Odisha State Board CHSE Odisha Class 12 Foundation of Education Solutions Chapter 13 ଶିକ୍ଷାରେ ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟା Questions and Answers.
CHSE Odisha 12th Class Education Solutions Chapter 13 ଶିକ୍ଷାରେ ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟା
ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତି ପ୍ରଶ୍ନତଳେ ପ୍ରଦତ୍ତ ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. କାହାଦ୍ବାରା କମ୍ପ୍ୟୁଟର ଉଦ୍ଭାବନ କରାଯାଇଥିଲା ?
(i) ମ୍ୟାଡ଼ାମ୍ କ୍ୟୁରୀ
(ii) ଚାର୍ଲସ୍ ବ୍ୟାବେଜ୍
(iii) ରୋଟେଙ୍ଗ ଜେନ୍
(iv) ରାଇଟ୍ ବ୍ରଦରର୍ସ
Answer:
(ii) ଚାର୍ଲସ୍ ବ୍ୟାବେଜ୍
2. ‘CLASS’ କାର୍ଯ୍ୟକ୍ରମ କେଉଁ ମସିହାରୁ କମ୍ପ୍ୟୁଟର ଶିକ୍ଷାକୁ ବିଦ୍ୟାଳୟରେ ପ୍ରଦାନ କରିବାପାଇଁ ସ୍ଥିର କରିଥିଲା ?
(i) ୧୯୮୦
(ii) ୧୯୮୧
(iii) ୧୯୮୩
(iv) ୧୯୮୪
Answer:
(iv) ୧୯୮୪
3. E-mail ର ଅର୍ଥ କ’ଣ ?
(i) Engineering Mail
(ii) Electronic Mail
(iii) Electoring Mail
(iv) Electric Mail
Answer:
(ii) Electronic Mail
4. CPU ର ପୂରା ନାମ କ’ଣ ?
(i) Computer Processing Unit
(ii) Centre Processing Unit
(iii) Central Processing Unit
(iv) Central Power Unit
Answer:
(iii) Central Processing Unit
5. କେଉଁଟି କମ୍ପ୍ୟୁଟରର ଏକ ଅଂଶ ନୁହେଁ ?
(i) ହାର୍ଡୱେୟାର
(ii) ସି.ପି.ୟୁ.
(iii) ବ୍ୟାଟେରୀ
(iv) ମନିଟର
Answer:
(iii) ବ୍ୟାଟେରୀ
6. ନିମ୍ନୋକ୍ତ କେଉଁ ସ୍ଥାନରେ ପ୍ରଥମେ ଶିକ୍ଷାକ୍ଷେତ୍ରରେ କମ୍ପ୍ୟୁଟରର ବ୍ୟବହାର କରାଯାଇଥିଲା ?
(i) ଆମେରିକାର ମାସାଚୁସେଟସ୍
(ii) ଇଂଲଣ୍ଡର ଲଣ୍ଡନ
(iii) ଭାରତର ବେଙ୍ଗାଲୁରୁ
(iv) ଋଷିଆର ମସ୍କୋ
Answer:
(i) ଆମେରିକାର ମାସାଚୁସେଟସ୍
7. ନିମ୍ନୋକ୍ତ କେଉଁ କାର୍ଯ୍ୟଟି କମ୍ପ୍ୟୁଟରଦ୍ଵାରା କରାଯାଇପାରିବ ନାହିଁ ?
(i) ପାଣ୍ଡୁଲିପିର ସମ୍ପାଦନା
(ii) ଗ୍ରାଫ୍ ଆଙ୍କିବା
(iii) ଦରଖାସ୍ତ ଚିଠା ପ୍ରସ୍ତୁତ କରିବା
(iv) ଏକ ମନିଅର୍ଡ଼ର ପ୍ରେରଣ କରିବା
Answer:
(iv) ଏକ ମନିଅର୍ଡ଼ର ପ୍ରେରଣ କରିବା
8. ନିମ୍ନଲିଖ୍ କେଉଁଟି ICT ଦ୍ବାରା କରାଯାଇପାରିବ ନାହିଁ ?
(i) ବ୍ୟାଙ୍କରୁ ଟଙ୍କା ଉଠାଇବା
(ii) ପୋଷ୍ଟକାର୍ଡ଼ରେ ଚିଠି ଲେଖୁ ପଠାଇବା
(iii) ଅଫିସ୍ର ଆୟବ୍ୟୟ ହିସାବ ରଖୁ
(iv) ଲାଇବ୍ରେରୀ ବହି ପଢ଼ିବା
Answer:
(ii) ପୋଷ୍ଟକାର୍ଡ଼ରେ ଚିଠି ଲେଖୁ ପଠାଇବା
9. ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଶେଷ କରି କେଉଁ କାର୍ଯ୍ୟ ପାଇଁ ଉପଯୋଗୀ ?
(i) ବ୍ୟବସାୟ
(ii) ଶିକ୍ଷା
(iii) ଗୃହକାର୍ଯ୍ୟ
(iv) କେଉଁଟି ନୁହେଁ
Answer:
(ii) ଶିକ୍ଷା
10. ICT ର ପୂରା ଓଡ଼ିଆ ନାମ କ’ଣ ?
(i) କମ୍ପ୍ୟୁଟର ସହ ଶିକ୍ଷଣ
(ii) ସୂଚନା ଓ ସଞ୍ଚାର ପ୍ରଯୁକ୍ତିବିଦ୍ୟା
(iii) କମ୍ପ୍ୟୁଟରଦ୍ଵାରା ଶିକ୍ଷଣ
(iv) କମ୍ପ୍ୟୁଟରଭିଭିକ ଶିକ୍ଷଣ
Answer:
(ii) ସୂଚନା ଓ ସଞ୍ଚାର ପ୍ରଯୁକ୍ତିବିଦ୍ୟା
11. ନିମ୍ନୋକ୍ତ କେଉଁଟି ସୂଚନା-ସଞ୍ଚାର ବିଦ୍ୟାର ବଳିଷ୍ଠ ମାଧ୍ୟମ ଅଟେ ?
(i) ଗଣମାଧ୍ୟମ
(ii) ବିଦ୍ୟାଳୟ
(iii) ପରିବାର
(iv) ଶିକ୍ଷାନୁଷ୍ଠାନ
Answer:
(i) ଗଣମାଧ୍ୟମ
12. ସୂଚନା-ସଞ୍ଚାର ଓ ପ୍ରଯୁକ୍ତି ବିଦ୍ୟା କେଉଁ ବିଜ୍ଞାନର ଅନ୍ତର୍ଗତ ?
(i) ଯାନ୍ତିକ
(ii) ରସାୟନିକ
(iii) ମନୋବିଜ୍ଞାନ
(iv) ଜୀବବିଜ୍ଞାନ
Answer:
(i) ଯାନ୍ତିକ
13. ନିମ୍ନୋକ୍ତ କେଉଁଟି ICT ର ଗୋଟିଏ ଉପାଦାନ ?
(i) ପାଠ୍ୟପୁସ୍ତକ
(ii) ମୋବାଇଲ୍ ଫୋନ୍
(iii) ଡ୍ରଇଂ ବୋର୍ଡ଼
(iv) ଯାନ୍ତ୍ରିକ ଉପକରଣ
Answer:
(ii) ମୋବାଇଲ୍ ଫୋନ୍
B. ଶୂନ୍ୟସ୍ଥାନ ପୂରଣ କର ।
1. ___________ ସଂସ୍ଥା ପ୍ରଥମେ କମ୍ପ୍ୟୁଟରକୁ ଶିକ୍ଷାକ୍ଷେତ୍ରରେ ବ୍ୟବହାର କରିଥିଲା ।
Answer:
ମାସାଚୁସେଟସ୍ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ (MIT)
2. ___________ ଦ୍ଵାରା କମ୍ପ୍ୟୁଟରର କାର୍ଯ୍ୟକୁ ଦେଖ୍ହୁଏ ।
Answer:
ମନିଟର
3. କୌଣସି ବ୍ୟକ୍ତି ପାଖକୁ ଯଦି କମ୍ପ୍ୟୁଟର ମାଧ୍ୟମରେ ଚିଠି ପ୍ରେରଣ କରାଯାଏ, ତେବେ ତାକୁ ___________ କୁହାଯାଏ ।
Answer:
ଇ-ମେଲ
4. ଶିକ୍ଷାର୍ଥୀ ନିଜର ସୁବିଧା ଓ ସାମର୍ଥ୍ୟ ଅନୁଯାୟୀ କମ୍ପ୍ୟୁଟର ବ୍ୟବହାର କରି ଯେଉଁ ଶିକ୍ଷାଲାଭ କରିଥାଏ, ତାହାକୁ ___________ କୁହାଯାଏ ।
Answer:
କମ୍ପ୍ୟୁଟର ସହାୟକ ଶିକ୍ଷା (Computer Assisted Instruction)
5. କମ୍ପ୍ୟୁଟର ମାଧ୍ୟମରେ ଅନେକ ତଥ୍ୟ ସଂଗ୍ରହ କରି ତାକୁ ବିଶ୍ଳେଷଣ କରି ଶିକ୍ଷାର୍ଥୀମାନଙ୍କର ଦୋଷ ଦୁର୍ବଳତାକୁ ଅନୁଧ୍ୟାନ କରି କାର୍ଯ୍ୟ କରିବାକୁ ___________ କୁହାଯାଏ ।
Answer:
କମ୍ପ୍ୟୁଟର ପରିଚାଳିତ ଶିକ୍ଷା (Computer Managed Instruction)
6. ___________ ସଞ୍ଚାର ବିଦ୍ୟାର ଏକ ବଳିଷ୍ଠ ମାଧ୍ୟମ ଅଟେ ।
Answer:
ଗଣମାଧ୍ୟମ
7. ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟା ___________ ବିଜ୍ଞାନର ଅନ୍ତର୍ଗତ ।
Answer:
ଯାନ୍ତ୍ରିକ
8. ଇ-ମେଲ୍ ___________ ମସିହାରେ ଆରମ୍ଭ ହୋଇଥିଲା ।
Answer:
୧୯୭୧
9. ___________ ମସିହାରେ CLASS ନାମକ ଏକ ପ୍ରକଳ୍ପ ଭାରତରେ କାର୍ଯ୍ୟାରମ୍ଭ ହେଲା ?
