Students can use Class 5 Math Solution Odia Medium and Class 5 Maths Chapter 7 Question Answer Odia Medium ଆକୃତି ଓ ସଂରଚନା to check their answers after solving exercises.
5th Class Maths Chapter 7 Question Answer Odia Medium
Class 5 Maths Chapter 7 Odia Medium
ଆସନ ବୁଣା
Page No. (୯୨ to ୯୩)
Question 1.
ଆସ କାଗଜରେ ଆସନ ତିଆରି କରିବା :
Solution:
ଆବଶ୍ୟକ : ଏକ ରଙ୍ଗୀନ କାଗଜ (୩୦ ସେ.ମି. ଲମ୍ବା ଓ ୨୦ ସେ.ମି. ଓସାର) ଏବଂ ଦୁଇଟି ଭିନ୍ନ ଭିନ୍ନ ରଙ୍ଗର ଆଠଟି କାଗଜ ପଟି (୩ ସେ.ମି. ଓସାର ଓ ୨୦ ସେ.ମି. ରୁ ଅଧିକ ଲମ୍ବା) ।

(କ) ଏକ ରଙ୍ଗୀନ କାଗଜ ନିଅ ଯାହାର ଲମ୍ବ ୩୦ ସେ.ମି. ଓ ୨୦ ସେ.ମି. ଓସାର ।
(ଖ) ରଙ୍ଗୀନ କାଗଜକୁ ଲମ୍ବ ପଟରେ ଅଧାକରି ଭାଙ୍ଗିଦିଅ ।
(ଗ) ଭଙ୍ଗା କାଗଜର ଭାଙ୍ଗ ଧାରରୁ ତା’ର ବିପରୀତ ଧାରକୁ ସିଧାଗାରଗୁଡ଼ିକ ଟାଣ ଯେପରି ବିପରୀତ ଧାରକୁ ଛୁଇଁବ ନାହିଁ । (୩ ସେ.ମି. ବାକି ରହିବ) ଏହା ଦେଖ ଯେ ଗାର ଦୁଇଟି ମଧ୍ୟରେ ବ୍ୟବଧାନ ୩ ସେ.ମି. ରହିବ । ବର୍ତ୍ତମାନ ଗାର ଅନୁସାରେ କାଗଜକୁ କାଟ ।
(ଘ) କାଗଜକୁ ସତର୍କତାର ସହ ଖୋଲନ୍ତୁ । ଏବେ ଦେଖ ଯେ ସେହି କାଗଜଟିରେ ୩ ସେ.ମି. ବ୍ୟବଧାନରେ ଫାଙ୍କ ହୋଇଛି କିନ୍ତୁ ଏହାର ଚାରିପାଖ ୩ ସେ.ମି.ର ପଟି ଭଳି ରହିଛି ।
(ଙ) ବର୍ତ୍ତମାନ ୨ଟି ରଙ୍ଗର ୮ଟି କାଗଜ ପଟି କାଟ । ଯାହାର ଓସାର ୩ ସେ.ମି. ଓ ଲମ୍ବ ୨୦ ସେ.ମି.ରୁ ଅଧିକ ଥିବ ।
(ଚ) ବର୍ତ୍ତମାନ ଗୋଟିଏ କାଗଜ ପଟି ନିଅ ଏବଂ ଏହାକୁ ପୂର୍ବ କାଗଜର ଫାଙ୍କ ମଧ୍ୟରେ ଏପରି ବୁଣ ଯେପରି କି ପ୍ରଥମ ଥର ତଳକୁ ରହିବ । ତା’ପରେ ଉପରକୁ ରହିବ ପୁଣି ଥରେ ତଳକୁ ଥରେ ଉପରକୁ ରହିବ । ଏହିପରି ଏହି ପ୍ରଥମ ଧାଡ଼ିରେ ପୁନରାବୃତ୍ତି କର ।
(ଛ) ଆଉ ଏକ ଅନ୍ୟରଙ୍ଗର କାଗଜ ପଟି ନିଅ ଓ ଏହାକୁ ବୁଣ ଯେପରି ପ୍ରଥମ ଥର ଉପରକୁ ରହିବ ଓ ତାପରେ ତଳକୁ ରହିବ । ପୁଣି ଥରେ ଉପରକୁ ଓ ତାପରେ ତଳକୁ ରହିବ । ଏହିପରି ୨ୟ ଧାଡ଼ିରେ ପୁନରାବରି କର ।
(ଜ) ଏହିପରି ସମସ୍ତ କାଗଜପଟିକୁ ଦୁଇଟି ସଂରଚନାରେ ଗୋଟିଏ ପରେ ଅନ୍ୟଟି ବୁଣିଚାଲ । କାଗଜ ପଟିର ବଳକା ମୁଣ୍ଡକୁ ଆସନର ତଳପାଖକୁ ଭାଙ୍ଗିଦିଅ । ବର୍ତ୍ତମାନ ତୁମର ଆସନ ପ୍ରସ୍ତୁତ ।
ନିମ୍ନରେ ଉପର ବୁଣାର ସଂରଚନାକୁ ବର୍ଣନା କରାଯାଇଛି !
୧ମ ଧାଡ଼ି : ଥରେ ତଳକୁ, ଥରେ ଉପରକୁ, ଥରେ ତଳକୁ, ଥରେ ଉପରକୁ …..(ପୁନରାବୃରି ହେବ)
୨ୟ ଧାଡ଼ି : ଥରେ ଉପରକୁ, ଥରେ ତଳକୁ, ଥରେ ଉପରକୁ ଥରେ ତଳକୁ……(ପୁନରାବୃଭି ହେବ)
Question 2.
ଏହି ଆସନ କିପରି ତିଆରି କରିବ, ତୁମେ ଜାଣିପାରୁଛ କି ?

Solution:
ଆସ, ପ୍ରଥମ ଦୁଇଟି ଧାଡ଼ିର ସଂରଚନାକୁ ଦେଖୁ ଏହି ଆସନ କିପରି ବୁଣାଯାଇଛି, ତାହା ବୁଝିବା ପାଇଁ ଚେଷ୍ଟା କରିବା ।
୧ମ ଧାଡ଼ି : ୨ ଥର ଉପରକୁ, ଥରେ ତଳକୁ, ୨ ଥର ଉପରକୁ ଥରେ ତଳକୁ………
୨ୟ ଧାଡ଼ି : ୨ ଥର ତଳକୁ, ଥରେ ଉପରକୁ, ୨ ଥର ତଳକୁ ଥରେ ଉପରକୁ…….
ପ୍ରତ୍ୟେକ ଧାଡ଼ି ପାଇଁ ତମେ ଗୋଟିଏ ରଙ୍ଗରେ ବା ଦୁଇଟି ଭିନ୍ନ ରଙ୍ଗର କାଗଜ ପଟି ବ୍ୟବହାର କରିପାରିବ ।
Question 3.
ତଳେ ଦିଆଯାଇଥିବା ଏକ ସଂରଚନାର ନିୟମକୁ ବ୍ୟବହାର କରି ଏକ ଆସନ ବୁଣ ।
୧ମ ଧାଡ଼ି : ୨ ଥର ଉପରକୁ, ଥରେ ତଳକୁ, ୨ ଥର ଉପରକୁ, ଥରେ ତଳକୁ …………….. (ପୁନରାବୃତ୍ତି କର)
୨ୟ ଧାଡ଼ି : ଥରେ ତଳକୁ (ପୁନରାବୃତ୍ତି ହେବ ନାହିଁ) ୩ ଥର ଉପରକୁ ୩ ଥର ତଳକୁ …………..,, ୩ ଥର ଉପରକୁ, ୩ ଥର ତଳକୁ………… (ପୁନରାବୃଦ୍ଧି କର)
୩ୟ ଧାଡ଼ି : ୨ ଥର ତଳକୁ, ଥରେ ଉପରକୁ ୨ ଥର ତଳକୁ …………………. (ପୁନରାବୃତ୍ତି କର)
୪ର୍ଥ ଧାଡ଼ି : ଥରେ ଉପରକୁ (ପୁନରାବୃତ୍ତି ହେବ ନାହିଁ), ୩ ଥର ତଳକୁ, ୩ ଥର ଉପରକୁ……. (ପୁନରାବୃତ୍ତି କର) ଏହିପରି କ୍ରମରେ ଏକ ଆସନ ବୁଣ ।
Solution:

![]()
Question 4.
ତୁମେ ନିମ୍ନରେ ଦିଆଯାଇଥିବା ଯେକୌଣସି ସଂରଚନା ପାଇଁ ବୁଣିବାର ପଦକ୍ଷେପ ଗୁଡ଼ିକ ଲେଖୁ ପାରିବ କି ?

Solution:
ପ୍ରତ୍ୟେକ ଧାଡ଼ିର ସଂରଚନାର ସୋପାନ ଗୁଡ଼ିକୁ ତମ ଖାତାରେ ଲେଖ ସଂରଚନାର ସୋପାନ ଗୁଡ଼ିକ ପୁଣିଥରେ ପୁନରାବୃଭି ହେବା ପର୍ଯ୍ୟନ୍ତ ଲେଖୁବା ଜାରି ରଖ।
ଆସ ଚେଷ୍ଟା କରିବା
Question 1.
ଏକ ଗ୍ରୀଡ୍ କାଗଜରେ ନିମ୍ନ ସଂରଚନାକୁ ପ୍ରସ୍ତୁତ କର । ଏହାର କିଛି ଅଂଶ ତମ ପାଇଁ ଆଗରୁ କରାଯାଇଛି । ବର୍ତ୍ତମାନ ସଂପୂର୍ଣ ନକ୍ସା ପାଇଁ ଗ୍ରୀଡ୍ର ବାକି ଅଂଶକୁ ପୂରଣ କରିବା ।
Solution:
![]()
ଆସ ଟାଇଲ୍ ବିଛାଇବା
Page No. (୯୪ to ୯୯)
• ଟେସ୍ଲେଟ୍ : କୌଣସି ଆକୃତିର ଟାଇଲ୍ (ଯେପରିକି ତ୍ରିଭୁଜ, ଚତୁର୍ଭୁଜ, ଷଡଭୁଜ ଇତ୍ୟାଦି) ଖାଲିସ୍ଥାନ ଛଡ଼ା ନଯାଇ ଏବଂ ପରସ୍ପର ଉପରେ ନରଖ୍ ଏକ ସମତଳ ପୃଷ୍ଠ ଉପରେ ପୁନରାବୃତ୍ତି କରି ସଜାଇବା ।
• ଟାଇଲିଙ୍ଗ୍ ମାନେ ହେଉଛି ଏହି ଟେସେଲେସନ୍ କରିବା ପ୍ରକ୍ରିୟା ।
• ଏକ ସମତଳ ସ୍ଥାନକୁ ସମାନ ଆକୃତି କିମ୍ବା ଏକାଧ୍ଵକ ଆକୃତିର ମିଶ୍ରଣରେ ଆଚ୍ଛାଦିତ କରିଥାଉ (ସଜେଇଥାଉ) ।
• ପାର୍ଶ୍ୱସ୍ଥ ଚିତ୍ରଟି ଏକ ପଞ୍ଚଭୁଜ (ଅର୍ଥାତ୍ ୫ଟି ରେଖାଖଣ୍ଡ । ଦ୍ଵାରା ଆବଦ୍ଧଚିତ୍ର) ।
ଏହାର ସମସ୍ତ ପାର୍ଶ୍ଵ (ବାହୁ)ର ଦୈର୍ଘ୍ୟ ସମାନ ହୋଇଥିବାରୁ ଏହା ଏକ ସୁଷମ ପଞ୍ଚଭୁଜ ।
• ସମାନ ପାର୍ଶ୍ଵ (ବାହୁ) ଥିବା ଆକୃତିଗୁଡ଼ିକୁ ସୁଷମ ଆକୃତି କୁହାଯାଏ ।
Question 1.
ଚିତ୍ରରେ ଏକ ବିନ୍ଦୁ ଚାରିପାଖରେ ପଞ୍ଚଭୁଜ ରଖାଯାଇଛି । ଖାଲି (ଫାଙ୍କା) ସ୍ଥାନରେ ଆଉ ଏକ ପଞ୍ଚଭୁଜ ରଖ୍ (ଫିଟ୍) ପାରିବା କି ?

Solution:
ନା ।
ଆମେ ଜାଣିଲେ, ପଞ୍ଚଭୁଜ ଗୁଡ଼ିକ ଫାଙ୍କା ନଛାଡ଼ି ଏକ ସ୍ଥାନ ବା ସମତଳକୁ ପୂରଣ କରିବା ନାହିଁ । ଅର୍ଥାତ୍ ଏକ ସ୍ଥାନକୁ ପଞ୍ଚଭୁଜାକୃତି ଟାଇଲ୍ ଦ୍ଵାରା ବିଛାଇଲେ (ସଜେଇଲେ) ମଝିରେ ମଝିରେ ଫାଙ୍କା ସ୍ଥାନ ରହିବ ।
ସିଦ୍ଧାନ୍ତ : ସୁଷମ ପଞ୍ଚଭୁଜଗୁଡ଼ିକ ଟେସ୍ଲେଟ୍ ନୁହଁନ୍ତି ।
ଆସ ଖୋଜିବା
Question 1.
ସମବାହୁ ତ୍ରିଭୁଜ ଗୁଡ଼ିକ ବିନା ଫାଙ୍କା (ବ୍ୟବଧାନ)ରେ ଏକ ବିନ୍ଦୁରେ ଖାପ ଖାଇପାରିବେ କି ? ସେମାନଙ୍କ ମଧ୍ୟରୁ କେତୋଟି ଏକାଠି ଖାପ ଖାଇବେ ?

