Students can use Class 5 Math Solution Odia Medium and Class 5 Maths Chapter 3 Question Answer Odia Medium ଘୂର୍ଣ୍ଣନର କୋଣ to check their answers after solving exercises.
5th Class Maths Chapter 3 Question Answer Odia Medium
Class 5 Maths Chapter 3 Odia Medium
Page No. (୩୨ to ୩୬)
Question 1.
ଚିତ୍ରରେ କେଉଁ ପିଲାଟି ପୁରା ଘୁରିଗଲା ? କେଉଁ ପିଲାଟି ଅଧା ଘୂରିଲା ? ତୁମେ କିପରି ଜାଣିଲ ? ଶ୍ରେଣୀରେ ଆଲୋଚନା କର ।

Solution:
ଚିତ୍ରରେ ପିଲା ‘ଖ’ ସମ୍ପୂର୍ଣ୍ଣ ଘୂର୍ଣ୍ଣନ କରିଛି, କାରଣ ୨ୟ ଚିତ୍ରରେ ‘ଖ’ ୧ମ ଚିତ୍ର ପରି ସମାନ ଦିଗକୁ ମୁହଁ କରିଛି, ଯାହାର ଅର୍ଥ ସେ ସମ୍ପୂର୍ଣ୍ଣ ବୁଲି ସାରିଛି, ଅର୍ଥାତ୍ ୩୬୦° ଘୂରିଛି ।
ପିଲା ‘କ’ ଅଧା ଘୂର୍ଣ୍ଣନ କରିଛି କାରଣ, ୨ୟ ଚିତ୍ରରେ, ‘କ’ ୧ମ ଚିତ୍ର ତୁଳନାରେ ବିପରୀତ ଦିଗକୁ ମୁହଁ କରିଛି, ଯାହାର ଅର୍ଥ ସେ ଅଧାବାଟ ବୁଲିଯାଇଛି ।
![]()
Question 2.
ବାସ୍ତବ ଜୀବନରେ କେଉଁ ସ୍ଥାନରେ ତୁମେ ଘୂର୍ଶନ ଘୂରିବା ସ୍ଥିତି ଲକ୍ଷ୍ୟ କରୁଛ । ତାହାର ଉଦାହରଣ ଦିଅ ।
Solution:
ବାସ୍ତବ ଜୀବନରେ ଘୂର୍ଣ୍ଣନର କିଛି ଉଦାହରଣ ନିମ୍ନରେ ଦିଆଗଲା :
(i) ନୃତ୍ୟଶିଳ୍ପୀ, ଚତୁର୍ଥାଂଶ, ଅଧା ଏବଂ ସମ୍ପୂର୍ଣ ଘୂର୍ଣ୍ଣନ କରିବା ।
(ii) କବାଟ ଖୋଲିବା ପାଇଁ ଦ୍ଵାରବନ୍ଧ ବୁଲାଇବା ।
(iii) ତାଲାରେ ଚାବି ବୁଲାଇବା (ଫିଟାଇଲା ବେଳେ ଓ ଖୋଲିବା ସମୟରେ)
(iv) ସାଇକେଲ୍ର ହ୍ୟାଣ୍ଡେଲ ବୁଲାଇବା ।

ଆଶୁତୋଷ ଓ ସବିତା ଦୁଇଜଣ ଗୋଲାକାରରେ ଘୂରୁଛନ୍ତି । ସେମାନେ ତାଙ୍କର ଗୋଟିଏ ପାଦକୁ ଏକ ଜାଗାରେ ସ୍ଥିର ରଖ୍ ଘୂରୁଛନ୍ତି ।
ଆଶୁତୋଷ ଏକ ପୂର୍ଣ ଘୂର୍ଣ୍ଣନ କରି ଏକ ସମ୍ପୂର୍ଣ୍ଣ ବୃତ୍ତ ତିଆରି କଲା । ସବିତା ଅଦ୍ଧ ଘୂର୍ଶନ କରି ଏକ ଅର୍ଶ ଚନ୍ଦ୍ର ଆକୃତି ତିଆରି କରୁଛି ।

