Class 8 Social Science Chapter 5 Notes Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Go through BSE Odisha Class 8 Social Science Notes Odia Medium Chapter 5 ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା to understand important topics more clearly.

8th Class Social Science Chapter 5 Notes Odia Medium

BSE Odisha Class 8 Social Science Chapter 5 Notes Odia Medium

‘‘ଗଣତନ୍ତ୍ରର ସଫଳ ରୂପାୟନ ନିମନ୍ତେ ଓ ଜନସାଧାରଣଙ୍କ ଉପରେ ପୂର୍ଣ୍ଣ ଭରସା ପ୍ରତିପାଦନ କରି (ଭାରତ) ସାର୍ବଜନୀନ ସାବାଳକ ମତଦାନ ନୀତି ଗ୍ରହଣ କଲା…. ଯାହା ଏତେ ଦୃଢ଼ତାର ସହିତ ପୃଥ‌ିବୀ ଇତିହାସରେ ପୂର୍ବରୁ କେବେ ଗ୍ରହଣ କରାଯାଇ ନଥିଲା ।’’
– ଆଦି କୃଷ୍ଣସ୍ଵାମୀ ଆୟାର (ନଭେମ୍ବର ୧୯୪୯, ସମ୍ବିଧାନ ପ୍ରଣୟନ ସଭା ବିତର୍କ)

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ
Class 8 Social Science Chapter 5 Notes Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା-1

ସାର୍ବଜନୀନ ସାବାଳକ ମତଦାନ :
୧୮ ବର୍ଷ ବା ତଦୂର୍ଣ୍ଣ ପ୍ରତ୍ୟେକ ଭାରତୀୟ ନାଗରିକ ଜାତି, ବର୍ଣ୍ଣ, ଧର୍ମ, ଲିଙ୍ଗ, ଶିକ୍ଷାଗତ ଯୋଗ୍ୟତା ଓ ଆର୍ଥିକ ସ୍ଥିତି ଇତ୍ୟାଦି ନିର୍ବିଶେଷରେ ମତଦାନ କରିବାର ଅଧିକାରକୁ ସାର୍ବଜନୀନ ସାବଳକ ମତଦାନ କୁହାଯାଇଥାଏ ।

ସାର୍ବଜନୀନ ସାବାଳକ ମତଦାନ ବ୍ୟବସ୍ଥାକୁ ଆମ ଦେଶର ସମ୍ବିଧାନ ପ୍ରଣେତାମାନେ ଗଣତନ୍ତ୍ରର ଏକ ଉପାଦାନ ବା ବୈଶିଷ୍ଟ୍ୟ ରୂପେ ବିବେଚନା କରିଥିଲେ ।

ଭାରତରେ ଲୋକସଭା, ପ୍ରତ୍ୟେକ ରାଜ୍ୟ ବିଧାନସଭା ଏବଂ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ସ୍ୱାୟତ୍ତଶାସନ ନିମନ୍ତେ ନିର୍ବାଚନ ଏହି ସାର୍ବଜନୀନ ସାବାଳକ ମତଦାନ ମାଧ୍ୟମରେ କରାଯାଇଥାଏ ।

ଏହି ବ୍ୟବସ୍ଥା ଆମ ସମ୍ବିଧାନର ୩୨୬’ ଧାରାରେ ଉଲ୍ଲେଖ କରାଯାଇଛି ।

ଏହି ମତଦାନ ବ୍ୟବସ୍ଥାରେ ଜଣେ ବ୍ୟକ୍ତି ଅନ୍ୟଜଣେ ବ୍ୟକ୍ତିପାଇଁ ମତଦାନ କରିପାରିବେ ନାହିଁ ।

୨୦୨୪ ମସିହା ଗ୍ରୀଷ୍ମ କାଳରେ ଭାରତରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ୯୮୦ ନିୟୁତ ମତଦାତା ଲୋକସଭାର ୫୪୩ଟି ନିର୍ବାଚନ ମଣ୍ଡଳୀ ନିମନ୍ତେ ମତଦାନ କରିବାକୁ ଯୋଗ୍ୟ ବିବେଚିତ ହୋଇଥିଲା ।

ମତଦାନ : ଏହାକୁ ଇଂରାଜୀରେ Franchise କିମ୍ବା Suffrage କୁହାଯାଏ । ଏହା ସମ୍ବିଧାନ ପ୍ରଦତ୍ତ ଏକ ଅଧିକାର ।

ନିର୍ବାଚନ ମଣ୍ଡଳୀ (Constituency) : ଏକ ଅଞ୍ଚଳ ଯେଉଁଠାରୁ ମତଦାତା ସେମାନଙ୍କ ପ୍ରତିନିଧ‌ିଙ୍କୁ ବ୍ୟବସ୍ଥାପିକା ସଭାକୁ ନିର୍ବାଚନ କରିଥାନ୍ତି ।

ବ୍ୟବସ୍ଥା (System) : ସର୍ବସାଧାରଣ କାର୍ଯ୍ୟ ନିମନ୍ତେ ଗଠିତ ଏକ ଗୋଷ୍ଠୀ ଯିଏ ପରସ୍ପର ଭାବରେ ନିର୍ଭରଶୀଳ ।

ସମଗ୍ର ଭାରତରେ ୩.୧ ନିୟୁତ ନିର୍ବାଚିତ ପ୍ରତିନିଧ୍ ଅଛନ୍ତି (ସେମାନଙ୍କ ମଧ୍ୟରୁ ୧.୩ ନିୟୁତ ମହିଳା ଅଟନ୍ତି) ସେମାନେ ସାରା ଭାରତରେ ୨୫୦,୦୦୦ ସ୍ଥାନୀୟ ସରକାରରେ ପ୍ରତିନିଧ୍ୟ କରିଥା’ନ୍ତି । ସେମାନେ ଗଣତାନ୍ତ୍ରିକ ଉପାୟରେ ସାର୍ବଜନୀନ ସାବାଳକ ମତଦାନଦ୍ୱାରା ନିର୍ବାଚିତ ହୋଇଥାନ୍ତି ।

ସ୍ଵାଧୀନତା ପୂର୍ବରୁ ମାତ୍ର ୧୩ ପ୍ରତିଶତ ଭାରତୀୟ ମତଦାନ କରିବାକୁ ଅନୁମତି ପାଇଥିଲେ ଏବଂ ମତଦାନ ସାର୍ବଜନୀନ ନଥିଲା ।