Solution:
ହଁ, ଛଅଟି ସମବାହୁ ତ୍ରିଭୁଜ ଏକାଠି ଖାପ ଖାଇବେ । ତେଣୁ ସମବାହୁ ତ୍ରିଭୁଜ ଗୁଡ଼ିକ ଟେସେଲେଟ୍ ।

Question 2.
ବର୍ଗକ୍ଷେତ୍ରଗୁଡ଼ିକ କୌଣସି ଫାଙ୍କ ନରଖ୍ ଏବଂ ପରସ୍ପର ଉପରେ ନରହି ଏକ ବିନ୍ଦୁ ଚାରିପାଖରେ ଖାପ ଖାଇପାରିବେ କି ? ତୁମେ କେତୋଟି ବର୍ଗକ୍ଷେତ୍ର ଆବଶ୍ୟକ କରୁଛ ?
Solution:

ହଁ, ୪ଟି ବର୍ଗକ୍ଷେତ୍ର ଏକାଠି ଖାପ ଖାଇପାରିବେ ।
∴ ବର୍ଗକ୍ଷେତ୍ରଗୁଡ଼ିକ ଟେସ୍ଟ୍ ।
Question 3.
ପାଞ୍ଚଟି ବର୍ଗକ୍ଷେତ୍ର କୌଣସି ଫାଙ୍କ ନରଖ୍ କିମ୍ବା ପରସ୍ପର ଉପରେ ନରହି ଏକ ବିନ୍ଦୁ ଚାରିପାଖରେ ଖାପଖାଇପାରିବେ କି ? କାହିଁକି କିମ୍ବା କାହିଁକି ନୁହେଁ ?
Solution:
ନା । କାରଣ, ଏକ ବିନ୍ଦୁ ଚାରିପାଖରେ ଅଙ୍କିତ କୋଣମାନଙ୍କର ପରିମାଣର ସମଷ୍ଟି ୩୬୦° ।
କିନ୍ତୁ ୯୦° × ୫ = ୪୫୦° ଠାରୁ ଅଧିକ ।
ତେଣୁ, ୫ଟି ବର୍ଗକ୍ଷେତ୍ରର ଶୀର୍ଷକୁ ଗୋଟିଏ ବିନ୍ଦୁରେ ଚାରିପାଖରେ ଥୋଇଲେ ସେମାନେ ପରସ୍ପର ଉପରେ ରହିବେ ଅର୍ଥାତ୍ ଏକାଠି ଖାପ ଖାଇବେ ନାହିଁ ।
Question 4.
ସୁଷମ ଷଡଭୁଜ ଗୁଡ଼ିକ କୌଣସି ଫାଙ୍କ ନରଖୁ କିମ୍ବା ପରସ୍ପର ଉପରେ ନରହି ଏକ ବିନ୍ଦୁ ଚାରିପାଖରେ ଖାପ ଖାଇପାରିବେ କି ? ଏକ ବିନ୍ଦୁରେ କେତୋଟି ଖାପ ଖାଇବେ ?

Solution:

ହଁ, ତିନୋଟି ଷଡଭୁଜ ଏକ ବିନ୍ଦୁରେ ଖାପ ଖାଇପାରିବେ ।
ଅତଏବ ସୁଷମ ଷଡ଼ଭୁଜଗୁଡ଼ିକ ଟେସ୍ଲେଟ୍ ।
Question 5.
ଏଠାରେ ଏକ ଟେସ୍ଲେଟ୍ ଯୁକ୍ତ ସଂରଚନା ଦିଆଯାଇଛି ଯେଉଁଥ୍ରେ ଏକରୁ ଅଧିକ ଆକୃତି ଅଛି ।

ଏହି ସଂରଚନାରେ କେଉଁ ଆକୃତିଗୁଡ଼ିକ ବ୍ୟବହୃତ ହୋଇଛି ? ……………….., ………………….. ।
Solution:
ତ୍ରିଭୁଜ ଓ ଷଡଭୁଜ ।
![]()
Question 6.
ନିମ୍ନରେ ଦିଆଯାଇଥିବା ସଂରଚନାକୁ ଆଗକୁ ବଢ଼ାଅ ଓ ଏଥିରେ ଉପଯୁକ୍ତ ରଙ୍ଗ ଦିଅ ।

Solution:

• ସୁଷମ ଅଷ୍ଟଭୁଜ ଅର୍ଥ ୮ଟି ସମାନ ଦୈର୍ଘ୍ୟ ବିଶିଷ୍ଟ ବାହୁମାନଙ୍କର ଏକ ଆବଦ୍ଧ କ୍ଷେତ୍ର ।

Question 7.
ସୁଷମ ଅଷ୍ଟଭୁଜ ଫାଙ୍କ ନରଖ୍ କିମ୍ବା ପରସ୍ପର ଉପରେ ନରହି ଏକାଠି ଖାପ ଖାଇପାରିବ କି ? ଅଙ୍କନ କରି ପରୀକ୍ଷା କର ।

Solution:

ଆମେ ଦେଖିଲେ ସୁଷମ ଅଷ୍ଟଭୁଜମାନେ ଏକାଠି ଖାପ ଖାଇପାରିବେ ନାହିଁ । ସେମାନଙ୍କ ମଝିରେ ଫାଙ୍କା ସ୍ଥାନ ରହିବ ।
∴ ଅତଏବ ସୁଷମ ଅଷ୍ଟଭୁଜଗୁଡ଼ିକ ଟେସ୍ଟ୍ ନୁହଁନ୍ତି ।
Question 8.
ନିମ୍ନରେ ଦିଆଯାଇଥିବା ସଂରଚନାକୁ ଦେଖ । ଚିହ୍ନିତ ବିନ୍ଦୁରେ କେଉଁ ପ୍ରକାରର ଆକୃତି ସୃଷ୍ଟି ହେଉଛି ? ସେହି ବିନ୍ଦୁ ମାନଙ୍କ ଚାରିପାଖରେ ଏକ ପ୍ରକାରର ଆକୃତି ଅଛି କି ?

Solution:

(i) ଚିହ୍ନିତ ବିନ୍ଦୁରେ ଗୋଟିଏ ବର୍ଗକ୍ଷେତ୍ର (ନୀଳ) ଏବଂ ୪ଟି ଅଷ୍ଟଭୁଜ (ସବୁଜ) ଆକୃତି ସୃଷ୍ଟି ହେଉଛି ।
(ii) ହଁ, ସମାନ ଆକୃତିଗୁଡ଼ିକ ସେହି ବିନ୍ଦୁମାନଙ୍କ ଚାରି ପାଖରେ ଅଛି ।
Question 9.
ଏଠାରେ ଦୁଇଟି ଆକୃତିକୁ (ବର୍ଗଚିତ୍ର ଗୁଡିକ ଓ ତ୍ରିଭୁଜ ଗୁଡିକ) ବ୍ୟବହାର କରି ଟାଇଲ ବିଛାଇବାର ଏକ ସଂରଚନା ଦିଆ ଯାଇଛି । ଏହି ତ୍ରିଭୁଜ ଗୁଡିକ କ’ଣ ସମବାହୁ ତ୍ରିଭୁଜ ? କାହିଁକି କିମ୍ବା କାହିଁକି ନୁହେଁ ?

Solution:
ନା, ତ୍ରିଭୁଜ ଗୁଡ଼ିକ ସମବାହୁ ନୁହଁନ୍ତି । କାରଣ ଏକ ସମବାହୁ ତ୍ରିଭୁଜର ସମସ୍ତ ବାହୁ ଏବଂ କୋଣମାନ ସମାନ ହୋଇଥାଏ । ପ୍ରତ୍ୟେକ କୋଣ ୬୦° ହୋଇଥାଏ । ସଂରଚନାରେ, ତ୍ରିଭୁଜଗୁଡ଼ିକ ଗୋଟିଏ ପାର୍ଶ୍ଵରେ ଅଧିକ ଲମ୍ବା ଦେଖାଯାଉଛନ୍ତି ଏବଂ ସମସ୍ତ କୋଣ ୬୦° ନୁହେଁ ।
ତେଣୁ ତ୍ରିଭୁଜ ଗୁଡ଼ିକ ସମଦ୍ବିବାହୁ ବା ବିଷମ ବାହୁ ହେବେ, ସମବାହୁ ନୁହଁନ୍ତି ।
Question 10.
ଗ୍ରୀଡ୍ ଚିହ୍ନିତ ବିନ୍ଦୁରେ କେଉଁ ଆକୃତି ଗୁଡିକ ଆସୁଛି ?