ଗୋଟିଏ ବଡ ଦୋଳି ଏକ ପୁଷ୍ପ ଘୂର୍ଣ୍ଣନ କରେ, ଯେତେବେଳେ ଏହା ଆରମ୍ଭ ସ୍ଥିତି S କୁ ଫେରିଆସେ । ଲୀମା ସମାନ ଦିଗରେ ଦୁଇଟି ଅର୍ବ ଘୂର୍ଣ୍ଣନ କରେ ।

ଏହା ଏକ ………………………… ଘୁର୍ଣ୍ଣନ ପରି । ଯଦି ସେ ସମାନ ଦିଗରେ ୨ଟି ଚତୁର୍ଥାଂଶ ଘୁର୍ଣ୍ଣନ କରେ, ତେବେ କ’ଣ ହେବ ?
Solution:
ଏହା ଏକ ଅର୍ବ ଘୂର୍ଣ୍ଣନ ପରି । (∵ ୨ଟି \(\frac{୧}{୪}\) = ୨ × \(\frac{୧}{୪}\) = \(\frac{୧}{୨}\))
Question 3.
ଏହା ଏକ …………………………. ଘୁର୍ଣ୍ଣନ ପରି । ଯଦି ସେ ସମାନ ଦିଗରେ ୪ଟି ଚତୁର୍ଥାଂଶ ଘୂର୍ଣ୍ଣନ କରେ, ତେବେ କ’ଣ ହେବ ?
Solution:
ଏହା ଏକ ପୂର୍ବ ଘୂର୍ଣ୍ଣନ ପରି । (ଯେହେତୁ ୪ଟି \(\frac{୧}{୪}\) = ୪ × \(\frac{୧}{୪}\) = ୧)
Question 4.
ଦୈନନ୍ଦିନ ଜୀବନରେ ଏପରି କିଛି ବସ୍ତୁର ନାମ ଲେଖ, ଯାହା ଘୂର୍ଣ୍ଣନ ସହିତ ଜଡିତ । ଉଦାହରଣ ସ୍ଵରୂପ ( ପାଣି ଟ୍ୟାପ୍) …………………. ………………. ………………… ……………….. ଓ ……………………… ।
Solution:
ବୋତଲ ଠିପି, ଚାବି, କବାଟ୍ ହ୍ୟାଣ୍ଡଲ, ଷ୍ଟିଅରିଂ ଚକ, ସାଇକେଲ ଚକ ଓ ଘଣ୍ଟାର କଣ୍ଟା ।
Question 5.
ଏହି ପ୍ରତ୍ୟେକ କ୍ଷେତ୍ରରେ ସର୍ବାଧିକ ସମ୍ଭାବ୍ୟ ଘୁର୍ଣ୍ଣନ କେତେ ? ଯାଞ୍ଚ କରି ଠିକ୍ (✓) ଚିହ୍ନ ଦିଅ । (ପ୍ରଶ୍ନ ସହ ଉତ୍ତର)

Solution:

• ଉପରୋକ୍ତ ବସ୍ତୁ ଗୁଡିକ ମଧ୍ୟରୁ କୌଣସିଟି ଅର୍ଦ୍ଧ ଘୂର୍ଣ୍ଣନ କରେ କି ? ତଳେ ସେମାନଙ୍କ ନାମ ଲେଖ ।
Solution:
କୌଣସିଟି ନୁହେଁ ।
• ଅନ୍ୟକୌଣସି ବସ୍ତୁ ଗୁଡିକ ପୂର୍ଣ ଘୂର୍ଣ୍ଣନ କରେ କି ? ତଳେ ସେମାନଙ୍କ ନାମ ଲେଖ :-
Solution:
ଫାଇଲ୍ କଭର୍, ଚକ, ଘଣ୍ଟାକଣ୍ଟା, ସିଲିଂ ଫ୍ୟାନ୍ ବ୍ଲେଡ୍, ପୃଥ୍ବୀ ନିଜ ଅକ୍ଷ ଚାରିପଟେ ଘୂରିବା ।
![]()
ଆସ କାମଟି କରିବା
(କ) କାଗଜ ପଙ୍ଖା ତିଆରି କରିବା । ଖଣ୍ଡିଏ ଆୟତାକୃତି କାଗଜ ନିଅ । ଚିତ୍ରରେ ଦେଖାଯାଉଥିବା ପରି ପ୍ରତି ୨ ସେ.ମିରେ ଭାଙ୍ଗ କର । ନିମ୍ନରେ ଦର୍ଶାଯାଉଥିବା ଆଇସ୍କ୍ରିମ୍ କାଠି ଲଗାଇ ଏକ କାଗଜ ପଙ୍ଖା ତିଆରି କର ।

