Class 5 Maths Chapter 5 Question Answer Odia Medium ପାଖ ଓ ଦୂର

Students can use Class 5 Math Solution Odia Medium and Class 5 Maths Chapter 5 Question Answer Odia Medium ପାଖ ଓ ଦୂର to check their answers after solving exercises.

5th Class Maths Chapter 5 Question Answer Odia Medium

Class 5 Maths Chapter 5 Odia Medium

ଆସ କାମଟି କରିବା

Question 1.
ନିମ୍ନଲିଖ ପ୍ରତ୍ୟେକଟି ମାପ ପାଇଁ ଉପଯୁକ୍ତ ଏକକ ଗୁଡିକୁ ଚିହ୍ନଟ କର ।
Class 5 Maths Chapter 5 Question Answer Odia Medium ପାଖ ଓ ଦୂର 1
Solution:
(i) ୬୫ ମିଟର
(ii) ୪୦ ସେ.ମି.
(iii) ୧୫ ମିଟର
(iv) ୧୩ ସେ.ମି.
(v) ୨ ମିଟର
(vi) ୫ ସେ.ମି. ।

ଭିନ୍ନ ଏକକ, ସମାନ ମାପ

Page No. (୫୭ to ୫୮)

Question 1.
ଶିଖା ଓ ସୋନୁ ଗାଁ ବୟନ ଶିଳ୍ପ କେନ୍ଦ୍ରରେ ଶାଢ଼ୀ ଏବଂ ଓଢ଼ଣୀର ଲମ୍ବ ମାପୁଛନ୍ତି । କେଉଁ ମାପ ଶାଢ଼ୀ ଓ ଓଢ଼ଣୀକୁ ସମାନ ଭାବରେ ପ୍ରତିନିଧ୍ଵ କରେ, ତାହା ଖୋଜ । ତୁମେ ତଳେ ଥ‌ିବା ଦୁଇଟି ସଂଖ୍ୟା ରେଖାର ସାହାଯ୍ୟ ନେଇ ପାରିବ ।
Class 5 Maths Chapter 5 Question Answer Odia Medium ପାଖ ଓ ଦୂର 2
ବାମପାର୍ଶ୍ବ ସହ ଦକ୍ଷିଣ ପାର୍ଶ୍ଵକୁ ମିଳାଅ ।
Class 5 Maths Chapter 5 Question Answer Odia Medium ପାଖ ଓ ଦୂର 3
Solution:
ବାମପାର୍ଶ୍ବ ସହ ଦକ୍ଷିଣ ପାର୍ଶ୍ଵକୁ ମିଳାଅ । (ପ୍ରଶ୍ନ ସହ ଉତ୍ତର)

ସେଣ୍ଟିମିଟର ମିଟର ଓ ସେଣ୍ଟିମିଟର
୨୦୪ ସେ.ମି. ୨ ମି. ୪ ସେ.ମି.
୫୪୦ ସେ.. ମି. ୫ମି. ୪୦ ସେ.ମି.
୭୫୦ ସେ.ମି. ୭ମି. ୫୦ ସେ.ମି.
୨୪୦ ସେ.ମି. ୨ମି. ୪୦ ସେ.ମି.
୪୦୪ ସେ.ମି. ୪ମି. ୪ ସେ.ମି.

ଜାଣିରଖ :
୧ କି.ମି. = ୧୦୦ ମିଟର
୧ ମିଟର = ୧୦୦ ସେ.ମି.
୧ ସେ.ମି. = ୧୦ ମିଲିମିଟର

Class 5 Maths Chapter 5 Question Answer Odia Medium ପାଖ ଓ ଦୂର

ଆସ ତୁଳନା କରିବା

Question 1.
ରିତିକା ବିଭିନ୍ନ ରଡ଼ର ଲମ୍ବକୁ ତୁଳନା କରୁଛି । <, = , > ଚିହ୍ନ ବ୍ୟବହାର କରି ସେଗୁଡିକର ତୁଳନା କର ।
(କ) ୪୫୬ ସେ.ମି. _______________________ ୫ମି.
(ଖ) ୫୫ ସେ.ମି. + ୨୦୦ ସେ.ମି. _______________________ ୨୦୦ ସେ.ମି + ୫୪ ସେ.ମି
(ଗ) ୬ ମି. ୫ ସେ.ମି. _______________________ ୬ ମି. ୫୦ ସେ.ମି.
(ଘ) ୨ ମି. ୧୫୦ ସେ.ମି. _______________________ ୩ ମି. ୫୦ ସେ.ମି.
(ଙ) ୨୩୮ ସେ.ମି. _______________________ ୧୩୮ ସେ.ମି + ୧ ମି.
Solution:
(କ) ୫ ମିଟର = ୫୦୦ ସେ.ମି. ଯେହେତୁ ୪୫୬ < ୫୦୦ ତେଣୁ ୪୫୬ < ୫ମି.
(ଖ) ୫୫ ସେ.ମି. + ୨୦୦ ସେ.ମି. = ୨୫୫ ସେ.ମି. ୨୦୦ ସେ.ମି. + ୫୪ ସେ.ମି. = ୨୫୪ ସେ.ମି.
ଯେହେତୁ, ୨୫୫ > ୨୫୪ ତେଣୁ, ୨୫୫ ସେ.ମି. > ୨୫୪ ସେ.ମି.
∴ ୫୫ ସେ.ମି. + ୨୦୦ ସେ.ମି. > ୨୦୦ ସେ.ମି. + ୫୪ ସେ.ମି.

(ଗ) ୬ମି. ୫ ସେ.ମି. = ୬୦୫ ସେ.ମି. ୬ମି. ୫୦ ସେ.ମି. = ୬୫୦ ସେ.ମି.
ଯେହେତୁ, ୬୦୫ < ୬୫୦, ତେଣୁ ୬ମି. ୫ ସେ.ମି. < ୬ମି. ୫୦ ସେ.ମି.

(ଘ) ୨ମି. ୧୫୦ ସେ.ମି. = ୨୦୦ ସେ.ମି.. + ୧୫୦ ସେ.ମି. = ୩୫୦ ସେ.ମି.
୩ମି. ୫୦ ସେ.ମି. = ୩୫୦ ସେ.ମି.
ଯେହେତୁ ୩୫୦ = ୩୫୦ ତେଣୁ ୨ମି. ୧୫୦ ସେ.ମି. = ୩ମି. ୫୦ ସେ.ମି.

(ଙ) ୧୩୮ ସେ.ମି. + ୧ମି. = ୧୩୮ ସେ.ମି. + ୧୦୦ ସେ.ମି. = ୨୩୮ ସେ.ମି.
ଯେହେତୁ, ୨୩୮ = ୨୩୮, ତେଣୁ ୨୩୮ ସେ.ମି. = ୧୩୮ ସେ.ମି. + ୧ ମି.

