Class 4 Maths Chapter 8 Question Answer Odia Medium ମାପିବା ଓ ଭରିବା

Students can use Class 4 Math Solution Odia Medium and Class 4 Maths Chapter 8 Question Answer Odia Medium ମାପିବା ଓ ଭରିବା to check their answers after solving exercises.

4th Class Maths Chapter 8 Question Answer Odia Medium

Class 4 Maths Chapter 8 Odia Medium

ତୃତୀୟ ଶ୍ରେଣୀରେ, ଆମେ ଓଜନ ଏବଂ ଧାରକତ୍ଵ ମାପ କରିବା ଶିଖୁଥିଲେ । ତୁମେ ୧ କିଲୋଗ୍ରାମ ଲୁଣ ପ୍ୟାକେଟ ଏବଂ ୧ ଲିଟର ପାଣି ବୋତଲ କଥା ମନେ ପକାଇ ପାରୁଛ କି ? ଆସ ଓଜନ ଓ ଧାରାକତ୍ଵ ମାପ ସମ୍ବନ୍ଧରେ ଅଧିକ ଶିଖୁବା।
Class 4 Maths Chapter 8 Question Answer Odia Medium ମାପିବା ଓ ଭରିବା 1

Question 1.
ଦିଆଯାଇଥ‌ିବା ଚିତ୍ରଗୁଡ଼ିକୁ ଦେଖ ଏବଂ ସବୁଠାରୁ ଭାରୀ ରୁ ହାଲୁକା କ୍ରମରେ ପ୍ରାଣୀମାନଙ୍କର ନାମ ଲେଖ ।
___________________________________________________________________
Solution:
ହାତୀ, ଜିରାଫ୍, କୁକୁର, ଗୁଣ୍ଡୁଚି ମୂଷା ।

Question 2.
ତୁମ ଘରେ ଥ‌ିବା ସବୁଠାରୁ ଭାରୀ ବସ୍ତୁର ନାମ ଲେଖ । ତୁମେ କିପରି ଜାଣିଲ ?
___________________________________________________________________
Solution:
ଖଟ (କିମ୍ବା ଆଲମାରୀ) । ଏହାକୁ ଉଠାଇବା ବହୁତ କଷ୍ଟକର ହୋଇଥିବାରୁ ମୁଁ ଜାଣିଲି ଯେ ଏହା ସବୁଠାରୁ ଭାରୀ । (ଟିପ୍ପଣୀ: ଛାତ୍ରଛାତ୍ରୀ ନିଜ ଘରର ଅନୁଭୂତି ଅନୁସାରେ ଉତ୍ତର ଲେଖିବେ ।)

Question 3.
ତୁମର ସ୍କୁଲ ବ୍ୟାଗକୁ ତୁମେ ସହଜରେ ବା କଷ୍ଟରେ ନେଇପାରୁଛ ?
Class 4 Maths Chapter 8 Question Answer Odia Medium ମାପିବା ଓ ଭରିବା 2
___________________________________________________________________
Solution:
ସହଜରେ (କିମ୍ବା କଷ୍ଟରେ) ।

Question 4.
ତୁମ ବ୍ୟାଗରେ ଥ‌ିବା ସବୁଠାରୁ ଭାରୀ ପୁସ୍ତକର ନାମ ଲେଖ । ତୁମେ ଏହା କିପରି ଜାଣିଲ ?
___________________________________________________________________
Solution:
ଗଣିତ ବହି (କିମ୍ବା ଅନ୍ୟ ମୋଟା ବହି) । ହାତରେ ଧରିବା ବେଳେ ଏହା ଅନ୍ୟ ବହିଠାରୁ ଅଧ‌ିକ ଓଜନିଆ ଲାଗିଲା ।

Question 5.
ତୁମର ଓଜନ କେତେ? ତୁମେ କିପରି ଜାଣିଲ?
___________________________________________________________________
Solution:
[ନିଜର ଓଜନ ଲେଖନ୍ତୁ, ଉଦାହରଣ: ୨୮ କିଲୋଗ୍ରାମ୍] । ଓଜନ ମାପ ଯନ୍ତ୍ର ସାହାଯ୍ୟରେ ମାପି ଜାଣିଲି ।

Class 4 Maths Chapter 8 Question Answer Odia Medium ମାପିବା ଓ ଭରିବା

ପରିବା ବଜାରରେ ମଜା !

Page No. (୧୧୫ to ୧୧୯)

ରୀତା ଓ ସବ୍‌ମ୍ କିଛି ଫଳ ଓ ପରିବା କିଣିବା ପାଇଁ ବଜାରକୁ ଗଲେ । ପରିବା ବିକାଳି ପରିବା ସବୁକୁ ଓଜନ କରୁଥିବାର ସେମାନେ ଦେଖ‌ିଲେ ।
Class 4 Maths Chapter 8 Question Answer Odia Medium ମାପିବା ଓ ଭରିବା 3

Question 1.
ଅଧା କଖାରୁର ଓଜନ କେତେ ହେବ ବୋଲି ତୁମେ ଭାବୁଛ ? _____________________
ଉତ୍ତର:
ପ୍ରାୟ ୧ କିଲୋଗ୍ରାମ କିମ୍ବା ୨ କିଲୋଗ୍ରାମ (କଖାରୁର ଆକାର ଉପରେ ନିର୍ଭର କରେ) ।