କାଗଜ ପଙ୍ଖାର ଗୋଟିଏ ପଟକୁ ସ୍ଥିର ରଖ୍ ଏଥୁରେ ସୃଷ୍ଟି ହେଉଥିବା କୋଣକୁ ଦେଖ ।

ପିଇବା ପାଇପ୍ (ଷ୍ଟୁ) କିମ୍ବା ପଙ୍ଖାକୁ ବ୍ୟବହାର କରି ଏକ ସୂକ୍ଷ୍ମକୋଣ ଆକୃତି କର । ଆଉ ଏକ ସୂକ୍ଷ୍ମକୋଣ ଘୂରାଅ । ଦୁଇଟି ସୂକ୍ଷ୍ମକୋଣ ଆକୃତିକୁ ମିଶାଇଲେ ଆଉ ଏକ ସୂକ୍ଷ୍ମକୋଣ ଆକୃତି ହେବ କି ?

Solution:
ହଁ । ଦୁଇଟି ସୂକ୍ଷ୍ମକୋଣ ମିଶି ପୁନର୍ବାର ଏକ ସୂକ୍ଷ୍ମକୋଣ ହୋଇପାରିବ ।
ଉଦାହରଣ ସ୍ୱରୂପ : ୪୦° ଓ ୪୫° ଦୁଇଟି ସୂକ୍ଷ୍ମକୋଣ । ସେମାନଙ୍କର ସମଷ୍ଟି = ୪୦°+ ୪୫° = ୮୫° ମଧ୍ୟ ଏକ ସୂକ୍ଷ୍ମକୋଣ ।
(ଖ) ତୁମେ ବୋଧହୁଏ ଖାତାର ମୋଟା ମଲାଟ କିମ୍ବା କାର୍ଡବୋର୍ଡର ଖଣ୍ଡ ବ୍ୟବହାର କରି ଘର ତିଆରି କରିଥାଇପାର । ଘରେ ଚିହ୍ନିତ ଥିବା କୋଣ ଗୁଡିକୁ ଦେଖ । ତୁମେ ଏହି ଘରେ କେଉଁ କୋଣ ଗୁଡିକୁ ଦେଖୁପାରୁଛି ?

ତୁମେ ଉତ୍ତର ଗୁଡିକ ସମକୋଣ, ସୂକ୍ଷ୍ମକୋଣ କିମ୍ବା ସ୍ଥୂଳକୋଣ ଭାବରେ ଲେଖ ।
(କ) …………………….
(ଖ) …………………….
(ଗ) …………………….
(ଘ) …………………….
(ଙ) …………………….
(ଚ) …………………….
(ଛ) …………………….
(ଜି) …………………….
Solution:
(କ) ସ୍ଥୂଳକୋଣ
(ଖ) ସମକୋଣ
(ଗ) ସୂକ୍ଷ୍ମକୋଣ
(ଘ) ସୂକ୍ଷ୍ମକୋଣ
(ଙ) ସୂକ୍ଷ୍ମକୋଣ
(ଚ) ସମକୋଣ
(ଛ) ସମକୋଣ
(ଜି) ସ୍ଥୂଳକୋଣ
(ଗ) ତୁମ ଖାତାରେ ୨ଟି ସମକୋଣ, ୨ଟି ସ୍ଥୂଳକୋଣ ଏବଂ ଗୋଟିଏ ସୂକ୍ଷ୍ମକୋଣ ଥିବା ଏକ ୫ ପାର୍ଶ୍ଵ ବିଶିଷ୍ଟ ଆକୃତି ତିଆରି କର ।
Solution:

(i) ଗୋଟିଏ ସୂକ୍ଷ୍ମକୋଣ ∠କ
(ii) ୨ଟି ସ୍ଥୂଳକୋଣ ∠ଖ ଓ ନଡ
(iii) ୨ଟି ସମକୋଣ ∠ଗ ଓ ∠ଘ
(ଘ) ନିମ୍ନ ବ୍ୟାୟାମକାରୀ ମାନଙ୍କର ଗୋଡ଼ ମଝିରେ ସୃଷ୍ଟି ହୋଇଥିବା କୋଣ ଗୁଡିକୁ ଦେଖ । ଏଗୁଡିକ ମଧ୍ୟରୁ କେଉଁଟି ସୂକ୍ଷ୍ମକୋଣ, ସ୍ଥୂଳକୋଣ, ସମକୋଣ ବା ସରଳକୋଣ ଚିହ୍ନଟ କରି ଲେଖ । (ପ୍ରଶ୍ନ ସହ ଉତ୍ତର)

Solution:


କୋଣ ମାପିବା ଯନ୍ତ୍ର
Page No. (୩୬ to ୩୭)
ଆସ ଆମେ ଆମର ଘୂର୍ଣ୍ଣନ ମାପିବା ଯନ୍ତ୍ର ତିଆରି କରିବା ।
(କ) ଏକ ଟ୍ରେସିଂ କାଗଜରୁ ଗୋଟିଏ ବୃତ୍ତ କାଟି ଏହାକୁ ଆଠଟି ସମାନ ଭାଗରେ ଭାଙ୍ଗ ।
ମଝିରେ ଗୋଟିଏ ପାଇପ୍ ଲଗାଇ ଚିତ୍ରରେ ଦେଖାଯାଇଥିବା ଭଳି ଆରମ୍ଭ ବିନ୍ଦୁକୁ ଚିହ୍ନଟ କର ।

Solution:

(ଖ) ବର୍ତ୍ତମାନ, ଏହା କରି ଦେଖାଅ ।
• ପାଇପ୍ରେ \(\frac{୧}{୮}\) ଘୂର୍ଣ୍ଣନ କୁ ଦେଖାଅ ।
• ପାଇପ୍ରେ \(\frac{୨}{୮}\) ଘୂର୍ଣ୍ଣନକୁ ଦେଖାଅ ।
\(\frac{୨}{୮}\) ଘୂର୍ଣ୍ଣନ କଲାବେଳେ ତୁମେ କେଉଁ କୋଣ ପାଇଲ ?
(ଗୋଟିଏ \(\frac{୧}{୮}\) ଘୂର୍ଣ୍ଣନ ହେଉଛି ଗୋଟିଏ ଚଉଠ ବା \(\frac{୧}{୪}\) ଘୂର୍ଣ୍ଣନର ଅଧା ।)
Solution:

\(\frac{୨}{୮}\) ଘୂର୍ଶନ କଲାବେଳେ ଆମେ \(\frac{୨}{୮}\) = \(\frac{୧}{୪}\) ଘୂର୍ଶନ ପାଇଲୁ । କୋଣର ପରିମାଣ = ୯୦° = ସମକୋଣ ।
ଘୂର୍ଶନ କଲାବେଳେ ତୁମେ କେଉଁ କୋଣ ତିଆରି କଲ ? \(\frac{୫}{୮}\), \(\frac{୬}{୮}\), \(\frac{୭}{୮}\)ଏବଂ \(\frac{୮}{୮}\) ଘୂର୍ଣ୍ଣନ କରିବା ଜାରି ରଖ ଏବଂ ପରୀକ୍ଷା କରି ଦେଖ ଯେ କେତେବେଳେ ତୁମେ ଗୋଟିଏ \(\frac{୩}{୪}\) ଘୂର୍ଶନ ଓ ପୂର୍ବ ଘୂର୍ଣ୍ଣନ ଶେଷ କରିପାରିଛ ।
Solution:
ଘୂର୍ଣ୍ଣନ କଲାବେଳେ ଆମେ ନିମ୍ନକୋଣଗୁଡ଼ିକ ତିଆରି କଲୁ ।


