CHSE Odisha Class 12 History Chapter 6 Objective Questions in Odia Medium

Odisha State Board CHSE Odisha Class 12 History Solutions Chapter 6 ଗୁପ୍ତଯୁଗର ସାଂସ୍କୃତିକ ବିକାଶ Objective Questions.

CHSE Odisha 12th Class History Chapter 6 Objective Questions in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧ । କେଉଁ ଯୁଗକୁ ପ୍ରାଚୀନ ଭାରତ ଇତିହାସର ସୁବର୍ଣ୍ଣଯୁଗ ଭାବେ ବର୍ଣ୍ଣନା କରାଯାଇଛି ?
(କ) ମୌର୍ଯ୍ୟଯୁଗ
(ଖ) ଗୁପ୍ତଯୁଗ
(ଗ) କୁଶାଣ ବଂଶର ରାଜତ୍ଵ
(ଘ) ଦାସବଂଶର ଶାସନ
Answer:
(ଖ) ଗୁପ୍ତଯୁଗ

୨ । ‘କିରାତାର୍ଜୁନୀୟମ୍’ର ରଚୟିତା କିଏ ?
(କ) ଭାରବୀ
(ଖ) ବୀରସେନ
(ଗ) କାଳିଦାସ
(ଘ) ବିଶାଖାଦତ୍ତ
Answer:
(କ) ଭାରବୀ

୩ । ‘ପଦ୍ୟ ଚୂଡ଼ାମଣିର’ ରଚୟିତା କିଏ ?
(କ) ଭର୍ତ୍ତୃହରି
(ଖ) କାଳିଦାସ
(ଗ) ବୁଦ୍ଧଘୋଷ
(ଘ) ଭାରବୀ
Answer:
(ଗ) ବୁଦ୍ଧଘୋଷ

CHSE Odisha Class 12 History Chapter 6 Objective Questions in Odia Medium

୪ । ‘ଶୃଙ୍ଗାର ଶତକ’ର ରଚୟିତା କିଏ ?
(କ) ଭର୍ତ୍ତୃହରି
(ଖ) ବୁଦ୍ଧଘୋଷ
(ଗ) ଶୂଦ୍ରକ
(ଘ) ବିଶାଖାଦତ୍ତ
Answer:
(କ) ଭର୍ତ୍ତୃହରି

୫ । ‘ମୂଚ୍ଛକଟିକମ୍’ ନାଟକ କିଏ ରଚନା କରିଥିଲେ ?
(କ) ଶୂଦ୍ରକ
(ଖ) ଭାରବୀ
(ଗ) ଭଟ୍ଟି
(ଘ) କାଳିଦାସ
Answer:
(କ) ଶୂଦ୍ରକ

୬ । ‘ଦେବୀଚନ୍ଦ୍ରଗୁପ୍ତମ୍’ ନାଟକର ରଚୟିତା କିଏ ?
(କ) ବିଶାଖାଦତ୍ତ
(ଖ) ଶୂଦ୍ରକ
(ଗ) ଭାରବୀ
(ଘ) ଭର୍ତ୍ତୃହରି
Answer:
(କ) ବିଶାଖାଦତ୍ତ

୭ । ‘ଶକୁନ୍ତଳା’ ନାଟକର ରଚୟିତା କିଏ ?
(କ) କାଳିଦାସ
(ଖ) ଶୂଦ୍ରକ
(ଗ) ଭାରବୀ
(ଘ) ଭଟ୍ଟ
Answer:
(କ) କାଳିଦାସ

୮ । ‘ମେଘଦୂତ’ର ରଚୟିତା କିଏ ?
(କ) କାଳିଦାସ
(ଖ) ମାଘ
(ଗ) ଭଟ୍ଟ
(ଘ) ଭାରବୀ
Answer:
(କ) କାଳିଦାସ

CHSE Odisha Class 12 History Chapter 6 Objective Questions in Odia Medium

୯। ‘ଦଶକୁମାର ଚରିତ’ର ରଚୟିତା କିଏ ?
(କ) ଦଣ୍ଡୀ
(ଖ) ମାଘ
(ଗ) ଭାରବୀ
(ଘ) ଭଚ୍ଚ
Answer:
(କ) ଦଣ୍ଡୀ

୧୦। ‘ବାସବଦତ୍ତା’ର ରଚୟିତା କିଏ ?
(କ) କାଳିଦାସ
(ଖ) ସୁବନ୍ଧୁ
(ଗ) ବସୁବନ୍ଧୁ
(ଘ) ଅମରସିଂହ
Answer:
(ଖ) ସୁବନ୍ଧୁ

୧୧। ‘ଅମରକୋଷ’ର ରଚୟିତା କିଏ ?
(କ) ଅମରସିଂହ
(ଖ) କାଳିଦାସ
(ଗ) ବସୁବନ୍ଧୁ
(ଘ) ଭାରବୀ
Answer:
(ଘ) ଅମରସିଂହ

୧୨। ‘ଅଣ୍ଟାଧ୍ୟାୟୀ’ କିଏ ରଚନା କରିଥିଲେ ?
(କ) ପାଣିନି
(ଖ) ଅମରସିଂହ
(ଗ) ବାସାୟନ
(ଘ) ଭଚ୍ଚ
Answer:
(କ) ପାଣିନି

୧୩ । ‘କାମସୂତ୍ର’ର ରଚୟିତା କିଏ ?
(କ) ପାଣିନି
(ଖ) ବାସାୟନ
(ଗ) ଅମରସିଂହ
(ଘ) ଭାରବୀ
Answer:
(ଖ) ବାତ୍ସାୟନ