ପୃଥ‌ିବୀର ଅନ୍ୟ ଦେଶମାନଙ୍କଠାରୁ ଆଗରେ ରହି ଭାରତ ମହିଳାମାନଙ୍କୁ ଭୋଟ ବା ମତଦାନ ଦେବାର ବ୍ୟବସ୍ଥା ସୁନିଶ୍ଚିତ କରି ଥିଲା।। ଉଦାହରଣ ସ୍ଵରୂ ପ – ସୁଇଜରଲ୍ୟାଣ୍ଡରେ ୧୯୭୧ ମସିହାରେ ମହିଳାମାନଙ୍କୁ
Class 8 Social Science Chapter 5 Notes Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା-2

ମତଦାନ ଅଧିକାର ପ୍ରଦାନ କରାଗଲା । ଏହି ମୌଳିକ ଅଧ୍ବକାର ହାସଲ ନିମନ୍ତେ ମହିଳାମାନେ ଅନେକ ଦିନ କଷ୍ଟ ସହ୍ୟ କରି ଆନ୍ଦୋଳନ କରିଥିଲେ । ଅପର ପକ୍ଷରେ ଏକ ପ୍ରଗତିଶୀଳ ସାମ୍ବିଧାନିକ ଦୂରଦୃଷ୍ଟି ଏବଂ ପ୍ରାଚୀନ ଭାରତରେ ଦୃଶ୍ୟମାନ ହୋଇଥିବା ଦୃଢ଼ ଗଣତାନ୍ତ୍ରିକ ମୂଲ୍ୟବୋଧ ଆଦି ଭାରତୀୟ ମହିଳାଙ୍କ ନିମନ୍ତେ ମତଦାନ ଅଧିକାର ପ୍ରଥମରୁ ହିଁ ସୁନିଶ୍ଚିତ କରିଥିଲା ।

Class 8 Social Science Chapter 5 Notes Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

ପ୍ରତିବନ୍ଧକ ଉଚ୍ଛେଦ, ଅଂଶଗ୍ରହଣର ସୁନିଶ୍ଚିତତା :
ଭାରତ ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର । ଆୟତନରେ ଏହା ଫ୍ରାନ୍ସର ୬ ଗୁଣ ହୋଇଥିବାବେଳେ ମତଦାତାଙ୍କ ସଂଖ୍ୟାରେ ଯୁକ୍ତରାଜ୍ୟ ଜନସଂଖ୍ୟାର ୧୫ ଗୁଣ ଅଟେ ।

ମତଦାନ ସାବ୍ୟସ୍ତର ସମସ୍ତ ପ୍ରତିବନ୍ଧକ ଦୂର କରିବା ଓ କୌଣସି ମତଦାତା ଯେପରି ମତଦାନ ଅଧିକାରରୁ ବଞ୍ଚିତ ନ ହୁଏ ସେଥ୍ୟପ୍ରତି ଧ୍ୟାନ ଦେବା ହେଉଛି ନିର୍ବାଚନ ଆୟୋଗର ପ୍ରଧାନ କାର୍ଯ୍ୟ ।

୨୦୨୪ ମସିହା ନିର୍ବାଚନରେ ପ୍ରଥମକରି ବୟସ୍କ ଓ ଦିବ୍ୟାଙ୍ଗମାନେ ଘରେ ବସି ମତଦାନ କରିବା ବ୍ୟବସ୍ଥା କରାଯାଇଥିଲା ।

ସହାୟକ ଯନ୍ତ୍ର ଭାବରେ ବ୍ରେଲିଯୁକ୍ତ ଭୋଟରକାର୍ଡ଼ ଆପ୍‌ଯୁକ୍ତ ସହାୟତା ଅନୁରୋଧ, ସ୍କିଲ୍ ବା ଚକଲଗା ଚୌକି ଓ ରାମ୍ପ ବା ଖସଡ଼ା ଆଦି ଅନେକ ସୁବିଧା ପ୍ରଦାନ କରାଯାଇଥିଲା ।

୧୦ମ ଶତାବ୍ଦୀର ଉତ୍ତରମେରୁର୍ (ଦକ୍ଷିଣ ଭାରତରେ ଏକ ସ୍ଥାନ) ଶିଳାଲେଖ ବର୍ଣ୍ଣନା କରେ ଯେ ସମୟର ପ୍ରତିନିଧୁ ଚୟନର ସ୍ଵଚ୍ଛତା । ଯୋଗ୍ୟ ପ୍ରତିଦ୍ଵନ୍ଦୀଙ୍କ ନାମ ସବୁ ତାଳପତ୍ରରେ ଲେଖାଯାଇ ଏକ ପାତ୍ର ମଧ୍ୟରେ ମୁଦଦେଇ ରଖାଯାଉଥିଲା । ଚୟନ ହେଉଥ‌ିବା ଦିନ ଏହା ସର୍ବସମ୍ମୁଖରେ ଖୋଲାଯାଇଥାଏ ଏବଂ ଜଣେ ବାଳକଦ୍ଵାରା ସେହି ତାଳପତ୍ରଗୁଡ଼ିକୁ ଗୋଟିକ ପରେ ଗୋଟିଏ ବିନା କ୍ରମରେ ବାହାର କରାଯାଏ । ଜଣେ ଦାୟିତ୍ଵସମ୍ପନ୍ନ ବ୍ୟକ୍ତି ନିଜର ମୁକ୍ତ ହସ୍ତ ଦେଖାଇବା ପରେ ଚୟନ କରାଯାଇଥିବା ପ୍ରତିଦ୍ଵନ୍ଦୀଙ୍କ ନାମ ସବୁ ପାଠ କରିଥା’ଛି ।
Class 8 Social Science Chapter 5 Notes Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା-3
Class 8 Social Science Chapter 5 Notes Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା-4

ଶ୍ରେଣୀ ପ୍ରତିନିଧୁଙ୍କ ନିର୍ବାଚନ – ଗ୍ରେଡ଼୍ ୮, ରେଭେନ୍ସା ବାଳିକା ବିଦ୍ୟାଳୟ :
ରେଭେନ୍ସା ବାଳିକା ବିଦ୍ୟାଳୟରେ ଶ୍ରେଣୀ ପ୍ରତିନିଧ୍ ବାଛିବାପାଇଁ ନିର୍ବାଚନ କରାଯାଇଥିଲା । ସେଥ‌ିରେ ପ୍ରାର୍ଥୀଭାବରେ ସବିତା, ପୂଜା ଓ ପ୍ରିୟଙ୍କା ଓ ନିର୍ବାଚନ ଅଧିକାରୀ ଭାବରେ ମିସ୍ ଉଷା ଅଂଶ ଗ୍ରହଣ କରିଥିଲେ ।