![]()
ଚିନ୍ତା କରି ଦେଖ
Question 1.
ନିମ୍ନଲିଖତ ବୃତ୍ତ ଗୁଡିକରେ \(\frac{୧}{୨}\), \(\frac{୧}{୪}\) ଏବଂ \(\frac{୧}{୮}\)ଘୂର୍ଣ୍ଣନର ଶେଷ ବିନ୍ଦୁ ଗୁଡିକ ଦର୍ଶାଉଛି । ତୀର ଚିହ୍ନ ଅଙ୍କନ କରି ଏହାକୁ ଆରମ୍ଭ ବିନ୍ଦୁ ଗୁଡିକ ଦେଖାଅ ।
(ପ୍ରଶ୍ନ ସହ ଉତ୍ତର)

Solution:

କୋଣ ମାପ ଯନ୍ତ୍ର ପ୍ରସ୍ତୁତ
Page No. (୩୭ to ୪୦)
Question 1.
ବର୍ତ୍ତମାନ ଟ୍ରେସିଂ କାଗଜରୁ ଏକ ବୃତ୍ତ କାଟ । ପ୍ରଥମ ବୃତ୍ତକୁ ଦୁଇଭାଗରେ ଭାଙ୍ଗିଦିଅ ଏବଂ ତାପରେ ଏହାକୁ ପୁଣିଥରେ ୩ ସମାନ ଭାଗରେ ଭାଙ୍ଗିଦିଅ । ବୃତ୍ତର କେନ୍ଦ୍ରରେ ଏକ ପାଇପ୍ ଲଗାଅ । ଆରମ୍ଭ ବିନ୍ଦୁକୁ ଚିହ୍ନଟ କର । ପ୍ରତ୍ୟେକ \(\frac{୧}{୬}\), \(\frac{୨}{୬}\) ଅବଧରେ ଚିହ୍ନ ରଖ । ଯାହାଦ୍ୱାରା ସମ୍ପୂର୍ଣ ଗୋଟିଏ ବୃତ୍ତ ହେବ ।
ବୃତ୍ତର \(\frac{୧}{୬}\), \(\frac{୨}{୬}\) ଅଂଶ କାଟି ଦିଅ । ଯେକୌଣସି ଗୋଟିଏ \(\frac{୧}{୬}\) ଅଂଶକୁ ପୁଣି ଅଧାରେ ଭାଙ୍ଗି ଦିଅ । \(\frac{୧}{୬}\) ଘୂର୍ଣ୍ଣନର ଅଧା ସହିତ ପାଇପ୍ର କେଉଁ ଘୂର୍ଶନ ସମାନ ହେବ । ତୁମେ କହିପାରିବ କି ? ଏହା \(\frac{୧}{୨}\) ପୂର୍ଶନ ସହ ସମାନ ।
ବର୍ତ୍ତମାନ ଏହି ଅଂଶ ଗୁଡିକୁ ଏକ ମୋଟା କାଗଜ ବା କାର୍ଡବୋଡରେ ଲଗାଅ । ଏହାକୁ ତୁମେ କୋଣ ମାପିବା ଯନ୍ତ୍ର ଭାବରେ ବ୍ୟବହାର କରିପାରିବ ।

Solution:
ସୋପାନ – ୧ : ଟ୍ରେସିଂ କାଗଜରୁ ଏକ ବୃତ୍ତ ଆକୃତିର କାଗଜକାଟ ଏହାକୁ ସମାନ ଅଧା କରି ଭାଙ୍ଗ ।


