CHSE Odisha Class 12 History Chapter 2(b) Long Answer Questions in Odia Medium

Odisha State Board CHSE Odisha Class 12 History Solutions Chapter 2(b) ବୈଦିକ ଏବଂ ପରବର୍ତୀ ବୈଦିକ ଯୁଗ Short & Long Answer Questions.

CHSE Odisha 12th Class History Chapter 2(b) Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ରଗ୍‌ବୈଦିକ ସଭ୍ୟତାର ରାଜନୈତିକ, ସାମାଜିକ, ଅର୍ଥନୈତିକ ଓ ଧାର୍ମିକ ଅବସ୍ଥା ସମ୍ପର୍କରେ ଆଲୋଚନା କର ।
କିମ୍ବା, ଋଗ୍‌ବୈଦିକ ସଭ୍ୟତାର ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକ ପ୍ରତିପାଦନ କର ।
Answer:
ପ୍ରାଚୀନ ବୈଦିକ ଆର୍ଯ୍ୟ ସଭ୍ୟତା ହେଉଛି ଋଗ୍‌ଦିକ ବା ଆଦିବୈଦିକ ସଭ୍ୟତା । ଏହି ସମୟରେ ଆର୍ଯ୍ୟମାନେ ‘ସପ୍ତସିନ୍ଧୁ’ ଓ ପରେ ପଞ୍ଜାବ ଅଞ୍ଚଳରେ ବସବାସ କରୁଥିଲେ । ଏହାପରେ ଜନସଂଖ୍ୟା ବୃଦ୍ଧି, ନୂତନ ସ୍ଥାନ ଅନ୍ଵେଷଣ, ରାଜନୈତିକ ହହ ଓ ଅନ୍ୟ କେତେକ କାରଣ ଯୋଗୁଁ ଆର୍ଯ୍ୟ ସଭ୍ୟତା ବିସ୍ତାରିତ ହୋଇଥିଲା । ନିମ୍ନରେ ଆର୍ଯ୍ୟମାନଙ୍କର ସାମାଜିକ, ରାଜନୈତିକ, ଅର୍ଥନୈତିକ ଓ ଧାର୍ମିକ ଅବସ୍ଥା ଉପରେ ଆଲୋଚନା କରାଯାଇଛି ।

  • ରାଜନୈତିକ ଅବସ୍ଥା– ରାଜନୈତିକ ସଂଗଠନ ଦୃଷ୍ଟିରୁ ଋଗ୍‌ବୈଦିକ ଆର୍ଯ୍ୟମାନେ ଏକ ସୁନିୟନ୍ତ୍ରିତ ଜୀବନଯାପନ କରୁଥିଲେ । ସ୍ଥାୟୀ ବସତି ସ୍ଥାପନ, ସଂଘବଦ୍ଧ ଜୀବନଯାପନ ଏବଂ ଉନ୍ନତ ଚିନ୍ତାଶକ୍ତି ପାଇଁ ଆର୍ଯ୍ୟ ସମାଜରେ ସୁଦୃଢ଼ ରାଜନୈତିକ ଅନୁଷ୍ଠାନମାନଙ୍କର ଅଭ୍ୟୁଦୟ ସମ୍ଭବ ହୋଇଥିଲା । ବୈଦିକ ସମାଜ ମୁଖ୍ୟତଃ ଗ୍ରାମ୍ୟ ସମାଜ ଥିଲା । ପ୍ରକୃତିର ରମଣୀୟ ପରିବେଶ ମଧ୍ୟରେ ସୁଶ୍ୟାମଳ ଶସ୍ୟକ୍ଷେତ୍ର ଓ ବିସ୍ତୀର୍ଣ୍ଣ ସବୁଜ ପ୍ରାନ୍ତର ପରିବେଷ୍ଟିତ ଗ୍ରାମମାନଙ୍କରେ ଆର୍ଯ୍ୟମାନେ ବସବାସ କରୁଥିଲେ । ଗ୍ରାମ ଥିଲା ରାଜନୈତିକ ସଂଗଠନର ମୂଳପିଣ୍ଡ । କେତେକ ପରିବାରକୁ ନେଇ ଗ୍ରାମ ଗଠିତ ହୋଇଥିଲା ।, ପରିବାରର ମୁଖ୍ୟଙ୍କୁ ‘କୁଳପ’ ଏବଂ ଗ୍ରାମର ମୁଖ୍ୟଙ୍କୁ ‘ଗ୍ରାମୀଣ’ କୁହାଯାଉଥିଲା । କେତେଗୁଡ଼ିଏ ଗ୍ରାମକୁ ନେଇ ଗୋଟିଏ ‘ବିଶ୍’ ଗଠିତ ହୋଇଥିଲା । ବିଶ୍ର ମୁଖ୍ୟ ଥିଲେ ‘ବିଶ୍ଵପତି’ । କେତେକ ବିଶ୍ଵକୁ ନେଇ ‘ଜନ’ ଗଠିତ ହୋଇଥିଲା । ‘ଗୋପ’ ଥିଲେ ଜନର ମୁଖ୍ୟ । ‘ଜନ’ର ଅର୍ଥ ଜାତି, ଜନର ଶାସନ ମୁଖ୍ୟ ଥିଲେ ‘ରାଜନ୍’ । ଋଗ୍‌ବୈଦିକ ଯୁଗରେ ରାଜତନ୍ତ୍ର ପ୍ରତିଷ୍ଠା ହୋଇଥିଲା । ପ୍ରଜାମାନଙ୍କର ମଙ୍ଗଳ ସାଧନ, ଉନ୍ନତି ତଥା ରାଜ୍ୟରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ଥିଲା ତାଙ୍କର ପରମ କର୍ତ୍ତବ୍ୟ । ରାଜା ଥିଲେ ନ୍ୟାୟର ମୂର୍ତ୍ତିମନ୍ତ ପ୍ରତୀକ । ରାଜା ପ୍ରଜାମାନଙ୍କଠାରୁ ‘ବଳି’ ନାମକ ଏକପ୍ରକାର କର ଆଦାୟ କରୁଥିଲେ । ଏହା ପ୍ରଜାମାନଙ୍କ ହିତରେ ବ୍ୟବହାର କରାଯାଉଥିଲା । ରାଜନ୍‌ଙ୍କୁ ରାଜକାର୍ଯ୍ୟରେ ସାହାଯ୍ୟ କରିବାକୁ ଏକ ରାଜକର୍ମଚାରୀ ପରିଷଦ ଥିଲା । ସେମାନେ ହେଲେ ପୁରୋହିତ, ସେନାନୀ, ଗ୍ରାମଣୀ, ସଂଗ୍ରହିତା, ସୂତ, ଗୋବିକୃତ, ସ୍ଥପତି ଓ ଉଗ୍ର । ରାଜାଙ୍କ ଅଖଣ୍ଡ କ୍ଷମତାକୁ ନିୟନ୍ତ୍ରିତ କରିବାକୁ ଦୁଇଟି ସଭାଗୃହ ଥୁଲା; ଯଥା- ସଭା ଓ ସମିତି । ପ୍ରଚଳିତ ପ୍ରଥା ଓ ନୀତି ଅନୁସାରେ ଦଣ୍ଡବିଧାନ କରାଯାଉଥିଲା । ଦଣ୍ଡପ୍ରଥା କଠୋର ଥିଲା ।

CHSE Odisha Class 12 History Chapter 2(b) Long Answer Questions in Odia Medium

  • ସାମାଜିକ ଅବସ୍ଥା- ପ୍ରାଚୀନ ବୈଦିକ ଯୁଗର ସାମାଜିକ ଜୀବନ ଋଗ୍‌ଵେଦରେ ସୁନ୍ଦର ଭାବରେ ପ୍ରତିଫଳିତ ହୋଇଅଛି । ସେମାନେ ମୁଖ୍ୟତଃ ଯାଯାବର ଥିବାରୁ ସରଳ ଓ ନିରାଡ଼ମ୍ବର ଜୀବନ ଅତିବାହିତ କରୁଥିଲେ । ପିତୃକେନ୍ଦ୍ରିକ ପରିବାର ଭିଭିରେ ସାମାଜିକ ଜୀବନ ସେମାନଙ୍କର ଗଢ଼ି ଉଠିଥିଲା । ପରସ୍ପର ପ୍ରତି ସ୍ନେହ ଓ ସଦିଚ୍ଛା ଯୋଗୁ ପାରିବାରିକ ଜୀବନ ସୁଖମୟ ଥିଲା । ପରିବାରର ସମ୍ପଭିକୁ ସୁରକ୍ଷିତ କରିବା, ଯଜ୍ଞ ଓ ପୂଜା ଉପାସନା କରିବା, ବିବାହ ବ୍ରତ ସମ୍ପାଦନ କରିବା ଏବଂ ଶାନ୍ତି ଓ ସୌହାର୍ଯ୍ୟ ସ୍ଥାପନ କରିବା ଗୃହପତିଙ୍କର ଦାୟିତ୍ଵ ଥିଲା । ସମାଜରେ ନାରୀର ଭୂମିକା ଥିଲା ସମ୍ମାନଜନକ । ନାରୀମାନଙ୍କୁ ସ୍ଵାଧୀନ ଭାବରେ କାର୍ଯ୍ୟ କରିବାପାଇଁ ଅନୁମତି ମିଳୁଥୁଲା । ଗହମ, ଯବ, ଧାନ, ମଧୁ ଓ ଫଳ ପ୍ରଧାନ ଖାଦ୍ୟ ଥିଲା । ସେମାନେ ମାଛ ଓ ମାଂସ ମଧ୍ୟ ଭକ୍ଷଣ କରୁଥିଲେ । ସୋମରସ ଓ ସୁରା ସେମାନଙ୍କର ଅତି ପ୍ରିୟ ପାନୀୟ ଥିଲା । କାର୍ପାସ୍ ଓ ପଶମରେ ପ୍ରସ୍ତୁତ ସୁନ୍ଦର ସୁନ୍ଦର ପୋଷାକକୁ ବ୍ୟବହାର କରୁଥିଲେ । ସେମାନଙ୍କର ପରିଧେୟକୁ ତିନିଶ୍ରେଣୀରେ ବିଭକ୍ତ କରାଯାଇଥାଏ । ଶରୀରର ଉପରିଭାଗରେ ବସ୍ତ୍ର, ମଧ୍ୟଭାଗରେ ଉତ୍ତରୀୟ ଏବଂ ନିମ୍ନ ଭାଗରେ ଅନ୍ତରୀୟ ବ୍ୟବହୃତ ହେଉଥିଲା । ନାରୀ ଓ ପୁରୁଷ ଉଭୟେ ମୁଣ୍ଡରେ ପଗଡ଼ି ବାନ୍ଧୁଥିଲେ । ଆର୍ଯ୍ୟ ନାରୀମାନେ ଅଳଙ୍କାର ପ୍ରିୟ ଥିଲେ । ସ୍ଵର୍ଣ୍ଣ, ରୌପ୍ୟ ଓ ପୋହଳାରେ ନିର୍ମିତ ଅଳଙ୍କାରଗୁଡ଼ିକୁ ସେମାନେ ପିନ୍ଧୁଥିଲେ । ଆମୋଦପ୍ରମୋଦ ଏବଂ ମନୋରଞ୍ଜନ ପାଇଁ ଆର୍ଯ୍ୟମାନେ ବହୁବିଧ ଉପାୟ ଅବଲମ୍ବନ କରୁଥିଲେ । ନୃତ୍ୟ ଓ ସଙ୍ଗୀତରେ ସେମାନଙ୍କର ବିଶେଷ ଆଦର ଥିଲା । ପଶାଖେଳ, ଶିକାର, ମଲ୍ଲଯୁଦ୍ଧ, ନୌବିହାର ଆଦି ସେମାନଙ୍କର ମୁଖ୍ୟ ଅବଲମ୍ବନ ଥିଲା । ବୈଦିକ ଯୁଗରେ ଗୁରୁକୁଳ ଆଶ୍ରମରେ ଶିକ୍ଷାବ୍ୟବସ୍ଥା ରହିଥିଲା । ଶିକ୍ଷା ମୁଖ୍ୟତଃ ମୌଖିକ ଭିଭିରେ ଦିଆଯାଉଥିଲା ।
  • ଅର୍ଥନୈତିକ ଅବସ୍ଥା– ବୈଦିକ ଆର୍ଯ୍ୟମାନଙ୍କର ଅର୍ଥନୈତିକ ଜୀବନ ସମୃଦ୍ଧ ଥିଲା । କୃଷି ଥିଲା ସେମାନଙ୍କର ପ୍ରଧାନ ଜୀବିକା । ଏହାଛଡ଼ା ସେମାନେ ପଶୁପାଳନ ଏବଂ ବିଭିନ୍ନ ପ୍ରକାର ବାଣିଜ୍ୟ ବ୍ୟବସାୟଦ୍ଵାରା ନିଜ ଅର୍ଥନୈତିକ ସ୍ଥିତିକୁ ସୁଦୃଢ଼ କରିପାରିଥିଲେ । ଧାନ, ଗହମ, ଯବ, ବାର୍ଲି, ମକା ଇତ୍ୟାଦି ସେମାନେ ଚାଷ କରୁଥିଲେ । ସେମାନେ ଘୋଡ଼ା, ମେଣ୍ଢା, ଛେଳି ପ୍ରଭୃତି ପଶୁମାନଙ୍କୁ ପାଳନ କରୁଥିଲେ । ଏହି ଯୁଗରେ କୃଷିଭିଭିକ ସମାଜପାଇଁ କୁଟୀରଶିଳ୍ପୀମାନ ଗଢ଼ି ଉଠିଥିଲା । କୁମ୍ଭକାର, ଚମାର, ବଢ଼େଇ ଓ କମାରମାନେ କୁଟୀରଶିଳ୍ପଦ୍ଵାରା ଜୀବିକା ନିର୍ବାହ କରୁଥିଲେ । ସେମାନଙ୍କୁ ବାଣିଜ୍ୟ ବ୍ୟବସାୟ ମଧ୍ୟ ଜଣାଥିଲା । ମୁଖ୍ୟତଃ ପଣ୍ୟଦ୍ରବ୍ୟ ଆଦାନ ପ୍ରଦାନ ମୂଲ୍ୟ ବିନିମୟରେ ବା ବସ୍ତୁ ବିନିମୟ ପଦ୍ଧତିରେ ହେଉଥିଲା । ବୈଦିକ ଆର୍ଯ୍ୟମାନଙ୍କର ଧର୍ମଧାରଣା ଓ ଆଧ୍ୟାତ୍ମିକ ଜୀବନ ଭାରତୀୟ ସଂସ୍କୃତିର ମୂଳ ଉତ୍ସ ଥିଲା । ସେମାନେ ମୁଖ୍ୟତଃ ପ୍ରକୃତି ଉପାସକ ଥିଲେ । ଋଗ୍‌ବେଦରୁ ଜଣାଯାଏ ଯେ, ଆର୍ଯ୍ୟମାନେ, ପୃଥ‌ିବୀ, ସୂର୍ଯ୍ୟ, ଇନ୍ଦ୍ର, ବରୁଣ, ଅଗ୍ନି, ସୋମ, ମରୁତ ଆଦି ଦେବଦେବୀମାନଙ୍କୁ ପୂଜା କରୁଥିଲେ । ପୃଥ‌ିବୀ ଶସ୍ୟ ଓ ପ୍ରଜନନ ଶକ୍ତିର ଆଧାର ରୂପେ ପୂଜା ପାଉଥିଲେ । ସେ ସମୟରେ ମୂର୍ତ୍ତିପୂଜା ପ୍ରଚଳିତ ନଥୁଲା । ଉପରୋକ୍ତ ସମସ୍ତ ଆଲୋଚନାରୁ ଜଣାଯାଏ ଯେ, ଋଗ୍‌ବେଦୀୟ ଆର୍ଯ୍ୟମାନେ ହିନ୍ଦୁଧର୍ମର ସୁଦୃଢ଼ ମୂଳଭିତ୍ତି ପ୍ରତିଷ୍ଠା କରିଥିଲେ । ଏହାପରେ ଏହା ସନାତନ ଧର୍ମରେ ରୂପାନ୍ତରିତ ହୋଇଥିଲା ।