Solution:
୩ଟି ବର୍ଗକ୍ଷେତ୍ର ଓ ୨ଟି ତ୍ରିଭୁଜ ଏକାଠି ହେଉଛନ୍ତି ।
Question 11.
ଏହି ବିନ୍ଦୁ ଗୁଡିକରେ କ’ଣ ଏକ ପ୍ରକାରର ଆକୃତି ଗଠିତ ହେଉଛି ?
Solution:
ହଁ, ଏହି ବିନ୍ଦୁଗୁଡ଼ିକରେ ଏକପ୍ରକାର ଆକୃତି ଗଠିତ ହେଉଛି ।
Question 12.
ଏହି ସଂରଚନାକୁ ଆଗକୁ ବଢ଼ାଅ ଓ ଏଥିରେ ଉପଯୁକ୍ତ ରଙ୍ଗ ଦିଅ ।

Solution:

![]()
Question 13.
ଚିହ୍ନିତ ବିନ୍ଦୁରେ କେଉଁ ଆକୃତିଗୁଡ଼ିକ ଆସୁଛି ?
Solution:
ଚିହ୍ନିତ ବିନ୍ଦୁଗୁଡ଼ିକରେ ୨ଟି ବର୍ଗକ୍ଷେତ୍ର ଓ ୩ଟି ତ୍ରିଭୁଜ ଏକାଠି ହେଉଛନ୍ତି ।
Question 14.
ଏହି ବିନ୍ଦୁଗୁଡ଼ିକରେ କ’ଣ ଏକ ପ୍ରକାର ଆକୃତିର ଗଠିତ ହେଉଛି ?
Solution:

ହଁ, ବିନ୍ଦୁଗୁଡ଼ିକରେ ଏକ ପ୍ରକାର ଆକୃତି ଗଠିତ ହେଉଛି ।
• ରମ୍ବସ୍ ହେଉଛି ଏକ ଆକୃତି ଯାହାର ସମସ୍ତ ପାର୍ଶ୍ଵ ସମାନ ଅର୍ଥାତ୍ ସମଦୈର୍ଘ୍ୟ ବିଶିଷ୍ଟ ।
ଏହା ୪ଟି ସମକୋଣୀ ତ୍ରିଭୁଜରେ ବିଭକ୍ତ ହୋଇଛି ।
Question 15.
ରମ୍ବସ ବିଭକ୍ତ ହୋଇଥିବା ୪ଟି ସମକୋଣୀ ତ୍ରିଭୁଜ ମଧ୍ୟରୁ ୨ଟି ତ୍ରିଭୁଜକୁ ଏକାଠି ଯୋଡ଼ି କେଉଁ ଜ୍ୟାମିତିକ ଆକୃତି ପାଇପାରିବା ? ତୁମେ ତିଆରି କରିଥିବା ଆକୃତିର ଚିତ୍ର କର ।
Solution:

ଯେକୌଣସି ୨ଟି ତ୍ରିଭୁଜକୁ ଏକାଠି ଯୋଡ଼ିଲେ ଆମେ ତ୍ରିଭୁଜାକୃତି ଚିତ୍ର ପାଇବା ।
Question 16
ତୁମେ କେତେପ୍ରକାର ତ୍ରିଭୁଜ ତିଆରି କରିପାରିବ ? ବର୍ତ୍ତମାନ ଏହି ତ୍ରିଭୁଜ ଗୁଡିକର ବାହୁମାନଙ୍କୁ ନିରୀକ୍ଷଣ କର ଏବଂ ମାପ । ତୁମେ କ’ଣ ଲକ୍ଷ୍ୟ କରୁଛ ? କୁହ ।
Solution:

ପ୍ରତି ତ୍ରିଭୁଜର ୨ଟି ବାହୁର ଦୈର୍ଘ୍ୟ ସମାନ । ଏହି ତ୍ରିଭୁଜମାନଙ୍କୁ ସମଦିବାହୁ ତ୍ରିଭୁଜ କୁହାଯାଏ ।
Question 17.
ସେମାନଙ୍କ କୋଣ ବିଷୟରେ ତୁମେ କ’ଣ ଲକ୍ଷ୍ୟ କରୁଛ ? କୁହ ।
Solution:
ପ୍ରତି ସମଦ୍ବିବାହୁ ତ୍ରିଭୁଜର ୨ଟି ସମାନ ମାପ ବିଶିଷ୍ଟ କୋଣ ଅଛି ।
ଜାଣିରଖ : ସମଦିବାହୁ ତ୍ରିଭୁଜର ସମାନ ବାହୁର ସମ୍ମୁଖୀନ କୋଣ ଦ୍ଵୟ ପରସ୍ପର ସମାନ କିମ୍ବା ସମ ପରିମାଣ ବିଶିଷ୍ଟ ।
Question 18.
ଏକ ତ୍ରିଭୁଜ ତିଆରି କରିବା ସମ୍ଭବ କି ଯାହାର ତିନୋଟି ବାହୁ ସମାନ (ସମବାହୁ ତ୍ରିଭୁଜ) ?
Solution:
ହଁ, ଯାହାର ତିନୋଟି ବାହୁ ସମାନ ଅଟେ । ସେହି ସମାନ ବାହୁକୁ ନେଇ ସମବାହୁ ତ୍ରିଭୁଜ ଅଙ୍କନ ସମ୍ଭବ ।
Question 19.
ଏକ ତ୍ରିଭୁଜ ତିଆରି କରିବା ସମ୍ଭବ କି ଯାହାର ତିନୋଟି ବାହୁ ଅସମାନ ?
Solution:
ତିନୋଟି ବାହୁ ଅସମାନ ଥିଲେ ଏକ ବିଷମ ବାହୁ ତ୍ରିଭୁଜ ଅଙ୍କନ ସମ୍ଭବ ହେବ ।
ଆସ ଚେଷ୍ଟା କରିବା
ସମବାହୁ ତ୍ରିଭୁଜର
(i) ପ୍ରତ୍ୟେକ ବାହୁର ଦୈର୍ଘ୍ୟ ସମାନ ।
(ii) ପ୍ରତ୍ୟେକ କୋଣର ପରିମାଣ ସମାନ (୬୦°)
ଏକ ସମବାହୁ ତ୍ରିଭୁଜକୁ ସମାନ ୨ଭାଗ କରି କାଟିଲେ :
(i) ତୁମେ ୨ଟି ସମେକାଣୀ ତ୍ରିଭୁଜ ପାଇବ ।
(ii) ପ୍ରତ୍ୟେକ ତ୍ରିଭୁଜର ବାହୁମାନଙ୍କର ଦୈର୍ଘ୍ୟ ଅସମାନ ।
ଏହାକୁ ବିଷମ ବାହୁ ତ୍ରିଭୁଜ କୁହାଯାଏ ।
ଜାଣିରଖ : ବିଷମ ବାହୁ ତ୍ରିଭୁଜର କୋଣମାନଙ୍କର ମାପ ମଧ୍ୟ ସମାନ ନୁହେଁ ।