ଆସ କାମଟି କରିବା
Question 1.
ତଳେ ଦିଆଯାଇଥିବା ପ୍ରତ୍ୟେକ କୋଣର ପରିମାଣକୁ ଅନୁମାନ କର । ତା’ପରେ କୋଣ ମାପିବା ଯନ୍ତ୍ର ବ୍ୟବହାର କରି ଉତ୍ତରଟି ଠିକ ହେଲା କି ନାହିଁ ଦେଖ । ତୁମକୁ ବିଭିନ୍ନ ମାପର ଯୋଗ ବ୍ୟବହାର କରିବାକୁ ପଡିପାରେ । ଏହା ସହିତ ପ୍ରତ୍ୟେକ କୋଣ ସୁକ୍ଷ୍ମକୋଣ, ସମକୋଣ କିମ୍ବା ସୁଳକୋଣ କି ନୁହେଁ କୁହ । (ପ୍ରଶ୍ନ ସହ ଉତ୍ତର)

Solution:

Question 2.
ନିମ୍ନଲିଖ ପ୍ରତ୍ୟେକ କ୍ଷେତ୍ରରେ ତୀର ଦ୍ବାରା ସୃଷ୍ଟି ହୋଇଥିବା ଘୂର୍ଣ୍ଣନର ମାପ ଅନୁମାନ କରି । କୋଣ ମାପିବା ଯନ୍ତ୍ରକୁ ବ୍ୟବହାର କରି ଠିକ୍ କି ନୁହେଁ ପରୀକ୍ଷା କରି ଦେଖାଅ । (ପ୍ରଶ୍ନ ସହ ଉତ୍ତର)

Solution:

Question 3.
ଦିଆଯାଇଥିବା ଆକୃତିଗୁଡ଼ିକରେ ପ୍ରତ୍ୟେକ କୋଣକୁ ମାପ । ଘୂର୍ଣ୍ଣନ ଅନୁସାରେ କୋଣ ଗୁଡିକର ମାପକୁ ଲେଖ ଏବଂ ସେଗୁଡିକ ମଧ୍ୟରୁ କେଉଁଟି ସୂକ୍ଷ୍ମକୋଣ, ସ୍ଥୂଳକୋଣ କିମ୍ବା ସମକୋଣ ବର୍ଣ୍ଣନା କର । (ପ୍ରଶ୍ନ ସହ ଉତ୍ତର)

Solution:

Question 4.
ଦିଆଯାଇଥିବା ରେଖା ଗୁଡିକୁ ବ୍ୟବହାର କରି ନିର୍ଦ୍ଦିଷ୍ଟ ଘୁର୍ଶନ ପାଇଁ କୋଣ ଅଙ୍କନ କର । (ପ୍ରଶ୍ନ ସହ ଉତ୍ତର)

Solution:

Question 5.
ତୁମ ଖାତାରେ ନିମ୍ନଲିଖ ଘୁର୍ଣ୍ଣନ ଗୁଡିକ ଦ୍ଵାରା ଗଠିତ କୋଣ ଗୁଡିକୁ ଅଙ୍କନ କର ।

Solution:

![]()
Question 6.
ନିମ୍ନଲିଖତ ପ୍ରତ୍ୟେକ କ୍ଷେତ୍ରରେ ଘଣ୍ଟାର ମିନିଟ୍ କଣ୍ଟା କେତେ ଘୂର୍ଣ୍ଣନ କରେ ତାହା ଅନୁମାନ କରି କୁହ । ମିନିଟ୍ କଣ୍ଟାର ପ୍ରାରମ୍ଭିକ ସ୍ଥିତି ଦିଆଯାଇଛି । ଘଣ୍ଟା ଚିତ୍ର ଉପରେ ମିନିଟ କଣ୍ଟାର ଶେଷ ସ୍ଥିତି ଅଙ୍କନ କର । ତୁମର ଉକ୍ତିକୁ ଶ୍ରେଣୀରେ ଆଲୋଚନା କର ।


