Go through Class 6 Social Science Solutions Odia Medium and Class 6 Social Science Chapter 2 Question Answer Odia Medium ମହାସାଗର ଏବଂ ମହାଦେଶ to understand textbook questions more clearly.
6th Class Social Science Chapter 2 Question Answer Odia Medium
Class 6 Social Science Chapter 2 Odia Medium
ପ୍ରଶ୍ନ, ଅଭ୍ୟାସକାର୍ଯ୍ୟ ଏବଂ ପ୍ରକଳ୍ପ :
Question 1.
ନିମ୍ନଲିଖତ ଶବ୍ଦର ଅର୍ଥ ବର୍ଣ୍ଣନା କର ।
(କ) ମହାଦେଶ
(ଖ) ମହାସାଗର
(ଗ) ଦ୍ଵୀପ
Answer:
(କ) ମହାଦେଶ – ଏକ ନିରନ୍ତର ବିସ୍ତାରିତ ଭୂଖଣ୍ଡ (ବିଶାଳ ଭୂମି)କୁ ମହାଦେଶ କୁହାଯାଏ, ଯଥା- ଏସିଆ, ୟୁରୋପ ଓ ଉତ୍ତର ଆମେରିକା ।
(ଖ) ମହାସାଗର – ପୃଥିବୀ ପୃଷ୍ଠରେ ଥିବା ବିଶାଳ ଜଳରାଶିକୁ ମହାସାଗର କୁହାଯାଏ । ଉଦାହରଣ- ପ୍ରଶାନ୍ତ ମହାସାଗର, ଭାରତ ମହାସାଗର, ଆଟ୍ଲାଣ୍ଟିକ୍ ମହାସାଗର ।
(ଗ) ଦ୍ଵୀପ – ଯେଉଁ ସ୍ଥଳଦ ଗର ଚତୁଃପାର୍ଶ୍ଵରେ ଜଳ ଘେରିକର ଥାଏ ତାକୁ ନୀପ କୁହାଯାଏ । ଉଦାହରଣ ସ୍ଵରୂପ, ଆମ- ସୁଞ୍ଜ ଇତ୍ୟାଦି ।
Question 2.
ଆସ ଚିତ୍ର ଆଙ୍କିବା – ଏହି ଅଧ୍ୟାୟରେ ଥିବା ମାନଚିତ୍ରଗୁଡ଼ିକୁ ନ ଦେଖ୍, ଏକ କାଗଜରେ ମହାଦେଶଗୁଡ଼ିକୁ ଅଙ୍କନ କର ଏବଂ ସେଗୁଡ଼ିକୁ ରଙ୍ଗ କର । ତା’ପରେ ଏହି ଅଧ୍ୟାୟରେ ଦିଆଯାଇଥିବା ମହାସାଗର ଏବଂ ମହାଦେଶର ମାନଚିତ୍ର ସହିତ ତୁମ ଚିତ୍ରକୁ ତୁଳନା କର ।
Answer:
ଛାତ୍ରଛାତ୍ରୀମାନେ ନିଜେ କରିବେ ।
Question 3.
ଆସ କରିବା – ନିମ୍ନରେ ଦିଆଯାଇଥବା ପୃଥିବୀର ରେଖାଙ୍କିତ ମାନଚିତ୍ରରେ ମହାଦେଶ ଓ ମହାସାଗରଗୁଡ଼ିକର ନାମ ଲେଖ ।

Answer:
ଛାତ୍ରଛାତ୍ରୀମାନେ ନିଜେ କରିବେ ।
Question 4.
