Odisha State Board CHSE Odisha Class 12 Odia Solutions Grammar ବ୍ୟାକରଣ Exercise Questions and Answers.
CHSE Odisha Class 12 Odia Grammar ବ୍ୟାକରଣ
୧ । ରୂଢ଼ିକୁ ବାକ୍ୟରେ ପ୍ରୟୋଗ
ରୂଢ଼ି, ସଂଜ୍ଞା ଓ ପ୍ରକାରଭେଦ :
ଅଭିଧାନିକ ଅର୍ଥକୁ ନ ବୁଝାଇ ଅନ୍ୟ ପ୍ରୟୋଜନୀୟ ଅର୍ଥରେ ପଦଗୁଡ଼ିକ ବାକ୍ୟରେ ବ୍ୟବହୃତ ହେଲେ ତାହାକୁ ‘ରୂଢ଼ି’ କୁହାଯାଏ । ମନର ଭାବନାକୁ ଅନ୍ୟମାନଙ୍କ ନିକଟରେ ସରସ, ସୁନ୍ଦର ତଥା ପ୍ରଭାବଶାଳୀ ରୂପେ ଅଭିବ୍ୟକ୍ତ କରିବାପାଇଁ ‘ରୂଢ଼’ ବ୍ୟବହୃତ ହୋଇଥାଏ ।
ରୂଢ଼ି ମୁଖ୍ୟତଃ ତିନିପ୍ରକାର; ଯଥା –
(କ) କ୍ରିୟାହୀନ ରୂଢ଼ି
(ଖ) କ୍ରିୟାଯୁକ୍ତ ରୂଢ଼ି ଏବଂ
(ଗ) ତୁଳନାତ୍ମକ ରୂଢ଼ି
(କ) କ୍ରିୟାହୀନ ରୂଢ଼ି –
ବାକ୍ୟ ମଧ୍ୟରେ ଥିବା ବାକ୍ୟଶ ଯେଉଁଠାରେ ବିଶିଷ୍ଟ ଅର୍ଥ ପ୍ରକାଶ କରାଇଥାଏ ଓ ଏଥରେ କ୍ରିୟାପଦ ସହିତ କୌଣସି ସହଯୋଗ ନ ଥାଏ ତାକୁ କ୍ରିୟାହୀନ ରୂଢ଼ି କୁହାଯାଏ ।
ଉଦାହରଣ –
(୧) ଏକଇର ବଳା
(୨) ମୁହଁ ଯେଣେ ଅନୁକୂଳ ତେଣେ
(୩) ଗରିବ ମାଇପ ସବୁରି ଶାଳୀ,
(୩) ଅନ୍ଧର ଲଉଡ଼ି,
(୪) ବୋଝ ଉପରେ ନଳିତା ବିଡ଼ା,
(୫) ଗୋବର ଗଣେଶ,
(୬) ଜଡ଼ା ତେଲକୁ ମେଣ୍ଢାବାଳ ।
(ଖ) କ୍ରିୟାଯୁକ୍ତ ରୂଢ଼ି –
ବାକ୍ୟ ମଧ୍ଯରେ ଯେଉଁ ବାକ୍ୟାଶରେ କ୍ରିୟାର ସଂଯୋଗ ଘଟି ବିଶେଷ ଅର୍ଥ ପ୍ରକାଶ ପାଇଥାଏ, ତାହାକୁ କ୍ରିୟାଯୁକ୍ତ ରୂଢ଼ି କୁହାଯାଏ ।
ଉଦାହରଣ –
ବୁଦ୍ଧି + ଶିଖାଇବା = ବୁଦ୍ଧି ଶିଖାଇବା = ଠକାଇବା, ଅକଲ ଦେବା
ହାତ + କରିବା = ହାତ କରିବା = ଆପଣାର କରିନେବା
ଆଖି + ପକାଇବା = ଆଖି ପକାଇବା = ବିଶେଷ ଦୃଷ୍ଟିଦେବା
(ଗ) ତୁଳନାତ୍ମକ ରୂଢ଼ି –
କ୍ରିୟାଯୁକ୍ତ ଓ କ୍ରିୟାହୀନ ରୂଢ଼ି ବ୍ୟତୀତ ବାକ୍ୟ ମଧ୍ଯରେ ଅନ୍ୟ କେତେକ ରୂଢ଼ି ମଧ୍ୟ ଦେଖାଯାଏ । ଦୁଇ ବସ୍ତୁ ମଧ୍ୟରେ ତୁଳନା କରିବା ସମୟରେ ଏଇ ଧରଣର ରୂଢ଼ି ବ୍ୟବହାର କରାଯାଉଥିବା ହେତୁ ଏଇ ଧରଣର ରୂଢ଼ିକୁ ତୁଳନାତ୍ମକ ରୂଢ଼ି କୁହାଯାଏ ।
ଦୃଷ୍ଟାନ୍ତ :
(୧) ବରଡ଼ା ପତର ପରି ଥରିବା,
(୨) ସୁନା ପରି ଝଟକିବା,
(୩) କୁକୁର ପରି ଧାଉଡ଼ି କରିବା,
(୪) କୋଇଲି ପରି ଗାଇବା,
(୫) ଜୋକ ପରି ଲାଗିବା,
(୬) ଗଧପରି ଖଟିବା,
(୭) କାଉପରି ରାଉ ରାଉ ହେବା ।
ମୋଟ ଉପରେ ବକ୍ତା ଶ୍ରୋତା ନିକଟରେ ନିଜର ମନର ଭାବକୁ ସରସ, ସୁନ୍ଦର, ଦୃଷ୍ଟାନ୍ତମୂଳକ ଓ ପ୍ରଭାବଶାଳୀ କରିବାପାଇଁ ରୂଢ଼ିର ବ୍ୟବହାର କରିଥାଏ । ରୂଢ଼ି ଆଭିଧାନିକ ମୂଳ ଅର୍ଥକୁ ତ୍ୟାଗକରି ଏକ ପ୍ରୟୋଜନାତ୍ମକ ପ୍ରତୀୟମାନ ଅର୍ଥ ପ୍ରଦାନ କରିଥାଏ । ଭାଷାର ବିଶିଷ୍ଟ କଥନ ଭାବରେ ବ୍ୟବହୃତ ଖଣ୍ଡବାକ୍ୟର ଲାକ୍ଷଣିକ ଅର୍ଥକାରକ ରୂପକୁ ରୂଢ଼ି କୁହାଯାଏ । ଉପଦେଶ, ପରାମର୍ଶ, ତୁଳନା, ଉତ୍କର୍ଷ-ଅପକର୍ଷ ବିଚାର ନିମନ୍ତେ ଏପ୍ରକାର ଲୋକ-ଉକ୍ତ ଆମ ଭାଷାରେ ପଦସଂହତି ରୂପରେ ବ୍ୟବହୃତ ହୋଇଥାନ୍ତି । ନିମ୍ନମତେ କେତେକ ରୂଢ଼ିର ଅର୍ଥ ଓ ବ୍ୟାବହାରିକ କୌଶଳ ପ୍ରଦାନ କରାଯାଉଛି ।
୧. କ୍ରିୟାହୀନ ରୂଢ଼ିକୁ ବାକ୍ୟରେ ପ୍ରୟୋଗ
- ଅନ୍ଧର ଲଉଡ଼ି (ଅସହାୟର ସହାୟ) – କୃଷ୍ଣ ଯଶୋଦାଙ୍କର ଅନ୍ଧର ଲଉଡ଼ି ଥିଲେ।
- ଅନ୍ଧ ବୁଝାମଣା (ଅନ୍ୟାୟ ବିଚାର) – ଜମିଦାରମାନେ ବହୁ ସମୟରେ ପ୍ରଜାଙ୍କ ପ୍ରତି ଅନ୍ଧ ବୁଝାମଣା କରୁଥିଲେ ।
- ଅରଣ୍ୟରୋଦନ (ନିଷ୍ଫଳ ପ୍ରାର୍ଥନା/ବୃଥା ପ୍ରାର୍ଥନା) – ଦ୍ରୌପଦୀଙ୍କ ବ୍ୟାକୁଳ ଅନୁରୋଧ ଅରଣ୍ୟରୋଦନରେ ପରିଣତ ହୋଇଥିଲା ।
- ଅହିନକୁଳ ସମ୍ପର୍କ (ଘୋର ଶତ୍ରୁତା) – କୁରୁପାଣ୍ଡବଙ୍କ ଭଳି ସ୍ୱାଇଁ ଓ ପରିଡ଼ା ସାହି ଭିତରେ ଅହିନକୁଳ ସମ୍ପର୍କ ରହିଛି ।
- ଅଲଣା କଥା (ମୂଲ୍ୟହୀନ କଥା) – ନଟିଆର ଅଲଣା କଥା ଶୁଣିବାକୁ ମୋର ବେଳ ନାହିଁ ।
- ଅକଲ ଗୁଡୁମ (ବୁଦ୍ଧି ବଣାହେବା ) – ପୋଲିସ୍ର ପ୍ରଶ୍ନବାଣରେ ଚୋରଟିର ଅକଲ ଗୁଡୁମ୍ ହୋଇଗଲା ।
- ଅଳ୍ପ ବିଦ୍ୟା ଭୟଙ୍କରୀ (ଅଳ୍ପ ଜ୍ଞାନ ଯୋଗୁ ଅପଦସ୍ଥ ହେବା) – ତୋର ପାଠଶାଠ ନାହିଁ କି ବିଚାର ନାହିଁ, ସାବଧାନ ଥୁବୁ, ଅଳ୍ପବିଦ୍ୟା ଭୟଙ୍କରୀ ହୋଇଯିବ ।
- ଆକାଶ କୁସୁମ (ବୃଥା ସ୍ଵପ୍ନ) – ରଘୁର ସବୁ ସ୍ବପ୍ନ ଆକାଶ କୁସୁମ ହୋଇଗଲା ।
- ଆପଣା ସୁନା ଭେଣ୍ଡି (ନିଜ ଲୋକ ଅଯୋଗ୍ୟ) – ସନାତନର ଆପଣା ସୁନା ତ ଭେଣ୍ଡି, ପର ପୁଅ ସହିତ କଳି କରି ଲାଭ କ’ଣ ?
- ଉପୁରି ମାଲ (ନିର୍ଦ୍ଦିଷ୍ଟ ଆୟରୁ ଅଧ୍ବକ/ମାଗଣା ମିଳିବା) – ଉପୁରି ମାଲ ସଂଗ୍ରହ କରୁଥିବା ବ୍ୟକ୍ତି ଦେଶର କଳଙ୍କ ।
- ଉପରଠାଉରିଆ (ଗଭୀରତାର ଅଭାବ, ସାରବତ୍ତାର ଅଭାବ) – କୌଣସି ଲୋକର ଉପରଠାଉରିଆ କଥାରେ ତୁମେ ମାତ ନାହିଁ ।
- ଏ ଘର ମାଉସୀ ସେ ଘର ପିଉସୀ (ଏପଟ ସେପଟ ଛିଦ୍ର କହି ଯେ ସବୁଠାର ଭଲେଇ ହୁଏ) – ସାବି ଅପାର କଥାକୁ ମୋଟେ ବିଶ୍ଵାସ କରନାହିଁ, ସେ ପରା ଏ ଘର ମାଉସୀ ସେ ଘର ପିଉସୀ ।
- ଏକଘରକିଆ (ସାମାଜିକ ବାସନ୍ଦ) – ଜଣକୁ ଏକଘରକିଆ କରି ରଖୁବା ମାନବିକ କାର୍ଯ୍ୟ ନୁହେଁ ।
- ଓଳିଆରୁ ଗଜା (ଜନ୍ମରୁ ଚତୁର ବା ସିଆଣିଆ) – ମାଗା ପୁଅଟା ତ ଓଳିଆରୁ ଗଜା, ତାକୁ ଶିଖାଇବା କ’ଣ ?
- କରଛଡ଼ା (ଦାୟିତ୍ୱ ନ ନେବା) – ହିତକର କାର୍ଯ୍ୟରେ କରଛଡ଼ା ଦେବା ଠିକ୍ ନୁହେଁ ।
- କାଠିକର ପାଠ (କଷ୍ଟସାଧ୍ୟ ) – ଜନମଙ୍ଗଳ କାର୍ଯ୍ୟ ନ କଲେ ନିର୍ବାଚନ ବୈତରଣୀ ପାର ହେବା କାଠିକର ପାଠ ।
- କୁହାମୁଣ୍ଡା କପିଳା (ବହୁ ଅବାନ୍ତର କଥା କହିବା) – ଉପରସାହି ମାଧୂ କୁହାମୁଣ୍ଡା କପିଳାଟେ, ତା’ କଥାକୁ ବିଶ୍ୱାସ କରନାହିଁ ।
- କପାଳ ଲିଖନ (ଭାଗ୍ୟଫଳ) – କପାଳଲିଖନକୁ କିଏ ବା ବଦଳେଇ ଦେଇପାରିବ ?
- କୁମ୍ଭୀର କାନ୍ଦଣା (ଛଳନା/ଉପରଠାଉରିଆ ସହାନୁଭୂତି) – ସବୁଜମି ଲଚାଛପାରେ ବିକି ବଡ଼ଭାଇ ମୋ ପାଖରେ କୁମ୍ଭୀର କାନ୍ଦଣା କାନ୍ଦୁଛ।
- କୂପ ମଣ୍ଡୁକ (ସଂକୁଚିତ ପରିବେଶରେ ବଢ଼ିଥିବା) – କୂପମଣ୍ଡୁକ ହେଲେ ଏ ଯୁଗରେ ଆଗେଇ ପାରିବ ନାହିଁ ।
- ଖତଗଦାରେ ପଦ୍ମ (ପ୍ରତିକୂଳ ପରିସ୍ଥିତିରେ ପ୍ରତିଭା ସ୍ଫୁରଣ) – ରେଢ଼ାଖୋଲର କନ୍ଧ ପରିବାରରେ ଜନ୍ମ ହୋଇଥିଲେ ବି କବି ଭୀମ ଭୋଇ ହୋଇଥିଲେ ଖତଗଦାରେ ପଦ୍ମ ସଦୃଶ ।
- ଗୋଟିଏ ଚାଉଳରେ ଗଢ଼ା (ଅତି ସୁନ୍ଦର) – ନରିବାବୁଙ୍କ ସାନ ଝିଅଟା ପରା ଗୋଟିଏ ଚାଉଳରେ ଗଢ଼ା ।
- ଗୋଠଖଣ୍ଡିଆ (ଅସାମାଜିକ ବ୍ୟକ୍ତି/ଗୋଷ୍ଠୀରୁ ଅଲଗା) – ଗୋଠଖଣ୍ଡିଆ ଲୋକ ଅନେକ ଅସୁବିଧାରେ ପଡ଼େ ଓ ଅନେକଙ୍କୁ ବି ପକାଏ ।
- ଗୋବର ଗଣେଶ (ନିର୍ବୋଧ/ମୂର୍ଖ) – ଏବେ ବି ସମାଜରେ ସାଧାରଣ ପାଠ କଥା ଜାଣି ନ ଥିବା ଅନେକ ଗୋବରଗଣେଶ ଅଛନ୍ତି ।
ଘର ଢିଙ୍କି କୁମ୍ଭୀର (ନିଜ ଲୋକ ଶତ୍ରୁ) – କହ୍ନେଇର ବଡ଼ଭାଇଟି ଘର ଢିଙ୍କି କୁମ୍ଭୀର ପରି ପରିବାରଟାକୁ ଭାଙ୍ଗିଦେଲ। । - ଘରବୁଡ଼ି ପାଣି ଆଣ୍ଠୁଏ (ଅବସ୍ଥା ଅସମ୍ଭାଳ ହେବା/ବିପଦ ଉପରେ ବିପଦ) – ଦରଦାମ୍ ବୃଦ୍ଧି ଘଟୁନି ଯେ ଦେଶ ପାଇଁ ଘର ବୁଡ଼ି ପାଣି ଆଣ୍ଠୁଏ ଅବସ୍ଥା ହେଲାଣି ।
- ଘୋଷା ବଳଦ (କିଛି ନ ବୁଝି ମୁଖସ୍ଥ କରିବା) – ଘୋଷା ବଳଦ ହୋଇ ଲାଭ କ’ଣ ? ପାଠ ଟିକେ ବୁଝିବାକୁ ଚେଷ୍ଟାକର ।
- ଛୁଞ୍ଚିମାଛି ପରୀକ୍ଷା/ପରଖ (ତନ୍ନ ତନ୍ନ କରି ଦେଖିବା ) – ସବୁକଥାରେ ଛୁଞ୍ଚିମାଛି ପରୀକ୍ଷା କରିବା ଶିବନାଥଙ୍କର ଏକ ବଦ ଅଭ୍ୟାସ ।
- ଛକାପଞ୍ଝା (ଉଭୟ ପକ୍ଷର ସତର୍କ ଭାବ) – ଏଇ ପାହାଡ଼ ତଳେ ଗତକାଲି ପୋଲିସ୍ ଓ ଚୋରଙ୍କ ମଧ୍ୟରେ ଛକାପଞ୍ଚା ଚାଲିଥିଲା
- ଜୀବନମୂର୍ଚ୍ଛା (ଆପ୍ରାଣ ଉଦ୍ୟମ) – ଭାରତୀୟ ସୀମାନ୍ତରକ୍ଷୀମାନେ ଦେଶର ଗୌରବ ରକ୍ଷା ପାଇଁ ଜୀବନମୂର୍ଚ୍ଛା ସଂଗ୍ରାମ କରୁଛନ୍ତି ।
- ଜୋକ ମୁହଁରେ ଲୁଣ (ଗର୍ବ ଭାଙ୍ଗିବା/ଅହଙ୍କାର ଭାଙ୍ଗିବା) – ଜୋକ ମୁହଁରେ ଲୁଣ ଦେବାପରି ରାମବାବୁ ରଘୁଆର ଆଣ୍ଟ ଭାଙ୍ଗିଦେଲେ ।
- ଝାଳବୁହା ଧନ (କଷ୍ଟ ଅର୍ଜିତ) – ଝାଳବୁହା ଧନ ବିପଦବେଳେ କାମରେ ଲାଗେ ।
- ଝିମିଟି ଖେଳରୁ ମହାଭାରତ (ସାମାନ୍ୟ ଘଟଣାରୁ ବିରାଟ କାଣ୍ଡ ବା ଭୟଙ୍କର ପରିସ୍ଥିତିର ସୂତ୍ରପାତ) – ପିଲାକଳିରୁ ଏ ଭୟଙ୍କର ପରିସ୍ଥିତି, ଝିମିଟି ଖେଳରୁ ମହାଭାରତ ସୃଷ୍ଟି ବ୍ୟତୀତ ଆଉ କିଛି ନୁହେଁ ।
- ଡେଙ୍ଗା ମୁଣ୍ଡରେ ଠେଙ୍ଗା (ସମସ୍ତଙ୍କ ଦୃଷ୍ଟିରେ ଥିବା ବ୍ୟକ୍ତି ଉପରେ ବିପଦର ମାତ୍ରା ଅଧିକ ଥାଏ) – ଏ ଅଞ୍ଚଳରେ ଯାହା ଘଟିବ ସମସ୍ତେ ତୋତେ ଦାୟୀ କରିବେ, କାରଣ ଡେଙ୍ଗା ମୁଣ୍ଡରେ ଠେଙ୍ଗା ।
- ଢୋଲ ଭିତରେ ମୂଷା (ଶତ୍ରୁ ଗୁପ୍ତରେ ଘରେ ଲୁଚି ରହିବା)। – ତୁ କ’ଣ ଗୋପନ ରଖୁଛୁ, ତୋ ପୁଅ ପରା ଢୋଲ ଭିତରେ ମୂଷା ପରି କଥାଟା ପ୍ରଘଟ କରିଦେଲାଣି ।
- ତେଲିଆ ମୁଣ୍ଡରେ ତେଲ (ଥିଲାବାଲାକୁ ଅଧ୍ଵକ ସାହାଯ୍ୟ) – ଏ ସମାଜରେ ସବୁବେଳେ ତେଲିଆ ମୁଣ୍ଡରେ ତେଲ, କିନ୍ତୁ ଗରିବର ଅବସ୍ଥା ତଳକୁ ତଳକୁ ଯାଉଛି ।
- ଦେହଲଗା ଅତି ବିଶ୍ଵାସା – ସନାତନ ତ ଜମିଦାରଙ୍କ ଦେହଲଗା ଲୋକ, ତାକୁ କିଏ ଡରେଇବ ?
- ନଈ ନ ଦେଖୁଣୁ ଲଙ୍ଗଳା (ବିପଦ ନ ଆସୁଣୁ ଛାନିଆ ହେବା )। – ନିର୍ବାଚନ ଦେଢ଼ବର୍ଷ ଅଛି, ବିପକ୍ଷବାଦୀଏ ନଈ ନ ଦେଖୁଣୁ ଲଙ୍ଗଳା ହେଉଛନ୍ତି ।
- ନଛୋଡ଼ବନ୍ଧା (ଏକଜିଦିଆ) – ତାଙ୍କର ନଛୋଡ଼ବନ୍ଧା ମନୋଭାବ ଯୋଗୁଁ ଗାଁ ମନ୍ଦିରଟା ତିଆରି ହୋଇପାରିଲାନି।
- ନାଟର ଗୋବର୍ଦ୍ଧନ (ଅନର୍ଥର ମୂଳ) – ଟାଉଟର ହରି ମିଶ୍ର ସବୁ ନାଟର ଗୋବର୍ଦ୍ଧନ, ସାହି ସାହିରେ ମନାନ୍ତର ସୃଷ୍ଟି କରିଦେଲେଣି ।
- ଫାଙ୍କା ଆୱାଜ (ବୃଥା ଧମକ) – ଜିତିବାପାଇଁ ଆଗରୁ ବିରୋଧୀଏ ଫାଙ୍କା ଆୱାଜ ଦେବାକୁ ଲାଗିପଡ଼ିଲେଣି।
- ଫଟା କପାଳ (ମନ୍ଦଭାଗ୍ୟ) – ଶ୍ୟାମଘନଙ୍କର ଫଟା କପାଳକୁ ଗୋଟିଏ ହେଲେ ପିଲା ଯୋଗ୍ୟ ହେଲେନି ।
- ବଣବିଛୁଆତି (ଅତିଦୁଷ୍ଟ/ମୂଳରୁ ଦୁଷ୍ଟ) – ମହାପାତ୍ରଙ୍କ ପିଲାଟା ବଣବିଛୁଆତି, ତା’ ସାଙ୍ଗରେ ମିଶିଲେ ଭଲପିଲା ବି ନଷ୍ଟ ହୋଇଯିବ ।
- ବାଆକୁ ବତା (କ୍ଷୀଣ ଆଶ୍ରୟ) – ହଁ, ଦି’ ପଇସା ଏବେଠୁ ସଞ୍ଚା, ଝିଅ ବାହାଘରବେଳେ ବାଆକୁ ବତା ପରି କାମ ଦେବ ।
- ବାପରାଣ ଢିଙ୍କି ଗିଳ୍ (ବାଧ୍ୟ କରିବା) – ହରେକୃଷ୍ଣ ଏ କାମ କରିପାରିବନି ବୋଲି ବାରମ୍ବାର କହିଲେ, ତାଙ୍କୁ ବାପରାଣ ଢିଙ୍କି ଗିଳ୍ କଥା କହୁଛ କାହିଁକି ?
- ବାହାଘର ବେଳେ ବାଇଗଣ ରୁଆ (ଆଗରୁ ପ୍ରସ୍ତୁତ ନ ହୋଇ ଶେଷ ମୁହୂର୍ତ୍ତରେ କାର୍ଯ୍ୟ ଆରମ୍ଭ କରିବା) – ପରୀକ୍ଷା ବେଳେ ବହି କିଣା, ବାହାଘର ବେଳେ ବାଇଗଣ ରୁଆ ସହିତ ସମାନ ।
- ବାଘ ଘରେ ମିରିଗ ନାଟ (ମୁରବିଙ୍କ ଅନୁପସ୍ଥିତିରେ ବିଶୃଙ୍ଖଳା ସୃଷ୍ଟି କରିବା) – ସରପଞ୍ଚ ନ ଥିବାରୁ ଗାଁରେ ମେମ୍ବରମାନେ ବାଘ ଘରେ ମିରିଗ ନାଟ ଚଳେଇଛନ୍ତି ।
- ବିରାଡ଼ି ବୈଷ୍ଣବ/ବକ ଧାର୍ମିକ (ଠକ) – ଏବେବି ସମୟ ଅଛି, ତୁମେ ବିରାଡ଼ି ବୈଷ୍ଣବ ନୀତି ଛାଡ଼ ।
- ବୋଝ ଉପରେ ନଳିତା ବିଡ଼ା (ଦୁଃଖ ଉପରେ ଦୁଃଖ) – ତାଙ୍କର ସ୍ଵାମୀ ଦୁର୍ଘଟଣାରେ ପ୍ରାଣ ହରାଇଲେ, ପରେ ପରେ ପୁଅଟି ଚାଲିଗଲା, ଏବେ ତାଙ୍କ ଅବସ୍ଥା ବୋଝ ଉପରେ ନଳିତା ବିଡ଼ା ଭଳି ।
- ରାଣ୍ଡୀପୁଅ ଅନନ୍ତ। ଲଙ୍ଗଳା କର୍ଗୁରୀ /ଚାରିଦଉଡ଼ି କଟା (ଅନ୍ୟାୟଭ / ଶାସନର ବାହାରେ) – ଘରଦୁଆର, ଭାଇବନ୍ଧୁ, ମାୟାମମତା ଛାଡ଼ି ନଛିଆ ରାଣ୍ଡୀପୁଅ ଅନନ୍ତା ପରି ବୁଲୁଛା
- ହାତବାରିସି (ଯାହା ସାହାଯ୍ୟରେ କାର୍ଯ୍ୟ ହାସଲ ହୁଏ) – ଅ।ଜିକାଲି କଲେଜଛାତ୍ରମାନେ ରାଜନେତାଙ୍କର ହାତବାରିସି ସାଜିଛନ୍ତି ।
- ହୁଙ୍କାପିଟା (କିଛି ନ ବୁଝି ହଠାତ୍ କାମରେ ଲାଗିଯିବା) – ଶେଷକୁ ତାଙ୍କର ହୁଙ୍କପିଟା ନାତି ତାଙ୍କ ବିଫଳତାର କାରଣ ହେଲା ।
୨. କ୍ରିୟାଯୁକ୍ତ ରୂଢ଼ିକୁ ବାକ୍ୟରେ ପ୍ରୟୋଗ
- ଅହନ୍ତା ରଗବା ଅକସ ରଗ୍ନବା ପ୍ରତିହିଂସା ମନୋଭାବ ପୋଷଣ କରିବା – ଅହନ୍ତା ରଖ୍ କାମ କଲେ ଆପଣାର କ୍ଷତି ହୁଏ ।
- ଅନ୍ଧାରକୁ ଟେକା ପକାଇବା/ଅନ୍ଧାରଘରେ ବାଡ଼ି ବୁଲାଇବା (ଅନୁମାନ କରିବା) – ପ୍ରକୃତ ପାଠ ନ ଜାଣି ଅନ୍ଧାରକୁ ଟେକା ପକାଇବା ଭଳି ଉତ୍ତର ଦେବାରୁ ଶିକ୍ଷକ ଧୀରେନ୍ଦ୍ର ଉପରେ ରାଗିଲେ ।
- ଆଖୁ ରଖୁବା (ଲକ୍ଷ୍ୟ ରଖ୍/ଯତ୍ନ ନେବା) – ତାଙ୍କ କାର୍ଯ୍ୟକଳାପ ଉପରେ ଦୂରରୁ ଆଖୁ ରଖୁଥାଅ ।
- ଆଖ୍ ଦେବା/ଦୃଷ୍ଟି ପକାଇବା (ବିଷଦୃଷ୍ଟିରେ ଦେଖୁବା/ଲୋଭ କରିବା) – ପର ଦ୍ରବ୍ୟ ପ୍ରତି ଆଦେବା/ଦୃଷ୍ଟି ପକାଇବା ଠିକ୍ ନୁହେଁ ।
- ଆଖ୍ ପକାଇବା (ଲୋଲୁପଦୃଷ୍ଟି ପକାଇବା) – ସେ ନଈକୂଳ ଜମିଟି ଉପରେ ଆଖୁ ପକାଇଲେଣି ।
- ଆଖୁରେ ଧୂଳିଦେବା (ଠକିଦେବା) – କୃତଘ୍ନ ହୋଇ ସୁର ମୋ ଆଖୁରେ ଧୂଳିଦେଇ ଚାଲିଗଲା ।
- ଆଡ଼ ଆଖରେ ନ ଚାହିଁବା (ସାମାନ୍ୟ ଦୃଷ୍ଟି ନ ଦେବା/ସମ୍ପର୍କ ନ ରଖିବା) – ଅଧିକାଂଶ ଧନୀ ଲୋକମାନେ ଗରିବଙ୍କୁ ଆଡ଼ ଆସ୍ରେ ଚାହାନ୍ତି ନାହିଁ ।
- ଆ ବଳଦ ମତେ ବିନ୍ଧ (ବିପଦକୁ ଡାକି ଆଣିବା) – ଅନ୍ୟ ଦେଶର ଅପରାଧୀଙ୍କୁ ଆମ ଦେଶରେ ସ୍ଥାନ ଦେବା ମାନେ ଆ’ ବଳଦ ମୋତେ ବିନ୍ଦ୍ ସହିତ ସମାନ ।
- ଉଷୁନା ଧାନ ଗଜା ହେବା (ଅସମ୍ଭବ ସମ୍ଭବ ହେବା) – ତାଙ୍କ ପୁଅଟି ବ୍ୟାଧମୁକ୍ତ ହେଲାନି ଯେ ଜାଣ ଉଷୁନା ଧାନ ଗଜା ହେଲା ।
- ଉପରେ ପଡ଼ି କହିବା/ଆବୁଡ଼ି ପଡ଼ିବା (ନ ପଚାରୁଣୁ କହିବା/ଅନ୍ୟର କଥା ନ ସରୁଣୁ କହିବା) – ଉପରେ ପଡ଼ି କହିବା ତା’ର ଗୋଟିଏ ମନ୍ଦ ଅଭ୍ୟାସ ।
- କପାଳ ଖୋଲିବା (ଭଲ ବେଳ ପଡ଼ିବା/ଉନ୍ନତି ହେବା) – ର।ମବାବୁଙ୍କର ପଦେ।ନ୍ନତି ସାଙ୍ଗକୁ ପୁଅ ଚାକିରି ପାଇଲା, ତାଙ୍କର କପାଳ ଖୋଲିଗଲା ଜାଣ ।
- କପାଳ ଫାଟିବା (ସର୍ବନାଶ ହେବା) – ମହାବାତ୍ୟା ପରେ ପୁଣି ମରୁଡ଼ି ହେବାରୁ ଲୋକଙ୍କ କପାଳ ଫାଟିଲା ।
- କଳାକାଠ ପଡ଼ିଯିବା (ମଳିନ ପଡ଼ିଯିବା) – ପରୀକ୍ଷାରେ କପି କରି ଧରା ପଡ଼ିଯିବାରୁ ଛାତ୍ରଟି ପ୍ରଧାନଶିକ୍ଷକଙ୍କୁ ଦେଖ୍ କଳାକାଠ ପଡ଼ିଗଲା ।
- କଟା ଘା’ରେ ଚୂନ ଦେବା (ଯନ୍ତ୍ରଣା ଉପରେ ଯନ୍ତ୍ରଣା ଦେବା) – ହରିଆ ଦୋଷ ନ କରି ଜୋରିମାନା ଦେଲା, ପୁଣି ତାକୁ ବାସନ୍ଦ କଲେ କଟା ଘା’ରେ ଚୂନଦେବା ଭଳି ହେବ ।
- କଳାକନା ବୁଲାଇବା (ସର୍ବସ୍ଵ ଲୁଟିନେବା/ସର୍ବନାଶ କରିବା) – ଚୋରମାନେ ଗତ ରାତିରେ ପରିଡ଼ାଘରୁ ସମସ୍ତ ଜିନିଷ ଲୁଟିନେଇ କଳାକନା ବୁଲାଇ ଦେଇଛନ୍ତି ।
- କାମରେ ହାତଦେବା (କାର୍ଯ୍ୟ ଆରମ୍ଭ କରିବା) – ବୁଦ୍ଧିମାନ ଲୋକ କୌଣସି କାମରେ ହାତଦେବା ପୂର୍ବରୁ ଖୁବ୍ ଭାବିଥା’ନ୍ତି ।
- କାନରେ ହାତଦେବା (ଆଶ୍ଚର୍ଯ୍ୟ ହେବା) – ରଘୁବାବୁ ତାଙ୍କ କଥାଶୁଣି କାନରେ ହାତ ଦେଲେ ।
- କୁହୁଡ଼ି ପହଁରିବା (ବୃଥା ପରିଶ୍ରମ/ବୃଥା ପ୍ରୟାସ କରିବା) – ପାଠ ନ ପଢ଼ି ପରୀକ୍ଷାରେ ପ୍ରଥମ ହେବାକୁ ଗୋପାଳ କୁହୁଡ଼ି ପହଁରୁଛି ।
- ଖାଲରେ ପକାଇବା (ବିପଦରେ ପକାଇବା) – ସେ ନିଜର ସ୍ବାର୍ଥ ସିଦ୍ଧି ପାଇଁ ଯେକୌଣସି ଲୋକକୁ ଖାଲରେ ପକାଇବାକୁ କୁଣ୍ଠିତ ନୁହଁନ୍ତି ।
- ଖ୍ଅ କାଢ଼ିବା (କଥାକୁ ଘାଣ୍ଟି ଦୋଷ ଖୋଜିବା) – ଖଳ ଲୋକମାନେ ସବୁକଥାରେ ଖୁଅ କାଢ଼ିଥା’ନ୍ତି ।
- ଖାଇବା ପତରରେ ଧୂଳି ଦେବା (ଜୀବିକା ଛଡ଼ାଇନେବା) – ଆକ୍ରୋଶମୂଳକ ଭାବରେ କାହାର ଖାଇବା ପତରରେ ଧୂଳିଦେବା ବଡ଼ ପାପ ।
- ଗୁଜୁରାଣ ମେଣ୍ଟାଇବା (କଷୃସହି କଷୃକରି କୌଣସିମତେ ଚଳିବା) – ଏବେ ଦୀନବନ୍ଧୁ ମୂଲମଜୁରି ଲାଗି କୌଣସି ପ୍ରକାରେ ଗୁଜୁରାଣ ମେଣ୍ଟାଉଛି ।
- ଗାଲରେ ହାତଦେବା (ଚିନ୍ତିତ ହେବା) – ଭେ।ଗରେ ହାରିଯିବାରୁ ଲାଗି କୌଣସି ପ୍ରକାରେ ଗୁଜୁରାଣ ମେଣୃ। ଉଚ୍ଛା
- ଗୋଡ଼ହାତ ଧରିବା (ବିନମ୍ର ଗୁହାରି କରିବା) – ଦୋଷ କରି ମିଛ କହି ଜନାର୍ଦ୍ଦନ ଅଧ୍ୟକ୍ଷଙ୍କ ଗୋଡ଼ହାତ ଧରିଲା ।
- ଗୋଡ଼ ଟେକି ବସିବା (ପ୍ରସ୍ତୁତ ହୋଇ ରହିବା) – ମକରଯାତ ବୁଲି ଯିବାପାଇଁ ପିଲାଏ ଗୋଡ଼ଟେକି ବସିଛନ୍ତି ।
- ଚିତା କାଟିବା (ଠକିବା) – ଅନେକ ଭଣ୍ଡ ସାଧୁ ଅଛନ୍ତି, ଯେଉଁମାନେ କି ଧର୍ମ ନାମରେ ଲୋକଙ୍କୁ ଚିତା କାଟୁଛନ୍ତି ।
- ନାଁ କରିବା (ସୁନାମ ଅର୍ଜନ କରିବା) – ଧର୍ମପଦ ଭଳି ଦେଶର ନାଁ କରିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କର ଲକ୍ଷ୍ୟ ହେବା ଉଚିତା
- ନାଁ ରଖୁବା (ଯଶ ରଖିବା) – ଏବେ ଦେଉଳ ତୋଳି ନାଁ ରଖୁବାକୁ କେତେଜଣ ପସନ୍ଦ କରୁଛନ୍ତି ?
- ନାକ ଛିଞ୍ଚାଡ଼ିବା (ବିରକ୍ତ ହେବା) – ସବୁ କଥାରେ ନାକ ଛିଞ୍ଚାଡ଼ିବା ପ୍ରକୃତିକୁ କୈଳାସବାବୁ ଛାଡ଼ିପାରିଲେନି ।
- ନାକ ଟେକିବା (ଘୃଣା କରିବା) – ରୋଗୀ ସେବା କଲାବେଳେ ନାକ ଟେକିବା ଉଚିତ ନୁହେଁ ।
- ନାକେଦମ୍ କରିବା (ଅଥୟ କରିବା) – ପଡ଼ିଶାଘର ବାହାଘର ଭୋଜି ଖାଇବାକୁ ଯିବ ବୋଲି ପିଲାଟା କାନ୍ଦି ନାକେଦମ୍ କଲାଣି ।
- ପିଠିରେ ପଡ଼ିବା (ସାହା ହେବା) – ଯେତେ କହିଲେ ବି ପାଠ ପଢୁନୁ, ଫେଲ୍ ହେଲେ କେହି ପିଠିରେ ପଡ଼ିବେନି ।
- ଫସର ଫାଟିବା (ବ୍ୟର୍ଥ ହେବା) – ହରବାବୁଙ୍କ ପୁଅ ମାଟ୍ରିକ୍ ପରୀକ୍ଷାରେ ଫେଲ୍ ହେବାରୁ ତାଙ୍କର ସବୁ ଯୋଜନା ଫସର ଫାଟିଲା ।
- ଫଟେଇ ହେବା (ଗୋଟିଏ କଥାକୁ ବାରମ୍ବାର ପଚାରିବା) – ନଖ୍ ନାନୀ ସବୁ କଥାରେ ଫଟେଇ ହେବାକୁ ଭଲପାଏ ।
- ବାଟ କାଟିବା (ନିଜ ସୁବିଧା ଦେଖୁବା) – ସବୁ ଶୁଣିସାରି ମାମୁ ତାଙ୍କ ହିସାବରେ ବାଟ କାଟିବା ଆରମ୍ଭ କଲେ ।
- ବାଟ ଭାଙ୍ଗିବା (ଉପେକ୍ଷା କରିବା) – ବିପଦରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟ ନ କରି ବାଟଭାଙ୍ଗି ଚାଲିଯିବା ଠିକ୍ ନୁହେଁ ।
- ବାଟମାରଣା ହେବା (ମଝିରେ ଅନ୍ୟଦ୍ୱାରା ଅପହୃତ ହୋଇଯିବା) – ବାତ୍ୟା ସମୟରେ ଦେଶବିଦେଶରୁ ଆସିଥ୍ୟା ଦ୍ରବ୍ୟଗୁଡ଼ିକ ବାଟମାରଣା ହେଲା ବୋଲି ଲୋକେ କହୁଛନ୍ତି ।
- ବିରାଡ଼ି ଛିଙ୍କିବା (ଅନୁକୂଳ ବିଗିଡ଼ିଯିବା) – ତୁମେ ଖାଲି ହାତରେ ଫେରିଆସିଲନି ଯେ ବିରାଡ଼ି ଛିଙ୍କିବା ଭଳି କଥାଟେ ହେଲା ।
- ବିରାଡ଼ି କପାଳକୁ ଶିକା ଛିଣ୍ଡିବା (ଇଚ୍ଛା ଅନୁସାରେ ସୁବିଧା ମିଳିବା) – ପ୍ରଦର୍ଶନୀ ଦେଖୁ ଯିବାକୁ କେହି ସାଙ୍ଗ ମିଳୁ ନ ଥିଲେ, ବିରାଡ଼ି କପାଳକୁ ଶିକା ଛିଣ୍ଡିଲା ପରି ସାନମାମୁ ଆସି ପହଞ୍ଚିଗଲେ ।
- ଭାଲୁ ଧରାଇବା (କୌଶଳରେ ଜଞ୍ଜାଳଗ୍ରସ୍ତ କରାଇବା) – ସୁବିଧା ପାଇଁ ଅନ୍ୟ କାହାକୁ ଭାଲୁ ଧରାଇ ନିଜେ ଖସିଯିବା ବିବେକୀ ଲୋକର କାର୍ଯ୍ୟ ନୁହେଁ ।
- ଭୂତ ଖାଇବା (ଅନ୍ୟ ହାତରେ ପଡ଼ିବା) – କଳାବଜାରୀ ଧନ ଭୂତ ଖାଇବା ଛଡ଼ା ଆଉ କିଛି କାମରେ ଲାଗେନି।
- ମହରଗରୁ ଯାଇ କାନ୍ତାରରେ ପଡ଼ିବା (ସାମାନ୍ୟ ବିପଦରୁ ଯାଇ ବଡ଼ ବିପଦରେ ପଡ଼ିବା) – ବନ୍ୟା ଭୟରେ ନଦୀକୂଳ ଛାଡ଼ି ଅନ୍ୟତ୍ର ଘରକରି ରହିଲି ଯେ ସେଠି ସବୁବର୍ଷ ମରୁଡ଼ି । ମହରଗରୁ ଯାଇ କାନ୍ତାରରେ ପଡ଼ିବା ସାର ହେଲା ।
- ହାତବାନ୍ଧି (ନିରୁପାୟ ହେବା) – ଲଘୁଚାପ ବର୍ଷା ଚାରିଦିନ ଧରି ଲାଗିରହିଥିବାରୁ କାମ ନପାଇ ମୂଲିଆମାନେ ହାତବାନ୍ଧି ବସିଛନ୍ତି ।
- ଛାତିକି ପଥର କରିବା (ଧୈର୍ଯ୍ୟ ଧରିବା) – ବିପଦ ପରେ ବିପଦକୁ ଭୋଗି ସେ ଛାତିକୁ ପଥର କରିବା ଜାଣିଗଲେ ।
- ଛାଇ ନ ମାଡ଼ିବା (ସବୁ ସମ୍ପର୍କ ଛିନ୍ନ କରିବା) – ପରିବାରରୁ ଅଲଗା ହେଲାପରେ ବଡ଼ଭାଇ ସାନଭାଇର ଛାଇ ମାଡୁନି ।
- ଛାତି ଫୁଲେଇ ଚାଲିବା (ଗର୍ବ ଦେଖାଇବା) – ସ୍ଵାଧୀନତା ପରେ ଭାରତବାସୀ ବିଶ୍ଵଦରବାରରେ ଛାତି ଫୁଲେଇ ଚାଲିବାକୁ ସମର୍ଥ ହେଲୋ
- ଜିରାରୁ ଶିରା କାଢ଼ିବା (ଅଯଥା ଦୋଷ ଦେଖାଇବା) – ଖଳ ଲୋକମାନେ ଜିରାରୁ ଶିରା କାଢ଼ି ନିଜର ବାହାଦୂରି ଦେଖାନ୍ତି ।
- ଝିଣ୍ଟିକା ମାରି ବଣି ପୋଷିବା (ଦୁର୍ବଳକୁ ମାରି ସବଳକୁ ସାହାଯ୍ୟ କରିବା) – ଝିଣ୍ଟିକା ମାରି ବଣି ପୋଷିଲେ ଆସନ୍ତା ଥରକୁ ଭୋଟ ପାଇବ ତ ?
- ଠାସ୍କୁ ମାରିବା (ଅନୁମାନ କରି କହିବା) – ସବୁ କଥାରେ ଠାସକୁ ମାରିଲେ ନିଜର କ୍ଷତି ହେବ ।
- ତଳେ ପକାଇବା (ଅମାନ୍ୟ କରିବା) – ଗୁରୁ ବଚନ ଶିଷ୍ୟ ତଳେ ପକାଇବା ଉଚିତ ନୁହେଁ ।
- ତିଳକୁ ତାଳ କରିବା (ଛୋଟ କଥାକୁ ବଡ଼ କରିବା) – ସବୁ କଥାରେ ତିଳକୁ ତାଳ କରି ଖରାପ ପରିସ୍ଥିତି ସୃଷ୍ଟି କରିବା ମଦନର ସ୍ବଭାବ ।
- ଦାଉ ସାଧ୍ (ପ୍ରତିଶୋଧ ନେବା) – କାହା ଉପରେ ବିପଦ ପଡ଼ିଥିବାବେଳେ ସୁଯୋଗ ନେଇ ଦାଉ ସାଧୁବା ଭଲ ନୁହେଁ ।
- ମନ ଘର ଧରିବା (ଅସୁବିଧାରେ ପଡ଼ି ସଚେତନ ହେବା) – ପରୀକ୍ଷାରେ ଫେଲ୍ ହେବାପରେ ପୁଅର ମନ ଘର ଧରିବାକୁ ବସିଛି ।
- ମାଛକି ମ’ (ମର୍) ନ କହିବା (ଖୁବ୍ ନିରୀହ) – ମାଛିକି ମ’ ନ କହିବା ଲୋକଟିକୁ ପୋଲିସ୍ ଗୁଣ୍ଡା କହି ଗିରଫ କରିନେଲା ।
- ମୁହଁ ବଢ଼ାଇବା (ସୁବିଧା ଦେବା) – ସବୁବେଳେ ନ ମାଗୁଣୁ ଟଙ୍କା ଦେଇ ସଦାନନ୍ଦ ପୁଅର ମୁହଁ ବଢ଼ାଇ ଦେଲେଣି ।
- ମୁହଁ ଦେବା (ପ୍ରଶ୍ରୟ ଦେବା) – ପିଲାଟିକୁ ମୁହଁ ଦେବାରୁ ସେ ବିଗିଡ଼ିଗଲା ।
- ମୁଣ୍ଡଝାଳ ତୁଣ୍ଡରେ ମାରିବା (କଠିନ ପରିଶ୍ରମ କରି ପେଟ ପୋଷିବା) – ଭଲଘର ଖଣ୍ଡେ କରିବ ବୋଲି ମୁଣ୍ଡଝାଳ ତୁଣ୍ଡରେ ମାରି ସେ ଯାହା କିଛି ସଞ୍ଚୟ କରିଥିଲା, ସବୁତକ ଚୋର ନେଇଗଲେ ।
- ମୁଣ୍ଡକୁ ତେନ୍ତୁଳିଆ ବିଛା କାମୁଡ଼ିବା (ଭୀଷଣ ଚିନ୍ତାରେ ପଡ଼ିଯିବା) – ଝିଅ ବାହାଘର ନାଁ ଧରୁ ନ ଥିଲେ, ଏବେ ଝିଅର ବୟସ ଗଡ଼ିଯିବାରୁ ତାଙ୍କ ମୁଣ୍ଡକୁ ତେନ୍ତୁଳିଆ ବିଛା କାମୁଡ଼ିଲାଣି ।
- ରକ୍ତଚାଉଳ ଚୋବାଇବା (ରାଗ ଜର୍ଜରିତ ହେବା) – ଗାଁ ରାସ୍ତାର ଠିକାଦାରୀରେ ଲାଭ ନି ପାଇବାରୁ ସମସ୍ତଙ୍କ ଉପରେ ବସନ୍ତ ଖାଲି ରକ୍ତଚାଉଳ ଚୋବାଉଛି ।
- ସୁଅ ମୁହଁରେ ଯିବା/ପଡ଼ିବା (ବୃଥାରେ ଧନ ଦଉଲତ ଉଜାଡ଼ି ଦେବା) – ପୁଅ ଅଯୋଗ୍ୟ ହେଲେ ବାପର ସବୁ ଧନ ସୁଅ ମୁହଁରେ ଯାଏ ।
- ହାତ ଧରିବା (ବିବାହ କରିବା/ନେହୁରା ହେବା) – ଗୁଣୀ ପୁରୁଷର ହାତ ଧରିବାକୁ ସବୁ ଝିଅ ଇଚ୍ଛା କରନ୍ତି ।
- ହାତ କରିବା (କୌଶଳରେ ଆୟତ୍ତ କରିବା) – ଅନ୍ୟପକ୍ଷର ସାକ୍ଷୀମାନଙ୍କୁ ହାତ କରି ସେ ମକଦ୍ଦମା ଜିତିଗଲେ ।
- ହାତରେ ନ ମାରି ଭାତରେ ମାରିବା (କୌଶଳରେ ଜୀବିକା ବା ବୃତ୍ତିରୁ ଉଚ୍ଛେଦ କରିବା) – ଶ୍ରମିକମାନଙ୍କୁ ହାତରେ ନ ମାରି ଭାତରେ ମାରିବା ନୀତି ଯୋଗୁଁ ତାଙ୍କ କାରଖାନାରେ ସବୁବେଳେ ଧର୍ମଘଟ ଲାଗିରହିଛି।
୩. ତୁଳନାତ୍ମକ ରୂଢ଼ିକୁ ବାକ୍ୟରେ ପ୍ରୟୋଗ
- କେରାଣ୍ଡି ପରି ଫକର ଫକର – ଅଳପ କଥାରେ ମଧୁ କେରାଣ୍ଡି ପରି ଫକର ଫକର ହୁଏ ।
- ଏଣ୍ଡୁଅ ପରି ମୁଣ୍ଡ ଟୁଙ୍ଗାରିବା – ସେ କିଛି ବୁଝୁ ନ ବୁଝୁ ସବୁବେଳେ ଏଣ୍ଡୁଅ ପରି ମୁଣ୍ଡ ଟୁଙ୍ଗାରୁଥାଏ ।
- କୁକୁର ପରି ଧାଇଁବା – ଟଙ୍କା କେଇଟା ଲୋଭରେ ସେ କୁକୁର ପରି ଧାଉଁଛି ।
- ଖୁଣ୍ଟଟା ପରି ଠିଆହେବା – ବସିବାକୁ କହିଲି, ନ ବସି ଖୁଣ୍ଟଟା ପରି ଠିଆ ହୋଇ ରହିଲୁ କାହିଁକି ?
- ଗଡ଼ ପରି ପଡ଼ିବା/ଢିଙ୍କି ପରି ପଡ଼ିବା – ଲୋକଟା ଗଡ଼ପରି ପଡ଼ିଛି, ପଦେ ବି ଜବାବ ନାହିଁ । / ଢିଙ୍କିଟା ପରି ପଡ଼ିରହିବା ଅଳସୁଆଙ୍କ ଲକ୍ଷଣ ।
- ଛୁଞ୍ଚି ପରି ମୁହଁ କରିବା – ସବୁବେଳେ ଛୁଞ୍ଚିପରି ମୁହଁ କଲେ କିଏ ତୋତେ ଭଲ ପାଇବ ?
- ଜୋକ ପରି ଲାଗିବା – ଯେଉଁମାନେ କର୍ମଠ, ସେମାନେ କାମରେ ସର୍ବଦା ଜୋକ ପରି ଲାଗିଥା’ନ୍ତି ।
- ପେଡ଼ି ପରି ମୁହଁ କରିବା/ଫୁଲାଇବା – ସତକଥା କହିଦେବାରୁ ସେ ପେଡ଼ି ପରି ମୁହଁ ଫୁଲାଇ ବସିଛି ।
- ପବନ ପରି ଧାଇଁବା – କିଏ ବିପଦରେ ପଡ଼ିଛି ଶୁଣିଲେ, ତାକୁ ସାହାଯ୍ୟ କରିବାପାଇଁ ସେ ପବନ ପରି ଧାଇଁଯା’ନ୍ତି ।
- ପ୍ରସାଦ ପରି ପାଇଦେବା – ପଡ଼ୋଶୀଘରୁ ଆସିଥିବା ତରକାରିକୁ ସେ ପ୍ରସାଦ ପରି ପାଇଦେଲା ।
- ବରଡ଼ା ପତ୍ର ପରି ଥରିବା – ମିଛକଥା ଧରାପଡ଼ିଯିବାରୁ ବାପାଙ୍କ ଆଗରେ ମନୁଆ ବରଡ଼ାପତ୍ର ପରି ଥରୁଛି ।
- ସାପ ପରି ଫ ଫ ହେବା – ସାମାନ୍ୟ କଥାରେ ରାଗିଯାଇ ସାପପରି ମୁଁ ଫି ହେବା ଭଲ ଲୋକର ଗୁଣ ନୁହେଁ ।
- ସିଂହ ପରି ଯୁଝିବା – ବାଳକ ଅଭିମନ୍ୟୁ ସପ୍ତରଥୀଙ୍କ ସହିତ ସିଂହ ପରି ଯୁଝିଥିଲେ ।
- ଶୁଆ ପରି ଘୋଷିବା – କୃଷ୍ଣ ନାମକୁ ଯଶୋଦା ଶୁଆ ପରି ଘୋଷି ହେଉଥିଲେ ।
- ଧଣ୍ଡ ପରି ଶୋଇବା – ଠିକ୍ ଲାଭ ପାଇବା ବେଳକୁ ନରହରି ଧଣ୍ଡଟା ପରି ଶୋଇଗଲା ।
ପାଠ୍ୟପୁସ୍ତକସ୍ଥ ପ୍ରଶ୍ନବଳୀର ଉତ୍ତର
୧। ରୂଢ଼ି ପ୍ରୟୋଗ କହିଲେ କ’ଣ ବୁଝାଯାଏ ?
Answer:
କୌଣସି ଶବ୍ଦ ନିଜସ୍ୱ ମୌଳିକ ଅର୍ଥକୁ ଛାଡ଼ି ଅନ୍ୟ ଶବ୍ଦ ସହିତ ମିଳିତ ହୋଇ ଏକ ଭିନ୍ନ ଓ ସ୍ଵତନ୍ତ୍ର ଭଙ୍ଗୀର ବିଶିଷ୍ଟ ଅର୍ଥ ପ୍ରକାଶ କଲେ ତାହାକୁ ‘ରୂଢ଼ି’ କୁହାଯାଏ । ରୂଢ଼ି – ଚମତ୍କାର ଅର୍ଥ ପ୍ରକାଶ କରୁଥିବା ଏକ ବିଶିଷ୍ଟ ଢଙ୍ଗର ପଦସଂହତି । ଉଦାହରଣ ସ୍ଵରୂପ : ‘କପାଳ ଫାଟିବା’ ।
ଏଠାରେ ‘କପାଳ’ର ସାଧାରଣ ମୂଳ ଅର୍ଥ – ମଥା
ଫାଟିବାର ସାଧାରଣ ଅର୍ଥ – ଅ।ଘାତ ପାଇ ଭାଙ୍ଗିପିବା
ମାତ୍ର ‘କପାଳ ଫାଟିବା’ ପଦସଂହତିରେ ଏ ଉଭୟ ସାଧାରଣ ଅର୍ଥ ପ୍ରକାଶ ପାଉନି । ଉଭୟ ମୂଳ ଅର୍ଥକୁ ଅସ୍ବୀକାର କରି ମିଶି ଏକ ନୂତନ ବିଶିଷ୍ଟ ଅର୍ଥ ପ୍ରକାଶ କରୁଛି । ଅର୍ଥଟି ହେଉଛି – ଦୁର୍ଭାଗ୍ୟ ପଡ଼ିବା । ଏହିପରି ପଦ ସହିତ ପଦ ମିଶି ଚମତ୍କାର ଓ ବିଶେଷ ଭଙ୍ଗୀର ନୂଆ ଅର୍ଥ ପ୍ରଦାନ କଲେ ତାହା ରୂଢ଼ି ରୂପରେ ପରିଚିତ ହୁଏ ।
୨। ନିମ୍ନଲିଖ ଅର୍ଥ ପ୍ରକାଶ କରୁଥିବା ରୂଢ଼ିମାନ ଉଲ୍ଲେଖ କରି ସେଗୁଡ଼ିକୁ ବାକ୍ୟରେ ବ୍ୟବହାର କର । (ପ୍ରଶ୍ ସହ ଉଭର)
Answer:
- ଅନ୍ୟ ଉପରେ ଦୋଷ ଲଦିବା (ଅଠା ବୋଳିବା) – ନିଜେ ଦୋଷ କରି ପରମୁଣ୍ଡରେ ଅଠା ବୋଳିବା ପଟ୍ଟନାୟକବାବୁଙ୍କ ଚିରାଚରିତ ଅଭ୍ୟାସ ।
- ମୂର୍ଖ ନିକଟରେ ଜ୍ଞାନ ଚର୍ଚ୍ଚା କରିବା (ଅନ୍ଧ ଦେଶରେ ଦର୍ପଣ ବିକିବା) – ଅଜ୍ଞାନ ବ୍ୟକ୍ତି ସହିତ ଜ୍ଞାନ-ଚର୍ଚ୍ଚା କରିବା ଯାହା ଅନ୍ଧ ଦେଶରେ ଦର୍ପଣ ବିକିବା ସେଇଆ ।
- ଅନୁମାନ କରି କାର୍ଯ୍ୟ କରିବା (ଅନ୍ଧାରରେ ବାଡ଼ି ବୁଲାଇବା) – ଉତ୍ତମ ରୂପେ ଅନୁସନ୍ଧାନ ନ କରି ଖାଲି ଅନ୍ଧାରରେ ବାଡ଼ି ବୁଲାଇଲେ ପ୍ରକୃତ ସତ୍ୟ ଆବିଷ୍କୃତ ହୋଇପାରେ ନାହିଁ ।
- ଅସମ୍ଭବକୁ ସମ୍ଭବ କରିବା (ଉଷୁନା ଧାନ ଗଜା ହେବା) – ହରିବାବୁ କର୍କଟ ରୋଗରୁ ଭଲ ହେବେ ନା ଉଷୁନା ଧାନ ଗଜା ହେବ ।
- ବୃଥା ପରିଶ୍ରମ କରିବା (କୁହୁଡ଼ି ପହଁରିବା) – ରମାକାନ୍ତ ବାବୁ ଲାଭ ନିଶାରେ ଦିନରାତି କୁହୁଡ଼ି ପହଁରୁଛନ୍ତି ।
- ଜୀବିକାରେ ବାଧା ଦେବା (ଖାଇବା ପତରରେ ଧୂଳି ଦେବା) – କାହା ଖାଇବା ପତ୍ରରେ ଧୂଳି ଦେବା ଅନୁଚିତ ।
- ଧୈର୍ଯ୍ୟ ଧରିବା (ଛାତିକୁ ପଥର କରିବା) – ସ୍ବାମୀର ମୃତ୍ୟୁ ପରେ କେତକୀ ଛାତିକୁ ପଥର କରି ବଞ୍ଚ୍ ରହିଛି ।
- ବୃଥା ଦୋଷ ଦେଖାଇବା (ଜିରାରୁ ଶିରା କାଢ଼ିବା) – ଯତୀନ୍ଦ୍ରବାବୁ ଗ୍ରନ୍ଥଟିର ପ୍ରକୃତ ସମୀକ୍ଷା ନ କରି କେବଳ ଜିରାରୁ ଶିରା କାଢ଼ିଛନ୍ତି ଯାହା ।
- ଦୁର୍ବଳକୁ ମାରି ସବଳକୁ ସାହାଯ୍ୟ କରିବା (ଝିଣ୍ଟିକା ମାରି ବଣି ପୋଷିବା) – ସରକାରଙ୍କ ଅନେକ ଯୋଜନା କେବଳ ଝିଣ୍ଟିକା ମାରି ବଣି ପୋଷିବା ସଦୃଶ ଉଚ୍ଚବର୍ଗଙ୍କୁ ସୁହାଉଛି ।
- ଶକ୍ତିଶାଳୀ ଲୋକ ବିରୋଧରେ ବାହାରିବା (ବିରାଡ଼ି ବେକରେ ଘଣ୍ଟି ବାନ୍ଧିବା) – ବଡ଼ବଡ଼ିଆଙ୍କ ଟିକସ ଫାଙ୍କି ବିଷୟରେ ସମସ୍ତେ ଜାଣନ୍ତି, ହେଲେ ବିରାଡ଼ି ବେକରେ ଘଣ୍ଟି ବାନ୍ଧିବ କିଏ ?
- ବିନା ଖର୍ଚ୍ଚରେ ଲାଭ ଉଠେଇବା (କେରାଣ୍ଡି ଗୁଛି ବାଳିଆ ଧରିବା) – ରାଜେନ୍ଦ୍ରବାବୁଙ୍କ କଥା କାହିଁକି କହୁଛ ? ସେ ତ କେରାଣ୍ଡି ଗୁଛି ବାଳିଆ ଧରିବା ଲୋକ।
- ଅସହାୟର ସହାୟ (ଅନ୍ଧର ଲଉଡ଼ି) – ଶ୍ରୀକୃଷ୍ଣ ଯଶୋଦାଙ୍କର ଅନ୍ଧର ଲଉଡ଼ି ଥିଲେ ।
- ମୂଲ୍ୟହୀନ କଥା (ଅଲଣା କଥା) – ତାଙ୍କର ସେ ଅଲଣା କଥା ଶୁଣିବାକୁ ମୋର ବେଳ ନାହିଁ ।
- ଜନ୍ମରୁ ସିଆଣିଆ (ଓଳିଆରୁ ଗଜା) – ସେ ତ ଓଳିଆରୁ ଗଜା । ତାକୁ କ’ଣ କଥା କହି ତୁ ଜିତି ପାରିବୁ ?
- ଅତି ସୁନ୍ଦର (ଗୋଟିଏ ଚାଉଳରେ ଗଢ଼ା) – ନାରଣବାବୁଙ୍କ ସାନଝିଅଟି ଗୋଟିଏ ଚାଉଳରେ ଗଢ଼ା ।
- ଟିକିନିଖ୍ ପରୀକ୍ଷା (ଛୁଞ୍ଚିମାଛି ପରୀକ୍ଷା କରିବା) – ପ୍ରତ୍ୟେକ କାମରେ ଛୁଞ୍ଚିମାଛି ପରୀକ୍ଷା କରିବା ଅଲେଖବାବୁଙ୍କ ଅଭ୍ୟାସରେ ପଡ଼ିଗଲାଣି ।
- ଆନନ୍ଦରେ ମୂଳ (ଜପାମାଳି) – ଶ୍ରୀକୃଷ୍ଣ ଯଶୋଦାଙ୍କର ଜପାମାଳି ଥିଲେ ।
- କ୍ଷୀଣ ଆଶ୍ରୟ (ବାଆକୁ ବତା) – ଈଶ୍ଵର ଯାହା କରିବେ, ତାହା ହେବ । ମଣିଷର ଚେଷ୍ଟା କେବଳ ବାଆକୁ ବତା ମାତ୍ର ।
- ଅସମର୍ଥ ବ୍ୟକ୍ତି ହାତରେ ଦାୟିତ୍ବ ଅର୍ପଣ (ମାଙ୍କଡ଼ ହାତରେ ଶାଳଗ୍ରାମ) – ସୁଶାନ୍ତ ପରି ଦାୟିତ୍ୱହୀନ ପିଲା ହାତରେ ଝିଅ ବିଭାଘରର ସମସ୍ତ ଦାୟିତ୍ଵ ଦେବା ମାଙ୍କଡ଼ ହାତରେ ଶାଳଗ୍ରାମ ସଦୃଶ ।
୩ । ‘କ’ ସ୍ତମ୍ଭରେ ବିଭିନ୍ନ ରୂଢ଼ି ଓ ‘ଖ’ ସ୍ତମ୍ଭରେ ବିଭିନ୍ନ ରୂଢ଼ିର ଅର୍ଥ ପ୍ରଦାନ କରାଯାଇଛି ।
Answer:
୨. ଏକପଦୀକରଣ
ସଂଜ୍ଞା ଓ ସ୍ବରୂପ :
ଆମ ଭାଷା ଓଡ଼ିଆରେ ଆମେ ଭାବ ପ୍ରକାଶ ପାଇଁ ତତ୍ସମ, ତଦ୍ଭବ, ଦେଶ୍ୟ ଓ ବୈଦେଶିକ – ଏପରି ଚାରିପ୍ରକାର ଶବ୍ଦ ବ୍ୟବହାର କରିଥାଉ । ବେଳେବେଳେ ଗୋଟିଏ ନିର୍ଦ୍ଦିଷ୍ଟ ଅର୍ଥ ପ୍ରକାଶ ପାଇଁ ଆମେ ଗୋଟିଏ ନିର୍ଦ୍ଦିଷ୍ଟ ଶବ୍ଦ ନପାଇ ବହୁ ଶବ୍ଦ ମିଶାଇ ସେହି ଅର୍ଥଟି ପ୍ରକାଶ କରିଥାଉ । ଏହା ଆମର ଶବ୍ଦଜ୍ଞାନର ଓ ବ୍ୟବହାରର ଏକ ଦୁର୍ବଳତା । ଅନେକ ସମୟରେ ସହଜରେ, ସଂକ୍ଷେପରେ ଓ ସିଧାସଳଖ ଗୋଟିଏ ଶବ୍ଦରେ ଏକ ନିର୍ଦ୍ଦିଷ୍ଟ ଅର୍ଥ ପ୍ରକାଶ କରାଯାଇପାରେ । ଏପ୍ରକାର ସାମର୍ଥ୍ୟ ଆମକୁ ଜ୍ଞାନୀ ବିବେଚିତ କରେ । ଭାବ ସଂକ୍ଷେପରେ ଚମତ୍କାର ଭାବାର୍ଥ ଗ୍ରହଣ କରି ପ୍ରକାଶିତ ହୁଏ । ସୁତରାଂ ଏକାଧ୍ଵ ଶବ୍ଦରେ ପ୍ରକାଶିତ ଅର୍ଥ ଏକ ଶବ୍ଦରେ ପ୍ରକାଶ କରିବାର ପ୍ରକରଣ ବା କୌଶଳକୁ ‘ଏକପଦୀକରଣ’ କୁହାଯାଏ ।
ଅନ୍ୟ ଅର୍ଥରେ ଏକାଧ୍ଯକ ଶବ୍ଦକୁ ଏକ ଶବ୍ଦରେ ରୂପାନ୍ତର କରି ନିର୍ଦ୍ଦିଷ୍ଟ ଭାବରେ ସମାନ ଅର୍ଥ ପ୍ରକାଶ କରିବାର ଶବ୍ଦ ବ୍ୟବସ୍ଥାକୁ ‘ଏକପଦୀକରଣ’ କୁହାଯାଏ । ଏହି ପ୍ରକାର ଶବ୍ଦ ବ୍ୟବହାରଦ୍ୱାରା ଆମେ ଅନେକ ଶବ୍ଦ ବ୍ୟବହାର ନକରି ଗୋଟିଏ ଶବ୍ଦରେ ଏକ ନିର୍ଦ୍ଦିଷ୍ଟ ଅର୍ଥ କରିଥାଉ । ଅତଏବ ଏକାଧିକ ପଦକୁ ଏକପଦରେ ବୂପାନ୍ତରିତ କରିବା ପଦ୍ଧତିକୁ ଏକପଦୀକରଣ କୁହାଯାଏ ।
ସଂକ୍ଷେପରେ ଏକପଦୀକରଣଦ୍ୱାରା ବାକ୍ୟଟି ସରଳୀକୃତ ଓ ସଂକ୍ଷିପ୍ତ ହୋଇଥାଏ । ସଂକ୍ଷେପୀକରଣ ପାଇଁ ଭାଷାରେ ଏକପଦୀକରଣ ଉପାୟ ଅବଲମ୍ବନ କରାଯାଏ । ସନ୍ଧି, ସମାସ ଓ କୃଦନ୍ତ ବା ତଦ୍ଧିତାଦି ପ୍ରତ୍ୟୟଦ୍ୱାରା ଆମେ ବହୁଶବ୍ଦକୁ ପରିତ୍ୟାଗ କରି ସମାନ ଭାବେ ଏକପଦରେ ପ୍ରକାଶ କରିପାରୁ; ଯଥା –
୧। ସନ୍ଧି ଯୋଗେ ଏକପଦୀକରଣ :
- ଜାୟା ଓ ପତି = ଦମ୍ପତି (ଜାୟା + ପତି)
- ମଗଧର ଅଧୂତି = ମଗଧ + ଅଧୂତି = ମଗଧାପତି
- ଜଗତର ନାଥ = ଜଗତ + ନାଥ = ଜଗନ୍ନାଥ
- ନରକର ଅସୁର = ନରକ + ଅସୁର = ନରକାସୁର
୨। ସମାସ ଯୋଗେ ଏକପଦୀକରଣ
- ପଞ୍ଚବଟର ସମାହାର ସ୍ଥଳ – ପଞ୍ଚବଟୀ
- ଇତିହାସରେ ଯେ ବିଦ୍ବାନ୍ – ଐତିହାସିକ
- ଯେ ଗଳ୍ପ ରଚନା କରନ୍ତି – ଗାଳ୍ପିକ
- ଯେ ଦେଶସେବା କରେ – ଦେଶସେବକ
- ବୀଣା ପାଣିରେ ଯାହାର – ବାଣ।ପାଣି
୩ । ଉପସର୍ଗ/ପର ପ୍ରତ୍ୟୟ / ପୂର୍ବ ପ୍ରତ୍ୟୟ / ତଦ୍ଧିତ / କୃଦନ୍ତ / ସମାର୍ଥବୋଧକ ଶବ୍ଦ ଯୋଗେ ଏକପଦୀକରଣ :
- କଣ୍ଠ ପର୍ଯ୍ୟନ୍ତ ବ୍ୟାପିଥିବା – ଆ + କଣ୍ଠ = ଆକଣ୍ଠ
- ଶିବଙ୍କର ଭକ୍ତ ଯେ ସେ – ଶିବ + ଅ = ଶୈବ (ତଦ୍ଧିତ)
- ଦର୍ଶନ ସମ୍ବନ୍ଧରେ ଯେ ଜାଣନ୍ତି – ଦର୍ଶନ + ଇକ = ପାର୍ଶନିକ
- ଯେ ଆଗରୁ ଆସନ୍ତି – ଆଗନ୍ତୁକ
- ଯାହାର ଇଚ୍ଛା ନାହିଁ – ଅନିଚ୍ଛୁକ
- ଯିଏ କାମ କରେନି – ଅକର୍ମା
- ଯୋଗ ସାଧନା ଜାଣିଥୁବା ବ୍ୟକ୍ତି – ଯୋଗ + ଈ = ଯୋଗୀ (ତଦ୍ଧିତ)
- ଦେଖିବାର ଯୋଗ୍ୟ – ଦର୍ଶନ + ଈୟ = ଦର୍ଶନୀୟ (କୃଦନ୍ତ)
- ଖେଳି ପାରୁଥିବା ବ୍ୟକ୍ତି – ଖେଳ୍ + ଆଳି = ଖେଳାଳି (ବୃଦନ୍ତ)
- ପଛେ ପଛେ ଗମନ କରିବା – ଅନୁ – ଗମ୍ + ଅନ୍ = ଅନୁଗମନ (ଉପସର୍ଗଭିଭିକ)
- ଚାଷ କରାଯାଇ ନଥିବା ଜମି – ପଡ଼ିଆ ( ସମାର୍ଥବୋଧକ ଶବ୍ଦ ଯୋଗେ )
- ମାଗଣା ପାଇବାର – ଫୋକଟ/ଫୋକଡ଼ (ସମାର୍ଥବୋଧକ ଶବ୍ଦ ଯୋଗେ )
- ମାଟିକୁ ଯାହା ସମତୁଲ କରେ – ମଇ (ସମାର୍ଥବୋଧକ ଶବ୍ଦ ଯୋଗେ)
ନିମ୍ନରେ କେତେକ ଉଦାହରଣ ମାଧ୍ୟମରେ ଏକପଦୀକରଣର ପୂଚନା ଦିଆଯାଇଛି ।
(କ) ଶବ୍ଦ ପୁଞ୍ଜ – ଏକପଦୀକରଣର
(ଖ) ଶବ୍ଦ ପୁଞ୍ଜ – ଏକପଦୀକରଣର
(ଗ) ଶବ୍ଦ ପୁଞ୍ଜ – ଏକପଦୀକରଣର
(ଘ) ଶବ୍ଦ ପୁଞ୍ଜ – ଏକପଦୀକରଣର
(ଙ) ଶବ୍ଦ ପୁଞ୍ଜ – ଏକପଦୀକରଣର
(ଚ) ଶବ୍ଦ ପୁଞ୍ଜ – ଏକପଦୀକରଣର
(ଛ) ଶବ୍ଦ ପୁଞ୍ଜ – ଏକପଦୀକରଣର
(ଜ) ଶବ୍ଦ ପୁଞ୍ଜ – ଏକପଦୀକରଣର
(ଝ) ଶବ୍ଦ ପୁଞ୍ଜ – ଏକପଦୀକରଣର
ପାଠ୍ୟପୁସ୍ତକସ୍ଥ ପ୍ରଶ୍ନବଳୀର ଉତ୍ତର
୧। ଏକପଦରେ ପ୍ରକାଶ କର। (ପ୍ରଶ୍ନ ସହ ଉତ୍ତର)
୨। ଏକପଦରେ ପ୍ରକାଶ କର । (ପ୍ରଶ୍ନ ସହ ଉତ୍ତର)
୩ । ଏକପହରେ ପ୍ରକାଶ କର । (ପ୍ରଶ୍ନ ସହ ଉତ୍ତର)
୩. ସମୋଚ୍ଚାରିତ ଭିନ୍ନାର୍ଥବୋଧକ ଶବ୍ଦ
ସୂଚନା :
ଧ୍ବନି ସହିତ ଧ୍ବନି ବା ବର୍ଷ ସହିତ ବର୍ଷ ମିଶିଲେ ଶବ୍ଦ ହୁଏ ନାହିଁ; ଯଥା – କବପ|ଟବଡ଼ । ଏଠାରେ କବ-ପ ଧ୍ବନି ଅଛି; ମାତ୍ର ଏହା ଶବ୍ଦ ନୁହେଁ । କାରଣ ଏହି ଧ୍ଵନି ବା ବର୍ଷ ମିଶି ସ୍ଵତନ୍ତ୍ର ଅର୍ଥ ପ୍ରକାଶ କରୁନାହିଁ । ତେଣୁ ଧ୍ଵନି ବା ବର୍ଷ ମିଶି ସ୍ବତନ୍ତ୍ର ଅର୍ଥ ପ୍ରକାଶ କଲେ ତାହା ଶବ୍ଦ ହୁଏ । ଶବ୍ଦକୁ ସଜାଇ ଆମେ ବାକ୍ୟ ଗଠନ କରି ଭାବ ପ୍ରକାଶ କରିଥାଉ । ଅନେକ ଶବ୍ଦ ଅଛି, ଯାହା ଉଚ୍ଚାରଣ ଦିଗରୁ ଭିନ୍ନ, ମାତ୍ର ଅର୍ଥ ସମାନ; ଯଥା- · ଆଦିତ୍ୟ-ସୂର୍ଯ୍ୟ-ତପନ-ସବିତା-ଅଂଶୁମାଳି । ଏ ଶବ୍ଦ ଉଚ୍ଚାରଣ ଦିଗରୁ ଅଲଗା ଅଲଗା । ମାତ୍ର ସମସ୍ତଙ୍କ ଅର୍ଥ ସୂର୍ଯ୍ୟଙ୍କୁ ବୁଝାଏ ।
ଏପରି କେତେକ ଶବ୍ଦ ଅଛନ୍ତି, ଯେଉଁଗୁଡ଼ିକର ଉଚ୍ଚାରଣ ଏକ ଓ ରୂପ ପ୍ରାୟ ଏକ; ମାତ୍ର ସେଗୁଡ଼ିକର ଅର୍ଥ ଭିନ୍ନ ଭିନ୍ନ ହୋଇଥାଏ । ସୁତରାଂ ଯେଉଁ ଶବ୍ଦଗୁଡ଼ିକ ଉଚ୍ଚାରଣ ଦିଗରୁ ପ୍ରାୟ ସମାନ ବା ପାଖାପାଖ୍, ସେସବୁ ଶବ୍ଦକୁ ‘ସମୋଚ୍ଚାରିତ ଶବ୍ଦ’ କୁହାଯାଏ । ସମୋଚ୍ଚାରିତ ଶବ୍ଦରେ ସମାନ ଧ୍ଵନି ଥାଏ, ମାତ୍ର ଅର୍ଥ ଅସମାନ ବା ଭିନ୍ନ ଥାଏ ।
ଓଡ଼ିଆ ଭାଷାର ଅନ୍ୟତମ ବୈଚିତ୍ର ହେଲା ଆମ ଭାଷା ଭଣ୍ଡାରରେ ଏପରି ଅନେକ ଶବ୍ଦ ଅଛନ୍ତି, ଯେଉଁମାନେ ଉଚ୍ଚାରଣ ଦିଗରୁ ଶୁଣିବାକୁ ଏକ।ଉଲି ମାତ୍ର ସେମାନଙ୍କର ଅର୍ଥ ଭିନ୍ନ ଭିନ୍ନ ଯଥା –
(୧) ଶଦ୍ଦ – ଅର୍ଥ
ପାଠ୍ୟପୁସ୍ତକସ୍ଥ ପ୍ରଶ୍ନବଳୀର ଉତ୍ତର
୧। ନିମ୍ନପ୍ରଦତ୍ତ ସମୋଚ୍ଚାରିତ ଶବ୍ଦର ଅର୍ଥ ଲେଖ । (ପ୍ରଶ୍ନ ସହ ଉତ୍ତର)
୪. ବିପରୀତ ଅର୍ଥବୋଧକ ଶବ୍ଦ
ସୂଚନା :
ଭାବ ବିନିମୟ ପାଇଁ ଆମେ ଭାଷା ବ୍ୟବହାର କରୁ। ସାର୍ଥକ ଶବ୍ଦ ମାଧ୍ୟମରେ କର୍ତ୍ତା-କର୍ମ-କ୍ରିୟା ଅନୁସାରେ ସଜାଇ ଆମେ ଗୋଟିଏ ଗୋଟିଏ ଉକ୍ତି ବାକ୍ୟ ରୂପରେ କହୁ । ଏହି ବାକ୍ୟରେ ଭାବ ପ୍ରକାଶ ପାଏ । ଭାଷାର ସାର୍ଥକ ସର୍ବନିମ୍ନ ଏକକ ହେଉଛି – ‘ଶବ୍ଦ’ । ଶବ୍ଦକୁ ଆମେ ହଁ ନା – ଏପରି ଦୁଇଟି ଦିଗରୁ ପ୍ରାୟତଃ ବ୍ୟବହାର କରୁ । ଅର୍ଥାତ୍ ଆମର ଭାବ ସାଧାରଣ ଭାବରେ ସରଳଭଙ୍ଗୀରେ ନାସ୍ତିବାଚକ ଅଥବା ଅସ୍ତିବାଚକ ଅର୍ଥରେ ପ୍ରକାଶ ପାଏ । ତେଣୁ ଭାବ ପ୍ରକାଶ କରୁଥିବା ଶବ୍ଦର ପ୍ରାୟତଃ ଅସ୍ତିବାଚକ ରୂପ ଓ ନାସ୍ତିବାଚକ ରୂପ ରହିଛି । ଗୋଟିଏ ଶବ୍ଦର ବିପରୀତ ଭାବକୁ ପ୍ରକାଶ କରିବାପାଇଁ ଆମେ ଯେଉଁ ଶବ୍ଦ ବ୍ୟବହାର କରିଥାଉ ତାହାକୁ ‘‘ବିପରୀତାର୍ଥକ’ ବା ‘ବିପରୀତ ଅର୍ଥବୋଧକ’ ଶବ୍ଦ କୁହାଯାଏ; ଯଥା – ହଁ – ନା, ସୁଖ- ଦୁଃଖ, ଦିନ-ରାତି, ନାରୀ-ପୁରୁଷ, ପ୍ରାଣୀ-ଅପ୍ରାଣୀ……ଇତ୍ୟାଦି । ସାଧାରଣତଃ ଆମେ ଚାରିଟି ଦିଗରୁ ବିପରୀତ ଅର୍ଥବୋଧକ ଶବ୍ଦ ବ୍ୟବହାର କରିଥାଉ । ସେଗୁଡ଼ିକ ଏହିପରି :
୧। ଲିଙ୍ଗଭିଭିକ ବିପରୀତାର୍ଥକ ଶବ୍ଦ :
୨। ସ୍ଵତନ୍ତ୍ରରୀତିକ ବିପରୀତାର୍ଥକ ଶବ୍ଦ :
ମନେରଖ – ଅନୁଭୂତିର ଭିନ୍ନତାକୁ ଭିନ୍ନ ଏକ ଶବ୍ଦ ମାଧ୍ୟମରେ ପ୍ରକାଶ କରାଯାଏ । ଗୋଟିଏ ଅନୁଭୂତିର ଭିନ୍ନ ଅନୁଭୂତି ଓ ଅର୍ଥ ପ୍ରକାଶ ପାଇଲେ ତାହାକୁ ବିପରୀତାର୍ଥବୋଧକ ଶବ୍ଦ କୁହାଯାଏ ।
୩ । ନାସ୍ତିବାଚକ ଉପସର୍ଗ ଯୋଗରେ ଗଠିତ ବିପରୀତୀର୍ଥିକ ଶବ୍ଦ:
ବୁଦ୍ଧିଆ – ନିର୍ବୁଦ୍ଧିଆ (ନିଃ – ନିଃ + ବୁଦ୍ଧିଆ)
ଲେଉଟା – ଅଣଲେଉଟା (ଅଣ – ଅଣ + ଲେଉଟା)
ବାପୁଆ – ଅଣବାପୁଆ (ଅଣ + ବାପୁଆ)
ଆସ୍ଥା – ଅନାସ୍ଥା (ଅନ + ଆସ୍ଥା)
ଆବିଳ – ଅନାବିଳ (ଅନ + ଆବିଳ)
ଅକଲ – ବେଅକଲ (ବେ + ଅକଲ)
ହିସାବୀ – ବେହିସାବୀ (ବେ + ହିସାବୀ)
କର୍ମ – ଅକର୍ମ (ଅ + କର୍ମ)
ମନେରଖ – ଗୋଟିଏ ନିର୍ଦ୍ଦିଷ୍ଟ ଶବ୍ଦର ବିପରୀତ ଅର୍ଥବୋଧକ ଶବ୍ଦ ତା’ର ନାସ୍ତିବାଚକ ରୂପ କେବଳ ନୁହେଁ; ଯଥା ଖେଳିବା/ଖେଳିବାନି, ଖେଳିବା ନାହିଁ, ନ ଖେଳିବା, ନାଇଁ ଖେଳିବା ଇତ୍ୟାଦି ଖେଳିବାର ବିପରୀତ ଶବ୍ଦ ହେବନାହିଁ । ସେହିପରି ଭିନ୍ନ । ତେଣୁ ‘ଶୋଇବା’ର ବିପରୀତ ଶବ୍ଦ ‘ଚେଇଁବା’ ହେବ । ‘ହସିବା’ର ବିପରୀତ ଶବ୍ଦ ‘ହସିବା ନାହିଁ’ ନହୋଇ ‘କାନ୍ଦିବା’ ହେବ । ଅନେକ ସମୟରେ ନାସ୍ତିବାଚକ ଉପସର୍ଗ ନପାଇ ଶବ୍ଦର ବିପରୀତ କରାଯାଏ; ଯଥା – କର୍ମ – ଅକର୍ମ । ଆବିଳ – ଅନାବିଳ ।
୪ । ଅନ୍ୟାନ୍ୟ ଉପସର୍ଗ ଯୋଗକରି ବିପରୀତ ଶବ୍ଦ ଗଢ଼ାଯାଏ; ଯଥା –
କୁ + କର୍ମ = କୁକର୍ମ – ସୁ + କର୍ମ = ସୁକର୍ମ
ବିପରୀତୀର୍ଥ ଶବ୍ଦ:
ପାଠ୍ୟପୁସ୍ତକସ୍ଥ ପ୍ରଶ୍ନବଳୀର ଉତ୍ତର
୧ । ନିମ୍ନଲିଖ୍ ଶବ୍ଦର ବିପରୀତ ଅର୍ଥବୋଧକ ଶବ୍ଦ ଲେଖ । (ପ୍ରଶ୍ନ ସହ ଉତ୍ତର)
୨। ନିମ୍ନଲିଖ୍ ଶବ୍ଦର ବିପରୀତ ଅର୍ଥବୋଧକ ଶବ୍ଦ ଲେଖ । (ପ୍ରଶ୍ନ ସହ ଉତ୍ତର)
(୫) ଭ୍ରମ ସଂଶୋଧନ (ଶବ୍ଦ)
ଠିକ୍ ଭାବରେ ଲେଖୁବା ଓ ଠିକ୍ ଭାବରେ ପଢ଼ିବା ଗୋଟିଏ ଉନ୍ନତ ଭାଷାର ଗୁରୁତ୍ଵପୂର୍ଣ୍ଣ ଲକ୍ଷଣ । ସାଧାରଣତଃ ଆମେ ଲେଖୁଥିବାବେଳେ ଅନେକ ଭ୍ରମ ଦେଖାଦେଇଥାଏ । ଶୁଦ୍ଧ ଭାଷା ବା ଶୁଦ୍ଧ ଶବ୍ଦର ବ୍ୟବହାର ବ୍ୟକ୍ତିର ବ୍ୟାକରଣ ଜ୍ଞାନ ଉପରେ ନିର୍ଭର କରେ । ବେଳେବେଳେ ପ୍ରମାଦପୂର୍ଣ ଭାଷାଶିକ୍ଷା ଯୋଗୁଁ ବା ନିରନ୍ତର ଅବହେଳା ଯୋଗୁଁ ଆମେ ଭାଷାର ଉଚ୍ଚାରଣ ଓ ଲିଖନରେ ଭୁଲ କରିଥାଉ । ନିରନ୍ତର ପଠନ, ଲିଖନ, ଶ୍ରବଣ ଓ ବ୍ୟାକରଣ ନିୟମ ଅଭ୍ୟାସଦ୍ବାରା ଏପରି ଅଶୁଦ୍ଧିକୁ ଦୂର କରାଯାଇପାରେ । ବିଶେଷକରି ପ୍ରତ୍ୟୟଗତ, ଲିଙ୍ଗଗତ, ବିଶେଷ୍ୟ-ବିଶେଷଣଗତ, ଷତ୍ଵ-ଣତ୍ୱ ବିଧ୍ଵତ, ବଚନଗତ, ସନ୍ଧିଗତ, ସମାସଗତ ଓ ମାତ୍ରାଗତ ଅଶୁଦ୍ଧି ପ୍ରତି ସଚେତନ ରହିଲେ ଭାଷା (ଶବ୍ଦ)ର ଶୁଦ୍ଧିକରଣ ସହଜ ହୁଏ । ନିମ୍ନରେ କେତେକ ସାଧାରଣ ଅଶୁଦ୍ଧି ଓ ଶବ୍ଦରୂପ ଅଭ୍ୟାସ ପାଇଁ ଦିଆଯାଇଛି।
(୨) ଅଶୁଦ୍ଧ – ଶୁଦ୍ଧ
ପାଠ୍ୟପୁସ୍ତକସ୍ଥ ପ୍ରଶ୍ନବଳୀର ଉତ୍ତର
୧। ନିମ୍ନପ୍ରଦତ୍ତ ଅଶୁଦ୍ଧ ଶବ୍ଦଗୁଡ଼ିକର ଶୁଦ୍ଧ ରୂପ ଲେଖ । (ପ୍ରଶ୍ନ ସହ ଉତ୍ତର)
Answer:
୨। ନିମ୍ନପ୍ରଦତ୍ତ ଶବ୍ଦଗୁଡ଼ିକରୁ କେଉଁଗୁଡ଼ିକ ଶୁଦ୍ଧ ଶବ୍ଦ, ଚିହ୍ନାଅ ।
ଆବିଷ୍କାର, ପର୍ବପର୍ବାଣୀ, ମଧ୍ୟରାତ୍ର, ଦାୟିତ୍ଵ, ଜୀବାଣୁ, ସ୍ଵଭାବିକ, ସ୍ଵୀକାର, ସରିସୃପ ।
Answer:
ଆବିଷ୍କାର, ମଧ୍ୟରାତ୍ର, ଦାୟିତ୍ଵ, ଜୀବାଣୁ, ସ୍ଵୀକାର
୩। ନିମ୍ନପ୍ରଦତ୍ତ ଶବ୍ଦଗୁଡ଼ିକ ମଧ୍ୟରୁ ଅଶୁଦ୍ଧ ଶବ୍ଦଗୁଡ଼ିକୁ ପୃଥକ୍ ଭାବରେ ବାଛି ଲେଖ ।
ପରିଚ୍ଛଦ, ତପସ୍ବିନୀ, ପୁଷ୍ପାଞ୍ଜଳି, ପାବନୀ, ପାଚେରୀ, ପରିଛେଦ, ବିଶ୍ବଜନିନ, ଅଭିସେକ, ମଧ୍ୟରାତ୍ରି, ପାଟବତା, ନିଘୋଷୀ, ମହାରାଜା ।
Answer:
ପାଚେରୀ, ବିଶ୍ୱଜନିନ, ଅଭିସେକ, ମଧ୍ୟରାତ୍ରି, ପାଟବତା, ନିଘୋଷୀ, ମହାରାଜା