Question 2.
ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିଦୂର୍ଗ :
Class 5 Maths Chapter 5 Question Answer Odia Medium ପାଖ ଓ ଦୂର 4
(କ) ବିଶ୍ଵର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି ଓ ଲିବର୍ଟି ପ୍ରତିମୂର୍ତ୍ତିର ଉଚ୍ଚତା ମଧ୍ୟରେ କେତେ ପାର୍ଥକ୍ୟ ଅଛି ?
(ଖ) କେଉଁ ପ୍ରତିମୂର୍ତ୍ତି ଗୁଡିକର ଉଚ୍ଚତା ମଧ୍ୟରେ ସର୍ବନିମ୍ନ ପାର୍ଥକ୍ୟ ଅଛି, ଚିହ୍ନାଅ ।
(ଗ) କେଉଁ ପ୍ରତିମୂର୍ତ୍ତି ଗୁଡିକର ଜଳତା ମଧ୍ୟରେ ସର୍ବାଧିକ ପାର୍ଥକ୍ୟ ଅଛି, ଚିହ୍ନାଅ ।
(ଘ) କେଉଁ ପ୍ରତିମୂର୍ତ୍ତିର ଉଚ୍ଚତାକୁ ଦୁଇଗୁଣ କଲେ, ତାହାର ଉଚ୍ଚତା ଏକତା ପ୍ରତିମୂର୍ତ୍ତିର ଉଚ୍ଚତା ସହ ସମାନ ହେବ ?
Solution:
(କ) ବିଶ୍ଵର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି = ଏକତା ପ୍ରତିମୂର୍ତ୍ତିର ଉଚ୍ଚତା = ୧୮୨ ମିଟର
ଲିବର୍ଟି ପ୍ରତିମୂର୍ତ୍ତିର ଉଚ୍ଚତା = ୯୩ ମିଟର
∴ ସେମାନଙ୍କ ଉଚ୍ଚତା ମଧ୍ୟରେ ପାର୍ଥକ୍ୟ = (୧୮୨ – ୯୩) ମିଟର = ୮୯ ମିଟର ।

(ଖ) ଲିବର୍ଟି ପ୍ରତିମୂର୍ତ୍ତିର ଉଚ୍ଚତା = ୯୩ ମିଟର ଦି ମଦର ଲ୍ୟାଣ୍ଡ କଲୁର ଉଚ୍ଚତା = ୯୧ ମିଟର
ସେମାନଙ୍କ ଉଚ୍ଚତା ମଧ୍ୟରେ ପାର୍ଥକ୍ୟ = (୯୩ – ୯୧) ମିଟର = ୨ ମିଟର
∴ ଲିବର୍ଟି ପ୍ରତିମୂର୍ତ୍ତି ଓ ଦି ମଦର ଲ୍ୟାଣ୍ଡ କଲୁର ପ୍ରତିମୂର୍ତ୍ତି ମଧ୍ୟରେ ସର୍ବନିମ୍ନ ପାର୍ଥକ୍ୟ ଅଛି ।

(ଗ) ଏକତା ପ୍ରତିମୂର୍ତ୍ତିର ଉଚ୍ଚତା = ୧୮୨ ମିଟର ଖ୍ରୀଷ୍ଟ ଦି ରିଡିମର୍ ପ୍ରତିମୂର୍ତ୍ତିର ଉଚ୍ଚତା = ୩୮ ମିଟର
ସେମାନଙ୍କ ଉଚ୍ଚତା ମଧ୍ୟରେ ପାର୍ଥକ୍ୟ (୧୮୨ – ୩୮) ମିଟର = ୧୪୪ ମିଟର
∴ ଏକତା ପ୍ରତିମୂର୍ତି ଓ ଖ୍ରୀଷ୍ଟ ଦି ଡିଡିମ୍ବର ପ୍ରତିମୂଇଁ ମଧ୍ୟରେ ସର୍ବାଧିକ ପାର୍ଥକ୍ୟ ଅଛି ।

(ଘ) ଏକତା ପ୍ରତିମୂର୍ତ୍ତିର ଉଚ୍ଚତା = ୧୮୨ ମିଟର ଦି ମଦର ଲ୍ୟାଣ୍ଡ କଲୁର ଉଚ୍ଚତା = ୯୧ ମିଟର
ଏହାର ୨ ଗୁଣ = (୯୧ × ୨) ମିଟର = ୧୮୨ ମିଟର
∴ ଦି ମଦରଲ୍ୟାଣ୍ଡ କଲୁର ଉଚ୍ଚତା ୨ ଗୁଣ କଲେ ଏହା ଏକତା ପ୍ରତିମୂର୍ତ୍ତିର ଉଚ୍ଚତା ସହ ସମାନ ହେବ ।

ଅଧିକ ଦୂରତାର ମାପ

Page No. (୫୯)

ଏଠାରେ କିଛି ଉପାୟ ଅଛି, ଯାହା ସାହାଯ୍ୟରେ ତୁମେ ଲମ୍ବା ଦୂରତାକୁ ମାପି ପାରିବ ।
Class 5 Maths Chapter 5 Question Answer Odia Medium ପାଖ ଓ ଦୂର 5

ଆସ ସମାଧାନ କରିବା

ତୁମ ବିଦ୍ୟାଳୟ ଖେଳ ପଡ଼ିଆରେ କିମ୍ବା ବିଦ୍ୟାଳୟ ଭିତରେ ଏବଂ ଚାରିପାଖରେ ଥ‌ିବା ଅନ୍ୟ କୌଣସି ସ୍ଥାନରେ, ଏକ ଲମ୍ବା ଟେପ୍ ବ୍ୟବହାର କରି ୧୦୦ ମିଟର ଓ ୨୦୦ ମିଟର ମାପ କର । ଏହି ବିନ୍ଦୁଗୁଡିକୁ ଚିହ୍ନିତ କରି ଗୋଟିଏ ସରଳରେଖା ଅଙ୍କନ କର । ଏହି ରେଖା ଉପରେ ଚାଲ ଏବଂ ପାଦ ସଂଖ୍ୟା ଗଣନ କର । ଦୂରତା ଏବଂ ଏଥିପାଇଁ ନିଆଯାଇଥ‌ିବା ପାଦସଂଖ୍ୟାକୁ ନେଇ ତୁମ ଚାରିପାଖରେ ଅତିକମ୍‌ରେ ଆଉ ୩ଟି ସ୍ଥାନର ଦୂରତା ସ୍ଥିର କର । ଯେଉଁଠାରେ ସମ୍ଭବ ଚାଲିଥିବା ଦୂରତାକୁ ନେଇ ପାଦ ସଂଖ୍ୟା ଗଣନା କର । ନଚେତ୍ ଦୂରତା ଖୋଜ ଏବଂ ପାଦ ସଂଖ୍ୟା ଆକଳନ କର ।