ନିମ୍ନରେ ଦିଆଯାଇଥୁବା ତଥ୍ୟ ଅନୁସାରେ ଗ୍ରୀଡ଼କୁ ବନ୍ଧନୀ ମଧ୍ଯରେ ଦିଆଯାଇଥିବା ଇଂରାଜୀ ଶବ୍ଦକୁ ବ୍ୟବହାର କରି ପୂରଣ କର । (ପ୍ରଶ୍ନ ସହିତ ଉତ୍ତର)
(ISLAND, PACIFIC, ANTARCTICA, PLASTIC, AUSTRALIA, CONTINENT, OXYGEN, GREENLAND, EURASIA, T-SUNAMI)


Answer:

| ସମଗ୍ର ଅଞ୍ଚଳରେ | ତଳକୁ ଖସି ଯାଆନ୍ତୁ |
| ୧। ସମୁଦ୍ରରୁ ପ୍ରଚୁର ପରିମାଣରେ ଉତ୍ପାଦିତ ହୁଏ । | ୨। ପୃଥିବୀର ସବୁଠାରୁ ବଡ଼ ଦ୍ଵୀପ |
| ୩ । ଭୂଖଣ୍ଡର ଏକ ବିଶାଳ ବିସ୍ତୃତି | ୪ । ସମୁଦ୍ରରୁ ଏକ ବିରାଟ ବିନାଶକାରୀ ତରଙ୍ଗ ବା ସୁନାମୀ । |
| ୬ । ଏକ ବିଶାଳ ମହାଦେଶ ଯାହାର ଭାରତ ଏକ ଅଂଶ ଅଟେ । | ୫ । ସବୁଠାରୁ ଛୋଟ ମହାଦେଶ |
| ୮ । ସମୁଦ୍ର ପ୍ରଦୂଷଣର ଏକ ପ୍ରମୁଖ ଉତ୍ସ । | ୭। ପୃଥିବୀର ସବୁଠାରୁ ବଡ଼ ଜଳଭଣ୍ଡାର । |
| ୧୦ । ସବୁଠାରୁ ଥଣ୍ଡା ମହାଦେଶ | ୯ । ସମୁଦ୍ରଦ୍ଵାରା ଘେରି ରହିଥିବା ଏକ ଭୂଖଣ୍ଡ (କିନ୍ତୁ ଏକ ମହାଦେଶ ନୁହେଁ) |
![]()
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ମହାସାଗର ଏବଂ ମହାଦେଶ କ’ଣ ? ସେଗୁଡ଼ିକ କିପରି ନାମିତ ହୋଇଛନ୍ତି ଏବଂ ସେମାନଙ୍କର ବଣ୍ଟନ କିପରି ହୋଇଛି ?
Answer:
ସମଗ୍ର ପୃଥିବୀକୁ ସାଧାରଣତଃ ମହାସାଗର ଏବଂ ମହାଦେଶଗୁଡ଼ିକରେ ବଣ୍ଟନ କରାଯାଇଛି । କିନ୍ତୁ ଏହାର ଜଳଭାଗ ତିନି ଚତୁର୍ଥାଂଶ
ଥିବାବେଳେ ସ୍ଥଳଭାଗ ଏକ ଚତୁର୍ଥାଂଶ
ଅଛି ।
ପୃଥିବୀ ପୃଷ୍ଠରେ ଥିବା ବିଶାଳ ଜଳରାଶିକୁ ମହାସାଗର କୁହାଯାଏ । ଏହା ପାଞ୍ଚଟି ମହାସାଗର ଭାବେ ନାମିତ ହୋଇଥିଲେ ମଧ୍ୟ ବାସ୍ତବରେ ଏଗୁଡ଼ିକ ପରସ୍ପର ସହ ସଂଶ୍ଳିଷ୍ଟ ଅଟନ୍ତି ।
ସେହିପରି ସମଗ୍ର ସ୍ଥଳଭାଗକୁ ୭ଟି ମହାଦେଶରେ ବିଭକ୍ତ କରାଯାଇଛି । ସେଗୁଡ଼ିକ ହେଲା ଏସିଆ, ଆଫ୍ରିକା, ୟୁରୋପ, ଅଷ୍ଟ୍ରେଲିଆ, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ଆଣ୍ଟାର୍କଟିକା ।
ଏସିଆ ମହାଦେଶ – ଏସିଆ ମହାଦେଶ ସବୁଠାରୁ ବଡ଼ ମହାଦେଶ ଏବଂ ଏହା ଆୟତନରେ ପୃଥିବୀର ଏକ ତୃତୀୟାଂଶ । ଏହା ୟୁରୋପଠାରୁ ଉରାଲ ପର୍ବତଦ୍ଵାରା ଅଲଗା ହୋଇଛି । ଉଭୟ ଏସିଆ ଏବଂ ୟୁରୋପକୁ ଏକତ୍ର ରୂପରେ ୟୁରେସିଆ କୁହାଯାଏ । ଏହି ମହାଦେଶକୁ ତିନୋଟି ମହାସାଗର ଘେରି ରହିଛି । ଏହାର ଉତ୍ତରରେ ଆର୍କଟିକ୍ ମହାସାଗର, ପୂର୍ବରେ ପ୍ରଶାନ୍ତ ମହାସାଗର ଏବଂ ଦକ୍ଷିଣରେ ଭାରତ ମହାସାଗର ରହିଅଛି ।
