Class 4 Maths Chapter 6 Question Answer Odia Medium ଦୈର୍ଘ୍ୟ ମାପିବା

Students can use Class 4 Math Solution Odia Medium and Class 4 Maths Chapter 6 Question Answer Odia Medium ଦୈର୍ଘ୍ୟ ମାପିବା to check their answers after solving exercises.

4th Class Maths Chapter 6 Question Answer Odia Medium

Class 4 Maths Chapter 6 Odia Medium

ଆସ ଲକ୍ଷ୍ୟ କରିବା

Page No. (୮୦)

Class 4 Maths Chapter 6 Question Answer Odia Medium ଦୈର୍ଘ୍ୟ ମାପିବା 1
Question 1.
ଚିତ୍ରରେ ପିଲାମାନେ କ’ଣ ମାପ କରୁଛନ୍ତି? ଚିତ୍ରରେ ଯାହା ମାପ ହେଉଛି, ତାହା ପାଖରେ (✓) ଚିହ୍ନ ଦିଅ ।
Class 4 Maths Chapter 6 Question Answer Odia Medium ଦୈର୍ଘ୍ୟ ମାପିବା 2
Solution:
Class 4 Maths Chapter 6 Question Answer Odia Medium ଦୈର୍ଘ୍ୟ ମାପିବା 3

Question 2.
ଉଚ୍ଚତା ମାପିବା ପାଇଁ କେଉଁ ଉପକରଣ ବ୍ୟବହାର କରାଯାଇଛି? ଉଚ୍ଚତା ମାପ ପାଇଁ ଅନ୍ୟ କେଉଁ ଉପକରଣ ବ୍ୟବହାର କରାଯାଇପାରିବ ?
Solution:
ମିଟର ସ୍କେଲ୍, ଇଞ୍ଚ୍ ଟେପ୍ ଇତ୍ୟାଦି ବ୍ୟବହାର କରାଯାଇପାରିବ ।

Question 3.
ପୂର୍ବ ଶ୍ରେଣୀରେ ତୁମେ ଜାଣିଛ, ଦୈର୍ଘ୍ୟକୁ ମିଟର ଏକକରେ ପ୍ରକାଶ କରାଯାଏ । ତୁମ ଶ୍ରେଣୀ ପାଇଁ ତଳେ ଦିଆଯାଇଥିବା ଉକ୍ତିଗୁଡ଼ିକ ଠିକ କି ଭୁଲ୍ ଯାଞ୍ଚ କରି ଖାଲି ସ୍ଥାନରେ ଲେଖ ।
(କ) ମୋ ଶ୍ରେଣୀର ଅଧିକାଂଶ ଶିକ୍ଷାର୍ଥୀଙ୍କ ଉଚ୍ଚତା ଏକ ମିଟରରୁ ଅଧିକ । ____________________
(ଖ) ମୋ ହାତର ଦୈର୍ଘ୍ୟ ଏକ ମିଟରରୁ କମ୍ । ____________________
(ଗ) ଶ୍ରେଣୀଗୃହ କବାଟରେ ଉଚ୍ଚତା ଏକ ମିଟରରୁ କମ୍ । ____________________
(ଘ) ଶ୍ରେଣୀଗୃହ କଳାପଟାର ଓସାର ଏକ ମିଟରରୁ ବେଶି । ____________________
Solution:
(କ) ମୋ ଶ୍ରେଣୀର ଅଧିକାଂଶ ଶିକ୍ଷାର୍ଥୀଙ୍କ ଉଚ୍ଚତା ଏକ ମିଟରରୁ ଅଧିକ । ଠିକ୍
(ଖ) ମୋ ହାତର ଦୈର୍ଘ୍ୟ ଏକ ମିଟରରୁ କମ୍ । ଠିକ୍
(ଗ) ଶ୍ରେଣୀଗୃହ କବାଟରେ ଉଚ୍ଚତା ଏକ ମିଟରରୁ କମ୍ । ଭୁଲ୍
(ଘ) ଶ୍ରେଣୀଗୃହ କଳାପଟାର ଓସାର ଏକ ମିଟରରୁ ବେଶି । ଠିକ୍

ଶିକ୍ଷକଙ୍କ ପାଇଁ ସୂଚନା: ଡେଙ୍ଗା, ଗେଡ଼ା, ଲମ୍ବା, ଓସାର ଆଦି ଶବ୍ଦଗୁଡ଼ିକ ନିତିଦିନିଆ ଜୀବନରେ ବ୍ୟବହୃତ ହୁଏ । ପିଲାମାନଙ୍କ ସହ ଏହା ଆଲୋଚନା କର ଯେ, ଉଚ୍ଚତା, ଓସାର, ଗଭୀରତା, ମୋଟେଇ ଆଦି ଏ ସମସ୍ତ ଦୈର୍ଘ୍ୟ ମାପକୁ ସୂଚାଏ । ଏହି ଶବ୍ଦଗୁଡ଼ିକ ବିଭିନ୍ନ ପରିସ୍ଥିତି ଏବଂ ଦିଗ ଉପରେ ନିର୍ଭର କରି ବ୍ୟବହାର କରାଯାଏ । ଏଠାରେ ପିଲାମାନଙ୍କୁ ବୁଝିବାକୁ ହେବ ଯେ, ଏହି ସମସ୍ତ ଶବ୍ଦ ଦୈର୍ଘ୍ୟକୁ ସୂଚାଏ ।

Class 4 Maths Chapter 6 Question Answer Odia Medium ଦୈର୍ଘ୍ୟ ମାପିବା

ମଜାଦାର ମାପ

Page No. (୮୧ to ୮୨)

