Odisha State Board CHSE Odisha Class 12 Logic Solutions Unit 2 ବ୍ୟବହିତ ଅନୁମାନ ଓ ମିଶ୍ର ତ୍ରିପଦୀଯୁକ୍ତି Long Answer Questions.
CHSE Odisha Class 12 Logic Unit 2 Long Answer Questions in Odia Medium
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
1. ପ୍ରଥମ ସଂସ୍ଥାନର ସ୍ଵତନ୍ତ୍ର ନିୟମର ପ୍ରମାଣ ଦିଅ ।
Answer:
(୧) ସାଧ୍ୟବୟବ ଅବଶ୍ୟ ସାର୍ବିକ ହେବ ।
(୨) ପକ୍ଷାବୟବ ସଦର୍ଥକ ହେବ ।
ମ-ପ
ଅ-ମ
______
ଅ-ପ
ପ୍ରମାଣ- (୧) ଯଦି ସାଧାବୟବଟି ସାର୍ବିକ ନ ହୁଏ, ତେବେ ତାହା ବିଶେଷ ହେବ । ସେ କ୍ଷେତ୍ରରେ ହେତୁପଦ ସାଧାବୟବରେ ବ୍ୟାପ୍ୟ ହୋଇପାରିବ ନାହିଁ । କାରଣ ହେତୁପଦ ସାଧାବୟବରେ ଉଦ୍ଦେଶ୍ୟ ଏବଂ ବିଶେଷ ତର୍କବାକ୍ୟରେ ଉଦ୍ଦେଶ୍ୟ ହୋଇଥିବା ଯୋଗୁଁ ତାହା ଅବ୍ୟାପ୍ୟ; କିନ୍ତୁ ନିୟମାନୁସାରେ ହେତୁପଦ ଅନ୍ତତଃ ଥରେ ହେତୁବାକ୍ୟରେ ବ୍ୟାପ୍ୟ ହେବା ଆବଶ୍ୟକ । ତା ନ ହେଲେ ଅବ୍ୟାପ୍ୟ ହେତୁଦୋଷ ଜାତ ହୁଏ । ତେଣୁ ହେତୁପଦ ପକ୍ଷାବୟବରେ ବ୍ୟାପ୍ୟ ହେବା ଆବଶ୍ୟକ । କିନ୍ତୁ ପକ୍ଷାବୟବରେ ହେତୁପଦ ବିଧେୟ ଏବଂ ନଞର୍ଥକ ତର୍କବାକ୍ୟରେ ବିଧେୟ ବ୍ୟାପ୍ୟ ହୁଏ । ଯଦି ପକ୍ଷାବୟବ ନଞର୍ଥକ ହୁଏ, ତେବେ ହେତୁପଦ ଏଥିରେ ବ୍ୟାପ୍ୟ ହେବ ।
ପକ୍ଷାବୟବ ନଞର୍ଥକ ହେଲେ ସିଦ୍ଧାନ୍ତ ନଞର୍ଥକ ହୁଏ ଏବଂ ବିଧେୟ ବା ସାଧପଦ ସିଦ୍ଧାନ୍ତରେ ବ୍ୟାପ୍ୟ ହୁଏ । ନିୟମାନୁସାରେ ସାଧ୍ୟପଦ ସାଧାବୟବରେ ବ୍ୟାପ୍ୟ ହେବ; ଯଦି ତାହା ହୁଏ ତା’ହେଲେ ଅବୈଧ ସାଧଦୋଷ ଜାତ ହେବ । ତେଣୁ ସାଧ୍ୟପଦ ସାଧାବୟବରେ ବ୍ୟାପ୍ୟ ହୋଇପାରିବ ନାହିଁ । କାରଣ ସାଧାବୟବ ସଦର୍ଥକ । ସାଧପଦ ଏଥରେ ବିଧେୟ ଏବଂ ସଦର୍ଥକ ତର୍କବାକ୍ୟରେ ବିଧେୟ ହେତୁ ତାହା ଅବ୍ୟାପ୍ୟ । ତେଣୁ ଏଠାରେ ଅବୈଧ ସାଧ୍ୟତା ଦୋଷ ଜାତ ହେଉଛି । ଅତଏବ ପ୍ରଥମ ସଂସ୍ଥାନର ସାଧାବୟବ ବିଶେଷ ହୋଇପାରିବ ନାହିଁ । ତାହା ସାମାନ୍ୟ ବା ସାର୍ବିକ ହେବ ।
(୨) ଯଦି ପକ୍ଷାବୟବ ସଦର୍ଥକ ନ ହୁଏ, ତେବେ ନଞର୍ଥକ ହେବ । ପକ୍ଷାବୟବଟି ନଞର୍ଥକ ହେଲେ ସାଧାବୟବ ସଦର୍ଥକ ଓ ସିଦ୍ଧାନ୍ତ ନଞର୍ଥକ ହୁଏ । ନଞର୍ଥକ ସିଦ୍ଧାର୍ଥରେ ବିଧେୟ ବା ସାଧପଦ ବ୍ୟାପ୍ୟ ଅଟେ । ତାହା ସାଧାବୟବରେ ବ୍ୟାପ୍ୟ ହେବା ଦରକାର । ତା’ ନ ହେଲେ ଅବୈଧ ସାଧତା ଦୋଷ ଜାତ ହୁଏ । କିନ୍ତୁ ସାଧପଦ ସାଧାବୟବରେ ବ୍ୟାପ୍ୟ ହୋଇପାରିବ ନାହିଁ । କାରଣ ସାଧପଦ ସଦର୍ଥକ ଓ ଏହା ଏଥୁରେ ବିଧେୟ । ସଦର୍ଥକ ତର୍କବଚନରେ ବିଧେୟ ଅଦ୍ୟାପ୍ୟ । ତେଣୁ ଅବୈଧ ସାଧ୍ୟତା ଦୋଷ ଜାତ ହେବ । ଅତଏବ ପ୍ରଥମ ସଂସ୍ଥାନରେ ପକ୍ଷାବୟବ ନଞର୍ଥକ ହୋଇପାରିବ ନାହିଁ । ତାହା ସଦର୍ଥକ ହେବ ।
2. ଦ୍ବିତୀୟ ସଂସ୍ଥାନର ସ୍ବତନ୍ତ୍ର ନିୟମର ପ୍ରମାଣ ଦିଅ ।
Answer:
(୧) ସାଧାବୟବ ସାର୍ବିକ ବା ସାମାନ୍ୟ ହେବ ।
(୨) ଗୋଟିଏ ହେତୁବାକ୍ୟ ନଞର୍ଥକ ହେବା ବାଞ୍ଛନୀୟ ।
ଦ୍ଵିତୀୟ ସଂସ୍ଥାନରେ ହେତୁପଦର ଅବସ୍ଥିତି :
ପ-ମ
ଅ-ମ
_____
ଅ-ପ
ପ୍ରମାଣ :
(୧) ଯଦି ସାଧାବୟବ ସାମାନ୍ୟ ନ ହୁଏ ତେବେ ବିଶେଷ ହେବ ଏବଂ ସାଧ୍ୟପଦ ଏଥିରେ ବ୍ୟାପ୍ୟ ହୋଇପାରିବ ନାହିଁ । କାରଣ ସାଧ୍ୟପଦ ସାଧାବୟବରେ ଅବ୍ୟାପ୍ୟ ହେଲେ ସିଦ୍ଧାନ୍ତରେ ଅବ୍ୟାପ୍ୟ ହେବ । ଏ କ୍ଷେତ୍ରରେ ସିଦ୍ଧାନ୍ତ ସଦର୍ଥକ ହେବ ।
ସିଦ୍ଧାନ୍ତ ସଦର୍ଥକ ହେଲେ ହେତୁବଚନଦ୍ଵୟ ସଦର୍ଥକ ହେବ । ହେତୁପଦ ଉଭୟ ହେତୁବାକ୍ୟର ବିଧେୟ ଏବଂ ସଦର୍ଥକ ତର୍କବାକ୍ୟରେ ବିଧେୟ ଅଦ୍ୟାପ୍ୟ । ଅତଏବ ଅବ୍ୟାପ୍ୟ ହେତୁଦୋଷ ଜାତ ହେବ । ଅତଏବ ସାଧାବୟବ ବିଶେଷ ହୋଇପାରିବ ନାହିଁ । ଏହା ସାମାନ୍ୟ ହେବ ।
(୨) ଯଦି ଗୋଟିଏ ହେତୁବଚନ ନଞର୍ଥକ ହୁଏ, ତେବେ ଉଭୟ ହେତୁବଚନ ସଦର୍ଥକ ହେବ । ଉଭୟ ହେତୁବଚନ ସଦର୍ଥକ ହେଲେ ହେତୁପଦ ଉଭୟ ହେତୁବାକ୍ୟରେ ଅବ୍ୟାପ୍ୟ ରହିବ । କାରଣ ହେତୁପଦ ଉଭୟ ହେତୁବାକ୍ୟରେ ବିଧେୟ । ସଦର୍ଥକ ତର୍କବଚନରେ ବିଧେୟ ଅଦ୍ୟାପ୍ୟ । ତେଣୁ ଅବ୍ୟାପ୍ୟ ହେତୁଦୋଷ ହେବ । ଅତଏବ ଉଭୟ ହେତୁବାକ୍ୟ ସଦର୍ଥକ ହୋଇପାରିବ ନାହିଁ । ଗୋଟିଏ ହେତୁବାକ୍ୟ ନଞର୍ଥକ ହେବ ।
3. ତୃତୀୟ ସଂସ୍ଥାନର ସ୍ବତନ୍ତ୍ର ନିୟମର ପ୍ରମାଣ ଦିଅ ।
Answer:
(୧) ପକ୍ଷାବୟବ ସଦର୍ଥକ ହେବ ।
(୨) ସିଦ୍ଧାନ୍ତଟି ବିଶେଷ ହେବ ।
(୩) ଅନ୍ତତଃ ଗୋଟିଏ ହେତୁବାକ୍ୟ ସାମାନ୍ୟ ହେବ ।
ତୃତୀୟ ସଂସ୍ଥାନରେ ହେତୁପଦର ଅବସ୍ଥିତି :
ମ-ପ
ମ-ଅ
____
ଅ-ପ
ପ୍ରମାଣ :
(୧) ଯଦି ପକ୍ଷାବୟବଟି ସଦର୍ଥକ ନ ହୁଏ, ତେବେ ତାହା ଅବଶ୍ୟ ନଞର୍ଥକ ହେବ । ସାଧାବୟବ ଅବଶ୍ୟ ସଦର୍ଥକ ହେବ ଏବଂ ସିଦ୍ଧାନ୍ତଟି ନଞର୍ଥକ ହେବ । ନଞର୍ଥକ ସିଦ୍ଧାନ୍ତରେ ବିଧେୟ ବା ସାଧପଦ ବ୍ୟାପ୍ୟ ହେବ ଏବଂ ନିୟମାନୁସାରେ ତାହା ସାଧାବୟବରେ ବ୍ୟାପ୍ୟ ହେବା ଆବଶ୍ୟକ । କିନ୍ତୁ ସାଧପଦ ଏଥିରେ ବିଧେୟ । ସଦର୍ଥକ ତର୍କବାକ୍ୟରେ ବିଧେୟଟି ଅବ୍ୟାପ୍ୟ ଅଟେ । ତେଣୁ ଅବୈଧ ସାଧଦୋଷ ହେବ । ଅତଏବ ପକ୍ଷାବୟବ ନଞ୍ଜର୍ଥକ ହୋଇପାରିବ ନାହିଁ । ଏହା ଅବଶ୍ୟ ସଦର୍ଥକ ହେବ ।
(୨) ଯଦି ସିଦ୍ଧାନ୍ତ ବିଶେଷ ନ ହୁଏ, ତେବେ ତାହା ଅବଶ୍ୟ ସାମାନ୍ୟ ହେବ । ପକ୍ଷାବୟବରେ ସିଦ୍ଧାନ୍ତ ବ୍ୟାପ୍ୟ ହେବ । କିନ୍ତୁ ପକ୍ଷପଦ ପକ୍ଷାବୟବର ବିଧେୟ । ଯଦି ପକ୍ଷାବୟବ ନଞ୍ଜର୍ଥକ ହୁଏ ତେବେ ପକ୍ଷପଦ ଏଥିରେ ବ୍ୟାପ୍ୟ ହେବ । କାରଣ ନଞର୍ଥକ ତର୍କବାକ୍ୟରେ ବିଧେୟ ବ୍ୟାପ୍ୟ ଅଟେ । ପକ୍ଷାବୟବ ନଞର୍ଥକ ହେଲେ ସିଦ୍ଧାନ୍ତରେ ବ୍ୟାପ୍ୟ ହେବ । ତାହା ମଧ୍ୟ ସାଧାବୟବରେ ବ୍ୟାପ୍ୟ ହେବା ଆବଶ୍ୟକ, ନ ହେଲେ ଅବୈଧ ସାଧ୍ଯ ଦୋଷ ଜାତ ହେବ । ସାପଦ ସାଧାବୟବରେ ବିଧେୟ ।
ଯଦି ସାଧାବୟବ ନଞର୍ଥକ ହୁଏ, ତେବେ ସାଧ୍ୟପଦ ଏଥିରେ ବ୍ୟାପ୍ୟ ହେବ । କିନ୍ତୁ ସାଧ୍ୟପଦ ନଞର୍ଥକ ହୋଇପାରିବ ନାହିଁ । କାରଣ ପକ୍ଷାବୟବ ନଞର୍ଥକ ବୋଲି ସ୍ଵୀକାର କରାଯାଇଅଛି । ଉଭୟ ହେତୁବାକ୍ୟ ନଞର୍ଥକ ହୋଇପାରିବ ନାହିଁ । ଯଦି ହୁଏ ତେବେ ଅବୈଧ ସାଧ୍ୟତା ଦୋଷ ହେବ । ଅତଏବ ସିଦ୍ଧାନ୍ତ ସାମାନ୍ୟ ହୋଇପାରିବ ନାହିଁ । ତେଣୁ ସିଦ୍ଧାନ୍ତ ଅବଶ୍ୟ ସଦର୍ଥକ ହେବ ।
(୩) ଯଦି ଗୋଟିଏ ହେତୁବାକ୍ୟ ସାମାନ୍ୟ ନ ହୁଏ, ତେବେ ଉଭୟ ହେତୁବାକ୍ୟ ବିଶେଷ ହେବ । ବିଶେଷ ତର୍କବାକ୍ୟର ଉଦ୍ଦେଶ୍ୟ ବ୍ୟାପ୍ୟ ନୁହେଁ । ତୃତୀୟ ସଂସ୍ଥାନରେ ହେତୁପଦ ହେତୁବାକ୍ୟ ଦ୍ଵୟର ଉଦ୍ଦେଶ୍ୟ ସ୍ଥାନରେ ଥିବାରୁ ହେତୁବାକ୍ୟ ଦ୍ଵୟ ବିଶେଷ ହେଲେ ଅବ୍ୟାପ୍ୟ ହେତୁପଦ ଦୋଷ ଜାତ ହେବା ସ୍ଵାଭାବିକ ଅଟେ । ଏଣୁ ଏହି ସଂସ୍ଥାନର ବୈଧ ନ୍ୟାୟରୂପମାନଙ୍କ ହେତୁବାକ୍ୟ ଦ୍ଵୟରୁ ଅନ୍ତତଃ ଗୋଟିଏ ଅବଶ୍ୟ ସାମାନ୍ୟ ହୁଏ ।
4. ଚତୁର୍ଥ ସଂସ୍ଥାନରେ ସ୍ଵତନ୍ତ୍ର ନିୟମର ପ୍ରମାଣ ଦିଅ ।
Answer:
(୧) ଯଦି ସାଧବୟବ ସଦର୍ଥକ ହୁଏ, ପକ୍ଷାବୟବ ନିଶ୍ଚୟ ସାମାନ୍ୟ ହେବ ।
(୨) ଯଦି କୌଣସି ହେତୁବାକ୍ୟ ନଞର୍ଥକ ହୁଏ, ତେବେ ସାଧାବୟବ ନିଶ୍ଚୟ ସାମାନ୍ୟ ହେବ ।
(୩) ଯଦି ପକ୍ଷାବୟବ ସଦର୍ଥକ ହୁଏ, ତେବେ ସିଦ୍ଧାନ୍ତ ଅବଶ୍ୟ ବିଶେଷ ହେବ ।
ଚତୁର୍ଥ ସଂସ୍ଥାନରେ ହେତୁପଦର ଅବସ୍ଥିତି :
ପ-ମ
ମ-ଅ
_______
ଅ-ପ
ପ୍ରମାଣ :
(୧) ଯଦି ସାଧାବୟବ ସଦର୍ଥକ ହୁଏ ତେବେ ହେତୁପଦ ଏଥରେ ବ୍ୟାପ୍ୟ ହେବନାହିଁ । କାରଣ ସାଧାବୟବରେ ହେତୁପଦ ବିଧେୟ ଏବଂ ସଦର୍ଥକ ତର୍କବାକ୍ୟରେ ବିଧେୟ ଅବ୍ଯାପ୍ୟ ଅଟେ, ମାତ୍ର ତ୍ରିପଦୀଯୁକ୍ତିର ନିୟମାନୁସାରେ ସାଧପଦ ଅନ୍ତତଃ ଥରେ ବ୍ୟାପ୍ୟ ହେବା ଆବଶ୍ୟକ । ତେଣୁ ତାହା ପକ୍ଷାବୟବରେ ବ୍ୟାପ୍ୟ ହେବା ଆବଶ୍ୟକ । ପକ୍ଷାବୟବରେ ହେତୁପଦ ଉଦ୍ଦେଶ୍ୟ ଅଟେ । ଯଦି ପକ୍ଷାବୟବ ସାମାନ୍ୟ ହୁଏ, ତେବେ ଉଦ୍ଦେଶ୍ୟ ବା ହେତୁପଦ ସେଥୁରେ ବ୍ୟାପ୍ୟ ହେବ । ଅତଏବ ଯଦି ସାଧାବୟବ ସଦର୍ଥକ ହୁଏ, ତେବେ ପକ୍ଷାବୟବ ସାମାନ୍ୟ ହେବ ।
