Odisha State Board CHSE Odisha Class 12 Optional Odia Solutions Chapter 16 ‘ମା’ ଆସିଲେଣି Textbook Exercise Questions and Answers.
+2 2nd Year Odia Optional Chapter 16 ‘ମା’ ଆସିଲେଣି Question Answer
(କ) ବିକଳ୍ପ ସହ ସମ୍ଭାବ୍ୟ ଉତ୍ତରମୂଳକ ୧ ନମ୍ବର ବିଶିଷ୍ଟ ପ୍ରଶ୍ନ ।
(ସମ୍ଭାବ୍ୟ ଚାରୋଟି ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ ।)
Question ୧ ।
‘ମା ଆସିଲେଣି’ – ଖବରଟି ପ୍ରଥମେ କିଏ ଘୋଷଣା କଲା ?
(କ) ମିସେସ୍ ଚୂଡ଼ାମଣି
(ଖ) ଚୂଡ଼ାମଣି
(ଗ) ଘରର ପୂଝାରୀ
(ଘ) ଘରର ଚାକର
ଉ –
(ଗ) ଘରର ପୂଝାରୀ
Question ୨।
ଚୂଡ଼ାମଣିଙ୍କ ବଙ୍ଗଳାର କବାଟ ସକାଳ କେତେ ପର୍ଯ୍ୟନ୍ତ ଖୋଲିନଥାଏ ?
(କ) ଆଠଟା ପର୍ଯ୍ୟନ୍ତ
(ଖ) ସାଢ଼େ ଆଠଟା ପର୍ଯ୍ୟନ୍ତ
(ଗ) ନଅଟା ପର୍ଯ୍ୟନ୍ତ
(ଘ) ଛଅଟା ପର୍ଯ୍ୟନ୍ତ
ଉ –
(କ) ଆଠଟା ପର୍ଯ୍ୟନ୍ତ
Question ୩ ।
ଚୂଡ଼ାମଣିଙ୍କ ପୁଅଝିଅ କେଉଁଠାରେ ପଢ଼ୁଥିଲେ ?
(କ) ସରକାରୀ ସ୍କୁଲ
(ଖ) ଗାଁର ପବ୍ଲିକ୍ ସ୍କୁଲ୍
(ଗ) ଗାଁ ସ୍କୁଲ୍
(ଘ) ସହରର ପବ୍ଲିକ୍ ସ୍କୁଲ୍
ଉ –
(ଘ) ସହରର ପବ୍ଲିକ୍ ସ୍କୁଲ୍
Question ୪ ।
ପିଲାମାନେ ଚୂଡ଼ାମଣିଙ୍କୁ କ’ଣ ସମ୍ବୋଧନ କରୁଥିଲେ ?
(କ) ଡାଡ଼୍
(ଖ) ଡାଡ଼ି
(ଗ) ବାବା
(ଘ) ବାପା
ଉ –
(ଖ) ଡାଡ଼ି
Question ୫ ।
ନିଜକୁ ମିଶାଇ ଚୂଡ଼ାମଣି କେତେ ଭାଇଭଉଣୀ ?
(କ) ଚାରି
(ଖ) ଦୁଇ
(ଗ) ଏଗାର
(ଘ) ଅଠର
ଉ –
(ଘ) ଅଠର ।
Question ୬ ।
କିଏ ପିକ୍ୟୁଲିଆର ଉଇମ୍ୟାନ୍ ?
(କ) ଚୂଡ଼ାମଣିଙ୍କ ମା’
(ଖ) ମିସେସ୍ ଚୂଡ଼ାମଣି
(ଗ) ଚୂଡ଼ାମଣିଙ୍କ ଝିଅ
(ଘ) ଚୂଡ଼ାମଣିଙ୍କ ଭଉଣୀ
ଉ –
(କ) ଚୂଡ଼ାମଣିଙ୍କ ମା’
Question ୭।
ଚୂଡ଼ାମଣିଙ୍କ ମା’ ପ୍ରତ୍ୟେକଟି ମିଲ୍ ପାଇଁ କ’ଣ କାମନା କରୁଥିଲେ ?
(କ) ବିଲ୍
(ଖ) ଧନ୍ୟବାଦ
(ଗ) କରୁଣା
(ଘ) ପ୍ରତିଦାନ
ଉ –
(ଗ) କରୁଣା
Question ୮ ।
ମିସେସ୍ ଚୂଡ଼ାମଣି ପୂଝାରୀକୁ ଡାକି ମା’ଙ୍କ ପାଇଁ କ’ଣ ବରାଦ କଲେ ?
(କ) ବରା
(ଖ) ଇଡ଼ିଲି
(ଗ) ଦୋସା
(ଘ) ପ୍ରତିଦାନ
ଉ –
(ଗ) ଦୋସା
Question ୯ ।
ଚୂଡ଼ାମଣି ପ୍ରତିଦିନ ବାଥ୍ରୁମ୍ ଆସି ଅନ୍ତତଃ କେତେ ସମୟ ପାଇଁ ଚଣ୍ଡୀପାଠ କରନ୍ତି ?
(କ) ବରା
(ଖ) ଘଣ୍ଟାଟିଏ
(ଗ) ଦୁଇଘଣ୍ଟା
(ଘ) ଘଡ଼ିଏ
ଉ –
(ଖ) ଘଣ୍ଟାଟିଏ
Question ୧୦ ।
ବ୍ରେକ୍ଫାଷ୍ଟ୍ ବେଳେ ଟେବୁଲରେ ମା’ଙ୍କୁ କେନ୍ଦ୍ରକରି କେଉଁମାନେ ବସି ସାରିଥିଲେ ?
(କ) ଚାକର ପୂଝାରୀ
(ଖ) ନାତିନାତୁଣୀ
(ଗ) ପୁଅବୋହୂ
(ଘ) ପୁଅବୋହୂ, ନାତିନାତୁଣୀ
ଉ –
(ଘ) ପୁଅବୋହୂ, ନାତିନାତୁଣୀ
Question ୧୧ ।
ମିସେସ୍ ଚୂଡ଼ାମଣିଙ୍କୁ କିଏ ପ୍ରଥମେ ଖବର ଦେଲା ମା’ ଆସିଛନ୍ତି ଏଥର ରହିବେ ?
(କ) ସ୍ଵାମୀ
(ଖ) ପୁଅ
(ଗ) ଝିଅ
(ଘ) ପୂଝାରୀ
ଉ
(ଖ) ପୁଅ
Question ୧୨ ।
‘ହଁ ବାପା ! ମା’ ଏଥର ଖର୍ଚା ଦେବେ ନାହିଁ ଖାଇବାର” – ଏକଥା କିଏ କହିଛି ?
(କ) ଚୂଡ଼ାମଣି
(ଖ) ମିସେସ୍ ଚୂଡ଼ାମଣି
(ଗ) ଚୂଡ଼ାମଣିଙ୍କ ଝିଅ
(ଘ) ଚୂଡ଼ାମଣିଙ୍କ ପୁଅ
ଉ –
(ଗ) ଚୂଡ଼ାମଣିଙ୍କ ଝିଅ
Question ୧୩ ।
‘‘କିରେ ତୋର ଅଙ୍କ କଷା ସଇଲା’’ ଏ କଥା ଚନ୍ଦ୍ରମଣିକୁ କିଏ ପଚାରିଥିଲେ ?
(କ) ମେମ୍ ସାହେବ
(ଖ) ଚୂଡ଼ାମଣି
(ଗ) ବୃଦ୍ଧା ମା’
(ଘ) ଚୂଡ଼ାମଣିଙ୍କ ପୁଅ
ଉ –
(ଗ) ବୃଦ୍ଧା ମା’
Question ୧୪ ।
ସକାଳେ ମା’କେତେ କପ୍ କଫି ପିଇଥିଲେ ?
(କ) ତିନି
(ଖ) ଚାରି
(ଗ) ପାଞ୍ଚ
(ଘ) ଛଅ
ଉ –
(ଖ) ଚାରି
Question ୧୫ ।
ଚୂଡ଼ାମଣି ପରବାର କେଉଁ ପର୍ଯ୍ୟନ୍ତ ଆସି ମା’ଙ୍କୁ ବଳେଇ ଦେଇଗଲେ ?
(କ) ଘରର ଦୁଆର
(ଖ) ସହରର ଶେଷ ପ୍ରାନ୍ତ
(ଗ) କଲୋନି ମୁଣ୍ଡ
(ଘ) ଫାଟକ
ଉ –
(ଘ) ଫାଟକ
(ଖ) କ୍ଷୁଦ୍ର ଉତ୍ତରମୂଳକ ୧ ନମ୍ବର ବିଶିଷ୍ଟ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
Question ୧।
କେଉଁ ଖବରଟି ପ୍ରଥମେ ଘରର ପୂଝାରୀ ଘୋଷଣା କଲା ?
ଉ –
ମା’ ଆସିବାର ଖବରଟି ପ୍ରଥମେ ଘରର ପୂଝାରୀ ଘୋଷଣା କଲା ।
Question ୨ ।
କିଏ ଜଣେ ବିଲାତ ଫେରନ୍ତା ଅଫିସର ?
ଉ –
ଚୂଡ଼ାମଣି ସାହେବ ଜଣେ ବିଲାତ ଫେରନ୍ତା ଅଫିସର୍ ।
Question ୩ ।
ୱେଷ୍ଟ୍ରେ ବୁଢ଼ାବୁଢ଼ୀମାନେ କେଉଁଠାରେ ରହନ୍ତି ?
ଉ –
ୱେଷ୍ଟ୍ରେ ବୁଢ଼ାବୁଢ଼ୀମାନେ ହୋମ୍ରେ ରହନ୍ତି ।
Question ୪।
ବୁଢ଼ାବୁଢ଼ୀମାନେ କେଉଁଠାରେ ବାନପ୍ରସ୍ଥରେ ରହନ୍ତି ବୋଲି କୁହାଯାଇଛି ?
ଉ –
ବୁଢ଼ାବୁଢ଼ୀମାନେ ଇଷ୍ଟରେ ବାନପ୍ରସ୍ଥରେ ରହନ୍ତି ବୋଲି କୁହାଯାଇଛି ।
Question ୪ ।
ସେଦିନ ମା’ ପୁଅଘରେ ପହଞ୍ଚି ନାତିନାତୁଣୀଙ୍କ ନିକଟରେ କି ପ୍ରକାର ଘୋଷଣା କଲେ ?
ଉ –
ସେଦିନ ମା’ ପୁଅଘରେ ପହଞ୍ଚି ନାତିନାତୁଣୀଙ୍କ ନିକଟରେ ତାଙ୍କର ରହିବା କଥା ଗୁପ୍ତରେ ଘୋଷଣା କଲେ ।
Question ୬ ।
ପୂଝାରୀ ଚନ୍ଦ୍ରମଣି କେଉଁ ବଜାରକୁ ଗଲା ଦୋସା ଆଣିବାକୁ ?
ଉ –
ପୂଝାରୀ ଚନ୍ଦ୍ରମଣି ଦୁଇ ମାଇଲ୍ ବାଟ ବଜାରକୁ ଗଲା ଦେବା ଆଣିବାକୁ ।
Question ୭ ।
ଚୂଡ଼ାମଣିଙ୍କ ବାପା ଜଣେ କି ପ୍ରକାର ଲୋକ ଥିଲେ ?
ଉ –
ଚୂଡ଼ାମଣିଙ୍କ ବାପା ଜଣେ ଉଚ୍ଚକୋଟୀର ଲୋକ ଥିଲେ ।
Question ୮।
ବ୍ରେକ୍ଫାଷ୍ଟ୍ ଦେଇସାରି ଚନ୍ଦ୍ରମଣି କ’ଣ ପାଇଁ କିଚିନ୍ ଆଡ଼କୁ ଚାଲିଗଲା ?
ଉ –
ବ୍ରେକ୍ଫାଷ୍ଟ ଦେଇସାରି ଚନ୍ଦ୍ରମଣି କଫି ତିଆରି କରିବାକୁ କିଚିନ୍ ଆଡ଼କୁ ଚାଲିଗଲା ।
Question ୯।
ଚନ୍ଦ୍ରମଣି ପକେଟ୍ରୁ କାଗଜ ଓ ପେନ୍ସିଲ୍ କାଢ଼ି କ’ଣ କଲା ?