(କ) ତୁମ ଘରଠାରୁ ସବୁଠାରୁ ନିକଟ ଓ ସବୁଠାରୁ ଦୂର ସ୍ଥାନକୁ ଚିହ୍ନ ଓ ଲେଖ ।
ସବୁଠାରୁ ନିକଟ ସ୍ଥାନ _______________________
ସବୁଠାରୁ ଦୂର ସ୍ଥାନ _______________________
(ଖ) ପାଇଥ‌ିବା ଦୂରତା ଗୁଡିକୁ ଉକ୍ରମରେ ସଜାଇ ଲେଖ ।
_______________________, _______________________, _______________________, _______________________
(ଗ) ତୁମ ଘରଠାରୁ ୧୦୦୦ ମିଟର କିମ୍ବା ତା’ଠାରୁ ଅଧିକ ଦୂରରେ ଥିବା ଏକ ସ୍ଥାନର ନାମ କୁହ ।
Solution:
ଏହି କାର୍ଯ୍ୟଟି ନିଜେ ନିଜେ କର । ତୁମର ଘର କିମ୍ବା ସ୍କୁଲ୍ ଚାରିପାଖର ପ୍ରକୃତ ଦୂରତା ମାପ ଏବଂ ଲିପିବଦ୍ଧ କର ।
ଉଦାହରଣ : (କ) ସବୁଠାରୁ ନିକଟ ସ୍ଥାନ = ତେଜରାତି ଦୋକାନ (୨୦୦ ମି.) ସବୁଠାରୁ ଦୂର ସ୍ଥାନ = ବସ୍‌ଷ୍ଟାଣ୍ଡ (୧.୨୦୦ ମିଟର)
(ଖ) ୨୦୦ ମିଟର, ୧୨୦୦ ମିଟର, ୧୫୦୦ ମିଟର = (ମନ୍ଦିରର ଦୂରତା)
(ଗ) ସରକାରୀ ମେଡିକାଲ୍ = ୨୫୦୦ ମିଟର ।

ଆସ ଜାଣିବା

Question 1.
ଆମେ ୧୦୦୦ ମିଟର ଚାଲିଲେ, ୧ କିଲୋମିଟର ଚାଲିଲୁ ବୋଲି କହିଥାଉ ।
୧୦୦୦ ମିଟର = ୧ କି.ମି.
କିଲୋ କହିଲେ ହଜାରକୁ ସୂଚାଏ । ଏହି ଏକକଟି ଲମ୍ବା
ଦୂରତାକୁ ମାପିବା ପାଇଁ ବ୍ୟବହାର କରାଯାଏ ।
Class 5 Maths Chapter 5 Question Answer Odia Medium ପାଖ ଓ ଦୂର 6
Solution:

ଦଉଡିର ଲମ୍ବ ୧ କିଲୋମିଟର ପାଇବାପାଇଁ ଆବଶ୍ୟକ ଦଉଡି ସଂଖ୍ୟା
୧,୦୦୦ ମି. ୧
୧୦୦ ମି. ୧୦
୧୦ ମି. ୧୦୦
୨୦୦ ମି. ୫
୫୦୦ ମି. ୨
୨୫୦ ମି. ୪

 

Class 5 Maths Chapter 5 Question Answer Odia Medium ପାଖ ଓ ଦୂର

କିଲୋମିଟର ଦୌଡ଼

Page No. (୬୦ – ୬୧)

ସୁଭଦ୍ରା ଓ ମାଧବ ୩ କିଲୋମିଟର ଦୌଡ ପ୍ରତିଯୋଗିତାର ଆୟୋଜନ କରୁଛନ୍ତି । ଦୌଡ ପ୍ରତିଯୋଗିତା ପାଇଁ ସେମାନଙ୍କୁ ସାହାଯ୍ୟ କର |

Question 1.
ପ୍ରତି ୫୦୦ ମିଟର ଦୂରରେ ପାନୀୟ ଜଳର କେନ୍ଦ୍ର ବ୍ୟବସ୍ଥା କରାଯିବା ଦରକାର । କେତୋଟି ସ୍ଥାନରେ ପାନୀୟ ଜଳର କେନ୍ଦ୍ର ସ୍ଥାପନ କରାଯିବା ଦରକାର ? ଆରମ୍ଭ ବିନ୍ଦୁରୁ କେତେକେତେ ଦୂରରେ ଏହି ଜଳ କେନ୍ଦ୍ର ଗୁଡିକ ସ୍ଥାପନ କରାଯିବ ?
Solution:
ଦୌଡ଼ ରାସ୍ତାର ଦୈର୍ଘ୍ୟ = ୩ କି.ମି. = ୩ × ୧୦୦୦ = ୩୦୦୦ ମିଟର
ପ୍ରତି ୫୦୦ ମି.ରେ ପାନୀୟ ଜଳ କେନ୍ଦ୍ର ସ୍ଥାପିତ ହେବ । ତେଣୁ ପାନୀୟ ଜଳକେନ୍ଦ୍ର ସଂଖ୍ୟା = ୩୦୦୦ ÷ ୫ = ୬ଟି
ସେଗୁଡ଼ିକ ଆରମ୍ଭ ବିନ୍ଦୁରୁ ୫୦୦ ମି., ୧୦୦୦ ମି. (୧କି.ମି.), ୧୫୦୦ମି., ୨୦୦୦ ମି. (୨କି.ମି.), ୨୫୦୦ ମି. ଏବଂ ୩୦୦୦ମି. (୩ କି.ମି..) ଦୂରତାରେ ସ୍ଥାପିତ ହେବ ।

Question 2.
ଦୌଢାଳି ମାନଙ୍କୁ ସୂଚନା ଦେବା ପାଇଁ ପିଲାମାନଙ୍କୁ ୩୦୦ ମିଟର ବ୍ୟବଧାନରେ ଠିଆ ହେବାକୁ ପଡିବ । କେତେ ଜଣ ପିଲା ଆବଶ୍ୟକ ? ଆରମ୍ଭ ବିନ୍ଦୁରୁ ପିଲାମାନେ କେଉଁ କେଉଁ ସ୍ଥାନରେ ଠିଆ ହେବେ ?
Solution:
ପ୍ରତି ୩୦୦ ମି.ରେ ସୂଚନା ଦେବା ପାଇଁ ଜଣେ ଲେଖାଏଁ ପିଲା ଠିଆ କରାଯିବ ।
ତେଣୁ ପିଲା ସଂଖ୍ୟା = ୩୦୦୦ ÷ ୩୦୦ = ୧୦ଜଣ
ସେମାନେ ଆରମ୍ଭ ବିନ୍ଦୁରୁ ୩୦୦ମି., ୬୦୦ମି., ୯୦୦ମି., ୧୨୦୦ମି., ୧୫୦୦ମି., ୧୮୦୦ମି., ୨୧୦୦ମି., ୨୪୦୦ମି., ୨୭୦୦ମି. ଏବଂ ୩୦୦୦ମି. (୩କି.ମି.) ଦୂରତାରେ ଠିଆହେବେ ।