Question 1.
ମନେ ପକାଅ, ଆମେ ୧ ମିଟର (ମି.), ଅଧା ମିଟର (\(\frac{୧}{୨}\) ମି.) ଏବଂ ଏକ ଚତୁର୍ଥାଂଶ ମିଟର (\(\frac{୧}{୪}\) ମି.) ଦୈର୍ଘ୍ୟର ଦଉଡି ବନାଇଥିଲେ । ଆସ ସେଗୁଡ଼ିକୁ ଆଉଥରେ ବନାଇବା ।
Class 4 Maths Chapter 6 Question Answer Odia Medium ଦୈର୍ଘ୍ୟ ମାପିବା 4
Solution:
ତୁମେ ଲକ୍ଷ୍ୟ କରୁଛ କି ?
୧ ମି. = \(\frac{୧}{୨}\) ମି. + \(\frac{୧}{୨}\) ମି. ଏବଂ ୧ ମି. = \(\frac{୧}{୪}\)ମି. + \(\frac{୧}{୪}\)ମି. + \(\frac{୧}{୪}\)ମି. + \(\frac{୧}{୪}\) ମି.
ଏବଂ \(\frac{୧}{୨}\) ମି.= \(\frac{୧}{୪}\) ମି. + \(\frac{୧}{୪}\) ମି.

ଆସ ସମାଧାନ କରିବା

ନିମ୍ନୋକ୍ତ ଶିକ୍ଷଣ କାର୍ଯ୍ୟଗୁଡ଼ିକ କରିବା ପାଇଁ ମିଟର ଫିତାର ବ୍ୟବହାର କର । ଆବଶ୍ୟକ ସ୍ଥଳେ ଏକାଧ୍ଵକ ଫିତା ବ୍ୟବହାର କରାଯାଇପାରିବ ।

Question 1.
୧, ୫ ଓ ୧୦ ମି. ଦୈର୍ଘ୍ୟ ରେଖା ଖଣ୍ଡ ଉପରେ ଚାଲିବା, ଡେଇଁବା ଏବଂ ଗୁରୁଣ୍ଡିବା
ଶ୍ରେଣୀଗୃହ ଚଟାଣ କିମ୍ବା ବାହାର ଖେଳପଡ଼ିଆରେ ୧ ମି., ୫ ମି. ଏବଂ ୧୦ ମି. ଦୈର୍ଘ୍ୟ ବିଶିଷ୍ଟ ରେଖାଖଣ୍ଡ ଅଙ୍କନ କର ।
Solution:
Class 4 Maths Chapter 6 Question Answer Odia Medium ଦୈର୍ଘ୍ୟ ମାପିବା 5

ଏପରି ରେଖାଖଣ୍ଡ କିପରି ଅଙ୍କନ କରିବ ?
Solution:
ଏପରି ରେଖାଖଣ୍ଡ ମିଟର ସ୍କେଲ୍ ବା ଫିତା ସାହାଯ୍ୟ ରେ ଅଙ୍କନ କରିପାରିବା ।
ଏ ବିଷୟରେ ଟିକେ ଚିନ୍ତାକର ଏବଂ ତୁମ ସାଙ୍ଗମାନଙ୍କ ସହ ଆଲୋଚନା କର । ରେଖାଗୁଡ଼ିକ ଉପରେ ଚାଲ, ଡିଅଁ ଏବଂ ଗୁରୁଣ୍ଡି ଗୁରୁଣ୍ଡି ଚାଳ ।

ଶିକ୍ଷକଙ୍କ ପାଇଁ ସୂଚନା : ମିଟର ଫିତା ବ୍ୟବହାର କରି ବାରମ୍ବାର ରେଖା ତିଆରି କରିବା ଏବଂ ରେଖା ଉପରେ ଚାଲିବା, ଡେଇଁବା ଏବଂ ଗୁରୁଣ୍ଡିବା ଦ୍ବାରା ୫ ମି. ଓ ୧୦ ମି. କେତେ ବଡ଼, ଶିକ୍ଷାର୍ଥୀ ତାହାର ଆକଳନ କରିବାର ସାମର୍ଥ୍ୟ ବିକାଶରେ ସହାୟକ ହେବ । ସେମାନେ ଏହି ଅଭିଜ୍ଞତାକୁ ବ୍ୟବହାର କରି ସେମାନଙ୍କ ପରିବେଶରେ ଥ‌ିବା ଅନ୍ୟ ଦୈର୍ଘ୍ୟଗୁଡ଼ିକୁ ଆକଳନ ଏବଂ ତୁଳନା କରିପାରିବେ ।

Question 2.
ଲମ୍ବ ଡିଆଁ
ପ୍ରତ୍ୟେକ ପିଲା ଲମ୍ବ ଡିଆଁ ପ୍ରତିଯୋଗିତାରେ ଭାଗ ନେଇ ପାରିବେ । ତୁମ ସାଙ୍ଗମାନେ କେତେ ଦୂର ଡେଇଁଛନ୍ତି ? ମାପ ଫିତା ବ୍ୟବହାର କରି ଯଥା ସମ୍ଭବ ଠିକ୍ ଭାବରେ ମାପ । (ଏକାଧ୍ଵକ ଫିତା ବ୍ୟବହାର କରାଯାଇ ପାରିବ) । କିଏ ସର୍ବାଧ‌ିକ ଦୂରତା ଡେଇଁଲେ ?
ତଳ ସାରଣୀଟି ପୂରଣ କର ।
Class 4 Maths Chapter 6 Question Answer Odia Medium ଦୈର୍ଘ୍ୟ ମାପିବା 6
Solution:
Class 4 Maths Chapter 6 Question Answer Odia Medium ଦୈର୍ଘ୍ୟ ମାପିବା 7
ଆକାଶ ସର୍ବାଧିକ ଦୂରତା ଡେଇଁଲା ଏବଂ ସଂପୃକ୍ତ ସର୍ବନିମ୍ନ ଦୂରତା