ଉ –
ଚନ୍ଦ୍ରମଣି ପକେଟ୍ରୁ କାଗଜ ଓ ପେନ୍ସିଲ୍ କାଢ଼ି ବୃଦ୍ଧାଙ୍କ ଖାଇବାର ବିଲ୍ କଲା ।
Question ୧୦ ।
ମା’ କେଉଁଥିରେ ବସି ଘରୁ ବାହାରିଗଲେ ?
ଉ –
ମା’ ରିକ୍ସାରେ ବସି ଘରୁ ବାହାରିଗଲେ ।
କ୍ଷୁଦ୍ର ଉତ୍ତରମୂଳକ ୨ ନମ୍ବର ବିଶିଷ୍ଟ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ ।
(ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୧ ନମ୍ବର ।)
Question ୧ ।
ଘରକୁ ମା’ କେତେ ବର୍ଷ ପରେ ଆସିଥିଲେ ?
ଉ –
‘ମା’ ଆସିଲେଣି’ ଗଳ୍ପରେ ଗାଳ୍ପିକ ଶାନ୍ତନୁ କୁମାର ଆଚାର୍ଯ୍ୟ ଏହା ଉଲ୍ଲେଖ କରିଛନ୍ତି । ଘରକୁ ମା’ ପ୍ରାୟ ତିନି ବର୍ଷ ପରେ ଆସିଥିଲେ ।
Question ୨।
ଚୂଡ଼ାମଣିଙ୍କ ମା’ ବିଧବା ହେଲା ପରେ କେଉଁଠାରେ ରହୁଥିଲେ ?
ଉ –
‘ମା’ ଆସିଲେଣି’ ଗଳ୍ପରେ ଗାଳ୍ପିକ ଶାନ୍ତନୁ କୁମାର ଆଚାର୍ଯ୍ୟ ଏହା ଉଲ୍ଲେଖ କରିଛନ୍ତି । ଚୂଡ଼ାମଣିଙ୍କ ମା’ ବିଧବା ହେଲା ପରେ ଏକାକୀ ଗାଁରେ ରହୁଥିଲେ ।
Question ୩ ।
କାହାରି ପାଖରେ ଧାରୁଆ ହୋଇ ବଞ୍ଚିବା ଲୋକ ପରଜନ୍ମରେ କ’ଣ ହୁଏ ବୋଲି ମା’ଙ୍କ ଧାରଣା ?
ଉ –
‘ମା’ ଆସିଲେଣି’ ଗଳ୍ପରେ ଗାଳ୍ପିକ ଶାନ୍ତନୁ କୁମାର ଆଚାର୍ଯ୍ୟ ଏହା ଉଲ୍ଲେଖ କରିଛନ୍ତି । କାହାରି ପାଖରେ ଧାରୁଆ ହୋଇ ବଞ୍ଚିବା ଲୋକ ପରଜନ୍ମରେ ତା’ ପାଖରେ କୁକୁର ହୋଇ ଜନ୍ମହୁଏ ବୋଲି ମା’ଙ୍କ ଧାରଣା ।
Question ୪ ।
ପୂଝାରୀ ଚନ୍ଦ୍ରମଣି କାନ ଯୋଡ଼ାକ ଉଠିଲା ପରଠାରୁ କେଉଁ କଥା ପ୍ରଥମେ ଶୁଣିଲା ?
ଉ –
‘ମା’ ଆସିଲେଣି’ ଗଳ୍ପରେ ଗାଳ୍ପିକ ଶାନ୍ତନୁ କୁମାର ଆଚାର୍ଯ୍ୟ ଏହା ଉଲ୍ଲେଖ କରିଛନ୍ତି । ପୂଝାରୀ ଚନ୍ଦ୍ରମଣି କାନଯୋଡ଼ାକ ଉଠିଲା ପରଠାରୁ ‘ମା’ ଆସିଛନ୍ତି !’ କଥା ପ୍ରଥମେ ଶୁଣିଲା ।
Question ୫ ।
ଚନ୍ଦ୍ରମଣି ବ୍ରେକ୍ଫାଷ୍ଟବେଳେ ଟେବୁଲ୍ରେ କି କି ସରଞ୍ଜାମ ପରଶିଥିଲେ ?
ଉ –
‘ମା’ ଆସିଲେଣି’ ଗଛରେ ଗାଳ୍ପିକ ଶାନ୍ତନୁ କୁମାର ଆଚାର୍ଯ୍ୟ ଏହା ଉଲ୍ଲେଖ କରିଛନ୍ତି । ଚନ୍ଦ୍ରମଣି ବ୍ରେକ୍ଫାଷ୍ଟ୍ବେଳେ ଟେବୁଲ୍ରେ ଦୋସା, ସମୋସା, ସ୍ଟି, ଫୁଟ୍ସ ସହିତ କଫି ପରଶିଥୁଲା ।
Question ୬ ।
ଚୂଡ଼ାମଣିଙ୍କ ପୁଅ ସକାଳର କେଉଁ ବଡ଼ ଖବରଟି ଆଗତୁରା ପ୍ରଘଟ କରିଦେଲା ?
ଉ –
‘ମା’ ଆସିଲେଣି’ ଗଳ୍ପରେ ଗାଳ୍ପିକ ଶାନ୍ତନୁ କୁମାର ଆଚାର୍ଯ୍ୟ ଏହା ଉଲ୍ଲେଖ କରିଛନ୍ତି । ଚୂଡ଼ାମଣିଙ୍କ ପୁଅ ସକାଳରୁ ‘ମା’ ଆସିଛନ୍ତି ରହିବେ ଏଥର’ ଖବରଟି ଆଗତୁରା ପ୍ରଘଟ କରିଦେଲା ।
Question ୭ ।
ମା’ କାହିଁକି ଅଧ୍ଵ ତିନି କପ୍ କଫି ସକାଳେ ପିଇଦେଇଥିଲେ ?
ଉ –
‘ମା’ ଆସିଲେଣି’ ଗଳ୍ପରେ ଗାଳ୍ପିକ ଶାନ୍ତନୁ କୁମାର ଆଚାର୍ଯ୍ୟ ଏହା ଉଲ୍ଲେଖ କରିଛନ୍ତି । ପୁଅବୋହୂ ଓ ନାତିନାତୁଣୀଙ୍କ ସହିତ କୌଣସି ଏକ ମଜାଦାର୍ ଗପରେ, ସେଇ ସକାଳଟିକୁ ବିତାଇବାକୁ ଯାଇ, ମା’ ଅଧ୍ଵ ତିନିକପ୍ କଫି ପିଇଦେଇଥିଲେ ।
Question ୮ ।
ମା’ଙ୍କୁ ରିକ୍ସାରେ ବସେଇବାର କେତେ ସମୟ ପରେ ଚୂଡ଼ାମଣି ଫୋନ୍ କଲ୍ଟିଏ ପାଇଲେ ?
ଉ –
‘ମା’ ଆସିଲେଣି’ ଗଳ୍ପରେ ଗାଳ୍ପିକ ଶାନ୍ତନୁ କୁମାର ଆଚାର୍ଯ୍ୟ ଏହା ଉଲ୍ଲେଖ କରିଛନ୍ତି । ମା’ଙ୍କୁ ରିକ୍ସାରେ ବସେଇବାର ପ୍ରାୟ ପନ୍ଦର ମିନିଟ୍ ସମୟ ପରେ ଚୂଡ଼ାମଣି ଫେଣ୍ଟ୍ କଲ୍ଟିଏ ପାଇଥିଲେ ।
(ଘ) ଅଳ୍ପ ଦୀର୍ଘ ଉତ୍ତରମୂଳକ ୩ ନମ୍ବର ବିଶିଷ୍ଟ ପ୍ରଶ୍ନ । ୩୦ଟି ଶବ୍ଦ ମଧ୍ୟରେ ଉତ୍ତର ଲେଖ ।
(ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ।)
Question ୧।
ମା’ ଆସିଲାବେଳେ ଚୂଡ଼ାମଣିଙ୍କ ଘର ପରିବେଶ କିପରି ଥିଲା ତାହା ବର୍ଣ୍ଣନା କର ।
ଉ –
‘ମା’ ଆସିଲେଣି’ ଗଳ୍ପରେ ଗାଳ୍ପିକ ଶାନ୍ତନୁ କୁମାର ଆଚାର୍ଯ୍ୟ ଏହା ଉଲ୍ଲେଖ କରିଛନ୍ତି । ମା’ ଆସିଲାବେଳକୁ ଘରର ପୂଝାରୀ କେବଳ ଉଠିଥିଲା, ଘରର ଅନ୍ୟସବୁ ସଦସ୍ୟ ସୁଷୁପ୍ତିରେ ନିଃଶ୍ବାସ ଛାଡୁଥିଲେ । ସେ ଘର ପାଇଁ ସକାଳ ମାତ୍ର ଆଠଟା ବାଜିଥାଏ । ଘରର କବାଟଗୁଡ଼ିକ ସେ ପର୍ଯ୍ୟନ୍ତ ଖୋଲି ନ ଥାଏ । ମେମ୍ସାହେବଙ୍କ ଶୋଇବା ବଖରାରୁ ପାଖବଖରାରୁ ସାହେବଙ୍କର ସ୍ଵର ମାତ୍ର ଶୁଭିଲା, ‘ଚନ୍ଦ୍ରମଣି ! କିଏ ଆସିଲେ’ ।
Question ୨।
ଚୂଡ଼ାମଣି ଓଡ଼ିଶାର ଗାଁଗଣ୍ଡା ଲୋକଙ୍କ ବୋଲି ସହିତ ଖୁବ୍ ପରିଚିତ ଥିଲେ କହିବାର ତାତ୍ପର୍ଯ୍ୟ କ’ଣ ?
ଉ –
‘ମା’ ଆସିଲେଣି’ ଗଳ୍ପରେ ଗାଳ୍ପିକ ଶାନ୍ତନୁ କୁମାର ଆଚାର୍ଯ୍ୟ ଏହା ଉଲ୍ଲେଖ କରିଛନ୍ତି । ଚୂଡ଼ାମଣି ବିଲାତ ଫେରନ୍ତା ଅଫିସର ହେଲେ ବି, ଓଡ଼ିଶାର ଗାଁଗଣ୍ଡା ଲୋକଙ୍କ ବୋଲି ସହିତ ଖୁବ୍ ପରିଚିତ ଥିଲେ । କାରଣ ସେ ଜଣାନ୍ତି ଏବଂ ତାଙ୍କର ଆସିବାଟିକୁ ବଡ଼ପାଟିରେ ଘୋଷଣା କରନ୍ତି । ପୂଝାରୀ ଚନ୍ଦ୍ରମଣି, ବାବୁଙ୍କ ମା’ ଆସିଥିବାରୁ ପ୍ରଥମେ ଘୋଷଣା କଲେ ବି, ଆଉଥରେ ‘ଆଜ୍ଞା, ମା’ ଆସିଛନ୍ତି’ ବୋଲି ଶୁଣାଇଦେଲା । ଏଭଳି ବ୍ୟବହାରରେ ଚୂଡ଼ାମଣି ଖୁବ୍ ପରିଚିତ ଥିଲେ ବୋଲି ଲେଖକ ଉଲ୍ଲେଖ କରିଛନ୍ତି ।
Question ୩ ।
ଚୂଡ଼ାମଣିଙ୍କ ବାପା ମରିବା ପୂର୍ବରୁ ତାଙ୍କ ମା’ଙ୍କ ପାଇଁ କ’ଣ ସବୁ ଛାଡ଼ି ଚାଲିଯାଇଥିଲେ ?
ଉ –
‘ମା’ ଆସିଲେଣି’ ଗଳ୍ପରେ ଗାଳ୍ପିକ ଶାନ୍ତନୁ କୁମାର ଆଚାର୍ଯ୍ୟ ଏହା ଉଲ୍ଲେଖ କରିଛନ୍ତି । ଚୂଡ଼ାମଣିଙ୍କ ବାପା ମରିବା ପୂର୍ବରୁ ତାଙ୍କ ମା’ଙ୍କ ପାଇଁ ପ୍ରଚୁର ଧନସମ୍ପତ୍ତି ଛାଡ଼ିଯାଇଥିଲେ । ପୁନଶ୍ଚ ସେ ମଧ୍ୟ ଅଠରଟି ସୁଯୋଗ୍ୟ ପୁତ୍ରକନ୍ୟାଙ୍କର ମାତାର ଗୌରବ ଆସନରେ ତାଙ୍କୁ ବସାଇ ଯାଇଥିଲେ ।
Question ୪ ।
ବୃଦ୍ଧା ମା’ଙ୍କୁ ପିଲାମାନେ ‘ପିକ୍ୟୁଲିଆର୍ ଉଇମ୍ୟାନ୍’ ଆଖ୍ୟା ଦେଇଥିଲେ କାହିଁକି ?