ତିନିଜଣ ପ୍ରାର୍ଥୀ ବିଭିନ୍ନ ଉପାୟରେ ପ୍ରଚାରକାର୍ଯ୍ୟ ଆରମ୍ଭ କରିଥିଲେ ।

ନିର୍ବାଚନ ଅଧିକାରୀ ଉଷା କୁମାରୀ ଏକ ଗୁପ୍ତ ଓ ଅବାଧ ନିର୍ବାଚନ ନିମନ୍ତେ ସୂଚନା ପ୍ରଦାନ କରିବା ସହିତ ନିର୍ବାଚନକୁ ଗୁପ୍ତ ରଖୁବାକୁ ପରାମର୍ଶ ଦେଇଥିଲେ ।

ନିର୍ବାଚନ ଧାର୍ଯ୍ୟଦିନ ପ୍ରତ୍ୟେକ ଛାତ୍ରୀଙ୍କୁ ବାଲାଟ କାଗଜ ଦିଆଗଲା ଯେଉଁଥ‌ିରେ ତିନିଜଣ ପ୍ରାର୍ଥୀଙ୍କର ନାମ ଲେଖାଯାଇଥିଲା ।

ନେହା ନିମନ୍ତେ ଏକ ବ୍ରେଲିଯୁକ୍ତ ବାଲାଟର ବ୍ୟବସ୍ଥା କରାଯାଇଥିଲା ।

ସମସ୍ତ ୩୩ଟି ମତଦାନ ସରିବା ପରେ ଉଷା କୁମାରୀ, ଶିବା କୁମାରୀଙ୍କୁ ସାକ୍ଷୀରୂପେ ବସାଇ ଭୋଟ ଗଣତି କରିଥିଲେ ।

ସବିତା ୮ଟି, ପୂଜା ୧୩ଟି ଓ ପ୍ରିୟଙ୍କା ୧୧ଟି ଭୋଟ ପାଇଥିଲେ । ଗୋଟିଏ ଭୋଟ୍ ନାକଚ ହୋଇଥିଲା ।

ସର୍ବାଧ‌ିକ ଭୋଟ ପାଇ ପୂଜା ଶ୍ରେଣୀ ପ୍ରତିନିଧୁଭାବେ ନିର୍ବାଚିତ ହୋଇଥିଲା ।

ଅନୁମାନ କର ଯଦି ଜଣେ ଛାତ୍ରୀ ସବିତା, ପୂଜା କିମ୍ବା ପ୍ରିୟଙ୍କାଙ୍କ ମଧ୍ୟରୁ କାହାକୁ ମତଦାନ କରି ନଥାନ୍ତା, ତାଙ୍କ ୧. କଣ କରିବାକୁ ମତଦାତାଙ୍କୁ ସୁପାଖରେ କ’ଣ ବିକଳ୍ପ ଥୁଲା ? ଭାରତ ପରି କେତେକ ଦେଶରେ ‘ନୋଟା’ ବା ‘କେହି ପସନ୍ଦ ନୁହନ୍ତି’ ନାମରେ ଏକ ବିକଳ୍ପ ଅଛି । ଏହା ସମସ୍ତ ପ୍ରତିଦ୍ଵନ୍ଦ୍ରୀଙ୍କୁ ତ୍ୟାଗ କରିବାକୁ ! ସୁଯୋଗ ଦିଏ । ଯଦିଓ ଏହା ଫଳାଫଳକୁ ପ୍ରଭାବିତ କରେ ନାହିଁ ତଥାପି ଏକ ବାର୍ତ୍ତା ଦେଇଥାଏ ଯେ ମତଦାତା ଅଧ୍ବକ ବିକଳ୍ପ ଚାହାନ୍ତି । ‘ନୋଟା’ ବା ‘କେହି ପସନ୍ଦ ନୁହଁନ୍ତି’ ଭାରତୀୟ ଗଣତନ୍ତ୍ରର ଏକ ଶକ୍ତିଶାଳୀ ଚିନ୍ତନ ଅଟେ ।

ଭାରତର ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ଭୂମିକା:
ଭାରତର ନିର୍ବାଚନ ଆୟୋଜନ କରିବା ନିମନ୍ତେ ନିର୍ବାଚନ ଆୟୋଗ ନାମକ ଏକ ସଂସ୍ଥା ଗଠନ କରାଯାଇଛି ।

ଭାରତରେ ସଂସଦୀୟ ଗଣତନ୍ତ୍ର ପ୍ରଚଳିତ । ଏଠାରେ ଜାତୀୟ ସ୍ତରରେ ଲୋକସଭା (ସଂସଦର ନିମ୍ନ ସଦନ) ନିମନ୍ତେ ନାଗରିକ ବା ମତଦାତାମାନେ ପ୍ରତିନିଧୁ ଚୟନ କରିଥାନ୍ତି । ମତଦାତାମାନେ ବିଭିନ୍ନ ରାଷ୍ଟ୍ରୀୟ | ଜାତୀୟ ସମସ୍ୟା ଉପରେ ଅଧିକ ଗୁରୁତ୍ଵ ପ୍ରଦାନ କରି ମତଦାନ କରିଥାନ୍ତି । ଏଥୁ ସହିତ ମତଦାତାମାନେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ସେମାନଙ୍କ ନିଜ ନିର୍ବାଚନ ମଣ୍ଡଳୀ ନିମନ୍ତେ ମଧ୍ୟ ପ୍ରତିନିଧୁ ନିର୍ବାଚିତ କରିଥା’ନ୍ତି । ଏଠାରେ ସେମାନେ ସାଧାରଣତଃ ଆଞ୍ଚଳିକ ବିଷୟବସ୍ତୁକୁ ଅଧିକ ଗୁରୁତ୍ଵ ଦେଇଥା’ନ୍ତି । ଏହି ଦୁଇଟି ନିର୍ବାଚନ ଇସିଆଇଙ୍କଦ୍ଵାରା ଆୟୋଜନ ଓ ପରିଚାଳନା କରାଯାଇଥାଏ । ଆମ ଗ୍ରାମ ପଞ୍ଚାୟତ ଓ ସହରାଞ୍ଚଳ ସ୍ଥାନୀୟ ସରକାର ନିର୍ବାଚନ ରାଜ୍ୟ ନିର୍ବାଚନ ଆୟୋଗ ପରିଚାଳନା କରିଥାନ୍ତି ।

