BSE Odisha 7th Class Odia Solutions Chapter 16 ବିପନ୍ନର ଉଦ୍ଧାର

Odisha State Board BSE Odisha 7th Class Odia Solutions Chapter 16 ବିପନ୍ନର ଉଦ୍ଧାର Textbook Exercise Questions and Answers.

BSE Odisha Class 7 Odia Solutions Chapter 16 ବିପନ୍ନର ଉଦ୍ଧାର

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
ଉତ୍ତର କୁହ ।
(କ) ବ୍ରିଗ୍‌ବେନ୍‌ରୁ ଉଡ଼ାଜାହାଜଟି କେଉଁଆଡ଼େ ଯାଉଥିଲା ?
Answer:
୧୯୩୭ ମସିହା ଫେବୃୟାରୀ ୧୯ ତାରିଖ ଦିନ ପୂର୍ବଦିନମାନଙ୍କ ପରି ଉଡ଼ାଜାହାଜଟି ବ୍ରିଗ୍‌ବେନ୍‌ରୁ ବାହାରି ସିଡ଼ନି ଅଭିମୁଖେ ଯାଉଥିଲା।

(ଖ) ଉଡ଼ାଜାହାଜରେ କେତେଜଣ ଯାତ୍ରୀ ଥିଲେ ?
Answer:
ଉଡ଼ାଜାହାଜରେ ସାତଜଣ ଯାତ୍ରୀ ଥିଲେ ।

(ଗ) ଓରିଲି କିଏ ?
Answer:
ବାର୍ତ୍ତାଡ଼ ଓରିଲି ଜଣେ ସାହସୀ ପରୋପକାରୀ ପଶୁପାଳକ । ଅଷ୍ଟ୍ରେଲିଆର ନିଉ ସାଉଥ୍ ଉଏଲସ୍‌ର ଉତ୍ତର ସୀମାରେ ଥ‌ିବା ଜନବସତିହୀନ ସୁଦୂର ବିସ୍ତୃତ ରୁକ୍ଷ ମାଳଭୂମି, ନିବିଡ଼ ଅରଣ୍ୟ ଓ ଦୁର୍ଗମ ଗିରିମାଳା ମଧ୍ଯରେ ତାଙ୍କର ବାସସ୍ଥାନ । ତାଙ୍କର ଘର ନିକଟରେ ବିମାନପଥ ଯାଇଥିବାରୁ ସେ ସମ୍ପର୍କିତ ଖବର ସଂଗ୍ରହ କରିବାରେ ତାଙ୍କର ଆଗ୍ରହ ଥିଲା ।

(ଘ) ଓରିଲିଙ୍କୁ ଦୁର୍ଗମ ଅରଣ୍ୟରେ କିଏ ବାଟ କଢ଼ାଇଲା ?
Answer:
ଉଡ଼ାଜାହାଜର ଦୁର୍ଘଟଣାସ୍ଥଳକୁ ଯିବାପାଇଁ ଓରିଲିଙ୍କ ମନରେ ଆଗ୍ରହ ସୃଷ୍ଟି ହୋଇଥିଲା । ଦୁର୍ଘଟଣାସ୍ଥଳଟି କିନ୍ତୁ ନିଉ ସାଉଥ୍ ଉଏଲସ୍‌ର ନିବିଡ଼ ଅରଣ୍ୟ ଓ ଦୁର୍ଗମ ଗିରିମାଳାର କୌଣସି ଏକ ଅଜ୍ଞାତ ସ୍ଥାନ ଥିଲା । ଓରିଲି ଏକାକୀ ସେହି ନିଖୋଜ ବିମାନ ଅନୁସନ୍ଧାନରେ ଦୁର୍ଭେଦ୍ୟ ଘଞ୍ଚ ବେତବଣ ଓ ଦୁର୍ଲକ୍ଷ୍ୟ ଘାଟି ଭିତର ଦେଇ ଆଗେଇ ଚାଲିଲେ । ତାଙ୍କର ଦୃଢ଼ପ୍ରତିଜ୍ଞ ମନୋଭାବ ତାଙ୍କୁ ଯେପରି ଅରଣ୍ୟରେ ବାଟ କଢ଼ାଇ ନେଉଥିଲା ।

(ଙ) ଇଂରେଜ ଯୁବକ ଜଣକ କିଏ ?
Answer:
ତ୍ୟାଗ ଓ ବୀରତ୍ଵର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ସେହି ଇଂରେଜ ଯୁବକ । ସେ ଦୁର୍ଘଟଣାଗ୍ରସ୍ତ ବିମାନର ଜଣେ ହତଭାଗ୍ୟ ଯାତ୍ରୀ ଥିଲେ । ଦୁର୍ଘଟଣାରୁ ଅଳ୍ପକେ ବର୍ତିଥ‌ିବା ଆହତ ଅନ୍ୟ ସାଥୀଦ୍ଵୟଙ୍କୁ ଉପଯୁକ୍ତ ସେବା ଓ ଚିକିତ୍ସାର ବନ୍ଦୋବସ୍ତ କରିବାଲାଗି ପର୍ବତ ପାଦଦେଶରେ ଥ‌ିବା ଜନବସତି ଅଞ୍ଚଳକୁ ସେ ଆଗେଇ ଯାଇଥିଲେ । ମାତ୍ର ଦୁର୍ଭାଗ୍ୟବଶତଃ ପର୍ବତ ଉପରୁ ଓହ୍ଲାଉଥ‌ିବା ବେଳେ ଗୋଡ଼ ଖସିଯିବାରୁ ସେ ପଚାଶ ଫୁଟ ତଳକୁ ଖସିପଡ଼ି ଭୟଙ୍କର ଭାବେ ଆହତ ହୋଇ ଗୋଟିଏ ଗଛମୂଳେ ବିଶ୍ରାମ ନେଉଥ‌ିବାବେଳେ ଶେଷନିଃଶ୍ଵାସ ତ୍ୟାଗ କରିଥିଲେ ।

(ଚ) ଲେଖକ କେଉଁ ସ୍ଥାନଟିକୁ ମାନବ ଜାତିର ଏକ ତୀର୍ଥଭୂମି ବୋଲି କହିଛନ୍ତି ?
Answer:
ମହାନ୍ ତ୍ୟାଗ ଓ ଅସାଧାରଣ ବୀରତ୍ଵ ପ୍ରଦର୍ଶନ କରି ଇଂରେଜ ଯୁବକଜଣକ ଦୁର୍ଘଟଣାଗ୍ରସ୍ତ ବିମାନର ଅନ୍ୟ ଦୁଇ ଆହତ ଯାତ୍ରୀଙ୍କପାଇଁ ସାହାଯ୍ୟ ଓ ସେବା ଯୋଗାଇ ସେମାନଙ୍କୁ ନିଶ୍ଚିତ ମୃତ୍ୟୁମୁଖରୁ ଉଦ୍ଧାର କରିବା ପାଇଁ ଦୁର୍ଗମ ଗିରିପଥ ଦେଇ ଅଗ୍ରସର ହେଲେ । ମାତ୍ର ଶିଳାବନ୍ଧୁର ପଥରେ ତାଙ୍କର ଗୋଡ଼ ଖସିଯିବାରୁ ଅସହାୟଭାବେ ସେ ମଧ୍ୟ ମୃତ୍ୟୁବରଣ କଲେ । ଅଷ୍ଟ୍ରେଲିଆର ଜନସଞ୍ଚାରହୀନ ପର୍ବତ ଓ ଘଞ୍ଚ ଅରଣ୍ୟାନୀ ମଧ୍ୟରେ ଯେଉଁ ଶିଳା ଉପରେ ସେହି ଇଂରେଜ ଯୁବକଙ୍କର ପ୍ରାଣବାୟୁ ବାହାରି ଯାଇଥିଲା ସେହିଠାରେ ଏକ ସମାଧ୍ ନିର୍ମିତ ହେଲା । ସେ ସ୍ଥାନ ଆଜି ମାନବ ଜାତିର ତୀର୍ଥଭୂମି ।

BSE Odisha 7th Class Odia Solutions Chapter 16 ବିପନ୍ନର ଉଦ୍ଧାର

Question ୨।
ଦୁଇ ବା ତିନୋଟି ବାକ୍ୟରେ ଉତ୍ତର ଲେଖ ।
(କ) ଓରିଲି ବିମାନ ଦୁର୍ଘଟଣା ବିଷୟରେ ଜାଣିବାପାଇଁ ଆଗ୍ରହୀ ହେଲେ କାହିଁକି ?
Answer:
ଓରିଲି ଜଣେ ପଶୁପାଳକ ହୋଇଥିଲେ ମଧ୍ୟ ରେଡ଼ିଓ ଶୁଣିବା ଓ ସମ୍ବାଦପତ୍ରରୁ ସମ୍ବାଦ ଜାଣିବାରେ ତାଙ୍କର ଆଗ୍ରହ ଥିଲା । ତାଙ୍କ ଘର ନିକଟରେ ବିମାନପଥ ଯାଇଥିବାରୁ ବିମାନ ଦୁର୍ଘଟଣା ସମ୍ପର୍କିତ ସମ୍ବାଦ ସଂଗ୍ରହ କରିବାକୁ ସେ ଅଧିକ ଆଗ୍ରହୀ ଥିଲେ । ଏତଦ୍‌ଭିନ୍ନ ତାଙ୍କୁ ସେହି ପାର୍ବତ୍ୟ ଅଞ୍ଚଳର ଅନେକ ବିଷୟ ଜଣାଥିଲା ।