ଉ –
‘ମା’ ଆସିଲେଣି’ ଗଳ୍ପରେ ଗାଳ୍ପିକ ଶାନ୍ତନୁ କୁମାର ଆଚାର୍ଯ୍ୟ ଏହା ଉଲ୍ଲେଖ କରିଛନ୍ତି । ବୃଦ୍ଧା ମା’ଙ୍କ ପିଲାମାନେ ଇଂରାଜୀ ଶିକ୍ଷାରେ ଶିକ୍ଷିତ ଓ ବିଲାତ ଫେରନ୍ତା ହୋଇଥିବାରୁ ମାତାଙ୍କ ରୁଚିକୁ ଆକ୍ଷେପ କରି ‘ପିକ୍ୟୁଲିଆର୍ ଉଇମ୍ୟାନ୍’ ବୋଲି ଆଖ୍ୟା ଦେଇଥା’ନ୍ତି । ପୁନଶ୍ଚ ଏଭଳି କହିବାର କାରଣ ହେଉଛି, ପିଲାମାନଙ୍କ ପାଖରେ ଥିଲାବେଳେ ସେ ପ୍ରତ୍ୟେକଟି ମିଲ୍ ପାଇଁ ସର୍ବଦା ବିଲ୍ ଚାହୁଁଥିଲେ ଠିକ୍ ହୋଟଲ୍ର ଗରାଖ ପରି । ଯାହାଫଳରେ ପିଲାମାନେ ମା’ଙ୍କ ଚରିତ୍ରକୁ ନେଇ ଏପରି କଥା କହୁଥିଲେ ।
Question ୫ ।
ସ୍ଵାମୀଙ୍କ ମୃତ୍ୟୁ ଅନ୍ତେ ମା’ କେଉଁ କଥାକୁ ମନେରଖ୍ ପିଲାମାନଙ୍କ ପାଖରେ ନରହିବାକୁ ସଂକଳ୍ପ କରିଥିଲେ ?
ଉ –
‘ମା’ ଆସିଲେଣି’ ଗଳ୍ପରେ ଗାଳ୍ପିକ ଶାନ୍ତନୁ କୁମାର ଆଚାର୍ଯ୍ୟ ଏହା ଉଲ୍ଲେଖ କରିଛନ୍ତି । ଚୂଡ଼ାମଣିଙ୍କ ମା’ଙ୍କର ବିଶ୍ଵାସ ଥିଲା ସଂସାରରେ କାହାରି ପାଖରେ ଧାରୁଆ ହୋଇ ବଞ୍ଚିଲେ, ପରବର୍ତ୍ତୀ ଜନ୍ମରେ ସେ ତାହା ପାଖରେ କୁକୁର ହୋଇ ଜନ୍ମହେବ । ଏଭଳି ବିଚାରବୋଧ ଚୂଡ଼ାମଣିଙ୍କ ବାପାଙ୍କୁ ବ୍ୟଥ୍ତ କରିଥିଲା । ସେ ସ୍ତ୍ରୀଙ୍କୁ କହିଥିଲେ, ମୁଁ ମଲାପରେ ତୁମେ ନିଶ୍ଚୟ ପିଲାମାନଙ୍କ ପାଖରେ ରହିବ । ପରିହାସରେ କହିଥିଲେ, ସେମାନଙ୍କ ପାଖରେ କୁକୁର ହେବାରେ ତୁମର କୌଣସି ଆପତ୍ତି ନାହିଁ । ସ୍ଵାମୀଙ୍କର ସେହି ପରିହାସର କଥାପଦିକ ସେ ସବୁଦିନ ମନେରଖିଲେ ଏବଂ ପିଲାମାନଙ୍କ ପାଖରେ ନରହିବାକୁ ସଂକଳ୍ପ କରିଥିଲେ ।
Question ୬ ।
ସେଦିନ ମା’ ଘରକୁ ଆସିବା ମାତ୍ରେ ନାଣିନାତୁଣୀଙ୍କ ପାଖେ କେଉଁକଥା ଗୁପ୍ତରେ ଘୋଷଣା
ଉ –
‘ମା’ ଆସିଲେଣି’ ଗଳ୍ପରେ ଗାଳ୍ପିକ ଶାନ୍ତନୁ କୁମାର ଆଚାର୍ଯ୍ୟ ଏହା ଉଲ୍ଲେଖ କରିଛନ୍ତି । ଚୂଡ଼ାମଣିଙ୍କ ମା’ ଘରକୁ ଆସିବାମାତ୍ରେ ନାତିନାତୁଣୀଙ୍କ ପାଖରେ ଗୁପ୍ତରେ ଘୋଷଣା କରିଥିଲେ ‘ମୁଁ ଆସିଲି । ଏଥର ରହିବି ଏଠି ! କିନ୍ତୁ ଚୁପ୍ ! କାହାକୁ କହିବ ନାହିଁ । ଯଦି କହିଚ ଏଇ ଦେଖ ମୋ ସୁକେଶ୍, ସିଧା ବାହାରି ଚାଲିଯିବି ଗାଁକୁ ବୁଝଲ ?’ ଘୋଷଣାନାମା ଶୁଣିଲା ପରେ ପିଲା ଦୁଇଟି କାହାକୁ ଏକଥା ସଙ୍ଗେ ସଙ୍ଗେ କହି ନ ଥିଲେ ।
Question ୭ ।
ନାତିନାତୁଣୀଙ୍କ କେଉଁ ପ୍ରଶ୍ନ ଶୁଣି ବୁଢ଼ୀ ମା’ ପ୍ରଥମେ ଅବାକ୍ ହୋଇଯାଇଥିଲା ?
ଉ –
‘ମା’ ଆସିଲେଣି’ ଗଳ୍ପରେ ଗାଳ୍ପିକ ଶାନ୍ତନୁ କୁମାର ଆଚାର୍ଯ୍ୟ ଏହା ଉଲ୍ଲେଖ କରିଛନ୍ତି । ମା’ ଘରେ ପହଞ୍ଚିବା ମାତ୍ରେ, ପୁପ୍ତରେ ନାତିନାତୁଣୀଙ୍କ ପାଖରେ ଘୋଷଣା କରିଥିଲେ, ସେ ଆସିଛନ୍ତି ରହିବେ, ଏଥର ଆଉ ଗାଁକୁ ଯିବେ ନାହିଁ । ପିଲା ଦୁଇଟି ଘୋଷଣାନାମା ପ୍ରକାଶ ନ କଲେ ବି ଜେଜେମା’ଙ୍କୁ ପ୍ରଶ୍ନ କରିଥିଲେ, ‘ତେବେ ଏଥର ପ୍ରତି ମିଲ୍ ପାଇଁ ବିଲ୍ ଦାବି କରିବ ନାହିଁ ତ ଜେଜେମା’ ?’’ନାତିନାତୁଣୀଙ୍କଠାରୁ ଏଭଳି ପ୍ରଶ୍ନ ଶୁଣି ବୁଢ଼ୀମା’ ପ୍ରଥମେ ଅବାକ୍
Question ୮ ।
ବାପା ମା’ଙ୍କର କ୍ଷଣସ୍ଥାୟୀ ଅଥର୍ବତା ସମ୍ପର୍କରେ ଦୁଇ ପୁଅଝିଅ ସଚେତନ ନ ଥିଲେ କହିବାର ତାତ୍ପର୍ଯ୍ୟ କ’ଣ ?
ଉ –
‘ମା’ ଆସିଲେଣି’ ଗଳ୍ପରେ ଗାଳ୍ପିକ ଶାନ୍ତନୁ କୁମାର ଆଚାର୍ଯ୍ୟ ଏହା ଉଲ୍ଲେଖ କରିଛନ୍ତି । ମା’ ଘରେ ପହଞ୍ଚିବା ମାତ୍ରେ, ନାତିନାତୁଣୀଙ୍କୁ କହିଥିଲେ, ସେ ଏଥର ଆସିଛନ୍ତି ରହିବେ ଏବଂ ଗାଁକୁ ଯିବେନାହିଁ । ଏକଥା କାହାରି ନାତିଟି ଏହିକଥା ପ୍ରକାଶ କରିଦେଇଥିଲା । ମା’ଙ୍କ ରହିବା କଥା ଶୁଣି, ମିସେସ୍ ଚୂଡ଼ାମଣିଙ୍କ ହାତରୁ ମସଲା ଦୋସାରୁ କିଛି ଅଂଶ ଖସିପଡ଼ିଲା ଏବଂ ଚୂଡ଼ାମଣିବାବୁଙ୍କ ଖାଇବାଟା ଅଳ୍ପ ସମୟ ପାଇଁ ସ୍ଥିର ହୋଇଗଲା । ମାତ୍ର ବାପା ମା’ଙ୍କର ଥିଲେ । ଅର୍ଥାତ୍ ବାପା ମା’ଙ୍କ ମାନସିକତା ନ ବୁଝି ସେମାନେ ଏକଥା ଖୁସିରେ କହିଥିଲେ ।
(ଙ) ଦୀର୍ଘ ଉତ୍ତରମୂଳକ ୫ ନମ୍ବର ବିଶିଷ୍ଟ ପ୍ରଶ୍ନ । ୧୫୦ଟି ଶବ୍ଦ ମଧ୍ୟରେ ଉତ୍ତର ଲେଖ ।
Question ୧ ।
ସେ ଘର ମା’ଙ୍କର ନୁହେଁ, ଡାଡ଼ି ମମିଙ୍କର ନିଶ୍ଚୟ – ପଠିତ ଗଳ୍ପ ଭିଭିରେ ଏହାରା ମର୍ମ ବୁଝାଇ ଦିଅ ।
ଉ –
କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟ ଆଧୁନିକ କଥାସାହିତ୍ୟର ଜଣେ ଗାଳ୍ପିକ ଓ ଔପନ୍ୟାସିକ ଭାବରେ ଯଥେଷ୍ଟ ସିଦ୍ଧି ଅର୍ଜନ କରିପାରିଛନ୍ତି । ସେ ଅନେକ ସାର୍ଥକ କ୍ଷୁଦ୍ରଗଳ୍ପ ରଚନା କରି ଓଡ଼ିଆ ସାହିତ୍ୟକୁ ପରିପୁଷ୍ଟ କରିଅଛନ୍ତି । ତାଙ୍କର ଏକ ବିଶେଷ ଧରଣର ଗଳ୍ପ ହେଉଛି, ‘ମା’ ଆସିଲେଣି’ । ଗଳ୍ପଟିରେ ଗାଳ୍ପିକ ସଂପ୍ରତିକ ସମାଜରେ ସ୍ଵାର୍ଥସର୍ବସ୍ଵ ମଣିଷ କିପରି ନିଜର ସୁଖସୁବିଧା ପାଇଁ ମୂଳ ପରିବାରରୁ ବିଚ୍ଛିନ୍ନ ହୋଇ, ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛି, ତାହାର ଦୃଷ୍ଟାନ୍ତ ଦେଇଛନ୍ତି । ସହରୀ ମଣିଷ କ୍ରମଶଃ ମାତାପିତାଙ୍କ ପ୍ରତି ଉଦାସୀନ ଭାବ ଦେଖାଉଛି । ଫଳସ୍ୱରୂପ ସେମାନେ ଯେଉଁ ଘରେ ରହୁଛନ୍ତି, ସେଥିରେ ନିଜର ସ୍ଵତନ୍ତ୍ର୍ୟ ହିଁ ଜାହିର କରୁଛନ୍ତି । କଥାକାର ସୂଚନା ଦେଇ କହିଛନ୍ତି, ‘ସେ ଘର ମା’ଙ୍କର ନୁହେଁ, ବରଂ ଡାଡ଼ି ମମିଙ୍କର’।
