CHSE Odisha Class 12 History Chapter 9 Short & Long Answer Questions in Odia Medium

Odisha State Board CHSE Odisha Class 12 History Solutions Chapter 9 ମୋଗଲ ଯୁଗର ସଂସ୍କୃତି Short & Long Answer Questions

CHSE Odisha 12th Class History Chapter 9 Short & Long Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି | ତିନୋଟି ବାକ୍ୟରେ ଉତ୍ତର ଦିଅ ।

୧। ଆକବରଙ୍କ ଶ୍ରେଷ୍ଠ ସ୍ଥାପତ୍ୟ କୃତି କେଉଁଠାରେ ବିକଶିତ ହୋଇଥିଲା ? ସେଠାରେ ଥ‌ିବା ପ୍ରଖ୍ୟାତ ମହଲଗୁଡ଼ିକ କ’ଣ କ’ଣ ?
Answer:
ଆକବରଙ୍କର ଶ୍ରେଷ୍ଠ ସ୍ଥାପତ୍ୟ କୃତି ଫତେପୁରସିକ୍ରିଠାରେ ବିକଶିତ ହୋଇଥିଲା । ସେଠାରେ ଥିବା ପ୍ରଖ୍ୟାତ ମହଲଗୁଡ଼ିକ ହେଲା– ଦିୱାନ-ଇ-ଖାସ୍‌, ଦିୱାନ୍-ଇ-ଆମ୍ବ, ପଞ୍ଚମହଲା, ବୁଲନ୍ଦ ଦରୱାଜା, ଯୋଧାବାଈ ପ୍ରାସାଦ, ବୀରବଲ ପ୍ରାସାଦ ଓ ଜୁମା ମସଜିଦ୍ ।

୨। ସୌଧ ନିର୍ମାଣ କରିବାପାଇଁ ବାବର କେଉଁମାନଙ୍କୁ କନ୍‌ଷ୍ଟାଣ୍ଟିନୋପଲରୁ ଭାରତକୁ ଆଣିଥିଲେ ? ସେମାନଙ୍କଦ୍ୱାରା ନିର୍ମିତ ଦୁଇଟି ସୌଧର ନାମ ଲେଖ ।
Answer:
ସୌଧ ନିର୍ମାଣ କରିବାପାଇଁ ବାବର କନଷ୍ଟାଣ୍ଟିନୋପଲ୍‌ରୁ ଆଲବାନୀୟ ସ୍ଥପତି ସିନାନ୍‌ଙ୍କର ଶିଷ୍ୟମାନଙ୍କୁ ଭାରତକୁ ଆଣିଥିଲେ । ସେମାନଙ୍କଦ୍ଵାରା ପାନିପଥଠାରେ ଥିବା ଏକ ମସ୍‌ଜିଦ୍ ଓ ସମ୍ବଲର ଜୁମା ମସ୍‌ଜିଦ୍ ନିର୍ମିତ ହୋଇଥିଲା ।

୩ । କାହିଁକି ଆକବର ଧର୍ମକ୍ଷେତ୍ରରେ ଉଦାରନୀତି ଅନୁସରଣ କରିଥିଲେ ?
Answer:
ଆକବର ଭଲଭାବେ ଜାଣିଥୁଲେ ଯେ, ସଂଖ୍ୟାଗରିଷ୍ଠ ହିନ୍ଦୁମାନଙ୍କ ସାହାଯ୍ୟ ଓ ସହାନୁଭୂତି ବିନା ଭାରତରେ ମୋଗଲ ସାମ୍ରାଜ୍ୟ ସ୍ଥାୟୀ ହୋଇପାରିବ ନାହିଁ । ସେ ମଧ୍ୟ ଆବୁଲଫାଜିଲ୍, ଫାୟାଜୀ ଏବଂ ସୁଫିସନ୍ଥ ତଥା ଭକ୍ତିବାଦର ପ୍ରଚାରକଙ୍କ ଉଦାର ଧର୍ମମତଦ୍ୱାରା ପ୍ରଭାବିତ ହୋଇଥିଲେ । ଅଭିଭାବକ ବୈରାମ ଖାଁ ଏବଂ ଗୃହଶିକ୍ଷକ ଅବଦୁଲ ଲତିଫ୍ ଆକବରଙ୍କୁ ଧର୍ମସହିଷ୍ଣୁତାର ଉପକାରିତା ସମ୍ବନ୍ଧରେ ମଧ୍ଯ ଶିକ୍ଷା ପ୍ରଦାନ କରିଥିଲେ ।

୪। ଦିନ୍-ଇ-ଇଲାହୀ ଧର୍ମ କ’ଣ ?
Answer:
ଆକବର ୧୫୮୨ ଖ୍ରୀଷ୍ଟାବ୍ଦରେ ଦିନ୍-ଇ-ଇଲାହୀ ନାମରେ ଏକ ନୂତନ ଧର୍ମ ପ୍ରତିଷ୍ଠା କରିଥିଲେ । ହିନ୍ଦୁ ଧର୍ମଗ୍ରନ୍ଥ, କୋରାନ୍, ବାଇବେଲ, ଜେନ୍ଦା-ଆଭେସ୍ତା ଆଦିରୁ ସାରତତ୍ତ୍ଵ ସଂଗ୍ରହକରି ସେ ଏହି ସ୍ଵର୍ଗୀୟ ଧର୍ମ ପ୍ରତିଷ୍ଠା କରିଥିଲେ । ଏହି ଧର୍ମ ସର୍ବେଶ୍ୱରବାଦ ଉପରେ ଆଧାରିତ ଥିଲା । ଏଥିରେ ଗୂଢ଼ଜ୍ଞାନ, ତତ୍ତ୍ବ, ଦର୍ଶନ ଓ ପ୍ରକୃତି ଉପାସନାର ସଂଯୋଗ ଘଟିଥିଲା ।

୫। ଜାହାଙ୍ଗୀର କେଉଁ କେଉଁ ଚିତ୍ରଶିଳ୍ପୀମାନଙ୍କୁ ପୃଷ୍ଠପୋଷକତା ଯୋଗାଇଥିଲେ ?
Answer:
ବିରାଟର ଆଗାରେଜା ଓ ଅବୁଲ ହାସାନ୍, ସମରକନ୍ଦର ମହମ୍ମଦ ନାଦିର, ମହମ୍ମଦ ମୁରାଦ ଓ ଉସ୍ତାଦ ମନସୁର ପ୍ରଭୃତି ଚିତ୍ରଶିଳ୍ପୀମାନଙ୍କୁ ଜାହାଙ୍ଗୀର ପୃଷ୍ଠପୋଷକତା ଯୋଗାଇଥିଲେ ।

CHSE Odisha Class 12 History Chapter 9 Short & Long Answer Questions in Odia Medium

୬ । ଲାଲ୍‌କିଲ୍ଲା ସମ୍ପର୍କରେ ଲେଖ ।
Answer:
ଶାହାଜାହାନ୍ ଦିଲ୍ଲୀ ନିକଟରେ ୧୬୩୮ ଖ୍ରୀ.ଅ.ରେ ଶାହାଜାହାନବାଦ ସହର ନିର୍ମାଣ କରିଥିଲେ । ଏହି ସହରର ସେ ଗଢ଼ିଥିଲେ ପ୍ରସିଦ୍ଧ ଲାଲକିଲ୍ଲା । ଏହାର ନିର୍ମାଣ କାର୍ଯ୍ୟ ୧୬୩୯ ଖ୍ରୀ.ଅ.ରେ ଆରମ୍ଭ ହୋଇ ଦଶବର୍ଷ ପରେ ଅର୍ଥାତ୍ ୧୬୪୯ ଖ୍ରୀ.ଅ.ରେ ସମାପ୍ତ ହୋଇଥିଲା । ଏହା ମଧ୍ୟରେ ଥିବା ସୌଧଗୁଡ଼ିକ ମଧ୍ୟରୁ ମୋତି ମହଲ, ହୀରା ମହଲ, ରଙ୍ଗ ମହଲ, ଦିୱାନ୍-ଇ-ଖାସ୍ ଆଦି ଅତୀବ ମନୋରମ ।

୭ । କିଏ କେବେ ହୁମାୟୁନ୍ କବର ନିର୍ମାଣ କରିଥିଲେ ? ତାହାର ସ୍ଥପତି କିଏ ଥିଲେ ?
Answer:
ଆକବରଙ୍କ ରାଜତ୍ଵ କାଳରେ ହୁମାୟୁନ୍‌ଙ୍କ ବିଧବା ପତ୍ନୀ ହୁମାୟୁନ୍ କବର ନିର୍ମାଣ କରିଥିଲେ । ଏହାର ସ୍ଥପତି ଥିଲେ ମୀର୍ଜା ଗିୟାସ୍ ।

୮ | ଆକବରଙ୍କ ସମୟର ସ୍ଥାପତ୍ୟ ସମ୍ପର୍କରେ ଲେଖ ।
Answer:
ଆକବରଙ୍କର ସ୍ଥାପତ୍ୟ କଳାର ନିଦର୍ଶନ ହେଉଛି ଲାଲଦୁର୍ଗ । ଏହା ମଧ୍ୟରେ ଆକବର ପାଞ୍ଚଶହରୁ ଅଧିକ କକ୍ଷ ନିର୍ମାଣ କରିଥିଲେ । ଦୁର୍ଗ ମଧ୍ଯରେ ସବୁଠାରୁ ଚିତ୍ତାକର୍ଷକ ଥିଲା ଜାହାଙ୍ଗୀର ମହଲ । ଫତେପୁରସିକ୍ରିଠାରେ ସେ ଦିୱାନ-ଇ-ଖାସ୍, ଦିୱାନ-ଇ-ଆମ୍, ପଞ୍ଚମୂହଲା, ବୁଲନ୍ଦ ଦରୱାଜା, ଯୋଧବାଈ ପ୍ରାସାଦ, ବୀରବଲ ପ୍ରାସାଦ ଓ କୁମା ମସଜିଦ୍ ଆଦି ନିର୍ମାଣ କରାଇଥିଲେ । ସିକ୍ରିଠାରେ ଥ‌ିବା ଚିସ୍ତିଙ୍କ କବର ସୌନ୍ଦର୍ଯ୍ୟପୂର୍ଣ୍ଣ ଅଟ୍ଟାଳିକାମାନଙ୍କ ମଧ୍ୟରୁ ଅନ୍ୟତମ । ସିକନ୍ଦରସ୍ଥିତ ଆକବରଙ୍କ ମସଜିଦ୍ ଓ ଆଲ୍ଲାହାବାଦସ୍ଥିତ ଚାଳିଶସ୍ତମ୍ଭବିଶିଷ୍ଟ ପ୍ରାସାଦ ଅତ୍ୟନ୍ତ ମନୋମୁଗ୍‌ଧକର ।

୯ । ଇବାଦଖାନା ବିଷୟରେ ଲେଖ ।
Answer:
ସଇଦ୍ ମୁଇଉଦ୍ଦିନ ସଲିମ୍‌ଙ୍କ ସଂସ୍ପର୍ଶରେ ଆସି ୧୫୭୫ ଖ୍ରୀ.ଅ.ରେ ଆକବର ଫତେପୁରସିକ୍ରିଠାରେ ଇବାଦନା ନିର୍ମାଣ କରିଥିଲେ । ଏଠାକୁ ସେ ସବୁ ଧର୍ମର ଧର୍ମଗୁରୁମାନଙ୍କୁ ନିମନ୍ତ୍ରଣ କରି ସେମାନଙ୍କଠାରୁ ଧାର୍ମିକ ଅଭିବ୍ୟକ୍ତି ଗ୍ରହଣ କରିଥିଲେ । ସେ ଉପଲବ୍‌ କରିଥିଲେ ଯେ ପ୍ରତ୍ୟେକ ଧର୍ମର କିଛି କିଛି ମତ ଅନ୍ୟ ଧର୍ମଗୁଡ଼ିକ ସହିତ ମିଶୁଛି ଏବଂ ପ୍ରତ୍ୟେକ ଧର୍ମ ଅନ୍ୟ ଧର୍ମ ଉପରେ ଆକ୍ଷେପ ମଧ୍ଯ କରୁଛି । ତେଣୁ ସେ ସବୁଧର୍ମର ସାରତତ୍ତ୍ଵକୁ ନେଇ ‘ଦିନ୍~ଇ-ଇଲାହୀ ନାମକ ଏକ ସାର୍ବଜନୀନ ଧର୍ମ ପ୍ରତିଷ୍ଠା କରିଥିଲେ ।

