CHSE Odisha Class 12 Optional Odia Solutions Chapter 15 ପକ୍ଷାଘାତ

Odisha State Board CHSE Odisha Class 12 Optional Odia Solutions Chapter 15 ପକ୍ଷାଘାତ Textbook Exercise Questions and Answers.

+2 2nd Year Odia Optional Chapter 15 ପକ୍ଷାଘାତ Question Answer

(କ) ବିକଳ୍ପ ସହ ସମ୍ଭାବ୍ୟ ଉତ୍ତରମୂଳକ ୧ ନମ୍ବର ବିଶିଷ୍ଟ ପ୍ରଶ୍ନ ।
(ସମ୍ଭାବ୍ୟ ଚାରୋଟି ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ ।)

Question ୧।
ଦୁର୍ଯ୍ୟୋଧନବାବୁ କେଉଁ ରୋଗରେ ପୀଡ଼ିତ ଥିଲେ ?
(କ) ମଧୁମେହ
(ଖ) ଅପସ୍ମାର
(ଗ) ପକ୍ଷାଘାତ
(ଘ) ରକ୍ତଚାପ

(ଗ) ପକ୍ଷାଘାତ

Question ୨।
ଦୁର୍ଯ୍ୟୋଧନବାବୁ କେତେବର୍ଷ ବୟସରେ ପେନ୍‌ସନ୍ ନେଲେ ?
(କ) ଅଠାବନ
(ଖ) ପଞ୍ଚାବନ
(ଗ) ଷାଠିଏ
(ଘ) ବାଷଠି
ଉ –
(ଖ) ପଞ୍ଚାବନ

CHSE Odisha Class 12 Optional Odia Solutions Chapter 15 ପକ୍ଷାଘାତ

Question ୩।
ଦୁର୍ଯ୍ୟୋଧନବାବୁ କେତେବର୍ଷ ଧରି ଚାକିରି କରିଥିଲେ ?
(କ) ତିରିଶ
(ଖ) ଏକତିରିଶ
(ଗ) ବତିଶ
(ଘ) ଚଉତିରିଶ
ଉ –
(କ) ତିରିଶ

Question ୪।
ଦୁର୍ଯ୍ୟୋଧନବାବୁଙ୍କର କେତୋଟି ପୁଅ ?
(କ) ଦୁଇଟି
(ଖ) ଗୋଟିଏ
(ଗ) ତିନୋଟି
(ଘ) ଚାରୋଟି
ଉ –
(ଗ) ତିନୋଟି

Question ୫ ।
ପିତା କାହା ମାଧ୍ୟମରେ ଅମର ହୁଏ ?
(କ) ପୁତ୍ର
(ଖ) କନ୍ୟା
(ଗ) ପତ୍ନୀ
(ଘ) ଭ୍ରାତା
ଉ –
(କ) ପୁତ୍ର

Question ୬ |
ଦୁର୍ଯ୍ୟୋଧନଙ୍କ ବଡ଼ପୁଅ କ’ଣ ହେବାପାଇଁ ଆଗେଇ ଚାଲିଥିଲେ ?
(କ) ନେତା
(ଖ) ଅଭିନେତା
(ଗ) ସୁବକ୍ତା
(ଘ) ଦାର୍ଶନକ
ଉ –
(ଗ) ସୁବକ୍ତା

CHSE Odisha Class 12 Optional Odia Solutions Chapter 15 ପକ୍ଷାଘାତ

Question ୭।
ମଝିଆଁପୁଅ ହାତରେ କ’ଣ ଧରି ପିତା ଦୁର୍ଯ୍ୟୋଧନଙ୍କ ପାଖକୁ ଆସିଥିଲେ ?
(କ) ଫୁଲମାଳ
(ଖ) ଉପହାର
(ଗ) ମଦ ବୋତଲ
(ଘ) ଭାଗବତ ଗ୍ରନ୍ଥ
ଉ –
(ଗ) ମଦ ବୋତଲ

Question ୮ |
ଘରର ସମସ୍ତେ କେତେବେଳେ ଫେରିବେ ବୋଲି ଦୁର୍ଯ୍ୟୋଧନ ଭାବିଛନ୍ତି ?
(କ) ମଧ୍ୟରାତ୍ରରେ
(ଖ) ଆସନ୍ତାକାଲି ସକାଳେ
(ଗ) ଅନେକ ରାତିରେ
(ଘ) ସନ୍ଧ୍ୟାବେଳେ
ଉ –
(ଗ) ଅନେକ ରାତିରେ

Question ୯ ।
ଦୁର୍ଯ୍ୟୋଧନବାବୁ କେଉଁ ପୁତ୍ରକୁ କୁଳର କଳଙ୍କ ବୋଲି ଭାବିଥିଲେ ?
(କ) ବଡ଼ପୁଅ
(ଖ) ମଝିଆଁପୁତ୍ର
(ଗ) ତୃତୀୟପୁଅ
(ଘ) ପୋଷ୍ୟପୁତ୍ର
ଉ –
(ଗ) ତୃତୀୟପୁଅ

Question ୧୦ ।
କେଉଁ ପୁତ୍ର ପାଖରେ ଜୀବନର ସବୁ ଦୋଷଦୁର୍ବଳତା ଖୋଲି କହିଦେବାକୁ ଦୁର୍ଯ୍ୟୋଧନବାବୁଙ୍କର ଇଚ୍ଛା ହେଲା ?
(କ) ପୋଷ୍ୟପୁତ୍ର
(ଖ) ତୃତୀୟପୁତ୍ର
(ଗ) ମଝିଆଁପୁଅ
(ଘ) ବଡ଼ପୁଅ
ଉ –
(ଖ) ତୃତୀୟପୁତ୍ର

(ଖ) କ୍ଷୁଦ୍ର ଉତ୍ତରମୂଳକ ୧ ନମ୍ବର ବିଶିଷ୍ଟ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

Question ୧।
ଦୁର୍ଯ୍ୟୋଧନବାବୁ କାହା ଉପରେ କାନ୍ଥକୁ ଡେରି ପଡ଼ିଥାଆନ୍ତି ?
ଉ –
ଦୁର୍ଯ୍ୟୋଧନବାବୁ ବାରଣ୍ଡାରେ ପଡ଼ିଥିବା ଖଗ ଉପରେ କାନ୍ଥକୁ ଡେରି ପଡ଼ିଥାଆନ୍ତି ।

Question ୨।
ଦୁର୍ଯ୍ୟୋଧନବାବୁ କେଉଁ ଆଡ଼କୁ ଚାହିଁ ପାନ ପାକୁଳି କରୁଥାଆନ୍ତି ?
ଉ –
ଦୁର୍ଯ୍ୟୋଧନବାବୁ ଆକାଶକୁ ଚାହିଁ ପାନ ପାକୁଳି କରୁଥାଆନ୍ତି ।

Question ୩ ।
ଦୁର୍ଯ୍ୟୋଧନବାବୁ କେଉଁ ରୋଗରେ ପୀଡ଼ିତ ?
ଉ –
ଦୁର୍ଯ୍ୟୋଧନବାବୁ ପକ୍ଷାଘାତ ରୋଗରେ ପୀଡ଼ିତ ।

Question ୪ ।
କେଉଁ ବୟସରେ ଦୁର୍ଯ୍ୟୋଧନବାବୁ ଅବସର ନେଲେ ?
ଉ –
ପଞ୍ଚାବନ ବର୍ଷ ବୟସରେ ଦୁର୍ଯ୍ୟୋଧନବାବୁ ଅବସର ନେଲେ ।

CHSE Odisha Class 12 Optional Odia Solutions Chapter 15 ପକ୍ଷାଘାତ

Question ୫ ।
କିଏ ନିସ୍ପୃହ ଭାବରେ ଖଣ୍ଡେ କାଠ ଭଳି ପଡ଼ି ରହୁଥିଲେ ?
ଉ –
ଦୁର୍ଯ୍ୟୋଧନବାବୁଙ୍କ ଦ୍ଵିତୀୟପକ୍ଷ ସ୍ତ୍ରୀ ନିସ୍ପୃହ ଭାବରେ ଖଣ୍ଡେ କାଠଭଳି ପଡ଼ି ରହୁଥିଲେ ।

Question ୬ ।
ଦେହ ଓ ମନରେ ଦୁର୍ଯ୍ୟୋଧନବାବୁ କାହାକୁ ନବ୍ୟା କରିଲେ ?
ଉ –
ଦେହ ଓ ମନରେ ଦୁର୍ଯ୍ୟୋଧନବାବୁ ନିଜର ଦ୍ବିତୀୟପକ୍ଷ ସ୍ତ୍ରୀକୁ ନବ୍ୟା କରିଲେ ।

Question ୭ ।
ଦୁର୍ଯ୍ୟୋଧନବାବୁଙ୍କର କେତୋଟି ପୁଅ ?
ଉ –
ଦୁର୍ଯ୍ୟୋଧନବାବୁଙ୍କର ତିନୋଟି ପୁଅ ।

Question ୮।
ପିତା କାହା ମାଧ୍ୟମରେ ଅମର ହୁଏ ?
ଉ –
ପିତା ପୁତ୍ର ମାଧ୍ୟମରେ ଅମର ହୁଏ।

Question ୯।
ଦୁର୍ଯ୍ୟୋଧନବାବୁଙ୍କ ମଝିଆଁ ପୁଅ ହାତରେ କ’ଣ ଧରି ପ୍ରବେଶ କଲେ ?
ଉ –
ଦୁର୍ଯ୍ୟୋଧନବାବୁଙ୍କ ମଝିଆଁ ପୁଅ ହାତରେ ମଦବୋତଲ ଧରି ପ୍ରବେଶ କଲେ ।

Question ୧୦ ।
ଦୁର୍ଯ୍ୟୋଧନବାବୁଙ୍କ ତୃତୀୟ ପୁତ୍ର କ’ଣ ପିନ୍ଧି ଆସିଥିଲେ ?
ଉ –
ଦୁର୍ଯ୍ୟୋଧନବାବୁଙ୍କ ତୃତୀୟ ପୁତ୍ର ଗେରୁଆଲୁଗା ପିନ୍ଧି ଆସିଥିଲେ ।

(ଗ ) କ୍ଷୁଦ୍ର ଉତ୍ତରମୂଳକ ୨ ନମ୍ବର ବିଶିଷ୍ଟ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ ।
(ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୧ ନମ୍ବର ।)

Question ୧।
ଦୁର୍ଯ୍ୟୋଧନବାବୁଙ୍କ ପିଠିଆଡ଼େ କ’ଣଟିଏ କିପରି ଅବସ୍ଥାରେ ଥାଏ ?
ଉ –
‘ପକ୍ଷାଘାତ’ ଗଳ୍ପରେ ଗାଳ୍ପିକ ବାମାଚରଣ ମିତ୍ର ଏହା ଉଲ୍ଲେଖ କରିଛନ୍ତି । ଦୁର୍ଯ୍ୟୋଧନବାବୁଙ୍କ ପିଠିଆଡ଼େ ଗୋଟାଏ ତେଲଚିକିଟା ଛିଣ୍ଡା ତକିଆ ଆଉଜି ରହିଥାଏ ।

Question ୨ ।
ଚାକିରି ଜୀବନରେ ଦୁର୍ଯ୍ୟୋଧନବାବୁ କ’ଣ ସବୁ ପାଇଥିଲେ ?
ଉ –
‘ପକ୍ଷାଘାତ’ ଗଳ୍ପରେ ଗାଳ୍ପିକ ବାମାଚରଣ ମିତ୍ର ଏହା ଉଲ୍ଲେଖ କରିଛନ୍ତି । ଚାକିରି ଜୀବନରେ ଦୁର୍ଯ୍ୟୋଧନବାବୁ କ୍ଷମତା, ପ୍ରତିପରି, ସମ୍ମାନ ଓ ଅର୍ଥ ପ୍ରଚୁର ପରିମାଣରେ ପାଇଥିଲେ ।

Question ୩।
ଦୁର୍ଯ୍ୟୋଧନବାବୁ କେବେ ଓ କେତେଦିନ ଭିତର କଳାକାଠ ପଢ଼ି ଶୁଖୁଲେ ?
ଉ –
‘ପକ୍ଷାଘାତ’ ଗଳ୍ପରେ ଗାଳ୍ପିକ ବାମାଚରଣ ମିତ୍ର ଏହା ଉଲ୍ଲେଖ କରିଛନ୍ତି । ଦୁର୍ଯ୍ୟୋଧନବାବୁ ପଞ୍ଚାବନ ବର୍ଷ ବୟସରେ ପେନ୍‌ସନ୍ ନେବା ପରେ ଓ ଦୁଇଦିନ ଭିତରେ କଳାକାଠ ପଡ଼ି ଶୁଖୁଲେ ।

Question ୪।
ଦୁର୍ଯ୍ୟୋଧନବାବୁ କେବେ ଓ କାହିଁକି ନିଜକୁ ଜଣେ ସାଧାରଣ ନାଗରିକ ବୋଲି ଭାବିଲେ ?
ଉ –
‘ପକ୍ଷାଘାତ’ ଗଳ୍ପରେ ଗାଳ୍ପିକ ବାମାଚରଣ ମିତ୍ର ଏହା ଉଲ୍ଲେଖ କରିଛନ୍ତି । ଦୁର୍ଯ୍ୟୋଧନବାବୁ ପେନ୍ସନ୍ ନେବା ପରେ ଓ ତାଙ୍କଠାରୁ ପବଦୀ ଯିବା ପରେ ନିଜକୁ ସେ ଜଣେ ସାଧାରଣ ନାଗରିକ ବୋଲି ଭାବିଲେ ।

Question ୫ ।
ନାରୀର ସୁପ୍ତ ଅଭିଳାଷ ଜଗାଇବା ଅନୁଚିତ ବୋଲି କିଏ କାହିଁକି କହିଥିଲେ ?
ଉ –
‘ପକ୍ଷାଘାତ’ ଗଳ୍ପରେ ଗାଳ୍ପିକ ବାମାଚରଣ ମିତ୍ର ଏହା ଉଲ୍ଲେଖ କରିଛନ୍ତି । ନାରୀର ସୁପ୍ତ ଅଭିଳାଷ ଜଗାଇବା ଅନୁଚିତ ବୋଲି ମୋପାସାଁ କହିଥିଲେ, କାରଣ ଥରେ ଜାଗିଲେ ତା’ର ଗତିରୋଧ କରିବା ଅସମ୍ଭବ ।

CHSE Odisha Class 12 Optional Odia Solutions Chapter 15 ପକ୍ଷାଘାତ

Question ୬ ।
ବର୍ତ୍ତମାନ କାହିଁକି ମୋତେ ଭାଗବତ ଶୁଣାଉଚ ବୋଲି କିଏ କାହାକୁ କହିଲେ ?
ଉ –
‘ପକ୍ଷାଘାତ’ ଗଳ୍ପରେ ଗାଳ୍ପିକ ବାମାଚରଣ ମିତ୍ର ଏହା ଉଲ୍ଲେଖ କରିଛନ୍ତି । ବର୍ତ୍ତମାନ କାହିଁକି ମୋତେ ଭାଗବତ ଶୁଣାଉଚ ବୋଲି ଦୁର୍ଯ୍ୟୋଧନବାବୁଙ୍କ ସ୍ତ୍ରୀ, ଦୁର୍ଯ୍ୟୋଧନବାବୁଙ୍କୁ କହିଲେ ।

Question ୭ ।
ଜୀବନ ପ୍ରବାହର ନିୟମ କାହା ମାଧ୍ୟମରେ ପ୍ରକାଶିତ ହୁଏ ?
ଉ –
‘ପକ୍ଷାଘାତ’ ଗଳ୍ପରେ ଗାଳ୍ପିକ ବାମାଚରଣ ମିତ୍ର ଏହା ଉଲ୍ଲେଖ କରିଛନ୍ତି । ଜୀବନ ପ୍ରବାହର ନିୟମ ପୁରୁଷ ଓ ସ୍ତ୍ରୀର ପ୍ରେମ ମାଧ୍ୟମରେ ପ୍ରକାଶିତ ହୁଏ ।