ଭାରତର ନିର୍ବାଚନ ଆୟୋଗ – ଏକ ସଂକ୍ଷିପ୍ତ ପରିଚୟ :
Class 8 Social Science Chapter 5 Notes Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା-5
୧୯୫୦ ମସିହାଠାରୁ ଭାରତରେ ନିର୍ବାଚନ ଆୟୋଗ (ଇସିଆଇ) ଗଠନ କରାଯାଇଛି ।

ଏହା ଏକ ସ୍ଵାଧୀନ ସାମ୍ବିଧାନିକ ଅନୁଷ୍ଠାନ ଯିଏକି ଦେଶରେ ସ୍ଵାଧୀନ ଓ ସ୍ୱଚ୍ଛ ନିର୍ବାଚନ ପରିଚାଳନା କରିଥାନ୍ତି ।

ଆମ ଦେଶରେ ପ୍ରଥମ ସାଧାରଣ ନିର୍ବାଚନ ୧୯୫୧–୫୨ ମସିହାରେ ଅନୁଷ୍ଠିତ ହୋଇଥିଲା ।

ରାଷ୍ଟ୍ରପତି, ଉପରାଷ୍ଟ୍ରପତି ସଂସଦ (ରାଜ୍ୟସଭା ଓ ଲୋକସଭା) ଏବଂ ରାଜ୍ୟ ବିଧାନସଭା ପାଇଁ ନିର୍ବାଚନ କାର୍ଯ୍ୟ ସମ୍ପାଦନ କରିଥାନ୍ତି ।

ନିର୍ବାଚନ ଆୟୋଗର ପ୍ରମୁଖ କାର୍ଯ୍ୟଗୁଡ଼ିକ ମଧ୍ୟରେ ନିର୍ବାଚନ ତାରିଖ ଘୋଷଣା କରିବା, ମତଦାତାଙ୍କ ତାଲିକା ପ୍ରସ୍ତୁତ କରିବା ଓ ରାଜନୈତିକ ଦଳକୁ ସ୍ବୀକୃତି ଓ ସଙ୍କେତ ପ୍ରଦାନ କରିବା ପ୍ରମୁଖ ଅଟେ ।
Class 8 Social Science Chapter 5 Notes Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା-6

ନିର୍ବାଚନ ପରିଚାଳନା ପଦ୍ଧତି :
ଭାରତରେ ନିର୍ବାଚନ ପରିଚାଳନା କରିବା ଏକ ବୃହତ୍ ତଥା ମହକାର୍ଯ୍ୟ । ଏହା ସହିତ ଏହି କାର୍ଯ୍ୟକୁ ଅବାଧ ଓ ମୁକ୍ତ ଭାବରେ ପରିଚାଳନା କରିବା ନିମନ୍ତେ ନିର୍ବାଚନ ଆୟୋଗ ସମୟ ସହିତ ତାଳଦେଇ ନିଜ କାର୍ଯ୍ୟକାରିତାକୁ ନିରନ୍ତରର ଉନ୍ନତ କରିବାରେ ଲାଗିଛନ୍ତି ।
Class 8 Social Science Chapter 5 Notes Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା-7

ଲୋକସଭା ନିର୍ବାଚନ ମଣ୍ଡଳୀର ୮୪ଟି ମଣ୍ଡଳୀରେ ତଫସିଲଭୁକ୍ତ ଜାତି ଏବଂ ୪୭ଟି ମଣ୍ଡଳୀରେ ତଫସିଲଭୁକ୍ତ ଜନଜାତିଙ୍କ ନିମନ୍ତେ ସଂରକ୍ଷିତ ରହିଛି । ଅନ୍ୟ ସମସ୍ତ ନିର୍ବାଚନ ମଣ୍ଡଳୀ ସମସ୍ତଙ୍କ ନିମନ୍ତେ ମୁକ୍ତ ଅଟେ ।

ଲୋକସଭା ଏବଂ ରାଜ୍ୟ ବିଧାନସଭା ନିର୍ବାଚନ ପଦ୍ଧତି :
ପ୍ରଥମ ପୋଲିଂ ଅଧିକାରୀ ମତାଦାତା ସୂଚୀରେ ନାମ ତଦାରଖ କରି ତାହାକୁ ପରିଚୟ ପତ୍ର ସହ ମିଳାଇଥା’ନ୍ତି ।

Class 8 Social Science Chapter 5 Notes Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

ଦ୍ଵିତୀୟ ପୋଲିଂ ଅଧିକାରୀ : ପ୍ରଥମେ ବାମ ହାତ ବିଶି ଆଙ୍ଗୁଠିରେ କାଳି ଲଗାଇଥାନ୍ତି ଏବଂ ଦସ୍ତଖତ ରଖୁ ଚିରକୁଟି ପ୍ରଦାନ କରନ୍ତି ।

ତୃତୀୟ ପୋଲିଂ ଅଧିକାରୀ : ମତାଦାତାଙ୍କଠାରୁ ଚିରକୁଟି ନେଇ ତାଙ୍କ ଆଙ୍ଗୁଠିରେ କାଳି ଲାଗିଛି କି ନାହିଁ ତଦାରଖ କରନ୍ତି ।

ଚତୁର୍ଥ ପୋଲିଂ ଅଧିକାରୀ : ଇଭିଏମ୍ ସୁଇଚ ଟିପି ତାହାକୁ କାର୍ଯ୍ୟକ୍ଷମ କରନ୍ତି ଯାହା ଫଳ ରେ ମତାଦାତ। ମତ ସାବ୍ୟସ୍ତ କରି ପାରିବେ । ଏଥୁ ସହିତ ଭିଭିପାଟ୍‌କୁ ମଧ୍ୟ ନଜର ରଖୁଥା’ନ୍ତି ।
Class 8 Social Science Chapter 5 Notes Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା-8
Class 8 Social Science Chapter 5 Notes Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା-9
ଓଡ଼ିଶା ପରି ଯେଉଁ କେତେକ ରାଜ୍ୟରେ ଲୋକସଭା ସହିତ ରାଜ୍ୟ ବିଧାନସଭା ନିର୍ବାଚନ ଏକକାଳୀନ ହୋଇଥାଏ, ସେଠାରେ ପାଞ୍ଚଜଣ ପୋଲିଂ ଅଧିକାରୀ ରହିଥା’ନ୍ତି ଓ ସେଠାରେ ସେମାନଙ୍କ କାର୍ଯ୍ୟଶୈଳୀ ସାମାନ୍ୟ ଭିନ୍ନ ଅଟେ ।

