Odisha State Board CHSE Odisha Class 12 Odia Solutions Chapter 9 ବାର୍ତା Textbook Exercise Questions and Answers.
CHSE Odisha Class 12 Odia Chapter 9 ବାର୍ତା Question Answer
ପାଠ୍ୟପୁସ୍ତକସ୍ଥ ପ୍ରଶ୍ନବଳୀର ଉତ୍ତର
(କ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।
Question ୧ ।
ଶତାବ୍ଦୀର ସିଂହଦ୍ଵାରରୁ ଭବିଷ୍ୟତର ବାର୍ତା କିଏ ଆଣିଛି ?
(i) ଦୂତ
(ii) ଡାକବାଲା
(iii) ମେଘ
(iv) ପାରା
Answer:
(i) ଦୂତ
Question ୨ ।
କବି ମାନବ ଶିଶୁକୁ କିପରି ଜାଗ୍ରତ ହେବାକୁ ପରାମର୍ଶ ଦେଇଛନ୍ତି ?
(i) ପ୍ରତିଶୋଧପରାୟଣ ହୋଇ
(ii) ଲୌକିକ ଜ୍ଞାନକୁ ଧରି
(iii) ସମସ୍ତଙ୍କୁ ଆପଣାର କରି
(iv) ପ୍ରତିଶ୍ରୁତି ପାଳନ କରି
Question ୩ ।
ଦୀପ୍ତ କଣ୍ଠରେ କ’ଣ ପଚାରିବା ପାଇଁ ସମୟ ଆସିଛି?
(i) ଏତେ ଦିନ ଧରି ଲୌହ କାରାଗାର କାହିଁକି ଥୁଲା
(ii) ମଣିଷ କାହିଁକି ଅନ୍ୟକୁ ବିଶ୍ୱାସ କରୁଥି
(iii) ଜୀବନର କ’ଣ ସମ୍ଭାବନା ଥିଲା
(iv) ଭବିଷ୍ୟତର କି ଆଶା ଥିଲା
Answer:
(i) ଏତେ ଦିନ ଧରି ଲୌହ କାରାଗାର କାହିଁକି ଥୁଲା
Question ୪ ।
ଶତାବ୍ଦୀର ସିଂହଦ୍ଵାରରୁ ଦୂତ କାହାର ବର ଆଣିଛି ?
(i) ଜମିଦାରର
(ii) ମହାଜନର
(iii) ଦେବତାର
(iv) ଭବିଷ୍ୟତର
Answer:
(iii) ଦେବତାର
Question ୫ ।
କବି ମନୁଷ୍ୟ ପୁତ୍ରକୁ କ’ଣ ହୁଅ ବୋଲି କହିଛନ୍ତି ?
(i) ଦଗ୍ଧ ଓ ଭସ୍ମ ହେବାକୁ
(ii) ଦେବତାର ରୂପ ନେବାକୁ
(iii) ଅତ୍ୟାଚାରୀ ହେବାକୁ
(iv) କୈଫିୟତ ଦେବାକୁ
Answer:
(i) ଦଗ୍ଧ ଓ ଭସ୍ମ ହେବାକୁ
Question ୬ ।
ଯୁଗ ଯୁଗ ଧରି ମାନବ ଆତ୍ମାକୁ କିଏ ପୀଡ଼ା ଦେଇଛି ?
(i) ମରୁଡ଼ିର ବିଭୀଷିକା
(ii) ବାତ୍ୟାର କରାଳ ତାଣ୍ଡବ
(iii) ଭୀମ ଅତ୍ୟାଚାର
(iv) ଶୋଷଣ ପେଷଣ
Answer:
(iii) ଭୀମ ଅତ୍ୟାଚାର
Question ୭ ।
କବି ମନୁଷ୍ୟ ପୁତ୍ରକୁ କିପରି ପ୍ରତିଶୋଧ ନିଅ ବୋଲି କହିଛନ୍ତି ?
(i) ଶୋନ ପରି
(ii) ସିଂହ ପରି
(iii) ବାଘ ପରି
(iv) ହାତୀ ପରି
Answer:
(i) ଶୋନ ପରି
Question ୮ ।
କାହାର ସାଧନା ଜୟ ଲାଭ କରୁ ବୋଲି କବି ସଚ୍ଚିଦାନନ୍ଦ ରାଉତରାୟ କହିଛନ୍ତି ?
(i) କ୍ରୁଶର ସାଧନା
(ii) ଉପୀଡ଼ନର ସାଧନା
(iii) ଶିକ୍ଷାର ସାଧନା
(iv) ବ୍ରହ୍ମଜ୍ଞାନର ସାଧନା
Answer:
(i) କ୍ରୁଶର ସାଧନା
(ଖ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।
Question ୧ ।
ଦୂତ କେଉଁଠୁ ଭବିଷ୍ୟତର ବାର୍ତା ନେଇ ଆସିଛି ?
Answer:
ଶତାବ୍ଦୀର ସିଂହଦ୍ଵାରରୁ ଦୂତ ଭବିଷ୍ୟତ ବାର୍ତା ନେଇ ଆସିଛି ।
Question ୨ ।
ଶତାବ୍ଦୀର ସିଂହଦ୍ଵାରରୁ ଭବିଷ୍ୟତର ବାର୍ତା ଧରି କିଏ ଆସିଛି ?
Answer:
ଶତାବ୍ଦୀର ସିଂହଦ୍ଵାରରୁ ଭବିଷ୍ୟତର ବାର୍ତା ଧରିଦୂତ ଆସିଛି ।
Question ୩ ।
କାହାର ବାର୍ତା ଧରି ଦୂତ ଶତାବ୍ଦୀର ସିଂହଦ୍ଵାରରୁ ଆସିଛି ?
Answer:
ଭବିଷ୍ୟର ବାର୍ତା ଧରି ଦୂତ ଶତାବ୍ଦୀର ସିଂହଦ୍ଵାରରୁ ଆସିଛି ।
Question ୪ ।
ହୀନ ଦାସତ୍ଵ ବିରୁଦ୍ଧରେ ଦୃଢ଼ ଓ ରୂଢ଼ ହୋଇ କ’ଣ କରିବାକୁ କବି କହିଛନ୍ତି ?
Answer:
ହୀନ ଦାସତ୍ଵ ବିରୁଦ୍ଧରେ ଦୃଢ଼ ଓ ରୂଢ଼ ହୋଇ ପ୍ରତିଶୋଧ ନେବାକୁ କବି କହିଛନ୍ତି ।
Question ୫ ।
ଆଜିର ମାନବ ପୁତ୍ରକୁ ଦୀପ୍ତ କଣ୍ଠରେ ପଚାରିବା ପାଇଁ କ’ଣ ଆସିଛି ?
Answer:
ଆଜିର ମାନବ ପୁତ୍ରକୁ ଦୀପ୍ତ କଣ୍ଠରେ ଏତେ ଦିନର ଶୃଙ୍ଖଳା ଓ ଲୌହକାରାଗାର କାହିଁକି ଥିଲା ବୋଲି ପଚାରିବା ପାଇଁ ସମୟ ଆସିଛି।
Question ୬ ।
ସମୟ ଦୀପ୍ତ କଣ୍ଠରେ ଆଜି ପଚାରିବା ପାଇଁ କାହାକୁ କହିଛି ?
Answer:
ସମୟ ଦୀପ୍ତ କଣ୍ଠରେ ଆଜି ପଚାରିବା ପାଇଁ ମାନବପୁତ୍ରକୁ କହିଛି ।
Question ୭ ।
ଦୀପ୍ତ କଣ୍ଠରେ ଆଜିର ମାନବ ପୁତ୍ର କ’ଣ ପଚାରୁଛି ?
Answer:
ଦୀପ୍ତ କଣ୍ଠରେ ଆଜିର ମାନବ ପୁତ୍ର ପଚାରୁଛି, ଏତେଦିନ କାହିଁକି ଶୃଙ୍ଖଳା ଓ ଲୌହକାରାଗାର ଥିଲା ।
Question ୮ ।
ଯୁଗ ଯୁଗ ଧରି କ’ଣ ମାନବ ଆତ୍ମାକୁ କିଏ ପୀଡ଼ା ଦେଇଛି ?
Answer:
ଯୁଗ ଯୁଗଧରି ଭୀମ ଅତ୍ୟାଚାର ମାନବ ଆତ୍ମାକୁ ପୀଡ଼ା ଦେଲା ।
Question ୯ ।
କେଉଁ ବିଷୟରେ କୈଫିୟତ ମାଗିବାର ବେଳ ଉପସ୍ଥିତ ହୋଇଛି ?
Answer:
ଏତେ ଦିନ ଧରି ସେମାନେ କାହିଁକି ଦାସତ୍ବ ବନ୍ଧନ ଓ ଜୀବ ଅତ୍ୟାଚାରରେ ପୀଡ଼ିତ ହେଉଥିଲେ ତାହାର କୈଫିୟତ ମାଗିବାର ବେଳ ଉପସ୍ଥିତ ହୋଇଛି ।
Question ୧୦ ।
ଶତାବ୍ଦୀର ସିଂହଦ୍ଵାରରୁ ଦୂତ କାହାର ବର ଆଣିଛି ?
Answer:
ଶତାବ୍ଦୀର ସିଂହଦ୍ଵାରରୁ ଦୂତ ଦେବତାର ବର ଆଣିଛି ।
Question ୧୧ ।
କବି କାହାକୁ ଭସ୍ମ ହୁଅ ବୋଲି କହିଛନ୍ତି ?
Answer:
କବି ମାନବ ପୁତ୍ରକୁ ଭସ୍ମ ହୁଅ ବୋଲି କହିଛନ୍ତି ।
Question ୧୨ ।
‘‘କୀଟ ସମ ହୁଅ ନିଶେଷିତ’’ କାହା ପ୍ରସଙ୍ଗରେ କୁହାଯାଇଛି ?
Answer:
‘କୀଟ ସମ ହୁଅ ନିଷ୍ପେଷିତ’ ମାନବ ପୁତ୍ର ପ୍ରସଙ୍ଗରେ କୁହାଯାଇଛି ।
Question ୧୩ ।
କବି କାହାର ଉଚ୍ଛେଦ ଓ ନିର୍ମୂଳ କରିବାକୁ କହିଛନ୍ତି ?
Answer:
କବି ପୀଡ଼ନର କାରଣ ସମୂହକୁ ଉଚ୍ଛେଦ ଓ ନିର୍ମୂଳ କରିବାକୁ କହିଛନ୍ତି ।
Question ୧୪ ।
କାହାପରି ପ୍ରତିଶୋଧ ନେବାକୁ କବି ପ୍ରବର୍ତ୍ତାଇଛନ୍ତି ?
Answer:
ଶେୟନପରି ପ୍ରତିଶୋଧ ନେବାକୁ କବି ପ୍ରବର୍ତ୍ତାଇଛନ୍ତି ।
Question ୧୫ ।
ଭସ୍ମ ମଧ୍ୟରୁ କି ଦୀକ୍ଷା ଲାଭ କରିବା ପାଇଁ କବି ଉପଦେଶ ଦେଇଛନ୍ତି ?
Answer:
ଭସ୍ମ ମଧ୍ୟରୁ ଶ୍ରେଣୀ-ଚେତନା ରୂପକ ଦୀକ୍ଷା ଲାଭ କରିବା ପାଇଁ କବି ଉପଦେଶ ଦେଇଛନ୍ତି ।
Question ୧୬ ।
କବି କାହାର ଜୟ ହେଉ ବୋଲି କହିଛନ୍ତି ?
Answer:
କବି ପୀଡ଼ନର ଜୟ ହେଉ ବୋଲି କହିଛନ୍ତି ।
(ଗ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୨ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଏବଂ ଉତ୍ତର ପାଇଁ ୧ ନମ୍ବର ରହିବ ।
କବିତା – ବାର୍ତା, କବି – ସଚ୍ଚିଦାନନ୍ଦ ରାଉତରାୟ
Question ୧ ।
ଭବିଷ୍ୟତର କି ବାର୍ତା ଧରି ଦୂତ ଆସିଛି ?
Answer:
ଦୀର୍ଘଦିନ ଧରି ଅବହେଳିତ ହୋଇ ରହିଆସିଥିବା ମଣିଷମାନଙ୍କ ପାଇଁ ଭବିଷ୍ୟତରେ ବଞ୍ଚିବାର ଓ ଜୀବନ ଜୀଇଁବାର ସମ୍ଭାବନାର ବାର୍ତ୍ତା ଧରି ଦୂତ ଆସିଛି ।
Question ୨ ।
ଲୌକିକ ଜ୍ଞାନ କହିଲେ କ’ଣ ବୁଝ ?
Answer:
ଲୌକିକ ଜ୍ଞାନ କହିଲେ ସାଧାରଣ ମାନବିକ ଜ୍ଞାନକୁ ବୁଝାଏ, ଯେଉଁଥରେ ବଞ୍ଚିବାର ସର୍ବନିମ୍ନ ଆବଶ୍ୟକତା ସମ୍ବନ୍ଧୀୟ ଜ୍ଞାନ ନିହିତ ଥାଏ ।
Question ୩ ।
କବି ଶୋଷିତ ମଣିଷକୁ କାହାର କୈଫିୟତ ମାଗିବାକୁ କହିଛନ୍ତି ?
Answer:
ଉପୀଡ଼କମାନେ ଶୋଷିତ ମଣିଷକୁ ଯେଉଁ ଭୀଷଣ ଅତ୍ୟାଚାର, ନିର୍ଯାତନା ଓ ପୀଡ଼ା ଦେଇଛନ୍ତି କବି ତାହାର କୈଫିୟତ ମାଗିବାକୁ କହିଛନ୍ତି ।
Question ୪ ।
କବି କାହା ବିରୁଦ୍ଧରେ ପ୍ରତିଶୋଧ ନେବାକୁ କହିଛନ୍ତି ?
Answer:
ଯେଉଁ ଧନୀକ ଓ ଶୋଷକଗୋଷ୍ଠୀ ତୁମକୁ ଦାସତ୍ଵ ବନ୍ଧନରେ ବାନ୍ଧି ଶୋଷଣ କରୁଛନ୍ତି, ସେହିମାନଙ୍କ ବିରୁଦ୍ଧରେ ପ୍ରତିଶୋଧ ନେବାକୁ କବି କହିଛନ୍ତି ।
Question ୫ ।
ମୂଢ଼ ମନୁଷ୍ୟ ପୁତ୍ର କେଉଁଥୁରୁ ଜ୍ଞାନ-ରଶ୍ମି ଲାଭ କରିବ ?