Question ୮ ।
ମୋର ଗୁପ୍ତ ଚରିତ୍ରର ଏକ ପ୍ରକାଶ୍ୟ ବିଗ୍ରହ ବୋଲି କିଏ କାହାକୁ ଲକ୍ଷ୍ୟକରି କହିଲେ ?
ଉ –
‘ପକ୍ଷାଘାତ’ ଗଳ୍ପରେ ଗାଳ୍ପିକ ବାମାଚରଣ ମିତ୍ର ଏହା ଉଲ୍ଲେଖ କରିଛନ୍ତି । ମୋର ଗୁପ୍ତ ଚରିତ୍ର ଏକ ପ୍ରକାଶ୍ୟ ବିଗ୍ରହ ବୋଲି ଦୁର୍ଯ୍ୟୋଧନବାବୁ ନିଜର ବଡ଼ପୁଅକୁ ଲକ୍ଷ୍ୟ କରି କହିଲେ ।

Question ୯।
ଅନ୍ତରେ ବାହାରେ ଏକା ବୋଲି କିଏ କାହିଁକି ଅନୁଭବ କଲେ ?
ଉ –
‘ପକ୍ଷାଘାତ’ ଗଳ୍ପରେ ଗାଳ୍ପିକ ବାମାଚରଣ ମିତ୍ର ଏହା ଉଲ୍ଲେଖ କରିଛନ୍ତି । ଦୁର୍ଯ୍ୟୋଧନବାବୁଙ୍କୁ ପରିବାରର ସଦସ୍ୟମାନେ ଯେ ଯାହାର ପ୍ରବୃତ୍ତି ମାର୍ଗ ଧରି ଚାଲିଯାଆନ୍ତି ଏବଂ ଅନେକ ରାତିରେ ଫେରନ୍ତି, ସେତେବେଳ ପର୍ଯ୍ୟନ୍ତ ଦୁର୍ଯ୍ୟୋଧନବାବୁ ଅନ୍ତରେ ବାହାରେ ଏକା ବୋଲି ଅନୁଭବ କରୁଥିଲେ ।

Question ୧୦ ।
ଦୁର୍ଯ୍ୟୋଧନବାବୁ କେଉଁ ପୁତ୍ରକୁ କୁଳର କଳଙ୍କ ବୋଲି ଭାବୁଥିଲେ ଏବଂ କାହିଁକି ?
ଉ –
‘ପକ୍ଷାଘାତ’ ଗଳ୍ପରେ ଗାଳ୍ପିକ ବାମାଚରଣ ମିତ୍ର ଏହା ଉଲ୍ଲେଖ କରିଛନ୍ତି । ଦୁର୍ଯ୍ୟୋଧନବାବୁ ତାଙ୍କର ତୃତୀୟ ପୁତ୍ର ସନ୍ୟାସୀ ହୋଇ ଚାଲିଯାଇଥିବାରୁ, ତାହାକୁ କୁଳର କଳଙ୍କ ବୋଲି ଭାବୁଥିଲେ ।

(ଘ) ଅଳ୍ପ ଦୀର୍ଘ ଉତ୍ତରମୂଳକ ୩ ନମ୍ବର ବିଶିଷ୍ଟ ପ୍ରଶ୍ନ । ୩୦ଟି ଶବ୍ଦ ମଧ୍ୟରେ ଉତ୍ତର ଲେଖ ।
(ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ।)

Question ୧।
କୌଳିକ ଦେବତାରା ଅବସ୍ଥାର ପ୍ରସଙ୍ଗ କାହିଁକି ଅବତାରଣା କରାଯାଇଛି ?
ଉ –
‘ପକ୍ଷାଘାତ’ ଗଳ୍ପରେ ଗାଳ୍ପିକ ବାମାଚରଣ ମିତ୍ର ଏହା ଉଲ୍ଲେଖ କରିଛନ୍ତି । ଦୁର୍ଯ୍ୟୋଧନବାବୁ ହଠାତ୍ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହେଲା ପରେ, ତାଙ୍କ ପରିବାରର ସଦସ୍ୟଙ୍କ ସହିତ ସାମାନ୍ୟ ଦୈହିକ ସଂଯୋଗ ଥିଲେ ବି ମାନସିକ ସଂଯୋଗ ଆଦୌ ନ ଥିଲା । ସେହି ଅବସରରେ ଗାଳ୍ପିକ ବିଚାର କରିଛନ୍ତି, ଏ ଯୁଗର ହଠାତ୍ ଧନୀ ଓ ପାଶ୍ଚାତ୍ୟ ସଭ୍ୟତାର ପୂଜାରୀ ପରିବାରରେ କୌଳିକ ଦେବତା ଯେପରି ବହିଷ୍କୃତ ନୁହେଁ, ପରିତ୍ୟକ୍ତ ଠିକ୍ ସେହିପରି ଦୁର୍ଯ୍ୟୋଧନବାବୁଙ୍କ ଅବସ୍ଥା ହୋଇଛି ।

CHSE Odisha Class 12 Optional Odia Solutions Chapter 15 ପକ୍ଷାଘାତ

Question ୨।
ଦୁର୍ଯ୍ୟୋଧନବାବୁଙ୍କ ଚାକିରି ଜୀବନ କିପରି ଥିଲା ?
ଉ –
‘ପକ୍ଷାଘାତ’ ଗଳ୍ପରେ ଗାଳ୍ପିକ ବାମାଚରଣ ମିତ୍ର ଏହା ଉଲ୍ଲେଖ କରିଛନ୍ତି । ଦୁର୍ଯ୍ୟୋଧନବାବୁଙ୍କର ଚାକିରି ଜୀବନ ଥିଲା ତିରିଶ ବର୍ଷର । ଚାକିରି ତାଙ୍କର ଆରମ୍ଭ ଖୁବ୍ ତଳରୁ ହୋଇଥିଲେ ବି ଶେଷକୁ ସେ ଉଚ୍ଚ ଆସନର ଅଧିକାରୀ ହୋଇଥିଲେ । କ୍ଷମତା, ପ୍ରତିପରି, ସମ୍ମାନ ଓ ଅର୍ଥ ସେ ଚାକିରି ଜୀବନରେ ପ୍ରଚୁର ପରିମାଣରେ ପାଇଥିଲେ ।

Question ୩ ।
ଦୁର୍ଯ୍ୟୋଧନବାବୁଙ୍କୁ ପକ୍ଷାଘାତ ରୋଗ କିପରି ଆକ୍ରମଣ କରିଥିଲା ?
ଉ –
‘ପକ୍ଷାଘାତ’ ଗଳ୍ପରେ ଗାଳ୍ପିକ ବାମାଚରଣ ମିତ୍ର ଏହା ଉଲ୍ଲେଖ କରିଛନ୍ତି । ଦୁର୍ଯ୍ୟୋଧନବାବୁଙ୍କର ପଞ୍ଚାବନ୍ ବର୍ଷ ବୟସରେ ପେନ୍‌ସନ୍ ନେବାର ଦୁଇଦିନ ପରେ ଶୁଖ୍ କଳାକାଠ ପଡ଼ିଯାଇଥିଲେ । ସେ ଅତ୍ୟଧ୍ଵ ମାନସିକ ଚାପରେ ରହିଥିଲେ । ତୃତୀୟ ଦିନ ଖରାବେଳେ ସେ ବାହାରକୁ ଯିବାବେଳେ ଗୋଡ଼ ଖସିଯିବାରୁ ପଡ଼ିଯାଇଥିଲେ । ଉଠିବାକୁ ଚେଷ୍ଟାକଲେ ବି ଗୋଡ଼ ଉଠିଲା ନାହିଁ କିମ୍ବା ଡାକିବାକୁ ଚେଷ୍ଟାକଲେ ବି ପାଟି ଖୋଲିଲା ନାହିଁ । ସେ ବୁଝିପାରିଲେ ଯେ ହଠାତ୍ ପକ୍ଷାଘାତ ରୋଗ ତାଙ୍କୁ ଆକ୍ରମଣ କଲା ।

Question ୪ ।
ଦୁର୍ଯ୍ୟୋଧନବାବୁଙ୍କ ସହିତ ବାଦାନୁବାଦ କରି ତାଙ୍କ ପତ୍ନୀ ତାଙ୍କୁ କ’ଣ କହିଲେ ?
ଉ –
‘ପକ୍ଷାଘାତ’ ଗଳ୍ପରେ ଗାଳ୍ପିକ ବାମାଚରଣ ମିତ୍ର ଏହା ଉଲ୍ଲେଖ କରିଛନ୍ତି । ଦୁର୍ଯ୍ୟୋଧନବାବୁଙ୍କ ପତ୍ନୀ ଥିଲେ, ଲଜ୍ଜାବତୀ ଓ ମଫସଲି ଢଙ୍ଗର । ମାତ୍ର ଦୁର୍ଯ୍ୟୋଧନବାବୁ ତାଙ୍କୁ ନବ୍ୟା କରାଇଥିଲେ । ଫଳରେ ସେ ସ୍ଵେଚ୍ଛାଚାରିଣୀ ଭାବେ ନିଜ ଜୀବନକୁ ଉପଭୋଗ କରିଚାଲିଲେ । ଦୁର୍ଯ୍ୟୋଧନବାବୁ ଏହାର ବିରୋଧ କରିବାରୁ ସେ ପ୍ରତିବାଦ କରି କହିଥିଲେ, “କିଏ କହିଥିଲା ମୋତେ ବାହାରିବାକୁ, ସମସ୍ତଙ୍କ ସହିତ ମିଶିବାକୁ, ମଦ ଖାଇବାକୁ । ବର୍ତ୍ତମାନ କାହିଁକି ଭାଗବତ ଶୁଣାଉଚ । ମୋତେ ଯଦି ପୁତ୍ରାର୍ଥେ ଭାର୍ଯ୍ୟା କରିଥାନ୍ତ ତା’ହେଲେ କଥା ଅଲଗା ହୋଇଥା’ନ୍ତ । ମୁଁ କହିଥୁଲି, ନାରୀର ଇଚ୍ଛା ଯଦି ଜାଣ, ସମ୍ଭାଳି ପାରିବ ନାହିଁ ।’’

Question ୫ ।
ଜୀବନ ପ୍ରବାହ ସମ୍ପର୍କରେ ଦୁର୍ଯ୍ୟୋଧନବାବୁଙ୍କର ଧାରଣା କ’ଣ ଥିଲା ?
ଉ –
‘ପକ୍ଷାଘାତ’ ଗଳ୍ପରେ ଗାଳ୍ପିକ ବାମାଚରଣ ମିତ୍ର ଏହା ଉଲ୍ଲେଖ କରିଛନ୍ତି । ଦୁର୍ଯ୍ୟୋଧନବାବୁଙ୍କ ଜୀବନ ପ୍ରବାହ ସଂପର୍କରେ ଧାରଣା ଥିଲା, ଜୀବନ କ୍ଷଣସ୍ଥାୟୀ, ମରଣଶୀଳ ସତ; କିନ୍ତୁ ଜୀବନ ପ୍ରବାହ ଚିରନ୍ତନ । ପିତାମାତା ଉତ୍ପାଦନ କରନ୍ତି ସନ୍ତାନସନ୍ତତି । ସନ୍ତାନ ପୁଣି ଦିନେ ପିତାମାତା ହୋଇ ସନ୍ତାନ ଜନ୍ମ ଦିଅନ୍ତି । ଜୀବନ ପରେ ଜୀବନ ଚାଲିଯାଏ; ମାତ୍ର ଜୀବନ ପ୍ରବାହ ଚିରନ୍ତନ ହିଁ ଚାଲିଥାଏ । ପୁରୁଷ ଓ ସ୍ତ୍ରୀର ପ୍ରେମ ମଧ୍ୟରେ ନିୟମରହିଁ ପ୍ରକାଶ କେବଳ । ପିତା ଅମର ହୁଏ ପୁତ୍ର ମାଧ୍ୟମରେ ।

Question ୬ ।
ଦୁର୍ଯ୍ୟୋଧନବାବୁଙ୍କ ବଡ଼ପୁଅ ତାଙ୍କର ଗୋଡ଼ ଘଷି ଦେଉଥଲେ କାହିଁକି ?
ଉ –
‘ପକ୍ଷାଘାତ’ ଗଛରେ ଗାଳ୍ପିକ ବାମାଚରଣ ମିତ୍ର ଏହା ଉଲ୍ଲେଖ କରିଛନ୍ତି । ଦୁର୍ଯ୍ୟୋଧନବାବୁଙ୍କ ବଡ଼ପୁଅ ତାଙ୍କର ଗୋଡ଼ ଘଷି ଦେଉଥିଲା । ସେବା ମନୋବୃତ୍ତି ପାଇଁ ନୁହେଁ ବରଂ ନିଜର ପରିପ୍ରଚାର ପାଇଁ । ସେ ଗୋଡ଼ ଘଷି ଦେଲାବେଳେ କ୍ୟାମେରାବାଲା ଫଟୋ ଉଠାଇ ନେଇଥିଲା । ସେ କେବଳ ପିତୃଭକ୍ତିର ଫଟ ଉଠାଇବାକୁ ଆସିଥିଲା, ବାପାଙ୍କୁ ସେବାକରିବା ପାଇଁ ନୁହେଁ ।

CHSE Odisha Class 12 Optional Odia Solutions Chapter 15 ପକ୍ଷାଘାତ

Question ୭ ।
ମଝିଆଁ ପୁଅ ପିତା ଦୁର୍ଯ୍ୟୋଧନଙ୍କୁ କ’ଣ କହିଲେ ?
ଉ –
‘ପକ୍ଷାଘାତ’ ଗଳ୍ପରେ ଗାଳ୍ପିକ ବାମାଚରଣ ମିତ୍ର ଏହା ଉଲ୍ଲେଖ କରିଛନ୍ତି । ମଝିଆଁ ପୁଅ ଜଣେ ମଦ୍ୟପ । ତେଣୁ ସେ ମାତାଲ୍ ଅବସ୍ଥାରେ ପିତା ଦୁର୍ଯ୍ୟୋଧନଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ ଜଣାଇ କାନ୍ଦି ପକାଇଥିଲା, ସକାଳୁ ମାତ୍ର ଗୋଟିଏ ବୋତଲ ପିଇଛି ବୋଲି ସଫେଇ ଦେଇଥିଲା ଓ ବୋତଲରେ ବଳିଥ‌ିବା ମଦକୁ ତାଙ୍କୁ ପିଇବାକୁ ଅନୁରୋଧ କରିଥିଲା ।

Question ୮।
କେଉଁଟି ଅମଙ୍ଗଳଜନକ ଏବଂ କେଉଁଟି ମଙ୍ଗଳକାରକ ବୋଲି ଦୁର୍ଯ୍ୟୋଧନ ଭାବିଛନ୍ତି ?
ଉ –
‘ପକ୍ଷାଘାତ’ ଗଳ୍ପରେ ଗାଳ୍ପିକ ବାମାଚରଣ ମିତ୍ର ଏହା ଉଲ୍ଲେଖ କରିଛନ୍ତି । ଦୁର୍ଯ୍ୟୋଧନବାବୁଙ୍କ ଅନୁତାପ କରି ଭାବିଥିଲେ, ଦେହର ନାନାକ୍ରିୟାରୁ ଜାତ, ନାନା ଇଚ୍ଛାକୁ ସଂପୂର୍ଣ୍ଣ ପ୍ରାଧାନ୍ୟ ଓ ଚରିତାର୍ଥ କଲେ, ତାହା ସମାଜ ପାଇଁ ଅମଙ୍ଗଳଜନକ ଓ ଧ୍ୱଂସକାରକ ହୋଇଥାଏ । ମାତ୍ର ଦେହଦ୍ଵାରା ପ୍ରଭାବିତ ନ ହୋଇ ଶୁଦ୍ଧ ଚିନ୍ତାକରି କାମକଲେ ତାହା ସମାଜ ପାଇଁ ମଙ୍ଗଳକାରକ ହୋଇଥାଏ ।