Question 3.
ତୁମ ଶ୍ରେଣୀଗୃହର ଲମ୍ବ ଓ ଓସାର କେତେ ଅନୁମାନ କରି କୁହ । ମାପ କରି ତୁମ ଅନୁମାନକୁ ଯାଞ୍ଚ କର ।
Class 4 Maths Chapter 6 Question Answer Odia Medium ଦୈର୍ଘ୍ୟ ମାପିବା 8
ଶିକ୍ଷକଙ୍କ ପାଇଁ ସୂଚନା: ପିଲାମାନଙ୍କୁ ନିଜ ପାଦ ବ୍ୟବହାର କରି ୧୦ ମି. ମାପିବାକୁ କୁହନ୍ତୁ ଏବଂ ୧୦ ମି.ରେ କେତେ ପାଦ ହେଉଛି ତାହା ଲେଖି ରଖନ୍ତୁ । ଏହାକୁ ପରବର୍ତ୍ତୀ ସମୟରେ ଅଧିକ ଅନୁମାନ କରିବା ପାଇଁ ବ୍ୟବହାର କରାଯାଇପାରିବ ।

ଆସ ଚିନ୍ତା କରିବା : ଦୈର୍ଘ୍ୟକୁ ଅନୁମାନ କର

Page No. (୮୩)

Class 4 Maths Chapter 6 Question Answer Odia Medium ଦୈର୍ଘ୍ୟ ମାପିବା 9
ଚିତ୍ରଗୁଡ଼ିକୁ ଭଲ ଭାବରେ ଦେଖ ଏବଂ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
Question 1.
ଗୋଟିଏ ବସ୍‌ର ଦୈର୍ଘ୍ୟ କେତେ ମିଟର ? ଗୋଟିଏ କ୍ରିକେଟ୍ ବ୍ୟାଟ୍‌ର ଦୈର୍ଘ୍ୟ ମିଟର ଏକକରେ କେତେ ?
Solution:
ଗୋଟିଏ ବସ୍‌ର ଦୈର୍ଘ୍ୟ ପ୍ରାୟ ୧୦ ମିଟର । ଗୋଟିଏ କ୍ରିକେଟ୍ ବ୍ୟାଟ୍‌ର ଦୈର୍ଘ୍ୟ ପ୍ରାୟ ୧ ମିଟର ।

Question 2.
ଦୁଇଟି ନୀଳ ତିମିମାଛର ଦୈର୍ଘ୍ୟ ସହିତ କେତୋଟି ବସ୍ତ୍ରର ଦୈର୍ଘ୍ୟ ସମାନ ହେବ ?
Solution:
ଗୋଟିଏ ନୀଳ ତିମିର ଦୈର୍ଘ୍ୟ = ୩୦ ମିଟର । ଦୁଇଟି ନୀଳ ତିମିର ଦୈର୍ଘ୍ୟ = ୩୦ × ୨ = ୬୦ ମିଟର । ଯଦି ଗୋଟିଏ ବସ୍‌ର ଦୈର୍ଘ୍ୟ ୧୦ ମିଟର ହୁଏ, ତେବେ ୬ଟି ବସ୍‌ର ଦୈର୍ଘ୍ୟ ସମାନ ହେବ । (୬୦ ÷ ୧୦ = ୬) ।

Question 3.
ଗୋଟିଏ ନୀଳ ତିମି ମାଛର ମାପ ପାଇଁ କେତୋଟି କ୍ରିକେଟ୍ ବ୍ୟାଟ୍ ଆବଶ୍ୟକ ହେବ ?
Solution:
୩୦ଟି କ୍ରିକେଟ୍ ବ୍ୟାଟ୍ ଆବଶ୍ୟକ ହେବ (କାରଣ ୧ ବ୍ୟାଟ୍ = ୧ ମିଟର, ତିମି = ୩୦ ମିଟର) ।

Question 4.
ଦୁଇଟି ଓଟପକ୍ଷୀର ଉଚ୍ଚତା ମିଶି କାହାର ଦୈର୍ଘ୍ୟ ସହ ସମାନ ହେବ ?
Solution:
ଗୋଟିଏ ଓଟପକ୍ଷୀର ଉଚ୍ଚତା = ୩ ମିଟର । ଦୁଇଟି ଓଟପକ୍ଷୀର ଉଚ୍ଚତା = ୩ + ୩ = ୬ ମିଟର । ତେଣୁ, ଏହା କୁମ୍ଭୀରର ଦୈର୍ଘ୍ୟ (୬ ମିଟର) ସହ ସମାନ ହେବ ।

Question 5.
ଗୋଟିଏ ନୀଳ ତିମି ମାଛର ଦୈର୍ଘ୍ୟ କେତୋଟି କୁମ୍ଭୀରର ଦୈର୍ଘ୍ୟ ସହ ସମାନ ହେବ ?
Solution:
ନୀଳ ତିମିର ଦୈର୍ଘ୍ୟ = ୩୦ ମିଟର । କୁମ୍ଭୀରର ଦୈର୍ଘ୍ୟ = ୬ ମିଟର । କୁମ୍ଭୀର ସଂଖ୍ୟା = ୩୦ ÷ ୬ = ୫ । ତେଣୁ, ୫ଟି କୁମ୍ଭୀରର ଦୈର୍ଘ୍ୟ ସହ ସମାନ ହେବ।

Class 4 Maths Chapter 6 Question Answer Odia Medium ଦୈର୍ଘ୍ୟ ମାପିବା

ଛୋଟ ଜିନିଷ ମାପ କରିବା

Page No. (୮୪ to ୮୯)