‘ମା’ ଆସିଲେଣି’ ଗଳ୍ପରେ କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟ ଗଳ୍ପର ପ୍ରଥମ ପର୍ଯ୍ୟାୟରେ ଏଭଳି ଉକ୍ତିଟି ଦେଇ, ଘରଟିକୁ ଆଧୁନିକ ମଣିଷର ଚିନ୍ତା ଚେତନା ପରିପ୍ରକାଶିତ ହେଉଥିବା ପରିବେଶ ବୋଲି ସ୍ପଷ୍ଟ କରାଇଛନ୍ତି । ସକାଳୁ ସକାଳୁ ପୂଝାରୀ ଘୋଷଣା କଲା ‘ମା’ ଆସିଲେଣି’ । ଅର୍ଥାତ୍ ସେ ମା’ ଜଣକ ହେଉଛନ୍ତି, ଘରର ମାଲିକଙ୍କ ଜନ୍ମଦାତ୍ରୀ ମା’ । ସେ ଆସି ପହଞ୍ଚିଗଲେ ଘରେ କିପରି ଗୋଟିଏ ସ୍ନେହର ବାତାବରଣ ଖେଳିଯାଏ । ଅନ୍ୟମାନଙ୍କୁ ଆପେଣଇ ନେବାର ଭାବ ଯେପରି ବାଣ୍ଟି ହୋଇଯାଏ । ଫଳରେ ଚାକର ପୂଝାରୀଙ୍କ ମନ ଆନନ୍ଦରେ ତନ୍ମୟ ହୋଇଉଠେ । ତେଣୁ ପୂଝାରୀଟି ମା’ ଆସିଲେଣି ବୋଲି କେବଳ ଘୋଷଣା କଲା ନାହିଁ, ବରଂ ତା’ ସ୍ଵରରେ କିପରି ଆନନ୍ଦ ଭାବ ପରିପ୍ରକାଶ ହେଉଥିଲା । କାରଣ ଦୀର୍ଘ ତିନି ବର୍ଷ ହେଲା, ସେ ଏ ଘରକୁ ଆସି ନ ଥିଲେ କିମ୍ବା ମା’ ଭଳି ମିଠା ଶବ୍ଦ ଆଉ ଶୁଣାଯାଇ ନ ଥିଲା । ତିନିବର୍ଷ ପରେ ସେ ଆସୁଥିବାରୁ ପୂଝାରୀ ଚାକରଙ୍କ ମୁହଁରେ ମା’ ଶବ୍ଦଟି ପ୍ରତିଧ୍ଵନିତ ହୋଇଥିଲା । ଅର୍ଥାତ୍ ସମସ୍ତେ ମା’ଙ୍କ ନାମ କହି ଆନନ୍ଦ ଅନୁଭବ କରିଥିଲେ ।
କିନ୍ତୁ ସେ ଘର ମା’ଙ୍କର ନ ଥିଲା । ଯେଉଁ ଘରେ ବଡ଼ପାଟିରେ ସମ୍ଭାଷଣ କରିବାର ଉତ୍ଫୁଲ୍ଲିତ ଭାବ ଦେଖାଦେବ । ଯେହେତୁ ସେ ଘରେ ମା’ ଅତିଥୁଭଳି ଅଳ୍ପଦିନ ପାଇଁ ଆସିଛନ୍ତି, ପୁଣି ହୁଏତ ଚାଲିଯିବେ । ଯେପରି ତିନିବର୍ଷ ପରେ ଆସିଛନ୍ତି । ସେ ଘର ହେଉଛି ଡାଡ଼ି ମମିଙ୍କର । ଯେଉଁ ଘରେ ବିଲାତି ଆଦବ୍ କାଇଦାରେ ମାପଚୁପର ସଂପର୍କ । ତେଣୁ ବଡ଼ପାଟିରେ ମା’ ଡାକ ଶୁଣାଯାଉ ନ ଥିଲା । ଗାଳ୍ପିକଙ୍କ ଭାଷାରେ, “ମା’ ଶବ୍ଦର ଧ୍ୱନି ଓ ପ୍ରତିଧ୍ବନିରେ ଘରର କୌଣସି ଖୁଣ୍ଟ ନିଜ ଜାଗରୁ ଇଞ୍ଚେ ଏପଟ ସେପଟ ହେବାର ନ ଥିଲା ।”
ବାସ୍ତବିକ କଥାକାର ସ୍ଵଚ୍ଛ କଥାରେ ଅନେକ କିଛି କହିଯିବାର ଭାବରଖ୍ ଏଭଳି କଥା ଉପସ୍ଥାପନ କରିଛନ୍ତି ।
Question ୨।
‘ମା’ ଆସିଲେଣି’ ଏକ ରହସ୍ୟବାଦୀ ଗଳ୍ପ – ପ୍ରମାଣ କର ।
ଉ –
ଗାଳ୍ପିକ ଭାବରେ ନିଜର ସ୍ଵତନ୍ତ୍ର ସ୍ଥାନ ସୁରକ୍ଷିତ କରି ରଖ୍ଯାରିଛନ୍ତି । କଥାକାରଙ୍କ କଥା ସାମ୍ରାଜ୍ୟରେ ରହିଛି ସମାଜ ଜୀବନ ପ୍ରତି ସ୍ୱତନ୍ତ୍ର ଦୃଷ୍ଟିଭଙ୍ଗୀ । ସେ ସମାଜକୁ ନାନା ଭାବରେ ଦେଖୁଛନ୍ତି ଓ ସ୍ୱତନ୍ତ୍ର ଭାବରେ ଦେଖାଇବାର ପ୍ରୟାସ ସୁନ୍ଦର ଭାବରେ ପ୍ରକାଶ କରିଛନ୍ତି । ଆଲୋଚ୍ୟ ଗଳ୍ପ ‘ମା’ ଆସିଲେଣି’ରେ ସମାଜର ଏକ ବିଶେଷ ଦିଗକୁ ଦେଖାଇବାକୁ ଚରିତ୍ରଟି କେନ୍ଦ୍ରବିନ୍ଦୁ ପାଲଟିଛି, ସେହି ଚରିତ୍ରଟି ଗଛର ଶେଷରେ ମୃତ ବୋଲି ଖବର ମିଳିଛି । ଯଦି ଗୋଟିଏ ଦିନ ପୂର୍ବରୁ ମା’ ଚରିତ୍ରଟି ଅତି ଅସହାୟ ଭାବରେ, ଘରେ ହଇଜା ରୋଗରେ ମୃତ୍ୟୁବରଣ କରିଛନ୍ତି, ତା’ହେଲେ ମା’ ଭାବରେ ଚୂଡ଼ାମଣିବାବୁଙ୍କ ଘରକୁ କିଏ ଆସିଥିଲା । ସେହି ମା’ ଚରିତ୍ରଟିରେ ସବୁକିଛି ସ୍ୱାଭାବିକତା ଥିଲେ ବି, କେହି କିପରି କିଛି ବିଶେଷ ସୂଚନା ପାଇପାରିଲେ ନାହିଁ । ବଡ଼ ରହସ୍ୟମୟ ହୋଇଉଠିଛି କଥାବସ୍ତୁଟି । ସୁତରାଂ କଥାକାର ରହସ୍ୟବାଦୀ ଭାବଧାରାଦ୍ଵାରା ଜନନୀର ବାତ୍ସଲ୍ୟ ସ୍ନେହକୁ ପ୍ରମାଣ କରିଛନ୍ତି ।
ଚୂଡ଼ାମଣିବାବୁଙ୍କ ଘରର ସକାଳ ସମୟ, ଅର୍ଥାତ୍ ଆଠଟା ବେଳକୁ ଆସି ମା’ ପହଞ୍ଚିଯାଇଛନ୍ତି । ମା’ ଆସିଛନ୍ତି ବୋଲି ଚାକର ପୂଝାରୀଙ୍କ ମୁହଁରେ ଦେଖାଦେଇଛି ଆନ୍ତରିକତାର ଭାବ । ଫଳରେ ସମସ୍ତଙ୍କ ନିକଟରେ ସେ ଘୋଷଣା କରିଛି, ମା’ ଆସିବାର ଖବରଟି । ପ୍ରଥମେ ମା’ ନାତିନାତୁଣୀଙ୍କ ସହିତ କଥାବାର୍ତ୍ତା ହୋଇଛନ୍ତି । ପୂର୍ବଭଳି ମଜା କରିଛନ୍ତି । ଚାଲିଯିବାର ମିଥ୍ୟା ଧମକ ମଧ୍ୟ ଦେଇଛନ୍ତି । ସେ ଆସିଛନ୍ତି ଓ ସବୁଦିନ ପାଇଁ ଏଠାରେ ରହିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ପୁଅବୋହୂଙ୍କଠାରୁ ଦେଖାଣିଆ ସମ୍ଭାଷଣ ମଧ୍ୟ ପାଇଛନ୍ତି ।
ବୋହୂ ନିଜର ଆନ୍ତରିକତା ପ୍ରମାଣ କରିବାପାଇଁ ଶାଶୁଙ୍କ ପାଇଁ ମସଲା ଦୋସା ଓ ଅନ୍ୟାନ୍ୟ ଜଳଖୁ ବରାଦ କରିଛି ପୂଝାରୀକୁ ଆଣିବାପାଇଁ । ସବୁକିଛି ଆସିଛି । ଖାଇବା ଟେବୁଲ୍ ପାଖରେ ସମସ୍ତେ ମା’ଙ୍କୁ ଘେରି ବସିଛନ୍ତି । ଖାଇବାପର୍ବ ସରିଛି । ଏହାଭିତରେ ମା’ ପୂଝାରୀକୁ ଖାଇବା ବିଲ୍ ମଧ୍ଯ ମାଗିଛନ୍ତି । ଗୋଟିଏ ଜାଗାରେ ଅଧିକ ତିନିକପ୍ କଫି ପିଇଛନ୍ତି । ଶେଷରେ ସେ ନରହି ଚାଲିଯାଇଛନ୍ତି । ଘରର ସଦସ୍ୟମାନେ ତାଙ୍କୁ ଫାଟକ ପାଖରେ ବଳେଇଦେଇ ଆସିଛନ୍ତି । ଏହାର ପନ୍ଦର ମିନିଟ୍ ପରେ ଟେଲିଫୋନ୍ ଯୋଗେ ଖବର ମିଳିଛି, ମା’ କାଲିଠୁ ମରି ପଡ଼ିଛନ୍ତି । ଏଥିରୁ ସ୍ପଷ୍ଟ ହୁଏ ଯେ ମମତାମୟୀ ମା’ ପୁଅବୋହୂ ନାତି ନାତୁଣୀଙ୍କୁ ଦେଖିବାପାଇଁ ବିଶେଷରୂପରେ ଆସିଛନ୍ତି । ଦେଖ୍ ସାରିଲାପରେ ତାଙ୍କର ଆତ୍ମା ଶାନ୍ତି ପାଇଛି ।
ଉପରୋକ୍ତ ଦୃଷ୍ଟିକୋଣରୁ ବିଚାର କଲେ ଜଣାଯାଶ, ଏହା ଏକ ରହସ୍ୟବାଦୀ ଗଳ୍ପ, ଯେଉଁଥରେ ଅଲୌକିକ କ୍ରିୟା ହେଲାଭଳି ମନେ ହୋଇଥାଏ ।
Question ୩ ।
ଚୂଡାମଣିଙ୍କର ମା’ ଜଣେ ଅବାଗିଆ ଭଦ୍ରମହିଳା କୁହାଯିବାର ତାତ୍ପର୍ଯ୍ୟ ବୁଝାଇ ଦିଅ ।
ଉ –
ଆଧୁନିକ କଥାସାହିତ୍ୟରେ ଗଳ୍ପ ଓ ଉପନ୍ୟାସ ରଚନା କରି ଯେଉଁ କେତେଜଣ ସ୍ରଷ୍ଟା, ନିଜର ବିଶେଷତାକୁ ପ୍ରମାଣ କରିଛନ୍ତି, ସେମାନଙ୍କ ମଧ୍ୟରେ କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟ ଅନ୍ୟତମ । ସେ ଚରିତ୍ର ଚିତ୍ରଣ ସମୟରେ ବିଭିନ୍ନ ମଣିଷଙ୍କର ବିଭିନ୍ନ ବିଚାରଧାରା ଓ ରୁଚିବୋଧକୁ ଅବିକଳ ପ୍ରକାଶ କରିବାକୁ ଚେଷ୍ଟା କରିଥା’ନ୍ତି । ଆଲୋଚ୍ୟ ଗଳ୍ପ ‘ମା’ ଆସିଲେଣି’ର‘ ମୁଖ୍ୟ ଚରିତ୍ର ମା’ଙ୍କର ଚରିତ୍ରରେ ରହିଥିବା ବିଶେଷ ଦିଗକୁ ଦେଖାଇଛନ୍ତି ।