(୨) ଯଦି କୌଣସି’ ହେତୁବାକ୍ୟ ନଞର୍ଥକ ହୁଏ, ତେବେ ସଦ୍ଧାନ୍ତ ଅବଶ୍ୟ ନକ ହେବ । ସିଦ୍ଧାନ୍ତ ନ କ ହେଲେ ସାପଦ ସିଦ୍ଧାନ୍ତରେ ବ୍ୟାପ୍ୟ ହେବ ଏବଂ ଏହା ସାଧାବୟବରେ ବ୍ୟାପ୍ୟ ହେବା ଆବଶ୍ୟକ; ତା’ ନ ହେଲେ ଅବୈଧ ସାଧ୍ୟତା ଦୋଷ ହେବ । କିନ୍ତୁ ସାଧାବୟବରେ ସାଧୁପଦ ଉଦ୍ଦେଶ୍ୟ ଅଟେ । ଯଦି ସାଧାବୟବ ସାମାନ୍ୟ ହୁଏ, ତେବେ ଉଦ୍ଦେଶ୍ୟ ବା ସାଧ୍ୟପଦ ଏଥିରେ ବ୍ୟାପ୍ୟ ହେବ । ଅତଏବ ଗୋଟିଏ ହେତୁବାକ୍ୟ ନଞର୍ଥକ ହେଲେ ସାଧାବୟବ ନିଶ୍ଚୟ ସାମାନ୍ୟ ହେବ ।
(୩) ପକ୍ଷାବୟବ ସଦର୍ଥକ ହେଲେ, ପକ୍ଷପଦ ଏଥରେ ବ୍ୟାପ୍ୟ ହୋଇପାରିବ ନାହିଁ, କାରଣ ପକ୍ଷପଦ ଏଥରେ ବିଧେୟ ଏବଂ ସଦର୍ଥକ ତର୍କବାକ୍ୟରେ ବିଧେୟ ଅଦ୍ୟାପ୍ୟ ଅଟେ । ପକ୍ଷପଦ ପକ୍ଷାବୟବରେ ଅବ୍ୟାପ୍ୟ ହେଲେ ସିଦ୍ଧାନ୍ତରେ ଅବ୍ୟାପ୍ୟ ହେବ । ସିଦ୍ଧାନ୍ତରେ ପକ୍ଷପଦ ଉଦ୍ଦେଶ୍ୟ ଅଟେ । ଯଦି ସିଦ୍ଧାନ୍ତଟି ବିଶେଷ ହୁଏ, ତେବେ ପକ୍ଷପଦ ସିଦ୍ଧାନ୍ତରେ ଅବ୍ୟାପ୍ୟ ହେବ । ଅତଏବ ପକ୍ଷାବୟବ ସଦର୍ଥକ ହେଲେ ସିଦ୍ଧାନ୍ତ ବିଶେଷ ହୁଏ ।
5. ପ୍ରମାଣ କର ।
(୧) ‘ଆ’ ସିଦ୍ଧାନ୍ତ କେବଳ ପ୍ରଥମ ସଂସ୍ଥାନରେ ହେବ ।
(୨) ‘ଓ’ ପ୍ରଥମ ସଂସ୍ଥାନ କିମ୍ବା ଚତୁର୍ଥ ସଂସ୍ଥାନରେ ହେତୁବାକ୍ୟ ହୋଇପାରିବ ନାହିଁ ।
(୩) ଯଦି ପକ୍ଷପଦ ହେତୁବାକ୍ୟରେ ବିଧେୟ ହୁଏ, ତେବେ ସିଦ୍ଧାନ୍ତ ‘ଆ’ ହୋଇପାରିବ ନାହିଁ ।
(୪) ଯଦି ସାଧପଦ ବିଧେୟ ହୁଏ, ତେବେ ପକ୍ଷାବୟବ ସଦର୍ଥକ ହେବ ।
(୫) ହେତୁପଦ ହେତୁବାକ୍ୟରେ ଦୁଇଥର ବ୍ୟାପ୍ୟ ହେଲେ ସିଦ୍ଧାନ୍ତ ବିଶେଷ ହେବ ।
Answer:
(୧) ଯଦି ସିଦ୍ଧାନ୍ତ ‘ଆ’ ହୁଏ, ତେବେ ଉଭୟ ହେତୁବାକ୍ୟ ଅବଶ୍ୟ ‘ଆ’ ହେବ । ସିଦ୍ଧାନ୍ତ ‘ଆ’ ହେଲେ ପକ୍ଷପଦ ସିଦ୍ଧାନ୍ତରେ ବ୍ୟାପ୍ୟ ହୁଏ ଏବଂ ନିୟମାନୁସାରେ ତାହା ପକ୍ଷାବୟବରେ ବ୍ୟାପ୍ୟ ହେବ । ତା ନ ହେଲେ ଅବୈଧପକ୍ଷତା ଦୋଷ ଜାତ ହେବ । ପକ୍ଷାବୟବ ‘ଆ’ ହେଲେ ପକ୍ଷପଦ ଏଥିରେ ବ୍ୟାପ୍ୟ ହେବ । ତେଣୁ ପକ୍ଷପଦ ପକ୍ଷାବୟବରେ ଉଦ୍ଦେଶ୍ୟ ଓ ହେତୁପଦ ପକ୍ଷାବୟବରେ ବ୍ୟାପ୍ୟ ନୁହେଁ । କାରଣ ହେତୁପଦ ପକ୍ଷାବୟବରେ ବିଧେୟ ଓ ତାହା ଅବ୍ୟାପ୍ୟ । ନିୟମାନୁସାରେ ହେତୁପଦ ଥରେ ବ୍ୟାପ୍ୟ ହେବା ଆବଶ୍ୟକ । ତାହା ସାଧାବୟବରେ ବ୍ୟାପ୍ୟ ହେବ । କାରଣ ସାଧାବୟବ ‘ଆ’ । ‘ଆ’ର ଉଦ୍ଦେଶ୍ୟ ପଦ ବ୍ୟାପ୍ୟ ଅଟେ । ହେତୁପଦ ସାଧାବୟବରେ ଉଦ୍ଦେଶ୍ୟ ହେଲେ ତାହା ବ୍ୟାପ୍ୟ ହେବ । ହେତୁପଦ ସାଧାବୟବରେ ଉଦ୍ଦେଶ୍ୟ ଏବଂ ପକ୍ଷାବୟବରେ ବିଧେୟ ଅଟେ । ଏଣୁ ଯୁକ୍ତିଟି ପ୍ରଥମ ସଂସ୍ଥାନର ଅଟେ ।
(୨) ପ୍ରଥମ ସଂସ୍ଥାନରେ ଯଦି ‘ଓ’ ଗୋଟିଏ ହେତୁବାକ୍ୟ ହୁଏ, ତେବେ ସାଧାବୟବ ‘ଓ’ କିମ୍ବା ପକ୍ଷାବୟବ ‘ଓ’ ହୋଇପାରେ । ସାଧାବୟବ ‘ଓ’ ହେଲେ ପକ୍ଷାବୟବ ‘ଆ’ ହୁଏ ଏବଂ ସିଦ୍ଧାନ୍ତ ‘ଓ’ ହୁଏ । ସିଦ୍ଧାନ୍ତରେ ବିଧେୟ ବା ସାପଦ ବ୍ୟାପ୍ୟ ହୁଏ ଏବଂ ତାହା ସାଧାବୟବରେ ବିଧେୟ; କିନ୍ତୁ ହେତୁପଦ ସାଧାବୟବରେ ଉଦ୍ଦେଶ୍ୟ ଓ ପକ୍ଷାବୟବରେ ବିଧେୟ । ହେତୁପଦ ସାଧାବୟବରେ ବ୍ୟାପ୍ୟ ନୁହେଁ, ଯେହେତୁ ‘ଓ’ର ଉଦ୍ଦେଶ୍ୟ ଅଦ୍ୟାପ୍ୟ, ପକ୍ଷାବୟବ ‘ଆ’ । ‘ଆ’ର ଉଦ୍ଦେଶ୍ୟ ବ୍ୟାପ୍ୟ କିନ୍ତୁ ହେତୁପଦ ବିଧେୟ, ତେଣୁ ଅବ୍ୟାପ୍ୟ । ଅତଏବ ଅବ୍ୟାପ୍ୟ ହେତୁଦୋଷ ହୁଏ ।
ପକ୍ଷାବୟବ ‘ଓ’ ହେଲେ ସାଧାବୟବ ‘ଆ’ ଏବଂ ସିଦ୍ଧାନ୍ତ ‘ଓ’ ହୁଏ । ସାଧୁପଦ ସିଦ୍ଧାନ୍ତରେ ବ୍ୟାପ୍ୟ; କିନ୍ତୁ ତାହା ସାପଦରେ ବ୍ୟାପ୍ୟ ନୁହେଁ । କାରଣ ସାଧାବୟବ ‘ଆ’ । ‘ଆ’ର ଉଦ୍ଦେଶ୍ୟ ବ୍ୟାପ୍ୟ; କିନ୍ତୁ ସାଧପଦ ବିଧେୟ ତେଣୁ ଅବ୍ୟାପ୍ୟ । ଅତଏବ ଅବୈଧ ସାଧ୍ଯ ଦୋଷ ଜାତ ହୁଏ ।
ଯଦି ଚତୁର୍ଥ ସଂସ୍ଥାନରେ ‘ଓ’ ଗୋଟିଏ ହେତୁବାକ୍ୟ ହୁଏ, ତେବେ ତାହା ସାଧାବୟବ ବା ପକ୍ଷାବୟବ ହୁଏ । ‘ଓ’ ସାଧାବୟବ ହେଲେ ପକ୍ଷାବୟବ ‘ଆ’ ଏବଂ ସିଦ୍ଧାନ୍ତ ‘ଆ’ ହୁଏ । ସିଦ୍ଧାନ୍ତରେ ସାଧପଦ ବ୍ୟାପ୍ୟ ହୁଏ; କିନ୍ତୁ ସାଧାବୟବରେ ବ୍ୟାପ୍ୟ ନୁହେଁ କାରଣ ସାଧାବୟବ ଓ । ଓ ର ବିଧେୟ ବ୍ୟାପ୍ୟ; କିନ୍ତୁ ସାଧପଦ ଉଦ୍ଦେଶ୍ୟ, ତେଣୁ ଅବୈଧ ସାଧ୍ୟତା ଦୋଷ ହୁଏ ।
ପକ୍ଷାବୟବ ‘ଓ’ ହେଲେ ସାଧାବୟବ ‘ଆ’ ହୁଏ ଏବଂ ସିଦ୍ଧାନ୍ତ ‘ଓ’ ହୁଏ । ସିଦ୍ଧାନ୍ତରେ ବିଧେୟ ବା ସାପଦ ବ୍ୟାପ୍ୟ । ଏହା ସାଧାବୟବରେ ବ୍ୟାପ୍ୟ । କାରଣ ସାଧାବୟବ ‘ଆ’ । ‘ଆ’ର ଉଦ୍ଦେଶ୍ୟ ବ୍ୟାପ୍ୟ ଏବଂ ସାଧ୍ୟପଦ ଉଦ୍ଦେଶ୍ୟ । କିନ୍ତୁ ହେତୁପଦ ସାଧାବୟବରେ ବ୍ୟାପ୍ୟ ନୁହେଁ । କାରଣ ପକ୍ଷାବୟବ ଓ, ଓ ର ବିଧେୟ ବ୍ୟାପ୍ୟ । ଯେହେତୁ ସାଧପଦ ଉଦ୍ଦେଶ୍ୟ, ତେଣୁ ଅବ୍ୟାପ୍ୟ ହେତୁଦୋଷ ହୁଏ ।
(୩) ଯଦି ପକ୍ଷପଦ ପକ୍ଷାବୟବରେ ବିଧେୟ ହୁଏ, ତେବେ ତାହା ବ୍ୟାପ୍ୟ ବା ଅବ୍ୟାପ୍ୟ ହୋଇପାରେ । ପକ୍ଷପଦ ପକ୍ଷାବୟବରେ ବ୍ୟାପ୍ୟ ହେଲେ ପକ୍ଷାବୟବ ନଞର୍ଥକ ହୁଏ । କାରଣ ପକ୍ଷପଦ ବିଧେୟ । ନଞର୍ଥକ ତର୍କବାକ୍ୟରେ ବିଧେୟ ସମାନ ବ୍ୟାପ୍ୟ, ପକ୍ଷାବୟବ ନଞର୍ଥକ ହେଲେ ସିଦ୍ଧାନ୍ତ ନଞର୍ଥକ ହୁଏ । ତେଣୁ ସିଦ୍ଧାନ୍ତ ‘ଆ’ ହୋଇପାରିବ ନାହିଁ ।
ଯଦି ପକ୍ଷପଦ ପକ୍ଷାବୟବରେ ବ୍ୟାପ୍ୟ ହୁଏ ତେବେ ତାହା ସିଦ୍ଧାନ୍ତରେ ବ୍ୟାପ୍ୟ ଦୌଇପାରିବ ନାହିଁ । ପକ୍ଷପଦ ସିଦ୍ଧାନ୍ତରେ ଉଦ୍ଦେଶ୍ୟ ଏବଂ ଏଥିରେ ଅବ୍ୟାପ୍ୟ କେବଳ ବିଶେଷ ତର୍କବାକ୍ୟରେ ଉଦ୍ଦେଶ୍ୟ ଅବ୍ୟାପ୍ୟ, ଅତଏବ ସିଦ୍ଧାନ୍ତ ‘ଆ’ ନୁହେଁ ।
(୪) ଯଦି ସାଧପଦ ସାଧାବୟବରେ ବିଧେୟ ହୁଏ, ତେବେ ତାହା ବ୍ୟାପ୍ୟ କିମ୍ବା ଅଦ୍ୟାପ୍ୟ ହୋଇପାରେ । ସାଧପଦ ସାଧାବୟବରେ ବ୍ୟାପ୍ୟ ହେଲେ ସାଧାବୟବ ନଞର୍ଥକ ହୁଏ ଏବଂ ପକ୍ଷାବୟବ ସଦର୍ଥକ ହୁଏ । କାରଣ ଉଭୟ ହେତୁବାକ୍ୟ ନଞର୍ଥକ ହୋଇପାରିବ ନାହିଁ ।
ସାଧାବୟବରେ ସାଧ୍ୟପଦ ଅବ୍ୟାପ୍ୟ ହେଲେ ତାହା ସିଦ୍ଧାନ୍ତରେ ବ୍ୟାପ୍ୟ ହୋଇପାରିବ ନାହିଁ । ସିଦ୍ଧାନ୍ତରେ ସାଧୂପଦ ବିଧେୟ, ସିଦ୍ଧାନ୍ତରେ ବିଧେୟ ଅଦ୍ୟାପ୍ୟ ହେଲେ ସିଦ୍ଧାନ୍ତ ସଦର୍ଥକ ହୁଏ । କାରଣ ସଦର୍ଥକ ତର୍କବାକ୍ୟରେ ବିଧେୟ ଅଦ୍ୟାପ୍ୟ, ସିଦ୍ଧାନ୍ତ ସଦର୍ଥକ ହେଲେ ହେତୁବାକ୍ୟଦ୍ବୟ ସଦର୍ଥକ ହୁଏ । ଅତଏବ ପକ୍ଷାବୟବ ସଦର୍ଥକ ହୁଏ ।
(୫) ଯଦି ହେତୁପଦ ଉଭୟ ହେତୁବାକ୍ୟରେ ଦୁଇଥର ବ୍ୟାପ୍ୟ ହୋଇଥାଏ, ହେତୁବାକ୍ୟ ଦୁଇଟି ‘ଆ’ ହୋଇପାରନ୍ତି କିମ୍ବା ଗୋଟିଏ ‘ଆ’ ଏବଂ ଅନ୍ୟଟି ‘ଏ’ ହୋଇପାରେ । ଉଭୟ ହେତୁବାକ୍ୟ ‘ଆ’ ହୋଇଥିଲେ ହେତୁପଦ ଦୁଇଟି ଏଥରେ ବ୍ୟାପ୍ୟ ହୋଇଥାଏ । ଅନ୍ୟ କୌଣସି ପଦ ହେତୁବାକ୍ୟରେ ବ୍ୟାପ୍ୟ ନୁହେଁ । ତେଣୁ ଅନ୍ୟ କୌଣସି ପଦ ସିଦ୍ଧାନ୍ତରେ ବ୍ୟାପ୍ୟ ହୋଇପାରିବ ନାହିଁ । ତେଣୁ ସିଦ୍ଧାନ୍ତ ବିଶେଷ ହେବ ।
ଯଦି ହେତୁପଦ ଦୁଇଥର ବ୍ୟାପ୍ୟ ହୋଇଥାଏ ଏବଂ ଗୋଟିଏ ହେତୁବାକ୍ୟ ନଞର୍ଥକ ହୋଇଥାଏ, ତେବେ ହେତୁପଦ ବ୍ୟତୀତ ଅନ୍ୟ ଯେଉଁ ପଦଟି ହେତୁବାକ୍ୟରେ ବ୍ୟାପ୍ୟ ହୋଇଥାଏ ଏବଂ ତାହା ସିଦ୍ଧାନ୍ତରେ ବ୍ୟାପ୍ୟ ହୋଇପାରେ । ଗୋଟିଏ ହେତୁବାକ୍ୟ ନଞର୍ଥକ ହେଲେ ସିଦ୍ଧାନ୍ତ ନଞର୍ଥକ ହୁଏ ଏବଂ ସାଧପଦ ଏଥିରେ ବ୍ୟାପ୍ୟ ହୁଏ । କିନ୍ତୁ ପକ୍ଷପଦ ବ୍ୟାପ୍ୟ ହୋଇପାରିବ ନାହିଁ । ଅତଏବ ସିଦ୍ଧାନ୍ତ ‘ଓ’ ହେବ, ‘ଏ’ ହୋଇପାରିବ ନାହିଁ । ଅତଏବ ହେତୁପଦ ଦୁଇଥର ବ୍ୟାପ୍ୟ ହେଲେ ସିଦ୍ଧାନ୍ତ ସାମାନ୍ୟ ହୋଇପାରେ ନାହିଁ । ଅତଏବ ସିଦ୍ଧାନ୍ତ ବିଶେଷ ହେବ ।
6. ନିମ୍ନଲିଖତ ନ୍ୟାୟରୂପଗୁଡ଼ିକୁ ସାକ୍ଷାତ୍ ଓ ଅସାକ୍ଷାତ୍ ରୂପାନ୍ତରୀକରଣ କର ।
(କ) ସାମେଷ୍ଟ୍ରେସ୍ (ଦ୍ୱିତୀୟ ସଂସ୍ଥାନ)
Answer:
ସାକ୍ଷାତ୍ ରୂପାନ୍ତରୀକରଣ :
ଦ୍ବିତୀୟ ସଂସ୍ଥାନ :
ଏଠାରେ ସ୍ ଦ୍ଵାରା (ସରଳ ସମବର୍ଜନ)
‘ମ୍’ ଦ୍ବାରା ହେତୁବାକ୍ୟମାନଙ୍କର ସ୍ଥାନ ପରିବର୍ତ୍ତନ କରାଯାଇଛି ।
ଅସାକ୍ଷାତ୍ ରୂପାନ୍ତରୀକରଣ :