CHSE Odisha Class 12 History Chapter 2(b) Long Answer Questions in Odia Medium

୧। ବୈଦିକ ଯୁଗର ରାଜନୈତିକ ସଙ୍ଗଠନ ସମ୍ପର୍କରେ ଆଲୋଚନା କର ।
Answer:
ହରପ୍‌ପା ସଭ୍ୟତାର ଅବସାନ ପରେ ଯେଉଁ ନୂତନ ସଭ୍ୟତାର ଉନ୍ମେଷ ଘଟିଥିଲା ତାହାକୁ ବୈଦିକ ସଭ୍ୟତା ବା ଆର୍ଯ୍ୟ ସଭ୍ୟତା କୁହାଯାଏ । ଏହି ସଭ୍ୟତା ଏକ ଗ୍ରାମୀଣ ସଭ୍ୟତା ଥିଲା । ଏହି ସଭ୍ୟତାର ରାଜନୈତିକ ସଙ୍ଗଠନର ଚିତ୍ର ରଗ୍‌ବେଦରୁ ହିଁ ଜଣାପଡ଼ିଥାଏ । ବେଦ ଆର୍ଯ୍ୟମାନଙ୍କର ପ୍ରଧାନ ଧର୍ମଗ୍ରନ୍ଥ ଥିଲା । ରାଜା, ରାଜକର୍ମଚାରୀ, ସଭା ଓ ସମିତି, ବିଚାର ବ୍ୟବସ୍ଥା ଓ ସୈନ୍ୟବାହିନୀ ଥିଲା ବୈଦିକ ଯୁଗର ରାଜନୈତିକ ସଙ୍ଗଠନର ଗୋଟିଏ ଗୋଟିଏ ଅଂଶ ସଦୃଶ ।

  • ଗ୍ରାମ– ପ୍ରାଚୀନ ବୈଦିକ ଯୁଗର ଆର୍ଯ୍ୟମାନଙ୍କ ରାଜନୈତିକ ଜୀବନ ସୁସ୍ଥ ଏବଂ ଶୃଙ୍ଖଳିତ ଥିଲା । ପରିବାର ବା କୁଳ ସେମାନଙ୍କ ରାଜନୈତିକ ସଙ୍ଗଠନର ମୂଳପିଣ୍ଡ ଥିଲା । ପରିବାରର ମୁଖ୍ୟଙ୍କୁ ‘ଗୃହପତି’ ବା ‘କୁଳପତି’ କୁହାଯାଉଥିଲା । କେତେଗୁଡ଼ିଏ ପରିବାରକୁ ନେଇ ଗୋଟିଏ ଗ୍ରାମ ଗଠିତ ହୋଇଥିଲା । ଗ୍ରାମର ମୁଖ୍ୟଙ୍କୁ ଗ୍ରାମଣୀ କୁହାଯାଉଥିଲା । ଅନେକଗୁଡ଼ିଏ ବିଶ୍ଵର ମିଶ୍ରଣରେ ରାଷ୍ଟ୍ର ବା ଜନ ସୃଷ୍ଟି ହୋଇଥିଲା ।
  • ରାଜା– ବୈଦିକ ଯୁଗରେ ମୁଖ୍ୟତଃ ରାଜତନ୍ତ୍ର ଶାସନ ପ୍ରଚଳିତ ଥିଲା । ରାଜା ଥିଲେ ରାଜତନ୍ତ୍ରର ମୁଖ୍ୟ । ରାଜାମାନେ ବଂଶାନୁକ୍ରମିକ ରାଜ୍ୟଶାସନ କରୁଥିଲେ । କେତେକ କ୍ଷେତ୍ରରେ ପ୍ରଜାମାନେ ରାଜାଙ୍କୁ ମନୋନୀତ କରୁଥିଲେ । ରାଜାମାନେ ଉତ୍ତମ ପୋଷାକ ପରିଧାନ କରୁଥିଲେ ଏବଂ ରାଜପ୍ରାସାଦରେ ଅବସ୍ଥାନ କରୁଥିଲେ । ବୀରତ୍ଵ ଓ ଶକ୍ତି ଉପରେ ରାଜାଙ୍କ ମନୋନୟନ ଓ ସ୍ଵୀକୃତି ନିର୍ଭର କରୁଥିଲା । ରାଜା ସିଂହାସନ ଆରୋହଣ କରିବା ସମୟରେ ପୁରୋହିତ ଅଭିଷେକ ଉତ୍ସବର ଆୟୋଜନ କରୁଥିଲେ । ରାଜା ପ୍ରଜାମାନଙ୍କ ଧନଜୀବନ ସୁରକ୍ଷା ପାଇଁ ପ୍ରତିଜ୍ଞାବଦ୍ଧ ଥିଲେ । ରାଜା ରାଜ୍ୟ ଶାସନର ସର୍ବୋଚ୍ଚ କର୍ତ୍ତା ଥିଲେ । ରାଜ୍ୟ ପାଇଁ ତାଙ୍କର ଅନେକ କର୍ତ୍ତବ୍ୟ ରହିଥିଲା । ତାଙ୍କର ପ୍ରଧାନ କର୍ତ୍ତବ୍ୟ ଥିଲା ପ୍ରଜାପାଳନ ଏବଂ ଶତ୍ରୁ ହାତରୁ ରାଜ୍ୟରକ୍ଷା । ରାଜା ପ୍ରଜାମାନଙ୍କୁ ପୁତ୍ରବତ୍ ପାଳନ କରୁଥିଲେ । ସେ ମଧ୍ୟ ଥିଲେ ନ୍ୟାୟର ମୂର୍ତ୍ତିମନ୍ତ ପ୍ରତୀକ । ରାଷ୍ଟ୍ରର ଶାନ୍ତିଶୃଙ୍ଖଳା ରକ୍ଷାକରିବା ଥିଲା ତାଙ୍କର ଅନ୍ୟତମ କର୍ତ୍ତବ୍ୟ ।
  • ରାଜକର୍ମଚାରୀ – ଶାସନ କାର୍ଯ୍ୟରେ ସହଯୋଗ ଓ ପରାମର୍ଶ ପାଇଁ ରାଜା ରାଜକର୍ମଚାରୀମାନଙ୍କୁ ନିଯୁକ୍ତି ଦେଉଥିଲେ । ସମସ୍ତ ରାଜକର୍ମଚାରୀଙ୍କ ମଧ୍ୟରେ ପ୍ରଧାନ ଥିଲେ ପୁରୋହିତ । ସେ ଥିଲେ ରାଜାଙ୍କର ଉପଦେଷ୍ଟା । ତାଙ୍କଦ୍ୱାରା ରାଜାଙ୍କର ଅଭିଷେକ, ଯୁଦ୍ଧ ସମୟରେ ଅନୁକୂଳଜନିତ ମନ୍ତ୍ରପାଠ ଏବଂ ଅନ୍ୟାନ୍ୟ ଧର୍ମକାର୍ଯ୍ୟମାନ ସମ୍ପାଦିତ ହେଉଥିଲା । ସେନାନୀ ଥିଲେ ରାଜାଙ୍କର ସେନାପତି ଏବଂ ଯୁଦ୍ଧକ୍ଷେତ୍ରରେ ସେ ଶତ୍ରୁ ବିରୁଦ୍ଧରେ ସେନାବାହିନୀର ନେତୃତ୍ଵ ନେଉଥିଲେ । ‘ସୂତ’ ନାମକ କର୍ମଚାରୀ ରାଜାଙ୍କର ଦୈନନ୍ଦିନ କାର୍ଯ୍ୟକ୍ରମ ଲିପିବଦ୍ଧ କରି ରଖୁଥିଲେ । ରାଜସ୍ୱ ଆଦାୟ ପାଇଁ ‘ଭାଗଦୁଘ’ ନାମକ କର୍ମଚାରୀ ନିଯୁକ୍ତି ପାଇଥିଲେ । କୋଷାଧ୍ୟକ୍ଷ କାର୍ଯ୍ୟ ପରିଚାଳନା କରୁଥିଲେ ‘ସଂଗ୍ରହୀତା’ ଏବଂ ‘ଗୋବିକୃତ’ ଥିଲେ ମୁଖ୍ୟ ବନ୍ୟାଧ୍ୟାକାରୀ । ଗ୍ରାମର ମୁଖ୍ୟଙ୍କୁ ଗ୍ରାମଣୀ କୁହାଯାଉଥିଲା । ସେ ଏବଂ ବିଶ୍ଵପତି ରାଜାଙ୍କୁ ଯୁଦ୍ଧକ୍ଷେତ୍ରରେ ସହାୟକ ହେଉଥିଲେ । ‘ପତି’ଙ୍କ ଉପରେ ୧୦୦ଟି ଗ୍ରାମର ଶାସନ ଦାୟିତ୍ୱ ନ୍ୟସ୍ତ ଥିଲା । ସ୍ଥପତି ଥିଲେ ସୀମା ଅଞ୍ଚଳର ଶାସନକର୍ତ୍ତା । ‘ଉଗ୍ର’ ଥିଲେ ପୋଲିସ୍ ଅଧିକାରୀ । ସେମାନେ ଶାନ୍ତିଶୃଙ୍ଖଳା ଦାୟିତ୍ଵରେ ଥିଲେ । ଏହି ସମସ୍ତ ରାଜକର୍ମଚାରୀମାନେ ରାଜାଙ୍କୁ ଶାସନ କାର୍ଯ୍ୟରେ ବିଭିନ୍ନ ଉପାୟରେ ସାହାଯ୍ୟ କରୁଥିଲେ ।

CHSE Odisha Class 12 History Chapter 2(b) Long Answer Questions in Odia Medium

  • ସଭା ଓ ସମିତି- ବୈଦିକ ରାଜାମାନେ ଶକ୍ତିଶାଳୀ ହେଲେ ମଧ୍ୟ ସ୍ଵେଚ୍ଛାଚାରୀ କିମ୍ବା ଅତ୍ୟାଚାରୀ ନଥିଲେ । ରାଜାଙ୍କୁ ଶାସନ ସମ୍ବନ୍ଧୀୟ ପରାମର୍ଶ ଦେବାପାଇଁ ‘ସଭା’ ଓ ‘ସମିତି’ ନାମରେ ଦୁଇଗୋଟି ଅନୁଷ୍ଠାନ ରହିଥିଲା । ରାଜ୍ୟର ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କୁ ନେଇ ସଭା ଗଠିତ ହୋଇଥିଲା । ସ୍ଥାନୀୟ ନିୟମକାନୁନ୍ ପ୍ରଣୟନ ଏବଂ ପାଳନ ଆଦି କ୍ଷେତ୍ରରେ ଏହା ରାଜାଙ୍କୁ ସୁଚିନ୍ତିତ ପରାମର୍ଶ ଦେଉଥିଲା । ଏହା ମଧ୍ୟ ଦୋଷୀମାନଙ୍କୁ ଦଣ୍ଡ ଦେବାପାଇଁ ନ୍ୟାୟାଳୟ ରୂପେ କାର୍ଯ୍ୟ କରୁଥିଲା । ସମିତି ଥିଲା ସବୁଠାରୁ ଜନପ୍ରିୟ ରାଜନୈତିକ ଅନୁଷ୍ଠାନ । ଏଥୁରେ ଉଭୟ ନାରୀ ଓ ପୁରୁଷ ସଦସ୍ୟ ରୂପେ ରହିପାରୁଥିଲେ । ସମସ୍ତ ଜାତୀୟ ସମସ୍ୟା ସମିତିରେ ମୁକ୍ତ ଭାବରେ ଆଲୋଚିତ ହେଉଥିଲା । ଏହା ରାଜାଙ୍କର ନିର୍ବାଚନ କରୁଥିଲା । ଏଥୁ ସହିତ ଯୁଦ୍ଧ, ରାଜ୍ୟରକ୍ଷା ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ସମିତିର ମତାମତ ଥିଲା ଏକାନ୍ତଭାବେ ଅପରିହାର୍ଯ୍ୟ । ସମିତିର ମୁଖ୍ୟଙ୍କୁ ‘ପତି’ କୁହାଯାଥିଲା । ରାଜାଙ୍କୁ ଦଣ୍ଡଦେବା କ୍ଷମତା ସମିତିର ରହିଥିଲା ।
  • ବିଚାର ବ୍ୟବସ୍ଥା – ବୈଦିକ ଯୁଗରେ ବିଚାର ବ୍ୟବସ୍ଥାର ସୁବନ୍ଦୋବସ୍ତ କରାଯାଉଥିଲା । ପ୍ରଚଳିତ ପ୍ରଥା ଏବଂ ନୀତି ଅନୁସାରେ ନ୍ୟାୟପ୍ରଦାନ କରାଯାଉଥିଲା । ‘ଅଧ୍ଯକ୍ଷ’ ନାମ୍ନୀ ବିଚାରପତିଙ୍କଦ୍ଵାରା ଦୋଷୀର ବିଚାର କରାଯାଇ ଦଣ୍ଡବିଧାନ କରାଯାଉଥିଲା । ‘ଗ୍ରାମବାଦୀ’ ନାମକ ରାଜକର୍ମଚାରୀ ଗ୍ରାମ୍ୟ ବିବାଦର ସମାଧାନ କରୁଥିଲେ । ରାଜା ଥିଲେ ନ୍ୟାୟପ୍ରଦାନ କ୍ଷେତ୍ରରେ ସର୍ବଶେଷ ବିଚାରକ । ସେ ସମୟରେ ଦଣ୍ଡପ୍ରଥା କଠୋର ଥିଲା । ନ୍ୟାୟ ପାଇବା ସମସ୍ତଙ୍କର ଏକ ଅଧିକାରଭାବେ ସ୍ଵୀକୃତ ହୋଇଥିଲା ।
  • ସୈନ୍ୟ ସଙ୍ଗଠନ– ଶାନ୍ତିଶୃଙ୍ଖଳା ଓ ଧନଜୀବନର ସୁରକ୍ଷା ରାଜାଙ୍କର ପ୍ରଧାନ କର୍ତ୍ତବ୍ୟ ଥିବାରୁ ସୈନ୍ୟ ସଙ୍ଗଠନ ଉପରେ ଅଧ‌ିକ ଗୁରୁତ୍ଵ ଦିଆଯାଉଥିଲା । ରାଜା ଏକ ବିଶାଳ ସୈନ୍ୟବାହିନୀ ରଖୁଥିଲେ । ସୈନ୍ୟମାନେ ଶୃଙ୍ଖଳିତ ଥିଲେ । ସେନାପତିଙ୍କ ଆଦେଶକ୍ରମେ ସୈନ୍ୟମାନେ ପରିଚାଳିତ ହେଉଥିଲେ । ସୈନ୍ୟବାହିନୀରେ ପଦାତିକ, ଅଶ୍ଵାରୋହୀ ଏବଂ ରଥାରୋହୀ ସୈନ୍ୟ ରହିଥିଲେ । ଯୁଦ୍ଧ କରିବା ଏକ ଗୌରବର ବିଷୟ ଥ‌ିବାରୁ ସୈନ୍ୟବାହିନୀରେ ଯୋଗ ଦେବାକୁ ଲୋକମାନେ କୁଣ୍ଠିତ ହେଉନଥିଲେ । ସୈନ୍ୟମାନଙ୍କର ଆଶ୍ରୟସ୍ଥଳୀ ରୂପେ ‘ଦୁର୍ଗ’ ବା ‘ପୁର’ ବ୍ୟବହୃତ ହେଉଥିଲା । ପୁରର ଦାୟିତ୍ଵରେ ପୁରପତି ରହିଥିଲେ । ମୋଟାମୋଟିଭାବେ କହିବାକୁ ଗଲେ ବୈଦିକ ଯୁଗର ରାଜନୈତିକ ଅବସ୍ଥା ଥିଲା ସୁଦୃଢ଼ ।