Answer:
ମୂଢ଼ ମନୁଷ୍ୟ ପୁତ୍ର ଦଗ୍ଧ ହୋଇ, ଭସ୍ମ ହୋଇ, ଅର୍ଥାତ୍ ନିଶ୍ଳେଷଣରୁ ହିଁ ଜ୍ଞାନରଶ୍ମି ଲାଭ କରିବ ।
Question ୬ ।
ଆଜିର ମଣିଷ ଶୋଷଣ ଓ ପୀଡ଼ନର କାରଣ କିପରି ଜାଣିପାରିବ ବୋଲି କବି କହିଛନ୍ତି ?
Answer:
ଆଜିର ମଣିଷ ଦଗ୍ଧ ଓ ଭସ୍ମ ହେଲେ ଏବଂ କୀଟ ସଦୃଶ ନିଷେଷିତ ହେଲେ ଯାଇ ଶୋଷଣ ଓ ପୀଡ଼ନର କାରଣ ଜାଣିପାରିବ ବୋଲି କବି କହିଛନ୍ତି ।
Question ୭ ।
‘‘ଶୋନପରି ନିଅ ପ୍ରତିଶୋଧ’’- ଏହା କେଉଁ ପ୍ରସଙ୍ଗରେ କୁହାଯାଇଛି ?
Answer:
କବିଙ୍କ ମତରେ ଆଜିର ମଣିଷ ଦଗ୍ଧ, ଭସ୍ମ ଓ କୀଟ ସମ ନିଷ୍ପେଷିତ ହୋଇ ପୀଡ଼ନର କାରଣମାନ ଜାଣିବା ପରେ ତା’ର ନିର୍ମୂଳ ଓ ଉଚ୍ଛେଦ ପାଇଁ ଶୋନ ଭଳି ନିଅ ପ୍ରତିଶୋଧ ବୋଲି କୁହାଯାଇଛି ।
Question ୮ ।
କାହାକୁ କବି ମହାଧର୍ମ ଆଖ୍ୟା ଦେଇଛନ୍ତି ?
Answer:
କବିଙ୍କ ମତରେ ଆଜିର ମଣିଷର ମହାଧର୍ମ ହେଉଛି ପୀଡ଼ନର କାରଣ ସମୂହକୁ ଉଚ୍ଛେଦ ଏବଂ ନିର୍ମୂଳ କରିବା ଏବଂ ଶୋନ ପରି ପ୍ରତିଶୋଧ ନେବା ।
Question ୯ ।
ଆଜିର ମଣିଷ ଭସ୍ମ ମଧ୍ୟରୁ କେଉଁ ଦୀକ୍ଷା ଗ୍ରହଣ କରିବ ବୋଲି କବି ପରାମର୍ଶ ଦେଇଛନ୍ତି ?
Answer:
ଆଜିର ମଣିଷ ଭସ୍ମ ମଧ୍ୟରୁ ଶ୍ରେଣୀ-ଚେତନାର ଦୀକ୍ଷା ଗ୍ରହଣ କରିବାକୁ କବି ପରାମର୍ଶ ଦେଇଛନ୍ତି ।
Question ୧୦ ।
କବି କ୍ରୁଶର ସାଧନାକୁ ଜୟକାର କରିବାର ଅର୍ଥ କ’ଣ ?
Answer:
‘ବାର୍ତା’ କବିତାରେ କବି ସଚ୍ଚିଦାନନ୍ଦ ରାଉତରାୟ ଏହା ଉଲ୍ଲେଖ କରିଛନ୍ତି । ଅତୀତରେ ଅତ୍ୟାଚାରୀମାନଙ୍କ କବଳରୁ ଅତ୍ୟାଚାରିତ ଜନତାର ମୁକ୍ତି ନିମନ୍ତେ ପ୍ରୟାସ କରି ମହାତ୍ମା ଯୀଶୁଖ୍ରୀଷ୍ଟ ସେମାନଙ୍କଦ୍ୱାରା କ୍ରୁଶବିଦ୍ଧ ହୋଇ ଆୟୋତ୍ସର୍ଗ କରିଥିବାରୁ କବି କ୍ରୁଶର ସାଧନାକୁ ଜୟକାର କରିଛନ୍ତି ।
(ଘ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ୩୦ଟି ଶବ୍ଦରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୩ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ରହିବ ।
କବିତା – ବାର୍ତା, କବି – ସଚ୍ଚିଦାନନ୍ଦ ରାଉତରାୟ
Question ୧ ।
ଶତାବ୍ଦୀର ସିଂହଦ୍ଵାରରୁ କିଏ, କ’ଣ ବାର୍ତା ନେଇ ଆସିଛି ?
Answer:
ଶତାବ୍ଦୀର ସିଂହଦ୍ଵାରରୁ ଦୂତ ଆସିଛି । ସେ ଆସିଛି ଭବିଷ୍ୟତର ବାର୍ତା ପରିପ୍ରଚାର ପାଇଁ । ଶହ ଶହ ବର୍ଷ ଧରି ଚଳି ଆସିଥିବା ମାଲିକ ମୂଲିଆ, ବଡ଼ସାନ, ଶୋଷକ ଶୋଷିତର ପ୍ରଭେଦକୁ ବଦଳେଇ ଦେବାପାଇଁ ।
Question ୨ ।
କେଉଁ ବିଷୟରେ ପଚାରିବାପାଇଁ ଆଜି ସମୟ ଆସିଛି ?
Answer:
କବି ମାନବ ଶିଶୁଙ୍କୁ ପ୍ରେରଣା ଦେଇ ଲେଖିଛନ୍ତି, କୌଣସି ସମୟରେ ଦୁର୍ବଳ ନହୋଇ ଦୃଢ଼ ହୋଇ, ରୁକ୍ଷ ହୋଇ ନିଜର ଅଧିକାର ସାବ୍ୟସ୍ତ କରିବାକୁ ପଡ଼ିବ । ସେମାନେ କେଉଁ କାରଣରୁ ଦାସତ୍ଵ ବନ୍ଧନରେ ବାନ୍ଧିହୋଇ ଶୋଷିତ ହେଉଥିଲେ ସେ ବିଷୟରେ ପଚାରିବାପାଇଁ ଆଜି ସମୟ ଆସିଛି ବୋଲି କବି କହିଛନ୍ତି ।
Question ୩ ।
କେଉଁ ବିଷୟରେ କୈଫୟତ ମାଗିବାକୁ ଆଜି ବେଳ ଆସିଛି ?
Answer:
ଯୁଗ ଯୁଗରୁ ବା ଦୀର୍ଘଦିନରୁ ଶୋଷିତ ମଣିଷ ଶୋଷକଗୋଷ୍ଠୀଙ୍କ ନିଷ୍ଠୁର ଅତ୍ୟାଚାର ସହି ଆସିଛି । ଏଭଳି ବ୍ୟବହାର ଶୋଷିତଗୋଷ୍ଠୀଙ୍କୁ ପୀଡ଼ାଦେଇଛି । ମାତ୍ର ତୁମକୁ ଆଜି ଆଉ ସେହି ନିଷ୍ଠୁର ଅତ୍ୟାଚାର ସହିବାକୁ ପଡ଼ିବ ନାହିଁ; ବରଂ ନିଜର ଅଧିକାର ବିଷୟରେ କୈଫିୟତ ମାଗିବାକୁ ଆଜି ବେଳ ଆସିଛି ।
Question ୪ ।
କବି ମନୁଷ୍ୟ ପୁତ୍ରକୁ ଦଗ୍ଧ ହେବାପାଇଁ କାହିଁକି କହିଛନ୍ତି ?
Answer:
କବି ମନୁଷ୍ୟ ପୁତ୍ରକୁ ଦଗ୍ଧ ହେବାପାଇଁ କହିଛନ୍ତି କାରଣ ଦଗ୍ଧ ହେଲାପରେ ନୂତନ ସୃଷ୍ଟି ସମ୍ଭବ ହେବ । ଅନ୍ୟଭାବରେ ପ୍ରକାଶ କଲେ ସେହି ଦଗ୍ଧ ବା ନିଷେଷଣରୁ ସୃଷ୍ଟି ହେବ ଜ୍ଞାନାଲୋକ ଏବଂ ଯେଉଁଥୁରୁ ସେମାନେ ନିଜର ଅଧିକାର ସମ୍ପର୍କରେ ବୁଝିପାରିବେ ।
Question ୫ ।
କବି ଭସ୍ମ ମଧ୍ୟରୁ କି ଦୀକ୍ଷା ଗ୍ରହଣ କରିବାକୁ କହିଛନ୍ତି ?
Answer:
କବି ଭସ୍ମ ମଧ୍ୟରୁ ଶ୍ରେଣୀ-ଚେତନାର ଦୀକ୍ଷା ଗ୍ରହଣ କରିବାକୁ କହିଛନ୍ତି । ଯେଉଁ ଚେତନା ବଦଳାଇଦେବ ମାଲିକ ଓ ମୂଲିଆ, ଶୋଷକ ଓ ଶୋଷିତର ସମ୍ପର୍କକୁ ।
Question ୬ ।
ଉପୀଡ଼ନର ଜୟ ହେଉ କହିବା ପଛରେ କବିଙ୍କ ଉଦ୍ଦେଶ୍ୟ କ’ଣ ?
Answer:
ଶତାବ୍ଦୀର ସିଂହଦ୍ଵାରରୁ ବାର୍ତା ଆସିଛି, ଯୁଗ ଯୁଗ ଧରି ଶୋଷିତ ହେଉଥିବା ମଣିଷମାନେ ଜାଗିଉଠନ୍ତୁ । ସେମାନେ ବଦଳାଇ ଦିଅନ୍ତୁ ମାଲିକ ମୂଲିଆ ଓ ଶୋଷକ ଓ ଶୋଷିତର ସମ୍ପର୍କକୁ । ଉପୀଡ଼ନର ଜୟ ହେଉ କହିବା ପଛରେ କବିଙ୍କ ଉଦ୍ଦେଶ୍ୟ ହେଉଛି ଶୋଷିତ ମଣିଷଙ୍କ ମନରେ ସମ୍ଭାବନାର ବୀଜ ବୁଣିଦେବା ।
Question ୭ ।
‘ଜୟ ହେଉ ପୀଡ଼ନର’ କହିବାର ତାତ୍ପର୍ଯ୍ୟ କ’ଣ ?
Answer:
କବି ‘ଜୟ ହେଉ ପୀଡ଼ନର’ ବୋଲି କହିଛନ୍ତି । କାରଣ ପୀଡ଼ନର ମାତ୍ରା ଅତ୍ୟଧ୍ଵ ହେଲେ ହିଁ ଅତ୍ୟାଚାରିତ ମାନବ ତା’ର କାରଣ ଅନୁସନ୍ଧାନ କରିବ ଏବଂ ତା’ର ଉଚ୍ଛେଦ କରିବାପାଇଁ ପ୍ରୟାସ କରିବ । ଏଥିରୁ ସେ ଶ୍ରେଣୀ-ଚେତନା ବିଷୟରେ ସଚେତନ ହେବ ଏବଂ ପୀଡ଼ନକୁ ନିର୍ମୂଳ କରିବାକୁ ଚେଷ୍ଟିତ ହେବ । ତେଣୁ କବି ପୀଡ଼ନର ମାତ୍ରା ଅତିଶୟ ହେବାକୁ ସ୍ଵାଗତ କରିଛନ୍ତି ।
Question ୮ ।
ଶୋନର ପ୍ରତିଶୋଧକୁ କବି ମହାଧର୍ମ ଆଖ୍ୟା କାହିଁକି ଦେଇଛନ୍ତି ?