ଆଫ୍ରିକା ମହାଦେଶ – ଏହି ମହାଦେଶ ମଧ୍ୟରେ ତିନୋଟି ଅକ୍ଷାଂଶ ଯାଇଅଛି । ସେଗୁଡ଼ିକ ହେଲା କର୍କଟ କ୍ରାନ୍ତି, ବିଷୁବରେଖା ଏବଂ ମକରକ୍ରାନ୍ତି । ପ୍ରାମାଣିକ ମଧ୍ଯରେଖା (ପ୍ରାଇମ୍ ମେରିଡ଼ିଆନ୍) ମଧ୍ୟ ଏହି ମହାଦେଶ ଦେଇଯାଇଅଛି । ଏସିଆ ମହାଦେଶ ଭଳି ଏହାର ମଧ୍ୟ ତିନିପାର୍ଶ୍ଵରେ ଜଳରାଶି ରହିଅଛି । ଏସିଆ ଏବଂ ଆଫ୍ରିକାକୁ ସୁଏଜ୍ କେନାଲ ଅଲଗା କରିଅଛି ।
ଉତ୍ତର ଆମେରିକା – ଉତ୍ତର ଆମେରିକା ମଧ୍ୟ ତିନୋଟି ମହାସାଗର ଦ୍ଵାରା ଆବଦ୍ଧ ହୋଇ ରହିଛି । ଏହାର ଉତ୍ତରରେ ଆର୍କଟିକ୍ ମହାସାଗର, ପୂର୍ବରେ ଆଟ୍ଲାଣ୍ଟିକ୍ ମହାସାଗର ଏବଂ ପଶ୍ଚିମରେ ପ୍ରଶାନ୍ତ ମହାସାଗର ରହିଅଛି । ପୂର୍ବରୁ ଉତ୍ତର ଓ ଦକ୍ଷିଣ ଆମେରିକା ପାନାମା ଇସ୍ତମାସ୍ଦ୍ୱାରା ଯୁକ୍ତ ହୋଇ ରହିଥିଲା, କିନ୍ତୁ ବର୍ତ୍ତମାନ ଏହା ତାକୁ ଅଲଗା କରି ରଖୁଛି ।
ଦକ୍ଷିଣ ଆମେରିକା : ଏହାର ମଧ୍ୟ ତିନିପଟେ ପ୍ରାୟ ମହାସାଗରମାନ ଘେରି ରହିଛି । ଏହାର ପଶ୍ଚିମ ପାର୍ଶ୍ଵରେ ପ୍ରଶାନ୍ତ ମହାସାଗର, ପୂର୍ବରେ ଆଟଲାଣ୍ଟିକ୍ ମହାସାଗର ଏବଂ ଦକ୍ଷିଣରେ ଦକ୍ଷିଣ ମହାସାଗର ରହିଅଛି ।
ଆଣ୍ଟାର୍କଟିକା : ଏହି ମହାଦେଶ ପୂର୍ଣ୍ଣମାତ୍ରାରେ ଦକ୍ଷିଣ ଗୋଲାର୍ଦ୍ଧରେ ଅବସ୍ଥିତ । ଦକ୍ଷିଣ ମେରୁ ଏହାର କେନ୍ଦ୍ରରେ ଅଛି । ଏହି ମହାଦେଶ ପୂର୍ଣ୍ଣ ବରଫାବୃତ ରହୁଥିବାରୁ ଏହାକୁ ବରଫ ମହାଦେଶ ବା ଧବଳ ମହାଦେଶ କୁହାଯାଏ । ଏହି ମହାଦେଶରେ ମନୁଷ୍ୟ ବାସ କରନ୍ତି ନାହିଁ ।
ୟୁରୋପ : ଏହି ମହାଦେଶ ଏସିଆ ମହାଦେଶ ନିକଟରେ ଅବସ୍ଥିତ । ଏହାର ପଶ୍ଚିମରେ ଆଟଲାଣ୍ଟିକ୍ ମହାସାଗର, ଉତ୍ତରରେ ଆର୍କଟିକ୍ ମହାସାଗର ଏବଂ ଦକ୍ଷିଣରେ ଭୂମଧ୍ଯସାଗର ରହିଅଛି ।
ଅଷ୍ଟ୍ରେଲିଆ : ଏହି ମହାଦେଶ ସବୁଠାରୁ ସାନ ମହାଦେଶ । ଏହା ଏକ ଦ୍ଵୀପ ହୋଇଥିବାରୁ ଏହାର ଚାରିପଟେ ସମୁଦ୍ର ରହିଅଛି ।
ପଞ୍ଚ ମହାସାଗର : ସମଗ୍ର ପୃଥିବୀରେ ଏକ ବିଶାଳ ଜଳରାଶି ରହିଅଛି । ଏହାର ତିନି ଚତୁର୍ଥାଂଶ ଜଳମଗ୍ନ ହୋଇ ରହିଅଛି । ଏହି ଜଳରାଶିକୁ ପାଞ୍ଚଟି ମହାସାଗରରେ ବିଭକ୍ତ କରାଯାଇଛି । ସେଗୁଡ଼ିକ ହେଲା- ପ୍ରଶାନ୍ତ ମହାସାଗର, ଆଟ୍ଲାଣ୍ଟିକ୍ ମହାସାଗର, ଭାରତ ମହାସାଗର, ଦକ୍ଷିଣ ମହାସାଗର, ଉତ୍ତର ମହାସାଗର (ଆର୍କଟିକ୍ ମହାସାଗର ।
