CHSE Odisha Class 12 Optional Odia Solutions Chapter 6 ନିର୍ବାସିତର ବିଳାପ

Odisha State Board CHSE Odisha Class 12 Optional Odia Solutions Chapter 6 ନିର୍ବାସିତର ବିଳାପ Textbook Exercise Questions and Answers.

+2 2nd Year Odia Optional Chapter 6 ନିର୍ବାସିତର ବିଳାପ Question Answer

(କ) ବିକଳ୍ପ ସହ ସମ୍ଭାବ୍ୟ ଉତ୍ତରମୂଳକ ୧ ନମ୍ବର ବିଶିଷ୍ଟ ପ୍ରଶ୍ନ ।
(ସମ୍ଭାବ୍ୟ ଚାରୋଟି ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ ।)

Question ୨।
ନିର୍ବାସିତ ବ୍ୟକ୍ତିଟି କେଉଁ ଆଡ଼କୁ ଦେଖୁଥିଲା ?
(କ) ତଳକୁ
(ଖ) ଉପରକୁ
(ଗ) ଆଗପଟକୁ
(ଘ) ଚଉଦିଗକୁ
ଉ –
(ଘ) ଚଉଦିଗକୁ ।

Question ୧।
ନିର୍ବାସିତ ବ୍ୟକ୍ତିଟି ଚଉଦିଗରେ ଯାହାସବୁ ଦେଖୁଥିଲା, ସେସବୁର ସେ କ’ଣ ବୋଲି ଭାବୁଥୁଲା ?
(କ) ସେବକ
(ଖ) ସାଥୀ
(ଗ) ଅଧୀଶ୍ବର
(ଘ) ଅଧୀନ
ଉ –
(ଗ) ଅଧୀଶ୍ଵର

CHSE Odisha Class 12 Optional Odia Solutions Chapter 6 ନିର୍ବାସିତର ବିଳାପ

Question ୩ ।
ନିର୍ଜନ ଦୀପରେ ନିର୍ବାସିତ ବ୍ୟକ୍ତିଟି ପାଖରେ କେତେ ଲୋକ ଥିଲେ ?
(କ) ଅଳ୍ପଲୋକ
(ଖ) ବହୁଲୋକ
(ଗ) ଆଉ ଜଣେ ଲୋକ
(ଘ) କିଛି ଲୋକ ନଥିଲେ
ଉ –
(ଘ) କିଛି ଲୋକ ନଥିଲେ

Question ୪।
କୀଟ, ପତଙ୍ଗ, ପକ୍ଷୀ, କେଶରୀ, କରୀ ଓ ପଶୁ-ଏସବୁ କାହାର ସୃଷ୍ଟି ଥିଲା ବୋଲି ସେ ଭାବୁଥିଲା ?
(କ) ଭଗବାନଙ୍କର
(ଖ) ପଡ଼ୋଶୀଙ୍କର
(ଗ) ରାଜାଙ୍କର
(ଘ) ତା’ ନିଜର
ଉ –
(ଘ) ତା’ ନିଜର ।

Question ୫।
ମୁନି ନୟନକୁ କିଏ ମୋହିତ କରିଛି ?
(କ) ବିଜନତା
(ଖ) କରତାଳି ଧ୍ଵନି
(ଗ) ଶଙ୍ଖଧ୍ବନି
(ଘ) କୋଳାହଳ ଧ୍ବନି
ଉ –
(କ) ବିଜନତା ।

Question ୬।
କେଉଁଠାରେ ବାସ କରିବା ‘ବରଂ ଭଲ’ ବୋଲି ସେ ବିଚାର କରିଛି ?
(କ) ରଣକ୍ଷେତ୍ରରେ
(ଖ) ସାଗରବକ୍ଷରେ
(ଗ) ଅରଣ୍ୟରେ
(ଘ) ମହାକାଶରେ
ଉ –
(କ) ରଣକ୍ଷେତ୍ରରେ ।

Question ୭ ।
ନିର୍ବାସିତ ବ୍ୟକ୍ତିଟି ‘ଏ ଭୀମ ସ୍ଥଳେ’ କାହାକୁ ଅଧମଗତି ବୋଲି କରିଛି ?
(କ) ସନ୍ତାନପ୍ରାପ୍ତି
(ଗ) କନ୍ଯା ପ୍ରାପ୍ତି
(ଖ) ରାଜ୍ୟ ପ୍ରାପତି
(ଘ) ଭୂମି ପ୍ରାପ୍ତି
ଉ –
(ଖ) ରାଜ୍ୟ ପ୍ରାପତି ।

CHSE Odisha Class 12 Optional Odia Solutions Chapter 6 ନିର୍ବାସିତର ବିଳାପ

Question ୮ |
ସୁନ୍ଦର ଦେବତୁଲ୍ୟ କାହାକୁ କୁହାଯାଇଛି ?
(କ) ପଶୁଙ୍କ ମୁହଁ
(ଖ) ଅସୁର ମୁହଁ
(ଗ) ନର ଆନନ
(ଘ) ବିଷଣ୍ଣ ବଦନ
ଉ –
(ଗ) ନର ଆନନ ।

Question ୯ ।
ନିର୍ବାସିତର କେଉଁ ‘ବାରତା ନ ଯିବ ଜନ ସମୀପ’ ?
(କ) ନିଖୋଜ ହେବା
(ଖ) ଜୀବନଦୀପ ଲିଭିବା
(ଗ) ନିର୍ଜନ ଦ୍ଵୀପର ରାଜା ହେବା
(ଘ) ଶୂନ୍ୟସହ ବାର୍ତ୍ତାଲାପ କରିବା
ଉ –
(ଖ) ଜୀବନଦୀପ ଲିଭିବା ।

Question ୧୦ ।
ସେ ନିର୍ଜନ ଦ୍ଵୀପରେ ନିର୍ବାସିତର କ’ଣ ଲିଭିଯିବ ?
(କ) ଜୀବନ-ଦୀପ
(ଖ) ତୈଳ ପ୍ରଦୀପ
(ଗ) ସଂଜ ଦୀପାଳି
(ଘ) ଆକାଶ ଦୀପ
ଉ –
(କ) ଜୀବନ-ଦୀପ ।

Question ୧୧।
ମନୁଷ୍ୟ କଣ୍ଠଧ୍ଵନିର ସ୍ଵରୂପ କିପରି ?
(କ) ମଧୁମୟ
(ଖ) ବିଷମୟ
(ଗ) ଦୟାମୟ
(ଘ) ମାୟାମୟ
ଉ –
(କ) ମଧୁମୟ ।

CHSE Odisha Class 12 Optional Odia Solutions Chapter 6 ନିର୍ବାସିତର ବିଳାପ

Question ୧୨ ।
ନିର୍ବାସିତ ବ୍ୟକ୍ତିଟି କେଉଁ ଶବ୍ଦ ଶୁଣି ଚମକି ପଡ଼ୁଥୁଲା
(କ) ପଶୁଙ୍କ ଡାକ
(ଖ) ପକ୍ଷୀଙ୍କ କାକଳି
(ଗ) ଲହଡ଼ିଦ୍ବନ
(ଘ) ନିଜର କଣ୍ଠସ୍ୱର
ଉ –
(ଘ) ନିଜର କଣ୍ଠସ୍ୱର ।

Question ୧୩ ।
କେଉଁମାନେ ନର ପ୍ରଭାବ ଜାଣିନଥିବାରୁ ଅନାସ୍ଥାଭାବ ପ୍ରକଟ କରୁଥିଲେ ?
(କ) ପଶୁମାନେ
(ଖ) ପକ୍ଷୀମାନେ
(ଗ) କୀଟମାନେ
(ଘ) ପତଙ୍ଗମାନେ
ଉ –
(କ) ପଶୁମାନେ ।

Question ୧୪ ।
କେଉଁ ଅନୁଭୂତି ପାଇବାପାଇଁ ଦେବତାମାନେ ମଧ୍ୟ ନରଜନ୍ମ ପାଇଁ ଆଗ୍ରହୀ ହୁଅନ୍ତି ?
(କ) ବନ୍ଧୁତା ଓ ପ୍ରେମ
(ଖ) ବୀରତ୍ଵ ଓ ଗରିମା
(ଗ) ଦୁଃଖ ଓ ଶୋକ
(ଘ) ଅହଂକାର ଓ ଅଭିମାନ
ଉ –
(କ) ବନ୍ଧୁତା ଓ ପ୍ରେମ ।

Question ୧୫ ।
ଗିରି ଓ ସମୁଦ୍ର ଲଂଘନ କରିବାପାଇଁ ନିର୍ବାସିତ ବ୍ୟକ୍ତିଟି କ’ଣ ଚାହୁଁଥିଲା ?
(କ) ପୌରୁଷ
(ଖ) ବିହଙ୍ଗପକ୍ଷ
(ଗ) ପରାକ୍ରମ
(ଘ) ବାହୁବଳ
ଉ –
(ଖ) ବିହଙ୍ଗ ପକ୍ଷ ।

୧୬ । ତା’ର ସନ୍ତାପିତ ପ୍ରାଣ କିପରି ଶୀତଳ ହେବ ?
(କ) ପୁଷ୍କରିଣୀରେ ସ୍ନାନ କଲେ
(ଖ) ସମୁଦ୍ରରେ ବୁଡ଼ିଲେ
(ଗ) ନଈରେ ପହଁରିଲେ
(ଘ) ପ୍ରିୟଜନଙ୍କୁ ଦେଖ‌ିଲେ
ଉ –
(ଘ) ପ୍ରିୟଜନଙ୍କୁ ଦେଖ‌ିଲେ ।

Question ୧୭ ।
ସେ କାହାଠାରୁ ସଦୁପଦେଶ ନେବାପାଇଁ ଚାହିଁଛି ?
(କ) ସାଙ୍ଗସାଥୀଙ୍କଠାରୁ
(ଖ) ପ୍ରବୀଣ ଜନଠାରୁ
(ଗ) ଛାତ୍ରଠାରୁ
(ଘ) ପିଲାମାନଙ୍କଠାରୁ
ଉ –
(ଖ) ପ୍ରବୀଣ ଜନଠାରୁ ।

CHSE Odisha Class 12 Optional Odia Solutions Chapter 6 ନିର୍ବାସିତର ବିଳାପ

Question ୧୮ ।
ମଣି କାଞ୍ଚନ କାହା ସହିତ ସରି ନୁହଇ ?
(କ) ଧର୍ମ
(ଖ) ଧନ
(ଗ) ଯୌବନ
(ଘ) ପ୍ରଭୁତ୍ଵ
ଉ –
(କ) ଧର୍ମ ।

Question ୧୯ ।
ଦେବ-ଅର୍ଜନା-ବାଦ୍ୟ କେଉଁମାନେ ଥରେ ହେଲେ ଶୁଣିନାହାନ୍ତି ?
(କ) ପବନ
(ଖ) ପାଣି
(ଗ) ଗିରିଗଣ
(ଘ) ଆକାଶ
ଉ –
(ଗ) ଗିରିଗଣ ।

Question ୨୦ ।
କ’ଣ ନଥିଲେ ଜୀବନ ବୃଥା ହୁଏ ?
(କ) ଧର ମ
(ଖ) ଧନ
(ଗ) ଯୌବନ
(ଘ) ଅହଙ୍କାର
ଉ –
(କ) ଧରମ ।

Question ୨୧ ।
କାହାର ଶକ୍ତି ଅଚିନ୍ତନୀୟ ବୋଲି କୁହାଯାଇଛି ?
(କ) ନାରୀର
(ଖ) ପୁରୁଷର
(ଗ) ପଶୁପକ୍ଷୀଙ୍କର
(ଘ) ମନର
ଉ –
(ଘ) ମନର ।

Question ୨୨ ।
କ୍ଷଣମାତ୍ରକେ ମନ କ’ଣ ଦର୍ଶନ କରେ ?
(କ) ଅନନ୍ତ ଆକାଶ
(ଖ) ଅନନ୍ତ ସାଗର
(ଗ) ଅପରିସୀମ ବିଶ୍ଵଭୁବନ
(ଘ) ବିପୁଳ ବନାନୀ
ଉ –
(ଘ) ଅପରିସୀମ ବିଶ୍ଵଭୁବନ ।

CHSE Odisha Class 12 Optional Odia Solutions Chapter 6 ନିର୍ବାସିତର ବିଳାପ

Question ୨୩ ।
ନିର୍ବାସିତ ବ୍ୟକ୍ତିଟି ନିଜକୁ କାହାର କ୍ରୀଡ଼ନକ ବୋଲି କହିଛି ?
(କ) ଜଳର
(ଖ) ବାୟୁର
(ଗ) ପାହାଡ଼ର
(ଘ) ନିର୍ଜନତାର
ଉ –
(ଖ) ବାୟୁର ।

Question ୨୪ ।
କ’ଣ ବହି ଆଣିବାପାଇଁ ବାୟୁକୁ ଅନୁରୋଧ କରାଯାଇଛି ?
(କ) ସ୍ଵଦେଶ ସୁସମାଚାର
(ଖ) ଫୁଲର ସୁରଭି
(ଗ) ପ୍ରଶ୍ଵାସ ବାୟୁ
(ଘ) ଭୀଷଣ ଝଟିକା
ଉ –
(କ) ସ୍ଵଦେଶ ସୁସମାଚାର ।

Question ୨୫ ।
ଦୁଃଖୀ ହୃଦୟ ଭାରକୁ କିଏ ଲଘୁ କରିଦିଏ ?
(କ) ଧନ ସମ୍ପତ୍ତି
(ଖ) ସହଧର୍ମିଣୀ
(ଗ) ପୁତ୍ରକନ୍ଯା
(ଘ) ଈଶ୍ବର ଦୟା
ଉ –
(ଘ) ଈଶ୍ବର ଦୟା ।

Question ୨୬ ।
ନିଜକୁ ଚଉଦିଗର ଅଧୀଶ୍ଵର କହିବା ଭିତରେ ତା’ର କେଉଁ ମନୋଭାବ ପ୍ରକାଶ ପାଇଛି
(କ) ଅହଂକାର
(ଖ) ବିନମ୍ରତା
(ଗ) କରୁଣା
(ଘ) ପ୍ରେମ
ଉ –
(ଗ) କରୁଣା ।

CHSE Odisha Class 12 Optional Odia Solutions Chapter 6 ନିର୍ବାସିତର ବିଳାପ

(ଖ) କ୍ଷୁଦ୍ର ଉତ୍ତରମୂଳକ ୧ ନମ୍ବର ବିଶିଷ୍ଟ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

Question ୧।
ନିର୍ବାସିତ ବ୍ୟକ୍ତିଟି ଚଉଦିଗରେ କ’ଣସବୁ ଦେଖୁଥିଲା ?
ଉ –
ନିର୍ବାସିତ ବ୍ୟକ୍ତିଟି ଚଉଦିଗରେ ଆସମୁଦ୍ର ଭୂଭାଗ, କୀଟପତଙ୍ଗଠାରୁ ଆରମ୍ଭ କରି କେଶରୀ କରୀ ଓ ଫଳ-ଫୁଲ ଶୋଭିତ ବନଲତାକୁ ଦେଖୁଥିଲା ।

Question ୨।
କିଏ ମୁନିନୟନକୁ ମୋହିତ କରିଦିଏ ?
ଉ –
ବିଜନତା ମୁନିନୟନକୁ ମୋହିତ କରିଦିଏ ।

Question ୩ ।
ଭୟରେ କେଉଁଠି ସଦା ହୃଦୟ ଥରେ ?
ଉ –
ଭୟରେ ରଣକ୍ଷେତ୍ରରେ ସଦା ହୃଦୟ ଥରେ ।

Question ୪।
‘ଭୀମ ସ୍ଥଳ’ କାହାକୁ କୁହାଯାଇଛି ?
ଉ –
ନିର୍ଜନ ଦୀପକୁ ‘ଭୀମସ୍ଥଳ’ କୁହାଯାଇଛି ।

Question ୫।
ନିର୍ବାସିତର ନୟନ ଆଉ କ’ଣ ଦେଖୁ ନାହିଁ ବୋଲି ସେ ମନେ କରିଛି ?
ଉ –
ନିର୍ବାସିତର ନୟନ ଆଉ ସୁନ୍ଦର ଦେବତୁଲ୍ୟ ନର ଆନନ ଦେଖ‌ିବ ନାହିଁ ବୋଲି ସେ ମନେକରିଛି ।

CHSE Odisha Class 12 Optional Odia Solutions Chapter 6 ନିର୍ବାସିତର ବିଳାପ

Question ୬ |
ତା’ର ଶ୍ରବଣ ବେନିକୁ ଆଉ କ’ଣ ତୋଷିବ ନାହିଁ ?
ଉ –
ତା’ର ଶ୍ରବଣ ବେନିକୁ ଆଉ ମଧୁମୟ ମନୁଷ୍ୟ କଣ୍ଠଧ୍ଵନି ତୋଷିବ ନାହିଁ ।

Question ୭ ।
ପଶୁମାନେ ନିର୍ବାସିତର ଚଉପାଶରେ କିପରି ଭ୍ରମଣ କରୁଥିଲେ ?
ଉ –
ପଶୁମାନେ ନିର୍ବାସିତର ଚଉପାଶରେ ନିର୍ଭୟରେ ଭ୍ରମଣ କରୁଥିଲେ ।

Question ୮।
ନିର୍ବାସିତଟି କିପରି ଗିରି ଓ ସମୁଦ୍ର ଲଙ୍ଘନ କରିଯିବ ବୋଲି ଭାବିଛି ?
ଉ –
ନିର୍ବାସିତଟି ବିହଙ୍ଗପକ୍ଷ ସାହାଯ୍ୟରେ ଗିରି ଓ ସମୁଦ୍ର ଲଙ୍ଘନ କରିଯିବ ବୋଲି ଭାବିଛି ।

Question ୯ ।
କେଉଁ ପଥରେ ନିତ୍ୟ ସଞ୍ଚରଣ କରିବାପାଇଁ ସେ ଅଭିଳାଷ ପୋଷଣ କରିଛି ?
ଉ –
ଧର୍ମ ଓ ସତ୍ୟ ପଥରେ ନିତ୍ୟ ସଞ୍ଚରଣ କରିବାପାଇଁ ସେ ଅଭିଳାଷ ପୋଷଣ କରିଛି ।

Question ୧୦ ।
ନିର୍ବାସିତ ବ୍ୟକ୍ତିଟି କିଭଳି ବିଜ୍ଞ ବିଶେଷ ହୋଇପାରନ୍ତା ?
ଉ –
ନିର୍ବାସିତ ବ୍ୟକ୍ତିଟି ବିଜ୍ଞ ବିଶେଷ ହୋଇପାରନ୍ତା ।

CHSE Odisha Class 12 Optional Odia Solutions Chapter 6 ନିର୍ବାସିତର ବିଳାପ

Question ୧୧ ।
କାହାଠାରୁ ସଦୁପଦେଶ ଲଭିବାପାଇଁ ସେ ଆଶାପୋଷଣ କରିଛି ?
ଉ –
ପ୍ରବୀଣଜନଠାରୁ ସଦୁପଦେଶ ଲଭିବାପାଇଁ ସେ ଆଶାପୋଷଣ କରିଛି ।

Question ୧୨ ।
ଧର୍ମ ସହିତ କ’ଣ ସରି ନୁହେଁ ?
ଉ –
ଧର୍ମ ସହିତ ମଣି କାଞ୍ଚନ ସରି ନୁହେଁ ।

Question ୧୩ ।
ଧର୍ମ ଉତ୍ସବମୁଖ ଦେଖିବାରେ ଘୋରବନ କେତେ ଅଭ୍ୟସ୍ତ ?
ଉ –
ଧର୍ମ ଉତ୍ସବସୁଖ ଦେବାରେ ଘୋରବନ ଆଦୌ ଅଭ୍ୟସ୍ତ ନୁହଁନ୍ତି ।

Question ୧୪ ।
ପ୍ରଭାଂଜନ, ମନ ଓ ଆଲୋକ ଏମାନଙ୍କ କିପରି ତୁଳନା କରାଯାଇଛି ?
ଉ –
ପ୍ରଭ୍ରଂଜନ ଓ ଆଲୋକଠାରୁ ମନର ଗତି ଅଧ୍ଵ, ଯାହାକି ଅଚିନ୍ତନୀୟ ।

Question ୧୫ ।
ପୂର୍ବକଥା ସ୍ମରଣ କଲେ ନିର୍ବାସିତକୁ କିପରି ଲାଗୁଥିଲା ?
ଉ –
ପୂର୍ବକଥା ସ୍ମରଣ କଲେ ନିର୍ବାସିତର ମନ ନିରାଶା ସାଗରେ ବୁଡ଼ିଗଲାଭଳି ଲାଗୁଥିଲା ।