୩ । ବୈଦିକ ଯୁଗର ଅର୍ଥନୈତିକ ଅବସ୍ଥା ସମ୍ବନ୍ଧରେ ଆଲୋଚନା କର ।
Answer:
ବୈଦିକ ଆର୍ଯ୍ୟମାନଙ୍କର ଅର୍ଥନୈତିକ ଜୀବନ ସମୃଦ୍ଧ ଥିଲା । କୃଷି ଥିଲା ସେମାନଙ୍କର ପ୍ରଧାନ ଜୀବିକା । ଏହାଛଡ଼ା ସେମାନେ ପଶୁପାଳନ ଏବଂ ବିଭିନ୍ନପ୍ରକାର ବାଣିଜ୍ୟ ବ୍ୟବସାୟଦ୍ଵାରା ନିଜ ଅର୍ଥନୈତିକ ସ୍ଥିତିକୁ ସୁଦୃଢ଼ କରିପାରିଥିଲେ ।

  • କୃଷି – କୃଷି ଥିଲା ବୈଦିକ ଯୁଗର ଆର୍ଯ୍ୟମାନଙ୍କର ମୁଖ୍ୟ ଜୀବିକା । ଅଧିକ ଅମଳ ପାଇଁ କୃଷିକ୍ଷେତ୍ରଗୁଡ଼ିକରେ ସେମାନେ ଖତ ଓ ସାର ପ୍ରୟୋଗ କରୁଥିଲେ । ଗହମ ଏବଂ ଯଅ ମୁଖ୍ୟତଃ ସେମାନେ ଚାଷ କରୁଥିଲେ । କପା ମଧ୍ୟ ସେ ସମୟରେ ଚାଷ କରାଯାଉଥିଲା । କୃଷି ଉଦ୍ଦେଶ୍ୟରେ ବେଦରେ ବହୁ ସ୍ତୋତ୍ର ରହିଅଛି, ଯାହା ମାଧ୍ୟମରେ ଆର୍ଯ୍ୟମାନେ କୃଷିଦେବତା ଇନ୍ଦ୍ରଙ୍କୁ ଜଳ ପ୍ରଦାନ ନିମିତ୍ତ ପ୍ରାର୍ଥନା କରୁଥିଲେ ।

CHSE Odisha Class 12 History Chapter 2(b) Long Answer Questions in Odia Medium

  • ପଶୁପାଳନ – ପଶୁପାଳନ କରିବାକୁ ଆର୍ଯ୍ୟମାନେ ଖୁବ୍ ଭଲ ପାଉଥିଲେ । ଗୋ-ସମ୍ପଦ ସେମାନଙ୍କ ଜୀବନର ଏକ ମୁଖ୍ୟ ଉପାଦାନ ଥିଲା । ଯେକୌଣସି ପରିବାରର ଅର୍ଥନୈତିକ ସ୍ଵଚ୍ଛଳତା ପାଳିତ ଗାଈ ଓ ବଳଦରୁ ନିର୍ଣ୍ଣୀତ ହେଉଥିଲା । ଶତ ଶତ ସଂଖ୍ୟାରେ ଗାଈ ଓ ବଳଦ ସେମାନେ ପାଳନ କରୁଥିଲେ । ଗାଈ ଜଗୁଆଳିମାନଙ୍କୁ ‘ଗୋପ’ କୁହାଯାଉଥିଲା । ଏତଦ୍‌ବ୍ୟତୀତ ସେମାନେ ଘୋଡ଼ା, ମେଣ୍ଢା ଓ ଛେଳି ପ୍ରଭୃତି ପଶୁମାନଙ୍କୁ ଘରେ ପାଳନ କରୁଥିଲେ । ପଶୁପାଳନରୁ ସେମାନେ କ୍ଷୀର ଓ ମାଂସ ପାଉଥିଲେ ଏବଂ ପଶୁମାନଙ୍କର ମଳରୁ ଖତସାର ପାଉଥିଲେ । ଅନେକ ସମୟରେ ଧେନୁ ବିନିମୟର ମାଧ୍ୟମ ରୂପେ ବ୍ୟବହୃତ ହେଉଥିଲା ।
  • ବାଣିଜ୍ୟ ଏବଂ ବ୍ୟବସାୟ– ଆର୍ଯ୍ୟ ସମାଜରେ ବୈଶ୍ୟ ଜାତିର ସୃଷ୍ଟି ବାଣିଜ୍ୟ ବ୍ୟବସାୟ ନିମନ୍ତେ ଉଦ୍ଦିଷ୍ଟ ଥିଲା । ସେମାନେ ବିଭିନ୍ନ ଦ୍ରବ୍ୟ ଆମଦାନି ଏବଂ ରପ୍ତାନି କରୁଥିଲେ । ସେମାନେ ସାଧାରଣତଃ ବସ୍ତ୍ର ଓ ଜୋତା ରପ୍ତାନି କରୁଥିଲେ । ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଦ୍ରବ୍ୟମାନ ସ୍ଥାନାନ୍ତର କରାଯାଉଥିଲା । ଏଥିପାଇଁ ଅଶ୍ଵ, ରଥ, ବଳଦଗାଡ଼ି ଏବଂ ଗଧ ଆଦିର ସାହାଯ୍ୟ ନିଆଯାଉଥିଲା । ଜଳପଥରେ ମଧ୍ୟ ସେମାନେ ବ୍ୟବସାୟ କରୁଥିଲେ ।
  • ଅନ୍ୟାନ୍ୟ ବ୍ୟବସାୟ– କୃଷି ଓ ଗୋପାଳନ ବ୍ୟତୀତ ଆର୍ଯ୍ୟମାନେ ମଧ୍ୟ ଅନ୍ୟାନ୍ୟ ବ୍ୟବସାୟ କରୁଥିଲେ । କାଠକାମ ସମାଜରେ ଅନ୍ୟତମ ପେସାରୂପେ ଆଦୃତ ଥିଲା । ବଢ଼େଇମାନଙ୍କ ବ୍ୟତୀତ କମାର, ସ୍ଵର୍ଣ୍ଣକାର, ତନ୍ତୀ ଏବଂ ଚର୍ମକାର ଆଦି ମଧ୍ୟ ସେମାନଙ୍କର ପେସା ବଜାୟ ରଖୁଥିଲେ ।
  • ବିନିମୟ ବ୍ୟବସ୍ଥା – ଆଦିବୈଦିକ ଯୁଗରେ ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ପ୍ରତ୍ୟକ୍ଷ ଦ୍ରବ୍ୟ ବିନିମୟ ବ୍ୟବସ୍ଥା ପ୍ରଚଳିତ ଥିଲା । ବିଭିନ୍ନ ପ୍ରକାର ଦ୍ରବ୍ୟ ଓ ଅନ୍ୟ ଦ୍ରବ୍ୟଗୁଡ଼ିକର ବିନିମୟଦ୍ୱାରା ଲାଭ କରାଯାଉଥିଲା । ଅନେକ ସମୟରେ ଗାଈକୁ ବିନିମୟର ଏକକ ରୂପେ ବ୍ୟବହାର କରାଯାଉଥିଲା । ସେହି ସମୟରେ ‘ନିଷ୍କ’ ନାମକ ଏକ ସ୍ଵର୍ଣ୍ଣମୁଦ୍ରା ପ୍ରଚଳିତ ଥିଲା । ଏହାଦ୍ଵାରା ଦେଶ ଭିତରେ ତଥା ବହିର୍ଦେଶ ସହିତ ବାଣିଜ୍ୟିକ ସମ୍ପର୍କ ସ୍ଥାପନ କରିବାକୁ ଆର୍ଯ୍ୟମାନେ ସଫଳ ହୋଇଥିଲେ । ଉପରୋକ୍ତ ଆଲୋଚନାରୁ ସ୍ପଷ୍ଟରୂପେ ପ୍ରତୀୟମାନ ହୁଏ ଯେ, ଆର୍ଯ୍ୟମାନଙ୍କର ଅର୍ଥନୀତି ସ୍ୱଚ୍ଛଳ ଥିଲା । ଏହା ସେମାନଙ୍କୁ ଏକ ସୁଖପ୍ରଦ ଜୀବନଯାପନ ପ୍ରଦାନ କରିବା ଦିଗରେ ସହାୟକ ହୋଇଥିଲା ।

CHSE Odisha Class 12 History Chapter 2(b) Long Answer Questions in Odia Medium

୪ । ବୈଦିକ ଆର୍ଯ୍ୟମାନଙ୍କର ସାମାଜିକ ଜୀବନ ଉପରେ ଆଲୋକପାତ କର ।
Answer:
ବୈଦିକ ସଭ୍ୟତା ଥୁଲା ଅତୀତ ଭାରତର ଏକ ଗୌରବମୟ ସଭ୍ୟତା । ଏହି ସଂସ୍କୃତି ଆର୍ଯ୍ୟ ଓ ଦ୍ରାବିଡ଼ ଜାତିର ଅବଦାନରେ ଗଢ଼ିଉଠିଥିଲା । ସମଗ୍ର ଉତ୍ତର ଭାରତ ଏବଂ ଦକ୍ଷିଣ ଭାରତ ଆର୍ଯ୍ୟ ସଂସ୍କୃତିରେ ଅନୁପ୍ରାଣିତ ହୋଇଥିଲା ଏବଂ ଏକ ସର୍ବଭାରତୀୟ ସଭ୍ୟତା ଗଢ଼ିଉଠିଥିଲା । ପ୍ରାଚୀନ ବୈଦିକ ଯୁଗର ସାମାଜିକ ଜୀବନ ଋଗ୍‌ଵେଦରେ ସୁନ୍ଦରଭାବେ ପ୍ରତିଫଳିତ ହୋଇଅଛି । ସେମାନେ ଛୋଟ ଛୋଟ ଗ୍ରାମରେ ବାସ କରୁଥିବାରୁ ପରସ୍ପର ସହିତ ଘନିଷ୍ଠ ସାମାଜିକ ସମ୍ପର୍କ ରଖୁଥିଲେ ।