ସମସ୍ତ ପ ମ ଅଟେ । – ଆ
କୌଣସି ଅ ମ ନୁହେଁ । – ଏ
______________________
∴ କୌଣସି ଅ ପ ନୁହେଁ । – ଏ
ଧରାଯାଉ, ଏହି ସିଦ୍ଧାନ୍ତ ‘କୌଣସି ଅ ପ ନୁହେଁ’ ସ୍ଵୀକାର୍ଯ୍ୟ ନୁହେଁ । ଏହା ସ୍ଵୀକାର୍ଯ୍ୟ ନହେଲେ ଏହାର ବିରୁଦ୍ଧ ତର୍କବାକ୍ୟ ‘କେତେକ ଅ ପ ଅଟେ’ ସ୍ଵୀକାର୍ଯ୍ୟ ହେବ । ଏହି ତର୍କବାକ୍ୟକୁ ପକ୍ଷାବୟବ ଭାବେ ଗ୍ରହଣ କରି ସାମେଷ୍ଟ୍ରେସ୍ର ପ୍ରଧାନ ହେତୁବାକ୍ୟକୁ ନୂତନ ତ୍ରିପଦୀଯୁକ୍ତିର ପ୍ରଧାନ ହେତୁବାକ୍ୟ ରୂପେ ନେଇ ପ୍ରଥମ ସଂସ୍ଥାନରେ ଗୋଟିଏ ନ୍ୟାୟରୂପ ଗଠନ କରାଯାଉ ।
ଡାରିଇ :
ସମସ୍ତ ପ ମ ଅଟେ । – ଆ
କେତେକ ଅ ପ ଅଟେ । – ଇ
______________________
∴ କେତେକ ଅ ମ ଅଟେ । – ଇ
(ଏଠାରେ ପ ମଧ୍ୟମ ବା ହେତୁପଦ ଅଟେ)
ଏହି ନ୍ୟାୟରୂପଟି ଡାରିଇ (ଆ, ଇ, ଇ,) ଅଟେ । ମାତ୍ର ଏହାର ସିଦ୍ଧାନ୍ତ ‘କେତେକ ଅ ମ ଅଟେ’ ମୂଳ ସଦୋଷ ନ୍ୟାୟମୂର୍ତ୍ତି ସାମେଷ୍ଟ୍ରେସ୍ର ପକ୍ଷାବୟବ ‘କୌଣସି ଅ ମ ନୁହେଁ – ଏ ର ବିରୁଦ୍ଧ ଅଟେ । ସେହି ମୂଳ ପକ୍ଷାବୟବକୁ ମିଥ୍ୟା କରାଯାଉ ନଥିବାରୁ ତାହାର ବିରୁଦ୍ଧ ତର୍କବାକ୍ୟ ଅର୍ଥାତ୍ ନୂତନ ସିଦ୍ଧାନ୍ତ ‘କେତେକ ଅ ମ ଅଟେ’- ଇ ସ୍ଵୀକାର୍ଯ୍ୟ ହେବ ନାହିଁ । ଫଳତଃ, ନୂତନ ନ୍ୟାୟରୂପ ଡାରିଇ ଅବୈଧ ଅଟେ ।
ମାତ୍ର ଏଠାରେ ପ୍ରଶ୍ନ ଉଠେ, ଏହା ଅବୈଧ ହେବାର କାରଣ କ’ଣ ? ଏହି ଅବୈଧତା ପାଇଁ ସାଧାବୟବ ‘ସମସ୍ତ ପ ମ ଅଟେ’ ଦାୟୀ ନୁହେଁ, କାରଣ ଏହା ମଧ୍ୟ ମୂଳ ନ୍ୟାୟରୂପ ସାମେଷ୍ଟ୍ରେସ୍ର ସାଧାବୟବ ଅଟେ; ଯାହାକୁ ମିଥ୍ୟା କରାନଯାଇ ସ୍ଵୀକାର କରାଯାଇଅଛି । ଗଠନ ଦୃଷ୍ଟିରୁ ନୂତନ ନ୍ୟାୟରୂପଟି ଭୁଲ୍ ନୁହେଁ କାରଣ ଏହା ନିୟମ ଅନୁଯାୟୀ ଗଠନ କରାଯାଇଅଛି ।
ଏଥୁରୁ ସ୍ପଷ୍ଟ ଅନୁମିତ ହେଲା ଯେ, କେବଳ ନୂତନ ପକ୍ଷାବୟବ ‘କେତେକ ଅ ପ ଅଟେ’ ଯୋଗୁଁ ନୂତନ ନ୍ୟାୟରୂପଟି ଅବୈଧ ବୋଲି ବିବେଚିତ ହେଲା । ଏଣୁ ବିରୁଦ୍ଧ ଅର୍ଥାତ୍ ସାମେଷ୍ଟ୍ରେସ୍ର ସିଦ୍ଧାନ୍ତ ‘କୌଣସି ଅ ପ ନୁହେଁ’ ସ୍ଵୀକାର୍ଯ୍ୟ ଅଟେ । ତେଣୁ ସମସ୍ତ ସାମେଷ୍ଟ୍ରେସ୍ ବୈଧ ବୋଲି ପ୍ରମାଣିତ ହେଲା ।
(ଖ) ସେସାରେ (ଦ୍ବିତୀୟ ସଂସ୍ଥାନ)
Answer:
ସାକ୍ଷାତ୍ ରୂପାନ୍ତରୀକରଣ :
ଏଠାରେ ‘ସ୍’ (ସରଳ ସମବର୍ଜନ)ର ବ୍ୟବହାର ହୋଇଅଛି ।
ଅସାକ୍ଷାତ୍ ରୂପାନ୍ତରୀକରଣ :
ଏ – କୌଣସି ପ ମ ନୁହେଁ ।
ଆ – ସମସ୍ତ ଅ ମ ଅଟେ ।
_____________
∴ ଏ – କୌଣସି ଅ ପ ନୁହେଁ ।
ଧରାଯାଉ, ଏହାର ଦତ୍ତ ସିଦ୍ଧାନ୍ତଟି ସତ୍ୟ ନୁହେଁ, ତେବେ ଏହାର ବିରୁଦ୍ଧ ‘କେତେକ ଅ ପ ଅଟେ’- (ଇ) ନିଶ୍ଚିତ ରୂପେ ସତ୍ୟ ଅଟେ । ଏହି ସିଦ୍ଧାନ୍ତ ‘କେତେକ ଅ ପ ଅଟେ’ କୁ ପକ୍ଷାବୟବ ଏବଂ ମୂଳ ସାଧାବୟବକୁ ନେଇ ପ୍ରଥମ ସଂସ୍ଥାନର ନୂତନ ତ୍ରିପଦୀଯୁକ୍ତି ଗଠନ କରାଯାଉ ।
ଫେରିଓ :
ଏ – କୌଣସି ପ ମ ନୁହେଁ । (ମୂଳ ସାଧାବୟବ)
ଇ – କେତେକ ଅ ପ ଅଟେ । (ଦତ୍ତ ସିଦ୍ଧାନ୍ତର ବିରୁଦ୍ଧ ହେତୁବାକ୍ୟ)
__________________________
∴ ଓ – କେତେକ ଅ ମ ନୁହେଁ । (ନୂତନ ସିଦ୍ଧାନ୍ତ)
ନୂତନ ନ୍ୟାୟରୂପଟି ଫେରିଓ ଅଟେ । ଏଥିରେ ‘ପ’ ହେତୁପଦ ସାଧାବୟବର ଉଦ୍ଦେଶ୍ୟ ଓ ପକ୍ଷାବୟବର ବିଧେୟ ରୂପେ ଅବସ୍ଥାପିତ ହୋଇଅଛି ।
ବର୍ତ୍ତମାନ ଆମେ ଜାଣିବାକୁ ପାଇଲୁ ଯେ, ନୂତନ ସିଦ୍ଧାନ୍ତଟି ମୂଳ ପକ୍ଷାବୟବର ବିରୁଦ୍ଧ ଅଟେ । ଏଣୁ ‘ସମସ୍ତ ଅ ମ ଅଟେ’ ତ୍ରିପଦୀଯୁକ୍ତିର ନିୟମ ଅନୁଯାୟୀ ସତ୍ୟ ଅଟେ । ଏଥିଯୋଗୁଁ ଏହାର ବିରୁଦ୍ଧ ନୂତନ ସିଦ୍ଧାନ୍ତଟି ନିଶ୍ଚିତରୂପେ ମିଥ୍ୟା ଅଟେ । ପ୍ରଶ୍ନଉଠିବ ଯେ, ଏହାର ମିଥ୍ୟାତ୍ଵର କାରଣ କ’ଣ ହୋଇପାରେ ? ଏହାର ମିଥ୍ୟାତ୍ମ ତ୍ରିପଦୀଯୁକ୍ତିର ଗଠନ ଯୋଗୁଁ ନୁହେଁ କି ସାଧାବୟବ ଯୋଗୁଁ ମଧ୍ୟ ନୁହେଁ । ମାତ୍ର ଏହାର ମିଥ୍ୟାତ୍ଵ ନୂତନ ପକ୍ଷାବୟବ କେତେକ ‘କେତେକ ଅ ପ ଅଟେ’ ଯୋଗୁଁ ସମ୍ଭବ । ଏଣୁ ନୂତନ ପକ୍ଷାବୟବଟି ମିଥ୍ୟା ଅଟେ । ଏହାର ବିରୁଦ୍ଧ ଅର୍ଥାତ୍ ମୂଳ ସିଦ୍ଧାନ୍ତଟି ସତ୍ୟ ଅଟେ ।
(ଗ) ବାରୋକୋ (ଦ୍ବିତୀୟ ସଂସ୍ଥାନ)
Answer:
ସାକ୍ଷାତ୍ ରୂପାନ୍ତରୀକରଣ :
ଏଠାରେ ‘କ୍’ – ବ୍ୟାବର୍ତ୍ତନ ଓ ‘ସ୍’ – ସରଳ ସମବର୍ତ୍ତନର ପ୍ରୟୋଗ ହୋଇଅଛି ।
ଅସାକ୍ଷାତ୍ ରୂପାନ୍ତରୀକରଣ :
ଆ – ସମସ୍ତ ପ ମ ଅଟେ ।
ଓ – କେତେକ ଅ ମ ନୁହେଁ ।
___________________
∴ ଓ – କେତେକ ଅ ପ ନୁହେଁ ।
ଏହି ସିଦ୍ଧାନ୍ତ ‘କେତେକ ଅ ପ ନୁହେଁ’ ଯଦି ସତ୍ୟ ନ ହୁଏ, ତେବେ ଏହାର ବିରୁଦ୍ଧ ତର୍କବାକ୍ୟ ‘ସମସ୍ତ ଅ ପ ଅଟେ’ ସତ୍ୟ ହେବ । ଏହି ତର୍କବାକ୍ୟଟିକୁ ପୂର୍ବନିୟମ ଅନୁଯାୟୀ ପକ୍ଷାବୟବ ଭାବେ ଗ୍ରହଣ କରି ‘ବାରୋକୋ’ର ସାଧାବୟବକୁ ସାଧାବୟବ ରୂପେ ଗ୍ରହଣ କରି ପ୍ରଥମ ସଂସ୍ଥାନର ଗୋଟିଏ ନ୍ୟାୟରୂପ ଗଠନ କରାଯାଉ ।
ବାର୍ବାରା :
ଆ – ସମସ୍ତ ପ ମ ଅଟେ । (ମୂଳ ସାଧାବୟବ)
ଆ – ସମସ୍ତ ଅ ପ ଅଟେ । (ବିରୁଦ୍ଧ ପକ୍ଷାବୟବ)
___________________________________
∴ ଆ – ସମସ୍ତ ଅ ମ ଅଟେ । (ନୂତନ ସିଦ୍ଧାନ୍ତ)
(ଏଠାରେ ‘ପ’ ହେତୁପଦ ରୂପେ ରହିଅଛି)
ପ୍ରଥମ ସଂସ୍ଥାନରେ ଏହି ନ୍ୟାୟରୂପଟି ବାର୍ବାରା ଅଟେ । ମାତ୍ର ଏହାର ସିଦ୍ଧାନ୍ତ ‘ସମସ୍ତ ଅ ମ ଅଟେ’ ବାରୋକୋର ପକ୍ଷାବୟବର ବିରୁଦ୍ଧ ତର୍କବାକ୍ୟ ହେଉଥିବାରୁ ଏବଂ ସେହି ପକ୍ଷାବୟବଟି ‘କେତେକ ଅ ମ ନୁହେଁ’ କୁ ଭୁଲ୍ ପ୍ରମାଣ କରୁଥିବାରୁ ତାହାର ବିରୁଦ୍ଧ ନୂତନ ସିଦ୍ଧାନ୍ତ ‘ସମସ୍ତ ଅ ମ ଅଟେ’ ସତ୍ୟ ହେବନାହିଁ । ଫଳତଃ, ଏହି ନୂତନ ନ୍ୟାୟରୂପଟି ଅସିଦ୍ଧ ହେବ । ପ୍ରଶ୍ନଉଠିବ ଯେ, କେଉଁ କାରଣରୁ ଏହି ନ୍ୟାୟରୂପଟି ଅବୈଧ ହେଲା ? ଏହା ତ୍ରିପଦୀଯୁକ୍ତିର ଗଠନ ପାଇଁ ନୁହେଁ କି ସାଧାବୟବ ଯୋଗୁଁ ମଧ୍ଯ ନୁହେଁ । କେବଳ ନୂତନ ନ୍ୟାୟରୂପ ‘ବାର୍ତ୍ତାରା’ର ପକ୍ଷାବୟବ ଯୋଗୁଁ ସମଗ୍ର ନ୍ୟାୟରୂପଟି ଅବୈଧ ବୋଲି ପରିଗଣିତ ହେଉଅଛି । ସେହି ପକ୍ଷାବୟବ ‘ସମସ୍ତ ଅ ପ ଅଟେ’ ଅସିଦ୍ଧ ହେଉଥିବାରୁ ଏହାର ବିରୁଦ୍ଧ ଅର୍ଥାତ୍ ମୂଳ ନ୍ୟାୟରୂପର ସିଦ୍ଧାନ୍ତ ‘କେତେକ ଅ ପ ନୁହେଁ’ ବୈଧ ବୋଲି ବିବେଚିତ ହେବ ଏବଂ ସେହି ଦୃଷ୍ଟିରୁ ଦ୍ବିତୀୟ ସଂସ୍ଥାନର ବାରୋକୋ ମଧ୍ୟ ବୈଧ ବୋଲି ବିବେଚିତ ହେବ ।
(ଘ) ଫୋଷ୍ଟିନୋ (ଦ୍ଵିତୀୟ ସଂସ୍ଥାନ)
Answer:
ସାକ୍ଷାତ୍ ରୂପାନ୍ତରୀକରଣ :
ଏଠାରେ (ସ୍ ଦ୍ଵାରା) ସରଳ ସମବର୍ତ୍ତନର ପ୍ରୟୋଗ ହେଇଅଛି ।
ଅସାକ୍ଷାତ୍ ରୂପାନ୍ତରୀକରଣ :
ଏ – କୌଣସି ପ ମ ନୁହେଁ ।
ଇ – କେତେକ ଅ ମ ଅଟେ ।
____________________
∴ ଓ – କେତେକ ଅ ପ ନୁହେଁ ।
ଯଦି ଦର ସିଦ୍ଧାନ୍ତଟି ସତ୍ୟ ନୁହେଁ, ତେବେ ଏହାର ବିରୁଦ୍ଧ ‘ସମସ୍ତ ଅ ପ ଅଟେ’ ନିଶ୍ଚିତରୂପେ ସତ୍ୟ ଅଟେ । ଏହାକୁ ପକ୍ଷାବୟବ ରୂପେ ନେଇ ଓ ମୂଳ ସାଧାବୟବକୁ ସାଧାବୟବରୂପେ ନେଇ ପ୍ରଥମ ସଂସ୍ଥାନର ଏକ ନୂତନ ତ୍ରିପଦୀଯୁକ୍ତ ଗଠନ କରାଯାଉ ।
ସେଲାରେଣ୍ଟ୍ :
ଏ – କୌଣସି ପ ମ ନୁହେଁ । (ମୂଳ ସାଧାବୟବ)
ଆ – ସମସ୍ତ ଅ ପ ଅଟେ । (ବିରୁଦ୍ଧ ପକ୍ଷାବୟବ)
_______________________
∴ ଏ – କୌଣସି ଅ ମ ନୁହେଁ । (ନୂତନ ସିଦ୍ଧାନ୍ତ)
(ଏଠାରେ ପ ହେତୁପଦ ରୂପେ ଅବସ୍ଥାପିତ)
ଏହାର ନୂତନ ସିଦ୍ଧାନ୍ତଟି ମୂଳ ପକ୍ଷାବୟବର ବିରୁଦ୍ଧ ହୋଇଥିବାରୁ ତାହା ମିଥ୍ୟା ଅଟେ । କାହିଁକି ନୂତନ ସିଦ୍ଧାନ୍ତଟି ମିଥ୍ୟା ଅଟେ ? ଏହାର ମିଥ୍ୟାତ୍ମ ତ୍ରିପଦୀଯୁକ୍ତିର ଗଠନ ଯୋଗୁଁ ନୁହେଁ କି ନୂତନ ସାଧାବୟବ ଯୋଗୁଁ ନୁହେଁ । ଏହାର ମିଥ୍ୟାତ୍ଵ କେବଳ ନୂତନ ପକ୍ଷାବୟବ ଯୋଗୁଁ ସମ୍ଭବ । ତେଣୁ ପକ୍ଷାବୟବଟି ମିଥ୍ୟା ହୋଇଥିବାରୁ ଏହାର ବିରୁଦ୍ଧ ମୂଳ ସିଦ୍ଧାନ୍ତଟି ନିଶ୍ଚିତରୂପେ ସତ୍ୟ ହେବ । ଏଣୁ ଫେଷ୍ଟିନୋଟି ପ୍ରାମାଣିକ ନ୍ୟାୟରୂପ ଅଟେ ।
