Go through BSE Odisha Class 6 Social Science Notes Odia Medium Chapter 10 ତୃଣମୂଳ ଗଣତନ୍ତ୍ର ଭାଗ ୧: ଶାସନବିଧି to understand important topics more clearly.
6th Class Social Science Chapter 10 Notes Odia Medium
BSE Odisha Class 6 Social Science Chapter 10 Notes Odia Medium
“ ରାଜାନଂ ଧର୍ମଗୋଷ୍ଠୀରଂ ଧର୍ମୋ ରକ୍ଷତି ରକ୍ଷିତଃ’’
“‘ଶାସକ ଧର୍ମକୁ ସୁରକ୍ଷା ଦିଅନ୍ତି ଏବଂ ଯେଉଁମାନେ ଏହାର ସୁରକ୍ଷା କରନ୍ତି ସେମାନଙ୍କୁ ଧର୍ମ ସୁରକ୍ଷା ଦେଇଥାଏ ।’’
– ମହାଭାରତ
‘‘ସ୍ଵାଧୀନତା ମାନବର ଜନ୍ମ ଅଧିକାର,
ସ୍ଵାଧୀନ ଭାଷଣ ଆଉ ସ୍ଵାଧୀନ ବିହାର,
ସ୍ଵାଧୀନ ଜୀବନ ପୁଣି ସ୍ଵାଧୀନ ସମିତି,
ଚାରିସ୍ତମ୍ଭେ ମାନବର ସମାଜ ସଂସ୍ଥିତି ।’
– କାରାକବିତା :ଉତ୍କଳମଣି ଗୋପବନ୍ଧୁ ଦାସ
ବିଷୟଭିତ୍ତିକ ସୂଚନା ଓ ବିଶ୍ଳେଷଣ
ଉପକ୍ରମ :
ମାନବ ସମାଜରେ ଶାସନ ବିଧ୍ ଅପରିହାର୍ଯ୍ୟ । କାରଣ ଏକ ଗୋଷ୍ଠୀଗତ ଜୀବନଯାପନରେ ବହୁ ସଂଖ୍ୟକ ଲୋକ ଏକତ୍ର ବାସ କରୁଥିବାରୁ ସେମାନଙ୍କ ମଧ୍ୟରେ ମତଭେଦ ଏବଂ ବିଶୃଙ୍ଖଳା ସାଧାରଣତଃ ସୃଷ୍ଟି ହୋଇଥାଏ । ସୁତରାଂ ସମାଜରେ ଶୃଙ୍ଖଳା ଏବଂ ସୌହାର୍ଘ୍ୟ ବଜାୟ ରଖୁବାପାଇଁ ନିୟମ ଜରୁରୀ ହୋଇଥାଏ ।


ସାଧାରଣ ସ୍କୁଲ୍ ନିୟମ –
ଉପସ୍ଥାନ – ନିୟମିତ ବିଦ୍ୟାଳୟକୁ ଛାତ୍ରଛାତ୍ରୀମାନେ ଆସିବା ବାଧ୍ୟତାମୂଳକ ।
ଶୃଙ୍ଖଳା – ଶ୍ରେଣୀଗୃହରେ ଉତ୍ତମ ଶିକ୍ଷାଦାନ ପାଇଁ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ ହେବା ଜରୁରୀ ।
ୟୁନିଫର୍ମ – ଛାତ୍ରଛାତ୍ରୀମାନେ ୟୁନିଫର୍ମ ପରିଧାନ କରିବା ଆବଶ୍ୟକ । ଏହା ତାଙ୍କର ଏକତ୍ଵର ପରିଚୟ ।
ଶ୍ରେଣୀଗୃହର ବ୍ୟବହାର – ଉତ୍ତମ ଶିକ୍ଷା ଗ୍ରହଣ ପାଇଁ ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କ ବ୍ୟବହାର ସୌଜନ୍ୟମୂଳକ ହେବା ଆବଶ୍ୟକ ।