  • ପରିବାର– ପିତୃକୈନ୍ଦ୍ରିକ ପରିବାର ଭିଭିରେ ସାମାଜିକ ଜୀବନ ଗଢ଼ିଉଠିଥିଲା । ପରିବାର ଉପରେ ପିତାଙ୍କର ସମ୍ପୂର୍ଣ୍ଣ କର୍ତ୍ତୃତ୍ଵ ଥିଲା । ପିତାଙ୍କୁ କୁଳପ, କୁଳପତି ଅଥବା ଗୃହପତି ନାମରେ ଅଭିହିତ କରାଯାଉଥିଲା । ପରିବାରର ପ୍ରତିପୋଷଣ, ପିଲାମାନଙ୍କୁ ଶିକ୍ଷାଦାନ, ଶାନ୍ତିଶୃଙ୍ଖଳା ରକ୍ଷା, କନ୍ୟାଦାନ, ସମ୍ପତ୍ତି କ୍ରୟ ଏବଂ ବିକ୍ରୟ ତଥା ବିଭିନ୍ନ ସମସ୍ୟାର ସମାଧାନ ଆଦି କର୍ତ୍ତବ୍ୟମାନ ସେ ସମ୍ପାଦନ କରୁଥିଲେ । ଉଦାରତା, ଦୟା ଏବଂ କ୍ଷମା ଆଦି ଗୁଣରେ ସେ ଥିଲେ ବିଭୂଷିତ । ସନ୍ତାନସନ୍ତତିମାନେ ପିତାଙ୍କର ନିର୍ଦ୍ଦେଶରେ ପରିଚାଳିତ ହେଉଥିଲେ । ପରସ୍ପର ପ୍ରତି ସ୍ନେହ ଓ ସଦିଚ୍ଛା ଭିତ୍ତିରେ ପାରିବାରିକ ଜୀବନ ସୁଖମୟ ଥିଲା । ପିତାଙ୍କ ଆଦେଶ ଅମାନ୍ୟ କଲେ ଦଣ୍ଡଦେବା ବ୍ୟବସ୍ଥା ଗୃହପତିଙ୍କଠାରେ ନ୍ୟସ୍ତ ଥିଲା । ଅବାଧ୍ୟ ସନ୍ତାନ ପରିବାରରୁ ବହିଷ୍କୃତ ହେଉଥିଲେ । ପିତାଙ୍କ ଅନ୍ତେ ଜ୍ୟେଷ୍ଠପୁତ୍ର ପରିବାରର ଦାୟିତ୍ଵ ବହନ କରୁଥିଲେ । ଅତିଥ୍‌ ସତ୍କାର ପରିବାରର ଏକ ଧାର୍ମିକ କର୍ତ୍ତବ୍ୟ ଥିଲା । ଯୌଥ ପରିବାର ଥିଲା ବୈଦିକ ସଭ୍ୟତାର ଅନ୍ୟତମ ବୈଶିଷ୍ଟ୍ୟ । ପତ୍ନୀଙ୍କ ସହ ଯୁକ୍ତ ହୋଇ କୁଳପତି ସମସ୍ତ ମାଙ୍ଗଳିକ କାର୍ଯ୍ୟମାନ ସଂପାଦନ କରୁଥିଲେ ।
  • ବାସଗୃହ– ଆର୍ଯ୍ୟମାନଙ୍କର ବାସଗୃହ ସାଧାରଣତଃ କାଠ, ବାଉଁଶ, ମାଟି ଓ ଛପରକୁ ନେଇ ତିଆରି ହୋଇଥିଲା । ପ୍ରତ୍ୟେକ ବାସଗୃହରେ ରୋଷେଇ ଏବଂ ପୂଜାର୍ଚ୍ଚନା ପାଇଁ ଏକ ସ୍ଵତନ୍ତ୍ର ଗୃହ ରହିଥିଲା । ଏତଦ୍‌ବ୍ୟତୀତ ବୈଠକଘର, ନାରୀମାନଙ୍କ ପାଇଁ ପ୍ରସାଧାନ କକ୍ଷ ତଥା ଗୃହପତିଙ୍କପାଇଁ କକ୍ଷମାନ ମଧ୍ୟ ନିର୍ମିତ ହୋଇଥିଲା । ଗୃହପାଳିତ ପଶୁମାନଙ୍କ ପାଇଁ ମଧ୍ୟ ସ୍ଵତନ୍ତ୍ର ଗୃହ ନିର୍ମିତ ହୋଇଥିଲା । ପ୍ରତ୍ୟେକ ଗ୍ରାମରେ ଅନେକଗୁଡ଼ିଏ ପରିବାର ବାସ କରୁଥିଲେ ।
  • ଖାଦ୍ୟପେୟ – ସେମାନଙ୍କର ଖାଦ୍ୟାଭ୍ୟାସ ଥିଲା ସରଳ । ସେମାନଙ୍କର ଖାଦ୍ୟ ମଧ୍ୟରେ ପ୍ରଧାନ ଥିଲା ଗହମ, ଯବ, ଧାନ, ମଧୁ ଓ ଫଳ । ସେମାନେ ମଧ୍ୟ ମାଛ ଓ ମାଂସ ଭକ୍ଷଣ କରୁଥିଲେ । ଦୁଗ୍‌ଧ, ଘୃତ ଏବଂ ଦୁଗ୍‌ଧଜାତ ସମସ୍ତ ପଦାର୍ଥ ସେମାନଙ୍କର ଅତି ପ୍ରିୟ ଖାଦ୍ୟ ଥିଲା । ସୋମ ନାମକ ଏକ ବୃକ୍ଷରୁ ସେମାନେ ମଦ ପ୍ରସ୍ତୁତ କରୁଥିଲେ । ଏହାକୁ ସୋମରସ କୁହାଯାଉଥିଲା । ସେମାନେ ସୁରା ନାମକ ଏକପ୍ରକାର ରସ ବିଭିନ୍ନ ଶସ୍ୟରୁ ପ୍ରସ୍ତୁତ କରୁଥିଲେ । ଏହା ସର୍ବତ୍ର ଏବଂ ସବୁ ସମୟରେ ପାନ କରାଯାଉଥିଲା ।

CHSE Odisha Class 12 History Chapter 2(b) Long Answer Questions in Odia Medium

  • ପୋଷାକ–ପରିଚ୍ଛଦ– କାର୍ପାସ ଓ ପଶମରେ ପ୍ରସ୍ତୁତ ସୁନ୍ଦର ସୁନ୍ଦର ପୋଷାକକୁ ଆର୍ଯ୍ୟମାନେ ବ୍ୟବହାର କରୁଥିଲେ । ସାଧାରଣତଃ ସେମାନଙ୍କର ପରିଧେୟକୁ ତିନିଶ୍ରେଣୀରେ ବିଭକ୍ତ କରାଯାଇଥିଲା । ଶରୀରର ଉପର ଭାଗରେ ବସ୍ତ୍ର, ମଧ୍ୟଭାଗରେ ଉତ୍ତରୀୟ ଏବଂ ନିମ୍ନଭାଗରେ ଅନ୍ତରୀୟ ବ୍ୟବହୃତ ହେଉଥିଲା । ନାରୀ ଓ ପୁରୁଷ ଉଭୟେ ମୁଣ୍ଡରେ ପଗଡ଼ି ବ୍ୟବହାର କରୁଥିଲେ । ରାଜା ଓ ସମ୍ଭ୍ରାନ୍ତ ଶ୍ରେଣୀର ଲୋକେ ନାନା ରଙ୍ଗରେ ପ୍ରସ୍ତୁତ ପୋଷାକ ପରିଧାନ କରୁଥିଲେ । ମୁନିଋଷିମାନେ ମୃଗଚର୍ମ ଓ ବଳ୍‌କଳରେ ପ୍ରସ୍ତୁତ ପରିଧେୟ ପରିଧାନ କରୁଥିଲେ ।
  • ଅଳଙ୍କାର– ଉଭୟ ପୁରୁଷ ଓ ନାରୀ ଅଳଙ୍କାର ପରିଧାନ କରୁଥିଲେ । ନାରୀମାନେ କର୍ଣ୍ଣଶୋଭନ ବା କାନଫୁଲ ବହୁଳ ଭାବରେ ବ୍ୟବହାର କରୁଥିଲେ । ଏହାବ୍ୟତୀତ ସେମାନେ ହାର, କଙ୍କଣ, ନୂପୁର ଆଦି ଅଳଙ୍କାର ବ୍ୟବହାର କରୁଥିଲେ । ବହୁ ମୂଲ୍ୟବାନ୍ ପଥର ମଧ୍ଯ ଅଳଙ୍କାର ନିର୍ମାଣରେ ବ୍ୟବହୃତ ହେଉଥିଲା । କେଶ ପ୍ରସାଧନ ପ୍ରତି ନାରୀମାନଙ୍କର ବିଶେଷ ଆଗ୍ରହ ରହିଥିଲା । ନାରୀମାନେ ଅଳଙ୍କାର ପରିଧାନ ସହିତ ପୁଷ୍ପଭରଣକୁ ଭଲ ପାଉଥିଲେ । ପୁରୁଷମାନେ ଦାଢ଼ି ରଖୁବାକୁ ଅଧ‌ିକ ପସନ୍ଦ କରୁଥିଲେ । ପଶୁ ଚର୍ମରେ ନିର୍ମିତ ପାଦୁକା ସେମାନଙ୍କଦ୍ଵାରା ବ୍ୟବହୃତ ହେଉଥିଲା ।
  • ଆମୋଦପ୍ରମୋଦ – ଆମୋଦପ୍ରମୋଦ ଏବଂ ମନୋରଞ୍ଜନ ପାଇଁ ଆର୍ଯ୍ୟମାନେ ବହୁବିଧ ଉପାୟ ଅବଲମ୍ବନ କରୁଥିଲେ । ନୃତ୍ୟ ଓ ସଙ୍ଗୀତରେ ସେମାନଙ୍କର ବିଶେଷ ଆଦର ଥିଲା । ସେମାନେ ବିଭିନ୍ନପ୍ରକାର ବାଦ୍ୟଯନ୍ତ୍ର ବ୍ୟବହାର କରୁଥିଲେ । ପଶାଖେଳ, ଶିକାର, ମଲ୍ଲଯୁଦ୍ଧ, ରଥଦୌଡ଼ ପ୍ରତିଯୋଗିତା, ନୌବିହାର ଆଦି ଅବସର ବିନୋଦନର ମୁଖ୍ୟ ଅବଲମ୍ବନ ଥିଲା ।
  • ଶିକ୍ଷାବ୍ୟବସ୍ଥା– ବୈଦିକ ସମାଜରେ ଶିକ୍ଷା ଉପରେ ଗୁରୁତ୍ଵ ଦିଆଯାଉଥିଲା । ଚରିତ୍ର ଗଠନ ଓ ଜ୍ଞାନ ଅର୍ଜନ ଶିକ୍ଷାର ଲକ୍ଷ୍ୟ ଥିଲା । ଉପନୟନ ସଂସ୍କାର ସହିତ ଛାତ୍ରମାନେ ବିଦ୍ୟା ଆରମ୍ଭ କରୁଥିଲେ । ସେ ସମୟରେ ଗୁରୁକୁଳ ଶିକ୍ଷାଶ୍ରମର ବ୍ୟବସ୍ଥା ରହିଥିଲା । ଛାତ୍ରମାନେ ଗୁରୁକୁଳରେ ରହି ଶିକ୍ଷାଲାଭ କରୁଥିଲେ । ଶିକ୍ଷା ମୁଖ୍ୟତଃ ମୌଖୂ ପଦ୍ଧତିରେ ଦିଆଯାଉଥିଲା । ଗୁରୁଶିଷ୍ୟ ପରମ୍ପରାରେ ଶିକ୍ଷା ତିଷ୍ଠି ରହିଥିଲା । ଶିକ୍ଷାଲାଭ କରୁଥିବା ବାଳକମାନଙ୍କୁ ବ୍ରହ୍ମଚାରୀ କୁହାଯାଉଥିଲା । ବିଦ୍ୟାଶିକ୍ଷା ପରେ ଛାତ୍ରମାନେ ଗୁରୁଙ୍କଠାରୁ ଅନୁମତି ନେଇ ସମାଜରେ ସେମାନଙ୍କର ଆଦର୍ଶ ଜୀବନ ଆରମ୍ଭ କରୁଥିଲେ ।
  • ନାରୀର ସ୍ଥାନ – ସମାଜରେ ନାରୀର ଭୂମିକା ସମ୍ମାନଜନକ ଥିଲା । ନାରୀମାନଙ୍କୁ ସ୍ଵାଧୀନ ଭାବରେ କାର୍ଯ୍ୟ କରିବାପାଇଁ ଅନୁମତି ମିଳୁଥିଲା । ସେମାନେ ସମସ୍ତପ୍ରକାର ସାମାଜିକ ଉତ୍ସବ ଓ ସଭାସମିତିରେ ଯୋଗଦାନ କରିପାରୁଥିଲେ । ପ୍ରତିଷ୍ଠାବାନ୍ ନାରୀ ପାଇଁ ସମାଜର ସବୁପ୍ରାଙ୍ଗଣ ମୁକ୍ତ ଥିଲା । ବିବାହ ସମ୍ପର୍କରେ ଏବଂ ସ୍ଵାମୀବରଣ କରିବାର ସ୍ଵାଧୀନତା ମଧ୍ୟ ସେମାନଙ୍କର ରହିଥିଲା । ବୈଦିକ ଋଷିମାନଙ୍କ ପରି ମନ୍ତ୍ର ରଚନାପୂର୍ବକ ଯେଉଁ ଆର୍ଯ୍ୟ ନାରୀମାନେ ନିଜର ବିଚକ୍ଷଣତା ପ୍ରଦର୍ଶନ କରିଯାଇଛନ୍ତି, ସେମାନଙ୍କ ମଧ୍ୟରେ ଆପାଲା, ବିଶ୍ଵବାରା ଏବଂ ଘୋଷା ଥିଲେ ଚିରସ୍ମରଣୀୟା ।
  • ଜାତିପ୍ରଥା– ବୈଦିକ ଆର୍ଯ୍ୟ ସମାଜରେ ଜାତିପ୍ରଥା ନଥିଲା । ଆର୍ଯ୍ୟ ବାଳକମାନେ ସମସ୍ତେ ସମାନ ଥିଲେ ଏବଂ ସମସ୍ତ ପ୍ରକାର କାର୍ଯ୍ୟ ପାଇଁ ସମର୍ଥ ଥିଲେ । ବାସ୍ତବିକ ବୈଦିକ ଯୁଗର ସାମାଜିକ ଅବସ୍ଥା ଉନ୍ନତ ଓ ମାର୍ଜିତ ଥିଲା ।

CHSE Odisha Class 12 History Chapter 2(b) Long Answer Questions in Odia Medium

୫ । ବୈଦିକ ଆର୍ଯ୍ୟମାନଙ୍କର ଧର୍ମଧାରଣା ସମ୍ପର୍କରେ ଆଲୋଚନା କର ।
Answer:
ବୈଦିକ ଆର୍ଯ୍ୟମାନଙ୍କର ଆଧ୍ୟାତ୍ମିକ ଜୀବନ ଥିଲା ଭାରତୀୟ ସଂସ୍କୃତିର ମୂଳପିଣ୍ଡ । ବୈଦିକ ମନ୍ତ୍ରର ମୂର୍ଚ୍ଚନାରେ ନିନାଦିତ ହୋଇଥୁଲା ଭାରତବର୍ଷ । ପୃଥ‌ିବୀର ବିଭିନ୍ନ ସ୍ଥାନର ପ୍ରାଚୀନ ମନୁଷ୍ୟମାନଙ୍କ ମଧ୍ୟରେ ଯେଉଁସବୁ ଧର୍ମବିଶ୍ଵାସ ସୃଷ୍ଟି ହୋଇଥିଲା ସେସବୁ ମଧ୍ୟରେ ଭାରତର ବୈଦିକ ଧର୍ମ ଥିଲା ସର୍ବାଧ‌ିକ ଉନ୍ନତ । ଗଭୀର ଦାର୍ଶନିକ ଓ ଆଧ୍ୟାତ୍ମିକ ଚିନ୍ତାଧାରା ମଧ୍ୟରେ ବୈଦିକ ଋଷିମାନେ ସେମାନଙ୍କ ଧର୍ମକଳ୍ପନା କରିଥିଲେ । ପ୍ରକୃତିଦ୍ଵାରା ସେମାନଙ୍କର ଜୀବନ ଏତେଦୂର ପ୍ରଭାବିତ ହୋଇଥୁଲା ଯେ, ସେମାନେ ସେହି ପ୍ରକୃତି ଉଦ୍ଦେଶ୍ୟରେ ନାନାପ୍ରକାର ସ୍ତୁତି ରଚନା କରିବାକୁ ଧର୍ମ ବୋଲି ଚିନ୍ତା କରୁଥିଲେ l