CHSE Odisha Class 12 History Chapter 6 Objective Questions in Odia Medium

୧୪। ‘ପଞ୍ଚସିଦ୍ଧାନ୍ତକା’, ‘ବୃହସଂହିତା’ ଓ ‘ବୃହତ୍ ଜାତକ’ ଆଦି ଜ୍ୟୋତିଷ ଶାସ୍ତ୍ରର ରଚୟିତା କିଏ ?
(କ) ବରାହମିହିର
(ଖ) କାଳିଦାସ
(ଗ) ବ୍ରହ୍ମଗୁପ୍ତ
(ଘ) ଆର୍ଯ୍ୟଭଟ୍ଟ
Answer:
(କ) ବରାହମିହିର

୧୫। ‘ବ୍ରହ୍ମସିଦ୍ଧାନ୍ତ’ ଓ ‘ଖଣ୍ଡ ଖାଦ୍ୟକ’ ଆଦି ବିଜ୍ଞାନଗ୍ରନ୍ଥର ରଚୟିତା କିଏ ?
(କ) ବରାହମିହିର
(ଖ) କାଳିଦାସ
(ଗ) ବ୍ରହ୍ମଗୁପ୍ତ
(ଘ) ଆର୍ଯ୍ୟଭଟ୍ଟ
Answer:
(ଗ) ବ୍ରହ୍ମଗୁପ୍ତ

୧୬। କିଏ ‘ହସ୍ତୟୁର୍ବେଦ’ ରଚନା କରିଥିଲେ ?
(କ) ଶାଳିହୋତ୍ର
(ଖ) ପାଲକପ୍ଯ
(ଗ) ଶୁଶ୍ରତ
(ଘ) କାଳିଦାସ
Answer:
(ଖ) ପାଲକପ୍ୟ

୧୭ । କିଏ ‘ଅଶ୍ଵଶାସ୍ତ୍ର’ ରଚନା କରିଥିଲେ ?
(କ) ପାଲକପ୍ଯ
(ଖ) ଶାଳିହୋତ୍ର
(ଗ) ଭାରବୀ
(ଘ) ବ୍ରହ୍ମଗୁପ୍ତ
Answer:
(ଖ) ଶାଳିହୋତ୍ର

୧୮। ଦିଲ୍ଲୀର ମେହେରୌଲିଠାରେ ଲୌହସ୍ତମ୍ଭ କେଉଁ ରାଜବଂଶର ରାଜତ୍ଵକାଳରେ ନିର୍ମିତ ହୋଇଥୁଲା ?
(କ) ମୌର୍ଯ୍ୟ ରାଜବଂଶ
(ଖ) ଗୁପ୍ତ ରାଜବଂଶ
(ଗ) କୁଶାଣ ରାଜବଂଶ
(ଘ) ସାତବାହନ ରାଜବଂଶ
Answer:
(ଖ) ଗୁପ୍ତ ରାଜବଂଶ

CHSE Odisha Class 12 History Chapter 6 Objective Questions in Odia Medium

୧୯। କିଏ ‘ସୂର୍ଯ୍ୟୋପରାଗ’ ଓ ‘ଚନ୍ଦ୍ରଗ୍ରହଣ’ର କାରଣ ସମ୍ପର୍କରେ ଦର୍ଶାଇଥିଲେ ?
(କ) ଆର୍ଯ୍ୟଭଟ୍ଟ
(ଖ) ବରାହମିହିର
(ଗ) କାଳିଦାସ
(ଘ) ବିଶାଖାଦତ୍ତ
Answer:
(କ) ଆର୍ଯ୍ୟଭଟ୍ଟ

୨୦ । ଅଜନ୍ତାର କେତେ ନମ୍ବର ଗୁମ୍ଫାରେ ଅଙ୍କିତ ହୋଇଛି ‘ମୁମୂର୍ଷୁ ରାଜକୁମାରୀ’ର ଚିତ୍ର ?
(କ) ୧୨ ନମ୍ବର
(ଖ) ୧୪ ନମ୍ବର
(ଗ) ୧୫ ନମ୍ବର
(ଘ) ୧୬ ନମ୍ବର
Answer:
(ଘ) ୧୬ ନମ୍ବର

୨୧। ‘ଗୌତମଙ୍କର ସଂସାର ତ୍ୟାଗ’ କରୁଥିବାର ଦୃଶ୍ୟ ଅଜନ୍ତାର କେତେ ନମ୍ବର ଗୁମ୍ଫାରେ ଅଙ୍କିତ ହୋଇଅଛି ?
(କ) ୧୬ ନମ୍ବର
(ଖ) ୧୭ ନମ୍ବର
(ଗ) ୧୮ ନମ୍ବର
(ଘ) ୧୯ ନମ୍ବର
Answer:
(ଘ) ୧୯ ନମ୍ବର

୨୨। ‘ବୋଧୂସତ୍ତ୍ଵ ଭୂମି’ ନାଟକର ରଚୟିତା କିଏ ?
(କ) ବସୁବନ୍ଧୁ
(ଖ) ଅସଙ୍ଗ
(ଗ) ବୁଦ୍ଧଉଦାସ
(ଘ) ପାଲକପ୍ୟ
Answer:
(ଖ) ଅସଙ୍ଗ

୨୩। କିଏ ନିଉଟନଙ୍କ ବହୁ ପୂର୍ବରୁ ମାଧ୍ୟାକର୍ଷଣ ଶକ୍ତି ସମ୍ପର୍କରେ ସୂଚନା ଦେଇଥିଲେ ?
(କ) ବ୍ରହ୍ମଗୁପ୍ତ
(ଖ) ଆର୍ଯ୍ୟଭଟ୍ଟ
(ଗ) ବରାହମିହିର
(ଘ) କାଳିଦାସ
Answer:
(କ) ବ୍ରହ୍ମଗୁପ୍ତ

CHSE Odisha Class 12 History Chapter 6 Objective Questions in Odia Medium

୨୪। କିଏ ଗଣିତରେ ‘ଦଶମିକ ପଦ୍ଧତି’ ଓ ‘ଶୂନ୍ୟ’ର ବ୍ୟବହାର ସମ୍ପର୍କରେ ସୂଚନା ଦେଇଥିଲେ ?
(କ) ବ୍ରହ୍ମଗୁପ୍ତ
(ଖ) ଆର୍ଯ୍ୟଭଟ୍ଟ
(ଗ) ବରାହମିହିର
(ଘ) ବିଶାଖାଦତ୍ତ
Answer:
(ଖ) ଆର୍ଯ୍ୟଭଟ୍ଟ