Question ୧୬ ।
ବୃଥା ଭାବନାରେ କ’ଣ ମିଳେନାହିଁ ?
ଉ –
ବୃଥା ଭାବନାରେ ଆନନ୍ଦ ମିଳେ ନାହିଁ ।

Question ୧୭ ।
ନିର୍ଜନ ଦ୍ଵୀପରେ ତା’ ପାଇଁ ପ୍ରିୟ ବାର୍ତ୍ତା କ’ଣ ଥିଲା ?
ଉ –
ନିର୍ଜନ ଦ୍ଵୀପରେ ତା’ ପାଇଁ ପ୍ରିୟ ବାର୍ତ୍ତା କ’ଣ ଥିଲା ।

CHSE Odisha Class 12 Optional Odia Solutions Chapter 6 ନିର୍ବାସିତର ବିଳାପ

Question ୧୮ ।
ଈଶ୍ବରଙ୍କ ଦୟାର କି ମହତ୍ତ୍ବ ରହିଛି ?
ଉ –
ଈଶ୍ବରଙ୍କ ଦୟାର ଉଦାର ଭାବର ମହତ୍ତ୍ବ ରହିଛି ।

Question ୧୯ ।
ଜଗଦୀଶ୍ଵରଙ୍କ ସ୍ଥିତି କେଉଁଠି ?
ଉ –
ଜଗଦୀଶ୍ଵରଙ୍କ ସ୍ଥିତି ସବୁଠାରେ ରହିଛି ।

Question ୨୦ ।
ଦୁଃଖୀ ହୃଦୟ ଭାର କିଏ ଲଘୁ କରିଦିଏ ?
ଉ –
ଦୁଃଖୀର ହୃଦୟ ଭାର ଈଶ୍ଵରଙ୍କ ଦୟା ଏବଂ ଉଦାରଭାବ ଲଘୁକରି ଦିଏ ।

(ଖ) କ୍ଷୁଦ୍ର ଉତ୍ତରମୂଳକ ୨ ନମ୍ବର ବିଶିଷ୍ଟ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ ।
(ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୧ ନମ୍ବର ।)

Question ୧।
ଚଉଦିଗରେ ଦୃଶ୍ୟମାନ ଜଗତର ଅଧୀଶ୍ଵର କିଏ ?
ଉ –
‘ନିର୍ବାସିତର ବିଳାପ’ କବିତାରେ ଭକ୍ତକବି ମଧୁସୂଦନ ରାଓ ଏହା ଉଲ୍ଲେଖ କରିଛନ୍ତି । ଚଉଦିଗରେ ଦୃଶ୍ୟମାନ ଜଗତର ଅଧୀଶ୍ଵର ହେଉଛି ନିର୍ବାସିତ ହୋଇଥିବା ବ୍ୟକ୍ତିଟି ।

Question ୨।
ନିର୍ବାସିତ ବ୍ୟକ୍ତିର ଅଧ୍ୟାର କିପରି ବର୍ଣ୍ଣିତ ହୋଇଛି ?
ଉ –
‘ନିର୍ବାସିତର ବିଳାପ’ କବିତାରେ ଭକ୍ତକବି ମଧୁସୂଦନ ରାଓ ଏହା ଉଲ୍ଲେଖ କରିଛନ୍ତି । ନିର୍ବାସିତ ବ୍ୟକ୍ତିର ଅଧିକାର ହେଉଛି, ସେ ଚାରିଦିଗରେ ଯାହାକିଛି ଦେଖୁଛୁ ସବୁକିଛି ତାହାର ଏବଂ ସେହି ଅଧିକାର ଛଡ଼ାଇ ନେବାପାଇଁ କେହି ତାହା ସହିତ ଯୁଦ୍ଧ କରିବାପାଇଁ ନାହାଁନ୍ତି ।

Question ୩ ।
କେଉଁ ସୃଷ୍ଟି ସବୁ ମୋହରି ବୋଲି ସେ କହିଛି ?
ଉ –
‘ନିର୍ବାସିତର ବିଳାପ’ କବିତାରେ ଭକ୍ତକବି ମଧୁସୂଦନ ରାଓ ଏହା ଉଲ୍ଲେଖ କରିଛନ୍ତି । ନିର୍ବାସିତ ଦ୍ବୀପରେ ରହିଥିବା ଫୁଲଫଳ ଶୋଭିତ ବନଲତା, କୀଟପତଙ୍ଗଠାରୁ ଆରମ୍ଭକରି କେଶରୀ, କରୀ ପର୍ଯ୍ୟନ୍ତ ସବୁକିଛି ସୃଷ୍ଟି ମୋହରି ବୋଲି ସେ କହିଛି ।

Question ୪ ।
ବିଜନତାର ବେଶରେ କ’ଣ ଥାଏ ?
ଉ –
‘ନିର୍ବାସିତର ବିଳାପ’ କବିତାରେ ଭକ୍ତକବି ମଧୁସୂଦନ ରାଓ ଏହା ଉଲ୍ଲେଖ କରିଛନ୍ତି । ବିଜନତାର ବେଶରେ ମୋହନ ରୂପଥାଏ, ଯାହାକି ମୁନି ନୟନକୁ ମୋହି ନେଇଥାଏ ।

Question ୫।
ରଣକ୍ଷେତ୍ର ଓ ନିର୍ଜନସ୍ଥଳ ମଧ୍ୟରେ କେଉଁଟି ଗ୍ରହଣୀୟ ?
ଉ –
‘ନିର୍ବାସିତର ବିଳାପ’ କବିତାରେ ଭକ୍ତକବି ମଧୁସୂଦନ ରାଓ ଏହା ଉଲ୍ଲେଖ କରିଛନ୍ତି । ନିର୍ବାସିତର ବ୍ୟକ୍ତିଟି ପାଇଁ ରଣକ୍ଷେତ୍ର ଓ ନିର୍ଜନ ସ୍ଥଳ ମଧ୍ୟରେ, ରଣକ୍ଷେତ୍ରଟି ଗ୍ରହଣୀୟ ।

CHSE Odisha Class 12 Optional Odia Solutions Chapter 6 ନିର୍ବାସିତର ବିଳାପ

Question ୬ ।
କେଉଁ ଧ୍ଵନିକୁ ମଧୁମୟ ବୋଲି କୁହାଯାଇଛି ?
ଉ –
‘ନିର୍ବାସିତର ବିଳାପ’ କବିତାରେ ଭକ୍ତକବି ମଧୁସୂଦନ ରାଓ ଏହା ଉଲ୍ଲେଖ କରିଛନ୍ତି । ମନୁଷ୍ୟ କଣ୍ଠର ଧ୍ଵନିକୁ ମଧୁମୟ ବୋଲି କୁହାଯାଇଛି ।

Question ୭ ।
‘ଜାଣି ନାହାଁନ୍ତି କେବେ ନର ପ୍ରଭାବ’ – କାହାର ଉକ୍ତି ?
ଉ –
‘ନିର୍ବାସିତର ବିଳାପ’ କବିତାରେ ଭକ୍ତକବି ମଧୁସୂଦନ ରାଓ ଏହା ଉଲ୍ଲେଖ କରିଛନ୍ତି । ‘ଜାଣିନାହାଁନ୍ତି କେବେ ନରପ୍ରଭାବ’ – ଏହା ନିର୍ବାସିତ ହୋଇଥିବା ବ୍ୟକ୍ତିର ଉକ୍ତି ।

Question ୮।
କେଉଁମାନେ ନର ପ୍ରଭାବ ଜାଣି ନାହାଁନ୍ତି ବୋଲି କୁହାଯାଇଛି ?
ଉ –
‘ନିର୍ବାସିତର ବିଳାପ’ କବିତାରେ ଭକ୍ତକବି ମଧୁସୂଦନ ରାଓ ଏହା ଉଲ୍ଲେଖ କରିଛନ୍ତି । ନିର୍ବାସିତ ହୋଇଥ‌ିବା ନିର୍ଜନ ଦ୍ଵୀପଟିରେ ମୁକ୍ତଭାବରେ ଚାରିପାଖରେ ବୁଲୁଥିବା ପଶୁମାନେ ନର ପ୍ରଭାବ ଜାଣି ନାହାଁନ୍ତି ବୋଲି କୁହାଯାଇଛି ।

Question ୯ ।
ତା’ର ବିହଙ୍ଗ ପକ୍ଷ ଥିଲେ ସେ କ’ଣ କରିପାରନ୍ତା ?
ଉ –
‘ନିର୍ବାସିତର ବିଳାପ’ କବିତାରେ ଭକ୍ତକବି ମଧୁସୂଦନ ରାଓ ଏହା ଉଲ୍ଲେଖ କରିଛନ୍ତି । ତା’ର ବିହଙ୍ଗ ପକ୍ଷଥିଲେ ସେ ଭୀଷଣ ଗିରି ଓ ସମୁଦ୍ରବକ୍ଷକୁ ଡେଇଁ ପ୍ରିୟଜନଙ୍କର ମୁଖକମଳ ଦେଖାରନ୍ତା ।

Question ୧୦ ।
ସନ୍ତାପିତ ପ୍ରାଣକୁ ଶୀତଳ କରିବାପାଇଁ ସେ କ’ଣ କରନ୍ତା ?
ଉ –
‘ନିର୍ବାସିତର ବିଳାପ’ କବିତାରେ ଭକ୍ତକବି ମଧୁସୂଦନ ରାଓ ଏହା ଉଲ୍ଲେଖ କରିଛନ୍ତି । ସନ୍ତାପିତ ପ୍ରାଣକୁ ଶୀତଳ କରିବାପାଇଁ ସେ ପ୍ରିୟଜନଙ୍କର ମୁଖକମଳକୁ ଦର୍ଶନ କରନ୍ତା ।

Question ୧୧ ।
ତରୁଣମାନଙ୍କ ସଙ୍ଗେ ମିଳି ସେ କ’ଣ କରନ୍ତା ?
ଉ –
‘ନିର୍ବାସିତର ବିଳାପ’ କବିତାରେ ଭକ୍ତକବି ମଧୁସୂଦନ ରାଓ ଏହା ଉଲ୍ଲେଖ କରିଛନ୍ତି । ତରୁଣମାନଙ୍କ ସଙ୍ଗେ ମିଳି ସେ ଆମୋଦ ପ୍ରମୋଦରେ, ନାନାରଙ୍ଗରେ ସମୟ ଅତିବାହିତ କରନ୍ତା ।

Question ୧୨ ।
ସ୍ଵର୍ଗୀୟ ମାଧୁରୀରେ କିଏ ସଦା ସୁନ୍ଦର ?
ଉ –
‘ନିର୍ବାସିତର ବିଳାପ’ କବିତାରେ ଭକ୍ତକବି ମଧୁସୂଦନ ରାଓ ଏହା ଉଲ୍ଲେଖ କରିଛନ୍ତି । ସ୍ବର୍ଗୀୟ ମାଧୁରୀରେ ଅମୂଲ୍ୟଧନ ଧର୍ମ ସଦା ସୁନ୍ଦର ।

Question ୧୩ ।
ଦେବ-ଅର୍ଜନା-ବାଦ୍ୟ କିଏ ଶୁଣିନାହାଁନ୍ତି ବୋଲି କୁହାଯାଇଛି ?
ଉ –
‘ନିର୍ବାସିତର ବିଳାପ’ କବିତାରେ ଭକ୍ତକବି ମଧୁସୂଦନ ରାଓ ଏହା ଉଲ୍ଲେଖ କରିଛନ୍ତି । ଦେବ-ଅର୍ଜନା – ବାଦ୍ୟ ନିର୍ବାସିତ ଦ୍ଵୀପରେ ରହିଥ‌ିବା ଗିରିଗଣ ଶୁଣିନାହାଁନ୍ତି ବୋଲି କୁହାଯାଇଛି ।

CHSE Odisha Class 12 Optional Odia Solutions Chapter 6 ନିର୍ବାସିତର ବିଳାପ

Question ୧୪ ।
କେଉଁ ଜୀବନରେ ପଶୁଲୀଳା ସାଧନହିଁ ଏକମାତ୍ର କର୍ମ ବୋଲି କୁହାଯାଇଛି ?
ଉ –
‘ନିର୍ବାସିତର ବିଳାପ’ କବିତାରେ ଭକ୍ତକବି ମଧୁସୂଦନ ରାଓ ଏହା ଉଲ୍ଲେଖ କରିଛନ୍ତି । ଧର୍ମ କର୍ମହୀନ ବୃଥା ଜୀବନରେ ପଶୁଲୀଳା ସାଧନହିଁ ଏକମାତ୍ର କର୍ମ ବୋଲି କୁହାଯାଇଛି ।

Question ୧୫ ।
ବାୟୁର କ୍ରୀଡ଼ନକ କିଏ ?
ଉ –
‘ନିର୍ବାସିତର ବିଳାପ’ କବିତାରେ ଭକ୍ତକବି ମଧୁସୂଦନ ରାଓ ଏହା ଉଲ୍ଲେଖ କରିଛନ୍ତି । ବାୟୁର କ୍ରୀଡ଼ନକ ହେଉଛି ନିର୍ବାସିତ ବ୍ୟକ୍ତିଟି ।

Question ୧୬ ।
ମୋ ଘେନି ଭାଳନ୍ତି କି ବନ୍ଧୁନିକର – କିଏ କାହାକୁ କହିଛି ?
ଉ –
‘ନିର୍ବାସିତର ବିଳାପ’ କବିତାରେ ଭକ୍ତକବି ମଧୁସୂଦନ ରାଓ ଏହା ଉଲ୍ଲେଖ କରିଛନ୍ତି । ‘ମୋ ଘେନି ଭାଳନ୍ତକି ବନ୍ଧୁନିକର’ – ଏହା ନିର୍ବାସିତ ବ୍ୟକ୍ତିଟି ବାୟୁକୁ କହିଛି ।

Question ୧୭ ।
ନିର୍ବାସିତର ସଂଶୟ କିଏ ଦୂର କରିବ ?
ଉ –
‘ନିର୍ବାସିତର ବିଳାପ’ କବିତାରେ ଭକ୍ତକବି ମଧୁସୂଦନ ରାଓ ଏହା ଉଲ୍ଲେଖ କରିଛନ୍ତି । ନିର୍ବାସିତର ସଂଶୟ ସମୀର ଦୂର କରିବ ।

Question ୧୮ ।
ମଣିଷ ମନ କ୍ଷଣମାତ୍ରକେ କ’ଣ ଦର୍ଶନ କରିପାରେ ?
ଉ –
‘ନିର୍ବାସିତର ବିଳାପ’ କବିତାରେ ଭକ୍ତକବି ମଧୁସୂଦନ ରାଓ ଏହା ଉଲ୍ଲେଖ କରିଛନ୍ତି । ମଣିଷ ମନ କ୍ଷଣମାତ୍ରକେ ଅପରିସୀମ ବିଶ୍ବଭୁବନକୁ ଦର୍ଶନ କରିପାରେ ।

Question ୧୯ ।
ନୈରାଶ୍ୟ ସାଗରରେ ନିର୍ବାସିତର ମନ କାହିଁକି ବୁଡ଼ି ଯାଉଥିଲା ?
ଉ –
‘ନିର୍ବାସିତର ବିଳାପ’ କବିତାରେ ଭକ୍ତକବି ମଧୁସୂଦନ ରାଓ ଏହା ଉଲ୍ଲେଖ କରିଛନ୍ତି । ପୂର୍ବକଥା ସ୍ମରଣ କରିବା ସମୟରେ ନିର୍ବାସିତର ମନ ନୈରାଶ୍ୟ ସାଗରରେ ବୁଡ଼ି ଯାଉଥିଲା ।

CHSE Odisha Class 12 Optional Odia Solutions Chapter 6 ନିର୍ବାସିତର ବିଳାପ

Question ୨୦ ।
ନିର୍ବାସିତ ବ୍ୟକ୍ତିଟି ବୃଥା ଭାବନା କରିବ ନାହିଁ ବୋଲି କାହିଁକି କହିଛି ?
ଉ –
‘ନିର୍ବାସିତର ବିଳାପ’ କବିତାରେ ଭକ୍ତକବି ମଧୁସୂଦନ ରାଓ ଏହା ଉଲ୍ଲେଖ କରିଛନ୍ତି । ନିର୍ବାସିତ ବ୍ୟକ୍ତିଟି ବୃଥା ଭାବନା କରିବ ନାହିଁ ବୋଲି କହିଛି । କାରଣ ସେଭଳି ଭାବନାଦ୍ୱାରା କୌଣସି ପ୍ରକାର ଆନନ୍ଦ ମିଳେ ନାହିଁ ।

Question ୨୧ ।
ନିର୍ଜନ ଦ୍ଵୀପରେ କେଉଁ ସମୟରେ ସେ କୁଟୀର ଭିତରକୁ ଯିବାପାଇଁ କହିଛି ?
ଉ –
‘ନିର୍ବାସିତର ବିଳାପ’ କବିତାରେ ଭକ୍ତକବି ମଧୁସୂଦନ ରାଓ ଏହା ଉଲ୍ଲେଖ କରିଛନ୍ତି । ରଜନୀକାଳ ଉପସ୍ଥିତି ହେବାରୁ ନିର୍ଜନ ଦ୍ଵୀପରେ ସେ କୁଟୀର ଭିତରକୁ ଯିବାପାଇଁ କହିଛି ।

Question ୨୨ ।
ମନୁଷ୍ୟ ମନରେ କିଏ ସନ୍ତୋଷ ଜନ୍ମାଏ ?
ଉ –
‘ନିର୍ବାସିତର ବିଳାପ’ କବିତାରେ ଭକ୍ତକବି ମଧୁସୂଦନ ରାଓ ଏହା ଉଲ୍ଲେଖ କରିଛନ୍ତି । ଈଶ୍ଵରଙ୍କ ଦୟା ଓ ଉଦାର ଭାବ ମନୁଷ୍ୟ ମନରେ ସନ୍ତୋଷ ଜନ୍ମାଏ ।

Question ୨୩ ।
ଶାନ୍ତି ରତନଦ୍ଵାରା ନିର୍ବାସିତର କି ଉପକାର ସାଧୂ ହେବ ?
ଉ –
‘ନିର୍ବାସିତର ବିଳାପ’ କବିତାରେ ଭକ୍ତକବି ମଧୁସୂଦନ ରାଓ ଏହା ଉଲ୍ଲେଖ କରିଛନ୍ତି । ଶାନ୍ତି ରତନଦ୍ୱାରା ନିର୍ବାସିତର ମନରେ ସନ୍ତୋଷ ସୃଷ୍ଟି ହେବ।

Question ୨୪ ।
କାହାର ହୃଦୟ ଭାରକୁ କିଏ ଲଘୁ କରିଦିଏ ?
ଉ –
‘ନିର୍ବାସିତର ବିଳାପ’ କବିତାରେ ଭକ୍ତକବି ମଧୁସୂଦନ ରାଓ ଏହା ଉଲ୍ଲେଖ କରିଛନ୍ତି । ନିର୍ବାସିତର ହୃଦୟଭାରକୁ ଈଶ୍ବରଙ୍କ ଦୟା ଓ ଉଦାରତା ଲଘୁ କରିଦିଏ ।

Question ୨୫ ।
ମନୁଷ୍ୟ ମନରେ ସନ୍ତୋଷ କିପରି ଆସିପାରିବ ?
ଉ –
‘ନିର୍ବାସିତର ବିଳାପ’ କବିତାରେ ଭକ୍ତକବି ମଧୁସୂଦନ ରାଓ ଏହା ଉଲ୍ଲେଖ କରିଛନ୍ତି । ଈଶ୍ବରଙ୍କ ଦୟା ଓ ଉଦାରଭାବ ପାଇଁ ମନୁଷ୍ୟ ହୃଦରାଜ୍ୟରେ ଶାନ୍ତି ଆସିଥାଏ ଏବଂ ତାହା ମନରେ ସନ୍ତୋଷ ଆଣିଥାଏ ।

CHSE Odisha Class 12 Optional Odia Solutions Chapter 6 ନିର୍ବାସିତର ବିଳାପ

(ଘ) ଅଳ୍ପ ଦୀର୍ଘ ଉତ୍ତରମୂଳକ ୩ ନମ୍ବର ବିଶିଷ୍ଟ ପ୍ରଶ୍ନ । ୩୦ଟି ମଧ୍ୟରେ ଉତ୍ତର ଶବ୍ଦ ଲେଖ ।
(ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ।)