୧୦ । ଆଗ୍ରାର ତାଜମହଲ ସମ୍ପର୍କରେ ଲେଖ ।
Answer:
ଆଗ୍ରାର ତାଜମହଲ ହେଉଛି ଶାହାଜାହାନଙ୍କର ସର୍ବଶ୍ରେଷ୍ଠ କୀର୍ତ୍ତି । ଉସ୍ତାଦ ଇସା ଥିଲେ ଏହାର ମୁଖ୍ୟ ସ୍ଥପତି । ଏହା ଶ୍ୱେତମର୍ମର ପ୍ରସ୍ତରରେ ନିର୍ମିତ । ଏହାକୁ ନିର୍ମାଣ କରିବାପାଇଁ ୨୦,୦୦୦ ଶିଳ୍ପୀଙ୍କ ଦୀର୍ଘ ୨୨ ବର୍ଷ ଲାଗିଥିଲା । ଏଥୁରେ ହିନ୍ଦୁ ସ୍ଥାପତ୍ୟ ଓ କାରୁକାର୍ଯ୍ୟ ପ୍ରତିଫଳିତ ହୋଇଅଛି । ଈଶ୍ଵରୀପ୍ରସାଦଙ୍କ ମତରେ, ‘ତାଜମହଲ ପତି-ପତ୍ନୀଙ୍କ ମଧ୍ୟରେ ପ୍ରେମ ଓ ଆନୁଗତ୍ୟର ଅନୁପମ ସୂତି-ସୌଧ ।’’

୧୧ । ଆଉରଙ୍ଗଜେବଙ୍କ ସମୟର ସ୍ଥାପତ୍ୟ ସମ୍ପର୍କରେ ଲେଖ ।
Answer:
କଳା ପ୍ରତି ଆଉରଙ୍ଗଜେବଙ୍କର ଆଦୌ ଆଗ୍ରହ ନଥିଲା । ଏଥ‌ିପାଇଁ ତାଙ୍କ ସମୟର ସ୍ଥାପତ୍ୟକଳା ଅତି ନିକୃଷ୍ଟ ବୋଲି ବିବେଚିତ ହୋଇଥାଏ । ଏହାସତ୍ତ୍ଵେ ସେ ଲାଲକିଲ୍ଲା ମଧ୍ୟରେ ମୋତି ମସ୍‌ଜିଦ୍‌ ନିର୍ମାଣ କରିଥିଲେ । ସେ ଔରଙ୍ଗାବାଦଠାରେ ତାଙ୍କର ରାଣୀ ରୁନିଆ-ଇଦ୍-ହରାନୀଙ୍କ ସମାଧ୍ ପାଠ ଏବଂ ନିଜ ପାଇଁ ସମାଧୂ ନିର୍ମାଣ କରିଥିଲେ । ମଥୁରାର କେଶବଦେବ ମନ୍ଦିର ପ୍ରାଙ୍ଗଣରେ ସେ ଅନ୍ୟ ଏକ ମସ୍‌ଜିଦ୍‌ ନିର୍ମାଣ କରିଥିଲେ ।

୧୨ । କେବେ, କିଏ ଓ କେଉଁଠାରେ ମୋତି ମସ୍‌ଜିଦ୍ ନିର୍ମାଣ କରିଥିଲେ ? ଏହା କାହିଁକି ନିର୍ମାଣ କରାଯାଇଥିଲା ?
Answer:
୧୬୬୨ ଖ୍ରୀ. ଅ. ରେ ଦିଲ୍ଲୀର ଲାଲକିଲ୍ଲା ମଧ୍ୟରେ ଆଉରଙ୍ଗଜେବ୍‌ ମୋତି ମସ୍ଜିଦ୍ ନିର୍ମାଣ କରିଥିଲେ । ଏହା ସମ୍ରାଟଙ୍କର ଓ ମୋଗଲ ରମଣୀମାନଙ୍କର ବ୍ୟବହାର ପାଇଁ ନିର୍ମିତ ହୋଇଥିଲା ।

୧୩ । ଶାହାଜାହାନ୍‌ଙ୍କ ସମୟର ଚିତ୍ରକଳା ସମ୍ପର୍କରେ ଲେଖ ।
Answer:
ଶାହାଜାହାନ୍ ସ୍ଥାପତ୍ୟଠାରୁ ଚିତ୍ରକଳା ପ୍ରତି କମ୍ ଧ୍ୟାନ ଦେଉଥିଲେ । ମୀର ହାସାନ୍, ଅନୁପ ଓ ଚିନ୍ତାମଣି ତାଙ୍କ ସମୟର ପ୍ରଧାନ ଚିତ୍ରଶିଳ୍ପୀ ଥିଲେ । ଚିତ୍ରଶିଳ୍ପୀମାନଙ୍କୁ ସେତେବେଳେ ଅମୀର ଓ ଉଚ୍ଚପଦାଧିକାରୀମାନେ ପୃଷ୍ଠପୋଷକତା କରୁଥିଲେ । ଶାହାଜାହାନ୍‌ଙ୍କ ପୁତ୍ର ଦାରା ମଧ୍ୟ ଥିଲେ ଜଣେ ଚିତ୍ରକଳାର ପୃଷ୍ଠପୋଷକ ।

୧୪ । ଚିତ୍ରକଳାର ଉନ୍ନତି ପାଇଁ ଆକବର କି କି ପଦକ୍ଷେପ ନେଇଥିଲେ ?
Answer:
ଆକବର ଭାରତୀୟ ଓ ପାରସ୍ୟ ଚିତ୍ରଶୈଳୀର ସଂଯୋଗ ଘଟାଇଥିଲେ । ତାଙ୍କ ପୃଷ୍ଠପୋଷକତା ଲାଭକରି ଯଶୋବନ୍ତ ଜଣେ ପ୍ରଖ୍ୟାତ ଚିତ୍ରକର ରୂପେ ଖ୍ୟାତିଲାଭ କରିଥିଲେ । ଆକବରଙ୍କ ସମୟରେ ମଧ୍ୟ ଅଜନ୍ତାରୀତି ଅନୁଯାୟୀ ପ୍ରାଚୀର ଚିତ୍ରକଳାର ଉନ୍ନତି ବିଧାନ କରାଯାଇଥିଲା । ସେ ଚିତ୍ର ସମ୍ବଳିତ ପୁସ୍ତକ ଓ ପାଣ୍ଡୁଲିପିଗୁଡ଼ିକ ସାଇତି ରଖୁବାପାଇଁ ଲାଇବ୍ରେରୀ ନିର୍ମାଣ କରାଇଥିଲେ ।

CHSE Odisha Class 12 History Chapter 9 Short & Long Answer Questions in Odia Medium

୧୫ । ଆଉରଙ୍ଗଜେବଙ୍କ ସମୟରେ ଚିତ୍ରକଳାର ପତନ କାହିଁକି ଘଟିଥିଲା ?
Answer:
ବାଣୀକୁ ଅବମାନନା କରିବା । ସେ ଚିତ୍ରଶିଳ୍ପୀ ଓ କାରିଗରମାନଙ୍କୁ ଧର୍ମାନ୍ଧ ବୋଲି ବିବେଚନା କରୁଥିଲେ । କେବଳ ସେତିକି ନୁହେଁ, ପୂର୍ବରୁ ଅଙ୍କିତ ହୋଇଥିବା କେତେଗୁଡ଼ିଏ ଚିତ୍ର ସେ ଲିଭାଇ ଦେଇଥିଲେ l

B. ପାଞ୍ଚଟି/ ଛଅଟି ବାକ୍ୟରେ ଉତ୍ତର ଦିଅ ।

୧। ମୋଗଲ ଯୁଗରେ ଶିକ୍ଷାର ବିକାଶ ସମ୍ପର୍କରେ ଲେଖ ।
Answer:
ଶିକ୍ଷା ପାଇଁ ମୋଗଲ ସମ୍ରାଟ୍‌ମାନେ ଯନ୍ତ୍ରଶୀଳ ଥିଲେ । ମୁସଲମାନମାନେ ସ୍କୁଲଶିକ୍ଷା ସମାପନ କରି ମଦ୍ରାସା ବା କଲେଜରେ ଅଧ୍ୟୟନ କରୁଥିଲେ । ସେଠାରେ ଗଣିତ, ଜ୍ୟୋତିଷ, ଧର୍ମ ଏବଂ ଇତିହାସ ଆଦି ବିଷୟ ଶିକ୍ଷା ପ୍ରଦାନ କରାଯାଇଥିଲା । ଆଗ୍ରା, ଦିଲ୍ଲୀ, ଲାହୋର, ଜୌନପୁର, ଗୁଜରାଟ, ଅହମ୍ମଦାବାଦ, ସିଆଲ୍‌କୋଟ୍ ଆଦି ସ୍ଥାନରେ ଏହି ମଦ୍ରାସାମାନ ଗଢ଼ିଉଠିଥିଲା । ସେଠାରୁ ଉତ୍ତୀର୍ଣ୍ଣ ହେବାପରେ ଅଧୁକ ଅଧ୍ୟୟନ ପାଇଁ ମୁସଲମାନ ଛାତ୍ରମାନେ ଦକ୍ଷିଣ ଏବଂ ମଧ୍ୟ-ଏସିଆର ବିଭିନ୍ନ ସ୍ଥାନ, ଯଥା- ମକ୍କା, ମଦିନା, ୟେମେନ୍, ବାଗଦାଦ୍, ଖୁରାସାନ ଆଦିରେ ଥ‌ିବା ବିଶ୍ୱବିଦ୍ୟାଳୟଗୁଡ଼ିକୁ ଯାଉଥିଲେ । ନାରୀଶିକ୍ଷା ସୀମିତ ଥିଲା । ସମ୍ଭ୍ରାନ୍ତ ଏବଂ ଉଚ୍ଚବଂଶର ମୁସଲମାନ ନାରୀମାନେ ଶିକ୍ଷାଲାଭ କରୁଥିଲେ । ସାଧାରଣ ମୁସଲମାନ ନାରୀମାନଙ୍କ ଭାଗ୍ୟରେ ଏହା ନଥିଲା । ସେମାନେ ଶିକ୍ଷାଲାଭରୁ ସମ୍ପୂର୍ଣ୍ଣ ବଞ୍ଚିତ ଥିଲେ ।