୨୫। ‘ସାଂଖ୍ୟକାରିକା’ର ରଚୟିତା କିଏ ?
(କ) ଈଶ୍ୱରକୃଷ୍ଣ
(ଖ) ପତଞ୍ଜଳି
(ଗ) ବାସାୟନ
(ଘ) ଜୈମିନୀ
Answer:
(କ) ଈଶ୍ଵରକୃଷ୍ଣ

୨୬। ‘ଆଠ କଥା’ କିଏ ରଚନା କରିଥିଲେ ?
(କ) ବୁଦ୍ଧଘୋଷ
(ଖ) ଦିଗ୍ନାଗ
(ଗ) ବସୁବନ୍ଧୁ
(ଘ) ଅସଙ୍ଗ
Answer:
(କ) ବୁଦ୍ଧଘୋଷ

୨୭। ‘ଋତୁସଂହାର’ର ରଚୟିତା କିଏ ?
(କ) ବିଶାଖଦତ୍ତ
(ଖ) ଶୂଦ୍ରକ
(ଗ) କାଳିଦାସ
(ଘ) ବରାହମିହିର
Answer:
(ଗ) କାଳିଦାସ

୨୮। କେଉଁ ଗୁପ୍ତ ସମ୍ରାଟ ‘କବିରାଜ’ ଉପାଧ୍ଧରେ ବିଭୂଷିତ ହୋଇଥିଲେ ?
(କ) ପ୍ରଥମ ଚନ୍ଦ୍ରଗୁପ୍ତ
(ଖ) ବିକ୍ରମାଦିତ୍ୟ
(ଗ) ସମୁଦ୍ରଗୁପ୍ତ
(ଘ) ଅଶୋକ
Answer:
(ଗ) ସମୁଦ୍ରଗୁପ୍ତ

୨୯। ଏଲୋରା ଓ ଅଜନ୍ତାର ବୌଦ୍ଧଗୁମ୍ଫା କେଉଁ ବଂଶ ରାଜାଙ୍କଦ୍ଵାରା ନିର୍ମିତ ହୋଇଥିଲା ?
(କ) ଗୁପ୍ତବଂଶ
(ଖ) ମୋଗଲ ବଂଶ
(ଗ) ଖୁଜୀ ବଂଶ
(ଘ) ତୋଗଲୋକ ବଂଶ
Answer:
(କ) ଗୁପ୍ତବଂଶ

CHSE Odisha Class 12 History Chapter 6 Objective Questions in Odia Medium

୩୦ । ଗୁପ୍ତବଂଶର କେଉଁ ରାଜା ‘ନିଜକୁ ପରମ ଭାଗବତ’ ଉପାଧ୍ଧରେ ଭୂଷିତ କରିଥିଲେ ?
(କ) ପ୍ରଥମ ଚନ୍ଦ୍ରଗୁପ୍ତ
(ଖ) ସମୁଦ୍ରଗୁପ୍ତ
(ଗ) ଦ୍ଵିତୀୟ ଚନ୍ଦ୍ରଗୁପ୍ତ
(ଘ) ବିକ୍ରମାଦିତ୍ୟ
Answer:
(ଗ) ଦ୍ଵିତୀୟ ଚନ୍ଦ୍ର ଗୁପ୍ତ

୩୧। କେଉଁ ଗୁପ୍ତରାଜାଙ୍କ ସମୟରେ ଅଶ୍ଵମେଧ ଯଜ୍ଞ ଅନୁଷ୍ଠିତ ହୋଇଥୁଲା ?
(କ) ସମୁଦ୍ରଗୁପ୍ତ
(ଖ) ପ୍ରଥମ ଚନ୍ଦ୍ରଗୁପ୍ତ
(ଗ) ଦ୍ଵିତୀୟ ଚନ୍ଦ୍ରଗୁପ୍ତ
(ଘ) ଅଶୋକ
Answer:
(କ) ସମୁଦ୍ରଗୁପ୍ତ

୩୨। ସମୁଦ୍ରଗୁପ୍ତଙ୍କ ରାଜସଭାକୁ ମଣ୍ଡନ କରିଥିବା ବୌଦ୍ଧଭିକ୍ଷୁଙ୍କ ନାମ କ’ଣ ?
(କ) ତଥାଗତ
(ଖ) ମୋଗଲିପୁରତିସ୍‌
(ଗ) ଉପଗୁପ୍ତ
(ଘ) ବସୁବନ୍ଧୁ
Answer:
(ଘ) ବସ୍ତୁବନ୍ଧୁ

୩୩ । ଗୁପ୍ତବଂଶୀୟ ରାଜା ସମୁଦ୍ରଗୁପ୍ତ ସିଂହଳର ରାଜା ମେଘବର୍ଷଙ୍କୁ କେଉଁଠାରେ ଏକ ବୌଦ୍ଧବିହାର ନିର୍ମାଣ କରିବାକୁ ଅନୁମତି ଦେଇଥିଲେ ?
(କ) ମାଳୟ
(ଖ) ଶ୍ର1ଲଙ୍କ।
(ଗ) ବ୍ରହ୍ଖଦେଶ
(ଘ) ବୁଦ୍ଧଗୟା
Answer:
(ଘ) ବୁଦ୍ଧଗୟା

୩୪। ଗୁପ୍ତ ଯୁଗରେ କେଉଁ ଜ୍ଞାନକୋଷ ରଚନା କରାଯାଇଥିଲା ?
(କ) ଶାରଳା ଭାଷାକୋଷ
(ଖ) ଅମରକୋଷ
(ଗ) ମୟୂର ଶତକ
(ଘ) କାବ୍ୟ।ଦର୍ଶ
Answer:
(ଖ) ଅମରକୋଷ