Question ୧।
ନିର୍ବାସିତ ବ୍ୟକ୍ତିଟି ନିଜକୁ ଅଧୀଶ୍ଵର ବୋଲି କାହିଁକି ଭାବୁଥିଲା ?
ଉ –
‘ନିର୍ବାସିତର ବିଳାପ’ କବିତାରେ ଭକ୍ତକବି ମଧୁସୂଦନ ରାଓ ଏହା ଉଲ୍ଲେଖ କରିଛନ୍ତି । କବିତାର ପ୍ରଥମ ପର୍ଯ୍ୟାୟରେ କବି ନିର୍ବାସିତ ବ୍ୟକ୍ତିର ଖେଦପୂର୍ଣ୍ଣ ଅଭିବ୍ୟକ୍ତି ପ୍ରକାଶ କରିବାପାଇଁ ଏହା ଉଲ୍ଲେଖ କରିଛନ୍ତି । ଯେହେତୁ ବ୍ୟକ୍ତିଟି ନିର୍ଜନ ଦ୍ଵୀପରେ ରହିଛି, କାହାକୁ ପ୍ରତିଦ୍ଵନ୍ଦୀ ବା ପ୍ରତିବାଦୀ ରୂପେ ଦେଖୁନାହିଁ, ସେଥ‌ିପାଇଁ ନିଜକୁ ସେହି ସ୍ଥାନରେ ଆଖ୍ଯାଉଥିବା ଚାରିଦିଗର ଅଧୀଶ୍ବର ବୋଲି ଭାବୁଥିଲା ।

Question ୨
ତା’ ଅଧିକାର ଲୋଭରେ କିଏ ରଣ କରିବ ନାହିଁ ?
ଉ –
‘ନିର୍ବାସିତର ବିଳାପ’ କବିତାରେ ଭକ୍ତକବି ମଧୁସୂଦନ ରାଓ ଏହା ଉଲ୍ଲେଖ କରିଛନ୍ତି । ନିର୍ବାସିତ ଭାବରେ ନିର୍ଜନ ଦ୍ଵୀପରେ ସମୟ ବିତାଉଥିବା ବ୍ୟକ୍ତିଟି ମନରେ ଆସିଛି ଦାରୁଣ ଖେଦ । ସେ ଖେଦୋକ୍ତି ପ୍ରକାଶ କରି ଅତି ଦୁଃଖରେ ବିଚାର କରିଛି, ଏ ଦ୍ବୀପରେ ଅନ୍ୟ କୌଣସି ମାନବ ନାହାଁନ୍ତି, ଯେ କି ଏହି ଦ୍ବୀପକୁ ଛଡ଼ାଇ ନେବାପାଇଁ ତା’ ସହିତ ରଣ କରିବ ।

Question ୩ ।
ରଣକ୍ଷେତ୍ରରେ ବାସ କରିବା ଶ୍ରେୟସ୍କର ବୋଲି କାହିଁକି କୁହାଯାଇଛି ?
ଉ –
‘ନିର୍ବାସିତର ବିଳାପ’ କବିତାରେ ଭକ୍ତକବି ମଧୁସୂଦନ ରାଓ ଏହା ଉଲ୍ଲେଖ କରିଛନ୍ତି । ନିର୍ଜନ ଦ୍ଵୀପରେ ଦୀର୍ଘ ସମୟ ରହିବା ପରେ, ନିର୍ବାସିତ ବ୍ୟକ୍ତି କୌଣସି ଗୋଟିଏ ହେଲେ ମଣିଷ ମୁହଁ ଦେଖିବାକୁ ପାଇନାହିଁ । ସାମାଜିକ ପ୍ରାଣୀ ଭାବରେ କୌଣସି ବ୍ୟକ୍ତିକୁ ନଦେଖ୍ ତା’ମନରେ ଆସିଛି ଦାରୁଣ ଅବସାଦ । ସେଥ‌ିପାଇଁ ସେ ଚିନ୍ତାକରିଛି ଏଭଳି ସ୍ଥାନରେ ଅଧୀଶ୍ଵର ଭାବରେ ରହିବା ଅପେକ୍ଷା, ରଣକ୍ଷେତ୍ରରେ ରହିବା ଶ୍ରେୟସ୍କର ।

Question ୪ ।
ତା’ ବିଚାରରେ କ’ଣ ଓ କାହିଁକି ଅଧମ ଗତି ଥିଲା ?
ଉ –
‘ନିର୍ବାସିତର ବିଳାପ’ କବିତାରେ ଭକ୍ତକବି ମଧୁସୂଦନ ରାଓ ଏହା ଉଲ୍ଲେଖ କରିଛନ୍ତି । ନିର୍ଜନ ଦ୍ଵୀପରେ ନିର୍ବାସିତ ଭାବରେ ରହିଥ‌ିବା ବ୍ୟକ୍ତି ମନରେ ଆସିଛି ଦାରୁଣ ଖେଦ । ବିଜନତା ତା’ପାଇଁ ହୋଇଛି ଅସହ୍ୟ । ଏଭଳି ସ୍ଥାନ ଅପେକ୍ଷା, ଯୁଦ୍ଧକ୍ଷେତ୍ରରେ ରହିବା ଶ୍ରେୟସ୍କର ବୋଲି ସେ ଚିନ୍ତା କରିଛି । ଏଭଳି ଭୟଙ୍କର ସ୍ଥାନରେ ରାଜ୍ୟପ୍ରାପ୍ତି ଅଧମ ଗତି ବୋଲି, ନିର୍ବାସିତ ବ୍ୟକ୍ତିଟି ବିଚାର କରିଛି ।

Question ୫।
କେଉଁ ବାରତା ଜନ ସମୀପକୁ ଯିବ ନାହିଁ ?
ଉ –
‘ନିର୍ବାସିତର ବିଳାପ’ କବିତାରେ ଭକ୍ତକବି ମଧୁସୂଦନ ରାଓ ଏହା ଉଲ୍ଲେଖ କରିଛନ୍ତି । ନିର୍ଜନ ଦ୍ଵୀପରେ ଦୁଃଖାଭିଭୂତ ଭାବରେ ଜୀବନ ଅତିବାହିତ କରୁଥିବା ବ୍ୟକ୍ତିଟି ଚିନ୍ତା କରିଛି, ଯଦି ଏଠାରେ ମୋର ଜୀବନଦୀପ ନିର୍ବାପିତ ହୋଇଯାଏ, ତା’ହେଲେ ଏହି ଖବର ସମସ୍ତଙ୍କ ନିକଟରେ ଅଜଣା ରହିଯିବ । ଅନ୍ୟ କୌଣସି ବ୍ୟକ୍ତି ଏଠାରେ ନଥ‌ିବାରୁ ତା’ର ମୃତ୍ୟୁବାର୍ତ୍ତା ଜନ ସମୀପକୁ ଯିବ ନାହିଁ ।

Question ୬।
ନିର୍ବାସିତ ବ୍ୟକ୍ତିଟି କାହିଁକି ଚମକି ପଡୁଥିଲା ?
ଉ –
‘ନିର୍ବାସିତର ବିଳାପ’ କବିତାରେ ଭକ୍ତକବି ମଧୁସୂଦନ ରାଓ ଏହା ଉଲ୍ଲେଖ କରିଛନ୍ତି । ଦୀର୍ଘଦିନ ଧରି ନିର୍ଜନ ଦ୍ଵୀପରେ ରହିଗଲା ପରେ, ସେ କୌଣସି ମଣିଷର କଣ୍ଠସ୍ବର ଶୁଣିନାହିଁ କିମ୍ବା କୌଣସି ମଣିଷର ମୁହଁ ଦେଖୁନାହିଁ । ମାତ୍ର ମାନସିକ ସ୍ତରରେ ମଣିଷର କଣ୍ଠସ୍ଵରକୁ ଅପେକ୍ଷା କରି ରହିଛି । ଏପରିକି ନିଜ କଣ୍ଠର ଶବ୍ଦଶୁଣି, ସେ ଚମକି ପଡ଼ୁଥିଲା । ସେ ଭାବୁଥିଲା ଆଉ କାହାର କଣ୍ଠସ୍ଵର ବୋଲି ।

CHSE Odisha Class 12 Optional Odia Solutions Chapter 6 ନିର୍ବାସିତର ବିଳାପ

Question ୭ |
ନିର୍ଜନ ଦ୍ଵୀପରେ ନିର୍ବାସିତର ବେନି ଶ୍ରବଣକୁ କିଏ ଆଉ ତୋଷିବ ନାହିଁ ?
ଉ –
‘ନିର୍ବାସିତର ବିଳାପ’ କବିତାରେ ଭକ୍ତକବି ମଧୁସୂଦନ ରାଓ ଏହା ଉଲ୍ଲେଖ କରିଛନ୍ତି । ଯେହେତୁ ନିର୍ଜନ ଦ୍ଵୀପରେ ନିର୍ବାସିତ ହୋଇ ବ୍ୟକ୍ତିଟି ରହିଛି, ତେଣୁ ତା’ମନରେ ଆସିଛି ସନ୍ତାପିତ ଭାବ । ସେହି ଦ୍ଵୀପରେ ତା’ ବ୍ୟତୀତ ଆଉ କୌଣସି ବ୍ୟକ୍ତି ନାହାଁନ୍ତି କିମ୍ବା ସେ ଆଉ ସେହି ନିର୍ଜନ ଦ୍ଵୀପରୁ ଜନସମାଜକୁ ଫେରିଆସିବ ବୋଲି ଭରସା ନାହିଁ । ଫଳରେ ନିର୍ବାସିତର ବେନି ଶ୍ରବଣକୁ ମନୁଷ୍ୟ କଣ୍ଠର ମଧୁମୟ ଧ୍ଵନି ଆଉ ତୋଷିବ ନାହିଁ ବୋଲି ସେ ବିଚାର କରିଛି ।

Question ୮ |
ପଶୁମାନେ ଅନାସ୍ଥା ଭାବ କାହିଁକି ପ୍ରଦର୍ଶନ କରୁଥିଲେ ?
ଉ –
‘ନିର୍ବାସିତର ବିଳାପ’ କବିତାରେ ଭକ୍ତକବି ମଧୁସୂଦନ ରାଓ ଏହା ଉଲ୍ଲେଖ କରିଛନ୍ତି । ନିର୍ଜନ ଦ୍ବୀପରେ ରହିଥ‌ିବା ପଶୁମାନେ କୌଣସି ସମୟରେ ମଣିଷର ସ୍ଵରୂପ କିମ୍ବା କ୍ରିୟାକଳାପ ସମ୍ପର୍କରେ ଅବଗତ ନୁହଁନ୍ତି । ଫଳସ୍ୱରୂପ ନିର୍ବାସିତ ବ୍ୟକ୍ତିକୁ ଦେଖିଲେ ମଧ୍ୟ ସେମାନେ କୌଣସି ପ୍ରକାର ଭୟ ପ୍ରକାଶ କରନ୍ତି ନାହିଁ । ଯେହେତୁ ପଶୁମାନେ ନର ପ୍ରଭାବ ଜାଣିନାହାଁନ୍ତି, ସେଥୁପାଇଁ ସେମାନେ ଏଭଳି ଅନାସ୍ଥା ଭାବ ପ୍ରକାଶ କରୁଥିଲେ ବୋଲି ନିବାସିତ ବ୍ୟକ୍ତିଟି ଉଲ୍ଲେଖ କରିଛି ।

Question ୯ ।
ଦେବତାମାନେ କାହିଁକି ନରଜନ୍ମ ନେବାପାଇଁ ଆଗ୍ରହୀ ହୁଅନ୍ତି ?
ଉ –
‘ନିର୍ବାସିତର ବିଳାପ’ କବିତାରେ ଭକ୍ତକବି ମଧୁସୂଦନ ରାଓ ଏହା ଉଲ୍ଲେଖ କରିଛନ୍ତି । ନିର୍ଜନ ଦ୍ବୀପରେ ନିର୍ବାସିତ ଭାବରେ ରହିଲାପରେ, ବ୍ୟକ୍ତିଜଣକ ମନୁଷ୍ୟର ମୁଖ ଦେଖିବାକୁ ପାଇନାହିଁ କିମ୍ବା କଣ୍ଠସ୍ବର ଶୁଣିବାକୁ ପାଇ ନାହିଁ । ସେ ବ୍ୟସ୍ତବିକଳ ଭାବରେ ବନ୍ଧୁ, ପ୍ରିୟଜନ ଓ ପ୍ରେମପୂର୍ଣ୍ଣ ଜୀବନ କଥାକୁ ସ୍ମରଣ କରିଛି । ଦିବ୍ୟ ବନ୍ଧୁଭାବ ଓ ସ୍ଵର୍ଗୀୟ ପ୍ରେମ ଭାବକୁ ପାଇବାପାଇଁ ଦେବତାମାନେ ମଧ୍ୟ ନରଜନ୍ମ ନେବାପାଇଁ ଆଗ୍ରହୀ ହୁଅନ୍ତି ବୋଲି ସେ ବିଚାର କରିଛି ।

Question ୧୦ ।
ତା’ର ସନ୍ତାପିତ ପ୍ରାଣ କିପରି ଶୀତଳ ହେବ ?
ଉ –
‘ନିର୍ବାସିତର ବିଳାପ’ କବିତାରେ ଭକ୍ତକବି ମଧୁସୂଦନ ରାଓ ଏହା ଉଲ୍ଲେଖ କରିଛନ୍ତି । ଦୀର୍ଘସମୟ ଧରି ପ୍ରିୟପରିଜନ ଓ ବନ୍ଧୁମାନଙ୍କଠାରୁ ବ୍ୟକ୍ତିଟି ଅଲଗା ହୋଇରହିଛି । ମନେ ମନେ ସେହି ବନ୍ଧୁମାନଙ୍କ କଥା ସେ ସ୍ମରଣ କରିଛି । ସେ ବିଚାର କରିଛି, ତାହାର ଯଦି ବିହଙ୍ଗ ଭଳି ପକ୍ଷୀ ଥାଆନ୍ତା, ତା’ହେଲେ ସେ ଦୁର୍ଗମ ଗିରି ଓ ସମୁଦ୍ରବକ୍ଷକୁ ଅତିକ୍ରମ ପ୍ରିୟଜନଙ୍କ ମୁଖକମଳକୁ ଦେଖ‌ିବାର ସୁଯୋଗ ପାଆନ୍ତା ଏବଂ ସେହି ମୁଖ ଦେଖିଲା ପରେ ତା’ର ସନ୍ତାପିତ ପ୍ରାଣ ଶୀତଳ ହୁଅନ୍ତା ।

Question ୧୧ ।
ସେ ଆମୋଦରେ କିପରି କାଳାତିପାତ କରିପାରନ୍ତା ବୋଲି ଭାବୁଥୁଲା ?
ଉ –
‘ନିର୍ବାସିତର ବିଳାପ’ କବିତାରେ ଭକ୍ତକବି ମଧୁସୂଦନ ରାଓ ଏହା ଉଲ୍ଲେଖ କରିଛନ୍ତି । ନିର୍ବାସିତ ଭାବରେ ନିର୍ଜନ ଦ୍ଵୀପରେ ରହିଥିଲେ ବି ସେ ମନେ ମନେ ଚିନ୍ତା କରିଥିଲା, ମୋର ଯଦି ବିହଙ୍ଗ ଭଳି ପକ୍ଷ ଥାଆନ୍ତା, ତା’ହେଲେ ଦୁର୍ଗମ ଗିରି ଓ ସମୁଦ୍ର ବକ୍ଷକୁ ଡେଇଁ ମାନବ ସମାଜକୁ ଚାଲି ଯାଆନ୍ତି । ସେଠାରେ ସଦାସର୍ବଦା ଧର୍ମପଥରେ ରହନ୍ତି, ପ୍ରବୀଣଙ୍କଠାରୁ ସଦୁପଦେଶ ଲାଭକରି ବିଜ୍ଞ ହୁଅନ୍ତି ଏବଂ ତରୁଣମାନଙ୍କ ସହିତ ମିଶି ନାନାରଙ୍ଗରେ ଆମୋଦରେ କାଳାତିପାତ କରନ୍ତି ବୋଲି ସେ ଭାବୁଥିଲା ।

CHSE Odisha Class 12 Optional Odia Solutions Chapter 6 ନିର୍ବାସିତର ବିଳାପ

Question ୧୨ ।
ମହୀମଣ୍ଡଳରେ କାହାର ପଟାନ୍ତର ନାହିଁ ବୋଲି କୁହାଯାଇଛି ?
ଉ –
‘ନିର୍ବାସିତର ବିଳାପ’ କବିତାରେ ଭକ୍ତକବି ମଧୁସୂଦନ ରାଓ ଏହା ଉଲ୍ଲେଖ କରିଛନ୍ତି । ଦୀର୍ଘ ସମୟଧରି ନିର୍ବାସିତ ହୋଇ ରହିଲାପରେ, ବ୍ୟକ୍ତିଟି ମନରେ ଆସିଛି ଦାରୁଣ ଖେଦ । ସେ ମନେ ମନେ ପୁଣି କିପରି ପ୍ରିୟ ପରିଜନ ଓ ବନ୍ଧୁମାନଙ୍କ ପାଖକୁ ଫେରିଯିବ, ସେ ସମ୍ବନ୍ଧରେ ଚିନ୍ତାକରିଛି । ସେହି ଅବସରରେ ସେ ଧର୍ମର ମାହାତ୍ମ୍ୟ କଥା ବିଚାର କରିଛି । ଧର୍ମ ହେଉଛି ଏପରି ଧନ, ଯାହାକୁ କି ମଣିକାଞ୍ଚନ ସହିତ ତୁଳନା କରାଯାଇ ପାରିବ ନାହିଁ । ଧର୍ମ ହେଉଛି ସ୍ଵର୍ଗୀୟ ମାଧୁରୀରେ ସଦା ସୁନ୍ଦର ଏବଂ ମହୀମଣ୍ଡଳରେ ତାହାର ପଟାନ୍ତର ନାହିଁ ।

Question ୧୩ ।
ଧର୍ମଉତ୍ସବ ସହିତ ‘ଗିରିଗଣ’ର ସମ୍ପର୍କ କ’ଣ ?
ଉ –
‘ନିର୍ବାସିତର ବିଳାପ’ କବିତାରେ ଭକ୍ତକବି ମଧୁସୂଦନ ରାଓ ଏହା ଉଲ୍ଲେଖ କରିଛନ୍ତି । ଧର୍ମ ଉତ୍ସବ ସମୟରେ ଯେଉଁ ବାଦ୍ୟ ବାଦନ କରାଯାଏ, ତାହାଦ୍ୱାରା ଗିରିବନ ପ୍ରତିଧ୍ଵନିତ ହୁଏ । ସେହି ଦେବ ଅର୍ଚ୍ଚନା ସମୟର ବାଦ୍ୟ ସହିତ ସେମାନେ ପରିଚିତ ଥାଆନ୍ତି । ମାତ୍ର ନିର୍ବାସିତ ହୋଇରହିଥ‌ିବା ଦ୍ଵୀପରେ ସେଭଳି ବ୍ୟବସ୍ଥା କେବେବି ଅନୁଷ୍ଠିତ ହୁଏ ନାହିଁ ବୋଲି ସେ ବିଚାର କରିଛି । ଫଳସ୍ବରୂପ ସେଠାକାର ‘ଗିରିଗଣ’ଙ୍କର ଧର୍ମଉତ୍ସବ ଦେବଅର୍ଚ୍ଚନାର ବାଦ୍ୟ ସହିତ କୌଣସି ସମ୍ପର୍କ ନାହିଁ କିମ୍ବା ସେମାନେ ତାହା ଶ୍ରବଣ କରି ନାହାଁନ୍ତି ।

Question ୧୪ ।
ନିର୍ଜନ ଦ୍ଵୀପର ଘୋର ବନରେ ଜୀବନଯାପନର ସ୍ଵରୂପ କ’ଣ ?
ଉ –
‘ନିର୍ବାସିତର ବିଳାପ’ କବିତାରେ ଭକ୍ତକବି ମଧୁସୂଦନ ରାଓ ଏହା ଉଲ୍ଲେଖ କରିଛନ୍ତି । ନିର୍ବାସିତଟି ନିର୍ଜନ ଦ୍ଵୀପରେ ରହିଛି ଏକାକୀ । ଯୁଆଡ଼େ ଚାହିଁଛି, ଯେଉଁ ପ୍ରକୃତିକୁ ଦେଖି ସବୁକିଛି ତାହାର ବୋଲି ମନେକରିଛି । କାରଣ ଏହି ସ୍ଥାନରେ କେହି ତା’ର ପ୍ରତିବାଦୀ କିମ୍ବା ପ୍ରତିଦ୍ବନ୍ଦୀ ନାହାଁନ୍ତି । ମାତ୍ର ଏହି ସ୍ଥାନ ନିର୍ବାସିତକୁ କୌଣସି ପ୍ରକାର ଶାନ୍ତି କିମ୍ବା ଆଶ୍ଵାସାନ ଦେଇନାହିଁ । ତେଣୁ ଏଭଳି ସ୍ଥାନରେ ରହିବା ଅପେକ୍ଷା ଭୟଙ୍କର ଯୁଦ୍ଧସ୍ଥଳରେ ରହିବା ଭଲ । ନିର୍ଜନ ଦ୍ବୀପର ଘୋରବନରେ ଜୀବନଯାପନର ସ୍ବରୂପ ଅତ୍ୟନ୍ତ ଦୟନୀୟ ।