କେତେକ କାର୍ଯ୍ୟକୁ ବାରଣ କରିବା ପାଇଁ ମଧ୍ଯ ନିୟମ ରହିଛି । ଯଥା-
- ମୋବାଇଲ୍, ଲାପ୍ଟପ୍ର ବ୍ୟବହାର ନିଷିଦ୍ଧ ।
- ଶ୍ରେଣୀଗୃହରେ ଥଟ୍ଟାମଜା ଏବଂ ପକ୍ଷପାତିତା କରିବା ଅନୁଚିତ ।
ସ୍କୁଲର ପ୍ରଶାସନ ଯଥା ଅଧ୍ୟକ୍ଷ, ସେକ୍ରେଟାରୀ ଏବଂ ଅନ୍ୟାନ୍ୟ ବରିଷ୍ଠ କର୍ମଚାରୀମାନେ ସ୍କୁଲର ନିୟମଗୁଡ଼ିକ ତିଆରି କରିଥା’ନ୍ତି ।
ଶାସନ ଏବଂ ନିୟମ ତିଆରି କରିବା :
ଶାସନ ହେଉଛି ନିଷ୍ପଭିଗୁଡ଼ିକ ନେବାର ଏକ ପ୍ରକ୍ରିୟା । ସାମାଜିକ ଜୀବନରେ ବିଭିନ୍ନ ସଙ୍ଗଠନଗୁଡ଼ିକର ଏକ ନିର୍ଦ୍ଦିଷ୍ଟ ନିୟମାବଳୀ ଥାଏ ଏବଂ ସେଗୁଡ଼ିକୁ ଅନୁସରଣ କରାଯାଏ ।
ସରକାର କହିଲେ ଏକ ଦଳ, ବ୍ୟକ୍ତି କିମ୍ବା ପଦ୍ଧତି ଯେଉଁମାନେ କି ଆଇନ ତିଆରି କରନ୍ତି ଏବଂ ସେହି ଆଇନକୁ ଲୋକମାନେ ଅନୁସରଣ କରିବାପାଇଁ କାର୍ଯ୍ୟକାରୀ କରିଥା’ନ୍ତି । କେତେଗୁଡ଼ିଏ ଗୁରୁତ୍ଵପୂର୍ଣ ନିୟମକୁ ଆଇନ କୁହାଯାଏ ।
ନିୟମ ଓ ଆଇନଗୁଡ଼ିକ ଆବଶ୍ୟକତା ଅନୁଯାୟୀ ପରିବର୍ତ୍ତିତ ହୋଇଥାଏ । ଲୋକମାନେ ବା ନାଗରିକମାନେ ସେମାନଙ୍କ ସମାଜର ନିୟମ ଓ ଆଇନକୁ ତିଆରି କରନ୍ତି କିମ୍ବା ପରିବର୍ତ୍ତନ ମଧ୍ୟ କରିଥାନ୍ତି ।
![]()
ସରକାରଙ୍କ ତିନୋଟି ଅଙ୍ଗ :
ସରକାରଙ୍କର ତିନୋଟି ଅଙ୍ଗ ଅଛି । ଯଥା- ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକା ।
(i) ବ୍ୟବସ୍ଥାପିକା : ବ୍ୟବସ୍ଥାପିକା ହେଉଛି ଏକ ଅଙ୍ଗ ଯାହା ନୂତନ ନିୟମ ବା ଆଇନ ତିଆରି କରେ । ଆମେ ଏହାକୁ ଆଇନ ପ୍ରଣୟନ କହିଥାଉ । ବେଳେବେଳେ ପ୍ରଚଳିତ ଆଇନର ସଂଶୋଧନ, ଉନ୍ନତିକରଣ କିମ୍ବା ଅପସାରଣ ମଧ୍ୟ ହୋଇଥାଏ । ଏହା ଜନସାଧାରଣଙ୍କ ପ୍ରତିନିଧୁତ୍ଵ କରୁଥିବା ଏକ ସଭାଦ୍ଵାରା କରାଯାଏ ।