Answer:
୧୯୮୪-୮୫
10. ଆମେରିକାର ଆନ୍ତର୍ଜାତିକ ଯନ୍ତ୍ରାଂଶ ସଂସ୍ଥା ପ୍ରଥମେ ଗଣନାକାରୀ ଯନ୍ତ୍ର ___________ ମସିହାରେ ତିଆରି ହୋଇଥିଲା ।
Answer:
୧୯୪୩
C. ଭୁଲ୍ ଥିଲେ ଠିକ୍ କରି ଲେଖ ।
1. ICT ର ପୂରା ନାମ Information Computer Technology (ସୂଚନା, କମ୍ପ୍ୟୁଟର ଓ ପ୍ରଯୁକ୍ତି ବିଦ୍ୟା) ।
Answer:
ICT ର ପୂରା ନାମ Information Computer Technology (ସୂଚନା, କମ୍ପ୍ୟୁଟର ଓ ପ୍ରଯୁକ୍ତି ବିଦ୍ୟା) ।
2. ଶିକ୍ଷକମାନଙ୍କ ପାଇଁ ICT ହେଉଛି ସାମାଜିକ ଜୀବନର କ୍ରମ ଗଠନର ଏକ ଅପୂର୍ବ ସୁଯୋଗ ।
Answer:
ଶିକ୍ଷାର୍ଥୀମାନଙ୍କ ପାଇଁ ICT ହେଉଛି ବୃତ୍ତିଗତ ଜୀବନର କ୍ରମ ଗଠନର ଏକ ଅପୂର୍ବ ସୁଯୋଗ ।
3. ସର୍ବପ୍ରଥମେ ମସ୍କୋଠାରେ ଶିକ୍ଷାକ୍ଷେତ୍ରରେ କମ୍ପ୍ୟୁଟରର ବ୍ୟବହାର ହୋଇଥିଲା ।
Answer:
ସର୍ବପ୍ରଥମେ ମାସଟୁସେଟସ୍ତାରେ ଶିକ୍ଷାକ୍ଷେତ୍ରରେ କମ୍ପ୍ୟୁଟର ବ୍ୟବହାର ହୋଇଥିଲା ।
4. ଏକ ମନିଅର୍ଡ଼ର କମ୍ପ୍ୟୁଟର ମାଧ୍ୟମରେ ପଠାଯାଇପାରିବ ।
Answer:
ଏକ ମନିଅର୍ଡ଼ର କମ୍ପ୍ୟୁଟର ମାଧ୍ୟମରେ ପଠାଯାଇପାରିବ ନାହିଁ ।
5. ICT ବିଶେଷତଃ ବ୍ୟବସାୟିକ କାର୍ଯ୍ୟ ପାଇଁ ଉପଯୋଗୀ ।
Answer:
ICT ବିଶେଷତଃ ଶୈକ୍ଷିକ କାର୍ଯ୍ୟ ପାଇଁ ଉପଯୋଗୀ ।
6. ଜନ୍ ଭିନ୍ସେଟ୍ କମ୍ପ୍ୟୁଟରର ଉଦ୍ଭାବକ ଅଟନ୍ତି ।
Answer:
ଚାର୍ଲସ୍ ବ୍ୟାବେଜ୍ କମ୍ପ୍ୟୁଟରର ଉଦ୍ଭାବକ ଅଟନ୍ତି ।
7. ଏନ୍ସାକ୍ ପ୍ରଥମେ ୧୯୫୯ ମସିହାରେ କାର୍ଯ୍ୟାରମ୍ଭ କରିଥିଲା ।
Answer:
ଏନ୍ସାକ୍ ପ୍ରଥମେ ୧୯୪୯ ମସିହାରେ କାର୍ଯ୍ୟାରମ୍ଭ କରିଥିଲା ।
8. ସୂଚନା ଓ ସଞ୍ଚାର ପ୍ରଯୁକ୍ତିବିଦ୍ୟାର ଏକ ବଳିଷ୍ଠ ମାଧ୍ୟମ ହେଉଛି ଶିକ୍ଷାନୁଷ୍ଠାନ ।
Answer:
ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟାର ଏକ ବଳିଷ୍ଠ ମାଧ୍ୟମ ହେଉଛି ଗଣମାଧ୍ୟମ ।
9. ICT ରସାୟନ ବିଜ୍ଞାନର ଅନ୍ତର୍ଗତ ।
Answer:
ICT ଯାନ୍ତ୍ରିକ ବିଜ୍ଞାନର ଅନ୍ତର୍ଗତ ।
10. ଡ୍ରଇଂ ବୋର୍ଡ଼ ICT ର ଗୋଟିଏ ଉପାଦାନ ଅଟେ ।
Answer:
ମୋବାଇଲ୍ ଫୋନ୍ ICT ର ଏକ ଉପାଦାନ ଅଟେ ।
11. ICT ର ବ୍ୟବହାର ବ୍ୟୟବହୁଳ ନୁହେଁ ।
Answer:
ICT ର ବ୍ୟବହାର ବ୍ୟୟବହୁଳ ଅଟେ ।
12. ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଶେଷ କରି ଗୃହସଜ୍ଜା କାର୍ଯ୍ୟ ପାଇଁ ଉପଯୋଗୀ ।
Answer:
ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଶେଷକରି ଶୈକ୍ଷିକ କାର୍ଯ୍ୟ ପାଇଁ ଉପଯୋଗୀ ।
D. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।
1. ଅଣଚିତ୍ରଣ ଉପକରଣର ଗୋଟିଏ ଉଦାହରଣ ଦିଅ ।
Answer:
ବୁଲେଟିନ୍ ବୋର୍ଡ଼, ମାନଚିତ୍ର, ପୋଷ୍ଟର ଇତ୍ୟାଦି ଅଣଚିତ୍ରଣ ଉପକରଣ ଅଟେ ।
2. ଚିତ୍ରଣ ଉପକରଣର ଏକ ଉଦାହରଣ ଦିଅ ।
Answer:
ସ୍ଲାଇଡ୍, ଚଳଚ୍ଚିତ୍ର ଇତ୍ୟାଦି ଚିତ୍ରଣ ଉପକରଣ ଅଟେ ।
3. ଅନୁସୂଚିତ ଶିକ୍ଷଣ କ’ଣ ?
Answer:
ଅନୁସୂଚିତ ଶିକ୍ଷଣ ହେଉଛି ଏକ ବିଷୟବସ୍ତୁକୁ ସୋପାନ ଅନୁସାରେ ଆୟୋଜନ କରି ଛାତ୍ରକୁ ଏକ ପରିଚିତ ପୃଷ୍ଠଭୂମିରୁ ଜଟିଳ ସ୍ତରକୁ ଗତିଶୀଳ କରାଇବା ।
4. ଅଣୁଶିକ୍ଷଣ ଚକ୍ର କ’ଣ ?
Answer:
ଏହା ଏକପ୍ରକାର ଶିକ୍ଷାଦାନ ପଦ୍ଧତି ଯେଉଁଥିରେ ଗୋଟିଏ ଶିକ୍ଷାଦାନ କୌଶଳକୁ ବିଭିନ୍ନ ପ୍ରକାର ପରିବେଶରେ ଅଭ୍ୟାସ କରିବା ନିମନ୍ତେ ଯଥେଷ୍ଟ ସୁବିଧା ସୁଯୋଗ ମିଳିଥାଏ ।
5. ଏକ ଗଣମାଧ୍ୟମର ଉଦାହରଣ ଦିଅ ।
Answer:
ଟେଲିଭିଜନ ଏକ ଗଣମାଧ୍ୟମ ।
6. ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟାର ଏକ ଉଦ୍ଦେଶ୍ୟ ଲେଖ ।
Answer:
ବିଭିନ୍ନ ଶିକ୍ଷା ଉପକରଣ ପ୍ରସ୍ତୁତ କରି ଶିକ୍ଷାଦାନ ଓ ଶିକ୍ଷଣ ପ୍ରକ୍ରିୟାକୁ ମାର୍ଜିତ କରିବା ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟାର ପ୍ରଧାନ ଉଦ୍ଦେଶ୍ୟ ଅଟେ ।
7. CAI ର ଅର୍ଥ କ’ଣ ?
Answer:
CAI & Computer Assisted Instruction ( କମ୍ପ୍ୟୁଟର ସହାୟକ ଶିକ୍ଷା) ।
8. ପ୍ରଥମ କମ୍ପ୍ୟୁଟର ହିସାବରେ କାହାକୁ ଗ୍ରହଣ କରାଯାଏ ?
Answer:
ENIAC (ଏନିଆକ୍)କୁ ପ୍ରଥମ କମ୍ପ୍ୟୁଟର ହିସାବରେ ଗ୍ରହଣ କରାଯାଏ ।
9. କମ୍ପ୍ୟୁଟରର ଶିକ୍ଷାକ୍ଷେତ୍ରରେ ଗୋଟିଏ ପ୍ରୟୋଗ ଲେଖ ।
Answer:
କମ୍ପ୍ୟୁଟର ଶିକ୍ଷାର୍ଥୀମାନଙ୍କୁ ସହଜରେ ଅଭିପ୍ରେରିତ କରିଥାଏ ।
10. ଇଣ୍ଟରନେଟ୍ର ଗୋଟିଏ ଗୁଣ ଲେଖ ।
Answer:
ଇଣ୍ଟରନେଟ୍ ମାଧ୍ୟମରେ ପୃଥିବୀର ଯେକୌଣସି ସ୍ଥାନରୁ ନିଜ ଇଚ୍ଛାନୁସାରେ ବିଷୟ ବା ଜ୍ଞାନକୁ ସହଜରେ ଉପଲବ୍ଧ କରିହେବ ।
11. ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟା (ICT) କ’ଣ ?