Question 1.
ତୁମେ ଭାବି ପାରୁଛ କି, ଗୋଟିଏ ଚାଉଳ ଦାନା କିମ୍ବା ରବର ପରି ଛୋଟ ଜିନିଷକୁ କିପରି ମାପିବ ?
Solution:
Class 4 Maths Chapter 6 Question Answer Odia Medium ଦୈର୍ଘ୍ୟ ମାପିବା 10
ଏପରି ଛୋଟ ବସ୍ତୁଗୁଡ଼ିକର ଦୈର୍ଘ୍ୟ ମାପ ପାଇଁ ଆମକୁ ଏକ କ୍ଷୁଦ୍ରତର ଏକକର ଆବଶ୍ୟକତା ଅଛି । ଗୋଟିଏ ମାନକ ମିଟର ସ୍କେଲକୁ ଲକ୍ଷ୍ୟ କର । ତୁମେ ଦେଖୁବ, ସ୍କେଲଟି ୧୦୦ଟି ସମାନ ଅଂଶରେ ବିଭକ୍ତ ହୋଇଛି । ଏହି ପ୍ରତ୍ୟେକ କ୍ଷୁଦ୍ର ଅଂଶର ମାପର ଗୋଟିଏ ସ୍ବତନ୍ତ୍ର ନାମ ରହିଛି ଯାହାକୁ ସେଣ୍ଟିମିଟର ବା ସେ.ମି. କୁହାଯାଏ ।
Class 4 Maths Chapter 6 Question Answer Odia Medium ଦୈର୍ଘ୍ୟ ମାପିବା 11

ଆସ ଲକ୍ଷ୍ୟ କରିବା

Question 1.
ଚୁଟୁକି ଲଗାଇଥୁବା ଚାରା ଗଛର ଉଚ୍ଚତା ବୃଦ୍ଧି କିପରି ହେଉଛି, ତାହାର ହିସାବ ରମ୍ଭାଦାକୁ ଚାହୁଁଛି ।
ମିଟର ଫିତା ଏବଂ ଦରଜୀ ବ୍ୟବହାର କରୁଥିବା ମାପ ଫିତା ମଧ୍ଯରେ ତୁଳନା କର । ଉଭୟ ଫିତାର ଦୈର୍ଘ୍ୟ ସମାନ କିମ୍ବା ଅଲଗା ?
Class 4 Maths Chapter 6 Question Answer Odia Medium ଦୈର୍ଘ୍ୟ ମାପିବା 12
ମାପ ଫିତାକୁ ଭଲ ଭାବରେ ଲକ୍ଷ୍ୟ କର । ତୁମେ କ’ଣ ଦେଖୁଛ ?
Class 4 Maths Chapter 6 Question Answer Odia Medium ଦୈର୍ଘ୍ୟ ମାପିବା 13
ଏହି ଚିହ୍ନଗୁଡ଼ିକ ଆମକୁ ଠିକ୍ ଭାବେ ମାପ କରିବାରେ କିପରି ସାହାଯ୍ୟ କରେ, ଆଲୋଚନା କର ।
Class 4 Maths Chapter 6 Question Answer Odia Medium ଦୈର୍ଘ୍ୟ ମାପିବା 14
୧୦ ସେ.ମି. ପାଇବା ପାଇଁ ଲାଲ କୋଠରିକୁ ୧୦ ଥର ପୁନରାବୃତ୍ତି କରାଯାଇଛି । ଆମେ ଯେତେବେଳେ ଲାଲ କୋଠରି ଦୈର୍ଘ୍ୟକୁ ୧୦୦ ଥର ପୁନରାବୃତ୍ତି କରିବା, ଆମେ ୧ ମିଟର ସ୍କେଲ/ ଫିତା ପାଇବା
୧ ମିଟର (ମି.) = ୧୦୦ ସେଣ୍ଟିମିଟର (ସେ.ମି.)
\(\frac{୧}{୨}\)ମି. = __________________ ସେ.ମି. \(\frac{୧}{୪}\)ମି = ___________________ ସେ.ମି.।
Solution:
\(\frac{୧}{୨}\)ମି. = ୫୦ ସେ.ମି. \(\frac{୧}{୪}\)ମି = ୨୫ ସେ.ମି.
ପ୍ରତି ସପ୍ତାହରେ ତୁମ ଚାରାଗଛର ଉଚ୍ଚତା କେତେ ବୃଦ୍ଧି ହେଉଛି, ତାହା ମାପିବା ପାଇଁ ମାପ ଫିତା/ ସ୍କେଲ ବ୍ୟବହାର କର ।

ଆସ ମାପ କରିବା

Question 1.
ସ୍କେଲ ବ୍ୟବହାର କରି ପ୍ରତ୍ୟେକ ବସ୍ତୁକୁ ମାପ ।
Class 4 Maths Chapter 6 Question Answer Odia Medium ଦୈର୍ଘ୍ୟ ମାପିବା 15
ବସ୍ତୁଗୁଡ଼ିକର ଦୈର୍ଘ୍ୟ ଅନୁସାରେ ସାନରୁ ବଡ଼ କ୍ରମରେ ନାମ ଲେଖ ।
Class 4 Maths Chapter 6 Question Answer Odia Medium ଦୈର୍ଘ୍ୟ ମାପିବା 16
Solution:
Class 4 Maths Chapter 6 Question Answer Odia Medium ଦୈର୍ଘ୍ୟ ମାପିବା 17
Class 4 Maths Chapter 6 Question Answer Odia Medium ଦୈର୍ଘ୍ୟ ମାପିବା 18

Question 2.
ନିମ୍ନ ବସ୍ତୁଗୁଡ଼ିକର ଦୈର୍ଘ୍ୟକୁ ପ୍ରଥମେ ଅନୁମାନ କର ଏବଂ ତୁମ ଅନୁମାନଗୁଡ଼ିକୁ ସହପାଠୀମାନଙ୍କ ଅନୁମାନ ସହ ତୁଳନା କର । ୧ ସେ.ମି. ବା ତା’ଠାରୁ କମ୍ ଦୈର୍ଘ୍ୟ ବିଶିଷ୍ଟ କେତୋଟି ବସ୍ତୁର ଉଦାହରଣ ଚନ ଖାଲି ଘରେ ଲେଖ । ମାପ କରି ତୁମ ଅନୁମାନକୁ ଯାଞ୍ଚ କର ।
Class 4 Maths Chapter 6 Question Answer Odia Medium ଦୈର୍ଘ୍ୟ ମାପିବା 19
Solution:
Class 4 Maths Chapter 6 Question Answer Odia Medium ଦୈର୍ଘ୍ୟ ମାପିବା 20

