CHSE Odisha Class 12 Optional Odia Solutions Chapter 21 ଉପସର୍ଗ

Odisha State Board CHSE Odisha Class 12 Optional Odia Solutions Chapter 21 ଉପସର୍ଗ Textbook Exercise Questions and Answers.

+2 2nd Year Odia Optional Chapter 21 ଉପସର୍ଗ Question Answer

(କ) ୧ ନମ୍ବର ବିଶିଷ୍ଟ ଗୋଟିଏ ବାକ୍ୟ ବା ଶବ୍ଦରେ ଉତ୍ତରମୂଳକ ପ୍ରଶ୍ନବଳୀ ।

Question ୧।
ଉପସର୍ଗ କାହାକୁ କୁହାଯାଏ ?
ଉ –
ପ୍ର, ପରା, ଅପ୍, ସମ୍ ପ୍ରଭୃତି କେତେକ ପ୍ରତ୍ୟୟ (ଅବ୍ୟୟ) ଧାତୁର ପୂର୍ବରେ ବ୍ୟବହୃତ ହୋଇ ଏହାର ଅର୍ଥରେ ବିବିଧ ପରିବର୍ତ୍ତନ ସାଧନ କରିଥା’ନ୍ତି । ଏମାନଙ୍କୁ ଉପସର୍ଗ କୁହାଯାଏ ।

Question ୨।
ଉପସର୍ଗକୁ କେଉଁ ପ୍ରତ୍ୟୟ କୁହାଯାଏ ?
ଉ –
ଉପସର୍ଗକୁ ‘ପୂର୍ବ ପ୍ରତ୍ୟୟ’ ଓ ‘ପର ପ୍ରତ୍ୟୟ’ ଭାବରେ କୁହାଯାଇଥାଏ ।

Question ୩।
ସଂସ୍କୃତ ଉପସର୍ଗର ସଂଖ୍ୟା କେତେ ?
ଉ –
ସଂସ୍କୃତ ଉପସର୍ଗର ସଂଖ୍ୟା ୨୦ ଗୋଟି ।

CHSE Odisha Class 12 Optional Odia Solutions Chapter 21 ଉପସର୍ଗ

Question ୪।
ନିମ୍ନୋକ୍ତ ଉପସର୍ଗଗୁଡ଼ିକୁ ଲଗାଇ ଦୁଇଟି ଲେଖାଏଁ ନୂତନ ଶବ୍ଦ ଲେଖ ।
ପ୍ର, ଅନୁ, ଅବ, ଆ, ଉପ, ପରି, ପ୍ରତି, ଅଧ୍, ଅପି, ଅଭି ।
ଉ –
ପ୍ର – ପ୍ରଚଣ୍ଡ, ପ୍ରହାର
ଅବ – ଅବଧାନ, ଅବଧାନ
ପ୍ରତି – ପ୍ରତିଧ୍ଵନି, ପ୍ରତିଫଳନ
ଅନୁ – ଅନୁରାଗ, ଅନୁରୂପ
ଆ – ଆଗମ, ଆକର୍ଷଣ
ପରି – ପରିଣତ, ପରିଚୟ
ଅଧୂ – ଅଧୂବେଶନ, ଅଧ୍ୟାସୀ
ଅପି – ଅପିହିତ. ଅପିନିହିତ
ଅଭି – ଅଭିଭାଷଣ, ଅଭିନବ

Question ୫।
ନିମ୍ନୋକ୍ତ ଶବ୍ଦ ଗୁଡ଼ିକରେ ଉପସର୍ଗ ବ୍ୟବହାର କରି ଦୁଇଟି ଲେଖାଏଁ ନୂତନ ଶବ୍ଦ ଗଢ଼ ।
ଯୋଗ, କାର, ଦାନ, ଭାବ, ହାର, କାଶ, ଚାର, ବନ, କଥା, ବାଦ ।
ଉ –
CHSE Odisha Class 12 Optional Odia Solutions Chapter 21 ଉପସର୍ଗ - 2

Question ୬।
ନିମ୍ନୋକ୍ତ ଉପସର୍ଗଯୁକ୍ତ ଶବ୍ଦମାନଙ୍କରୁ ଉପସର୍ଗକୁ ପୃଥକ କର ।
ପ୍ରକ୍ରିୟା, ପରିପନ୍ଥୀ, ଉପକାର, ଅନୁଭବ, ଉତ୍କଳ, ପରାଭବ, ଅବତାର, ଅବତୀର୍ଣ୍ଣ, ଅଧିକାର, ଉପକରଣ, ଅନୁରାଗ, ଆକର୍ଷଣ, ପ୍ରଭାବ, ଅଭିନେତା, ଆଜୀବନ, ପରିଧାନ, ଅଭିଶାପ ।
ଉ –
ପ୍ରକ୍ରିୟା – ପ୍ର + କ୍ରିୟା ।
ପରିପନ୍ଥୀ – ପରି + ପନ୍ଥୀ ।
ଉପକାର – ଉପ + କାର ।
ଅନୁଭବ – ଅନୁ + ଭବ ।
ଉତ୍କଳ – ଉତ୍ + କଳ ।
ପରାଭବ – ପରା + ଭବ ।
ଅବତାର – ଅବ + ତାର।
ଅଧିକାର – ଅଧ୍ + କାର ।
ଅନୁରାଗ – ଅନୁ + ରାଗ ।
ଆଜୀବନ – ଆ + ଜୀବନ ।
ଅବତୀର୍ଣ୍ଣ – ଅବ + ତୀର୍ଣ୍ଣ ।
ଉପକରଣ – ଉପ + କରଣ ।
ଆକର୍ଷଣ – ଆ + କର୍ଷଣ ।
ଅଭିନେତା – ଅଭି + ନେତା ।
ପରିଧାନ – ପରି + ଧାନ ।
ଅଭିଶାପ – ଅଭି + ଶାପ ।