ସ୍ରଷ୍ଟାର ସୃଷ୍ଟିରେ କେହି ମଣିଷ ସମାନ ନୁହଁନ୍ତି । ସମସ୍ତଙ୍କର ସମାନ ଚିନ୍ତାଧାରା କିମ୍ବା ବିଚାରବୋଧ ରହିନଥାଏ । ସମୟେ ସମୟେ ଉପଯୁକ୍ତ ଜ୍ଞାନ ଓ ଶିକ୍ଷା ବଳରେ ତାହା ବଦଳି ଯାଇଥାଏ । ମାତ୍ର ସଂକୀର୍ୟ ବିଚାରଧାରା ପ୍ରମୋଦିତ ମଣିଷଟି ପରିବାର ଓ ସମାଜ ପାଇଁ ସମସ୍ୟା ସୃଷ୍ଟି କରିଥାଏ । ସହାନୁଭୂତିର ସହିତ, ସଂକୀର୍ଣ୍ଣ ବିଚାରଧାରାକୁ ନ ବଦଳାଇଲେ, ତାହା ଜିଦ୍ରରେ ପରିଣତ ହୋଇ ଯାଇଥାଏ ଏବଂ ତାହା ଆଉ ବଦଳି ନଥାଏ । ସେ ସେହି ଜିଦ୍କୁ ସାବ୍ୟସ୍ତ କରିବାପାଇଁ ସବୁବେଳେ ଚେଷ୍ଟା କରିଥାଏ । ଗଳ୍ପଟିରେ ଚୂଡାମଣିବାବୁଙ୍କ ମା’ଙ୍କୁ ସେହିଭଳି ଏକଜିଦିଆ ସ୍ବଭାବର ସ୍ତ୍ରୀ ଲୋକଭାବରେ ପିଲାମାନେ ଧରି ନେଇଛନ୍ତି । ମା’ଙ୍କୁ ପାଖରେ ରଖ୍ ତାଙ୍କର ସେହି ଜିଦ୍କୁ ସହାନୁଭୂତି ଓ ସ୍ନେହବଳରେ ବଦଳାଇବାପାଇଁ ଚେଷ୍ଟା କରିନାହାନ୍ତି । ଯାହାଫଳରେ ସେ ଆହୁରି ଜିଦିଆ ହୋଇଯାଇଛନ୍ତି ଏବଂ ନିଜ ଜିଦ୍କୁ ଧରି ରଖ୍ଛନ୍ତି ।
ଚୂଡାମଣିଙ୍କ ମା’ଙ୍କର ଧାରଣା, ସଂସାରରେ କାହାରି ପାଖରେ ଧାରୁଆ ହୋଇ ଯେ ବଞ୍ଚେ, ସେ ମଲାପରେ ତା’ପାଖରେ କୁକୁର ହୋଇ ଜନ୍ମ ହୋଇଥାଏ । ସେହି ଚିନ୍ତାଧାରା ପାଇଁ ସେ ନିଜର ସ୍ଵାମୀଙ୍କ ନିକଟରେ ମଧ୍ୟ ଧାରୁଆ ହୋଇ ରହିବାକୁ ଇଚ୍ଛା କରିନଥିଲେ । ସେ ସ୍ଵାମୀଙ୍କ ଋଣ ପରିଶୋଧ ପାଇଁ ତାଙ୍କୁ ସେ ଅଠରଟି ସନ୍ତାନସନ୍ତତି ଦେଇଥିଲେ । ସେ ଆଉ ସନ୍ତାନ ଜନ୍ମ କରିପାରିବେ ନାହିଁ ବୋଲି ସ୍ଵାମୀଙ୍କୁ ମୁହଁ ଖୋଲି କହିଥିଲେ । ସ୍ପଷ୍ଟଭାବରେ ସ୍ଵାମୀଙ୍କୁ ଜଣାଇ ଦେଇଥିଲେ- “ମୁଁ କୁକୁର ଜନ୍ମ ନେବାପାଇଁ ଆଦୌ ଆଗ୍ରହୀ ନୁହେଁ – ବିଶେଷତଃ ତୁମ ପରି ମାଲିକ ପାଖରେ ।” ସ୍ଵାମୀ ହସିହସି କହିଥିଲେ, ‘ମୁଁ ମଲାପରେ, ପିଲାମାନଙ୍କ ପାଖରେ କୁକୁର ହେବାରେ ତୁମର କ’ଣ କିଛି ଆପତ୍ତି ନାହିଁ ।’’ ସ୍ପର୍ଶକାତର ସ୍ତ୍ରୀଲୋକ ଭାବରେ ସେ ସ୍ଵାମୀଙ୍କର କଥାକୁ ମନେରଖୁଥିଲେ ଏବଂ ପିଲାମାନଙ୍କ ପାଖରେ ଦେୟ ଦେଉଥିଲେ । ଦେୟ ବା ବିଲ୍ ବିନା ସେ କାହାରି ଘରେ ମିଲ୍ ଖାଉନଥିଲେ ।
ଗାଳ୍ପିକ ଚୂଡାମଣିବାବୁଙ୍କ ମା’ଙ୍କର ବିଶେଷ ଧାରଣାର ସୂଚନା ଦେଇ, ତାଙ୍କ ପିଲାମାନଙ୍କର ମା’ଙ୍କ ପ୍ରତି ରହିଥିବା ଅନୁଦାର ଭାବକୁ ଦେଖାଇଛନ୍ତି ।
Question ୪ ।
ଶିକ୍ଷିତ ଓ ସହରୀବାବୁମାନଙ୍କ ନିକଟରେ ମା’ର ଗୁରୁତ୍ଵ କିପରି ହ୍ରାସ ପାଇଛି, ପଠିତ ଗଳ୍ପ ଅବଲମ୍ବନରେ ଏହାର ସତ୍ୟତା ପ୍ରତିପାଦନ କର ।
ଉ –
ଲେଖକ ଶାନ୍ତନୁ କୁମାର ଆଚାର୍ଯ୍ୟ ଓଡ଼ିଆ କଥାସାହିତ୍ୟର ଏକ ଅଭୂତପୂର୍ବ ସ୍ରଷ୍ଟାର ଆସନରେ ଅବସ୍ଥାନ କରିଛନ୍ତି । ମଣିଷର ଅବଚେତନ ମନର ରହସ୍ୟ ଉଦ୍ଘାଟନ, ମାନବିକ ଭାବସମ୍ବେଦନତା ଓ ଜୀବନର ଉତ୍ତୀର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚିଥିବା ମଣିଷମାନଙ୍କ ପ୍ରତି ସହାନୁଭୂତିଶୀଳତା ହିଁ ତାଙ୍କ ସାହିତ୍ୟ ସୃଷ୍ଟିରେ ମୁଖ୍ୟ ସ୍ୱର । ଆଲୋଚ୍ୟ ଗଳ୍ପ ‘ମା’ ଆସିଲେଣି’ରେ କଥାକାର ଶିକ୍ଷିତ ଓ ସହରରେ ନିଜକୁ ପ୍ରତିଷ୍ଠିତ କରୁଥିବା ମଣିଷମାନଙ୍କ ନିକଟରେ ପିତାମାତାଙ୍କ ପ୍ରତି ରହିଥିବା ଦେଖାଣିଆ ମନୋବୃତ୍ତି ଚୂଡାମଣିବାବୁଙ୍କ ଚରିତ୍ର ମାଧ୍ୟମରେ ସୂଚିତ କରିଛନ୍ତି ।
ବସ୍ତୁତାନ୍ତ୍ରିକ ଜୀବନଶୈଳୀରେ ଆଜିର ଶିକ୍ଷିତ ମଣିଷ ଉଦ୍ଭ୍ରାନ୍ତ । ବ୍ୟକ୍ତିଗତ ସ୍ଵାର୍ଥକୁ ସାକାର କରିବାପାଇଁ, ତା’ ନିକଟରେ ରକ୍ତର ସମ୍ପର୍କ ମୂଲ୍ୟହୀନ । ଫଳରେ ଅନ୍ତଫାଡି ଜନ୍ମ ଦେଇଥିବା, ନିଜ ସୁଖକୁ ପଛରେ ପକାଇ ପିଲାଙ୍କ ସୁଖକୁ ବଡ଼ ମନେକରିଥି ମା’ ପାଇଁ ସେ କର୍ତ୍ତବ୍ୟ କରିବାରେ କୁଣ୍ଠିତ । କେବଳ ଦେଖାଣିଆ ସ୍ବଭାବ ନେଇ, ସୀମିତ କର୍ମ ମଧ୍ୟରେ ନିଜର କର୍ତ୍ତବ୍ୟ ପରିସମାପ୍ତି ସେ ଚାହୁଁଛି । ଫଳସ୍ଵରୂପ ଜନ୍ମଦାତ୍ରୀ ମା’ ହେଉଛି ଅବହେଳିତ । ସେହିପରି ପୁଅ ହିସାବରେ ମା’ର ରୁଚିବୋଧକୁ ଓ ବିଚାରଧାରାକୁ ସେ କୌଣସି ସମୟରେ ସହାନୁଭୂତିର ସହିତ ବିଚାର କରିବାକୁ ପ୍ରସ୍ତୁତ ହେଉନାହିଁ । ବରଂ ମା’ର ସଂକୀର୍ଣ୍ଣ ବିଚାରବୋଧକୁ ଧରିରଖ୍, କୌଣସି ଉପାୟରେ ପାଖରୁ ଦୂରେଇ ଦେଉଛି ।
ଏପରିକି ଗଳ୍ପରେ, ଅଠରଟି ଯୋଗ୍ୟ ସନ୍ତାନସନ୍ତତି ଜନ୍ମ ଦେଇଥିବା ମା’ କାହାରି ପାଖରେ ରହିପାରି ନାହାନ୍ତି । ବରଂ ମା’ଙ୍କର ଅବାଗିଆ ଗୁଣକୁ ପରସ୍ପର ମଧ୍ୟରେ ଦୋହରେଇ ଚାଲିଛନ୍ତି । ସେ ଏଠିସେଠି ହେବା ଅପେକ୍ଷା, ଗାଁରେ ନିଜର ସ୍ଵାଭିମାନକୁ ଧରି ବଞ୍ଚୁହିବାକୁ ଚାହିଁଛନ୍ତି । ଆଜିର ମଣିଷ ନିକଟରେ ଧନ ଅପେକ୍ଷା ମନର ଅଭାବ ପରିଲକ୍ଷିତ ହେଉଛି । ଗଳ୍ପଟିରେ ଚୂଡାମଣିବାବୁ ଏବଂ ତାଙ୍କର ସ୍ତ୍ରୀ ଯେତେବେଳେ ଶୁଣିଛନ୍ତି, ମା’ ଆସିଛନ୍ତି, ସବୁଦିନ ତାଙ୍କ ପାଖରେ ରହିବେ, ସେଥିରେ ସେ ଦୁହେଁ ଚମକି ପଡ଼ିଛନ୍ତି । ଗାଳ୍ପିକ ଏହାକୁ ସୂଚନାତ୍ମକ ଭାବେ ଦେଖାଇଛନ୍ତି – “ମିସେ ସ୍ଚୂଡାମଣିଙ୍କ ହାତରୁ ତାଜା ମସଲା ଦୋସାର ଖଣ୍ଡେ ବଡ଼ ଅଂଶ କଣ୍ଟା ଅଗରେ ଅଳ୍ପ ଉପରକୁ ଉଠୁ ଉଠୁ ପୁଣି ଖସି ପଡ଼ିଲା । ଚୂଡାମଣିଙ୍କ ନିବୁଜ ପାଟି ଭିତରେ ମଜ୍ଜିତ ହେଉଥିବା ଅନ୍ୟ ଖଣ୍ଡେ ଦୋସାର ଶେଷାଶଟି ମଧ୍ଯ କିଞ୍ଚିତ୍ ଦୃଶ୍ୟମାନ ହୋଇ ପୁଣି ଅଦୃଶ୍ୟ ହୋଇଗଲା ।”