  • ବିଭିନ୍ନ ଦେବଦେବୀ – ଋଗ୍‌ବେଦରୁ ଜଣାଯାଏ ଯେ, ଆର୍ଯ୍ୟମାନେ ୩୩ଗୋଟି ଦେବଦେବୀଙ୍କୁ ଆରାଧନା କରୁଥିଲେ । ଏହି ସମସ୍ତ ଦେବଦେବୀଙ୍କୁ ତିନୋଟି ବର୍ଗରେ ବିଭକ୍ତ କରାଯାଇଥିଲା । ସେମାନେ ହେଲେ (୧) ସ୍ଵର୍ଗରେ ଅବସ୍ଥାନ କରୁଥୁବା ଦେବତା, (୨) ବାୟୁମଣ୍ଡଳରେ ଅବସ୍ଥାନ କରୁଥିବା ଦେବତା ଏବଂ (୩) ପୃଥ‌ିବୀରେ ବିରାଜମାନ କରୁଥିବା ଦେବତା । ପ୍ରତ୍ୟେକ ବର୍ଗରେ ୧୧ଗୋଟି କରି ଦେବତା ରହିଥିଲେ । ସ୍ଵର୍ଗରେ ଅବସ୍ଥାନ କରୁଥିବା ଦେବତାମାନଙ୍କ ମଧ୍ୟରେ, ଇନ୍ଦ୍ର, ବରୁଣ, ସୂର୍ଯ୍ୟ ଆଦି ଥିଲେ ଅନ୍ୟତମ । ବାୟୁମଣ୍ଡଳରେ ଅଧୁଷ୍ଠିତ ହୋଇଥିବା ଦେବତାମାନଙ୍କ ମଧ୍ୟରେ ବାୟୁ, ମରୁତ, ପବନ ଆଦି ପ୍ରଧାନ ଥିଲେ । ଶେଷରେ ପୃଥ‌ିବୀରେ ପ୍ରସିଦ୍ଧିଲାଭ କରିଥିବା ଦେବତାମାନଙ୍କ ମଧ୍ୟରେ ପୃଥ‌ିବୀ, ଅଗ୍ନି, ବୃହସ୍ପତି, ସୋମ ଆଦି ବହୁତ ଲୋକପ୍ରିୟ ଥିଲେ । ବୈଦିକ ଯୁଗର ପ୍ରସିଦ୍ଧ ଦେବତା ଥିଲେ ଇନ୍ଦ୍ର । ସେ ପୁରନ୍ଦରରୂପେ ପରିଚିତ ଥିଲେ । ସେ ମଧ୍ୟ ଥିଲେ ବର୍ଷାର ଦେବତା । ତେଣୁ ଜଳ ପାଇଁ ତାଙ୍କୁ ବୈଦିକ ଋଷିମାନେ ପ୍ରାର୍ଥନା କରୁଥିଲେ । ବରୁଣ ଥିଲେ ସତ୍ୟ ଓ ପବନର ଦେବତା । ସୂର୍ଯ୍ୟ ଥୁଲେ ଅନ୍ଧକାର ବିନାଶକର୍ତ୍ତା । ସେ ଆଲୋକ, ଜୀବନ,ଧନ ଓ ଶକ୍ତିର ଦେବତା ରୂପେ ପୂଜିତ ହେଉଥିଲେ । ଋଗ୍‌ବେଦରେ ସୂର୍ଯ୍ୟଙ୍କୁ ସକଳ ଶକ୍ତିର ଆଧାର ରୂପେ ବର୍ଣ୍ଣନା କରାଯାଇଛି । ‘ଉଷା’ ଥିଲେ ପ୍ରାତଃକାଳର ଦେବୀ । ଋଗ୍‌ବେଦରେ ତାଙ୍କ ସୌନ୍ଦର୍ଯ୍ୟର ସ୍ତୁତିଗାନ କରାଯାଇଛି । ସେ ସମୟରେ ବିଷ୍ଣୁଙ୍କୁ ମଧ୍ୟ ତିନିଲୋକର ଦେବତା ହିସାବରେ ଗଣନା କରାଯାଇଥିଲା । ମରୁତ ଥିଲେ ଝଡ଼ର ଦେବତା । ସେ ସମୟରେ ‘ଯମ’ ଏକ ଦେବତା ରୂପେ ପୂଜିତ ହେଉଥିଲେ । ପୃଥ‌ିବୀ ମଧ୍ୟ ଶସ୍ୟ ଏବଂ ପ୍ରଜନନର ଦେବୀ ହିସାବରେ ପୂଜା ପାଉଥିଲେ । ଅଗ୍ନି ଏକ ବିଶିଷ୍ଟ ଦେବତାରୂପେ ପୂଜା ପାଉଥିଲେ । ପ୍ରତ୍ୟେକ ଆର୍ଯ୍ୟ ପରିବାରରେ ଅଗ୍ନି ଉପାସନା ପାଇଁ ଅଗ୍ନିଶାଳା ରହିଥିଲା । ଅଗ୍ନିସବୁ ଦେବତାମାନଙ୍କ ମଧ୍ୟରେ ସମନ୍ଵୟ ସ୍ଥାପନ କରୁଥିଲେ । ଅଗ୍ନିରେ ପ୍ରଦତ୍ତ ଆହୁତି ସେ ବିଭିନ୍ନ ଦେବଦେବୀଙ୍କ ନିକଟରେ ପହଞ୍ଚାଇ ଦେଉଥିଲେ । ଏହି ସମସ୍ତ ଦେବଦେବୀଙ୍କ ବ୍ୟତୀତ ସାବିତ୍ରୀ, ସରସ୍ଵତୀ, ବୃହସ୍ପତି ଆଦି ବହୁ ଦେବଦେବୀ ଋଗ୍‌ବୈଦିକ ଯୁଗରେ ପୂଜିତ ହେଉଥିଲେ ।

CHSE Odisha Class 12 History Chapter 2(b) Long Answer Questions in Odia Medium

  • ଉପାସନା ପଦ୍ଧତି – ବୈଦିକ ଆର୍ଯ୍ୟମାନେ ପ୍ରକୃତିର ଉପାସକ ଥିଲେ । ପ୍ରକୃତିର ବିଭିନ୍ନ ରୂପକୁ ସେମାନେ ଆରାଧ୍ୟ ଦେବତାରୂପେ କଳ୍ପନା କରିଥିଲେ । ପ୍ରକୃତି ଆରାଧନା ମଧ୍ୟରେ ବୈଦିକ ଋଷିମାନେ ସେହି ସର୍ବଶକ୍ତିମାନ୍ ଈଶ୍ୱରଙ୍କ ସତ୍ତା ଉପଲବ୍‌ଧ କରିଥିଲେ । ସେମାନଙ୍କର ପୂଜା ପଦ୍ଧତି ଥିଲା ଅତ୍ୟନ୍ତ ସରଳ ତଥା ନିରାଡ଼ମ୍ବର । ଦେବଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆର୍ଯ୍ୟମାନେ ବିଭିନ୍ନ ସ୍ତୋତ୍ର ଏବଂ ମନ୍ତ୍ର ରଚନା କରିଥିଲେ । ଏହି ସ୍ତୋତ୍ର ଏବଂ ମନ୍ତ୍ର ଉଚ୍ଚାରଣଦ୍ଵାରା ସେମାନେ ଦେବଦେବୀଙ୍କୁ ସନ୍ତୁଷ୍ଟ କରିପାରୁଥିଲେ । ପୁନଶ୍ଚ ସେମାନେ ମଧ୍ୟ ଯଜ୍ଞ ଅନୁଷ୍ଠାନଦ୍ଵାରା ଦେବଦେବୀଙ୍କୁ ସନ୍ତୁଷ୍ଟ କରୁଥିଲେ ।
  • ଏକେଶ୍ବରବାଦ – ଋଗ୍‌ଦିକ ଯୁଗରେ ଏକେଶ୍ଵରବାଦ ପ୍ରଚଳିତ ଥିଲା । ମୁନିଋଷିମାନେ ବିଭିନ୍ନ ଦେବଦେବୀଙ୍କୁ ପୂଜାର୍ଚ୍ଚନା କରୁଥିଲେ ମଧ୍ୟ ସେମାନେ ସମସ୍ତେ ସେ ଗୋଟିଏ ପ୍ରକୃତି ବା ସତ୍ୟର ଅଂଶ ବୋଲି ଆର୍ଯ୍ୟମାନେ ଉପଲବ୍ଧ କରିଥିଲେ ।
  • ଅନ୍ୟାନ୍ୟ ଧର୍ମଧାରଣା – ପ୍ରାର୍ଥନା ଏବଂ ଯଜ୍ଞ ବ୍ୟତୀତ ଆର୍ଯ୍ୟମାନେ ମୃତ୍ୟୁପରର ଜୀବନ ସମ୍ପର୍କରେ ମଧ୍ୟ ସଚେତନ ଥିଲେ । କର୍ମ ଅନୁସାରେ ମଣିଷ ପରିଚାଳିତ ହେଉଥ‌ିବାର ବିଶ୍ଵାସ ସେମାନଙ୍କର ଥିଲା । ସଡ଼କର୍ମ ମଣିଷକୁ ମୁକ୍ତି ପ୍ରଦାନ କରୁଥିବାବେଳେ କୁକର୍ମ ନର୍କକୁ ନେଇଥାଏ ବୋଲି ସେମାନଙ୍କର ଧାରଣା ଥିଲା । ମୃତ୍ୟୁ ପରେ ଶବଦାହ କରାଯାଇ ଚିତାଭସ୍ମକୁ ପାଣିରେ ବିସର୍ଜନ କରାଯାଉଥିଲା । ମୃତ୍ୟୁ ପରେ ଆତ୍ମାର ସଦ୍‌ଗତି ପ୍ରାପ୍ତି ନିମିତ୍ତ ସେମାନେ ଏହା କରୁଥିଲେ । ବୈଦିକ ଧର୍ମ ଓ ଦର୍ଶନରେ ଆଧ୍ୟାତ୍ମିକ ଦୃଷ୍ଟିକୋଣ ସଙ୍ଗେ ସଙ୍ଗେ ସାଂସାରିକ ସୁଖର ସମ୍ମିଶ୍ରଣ ପରିଲକ୍ଷିତ ହୋଇଥିଲା । ବିଭିନ୍ନ ଦିଗରୁ ବିଚାର କଲେ ଋଗ୍‌ବେଦ ସମୟର ସଂସ୍କୃତି ଭାରତୀୟ ସଂସ୍କୃତିର ମୂଳପିଣ୍ଡ ଥିଲା ।

୬ । ପରବର୍ତୀ ବୈଦିକ ଯୁଗର ରାଜନୈତିକ ସଙ୍ଗଠନ ଉପରେ ଆଲୋଚନା କର ।
Answer:
ଋଗ୍‌ବୈଦିକ ଯୁଗର ସମାପ୍ତି ପରେ ପ୍ରାଚୀନ ଭାରତୀୟ ସଭ୍ୟତାର ଅନ୍ୟ ଏକ ପ୍ରସ୍ଥ ଉନ୍ମୋଚିତ ହୋଇଥିଲା । ଏହା ଥିଲା ପରବର୍ତ୍ତୀ ବୈଦିକ ଯୁଗ । ଏହି ଯୁଗରେ ରଚିତ ହୋଇଥିଲା ସାମବେଦ, ଯଜୁର୍ବେଦ ଓ ଅଥର୍ବ ବେଦ । ଏହି ସମୟରେ କୁରୁ, ପାଞ୍ଚାଳ, କାଶୀ, ବିଦେହ, ମତ୍ସ୍ୟ, ଗାନ୍ଧାର ଆଦି ରାଜ୍ୟର ଅଭ୍ୟୁଦୟ ଘଟିଥିଲା । ଋଗ୍‌ବୈଦିକ ଯୁଗର ସରଳତା କ୍ରମଶଃ ଅନ୍ତର୍ହିତ ହୋଇଯାଇଥିଲା ।

  • ରାଜା – ପରବର୍ତ୍ତୀ ବୈଦିକ ଯୁଗରେ ରାଜ୍ୟର ଆୟତନ ଓ ସମ୍ପଦ ବୃଦ୍ଧି ଫଳରେ ରାଜାମାନଙ୍କର ଶକ୍ତି ଓ ପରାକ୍ରମ ବୃଦ୍ଧି ପାଇଥିଲା । ତାଙ୍କର ରାଜ୍ୟାଭିଷେକ ଉତ୍ସବ ମହାସମାରୋହରେ ପାଳିତ ହେଉଥିଲା । ସେ ଥିଲେ ନିରଙ୍କୁଶ କ୍ଷମତାର ଅଧିକାରୀ । ପ୍ରଜାମାନେ ତାଙ୍କୁ ପୂର୍ବବତ୍ ‘ବନଃ ଶୁଳ୍‌କ’ ଏବଂ ‘ଭାଗ’ ନାମକ କର ପ୍ରଦାନ କରୁଥିଲେ । ପ୍ରଜାମାନଙ୍କ ଉପରେ ସେମାନେ ଅଧୂକ କ୍ଷମତା ଓ କର୍ତ୍ତୃତ୍ଵ ପ୍ରତିଷ୍ଠା କରିଥିଲେ । ସେମାନେ ନିଜକୁ ‘ରାଜାଧ୍ଵରାଜ, ‘ସମ୍ରାଟ’, ‘ଏକରାଟ’, ‘ଏକଚକ୍ରବର୍ତୀ’ ଆଦି ନୂତନ ଉପାଧ୍ଵରେ ଭୂଷିତ କରିଥିଲେ । ଯଶ ଗୌରବ ବୃଦ୍ଧି ଆଶାରେ ରାଜାମାନେ ରାଜସୂୟ, ବାଜପେୟ ଓ ଅଶ୍ଵମେଧ ଯଜ୍ଞମାନ ଆୟୋଜନ କରୁଥିଲେ । ଯୁଦ୍ଧରେ ଜୟଲାଭ କରିବା ପରେ ଏହି ଯଜ୍ଞମାନ ଆୟୋଜିତ ହେଉଥିଲା ।
  • ରାଜକର୍ମଚାରୀ – ରାଜାଙ୍କର କ୍ଷମତା ଓ ପରିସର ବୃଦ୍ଧି ପାଇବା ଫଳରେ ବହୁ ରାଜକର୍ମଚାରୀ ଶାସନକୁ ଦେଖାଶୁଣା କରିବାପାଇଁ ନିଯୁକ୍ତି ପାଇଥିଲେ । ଏହି ସମୟରେ ରାଜତନ୍ତ୍ର ଆଡ଼ମ୍ବରପୂର୍ଣ୍ଣ ଆକାର ଧାରଣ କରିଥିଲା । ରାଜକାର୍ଯ୍ୟ ପରିଚାଳନାପାଇଁ ସଚିବ ବା ମନ୍ତ୍ରୀ, କୋଷାଧ୍ୟକ୍ଷ, ସେନାପତି, ସୂତ ବା ସାରଥ ଏବଂ ଭାଗଦୁଘ ବା ରାଜସ୍ୱ ଆଦାୟକାରୀମାନେ ନିଯୁକ୍ତି ପାଇଥିଲେ । ଏହି ସମସ୍ତ କର୍ମଚାରୀ ସେମାନଙ୍କର କାର୍ଯ୍ୟ ପାଇଁ ରାଜାଙ୍କ ନିକଟରେ ଦାୟୀ ରହୁଥିଲେ । ଶାସନଗତ ସୁବିଧା ଦୃଷ୍ଟିରୁ ରାଜ୍ୟକୁ କେତେଗୁଡ଼ିଏ ପ୍ରଦେଶରେ ବିଭକ୍ତ କରାଯାଇଥିଲା ।