Answer:
ଯେଉଁ ବିଦ୍ୟା ବିଭିନ୍ନ ଶକ୍ତିଶାଳୀ ଗଣମାଧ୍ୟମ ଯଥା ରେଡ଼ିଓ, ଟେଲିଭିଜନ, ଇଣ୍ଟରନେଟ୍, କମ୍ପ୍ୟୁଟର ଓ ଉପଗ୍ରହ ମାଧ୍ୟମରେ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିଥାଏ ତାହାକୁ ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟା (ICT) କୁହାଯାଏ ।
12. ସୂଚନା ଓ ପ୍ରଯୁକ୍ତି ବିଦ୍ୟା (ICT) ଆମକୁ ଶିକ୍ଷା କ୍ଷେତ୍ରରେ କିପରି ସାହାଯ୍ୟ କରୁଛି ?
Answer:
ସୂଚନା ଓ ସଞ୍ଚାର ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଶିକ୍ଷାର୍ଥୀମାନେ ସୂଚନା ଓ ତଥ୍ୟ ସଂଗ୍ରହ, ମତ ବିନିମୟ ସ୍ଵଳ୍ପ ସମୟ ମଧ୍ୟରେ କରିପାରୁଛନ୍ତି, ଯାହା ସେମାନଙ୍କ ଶିକ୍ଷାକୁ ପ୍ରଗତିଶୀଳ କରିପାରିଛି ।
13. ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟା (ICT) ର ଗୋଟିଏ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଲେଖ ।
Answer:
ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟାର ମୁଖ୍ୟ ଲକ୍ଷ୍ୟ ବା ଉଦ୍ଦେଶ୍ୟ ହେଉଛି ଶିକ୍ଷକ, ଶିକ୍ଷାର୍ଥୀ, ପିତାମାତା ତଥା ଅଭିଭାବକମାନଙ୍କୁ କମ୍ପ୍ୟୁଟର, ଇଣ୍ଟରନେଟ୍ ଓ ଅନ୍ୟାନ୍ୟ ଯୋଗାଯୋଗ ମାଧ୍ୟମର ବ୍ୟବହାର ସମ୍ବନ୍ଧରେ ଅବଗତ କରିବା ।
14. ଶିକ୍ଷାକ୍ଷେତ୍ରରେ ICT ର ଗୋଟିଏ କାର୍ଯ୍ୟ ଲେଖ ।
Answer:
ଶିକ୍ଷାକ୍ଷେତ୍ରରେ ICT ର ସାହାଯ୍ୟ ନେଇ ଶିକ୍ଷକ ସ୍ବଳ୍ପ ସମୟ ମଧ୍ୟରେ ଶିକ୍ଷାକ୍ଷେତ୍ରରେ ବିଭିନ୍ନ କାର୍ଯ୍ୟାବଳୀ; ଯଥା ଗବେଷଣା, ମୂଲ୍ୟାୟନ, ପ୍ରଶିକ୍ଷଣ, ନାମଲେଖା ଇତ୍ୟାଦି କାର୍ଯ୍ୟ ସମ୍ପାଦନ କରିଥା’ନ୍ତି ।
15. ଇଣ୍ଟରନେଟ୍ର ଏକ ମୁଖ୍ୟ କାର୍ଯ୍ୟ ଲେଖ ।
Answer:
ଇଣ୍ଟରନେଟ୍ର ବ୍ୟବହାର କମ୍ପ୍ୟୁଟର ମାଧ୍ୟମରେ କରାଯାଇ ସ୍ବଳ୍ପ ସମୟ ମଧ୍ୟରେ ଅନେକ ବିଷୟରେ ତଥ୍ୟ ଓ ସୂଚନା ସଂଗ୍ରହ କରାଯାଇପାରେ ।
16. CLASS କ’ଣ ?
Answer:
CLASS ବା Computer Literacy And Studies in School ହେଉଛି ଶିକ୍ଷାକ୍ଷେତ୍ରରେ କମ୍ପ୍ୟୁଟର ବ୍ୟବହାର ନିମିତ୍ତ କାର୍ଯ୍ୟକାରୀ କରାଯାଇଥିବା ଏକ ଶୈକ୍ଷିକ କାର୍ଯ୍ୟକ୍ରମ ।
17. ବିଦ୍ୟାଳୟରେ କମ୍ପ୍ୟୁଟରର ଉପଯୋଗିତା ବିଷୟରେ ଲେଖ ।
Answer:
ବିଦ୍ୟାଳୟରେ ବାର୍ଷିକ ଆୟବ୍ୟୟ ଅଟକଳ ପ୍ରସ୍ତୁତି, ପିଲାମାନଙ୍କର ଓ ଶିକ୍ଷକମାନଙ୍କର ଦରମା ପ୍ରସ୍ତୁତି, ମୂଲ୍ୟାୟନ, ସମୟ ନିର୍ଘଣ୍ଟ ପ୍ରସ୍ତୁତି, ରେକର୍ଡ଼ପତ୍ର ରକ୍ଷଣାବେକ୍ଷଣ ଇତ୍ୟାଦି କାର୍ଯ୍ୟମାନ କମ୍ପ୍ୟୁଟର ସାହାଯ୍ୟରେ କରାଯାଇଥାଏ ।
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦୁଇଟି ବା ତିନୋଟି ବାକ୍ୟରେ ଲେଖ ।
1. ଶିକ୍ଷାରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଯେକୌଣସି ଦୁଇଟି ଉପଯୋଗିତା ଲେଖ ।
Answer:
ଶିକ୍ଷାରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଉପଯୋଗିତା :
(୧) କମ୍ ସମୟରେ ଏହା ଅଧୂକ ତଥ୍ୟ ପ୍ରଦାନ କରିଥାଏ ।
(୨) ଏହାଦ୍ଵାରା ଶୈକ୍ଷିକ ମୂଲ୍ୟାୟନ ସହଜ ହୋଇଥାଏ ।
2. ସୂଚନା ପ୍ରଯୁକ୍ତି ବିଦ୍ୟାର ଦୁଇଟି ଦୋଷତ୍ରୁଟି ବର୍ଣ୍ଣନା କର ।
Answer:
(କ) ଏହା ଶିକ୍ଷକଙ୍କର ଭୂମିକା ହ୍ରାସ କରିଥାଏ ।
(ଖ) ମୂଲ୍ୟବୋଧ ଶିକ୍ଷାର ଅଭାବ ସୃଷ୍ଟି କରିଥାଏ ।
(ଗ) ଶିକ୍ଷାଦାନ କ୍ଷେତ୍ରରେ ଶିକ୍ଷକ ଏବଂ ଛାତ୍ରର ସମ୍ପର୍କ ହ୍ରାସ କରିଥାଏ । (ଯେକୌଣସି ଦୁଇଟି)
3. କମ୍ପ୍ୟୁଟର ପରିଚାଳିତ ଶିକ୍ଷା ଓ କମ୍ପ୍ୟୁଟର ସହାୟକ ଶିକ୍ଷା ମଧ୍ୟରେ ପ୍ରଭେଦ ସଂକ୍ଷେପରେ ଆଲୋଚନା କର ।
Answer:
କମ୍ପ୍ୟୁଟର ସହାୟକ ଶିକ୍ଷାରେ ଅନେକ ତଥ୍ୟ ସଂଗ୍ରହ କରି ଶିକ୍ଷାର୍ଥୀ ତାକୁ ବ୍ୟବହାର କରିଥାଏ । ଏହା ଶିକ୍ଷଣ ପ୍ରକ୍ରିୟାକୁ ସୁଖପ୍ରଦ କରିଦିଏ । ମାତ୍ର କମ୍ପ୍ୟୁଟର ପରିଚାଳିତ ଶିକ୍ଷାଦ୍ବାରା ଶିକ୍ଷାର୍ଥୀ ସମ୍ବନ୍ଧରେ ଅନେକ ତଥ୍ୟ ସଂଗ୍ରହ କରାଯାଇ ରଖାଯାଏ ଏବଂ ଶିକ୍ଷାଦାନ ପାଇଁ ଅନେକ ପାଠ୍ୟ ବିଷୟବସ୍ତୁ ଧାରାବାହିକ ଭାବରେ ଶିକ୍ଷାଦାନ ପାଇଁ ପ୍ରସ୍ତୁତ କରାଯାଇ ଭବିଷ୍ୟତ ବ୍ୟବହାର ପାଇଁ ରଖାଯାଏ ।
4. ଶ୍ରେଣୀ ଶିକ୍ଷାଦାନରେ ସୂଚନା-ପ୍ରଯୁକ୍ତିବିଦ୍ୟାର ଯେକୌଣସି ଦୁଇଟି ପ୍ରୟୋଗ ଉଲ୍ଲେଖ କର ।
Answer:
ଶ୍ରେଣୀ ଶିକ୍ଷାଦାନରେ ସୂଚନା-ପ୍ରଯୁକ୍ତି ବିଦ୍ୟାର ଦୁଇଟି ବ୍ୟବହାର ହେଉଛି –
(a) ଶିକ୍ଷାଦାନ କ୍ଷେତ୍ରରେ କମ୍ପ୍ୟୁଟର ବ୍ୟବହାର କରିବା ।
(b) ଇଣ୍ଟରନେଟ୍ର ବ୍ୟବହାର କରି ବିଭିନ୍ନ ଅତ୍ୟାଧୁନିକ ତଥ୍ୟ ସଂଗ୍ରହ କରିବା ।
5. କମ୍ପ୍ୟୁଟର ସହାୟକ ଶିକ୍ଷା କହିଲେ କ’ଣ ବୁଝାଏ ?