Answer:
କବିଙ୍କ ମତରେ ମଣିଷ ଦଗ୍ଧ, ଭସ୍ମ ଓ କୀଟ ସମ ନିଷ୍ପେଷିତ ହେଲେ ତା’ର ଜ୍ଞାନରଶ୍ମି ଉଦୟ ହେବ ଏବଂ ସେ ପୀଡ଼ନର କାରଣ ସମୂହକୁ ଖୋଜିପାଇବା ଓ ପୀଡ଼ନର କାରଣରାଜିକୁ ନିର୍ମୂଳ କରିବାପାଇଁ, ସେ ଶୋନ ପରି ପ୍ରତିଶୋଧ ନେବା ତା’ର ମହାଧର୍ମ ବୋଲି କବି କହିଛନ୍ତି ।
(ଙ) ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୧୫୦ ଶବ୍ଦରେ ଦେବାକୁ ହେବ । ପ୍ରଶ୍ନର ମୂଲ୍ୟ ୫ ନମ୍ବର ।
Question ୧ ।
‘ବାର୍ତା’ କବିତାରେ କବି ଆଧୁନିକ ଜୀବନ ସମ୍ପର୍କରେ ଯେଉଁ ବାର୍ତ୍ତା ଦେଇଛନ୍ତି – ଆଲୋଚନା କର ।
Answer:
ବାର୍ତା ଆସେ ସିଂହଦ୍ଵାରରୁ, ଅର୍ଥାତ୍ କୌଣସି ଦେବଦେବୀ ମନ୍ଦିରରୁ କିମ୍ବା ରାଜାଙ୍କର ଆଦେଶନାମା ମାଧ୍ୟମରେ । ସେହି ବାର୍ତାକୁ ସମସ୍ତେ ପାଳନ କରନ୍ତି । ବାର୍ତା ପାଳନଦ୍ୱାରା ସମାଜର ପରିବର୍ତ୍ତନ ହୁଏ ନାହିଁ, ବରଂ ମଙ୍ଗଳ ହୁଏ । ଏଠାରେ ମଧ୍ୟ ସେହିପରି ଯୁଗ ଯୁଗ ଧରି ଶୋଷିତ, ନିର୍ଯାତିତ ହେଉଥିବା ମଣିଷମାନଙ୍କ ପ୍ରତି ବାର୍ତା ବା ଆଦେଶନାମା ଆସିଛି । ଯେଉଁ ବାର୍ତାର ପ୍ରଭାବରେ ମଣିଷମାନେ ମଣିଷପଣିଆକୁ ଚିହ୍ନିବେ । ସେମାନଙ୍କ ମଧ୍ୟରେ ମାନବିକତାର ସ୍ଵାଭିମାନ ଜାଗ୍ରତ ହେବେ । ସେମାନେ ଆଉ ଅବହେଳିତ ଭାବରେ ମାଟିର ପତଙ୍ଗ ପରି ଜୀବନ ଧାରଣ କରିବେ ନାହିଁ, ବରଂ ନିଜର ଅଧିକାରକୁ ଶୋଷିତ ମଣିଷଠାରୁ ଜୋରକରି ହାସଲ କରିବାକୁ ଚେଷ୍ଟାକରିବେ ।
ଆମ ସମାଜରେ ଯୁଗ ଯୁଗ ଧରି ଚଳିଆସିଛି ମାଲିକ ମୂଲିଆର ପ୍ରଭେଦ । ସେହି ପ୍ରଭେଦଦ୍ୱାରା କେତେକ ମଣିଷ କରି, ଯାହା ଉପାର୍ଜନ କରୁଥିବେ, ତାହାକୁ ଶୋଷକ ଧନିକ ହାତରେ ଟେକି ଦେଉଥିବେ । ସେହି ଶୋଷିତମାନେ ନିଜର ଅଧିକାର ସମ୍ପର୍କରେ ସଚେତନ ନଥିବେ । କେବଳ ନିଜର ରକ୍ତକୁ ପାଣି କରି ଧନୀମାନଙ୍କର ସୁଖ ସୁବିଧାରେ କାରଣ ହୋଇଥିବେ । ତେଣୁ କବିତାର ପ୍ରଥମ ପର୍ଯ୍ୟାୟରେ କବି ଉଲ୍ଲେଖ କରିଛନ୍ତି, ଶତାବ୍ଦୀର ସିଂହଦ୍ଵାରରୁ ଦୂତ ଆସିଛି । ସେ ଆସିଛି ଭବିଷ୍ୟତର ବାର୍ତା ପରିପ୍ରଚାର କରିବାପାଇଁ । ଶହ ଶହ ବର୍ଷଧରି ଚଳି ଆସିଥିବା ମାଲିକ ମୂଲିଆ ପ୍ରଭେଦକୁ ବଦଳାଇ ଦେବାପାଇଁ ବାର୍ତା ଆଣିଛି । ସେହି ବାର୍ତାରେ ରହିଛି କେହି ସାନ କିମ୍ବା ବଡ଼ ବୋଲି ନିଜକୁ ଦେଖେଇ ପାରିବେ ନାହିଁ । କାହାରି ମନରେ ଶୋଷଣ କିମ୍ବା ଶୋଷିତର ମାନସିକତା ରହିବ ନାହିଁ । ଭବିଷ୍ୟତରେ ସମସ୍ତେ ହେବେ ସମାନ । ସମସ୍ତଙ୍କ ମଧ୍ୟରେ ସୃଷ୍ଟି ହେବ ଲୌକିକ ଜ୍ଞାନ । ଅର୍ଥାତ୍ ସମସ୍ତେ ବଞ୍ଚିବାର ସର୍ବନିମ୍ନ ଆବଶ୍ୟକତା ପ୍ରାପ୍ତ ହୋଇ ମଣିଷ ଭଳି ମଣିଷ ହେବେ ।
Question ୭ ।
‘ବାର୍ତା’ କବିତାରୁ କବିଙ୍କ କାବ୍ୟ ଆଭିମୁଖ୍ୟ ଉପସ୍ଥାପନ କର ।
Answer:
କବିତା ହେଉଛି କବି ହୃଦୟର ସହଜତମ ଭାବୋଚ୍ଛାସ ପରିପ୍ରକାଶ । ମୁହୂର୍ଭକର ଚିନ୍ତା ଚେତନା କବି ହୃଦୟକୁ ଭାବବିମୁଗ୍ଧ ଓ ଆନ୍ଦୋଳିତ କରିପକାଏ । କବି କଳ୍ପନେତ୍ରରେ ଯାହା କଳ୍ପନା କରେ, ତାକୁ ହିଁ ଭାଷା ମାଧ୍ୟମରେ ରୂପଦିଏ ।
ସାମ୍ୟବାଦୀ ଚିନ୍ତାଧାରାର ଭାବବିମୁଗ୍ଧ କବି ପଦ୍ମଶ୍ରୀ ସଚ୍ଚିଦାନନ୍ଦ ରାଉତରାୟଙ୍କ ହୃଦୟ ଥିଲା ମାନବିକ ସମ୍ବେଦନାରେ ଋଦ୍ଧିମନ୍ତ । ସମାଜରେ ଶ୍ରମିକ, କୃଷକ, ଖଟିଖିଆ ଓ ସର୍ବହରା ମଣିଷର ଜୀବନକୁ ସେ ଲକ୍ଷ୍ୟ କରିଛନ୍ତି । ସେମାନଙ୍କ ଜୀବନଚର୍ଯ୍ୟା କବିଙ୍କୁ କରିଛି ପ୍ରଭାବିତ । ଫଳରେ ସେମାନଙ୍କ ଦୁଃଖ, ଦୈନ୍ୟ ଜୀବନକୁ ସେ ବର୍ଣ୍ଣନା କରିବା ସହିତ, ସେମାନଙ୍କ ହୃଦୟରେ ସୃଷ୍ଟି ହୋଇଥବା ଦୃଢ଼ ପ୍ରତିକ୍ରିୟାକୁ ସେ ବର୍ଣ୍ଣନା କରିଛନ୍ତି । କାରଣ ଯୁଗ ଯୁଗ ଧରି ଖଟିଖିଆ ମଣିଷ ଶୋଷକ ଗୋଷ୍ଠୀଙ୍କ ଶୋଷଣରେ ଅତିଷ୍ଠ ହୋଇପଡ଼ିଛି । ଦୃଢ଼ ପ୍ରତିବାଦ ଜଣାଇବାପାଇଁ କବି ଯେଉଁ ସନ୍ଦେଶ ଆଣିଛନ୍ତି, ତାହାକୁ ପରିପ୍ରକାଶ କରିଛନ୍ତି ‘ବାର୍ତା’ କବିତାରେ ।
କବିତାର ପ୍ରଥମ ପର୍ଯ୍ୟାୟର କବି କହିଛନ୍ତି, ଶତାବ୍ଦୀର ସିଂହଦ୍ଵାରରୁ ଦୂତ ଆସିଛି । ସେ ଆଣଛି ଏକ ନୂତନ ବାର୍ତା । ଯେଉଁ ବାର୍ତାରେ ଯୁଗ ଯୁଗଧରି ପ୍ରଚଳିତ ହୋଇଥିବା ମାଲିକ ଓ ମୂଲିଆର ପ୍ରଭେଦ ବଦଳିଯିବ । ସମସ୍ତେ ହେବେ ସମାନ । ଜୀବନ ଜୀଇଁବାର ପ୍ରତିରୂପ ହୋଇରହିବ । ମଣିଷମାନେ ବିଶେଷ କରି ଯେଉଁମାନେ ବଞ୍ଚିବାପାଇଁ କଠୋର ପରିଶ୍ରମ କରୁଛନ୍ତି, ସେହିମାନଙ୍କ ମନରେ ପ୍ରେରଣା ସୃଷ୍ଟି କରିବା ଭଳି ବାର୍ତା ଆସିଛି । ଫଳସ୍ବରୂପ ସେମାନେ ବଞ୍ଚିବାର ସର୍ବନିମ୍ନ ଆବଶ୍ୟକତା ବା ଲୌକିକ ଜ୍ଞାନ ସଂଗ୍ରହ କରିପାରିବେ ।
କବି ବାର୍ତା ମାଧ୍ୟମରେ ଖଟିଖିଆ, ଶୋଷିତ ମଣିଷଙ୍କ ମନରେ ଆତ୍ମପ୍ରତ୍ୟୟ ସୃଷ୍ଟି କରିବାକୁ ଚାହିଁଛନ୍ତି । କବିଙ୍କ ମତରେ ନିଜର ଅଧିକାର ଆଣିବାପାଇଁ ସେମାନଙ୍କୁ ରୁକ୍ଷ, କର୍କଶ ହେବାକୁ ପଡ଼ିବ । କୌଣସି ସମୟରେ ଦୁର୍ବଳ ହେବାକୁ ପଡ଼ିବ ନାହିଁ । ନିଜର ସାଲିସ୍ ମନୋବୃତ୍ତିକୁ ପରିହାର କରି ତେଜୋମୟ କଣ୍ଠରେ ବଞ୍ଚିବାର ଅଧିକାରକୁ ଛଡ଼ାଇ ଆଣିବାକୁ ପଡ଼ିବ । ଦୀର୍ଘଦିନ ଧରି ଲୌହଶୃଙ୍ଖଳରେ ବାନ୍ଧି ହୋଇଥିଲା ଭାବକୁ ଦୂରେଇ ଦେବାକୁ ପଡ଼ିବ ।
ଦୀର୍ଘଦିନ ଧରି ଶୋଷିତ ମଣିଷ ଶୋଷକ ଗୋଷ୍ଠୀଙ୍କ ନିଷ୍ଠୁର ଅତ୍ୟାଚାର ସହିଆସିଛି । ମାତ୍ର ସମୟ ଆସିଛି, ସେମାନଙ୍କୁ ଆଉ ସେହି ନିଷ୍ଠୁର ଅତ୍ୟାଚାର ସହିବାକୁ ହେବ ନାହିଁ । ତେଣୁ କବି ସେହି ମାନବମାନଙ୍କୁ ରୁଦ୍ର ଭୈରବ ବୋଲି ସମ୍ବୋଧନ କରିଛନ୍ତି । ପୁନଶ୍ଚ ସେମାନଙ୍କୁ ଦଗ୍ଧ ହୁଅ, ଭସ୍ମ ହୁଅ ବୋଲି କବି କହିଛନ୍ତି । କାରଣ ସେହି ଭସ୍ମରୁ, ସେହି ନିଶେଷଣରୁ ସୃଷ୍ଟି ହେବ ଜ୍ଞାନାଲୋକ । ସେଥିରେ ସେମାନେ ନିଜର ଅଧିକାର ସମ୍ପର୍କରେ ବୁଝିପାରିବେ ।
ମୋଟ ଉପରେ କବି ଶୋଷିତ ମଣିଷଙ୍କ ମନରେ ଆତ୍ମପ୍ରତ୍ୟୟ ସୃଷ୍ଟି କରିବା ଲାଗି, କବି ‘ବାର୍ତା’ କବିତା ସୃଷ୍ଟି କରିଛନ୍ତି ।
Question ୩ ।
‘ବାର୍ତା’ କବିତାରେ କବି ଯେଉଁ ନୂତନ ପୃଥିବୀର ପରିକଳ୍ପନା କରିଛନ୍ତି ତାହାର ରୂପଚିତ୍ର ପ୍ରଦାନ କର ।
Answer:
ଆଧୁନିକ ଓଡ଼ିଆ ସାହିତ୍ୟରେ କବି ପଦ୍ମଶ୍ରୀ ସଚ୍ଚିଦାନନ୍ଦ ରାଉତରାୟ କବିତା ମାଧ୍ୟମରେ ବିପ୍ଳବର ବାର୍ତା ଶୁଣାଇଛନ୍ତି । ଆଲୋଚ୍ୟ କବିତା ‘ବାର୍ତା’ ସେହିଭଳି ଏକ କବିତା, ଯେଉଁଥିରେ କବି ଏକ ଶୋଷଣମୁକ୍ତ ନୂତନ ପୃଥିବୀର ପରିକଳ୍ପନା କରିଛନ୍ତି । କାରଣ ସାଧାରଣ ଖଟିଖିଆ ମଣିଷ ପାଇଁ କବି ଥିଲେ ଗଭୀର ଭାବେ ସମ୍ବେଦନଶୀଳ । ଶୋଷିତ ମଣିଷର ଦୁଃଖ, ଯନ୍ତ୍ରଣା ଓ ଅଭାବକୁ ସେ ନିଜ ଭିତରେ ଅନୁଭବ କରିଛନ୍ତି । ତାଙ୍କ ପାଇଁ ହୃଦୟରେ ଆକୁଳ ଭାବ ପ୍ରକାଶ କରିଛନ୍ତି । ସେମାନଙ୍କ ପାଇଁ ତାଙ୍କର ସାରସ୍ଵତ ଲେଖନୀ ଚାଲନାକରି ନିଜ ହୃଦୟର ସମ୍ବେଦନଶୀଳ ଭାବ ଦେଖାଇଛନ୍ତି । ସେ କେବଳ ହୃଦୟରେ ଶୋଷିତ, ଶ୍ରମିକ ଓ ସର୍ବହରା ସମାଜ ପାଇଁ ଦୁଃଖ ପ୍ରକାଶ କରିନାହାନ୍ତି, ବରଂ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ପ୍ରକାରାନ୍ତରେ ବିପ୍ଳବର ବାର୍ତା ଶୁଣାଇ, ବଞ୍ଚିବାର ଅଧିକାର ଛଡ଼ାଇ ଆଣିବାପାଇଁ ପ୍ରେରଣା ଦେଇଛନ୍ତି ।
ପୃଥିବୀର ଅବହେଳିତ ମଣିଷ, ଯେଉଁମାନେ କି ଜୀବନସାରା ବଞ୍ଚିବା ପାଇଁ ସଂଗ୍ରାମ କଲେ ମଧ୍ୟ ଶୋଷଣର ଶିକାର ହେଉଛନ୍ତି, ସେମାନଙ୍କୁ କବି ମାଟିର ପତଙ୍ଗ ବୋଲି କହିଛନ୍ତି । ସେହି ଅସହାୟ ମଣିଷମାନଙ୍କ ପାଇଁ ମୁକ୍ତିପିପାସା ନିମନ୍ତେ ସେ ସ୍ୱର ଉତ୍ତୋଳନ କରିଛନ୍ତି । ସମଗ୍ର ପୃଥିବୀରେ ଦେଖାଦେଇଛି ଦଳେ ଲୋକ କେବଳ ଦରିଦ୍ରମାନଙ୍କୁ ଶୋଷଣ କରି, ଧନୀଭାବରେ ପରିଚିତ ହୋଇ ବିଳାସବ୍ୟସନରେ ଜୀବନ ବିତାଉଛନ୍ତି । ଅପରପକ୍ଷରେ ଅନ୍ୟ କେତେକ ଜୀବନସାରା ରକ୍ତକୁ ପାଣିକରି ପରିଶ୍ରମ କଲେ ବି ବଞ୍ଚିବାର ସ୍ବାଦ ଅନୁଭବ କରିପାରୁ ନାହାଁନ୍ତି । କବି ଏହିଭଳି ବୈଷମ୍ୟକୁ ଦୂରେଇ ଦେଇ ଏକ ସୁସ୍ଥ ସମାଜ ଗଠନ କରିବାକୁ ଇଚ୍ଛା କରିଛନ୍ତି ।