Question ୯।
ଦୁର୍ଯ୍ୟୋଧନବାବୁ କେଉଁ ଘଟଣାରୁ ଅମରତ୍ଵର ଅନୁଭବ କରିଛନ୍ତି ?
ଉ –
‘ପକ୍ଷାଘାତ’ ଗଳ୍ପରେ ଗାଳ୍ପିକ ବାମାଚରଣ ମିତ୍ର ଏହା ଉଲ୍ଲେଖ କରିଛନ୍ତି । ଦୁର୍ଯ୍ୟୋଧନବାବୁ ପକ୍ଷାଘାତ ରୋଗଗ୍ରସ୍ତ ହେବା ପରେ ଅନୁତାପର ନିଆଁରେ ଜଳୁଥିଲେ । ଯେଉଁ ସାନପୁଅକୁ ସେ କୁଳାଙ୍ଗାର ବୋଲି ଭାବୁଥିଲେ, ସେହି ପୁଅକୁ ଦେଖ୍ ତାଙ୍କ ମନରେ ଅଶେଷ ବଳ ଓ ସାର୍ଚ୍ଚନା ଆସିଥିଲା । ସେହି ପୁଅକୁ ଦେଖ୍ ଭାବିଲେ, ତାଙ୍କ ଭିତରେ ସବୁ ପଶୁପ୍ରବୃତ୍ତି ଭିତରେ ଗୋଟାଏ କ୍ଷୀଣ ଶୁଦ୍ଧ ଚିନ୍ତା ଲୁଚିରହିଥିଲା । ସେ ତାହାର ସନ୍ଧାନ ପାଇ ନ ଥିଲେ ବି, ପୁଅ ମଧ୍ୟରେ ପ୍ରକାଶ ପାଉଥ‌ିବା ଦେବଭାବ ହିଁ, ତାଙ୍କ ପାଇଁ ଅମରତ୍ଵ ବୋଲି ସେ ଅନୁଭବ କରିଥିଲେ ।

Question ୧୦ ।
ସନ୍ନ୍ୟାସୀ ପୁତ୍ର କେଉଁ ମନ୍ତ୍ରରେ ପିତାଶ୍ରୀ ଦୁର୍ଯ୍ୟୋଧନଙ୍କୁ ଅଭିମନ୍ତ୍ରିତ କରିଛନ୍ତି ?
ଉ –
‘ପକ୍ଷାଘାତ’ ଗଳ୍ପରେ ଗାଳ୍ପିକ ବାମାଚରଣ ମିତ୍ର ଏହା ଉଲ୍ଲେଖ କରିଛନ୍ତି । ଦୁର୍ଯ୍ୟୋଧନବାବୁ ସନ୍ନ୍ୟାସୀ ଦୈହିକ କ୍ରିୟାରୁ ଜାତ ଇଚ୍ଛାକୁ ପ୍ରାଧାନ୍ୟ ଦେବା ହିଁ ଅନୀତି । ବରଂ ଯାହାର ଇଚ୍ଛାରେ ଏ ସୃଷ୍ଟି ଆତଯାତ ହେଉଛି, ସୃଷ୍ଟି ହେଉଛି ଓ ବିଲୟ ହେଉଛି, ତାଙ୍କ ଚିନ୍ତା ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ତାହା କରିବା ଶୁଦ୍ଧ ଚିନ୍ତା। ସେଭଳି ଚିନ୍ତା କରିବାକୁ ଏବେ ମଧ୍ୟ ସମୟ ଅଛି । ପାଇଁ ବେଳ ରହିଥାଏ ।

(ଙ) ଦୀର୍ଘ ଉତ୍ତରମୂଳକ ୫ ନମ୍ବର ବିଶିଷ୍ଟ ପ୍ରଶ୍ନ । ୧୫୦ଟି ଶବ୍ଦ ମଧ୍ୟରେ ଉତ୍ତର ଲେଖ ।

Question ୧।
‘ପକ୍ଷାଘାତ’ ଏକ ଆତ୍ମବିଶ୍ଳେଷଣାତ୍ମକ ଗଳ୍ପ – ଆଲୋଚନା କର ।
ଉ –
ଆତ୍ମବିଶ୍ଳେଷଣ କରିପାରେ । ସେ ନିଜକୁ ନିଜେ ସମୀକ୍ଷା କରେ । ନିଜର କର୍ମକୁ ନେଇ ଠିକ୍ ଭୁଲ୍‌ର ହିସାବ କରେ । କାରଣ ଜୀବନରେ ଅର୍ଥ ବଳରେ, କ୍ଷମତା ବଳରେ, ପ୍ରତିପତ୍ତି ବଳରେ ଓ ବୟସ ବଳରେ ସେ ଯାହାସବୁ କରିଯାଏ, ତାହାକୁ ସେ ସ୍ଵତନ୍ତ୍ର ସମୟରେ, ନିର୍ଦ୍ଦିଷ୍ଟ ପରିସ୍ଥିତିରେ ସମୀକ୍ଷା କରେ । ନିଜର ଭୁଲ୍ ପାଇଁ ଅନୁତାପ କରେ । ନିଜକୁ ନିଜେ ଦଣ୍ଡ ଦେବାକୁ ଇଚ୍ଛାକଲେ ବି, ସେପରି କରିପାରେନା । ଶେଷରେ ସେ ପରମାତ୍ମା, ସବୁ ସୃଷ୍ଟିର ନିୟନ୍ତ୍ରଣକାରୀଙ୍କ ନିକଟରେ ଶରଣାପନ୍ନ ହୁଏ ଓ ତାଙ୍କରି ଉଦ୍ଦେଶ୍ୟରେ ହାତ ଯୋଡ଼େ । ଏହିଭଳି ଏକ କଥାବସ୍ତୁକୁ ନେଇ କଥାକାର କର୍ମ ପାଇଁ ଅନୁତାପ କରିଛନ୍ତି । ସେ ଯେପରି ଅନୁତାପ ଅନଳରେ ଦଗ୍ଧଭୂତ ହୋଇ ନିଜର ଭୁଲ୍ ପାଇଁ ପରମେଶ୍ଵରଙ୍କ ନିକଟରେ ଶରଣାପନ୍ନ ହୋଇଛନ୍ତି ।

ଦୁର୍ଯ୍ୟୋଧନବାବୁ ଥିଲେ କଚେରୀରେ ହାକିମ । ତଳସ୍ତରରୁ ଚାକିରି ଆରମ୍ଭ କରି ନିଜର କୁଟିଳ ବୁଦ୍ଧି ବଳରେ, ସେ ଉପରସ୍ତରରେ ପହଞ୍ଚିଲେ । କ୍ଷମତାର ସେ ଅପପ୍ରୟୋଗ କରିଥିଲେ । ଯାହାଫଳରେ ସେ ଅର୍ଥ, କ୍ଷମତା ଓ ପ୍ରତିପତ୍ତି ବଳରେ ଚାକିରି ଜୀବନରେ ଜୀବନକୁ ବେଶ୍ ଉପଭୋଗ କରିଥିଲେ । ମାତ୍ର ସେ ପଞ୍ଚାବନ ବର୍ଷ ବୟସରେ ପେନ୍‌ସନ୍ ନେବାପରେ, ତାଙ୍କଠାରୁ ସବୁ କିଛି ଚାଲିଯାଇଥିଲା । ସେ ହୋଇଥିଲେ ଜଣେ ସାଧାରଣ ମଣିଷ। ତାଙ୍କୁ କେହି ମର୍ଯ୍ୟାଦା ଦେଇ ନ ଥିଲେ କିମ୍ବା ନମସ୍କାରଟିଏ ଜଣାଇ ନଥିଲେ । ହଠାତ୍ କ୍ଷମତା ଚାଲିଗଲା ପରେ ସେ ହୋଇଗଲେ ମାନସିକ ଚାପଗ୍ରସ୍ତ । ଅବସର ନେବାର ତିନିଦିନ ପରେ ସେ ପଡ଼ିଯାଇ, ପାଲଟିଗଲେ ପକ୍ଷାଗାତ ରୋଗୀ । ତାଙ୍କର ହାତଗୋଡ଼ ଚଳିଲା ନାହିଁ କିମ୍ବା କଥା କହିବାର ଶକ୍ତି ରହିଲା ନାହିଁ । ଫଳରେ ପରିବାର ପାଇଁ ସେ ହୋଇଗଲେ ଏକ ପ୍ରକାର ବୋଝ ଭଳି । ଦୟାକରି କେହି କିଛି କରିଲେ କରିଲା କିମ୍ବା ନ କରିଲେ ମଧ୍ୟ ଅଭିଯୋଗ କରିବାର ଶକ୍ତି ନାହିଁ । ଫଳରେ ସେ ରାଜପ୍ରାସାଦ ପରି ଘର କରିଥିଲେ ମଧ୍ୟ ବାହାର ବାରଣ୍ଡାରେ ଗୁହାଳ ଘର ପାଖକୁ ସେ ପଡ଼ିରହିଲେ ଏକାନ୍ତ ନିଃସ୍ଵ ଭାବରେ । ଆକାଶକୁ ଚାହିଁ ଚାହିଁ ସମୟ ଅତିବାହିତ କଲେ ।

ନିହାତି ଏକୁଟିଆ ସମୟରେ ସେ ଚିନ୍ତାକଲେ ନିଜର ଦ୍ଵିତୀୟପକ୍ଷ ସ୍ତ୍ରୀଙ୍କ କଥା । ବୟସ ଆବେଦନରେ ସେ ଯାହାକୁ ବିବାହ କରିଥିଲେ, ଲଜ୍ଜାବତୀ ଓ ମଫସଲିରୁ ନବ୍ୟା କରିଥିଲେ, ସେ ଆଉ ତାଙ୍କର ଭଲମନ୍ଦ ବୁଝିଲା ନାହିଁ । କାରଣ ସେଥ‌ିପାଇଁ ସେ ଦାୟୀ । ଘରର ଘରଣୀକୁ ସେ ବାହାରକୁ ନେଇଥିଲେ । ବନ୍ଧୁମାନଙ୍କ ସହିତ ମିଳାମିଶା କରିବାର ସୁଯୋଗ ଦେଇଥିଲେ । ମଦ୍ୟପାନ କରାଇଥିଲେ । ଫଳରେ ସ୍ତ୍ରୀ ତାଙ୍କର ନହୋଇ ସ୍ଵେଚ୍ଛାଚାରିଣୀ ହୋଇଯାଇଥିଲା । ଦିନସାରା ଜୀବନକୁ ଉପଭୋଗ କରି ବିଳମ୍ବିତ ରାତିରେ ଘରକୁ ଫେରୁଥିଲା ।

ବଡ଼ପୁଅ ନେତାଭାବରେ ନିଜକୁ ପ୍ରତିଷ୍ଠିତ କରିବାକୁ ଚାହିଁଥିଲା । ସେ ପୁଅକୁ ଦେଖ୍ ଭାବିଥିଲେ – ‘ମୁଁ ଯେବେ ଧନଲୋଭରେ ନାନା ଅସଦ୍ ଉପାୟକୁ ଧରିଥିଲି, ନାନା କୂଟନୀତିଦ୍ଵାରା ଚାକିରି କ୍ଷେତ୍ରରେ ଦ୍ରୁତ ଉପରକୁ ଉଠିଚାଲିଥିଲି, ଏ ପୁତ୍ର ମୋର ସେଇ ସମୟର, ମୋର ଗୁପ୍ତ ଚରିତ୍ରର ଏକ ପ୍ରକାଶ୍ୟ ବିଗ୍ରହ । ଅତଏବ ତା’ର କିଛି ଦୋଷ ନାହିଁ । ମୋର ସଂପୂର୍ଣ୍ଣ ଦୋଷ ।’’ ମଝିଆଁ ପୁଅ ଥିଲେ ମଦ୍ୟପ । ତାକୁ ମଧ୍ୟ ଦେଖ୍ ଦୁର୍ଯ୍ୟୋଧନବାବୁ ଭାବିଥିଲେ, ସେ ଦିନେ ମଦ ପିଇବା ଖରାପ କର୍ମ ନୁହେଁ ବୋଲି ଯୁକ୍ତି କରୁଥିଲେ । ସାରା ପରିବାର ଆଗରେ ମଦ ପିଉଥିଲେ । ସଭ୍ୟଦେଶରେ ମଦ୍ୟପାନର ଉଦାହରଣ ଦେଇଥିଲେ, ସେହି ମାନସିକତା ଆଜି ତାଙ୍କ ପୁତ୍ର ପାଖରେ ପ୍ରକାଶ ପାଇଛି ।

ସାନପୁଅ ଯେ କି ସନ୍ନ୍ୟାସୀ, ତାହାକୁ ସେ କୁଳାଙ୍ଗାର ବୋଲି ଚିନ୍ତା କରୁଥିଲେ ମଧ୍ୟ, ଶେଷ ସମୟରେ ସେ ହିଁ ତାଙ୍କ ଜୀବନ ମରୁଭୂମିରେ ଓଏସିସ୍ ପାଲଟି ଯାଇଛି । ଆତ୍ମସମୀକ୍ଷା କରି ସେ ଭାବିଥିଲେ – “ତେବେ କଅଣ ବାହାରର ପଶୁପ୍ରବୃତ୍ତି ଭିତରେ ଗୋଟିଏ କ୍ଷୀଣ ଶୁଦ୍ଧ ଚିନ୍ତା ଲକ୍‌କାୟିତ ଥିଲା । କାହିଁ, ମୁଁ କେବେ ତା’ର ସନ୍ଧାନ ପାଇନି । ଏଇ କ’ଣ ତେବେ ଅମରତ୍ୱ ।” ସାନପୁଅ ଦୁର୍ଯ୍ୟୋଧନବାବୁଙ୍କୁ ବୁଝାଇଥିଲା । ପରମେଶ୍ଵରଙ୍କୁ ଚିନ୍ତାକରିବା ପାଇଁ ପ୍ରେରଣା ଦେଇଥିଲା ଏବଂ ଦୁର୍ଯ୍ୟୋଧନବାବୁ ତାହାହିଁ କରିଥିଲେ ।

CHSE Odisha Class 12 Optional Odia Solutions Chapter 15 ପକ୍ଷାଘାତ

Question ୨।
ପରିବାର ପ୍ରତି ଅବହେଳା କରି ଦୁର୍ଯ୍ୟୋଧନବାବୁ କିପରି ଦଣ୍ଡିତ ହୋଇଛନ୍ତି, ପଠିତ ଗଳ୍ପ ଅବଲମ୍ବନରେ ପ୍ରତିପାଦନ କର ।
ଉ –
ପରିବାର ସଭ୍ୟ ମଣିଷର ଶ୍ରେଷ୍ଠ ଆଶ୍ରୟସ୍ଥଳୀ । ମଣିଷ ପରିବାରରେ ଜନ୍ମ ନିଏ, ବଢ଼େ ଓ ନିଜର ସୁରକ୍ଷିତ ସ୍ଥିତିକୁ ପରିପ୍ରକାଶ କରେ । ମଧୁସୂଦନ ରାଓ ଲେଖୁଛନ୍ତି –

“ବୈକୁଣ୍ଠ ସମାନ ଆହା ଅଟେ ସେହି ଘର,
ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର ।”