Answer:
କମ୍ପ୍ୟୁଟର ସହାୟକ ଶିକ୍ଷା କହିଲେ ଏହା ବୁଝାଯାଏ ଯେ କମ୍ପ୍ୟୁଟର ବ୍ୟବହାର କରି ଶିକ୍ଷା କ୍ଷେତ୍ରରେ ଉପୁଜୁଥିବା ସମସ୍ୟାର ସମାଧନା କରିବା । ତତ୍ସହିତ କମ୍ପ୍ୟୁଟରକୁ ଶିକ୍ଷାଦାନର ମାଧ୍ୟମ କରିବା, ପାଠ୍ୟକ୍ରମ ଚୟନ, ତାଲିମ୍, ମୂଲ୍ୟାୟନ, ପ୍ରବେଶ ଇତ୍ୟାଦି କାର୍ଯ୍ୟକ୍ରମକୁ କମ୍ପ୍ୟୁଟର ମାଧ୍ୟମରେ କରିବା ।
6. ଦୂରଶିକ୍ଷା କ୍ଷେତ୍ରରେ କମ୍ପ୍ୟୁଟରର ଭୂମିକା କ’ଣ ?
Answer:
ଦୂରଶିକ୍ଷା ବା ପତ୍ର ମାଧ୍ୟମରେ ଶିକ୍ଷା ଆଜି କମ୍ପ୍ୟୁଟର ମାଧ୍ୟମରେ କମ୍ ସମୟରେ ଦିଆଯାଉଛି । ଏହା ସହିତ ଇ-ମେଲ (E-mail) ବା ଟେଲିଫୋନ ବାର୍ତ୍ତାଳାପ ମାଧ୍ୟମରେ ଦୂରସ୍ଥ ଶିକ୍ଷକଙ୍କ ସହ ଶୈକ୍ଷିକ ସମ୍ପର୍କ ରକ୍ଷା କରାଯାଇପାରୁଛି ।
7. ସୂଚନା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷାର୍ଥୀଙ୍କୁ କିପରି ସାହାଯ୍ୟ କରେ ?
Answer:
(କ) ଏହା ଶିକ୍ଷାର୍ଥୀର ସୃଜନୀ ଶକ୍ତି ବୃଦ୍ଧିକରି ବିଭିନ୍ନ ସମସ୍ୟା ସମାଧାନରେ ସାହାଯ୍ୟ କରିଥାଏ ।
(ଖ) ଏହା ବୃତ୍ତିଗତ ଜୀବନର କ୍ରମ ଗଠନ ନିମନ୍ତେ ଏକ ଅପୂର୍ବ ସୁଯୋଗ ସୃଷ୍ଟି କରିଥାଏ ।
8. ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟା କ’ଣ ? ଏହାର ଗୋଟିଏ ସଂଜ୍ଞା ଲେଖ ।
Answer:
ଯେଉଁ ଶିକ୍ଷା ସୂଚନା ଓ ଯୋଗାଯୋଗର ସମସ୍ତ ଉପକରଣ ମାଧ୍ୟମରେ ସମ୍ପାଦିତ ହୋଇଥାଏ ତାକୁ ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟା କୁହାଯାଏ । ଡି.ଜନ୍ (Daintith John)ଙ୍କ ମତରେ “ଏହା ଏକ ଯାନ୍ତ୍ରିକ ଅଭିକଳ୍ପ ଯାହାକି କମ୍ପ୍ୟୁଟର ଓ ଟେଲି ଯୋଗାଯୋଗ ମାଧ୍ୟମରେ ତଥ୍ୟଗୁଡ଼ିକର ସଂରକ୍ଷଣ, ପୁନରୁଦ୍ଧାର, ପ୍ରସାରଣ ଏବଂ ସମ୍ପାଦନା କରିଥାଏ ।’’
9. ସୂଚନା ପ୍ରଯୁକ୍ତି ବିଦ୍ୟା କିପରି ଶିକ୍ଷକଙ୍କୁ ସାହାଯ୍ୟ କରେ ?
Answer:
(କ) ପ୍ରଥମତଃ ଏହା ବ୍ୟାପକ ଶିକ୍ଷା ସମ୍ଭାବନା ସୃଷ୍ଟିରେ ସହାୟକ ହୋଇଥାଏ ।
(ଖ) ଦ୍ଵିତୀୟତଃ ଏହା ବିଭିନ୍ନ ପ୍ରଯୁକ୍ତିଗତ ଉପକରଣ ଯଥା: କମ୍ପ୍ୟୁଟର, ରେଡ଼ିଓ, ଟେଲିଭିଜନ ମାଧ୍ୟମରେ ଶିକ୍ଷଣକୁ ତ୍ୱରାନ୍ଵିତ କରିବାରେ ସାହାଯ୍ୟ କରେ ।
10. ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟାର ୨ଟି ଅପକାରିତା ଲେଖ ।
Answer:
(କ) ଶିକ୍ଷଣ ପ୍ରକ୍ରିୟାରେ ଏହାର ଉପକରଣଗୁଡ଼ିକର ବ୍ୟବହାର କୃଷ୍ଟକର ହୁଏ ।
(ଖ) ଶିକ୍ଷଣ ପ୍ରକ୍ରିୟାରେ ଏହାର ଉପଯୋଗ ଖୁବ୍ ବ୍ୟୟବହୁଳ ।
11. ଶିକ୍ଷାକ୍ଷେତ୍ରରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ୨ଟି ପ୍ରୟୋଗ ଲେଖ ।
Answer:
(କ) ଉପଯୁକ୍ତ ପାଠ୍ୟକ୍ରମ ଚୟନବେଳେ ଏହାର ସାହାଯ୍ୟ ନିଆଯାଏ ।
(ଖ) ଶିକ୍ଷାର ପ୍ରଚାର ଓ ବହୁଳ ପ୍ରସାର ପାଇଁ ଏହା ଉଦ୍ଦିଷ୍ଟ ।
B. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି ବା ଛଅଟି ବାକ୍ୟରେ ଲେଖ ।
1. ଚିତ୍ରଣ ଓ ଅଣଚିତ୍ରଣ ଉପକରଣ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:
ଶିକ୍ଷାଦାନରେ ଉଭୟ ଚିତ୍ରଣ ଓ ଅଣଚିତ୍ରଣ ଉପକରଣର ବହୁଳ ବ୍ୟବହାର ହୋଇଥାଏ । ଚିତ୍ରଣ ଉପକରଣଗୁଡ଼ିକୁ ପ୍ରୋଜେକ୍ସନଦ୍ୱାରା ବ୍ୟବହାର କରାଯାଏ; ଯଥା- ଚଳଚ୍ଚିତ୍ର, ସ୍ଲାଇଡ୍ ଇତ୍ୟାଦି । ଏହା ଚଳତ୍ ଥିବାରୁ ଶିଶୁ ମନକୁ ଆକର୍ଷଣ କରେ । ମାତ୍ର ଏହା ସବୁ ସମୟରେ ଉପଲବ୍ଧ ନୁହେଁ । ଏହା ବ୍ୟୟସାପେକ୍ଷ ମଧ୍ୟ । ସେହିପରି ଅଣଚିତ୍ରଣ ଉପକରଣଗୁଡ଼ିକୁ ସାଧାରଣଭାବେ କଳାପଟା, ଖବରକାଗଜ, ଚାର୍ଟ, ପୋଷ୍ଟର, ମାନଚିତ୍ର, କାର୍ଟୁନ୍ ଇତ୍ୟାଦି ମାଧ୍ୟମରେ ଆଲୋକ ସଂପାତ ନ କରି ପ୍ରଦର୍ଶିତ କରାଯାଏ । ଏହାର ବହୁଳ ବ୍ୟବହାର କରାଯାଏ ଓ ଏହା କମ୍ ବ୍ୟୟସାପେକ୍ଷ ।
2. ସୂଚନା ଏବଂ ପ୍ରଯୁକ୍ତିବିଦ୍ୟାର ଆବଶ୍ୟକତା ବିଷୟରେ ଲେଖ ।
Answer:
ଶିକ୍ଷାରେ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ କରାଯାଉଛି । ସାଧାରଣତଃ ଯୋଜନା ପ୍ରସ୍ତୁତିଠାରୁ ଆରମ୍ଭକରି ଯୋଜନାର ରୂପାୟନ, ମୂଲ୍ୟାୟନ, ବିଶ୍ଳେଷଣ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଶିକ୍ଷା-ଯନ୍ତ୍ରବିଜ୍ଞାନ ବ୍ୟବହାର କରାଯାଏ । ଏହାଦ୍ଵାରା ବିଭିନ୍ନ ଶିକ୍ଷଣ ପଦ୍ଧତିର ବ୍ୟବହାର କରାଯାଇଥାଏ । ବିଶେଷକରି ବର୍ତ୍ତମାନର ଶିକ୍ଷା ଚାହିଦାକୁ ଆଖରେ ରଖ୍ ଏହା ମାଧ୍ୟମରେ ବିଭିନ୍ନ ଶିକ୍ଷା ଛାତ୍ରଛାତ୍ରୀମାନଙ୍କ ରୁଚି ଅନୁସାରେ ଦିଆଯାଏ । ଏହାଦ୍ୱାରା ଶିକ୍ଷା କ୍ଷେତ୍ରରେ ଉପୁଜୁଥିବା ବିଭିନ୍ନ ସମସ୍ୟାର ସୁସମାଧାନ ହୋଇଥାଏ । ପାଠ୍ୟକ୍ରମ ପ୍ରସ୍ତୁତି, ମନୋନୟନ ଓ ମୂଲ୍ୟାୟନରେ ଏହି ବିଜ୍ଞାନକୁ ବ୍ୟବହାର କରାଯାଏ । ଏହା ଶିକ୍ଷା ବ୍ୟବସ୍ଥାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛି ।
3. ସୂଚନା ଓ ପ୍ରଯୁକ୍ତିବିଦ୍ୟାର ଅର୍ଥ କ’ଣ ?