Question 3.
ତୁମେ ଏକ କାଠର ଛୋଟ ଡ୍ୟାମ୍ପ ବ୍ୟବହାର କରିପାରିବ କିମ୍ବା ତୁମ ପାଖରେ ଥିବା ଯେକୌଣସି ସାମଗ୍ରୀ ବ୍ୟବହାର କରି ଏକ ଶ୍ୟାମ୍ପ ତିଆରି କରିପାରିବ । ତିନୋଟି ଖେଳନା କାର୍ ନିଅ, ଶ୍ୟାମ୍ପରୁ ତଳକୁ କାରକୁ ଗଡାଇଲେ କିଏ କେତେଦୂର ଯାଇପାରିବ ଅନୁମାନ କରି କୁହ ।
Class 4 Maths Chapter 6 Question Answer Odia Medium ଦୈର୍ଘ୍ୟ ମାପିବା 21
ମାପ ଫିତା ବ୍ୟବହାର କରି ପ୍ରତ୍ୟେକ କାର୍ ଯାଇଥିବା ଦୂରତା ମାପକରି ସେଣ୍ଟିମିଟର ଏକକରେ ଲେଖ ।
Class 4 Maths Chapter 6 Question Answer Odia Medium ଦୈର୍ଘ୍ୟ ମାପିବା 22
Solution:

କାର୍ ଗ୍ୟାମ୍ପଠାରୁ ଦୂରତା ସ୍ଥାନ (ଦୂରତା ଆଧାରରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ)
କାର୍-୧ ୮ ସେ.ମି. ୩ ୟ
କାର୍-୨ ୧୫ ସେ.ମି. ୨ ୟ
କାର୍-୩ ୨୦ ସେ.ମି. ପ୍ରଥମ

ଶିକ୍ଷକଙ୍କ ପାଇଁ ସୂଚନା : ପିଲାମାନେ ପର୍ଯ୍ୟବେକ୍ଷଣ କରିବା ପାଇଁ ୧ ମିଟରର ସ୍କେଲ ଦିଅନ୍ତୁ । ଫିଚା ଉପରେ ଥିବା ଚିହ୍ନ ଏବଂ ଲିଖିତ ସଂଖ୍ୟା ଗୁଡ଼ିକ ପିଲାମାନଙ୍କୁ ପର୍ଯ୍ୟବେକ୍ଷଣ କରିବା ପାଇଁ କୁହନ୍ତୁ । ଫିତା ଉପରେ ୧୦୦ କ’ଣ ସୂଚାଉଛି ଆଲୋଚନା କରନ୍ତୁ । ଶିକ୍ଷାର୍ଥୀମାନେ ପ୍ରାୟତଃ ଭାବନ୍ତି ଏହା ଫିବା ଉପରେ ଥ‌ିବା ଚିହ୍ନର ସଂଖ୍ୟା । ଦୁଇଟି ଚିହ୍ନ ମଧ୍ଯରେ ଦୂରତା ଏକ ସେଣ୍ଟିମିଟର (୧ ସେ.ମି.), ଏକ ମିଟରକୁ ୧୦୦ଟି ୧ ସେ.ମି. ଦୈର୍ଘ୍ୟ ବିଶିଷ୍ଟ ଭାଗରେ ବିଭକ୍ତ କରାଯାଇଛି ବୋଲି ପିଲାଙ୍କୁ ଜଣାନ୍ତୁ । ଶିକ୍ଷାର୍ଥୀମାନେ ଏପରି ପର୍ଯ୍ୟବେକ୍ଷଣ କରିସାରିବା ପରେ ଛୋଟ ଦୈର୍ଘ୍ୟଗୁଡ଼ିକୁ ମାପିବା ପାଇଁ ସ୍କୁଲ ବା ମାସ ଫିତା ବ୍ୟବହାର କରିପାରିବେ ।

Class 4 Maths Chapter 6 Question Answer Odia Medium ଦୈର୍ଘ୍ୟ ମାପିବା

Question 4.
ଚିତ୍ରରେ ଦିଆଯାଇଥ‌ିବା ସିନ୍ଦୁକ ମଧ୍ୟରୁ ସୁନା ମୋହର ପାଇବା ପାଇଁ ଆରମ୍ଭ ବିନ୍ଦୁରୁ ଦୀର୍ଘତମ ଏବଂ କ୍ଷୁଦ୍ରତମ ରାସ୍ତା ଖୋଜି ବାହାର କର । ତୁମେ ସାମ୍ନା କରୁଥିବା ପ୍ରତିବନ୍ଧକ ଗୁଡ଼ିକର ଚାରିପଟେ ଯାଇପାରିବ କିନ୍ତୁ ସେଗୁଡ଼ିକ ଡେଇଁ ପାରିବ ନାହିଁ ! ତୁମେ କେବଳ ହଳଦିଆ ଟାଇଲ ଉପରେ ଚାଲିପାରିବ ମାତ୍ର ଘାସରେ ନୁହେଁ । ତୁମେ ଅତିକ୍ରମ କରିଥିବା ରାସ୍ତାର ଦୈର୍ଘ୍ୟକୁ ସେଣ୍ଟିମିଟରରେ ପ୍ରକାଶ କରିପାରିବ କି ? ୧ ସେ.ମି. ପାଇଁ ଚିତ୍ରରେ ଦିଆଯାଇଥ‌ିବା ସୁଚନା! ଦେଖ !
Class 4 Maths Chapter 6 Question Answer Odia Medium ଦୈର୍ଘ୍ୟ ମାପିବା 23
Solution:
ହଁ । ଆରମ୍ଭ ବିନ୍ଦୁରୁ ଦୀର୍ଘତମ ରାସ୍ତା ୯୦ ସେ.ମି. ଏବଂ କ୍ଷୁଦ୍ରତମ ରାସ୍ତା ୧୫ ସେ. ମି. ଅଟେ ।
Class 4 Maths Chapter 6 Question Answer Odia Medium ଦୈର୍ଘ୍ୟ ମାପିବା 24