୨। ମୋଗଲ ଯୁଗରେ ହିନ୍ଦୁସମାଜର ଜୀବନଧାରା କିପରି ଥୁଲା ?
Answer:
ମୋଗଲ ଯୁଗରେ ହିନ୍ଦୁ ସମାଜର ଜୀବନଧାରାରେ ବିଶେଷ ପରିବର୍ତ୍ତନ ପରିଲକ୍ଷିତ ହୋଇ ନ ଥିଲା । ବହୁବର୍ଷ ଧରି ବାସ କରିବା ଫଳରେ ହିନ୍ଦୁ ମୁସଲମାନ ସଂସ୍କୃତିର ମିଳନ ଘଟିଥିଲା । ଏହି ସମୟରେ ହିନ୍ଦୁ ସମାଜର ସ୍ଥିତି ଟିକିଏ ବଦଳି ଥିଲା । ପୂର୍ବରୁ ପ୍ରଚଳିତ ବର୍ଣ୍ଣବ୍ୟବସ୍ଥା ଅନେକାଂଶରେ କୋହଳ ହୋଇଥିଲା । ବ୍ରାହ୍ମଣମାନେ ପାର୍ଶୀ ଭାଷା ଅଧ୍ୟୟନ କରି ଦରବାରରେ ଚାକିରି ପାଇ ଉଚ୍ଚସମ୍ମାନ ଲାଭ କରୁଥିଲେ । ନାରୀମାନଙ୍କର ପ୍ରାଧାନ୍ୟ ବହୁମାତ୍ରାରେ ହ୍ରାସ ପାଇଥିଲା । ସମାଜରେ ପର୍ଦାପ୍ରଥା ପ୍ରଚଳିତ ଥିଲା । ବାଲ୍ୟବିବାହ ପ୍ରଥା ସମାଜରେ ପରିଲକ୍ଷିତ ହୋଇଥିଲା । ‘ସତୀପ୍ରଥା’ ଏବଂ ‘ଜହର ବ୍ରତ’ ସମାଜରେ ପ୍ରଚଳିତ ଥିଲା । ସମ୍ଭ୍ରାନ୍ତମାନେ ମୂଲ୍ୟବାନ୍ ପୋଷାକ ପରିଧାନ କରୁଥିବାବେଳେ ସାଧାରଣ ଲୋକେ ମୋଟା ସୂତାରେ ପ୍ରସ୍ତୁତ ପୋଷାକ ପରିଧାନ କରୁଥିଲେ । ନାରୀମାନେ ପ୍ରସାଧନପ୍ରିୟ ଥିଲେ ଏବଂ ଶାଢ଼ି ପରିଧାନ କରୁଥିଲେ । ଖେଚୁଡ଼ି ଲୋକମାନଙ୍କର ପ୍ରିୟ ଖାଦ୍ୟ ଥିଲା । ଭାତ, ରୋଟି ଏବଂ ତରକାରି ଲୋକମାନଙ୍କର ମୁଖ୍ୟ ଖାଦ୍ୟ ଥିଲା । ମଲ୍ଲଯୁଦ୍ଧ, କୁସ୍ତି ଏବଂ ଶିକାର ଲୋକମାନଙ୍କର ଅବସର ବିଦୋଦନର ମାଧ୍ୟମ ଥିଲା । ଏହି ସମୟରେ ହିନ୍ଦୁମାନଙ୍କର ଶିକ୍ଷା ଅନୁନ୍ନତ ଅବସ୍ଥାରେ ରହିଥିଲା । ନାରୀଶିକ୍ଷାକୁ ପ୍ରୋତ୍ସାହିତ କରାଯାଉ ନ ଥିଲା । ହିନ୍ଦୁସମାଜରେ ଦାସତ୍ଵପ୍ରଥା ମୁଣ୍ଡ ଟେକିଥିଲା । ଅସ୍ପୃଶ୍ୟତା ସମାଜରେ ପୂରି ରହିଥିଲା ।

୩। ମୋଗଲ ଯୁଗରେ ଭକ୍ତିବାଦର ବିକାଶ କିପରି ଘଟିଥିଲା ?
Answer:
ମୋଗଲ ଯୁଗରେ ଭକ୍ତିବାଦର ପ୍ରସାର ଘଟିଥିଲା । ଏହି ସମୟରେ ପଶ୍ଚିମ ଭାରତରେ ପ୍ରଥମେ ଭକ୍ତିବାଦର ଉନ୍ମେଷ ଘଟିଥିଲା । ଏହାର ପ୍ରବକ୍ତା ଥିଲେ ମହାରାଷ୍ଟ୍ରର ସନ୍ଥ ଏକନାଥ । ଏହା ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଏକତା ଆଣିବାରେ ସହାୟକ ହୋଇଥିଲା । ମହାରାଷ୍ଟ୍ରର ଅନ୍ୟତମ ସନ୍ଥ ଥିଲେ ତୁକାରାମ । ବାଜୁ ଏବଂ ରାମଦାସ ମଧ୍ୟ ଏହି ଭକ୍ତିବାଦର ପ୍ରବକ୍ତା ଥିଲେ । ଛତ୍ରପତି ଶିବାଜୀ ରାମଦାସଙ୍କଦ୍ଵାରା ଗଭୀରଭାବେ ଅନୁପ୍ରାଣିତ ହୋଇଥିଲେ । ବାଜୁ ପ୍ରଭ୍ରମ ସମ୍ପ୍ରଦାୟ ଗଠନ କରିଥିଲେ ଏବଂ ବିଭିନ୍ନ ଧର୍ମାବଲମ୍ବୀମାନଙ୍କୁ ଏକତାର ସୂତ୍ରରେ ବାନ୍ଧିବାପାଇଁ ପ୍ରୟାସ କରିଥିଲେ । ପ୍ରାଣନାଥ ନାମକ ଜଣେ ହିନ୍ଦୁ ‘ମହିତରିବଳ’ ନାମକ ପୁସ୍ତକ ରଚନା କରିଥିଲେ ଯେଉଁଥରେ ‘ବେଦ’ ଏବଂ ‘କୋରାନ୍’ର ବାଣୀ ଏବଂ ଉଦାହରଣମାନ ପ୍ରଦାନ କରି ସେହି ଦୁଇ ଗ୍ରନ୍ଥ ମଧ୍ୟରେ ଥ‌ିବା ସାମ୍ୟ ଦେଖାଇଥିଲେ । ଏହିପରି ଭାବରେ ମୋଗଲ ଯୁଗରେ ‘ଭକ୍ତିବାଦ’ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଏକତା ଆଣିବାରେ ସହାୟକ ହୋଇଥିଲା ।

୪। ମହଦ ଆନ୍ଦୋଳନ ସମ୍ପର୍କରେ ଲେଖ ।
Answer:
ଇସ୍‌ଲାମ ଧର୍ମର ପୁନଃସଂସ୍କାର ପାଇଁ ଆରମ୍ଭ ହୋଇଥିଲା ମହଦ ଆନ୍ଦୋଳନ । ଜୌନ୍‌ପୁରରେ ସୟଦ୍ ମହମ୍ମଦ ଏହାର ଶୁଭାରମ୍ଭ କରିଥିଲେ । ଏହା ଇସ୍‌ଲାମ ଧର୍ମକୁ ତା’ର ପବିତ୍ର ଅବସ୍ଥାକୁ ଫେରାଇ ନେବାପାଇଁ ଅଭିପ୍ରେତ ଥିଲା । ଏହି ଆନ୍ଦୋଳନକୁ ଯେଉଁମାନେ ସମର୍ଥନ କରିଥିଲେ ସେମାନଙ୍କୁ ‘ମହଦ’ କୁହାଗଲା। ସେମାନେ ଏକେଶ୍ୱରବାଦରେ ବିଶ୍ଵାସ ରଖୁଥୁଲେ ଏବଂ ମହାପୁରୁଷ ମହମ୍ମଦଙ୍କର ବାଣୀକୁ ଅକ୍ଷରେ ଅକ୍ଷରେ ପାଳନ କରିବାପାଇଁ ପ୍ରତିଶ୍ରୁତିବଦ୍ଧ ଥିଲେ । ଉଲେମାମାନେ ଏହି ମତବାଦକୁ ଖଣ୍ଡନ କରିଥିଲେ ଏବଂ ଏହାକୁ ଦମନ କରିବାପାଇଁ ଚେଷ୍ଟା କରିଥିଲେ । ଫଳରେ ଏହାର ଆଦର ବଢିଥିଲା ।

୫। ହଦ୍ଦିସ୍ ଆନ୍ଦୋଳନ ସମ୍ପର୍କରେ ଲେଖ ।
Answer:
ଇସ୍‌ଲାମୀୟ ଆନ୍ଦୋଳନଗୁଡ଼ିକ ମଧ୍ୟରେ ହର୍ଦ୍ଦିସ୍ ଆନ୍ଦୋଳନ ଥିଲା ଅନ୍ୟତମ । ଆବୁଲ୍‌ଫାଜିଲ୍ ଏବଂ ଅବଦୁର୍ ରହମାନ ‘ହଦ୍ଦିସ୍ ଆନ୍ଦୋଳନ’ର ସୂତ୍ରଧର ଥିଲେ । ସେମାନେ ‘ହଦ୍ଦିସ୍’ର ଅଧ୍ୟୟନ ଉପରେ ଗୁରୁତ୍ୱାରୋପ କରୁଥିଲେ । ଏହାଫଳରେ ମହାପୁରୁଷ ମହମ୍ମଦଙ୍କର ବାଣୀକୁ ଲୋକାମାନେ ସହଜରେ ବୁଝିପାରିଥିଲେ । ଏହି ଆନ୍ଦୋଳନଦ୍ଵାରା ମୁସଲମାନମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା । ଏହା ଶାରିୟତ୍ ଏବଂ ସୁନ୍ନଟ ଉପରେ ଗୁରୁତ୍ୱାରୋପ କରୁଥିଲା ।

CHSE Odisha Class 12 History Chapter 9 Short & Long Answer Questions in Odia Medium

୬ । ମୋଗଲ ଯୁଗର ଚିତ୍ରକଳା ସଂପର୍କରେ ଲେଖ ।
Answer:
ଚିତ୍ରକଳାର ପୁନରୁଦ୍ଧାର ପାଇଁ ମୋଗଲ ରାଜତ୍ଵ ପ୍ରସିଦ୍ଧିଲାଭ କରିଥିଲା । ବାବର ନିଜେ ଚିତ୍ରଶିଳ୍ପୀ ନଥିଲେ ମଧ୍ୟ ସେ ଭାରତବର୍ଷକୁ ବହୁ ଚିତ୍ରଶିଳ୍ପୀ ଆଣି ଭାରତୀୟ ଚିତ୍ରଶିଳ୍ପକୁ ପ୍ରୋତ୍ସାହିତ କରିଥିଲେ । ସେହିପରି ହୁମାୟୁନ ପାରସ୍ୟରେ ଅବସ୍ଥାନ କରୁଥିବା ସମୟରେ ମୀର୍ ଅତିବ୍ରିଜ ଏବଂ ବ୍ଲାଜା’ ଅବଦୁଲ ସମାଦ ନାମକ ଲବ୍‌ଧପ୍ରତିଷ୍ଠ ଚିତ୍ରଶିଳ୍ପୀଙ୍କୁ ତାଙ୍କ ସହ ଭାରତବର୍ଷକୁ ନେଇ ଆସିଥିଲେ ଓ ସେହିମାନେ ହୋଇଥିଲେ ଭାରତରେ ମୋଗଲ ଚିତ୍ରକଳାର ପ୍ରାଣପ୍ରତିଷ୍ଠାତା । ଏହି କଳା ଆକବରଙ୍କ ରାଜତ୍ଵରେ ବିକଶିତ ହୋଇଥିଲା । ମୋଗଲ ଚିତ୍ରକଳା ବାସ୍ତବପକ୍ଷେ ଜାହାଙ୍ଗୀରଙ୍କ ରାଜତ୍ଵରେ ଉନ୍ନତିର ଚରମସୀମା ସ୍ପର୍ଶ କରିଥିଲା ।

୭ । ଫତେପୁରସିକ୍ରି କାହିଁକି ପ୍ରସିଦ୍ଧ ?
Answer:
ଆକବରଙ୍କ ଶ୍ରେଷ୍ଠ ସ୍ଥାପତ୍ୟକୃତି ଫତେପୁରଠାରେ ବିକଶିତ ହୋଇଅଛି । ଏଠାରେ ଥ‌ିବା ପ୍ରଖ୍ୟାତ ମହଲଗୁଡ଼ିକ ହେଲା – ଦିୱାନ୍- ଇ-ଖାସ୍, ଦିୱାନ୍-ଇ-ଆମ୍, ପଞ୍ଚମହଲା, ବୁଲନ୍ଦ ଦରୱାଜା, ଯୋଧବାଈ ପ୍ରାସାଦ, ବୀରବଲ ପ୍ରାସାଦ ଓ ଜୁମ୍ମା ମସ୍‌ଜିଦ୍‌ । ଜୁମ୍ମା ମସ୍‌ଜିଦ୍‌କୁ ଫତେପୁରର ଗୌରବ ବୋଲି ବର୍ଣ୍ଣନା କରାଯାଇଛି । ଆକବରଙ୍କ ଦାକ୍ଷିଣାତ୍ୟ ବିଜୟକୁ ସ୍ମରଣ ରଖୁବାପାଇଁ ଏଠାରେ ବିରାଟ ଗମ୍ବୁଜ ନିର୍ମାଣ କରାଯାଇଛି । ସିକ୍ରିଠାରେ ଥ‌ିବା ରିସ୍ତିଙ୍କ ଶ୍ଵେତମାର୍ବଲ କବର ଭାରତର ଶ୍ରେଷ୍ଠ ଓ ସୌନ୍ଦର୍ଯ୍ୟପୂର୍ଣ୍ଣ ଅଟ୍ଟାଳିକାମାନଙ୍କ ମଧ୍ୟରୁ ଅନ୍ୟତମ । ସ୍ମିଥଙ୍କ ଭାଷାରେ, ‘ଫତେପୁର ସ୍ଥାପତ୍ୟ ହେଉଛି ପଥରର ରୋମାଞ୍ଚ, କୌଣସି ସମୟରେ, କୌଣସି ପରିସ୍ଥିତିରେ ଏହା ଅଚିନ୍ତନୀୟ ଓ ଅସମ୍ଭବ ।’’