CHSE Odisha Class 12 Optional Odia Solutions Chapter 21 ଉପସର୍ଗ

Question ୭।
ଓଡ଼ିଆ ଭାଷାରେ ପ୍ରଚଳିତ ଅଣସଂସ୍କୃତ ଉପସର୍ଗ ବ୍ୟବହାର କରି ୧୦ଟି ଶବ୍ଦ ଲେଖ ।
ଉ –
ବଦ୍ + ଅଭ୍ୟାସ = ବଦଭ୍ୟାସ
ବେ = ବେ + ହିସାବୀ = ବେହିସାବୀ
ଦର = ଦର + ବୁଢ଼ା = ଦରବୁଢ଼ା
ଅଣ = ଅଣ + ଫୁଟା = ଅଣଫୁଟା
ଦର = ଦର + ପାଚିଲା
ଅ = ଅ + ଶୁଣା = ଅଶୁଣା
ଅଣ = ଅଣ + ନାତି = ଅଣନାତି
ବେ + ଆଇନ = ବେଆଇନ

ଉପସର୍ଗ :

ନୂଆ ନୂଆ ଶବ୍ଦ ଗଠନରେ ପ୍ରତ୍ୟୟଗୁଡ଼ିକର ଆବଶ୍ୟକତା ରହିଛି । ଉଦାହରଣ ସ୍ଵରୂପ
ଅ + କ୍ଷମ = ଅକ୍ଷମ
ଭାରତ + ଈୟ = ଭାରତୀୟ
ବି + ଜ୍ଞାନ = ବିଜ୍ଞାନ
ସତ୍ୟ + ତା = ସତ୍ୟତା

ଏଠାରେ କ୍ଷମ, ଜ୍ଞାନ, ଭାରତ, ସତ୍ୟ ମୂଳ ଶବ୍ଦ । ଏଗୁଡ଼ିକରେ ଅ, ବି, ଈୟ, ତା ଯଥାକ୍ରମେ ପ୍ରତ୍ୟୟ ଭାବରେ ବ୍ୟବହୃତ । ଏହି ପ୍ରତ୍ୟୟଗୁଡ଼ିକ ଯେତେବେଳେ ଶବ୍ଦର ପୂର୍ବରେ ପ୍ରୟୋଗ କରାଯାଏ, ତାହାକୁ ପୂର୍ବସର୍ଗ କହନ୍ତି; ପରେ ବ୍ୟବହୃତ ହେଲେ ତାହା ପରସର୍ଗ ନାମରେ ନାମିତ ହୋଇଥାଏ ।

ଯେଉଁ ପ୍ରତ୍ୟୟଗୁଡ଼ିକ ଶବ୍ଦର ପୂର୍ବରେ ଯୁକ୍ତ ହେବାଦ୍ଵାରା ଅର୍ଥରେ ପରିବର୍ତ୍ତନ ଘଟେ ସେଗୁଡ଼ିକୁ ଉପସର୍ଗ କହନ୍ତି । ସଂସ୍କୃତ ଭାଷାରେ ପ୍ରଚଳିତ ପ୍ର, ପରା, ଅପ, ସମ୍ ଇତ୍ୟାଦି ୨୦ ଗୋଟି ପୂର୍ବ ପ୍ରତ୍ୟୟ ଧର୍ମୀ ଉପସର୍ଗ ଓଡ଼ିଆ ଭାଷାରେ ମଧ୍ୟ ପ୍ରଚଳିତ । ଉପସର୍ଗଗୁଡ଼ିକ ମୁଖ୍ୟତଃ କ୍ରିୟା, କ୍ରିୟାମୂଳ ବା ଧାତୁ ପୂର୍ବରେ ସଂଯୁକ୍ତ ହୋଇ ଅର୍ଥ ବୈଚିତ୍ର ସୃଷ୍ଟି କରିଥା’ନ୍ତି ।
ଯଥା –
ସମ୍ + ଭାଷଣ = ସମ୍ଭାଷଣ
ପ୍ର + ତାପ = ପ୍ରତାପ
ସୁ + ଗମ = ସୁଗମ