ମା’ ପିଲାମାନଙ୍କଠାରୁ ଯେତେ ଅବହେଳା ପାଇଲେ ବି, ସେ ପିଲାଙ୍କ ଭଲପାଇବାକୁ ଅପେକ୍ଷା କରି ରହିଥାଏ । କାରଣ ପୁତ୍ରର ଅବହେଳା ମା’ର ବାତ୍ସଲ୍ୟ ସ୍ନେହରେ କୌଣସି ପ୍ରକାରେ ଭଟ୍ଟା ପକାଇପାରେ ନାହିଁ । ମୃତ୍ୟୁପରେ ମଧ୍ୟ ମା’ ଜନ୍ମିତ ସନ୍ତାନସନ୍ତତିଙ୍କର କିପରି ଚିର ମଙ୍ଗଳମୟୀ ଓ ଆଶୀର୍ବାଦଦାୟିନୀ ହୋଇଛି, ଗାଳ୍ପିକ ଏହାକୁ ନିଖୁଣ ଭାବରେ ପ୍ରକାଶ କରିଛନ୍ତି । ସହରୀ ପୁଅବୋହୂ ମା’ଙ୍କ ରୁଚିବୋଧକୁ କୌଣସି ପ୍ରକାରେ ସାମୟିକ ଚଳେଇ ନେବାକୁ ଚାହାନ୍ତି; କିନ୍ତୁ ମା’ଙ୍କୁ ନେଇ ସବୁଦିନେ ଚଳିବେ, ସେଭଳି ମାନସିକତା ସେମାନଙ୍କର ନଥାଏ । କଥାକାର ଚୂଡାମଣିବାବୁଙ୍କ ପରିବାର ଚଳଣି ମାଧ୍ୟମରେ ଏହା ଦେଖାଇ ଦେବାକୁ ଚାହିଁଛନ୍ତି ।
ଗଳ୍ପଟିରେ ଆଧୁନିକ ଶିକ୍ଷିତ ମଣିଷଙ୍କ ସ୍ଵାର୍ଥସର୍ବସ୍ଵ ମାନସିକତାକୁ ସୁନ୍ଦର ଭାବରେ ଦେଖାଇ ଦିଆଯାଇଛି ।
Question ୪।
ନିଜ ଭାଷାରେ ‘ମା’ ଆସିଲେଣି’ ଗଳ୍ପର ଭାବାର୍ଥ ବୁଝାଇ ଦିଅ ।
ଉ –
ଲେଖକ ଶାନ୍ତନୁ କୁମାର ଆଚାର୍ଯ୍ୟ ଓଡ଼ିଆ କଥାସାହିତ୍ୟର ଏକ ଅଭୂତପୂର୍ବ ସ୍ରଷ୍ଟାର ଆସନରେ ଅବସ୍ଥାନ କରିଛନ୍ତି । ମଣିଷର ଅବଚେତନ ମନର ରହସ୍ୟ ଉଦ୍ଘାଟନ, ମାନବିକ ଭାବସମ୍ବେଦନତା ଓ ଜୀବନର ଉତ୍ତୀର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚିଥିବା ମଣିଷମାନଙ୍କ ପ୍ରତି ସହାନୁଭୂତିଶୀଳତା ହିଁ ତାଙ୍କ ସାହିତ୍ୟ ସୃଷ୍ଟିରେ ମୁଖ୍ୟ ସ୍ୱର । ଆଲୋଚ୍ୟ ଗଳ୍ପ ‘ମା’ ଆସିଲେଣି’ରେ କଥାକାର ଶିକ୍ଷିତ ଓ ସହରରେ ନିଜକୁ ପ୍ରତିଷ୍ଠିତ କରୁଥିବା ମଣିଷମାନଙ୍କ ନିକଟରେ ପିତାମାତାଙ୍କ ପ୍ରତି ରହିଥିବା ଦେଖାଣିଆ ମନୋବୃତ୍ତି ଚୂଡାମଣିବାବୁଙ୍କ ଚରିତ୍ର ମାଧ୍ୟମରେ ସୂଚିତ କରିଛନ୍ତି ।
ବସ୍ତୁତାନ୍ତ୍ରିକ ଜୀବନଶୈଳୀରେ ଆଜିର ଶିକ୍ଷିତ ମଣିଷ ଉଦ୍ଭ୍ରାନ୍ତ । ବ୍ୟକ୍ତିଗତ ସ୍ଵାର୍ଥକୁ ସାକାର କରିବାପାଇଁ, ତା’ ନିକଟରେ ରକ୍ତର ସମ୍ପର୍କ ମୂଲ୍ୟହୀନ । ଫଳରେ ଅନ୍ତଫାଡି ଜନ୍ମ ଦେଇଥିବା, ନିଜ ସୁଖକୁ ପଛରେ ପକାଇ ପିଲାଙ୍କ ସୁଖକୁ ବଡ଼ ମନେକରିଥି ମା’ ପାଇଁ ସେ କର୍ତ୍ତବ୍ୟ କରିବାରେ କୁଣ୍ଠିତ । କେବଳ ଦେଖାଣିଆ ସ୍ବଭାବ ନେଇ, ସୀମିତ କର୍ମ ମଧ୍ୟରେ ନିଜର କର୍ତ୍ତବ୍ୟ ପରିସମାପ୍ତି ସେ ଚାହୁଁଛି । ଫଳସ୍ଵରୂପ ଜନ୍ମଦାତ୍ରୀ ମା’ ହେଉଛି ଅବହେଳିତ । ସେହିପରି ପୁଅ ହିସାବରେ ମା’ର ରୁଚିବୋଧକୁ ଓ ବିଚାରଧାରାକୁ ସେ କୌଣସି ସମୟରେ ସହାନୁଭୂତିର ସହିତ ବିଚାର କରିବାକୁ ପ୍ରସ୍ତୁତ ହେଉନାହିଁ । ବରଂ ମା’ର ସଂକୀର୍ଣ୍ଣ ବିଚାରବୋଧକୁ ଧରିରଖ୍, କୌଣସି ଉପାୟରେ ପାଖରୁ ଦୂରେଇ ଦେଉଛି ।
ଏପରିକି ଗଳ୍ପରେ, ଅଠରଟି ଯୋଗ୍ୟ ସନ୍ତାନସନ୍ତତି ଜନ୍ମ ଦେଇଥିବା ମା’ କାହାରି ପାଖରେ ରହିପାରି ନାହାନ୍ତି । ବରଂ ମା’ଙ୍କର ଅବାଗିଆ ଗୁଣକୁ ପରସ୍ପର ମଧ୍ୟରେ ଦୋହରେଇ ଚାଲିଛନ୍ତି । ସେ ଏଠିସେଠି ହେବା ଅପେକ୍ଷା, ଗାଁରେ ନିଜର ସ୍ଵାଭିମାନକୁ ଧରି ବଞ୍ଚୁହିବାକୁ ଚାହିଁଛନ୍ତି । ଆଜିର ମଣିଷ ନିକଟରେ ଧନ ଅପେକ୍ଷା ମନର ଅଭାବ ପରିଲକ୍ଷିତ ହେଉଛି । ଗଳ୍ପଟିରେ ଚୂଡାମଣିବାବୁ ଏବଂ ତାଙ୍କର ସ୍ତ୍ରୀ ଯେତେବେଳେ ଶୁଣିଛନ୍ତି, ମା’ ଆସିଛନ୍ତି, ସବୁଦିନ ତାଙ୍କ ପାଖରେ ରହିବେ, ସେଥିରେ ସେ ଦୁହେଁ ଚମକି ପଡ଼ିଛନ୍ତି । ଗାଳ୍ପିକ ଏହାକୁ ସୂଚନାତ୍ମକ ଭାବେ ଦେଖାଇଛନ୍ତି – “ମିସେ ସ୍ଚୂଡାମଣିଙ୍କ ହାତରୁ ତାଜା ମସଲା ଦୋସାର ଖଣ୍ଡେ ବଡ଼ ଅଂଶ କଣ୍ଟା ଅଗରେ ଅଳ୍ପ ଉପରକୁ ଉଠୁ ଉଠୁ ପୁଣି ଖସି ପଡ଼ିଲା । ଚୂଡାମଣିଙ୍କ ନିବୁଜ ପାଟି ଭିତରେ ମଜ୍ଜିତ ହେଉଥିବା ଅନ୍ୟ ଖଣ୍ଡେ ଦୋସାର ଶେଷାଶଟି ମଧ୍ଯ କିଞ୍ଚିତ୍ ଦୃଶ୍ୟମାନ ହୋଇ ପୁଣି ଅଦୃଶ୍ୟ ହୋଇଗଲା ।”
ମା’ ପିଲାମାନଙ୍କଠାରୁ ଯେତେ ଅବହେଳା ପାଇଲେ ବି, ସେ ପିଲାଙ୍କ ଭଲପାଇବାକୁ ଅପେକ୍ଷା କରି ରହିଥାଏ । କାରଣ ପୁତ୍ରର ଅବହେଳା ମା’ର ବାତ୍ସଲ୍ୟ ସ୍ନେହରେ କୌଣସି ପ୍ରକାରେ ଭଟ୍ଟା ପକାଇପାରେ ନାହିଁ । ମୃତ୍ୟୁପରେ ମଧ୍ୟ ମା’ ଜନ୍ମିତ ସନ୍ତାନସନ୍ତତିଙ୍କର କିପରି ଚିର ମଙ୍ଗଳମୟୀ ଓ ଆଶୀର୍ବାଦଦାୟିନୀ ହୋଇଛି, ଗାଳ୍ପିକ ଏହାକୁ ନିଖୁଣ ଭାବରେ ପ୍ରକାଶ କରିଛନ୍ତି । ସହରୀ ପୁଅବୋହୂ ମା’ଙ୍କ ରୁଚିବୋଧକୁ କୌଣସି ପ୍ରକାରେ ସାମୟିକ ଚଳେଇ ନେବାକୁ ଚାହାନ୍ତି; କିନ୍ତୁ ମା’ଙ୍କୁ ନେଇ ସବୁଦିନେ ଚଳିବେ, ସେଭଳି ମାନସିକତା ସେମାନଙ୍କର ନଥାଏ । କଥାକାର ଚୂଡାମଣିବାବୁଙ୍କ ପରିବାର ଚଳଣି ମାଧ୍ୟମରେ ଏହା ଦେଖାଇ ଦେବାକୁ ଚାହିଁଛନ୍ତି ।
ଗଳ୍ପଟିରେ ଆଧୁନିକ ଶିକ୍ଷିତ ମଣିଷଙ୍କ ସ୍ଵାର୍ଥସର୍ବସ୍ଵ ମାନସିକତାକୁ ସୁନ୍ଦର ଭାବରେ ଦେଖାଇ ଦିଆଯାଇଛି ।
ଗାଳ୍ପିକ ପରିଚିତି :
ସ୍ଵାଧୀନତା ପରବର୍ତ୍ତୀ କାଳଠାରୁ ଅଦ୍ୟାବଧୂ ଓଡ଼ିଆ କଥାସାହିତ୍ୟ, ଗଳ୍ପ ଓ ଉପନ୍ୟାସ ରଚନା କରି ନିଜ ସିଦ୍ଧିର ସ୍ଵାକ୍ଷର ବାଢ଼ିଥିବା ଜଣେ ସମର୍ଥ କଥାଶିଳ୍ପୀ ହେଉଛନ୍ତି ଶାନ୍ତନୁ କୁମାର ଆଚାର୍ଯ୍ୟ । କଥାଶିଳ୍ପୀ ଆଚାର୍ଯ୍ୟଙ୍କର କଟକ ଜିଲ୍ଲାର କନ୍ଦରପୁର ନିକଟବର୍ତ୍ତୀ ସିଦ୍ଧେଶ୍ଵରଠାରେ ଜନ୍ମ । ସେ ଉଚ୍ଚଶିକ୍ଷା ଲାଭକରି ରସାୟନ ବିଜ୍ଞାନରେ ଏମ୍.ଏସ୍. ପାସ୍ କରିବା ପରେ, ଏଇ ବିଭାଗର ଜଣେ ଅଧ୍ୟାପକ ରୂପେ କାର୍ଯ୍ୟ ଆରମ୍ଭ କରିଥିଲେ । ସେ ପ୍ରଥମେ କରଞ୍ଜିଆ ଓ ପରେ ଜଗତ୍ ସିଂହପୁରର ସ୍ଵାମୀ ବିବେକାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷଭାବେ କାର୍ଯ୍ୟ କରିଥିଲେ । ଜଣେ ସୂକ୍ଷ୍ମ ଚେତନାଭିଭିକ ମନୋବୈଜ୍ଞାନିକ କଥାକାର ଭାବର ସେ ସୁପରିଚିତ । ସାଧାରଣ ମଣିଷଠାରୁ ଆରମ୍ଭ କରି ଉଚ୍ଚ ମଧ୍ୟବିତ୍ତ ମଣିଷ ପର୍ଯ୍ୟନ୍ତ ସମସ୍ତଙ୍କୁ ସେ ନିଜର ଗଳ୍ପ ପରିସରଭୁକ୍ତ କରିଅଛନ୍ତି । ମଣିଷର ଅବଚେତନ ରହସ୍ୟ ଉନ୍ମୋଚନ କରିବାରେ ସେ ସିଦ୍ଧହସ୍ତ । ମାନବିକ ସମ୍ବେଦନାବୋଧ ତାଙ୍କ ଗଳ୍ପର ପ୍ରାଣଧର୍ମ ।