ଯେଉଁ ମଣିଷମାନେ ଦଳିତ ହୋଇ ରହିଥିଲେ, ସେମାନଙ୍କ ମନରେ ଆତ୍ମବିଶ୍ଵାସ ଜାଗ୍ରତ କରିବାପାଇଁ କବି କହିଛନ୍ତି, ତୁମକୁ ଆଉ ନିଷ୍ଠୁର ଅତ୍ୟାଚାର ସହିବାକୁ ପଡ଼ିବ ନାହିଁ, ବରଂ ନିଜର ଅଧିକାର ସମ୍ବନ୍ଧରେ କୈଫିୟତ ମାଗିବାକୁ ପଡ଼ିବ । ତେଣୁ କବି ସେମାନଙ୍କୁ ରୁଦ୍ର ଭୈରବ ବୋଲି ସମ୍ବୋଧନ କରିଛନ୍ତି । ଭାଗ୍ୟ ଉପରେ ନିର୍ଭର କରୁଥିବା ମଣିଷଙ୍କୁ ଦଗ୍ଧ ହୁଅ, ଭସ୍ମ ହୁଅ ବୋଲି କହିଛନ୍ତି । କାରଣ ସେହି ଭସ୍ମରୁ, ସେହି ନିଷେଷଣରୁ ସୃଷ୍ଟି ହେବ ଜ୍ଞାନାଲୋକ । ସେମାନେ ନିଜର ଅଧିକାର ସମ୍ପର୍କରେ ବୁଝିପାରିବେ । ଶ୍ୟନପରି ବଞ୍ଚିବାର ଅଧିକାରକୁ ଝାମ୍ପି ନେଇପାରିବ ବୋଲି କବି କହିଛନ୍ତି । ଯେଉଁମାନେ ପୀଡ଼ିତ, ସେମାନଙ୍କର ବୀଜ ବୁଣି ଦେଇଛନ୍ତି ।
Question ୪।
‘ବାର୍ତା’ କବିତାରୁ କବିଙ୍କ ସର୍ଜନଶୀଳତାର ବୈଶିଷ୍ଟ୍ୟ ଉପସ୍ଥାପନ କର ।
Answer:
କବି ପଦ୍ମଶ୍ରୀ ସଚ୍ଚିଦାନନ୍ଦ ରାଉତରାୟ ସାରସ୍ୱତ ଜୀବନର ଆଦି ପର୍ଯ୍ୟାୟରେ ଜାତୀୟତାବାଦୀ ଓ ପଲ୍ଲୀପ୍ରାଣତାକୁ ନେଇ କବିତା ରଚନା କରୁଥିଲେ ବି ପରବର୍ତ୍ତୀ ସମୟରେ ସେ ସମାଜବାଦୀ ଭାବଧାରାକୁ ଆପଣେଇ ନେଇଛନ୍ତି । ସାଧନାର ଏଇ ଉତ୍ତରଣ ପର୍ଯ୍ୟାୟରେ ଅସହାୟ, ନିରନ୍ନ ଓ ସମାଜ ପ୍ରବଞ୍ଚିତ ବ୍ୟକ୍ତି ପ୍ରତି ସେ ଦରଦୀ ଭାବ ପ୍ରକାଶ କରିଛନ୍ତି । ସେହି ଅସହାୟ ମଣିଷମାନଙ୍କର କଥାକୁ ସେ ସିଧାସିଧ୍ ଉଲ୍ଲେଖ କରିଛନ୍ତି । ଯେପରି –
‘‘ଧରଣୀର ପଥେ ପଥେ ଚାଲୁ ଚାଲୁ ପଥଚାରୀ ମୁହଁ,
ଯେ ବ୍ୟଥା ବାଜିଛି ବୁକେ ମଣିଷର ଅପମାନ ଛୁଇଁ ।
ତାକୁଇ ଦେଇଚି ବାଣୀ କହିଛି ସେ ସାଧାରଣ କଥା,
ଭାଷାର କପଟ ଜାଲେ ରଚିନାହିଁ ମାୟାଜାଲ କଥା ।’’ (ପାଣ୍ଡୁଲିପି)
କବି ଖଟିଖିଆ, ପରିଶ୍ରମୀ ମଣିଷଙ୍କ ଜୀବନଶୈଳୀକୁ ଦେଖିଛନ୍ତି । ସେମାନଙ୍କ ପ୍ରତି ହେଉଥିବା ଅବିଚାରକୁ କରିଛନ୍ତି । ନ୍ୟାଯ୍ୟଦାବି ଓ ଅଧିକାର ପାଇଁ ଆନ୍ଦୋଳନର ପ୍ରେରଣା ଦେଇ ନିଜର ବୈପ୍ଳବିକ ଚିତ୍ତବୃତ୍ତିକୁ ପ୍ରକାଶ କରିଛନ୍ତି । ଶୋଷିତମାନଙ୍କ ପାଇଁ ସେ ଆଗ୍ନେୟ ଆହ୍ବାନ ଜଣାଇଛନ୍ତି ।
କବି ଖଟିଖିଆ ମେହେନତି ମଣିଷଙ୍କ ମନରେ ଆତ୍ମପ୍ରତ୍ୟୟ ସୃଷ୍ଟି କରିବାକୁ ଚାହିଁଛନ୍ତି । ତେଣୁ ସେମାନଙ୍କୁ ଦୃଢ଼ ହେବାକୁ, ରୁକ୍ଷ ଓ କର୍କଶ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି । ଅତୀତକୁ ବିସ୍ତ୍ରୁତ ହେବାକୁ ପଡ଼ିବ । ଦାସତ୍ଵ ଭାବକୁ ମନରୁ ପୋଛି ଦେବାକୁ ହେବ । ଦାୟିକ ଭାବରେ ନିଜର ଅଧିକାରକୁ ଛଡ଼ାଇ ନେବାକୁ ହେବ । ପାରମ୍ପରିକତାର ଶୃଙ୍ଖଳକୁ ଛଡ଼ାଇ ନେବାକୁ ପଡ଼ିବ । କଷ୍ଟ ଉପାର୍ଜିତ ଧନକୁ, ଧନୀ ଗୋଷ୍ଠୀଙ୍କ ହାତକୁ ବଢ଼ାଇ ଦେଇ ତୁମେ ଆଉ ଶାନ୍ତିରେ ରହିପାରିବ ନାହିଁ । ବରଂ ନିଜର ଅଧିକାର ସମ୍ପର୍କରେ କୈଫିୟତ ମାଗିବାକୁ ପଡ଼ିବ । ଏଇ ନିଷ୍ପେଷିତ, ନିରନ୍ନ ମଣିଷ ଗୋଷ୍ଠୀର ଅନ୍ତିମ ବିଜୟ ସୁନିଶ୍ଚିତ – ଏହିପରି ବୈପ୍ଳବିକ ଭାବନାରେ, ସମାଜର ବୈଷମ୍ୟକୁ ପ୍ରକଟିତ କରି ସଂଗ୍ରାମ କରିବାକୁ କବି ଆହ୍ୱାନ ଦେଇଛନ୍ତି । ଦାସତ୍ଵ ଶୃଙ୍ଖଳରେ ବନ୍ଧା ମଣିଷ ଅତ୍ୟାଚାରରୁ ହିଁ ପ୍ରତିଶୋଧର ଜ୍ଞାନାଲୋକ ଲାଭକରୁ ବୋଲି କବି କହିଛନ୍ତି ।
କବିତାରେ କବି କେତେକ ସୂଚନାତ୍ମକ ପଦ ପ୍ରୟୋଗ କରିଛନ୍ତି, ଯେଉଁ ପଦକୁ ସମୀକ୍ଷା କଲେ, ତାହାର ବିଶେଷତାକୁ ଆକଳନ କରିହୁଏ । ଯେପରି ‘ଶତାବ୍ଦୀର ସିଂହଦ୍ଵାରୁ’, ‘ଜାଗ ନରବ୍ରହ୍ମ’, ‘ଯୁଗବ୍ୟାପୀ ହୀନ ଦାସତ୍ଵ’, ‘ଲୌହ କାରାଗାର’, ‘ଭୀମ ଅତ୍ୟାଚାର’, ‘ହେ ରୁଦ୍ର ଭୈରବ’, ‘କୀଟ ସମ ହୁଅ ନିଷ୍ପେଷିତ’ ‘ଲଭ ତହୁଁ ଜ୍ଞାନରଶ୍ମି’, ‘ଶୋନ ପରି ନିଅ ପ୍ରତିଶୋଧ’ ‘କ୍ରୁଶର ସାଧନା’ ଇତ୍ୟାଦି ।
ଏହି ଦୃଷ୍ଟିରୁ ବିଚାର କଲେ କବି ଓଡ଼ିଆ କବିତାକୁ ନୂଆ ଦିଶା ଦେଖାଇବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।
Question ୫ ।
‘ଜୟ ଲଭୁ କୁଶର ସାଧନା’ ଉକ୍ତିରେ ସମଗ୍ର କବିତାର ଭାବାଦର୍ଶ କିପରି ପ୍ରତିଫଳିତ ~ ଆଲୋଚନା କର ।
Answer:
ଓଡ଼ିଆ ସାହିତ୍ୟରେ ଯେଉଁ କେତେଜଣ ପ୍ରଗତିବାଦୀ କବି ରହିଛନ୍ତି, ସେମାନଙ୍କ ମଧ୍ୟରେ ଜଣେ ପ୍ରତିଷ୍ଠିତ ଓ ସମ୍ମାନିତ ପ୍ରତିଭା ହେଉଛନ୍ତି, ପଦ୍ମଶ୍ରୀ ସଚ୍ଚିଦାନନ୍ଦ ରାଉତରାୟ । ତାଙ୍କର ସାରସ୍ବତ ସାଧନାର ଉତ୍ତରଣ ପର୍ଯ୍ୟାୟରେ ସେ ମାର୍କସ୍ଵାଦୀ ଅନୁଚିନ୍ତାଦ୍ୱାରା ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି । ଦୀନଦଳିତ, ପତିତ ଓ ଅବହେଳିତ ଗୋଷ୍ଠୀର ଅଭ୍ୟୁତ୍ଥାନ ପାଇଁ ତାଙ୍କ କବିତାରେ ରହିଛି ପ୍ରଚୁର ଆବେଦନ । ସମାଜରୁ ଶୋଷଣ, ପୀଡ଼ନ ଦୂରକରି ସାମ୍ୟବାଦୀ ସମାଜ ପ୍ରତିଷ୍ଠା କରିବା ହେଉଛି କବିଙ୍କ କବିତାର ମର୍ମବାଣୀ । ସେ କୌଣସି ଭାବରେ ସାଲିସ କରି ହୃଦୟ ପରିବର୍ତ୍ତନ କରିବାକୁ ଚାହିଁ ନାହାଁନ୍ତି । ବରଂ ଶକ୍ତି ପ୍ରୟୋଗ କରି, କିପରି ନ୍ୟାଯ୍ୟଦାବି ହାସଲ କରାଯିବ ସେଥିପାଇଁ ଦଳିତ ଓ ଅବହେଳିତ ସମାଜକୁ ଦେଇଛନ୍ତି ଆଗ୍ନେୟ ଆହ୍ବାନ । ମାର୍କସୀୟ ଦର୍ଶନର ଅନୁବର୍ତ୍ତନ ହେତୁ ତାଙ୍କ କବିତାରେ ପ୍ରଗତିଶୀଳ ଚେତନା ଥିଲା ଉଦ୍ଦୀପ୍ତ । ଖଟିଖିଆ ଓ ମେହେନତିଙ୍କର ହୃଦୟର ଦୁଃଖ ଓ ବେଦନାବୋଧକୁ ଦୂରେଇ ଦେବାକୁ ଏବଂ ସେମାନଙ୍କ ଜୀବନରେ ସମ୍ଭାବନାର ସୂର୍ଯ୍ୟ ଉଦୟ କରିବାକୁ କବି ଆଲୋଚ୍ୟ କବିତା ‘ବାର୍ତା’ରେ ସଫଳ ପ୍ରୟାସ କରିଛନ୍ତି ।
‘ଜୟ ଲଭୁ କ୍ରୁଶର ସାଧନା’ ପ୍ରସଙ୍ଗ ଉଲ୍ଲେଖ କରି, କବି ଯୀଶୁଙ୍କର ଆୟୋତ୍ସର୍ଗକୁ ଏକ ମିଥ୍ୟାଭାବରେ ଗ୍ରହଣ କରିଛନ୍ତି । ଯୀଶୁଙ୍କୁ ଅତ୍ୟାଚାରୀଦଳ କ୍ରୁଶରେ ଚଢ଼ାଇ ତାଙ୍କ ଦେହରେ କଣ୍ଟା ବାଡ଼େଇଦେଲେ । ଯୀଶୁ ଚାଲିଗଲେ ସତ, ମାତ୍ର ତାଙ୍କର ଆୟୋତ୍ସର୍ଗ ବ୍ୟର୍ଥ ଯାଇନାହିଁ । ସେହି ଆୟୋତ୍ସର୍ଗ ପାଇଁ ପରବର୍ତୀ ସମୟରେ ସେ ସମସ୍ତଙ୍କର ଆରାଧ୍ୟ ହୋଇଗଲେ । ତେଣୁ କବି, ଯେଉଁ ମଣିଷମାନେ ଧନିକ ଗୋଷ୍ଠୀଙ୍କ ଅତ୍ୟାଚାରକୁ ମୁଣ୍ଡପାତି ସହି ନେଇଛନ୍ତି, ସେମାନଙ୍କୁ ଦଗ୍ଧ ହୁଅ, ଭସ୍ମ ହୁଅ ବୋଲି କହିଛନ୍ତି । କାରଣ ସେହି ଭସ୍ମରୁ, ସେହି ନିଷେଷଣରୁ ସୃଷ୍ଟି ହେବ ଜ୍ଞାନାଲୋକ । ପୀଡ଼ନ ବା ଦୁଃଖର କାରଣ କିଏ, ସେ ସମ୍ପର୍କରେ ସେମାନେ ଅନୁଭବ କରିପାରିବେ । ସେହି ମହାମନ୍ତ୍ର ବଳରେ ସବୁକିଛି ବଦଳିଯିବ । ବଦଳାଇ ହେବ ମାଲିକ- ମୂଲିଆ, ଜମିଦାର-ପ୍ରଜା, ଶୋଷକ-ଶୋଷିତର ସମ୍ପର୍କ । ଶ୍ରେଣୀ ଚେତନାର ଧ୍ବଂସ ଘଟିବ । ସମାଜରେ ସୃଷ୍ଟିହେବ ସମାଜବାଦୀ ଚେତନା । ପୀଡ଼ିତଙ୍କ ଜୀବନର ମୂଲ୍ୟାୟନ କରାଯିବ । ପୀଡ଼ନର ଜୟଗାନ କରାଯିବ । ସେହି ପର୍ଯ୍ୟାୟରେ କବି ଅତ୍ୟାଚାରୀମାନଙ୍କ ପାଇଁ ଯୀଶୁଙ୍କ ଆୟୋତ୍ସର୍ଗ ବ୍ୟର୍ଥ ହେବନାହିଁ ବୋଲି କହିଛନ୍ତି । କାରଣ ସେହି ବଳିଦାନରୁ ସୃଷ୍ଟିହେବ ଇତିହାସର ଭିନ୍ନ ଏକ ପର୍ଯ୍ୟାୟ । ସାଧନାର ଜୟହେବ ବୋଲି ମଧ୍ୟ କବି ଏଠାରେ ସୂଚାଇ ଦେଇଛନ୍ତ ।
ବାସ୍ତବରେ ଅତ୍ୟାଗରିତଙ୍କ ମନରେ ଆଣ। ସ୍ଟଷ୍ଠି ପାଇଁ ଏଭଳି ଅଭିମତ ଦେଇଛନ୍ତ
Additional Multiple Choice Questions (mcqs) With Answers
Question ୧ ।
କାହାର ସାଧନା ଜୟ ଲାଭ କରୁ ବୋଲି କବି କହିଛନ୍ତି ?
