BSE Odisha 8th Class Odia Solutions Chapter 14 ସୁନା ନେଉଳ

Odisha State Board BSE Odisha 8th Class Odia Solutions Chapter 14 ସୁନା ନେଉଳ Textbook Exercise Questions and Answers.

BSE Odisha Class 8 Odia Solutions Chapter 14 ସୁନା ନେଉଳ

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
ଆସ, କଥାବାର୍ତ୍ତା ହେବା ।
(କ) ବ୍ରାହ୍ମଣ ଖୁଦଦାନାଟିଏ କାହିଁକି ପାଇଲେ ନାହିଁ ?
Answer:
ହସ୍ତିନାପୁରରେ ଦୁର୍ଭିକ୍ଷ ପଡ଼ିଥିବାରୁ ଲୋକମାନେ ଖାଇବାକୁ ପାଉ ନଥିଲେ କିମ୍ବା ଖୁଦ ଦାନାଟିଏ ପାଉ ନଥିଲେ, ସେଥ‌ିପାଇଁ ବ୍ରାହ୍ମଣ ଭିକ୍ଷା କରିବାକୁ ଯାଇ ଖୁଦ ଦାନାଟିଏ ପାଇନଥିଲେ ।

BSE Odisha 8th Class Odia Solutions Chapter 14 ସୁନା ନେଉଳ

(ଖ) ସନା କାଉଳି ବାଉଳି ହେଉଥୁଲା କାହିଁକି ?
Answer:
ଅତ୍ୟଧ୍ଵ କ୍ଷୁଧା ହେତୁ ବା ଭୋକରେ ପାଣି ପିଇ ଦେଉଥୁବାରୁ, ସନାର ପେଟ କ’ଣ ହୋଇଯାଉଛି, ଯାହାଫଳରେ ସେ କାଉଳି ବାଉଳି ହୋଇଯାଇଛି ।

(ଗ) ସନାର କିଛି ହେବ ନାହିଁ ବୋଲି ବ୍ରାହ୍ମଣ କିପରି ଜାଣିଲେ ?
ବ୍ରାହ୍ମଣ ମନରେ ଅଟଳ ଈଶ୍ୱରବିଶ୍ଵାସ ଓ ଧାର୍ମିକ ଭାବ ରହିଥିବାରୁ, ତାଙ୍କ ପୁଅ ସନାର କିଛି ହେବ ନାହିଁ, ସେ ଜାଣିଥିଲେ ।
Answer:
ଶସ୍ୟ ସଂଗ୍ରହ ପାଇଁ ବ୍ରାହ୍ମଣ ବ୍ରାହ୍ମଣୀ ପାଖ ବିଲକୁ ଯାଇଥିଲେ ।

(ଙ) ନେଉଳଟିର ଅଧାଦେହ ସୁନା ପାଲଟିଗଲା କିପରି ?
Answer:
ବ୍ରାହ୍ମଣଙ୍କ ଘରେ ଅତିଥୁ ହୋଇଥିବା ଭିକାରିର ଅଇଁଠା ପତ୍ର ଚାଟିବାରୁ, ନେଉଳର ଅଧା ଦେହ ସୁନା ପାଲଟି ଯାଇଥିଲା ।

Question ୨।
ଦୁଇ ବା ତିନୋଟି ବାକ୍ୟରେ ତଳ ପ୍ରଶ୍ନର ଉତ୍ତର ଲେଖିବା ।
(କ) ବ୍ରାହ୍ମଣୀ କାନ୍ଦିଥିଲେ କାହିଁକି ?
Answer:
ବ୍ରାହ୍ମଣୀ କାଙ୍ଗାଳିଆ ଭିକାରିକୁ ନିଜ ପୁଅ ସନାତନ ପାଇଁ ରାନ୍ଧିଥିବା ଭାତରୁ ପ୍ରଥମେ ଅଧେ ଓ ପରେ ପୁଅ ପାଇଁ ରଖୁଥ‌ିବା ଭାତକୁ ଦେଇଥିଲେ । ଭୋକରେ କାଉଳି ବାଉଳି ହେଉଥ‌ିବା ପୁଅକୁ ‘ଭାତ ଗରମ ଅଛି, ଥଣ୍ଡା ହେଲେ ଦେବି’ ବୋଲି ମିଛ ସାର୍ ନା ଦେଇଥିଲେ । ପୁଅ ପାଇଁ ଭାତ ନାହିଁ; ମାତ୍ର ପୁଅକୁ ଭାତ ଦେବାର ବାହାନା କରୁଥିବାରୁ ବ୍ରାହ୍ମଣୀ କାନ୍ଦିଥିଲେ ।

(ଖ) ଯଜ୍ଞର ପ୍ରଧାନ କର୍ତ୍ତବ୍ୟ କ’ଣ ବୋଲି ପୁରୋହିତ କହିଲେ ?
Answer:
ରାଜା ଯୁଧୁଷ୍ଠିର ହସ୍ତିନାରେ ଯଜ୍ଞ କରୁଥିଲେ । ସେହି ଯଜ୍ଞ ଅବସରରେ ପୁରୋହିତ ରାଜା ଯୁଧୁଷ୍ଠିରଙ୍କୁ ପରାମର୍ଶ ଦେଇ କହିଥିଲେ, ଯଜ୍ଞାନୁରୂପ ଦାନ ହେଉଛି ଯଜ୍ଞର ପ୍ରଧାନ କର୍ତ୍ତବ୍ୟ । ତେଣୁ ସେହି ସମୟରେ ଦାନ ଦ୍ରବ୍ୟର ପ୍ରସ୍ତୁତି ଅ।ବଶ୍ୟକ।

(ଗ) ଭିକାରୀଙ୍କୁ ଦେଖିଲା ପରେ ବ୍ରାହ୍ମଣୀଙ୍କ ମନରେ କି ପ୍ରକାର ପରିବର୍ତ୍ତନ ଆସିଲା ?
Answer:
ପୁଅ ପାଇଁ ପେଜପୋଷେ କରିବା ପାଇଁ ବ୍ରାହ୍ମଣ ବ୍ରାହ୍ମଣ ପାଖ ବିଲରୁ ଶସ୍ୟ ସଂଗ୍ରହ କରି ରାନ୍ଧିଥିଲେ । ସେହି ସମୟରେ ଭିକାରିଟି ପହଞ୍ଚିବାରୁ, ବ୍ରାହ୍ମଣୀ ତା’ ଉପରେ ପ୍ରଥମେ ବିରକ୍ତ ହୋଇଥିଲେ । ମାତ୍ର କାଙ୍ଗାଳିଆ ଭିକାରିର ଅସ୍ଥିସାର ଦୁରବସ୍ଥା ଦେଖିଲା ପରେ ବ୍ରାହ୍ମଣୀଙ୍କ ମନ ପରିବର୍ତ୍ତନ ହୋଇଥିଲା ଓ ସେ ତାହାକୁ ଖାଇବାକୁ ଦେଇଥିଲେ ।