Solution:



କେଉଁ ଦିଗରେ ?
Question 1.
ଘଣ୍ଟାର କଣ୍ଟା ଗୁଡ଼ିକ କେଉଁ ଦିଗରେ ଗତି କରନ୍ତି ?
Solution:
ଘଣ୍ଟାର କଣ୍ଟାଗୁଡ଼ିକ ବାମରୁ ଡାହାଣ ଦିଗକୁ ଗତି କରିଥାଆନ୍ତି । ଘଣ୍ଟାର କଣ୍ଟା ଯେଉଁ ଦିଗରେ ବୁଲେ (ଘୂରେ) ତାହାକୁ ଘଣ୍ଟା ଅନୁକ୍ରମିକ ଗତି (ବ୍ଲକ ୱାଇଜ୍) ବା, ଘଣ୍ଟା କଣ୍ଟା ଦିଗରେ ଗତି କୁହାଯାଏ । ଏହାର ବିପରୀତ ଗତିକୁ ଘଣ୍ଟା ପ୍ରତିକ୍ରମିକ ଗତି / (ଆଣ୍ଟି କ୍ଲକ ୱାଇଡ୍) ବା ଘଣ୍ଟା କଣ୍ଟା ବିପରୀତ ଦିଗରେ ଗତି କୁହାଯାଏ ।
Question 2.
ତଳେ ଚିତ୍ରରେ ଦିଆଯାଇଥିବା ପ୍ରାଣୀମାନେ ଥରେ ଏକ ଚତୁର୍ଥାଂଶ ଘୂର୍ଣ୍ଣନ କରିଛନ୍ତି । ସେମାନେ କେଉଁ ଦିଗରେ ଗଲେ ଠିକ୍ (✓) ଚିହ୍ନ ଦିଅ ।

Solution:

(a) ଘଣ୍ଟା କଣ୍ଟା ଦିଗରେ । (b) ଘଣ୍ଟା କଣ୍ଟା ଦିଗରେ । (c) ଘଣ୍ଟା କଣ୍ଟା ବିପରୀତ ଦିଗରେ । (d) ଘଣ୍ଟା କଣ୍ଟା ବିପରୀତ ଦିଗରେ ।
Question 3.
ଚେଷ୍ଟାକର : ଗୋଟିଏ ପାଣିକଳ ଖୋଲିବା ସମୟରେ ଏକ ଢାଙ୍କୁଣୀ ଖୋଲିବା କିମ୍ବା ନଟ୍ ଢିଲା କରିବା ସମୟରେ, ସେମାନଙ୍କର ଗତିର ଦିଗକୁ ଲକ୍ଷ୍ୟକର । ସେମାନେ ଘଣ୍ଟା କଣ୍ଟା ଦିଗରେ ବା ଘଣ୍ଟା କଣ୍ଟା ବିପରୀତ ଦିଗରେ ଗତି କରନ୍ତି କି ?
Solution:
ସେମାନେ ଘଣ୍ଟା କଣ୍ଟା ବିପରୀତ ଦିଗରେ ଗତି କରନ୍ତି ।
![]()
ଘୂର୍ଣ୍ଣନ ସହିତ ମଜା
Page No. (୪୦ to ୪୧)
Question 1.
ଗୋଟିଏ ଶ୍ରେଣୀରେ ପିଲାମାନେ ଏକ ଖେଳ ଖେଳୁଛନ୍ତି, ଯେଉଁଥରେ ଶିକ୍ଷକ / ଶିକ୍ଷୟିତ୍ରୀ ସେମାନଙ୍କୁ କେଉଁଦିଗରେ ଘୂରିବାକୁ ହେବ କୁହନ୍ତି । ଦିଆଯାଇଥିବା ଘୂର୍ଣ୍ଣନ ଗୁଡ଼ିକୁ ସମ୍ପୂର୍ଣ କରିବା ପରେ ପିଲାମାନେ କେଉଁ ଦିଗକୁ ମୁହାଁଇବେ ବୁଝି ସାରଣୀଟି ପୂରଣ କର ।
ଆରମ୍ଭ କରିବା ସମୟର ଦିଗକୁ ସାରଣୀରେ ଦିଆଯାଇଛି ।