ଆସ ସମାଧାନ କରିବା

Question 1.
ନିମ୍ନଲିଖ୍ତ ଜିନିଷଗୁଡ଼ିକର ଓଜନ ଅନୁମାନ କରି ଉପଯୁକ୍ତ କୋଠରିରେ ଠିକ୍ ଚିହ୍ନ (✓) ଦିଅ । ସରଳ ଓଜନ ନିକିତି ବ୍ୟବହାର କରି ତୁମର ଅନୁମାନ ଠିକ୍ କି ନାହିଁ ଯାଞ୍ଚ କର ।
Class 4 Maths Chapter 8 Question Answer Odia Medium ମାପିବା ଓ ଭରିବା 4
Solution:
Class 4 Maths Chapter 8 Question Answer Odia Medium ମାପିବା ଓ ଭରିବା 5

ଆସ ଖୋଜିବା

(କ) ଚିତ୍ରଟିକୁ ଦେଖ । ତୁମେ ମଧ୍ଯ ଏଭଳି କାର୍ଯ୍ୟ କରିବାକୁ ଚେଷ୍ଟା କର ।
Class 4 Maths Chapter 8 Question Answer Odia Medium ମାପିବା ଓ ଭରିବା 6
Solution:
Class 4 Maths Chapter 8 Question Answer Odia Medium ମାପିବା ଓ ଭରିବା 7

(ଖ) ଚିତ୍ରଟିକୁ ଦେଖ । ତୁମେ ମଧ୍ଯ ଏଭଳି କାର୍ଯ୍ୟ କରିବାକୁ ଚେଷ୍ଟା କର ।
Class 4 Maths Chapter 8 Question Answer Odia Medium ମାପିବା ଓ ଭରିବା 8
Solution:
Class 4 Maths Chapter 8 Question Answer Odia Medium ମାପିବା ଓ ଭରିବା 9

(ଗ) ଚିତ୍ରଟିକୁ ଦେଖ । ତୁମେ ମଧ୍ଯ ଏଭଳି କାର୍ଯ୍ୟ କରିବାକୁ ଚେଷ୍ଟା କର ।
Class 4 Maths Chapter 8 Question Answer Odia Medium ମାପିବା ଓ ଭରିବା 10
Solution:
Class 4 Maths Chapter 8 Question Answer Odia Medium ମାପିବା ଓ ଭରିବା 11

Class 4 Maths Chapter 8 Question Answer Odia Medium ମାପିବା ଓ ଭରିବା

ଆସ ସମାଧାନ କରିବା

Question 1.
Class 4 Maths Chapter 8 Question Answer Odia Medium ମାପିବା ଓ ଭରିବା 12
ଗୋଟିଏ ୫୦୦ ଗ୍ରାମ ଡାଲି ପ୍ୟାକେଟ କେତୋଟି ୨୫୦ ଗ୍ରାମ ଡାଲି ପ୍ୟାକେଟ ସହ ସମାନ ହେବ ?
Solution:
୨ଟି ।

ଖାଲି ପଲାରେ ୨୫୦ ଗ୍ରାମର କେତୋଟି ପ୍ୟାକେଟର ଚିତ୍ର ଅଙ୍କନ କର ଯେପରି ଏହା ନିକିତିର ବାମ ପଲାରେ ଥ‌ିବା ୫୦୦ ଗ୍ରାମ ପ୍ୟାକେଟ ସହ ସମାନ ହେବ ।
Solution:
୨ଟି ୨୫୦ ଗ୍ରାମର ପ୍ୟାକେଟ୍ ଚିତ୍ର ଆଙ୍କିବାକୁ ହେବ ।

ତୁମେ କ’ଣ ପାଇଲ ?
୫୦୦ ଗ୍ରା. = ୨୫୦ ଗ୍ରା. ର _____________________ (\(\frac{୧}{୨}\), ୨)
Solution:
୨ ଗୁଣ (କିମ୍ବା ୨ଟି ପ୍ୟାକେଟ୍) ।

Question 2.
ପଲାଟି ଯେଉଁ ପାର୍ଶ୍ବକୁ ଢଳିବ ତାହା ସୂଚାଇବା ପାଇଁ ତୀର ଚିହ୍ନ ଦିଅ ? ତୁମ ପାଇଁ ଗୋଟିଏ ଉଦାହରଣ ଦିଆଯାଇଛି ।
Class 4 Maths Chapter 8 Question Answer Odia Medium ମାପିବା ଓ ଭରିବା 13
Solution:
Class 4 Maths Chapter 8 Question Answer Odia Medium ମାପିବା ଓ ଭରିବା 14

Question 3.
ନିମ୍ନଲିଖତ ପ୍ରତ୍ୟେକ ବସ୍ତୁର ଓଜନ ମାପ କରିବା ପାଇଁ ସୁବିଧାଜନକ ଏକକ ସହ ମେଳ କର ?
Class 4 Maths Chapter 8 Question Answer Odia Medium ମାପିବା ଓ ଭରିବା 15
Solution:
Class 4 Maths Chapter 8 Question Answer Odia Medium ମାପିବା ଓ ଭରିବା 16
ଦ୍ରଷ୍ଟବ୍ୟ : ବହିଗୁଡ଼ିକ ଅଧ୍ବକ ମୋଟା ହେଲେ କିଲୋଗ୍ରାମ୍ ଏବଂ ପତଳା ହେଲେ ଗ୍ରାମ୍ ହେବ ।