Answer:
ଆଜିର ବିଜ୍ଞାନ ମନୁଷ୍ୟକୁ ଏକ ସଫଳ କାର୍ଯ୍ୟକ୍ଷମ ବ୍ୟକ୍ତି ରୂପେ ପରିଗଣିତ କରିପାରିଛି । ଏହି ବିଜ୍ଞାନ ଯୁଗର ମୁଖ୍ୟ ଉଦ୍ଭାବନ ହେଉଛି କମ୍ପ୍ୟୁଟର । ଏହା ସହିତ ବିଭିନ୍ନ ଅତ୍ୟାଧୁନିକ ଇଲେକ୍ଟ୍ରୋନିକ୍ ଉପକରଣ ଓ ଯନ୍ତ୍ରର ବ୍ୟାପକ ବ୍ୟବହାର ଆଜି ମନୁଷ୍ୟକୁ ମହାନ୍ କରିଛି । ନିଜର ଆବଶ୍ୟକତା, ରୁଚି ମୁତାବକ ଜିନିଷ ଓ କାର୍ଯ୍ୟକୁ ସଫଳଭାବେ ପରିପ୍ରକାଶ କରିପାରୁଛି । ପୃଥିବୀ ଆଜି ଏକ କ୍ଷୁଦ୍ର ଗ୍ରାମ ସଦୃଶ । ଏହି ଯନ୍ତ୍ରାଂଶମାନଙ୍କୁ ନେଇ ସୂଚନାରେ ଆସିଥିବା ବୈପ୍ଳବିକ ପରିବର୍ତ୍ତନ ହିଁ ପ୍ରଯୁକ୍ତି ବିଦ୍ୟାର ମୁଖ୍ୟ କାର୍ଯ୍ୟ ।
4. କମ୍ପ୍ୟୁଟରର ତିନୋଟି ଶୈକ୍ଷିକ କାର୍ଯ୍ୟ ଲେଖ ।
Answer:
କମ୍ପ୍ୟୁଟର ମାଧ୍ୟମରେ ଶିକ୍ଷା ବ୍ୟବସ୍ଥାର ନିମ୍ନଲିଖ୍ କାର୍ଯ୍ୟଗୁଡ଼ିକ ସଂଘଟିତ ହୋଇଥାଏ; ଯଥା –
(i) ବିଭିନ୍ନ ଶୈକ୍ଷିକ ତଥ୍ୟ ସଂଗ୍ରହ, ଆଲୋଚନା ଓ ଗବେଷଣା ।
(ii) ଶିକ୍ଷା ଉପକରଣ ମାଧ୍ୟମରେ ଉନ୍ନତ ମାନର ଶିକ୍ଷାଦାନ ଓ ଶିକ୍ଷା ପ୍ରଣାଳୀରେ ପରିବର୍ତ୍ତନ ।
(iii) ଶିକ୍ଷାର୍ଥୀଙ୍କ ମାନସିକ ଦକ୍ଷତାର ମୂଲ୍ୟାୟନ ଓ ଫଳାଫଳ ପ୍ରସ୍ତୁତି ଇତ୍ୟାଦି ।
5. ଶିକ୍ଷାରେ ସୂଚନା ପ୍ରଯୁକ୍ତି ବିଦ୍ୟାର ତିନୋଟି ଅପକାରିତା ଉଲ୍ଲେଖ କର ।
Answer:
ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଶିକ୍ଷା କ୍ଷେତ୍ରରେ ପ୍ରୟୋଗଦ୍ଵାରା ଅନେକ ଉପକାର ସାଧୂତ ହେବା ସହିତ ଅନେକ ଅସୁବିଧା ମଧ୍ଯ ସୃଷ୍ଟି ହୋଇଥାଏ । ସେଗୁଡ଼ିକ ହେଲା –
(୧) ଶିକ୍ଷକ ଏବଂ ଛାତ୍ର ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା ହୋଇ ପାରିନଥାଏ ।
(୨) ଇଣ୍ଟରନେଟ୍ର ଅସଦ୍ ବ୍ୟବହାର ହେବାର ସମ୍ଭାବନା ଥାଏ ।
(୩) ଶିକ୍ଷକଙ୍କୁ ଆଦର୍ଶ ଛାତ୍ର ଉପରେ ପ୍ରଭାବ ପକାଇବାର ଅବସର ମିଳେ ନାହିଁ ।
6. ଶିକ୍ଷାକ୍ଷେତ୍ରରେ କମ୍ପ୍ୟୁଟର ସହାୟକ ଶିକ୍ଷାର ବ୍ୟବହାର ସମ୍ବନ୍ଧରେ ବର୍ଣ୍ଣନା କର ।
Answer:
କମ୍ପ୍ୟୁଟର ସହାୟକ ଶିକ୍ଷାଦାନ ପଦ୍ଧତି ଶିକ୍ଷା କ୍ଷେତ୍ରରେ କମ୍ପ୍ୟୁଟର ବ୍ଯହବାର ଉପରେ ଗୁରୁତ୍ଵ ଦେଇଥାଏ । ଏହାଦ୍ଵାରା ବିଭିନ୍ନ ସ୍ତରରେ ଶିକ୍ଷାଦାନ ସହଜ, ସରଳ ଏବଂ ରୁଚିକର ହୋଇଥାଏ । ବିଶେଷକରି ବିଦ୍ୟାଳୟରେ କମ୍ପ୍ୟୁଟର ସାକ୍ଷରତା ଯୋଜନା ସହ ସର୍ବଶିକ୍ଷା ଅଭିଯାନରେ କମ୍ପ୍ୟୁଟର, କମ୍ପ୍ୟୁଟର ଶିକ୍ଷକ ଏବଂ ପ୍ରଶିକ୍ଷଣ ଉପରେ ଗୁରୁତ୍ବ ଦିଆଯାଏ ।
7. ଶିକ୍ଷାରେ ସୂଚନା ଓ ପ୍ରଯୁକ୍ତିବିଦ୍ୟାର ତିନୋଟି ଉପକାରିତା ଲେଖ ।
Answer:
ସୂଚନା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷାରେ ନିମ୍ନ ପ୍ରକାରର କାର୍ଯ୍ୟ କରିଥାଏ; ଯଥା –
(i) କମ୍ ସମୟରେ ଏହା ଅଧିକ ତଥ୍ୟ ପ୍ରଦାନ କରିଥାଏ ।
(ii) ଶି କ୍ଷାର୍ଥୀ ବ୍ୟକ୍ତିଗତ ସ୍ଵାଧୀନତା ପାଇବା ସହିତ ନିଜ ସମୟ, ଇଚ୍ଛା, ଆଗ୍ରହ ଓ ବିଷୟକୁ ଆଖୁଗରେ ରଖ୍ ଶିକ୍ଷା ଗ୍ରହଣ କରିଥାଏ ।
(iii) ଏହାଦ୍ଵାରା ଶୈକ୍ଷିକ ମୂଲ୍ୟାୟନ ସହଜ ହୋଇଥାଏ ।
(iv) ଏହା ଏକ ଶିକ୍ଷା ଉପକରଣର ଦାୟିତ୍ଵ ତୁଲାଇବା ସହିତ ଶିକ୍ଷକ ଅଭାବର ଏକ ବିକଳ୍ପ ମାଧ୍ୟମ ଅଟେ ।
8. ଶିକ୍ଷାରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗର ତିନୋଟି ଉଦାହରଣ ପ୍ରଦାନ କର ।
Answer:
ଶିକ୍ଷାରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ନିମ୍ନ ପ୍ରକାରରେ ବ୍ୟବହାର କରାଯାଇ ପାରୁଛି; ଯଥା –
(i) ଶୈକ୍ଷିକ ଯୋଜନା ପ୍ରସ୍ତୁତି ସହିତ ଏହାକୁ ସଫଳ ଭାବେ ଆଲୋଚନା ଓ ବିଶ୍ଲେଷଣ କରାଯାଇପାରୁଛି ।
(ii) ଶୈକ୍ଷିକ ପ୍ରଶାସନ, ପରିଚାଳନା, ନିର୍ଦ୍ଦେଶନା, ମୂଲ୍ୟାୟନ କ୍ଷେତ୍ରରେ ଏହାର ବ୍ୟାପକ ପ୍ରୟୋଗ କରାଯାଇଛି ।
(iii) ନାମଲେଖା, ବର୍ଗୀକରଣ, ଶୈକ୍ଷିକ ଗବେଷଣା କ୍ଷେତ୍ରରେ ଏହା ଉଲ୍ଲେଖନୀୟ ଭାବେ କାର୍ଯ୍ୟ କରୁଛି ।
9. ଇ-ମେଲ୍ (e-mail) ଦ୍ଵାରା କି ଉପକାର ହେଉଛି ?