Question 20.
ତୁମେ କେତେ ପ୍ରକାରର ୪-ବାହୁ ବିଶିଷ୍ଟ ଆକୃତି (ଚତୁର୍ଭୁଜ) ତିଆରି କରିପାରିବ ?
Solution:

• ଏଠାରେ ତିନୋଟି ସମ୍ଭାବ୍ୟ ଆକୃତି ଅଛି ।
• ଏହି ଆକୃତିକୁ ଗୁଡ଼ି ଆକୃତି କୁହାଯାଏ ।
• ଏହାର ବାହୁ ୧ = ବାହୁ ୨, ସେହିଭଳି ବାହୁ ୩ = ବାହୁ ୪
• ଏହି ବାହୁ ଗୁଡ଼ିକୁ ସଂଲଗ୍ନ ବାହୁ କୁହନ୍ତି ।

Question 21.
ଏହି ଦୁଇଟି ଚତୁର୍ଭୁଜ ‘କ’ ଓ ‘ଖ’ର ବାହୁଗୁଡିକୁ ମାପ । ତମେ କ’ଣ ଲକ୍ଷ୍ୟ କରୁଛ ? କୌଣସି ଯୋଡ଼ି ବାହୁ ସମାନ ଅଛି କି ? ଏହାର ସଂଲଗ୍ନ ବାହୁ ଯୋଡ଼ି ସମାନ କିମ୍ବା ବିପରୀତ ବାହୁ ଯୋଡ଼ି ସମାନ କି ?
Solution:
ଦେଖାଗଲା ଯେ, ଉଭୟ ଚତୁର୍ଭୁଜର ବିପରୀତ ବାହୁମାନଙ୍କର ଦୈର୍ଘ୍ୟ ସମାନ ଅଛି । ଯେଉଁ ଚତୁର୍ଭୁଜର ବିପରୀତ ବାହୁଗୁଡିକ ସମାନ, ସେଗୁଡିକୁ ସାମାନ୍ତରିକ ଚିତ୍ର କୁହାଯାଏ ।
Question 22.
ଚତୁର୍ଭୁଜ ‘କ’ ଓ ‘ଖ’ ରେ କେଉଁ ପ୍ରକାରର କୋଣ ଅଛି ? ଉପରୋକ୍ତ ପ୍ରତ୍ୟେକ ସାମାନ୍ତରିକ ଚିତ୍ରରେ କେଉଁ କୋଣ ଗୁଡିକ ସମାନ ?

ସାମାନ୍ତରିକ ଚିତ୍ର ‘କ’ରେ ବିପରୀତ କୋଣ ଗୁଡିକ ସମାନ ।
Solution:

ସାମାନ୍ତରିକ ଚିତ୍ର (କ)ରେ ବିପରୀତ କୋଣମାନ ସମାନ ।
ସାମାନ୍ତରିକ ଚିତ୍ର (ଖ)ରେ ସମସ୍ତ କୋଣମାନଙ୍କ ପରିମାଣ ସମାନ ଏବଂ ୯୦° ଅଟନ୍ତି ।
ଏହି ପ୍ରକାର ସାମାନ୍ତରିକ ଚିତ୍ରକୁ ଆୟତ ଚିତ୍ର କହନ୍ତି ।
ଟୀକା : ଆୟତ ଚିତ୍ର ଏକ ବିଶେଷ ପ୍ରକାର ସାମାନ୍ତରିକ ଚିତ୍ର ।
![]()
Question 23.
ତଳେ ଦିଆଯାଇଥିବା ଗ୍ରୀଡ୍ରେ ଦୁଇଟି ଅଲଗା ଗୁଡ଼ି ଓ ଦୁଇଟି ଅଲଗା ସାମାନ୍ତରିକ ଚିତ୍ର ଅଙ୍କନ କର ।

Solution:

Question 24.
ବର୍ତ୍ତମାନ ରମ୍ବସରେ ଥିବା ୪ଟି ତ୍ରିଭୁଜରୁ ୩ଟି ତ୍ରିଭୁଜ ବ୍ୟବହାର କରି ଆକୃତି ଗୁଡିକ ତିଆରି କର । ସେମାନଙ୍କ ମଧ୍ୟରୁ ପ୍ରତ୍ୟେକର କେତୋଟି ବାହୁଅଛି ?
Solution:
ରମ୍ବସର ୩ଟି ତ୍ରିଭୂଜାକୃତି ଖଣ୍ଡ ବ୍ୟବହାର କରି
(କ) ଏକ ୩ବାହୁ ବିଶିଷ୍ଟ ଆକୃତି
(ଖ) ଏକ ୪ ବାହୁ ବିଶିଷ୍ଟ ଆକୃତି ଏବଂ
(ଗ) ଏକ ୫-ବାହୁ ବିଶିଷ୍ଟ ଆକୃତି ତିଆରି କରିବାକୁ ଚେଷ୍ଟାକର ।
Solution:
(କ) ୩-ବାହୁ ଥିବା ଆକୃତି ପ୍ରସ୍ତୁତ କରିହେବ ।

(ଖ) ୪ – ବାହୁଥିବା ଆକୃତି : ପ୍ରସ୍ତୁତ କରିହେବ ।

(ଗ) ୫- ବାହୁଥିବା ଆକୃତି ପ୍ରସ୍ତୁତ କରିହେବ ।

Question 25.
ଏହି ଆକୃତି ଗୁଡିକ ମଧ୍ୟରୁ କେଉଁଟି ସମସ୍ତ ୪ ଖଣ୍ଡକୁ ବ୍ୟବହାର କରି ତିଆରି କରାଯାଇ ପାରିବ ? ଚେଷ୍ଟାକର ପରୀକ୍ଷଣ କରିଜାଣ ।
(କ) ବର୍ଗଚିତ୍ର
(ଖ) ଆୟତଚିତ୍ର
(ଗ) ତ୍ରିଭୁଜ
(ଘ) ପଞ୍ଚଭୁଜ (୫ – ବାହୁ ବିଶିଷ୍ଟ)
(ଙ) ଷଡଭୁଜ (୬ – ବାହୁ ବିଶିଷ୍ଟ)
(ଚ) ଅଷ୍ଟଭୁଜ (୮ – ବାହୁ ବିଶିଷ୍ଟ)
Solution:
ସମସ୍ତ ୪ଟି ଖଣ୍ଡନେଇ ନିମ୍ନ ଆକୃତି ଗୁଡ଼ିକ ପ୍ରସ୍ତୁତ କରିହେବ ।

ଟ୍ୟାନ୍ଙ୍ଗ୍ରାମ୍
Page No. (୯୯ to ୧୦୦)