ପରସ୍ପର ସ୍ନେହରେ ପାରିବାରିକ ଜୀବନରେ ସ୍ବର୍ଗୀୟ ସୁଖ ମିଳିଥାଏ । ପରିବାର ଗଠନ କରି ପିତାମାତା ନିଜର ସୁବିଧା ଓ ସୁଖକୁ ପଛରେ ପକାଇଦେଇ, ପୁତ୍ରକନ୍ୟାଙ୍କ ସୁଖକୁ ଅଗ୍ରାଧିକାର ଦେଇଥା’ନ୍ତି । ପୁତ୍ରମାନଙ୍କୁ ଉପଯୁକ୍ତ ମଣିଷ ଓ ଆଦର୍ଶ ନାଗରିକ ହେବାପାଇଁ ପ୍ରେରଣା ଦେଇଥା’ନ୍ତି । ମାତ୍ର ଅନେକ ସମୟରେ ଅନେକ ପିତାମାତା ପୁତ୍ରକୁ ଉପଯୁକ୍ତ ପରାମର୍ଶ ଦେବାକୁ ଓ ପୁତ୍ରପ୍ରତି କର୍ତ୍ତବ୍ୟକୁ ଭୁଲିଯାଇଥା’ନ୍ତି । କ୍ଷମତା, ଅର୍ଥ ଓ ବୟସ ତାଙ୍କୁ ପରିବାରଠାରୁ ଦୂରେଇ ନେଇଥାଏ । ପରିଣତିରେ ପରିବାର ହୋଇଯାଏ ଅସଜଡ଼ା । ପୁତ୍ରମାନେ ପିତାଙ୍କ ପ୍ରତି ଉପଯୁକ୍ତ ବ୍ୟବହାର ଓ କର୍ତ୍ତବ୍ୟ କରିବାରୁ ଦୂରେଇ ଯାଇଥା’ନ୍ତି । ପରିଣତ ବୟସରେ ବେହିସାବୀ ପିତାଟି ଅନୁତାପ କରେ ସିନା ଆଉ କିଛି କରିବାର ନ ଥାଏ । ନେଡ଼ିଗୁଡ଼ ସେତେବେଳକୁ କହୁଣିକୁ ବୋହିଯାଇଥାଏ, ତାହାକୁ ସଜାଡ଼ିବା ଆଉ ସମ୍ଭବ ହୋଇ ନ ଥାଏ । ନିଜର ଭୁଲ୍ ପାଇଁ ସେ ମଧ୍ୟ ଦଣ୍ଡିତ ହୋଇଛନ୍ତି ।

ଦୁର୍ଯ୍ୟୋଧନବାବୁ କଚେରିରେ ହାକିମ ଥାଇ କ୍ଷମତା ଓ ପଦବୀର ମୋହରେ ନିଜ ପାରିବାରିକ କର୍ତ୍ତବ୍ୟକୁ ଭୁଲିଯାଇଥିଲେ । ପତ୍ନୀଙ୍କୁ ଠିକ୍ ବାଟରେ ରଖ୍ ନ ଥିଲେ କିମ୍ବା ପୁଅମାନଙ୍କୁ ଭଲମଣିଷ ହେବାପାଇଁ ଯତ୍ନବାନ୍ ହୋଇ ନ ଥିଲେ । ତିନୋଟି ପୁତ୍ରସନ୍ତାନ ଥାଇ ମଧ୍ୟ ସେ ଉତ୍ତୀର୍ଣ୍ଣ ବୟସରେ ଦ୍ବିତୀୟ ପତ୍ନୀ ଗ୍ରହଣ କରିଥିଲେ । ପଦବୀ ମୋହରେ ଓ ଅର୍ଥବଳରେ ସେ ପରିବାର ପ୍ରତି ଅବହେଳା କରିଥିଲେ । ଫଳରେ ଯେଉଁ ସ୍ତ୍ରୀକୁ ସେ ଲଜ୍ଜାବତୀ ଓ ମଫସଲିରୁ ନବ୍ୟା କରିଥିଲେ, ସେ ହୋଇଯାଇଥିଲା ସ୍ୱେଚ୍ଛାଚାରିଣୀ । ପତ୍ନୀଠାରୁ ସେ ସାମାନ୍ୟଭାବେ ସହାନୁଭୂତି ପାଇ ନ ଥିଲେ ।

ପକ୍ଷାଘାତ ରୋଗଗ୍ରସ୍ତ ହୋଇ, କଥା କହିବାର ଓ ଚାଲିବାର କ୍ଷମତା ହରାଇ ଥିଲାବେଳେ, ସେ କେବଳ ସବୁ ଦେଖୁଥିଲେ, କିଛି କରିପାରୁ ନ ଥିଲେ । କେବଳ ଗଁ ଗଁ ହୋଇ ନିଜର ପ୍ରତିକ୍ରିୟା ପ୍ରକାଶ କରୁଥିଲେ । ବଡ଼ପୁଅ ନେତା ହେବାକୁ ଯାଇ, ବାପାଙ୍କର ସେବା ନ କରି, ପିତୃସେବା କରିବାର ଫଟୋ ଉଠାଇ ନେଇଥିଲେ । ମଝିଆଁ ପୁଅ ମଦ୍ୟପ ଭାବରେ ବାପାଙ୍କୁ ମଦ୍ୟପାନ କରିବାକୁ କହିଥିଲେ । ପରିବାର ତାଙ୍କର ନିହାତି ଅସଜଡ଼ା ହୋଇଯାଇଥିଲା । ଅଟ୍ଟାଳିକା ପରି ଘର କରିଥିଲେ ମଧ୍ୟ ସେ ଗୁହାଳ ପାଖ ବାହାର ବାରଣ୍ଡାର ଖଟ ଉପରେ ପଡ଼ିରହିଥିଲେ । ସେ ଅନୁତାପ ଅନଳରେ ଦଗ୍ଧଭୂତ ହୋଇଯାଉଥିଲେ । ଆଖୁ ତାଙ୍କର ଝରିଯାଉଥିଲା ଅବାରିତ ଲୁହ । କିଛି କହି ନ ପାରି ସେ କେବଳ ଗଁ ଗଁ ହେଉଥିଲେ ।

ପରିବାର ପ୍ରତି ଅବହେଳା କରି ଦୁର୍ଯ୍ୟୋଧନବାବୁ କିପରି ଦଣ୍ଡିତ ହୋଇଥିଲେ, ତାହା ଗାଳ୍ପିକ ମନୋଜ୍ଞ ଭାବରେ ପ୍ରକାଶ କରିଛନ୍ତି ।

Question ୩ ।
ପକ୍ଷାଘାତ ଗଳ୍ପର ସାରମର୍ମ ବିଶ୍ଳେଷଣ କର ।
ଉ –
ଗାଳ୍ପିକ ବାମାଚରଣ ମିତ୍ର ଜଣେ ସ୍ୱନାମଧନ୍ୟ ଗଳ୍ପକାର ଭାବରେ ସୁପରିଚିତ । ଆଧ୍ୟାତ୍ମିକତା ସହ ମାନବିକତାର ମଣିକାଞ୍ଚନ ସମନ୍ଵୟରେ ତାଙ୍କର ସମସ୍ତ ଗଳ୍ପ ଉର୍ଜସ୍ବଳ ହୋଇଉଠିଛି । ସମାଜର ବିଭିନ୍ନ ସ୍ତରରୁ ସେ ଚରିତ୍ର ସଂଗ୍ରହ କରନ୍ତି ଓ ତାହାକୁ ନେଇ ସେ ସମାଜ ପାଇଁ ନିଆରା ଦିଗ୍‌ଦର୍ଶନ ଦିଅନ୍ତି । ସମାଜ ପାଇଁ ସେ ହୁଅନ୍ତା ଜଣେ ପଥପ୍ରଦର୍ଶକ । ଅଲୋଚ୍ୟ ଗଳ୍ପ ‘ପକ୍ଷାଘାତ’ରେ କଥାକାର ଅନୁରୂପ ଭାବଧାରା ପରିପ୍ରକାଶ କରିଛନ୍ତି । ସମାଜରେ ଅନେକ ମଣିଷ ଥାଆନ୍ତି, ଯେଉଁମାନେ କି କ୍ଷମତା, ଅର୍ଥ ଓ ବୟସ ମଦମତ୍ତରେ ଜୀବନରେ ନିଜର ସୁଖସୁବିଧାକୁ ପ୍ରାଧାନ୍ୟ ଦେଇଥା’ନ୍ତି । ସେମାନେ ପରବାରର କୌଣସି ଯତ୍ନ ନିଅନ୍ତି ନାହିଁ ।

ତାଙ୍କର ଯେ ପରିବାର ପାଇଁ କିଛି କର୍ତ୍ତବ୍ୟ ରହିଛି, ସେମାନେ ତାହା ଭୁଲିଯାଇଥା’ନ୍ତି । ପିତା ହିସାବରେ ପୁତ୍ରମାନଙ୍କୁ ଦିଗ୍‌ଦର୍ଶନ ଦେଇ, ଆଦର୍ଶ ମଣିଷ କରି ଗଢ଼ିବାରେ ସେମାନେ ଅବହେଳା କରିଥା’ନ୍ତି । ଫଳରେ ତାଙ୍କ ପରିବାର ହୋଇଯାଏ ଅସଜଡ଼ା । ପତ୍ନୀ ହୋଇଯାଆନ୍ତି ଯେତେବେଳେ ପିତା ଜଣକ ଅବସର ନିଅନ୍ତି, ରୋଗଗ୍ରସ୍ତ ହୁଅନ୍ତି, ପରିବାରର ସଦସ୍ୟଙ୍କ ସାହାଯ୍ୟ ଆଶା କରନ୍ତି, ସେତେବେଳେ ସେମାନଙ୍କୁ ତାହା ମିଳେନାହିଁ । ଅନୁତାପ ଓ ଅନୁଶୋଚନାରେ ଶେଷ ଜୀବନରେ ପରମେଶ୍ଵରଙ୍କଠାରେ ନିଜକୁ ସମର୍ପଣ କରିଦେଇଥା’ନ୍ତି ।

ଆଲୋଚ୍ୟ ଗଳ୍ପରେ ଗାଳ୍ପିକ ଦୁର୍ଯ୍ୟୋଧନବାବୁଙ୍କ ଚରିତ୍ର ମାଧ୍ୟମରେ ଏହା ଦେଖାଇଛନ୍ତି । ଦୁର୍ଯ୍ୟୋଧନବାବୁ କଚେରିରେ ହାକିମ ଥାଇ କ୍ଷମତା ଓ ପଦବୀର ମୋହରେ ନିଜର ପାରିବାରିକ କର୍ତ୍ତବ୍ୟକୁ ଭୁଲିଯାଇଛନ୍ତି । ତିନୋଟି ପୁତ୍ର ସନ୍ତାନ ଥାଇ ମଧ୍ୟ ସେ ଉତ୍ତୀର୍ଣ୍ଣ ବୟସରେ, ନିଜ ବୟସଠାରୁ ପନ୍ଦର ବର୍ଷ ସାନ ଦ୍ଵିତୀୟ ପତ୍ନୀ ଗ୍ରହଣ କରିଛନ୍ତି । ବିଳାସରେ ରହି ପରିବାର ପ୍ରତି କୌଣସି ପ୍ରକାର ଯତ୍ନଶୀଳ ହୋଇନାହାଁନ୍ତି । ପଦବୀ ମୋହରେ ନିଜ ପତ୍ନୀକୁ ସେ ନବ୍ୟା କରିଛନ୍ତି, ପୁତ୍ରମାନଙ୍କୁ ଭଲ ମଣିଷ କରି ଗଢ଼ିବା ପାଇଁ ଚେଷ୍ଟା କରିନାହାଁନ୍ତି ।

ମାତ୍ର ଅବସର ନେବାର ଦୁଇଦିନ ପରେ ତୃତୀୟ ଦିନ ସେ ପକ୍ଷାଘାତ ରୋଗର ଶିକାର ହୋଇଛନ୍ତି । ଫଳରେ ସେ ପରିବାର ପାଇଁ ଏକ ପ୍ରକାର ବୋଝ ହୋଇଯାଇଛନ୍ତି । ସ୍ତ୍ରୀ ସ୍ଵେଚ୍ଛାଚାରିଣୀ ଭାବରେ ବାହାରେ ବୁଲି ବିଳମ୍ବିତ ରାତିରେ ଫେରିଲେ ମଧ୍ୟ କୌଣସି ସମୟରେ ସ୍ଵାମୀଙ୍କର ସାମାନ୍ୟ ଦେଖାଶୁଣା କରିବାକୁ ଚାହିଁନାହିଁ । ସେ ଘଣ୍ଟା ଘଣ୍ଟା ଧରି ନିଜକୁ ସଜାଇହେଲେ ବି ସ୍ଵାମୀଙ୍କୁ ଆଡ଼ଆଟ୍‌ରେ ଚାହିଁନାହିଁ । ବଡ଼ପୁଅ ସାଜିଛି ବିଫଳ ରାଜନେତା । ବାପାଙ୍କର ସେବା ନ କରି ମଧ୍ୟ ପିତୃଭକ୍ତ ପ୍ରମାଣ କରିବାର ଫଟ ଉଠାଇଛି । ମଝିଆଁ ପୁଅ ମଦ୍ୟପ ଭାବରେ, ବାପାଙ୍କୁ ମଦ୍ୟପାନ କରିବାକୁ କହିଛି । ମାତାଲ୍ ଭାବରେ ବାପାଙ୍କ ପ୍ରତି ମନଇଚ୍ଛା ବ୍ୟବହାର କରିଛି । ମାତ୍ର ସାନପୁଅ ଯେ କି ସନ୍ନ୍ୟାସୀ ହେଲା, ତାକୁ ସେ କୁଳାଙ୍ଗାର ବୋଲି ମନେକରୁଥିଲେ, ସେ ହିଁ ହୋଇଛି ବଞ୍ଚିବାର ସାହାରା। ସେ ସାନପୁଅର ପ୍ରେରଣାରେ ପରମେଶ୍ଵରଙ୍କ ନିକଟରେ ଶରଣାପନ୍ନ ହୋଇଥାଏ ।

CHSE Odisha Class 12 Optional Odia Solutions Chapter 15 ପକ୍ଷାଘାତ

Question ୪।
ଦୁର୍ଯ୍ୟୋଧନବାବୁଙ୍କର ଦ୍ଵିତୀୟ ପକ୍ଷର ସ୍ତ୍ରୀଙ୍କର ଚରିତ୍ର ଚିତ୍ରଣ କର ।
ଉ –
କଥାକାର ବାମାଚରଣ ମିତ୍ର ଜଣେ ଅପୂର୍ବ ଚରିତ୍ରଶିଳ୍ପୀ । ତାଙ୍କର ପ୍ରତ୍ୟେକ ଗଳ୍ପରେ ସେ ଚରିତ୍ରର କଳାକୁଶଳତା ପ୍ରଦର୍ଶନ କରିଥା’ନ୍ତି । ଚରିତ୍ରମାନେ ତାଙ୍କର ମାନସ ସନ୍ତାନ ହୋଇଥିବାରୁ, ସେହି ଚରିତ୍ର ମାଧ୍ୟମରେ ହିଁ ସେ ନିଜସ୍ଵ ଚିନ୍ତା ଓ ଚେତନାକୁ ପରିପ୍ରକାଶ କରିଥା’ନ୍ତି । ପୁନଶ୍ଚ ସେହି କଳ୍ପିତ ଚରିତ୍ରକୁ ଆଧାର କରି ସମାଜର ପରିବର୍ତ୍ତନକୁ ପ୍ରକାରାନ୍ତରେ ଦର୍ଶାଇଥା’ନ୍ତି । ଆଲୋଚ୍ୟ ଗଳ୍ପ ‘ପକ୍ଷାଘାତ’ରେ, କଥାକାର ଦୁର୍ଯ୍ୟୋଧନବାବୁଙ୍କର ଦ୍ଵିତୀୟ ପକ୍ଷର ସ୍ତ୍ରୀଙ୍କୁ ଗୌଣ ଚରିତ୍ର ଭାବେ ଗ୍ରହଣ କରିଥିଲେ ହେଁ ତାଙ୍କ ମାଧ୍ୟମରେ ନାରୀ ମନସ୍ତତ୍ତ୍ଵକୁ ସୁନ୍ଦର ଭାବରେ ପ୍ରକାଶ କରିଛନ୍ତି ।

ନାରୀର ହୃଦୟକୁ ଜିତିବା ଓ ମନକୁ ଆପଣେଇବାପାଇଁ ପୁରୁଷ ସବୁବେଳେ ଚେଷ୍ଟାକରେ । ମାତ୍ର ସେଥ‌ିରେ ସେ ସଫଳ ହୁଏନାହିଁ । ନାରୀ ହୋଇଯାଏ ଆହୁରି ରହସ୍ୟମୟୀ । ଦୁର୍ଯ୍ୟୋଧନବାବୁଙ୍କର ତିନି ତିନିଟି ପୁଅ ଥିଲେ ମଧ୍ୟ ସେ ଦ୍ବିତୀୟ ସ୍ତ୍ରୀ ଗ୍ରହଣ କରିଛନ୍ତି । ସ୍ତ୍ରୀଟି ତାଙ୍କ ବୟସଠାରୁ ପନ୍ଦର ବର୍ଷ ସାନ । ମାତ୍ର ସେ ଅର୍ଥ ଓ ପଦବୀ ବଳରେ, ଦ୍ୱିତୀୟ ବିବାହ କରି ଜୀବନକୁ ଉପଭୋଗ କରିବାକୁ ଚାହିଁଥିଲେ । ବିବାହବେଳେ ସ୍ତ୍ରୀ ତାଙ୍କର ଥିଲେ ଲଜ୍ଜାବତୀ ଓ ମଫସଲୀ । ତେଣୁ ଏକା ଖଟରେ ଶୋଇଲେ ମଧ୍ୟ, ସ୍ତ୍ରୀ ତାଙ୍କର ପଡ଼ିରହୁଥିଲେ ନିସ୍ପୃହ ଭାବରେ ଖଣ୍ଡେ କାଠଭଳି । ଦୁର୍ଯ୍ୟୋଧନବାବୁ ନିଜ ଚଳଣିକୁ ସରସ ସୁନ୍ଦର କରିବାପାଇଁ ତାଙ୍କୁ ଦେହ ଓ ମନରେ ଆଧୁନିକା କରାଇଲେ । ଫଳରେ ସ୍ତ୍ରୀ ତାଙ୍କର ଆଉ ଅଧୀନରେ ରହିବାକୁ ଚାହିଁଲେ ନାହିଁ ।

ଦୁର୍ଯ୍ୟୋଧନବାବୁଙ୍କ ସ୍ତ୍ରୀ ଥିଲେ ସ୍ୱେଚ୍ଛାଚାରିଣୀ । ସ୍ଵାମୀଙ୍କର ଅସାମର୍ଥ୍ୟର ସୁଯୋଗ ନେଇ ସେ ମଟର ନେଇ ସବୁବେଳେ ସହରରେ ବୁଲିଲେ । ବନ୍ଧୁମାନଙ୍କ ସହିତ ମିଶି ନିଜ ଜୀବନକୁ ଉପଭୋଗ କଲେ । ସବୁବେଳେ ବିଳମ୍ବିତ ରାତ୍ରିରେ ଘରକୁ ଫେରିଲେ ମଧ୍ୟ, ତାଙ୍କଠାରେ ପତ୍ନୀସୁଲଭ ଶାଳୀନତା ସାମାନ୍ୟ ଭାବେ ନ ଥିଲା । ବରଂ ଦୁର୍ଯ୍ୟୋଧନବାବୁ ଅଭିଯୋଗ କଲେ ଅନେକ ପ୍ରକାର ସତମିଛ କଥା କହି, କୌଣସି ପ୍ରକାରେ ନିଜକୁ ଦୂରେଇ ନେଉଥଲେ । ଏପରିକି ବାଦାନୁବାଦ ହେଲେ, ସ୍ଵାମୀଙ୍କୁ ଦୋଷାରୋପ କରି କହୁଥିଲେ, ‘କିଏ କହିଥିଲା ମୋତେ ବାହାରିବାକୁ, ସମସ୍ତଙ୍କ ସହିତ ମିଶିବାକୁ, ମଦ ଖାଇବାକୁ, ଶୁଣେ ? ବର୍ତ୍ତମାନ କାହିଁକି ମୋତେ ଭାଗବତ ଶୁଣାଇଚ ? ମୋତେ ଯଦି କେବଳ ପୁତ୍ରାର୍ଥେ ଭାର୍ଯ୍ୟା କରିଥାଆନ୍ତ କଥା ଭିନ୍ନ ହୋଇଥାଆନ୍ତା । ତୁମେ କଲ ମୋତେ ତୁମର ……. ତୁମେ ବୁଢ଼ା, କିନ୍ତୁ ମୁଁ ନୁହେଁ, ତୁମକୁ କହିଥିଲି, ନାରୀର ଇଚ୍ଛା ଯଦି ଜାଣ, ସମ୍ଭାଳି ପାରିବ ନାହିଁ ଦୁର୍ଯ୍ୟୋଧନବାବୁ ।’’ ଏଭଳି ଉକ୍ତିରୁ ଜଣେ ଭ୍ରଷ୍ଟା ନାରୀର ମାନସିକତାକୁ ଅନୁମାନ କରିହୁଏ ।

ସ୍ଵାମୀ ପକ୍ଷାଘାତରେ ପଡ଼ିଥିଲେ ବି, ସ୍ତ୍ରୀ ହିସାବରେ ସ୍ଵାମୀଙ୍କର ସେବା ତ ଦୂରର କଥା, ବରଂ ଆଡ଼ଆସ୍‌ ସୁଦ୍ଧା ସେ ଚାହାଁନ୍ତି ନାହିଁ । ବରଂ ବାହାରକୁ ଯିବା ପୂର୍ବରୁ ଘଣ୍ଟା ଘଣ୍ଟା ଧରି ସଜବାଜ ହୁଅନ୍ତି । ଗୁଣୁଗୁଣୁ ଗୀତ ଗାଇ ଅତର ସୁଗନ୍ଧରେ ନିଜକୁ ସୁଗନ୍ଧିତ କରାନ୍ତି । ବାହାରକୁ ସୌନ୍ଦର୍ଯ୍ୟ ମୁଣା ହଲାଇ ଚାଲିଗଲାବେଳେ, ତାଙ୍କର ଯେ ସ୍ଵାମୀ ଅଛନ୍ତି, ସେ ତାହା ଭୁଲିଯାଆନ୍ତି ।

ଗାଳ୍ପିକ ଦୁର୍ଯ୍ୟୋଧନବାବୁଙ୍କ ଦ୍ଵିତୀୟ ପକ୍ଷର ସ୍ତ୍ରୀ ଚରିତ୍ର ମାଧ୍ୟମରେ ଜଣେ ସ୍ୱେଚ୍ଛାଚାରିଣୀ ନାରୀର ମାନସିକତାକୁ ଦେଖାଉଛନ୍ତି ।

Question ୫।
‘ପକ୍ଷାଘାତ’ ଗଳ୍ପର ସାର୍ଥକତା ନିରୂପଣ କର ।
ଉ –
ଆଧୁନିକ ଗଦ୍ୟସାହିତ୍ୟର ଅନ୍ୟତମ ବଳିଷ୍ଠ ବିଭାଗ ହେଉଛି କ୍ଷୁଦ୍ରଗଳ୍ପ । ଏହି ବିଭାଗଟି ଯେପରି କଳାତ୍ମକ ଓ ଉପଭୋଗ୍ୟ, ସେହି ପରିମାଣରେ ବୁଦ୍ଧିଦୀପ୍ତ ।

ସୁବିସ୍ତୃତ ଜୀବନ ପ୍ରବାହ ମଧ୍ୟରୁ ଯେଉଁ ନିର୍ଦ୍ଦିଷ୍ଟ ମୁହୂର୍ଭଟି ମଣିଷ ହୃଦୟରେ ଗଭୀର ରେଖାପାତ କରେ, ସେହି ସ୍ମରଣୀୟ ମୁହୂର୍ତ୍ତଟିକୁ ଚକିତ ଉଦ୍ଭାସିତ କରିବା କ୍ଷୁଦ୍ରଗଳ୍ପର ଧର୍ମ । ଗଳ୍ପ ହେଉଛି ଗୋଟିଏ ରସଘନ ନିବିଡ଼ ମୁହୂର୍ତ୍ତର ପକାଇ ପାରେନାହିଁ । କେତୋଟି ମୁହୂର୍ଭ ଗଭୀର ଭାବରେ ହୃଦୟରେ ଛାପ ପକାଇଥାଏ । ସେହି ଗଭୀର ପ୍ରଭାବକୁ ଧରିରଖେ କ୍ଷୁଦ୍ରଗଳ୍ପ । କ୍ଷୁଦ୍ରଗଳ୍ପର ବ୍ୟାପ୍ତି ନାହିଁ ସତ, ମାତ୍ର ଅଛି ଦୀପ୍ତି l ସେହି ଦୀପ୍ତି ସମଗ୍ର ଜୀବନସଭାକୁ ଆଲୋକିତ କରିଦିଏ ।

‘ପକ୍ଷାଘାତ’ ଗଳ୍ପର ଆରମ୍ଭ ନାଟକୀୟ । ଗୋଟିଏ ନିର୍ଦ୍ଦିଷ୍ଟ ସେଟିଂରେ ନାଟକ ଅଭିନୀତ ହେଲାଭଳି, ଏଥରେ ବାହାର ବାରଣ୍ଡାରେ ପଡ଼ିଥିବା ଖଟ ଉପରେ ଗଳ୍ପନାୟକ ତେଲଚିକିଟା ତକିଆ ଦେଇ, କାନ୍ଥକୁ ଆଉଜି ପଡ଼ିରହିଥା’ନ୍ତି । ତାଙ୍କର ଉଠିବାର କିମ୍ବା କଥା କହିବାର କୌଣସି ଶକ୍ତି ନ ଥାଏ । ବଲ ବଲ କରି ଆକାଶକୁ ଚାହିଁ ପାନ ପାକୁଳି କରୁଥା’ନ୍ତି । ସେହି ଅବସରରେ ମୁଖ୍ୟ ଚରିତ୍ର ଦୁର୍ଯ୍ୟୋଧନବାବୁଙ୍କର ଅତୀତ, ବର୍ତ୍ତମାନ ଓ ପରିଣତିକୁ ଦେଖାଇ ଦିଆଯାଇଛି । ଗଳ୍ପର ଶେଷ ପର୍ଯ୍ୟନ୍ତ ଏହି ଭାବଧାରା ବର୍ଣ୍ଣିତ ।

ଗଳ୍ପର କାହାଣୀ ବା କଥାବସ୍ତୁ ସ୍ଵଳ୍ପ । ମାତ୍ର ସେଥ‌ିରେ କଥାକାର ଜଣେ କ୍ଷମତା ମଦମତ୍ତ, ପଦବୀସର୍ବସ୍ଵ ମଣିଷର କରୁଣ ପରିଣତିକୁ ଦେଖାଇଛନ୍ତି । ଜୀବନରେ ଜଣେ ଯାହା କରେ, ପ୍ରତିବଦଳରେ ସେହିଭଳି ସୁଖ ବା ଦୁଃଖ ଭୋଗ କରେ । ଦୁର୍ଯ୍ୟୋଧନବାବୁ ପରିବାର ପ୍ରତି ଯେଉଁ ଅବହେଳା କରିଛନ୍ତି, ପରିଣତିରେ ସେହିଭଳି ଦୁଃଖ ପାଇଛନ୍ତି । କୃତକର୍ମ ପାଇଁ ଅନୁତାପ କରି ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ହାତ ଯୋଡ଼ିଛନ୍ତି ।

ଗଳ୍ପଟିର ସ୍ଵଳ୍ପସଂଖ୍ୟକ ଚରିତ୍ର ବର୍ଣ୍ଣନା ରହିଛି । ମୁଖ୍ୟ ଚରିତ୍ର ହେଉଛନ୍ତି ଦୁର୍ଯ୍ୟୋଧନବାବୁ । ସେହି ମୁଖ୍ୟ ଚରିତ୍ରକୁ ବିଶେଷ ଭାବରେ ଦେଖାଇବାପାଇଁ ଏଥୁରେ ବିଫଳ ରାଜନେତା ବଡ଼ପୁଅ, ମଦ୍ୟପ ମଝିଆଁ ପୁଅ, ସନ୍ନ୍ୟାସୀ ସାନପୁଅ ଓ ସ୍ଵେଚ୍ଛାଚାରିଣୀ ଦ୍ୱିତୀୟ ପତ୍ନୀଙ୍କ ବର୍ଣ୍ଣନା କରାଯାଇଛି । ନିଜ ଜୀବନର ବିପର୍ଯ୍ୟୟ ପାଇଁ ଦୁର୍ଯ୍ୟୋଧନବାବୁ ଯେ ଦାୟୀ ହାତ ପ୍ରମାଣ କରାଯାଇଛି ।

ସହଜ, ସରଳ, ଏକମୁଖୀ ଘଟଣାକୁ ନେଇ ଗଛଟି ଆଗେଇ ଚାଲିଛି । ଗଳ୍ପର ବର୍ଣ୍ଣନାପାଟବତା ଅତ୍ୟନ୍ତ ସ୍ପଷ୍ଟ ଉପସ୍ଥାପନ କରାଯାଇ, ତାହାର କଳାତ୍ମକ ପରିପ୍ରକାଶକୁ ଦ୍ବିଗୁଣିତ କରାଯାଇଛି । ଗଳ୍ପର ଶେଷରେ ଗାଳ୍ପିକ ଯାହା କହିବାକୁ ଚାହିଁଛନ୍ତି, ତାହା ହିଁ ଚରିତ୍ର ମାଧ୍ୟମରେ ଉଲ୍ଲେଖ କରିଛନ୍ତି ।

ଏସବୁ ଦୃଷ୍ଟିକୋଣରୁ ବିଚାର କରି ଦେଖୁଲେ, ‘ପକ୍ଷାଘାତ’ ଏକ ସାର୍ଥକ ଗଳ୍ପ ।

CHSE Odisha Class 12 Optional Odia Solutions Chapter 15 ପକ୍ଷାଘାତ

ଓଡ଼ିଆ ଗଳ୍ପର ସୃଷ୍ଟି ଓ ସମ୍ଭାବନା :

ଆବହମାନ କାଳରୁ ଗଳ୍ପର କାନ୍ତକୋମଳ ସ୍ପର୍ଶରେ ମାନବ ପ୍ରାଣ ଚିର ଦ୍ରବୀଭୂତ । ଗଳ୍ପ କହିବା ଓ ଶୁଣିବା ମାନବର ଅନ୍ତରାତ୍ମାର ଚିର ଅଭିବ୍ୟକ୍ତି । ଏହି କହିବା ଓ ଶୁଣିବାକୁ ନେଇ କଳାପାଟବତାର କାଳ୍ପନିକ ଗତିସ୍ରୋତରେ ଗଳ୍ପକଳାର ଆତ୍ମପ୍ରକାଶ ଘଟିଥାଏ । ବିଶ୍ବର ଅନ୍ୟାନ୍ୟ ସାହିତ୍ୟ ସହ ତାଳ ଦେଇ ଓଡ଼ିଆ ଗଳ୍ପ ସାହିତ୍ୟ ମଧ୍ଯ ତା’ର ଗତାନୁଗତିକତାରେ ନିତ୍ୟ ଧାବମାନ । ଏହି କହିବା ଶୁଣିବାକୁ ନେଇ ସମାଜ, ସଂସ୍କୃତି ସହ ମାନବ ମନୋରାଜ୍ୟର ରହସ୍ୟମୟ ଅଭିବ୍ୟକ୍ତିମାନ ଗଳ୍ପକଳାର ସହଜ ସ୍ଵାଭାବିକ ପୃଷ୍ଠଭୂମିରେ ଅତି ସୁନ୍ଦର ଭାବରେ ପରିସ୍ଫୁଟିତ ହୋଇଥାଏ । ପାରିମ୍ପରିକ ଭାବେ ଯାହା ଆଈମା’ କାହାଣୀ ବୁଢ଼ୀ ଅସୁରୁଣୀ କଥା ଓ ରାଜପୁତ୍ର ରାଜକନ୍ୟାଙ୍କ ଜୀବନର ଅଭିବ୍ୟକ୍ତି ଥିଲା ସମୟ ସ୍ରୋତରେ ତାହା ଆଧୁନିକ ଜୀବନର ବ୍ୟସ୍ତବହୁଳ ଜୀବନଚର୍ଯ୍ୟାକୁ ନେଇ କ୍ଷୁଦ୍ରଗଳ୍ପ ମାଧ୍ୟମରେ ରୂପାନ୍ତରିତ ହୋଇଉଠିଲା ।

ବିନ୍ଦୁ ମଧ୍ୟରେ ସିନ୍ଧୁର ଅଭିବ୍ୟକ୍ତିର ଆଦର୍ଶ ନେଇ ଆଧୁନିକ କ୍ଷୁଦ୍ରଗଳ୍ପ ଆଧୁନିକ ଜୀବନର ଜଞ୍ଜାଳ ଯନ୍ତ୍ରଣା ମାନସିକତାରେ ଆଶ୍ବସ୍ତିକରତାର ସ୍ନିଗ୍‌ଧ ପ୍ରଲେପ ଦେବାପାଇଁ ପ୍ରୟାସରତ । ଆଧୁନିକ ମାନବର ଘଟଣାବହୁଳ ଜୀବନକୁ ଦଣ୍ଡାୟମାନ । ପରିସର ସ୍ଵଳ୍ପ ହେଲେହେଁ ଅଭିବ୍ୟକ୍ତିର ଚମତ୍କାରିତାରେ କ୍ଷୁଦ୍ରଗଳ୍ପର କଳେବର ଚିର ରସୋତ୍ତୀର୍ଣ୍ଣ । ସୀମିତ କଳେବର ମଧ୍ୟରେ ପ୍ରକାଶଭଙ୍ଗୀର ତନ୍ମୟତା ଓ ସାବଳୀଳ ଶବ୍ଦ ସଂଯୋଜନା ମଧ୍ୟରେ କ୍ଷୁଦ୍ରଗଳ୍ପ, ସାହିତ୍ୟର ଅନ୍ୟାନ୍ୟ ବିଭାଗଠାରୁ ସମଧ୍ୟ ପ୍ରଭାବଶାଳୀ ଅଟେ । ମୁହୂର୍ଭସର୍ବସ୍ଵ ପୃଷ୍ଠଭୂମି ଉପରେ ମାନବ ଜୀବନର ଶାଶ୍ଵତ ସତ୍ୟକୁ ଉପସ୍ଥାପନା କରିବାର ବିଶେଷତ୍ଵ ନେଇ କ୍ଷୁଦ୍ରଗଳ୍ପର ସାର୍ଥକତା ସୁଦୂରପ୍ରସାରୀ । ସ୍ଵଳ୍ପ ପରିସର ମଧ୍ୟରେ ଅନନ୍ତ ସମ୍ଭାବନାର ସ୍ରୋତକୁ ଉଦ୍‌ଘାଟନ କରି କ୍ଷୁଦ୍ରଗଳ୍ପ ସୃଜନୀକଳାର ଏକ ମହନୀୟ ଭୂମିକାକୁ ଚରିତାର୍ଥ କରିଥାଏ ।

ଛୋଟ ଘଟଣାପ୍ରବାହ, ମାନବ ପ୍ରାଣର କ୍ଷୁଦ୍ର ଅଭିବ୍ୟକ୍ତି ଅତି ସହଜ ସରଳ ଭାବରେ କ୍ଷୁଦ୍ରଗଳ୍ପର ଅବୟବ ମାଧ୍ୟମରେ ଆତ୍ମପ୍ରକାଶ କରି ଅଗଣିତ ପାଠକକୁ ଚମତ୍କୃତ କରିଦିଏ । ଜୀବନର ଓ ସମାଜର ବିଭିନ୍ନ ବିଭାଗ ଉପରେ କ୍ଷୁଦ୍ରଗଳ୍ପର ମନ୍ମୟ ପରିପ୍ରକାଶ ସହଜସିଦ୍ଧ ଅଟେ । ଇତିହାସଠାରୁ ରାଜନୀତି ପର୍ଯ୍ୟନ୍ତ ତଥା ପୌରାଣିକରୁ ଆରମ୍ଭ କରି ଜୀବନଚର୍ଯ୍ୟାର ପରିସ୍ ମଧ୍ଯରେ କ୍ଷୁଦ୍ରଗଳ୍ପର ପରିସର ନିତ୍ୟନୂତନ ବର୍ଷବିଭାରେ ତରଙ୍ଗାୟିତ ହୋଇପାରେ ।

ବର୍ତ୍ତମାନ ସାମଜରେ କ୍ଷୁଦ୍ରଗଳ୍ପର ପରିସର ବହୁବର୍ଷା । ଆଦର୍ଶବାଦୀ, ବାସ୍ତବବାଦୀ, ଘଟଣାପ୍ରଧାନ, ଚରିତ୍ରପ୍ରଧାନ, ସ୍ଥିତିବାଦୀ ଚେତନା ତଥା ଅଣୁଧର୍ମୀ ଓ ଆଭାସଧର୍ମୀ ଭିଭିରେ କ୍ଷୁଦ୍ରଗଳ୍ପର ପରିସ୍ ଅଭିନବ ଚମତ୍କାରିତାରେ ଅଭୂତପୂର୍ବ ଅଟେ । ମନସ୍ତତ୍ତ୍ଵ, ସାଙ୍କେତିକତା, ଆଭାସଧର୍ମୀ, ମାନବଧର୍ମୀ ଅତିବାସ୍ତବିକତାକୁ ନେଇ ମଧ୍ୟ ଆଧୁନିକ କ୍ଷୁଦ୍ରଗଳ୍ପର ଅବୟବ ବିଚିତ୍ରବର୍ଣ୍ଣା ବିଭାରେ ଭାସ୍ଵରମୟ ହୋଇଉଠିଛି । ତେଣୁ ଓଡ଼ିଆ ଗଳ୍ପର ସୃଷ୍ଟି ରହସ୍ୟରୁ ଏହାର ସମ୍ଭାବନା ବହୁ ଗୁଣରେ ସୁଦୂରପ୍ରସାରୀ ।

ଲେଖନୀ ସ୍ପର୍ଶରେ ଆଧୁନିକ କ୍ଷୁଦ୍ରଗଳ୍ପ ଆଧୁନିକ ଜୀବନର ନବୀନ ସଂଜୀବନୀ ମନ୍ତ୍ରରେ ସମୃଦ୍ଧିସମ୍ପନ୍ନ ହୋଇପାରିଛି । ଓଡ଼ିଆ ସାହିତ୍ୟରେ ଆଧୁନିକ ଯୁଗର ବାର୍ତ୍ତାବହ ଭାବରେ ଯେଉଁ ସ୍ୱନାମଧନ୍ୟ ପ୍ରବାଦପୁରୁଷମାନେ ଅଗ୍ରଦୂତ ସାଜିଥିଲେ ସେମାନଙ୍କ ମଧ୍ୟରେ ଯଥାକ୍ରମେ କବିବର ରାଧାନାଥ ରାୟ, ଭକ୍ତକବି ମଦୁସୂଦନ ରାଓ ଓ ସ୍ଵଭାବକବି ଗଙ୍ଗାଧର ଲଭିଲା । ‘ରେବତୀ କୁ ବାଦ୍ ଦେଲେ ଗାଳ୍ପିକ ଫକୀରମୋହନ ଧୂଳିଆବାବା, ପେଟେଣ୍ଟ ମେଡ଼ିସିନ୍, ସଭ୍ୟ ଜମିଦାର, ବୀରେଇ ବିଶ୍ଵାଳ, ରାଣ୍ଡିପୁଅ ଅନନ୍ତା ପ୍ରଭୃତି କୋଡ଼ିଏଟି କ୍ଷୁଦ୍ରଗଳ୍ପର ସ୍ରଷ୍ଟା ଥିଲେ ।

ହୋଇଥିଲା । ଚନ୍ଦ୍ରଶେଖର ନନ୍ଦ ସତୀବଟ, ତେନ୍ତୁଳିଆ ପୀର, ନଚିକେତା ଓ ଆହତ ପକ୍ଷୀ ପ୍ରଭୃତି କେତୋଟି ଗଳ୍ପକୁ ନେଇ ଏକ ‘ଗଳ୍ପଗ୍ରନ୍ଥ’ର ପ୍ରକାଶ କରିଥିଲେ । ସେହପରି ଦୟାନିଧି ମିଶ୍ର ପ୍ରଦୀପ, ନିର୍ବାଣ, ଶାନ୍ତି, ଆକର୍ଷଣ ପ୍ରଭୃତି କ୍ଷୁଦ୍ରଗଳ୍ପମାନ ସୃଷ୍ଟି କରିଥିଲେ । ଗାଳ୍ପିକ ଦିବ୍ୟସିଂହ ପାଣିଗ୍ରାହୀ ମଧ୍ୟ ଏହି ସମୟରେ ଗୟାଶ୍ରାଦ୍ଧ, ଅମୃତ କଙ୍କଡ଼ା, ହିସାବ ନିକାଶ, ପରିବର୍ତ୍ତନ ପ୍ରଭୃତି ଗଳ୍ପଗୁଡ଼ିକର ସୃଷ୍ଟି କରିଥିଲେ । ତେବେ ସମୟର ଆହ୍ଵାନକୁ ସମ୍ମୁଖୀନ ହେବାପାଇଁ ଉପଯୁକ୍ତ ଗଳ୍ପିକ ଭାବରେ ସଙ୍କେତ ସୃଷ୍ଟି କଲା । ଲକ୍ଷ୍ମୀକାନ୍ତଙ୍କ ଲେଖନୀ ମୁନରେ ବୁଢ଼ାଶଙ୍ଖାରି, ପ୍ରତିବାଦ, ପରୀକ୍ଷାଫଳ, ପ୍ରଜାପତିଙ୍କୁ ଅଭିଶାପ ସ୍ଵାଗତ ଜଣାଇଲା ।

କାନ୍ତକବିଙ୍କ ପରେ ଓଡ଼ିଆ କ୍ଷୁଦ୍ରଗଳ୍ପର ଶ୍ରୀବୃଦ୍ଧି ସାଧନ ପାଇଁ ବହୁ ଯଶସ୍ୱୀ ଗଳ୍ପକାରମାନେ ଆଗେଇ ଆସିଥିଲେ । ଲେଖନୀ ମୁନରେ ଭାସ୍ଵରିତ ହୋଇଉଠିଲା ସେମାନଙ୍କ ମଧ୍ୟରେ ରେବା ରାୟ, ଚିନ୍ତାମଣି ମହାନ୍ତି, ଦାଶରଥ୍ ମହାପାତ୍ର, ଥିଲା । ଓଡ଼ିଆ ସାହିତ୍ୟରେ ନବଜାଗରଣର ଉଷା କାଳରେ ପଣ୍ଡିତ ଗୋଦାବରୀଶ ମିଶ୍ର ଓ ତାଙ୍କର ଛାତ୍ର ଗୋଦାବରୀଶ ମହାପାତ୍ରଙ୍କର ଓଡ଼ିଆ ଗଳ୍ପ ସାହିତ୍ୟକୁ ଅନନ୍ୟ ଅବଦାନ ଥିଲା। ପଣ୍ଡିତ ମିଶ୍ରଙ୍କର ଲେଖନୀ ସଂଯତ ଓ ସ୍ଥିତପ୍ରଜ୍ଞ କରିଥିଲେ ।

ସମାଜର ବିଭିନ୍ନ ସମସ୍ୟାକୁ ନେଇ ଗାଳ୍ପିକମାନେ ଗଳ୍ପ ରଚନା କଲେ । ବିଶେଷକରି ମାର୍କସ୍ଵାଦୀ ଚିନ୍ତାଧାରାକୁ ନେଇ କଥାକାର ଭଗବତୀଚରଣ ପାଣିଗ୍ରାହୀ ଓଡ଼ିଆ ଗଳ୍ପ କ୍ଷେତ୍ରରେ ଏକ ଚାଞ୍ଚଲ୍ୟ ସୃଷ୍ଟି କଲେ । ଲେଖକଙ୍କର ‘ଶିକାର’ ଗଳ୍ପଟି ଓଡ଼ିଆ ଗଳ୍ପ ସାହିରେ ଏକ ଆଲୋଡ଼ନ ସୃଷ୍ଟି କଲା । ଗାଳ୍ପିକ ମନୋଜ ଦାସ, ଅନନ୍ତ ପଟ୍ଟନାୟକ ପ୍ରଭୃତି ଏହି ଚିନ୍ତା ଓ ଚେତନାର ଅନୁବର୍ତୀ ହୋଇ ଓଡ଼ିଆ ଗଳ୍ପ ସାହିତ୍ୟକୁ ନୂତନ ଦିଗ୍‌ଦର୍ଶନ ଦେଲେ ।

ମାର୍କସ୍‌ବାଦ ସାଙ୍ଗକୁ ଓଡ଼ିଆ ଗଳ୍ପ କ୍ଷେତ୍ରରେ ସବୁଜ ଚେତନାର ମଧ୍ୟ ଆବିର୍ଭାବ ହେଲା। ଏହି ଶ୍ରେଣୀୟ ପରବର୍ତ୍ତୀ ପର୍ଯ୍ୟାୟରେ ଓଡ଼ିଆ ଗଳ୍ପ କ୍ଷେତ୍ରରେ ବହୁ ପ୍ରବୀଣ ଓ ନବୀନ ଗାଳ୍ପିକବୃନ୍ଦଙ୍କର ଅଭ୍ୟୁଦୟ ହେଲା । ପତି, ବ୍ରହ୍ମାନନ୍ଦ ପଣ୍ଡା, ପ୍ରସନ୍ନ କୁମାର ପାଟଶାଣୀ, ବିଭୁତି ପଟ୍ଟନାୟକ, ପ୍ରତିଭା ରାୟ, ଗୋପୀନାଥ ମହାନ୍ତି ପ୍ରଭୃତି କୋଡ଼ିଏଟି କ୍ଷୁଦ୍ରଗଳ୍ପର ସ୍ରଷ୍ଟା ଥିଲେ ।

ବିଶେଷକରି କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟ, କିଶୋରୀଚରଣ ଦାସ ଓ ମନୋଜ ଦାସଙ୍କ ଲେଖନୀର ଚମତ୍କାରିତା ଏକମାତ୍ର ଓଡ଼ିଆ ଗଳ୍ପ ସାହିତ୍ୟରେ ସୀମାବଦ୍ଧ ନ ହୋଇ ଆନ୍ତର୍ଜାତିକ ସ୍ତରକୁ ସ୍ପର୍ଶ କଲା । ତେଣୁ ଓଡ଼ିଆ ଗଳ୍ପର ସୃଷ୍ଟି ଘର ଅଗଣାର ଆଈମା’ ମୁହଁରୁ ଅୟମାରମ୍ଭ ହୋଇଥିଲେ ମଧ୍ୟ ସମୟର ଦୁର୍ବାର ସ୍ରୋତରେ ତାହାର ସାମ୍ପ୍ରତିକ ଓଡ଼ିଆ ଗଳ୍ପସମୂହ ଓଡ଼ିଆ ସାହିତ୍ୟର କୃତ୍ବବିଦ୍ୟ ଗଳ୍ପକାରଙ୍କ ପାଇଁ ଗୌରବର ଦିଗ୍‌ଦର୍ଶନ ଦେବାରେ ସର୍ବସମର୍ଥ କୃତିତ୍ଵମୟ ସମ୍ଭାବନା ବିଶ୍ବର ବିଭିନ୍ନ ଗଳ୍ପ ସାହିତ୍ୟ ସହ ସମାନ ଭାବରେ ପାଦ ମିଳାଇ ବିଜୟଶ୍ରୀମଣ୍ଡିତ ହୋଇପାରିଛି । କହିଲେ ଅତ୍ୟୁକ୍ତି ହେବ ନାହିଁ ।