Answer:
ଇ-ମେଲ୍ଦ୍ୱାରା କମ୍ପ୍ୟୁଟର ମାଧ୍ୟମରେ କମ୍ ସମୟରେ ଯୋଗାଯୋଗ ସ୍ଥାପନ କରାଯାଇପାରୁଛି । ଏହାଦ୍ଵାରା ପତ୍ର ବିନିମୟ ଶିକ୍ଷା, ଦୂରଶିକ୍ଷା, ଶିକ୍ଷା ସମ୍ବନ୍ଧୀୟ ସମସ୍ୟାର ସମାଧାନ, ନିଯୁକ୍ତି, ପ୍ରବେଶ ତଥା ଦୂର ଶିକ୍ଷକମାନଙ୍କ ସହ ଶୈକ୍ଷିକ ଯୋଗାଯୋଗ ସହଜସାପେକ୍ଷ ହୋଇପାରୁଛି । ଏହାଦ୍ଵାରା ଦୂର ଶିକ୍ଷାର୍ଥୀମାନଙ୍କୁ କମ୍ ସମୟରେ କମ୍ ଖର୍ଚ୍ଚରେ ଶିକ୍ଷାଦେବା ସମ୍ଭବପର ହେଉଛି ।
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
1. ଶିକ୍ଷାରେ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ବିଷୟରେ ବର୍ଣ୍ଣନା କର ।
Answer:
ସମୟ ସହ ତାଳଦେଇ ଆଜିର ବିଜ୍ଞାନ ବିକାଶର ବିଭିନ୍ନ ଦିଗକୁ ପ୍ରସାରିତ ହୋଇଛି । ସେହିପରି ଶିକ୍ଷା କ୍ଷେତ୍ରରେ ମଧ୍ୟ ଯନ୍ତ୍ରବିଜ୍ଞାନର ବହୁଳ ବ୍ୟବହାର ପରିଲକ୍ଷିତ ହୁଏ । ଏହାର ବ୍ୟବହାରଗୁଡ଼ିକ ମୁଖ୍ୟତଃ ନିମ୍ନଲିଖ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ ।
(1) ଉପଯୁକ୍ତ ପାଠ୍ୟକ୍ରମର ଚୟନ – ଶିକ୍ଷାବ୍ୟବସ୍ଥାରେ ଏକ ଉପଯୁକ୍ତ ପାଠ୍ୟକ୍ରମର ଚୟନ କରିବା ଏକ କଷ୍ଟକର କାର୍ଯ୍ୟ । ତେଣୁ ବିଭିନ୍ନ ନୂତନ ପଦ୍ଧତି; ଯଥା – ଅଣୁଶିକ୍ଷଣ ଚକ୍ର, ଅନୁସୂଚିତ ଶିକ୍ଷଣ ଇତ୍ୟାଦି ମାଧ୍ୟମରେ ଶିକ୍ଷାଦାନରେ ଉପଯୁକ୍ତ ପାଠ୍ୟକ୍ରମର ଚୟନ କରାଯାଇଛି ।
(2) ଶିକ୍ଷାର ପ୍ରଚାର ଓ ବହୁଳ ପ୍ରସାର ନିମିତ୍ତ ଉଦ୍ଦିଷ୍ଟ – ଶିକ୍ଷା ସମସ୍ତଙ୍କ ନିମିତ୍ତ ଅତ୍ୟାବଶ୍ୟକୀୟ । ତେଣୁ ସମାଜରେ ଉଚିତ ଶିକ୍ଷା ବ୍ୟବସ୍ଥାରୁ ବଞ୍ଚତ ବ୍ୟକ୍ତିମାନଙ୍କୁ ବିଭିନ୍ନ ମାଧ୍ଯମଦ୍ୱାରା ଶିକ୍ଷାଦାନ କରିବା ଏହି ଶୈକ୍ଷିକ ଯନ୍ତ୍ରବିଜ୍ଞାନର ଉଦ୍ଦେଶ୍ୟ ।
(3) ବିଭିନ୍ନ ପ୍ରକାରର ଶିକ୍ଷା ସହାୟକ ଉପକରଣ ପ୍ରସ୍ତୁତ କରିବା, ଶିକ୍ଷାଦାନକୁ ସରଳ ଓ ଦୀର୍ଘସ୍ଥାୟୀ କରିବା ନିମିତ୍ତ ବିଭିନ୍ନ ଉପକରଣର ଆବଶ୍ୟକତା ରହିଛି । ବିଭିନ୍ନ ଚିତ୍ରଣ ଓ ଅଣଚିତ୍ରଣ ଉପକରଣ ମାଧ୍ୟମରେ ଏହି ଆବଶ୍ୟକତାକୁ ଉପଲବ୍ଧି କରିହୁଏ ।
(4) ଶିକ୍ଷା ତାଲିମ ଓ ପ୍ରଶିକ୍ଷଣ ନିମିତ୍ତ ଆବଶ୍ୟକ – ଆଜିର ଶିକ୍ଷକ ଶିକ୍ଷାଦାନରେ ଶିକ୍ଷଣକୁ ପ୍ରାଥମିକତା ଦେବାବେଳେ ଏହି ଯନ୍ତ୍ରବିଜ୍ଞାନର ବହୁଳ ଆବଶ୍ୟକତା ରହିଛି । ବିଭିନ୍ନ ଉପାୟରେ କିପରି ଶିକ୍ଷଣର ସମସ୍ତ ତତ୍ତ୍ଵକୁ ଗୁରୁତ୍ଵର ସହ ବିଚାରକରି ଏକ ଉପଯୁକ୍ତ ଶିକ୍ଷଣ ବ୍ୟବସ୍ଥା କରାଯିବ, ତାହା ଉପରେ ଗୁରୁତ୍ବ ଦିଆଯାଉଛି । ଶିକ୍ଷଣ ତତ୍ତ୍ବ ଉପରେ ପର୍ଯ୍ୟବସିତ ଏହି ପଦ୍ଧତିଗୁଡ଼ିକ ମନୋବିଜ୍ଞାନର ଗୂଢ଼ତତ୍ତ୍ୱ ଉପରେ ପ୍ରତିଷ୍ଠିତ ।
(5) ଉପଯୁକ୍ତ ସମ୍ବଳର ଚିହ୍ନଟ ଓ ତା’ର ବ୍ୟବହାର – ଯନ୍ତ୍ରବିଜ୍ଞାନକୁ ଶିକ୍ଷା କ୍ଷେତ୍ରରେ ପ୍ରୟୋଗ କରି ଉଭୟ ମାନବ ଓ ଭୌତିକ ସମ୍ବଳର ସୁବିନିଯୋଗ କରାଯାଇପାରୁଛି ।
(6) ବିଭିନ୍ନ ଗଣମାଧ୍ୟମର ପ୍ରୟୋଗ – ଶିକ୍ଷାକୁ ସୁଦୂରପ୍ରସାରୀ କରିବା ନିମିତ୍ତ ବେତାର, ଦୂରଦର୍ଶନ, ସମ୍ବାଦପତ୍ର ଆଦି ଗଣମାଧ୍ୟମର ସାହାଯ୍ୟ ନେଇ ଶିକ୍ଷା ସଚେତନତା ଓ ଜାଗରଣ ସୃଷ୍ଟି କରିବାରେ ଯନ୍ତ୍ରବିଜ୍ଞାନର ବହୁତ ଆବଶ୍ୟକତା ରହିଛି ।
(7) ଶିକ୍ଷଣ ଓ ଶିକ୍ଷା କ୍ଷେତ୍ରରେ ଉପୁଜୁଥିବା ସମସ୍ୟାର ସମାଧାନ – ବିଭିନ୍ନ ଶିକ୍ଷା ସମସ୍ୟାକୁ ଗୁରୁତ୍ଵର ସହ ବିଚାରକରି ଏହାର ନିରାକରଣ ନିମିତ୍ତ ବିଭିନ୍ନ ପନ୍ଥା ଏହି ଶୈକ୍ଷିକ ଯନ୍ତ୍ରବିଜ୍ଞାନଦ୍ୱାରା କରାଯାଇଥାଏ ।
ଏହିପରି ଭାବରେ ଶିକ୍ଷା ପରିସରକୁ ବ୍ୟାପକ କରିବା ସହ ସମୟ ଉପଯୋଗୀ ଶିକ୍ଷା ବ୍ୟବସ୍ଥା ପାଇଁ ବିଜ୍ଞାନପ୍ରସୂତ ଯନ୍ତ୍ରବିଜ୍ଞାନର ଆବଶ୍ୟକତା ରହିଛି । CAI ବା କମ୍ପ୍ୟୁଟରଦ୍ଵାରା ଶିକ୍ଷାଦାନ ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯାଉଛି । ଇଣ୍ଟରନେଟ୍, Educat (ଏଡୁସାଟ), ଉପଗ୍ରହ ତଥା ବିଭିନ୍ନ information technology ର ସାଧନ ମାଧ୍ୟମରେ ଶିକ୍ଷାର ବିକାଶ କରିବାକୁ ଚେଷ୍ଟା ଚାଲିଛି ।
ବାସ୍ତବରେ ବର୍ତ୍ତମାନ ଦୂରଶିକ୍ଷା, ପତ୍ର ମାଧ୍ୟମରେ ଶିକ୍ଷା, ଟେଲିଫୋନ ମାଧ୍ୟମରେ ବାର୍ତ୍ତାଳାପ ଇତ୍ୟାଦି ଏହି ଶିକ୍ଷା ବ୍ୟବସ୍ଥାକୁ ବହୁମୁଖୀ କରିବା ନିମିତ୍ତ ଏକ ଏକ ମାଇଲଖୁଣ୍ଟି ସଦୃଶ । ଶିକ୍ଷା ବର୍ତ୍ତମାନ ଶିକ୍ଷକକୈନ୍ଦ୍ରିକ ନ ହୋଇ ଶିକ୍ଷାର୍ଥୀକୈନ୍ଦ୍ରିକ ହୋଇଛି ଓ ଶିକ୍ଷକ ଶିକ୍ଷାକୁ ଚାରିକାନ୍ଥ ମଧ୍ୟରେ ସୀମିତ ନ ରଖ୍ ବହୁମୁଖୀ କରିବାକୁ ପ୍ରୟାସ କରୁଛନ୍ତି ।
ଜୀବନର ଅଭିଜ୍ଞତାଗୁଡ଼ିକ ଶିକ୍ଷା ବ୍ୟବସ୍ଥାରେ ପ୍ରତିଫଳନ କରିବାପାଇଁ ଞ୍ନାନାମ୍କ ବ୍ୟବହାରିକ ବିକାଶ ସହ ଓ କାର୍ଯ୍ୟମ୍କ ବ୍ୟବହାରର ଦିଗଗୁଡ଼ିକୁ ପ୍ରାଧାନ୍ୟ ଦିଆଯାଉଛି । ଶିଶୁର ମନସ୍ତାତ୍ତ୍ଵିକ ଦୃଷ୍ଟିଭଙ୍ଗୀକୁ ପ୍ରାଧାନ୍ୟ ଦିଆଯାଇ ଶିକ୍ଷା ବ୍ୟବସ୍ଥା ପ୍ରସ୍ତୁତ କରାଯାଉଛି ।
2. ଶିକ୍ଷାରେ ସୂଚନା ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରିବା ସମୟରେ ଶିକ୍ଷକଙ୍କୁ କେଉଁ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ ?