ଶିକ୍ଷକଙ୍କ ପାଇଁ ସୂଚନା : ଆପଣ ଶ୍ରେଣୀରେ ୧୦୦ ଗ୍ରାମ, ୫୦୦ ଗ୍ରାମ, ୧ କିଲୋଗ୍ରାମ ଓଜନର ମାପ ପାଇଁ ଏକ ଓଜନ ମାପ ଯନ୍ତ୍ର ନେଇ ଶିକ୍ଷଣକାର୍ଯ୍ୟ କରିପାରିବେ । ଆପଣ ମଧ୍ୟ ପିଲାମାନଙ୍କୁ କୁହନ୍ତୁ ଏକ ଓଜନ ମାପ ଯନ୍ତ୍ର ସଂଗ୍ରହ କରି ଏହି କାର୍ଯ୍ୟ କରିବେ ।

ଆସ ସମାଧାନ କରିବା

Class 4 Maths Chapter 8 Question Answer Odia Medium ମାପିବା ଓ ଭରିବା 17
Question 1.
୫୦ ଗ୍ରାମ ହଳଦୀ ପ୍ୟାକେଟର ଓଜନ କେତୋଟି ରବରର ଓଜନ ସହ ସମାନ ହେବ ?
Solution:
୫ଟି

Question 2.
୧୦୦ ଗ୍ରାମର ଏକ ସାବୁନ ଖଣ୍ଡର ଓଜନ _____________________ ଟି ରବରର ଓଜନ ସହ ସମାନ ହେବ ।
Solution:
୧୦୦ ଗ୍ରାମର ଏକ ସାବୁନ ଖଣ୍ଡର ଓଜନ ୧୦ ଟି ରବରର ଓଜନ ସହ ସମାନ ହେବ ।

Question 3.
_____________________ ଟି ରବରର ଓଜନ, ୨୫୦ ଗ୍ରାମ ଚିନି ସହ ସମାନ ହେବ ।
Solution:
୨୫ ଟି ରବରର ଓଜନ, ୨୫୦ ଗ୍ରାମ ଚିନି ସହ ସମାନ ହେବ ।

Class 4 Maths Chapter 8 Question Answer Odia Medium ମାପିବା ଓ ଭରିବା

ଆସ ଚିନ୍ତା କରିବା

ମିଠା ବାଳ

ବାବୁଲି ବାବୁ, ଜଣେ ମିଠା ଦୋକାନୀ । ସେ ୧ କିଲୋଗ୍ରାମ ଲେଖାଏଁ ଲଡୁ ପାଇଁ ଅନେକ ଅର୍ଡର ରଖୁଛନ୍ତି । କିନ୍ତୁ ତାଙ୍କୁ ସେଗୁଡ଼ିକୁ ବିଭିନ୍ନ ଆକାରର ବାକ୍ସରେ ପ୍ୟାକ୍ କରିବାକୁ ପଡ଼ିବ ।
Class 4 Maths Chapter 8 Question Answer Odia Medium ମାପିବା ଓ ଭରିବା 18
ଏ କିଲୋଗ୍ରାମ ଲଡୁ ପ୍ୟାକ୍ କରିବା ପାଇଁ ଆବଶ୍ୟକ ବାକ୍ସ ସଂଖ୍ୟା ଖାଲି ସ୍ଥାନରେ ଲେଖ ।

୧. ପଟେଲ ବାବୁ ୫୦୦ ଗ୍ରାମ୍ ଓଜନର ମିଠା ବାକ୍ସ ଚାହୁଁଛନ୍ତି । ________________________
Solution:
୨ ଟି

୨. ଶ୍ରୀମତୀ ମହାନ୍ତି ୨୫୦ ଗ୍ରାମ ଓଜନର ମିଠା ବାକ୍ସ ଚାହୁଁଛନ୍ତି । _________________________
Solution:
୪ ଟି

୩. ଶ୍ରୀମତୀ ସୋରେନ ୧୦୦ ଗ୍ରାମ ଓଜନର ମିଠା ବାକ୍ସ ଚାହୁଁଛନ୍ତି । _____________________
Solution:
୧୦ ଟି

୪. ମିଶ୍ର ବାବୁ ୫୦ ଗ୍ରାମ ଓଜନର ମିଠା ବାକ୍ସ ଚାହୁଁଛନ୍ତି । ________________________
Solution:
୨୦ ଟି

ଓଜନ ମାପ ଯନ୍ତ୍ର

Page No. (୧୨୦ to ୧୨୧)

Question 1.
ତୁମେ ଜାଣିଛ କି, ବିଭିନ୍ନ ପ୍ରକାରର ବସ୍ତୁକୁ ଓଜନ କରିବା ପାଇଁ ଭିନ୍ନ ଭିନ୍ନ ଓଜନ ମାପ ଯନ୍ତ୍ର ବ୍ୟବହୃତ ହୁଏ ?
Solution:
Class 4 Maths Chapter 8 Question Answer Odia Medium ମାପିବା ଓ ଭରିବା 19