CHSE Odisha Class 12 Optional Odia Solutions Chapter 15 ପକ୍ଷାଘାତ

ଗାଳ୍ପିକ ପରିଚିତି :

ଓଡ଼ିଆ ସାହିତ୍ୟରେ ଗାଳ୍ପିକ ବାମାଚରଣ ମିତ୍ର ତାଙ୍କର ସରସ୍ଵତ ସୃଷ୍ଟି ପାଇଁ ସ୍ୱନାମଧନ୍ୟ । ଯାଜପୁର ଜିଲ୍ଲାର ପୁରୁଷୋତ୍ତମପୁରର ବରୁଆଠାରେ ୧୯୧୫ ମସିହାରେ ଗାଳ୍ପିକ ଜନ୍ମଗ୍ରହଣ କରିଥିଲେ ଓ ୧୯୭୬ ମସିହାରେ ତାଙ୍କର ଦେହାବସାନ ହୋଇଥିଲା । ଓଡ଼ିଆ କ୍ଷୁଦ୍ରଗଳ୍ପ ରଚନା କ୍ଷେତ୍ରରେ ସେ ନିଜର ଦକ୍ଷତାକୁ ପ୍ରତିପାଦନ କରିଥିଲେ ମଧ୍ୟ ସାହିତ୍ୟର ଅନ୍ୟାନ୍ୟ ଦିଗ ପ୍ରତି ସେ ଉଦାସୀନ ନଥିଲେ । ‘ଚନ୍ଦ୍ର ଓ ଚମ୍ପା’ ତାଙ୍କର ଏକ ଅପୂର୍ବ ଉପନ୍ୟାସ ଯାହା ପାଠକୀୟ ସ୍ଵୀକୃତି ଅନାୟାସରେ ଲାଭ କରିପାରିଛି । ତେବେ ଗଳ୍ପ ଓ କ୍ଷୁଦ୍ରଗଳ୍ପ ରଚନା କ୍ଷେତ୍ରରେ ଲେଖକଙ୍କର ସୃଷ୍ଟିର ପରିଧ୍ ସୁଦୂରପ୍ରସାରୀ ।

ଲେଖକଙ୍କର ରଚନାରେ ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଭାବଧାରାର ତ୍ରିବେଣୀ ସଙ୍ଗମ ଦୃଷ୍ଟିଗୋଚର ହୁଏ । ବିଶେଷକରି ଆଧ୍ୟାତ୍ମିକତାକୁ ଲେଖକ ବିଶେଷ ଗୁରୁତ୍ଵ ଦେଇଥିଲେ ମଧ୍ୟ ମାନବିକତା ଓ ଆଧ୍ୟାତ୍ମିକତାକୁ ସେ ଗୋଟିଏ କେନ୍ଦ୍ରବିନ୍ଦୁ ଉପରେ ସମ୍ମିଳିତ କରିବାପାଇଁ ତାଙ୍କର ସମସ୍ତ ସୃଷ୍ଟିମାନଙ୍କରେ ପ୍ରଚେଷ୍ଟାରତ ରହିଛନ୍ତି । ଆଧ୍ୟାତ୍ମିକତା ଓ ମାନବିକତାକୁ ଅଭେଦ ଓ ଅବିଚ୍ଛିନ୍ନ ଭାବରେ ପରିକଳ୍ପନା କରି କଲମ ଚଳାଇଛନ୍ତି । ଆଧ୍ୟାତ୍ମ ବୃତ୍ତର ଅନୁଶୀଳନ କଲେ ମାନବିକତା ଯେ ଆପଣାଛାଏଁ ଅଙ୍କୁରିତ ହୋଇଉଠେ, ଏହି ଚିରନ୍ତନ ସତ୍ୟକୁ ଗାଳ୍ପିକ ପାଠକ ସମ୍ମୁଖରେ ଉପସ୍ଥାପିତ କରିଛନ୍ତି । ତାଙ୍କ ମତରେ ମାନବ ଅନ୍ତରର ଅନ୍ତର୍ନିହିତ ସଦ୍‌ଗୁଣ, ନୈତିକତା, ବିବେକଶୀଳତା ଓ ସହୃଦୟତା ହିଁ ଆଧ୍ୟାତ୍ମିକତାର ସ୍ଵରୂପ ଯାହା ପରୋକ୍ଷରେ ମାନବିକତାକୁ ପରିମାର୍ଜିତ କରିଥାଏ । ଲେଖକ ଏହି ଚିରନ୍ତନୀ ସତ୍ୟକୁ ପ୍ରାୟତଃ ତାଙ୍କୁର ସାରସ୍ଵତ କୃତିମାନଙ୍କ ମାଧ୍ୟମରେ ପାଠକ ସମ୍ମୁଖରେ କରିଛନ୍ତି ।

ଲେଖକଙ୍କର ସାରସ୍ଵତ ସୃଷ୍ଟିମାନଙ୍କ ମଧ୍ୟରେ ଗଳ୍ପ ସଙ୍କଳନ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଛି । ସେହି ସଙ୍କଳନମାନ ଯଥାକ୍ରମେ ‘ସ୍ଵପ୍ନସିଦ୍ଧ’ (୧୯୬୦), ‘ଅସୀମ’ (୧୯୬୧), ‘ପାଷାଣର ପ୍ରାଣ’ (୧୯୬୧), ‘ବଟମହାପୁରୁ ଓ ମହାପୁରୁଷବାଗ’ (୧୯୬୩), ‘ନରଛଞ୍ଚାଣ’ ଓ ‘କୀର୍ତିଯସ୍ୟ’ । ଏହି ସମସ୍ତ ଗଳ୍ପଗୁଡ଼ିକ ସଙ୍କଳନ ଆକାରରେ ‘ମିତ୍ରକଳ୍ପ’ (୧୯୭୯) ଓ ‘ମିତ୍ରଗଳ୍ପ’ (୧୯୮୦)ରେ ଆତ୍ମପ୍ରକାଶ କରିଛି । ଏତଦ୍‌ବ୍ୟତୀତ ଗାଳ୍ପିକଙ୍କର ରମ୍ୟରଚନା ଓ ଲଳିତ ନିବନ୍ଧମାନ ‘ଏଣୁଶ୍ଚ ତେଣୁଶ୍ଚ’ ନାମକ ପୁସ୍ତକରେ ପ୍ରକାଶିତ ହୋଇଅଛି । ଆଲୋଚ୍ୟ ଗଳ୍ପଟି – ୨’ ଗ୍ରନ୍ଥରୁ ଆନୀତ ।

ଗଳ୍ପର ସାରକଥା :

‘ପକ୍ଷାଘାତ’ ଏକ ଆତ୍ମବିଶ୍ଳେଷଣାତ୍ମକ ଗଳ୍ପ । ମଣିଷ ବୟସ ଥିଲାବେଳେ, କ୍ଷମତା ଥିଲାବେଳେ ଅନେକ ପ୍ରକାର ପ୍ରତିପରି ଜାହିର୍ କରେ । କାହାକୁ ମର୍ଯ୍ୟାଦା ଦେବାକୁ ଚାହେଁ ନାହିଁ । ଅକରଣୀୟ କାମ କରିବସେ । କ୍ଷମତା ମଦମତ୍ତରେ ଜୀବନକୁ ଉପଭୋଗ କରିଯାଏ । ଜୁଆରରେ ନିଶ୍ଚୟ ଭଟ୍ଟା ଆସିଲା ପରି, ଯେତେବେଳେ ବୟସ ଚାଲିଯାଏ, କ୍ଷମତା ହାତଛଡ଼ା ହୋଇଯାଏ, ସେତେବେଳେ ସେ ନିଜକୁ ଅତି ନିଃସ୍ବ ମନେକରେ । ପୁଣି ସେହି ସମୟରେ ମଣିଷଟି ଯଦି ରୋଗଗ୍ରସ୍ତ ହୋଇଯାଏ, ସେହି ସମୟରେ ବଞ୍ଚିବା ତା ପାଇଁ ଦୁର୍ବିସହ ହୋଇପଡ଼େ । ବିବେକର ଜାଣୀ ଶୁଣିଲାବେଳକୁ ବହୁତ ଡେରି ହୋଇଯାଇଥାଏ । ଗଛଟିରେ ଗାଳ୍ପିକ ବାମାଚରଣ ମିତ୍ର କଳ୍ପିତ ଚରିତ୍ର ମାଧ୍ୟମରେ କହିଛନ୍ତି, କ୍ଷମତା, ଅର୍ଥ, ପ୍ରତିପରି ମଣିଷକୁ ବିପଥଗାମୀ କରିଥାଏ । ଏହାର ରିପୁଗୁଡ଼ିକୁ ସେ ଠିକ୍ ଭାବରେ ନିୟନ୍ତ୍ରଣରେ ରଖିପାରେ ନାହିଁ । ଫଳରେ ଜୀବନ ହତାଶମୟ ହୋଇଯାଏ । ଗଡ଼ିଗଲା ସମୟ ପାଇଁ ମନରେ ଅନୁତାପ ଆସେ, ମାତ୍ର କର୍ମଫଳ ଭୋଗ କରିବାକୁ ହୋଇଥାଏ ।

ଦୁର୍ଯ୍ୟୋଧନବାବୁ କଚେରିରେ ହାକିମ ଥିଲେ । ଦୀର୍ଘ ତିରିଶ ବର୍ଷଧରି ଚାକିରି କରି ସେ ପେନ୍‌ସନ୍‌ ନେଲେ । ସେ ଚାକିରି ଆରମ୍ଭ କରିଥିଲେ ଖୁବ୍ ତଳସ୍ତରରୁ । କିନ୍ତୁ ନିଜ ପ୍ରଚେଷ୍ଟାରେ, ନିଜର ବୁଦ୍ଧି ବଳରେ ସେ ତଳସ୍ତରରୁ ଉପରସ୍ତର ପର୍ଯ୍ୟନ୍ତ ଚାକିରିର ସୀମା ବଢ଼ାଇଥିଲେ । ସୁତରାଂ ଚାକିରି ଶେଷବେଳକୁ ସେ ଅତି ଉଚ୍ଚ ଆସନର ଅଧିକାରୀ ଥିଲେ । ସେହି ଚାକିରି ଜୀବନରେ କ୍ଷମତା, ପ୍ରତିପରି, ସମ୍ମାନ ଓ ଅର୍ଥ ପ୍ରଚୁର ଭାବେ ପାଇଥିଲେ । ପେନ୍‌ସନ୍‌ ନେବା ପରେ ସେ ଅତି ସାଧାରଣ ମଣିଷ ପାଲଟି ଯାଇଥିଲେ । ଚାକିରି ସମୟରେ ସେ ବର୍ଷ ବର୍ଷ ଧରି ହାକିମ ଥିଲେ । ସେଥ‌ିପାଇଁ ସବୁବେଳେ ମର୍ଯ୍ୟାଦା ପାଇଥିଲେ । କିନ୍ତୁ ଅବସର ନେଲା ପରେ ତାଙ୍କୁ କେହି ଆଡ଼ଆଖିରେ ମଧ୍ୟ ଚାହିଁ ନ ଥିଲେ । ଅତୀତର ମର୍ଯ୍ୟାଦା ପାଇଁ ତାଙ୍କ ମନ ବ୍ୟାକୁଳ ହୋଇଉଠିଥିଲା । ଖୁବ୍ ମାନସିକ ଯନ୍ତ୍ରଣାରେ ଥାଇ, ଅବସର ନେବାର ତିନି ଦିନ ପରେ, ବାହାରକୁ ଯିବାବେଳେ ତାଙ୍କର ଗୋଡ଼ ଖସିଯାଇଥିଲା ଓ ସେ ପଡ଼ିଯାଇଥିଲେ । ସେହି ପଡ଼ିଯିବା ପରେ ତାଙ୍କର ଗୋଡ଼ ଚଳିଲା ନାହିଁ କିମ୍ବା କାହାକୁ ଡାକିବାକୁ ପାଟି ଫିଟିଲା ନାହିଁ । ସେ ହୋଇଗଲେ ପକ୍ଷାଘାତ ରୋଗୀ ।

ପକ୍ଷାଘାତ ରୋଗୀ ହେଲା ପରେ, ତାଙ୍କର ସ୍ଥାନ ସବୁବେଳେ ହେଉଛି, ବାହାର ବାରଣ୍ଡାରେ ପଡ଼ିଥ‌ିବା ଖଟ ଉପରେ । ସେହି ଖଟ ଉପରେ କାନ୍ଥକୁ ଡେରି ହୋଇ ରହିଥା’ନ୍ତି । ପିଠିଆଡ଼େ ଥାଏ, ଗୋଟିଏ ତେଲଚିକିଟା ଛିଣ୍ଡା ତକିଆ । ବଲ ବଲ କରି ସେ କେବଳ ଆକାଶକୁ ଚାହିଁଥା’ନ୍ତି । କାହାକୁ କିଛି କହିବାର ଯୁ’ ନ ଥାଏ । କେତେବେଳେ କାହାର ଇଚ୍ଛା ହେଲେ ଖଣ୍ଡେ ପାନ ଦେଇଯାଏ କିମ୍ବା ତକିଆକୁ ଟିକିଏ ସଜାଡ଼ି ଦେଇ ଯାଇଥାଏ । ଘରର ସବୁଲୋକ ଦେଖେଇ ହେବାକୁ ଯାହାକିଛି କର୍ତ୍ତବ୍ୟ କରନ୍ତି, ମାତ୍ର ମାନସିକ ସ୍ତରରେ ସମସ୍ତେ ବିରକ୍ତ ହେଉଥା’ନ୍ତି ।

ଖଟ ଉପରେ ସେ ପଡ଼ି ରହିଥିଲାବେଳେ, ଘରେ ତାଙ୍କର କେହି ନ ଥା’ନ୍ତି । ସ୍ତ୍ରୀ ତାଙ୍କର ଦ୍ଵିତୀୟ ପକ୍ଷର । ବୟସରେ ପନ୍ଦର ବର୍ଷ ତଫାତ୍ । ବିବାହ ସମୟରେ ସେହି ସ୍ତ୍ରୀ ଲଜ୍ଜାବତୀ ଓ ମଫସଲି ଢଙ୍ଗର ଥିଲା । କିନ୍ତୁ ଦୁର୍ଯ୍ୟୋଧନବାବୁ ତା’କୁ ଆଧୁନିକ ଚଳଣି ସହିତ ପରିଚିତ କରାଇଲେ । ଫଳରେ ସ୍ତ୍ରୀ ତାଙ୍କର ଦେହରେ ମନରେ ଆଧୁନିକା ହୋଇଗଲେ । ମଟର ନେଇ ସେ ସବୁବେଳେ ବାହାରେ ବୁଲୁଥିଲେ ଏବଂ ବିଳମ୍ବିତ ରାତିରେ ଘରକୁ ଫେରୁଥିଲେ । ଦୁର୍ଯ୍ୟୋଧନବାବୁ ସ୍ତ୍ରୀଙ୍କ ବ୍ୟବହାର ନେଇ ଅନୁତାପ କରୁଥିଲେ । ସ୍ତ୍ରୀଙ୍କୁ ସେ ଆଧୁନିକା କରାଇଥିବାରୁ, ସେ ସ୍ଵେଚ୍ଛାଚାରିଣୀ ହୋଇଛି ବୋଲି ଭାବୁଥିଲେ ।