(ଘ) ନେଉଳ କିପରି ଯୁଧୁଷ୍ଠିରଙ୍କ ଆଖ୍ ଖୋଲି ଦେଇଛି ?
Answer:
ନେଉଳଟି କହିଛି, ଅନେକ ଯଜ୍ଞାନୁଷ୍ଠାନ ଓ ଧର୍ମକାର୍ଯ୍ୟରେ ଯୋଗଦେଲେ ମଧ୍ୟ କୌଣସିଠାରେ ଉଚ୍ଛିବନ୍ତ ବ୍ରାହ୍ମଣଙ୍କ ପୁଣ୍ୟବଳ ପାଇ ନାହିଁ । ଉଚ୍ଛିବନ୍ତ ବ୍ରାହ୍ମଣ ପାଇଁ ତା’ର ଅର୍ଦ୍ଧାଙ୍ଗ ସୁବର୍ଣ୍ଣ ହେଲେ ବି, ଅନ୍ୟ ଅର୍ଥାଙ୍ଗ ସୁବର୍ଣ୍ଣ ହୋଇ ନାହିଁ । ନେଉଳର ଏପରି କଥାରେ ଯୁଧୁଷ୍ଠିର ଅନୁଭବ କରିଛନ୍ତି, ରାଜସୂୟ ଯଜ୍ଞ ଅହମିକା ଓ ଆଡ଼ମ୍ବରରେ ପରିପୂର୍ଣ୍ଣ, ଏଥରେ ପୁଣ୍ୟବଳ ନାହିଁ । ନେଉଳର କଥା ହିଁ ଯୁଧୁଷ୍ଠିରଙ୍କ ଆଖ୍ ଖୋଲି ଦେଇଛି ।

(ଙ‍) ନେଉଳର ସ୍ଵାଭାବିକ ଆଚରଣ କିପରି ?
Answer:
ନେଉଳର ସ୍ଵାଭାବିକ ଆଚରଣ ଖୁବ୍ ମାର୍ଜିତ ଥିଲା, ଯେଉଁଥ‌ିରେ ସ୍ୱୟଂ ଯୁଧୁଷ୍ଠିର ମଧ୍ୟ ବିସ୍ମିତ ହୋଇଥିଲେ । ନେଉଳଟି ମଧ୍ୟ ନିର୍ଭୟ ଓ ସତ୍ୟନିଷ୍ଠ ଭାବରେ ରାଜସୂୟ ଯଜ୍ଞ ରାଜକୀୟ ଅଭିମାନ ଓ ଅହଂକାର ଯୋଗୁଁ ବ୍ୟର୍ଥ ହୋଇଛି ବୋଲି, ଯୁଧୁଷ୍ଠିରଙ୍କୁ କହିଥିଲା । ଏଥିରୁ ଜଣାପଡ଼େ ନେଉଳଟି ସତ୍ୟନିଷ୍ଠ, ଭୟହୀନ ଓ ମାର୍ଜିତ ବ୍ୟବହାରସମ୍ପନ୍ନ ଥିଲା ।

BSE Odisha 8th Class Odia Solutions Chapter 14 ସୁନା ନେଉଳ

Question ୩ ।
ଆସ, ତଳେ ଦିଆଯାଇଥିବା, ବାକ୍ୟଗୁଡ଼ିକୁ ସରଳ ଭାଷାରେ ବୁଝାଇ ଲେଖୁବା ।
(କ) ଏ ତ ହସ୍ତିନାବାସୀର କର୍ମଫଳ, ଛାମୁ ।
Answer:
ଆଲୋଚ୍ୟ ବକ୍ତବ୍ୟଟି ନାଟ୍ୟକାର ମଙ୍ଗୁଳି ଚରଣ ବିଶ୍ବାଳଙ୍କ ‘ସୁନା ନେଉଳ’ ଏକାଙ୍କିକାରୁ ଆସିଅଛି । ଏହାକୁ ନାଟ୍ୟକାର ନେଉଳ ମୁହଁରେ ପଞ୍ଚମ ଦୃଶ୍ୟରେ କୁହାଇଛନ୍ତି । ରାଜସୂୟ ଯଜ୍ଞ କରିବା ଅବସରରେ ରାଜା ଯୁଧୁଷ୍ଠିର ହସ୍ତିନାବାସୀଙ୍କୁ ଯଜ୍ଞାନୁରୂପ ଦାନ ଦେଇଛନ୍ତି । ସବୁ ପ୍ରକାର ଲୋକ ଦାନ ଗ୍ରହଣ କରି ରାଜାଙ୍କ ଉପରେ ସନ୍ତୁଷ୍ଟ ହୋଇ ଆଶୀର୍ବାଦ କରିଛନ୍ତି । ସେହି ଅବସରରେ ରାଜଦ୍ଵାରରେ ପହଞ୍ଚିଛି ନେଉଳ । ନେଉଳଟି ଛାମୁଙ୍କର ଦର୍ଶନପ୍ରାର୍ଥୀ ହୋଇଛି । ନେଉଳ ରାଜାଙ୍କର ଜୟଗାନ କରିଛି । ନେଉଳର ମାର୍ଜିତ ଭାଷାରେ ରାଜା ବିସ୍ମିତ ଓ ମୁଗ୍‌ଧ ହୋଇଛନ୍ତି । ରାଜାଙ୍କ ବ୍ୟବହାରରେ ସନ୍ତୁଷ୍ଟ ହୋଇ ନେଉଳଟି ମଧ୍ୟ କହିଛି, ଏସବୁ ସମ୍ଭବ ହୋଇଛି, ଜଣେ ହସ୍ତିନାବାସୀଙ୍କ କର୍ମଫଳ ପାଇଁ । ଯୁଧୁଷ୍ଠିର ସେହି ହସ୍ତିନାବାସୀଙ୍କ ପରିଚୟ ଜାଣିବାକୁ ଚାହିଁଛନ୍ତି । ନେଉଳଟି ନିର୍ଭୟରେ କହିଛି, ଉଚ୍ଛିବନ୍ତ ନାମକ ଜଣେ ଦରିଦ୍ର ବ୍ରାହ୍ମଣର ପୁଣ୍ୟ ବଳ ପାଇ ସେ ଆଜି ମୂକରୁ ବାଚାଳ ପାଲଟିଛି ଓ ତା’ ଶରୀରର ଅକ୍ଷାଂଶ ସୁନା ହୋଇଯାଇଛି ।