ଭାରତରେ ଇଲେକ୍‌ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ଏବଂ ଭିଭିପାଟ୍ ବ୍ୟବସ୍ଥା ନାମିବିୟା ଏବଂ ଭୁଟାନ ଆଦି ଦେଶରେ ଆମ ନିର୍ବାଚନ ଆୟୋଗଙ୍କ ସହଯୋଗରେ ବ୍ୟବହୃତ ହେଉଛି । ଅନ୍ୟ କେତେକ ଦେଶ ମଧ୍ୟ ଆମର ଏହି ବୈଷୟିକ ଜ୍ଞାନକୌଶଳ ଅଧ୍ୟୟନ କରିବାକୁ ଭାରତ ଆସି ତାଲିମ୍ ନେବାପାରେ ତାଙ୍କ ଦେଶରେ କାର୍ଯ୍ୟକାରୀ କରିବାକୁ ସ୍ଥିର କରିଛନ୍ତି ।

ଭିଭିପାଟ୍ (Voter verifiable paper audit trail) ହେଉଛି ଏକ କାଗଜ ଦସ୍ତାବିଜ୍ ମୁଦ୍ରଣ କରୁଥିବା ମାଧ୍ୟମ ଯାହା ମତଦାତାଙ୍କ ସେ ଇଭିଏମ୍‌ରେ ପ୍ରଦାନ କରିଥିବା ମତ ସହିତ ମିଳାଇଥାଏ । ମତଦାତା ପ୍ରଦାନ କରିଥିବା ମତର ସଙ୍କେତ ସହିତ ଭିଭିପାଟ୍‌ରୁ ସଂଗୃହୀତ ମତ ମେଳ ଖାଇବା ନିତାନ୍ତ ଆବଶ୍ୟକ । ଏହା ମଧ୍ୟ ଆବଶ୍ୟକସ୍ଥଳେ ପରବର୍ତ୍ତୀ ସମୟରେ ସତ୍ୟ ଉନ୍ମୋଚନ କିମ୍ବା ପୁନଃଗଣନା ସମୟରେ ସହାୟକ ହୋଇଥାଏ ।
Class 8 Social Science Chapter 5 Notes Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା-10

ନିର୍ବାଚନର ଆଦର୍ଶ ନିୟମାବଳୀ (ଆଚରଣ ବିଧ) :
ଭାରତରେ ନିର୍ବାଚନକୁ ସ୍ଵାଧୀନ ଓ ସ୍ୱଚ୍ଛ କରିବା ନିମନ୍ତେ ନିର୍ବାଚନ ଆୟୋଗ କେତେକ ଆଦର୍ଶ ନିୟମାବଳୀ ଅନୁସରଣ କରିଥା’ନ୍ତି । ଏହା ନେତା, ରାଜନୈତିକ ଦଳ ଏବଂ ପ୍ରାର୍ଥୀଙ୍କୁ କେତେକ କାର୍ଯ୍ୟରୁ ବାରଣ କରିବା ସହିତ ଅନ୍ୟ କେତେକ ଗ୍ରହଣଯୋଗ୍ୟ କାର୍ଯ୍ୟ କରିବାକୁ ଉତ୍ସାହିତ କରିଥାଏ ।

ଆଚରଣବିଧ୍ଵର କେତେକ ମୁଖ୍ୟଶ :
ସରକାରରେ ଥ‌ିବା ରାଜନୈତିକ ଦଳ ଏହି ନିୟମ ପାଳନ କରିବା ଉଚିତ । ଏହା ସୁନିଶ୍ଚିତ କରିବା ଉଚିତ ଯେ ସରକାରୀ ସମ୍ପତ୍ତି ଯେପରି କୌଣସି ରାଜନୈତିକ ଦଳଦ୍ଵାରା ନିର୍ବାଚନ କାର୍ଯ୍ୟରେ ବ୍ୟବହୃତ ହେବ ନାହିଁ । ଉଦାହରଣ ସ୍ଵରୂପ, ନିର୍ବାଚନ ତାରିଖ ଘୋଷଣା ପରେ ସରକାର ମତଦାତାଙ୍କୁ ପ୍ରଲୋଭିତ କରିବା ପାଇଁ କୌଣସି ନୂତନ ଯୋଜନା କିମ୍ବା ପ୍ରକଳ୍ପ ଘୋଷଣା କରିପାରିବେ ନାହିଁ ।

ଶାନ୍ତିପୂର୍ଣ୍ଣ ନିର୍ବାଚନକୁ ସୁନିଶ୍ଚିତ କରିବା ନିମନ୍ତେ ପ୍ରତ୍ୟେକ ପ୍ରାର୍ଥୀ କେତେକ ସୁବିଧା ହାସଲ କରିବା ସହିତ କେତେ କଟକଣାକୁ ମାନିନେବା ଆଶା କରାଯାଇଥାଏ ।

ଉପହାର ମାଧ୍ୟମରେ ମତଦାତାକୁ ପ୍ରଭାବିତ କରିବା ଦଣ୍ଡନୀୟ ବିବେଚନା କରାଯାଏ ।

୧୯୬୦ ମସିହାରେ କେରଳ ରାଜ୍ୟରେ ଗ୍ରହଣ କରାଯାଇଥିବା କେତେକ ଆଦର୍ଶ ନିର୍ବାଚନ ଆଚରଣ ବିଧ ସେ ସମୟର ସମସ୍ତ ରାଜନୈତିକ ଦଳର ପ୍ରତିନିଧୁମାନଙ୍କଦ୍ୱାରା ଅନୁମୋଦିତ ହୋଇଥିଲା । ଏହି ଆଚରଣବିଧ୍ଵ ସମୂହକୁ ଭାରତର ଆୟୋଗ ୧୯୬୨ ମସିହା ନିର୍ବାଚନ ସମୟରେ ପ୍ରସାରିତ କରିଥିଲେ ଏବଂ ୧୯୯୧ ମସିହା ନିର୍ବାଚନ ସମୟରେ ଏବଂ ତାହା ପରଠାରୁ ଏହି ଆଚରଣବିଧ୍ଵ ପାଳନ ନିମନ୍ତେ ଅଧ୍ବକ ସକ୍ରିୟ ହୋଇ ଉଠିଲେ ।