Question 5.
ଚିତ୍ରରେ ଦିଆଯାଇଥ‌ିବା ପରି କାଗଜ ଉପରେ ତୁମ ବାମହାତ ପାପୁଲି ରଖ୍ ପେନସିଲ ସାହାଯ୍ୟରେ ଚିତ୍ର ଅଙ୍କନ କର । ସ୍କେଲ୍ ବ୍ୟବହାର କରି ମାପ ।
Class 4 Maths Chapter 6 Question Answer Odia Medium ଦୈର୍ଘ୍ୟ ମାପିବା 25
ମୋ ବାମ ହାତ ପାପୁଲିର ଦୈର୍ଘ୍ୟ = ___________________ ସେ.ମି.
Solution:
ମୋ ବାମ ହାତ ପାପୁଲିର ଦୈର୍ଘ୍ୟ = ୯ ସେ.ମି.

Question 6.
ତଳେ ଦିଆଯାଇଥ‌ିବା ବସ୍ତୁଗୁଡ଼ିକୁ ତୁମ ବାମ ହାତ ପାପୁଲି ବ୍ୟବହାର କରି ମାପ । ଦୈର୍ଘ୍ୟଗୁଡ଼ିକୁ ସେଣ୍ଟିମିଟରରେ ପ୍ରକାଶ କର । ସ୍କେଲ ବ୍ୟବହାର କରି ସଠିକତା ଯାଞ୍ଚ କର ।
Class 4 Maths Chapter 6 Question Answer Odia Medium ଦୈର୍ଘ୍ୟ ମାପିବା 26
Solution:

ବସ୍ତୁ ପାପୁଲି ସଂଖ୍ୟା ପାପୁଲିର ଆଧାରରେ ଆନୁମାନିକ ମାପ ସ୍କେଲ ବ୍ୟବହାର କରି ପ୍ରକୃତ ମାପ
୧. ମୋ ଗଣିତ ବହିର ଦୈର୍ଘ୍ୟ ୧ ୧୮ ସେ.ମି. ୨୦ ସେ.ମି.
୨. ଶ୍ରେଣୀରେ ଥ‌ିବା ଚୌକିର ଉଚ୍ଚତା ୫ ୯୦ ସେ.ମି. ୯୦ ସେ.ମି.
୩. ଟେବୁଲ ଡେସ୍କର ଓସାର ୪ ୧୨ ସେ.ମି. ୪୮ ସେ.ମି.
୪. ଗୋଟିଏ ଫୁଲଦାନୀର ଉଚ୍ଚତା ୨ ୩୬ ସେ.ମି. ୩୬ ସେ.ମି.

Question 7.
ସନ୍ତୋଷର ସ୍କେଲ୍ଟି ଭାଙ୍ଗି ଯାଇଛି । ସେହି ଭଙ୍ଗା ସ୍କେଲକୁ ବ୍ୟବହାର କରି ମାପ ପାଇଁ ତୁମେ ତାକୁ ସାହାଯ୍ୟ କରିପାରିବ କି ?
Class 4 Maths Chapter 6 Question Answer Odia Medium ଦୈର୍ଘ୍ୟ ମାପିବା 27
Solution:
ହଁ, କାରଣ ଭଙ୍ଗା ସ୍କେଲ୍‌ ପ୍ରତ୍ୟେକ ବଡ଼ ଗାର ମଧ୍ୟରେ ଦୂରତା ୧ ସେ.ମି. ଅଟେ । ସେହି ବଡ଼ ଗାରକୁ ନେଇ ଆମେ ସେ.ମି. ରେ ମାପ କରିପାରିବା ।
Class 4 Maths Chapter 6 Question Answer Odia Medium ଦୈର୍ଘ୍ୟ ମାପିବା 28

Question 8.
ତଳେ ଦିଆଯାଇଥ‌ିବା ସଂଖ୍ୟାରେଖାରେ ଶୂନ୍ୟ ସ୍ଥାନଗୁଡ଼ିକୁ ଠିକ୍ ଭାବେ ପୂରଣ କର ।
Class 4 Maths Chapter 6 Question Answer Odia Medium ଦୈର୍ଘ୍ୟ ମାପିବା 29
Solution:
Class 4 Maths Chapter 6 Question Answer Odia Medium ଦୈର୍ଘ୍ୟ ମାପିବା 30

Question 9.
ଗୋଟିଏ ପଟାର ଦୈର୍ଘ୍ୟ ୨ ମିଟର । ସୋନୁ ପାଖରେ ୨୦ ସେ. ମି. ଦୈର୍ଘ୍ୟ ବିଶିଷ୍ଟ ଗୋଟିଏ ରଙ୍ଗିନ୍ ଷ୍ଟିକର୍ ଅଛି । ପଟାର ଦୈର୍ଘ୍ୟକୁ ସଂପୂର୍ଣ ରୂପେ ଢାଙ୍କିବା ପାଇଁ ସେହି ଭିଳରରୁ କେତୋଟି ଆବଶ୍ୟକ ?
Class 4 Maths Chapter 6 Question Answer Odia Medium ଦୈର୍ଘ୍ୟ ମାପିବା 31
Solution:
ପଟାର ଦୈର୍ଘ୍ୟ = ୨ ମିଟର = ୨୦୦ ସେ.ମି. । ଷ୍ଟିକରର ଦୈର୍ଘ୍ୟ = ୨୦ ସେ.ମି. । ଆବଶ୍ୟକ ଷ୍ଟିକର ସଂଖ୍ୟା = ୨୦୦ ÷ ୨୦ = ୧୦ । ଉତ୍ତର: ୧୦ଟି ।