(ଖ) ଓରିଲି କେଉଁ ନିଷ୍ପଭି ନେଲେ ?
Answer:
ପର୍ବତର ଉଚ୍ଚତା ଏବଂ ମେଘ ଓ ବାୟୁସ୍ରୋତର ଅନିଶ୍ଚିତ ଗତି ଇତ୍ୟାଦି ବିଷୟ ବିଚାର କରି ଓରିଲି ଅନୁମାନ କରିଥିଲେ ହୁଏତ ଝଡ଼ତୋଫାନରେ ଉଡ଼ାଜାହାଜଟି ସେହି ଦୁର୍ଭେଦ୍ୟ ଅରଣ୍ୟ ମଧ୍ୟରେ କେଉଁଠି ଖସିପଡ଼ିଥ‌ିବ ଓ ପାହାଡ଼ ଦେହରେ ପିଟି ହୋଇ ଧ୍ଵଂସ ପାଇଯାଇଥବ । ଏହି ସିଦ୍ଧାନ୍ତରେ ଉପନୀତ ହୋଇ ସେ ସଙ୍ଗେ ସଙ୍ଗେ ଏକାକୀ ନିଖୋଜ ବିମାନ ଅନୁସନ୍ଧାନରେ ଯିବାପାଇଁ ନିଷ୍ପତ୍ତି ନେଲେ ।

(ଗ) ଓରିଲି ଓ ଇଂରେଜ ଯୁବକଙ୍କୁ କାହିଁକି ମହନୀୟ ଚରିତ୍ର କୁହାଯାଇଛି
Answer:
ବାର୍ତ୍ତାଡ଼ ଓରିଲି ଓ ଇଂରେଜ ଯୁବକ ଦୁହେଁ ତ୍ୟାଗ, ମାନବିକ ମୂଲ୍ୟବୋଧ ଓ ଅପୂର୍ବ ସାହସିକତା ଯେଉଁ ଅନୁପମ ମହତ୍ତ୍ଵ ପ୍ରଦର୍ଶନ କରିଛନ୍ତି ତାହା ମାନବ ଜାତିର ଇତିହାସରେ ଚିରକାଳ ଲିପିବଦ୍ଧ ହୋଇ ରହିବ । ଓରିଲି ଦୁର୍ଘଟଣାସ୍ଥଳରେ ପହଞ୍ଚି ଦୁଇ ଆହତ ମୁମୂର୍ଷୁ ଯାତ୍ରୀଙ୍କ ପାଇଁ ଆଶୁ ଚିକିତ୍ସା ଓ ସେବାର ବ୍ୟବସ୍ଥା କରି ସେମାନଙ୍କୁ ନିଶ୍ଚିତ ମୃତ୍ୟୁମୁଖରୁ ରକ୍ଷା କରିଥିଲେ । ସେହିପରି ଦୁର୍ଘଟଣାରୁ ବର୍ତ୍ତିଯାଇଥବା ତିନି ଆହତ ଯାତ୍ରୀଙ୍କ ମଧ୍ୟରୁ ସାଥୀଦ୍ଵୟଙ୍କୁ ସାହାଯ୍ୟ କରିବାକୁ ଯାଇ ଇଂରେଜ ଯୁବକ ଜଣକ ନିକଟସ୍ଥ ଜନବସତି ଅଞ୍ଚଳକୁ ଯାଉଥିବାବେଳେ ବନ୍ଧୁର ଗିରିପଥ ମଧ୍ଯରେ ପୁନର୍ବାର ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରିଥିଲେ ।

(ଘ) ‘ବୀର ଯୁବକ ! ମୃତ୍ୟୁ ତୁମକୁ ଅମର କରିଛି?’ ଏକଥା କିଏ, କାହାକୁ ଓ କାହିଁକି କହିଛନ୍ତି ?
Answer:
ଇଂରେଜ ଯୁବକ ଜଣକ ଦୁର୍ଘଟଣାଗ୍ରସ୍ତ ବିମାନର ଅନ୍ୟ ଆହତ ସାଥୀଦ୍ଵୟଙ୍କ ପ୍ରାଣ ବଞ୍ଚାଇବାପାଇଁ ଯେଉଁ ଦୁଃସାହସିକ ପଦକ୍ଷେପ ନେଇଥିଲେ ତା’ର ତୁଳନା ନାହିଁ । ନିଜେ ଆହତ ହୋଇଥିଲେ ମଧ୍ୟ ସହଯାତ୍ରୀଦ୍ୱୟଙ୍କ ପାଇଁ ସାହାଯ୍ୟ ଓ ସେବାର ବ୍ୟବସ୍ଥା କରିବାକୁ ସେ ନିକଟବର୍ତ୍ତୀ ଜନବସତି ଆଡ଼କୁ ଆଗେଇ ଯାଇଥିଲେ । ଗୋଟିଏ ଝରଣା ପାର ହୋଇ, ଶୈବାଳ ଜଡ଼ିତ ପିଚ୍ଛିଳ ପ୍ରସ୍ତର ଉପରେ ପଡ଼ିଉଠି ଦ୍ରାକ୍ଷାଲତାକୁ ଆଶ୍ରୟ କରି ଆଗେଇ ଯାଉଥ‌ିବାବେଳେ ହଠାତ୍ ଗୋଡ଼ ଖସିଯିବାରୁ ପଚିଶ ଫୁଟ ତଳକୁ ଗଳିପଡ଼ିଲେ । ଶିଳା ଦେହରେ ପିଟି ହୋଇ ତାଙ୍କର ମୁଣ୍ଡ ଫାଟିଗଲା ଓ ଗୋଟିଏ ଆଖ୍ ପଦାକୁ ବାହାରି ପଡ଼ିଲା ଏବଂ ହାତର କଚଟି ଭାଙ୍ଗିଗଲା । ସଂଜ୍ଞା ଫେରିଲା ପରେ ଗୋଟିଏ ଗଛମୂଳେ ବିଶ୍ରାମ ନେଉଥ‌ିବାବେଳେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ତାଙ୍କର ସେହି ଅସାଧାରଣ ବୀରତ୍ଵ ଓ ଆତ୍ମତ୍ୟାଗରେ ଅଭିଭୂତ ହୋଇ ଲେଖକ ତାଙ୍କ ମହାନତାର ଉଚ୍ଚ ପ୍ରଶଂସା କରିଛନ୍ତି ଓ ତାଙ୍କ ମହନୀୟ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପାଠକମାନଙ୍କ ଉଦ୍ଦେଶ୍ୟରେ ଏହି ଉକ୍ତିଟି କହିଛନ୍ତି ।

(ଡ) ଓରିଲିଙ୍କଠାରୁ କେଉଁ ମହତଗୁଣ ଆମେ ଶିକ୍ଷା କଲୁ ?
Answer:
ଦୁର୍ଘଟଣାଗ୍ରସ୍ତ ବିମାନର କୌଣସି ଯାତ୍ରୀ କାଳେ ବଞ୍ଚିଯାଇଥ‌ିବେ ଏବଂ କାଳେ ବଞ୍ଚାଇବା ସମ୍ଭବ ହେବ ଏହା ଭାବି ଦୁର୍ଗମ ଅରଣ୍ୟ ଓ ଦୁର୍ଭେଦ୍ୟ ମାଳଭୂମି ମଧ୍ୟଦେଇ ଓରିଲି ହୁର୍ଘଟଣାସ୍ଥଳ ଅନୁସନ୍ଧାନରେ ବାହାରି ଯାଇଥିଲେ । ଆହତ ଦୁଇ ଯାତ୍ରୀଙ୍କ ଜୀବନ ରକ୍ଷା କରିବାପାଇଁ ସେ ଯେପରିଭାବେ ଅନାହାରରେ ଗୋଟିଏ ରାତି କଟାଇଥିଲେ ଏବଂ ନିଜେ ବହୁ କଷ୍ଟ ସ୍ୱୀକାର କରିଥିଲେ ତା’ର ତୁଳନା ନାହିଁ । ଶେଷରେ ସେ ମଧ୍ୟ ଯାତ୍ରୀଦ୍ୱୟଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ । ବିପଦଗ୍ରସ୍ତ ବ୍ୟକ୍ତିକୁ ସାହାଯ୍ୟ କରିବା ଏବଂ ଏଥିପାଇଁ ଆବଶ୍ୟକ ହେଲେ ଦୈହିକ କଷ୍ଟ ସ୍ୱୀକାର କରିବା ପରି ମହତଗୁଣ ଆମେ ଓରିଲିଙ୍କ ଚରିତ୍ରରୁ ଶିକ୍ଷା କରିଥାଉ ।