ଆସ କାମଟି କରିବା

Question 1.
ତୁମର ବାପା ମା’ଙ୍କୁ ପଚାରି ଗୋଟିଏ ମାସରେ ତୁମ ଘରେ ବ୍ୟବହାର ହେଉଥ‌ିବା ନିମ୍ନଲିଖ୍ତ ଜିନିଷଗୁଡ଼ିକର ପରିମାଣ ଲେଖ ।
Class 4 Maths Chapter 8 Question Answer Odia Medium ମାପିବା ଓ ଭରିବା 20
Solution:

ଜିନିଷ ପରିମାଣ କି.ଗ୍ରା.ରେ
ଅଟା ୧ କି.ଗ୍ରା
ଚାଉଳ ୨ କି.ଗ୍ରା
ଡାଲି ୫୦୦ ଗ୍ରାମ୍
ଚିନି ୭୫୦ ଗ୍ରାମ୍

 

ଆସ ସମାଧାନ କରିବା

Question 1.
ତୁମ ଚାରିପାଖରେ ଥ‌ିବା କିଛି ବସ୍ତୁ ଉଠାଇବାକୁ ଚେଷ୍ଟା କର ଏବଂ ତିନୋଟି ବସ୍ତୁର ନାମ ଲେଖ ଯାହାକୁ ତୁମେ ସହଜରେ ଉଠାଇପାରିବ । ସେମାନଙ୍କର ଓଜନ ଅନୁମାନ କର ଏବଂ ଲେଖ ।
୧. ______________________
୨. ______________________
୩. ______________________
Solution:
(୧) ବହି
(୨) ପେନ୍‌ସିଲ୍ ବାକ୍ସ
(୩) ପାଣି ବୋତଲ

Question 2.
ବର୍ତ୍ତମାନ ସେହି ବସ୍ତୁଗୁଡ଼ିକର ନାମ ଲେଖ ଯାହାକୁ ତୁମେ ବହୁତ କଷ୍ଟ କରି ଉଠାଇପାରିବ । ସେଗୁଡ଼ିକର ଓଜନ ଅନୁମାନ କର ଏବଂ ଲେଖ ।
୧. ______________________
୨. ______________________
୩. ______________________
Solution:
(୧) ଚାଉଳ ବସ୍ତା
(୨) ସିଲାଇମେସିନ୍
(୩) ଭାରୀ ଚୌକି

Question 3.
ତଳେ ଦିଆଯାଇଥ‌ିବା ଓଜନ ପାଇଁ ୧ କିଲୋଗ୍ରାମ ଓଜନର କେତୋଟି ପ୍ୟାକେଟ ହେଲେ ଓଜନ ସମାନ ହେବ ।
(କ) ୧୦ କି.ଗ୍ରା. :  ______________________
(ଗ) ୫୦ କି.ଗ୍ରା. : ______________________
(ଖ) ୨୦ କି.ଗ୍ରା. :  ______________________
(ଘ) ୨୫ କି.ଗ୍ରା. :  ______________________
Solution:
(କ) ୧୦ କି.ଗ୍ରା. : ୧୦ଟି
(ଗ) ୫୦ କି.ଗ୍ରା. : ୫୦ଟି
(ଖ) ୨୦ କି.ଗ୍ରା. : ୨୦ଟି
(ଘ) ୨୫ କି.ଗ୍ରା. : ୨୫ଟି

Question 4.
ବାମ ସ୍ତମ୍ଭରେ ଥ‌ିବା ବସ୍ତୁଗୁଡ଼ିକୁ ଡାହାଣ ସ୍ତମ୍ଭରେ ଥ‌ିବା ସେମାନଙ୍କର ଆନୁମାନିକ ଓଜନ ସହିତ ମେଳ କର ।
Class 4 Maths Chapter 8 Question Answer Odia Medium ମାପିବା ଓ ଭରିବା 21
Solution:
Class 4 Maths Chapter 8 Question Answer Odia Medium ମାପିବା ଓ ଭରିବା 22

Class 4 Maths Chapter 8 Question Answer Odia Medium ମାପିବା ଓ ଭରିବା

ଧାରକତ୍ବ ମାପ

Page No. (୧୨୨ to ୧୨୭)

Question 1.
ତୁମେ ଗୋଟିଏ ୧ ଲିଟର ବୋତଲ କଥା ମନେ ପକାଅ । ଏହି ବୋତଲରେ କେତେ ପାଣି ଧରେ ?
Class 4 Maths Chapter 8 Question Answer Odia Medium ମାପିବା ଓ ଭରିବା 23
Solution:
୧୦୦୦ ମିଲିଲିଟର

Question 2.
ନିମ୍ନଲିଖତ ପରିମାଣର ପାଣି ଧରୁଥ‌ିବା ବୋତଲ ଏବଂ ପାତ୍ରଗୁଡ଼ିକ ଖୋଜ । ଦିଆଯାଇଥିବା ସାରଣୀରେ ସେଗୁଡ଼ିକର ନାମ ଲେଖ ।
Class 4 Maths Chapter 8 Question Answer Odia Medium ମାପିବା ଓ ଭରିବା 24
Solution:

୧ ଲିଟରରୁ କମ୍ ୧ ଲିଟର ୧ ଲିଟରରୁ ବେଶି
କପ୍ ପାଣି ବୋତଲ ବାଲଟି
ଛୋଟ ଗ୍ଲାସ୍ କ୍ଷୀର ପ୍ୟାକେଟ ପ୍ରେସର କୁକର
ଔଷଧ ବୋତଲ ଦହି ପ୍ୟାକେଟ ଜଳ ଟାଙ୍କି

ବିଭିନ୍ନ ଧାରକତ୍ଵ ମାପ ଯଥା ୫୦୦ ମି.ଲି., ୨୫୦ ମି.ଲି., ୧୦୦ ମି.ଲି., ୫୦ ମିଲି. ଏବଂ ୧୦ ମି.ଲି. ବିଶିଷ୍ଟ ବିଭିନ୍ନ ବୋତଲ ଗୁଡ଼ିକୁ ଖୋଜିବା ପାଇଁ ତୁମ ଶିକ୍ଷକ ଓ ପିତାମାତାଙ୍କର ସାହାଯ୍ୟ ନିଅ ।
ବିଭିନ୍ନ ଛୋଟ ମାପ ବିଶିଷ୍ଟ ବୋତଲ ନେଇ ଗୋଟିଏ ଏକ ଲିଟର ବୋତଲକୁ ଜଳପୂର୍ଣ କରିବାପାଇଁ ଚେଷ୍ଟା କର ।
ଆମେ ସାଧାରଣତଃ ଲିଟର ପାଇଁ ଲି. ଓ ମିଲିଲିଟର ପାଇଁ ମି.ଲି. ବ୍ୟବହାର କରୁ ।

ଆସ ନିର୍ଣ୍ଣୟ କରିବା

(କ) କେତୋଟି ୫୦୦ ମି.ଲି. ପାଣି ବୋତଲ ଦ୍ଵାରା ଗୋଟିଏ ୧ ଲିଟର ପାଣି ବୋତଲ ପୂର୍ଣ ହୋଇପାରିବ ?
Solution:
୨ଟି
Class 4 Maths Chapter 8 Question Answer Odia Medium ମାପିବା ଓ ଭରିବା 25

(ଖ) କେତୋଟି ୨୫୦ ମି.ଲି. ପାଣି ବୋତଲ ଦ୍ଵାରା ଗୋଟିଏ ୧ ଲିଟର ବୋତଲ ପୂର୍ଣ ହୋଇପାରିବ ?
Solution:
୪ ଟି
Class 4 Maths Chapter 8 Question Answer Odia Medium ମାପିବା ଓ ଭରିବା 26
୨୫୦ ମି.ଲି. + ୨୫୦ ମି.ଲି. + ୨୫୦ ମି.ଲି. + ୨୫୦ ମି.ଲି. = ୧ ଲିଟର
୧୦୦୦ ମି.ଲି. = ୧ ଲି.
୨୫୦ ମି.ଲି. = ୧/୪ ଲି.

(ଗ) କେତୋଟି ୧୦୦ ମି.ଲି. ବୋତଲ ପାଣି ଦ୍ଵାରା ଗୋଟିଏ ୧ ଲିଟର ପାଣି ବୋତଲ ପୂର୍ଣ୍ଣ ହୋଇପାରିବ ?
Class 4 Maths Chapter 8 Question Answer Odia Medium ମାପିବା ଓ ଭରିବା 27
Solution:
୧୦ଟି

(ଘ) କେତୋଟି ହେବ ?
୧/୨ ଲି = ______________ ଟି ୨୫୦ ମି.ଲି. ।
୭୫୦ ମି.ଲି. = ______________ ଟି ୨୫୦ ମି.ଲି. ।
୧/୨ ଲି = ______________ ଟି ୧୦୦ ମି.ଲି. ।
୮୦୦ ମି.ଲି. = _______________ ଟି ୧୦୦ ମି.ଲି. ।
Solution:
୧/୨ ଲି = ୨ ଟି ୨୫୦ ମି.ଲି. ।
୭୫୦ ମି.ଲି. = ୩ ଟି ୨୫୦ ମି.ଲି. ।
୧/୨ ଲି = ୫ ଟି ୧୦୦ ମି.ଲି. ।
୮୦୦ ମି.ଲି. = ୮ ଟି ୧୦୦ ମି.ଲି. ।

ଆସ ସମାଧାନ କରିବା

Question 1.
Class 4 Maths Chapter 8 Question Answer Odia Medium ମାପିବା ଓ ଭରିବା 28
ଗୋଟିଏ ଔଷଧ ମାପ ଠିପି କିମ୍ବା ୧୦ ମି.ଲି.ର ଗୋଟିଏ ବୋତଲ ନିଅ । କେତେ ଥର ୧୦ ମି.ଲି. ଜଳ ନେଲେ ଏକ ୧୦୦ ମି.ଲି. ବୋତଲଟି ପୂରଣ ___________________ ହେବ ।
Solution:
ଗୋଟିଏ ଔଷଧ ମାପ ଠିପି କିମ୍ବା ୧୦ ମି.ଲି.ର ଗୋଟିଏ ବୋତଲ ନିଅ । କେତେ ଥର ୧୦ ମି.ଲି. ଜଳ ନେଲେ ଏକ ୧୦୦ ମି.ଲି. ବୋତଲଟି ପୂରଣ ୧୦ ଥର ହେବ ।

(କ) ଗୋଟିଏ ୧୦ ମି.ଲି. ମାପର ଔଷଧ ଠିପି କେତେ ଥରରେ ଗୋଟିଏ ୨୫୦ ମି.ଲି. ମାପର ଗ୍ଲାସ୍ ପୂର୍ଣ୍ଣ କରିପାରିବ ? ___________________________
Solution:
୨୫ ଥର

(ଖ) ଗୋଟିଏ ୧୦ ମି.ଲି. ମାପର ଔଷଧ ଠିପି କେତେ ଥରରେ ଗୋଟିଏ ୫୦୦ ମି.ଲି. ମାପର ପାତ୍ର ପୂର୍ଣ୍ଣ କରିପାରିବ ? ______________________________
Solution:
୫୦ ଥର

(ଗ) ଗୋଟିଏ ୧୦ ମି.ଲି. ମାପର ଔଷଧ ଠିପି କେତେ ଥରରେ ଗୋଟିଏ ୧ ଲି. ମାପର ବୋତଲ ପୂର୍ଣ୍ଣ କରିପାରିବ ? _________________________
Solution:
୧୦୦ ଥର

Question 2.
ଗୋଟିଏ ୧ ମି.ଲି. ଡ୍ରପର ନେଇ ପ୍ରଶ୍ନର ଉତ୍ତର ଲେଖ ।
Class 4 Maths Chapter 8 Question Answer Odia Medium ମାପିବା ଓ ଭରିବା 29
(କ) ଗୋଟିଏ ୧ ମି.ଲି. ଡ୍ରପର ଦ୍ଵାରା କେତେ ଥରରେ ୧୦ ମି.ଲି. ଔଷଧ ଠିପିକୁ ପୂର୍ଣ୍ଣ କରିହେବ ? ____________________________
Solution:
୧୦ ଥର

(ଖ) ଗୋଟିଏ ଡ୍ରପର ଦ୍ଵାରା କେତେଥରରେ ଗୋଟିଏ ଚାମଚ ପୂର୍ଣ ହେବ ? ____________________________
Solution:
ପ୍ରାୟ ୫ରୁ ୧୦ ଥର

Question 3.
ଏହି ତରଳ ପଦାର୍ଥଗୁଡ଼ିକ ଥରକେ କେତେ ପରିମାଣର ବ୍ୟବହାର କରାଯାଇପାରିବ ?
Class 4 Maths Chapter 8 Question Answer Odia Medium ମାପିବା ଓ ଭରିବା 30
Solution:
(କ) ଆଖୁ ଔଷଧ : ଥରକେ ଏକ ୧ ମି.ଲି.ରୁ କମ୍
(ଖ) ମହୁ : ପ୍ରାୟ ୫-୧୦ ମି.ଲି. (ଏକ ଚାମଚ)
(ଗ) କାଶ ଔଷଧ : ପ୍ରାୟ ୫-୧୦ ମି.ଲି.
(ଘ) ରନ୍ଧନ ତେଲ : ପ୍ରାୟ ୧୫-୨୦ ମି.ଲି. (ଏକ ବଡ଼ ଚାମଚ)
(ଙ) ପାଣିଟାଙ୍କି : ୫୦୦ ଲିଟର

Question 4.
ମାଧବ ବିଭିନ୍ନ ଆକାରର ବୋତଲରେ ସୁଗନ୍ଧିତ ତେଲ ଭର୍ତ୍ତି କରି ରଖୁଥିଲେ । ଏକ ଉତ୍ସବ ସମୟରେ, ଗ୍ରାହକମାନେ ବିଭିନ୍ନ ଆକାରର ବୋତଲରେ ୧ ଲିଟର ପରିମାଣର ସୁଗନ୍ଧିତ ତେଲ ମାଗିଥିଲେ । ପ୍ରତ୍ୟେକ ନେଇଥିବା ବୋତଲର ସଂଖ୍ୟା ଲେଖ ।
(କ) ଶ୍ରୀମତୀ ମହାନ୍ତି ୫୦୦ ମି.ଲି. ଥ‌ିବା ବୋତଲ ନେବାକୁ ଚାହାଁନ୍ତି । ___________________
(ଖ) ଶ୍ରୀ ଜୈନ ୨୦୦ ମି.ଲି. ଥ‌ିବା ବୋତଲ ନେବାକୁ ଚାହାଁନ୍ତି । ___________________
(ଗ) କୁମାରୀ ସାହୁ ୧୦୦ ମି.ଲି. ଥ‌ିବା ବୋତଲ ନେବାକୁ ଚାହାଁନ୍ତି । ___________________
(ଘ) ଶ୍ରୀମତୀ ମାଝି ୫୦ ମି.ଲି. ଥ‌ିବା ବୋତଲ ନେବାକୁ ଚାହାଁନ୍ତି । ___________________
Solution:
(କ) ଶ୍ରୀମତୀ ମହାନ୍ତି ୫୦୦ ମି.ଲି. ଥ‌ିବା ବୋତଲ ନେବାକୁ ଚାହାଁନ୍ତି । ୨ଟି
(ଖ) ଶ୍ରୀ ଜୈନ ୨୦୦ ମି.ଲି. ଥ‌ିବା ବୋତଲ ନେବାକୁ ଚାହାଁନ୍ତି । ୫ଟି
(ଗ) କୁମାରୀ ସାହୁ ୧୦୦ ମି.ଲି. ଥ‌ିବା ବୋତଲ ନେବାକୁ ଚାହାଁନ୍ତି । ୧୦ଟି
(ଘ) ଶ୍ରୀମତୀ ମାଝି ୫୦ ମି.ଲି. ଥ‌ିବା ବୋତଲ ନେବାକୁ ଚାହାଁନ୍ତି । ୨୦ଟି