Solution:

(ପ୍ରଶ୍ନ ସହ ଉତ୍ତର)
| ଆରମ୍ଭ ସମୟର ଦିଗ | ଘୁର୍ଣ୍ଣନ | ଶେଷ ସମୟର ଦିଗ |
| ଉତ୍ତର | ଦୁଇଟି ସମକୋଣ, ଘଣ୍ଟା କଣ୍ଟା ଦିଗ | ଦକ୍ଷିଣ |
| ଦକ୍ଷିଣ | ଦୁଇଟି ସମକୋଣ, ଘଣ୍ଟା କଣ୍ଟା ବିପରୀତ ଦିଗରେ | ଉତ୍ତର |
| ପୂର୍ବ | ଚାରୋଟି ସମକୋଣ, ଘଣ୍ଟାକଣ୍ଟା ବିପରୀତ ଦିଗରେ | ପୂର୍ବ |
| ପଶ୍ଚିମ | ଚାରୋଟି ସମକୋଣ, ଘଣ୍ଟାକଣ୍ଟା ଦିଗ | ପଶ୍ଚିମ |
| ଉତ୍ତର | ପାଞ୍ଚଟି ସମକୋଣ, ଘଣ୍ଟାକଣ୍ଟା ଦିଗରେ | ପୂର୍ବ |
| ଦକ୍ଷିଣ | ୩ଟି ସମକୋଣ ଘଣ୍ଟା କଣ୍ଟା ଦିଗରେ, \(\frac{୧}{୨}\) ସମକୋଣ ଘଣ୍ଟା କଣ୍ଟା ଦିଗ, \(\frac{୧}{୨}\) ସମକୋଣ ଘଣ୍ଟା କଣ୍ଟା ଦିଗ | ଦକ୍ଷିଣ |
| ପଶ୍ଚିମ | ସମକୋଣ ଘଣ୍ଟା କଣ୍ଟା ଦିଗ, ୪ଟି \(\frac{୧}{୨}\) ସମକୋଣ ଘଣ୍ଟା କଣ୍ଟା ବିପରୀତ ଦିଗ । | ଉତ୍ତର |
Question 2.
ପଦ୍ମା ଖେଳଣା ଦୋକାନ ଆଡକୁ ମୁହଁ କରିଛି । ଯଦି ସେ ଘଣ୍ଟା କଣ୍ଟା ଦିଗରେ ଅଧା ଘୂର୍ଣ୍ଣନ କରେ । ସେ କେଉଁ ସ୍ଥାନକୁ ମୁହଁ କରିବ ?

ସେହିସ୍ଥାନକୁ ମୁହଁ କରିବା ପାଇଁ ଅନ୍ୟ କେଉଁ ଉପାୟରେ ଘୂର୍ଶନ କରିବ ?
Solution:
ଦତ୍ତ ଅଛି ପଦ୍ମା ଖେଳନା ଦୋକାନ ଆଡ଼କୁ ମୁହଁ କରି ଠିଆ ହୋଇଛି ।
(i) ଯଦି ସେ ଘଣ୍ଟା କଣ୍ଟା ଦିଗରେ ଅଧା ଘୂର୍ଣ୍ଣନ କରେ, ସେ ଆଇସ୍କ୍ରିମ୍ ବିକାଳି ଆଡ଼କୁ ମୁହଁ କରିବ ।
(ii) ଯଦି ସେ ଘଣ୍ଟା କଣ୍ଟା ବିପରୀତ ଦିଗରେ ଅଧା ଘୂର୍ଣ୍ଣନ କରେ, ସେ ସେହି ସ୍ଥାନ ଆଡ଼କୁ (ଆଇସ୍କ୍ରିମ୍ ବିକାଳି) ମୁହଁ କରିବ ।