Answer:
ବର୍ତ୍ତମାନର ଯାନ୍ତ୍ରିକ ଦୁନିଆରେ ପ୍ରତ୍ୟେକଟି ବିଷୟ ବିଜ୍ଞାନପ୍ରସ୍ତୁତ ଯନ୍ତ୍ର ଉପରେ ପର୍ଯ୍ୟବସିତ । କମ୍ପ୍ୟୁଟର, ଟେଲିଭିଜନ ଆଜି ସମଗ୍ର ବିଶ୍ୱକୁ ସଂକୁଚିତ କରିଦେଇଛି । ତେଣୁ ଶିକ୍ଷା କ୍ଷେତ୍ରରେ ଉପଯୁକ୍ତ ଶିକ୍ଷଣର ବିକାଶ ନିମିତ୍ତ ପ୍ରଯୁକ୍ତିବିଦ୍ୟାର ଆବଶ୍ୟକତା ରହିଛି ।
ଭାରତରେ ୧୯୮୪/୮୫ ମସିହାରେ କମ୍ପ୍ୟୁଟର ସାକ୍ଷରତା ଓ ବିଦ୍ୟାଳୟରେ ଅଧ୍ୟୟନର କାର୍ଯ୍ୟକ୍ରମ (CLASS – Computer Literacy and Studies in Schools) ଆରମ୍ଭ କରାଯାଇ କମ୍ପ୍ୟୁଟର ଶିକ୍ଷାକୁ ଶିକ୍ଷାକାର୍ଯ୍ୟକ୍ରମ ସହ ସାମିଲ କରାଯାଉଛି ।
ଶିକ୍ଷାକ୍ଷେତ୍ରରେ ସୂଚନା ଏବଂ ପ୍ରଯୁକ୍ତ ବିଦ୍ୟାର ବ୍ୟାପକ ବ୍ୟବହାର ହେବାଦ୍ୱାରା ଶିକ୍ଷାର୍ଥୀମାନେ ଶିକ୍ଷକମାନଙ୍କ ଉପରେ ଆଉ ବିଶେଷ ନିର୍ଭର କରୁନାହାନ୍ତି । ସେମାନେ ଇଣ୍ଟରନେଟ୍ ବ୍ୟବହାର କରି ଜ୍ଞାନ ଅର୍ଜନ କରୁଛନ୍ତି । ବିଶେଷକରି ଶିକ୍ଷକମାନେ ଯେତେବେଳେ ଛାତ୍ରଛାତ୍ରୀଙ୍କ ସହ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରୁଛନ୍ତି ସେତେବେଳେ ସେମାନେ ଅନେକ ସତର୍କତାମୂଳକ ପଦକ୍ଷେପ ନେବା ଦରକାର ।
- ସର୍ଚ୍ଚ ଇଞ୍ଜିନ ବ୍ୟବହାର ସମୟରେ ସାବଧାନତା ଅବଲମ୍ବନ ନକଲେ ଅନେକ ଅବାଞ୍ଛିତ ସାଲଟକ ଚାଲିଯିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ।
- ପିଲାମାନଙ୍କ ସହ ଅଶ୍ଳୀଳ ଛବି ଦେଖିବାର ସୁଯୋଗ କେବେ ସୃଷ୍ଟି ହେବା ଉଚିତ ନୁହେଁ ।
- ଫେସ୍ବୁକ୍ ଏବଂ ଇ-ମେଲ୍ରେ କିଛି ମନ୍ତବ୍ୟ ଦେବା ପୂର୍ବରୁ ନିଜେ ବହୁବାର ଚିନ୍ତା କରିବାର ଅଛି ।
- ଇ-ମେଲ୍ ଯୋଗାଯୋଗ କରିବା ସମୟରେ ଅଧିକ ଯତ୍ନବାନ୍ ହେବା ଆବଶ୍ୟକ ।
- ଅନେକ ପତ୍ରପତ୍ରିକା, ସମ୍ବାଦପତ୍ରଗୁଡ଼ିକ ପଢ଼ିବା ସମୟରେ ସକାରାତ୍ମକ ସମ୍ବାଦମାନ ବାଛି ପଢ଼ିବା ଦରକାର ।
- ଅନେକ ସମୟରେ ଅଭିଜ୍ଞତା ସେୟାର କରିବା ସମୟରେ କିଛି ଅଶ୍ଳୀଳ ମନ୍ତବ୍ୟ ବା କାହାକୁ ବାଧଲା ଭଳି ମନ୍ତବ୍ୟ ଦେବା ଅତ୍ୟନ୍ତ ଖରାପ ଅଭ୍ୟାସ ।
- ଜ୍ଞାନ ଅର୍ଜନ ପାଇଁ ଇଣ୍ଟରନେଟ୍ ବ୍ୟବହାର କରାଯାଏ, ମନୋରଞ୍ଜନ ପାଇଁ ନୁହେଁ – ଏହା ଜଣେ ଶିକ୍ଷକ ଅନୁଭବ କରି ସେହି ଦିଗରେ ଶିକ୍ଷାର୍ଥୀଙ୍କୁ ପରିଚାଳିତ କରିବା ଉଚିତ ।
3. ଶିକ୍ଷା କ୍ଷେତ୍ରରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ କିପରି କରାଯାଇପାରିବ ଆଲୋଚନା କର ।
Answer:
ଶିକ୍ଷା କ୍ଷେତ୍ରରେ ସୂଚନା ଓ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ : ବର୍ତ୍ତମାନର ଯାନ୍ତ୍ରିକ ଦୁନିଆରେ ପ୍ରତ୍ୟେକଟି ବିଷୟ ବିଜ୍ଞାନପ୍ରସୂତ ଯନ୍ତ୍ର ଉପରେ ପର୍ଯ୍ୟବସିତ । କମ୍ପ୍ୟୁଟର, ଟେଲିଭିଜନ ଆଦି ସମଗ୍ର ବିଶ୍ବକୁ ସଂକୁଚିତ କରିଦେଇଛି । ତେଣୁ ଶିକ୍ଷାରେ ଉପଯୁକ୍ତ ଶିକ୍ଷଣର ବିକାଶ ନିମିତ୍ତ ପ୍ରଯୁକ୍ତିବିଦ୍ୟାର ଆବଶ୍ୟକତା ରହିଛି ଏବଂ ଏହା ମାଧ୍ୟମରେ ନିମ୍ନଲିଖ କାର୍ଯ୍ୟସବୁ କରାଯାଉଛି ।
- ଏହାଦ୍ଵାରା ଶିକ୍ଷାଗତ ଚାହିଦାକୁ ସାମନା କରି ଉପଯୁକ୍ତ ପରିବେଶ ପ୍ରସ୍ତୁତ କରିବା ।
- ପାଠ୍ୟକ୍ରମ ପ୍ରସ୍ତୁତି ଓ ଶିକ୍ଷାଦାନ ପ୍ରଣାଳୀର ଉନ୍ନତିକରଣ ।
- ମୂଲ୍ୟାୟନ ଓ ପରିମାପରେ ସାହାଯ୍ୟ ।
- ଶିକ୍ଷା ଯୋଜନାରେ ସହାୟତା ସହ ଶିକ୍ଷା ପ୍ରଶାସନିକ କ୍ଷେତ୍ରରେ ବ୍ୟାପକ ବ୍ୟବହାର ।
- ଶିକ୍ଷା ସହାୟକ ସରଞ୍ଜାମ ପ୍ରସ୍ତୁତିରେ ବ୍ୟବହାର କରିବା ।
- ବିଭିନ୍ନ ଶିକ୍ଷା ସମସ୍ୟାର ସମାଧାନ ପାଇଁ ବ୍ୟବହାର କରିବା ।
- ଶିକ୍ଷାର ବ୍ୟାପକ ପ୍ରସାର ଓ ପ୍ରଚାର ନିମିତ୍ତ ବିଭିନ୍ନ ପରିସ୍ଥିତିରେ ଏହାର ଉପଯୋଗ ଇତ୍ୟାଦି ।
Computer – ବିଂଶ ଶତାବ୍ଦୀର ମଧ୍ୟଭାଗରେ ଯୁକ୍ତରାଷ୍ଟ୍ର ଆମେରିକାର ମାସାଚୁସେଟ୍ସ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ (MIT)ର ଶିକ୍ଷାକ୍ଷେତ୍ରର କମ୍ପ୍ୟୁଟର ବ୍ୟବହାର କରାଯାଇଥିଲା । ଶିକ୍ଷାରେ କମ୍ପ୍ୟୁଟରର ପ୍ରୟୋଗ ଆଜିକାଲି ବହୁମାତ୍ରାରେ ବଢ଼ିଯାଇଛି । ୧୮୮୩ ମସିହାରେ ଚାର୍ଲସ୍ ବାବେଜ୍ ଏହାକୁ ଉଦ୍ଭାବନ କହିଥିଲେ । କ୍ରମେ ଏହା ପ୍ରତ୍ୟେକଟି କ୍ଷେତ୍ରରେ ଏକ ବିପ୍ଳବ ଆଣି ପ୍ରତ୍ୟେକ କାର୍ଯ୍ୟକୁ ସହଜ, ସରଳ ଓ ଦ୍ରୁତ ସମ୍ପାଦନ କରିପାରିଛି । ବିଶେଷକରି ଶିକ୍ଷାରେ ଏହାର ବ୍ୟାପକ ବ୍ୟବହାର ହେଉଛି; ଯଥା –
- ପାଠ୍ୟକ୍ରମ ପ୍ରସ୍ତୁତି ଓ ରୂପାନ୍ତରଣ
- ଶିକ୍ଷାଦାନ ପ୍ରଣାଳୀରେ କମ୍ପ୍ୟୁଟର ବ୍ୟବହାର
- ପରୀକ୍ଷା ପତ୍ର ପ୍ରସ୍ତୁତି ଓ ମୂଲ୍ୟାୟନ
- ପରୀକ୍ଷା ଫଳକୁ ଶୀଘ୍ର ପ୍ରକାଶନରେ ସାହାଯ୍ୟ
- ଶୈକ୍ଷିକ ଗବେଷଣା
- ବିଭିନ୍ନ ଯୋଜନା ପ୍ରସ୍ତୁତ କରିବା ଓ ବିଶ୍ଳେଷଣ କରିବା