Question 3.
ଲାଲ ଓ ନୀଳ ରଙ୍ଗର ପତାକା, ଗୋଟିଏ ପରେ ଗୋଟିଏ କ୍ରମରେ ପ୍ରତି ୫୦ ମିଟର ବ୍ୟବଧାନରେ ଲଗାଯିବ । ଶେଷ ରେଖା ପର୍ଯ୍ୟନ୍ତ କେତୋଟି ଲାଲ ଓ ନୀଳ ପତାକା ଆବଶ୍ୟକ ହେବ ?
Solution:
ପ୍ରତି ୫୦ ମିଟରରେ ଲାଲ୍ ଓ ନୀଳ ପତାକା ଅଦଳବଦଳ ଭାବେ ରଖାଯିବ ।
ପତାକା ପାଇଁ ମୋଟ ସ୍ଥାନ = ୩୦୦୦ ÷ ୫୦ = ୬୦ଟି
ଅର୍ଥାତ୍ ଆରମ୍ଭ ସ୍ଥାନ ବ୍ୟତୀତ ମୋଟ ୬୦ଟି ପତାକା ରହିବ ସେଥ୍ ମଧ୍ୟରୁ ୩୦ଟି ଲାଲ୍ ଓ ୩୦ଟି ନୀଳ ପତାକା ରହିବ ।
ପତାକାଗୁଡ଼ିକ ଲାଲ୍, ନୀଳ, ଲାଲ୍, ନୀଳ, ଲାଲ୍… ଭାବରେ ରଖାଯିବ ।

ଆସ କରିବା

ଦୀର୍ଘତମ ରେଳଯାତ୍ରା :

ଭାରତରେ ଦୀର୍ଘତମ ରେଳଯାତ୍ରା ହେଉଛି ବିବେକ ଏକ୍ସପ୍ରେସ୍ (ଗାଡି ସଂଖ୍ୟା – ୨୨୫୦୪) ଯାହା ଆସାମ୍‌ର ଦିବୁଗଡ଼ରୁ ତାମିଲନାଡୁର କନ୍ୟାକୁମାରୀ ପର୍ଯ୍ୟନ୍ତ ଚାଲିଥାଏ । ତଳେ ଥିବା ସାରଣୀରେ ଦେଖାଯାଇଥିବା ରାସ୍ତାରେ ଥ‌ିବା ରହଣିସ୍ଥାନ (ଷ୍ଟେସନ) ଗୁଡିକୁ ଦେଖ ଏବଂ ପ୍ରଶ୍ନ ଗୁଡିକର ଉତ୍ତର ଦିଅ ।

ରହଣିସୁନ ନମ୍ବର ରହଣି ସ୍ଥାନର ନାମ ଦିବ୍ରୁଗଡ଼ଠାରୁ ଦୂରତା
୯ ଦିମାପୁର ୩୦୬ କି.ମି
୧୪ ଗୌହାଟି ୫୫୬ କି.ମି
୨୨ ଜଲପାଇଗୁଡି ରୋଡ ୯୮୩ କି.ମି
୩୪ ଭୁବନେଶ୍ବର ୨୦୦୭ କି.ମି
୪୦ ବିଶାଖାପାଟଣା ୨୪୫୦ କି.ମି
୪୫ ବିଜୟଓ୍ବାଡା ଜଙ୍କସନ ୨୮୦୦ କି.ମି
୫୫ କୋଏମ୍ବାଟୁର ଜଙ୍କସନ ୩୬୭୫ କି.ମି
୬୫ କନ୍ୟାକୁମାରୀ ୪୧୮୭ କି.ମି

Question 1.
ଦିବ୍ରୁଗଡ଼ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ରାସ୍ତାର ମୋଟ ଦୂରତା ……………………. କିଲୋମିଟର ।
Solution:
୪୧୮୭

Question 2.
ବିଜୟୱାଡାରୁ ଜଲପାଇଗୁଡି ପର୍ଯ୍ୟନ୍ତ ରାସ୍ତାର ଦୂରତା __________________ ।
Solution:
ଆବଶ୍ୟକୀୟ ଦୂରତା = (୨୮୦୦ – ୯୮୩) କି.ମି. = ୧,୮୧୭ କି.ମି. ।

Question 3.
ବିଜୟୱାଡା ଠାରୁ ବିଶାଖାପାଟଣା ପର୍ଯ୍ୟନ୍ତ ରାସ୍ତାର ଦୂରତା __________________ ।
Solution:
ଆବଶ୍ୟକୀୟ ଦୂରତା = (୨୮୦୦ – ୨୪୫୦) କି.ମି. = ୩୫୦ କି.ମି. ।

Question 4.
କେଉଁ ଦୁଇଟି ଷ୍ଟେସନ ପରସ୍ପରଠାରୁ ଦୂରରେ ଅଛି- ଗୌହାଟି ଏବଂ ଦିମାପୁର କିମ୍ବା ଭୁବନେଶ୍ଵର ଏବଂ ଜଲପାଇଗୁଡି ରୋଡ ? __________________
Solution:
ଗୌହାଟୀ ଓ ଦିମାପୁର ମଧ୍ୟରେ ଦୂରତା = (୫୫୬ – ୩୦୬) କି.ମି. = ୨୫୦ କି.ମି.
ଭୁବନେଶ୍ୱର ଓ ଜଲପାଇଗୁଡ଼ି ରୋଡ = (୨୦୦୩ – ୯୮୩) କି.ମି. = ୧୦୨୪ କି.ମି.
∴ ଭୁବନେଶ୍ଵର ଓ ଜଲପାଇଗୁଡ଼ି ରୋଡ ମଧ୍ୟରେ ଦୂରତା ଅଧିକ ।

Question 5.
ଗୌହାଟି ଏବଂ କୋଏମ୍ବାଟୁର ଜଙ୍କସନ ମଧ୍ୟରେ ଦୂରତା କେତେ ?
Solution:
ଆବଶ୍ୟକ ଦୂରତା = (୩,୬୭୫ – ୫୫୬) କି.ମି. = ୩, ୧୧୯ କି.ମି. ।

Class 5 Maths Chapter 5 Question Answer Odia Medium ପାଖ ଓ ଦୂର

ଆସ ଅନୁସନ୍ଧାନ କରିବା

ଛୋଟ ଛୋଟ ଜିନିଷର ଦୁନିଆ :

Question 1.
ଏଠାରେ ଦିଆଯାଇଥ‌ିବା ଛୋଟ ଜିନିଷ ଗୁଡିକୁ ଆମେ କିପରି ମାପିପାରିବା ?
Class 5 Maths Chapter 5 Question Answer Odia Medium ପାଖ ଓ ଦୂର 7
ଆସ ସ୍କେଲ୍ ଦେଖ‌ିବା । ତୁମେ ୧ ସେ.ମି. ଏବଂ ୨ ସେ.ମି. ମଧ୍ୟରେ ଥ‌ିବା ଛୋଟ ଚିହ୍ନ ଗୁଡିକ ଲକ୍ଷ୍ୟ କରୁଛ କି ? ୧ ସେ.ମି ଓ ୨ ସେ.ମି ମଧ୍ଯରେ କେତୋଟି ଚିହ୍ନ ଅଛି ଗଣନା କର ?
Class 5 Maths Chapter 5 Question Answer Odia Medium ପାଖ ଓ ଦୂର 8
Solution:
ଏକ ସେଣ୍ଟିମିଟରକୁ ଦଶଟି ସମାନ ଭାଗରେ ବିଭାଜନ କରାଯାଏ ।
ପ୍ରତ୍ୟେକ ଅଂଶକୁ ୧ ମିଲିମିଟର (ମି.ମି) କୁହାଯାଏ ।
୧ ସେ.ମି = ୧୦ ମି.ମି.
ଯେକୌଣସି ଦୁଇଟି ସେଣ୍ଟିମିଟର ଚିହ୍ନ ମଧ୍ଯରେ ଥ‌ିବା ଏହି ଛୋଟ ଚିହ୍ନ ଗୁଡିକ ଆମକୁ ଛୋଟ ଦୈର୍ଘ୍ୟ ମାପିବାରେ ସାହାଯ୍ୟ କରେ ।
୧ ସେ.ମି.କୁ ସମାନ ୧୦ ଭାଗ କଲେ ପ୍ରତ୍ୟେକ ଭାଗକୁ ୧ ମିଲିମିଟର ବା ୧ ମି.ମି. କୁହନ୍ତି ।
ଆମେ ଜାଣିଲେ, ୧ ମିଟର = ୧୦୦ ସେ.ମି., ୧ ସେ.ମି. = ୧୦ ମି.ମି. ।

ଆସ ମାପ କରିବା

Page No. (୬୧ to ୬୨)

Question 1.
ନକ୍ସା (ଡିଜାଇନ୍)ରେ ଥ‌ିବା ରେଖାଗୁଡିକୁ ମାପ କର ଏବଂ ସେଗୁଡିକର ମାପ ସେ.ମି ଓ ମି.ମିରେ ଲେଖ ।
Class 5 Maths Chapter 5 Question Answer Odia Medium ପାଖ ଓ ଦୂର 9
Solution:
ନିଜେ ଜ୍ୟାମିତି ବାକ୍‌ସରେ ଥିବା ସ୍କେଲ୍ ନେଇ ରେଖାଗୁଡ଼ିକୁ ମାପ ଓ ଦୈର୍ଘ୍ୟକୁ ଖାତାରେ ଲେଖ ।

ଆସ ମାପିବା

Question 1.
କିଛି ମୁଗ କିମ୍ବା କଳା କିମ୍ବା ଧଳା ଚଣା ବିହନକୁ ରାତିସାରା ଭିଜାଇ ରଖ । ପରଦିନ ସକାଳେ, ସେଗୁଡିକକୁ ବାହାର କରି ଏକ ଓଦା କପଡାରେ ଗଜା ହେବାପାଇଁ ଗୁଡାଇ ରଖୁବା । ପରବର୍ତୀ ୪ ଦିନ ପର୍ଯ୍ୟନ୍ତ, ପ୍ରତିଦିନ ଗୋଟିଏ ବିହନ ବାହାର କର ଏବଂ ଗଜାର ଲମ୍ବ ମାପ କର । ସହଜରେ ମାପିବା ପାଇଁ ତୁମେ ବିହନକୁ ଏକ କାଗଜ ଉପରେ ରଖି ଗଜାର ଲମ୍ବକୁ ଚିହ୍ନିତ କରିପାରିବ କିମ୍ବା ଏହାର ଲମ୍ବ ଜାଣିବା ପାଇଁ ଏକ ସୂତା ବ୍ୟବହାର କରିପାରିବ ।
Class 5 Maths Chapter 5 Question Answer Odia Medium ପାଖ ଓ ଦୂର 10
Solution:
ଏହା ଏକ ବ୍ୟାବହାରିକ ଶିକ୍ଷଣ କାର୍ଯ୍ୟ, ଯେଉଁଠାରେ ଆମେ ପ୍ରତିଦିନ ଏକ ଅଙ୍କୁର କିପରି ବଢ଼େ, ତାହା ପର୍ଯ୍ୟବେକ୍ଷଣ ଏବଂ ଲିପିବଦ୍ଧ କରୁ । ଏକ ମାପକାଠି ବା ସୂତା ସାହାଯ୍ୟରେ ଲମ୍ବ ମାପ । ଆମର ପ୍ରକୃତ ତଥ୍ୟ ସହିତ ସାରଣୀ ପୂରଣ କର ।

ଦିନର ସଂଖ୍ୟା ଗଜାର ଲମ୍ବ (ମି.ମି.ରେ)
ଦିନ – ୧ ୩ ମି.ମି.
ଦିନ – ୨ ୭ ମି.ମି.
ଦିନ – ୩ ୧୨ ମି.ମି.
ଦିନ – ୪ ୧୮ ମି.ମି.

 

ଆସ ଅଙ୍କନ କରିବା

Question 1.
ସ୍କେଲ ବ୍ୟବହାର କରି ତୁମ ଖାତାରେ ନିମ୍ନଲିଖତ ଦୈର୍ଘ୍ୟର ରେଖା ଖଣ୍ଡ ଅଙ୍କନ କର ।
1. ୫ ସେ.ମି ୫ ମି.ମି
2. ୩ ସେ.ମି ୬ ମି.ମି
3. ୮ ସେ.ମି. ୩ ମି.ମି
4. ୩୬ ମି.ମି
5. ୩୬ ମି.ମି
Solution:
Class 5 Maths Chapter 5 Question Answer Odia Medium ପାଖ ଓ ଦୂର 11

Question 2.
ତୁମେ ୩୬ ମି.ମି ଓ ୬୭ ମି.ମି ଦୈର୍ଘ୍ୟର ରେଖାଖଣ୍ଡ କିପରି ଅଙ୍କନ କଲ ? ତୁମର ମତାମତକୁ ଶ୍ରେଣୀରେ ଉପସ୍ଥାପନ କର ।
Solution:
ସ୍କେଲ ଓ ପେନ୍‌ସିଲ୍ ନେଇ ନିଜ ନିଜ ଖାତାରେ ଦତ୍ତ ଦୈର୍ଘ୍ୟ ବିଶିଷ୍ଟ ରେଖାଖଣ୍ଡ ଅଙ୍କନ କର ।
୪ । ୩୬ ମି.ମି. = (୩୦ + ୬) ମି.ମି. = ୩୦ ମି.ମି. + ୬ ମି.ମି. = ୩ × ୧୦ ମି.ମି. + ୬ ମି.ମି. = ୩ ସେ.ମି. ୬ ମି.ମି.
୫ । ୬୭ ମି.ମି. = (୬୦ + ୭) ମି.ମି. = ୬୦ ମି.ମି. + ୭ ମି.ମି. = ୬ × ୧୦ ମି.ମି. + ୭ ମି.ମି. = ୬ ସେ.ମି. ୭ ମି.ମି.

ବିଭିନ୍ନ ଏକକ ମଧ୍ୟରେ ସମ୍ପର୍କ

Page No. (୬୨ to ୬୪)

ଆସ ସମାଧାନ କରିବା

Question 1.
ତଳେ ଦିଆଯାଇଥ‌ିବା ଦୁଇ ପ୍ରକାରର ସଂଖ୍ୟା ରେଖାରେ ଖାଲି ସ୍ଥାନ ଗୁଡିକ ଠିକ ଭାବରେ ପୂରଣ କର । (ପ୍ରଶ୍ନ ସହ ଉତ୍ତର)
Class 5 Maths Chapter 5 Question Answer Odia Medium ପାଖ ଓ ଦୂର 12
Solution:
Class 5 Maths Chapter 5 Question Answer Odia Medium ପାଖ ଓ ଦୂର 13

Class 5 Maths Chapter 5 Question Answer Odia Medium ପାଖ ଓ ଦୂର

Question 2.
ଉପରେ ଦିଆଯାଇଥ‌ିବା ଉଦାହରଣ ଗୁଡିକୁ ବୁଝି, ଖାଲି ସ୍ଥାନଗୁଡିକୁ ଠିକ୍ ଭାବରେ ପୂରଣ କର ।
(କ) ୪ ସେ.ମି ୫ ମି.ମି = _________________ ମି.ମି
Solution:
୪ ସେ.ମି. ୫ ମି.ମି. = (୪ × ୧୦) ମି.ମି. = (୪୦ + ୫) ମି.ମି. = ୪୫ ମି.ମି.

(ଖ) ୮୯ ମି.ମି = _________________ ସେ.ମି. _________________ ମି.ମି ← ୮୯ ମି.ମି. = ୮୦ ମି.ମି. + ୯ ମି.ମି. = ୮ ସେ.ମି. ୯ ମି.ମି.
(ଗ) ୨୩୪ ସେ.ମି = _________________ ମି.ମି
Solution:
୨୩୪ ସେ.ମି. = (୨୩୪ × ୧୦) ମି.ମି = ୨୩୪୦ ମି.ମି.

(ଘ) ୫୧୪ ମି.ମି = _________________ ସେ.ମି _________________ ମି.ମି
Solution:
୫୧୪ ମି.ମି. = ୫୦୦ ମି.ମି. + ୪ ମି.ମି. = ୫୧ ସେ.ମି. ୪ ମି.ମି.

(ଙ) ୬ ମି. ୩୪ ସେ.ମି = _________________ ସେ.ମି
Solution:
୬ ମି. ୩୪ ସେ.ମି. = (୬ × ୧୦୦) ସେ.ମି. + ୩୪ ସେ.ମି. = (୬୦୦ + ୩୪) = ୬୩୪ ସେ.ମି.

(ଚ) ୨୦ ମି. ୧୨ ସେ.ମି = _________________ ସେ.ମି.
Solution:
୨୦ ମି. ୧୨ ସେ.ମି. = (୨୦ × ୧୦୦) ସେ.ମି. + ୧୨ ସେ.ମି. = (୨୦୦୦ + ୧୨) ସେ.ମି. = ୨୦୧୨ ସେ.ମି.

(ଛ) ୩୯୭ ମି. = _________________ ସେ.ମି.
Solution:
୩୯୭ ମି. = (୩୯୭ × ୧୦୦) ସେ.ମି. = ୩୯୭୦୦ ସେ.ମି.

(କ) ୫,୭୯୨ ସେ.ମି. = _________________ ମି. _________________ ସେ.ମି. ← ୫୭୯୨ ସେ.ମି. = ୫୭୦୦ ସେ.ମି. + ୯୨ ସେ.ମି. = ୫୭ ମି. ୯୨ ସେ.ମି.

(ଖ) ୯,୧୦୮ ସେ.ମି. = _________________ ମି. _________________ ସେ.ମି.
Solution:
୯,୧୦୮ ସେ.ମି. = ୯୧୦୦ ସେ.ମି. + ୮ ସେ.ମି. = ୯୧ ମି. ୮ ସେ.ମି.

(ଞ) ୩୪ କି.ମି. = _________________ ମି.
Solution:
୩୪ କି.ମି. = (୩୪ × ୧୦୦୦) ମି. = ୩୪,୦୦୦ ମି.

(ଟ) ୬,୮୭୦ ମି. = _________________ କି.ମି. _________________ ମି.
Solution:
୬,୮୭୦ = ୬୦୦୦ ମି. + ୮୭୦ ମି. = ୬ କି.ମି. ୮୭୦ ମି.

(୦) ୧୦,୫୫୨ ମି. = _________________ କି.ମି. _________________ ମି.
Solution:
୧୦,୫୫୨ ମି. = ୧୦,୦୦୦ ମି + ୫୫୨ ମି. = ୧୦ କି.ମି. ୫୫୨ ମି.

(ଡ) ୨୯ କି.ମି. ୩୦ ମି. = _________________ ମି.
Solution:
୨୯ କି.ମି. ୩୦ମି. = (୨୯ × ୧୦୦୦) ମି. + ୩୦ ମି. = ୨୯୦୦୦ ମି. + ୩୦ ମି. = ୨୯୩୦ ମି.

(ଢ) ୩୨ କି.ମି. ୩୫୯ ମି. = _________________ ମି.
Solution:
୩୨ କି.ମି. ୩୫୯ ମି. = (୩୨ × ୧୦୦୦) ମି. + ୩୫୯ ମି. = ୩୨,୦୦୦ ମି. + ୩୫୯ ମି. = ୩୨,୩୫୯ ମି.

ଦୈର୍ଘ୍ୟର ଯୋଗ ଏବଂ ବିୟୋଗ

Page No. (୬୪ to ୬୬)

Question 1.
ଦିପୁ ତାର ସ୍ମାର୍ଟ ଫୋନ୍‌ରେ ଦେଖିଲା ଯେ ସେ ସକାଳେ ୩ କି.ମି ୪୫୦ ମି. ଏବଂ ସନ୍ଧ୍ୟାରେ ଆଉ ୪ କି.ମି ୬୫୦ ମି. ଚାଲିଛି । ସେ ପୂରା! ଦିନ ଭିତରେ କେତେ ବାଟ ଚାଲିଲା ? ତୁମେ ଏହି ସମସ୍ୟାର କିପରି ସମାଧାନ କରିବ ? ତୁମେ ସାଙ୍ଗମାନଙ୍କ ସହିତ ଆଲୋଚନା କର ।
Solution:
Class 5 Maths Chapter 5 Question Answer Odia Medium ପାଖ ଓ ଦୂର 14

Question 2.
ବୈଦ୍ୟୁତିକ ମିସ୍ତ୍ରୀ ଗୋଟିଏ ଘରର ବିଦ୍ୟୁତ ତାର ବଦଳାଉ ଥିଲେ । ସେମାନଙ୍କୁ ୬୩ ମିଟର ବିଦ୍ୟୁତ ତାର ଦରକାର, କିନ୍ତୁ ସେମାନେ ପ୍ରଥମ କୋଠରୀରେ ୧୬ ମି. ୭୫ ସେ.ମି ବିଦ୍ୟୁତ ତାର ବ୍ୟବହାର କରିଥିଲେ । ବଳକା ବିଦ୍ୟୁତ୍ ତାରର ଲମ୍ବ କେତେ ?
Solution:
Class 5 Maths Chapter 5 Question Answer Odia Medium ପାଖ ଓ ଦୂର 15
ତେଣୁ ୪୬ ମି. ୨୫ ସେ.ମି. ବିଦ୍ୟୁତ୍ ତାର ବଳକା ଅଛି ।

ଆସ ସମାଧାନ କରିବା

Question 1.
ରାନୀଙ୍କ ପାଖରେ ଦୁଇଟି ଲାଲ ରଙ୍ଗର ରିବନ ରୋଲ ଅଛି, ଗୋଟିଏର ଲମ୍ବ ୩ ମି. ୭୫ ସେ.ମି ଏବଂ ଅନ୍ୟଟିର ଲମ୍ବ ୨ ମି. ୨୫ ସେ.ମି । ତାଙ୍କ ପାଖରେ ମୋଟ କେତେ ଲମ୍ବର ରିବନ ଅଛି ?
Solution:
Class 5 Maths Chapter 5 Question Answer Odia Medium ପାଖ ଓ ଦୂର 16

Question 2.
କଟକରୁ କେନ୍ଦୁଝରର ଦୂରତା ୧୮୯ କି.ମି ୭୦୦ ମି. । ସାନ ଘାଘରା ଜଳ ପ୍ରପାତ କେନ୍ଦୁଝରଠାରୁ ୧୬ କି.ମି ୩୦୦ ମି. ଦୂରତାରେ ଅବସ୍ଥିତ୍ୱ । ତେବେ କଟକ ଠାରୁ କେତେ ଦୂରରେ ସାନ ଘାଘରା ଜଳ ପ୍ରପାତ ଅଛି ?
Solution:
Class 5 Maths Chapter 5 Question Answer Odia Medium ପାଖ ଓ ଦୂର 17
∴ ତେବେ କଟକଠାରୁ ୨୦୭ କି.ମି. ଦୂରରେ ସାନଘାଘରା ଜଳପ୍ରପାତ ଅଛି ।

Question 3.
କାଶ୍ମୀରର ଗୁଲମାର୍ଗରେ ଥିବା ଗୁଲମାର୍ଗ ଗାଢୋଲା ବିଶ୍ଵର ଦ୍ଵିତୀୟ ସବୁଠାରୁ ଲମ୍ବା ଏବଂ ଦ୍ୱିତୀୟ ଉଚ୍ଚତମ କେବୁଲ କାର ଅଟେ । ଏହା ଦୁଇଟି ଭାଗରେ ବିଭକ୍ତ । ଏହାର ପ୍ରଥମ ଭାଗ ୨ କି.ମି ୩୦୦ ମି. ଦୂରତା ଅତିକ୍ରମ କରେ ଓ ଦ୍ଵିତୀୟ ଭାଗ ୨ କି.ମି ୬୫୦ ମି. ଦୂରତା ଅତିକ୍ରମ କରେ । କେବୁଲ କାରଟି ମୋଟରେ କେତେ ଦୂରତା ଅତିକ୍ରମ କରେ ?
Class 5 Maths Chapter 5 Question Answer Odia Medium ପାଖ ଓ ଦୂର 18
Solution:
Class 5 Maths Chapter 5 Question Answer Odia Medium ପାଖ ଓ ଦୂର 19
∴ କେବୁଲ କାରଟି ମୋଟରେ ୪ କି.ମି. ୯୫୦ ମି. ଦୂରତା ଅତିକ୍ରମ କରେ ।

Question 4.
Class 5 Maths Chapter 5 Question Answer Odia Medium ପାଖ ଓ ଦୂର 20
Solution:
Class 5 Maths Chapter 5 Question Answer Odia Medium ପାଖ ଓ ଦୂର 21

ଦୈର୍ଘ୍ୟ ମାପର ଗୁଣନ ଓ ହରଣ

Page No. (୬୬ to ୬୯)

Question 1.
ଗୋଟିଏ ୧୦ ବର୍ଷର ପିଲାର ସାର୍ଟ ତିଆରି କରିବା ପାଇଁ ଆମକୁ ୧ ମି. ୮୦ ସେ.ମି କପଡା ଦରକାର ହୁଏ । ଏପରି ୨୦ ଜଣ ପିଲାଙ୍କର ସାର୍ଟ ତିଆରି କରିବା ପାଇଁ କେତେ କପଡ଼ା ଦରକାର ହେବ ?
Solution:
୨୦ × ୧ ମି. ୮୦ ସେ.ମି = ୨୦ × ୧ ମି.
ଏବଂ ୨୦ × ୮୦ ସେ.ମି
= ୨୦ ମି. + ୧୬୦୦ ସେ.ମି. ← ପରିମାଣକୁ ମିଟର ଏବଂ ସେ.ମି.ରେ ଅଲଗା ଅଲଗା ଗୁଣନ କର । ତୁମେ ଏହାକୁ ସେ.ମି.ରେ ବଦଳାଇ ମଧ୍ୟ ଗୁଣନ କରିପାରିବ ।
= ୨୦ ମି. + ୧୬ ମି.
= ୩୬ ମି.

Question 2.
ଗୋଟିଏ ଦୋକାନୀ ୫ ମିଟରକୁ ଟ.୧୦୦ ହିସାବରେ ବ୍ୟାଗ୍ | ତିଆରି ପାଇଁ କପଡ଼ା ବିକ୍ରୟ କରେ । ୧ ମିଟର କପଡ଼ା କିଣିବା ପାଇଁ କେତେ ଟଙ୍କା ଆବଶ୍ୟକ ? ଯଦି ୫ ମିଟର କପଡ଼ାର ମୂଲ୍ୟ ୧୦୦ ଟଙ୍କା ହୁଏ, ତେବେ ୧ ମିଟର କପଡାର ମୂଲ୍ୟ| = ୧୦୦ ÷ ୫ = ଟ. ୨୦ ବର୍ଗମାନ ଗୋଟିଏ ନିର୍ଦ୍ଦିଷ୍ଟ ମୂଲ୍ୟରେ | କେତେ ଲମ୍ବର କପଡ଼ା କିଣାଯାଇପାରିବ ? ତୁମେ କପଡାର ମୂଲ୍ୟ କିମ୍ବା କପଡ଼ାର ଲମ୍ବ ଜାଣିବା ପାଇଁ ଦୁଇ ପ୍ରକାରର ସଂଖ୍ୟାରେଖାର ବ୍ୟବହାର କର ।
Class 5 Maths Chapter 5 Question Answer Odia Medium ପାଖ ଓ ଦୂର 22
Solution:
ଗୋଟିଏ ଦୋକାନୀ ୫ ମିଟରକୁ ୧୦୦ ଟଙ୍କା ହିସାବରେ ବ୍ୟାଗ୍ ତିଆରି ପାଇଁ କପଡ଼ା ବିକ୍ରୟ କରେ । ୧ ମିଟର କପଡ଼ା କିଣିବା ପାଇଁ କେତେ ଟଙ୍କା ଆବଶ୍ୟକ ?
୫ମିଟର କପଡ଼ାର ଦାମ୍ = ୧୦୦ ଟଙ୍କା
୧ ମିଟର କପଡ଼ାର ଦାମ୍ = (୧୦୦ ÷ ୫) ଟଙ୍କା = ୨୦ ଟଙ୍କା
ବର୍ତ୍ତମାନ ଗୋଟିଏ ନିର୍ଦ୍ଦିଷ୍ଟ ମୂଲ୍ୟରେ କେତେ ଲମ୍ବର କପଡ଼ା କିଣାଯାଇପାରିବ ? ତୁମେ କପଡ଼ାର ମୂଲ୍ୟ କିମ୍ବା କପଡ଼ାର ଲମ୍ବ ଜାଣିବା ପାଇଁ ୨ ପ୍ରକାରର ସଂଖ୍ୟାରେଖା ବ୍ୟବହାର କରିପାରିବ ।
Class 5 Maths Chapter 5 Question Answer Odia Medium ପାଖ ଓ ଦୂର 23

Question 3.
ଅନିତା ଏକ ଶାଢ଼ୀର ଧଡ଼ିତରେ ଏକ ଢ଼ାଳିର ଚିତ୍ର (ଏମ୍ କଲି) କରୁଛନ୍ତି । ତାଙ୍କୁ ୫୦ ସେ.ମି ଶାଢ଼ୀରେ ଡ଼ାଲିର ଚିତ୍ର କରିବା ପାଇଁ ୧ ମିଟର ଲମ୍ବର ସୂତା ଆବଶ୍ୟକ । ୫ ମିଟର ଶାଢ଼ୀରେ ଡାଳିର ଚିତ୍ର ପାଇଁ ତାଙ୍କୁ କେତେ ସୂତା ଆବଶ୍ୟକ ହେବ ? ଗୋଟିଏ ୧ ମିଟର ଲମ୍ବ ସୂତାର ମୂଲ୍ୟ ଟ. ୫୦ । ସୂତା କିଣିବା ପାଇଁ କେତେ ଟଙ୍କା ଆବଶ୍ୟକ ହେବ ?
Class 5 Maths Chapter 5 Question Answer Odia Medium ପାଖ ଓ ଦୂର 24
Solution:
ଶାଢ଼ୀର ଧଡ଼ିର ଲମ୍ବ ୫ ମି. = ୫୦୦ ସେ.ମି.
୫ମି. ବା ୫୦୦ ସେ.ମି. ଶାଢ଼ୀ ଧଡ଼ିକୁ ଏମ୍ବୋ ଡରୀ କରିବା ପାଇଁ ସୂତା ଆବଶ୍ୟକ = ୧ ମି. × ୧୦ = ୧୦ମି.
୧ ମି. ସୂତାର ମୂଲ୍ୟ = ₹୫୦
୧୦ ମି. ସୂତାର ମୂଲ୍ୟ = ₹୫୦ × ୧୦ = ₹୫୦୦
∴ ସୂତା କିଣିବା ପାଇଁ ₹ ୫୦୦ ଆବଶ୍ୟକ ହେବ ।

Question 4.
ଗୋଟିଏ ସହରରେ ୧୨ କି.ମି ୬୦୦ ମି. ଲମ୍ବର ରାସ୍ତା ନିର୍ମାଣ କରାଯାଇଅଛି । ଶ୍ରମିକମାନେ ପ୍ରତ୍ୟେକଦିନ ସମାନ ଲମ୍ବର ରାସ୍ତା ନିର୍ମାଣ କରି କାର୍ଯ୍ୟଟିକୁ ୬ ଦିନରେ ଶେଷ କରୁଛନ୍ତି । ତେବେ ପ୍ରତ୍ୟେକ ଦିନ କେତେ ଲମ୍ବର ରାସ୍ତା ନିର୍ମାଣ ହୋଇଅଛି ?
Solution:
ରାସ୍ତା ନିର୍ମାଣ ହେବ = ୧୨ କି.ମି. ୬୦୦ ମି.
ଶ୍ରମିକମାନେ ପ୍ରତିଦିନ ସମାନ କାମ କରନ୍ତି ।
କାର୍ଯ୍ୟ ଶେଷ ହେବ = ୧୨କି.ମି. ୬୦୦ ମି. ÷ ୬ = ୧୨୬୦୦ ମି. ÷ ୬ = ୨୧୦୦ ମି. = ୨ କି.ମି. ୧୦୦ ମି. ।

Class 5 Maths Chapter 5 Question Answer Odia Medium ପାଖ ଓ ଦୂର

ଆସ ଦୈର୍ଘ୍ୟ ମାପ ଅନୁମାନ କରିବା

ଆସ ଜାଣିବା

Question 1.
ଦୈନନ୍ଦିନ ଜୀବନରେ ଆମେ ଦୈର୍ଘ୍ୟ ମାପିବା ପାଇଁ ଅନ୍ୟ ସବୁ ଏକକର ମଧ୍ୟ ବ୍ୟବହାର କରିଥାଉ । ସାଧାରଣତଃ ଫୁଟ ଏବଂ ଇଞ୍ଚରେ ଉଚ୍ଚତା ମପାଯାଏ । ତୁମର ରୁଲରେ ଇଞ୍ଚ ମଧ୍ଯ ଚିହ୍ନିତ ହୋଇଛି କି ନାହିଁ ଦେଖ । କେତେ ସେ.ମି ଓ ମି.ମି କୁ ନେଇ ୧ ଇଞ୍ଚ ହେବ, କୁହ ।
Class 5 Maths Chapter 5 Question Answer Odia Medium ପାଖ ଓ ଦୂର 25
Solution:
୧ ଇଞ୍ଚ = ୨ ସେ.ମି ୫ ମି.ମି
୧ ଫୁଟ୍ = ୧୨ ଇଞ୍ଚ କିମ୍ବା ୩୦ ସେ.ମି

ତୁମର ଉଚ୍ଚତା ମାପ

ଗୋଟିଏ କାନ୍ଥକୁ ଲାଗି ଠିଆ ହୁଅ ଏବଂ ନିଜର ଉଚ୍ଚତାକୁ ଚିହ୍ନିତ କର । ଚଟାଣରୁ ଚିହ୍ନିତ ବିନ୍ଦୁ ପର୍ଯ୍ୟନ୍ତ ଦୈର୍ଘ୍ୟକୁ ଫୁଟ ଏବଂ ଇଞ୍ଚରେ ମାପ ।
ସେହିପରି ଶ୍ରେଣୀର ଅନ୍ୟ ଛାତ୍ରଛାତ୍ରୀ ମାନେ ସେମାନଙ୍କର ଉଚ୍ଚତା ମାପି ପାରିବେ ।
Class 5 Maths Chapter 5 Question Answer Odia Medium ପାଖ ଓ ଦୂର 26
Question 1.
ଶ୍ରେଣୀରେ ସବୁଠାରୁ ଡେଙ୍ଗା କିଏ ଖୋଜ । ଫୁଟ ଏବଂ ଇଞ୍ଚରେ ତାର ଉଚ୍ଚତା କେତେ କୁହ ?
Solution:
ଛାତ୍ରଛାତ୍ରୀମାନେ ଏହାକୁ ନିଜେ ପରୀକ୍ଷା କରିପାରିବେ ।