Question ୧୫ ।
ନିର୍ଜନ ଦ୍ଵୀପର ଜୀବନକୁ ବୃଥା ବୋଲି କାହିଁକି କୁହାଯାଇଛି ?
ଉ –
‘ନିର୍ବାସିତର ବିଳାପ୍’ କବିତାରେ ଭକ୍ତକବି ମଧୁସୂଦନ ରାଓ ଏହା ଉଲ୍ଲେଖ କରିଛନ୍ତି । ନିର୍ବାସିତଟି ନିର୍ଜନ ଦ୍ବୀପରେ ଏକାକୀ ରହିଛି । ସେଠାରେ ରହିବା ଅବସରରେ ସେ କୌଣସି ମଣିଷ ଦେଖୁନାହିଁ କିମ୍ବା ଜୀବନରେ ଶ୍ରେଷ୍ଠ ଧାର୍ମିକ ଜୀବନ ବିତାଇବାର ଅବସର ପାଇନାହିଁ । ତେଣୁ ସେ ଦୁଃଖର ସହିତ ବିଚାର କରିଛି, ଧର୍ମ ଉତ୍ସବଜନିତ ସୁଖରୁ ସେ ବଞ୍ଚତ ରହିଛି । ଏଭଳି ଧର୍ମହୀନ ଜୀବନକୁ ନିର୍ଜନ ଦ୍ଵୀପରେ ବୃଥା ଜୀବନ ବୋଲି କୁହାଯାଇଛି ।

Question ୧୬ ।
ବାୟୁ ଆଗରେ ନିର୍ବାସିତଟି କି ପ୍ରାର୍ଥନା କରିଛି ?
ଉ –
‘ନିର୍ବାସିତର ବିଳାପ’ କବିତାରେ ଭକ୍ତକବି ମଧୁସୂଦନ ରାଓ ଏହା ଉଲ୍ଲେଖ କରିଛନ୍ତି । ନିର୍ବାସିତଟି ବାୟୁ ଆଗରେ ଅତି ଅସହାୟ ଭାବରେ ପ୍ରାର୍ଥନା କରିଛି, ‘ରେ ବାୟୁ ମୁଁ ହେଉଛି ତୋହର କ୍ରୀଡ଼ନକ । ତୁ ମୋର ପ୍ରିୟଜନଙ୍କ ନିକଟକୁ ଯାଇ ସେଠାକାର ସୁସମାଚାର ମୋ ନିକଟକୁ ନେଇଆସ । କାରଣ ଏଭଳି ଭୟଙ୍କର ସ୍ଥାନରେ ରହିବା ପରେ, ମୁଁ ଆଉ ସେମାନଙ୍କୁ ଦେଖିବାର ସୁଯୋଗ ପାଇବି ନାହିଁ । ସେମାନେ କ’ଣ ମୋ ବିଷୟରେ ଚିନ୍ତା କରୁଛନ୍ତି, ସବୁକିଛି କହି ମୋ ମନରେ ଥ‌ିବା ସଂଶୟକୁ ଦୂରକର ।’

CHSE Odisha Class 12 Optional Odia Solutions Chapter 6 ନିର୍ବାସିତର ବିଳାପ

Question ୧୭ ।
ନିର୍ବାସିତର ସଂଶୟ କିପରି ଦୂର ହେବ ?
ଉ –
‘ନିର୍ବାସିତର ବିଳାପ’ କବିତାରେ ଭକ୍ତକବି ମଧୁସୂଦନ ରାଓ ଏହା ଉଲ୍ଲେଖ କରିଛନ୍ତି । ନିର୍ବାସିତଟି ବାୟୁ ଆଗରେ ପ୍ରାର୍ଥନା କରି କହିଛି, ତୁ କେବଳ ମୋର ପ୍ରିୟଜନଙ୍କ ନିକଟକୁ ଯାଇ ସେମାନଙ୍କର ସନ୍ଦେଶ ଆଣିପାରିବୁ । ସେମାନେ କ’ଣ ମୋ କଥା ଚିନ୍ତା କରୁଛନ୍ତି କିମ୍ବା ସେମାନଙ୍କ ଅନ୍ତର କ’ଣ ମୋତେ ଦେଖୁବାକୁ କାନ୍ଦି ଉଠୁଛି ? ସମୀର ସବୁକିଛି ଫିଟାଇ କହିଲେ ବା ସେମାନଙ୍କ ବାର୍ତ୍ତା ଦେଲେ ମୋ ମନର ସଂଶୟ ଦୂର ହେବ ।

Question ୧୮।
କବିତାରେ ମନର ସ୍ଵରୂପ କିପରି ବର୍ଷିତ ?
ଉ –
‘ନିର୍ବାସିତର ବିଳାପ’ କବିତାରେ ଭକ୍ତକବି ମଧୁସୂଦନ ରାଓ ଏହା ଉଲ୍ଲେଖ କରିଛନ୍ତି । କବିତାଟିରେ ମନର ସ୍ଵରୂପ ସମ୍ପର୍କରେ କୁହାଯାଇଛି ଯେ ମନର ଗତି ଅତି ଅଦ୍ଭୁତ । ତାହାର ଶକ୍ତି ଅଚିନ୍ତନୀୟ । କ୍ଷଣମାତ୍ରକରେ ସେ ଅପରିସୀମ ବିଶ୍ଵଭୁବନକୁ ପରିକ୍ରମଣ କରିଆସିପାରେ । ମନର ଗତି ବାୟୁ ଓ ଆଲୋକର ଗତିକୁ ମଧ୍ୟ ପରାଜିତ କରିଦେଇପାରେ । ସେହି ମନ ବଳରେ ନିର୍ବାସିତଟି ନିର୍ଜନ ଦ୍ଵୀପରେ ରହି ମଧ୍ୟ ନିଜ ପ୍ରିୟ ପରିଚିତ ସ୍ଥାନ ଓ ପରିଜନଙ୍କ ପାଖକୁ ଚାଲିଯାଇ ପାରିଛି ।

Question ୧୯ ।
ସ୍ଵଦେଶ କଥା ମନେପଡ଼ିଲେ ନିର୍ବାସିତକୁ କିପରି ଲାଗୁଥିଲା ?
ଉ –
‘ନିର୍ବାସିତର ବିଳାପ’ କବିତାରେ ଭକ୍ତକବି ମଧୁସୂଦନ ରାଓ ଏହା ଉଲ୍ଲେଖ କରିଛନ୍ତି । ମନର ଅପ୍ରତିହତ ଗତି ବଳରେ ନିର୍ବାସିତଟି ନିଜର ପ୍ରିୟ ସ୍ଥାନକୁ ଚାଲିଯାଇ ପାରିଛି । ସେ ମନେକରିଛି, ସେ ଯେପରି ନିଜ ସଦନରେ ଅବସ୍ଥାନ କରିଛି ଏବଂ ତାହାର ଚାରିକଡ଼ରେ ରହିଛି ନିଜର ଆତ୍ମୀୟ ସ୍ବଜନ ଏବଂ ବନ୍ଧୁବର୍ଗ । ମାତ୍ର ପରବର୍ତ୍ତୀ ସମୟରେ, ଏଭଳି ଭାବନା ତାହାକୁ ନୈରାଶ୍ୟ ସାଗରରେ ବୁଡ଼ାଇ ଦେଇଛି । ସ୍ଵଦେଶ କଥା ମନେପଡ଼ିଲେ ନିର୍ବାସିତଟିକୁ ଆହୁରି ଅସହାୟ ମନେହୋଇଛି ।

Question ୨୦ ।
ନିର୍ବାସିତର ଦୁଃଖ କିଏ ଓ କିପରି ଫେଡ଼ିବ ବୋଲି ସେ ଆଶାପ୍ରକାଶ କରିଛି ?
ଉ –
‘ନିର୍ବାସିତର ବିଳାପ’ କବିତାରେ ଭକ୍ତକବି ମଧୁସୂଦନ ରାଓ ଏହା ଉଲ୍ଲେଖ କରିଛନ୍ତି । ନିର୍ବାସିତର ଦୁଃଖ ହେଉଛି ତାହାର ମନ । କାରଣ ସେ ନିର୍ଜନ ଦ୍ବୀପରେ ରହିଥିଲେ ବି ମନ ତାହାର ପ୍ରିୟସ୍ଥାନ ଓ ପ୍ରିୟଜନଙ୍କ କଥାକୁ ସ୍ମରଣ କରାଇ ଦେଇଛି । ଫଳରେ ନୈରାଶ୍ୟ ସାଗରରେ ତାହାର ମନ ବୁଡ଼ିଯାଇଛି । ତଥାପି ସେ ମନରେ ଆଶା ଓ ସମ୍ଭାବନା କଥାକୁ ଚିନ୍ତାକରିଛି । କାରଣ ତାହାର ଏଭଳି ଦୁଃଖକୁ କେବଳ ଦୟାମୟ ଜଗଦୀଶ୍ଵର ହିଁ ଫେଡ଼ିବେ ବୋଲି ସେ ଆଶା ପ୍ରକାଶ କରିଛି ।

CHSE Odisha Class 12 Optional Odia Solutions Chapter 6 ନିର୍ବାସିତର ବିଳାପ

Question ୨୧ ।
ଦୁଃଖୀ ହୃଦୟଭାର କିପରି ଲାଘବ ହୁଏ ?
ଉ –
‘ନିର୍ବାସିତର ବିଳାପ’ କବିତାରେ ଭକ୍ତକବି ମଧୁସୂଦନ ରାଓ ଏହା ଉଲ୍ଲେଖ କରିଛନ୍ତି । ନିର୍ବାସିତଟି ନିର୍ଜନ ଦ୍ଵୀପରେ ରହି ଦୁଃଖ ଓ ନିରାଶାରେ ବିଳାପ କରିଛି । ପ୍ରିୟପରିଜନଙ୍କ କଥା ମନେପକାଇ ଦୁଃଖ ପାଇଛି । ଏତେ ଅସହାୟତା ଭିତରେ ମଧ୍ୟ ସେ ସମ୍ଭାବନାର ଦିଗକୁ ବିସ୍ମୃତ ହୋଇନାହିଁ । ସେ ମନେକରିଛି ଜଗଦୀଶ୍ଵର ସର୍ବସ୍ଥଳରେ ବିରାଜମାନ କରିଛନ୍ତି । ସେ ହେଉଛନ୍ତି ଦୟାମୟ ଓ ଉଦାରଭାବର । ସେ ଚାହିଁଲେ ଦୁଃଖୀ ହୃଦୟର ଭାର ଲାଘବ ହୁଏ ।

Question ୨୨ ।
ହୃଦୟ-ରାଜ୍ୟ ଶାନ୍ତରତ୍ନରେ କିପରି ମଣ୍ଡିତ ହେବ ?
ଉ –
‘ନିର୍ବାସିତର ବିଳାପ’ କବିତାରେ ଭକ୍ତକବି ମଧୁସୂଦନ ରାଓ ଏହା ଉଲ୍ଲେଖ କରିଛନ୍ତି । ନିର୍ବାସିତଟି ନିର୍ଜନ ଦ୍ଵୀପରେ ରହି, ଦୁଃଖ ଓ ଅନୁଶୋଚନାରେ ବୁଡ଼ି ବିଳାପ କରିଥିଲେ ବି ଶେଷ ପର୍ଯ୍ୟାୟରେ ସର୍ବଦୟାମୟ ଜଗଦୀଶ୍ଵରଙ୍କ ନିକଟରେ ଶରଣାପନ୍ନ ହୋଇଛି । ସେ ଜାଣିଛି ଈଶ୍ଵରହିଁ ଇଚ୍ଛାକଲେ, ତାହାର ଦୁଃଖ ଦୂର କରିପାରିବେ । ଈଶ୍ବରଙ୍କ କରୁଣା ହିଁ ଦୁଃଖୀ ହୃଦୟର ଦୁଃଖଭାରକୁ କମାଇ ଦେଇପାରେ । ମଣିଷ ମନରେ ସନ୍ତୋଷ ଆଣିଥାଏ । ଫଳରେ ଈଶ୍ଵରଙ୍କ ଦୟାହେଲେ ମଣିଷର ହୃଦୟ-ରାଜ୍ୟରେ ଶାନ୍ତିରତ୍ନ ମଣ୍ଡିତ ହୋଇପାରିବ ।

(ଘ) ଦୀର୍ଘ ଉତ୍ତରମୂଳକ ୫ ନମ୍ବର ବିଶିଷ୍ଟ ପ ପ୍ରଶ୍ନ । ୧୫୦ଟି ଶବ୍ଦ ମଧ୍ୟରେ ଉତ୍ତର ଲେଖ ।

Question ୧।
‘ନିର୍ବାସିତର ବିଳାପ’ କବିତାର ମୁଖ୍ୟ ଭାବଧାରା ବିଶ୍ଳେଷଣ କର ।
ଉ –
ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଥମ ଗୀତିକବି ଭାବରେ କବି ମଧୁସୂଦନ ରାଓ ବିଶେଷ ଭାବରେ ପରିଚିତ । ତାଙ୍କର ସାରସ୍ଵତ ସାଧନା ପ୍ରକୃତି ଓ ଈଶ୍ୱରଙ୍କ ଅପାର କରୁଣାକୁ ନେଇ ସନ୍ନିବେଶିତ ହୋଇଥିଲେ ହେଁ ସେ ଆଲୋଚ୍ୟ କବିତା ‘ନିର୍ବାସିତର ବିଳାପ’ ଭଳି ଅନୁବାଦ କବିତା ସୃଷ୍ଟି କରିବାରେ ମନୋନିବେଶ କରିଥିଲେ । ତାଙ୍କର ଆଲୋଚ୍ୟ ସୃଷ୍ଟିଟି ମୌଳିକ ଚିନ୍ତାଧାରାକୁ ପରିପ୍ରକାଶ କରିଥାଏ । ଏଭଳି କବିତା ରଚନା କରି ସେ ମଧ୍ୟ ବିପୁଳ ଗୌରବର ଅଧିକାରୀ ହୋଇଛନ୍ତି ।

କବିତାଟିର ନାୟକ ଘଟଣାକ୍ରମରେ ଏକ ନିର୍ଜନ ଦ୍ଵୀପରେ ପହଞ୍ଚିଯାଇଛି । ସାଂସାରିକ ଓ ସାମାଜିକ ଜୀବନରେ ବୁଡ଼ି ରହିଥ‌ିବା ମଣିଷକୁ ଯଦି ନିର୍ବାସିତ ଭାବରେ ସମୟ କାଟିବାକୁ ହୁଏ, ସେ କେବେବି ସେଠାରେ ସନ୍ତୁଷ୍ଟ ହୋଇ ରହିପାରିବ ନାହିଁ । ସେହିଭଳି ମାନସିକତାକୁ କବିତାଟିରେ ପ୍ରକାଶ କରାଯାଇଛି । ମଣିଷ ସବୁବେଳେ ଚାହେଁ ଅନ୍ୟ ମଣିଷଙ୍କ ସହିତ ବସବାସ କରିବ । କାରଣ ଅନ୍ୟମାନଙ୍କ ପାଖରେ ନିଜର ମହତ୍ତ୍ବ ଓ ବିଶେଷତା ଦେଖାଇବାକୁ ସେ ସୁଯୋଗ ପାଇବ । ମାତ୍ର ତାକୁ ଯଦି ନିର୍ଜନ ଦ୍ଵୀପରେ ଛାଡ଼ି ଦିଆଯାଏ ଏବଂ ବଞ୍ଚିବାର ସମସ୍ତ ଦ୍ରବ୍ୟକୁ ଠୁଳ କରାଯାଏ ତଥାପି ସେ ଶାନ୍ତିରେ ରହିପାରିବ ନାହିଁ । ଫଳରେ ନିର୍ବାସିତଟି ଭାବିଛି, ଏଭଳି ସ୍ଥାନରେ ରହିବା ଅପେକ୍ଷା, ସଦାସର୍ବଦା ମୃତ୍ୟୁର ପଦଧ୍ଵନି ଶୁଣାଯାଉଥବା ଯୁଦ୍ଧସ୍ଥଳରେ ରହିବା ବରଂ ଭଲ ।

ପ୍ରିୟପରିଜନଙ୍କଠାରୁ ଦୂରରେ ରହିଥ‌ିବା ମଣିଷଟି ସବୁବେଳେ, ସେମାନଙ୍କର ସମ୍ପର୍କକୁ ସ୍ମରଣ କରେ । ବନ୍ଧୁତା ଓ ପ୍ରେମଭାବ ଯେ ଅତୁଳନୀୟ ତାହା ସେ ଚିନ୍ତା କରେ । କାରଣ ସେହି ଭାବ ପାଇଁ ଦେବତାମାନେ ମଧ୍ୟ ମର୍ତ୍ତ୍ୟଲୋକରେ ଜନ୍ମ ନେଇଥା’ନ୍ତି । ତେଣୁ ମନେ ମନେ ପ୍ରିୟଜନ ଓ ପ୍ରିୟସ୍ଥାନକୁ ସେ ଚାଲି ଯାଇଥାଏ । ନିଜ ମନକୁ ସେ ବୁଝାଇ ଦେଇଥାଏ, ଏଭଳି ଚିନ୍ତା କରିବାରେ କୌଣସି ଲାଭ ମିଳେ ନାହିଁ; ବରଂ ଏହାଦ୍ଵାରା ମନ ନୈରାଶ୍ୟ ସାଗରରେ ବୁଡ଼ିଯାଇଥାଏ ।

ଏତେ ନିରାଶା ମଧ୍ୟରେ ରହିଥିଲେ ବି ସେ ଜୀବନର ମୂଲ୍ୟାୟନ କରିବାକୁ ଚାହିଁଛି । ଧର୍ମର ବିଶେଷତାକୁ ସେ ଆକଳନ କରିବାକୁ ଇଚ୍ଛା କରିଛି । ସେ ଦୁଃଖ ଓ ନୈରାଶ୍ୟରେ ରହିଥିଲେ ମଧ୍ୟ ପରମକାରୁଣିକ ଜଗତୀଶ୍ବରଙ୍କୁ ସ୍ମରଣ କରିଛି । ସେ ଜାଣିଛି ଜଗଦୀଶ୍ଵର ହେଉଛନ୍ତି ଦୟାମୟ । ସେ ଦୟା କଲେ, ତା’ ଜୀବନରୁ ଏ ଦୁଃଖ ଦୂର ହୋଇପାରିବ । କାରଣ ଈଶ୍ଵରଙ୍କ ଦୟା ବିନା କାହା ଜୀବନରୁ ଦୁଃଖଭାର ଲାଘବ ହୋଇନଥାଏ । ଈଶ୍ଵରଙ୍କ କରୁଣା ପାଇ ମନୁଷ୍ୟ ମନରେ ସନ୍ତୋଷ ସୃଷ୍ଟି ହୁଏ ଏବଂ ତାହାର ହୃଦୟ ରାଜ୍ୟରେ ଶାନ୍ତି ବିରାଜମାନ କରେ ।

କବିତାଟି ଅନୁବାଦ କବିତା ହେଲେବି କବିଙ୍କର ଜୀବନଦର୍ଶନ ପରିପ୍ରକାଶ ହିଁ ଏହାର ମୁଖ୍ୟ ଆଭିମୁଖ୍ୟ ।

Question ୨ ।
ପଠିତ କବିତା ମାଧ୍ୟମରେ ନିରାଶାରେ ଆଶା କିପରି ଚମକି ଉଠିଛି ଦର୍ଶାଅ ।
ଉ –
ଭକ୍ତକବି ମଧୁସୂଦନ ରାଓ ଥିଲେ ପ୍ରକୃତି ଉପାସକ ଓ ସୌନ୍ଦର୍ଯ୍ୟବାଦୀ କବି । ସେ ବ୍ରାହ୍ମଧର୍ମ ଗ୍ରହଣ କରିବା ପରେ ତାଙ୍କର ବ୍ୟକ୍ତିଗତ ଜୀବନରେ ଧର୍ମର ମହତ୍ତ୍ବ ଓ ବିଭୁବନ୍ଦନାକୁ ଯଥାର୍ଥ ଭାବରେ ପରିପ୍ରକାଶ କରିଛନ୍ତି । ଆଲୋଚ୍ୟ କବିତା ‘ନିର୍ବାସିତର ବିଳାପ’ରେ କବି ସାଧାରଣ ମନୁଷ୍ୟର ମାନସିକତାରେ କିପରି ପରିବର୍ତ୍ତନ ଆସେ, ଆଶା ନିରାଶାରେ କିପରି ଆନ୍ଦୋଳିତ ହୁଏ, ତାହାକୁ ଯଥାର୍ଥ ଭାବରେ ଉଲ୍ଲେଖ କରିଛନ୍ତି ।