ଦୁର୍ଯ୍ୟୋଧନବାବୁଙ୍କର ତିନୋଟି ପୁଅ ଅଛନ୍ତି । ମାତ୍ର କେହି ତାଙ୍କ ପ୍ରତି ଯତ୍ନବାନ୍ ନୁହଁନ୍ତି । ତାଙ୍କ ପାଟିରୁ ପାନ ସରିଗଲେ ମଧ୍ୟ, କେହି ମନ ଜାଣି ପାନ ଦିଅନ୍ତି ନାହିଁ । ସେ ଜୀବନରେ ବହୁ ଅର୍ଥ ରୋଜଗାର କରି ଅଟ୍ଟାଳିକା ପରି ଘର କରିଥିଲେ ମଧ୍ୟ ସେ ପଡ଼ିଥା’ନ୍ତି ଗୁହାଳକୁ ଲାଗିଥିବା ପିଣ୍ଡା ଉପରେ । ସ୍ତ୍ରୀ ବାହାରକୁ ଯିବା ପୂର୍ବରୁ ଘଣ୍ଟା ଘଣ୍ଟା ଧରି ସଜ ହେଲେ ବି, ତାଙ୍କ ଆଡ଼କୁ ଥରେ ହେଲେ ଚାହାନ୍ତି ନାହିଁ । ସ୍ତ୍ରୀଙ୍କୁ ଦେଖି ତାଙ୍କର ଦେହ ମନ ଅସହ୍ୟ ଯନ୍ତ୍ରଣାରେ ଚିତ୍କାର କରିବାକୁ ଚାହିଁଲେ ମଧ୍ୟ ସେ ଚିତ୍କାର କରିପାରୁ ନ ଥିଲେ । କେବଳ ତାଙ୍କ ପାଟିରୁ ଗଁ ଗଁ ଶବ୍ଦ ବାହାରୁଥିଲା ।

ଦୁର୍ଯ୍ୟୋଧନବାବୁଙ୍କ ପାଖକୁ ଆସିଲେ ତାଙ୍କର ବଡ଼ ପୁଅ । ସେ ନେତା ହୋଇନାହାଁନ୍ତି, ମାତ୍ର ନେତା ହେବାପାଇଁ ଅସତ୍ ଉପାୟରେ ପ୍ରଚୁର ଅର୍ଥ ଉପାର୍ଜନ କରୁଛନ୍ତି । ନାନାପ୍ରକାର ପେଞ୍ଚ ଓ କୂଟନୀତି ପ୍ରୟୋଗ କରି ସେ ଆସ୍ତେ ଆସ୍ତେ ଉପରକୁ ଉଠୁଥିଲେ । ପୁଅ ଆସି ତାଙ୍କ ଗୋଡ଼ ଘଷିଦେବାକୁ ଲାଗିଲେ । ସେହି ସମୟରେ କ୍ୟାମେରାବାଲା ଫଟ ଉଠାଇନେଲେ । ଫଟ ଉଠିସାରିଲା ପରେ, ପୁଆ କାମ ସରିଗଲା ଓ ସେ ହସି ହସି ବାପାଙ୍କଠାରୁ ବିଦାୟ ନେଇଥିଲା । ଦୁର୍ଯ୍ୟୋଧନବାବୁ ଜାଣିଲେ, ପୁଅ ତାଙ୍କର ପିତୃଭକ୍ତ ଫଟ ଉଠାଇବାକୁ ଆସିଥିଲା । ସେହି ପୁଅକୁ ଦେଖି, ଦୁର୍ଯ୍ୟୋଧନବାବୁ ନିଜ ଚରିତ୍ରକୁ ସମୀକ୍ଷା କରିଥିଲେ । ଗାଳ୍ପିକ ଏହାକୁ ବର୍ଣନା କରି ଲେଖିଛନ୍ତି – “ମୁଁ ଯେବେ ଧନଲୋଭରେ ନାନା ଅସଦୁପାୟକୁ ଧରିଥୁଲି, ନାନା କୂଟନୀତିଦ୍ୱାରା ଚାକିରି କ୍ଷେତ୍ରରେ ଦ୍ରୁତ ଉପରକୁ ଉଠି ଚାଲିଥିଲି, ଏ ପୁତ୍ର ମୋର ସେଇ ସମୟର, ମୋର ଗୁପ୍ତ ଚରିତ୍ରର ଏକ ପ୍ରାକାଶ୍ୟ ବିଗ୍ରହ ।” ଦୁର୍ଯ୍ୟୋଧନବାବୁ ଜାଣି ପାରିଛନ୍ତି, ଏଥୁରେ ପୁଅର କୌଣସି ଦୋଷ ନାହିଁ । ଅନୁତାପରେ ତାଙ୍କ ଆଖିରୁ ଲୁହ ଝରି ଯାଉଥିଲା । ସେ କିଛି କହିନପାରି କେବଳ ଗଁ ଗଁ ହେଉଥିଲେ ।

ଏହି ସମୟରେ ତାଙ୍କ ପାଖକୁ ପ୍ରବେଶ କରିଥିଲା ମଝିଆଁ ପୁଅ । ହାତରେ ମଦ ବୋତଲ ଧରି ଟଳି ଟଳି ସେ ଆସିଥିଲା । ମାତାଲ ଅବସ୍ଥାରେ ବାପାଙ୍କୁ ପ୍ରଣାମ ଜଣାଇଥିଲା । ସକାଳୁ ସକାଳୁ ମାତ୍ର ଗୋଟିଏ ବୋତଲ ପିଇଛି ବୋଲି କହିଥିଲା । ବାପାଙ୍କୁ ପିଇବାପାଇଁ ମଦ ଯାଚିଥିଲା। ସେହି ପୁଅକୁ ଦେଖ୍ ଦୁର୍ଯ୍ୟୋଧନ ନିଜର ଅତୀତକୁ ମନେ ପକାଇଥିଲେ । ସେ କିପରି ମଦ୍ୟପାନ କରି ମାତାଲ ହେଉଥିଲେ । ସେ ସମୟରେ ନିଜର କ୍ଷମତା ଜାହିର୍ କରି କହୁଥିଲେ, ମଦ ପିଇବା କିଛି ଖରାପ ନୁହେଁ । ସଭ୍ୟଦେଶରେ ପରିବାରର ସଦସ୍ୟମାନେ ଏକାଠି ମଦ୍ୟପାନ କରିଥା’ନ୍ତି । ତାଙ୍କର ଏଭଳି ଅନୁଚିନ୍ତାର ପରିପ୍ରକାଶ ହେଉଛି ମଝିଆଁ ପୁଅ । ଅନୁତାପର ଅଗ୍ନିରେ ସେ ଯେପରି ଜଳି ଯାଉଥିଲେ । ନିଜ ହାତରେ ନିଜ ବେକ ଚିପି ଆତ୍ମହତ୍ୟା କରିବାକୁ ଚାହୁଁଥିଲେ । ମାତ୍ର ତାଙ୍କ ହାତରେ ସେଭଳି କରିବାକୁ ସାମର୍ଥ୍ୟ ନ ଥିଲା ।

ଏତେବଡ଼ ଘରେ, ଦୂର୍ଯ୍ୟୋଧନବାବୁ ଏକୁଟିଆ ପଡ଼ିରହିଥିଲେ । ଯିଏ ଯାହାର ପ୍ରବୃତ୍ତି ମାର୍ଗ ଧରି ବାହାରକୁ ଯାଇଥିଲେ । ସମସ୍ତେ ଫେରିବେ ବିଳମ୍ବିତ ରାତ୍ରିରେ । ସେ ପର୍ଯ୍ୟନ୍ତ ଦୁର୍ଯ୍ୟୋଧନବାବୁଙ୍କୁ ଏକୁଟିଆ ପଡ଼ିରହିବାକୁ ହେଉଥିଲା । ଏଭଳି ପରିସ୍ଥିତିରେ ମନ ତାଙ୍କର ହାହାକାର କରି ଉଠୁଥିଲା । ଗାଳ୍ପିକ ଦୁର୍ଯ୍ୟୋଧନଙ୍କର ଅସହାୟତା ଓ ଅନୁତାପକୁ ଏହି ପର୍ଯ୍ୟାୟରେ ସୁନ୍ଦର ଭାବରେ ବର୍ଣ୍ଣନା କରି ଲେଖିଛନ୍ତି, ‘ଦିନ ଥିଲା ଯେବେ ସେ ଦେହର ନାନା କ୍ରିୟାର ଜାତ ନାନା ଇଚ୍ଛାକୁ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ଦେଉଥିଲେ ଏବଂ ଚରିଚାର୍ଥ କରୁଥିଲେ । ଦେହଦ୍ୱାରା କୌଣସି ଭାବେ ପ୍ରଭାବିତ ନ ହୋଇ ଶୁଦ୍ଧ ଚିନ୍ତା ଯେ ଥାଇପାରେ ସେ କଥା ସ୍ଵୀକାର କରୁନଥିଲେ । ଆଜି ସେ ଭାବୁଛନ୍ତି ପ୍ରଥମଟି ବ୍ୟକ୍ତି ଓ ସମାଜ ପକ୍ଷରେ ଅମଙ୍ଗଳଜନକ, ସଂସକାରକ ଏବଂ ଦ୍ବିତୀୟଟି ଉଭୟଙ୍କ ପକ୍ଷରେ ମଙ୍ଗଳକାରକ, କିନ୍ତୁ ଲେଡ଼ି ଗୁଡ଼ କହୁଣିକି ଗଡ଼ିଗଲା ପରେ ଆଉ କି ଉପାୟ ଅଛି । ସେ କୌଣସିମତେ, ବହୁ ଯନ୍ତ୍ରଣା ପାଇଲେ ମଧ୍ୟ ଦୁଇ ହାତ ଯୋଡ଼ି ନମସ୍କାର କଲେ ।

ବାପାଙ୍କୁ ନମସ୍କାର ହେଉଥ‌ିବାର ଦେଖି, ସାନପୁଅ ଆନନ୍ଦିତ ହୋଇଥିଲେ । ବାପାଙ୍କୁ ପରାମର୍ଶ ଦେଇଥିଲେ, ଭଗବତ୍ ବିଶ୍ଵାସରେ ନିମଜ୍ଜିତ ରହିବାପାଇଁ । ପୁଅକୁ ଦେଖି ଦୁର୍ଯ୍ୟୋଧନବାବୁ ଚିନ୍ତା କରିଥିଲେ, ପୁଅଟି ତାଙ୍କର ମେଧାବୀ ଥିଲା । ମାତ୍ର ପାଠପଢ଼ା ସମୟରେ ସନ୍ନ୍ୟାସୀ ହୋଇ ଯାଇଥିଲା । ପୁଅର ଏଭଳି ପରିବର୍ତ୍ତନ ପାଇଁ ସେତେବେଳେ ସେ ଲଜ୍ଜିତ ହୋଇଥିଲେ । ପୁଅକୁ କୁଳର କଳଙ୍କ ବୋଲି ମନେକରିଥିଲେ । ଏପରିକି କୌଣସି ସମୟରେ ସାନପୁଅ କଥା ମନେପଡ଼ିଲେ ନିଜେ ଅପମାନିତ ମନେକରୁଥିଲେ । ମାତ୍ର ସେହି ପୁଅ ଅସହାୟ ସମୟରେ ତାଙ୍କ ପାଇଁ ଥିଲା ଅଶେଷ ବଳ ଓ ସାଲ୍ଗୁନା ଥିଲା । ତାଙ୍କର ସବୁ ପଶୁ ପ୍ରବୃତ୍ତି ଭିତରେ ଗୋଟିଏ କ୍ଷୀଣ ଶୁଦ୍ଧ ଚିନ୍ତା ରହିଥିଲା, ଯାହାର ପରିପ୍ରକାଶ ହେଉଛି ସାନପୁଅ ।

CHSE Odisha Class 12 Optional Odia Solutions Chapter 15 ପକ୍ଷାଘାତ

ପୁଅଟି ବାପାଙ୍କ ପାଖରେ ବସି ଦେହ ଆଉଁସି ଦେଉଥିଲା । ବାପାଙ୍କୁ ବୁଝାଇ କହୁଥିଲା – “କ୍ଷମତା ପ୍ରତିପତ୍ତି ଉଚ୍ଚାସନ ମାନ ସମ୍ମାନ ପାଇବା ପୂର୍ବରୁ ବ୍ୟକ୍ତିଗତ ଶୋଧନ ଦରକାର; ତାହା ଯାହାର କରିବାର ଇଚ୍ଛା ବା କ୍ଷମତା ନାହିଁ, ସେ ସାଧାରଣ ଲୋକ ଭାବରେ ରହିବା ଉଚିତ । ତା’ ନ ହେଲେ ସେ ଯେତେ ବୁଦ୍ଧିମାନ୍ ହେଉ ନା କାହିଁକି ସମାଜରେ ଘୋର ଅମଙ୍ଗଳ ହେବ ।”

ପୁଅଠାରୁ ସତ୍ ପରାମର୍ଶ ଶୁଣିସାରିଲା ପରେ, ଦୁର୍ଯ୍ୟୋଧନବାବୁଙ୍କର ଇଚ୍ଛା ହେଉଥିଲା, ପୁଅ ପାଖରେ ଜୀବନରେ କରିଥିବା ସବୁ ଦୋଷକୁ ସ୍ବୀକାର କରିଯିବାପାଇଁ । ମାତ୍ର ଯେତେ ଚେଷ୍ଟା କଲେ ବି, ସେଥ‌ିରେ ସେ ସଫଳ ହୋଇନଥିଲେ । ବରଂ ତାଙ୍କ ଆଖିରୁ ଝରି ଆସୁଥିଲା ଅବାରିତ ଅନୁତାପର ଅଶ୍ରୁ ।

ପୁଅ ବାପାଙ୍କର କଷ୍ଟକୁ ବୁଝିପାରିଥିଲା । ସେ ଆଶ୍ୱାସନା ଦେଇ ବାପାଙ୍କୁ ବୁଝାଇ କହିଥିଲା “ଭୁଲ୍ କିଛି ନାହିଁ, ଅବଶ୍ୟ ଦୈହିକ କ୍ରିୟାରୁ ଜାତ ଇଚ୍ଛାକୁ ପ୍ରାଧାନ୍ୟ ଓ ସ୍ଵାଧୀନତା ଦୋବହିଁ ଅନୀତି । ଯେଉଁ ଅଦ୍ଭୁତ ନିୟମରେ ବା ଯାହାର ଇଚ୍ଛାରେ କୋଟି କୋଟି ବ୍ରହ୍ମାଣ୍ଡ ପ୍ରତି ମୁହୂର୍ତ୍ତରେ ସୃଷ୍ଟିହୋଇ ପ୍ରତି ମୁହୂର୍ତ୍ତରେ ବିଲୟ ହେଉଚି, ତାଙ୍କ ଚିନ୍ତା ହିଁ ଶୁଦ୍ଧ ଚିନ୍ତା । ଆପଣ ସେ ଚିନ୍ତା କରିନାହାଁନ୍ତି ବୋଲି ବ୍ୟସ୍ତ ହୁଅନ୍ତୁ ନାହିଁ, ବର୍ତ୍ତମାନ ମଧ୍ୟ ସମୟ ଅଛି । ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ତାହା ପାଇଁ ବେଳ ରହିଥାଏ ।”

ସାନପୁଅର କଥା ଶୁଣି, ନିଜକୁ ସମୀକ୍ଷା କରୁଥିବା ଦୁର୍ଯ୍ୟୋଧନବାବୁଙ୍କ ମନ ପରିତୃପ୍ତରେ ଭରିଯାଇଥିଲା । ଜୀବନର ବାସ୍ତତାକୁ ସେ ଚିହ୍ନିସାରିଲା ପରେ, ପୁଣିଥରେ ବହୁ କଷ୍ଟରେ ହାତଯୋଡ଼ି ଭଗବାନ୍‌ଙ୍କ ଉଦ୍ଦେଶ୍ୟରେ ନମସ୍କାର ଜଣାଇଥିଲେ ।

କଠିନ ଶବ୍ଦାର୍ଥ ଓ ସୂଚନା :

CHSE Odisha Class 12 Optional Odia Solutions Chapter 15 ପକ୍ଷାଘାତ - 1

Leave a Comment