ମିଟର ଏବଂ ସେଣ୍ଟିମିଟର

Page No. (୮୯ to ୯୦)

Question 1.
ମୋହନ ଏବଂ ମାନସ ମାପ ଫିତା ବ୍ୟବହାର କରି ସେମାନଙ୍କ ନିଜ ଉଚ୍ଚତା ମାପୁଛନ୍ତି ।
ମୋହନ ଫିତାରୁ ନିଜ ଉଚ୍ଚତା ମାପି ୧୨୦ ସେ.ମି. କହିଲା ଏବଂ ମାନସ ଏହାକୁ ୧ ମି. ୨୦ ସେ.ମି. ବୋଲି କହିଲା ।
ସେ ଦୁଇଜଣଙ୍କ ମଧ୍ୟରୁ କିଏ ଠିକ୍ କହୁଛି ?
ଦୁହେଁ, ଠିକ୍ ବୋଲି ପିଙ୍କି କହିଲା ଏବଂ ଚିତ୍ରରେ ଦେଖାଇ ଦେଲା ।
Class 4 Maths Chapter 6 Question Answer Odia Medium ଦୈର୍ଘ୍ୟ ମାପିବା 32
Solution:
ଦୁହେଁ, ଠିକ୍ କହୁଛନ୍ତି । (କାରଣ ୧୨୦ ସେ.ମି. = ୧୦୦ ସେ.ମି. + ୨୦ ସେ.ମି. = ୧ ମି. ୨୦ ସେ.ମି.) ।
Class 4 Maths Chapter 6 Question Answer Odia Medium ଦୈର୍ଘ୍ୟ ମାପିବା 33

Class 4 Maths Chapter 6 Question Answer Odia Medium ଦୈର୍ଘ୍ୟ ମାପିବା

ଆସ ସମାଧାନ କରିବା

Question 1.
ଦୁଇଜଣ ଲୋକ ନିଜ ଗାଁରେ ଥ‌ିବା ସମସ୍ତ କୂଅର ଗଭୀରତାକୁ ସତର୍କତା ସହ ମାପ କଲେ । ଉଭୟ ଠିକ୍‌ରେ କରିଥିବା ମାପକୁ ଗାଁ ମୁଖ୍ୟଙ୍କ ଆଗରେ ପ୍ରକାଶ କଲେ ।
(କ) ଶୂନ୍ୟସ୍ଥାନ ପୂରଣ କର, ଯେପରି ଗଭୀରତା ସମାନ ହେବ ।
(i) ୨ ମି. = ୨୦୦ ସେ.ମି.
(i) ______________ ମି. = ୪୦୦ ସେ.ମି.
(iii) ୬ ମି. = ______________ ସେ.ମି.
(iv) ______________ ମି. = ୮୦୦ ସେ.ମି.
(ଖ) ସମାନ ଗଭୀରତା ବିଶିଷ୍ଟ କୂଅ ଗୁଡ଼ିକୁ ଚିହ୍ନାଅ ଏବଂ ଗାର ଟାଣି ଯୋଡ଼ ।
Class 4 Maths Chapter 6 Question Answer Odia Medium ଦୈର୍ଘ୍ୟ ମାପିବା 34
Solution:
(କ) (i) ୨ ମି. = ୨୦୦ ସେ.ମି.
(i) ୪ ମି. = ୪୦୦ ସେ.ମି.
(iii) ୬ ମି. = ୬୦୦ ସେ.ମି.
(iv) ୮ ମି. = ୮୦୦ ସେ.ମି.
(ଖ)

ବାଡ଼ ଦେବା ଓ ରଙ୍ଗ କରିବା

ଆସ ହିସାବ କରିବା

Page No. (୯୧ to ୯୪)

Class 4 Maths Chapter 6 Question Answer Odia Medium ଦୈର୍ଘ୍ୟ ମାପିବା 36
Question 1.
ଭୋଳା ତା’ ବଗିଚାକୁ ନିମ୍ନ ପ୍ରକାରର ବାଡ଼ ଘେରାଇଛି । ସବୁଠାରୁ ଲମ୍ବା ବାଢ଼ ଥିବା ଚିତ୍ରଟିକୁ ଗୋଲ ବୁଲାଅ ।
Class 4 Maths Chapter 6 Question Answer Odia Medium ଦୈର୍ଘ୍ୟ ମାପିବା 37
Solution:
ଛାତ୍ରଛାତ୍ରୀ ଚିତ୍ର ଦେଖ୍ ଅନୁମାନ କରିବେ (ସାଧାରଣତଃ କ୍ରସ୍ ବା ଅଧିକ ବଙ୍କା ଥ‌ିବା ଆକୃତିର ପରିସୀମା ଅଧିକ ହୁଏ) ।

Question 2.
ଆସ ବିନ୍ଦୁ ଗ୍ରୀଡ୍ ବ୍ୟବହାର କରି ତଳେ ଦିଆଯାଇଥ‌ିବା କିଛି ଆକୃତିର ପରିସୀମା ସ୍ଥିର କରିବା । ତୁମ ପାଇଁ ଗୋଟିଏ ଉଦାହରଣ ଦିଆଯାଇଛି ।
Class 4 Maths Chapter 6 Question Answer Odia Medium ଦୈର୍ଘ୍ୟ ମାପିବା 38
Solution:
Class 4 Maths Chapter 6 Question Answer Odia Medium ଦୈର୍ଘ୍ୟ ମାପିବା 39
(କ) ସବୁଠାରୁ ଅଧ‌ିକ ଦୈର୍ଘ୍ୟ ବିଶିଷ୍ଟ ସୀମାରେଖାକୁ ନୀଳ ରଙ୍ଗ କର ।
Solution:
ସବୁଠାରୁ ଅଧ‌ିକ ଦୈର୍ଘ୍ୟ ବିଶିଷ୍ଟ ସୀମାରେଖା (୩ ନମ୍ବର ଚିତ୍ର – ପରିସୀମା = ୧୮ ସେ.ମି.)