(ଖ) ସତ୍ୟ ଅସହ୍ୟ ହେବା ସ୍ଵାଭାବିକ ।
Answer:
ଆଲୋଚ୍ୟ ବକ୍ତବ୍ୟଟି ନାଟ୍ୟକାର ମଙ୍ଗୁଳୁ ଚରଣ ବିଶ୍ବାଳଙ୍କ ‘ସୁନା ନେଉଳ’ ଏକାଙ୍କିକାରୁ ଆସିଅଛି । ଏହାକୁ ନାଟ୍ୟକାର ପଞ୍ଚମ ଦୃଶ୍ୟରେ ଭୀମଙ୍କ କଥାର ଉତ୍ତରରେ ନେଉଳ ମୁହଁରେ କୁହାଇଛନ୍ତି । ରାଜସୂୟ ଯଜ୍ଞ ଅବସରରେ ଆଗନ୍ତୁକ ଭାବରେ ନେଉଳଟି ପହଞ୍ଚିଛି ଯୁଧୁଷ୍ଠିରଙ୍କ ପାଖରେ । ଯୁରଙ୍କୁ ମର୍ଯ୍ୟାଦା ସହକାରେ ବୁଝାଇ କହିଛି, ଉଚ୍ଛିବନ୍ତ ଦରିଦ୍ର ବ୍ରାହ୍ମଣର ଆତିଥ୍ୟର ତୁଳନା ନାହିଁ । ସେହି ବ୍ରାହ୍ମଣର ପୁଣ୍ୟ ପାଇଁ, ତା’ର ଅଦ୍ଧେର୍କ ଅଙ୍ଗ ସୁବର୍ଣ୍ଣ ହୋଇଛି । ମାତ୍ର ଏଠାରେ ଅନ୍ୟ ଅର୍ଦ୍ଧେକ ଅଙ୍ଗକୁ ସେ ସୁବର୍ଣ୍ଣ କରିପାରି ନାହିଁ । ସୁତରାଂ ମହାରାଜାଙ୍କ ପୁଣ୍ୟବଳ, ସେହି ଦରିଦ୍ର ବ୍ରାହ୍ମଣର ପୁଣ୍ୟବଳଠାରୁ କଦାପି ମହତ୍ତର ନୁହେଁ । ନେଉଳର ଏଭଳି କଥା ଶୁଣି ଭୀମ ରାଗି ଯାଇଛନ୍ତି । ନେଉଳଟି ସୀମାଲଂଘନ କରୁଛି ବୋଲି କହିଛନ୍ତି । ଭୀମଙ୍କ କଥା ଶୁଣି ନେଉଳ କହିଛି, ଅପ୍ରିୟ ସତ୍ୟ ସବୁବେଳେ ଅସହ୍ୟ ହୋଇଥାଏ । ଏହାକୁ କେହି ସହି ପାରି ନଥା’ନ୍ତି ।

Question ୪।
ତଳେ ଦିଆଯାଇଥ‌ିବା ସଂଳାପ ଗୁଡ଼ିକ ଯେଉଁ ଚରିତ୍ରର, ତାଙ୍କ ନାମ କୋଠରିରୁ ବାଛି ଡାହାଣ ପାଖରେ ଲେଖୁ । (ପ୍ରଶ୍ନ ସହ ଉତ୍ତର)
ନେଉଳ, ଯୁଧ୍ଵଷ୍ଠିର, ଭିକାରି, ବ୍ରାହ୍ମଣୀ, ଭୀମ
Answer:
(କ) ଦେଖୁନ – ପିଲାଟି କିମିତି କାଉଳିବାଉଳି ହଉଚି ? – ବ୍ରାହ୍ମଣୀ
(ଖ) ମହାରାଜାଙ୍କ ସ୍ୱୀକୃତି ଜଣାଇଦିଅ ? – ଯୁଧ୍ଵଷ୍ଠିର
(ଗ) ଏ ରାଜକୀୟ ରାଜସୂୟ ଯଜ୍ଞର ଫଳ ନୁହେଁ କ୍ଷତ୍ରିୟ ପ୍ରଦତ୍ତ । – ନେଉଳ
(ଘ) ଆପଣ ସୀମା ଲଂଘନ କରୁଛନ୍ତି ଆଗନ୍ତୁକ । – ଭୀମ
(ଙ) ବେଶ୍ ତୃପ୍ତି ଲାଗିଲା ବାବୁ, ଠାକୁରାଣୀ ମା’ । – ଭିକାରି

Question ୫।
ତଳେ ଦିଆଯାଇଥ‌ିବା ସଂଳାପ ଗୁଡ଼ିକ ଯେଉଁ ଚରିତ୍ରର, ତାଙ୍କ ନାମ କୋଠରିରୁ ବାଛି ଡାହାଣ ପାଖରେ ଲେଖୁବା । (ପ୍ରଶ୍ନ ସହ ଉତ୍ତର)
Answer:
(କ) ଦୁର୍ଲଭ – ସୁଲଭ
(ଖ) ଦୁର୍ଦ୍ଦିନ – ସୁଦିନ
(ଗ) ନିନ୍ଦା – ପ୍ରଶଂସା
(ଘ) ପ୍ରିୟ – ଅପ୍ରିୟ
(ଙ) ସୁଫଳ – କୁଫଳ

Question ୬ ।
ତଳେ ଦିଆଯାଇଥ‌ିବା ସଂଳାପଗୁଡ଼ିକୁ ବହି ଦେଖ୍ କ୍ରମାନ୍ୱୟରେ ପୁଣିଥରେ ଲେଖୁବା ।

  • ବ୍ରାହ୍ମଣ : କି ଆଶ୍ଚର୍ଯ୍ୟ । ନେଉଳଟି ସୁନା ପାଲଟି ଗଲାଣି ।
  • ଭିକାରି : ସାନ୍ତାଣି ମାଆ – ବସି ରହିଲି ଯେ…….
  • ଭାମ : ସେଇ ପୁଣ୍ୟବାନ୍ ଆପଣଙ୍କର କ’ଣ କରିଛି ଆଗନ୍ତୁକ ?
  • ନେଉଳ : ଜଣେ ଗରିବ ବ୍ରାହ୍ମଣ, ମହାରାଜ ।
  • ଯୁଧ୍ ଷ୍ଠିର : ତଥାପି ଆଗନ୍ତୁକ ଆମର ଅତିଥୁ, ତାଙ୍କର ବକ୍ତବ୍ୟ ସ୍ବାଗତଯୋଗ୍ୟ ।

Answer:

  • ଭିକାରି : ସାନ୍ତାଣି ମାଆ – ବସି ରହିଲି ଯେ…….
  • ବ୍ରାହ୍ମଣ : କି ଆଶ୍ଚର୍ଯ୍ୟ । ନେଉଳଟି ସୁନା ପାଲଟି ଗଲାଣି ।
  • ଯୁଧ୍ ଷ୍ଠିର : ତଥାପି ଆଗନ୍ତୁକ ଆମର ଅତିଥୁ, ତାଙ୍କର ବକ୍ତବ୍ୟ ସ୍ବାଗତଯୋଗ୍ୟ ।
  • ନେଉଳ : ଜଣେ ଗରିବ ବ୍ରାହ୍ମଣ, ମହାରାଜ ।
  • ଭାମ : ସେଇ ପୁଣ୍ୟବାନ୍ ଆପଣଙ୍କର କ’ଣ କରିଛି ଆଗନ୍ତୁକ ?