(ii) କାର୍ଯ୍ୟପାଳିକା – କାର୍ଯ୍ୟପାଳିକା ହେଉଛି ସରକାରଙ୍କର ଅନ୍ୟତମ ଅଙ୍ଗ ଯାହା ବ୍ୟବସ୍ତାପିକାଦ୍ୱାରା ତିଆରି ହୋଇଥିବା ଆଇନଗୁଡ଼ିକୁ କାର୍ଯ୍ୟକାରୀ କରେ । ରାଷ୍ଟ୍ରମୁଖ୍ୟ, ମନ୍ତ୍ରୀମଣ୍ଡଳ ଏବଂ ଆଇନ ଶୃଙ୍ଖଳା ରକ୍ଷା ବା କାର୍ଯ୍ୟକାରୀ କରିବାପାଇଁ ଉଦ୍ଦିଷ୍ଟ କୌଣସି ସଂସ୍ଥା ଏଥୁରେ ଅନ୍ତର୍ଭୁକ୍ତ ।
(iii) ନ୍ୟାୟପାଳିକା ହେଉଛି ଏକ ଅଦାଲତର ବ୍ୟବସ୍ଥା ଯାହା ଆଇନକୁ ତର୍ଜମା କରେ, ଏହାର ସୁରକ୍ଷା କରେ ଓ ଆବଶ୍ୟକ ପଡ଼ିଲେ ଅଭାବ ଭଙ୍ଗ କରିଥିବା ବ୍ୟକ୍ତି ବା ସଂସ୍ଥା ବିରୁଦ୍ଧରେ ଉଚିତ ପଦକ୍ଷେପ ଗ୍ରହଣ କରେ । ବେଳେବେଳେ କାର୍ଯ୍ୟପାଳିକା ନେଉଥିବା ନିଷ୍ପତ୍ତି ଠିକ୍ କି ନାହିଁ ଏବଂ ବ୍ୟବସ୍ଥାପିକାଦ୍ଵାରା ପାରିତ ହୋଇଥିବା ଆଇନ ସମସ୍ତଙ୍କ ପାଇଁ ସୁଚିନ୍ତିତ ଏବଂ ନିରପେକ୍ଷ କି ନୁହେଁ ତାହାକୁ ଯାଞ୍ଚ କରି ସମ୍ବିଧାନର ସୁରକ୍ଷା ପାଇଁ ପଦକ୍ଷେପ ମଧ୍ଯ ନେଇଥାଏ ।
ସରକାରଙ୍କର ଏହି ତିନୋଟି ଅଙ୍ଗ ଏକତ୍ର କାର୍ଯ୍ୟ କରନ୍ତି । ଏହା ଏକ ସାଇବର କ୍ରାଇମ୍ ଉଦାହରଣରୁ ଆମେ ବୁଝିପାରିବା ।
ସାଇବର କ୍ରାଇମ୍ ହେଉଛି ଏକ ଅପରାଧ୍ଵକ କାର୍ଯ୍ୟ । ଏହା ବିରୁଦ୍ଧରେ ସରକାର ବ୍ୟବସ୍ଥାପିକା ସଭାରେ ନୂଆ ଆଇନ ତିଆରି କରିଛନ୍ତି । ଏହି ଆଇନ ଅନୁଯାୟୀ କାର୍ଯ୍ୟପାଳିକା ସାଇବର ପୋଲିସ୍ ମାଧ୍ୟମରେ ଅପରାଧୀମାନଙ୍କୁ ଧରିଥାଏ । ଏହି ଅପରାଧୀମାନଙ୍କୁ ନ୍ୟାୟପାଳିକା ବିଚାର କରି ସେମାନଙ୍କୁ ଦୋଷୀ ସାବ୍ୟସ୍ତ ସହ କିଛି ବର୍ଷପାଇଁ ଜେଲଦଣ୍ଡ ଦେଲା । ଏହି ଉଦାହରଣରୁ ଆମେ ବୁଝିଲୁ ଯେ ନୂତନ ଆଇନ କିପରି ତିଆରି ହୁଏ, କିପରି କାର୍ଯ୍ୟକାରୀ ହୁଏ ଏବଂ ଆବଶ୍ୟକ ପଡ଼ିଲେ ନ୍ୟାୟପାଳିକାଦ୍ଵାରା ଏହାକୁ କିପରି ତର୍ଜମା କରାଯାଏ ।
କ୍ଷମତାର ବିଭାଗୀକରଣ : ସରକାରଙ୍କର ଏହି ତିନୋଟି ଅଙ୍ଗ କାର୍ଯ୍ୟ କରନ୍ତି ଏବଂ ପରସ୍ପର ମଧ୍ଯରେ ଯୋଗାଯୋଗ ମଧ୍ୟ ରଖନ୍ତି । ଅଧୂକନ୍ତୁ ଏକ ଉତ୍ତମ ଶାସନ ବ୍ୟବସ୍ଥାରେ ଏହି ତିନୋଟି ଅଙ୍ଗ ଅଲଗା ରୁହନ୍ତି । ଏହି ବିଭାଗୀକରଣକୁ କ୍ଷମତାର ବିଭାଜନ କୁହାଯାଏ । ଏହା ତଦାରଖ ଓ ସନ୍ତୁଳନ ରକ୍ଷା କରିବାକୁ ଉଦ୍ଦିଷ୍ଟ ଅର୍ଥାତ୍ ଏହାର ଗୋଟିଏ ଅଙ୍ଗ ଆଶାନୁରୂପ କାର୍ଯ୍ୟ କଲେ ସରକାରଙ୍କର ପ୍ରତ୍ୟେକ ଅଙ୍ଗ ଅନ୍ୟ ଅଙ୍ଗ କ’ଣ କରୁଛି ତାହା ଯାଞ୍ଚ କରିପାରିବ ଏବଂ ସନ୍ତୁଳନ ରକ୍ଷା କରିପାରିବ ।

ସରକାରଙ୍କ ତିନୋଟି ସ୍ତର :
ଯେକୌଣସି ସରକାର ଅତି କମ୍ରେ ଦୁଇଟି ସ୍ତରରେ କାର୍ଯ୍ୟ କରନ୍ତି ଯଥା ସ୍ଥାନୀୟସ୍ତର ଜାତୀୟସ୍ତର ।

ଭାରତ ସମେତ ଅନେକ ଦେଶରେ ଏହା ତିନୋଟି ସ୍ତରରେ କାର୍ଯ୍ୟ କରେ ଯଥା, ସ୍ଥାନୀୟ ସ୍ତର, ରାଜ୍ୟ କିମ୍ବା ଆଞ୍ଚଳିକ ସ୍ତର ଏବଂ ଜାତୀୟ ସ୍ତର । ପ୍ରତ୍ୟେକ ସ୍ତର ଭିନ୍ନ ଭିନ୍ନ ପ୍ରସଙ୍ଗରେ କାର୍ଯ୍ୟ କରେ ।
ଆମ ଦେଶ ଭାରତରେ ଏକ ସ୍ଥାନୀୟ ସରକାର ଗ୍ରାମ କିମ୍ବା ସହରରେ ଥାଏ । ରାଜ୍ୟରେ ଏକ ରାଜ୍ୟ ସରକାର ଥାଏ ଏବଂ କେନ୍ଦ୍ରରେ ଏକ କେନ୍ଦ୍ର ସରକାର ଥାଏ । କେନ୍ଦ୍ର ସରକାର ଜାତୀୟ ସ୍ତରରେ କାର୍ଯ୍ୟ କରନ୍ତି ।
ଏହି ବିଭିନ୍ନ ସ୍ତରର ସରକାର ସେମାନଙ୍କ ନିଜନିଜ ପରିସର ମଧ୍ୟରେ କାର୍ଯ୍ୟ ସ୍ଥାନୀୟ ସମସ୍ୟାର ସମାଧାନ କରନ୍ତି । ସେହିପରି ରାଜ୍ୟ ସରକାର ରାଜ୍ୟ ମଧ୍ୟରେ ଥିବା ସମସ୍ୟାକୁ ବୁଝନ୍ତି । ସେହିପରି କେନ୍ଦ୍ର ସରକାର ସମଗ୍ର ଦେଶର ସମସ୍ୟାକୁ ବୁଝିଥା’ନ୍ତି ।
ଆମର ଅନେକ ଅନୁଷ୍ଠାନର ଆଦର୍ଶ ବାକ୍ୟ (motto) ଆମର ପ୍ରାଚୀନ ଗ୍ରନ୍ଥର ପ୍ରଜ୍ଞାରୁ ଉଦ୍ଧୃତ । ଉଦାହରଣ ସ୍ୱରୂପ, ଭାରତ ସରକାରଙ୍କ ଏକ ଆଦର୍ଶ ବାକ୍ୟ ହେଉଛି ‘ସତ୍ୟମେବ ଜୟତେ’, ଯାହାର ଅର୍ଥ ହେଉଛି ‘କେବଳ ସତ୍ୟର ବିଜୟ ହୁଏ’ । ସର୍ବୋଚ୍ଚ ନ୍ୟାୟାଳୟର ଆଦର୍ଶ ବାକ୍ୟ ହେଉଛି ‘ଯତୋ ଧର୍ମସ୍ତତୋ ଜୟଃ’ ବା ‘ଯେଉଁଠାରେ ଧର୍ମ ଅଛି, ସେଠାରେ ବିଜୟ ଅଛି ।’
ବିଧାନମଣ୍ଡଳରେ ଦୁଇଟି ସଭା ଥିବା ରାଜ୍ୟ : ବିଧାନସଭା ଓ ବିଧାନ ପରିଷଦ ।
(୧) ଉତ୍ତରପ୍ରଦେଶ (୨) ବିହାର (୩) ମହାରାଷ୍ଟ୍ର (୪) କର୍ଣ୍ଣାଟକ (୫) ଆନ୍ଧ୍ରପ୍ରଦେଶ (୬) ତେଲେଙ୍ଗାନା ।


ଡକ୍ଟର ଏ.ପି.ଜେ. ଅବଦୁଲ କଲାମ :
୧୯୩୧ ମସିହାରେ ତାମିଲନାଡୁର ରାମେଶ୍ଵରମରେ ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିବା ଡକ୍ଟର ଏପିଜେ ଅବଦୁଲ କଲାମ ଜଣେ ପ୍ରସିଦ୍ଧ ବୈଜ୍ଞାନିକ ଥିଲେ ।

ଭାରତର ମହାକାଶ କାର୍ଯ୍ୟକ୍ରମ, କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ଏବଂ ପରମାଣୁ କ୍ଷମତାର ବିକାଶରେ ତାଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ପାଇଁ ତାଙ୍କୁ ‘ମିସାଇଲ ମ୍ୟାନ୍ ଅଫ୍ ଇଣ୍ଡିଆ’ ନାମରେ ନାମିତ କରାଯାଇଛି ।
ଡକ୍ଟର ଅବଦୁଲ କଲାମ ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ଭାରତର ଏକାଦଶ ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିଥିଲେ । ଅତି ଉଚ୍ଚ ପଦବୀରେ ଅଧ୍ୟଷ୍ଠିତ ହୋଇ ମଧ୍ୟ ଉତ୍ତମ ଶିକ୍ଷା ଓ ଉଦ୍ଭାବନ ପ୍ରତି ନିଜର ପ୍ରବଳ ଆଗ୍ରହ ଯୋଗୁଁ ସେ ଜନସାଧାରଣ ଓ ବିଶେଷ କରି ଯୁବବର୍ଗଙ୍କ ସହ ଗଭୀର ଭାବରେ ଜଡି଼ତ ଥିଲେ ।
ଅବଦୁଲ କଲାମ ନିଜର ନମ୍ରତା, ସାମାଜିକ କାର୍ଯ୍ୟ ପ୍ରତି ସମର୍ପଣ ଏବଂ ଦେଶ ପ୍ରତି ପ୍ରତିବଦ୍ଧତା ପାଇଁ ଲକ୍ଷ ଲକ୍ଷ ଲୋକଙ୍କ ପ୍ରେରଣାର ଉତ୍ସ ଥିଲେ । ସେ ଯୁବ ଭାରତୀୟମାନଙ୍କୁ ବଡ଼ ସ୍ଵପ୍ନ ଦେଖିବାକୁ ଏବଂ ସେମାନଙ୍କ ଲକ୍ଷ୍ୟ ହାସଲ ପାଇଁ କଠିନ ପରିଶ୍ରମ କରିବାକୁ ନିରନ୍ତର ଉତ୍ସାହିତ କରୁଥିଲେ ।
ଭାରତର ରାଷ୍ଟ୍ରପତି ଭାବରେ ଯଦିବା ତାଙ୍କର ସ୍ଥିତି ନାମମାତ୍ର ବା ସାଙ୍କେତକ ଥୁଲା, ତଥାପି ଅଗଣିତ ଜୀବନକୁ ପ୍ରଭାବିତ କରିବା ଭଳି ମହତ୍ତ୍ଵପୂର୍ଣ ଭୂମିକା ସେ ଗ୍ରହଣ କରିଥିଲେ ।