୮ । ମୟୂର ସିଂହାସନ ସମ୍ପର୍କରେ ଲେଖ ।
Answer:
ଶାହାଜାହାନଙ୍କଦ୍ୱାରା ଲାଲ୍‌କିଲ୍ଲାଠାରେ ମୟୂର ସିଂହାସନ ନିର୍ମାଣ କରାଯାଇଥିଲା । ଏହାର ୩ ୨ ଗଜ ଓସାର ଏବଂ ପାଞ୍ଚ ଗଜ ଉଚ୍ଚତା ବିଶିଷ୍ଟ ଥିଲା, ଏଥରେ ୧୨ଟି ମର୍କତମଣିର ସ୍ତମ୍ଭ ରହିଥିଲା ଏବଂ ପ୍ରତି ସ୍ତମ୍ଭ ଉପରେ ମାଣିକ୍ୟ ଖଚିତ ଦୁଇଟି ମୟୂର ସ୍ଥାପିତ ହୋଇଥିଲା ପରବର୍ତ୍ତୀ ସମୟରେ ପାରସ୍ୟ ସମ୍ରାଟ ନାଦିରଶାହା ଭାରତରୁ ନେଇଯାଇଥିଲେ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ମୋଗଲ ଯୁଗରେ ସାମାଜିକ ଜୀବନ ଉପରେ ଏକ ବିବରଣୀ ପ୍ରଦାନ କର ।
Answer:
ମୋଗଲ ଯୁଗର ରାଜନୈତିକ ଇତିହାସ ଯେପରି ରୋମାଞ୍ଚକର, ତା’ର ସାମାଜିକ ଓ ସାଂସ୍କୃତିକ ଜୀବନ ସେହିପରି କୌତୂହଳପୂର୍ଣ୍ଣ । ଇଉରୋପୀୟ ପରିବ୍ରାଜକଙ୍କ ଭ୍ରମଣ ବୃତ୍ତାନ୍ତର ତତ୍‌କାଳୀନ ସମାଜର ସାମାଜିକ ଜୀବନ ସମ୍ବନ୍ଧରେ ବହୁ ମୂଲ୍ୟବାନ୍ ତଥ୍ୟ ମିଳିଥାଏ । ସେମାନଙ୍କ ମଧ୍ୟରୁ ସାର୍ ଟମାସ୍ ରୋ, ଟାଭାର୍ଣ୍ଣୟର, ମାନୁକି ଥିଲେ ପ୍ରଧାନ । ଏତଦ୍‌ଭିନ୍ନ ଆବୁଲଫାଜିଲ୍‌ଙ୍କ ‘ଆଇନ-ଇ-ଆକବରୀ’ ଓ ସମସାମୟିକ ସାହିତ୍ୟ ସେ ଯୁଗର ଲୋକମାନଙ୍କ ସାମାଜିକ ଜୀବନ ସମ୍ପର୍କରେ ସୂଚନା ପ୍ରଦାନ କରେ ।

ସାମାଜିକ ଶ୍ରେଣୀ:
ତତ୍‌କାଳୀନ ସମାଜରେ ମୁଖ୍ୟତଃ ତିନିଶ୍ରେଣୀର ଅଧ୍ୟାବାସୀ ରହିଥିଲେ । ସେମାନେ ହେଲେ– ସାମନ୍ତ ଶ୍ରେଣୀ, ମଧ୍ୟବିତ୍ତ ଶ୍ରେଣୀ ଓ ନିମ୍ନବିତ୍ତ ଶ୍ରେଣୀ । ସମାଜରେ ସମ୍ରାଟ୍ ଓ ରାଜାଙ୍କ ନିମ୍ନରେ ଥିଲେ ସାମନ୍ତ ଶ୍ରେଣୀର ଲୋକେ । ମନ୍ତ୍ରୀ, ରାଜକୀୟ ଶାସନକର୍ତ୍ତା ଏବଂ ସେନାଧ୍ୟକ୍ଷ ଏହି ଶ୍ରେଣୀର ଅନ୍ତର୍ଭୁକ୍ତ ଥିଲେ । ସେମାନେ ଧନୀ ଥିଲେ ଏବଂ ବିଳାସବ୍ୟସନରେ ଜୀବନଯାପନ କରୁଥିଲେ । ସେମାନେ ବହୁ ରମଣୀଙ୍କ ଗହଣରେ ସେମାନଙ୍କ ମନୋରମ ପ୍ରାସାଦ ଏବଂ ସୁରମ୍ୟ ଅଟ୍ଟାଳିକାରେ ବାସ କରୁଥିଲେ । ଏହି ଶ୍ରେଣୀର ଲୋକେ ମଦ, ନର୍ତ୍ତକୀ, ମୂଲ୍ୟବାନ୍ ପୋଷାକ ଓ ମଣିମାଣିକ୍ୟର ପ୍ରାଚୁର୍ଯ୍ୟରେ ବହୁ ଅର୍ଥ ବ୍ୟୟକରି ନିଜର ଗରିମା ପ୍ରଦର୍ଶନ କରିଥିଲେ । ସମାଜରେ ମଧ୍ୟବିତ୍ତ ଶ୍ରେଣୀର ଲୋକ । ବ୍ୟବସାୟୀ ଗୋଷ୍ଠୀ, ଚିକିତ୍ସକ, ଲେଖକ ଓ କଳାକାର ଥିଲେ । ସମାଜର ନିମ୍ନଶ୍ରେଣୀରେ ଥିଲେ କୃଷକ, ଶ୍ରମିକ ଓ କାରିଗର ।

ସମାଜରେ ନାରୀର ସ୍ଥାନ:
ମୋଗଲ ସମାଜରେ ନାରୀମାନେ ପ୍ରାଚୀନ ହିନ୍ଦୁ ସମାଜର ନାରୀମାନଙ୍କ ପରି ଉଚ୍ଚ ଆସନ ଲାଭ କରିପାରିନଥିଲେ । ସେ ସମୟରେ ବହୁବିବାହ ପ୍ରଥା ଓ ପରଦାପ୍ରଥା ପ୍ରଚଳିତ ଥିଲା । ରାଜପୁତ୍ ରମଣୀଙ୍କ ମଧ୍ୟରେ ଜହରବ୍ରତ ପ୍ରଚଳିତ ହୋଇଥିଲା । ସମାଜରେ ହିନ୍ଦୁ ପରିବାରର ଲୋକେ କନ୍ୟା ଜନ୍ମକୁ ଏକ ବୋଝ ବୋଲି ଭାବି କେତେକ ସ୍ଥାନରେ ସେମାନଙ୍କୁ ହତ୍ୟା କରୁଥିଲେ । କନ୍ୟାମାନଙ୍କୁ ବାଲ୍ୟବିବାହରେ ଆବଦ୍ଧ କରାଯାଇଥିଲା । ଏହାସତ୍ତ୍ଵେ ମାତା ଭୂମିକାରେ ସମାଜରେ ହିନ୍ଦୁନାରୀ ସମ୍ମାନଜନକ ସ୍ଥାନ ଅଧିକାର କରିପାରିଥିଲେ । ହିନ୍ଦୁନାରୀଙ୍କ ତୁଳନାରେ ମୁସଲମାନ ନାରୀ ଅଧ‌ିକ ସୁବିଧାସୁଯୋଗ ଲାଭ କରିପାରୁଥିଲେ । ସେ ସମୟରେ କେତେକ ମହୀୟସୀ ମହିଳାଙ୍କ ମଧ୍ୟରୁ ଚାନ୍ଦବିବି, ନୁର୍‌ଜାହାନ, ରୋସ୍‌ନାରା, ତାରାବାଈ ଓ ଜୀଜାବାଈଙ୍କ ନାମ ଉଲ୍ଲେଖଯୋଗ୍ୟ ।

ଜାତି ଓ ଦାସପ୍ରଥା:
ମୋଗଲ ରାଜତ୍ଵରେ ହିନ୍ଦୁମାନଙ୍କର ସାମାଜିକ ପ୍ରଥା ମୁଖ୍ୟତଃ ଜାତିପ୍ରଥା ଉପରେ ପ୍ରତିଷ୍ଠିତ ଥିଲା । ହିନ୍ଦୁମାନଙ୍କ ମଧ୍ୟରେ ଅସ୍ପୃଶ୍ୟତା ଅତି କଠୋରଭାବେ ରହିଥିଲା । ଅବଶ୍ୟ ଇସ୍‌ଲାମ ଧର୍ମର ପ୍ରଭାବରେ ଏହି ଜାତିପ୍ରଥା ସାମାନ୍ୟ କୋହଳ ହୋଇଯାଇଥିଲା । ସେତେବେଳେ ମୁସଲମାନମାନଙ୍କ ମଧ୍ୟରେ ଦାସପ୍ରଥା ଥିଲା ଏକ ସାମାଜିକ କଳଙ୍କ ।

ପୋଷାକ ଓ ଅଳଙ୍କାର:
ବିଭିନ୍ନ ବର୍ଗର ଲୋକଙ୍କପାଇଁ ବିଭିନ୍ନ ପ୍ରକାରର ଓ ବିଭିନ୍ନ ମୂଲ୍ୟର ପୋଷାକ ବ୍ୟବହୃତ ହେଉଥିଲା । ସମ୍ରାଟ୍ ଓ ଉଚ୍ଚଶ୍ରେଣୀର ଲୋକେ ବହୁ ମୂଲ୍ୟବାନ୍ ଓ ସୌଖୀନ ପୋଷାକ ପରିଧାନ କରୁଥିଲେ । ନିମ୍ନବିତ୍ତ ଶ୍ରେଣୀର ଲୋକେ ମୋଟା ସୂତାରେ ତିଆରି ପୋଷାକ ବ୍ୟବହାର କରୁଥିଲେ । ଉଭୟ ହିନ୍ଦୁ ଓ ମୁସଲମାନ ସଂପ୍ରଦାୟର ଲୋକ ପଗଡ଼ି ବ୍ୟବହାର କରୁଥିଲେ । ହିନ୍ଦୁନାରୀମାନେ ଶାଢ଼ି ପିନ୍ଧୁଥ‌ିବାବେଳେ ମୁସଲମାନ ନାରୀମାନେ ସାଲୁଆର ଓ ବୁର୍ଖା ବ୍ୟବହାର କରୁଥିଲେ । ମୋଗଲ ଯୁଗରେ ନାରୀମାନେ ଅଳଙ୍କାରପ୍ରିୟ ଥିଲେ । ହିନ୍ଦୁ ସମାଜରେ ପୁରୁଷମାନେ କଣ୍ଠକୁଣ୍ଡଳ ଓ ମୁଦ୍ରିକା ବ୍ୟବହାର କରୁଥିଲେ । ନାରୀମାନେ ସେମାନଙ୍କର ସୌନ୍ଦର୍ଯ୍ୟ ବିକାଶ ପ୍ରତି ଯଥେଷ୍ଟ ଯନୁଶୀଳ ଥିଲେ । ସେମାନେ କଜ୍ଵଳ, ସିନ୍ଦୂର, ମେହେନ୍ଦୀ, କସ୍ତୁରୀ, ନଖରଞ୍ଜକ ଓ ବିଭିନ୍ନ ପ୍ରକାରର ଅତର ବ୍ୟବହାର କରୁଥିଲେ ।