Question ୩।
ପୂର୍ବାପର ସମ୍ପର୍କ ସହ ସରଳ ଭାଷାରେ ବୁଝାଇ ଦିଅ ।
(କ) ମୃତ୍ୟୁ ତୁମକୁ ଅମର କରିଛି । ବିଫଳତା ତୁମକୁ ଗୌରବମଣ୍ଡିତ କରିଛି ।
Answer:
ମୃତ୍ୟୁ ତୁମକୁ ………………………… ଗୌରବମଶିତ କରିଛି।
ଶଂସିତ ଗଦ୍ୟାଶଟି ରାମକୃଷ୍ଣ ନନ୍ଦଙ୍କ ରଚିତ ‘ବିପନ୍ନର ଉଦ୍ଧାର’ ଶୀର୍ଷକ ଗଳ୍ପରୁ ଆନୀତ । ଏଠାରେ ଲେଖକ ଇଂରେଜ ଯୁବକଙ୍କ ମହନୀୟ ତ୍ୟାଗ ଓ ଅପୂର୍ବ-ବୀରତ୍ଵର ଭୂୟସୀ ପ୍ରଶଂସା କରିଛନ୍ତି । ଦୁର୍ଘଟଣାଗ୍ରସ୍ତ ବିମାନର ସାତଜଣ ଯାତ୍ରୀଙ୍କ ମଧ୍ୟରୁ ତିନିଜଣ ଆହତ ହୋଇଥିଲେ ମଧ୍ୟ ଇଂରେଜ ଯୁବକ ଜଣକ ଅନ୍ୟ ସହଯାତ୍ରୀଦ୍ଵୟଙ୍କ ଅବସ୍ଥା ସଙ୍କଟାପନ୍ନ ଲକ୍ଷ୍ୟକରି ସେମାନଙ୍କ ପାଇଁ ସେବା ଓ ଚିକିତ୍ସାର ବନ୍ଦୋବସ୍ତ କରିବାକୁ ନିକଟବର୍ତ୍ତୀ ଜନବସତି ଅଞ୍ଚଳକୁ ବାହାରି ପଡ଼ିଲେ । ପାହାଡ଼ ଉପରୁ ତିନିହଜାର ଫୁଟ ତଳକୁ ଓହ୍ଲାଇବା ଯେ କେତେ କଷ୍ଟସାଧ୍ୟ ତାହା ସେ ଜାଣିନଥୁଲେ ସୁଦ୍ଧା ମନରେ ଅସୀମ ସାହସ, ଅପୂର୍ବ ବୀରତ୍ଵ ପ୍ରଦର୍ଶନ କରି କର୍ତ୍ତବ୍ୟ ପଥରେ ଅଗ୍ରସର ହେଲେ । ଝରଣାଟିଏ ପାରି ହୋଇ, ଶିଉଳିଲଗା ପଥର ଉପରେ ପଡ଼ିଉଠି ଓ ଏକ ଦ୍ରାକ୍ଷାଲତାକୁ ଆଶ୍ରୟ କରି ଆଗେଇ ଯାଉଥିବାବେଳେ ହଠାତ୍ ଗୋଟିଏ ସ୍ଥାନରେ ଗୋଡ଼ ଖସିଯିବାରୁ ସେ ପଚିଶଫୁଟ ତଳକୁ ଖସି ପଡ଼ିଲେ ।

କଠିନ ବନ୍ଧୁର ଶିଳାରେ ପିଟି ହୋଇ ତାଙ୍କର ମୁଣ୍ଡ ଫାଟିଗଲା, ଗୋଟିଏ ଆଖୁ ପଦାକୁ ବାହାରି ପଡ଼ିଲା ଏବଂ ହାତର କଚଟି ଭାଙ୍ଗିଗଲା । କିଛିକ୍ଷଣ ଅଚେତ୍ ରହିବା ପରେ ସଂଜ୍ଞା ଫେରି ଆସିବାରୁ ବହୁ କଷ୍ଟରେ କିଛିବାଟ ଯାଇ ଏକ ଗଛମୂଳେ ବିଶ୍ରାମ ନେଲେ । ମାତ୍ର ସେହିଠାରେ ତାଙ୍କ ପ୍ରାଣବାୟୁ ଉଡ଼ିଗଲା । ତାଙ୍କର ଏତାଦୃଶ ସାହସ, ବୀରତ୍ଵ ଓ ଆତ୍ମତ୍ୟାଗରେ ଅଭିଭୂତ ହୋଇ ଲେଖକ କହିଥିଲେ ଯେ ଯଦିଓ ସେ ଯେଉଁ ମହାନ୍ ଲକ୍ଷ୍ୟ ନେଇ ଅଗ୍ରସର ହୋଇଥିଲେ ସେଥ‌ିରେ ବିଫଳ ହେଲେ ତଥାପି ତାଙ୍କର ସେହି ମହନୀୟତା ତାଙ୍କୁ ଗୌରବମଣ୍ଡିତ କରିଛି ଓ ମୃତ୍ୟୁବରଣ କରିଥିଲେ ମଧ୍ୟ ସେ ଚିର ଅମର ରହିଛନ୍ତି ।

(ଖ ) ନିମ୍ନମୁଖୀ ଜଳସ୍ରୋତ ଓ ଦୃଢ଼ପ୍ରତିଜ୍ଞ ସାଧକର କିଏ ଗତିରୋଧ କରିପାରିବ ?
Answer:
ନିମ୍ନମୁଖା ଜଳସ୍ରୋତ …………………………….. କରିପାରିବ ?
ପ୍ରୋକ୍ତ ଗଦ୍ୟାଶଟି ରାମକୃଷ୍ଣ ନନ୍ଦଙ୍କ ରଚିତ ‘ବିପନ୍ନର ଉଦ୍ଧାର’ ଶୀର୍ଷକ ଗଳ୍ପରୁ ଆନୀତ । ଏଠାରେ ଲେଖକ ସାଧନାରେ ସିଦ୍ଧିଲାଭ କରିବାପାଇଁ ବ୍ୟକ୍ତି ଦୃଢ଼ପ୍ରତିଜ୍ଞ ହେବା ଗୁରୁତ୍ଵପୂର୍ଣ୍ଣ ବୋଲି ଉଲ୍ଲେଖ କରିଛନ୍ତି । ବାର୍ତ୍ତାଡ଼ ଓରିଲି ଦୁର୍ଘଟଣାସ୍ଥଳକୁ ଯିବାପାଇଁ ନିଷ୍ପତ୍ତି ନେଲାପରେ ଦୁର୍ଗମ ଘାଟି ଓ ଦୁର୍ଭେଦ୍ୟ ଅରଣ୍ୟକୁ ହେୟଜ୍ଞାନ କରି ଲକ୍ଷ୍ୟପଥରେ ଆଗେଇ ଚାଲିଲେ । ଘଞ୍ଚ ବେତବଣ ଭିତର ଦେଇ ଯିବାବେଳେ କଣ୍ଟା ଫୁଟି ତାଙ୍କ ଶରୀର ରକ୍ତାକ୍ତ ହୋଇ ଯାଇଥିଲା । ଗନ୍ତବ୍ୟ ପଥରେ ଅଗ୍ରସର ହେଉ ହେଉ ସନ୍ଧ୍ୟା ହୋଇ ଯାଇଥିଲା । ଏକାକୀ ଥିଲେ ମଧ୍ୟ ସେହି ଭୟଙ୍କର ଅରଣ୍ୟ ମଧ୍ୟରେ ସେ ଅନାହାରରେ ରାତ୍ରିଯାପନ କଲେ ।

ପରଦିନ ସକାଳୁ ପୁନଶ୍ଚ ଦୁର୍ଘଟଣାସ୍ଥଳ ଦିଗରେ ଅଗ୍ରସର ହେବାକୁ ଲାଗିଲେ । ଲକ୍ଷ୍ୟସ୍ଥଳରେ ପହଞ୍ଚିବାପାଇଁ ସେ ସମସ୍ତ ଶାରୀରିକ କ୍ଳେଶକୁ ଖାତିର କରିନଥିଲେ । ନିମ୍ନମୁଖୀ ଜଳର ସ୍ରୋତ ଯେପରି ବାଧା ଓ ପ୍ରତିବନ୍ଧକକୁ ଅଚିରେ ଅତିକ୍ରମ କରିଥାଏ, ଠିକ୍ ସେହିପରି ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଦୃଢ଼ପ୍ରତିଜ୍ଞ ହୋଇଥିବା ଓରିଲିଙ୍କ ପାଇଁ ଶିଳାବନ୍ଧୁର, କଣ୍ଟକିତ ଘନ ଅରଣ୍ୟ କୌଣସି ପ୍ରତିବନ୍ଧକ ସୃଷ୍ଟି “ରିପାରି ନଥିଲା । ଏହି ପରିପ୍ରେକ୍ଷୀରେ ଲେଖକ କହିଛନ୍ତି ଯେ ଦୃଢ଼ ମନୋବଳ ଓ କଠୋର ପ୍ରତିଜ୍ଞା ନେଇ ସାଧନାରେ ବ୍ରତୀ ହେଲେ ସଫଳତା ନିଶ୍ଚିତ ମିଳିଥାଏ ।