୧୯୯୦ ମସିହାରେ ଶ୍ରୀଯୁକ୍ତ ଟି.ଏନ୍. ଶେଷାନ୍ ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଭାବରେ ନିଯୁକ୍ତ ହୋଇଥିଲେ । ସେ ସ୍ଵଚ୍ଛ ଓ ଅବାଧ ନିର୍ବାଚନ ନିମନ୍ତେ କେତେକ ବ୍ୟବସ୍ଥାରେ ସୁଧାର ଆଣିବାକୁ ଚେଷ୍ଟା କରିଥିଲେ । କେତେକ ନିୟମାବଳୀ ମଧ୍ୟରେ ନିର୍ବାଚନ ପ୍ରଚାର, ସଠିକ୍ ମତଦାତାଙ୍କ ପରିଚୟ ନିମନ୍ତେ ନିର୍ବାଚକ ପରିଚୟପତ୍ର ଏବଂ ପ୍ରାର୍ଥୀ ବା ପ୍ରତ୍ୟାଶୀଙ୍କର ସମସ୍ତ ନିର୍ବାଚନ ଖର୍ଚ୍ଚ ଉପରେ ତୀକ୍ଷ୍ଣ ନଜର ରଖୁବା ଆଦି ତାହା ମଧ୍ୟରେ ଅନ୍ତର୍ଭୁକ୍ତ ଥିଲା । ଟି.ଏନ୍.ଶେଷାନ୍ ମତଦାତାଙ୍କ ଅଧିକାର ସୁରକ୍ଷା ନିମନ୍ତେ କଠିନ ପରିଶ୍ରମ କରିଥିଲେ । ସେ ଭାରତୀୟ ନିର୍ବାଚନକୁ ଅବାଧ, ଭୟଶୂନ୍ଯ ଓ ସ୍ୱଚ୍ଛ କରିବା ନିମନ୍ତେ ସବୁ ସମୟରେ ଉଦାହରଣ ହୋଇ ରହିବେ ।
Class 8 Social Science Chapter 5 Notes Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା-11

ଭାରତର ନିର୍ବାଚନକୁ ବୁଝିବା – ଏକ ସମ୍ୟକ୍ ଧାରଣା :
ଲୋକସଭା ଏବଂ ରାଜ୍ୟ ବିଧାନସଭା ନିମନ୍ତେ ନିର୍ବାଚନ:
ଭାରତର ନିର୍ବାଚନକୁ ଅନେକ ସମୟରେ ‘ଗଣତନ୍ତ୍ର ମହାପର୍ବ’ କୁହାଯାଇଥାଏ ।

ଆମ ଦେଶରେ ୫୪୩ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଥିବାବେଳେ ଆମ ରାଜ୍ୟ ଓଡ଼ିଶା ବିଧାନସଭାରେ ୧୪୭ଟି ନିର୍ବାଚନ ମଣ୍ଡଳୀ ରହିଛି ।

ଲୋକସଭାର ନିର୍ବାଚିତ ସଦସ୍ୟକୁ ସାଂସଦ କୁହାଯାଉଥିଲାବେଳେ ବିଧାନ ସଭାର ନିର୍ବାଚିତ ସଭ୍ୟଙ୍କୁ ବିଧାୟକ କୁହାଯାଇଥାଏ ।

ଭାରତର ନିର୍ବାଚନ ପଦ୍ଧତି ‘ଫାଷ୍ଟ-ପାଷ୍ଟ-ଦି-ପୋଷ୍ଟ’କୁ ଆପଣେଇ ନେଇଛି । ଏହାର ଅର୍ଥ ନିର୍ବାଚନରେ ସର୍ବାଧ‌ିକ ମତ ପାଇଥିବା ପ୍ରାର୍ଥୀ ଜୟଯୁକ୍ତ ଘୋଷିତ ହେବ । ଏହାର ଅର୍ଥ ନିର୍ବାଚନରେ ସର୍ବାଧ୍ଵକ ମତ ପାଇଥିବା ପ୍ରାର୍ଥୀ ଜୟଯୁକ୍ତ ଘୋଷିତ ହେବା । ଅର୍ଥାତ୍ ଅନ୍ଧାଧ‌ିକ ବା ୫୦ ପ୍ରତିଶତରୁ ଅଧ‌ିକ ସଂଖ୍ୟକ ମତଦାନ ନ ପାଇଲେ ମଧ୍ୟ ଜଣେ ପ୍ରାର୍ଥୀ ଜୟଯୁକ୍ତ ହୋଇଥା’ନ୍ତି ।

ମେଣ୍ଟ (Coalition) : ଏକାଧ୍ଯକ ରାଜନୈତିକ ଦଳ ଏକାଠି କାର୍ଯ୍ୟ କରିବା ବ୍ୟବସ୍ଥା ।

ଭଙ୍ଗ (Dissolution) : ସମୟସୀମା ସରିଗଲେ କିମ୍ବା ସାମ୍ବିଧାନିକ କାରଣରୁ ସ୍ଥିତିକୁ ନିଷ୍କ୍ରିୟ କରିବା ବ୍ୟବସ୍ଥା ।

ରାଜ୍ୟସଭା ନିର୍ବାଚନ :
ରାଜ୍ୟସଭାର ନିର୍ବାଚିତ ହେଉଥ‌ିବା ପ୍ରାର୍ଥୀମାନଙ୍କୁ ସାଂସଦ କୁହାଯାଇଥାଏ । କିନ୍ତୁ ସେମାନେ ପରୋକ୍ଷ ନିର୍ବାଚନ ପଦ୍ଧତିଦ୍ଵାରା ନିର୍ବାଚିତ ହୋଇଥା’ନ୍ତି ।