ପ୍ରଶାନ୍ତ ମହାସାଗର : ସମସ୍ତ ମହାସାଗର ମଧ୍ଯରେ ପ୍ରଶାନ୍ତ ମହାସାଗର ସବୁଠାରୁ ବଡ଼ । ଏହି ମହାସାଗର ପୃଥିବୀର ଶତକଡ଼ା ୩୦ ଭାଗ ସ୍ଥାନ ପୁରଣ କରିଛି । ଏହା ଆକୃତିରେ ବୃତ୍ତାକାର ଏବଂ ଗଭୀରତମ ମହାସାଗର । ଏହା ମଧ୍ୟରେ ମାରିଆନା ଟ୍ରେଞ୍ଚ ଗଭୀରତମ ସ୍ଥାନ ଅଟେ । ଏହି ପ୍ରଶାନ୍ତ ମହାସାଗରର ପଶ୍ଚିମରେ ଏସିଆ ଓ ଅଷ୍ଟ୍ରେଲିଆ ମହାଦେଶ ରହିଥିଲାବେଳେ ପୂର୍ବରେ ଉତ୍ତର ଆମେରିକା ଓ ଦକ୍ଷିଣ ଆମେରିକା ମହାଦେଶ ରହିଛି ।
ଆଟଲାଣ୍ଟିକ୍ ମହାସାଗର : ଏହି ମହାସାଗର ପୃଥିବୀର ଦ୍ଵିତୀୟ ବୃହତ୍ତମ ମହାସାଗର ଅଟେ । ଏହା ଆକୃତିରେ ଇଂରାଜୀ ଅକ୍ଷର ‘S’’ ସଦୃଶ ଅଟେ । ଏହାର ପଶ୍ଚିମ ପାର୍ଶ୍ଵରେ ଉତ୍ତର ଏବଂ ଦକ୍ଷିଣ ଆମେରିକା ରହିଥିବାବେଳେ ପୂର୍ବ ପାର୍ଶ୍ବରେ ୟୁରୋପ ଏବଂ ଆଫ୍ରିକା ମହାଦେଶ ଅଛି । ଏହି ମହାସାଗରରେ ଅନେକ ପ୍ରାକୃତିକ ପୋତାଶ୍ରୟ ଦେଖିବାକୁ ମିଳିଥାଏ । ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଏହି ମହାସାଗର ସବୁବେଳେ ବ୍ୟସ୍ତଥାଏ ।
ଭାରତ ମହାସାଗର : ଭାରତ ମହାସାଗର ହେଉଛି ତୃତୀୟ ବୃହତ୍ତମ ମହାସାଗର । ଏହା ଆମ ଦେଶ ଭାରତ ନାମରେ ନାମିତ ହୋଇଛି । ଏହି ମହାସାଗର ତ୍ରିଭୂଜାକାର ଅଟେ । କିନ୍ତୁ କେତେକ ଏହାକୁ ଇଂରାଜୀ ଅକ୍ଷର ‘M’’ ଆକୃତିର କହିଥା’ନ୍ତି । ଏହାର ଉତ୍ତରରେ ଏସିଆ, ପଶ୍ଚିମରେ ଆଫ୍ରିକା, ପୂର୍ବରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣରେ ଦକ୍ଷିଣ ମହାସାଗର ରହିଛି । ଏହାର ପଶ୍ଚିମରେ ଆରବସାଗର ଏବଂ ପୂର୍ବରେ ବଙ୍ଗୋପସାଗର ରହିଛି ।
ଦକ୍ଷିଣ ମହାସାଗର : ଏହି ମହାସାଗର ଆଣ୍ଟାର୍କଟିକା ମହାଦେଶକୁ ଘେରିକରି ରହିଅଛି । ଏହି ମହାସାଗର ଅନ୍ୟ ତିନୋଟି ମହାସାଗରର ଜଳରାଶିକୁ ଲାଗି ରହିଅଛି । ଏହାକୁ ଲୋକେ ଆଣ୍ଟାର୍କଟିକା ମହାସାଗର ବୋଲି ମଧ୍ୟ କହିଥା’ନ୍ତି ।
ଆର୍କଟିକ୍ ମହାସାଗର ବା ଉତ୍ତର ମହାସାଗର : ଏହି ମହାସାଗର ସବୁଠାରୁ କ୍ଷୁଦ୍ରତମ ମହାସାଗର । ଏହା ଉତ୍ତର ମେରୁକୁ ଘେରି ରହିଅଛି । ଏହି ମହାସାଗର ବାସ୍ତବରେ ଆଟ୍ଲାଣ୍ଟିକ୍ ମହାସାଗରର ଉତ୍ତର ଆଡ଼କୁ ବର୍ଷିତ ହୋଇ ରହିଛି । ଏହି ମହାସାଗରରୁ ଏକ ଅଣଓସାରିଆ ଜଳରାଶି ବେଜିଂ ଷ୍ଟେଟ୍ ପ୍ରଶାନ୍ତ ମହାସାଗରକୁ ସଂଯୁକ୍ତ କରିଛି । ଏହା ଉତ୍ତର ଆମେରିକା ଏବଂ ୟୁରେସିଆର ଉତ୍ତର ଉପକୂଳ ରୂପେ ରହିଅଛି ।
ଉପସଂହାର ଏହିଭଳି ଭାବରେ ସପ୍ତ ମହାଦେଶ ଏବଂ ପଞ୍ଚ ମହାସାଗର ପୃଥିବୀ ପୃଷ୍ଠରେ ରହିଅଛି ।
Question 2.