ଶ୍ରୀଯୁକ୍ତ ଆଚାର୍ଯ୍ୟଙ୍କ ଗଳ୍ପ ସଙ୍କଳନଗୁଡ଼ିକ ହେଉଛି – ‘ଦୁର୍ବାର’, ‘ମନ ଅରଣ୍ୟ’, ‘ଏଇ ଶେଷ ପଦଟି’, ‘ଅରଣ୍ୟର ଚୂଳ’, ‘ଅଦିନ ବଉଳ’, ‘ମନମର୍ମର’, ‘ଏକବିଂଶ ଶତାବ୍ଦୀ ପାଇଁ ଗଳ୍ପ’ । ସେହିପରି ତାଙ୍କଦ୍ୱାରା ରଚିତ ଉପନ୍ୟାସଗୁଡ଼ିକ ହେଉଛି – ‘ଶତାବ୍ଦୀର ନଚିକେତା’, ‘ତିନୋଟି ରାତିର ସକାଳ’, ‘ନରକିନ୍ନର’, ‘ଦକ୍ଷିଣାବର୍ତ୍ତ’, ‘ଶକୁନ୍ତଳା’, ‘ମନ୍ତ୍ରୀଙ୍କ ସେୟାର’, ‘ଅନ୍ୟ ଏକ ଭାରତ ଅନ୍ୟ ଏକ ସମୟ’ ।
ଶ୍ରୀଯୁକ୍ତ ଆଚାର୍ଯ୍ୟ ନିଜର ସାରସ୍ବତ ସାଧନା ପାଇଁ ‘ଝଙ୍କାର’ ତଥା ସାରଳା ସାହିତ୍ୟ ପୁରସ୍କାର ଲାଭ କରିଛନ୍ତି ପୁନଶ୍ଚ ସେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ କେନ୍ଦ୍ର ସାହିତ୍ୟ ଏକାଡ଼େମୀଦ୍ଵାରା ପୁରସ୍କୃତ ହୋଇଛନ୍ତି ।
ସ୍ପଷ୍ଟ ଅଥଚ ବ୍ୟଞ୍ଜନାମୟୀ ଭାଷା, ବ୍ୟଙ୍ଗାତ୍ମକ ଦୃଷ୍ଟି ଏବଂ ମନୋବିଶ୍ଳେଷଣଧର୍ମୀ ଚିନ୍ତାଧାରା ତାଙ୍କ ସୃଷ୍ଟି ସମ୍ଭାରକୁ ପ୍ରାଣବନ୍ତ କରି ଗଢ଼ିତୋଳିଛି, ତାଙ୍କର ସିଦ୍ଧି ତେଣୁ ଅସାମାନ୍ୟ ।
ଆଲୋଚ୍ୟ ‘ମା’ ଆସିଲେଣି’ ଗଳ୍ପଟିରେ ସହରୀ ମଣିଷର ମାତାପିତାଙ୍କ ପ୍ରତି ଅବହେଳା ଓ ଉଦାସୀନତାର ସ୍ଵରୂପ ଉନ୍ମୋଚନ କରାଯାଇଛି । ବସ୍ତୁତାନ୍ତ୍ରିକ ଜୀବନଶୈଳୀ ଓ ବ୍ୟକ୍ତିଗତ ସ୍ଵାର୍ଥରେ ବାଟବଣା ହୋଇ ଆଜିର ମଣିଷ କିଭଳି ଜନ୍ମଦାତ୍ରୀ ମା’କୁ ଅବହେଳା ପ୍ରଦର୍ଶନ କରେ, ତାହାର ଏକ ମନ୍ମୟ ଆଲେଖ୍ୟ ହୋଇଛି ‘ମା’ ଆସିଲେଣି’ ଗଳ୍ପ । ପୁତ୍ରର ଅବହେଳା କିନ୍ତୁ ମା’ର ବାତ୍ସଲ୍ୟ ସ୍ନେହରେ କୌଣସି ଭଟ୍ଟା ଆଣିଦେଇ ନାହିଁ । ମୃତ୍ୟୁ ପରେ ମଧ୍ୟ ମା’
ହୋଇଛି । ଏକ ଚିରନ୍ତନ ମାତୃମୂର୍ତ୍ତିରେ ଅମିୟ ଆଶିଷ ଓ ଅଭୟ ବରଦାନର ସନ୍ଧାନ କରିଛନ୍ତି ଲେଖକ ।
ଗଳ୍ପର ସାରକଥା :
ମା’ଙ୍କ ପ୍ରତି ଯେ କିଛି କର୍ତ୍ତବ୍ୟ ରହିଛି, ସେକଥା ବିସ୍ମୃତ ହୋଇଯାଇଥା’ନ୍ତି । କାରଣ ସେମାନେ ସ୍ଵାଧୀନ ଭାବରେ ନିଜ କରିନଥା’ନ୍ତି । ପିତାମାତାଙ୍କ ପ୍ରତି କିଛି କର୍ତ୍ତବ୍ୟ ସମୟରେ ପିତାମାତାଙ୍କ ଦୋଷଗୁଣକୁ ବର୍ଣ୍ଣନା ପୁତ୍ର ଯେତେ ଦୋଷ କଲେ ମଧ୍ୟ ମାତା, କରିବାରେ ସେମାନଙ୍କର କୌଣସି ଆଗ୍ରହ ନ ଥାଏ । ବରଂ ଅନେକ କରି ନିଜର କର୍ତ୍ତବ୍ୟ ପଥରୁ ଦୂରେଇ ଯାଇଥା’ନ୍ତି । ତାହାର ଦୋଷ ଧରେ ନାହିଁ । ପୁତ୍ରର ଅବହେଳାକୁ ସେ ଜନନୀ ସୁଲଭ ଉଦାରତାରେ ଭୁଲିଯାଇଥାଏ । ଗଳ୍ପଟିରେ ମୃତ୍ୟୁ ପରେ ମଧ୍ୟ ମା’ ତାହାର ଜନ୍ମିତ ସନ୍ତାନ ଓ ନାତି, ନାତୁଣୀଙ୍କ ପାଇଁ କରାଯାଇଛି । ଏକ ଚିରନ୍ତନ ମାତୃମୂର୍ତ୍ତିରେ ଅମିୟ ଆଶିଷ ଓ ଅଭୟ ବରଦାନର ସନ୍ଧାନ କରିଛନ୍ତି ଲେଖକ ।
ବଙ୍ଗଳାର କବାଟଗୁଡ଼ିକ ଖୋଲି ନ ଥାଏ । ବରଂ ସମସ୍ତଙ୍କର ନିଦ୍ରାଜନିତ ଶବ୍ଦ ବାହାରି ଆସୁଥାଏ । ସେହି ସମୟରେ ଘରର ପୂଝାରୀ ଚନ୍ଦ୍ରମଣି ସମସ୍ତଙ୍କୁ ଜଣାଇଦେବାକୁ ଚାହୁଁଥିଲା, ମା’ ଆସିଲେଣି । ଅର୍ଥାତ୍ ଚୂଡ଼ାମଣିବାବୁଙ୍କ ମା’ ସକାଳୁ ସକାଳୁ ଆସିଗଲେଣି । ପୂଝାରୀଟିର ସ୍ଵରରେ କିଛି ଆନନ୍ଦ ଥୁଲାଭଳି ମନେ ହେଉଥିଲା । କାରଣ ପ୍ରାୟ ତିନି ବର୍ଷ ପରେ ସେ ଘରେ ପୁଣିଥରେ, ସେ ମିଠା ଶବ୍ଦଟି ପୂଝାରୀ ଚାକର ଶ୍ରେଣୀର ଲୋକଙ୍କ ମୁଖରେ ପ୍ରତିଧ୍ଵନିତ ହେଉଥିଲା ।
ପୂଝାରୀ ଚନ୍ଦ୍ରମଣି ସମସ୍ତଙ୍କ ଉଦ୍ଦେଶ୍ୟରେ କହିଦେଲା, ‘ଆଜ୍ଞା ‘ମା’ ଆସିଛନ୍ତି’। ଚୂଡ଼ାମଣିବାବୁ ସେହି ଶବ୍ଦଟି ଶୁଣିବା ମାତ୍ରେ ଚମକି ପଡ଼ିଲେ । ତାଙ୍କୁ ଜଣାପଡ଼ୁଥିଲା, ସତେକି ବିକଳ ସ୍ୱରରେ କୋଉଠି ଆଉଁନାଦ କରି କହୁଥିଲା, ରାଜ୍ୟରେ ହଇଜା, ବସନ୍ତ ବ୍ୟାପିଗଲାଣି । ସେ ଘର ଭିତରେ ମା’ଙ୍କର ସ୍ବର ଶୁଣିଲା ପରେ, ବେଡ଼ରୁମ୍ର ଅନ୍ଧାରିଆ କାନ୍ତକୁ ଚାହିଁଲେ । ସେହି ସମୟରେ ଚନ୍ଦ୍ରମଣି ଆଉ ଥରେ ଘୋଷଣା କରିଥିଲା, ‘ସମସ୍ତେ ଉଠ, ମା’ ଆସିଗଲେ ।’
କାମସାରି କବାଟ ଖୋଲିଲେ । ସବୁ ଶୁଣିପାରୁଥିଲେ ବି, ଚୂଡ଼ାମଣିବାବୁ, ତାଙ୍କର ସେହି ବିଚିତ୍ର ଧାରଣା, ହଇଜା ବସନ୍ତର ଅହେତୁକ ଆଶଙ୍କାରୁ ନିଜକୁ ମୁକ୍ତ କରିପାରୁ ନ ଥିଲେ ।
ଚୂଡ଼ାମଣିଙ୍କର ମା’ ଥିଲେ ଉଚ୍ଚଶିକ୍ଷିତା । ସେ ବିଧବା ହେବା ପରେ ସହର ଛାଡ଼ି ଗାଁରେ ରହିବାକୁ ପସନ୍ଦ କରିଥିଲେ । ତାଙ୍କର ସ୍ଵାମୀ ତାଙ୍କୁ ଛାଡ଼ିଯିବା ପୂର୍ବରୁ ଯେ କେବଳ ପ୍ରଚୁର ଧନସମ୍ପତ୍ତି ଦେଇଯାଇ ନ ଥିଲେ, ବରଂ ଅଠରଟି ସୁଯୋଗ୍ୟ ପୁତ୍ରକନ୍ୟା ମଧ୍ୟ ଦେଇଯାଇଥିଲେ । ମାତ୍ର ତାଙ୍କୁ କୌଣସି ପୁତ୍ର କନ୍ୟା ନିଜପାଖରେ ବାନ୍ଧିରଖ୍ ନ ଥିଲେ । ଫଳରେ ଏକାକୀ ଗାଁରେ ରହୁଥିଲେ । ପିଲାମାନଙ୍କୁ ବୁଝାଇ କହୁଥିଲେ, ଗାଁରେ ସେ ବେଶ୍ ଖୁସିରେ ଅଛନ୍ତି । ତାଙ୍କ ଲାଗି କେହି ଚିନ୍ତାକରନ୍ତୁ ନାହିଁ ବୋଲି ବୁଝାଇ ଦେଉଥିଲେ । ପିଲାମାନେ ମଧ୍ୟ ମା’କୁ କୌଣସି ସମୟରେ କୌଣସି ଅସ୍ଵାଭାବିକତା ନ ଥିଲା ।
“ୱେଷ୍ଟରେ ବୁଢ଼ାବୁଢ଼ୀମାନେ ହୋମ୍ରେ ରହନ୍ତି, ଇଷ୍ଟରେ ବାନପ୍ରସ୍ଥରେ ରହନ୍ତି । ତେବେ ଆମେ ବହୁବାର ଅନୁରୋଧ କରିଛୁ ମା’କୁ ଆମ ପାଖରେ ରହିବାକୁ; କିନ୍ତୁ ସେ କ’ଣ ରହିବ । ରହିପାରିବ ? ଆପଣ ଚିହ୍ନନ୍ତି ନାହିଁ ଆମ ମା’କୁ । ପିକ୍ୟୁଲିଆର୍ ଉଇମ୍ୟାନ୍ ! ଆମ ସାଥ୍ରେ ରହିବାର ତା’ର ସର୍ଭ କ’ଣ ଜାଣନ୍ତି ?’ ଚୂଡ଼ାମଣିଙ୍କ ଭାଇମାନେ ପରସ୍ପର ବନ୍ଧୁବାନ୍ଧବଙ୍କୁ ନିଜ ମା’ର ଚରିତ୍ର ସମ୍ପର୍କରେ ବୁଝାନ୍ତି, ‘ପ୍ରତ୍ୟେକଟି ମିଲ୍ ପାଇଁ ସେ ଚାହେଁ ଆମେ ତାକୁ ଗୋଟିଏ ବିଲ୍ ଦେବୁ ଆଉ ସେ ଆମର ଜଣେ ଗରାଖ ପରି ଆମ ଘରେ ରହିବ । ଆଚ୍ଛା, କହିଲେ ଆମେ କ’ଣ ତା’ପାଇଁ ନିଜ ଘରେ ଗୋଟିଏ ହୋଟେଲ୍ ଖୋଲିବୁ ?”