ଏହା ଏକ ୭ଖଣ୍ଡ ବିଶିଷ୍ଟ ଟ୍ୟାଗ୍ରାମ୍ । ଟ୍ୟାନ୍ଗ୍ରାମ୍ ହେଉଛି ଏକ ଚାଇନିଜ୍ ଜ୍ୟାମିତିକ ଧନ୍ଦା (ପ୍ରହେଳି) ଯେଉଁଥରେ ଗୋଟିଏ ବର୍ଗକ୍ଷେତ୍ରକୁ ୭ଟି ସ୍ଵତନ୍ତ୍ର
ଜ୍ୟାମିତିକ ଆକୃତିରେ ବିଭକ୍ତ କରାଯାଇଥାଏ । ଏଥିରେ ୫ଟି ତ୍ରିଭୁଜ, ୧ଟି ବର୍ଗକ୍ଷେତ୍ର ଓ ୧ଟି ସାମାନ୍ତରିକ କ୍ଷେତ୍ର ଥାଏ । ଏହି ୭ଟି ଖଣ୍ଡକୁ ବ୍ୟବହାର କରି ବିଭିନ୍ନ ପ୍ରକାରର ପଶୁ, ପକ୍ଷୀ, ମଣିଷ ଓ ବସ୍ତୁର ଚିତ୍ର ତିଆରି କରାଯାଏ । ଏହା ପିଲାମାନଙ୍କର ସୃଜନଶୀଳତା ଏବଂ ଜ୍ୟାମିତିକ ଜ୍ଞାନ ବୃଦ୍ଧି କରିବାରେ ସାହାଯ୍ୟ କରେ ।
Question 1.
ଟ୍ୟାନ୍ଗ୍ରାମରୁ ସମସ୍ତ ଆକୃତି କାଟି ବାହାର କର ଓ ସେମାନଙ୍କର ନାମ ଦିଅ ।
(କ) ସେଗୁଡ଼ିକ ପରସ୍ପରଠାରୁ କିପରି ଭିନ୍ନ କିମ୍ବା ସମାନ ।

Solution:
ତ୍ରିଭୁଜ – ୧ ଓ ୨ – ଦ୍ଵୟ ସମକୋଣୀ ସମଦ୍ବିବାହୁ ତ୍ରିଭୁଜ ଓ ସର୍ବସମ (ସମାନ) ।
ତ୍ରିଭୁଜ – ୫ ଓ ୭ ଦ୍ଵୟ ସମକୋଣୀ ସମଦ୍ବିବାହୁ ତ୍ରିଭୁଜ ଓ ସର୍ବସମ (ସମାନ) ।
ତ୍ରିଭୁଜ – ୪ ଏକ ସମେକାଣୀ ସମଦିବାହୁ ତ୍ରିଭୁଜ ।
ତ୍ରିଭୁଜ – ୬ ଏକ ବର୍ଗକ୍ଷେତ୍ର, ଆକୃତି-୩ ଏକ ସାମାନ୍ତରିକ କ୍ଷେତ୍ର ।
(ଖ) ପ୍ରତ୍ୟେକ ଆକୃତିର କୋଣ ବିଷୟରେ ତୁମେ କ’ଣ ଲକ୍ଷ୍ୟ କରୁଛ ?
Solution:
ତ୍ରିଭୁଜ ୧, ୨, ୪, ୫ ଓ ୭ର ଗୋଟିଏ ଲେଖାଏଁ ସମକୋଣ (୯୦°) ଓ ୨ଟି ଲେଖାଏଁ ସୂକ୍ଷ୍ମକୋଣ (୪୫୭) ଅଛି । ବର୍ଗକ୍ଷେତ୍ର-୬ର ପ୍ରତ୍ୟେକ କୋଣ ୯୦° । ସାମାନ୍ତରିକ ଚିତ୍ର-୩ର ୨ଟି ସୂକ୍ଷ୍ମକୋଣ ଓ ୨ଟି ସ୍ଥୂଳକୋଣ ଅଛି ।
(ଗ) ପ୍ରତ୍ୟେକ ଆକୃତିର ବାହୁ ବିଷୟରେ ତୁମେ କ’ଣ ଲକ୍ଷ୍ୟ କରୁଛ ?
Solution:
ତ୍ରିଭୁଜ-୧, ୨, ୪, ୫ ଓ ୭ ପ୍ରତ୍ୟେକର ୨ଟି ଲେଖାଏଁ ବାହୁ ସମାନ (ଦୈର୍ଘ୍ୟ ସମାନ) ବର୍ଗକ୍ଷେତ୍ର-୬ର ସମସ୍ତ ବାହୁମାନଙ୍କର ଦୈର୍ଘ୍ୟ ସମାନ । ସାମାନ୍ତରିକ ଚିତ୍ର-୩ର ବିପରୀତ ବାହୁମାନଙ୍କର ଦୈର୍ଘ୍ୟ ସମାନ ।
Question 2.
ତୁମର ଟ୍ୟାଗ୍ରାମ୍ ସେଟ୍ର କିଛିବା ସମସ୍ତ ଖଣ୍ଡ ବ୍ୟବହାର କରି ନିମ୍ନଲିଖ ଆକୃତି ତିଆରି କର । ଏହା କରିବା ପାଇଁ ଏକରୁ ଅଧିକ ଉପାୟ ଥାଇପାରେ ।

Solution:

ମୁଁ କେଉଁ ପ୍ରକାର ଆକୃତି ?
Page No. (୧୦୦)
Question 1.
ମୁଁ ଉପଯୁକ୍ତ ଆକୃତି ସହିତ ବାକ୍ୟଗୁଡିକୁ ମେଳ କରାଅ । ସେମାନଙ୍କ ମଧ୍ୟରୁ କେତେକ ବାକ୍ୟ ଏକାଧ୍ଵକ ଆକୃତିକୁ ବି ବର୍ଣ୍ଣନା କରିପାରେ ?

Solution:

![]()
ଗୁଡ଼ି
ନିଜେ ଗୁଡ଼ି ଆକୃତି କର ।
(କ) ଏକ ବର୍ଗାକୃତି କାଗଜ ଖଣ୍ଡରୁ ଆରମ୍ଭ କର ।
(ଖ) କାଗଜର ଗୋଟିଏ କୋଣକୁ ବିପରୀତ କୋଣ ଆଡ଼କୁ ଭାଙ୍ଗ, ଫଳରେ କର୍ଣ୍ଣ ଦେଇ ଏକ ସ୍ପଷ୍ଟ ଭାଙ୍ଗ ସୃଷ୍ଟି ହେବ ।
(ଗ) ଏହାକୁ ଖୋଲ ଏବଂ କୋଣ ‘କ’ ଭିତରକୁ ଭାଙ୍ଗ ଯେପରି କାଗଜର ଧାର ମଝି ଭାଙ୍ଗ ସହ ସିଧାରେ ରହିବ ।
(ଘ) ଅନ୍ୟ ପଟେ କୋଣ ‘ଖ’କୁ ସେହିଭଳି ଭାଙ୍ଗ କର, ଯାହାକି ମଝିରେ ଥିବା ଭାଙ୍ଗ ସହିତ ମିଶିବ ।

Question 1.
ଗୁଡ଼ି ଭିତରେ ତୁମେ କେଉଁ କେଉଁ ଆକୃତି ଦେଖୁଛ ?
Solution:
ଗୁଡ଼ିର ମୁଖ୍ୟ ଶରୀର ଭାବରେ ଏକ ରମ୍ବସ ଏବଂ ରମ୍ବସ ମଧ୍ଯରେ ୪ଟି ତ୍ରିଭୁଜ ।
ବୃତ୍ତ ସହିତ ଖେଳ
Page No. (୧୦୧)
ତୁମେ ବୃତ୍ତକୁ ମନେ ପକାଇ ପାରୁଛ କି ?