ଖାଦ୍ୟ:
ସାଧାରଣତଃ ହିନ୍ଦୁମାନେ ନିରାମିଷାଶୀ ଥିଲାବେଳେ ମୁସଲମାନମାନେ ମାଂସାଶୀ ଥିଲେ । ସେତେବେଳେ ଖେଚୁଡ଼ି ପ୍ରିୟଖାଦ୍ୟ ଥିଲା । ଦକ୍ଷିଣ ଓ ପୂର୍ବ ଭାରତର ଲୋକମାନେ ଅନ୍ନକୁ ପ୍ରଧାନ ଖାଦ୍ୟଭାବେ ରଖୁଥିଲାବେଳେ ଉତ୍ତର ଭାରତର ଲୋକମାନେ ରୁଟିକୁ ପ୍ରଧାନ ଖାଦ୍ୟଭାବେ ବ୍ୟବହାର କରୁଥିଲେ । ପାନ, ଅଫିମ, ମଦ, ଭାଙ୍ଗ ଓ ଦୋକ୍ତା ପ୍ରଭୃତି ମାଦକ ଦ୍ରବ୍ୟର ବ୍ୟବହାର ସମାଜରେ ଥିଲା ।

ସାମାଜିକ ପ୍ରଥା ଓ ପୂଜାପଦ୍ଧତି:
ସେତେବେଳେ ସମାଜରେ ଉଭୟ ସଂପ୍ରଦାୟର ଲୋକେ ଅନ୍ଧବିଶ୍ଵାସ ଉପରେ ବିଶ୍ଵାସ ରଖୁଥଲେ । ବିଶେଷତଃ, ଜ୍ୟୋତିଷଶାସ୍ତ୍ର ଏବଂ ଭବିଷ୍ୟ କଥନ ଉପରେ ସେମାନଙ୍କର ଅଗାଧ ବିଶ୍ଵାସ ଥିଲା । ସତୀଦାହ, ଶିଶୁହତ୍ୟା, ବାଲ୍ୟବିବାହ, ଯୌତୁକ, ପରଦା ଓ ବହୁବିବାହ ପ୍ରଥା ସମାଜରେ ପ୍ରଚଳିତ ଥିଲା । ଉଭୟ ସଂପ୍ରଦାୟର ଲୋକ ବିଭିନ୍ନ ପ୍ରକାରର ଉତ୍ସବ ଓ ପର୍ବ ପାଳନ କରୁଥିଲେ । ହିନ୍ଦୁମାନେ ଜନ୍ମଉତ୍ସବ, ମୁଣ୍ଡନକର୍ମ, ଉପନୟନ, ବିବାହ ଆଦି ଉତ୍ସବ ସମ୍ପାଦନ କରିଥିଲାବେଳେ ମୁସଲମାନମାନେ କେବଳ ପୁତ୍ରର ଜନ୍ମଉତ୍ସବ ପାଳନ କରୁଥିଲେ । ହିନ୍ଦୁମାନେ ହୋଲି, ଦଶହରା, ଦୀପାବଳୀ, ରକ୍ଷାବନ୍ଧନ, ଜନ୍ମାଷ୍ଟମୀ, ଶିବରାତ୍ରି ଓ ରାମନବମୀ ଆଦି ଉତ୍ସବ ପାଳନ କରୁଥିବାସ୍ଥଳେ ମୁସଲମାନମାନେ ମହରମ୍, ସାଦ-ଇ-ବାରାତ୍, ଇଦୁଲଫିତର, ଇଦୁଜୁହା ଆଦି ପାଳନ କରୁଥିଲେ ।

ଶିକ୍ଷା:
ମୋଗଲ ଯୁଗରେ ଶିକ୍ଷା କ୍ଷେତ୍ରରେ ବିଶେଷ ଉନ୍ନତି ପରିଲକ୍ଷିତ ହୋଇନଥିଲା । ହିନ୍ଦୁମାନଙ୍କର ଟୋଲ୍ ବା ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ସହ ମନ୍ଦିର ସଂଲଗ୍ନ ହୋଇଥିବାସ୍ଥଳେ ମୁସଲମାନମାନଙ୍କର ମକତବ ବା ପ୍ରାଥମିକ ବିଦ୍ୟାଳୟ ମସ୍‌ଜିଦ୍ ସହ ସଂଲଗ୍ନ ହୋଇଥିଲା । ବାରାଣସୀ, ମଥୁରା, ନଦିଆ, ମିଥୁଳା, ମୁଲତାନ ଓ ସରହିନ୍ଦ୍ ଆଦି ବହୁ ସ୍ଥାନ ହିନ୍ଦୁ ଶିକ୍ଷାର ପ୍ରଧାନ କେନ୍ଦ୍ର ହୋଇଥିବାସ୍ଥଳେ ଆଗ୍ରା, ଦିଲ୍ଲୀ, ଲାହୋର, ଜୈନପୁର, ଗୁଜରାଟ ଓ ଅହମଦାବାଦ ଇସ୍‌ଲାମୀୟ ଶିକ୍ଷାର ପ୍ରଧାନ କେନ୍ଦ୍ର ହୋଇଥିଲା । ନାରୀଶିକ୍ଷା ସେତେବେଳେ ଅନୁନ୍ନତ ଅବସ୍ଥାରେ ଥିଲା ।

CHSE Odisha Class 12 History Chapter 9 Short & Long Answer Questions in Odia Medium

୨। ଦିନ-ଇ-ଇଲାହୀର ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକ ଉପରେ ଆଲୋକପାତ କର ।
Answer:
ଆକବର ଯଦି ମୋଗଲ ସମ୍ରାଟ୍‌ମାନଙ୍କ ମଧ୍ୟରେ ଶ୍ରେଷ୍ଠ ସ୍ଥାନ ଅଧିକାର କରି ଭାରତ ଇତିହାସରେ ଅବିସ୍ମରଣୀୟ ହୋଇ ରହିପାରିଛନ୍ତି ତାହା ତାଙ୍କ ବିଶାଳ ସାମ୍ରାଜ୍ୟ ସ୍ଥାପନ ଯୋଗୁଁ ନୁହେଁ, ବରଂ ଏକ ଉଦାର ଧର୍ମନୀତି ପାଇଁ । ଏ ସମ୍ପର୍କରେ ଐତିହାସିକ ଭି.ଏ. ସ୍ମିଥ୍ (V.A. Smith) କହିଛନ୍ତି ଯେ, ‘‘ଭାରତର ସମସ୍ତ ଶାସକମାନଙ୍କ ମଧ୍ୟରୁ ଆକବର ଏକ ଗୌରବମୟ ସ୍ଥାନ ଅଧିକାର କରିଛନ୍ତି । ସେ ଅନ୍ୟାନ୍ୟ କାର୍ଯ୍ୟ ସମ୍ପାଦନ କରିବା ବ୍ୟତୀତ ଭାରତରେ ହିନ୍ଦୁ ଓ ମୁସଲମାନ ସଂପ୍ରଦାୟକୁ ପରସ୍ପର ପ୍ରତି ଆକୃଷ୍ଟ କରାଇବା ଦିଗରେ ଆପ୍ରାଣ ଚେଷ୍ଟା କରିଥିଲେ ।’’ ପ୍ରକୃତରେ ଆକବର ହିନ୍ଦୁମାନଙ୍କ ପ୍ରତି ଉଦାର ନୀତି ଅବଲମ୍ବନ କରି ହିନ୍ଦୁ ମୁସଲମାନମାନଙ୍କ ମଧ୍ୟରେ ସଦ୍‌ଭାବ ପ୍ରତିଷ୍ଠା କରିପାରିଥିଲେ । ଏହା ଥିଲା ତାଙ୍କ ରାଜତ୍ଵର ବୈଶିଷ୍ଟ୍ୟ ।

ଉଦାର ଧର୍ମନୀତିର କାରଣ – ଆକବର ଉଦାର ଧର୍ମନୀତି ଅବଲମ୍ବନ କରିବା ମୂଳରେ କେତୋଟି କାରଣ ରହିଥିଲା । ପ୍ରଥମତଃ, ଆକବରଙ୍କ ପିତା ଜଣେ ହିନ୍ଦୁ ରାଜାଙ୍କ ପାଖରେ ଆଶ୍ରୟରେ ଥିବାବେଳେ ଆକବରଙ୍କର ଜନ୍ମ ହୋଇଥିଲା । ହୁମାୟୁନ୍‌ଙ୍କର ହିନ୍ଦୁବିଦ୍ବେଷ ନୀତି ଆଦୌ ନଥିଲା । ଆକବରଙ୍କ ମାତା ହମିଦାବାନୁ ବେଗମ୍ ଜଣେ ସିହା ଧର୍ମାବଲମ୍ବୀ ହୋଇଥିବାରୁ ସେ ଥିଲେ ଜଣେ ଉଦାରପନ୍ଥୀ ମହୀୟସୀ ମହିଳା । ଆକବରଙ୍କ ଅଭିଭାବକ ବୈରାମ ଖାଁ ଥିଲେ ଜଣେ ଉଦାରଚେତା ଲୋକ ଏବଂ ସେ ଆକବରଙ୍କୁ ଉଦାର ଧର୍ମନୀତିରେ ପ୍ରଭାବିତ କରିଥିଲେ ।

ଆକବର ବିଭିନ୍ନ ପଣ୍ଡିତମାନଙ୍କଠାରୁ ବିଭିନ୍ନ ଧର୍ମତତ୍ତ୍ଵମାନ ଶୁଣି ଏହି ସିଦ୍ଧାନ୍ତରେ ଉପନୀତ ହୋଇଥିଲେ ଯେ ସବୁ ଧର୍ମର ମୂଳତତ୍ତ୍ଵ ଏକ । ଏହାପରେ ସେ ୧୫୮୧ ଖ୍ରୀ.ଅ.ରେ ସବୁ ଧର୍ମର ସାରତତ୍ତ୍ଵକୁ ଏକାଠିକରି ଦିନ୍-ଇ-ଇଲାହୀ ନାମକ ଏକ ନୂତନ ଧର୍ମ ସୃଷ୍ଟି କରିଥିଲେ । ଦିନ୍-ଇ-ଇଲାହୀ ଥିଲା ଆକବରଙ୍କ ମାନସ-ସନ୍ତାନ । ଦିନ୍-ଇ-ଇଲାହୀର ଅର୍ଥ ହେଲା ‘ସ୍ୱର୍ଗୀୟ ବିଶ୍ଵାସ’ । ଶୁଦ୍ଧପୂତ ଜୀବନଯାପନ କରିବାପାଇଁ ଏଥ‌ିରେ କେତେକ ନୀତିନିୟମ ସନ୍ନିବେଶିତ ହୋଇଥିଲା ।

  • ଦିନ୍-ଇ-ଇଲାହୀ ଗ୍ରହଣ କରିଥିବା ଜଣେ ବ୍ୟକ୍ତି ଅନ୍ୟଜଣକୁ ଦେଖୁ ‘ଆଲ୍ଲା-ହୋ-ଆକବର’ ବୋଲି ସମ୍ଭାଷଣ କଲେ ଅନ୍ୟଜଣେ ‘ଜାଲି–ଜିଲ୍ଲାଇ-ଉ’ ବୋଲି ପ୍ରତିସମ୍ଭାଷଣ କରିବ ।
  • ପ୍ରତ୍ୟେକ ବ୍ୟକ୍ତି ଜୀବିତାବସ୍ଥାରେ ଏକ ପଂକ୍ତିଭୋଜନର ଆୟୋଜନ କରି ଅନ୍ୟମାନଙ୍କୁ ଆପ୍ୟାୟିତ କରିବେ ।
  • ଏହି ଧର୍ମ ଗ୍ରହଣ କରିଥିବା ବ୍ୟକ୍ତି ମାଂସ, ପିଆଜ ଓ ରସୁଣ ଆଦି ଦ୍ରବ୍ୟକୁ ବର୍ଜନ କରିବେ ।
  • ପ୍ରତ୍ୟେକ ବ୍ୟକ୍ତି ତା’ର ଜନ୍ମଦିନରେ ଭୋଜନ ଦେବା ଉଚିତ । ସେ ଭିକ୍ଷାଦାନ କରିବା ଉଚିତ । ଏହାଦ୍ଵାରା ସେ ପରବର୍ତ୍ତୀ ଜୀବନପାଇଁ କ୍ଷେତ୍ର ପ୍ରସ୍ତୁତ କରିଥାଏ ।
  • ଦିନ୍-ଇ-ଇଲାହୀ ଗ୍ରହଣ କରିଥିବା ବ୍ୟକ୍ତି କଂସେଇ, ଚଢ଼େଇଧରାଳୀ ବା ଶିକାରୀ ସହିତ ସମ୍ପର୍କ ରଖୁପାରିବେ ନାହିଁ ।
  • ସେମାନେ ସବୁ ଧର୍ମକୁ ସମ୍ମାନ ପ୍ରଦର୍ଶନ କରିବେ ଏବଂ ଅଗ୍ନିକୁ ପବିତ୍ର ବୋଲି ମାନିବେ ।
  • ସେମାନେ ଅପ୍ରାପ୍ତବୟସ୍କା ବାଳିକା ବା ବୃଦ୍ଧାଙ୍କୁ ବିବାହ କରିପାରିବେ ନାହିଁ ।
  • ଏହି ଧର୍ମ ଗ୍ରହଣ କରିଥିବା ଲୋକ ପୂର୍ବଦିଗକୁ ମୁଣ୍ଡ ଏବଂ ପଶ୍ଚିମ ଦିଗକୁ ଗୋଡ଼ ରଖ୍ ଶୟନ କରିବ ।
  • ସମସ୍ତେ ଉତ୍ତମ ଚରିତ୍ର ଓ ପବିତ୍ରତା ବଜାୟ ରଖୁବେ ।
  • ୧୬ ବର୍ଷ ନ ପୂରିଲେ ପୁଅ ଏବଂ ୧୪ ବର୍ଷ ନ ପୂରିଲେ ଝିଅ ବିବାହ କରିବା ନିଷେଧ ।

ଦିନ-ଇ-ଇଲାହୀର ପ୍ରସାର: ଆକବର ଦିନ୍-ଇ-ଇଲାହୀର ପ୍ରସାରପାଇଁ କେବେ ଚେଷ୍ଟା କରିନଥିଲେ କିମ୍ବା ଏହି ଧର୍ମ ଗ୍ରହଣ କରିବାପାଇଁ କାହାକୁ ବାଧ୍ୟ କରି ନଥିଲେ । ମୁସଲମାନମାନେ ଏହି ଧର୍ମକୁ ଗ୍ରହଣ କରି ନଥିଲେ । ସମ୍ଭବତଃ, ଉଲେମାମାନଙ୍କ ପ୍ରରୋଚନାରେ ସେମାନେ ଏହି ଧର୍ମ ଗ୍ରହଣ କରି ନଥୁଲେ । ଆକବରଙ୍କ ଜୀବନକାଳ ମଧ୍ୟରେ ଏହି ଧର୍ମ ଆଦୌ ଲୋକପ୍ରିୟ ହୋଇ ନଥିଲା । ଆକବରଙ୍କ ଦିନ୍-ଇ-ଇଲାହୀ ଧର୍ମ ବିଷୟରେ ଐତିହାସିକମାନେ ଭିନ୍ନ ଭିନ୍ନ ମତପୋଷଣ କରିଛନ୍ତି । ଐତିହାସିକ ଭି.ଏ. ସ୍ମିଥ୍ଙ୍କ ଭାଷାରେ, ‘ଏହି ଧର୍ମ ଆକବରଙ୍କ ନିର୍ବୋଧତାର ସ୍ମୃତିସୌଧ ଥିଲା, ତାଙ୍କ ବିଜ୍ଞତାର ନୁହେଁ ।’’

ଅପରପକ୍ଷରେ ପ୍ରଫେସର ଏସ୍.ଆର୍. ଶର୍ମାଙ୍କ ଭାଷାରେ, ‘ଏହା ସମ୍ରାଟ୍‌ଙ୍କର ଜାତୀୟ ଆଦର୍ଶର ମୂର୍ଖ ପରିପ୍ରକାଶ ଥିଲା ।’’ ଈଶ୍ୱରୀପ୍ରସାଦଙ୍କ ମତରେ, ‘ଦିନ୍-ଇ-ଇଲାହୀ ରହସ୍ୟବାଦ ଦର୍ଶନ ଓ ପ୍ରକୃତି ପୂଜନର ଏକ ଅପୂର୍ବ ସମ୍ମିଶ୍ରଣ ଥିଲା ।’’ ବହୁ ସମାଲୋଚନାର ଶିକାର ହୋଇଥିଲେ ମଧ୍ୟ ଦିନ୍-ଇ-ଇଲାହୀ ପ୍ରବର୍ତ୍ତନ କରି ଆକବର ସବୁ ଧର୍ମ ମଧ୍ଯରେ ସଦ୍‌ଭାବ ପ୍ରତିଷ୍ଠା କରିବା ଦିଗରେ ଯେ ଏକ ଅଭିନବ ଉଦ୍ୟମ କରିଥିଲେ ଏଥ‌ିରେ ସନ୍ଦେହ ନାହିଁ । ଆକବରଙ୍କ ଧର୍ମନୀତିର ଫଳାଫଳ ଅତି ସୁଦୂରପ୍ରସାରୀ ଥିଲା । ଉଦାର ଧର୍ମନୀତି ଯୋଗୁଁ ସେ ଜାତି-ଧର୍ମ ନିର୍ବିଶେଷରେ ସମସ୍ତଙ୍କର ଶ୍ରଦ୍ଧା, ଭକ୍ତି ଓ ସାହାଯ୍ୟ ଲାଭ କରିପାରିଥିଲେ । ବିଶେଷତଃ, ହିନ୍ଦୁମାନଙ୍କର ସହଯୋଗ ଓ ପରାକାଷ୍ଠା ମୋଗଲ ସାମ୍ରାଜ୍ୟକୁ ଶତାବ୍ଦୀ ଶତାବ୍ଦୀ ଧରି ମଜଭୁତ କରି ରଖୁପାରିଥିଲା ।

CHSE Odisha Class 12 History Chapter 9 Short & Long Answer Questions in Odia Medium

୩ । କଳା ଓ ସ୍ଥାପତ୍ୟକୁ ମୋଗଲ ଶାସକମାନଙ୍କର ଅବଦାନ ସମ୍ପର୍କରେ ଆଲୋଚନା କର ।
Answer:
କଳା ଓ ସ୍ଥାପତ୍ୟ କ୍ଷେତ୍ରରେ ମୋଗଲ ରାଜତ୍ଵ ଏକ ନୂତନ ଯୁଗ ଉନ୍ମୋଚନ କରିଥିଲା । ଅବଶ୍ୟ ଏ ଦିଗରେ ଏହି ଯୁଗ ଯେ କିଛି ନୂତନତ୍ୱ ଆଣି ଦେଇଥୁଲା ତା ନୁହେଁ, କେବଳ ତୁର୍କ-ଆଫଗାନ୍ ସମୟର କଳା-ସ୍ଥାପତ୍ୟକୁ ଅବଲମ୍ବନ କରାଯାଇଥିଲା । ଏହାସତ୍ତ୍ବେ ଏହି ସମୟରେ ମୁସଲମାନ ଓ ହିନ୍ଦୁ କଳା ଓ ସ୍ଥାପତ୍ୟର ଏକ ମିଶ୍ରଣ ପରିଲକ୍ଷିତ ହୋଇଥିଲା । ଜେବଙ୍କ ବ୍ୟତୀତ ଅନ୍ୟାନ୍ୟ ମୋଗଲ ସମ୍ରାଟ୍ ନିର୍ମାତାଭାବେ ଭାରତ ଇତିହାସରେ ପ୍ରସିଦ୍ଧିଲାଭ କରିଛନ୍ତି ।

ବାବରଙ୍କ ସମୟରେ କଳା ଓ ସ୍ଥାପତ୍ୟ:
ବାବର ତାଙ୍କ ଅଟ୍ଟାଳିକା ନିର୍ମାଣ କରିବାପାଇଁ କନ୍‌ଷ୍ଟାଣ୍ଟିନୋପଲ୍‌ରୁ ସ୍ୱନାମଧନ୍ୟ ସ୍ଥପତି ସିନାନଙ୍କର ପୁତ୍ରକୁ ଭାରତକୁ ଅଣାଇଥିଲେ । ବାବର ଆଗ୍ରା, ସିକ୍ରି, ବାୟନା, ଧୋଳ, ଗୋଓ୍ବାଲିୟର ଓ କୋଲିଠାରେ ନିର୍ମାଣ କରିଥିବା ବହୁ ସୌଧ ସମୟ ଚକ୍ରରେ ଧୂଳିସାତ୍ ହୋଇଯାଇଛି । ସେ ନିର୍ମାଣ କରିଯାଇଥିବା ସୌଧଗୁଡ଼ିକ ମଧ୍ୟରୁ ପାନିପଥଠାରେ ଏକ ବିଶାଳ ମସ୍‌ଜିଦ୍‌ ଓ ସମ୍ବଲଠାରେ ଜୁମ୍ମା ମସ୍ଜିଦ୍‌ ଏବେ ମଧ୍ୟ ଅକ୍ଷତ ଅବସ୍ଥାରେ ଦଣ୍ଡାୟମାନ ।

ହୁମାୟୁନ ଓ ଶେରଶାହଙ୍କ ସମୟରେ କଳା ଓ ସ୍ଥାପତ୍ୟ:
ହୁମାୟୁନଙ୍କ ରାଜତ୍ଵରେ ନିର୍ମିତ ଆଗ୍ରାଠାରେ ଏକ ସୌଧ, ପଞ୍ଜାବର ହିସାର ଜିଲ୍ଲାରେ ଅବସ୍ଥିତ ଫତେବାଦ ମସ୍‌ଜିଦ୍ ଅର୍ଶଭଗ୍ନ ଅବସ୍ଥାରେ ଦଣ୍ଡାୟମାନ ହୋଇ ମଧ୍ୟ ନିର୍ମାତାଭାବରେ ହୁମାୟୁନଙ୍କର ଯଶଗାନ କରିଥାଏ । ଶେରଶାହ କଳା ଓ ସ୍ଥାପତ୍ୟ ପ୍ରତି ବିଶେଷ ଆଗ୍ରହ ପ୍ରକାଶ କରିଥିଲେ । ତାଙ୍କ ରାଜତ୍ଵରେ ସାସାରାମଠାରେ ନିର୍ମିତ ମସ୍‌ଜିଦ୍ ହିନ୍ଦୁ-ମୁସଲମାନ ସ୍ଥାପତ୍ୟର ଏକ ଆକର୍ଷଣୀୟ ମିଶ୍ରଣ । କନିଂହାମ୍ ଏହି ସୌଧକୁ ଦେଖ୍ ଏତେ ଖୁସି ହୋଇଯାଇଥିଲେ ଯେ ସେ ଏହାକୁ ତାଜମହଲ ସହ ତୁଳନା କରିବାକୁ ପଛାଇ ନାହାନ୍ତି ।

ଆକବରଙ୍କ ସମୟରେ କଳା ଓ ସ୍ଥାପତ୍ୟ:
ଆକବରଙ୍କର ନିର୍ମାଣକଳା ପ୍ରତି ବିଶେଷ ଆଗ୍ରହ ରହିଥିଲା । ତାଙ୍କଦ୍ୱାରା ନିର୍ମିତ ଫତେପୁରସିକ୍ରି ଉତ୍କୃଷ୍ଟ ନିର୍ମାଣକଳାର ଏକ ଅନୁପମ ପରିଚାୟକ । ଏହାକୁ ପ୍ରଶଂସାକରି ଡି. ହ୍ୟୁମରେସ୍ ଲେଖୁଛନ୍ତି, ‘ଫତେପୁରସିକ୍ରି ଥିଲା ଭର୍‌ସାଇଲ ନଗରୀଠାରୁ ଅଧ‌ିକ ମନୋରମ ।’’ ଏଠାରେ ନିର୍ମିତ ଯୋଧବାଈ ଓ ବୀରବଲଙ୍କ ପ୍ରାସାଦ, ପଞ୍ଚମହଲା, ସଲିମ୍ ଚିସ୍ତିଙ୍କ ମସ୍‌ଜିଦ୍‌, ଜୁମ୍ମା ମସ୍‌ଜିଦ୍, ବୁଲନ୍ଦ ଦରୱାଜା, ଦେୱାନୀ-ଇ-ଖାସ୍ ଆଦି ଅତୁଳନୀୟ କଳାକୃତିର ପରିଚୟ ପ୍ରଦାନ କରିଥାଏ । ଭି.ଏ. ସ୍ମିଥ୍ ଫତେପୁରସିକ୍ରିର ପ୍ରଶଂସାକରି ଲେଖୁଛନ୍ତି ଯେ ‘‘ଫତେପୁରସିକ୍ରି ଭଳି ନଗର ପୂର୍ବରୁ ନିର୍ମିତ ହୋଇନଥୁଲା କି ପୁନର୍ବାର ନିର୍ମିତ ହୋଇପାରିବ ନାହିଁ। ପ୍ରସ୍ତରର ଏହା ଏକ ରୋମାଞ୍ଚକର ନଗରୀ ।’’ଆକବରଙ୍କ ସମୟରେ ଅନ୍ୟାନ୍ୟ କୃତି ଥିଲା ସିକନ୍ଦରସ୍ଥିତ ଆକବରଙ୍କ ମସ୍‌ଜିଦ୍‌, ଆଲ୍ଲାହାବାଦସ୍ଥିତ ଚାଳିଶ ସ୍ତମ୍ଭବିଶିଷ୍ଟ ଏକ ସୁବିଶାଳ ପ୍ରାସାଦ ଏବଂ ଆଗ୍ରାର ଜାହାଙ୍ଗୀର-ମହଲ । ଲାହୋର ଦୁର୍ଗ ଆକବରଙ୍କ ସମୟରେ ନିର୍ମିତ ହୋଇଥିଲା ।

ଜାହାଙ୍ଗୀରଙ୍କ ସମୟରେ କଳା ଓ ସ୍ଥାପତ୍ୟ:
ଜାହାଙ୍ଗୀରଙ୍କ ସମୟରେ କେବଳ ଦୁଇଟି ସୌଧ ତାଙ୍କ ରାଣୀ , ନୁର୍‌ଜାହାନଙ୍କଦ୍ଵାରା ନିର୍ମିତ ହୋଇଥିଲା । ସେଗୁଡ଼ିକ ମଧ୍ୟରୁ ନୁର୍‌ଜାହାନଙ୍କ ପିତା ଇତ୍‌ମୁଦୌଲାଙ୍କ ପାଇଁ ନିର୍ମିତ ସମାଧ୍ ସୌଧ ମୋଗଲ ସ୍ଥାପତ୍ୟର ଏକ ଅନୁପମ ସ୍ମାରକୀଭାବେ ଏବେ ମଧ୍ୟ ଉଦ୍‌ଜୀବିତ । ସେହିପରି ସାହଦରାସ୍ଥିତ ଜାହାଙ୍ଗୀରଙ୍କ ସମାସୌଧ ମଧ୍ଯ ଜାହାଙ୍ଗୀରଙ୍କ ଶାସନକାଳର ଅନ୍ୟ ଏକ ଅକ୍ଷୟ କୀର୍ତ୍ତି ।

ଶାହାଜାହାନଙ୍କ ସମୟରେ କଳା ଓ ସ୍ଥାପତ୍ୟ – ଶାହାଜାହାନଙ୍କ ସମୟରେ କଳା ଓ ସ୍ଥାପତ୍ୟର ଯୁଗଭାବେ ଅଭିହିତ କରାଯାଏ । ତାଙ୍କ ରାଜତ୍ଵ ସମୟରେ ଇଣ୍ଡୋ-ଇସ୍‌ଲାମୀୟ କଳା ଓ ସ୍ଥାପତ୍ୟର ବିକାଶ ଚରମ ସୀମାରେ ଉପନୀତ ହୋଇଥିଲା । ରୋମ ସମ୍ରାଟ୍ ଅଗଷ୍ଟସ୍ ସିଜର ଇଟାରେ ନିର୍ମିତ ରୋମ୍ ସହରକୁ ମାର୍ବଲ କରିଥିଲେ । ଜଣେ ସୌନ୍ଦର୍ଯ୍ୟପିପାସୁ, ବିଳାସୀ ଓ ଆଡ଼ମ୍ବରପ୍ରିୟ ସମ୍ରାଟ୍ ଥିବାରୁ ସେ ଦିଲ୍ଲୀ, ଆଗ୍ରା ଓ ଅନ୍ୟାନ୍ୟ ଦେଇଛନ୍ତି । ଶାହାଜାହାନଙ୍କ ସମୟରେ ନିର୍ମିତ ସୌଧଗୁଡ଼ିକ ମଧ୍ୟରୁ ଦିଲ୍ଲୀର ଲାଲକିଲ୍ଲା ଓ ଜୁମା ମସ୍‌ଜିଦ୍ ଏବଂ ଆଗ୍ରାର ତାଜମହଲ ଓ ମୋତି ମସ୍‌ଜିଦ୍‌ ସ୍ଥାପତ୍ୟ ଜଗତର କେତୋଟି ସଫଳ କୃତିରୂପେ ପରିଗଣିତ । ଏତଦ୍‌ଭିନ୍ନ ତାଙ୍କ ରାଜୁତିରେ ବହୁ ଅଟ୍ଟାଳିକା, ସୌଧ, ଦୁର୍ଗ ଓ ମସ୍‌ଜିଦ୍ ନିର୍ମିତ ହୋଇଥିଲା ଏବଂ ସେଗୁଡ଼ିକ ମୁଖ୍ୟତଃ ଲାହୋର, କାବୁଲ, କାଶ୍ମୀର, କାନ୍ଦାହାର, ଆଜମୀର ଓ ଅହମ୍ମଦାବାଦରେ ପ୍ରତିଷ୍ଠିତ ହୋଇଥିଲା । ଯମୁନା ନଦୀ କୂଳରେ ଶାହାଜାହାନ ଲାଲକିଲ୍ଲା ନିର୍ମାଣ କରିଥିଲେ ।

ଏହି ବିରାଟ ପ୍ରାସାଦ ମଧ୍ଯରେ ରଙ୍ଗମହଲ, ମମତାଜ ମହଲ, ହୀରାମହଲ, ଦେୱାନୀ-ଇ-ଖାସ୍‌, ଦେୱାନୀ-ଇ-ଆମ୍ ଆଦି ସୌଧ ନିର୍ମିତ ହୋଇଥିଲା । ଏତଦ୍‌ବ୍ୟତୀତ ଆଗ୍ରାରେ ମୋତି ମସ୍‌ଜିଦ୍‌ ଓ ମୁସମନ ବୁର୍ଜ ଏବଂ ଦିଲ୍ଲୀର ଜୁମା ମସଜିଦ୍ ଶାହାଜାହାନଙ୍କ ରାଜୁତିର ଅନ୍ୟ କେତୋଟି ଅମର କୀର୍ତ୍ତି । ଲାଲକିଲ୍ଲାର ଅଦୂରରେ ଅବସ୍ଥିତ ଜୁମା ମସ୍‌ଜିଦ୍ ଭାରତର ସର୍ବବୃହତ୍ ମସ୍‌ଜିଦ୍‌ରୂପେ ଖ୍ୟାତ । ଶାହାଜାହାନଙ୍କ କୀର୍ତ୍ତିଗୁଡ଼ିକ ମଧ୍ୟରୁ ଆଗ୍ରାରେ ନିର୍ମିତ ତାଜମହଲ ସର୍ବଶ୍ରେଷ୍ଠ ବୋଲି ବିବେଚିତ । ଶାହାଜାହାନ ନିଜର ପ୍ରିୟତମା ପତ୍ନୀଙ୍କର ସ୍ମୃତିକୁ ଜୀବନ୍ତ ରଖିବାପାଇଁ ଆଗ୍ରାର ଯମୁନା ନଦୀ କୂଳରେ ଏହି ବିଶ୍ବପ୍ରସିଦ୍ଧ ଓ ଅଦ୍ୱିତୀୟ ସ୍ମୃତିସମାଧ୍ଵ ନିର୍ମାଣ କରିଥିଲେ । ଈଶ୍ୱରୀପ୍ରସାଦ ଏହାର ଭୂୟସୀ ପ୍ରଶଂସା କରି ଲେଖୁଛନ୍ତି, ‘ବିଶ୍ଵରେ ତାଜମହଲ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ଓ ଆନୁଗତ୍ୟର ଅନୁପମ ସୂତି-ସୌଧଭାବେ ବିରାଜିତ । ଏହାକୁ ଯେ ନଦେଖୁଛି, ଏହାର ସୌନ୍ଦର୍ଯ୍ୟ ବିଷୟରେ ଧାରଣା କରିବା ତା ପକ୍ଷରେ ଅସମ୍ଭବ ।’’

ଶାହାଜାହାନଙ୍କଦ୍ଵାରା ନିର୍ମିତ ମୟୂର ସିଂହାସନ ତାଙ୍କର ଏକ ଅନବଦ୍ୟ କଳାକୀର୍ତ୍ତି । ହୀରା, ମୋତି, ମାଣିକ୍ୟ, ସ୍ଵର୍ଣ୍ଣ ଆଦି ବହୁ ମୂଲ୍ୟବାନ୍ ପ୍ରସ୍ତର ଖଚିତ ଏହି ସିଂହାସନଟି ନିର୍ମାଣ କରିବାପାଇଁ ସାତବର୍ଷ ସମୟ ଲାଗିଥିଲା । ଏଥିରେ ପ୍ରାୟ ଏକ କୋଟି ଟଙ୍କା ବ୍ୟୟ କରାଯାଇଥିଲା । ୧୭୯୩ ଖ୍ରୀ.ଅ.ରେ ପାରସିକ ଆକ୍ରମଣକାରୀ ନାଦିରଶାହ ଏହାକୁ ଲୁଣ୍ଠନ କରିଥିଲେ । ଆଉରଙ୍ଗଜେବଙ୍କ ରାଜୁତିରେ ମୋଗଲ କଳା ଓ ସ୍ଥାପତ୍ୟର ଅଧୋପତନ ପରିଲକ୍ଷିତ ହୋଇଥିଲା । ତାହା ମୂଳରେ ଥିଲା ମୁଖ୍ୟତଃ ନିଜେ ସମ୍ରାଟ୍ ଆଉରଙ୍ଗଜେବଙ୍କର ଶିଥୁଳତା । ସେ ସ୍ଥପତି ଓ କାରିଗରମାନଙ୍କୁ କୌଣସିପ୍ରକାରେ ଉତ୍ସାହିତ କରୁନଥିଲେ । ଏହା ସତ୍ତ୍ଵେ ତାଙ୍କ ରାଜୁତିରେ ସ୍ଥାପିତ ହୋଇଥିବା ବାରାଣସୀର ଏକ ମସ୍‌ଜିଦ, ଲାହୋରରେ ବାଦଶାହୀ ମସ୍‌ଜିଦ୍‌, ଔରଙ୍ଗାବାଦରେ ନିଜ ପତ୍ନୀଙ୍କ ପାଇଁ ନିର୍ମିତ ରେଜିୟା ମସ୍‌ଜିଦ୍‌ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ ।

CHSE Odisha Class 12 History Chapter 9 Short & Long Answer Questions in Odia Medium

୪ । ମୋଗଲ ଯୁଗର ଚିତ୍ରକଳା ସମ୍ପର୍କରେ ଆଲୋଚନା କର ।
Answer:
କଳା ଓ ସ୍ଥାପତ୍ୟ କ୍ଷେତ୍ରରେ ମୋଗଲ ରାଜତ୍ଵ ଏକ ନୂତନ ଯୁଗ ଉନ୍ମୋଚନ କରିଥିଲା । ଅବଶ୍ୟ ଏ ଦିଗରେ ଏହି ଯୁଗ ଯେ କିଛି ନୂତନତ୍ୱ ଆଣିଦେଇଥିଲା ତା’ ନୁହେଁ, ବରଂ ତୁର୍କ-ଆଫଗାନ୍ ସମୟର କଳା-ସ୍ଥାପତ୍ୟକୁ ଅବଲମ୍ବନ କରିଯାଇଥିଲା । ଏହାସତ୍ତ୍ୱେ ଏହି ସମୟରେ ମୁସଲମାନ ଓ ହିନ୍ଦୁ କଳା ଓ ସ୍ଥାପତ୍ୟର ଏକ ମିଶ୍ରଣ ପରିଲକ୍ଷିତ ହୋଇଥିଲା । ମୋଗଲ ଯୁଗରେ ଚିତ୍ରକଳା ଅଙ୍କନରେ ଅନେକ ପ୍ରଗତି ପରିଲକ୍ଷିତ ହୋଇଥାଏ । ମୋଗଲ ଚିତ୍ରକଳାରେ ପାର୍ସୀ ଓ ଭାରତୀୟ ଶୈଳୀର ସମନ୍ଵୟ ହୋଇଥିବା ଦେଖାଯାଏ । ପାରସ୍ୟ ଦରବାର ସହିତ ମୋଗଲମାନଙ୍କ ନିବିଡ଼ ସମ୍ପର୍କ ଥିବାରୁ ସେଠାକାର ପରମ୍ପରା ସେମାନେ ଭାରତକୁ ଆଣିଥିଲେ । ଏଥିରେ ଚୀନ୍‌ର ପ୍ରଭାବ ମଧ୍ୟ ଅନୁଭୂତ ହୋଇଥାଏ । ଆକବରଙ୍କ ସମୟରେ ଆନୀତ ଚିତ୍ରକଳା ପରମ୍ପରା ଭାରତରେ ଗୃହୀତ ହୋଇଥିଲା । ଆକବରଙ୍କ ରାଜତ୍ଵରେ ଆରମ୍ଭ ହୋଇ ଜାହାଙ୍ଗୀରଙ୍କ ରାଜତ୍ଵରେ ଚିତ୍ରକଳା ଚରମ ଉତ୍କର୍ଷ ଲାଭ କରିଥିଲା । ଜାହାଙ୍ଗୀର ନିଜେ ଚିତ୍ରକଳାକୁ ଆଦର କରୁଥିଲେ ଓ ତା’ର ପୃଷ୍ଠପୋଷକ ଥିଲେ ।

ଚିତ୍ରକଳାର ବିକାଶ ପାଇଁ ପ୍ରଥମେ ଆକବର ଏକ ସ୍ଵତନ୍ତ୍ର ବିଭାଗ ସ୍ଥାପନ କରିଥିଲେ । ବ୍ଲାଜା ଅବଦୁସ୍ ସମାଦ ଥିଲେ ତା’ର ମୁଖ୍ୟ । ତାଙ୍କ ନେତୃତ୍ୱରେ ଏକ ଅନୁଷ୍ଠାନ ଆରମ୍ଭ ହୋଇଥିଲା । ସେଥ‌ିରେ ପ୍ରତିଛବି ଆଙ୍କିବାକୁ ଉତ୍ସାହିତ କରାଯାଇଥିଲା । କେତେକ ସମବେତ ଦୃଶ୍ୟ ମଧ୍ୟ ଶିଳ୍ପୀମାନେ ଅଙ୍କନ କରିଥିଲେ । ଭାରତ ଓ ଭାରତ ବାହାରୁ ଖ୍ୟାତନାମା ଚିତ୍ରଶିଳ୍ପୀମାନେ ଆକବରଙ୍କ ଦରବାରକୁ ନିମନ୍ତ୍ରିତ ହୋଇଥିଲେ । ଫତେପୁର ସିକ୍ରି ରାଜମହଲର କାନ୍ଥମାନଙ୍କରେ ସେମାନେ ଚିତ୍ର ଅଙ୍କନ କରିଥିଲେ । ଆକବର ପ୍ରାୟ ଶତାଧ୍ଵକ ଶିଳ୍ପୀଙ୍କୁ ଉକ୍ତ କାର୍ଯ୍ୟପାଇଁ ନିୟୋଜିତ କରିଥିଲେ । ସେତେବେଳେ ଖ୍ୟାତନାମା ଚିତ୍ରକର ଥିଲେ ଅବଦୁସ୍ ସମାଦ, ଫରୁକ୍ ବେଗ ଏବଂ ଜାମସେଦ୍ । ସତରଜଣ ପ୍ରଖ୍ୟାତ କଳାକାରଙ୍କ ମଧ୍ୟରୁ ତେରଜଣ ହିନ୍ଦୁ କଳାକାର ଥିଲେ । ସେମାନେ ହେଲେ ଦସନ୍ତ, ସନୱାଲ ଦାସ, ତାରାଚାନ୍ଦ, ଲାଲକେସୁ, ମୁକୁନ୍ଦ ଏବଂ ହରିବଂଶ । ଚେଙ୍ଗିଜନାମା, ଜାଫରନାମା, ରାମାୟଣ, କାଳୀୟ ଦମନ ଏବଂ ଆୟର୍ବାନିସ୍ ପ୍ରଭୃତି ଗ୍ରନ୍ଥରେ ଚିତ୍ରାଙ୍କନ ପାଇଁ ଖ୍ୟାତନାମା ଚିତ୍ରକରଙ୍କୁ ଆକବର ନିଯୁକ୍ତି ଦେଇଥିଲେ । ସେତେବେଳେ ସେମାନେ ଥିଲେ ସର୍ବଶ୍ରେଷ୍ଠ ଚିତ୍ରକର ।

ଆକବରଙ୍କ ବ୍ୟକ୍ତିଗତ ଆଗ୍ରହ ଓ ପୃଷ୍ଠପୋଷକତା ଫଳରେ ଭାରତୀୟ ଚିତ୍ରଶିଳ୍ପୀ ଅତି ଉଚ୍ଚ ସ୍ଥାନକୁ ଉନ୍ନୀତ ହୋଇପାରିଥିଲେ । ସମ୍ରାଟଙ୍କ ନିଜ ଜୀବନର ଅନେକ ଘଟଣା ଶିଳ୍ପୀମାନେ ଅଙ୍କନ କରିଥିଲେ ।
ଜାହାଙ୍ଗୀର ଥୁଲେ ଚିତ୍ରକଳାର ସର୍ବଶ୍ରେଷ୍ଠ ପୂଜାରୀ ଓ ପୃଷ୍ଠପୋଷକ । ଆକବରଙ୍କ ସମୟରେ ଯେଉଁ ବଳିଷ୍ଠ ପରମ୍ପରାର ଆରମ୍ଭ ଘଟିଥିଲା ତାକୁ ଜାହାଙ୍ଗୀର ଉଚ୍ଚତମ ସୋପାନକୁ ନେଇପାରିଥିଲେ । ସେଥୁପାଇଁ ସେ ପ୍ରଶଂସନୀୟ । ଚିତ୍ର ପ୍ରତି ତାଙ୍କର ସ୍ଵତନ୍ତ୍ର ଅନୁରାଗ ଥିଲା । ସେଥ‌ିରେ ସେ ଜଣେ ବିଶେଷଜ୍ଞ ଥିଲେ । ଚିତ୍ର ଦେଖୁ ସେ କଳାକାରର ନାମ ଓ ପରିଚୟ ଦେଇପାରୁଥିଲେ । ମୋଗଲ ଚିତ୍ରକଳାକୁ Miniature Painting କୁହାଯାଏ । ଆକାର ଦୃଷ୍ଟିରୁ ଚିତ୍ରମାନ ବୃହତ୍ ଧରଣର ନ ଥିଲା । କିନ୍ତୁ କ୍ଷୁଦ୍ର ପରିସର ଭିତରେ ରଙ୍ଗ ଓ ଭାବର ଅପୂର୍ବ ବିନ୍ୟାସ ଚିତ୍ରଗୁଡ଼ିକୁ ଜୀବନ୍ତ କରିପାରୁଥିଲା । ଦରବାରର ଘଟଣାବଳୀ, ଶିକାର, ଯୁଦ୍ଧ, ପଶୁଯୁଦ୍ଧ ଆଦି ଦୃଶ୍ୟ ବର୍ଣ୍ଣରେ ଶିଳ୍ପୀମାନେ ଅତି ନିପୁଣତା ପ୍ରଦର୍ଶନ କରିଥିଲେ । ପ୍ରକୃତିର ଚିତ୍ରଣ ମଧ୍ୟ ଅତି ବାସ୍ତବତାର ସହ ସେମାନେ କରିପାରୁଥିଲେ ।

ଜାହାଙ୍ଗୀରଙ୍କ ସମସାମୟିକ ଚିତ୍ରକରଙ୍କ ମଧ୍ୟରେ ଉଲ୍ଲେଖଯୋଗ୍ୟ ଥିଲେ ଫରୁକ୍ ବେଗ୍, ମହମ୍ମଦ ନଦୀର, ମହମ୍ମଦ ମୁରାଦ୍, ଆଗାରେଜା ଏବଂ ଉସ୍ତାଦ୍ ମନସୁର । ହିନ୍ଦୁ ଚିତ୍ରକରଙ୍କ ଭିତରେ ଖ୍ୟାତନାମା ଶିଳ୍ପୀ ଥିଲେ ବିସନ ଦାସ, କେଶବ ମନୋହର, ମାଧବ ଓ ତୁଲସୀ । ଜାହାଙ୍ଗୀରଙ୍କ ମୃତ୍ୟୁ ପରେ ମୋଗଲ ଚିତ୍ରକଳାର ଅବନତି ଘଟିଥିଲା । ଶାହାଜାହାନଙ୍କ ଆଗ୍ରହ କଳା ସ୍ଥାପତ୍ୟରେ ବେଶି ଥିଲା । ଚିତ୍ରକଳା ପ୍ରତି ତାଙ୍କର ସେପରି ଆଗ୍ରହ ଥ‌ିବାର ଦେଖାଯାଏ ନାହିଁ । ତେଣୁ ଦରବାରରେ ଥିବା ଚିତ୍ରକରମାନଙ୍କ ସଂଖ୍ୟା କମିଯାଇଥିଲା । ଯେଉଁ କେତେକ ଚିତ୍ରକଳା ତାଙ୍କ ସମୟରେ ପ୍ରସ୍ତୁତ ହୋଇଥିଲା ତାହାର ଗୁଣାତ୍ମକ ମାନ ସେତେ ଉଚ୍ଚ ନୁହେଁ । ଦରବାର ଦୃଶ୍ୟ, ସମ୍ରାଟ୍‌ଙ୍କ ଦୈନନ୍ଦିନ ଜୀବନକୁ କେନ୍ଦ୍ରକରି ଦୃଶ୍ୟମାନ, ସମ୍ଭ୍ରାନ୍ତ ସାମନ୍ତମାନଙ୍କ ଜୀବନ, ପୋଷାକ, ଅଳଙ୍କାର ଆଦିକୁ ସେମାନେ ଅଙ୍କନ କରିଥିଲେ । ସାମସମୟିକ ଜୀବନର ନିଚ୍ଛକ ଚିତ୍ରଣ ସେଥୁରେ ମିଳେ ନାହିଁ । ଦରବାର ତରଫରୁ ଚିତ୍ରକରମାନେ କୌଣସି ଅନୁଦାନ ବା ପୃଷ୍ଠପୋଷକତା ନ ପାଇବାରୁ ଚିତ୍ରକଳାର ଆଦର କମିଗଲା ଓ ଏକ ବଳିଷ୍ଠ ପରମ୍ପରାର ବିଲୟ ଘଟିଥିଲା ।

Leave a Comment