ରାଜ୍ୟ ସଭାରେ ସର୍ବାଧ‌ିକ ୨୫୦ ଜଣ ସାଂସଦ ରହିବାର ବ୍ୟବସ୍ଥା ଅଛି । କିନ୍ତୁ ବାସ୍ତବରେ ୨୪୫ ଜଣ ସାଂସଦ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୨୩୩ ଜଣ ରାଜ୍ୟ ବିଧାନ ସଭାମାନଙ୍କଦ୍ୱାରା ନର୍ବାଚିତ ହୋଇଥା’ନ୍ତି ଏବଂ ୧୨ ଜଣ ସାଂସଦ କଳା, ସାହିତ୍ୟ ଓ ସମାଜସେବା ଓ ବିଜ୍ଞାନ କ୍ଷେତ୍ରରୁ ରାଷ୍ଟ୍ରପତିଙ୍କଦ୍ୱାରା ମନୋନୀତ ହୁଅନ୍ତି ।

ରାଜ୍ୟସଭା ଏକ ସ୍ଥାୟୀ ସଭା । ପ୍ରତି ଦୁଇବର୍ଷରେ ଥରେ ଏହାର ଏକ ତୃତୀୟାଂଶ ସଦସ୍ୟ ଅବସର ଗ୍ରହଣ କରନ୍ତି । ପ୍ରତି ସଦସ୍ୟଙ୍କର କାର୍ଯ୍ୟକାଳ ଛଅବର୍ଷ ।

ରାଜ୍ୟସଭା ନିର୍ବାଚନରେ ‘ଏକକ ହସ୍ତାନ୍ତରୀୟ ମତଦାନ’ ପଦ୍ଧତି ଅନୁସୃତ ହୋଇଥାଏ । ବିଧାୟକମାନେ ଏହି ପଦ୍ଧତି ମାଧ୍ୟମରେ ନିଜ ପସନ୍ଦକୁ ଏକ, ଦୁଇ, ତିନି ଆଦି କ୍ରମରେ ମତଦାନ କରିଥାନ୍ତି ।

ରାଜ୍ୟସଭାର ସଭ୍ୟସଂଖ୍ୟା ଏକ ରାଜ୍ୟର ଜନସଂଖ୍ୟା ଉପରେ ନିର୍ଭରଶୀଳ । ଉତ୍ତରପ୍ରଦେଶ ପରି ଜନବହୁଳ ରାଜ୍ୟ ଅଧ୍ୟକ ସଂଖ୍ୟକ ସଦସ୍ୟ ରାଜ୍ୟସଭାକୁ ପଠାଇଥାଏ । ଓଡ଼ିଶା ପରି ରାଜ୍ୟ ମାତ୍ର ୧୦ ଜଣଙ୍କୁ ରାଜ୍ୟସଭାକୁ ନିର୍ବାଚିତ କରିଥାଏ ।

Class 8 Social Science Chapter 5 Notes Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

ଦ୍ଵିସଦନୀୟ ବ୍ୟବସ୍ଥାପିକା (Bicameral Legislatures) : ଏହି ବ୍ୟବସ୍ଥାରେ ଏକ ବ୍ୟବସ୍ଥାପିକା ସଭା ଦୁଇଟି ସଦନ ବିଶିଷ୍ଟ ହୋଇଥାଏ ।

ଭାରତର ରାଷ୍ଟ୍ରପତିଙ୍କ ନିର୍ବାଚନ :
ଭାରତର ରାଷ୍ଟ୍ରପତି ଦେଶର ସାଧାରଣ ମତଦାତାଙ୍କଦ୍ୱାରା ନିର୍ବାଚିତ ହୋଇ ନଥାନ୍ତି । ବରଂ ରାଷ୍ଟ୍ରପତିଙ୍କୁ ନିର୍ବାଚନ କରିବାକୁ ଏକ ନିର୍ବାଚକ ମଣ୍ଡଳୀ (electoral collage) ଗଠନ କରାଯାଇ ମତଦାନ ନିଆଯାଇଥାଏ ।

ଏହି ନିର୍ବାଚକ ମଣ୍ଡଳୀର ଗଠନ :

  1. ସଂସଦ ଉଭୟ (ରାଜ୍ୟସଭା ଓ ଲୋକସଭା) ଗୃହର ନିର୍ବାଚିତ ପ୍ରତିନିଧୁ ବା ସଂସଦ ଗଣ ।
  2. ଭାରତର ସମସ୍ତ ରାଜ୍ୟ ବିଧାନସଭା ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀ ଓ ପଣ୍ଡିଚେରୀ ବିଧାନସଭାର ନିର୍ବାଚିତ ବିଧାୟକଗଣ ।

ଏହି ନିର୍ବାଚନରେ ଏକକ ହସ୍ତାନ୍ତରୀୟ ମତଦାନ ବ୍ୟବସ୍ଥା ଗ୍ରହଣ କରାଯାଇଥାଏ । ଯେହେତୁ ରାଷ୍ଟ୍ରପତି ସାରା ଭାରତକୁ ପ୍ରତିନିଧ୍ଵ କରିଥାନ୍ତି, ଏହି ପଦ୍ଧତି ଉଭୟ କେନ୍ଦ୍ର ଓ ରାଜ୍ୟଗୁଡ଼ିକର ସମର୍ଥନ ସୁନିଶ୍ଚିତ କରିଥାଏ । ଏଠାରେ ମତଦାନ ଓ ଗଣନ ସମ୍ପର୍କିତ ନିୟମାବଳୀ ବିସ୍ତୃତ ଏବଂ ସୁସ୍ପଷ୍ଟ । ଅଧିକ ଜନବହୁଳ ରାଜ୍ୟର ଭୂମିକା ଏଠାରେ ଅଧ୍ଵକ ଗୁରୁତ୍ଵପୂର୍ଣ୍ଣ ।

ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ୫ ବର୍ଷ ଅଟେ ।
ନିମ୍ନ ବର୍ଣ୍ଣିତ ପ୍ରତିନିଧୂମାନେ ରାଷ୍ଟ୍ରପତିଙ୍କ ନିର୍ବାଚନରେ ଭାଗ ନେଇପାରନ୍ତି ନାହିଁ