(କ) କମ୍ପାସ ଓ ପେନ୍ସିଲ୍ ନେଇ ବୃତ୍ତ ଅଙ୍କନ କର ଏବଂ ଏହାର କେନ୍ଦ୍ରବିନ୍ଦୁକୁ ଚିହ୍ନଟ କର ।
(ଖ) ଏହା ବ୍ୟାସ ଅଙ୍କନ କର । ବ୍ୟାସର ପ୍ରାନ୍ତ ବିନ୍ଦୁ ଦ୍ଵୟକୁ ଚିହ୍ନଟ କର ।
(ଗ) ବୃତ୍ତର ଅନ୍ୟ ଏକ ବ୍ୟାସ ଅଙ୍କନ କର ଏବଂ ପ୍ରାନ୍ତ ବିନ୍ଦୁକୁ ଚିହ୍ନଟ କର ।
(ଘ) ଏବେ ସେଇ ଚାରୋଟି ବିନ୍ଦୁକୁ ଯୋଡ଼ ।
Question 1.
କେଉଁ ଆକୃତି ସୃଷ୍ଟି କରୁଛି ?
Solution:
ଆୟତକ୍ଷେତ୍ର ।
Question 2.
ସୃଷ୍ଟି ହୋଇଥିବା ଆକୃତି ବିଷୟରେ ତୁମେ କ’ଣ ଲକ୍ଷ୍ୟ କରୁଛ ?
Solution:
ଯେତେବେଳେ ଆମେ ଯେକୌଣସି ଦୁଇଟି ବ୍ୟାସ ଆଙ୍କିବା ଏବଂ ସେମାନଙ୍କର ପ୍ରାନ୍ତ ବିନ୍ଦୁଗୁଡ଼ିକୁ ସଂଯୋଗ କରିବା, ସବୁବେଳେ ଏକ ଆୟତକ୍ଷେତ୍ର ଗଠନ ହେବ । ଏହାର କାରଣ
(i) ବ୍ୟାସ ଦ୍ଵୟ ବୃତ୍ତର କେନ୍ଦ୍ରରେ ପରସ୍ପରକୁ ସମଦ୍ଵିଖଣ୍ଡ କରନ୍ତି ।
(ii) ଗୋଟିଏ ବ୍ୟାସର ପ୍ରାନ୍ତ ବିନ୍ଦୁ ଦ୍ୱୟକୁ ଅନ୍ୟ ବ୍ୟାସର ପ୍ରାନ୍ତବିନ୍ଦୁ ଦ୍ଵୟକୁ ଯୋଗକଲେ ସମକୋଣ ଉତ୍ପନ୍ନ କରନ୍ତି (ଅର୍ବବୃତ୍ତଖଣ୍ଡସ୍ଥ କୋଣ ସମକୋଣ ଅଟେ ।)
Question 3.
ଏହି ପ୍ରକ୍ରିୟା ମାଧ୍ୟମରେ ଆୟତଚିତ୍ର ବ୍ୟତୀତ ଅନ୍ୟ କୌଣସି ୪-ବାହୁ ବିଶିଷ୍ଟ ଆକୃତି (ଚତୁର୍ଭୁଜ) ସୃଷ୍ଟି କରିବା ସମ୍ଭବ କି ?
Solution:

ହଁ, ଏକ ବର୍ଗକ୍ଷେତ୍ର ମଧ୍ୟ ସୃଷ୍ଟି କରାଯାଇପାରିବ । ପରସ୍ପର ପ୍ରତି ଲମ୍ବ ହେଉଥିବା ୨ଟି ବ୍ୟାସ ଅଙ୍କନ କରି ସେମାନଙ୍କ ପ୍ରାନ୍ତ ବିନ୍ଦୁମାନଙ୍କୁ ଯୋଗକଲେ ଏକ ବର୍ଗକ୍ଷେତ୍ର ସୃଷ୍ଟି ହେବ ।
ସମଘନ ସହ ଖେଳ
Page No. (୧୦୨)
Question 1.
ଏଠାରେ ଏକ ସମଘନର ତିନି ପ୍ରକାରର ଦୃଶ୍ୟ ଦେଖାଯାଇଛି । ସେଗୁଡିକୁ ଜାଲକରେ ନିର୍ଦ୍ଦିଷ୍ଟ କ୍ରମରେ ଅଙ୍କନ କରିପାରିବ କି ?

Solution:
ତିନୋଟି ଦୃଶ୍ୟ ଉପରେ ଆଧାର କରି, ପ୍ରଦତ୍ତ ନେଟ୍ରେ ପାର୍ଶ୍ଵଗୁଡ଼ିକୁ ଆଙ୍କିବା ପାଇଁ ଏଠାରେ ଏକ ସମ୍ଭାବ୍ୟ ଠିକ୍ ଉପାୟ ଅଛି ।
> ହଳଦିଆ – ନୀଳ ପାର୍ଶ୍ଵ ନୀଳ-ଗୋଲାପୀ ପାର୍ଶ୍ଵର ବିପରୀତ ଅଟେ ।
> ଓ ହଳଦିଆ ବାଦାମୀ ପାର୍ଶ୍ଵ ଉଭୟ ହଳଦିଆ-ନୀଳ ଏବଂ ନୀଳ-ଗୋଲାପି ପାର୍ଶ୍ଵର ସଂଲଗ୍ନ ଅଟେ ।
Question 2.
ଏଠାରେ କିଛି ବଡ଼ ନିଦା ଘନ ରଖାଯାଇଛି । ପ୍ରତ୍ୟେକ ବଡ ସମଘନରୁ କେତୋଟି ଛୋଟ ସମଘନ ବାହାର କରାଯାଇଛି ?

Solution:
(କ) ୭ (ଖ) ୨୪ (ଗ) ୬୧ ।
Question 3.
ନିଶା ଏକ ବଡ ନିଦା ସମଘନ ପ୍ରସ୍ତୁତ କରିବା ପାଇଁ ୨୭ଟି ଛୋଟ ସମଘନକୁ ଅଠାଦେଇ ଯୋଡିଛି । ସେ ବଡ଼ ଘନକୁ ନାଲି ରଙ୍ଗ ଦେଇଛି । ମୂଳ ଛୋଟ ସମଘନ ମାନଙ୍କ ମଧ୍ୟରୁ କେତୋଟିର ।