- ଶୈକ୍ଷିକ ପରିଚାଳନାରେ ସାହାଯ୍ୟ
- ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ପ୍ରସ୍ତୁତି
- ଦୂର ଶିକ୍ଷାରେ ସାହାଯ୍ୟ
- ଇଣ୍ଟରନେଟ୍ ମାଧ୍ୟମରେ ଚିଠିପତ୍ର (E-mail) ଓ ଜ୍ଞାନର ପରିସର ବୃଦ୍ଧି କରିବା ଇତ୍ୟାଦି ।
ଭାରତରେ ୧୯୮୪/୮୫ ମସିହାରେ କମ୍ପ୍ୟୁଟର ସାକ୍ଷରତା ଓ ବିଦ୍ୟାଳୟରେ ଅଧ୍ୟୟନର କାର୍ଯ୍ୟକ୍ରମ (CLASS – Computer Literacy and Studies in Schools) ଆରମ୍ଭ କରାଯାଇ କମ୍ପ୍ୟୁଟର ଶିକ୍ଷାକୁ ଶିକ୍ଷାକାର୍ଯ୍ୟକ୍ରମ ସହ ସାମିଲ
କରିପାରିଛି ।
BSE Odisha Class 12 Education Notes
ବିଷୟଭିତ୍ତିକ ସୂଚନା
ଶିକ୍ଷାରେ ସୂଚନା ଓ ପ୍ରଯୁକ୍ତିବିଦ୍ୟାର ଗୁରୁତ୍ଵ :
ବର୍ତ୍ତମାନର ଯାନ୍ତ୍ରିକ ଦୁନିଆରେ ପ୍ରତ୍ୟେକଟି ବିଷୟ ବିଜ୍ଞାନପ୍ରସୂତ ଯନ୍ତ୍ର ଉପରେ ପର୍ଯ୍ୟବସିତ । କମ୍ପ୍ୟୁଟର, ଟେଲିଭିଜନ ଆଦି ସମଗ୍ର ବିଶ୍ବକୁ ସଂକୁଚିତ କରିଦେଇଛି । ତେଣୁ ଶିକ୍ଷାରେ ଉପଯୁକ୍ତ ଶିକ୍ଷଣର ବିକାଶ ନିମିତ୍ତ ପ୍ରଯୁକ୍ତିବିଦ୍ୟାର ଆବଶ୍ୟକତା ରହିଛି । ଶିକ୍ଷାରେ ପ୍ରଯୁକ୍ତି ବିଦ୍ୟାର ନିମ୍ନୋକ୍ତ ଉପଯୋଗିତାମାନ ରହିଛି ।
(1) ଏହାଦ୍ଵାରା ଶିକ୍ଷାଗତ ଚାହିଦାକୁ ସାମନା କରି ଉପଯୁକ୍ତ ପରିବେଶ ପ୍ରସ୍ତୁତ କରିବା ।
(2) ପାଠ୍ୟକ୍ରମ ପ୍ରସ୍ତୁତି ଓ ଶିକ୍ଷାଦାନ ପ୍ରଣାଳୀର ଉନ୍ନତିକରଣ ।
(3) ମୂଲ୍ୟାୟନ ଓ ପରିମାପରେ ସାହାଯ୍ୟ ।
(4) ଶିକ୍ଷା ଯୋଜନାରେ ସହାୟତା ସହ ଶିକ୍ଷା ପ୍ରଶାସନିକ କ୍ଷେତ୍ରରେ ବ୍ୟାପକ ବ୍ୟବହାର ।
(5) ଶିକ୍ଷା ସହାୟକ ସରଞ୍ଜାମ ପ୍ରସ୍ତୁତିରେ ଆବଶ୍ୟକ ।
(6) ବିଭିନ୍ନ ଶିକ୍ଷା ସମସ୍ୟାର ସମାଧାନ ପାଇଁ ବ୍ୟବହାର ।
(7) ଶିକ୍ଷାର ବ୍ୟାପକ ପ୍ରସାର ଓ ପ୍ରଚାର ନିମିତ୍ତ ବିଭିନ୍ନ ପରିସ୍ଥିତିରେ ଏହାର ଉପଯୋଗ ଇତ୍ୟାଦି ।
ସୂଚନା ଓ ପ୍ରଯୁକ୍ତିବିଦ୍ୟାର ବିଷୟବସ୍ତୁ :
CAI : Computer Assisted Instruction : ଏହାଦ୍ଵାରା ଶିକ୍ଷକ-ତାଲିମ କାର୍ଯ୍ୟ କମ୍ପ୍ୟୁଟର ମାଧ୍ୟମରେ ପ୍ରଦାନ କରାଯାଏ ।
Hardware – ବିଭିନ୍ନ ବୈଦ୍ୟୁତିକ ଯନ୍ତ୍ରବିଶେଷର ବ୍ୟବହାର କରି ଶିକ୍ଷାଦାନ ବ୍ୟବସ୍ଥା କରାଯାଏ ।
Software – ବିଭିନ୍ନ ପ୍ରୋଗ୍ରାମ, ଡିଜାଇନ୍ ଓ ଆଧୁନିକ ଶିକ୍ଷାର ଉନ୍ନତ ପଦ୍ଧତି ଯାହା ମାଧ୍ୟମରେ ଶିକ୍ଷାଦାନକୁ ସରଳ, ବୋଧଗମ୍ୟ କରାଯାଏ; ଯଥା – Micro teaching (ଅଣୁଶିକ୍ଷଣ ଚକ୍ର), ଅନୁସୂଚିତ ଶିକ୍ଷଣ ଇତ୍ୟାଦି ବ୍ୟବହାର କରି ଶିକ୍ଷାଦାନ କରାଯାଏ । ଶିକ୍ଷାରେ ବିଭିନ୍ନ ଗଣମାଧ୍ୟମର ଭୂମିକା ମଧ୍ଯ ଏହାର ପରିସରଭୁକ୍ତ; ଯଥା- କମ୍ପ୍ୟୁଟର, ଇଣ୍ଟରନେଟ୍, ଇ-ମେଲ ଇତ୍ୟାଦି ।
ଶିକ୍ଷାରେ ଚିତ୍ରଣ ଓ ଅଣଚିତ୍ରଣ ଉପକରଣ (Projected and Non-projected Aids) ବ୍ୟବହାର କରାଯାଇଥାଏ । ଉପରୋକ୍ତ ବିଷୟଗୁଡ଼ିକ ବର୍ତ୍ତମାନ ଶିକ୍ଷାବ୍ୟବସ୍ଥାରେ ବହୁଳଭାବେ ବ୍ୟବହାର କରାଯାଇ ଏହାକୁ ବିଜ୍ଞାନର ମାନ୍ୟତା ଦିଆଯାଉଛି ।
Computer – ବିଂଶ ଶତାବ୍ଦୀର ମଧ୍ୟଭାଗରେ ଯୁକ୍ତରାଷ୍ଟ୍ର ଆମେରିକାର ମାସାଚୁସେଟ୍ସ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ (MIT)ର ଶିକ୍ଷାକ୍ଷେତ୍ରର କମ୍ପ୍ୟୁଟର ବ୍ୟବହାର କରାଯାଇଥିଲା । ଶିକ୍ଷାରେ କମ୍ପ୍ୟୁଟରର ପ୍ରୟୋଗ ଆଜିକାଲି ବହୁମାତ୍ରାରେ ବଢ଼ିଯାଇଛି । ୧୮୮୩ ମସିହାରେ ଚାର୍ଲସ୍ ବାବେଜ୍ ଏହାକୁ ଉଦ୍ଭାବନ କହିଥିଲେ । କ୍ରମେ ଏହା ପ୍ରତ୍ୟେକଟି କ୍ଷେତ୍ରରେ ଏକ ବିପ୍ଳବ ଆଣି ପ୍ରତ୍ୟେକ କାର୍ଯ୍ୟକୁ ସହଜ, ସରଳ ଓ ଦ୍ରୁତ ସମ୍ପାଦନ କରିପାରିଛି । ବିଶେଷକରି ଶିକ୍ଷାରେ ଏହାର ବ୍ୟାପକ ବ୍ୟବହାର ହେଉଛି; ଯଥା –
- ପାଠ୍ୟକ୍ରମ ପ୍ରସ୍ତୁତି ଓ ରୂପାନ୍ତରଣ
- ଶିକ୍ଷାଦାନ ପ୍ରଣାଳୀରେ କମ୍ପ୍ୟୁଟର ବ୍ୟବହାର
- ପରୀକ୍ଷା ପତ୍ର ପ୍ରସ୍ତୁତି ଓ ମୂଲ୍ୟାୟନ
- ପରୀକ୍ଷା ଫଳକୁ ଶୀଘ୍ର ପ୍ରକାଶନରେ ସାହାଯ୍ୟ
- ଶୈକ୍ଷିକ ଗବେଷଣା
- ବିଭିନ୍ନ ଯୋଜନା ପ୍ରସ୍ତୁତ କରିବା ଓ ବିଶ୍ଳେଷଣ କରିବା
- ଶୈକ୍ଷିକ ପରିଚାଳନାରେ ସାହାଯ୍ୟ
- ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ପ୍ରସ୍ତୁତି
- ଦୂର ଶିକ୍ଷାରେ ସାହାଯ୍ୟ
- ଇଣ୍ଟରନେଟ୍ ମାଧ୍ୟମରେ ଚିଠିପତ୍ର (E-mail) ଓ ଜ୍ଞାନର ପରିସର ବୃଦ୍ଧି କରିବା ଇତ୍ୟାଦି ।
ଭାରତରେ ୧୯୮୪/୮୫ ମସିହାରେ କମ୍ପ୍ୟୁଟର ସାକ୍ଷରତା ଓ ବିଦ୍ୟାଳୟରେ ଅଧ୍ୟୟନର କାର୍ଯ୍ୟକ୍ରମ (CLASS – Computer Literacy and Studies in Schools) ଆରମ୍ଭ କରାଯାଇ କମ୍ପ୍ୟୁଟର ଶିକ୍ଷାକୁ ଶିକ୍ଷାକାର୍ଯ୍ୟକ୍ରମ ସହ ସାମିଲ
କରିପାରିଛି ।