(ଙ) ଡାରାପ୍ (ତୃତୀୟ ସଂସ୍ଥାନ)
Answer:
ସାକ୍ଷାତ୍ ରୂପାନ୍ତରୀକରଣ :
ଏଠାରେ ‘ପ୍’ ଅସରଳ ସମବର୍ତ୍ତନର ପ୍ରୟୋଗକୁ ବୁଝାଉଅଛି । (ଆଠ ଇ ହୁଏ)
ଅସାକ୍ଷାତ୍ ରୂପାନ୍ତରୀକରଣ :
ଆ – ସମସ୍ତ ମ ପ ଅଟେ |
ଆ – ସମସ୍ତ ମ ଅ ଅଟେ ।
________________
∴ ଇ – କେତେକ ଅ ପ ଅଟେ ।
ଏହି ସିଦ୍ଧାନ୍ତ ‘କେତେକ ଅ ପ ଅଟେ’ ଯଦି ସତ୍ୟ ନୁହେଁ, ତେବେ ଏହାର ବିରୁଦ୍ଧ ‘କୌଣସି ଅ ପ ନୁହେଁ’ ସତ୍ୟ ହେବ । ଏହି ତର୍କବାକ୍ୟକୁ ସାଧାବୟବରୂପେ ଗ୍ରହଣ କରି ଡାରାପ୍ଟିର ପକ୍ଷାବୟବକୁ ନୂତନ ନ୍ୟାୟରୂପର ପକ୍ଷାବୟବରୂପେ ଗ୍ରହଣ କରିନେଇ ପ୍ରଥମ ସଂସ୍ଥାନରେ ଗୋଟିଏ ନ୍ୟାୟରୂପ ଗଠନ କରାଯାଉ; ଯଥା –
ସେଲାରେଣ୍ଟ :
ଏ – କୌଣସି ଅ ପ ନୁହେଁ । (ବିରୁଦ୍ଧ ସାଧାବୟବ)
ଆ – ସମସ୍ତ ମ ଅ ଅଟେ (ମୂଳ ପକ୍ଷାବୟବ)
_________________________________
∴ ଏ – କୌଣସି ମ ପ ନୁହେଁ । (ଏଠାରେ ‘ଅ’ ହେତୁପଦ)
ଏହି ନୂତନ ନ୍ୟାୟମୂର୍ତ୍ତିଟି ପ୍ରଥମ ସଂସ୍ଥାନରେ ନିୟମ ଅନୁଯାୟୀ ଗଠିତ ହୋଇଅଛି ଏବଂ ଏହାର ନାମ ସେଲାରେଣ୍ଟ୍ ରଖାଯାଇଛି । ଏହି ଯୁକ୍ତିର ସିଦ୍ଧାନ୍ତ ‘କୌଣସି ମ ପ ନୁହେଁ’ ଡାରାପ୍ଟିର ସାଧାବୟବ ‘ସମସ୍ତ ମ ପ ଅଟେ’ ର ବିପରୀତ ହୋଇଥିବାରୁ ଏବଂ ‘ସମସ୍ତ ମ ପ ଅଟେ’ ପୂର୍ବରୁ ସ୍ବୀକୃତ ହୋଇଥିବାରୁ ତାହାର ବିପରୀତ ‘କୌଣସି ମ ପ ନୁହେଁ ସ୍ବୀକୃତ ହେବ ନାହିଁ । ଫଳତଃ ନୂତନ ନ୍ୟାୟରୂପ ସେଲାରେଣ୍ଟ୍ ଅସିଦ୍ଧ ହେବ ।
ଏହାର ପକ୍ଷାବୟବ ‘ସମସ୍ତ ମ ଅ ଅଟେ’ ଯୋଗୁଁ ନୂତନ ନ୍ୟାୟରୂପଟି ଅସିଦ୍ଧ ହୋଇନାହିଁ କାରଣ ଏହାହିଁ ପୂର୍ବ ନ୍ୟାୟରୂପ ଡାରାପ୍ଟିର ପକ୍ଷାବୟବ ଅଟେ । ଏହା ନ୍ୟାୟରୂପର ଗଠନ ଦୃଷ୍ଟିରୁ ମଧ୍ଯ ଅସିଦ୍ଧ ହେବ ନାହିଁ । ଏଣୁ ଏହା କେବଳ ନୂତନ ଯୁକ୍ତିର ସାଧାବୟବ ‘କୌଣସି ଅ ପ ନୁହେଁ’ ଯୋଗୁଁ ଅସିଦ୍ଧ ହୋଇଅଛି । ଏହି ତର୍କବାକ୍ୟଟି ଅସ୍ବୀକାର୍ଯ୍ୟ ହେଉଥିବାରୁ ଏହାର ବିରୁଦ୍ଧ ତର୍କବାକ୍ୟ ଅର୍ଥାତ୍ ଡାରାପ୍ର ସିଦ୍ଧାନ୍ତ ‘କେତେକ ଅ ପ ଅଟେ’ ସିଦ୍ଧ ଅଟେ । ତେଣୁ ଡାରାପ୍ଟି ବୈଧ ନ୍ୟାୟରୂପ ଅଟେ ।
(ଚ) ଡାଟିସି (ତୃତୀୟ ସଂସ୍ଥାନ)
Answer:
ସାକ୍ଷାତ୍ ରୂପାନ୍ତରୀକରଣ :
ଏଠାରେ (ସ୍ ଦ୍ଵାରା) ସରଳ ସମବର୍ତ୍ତନର ପ୍ରୟୋଗ ହୋଇଅଛି ।
ଅସାକ୍ଷାତ୍ ରୂପାନ୍ତରୀକରଣ :
ଆ – ସମସ୍ତ ମ ପ ଅଟେ |
ଇ – କେତେକ ମ ଅ ଅଟେ ।
_________________
∴ ଇ – କେତେକ ଅ ପ ଅଟେ ।
ଯଦି ଦତ୍ତ ସିଦ୍ଧାନ୍ତ ସତ୍ୟ ନ ହୁଏ, ତେବେ ଏହାର ବିରୁଦ୍ଧ ‘କୌଣସି ଅ ପ ନୁହେଁ’ ନିଶ୍ଚିତ ରୂପେ ସତ୍ୟ ଅଟେ । ଏହାକୁ ସାଧାବୟବ ଏବଂ ମୂଳ ପକ୍ଷାବୟବକୁ ପକ୍ଷାବୟବ ରୂପେ ଗ୍ରହଣ କରି ଏକ ନୂତନ ତ୍ରିପଦୀଯୁକ୍ତି ଗଠନ କରାଯାଉ ।
ଫେରିଓ :
ଏ – କୌଣସି ଅ ପ ନୁହେଁ । (ବିରୁଦ୍ଧ ସାଧାବୟବ)
ଇ – କେତେକ ମ ଅ ଅଟେ । (ମୂଳ ପକ୍ଷାବୟବ)
__________________________________
∴ ଓ – କେତେକ ମ ପ ନୁହେଁ । (ନୂତନ ସିଦ୍ଧାନ୍ତ)
ଏହା ହେଉଛି ଫେରିଓ ଯେଉଁଥରେ ‘ଅ’ ହେତୁପଦ ରୂପେ ଅବସ୍ଥାପିତ ହୋଇଅଛି ।
ବର୍ତ୍ତମାନ ନୂତନ ସିଦ୍ଧାନ୍ତଟି, ମୂଳ ସାଧାବୟବର ବିରୁଦ୍ଧ ଅଟେ ଯାହାକି ମିଥ୍ୟା ଅଟେ । ଏପରି ମିଥ୍ୟାତ୍ଵ କାହିଁକି ଉପୁଜେ ? ଏହା ପ୍ରଥମ ସଂସ୍ଥାନର ସିଦ୍ଧ ନ୍ୟାୟରୂପ ଫେରିଓ ଯୋଗୁଁ ନୁହେଁ କି ପକ୍ଷାବୟବ ଯୋଗୁଁ ମଧ୍ଯ ନୁହେଁ । ଏହାର ମିଥ୍ୟାତ୍ଵ କେବଳ ନୂତନ ସାଧାବୟବ ଯୋଗୁଁ ସମ୍ଭବ ଅଟେ । ଏଣୁ ନୂତନ ସାଧାବୟବଟି ମିଥ୍ୟା ଅଟେ ଏବଂ ଏହାର ବିରୁଦ୍ଧ ମୂଳ ନ୍ୟାୟରୂପର ସିଦ୍ଧାନ୍ତଟି ନିଶ୍ଚିତରୂପେ ସତ୍ୟ ଅଟେ । ତେଣୁ ଡାଟିସି ବୈଧ ନ୍ୟାୟରୂପ ଅଟେ ।
(ଛ) ଡିସାମିସ୍ (୩ୟ ସଂସ୍ଥାନ)
Answer:
ସାକ୍ଷାତ୍ ରୂପାନ୍ତରୀକରଣ :
ଏଠାରେ (ସ୍ ଦ୍ୱାରା ) ସରଳ ସମବର୍ତ୍ତନର ପ୍ରୟୋଗ (ମ୍ ଦ୍ଵାରା) ହେତୁବାକ୍ୟମାନଙ୍କର ସ୍ଥାନ ପରିବର୍ତ୍ତନ କରାଯାଇଅଛି ।
ଅସାକ୍ଷାତ୍ ରୂପାନ୍ତରୀକରଣ :
ଇ – କେତେକ ମ ପ ଅଟେ ।
ଆ – ସମସ୍ତ ମ ଅ ଅଟେ ।
______________________
∴ ଇ – କେତେକ ଅ ପ ଅଟେ ।
ଯଦି ଦତ୍ତ ସିଦ୍ଧାନ୍ତଟି ମିଥ୍ୟା ହୁଏ, ତେବେ ଏହାର ବିରୁଦ୍ଧ ‘କୌଣସି ଅ ପ ନୁହେଁ’ ନିଶ୍ଚିତ ରୂପେ ସତ୍ୟ ହେବ । ଏହାର ମୂଳ ପକ୍ଷାବୟବକୁ ପକ୍ଷାବୟବରୂପେ ନେଇ ଓ ଏହାର ସିଦ୍ଧାନ୍ତର ବିରୁଦ୍ଧକୁ ସାଧାବୟବ ରୂପେ ନେଇ ପ୍ରଥମ ସଂସ୍ଥାନର ଏକ ନୂତନ ତ୍ରିପଦୀଯୁକ୍ତି ଗଠନ କରାଯାଉ ।
ନୂତନ ନ୍ୟାୟରୂପ (ସେଲାରେଣ୍ଟ୍) :
ଏ – କୌଣସି ଅ ପ ନୁହେଁ । (ବିରୁଦ୍ଧ ସାଧାବୟବ)
ଆ – ସମସ୍ତ ମ ଅ ଅଟେ । (ମୂଳ ପକ୍ଷାବୟବ)
___________________________________
∴ ଏ – କୌଣସି ମ ପ ନୁହେଁ । (ନୂତନ ସିଦ୍ଧାନ୍ତ)
ଏହା ହେଉଛି ସେଲାରେଣ୍ଟ୍ ଯେଉଁଥରେ ‘ଅ’ ହେତୁପଦ ରୂପେ ଅବସ୍ଥାପିତ ହୋଇଅଛି । ବର୍ତ୍ତମାନ ନୂତନ ସିଦ୍ଧାନ୍ତଟି ମୂଳ ସାଧାବୟବର ବିରୁଦ୍ଧ ଅଟେ । ତେଣୁ ଏହା ମିଥ୍ୟା ଅଟେ । ଏପରି ମିଥ୍ୟା ହେବାର କାରଣ କ’ଣ ? ଏହାର ମିଥ୍ୟା ନୂତନ ନ୍ୟାୟରୂପ ସେଲାରେଣ୍ଟ୍ ଯୋଗୁଁ ନୁହେଁ କି ପକ୍ଷାବୟବ ଯୋଗୁଁ ମଧ୍ଯ ନୁହେଁ । ଏହାର ମିଥ୍ୟାତ୍ଵ ବିରୁଦ୍ଧ ସାଧାବୟବ ଯୋଗୁଁ ଅଟେ । ଏଣୁ ନୂତନ ସାଧାବୟବଟି ମିଥ୍ୟା ଅଟେ । ଏହାର ବିରୁଦ୍ଧ ମୂଳ ସିଦ୍ଧାନ୍ତଟି ସତ୍ୟ ଅଟେ । ତେଣୁ ଡିସାମିସ୍ ନ୍ୟାୟରୂପଟି ବୈଧ ଅଟେ ।
(ଜ) ଫେଲାପ୍ଟୋନ୍ (୩ୟ ସଂସ୍ଥାନ)
Answer:
ସାକ୍ଷାତ୍ ରୂପାନ୍ତରୀକରଣ :
ଏଠାରେ (ପ୍ ଦ୍ଵାରା) ଅସରଳ ସମବର୍ତ୍ତନର ପ୍ରୟୋଗ ହୋଇଅଛି ।
ଅସାକ୍ଷାତ୍ ରୂପାନ୍ତରୀକରଣ :
ଏ – କୌଣସି ମ ପ ନୁହେଁ ।
ଆ – ସମସ୍ତ ମ ଅ ଅଟେ ।
_________________
∴ ଓ – କେତେକ ଅ ପ ନୁହେଁ ।
ଯଦି ଦର ସିଦ୍ଧାନ୍ତଟି ସତ୍ୟ ନ ହୁଏ, ତେବେ ଏହାର ବିରୁଦ୍ଧ ‘ସମସ୍ତ ଅ ପ ଅଟେ’ ନିଶ୍ଚିତ ରୂପେ ସତ୍ୟ ଅଟେ । ଏଣୁ ଏହାର ବିରୁଦ୍ଧ ‘ସମସ୍ତ ଅ ପ ଅଟେ’ କୁ ସାଧାବୟବ ରୂପେ ନେଇ ଓ ମୂଳ ପକ୍ଷାବୟବକୁ ପକ୍ଷାବୟବ ରୂପେ ନେଇ ପ୍ରଥମ ସଂସ୍ଥାନର ଏକ ନ୍ୟାୟରୂପ ଗଠନ କରାଯାଉ ।
ବାର୍ବାରା :
ଆ – ସମସ୍ତ ଅ ପ ଅଟେ । (ବିରୁଦ୍ଧ ସାଧାବୟବ)
ଅ – ସମସ୍ତ ମ ଅ ଅଟେ । (ମୂଳ ପକ୍ଷାବୟବ)
______________________________
∴ ଆ – ସମସ୍ତ ମ ପ ଅଟେ । (ନୂତନ ସିଦ୍ଧାନ୍ତ)
ଏହି ନ୍ୟାୟରୂପଟି ବାର୍ବାରା ଅଟେ ଯେଉଁଥିରେ କି ‘ଅ’ ହେତୁପଦ ରୂପେ ଅବସ୍ଥାପିତ ହୋଇଅଛି । ଏହାର ନୂତନ ସିଦ୍ଧାନ୍ତଟି ମୂଳ ସାଧାବୟବର ବିପରୀତ ଅଟେ । ଏହା ମିଥ୍ୟା ଅଟେ । ଏହି ମିଥ୍ୟାତ୍ଵ ପ୍ରଥମ ସଂସ୍ଥାନର ବାର୍ବାର ଯୋଗୁଁ ନୁହେଁ କି ପକ୍ଷାବୟବ ଯୋଗୁଁ ମଧ୍ୟ ନୁହେଁ । ତେବେ ଏପରି ମିଥ୍ୟା ହେବାର କାରଣ କ’ଣ ହୋଇପାରେ ? ଏପରି ମିଥ୍ୟାତ୍ଵ ବିରୁଦ୍ଧ ସାଧାବୟବ ଯୋଗୁଁ ସମ୍ଭବ ହୋଇଛି, ଯାହାକୁ ମିଥ୍ୟାରୂପେ ଗ୍ରହଣ କରାଯାଇଛି । ଏଣୁ ନୂତନ ସିଦ୍ଧାନ୍ତଟି ମିଥ୍ୟା ଅଟେ । ମାତ୍ର ଏହାର ବିରୁଦ୍ଧ ମୂଳ ସିଦ୍ଧାନ୍ତଟି ସତ୍ୟ ଅଟେ । ଫଳତଃ ଫେଲାପ୍ଟୋନ୍ ଯୁକ୍ତିଟି ବୈଧ ଅଟେ ।
(ଝ) ଫେରିସୋନ୍ (୩ୟ ସଂସ୍ଥାନ)
Answer:
ସାକ୍ଷାତ୍ ରୂପାନ୍ତରୀକରଣ :
ଏଠାରେ (ସ୍ ଦ୍ଵାରା) ସରଳ ସମବର୍ତ୍ତନର ପ୍ରୟୋଗ ହୋଇଅଛି ।
ଅସାକ୍ଷାତ୍ ରୂପାନ୍ତରୀକରଣ :
ଏ – କୌଣସି ମ ପ ନୁହେଁ ।
ଇ – କେତେକ ମ ଅ ଅଟେ ।
____________________________
∴ ଓ – କେତେକ ଅ ପ ନୁହେଁ ।
ଯଦି ଦତ୍ତ ନ୍ୟାୟରୂପର ସିଦ୍ଧାନ୍ତ ସତ୍ୟ ନ ହୁଏ ତେବେ ଏହାର ବିରୁଦ୍ଧ ଆ – ‘ସମସ୍ତ ଅ ପ ଅଟେ’ ଅବଶ୍ୟ ସତ୍ୟ ହେବ । ଏହାକୁ ସାଧାବୟବ ଏବଂ ଏହାର ମୂଳ ପକ୍ଷାବୟବକୁ ପକ୍ଷାବୟବ ରୂପେ ନେଇ ପ୍ରଥମ ସଂସ୍ଥାନର ଏକ ନୂତନ ନ୍ୟାୟରୂପ ଗଠନ କରାଯାଉ !