Question 5.
ତୁମେ ସଂଗ୍ରହ କରିଥିବା ବିଭିନ୍ନ ଆକାରର ବୋତଲ ଗୁଡ଼ିକ ବ୍ୟବହାର କରି ଅନୁମାନ କର (ଯଥା ୫୦୦ ମିଲି, ୧୦୦ ମି.ଲି., ୫୦ ମି.ଲି. ଓ ୧୦ ମି.ଲି.) । ସେଗୁଡ଼ିକ ମାପ କରି ଯାଞ୍ଚ କର ।
Class 4 Maths Chapter 8 Question Answer Odia Medium ମାପିବା ଓ ଭରିବା 31
Solution:

ପାତ୍ର ଆନୁମାନିକ ମାପ ପ୍ରକୃତ ମାପ
ପାଣି ବୋତଲ ୫୦୦ ମି.ଲି. ୫୦୦ ମି.ଲି.
ଗ୍ଲାସ ୫୦ ମି.ଲି. ୫୦ ମି.ଲି.
ମଗ୍ ୫୨୦ ମି.ଲି. ୫୦୦ ମି.ଲି.
ଜଗ୍ ୫୦୦ ମି.ଲି. ୫୦୦ ମି.ଲି.
ବାଲ୍ଟି ୫୦୦ ମି.ଲି. ୧୦୦୦ ମି.ଲି.
ଚା ଚାମଚ ୭ ମି.ଲି. ୧୦ ମି.ଲି.
ବଡ଼ ଗିନା ୧୧୫ ମି.ଲି. ୧୦୦ ମି.ଲି.

 

Class 4 Maths Chapter 8 Question Answer Odia Medium ମାପିବା ଓ ଭରିବା

ଆସ ଖୋଜିବା

Question 1.
ତୁମ ଘର ପାଖ ଏକ ଦୋକାନକୁ ଯାଇ ନିମ୍ନ ସାରଣୀରେ ସ୍ଵତ ପରିମାଣର ବିକ୍ରି ହେଉଥବା ବିଭିନ୍ନ ଜିନିଷଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କର ।
Class 4 Maths Chapter 8 Question Answer Odia Medium ମାପିବା ଓ ଭରିବା 32
Class 4 Maths Chapter 8 Question Answer Odia Medium ମାପିବା ଓ ଭରିବା 33
Solution:
Class 4 Maths Chapter 8 Question Answer Odia Medium ମାପିବା ଓ ଭରିବା 34

ଆସ ଉତ୍ତର ଖୋଜିବା

Question 1.
Class 4 Maths Chapter 8 Question Answer Odia Medium ମାପିବା ଓ ଭରିବା 35
(କ) ତୁମେ ଗୋଟିଏ ଦିନରେ କେତେ ଲିଟର ପାଣି ପିଅ ? ତୁମେ କିପରି ନିର୍ଣ୍ଣୟ କରିବ ?
Solution:
ପ୍ରାୟ ୨-୩ ଲିଟର

(ଖ) ଗୋଟିଏ କାଉ ଥରକେ କେତେ ପାଣି ପିଇପାରିବ ?
Solution:
ପ୍ରାୟ ୨୦-୩୦ ମି.ଲି.

(ଗ) ଗୋଟିଏ ଦିନରେ ତୁମେ କେତେ କ୍ଷୀର ପିଅ ?
Solution:
ପ୍ରାୟ ୨୫୦ ମି.ଲି. ବା ଏକ ଗ୍ଲାସ୍

(ଘ) ଗୋଟିଏ ହାତୀ ଦିନକରେ କେତେ ପାଣି ପିଏ ?
Solution:
ପ୍ରାୟ ୧୦୦ ରୁ ୨୦୦ ଲିଟର

ତୁମେ କେଉଁ କାମ ପାଇଁ ସବୁଠାରୁ ଅଧିକ ପାଣି ବ୍ୟବହାର କର ? ତୁମେ କେଉଁ କାମ ପାଇଁ ସବୁଠାରୁ କମ୍ ପାଣି ବ୍ୟବହାର କର ?
Solution:
ଗାଧୋଇବା ପାଇଁ ୨୦ ଲିଟର ଓ ସବୁଠାରୁ ଅଧିକ ଓ ସବୁଠାରୁ କମ୍ ପାଣି ପିଇବା ପାଇଁ ବ୍ୟବହାର କରୁ ।