ମହାସାଗର ଓ ମହାଦେଶ ମାନବ ଜୀବନ ସମେତ ପୃଥିବୀର ଅନ୍ୟାନ୍ୟ ଜୀବଜଗତକୁ କେଉଁ ଉପାୟରେ ପ୍ରଭାବିତ କରିଥାଏ ?
Answer:
ମହାସାଗର ଏବଂ ମହାଦେଶ ମାନବ ଜୀବନ ସହିତ ପୃଥିବୀର ଅନ୍ୟାନ୍ୟ ଜୀବଜଗତକୁ ଅନେକ ଉପାୟରେ ପ୍ରଭାବିତ କରିଥାଏ । ସେମାନେ ପୃଥିବୀର ଜଳବାୟୁର ଆକୃତିକୁ ପରିଚାଳନା କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥା’ନ୍ତି । ମହାସାଗରଗୁଡ଼ିକ ନିଜର ସାମୁଦ୍ରିକ କରେଣ୍ଟଦ୍ଵାରା ଉତ୍ତାପକୁ ବିଷୁବରେଖା ପାଖରୁ ମେରୁ ଆଡ଼କୁ ତ୍ୱରାନ୍ଵିତ କରିଥା’ନ୍ତି । ଏଥିରେ ଉତ୍ତାପ କ୍ରମେ ହ୍ରାସପାଇ ମେରୁ ଅଞ୍ଚଳରେ ପ୍ରବଳ ଥଣ୍ଡା କରିଥାଏ । ମହାସାଗରଗୁଡ଼ିକ ସୂର୍ଯ୍ୟଙ୍କର ଉତ୍ତାପର ଶତକଡ଼ା ୯୮ ଭାଗକୁ ଗ୍ରହଣ କରିଥା’ନ୍ତି ।
ସେମାନେ ମହାଦେଶଗୁଡ଼ିକରେ ବର୍ଷା କରାଇବାରେ ସହାୟକ ହୋଇଥା’ନ୍ତି । ସମୟ ଅନୁସାରେ ବର୍ଷା କୃଷିଉପଯୋଗୀ ହୋଇଥାଏ ।
ମହାସାଗରଗୁଡ଼ିକ ଆମେ ପୃଥିବୀରେ ବ୍ୟବହାର କରୁଥିବା ଅମ୍ଳଜାନର ଅଧା ଅଂଶ ଉତ୍ପାଦନ କରିଥା’ନ୍ତି । ମହାସାଗର ଆମକୁ ଅନେକ ସାମୁଦ୍ରିକ ଖାଦ୍ୟ ମତ୍ସ୍ୟ ଇତ୍ୟାଦି ଯୋଗାଇଥା’ତ୍ତି ଏବଂ ଅନେକ ଲୋକ ମତ୍ସ୍ୟଜୀବୀ ଭାବରେ ଜୀବିକା ନିର୍ବାହ କରିଥା’ନ୍ତି । ଏତଦ୍ବ୍ୟତୀତ ଆମେମାନେ ସାମୁଦ୍ରିକ ବାଣିଜ୍ୟ ବ୍ୟବସାୟର ସୁଯୋଗ ପାଇଥାଉ ।
ସମୂଦ୍ର ଯେ କେବଳ ମାନବକୁ ଲାଭ ଦେଇଥାଏ, ତା’ନୁହେଁ, ଅନେକ ବିପର୍ଯ୍ୟୟର କାରଣ ମଧ୍ୟ ହୋଇଥାଏ । ଅନେକ ସମୟରେ ସାମୁଦ୍ରିକ ଝଡ଼, ଜୁଆର ଓ ସୁନାମି ଇତ୍ୟାଦି ଭୟଙ୍କର ବିପର୍ଯ୍ୟୟ ଘଟାଇଥାଏ ।
ମହାସାଗର ଭଳି ମହାଦେଶ ମଧ୍ଯ ପୃଥିବୀର ଜୀବଜଗତକୁ ପ୍ରଭାବିତ କରିଥା’ନ୍ତି ।
ଭୂପୃଷ୍ଠରେ ସ୍ଥଳଭାଗ ପୃଥିବୀର ଏକ ଚତୁର୍ଥାଂଶ ହେଲେ ବି ଏହା ସାତଟି ମହାଦେଶରେ ବିଭକ୍ତ ହୋଇଛି ।
ପ୍ରତ୍ୟେକ ମହାଦେଶରେ ଭୂପୃଷ୍ଠର ବିଭିନ୍ନ ଭୂମିରୂପ ଦେଖାଯାଏ, ଯଥା- ପାହାଡ଼ ପର୍ବତ, ମାଳଭୂମି ଏବଂ ସମତଳଭୂମି । ଏତଦ୍ବ୍ୟତୀତ କେତେଗୁଡ଼ିଏ ମରୁଭୂମି ବି ରହିଛି । ବିଭିନ୍ନ ଭୂମିରୂପ ଏବଂ ତା’ ଉପରେ ଜନ୍ମିତ ଉଭିଦ ଓ ପ୍ରାଣୀମାନେ ଏକ ସୁନ୍ଦର ପ୍ରାକୃତିକ ପରିବେଶ ସୃଷ୍ଟି କରିଛନ୍ତି । କୃଷି ଏବଂ ମାନବର ସ୍ଥାୟୀ ବସତି ସ୍ଥାପନ କ୍ଷେତ୍ରରେ ଭୂପୃଷ୍ଠର ସ୍ଥଳଭାଗ ଅନେକ ସହାୟକ ହୋଇଛି । ବିଭିନ୍ନ ମହାଦେଶରେ ଆଧୁନିକ ମାନବ ବର୍ତ୍ତମାନ ବୈଜ୍ଞାନିକ ପଦ୍ଧତିରେ ଅନେକ ଅଗ୍ରଗତି କରି ସୁନ୍ଦର ସୁନ୍ଦର ପ୍ରାସାଦ ନିର୍ମାଣ ସହ ବିଦ୍ୟୁତ୍ରାଳିତ ଯାନବାହନର ବ୍ୟବହାର କରୁଛି । ବର୍ତ୍ତମାନ ପରିବେଶକୁ ସୁସ୍ଥ ରଖୁ ସମଗ୍ର ପୃଥିବୀକୁ ସବୁଦିନ ପାଇଁ ଜୀବଜଗତ ରହିବା ଉପଯୋଗୀ କରିବା ମାନବର ପରମ ଧର୍ମ ହେବା ଆବଶ୍ୟକ ।
ଆସ ଅନୁସନ୍ଧାନ କରିବା :
Question 1.
ପ୍ରତ୍ୟେକ ମାନଚିତ୍ରରେ ଥିବା ବୃତ୍ତାକାର ରେଖାଗୁଡ଼ିକୁ କ’ଣ କୁହାଯାଏ ? ଏହା ତୁମେ ଜାଣ କି ଦୁଇଟି ମେରୁକୁ ଯୋଗ କରୁଥିବା ରେଖାଗୁଡ଼ିକୁ କ’ଣ କୁହାଯାଏ ?
Answer:
ମାନଚିତ୍ରରେ ଥୁବା ବୃତ୍ତାକାର ରେଖାଗୁଡ଼ିକୁ ଅକ୍ଷାଂଶର ସମାନ୍ତରାଳ ବା ସମାକ୍ଷରେଖା କୁହାଯାଏ । ଦୁଇ ମେରୁ ଅଞ୍ଚଳରୁ ଯୋଗ କରୁଥିବା ରେଖାଗୁଡ଼ିକୁ ଦ୍ରାଘିମା ବା ମଧ୍ଯରେଖା କୁହାଯାଏ ।
![]()
Question 2.
କେଉଁ ଗୋଲାର୍ଦ୍ଧରେ ଅଧ୍ବକ ଜଳ ରହିଛି ?
Answer:
ଦକ୍ଷିଣ ଗୋଲାର୍ଦ୍ଧରେ ଅଧୂକ ଜଳ ରହିଛି ।
Question 3.
ଉତ୍ତର ଗୋଲାର୍ଦ୍ଧ ଏବଂ ଦକ୍ଷିଣ ଗୋଲାର୍ଦ୍ଧର ଜଳଭାଗ ଓ ସ୍ଥଳଭାଗର ଆନୁମାନିକ ଅନୁପାତ କ’ଣ ହୋଇପାରେ ବୋଲି ତୁମେ ଭାବୁଛ ? ନିଜ ଦଳରେ ଆଲୋଚନା କର ।
Answer:
ଉତ୍ତର ଗୋଲାର୍ଦ୍ଧରେ ଆନୁମାନିକ ଶତକଡ଼ା ୪୦ ଭାଗ ସ୍ଥଳ ଏବଂ ଶତକଡ଼ା ୬୦ ଭାଗ ଜଳ ରହିଛି, ସେହିପରି ଦକ୍ଷିଣ ଗୋଲାର୍ଦ୍ଧରେ ଆନୁମାନିକ ଶତକଡ଼ା ୨୦ ଭାଗ ସ୍ଥଳ ଥିବାବେଳେ ଶତକଡ଼ା ୮୦ ଭାଗ ଜଳ ରହିଛି ।
Question 4.
ସବୁ ମହାସାଗର ପରସ୍ପର ସହ ସଂଯୁକ୍ତ କି ? ହଁ ନା । ମାନଚିତ୍ର ଦେଖୁ ଏହାର କାରଣ ବର୍ଣ୍ଣନା କର
Answer:
ହଁ, ସବୁ ମହାସାଗର ପରସ୍ପର ସହ ସଂଯୁକ୍ତ । କିଛି ମହାସାଗର ଆର୍କଟିକ୍ ମହାସାଗରଦ୍ଵାରା ସଂଯୁକ୍ତ । ଆର୍କଟିକ୍ ମହାସାଗର ମଧ୍ୟରେ ଥିବା ବେଲିଂ ଷ୍ଟ୍ରେଟ୍ ଉଭୟ ପ୍ରଶାନ୍ତ ମହାସାଗର ଏବଂ ଆର୍କଟିକ୍ ମହାସାଗରକୁ ସଂଯୁକ୍ତ କରିଛି । ତଥାପି ଅନ୍ୟ କିଛି ମହାସାଗର ଏକ ଅଣଓସାରିଆ ସ୍ଥଳଦ୍ଵାରା ଦକ୍ଷିଣ ଆମେରିକା ଏବଂ ଆଣ୍ଟର୍କଟିକାକୁ ସଂଯୁକ୍ତ କରିଛି ।
ପୃଥିବୀ ପୃଷ୍ଠରେ ଥିବା ସମୁଦାୟ ଜଳଭାଗର ପ୍ରାୟ ଅଧିକାଂଶ ଭାଗ ମହାସାଗର ଓ ସାଗରରେ ରହିଛି । ଏହି ଜଳ ଲୁଣିଆ । ସୁତରାଂ ଏହା ମନୁଷ୍ୟ ତଥା ଜୀବଜଗତର ସିଧାସଳଖ ବ୍ୟବହାର ଉପଯୋଗୀ ନୁହେଁ ।
ମଧୁର ଜଳ ପୃଥିବୀର ଜଳ ସମ୍ପଦର ବହୁତ କମ୍ ଅଂଶ ଅଟେ । ପର୍ବତ ଶିଖରରେ ହିମବାହ (Glacier), ନଦୀ, ହ୍ରଦ, ପୁଷ୍କରିଣୀ ଇତ୍ୟାଦି ଏହି ପ୍ରକାର ଜଳର ମୁଖ୍ୟ ଉତ୍ସ । ବାୟୁମଣ୍ଡଳରେ ଜଳୀୟବାଷ୍ପ ଓ ଭୂତଳ ଜଳ ମଧ୍ୟ ମଧୁର ଜଳର ଅନ୍ତର୍ଭୁକ୍ତ ।
Question 5.