CHSE Odisha Class 12 History Chapter 6 Objective Questions in Odia Medium

୩୫। ଅଜନ୍ତାର ଦୁଇ ନମ୍ବର ଗୁମ୍ଫାରେ କାହାର ଚିତ୍ର ଅଛି ?
(କ) ମାତା ଓ ପୁତ୍ର
(ଖ) ଅପ୍ସରା
(ଗ) ବୁଦ୍ଧଙ୍କ ଜନ୍ମ
(ଘ) ଶିବ
Answer:
(ଗ) ବୁଦ୍ଧଙ୍କ ଜନ୍ମ

B. ଶୂନ୍ୟସ୍ଥାନ ପୂରଣ କର ।

୧। ଚୀନ୍ ପରିବ୍ରାଜକ _________ ଦ୍ଵିତୀୟ ଚନ୍ଦ୍ରଗୁପ୍ତଙ୍କ ରାଜତ୍ଵକାଳରେ ଭାରତ ଭ୍ରମଣ କରିଥିଲେ ।
Answer:
ଫାହିୟାନ୍

୨ । _______ ଥିଲେ ‘ଆର୍ଯ୍ୟସିଦ୍ଧାନ୍ତ’ର ରଚୟିତା ।
Answer:
ଆର୍ଯ୍ୟଭଟ୍ଟ

୩ । ଗୁପ୍ତବଂଶର ରାଜା __________ ନିଜକୁ ‘ପରମ ଭାଗବତ’ ଉପାଧ୍ଧରେ ଭୂଷିତ କରିଥିଲେ ।
Answer:
ଦ୍ଵିତୀୟ ଚନ୍ଦ୍ରଗୁପ୍ତ

୪ । “ପଦ୍ୟବୂଡ଼।ମଣି”ର ରଚୟିତା __________ ଥିଲେ ।
Answer:
ବୁଦ୍ଧଘୋଷ

୫ । ‘ପଞ୍ଚସିଦ୍ଧ।ନ୍ତିକା’ ର ରଚୟିତା _________ ଥିଲେ ।
Answer:
ବରାହମିହିର

CHSE Odisha Class 12 History Chapter 6 Objective Questions in Odia Medium

୬ । ‘ଗାଥା ସଂଗ୍ରହ’ର ରଚୟିତା ________ ଥିଲେ ।
Answer:
ବସୁବନ୍ଧୁ

୭ । ପ୍ରସିଦ୍ଧ ବୌଦ୍ଧପଣ୍ଡିତ ବସୁବନ୍ଧୁ ଗୁପ୍ତରାଜା __________ ଙ୍କ ରାଜସଭାରେ ଥିଲେ ।
Answer:
ସମୁଦ୍ରଗୁପ୍ତ

୮ । ________ ‘ମୁଚ୍ଛକଟିକମ୍’ର ରଚୟିତା ଅଟନ୍ତି ।
Answer:
ଶୂଦ୍ରକ

୯ । ‘ରଘୁବଂଶମ୍’ ର ରଚୟିତା __________ ଅଟନ୍ତି ।
Answer:
କାଳିଦାସ

୧୦। ‘ମାଳବିକାଗ୍ନିମିତ୍ରମ୍’ର ରଚୟିତା ______ ଅଟନ୍ତି ।
Answer:
କାଳିଦାସ

୧୧ । ‘ପରମାର୍ଥ ସପ୍ତତି’ର ରଚୟିତା _________ ଅଟନ୍ତି ।
Answer:
ବସୁବନ୍ଧୁ

୧୨। ‘ମହାଯାନ ସୂତ୍ରାଳଙ୍କାର’ର ରଚୟିତା ________ ଅଟନ୍ତି ।
Answer:
ଅସଙ୍ଗ

୧୩ । ‘ସାଂଖ୍ୟକାରିକା’ର ରଚୟିତା _________ ଅଟନ୍ତି ।
Answer:
ଈଶ୍ୱରକୃଷ୍ଣ

CHSE Odisha Class 12 History Chapter 6 Objective Questions in Odia Medium

୧୪ । ‘ପଦାର୍ଥ ଧର୍ମସଂଗ୍ରହ’ର ରଚୟିତା _______ ଅଟନ୍ତି ।
Answer:
ପ୍ରଶସ୍ତପଦ

୧୫। ‘ମହାଯାନ ସପରିଗ୍ରହ’ର ରଚୟିତା _______ ଅଟନ୍ତି ।
Answer:
ଅସଙ୍ଗ

୧୬। ପ୍ରମାଣଶାସ୍ତ୍ର ‘ନ୍ୟାୟପ୍ରବେଶ’ର ରଚୟିତା _________ ଅଟନ୍ତି ।
Answer:
ଦିଗନାଗ

୧୭। ‘ତତ୍ତ୍ଵଅର୍ଥଦିଗମ ସୂତ୍ର’ର ରଚୟିତା _______ ଅଟନ୍ତି ।
Answer:
ଉମାସ୍ଵାତୀ

୧୮। ‘ନ୍ୟାୟାବତାର’ ଗ୍ରନ୍ଥର ରଚୟିତା ________ ଥିଲେ ।
Answer:
ସିଦ୍ଧସେନ

୧୯। ଗୁପ୍ତାବ୍ଦ ________ ଖ୍ରୀ.ଅ.ରୁ ଆରମ୍ଭ ହୋଇଥିଲା ।
Answer:
୩୨୦

୨୦। ଦ୍ଵିତୀୟ ଚନ୍ଦ୍ରଗୁପ୍ତଙ୍କ କନ୍ୟା ________ ତାଙ୍କର ନାବାଳକ ପୁତ୍ର ପକ୍ଷରୁ ବକାଟକ ରାଜ୍ୟ ଶାସନ କରୁଥିଲେ ।
Answer:
ପ୍ରଭାବତୀ

CHSE Odisha Class 12 History Chapter 6 Objective Questions in Odia Medium

୨୧। ଉଚ୍ଚବଂଶୀୟ ପୁରୁଷ ନୀଚ ଜାତିର ସ୍ତ୍ରୀଲୋକକୁ ବିବାହ କରିବା ରୀତିକୁ __________ କୁହାଯାଉଥିଲା ।
Answer:
ଅନୁଲୋମ ବିବାହ

୨୨। ନାଳନ୍ଦା ବିଶ୍ଵବିଦ୍ୟାଳୟର ମୁଖ୍ୟ ______ ଥିଲେ ।
Answer:
ଶୀଳଭଦ୍ର

୨୩। ପାଣିନି ________ ରଚନା କରିଥିଲେ ।
Answer:
ଅଷ୍ଟାଧ୍ୟାୟୀ

୨୪। ପଦ୍ମପାଣି ଓ ଚକ୍ରପାଣିଙ୍କ ଚିତ୍ର __________ ରେ ଅଙ୍କିତ ହୋଇଥିଲା ।
Answer:
ଅଜନ୍ତାର ପ୍ରଥମ ଚିତ୍ର

୨୫। ଅଜନ୍ତାର __________ ନମ୍ବର ଗୁମ୍ଫାରେ ଅଙ୍କିତ ହୋଇଛି ମାତା ଓ ପୁତ୍ରଙ୍କର ଛବି ।
Answer:
୧୭

୨୬। ଅଜନ୍ତାର ___________ ନମ୍ବର ଗୁମ୍ଫାରେ ମୁମୂର୍ଷୁ ରାଜକୁମାରୀଙ୍କ ଚିତ୍ର ପ୍ରଦର୍ଶିତ ହୋଇଛି ।
Answer:
୧୬

୨୭। ଅଜନ୍ତାର ଚିତ୍ର _________ ହିସାବରେ ଖ୍ୟାତିଲାଭ କରିଛି ।
Answer:
ଭିଭିଚିତ୍ର

CHSE Odisha Class 12 History Chapter 6 Objective Questions in Odia Medium

୨୮। ଗୁପ୍ତଯୁଗରେ ପ୍ରସିଦ୍ଧ ନୃସିଂହ ମନ୍ଦିର _________ ଠାରେ ନିର୍ମିତ ହୋଇଥିଲା ।
Answer:
ଏରାଣା

୨୯। ଅହିଛତ୍ରର _________ ମନ୍ଦିର ଗୁପ୍ତଯୁଗର ସ୍ଥାପତ୍ୟକଳାର ଏକ ଉତ୍କୃଷ୍ଟ ନିଦର୍ଶନ ।
Answer:
ଶିବ

C. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧। କାଳିଦାସଙ୍କ ରଚିତ ନାଟକଗୁଡ଼ିକର ନାମ କ’ଣ ?
Answer:
ଅଭିଜ୍ଞାନ ଶାକୁନ୍ତଳମ୍, ମାଳବିକାଗ୍ନିମିତ୍ରମ୍ ଏବଂ ବିକ୍ରମୋର୍ବଶୀୟମ୍ ନାଟକ କାଳିଦାସ ରଚନା କରିଥିଲେ ।

୨ । ବିଶାଖାଦର କିଏ ?
Answer:
ବିଶାଖାଦତ୍ତ ହେଉଛନ୍ତି ଗୁପ୍ତଯୁଗର ଜଣେ ନାଟ୍ୟକାର ।

୩ । ‘ମୃଚ୍ଛକଟିକମ୍’ କିଏ ରଚନା କରିଥିଲେ ?
Answer:
ଶୂଦ୍ରକ ‘ମୁଚ୍ଛକଟିକମ୍’ ରଚନା କରିଥିଲେ ।

୪ । କିଏ ‘କିରାତାର୍ଜୁନୀୟମ୍’ ନାଟକ ରଚନା କରିଥିଲେ ?
Answer:
ଭାରବୀ ‘କିରାତାର୍ଜୁନୀୟମ୍’ ନାଟକ ରଚନା କରିଥିଲେ ।

CHSE Odisha Class 12 History Chapter 6 Objective Questions in Odia Medium

୫। ହରିଶେଣ କିଏ ?
Answer:
ସମୁଦ୍ରଗୁପ୍ତଙ୍କର ରାଜକବି ଓ ଆଲ୍ଲାହାବାଦ ପ୍ରଶସ୍ତିର ରଚୟିତା ଥିଲେ ହରିଶେଣ ।

୬। ‘ବୃହତ୍ ସଂହିତା’ର ରଚୟିତା କିଏ ?
Answer:
ବରାହମିହିର ‘ବୃହତ୍ ସଂହିତା’ ରଚନା କରିଥିଲେ ।

୭ । ଗୁପ୍ତଯୁଗୀୟ ଲୌହସ୍ତମ୍ଭ କେଉଁଠାରେ ଅବସ୍ଥିତ ?
Answer:
ଗୁପ୍ତଯୁଗୀୟ ଲୌହସ୍ତମ୍ଭ ଦିଲ୍ଲୀର ମେହରୌଲିଠାରେ ଅବସ୍ଥିତ ।

୮ । କେଉଁ ଗୁପ୍ତ ସମ୍ରାଟ ‘କବିରାଜ’ ଉପାଧ୍ଵରେ ଭୂଷିତ ହୋଇଥିଲେ ?
Answer:
ଗୁପ୍ତ ସମ୍ରାଟ ସମୁଦ୍ରଗୁପ୍ତ ‘କବିରାଜ’ ଉପାଧ୍ଵରେ ଭୂଷିତ ହୋଇଥିଲେ ।

୯। ‘ଶୃଙ୍ଗାର ଶତକମ୍’ କିଏ ରଚନା କରିଥିଲେ ?
Answer:
‘ଶୃଙ୍ଗାର ଶତକମ୍’ ଭର୍ତ୍ତୃହରି ରଚନା କରିଥିଲେ ।

୧୦। ଗୁପ୍ତଯୁଗର ପାର୍ବତୀ ମନ୍ଦିର କେଉଁଠାରେ ନିର୍ମିତ ହୋଇଥିଲା ?
Answer:
ନାଚନାକୁଥାରଠାରେ ଗୁପ୍ତଯୁଗର ପାର୍ବତୀ ମନ୍ଦିର ନିର୍ମିତ ହୋଇଥିଲା ।

୧୧। ବୁଦ୍ଧଘୋଷ କ’ଣ ଚରନା କରିଥିଲେ ?
Answer:
ବୁଦ୍ଧଘୋଷ ‘ଆଠ କଥା’ ରଚନା କରିଥିଲେ ।

CHSE Odisha Class 12 History Chapter 6 Objective Questions in Odia Medium

୧୨। କିଏ ନାଳନ୍ଦା ବିଶ୍ଵବିଦ୍ୟାଳୟର କୁଳପତି ଥିଲେ ?
Answer:
ଶୀଳଭଦ୍ର ନାଳନ୍ଦା ବିଶ୍ଵବିଦ୍ୟାଳୟର କୁଳପତି ଥିଲେ ।

୧୩। ଦଶମିକ ଗଣନା ଓ ଶୂନର ବ୍ୟବହାର କିଏ ବାହାର କରିଥିଲେ ?
Answer:
ଆର୍ଯ୍ୟଭଟ୍ଟ ଦଶମିକ ଗଣନା ଓ ଶୂନର ବ୍ୟବହାର ପ୍ରଥମେ ବାହାର କରିଥିଲେ ।

୧୪। ଅସଙ୍ଗ କ’ଣ ରଚନା କରିଥିଲେ ?
Answer:
ଅସଙ୍ଗ ‘ମହାଯାନ-ସୂତ୍ରାଳଙ୍କାର’ ଓ ‘ବୋଧସତ୍ତ୍ଵ ଭୂମି’ ନାମକ ଦର୍ଶନଶାସ୍ତ୍ର ରଚନା କରିଥିଲେ ।

୧୫। ‘ତର୍କଶାସ୍ତ୍ର’ କିଏ ରଚନା କରିଥିଲେ ?
Answer:
ଦିଗ୍‌ଗ ‘ତର୍କଶାସ୍ତ୍ର’ ରଚନା କରିଥିଲେ ।

୧୬। କେଉଁ ଗୁମ୍ଫାରେ ଭିଭିଚିତ୍ର ଦେଖିବାକୁ ମିଳେ ?
Answer:
ଅଜନ୍ତା ଗୁମ୍ଫାରେ ଭିଭିଚିତ୍ର ଦେଖିବାକୁ ମିଳେ ।

୧୭ । ପାଲକପ୍ୟ କିଏ ?
Answer:
ପାଲକପ୍ୟ ଥିଲେ ଗୁପ୍ତଯୁଗର ହସ୍ତୀ ବିଜ୍ଞାନୀ ।

CHSE Odisha Class 12 History Chapter 6 Objective Questions in Odia Medium

୧୮। ‘ବୃହତ୍ ଜାତକ’ କିଏ ରଚନା କରିଥିଲେ ?
Answer:
ବରାହମିହିର ବୃହତ୍ ଜାତକ ରଚନା କରିଥିଲେ ।

୧୯। ଗୁପ୍ତଯୁଗର ସର୍ବଶ୍ରେଷ୍ଠ ନାଟ୍ୟକାର କିଏ ଥିଲେ ?
Answer:
କାଳିଦାସ ଗୁପ୍ତଯୁଗର ସର୍ବଶ୍ରେଷ୍ଠ ନାଟ୍ୟକାର ଥିଲେ ।

୧୯। ଗୁପ୍ତଯୁଗର ସର୍ବଶ୍ରେଷ୍ଠ ନାଟ୍ୟକାର କିଏ ଥିଲେ ?
Answer:
କାଳିଦାସ ଗୁପ୍ତଯୁଗର ସର୍ବଶ୍ରେଷ୍ଠ ନାଟ୍ୟକାର ଥିଲେ ।

୨୦। ‘ବିକ୍ରମୋର୍ବଶୀୟମ୍’ର ରଚୟିତା କିଏ ?
Answer:
‘ବିକ୍ରମୋର୍ବଶୀୟମ୍’ର ରଚୟିତା କାଳିଦାସ ଅଟନ୍ତି ।

୨୧। କେଉଁ ଶତାବ୍ଦୀରେ ଗୁପ୍ତ ରାଜବଂଶର ଉତ୍‌ଥାନ ହୋଇଥିଲା ?
Answer:
ଖ୍ରୀଷ୍ଟୀୟ ଚତୁର୍ଥ ଶତାବ୍ଦୀର ପ୍ରାରମ୍ଭ କାଳରେ ମଗଧକୁ କେନ୍ଦ୍ରକରି ଗୁପ୍ତ ରାଜବଂଶର ଉତ୍‌ଥାନ ହୋଇଥିଲା ।

୨୨। ‘ଦୂତକାବ୍ୟ’ ନାଟକ କିଏ ରଚନା କରିଥିଲେ ?
Answer:
ଭାସ ଦୂତକାବ୍ୟ ନାଟକ ରଚନା କରିଥିଲେ ।

୨୩। ଗୁପ୍ତବଂଶର କେଉଁ ଦୁଇଜଣ ରାଜା ନିଜକୁ ମହାରାଜା ଉପାଧ୍ଵରେ ଭୂଷିତ କରିଥିଲେ ?
Answer:
ଗୁପ୍ତବଂଶର ରାଜା ଶ୍ରୀଗୁପ୍ତ ଏବଂ ଘଟୋକୁଚ ନିଜକୁ ମହାରାଜା ଉପାର୍ଶ୍ଵରେ ଭୂଷିତ କରିଥିଲେ ।

CHSE Odisha Class 12 History Chapter 6 Objective Questions in Odia Medium

୨୪। ଗୁପ୍ତଯୁଗକୁ କେଉଁ ଯୁଗ ସହିତ ତୁଳନା କରାଯାଇଛି ?
Answer:
ଗୁପ୍ତଯୁଗକୁ ଗ୍ରୀସ୍ ଦେଶର ପେରିକ୍ଲିସ୍ ଯୁଗ, ରୋମ ଦେଶର ଅଗଷ୍ଟସ୍ ଯୁଗ ଏବଂ ଇଂଲଣ୍ଡର ଏଲିଜାବେଥୀୟ ଯୁଗ ସହିତ ତୁଳନା କରାଯାଇଛି ।

୨୫। ନବରନ୍‌ଙ୍କର ନାମ ଲେଖ ।
Answer:
ନବରନ୍‌ଙ୍କ ନାମ ହେଲା – କାଳିଦାସ, ବରାହମିହିର, ଘଟକର୍ପୂର, ବରରୁଚି, ବେତାଳଭଟ୍ଟ, ଧନମ୍ଵରୀ, କ୍ଷପଣକ, ଅମରସିଂହ ଓ ଶଙ୍କୁ ।

୨୬। ଗୁପ୍ତବଂଶର କେଉଁ ରାଜା ନିଜକୁ ମହାରାଜାଧୁରାଜ ଉପାର୍ଶ୍ଵରେ ଭୂଷିତ କରାଇଥିଲେ ?
Answer:
ଗୁପ୍ତବଂଶର ତୃତୀୟ ରାଜା ପ୍ରଥମ ଚନ୍ଦ୍ରଗୁପ୍ତ ନିଜକୁ ମହାରାଜାଧ୍ଵରାଜ ଉପାର୍ଶ୍ଵରେ ଭୂଷିତ କରାଇଥିଲେ ।

୨୭। କେଉଁ ଗୁପ୍ତ ସମ୍ରାଟ ନିଜକୁ ଲିଚ୍ଛାବୀ ଦୌହିତ୍ର ବୋଲି ଆଖ୍ୟାତ କରିଥିଲେ ?
Answer:
ଗୁପ୍ତ ସମ୍ରାଟ ସମୁଦ୍ରଗୁପ୍ତ ନିଜକୁ ଲିଚ୍ଛାବୀ ଦୌହିତ୍ର ବୋଲି ଆଖ୍ୟାତ କରିଥିଲେ ।

୨୮। ସମୁଦ୍ରଗୁପ୍ତ କେଉଁ ବୌଦ୍ଧ ଦାର୍ଶନିକଙ୍କର ପୃଷ୍ଠପୋଷକ ଥିଲେ ?
Answer:
ସମୁଦ୍ରଗୁପ୍ତ ବୌଦ୍ଧ ଦାର୍ଶନିକ ବସୁବନ୍ଧୁଙ୍କର ପୃଷ୍ଠପୋଷକ ଥିଲେ ।

୨୯। ଗୁପ୍ତଯୁଗର ତିନିଜଣ ନାଟକ ରଚୟିତାଙ୍କ ନାମ ଲେଖ ।
Answer:
ଗୁପ୍ତଯୁଗର ତିନିଜଣ ପ୍ରସିଦ୍ଧ ନାଟ୍ୟକାରଙ୍କର ନାମ ହେଲା କାଳିଦାସ, ଶୂଦ୍ରକ ଓ ବିଶାଖାଦତ୍ତ ।

୩୦ । କେଉଁ ରାଜାଙ୍କ ରାଜସଭାକୁ ‘ନବରନ୍’ ଅଳଙ୍କୃତ କରିଥିଲେ ?
Answer:
ଗୁପ୍ତସମ୍ରାଟ ଦ୍ଵିତୀୟ ଚନ୍ଦ୍ରଗୁପ୍ତଙ୍କ ରାଜସଭାକୁ ନବରନୁ ଅଳଂକୃତ କରିଥିଲେ ।

CHSE Odisha Class 12 History Chapter 6 Objective Questions in Odia Medium

୩୧। ଆର୍ଯ୍ୟଭଟ୍ଟ କିଏ ?
Answer:
ଆର୍ଯ୍ୟଭଟ୍ଟ ଗୁପ୍ତଯୁଗର ପ୍ରସିଦ୍ଧ ଗଣିତଜ୍ଞ ଓ ଜ୍ୟୋତିର୍ବିଜ୍ଞାନୀ ଥିଲେ । ସେ ‘ଆର୍ଯ୍ୟ ସିଦ୍ଧାନ୍ତ’ ଓ ‘ସୂର୍ଯ୍ୟ ସିଦ୍ଧାନ୍ତ’ ନାମରେ ଦୁଇଟି ଗ୍ରନ୍ଥ ରଚନା କରିଥିଲେ ।

୩୨। ବରାହମିହିର କିଏ ?
Answer:
ଗୁପ୍ତଯୁଗର ଅନ୍ୟତମ ଖ୍ୟାତନାମା ବୈଜ୍ଞାନିକ ଥିଲେ ବରାହମିହିର ଏବଂ ସେ ବୃହତ୍ ସଂହିତା, ବୃହତ୍ ଜାତକ, ଲଘୁ ଜାତକ ଓ ପଞ୍ଚସିଦ୍ଧାନ୍ତିକା ଆଦି ଗ୍ରନ୍ଥ ରଚନା କରିଯାଇଛନ୍ତି ।

୩୩ । ଗୁପ୍ତଯୁଗର ବୌଦ୍ଧ ଲେଖକଙ୍କର ନାମ ଉଲ୍ଲେଖ କର ।
Answer:
ଗୁପ୍ତଯୁଗର ବୌଦ୍ଧ ଲେଖକମାନଙ୍କ ମଧ୍ୟରେ ବସୁବନ୍ଧୁ ଓ ଦିଗ୍‌ନାଗଙ୍କ ନାମ ଉଲ୍ଲେଖଯୋଗ୍ୟ ।