କ୍ରିୟା ବା କ୍ରିୟାଜାତ ଶବ୍ଦ ବ୍ୟତୀତ ଅନ୍ୟ ଶବ୍ଦରେ ମଧ୍ୟ ଉପସର୍ଗ ଯୋଗ କରାଯାଏ ।
ଯଥା-
ପ୍ରତି + ମୂର୍ତ୍ତି = ପ୍ରତିମୂର୍ତ୍ତି
ଦୁର୍ + ଭାଗ୍ୟ = ଦୁର୍ଭାଗ୍ୟ

CHSE Odisha Class 12 Optional Odia Solutions Chapter 21 ଉପସର୍ଗ

ଉପସର୍ଗର ପ୍ରକାରଭେଦ :

ଯଥା – (କ) ସଂସ୍କୃତ ଉପସର୍ଗ (ଖ) ଅଣ ସଂସ୍କୃତ ଉପସର୍ଗ

(କ) ଓଡ଼ିଆରେ ଅବିକଳ ପ୍ରଚଳିତ ୨୦ଟି ସଂସ୍କୃତ ଉପସର୍ଗ, ଯଥା –
CHSE Odisha Class 12 Optional Odia Solutions Chapter 21 ଉପସର୍ଗ - 1
ପ୍ର – ପ୍ରଶଂସା, ପ୍ରକାଶ, ପ୍ରହାର ।
ପରା – ପରାଜୟ, ପରାଭବ, ପରାକ୍ରମ ।
ଅପ – ଅପଯଶ, ଅପମାନ, ଅପଳାପ ।
ସମ୍ – ସଂହାର, ସଂରକ୍ଷଣ, ସଂଯୋଜନା ।
ନି – ନିବୃତ୍ତି, ନିଯୁକ୍ତ, ନିକ୍ଷେପ ।
ଅଧ୍ – ଅଧ୍ୟାର, ଅଧ୍ୟାତି, ଅଧ୍ଯକ୍ଷ ।
ସୁ – ସୁଦର୍ଶନ, ସୁଗନ୍ଧ, ସୁସମ୍ବାଦ ।
ନିର୍ – ନିରାକାର, ନିରାକରଣ, ନିରସନ, ନିରଳସ ।
ଦୁର – (ଦୁଃ) ଦୁର୍ଭାଗ୍ୟ, ଦୁର୍ଗମ ।
ଉତ୍ – ଉତପ୍ତ, ଉତ୍କର୍ଷ, ଉନ୍ମୋଚ ।
ଅତି – ଅତିଶୟ, ଅତିକ୍ରମ, ଅତିକାୟ ।
ପରି – ପରିଚ୍ଛେଦ, ପର୍ଯ୍ୟାୟ, ପରିଚୟ ।
ପ୍ରତି – ପ୍ରତିଦିନ, ପ୍ରତିମୂର୍ତ୍ତି, ପ୍ରତିଧ୍ବନି, ପ୍ରତିଫଳନ ।
ଅବ – ଅବକାଶ, ଅବଗତି, ଅବଧାନ,
ଅନୁ – ଅନୁ ମାନ, ଅନୁ ଜ୍ଞା, ଅନୁ ପାନ, ଅନୁରାଗ ।
ବି – ବିଖ୍ୟାତ, ବିଜ୍ଞାନ, ବିଶୁଦ୍ଧ ।
ଅଭି – ଅଭିସାର, ଅଭିଯାନ, ଅଭିଜାତ ।
ଉପ – ଉପକୂଳ, ଉପବନ, ଉପସାଗର ।
ଅପି – ଅପିଧାନ, ଅପିହିତ, ଅପିନଦ୍ଧ ।
ଆ – ଆଗମନ, ଆନୟନ, ଆରକ୍ତ ।

CHSE Odisha Class 12 Optional Odia Solutions Chapter 21 ଉପସର୍ଗ

(ଖ) ଅଣସଂସ୍କୃତ ଉପସର୍ଗ :
ସଂସ୍କୃତ ଅନ୍ୟ କେତେକ ଉପସର୍ଗର ବ୍ୟବହାର ରହିଛି । କେତୋଟିର ଦୃଷ୍ଟାନ୍ତ ପ୍ରଦାନ କରାଗଲା । ଯଥା
ଅ – ଅକଟା, ଅବଟା, ଅଶୁଣା ।
ଅଣ – ଅଣବାବୁଆ, ଅଣବାଟୁଆ, ଅଣବାହୁଡ଼ା !
ଦର – ଦରଫୁଟା, ଦରହସା, ଦରଖୁ।
ବଦ୍‌ – ବଦ୍‌ନାମ, ବଦ୍‌ରାଗୀ, ବଦ୍‌ହଜମ, ବଦ୍‌ଖର୍ଚ୍ଚ, ବଦ୍ୟାଭ୍ୟାସ, ବଦ୍‌ଗନ୍ଧ ।
ବେ – ବେଆଇନ, ବେରସିକ, ବେକାର ।

Leave a Comment