ତୁମ ଶ୍ରେଣୀର ଅନ୍ୟ ପିଲାମାନଙ୍କ ସହିତ ଏହାକୁ ତୁଳନା କର । କେଉଁ କାର୍ଯ୍ୟଗୁଡ଼ିକରେ ତୁମର ଓ ତୁମ ସାଙ୍ଗର ବ୍ୟବହୃତ ପାଣି ସମାନ ହେଲା ?
Class 4 Maths Chapter 8 Question Answer Odia Medium ମାପିବା ଓ ଭରିବା 36
Class 4 Maths Chapter 8 Question Answer Odia Medium ମାପିବା ଓ ଭରିବା 37
ନିମ୍ନଲିଖତ କାର୍ଯ୍ୟ କରିବା ପାଇଁ କେତେ ପାଣି ବ୍ୟବହାର କରାଯାଇ ପାରିବ ?
(କ) ଗାଧୋଇବା ପାଇଁ ପାଣି _____________________ ଲି.
(ଖ) କ୍ଷେତର ଫସଲରେ ପାଣି ମଡ଼ାଇବା ପାଇଁ _____________________ ଲି.
(ଗ) ଫୁଲଗଛ ଗୁଡ଼ିକୁ ପାଣି ଦେବା _____________________ ଲି.
(ଘ) ଲୁଗାପଟା ସଫା କରିବା _____________________ ଲି.
(ଙ) _____________________
(ଚ) _____________________
Solution:
(କ) ଗାଧୋଇବା ପାଇଁ ପାଣି ୨୦ ଲି.
(ଖ) କ୍ଷେତର ଫସଲରେ ପାଣି ମଡ଼ାଇବା ପାଇଁ ଅନେକ ଲି.
(ଗ) ଫୁଲଗଛ ଗୁଡ଼ିକୁ ପାଣି ଦେବା ୧୦ – ୨୦ ଲି.
(ଘ) ଲୁଗାପଟା ସଫା କରିବା ୩୦ – ୪୦ ଲି.
(ଙ) ଘର ଧୋଇବା ପାଇଁ – ଅନେକ ଲି.
(ଚ) ବାସନ ମାଜିବା ପାଇଁ ୧୫ – ୨୦ ଲି.

Class 4 Maths Chapter 8 Question Answer Odia Medium ମାପିବା ଓ ଭରିବା

ଦୈନନ୍ଦିନ ଜୀବନରେ ଜଳ ସଂରକ୍ଷଣ

Page No. (୧୨୭)

Class 4 Maths Chapter 8 Question Answer Odia Medium ମାପିବା ଓ ଭରିବା 38
Question 1.
ତୁମେ କେବେ ତୁମ ଟ୍ୟାପ କିମ୍ବା ଜଳ ବିଶୋଧକ ଯନ୍ତ୍ରରୁ ବୁନ୍ଦା ବୁନ୍ଦା ହୋଇ ପାଣି ପଡୁଥିବାର ଲକ୍ଷ୍ୟ କରିଛ କି ?
Solution:
ହଁ

Question 2.
ପ୍ରକୃତରେ କେତେ ପାଣି ନଷ୍ଟ ହେଉଛି, ତୁମେ ବିଚାର କରିଛ କି ?
Solution:
ହଁ

Question 3.
ଏକ ପାତ୍ର ନିଅ । ଏହାକୁ ବୁନ୍ଦା ବୁନ୍ଦା ପଡ଼ୁଥୁବା ଟ୍ୟାପ କିମ୍ବା ବିଶୋଧକ ଯନ୍ତ୍ର ତଳେ ଏକ ଘଣ୍ଟା ରଖ । ଏକ ଘଣ୍ଟା ପରେ ଦେଖି ପାତ୍ରରେ କେତେ ପାଣି ଅଛି । ଏହାହିଁ ଏକ ଘଣ୍ଟାରେ ନଷ୍ଟ ହେଉଥ‌ିବା ପାଣି । ଏହା ତୁମକୁ ଆଶ୍ଚର୍ଯ୍ୟ ଲାଗିଲା କି ?
Solution:
ହଁ

Class 4 Maths Chapter 8 Question Answer Odia Medium ମାପିବା ଓ ଭରିବା 39
Question 4.
ତେବେ ଗୋଟିଏ ଦିନରେ କେତେ ପାଣି ନଷ୍ଟ ହୁଏ ? ଏକ ସପ୍ତାହରେ କେତେ ପାଣି ନଷ୍ଟ ହୁଏ ବୋଲି ତୁମେ ଭାବୁଛ ?
Solution:
ଗୋଟିଏ ଦିନରେ ପାଣି ନଷ୍ଟ ହୁଏ ପ୍ରାୟ ଅନେକ ଲିଟର ଏବଂ ଏକ ସପ୍ତାହରେ ଆହୁରି ଅଧିକ ଲିଟର ପାଣି ନଷ୍ଟ ହୁଏ ।

Question 5.
ଏପରି ଜଳ ଅପଚୟ ଆମକୁ କିପରି ପ୍ରଭାବିତ କରୁଛି କୁହ ?
Solution:
ହଁ, ପାଣି ଅପଚୟ ରୋକିବା ପାଇଁ ଆମେ ଖୋଲା ଥିବା ଟ୍ୟାପ୍/ନଳକୁ ବନ୍ଦ କରିବା ଉଚିତ ।