(i) କ୍ରୁଶର ସାଧନା
(ii) ଉପୀଡ଼ନର ସାଧନା
(iii) ଶିକ୍ଷାର ସାଧନା
(iv) ବ୍ରହ୍ମଜ୍ଞାନର ସାଧନା
Answer:
(i) କ୍ରୁଶର ସାଧନା
Question ୨ ।
କ’ଣ ମାଗିବାକୁ ବେଳ ହେଲା ବୋଲି କବି କହିଛନ୍ତି ?
(i) କୈଫିୟତ
(ii) ଧନ
(iii) ପରାମର୍ଶ
(iv) ପ୍ରେରଣା
Answer:
(i) କୈଫିୟତ
Question ୩ ।
ଦୀପ୍ତ କଣ୍ଠରେ କ’ଣ ପଚାରିବା ପାଇଁ ସମୟ ଆସିଛି ?
(i) ଏତେ ଦିନ ଧରି ଲୌହ କାରାଗାର କାହିଁକି ଥୁଲା
(ii) ମଣିଷ କାହିଁକି ଅନ୍ୟକୁ ବିଶ୍ୱାସ କରୁଥିଲା ?
(iii) ଜୀବନର କ’ଣ ସମ୍ଭାବନା ଥିଲା ?
(iv) ଭବିଷ୍ୟତର କି ଆଶା ଥିଲା
Answer:
(i) ଏତେ ଦିନ ଧରି ଲୌହ କାରାଗାର କାହିଁକି ଥୁଲା
Question ୪ ।
ଯୁଗ ଯୁଗ ଧରି ମାନବ ଆତ୍ମାକୁ କିଏ ପୀଡ଼ା ଦେଇଛି ?
(i) ମରୁଡ଼ିର ବିଭୀଷିକା
(ii) ଭୀମ ଅତ୍ୟାଚାର
(iii) ବାତ୍ୟାର କରାଳ ତାଣ୍ଡବ
(iv) ଶୋଷଣ ପୋଷଣ
Answer:
(iii) ବାତ୍ୟାର କରାଳ ତାଣ୍ଡବ
Question ୫।
ଶତାବ୍ଦୀର ସିଂହଦ୍ଵାରର ଭବିଷ୍ୟତର ବାର୍ତ୍ତା କିଏ ଆଣିଛି ?
(i) ଦୂତ
(ii) ଡାକବାଲା
(iii) ମୋଘ
(iv) ପାରା
Answer:
(i) ଦୂତ
Question ୬ ।
କବି ମାନବ ଶିଶୁକୁ କିପରି ଜାଗ୍ରତ ହେବାକୁ ପରାମର୍ଶ ଦେଇଛନ୍ତି ?
(i) ପ୍ରତିଶୋଧପରାୟଣ ହୋଇ
(ii) ଲୌକିକ ଜ୍ଞାନକୁ ଧରି
(iii) ସମସ୍ତଙ୍କୁ ଆପଣାର କରି
(iv) ପ୍ରତିଶ୍ରୁତି ପାଳନ କରି
Answer:
(ii) ଲୌକିକ ଜ୍ଞାନକୁ ଧରି
Question ୭ ।
କବି ସଚ୍ଚି ରାଉତରାୟଙ୍କ ଆତ୍ମଜୀବନୀର ନାମ କ’ଣ ?
(i) ଉତ୍ତର କକ୍ଷ
(ii) ସ୍ମୃତି ଓ ଅନୁଭୂତି
(iii) ଚିତ୍ରଗ୍ରୀବ
(iv) ମାଟିର ତାଜ
Answer:
(i) ଉତ୍ତର କକ୍ଷ
Question ୮।
କେଉଁ ବିଷୟରେ କୈଫୟତ ମାଗିବାର ବେଳ ଉପସ୍ଥିତ ହୋଇଛି ?
(i) ଦାସତ୍ଵ
(ii) ପୀଡ଼ନ
(iii) ଶଠତା
(iv) ହୀନମନ୍ୟତା
Answer:
(ii) ପୀଡ଼ନ
Question ୯ ।
ଏତେ ଦିନଧରି ମାନବପୁତ୍ର କେଉଁଥିରେ ଆବଦ୍ଧ ଥିଲା ?
(i) ସମାଜ
(ii) ଶୃଙ୍ଖଳ ଓ ଲୌହ କାରାଗାର
(iii) ହିଂସା ଓ ଦ୍ବେଷ
(iv) ପୁଞ୍ଜିବାଦୀ ବ୍ୟବସ୍ଥା
Answer:
(ii) ଶୃଙ୍ଖଳ ଓ ଲୌହ କାରାଗାର
Question ୧୦ ।
ରୁଦ୍ର ଭୈରବ ବୋଲି କାହାକୁ କୁହାଯାଇଛି ?
(i) ସର୍ବହରା ମନୁଷ୍ୟ
(ii) ପୁଞ୍ଜିପତି
(iii) ଇଂରେଜ ଶାସକ
(iv) ବିଦେଶୀ ଶାସକ
Answer:
(i) ସର୍ବହରା ମନୁଷ୍ୟ
Question ୧୧ ।
ଦାସତ୍ଵ ଓ ପୀଡ଼ନରେ ଜର୍ଜରିତ ମଣିଷମାନଙ୍କୁ କବି ଏଥିରେ କେଉଁ ସ୍ଵପ୍ନ ଦେଖାଇଛନ୍ତି ?
(i) ମୁକ୍ତି
(ii) ଆତ୍ମସମୀକ୍ଷା
(iii) ସମାଜ ଗଠନ
(iv) ବିପ୍ଳବ
Answer:
(i) ମୁକ୍ତି
Question ୧୨ ।
କବି କାହାକୁ ମହାଧର୍ମ ଆଖ୍ୟା ଦେଇଛନ୍ତି ?
(i) ପୀଡ଼ନର ଉଚ୍ଛେଦ
(ii) ଶ୍ରେଣୀ ବୈଷମ୍ୟ
(iii) ଶ୍ରେଣୀ ସଂଘର୍ଷ
(iv) ସବୁଗୁଡ଼ିକ
Answer:
(i) ପୀଡ଼ନର ଉଚ୍ଛେଦ
Question ୧୩ ।
କେଉଁପରି ଦଗ୍ଧ ଓ ଭସ୍ମ ହେବାକୁ କବି ମନୁଷ୍ୟ ପୁତ୍ରଙ୍କୁ କହିଛନ୍ତି ?
(i) ଦେବତା
(ii) କୀଟ
(iii) ଶୋନ
(iv) ଶ୍ଵାନ
Answer:
(ii) କୀଟ
Question ୧୪ ।
ଅତ୍ୟାଚାରୀମାନଙ୍କଠାରୁ ମୁକ୍ତି ପାଇଁ ବ୍ୟକ୍ତିକୁ କ’ଣ କରିବାକୁ ପଡ଼ିବ ?
(i) ଆତ୍ମସମୀକ୍ଷା
(ii) ଆତ୍ମରକ୍ଷା
(iii) ଆୟୋତ୍ସର୍ଗ
(iv) ବିଦ୍ରୋହ
Answer:
(iii) ଆୟୋତ୍ସର୍ଗ
Question ୧୫ ।
ପୀଡ଼ନର ଜୟ ହେଉ କହିବା ପଛରେ କବିଙ୍କର କେଉଁ ଉଦ୍ଦେଶ୍ୟ ନିହିତ ?
(i) ଶ୍ରେଣୀ ଚେତନାର ବିଲୋପ
(ii) ଶ୍ରେଣୀ ସଂଘର୍ଷ
(iii) ଶ୍ରେଣୀ ବୈଷମ୍ୟ
(iv) ପୁଞ୍ଜିବାଦୀ
Answer:
(i) ଶ୍ରେଣୀ ଚେତନାର ବିଲୋପ
Question ୧୬ ।
‘ବାର୍ତ୍ତା’ କବିତାରେ କବିଙ୍କର କେଉଁ ଆଭିମୁଖ୍ୟ ପ୍ରକାଶିତ ହୋଇଛି ?
(i) ପୁଞ୍ଜିବାଦୀ ଆଭିମୁଖ୍ୟ
(ii) ସାମ୍ୟବାଦୀ ଆଭିମୁଖ୍ୟ
(iii) ରୋମାଣ୍ଟିକ୍ ଆଭିମୁଖ୍ୟ
(iv) ସତ୍ୟବାଦୀ ଆଭିମୁଖ୍ୟ
Answer:
(ii) ସାମ୍ୟବାଦୀ ଆଭିମୁଖ୍ୟ
Question ୧୭ ।
କେଉଁଠାରୁ ଦୂତ ଆସିଅଛି ?
(i) ସ୍ୱର୍ଗରୁ
(ii) ଶତାବ୍ଦୀର ସିଂହଦ୍ଵାରରୁ
(iii) ରାଜପ୍ରାସାଦରୁ
(iv) ଆଲୋକ ରାଜ୍ୟରୁ
Answer:
(ii) ଶତାବ୍ଦୀର ସିଂହଦ୍ଵାରରୁ
Question ୧୮ ।
କାହାର ସିଂହଦ୍ଵାରରୁ ଦୂତ ଆସିଛି ବୋଲି କୁହାଯାଇଛି ?
(i) ଶତାବ୍ଦୀର
(ii) ରାଜାଙ୍କର
(iii) ସମ୍ରାଟଙ୍କର
(iv) ରାଣୀଙ୍କର
Answer:
(i) ଶତାବ୍ଦୀର
Question ୧୯ ।
କାହାର ପ୍ରତିଶୋଧ ନେବାପାଇଁ ଆହ୍ବାନ ଦିଆଯାଇଛି ?
(i) ପୀଡ଼ନର
(ii) ନିଶ୍ଳେଷଣର
(iii) ଦାସତ୍ଵର
(iv) ଅତ୍ଯାଚାରର
Answer:
(iii) ଦାସତ୍ଵର
Question ୨୦ ।
କବି କାହାର ଉଚ୍ଛେଦ ଓ ନିର୍ମୂଳ କରିବାକୁ କହିଛନ୍ତି ?