ଡାରିଇ :
ଆ – ସମସ୍ତ ଅ ପ ଅଟେ । (ବିରୁଦ୍ଧ ସାଧାବୟବ)
ଇ – କେତେକ ମ ଅ ଅଟେ । (ମୂଳ ପକ୍ଷାବୟବ)
_________________________
∴ ଇ – କେତେକ ମ ପ ଅଟେ । (ନୂତନ ସିଦ୍ଧାନ୍ତ)
ଏହା ହେଉଛି ଡାରିଇ ଯେଉଁଥରେ ‘ଅ’ ହେଉଛି ହେତୁପଦ । ଏହାର ନୂତନ ସିଦ୍ଧାନ୍ତଟି ମିଥ୍ୟା ଅଟେ କାରଣ ଏହା ମୂଳ ସାଧାବୟବର ବିରୁଦ୍ଧ ଅଟେ । ଏପରି ମିଥ୍ୟା ହେବାର କାରଣ କ’ଣ ? ଏହାର ମିଥ୍ୟାତ୍ଵ ପ୍ରଥମ ସଂସ୍ଥାନର ନ୍ୟାୟରୂପ ଡାରିଇ ଯୋଗୁଁ କିମ୍ବା ନୂତନ ପକ୍ଷାବୟବ ଯୋଗୁଁ ମଧ୍ଯ ନୁହେଁ । ଏହା ନୂତନ ସାଧାବୟବ ଯୋଗୁଁ ସମ୍ଭବ ଅଟେ । ଏଣୁ ନୂତନ ନ୍ୟାୟରୂପର ସିଦ୍ଧାନ୍ତଟି ମିଥ୍ୟା ଅଟେ ଏବଂ ଏହାର ବିରୁଦ୍ଧ ମୂଳ ନ୍ୟାୟରୂପର ସିଦ୍ଧାନ୍ତଟି ସତ୍ୟ ଅଟେ । ଫଳତଃ ଫେରିସୋନ୍ ଏକ ବୈଧ ନ୍ୟାୟରୂପ ଅଟେ ।
(ଞ) ବୋକାର୍ଡ଼ (୩ୟ ସଂସ୍ଥାନ)
Answer:
ସାକ୍ଷାତ୍ ରୂପାନ୍ତରୀକରଣ :
ଏଠାରେ (ମ୍ ଦ୍ଵାରା) ହେତୁବାକ୍ୟମାନଙ୍କର ସ୍ଥାନ ପରିବର୍ତ୍ତନ ହୋଇଛି ।
ଏବଂ (କ୍ ଦ୍ଵାରା) ବ୍ୟାବର୍ତ୍ତନ ଓ (ସ୍ ଦ୍ଵାରା) ସରଳ ସମବର୍ତ୍ତନର ପ୍ରୟୋଗ ହୋଇଅଛି ।
ଅସାକ୍ଷାତ୍ ରୂପାନ୍ତରୀକରଣ :
ଓ – କେତେକ ମ ପ ନୁହେଁ ।
ଆ – ସମସ୍ତ ମ ଅ ଅଟେ ।
_____________________
∴ ଓ – କେତେକ ଅ ପ ନୁହେଁ ।
ଏହି ସିଦ୍ଧାନ୍ତ ‘କେତେକ ଅ ପ ନୁହେଁ’ ଯଦି ସତ୍ୟ ନ ହୁଏ, ତେବେ ଏହାର ବିରୁଦ୍ଧ ତର୍କବାକ୍ୟ ‘ସମସ୍ତ ଅ ପ ଅଟେ’ ସତ୍ୟ ହେବ । ଏହି ତର୍କବାକ୍ୟକୁ ସାଧାବୟବ ରୂପେ ଗ୍ରହଣ କରିନେଇ ‘ବୋକାଡ଼ୋ’ର ପକ୍ଷାବୟବ ‘ସମସ୍ତ ମ ଅ ଅଟେ’ ପକ୍ଷାବୟବ ରୂପେ ଗ୍ରହଣ କରି ପ୍ରଥମ ସଂସ୍ଥାନରେ ଏକ ନ୍ୟାୟରୂପ ଗଠନ କରାଭାଯାଉ ।
ଆ – ସମସ୍ତ ଅ ପ ଅଟେ । (ବିରୁଦ୍ଧ ସାଧାବୟବ)
ଆ – ସମସ୍ତ ମ ଅ ଅଟେ । (ମୂଳ ପକ୍ଷାବ୍ୟବ)
_____________________
∴ ଆ – ସମସ୍ତ ମ ପ ଅଟେ । (ନୂତନ ସିଦ୍ଧାନ୍ତ)
ଏହା ପ୍ରଥମ ସଂସ୍ଥାନର ନ୍ୟାୟରୂପ ବାର୍ବାରା ଅଟେ, ଯେଉଁଥିରେ ‘ଅ’ ହେତୁ ପଦରୂପେ ଅବସ୍ଥାପିତ ହୋଇଅଛି । ଏହି ସିଦ୍ଧାନ୍ତ ବୋକାର୍ଡ଼ର ସାଧାବୟବର ବିରୁଦ୍ଧ ତର୍କବାକ୍ୟ ହେଉଥିବାରୁ ଅସିଦ୍ଧ ଅଟେ, ଯେହେତୁ ବୋକାଡ଼ୋର ସାଧାବୟବ ‘କେତେକ ମ ପ ନୁହେଁ’ କୁ ସ୍ବୀକାର୍ଯ୍ୟ ବୋଲି ଧରିନିଆଯାଇଛି । ବାର୍ବାରାର ଏହି ସିଦ୍ଧାନ୍ତ ଅସିଦ୍ଧ ହେବାରୁ ପ୍ରଥମ ସଂସ୍ଥାନର ଏହି ନ୍ୟାୟରୂପଟି ଅସିଦ୍ଧ ବୋଲି ବିବେଚିତ ହେବ ।
ବର୍ତ୍ତମାନ ଲକ୍ଷ୍ୟ କରିହେବ ଯେ ପକ୍ଷାବୟବ ‘ସମସ୍ତ ମ ଅ ଅଟେ’ ଯୋଗୁଁ ଏହା ଅସିଦ୍ଧ ହୋଇନପାରେ ଯେହେତୁ ଏହା ବୋକାଡ଼ୋର ପକ୍ଷାବୟବ ଅଟେ । ପ୍ରଥମ ସଂସ୍ଥାନର ନିୟମାନୁଯାୟୀ ବାର୍ବାରା ଗଠିତ ହୋଇଥିବାରୁ ଗଠନ ପ୍ରଣାଳୀ ଯୋଗୁଁ, ଏହା ଅସିଦ୍ଧ ହୋଇନପାରେ । ତେଣୁ କେବଳ ନୂତନ ସାଧାବୟବ ‘ସମସ୍ତ ଅ ପ ଅଟେ’ ଯୋଗୁଁ ଏହା ଅସିଦ୍ଧ ବୋଲି ପ୍ରମାଣିତ ହେବ । ଏହି ତର୍କବାକ୍ୟଟି ଅସିଦ୍ଧ ହୋଇଥିବା ଦୃଷ୍ଟିରୁ ଏହାର ବିରୁଦ୍ଧ ତର୍କବାକ୍ୟ ଅର୍ଥାତ୍ ବୋକାଡ଼ୋର ସିଦ୍ଧାନ୍ତ ‘କେତେକ ଅ ପ ନୁହେଁ’ ସିଦ୍ଧ ବୋଲି ପ୍ରମାଣିତ ହେବ । ଫଳତଃ, ତୃତୀୟ ସଂସ୍ଥାନର ନ୍ୟାୟମୂର୍ତ୍ତି ବୋକାର୍ଡ଼ ସିଦ୍ଧ ବୋଲି ପ୍ରମାଣିତ ହେବ ।
(ଟ) ବ୍ରାମଷ୍ଟିପ୍ (୪ର୍ଥ ସଂସ୍ଥାନ)
Answer:
ସାକ୍ଷାତ୍ ରୂପାନ୍ତରୀକରଣ :
ଏଠାରେ (ମ୍ ଦ୍ଵାରା) ହେତୁବାକ୍ୟମାନଙ୍କର ସ୍ଥାନ ପରିବର୍ତ୍ତନ ଏବଂ (ପ୍ ଦ୍ଵାରା) ଅସରଳ ସମବର୍ତ୍ତନର ପ୍ରୟୋଗ ହୋଇଅଛି ।
ଅସାକ୍ଷାତ୍ ରୂପାନ୍ତରୀକରଣ :
ଆ – ସମସ୍ତ ପ ମ ଅଟେ ।
ଆ – ସମସ୍ତ ମ ଅ ଅଟେ ।
____________________
∴ ଇ – କେତେକ ଅ ପ ଅଟେ ।
ହେତୁବାକ୍ୟଗୁଡ଼ିକ ସ୍ବୀକୃତ ହୋଇଥିବାରୁ ସିଦ୍ଧାନ୍ତକୁ ମିଥ୍ୟା ବୋଲି ଗ୍ରହଣ କରାଯାଉ । ତେଣୁ ଏହା ବିରୁଦ୍ଧ ତର୍କବାକ୍ୟ ‘କୌଣସି ଅ ପ ନୁହେଁ’ ସତ୍ୟ ହେବ । ଏହାକୁ ସାଧାବୟବ ଭାବେ ଗ୍ରହଣ କରି ମୂଳ ନ୍ୟାୟରୂପର ପକ୍ଷାବୟବ ‘ସମସ୍ତ ମ ଅ ଅଟେ’କୁ ପକ୍ଷାବୟବ ଭାବେ ଗ୍ରହଣ କରି ପ୍ରଥମ ସଂସ୍ଥାନର ଗୋଟିଏ ନ୍ୟାୟରୂପ ଗଠନ କରାଯାଉ ।
ସେଲାରେଣ୍ଟ୍ :
ଏ – କୌଣସି ଅ ପ ନୁହେଁ । (ବିରୁଦ୍ଧ ସାଧାବୟବ)
ଆ – ସମସ୍ତ ମ ଅ ଅଟେ । (ମୂଳ ପକ୍ଷାବୟବ)
____________________
∴ ଏ – କୌଣସି ମ ପ ନୁହେଁ । (ସିଦ୍ଧାନ୍ତ)
(ସମବର୍ତ୍ତନଦ୍ଵାରା) ଏ-କୌଣସି ପ ମ ନୁହେଁ ।
ଏହା ହେଉଛି ସେଲାରେଣ୍ଟ୍ । ଯାହାର ‘ଅ’ ହେଉଛି ହେତୁପଦ ।
ଲକ୍ଷ୍ୟ କରିବାକୁ ହେବ ଯେ ଏହି ସିଦ୍ଧାନ୍ତର ସମବର୍ତ୍ତନ କରିବାର ଉଦ୍ଦେଶ୍ୟ ହେଲା ଯେ ବ୍ରାମାଣ୍ଟିସ୍ର ସାଧାବୟବର ସଠିକ୍ ବିପରୀତ ବୋଲି ଦର୍ଶାଇବା । ଏହି ନୂତନ ସିଦ୍ଧାନ୍ତର ସମବର୍ତ୍ତିତ ବ୍ରାମାଣ୍ଟିୟର ସାଧାବୟବ । ଏହା ବିପରୀତ ହୋଇଥିବାରୁ ଅସିଦ୍ଧ ବୋଲି ବିବେଚିତ ହେବ । ଏହା ପକ୍ଷାବୟବ ଯୋଗୁଁ ଅସିଦ୍ଧ ନୁହେଁ । କାରଣ ତାହା ବ୍ରାମାଣ୍ଟିସ୍ର ପକ୍ଷାବୟବ ଅଟେ । ପ୍ରଥମ ସଂସ୍ଥାନର ନିୟମ ଅନୁଯାୟୀ ଗଠିତ ହୋଇଥିବାରୁ ଏଠାରେ ଅନୁମାନଗତ ତ୍ରୁଟି ନାହିଁ ।
ତେଣୁ ଏହା କେବଳ ସେଲାରେଣ୍ଟ୍ର ସାଧାବୟବ ‘କୌଣସି ଅ ପ ନୁହେଁ’ ର ଅସଂଗତି ଯୋଗୁଁ ଅସିଦ୍ଧ ଅଟେ । ଏହି ହେତୁବାକ୍ୟ ଅସଙ୍ଗତ ହୋଇଥିବାରୁ ଏହାର ବିରୁଦ୍ଧ ତର୍କବାକ୍ୟ ଅର୍ଥାତ୍ ବ୍ରାମାଣ୍ଟିପୁର ମୂଳ ସିଦ୍ଧାନ୍ତ ‘କେତେକ ଅ ପ ଅଟେ’ ସିଦ୍ଧ ଅଟେ । ଫଳତଃ ବ୍ରାମାଣ୍ଟିପ୍ ଏକ ପ୍ରାମାଣିକ ନ୍ୟାୟରୂପ ଅଟେ ।
(ଠ) ସାମେନେସ୍ (୪ର୍ଥ ସଂସ୍ଥାନ)
Answer:
ସାକ୍ଷାତ୍ ରୂପାନ୍ତରୀକରଣ :
ଏଠାରେ (ମ୍ ଦ୍ଵାରା) ହେତୁବାକ୍ୟମାନଙ୍କର ସ୍ଥାନ ପରିବର୍ତ୍ତନ ହୋଇଅଛି ଏବଂ (ସ୍ ଦ୍ଵାରା) ସରଳ ସମବର୍ତ୍ତନର ପ୍ରୟୋଗ ହୋଇଅଛି ।
ଅସାକ୍ଷାତ୍ ରୂପାନ୍ତରୀକରଣ :
ଆ – ସମସ୍ତ ପ ମ ଅଟେ ।
ଏ – କୌଣସି ମ ଅ ନୁହେଁ ।
______________________
∴ ଏ – କୌଣସି ଅ ପ ନୁହେଁ ।
ଯଦି ସିଦ୍ଧାନ୍ତଟି ସତ୍ୟ ନ ହୁଏ ଏହାର ବିରୁଦ୍ଧ ‘କେତେକ ଅ ପ ଅଟେ’ ଅବଶ୍ୟ ସତ୍ୟ ହେବ । ଏହାକୁ ପକ୍ଷାବୟବ ଏବଂ ମୂଳ ସାଧାବୟବକୁ ସାଧାବୟବ ରୂପେ ନେଇ ପ୍ରଥମ ସଂସ୍ଥାନର ଏକ ନୂତନ ତ୍ରିପଦୀଯୁକ୍ତ ଗଠନ କରାଯାଉ ।
ଡାରିଇ :
ଆ – ସମସ୍ତ ପ ମ ଅଟେ । (ମୂଳ ସାଧାବୟବ)
ଇ – କେତେକ ଅ ପ ଅଟେ । (ବିରୁଦ୍ଧ ପକ୍ଷାବୟବ)
∴ ଇ – କେତେକ ଅ ମ ଅଟେ । (ସିଦ୍ଧାନ୍ତ)
∴ ଇ – କେତେକ ମ ଅ ଅଟେ । (ସମବର୍ତ୍ତନଦ୍ୱାରା)
ଏହା ଡାରିଇ ଅଟେ । ଏଠାରେ ‘ପ’ ହେତୁପଦ ରୂପେ ଅବସ୍ଥାପିତ ହୋଇଛି ।
ଏହି ନୂତନ ସିଦ୍ଧାନ୍ତ ‘କେତେକ ମ ଅ ଅଟେ’ ମିଥ୍ୟା ଅଟେ ଯାହାକି ଦତ୍ତ ତ୍ରିପଦୀଯୁକ୍ତିର ପକ୍ଷାବୟବର ବିରୁଦ୍ଧ ଅଟେ । ଏହି ମିଥ୍ୟାତ୍ବ ତ୍ରିପଦୀଯୁକ୍ତିର ଗଠନ ପ୍ରଣାଳୀ ଯୋଗୁଁ ନୁହେଁ । ପ୍ରଧାନତଃ ସମବର୍ତ୍ତନ ଯୋଗୁଁ ନୁହେଁ କାରଣ ଏଠାରେ ସମସ୍ତ ନିୟମ ପର୍ଯ୍ୟବେକ୍ଷିତ ହୋଇଅଛି । ଏଣୁ ଏହାର ମିଥ୍ୟାତ୍ଵ ‘କେତେକ ଅ ମ ଅଟେ’ ଯୋଗୁଁ ସମ୍ଭବ ଅଟେ । ଏଣୁ ‘କେତେକ ଅ ମ ଅଟେ’ ନୂତନ ତ୍ରିପଦୀଯୁକ୍ତିର ସିଦ୍ଧାନ୍ତ ହୋଇଥିବା ହେତୁ ଏହା ମିଥ୍ୟା ଅଟେ ।
କାହିଁକି ଏପରି ମିଥ୍ୟାତ୍ଵ ସମ୍ଭବ ହେଲା ? ଏହାର ମିଥ୍ୟାତ୍ଵ ଦତ୍ତ ତ୍ରିପଦୀଯୁକ୍ତିର ସାଧାବୟବ ଯୋଗୁଁ ନୁହେଁ କି ପ୍ରଥମ ସଂସ୍ଥାନର ନ୍ୟାୟରୂପ ଡାରିଇ ଯୋଗୁଁ ମଧ୍ୟ ସମ୍ଭବ ନୁହେଁ । ଏହି ମିଥ୍ୟାତ୍ଵ ନୂତନ ତ୍ରିପଦୀଯୁକ୍ତିର ପକ୍ଷାବୟବ ଯୋଗୁଁ ସମ୍ଭବ ଅଟେ । ଏଣୁ ଏହା ମିଥ୍ୟା ଅଟେ ଏବଂ ଏହାର ବିରୁଦ୍ଧ ମୂଳ ତ୍ରିପଦୀଯୁକ୍ତିର ସିଦ୍ଧାନ୍ତ ନିଶ୍ଚିତ ରୂପେ ସତ୍ୟ ଅଟେ । ସୁତରାଂ ସାମେନ୍ସ ଏକ ବୈଧ ନ୍ୟାୟରୂପ ଅଟେ ।
(ଡ) ଡିମାରିସ୍ (୪ର୍ଥ ସଂଘ)
Answer:
ସାକ୍ଷାତ୍ ରୂପାନ୍ତରୀକରଣ :
ଏଠାରେ (ମ୍ ଦ୍ବାରା ) ହେତୁ ବାକ୍ୟମାନଙ୍କର ସ୍ଥାନ ପରିବର୍ତ୍ତନ, (ସ୍ ଦ୍ୱାରା) ସରଳ ସମବର୍ତ୍ତନର ପ୍ରୟୋଗ ହୋଇଅଛି ।
ଅସାକ୍ଷାତ୍ ରୂପାନ୍ତରୀକରଣ :
ଇ – କେତେକ ପ ମ ଅଟେ ।
ଆ – ସମସ୍ତ ମ ଅ ଅଟେ ।
_______________________
∴ ଇ – କେତେକ ଅ ପ ଅଟେ ।
ଯଦି ଉକ୍ତ ସିଦ୍ଧାନ୍ତ ସତ୍ୟ ନହୁଏ, ତେବେ ଏହାର ବିରୁଦ୍ଧ ‘କୌଣସି ଅ ପ ନୁହେଁ’ ନିଶ୍ଚିତରୂପେ ସତ୍ୟ ଅଟେ । ଏହାକୁ ସାଧାବୟବ ଏବଂ ଦତ୍ତ ପକ୍ଷାବୟବକୁ ପକ୍ଷାବୟବ ରୂପେ ନେଇ ପ୍ରଥମ ସଂସ୍ଥାନର ନୂତନ ତ୍ରିପଦୀଯୁକ୍ତ ଗଠନ କରାଯାଉ ।
ସେଲାରେଣ୍ଟ୍ :
ଏ – କୌଣସି ଅ ପ ନୁହେଁ । (ବିରୁଦ୍ଧ ସାଧାବୟବ)
ଆ – ସମସ୍ତ ମ ଅ ଅଟେ । (ମୂଳ ପକ୍ଷାବୟବ)
∴ ଏ – କୌଣସି ମ ପ ନୁହେଁ । (ସିଦ୍ଧାନ୍ତ)
∴ ଏ – କୌଣସି ପ ମ ନୁହେଁ । (ସମବର୍ତ୍ତନଦ୍ୱାରା )