CHSE Odisha Class 12 History Chapter 2(b) Long Answer Questions in Odia Medium

  • ରାଜାଙ୍କ କର୍ତ୍ତବ୍ୟ– ରାଜ୍ୟ ଶାସନର ସମସ୍ତ କ୍ଷମତା ରାଜାଙ୍କଠାରେ କେନ୍ଦ୍ରୀଭୂତ ଥିଲା । କାର୍ଯ୍ୟପାଳିକା, ବ୍ୟବସ୍ଥାପିକା ଓ ନ୍ୟାୟପାଳିକାର ସମସ୍ତ କାର୍ଯ୍ୟ ରାଜାଙ୍କଦ୍ୱାରା ପରିଚାଳିତ ହେଉଥିଲା । ଅର୍ଥାତ୍ ରାଜା ଆଇନ ପ୍ରଣୟନ କରୁଥିଲେ ଏବଂ ବିଚାରପତିଭାବେ ଆଇନକୁ ତର୍ଜମା କରୁଥିଲେ । ଏହି ଅସୀମ କ୍ଷମତା ଉପଭୋଗ କରିବା ସତ୍ତ୍ୱେ ରାଜା ଅତ୍ୟାଚାରୀ ନଥିଲେ । ପ୍ରଜାମାନଙ୍କର ଧନଜୀବନ ସୁରକ୍ଷା କରିବା ଓ ଶାନ୍ତିଶୃଙ୍ଖଳା ରକ୍ଷା କରିବା ରାଜାଙ୍କର ମୁଖ୍ୟ କର୍ତ୍ତବ୍ୟରୂପେ ପରିଗଣିତ ହେଉଥିଲା ।
  • ସଭା ଓ ସମିତିର ସ୍ଥିତି – ରାଜାମାନଙ୍କର ଶକ୍ତି ବୃଦ୍ଧି ସଙ୍ଗେ ସଙ୍ଗେ ବୈଦିକ ଯୁଗର ସଭା ଓ ସମିତିଗୁଡ଼ିକର କ୍ଷମତା ହ୍ରାସ ପାଇଥଲା । ତଥାପି ରାଜାମାନେ ସ୍ଵେଚ୍ଛାଚାରୀ ହେବାକୁ ସମର୍ଥ ହେଉନଥିଲେ । ଆର୍ଯ୍ୟ ରାଜନୀତିର ପରମ୍ପରା ଅନୁଯାୟୀ ସେମାନେ ରାଜକର୍ମକୁ ଧର୍ମରୂପେ ବିବେଚନା କରିଥିଲେ । ଜନସାଧାରଣଙ୍କ ଅନୁଷ୍ଠାନ ଭାବରେ ରାଜା ସଭା ଓ ସମିତିକୁ ସହାୟକ ଅନୁଷ୍ଠାନରୂପେ ସ୍ଵୀକାର କରିଥିଲେ ଏବଂ ସେମାନଙ୍କର ପରାମର୍ଶ ଗ୍ରହଣ କରୁଥିଲେ । ଏହି ସମୟରେ ସଭା ସମ୍ପୂର୍ଣ୍ଣରୂପେ ତା’ର ଅସ୍ତିତ୍ଵ ହରାଇ ବସିଥିଲା ।
  • ଦଣ୍ଡ ବ୍ୟବସ୍ଥା – ପରବର୍ତ୍ତୀ ବୈଦିକ ଯୁଗରେ ଦଣ୍ଡବିଧାନ ବ୍ୟବସ୍ଥା ଅତୀବ କଠୋର ହୋଇପଡ଼ିଥିଲା । ଜମିଜମା ସଂକ୍ରାନ୍ତୀୟ ବ୍ୟବସ୍ଥା ନୀତି ବିଧବଦ୍ଧ ଭାବରେ ପ୍ରଣୟନ କରାଯାଇଥିଲା । ପିତାଙ୍କର ମୃତ୍ୟୁ ପରେ ଜ୍ୟେଷ୍ଠପୁତ୍ର ସମ୍ପତ୍ତିର ଉତ୍ତରାଧିକାରୀ ହେଉଥିଲା । ନାରୀ ଏବଂ ଶୂଦ୍ରମାନଙ୍କର ସମ୍ପତ୍ତିଗତ ଅଧିକାର ପରବର୍ତ୍ତୀ ବୈଦିକ ଯୁଗରେ ନଥିଲା । ଫୌଜଦାରୀ ଅପରାଧ ପାଇଁ ଦଣ୍ଡବିଧାନ କରାଯାଉଥିଲା । ଗ୍ରାମର ଅପରାଧଗୁଡ଼ିକ ସଭା ସମାଧାନ କରୁଥିଲା । ମାତ୍ର ଡକାୟତି ଏବଂ ଲୁଣ୍ଠନ ଆଦି କ୍ଷେତ୍ରରେ ଅପରାଧୀକୁ ରାଜା ଅଙ୍ଗ ଛେଦନ ଭଳି କଠୋର ଦଣ୍ଡରେ ଦଣ୍ଡିତ କରୁଥିଲେ ।
    ଉପରୋକ୍ତ ଆଲୋଚନାରୁ ସ୍ପଷ୍ଟ ପ୍ରତୀୟମାନ ହୋଇଥାଏ ଯେ, ପରବର୍ତ୍ତୀ ବୈଦିକ ଯୁଗର ରାଜନୈତିକ ସଙ୍ଗଠନ ବଳିଷ୍ଠ ଓ ସମୟ ଉପଯୋଗୀ ଥିଲା ।

୭ | ପରବର୍ତୀ ବୈଦିକ ଯୁଗର ଅର୍ଥନୈତିକ ଅବସ୍ଥା ସମ୍ପର୍କରେ ଲେଖ ।
Answer:
ପରବର୍ତ୍ତୀ ବୈଦିକ ଯୁଗରେ ଆର୍ଯ୍ୟମାନଙ୍କର ଅର୍ଥନୈତିକ କାର୍ଯ୍ୟକଳାପ ପୂର୍ବାପେକ୍ଷା ଅଧିକତର ବ୍ୟାପକ ହୋଇଥିଲା । ଏହି ସମୟର ଅର୍ଥନୈତିକ ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଥିଲା ।

  • କୃଷି – ପରବର୍ତ୍ତୀ ବୈଦିକ ଯୁଗରେ କୃଷିକ୍ଷେତ୍ରରେ ବହୁ ଉନ୍ନତି ସାଧୁତ ହୋଇଥିଲା । ଆର୍ଯ୍ୟମାନେ ବିଭିନ୍ନପ୍ରକାର ଶସ୍ୟ ଚାଷ କରୁଥିଲେ । ଧାନ, ଗହମ, ଯବ ଏବଂ ତୈଳବୀଜ ଆଦି ବହୁପରିମାଣରେ ଚାଷ ହେବାକୁ ଲାଗିଲା । ଉର୍ବରତା ବଢ଼ାଇବାପାଇଁ ସେମାନେ ଜମିରେ ଖତ ଓ ସାର ପ୍ରୟୋଗ କରୁଥିଲେ । ଚାଷକାର୍ଯ୍ୟରେ ସେମାନେ ବଳଦ, ମହିଷି ଆଦିକୁ ବ୍ୟବହାର କରୁଥିଲେ ।
  • ଶିଳ୍ପ – ପରବର୍ତ୍ତୀ ବୈଦିକ ଯୁଗରେ ନୂତନ ଶିଳ୍ପମାନ ଗଢ଼ିଉଠିବା ସଙ୍ଗେ ସଙ୍ଗେ ନୂତନ କର୍ମପ୍ରତି ଲୋକମାନେ ଆଗ୍ରହ ପ୍ରକାଶ କରିଥିଲେ । ସେମାନଙ୍କ ମଧ୍ୟରେ ବୁଣାକାର, ସ୍ଵର୍ଣ୍ଣକାର, ବାରିକ, ରଜକ, ଗୃହ ନିର୍ମାତା, ମାଂସ ବିକ୍ରୟକାରୀ, ଚର୍ମକାର, ବଣିକ, ଲୌହକାର, କୁମ୍ଭକାର ଆଦି ଥିଲେ ଅନ୍ୟତମ । ଏହି ସମୟରେ ସମାଜରେ ବୟନ ଶିଳ୍ପର ବିଶେଷ ଉନ୍ନତି ଘଟିଥିଲା । କୃଷିଭିତ୍ତିକ ସମାଜରେ ଧାତୁନିର୍ମିତ ବସ୍ତୁର ଆବଶ୍ୟକତା ବିଶେଷଭାବେ ବୃଦ୍ଧି ପାଇଥିଲା । ସ୍ଵର୍ଣ୍ଣ, ଲୌହ ସହିତ ରୌପ୍ୟ, ତାମ୍ର, ସୀସା ଓ ବ୍ରୋଞ୍ଜନିର୍ମିତ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରାଯାଇଥିଲା ।

CHSE Odisha Class 12 History Chapter 2(b) Long Answer Questions in Odia Medium

  • ପଶୁପାଳନ – କୃଷି କାର୍ଯ୍ୟ ସହିତ ପଶୁପାଳନ ମଧ୍ଯ ଆର୍ଯ୍ୟମାନଙ୍କର ଅନ୍ୟତମ ଜୀବିକା ଥିଲା । ଗାଈ, ମେଣ୍ଢା, ଛେଳି, ଓଟ, ବଳଦ, କୁକୁର ପ୍ରଭୃତି ଗୃହପାଳିତ ପଶୁ ମଧ୍ୟରେ ପ୍ରଧାନ ଥିଲେ । ନୂତନ ଚାରଣଭୂମି ଓ କୃଷିକ୍ଷେତ୍ର ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଆର୍ଯ୍ୟମାନେ ଜଙ୍ଗଲ ନଷ୍ଟ କରୁଥିଲେ । ଜନସଂଖ୍ୟା ବୃଦ୍ଧି ଫଳରେ ସମାଜର ଅର୍ଥନୈତିକ ଆଭିମୁଖ୍ୟ ବୃଦ୍ଧି ପାଇଥିଲା ।
  • ବିନିମୟ ବ୍ୟବସ୍ଥା – ପରବର୍ତ୍ତୀ ବୈଦିକ ଯୁଗରେ ବିନିମୟ ବ୍ୟବସ୍ଥାର ଉନ୍ନତି ଘଟିଥିଲା । ‘ନିଷ୍କ’ ସହିତ ମଧ୍ୟ ସେ ସମୟରେ ‘ଶତମାଣ’ ଏବଂ ‘କୃଷକ’ ନାମକ ମୁଦ୍ରା ପ୍ରଚଳିତ ଥିଲା । ବାଣିଜ୍ୟ ବ୍ୟବସାୟକୁ ସୁଗମ କରିବାପାଇଁ ‘ନିଗମ’ ସୃଷ୍ଟି ହୋଇଥିଲା । ଏହି ସମ୍ପର୍କରେ ‘ଗଣ’ ଏବଂ ‘ଶ୍ରେଷ୍ଠୀନ୍’ର ବର୍ଣ୍ଣନାରୁ ଜଣାପଡ଼ିଥାଏ ।
  • ପରିବହନ — ପରବର୍ତ୍ତୀ ବୈଦିକ ଯୁଗରେ ପରିବହନ ବ୍ୟବସ୍ଥାରେ ମଧ୍ୟ ଉନ୍ନତି ଘଟିଥିଲା । ଗଧ, ଘୋଡ଼ା ବ୍ୟତୀତ ରଥ, ବିମାନ ତଥା ହସ୍ତୀକୁ ମଧ୍ୟ ପରିବହନ କାର୍ଯ୍ୟରେ ବିନିଯୋଗ କରାଯାଉଥିଲା । ଡଙ୍ଗାମାନ ନଦୀପଥରେ ଏବଂ ଜାହାଜସବୁ ସମୁଦ୍ର ପଥରେ ବାଣିଜ୍ୟ କାରବାର ପାଇଁ ଉଦ୍ଦିଷ୍ଟ ଥିଲା । ଜନସଂଖ୍ୟା ବୃଦ୍ଧି ହେତୁ ବାଣିଜ୍ୟ ବ୍ୟବସାୟରେ ମଧ୍ୟ ବୃଦ୍ଧି ଘଟିଥିଲା ।
  • କର ବ୍ୟବସ୍ଥା– ପରବର୍ତ୍ତୀ ଯୁଗରେ ରାଜାଙ୍କୁ କର ଦେବା ପ୍ରଜାମାନଙ୍କର ନୈତିକ ଦାୟିତ୍ଵ ହୋଇଥିଲା । ଉତ୍ପାଦିତ ଶସ୍ୟର ଏକଷକ୍ଷାଂଶଠାରୁ ଦଶମାଂଶ ପର୍ଯ୍ୟନ୍ତ କର ରାଜା ସଂଗ୍ରହ କରୁଥିଲେ । ବ୍ୟବସାୟୀମାନେ ମଧ୍ୟ ରାଜାଙ୍କୁ କର ଦେଉଥିଲେ । କିନ୍ତୁ ବ୍ରାହ୍ମଣମାନେ କରଦାନରୁ ମୁକ୍ତ ଥିଲେ । ସେ ସମୟରେ ଅର୍ଥ କିମ୍ବା ଦ୍ରବ୍ୟ କର ଆକାରରେ ଆଦାୟ କରୁଥିଲେ । ସେ ସମୟରେ ମୁଦ୍ରାର ପ୍ରଚଳନ ଘଟିଥିଲା ।
  • ବାଣିଜ୍ୟ ବ୍ୟବସାୟ – ପରବର୍ତ୍ତୀ ବୈଦିକ ଯୁଗର ଜନଜୀବନ କେବଳ ଗ୍ରାମମାନଙ୍କର ସୀମିତ ନରହି ସହର- ନଗରମାନଙ୍କୁ ‘ପ୍ରସାରିତ ହୋଇଥିଲା । ସହର ଓ ନଗରଗୁଡ଼ିକ ଆନ୍ତର୍ଦେଶୀୟ ବାଣିଜ୍ୟ ବ୍ୟବସାୟ ଉପରେ ନିର୍ଭର କରୁଥିଲା । ଦେଶର ଦୂରବର୍ତ୍ତୀ ସ୍ଥାନକୁ ଯାତାୟାତ ପାଇଁ ରାସ୍ତାଘାଟ, ଗାଡ଼ି ଚାଲିବାପାଇଁ ଏବଂ ଅଶ୍ଵଚାଳିତ ରଥଗୁଡ଼ିକର ଦ୍ରୁତ ଯାତ୍ରା ପାଇଁ ବିଭିନ୍ନପ୍ରକାର ରାସ୍ତା ନିର୍ମାଣ କରାଯାଇଥିଲା । ରାସ୍ତାଘାଟର ଉନ୍ନତି ପାଇଁ ବାଣିଜ୍ୟ ବ୍ୟବସାୟ ସୂଚାରୁରୂପେ ଚାଲିପାରିଥିଲା । ସେଥ୍ ସଙ୍ଗେ ସଙ୍ଗେ ନଦନଦୀରେ ନୌଚାଳନା ଗୋଟିଏ ନିୟମିତ ରୀତିରେ ପରିଣତ ହୋଇଥିଲା । ଦେଶ ମଧ୍ୟରେ ସ୍ଥଳ ଓ ଜଳପଥରେ ବାଣିଜ୍ୟ ବ୍ୟବସାୟ ବୃଦ୍ଧି ପାଉଥିବାବେଳେ ଆର୍ଯ୍ୟ ବଣିକମାନେ ବହିର୍ଦେଶମାନଙ୍କ ସହିତ ଜଳପଥରେ ଯୋଗାଯୋଗ ପାଇଁ ଉଦ୍ୟମ କରିଥିଲେ । ଏହା ଥିଲା ପରବର୍ତ୍ତୀ ବୈଦିକ ଯୁଗର ଏକ ଉଲ୍ଲେଖଯୋଗ୍ୟ ବିଶେଷତ୍ଵ । ଭାରତର ପ୍ରାକୃତିକ ପ୍ରାଚୁର୍ଯ୍ୟ ଦୃଷ୍ଟିରୁ ପରବର୍ତ୍ତୀ ବୈଦିକ ଯୁଗର ଆର୍ଯ୍ୟମାନେ ସୁଖମୟ ଜୀବନଯାପନ କରିପାରିଥିଲେ । ଏହି ସମସ୍ତ ବର୍ଣ୍ଣନାକୁ ଆଖି ଆଗରେ ରଖ୍ ମତବ୍ୟକ୍ତ କରାଯାଇପାରେ ଯେ, ପରବର୍ତ୍ତୀ ବୈଦିକ ଯୁଗରେ ଅର୍ଥନୀତି କ୍ଷେତ୍ରରେ ଦ୍ରୁତ ପ୍ରଗତି ଘଟିଥିଲା । କୃଷିକାର୍ଯ୍ୟ ବ୍ୟାପକ ହେବା ସହିତ ଆଦିବୈଦିକ ଯୁଗପରି ପରବର୍ତ୍ତୀ ବୈଦିକ ଯୁଗର ଲୋକମାନେ ପଶୁପାଳନ ମଧ୍ୟ କରୁଥିଲେ । ଜନସଂଖ୍ୟା ବୃଦ୍ଧିହେବା ସହିତ ବାଣିଜ୍ୟ ବ୍ୟବସାୟ ମଧ୍ୟ ଦ୍ରୁତ ପ୍ରସାରଲାଭ କରିଥିଲା । ଏହାଦ୍ଵାରା ଦେଶର ଅର୍ଥନୈତିକ ପ୍ରଗତି ପରିଲକ୍ଷିତ ହୋଇଥିଲା । ଏହା ପରବର୍ତ୍ତୀ ବୈଦିକ ଯୁଗର ସାମାଜିକ ଏବଂ ରାଜନୈତିକ ଜୀବନକୁ ପ୍ରଭାବିତ କରିଥିଲା ।

CHSE Odisha Class 12 History Chapter 2(b) Long Answer Questions in Odia Medium

୮। ପରବର୍ତୀ ବୈଦିକ ଯୁଗର ସାମାଜିକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କର ।
Answer:
ସମୟର ରଥ ଗଡ଼ିଚାଲିବା ସଙ୍ଗେ ସଙ୍ଗେ ଋଗ୍‌ବେଦୀୟ ସଭ୍ୟତା ପରିବର୍ତ୍ତିତ ହେବାକୁ ଲାଗିଲା । ଏହି ସମୟରେ ଆର୍ଯ୍ୟମାନେ ବିଭିନ୍ନ ଦିଗକୁ ବିସ୍ତାରିତ ହୋଇଥିଲେ । ଫଳତଃ ସେମାନଙ୍କର ଅନ୍ୟ କ୍ଷମତା ବୃଦ୍ଧି ପାଇଥିଲା ।

  • ଜାତିପ୍ରଥା – ବୈଦିକ ଆର୍ଯ୍ୟମାନେ ଯେଉଁପରି ସରଳ ଓ ନିରାଡ଼ମ୍ବର ଜୀବନଯାପନ କରୁଥିଲେ ତାହା ବେଶିଦିନ ସ୍ଥାୟୀ ହୋଇନଥିଲା । କାଳକ୍ରମେ ସମାଜର ଚତୁଃବର୍ଣ୍ଣର ଅଭ୍ୟୁଦୟ ଘଟିଲା ଏବଂ ତାହା ସମାଜର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଗଲା । ସମାଜରେ ନିର୍ଦ୍ଦିଷ୍ଟ ଚାରିଜାତି ଦେଖାଦେଇଥିଲା । ସାମାଜିକ ବର୍ଣ୍ଣ ବ୍ୟବସ୍ଥାର ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିଲେ ବ୍ରାହ୍ମଣ । ବେଦ ଅଧ୍ୟୟନ, ଦାନ, ଯଜ୍ଞାଦି କାର୍ଯ୍ୟାନୁଷ୍ଠାନ, ରାଜାଙ୍କର ଅଭିଷେକ ଆଦି ଥୁଲା ତାଙ୍କର କର୍ମଗୁଡ଼ିକ ମଧ୍ୟରେ ଅନ୍ୟତମ । ସମାଜର ଦ୍ଵିତୀୟ ସ୍ତରରେ ରହିଥିଲେ କ୍ଷତ୍ରିୟ । ରାଜ୍ୟଜୟ, ଯୁଦ୍ଧ, ରାଜ୍ୟରକ୍ଷା, ପ୍ରଜାପାଳନ ଆଦି ସେମାନଙ୍କର କାର୍ଯ୍ୟ ଥୁଲା । ସମାଜର ତୃତୀୟ ଶ୍ରେଣୀଭୁକ୍ତ ହୋଇଥିଲେ ବୈଶ୍ୟମାନେ । ସେମାନେ କୃଷି, ଗୋପାଳନ, ବାଣିଜ୍ୟ ଏବଂ ବ୍ୟବସାୟାଦି କର୍ମ ସମ୍ପାଦନ କରୁଥିଲେ । ସମାଜରେ ଶେଷ ଜାତିରୂପେ ପରିଚିତ ଥିଲା ଶୂଦ୍ର । ଉପରବର୍ଣ୍ଣିତ ତିନି ଜାତିର ନାନାବିଧ ସେବାରେ ସେମାନେ ନିଜକୁ ନିୟୋଜିତ କରୁଥିଲେ । ଏହି ଜାତିପ୍ରଥା କାଳକ୍ରମେ ବଂଶାନୁକ୍ରମିକ ହୋଇଗଲା ।
  • ବର୍ଣ୍ଣାଶ୍ରମ ଧର୍ମ – ଅପରପକ୍ଷେ ସାମାଜିକ ଜୀବନକୁ ଶୃଙ୍ଖଳିତ କରିବାପାଇଁ ଚାରି ଆଶ୍ରମ ସୃଷ୍ଟି ହୋଇଥିଲା । ଏହି ଚାରି ଆଶ୍ରମ ଥିଲା- ବ୍ରହ୍ମଚର୍ଯ୍ୟ, ଗାର୍ହସ୍ଥ୍ୟ, ବାନପ୍ରସ୍ଥ ଓ ସନ୍ୟାସ । ବ୍ରହ୍ମଚର୍ଯ୍ୟ ପାଳନ ଅବସ୍ଥାରେ ଛାତ୍ରମାନେ ଗୁରୁକୁଳରେ ରହି ବିଦ୍ୟା ଅଧ୍ୟୟନ ସହିତ ବ୍ରହ୍ମଚର୍ଯ୍ୟ ପାଳନ କରୁଥିଲେ । ବିଦ୍ୟାଲାଭ ପରେ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେଉଥିଲା ଏବଂ ଗୁରୁଙ୍କର ଅନୁମତି ନେଇ ଛାତ୍ରମାନେ ନିଜ ନିଜ ଗୃହକୁ ଫେରୁଥିଲେ । ବିଦ୍ୟା ଶିକ୍ଷାଲାଭ ପରେ ସେମାନେ ଗାର୍ହସ୍ଥ୍ୟ ଜୀବନ ଆରମ୍ଭ କରୁଥିଲେ । ଗୃହସ୍ଥ ହିସାବରେ ପିଲାମାନଙ୍କ ପ୍ରତି କର୍ତ୍ତବ୍ୟ ସମ୍ପାଦନ କରିସାରିବା ପରେ ଜୀବନର ତୃତୀୟ ପ୍ରସ୍ଥ ଆରମ୍ଭ ହେଉଥିଲା । ଏହି ଅବସ୍ଥା ବାନପ୍ରସ୍ଥ ନାମରେ ପରିଚିତ । ବାନପ୍ରସ୍ଥ କାଳରେ ମଣିଷ ଗୃହତ୍ୟାଗ କରି ସାଂସାରିକ ମୋହଜାଲରୁ ଅବ୍ୟାହତ ନେଇ ଜଙ୍ଗଲରେ ତପସ୍ୟାଚରଣ ପୂର୍ବକ ଫଳମୂଳ ଆଦି ସଂଗ୍ରହ କରି ଈଶ୍ଵର ଆରାଧନାରେ ସମୟ ଅତିବାହତି କରୁଥିଲେ । ଜୀବନର ଶେଷ ଆଶ୍ରମ ଥିଲା ସନ୍ୟାସ । ଗଭୀର ଭଗବତ୍ ପ୍ରେମରେ ନିମଜ୍ଜିତ ହୋଇ କଠୋର ତପସ୍ୟା ଏବଂ ଉପବାସାଦିରେ ମଣିଷ ସମୟ ଅତିବାହିତ କରୁଥିଲେ । ପରଲୋକରେ ହିତ ପାଇଁ ସେମାନେ ତପସ୍ୟାରତ ରହୁଥିଲେ ।

CHSE Odisha Class 12 History Chapter 2(b) Long Answer Questions in Odia Medium

  • ଶିକ୍ଷା- ପରବର୍ତୀ ବୈଦିକ ଯୁଗରେ ଶିକ୍ଷାର ଆଦର ଥିଲା । ବାଲ୍ୟକାଳରୁ ସନ୍ତାନର ମାନସିକ ଓ ବୌଦ୍ଧିକ ବିକାଶପାଇଁ ପିତାମାତା ଯନ୍ତ୍ରଶୀଳ ଥିଲେ । ଉପନୟନ ପରେ ପିଲାମାନେ ଗୁରୁ ଆଶ୍ରମରେ ରହି ବିଦ୍ୟାଶିକ୍ଷା କରୁଥିଲେ । ଗୁରୁସେବା ସହିତ ବିଦ୍ୟା ଶିକ୍ଷା କରିବା ଏକ ଆଦର୍ଶ ଥିଲା । ବେଦାଧ୍ୟୟନ, ବ୍ୟାକରଣ, ପୁରାଣ, ତର୍କଶାସ୍ତ୍ର ଆଦି ପାଠ୍ୟକ୍ରମର ଅନ୍ତର୍ଭୁକ୍ତ ଥିଲା । ସେମାନେ ଶାସ୍ତ୍ରରେ ଜ୍ଞାନଲାଭ କରିବା ସହିତ ବୈଷୟିକ ଶିକ୍ଷା; ଯଥା – ଗୋପାଳନ, କୃଷିକର୍ମ, ଦ୍ରବ୍ୟନିର୍ବାଣ, ଔଷଧ ପ୍ରସ୍ତୁତି ଆଦି ବିଷୟରେ ଶିକ୍ଷାଲାଭ କରୁଥିଲେ ।
  • ନାରୀର ସ୍ଥାନ— ପରବର୍ତ୍ତୀ ବୈଦିକ ଯୁଗରେ ନାରୀମାନେ ସମାଜରେ ସେମାନଙ୍କର ପଦମର୍ଯ୍ୟାଦା ହରାଇ ବସିଥିଲେ । ନାରୀମାନଙ୍କୁ ଶୂଦ୍ର ସହିତ ତୁଳନା କରାଯାଇଥିଲା । ସେମାନେ ରାଜନୈତିକ, ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କ୍ଷେତ୍ରରେ ପୁରୁଷମାନଙ୍କ ସହ ଭାଗ ନେଇପାରୁ ନଥିଲେ । ସେମାନେ ପୁରୁଷମାନଙ୍କ ସହିତ ସମିତିରେ ଯୋଗଦାନ କରିବାର ଅଧିକାରରୁ ବଞ୍ଚିତ ହୋଇଥିଲେ । ସେମାନଙ୍କର ପିତା ବା ସ୍ଵାମୀର ସମ୍ପଭି ଉପରେ କୌଣସି ଅଧିକାର ନଥିଲା । ବିନା ଦ୍ଵିଧାରେ ସେମାନେ ପୁରୁଷର ପ୍ରାଧାନ୍ୟକୁ ମାନିନେଇଥିଲେ । ପିତାଙ୍କ ଇଚ୍ଛାନୁସାରେ କନ୍ୟାର ବିବାହ ସମ୍ପନ୍ନ ହେଉଥିଲା । ସମାଜରେ ବାଲ୍ୟବିବାହ ଏବଂ ଯୌତୁକ ଆଦି କଳଙ୍କିତ ପ୍ରଥା ବିସ୍ତାର ଲାଭ କରିଥିଲା । ଉପରୋକ୍ତ ଆଲୋଚନାରୁ ଜଣାପଡ଼ିଥାଏ ଯେ, ପରବର୍ତ୍ତୀ ବୈଦିକ ଯୁଗରେ ସମାଜ ବହୁ ଜଟିଳ ପରିସ୍ଥିତି ଦେଇ ଗତି କରିଥିଲା । ଜାତିପ୍ରଥା, ବାଲ୍ୟବିବାହ, ଯୌତୁକ ଆଦି ବହୁ କଳଙ୍କିତ ପ୍ରଥା ସମାଜରେ ପ୍ରବେଶ କରିଥିଲା । ନାରୀ ସ୍ଵାଧୀନତା ବହୁଭାବରେ କ୍ଷୁଣ୍ଣ ହୋଇଥିଲା । ଜାତିପ୍ରଥା ପରବର୍ତ୍ତୀ ବୈଦିକ ସମାଜକୁ ଜଟିଳ କରିଦେଇଥିଲା ।