(i) ପାପୀର
(ii) ପୀଡ଼ନର
(iii) ଭସ୍ମର
(iv) କୁ ଶର
Answer:
(ii) ପୀଡ଼ନର
(କ) କବି ପରିଚିତି :
ଆଧୁନିକ ଓଡ଼ିଆ କାବ୍ୟଧାରାରେ ସଚ୍ଚିଦାନନ୍ଦ ରାଉତରାୟ ଏକ ସୁପରିଚିତ ନାମ । ଯେଉଁ କେତେଜଣଙ୍କ ମସୀଚାଳନାଦ୍ୱାରା ଆଧୁନିକ ଓଡ଼ିଆ ସାହିତ୍ୟ (ବିଶେଷକରି ସ୍ବାଧୀନତାର ପ୍ରାକ୍ ଦଶନ୍ଧିଠାରୁ) ସମୃଦ୍ଧ ହୋଇଥିଲା, ସେମାନଙ୍କ ମଧ୍ୟରେ ସଚ୍ଚି ରାଉତରାୟଙ୍କ ନାମ ଉଲ୍ଲେଖଯୋଗ୍ୟ । ଗତାନୁଗତିକ ଓଡ଼ିଆ କାବ୍ୟଧାରାରେ ରୂପଗତ ତଥା ଆତ୍ମାଗତ ପରିବର୍ତ୍ତନ ସଂଶୋଧନ କରିଥିଲେ ରାଧାନାଥ । ସେ ଓଡ଼ିଆ କାବ୍ୟଧାରାରେ, ସୃଷ୍ଟି କରିଗଲେ ନୂତନତାର ଚମକ । ସେଥିପାଇଁ ସେ ‘ଯୁଗପ୍ରବର୍ତ୍ତକ’, ‘ଯୁଗଜ୍ୟୋତି’, ‘ଯୁଗସ୍ରଷ୍ଟା’ ଆଦି ବିଶେଷଣଦ୍ଵାରା ଅଭିନନ୍ଦିତ । କବି ଶ୍ରୀ ରାଉତରାୟ ମଧ୍ଯ ପ୍ରଚଳିତ କାବ୍ୟ ବ୍ୟବସ୍ଥାରେ ବହୁ ନୂତନତା ଆନୟନ କରି ପରବର୍ତ୍ତୀ କାଳର ସ୍ରଷ୍ଟାଙ୍କ ମଧ୍ୟରେ ‘ମାଟିର ଦ୍ରୋଣ’ ଭାବେ ପୂଜ୍ୟ ହୋଇଛନ୍ତି । ସାହିତ୍ୟ କ୍ଷେତ୍ରରେ ତାଙ୍କର ଏକନିଷ୍ଠ ଅନ୍ତର୍ମୁଖୀ ସାଧନା ତାଙ୍କୁ ବହୁ ସମ୍ମାନର ଅଧିକାରୀ କରିଛି । ପରିଣତିରେ ତାଙ୍କୁ ତାଙ୍କର ସାମଗ୍ରିକ କୃତି ପାଇଁ ଭାରତର ସର୍ବୋତ୍କୃଷ୍ଟ ସାରସ୍ଵତ ପୁରସ୍କାର – ‘ଜ୍ଞାନପୀଠ’, ୧୯୮୬ ମସିହାରେ ପ୍ରଦାନ କରାଯାଇଛି । ଯିଏ ନିଜେ ନିଜର ପରିଚୟକୁ ସାରସ୍ଵତ ଶକ୍ତି ସାମର୍ଥ୍ୟଦ୍ୱାରା ଏତେମାତ୍ରାରେ ପରିବ୍ୟାପ୍ତ କରି ପାରିଛନ୍ତି, ତାଙ୍କୁ ଅନ୍ୟକୌଣସି ଗୌରଚନ୍ଦ୍ରିକା ସମ୍ବଳିତ ବଂଶାନୁକ୍ରମରେ ଚିହ୍ନିତ କରିବା ନିଷ୍ପ୍ରୟୋଜନ । ପ୍ରସଙ୍ଗତଃ ଭବଭୂତିଙ୍କ ଶ୍ଳୋକଟି ସ୍ମରଣୀୟ ।
‘‘ଉତ୍ତମା ସ୍ୱନାମାଖ୍ୟାତା ପିତୃଖ୍ୟାତା ଚ ମଧ୍ୟମା
ଅଧମା ମାତୁଳାଖ୍ୟାତା ଶୁଶ୍ରୂଖ୍ୟାତୋଽଧମାଧମଃ ।’’
ଅର୍ଥାତ୍ ଉତ୍ତମମାନେ ସ୍ବନାମରେ ପରିଚିତ ହୋଇଥା’ନ୍ତି । ମଧ୍ଯମମାନେ ପିତାଙ୍କ ନାମରେ ପରିଚିତ ହୁଅନ୍ତି । ଅଧମମାନେ ଜୀବନ ଅବଗତ କରାନଗଲେ, ତାଙ୍କ ସମ୍ପର୍କୀୟ ସବୁକିଛି ମତ ଓ ମନ୍ତବ୍ୟ ଅପୂର୍ଣ୍ଣ ରହିଯିବ । ଜୀବନୀ ଅନୁଶୀଳନ ମଧ୍ୟ ପରବର୍ତ୍ତୀ ବଂଶଧରଙ୍କ ପାଇଁ ଉପାଦେୟ । କବି Long Fellow ଙ୍କ ଭାଷାର-
“Lives of great men all remind us
To make our lives sublime.
And departing leave behind us
Footprints on the sands of time.” (A Psalm of Life)
ଜୀବନ ସମ୍ବନ୍ଧୀୟ ସ୍ରୋତ (A Psalm of life) ରେ କବି Long Fellow କହନ୍ତି – ଆମ୍ଭମାନଙ୍କ ଜୀବନକୁ ମହତ୍ତ୍ବପୂର୍ଣ କରିବାକୁ ମହତ୍ଲୋକଙ୍କ ଜୀବନୀ ପ୍ରେରଣା ଦିଏ । ସମୟର ବାଲୁକାରାଶିରେ ପତିତ ସେମାନଙ୍କ ପଦଚିହ୍ନ ଆମ୍ଭମାନଙ୍କୁ ବାଟ ଦେଖାଏ । ବସ୍ତୁତଃ, ଏଥିପାଇଁ ରାଉତରାୟଙ୍କ ଭଳି ପ୍ରଚଣ୍ଡ ସାହିତ୍ୟିକ ପ୍ରତିଭାଙ୍କ ବ୍ୟକ୍ତିଗତ ଜୀବନୀ ଆଲୋଚନୀୟ ।
କବି ପଦ୍ମଶ୍ରୀ ସଚ୍ଚିଦାନନ୍ଦ ରାଉତରାୟ ୧୯୧୬ ମସିହା ମେ ମାସ ୧୩ ତାରିଖ ଦିନ ପୁରୀ ଜିଲ୍ଲାର ଖୋର୍ଦ୍ଧା (ସଂପ୍ରତି ଖୋର୍ଦ୍ଧା ସ୍ଵତନ୍ତ୍ର ଜିଲ୍ଲା ହୋଇଛି) ନିକଟବର୍ତ୍ତୀ ଗୁରୁଜଙ୍ଗ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ପ୍ରସନ୍ନକୁମାର ରାଉତରାୟ ଓ ମାତାଙ୍କ ନାମ ମୁକ୍ତାଦେବୀ I ପିତା ଥିଲେ ଜଣେ ସ୍ଵାଧୀନଚେତା ଓକିଲ; କିନ୍ତୁ ସେ ଜନ୍ମହେବାର ଅଳ୍ପଦିନ ପରେ ତାଙ୍କ ବଡ଼ବାପା ସଦାନନ୍ଦ ରାଉତରାୟ ଓ ବଡ଼ମା’ ହେମବତୀଙ୍କର ପୋଷ୍ୟପୁତ୍ର ହୋଇ ସେମାନଙ୍କଦ୍ଵାରା ଲାଳିତପାଳିତ ହୋଇଥିଲେ । ସ୍ୱଗ୍ରାମରେ ବାଲ୍ୟକାଳୀନ ଶିକ୍ଷା ସମାପ୍ତିକରି ଖୋର୍ଦ୍ଧା ହାଇସ୍କୁଲ ଓ ପରେ ପୁରୀ ଜିଲ୍ଲାସ୍କୁଲରେ ଅଧ୍ୟୟନ କରିଥିଲେ । ଛାତ୍ରାବସ୍ଥାରୁ ସାହିତ୍ୟର ପରିଭୂର୍ଭି ଘଟିଥିଲା ତାଙ୍କ ଭିତରେ । ସେ କାଳରେ ପ୍ରକାଶ ପାଉଥିବା ‘ପଞ୍ଚାମୃତ’ ଓ ‘ନବୀନ’ ପତ୍ରିକାରେ ସେ ଲେଖାଲେଖି କରୁଥିଲେ । ଭାଗ୍ୟର ଗତି ବିଚିତ୍ର ।
ଠିକ୍ ସେତିକିବେଳେ ଲବଣ ସତ୍ୟାଗ୍ରହର ଡାକରାରେ ସେ ଉଦ୍ବୁଦ୍ଧ ହୋଇ ବିଦ୍ୟାଳୟ ପରିତ୍ୟାଗପୂର୍ବକ ଜାତୀୟତାବାଦୀ ଆନ୍ଦୋଳନରେ ଝାସଦେଲେ । ତାଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟିହେଲା । ପରେ ଭିଣେଇ ଶ୍ରୀଜଗନ୍ନାଥ ଦାସଙ୍କ ତତ୍ତ୍ଵାବଧାନରେ ଯାଜପୁର ହାଇସ୍କୁଲରେ ସେ ପଢ଼ାପଢ଼ି କରିଥିଲେ । ପରିଶେଷରେ ୧୯୩୪ ମସିହାରେ କଲିକତାର ‘ବ୍ରହ୍ମାଜ୍ ବୟେଜ ହାଇସ୍କୁଲ୍’ରୁ ପ୍ରଥମ ଶ୍ରେଣୀରେ ମାଟ୍ରିକ ପାଶ୍ କଲେ । କଲିକତାର ସିଟି କଲେଜରେ ଆଇ.ଏ. ପଢ଼ିଲେ । ସେଠି ମଧ୍ୟ ତଦୂପ ଅବସ୍ଥା ହେଲା । ଜେଲ୍ରେ ପରୀକ୍ଷା ଦେବାକୁ ପଡ଼ିଲା । ଆଇ.ଏ. ପାଶ୍ କଲାପରେ ରେଭେନ୍ସାରେ ବି.ଏ. ଶ୍ରେଣୀ ପାଇଁ ନାମ ଲେଖାଇଲେ । ସେ ସମୟର ଛାତ୍ର ଆନ୍ଦୋଳନ, ଗଡ଼ଜାତ ପ୍ରଜା ଆନ୍ଦୋଳନ ଆଦିରେ ସେ ସକ୍ରିୟ ନେତୃତ୍ଵ ନେଇଥିଲେ । ଏଇଭଳି ଭାବେ ସେ ୧୯୩୯ ମସିହାରେ ରେଭେନ୍ସା ମହାବିଦ୍ୟାଳୟରୁ ବି.ଏ. ପାସ୍ କରିଥିଲେ ।
କୌଣସି ସରକାରୀ ଚାକିରି ନକରି ସେ ୧୯୪୨ ମସିହାରେ କଲିକତାର କେଶୋରାମ କଟନ୍ ମିଲ୍ସରେ ଲେବର ୱେଲ୍ଫେୟାର ଅଫିସର ଭାବେ କାର୍ଯ୍ୟଭାର ଗ୍ରହଣ କଲେ । ୧୯୪୫ ମସିହାରେ ବିବାହ କଲେ ଆନ୍ଧ୍ରର ନୁଜଭିଡ଼ ରାଜବଂଶୀୟ କନ୍ୟାଙ୍କୁ । କଲିକତାର ପୂର୍ବୋକ୍ତ କାର୍ଯ୍ୟାଳୟରେ ତାଙ୍କୁ କିଛିଦିନ ପାଇଁ ଏକ୍ଜିକ୍ୟୁଟିଭ୍ ଅଫିସରର ଦାୟିତ୍ୱ ତୁଲାଇବାକୁ ପଡ଼ିଥିଲା । କୌଣସି କାରଣରୁ କମ୍ପାନୀ ସହ ମନୋମାଳିନ୍ୟ ଘଟିବାରୁ ସେ ୧୯୬୨ ମସିହାରେ ଚାକିରିରୁ ଇସ୍ତଫା ଦେଇ ଓଡ଼ିଶା ଫେରି ଆସିଥିଲେ । ସେବେଠାରୁ ସେ କଟକରେ ବସବାସ କରିଥିଲେ । ଜୀବନର ଏବଂବିଧ ତିନୋଟି ପ୍ରାଦେଶିକ (ଓଡ଼ିଶା, ବଙ୍ଗଳା ଓ ଆନ୍ଧ୍ର) ସଂସ୍ରାବ ତାଙ୍କ କାବ୍ୟ ଚେତନାରେ ଜ୍ୟାମିତିକ ତ୍ରିଭୁଜ ଅଙ୍କନ କରିଛି ।
କବି ରାଉତରାୟ କିଛି କାଳପାଇଁ ‘ଆରତି’ ପତ୍ରିକାର ସମ୍ପାଦନା କରୁଥିଲେ । ‘ଦିଗନ୍ତ’ ପତ୍ରିକାଟି ମଧ୍ଯ ତାଙ୍କଦ୍ୱାରା ସମ୍ପାଦିତ ହୋଇ ଆସିଥିଲା । ସେ ‘କବିତା-୧୯୬୨’ ପୁସ୍ତକ ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ତରଫରୁ ପୁରସ୍କାର ପାଇଥିଲେ ୧୯୬୨ ମସିହାରେ ଭାରତ ସରକାରଙ୍କ ‘ପଦ୍ମଶ୍ରୀ’ ଉପାଧ୍ ଓ ୧୯୬୫ ମସିହାରେ ‘ସୋଭିଏତ୍ ନେହେରୁ’ ପୁରସ୍କାର ପାଇଥିଲେ । ୧୯୭୭ ମସିହାରେ ଆନ୍ଧ୍ର ଓ ୧୯୭୮ ମସିହାରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରୁ ସମ୍ମାନସୂଚକ ଡି.ଲିଟ୍. ଉପାଧ୍ ପାଇଥିଲେ ।