(ଖ) ସବୁଠାରୁ କମ୍ ଦୈର୍ଘ୍ୟ ବିଶିଷ୍ଟ ସୀମାରେଖାକୁ ସବୁଜ ରଙ୍ଗ କର ।
Solution:
ସବୁଠାରୁ କମ୍ ଦୈର୍ଘ୍ୟ ବିଶିଷ୍ଟ ସୀମାରେଖା (୪ ନମ୍ବର ଚିତ୍ର – ପରିସୀମା = ୮ ସେ.ମି.)

(ଗ) ସମ ଦୈର୍ଘ୍ୟ ସୀମାରେଖା ଥ‌ିବା ଆକୃତି ଗୁଡ଼ିକୁ ‘✓’ ଚିହ୍ନ ଦିଅ ।
Solution:
ସମଦୈର୍ଘ୍ୟ ସୀମାରେଖା ଆକୃତି (୧ ନମ୍ବର ଓ ୨ ନମ୍ବର ଚିତ୍ର – ‘✓’)
ଶିକ୍ଷକଙ୍କ ପାଇଁ ସୂଚନା : ଗୋଟିଏ ଆକୃତିର ଚାରିପାଖର ଦୈର୍ଘ୍ୟ ବା ଦୂରତା ହେଉଛି ପରିସୀମ, ଏହା ପିଲାମାନଙ୍କୁ ବିଦାରି ସହାୟତା କରନ୍ତୁ । ୧ ସେ.ମି. ମାପର ବିନ୍ଦୁକ୍ରୀଡ଼, ପରିସୀମା ନାମରେ କିପରି ସାହାଯ୍ୟ କରେ, ଏହା ସେମାନଙ୍କୁ ବୁଝିବାକୁ ଦିଅନ୍ତୁ ।

Question 3.
ତଳେ ଦିଆଯାଇଥ‌ିବା ଆକୃତିଗୁଡ଼ିକ ମଧ୍ୟରୁ ସମାନ ପରିସୀମା ବିଶିଷ୍ଟ ଆକୃତି ଗୁଡ଼ିକୁ ‘✓’ ଚିହ୍ନ ଦିଅ ।
Class 4 Maths Chapter 6 Question Answer Odia Medium ଦୈର୍ଘ୍ୟ ମାପିବା 40
Solution:
ଆକୃତିଗୁଡ଼ିକ ମଧ୍ୟରୁ ସମାନ ପରିସୀମା ବିଶିଷ୍ଟ ଆକୃତି ଗୁଡ଼ିକ ହେଲା –
ଚିତ୍ର (କ), (ଗ) ‘✓’ (୧୨ ସେ.ମି.)
ଚିତ୍ର (ଘ), (ଙ) ଓ (ଚ) ‘✓’ (୧୪ ସେ.ମି.)

Question 4.
ସବୁଠାରୁ କମ୍ ପରିସୀମା ବିଶିଷ୍ଟ ବଗିଚା ଉପରେ ‘✓’ ଚିହ୍ନ ଦିଅ ।
Class 4 Maths Chapter 6 Question Answer Odia Medium ଦୈର୍ଘ୍ୟ ମାପିବା 41
Solution:
ସବୁଠାରୁ କମ୍ ପରିସୀମା ବିଶିଷ୍ଟ ବଗିଚା – ‘✓’ (୧୮ ସେ.ମି.)

Class 4 Maths Chapter 6 Question Answer Odia Medium ଦୈର୍ଘ୍ୟ ମାପିବା

Question 5.
ତୁମ ଚାରିପାଖରେ ଥ‌ିବା ବିଭିନ୍ନ ବସ୍ତୁଗୁଡ଼ିକର ପରିସୀମା ଅନୁମାନ କରି କୁହ ଏବଂ ସ୍କେଲ ବ୍ୟବହାର କରି ମାପ । ତଳେ ଦିଆଯାଇଥ‌ିବା ସାରଣୀକୁ ପୂରଣ କର ।
Class 4 Maths Chapter 6 Question Answer Odia Medium ଦୈର୍ଘ୍ୟ ମାପିବା 42
Solution:
ଏହା ଏକ ବ୍ୟବହାରିକ କାର୍ଯ୍ୟ । ଛାତ୍ରଛାତ୍ରୀମାନେ ନିଜ ଶ୍ରେଣୀଗୃହର ଡେସ୍କ, କଳାପଟା ଆଦି ମାପି ନିଜେ ଉତ୍ତର ଲେଖିବେ ।

Question 6.
ତଳେ ଦିଆଯାଇଥ‌ିବା ବିନ୍ଦୁଗ୍ରୀଡ଼ରେ ୨୦ ସେ.ମି. ପରିସୀମା ବିଶିଷ୍ଟ ତିନୋଟି ଭିନ୍ନ ଭିନ୍ନ ଆକୃତି ଅଙ୍କନ କର ।
Class 4 Maths Chapter 6 Question Answer Odia Medium ଦୈର୍ଘ୍ୟ ମାପିବା 43
Solution:
Class 4 Maths Chapter 6 Question Answer Odia Medium ଦୈର୍ଘ୍ୟ ମାପିବା 44
ପ୍ରତ୍ୟେକ ଚିତ୍ରର ପରିସୀମା ୨୦ ସେ.ମି. ।