ଚୂଡ଼ାମଣିଙ୍କ ମା’ଙ୍କର ବିଚିତ୍ର ଚିନ୍ତାଧାରା ଥିଲା । ସେ କାହାରି ପାଖରୁ ଧାରୁଆ ହୋଇ ରହିବାକୁ ଚାହୁଁ ନ ଥିଲେ । ସେ ବୁଝିଥଲେ, ଯଦି କେହି ଧାରୁଆ ହୋଇ ମରିଯାଏ, ତା’ହେଲେ, ଆରଜନ୍ମକୁ ତା’ ପାଖରେ କୁକୁର ହୋଇ ଜନ୍ମ ନେବ । ତେଣୁ ସେ ନିଜ ସ୍ଵାମୀଙ୍କ ପାଖରେ ମଧ୍ୟ ଧାରୁଆ ହୋଇ ରହିବାକୁ ଚାହୁଁ ନ ଥିଲେ, ତେଣୁ ବର୍ଷ ପରେ ବର୍ଷ ସ୍ଵାମୀଙ୍କୁ ଅଠରଟି ସନ୍ତାନ ଉପହାର ଦେଇଥିଲେ । ଶେଷରେ ସ୍ଵାମୀଙ୍କୁ ମୁହଁ ଖୋଲି କହିଥିଲେ – ସେ ଆଉ ସନ୍ତାନ ଉତ୍ପାଦନ କରିପାରିବେ ନାହିଁ କିମ୍ବା ଧାରୁଆ ହୋଇ ରହିପାରିବେ ନାହିଁ । ଚୂଡ଼ାମଣିଙ୍କ ବାପା, ପତ୍ନୀଙ୍କର ଏଭଳି ମାନସିକତାରେ ବ୍ୟସ୍ତ ହୋଇଥିଲେ । କହିଥିଲେ, ‘ମୁଁ ମଲାପରେ ତେମେ କେଉଁଠି ରହିବ’। ବୁଢ଼ୀ କିନ୍ତୁ ସ୍ଵାମୀଙ୍କର ସେହି କଥାକୁ ମନେରଖୁଥିଲେ ଏବଂ ପିଲାଙ୍କ ପାଖରେ ରହିବାକୁ ପସନ୍ଦ କରି ନ ଥିଲେ । ଯେବେ ରହୁଥିଲେ ପ୍ରାପ୍ୟ ଦେଇ ଧାରୁଆ ନ ହେବାକୁ ଚେଷ୍ଟା କରୁଥିଲେ ।
ଚୂଡ଼ାମଣିବାବୁଙ୍କ ମା’ ଘରେ ପହଞ୍ଚୁ ପହଞ୍ଚୁ ନାତିନାତୁଣୀଙ୍କ ପାଖରେ ନିଜର ମନକଥା କହିଦେଲେ । ସେ ଆଉ ଏଠାରୁ ଯିବେନାହିଁ କିମ୍ବା ପୂର୍ବପରି ମିଲ୍ ପାଇଁ ବିଲ୍ ଦେବେନାହିଁ । ଏଥରକ ସେ କେବଳ ନାତି ନାତୁଣୀଙ୍କ ପାଖରେ କୁକୁର ହୋଇ ରହିବାର ସ୍ବୀକୃତି ଦେଇଥିଲେ । ସତକୁ ସତ ସେହି ସକାଳେ ନାତିନାତୁଣୀଙ୍କ ପଛରେ ବିରାଟ ସରକାରୀ ବଂଲୋର ଏକର ଏକର ଜମି ଉପରେ ସେ କୁକୁର ଭଳି ଧାଇଁଥିଲେ ।
ଚୂଡ଼ାମଣିବାବୁ ଶେଯରୁ ଉଠି ବୁଢ଼ୀକୁ ସଙ୍ଖାଳି ସାରି ନିତ୍ୟକର୍ମ କରିବାକୁ ଚାଲିଯାଇଥିଲେ । ମିସେସ୍ ଚୂଡ଼ାମଣି ଉଠିଲା ପରେ ପୂଝାରୀଙ୍କୁ ବରାଦ କଲେ ମସଲା ଦୋସା ଆଣିବାପାଇଁ । କାରଣ ସେ ଜାଣିଥିଲେ, ଶାଶୂଙ୍କୁ ମସଲା ଦୋସା ଭଲଲାଗେ । ବହୁଦିନ ପରେ ମିସେସ୍ ଚୂଡ଼ାମଣିଙ୍କଠାରୁ ଏଭଳି କଥା ଶୁଣି ପୂଝାରୀଟି ଆଶ୍ଚର୍ଯ୍ୟ ହୋଇଯାଇଥିଲା । ଏହା ଭିତରେ ମେମ୍ସାହେବ ରୋଷେଇ ଘରକୁ ଯାଇ, ବ୍ରେକ୍ଫାଷ୍ଟ୍ ଏବଂ ତା’ପରେ ଲଞ୍ଚ୍ ଲାଗି ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରୁଥିଲେ ।
ଯଥା ସମୟରେ ଚୂଡ଼ାମଣି ପରିବାର ନିତ୍ୟକର୍ମ ସାରିଲା ପରେ, ବ୍ରେକ୍ଫାଷ୍ଟ୍ ପାଇଁ ଟେବୁଲରେ ମା’କୁ କେନ୍ଦ୍ରକରି ବସିପଡ଼ିଲେ । ଚନ୍ଦ୍ରମଣି ସବୁ ଖାଇବା ସାମଗ୍ରୀ ଥୋଇଦେଲା ପରେ, କଫି କରିବା ପାଇଁ କିଚିନ୍ ଆଡ଼କୁ ଚାଲିଗଲା । ସମସ୍ତେ ବ୍ରେକ୍ଫାଷ୍ଟ୍ କରିବାକୁ ଲାଗିଲେ । ଏହି ସମୟରେ ନାତିଟି, ଗୋପନୀୟ କଥାକୁ ପ୍ରକାଶ କରି କହିଲା, ‘ମା’ ଆସିଛନ୍ତି ରହିବେ ଏଥର’। ଏକଥା ଶୁଣିବା ପରେ ଚୂଡ଼ାମଣିବାକୁ ଓ ମେମ୍ସାହେବ ସାମାନ୍ୟ ଭାବେ ଚମକିପଡ଼ି, ନିଜକୁ ଚଳାଇନେଲେ । କଥାକାର ଏହାକୁ ଯଥାର୍ଥ ଭାବରେ ଲେଖୁଛନ୍ତି – ‘ମିସେସ୍ ଚୂଡ଼ାମଣିଙ୍କ ହାତରୁ ତାଜା ମସଲା ଦୋସାର ଖଣ୍ଡେ ବଡ଼ ଅଂଶ କଣ୍ଟା ଅଗରେ ଅଳ୍ପ ଉଠୁ ଉଠୁ ପୁଣି ଖସିପଡ଼ିଲା । ଚୂଡ଼ାମଣିଙ୍କ ନିବୁଜ ପାଟି ଭିତରେ ମଜ୍ଜିତ ହେଉଥିବା ଅନ୍ୟ ଖଣ୍ଡେ ଦୋସାର ଶେକାଂଶଟି ମଧ୍ଯ କିଞ୍ଚିତ୍ ଦୃଶ୍ୟମାନ ହୋଇ ପୁଣି ଅଦୃଶ୍ୟ ହୋଇଗଲା ।’’ ନାତି ନାତୁଣୀ ବାପା ମା’ଙ୍କର ଏଭଳି ପରିସ୍ଥିତିକୁ ଅନୁମାନ କରି ନ ଥିଲେ । ଫଳରେ ନାତୁଣୀଟି ପୁନର୍ବାର କହିଥିଲା, ‘ହଁ ବାପା ! ମା’ ଏଥର ଖର୍ଚ୍ଚ ଦେବେନାହିଁ ଖାଇବାର ।’’
ଚୂଡ଼ାମଣିବାବୁ ମିସେସ୍ଙ୍କୁ କଣେଇ ଚାହିଁଦେଇ, ମା’ଙ୍କୁ କଥାର ସତ୍ୟାସତ୍ୟ ପଚାରିଥିଲେ । ଏହା ଭିତରେ ମେମ୍ସାହେବ କଫି ପ୍ରସ୍ତୁତ କରୁଥିଲେ । ହଠାତ୍ ଚୂଡ଼ାମଣିଙ୍କ ମା’ ପୂଝାରୀକୁ ଡାକି, ଗୋପନୀୟ ଭାବେ ବିଲ୍ କଥା କହିଥିଲେ । ପୂଝାରୀଟି ଅନିଚ୍ଛା ସତ୍ତ୍ଵେ ବାବୁ ଓ ମେମ୍ଙ୍କୁ ଚାହିଁଥିଲା । କାହାଠାରୁ କୌଣସି ସୂଚନା ନ ପାଇ ବାଧ୍ୟହୋଇପକେଟ୍ରୁ ଖଣ୍ଡିଏ କାଗଜ ଓ ତା’ ସହିତ ପେନ୍ସିଲ୍ଟିଏ ବାହାର କରିଥିଲା । ପୁଅବୋହୂ ଓ ନାତିନାତୁଣୀଙ୍କ ସହିତ କୌଣସି ଏକ ମଜାଦାର ଗପରେ ସକାଳଟିକୁ ବିତାଇବା ଭିତରେ, ବୃଦ୍ଧାଜଣକ ଆଉ ତିନି କପ୍ କଫି ପିଇଥୁଲେ, ଚନ୍ଦ୍ରମଣିଙ୍କ ଶେଷ ହିସାବରେ ଫର୍କଟି ଯୋଡ଼ା ହେବା ପରେ । କେହି ଜଣେ ରିକ୍ ଡାକିବା ପରେ ସେ ବାହାରିଥିଲେ ଫେରିଯିବା ପାଇଁ ।
ଚୂଡ଼ାମଣି, ମିସେସ୍ ଚୂଡ଼ାମଣି ଓ ତାଙ୍କର ପିଲାଦୁହେଁ ଫାଟକ ପର୍ଯ୍ୟନ୍ତ ମା’ଙ୍କୁ ବଳେଇ ଦେଇ ଆସିଲେ । ଚାକରମାନେ ଦୂରରେ ଠିଆହୋଇ ଅଦ୍ଭୁତ ଦୃଶ୍ୟଟି ଦେଖୁଥିଲେ ଏବଂ କଥାବାର୍ତ୍ତା ହେଉଥିଲେ ।
ମା’ଙ୍କୁ ବସେଇ ଆସିବାର ପନ୍ଦର ମିନିଟ୍ ପରେ ଟେଲିଫୋନ୍ ଆସିଲା, ‘ଆପଣଙ୍କ ମା’ କାଲିଠୁ ଏଠି ମରିପଡ଼ିଛନ୍ତି । ଗାଁରେ ଭୀଷଣ ହଇଜା । ଟେଲିଫୋନ୍ ଆସିଥି ପାଖ ପବ୍ଲିକ୍ କଲ୍ ଅଫିସ୍ରୁ ।
କଠିନ ଶବ୍ଦାର୍ଥ ଓ ସୂଚନା :