Odisha State Board CHSE Odisha Class 12 Political Science Solutions Chapter 8 ଆନ୍ତର୍ଜାତୀୟ ସଙ୍ଗଠନ Long Answer Questions.
CHSE Odisha 12th Class Political Science Chapter 8 Long Answer Questions in Odia Medium
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
୧। କେଉଁ କେଉଁ ପରିସ୍ଥିତି ଦେଇ ମିଳିତ ଜାତିସଂଘ ପ୍ରତିଷ୍ଠିତ ହୋଇଥିଲା ?
Answer:
ଲିଗ୍ ଅଫ୍ ନେସନସ୍ର ଦୁର୍ବଳତା ଓ ବିଫଳତା ୧୯୩୦ ମସିହାରୁ ଆରମ୍ଭ ହୋଇ ୧୯୩୮ ମସିହା ବେଳକୁ ଏହା ସମ୍ପୂର୍ଣ୍ଣ ତାତ୍ପର୍ଯ୍ୟ ହରାଇ ବସିଲା । ଜର୍ମାନୀ ଓ ଜାପାନ ପରି ବୃହତ୍ ରାଷ୍ଟ୍ରମାନେ ପରସ୍ପର ସହିତ ସନ୍ଧି ଓ ମେଣ୍ଟ ଗଠନ କଲେ ଏବଂ ଏହା ଫଳରେ ବିଶ୍ବରେ ଶକ୍ତି ସମତା ହ୍ରାସ ପାଇଲା । ଏହା ଦ୍ୱିତୀୟ ବିଶ୍ୱଯୁଦ୍ଧ ପାଇଁ ଦ୍ବାର ଉନ୍ମକ୍ତ କଲା । ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟାବହତାରୁ ବିଶ୍ବକୁ ମୁକ୍ତ ରଖୁବାପାଇଁ ଇଉରୋପୀୟ ରାଷ୍ଟ୍ର ଓ ଯୁକ୍ତରାଷ୍ଟ୍ର ଆମେରିକା ଆଗ୍ରହ ପ୍ରକାଶ କଲେ । ସେମାନେ ବିଶ୍ୱଶାନ୍ତିର ସୁରକ୍ଷା ଓ ଆନ୍ତର୍ଜାତୀୟ ସହଯୋଗ ପ୍ରତିଷ୍ଠା ପାଇଁ ଜାତିସଂଘ (UNO) ନାମରେ ଏକ ନୂତନ ଆନ୍ତର୍ଜାତୀୟ ସଙ୍ଗଠନ ପ୍ରତିଷ୍ଠା କଲେ ।
ମିଳିତ ଜାତିସଂଘ ପ୍ରତିଷ୍ଠାର ବିଭିନ୍ନ ସୋପାନ :
(୧) ଲଣ୍ଡନ ଘୋଷଣା:
୧୯୪୧ ମସିହା ଜୁନ୍ ୧୨ ତାରିଖରେ ଲଣ୍ଡନର ସେଣ୍ଟ ଜେମ୍ସ୍ ପ୍ୟାଲେସ୍ରେ ଅନୁଷ୍ଠିତ ସମ୍ମିଳନୀରେ ବ୍ରିଟେନ୍, କାନାଡ଼ା, ଆଷ୍ଟ୍ରେଲିଆ, ନିଉଜିଲ୍ୟାଣ୍ଡ ଓ ଦକ୍ଷିଣ ଆଫ୍ରିକାର ପ୍ରତିନିଧିମାନେ ଯୋଗ ଦେଇଥିଲେ । ସମସ୍ତ ରାଷ୍ଟ୍ରର ସହଯୋଗକ୍ରମେ ବିଶ୍ବରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରିବାପାଇଁ ରାଷ୍ଟ୍ରମାନେ ବଦ୍ଧପରିକର ହେଲେ ।
(୨) ଆଟ୍ଲାଣ୍ଟିକ୍ ଘୋଷଣା:
୧୯୪୧ ମସିହା ଅଗଷ୍ଟ ୧୪ ତାରିଖରେ ସ୍ବାକ୍ଷରିତ ଏହି ଘୋଷଣାନାମାରେ ଆମେରିକାର ରାଷ୍ଟ୍ରପତି ଫ୍ରାଙ୍କଲିନ୍ ଡି. ରୁଜ୍ଭେଲ୍ଟ୍ ଓ ବ୍ରିଟିଶ ପ୍ରଧାନମନ୍ତ୍ରୀ ସାର୍ ଉଇନ୍ଷ୍ଟନ ଚର୍ଚ୍ଚିଲ ଆଟଲାଣ୍ଟିକ୍ ମହାସାଗରରେ ଯାତାୟତ କରୁଥିବା ‘ପ୍ରିନସ୍ ଅଫ୍ ୱେଲସ୍’ ନାମକ ଜାହାଜରେ ମିଳିତ ହୋଇ ସ୍ବାକ୍ଷର କରିଥିଲେ । ଏହି ଘୋଷଣାପତ୍ରରେ ବଳ ପ୍ରୟୋଗକୁ ଓ କୌଣସି ରାଷ୍ଟ୍ରକୁ ଅନ୍ୟ ରାଷ୍ଟ୍ର ଆକ୍ରମଣ କରିବାକୁ ନିନ୍ଦା କରାଯାଇଥିଲା । ଜର୍ମାନୀର ପରାଜୟ ପରେ ସମଗ୍ର ବିଶ୍ବରେ ଯେପରି ସ୍ଥାୟୀ ଶାନ୍ତି ପ୍ରତିଷ୍ଠିତ ହେବ ସେଥ୍ ନିମନ୍ତେ ଉଭୟ ଦେଶର ଶାସକଦ୍ବୟ ଚିନ୍ତା ପ୍ରକଟ କରିଥିଲେ ।
(୩) ଓ୍ବାଶିଂଟନ୍ ଘୋଷଣା:
୧୯୪୨ ମସିହା ଜାନୁୟାରୀ ୧ ତାରିଖ ଦିନ ୱାଶିଂଟନ୍ଠାରେ ୨୬ଟି ରାଷ୍ଟ୍ରଦ୍ୱାରା ସ୍ୱାକ୍ଷରିତ ଘୋଷଣାନାମରେ ଆଟ୍ଲାଣ୍ଟିକ୍ ଘୋଷଣାନାମାକୁ ରାଷ୍ଟ୍ରମାନେ ସମର୍ଥନ କଲେ । ଶତ୍ରୁ ସହିତ ଲଢ଼େଇ କରିବାପାଇଁ ପ୍ରତ୍ୟେକ ରାଷ୍ଟ୍ର ନିଷ୍ପତ୍ତି ନେଲେ । କୌଣସି ମିତ୍ର ରାଷ୍ଟ୍ର ସହିତ ଯୁଦ୍ଧ କରୁଥିବା କୌଣସି ରାଷ୍ଟ୍ରକୁ ଅନ୍ୟ ରାଷ୍ଟ୍ରମାନେ କୌଣସି ମତେ ସହାଯ୍ୟ କରିବେ ନାହିଁ ବୋଲି ଘୋଷଣା କଲେ ।
(୪) ମସ୍କୋ ଘୋଷଣାନାମା:
୧୯୪୩ ମସିହା ଅକ୍ଟୋବର ୩୦ ତାରିଖରେ ବ୍ରିଟେନ୍, ଯୁକ୍ତରାଷ୍ଟ୍ର ଆମେରିକା, ରୁଷିଆ ଓ ଚୀନ୍ର ବୈଦେଶିକ ମନ୍ତ୍ରୀମାନେ ମସ୍କୋଠାରେ ମିଳିତ ହୋଇଥିଲେ । ଏହି ସଙ୍ଗଠନରେ ପ୍ରତ୍ୟେକ ରାଷ୍ଟ୍ରକୁ ସାର୍ବଭୌମ ଓ ସମାନ ବୋଲି ଗ୍ରହଣ କରାଯିବ ଓ ଛୋଟ ବଡ଼ ପ୍ରତ୍ୟେକ ରାଷ୍ଟ୍ର ଏହାର ସଭ୍ୟ ହୋଇପାରିବେ ବୋଲି ନିଷ୍ପତ୍ତି ନିଆଗଲା ।
(୫) ତେହେରାନ୍ ଘୋଷଣାନାମା:
୧୯୪୩ ମସିହା ଡିସେମ୍ବର ୨ ତାରିଖରେ ଆମେରିକାର ରାଷ୍ଟ୍ରପତି ରୁଜ୍ଭେଲ୍, ରୁଷିଆର ପ୍ରିମିୟର ଜୋସେଫ୍ ଷ୍ଟାଲିନ୍ ଓ ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ଚର୍ଚ୍ଚିଲ ତେହେରାନ୍ଠାରେ ମିଳିତ ହୋଇ ଜାତିସଂଘର ସମସ୍ତ ସଭ୍ୟ ରାଷ୍ଟ୍ରମାନେ ବିଶ୍ୱଶାନ୍ତି ପ୍ରତିଷ୍ଠା ପାଇଁ ସମ୍ପୂର୍ଣ୍ଣ ଦାୟୀ ବୋଲି ଘୋଷଣା କରାଗଲା । ପୃଥିବୀରୁ ଯୁଦ୍ଧର ଭୟ ଦୂର କରି ପରସ୍ପର ମଧ୍ୟରେ ସଦ୍ଭାବ ଓ ଶାନ୍ତି ପ୍ରତିଷ୍ଠା କରିବାପାଇଁ ସେମାନେ ପ୍ରତିଜ୍ଞାବଦ୍ଧ ହେଲେ ।
(୬) ଡୁୟାରଟନ୍ ଓକସ୍ ସମ୍ମିଳନୀ:
ଆଣ୍ଟିକ୍ ଚାର୍ଟର, ମସ୍କୋ ଓ ତେହେରାନ୍ ଘୋଷଣାନାମାକୁ କାର୍ଯ୍ୟକାରୀ କରିବା ପାଇଁ ୱାଶିଂଟନ୍ସ୍ଥିତ ଡୁମ୍ବାରଟନ ଓକସ୍ଠାରେ ବଡ଼ ବଡ଼ ରାଷ୍ଟ୍ରମାନଙ୍କ ମଧ୍ୟରେ ଅନୁଷ୍ଠିତ ଏହି ସମ୍ମିଳନୀରେ ବ୍ରିଟେନ୍, ଯୁକ୍ତରାଷ୍ଟ୍ର ଆମେରିକା, ରୁଷିଆ ଓ ଚୀନର ପ୍ରତିନିଧୁମାନେ ୧୯୪୪ ଅକ୍ଟୋବର ୭ ତାରିଖରେ ସମ୍ମିଳିତ ହୋଇଥିଲେ । ଏହିଠାରେ ଜାତିସଂଘର ମୂଳଦୁଆ ପଡ଼ିଥିଲା । ଏହି ସମ୍ମିଳନୀ ପରେ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟମାନଙ୍କର ପ୍ରତିନିଧୁତ୍ଵ ବିଷୟ ଉଲ୍ଲେଖ କରାଗଲା ।
(୭) ସ୍ପାଲ୍ ସମ୍ମିଳନୀ:
୧୯୪୫ ମସିହା ଫେବୃୟାରୀ ମାସରେ ଆମେରିକାର ରାଷ୍ଟ୍ରପତି ରୁଜ୍ଭେଲ୍, ରୁଷିଆର ପ୍ରିମିୟର ଷ୍ଟାଲିନ୍ ଓ ବ୍ରିଟିଶ ପ୍ରଧାନମନ୍ତ୍ରୀ ଚର୍ଚ୍ଚିଲ ୟାଠାରେ ମିଳିତ ହୋଇ ବିଶ୍ୱଶାନ୍ତି ଓ ଆନ୍ତର୍ଜାତୀୟ ସଙ୍ଗଠନ ପ୍ରତିଷ୍ଠା ଦିଗରେ ବିଚାର ଆଲୋଚନା କରି ଶାନ୍ତିପୂର୍ଣ୍ଣ ଉପାୟରେ ଆର୍ଥିକ, ସାମାଜିକ ଓ ରାଜନୈତିକ ସମସ୍ୟାର ସମାଧାନ ମାଧ୍ୟମରେ ବିଶ୍ବରୁ ଯୁଦ୍ଧର ଭୟ ଦୂର କରିବାପାଇଁ ଲକ୍ଷ୍ୟ ଗ୍ରହଣ କରାଗଲା ।
(୮) ସାଫ୍ରାନ୍ସିସ୍କୋ ସମ୍ମିଳନୀ:
୧୯୪୫ ମସିହା ଏପ୍ରିଲ ୨୫ ଓ ୨୬ ତାରିଖରେ ୫୦ଟି ସ୍ଵାଧୀନ ରାଷ୍ଟ୍ରର ପ୍ରତିନିଧୂମାନେ ଆମେରିକାର ସାନ୍ଫ୍ରାନ୍ସିସ୍କୋଠାରେ ସମ୍ମିଳିତ ହୋଇ ତୁମ୍ବାରଟନ ଓକସ୍ ଓ ୟାଲ୍ଟାଠାରେ ହୋଇଥିବା ଆଲୋଚନାର ସାରାଂଶକୁ ନେଇ ଜାତିସଂଘର ନିୟମାବଳୀ ପ୍ରସ୍ତୁତ କରାଗଲା ଓ ଆନ୍ତର୍ଜାତୀୟ ନ୍ୟାୟାଳୟର ଆଇନକାନୁନ ପ୍ରଣୀତ ହେଲା । ୧୯୪୫ ଜୁନ୍ ୨୬ରେ ଜାତିସଂଘର ନିୟମାବଳୀ ସ୍ବାକ୍ଷରିତ ହେଲା । ଜାତିସଂଘ ୧୯୪୫ ମସିହା ଅକ୍ଟୋବର ୨୪ ତାରିଖରେ ପ୍ରତିଷ୍ଠିତ ହେଲା । ମିଳିତ ଜାତିସଂଘରେ ୫୧ ଜଣ ସଭ୍ୟ ରାଷ୍ଟ୍ର ରହି ଏହି ସମ୍ବିଧାନକୁ ଏକ ବହୁପାକ୍ଷିକ ଚୁକ୍ତିରେ ପରିଣତ କରିଥିଲେ । ଶାନ୍ତି ପ୍ରତିଷ୍ଠା ପାଇଁ ଏହା ସ୍ଵାଧୀନ ଓ ସାର୍ବଭୌମ ରାଷ୍ଟ୍ରମାନଙ୍କର ଏକ ଅସ୍ତିସୂଚକ ପଦକ୍ଷେପ ଅଟେ ।
୨ । “ଜାତିସଂଘ ଲିଗ୍ ଅଫ୍ ନେସନ୍ସର ଭିତ୍ତିଭୂମି ଉପରେ ପ୍ରତିଷ୍ଠିତ ହୋଇଥିଲା’’ – ଏହାର ସତ୍ୟତା ପ୍ରତିପାଦନ କର । ଲିଗ୍ର ବିଫଳତାର କାରଣ ଦର୍ଶାଅ ।
Answer:
ପ୍ରଥମ ବିଶ୍ୱଯୁଦ୍ଧର ଅବସାନ ପରେ ଦ୍ବିତୀୟ ବିଶ୍ୱଯୁଦ୍ଧକୁ ଏଡ଼ାଇବା ପାଇଁ ଏବଂ ବିଶ୍ୱଶାନ୍ତିର ପ୍ରତିଷ୍ଠା ପାଇଁ ଭର୍ସାଇଲ୍ ଚୁକ୍ତିରୁ ୧୯୨୦ ମସିହା ଜାନୁୟାରୀ ମାସରେ ଜନ୍ମ ନେଇଥିଲା ଲିଗ୍ ଅଫ୍ ନେସନ୍ସ୍ । ଏହା ଥିଲା ଆମେରିକାର ରାଷ୍ଟ୍ରପତି ଉଡ୍ରୋ ଉଇଲସନ୍ଙ୍କର ସାର୍ଥକ ପରିକଳ୍ପନା । କିନ୍ତୁ ନିମ୍ନଲିଖତ କାରଣ ଯୋଗୁଁ ଲିଗ୍ ଅଫ୍ ନେସସ୍ର ଲକ୍ଷ୍ୟ ବିଫଳ ହୋଇଥିଲା ।
ଲିଗ୍ ଅଫ୍ ନେସସ୍ର ବିଫଳତାର କାରଣ :
- ଲିଗର ଆଦର୍ଶ ଓ ଲକ୍ଷ୍ୟ ନିର୍ଦ୍ଧାରଣ କ୍ଷେତ୍ରରେ ସଭ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଏହାର ଜନ୍ମର ପ୍ରାରମ୍ଭରୁ ମତ ବିଭେଦତା ସୃଷ୍ଟି ହୋଇଥିଲା ।
- ପ୍ରଥମ ବିଶ୍ଵଯୁଦ୍ଧରେ ଜର୍ମାନୀ ଭଳି ପରାଜିତ ରାଷ୍ଟ୍ରମାନଙ୍କ ପ୍ରତି ପ୍ରତିଶୋଧପରାୟଣ ଦୃଷ୍ଟିଭଙ୍ଗୀ ଗ୍ରହଣ କରିବା ଫଳରେ ଲିଗ୍ ନିଜର ଦାୟିତ୍ଵ ସମ୍ପାଦନ କରିପାରିଲା ନାହିଁ ।
- ଜର୍ମାନୀକୁ ସବୁ ଦୃଷ୍ଟିରୁ ଦୁର୍ବଳ ରଖୁବାର ପ୍ରକ୍ରିୟା ଯୁଦ୍ଧରେ ବିଜେତା ଓ ପରାଜିତମାନଙ୍କୁ ପରସ୍ପର ବିରୋଧୀ କରିବା ଫଳରେ ଲିସ୍ର କାର୍ଯ୍ୟକାରିତା ବାଧାପ୍ରାପ୍ତ ହୋଇଥିଲା ।
- ଲିଗର ସଭ୍ୟ ରାଷ୍ଟ୍ରମାନେ ନିଜର ଜାତୀୟ ସ୍ୱାର୍ଥକୁ ପରିତ୍ୟାଗ କରିବାପାଇଁ ଆନ୍ତରିକତା ପ୍ରକାଶ ନ କରିବାରୁ ଏବଂ ଆନ୍ତର୍ଜାତୀୟତା ଭାବ ସୃଷ୍ଟି ନ ହେବା ଫଳରେ ଲିଗର ଲକ୍ଷ୍ୟ ପୂରଣ ସମ୍ଭବ ହୋଇପାରି ନ ଥିଲା ।
- ଯୁକ୍ତରାଷ୍ଟ୍ର ଆମେରିକା ଲିଟ୍ରେ ଯୋଗ ଦେଲା ନାହିଁ ଏବଂ ରୁଷ୍ ଓ ଜର୍ମାନୀ ଯଥାକ୍ରମେ ୧୯୩୪ ଓ ୧୯୨୬ରେ ଲିଗର ସଦସ୍ୟତା ଗ୍ରହଣ କରିବା ଫଳରେ ତଥା ଜାପାନ ଓ ଜର୍ମାନୀ ଏହାର ସଦସ୍ୟତା ପ୍ରତ୍ୟାଖ୍ୟାନ କରିବାଦ୍ଵାରା ଲିଗ୍ ଏହି ବୃହତ୍ ଶକ୍ତିମାନଙ୍କର ଅନୁପସ୍ଥିତିରେ ନିଜର ଲକ୍ଷ୍ୟ ପୂରଣ ସମ୍ଭବ କରିପାରି ନଥିଲା ।
- ଲିଗର ଭୋଟଦାନ ବ୍ୟବସ୍ଥା ତ୍ରୁଟିଯୁକ୍ତ ଥିଲା । କୌଣସି ବିଷୟରେ ସର୍ବସମ୍ମତ ନିଷ୍ପଭି ପ୍ରାୟତଃ ଏହାର କାର୍ଯ୍ୟ ସମ୍ପାଦନ ପ୍ରକ୍ରିୟାକୁ ବାଧାପ୍ରାପ୍ତ କରିଥିଲା ।
- ବ୍ରିଟେନ୍ ଓ ଫ୍ରାନ୍ସ୍ ଲିଡ୍ର କାର୍ଯ୍ୟ ପ୍ରକ୍ରିୟାକୁ ପ୍ରମୁଖ ଭାବେ ପ୍ରଭାବିତ କରୁଥିବାରୁ ଏବଂ ସେମାନେ ଜର୍ମାନୀ ପ୍ରତି ସହାନୁଭୂତିଶୀଳ ଓ ସନ୍ତୋଷମୂଳକ ଦୃଷ୍ଟିଭଙ୍ଗୀ ଗ୍ରହଣ କରୁଥିବାରୁ ଜର୍ମାନୀର ଉଗ୍ରବାଦୀ ଆନ୍ତର୍ଜାତୀୟତା ବିରୋଧୀ କାର୍ଯ୍ୟକ୍ରମକୁ ବାଧା ଦେବା ଲିଗ୍ ପକ୍ଷରେ ସମ୍ଭବ ହୋଇ ନ ଥିଲା ।
- ଲିଗ୍ ନିଜର ନିଷ୍ପଭିକୁ କାର୍ଯ୍ୟକାରୀ କରିବାପାଇଁ କୌଣସି ବିଶେଷ ସଙ୍ଗଠନର ସାହାଯ୍ୟ ପ୍ରାପ୍ତ ହୋଇ ନ ଥିଲା । କେଲର-ବ୍ରିୟାଣ୍ଡ ପ୍ୟାକ୍ସକୁ ଅବମାନନା କରି ଜାପାନ ମାଞ୍ଚୁରିଆ ଅଧିକାର କରିବା ଲିଗର ଦୁର୍ବଳତାର ଅନ୍ୟତମ ପ୍ରମାଣ ଅଟେ । ପୁନଶ୍ଚ ଇଟାଲୀ ଇଥ୍ଓପିଆ ଅତ୍କାର କରିବା କ୍ଷେତ୍ରରେ ଲିଗ୍ ନିଜର ଦୁର୍ବଳତାର ପରିଚୟ ଦେଇଥୁଲା ।
- ଲିଗ୍ ନିରସ୍ତ୍ରୀକରଣ ସମ୍ପର୍କୀୟ ନୀତିକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଥିଲା ।
ଜାତିସଂଘ ଓ ଲିଗ୍ ଅଫ୍ ନେସନ୍ସ ମଧ୍ୟରେ ପାର୍ଥକ୍ୟ :
- ଲିଗ୍ ଅଫ୍ ନେସସ୍ କନ୍ଭେନାଣ୍ଟ ଭରସାଇଲ୍ ଶାନ୍ତିଚୁକ୍ତିର ଏକ ଅଂଶବିଶେଷ ଥିଲା । ପ୍ରଥମ ବିଶ୍ଵଯୁଦ୍ଧ ପରେ ବିଶ୍ଵର କୌଣସି ରାଷ୍ଟ୍ର ତତ୍କାଳୀନ ପରିସ୍ଥିତିରେ ବିଶ୍ୱଶାନ୍ତିକୁ ନଷ୍ଟ କରିବାକୁ ଇଚ୍ଛା କରୁନଥିବାରୁ ୧୯୨୦ ମସିହା ଜାନୁୟାରୀ ମାସରେ ଲିଗ୍ ଚୁକ୍ତିର ସତ୍ତାନୁଯାୟୀ ସୃଷ୍ଟି ହୋଇଥିଲା । କିନ୍ତୁ ଜାତିସଂଘର ଉତ୍ପତ୍ତି ସେପରି କୌଣସି ଚୁକ୍ତିର ସର୍ଭ ମଧ୍ୟରେ ସୀମାବଦ୍ଧ ନ ଥିଲା । ଭବିଷ୍ୟରେ ବଂଶଧରମାନଙ୍କୁ ଯୁଦ୍ଧର ଭୟାବହତାରୁ ରକ୍ଷା କରିବାପାଇଁ ବିଶ୍ୱର ଜନନାୟକମାନେ ମିଳିତ ଜାତିସଂଘ ପ୍ରତିଷ୍ଠା କରିଥିଲେ । ତେଣୁ ଉଭୟର ଜନ୍ମଗତ ପରିସ୍ଥିତି ଭିନ୍ନ ଭିନ୍ନ ଅଟେ । କିନ୍ତୁ ବିଶ୍ଵରୁ ଯୁଦ୍ଧ ଭୟ ଦୂର କରି ଶାନ୍ତିରକ୍ଷା ଓ ନିରାପତ୍ତା ପ୍ରତିଷ୍ଠା ଉଭୟ ସଙ୍ଗଠନର ମୌଳିକ ଉଦ୍ଦେଶ୍ୟ ଥିଲା ।
- ଜାତିସଂଘରେ କୌଣସି ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ଉପରେ ସାଧାରଣ ସଭାର ଦୁଇ-ତୃତୀୟାଂଶ ସଭ୍ୟଙ୍କର ସମର୍ଥନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଅଦ୍ଧାଧିକ ସଭ୍ୟଙ୍କ ସମର୍ଥନ ଆବଶ୍ୟକ ହୋଇଥିବାବେଳେ ଏବଂ ନିରାପତ୍ତା ପରିଷଦର ୫ ଜଣ ସ୍ଥାୟୀ ସଦସ୍ୟଙ୍କ ସମତେ ୯ ଜଣ ସଭ୍ୟ ସମର୍ଥନ କଲେ ପ୍ରସ୍ତାବଟି ଗୃହୀତ ହୋଇଥାଏ, କିନ୍ତୁ ଲିଗ୍ ଅଫ୍ ନେସସ୍ର ପ୍ରତ୍ୟେକ ନିଷ୍ପଭି ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଥିଲା । ଏଣୁ ଜାତିସଂଘର ମତଦାନ ବ୍ୟବସ୍ଥା ନିଶ୍ଚିତ ଭାବରେ ଲିଗର ମତଦାନ ବ୍ୟବସ୍ଥାଠାରୁ ଉନ୍ନତତର ଅଟେ ।
- ଲିଗ୍ ଅଫ୍ ନେସନ୍ର କୌଣସି ଭିଟୋ ବ୍ୟବସ୍ଥା ନ ଥାଇ ସବୁ ରାଷ୍ଟ୍ରକୁ ସମାନ ସୁବିଧା ପ୍ରଦାନ କରାଯାଇଥିବାବେଳେ ଜାତିସଂଘରେ ୫ଟି ବୃହତ୍ ରାଷ୍ଟ୍ରର ‘ଭିଟୋ’ କ୍ଷମତା ରହିଛି । ଏହି କ୍ଷମତା ବଳରେ ବୃହତ୍ ଶକ୍ତିମାନେ ଜାତିସଂଘର କାର୍ଯ୍ୟକ୍ଷେତ୍ରରେ ବାଧା ସୃଷ୍ଟି କରିପାରୁଛନ୍ତି ।
- ଜାତିସଂଘର ବିଧ୍ରରେ ନିରାପତ୍ତା ପରିଷଦକୁ ଶାନ୍ତି ଓ ନିରାପତ୍ତା ରକ୍ଷା କରିବାର ପ୍ରାଥମିକ ଦାୟିତ୍ଵ ଦିଆଯାଇଥଲାବେଳେ ଲିଗ୍ କାଉନ୍ସିଲ୍ର ନିଷ୍ପଭିଗୁଡ଼ିକ କେବଳ ପରାମର୍ଶଗତ ଥିଲା ।
- ଲିଗ୍ ଓ ଜାତିସଂଘର କାର୍ଯ୍ୟକାରିତା ପଦ୍ଧତିରେ ପାର୍ଥକ୍ୟ ଥିଲା । କୌଣସି ସମୟରେ କୌଣସି କ୍ଷେତ୍ରରେ ଶାନ୍ତି ବିପନ୍ନ ହେବାର ସମ୍ଭାବନା ଥିଲେ ମିଳିତ ଜାତିସଂଘ ବିହିତ ପଦକ୍ଷେପ ନେଇଥାଏ । ମାତ୍ର ଲିଗର ଏହି ସ୍ବାଧୀନତା ନ ଥିଲା । ବର୍ତ୍ତମାନ ନିରାପତ୍ତା ପରିଷଦ କୌଣସି ରାଷ୍ଟ୍ର ବିରୋଧରେ ସେନାବାହିନୀ ପ୍ରେରଣ କରି ଜାତିସଂଘର ନିଷ୍ପଭି କାର୍ଯ୍ୟକାରୀ କରିଥାଏ ଓ ଏହି କ୍ଷେତ୍ରରେ ନିରାପତ୍ତା ପରିଷଦକୁ ଏକ ସାମରିକ ବିଶେଷଜ୍ଞ କମିଟି ସାହାଯ୍ୟ ଓ ପରାମର୍ଶ ଦେଇଥାଏ । ମାତ୍ର ଲିଗର କୌଣସି ସାମରିକ କମିଟି ନ ଥିଲା ।
- ଲିଗ୍ କେବଳ ରାଜନୈତିକ ସମସ୍ୟା ପ୍ରତି ଦୃଷ୍ଟି ଦେଉଥିବାବେଳେ ଜାତିସଂଘ ସାମାଜିକ, ସାଂସ୍କୃତିକ, ଆର୍ଥିକ, ଶିକ୍ଷା ଓ ସ୍ବାସ୍ଥ୍ୟଗତ ସମସ୍ୟା ପ୍ରତି ଦୃଷ୍ଟି ଦେଉଛି ।
- ଲିଗ୍ର କୌଣସି ସଭ୍ୟ ସ୍ବେଚ୍ଛାକୃତ ଭାବରେ ଇସ୍ତଫା ଦେବାକୁ ଆଗ୍ରହ ପ୍ରକାଶ କଲେ ତାଙ୍କୁ ୨ ବର୍ଷ ପୂର୍ବରୁ ଏକ ନୋଟିସ୍ ଦେବାକୁ ହେଉଥ୍ଲା; ମାତ୍ର ଜାତିସଂଘର ସଭ୍ୟମାନଙ୍କର ସଭ୍ୟପଦ ତ୍ୟାଗ ବିଷୟରେ ଜାତିସଂଘ ବିଧୂରେ କୌଣସି ବ୍ୟବସ୍ଥା ନାହିଁ ।
- ଲିଗ୍ ଅପେକ୍ଷା ଜାତିସଂଘର ବିଧାନରେ ଯୁଦ୍ଧ ନିରାକରଣ ଓ ଶାନ୍ତି ପ୍ରତିଷ୍ଠା ପାଇଁ ଅଧିକ ଉପଯୋଗୀ ପଦକ୍ଷେପ ନିଆଯାଇଛି । ପ୍ରଥମେ କୌଣସି ପରିସ୍ଥିତି ଯୋଗୁଁ ଶାନ୍ତି ବା ନିରାପତ୍ତା ବିପନ୍ନ ହୋଇଛି କି ନାହିଁ ତାହା ନିରାପତ୍ତା ପରିଷଦ ନିର୍ଦ୍ଧାରଣ କଲାପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ ।
- କେଉଁ ପରିସ୍ଥିତିରେ ଶାନ୍ତି ରକ୍ଷା ପାଇଁ କେଉଁ କେଉଁ ପଦକ୍ଷେପ ନିଆଯିବ ସେ ବିଷୟରେ ଜାତିସଂଘର ନିରାପତ୍ତା ପରିଷଦ ନିଷ୍ପତ୍ତି ନେଇଥାଏ ଓ ଏହା ବିଫଳ ହେଲେ ସାଧାରଣ ସଭା Uniting for Peace ପ୍ରସ୍ତାବ ଜରିଆରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ । ମାତ୍ର ଲିଗ୍ କନ୍ଭେନାଣ୍ଟ ଅନୁଯାୟୀ ଲିଗର ପ୍ରତ୍ୟେକ ସଭା ଏ ବିଷୟରେ ଅନୁଧ୍ୟାନ କରି ମହାସଚିବଙ୍କୁ ବିବରଣୀ ପ୍ରଦାନ କଲା ପରେ ସେହି ପକ୍ଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିଲା ।
- ମିଳିତ ଜାତିସଂଘର ବିଧାନରେ ଥିବା ସଂଶୋଧନ ପ୍ରଣାଳୀ ଲିଗର ସଂଶୋଧନ ପ୍ରଣାଳୀଠାରୁ ଭିନ୍ନ ଅଟେ । ପାଇଁ ସାଧାରଣ ସଭାର ଦୁଇ-ତୃତୀୟାଂଶ ସଭ୍ୟଙ୍କ ସମର୍ଥନ ଆବଶ୍ୟକ ହୋଇଥାଏ ।
- ଲିଗରେ ଯୁଦ୍ଧର ନିରାକରଣ ପାଇଁ କୌଣସି ବ୍ୟବସ୍ଥା ନ ଥିବା ବେଳେ ଜାତିସଂଘ ବିଧାନରେ ଯୁଦ୍ଧର ନିରାକରଣ ପାଇଁ ବ୍ୟବସ୍ଥା ରହିଛି । କେବଳ ଆତ୍ମରକ୍ଷା କ୍ଷେତ୍ରରେ ଯୁଦ୍ଧର ଆଶ୍ରୟ ନିଆଯାଇ ପାରୁଛି ।
- ଏହିସବୁ ଦୃଷ୍ଟିରୁ ବିବେଚନା କଲେ ଲିଗ୍ ଅଫ୍ ନେସନ୍ସ୍ଠାରୁ ଜାତିସଂଘ ଏକ ଉତ୍ତମ ବ୍ୟବସ୍ଥା ବୋଲି ପ୍ରତିପାଦିତ ହୁଏ । ଲିଗଠାରୁ ଜାତିସଂଘର ସୀମା ଅଧ୍ବକ ବିସ୍ତୃତ ଅଟେ । ଜାତିସଂଘର କାର୍ଯ୍ୟ ପରିସର ଅଧ୍ବକ ବିସ୍ତୃତ ଅଟେ । ଲିଗର ଦୃଷ୍ଟିକୋଣ ସୀମିତ ଥିବାବେଳେ ଜାତିସଂଘ ଏକ ବ୍ୟାପକ ମାନବବାଦୀ ଚିନ୍ତାଧାରା ଉପରେ ଆଧାରିତ ହୋଇଛି ।
୩ । ସଂଯୁକ୍ତ ରାଷ୍ଟ୍ରସଂଘର ସାଧାରଣ ସଭାର ଗଠନ ଓ କାର୍ଯ୍ୟାବଳୀ ବର୍ଣ୍ଣନା କର ।
Answer:
ସଂଯୁକ୍ତ ରାଷ୍ଟ୍ରସଂଘର ଛଅଗୋଟି ଅଙ୍ଗ ମଧ୍ୟରୁ ସାଧାରଣ ସଭା ଅନ୍ୟତମ । ଏହାକୁ ପୃଥିବୀର ପଞ୍ଚାୟତ ଆଖ୍ୟା ପ୍ରଦାନ କରାଯାଇଛି । ପ୍ରତ୍ୟେକ ସଦସ୍ୟ ରାଷ୍ଟ୍ର ଏହି ସାଧାରଣ ସଭାକୁ ପାଞ୍ଚଜଣ ଲେଖାଏଁ ପ୍ରତିନିଧ୍ ପଠାଇଥା’ନ୍ତି । କିନ୍ତୁ ପ୍ରତ୍ୟେକ ସଦସ୍ୟ ରାଷ୍ଟ୍ରର ଗୋଟିଏ ମାତ୍ର ଭୋଟ ଦେବାର ଅଧିକାର ରହିଛି । ପ୍ରତିବର୍ଷ ଏହି ସଭାର ସଭାପତି (ଅଧକ୍ଷ) ଗୋପନୀୟ ମତଦାନ ପଦ୍ଧତି ଅନୁସାରେ ଏକ ବର୍ଷ ପାଇଁ ସାଧାରଣ ସଭାର ସଦସ୍ୟ-ରାଷ୍ଟ୍ରମାନଙ୍କର ପ୍ରତିନିଧୂମାନଙ୍କଦ୍ୱାରା ନିର୍ବାଚିତ ହୁଅନ୍ତି । ଏହି ସଭାର ୧୭ ଜଣ ଉପସଭାପତି (ଉପାଧ୍ୟକ୍ଷ) ବିଶ୍ଵର ବିଭିନ୍ନ ଅଞ୍ଚଳରୁ ପ୍ରତିନିଧ୍ୟ କରନ୍ତି । ସାଧାରଣ ସଭା ପ୍ରତିବର୍ଷ ଗୋଟିଏ ଥର ବୈଠକରେ ମିଳିତ ହୁଏ । ଆବଶ୍ୟକ ହେଲେ ଜରୁରୀ ଅଧିବେଶନ ଡକାଯାଇଥାଏ । ଜରୁରୀ ପରିସ୍ଥିତି ଉପୁଜିଲେ ୨୪ ଘଣ୍ଟା ମଧ୍ୟରେ ସାଧାରଣ ସଭା ଜରୁରୀ ବୈଠକରେ ମିଳିତ ହୋଇଥାଏ ।
ସାଧାରଣ ସଭାର ସାତଗୋଟି କମିଟି ରହିଛି ।
ସେଗୁଡ଼ିକ ହେଉଛି:
- ରାଜନୈତିକ ନିରାପତ୍ତା କମିଟି
- ଅର୍ଥନୈତିକ କମିଟି
- ସାମାଜିକ ସଂସ୍ଥା ଓ ସାଂସ୍କୃତିକ କମିଟି
- ନ୍ୟାସ କମିଟି
- ପ୍ରଶାସନିକ ଓ ବଜେଟ୍ କମିଟି
- ଆଇନଗତ କମିଟି
- ସ୍ଵତନ୍ତ୍ର ରାଜନୈତିକ କମିଟି
ସାଧାରଣ ସଭାରେ ସରଳ ଓ ସହଜ ସମସ୍ୟାର ସମାଧାନ ବୈଠକରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କର ସାଧାରଣ ସଂଖ୍ୟାଗରିଷ୍ଠ (୫୦% +୧) ମତ ଅନୁସାରେ ହୋଇଥାଏ । ଜରୁରୀ ବା ଗୁରୁତର ସମସ୍ୟା ସମାଧାନର ନିଷ୍ପତ୍ତି ସମସ୍ତ ସଦସ୍ୟଙ୍କର ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠ ସମର୍ଥନରେ ନିଆଯାଏ ।
ସାଧାରଣ ସଭାର ମୁଖ୍ୟ କାର୍ଯ୍ୟାବଳୀ :
- ସାଧାରଣ ସଭାରେ ସଂଯୁକ୍ତ ରାଷ୍ଟ୍ରସଂଘ ପରିସରଭୁକ୍ତ ସମସ୍ତ ବିଷୟ ଉପରେ ବିତର୍କ ବା ଆଲୋଚନା କରାଯାଇଥାଏ ।
- ନ୍ୟାସ ପରିଷଦର କାର୍ଯ୍ୟକୁ ସାଧାରଣ ସଭା ତଦାରଖ କରିବା ସହିତ ସଂଯୁକ୍ତ ରାଷ୍ଟ୍ରସଂଘରେ କାର୍ଯ୍ୟରତ କର୍ମଚାରୀମାନଙ୍କ ଚାକିରି ସର୍ଭାବଳୀ ସମ୍ପର୍କିତ ନିୟମାବଳୀ ସାଧାରଣ ସଭାରେ ଅନୁମୋଦିତ ହୋଇଥାଏ ।
- ସାଧାରଣ ସଭାରେ ସଂଯୁକ୍ତ ରାଷ୍ଟ୍ରସଂଘର ବାର୍ଷିକ ଆୟବ୍ୟୟର ଅଟକଳ ଅନୁମୋଦିତ ହୋଇଥାଏ ।
- ସାଧାରଣ ସଭାର ସଦସ୍ୟମାନଙ୍କଦ୍ୱାରା ନିରାପତ୍ତା ପରିଷଦର ୧୦ ଜଣ ଅସ୍ଥାୟୀ ସଦସ୍ୟ, ଅର୍ଥନୈତିକ ଓ ସାମାଜିକ ପରିଷଦର ୧୮ଜଣ ସଦସ୍ୟ ଓ ଆନ୍ତର୍ଜାତିକ ନ୍ୟାୟାଳୟର ବିଚାରପତି ବୃନ୍ଦ ନିର୍ବାଚିତ ହୋଇଥା’ନ୍ତି ।
- ସଂଯୁକ୍ତ ରାଷ୍ଟ୍ରସଂଘର ସନନ୍ଦର ଆବଶ୍ୟକ ସଂଶୋଧନ ପାଇଁ ଉଦ୍ଦିଷ୍ଟ ପ୍ରସ୍ତାବ ସାଧାରଣ ସଭାର ଦୁଇ-ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ଓ ନିରାପତ୍ତା ପରିଷଦର ସମସ୍ତ ସ୍ଥାୟୀ ସଦସ୍ୟଙ୍କ ଅନୁମୋଦନ ସହିତ ଗୃହୀତ ହେବା ପରେ କାର୍ଯ୍ୟକାରୀ ହୁଏ।
୪। ନିରାପତ୍ତା ପରିଷଦର ଗଠନ ଓ କାର୍ଯ୍ୟାବଳୀ ଆଲୋଚନା କର ।
Answer:
ଲିଗ୍ ଅଫ୍ ନେସସ୍ର ତିନିଗୋଟି ସଙ୍ଗଠନ ପରିବର୍ତ୍ତେ ମିଳିତ ଜାତିସଂଘର ଛଅଗୋଟି ଆନ୍ତର୍ଜାତୀୟ ସଙ୍ଗଠନ ରହିଛି । ଏଥୁମଧ୍ୟରୁ କାର୍ଯ୍ୟପାଳିକା କ୍ଷମତାସମ୍ପନ୍ନ ନିରାପତ୍ତା ପରିଷଦ (Security Council) ଅନ୍ୟତମ । ଏହା ଜାତିସଂଘର ସର୍ବକ୍ଷମତାସମ୍ପନ୍ନ ସଂସ୍ଥା ଅଟେ । ବିଶ୍ଵ ଶାନ୍ତି ପ୍ରତିଷ୍ଠା ଏବଂ ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ ସଦ୍ଭାବ ଓ ସଦିଚ୍ଛା ପ୍ରତିଷ୍ଠା କରିବାପାଇଁ ନିରାପତ୍ତା ପରିଷଦକୁ କ୍ଷମତା ଦିଆଯାଇଛି ।
ସଙ୍ଗଠନ:
ପ୍ରାଥମିକ ଅବସ୍ଥାରେ ନିରାପତ୍ତା ପରିଷଦ ଜାତିସଂଘର ୧୧ ଜଣ ସଭ୍ୟକୁ ନେଇ ଗଠିତ ହୋଇଥିଲା । ଏମାନଙ୍କ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା, ସୋଭିଏତ୍ ରୁଷ୍, ଫ୍ରାନ୍ସ, ଇଂଲଣ୍ଡ ଓ ଚୀନ୍ ହେଉଛନ୍ତି ୫ଟି ବୃହତ୍ ଶକ୍ତି ତଥା ସ୍ଥାୟୀ ସଭ୍ୟ । ଏମାନଙ୍କ ବ୍ୟତୀତ ଛଅଟି ଅସ୍ଥାୟୀ ରାଷ୍ଟ୍ରକୁ ସାଧାରଣ ସଭା ଦୁଇବର୍ଷ ନିମନ୍ତେ ନିର୍ବାଚିତ କରିଥାଏ । ୧୯୬୫ ମସିହା ଅଗଷ୍ଟ ୩୧ ତାରିଖରେ ଗୃହୀତ ସଂଶୋଧନ ପ୍ରସ୍ତାବ ଅନୁଯାୟୀ ନିରାପତ୍ତା ପରିଷଦର ସଭ୍ୟ ସଂଖ୍ୟା ୧୫କୁ ବୃଦ୍ଧି ପାଇଲା । ସଂଶୋଧ ନିୟମ ଅନୁସାରେ ୫ ଜଣ ସ୍ଥାୟୀ ସଭ୍ୟଙ୍କ ବ୍ୟତୀତ ୧୦ ଜଣ ଅସ୍ଥାୟୀ ସଭ୍ୟ ନିର୍ବାଚିତ ହେଉଛନ୍ତି । ନିରାପତ୍ତା ପରିଷଦର ଏହି ଅସ୍ଥାୟୀ ସଦସ୍ୟମାନଙ୍କୁ ନିର୍ବାଚନ କଲାବେଳେ ବିଶ୍ଵ ଶାନ୍ତି ଓ ନିରାପତ୍ତା ରକ୍ଷା କ୍ଷେତ୍ରରେ ସଭ୍ୟ ରାଷ୍ଟ୍ରମାନଙ୍କର ଅବଦାନକୁ ବିଚାରକୁ ନିଆଯାଇଥାଏ ।
ନିରାପତ୍ତା ପରିଷଦର ସ୍ଥାୟୀ ସମିତି:
ନିରାପତ୍ତା ପରିଷଦର ୩ଟି ସ୍ଥାୟୀ ସମିତି ରହିଛି, ଯଥା
- ବିଶେଷଜ୍ଞ ସମିତି (Committe of Experts)
- ନୂତନ ସଭ୍ୟ ଗ୍ରହଣ ସମିତି (Committee on the Admission of New members) ଓ
- ମୁଖ୍ୟ ଦପ୍ତରଠାରୁ ଦୂରରେ ରହି ପରିଷଦର ବୈଠକକୁ ନିୟନ୍ତ୍ରଣ କରୁଥିବା ସମିତି
ନିରାପତ୍ତା ପରିଷଦରେ ଭୋଟଦାନ ଓ ‘ଭିଟୋ’ ପ୍ରୟୋଗ ବ୍ୟବସ୍ଥା:
ନିରାପତ୍ତା ପରିଷଦର ପ୍ରତ୍ୟେକ ସଭ୍ୟଙ୍କର ଗୋଟିଏ ଭୋଟଦାନର କ୍ଷମତା ରହିଛି । ଯେକୌଣସି ସମସ୍ୟାରେ ସ୍ଥାୟୀ ସଦସ୍ୟମାନଙ୍କ ସମେତ ୯ ଜଣ ସଭ୍ୟଙ୍କ ସମର୍ଥନକ୍ରମେ ପ୍ରସ୍ତାବ ଗୃହୀତ ହୋଇଥାଏ । ଶାନ୍ତିପୂର୍ଣ୍ଣ ଉପାୟରେ କୌଣସି ସମସ୍ୟାର ସମାଧାନବେଳେ ଯଦି କୌଣସି ସଭ୍ୟ ରାଷ୍ଟ୍ର ଗୋଟିଏ ପକ୍ଷ ହୋଇଥାଏ, ତେବେ ତାଙ୍କୁ ଭୋଟଦାନରୁ ବିରତ ହେବାକୁ ହୋଇଥାଏ । ନିରାପତ୍ତା ପରିଷଦର ସ୍ଥାୟୀ ପଞ୍ଚ ବୃହତ୍ ଶକ୍ତିଙ୍କୁ ‘ଭିଟୋ’ ପ୍ରୟୋଗ କରିବାର ଏକ ସ୍ବତନ୍ତ୍ର କ୍ଷମତା ପ୍ରଦାନ କରାଯାଇଛି । ସାନଫ୍ରାନ୍ସିସ୍କୋ ସମ୍ମିଳନୀରେ ଆନ୍ତର୍ଜାତୀୟ ଶାନ୍ତି ଓ ନିରାପତ୍ତା ପ୍ରତିଷ୍ଠା ପାଇଁ ସ୍ବତନ୍ତ୍ର ଦାୟିତ୍ଵସ୍ୱରୂପ ବୃହତ୍ ରାଷ୍ଟ୍ରମାନଙ୍କୁ ଭିଟୋ କ୍ଷମତା ପ୍ରଦାନ କରାଯାଇଥିଲା ।
ଫଳରେ ଶାନ୍ତିରକ୍ଷା ସମ୍ପର୍କିତ କୌଣସି ସମସ୍ୟା ଉପରେ ନିରାପତ୍ତା ପରିଷଦର ପାଞ୍ଚଟି ସ୍ଥାୟୀ ରାଷ୍ଟ୍ର ସମେତ ଅନ୍ୟ ଚାରିଗୋଟି ରାଷ୍ଟ୍ରର ସମ୍ମତି ଆବଶ୍ୟକ । କୌଣସି ଗୋଟିଏ ସ୍ଥାୟୀ ସଭ୍ୟ ଯଦି ସମ୍ମତି ନ ଦିଅନ୍ତି ତେବେ ସମସ୍ୟାର ସମାଧାନ ହୋଇପାରେ ନାହିଁ । ଭିଟୋ କ୍ଷମତା ଯୋଗୁଁ ସ୍ଥାୟୀ ସଭ୍ୟମାନେ ନିଜକୁ ଆଇନଠାରୁ ଊର୍ଦ୍ଧ୍ବରେ ବୋଲି ବିବେଚନା କରିଥା’ନ୍ତି । ଇଂରାଜୀ ଅକ୍ଷର ଅନୁସାରେ ଯେଉଁ ବ୍ୟକ୍ତିଙ୍କର ନାମ ପ୍ରଥମେ ଆସେ ତାଙ୍କୁ ଏକ ମାସ ପାଇଁ ସଭାପତି ଦାୟିତ୍ବ ପ୍ରଦାନ କରାଯାଇଥାଏ । ଏହି କ୍ରମରେ ପ୍ରତି ମାସରେ ସଭାପତି ପଦରେ ପରିବର୍ତ୍ତନ କରାଯାଇଥାଏ ।
କ୍ଷମତା ଓ କାର୍ଯ୍ୟ:
ସାଧାରଣ ସଭାର ପରାମର୍ଶକ୍ରମେ ନିରାପତ୍ତା ପରିଷଦ ନିଜର କ୍ଷମତା ପ୍ରୟୋଗ କରିଥାଏ । ବିଶ୍ଵଶାନ୍ତି ଓ ନିରାପତ୍ତା ରକ୍ଷା କରିବାର ମୁଖ୍ୟ ଦାୟିତ୍ଵ ନିରାପତ୍ତା ପରିଷଦକୁ ଦିଆଯାଇଛି । ଏହା ମୁଖ୍ୟତଃ ଏକ କାର୍ଯ୍ୟପାଳିକା ସଂସ୍ଥା ଅଟେ । ଜାତିସଂଘ ବିଧାନର ୨୪ ଧାରାରେ ଜାତିସଂଘର ସଭ୍ୟରାଷ୍ଟ୍ରମାନେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଓ ନିଷ୍ପତ୍ତି ପାଇଁ ନିରାପତ୍ତା ପରିଷଦକୁ ଦାୟିତ୍ବ ପ୍ରଦାନ କରିଛନ୍ତି । ନିରାପତ୍ତା ପରିଷଦର କ୍ଷମତା ଓ କାର୍ଯ୍ୟାବଳୀକୁ ନିମ୍ନମତେ ଆଲୋଚନା କରାଯାଇପାରେ ।
- ଦୁଇ ରାଷ୍ଟ୍ର ମଧ୍ୟରେ ଥିବା ମତପାର୍ଥକ୍ୟ ଯେତେବେଳେ ଆନ୍ତର୍ଜାତୀୟ ଶାନ୍ତିକୁ ବ୍ୟାହତ କରେ ସେତେବେଳେ ସେହି ସମସ୍ୟା ଉପରେ ନିରାପତ୍ତା ପରିଷଦ ଅନୁସନ୍ଧାନ କରେ ଓ ଏହାର ନିରାକରଣ ପାଇଁ ଧ୍ୟାନ ଦେଇଥାଏ ଓ ସୁପାରିସ ପ୍ରଦାନ ମଧ୍ୟ କରିଥାଏ ।
- କୌଣସି ଏକ ସମୟରେ ଶାନ୍ତି ପ୍ରତି ବିପଦ ଅଛି କି ନାହିଁ, ଶାନ୍ତି ଭଙ୍ଗ ହୋଇଛି କି ନାହିଁ, ଅଥବା କୌଣସି ରାଷ୍ଟ୍ର ଅନ୍ୟକୁ ଆକ୍ରମଣ କରିଛି କି ନାହିଁ ଏ ବିଷୟରେ ନିରାପତ୍ତା ପରିଷଦ ଚୂଡ଼ାନ୍ତ ନିଷ୍ପତ୍ତି ନେଇଥାଏ ଓ ସେହି ସମସ୍ୟାର ସମାଧାନ କେଉଁ ଉପାୟରେ ହୋଇପାରିବ ସେଥିପାଇଁ ଦିଗ୍ଦର୍ଶନ ଦେଇଥାଏ ।
- କୌଣସି ସମୟରେ ବଳ ପ୍ରୟୋଗ ନ କରି କେଉଁ ଉପାୟରେ ପରିଷଦର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯିବ, ସେହି ସଂକ୍ରାନ୍ତରେ ନିରାପତ୍ତା ପରିଷଦ ନିଷ୍ପତ୍ତି ନେଇଥାଏ । ମାତ୍ର ଯଦି କୌଣସି ସମୟରେ ନିରାପତ୍ତା ପରିଷଦର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ସମ୍ଭବ ନ ହୁଏ, ତେବେ ପରିଷଦ ଜଳପଥ, ସ୍ଥଳପଥ ବା ଆକାଶପଥରେ ସେନାବାହିନୀଙ୍କୁ ମୁତୟନ କରି ଆନ୍ତର୍ଜାତୀୟ ଶାନ୍ତି ଓ ନିରାପତ୍ତା ରକ୍ଷା କରିପାରେ ।
- ଆବଶ୍ୟକସ୍ଥଳେ ନିରାପତ୍ତା ପରିଷଦର ଅନୁରୋଧକ୍ରମେ ଜାତିସଂଘର ସଭ୍ୟ ରାଷ୍ଟ୍ରମାନେ ନିରାପତ୍ତା ପରିଷଦକୁ -ସୈନ୍ୟବାହିନୀ ପ୍ରେରଣ, ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗ ଓ ନିଜର ସୀମାରେ ଆନ୍ତର୍ଜାତୀୟ ସେନାବାହିନୀକୁ ପ୍ରବେଶ କରିବାକୁ ସ୍ଵାଧୀନତା ଦେଇଥା’ନ୍ତି ।
ସ୍ଥାନୀୟ ସମସ୍ୟାଗୁଡ଼ିକର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ନିରାପତ୍ତା ପରିଷଦ ଆଞ୍ଚଳିକ ସ୍ତରରେ ଆଞ୍ଚଳିକ ସଂଗଠନଗୁଡ଼ିକୁ ପ୍ରୋତ୍ସାହିତ କରିଥାଏ । - ଟ୍ରଷ୍ଟିସିପ୍ ଚୁକ୍ତିଗୁଡ଼ିକର ନୀତି ନିୟମକୁ କାର୍ଯ୍ୟକାରୀ କରାଇବା ଓ ସେହି ଚୁକ୍ତିଗୁଡ଼ିକର ସଂଶୋଧନ କରିବା ସଂକ୍ରାନ୍ତରେ ନିରାପତ୍ତା ପରିଷଦ ସମସ୍ତ କ୍ଷମତା ଜାହିର କରିଥାଏ ।
- ଟ୍ରଷ୍ଟିସିପ୍ ବ୍ୟବସ୍ଥା ପ୍ରଚଳିତ ଥିବା ଗୁରୁତ୍ଵପୂର୍ଣ୍ଣ ଅଞ୍ଚଳଗୁଡ଼ିକରେ ଶିକ୍ଷାଗତ, ସାଂସ୍କୃତିକ, ସାମାଜିକ, ଆର୍ଥିକ ଓ ରାଜନୈତିକ ସମସ୍ୟାର ସମାଧାନ କରିବା କ୍ଷେତ୍ରରେ ନିରାପତ୍ତା ପରିଷଦ ଟ୍ରଷ୍ଟିସିପ୍ ପରିଷଦକୁ ସାହାଯ୍ୟ ଯୋଗାଇ ଦେଇଥାଏ । କୌଣସି ସମସ୍ୟାକୁ ଗୁରୁତ୍ବ ଦେଇ ଶାନ୍ତିକୁ ବିପନ୍ନ କରିବା ନିରପତ୍ତା ପରିଷଦର ଉଦ୍ଦେଶ୍ୟ ନୁହେଁ ।
- କୌଣସି ଏକ ନୂତନ ରାଷ୍ଟ୍ରକୁ ଜାତିସଂଘର ସଦସ୍ୟତା ପ୍ରଦାନ ବା ସଦସ୍ୟ ପଦରୁ ବହିଷ୍କାର ପ୍ରସଙ୍ଗରେ ନିରାପତ୍ତା ପରିଷଦର ସୁପାରିସ କ୍ରମେ ସାଧାରଣ ସଭା ଚୂଡ଼ାନ୍ତ ନିଷ୍ପତ୍ତି ନେଇଥାଏ ।
- ଜାତିସଂଘର ମହାସଚିବ ଓ ଆନ୍ତର୍ଜାତୀୟ ନ୍ୟାୟାଳୟର ବିଚାରପତି ନିଯୁକ୍ତି କ୍ଷେତ୍ରରେ ନିରପତ୍ତା ପରିଷଦ ଓ ସାଧାରଣ ସଭାରେ ସମାନ୍ତରାଳ ଭୋଟଦାନ ହୋଇଥାଏ ।
- ପ୍ରତିବର୍ଷ ନିରପତ୍ତା ପରିଷଦ ତା’ର ବାର୍ଷିକ ବିବରଣୀ ଓ ଆବଶ୍ୟକ ସ୍ଥଳେ ସ୍ଵତନ୍ତ୍ର ବିବରଣୀକୁ ସାଧାରଣ ସଭାକୁ ପଠାଇଥାଏ ।
ଭିଟୋ କ୍ଷମତା ଯୋଗୁଁ ନିରାପତ୍ତା ପରିଷଦ ତା’ର ପ୍ରାଥମିକ ଦାୟିତ୍ଵ ସମ୍ପାଦନ କରିବାରେ ବିଫଳ ହୋଇଛି । କୌଣସି ଗୋଟିଏ ବୃହତ୍ ଶକ୍ତି ଆନ୍ତର୍ଜାତୀୟ ନିରାପତ୍ତା ବିପନ୍ନ କଲେ, ତା’ ବିରୁଦ୍ଧରେ କୌଣସି ପଦକ୍ଷେପ ନେବା ସମ୍ଭବପର ହେଉ ନାହିଁ । ଏହି କ୍ଷମତା ଯୋଗୁଁ ସ୍ଥାୟୀ ସଭ୍ୟମାନେ ନିଜକୁ ଆଇନଠାରୁ ଉର୍ଦ୍ଧ୍ବରେ ବୋଲି ବିବେଚନା କରୁଛନ୍ତି । ବୃହତ୍ ଶକ୍ତିମାନଙ୍କ ମଧ୍ୟରେ ଏହି ମତବିଭେଦତା ଯୋଗୁଁ ୧୯୫୦ ମସିହା ନଭେମ୍ବର ୩ ତାରିଖ ଦିନ ଜାତିସଂଘ “Uniting for Peace” ପ୍ରସ୍ତାବ ଗୃହୀତ କରିବାଦ୍ଵାରା ଯେତେବେଳେ ବିଶ୍ୱଶାନ୍ତର ସୁରକ୍ଷା କରିବାକୁ ନିରପତ୍ତା ପରିଷଦ ବିଫଳ ହୁଏ, ସେତେବେଳେ ସାଧାରଣ ସଭା ସମସ୍ୟାକୁ ତୁରନ୍ତ ନିଜ ହାତକୁ ନେଇଥାଏ । ଏହା ଫଳରେ ଭିଟୋ କ୍ଷମତାର ଗୁରୁତ୍ୱ କ୍ରମେ ହ୍ରାସ ପାଉଛି । ଅତୀତରେ ନିରାପତ୍ତା ପରିଷଦ ବିଶ୍ୱଶାନ୍ତିର ସୁରକ୍ଷା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲାବେଳେ ସଂପ୍ରତି ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ ମତବିଭେଦତା ଯୋଗୁଁ ନିରାପତ୍ତା ପରିଷଦର ଗୁରୁତ୍ଵ ହ୍ରାସ ପାଇଛି । ଶୀତଳ ଯୁଦ୍ଧର ଅବସାନ ପରେ ଏହି ସମସ୍ୟା ଦୂର ହୋଇଯିବାର ସମ୍ଭାବନା ଅଧିକ ହୋଇଛି ।
୫। ଆନ୍ତର୍ଜାତୀୟ ବିଚାରାଳୟର ସଂଗଠନ ଓ କାର୍ଯ୍ୟ ପରିସର ଆଲୋଚନା କର ।
Answer:
ମିଳିତ ଜାତିସଂଘ ବିଧୂର ୯୨ ଧାରା ଅନୁଯାୟୀ ଆନ୍ତର୍ଜାତୀୟ ବିଚାରାଳୟ ଜାତିସଂଘର ନ୍ୟାୟିକ ସଂସ୍ଥାଭାବେ କାର୍ଯ୍ୟ କରିଥାଏ । ଜାତିସଂଘର ସମସ୍ତ ସଭ୍ୟ ରାଷ୍ଟ୍ରମାନେ ଏହି ବିଚାରାଳୟରେ ଆବେଦନ କରିବାକୁ ସକ୍ଷମ ଅଟନ୍ତି । ଜାତିସଂଘର ସଭ୍ୟ ନଥାଇ ମଧ୍ୟ କୌଣସି ଏକ ରାଷ୍ଟ୍ର ନିର୍ଦ୍ଦିଷ୍ଟ ସର୍ଭାନୁସାରେ ନ୍ୟାୟାଳୟର ସାହାଯ୍ୟ ନେଇପାରେ । ସଭ୍ୟରାଷ୍ଟ୍ର ଭିନ୍ନ ଅନ୍ୟ କୌଣସି ରାଷ୍ଟ୍ର ଏଥରେ ଭାଗ ନେଇପାରିବ କି ନା, ତାହା ସାଧାରଣ ସଭା ଓ ନିରାପତ୍ତା ପରିଷଦର ଅନୁମୋଦନ ଉପରେ ନିର୍ଭର କରେ । କୌଣସି ରାଷ୍ଟ୍ର ଆନ୍ତର୍ଜାତୀୟ ନ୍ୟାୟାଳୟର ନିଷ୍ପତ୍ତିକୁ ବିନା ଦ୍ବିଧାରେ ଗ୍ରହଣ କରିବ ବୋଲି ଘୋଷଣା କଲାପରେ ସେହି ରାଷ୍ଟ୍ରକୁ ଗୋଟିଏ ପକ୍ଷ ଭାବରେ ଗ୍ରହଣ କରାଯାଇଥାଏ । କୌଣସି ଗୋଟିଏ ପକ୍ଷ ନ୍ୟାୟାଳୟର ନିଷ୍ପତ୍ତିକୁ ଅବଜ୍ଞା କଲେ ଅପରପକ୍ଷଟି ନିରାପତ୍ତା ପରିଷଦରେ ଆବେଦନ କରିଥାଏ ଓ ନିରାପତ୍ତା ପରିଷଦ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ ।
ସଂଗଠନ:
ଆନ୍ତର୍ଜାତୀୟ ନ୍ୟାୟାଳୟ ୧୫ ଜଣ ବିଚାରପତିଙ୍କୁ ନେଇ ଗଠିତ ହୋଇଅଛି । ସ୍ଥାୟୀ ଆର୍ବିଟ୍ରେସନ୍ ନ୍ୟାୟାଳୟର ଜାତୀୟ ଗୋଷ୍ଠୀଦ୍ବାରା ମନୋନୀତ ବିଚାରପତିମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ ଜାତିସଂଘର ସାଧାରଣ ସଭା ଓ ନିରାପତ୍ତା ପରିଷଦ ନିର୍ବାଚିତ କରିଥାଏ । ପ୍ରତି ରାଷ୍ଟ୍ରର ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ହେବାପାଇଁ ଯୋଗ୍ୟ ବ୍ୟକ୍ତିଙ୍କୁ ଆନ୍ତର୍ଜାତୀୟ ନ୍ୟାୟାଳୟର ନ୍ୟାୟାଧୀଶ ପଦବୀ ପାଇଁ ଉପଯୁକ୍ତ ବୋଲି ବିବେଚନା କରାଯାଏ । କୌଣସି ଗୋଟିଏ ରାଷ୍ଟ୍ରରୁ ୨ଜଣ ବିଚାରପତିଙ୍କୁ ନିର୍ବାଚିତ କରାଯାଇନଥାଏ । ବିଚାରପତିଙ୍କ କାର୍ଯ୍ୟକାଳ ୯ ବର୍ଷ । ବିଚାରପତିମାନେ କୌଣସି ରାଜନୈତିକ ବା ପ୍ରଶାସନିକ କାର୍ଯ୍ୟରେ ଲିପ୍ତ ହୋଇନଥା’ନ୍ତି । କୌଣସି ବିଚାରପତିଙ୍କ କାର୍ଯ୍ୟକାଳ ପୂରିଗଲେ ତାଙ୍କୁ ପୁନଃନିର୍ବାଚିତ କରାଯାଇପାରେ । ବିଚାରପତିମାନେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଅଧ୍ଯକ୍ଷ ଓ ଅନ୍ୟଜଣଙ୍କୁ ଉପାଧ୍ୟକ୍ଷ ରୂପେ ନିର୍ବାଚିତ କରିଥା’ନ୍ତି ।
କ୍ଷମତା ଓ କାର୍ଯ୍ୟ ପରିସର:
ଜାତିସଂଘର ବିଷ୍ଣୁ ସମ୍ମାନ ଦେଉଥିବା ପ୍ରତ୍ୟେକ ରାଷ୍ଟ୍ର ନିଜ ମଧ୍ୟରେ ସୃଷ୍ଟି ହେଉଥିବା ମତଭେଦର ସମାଧାନ ପାଇଁ ଆନ୍ତର୍ଜାତୀୟ ନ୍ୟାୟାଳୟର ସାହାଯ୍ୟ ଲୋଡ଼ିପାରେ । ଆନ୍ତର୍ଜାତୀୟ ନ୍ୟାୟାଳୟର ନିଷ୍ପତ୍ତିକୁ ମାନିନେବେ ବୋଲି ରାଷ୍ଟ୍ରମାନେ ଅଦାଲତର ନିବନ୍ଧକଙ୍କ ପାଖରେ ଲିଖ୍ ଘୋଷଣାପତ୍ର ଦାଖଲ କଲାପରେ ସେହି ରାଷ୍ଟ୍ରମାନଙ୍କର ମାମଲାର ବିଚାର କରାଯାଇଥାଏ । ତେଣୁ ରାଷ୍ଟ୍ରମାନଙ୍କର ସମ୍ମତିକୁ ଆଧାରକରି ଆନ୍ତର୍ଜାତୀୟ ନ୍ୟାୟାଳୟ କାର୍ଯ୍ୟ କରିଥାଏ । ଏହାର କ୍ଷମତା ପରିସରକୁ ନିମ୍ନମତେ ବିଭାଜନ କରି ଆଲୋଚନା କରାଯାଇପାରେ ।
(୧) ଇଚ୍ଛାଧୀନ କ୍ଷେତ୍ରାଧୁକାର:
ଆନ୍ତର୍ଜାତୀୟ ନ୍ୟାୟାଳୟ ବିଧାନର ଧାରା ୩୬ ଅନୁଯାୟୀ ଇଚ୍ଛାଧୀନ କ୍ଷେତ୍ରାଧିକାର କାର୍ଯ୍ୟକାରୀ କରାଯାଇଥାଏ । ମତଭେଦ ଦୂର କରିବାକୁ ଉଭୟ ପକ୍ଷର ସମ୍ମତିକ୍ରମେ ଆନ୍ତର୍ଜାତୀୟ ନ୍ୟାୟାଳୟରେ ଆବେଦନ କରାଯାଇଥାଏ । ଉଭୟ ପକ୍ଷ ପୃଥକ୍ ପୃଥକ୍ ଭାବେ ନ୍ୟାୟାଳୟକୁ ସେମାନଙ୍କର ସମ୍ମତି ଦେଇପାରନ୍ତି ଅଥବା ଗୋଟିଏ ପକ୍ଷ ଉଭୟପକ୍ଷ ତରଫର ସମ୍ମତି ଜଣାଇ ଦେଇପାରନ୍ତି ।
(୨) ବାଧ୍ୟତାମୂଳକ କ୍ଷେତ୍ରାଧୁକାର:
ଆନ୍ତର୍ଜାତୀୟ ନ୍ୟାୟାଳୟ ବିଧାନର ଧାରା ୩୬ର ଦ୍ଵିତୀୟ ପାରା ଅନୁଯାୟୀ ଆନ୍ତର୍ଜାତୀୟ ନ୍ୟାୟାଳୟ ନିମ୍ନଲିଖୂ ବୈଧାନିକ ସମସ୍ୟା ଉପରେ ବାଧ୍ୟତାମୂଳକ କ୍ଷେତ୍ରାଧୁକାର ଜାହିର କରିଥାଏ ।
- କୌଣସି ଚୁକ୍ତିର ବ୍ୟାଖ୍ୟା କ୍ଷେତ୍ରରେ;
- ଆନ୍ତର୍ଜାତୀୟ ଆଇନ ସମ୍ପର୍କୀୟ ସମସ୍ତ ପ୍ରଶ୍ନ;
- ଯେଉଁ ଘଟଣା ସତ୍ୟ ପ୍ରମାଣିତ ହେଲେ ଆନ୍ତର୍ଜାତୀୟ ଚୁକ୍ତିର ଅବମାନନା ହେବା ସଂପର୍କୀୟ ସମସ୍ତ ମାମଲା;
- ଆନ୍ତର୍ଜାତୀୟ ଚୁକ୍ତି ବା ସର୍ଭର ଅବଜ୍ଞା କ୍ଷେତ୍ରରେ କ୍ଷତିପୂରଣର ପରିମାଣ ଓ ପ୍ରକୃତି ନିରୂପଣଜନିତ ସମସ୍ୟା ଇତ୍ୟାଦି ।
ଯେତେବେଳେ ଉଭୟ ପକ୍ଷଭୁକ୍ତ ରାଷ୍ଟ୍ର ଆନ୍ତର୍ଜାତୀୟ ନ୍ୟାୟାଳୟରେ ନିଷ୍ପତ୍ତି ପାଇଁ ସମ୍ମତି ପ୍ରଦାନ କରନ୍ତି ସେତେବେଳେ ଆନ୍ତର୍ଜାତୀୟ ନ୍ୟାୟାଳୟର ବାଧ୍ୟତାମୂଳକ କ୍ଷେତ୍ରାଧ୍ୟାର କାର୍ଯ୍ୟକାରୀ ହୋଇଥାଏ । ଏହି ସମ୍ମତି ସର୍ତ୍ତବିହୀନ ହୋଇପାରେ ବା ସର୍ତ୍ତମୂଳକ ମଧ୍ୟ ହୋଇପାରେ କିମ୍ବା ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସୀମାବଦ୍ଧ ହୋଇପାରେ । ଏହି ବାଧ୍ୟତାମୂଳକ କ୍ଷେତ୍ରାଧ୍ୟାର ନିମ୍ନଲିଖତ କ୍ଷେତ୍ରରେ କାର୍ଯ୍ୟକାରୀ ହୋଇନଥାଏ ।
- କୌଣସି ସମସ୍ୟାର ସମାଧାନ ପାଇଁ ପକ୍ଷଭୁକ୍ତ ରାଷ୍ଟ୍ରମାନେ ଅନ୍ୟ କୌଣସି ଟ୍ରିବୁନାଲ୍କୁ ଦାୟିତ୍ୱ ଅର୍ପଣ କଲେ ବା କରିବାର ସମ୍ଭାବନା ଥିଲେ;
- ଯେଉଁ ମାମଲାସବୁ କୌଣସି ରାଷ୍ଟ୍ରର ଘରୋଇ ବ୍ୟାପାର ସହିତ ସଂପୃକ୍ତ;
- କୌଣସି ବହୁପାକ୍ଷିକ ଚୁକ୍ତିରୁ ସୃଷ୍ଟି ହୋଇଥିବା ସମସ୍ୟା
(୩) ପରାମର୍ଶଗତ କ୍ଷେତ୍ରାଧୁକାର:
ସାଧାରଣ ସଭା ଓ ନିରାପତ୍ତା ପରିଷଦର ଅନୁରୋଧକ୍ରମେ ଆନ୍ତର୍ଜାତୀୟ ନ୍ୟାୟାଳୟ ପରାମର୍ଶଗତ କ୍ଷେତ୍ରାଧୁକାର କାର୍ଯ୍ୟକାରୀ କରିଥାଏ । ଜାତିସଂଘର ଅନ୍ୟ ସଂଗଠନସବୁ ସାଧାରଣ ସଭାର ସମ୍ମତିକ୍ରମେ ନ୍ୟାୟାଳୟକୁ ପରାମର୍ଶ ମାଗିପାରନ୍ତି । କୌଣସି ଏକ ବୈଧାନିକ ସମସ୍ୟା ଉପରେ ଜାତିସଂଘର ସ୍ଵତନ୍ତ୍ର ସଂଗଠନ ସବୁ ନ୍ୟାୟାଳୟର ପରାମର୍ଶ ଲୋଡ଼ିପାରନ୍ତି । ଏ ସମ୍ପର୍କରେ କୌଣସି ସଂଗଠନ ନିର୍ଦ୍ଦିଷ୍ଟ ଭାବେ ଲିଖୁତ ଅନୁରୋଧ ପ୍ରକାଶ କଲେ ଆନ୍ତର୍ଜାତୀୟ ନ୍ୟାୟାଳୟ ପରାମର୍ଶ ଦେଇଥାଏ । ରାଷ୍ଟ୍ରମାନେ ଏହି ପରାମର୍ଶକୁ ମାନିନେବାକୁ ବାଧ୍ୟ ନୁହନ୍ତି । ଜନମତ ସୃଷ୍ଟି କରିବା କ୍ଷେତ୍ରରେ ନ୍ୟାୟାଳୟର ପରାମର୍ଶଗତ କ୍ଷେତ୍ରାଧିକାର ବିଶେଷ ମୂଲ୍ୟବାନ୍ ପ୍ରମାଣିତ ହୋଇଛି । ଏହି କ୍ଷମତା ପରିସର ବୃଦ୍ଧି ପାଇଲେ ଆନ୍ତର୍ଜାତୀୟ ଆଇନର ବିକାଶ ଦିଗରେ ତାହା ବିଶେଷ ସହାୟକ ହୋଇପାରିବ ।
ନ୍ୟାୟାଳୟରେ ପ୍ରୟୋଗ କରାଯାଉଥିବା ଆଇନ:
ଆନ୍ତର୍ଜାତୀୟ ନ୍ୟାୟାଳୟ ବିଧାନର ୩୮ ଧାରା ଅନୁସାରେ ଆନ୍ତର୍ଜାତୀୟ ଆଇନ ଅନୁଯାୟୀ ଏହା କୌଣସି ମାମଲାର ନ୍ୟାୟ ବିଚାର କରିଥାଏ । ଆନ୍ତର୍ଜାତୀୟ ନ୍ୟାୟାଳୟ ନିମ୍ନଲିଖ ଆଇନଗୁଡ଼ିକୁ ପ୍ରୟୋଗ କରି ନ୍ୟାୟ ବିଚାର କରିଥାଏ ।
- ଉଭୟ ପକ୍ଷଦ୍ବାରା ସ୍ବୀକୃତିପ୍ରାପ୍ତ ଆଇନ ବା ନୀତି ଓ ନିର୍ଦ୍ଦିଷ୍ଟ ଆନ୍ତର୍ଜାତୀୟ କନ୍ଭେନସନ୍;
- ଆନ୍ତର୍ଜାତୀୟ ଆଇନ ରୂପେ ଗୃହୀତ ଆନ୍ତର୍ଜାତୀୟ ପ୍ରଥା;
- ସଭ୍ୟରାଷ୍ଟ୍ରଗୁଡ଼ିକଦ୍ଵାରା ସ୍ବୀକୃତ ସାଧାରଣ ନୀତି ନିୟମ ;
- ନ୍ୟାୟାଳୟର ନିଷ୍ପଭି;
- ବିଶିଷ୍ଟ ବୁଦ୍ଧିଜୀବୀ ଏବଂ ପ୍ରକାଶକଙ୍କର ନୀତିଶିକ୍ଷା ।
ପ୍ରତ୍ୟେକ ପକ୍ଷ ଆନ୍ତର୍ଜାତୀୟ ନ୍ୟାୟାଳୟର ନିଷ୍ପଭି ମାନିନେବାକୁ ସ୍ବୀକୃତି ପ୍ରଦାନ କରିଥା’ନ୍ତି । କୌଣସି ଗୋଟିଏ ପକ୍ଷ ନିଷ୍ପଭିକୁ ନ ମାନିଲେ ଅପର ପକ୍ଷଟି ୪୯ ଧାରା ଅନୁସାରେ ନିରାପତ୍ତା ପରିଷଦର ଦୃଷ୍ଟି ଆକର୍ଷଣ କରିଥାଏ ।
୬ | ମିଳିତ ଜାତିସଂଘର ଆର୍ଥିକ ଓ ସାମାଜିକ ପରିଷଦର ଗଠନ ଓ କାର୍ଯ୍ୟବାଳୀ ଆଲୋଚନା କର ।
Answer:
ବିଶ୍ୱଶାନ୍ତି ଓ ନିରାପତ୍ତା ରକ୍ଷାର ମୌଳିକ ଦାୟିତ୍ଵ ଜାତିସଂଘ ବହନ କରିଛି । ଆନ୍ତର୍ଜାତୀୟ କ୍ଷେତ୍ରରେ ଅର୍ଥନୈତିକ ଓ ସାମାଜିକ ଦାୟିତ୍ଵ ପରିପୂରଣ କରିବାପାଇଁ ଜାତିସଂଘର ଏକ ନିର୍ଦିଷ୍ଟ ଭୂମିକା ରହିଛି । ମିଳିତ ଜାତିସଂଘ ପ୍ରତିଷ୍ଠା ହେବା ପୂର୍ବରୁ ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ ସାମାଜିକ ଓ ଅର୍ଥନୈତିକ ବିଷୟର ଉନ୍ନତି ପାଇଁ କୌଣସି ଆନ୍ତର୍ଜାତୀୟ ସଂଗଠନ ନଥିଲା । ବିଶ୍ଵରେ ସ୍ଥିରତା ଓ ନ୍ୟାୟ ପ୍ରତିଷ୍ଠା ପାଇଁ ସାଧାରଣ ସଭାର ଅନୁମୋଦନ କ୍ରମେ ଅର୍ଥନୈତିକ ଓ ସାମାଜିକ ପରିଷଦ ଗଠନ ରହିପାରନ୍ତି ।
ସଂଗଠନ:
ଅର୍ଥନୈତିକ ଓ ସାମାଜିକ ପରିଷଦ ସାଧାରଣ ସଭାଦ୍ଵାରା ନିର୍ବାଚିତ ୫୪ ଜଣ ସଭ୍ୟଙ୍କୁ ନେଇ ଗଠିତ ହୋଇଥାଏ । ଏହି ପରିଷଦର ସଭ୍ୟମାନଙ୍କର କାର୍ଯ୍ୟକାଳ ୩ ବର୍ଷ । ଜଣେ ସଭ୍ୟ ଅବସର ଗ୍ରହଣ କଲାପରେ ପୁନଃ ନିର୍ବାଚିତ ହୋଇପାରନ୍ତି । ପ୍ରତିବର୍ଷ ପରିଷଦର ଏକ-ତୃତୀୟାଂଶ ସଭ୍ୟ ଅବସର ଗ୍ରହଣ କରନ୍ତି ଓ ସେହି ପଦବୀ ପାଇଁ ସଙ୍ଗେ ସଙ୍ଗେ ନିର୍ବାଚନ ଅନୁଷ୍ଠିତ ହୋଇଥାଏ । ଏହି ପରିଷଦର ପ୍ରତି ସଭ୍ୟଙ୍କର ଜଣେ ଜଣେ ପ୍ରତିନିଧୂ ରହିପାରନ୍ତି । ଏହି ପରିଷଦର ପ୍ରତି ସଭ୍ୟ ଗୋଟିଏ ଭୋଟଦାନର କ୍ଷମତା ଉପଭୋଗ କରନ୍ତି । ଉପସ୍ଥିତ ଥିବା ଅର୍ଦ୍ଧାଧିକ ସଭ୍ୟମାନଙ୍କ ସମର୍ଥନ କ୍ରମେ ନିଷ୍ପଭି ଗ୍ରହଣ କରାଯାଇଥାଏ । ପରିଷଦର ଅଧ୍ଶନ ବର୍ଷକୁ ୨ ଥର ଏକମାସ ପାଇଁ ବସିଥାଏ ।
କାଯ୍ୟାବଳୀ:
- ଜାତିସଂଘ ବିଧାନର ୬୨ ଧାରା ଅନୁଯାୟୀ ଅର୍ଥନୈତିକ ଓ ସାମାଜିକ ପରିଷଦ ଆନ୍ତର୍ଜାତୀୟ ଆର୍ଥିକ, ସାମାଜିକ, ସାଂସ୍କୃତିକ, ଶିକ୍ଷା ଓ ସ୍ୱାସ୍ଥ୍ୟ ବିଷୟରେ ବିବରଣୀ ପ୍ରସ୍ତୁତ କରି ବିଭିନ୍ନ ପ୍ରକାର ଅଧ୍ୟୟନ କରିଥାଏ । କେତେକ କ୍ଷେତ୍ରରେ ମହାସଚିବଙ୍କ ଅନୁରୋଧ କ୍ରମେ ପରିଷଦ ବିକାଶଶୀଳ ଓ ଅନୁନ୍ନତ ରାଷ୍ଟ୍ରମାନଙ୍କର ଅର୍ଥକ ଅଗ୍ରଗତି ବିଷୟରେ ଗବେଷଣା କରି ବିବରଣୀ ଦେଇଥାଏ । ଏହାଛଡ଼ା ଶରଣାର୍ଥୀମାନଙ୍କର ସମସ୍ୟା, ବାସଗୃହ ସମସ୍ୟା, ନାରୀମାନଙ୍କର ସ୍ଥିତି ଉପରେ ଅଧ୍ୟୟନ କରି ବିବରଣୀ ପ୍ରକାଶ କରିବା ଏହି ପରିଷଦର ଦାୟିତ୍ଵ । ଏହି ପରିଷଦ ବାର୍ଷିକ ପରିସଂଖ୍ୟାନ ରିପୋର୍ଟ ପ୍ରକାଶ କରିଥାଏ ।
- ଅନୁନ୍ନତ ରାଷ୍ଟ୍ରର ଆର୍ଥିକ ପ୍ରଗତି ପାଇଁ ବିଭିନ୍ନ ପଦକ୍ଷେପ ନେବାପାଇଁ ଏହା କେତେକ ସୁପାରିସ ଦେଇଥାଏ । ଏହି ସୁପାରିସ ଜାତିସଂଘର ସ୍ବତନ୍ତ୍ର ସଂସ୍ଥାଗୁଡ଼ିକ ପାଇଁ ମଧ୍ୟ ଉଦ୍ଦିଷ୍ଟ !
- ଏହି ପରିଷଦ ନିରାପତ୍ତା ପରିଷଦ ଓ ସାଧାରଣ ସଭାକୁ ଏବଂ ଜାତିସଂଘର ସାଧାରଣ ସଭାର ଅନୁମୋଦନ କ୍ରମେ ବିଭିନ୍ନ ସ୍ବତନ୍ତ୍ର ସଂସ୍ଥା ଓ ସଭ୍ୟରାଷ୍ଟ୍ରମାନଙ୍କୁ ସାହାଯ୍ୟ ପ୍ରଦାନ କରିଥାଏ ।
- ଏହି ପରିଷଦ ଜାତିସଂଘର ସ୍ବତନ୍ତ୍ର ସଂସ୍ଥାର ବିଭିନ୍ନ ସଂସ୍ଥା ଯଥା ଆନ୍ତର୍ଜାତୀୟ ଶ୍ରମ ସଂସ୍ଥା, ଖାଦ୍ୟ ଓ କୃଷି ସଂଗଠନ, ବିଶ୍ବବ୍ୟାଙ୍କ, ବିଶ୍ୱସ୍ଵାସ୍ଥ୍ୟ ସଂଗଠନ, ବିଶ୍ବ ପାଣିପାଗ ସଂସ୍ଥା ଇତ୍ୟାଦି ମଧ୍ୟରେ ସମନ୍ଵୟ ରକ୍ଷା କରିଥାଏ ।
- ଏହି ପରିଷଦ ମାନବିକ ଅଧିକାର ଓ ସ୍ୱାଧୀନତାର ସୁରକ୍ଷା କରିବା କାର୍ଯ୍ୟ ସଂପାଦନ କରିଥାଏ ।
- ସାଧାରଣ ସଭାରେ ଉପସ୍ଥାପନ ପାଇଁ ଏହି ପରିଷଦ ବିଭିନ୍ନ ବିଷୟରେ ଏକ ଡ୍ରାଫ୍ଟ କନ୍ଭେନସନ୍ ପ୍ରସ୍ତୁତ କରିଥାଏ । ଏହି ପରିଷଦ ସ୍ଵତନ୍ତ୍ର ଆନ୍ତର୍ଜାତୀୟ ବା ଆଞ୍ଚଳିକ ସମ୍ମିଳନୀ ଆହ୍ବାନ କରିପାରେ ।
- ଜାତିସଂଘ ବିଧାନର ୫୭ ଧାରା ଅନୁଯାୟୀ ଏହି ପରିଷଦ ଅନ୍ୟ କୌଣସି ସ୍ଵାଧୀନ ସଂସ୍ଥା ସହିତ ରାଜିନାମା ସ୍ବାକ୍ଷର କରିପାରେ । କିନ୍ତୁ ଏହା ସାଧାରଣ ସଭାଦ୍ଵାରା ଗୃହୀତ ନହେଲେ କାର୍ଯ୍ୟକାରୀ ହୋଇନଥାଏ ।
- ନିରାପତ୍ତା ପରିଷଦ ଓ ସାଧାରଣ ସଭା ରାଜନୈତିକ ସମସ୍ୟା ପ୍ରତି ଦୃଷ୍ଟି ଦେଲାବେଳେ ଆର୍ଥିକ ଓ ସାମାଜିକ ପରିଷଦ ଆର୍ଥିକ ବିକାଶ ପ୍ରତି ଧ୍ୟାନ ଦେଇଥାଏ ।
୭ | ସଂଯୁକ୍ତ ରାଷ୍ଟ୍ରସଂଘଦ୍ବାରା ବିଭିନ୍ନ ଆନ୍ତର୍ଜାତିକ ସମସ୍ୟାର ସମାଧାନ ବିଷୟରେ ସଂକ୍ଷେପରେ ବର୍ଣ୍ଣନା କର ।
Answer:
- ସଂଯୁକ୍ତ ରାଷ୍ଟ୍ରସଂଘର ମୁଖ୍ୟ କାର୍ଯ୍ୟ ହେଉଛି ପୃଥିବୀରେ ଶାନ୍ତି ବଜାୟ ରଖୁ ଏବଂ ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କର ନିରାପତ୍ତାକୁ ସୁଦୃଢ଼ କରିବା ।
- ୧୯୮୮ ମସିହାରେ ପୃଥିବୀରେ ଶାନ୍ତିରକ୍ଷା ଦିଗରେ ରାଷ୍ଟ୍ରସଂଘ ନିଜର ସଫଳତା ପାଇଁ ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନିତ ହୋଇଛି । ମାନବାଧିକାରର ସୁରକ୍ଷା ଦିଗରେ, ନାରୀ ଓ ପୁରୁଷ ସମସ୍ତଙ୍କୁ ସମାନ ମାନବାଧିକାର ଯୋଗାଇ ଦେବାରେ ସଂଯୁକ୍ତ ରାଷ୍ଟ୍ରସଂଘର ଭୂମିକା ପ୍ରଶଂସନୀୟ ।
- ସଂଯୁକ୍ତ ରାଷ୍ଟ୍ରସଂଘ ବିଭିନ୍ନ ବିବାଦୀୟ ସ୍ଥାନକୁ ଶାନ୍ତରକ୍ଷା ଉଦ୍ଦେଶ୍ୟରେ ସେନାବାହିନୀ ପ୍ରେରଣ କରି ସେଠାରେ ଶାନ୍ତି ପ୍ରତିଷ୍ଠା ଦିଗରେ ବହୁ ସଫଳତା ପାଇଛି ।
- ବହୁ ଆନ୍ତର୍ଜାତିକ ସମସ୍ୟା, ଯଥା – ଦକ୍ଷିଣ ଆଫ୍ରିକାର ବର୍ଣ୍ଣବୈଷମ୍ୟ ନୀତି, ପାଲେଷ୍ଟାଇନ୍ ସମସ୍ୟା, କୋରିଆ ସମସ୍ୟା, ଇରାକ୍-ଇରାନ୍ ଯୁଦ୍ଧ, ଆଫଗାନିସ୍ଥାନ ସମସ୍ୟା, ଭିଏତ୍ନାମ ଯୁଦ୍ଧ ସମସ୍ୟା, ନାୟିୟାର ସ୍ଵାଧୀନତା ପ୍ରାପ୍ତି, କାଶ୍ମୀର ସମସ୍ୟା ଇତ୍ୟାଦି ବହୁ ବିବାଦୀୟ କ୍ଷେତ୍ରରେ ସଂଯୁକ୍ତ ରାଷ୍ଟ୍ରସଂଘର ଶାନ୍ତି ପ୍ରତିଷ୍ଠା ପାଇଁ ସଫଳ ପ୍ରଚେଷ୍ଟା ଓ ଭୂମିକା ବିଶେଷ ଭାବରେ ପ୍ରଶଂସନୀୟ ।
- ବିଶ୍ବର ନିରସ୍ତ୍ରୀକରଣ ପ୍ରକ୍ରିୟାକୁ ସଫଳ କରିବାପାଇଁ ସଂଯୁକ୍ତ ରାଷ୍ଟ୍ରସଂଘ ତରଫରୁ ‘ନିରସ୍ତ୍ରୀକରଣ କମିଶନ’ ଗଠନ କରାଯାଇଛି । ପରମାଣୁ ଶକ୍ତିର ଶାନ୍ତିପୂର୍ଣ୍ଣ ବିନିଯୋଗ ପାଇଁ ସଂଯୁକ୍ତ ରାଷ୍ଟ୍ରସଂଘର ଉଦ୍ୟମ ସର୍ବଦା ପ୍ରଶଂସନୀୟ ।
୮। ବିଶ୍ୱ ବ୍ୟାଙ୍କ (World Bank)ର ଗଠନ ଓ କାର୍ଯ୍ୟାବଳୀ ଆଲୋଚନା କର ।
Answer:
ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ ଆର୍ଥିକ ଓ ବୈଷୟିକ ସହାୟତା ଯୋଗାଇ ଦେବାପାଇଁ ବିଶ୍ବବ୍ୟାଙ୍କ୍ ମିଳିତ ଜାତିସଂଘର ଏକ ସହଯୋଗୀ ସଂସ୍ଥା ଭାବେ ୧୯୪୪ ମସିହାରେ ପ୍ରତିଷ୍ଠା ହୋଇଥିଲା । ପୃଥିବୀରୁ ଦାରିଦ୍ର୍ୟ ଦୂର କରିବା ଏହାର ଲକ୍ଷ୍ୟ । ଏଥିପାଇଁ ଏହା ବୈଦେଶିକ ପୁଞ୍ଜିନିବେଶ ଓ ଆନ୍ତର୍ଜାତିକ ବାଣିଜ୍ୟ ବ୍ୟବସାୟ ସହିତ ଭିଭିଭୂମି ଉନ୍ନତିରେ ପୁଞ୍ଜିନିବେଶ ପାଇଁ କାର୍ଯ୍ୟ କରୁଛି । ଏହା ଦୁଇଟି ଅନୁଷ୍ଠାନର ସମାହାର ଓ ସେହି ଦୁଇଟି ହେଲା International Bank for Reconstruction and Development (IBRD) & International Development Association (IDA) | ମିଳିତ ଜାତିସଂଘଦ୍ୱାରା ପ୍ରତିଷ୍ଠିତ World Bank Groupର ଅଂଶବିଶେଷ । World Bank Groupର ଉପରୋକ୍ତ ଦୁଇଟି ଅନୁଷ୍ଠାନ ବ୍ୟତୀତ ଅନ୍ୟ ତିନୋଟି ଅନୁଷ୍ଠାନ ରହିଛି । ସେଗୁଡ଼ିକ ହେଲା International Finance Co-operation, Multilateral Investment Guarantee Age & International Centre for Settlement of Investment Disputes ।
ବିଶ୍ଵବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ ଯୁକ୍ତରାଷ୍ଟ୍ର ଆମେରିକାର ୱାଶିଂଟନ୍ ଡି.ସି.ଠାରେ ଅବସ୍ଥିତ । ବିଶ୍ବବ୍ୟାଙ୍କର ସଭାପତି ସାଧାରଣତଃ ଜଣେ ଆମେରିକୀୟ ହୋଇଥା’ନ୍ତି ବା ଆମେରିକା ସରକାରଙ୍କ ସମର୍ଥିତ ବ୍ୟକ୍ତି ଏହି ଆସନ ଅଳଂକୃତ କରିଥା’ନ୍ତି । ବ୍ରିଟେନ୍ ଓ ଆମେରିକା ଏହି ସଙ୍ଗଠନର ପ୍ରତିଷ୍ଠାତା ସଦସ୍ୟ ହୋଇଥିବାରୁ ଏହି ଦୁଇଟି ରାଷ୍ଟ୍ରର ପ୍ରଭାବ ବିଶ୍ବବ୍ୟାଙ୍କ୍ ଉପରେ ଅନୁଭୂତ ହୁଏ । ବର୍ତ୍ତମାନ Jim Yong Kim ଏହି ସଙ୍ଗଠନର ସଭାପତି ରୂପେ ଆସୀନ । ଫ୍ରାନ୍ସ ପ୍ରଥମ ଦେଶ ଭାବେ ବିଶ୍ଵ ବ୍ୟାଙ୍କଠାରୁ ଋଣ ପାଇଥିଲା । ବର୍ତ୍ତମାନ IBRDର ସଦସ୍ୟ ରାଷ୍ଟ୍ରସଂଖ୍ୟା ୧୮୯ ହୋଇଥିବାବେଳେ IDAର ସଦସ୍ୟ ରାଷ୍ଟ୍ର ସଂଖ୍ୟା ୧୭୩ ଅଟେ ।
ବିଶ୍ୱ ବ୍ୟାଙ୍କ୍ ଗୋଷ୍ଠୀର ସମସ୍ତ ଅନୁଷ୍ଠାନର ଶାସନ ନୀତି ସଂରଚନା ଭିନ୍ନ ପ୍ରକାର ଅଟେ । ପ୍ରତ୍ୟେକ ଅନୁଷ୍ଠାନର ମାଲିକାନା ସ୍ଵତ୍ଵ ସେହି ଅନୁଷ୍ଠାନର ସଦସ୍ୟ ରାଷ୍ଟ୍ର ଓ ସରକାରଙ୍କ ଉପରେ ନ୍ୟସ୍ତ । ସଦସ୍ୟ ରାଷ୍ଟ୍ରମାନେ ନିଜର ଅଂଶ ମୁତାବକ ପୁଞ୍ଜି ଯୋଗାଇବା ସହ ନିଜର କ୍ଷମତା ଅନୁପାତରେ ଅନୁଷ୍ଠାନର ପରିଚାଳନା କ୍ଷେତ୍ରରେ ଭୋଟାଧ୍ୟାକାର ପାଇଥା’ନ୍ତି । ବିଶ୍ଵବ୍ୟାଙ୍କର ସଭାପତି ଆମେରିକୀୟ ରାଷ୍ଟ୍ରପତିଙ୍କ ମନୋନୀତ ବ୍ୟକ୍ତି ହେଲେ ମଧ୍ୟ ବ୍ୟାଙ୍କର Board of Governorଙ୍କ ଦ୍ବାରା ତାଙ୍କ ନିର୍ବାଚନ ବୈଧ ସାବ୍ୟସ୍ତ ହୁଏ । ସେ ବସ୍ତୁତଃ World Bank Groupର ସଭାପତିଭାବେ କାର୍ଯ୍ୟ କରନ୍ତି । ତାଙ୍କ ଛଡ଼ା ୨୪ ଜଣ ଉପ-ସଭାପତି ବିଭିନ୍ନ ଅଞ୍ଚଳ ଦାୟିତ୍ବରେ ରହି କାର୍ଯ୍ୟନିର୍ବାହ କରନ୍ତି । ପ୍ରତ୍ୟେକ ସଦସ୍ୟ ରାଷ୍ଟ୍ର ଜଣେ ନିଯୁକ୍ତି ଦିଅନ୍ତି ।
ସାଧାରଣତଃ ସଦସ୍ୟରାଷ୍ଟ୍ରର ଅର୍ଥମନ୍ତ୍ରୀ ଗଭର୍ଣ୍ଣର ରୂପେ ନିଯୁକ୍ତି ପାଆନ୍ତି । ଦୈନନ୍ଦିନ କାର୍ଯ୍ୟ World Bank Group & An Ugla 98 & Board of Executive Directors Executive Director ମାନଙ୍କୁ ଗଭର୍ଣ୍ଣର କିଛି ପରିମାଣରେ ପରିଚାଳନାଗତ କ୍ଷମତା ହସ୍ତାନ୍ତର କରିଥା’ନ୍ତି । ଜଣେ Executive Director ଗୋଟିଏ ରାଷ୍ଟ୍ର ବା ଏକ ରାଷ୍ଟ୍ର ଗୋଷ୍ଠୀକୁ ପ୍ରତିନିଧୂ କରନ୍ତି । ସେମାନେ ନିଜ ଦେଶର ସରକାରଙ୍କଦ୍ୱାରା ନିଯୁକ୍ତି ପାଇଥା’ନ୍ତି । World Bankର ଅନୁଷ୍ଠାନଗୁଡ଼ିକ ନିଜ ଅନୁଯାୟୀ ଶାସିତ ହୁଅନ୍ତି । ଏହି ଅନୁଷ୍ଠାନଗୁଡ଼ିକ ସମସ୍ତ କାର୍ଯ୍ୟ ପାଇଁ ଆଇନଗତ ଓ ଆନୁଷ୍ଠାନିକ ମୂଳଦୁଆ ଭାବେ ସ୍ବୀକୃତ ! ୧୯୪୭ ମସିହା ପରେ ବିଶ୍ବବ୍ୟାଙ୍କ ଅଣଇଉରୋପୀୟ ରାଷ୍ଟ୍ରଗୁଡ଼ିକୁ ଋଣ ଦେବାପାଇଁ ମନସ୍ଥ କଲା ।
୧୯୬୮ ମସିହା ଯାଏ ଏହା ସାମୁଦ୍ରିକ ବନ୍ଦର, ରାଜପଥ ନିର୍ମାଣ ଓ ଶକ୍ତି ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା ପାଇଁ ଋଣ ଯୋଗାଉଥିଲା । ଋଣ ନେଇଥିବା ରାଷ୍ଟ୍ରଗୁଡ଼ିକ କିପରି ଏହାର ବିନିଯୋଗ କରି ନିଜର ଆର୍ଥିକସ୍ଥିତି ବଦଳାଇ ଋଣ ଶୁଝିବେ ତାହା ଉପରେ ବିଶ୍ଵବ୍ୟାଙ୍କ ଅଧିକ ଗୁରୁତ୍ଵ ଦେଉଥିଲା । ୧୯୭୪ ମସିହାରୁ ୧୯୮୦ ମସିହା ମଧ୍ୟରେ ଉନ୍ନତଶୀଳ ରାଷ୍ଟ୍ରଗୁଡ଼ିକରେ ବସବାସ କରୁଥିବା ଲୋକମାନଙ୍କର ମୌଳିକ ଆବଶ୍ୟକତା ପୂରଣ ପାଇଁ ବିଶ୍ବବ୍ୟାଙ୍କ ଋଣ ଯୋଗାଇଲା । କେବଳ ଭିତ୍ତିଭୂମି ନୁହେଁ, ସାମାଜିକ କ୍ଷେତ୍ର ଓ ଅନ୍ୟ କ୍ଷେତ୍ରରେ ମଧ୍ୟ ଅର୍ଥ ବିନିଯୋଗ ପାଇଁ ବିଶ୍ବବ୍ୟାଙ୍କ୍ ପ୍ରାଧାନ୍ୟ ଦେଲା । ଏସିଆ, ଲାଟିନ୍ ଆମେରିକା ଓ ଆଫ୍ରିକା ମହାଦେଶରେ ଗଠନ ସଂକ୍ରାନ୍ତୀୟ ସୁବ୍ୟବସ୍ଥା କାର୍ଯ୍ୟକ୍ରମ ହାତକୁ ନେଇ ବିଶ୍ବବ୍ୟାଙ୍କ୍ ପିଲାମାନଙ୍କ ସ୍ବାସ୍ଥ୍ୟ ରକ୍ଷା, ପୁଷ୍ଟିକର ଖାଦ୍ୟ ବ୍ୟବସ୍ଥା ଓ ଶିକ୍ଷାଗତ ଅଭିବୃଦ୍ଧିକୁ ନିର୍ଦ୍ଦିଷ୍ଟ ଦିଗ ଦେବାରେ ସକ୍ଷମ ହୋଇଛି ।
ବର୍ତ୍ତମାନ ବିଶ୍ଵରେ ପାରିବେଶିକ ସମସ୍ୟାଗୁଡ଼ିକର ନିରାକରଣ ସହ ବିକାଶ ପ୍ରକ୍ରିୟାକୁ ଅବ୍ୟାହତ ରଖିବାକୁ ବିଶ୍ଵବ୍ୟାଙ୍କୁ ସମର୍ଥନ କରିବା ଆରମ୍ଭ କରିଛି । ସାଧାରଣ ସ୍ଵାର୍ଥରକ୍ଷାର ଗୁରୁତ୍ଵକୁ ଦୃଷ୍ଟିଦେଇ ଏବେ ଏହା ସଂକ୍ରାମକ ରୋଗ ଯେପରି ମ୍ୟାଲେରିଆ, ଯକ୍ଷ୍ମା ଆଦିର ନିରାକରଣ ପାଇଁ ପାଣ୍ଠି ଯୋଗାଉଛି । ୧୯୪୭ ମସିହାରୁ ଆଜିଯାଏ ବିଶ୍ବବ୍ୟାଙ୍କ୍ ୧୭୨ଟି ଦେଶରେ ୧୧, ୬୯୦ଟି ପ୍ରକଳ୍ପକୁ ଆର୍ଥିକ ସାହାଯ୍ୟ ଯୋଗାଇ ସାରିଛି । ବିଶ୍ୱବ୍ୟାଙ୍କ୍ ସାଧାରଣତଃ ଦୁଇ ପ୍ରକାର ଋଣ ଯୋଗାଉଛି । ସେଗୁଡ଼ିକ ହେଲା (କ) ଭିତ୍ତିଭୂମି, କୃଷି ଓ ଶିଳ୍ପର ବିକାଶ ସହ ଶିକ୍ଷା ଓ ସାଧାରଣ ସ୍ୱାସ୍ଥ୍ୟରକ୍ଷା କ୍ଷେତ୍ରରେ ଋଣପ୍ରଦାନ ଓ (ଖ) ଆର୍ଥିକ ନୀତିରେ ସଂସ୍କାର ବା ଯାହାକୁ ଅନ୍ୟ ଭାଷାରେ ଗଠନ ସଂକ୍ରାନ୍ତୀୟ ସୁବ୍ୟବସ୍ଥା କୁହାଯାଏ । IBRD ଯୋଗାଉଥିବା ଋଣର ଦୁଇ ତୃତୀୟାଂଶ କେବଳ ମଧ୍ୟବର୍ଗୀୟ ରୋଜଗାରକ୍ଷମ ରାଷ୍ଟ୍ରଗୁଡ଼ିକୁ ବଜାର ଦରରେ ପ୍ରଦାନ କରେ । IDA ଅଳ୍ପ ସୁଧହାରରେ ନିମ୍ନବର୍ଗୀୟ ରୋଜଗାରକ୍ଷମ ରାଷ୍ଟ୍ରଗୁଡ଼ିକୁ ଋଣଯୋଗାଏ ।
ଏହା ଦୀର୍ଘକାଳୀନ ଭିତ୍ତିରେ ମାତ୍ର ୦.୫ ଶତକଡ଼ା ସୁଧ ହାରରେ ଗରିବ ରାଷ୍ଟ୍ରଗୁଡ଼ିକୁ ଋଣ ଯୋଗାଇ ଆସୁଛି । ୧୯୬୦ ମସିହାରେ ପ୍ରତିଷ୍ଠିତ ଏହି ଆନ୍ତର୍ଜାତିକ ଅନୁଷ୍ଠାନ ସାଧାରଣ ବଜାର ଦରରେ ଋଣପାଇବାର ଅକ୍ଷମ ଥିବା ଉନ୍ନତଶୀଳ ଦେଶଗୁଡ଼ିକୁ ସହଜ ଓ ସରଳ କିସ୍ତିରେ ଓ କମ୍ ସୁଧ ହାରରେ ଋଣ ଯୋଗାଉଛି । ୧୯୪୪ ମସିହାରେ ପ୍ରତିଷ୍ଠିତ IBRD ମୁଖ୍ୟତଃ World Bank ର ପ୍ରଥମ ଅନୁଷ୍ଠାନ ଯାହା ଅନୁନ୍ନତ ରାଷ୍ଟ୍ରଗୁଡ଼ିକର ଦାରିଦ୍ର୍ୟ ହ୍ରାସ, ଆର୍ଥିକ ପ୍ରଗତି ଓ ପ୍ରାଚୁର୍ଯ୍ୟର ସୋପାନ ନିର୍ମାଣ ପାଇଁ କାର୍ଯ୍ୟ କରୁଛି । କେବଳ ଋଣ ନୁହେଁ ବୈଷୟିକ ଜ୍ଞାନ ପ୍ରଦାନ ଓ ପରାମର୍ଶଦାତା ଭୂମିକାରେ ମଧ୍ୟ ଏହା ତୃତୀୟ ବିଶ୍ବର ରାଷ୍ଟ୍ରଗୁଡ଼ିକ ପାଇଁ ସାଥୀ, ସହୋଦର ଓ ସମର୍ଥକ ଭାବେ ଉଭା ହୋଇଛି । ସଦସ୍ୟ ରାଷ୍ଟ୍ରଗୁଡ଼ିକର ଅଂଶଧନ ପୁଞ୍ଜି ଛଡ଼ା ଆନ୍ତର୍ଜାତିକ ବଜାରର ବଣ୍ଡ ବିକ୍ରି କରି ଏହି ଦୁଇଟି ଅନୁଷ୍ଠାନ ଅର୍ଥ ସଂଗ୍ରହ କରନ୍ତି ।
୯। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (IMF)ର ଗଠନ ଓ କାର୍ଯ୍ୟାବଳୀ ଆଲୋଚନା କର ।
Answer:
୧୯୪୪ ମସିହା ଜୁଲାଇ ମାସରେ ଯୁକ୍ତରାଷ୍ଟ୍ର ଆମେରିକାର Bretton Woods New Hampshire ଠାରେ ମିଳିତ ଜାତିସଂଘ ଆନୁକୂଲ୍ୟରେ ଆୟୋଜିତ ସମ୍ମିଳନୀରେ IMF ଗଠନ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହି ସମ୍ମିଳନୀରେ ଯୁକ୍ତରାଷ୍ଟ୍ର ଆମେରିକା ଓ ବ୍ରିଟେନ୍କୁ ମିଶାଇ ୪୪ଟି ଦେଶର ପ୍ରତିନିଧ୍ ଭାଗ ନେଇଥିଲେ । ୧୯୩୦ ମସିହାରେ ପ୍ରସିଦ୍ଧ ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ସାରା ବିଶ୍ଵରେ ପ୍ରତିଯୋଗିତା ସହ ମୁଦ୍ରାର ଅବମୂଲ୍ୟାୟନ କାରଣରୁ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଲା । ଏହାର ପୁନରାବୃତ୍ତି ନ ହେବାପାଇଁ ଏହି ସମ୍ମିଳନୀରେ ଆର୍ଥିକ ସହଯୋଗିତାକୁ ପ୍ରାଧାନ୍ୟ ଦେଇ IMF ନାମରେ ଏକ ଆନ୍ତର୍ଜାତୀୟ ଆର୍ଥିକ ସଙ୍ଗଠନର ପରିକଳ୍ପନା କରାଗଲା । ଶେଷରେ ୧୯୪୫ ମସିହା ଡିସେମ୍ବର ମାସ ୨୭ ତାରିଖରେ IME ନ୍ୟାୟବଦ୍ଧ ଭାବେ ପ୍ରତିଷ୍ଠିତ ହେଲା ।
ବର୍ତ୍ତମାନ ୧୮୯ଟି ଦେଶ ଏହାର ସଦସ୍ୟତା ଗ୍ରହଣ କରିଛନ୍ତି । IBRDର ସଦସ୍ୟଭୁକ୍ତ ରାଷ୍ଟ୍ରଗୁଡ଼ିକ ମଧ୍ୟ IMFର ସଦସ୍ୟ । ଏହି ଦେଶଗୁଡ଼ିକଦ୍ୱାରା ଏହାର ଶାସନନୀତି ନିର୍ଦ୍ଧାରିତ ହୁଏ ଓ ସେମାନଙ୍କ ପାଖରେ ଏହା ଉତ୍ତରଦାୟୀ ଅଟେ । ପୃଥିବୀରେ ଦେଶ ଓ ଦେଶ ମଧ୍ୟରେ ମୁଦ୍ରାଜନିତ ସହଯୋଗିତା ବୃଦ୍ଧି, ଆର୍ଥିକ ସ୍ଥିରତାକୁ ନିର୍ଦ୍ଧାରିତ କରିବା, ଆନ୍ତର୍ଜାତିକ ବାଣିଜ୍ୟ କାରବାରକୁ ପ୍ରୋତ୍ସାହିତ କରିବା, ନିଯୁକ୍ତି ସୁଯୋଗ ସୃଷ୍ଟି ଓ ଧାରଣକ୍ଷମ ବିକାଶର ପ୍ରବର୍ତ୍ତନ ଓ ସର୍ବୋପରି ପୃଥିବୀରୁ ଦାରିଦ୍ର୍ୟ ହ୍ରାସ କରିବାର ମୁଖ୍ୟ ଉଦ୍ଦେଶ୍ୟ, ପୃଥିବୀର ଆନ୍ତର୍ଜାତିକ ମୁଦ୍ରା ବ୍ୟବସ୍ଥାରେ (ବିନିମୟ ଦର) ଓ ଆନ୍ତର୍ଜାତିକ ଦେୟ କ୍ଷେତ୍ରରେ ଅର୍ଥ ଦେଣନେଣ ସୁବିଧାଜନକ ହୋଇପାରିଛି । ୨୦୧୨ ମସିହାରେ IMFର ନୀତିରେ ପରିବର୍ତ୍ତନ ଅଣାଯାଇ ଏହା ଆନ୍ତର୍ଜାତିକ ଆର୍ଥିକ ସ୍ଥିରତା ପାଇଁ ସାମଗ୍ରିକ ଆର୍ଥିକ ବ୍ୟବସ୍ଥା ଓ ଆର୍ଥିକ କ୍ଷେତ୍ର ସମ୍ପାଦିତ ବିଷୟଗୁଡ଼ିକୁ ନେଇ କାର୍ଯ୍ୟ କରିବ ବୋଲି ବ୍ୟବସ୍ଥା କରାଗଲା ।
IMFରୁ ସୁପରିଚାଳନା ପାଇଁ ଏକ ପରିଚାଳନା ଗୋଷ୍ଠୀ ରହିଛି । ଏହାର ୧୭ଟି ବିଭାଗ ରହିଛି ଓ ପ୍ରତ୍ୟେକ ବିଭାଗର କାର୍ଯ୍ୟ ପରିସର ନିର୍ଦ୍ଧାରିତ ହୋଇଛି । IMFର ସମ୍ବଳର ପରିଚାଳନା, ଏହାର ନୀତି ନିର୍ଦ୍ଧାରଣ, ବିଶ୍ଳେଷଣତ୍ମକ ଓ ବୈଷୟିକ କାର୍ଯ୍ୟ ଆଦି ସମ୍ପାଦନ ପାଇଁ ସ୍ୱତନ୍ତ୍ର ବିଭାଗମାନ ରହିଛି । ଏହାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକର କର୍ମଚାରୀମାନଙ୍କର ମୁଖ୍ୟଭାବେ ଓ କାର୍ଯ୍ୟକାରୀମଣ୍ଡଳିର ସଭାପତି ଭାବେ କାର୍ଯ୍ୟ କରନ୍ତି । ସେ Executive Board ଦ୍ବାରା ୫ ବର୍ଷ ପାଇଁ ନିଯୁକ୍ତି ପାଆନ୍ତି । IMFରେ କାର୍ଯ୍ୟରତ କର୍ମଚାରୀମାନେ ବିଶ୍ବର ବିଭିନ୍ନ ଦେଶରୁ ଆସିଥାଆନ୍ତି ଓ ସେମାନେ ସମ୍ପୃକ୍ତ ରାଷ୍ଟ୍ର ପାଖରେ ନିଜ କାର୍ଯ୍ୟ ପାଇଁ ଉତ୍ତରଦାୟୀ ରୁହନ୍ତି ।
ଏହି କର୍ମଚାରୀମାନେ ମୁଖ୍ୟତଃ ଦୈନନ୍ଦିନ କାର୍ଯ୍ୟାବଳୀ, ତଥ୍ୟ ସଂଗ୍ରହ ଓ ଆଦାନପ୍ରଦାନ, ଯୋଗସୂତ୍ର ଇତ୍ୟାଦି ଓ ସହଯୋଗ ସେବା ଦାୟିତ୍ଵ ନିର୍ବାହ କରନ୍ତି । IMFର ସଦସ୍ୟଭୁକ୍ତ ରାଷ୍ଟ୍ରଗୁଡ଼ିକ ଆର୍ଥିକ ସ୍ଥିତିରୁ ତୁଳନାତ୍ମକଭାବେ ବିଚାରକୁ ନେଇ ସେମାନଙ୍କର ଭୋଟାଧୁକାର ଓ ନିଷ୍ପତ୍ତି ନେବା ପ୍ରକ୍ରିୟାରେ ଅଂଶଗ୍ରହଣ ନିର୍ଣ୍ଣୟ କରାଯାଏ । ଏହାର ମୁଖ୍ୟ କାର୍ଯ୍ୟାଳୟ ଯୁକ୍ତରାଷ୍ଟ୍ର ଆମେରିକାର ୱାଶିଂଟନ୍ ଡି.ସି.ଠାରେ ଅବସ୍ଥିତ । ବର୍ତ୍ତମାନ Christian Lagarde ଏହାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରୂପେ ଅବସ୍ଥାପିତ । IMFକୁ ସଦସ୍ୟ ରାଷ୍ଟ୍ରମାନେ ନିଜ ସ୍ଥିରୀକୃତ ଅଂଶ ଅନୁଯାୟୀ ଅର୍ଥ ଯୋଗାଇଥା’ନ୍ତି । ଏହାଛଡ଼ା ଏହା ବହୁପକ୍ଷୀୟ ଓ ଦ୍ଵିପାକ୍ଷୀୟ ଉଧାର ମାଧ୍ୟମରେ ମଧ୍ଯ ଅର୍ଥ ସଂଗ୍ରହ କରେ । IMFରେ ଯୋଗଦାନ ଅଂଶର ସମୟରେ ଗୋଟିଏ ରାଷ୍ଟ୍ରର ଆର୍ଥିକ ସ୍ଥିତିକୁ ନେଇ ତା’ର ସ୍ଥିରୀକୃତ ଅଂଶ ନିର୍ଦ୍ଧାରିତ ହୁଏତ ଏହି ଅଂଶର ଚାରିଭାଗରୁ ଏକ ଭାଗ ଅର୍ଥ ସମ୍ପୃକ୍ତ ରାଷ୍ଟ୍ରକୁ ଅନୁବାଦ ଆକାରରେ ଦିଏ ।
ପ୍ରତି ପାଞ୍ଚବର୍ଷରେ ଥରେ ପୁନଃ ନିର୍ଦ୍ଧାରିତ ହୁଏ । New Arrangements to Borrow ଓ General Agrements to Borrow କୁ ଆଧାର କରି ସଦସ୍ୟରାଷ୍ଟ୍ର ଓ ଅନ୍ୟ ଆର୍ଥିକ ସଂସ୍ଥାଗୁଡ଼ିକରୁ IMF ଅର୍ଥ ସଂଗ୍ରହ କରେ । ଏହି ଉଧାର ଅର୍ଥ ସାଧାରଣତଃ ପ୍ରମୁଖ ଆର୍ଥିକ ସଙ୍କଟକୁ ପ୍ରତିହତ କରିବା କ୍ଷେତ୍ରରେ ବିନିଯୋଗ ହୁଏ । ଏହାଛଡ଼ା ଆନ୍ତର୍ଜାତିକ ଆର୍ଥିକ ସଙ୍କଟକୁ ସାମ୍ନା କରିବା ସହ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଉଧାର ଆବଶ୍ୟକତାକୁ ପୂରଣ କରିବାପାଇଁ IMF ଦ୍ବିପାକ୍ଷିକ ଉଧାର ମାଧ୍ୟମରେ ଅର୍ଥକୁ ସାମୟିକ ଭାବେ କାର୍ଯ୍ୟକାରୀ କରେ । IMF ପାଖରେ ଗଚ୍ଛିତ ସୁନାର ଏକ ବିଶାଳ ଭଣ୍ଡାର ରହିଛି । ଏହା ସଦସ୍ୟ ରାଷ୍ଟ୍ରମାନଙ୍କର ଦେୟ ଭରଣା କରିବା ମାଧମ ଯୋଗୁଁ ସମ୍ଭବ ହୋଇଛି । ସଦସ୍ୟ ରାଷ୍ଟ୍ରଗୁଡ଼ିକର ଅନୁମୋଦନର ପ୍ରାପ୍ତ ହେଲେ ଏହାର ବଜାର ଦରରେ ସୁନା ବିକ୍ରି କରି ପାଣ୍ଠି ସଂଗ୍ରହ କରିପାରିବ ।
ସ୍ଵଳ୍ପ ରୋଜଗାରକ୍ଷମ ରାଷ୍ଟ୍ରଗୁଡ଼ିକୁ ନିଜ ତରଫରୁ ଓ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ IMF ତରଫରୁ ପାଣ୍ଠି ଅଳ୍ପ ସୁଧହାରରେ ଯୋଗାଇଥାଏ । ବର୍ତ୍ତମାନ ଏହା Proverty Reduction and Growth Trust (PRGT), Heavily Indebted Poor Countries (HIPC) ଓ Catastrophe Containment and Relief (CCR) Trust ପରି କାର୍ଯ୍ୟକ୍ରମ ମାଧ୍ୟମରେ ଗରିବ ଦେଶଗୁଡ଼ିକୁ ଅଳ୍ପ ସୁଧହାରରେ ଋଣ ଯୋଗାଇ ଦେଉଛି । ନିଜର ସଦସ୍ୟଭୁକ୍ତ ରାଷ୍ଟ୍ରର କ୍ଷେତ୍ରରେ ଦେୟକୁ ନେଇ ଭାରସାମ୍ୟ ରକ୍ଷା ସମ୍ଭବ ନ ହେଲେ IMF ଆର୍ଥିକ ଅନୁଦାନ ଯୋଗାଇଥାଏ । ଏହାଦ୍ଵାରା ନୀତିଗତ କାର୍ଯ୍ୟକ୍ରମଗୁଡ଼ିକରେ ପରିବର୍ତ୍ତନ ଆଣି ଆର୍ଥିକ ବ୍ୟବସ୍ଥାକୁ ବିଶ୍ୱାସଯୋଗ୍ୟ କରାଯିବାକୁ ଉଦ୍ୟମ କରାଯାଏ । ସୁସ୍ଥ ଆର୍ଥିକ ନୀତି ପ୍ରସ୍ତୁତ କରିବା ଓ କାର୍ଯ୍ୟାନ୍ଵୟନ କ୍ଷେତ୍ରରେ IMF ରାଷ୍ଟ୍ରଗୁଡ଼ିକୁ ନିଜର କ୍ଷମତା ବୃଦ୍ଧି କରିବାପାଇଁ ସାହାଯ୍ୟ କରେ ।
IMFର ସମସ୍ତ ସଦସ୍ୟଭୁକ୍ତ ରାଷ୍ଟ୍ରଗୁଡ଼ିକର ଅର୍ଥନୈତିକ ଓ ଆର୍ଥିକ ନୀତି ନିୟମକୁ ଆନ୍ତର୍ଜାତିକ ସମୁଦାୟ ତଦାରଖ କରିପାରିବେ । ଏହାକୁ ଆର୍ଥିକ ସତର୍କ ନଜର କୁହାଯାଏ । ଋଣ ପାଇବାପାଇଁ ସଦସ୍ୟଭ୍ୟକ୍ତ ରାଷ୍ଟ୍ରକୁ ଅନୁରୋଧ କରିବାକୁ ପଡ଼େ । ଋଣ ପ୍ରଦାନ ପାଇଁ ଉଧାର ବ୍ୟବସ୍ଥା ଋଣଗ୍ରହୀତା ରାଷ୍ଟ୍ରକୁ ମାନିବାକୁ ପଡ଼େ । ଏଥିରେ ନିର୍ଦ୍ଦିଷ୍ଟ ଆର୍ଥିକ ନୀତି ଓ ପଦକ୍ଷେପକୁ କାର୍ଯ୍ୟାନ୍ବୟନ କରିବା ସହ ଦେୟର ଭାରସାମ୍ୟକୁ ରକ୍ଷାକରିବାପାଇଁ ସର୍ତ୍ତ ଆରୋପ କରାଯାଇଥାଏ । ଆଜିର ଦିନରେ IMF ଠାରୁ ସବୁଠାରୁ ଅଧିକ ଋଣ ନେଇଥିବା ରାଷ୍ଟ୍ରଗୁଡ଼ିକ ମଧ୍ୟରୁ ଶୀର୍ଷରେ ରହିଛି ମେକ୍ସିକୋ ଓ ତା’ପରେ ଗ୍ରୀସ୍ । ମାତ୍ର ଋଣ ସହ ଦେଶର GDPକୁ ତୁଳନା କଲେ ଲାଇବେରିଆ ସବୁଠାରୁ ଅଧିକ ଅର୍ଥ ଋଣ ଆକାରରେ ନେଉଛି ଓ ତା’ ତଳକୁ ରହିଛି ଆଇସ୍ଲ୍ୟାଣ୍ଡ ।
୧୦ । ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଓ ବିଶ୍ବବ୍ୟାଟ୍ ମଧ୍ୟରେ ଥିବା ପାର୍ଥକ୍ୟମାନ ଦର୍ଶାଅ ।
Answer:
IMF ଓ World Bank ମଧ୍ୟରେ ଗଠନ ପ୍ରକ୍ରିୟା ଓ କାର୍ଯ୍ୟାବଳୀକୁ ନେଇ ପାର୍ଥକ୍ୟ ଥିବାର ଦୃଷ୍ଟିଗୋଚର ହୁଏ । World Bank ଆର୍ଥିକ ଅଭିବୃଦ୍ଧିକୁ ଗୁରୁତ୍ଵ ଦେଉଥିବାବେଳେ IMF ଆର୍ଥିକ ସ୍ଥିରତାକୁ ପ୍ରାଧାନ୍ୟ ଦିଏ । World Bank ମୁଖ୍ୟତଃ ଉନ୍ନତଶୀଳ ଦେଶଗୁଡ଼ିକର ବିକାଶ ସମ୍ପର୍କିତ ପ୍ରକଳ୍ପଗୁଡ଼ିକୁ ପ୍ରାଧାନ୍ୟ ଦେଉଥିବା ବେଳେ IMF ଉଭୟ ଉନ୍ନତ ଓ ଅନୁନ୍ନତ ଦେଶଗୁଡ଼ିକରେ ଆର୍ଥିକ ବ୍ୟବସ୍ଥାରେ ଭାରସାମ୍ୟ ରକ୍ଷାକୁ ପ୍ରାଧାନ୍ୟ ଦେଇଆସିଛି । ଉଭୟ ଆନ୍ତର୍ଜାତିକ ଅନୁଷ୍ଠାନ ମିଳିତ ଜାତିସଂଘର ଦୁଇଟି ସହଯୋଗୀ ଅନୁଷ୍ଠାନ ଓ ୧୯୪୪ ମସିହାର Bretton Woods ସମ୍ମିଳନୀରେ ଗୃହୀତ ପ୍ରସ୍ତାବ ଅନୁଯାୟୀ ସ୍ଥାପିତ ହୋଇଛନ୍ତି । ଉଭୟ ବିଶ୍ବର ବିଭିନ୍ନ ଦେଶଗୁଡ଼ିକୁ ଋଣ ଆକାରରେ ଅର୍ଥ ଯୋଗାଇଥାନ୍ତି ।
World Bank ଏକ ବ୍ୟାଙ୍କ୍ ଓ ସେଥ୍ପାଇଁ ଏହା ପୁଞ୍ଜିନିବେଶକାରୀଙ୍କଠାରୁ ଋଣ ଆକାରରେ ଅର୍ଥ ସଂଗ୍ରହ କରି ଗରିବ ରାଷ୍ଟ୍ରଗୁଡ଼ିକରେ ଦାରିଦ୍ର୍ୟ ନିରାକରଣ ପାଇଁ ଋଣସୂତ୍ରରେ ଅର୍ଥ ପ୍ରଦାନ କରେ । ପ୍ରଦତ୍ତ ଅର୍ଥକୁ ଋଣ ଆକାରରେ ଯୋଗ୍ୟ ଓ ଋଣ ଫେରସ୍ତର ସକ୍ଷମତା ଥିବା ରାଷ୍ଟ୍ରଗୁଡ଼ିକୁ ପ୍ରଦାନ କରେ । World Bank ଉଭୟ ସାଙ୍ଗଠନିକ ଓ କାର୍ଯ୍ୟାବଳୀ ଦୃଷ୍ଟିରୁ IMFଠାରୁ ବୃହତ୍ । ଋଣ ଦେବାପାଇଁ IMFର ମୁଖ୍ୟତଃ ଗୋଟିଏ ଦେଶର ଦେୟର ଭାରସାମ୍ୟ ରକ୍ଷାପାଇଁ ଋଣ ଯୋଗାଏ ଓ ସେହି ଦେଶର ଆର୍ଥିକ ନୀତି ଓ କାର୍ଯ୍ୟକ୍ରମର ପରିବର୍ତ୍ତନ ବୀ ସଂସ୍କାରକୁ ଗୁରୁତ୍ଵ ଦିଏ । ଏହା ଜଟିଳ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ଦେଶଗୁଡ଼ିକୁ ରଣଯନ୍ତାରୁ ମୁକ୍ତ କରିବାକୁ ସାହାଯ୍ୟ କରେ ଓ ପରାମର୍ଶ ପ୍ରଦାନ କରେ ।
World Bank ମୁଖ୍ୟତଃ ଉନ୍ନତିଶୀଳ ଦେଶଗୁଡ଼ିକୁ ଦୀର୍ଘସୂତ୍ରୀ ଆର୍ଥିକ ବିକାଶ ପାଇଁ ଅଳ୍ପ ସୁଧହାରରେ ଋଣ ଯୋଗାଏ । ପ୍ରଥମେ ଇଉରୋପୀୟ ରାଷ୍ଟ୍ରଗୁଡ଼ିକୁ ଏହି ସୁବିଧା ମିଳୁଥିବାବେଳେ ଏବେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ ଏହା ମିଳୁଛି । ବର୍ତ୍ତମାନ ସମୟରେ ଏହି ଦୁଇଟ ଆନ୍ତର୍ଜାତିକ ଅନୁଷ୍ଠାନ ମଧ୍ୟରେ ଅନେକ କ୍ଷେତ୍ର ଯେପରି ଗରିବ ରାଷ୍ଟ୍ରଗୁଡ଼ିକରେ ଦାରିଦ୍ର୍ୟ ନିରାକରଣ ପାଇଁ ସାହାଯ୍ୟ, ଅତି ଗରିବ ରାଷ୍ଟ୍ରଗୁଡ଼ିକୁ କରଜ ରିଲିଫ୍ ପ୍ରଦାନ ଓ ରାଷ୍ଟ୍ରଗୁଡ଼ିକର ଆର୍ଥିକ କ୍ଷେତ୍ରରେ ଉନ୍ନୟନ ଆଦିରେ ପାରସ୍ପରିକ ସହଯୋଗ ଦେଖିବାକୁ ମିଳୁଛି । IMF ଓ World Bank ବିଶ୍ଵର ଉନ୍ନତ ରାଷ୍ଟ୍ର ମୁଖ୍ୟତଃ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ବ୍ୟବସାୟିକ ସ୍ୱାର୍ଥକୁ ସୁରକ୍ଷା ଦେଉଥିବାର ଅଭିଯୋଗ ହୁଏ ।
ଏହି ଦୁଇଟି ଅନୁଷ୍ଠାନ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛନ୍ଦ ରାଷ୍ଟ୍ରଗୁଡ଼ିକର ହାତବାରିସି ସାଜି ଅନୁନ୍ନତ ରାଷ୍ଟ୍ରଗୁଡ଼ିକୁ ଆର୍ଥିକ ଓ ମୁଦ୍ରାଗତ ସାହାଯ୍ୟ ଦେବା ନାଁରେ ସବୁଦିନପାଇଁ ଋଣଗ୍ରସ୍ତ କରି ରଖୁବାର ପ୍ରୟାସ ଜାରି ରଖୁଛନ୍ତି । ବିକାଶଶୀଳ ଓ ଅନୁନ୍ନତ ରାଷ୍ଟ୍ରଗୁଡ଼ିକର ନୀତି ପ୍ରଣୟନ ଓ ନିଷ୍ପତି ନେବା ପ୍ରକ୍ରିୟାରେ ଏମାନେ ବେଳେବେଳେ ଅଯଥାର ହସ୍ତକ୍ଷେପ କରିବା ଦେଖାଯାଏ । ରାଷ୍ଟ୍ରର ସାର୍ବଭୌମତ୍ୱ ଉପରେ ଏହା ଏକ ପରୋକ୍ଷ କୁଠାର ଘାତ ସଦୃଶ । ସେଥିପାଇଁ ଜାତିସଂଘର ସଂସ୍କାର ସହ ଏହି ଅନୁଷ୍ଠାନଗୁଡ଼ିକର ଗଠନ ଓ କାର୍ଯ୍ୟାବଳୀରେ ଅନେକ ପରିବର୍ତ୍ତନ ଓ ସଂସ୍କାରର ମଧ୍ୟ ଆବଶ୍ୟକତା ରହିଛି ।