୯ । ପରବର୍ତୀ ବୈଦିକ ଯୁଗର ଧର୍ମ ବ୍ୟବସ୍ଥା ସମ୍ପର୍କରେ ଯାହା ଜାଣ ଲେଖ ।
Answer:
ପରବର୍ତ୍ତୀ ବୈଦିକ ଯୁଗରେ ଆର୍ଯ୍ୟମାନଙ୍କର ଧାର୍ମିକ ଜୀବନରେ ବହୁ ପରିବର୍ତ୍ତନ ଦୃଷ୍ଟିଗୋଚର ହୋଇଥିଲା । ଆଦିବୈଦିକ ଯୁଗର ଆର୍ଯ୍ୟମାନେ ପାଳନ କରୁଥିବା ସରଳ ତଥା ନିରାଡ଼ମ୍ବର ଧର୍ମ ଜଟିଳତାରେ ଛନ୍ଦି ହୋଇଥିଲା । କର୍ମକାଣ୍ଡର ପ୍ରାଧାନ୍ୟ ସହ ଯାଗଯଜ୍ଞାଦି ଅନୁଷ୍ଠାନ ପାଇଁ ବ୍ୟୟ ବୃଦ୍ଧି ପାଇବା ସହିତ ବହୁ ନୂତନ ଦେବଦେବୀର ଆରାଧନା କରାଗଲା । ଏହିପରି ଭାବରେ ବହୁ ପରିବର୍ତ୍ତନର ସ୍ଵାକ୍ଷର ବହନ କରିଥିଲା ପରବର୍ତ୍ତୀ ବୈଦିକ ଯୁଗର ଧାର୍ମିକ ଜୀବନ ।

  • ନୂତନ ଦେବଦେବୀ ପୂଜାର ପ୍ରଚଳନ – ଧର୍ମ ଓ ଆଧ୍ୟାତ୍ମିକ ଅନୁଚିନ୍ତା ଆର୍ଯ୍ୟ ଜୀବନର ଏକ ମୁଖ୍ୟଧାରା ଥିଲା । ଋଗ୍‌ବେଦୀୟ ଧର୍ମରେ କାଳକ୍ରମେ କେତେକ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଥିଲା । ବୈଦିକ ଯୁଗର ସହଜ ଓ ନିରାଡ଼ମ୍ବର ଧର୍ମ କ୍ରମଶଃ ଜଟିଳତାର ଆବରଣରେ ଆଚ୍ଛାଦିତ ହୋଇଥିଲା । ପ୍ରକୃତିର ରୂପ ସହିତ ଦେବଦେବୀଙ୍କୁ ସମ୍ପୃକ୍ତ କରି ଧର୍ମଧାରଣା ଗଢ଼ିଉଠିଥିଲା । ଏହି ସମୟରେ ବହୁ ନୂତନ ଦେବଦେବୀଙ୍କର ଆବିର୍ଭାବ ଘଟିଲା । ଆଦିବୈଦିକ ଯୁଗରେ ପୂଜା ପାଉଥ‌ିବା ଇନ୍ଦ୍ର, ବରୁଣ, ଅଗ୍ନି, ଉଷା, ସରସ୍ଵତୀ, ମରୁତ ଆଦି ଦେବଦେବୀଙ୍କର ପୂଜାପ୍ରତି ଜନସାଧାରଣଙ୍କର ଆଗ୍ରହ କମି ଯାଇଥିଲା । ସେମାନେ ନୂତନ ଦେବଦେବୀଙ୍କୁ ପୂଜା କରିବାପାଇଁ ପ୍ରୟାସୀ ହୋଇଉଠିଲେ । ବ୍ରହ୍ମା, ବିଷ୍ଣୁ ଓ ମହେଶ୍ଵରଙ୍କ ପୂଜା ବିଶେଷଭାବରେ ପ୍ରସାରଲାଭ କରିଥିଲା । ବ୍ରହ୍ମା ସୃଷ୍ଟିକର୍ତ୍ତା, ବିଷ୍ଣୁ ପାଳନକର୍ତ୍ତା ଏବଂ ମହେଶ୍ଵର ଧ୍ଵଂସକର୍ତ୍ତା ରୂପେ ପୂଜିତ ହେବାକୁ ଲାଗିଲେ । ଏଥୁସହିତ ମଧ୍ୟ ଗଣେଶ, କାର୍ତ୍ତିକ, ପାର୍ବତୀ, ଲକ୍ଷ୍ମୀ, ଦୁର୍ଗା, କାଳୀ ଏବଂ ସରସ୍ଵତୀ ଆଦି ପୂଜା ପାଇବାକୁ ଲାଗିଲେ । କେବଳ ସେତିକି ନୁହେଁ- ଗନ୍ଧର୍ବ, ଅପ୍‌ସରା, ନାଗ, ବିଦ୍ୟାଧର ଆଦି ଉପଦେବତାଙ୍କୁ ମଧ୍ୟ ସେହି ସମୟରେ ପୂଜା କରାଯାଉଥିଲା । ଅବତାରବାଦ ପୂଜା ସମାଜରେ ଆଦର ଲାଭ କରିଥିଲା ।

CHSE Odisha Class 12 History Chapter 2(b) Long Answer Questions in Odia Medium

  • ପୂଜାପଦ୍ଧତି – ଏହି ସମୟରେ ପୂଜାପଦ୍ଧତିରେ ମଧ୍ୟ ପରିବର୍ତ୍ତନ ଘଟିଥିଲା । ଆଦିବୈଦିକ ଯୁଗରେ ଥିବା ସରଳ ନିରାଡ଼ମ୍ବର ପୂଜାପଦ୍ଧତିରେ ବ୍ୟାପକ ସମ୍ପ୍ରସାରଣ ଘଟିବା ସହିତ ଅନେକ ନୂତନତା ଏଥ‌ିରେ ପ୍ରବେଶ କରିଥିଲା । ରଗ୍‌ବୈଦିକ ଯୁଗରେ ଯଜ୍ଞ ଆଦି କର୍ମ ଗୃହସ୍ଥଙ୍କଦ୍ୱାରା ସମ୍ପନ୍ନ ହେଉଥ‌ିବାବେଳେ ପରବର୍ତ୍ତୀ ବୈଦିକ ଯୁଗରେ ତାହା ସମ୍ଭବ ହେଲାନାହିଁ । ଯଜ୍ଞ କେବଳ ବ୍ରାହ୍ମଣମାନଙ୍କର ଏକଚାଟିଆ ଅସ୍ଵୀକାର ହୋଇ ରହିଲା ।
  • ବ୍ରାହ୍ମଣମାନଙ୍କର ପ୍ରାଧାନ୍ୟ – ପରବର୍ତ୍ତୀ ବୈଦିକ ଯୁଗରେ ବ୍ରାହ୍ମଣମାନଙ୍କର ପ୍ରାଧାନ୍ୟ ବୃଦ୍ଧି ପାଇଥିଲା । ସେମାନେ ଯଜ୍ଞକାର୍ଯ୍ୟ ସମ୍ପନ୍ନ କରିବା ନିମିତ୍ତ ଅପରିହାର୍ଯ୍ୟ ହୋଇପଡ଼ିଲେ । ବିଭିନ୍ନ ପ୍ରକାର ଯଜ୍ଞର ଆୟୋଜନ କରିବାକୁ ସେମାନେ ଲୋକମାନଙ୍କୁ ଉପଦେଶ ପ୍ରଦାନ କରୁଥିଲେ । ଏହା ବ୍ୟୟବହୁଳ ଥିଲା ଏବଂ ଏଥ‌ିପାଇଁ ସେମାନେ ପ୍ରଚୁର ଅର୍ଥ ରୋଜଗାର କରୁଥିଲେ । ବ୍ରାହ୍ମଣମାନେହିଁ ଧର୍ମ କ୍ଷେତ୍ରରେ ଅନ୍ଧବିଶ୍ଵାସ ଓ କୁସଂସ୍କାର ଭରିଥିଲେ ।
  • ନୈତିକତା ଏବଂ କର୍ତ୍ତବ୍ୟ – ପରବର୍ତ୍ତୀ ବୈଦିକ ଯୁଗରେ ନୈତିକତା ଏବଂ ଧାର୍ମିକ କର୍ତ୍ତବ୍ୟ ଉପରେ ଗୁରୁତ୍ୱାରୋପ କରାଯାଉଥିଲା । ମଣିଷ କେତେଗୁଡ଼ିଏ ଋଣ ସହିତ ଜନ୍ମଲାଭ କରିଥାଏ ବୋଲି ବ୍ରାହ୍ମଣମାନେ ପ୍ରଚାର କରୁଥିଲେ । ଏହି ଋଣଗୁଡ଼ିକ ପରିଶୋଧ କରିବା ଥିଲା ମଣିଷର ନୈତିକ କର୍ଭବ୍ୟ । ଏହି ଋଣଗୁଡ଼ିକ ମଧ୍ୟରେ ‘ଦେବଋଣ’, ‘ଋଷିଋଣ’ ଏବଂ ପିତୃଋଣ ଥୁଲା ଅନ୍ୟତମ । ଦେବତାମାନଙ୍କୁ ତୁଷ୍ଟ କରିବାପାଇଁ ‘ଯଜ୍ଞ’, ଋଷିମାନଙ୍କୁ ସନ୍ତୁଷ୍ଟ କରିବାପାଇଁ ‘ତର୍ପଣ’ ଏବଂ ପିତୃପୁରୁଷ ଶାନ୍ତ କରିବାପାଇଁ ‘ଶ୍ରାଦ୍ଧ’ ଆଦି କରିବାକୁ ବ୍ରାହ୍ମଣମାନେ ଲୋକମାନଙ୍କୁ ପ୍ରବର୍ତାଉଥିଲେ ।
  • କର୍ମବାଦ – ପରବର୍ତ୍ତୀ ବୈଦିକ ଯୁଗରେ ମଧ୍ଯ କର୍ମବାଦ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ପୁରୋହିତମାନେ ବସ୍ତୁତଃ କର୍ମକାଣ୍ଡ ପଦ୍ଧତି ଉପରେ ଗୁରୁତ୍ୱାରୋପ କରିବାବେଳେ ଦାର୍ଶନିକମାନେ କର୍ମବାଦର ଅବତାରଣା କରି ମୋକ୍ଷ ପାଇଁ ପଥ ଆବିଷ୍କାର କରିଥିଲେ । ମୃତ୍ୟୁ ପରେ ମଣିଷର ‘ଆତ୍ମା’ ମରଶରୀର ତ୍ୟାଗ କରି ବ୍ରହ୍ମ ବା ପରମାତ୍ମାଙ୍କ ସହିତ ମିଶିଥାଏ ।
  • ଦାର୍ଶନିକ ତତ୍ତ୍ଵ – ଋଗ୍‌ଦିକ ଯୁଗର ସରଳ ଧର୍ମବିଶ୍ଵାସ ପରବର୍ତୀ ବୈଦିକ ଯୁଗରେ କେବଳ ଯେ ଜଟିଳ ହୋଇପଡ଼ିଥିଲା ତାହା ନୁହେଁ, ଏଥ‌ିରେ ବହୁ ଦାର୍ଶନିକ ତତ୍ତ୍ଵର ସମ୍ମିଶ୍ରଣ ଘଟିଥିଲା । ‘ଆତ୍ମା ଏବଂ ପରମାତ୍ମା’ ସମ୍ପର୍କରେ ଜିଜ୍ଞାସା, ମଣିଷର କର୍ମର ବିଶ୍ଳେଷଣ, ମୋକ୍ଷ ଆଦି ବିଷୟରେ ବହୁ ଚର୍ଚ୍ଚା ଘଟିଥିଲା । ଏହା ଧର୍ମକୁ ଜଟିଳରୁ ଜଟିଳତର କରିଦେଇଥିଲା ।
  • ବିଭିନ୍ନ କୁସଂସ୍କାର – ପରବର୍ତ୍ତୀ ବୈଦିକ ଯୁଗରେ ବିଭିନ୍ନ କୁସଂସ୍କାର ସମାଜରେ ପ୍ରଚଳିତ ଥିଲା । ଲୋକମାନେ ଭୂତ, ପ୍ରେତ, ଗୁଣି ଏବଂ ଗାରେଡ଼ିରେ ବିଶ୍ଵାସ କରୁଥିଲେ । କୁହୁକ ଏବଂ ବଶୀକରଣ ଆଦି ବିଦ୍ୟା ସମାଜରେ ବହୁଳଭାବରେ ଆଦୃତିଲାଭ କରିଥିଲା । ବାସ୍ତବିକ ବ୍ରାହ୍ମଣମାନଙ୍କର ପ୍ରାଧାନ୍ୟ ପରବର୍ତ୍ତୀ ବୈଦିକ ଯୁଗରେ ସମାଜରେ କାୟାବିସ୍ତାର କରିଥିଲା ।

Leave a Comment