କୌଣସି ମଣିଷ ଜୀବନରେ କେବଳ ନିରାଶାର ଅନ୍ଧକାରରେ ସଦାସର୍ବଦା ରହିନଥାଏ । ସେ ପୁଣି ଆଶା ଓ ସମ୍ଭାବନାର ଆଲୋକରେ ବଞ୍ଚି ରହିବାର ସାମର୍ଥ୍ୟ ସଂଗ୍ରହ କରେ । ପୁନଶ୍ଚ ଆଶା ଓ ସମ୍ଭାବନା ପାଇଁ ସେ ପରମେଶ୍ଵରଙ୍କ ନିକଟରେ ଶରଣାପନ୍ନ ହୁଏ । ପରମକାରୁଣିକ ପରମେଶ୍ବର ସବୁକିଛିର ନିୟନ୍ତ୍ରଣକାରୀ । ସେ ଦୁଃଖ ଓ ସୁଖକୁ ସମୟାନୁସାରେ ପ୍ରଦାନ କରିଥାନ୍ତି । ତଥାପି ସେହି ପରମେଶ୍ଵରଙ୍କୁ କରୁଣା ହେଲେ ମନରେ ସୁଖ ଆସେ ଓ ହୃଦୟରେ ଶାନ୍ତି ବିରାଜମାନ କରିଥାଏ ।

କବିତାଟିରେ କବି ଜଣେ ନିର୍ବାସିତର ମାନସିକତାକୁ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି । ସାମାଜିକ ପରିବେଶ ଓ ପ୍ରିୟପରିଜନଙ୍କଠାରୁ ପରିତ୍ୟକ୍ତ ମଣିଷଟି କେବେବି ଶାନ୍ତିରେ ରହିପାରେନା । ମଣିଷ ମୁହଁ ଦେଖିବା ସାତସପନ ହେଲେ, ସେ ମଣିଷଟିଏ ପାଇଁ ବିକଳ ହୁଏ । ସେ ମନେମନେ ଚିନ୍ତାକରେ, ବିହଙ୍ଗ ପରି ଉଡ଼ି ଉଡ଼ି ପ୍ରିୟଜନଙ୍କ ପାଖରେ ପହଞ୍ଚିଯିବ ଏବଂ ତାହାର ସନ୍ତାପିତ ପ୍ରାଣକୁ ଶୀତଳ କରିବ । ମାତ୍ର ସେହି କଳ୍ପନା, ସେହି ଆଶା ଆଶାରେ ରହିଗଲା ବେଳେ, ପୁଣି ସେ ନିରାଶାରେ ଭାଙ୍ଗିପଡ଼େ । ସେ ବେଳ ପଡ଼ିଲେ ପ୍ରକୃତିକୁ ମାନବୀୟ ଭାବରେ ଗ୍ରହଣ କରିଥାଏ । ଯାହାକି ନିର୍ବାସିତଟି ସମୀର ପାଖରେ ନିଜର ବେଦନାବୋଧକୁ ଉଲ୍ଲେଖ କରିଛି । ଧର୍ମର ମହତ୍ତ୍ଵକୁ ଅନୁଭବ କରିଛି । ଧର୍ମହୀନ ଓ ଅର୍ଜନା, ଆରାଧନା ବିହୀନ ଜୀବନ ପଶୁର ଜୀବନ ବୋଲି ଚିନ୍ତାକରିଛି ।

ଦୁଃଖ ନିରାଶାରେ ବୁଡ଼ି ରହିଥିଲାବେଳେ, ସେ ସର୍ବସ୍ଥଳରେ ଉପସ୍ଥିତ ଥିବା ଜଗଦୀଶ୍ଵରଙ୍କ କଥାକୁ ଚିନ୍ତାକରିଛି । କାରଣ ସେହି ଈଶ୍ଵର ହିଁ ସମସ୍ତଙ୍କର ଦୁଃଖକୁ ଦୂର କରିପାରନ୍ତି । ତାଙ୍କର ଦୟା ଓ ଉଦାରତା ହେତୁ ମଣିଷ ଜୀବନର ଦୁଃଖ ଲାଘବ ହୋଇଥାଏ । ମନୁଷ୍ୟ ମନରେ ସନ୍ତୋଷ ସୃଷ୍ଟି ହୋଇଥାଏ । ହୃଦ ରାଜ୍ୟରେ ଶାନ୍ତରତ୍ନ ବିମଣ୍ଡିତ ହୋଇଥାଏ । ନିର୍ବାସିତଟି ପରମେଶ୍ଵରଙ୍କ ନିକଟରେ ଶରଣାପନ୍ନ ହୋଇ ଦୁଃଖ ସାଗରରୁ ମୁକ୍ତି ପାଇବ ବୋଲି ଚିନ୍ତାକରିଛି ଏବଂ ଆଶାର ସୁଖସୂର୍ଯ୍ୟକୁ ଆଶାୟୀ ହୋଇ ଅପେକ୍ଷାରତ ରହିଛି ।

ବାସ୍ତବରେ କବିତାଟିରେ ନିରାଶା ମଧ୍ୟରେ ଆଶାର ଜ୍ୟୋତି ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି ।

CHSE Odisha Class 12 Optional Odia Solutions Chapter 6 ନିର୍ବାସିତର ବିଳାପ

Question ୩।
ପଠିତ କବିତା ଅବଲମ୍ବନରେ ନିର୍ବାସିତ ବ୍ୟକ୍ତିର ମନୋଭାବ ବିଶ୍ଳେଷଣ କର ।
ଉ –
ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଥମ ଗୀତିକବି ଭାବରେ କବି ମଧୁସୂଦନ ରାଓ ବିଶେଷ ଭାବରେ ପରିଚିତ । ତାଙ୍କର ସାରସ୍ବତ ସାଧନା ପ୍ରକୃତି ଓ ଈଶ୍ଵରଙ୍କ ଅପାର କରୁଣାକୁ ନେଇ ସନ୍ନିବେଶିତ ହୋଇଥିଲେ ବି ସେ ଆଲୋଚ୍ୟ କବିତା ‘ନିର୍ବାସିତର ବିଳାପ’ ଭଳି ଅନୁବାଦ କବିତା ସୃଷ୍ଟି କରିବାରେ ମନୋନିବେଶ କରିଥିଲେ । ତାଙ୍କର ଆଲୋଚ୍ୟ ସୃଷ୍ଟିଟି ମୌଳିକ ଚିନ୍ତାଧାରାକୁ ପରିପ୍ରକାଶ କରିଥାଏ । ଏଭଳି କବିତା ରଚନା କରି ସେ ମଧ୍ୟ ବିପୁଳ ଗୌରବର ଅଧିକାରୀ ହୋଇଛନ୍ତି ।

କବିତାଟିର ନାୟକ ଘଟଣାକ୍ରମରେ ଏକ ନିର୍ଜନ ଦ୍ଵୀପରେ ପହଞ୍ଚିଯାଇଛି । ସାଂସାରିକ ଓ ସାମାଜିକ ଜୀବନରେ ବୁଡ଼ି ରହିଥ‌ିବା ମଣିଷକୁ ଯଦି ନିର୍ବାସିତ ଭାବରେ ସମୟ କାଟିବାକୁ ହୁଏ, ସେ କେବେବି ସେଠାରେ ସନ୍ତୁଷ୍ଟ ହୋଇ ରହିପାରିବ ନାହିଁ । ସେହିଭଳି ମାନସିକତାକୁ କବିତାଟିରେ ପ୍ରକାଶ କରାଯାଇଛି । ମଣିଷ ସବୁବେଳେ ଚାହେଁ ଅନ୍ୟ ମଣିଷଙ୍କ ସହିତ ବସବାସ କରିବ । କାରଣ ଅନ୍ୟମାନଙ୍କ ପାଖରେ ନିଜର ମହତ୍ତ୍ଵ ଓ ବିଶେଷତା ଦେଖାଇବାକୁ ସେ ସୁଯୋଗ ପାଇବ । ମାତ୍ର ତାକୁ ଯଦି ନିର୍ଜନ ଦ୍ଵୀପରେ ଛାଡ଼ି ଦିଆଯାଏ ଏବଂ ବଞ୍ଚିବାର ସମସ୍ତ ଦ୍ରବ୍ୟକୁ ତୁଳ କରାଯାଏ ତଥାପି ସେ ଶାନ୍ତିରେ ରହିପାରିବ ନାହିଁ । ଫଳରେ ନିର୍ବାସିତଟି ଭାବିଛି, ଏଭଳି ସ୍ଥାନରେ ରହିବା ଅପେକ୍ଷା, ସଦାସର୍ବଦା ମୃତ୍ୟୁର ପଦଧ୍ଵନି ଶୁଣାଯାଉଥବା ଯୁଦ୍ଧସ୍ଥଳରେ ରହିବା ବରଂ ଭଲ ।

ପ୍ରିୟପରିଜନଙ୍କଠାରୁ ଦୂରରେ ରହିଥ‌ିବା ମଣିଷଟି ସବୁବେଳେ, ସେମାନଙ୍କର ସମ୍ପର୍କକୁ ସ୍ମରଣ କରେ । ବନ୍ଧୁତା ଓ ପ୍ରେମଭାବ ଯେ ଅତୁଳନୀୟ ତାହା ସେ ଚିନ୍ତା କରେ । କାରଣ ସେହି ଭାବପାଇଁ ଦେବତାମାନେ ମଧ୍ଯ ମର୍ତ୍ତ୍ୟଲୋକରେ ଜନ୍ମ ନେଇଥା’ନ୍ତି । ତେଣୁ ମନେ ମନେ ପ୍ରିୟଜନ ଓ ପ୍ରିୟସ୍ଥାନକୁ ସେ ଚାଲି ଯାଇଥାଏ । ନିଜ ମନକୁ ସେ ବୁଝାଇ ଦେଇଥାଏ, ଏଭଳି ଚିନ୍ତା କରିବାରେ କୌଣସି ଲାଭ ମିଳେ ନାହିଁ । ବରଂ ଏହାଦ୍ଵାରା ମନ ନୈରାଶ୍ୟ ସାଗରରେ ବୁଡ଼ିଯାଇଥାଏ ।

ଏତେ ନିରାଶା ମଧ୍ୟରେ ରହିଥିଲେ ବି ସେ ଜୀବନର ମୂଲ୍ୟାୟନ କରିବାକୁ ଚାହିଁଛି । ଧର୍ମର ବିଶେଷତାକୁ ସେ ଆକଳନ କରିବାକୁ ଇଚ୍ଛାକରିଛି । ସେ ଦୁଃଖ ଓ ନୈରାଶ୍ୟରେ ରହିଥିଲେ ମଧ୍ୟ ପରକାରୁଣିକ ଜଗତୀଶ୍ଵରଙ୍କୁ ସ୍ମରଣ କରିଛି । ସେ ଜାଣିଛି ଜଗଦୀଶ୍ଵର ହେଉଛନ୍ତି ଦୟାମୟ । ସେ ଦୟାକଲେ, ତା’ ଜୀବନରୁ ଏ ଦୁଃଖ ଦୂର ହୋଇପାରିବ । କାରଣ ଈଶ୍ବରଙ୍କ ଦୟା ବିନା କାହା ଜୀବନରୁ ଦୁଃଖଭାର ଲାଘବ ହୋଇନଥାଏ । ଈଶ୍ଵରଙ୍କ କରୁଣା ପାଇ ମନୁଷ୍ୟ ମନରେ ସନ୍ତୋଷ ସୃଷ୍ଟି ହୁଏ ଏବଂ ତାହାର ହୃଦୟ ରାଜ୍ୟରେ ଶାନ୍ତି ବିରାଜମାନ କରେ ।

କବିତାଟି ଅନୁବାଦ କବିତା ହେଲେବି କବିଙ୍କର ଜୀବନଦର୍ଶନ ପରିପ୍ରକାଶ ହିଁ ଏହାର ମୁଖ୍ୟ ଆଭିମୁଖ୍ୟ ।

Question ୪।
ପଠିତ କବିତାରୁ ନିର୍ଜନ ଦ୍ଵୀପର ସ୍ଵରୂପ ନିଶ୍ଚୟ କର ।
ଉ –
ଭକ୍ତକବି ମଧୁସୂଦନ ରାଓଙ୍କ ଲେଖନୀରେ ପ୍ରକୃତିର ସାଧାରଣ ଦୃଶ୍ୟ ହୋଇଛି ଅସାଧାରଣ । ଷଡ଼ଋତୁ ବର୍ଣ୍ଣନାରେ ପ୍ରକୃତିକୁ ସେ କରିଛନ୍ତି ଜୀବନ୍ତ । ଆଲୋଚ୍ୟ କବିତା ‘ନିର୍ବାସିତର ବିଳାପ’ରେ ସେ ନିର୍ଜନ ଦ୍ଵୀପର ପ୍ରାକୃତିକ ଶୋଭାକୁ ଭିନ୍ନ ଦୃଷ୍ଟିରେ ବିଚାର କରିଛନ୍ତି । ନିର୍ବାସିତ ଶୋକାଭିଭୂତ ମଣିଷଟି ମନରେ ପ୍ରକୃତି ସେମିତି କିଛି ଆବେଦନ ସୃଷ୍ଟି କରିନଥୁଲେ ବି, କବି ସେଥ‌ିରେ ଜୀବନ୍ତ ଭାବର ସୂଚନା ପ୍ରଦାନ କରିଛନ୍ତି ।

ନିର୍ଜନ ଦ୍ଵୀପରେ ଦୀର୍ଘ ସମୟ ରହିଲାପରେ ଏବଂ ମାନବଠାରୁ ଦୂରେଇ ଗଲାପରେ ସେ ବିଚାର କରିଛି, ସେ ସବୁଦିଗକୁ ଚାହିଁଲେ ଯାହାକିଛି ଦେଖୁଛି, ସବୁକିଛିର ଅଧୀଶ୍ଵର ହେଉଛି ସେ। ଏ ମହୀମଣ୍ଡଳରେ ଏମିତି କେହି ନାହାଁନ୍ତି, ଯେ କି ତା’ ସହିତ ପ୍ରତିଦ୍ବନ୍ଦିତା କରି ଏହାକୁ ଛଡ଼ାଇ ନେବ । ନୀଳ ସମୁଦ୍ରଯାଏ ପରିବ୍ୟାପ୍ତ ଭୂଭାଗ, ଫଳଫୁଲ ବିମଣ୍ଡିତ ବନଲତାକୁ ସେ ହିଁ କେବଳ ଉପଭୋଗ କରିପାରିବ । ଅର୍ଥାତ୍ ସେହି ସ୍ଥାନଟି ଫଳଫୁଲ ଶୋଭିତ ବନରାଜି ବୋଲି କବି ପ୍ରକାରାନ୍ତରେ ଉଲ୍ଲେଖ କରିଛନ୍ତି । ପୁନଶ୍ଚ ସେଠାରେ ରହିଛନ୍ତି କ୍ଷୁଦ୍ର କୀଟପତଙ୍ଗ, ପକ୍ଷୀଶ୍ରେଣୀଠାରୁ ଆରମ୍ଭକରି ବିଶାଳ ପ୍ରାଣୀ ସିଂହ, ହସ୍ତୀ ପର୍ଯ୍ୟନ୍ତ । ବିଜନତା ସଦାସର୍ବଦା ସେଠାରେ ପ୍ରକାଶିତ । ଏପରିକି କୌଣସି ସମୟରେ ନିର୍ବାସିତର କଣ୍ଠରୁ ଶବ୍ଦ ବାହାରିଗଲେ, ତାହା ପ୍ରତିଧ୍ଵନିତା ହୋଇଥାଏ । ସେଠାକାର ପରିବେଶରେ ପଶୁମାନେ ନିର୍ଭୟରେ ଭ୍ରମଣ କରୁଥା’ନ୍ତି । ଯେହେତୁ ସେଠାରେ ମନୁଷ୍ୟ ନଥା’ତ୍ତି କିମ୍ବା ପଶୁମାନେ ମନୁଷ୍ୟକୁ ଦେଖୁଥା’ନ୍ତି, ସେଥ‌ିପାଇଁ ସେମାନେ ନିର୍ବାସିତକୁ ଦେଖ‌ିଲେ ମଧ୍ୟ କୌଣସି ପ୍ରତିକ୍ରିୟା ପ୍ରକାଶ କରନ୍ତି ନାହିଁ ।

ସେଠାରେ ରହିଥ‌ିବା ଗିରିଶ୍ରେଣୀ କୌଣସି ସମୟରେ ଦେବ-ଅର୍ଜନାର ବାଦ୍ୟରେ ପ୍ରତିଧ୍ଵନିତ ହୋଇନାହାନ୍ତି । କବି ତାହାକୁ ବର୍ଣ୍ଣନା କରି ଲେଖୁଛନ୍ତି, ଘୋରବନ ଧର୍ମଉତ୍ସବ କେବେହେଲେ ଶୁଣି ନାହାଁନ୍ତି କିମ୍ବା ଦେଖୁନାହାଁନ୍ତି । ପୁନଶ୍ଚ ସେଠିକାର ପ୍ରବହମାନ ବାୟୁ ନିକଟରେ ମନେକଥାକୁ ନିର୍ବାସିତ ବ୍ୟକ୍ତିଟି ମନକଥା ଫେଡ଼ି କହିଛି । କାରଣ ବାୟୁ ମାଧ୍ୟମରେ ସେ ପ୍ରିୟ ପରିଜନଙ୍କର ଭଲ ମନ୍ଦ ଖବର ପାଇପାରିବେ ।

ନିର୍ଜନ ଦ୍ବୀପଟି ସାଧାରଣ ହେଲେ ବି, ନିର୍ବାସିତ ବ୍ୟକ୍ତିଟି ପାଇଁ ହୋଇଛି ଭୟଙ୍କର, ଯେଉଁଥ‌ିପାଇଁ ସେଠାରେ ସେ ଏକୁଟିଆ ରହିବାକୁ ଇଚ୍ଛାପ୍ରକାଶ କରିନାହିଁ ।

CHSE Odisha Class 12 Optional Odia Solutions Chapter 6 ନିର୍ବାସିତର ବିଳାପ

Question ୫ |
ନିର୍ଜନ ଦ୍ଵୀପରେ ନିର୍ବାସିତର ବାୟୁ ସମକ୍ଷରେ ପ୍ରକାଶିତ ଉକ୍ତିର ସ୍ଵରୂପ ନିର୍ଣ୍ଣୟ କର ।
ଉ –
ପ୍ରତ୍ୟେକ କବି ଜଣେ ଜଣେ ଭାବୁକ। ଯାହା ସାଧାରଣ ଦୃଷ୍ଟିରେ ହେୟ, କବି ଦୃଷ୍ଟିରେ ତାହା ଶ୍ରେୟ । ଯେଉଁ ଦୃଶ୍ୟକୁ ଦେଖୁ ସାଧାରଣ ମଣିଷଟି କିଛି ପ୍ରତିକ୍ରିୟା ପ୍ରକାଶ କରିପାରେ ନାହିଁ, କବି ସେହି ଦୃଶ୍ୟକୁ ଦେଖୁ ଅନେକ କଥା ବଖାଣି ବସେ । ଭକ୍ତକବି ମଧୁସୂଦନ ରାଓ ସେହିପରି ଜଣେ କବି, ଯେ କି ନିର୍ବାସିତର ମାନସିକ ଦୋଳନକୁ ଦେଖାଇବାପାଇଁ ସମୀର ବା ବାୟୁକୁ ମାଧ୍ୟମରୂପେ ଗ୍ରହଣ କରିନେଇଛନ୍ତି । ବାୟୁ ହେଇଛି ଜୀବନ୍ତ । ନିର୍ବାସିତଟି ମନର ସନ୍ତାପିତ ଭାବକୁ ବାୟୁ ନିକଟରେ କହି ମାନସିକ ଶାନ୍ତି ଲାଭକରିଛି ।

ସାରସ୍ବତ ସୃଷ୍ଟିରେ ମେଘକୁ, ହଂସକୁ ଓ ବାୟୁକୁ ଦୂତ କରି ପ୍ରେରଣ କରିବାର ପରମ୍ପରା ରହିଛି । ନିର୍ବାସିତଟି ବାୟୁକୁ ପ୍ରେରଣ କରିଛି, ପ୍ରିୟଜନଙ୍କର ଭଲମନ୍ଦ ବୁଝିବାପାଇଁ, ଯାହାକି କବିଙ୍କ ଅସାଧାରଣ କବିତ୍ଵର ପରିଚୟ ପ୍ରଦାନ କରେ ।

ନିର୍ବାସିତଟି ବାୟୁ ନିକଟରେ ନିଜର ଅସହାୟତା ପ୍ରକାଶ କରିଛି । ବାୟୁର ସେ ସାଧାରଣ କ୍ରୀଡ଼ନକ ବୋଲି ନିଜକୁ ପରିଚିତ କରିଛି । ଅସହାୟ ବ୍ୟକ୍ତି ଭାବରେ, ବାୟୁକୁ ପ୍ରାର୍ଥନା କରି ସେ କହିଛି, ରେ ! ସମୀର, ତୁ ବହୁଦୂରରୁ ମୋ ଦେଶର ଓ ପ୍ରିୟପରିଜନଙ୍କର ସୁସମାଚାର ମୋ ନିକଟରେ ପହଞ୍ଚାଇ ଦେ । କାରଣ ମୁଁ ଏଠାରେ ନିର୍ବାସିତ ଭାବରେ ରହିଥ‌ିବାରୁ, ସେହି ସ୍ଥାନକୁ ଦେଖିବା ମୋ ପକ୍ଷରେ ଆଉ ସମ୍ଭବ ନୁହେଁ । କେବଳ ତୁ ସ୍ଵଦେଶର ସମାଚାର ଶୁଣାଇଲେ, ମୁଁ ସେଥୁ ଆନନ୍ଦ ଲାଭକରିବି । ମୋର ଚିତ୍ତ ରାଜ୍ୟ ଆନନ୍ଦ ଜଳରେ ଅବଗାହନ କରିବ । ପ୍ରିୟଜନମାନେ କ’ଣ ମୋତେ ହରାଇ, ମୋତେ ଚିନ୍ତା କରୁଛନ୍ତି । ସେମାନେ କ’ଣ ମୋ ପାଇଁ ବ୍ୟସ୍ତ ବିକଳ ହୋଇ କାନ୍ଦୁଛନ୍ତି । ବନ୍ଧୁଭାବରେ ସବୁକିଛି ମୋତେ ଖୋଲିକରି କହ । ଯାହାଫଳରେ, ମୋ ମନରେ ଆଶାର ସଂଚାର ହେବ ଏବଂ ସବୁକିଛି ସଂଶୟ ଦୂରହେବ । କବିଙ୍କ ଭାଷାରେ –

“କହ କହ ସମୀର ! ସବୁ ଫିଟାଇ,
ବନ୍ଧୁ ମଧ୍ୟରେ ମୋର କେହି ତ ନାହିଁ ?
ନିରାଶ ମୋ ହୃଦୟ, ନୋହି ନିଷ୍ଠୁର,
କହି ବାରତା, କର ସଂଶୟ ଦୂର ।”

ବାସ୍ତବରେ, କବି ନିର୍ବାସିତର ମାଧ୍ଯମରେ ବାୟୁ ସମକ୍ଷରେ ଯାହା ପ୍ରକାଶ କରାଇଛନ୍ତି, ତାହା ଅତ୍ୟନ୍ତ ମନୋଜ୍ଞ ହୋଇପାରିଛି ।

Question ୬।
ନିର୍ଜନ ଦ୍ଵୀପରେ ନିର୍ବାସିତର ବ୍ୟାକୁଳତା’ ବର୍ଣ୍ଣନା କର ।
ଉ –
‘ନିର୍ବାସିତର ବିଳାପ’ କବିତାଟି ଭକ୍ତକବି ମଧୁସୂଦନ ରାଓଙ୍କ ଏକ ଅନୁବାଦ କବିତା, ଯାହାକି କବିଙ୍କ ଅନୁବାଦ ପ୍ରତିଭାର ଅସାମାନ୍ୟତାର ପ୍ରମାଣ ଦିଏ । ଏଥ‌ିରେ କବି ଜଣେ ସମାଜବିଚ୍ୟୁତ, ପ୍ରିୟପରିଜନ ଓ ବନ୍ଧୁବିଚ୍ୟୁତ ମଣିଷର ମାନସିକ ଖେଦକୁ ଅତି ସ୍ଵାଭାବିକ ଭାବରେ ବର୍ଣ୍ଣନା କରିଛନ୍ତି ।

ଘଟଣାକ୍ରମେ ନାବିକଟି ଜଳଯାତ୍ରା କରୁଥିବା ସମୟରେ ନିଜ ଜାହାଜରୁ ଅଲଗା ହୋଇଯାଇଛି । ସେ ପହଞ୍ଚିଯାଇଛି ଏକ ନିର୍ଜନ ଦ୍ଵୀପରେ । ସେହି ଦ୍ବୀପରେ ସେ ନିଜ ବ୍ୟତୀତ ଆଉ କୌଣସି ମଣିଷର ସନ୍ଧାନ ପାଇନାହିଁ । ଯୁଆଡ଼େ ଚାହିଁଛି ସବୁଆଡ଼େ ଦେଖୁଛି ଆସମୁଦ୍ରବ୍ୟାପୀ ପଶୁପକ୍ଷୀ, ତରୁଲତା ଓ ଗିରିଶ୍ରେଣୀକୁ । ସେହି ଦୃଶ୍ୟ ତାକୁ ଅତି ଭୟଙ୍କର ମନେ ହୋଇଛି । ସେ ବଡ଼ ଅସହାୟ ଭାବରେ ବିଳାପ କରିଛି । ମଣିଷର ସ୍ବର କିମ୍ବା ମୁଖ ଯେଉଁଠି ଅପହଞ୍ଚ ସେଠାରେ ସେ ଅବା କିପରି ବଞ୍ଚିବ, କାହାକୁ ନେଇ ବଞ୍ଚିବ । ତେଣୁ ଦୁଃଖ ଓ ହତାଶାରେ ନିଜର ମନୋଭାବକୁ ପ୍ରକାଶ କରିଛି ।

ନିର୍ବାସିତଟି କହିଛି, ମୁଁ ଚାରିପଟେ ଯାହାସବୁ ଦେଖୁଛି, ସବୁକିଛିର ଅଧୀଶ୍ଵର ମୋ ବ୍ୟତୀତ ଅନ୍ୟ କେହି ନୁହଁନ୍ତି । ଏହି ପ୍ରାକୃତିକ ପରିବେଶକୁ କିମ୍ବା ଏଠାକାର ଭୂଖଣ୍ଡକୁ ଛଡ଼ାଇ ନେବାପାଇଁ କେହି ଜଣେ ହେଲେ ମୋ ପାଖରେ ନାହାଁନ୍ତି । ସେଭଳି ବିଜନତାକୁ ସେ ସୁଖ ପାଇନାହିଁ । ବରଂ ସେହି ବିଜନତାକୁ ସେ ପ୍ରଶ୍ନ କରିଛି, ଯେଉଁ ବିଜନତା ମୁନିନିୟନ ମୋହିନିଏ, ସେମାନଙ୍କ ସାଧନାର ସ୍ଥଳୀ ପାଲଟିଯାଏ, ସେହି ସୁନ୍ଦର ପରିବେଶ କାହିଁ ? ଆକୁଳ ଭାବରେ ସେ କହିଛି, ଏଭଳି ପରିବେଶରେ ରହିବା ଅପେକ୍ଷା, ଭୟଙ୍କର ରଣକ୍ଷେତ୍ର, ଯେଉଁଠାରେ କି ମୃତ୍ୟୁର ପଦଧ୍ୱନି ସଦାସର୍ବଦା ହୃଦୟ ଥରାଇଦିଏ, ସେଭଳି ପରିବେଶ ଶ୍ରେୟସ୍କର । ଏଭଳି ସ୍ଥାନରେ ରହିବା ହେଉଛି ଅଧମଗତି ସହିତ ସମାନ । କାରଣ ଯେଉଁଠାରେ ଦେବତୁଲ୍ୟ ନର ଆନନ ଦେଖ‌ି ସାତସ୍ଵପ୍ନ, ଯେଉଁଠାରେ ମଧୁମୟ ମଣିଷର କଣ୍ଠସ୍ଵର ଶୁଣିବା ଅସମ୍ଭବ, ସେଭଳି ସ୍ଥାନରେ ରହିବା ବଡ଼ ଯନ୍ତ୍ରଣାଦାୟକ । ସେଥ‌ିପାଇଁ ସେ ପବନକୁ ସନ୍ଦେଶକାରୀ ଭାବରେ ପ୍ରେରଣ କରିଛି, ଯେକି ପ୍ରିୟଜନଙ୍କର ସୁଖଦୁଃଖ ବୁଝି ଆସିବ । ବନ୍ଧୁତା ଓ ପ୍ରେମହୀନ ଜୀବନ ପାଇଁ ସେ ବ୍ୟାକୁଳ ହୋଇଛି । ଧର୍ମହୀନ ଜୀବନଯାପନ କରୁଥିବାରୁ ସେ ଦୁଃଖାଭିଭୂତ ହୋଇଛି । ମନେମନେ ପ୍ରିୟପରିଜନଙ୍କ ପାଖକୁ ଚାଲିଗଲେ ବି, ପରବର୍ତୀ ସମୟରେ ନୈରାଶ୍ୟ ସାଗରରେ ତା’ ମନ ବୁଡ଼ିଯାଇଛି ।

ଏତେ ନିରାଶାରେ ରହିଲେ ମଧ୍ୟ ସେ ପୁଣି ପରମେଶ୍ୱରଙ୍କ କରୁଣା ଲାଭ କରିବାପାଇଁ ଆଶାୟୀ ହୋଇଉଠିଛି । ସେ ଦୃଢ଼ ନିଶ୍ଚିତ ଯେ ଈଶ୍ଵର ଦୟାକଲେ, ସେ ଏଭଳି ବିପଦ ପରିସ୍ଥିତିରୁ ମୁକ୍ତି ପାଇପାରିବ ।

ନିର୍ଜନ ଦ୍ଵୀପରେ ସମୟ ଅତିବାହିତ କରୁଥିବା ନିର୍ବାସିତଟି ମାନସିକ ଭାବବୋଧ ଓ ବ୍ୟାକୁଳତାକୁ କବି ଅତି ସଫଳ ଭାବରେ ପ୍ରକାଶ କରିଛନ୍ତି ।

Question ୭ ।
‘ନିର୍ବାସିତର ବିଳାପ’ କବିତାର ସାରସ୍ଵତ ମୂଲ୍ୟାୟନ କର ।
ଉ –
ପ୍ରତ୍ୟେକ ସାରସ୍ଵତ ସାଧକଙ୍କର ରହିଥାଏ ସ୍ବତନ୍ତ୍ର ଦୃଷ୍ଟିଭଙ୍ଗୀ । ସେମାନେ ଜଣେ ଜଣେ ଦାର୍ଶନିକ । ସାଧାରଣ ମଣିଷ ଯାହାକୁ ଦେଖୁ ମଧ୍ୟ ଦେଖୁଥାଏ, ଯାହାକୁ ବୁଝି ମଧ୍ୟ ବୁଝିନଥାଏ, ସାରସ୍ଵତ ସାଧକ ତାହାକୁ ଅନୁସନ୍ଧିଷ୍ଣୁ ଦୃଷ୍ଟିଭଙ୍ଗୀ ନେଇ ଦେଖେ ଓ ବୁଝେ । ପୁନଶ୍ଚ ସାଧାରଣ ଭାବେ କହିଦେଲେ ତାହା ସାରସ୍ଵତ ସାଧନା ହୋଇଯାଏ ନାହିଁ, ବରଂ କିପରି କହିଦେଲେ ରସିକପାଠକ ଓ ବିଦଗ୍ଧ ଶ୍ରୋତାର ହୃଦୟକୁ ସ୍ପର୍ଶ କରିବ, ସେଭଳି ପ୍ରକାଶ ହିଁ ଯଥାର୍ଥ ସାରସ୍ଵତ ସାଧନା । ଓଡ଼ିଆ କାବ୍ୟ ସାହିତ୍ୟରେ ଭକ୍ତକବି ମଧୁସୂଦନ ରାଓଙ୍କର ଏଭଳି ଭାବଧାରା ଖୁବ୍ ଉଚ୍ଚତର । ସେ କେବଳ ଷଡ଼ଋତୁ ବର୍ଣ୍ଣନାରେ, ଶିଶୁସାହିତ୍ୟ ସୃଷ୍ଟିରେ ସାଧାରଣ ପାଠକର ମନମୋହି ନିଅନ୍ତି ନାହିଁ, ବରଂ ସମସ୍ତଙ୍କ ମନରେ ଏକ ସ୍ଵତନ୍ତ୍ର ସ୍ଥାନଟିଏ ସୃଷ୍ଟିକରି ବସନ୍ତି । ଏପରିକି ଆଲୋଚ୍ୟ କବିତା ‘ନିର୍ବାସିତର ବିଳାପ’ ଏକ ଅନୁବାଦ ଶ୍ରେଣୀୟ କବିତା ହେଲେ ବି, ଏଥରେ ମଧ୍ୟ ସେ ତାଙ୍କର ସାରସ୍ଵତ ଲେଖନୀର ପରାକାଷ୍ଠା ପ୍ରମାଣ କରିଯାଇଛନ୍ତି ।

ନିର୍ବାସିତର ଚରିତ୍ର ଉପସ୍ଥାପନରେ କବି ବେଶ୍ ସଫଳ ହୋଇଛନ୍ତି । ସାମାଜିକ ପରିବେଶରେ ଓ ପାରିବାରିକ ଆବେଦନରେ ଚଳି ଆସିଥ‌ିବା ମଣିଷଟିକୁ ଯଦି ନିର୍ବାସିତ ହେବାକୁ ପଡ଼େ, ସେ ନିଶ୍ଚୟ ଦୁଃଖ ଓ ଅନୁଶୋଚନାରେ ଭାଙ୍ଗି ପଡ଼ିବ । ଏପରିକି ଅନ୍ୟମନସ୍କ ଭାବରେ କେତେ କ’ଣ କହିଯିବ, ଯାହାକୁ କି କବି ଅତି ମାର୍ମିକ ଭାବରେ ପ୍ରକାଶ କରିଛନ୍ତି । ବିଶେଷକରି ବନ୍ଧୁତା ଓ ପ୍ରେମ ପାଇଁ ଦେବତାମାନେ ମଧ୍ୟ ଧରାବତରଣ କରନ୍ତି ବୋଲି କବି, ନିର୍ବାସିତ ମାଧ୍ୟମରେ ଉଲ୍ଲେଖ କରିଛନ୍ତି । ସେହି ପ୍ରେମ ପାଇଁ ସେ ବିହଙ୍ଗ ଭଳି ହେବାପାଇଁ ଆଶାୟୀ ହୋଇ ରହିଛି । ପୁନଶ୍ଚ ଧାର୍ମିକ ପରିବେଶରେ ବଢ଼ିଥିବା ମଣିଷ ଯଦି, ସେଥୁରୁ ଅପସରିଯାଏ, ସେ ନିଶ୍ଚୟ ଅନୁଶୋଚନାରେ ଭାଙ୍ଗିପଡ଼ିବ, ଯାହାକୁ କି କବି ପ୍ରକାଶ କରିଛନ୍ତି ।

ଶବ୍ଦ ସଂଯୋଜନା ଦୃଷ୍ଟିରୁ କବିତାର ଆବେଦନ ଅତ୍ୟନ୍ତ ମୁଗ୍ଧକର ।
ଯେପରି – “କାହିଁ ବନ୍ଧୁତା କାହିଁ ପ୍ରେମ ସୁନ୍ଦର, ଯାର ପ୍ରାପତି ଲାଗି ଦେବତା ନର ।
ଥାଆନ୍ତା ଯଦି ମୋର ବିହଙ୍ଗ ପକ୍ଷ, ଲଙ୍ଘି ଭୀଷଣ ଗିରି, ସମୁଦ୍ରବକ୍ଷ,
ଦେଖନ୍ତି ପ୍ରିୟ ଜନ ମୁଖକମଳ, ହୁଅନ୍ତା ସନ୍ତାପିତ ପ୍ରାଣ ଶୀତଳ ।”

ପୁନଶ୍ଚ – “ଧର୍ମ ଆହା ସେ କିବା ଅମୂଲ୍ୟ ଧନ, ସରି ନୁହଁଇ ତାରେ ମଣି କାଞ୍ଚନ
ସ୍ୱର୍ଗୀୟ ମାଧୁରୀରେ ସଦା ସୁନ୍ଦର, ମହୀମଣ୍ଡଳେ କାହିଁ ତା’ ପଟାନ୍ତର ।’’

ଏଥିରେ ଶବ୍ଦ ସଂଯୋଜନା ସହିତ ଛନ୍ଦ ଓ ଉପମାଯୁକ୍ତ ପଦ ପାଠକୀୟ ଶ୍ରଦ୍ଧା ଆଣିଥାଏ । ବିଶେଷକରି କବିଙ୍କର ଦାର୍ଶନିକ ଅନୁଚିନ୍ତା କବିତାର ଛତ୍ରେ ଛତ୍ରେ ପରିପ୍ରକାଶିତ ।

ବିଭିନ୍ନ ଦୃଷ୍ଟିରୁ ଆକଳନ କଲେ ଜଣାଯାଏ ଯେ, ଆଲୋଚ୍ୟ କବିତା ସାରସ୍ଵତ ମର୍ଯ୍ୟାଦାରେ ମର୍ଯ୍ୟାଦାବନ୍ତ ହୋଇପାରିଛି ।

CHSE Odisha Class 12 Optional Odia Solutions Chapter 6 ନିର୍ବାସିତର ବିଳାପ

କବି ପରିଚିତି :

ଓଡ଼ିଆ ସାହିତ୍ୟରେ ଭକ୍ତକବି ମଧୁସୂଦନ ରାଓ ଜଣେ ସୁପରିଚିତ ଓ ସମ୍ମାନାସ୍ପଦ କବି । ସେ କବିବର ରାଧାନାଥଙ୍କ ଉନ୍ମୋଚିତ ନବଯୁଗର କାବ୍ଯସରଣୀକୁ ଗୀତିଗୁଚ୍ଛର ପୁଷ୍ପସମ୍ଭାରରେ ସୁଶୋଭିତ କରିଥିଲେ । ବିଭୁ ବନ୍ଦନା, ମଙ୍ଗଳର ଉପାସନା ଏବଂ ଜୀବନ ପ୍ରତି ଗଭୀର ଅନୁଚିନ୍ତାରେ ତାଙ୍କର କୃତିତ୍ୱ ଥିଲା ଅନନ୍ୟା ସାଧାରଣ । ସେ ଥିଲେ ଓଡ଼ିଆ ସାହିତ୍ୟର ଶିକ୍ଷାଗୁରୁ ଓ ଦୀକ୍ଷାଗୁରୁ । ପୁନଶ୍ଚ ସେ ଥିଲେ ଏକାଧାରରେ ନିପୁଣ ସ୍ରଷ୍ଟା ଓ ଦିବ୍ୟଦ୍ରଷ୍ଟା । ଡଃ. ମାନସିଂହଙ୍କ ମତରେ -“He was essentially a preacher and a teacher, who made use of the literary vehicle for publicising his ideas, reflections and visions.

ଭକ୍ତକବି ମଧୁସୂଦନ ୧୮୫୩ ମସିହା ଜାନୁଆରୀ ୨୯ ତାରିଖରେ ଶ୍ରୀପଞ୍ଚମୀ ତିଥ୍ୟରେ ପୁରୀରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପୈତୃକ ପରିବାର, ପୁରୀରେ ବାସ କରୁଥିବା ବ୍ରାତ୍ୟ ମରହଟ୍ଟା କ୍ଷତ୍ରିୟ ପରିବାର । ତାଙ୍କ ପିତାଙ୍କ ନାମ ଥିଲା ଭଗୀରଥୀ ରାଓ । ସେ ଥିଲେ ପୋଲିସ୍ ବିଭାଗର ଜଣେ ସାଧାରଣ କର୍ମଚାରୀ । ମଧୁସୂଦନ ଏଫ.ଏ. ପାସ୍ କରିବା ପରେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ । ନିଜର କୃତିତ୍ଵ ବଳରେ ସେ ଶିକ୍ଷକ ଓ ଅଧ୍ୟାପକମଣ୍ଡଳୀର ଆକର୍ଷଣ କରିବାକୁ ସମର୍ଥ ହୋଇଥିଲେ । କଲେଜରେ ଛାତ୍ର ଥିଲାବେଳେ ସେ ନିଜର ଘନିଷ୍ଠ ବନ୍ଧୁ ପ୍ୟାରୀମୋହନ ଜୀବନରେ ଅଭୂତପୂର୍ବ ପରିବର୍ତ୍ତନର ସୂତ୍ରପାତ ହୋଇଥିଲା । ପରିଣତି ସ୍ବରୂପ ସେ ନିଜର ଅଧିକାଂଶ ସାରସ୍ଵତ ସୃଷ୍ଟିରେ ଭକ୍ତିଚେତନା ଓ ବିଭୁଚେତନାକୁ ଆଶ୍ରୟ କରି ନେଇଥିଲେ । ସେ ଶିକ୍ଷକ ଭାବରେ କର୍ମମୟ ଜୀବନ ଆରମ୍ଭକରି ଶିକ୍ଷାବିଭାଗର ଡିଭିଜନାଲ୍ ଇନିସ୍ପେକ୍ଟର ପଦକୁ ଉନ୍ନୀତ ହୋଇଥିଲେ ।

ଶିକ୍ଷା ବିଭାଗର ପ୍ରଶାସନିକ କାର୍ଯ୍ୟରେ ମଧୁସୂଦନ ନିଜର ଦକ୍ଷତାର ପରିଚୟ ପ୍ରଦାନ କରିଥିଲେ । ବ୍ୟକ୍ତିଗତ ଜୀବନରେ ସେ ନୈତିକତା, ଭାବାଦର୍ଶ ଓ ପବିତ୍ର ଧର୍ମାଚରଣ ପ୍ରଦର୍ଶନ କରିଥିଲେ । ସେହିପରି ସାରସ୍ଵତ ଜୀବନରେ ତାଙ୍କର ଥିଲା ଅସାମାନ୍ୟ ପ୍ରତିଭା । ସାମାଜିକ ଜୀବନର ସେ ଥିଲେ ଜଣେ ସଫଳ ସଙ୍ଗଠକ । କର୍ମକ୍ଷେତ୍ରରୁ ଅବସର ଗ୍ରହଣ କରିବାପରେ ମଧୁସୂଦନ ବର୍ତ୍ତମାନର ଭକ୍ତମଧୁ ବିଦ୍ୟାପୀଠ ରୂପେ ପରିଚିତ, କଟକର ତତ୍କାଳୀନ ଭିକ୍ଟୋରିଆ ହାଇସ୍କୁଲ ପ୍ରତିଷ୍ଠା କରିଥିଲେ । ସେ ଥିଲେ ‘ଉତ୍କଳ ସାହିତ୍ୟ ସମାଜ’ର ପ୍ରତିଷ୍ଠାତା । ପ୍ରଶାସନିକ ଦକ୍ଷତା ସାଙ୍ଗକୁ ଉତ୍କୃଷ୍ଟ ସାହିତ୍ୟ ସୃଷ୍ଟି ଓ ତା’ର ପ୍ରଚାର ପ୍ରସାର ପାଇଁ ଇଂରେଜ ସରକାର ତାଙ୍କୁ ‘ରାୟବାହାଦୂର’ ଉପାଧିରେ ଭୂଷିତ କରିଥିଲେ ୧୯୧୨ ମସିହା, ଡିସେମ୍ବର ୨୮ ତାରିଖରେ ।

ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଥମ ଗୀତିକବି (Lyrical Poet) ରୂପେ ମଧୁସୂଦନ ରାଓ ସୁପରିଚିତ । ଅନେକ ଗୀତିକବିତା ତାଙ୍କ ଲେଖନୀରୁ ମୁକ୍ତିଲାଭ କରିଛି । ଗୀତିକବିତା ରଚନାର ଆଙ୍ଗିକ ଆଦର୍ଶ ପାଇଁ ମଧୁଦନ ବିଦେଶୀ ସୃଷ୍ଟିଦ୍ଵାରା ପ୍ରଭାବିତ ହୋଇଥିଲାବେଳେ, ପଞ୍ଚସଖା ଯୁଗର ଗୀତି ପରମ୍ପରାକୁ ଆଶ୍ରୟ କଲାପରି ସେ ଗୀତିକବିତାର ଆଙ୍ଗିକ ବିନ୍ୟାସ ପାଇଁ ପ୍ରାଚ୍ୟ ଭାବସମ୍ପଦ ଓ ପ୍ରାଚୀନ ଭାରତୀୟ ଉପାଦାନ ଆହରଣ କରିବସିଛନ୍ତି । କାବ୍ୟକ କଳ୍ପନା ବିଳାସ ପରିବର୍ତ୍ତେ ସେ ଥିଲେ ସତ୍ୟ ଓ ବାସ୍ତବତାର ସମର୍ଥକ, ଆଦର୍ଶର ପୃଷ୍ଠପୋଷକ ! ମଧୁସୂଦନଙ୍କ ସମ୍ବୋଧନ ଗୀତିକା, ଶୋକ ଗୀତିକା, ଚତୁର୍ଦ୍ଦଶପଦୀ କବିତା ଓ ଗାଥା କବିତା ରଚନା କରି ସାଫଲ୍ୟ ଅର୍ଜନ କରିଛନ୍ତି ।

ବାଲେଶ୍ଵରରେ ଶିକ୍ଷକ ଥିଲାବେଳେ ସେ କବିବର ରାଧାନାଥଙ୍କ ସହିତ ମିଶି ‘କବିତାବଳୀ’ ରଚନା କରିଥିଲେ । ଦୁଇଭାଗରେ ରଚିତ ତାଙ୍କର ‘ଛାନ୍ଦମାଳା’ ଉତ୍କୃଷ୍ଟ ଶିଶୁ ଓ କିଶୋର କବିତାର ମନୋଜ୍ଞ ସଙ୍କଳନ । ମଧୁସୂଦନଙ୍କ ରଚିତ ‘ବର୍ଷବୋଧ’, ‘ସାହିତ୍ୟ କୁସୁମ’, ‘ସାହିତ୍ୟ ପ୍ରସଙ୍ଗ’ ଏବଂ ‘ପ୍ରବନ୍ଧମାଳା’, ପ୍ରଭୃତି ସେକାଳର ଉତ୍କୃଷ୍ଟ ପାଠ୍ୟପୁସ୍ତକରୂପେ ଗୃହୀତ ହୋଇଥିଲା । ‘କୁସୁମାଞ୍ଜଳୀ’, ‘ବସନ୍ତଗାଥା’ ଓ ‘ଉତ୍କଳଗାଥ’ ପ୍ରଭୃତି ମଧୁସୂଦନଙ୍କ ଉଲ୍ଲେଖଯୋଗ୍ୟ ସଙ୍କଳନ । ‘ଋଷିପ୍ରାଣେ ଦେବାବତରଣ’, ‘ହିମାଚଳେ ଉଦୟ ଉତ୍ସବ’, ‘ଜୀବନଚିନ୍ତା’, ‘ଆକାଶ ପ୍ରତି’, ‘ପଦ୍ମ’, ‘ଧ୍ଵନି’, ‘ନଦୀପ୍ରତି’, ‘ସ୍ତବ’, ‘ଶଙ୍ଖଧ୍ବନି’, ‘ଏ ସୃଷ୍ଟି ଅମୃତମୟ ହେ’ ‘ସୀତା ବନବାସ’, ‘ଆଶା’, ‘ପୃଥ‌ିବୀ ପ୍ରତି’ ଓ ‘ଜନ୍ମଭୂମି’ ପ୍ରଭୃତି ତାଙ୍କର ବହୁଚର୍ଚ୍ଚିତ ଲୋକପ୍ରିୟ କବିତାକୃତି ।

ଅନୁବାଦ ସୃଷ୍ଟି ପାଇଁ ଭକ୍ତକବି ମଧୁସୂଦନ ନିଶ୍ଚିତଭାବେ ବିପୁଳ ଗୌରବର ଅଧିକାରୀ । ସେ ସଂସ୍କୃତ ସାହିତ୍ୟରୁ ‘ବାଳ ରାମାୟଣ’, ‘ଉତ୍ତର ରାମଚରିତ’ର କେତେକ ଅଂଶ ‘ଶ୍ରୀରାମ ବନବାସ’ ଓ ‘ସୀତା ବନବାସ’ ଆଦି ଖୁବ୍ ଯତ୍ନ ସହକାରେ ଓଡ଼ିଆ ସାହିତ୍ୟକୁ ଅନୁବାଦ କରିଥିଲେ । ତାଙ୍କ ରଚିତ ଗଳ୍ପ ‘ପ୍ରଣୟର ଅଦ୍ଭୁତ ପରିଣାମ’ ଏକ ବିଦେଶୀ ଗଳ୍ପର ଛାୟାରେ ମୁକ୍ତିଲାଭ କରିଥିବା ସମ୍ପର୍କରେ ଆଲୋଚକମାନେ ମତ ପ୍ରକାଶ କରିଥା’ନ୍ତି ।

ଶିଶୁ ସାହିତ୍ୟ ସୃଷ୍ଟି କ୍ଷେତ୍ରରେ ମଧୁସୂଦନଙ୍କ ଅବଦାନ ଅତୁଳନୀୟ । ‘ବର୍ଣ୍ଣବୋଧ’ରେ ସଂକଳିତ କ୍ଷୁଦ୍ର ଶିଶୁଗୀତିକାଗୁଡ଼ିକ କିପରି ସରଳ, ସାବଲୀଳ, ଶିକ୍ଷଣୀୟ ଓ ଶିଶୁ ସୁଲଭ ତାହା ସହଜରେ ଧାରଣା କରାଯାଇପାରେ ।

ମଧୁସୂଦନଙ୍କ ଅମର କବିତାର ମଧୁର ଧ୍ଵନି ଓଡ଼ିଆ ପାଠକ ପ୍ରାଣକୁ କାଳ କାଳ ପାଇଁ ଝକୃତ କରୁଥ୍ ଏବଂ ତାଙ୍କର କବିତାକୃତି ଯେ ସଚରାଚର ଓଡ଼ିଶାର ଜନମାନରେ ପ୍ରତିଧ୍ୱନି ସୃଷ୍ଟିକରିବାରେ ଲାଗିଥିବ ଏଥିରେ ସନ୍ଦେହର ତିଳେମାତ୍ର ଅବକାଶ ନାହିଁ ।

CHSE Odisha Class 12 Optional Odia Solutions Chapter 6 ନିର୍ବାସିତର ବିଳାପ

କରିତାର ପୃଷ୍ଠଭୂମି :

ଆଲୋଚ୍ୟ କବିତା ‘ନିର୍ବାସିତର ବିଳାପ’ William Cowperଙ୍କ ଇଂରାଜୀ କବିତାର ସାର୍ଥକ ଅନୁବାଦ । ଇଂରାଜୀ କବି cowperଙ୍କ କବିତା The Solitude of Alexander Selkirkର ଛାୟାରେ ଏହା ରଚନା କରାଯାଇଥିଲେ ବି ଏହା କବି ମଧୁସୂଦନଙ୍କ ଭାଷା, ଭାବ ଓ ଆବେଦନକୁ ଯଥାର୍ଥ ଭାବରେ ପ୍ରକାଶ କରିଛି । ଅନୁବାଦ ସୃଷ୍ଟି ହୋଇଥିଲେ ବି ଏହା କବିଙ୍କ ମୌଳିକ ଚିନ୍ତାଧାରାକୁ ଅପେକ୍ଷା ରଖେ ।

କୌଣସି ଏକ ନାବିକ ଜଳଯାତ୍ରା କରୁଥିବା ସମୟରେ ଘଟଣାକ୍ରମେ ନିଜ ଜାହାଜରୁ ଅଲଗା ହୋଇଯାଇଛି । ସେ ପହଞ୍ଚାଇଛି ଏକ ନିର୍ଜନ ଦ୍ଵୀପରେ । ନିର୍ଜନ ଦ୍ଵୀପର ଅଧିକାରୀ ହୋଇଥ‌ିବାରୁ ସେ ମଣିଷ ସମାଜ ପାଖକୁ ଫେରିଯିବାର ଉପାୟ ପାଇନାହିଁ । କେବଳ ସେ ସେଠାକାର ପଶୁପକ୍ଷୀ, ତରୁଲତା ଓ ଅନ୍ୟାନ୍ୟ ଜୀବଜନ୍ତୁଙ୍କର ସାନ୍ନିଧ ଲାଭକରିଛି । କୌଣସି ସମୟରେ ଈପ୍‌ସିତ ମଣିଷର ସ୍ଵର ଶୁଣିବାକୁ ପାଇନାହିଁ । ସାମାଜିକ ବନ୍ଧନରେ ବାନ୍ଧିହୋଇ ରହିଥ‌ିବା ମଣିଷଟି ହୋଇଛି ନିହାତି ଅସହାୟ । ବନ୍ଧୁ ପରିବେଶରେ ସମୟ କାଟି ଆସିଥ୍‌ ମନଟି ହୋଇଛି ତା’ର ବେସୁରା ଓ କ୍ଷତାକ୍ତ । ଜନମାନବହୀନ ପରିବେଶରେ ଏକାକୀତ୍ଵକୁ ବାଧ୍ୟ ହୋଇ ଆପଣେଇ ନେଇଥ‌ିବା ମଣିଷଟି ମନର ଭାବକୁ, ଯାହା ବିଦେଶୀ କବି ଅନୁଭବ କରିଥିଲେ, ତାହାକୁ କବି ମଧୁସୂଦନ ଆହୁରି ସୁନ୍ଦର ଭାବରେ ବୁଝିପାରିଲେ ଓ ବୁଝାଇ ପାରିଲେ ।

କବିତାର ସାରକଥା :

ସମୁଦ୍ର ମଧ୍ୟରେ ସମ୍ପୂର୍ଣ୍ଣ ଅଲଗା ପରିବେଶରେ ରହି ପ୍ରିୟ ପରିଜନଙ୍କ ମଧୁମୟ ସ୍ମୃତିକୁ ସେ ରୋମନ୍ଥନ କରିଛି । ନିର୍ଜନ ଦ୍ଵୀପରେ ସେ ଅଧୀଶ୍ଵର ହୋଇ ସାରିଲାପରେ ଯେଉଁଭଳି ଖେଦୋକ୍ତି ପ୍ରକାଶ କରିଛି ତାହା ନିହାତି ମାନବୀୟ । ସେ ବେଳେବେଳେ ନିରୁତ୍ସାହିତ ହୋଇ ମାନସିକ ସନ୍ତୁଳନରେ ଘାରି ହୋଇଛି । ଏତେ ନୈରାଶ୍ୟ ଥିଲେ ବି ସେ ପୁଣି ଆଶାର ଆଲୋକରେ ଆଲୋକିତ ହୋଇ, ସମ୍ଭାବନାର ଦିଗକୁ ନିଜର କରିବାକୁ ଚେଷ୍ଟା କରିଛି ।

କବିତାର ପ୍ରଥମ ପର୍ଯ୍ୟାୟରେ କବି ଅତି ନାଟକୀୟ ଭାବେ ନିର୍ବାସିତଟିର ମାନସିକତାକୁ ଉପସ୍ଥାପନ କରିଛନ୍ତି । ସେ ଦେଖୁଛି ଏକ ଅପରିଚିତ ଭୂଖଣ୍ଡ । ସେ ଯେଉଁଆଡ଼େ ଚାହିଁଛି, ତାକୁ ଜଣାଯାଇଛି, ଆଉ କେହି ତା’ର ପ୍ରତିଦ୍ଵନ୍ଦୀ ନାହାଁନ୍ତି । ସେ ଯୁଆଡ଼େ ଚାହିଁଛି, ଯେଉଁ ଦିଗକୁ ଆଖିବୁଲାଇ ନେଇଛି, ସବୁ ଅଞ୍ଚଳର ସେ ହେଉଛି ଅଧୀଶ୍ଵର । ସେ ପୁଣି ନିଜକୁ ଦୁଃଖପୂର୍ଣ୍ଣ ସମ୍ବୋଧନରେ ସମ୍ବୋଧ୍ୟ କରିଛି । ଏ ବିରାଟ ସୃଷ୍ଟିରେ ଏମିତି ଜଣେ କେହି ନାହିଁ ଯେକି ମୋଠାରୁ ଏହି ଅଧିକାର ଛଡ଼ାଇ ନେବାପାଇଁ ସଂଗ୍ରାମ କରିବ । ମଣିଷର ମାନସିକତା ଏପରି ଯେ ସେ ଚାହେଁ ସବୁବେଳେ ପ୍ରତିଦ୍ଵନ୍ଦୀ ଭାବରେ ନିଜକୁ ବଡ଼କରି ଦେଖାଇବ । ସମସ୍ତେ ଯେପରି ତା’ଠାରୁ ପରାଜିତ ହୋଇ ବଶ୍ୟତା ସ୍ବୀକାର କରିବେ । ସେ ଯେତେବେଳେ ଦେଖେ ତା’ ସହିତ ଦ୍ବନ୍ଦ କରିବାକୁ କେହି ନାହିଁ, କାହାରି ସହିତ ପ୍ରତିଯୋଗିତା କରିବାର ଅବସର ମିଳେ ନାହିଁ, ସେତେବେଳେ ସେ ଦୁଃଖାଭିଭୂତ ହୋଇଯାଏ । ଠିକ୍ ସେହି ପରିସ୍ଥିତିରେ ପଡ଼ିଯାଇଛି, ନାବିକ ।

ନିର୍ବାସିତଟି ଚାରିଆଡ଼େ ଆଖୁବୁଲାଇ ନେଇଛି । ସେ ଯେଉଁ ଆଡ଼କୁ ଚାହିଁଛି, ସବୁଆଡ଼େ ଦେଖୁଛି ପ୍ରକୃତିର ଅନୁପମ ବିଭବକୁ । ସବୁକିଛି ବିସ୍ତାରିତ ହୋଇଛି ନୀଳ ସମୁଦ୍ରଯାଏ । ଫଳଫୁଲରେ ପରିପୂର୍ଣ୍ଣ ଓ ବିଶୋଭିତ ବନଲତା, କୀଟପତଙ୍ଗ ପରି କ୍ଷୁଦ୍ରପ୍ରାଣୀଠାରୁ ଆରମ୍ଭକରି ସିଂହ ଓ ହସ୍ତୀ ପରି ବୃହତ୍ ପ୍ରାଣୀ, ସବୁର ମାଲିକ ସେ ବୋଲି ନିଜକୁ ବସିଛି ।

ସେହି ନିରୋଳା ପରିବେଶକୁ ସେ ପ୍ରଶ୍ନ କରିଛି, ‘ବିଜନତାର ସେହି ମୋହନ ବେଶ କେଉଁଆଡ଼େ ଚାଲିଯାଇଛି, ଯେଉଁ ପରିବେଶକୁ ମୁନି ବା ତପସ୍ବୀମାନଙ୍କର ତପ ଆଚରଣ ପାଇଁ ସର୍ବଶ୍ରେଷ୍ଠ ପରିସର ବୋଲି ପରିଚିତ ହୋଇଥାଏ ।’ ଏଭଳି ନିରୋଳା, ଜନଶୂନ୍ୟ ପରିବେଶରେ ରହିବା ଅପେକ୍ଷା, ରଣକ୍ଷେତ୍ର ପରି ବିପଦପୂର୍ଣ୍ଣ ପରିବେଶରେ ରହିବା ଭଲ । ରଣକ୍ଷେତ୍ର ବିପଦପୂର୍ଣ୍ଣ ବା ପ୍ରତିମୁହୂର୍ଭରେ ମୃତ୍ୟୁର ପଦଧ୍ଵନି ଶୁଣାଯାଉଥିଲେ ମଧ୍ୟ, ସେଥିରେ ବଞ୍ଚିବାପାଇଁ ଅବସର ମିଳିଥାଏ । କାରଣ ସଂଗ୍ରାମୀ ମାନସିକତା ନେଇ ପକ୍ଷ ପ୍ରତିପକ୍ଷ ଯୁଦ୍ଧର ଆହ୍ବାନ ଦେଇଥା’ନ୍ତି । ସେଭଳି ପରିବେଶ ରାଜ୍ୟପ୍ରାପ୍ତି ହେଲେ, ତାହା ହେଉଛି ଅଧମଗତି ବୋଲି ସେ ବିଚାର କରିଛି ।

CHSE Odisha Class 12 Optional Odia Solutions Chapter 6 ନିର୍ବାସିତର ବିଳାପ

ପରିବେଶରେ ରହି, ମଣିଷଟିଏ ଦେଖିବାପାଇଁ ସେ ଆତୁର ହୋଇଉଠିଛି । ହତାଶାରେ ଭାଙ୍ଗିପଡ଼ି ସେ ବିଚାର କରିଛି, ସେ ହୁଏତ ଦେବତୁଲ୍ୟ ମାନବମୁଖକୁ ଆଉ ଆଖ୍ୟାରେ ଦେଖିପାରିବ ନାହିଁ । ଏଇଠି ହିଁ ତା’ର ଜୀବନଦୀପ ନିର୍ବାପିତ ହୋଇଯିବ । ତାହାର ଏଭଳି ଦାରୁଣ ମୃତ୍ୟୁ ସମସ୍ତଙ୍କ ପାଇଁ ଗୋପନୀୟ ହୋଇ ରହିଯିବ । କେହି ଆଉ ତାହାର ମୃତ୍ୟୁଖବର ଜାଣିପାରିବେ ନାହିଁ ।

ମଣିଷର ସ୍ଵରୂପ ପାଇଁ ସେ କେବଳ ବ୍ୟସ୍ତ ହୋଇନାହିଁ, ବରଂ ମଣିଷ କଣ୍ଠର ମଧୁର ଭାଷାକୁ ସେ ଶ୍ରବଣ କରିବାପାଇଁ ଆଶାୟୀ ହୋଇଛି । ମନୁଷ୍ୟ କଣ୍ଠର ମଧୁମୟ ଧ୍ଵନିକୁ ସେ ଅପେକ୍ଷାକରି ରହିଥିଲାବେଳେ, ଅଜାଣତରେ ନିଜ ସ୍ୱରକୁ ନିଜେ ଶ୍ରବଣ କରି ଚମକି ଉଠିଛି । କୌଣସି ମନୁଷ୍ୟ କଣ୍ଠସ୍ବର ଥିଲେ, ସେଠାରେ ସେ ବଞ୍ଚିବାର ସାହାରା ପାଇଯିବ ବୋଲି ମନେକରିଛି ।

ସେଠାକାର ପଶୁମାନେ ନିର୍ଭୟରେ ବିଚରଣ କରୁଥା’ନ୍ତି । ନିର୍ବାସିତର ଉପସ୍ଥିତି ସେମାନଙ୍କ ମନରେ କୌଣସି ପ୍ରକାର ପ୍ରତିକ୍ରିୟା ସୃଷ୍ଟି କରେ ନାହିଁ । କାରଣ ସେମାନେ କୌଣସି ସମୟରେ ମାନବର ଅମାନବୀୟ ବ୍ୟବହାରର ପରିଚୟ ପାଇନାହାଁନ୍ତି । ମଣିଷମାନେ ସେମାନଙ୍କର ଯେ କ୍ଷତି ପହଞ୍ଚାଇ ପାରିବେ, ସେକଥା ସେହି ସହଜ ସରଳ ପଶୁମାନେ ଅବଗତ ନୁହଁନ୍ତି । ତେଣୁ ମାନବ ପ୍ରତି ତାଙ୍କର ରହିଛି ଅନାସ୍ଥାଭାବ ।

ନିର୍ବାସିତଟି ବିଳାପ କରିବା ଅବକାଶରେ ମାନବର ସ୍ଵର୍ଗୀୟ ଭାବକୁ ମନେପକାଇଛି । ମଣିଷ ଜୀବନର ଅନ୍ୟତମ ଶ୍ରେଷ୍ଠ ଗୁଣ ହେଉଛି ପ୍ରେମ ଓ ବନ୍ଧୁତା । ଏହି ଦୁଇଟି ସ୍ଵଭାବ ଯୋଗୁ ମାନବ ସମାଜ ତିଷ୍ଠି ରହିଛି । ମାନବ ସାମାଜିକ ପ୍ରାଣୀ ଭାବରେ ସୁଖଶାନ୍ତିରେ ଜୀବନ ଅତିବାହିତ କରିଛି । ପୁନଶ୍ଚ ବନ୍ଧୁତା ଓ ପ୍ରେମ ପାଇଁ ମାନବକାହିଁକି ଦେବତାମାନେ ମଧ୍ୟ ଆଶାୟୀ ହୋଇ ରହିଥା’ନ୍ତି । ମାନବ ଜୀବନର ଏହି ଦିବ୍ୟଗୁଣକୁ ସ୍ମରଣକରି ନାବିକଟି ଭାବିଛି, ବାସ୍ତବରେ ବନ୍ଧୁତା ଓ ପ୍ରେମଠାରୁ ଆଉକିଛି ଭଲ ନାହିଁ । ଯାହାର ପ୍ରାପ୍ତି ପାଇଁ ଦେବତାମାନେ ମଧ୍ୟ ଆଶାୟୀ ହୋଇ ମର୍ତ୍ତ୍ୟଲୋକକୁ ଚାଲି ଆସିଥା’ନ୍ତି । ଯଦି ତାହାର ଉଡ଼ିଯିବାର ଶକ୍ତି ଥାଆନ୍ତା ଏବଂ ପକ୍ଷୀସାହାଯ୍ୟରେ ସେ ଉଡ଼ିପାରୁଥା’ନ୍ତା, ତା’ହେଲେ, ସେ ଆଉ ନିର୍ଜନ ଦୀପରେ ପଡ଼ିରହି ନଥା’ନ୍ତା । ସେ ଉଡ଼ି ଉଡ଼ି ଗିରି ସମୁଦ୍ରକୁ ଅତିକ୍ରମ କରି ନିଜର ପ୍ରିୟଜନଙ୍କ ନିକଟରେ ପହଞ୍ଚାଇ ପାରନ୍ତା । ପ୍ରିୟଜନଙ୍କର ମୁଖରୂପକ ପଦ୍ମକୁ ଦର୍ଶନକରି ନିଜର ସନ୍ତାପିତ ପ୍ରାଣକୁ ଶୀତଳ କରିପାରନ୍ତା ନିଜର ଦର୍ଶନଜନିତ ଆଶାକୁ ଚରିତାର୍ଥ କରିପାରନ୍ତା ।

ମାନବ ସମାଜକୁ ଧରିରଖୁଥ‌ିବା ଅନ୍ୟତମ ଦିବ୍ୟଗୁଣ ଧର୍ମ ଓ ସତ୍ୟକୁ ମଧ୍ଯ ନାବିକଟି ସ୍ମରଣ କରିଛି । ଧର୍ମ ଓ ସତ୍ୟର ପରାକାଷ୍ଠା ପାଇଁ ଏ ମଣିଷ ସମାଜର ସ୍ଥିତି ଦୃଢ଼ ହୋଇରହିଛି । ଧର୍ମର ଓ ସତ୍ୟର ମହନୀୟ ଭାବକୁ ପାଥେୟକରି ସେ ହୃଦୟବିଭୋର ଭାବରେ ରହିପାରନ୍ତା ବୋଲି କାମନା କରିଛି । ବିଜ୍ଞ ବ୍ୟକ୍ତି ବା ଅଭିଜ୍ଞ ମଣିଷଙ୍କଠାରୁ ସେ ସଦୁପଦେଶ ଗ୍ରହଣ କରି ଜୀବନକୁ ଚରିତାର୍ଥ କରିପାରନ୍ତା ବୋଲି ଆଶା କରିଛି । ସେ ବିଜ୍ଞମାନଙ୍କ ପରାମର୍ଶରେ ନିଜକୁ ବିଜ୍ଞଭାବରେ ପରିଚିତ କରିପାରନ୍ତା ବୋଲି ଆଶା କରିଛି । ପୁନଶ୍ଚ ମାନବ ଜୀବନର ସବୁଠାରୁ ଶ୍ରେଷ୍ଠସମୟ ତରୁଣ ସମୟ ବା ଯୌବନ ସମୟ ସମ୍ପର୍କରେ ସେ ସ୍ମରଣ କରିଛି । କାରଣ ଏହି ସମୟରେ ମଣିଷ ଅନେକ କିଛି କରିଯିବାର ଅପେକ୍ଷା ରଖେ । ସେହି ତରୁଣମାନଙ୍କ ସହିତ ମିଶି, ଆମୋଦ ପ୍ରମୋଦରେ ଜୀବନର ସବୁକିଛି ସରସତାକୁ ଉପଭୋଗ କରିବ ବୋଲି ସେ ଆଶାୟୀ ହୋଇଛି ।

ମାନବ ଜୀବନକୁ ଧରିରଖୁବା ଧର୍ମର ମହତ୍ତ୍ବକୁ ସେ ବିଳାପ ଅବକାଶରେ ସ୍ମରଣ କରିଛି । କାରଣ ଧର୍ମ ଅର୍ଜନ କଲେ ମଣିଷ ଜୀବନ ସାର୍ଥକ ହୁଏ । କବି ମଧୁସୂଦନ ଶିଶୁ ଓ କିଶୋରମାନଙ୍କୁ ଉପଦେଶ ଦେଇ କହିଛନ୍ତି, ‘ବାଲ୍ୟକାଳୁ ଧର୍ମ ଧନ ମୁଁ ସଞ୍ଚି, ଏ ଜୀବନ ଅନିଶ୍ଚିତ’। ଧର୍ମରୂପକ ଧନ ସଞ୍ଚୟ କଲେ ମଣିଷ ଜୀବନ ସଫଳ ହୋଇଥାଏ । ତେଣୁ ଧର୍ମ ହେଉଛି ଅତୁଳନୀୟ । ଏହି ଧନ ସହିତ ପାର୍ଥ ସମ୍ପଦ, ମଣି କାଞ୍ଚନ ଆଦି ସମକକ୍ଷ ହୋଇପାରିବ ନାହିଁ । ଏହି ଧର୍ମ ହେଉଛି ସ୍ୱର୍ଗୀୟ । ଧର୍ମ ନିଜସ୍ୱ ମାଧୁର୍ଯ୍ୟରେ ସଦା ସୁନ୍ଦର । ଏହି ମରଣଶୀଳ ଦୁନିଆରେ ତାହାର ତୁଳନା ନାହିଁ । ଧର୍ମରୂପକ ରତ୍ନରେ ଦେବତାମାନଙ୍କୁ ଆରାଧନା ବା ପୂଜା କରାଯାଇପାରେ । ନିର୍ବାସିତଟି ଭାବିଛି ଏହି ସ୍ଥାନରେ, ସେହି ଦିବ୍ୟଗୁଣକୁ ଧାରଣ କରିବାର ଅବସର ନାହିଁ । ଦେବ ଅର୍ଚ୍ଚନା କରିବା ସମୟରେ ଯେଉଁ ବାଦ୍ୟ ବାଦନ କରାଯାଏ, ସେହି ବାତ୍ୟ ଏଠାରେ ଶ୍ରବଣ କରିବା ସମ୍ଭବ ନୁହେଁ । ସେହି ବାଦ୍ୟର ବିମୋହିତ ଧ୍ଵନି ଏଠାକାର ପର୍ବତଶ୍ରେଣୀ କୌଣସି ସମୟରେ ଶ୍ରବଣ କରିନାହାନ୍ତି । ସେହିପରି ଧର୍ମ ଉତ୍ସବ ପାଳନ କରିବାର ଯେଉଁ ହୃଦୟସ୍ପର୍ଶୀ ଭାବ ମନକୁ ଉଚ୍ଚାଟିତ କରେ, ସେଭଳି ଭାବ ଏଠାରେ ଦେଖିବାକୁ ମିଳେନାହିଁ । ଫଳରେ ଏଠାକାର ବନଲତା, ସେଭଳି ଦିବ୍ଯଭାବକୁ ଦର୍ଶନ କରିବାର ସୁଯୋଗ ପାଇନାହାଁନ୍ତି । ଜୀବନଧାରଣ କରି ଯଦି ଧର୍ମ ଅର୍ଜନ କରିବା ବା ଧର୍ମ ପ୍ରତିପାଳନ କରିବାର ଅବସର ମିଳେନାହିଁ, ସେଭଳି ଜୀବନରେ କୌଣସି ମୂଲ୍ୟ ନାହିଁ । ସେଭଳି ଜୀବନ ହେଉଛି ବୃଥା ଜୀବନ । ସେ କେବଳ ପଶୁମାନଙ୍କ ପରି ବଞ୍ଚିବା ସହିତ ସମାନ ବୋଲି ନାବିକଟି ମନେକରିଛି ।

ନିର୍ବାସିତଯି ବଞ୍ଚିବାର ସାହାରା ଭାବରେ ବାୟୁକୁ ଆଶ୍ରୟ କରିଛି । ସେ ବାୟୁକୁ ସମ୍ବୋଧନ କରି କହିଛି, ‘ରେ ବାୟୁ ତୋହର ଗତି ହେଉଛି ଅପ୍ରତିହତ । ମୁଁ ହେଉଛି ତୋ ପାଖରେ ଖେଳନା ପରି । ତୁ ଚାହିଁଲେ ମୋତେ ସୁଖ ଦେଇପାରିବୁ, ତୁ ଚାହିଁଲେ ମୋତେ ଦୁଃଖ ଦେଇପାରିବୁ । ତେଣୁ ମୋତେ ଦୟାକରି, ମୋର ଆକୁଳ ପ୍ରାର୍ଥନା ଶ୍ରବଣ କର । ତୁ କେବଳ ମୋ ଦେଶର, ମୋ ପରିଚିତ ଇଲାକାର, ଯେଉଁଠାରେ ମୋର ପ୍ରିୟପରିଜନ ରହିଛନ୍ତି, ସେଠାକାର ସୁସମାଚାର ମୋତେ ପ୍ରଦାନ କର । ଯେଉଁ ବାର୍ତ୍ତାକୁ ଶ୍ରବଣ କରି, ଏ ଭୟଙ୍କର ସ୍ଥାନରେ ମଧ୍ୟ ମୁଁ ବଞ୍ଚିବାର ଆଶା ପ୍ରତିପୋଷଣ କରିପାରିବି । ମୋର ମନ ଆନନ୍ଦ ଜଳରେ ଭାସିଯିବ । ପ୍ରକୃତରେ ମୋର ପ୍ରିୟ ପରିଜନ କ’ଣ ମୋତେ ମନେ ରଖୁଛନ୍ତି, ମୋତେ କ’ଣ ସ୍ମରଣ କରୁଛନ୍ତି । ସେମାନେ କ’ଣ ମୋ ପାଇଁ ବିଳାପ କରୁଛନ୍ତି । ମୋ ବିରହରେ ସେହି ବନ୍ଧୁବାନ୍ଧବ କ’ଣ ସନ୍ତାପିତ ହେଉଛନ୍ତି ।’ ପବନକୁ ଦୂତ ବା ସମ୍ବାଦ ଦାତା ଭାବରେ ଗ୍ରହଣ କରି ନାବିକଟି ନିଜର ମନର ଭାବକୁ ପ୍ରକାଶ କରିଛି । କବି ସେହି ଭାବକୁ ପ୍ରକାଶକରି କହିଛନ୍ତି –
“କହ କହ ସମୀର ! ସବୁ ଫିଟାଇ,
ବନ୍ଧୁ ମଧ୍ୟରେ ମୋର କେହି କି ନାହିଁ ?
ନିରାଶ ମୋ ହୃଦୟ, ନୋହି ନିଷ୍ଠୁର
କହି ବାରତା, କର ସଂଶୟ ଦୂର ।”

ପବନକୁ ଦୂତ ଭାବରେ ଗ୍ରହଣ କରିନେଇଥିଲେ ବି, ନିର୍ବାସିତଟିର ମନ ବୁଝିନାହିଁ । ମନ ତା’ର ଆନ୍ଦୋଳିତ ହୋଇଛି । ସେ ମନେକରିଛି, ମନ ହେଉଛି ସବୁଠାରୁ ବେଗଗାମୀ, ତାହାର ରହିଛି ଅଦ୍ଭୁତ ଶକ୍ତି । ଶରୀର ଗୋଟିଏ ସ୍ଥାନରେ ରହିଥିଲେ ବି ମନ କାହିଁ କାହିଁ ଉଡୁଥାଏ । ତାହାର ଗତି ସମ୍ବନ୍ଧରେ ଚିନ୍ତାକରିବା ଅସମ୍ଭବ । ଆଲୋକର ବେଗ ଓ ବାୟୁର ବେଗଠାରୁ ତାହାର ଗତି ଆହୁରି ତୀବ୍ର । ସେ ଚିନ୍ତାକରିଛି, ମୁଁ ଯେତେବେଳେ ମନଯାନରେ ବା ମନେ ମନେ ମୋର ପ୍ରିୟସ୍ଥାନକୁ ଚାଲିଯାଏ, ପ୍ରିୟପରିଜନଙ୍କୁ ସ୍ମରଣ କରେ, ସେତେବେଳେ ମୁଁ ମୋ ଘରେ ରହିଥିଲାଭଳି ମନେକରେ । ଆତ୍ମୀୟ, ବନ୍ଧୁବର୍ଗଙ୍କ ସହିତ ରହିଲା ଭଳି ବିଚାର କରେ ।

CHSE Odisha Class 12 Optional Odia Solutions Chapter 6 ନିର୍ବାସିତର ବିଳାପ

ମନକୁ ଦ୍ରୁତ ଗତିରେ ଦଉଡ଼ାଇ ନେଲେ ବି, ନିର୍ବାସିତଟିର ମନ ବାସ୍ତବତାର ଡୋରିରେ ପୁଣି ବନ୍ଧା ପଡ଼ିଯାଏ । ସେ ଫେରିଆସେ ତା’ର ପ୍ରକୃତ ଅବସ୍ଥାକୁ, ବାସ୍ତବ ସ୍ଥିତିକୁ । ସେ ଯେ ପରିଜନଙ୍କଠାରୁ ପରିତ୍ୟକ୍ତ ହୋଇ ନିର୍ଜନ ଦ୍ଵୀପରେ ବାସ କରୁଛି, ସେଭଳି ବାସ୍ତବତାକୁ ସେ ଅସ୍ଵୀକାର କରିପାରେନା । କବି ନିର୍ବାସିତ ମାନସିକତାର ଯଥାର୍ଥ ଭାବରେ ଉପସ୍ଥାପନ କରିବାକୁ ଯାଇ ଲେଖୁଛନ୍ତି –

“କିନ୍ତୁ ପୂରୁବ କଥା କଲେ ସ୍ମରଣ,
ନୈରାଶ୍ୟ-ସାଗରରେ ବୁଡ଼ଇ ମନ।
ବୃଥା ଭାବନା ଆଉ କରିବି ନାହିଁ
ଭାବନାରେ ଆନନ୍ଦ ବିଳଇ ନାହିଁ ?”

ନିର୍ବାସିତଟି ଏହିଭଳି ଚିନ୍ତାକରି ମନେ ମନେ ବିଳାପ କରୁଥିବା ସମୟରେ, ସମୟ ଅତିକ୍ରାନ୍ତ ହୋଇଯାଇଛି । ସନ୍ଧ୍ୟା ଆସିବା ପୂର୍ବରୁ ପକ୍ଷୀମାନେ ନିଜ ନିଜର ନୀଡ଼କୁ ଫେରିଯାଇଛନ୍ତି ବିଶ୍ରାମ ନେବାପାଇଁ । ପଶୁମାନେ ନିଜ ନିଜର ବାସସ୍ଥାନ ଗହ୍ଵରକୁ ଆଶ୍ରୟ କରି ନେଇଛନ୍ତି । ରଜନୀ ଉପସ୍ଥିତି ହେବାରୁ, ସେ ମଧ୍ଯ ନିଜର ବାସସ୍ଥାନ କୁଟୀରରେ ବିଶ୍ରାମ ନେବାପାଇଁ ଚାଲିଯାଇଛି ।

ଏତେ ଦୁଃଖ ହତାଶାରେ ରହିଥିଲେ ବି, ସେ କୌଣସି ସମୟରେ ନିରାଶାର ଅନ୍ଧକାରରେ ହଜିଯିବାକୁ ଚାହିଁ ନାହିଁ । ବରଂ ସେ ଆଶାର ଆଲୋକରେ, ସମ୍ଭାବନାର ଜ୍ୟୋତିରେ ପୁଣି ଥରେ ସୁଖର ସମୟକୁ ଅପେକ୍ଷା କରିରହିଛି । ସେ ଜାଣିଛି, ଈଶ୍ବର ହେଉଛନ୍ତି ମଙ୍ଗଳମୟ ଓ ସର୍ବବ୍ୟାପୀ । ତାଙ୍କର ସତ୍ତା ସବୁଆଡ଼େ ପରିପୂର୍ଣ୍ଣ ହୋଇରହିଛି । ସେ ହେଉଛନ୍ତି ଦୟାମୟ । ସେ ନିଶ୍ଚୟ ମୋ’ ଜୀବନର ଦୁଃଖ ଦୂରକରି, ସୁଖ ସୂର୍ଯ୍ୟରେ ଆଲୋକିତ କରିବେ । ଈଶ୍ବର ଦୟାମୟ । ସେ ଉଦାରପ୍ରାଣ । ତାଙ୍କୁ ଚିନ୍ତାକଲେ ମନରୁ ଦୁଃଖ ଦୂରହୁଏ । ହୃଦୟର ଅବସାଦ ଲୀନହୁଏ । ମନରେ ଆସେ ପ୍ରଶାନ୍ତିଭାବ । ସନ୍ତୋଷର ଦିବ୍ୟତାନରେ ନୟନ ମନ ଉଚ୍ଚାଟିତ ହୋଇଯାଏ । ହୃଦରାଜ୍ୟରେ ଶାନ୍ତରୂପକ ରତ୍ନ ଶୋଭାପାଏ ।

ନିରାଶରେ ରହି ବିଳାପ କରିଥିଲେ ବି, ନିର୍ବାସିତଟି ହତାଶାର ଗାଢ଼ ଅନ୍ଧକାରରେ ବୁଡ଼ି ନଯାଇ, ସମ୍ଭାବନାର ଜ୍ୟୋତି ଆଲୋକିତ ହେବାକୁ ଆଶାୟୀ ହୋଇରହିଛି । ତା’ଜୀବନରେ ଏ ଦୁଃଖ ଦୂର ହେବ ବୋଲି ଚିନ୍ତାକରିଛି ।

CHSE Odisha Class 12 Optional Odia Solutions Chapter 6 ନିର୍ବାସିତର ବିଳାପ

କଠିନ ଶବ୍ଦାର୍ଥ ଓ ସୂଚନା :

Img 1

Leave a Comment