BSE Odisha 8th Class Odia Solutions Chapter 14 ସୁନା ନେଉଳ

Question ୭ ।
ତଳେ ଦିଆଯାଇଥ‌ିବା ଶବ୍ଦଗୁଡ଼ିକୁ ନେଇ ଆସ ଗୋଟିଏ ଛୋଟ ଅନୁଚ୍ଛେଦ ଲେଖୁବା ।
ଆଗନ୍ତୁକ, ଅତିଥୁ, ସ୍ଵାଗତଯୋଗ୍ୟ, ପୁଣ୍ୟବଳ, ସମ୍ବର୍ଦ୍ଧନାଜ୍ଞାପନ, ମହତ୍ତ୍ବବୋଧ, ବଳୀୟାନ ।
Answer:
ଅନେକ ସମୟରେ ଆମମାନଙ୍କ ଘରକୁ ଆଗକୁ ଆସିଥାନ୍ତି । ସେମାନଙ୍କୁ ଆମେ ଅତିଥି ଭାବରେ ମର୍ଯ୍ୟାଦା ଦେଇଥାଉ । ସେମାନେ ଆସିବା ସମୟରେ ଆମ ଘରର ମୁରବିଲୋକ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥା’ନ୍ତି । ସେ ଆମ ଘରେ ରହିବା ସମୟରେ ଯାହାକିଛି ପରାମର୍ଶ ଦିଅନ୍ତି, ତାହାକୁ ଆମେ ସ୍ଵାଗତଯୋଗ୍ୟ ପ୍ରସ୍ତାବ ଭାବରେ ଗ୍ରହଣ କରିଥାଉ । ଆମେ କୌଣସି ସମୟରେ ଭୁଲିଯିବା ଉଚିତ ନୁହେଁ ଯେ, ସମସ୍ତଙ୍କର କିଛି ନା କିଛି ମହତ୍ତ୍ବବୋଧ ରହିଛି । ଅତିଥ୍ୟ ସେବାଦ୍ଵାରା ପୁଣ୍ୟବଳ ବଢ଼ିଥାଏ । ପୁଣ୍ୟବଳରେ ବଳୀୟାନ ହେଲେ, ଆମ ପରିବାରକୁ ଈଶ୍ବର ନିଶ୍ଚୟ ସହାୟକ ହେବେ ।

Question ୮ ।
‘ବଳୀୟାନ’ ପରି ଆଉ ଦୁଇଟି ଶବ୍ଦ କୋଠରି ଭିତରେ ଲେଖୁବା, ଯାହାର ଶେଷରେ ‘ୟାନ’ ଥ‌ିବ ।
Answer:
ବର୍ଷୀୟାନ୍, ଗରୀୟନ୍

Question ୯ ।
ତଳେ ‘କ’ ସ୍ତମ୍ଭ ସହ ସମ୍ପର୍କିତ ଶବ୍ଦ ‘ଖ’ ସ୍ତମ୍ଭରେ ଦିଆଯାଇଛି ସେହି ସମ୍ପର୍କିତ ଶବ୍ଦଗୁଡ଼ିକୁ ଯୋଡ଼ି ଗୋଟିଏ ଗୋଟିଏ ବାକ୍ୟ ଗଠନ କରିବା ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ବିଶ୍ବ ପ୍ରବର
ଗଣ୍ଠି ନିୟନ୍ତା
ପରମ ସିଦ୍ଧ
କ୍ଷତ୍ରିୟ ପବିତ୍ର
ପ୍ରକୃତି ଧନ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ବିଶ୍ବ ନିୟନ୍ତା
ଗଣ୍ଠି ଧନ
ପରମ ପବିତ୍ର
କ୍ଷତ୍ରିୟ ପ୍ରବର
ପ୍ରକୃତି ସିଦ୍ଧ

ବାକ୍ୟ:
ବିଶ୍ଵନିୟନ୍ତା ସମସ୍ତଙ୍କର ମଙ୍ଗଳ କରନ୍ତି ।
କୃଷ୍ଣ ଥିଲେ ଯଶୋଦାଙ୍କର ଗଣ୍ଠିଧନ
ପରଂବ୍ରହ୍ମ ହେଉଛନ୍ତି ପରମପବିତ୍ର ସତ୍ତା ।
ଯୁଦ୍ଧକ୍ଷେତ୍ରର କ୍ଷତ୍ରିୟପ୍ରବରଙ୍କର ବୀରତ୍ଵ ଜଣାଯାଏ ।
ଭୀମଭୋଇ ଥିଲେ ଜଣେ ପ୍ରକୃତିସିଦ୍ଧ ପୁରୁଷ ।

Question ୧୦
ଭୁଲ୍ ଶବ୍ଦକୁ ତା’ ପାଖରେ ଠିକ୍ କରି ଲେଖୁବା । (ପ୍ରଶ୍ନ ସହ ଉତ୍ତର)

  • ଯଜ୍ଞପିଠ – ଯଜ୍ଞପୀଠ
  • ସ୍ତ୍ରିକୃତି – ସ୍ତ୍ରୀକୃତି
  • ପୁନ୍ୟବଳ – ପୁଣ୍ୟବଳ
  • ର।ଜସୁୟ – ରାଜସୂୟ
  • ଚିକ୍ତ।ର – ଚିତ୍କାର
  • ଚଳଚିତ୍ର – ଚଳଚ୍ଚିତ୍ର
  • ମହତ୍ଵ – ମହତ୍ଵ
  • ପରିକ୍ଷା – ପରୀକ୍ଷା
  • ମୁକ – ମୂକ
  • ଦୂର୍ମୁଲ୍ୟ – ତୁର୍ମୂଲ୍ୟ

BSE Odisha 8th Class Odia Solutions Chapter 14 ସୁନା ନେଉଳ

ତୁମପାଇଁ କାମ:
ଏକାଙ୍କିକାଟି ପଢ଼ିସାରିବା ପରେ ତୁମେ ନିଜ ନିଜ ମଧ୍ୟରେ ବିଭିନ୍ନ ଚରିତ୍ରକୁ ବାଛି ନେଇ ଶ୍ରେଣୀଗୃହରେ ଶିକ୍ଷକଙ୍କ ସହାୟତାରେ ଅଭିନୟ କର । ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

Question ୧।
କେଉଁ କାରଣରୁ ବ୍ରାହ୍ମଣ ଉଚ୍ଛିବନ୍ତ ଭିକ୍ଷା ନପାଇ ଶୂନ୍ୟହସ୍ତରେ ଫେରିଛନ୍ତି ?
Answer:
ହସ୍ତିନା ରାଜ୍ୟରେ ଗୋଟିଏ ପଟେ ଘୋର ମରୁଡ଼ି ପଡ଼ିଥିଲାବେଳେ ଅନ୍ୟପଟେ ମହାରାଜା ଯୁଧୁଷ୍ଠିର ରାଜସୂୟ ଯଜ୍ଞ କରୁଥା’ନ୍ତି । ବ୍ରାହ୍ମଣ ଉଚ୍ଛିବନ୍ତ ଭିକ୍ଷାବୃତ୍ତି କରି ଜୀବିକା ନିର୍ବାହ କରନ୍ତି । ଘରେ ବ୍ରାହ୍ମଣୀ ଏବଂ ଶିଶୁପୁତ୍ର ସନାତନ । ସନାତନ କ୍ଷୁଧାତୃଷ୍ଠାରେ ଶଯ୍ୟାଶାୟୀ । ବ୍ରାହ୍ମଣୀ ପୁଅକୁ ମୁଠାଏ ଦାନା ଦେବାକୁ ବ୍ୟାକୁଳ ହୋଇଛି । ଦୁର୍ଭିକ୍ଷ ପଡ଼ିଥିଲେ ହେଁ ବ୍ରାହ୍ମଣ ଉଚ୍ଛିବନ୍ତ ପୁଅ ମୁହଁରେ ଦାନା ମୁଠାଏ ଦେବାପାଇଁ ଭିକ୍ଷା ମାଗିବାକୁ ଯାଇଛନ୍ତି । ହେଲେ ରାଜ୍ୟସାରା ଲୋକେ ଅନାହାରରେ ଥ‌ିବାବେଳେ ଭିକ୍ଷା ଦେବ କିଏ ? ତେଣୁ ସେ ଭିକ୍ଷା ନପାଇ ଶୂନ୍ୟହସ୍ତରେ ଗୃହକୁ ଫେରିଛନ୍ତି ।

Question ୨।
Answer:
ଭୋକଶୋଷରେ ଆଉଟିପାଉଟି ହୋଇ ସନାତନ ଶଯ୍ୟାଶାୟୀ ହୋଇଛି । ସେ ଖାଇବାକୁ ଦାନା ମୁଠେ ବିକଳ ହୋଇ ମାଗୁଛି । ମାଆ କିନ୍ତୁ ତାକୁ ଦାନା ଦେଇ ନପାରି କେବଳ ପ୍ରବୋଧନା ବାଣୀ ଶୁଣାଇଛନ୍ତି । ତଥାପି ବ୍ରାହ୍ମଣୀ ଭଗବାନଙ୍କ ଉପରେ ଭରସା ରଖିଛି । ସେଦିନ ଘର ଅଣ୍ଡାଳି ଖୁଦ ମୁଠେ ପାଇ ବ୍ରାହ୍ମଣୀ ପୁଅ ପାଇଁ ଜାଉ କରିଥିଲେ । ମାତ୍ର ଆଗନ୍ତୁକ ଅତିଥିଙ୍କୁ ବ୍ରାହ୍ମଣ ସେତକ ଦେଇଦେଲେ । ଏଥ‌ିରେ ବ୍ରାହ୍ମଣୀ ବିରକ୍ତି ପ୍ରକାଶ କରିବାରୁ ଅତିଥ୍ୟ ସେବା ଈଶ୍ୱର ସେବା ବୋଲି ବ୍ରାହ୍ମଣ ବୁଝାଇଛନ୍ତି । ମାତ୍ର ନିଜ ପୁଅ ଭୋକରେ ଆଉଟିପାଉଟି ହେଉଥ‌ିବାବେଳେ ବ୍ରାହ୍ମଣୀଙ୍କୁ ବ୍ରାହ୍ମଣଙ୍କ ଅତିଥୁ ପରାୟଣତା ତାଙ୍କୁ ପସନ୍ଦ ଲାଗିନାହିଁ ।

Question ୩ ।
ମହାରାଜା ଯୁଧୁଷ୍ଠିରଙ୍କ ରାଜସୂୟ ଯଜ୍ଞକାଳର ଘଟଣାବଳୀ ସଂକ୍ଷେପରେ ଲେଖ ।
Answer:
ରାଜସୂୟ ଯଜ୍ଞ ଅବସରରେ ଘଣ୍ଟ, ଶଙ୍ଖ ଓ ଦେବଜ୍ଞ ବ୍ରାହ୍ମଣଙ୍କ ମନ୍ତ୍ରପାଠରେ ଯଜ୍ଞର ବେଦୀପୀଠ ମୁଖରିତ ହୋଇ ଉଠିଛି । ପୁରୋହିତ ଯୁଧ୍ୱରଙ୍କୁ ଦାନ ଧର୍ମ କରିବାକୁ ପରାମର୍ଶ ଦେଇଛନ୍ତି । ଯୁଧୁଷ୍ଠିରଙ୍କ ଆଦେଶରେ ସମବେତ ଜ୍ଞାନୀ, ଗୁଣୀ, ମହର୍ଷି, ଋଷି, ମୁନି, ବ୍ରାହ୍ମଣମାନଙ୍କୁ ସହଦେବ ନିମନ୍ତ୍ରଣ କରି ଆଣିଛନ୍ତି । ଯୁଧ୍ୱଷ୍ଠିରଙ୍କ ଅନୁରୋଧରେ ବ୍ରାହ୍ମଣ, ଋଷିମାନେ ଗୃହସ୍ତରେ ଦାନ ଗ୍ରହଣ କରିଛନ୍ତି । ଦାନ ନେଇ ରାଜାଙ୍କର ଶହେ ବର୍ଷର ଦୀର୍ଘ ଆୟୁଷ ବ୍ରାହ୍ମଣମାନେ ଆଶୀର୍ବାଦ ଛଳରେ କାମନା କରିଛନ୍ତି । ଚାରିଆଡ଼େ ଦାନଗ୍ରହୀତାମାନଙ୍କଦ୍ୱାରା ମହାରାଜାଙ୍କ ଜୟଧ୍ଵନି ଶୁଭୁଛି ।

ଏକାଙ୍କିକାକାର ପରିଚୟ

ଶ୍ରୀ ମଙ୍ଗଳୁ ଚରଣ ବିଶ୍ୱାଳ ଓଡ଼ିଆ ସାହିତ୍ୟରେ ଜଣେ ସୁପରିଚିତ ସାଧକ । ସେ ସମ୍ବଲପୁର ଜିଲ୍ଲାର ପିତାପାଲି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଶିକ୍ଷକତା ଓ ସାହିତ୍ୟ ସାଧନାକୁ ସେ ବୃତ୍ତି ଓ ପ୍ରବୃତ୍ତି ଭାବରେ ଗ୍ରହଣ କରିଛନ୍ତି । ଏକାଧାରରେ ସେ ଜଣେ କବି, ଗାଳ୍ପିକ, ନାଟ୍ୟକାର, ଶିଶୁ ସାହିତ୍ୟିକ, ପ୍ରାବନ୍ଧିକ, ଔପନ୍ୟାସିକ ଓ ଏକାଙ୍କିକାକାର । ସାମାଜିକ ସଚେତନତା, ଆଦର୍ଶବାଦ ଓ ନୈତିକ ମୂଲ୍ୟବୋଧକୁ ନେଇ ତାଙ୍କ ଲେଖାଗୁଡ଼ିକ ପାଠକୀୟ ଆଦୃତି ଲାଭ କରିଛି । ତାଙ୍କ ରଚାନାଗୁଡ଼ିକ ମଧ୍ୟରେ ଉଲ୍ଲେଖଯୋଗ୍ୟ ହେଉଛି :
କବିତାଗ୍ରନ୍ଥ – ଅନନ୍ୟା, ମାଳଞ୍ଚ, ମନଲୀନା,
ଭିତର ବାହାର ଗଳ୍ପଗ୍ରନ୍ଥ – ଅସ୍ତରାଗର କବି, ଅଗ୍ନିସମ୍ଭବା, ଅନ୍ୟ ଦିଗନ୍ତ
ଉପନ୍ୟାସ – ଦ୍ବି’ଧାର ଲୁହ, ସ୍ମୃତିଲଗ୍ନା ଓ ଦୂରବସନ୍ତ
ନାଟକ – ଭୁଖା

ଏକାଙ୍କିକାର ପ୍ଠଷ୍ଠଭୂମି

‘ସୁନା ନେଉଳ’ ଆମ ପଠିତ ‘ସାହିତ୍ୟିକ ବହିରେ ସଙ୍କଳିତ ଏକ ଏକାଙ୍କିକା । ଏହା ଏକ ପାଞ୍ଚଦୃଶ୍ୟ ବିଶିଷ୍ଟ ଏକଅଙ୍କର ଏକାଙ୍କିକା । ‘ ମହାଭାରତ’ର ଏକ ପ୍ରାଣୀଚରିତମୂଳକ ଉପାଖ୍ୟାନକୁ ଆଶ୍ରୟ କରି ଏହି ଏକାଙ୍କିକାଟି ରଚିତ । ସୁତରାଂ ଏହା ଏକ ପୌରାଣିକ ଏକାଙ୍କିକା । ଏହି ଏକାଙ୍କିକାରେ ନିଃସ୍ବାର୍ଥ ଦାନର ମହତ୍ତ୍ବ ଓ ଦାତାଙ୍କର ମହନୀୟତା ପରିବେଷିତ ହୋଇଛି ।

ଏକାଙ୍କିକାର ସାରକଥା 

ପ୍ରଥମ ଦୃଶ୍ୟ:
ହସ୍ତିନା ରାଜ୍ୟରେ ଗୋଟିଏ ପଟରେ ଦୁଷ୍କାଳ ବା ମରୁଡ଼ି ପଡ଼ିଥିବାବେଳେ ଅନ୍ୟ ପଟରେ ମହାରାଜା ଯୁଧ୍ୱର ରାଜସୂୟ ଯଜ୍ଞ କରୁଥା’ନ୍ତି । ଏହି ସମୟର ଏକ ଘଟଣା । ବ୍ରାହ୍ମଣ ଉଚ୍ଛିବନ୍ତ ଭିକ୍ଷାବୃତ୍ତି କରି ଜୀବନ ନିର୍ବାହ କରନ୍ତି । ଘରେ ବ୍ରାହ୍ମଣୀ ଓ ଶିଶୁପୁତ୍ର ସନାତନ । ସନାତନ କ୍ଷୁଧାତୃଷାରେ ଶଯ୍ୟାଶାୟୀ । ବ୍ରାହ୍ମଣୀ ପୁଅକୁ ମୁଠେ ଦାନା ଦେବାକୁ ବ୍ୟାକୁଳ ହୋଇଛି । ବ୍ରାହ୍ମଣ ଉଚ୍ଛିବନ୍ତ ଶୂନ୍ୟହସ୍ତରେ ଘରକୁ ଫେରିଛନ୍ତି । ଦୁର୍ଭିକ୍ଷର କରାଳ ଛାୟାରେ ବଞ୍ଚୁଥୁବା ହସ୍ତିନାପୁରରୁ ସେ ଭିକ୍ଷା ପାଇନାହାନ୍ତି । ତଥାପି ଭିକ୍ଷା ନ ମିଳିବାକୁ ବି ସେ ଭଗବାନ୍‌ଙ୍କ ଦୟା ବୋଲି କହିଛନ୍ତି । ଭୋକ ଅଭାବରେ ବି ତାଙ୍କର ଈଶ୍ବରବିଶ୍ବାସ ଅତୁଟ ରହିଛି ।

BSE Odisha 8th Class Odia Solutions Chapter 14 ସୁନା ନେଉଳ

ଜନପଦ, ବଜାର କେଉଁଠୁ ବି କିଛି ମିଳିନି । ଏଣେ ବାଳୁତ ସନାତନ ମାଆକୁ ପିଇବାକୁ ପାଣି ମୁନ୍ଦେ ମାଗିଛି ଓ ଖାଇବାକୁ ଦାନା ମୁଠେ ବିକଳ ହୋଇ ମାଗିଛି । ସେ ଯେତେଥର ମାଗିଛି ବ୍ରାହ୍ମଣୀ ‘ଦଉଛି ବାପ’ ବୋଲି କହି କେବଳ ପ୍ରବୋଧନା ଦେଇଛନ୍ତି । ସନାତନ ଢକ ଢକ କରି ପାଣି ପିଇବା ପରେ ତା’ର ଦୁର୍ବଳ ଅବସ୍ଥାକୁ ଦେଖୁ ବ୍ରାହ୍ମଣୀ ମ୍ରିୟମାଣ ହୋଇ ପଡ଼ିଛନ୍ତି । ବ୍ରାହ୍ମଣ ବ୍ରାହ୍ମଣୀକୁ ଥୟ ଧରିବାକୁ କହିଛନ୍ତି । ସାରା ହସ୍ତିନାପୁରବାସୀ ଖାଇବାକୁ ନ ପାଇ ପଲପଲ ହୋଇ ମରୁଛନ୍ତି । ଭଗବାନ ଦୟାକଲେ ପେଜ କି ଜାଉ ପୋଷେ ପଡ଼ିବ ବୋଲି ସେ ଆଶା କରିଛି ।

ସେଦିନ ବ୍ରାହ୍ମଣୀ ଘର ଅଣ୍ଡାଳି ପୋଷେ ଖୁଦ ପାଇ ଜାଉ କରିଥିଲେ । ଭୋକିଲା ପୁଅକୁ ଖାଇବାକୁ ଦେବେ ବୋଲି ଭାବିଥିଲେ । ମାତ୍ର ଆଗନ୍ତୁକ ଅତିଥିଙ୍କୁ ବ୍ରାହ୍ମଣ ତାହା ଦେଇଦେଲେ । ଅତିଥିଙ୍କୁ ‘ନିଉଛୁଣା’ କହି ବ୍ରାହ୍ମଣୀ ଗାଳି ଦେଉଥ‌ିବାବେଳେ ବ୍ରାହ୍ମଣ ପ୍ରବୋଧନା ଦେଇ କହିଛି – ଅତିଥ୍ ଆମର ପରମ ଆରାଧ୍ୟ । ତାଙ୍କୁ ଆତିଥ୍ୟ ଦେବା ଆମର କର୍ତ୍ତବ୍ୟ । ଅତିଥି ସେବାରେ ଅବହେଳା ହେଲେ ଭଗବାନ୍ ଅସନ୍ତୁଷ୍ଟ ହୁଅନ୍ତି । ମାତ୍ର ବ୍ରାହ୍ମଣଙ୍କ କଥାରେ ବ୍ରାହ୍ମଣୀ ରାଗିଯାଇଛି । ତାଙ୍କ ମାତୃହୃଦୟ ବ୍ରାହ୍ମଣଙ୍କ ଅତିଥ୍ୟ ସେବାକୁ ପସନ୍ଦ କରିନାହିଁ । ଦିନେ ପର ପାଇଁ ପ୍ରିୟବସ୍ତୁ ତ୍ୟାଗ କରିବାକୁ ପଣ କରିଥିବା ବ୍ରାହ୍ମଣୀ ପିଲାଟିର ଯନ୍ତ୍ରଣାରେ ଭାଙ୍ଗିପଡ଼ିଛି । ଅନ୍ୟ ପଟରେ ଭିକ୍ଷାବୃତ୍ତି କରି କିଛି ଖାଦ୍ୟ ପାଇଥିଲେ ବି ନିଜ ପୁଅ ସ୍ତ୍ରୀଙ୍କ କଥା ନଭାବି ବ୍ରାହ୍ମଣ ବାଟରେ ହାତବଢ଼ାଇ ଖାଇବାକୁ ମାଗୁଥ‌ିବା କୁନିକୁନି ପିଲାଙ୍କୁ ଭିକ୍ଷାତକ ଦେଇଛନ୍ତି । ଏଥପାଇଁ ବ୍ରାହ୍ମଣୀ ତାଙ୍କୁ ‘ନିଷ୍ଠୁର’, ‘ନିଦାପଥର’ କହି ଗାଳିଦେଇ ପାଖ ବିଲରୁ ସାଙ୍ଗ ହୋଇ ଶସ୍ୟ ଦାନା ସଂଗ୍ରହ କରିବାକୁ ଯିବାକୁ ପରାମର୍ଶ ଦେଇଛନ୍ତି । ପେଜ ପୋଷେ ରାନ୍ଧିଦେଲେ ପିଲାଟିକୁ ଖାଇବାକୁ ଦେବେ ବୋଲି ବ୍ରାହ୍ମଣୀ ଭାବିଛନ୍ତି ।

ଦ୍ବିତୀୟ ଦୃଶ୍ୟ:
ଭୋକ ଉପାସରେ ଶେଯରୁ ଉଠିପାରୁ ନଥିବା ସନାତନ ପାଇଁ ବ୍ରାହ୍ମଣୀ ଜାଉ ରାନ୍ଧିଛନ୍ତି । ବିଲରୁ ସାଉଁଟି ଆଣିଥ‌ିବା ଶସ୍ୟଦାନାରେ ଜାଉଭାତ ରାନ୍ଧି ପୁଅକୁ ଦେବାପାଇଁ ସେ ବ୍ୟାକୁଳ । ସନାତନକୁ ବାରମ୍ବାର ‘ଦେଉଛି’ ବୋଲି କହିଆସୁଥ‌ିବା ମାଆ ଆଉ ଠକିବନି ବୋଲି ଦୃଢ଼ ଭରସା ଦେଇଛି । ଏହି ସମୟରେ ଭୋକ ଉପାସରେ ଡହଳ ବିକଳ ହୋଇ ବୁଢ଼ା ଭିକାରିଟିଏ ବ୍ରାହ୍ମଣ ଗୋସେଇଁଙ୍କ ଦୁଆରେ ପହଞ୍ଚିଛି । ଅତିଥୁ ଭିକାରିଙ୍କୁ ପାଣି ପିଇବାକୁ ଦେଇ ବ୍ରାହ୍ମଣ ଖାଇବାକୁ କହିଛନ୍ତି । ବ୍ରାହ୍ମଣୀ ନିଉଛୁଣା ଭିକାରିର ଉପସ୍ଥିତିକୁ ଘୃଣା କରି ଗାଳିଦେଇଛନ୍ତି । ମାତ୍ର ଯେତେବେଳେ ତା’ର କାଙ୍ଗାଳିଆ ଅବସ୍ଥା ଦେଖୁଛନ୍ତି, ସେତେବେଳେ ତାଙ୍କ ମନ ଦୟାରେ ଭରିଯାଇଛି ।

ସେ ପୁଅ ପାଇଁ ରନ୍ଧା ଜାଉଭାତରୁ ଭାଗେ ଭିକାରିକୁ ଦେଇଛନ୍ତି । କିନ୍ତୁ ସେଥ‌ିରେ ତା’ର ପେଟ ନ ପୂରିବାରୁ ସେ ଆଉ ଗଣ୍ଡେ ଖାଇବାକୁ ମାଗିଛି । ଇଚ୍ଛା ନଥିଲେ ବି ବ୍ରାହ୍ମଣ ବ୍ରାହ୍ମଣୀ ଧର୍ମସଙ୍କଟରେ ପଡ଼ି ପୁଅର ଭାଗଟିକୁ ବି ଭିକାରିକୁ ଖାଇବାକୁ ଦେଇଛନ୍ତି । ଏଣେ ଭୋକରେ ଦେଇଚାଲିଛନ୍ତି । ଭିକାରି ଖାଇସାରି ଅଇଁଠା ପତ୍ରଟିକୁ ବାହାରେ ପକାଇ ଦେଇ ‘ଈଶ୍ବର ତୁମର ଭଲ କରନ୍ତୁ, ତୁମର ବଡ଼ତି ଉପରେ ବଡ଼ତି ହେଉ’ ବୋଲି ଆଶୀର୍ବାଦ ଦେଇ ଚାଲିଯାଇଛି । ବ୍ରାହ୍ମଣ ପୁଅକୁ ଧରି ନିଜକୁ ହତଭାଗା କହି ନିରୁପାୟରେ କଇଁକଇଁ ହୋଇ କାନ୍ଦିଛନ୍ତି ।

ତୃତୀୟ ଦୃଶ୍ୟ:
ଏହି ଦୃଶ୍ୟରେ ଘଟଣାଟି ବିଚିତ୍ର ମୋଡ଼ ନେଇଛି । ବୁଲା ନେଉଳଟିଏ ଭିକାରିଙ୍କ ଅଇଁଠାପତ୍ର ଚାଟୁଚାଟୁ ତା’ର ଅର୍ଦ୍ଧେକ ଦେହ ସୁନା ପାଲଟି ଯାଇଛି । ବ୍ରାହ୍ମଣ ବ୍ରାହ୍ମଣୀଙ୍କୁ ଏ ଦୃଶ୍ୟ ଦେଖାଇ ଦେଇ କହିଛନ୍ତି – ଅତିଥୁ ଭିକାରି ରୂପରେ ଭଗବାନ୍ ଆମ ପରୀକ୍ଷା ନେଉଥିଲେ । ଭିକାରିଙ୍କ ଅଇଁଠା ପତ୍ରରୁ ଭାତଦାନା ସାଉଁଟି ବ୍ରାହ୍ମଣୀ ପୁଅକୁ ପ୍ରସାଦ ଭଳି ଖୁଆଇ ଦେବାରୁ ପୁଅ ସନାତନର ଭୋକିଲା ପେଟ ପୂରିଉଠିଲା । ଦେବତା ଭିକାରିକୁ ଦେଖିବା ପାଇଁ ବ୍ରାହ୍ମଣ ବ୍ରାହ୍ମଣୀଙ୍କ ଡାକ ଚାରିଆଡ଼େ ପ୍ରତିଧ୍ଵନିତ ହୋଇଉଠିଲା । ବିଶ୍ଵାସ, ଅତିଥ୍ ସେବା, ଦୟା ମଣିଷକୁ ଈଶ୍ବରଙ୍କର ନିକଟବର୍ତ୍ତୀ କରିଥାଏ – ଏହି ଭାବ ଏହି ଦୃଶ୍ୟରେ ପରିବେଷିତ ହୋଇଛି ।

ଚତୁର୍ଥ ଦୃଶ୍ଯ:
ପୀଠଟି ମୁଖରିତ । ପୁରୋହିତ ଯୁଧ୍ୱରଙ୍କୁ ଦାନଧର୍ମ କରିବାକୁ ପରାମର୍ଶ ଦେଇଛନ୍ତି । ଯୁଧୁଷ୍ଠିରଙ୍କ ଆଦେଶରେ ସମବେତ ଜ୍ଞାନୀ, ଗୁଣୀ, ମହର୍ଷି, ଋଷି, ମୁନି, ବ୍ରାହ୍ମଣମାନଙ୍କୁ ସହଦେବ ନିମନ୍ତ୍ରଣ କରି ଆସିଛନ୍ତି । ଯୁଧୁଷ୍ଠିରଙ୍କ ଅନୁରୋଧରେ ବ୍ରାହ୍ମଣ, ଋଷିମାନେ ସ୍ୱହସ୍ତରେ ଦାନ ଗ୍ରହଣ କରିଛନ୍ତି । ଦାନ ନେଇ ରାଜାଙ୍କର ଶହେବର୍ଷର ଦୀର୍ଘଆୟୁଷ ବ୍ରାହ୍ମଣମାନେ ଆଶୀର୍ବାଦ ଛଳରେ କାମନା କରିଛନ୍ତି । ଚାରିଆଡ଼େ ଦାନଗ୍ରହୀତାମାନଙ୍କଦ୍ୱାରା ମହାରାଜାଙ୍କ ଜୟଧ୍ଵନି ଶୁଭିଛି ।

ପଞ୍ଚମ ଦୃଶ୍ୟ:
ମହାରାଜା ଯୁଧ୍ୱରଙ୍କ ପାଖରେ ଦୂତ ଆସି ଜଣାଇଛନ୍ତି ଯେ ଜଣେ ଆଗନ୍ତୁକ ନେଉଳ ମହାରାଜାଙ୍କ ଦର୍ଶନପ୍ରାର୍ଥୀ । କ୍ଷୁଦ୍ରତର ଜୀବ ହେଲେ ବି ଧର୍ମପ୍ରାଣ ଯୁଧୁଷ୍ଠିର ନେଉଳକୁ ଆମନ୍ତ୍ରଣ କରିଛନ୍ତି । ନେଉଳ ମୁଖରୁ ମାର୍ଜିତ ଭାଷା ଶୁଣି ଧର୍ମରାଜ ଯୁଧିଷ୍ଠିର ଆଶ୍ଚର୍ଯ୍ୟ ହୋଇଉଠିଛନ୍ତି । ନେଉଳଟି ହସ୍ତିନାପୁରର ଜଣେ ଅଧ୍ୟାବାସୀଙ୍କ ଧର୍ମ ଓ କର୍ମଫଳଯୋଗୁଁ ମାର୍ଜିତ ଭାଷା କହିପାରୁଛି ଓ ସୁବର୍ଣ୍ଣ ଦେହ ଧାରଣ କରିଛି ବୋଲି କହିଛି । ମାତ୍ର ଭୀମ ଏହାକୁ ଯୁଧ୍ଵରଙ୍କ ରାଜସୂୟ ଯଜ୍ଞର ସୁଫଳ ବୋଲି ଦର୍ଶାଇଛନ୍ତି । ମାତ୍ର ନେଉଳଟି ପରିଷ୍କାର ଭାବରେ ଜଣାଇଛି ଯେ ତା’ର ମାର୍ଜିତ ଭାଷା ଓ ସୁବର୍ଣ୍ଣ ଦେହ ହସ୍ତିନାପୁରର୍ବାସୀ ବ୍ରାହ୍ମଣ ଉଚ୍ଛିବନ୍ତଙ୍କ ପୁଣ୍ୟଫଳରୁ ହିଁ ସମ୍ଭବ ହୋଇଛି । ମାତ୍ର
ଜୀବନଯାପନ କରୁଥିବା ବ୍ୟକ୍ତିଙ୍କର ଭ୍ରାନ୍ତି ଥାଏ ।

BSE Odisha 8th Class Odia Solutions Chapter 14 ସୁନା ନେଉଳ

ମାତ୍ର ଦରିଦ୍ରର ଅନୁଭବ ଦୁର୍ଲଭ । ନେଉଳ ବିଚାରରେ ଯୁଧୁଷ୍ଠିରଙ୍କ ଯଜ୍ଞରେ ରାଜକୀୟ ଆଡ଼ମ୍ବର ଓ ଅହମିକା ରହିଛି; ମାତ୍ର ମାନବିକ ସାଧୁତା ଓ ସେବାଧର୍ମର ପୁଣ୍ୟ ନାହିଁ । ଉଚ୍ଛିବନ୍ତଙ୍କ ଅତିଥି ସେବା, ମହତ୍ତ୍ବବୋଧ, ଦୟା ଓ ଦାନ ରାଜକୀୟ ଯଜ୍ଞଠାରୁ ବଳୀୟାନ । ନେଉଳଟି ଅନେକ ଯଜ୍ଞାନୁଷ୍ଠାନ, ଧର୍ମକାମରେ ଯୋଗଦେଇଛି; ମାତ୍ର ତା’ର ଅବଶିଷ୍ଟ ଅର୍ଦ୍ଧାଙ୍ଗ ସୁବର୍ଣ୍ଣ ହୋଇପାରିନାହିଁ । ସେ ଜାଣିପାରିଛି ଦରିଦ୍ର ବ୍ରାହ୍ମଣର ପୁଣ୍ୟବଳ ପରି ପୁଣ୍ୟବଳ ଅନ୍ୟଠି ଦୁର୍ଲଭ । ନେଉଳଠାରୁ ତା’ର ଅନୁଭୂତି ଶୁଣି ଯୁଧୁଷ୍ଠିରଙ୍କ ଅହମିକାର ଆଖ୍ ଫିଟିଯାଇଛି । ସେ ଅନୁଭବ କରିଛନ୍ତି ଦରିଦ୍ର ବ୍ରାହ୍ମଣର ସେବାଧର୍ମ ଓ ଈଶ୍ୱରବିଶ୍ଵାସ ପରି ମହତ୍ତ୍ଵ ପାଖରେ ରାଜସୂୟ ଯଜ୍ଞର ମିଥ୍ୟା ଅହମିକା ତୁଚ୍ଛ । ମୋଟ ଉପରେ ଏକାଙ୍କିକାର ଏହି ଶେଷ ଦୃଶ୍ୟରେ ସେବା, ଆତିଥ୍ୟପରାୟଣ ମନୋଭାବ, ନିଃସ୍ବାର୍ଥ ଦାନ ଓ ଈଶ୍ବର ବିଶ୍ଵାସ ଆଦି ମହତ ଭାବନାର ମହନୀୟତା ପ୍ରତିଫଳିତ ହୋଇଛି ।

ସୂଚନା ଓ କଠିନ ଶବ୍ଦାର୍ଥ:

BSE Odisha 8th Class Odia Solutions Chapter 14 ସୁନା ନେଉଳ 1

Leave a Comment