ଅବଦୁଲ କଲାମଙ୍କର କିଛି ପ୍ରେରଣାଦାୟୀ ଚିନ୍ତାଧାରା :
- ‘‘ଆକାଶକୁ ଦେଖ । ଆମେ ଏକୁଟିଆ ନୁହଁ । ସମଗ୍ର ବ୍ରହ୍ମାଣ୍ଡ ଆମର ବନ୍ଧୁ । ଯେଉଁମାନେ ସ୍ଵପ୍ନ ଦେଖନ୍ତି ଓ ସେଥିପାଇଁ କାମ କରନ୍ତି, ସେ ସେମାନଙ୍କୁ ସର୍ବୋତ୍ତମ ଦେବାପାଇଁ ତତ୍ପର ।’’
- ‘‘ନିଜ ଲକ୍ଷ୍ୟରେ ସଫଳ ହେବାକୁ ହେଲେ ସେହି ଲକ୍ଷ୍ୟ ପ୍ରତି ଏକାଗ୍ର ନିଷ୍ଠା ରହିବା ଆବଶ୍ୟକ ।’’
- ‘ଯଦି ତୁମେ ବିଫଳ ହୁଅ, ତଥାପି ହାର ମାନିବ ନାହିଁ, କାରଣ ବିଫଳ (FAIL)ର ଅର୍ଥ ହେଉଛି ‘ଶିକ୍ଷଣରେ ପ୍ରଥମ ପ୍ରୟାସ’ (First Attempt in Learning) । ଶେଷ କେବଳ ଶେଷ ନୁହେଁ, ବାସ୍ତବରେ ଇ.ଏନ୍.ଡି. (E.N.D.)ର ଅର୍ଥ ପ୍ରୟାସ କେବେ ମରି ନଥାଏ । (Effort Never Dies) । ଯଦି ତୁମେ ଉତ୍ତର ନ ପାଅ, ତେବେ ମନେରଖ ନୋ (NO) ଅର୍ଥ ହେଉଛି ପରବର୍ତ୍ତୀ ସୁଯୋଗ (Next Opportunity) । ତେଣୁ ଆସି ସକାରାତ୍ମକ ହେବା ।
- ‘‘ସ୍ଵପ୍ନ ତାହା ନୁହେଁ ଯାହା ତୁମ୍ଭେ ଶୋଇଥିବା ସମୟରେ ଦେଖ, ସ୍ଵପ୍ନ ତାହା ଯାହା ତୁମକୁ ଶୋଇବାକୁ ଦିଏ ନାହିଁ ।’’
- ‘‘ଯଦି ଚାରୋଟି ଜିନିଷ ଅନୁସରଣ କରାଯାଏ, ଯଥା- ଏକ ମହାନ ଲକ୍ଷ୍ୟ ରଖୁବା, ଜ୍ଞାନ ଅର୍ଜନ କରିବା, କଠିନ ପରିଶ୍ରମ କରିବା ଏବଂ ଧୈର୍ଯ୍ୟ ଧରିବା– ତେବେ କିଛି ବି ହାସଲ ହୋଇପାରିବ ।
ଗଣତନ୍ତ୍ର :
ଗଣତନ୍ତ୍ର ଏପରି ଏକ ଶାସନ ବ୍ୟବସ୍ଥା ଯାହା ପ୍ରାୟ ପୃଥିବୀର ଅଧିକାଂଶ ଦେଶରେ ଦେଖିବାକୁ ମିଳିଥାଏ । ଗଣତନ୍ତ୍ର ଶବ୍ଦଟି ଦୁଇଟି ଗ୍ରୀକ୍ ଶବ୍ଦରୁ ଆସିଛି – ଡେମୋସ୍ (demos) ଅର୍ଥ ଲୋକ ଏବଂ କ୍ରାଟୋସ୍ (kratos) ଅର୍ଥ ଶାସନ ବା କ୍ଷମତା ।
ତେଣୁ ଗଣତନ୍ତ୍ରର ଅର୍ଥ ହେଉଛି ଲୋକମାନଙ୍କର ଶାସନ । କିନ୍ତୁ ପ୍ରକୃତରେ କ’ଣ ସମସ୍ତ ଲୋକ ଏକ ସମୟରେ ଶାସନ କରିପାରିବେ ? ସ୍ପଷ୍ଟ ଭାବରେ ଏହା ସମ୍ଭବ ନୁହେଁ । ତେଣୁ ବିଭିନ୍ନ ଅଞ୍ଚଳର ଲୋକ ସେମାନଙ୍କର ପ୍ରତିନିଧୁ ବାଛିଥା’ନ୍ତି । ସାଧାରଣତଃ ରାଜ୍ୟ ସ୍ତରରେ ବିଧାନସଭାକୁ ସଦସ୍ୟମାନେ ବିନ୍ନ ଅଞ୍ଚଳରୁ ନିର୍ବାଚିତ ହୋଇ ଆସିଥାନ୍ତି । ସେମାନଙ୍କୁ ବିଧାୟକ (MLA) କୁହାଯାଏ ।
ସେହିପରି ଜାତୀୟ ସ୍ତରରେ ସଂସଦକୁ ନିର୍ବାଚିତ ପ୍ରତିନିଧିଙ୍କୁ ସାଂସଦ (MP) କୁହାଯାଏ । ରାଜ୍ୟର ବିଧାନସଭା ହେଉ କିମ୍ବା ଦେଶର ଲୋକସଭାକୁ ନିର୍ବାଚିତ ପ୍ରତିନିଧୂ ଦଳ ମାଧ୍ୟମରେ ହୋଇଥାଏ । ସଂଖ୍ୟା ଗରିଷ୍ଠତା ହାସଲ କରୁଥିବା ଦଳ ସରକାର ଗଠନ କଲାବେଳେ ଅନ୍ୟମାନେ ବିରୋଧୀ ଆସନରେ ବସିଥା’ନ୍ତି ।
ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ହୋଇଥିବାରୁ ଏକ ପ୍ରତିନିଧୂମୂଳକ ଗଣତନ୍ତ୍ର ଭାବରେ ଏହା ବିଶ୍ଵରେ ସର୍ବବୃହତ ।
୨୦୨୪ ମସିହାରେ ପ୍ରାୟ ୯୭ କୋଟି ଭୋଟର ବା ମତଦାତା ନିର୍ବାଚନରେ ଭୋଟ ଦେଇଥିଲେ । ନିୟମ ଅନୁସାରେ ୧୮ ବର୍ଷରୁ ଅଧ୍ବକ ପ୍ରାୟ ସମସ୍ତ ନାଗରିକଙ୍କୁ ଏହି ନିର୍ବାଚନରେ ଭାଗ ନେବାର ଅଧିକାର ରହିଛି ।
![]()
ଗଣତନ୍ତ୍ରକୁ ଆମ ଦେଶରେ ତୃଣମୂଳ ସ୍ତରରୁ ଜାତୀୟ ସ୍ତର ପର୍ଯ୍ୟନ୍ତ ସରକାରଙ୍କର ବିଭିନ୍ନ ସ୍ତରରେ କାର୍ଯ୍ୟକାରୀ କରାଯାଏ ।
ବିଷୟ ସାରାଂଶ
- ଶାସନ ଓ ସରକାର ବିନା କୌଣସି ଦେଶ ଚାଲିପାରିବ ନାହିଁ ।
- ଆଧୁନିକ ସରକାରର ତିନୋଟି ଅଙ୍ଗ ରହିଛି – ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା, ଯାହା ଏକାଠି କାମ କରିବା ଆବଶ୍ୟକ ।
- ଭାରତ ସରକାର ତିନୋଟି ସ୍ତରରେ କାର୍ଯ୍ୟ କରନ୍ତି – କେନ୍ଦ୍ର, ରାଜ୍ୟ ଏବଂ ସ୍ଥାନୀୟ ।
- ଗଣତନ୍ତ୍ର ହେଉଛି ଏହି ବ୍ୟବସ୍ତାର ସାମଗ୍ରିକ ଢାଞ୍ଚା । ଏହା ଉଭୟ ରାଜ୍ୟ ଓ କେନ୍ଦ୍ର ସ୍ତରରେ ନିର୍ବାଚିତ ପ୍ରତିନିଧୁଙ୍କ ମାଧ୍ୟମରେ କାର୍ଯ୍ୟ କରିଥାଏ ।