୧୯୨୯-୩୦ ମସିହାଠାରୁ ମୃତ୍ୟୁଯାବତ୍ ଶ୍ରୀ ରାଉତରାୟ ଓଡ଼ିଆ ସାହିତ୍ୟର ବହୁବିଧ ବିଭାଗରେ ମସୀଚାଳନା କରି ଆସିଛନ୍ତି । ହେଲେ, କବି ଭାବେ ତାଙ୍କର ଖ୍ୟାତି ଓ ବୈଶିଷ୍ଟ୍ୟ ସ୍ୱୀକୃତ । ରାଧାନାଥୋତ୍ତର ଓଡ଼ିଆ ସାହିତ୍ୟରେ ତାଙ୍କୁ କେନ୍ଦ୍ରକରି ବହୁ ସପକ୍ଷ ଓ ବିପକ୍ଷ ସମାଲୋଚନାର ସୂତ୍ରପାତ ହୋଇଛି । ଆଧୁନିକ ଓଡ଼ିଆ ସାହିତ୍ୟକୁ ବହୁଭାବେ ଋଦ୍ଧିମନ୍ତ କରିବାରେ ତାଙ୍କର ସାରସ୍ଵତ କୃତି ବହୁକାଳଧରି ସଫଳ କୀର୍ତ୍ତିଭାବେ ସ୍ୱୀକୃତ ହେବ । ତାଙ୍କ ଆବିଷ୍କୃତ କାବ୍ୟକ ଦିଶା ଓ ଟେକ୍ନିକ୍ ପରବର୍ତୀକାଳୀନ ତରୁଣ ସ୍ରଷ୍ଟାଙ୍କଦ୍ୱାରା ବହୁଳଭାବେ ଅନୁସୃତ ହୋଇଛି । ଅନେକଙ୍କ ପାଇଁ ସେ ମାଟିର ଦ୍ରୋଣ ପାଲଟିଛନ୍ତି । କବିତା ବ୍ୟତିରେକ, ସେ ସଂରଚନା କରିଛନ୍ତି ଉପନ୍ୟାସ, କ୍ଷୁଦ୍ରଗଳ୍ପ, ଗୀତିନାଟ୍ୟ, କାବ୍ୟନାଟିକା, ସମାଲୋଚନାଦି ଅନେକ ଗ୍ରନ୍ଥ ।
ତାଙ୍କର ‘ଚିତ୍ରଗ୍ରୀବ’ (୧୯୩୫) ଉପନ୍ୟାସଟି ଛାତ୍ରାବସ୍ଥାର ରଚନା । ଅଥଚ ପାରମ୍ପରିକ ଓଡ଼ିଆ ଉପନ୍ୟାସ ଧାରାରେ ତାହା ସଫଳ ବ୍ୟତିକ୍ରମ । କ୍ଷୁଦ୍ରଗଳ୍ପ ଦୃଷ୍ଟିରୁ ‘ମଶାଣିଫୁଲ’ (୧୯୪୫), ‘ମାଟିର ତାଜ’ (୧୯୪୭), ‘ଛାଇ’ (୧୯୪୮), ‘ମାଙ୍କଡ଼ ଓ ଅନ୍ୟାନ୍ୟ ଗଳ୍ପ’ ଅପଟାନ୍ତର ନିଶ୍ଚୟ । ‘ନୂତନ କବିତାର ଭୂମିକା’ (୧୯୬୨), ‘ସାହିତ୍ୟ ବିଚାର ଓ ମୂଲ୍ୟବୋଧ’(୧୯୭୭) ହେଉଛି ରାଉତରାୟଙ୍କ ସମୀକ୍ଷା ମାନସର ଅନନ୍ୟ ସିଦ୍ଧି । ଛାତ୍ରାବସ୍ଥାରେ ରଚିତ ‘ପ୍ରେମ ଓ ପଣ୍ୟ’ ପ୍ରବନ୍ଧ ଏବଂ କାବ୍ୟଜୀବନର ପ୍ରାରମ୍ଭରେ ରଚିତ ‘ପୂର୍ଣ୍ଣିମା’ କାବ୍ୟ ନାଟିକାଟି ତାଙ୍କ ପ୍ରତିଭା ପରିସ୍ଫୁରଣର ସାର୍ଥକ ସଙ୍କେତ । ତେବେ ତାଙ୍କ ସାରସ୍ବତ ଜୀବନର ଉତ୍ତରଣ ତଥା ପ୍ରକର୍ଷ ବିଚାର କଲାବେଳେ କବିତା ଉପରେ ସବିଶେଷ ଦୃଷ୍ଟିନିବଦ୍ଧ କରାଯାଏ ।
ତାଙ୍କ କାବ୍ଯସାଧନାର ଉନ୍ମେଷ, ଉତ୍ତରଣ ଓ ବିକାଶ ଭାବେ ତିନୋଟି ପର୍ଯ୍ୟାୟକୁ ହିଁ ଲକ୍ଷ୍ୟ କରିହୁଏ । ସେଗୁଡ଼ିକ ହେଲା ରୋମାଣ୍ଟିକ୍ ଭାବଧାରାର ଅନୁବର୍ତ୍ତକ ବା ସବୁଜଚେତନା ଅନୁପ୍ରାଣିତ, ପ୍ରଗତିବାଦୀ ବା ସାମ୍ୟବାଦୀ ବାସ୍ତବତାର ଉଦ୍ଗାତା ଓ ପରିଣତିରେ ପ୍ରୟୋଗବାଦୀ ଧାରାର ସଂସ୍ଥାପକ । ମଧ୍ଯ ପର୍ଯ୍ୟାୟର କବିତାକୁ ପ୍ରାରମ୍ଭିକ ମାନସାବସ୍ଥାର ପ୍ରଲମ୍ବନ କରିହେବ, କାରଣ ଅସହାୟ, ନିରନ୍ନ ଓ ସମାଜ ପ୍ରବଞ୍ଚିତ ବ୍ୟକ୍ତି ପ୍ରତି ତାଙ୍କ ପ୍ରାଣର ସୀମାହୀନ ଦରଦ ପ୍ରକାଶ ପାଇଛି । ଯେପରି –
‘‘ଧରଣୀର ପଥେ ପଥେ ଚାଲୁ ଚାଲୁ ପଥଚାରୀ ମୁହଁ,
ଯେ ବ୍ୟଥା ବାଜିଛି ବୁକେ ମଣିଷର ଅପାନ ଛୁଇଁ ।
ତାକୁଇ ଦେଇଚି ବାଣୀ କହିଛି ସେ ସାଧାରଣ କଥା,
ଭାଷାର କପଟ ଜାଲେ ରଚିନାହିଁ ମାୟାଜାଲ କଥା ।’’ (ପାଣ୍ଡୁଲିପି)
ରୁଷିଆର ବିପ୍ଳବୀ କବି ମାୟାକୋଭସ୍କି (Mayakovsky) (୧୮୯୩–୧୯୨୧) ଙ୍କ କବିତାରୁ ପୂର୍ବୋଦ୍ଧତ ପଦର ସୃରାନୁରୂପା ଲକ୍ଷଣୀୟ।
“Wherever pain is there am I
On every single tear that’s shed
I myself have crucified.
To all forgiveness I call a half.” (A Cloud in Trousers)
ଗତାନୁଗତିକ, କୁସଂସ୍କାରଶ୍ରୟୀ ଅବୈଜ୍ଞାନିକ ସାହିତ୍ୟ ବଦଳରେ ଯୁକ୍ତିଭିତ୍ତିକ, ସମାଜାଶ୍ରୟୀ, ଜୀବନ୍ତ ସାହିତ୍ୟ ସୃଷ୍ଟି କରିବାପାଇଁ ବିଜ୍ଞାପନ ଶୁଣାଇଥିଲା । ଅଧିକନ୍ତୁ ‘ସାହିତ୍ୟ ସମାନ୍ତବାଦୀ ବିଳାସ ମଧ୍ୟରୁ ନିକଲି ଆସି ଗଣ ଆସନରେ ଅଭିଷିକ୍ତ ହେବ ।’’ – ଏହାହିଁ ଥୁଲା ସଂସଦଭୁକ୍ତ ସଭ୍ୟମାନଙ୍କର ସାହିତ୍ୟିକ ଆଭିମୁଖ୍ୟ । ସାହିତ୍ୟ ଜରିଆରେ ଶୋଷଣମୁକ୍ତ ଶ୍ରେଣୀହୀନ ସମାଜବ୍ୟବସ୍ଥା ଆନୟନ ପାଇଁ ଆଲୋଚ୍ୟ କାଳର ସ୍ରଷ୍ଟାମାନେ ଆନ୍ଦୋଳନ କରିଥିଲେ । ଏ ପ୍ରକାର ମାନସିକତା ଯେ ବିଦେଶାଗତ – ଏକଥା ବୁଝାଇବା ନିଷ୍ପ୍ରୟୋଜନ ।
ଏ ରୀତିର ସାହିତ୍ୟକୁ ସାମ୍ୟବାଦୀ ବା ପ୍ରଗତିଶୀଳ ସାହିତ୍ୟ ନାମରେ ଅଭିହିତ କରାଯାଇଛି । ଏଭଳି ସାହିତ୍ୟରେ ଅଲୌକିକତା, ଈଶ୍ବରବିଶ୍ଵାସ, ଧନୀକ ବା ସମ୍ଭ୍ରାନ୍ତ ଅଲୌକିକତା, ଈଶ୍ବରବିଶ୍ଵାସ, ଧନୀକ ବା ସମ୍ଭ୍ରାନ୍ତ ଶ୍ରେଣୀୟ ବ୍ୟକ୍ତି ଚରିତ୍ର, ପୁରୋହିତ ସର୍ବସ୍ୱତା ଆଦି ପରିବର୍ତ୍ତେ ବିଜ୍ଞାନ, ଶ୍ରେଣୀୟ ବ୍ୟକ୍ତି ଚରିତ୍ର, ପୁରୋହିତ ସର୍ବସ୍ୱତା ଆଦି ପରିବର୍ତ୍ତେ ବିଜ୍ଞାନ, ଶ୍ରେଣୀ ସଂଗ୍ରାମ, ସାଧାରଣ ମଜଦୁରଙ୍କ କଥା ରୂପପାଇଲା । ତେଣୁ ଆଲୋଚ୍ୟ କାଳର କବିତା ହେଲା ଆହ୍ଵାନଧର୍ମୀ ଓ ଉଦାତ୍ତ । ଅଭିମନ୍ତ୍ରିତ କରାଇ ନେଇଥିବାରୁ ‘କଳା ପାଇଁ କଳା’ ପରିବର୍ତ୍ତେ ‘ସମାଜ ପାଇଁ କଳା ସୃଷ୍ଟି’ ସେମାନଙ୍କର ଆଭିମୁଖ୍ୟ ହେଲା । ପ୍ରଚଳିତ ପୁଞ୍ଜିବାଦୀ ସମାଜ ବ୍ୟବସ୍ଥାର ପ୍ରବର୍ତ୍ତନର ପକ୍ଷପାତୀ ଥିଲେ ସେମାନେ ।
‘‘ଭଗବାନ ଅଛ କାହିଁ
ଆକାଶ ପବନ ଗର୍ଜି ମୋ’ କାନ କହିଯାଏ ନାହିଁ ନାହିଁ ।’’
ପୁନଶ୍ଚ ଏହି ସାମ୍ୟବାଦୀ କବିତାରେ ଶ୍ରେଣୀ-ସଂଘର୍ଷର ଉଦାର ଆବାହନୀ ବି ଶୁଣିବାକୁ ମିଳିଥିଲା । ଯେପରି
‘‘ଦୈନ୍ୟ ଯାତନା ଅଭାବେ ଡାକୁଛୁ – ଅଛ ଯଦି ଭଗବାନ୍
ଦୁନିଆର ଏଇ ଜୀଅନ୍ତା ନରକୁ କର ବେଗେ ପରିତ୍ରାଣ
ଲୋଡୁନା ମୋକ୍ଷ ଚିର
ମାଗୁଅଛୁ ଖାଲି ବକଟେ ତ ରୁଟି, ନୋହିଲେ ମୃତ୍ୟୁବର ।’’
ଧର୍ମକୁ ଅଫିମ ବୋଲି ବର୍ଣ୍ଣନା କରାଗଲା । ପୁରାତନ କାଳର ସମାଜ ଉତ୍କର୍ଣ୍ଣ ରହିଲା ତାଙ୍କ କବିତାରେ । ପୁଣି ନୂଆ ସକାଳକୁ ଆବାହନ କରାଗଲା । ତେଣୁ ସାହିତ୍ୟ ପ୍ରାଦେଶିକ ସ୍ତର ଅତିକ୍ରମ କରି ବିଶ୍ବିକ ହେଲା । ବିଶ୍ବ ସାହିତ୍ୟରେ ମାୟାକୋଭସ୍କି, ୱାଲ୍ ସ୍ପିଟମ୍ୟାନ୍ ଆଦି ଯେପରି ମାନବିକ ଦରଦ ପ୍ରକାଶ କରିଥିଲେ, ତାହା ରାଉତରାୟଙ୍କ କବିତାରେ ଶ୍ରୁତ ହେଲା ।
ସେ ଅନେକ ପ୍ରକାରର କବିତା ରଚନା କରିଛନ୍ତି । ସେସବୁ ତାଙ୍କ କବିତା ଗ୍ରନ୍ଥରେ ସଂକଳନ କରାଯାଇଛି । ତାଙ୍କ କବିତା ପୁସ୍ତକଗୁଡ଼ିକ ହେଲା – ପାଥେୟ (୧୯୩୧), ଅଭିଯାନ (୧୯୩୮), ବାଜିରାଉତ (୧୯୩୯), ପଲ୍ଲୀଶ୍ରୀ (୧୯୪୧), ପାଣ୍ଡୁଲିପି (୧୯୪୭), ଅଭିଜ୍ଞାନ (୧୯୪୮), ହସନ୍ତ (୧୯୪୮), ଭାନୁମତିର ଦେଶ (୧୯୪୯), ସ୍ବାଗତ (୧୯୫୮), କବିତା ୧୯୬୨ (୧୯୬୩), ଚିରପ୍ରଦୀପ୍ତ (୧୯୬୮), କବିତା – ୧୯୬୯ (୧୯୭୦), କବିତା – ୧୯୭୧ (୧୯୭୨), କବିତା – ୧୯୭୪ (୧୯୭୬) ଇତ୍ୟାଦି ।
(ଖ) କବିତାର ପୃଷ୍ଠଭୂମି :
‘ବାର୍ତା’ କବିତାଟି କବି ସଚ୍ଚିଦାନନ୍ଦ ରାଉତରାୟଙ୍କ ‘ପାଣ୍ଡୁଲିପି’ କବିତା ସଂକଳନରୁ ସଂଗୃହୀତ । କବି ଏଥରେ ସମାଜବାଦୀ ଚିନ୍ତାଧାରା ପ୍ରକାଶ କରିଛନ୍ତି । କବି ରାଉତରାୟଙ୍କ ପୂର୍ବରୁ ସବୁଜବାଦୀ କବି ଓ ଲେଖକମାନେ ରୋମାଣ୍ଟିକ୍ ଭାବ ପ୍ରକାଶ କରୁଥିଲେ । କବି ସେଭଳି ଚିନ୍ତାଧାରାକୁ ପରିହାର କରି ବାସ୍ତବ ଜୀବନକୁ ନେଇ କବିତା ରଚନା କରିବାକୁ ପ୍ରେରଣା ଦେଇଥିଲେ । ଏ ସମ୍ପର୍କରେ ସେ କହିଥିଲେ – ‘ଭାବପ୍ରବଣତା ଓ ମଧ୍ୟମ ଶ୍ରେଣୀ ସୁଲଭ ପ୍ରବଣତା (Sentimentality) ର ତାଡ଼ନାରେ ବର୍ତ୍ତମାନ ଲେଖକମାନେ ସାହିତ୍ୟ ସୃଷ୍ଟି କରୁଥିବାରୁ ସାହିତ୍ୟ ବାସ୍ତବ ଜୀବନଠାରୁ ସାମଞ୍ଜସ୍ୟ ହରାଇଛି । ଜୀବନ ସଂଗ୍ରାମର ସମ୍ମୁଖୀନ ହେବାପାଇଁ ଯେଉଁ ସାହସ ଦରକାର – ତା’ ଏ ସାହିତ୍ୟରେ ନାହିଁ । ଏହା ପଳାୟନତତ୍ପର ଭୀରୁ ସାହିତ୍ୟ ।’’ (‘ଜନସାଧାରଣଙ୍କ ସାହିତ୍ୟ’ – ‘ସହକାର’ ଜୁଲାଇ ୧୯୩୬) କବି ରାଉତରାୟଙ୍କ ଏଭଳି ଅଭିବ୍ୟକ୍ତି, ତାଙ୍କ କବିତାରେ ମାର୍କସୀୟ ଚିନ୍ତାଧାରାକୁ ଅତି ସଫଳଭାବେ ପରବର୍ତୀ ସମୟରେ ପ୍ରକାଶ କରିଛି । ପ୍ରଗତି ଓ ବିପ୍ଳବ ପାଇଁ ପରିସ୍ଥିତି ତିଆରି କରିବା ଦିଗରେ ସାହିତ୍ୟକୁ ସେ ଏକ ଚୈତନ୍ୟକ ମାଧ୍ୟମ ଭାବରେ ଗ୍ରହଣ କରିଛନ୍ତି ।
ପୃଥିବୀର ଅବହେଳିତ ମଣିଷମାନଙ୍କୁ ମାଟିର ପତଙ୍ଗଭାବେ ନାମିତ କରି, ତା’ର ମୁକ୍ତି ପିପାସା ନିମନ୍ତେ ସେ ସ୍ଵର ଉତ୍ତୋଳନ କରିଛନ୍ତି । ଉତ୍କଟ ଦାରିଦ୍ର୍ୟ ମଧ୍ୟରେ ଏହି ଶ୍ରମଜୀବୀ ଶ୍ରେଣୀ ଯୁଗେ ଯୁଗେ ଅବହେଳିତ ଭାବେ ପଡ଼ିରହିଛନ୍ତି । ଶୋଷକମାନଙ୍କ ଅତ୍ୟାଚାର ମାନବ ଆତ୍ମାକୁ ବହୁଭାବରେ ପୀଡ଼ିତ କରିଛି । ସେହି ପରିସ୍ଥିତିରେ କୈଫୟିତ ମାଗିବାକୁ ସମୟ ଆସିଛି ବୋଲି କବି କହିଛନ୍ତି । ଏଇ ନିଷ୍ପେଷିତ, ନିରନ୍ନ ମଣିଷ ଗୋଷ୍ଠୀର ଅନ୍ତିମ ବିଜୟ ସୁନିଶ୍ଚିତ – ଏହିପରି ବୈପ୍ଳବିକ ଭାବନାରେ, ସମାଜର ବୈଷମ୍ୟକୁ ପ୍ରକଟିତ କରି ସଂଗ୍ରାମ କରିବାକୁ କବି ଆହ୍ୱାନ ଦେଇଛନ୍ତି । ଦାସତ୍ଵ ଶୃଙ୍ଖଳରେ ବନ୍ଧା ନିଷ୍ପେଷିତ ମଣିଷ ଅତ୍ୟାଚାରରୁ ହିଁ ପ୍ରତିଶୋଧର ଜ୍ଞାନାଲୋକ ଲାଭକରୁ ବୋଲି କବି କହିଛନ୍ତି । ଅତ୍ୟାଚାରୀମାନଙ୍କ ପାଇଁ ଯୀଶୁଙ୍କ ଆତ୍ମତ୍ସର୍ଗର ସାଧନା ଜୟଲାଭ କରିବ ବୋଲି କବି କାମନା କରିଛନ୍ତି ।
(ଗ) କବିତାର ସାରକଥା :
ଶୋଷିତ, ସର୍ବହରା ମଣିଷଙ୍କ ପାଇଁ ସେ ସମ୍ଭାବନାର ବାର୍ତ୍ତା ଦେଇଛନ୍ତି । ଶୋଷକଗୋଷ୍ଠୀଙ୍କ ବିରୁଦ୍ଧରେ ସ୍ବର ଉତ୍ତୋଳନ କରି ବଞ୍ଚିବାର ଅଧିକାର ଛଡ଼ାଇ ନେବାକୁ ସେ କହିଛନ୍ତି । ବହୁଦିନରୁ ଚଳିଆସୁଥିବା ଚିନ୍ତାଧାରାକୁ ସେ ବଦଳାଇ ଦେବାପାଇଁ ପ୍ରେରଣା ଦେଇଛନ୍ତି । ତେଣୁ କବିତାର ପ୍ରଥମ ପର୍ଯ୍ୟାୟରେ କବି କହିଛନ୍ତି, ଶତାବ୍ଦୀର ସିଂହଦ୍ଵାରରୁ ଦୂତ ଆସିଛି । ସେ ଆସିଛି ଭବିଷ୍ୟତର ବାର୍ତା ପରିପ୍ରଚାର କରିବାପାଇଁ । ଶହ ଶହ ବର୍ଷ ଧରି ଚଳି ଆସୁଥିବା ମାଲିକ ମୂଲିଆ ପ୍ରଭେଦ ବଦଳେଇ ଦେବାର ବାର୍ତ୍ତା ସେ ଆଣିଛି । ଯେପରି ଭବିଷ୍ୟତରେ କେହି ସାନ ବଡ଼ ରହିବେ ନାହିଁ । କାହାରି ମନରେ ଶୋଷଣ ଓ ଶୋଷିତର ମାନସିକତା ରହିବ ନାହିଁ । ଭବିଷ୍ୟତରେ ସମସ୍ତେ ହେବେ ସମାନ । ଜୀବନ ଜୀଇଁବାର ପ୍ରତିରୂପ ହୋଇ ରହିବ । ସେଥିରେ କୌଣସି ପ୍ରକାର ବିଭେଦ ରହିବ ନାହିଁ । ମଣିଷମାନଙ୍କୁ ବିଶେଷକରି ଯେଉଁମାନେ ବଞ୍ଚିବାପାଇଁ କଠୋର ପରିଶ୍ରମ କରୁଛନ୍ତି, ସେହିମାନଙ୍କୁ କବି ପ୍ରେରଣା ଦେଉଛନ୍ତି । ଲୌକିକ ଜ୍ଞାନ, ଅର୍ଥାତ୍ ବଞ୍ଚିବାର ସର୍ବନିମ୍ନ ଆବଶ୍ୟକତାକୁ ସଂଗ୍ରହ କରିବାକୁ ପଡ଼ିବ ।
ଖଟିଖିଆ ମେହେନତି ମଣିଷଙ୍କ ମନରେ ଆତ୍ମପ୍ରତ୍ୟୟ ସୃଷ୍ଟି କରିବାପାଇଁ କବି କହିଛନ୍ତି, ‘ତୁମମାନଙ୍କୁ ଦୃଢ଼ ହେବାକୁ ପଡ଼ିବ, ରୁକ୍ଷ କର୍କଶ ହେବାକୁ ପଡ଼ିବ । କୌଣସି ସମୟରେ ଦୁର୍ବଳ ନହୋଇ ନିଜର ଅଧିକାର ସାବ୍ୟସ୍ତ କରିବାକୁ ହେବ । ତୁମ ପ୍ରତି ହେଉଥିବା ଦୀର୍ଘଦିନର ଶୋଷଣର ପ୍ରତିଶୋଧ ନେବାକୁ ହେବ । ଦାସତ୍ଵଭାବକୁ ପୂର୍ଣଭାବରେ ବଦଳାଇ ଦେବାକୁ ହେବ । ଅତୀତକୁ ଆଜି ବିସ୍ମିତ ହେବାକୁ ପଡ଼ିବ । ଆଜି ସମୟ ଆସିଛି, ଶୋଷକ ଓ ଧନୀକ ଗୋଷ୍ଠୀକୁ ନିଜର ଦାବି ସମ୍ପର୍କରେ ନେବାପାଇଁ ମାନବ ଶ୍ରେଣୀଙ୍କୁ କବି ପ୍ରେରଣା ଦେଇଛନ୍ତି । କାରଣ ଦୀର୍ଘଦିନ ଧରି ପାରମ୍ପରିକତାର ଶୃଙ୍ଖଳରେ ତୁମେ ବାନ୍ଧିହୋଇ ରହିଥିଲ, ଲୌହକାରାଗାର ଭଳି ସୀମାରେ ଆବଦ୍ଧ ହୋଇଥଲ ବୋଲି କବି ପ୍ରଶ୍ନ ପଚାରୁଛନ୍ତି । ସେଭଳି ଶୃଙ୍ଖଳ ଓ ଲୌହକାରାଗାରରୁ ମୁକ୍ତ ହେବାପାଇଁ କବି, ଖଟିଖିଆ ମଣିଷଙ୍କୁ ବାର୍ତ୍ତା ଶୁଣାଇଛନ୍ତି । ଉପାର୍ଜିତ ଧନକୁ, ଧନୀଗୋଷ୍ଠୀଙ୍କୁ ଦେଇଛନ୍ତି, ଯାହାକି ଏଭଳି ବ୍ୟବହାର ଶୋଷିତଗୋଷ୍ଠୀଙ୍କୁ ପୀଡ଼ାଦେଇଛି । ମାତ୍ର ସମୟ ଆଜି ବଦଳିଯାଇଛି । ତୁମକୁ ଆଉ ସେହି ନିଷ୍ଠୁର ଅତ୍ୟାଚାର ସହିବାକୁ ହେବ ନାହିଁ । ବରଂ ନିଜର ଅଧିକାର ସମ୍ବନ୍ଧରେ କୈଫିୟତ ମାଗିବାକୁ ପଡ଼ିବ । ତେଣୁ କବି ସେହି ମାନବମାନଙ୍କୁ ରୁଦ୍ର ଭୈରବ ବୋଲି ସମ୍ବୋଧନ କରିଛନ୍ତି । ନୂତନ ଯୁଗର, ନୂତନ ବାର୍ତ୍ତାକୁ ଦେବତାର ବର ବୋଲି ଗ୍ରହଣ କରିନେବାକୁ ହେବ । ଦେବ ବଳରେ, ଦେବ ବରରେ ବଳୀୟାନ ହୋଇ, ଶୋଷକଗୋଷ୍ଠୀଙ୍କ ବିରୁଦ୍ଧରେ ସଂଗ୍ରାମ କରିବାପାଇଁ କବି ପ୍ରକାରାନ୍ତରେ ପ୍ରେରଣା ଦେଇଛନ୍ତି ।
ଯେଉଁ ମଣିଷମାନେ ଧନୀକ ଗୋଷ୍ଠୀଙ୍କ ଅତ୍ୟାଚାରକୁ ମୁଣ୍ଡପାତି ସହି ନେଉଥିଲେ, ଭାଗ୍ୟ ଓ ଭଗବାନ୍ଙ୍କ ଉପରେ ଆସ୍ଥା ପ୍ରକଟ କରୁଥିଲେ, ସେଭଳି ମଣିଷମାନଙ୍କୁ, ଦଗ୍ଧ ହୁଅ ଓ ଭସ୍ମ ହୁଅ ବୋଲି କବି କହିଛନ୍ତି । କାରଣ ସେହି ଭସ୍ମରୁ, ସେହି ନିଶ୍ଳେଷଣରୁ ସୃଷ୍ଟିହେବ ଜ୍ଞାନାଲୋକ । ସେଥିରେ ସେମାନେ ନିଜର ଅଧିକାର ସମ୍ପର୍କରେ ବୁଝିପାରିବେ । ପ୍ରକୃତରେ ପୀଡ଼ନ ବା ଦୁଃଖର କାରଣ କିଏ, ସେ ସମ୍ପର୍କରେ ଅନୁଭବ କରିପାରିବେ । ସେଭଳି ଅନୁଭବ ଆସିଲାପରେ ସେମାନେ ଉଚ୍ଛେଦ କରି ଦେବେ, ନିର୍ମୂଳ କରିଦେବ, ଶୋଷକମାନଙ୍କର ଅତ୍ୟାଚାରକୁ । ଶ୍ଵେନପରି ଭୟଙ୍କର ପ୍ରତିକ୍ରିୟାଶୀଳ, ମହାମନ୍ତ୍ରକୁ ଗ୍ରହଣ କରି ନେବାକୁ କବି ଆହ୍ୱାନ ଦେଇଛନ୍ତି । ସେହି ମହାମନ୍ତ୍ର ବଳରେ ସବୁକିଛି ବଦଳିଯିବ । ବଦଳାଇ ହେବ ମାଲିକ ମୂଲିଆ, ଜମିଦାର ପ୍ରଜା, ଶୋଷକ ଶୋଷିତର ସମ୍ପର୍କ । ଶ୍ରେଣୀଚେତନ ଧ୍ୱଂସ ହୋଇ, ସୃଷ୍ଟିହେବ ସମାଜବାଦୀ ଚେତନା । ପୀଡ଼ିତଙ୍କ ଜୀବନର ମୂଲ୍ୟାୟନ କରାଯିବ । ପୀଡ଼ନର ଜୟଗାନ କରାଯିବ । ଅତ୍ୟାଚାରୀମାନଙ୍କ ପାଇଁ ଯୀଶୁଙ୍କ ଆୟୋତ୍ସର୍ଗ ବ୍ୟର୍ଥ ହେବ ନାହିଁ । ସମ୍ଭାବନାର ବୀଜ ବୁଣି ଦେଇଛନ୍ତି ।
(ଘ) କଠିନ ଶବ୍ଦ ଓ ଏହାର ଅର୍ଥ :