୩୪। ଗୁପ୍ତଯୁଗରେ କେଉଁ କେଉଁ ସ୍ଥାନ ପ୍ରଧାନ ଶିକ୍ଷାକେନ୍ଦ୍ର ଥିଲା ?
Answer:
ପାଟଳୀପୁତ୍ର, ବଲ୍ଲଭୀ, ଉଜ୍ଜୟିନୀ, ମଥୁରା, ବାରାଣସୀ ଓ ତକ୍ଷଶିଳା ପ୍ରଭୃତି ଗୁପ୍ତଯୁଗରେ ଶିକ୍ଷା ଓ ସଂସ୍କୃତିର କେନ୍ଦ୍ରସ୍ଥଳୀ ଥିଲା ।

D. ଭ୍ରମ ସଂଶୋଧନ କର ।

୧। ଗୁପ୍ତ ସମ୍ରାଟମାନଙ୍କ ମଧ୍ୟରୁ ପ୍ରଥମ ଚନ୍ଦ୍ରଗୁପ୍ତ ରାଜା ବିକ୍ରମାଦିତ୍ୟ ନାମରେ ପରିଚିତ ଥିଲେ ।
Answer:
ଗୁପ୍ତ ସମ୍ରାଟମାନଙ୍କ ମଧ୍ୟରୁ ଦ୍ଵିତୀୟ ଚନ୍ଦ୍ରଗୁପ୍ତ ରାଜା ବିକ୍ରମାଦିତ୍ୟ ନାମରେ ପରିଚିତ ଥିଲେ ।

୨। ଗୁପ୍ତ ସମ୍ରାଟ ଶ୍ରୀଗୁପ୍ତ ଶକାରି ଉପାଧ୍ ଧାରଣ କରିଥିଲେ ।
Answer:
ଗୁପ୍ତ ସମ୍ରାଟ ଦ୍ଵିତୀୟ ଚନ୍ଦ୍ରଗୁପ୍ତ ଶକାରି ଉପାଧ୍ ଧାରଣ କରିଥିଲେ ।

CHSE Odisha Class 12 History Chapter 6 Objective Questions in Odia Medium

୩ । ପ୍ରାଚୀନ ଭାରତରେ ମୌର୍ଯ୍ୟଯୁଗକୁ ସୁବର୍ଣ୍ଣଯୁଗ କୁହାଯାଉଥିଲା ।
Answer:
ପ୍ରାଚୀନ ଭାରତରେ ଗୁପ୍ତଯୁଗକୁ ସୁବର୍ଣ୍ଣଯୁଗ କୁହାଯାଉଥିଲା ।

୪। ‘ଗାଥା ସଂଗ୍ରହ ଓ ଅଭିଧର୍ମ କୋଷ’ ବରାହମିହିର ରଚନା କରିଥିଲେ ।
Answer:
‘ଗାଥା ସଂଗ୍ରହ ଓ ଅଭିଧର୍ମ କୋଷ’ ବୌଦ୍ଧ ଦାର୍ଶନିକ ବସ୍ତୁବନ୍ଧୁ ରଚନା କରିଥିଲେ ।

୫। ପ୍ରଥମ ଚନ୍ଦ୍ରଗୁପ୍ତ ଗୁପ୍ତ ରାଜବଂଶର ପ୍ରତିଷ୍ଠାତା ଥିଲେ ।
Answer:
ଶ୍ରୀଗୁପ୍ତ ଗୁପ୍ତ ରାଜବଂଶର ପ୍ରତିଷ୍ଠାତା ଥିଲେ ।

୬ । ଗୁପ୍ତ ସମ୍ରାଟ ପ୍ରଥମ ଚନ୍ଦ୍ରଗୁପ୍ତ ଅଶ୍ଵମେଧ ଯଜ୍ଞ ସମ୍ପାଦନ କରିଥିଲେ ।
Answer:
ଗୁପ୍ତ ସମ୍ରାଟ ସମୁଦ୍ରଗୁପ୍ତ ଅଶ୍ଵମେଧ ଯଜ୍ଞ ସମ୍ପାଦନ କରିଥିଲେ ।

୭ | ବିଶାଖାଦର ଥିଲେ ଗୁପ୍ତଯୁଗର ଜଣେ ହାସ୍ୟକବି ।
Answer:
ବିଶାଖାଦଉ ଥିଲେ ଗୁପ୍ତଯୁଗର ଜଣେ ନାଟ୍ୟକାର ।

୮ । ଗୁପ୍ତଯୁଗରେ ଭୂମରାରେ ବିଷ୍ଣୁ ମନ୍ଦିର ନିର୍ମାଣ କରାଯାଇଥିଲା ।
Answer:
ଗୁପ୍ତଯୁଗରେ ଭୂମରାରେ ଶିବ ମନ୍ଦିର ନିର୍ମାଣ କରାଯାଇଥିଲା ।

୯ । ଡିଗ ଶିବ ମନ୍ଦିର ପାଇଁ ପ୍ରସିଦ୍ଧ ଅଟେ ।
Answer:
ତିଗୱା ବିଷ୍ଣୁ ମନ୍ଦିର ପାଇଁ ପ୍ରସିଦ୍ଧ ଅଟେ ।

CHSE Odisha Class 12 History Chapter 6 Objective Questions in Odia Medium

୧୦ । ବୁଦ୍ଧଗୟାଠାରେ ନିର୍ମିତ ମନ୍ଦିରର ନାମ ବିଷ୍ଣୁ ମନ୍ଦିର ।
Answer:
ବୁଦ୍ଧଗୟାଠାରେ ନିର୍ମିତ ମନ୍ଦିରର ନାମ ମହାବୋଧ୍ୟ ଅଟେ ।

Leave a Comment