(ଗ) ଓରିଲିଙ୍କ ଆକସ୍ମିକ ଆବିର୍ଭାବ ତାଙ୍କ ମୁମୂର୍ଷୁ ପ୍ରାଣରେ କି ଅପୂର୍ବ ସାହସ ଓ ଭରସା ଦେଇଥବ ତାହା କେବଳ ଅନୁଭବର କଥା ।
Answer:
ଓରିଲିଙ୍କ ………………………………………. ଅନୁଭବର କଥା ।
ଶଂସିତ ଗଦ୍ୟାଶଟି ରାମକୃଷ୍ଣ ନନ୍ଦଙ୍କ ରଚିତ ‘ବିପନ୍ନର ଉଦ୍ଧାର’ ଶୀର୍ଷକ ପ୍ରବନ୍ଧରୁ ଆନୀତ । ଏଠାରେ ଲେଖକ ବିମାନ ଦୁର୍ଘଟଣାରୁ ରକ୍ଷା ପାଇଯାଇଥବା ଓ ଅସହାୟ ଭାବେ ଅରଣ୍ୟ ମଧ୍ୟରେ ପଡ଼ିରହି ନିଶ୍ଚିତ ମୃତ୍ୟୁକୁ ଅପେକ୍ଷା କରିଥିବା ଆହତ ଯାତ୍ରୀଦ୍ବୟ ଓରିଲିଙ୍କ ଉପସ୍ଥିତିରେ କ’ଣ ଅନୁଭବ କରିଥିବେ ତାହା ବର୍ଣ୍ଣନା କରିଛନ୍ତି । ଦୁର୍ଘଟଣାଗ୍ରସ୍ତ ବିମାନର ସାତଜଣ ଯାତ୍ରୀଙ୍କ ମଧ୍ଯ ତିନିଜଣ ଅଳ୍ପକେ ମୃତ୍ୟୁମୁଖରୁ ରକ୍ଷା ପାଇଯାଇଥିଲେ ମଧ୍ୟ ଗଭୀର ଭାବେ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଗୁରୁତର ଭାବେ ଆହତ ହୋଇଥିଲେ ହେଁ ଇଂରେଜ ଯୁବକ ଜଣକ ସାଥୀ ସହଯାତ୍ରୀ ଦ୍ଵୟଙ୍କ ପାଇଁ ସେବା, ଚିକିତ୍ସାର ବନ୍ଦୋବସ୍ତ କରିବାକୁ ଯାଇ ବାଟରେ ପ୍ରାଣ ହରାଇଥିଲେ ।

ଅନ୍ୟ ଦୁଇଜଣ ମୁମୂର୍ଷୁ ଅବସ୍ଥାରେ ଯନ୍ତ୍ରଣାରେ ଛଟପଟ ହୋଇ ମୃତ୍ୟୁକୁ ଅପେକ୍ଷା କରି ପଡ଼ିରହିଥିଲେ । ଅନାହାରରେ ଦୀର୍ଘ ନଅଦିନ କାଳ ପଡ଼ିରହିବା ପରେ ଓରିଲିଙ୍କୁ ସମ୍ମୁଖରେ ଦେଖୁ ସେମାନେ ନିଜ ଆଖୁକୁ ବିଶ୍ଵାସ କରିପାରି ନଥିଲେ । ମୃତ୍ୟୁ ସୁନିଶ୍ଚିତ ବୋଲି ଜାଣିଥୁବା ଆହତ ଯାତ୍ରୀଦ୍ଵୟଙ୍କ ପାଇଁ ଓରିଲିଙ୍କ ଆବିର୍ଭାବ ଭଗବାନଙ୍କର ଆଶୀର୍ବାଦ ସଦୃଶ ଥିଲା । ସେମାନେ ଓରିଲିଙ୍କୁ ଦେଖ୍ ଆଶ୍ୱସ୍ତ ହୋଇଥିଲେ । ଏପରି ଏକ ଅପନ୍ତରା ଅଞ୍ଚଳରେ ତାଙ୍କ ଜୀବନରକ୍ଷା କରିବାକୁ କେହି ଜଣେ ଉପସ୍ଥିତ ହେବ ଏହା ତାଙ୍କ କଳ୍ପନାର ବାହାରେ ଥିଲା । ତେଣୁ ଓରିଲିଙ୍କୁ ଦେଖ୍ ସେମାନଙ୍କ ମୁମୂର୍ଷୁ ପ୍ରାଣରେ ସାହସ ଓ ଭରସା ଆସିଯାଇଥିଲା ।

BSE Odisha 7th Class Odia Solutions Chapter 16 ବିପନ୍ନର ଉଦ୍ଧାର

Question ୪।
ଦିଆଯାଇଥ‌ିବା ଶବ୍ଦଗୁଡ଼ିକର ବିପରୀତାର୍ଥବୋଧକ ଶବ୍ଦ ଲେଖ ।
ନିପରି, ଦୁର୍ଗମ, ସାହସୀ, ନିକଟ, ଅନିଶ୍ଚିତ, ଧ୍ୱଂସ, ଶୂନ୍ୟତା, ଆଚ୍ଛାଦିତ, ଅଗ୍ରସର, ହତଭାଗ୍ୟ, ଜୀବିତ, ଅବସନ୍ନ, ଅନାହାର
Answer:
ନିପରି – ସମ୍ପତ୍ତି
ଦୁର୍ଗମ – ସୁଗମ
ସାହସୀ – ଭୀରୁ
ନିକଟ – ଦୂର
ଅନିଶ୍ଚିତ – ସୁନିଶ୍ଚିତ / ନିଣ୍ଠିତ
ଧ୍ୱଂସ – ସୃଷ୍ଟି
ଶୂନ୍ୟତା – ପୂର୍ଣ୍ଣତା
ଆଚ୍ଛାଦିତ – ଅନାଚ୍ଛାଦିତ
ଅଗ୍ରସର – ଅନଗ୍ରସର
ହତଭାଗ୍ୟ – ଭାଗ୍ୟବାନ / ଭାଗ୍ୟବନ୍ତ
ଜୀବିତ – ମୃତ
ଅବସନ୍ନ – ପ୍ରସନ୍ନ
ଅନାହାର – ପୂର୍ଣ୍ଣାହାର

Question ୫ ।
ଦିଆଯାଇଥ‌ିବା ଶବ୍ଦଗୁଡ଼ିକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ ।
ଗିରି, ବ୍ୟୋମ, ଅରଣ୍ୟ, ଶିଳା, ପଥ, ତଡ଼ିତ୍‌, ମୃତ୍ୟୁ, ତରୁ, ବାୟୁ
Answer:
ଗିରି – ଶିଖରା, ଶୈଳ
ବ୍ୟୋମ – ନଭ, ଆକାଶ
ଅରଣ୍ୟ – ବନ,ଅଟବା,ବିପିନ
ଶିଳା – ପଥର, ପ୍ରସ୍ତର
ପଥ – ବାଟ, ରାସ୍ତା
ତଡ଼ିତ୍‌ – ବିଦ୍ୟୁତ୍, ବିଜୁଳି, ଚପଳା
ମୃତ୍ୟୁ – ମରଣ, ମହାଯାତ୍ରା
ତରୁ – ଗଛ, ବୃକ୍ଷ
ବାୟୁ – ପବନ, ସମାର

Question ୬।
କୂଳେ କୂଳେ, ଧାରେ ଧାରେ ପରି ଆଉ ପାଞ୍ଚୋଟି ଯୁଗ୍ମ ଶବ୍ଦ ଲେଖ ।
Answer:
ପାଖେ ପ.ଖେ, କଡ଼େ କଡ଼େ, ଆଗେ ଆଗେ, ପଛେ ପଛେ, ପରେ ପରେ

BSE Odisha 7th Class Odia Solutions Chapter 16 ବିପନ୍ନର ଉଦ୍ଧାର

Question ୭।
ନିମ୍ନଲିଖୂତ ଏକବଚନଗୁଡ଼ିକୁ ବହୁବଚନରେ ପରିଣତ କର । ଉଦାହରଣ : ବାଳକ (ଏକବଚନ) – ବାକମାନେ (ବହୁବଚନ)
ସେହିପରି କ’ଣ ହେବ ? – ଯାତ୍ରୀ, ବିମାନ, ପର୍ବତ, ଘୋଡ଼ାଟିଏ, ତାଙ୍କର, ତାଙ୍କୁ, ମୋତେ, ତୁମକୁ, ସେ, ଯୁବକ ।
Answer:
ଯାତ୍ରୀ – ଯାତ୍ରୀମାନେ / ଯାତ୍ରୀଗଣ
ପର୍ବତ – ପର୍ବତମାନେ / ପର୍ବତଗୁଡ଼ିକ
ତାଙ୍କର – ସେମାନଙ୍କର
ମୋତେ – ଆମ୍ଭମାନଙ୍କୁ / ଆମମାନଙ୍କୁ
ସେ – ସେମାନେ
ବିମାନ – ବିମାନଗୁଡ଼ିକ
ଘୋଢ଼ାଟିଏ – ଘୋଡ଼ାମାନେ
ତାଙ୍କୁ – ସେମାନଙ୍କୁ
ତୁମକୁ – ତୁମମାନଙ୍କୁ / ତୁମ୍ଭମାନଙ୍କୁ
ଯୁବକ – ଯୁବକମାନେ

ତୁମପାଇଁ କାମ :

ବିପନ୍ନର ଉଦ୍ଧାର କାହାଣୀ ପରି ଆଉ କେତୋଟି ଦୁଃସାହସିକ କାହାଣୀ ସଂଗ୍ରହ କରି ପଢ଼ ।
ରାମକୃଷ୍ଣ ନନ୍ଦଙ୍କର ଅନ୍ୟାନ୍ୟ ଲେଖାଗୁଡ଼ିକ ସଂଗ୍ରହ କରି ଓ ପଢ଼ ।
Answer:
ପିଲାମାନେ ଶିକ୍ଷକ ବା ଅଭିଭାବକଙ୍କ ପରାମର୍ଶ ନେଇ ନିଜେ କରିବେ ।

ଅଭ୍ୟାସ ପାଇଁ ଅତିରିକ୍ତ ପ୍ରଶ୍ନୋତ୍ତର

ସଂକ୍ଷିପ୍ତ ପ୍ରଶ୍ନେ।ଉର

Question ୧।
‘ଓରିଲି’ ଦୁର୍ଘଟଣାଗ୍ରସ୍ତ ବିମାନଟିକୁ କିପରି ଠାବ କରିଥିଲେ ?
Answer:
‘ଓରିଲି’ଙ୍କର ବୈଜ୍ଞାନିକ ଗବେଷଣା ମନୋଭାବ ଥିଲା। ତେଣୁ ପର୍ବତଶ୍ରେଣୀର ଉଚ୍ଚତା, ମେଘ ଓ ବାୟୁସ୍ରୋତର ଅନିଶ୍ଚିତ ଗତି ଆଜି କେତେକ କଥା ବିଚାର କରି ବିମାନଟି ଦୁର୍ଭେଦ୍ୟ ଅରଣ୍ୟ ମଧ୍ୟରେ ପଡ଼ିଥିବବୋଲି ଅନୁମାନ କରିଥିଲେ । ନିଷ୍ଠା ଓ ଅଧବସାୟ କେବେ ବ୍ୟର୍ଥ ହୁଏ ନାହିଁ। ନିଜେ ଏକୁଟିଆ ନିବିଡ଼ ବେତବଣ, ଦୁର୍ଲର୍ଘ୍ୟ ଘାଟି ଏବଂ ଘଞ୍ଚ ଜଙ୍ଗଲ ଦେଇ ବହୁ କଷ୍ଟରେ ଆଗେଇ ଥିଲେ। ପର୍ବତର ଗୋଟିଏ ଉଚ୍ଚ କାନ୍ଥ ଉପରୁ ବହୁ ଦୂରରେ ସବୁଜ ଆଚ୍ଛାଦନ ଉପରେ ବାଦାମିରଙ୍ଗର ଦୃଶ୍ୟ ଦେଖି ତାଙ୍କର ସନ୍ଦେହ ଦୃଢ଼ୀଭୂତ ହେଲା। ବିଦ୍ୟୁତ୍ କିମ୍ବା ପେଟ୍ରୋଲ ଯୋଗେ ଜଙ୍ଗଲରେ ନିଆଁ ଲାଗିଛି ଏବଂ ତାହାହିଁ ବିମାନଟିର ଧ୍ବଂସସ୍ଥଳୀ ବୋଲି ସେ ନିଶ୍ଚିତ ହେଲେ ଏବଂ ଶେଷରେ ବିମାନଟିକୁ ଠାବ କରିପାରିଥଲୋ

Question ୨।
ଆହତ ଯାତ୍ରୀ ଦୁଇଜଣଙ୍କୁ ‘ଓରିଲି’ କିପରି ସାହାଯ୍ୟ କରିଥିଲେ ?
Answer:
‘ଓରିଲି’ ବହୁ କଷ୍ଟ ସ୍ୱୀକାର କରି ଆହତ ଯାତ୍ରୀଙ୍କ ନିକଟରେ ପହଞ୍ଚିଥିଲେ। ସେମାନେ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ନଅଦିନ କାଳ ଶୀତବର୍ଷା ସହି, ଅନାହାର ଓ ଅବସନ୍ନ ଅବସ୍ଥାରେ ପଡ଼ିରହି ମୃତ୍ୟୁସହ ସଂଗ୍ରାମ କରୁଥିଲେ। ଓରିଲି ସାଙ୍ଗେ ସାଙ୍ଗେ ଚା’ ଓ ଖାଦ୍ୟ ପ୍ରସ୍ତୁତକରି ସେମାନଙ୍କୁ ଦେଲେ। ସେମାନଙ୍କର ଚିକିତ୍ସା ନିମନ୍ତେ ପୁନର୍ବାର ସେହି ଦୁର୍ଗମ ପାହାଡ଼ିଆ ଜଙ୍ଗଲ ଦେଇ ସହରକୁ ଫେରିଲେ । ସେତେବେଳେ ତାଙ୍କ ମନରେ ଶତଗୁଣ ସାହସ ଓ ଶତସିଂହର ବଳ ଆସିଗଲା । ପ୍ରାୟ ଅଶୀଜଣ ସ୍ଵେଚ୍ଛାସେବକ, ଡାକ୍ତର ଔଷଧପତ୍ରନେଇ ସେ ବିପନ୍ନ ଯାତ୍ରୀ ଦୁଇଜଣଙ୍କୁ ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା କରିପାରିଥିଲେ ।

BSE Odisha 7th Class Odia Solutions Chapter 16 ବିପନ୍ନର ଉଦ୍ଧାର

Question ୩।
‘ବିପନ୍ନର ଉଦ୍ଧାର’ ଗଳ୍ପରେ ମହନୀୟ ଚରିତ୍ର ବୋଲି କେଉଁ ଦୁଇଜଣଙ୍କୁ କୁହାଯାଇଛି ?
Answer:
‘ବିପନ୍ନର ଉଦ୍ଧାର’ ଗଳ୍ପରେ ଗାଳ୍ପିକ ରାମକୃଷ୍ଣ ନନ୍ଦ ପଶୁପାଳକ ‘ଓରିଲି’ ଏବଂ ଇଂରେଜ ଯୁବକଙ୍କୁ ମହନୀୟ ଚରିତ୍ର ଭାବେ ଚିତ୍ରଣ କରିଛନ୍ତି| ଏ ଦୁଇଜଣଙ୍କର ଅପୂର୍ବ ସାହସ, ଧୈର୍ଯ୍ୟ, ତ୍ୟାଗ ଓ ମାନବିକ ମୂଲ୍ୟବୋଧ ପ୍ରକୃତରେ ଅତୁଳନୀୟ। ଓରିଲି ଜଣେ ସାଧାରଣ ପଶୁପାଳକ ହେଲେ ମଧ୍ୟ ଦୁର୍ଘଟଣାର ଖବର ରଖ୍ ନିଜେ ଏକା ଏକା ଦୁର୍ଗମ ଅରଣ୍ୟ ଓ ବିପଦସଙ୍କୁଳ ପରିବେଶ ଭିତରେ ବହୁ କଷ୍ଟ ସହ ଆହତ ଯାତ୍ରୀଙ୍କଠାରୁ ଠାବ କରିଥିଲେ। ନିଜର ନିଷ୍ଠା ଓ କଠୋର ସାଧନ ବଳରେ ଦୁଇ ଆହତ ଯାତ୍ରୀଙ୍କୁ ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚାଇଥିଲେ । ଇଂରେଜ ଯୁବକ ଜଣକ ସାଥୀଦ୍ଵୟଙ୍କୁ ସାହାଯ୍ୟ କରିବାପାଇଁ ସାହସର ସହିତ ପର୍ବତ ଉପରୁ ଓହ୍ଲାଇ ଆସି ନିକଟସ୍ଥ ଜନବସତି ଖୋଜୁଥ‌ିବାବେଳେ ପ୍ରାଣତ୍ୟାଗ କରିଥିଲେ । ପାଦଚିହ୍ନରୁ ତାଙ୍କର ଅସାମାନ୍ୟ ତ୍ୟାଗ ଓ ବୀରତ୍ଵର କାହାଣୀ ଜାଣିବାକୁ ମିଳିଥିଲା ।

ଅତି ସଂକ୍ଷିପ୍ତ ପ୍ରଶ୍ନେ।ତ୍ତର :

Question ୧ ।
ବିମାନଟି କେଉଁ ସହରରୁ ବାହାରି କେଉଁ ସହରକୁ ବାହାରିଥିଲା ?
Answer:
ବ୍ରିସବେନ୍ ସହରରୁ ସାତଜଣ ଯାତ୍ରୀ ନେଇ ବିମାନଟି ସେଦିନ ସିଡ୍‌ନି ଅଭିମୁଖେ ବାହାରିଥିଲା ।

Question ୨ ।
ଦୁର୍ଘଟଣାର ଆଶଙ୍କା କରି କେତୋଟି ବିମାନ ଅନ୍ଵେଷଣ କାର୍ଯ୍ୟରେ ବାହାରିଲେ ?
Answer:
ଦୁର୍ଘଟଣାର ଆଶଙ୍କା କରି ଅଠେଇଶଟି ବିମାନ ଅନ୍ଵେଷଣ କାର୍ଯ୍ୟରେ ବାହାରିଲେ।

Question ୩ ।
ଓରିଲି କିଏ ଓ ସେ କେଉଁ ଅଞ୍ଚଳରେ ବାସ କରୁଥିଲେ ?
Answer:
ଓରିଲି ଜଣେ ପଶୁପାଳକ ସେ ନିଉ ସାଉଥ୍ ଉଏଲସ୍‌ର ଉତ୍ତର ସୀମାରେ ଜନବସତିହୀନ ଏକ ରୁକ୍ଷ ମାଳଭୂମି

Question ୪ ।
ଓରିଲି ବିମାନ ଦୁର୍ଘଟଣା ସମ୍ପର୍କରେ କିପରି ଜାଣିଲେ ?
Answer:
ଓରିଲି ରେଡ଼ିଓରୁ ଓ ସମ୍ବାଦପତ୍ରରୁ ବିମାନ ଦୁର୍ଘଟଣା ସମ୍ପର୍କରେ ଜାଣିଥିଲେ।

Question ୫ ।
ଗଛକୁ ଆଉଜି ବସିଥିବା ମୃତ ଲୋକଙ୍କୁ ଦେଖୁ ଓରିଲି କ’ଣ ଭାବିଲେ ?
Answer:
ଓରିଲି ଲୋକଟିକୁ ଦେଖୁ ସେ ବୁଝିନେଲେ ଏ ସେହି ବିମାନର ହତଭାଗ୍ୟ ଯାତ୍ରୀ।

BSE Odisha 7th Class Odia Solutions Chapter 16 ବିପନ୍ନର ଉଦ୍ଧାର

Question ୬ ।
କେତେଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ?
Answer:
ସାତଜଣଙ୍କ ମଧ୍ୟରୁ ଚାରିଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ।

Question ୭ ।
ଓରିଲିଙ୍କୁ ଦେଖୁ ଯନ୍ତ୍ରଣା ଜର୍ଜରିତ ବ୍ୟକ୍ତିଦ୍ୱୟଙ୍କ ମନରେ କିପରି ପରିବର୍ତ୍ତନ ହେଲା ?
Answer:
ଓରିଲିଙ୍କୁ ଦେଖୁ ସେମାନଙ୍କ ପିଣ୍ଡରେ ସତେ ଯେପରି ନବଜୀବନର ସଂଚାର ହେଲା।

Question ୮।
ଓରିଲି ଦୁର୍ଘଟଣାଗ୍ରସ୍ତ ସେହି ଦୁଇଜଣ ବ୍ୟକ୍ତିଙ୍କୁ ବଞ୍ଚାଇବା ପାଇଁ କ’ଣ କଲେ ?
Answer:
ଓରିଲି ସେହି ଦୁଇଜଣ ବ୍ୟକ୍ତିଙ୍କୁ ବଞ୍ଚାଇବାପାଇଁ ତୁରନ୍ତ ସେହି ପାହାଡ଼ ଜଙ୍ଗଲପୂର୍ଣ୍ଣ ଦୁର୍ଗମ ପଥରେ ଫେରିଲେ। ପାହାଡ଼ ତଳେ ଗୋଟିଏ ଛୋଟ ଗ୍ରାମରେ ପହଞ୍ଚି ସେଠାରୁ ଘୋଡ଼ାଟିଏ ନେଇ ନିକଟସ୍ଥ ସହରରେ ପହଞ୍ଚି ସବୁ ଘଟଣା ଜଣାଇଲେ ।

Question ୯ ।
ଓରିଲି ସହରରେ ସମ୍ବାଦ ଦେବା ପରେ କ’ଣ ହେଲା ?
Answer:
ଓରିଲିଙ୍କଠାରୁ ସମ୍ବାଦ ପାଇ ପ୍ରାୟ ଅଶୀଜଣ ସ୍ଵେଚ୍ଛାସେବକ ସଙ୍ଗରେ ଡାକ୍ତର ଓ ଔଷଧପତ୍ର ନେଇ ଅତ୍ୟନ୍ତ ଆୟାସ ସହକାରେ ପର୍ବତ ଉପରୁ ସେଇ ଦୁଇଜଣ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଆଣିଲେ।

Question ୧୦।
ସଙ୍ଗୀଦ୍ୱୟଙ୍କୁ ବଞ୍ଚାଇବା ପାଇଁ ଯୁବକ ଜଣକ କ’ଣ କରିଥିଲେ ?
Answer:
ସଙ୍ଗୀଦ୍ୱୟଙ୍କୁ ବଞ୍ଚାଇବା ପାଇଁ ସେହି ଯୁବକ ନିଜର ତୀବ୍ର ଦାହ ଯନ୍ତ୍ରଣାକୁ ଭୃକ୍ଷେପ ନକରି ସାହାଯ୍ୟ ଅନ୍ଵେଷଣରେ ବାହାରି ଯାଇଥିଲେ ।

ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର ;

Question ୧।
ବୀର ଯୁବକ ! ମୃତ୍ୟୁ ତୁମକୁ ଅମର କରିଛି
(କ) ଓରିଲି, ଆହତ ଯାତ୍ରୀମାନଙ୍କ ଉଦ୍ଦେଶ୍ୟରେ
(ଖ) ଓରିଲି, ଅଷ୍ଟ୍ରେଲିଆର ଅଧ୍ବାସାଙ୍କ ତ୍ତଦ୍ଦେଶ୍ୟରେ
(ଗ) ଲେଖକ, ପାଠକମାନଙ୍କ ଉଦ୍ଦେଶ୍ୟରେ
(ଘ) ଲେଖକ, ଲଣ୍ଡନର ଅଧ୍ବାସାମାନଙ୍କ ଉଦ୍ଦେଶ୍ୟରେ
Answer:
(ଗ) ଲେଖକ, ପାଠକମାନଙ୍କ ଉଦ୍ଦେଶ୍ୟରେ

BSE Odisha 7th Class Odia Solutions Chapter 16 ବିପନ୍ନର ଉଦ୍ଧାର

Question ୨।
ନିମ୍ନୋକ୍ତ ଶବ୍ଦମାନଙ୍କ ମଧ୍ୟରୁ କେଉଁଟି ବହୁବଚନାନ୍ତ ଶବ୍ଦ ?
(କ) ତାଙ୍କର
(ଖ) ମୋତେ
(ଗ) ତୁମକୁ
(ଘ) ତୁମ୍ଭମାନଙ୍କୁ
Answer:
(ଘ) ତୁମ୍ଭମାନଙ୍କୁ

Question ୩।
ନିମ୍ନୋକ୍ତ ମଧ୍ୟରୁ କେଉଁଟି ଯୁଗ୍ମଶବ୍ଦ ନୁହେଁ ?
(କ) ହଳେ
(ଖ) ପାଖେପାଖେ
(ଗ) କଡ଼େକଡ଼େ
(ଘ) ପରେ ପରେ
Answer:
(କ) ହଳେ

Question ୪।
ନିମ୍ନୋକ୍ତ ମଧ୍ୟରୁ ‘ବିଜୁଳି’ର ପ୍ରତିଶବ୍ଦ କେଉଁଟି ?
(କ) ସମାର
(ଖ) ଅଟବା
(ଗ) ଚପଳା
(ଘ) ଅବଳା
Answer:
(ଗ) ଚପଳା

Question ୫।
ନିମ୍ନୋକ୍ତ ମଧ୍ୟରୁ କେଉଁଟି ‘ଆଚ୍ଛାଦିତ’ ଶବ୍ଦର ବିପରୀତାର୍ଥବୋଧକ ଶବ୍ଦ ?
(କ) ସୁଆଚ୍ଛାଦିତ
(ଖ) ଅନାଚ୍ଛାଦିତ
(ଗ) ଅନାକୀର୍ଣ୍ଣ
(ଘ) ଅନାବରଣ
Answer:
(ଖ) ଅନାଚ୍ଛାଦିତ

Question ୬ ।
ଓରିଲିକୁ ଦେଖ୍ କିଏ ଆଶ୍ଵସ୍ତ ହେଲେ ?
(କ) ଆହତ ଯୁବକଦ୍ବୟ
(ଖ) ଇଂରେଜ ଯୁବକ
(ଗ) ଡାକ୍ତର
(ଘ) ଗଣମାଧ୍ୟମ
Answer:
(କ) ଆହତ ଯୁବକଦ୍ବୟ

BSE Odisha 7th Class Odia Solutions Chapter 16 ବିପନ୍ନର ଉଦ୍ଧାର

Question ୭ ।
ଓରିଲି ବିମାନ ଦୁର୍ଘଟଣା ବିଷୟରେ ଜାଣିବାପାଇଁ ଆଗ୍ରହୀ ହେଲେ କାହିଁକି ?
(କ) ତାଙ୍କର ଘର ନିକଟରେ ବିମାନପଥ ଯାଇଥ‌ିବାରୁ
(ଖ) ସମ୍ବାଦପତ୍ରରେ ତାଙ୍କର ନାଁ ବାହାରିବ ବୋଲି
(ଗ) ଉଡ଼ାଜାହାଜ ଦେଖିବାପାଇଁ ଆଗ୍ରହୀ ଥ‌ିବାରୁ
(ଘ) ଧନସମ୍ପତ୍ତି ପାଇବା ଆଶାରେ
Answer:
(କ) ତାଙ୍କର ଘର ନିକଟରେ ବିମାନପଥ ଯାଇଥ‌ିବାରୁ

Question ୮ ।
ଲେଖକ କେଉଁ ସ୍ଥାନଟିକୁ ମାନବ ଜାତିର ଏକ ତୀର୍ଥଭୂମି ବୋଲି କହିଛନ୍ତି ?
(କ) ଯେଉଁଠାରେ ବିମାନ ଦୁର୍ଘଟଣା ହୋଇଥିଲା ।
(ଖ) ଯେଉଁଠାରେ ଇଂରେଜ ଯୁବକଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା ।
(ଗ) ଯେଉଁଠାରେ ବିମାନର ପାଇଲଟ୍ ମୃତ୍ୟୁବରଣ କରିଥିଲେ ।
(ଘ) ଯେଉଁଠାରେ ଓରିଲିଙ୍କ ବାସସ୍ଥାନ ଥିଲା ।
Answer:
(ଖ) ଯେଉଁଠାରେ ଇଂରେଜ ଯୁବକଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା ।

Question ୯ ।
ପରିଶେଷରେ ବିମାନଯାତ୍ରୀମାନଙ୍କ ମଧ୍ୟରୁ କେତେଜଣ ଜୀବିତ ଥିଲେ ?
(କ) ୩ ଜଣ
(ଖ) ୭ ଜଣ
(ଗ) ୧ ଜଣ
(ଘ) ୨ ଜଣ
Answer:
(ଘ) ୨ ଜଣ

Question ୧୦ ।
ଦୁଇଜଣ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରିବାପାଇଁ କେତେଜଣ ସ୍ଵେଚ୍ଛାସେବକ ଆସିଥିଲେ ?
(କ) ୨୦ ଜଣ
(ଖ) ୭୦ ଜଣ
(ଗ) ୮୦ ଜଣ
(ଘ) ୩୦ ଜଣ
Answer:
(ଗ) ୮୦ ଜଣ

ଗାଞ୍ଜିକ ପରିଚୟ :

ସତତ ବିଦ୍ୟାନୁଶାଳନରେ ବ୍ରତା ହୋଇ ସଂସାରରେ ବାସ୍ତବ ବିଦ୍ୟାଦାତାଭାବେ, କଣେ ନିଷ୍ଠାପର ଶିକ୍ଷକ ଭାବେ ପରିଚିତ ଥିଲେ ରାମକୃଷ୍ଣ ନନ୍ଦ । ସେ ଥିଲେ ଜଣେ ନୀତିନିଷ୍ଠ ସାହିତ୍ୟ ସ୍ରଷ୍ଟା । ସେ ତାଙ୍କର ସାହିତ୍ୟ ସୃଷ୍ଟିରେ ମଧ୍ୟ କୈତିକତାକୁ ପ୍ରାଧାନ୍ୟ ଦେଇ କାଳଜୟୀ ସୃଷ୍ଟି ରଖିଯାଇଛନ୍ତା ଢାଙ୍କର ରଚନାଗୁଡ଼କ ମଧ୍ୟରେ ‘ଜୀବନ ରହସ୍ୟ’, ‘ଲେଖନୀର ପାଠାଲା’ ଭାବି ଦେଖନ୍ତୁ’ ଓ ‘ଜାବନ ତରଙ୍ଗ’ ପ୍ରଭୃତି ପ୍ରଧାନା ସେ ‘ସଂସାର’ ପତ୍ରିକାର ସମ୍ପାଦକ ଥିଲେ । ସେ ଆମ୍ଭମାନଙ୍କର ଅତିପ୍ରିୟ ପ୍ରାର୍ଥନା ‘ଆହେ ଦୟାମୟ ବିଶ୍ଵବିହାରୀ’ର ରଚୟିତା ଅଟନ୍ତି ।

ଗଞ୍ଜିର ପୃଷ୍ଠଭୂମି :

ସେବାରେ ନିଜକୁ ଉତ୍ସର୍ଗ କରିବା ହିଁ ପ୍ରକୃତ ମାନବିକତା । ଏକ ବାସ୍ତବ ଘଟଣାକୁ ନେଇ ଏହି ଗଳ୍ପଟି ରଚିତ । ଅଷ୍ଟ୍ରେଲିଆର ଏକ ଭୟ।ବହ ବିମାନ ଦୁର୍ଘଟଣାରେ ଦୁଇଟି ମହନାୟ ଚରିତ୍ରର ଅରପୂର୍ବ ସାହସ ଓ ଅନୁପମ ମହତ୍ତ୍ବକୁ ଆଧାର କରି ମାନବିକତାର ଉଜ୍ଜ୍ଵଳ ଦୃଷ୍ଟାନ୍ତ ରଖାଯାଇଛନ୍ତି ଲେଖକ ।

ଗଛର ସାରକଥା :

୧୯୩୭ ମସିହା ଫେବୃୟାରୀ ୧୯ ତାରିଖରେ ଅଷ୍ଟ୍ରେଲିଆର ଉପକୂଳବର୍ତ୍ତୀ ଅଞ୍ଚଳରେ ଘଟିଥିବା ଏକ ଭୟାବହ ବିମାନ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ଦୁଇଜଣ ଆହତ ଯାତ୍ରାଙ୍କ ପ୍ରାଣରକ୍ଷା କରି ବାର୍ଣ୍ଣାଢ଼ ଓରିଲି ମାନବିକତାର ଯେଉଁ ଉଜ୍ଜଳ ଦୃଷ୍ଟାନ୍ତ ରଖାଯାଇଛନ୍ତି ତାହା ବାସ୍ତବିକ ଅନନ୍ୟ ସାଧାରଣ । ବ୍ରିସବେନ୍‌ରୁ ସାତଜଣ ଯାତ୍ରୀଙ୍କୁ ଧରି ସିଡ଼ନି ଅଭିମୁଖେ ଯାଉଥିବା ଉଢ଼ାଜାହାଜଟି ଝଡ଼ ତୋଫାନରେ ଭାରସାମ୍ୟ ହରାଇ ନିତ୍ତ ସାଉଥ୍ ଉଏଲସ୍‌ର ଉତ୍ତର ସୀମାରେ ଥିବା ଏକ ରୁକ୍ଷ ମାଳଭୂମିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସମୁଦ୍ର କୂଳେ କୂଳେ ପ୍ରାୟ ପଚାଶ ମାଇଲ ବ୍ୟାପୀ ଅଞ୍ଚଳ ଅନୁସନ୍ଧାନ କରି ମଧ୍ୟ ଅନ୍ଵେଷଣ କାର୍ଯ୍ୟରେ ନିଯୁକ୍ତ ଅଠେଇଶଟି ବିମାନ ନିଖୋଜ ବିମାନର କୌଣସି ସନ୍ଧାନ ପାଇନଥିଲେ । ଜଣେ ସାଧାରଣ ପଶୁପାଳକ ହୋଇଥିଲେ ମଧ୍ୟ ବାର୍ଣାଡ଼ ଓରିଲି ରେଡ଼ିଓ ଓ ସମ୍ବାଦପତ୍ରରୁ ବିମାନ ଦୁର୍ଘଟଣା ବିଷୟରେ ଅବଗତ ହୋଇ ନିଖୋଜ ବିମାନ ଅନୁସନ୍ଧାନରେ ବାହାରି ପଡ଼ିଲେ । ତାଙ୍କୁ ସେହି ପାର୍ବତ୍ୟ ଅଞ୍ଚଳ ସମ୍ପର୍କରେ ଅନେକ ବିଷୟ ଜଣାଥିଲା । ପର୍ବତର ପାଦଦେଶରୁ କିଛି ଦୂର ଯିବାପରେ ବହୁ କଷ୍ଟରେ ସେ ଘଞ୍ଚ ବେତବଣ ଓ ଦୁର୍ଲଘଂ ଘାଟି ଭିତର ଦେଇ ପାଞ୍ଚ ମାଇଲ ପଥ ଅତିକ୍ରମ କଲେ ।

ସନ୍ଧ୍ୟା ହେବାରୁ ତାଙ୍କୁ ସେହିଠାରେ ହିଁ ରାତ୍ରିଯାପନ କରିବାକୁ ପଡ଼ିଥିଲା । ବିନା ଶୀତବସ୍ତ୍ରରେ ଏକାକୀ ଅସହାୟଭାବେ ରାତି କଟାଇ ସକାଳୁ ଓରିଲି ଲକ୍ଷ୍ୟ ଅଭିମୁଖେ ବାହାରି ପଡ଼ିଲେ । କିଛିଦୂର ଯିବାପରେ ଏକ ଉଚ୍ଚ ସ୍ଥାନରେ ଠିଆ ହୋଇ ସେ ଚତୁର୍ଦ୍ଦିଗକୁ ନିରୀକ୍ଷଣ କଲେ । ଘନ ଅରଣ୍ୟାନୀର ବୃକ୍ଷଲତାର ସବୁଜିମା ମଧ୍ଯରେ ଠାଏ ଏକ ବାଦାମୀ ରଙ୍ଗର ଆସ୍ତରଣ ତାଙ୍କୁ ଗଛପତ୍ରର ପୋଡ଼ାଚିହ୍ନ ପରି ଜଣାଗଲା । ସେହି ସ୍ଥାନଟିକୁ ନିଖୋଜ ବିମାନର ଦୁର୍ଘଟଣାସ୍ଥଳ ବୋଲି ଅନୁମାନ କରି ସେ ଅଗ୍ରସର ହେଲେ । ବାଟସାରା ଘଞ୍ଚ ତରୁଲତା ଓ କଣ୍ଟକିତ ଦୁର୍ଗମ ବନ୍ଧୁର ଶିଳା ଏବଂ ତଳେ ପଚାସଢ଼ା ପତ୍ରର ଆସ୍ତରଣ । ଅଙ୍ଗପ୍ରତ୍ୟଙ୍ଗ କଣ୍ଟାରେ ରକ୍ତାକ୍ତ ହୋଇ ପଡ଼ିଥିଲେ ମଧ୍ୟ ବହୁକଷ୍ଟରେ ସେ ଦୁର୍ଘଟଣାସ୍ଥଳକୁ ଆଗେଇ ଚାଲିଲେ ।

ଦୁର୍ଘଟଣାସ୍ଥଳରେ ପହଞ୍ଚିବାକୁ ଆହୁରି ଦୁଇ ହଜାର ଫୁଟ ବାକିଥାଏ । ହଠାତ୍ ବଣର ଏକ ଉନ୍ମୁକ୍ତ ସ୍ଥାନରେ ଜଣେ ଲୋକକୁ ବସିଥ‌ିବା ଲକ୍ଷ୍ୟ କରି ସେ ସେହି ବ୍ୟକ୍ତିଙ୍କୁ ଡାକଦେଲେ । ମାତ୍ର କୌଣସି ଉତ୍ତର ନ ପାଇ ସେ ନିକଟକୁ ଧାଇଁଯାଇ ଜାଣିଲେ ଯେ ଲୋକଟି ଦେହରେ ପ୍ରାଣ ନାହିଁ । ଗୁରୁତର ଆହତ ହୋଇଥିବାରୁ ସେହିଠାରେ ହିଁ ତା’ର ପ୍ରାଣବାୟୁ ବାହାରି ଯାଇଥିଲା । ଏପରି ଅବସ୍ଥାରେ ଯାତ୍ରୀଟି ମୃତ୍ୟୁବରଣ କରିଥିବା ଲକ୍ଷ୍ୟ କରି ଓରିଲିଙ୍କ ମନରେ ଧାରଣା ହେଲା ହୁଏତ ଅନ୍ୟ କେହି ଯାତ୍ରୀ ବଞ୍ଚୁଥାଇ ପାରନ୍ତି । ତେଣୁ ସେ ପାଟିରେ ସୁସୁକାଳି ବଜାଇଲେ । କେତେ ଥର ଏପରି କଲାପରେ ମଣିଷର କଣ୍ଠସ୍ବରର ଜବାବ ତାଙ୍କ କାନରେ ବାଜିଲା ।

ଲକ୍ଷ୍ୟସ୍ଥଳରେ ପହଞ୍ଚ୍ ଓରିଲି ଦେଖିଲେ କିଛି ଦୂରରେ ଏକ ପ୍ରକାଣ୍ଡ ଗଛମୂଳରେ ବିମାନଟି ଭାଙ୍ଗି ଇତସ୍ତତଃ ଭାବେ ପଡ଼ିଥିଲା । ଅଦୂରରେ ଦୁଇଜଣ ମନୁଷ୍ୟ ଶୋଇଥିବା ଲକ୍ଷ୍ୟ ଓରିଲି ତାଙ୍କ ନିକଟକୁ ଧାଇଁଗଲେ । ସାଂଘାତିକଭାବେ ଆହତ ହୋଇ ଅନାହାରରେ ଦୀର୍ଘ ନଅ ଦିନ କାଳ ମୃତ୍ୟୁ ସହ ସଂଗ୍ରାମ କରି ଆସିଥିବାରୁ ଦୁହିଁଙ୍କ ଶରୀରରେ ଜୀବନୀଶକ୍ତି ନିଃଶେଷ ପ୍ରାୟ ହୋଇ ଆସିଥିଲା । ଓରିଲି ତତ୍‌କ୍ଷଣାତ୍ ଚା’ ଓ ଖାଦ୍ୟ ପ୍ରସ୍ତୁତ କରି ସେ ଦୁହିଁଙ୍କ ସେବାରେ ମନୋନିବେଶ କଲେ । ସେମାନଙ୍କଠାରୁ ଦୁର୍ଘଟଣାର ସବିଶେଷ ବୃତ୍ତାନ୍ତ ଅବଗତ ହେଲେ । ତାଙ୍କଠାରୁ ଜାଣିଲେ ଯେ ବିମାନରେ ଥ‌ିବା ସାତଜଣ ଯାତ୍ରୀଙ୍କ ମଧ୍ୟରୁ ଚାରିଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଅବଶିଷ୍ଟ ତିନିଜଣଙ୍କ ମଧ୍ୟରୁ ସାହାଯ୍ୟ ଅନ୍ଵେଷଣରେ ବାହାରି ଯାଇଥବା ଇଂରେଜ ଯୁବକ ଜଣକ ମୃତ ଶରୀରକୁ ସେ ସ୍ୱଚକ୍ଷୁରେ ଦେଖୁସିଥିଲେ ।

ବଞ୍ଚିଥ‌ିବା ଦୁଇଜଣଙ୍କ ପାଇଁ ଚିକିତ୍ସା ଓ ସେବାର ତୁରନ୍ତ ବ୍ୟବସ୍ଥା କରିବାକୁ ସେ ନିକଟସ୍ଥ ଏକ ଗ୍ରାମରେ ପହଞ୍ଚି ସେଠାରୁ ଗୋଟିଏ ଘୋଡ଼ା ସାହାଯ୍ୟରେ ସହର ଅଭିମୁଖେ ଛୁଟିଲେ । ଦୁର୍ଘଟଣାସ୍ଥଳକୁ ଅଶୀଜଣ ସ୍ଵେଚ୍ଛାସେବୀ ଓ ଦୁଇଜଣ ଡାକ୍ତର ଆସି ଆହତ ବ୍ୟକ୍ତି ଦ୍ଵୟଙ୍କୁ ଉଦ୍ଧାର କଲେ । ଓରିଲିଙ୍କ ପାଇଁ ଦୁଇଟି ଜୀବନ ନିଶ୍ଚିତ ମୃତ୍ୟୁମୁଖରୁ ଫେରିଆସିଲା । ଆହତ ସଙ୍ଗା ଜ୍ଵୟଙ୍କୁ ବଞ୍ଚାଇବାପାଇଁ ଇଂରେଜ ଯୁବକ ସାହାଯ୍ୟ ଆଶାରେ ବାହାରି ଯାଇଥିଲୋ ପବତରୁ ଓହ୍ଲାଇଲାବେଳେ ହଠାତ୍ ଗୋଟିଏ ସ୍ଥାନରେ ତାଙ୍କର ଗୋଡ଼ ଖସି ଯାଇଥିଲା । ପଚିଶ ଫୁଟ ତଳକୁ ଖସିପଡ଼ି ହୁଏତ କୌଣସି ପଥର ଦେହରେ ତାଙ୍କ ମୁଣ୍ଡ ପିଟି ହୋଇ ଫାଟିଯାଇଥିଲା ଓ ଗୋଟିଏ ଆଖୁ ପଦାକୁ ବାହାରି ଆସିଥିଲା । ଗୋଟିଏ ଗଛ ମୂଳେ ଭରାଦେଇ ବିଶ୍ରାମ ନେଉଥ‌ିବାବେଳେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ଯେଉଁଠାରେ ତାଙ୍କର ପ୍ରାଣବାୟୁ ବାହାରିଯାଇଥୁଲା, ସେହିଠାରେ ହିଁ ତାଙ୍କ ପାଇଁ ଏକ ସମାଧ୍ ନିର୍ମିତ ହେଲା । ଆହତଦ୍ଵୟଙ୍କ ଜୀବନ ବଞ୍ଚାଇ ବାର୍ତ୍ତାଡ଼ ଓରିଲି ମହାନତାର ଯେଉଁ ଉଜ୍ଜଳ ଦୃଷ୍ଟାନ୍ତ ସୃଷ୍ଟି କଲେ ତାହା ବାସ୍ତବିକ ପ୍ରଣିଧାନଯୋଗ୍ୟ ।

କଠିନ ଶବ୍ଦ।ର୍ଥ :

  • ସାଧାତୀତ – ଯାହା ଆୟତ୍ତ କରି ବା ସମ୍ଭବପର ନହେଁ ।
  • ଦର୍ଭେଦ୍ୟ – ଯାହା । ଭେଦ କରି ବ । କଷ୍ଟକର ।
  • ଉପନୀତ – ପହଞ୍ଚିବା ।
  • ଦୁର୍ଲର୍ଘ୍ୟ – ଯାହାକୁ ଲଙ୍ଘନ କରିବା କଷ୍ଟକର ।
  • ଆବର୍ତ୍ତ – ଭଉଁରୀ ।
  • କଣ୍ଟକାକୀର୍ଣ୍ଣ – କଣ୍ଟାରେ ପରିପୂର୍ଣ ।
  • ଯୁଗପତ୍ – ଏକ ସମୟରେ ।
  • ଅନ୍ଵେଷଣ – ଖୋଜିବା ।
  • ବ୍ୟୋମବିପରି – ଆକାଶରେ ଦୁର୍ଘଟଣା ।
  • ବହିର୍ଗତ – ବାହାରକୁ ଯିବା ।
  • କେଶ – ଯନ୍ତ୍ରଣା ।
  • ଅଜ୍ଞାତ – ଅଜଣା ।
  • ଚନ୍ଦ୍ରାତପ – ଚାନ୍ଦୁଆ ।
  • ମକ୍ଷିକା – ମାଛି ।

Leave a Comment