(କ) ତିନୋଟି ପାର୍ଶ୍ଵରେ ନାଲିରଙ୍ଗ ଲାଗିଥବ ? ………………………
(ଖ) ଦୁଇଟି ପାର୍ଶ୍ଵରେ ନାଲି ରଙ୍ଗ ଲାଗିଥ୍ବ ? ………………………
(ଗ) ଗୋଟିଏ ପାର୍ଶ୍ଵରେ ନାଲି ରଙ୍ଗ ଲାଗିଥ୍ବ ? ………………………
(ଘ) କୌଣସି ପାର୍ଶ୍ଵରେ ନାଲିରଙ୍ଗ ଲାଗି ନଥିବ ? ………………………
Solution:
(କ) ୮ଟି ପାର୍ଶ୍ଵ (୧ × ୮ଟି ଶୀର୍ଷବିନ୍ଦୁ)ରେ ନାଲି ରଙ୍ଗ ଲାଗିଥବ ।
(ଖ) ୧୨ଟି ପାର୍ଶ୍ଵ (୧ × ୧୨ଟି ଶୀର୍ଷବିନ୍ଦୁ)ରେ ନାଲି ରଙ୍ଗ ଲାଗିଥବ ।
(ଗ) ୬ଟି ପାର୍ଶ୍ଵ (୧ × ୬ଟି ଶୀର୍ଷବିନ୍ଦୁ)ରେ ନାଲି ରଙ୍ଗ ଲାଗିଥବ ।
(ଘ) ୧ଟି ପାର୍ଶ୍ଵ (ମଝି ସମଘନ ଯାହା କୌଣସି ପାର୍ଶ୍ଵକୁ ସ୍ପର୍ଶ କରିନାହିଁ)ରେ ନାଲି ରଙ୍ଗ ଲାଗିଥିବ ।
![]()
ଧନ୍ଦା
ତନ୍ତ୍ର ୭ଟି ଆକୃତିକୁ ଏକ ଧାଡ଼ିରେ ସଜାଡ଼ିଲା । ସେଥିରେ ସେ ୨ଟି ବର୍ଗଚିତ୍ର ୨ଟି ତ୍ରିଭୁଜ, ଗୋଟିଏ ବୃତ୍ତ, ଗୋଟିଏ ଷଡ଼ଭୁଜ ଏବଂ ଗୋଟିଏ ଆୟତଚିତ୍ର ବ୍ୟବହାର କଲା ।
Question 1.
ନିମ୍ନଲିଖତ ସୂଚନାଗୁଡିକ ବ୍ୟବହାର କରି ତା’ର ସଜାଇବା କ୍ରମକୁ ଖୋଜ ।
(କ) ବର୍ଗଚିତ୍ରଟି ବୃତ୍ତ ଏବଂ ଆୟତଚିତ୍ର ମଧ୍ୟରେ ଅଛି ।
(ଖ) ଆୟତଚିତ୍ରଟି ବର୍ଗଚିତ୍ର ଏବଂ ତ୍ରିଭୁଜ ମଧ୍ୟରେ ଅଛି
(ଗ) ଦୁଇଟି ତ୍ରିଭୁଜ, ବର୍ଗଚିତ୍ର ପାଖରେ ଅଛି ।
(ଘ) ଷଡ଼ଭୁଜଟି ତ୍ରିଭୁଜର ଡାହାଣ ପଟେ ଅଛି ।
(ଙ) ବୃତ୍ତଟି ବର୍ଗଚିତ୍ରର ବାମ ପଟେ ଅଛି ।
Solution:

ଆଇକୋସାହେଡ୍ରେନ୍ ଓ ଡୋଡେକାହେନ୍ଦ୍ରନ୍
Page No. (୧୦୩)

Question 1.
ଆଇକୋସାହେନ୍ଦ୍ରନ୍ ଓ ଡୋଡେକାହେନ୍ଦ୍ରରେ କେଉଁ ଆକୃତି ଦେଖୁଛ ?
ଆଇକୋସାହେନ୍ଦ୍ରନ୍ ……………………… ଡୋଡେକାହେଡ୍ରିନ୍ …………………
Solution:
ଆଇକୋସାହେନ୍ଦ୍ରନ୍ : ତ୍ରିଭୁଜ ଡୋଡେକାହେଡ୍ରିନ୍ : ପଞ୍ଚଭୁଜ ।
Question 2.
ସମସ୍ତ ପୃଷ୍ଠ ସମାନ ଦେଖାଯାଉଛି କି ?
ଆଇକୋସାହେନ୍ଦ୍ରନ୍ : ହ ଡୋଡେକାହେନ୍ଦ୍ରନ୍ : ହଁ ।
Solution:
ଆଇକୋସାହେନ୍ଦ୍ରନ୍ : ହଁ । ଡୋଡେକାହେନ୍ଦ୍ରନ୍ : ହଁ ।
Question 3.
ଗୋଟିଏ ଶୀର୍ଷବିନ୍ଦୁରେ କେତୋଟି ପୃଷ୍ଠ ମିଶୁଛି ?
Solution:
ଆଇକୋସାହେନ୍ଦ୍ରନ୍ : ୫ । ଡୋଡେକାହେଡ୍ରିନ୍ : ୩ ।
Question 4.
ପ୍ରତ୍ୟେକ ଶୀର୍ଷରେ ସମାନ ସଂଖ୍ୟକ ପୃଷ୍ଠ ମିଶେ କି ?
Solution:
ଆଇକୋସାହେନ୍ଦ୍ରନ୍ : ହଁ । ଡୋଡେକାହେନ୍ଦ୍ରନ୍ : ହଁ ।
Question 5.
ତୁମେ କେତୋଟି ଧାର ଦେଖୁଛ ?
Solution:
ଆଇକୋସାହେଡ୍ରିନ୍ ୩୦ । ଡୋଡେକାହେନ୍ଦ୍ରନ୍ : ୩୦ ।
Question 6.
ତୁମେ ଅନ୍ୟ କୌଣସି ଘନ ଆକୃତି ବିଷୟରେ ଚିନ୍ତା କରିବ କି ଯାହାର ପୃଷ୍ଠଗୁଡ଼ିକ ସମାନ ଦେଖାଯାଉଛି ? ସେହି ସମାନ ସଂଖ୍ୟକ ପୃଷ୍ଠଗୁଡ଼ିକ ପ୍ରତ୍ୟେକ ସାଧାରଣ ଶୀର୍ଷରେ ମିଶନ୍ତି କି ?
Solution:
ହଁ ।
- ସମଘନ – ଏହାର ୬ଟି ବର୍ଗକ୍ଷେତ୍ର ପାର୍ଶ୍ୱ ଅଛି ।
- ଚତୁଃଫଳକ (ଟେଟ୍ରୋହେଡ୍ରେନ୍) : ଏଥରେ ୪ଟି ତ୍ରିଭୁଜାକୃତି ପାର୍ଶ୍ୱ ଥାଏ ।
- ଅଷ୍ଟଫଳକ (ଅକ୍ଟୋହେଡ୍ରେନ୍) : ଏଥରେ ୮ଟି ତ୍ରିଭୁଜାକୃତି ପାର୍ଶ୍ଵ ଥାଏ ।
ଏହି ଆକୃତିଗୁଡ଼ିକର ପ୍ରତ୍ୟେକ ସାଧାରଣ ଶୀର୍ଷବିନ୍ଦୁରେ ସମାନ ସଂଖ୍ୟକ ପାର୍ଶ୍ଵ ମିଳିତ ହୁଅନ୍ତି ।
Question 7.
ତୁମେ ଷ୍ଟ୍ର କିମ୍ଵା ଆଇସ୍କ୍ରିମ କାଠି ଓ ମାଟି କିମ୍ବା କାଦୁଅ ପିଣ୍ଡୁଳା ବ୍ୟବହାର କରି କିଛି ତ୍ରିମାତ୍ରିକ ଆକୃତି ତିଆରି କରିପାରିବ । ତୁମେ କେଉଁ ଆକୃତି ତିଆରି କଲ ?
Solution:
