BSE Odisha 6th Class Science Important Questions Chapter 5 ବସ୍ତୁର ପ୍ରକାରଭେଦ

Odisha State Board BSE Odisha 6th Class Science Important Questions Chapter 5 ବସ୍ତୁର ପ୍ରକାରଭେଦ Important Questions and Answers.

BSE Odisha Class 6 Science Important Questions Chapter 5 ବସ୍ତୁର ପ୍ରକାରଭେଦ

ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question 1.
ବସ୍ତୁଗୁଡ଼ିକର ପ୍ରକାରଭେଦ କିପରି କରାଯାଏ ?
ଉ –

  • ପ୍ରତ୍ୟେକ ବସ୍ତୁର କେତେଗୁଡ଼ିଏ ଗୁଣ ଥାଏ ।
  • ଏହି ଗୁଣକୁ ଆଧାର କରି ବସ୍ତୁଗୁଡ଼ିକର ପ୍ରକାରଭେଦ କରାଯାଇଥାଏ ।

Question 2.
ବସ୍ତୁଗୁଡ଼ିକର ସାଦୃଶ୍ୟ ଓ ପାର୍ଥକ୍ୟକୁ କିପରି ବୁଝିହୁଏ ?
ଉ –
ଯେତେବେଳେ ଅନେକ ବସ୍ତୁକୁ ନେଇ ଅନୁଧ୍ୟାନ କରାଯାଇଥାଏ, ସେତେବେଳେ ସେଗୁଡ଼ିକ ମଧ୍ୟରେ ଥିବା ସାଦୃଶ୍ୟ ଓ ପାର୍ଥକ୍ୟ ବୁଝିହୁଏ ।

Question 3.
ବସ୍ତୁର ଗୁଣଗୁଡ଼ିକ ମଧ୍ୟରୁ କେଉଁଗୁଡ଼ିକ ଜଣାପଡ଼େ ?
ଉ –

  • ବସ୍ତୁର ଗୁଣଗୁଡ଼ିକ ମଧ୍ୟରୁ ଏହାର ବାହ୍ୟରୂପ, ବର୍ଣ୍ଣ, ରୁକ୍ଷତା, କଠିନତା ଜଣାପଡ଼େ ।
  • ଆହୁରି ମଧ୍ୟ ଜଳରେ ଦ୍ରବଣୀୟତା, ଜଳଠାରୁ ଓଜନିଆ କି ହାଲୁକା, ଉଜ୍ଜଳତା ଆଦି ଜାଣିହୁଏ ।

Question 4.
ପ୍ରତ୍ୟେକ ବସ୍ତୁରେ ଥ‌ିବା ଦୁଇଟି ମୌଳିକ ଗୁଣ ଲେଖ ।
ଉ –

  • ବସ୍ତୁ କିଛି ସ୍ଥାନ ଅଧିକାର କରି ରହେ ।
  • ବସ୍ତୁର ବସ୍ତୁତ୍ଵ ରହିଥାଏ ।

BSE Odisha 6th Class Science Important Questions Chapter 5 ବସ୍ତୁର ପ୍ରକାରଭେଦ

Question 5.
ଉଜ୍ଜଳତା କ’ଣ ? ଦୁଇଟ ଉଜ୍ଜଳ ବସ୍ତୁର ନାମ ଲେଖ ।
ଉ –

  • ବସ୍ତୁର ଚକ୍‌କ୍ ଦେଖାଯାଉଥ‌ିବା ଗୁଣକୁ ଉଜ୍ଜ୍ବଳତା କୁହାଯାଏ ।
  • ଷ୍ଟିଲ୍‌ ଚାମଚ ଓ ଆଲୁମିନିୟମ୍ ଗିନା ଦୁଇଟି ଉଜ୍ଜଳ ବସ୍ତୁ ।

Question 6.
ଅଳ୍ପ ସ୍ଵଚ୍ଛ ବସ୍ତୁ କାହାକୁ କହନ୍ତି ?
ଉ –
ଯେଉଁ ବସ୍ତୁ ଦେଇ ଆଲୋକ ଆଂଶିକ ଭାବରେ ଗତି କରିପାରେ, ତାହାକୁ ଅଳ୍ପସ୍ଵଚ୍ଛ ବସ୍ତୁ କୁହାଯାଏ । ଉଦାହରଣ – ଟ୍ରେନିଂ ପେପର, ଘଷାକାଚ, ତେଲଲଗା କାଗଜ ।

ଦୀର୍ଘ ପ୍ରଶ୍ନୋତ୍ତର

Question 1.
ତୁମକୁ ଡଷ୍ଟର, କାଠଖଣ୍ଡ, ଅଙ୍ଗାର, ସଫାବାଲି, ଚକ୍‌ଖଡ଼ି, ଷ୍ଟିଲ୍ ଚାମଚ ଦିଆଗଲା । ତୁମେ ହାତଲଗାଇ ସେଗୁଡ଼ିକର ଉପର ଅଂଶକୁ ଅନୁଭବ କର । କ’ଣ ଜାଣିଲ ଲେଖ ।
ଉ –

  • ପ୍ରତ୍ୟେକ ବସ୍ତୁର ରଙ୍ଗ ଏକା ପ୍ରକାର ନୁହେଁ ।
  • ସବୁ ବସ୍ତୁ କଠିନ ବା ନରମ ନୁହଁନ୍ତି ।
  • ସବୁ ବସ୍ତୁର ବାହ୍ୟରୂପ ଏକାପରି ଚିକ୍‌କଣ ନୁହେଁ ।

Question 2.
ପାର୍ଥକ୍ୟ ଦର୍ଶାଅ ।
(କ) ପ୍ରାକୃତିକ ଓ କୃତ୍ରିମ
ଉ –
BSE Odisha 6th Class Science Important Questions Chapter 5 ବସ୍ତୁର ପ୍ରକାରଭେଦ - 7

(ଖ) ସ୍ବଚ୍ଛ ଓ ଅସ୍ବଚ୍ଛ
BSE Odisha 6th Class Science Important Questions Chapter 5 ବସ୍ତୁର ପ୍ରକାରଭେଦ - 8

BSE Odisha 6th Class Science Important Questions Chapter 5 ବସ୍ତୁର ପ୍ରକାରଭେଦ

Question 3.
ତୁମେ ବସ୍ତୁଗୁଡ଼ିକର ଶ୍ରେଣୀ ବିଭାଗ କରିବାକୁ କି କି ପଦକ୍ଷେପ ନେବ ଉଲ୍ଲେଖ କର ।
ଉ –
ବସ୍ତୁଗୁଡ଼ିକର ଶ୍ରେଣୀ ବିଭାଗ କରିବା ପାଇଁ ନିମ୍ନଲିଖ ପଦକ୍ଷେପ ନେବାକୁ ହେବ ।

  • ପ୍ରଥମେ ନିରୀକ୍ଷଣ କରି ତାହା ସ୍ଵଚ୍ଛ ବା ଅସ୍ବଚ୍ଛ, ରଙ୍ଗହୀନ ବା ରଙ୍ଗୀନ ବୋଲି ଜାଣିବା ।
  • ତା’ପରେ ସ୍ପର୍ଶ କରି ତାହା ଚିକ୍‌କଣ ବା ଆବଡ଼ାଖାବଡ଼ା ଦେଖୁ ।
  • ପୁଣି ବସ୍ତୁଗୁଡ଼ିକୁ ହାତରେ ଟେକି ତାହା ହାଲୁକା ବା ଓଜନିଆ ପରୀକ୍ଷା କରି ଜାଣିବା ।
  • ପରିଶେଷରେ ବସ୍ତୁଗୁଡ଼ିକ ମଧ୍ୟରେ ଥିବା ସାଦୃଶ୍ଯ ଓ ପାର୍ଥକ୍ୟର ତାଲିକା କରିବା ।

BSE Odisha 6th Class Science Important Questions Chapter 5 ବସ୍ତୁର ପ୍ରକାରଭେଦ

Question 4.
ଜଳ ଓ କାଚ ମଧ୍ଯରେ ଦୁଇଟି ସାମଞ୍ଜସ୍ୟ ଓ ଦୁଇଟି ପାର୍ଥକ୍ୟ ଲେଖ ।
ଉ –
ସାମଞ୍ଜସ୍ୟ :

  • ଜଳ ଓ କାଚ ଉଭୟେ ସ୍ବଚ୍ଛ ।
  • ଜଳ ଓ କାଚ ଉଭୟେ ଯୌଗିକ ପଦାର୍ଥ ।

ପାର୍ଥକ୍ୟ :

  • ଜଳ ଏକ ଚରଳପଦାର୍ଥ କିନ୍ତୁ କାଚ ଏକ କଠିନ ପଦାର୍ଥ ।
  • ଜଳପୃଷ୍ଠ ନରମ କିନ୍ତୁ କାଚପୃଷ୍ଠ ଟାଣ ।

BSE Odisha 6th Class Science Important Questions Chapter 5 ବସ୍ତୁର ପ୍ରକାରଭେଦ

Question 5.
ନିମ୍ନ ସାରଣୀରେ ଥ‌ିବା ବସ୍ତୁର ଗୁଣ ଓ ପ୍ରକାରଭେଦ ପୂରଣ କର ।
BSE Odisha 6th Class Science Important Questions Chapter 5 ବସ୍ତୁର ପ୍ରକାରଭେଦ - 9
ଉ –
BSE Odisha 6th Class Science Important Questions Chapter 5 ବସ୍ତୁର ପ୍ରକାରଭେଦ - 10

ବସ୍ତୁନିଷ୍ଠ ପ୍ରଶୋଉର

Question 1.
ଶୂନ୍ୟସ୍ଥାନ ପୂରଣ କର ।
(କ) ବସ୍ତୁର ……………….. କୁ ଆଧାର କରି ପ୍ରକାରଭେଦ କରାଯାଏ ।
(ଖ) ……………… ଗୋଟିଏ ମୂଳ ପଦାର୍ଥରୁ ତିଆରି ହୋଇଥାଏ ।
(ଖ) ମନୁଷ୍ୟ ତିଆରି ବସ୍ତୁକୁ …………. କୁହାଯାଏ ।
(ଘ) ମାଟି ଏକ ………… ବସ୍ତୁ ଅଟେ ।
(ଙ) ଷ୍ଟିଲ ଚାମଚର ବାହ୍ୟ ରୂପ …………….. ଅଟେ ।
ଉ –
(କ) ଗୁଣ
(ଖ) ବସ୍ତୁ
(ଗ) କୃତ୍ରିମ ବସ୍ତୁ
(ଘ) ପ୍ରାକୃତିକ
(ଙ) ଅନୁଜ୍ବଳ

Question 2.
(କ) ନିମ୍ନଲିଖ ମଧ୍ୟରୁ କେଉଁଟି ପ୍ରାକୃତିକ ବସ୍ତୁ ?
(i) ଚୌକି
(ii) କାଠ
(iii) ଟେବୁଲ
(iv) ଝରକା
ଉ –
(ii) କାଠ

BSE Odisha 6th Class Science Important Questions Chapter 5 ବସ୍ତୁର ପ୍ରକାରଭେଦ

(ଖ) ନିମ୍ନଲିଖ ମଧ୍ୟରୁ କେଉଁଟି କୃତ୍ରିମ ବସ୍ତୁ ନୁହେଁ ?
(i) କାଚ
(ii) ପଥର
(iii) କଣ୍ଢେଇ
(iv) ମାଟି
ଉ –
(iv) ମାଟି

(ଗ) ନିମ୍ନଲିଖ ମଧ୍ୟରୁ କେଉଁଟି ଉଜ୍ଜଳ ବସ୍ତୁ ?
(i) ଚଡ଼ି
(ii) ପ୍ଲାଷ୍ଟିକ୍ ପାନିଆ
(iii) ଅଙ୍ଗାର
(iv) ଷ୍ଟିଲ୍ ଚାମଚ୍
ଉ –
(iv) ଷ୍ଟିଲ୍ ଚାମଚ୍

(ଘ) ନିମ୍ନଲିଖ ମଧ୍ୟରୁ କେଉଁଟି ଅଳ୍ପ ସ୍ବଚ୍ଛ ?
(i) କାଚ ଗ୍ଲାସ୍
(ii) କାର୍ଡବୋର୍ଡ
(iii) କାଠପଟା
(iv) ତେଲଘସା କାଗଜ
ଉ –
(iv) ତେଲଘସା କାଗଜ

(ଙ) ନିମ୍ନଲିଖ ମଧ୍ୟରୁ କେଉଁଟି ଜଳରେ ଦ୍ରବଣୀୟ ?
(i) କିରୋସିନି
(ii) ଚିନି
(iii) ସଫା ବାଲି
(iv) କୁଟା ବା ନଡା ଖଣ୍ଡ
ଉ –
(ii) ଚିନି

BSE Odisha 6th Class Science Important Questions Chapter 5 ବସ୍ତୁର ପ୍ରକାରଭେଦ

Question 3.
ବାମ ପାର୍ଶ୍ଵର ସଂପର୍କକୁ ଦେଖ୍ ଡାହାଣ ପାର୍ଶ୍ଵର ସଂପର୍କ ଲେଖ ।
କ) କାଠ : ଅସ୍ୱଚ୍ଛ : : କାଚ : ………… ।
(ଖ) ଚିନି : ବ୍ରବଶୀୟ :: ………………. ଅଦ୍ରବଣୀୟ ।
(ଗ) ସୁନା : ଧାତୁ : : ଅଙ୍ଗାର : ……………………. ।
(ଘ) ପାଣିରେ ବୁଡ଼ିଯିବା : ଗୋଡ଼ି : : ଭାସିବା : ……………….. ।
(ଙ) ମଣିଷ : ସଜୀବ : : କମ୍ପ୍ୟୁଟର : ……………….. ।
(ଚ) ମହମବତି : ଅନୁଜ୍ଜ୍ବଳ : : ଷ୍ଟିଲପ୍ଲାସ୍ : ……………….. ।
(ଛ) ସୋଲ : ନରମ : : ସାବୁନ : ……………….. ।
ଉ –
(କ) ସ୍ବଚ୍ଛ
(ଖ) ବାଲି
(ଗ) ଅଧାତୁ
(ଘ) ସୋଲ
(ଙ) ନିର୍ଜୀବ
(ଚ) ଉତ୍କଳ
(ଛ) କଠିନ

Question 4.
ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(କ) କାଗଜ ହେଉଛି ପ୍ରାକୃତିକ ବସ୍ତୁ ।
(ଖ) ଲୁହା ତାପ କୁପରିବାହୀ ।
(ଗ) ଯେଉଁ ବସ୍ତୁ ମଧ୍ୟଦେଇ ଆଲୋକ ଗତି କରିପାରେ ନାହିଁ, ତାହା ସ୍ଵଚ୍ଛ ବସ୍ତୁ ।
(ଘ) ଯାହାର ଜୀବନ ଅଛି ତାହା ନିର୍ଜୀବ ବସ୍ତୁ ।
(ଙ) ୟୁରିଆ ସାର ଜଳରେ ଦ୍ରବଣୀୟ ।
ଉ –
(କ) କାଗଜ ହେଉଛି କୃତିମ ବସ୍ତୁ ।
(ଖ) ଲୁହା ତାପ ସୁପରିବାହୀ ।
(ଗ) ଯେଉଁ ବସ୍ତୁ ମଧ୍ୟଦେଇ ଆଲୋକ ଗତି କରିପାରେ ନାହିଁ, ତାହା ଅସ୍ବଚ୍ଛ ବସ୍ତୁ ।
(ଙ) ୟୁରିଆ ସାର ଜଳରେ ଦ୍ରବଣୀୟ ।

BSE Odisha 6th Class Science Important Questions Chapter 5 ବସ୍ତୁର ପ୍ରକାରଭେଦ

Question 5.
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ସଂପର୍କ ବାଛ ।
(କ)
BSE Odisha 6th Class Science Important Questions Chapter 5 ବସ୍ତୁର ପ୍ରକାରଭେଦ - 1
ଉ –
BSE Odisha 6th Class Science Important Questions Chapter 5 ବସ୍ତୁର ପ୍ରକାରଭେଦ - 2

(ଖ)
BSE Odisha 6th Class Science Important Questions Chapter 5 ବସ୍ତୁର ପ୍ରକାରଭେଦ - 3
ଉ –
BSE Odisha 6th Class Science Important Questions Chapter 5 ବସ୍ତୁର ପ୍ରକାରଭେଦ - 4

BSE Odisha 6th Class Science Important Questions Chapter 5 ବସ୍ତୁର ପ୍ରକାରଭେଦ

(ଗ)
BSE Odisha 6th Class Science Important Questions Chapter 5 ବସ୍ତୁର ପ୍ରକାରଭେଦ - 5
ଉ –
BSE Odisha 6th Class Science Important Questions Chapter 5 ବସ୍ତୁର ପ୍ରକାରଭେଦ - 6

Leave a Comment