ଏହା ହେଉଛି ସେଲାରେଣ୍ଟ୍ । ‘ଅ’ ଏଠାରେ ହେତୁପଦ ରୂପେ ଅବସ୍ଥାପିତ । ନୂତନ ସିଦ୍ଧାନ୍ତର ସମବର୍ତିତ ରୂପ ମିଥ୍ୟା ଅଟେ, କାରଣ ଏହା ଦତ୍ତ ସାଧାବୟବର ବିରୁଦ୍ଧ ଅଟେ । ଏଣୁ ନୂତନ ସିଦ୍ଧାନ୍ତଟି ମିଥ୍ୟା ଅଟେ । ଏହି ନୂତନ ସିଦ୍ଧାନ୍ତର ମିଥ୍ୟାତ୍ଵ ବିରୁଦ୍ଧ ସାଧାବୟବ ଯୋଗୁଁ ଅଟେ, କାରଣ ନୂତନ ନ୍ୟାୟରୂପଟି ପ୍ରଥମ ସଂସ୍ଥାନର ସେଲାରେଣ୍ଟ ଅଟେ । ଏହାର ନୂତନ ପକ୍ଷାବୟବଟି ଦତ୍ତ ପକ୍ଷାବୟବର ଅବିକଳ ଅଟେ । ଏଣୁ ନୂତନ ସାଧାବୟବଟି ମିଥ୍ୟା ଅଟେ ଏବଂ ଏହାର ବିରୁଦ୍ଧ ମୂଳ ସିଦ୍ଧାନ୍ତଟି ସତ୍ୟ ଅଟେ । ସୁତରାଂ ଡିମାରିସ୍ ନ୍ୟାୟରୂପଟି ପ୍ରାମାଣିକ ଅଟେ ।
(ଢ) ଫେସାପୋ (୪ର୍ଥ ସଂସ୍ଥାନ)
Answer:
ସାକ୍ଷାତ୍ ରୂପାନ୍ତରୀକରଣ :
ଏଠାରେ (ସ୍ ଦ୍ଵାରା) ସରଳ ସମବର୍ତ୍ତନ ଓ (ପ୍ ଦ୍ଵାରା) ଅସରଳ ସମବର୍ତ୍ତନର ପ୍ରୟୋଗ ହୋଇଅଛି ।
ଅସାକ୍ଷାତ୍ ରୂପାନ୍ତରୀକରଣ :
ଏ – କୌଣସି ପ ମ ନୁହେଁ ।
ଆ – ସମସ୍ତ ମ ଅ ଅଟେ ।
__________________
∴ ଓ – କେତେକ ଅ ପ ନୁହେଁ ।
ଯଦି ଏହାର ସିଦ୍ଧାନ୍ତ ସତ୍ୟ ନ ହୁଏ ତେବେ ଏହାର ବିରୁଦ୍ଧ ‘ଆ – ସମସ୍ତ ଅ ପ ଅଟେ’ ଅବଶ୍ୟ ସତ୍ୟ ହେବ । ଏହାକୁ ସାଧାବୟବ ଏବଂ ଦତ୍ତ ପକ୍ଷାବୟବକୁ ପକ୍ଷାବୟବ ରୂପେ ନେଇ ପ୍ରଥମ ସଂସ୍ଥାନର ଏକ ନ୍ୟାୟରୂପ ଗଠନ କରାଯାଉ ।
ବାର୍ବାରା :
ଆ – ସମସ୍ତ ଅ ପ ଅଟେ । (ବିରୁଦ୍ଧ ସାଧାବୟବ)
ଆ – ସମସ୍ତ ମ ଅ ଅଟେ । (ମୂଳ ପକ୍ଷାବୟବ)
_________________________________
∴ ଆ – ସମସ୍ତ ମ ପ ଅଟେ । (ନୂତନ ସିଦ୍ଧାନ୍ତ)
∴ ଇ – କେତେକ ପ ମ ଅଟେ । (ସମବର୍ତ୍ତନଦ୍ୱାରା )
ଏହି ନ୍ୟାୟରୂପଟି ବାର୍ବାରା ଅଟେ, ଯେଉଁଥିରେ ‘ଅ’ ହେତୁପଦ ରୂପେ ଅବସ୍ଥାପିତ ହୋଇଅଛି । ଏହି ସିଦ୍ଧାନ୍ତଟି ଦତ୍ତ ସାଧାବୟବର ବିରୁଦ୍ଧ ଅଟେ । ଏହା ମିଥ୍ୟା ଅଟେ । ଏହି ମିଥ୍ୟାତ୍ଵ ସମବର୍ତ୍ତନ ଯୋଗୁଁ ନୁହେଁ, କାରଣ ସମବର୍ତ୍ତନ ନିୟମ ଏଠାରେ ଭଲଭାବରେ ପର୍ଯ୍ୟବେକ୍ଷିତ ହୋଇଅଛି । ଏଣୁ ସମବର୍ତ୍ତନୀୟ ‘ସମସ୍ତ ମ ପ ଅଟେ’ ମିଥ୍ୟା ଅଟେ । ଏହି ମିଥ୍ୟାତ୍ଵ ବାର୍ବାରା (ପ୍ରଥମ ସଂସ୍ଥାନ) ଯୋଗୁଁ ନୁହେଁ କି ପକ୍ଷାବୟବ ଯୋଗୁଁ ନୁହେଁ । ଏହା ନୂତନ ସାଧାବୟବ ଯୋଗୁଁ ସମ୍ଭବ ଅଟେ । ଏଣୁ ନୂତନ ସାଧାବୟବଟି ମିଥ୍ୟା ଅଟେ ଏବଂ ଏହାର ବିରୁଦ୍ଧ ମୂଳ ସିଦ୍ଧାନ୍ତଟି ଅବଶ୍ୟ ସତ୍ୟ ଅଟେ । ସୁତରାଂ ଫେସପୋ ନ୍ୟାୟରୂପଟି ପ୍ରାମାଣିକ ଅଟେ ।
(ଣ) ଫ୍ରେସିସୋନ୍ (୪ର୍ଥ ସଂସ୍ଥାନ)
Answer:
ସାକ୍ଷାତ୍ ରୂପାନ୍ତରୀକରଣ :
ଏଠାରେ (ମ୍ ଦ୍ଵାରା) ସରଳ ସମବର୍ତ୍ତନର ପ୍ରୟୋଗ କରାଯାଇଅଛି ।
ଅସାକ୍ଷାତ୍ ରୂପାନ୍ତରୀକରଣ :
ଏ – କୌଣସି ପ ମ ନୁହେଁ ।
ଇ – କେତେକ ମ ଅ ଅଟେ ।
∴ ଓ – କେତେକ ଅ ପ ନୁହେଁ ।
ଧରାଯାଉ ଏହି ସିଦ୍ଧାନ୍ତ ସତ୍ୟ ନୁହେଁ । ତେଣୁ ଏହାର ବିରୁଦ୍ଧ ତର୍କବାକ୍ୟ ‘ସମସ୍ତ ଅ ପ ଅଟେ’ ନିଶ୍ଚିତ ରୂପେ ସତ୍ୟ ହେବ । ଏହାକୁ ସାଧାବୟବ ରୂପେ ଗ୍ରହଣ କରି ଫ୍ରେସିସୋର ପକ୍ଷାବୟବକୁ ନୂତନ ନ୍ୟାୟରୂପରେ ପକ୍ଷାବୟବ ଭାବେ ନେଇ ପ୍ରଥମ ସଂସ୍ଥାନର ଗୋଟିଏ ନ୍ୟାୟରୂପ ଗଠନ କରାଯାଉ ।
ଡାରିଇ :
ଆ – ସମସ୍ତ ଅ ପ ଅଟେ ।
ଇ – କେତେକ ମ ଅ ଅଟେ ।
∴ ଇ – କେତେକ ମ ପ ଅଟେ ।
ଇ – କେତେକ ପ ମ ଅଟେ । (ସମବର୍ତ୍ତନଦ୍ଵାରା)
ଏହି ନ୍ୟାୟରୂପଟି ଡାରିଇ ଅଟେ ଓ ‘ଅ’ ହେଉଛି ଏହାର ହେତୁପଦ । ସିଦ୍ଧାନ୍ତର ସମବର୍ତ୍ତିତ ତର୍କବାକ୍ୟ ‘କେତେକ ପ ମ ଅଟେ’ ଫ୍ରେସିସୋର ସାଧାବୟବ ‘କୌଣସି ପ ମ ନୁହେଁ’ର ବିରୁଦ୍ଧ ତର୍କବାକ୍ୟ ଅଟେ । ଏହି ତର୍କବାକ୍ୟ ପୂର୍ବରୁ ସୁସଙ୍ଗତ ବୋଲି ସ୍ବୀକୃତ ହୋଇଥିବାରୁ ନୂତନ ସିଦ୍ଧାନ୍ତର ସମବର୍ତ୍ତିତ ତର୍କବାକ୍ୟ ଅପ୍ରାମାଣିକ ଅଟେ । ତେଣୁ ନୂତନ ସିଦ୍ଧାନ୍ତ ମଧ ପ୍ରାମାଣିକ ନୁହେଁ ।
ଏହି ଅପ୍ରମାଣିକତା ହେତୁବାକ୍ୟମାନଙ୍କ ଯୋଗୁଁ କିମ୍ବା ଅନୁମାନ ପ୍ରଣାଳୀ ଯୋଗୁଁ ଘଟିପାରେ; ମାତ୍ର ଏହାର ମିଥ୍ୟାତ୍ଵ ପକ୍ଷାବୟବ ଯୋଗୁଁ ସମ୍ଭବ ହୋଇନାହିଁ । ପୁନଶ୍ଚ ଏହା ଯୁକ୍ତିର ଗଠନଗତ ତ୍ରୁଟି ଯୋଗୁଁ ମଧ୍ଯ ମିଥ୍ୟା ହୋଇନାହିଁ । ଏଣୁ ନୂତନ ସିଦ୍ଧାନ୍ତର ଅପ୍ରାମାଣିକତା କେବଳ ସାଧାବୟବ ‘ସମସ୍ତ ଅ ପ ଅଟେ’ ଯୋଗୁଁ ସମ୍ଭବ ହୋଇଅଛି । ଏହି ତର୍କବାକ୍ୟ ଅସ୍ଵୀକୃତ ହେବାରୁ ଏହାର ବିରୁଦ୍ଧ ତର୍କବାକ୍ୟ ଅର୍ଥାତ୍ ଫ୍ରେସିସୋର ସିଦ୍ଧାନ୍ତ ‘କେତେକ ଅ ପ ନୁହେଁ” ସ୍ୱୀକୃତ ହେବ । ଫଳତଃ ନ୍ୟାୟରୂପ ଫ୍ରେସିସୋନ୍ ପ୍ରାମାଣିକ ଅଟେ ।
7. ମିଶ୍ର ପ୍ରାକଳ୍ପିକ-ନିରପେକ୍ଷ ଯୁକ୍ତି କାହାକୁ କହନ୍ତି ? ଏହାର ବ୍ୟାଖ୍ୟା କର ।
Answer:
ଯେଉଁ ତ୍ରିପଦୀଯୁକ୍ତିରେ ସାଧାବୟବ ଗୋଟିଏ ପ୍ରାକଳ୍ପିକ ତର୍କବାକ୍ୟ, ପକ୍ଷାବୟବ ଗୋଟିଏ ନିରପେକ୍ଷ ତର୍କବାକ୍ୟ ଏବଂ ସିଦ୍ଧାନ୍ତ ଏକ ନିରପେକ୍ଷ ତର୍କବାକ୍ୟ ଅଟେ, ତାହାକୁ ମିଶ୍ର ପ୍ରାକଵିକ-ନିରପେକ୍ଷ ଯୁକ୍ତି କୁହାଯାଏ ।
ଉଦାହରଣ – ଯଦି କ ଖ ହୁଏ, ତେବେ ଗ ଘ ହୁଏ ।
କ ଖ ହୁଏ ।
_____________
∴ ଗ ଘ ଅଟେ ।
ଯଦି ବର୍ଷା ହୁଏ, ତେବେ ବନ୍ୟା ହୁଏ ।
ବର୍ଷା ହୁଏ ।
________________
∴ ବନ୍ୟା ହୁଏ ।
ବୈଶିଷ୍ଟ୍ୟ :
(୧) ସାଧାବୟବ ଗୋଟିଏ ପ୍ରାକଳ୍ପିକ ତର୍କବାକ୍ୟ ।
(୨) ପକ୍ଷାବୟବ ଗୋଟିଏ ନିରପେକ୍ଷ ତର୍କବାକ୍ୟ ।
(୩) ସିଦ୍ଧାନ୍ତ ଏକ ନିରପେକ୍ଷ ତର୍କବାକ୍ୟ ଅଟେ ।
ନିୟମ : ଏହାର ଦୁଇଟି ନିୟମ ଅଛି ।
(କ) ସାଧାବୟବର ପୂର୍ବଗକୁ ପକ୍ଷାବୟବରେ ସ୍ଵୀକାର କଲେ, ତାହାର ଅନୁଗକୁ ସିଦ୍ଧାନ୍ତରେ ସ୍ଵୀକାର କରାଯାଏ; ମାତ୍ର ଏହାର ବିପରୀତ ନିୟମ ଗ୍ରହଣଯୋଗ୍ୟ ନୁହେଁ ।
(ଖ) ସାଧାବୟବର ଅନୁଗକୁ ପକ୍ଷାବୟବରେ ଅସ୍ବୀକାର କଲେ, ତାହାର ପୂର୍ବଗକୁ ସିଦ୍ଧାନ୍ତରେ ଅସ୍ଵୀକାର କରାଯାଏ; ମାତ୍ର ଏହାର ବିପରୀତ ନିୟମ ଗ୍ରହଣଯୋଗ୍ୟ ନୁହେଁ ।
ମିଶ୍ର ପ୍ରାକଳ୍ପିକ-ନିରପେକ୍ଷ ଯୁକ୍ତିର ପ୍ରକାରଭେଦ :
(କ) ସ୍ଵୀକାରଭିଭିକ ଯୁକ୍ତିକୁ ଭାବାତ୍ମକ ପ୍ରାକନ୍ଧିକ-ନିରପେକ୍ଷ ଯୁକ୍ତି କୁହାଯାଏ ।
(ଖ) ଅସ୍ଵୀକାରଭିଭିକ ଯୁକ୍ତିକୁ ନିଷେଧାତ୍ମକ ପ୍ରାକଚ୍ଛିକ-ନିରପେକ୍ଷ ଯୁକ୍ତି କୁହାଯାଏ ।
(୧) ଭାବାତ୍ମକ ପ୍ରାକଳ୍ପିକ-ନିରପେକ୍ଷ ଯୁକ୍ତି – ଯେଉଁ ମିଶ୍ର ପ୍ରାକଳ୍ପିକ-ନିରପେକ୍ଷ ଯୁକ୍ତିରେ ସାଧାବୟବର ପୂର୍ବଗକୁ ପକ୍ଷାବୟବରେ ସ୍ଵୀକାର କଲେ ତାହାର ଅନୁଗକୁ ସିଦ୍ଧାନ୍ତରେ ସ୍ଵୀକାର କରାଯାଏ, ତାହାକୁ ଭାବାତ୍ମକ ପ୍ରାକଳ୍ପିକ-ନିରପେକ୍ଷ ଯୁକ୍ତି କୁହାଯାଏ ।
ଉଦାହରଣ :
ଯଦି କ ଖ ହୁଏ, ତେବେ ଗ ଘ ହୁଏ ।
କ ଖ ହୁଏ ।
______________
∴ ଗ ଘ ହୁଏ ।
ଯଦି ବର୍ଷା ହୁଏ, ତେବେ ବନ୍ୟା ହୁଏ ।
ବର୍ଷା ହୁଏ ।
_____________
∴ ବନ୍ୟା ହୁଏ ।
ଏହି ପ୍ରଣାଳୀକୁ ସ୍ବୀକରଣେ ସ୍ଵୀକରଣ କୁହାଯାଏ । ଏହି ଉଦାହରଣମାନଙ୍କରେ ସାଧାବୟବର ପୂର୍ବଗକୁ ପକ୍ଷାବୟବରେ ସ୍ଵୀକାର କରିବାଦ୍ଵାରା ତାହାର ଅନୁଗକୁ ସିଦ୍ଧାନ୍ତରେ ସ୍ଵୀକାର କରାଯାଏ । ମାତ୍ର ଯଦି ସାଧାବୟବର ଅନୁଗକୁ ପକ୍ଷାବୟବରେ ସ୍ଵୀକାର କଲେ ତାହାର ପୂର୍ବଗକୁ ସିଦ୍ଧାନ୍ତରେ ସ୍ଵୀକାର କରାଯାଏ, ତେବେ ଅନୁଗ ସ୍ୱୀକୃତିଭିଭିକ ଦୋଷ ଜାତ ହୁଏ ।
ଅନୁଗ ସ୍ଵୀକୃତିଭିତ୍ତିକ ଦୋଷ :
ଯଦି କ ଖ ହୁଏ, ତେବେ ଗ ଘ ହୁଏ ।
ଗ ଘ ହୁଏ ।
_____________
∴ କ ଖ ହୁଏ ।
ଯଦି ବର୍ଷା ହୁଏ, ତେବେ ବନ୍ୟା ହୁଏ
ବନ୍ୟା ହୁଏ ।
_____________
∴ ବର୍ଷା ହୁଏ ।
(୨) ନିଷେଧାତ୍ମକ ପ୍ରାକଳ୍ପିକ ଯୁକ୍ତି – ଯେଉଁ ମିଶ୍ର ପ୍ରାକଵିକ-ନିରପେକ୍ଷ ଯୁକ୍ତିରେ ସାଧାବୟବର ଅନୁଗକୁ ପକ୍ଷାବୟବରେ ଅସ୍ଵୀକାର କଲେ, ତାହାର ପୂର୍ବଗକୁ ସିଦ୍ଧାନ୍ତରେ ଅସ୍ବୀକାର କରାଯାଏ, ତାହାକୁ ନିଷେଧାତ୍ମକ ପ୍ରାକଳ୍ପିକ ଯୁକ୍ତି କୁହାଯାଏ ।
ଯଦି କ ଖ ହୁଏ, ତେବେ ଗ ଘ ହୁଏ ।
ଗ ଘ ହୁଏ ନାହିଁ ।
____________
∴ କ ଖ ହୁଏ ନାହିଁ ।
ଯଦି ବର୍ଷା ହୁଏ, ତେବେ ବନ୍ୟା ହୁଏ ।
ବନ୍ୟା ହୁଏ ନାହିଁ ।
____________
∴ ବର୍ଷା ହୁଏ ନାହିଁ ।
ଏହାକୁ ଅସ୍ବୀକରଣେ ଅସ୍ଵୀକରଣ ପ୍ରଣାଳୀ କୁହାଯାଏ । ଏହି ଉଦାହରଣମାନଙ୍କରେ ସାଧବୟବର ଅନୁଗକୁ ପକ୍ଷାବୟବରେ ଅସ୍ଵୀକାର କରିବାଦ୍ଵାରା ତାହାର ପୂର୍ବଗକୁ ସିଦ୍ଧାନ୍ତରେ ଅସ୍ବୀକାର କରାଯାଇଛି । ମାତ୍ର ଯଦି ସାଧାବୟବର ପୂର୍ବଗକୁ ପକ୍ଷାବୟବରେ ଅସ୍ଵୀକାର କଲେ ତାହାର ଅନୁଗକୁ ସିଦ୍ଧାନ୍ତରେ ଅସ୍ଵୀକାର କରାଯାଏ, ତେବେ ଏହାକୁ ପୂର୍ବଗ ଅସ୍ଵୀକୃତିଭିତ୍ତିକ ଦୋଷ କୁହାଯାଏ ।
ପୂର୍ବଗ ଅସ୍ଵୀକୃତିଭିତ୍ତିକ ଦୋଷ :
ଯଦି କ ଖ ହୁଏ, ତେବେ ଗ ଘ ହୁଏ ।
କ ଖ ହୁଏ ନାହିଁ ।
___________
∴ ଗ ଘ ହୁଏ ନାହିଁ ।
ଯଦି ବର୍ଷା ହୁଏ, ତେବେ ବନ୍ୟା ହୁଏ ।
ବର୍ଷା ହୁଏ ନାହିଁ ।
______________
∴ ବନ୍ୟା ହୁଏ ନାହିଁ ।
8. ମିଶ୍ର ବୈକଳ୍ପିକ-ନିରପେକ୍ଷ ଯୁକ୍ତି କାହାକୁ କହନ୍ତି ? ଏହାର ବ୍ୟାଖ୍ୟା କର ।
Answer:
ଯେଉଁ ମିଶ୍ର ତ୍ରିପଦୀଯୁକ୍ତିରେ ସାଧବୟବ ଗୋଟିଏ ବୈକଳ୍ପିକ ତର୍କବାକ୍ୟ, ପକ୍ଷାବୟବ ଗୋଟିଏ ନିରପେକ୍ଷ ତର୍କବାକ୍ୟ ଏବଂ ସିଦ୍ଧାନ୍ତ ଗୋଟିଏ ନିରପେକ୍ଷ ତର୍କବାକ୍ୟ ହୋଇଥାଏ, ତାହାକୁ ମିଶ୍ର ବୈକଚ୍ଛିକ-ନିରପେକ୍ଷ ଯୁକ୍ତି କୁହାଯାଏ ।
ଉଦାହରଣ – ‘କ’ ହୁଏତ ‘ଖ’ କିମ୍ବା ‘ଗ’ ହୋଇପାରେ ।
‘କ’ ‘ଖ’ ନୁହେଁ ।
___________
∴ ‘କ’ ‘ଗ’ ଅଟେ ।
ରାମ ହୁଏତ ସାଧୁ କିମ୍ବା ଅସାଧୁ ଅଟେ ।
ରାମ ଅସାଧୁ ନୁହେଁ ।
______________
∴ ସେ ସାଧୁ ଅଟେ ।
ବୈଶିଷ୍ଟ୍ୟ :
(୧) ସାଧାବୟବ ଗୋଟିଏ ବୈକଳ୍ପିକ ତର୍କବାକ୍ୟ ।
(୨) ପକ୍ଷାବୟବ ଗୋଟିଏ ନିରପେକ୍ଷ ତର୍କବାକ୍ୟ ।
(୩) ସିଦ୍ଧାନ୍ତ ନିରପେକ୍ଷ ଅଟେ ।
ନିୟମ :
ସାଧାବୟବର ଦୁଇଟି କଳ୍ପ ମଧ୍ୟରୁ ଯେକୌଣସି ଗୋଟିଏ କଳ୍ପକୁ ଯଦି ପକ୍ଷାବୟବରେ ଅସ୍ବୀକାର କରାଯାଏ, ତେବେ ଅପର କଳ୍ପଟିକୁ ସିଦ୍ଧାନ୍ତରେ ସ୍ଵୀକାର କରାଯାଏ; କିନ୍ତୁ ଏହାର ବିପରୀତ ନିୟମ ଗ୍ରହଣଯୋଗ୍ୟ ନୁହେଁ ।
ନିୟମର ବ୍ୟାଖ୍ୟା :
ମିଶ୍ର ବୈକଳ୍ପିକ-ନିରପେକ୍ଷ ଯୁକ୍ତିର ସାଧାବୟବର ଦୁଇଟି କଳ୍ପ ମଧ୍ୟରୁ ଯେକୌଣସି ଗୋଟିଏ କଳ୍ପକୁ ପକ୍ଷାବୟବରେ କାର କରାଯାଏ, ତେବେ ଅନ୍ୟ କଳ୍ପକୁ ସିଦ୍ଧାନ୍ତରେ ସ୍ଵୀକାର କରାଯାଏ ।
ସାଙ୍କେତିକ ଉଦାହରଣ –
କ ହୁଏତ ଖ କିମ୍ବା ଗ ହୋଇପାରେ ।
କ ଖ ନୁହେଁ ।
____________
∴ କ ଗ ଅଟେ ।
ମଧୁ ହୁଏତ ଫୁଟବଲ୍ କିମ୍ବା କ୍ରିକେଟ୍ ଖେଳେ ।
ମଧୁ ଫୁଟ୍ବଲ୍ ଖେଳେ ନାହିଁ ।
__________________
∴ ସେ କ୍ରିକେଟ୍ ଖେଳେ ।
ଏହି ନିୟମକୁ ଅସ୍ଵୀକରଣେ ସ୍ଵୀକରଣ କୁହାଯାଏ । ମାତ୍ର ଏହି ନିୟମକୁ ଲଙ୍ଘନ କଲେ ସ୍ଵୀକରଣେ ଅସ୍ୱୀକରଣ ଦୋଷ ଜାତ ହୁଏ ।
ହୁଏତ ‘କ’ ‘ଖ’ କିମ୍ବା ‘ଗ’ ଅଟେ ।
‘କ’ ‘ଖ’ ଅଟେ ।
____________
∴ ‘କ’ ‘ଗ’ ନୁହେଁ ।
ହୁଏତ ମୁଁ ଭାତ ଖାଏ କିମ୍ବା ରୋଟି ଖାଏ ।
ମୁଁ ଭାତ ଖାଏ ।
_______________
∴ ମୁଁ ରୋଟି ଖାଏ ନାହିଁ ।
ଏହା ଉପରୋକ୍ତ ନିୟମର ବିପରୀତ ଅଟେ । କାରଣ ସାଧାବୟବର ଦୁଇଟି କଳ୍ପ ମଧ୍ୟରୁ ଗୋଟିଏ କଳ୍ପକୁ ପକ୍ଷାବୟବରେ ସ୍ୱୀକାର କରିବାଦ୍ୱାରା ଅନ୍ୟଟିକୁ ସିଦ୍ଧାନ୍ତରେ ଅସ୍ବୀକାର କରାଯାଏ । ଯଦ୍ବାରାକି ସ୍ବୀକରଣେ ଅସ୍ୱୀକରଣ ଦୋଷ ଜାତ ହୁଏ ।
9. ମିଶ୍ର ବିଯୋଜକ — ନିରପେକ୍ଷ ଯୁକ୍ତି କାହାକୁ କହନ୍ତି ? ଏହାର ବ୍ୟାଖ୍ୟା କର ।
Answer:
ଯେଉଁ ମିଶ୍ର ତ୍ରିପଦୀଯୁକ୍ତିର ସାଧାବୟବ ଗୋଟିଏ ବିଯୋଜକ ତର୍କବାକ୍ୟ, ପକ୍ଷାବୟବ ଏକ ନିରପେକ୍ଷ ତର୍କବାକ୍ୟ ଓ ସିଦ୍ଧାନ୍ତ ଏକ ନିରପେକ୍ଷ ତର୍କବାକ୍ୟ ହୋଇଥାଏ, ତାକୁ ମିଶ୍ର ବିଯୋଜକ-ନିରପେକ୍ଷ ଯୁକ୍ତି କୁହାଯାଏ ।
ଉଦାହରଣ :
କ ଉଭୟ ଖ ଏବଂ ଗ ନୁହେଁ ।
କ ଖ ଅଟେ ।
____________
∴ କ ଗ ନୁହେଁ ।
ସୀତା ଉଭୟ ସୁନ୍ଦରୀ ଏବଂ ଅସୁନ୍ଦରୀ ନୁହେଁ ।
ସୀତା ସୁନ୍ଦରୀ ଅଟେ ।
__________________
∴ ସୀତା ଅସୁନ୍ଦରୀ ନୁହେଁ ।
ବୈଶିଷ୍ଟ୍ୟ :
(୧) ସାଧାବୟବ ଗୋଟିଏ ବିଯୋଜକ ତର୍କବାକ୍ୟ ଅଟେ ।
(୨) ପକ୍ଷାବୟବ ଗୋଟିଏ ନିରପେକ୍ଷ ତର୍କବାକ୍ୟ ଅଟେ ।
(୩) ସିଦ୍ଧାନ୍ତ ନିରପେକ୍ଷ ଅଟେ ।
ନିୟମ :
ସାଧାବୟବର ଯେକୌଣସି ଏକ ବିଯୋଜକକୁ ପକ୍ଷାବୟବରେ ସ୍ଵୀକାର କଲେ ଅନ୍ୟ ଏକ ବିଯୋଜକକୁ ସିଦ୍ଧାନ୍ତରେ ଅସ୍ଵୀକାର କରାଯାଏ; ମାତ୍ର ଏହାର ବିପରୀତ ନିୟମ ଗ୍ରହଣଯୋଗ୍ୟ ନୁହେଁ ।
ନିୟମର ବ୍ୟାଖ୍ୟା :
ମିଶ୍ର ବିଯୋଜକ ତ୍ରିପଦୀଯୁକ୍ତିର ସାଧାବୟବର ଯେକୌଣସି ଏକ ବିଯୋଜକକୁ ପକ୍ଷାବୟବରେ ସ୍ଵୀକାର କଲେ ତାହାର ଅନ୍ୟ ଏକ ବିଯୋଜକକୁ ସିଦ୍ଧାନ୍ତରେ ଅସ୍ଵୀକାର କରାଯାଏ । ଏହାକୁ ସ୍ବୀକରଣେ ଅସ୍ଵୀକରଣ ଯୁକ୍ତି କୁହାଯାଏ ।
ଉଦାହରଣ :
କ ଉଭୟ ଖ ଏବଂ ଗ ହୋଇପାରେ ନାହିଁ ।
କ ଖ ଅଟେ ।
___________
∴ କ ଗ ନୁହେଁ ।
ରାମ ଉଭୟ ଧନୀ ଓ ଗରିବ ନୁହେଁ ।
ରାମ ଧନୀ ଅଟେ ।
_______________
∴ ରାମ ଗରିବ ନୁହେଁ ।
ମାତ୍ର ଉପରୋକ୍ତ ନିୟମକୁ ଲଙ୍ଘନ କରିବାଦ୍ୱାରା ଅସ୍ବୀକୃତିଭିତ୍ତିକ ସ୍ବୀକୃତି ଦୋଷ ଜାତ ହୁଏ ।
କ ଉଭୟ ଖ ଏବଂ ଗ ନୁହେଁ ।
କ ଖ ନୁହଁ ।
__________
∴ କ ଗ ଅଟେ ।
ଯଦୁ ଉଭୟ ଫୁଟ୍ବଲ୍ ଓ କ୍ରିକେଟ୍ ଖେଳିପାରିବ ନାହିଁ ।
ଯଦୁ ଫୁଟ୍ବଲ୍ ଖେଳିବ ।
_______________
∴ ସେ କ୍ରିକେଟ୍ ଖେଳିପାରିବ ନାହିଁ ।
10. ଦ୍ଵିଶୃଙ୍ଗକ ଯୁକ୍ତି ବା କୂଟନ୍ୟାୟ କାହାକୁ କହନ୍ତି ? ଏହାର ପ୍ରକାରଭେଦଗୁଡ଼ିକ ଆଲୋଚନା କର ।
Answer:
ଯେଉଁ ମିଶ୍ର ତ୍ରିପଦୀଯୁକ୍ତିରେ ସାଧାବୟବ ଗୋଟିଏ ଯୌଗିକ ପ୍ରାକଳ୍ପିକ ତର୍କବାକ୍ୟ, ପକ୍ଷାବୟବ ବୈକଳ୍ପିକ ଓ ସିଦ୍ଧାନ୍ତ ବୈକଳ୍ପିକ କିମ୍ବା ନିରପେକ୍ଷ ଅଟେ, ତାହାକୁ ଦ୍ବିଶୃଙ୍ଗକ ଯୁକ୍ତି ବା କୂଟନ୍ୟାୟ କହନ୍ତି ।
ବୈଶିଷ୍ଟ୍ୟ :
(୧) ସାଧାବୟବ ଗୋଟିଏ ଯୌଗିକ ପ୍ରାକଳ୍ପିକ ତର୍କବାକ୍ୟ ।
(୨) ପକ୍ଷାବୟବ ଗୋଟିଏ ବୈକଳ୍ପିକ ତର୍କବାକ୍ୟ ।
(୩) ସିଦ୍ଧାନ୍ତ ଗୋଟିଏ ନିରପେକ୍ଷ ବା ବୈକଳ୍ପିକ ତର୍କବାକ୍ୟ ଅଟେ ।
ଉଦାହରଣ – ଯଦି କ ଖ ହୁଏ ତେବେ ଗ ଘ ହୁଏ ଏବଂ ଯଦି ପ ଫ ହୁଏ ତେବେ ବ ଭ ହୁଏ ।
ହୁଏତ କ ଖ ହୁଏ କିମ୍ବା ପ ଫ ହୁଏ ।
_________________________
∴ ହୁଏତ ଗ ଘ ହୁଏ କିମ୍ବା ବ ଭ ହୁଏ ।
ନିୟମ – ଏହାର ନିୟମ ଦୁଇଟି ପ୍ରାକଚ୍ଛିକ-ନିରପେକ୍ଷ ଯୁକ୍ତିର ମିଶ୍ରଣ ବୋଲି କୁହାଯାଏ । ଏହାର ଆକାରଗତ ବୈଧତା ପ୍ରାକଳ୍ପିକ-ନିରପେକ୍ଷ ଯୁକ୍ତି ଭଳି ହୋଇଥାଏ ।
(୧) ସାଧାବୟବର ପୂର୍ବଗଦ୍ଵୟକୁ ପକ୍ଷାବୟବରେ ବୈକଳ୍ପିକ ରୂପରେ ସ୍ଵୀକାର କଲେ, ସିଦ୍ଧାନ୍ତରେ ଅନୁଗଦ୍ଵୟକୁ ସ୍ଵୀକାର କରାଯାଏ; ମାତ୍ର ଏହାର ବିପରୀତ ନିୟମ ଗ୍ରହଣଯୋଗ୍ୟ ନୁହେଁ ।
(୨) ସାଧାବୟବର ଅନୁଗଦ୍ଵୟକୁ ପକ୍ଷାବୟବରେ ବୈକଳ୍ପିକ ଭାବରେ ଅସ୍ବୀକାର କଲେ, ସିଦ୍ଧାନ୍ତରେ ପୂର୍ବଗଦ୍ଵୟକୁ ଅସ୍ଵୀକାର କରାଯାଏ; ମାତ୍ର ଏହାର ବିପରୀତ ନିୟମ ଗ୍ରହଣଯୋଗ୍ୟ ନୁହେଁ ।
ପ୍ରକାରଭେଦ :
ପ୍ରକାରଭେଦ ଦୃଷ୍ଟିରୁ ଏହାକୁ ଚାରିଭାଗରେ ବିଭକ୍ତ ହୋଇଥାଏ; ଯଥା
(୧) ସରଳ ଭାବାତ୍ମକ
(୨) ସରଳ ନିଷେଧାତ୍ମକ
(୩) ଜଟିଳ ଭାବାତ୍ମକ
(୪) ଜଟିଳ ନିଷେଧାତ୍ମକ
ଭାବାତ୍ମକ ଦ୍ବିଶୃଙ୍ଗକ ଯୁକ୍ତି – ଦ୍ବିଶୃଙ୍ଗକ ଯୁକ୍ତିର ପକ୍ଷାବୟବରେ ପୂର୍ବଗଦ୍ଵୟକୁ ସ୍ଵୀକାର କଲେ, ତାହାକୁ ଭାବାତ୍ମକ ଦ୍ବିଶୃଙ୍ଗକ ଯୁକ୍ତି କୁହାଯାଏ ।
ନିଷେଧାତ୍ମକ ଦ୍ବିଶୃଙ୍ଗକ ଯୁକ୍ତି – ଦ୍ବିଶୃଙ୍ଗକ ଯୁକ୍ତିର ପକ୍ଷାବୟବରେ ଅନୁଗଦ୍ଵୟକୁ ଅସ୍ବୀକାର କଲେ ତାହାକୁ ନିଷେଧାତ୍ମକ ଦ୍ବିଶୃଙ୍ଗକ ଯୁକ୍ତି କୁହାଯାଏ ।
ସରଳ ଦୃଶୃଙ୍ଗକ ଯୁକ୍ତି – ଦ୍ବିଶୃଙ୍ଗକ ଯୁକ୍ତିର ସିଦ୍ଧାନ୍ତ ନିରପେକ୍ଷ ହୋଇଥିଲେ ତାହାକୁ ସରଳ ଦ୍ବିଶୃଙ୍ଗକ ଯୁକ୍ତି କୁହାଯାଏ ।
ଜଟିଳ ଦ୍ବିଶୃଙ୍ଗକ ଯୁକ୍ତି – ଦ୍ବିଶୃଙ୍ଗକ ଯୁକ୍ତିର ସିଦ୍ଧାନ୍ତ ବୈକଳ୍ପିକ ହୋଇଥିଲେ ତାହାକୁ ଜଟିଳ କୁହାଯାଏ ।
(୧) ସରଳ ଭାବାତ୍ମକ ବିଶୃଙ୍ଗକ ଯୁକ୍ତି :
ଉଦାହରଣ — ଯଦି କ ଖ ହୁଏ, ତେବେ ଗ ଘ ହୁଏ ଏବଂ ଯଦି ପ ଫ ହୁଏ ତେବେ ଗ ଘ ହୁଏ ।
ହୁଏତ କ ଖ ହୁଏ କିମ୍ବା ପ ଫ ହୁଏ ।
___________________________
∴ ଗ ଘ ହୁଏ ।
ଦ୍ବି-ଶୃଙ୍ଗକ ଯୁକ୍ତିର ସାଧାବୟବର ପୂର୍ବଗଦ୍ଵୟକୁ ପକ୍ଷାବୟବରେ ବୈକଳ୍ପିକ ରୂପେ ସ୍ଵୀକାର କଲେ ତାହାର ଅନୁଗକୁ ସିଦ୍ଧାନ୍ତରେ ନିରପେକ୍ଷ ରୂପେ ସ୍ଵୀକାର କରାଯାଏ ।
(୨) ସରଳ ନିଷେଧାତ୍ମକ ଦ୍ବିଶୃଙ୍ଗକ ଯୁକ୍ତି :
ଉଦାହରଣ – ଯଦି କ ଖ ହୁଏ, ତେବେ ଗ ଘ ହୁଏ ଏବଂ ଯଦି କ ଖ ହୁଏ, ତେବେ ପ ଫ ହୁଏ ।
ହୁଏତ ଗ ଘ ହୁଏ ନାହିଁ କିମ୍ବା ପ ଫ ହୁଏ ନାହିଁ ।
______________________________
∴ କ ଖ ହୁଏ ନାହିଁ ।
ଦ୍ବି-ଶୃଙ୍ଗକ ଯୁକ୍ତିର ସାଧାବୟବର ଅନୁଗଦ୍ଵୟକୁ ପକ୍ଷାବୟବରେ ବୈକଳ୍ପିକ ଭାବେ ଅସ୍ଵୀକାର କଲେ ତାହାର ପୂର୍ବଗକୁ ସିଦ୍ଧାନ୍ତରେ ନିରପେକ୍ଷ ଭାବେ ଅସ୍ବୀକାର କରାଯାଏ ।
(୩) ଜଟିଳ ଭାବାତ୍ମକ ଦୃଶୃଙ୍ଗକ ଯୁକ୍ତି :
ଉଦାହରଣ – ଯଦି କ ଖ ହୁଏ ତେବେ ଗ ଘ ହୁଏ ଏବଂ ଯଦି ପ ଫ ହୁଏ ତେବେ ବ ଭ ହୁଏ ।
ହୁଏତ କ ଖ ହୁଏ କିମ୍ବା ପ ଫ ହୁଏ ।
_________________________
∴ ହୁଏତ ଗ ଘ ହୁଏ କିମ୍ବା ବ ଭ ହୁଏ ।
ଦ୍ବି-ଶୃଙ୍ଗକ ଯୁକ୍ତିର ସାଧାବୟବର ପୂର୍ବଗଦ୍ଵୟକୁ ପକ୍ଷାବୟବରେ ବୈକଳ୍ପିକ ଭାବେ ସ୍ଵୀକାର କଲେ ତାହାର ଅନୁଗଦ୍ଵୟକୁ ସିଦ୍ଧାନ୍ତରେ ବୈକଳ୍ପିକ ଭାବେ ସ୍ଵୀକାର କରାଯାଏ ।
(୪) ଜଟିଳ ନିଷେଧାତ୍ମକ ଦ୍ବିଶୃଙ୍ଗକ ଯୁକ୍ତି :
ଉଦାହରଣ – ଯଦି କ ଖ ହୁଏ ତେବେ ଗ ଘ ହୁଏ ଏବଂ ଯଦି ପ ଫ ହୁଏ ତେବେ ବ ଭ ହୁଏ ।
ହୁଏତ ଗ ଘ ହୁଏ ନାହିଁ କିମ୍ବା ବ ଭ ହୁଏ ନାହିଁ ।
________________________________
∴ ହୁଏତ କ ଖ ହୁଏ ନାହିଁ କିମ୍ବା ପ ଫ ହୁଏ ନାହିଁ !
ଦ୍ବିଶୃଙ୍ଗକ ଯୁକ୍ତିର ସାଧାବୟବର ଅନୁଗକୁ ପକ୍ଷାବୟବରେ ବୈକଳ୍ପିକ ଭାବେ ଅସ୍ବୀକାର କଲେ ତାହାର ପୂର୍ବଗଦ୍ଵୟକୁ ସିଦ୍ଧାନ୍ତରେ ବୈକଳ୍ପିକ ଭାବେ ଅସ୍ଵୀକାର କରାଯାଏ ।
11. ଦ୍ବିଶୃଙ୍ଗକ ଯୁକ୍ତି କାହାକୁ କହନ୍ତି ? ଏହାର ଆକାରନିଷ୍ଠ ବୈଧତା ଉଦାହରଣ ସହ ବୁଝାଅ ।
Answer:
ଦ୍ବିଶୃଙ୍ଗକ ଯୁକ୍ତି ବା କୂଟନ୍ୟାୟର ସାଧାବୟବ ଗୋଟିଏ ଗୋଟିଏ ଯୌଗିକ ପ୍ରାକଳ୍ପିକ-ନିରପେକ୍ଷ ଯୁକ୍ତି । ଏଣୁ ଏହାର ବୈଧତା ପରୀକ୍ଷା କରିବାପାଇଁ ପ୍ରାକଳ୍ପିକ-ନିରପେକ୍ଷ ତ୍ରିପଦୀଯୁକ୍ତିର ସାହାଯ୍ୟ ନିଆଯାଏ । କାରଣ ଦ୍ବିଶୃଙ୍ଗକ ଯୁକ୍ତି ବା କୂଟନ୍ୟାୟାର ନିୟମ ପ୍ରାକନ୍ଦିକ-ନିରପେକ୍ଷ ମିଶ୍ର ତ୍ରିପଦୀଯୁକ୍ତିର ନିୟମରୁ ଉଦ୍ଧୃତ ହୋଇଅଛି । ଏଠାରେ ମିଶ୍ର ପ୍ରାକନ୍ଦିକ-ନିରପେକ୍ଷ ଯୁକ୍ତିର ନିୟମ ସଠିକ୍ ଭାବରେ ପାଳିତ ହୋଇଛି କି ନାହିଁ ପରୀକ୍ଷା କରାଯାଏ ।
ଉଦାହରଣ – ଯଦି କ ଖ ହୁଏ, ତେବେ ଗ ଘ ହୁଏ ଏବଂ ଯଦି ପ ଫ ହୁଏ, ତେବେ ବ ଭ ହୁଏ ।
ହୁଏତ କ ଖ ହୁଏ କିମ୍ବା ପ ଫ ହୁଏ ।
________________________
∴. ହୁଏତ ଗ ଘ ହୁଏ କିମ୍ବା ବ ଭ ହୁଏ ।
ଏହି ଯୁକ୍ତିଟିକୁ ବିଶ୍ଳେଷଣ କଲେ ଦୁଇଟି ପ୍ରାକଳ୍ପିକ-ନିରପେକ୍ଷ ଯୁକ୍ତି ମିଳିଥାଏ ।
(୧) ଯଦି କ ଖ ହୁଏ ତେବେ ଗ ଘ ହୁଏ ।
କ ଖ ହୁଏ ।
_________
∴ ଗ ଘ ହୁଏ ।
ଯଦି ବର୍ଷା ହୁଏ, ତେବେ ବନ୍ୟା ହୁଏ ।
ବର୍ଷା ହୁଏ ।
_______
∴ ବନ୍ୟା ହୁଏ ।
ଏବଂ (୨) ଯଦି ପ ଫ ହୁଏ, ତେବେ ବ ଭ ହୁଏ ।
ପ ଫ ହୁଏ ।
____________
∴ ବ ଭ ହୁଏ ।
ଯଦି ସୂର୍ଯ୍ୟ ଥାଏ, ତେବେ ଆଲୋକ ଥାଏ ।
ସୂର୍ଯ୍ୟ ଅଛି ।
____________
∴ ଆଲୋକ ଅଛି ।
ଏହି ଦୁଇଟି ମିଶ୍ର ପ୍ରାକଚ୍ଛିକ-ନିରପେକ୍ଷ ଯୁକ୍ତିଟି ୧ମ ନିୟମ ପାଳନ କରୁଥିବାରୁ ଏହା ବୈଧ ଅଟେ । ଏହାକୁ ସ୍ବୀକରଣେ ସ୍ଵୀକରଣ ବୋଲି କୁହାଯାଏ ।
ମାତ୍ର ଏହା ଯଦି ନିୟମ ଲଙ୍ଘିତ ହୁଏ ତେବେ ଦ୍ବିଶୃଙ୍ଗକ ଯୁକ୍ତିଟି ଅସିଦ୍ଧ ହୁଏ ।
ଯଦି କ ଖ ହୁଏ, ଗ ଘ ହୁଏ ଏବଂ ଯଦି ପ ଫ ହୁଏ, ତେବେ ବ ଭ ହୁଏ ।
ହୁଏତ କ ଖ ନୁହେଁ କିମ୍ବା ପ ଫ ନୁହେଁ ।
____________________________
∴ ହୁଏତ ଗ ଘ ନୁହେଁ କିମ୍ବା ବ ଭ ନୁହେଁ ।
ଏହି ଯୁକ୍ତିଟି ଅସିଦ୍ଧ, କାରଣ ଏଠାରେ ପୂର୍ବଗ ଅସ୍ଵୀକୃତିଭିଭିକ ଦୋଷ ଜାତ ହୁଏ । ଏଣୁ ଯୁକ୍ତିଟି ବାସ୍ତବ ଦୃଷ୍ଟିକୋଣରୁ ଦୋଷଯୁକ୍ତ ହୋଇଥାଏ ।
12. ଦ୍ଵିଶୃଙ୍ଗକ ଯୁକ୍ତିର ଖଣ୍ଡନ ପ୍ରକ୍ରିୟା କହିଲେ କ’ଣ ବୁଝ ଆଲୋଚନା କର ।
Answer:
ପ୍ରତିପକ୍ଷକୁ ପ୍ରତିକୂଳ ବା ହଇରାଣ ଅବସ୍ଥାରେ ପକାଇବା ପାଇଁ ସାଧାରଣତଃ ଦ୍ବିଶୃଙ୍ଗକ ଯୁକ୍ତି ଉପସ୍ଥାପନ କରାଯାଏ । ପ୍ରତିପକ୍ଷ ଯଦି ଅତ୍ୟନ୍ତ ଚତୁର ହୋଇଥାଏ, ତେବେ ସେ ନିଜକୁ ପ୍ରତିକୂଳ ଅବସ୍ଥାରୁ ରକ୍ଷାକରେ । ଏଥପାଇଁ ତାକୁ କେତୋଟି ପ୍ରଣାଳୀର ପ୍ରୟୋଗ କରିବାକୁ ପଡ଼ିଥାଏ, ଯାହାଦ୍ୱାରା କି ସେ ଦ୍ବିଶୃଙ୍ଗକ ଯୁକ୍ତିକୁ ପ୍ରତ୍ୟାଖ୍ୟାନ ବା ଖଣ୍ଡନ କରିବାକୁ ସମର୍ଥ ହୁଏ । ଏହି ପ୍ରତ୍ୟାଖ୍ୟାନ ବା ଖଣ୍ଡନ ପ୍ରଣାଳୀ ତିନି ପ୍ରକାରର ଅଟେ ।
(୧) ଶୃଙ୍ଗିକ ଅଭିମର୍ଦ୍ଦନ
(୨) ଶୃଙ୍ଗଦ୍ଵୟାଭିମର୍ଦ୍ଦନ
(୩) ଶୃଙ୍ଗଦ୍ଵୟାନ୍ତରାଳେ ପଳାୟନ
(୧) ଶୃଙ୍ଗିକ ଅଭିମର୍ଦ୍ଦନ– ଯୌଗିକ ପ୍ରାକଳ୍ପିକ ତର୍କବାକ୍ୟର କୌଣସି ଅନୁଗ ବା ଅନୁଗଦ୍ବୟ ପୂର୍ବଗ ଉପରେ ନିର୍ଭରଶୀଳ ନୁହେଁ ବୋଲି ପ୍ରତିପାଦନ କରାଯାଇପାରେ । ଯଥା— ଗୋଟିଏ ପୂର୍ବଗ ସ୍ଵୀକୃତ ହେଲେ ତାହାର ଅନୁଗ ଅବଶ୍ୟ ସ୍ଵୀକାର୍ଯ୍ୟ ନୁହେଁ ବୋଲି ପ୍ରତିପାଦନ କରିବାଦ୍ଵାରା ଦ୍ବିଶୃଙ୍ଗକ ଯୁକ୍ତି ଖଣ୍ଡିତ ହୁଏ ଏବଂ ଏ ପ୍ରକାର ଖଣ୍ଡନ ପ୍ରଣାଳୀକୁ ଶୃଙ୍ଗିକ ଅଭିମର୍ଦ୍ଦନ ବୋଲି କୁହାଯାଏ । ଏହା ସରଳ ଭାବାତ୍ମକ ଯୁକ୍ତିକୁ ଖଣ୍ଡନ କରିପାରେ ।
ଉଦାହରଣସ୍ୱରୂପ, ଯଦି କ ଖ ହୁଏ, ତେବେ ଗ ଘ ହୁଏ ଏବଂ ଯଦି ପ ଫ ହୁଏ ତେବେ ଗ ଘ ହୁଏ ।
ହୁଏତ କ ଖ ହୁଏ କିମ୍ବା ପ ଫ ହୁଏ ।
_______________________
∴ ଗ ଘ ହୁଏ ।
ଯଦି ପୁତ୍ର ଯୋଗ୍ୟ ହୁଏ, ତେବେ ଧନ ସଞ୍ଚୟ ଅନାବଶ୍ୟକ ଏବଂ ଯଦି ପୁତ୍ର ଅଯୋଗ୍ୟ ହୁଏ ତେବେ ଧନ ସଞ୍ଚୟ ଅନାବଶ୍ୟକ ।
ହୁଏତ ପୁତ୍ର ଯୋଗ୍ୟ ହୋଇପାରେ କିମ୍ବା ଅଯୋଗ୍ୟ ହୋଇପାରେ ।
______________________________________
∴ ଧନ ସଞ୍ଚୟ ଅନାବଶ୍ୟକ ।
ଏଠାରେ ସରଳ ଭାବାତ୍ମକ ଯୁକ୍ତିଟିର ପ୍ରଥମ ଶୃଙ୍ଗରେ ଦୁର୍ବଳତା ଦେଖାଇ ଦିଆଯାଇପାରେ ।
(୨) ଶୃଙ୍ଗଦ୍ଵୟାଭିମର୍ଦ୍ଦନ– ଯୌଗିକ ପ୍ରାକଳ୍ପିକ ସାଧାବୟବର ଉଭୟ ଅନୁଗ ସେମାନଙ୍କର ପୂର୍ବଗଦ୍ଵୟ ଉପରେ ନିର୍ଭରଶୀଳ ନୁହେଁ ବୋଲି ପ୍ରତିପାଦିତ ହେଲେ ଯୁକ୍ତିଟିର ଉଭୟ ଶୃଙ୍ଗ ଦୁର୍ବଳ ବୋଲି କୁହାଯାଏ । ଏହାଦ୍ୱାରା ଯୁକ୍ତିଟିକୁ ଖଣ୍ଡନ କରାଯାଇପାରେ ଏବଂ ଖଣ୍ଡନ ପ୍ରଣାଳୀକୁ ‘ଶୃଙ୍ଗାଦ୍ୟାଭିମର୍ଦ୍ଦନ’ ବା ‘ଦ୍ବି-ଶୃଙ୍ଗାଭିମର୍ଦ୍ଦନ ବୋଲି କୁହାଯାଏ । ଏହା ସରଳ ନିଷେଧାତ୍ମକ ଦୃଶୃଙ୍ଗକ ଯୁକ୍ତିଟିକୁ ଖଣ୍ଡନ କରିପାରେ ।
ଯଦି କ ଖ ହୁଏ, ତେବେ ଗ ଘ ହୁଏ ଏବଂ ଯଦି କ ଖ ହୁଏ, ତେବେ ପ ଫ ହୁଏ ।
ହୁଏତ ଗ ଘ ହୁଏ ନାହିଁ କିମ୍ବା ପ ଫ ହୁଏ ନାହିଁ ।
________________________________
∴ କ ଖ ହୁଏ ନାହିଁ ।
(୩) ଶୃଙ୍ଗାଦ୍ୟାନ୍ତରାଳେ ପଳାୟନ – ଦ୍ବିଶୃଙ୍ଗକ ଯୁକ୍ତିର ପକ୍ଷାବୟବର ବିକଚ୍ଛଦ୍ବୟ ପରସ୍ପର ବିରୁଦ୍ଧ ନ ହୋଇ ଯଦି ତୃତୀୟ ବିକଳ୍ପ ପାଇଁ ସମ୍ଭାବନା ଥାଏ, ତେବେ ପକ୍ଷାବୟବ ମିଥ୍ୟା ହୋଇଥାଏ । ସେହି ତୃତୀୟ ସମ୍ଭାବନା ମାଧ୍ୟମରେ ପ୍ରତିପକ୍ଷ ରକ୍ଷା ପାଇଯାଏ । ତେଣୁ ଏହାକୁ ଶୃଙ୍ଗଦ୍ଵୟାନ୍ତରାଳେ ପଳାୟନ କୁହାଯାଏ ।
ଉଦାହରଣ – ମୁଁ ଯଦି ମାଆଙ୍କୁ ଛୋଟ ଚିଠି ଲେଖେ, ମାଆ ଅସନ୍ତୁଷ୍ଟ ହୁଅନ୍ତି ଏବଂ ମୁଁ ଯଦି ମାଆଙ୍କୁ ଲମ୍ବା ଚିଠି ଲେଖେ, ମାଆ ବିରକ୍ତ ହୁଅନ୍ତି ।
ହୁଏତ ମୁଁ ମାଆକୁ ଛୋଟ ଚିଠି ଲେଖେ କିମ୍ବା ଲମ୍ବା ଚିଠି ଲେଖେ ।
_________________________________________
∴ ହୁଏତ ମାଆ ଅସନ୍ତୁଷ୍ଟ ହୁଅନ୍ତି କିମ୍ବା ବିରକ୍ତ ହୁଅନ୍ତି ।
13. ବିଶୃଙ୍ଗକ ଯୁକ୍ତିର ପ୍ରତିରୋଧ କହିଲେ କ’ଣ ବୁଝ ଆଲୋଚନା କର ।
Answer:
ଦ୍ବିଶୃଙ୍ଗକ ଯୁକ୍ତିର ପ୍ରତିରୋଧ କେବଳ ଜଟିଳ ଭାବାତ୍ମକ ବିଶୃଙ୍ଗକ ଯୁକ୍ତି କ୍ଷେତ୍ରରେ ସମ୍ଭବ ଅଟେ ।
ଦ୍ବିଶଙ୍ଗକ ଯୁକ୍ତିର ପ୍ରତିରୋଧ ନିୟମ :
(a) ଜଟିଳ ଭାବାତ୍ମକ ଦୃଶୃଙ୍ଗକ ଯୁକ୍ତିର ଅନୁଗଦ୍ଵୟର ସ୍ଥାନ ପରିବର୍ତ୍ତନ କରାଯାଏ ।
(b) ପୂର୍ବଗ ଯଥାରୀତି ଅବସ୍ଥାନ କରିଥାଏ ।
(c) ଅନୁଗମାନଙ୍କର ଗୁଣଗତ ପରିବର୍ତ୍ତନ ହୋଇଥାଏ ।
(d) ସିଦ୍ଧାନ୍ତ ଦତ୍ତ ଜଟିଳ ଭାବାତ୍ମକ ଦୃଶୃଙ୍ଗକ ଯୁକ୍ତିର ସିଦ୍ଧାନ୍ତର ବିପରୀତ ଅଟେ ।
ସାଙ୍କେତିକ ଉଦାହରଣ :
ଦତ୍ତ ଜଟିଳ ଭାବାତ୍ମକ ଦ୍ବିଶୃଙ୍ଗକ ଯୁକ୍ତି :
ଯଦି କ ଖ ହୁଏ, ତେବେ ଗ ଘ ହୁଏ ଏବଂ ଯଦି ପ ଫ ହୁଏ, ତେବେ ବ ଭ ହୁଏ ।
ହୁଏତ କ ଖ ହୁଏ କିମ୍ବା ପ ଫ ହୁଏ ।
_________________________
∴ ହୁଏତ ଗ ଘ ହୁଏ କିମ୍ବା ବ ଭ ହୁଏ ।
ପ୍ରତିରୋଧୀ ବିଶୃଙ୍ଗକ ଯୁକ୍ତି :
ଯଦି କ ଖ ହୁଏ, ତେବେ ବ ଭ ହୁଏ ନାହିଁ ଏବଂ ଯଦି ପ ଫ ହୁଏ, ତେବେ ଗ ଘ ହୁଏ ନାହିଁ ।
ହୁଏତ କ ଖ ହୁଏ କିମ୍ବା ପ ଫ ହୁଏ ।
____________________________
∴ ହୁଏତ ବ ଭ ହୁଏ ନାହିଁ କିମ୍ବା ଗ ଘ ହୁଏ ନାହିଁ ।
ବାସ୍ତବ ଉଦାହରଣ :
ଦତ୍ତ ଜଟିଳ ଭାବାତ୍ମକ ଦ୍ବିଶୃଙ୍ଗକ ଯୁକ୍ତି :
ଯଦି ତୁମେ ସତ କହିବ, ଲୋକମାନେ ଅସନ୍ତୁଷ୍ଟ ହେବେ ଏବଂ ଯଦି ତୁମେ ମିଥ୍ୟା କହିବ ତେବେ ଈଶ୍ଵର ଅସନ୍ତୁଷ୍ଟ ହେବେ ।
ହୁଏତ ତୁମେ ସତ୍ୟ କହିବ କିମ୍ବା ତୁମେ ମିଥ୍ୟା କହିବ ।
__________________________________________
∴ ହୁଏତ ଲୋକମାନେ ଅସନ୍ତୁଷ୍ଟ ହେବେ କିମ୍ବା ଈଶ୍ଵର ଅସନ୍ତୁଷ୍ଟ ହେବେ ।
ପ୍ରତିରୋଧୀ ଦ୍ଵିଶୃଙ୍ଗକ ଯୁକ୍ତି :
ଯଦି ତୁମେ ସତ କହିବ ଈଶ୍ଵର ଅସନ୍ତୁଷ୍ଟ ହେବେ ନାହିଁ ଏବଂ ଯଦି ତୁମେ ମିଥ୍ୟା କହିବ ଲୋକମାନେ ଅସନ୍ତୁଷ୍ଟ ହେବେ ନାହିଁ ।
ହୁଏତ ତୁମେ ସତ କହିବ କିମ୍ବା ମିଥ୍ୟା କହିବ ।
_____________________________________________
∴ ହୁଏତ ଈଶ୍ଵର ଅସନ୍ତୁଷ୍ଟ ହେବେ ନାହିଁ କିମ୍ବା ଲୋକେ ଅସନ୍ତୁଷ୍ଟ ହେବେ ନାହିଁ ।