  1. ରାଜ୍ୟସଭାର ସମସ୍ତ (୧୨) ମନୋନୀତ ସଦସ୍ୟଗଣ ।
  2. ଲୋକସଭାର ସମସ୍ତ (୨) ମନୋନୀତ ସଦସ୍ୟଗଣ (ଯଦି ମନୋନୀତ ହୋଇଥା’ନ୍ତି) ।
  3. ରାଜ୍ୟ ବିଧାନସଭାର ମନୋନୀତ ସଦସ୍ୟଗଣ ।
  4. ରାଜ୍ୟ ବିଧାନପରିଷଦର ସମସ୍ତ ସଦସ୍ୟଗଣ (ନିର୍ବାଚିତ ଓ ମନୋନୀତ)
  5. ଦିଲ୍ଲୀ ଓ ପଣ୍ଡିଚେରୀ ବିଧାନସଭାର ମନୋନୀତ ସଦସ୍ୟଗଣ ।

ଭାରତର ଉପରାଷ୍ଟ୍ରପତିଙ୍କ ନିର୍ବାଚନ :
ଭାରତର ଉପରାଷ୍ଟ୍ରପତି ଦେଶର ସାଧାରଣ ମତଦାତାଙ୍କଦ୍ୱାରା ନିର୍ବାଚିତ ହୋଇ ନଥାନ୍ତି । ତାଙ୍କ ନିର୍ବାଚନ ପାଇଁ ଏକ ନିର୍ବାଚନ ମଣ୍ଡଳୀ (electoral college) ଗଠନ କରାଯାଇଥାଏ ।

ରାଜ୍ୟସଭା ଓ ଲୋକସଭାର ଉଭୟ ସଦନର ସମସ୍ତ ସାଂସଦ ଏଥ‌ିରେ ଅଂଶଗ୍ରହଣ କରିଥା’ନ୍ତି ।

ସେ ଏକକ ହସ୍ତାନ୍ତରୀୟ ନିର୍ବାଚନ ପଦ୍ଧତି ମାଧ୍ୟମରେ ନିର୍ବାଚିତ ହୋଇଥା’ନ୍ତି । ତାଙ୍କର କାର୍ଯ୍ୟକାଳ ୫ ବର୍ଷ |

ସେ ରାଜ୍ୟସଭାର ଅଧ୍ୟକ୍ଷଭାବେ କାର୍ଯ୍ୟ କରିଥା’ନ୍ତି ।

କୌଣସି କାରଣରୁ ରାଷ୍ଟ୍ରପତି ଆନୁଷ୍ଠାନିକଭାବେ କାର୍ଯ୍ୟ କରିବାକୁ ଅସମର୍ଥ ହେଲେ ସେ ଉଭୟ ଉପରାଷ୍ଟ୍ରପତି ଓ ରାଷ୍ଟ୍ରପତି ରୂପେ ଦାୟିତ୍ଵ ତୁଲାଇଥା’ନ୍ତି ।

ଗଣତନ୍ତ୍ର ପ୍ରତି ଆହ୍ଵାନ ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା :
ଭାରତର ନିର୍ବାଚନ ବ୍ୟବସ୍ଥା ପୃଥ‌ିବୀର ସର୍ବବୃହତ୍ ଗଣତାନ୍ତ୍ରିକ ପ୍ରକ୍ରିୟା ।

ନିର୍ବାଚନରେ ଧର୍ମର ପ୍ରଭାବ ଓ ଅପରାଧୀ ବ୍ୟକ୍ତିମାନଙ୍କର ଅଂଶଗ୍ରହଣ ଭଳି ଅନେକ ଆହ୍ଵାନର ସମ୍ମୁଖୀନ ହେବାକୁ ପଡ଼ିଥାଏ ।

ଗଣମାଧ୍ୟମ, ଶିକ୍ଷା, ସଚେତନତା ଏବଂ ଯୁବକମାନଙ୍କଋର ସହଯୋଗରେ ମତଦାନ ବ୍ୟବସ୍ଥା ସରଳ ଓ ସୁଗମ ହୋଇପାରିବ ।

କେବଳ ଦାୟିତ୍ଵସମ୍ପନ୍ନ ଓ ସଚେତନ ମତଦାତା ହେଉଛନ୍ତି ଆମ ଗଣତନ୍ତ୍ରର ରକ୍ଷାକବଚ ।

ଆମେ ଯାହା ଜାଣିଲୁ

  1. ସାର୍ବଜନୀନ ସାବାଳକ ମତଦାନ ବ୍ୟବସ୍ଥା ଭାରତୀୟ ଗଣତନ୍ତ୍ରର ମୂଳତତ୍ତ୍ୱ ଅଟେ ।
  2. ମତଦାନ, ଅଧିକାର ସହିତ ଏକ ଦାୟିତ୍ୱବୋଧ ମଧ୍ଯ ଅଟେ । ଏହା ପ୍ରତ୍ୟେକ ମତଦାତା ଗୁରୁତର ସହିତ ଗ୍ରହଣ କରିବା ଉଚିତ । ମତଦାତା ସଚେତନତା ମତଦାନ ଅଧିକାରର ଏକ ଗୁରୁତ୍ଵପୂର୍ଣ୍ଣ ଦିଗ ଅଟେ ।
  3. ସମସ୍ତ ଯୋଗ୍ୟ ମତଦାତାଙ୍କୁ ନିର୍ବାଚନରେ ଅଂଶଗ୍ରହଣ ନିମନ୍ତେ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରିବା ନିତାନ୍ତ ଆବଶ୍ୟକ ।
  4. ଭାରତର ନିର୍ବାଚନ ଆୟୋଗ ଏକ ସାମ୍ବିଧାନିକ ଅନୁଷ୍ଠାନ ଯିଏ ସାରା ଭାରତରେ ନିର୍ବାଚନ ସମ୍ପାଦନ କରିଥା’ନ୍ତି ।
  5. ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନ ସହିତ ସାରା ଭାରତ ନିର୍ବାଚନ ବ୍ୟବସ୍ଥା ଭାରତର ନିର୍ବାଚନ ଆୟୋଗଙ୍କ ତତ୍ତ୍ଵାବଧାନରେ ସମାପନ ହୁଏ ।
  6. ଭାରତୀୟ ଗଣତନ୍ତ୍ର କେତେକ ଆହ୍ଵାନର ସମ୍ମୁଖୀନ ହୋଇଥାଏ ଏବଂ ଏହା ମତଦାତାଙ୍କ ସଚେତନତା ଓ ସତର୍କତାକୁ ଆହ୍ଵାନ କରେ ।