ମାନଚିତ୍ର ଦେଖୁ ପାଞ୍ଚଟି ମହାସାଗରକୁ ଚିହ୍ନଟ କର ଏବଂ ନିମ୍ନରେ ଥିବା ସାରଣୀରେ, କେଉଁଟି କେଉଁ ଗୋଲାର୍ଦ୍ଧରେ ଅବସ୍ଥିତ ତାହା ଚିହ୍ନଟ କରି ଲେଖ । (ପ୍ରଶ୍ନ ସହିତ ଉତ୍ତର)

Answer:
| ଉତ୍ତର ଗୋଲାର୍ଦ୍ଧ | ଦକ୍ଷିଣ ଗୋଲାର୍ଦ୍ଧ | |
| ପ୍ରଶାନ୍ତ ମହାସାଗର | ଉତ୍ତର ଗୋଲାର୍ଦ୍ଧ | ଦକ୍ଷିଣ ଗୋଲାର୍ଦ୍ଧ |
| ଆଟ୍ଲାଣ୍ଟିକ୍ ମହାସାଗର | ଉତ୍ତର ଗୋଲାର୍ଦ୍ଧ | ଦକ୍ଷିଣ ଗୋଲାର୍ଦ୍ଧ |
| ଭାରତ ମହାସାଗର | ଉତ୍ତର ଗୋଲାର୍ଦ୍ଧ | ଦକ୍ଷିଣ ଗୋଲାର୍ଦ୍ଧ |
| ଦକ୍ଷିଣ ମହାସାଗର | ଦକ୍ଷିଣ ଗୋଲାର୍ଦ୍ଧ | |
| ଆର୍କଟିକ୍ ମହାସାଗର | ଉତ୍ତର ଗୋଲାର୍ଦ୍ଧ |
Question 6.
ପାର୍ଶ୍ୱସ୍ଥ ବର୍ଗର ସଂଖ୍ୟା ଗଣନା କରି ବୃହତ୍ତମ ଏବଂ କ୍ଷୁଦ୍ରତମ ମହାଦେଶର ନାମ ଲେଖ ।
Answer:
ଉପରୋକ୍ତ ବର୍ଗର ସଂଖ୍ୟା ଗଣନା କରିବାରୁ ଜଣାପଡ଼ିଲା ଯେ ଏସିଆ ମହାଦେଶରେ ସର୍ବାଧିକ ୪୪ଟି ବର୍ଗ ରହିଛି ଏବଂ ଅଷ୍ଟ୍ରେଲିଆ ମହାଦେଶରେ ସର୍ବନିମ୍ନ ୯ଟି ବର୍ଗ ରହିଛି । ସୁତରାଂ ଏସିଆ ମହାଦେଶ ସବୁଠାରୁ ବଡ଼ ଏବଂ ଅଷ୍ଟ୍ରେଲିଆ ମହାଦେଶ ସବୁଠାରୁ ସାନ ।
Question 7.
କେଉଁଟି ବଡ଼ ?
(କ) ଉତ୍ତର ଆମେରିକା ନା ଦକ୍ଷିଣ ଆମେରିକା ?
(ଖ) ଆଫ୍ରିକା ନା ଉତ୍ତର ଆମେରିକା
(ଗ) ଆଣ୍ଟାର୍କଟିକା ନା ଅଷ୍ଟ୍ରେଲିଆ ?
Answer:
ଉତ୍ତର ଆମେରିକାଠାରୁ ଦକ୍ଷିଣ ଆମେରିକା ବଡ଼, (ଖ) ଉତ୍ତରର ଆମେରିକାଠାରୁ ଆଫ୍ରିକା ବଡ଼ (ଗ) ଅଷ୍ଟ୍ରେଲିଆଠାରୁ ଆଣ୍ଟାର୍କଟିକା ବଡ଼ ।
![]()
Question 8.
ୟୁରୋପ ଏବଂ ଏସିଆ ପାଇଁ ଗୋଟିଏ ରଙ୍ଗ ଦେଇ ଚିତ୍ରକୁ ପୁନଶ୍ଚ ରଙ୍ଗ କର ଏବଂ ଏହାକୁ ୟୁରେସିଆ ନାମରେ ନାମିତ କର । ଏହାର ଆକାରକୁ ଦକ୍ଷିଣ ଆମେରିକା ସହ ତୁଳନା କର ।
Answer:
ୟୁରେସିଆ ୫୪ ବର୍ଗ ଏବଂ ଦକ୍ଷିଣ ଆମେରିକା ୧୮ ବର୍ଗ । ସୁତରାଂ ୟୁରେସିଆ ଦକ୍ଷିଣ ଆମେରିକାଠାରୁ ତିନିଗୁଣ ବଡ଼ ।
Question 9.
କ୍ଷୁଦ୍ରରୁ ବୃହତ୍ତମ କ୍ରମରେ ମହାଦେଶଗୁଡ଼ିକର ତାଲିକା କର ।
Answer:
ସାତଟି ମହାଦେଶକୁ କ୍ଷୁଦ୍ରରୁ ବୃହତ୍ତମ କ୍ରମରେ ନିମ୍ନରେ ପ୍ରଦତ୍ତ କରାଗଲା । (୧) ଅଷ୍ଟ୍ରେଲିଆ, (୨) ୟୁରୋପ, (୩) ଆଣ୍ଟାର୍କଟିକା, (୪) ଉତ୍ତର ଆମେରିକା, (୫) ଦକ୍ଷିଣ ଆମେରିକା, (୬) ଆଫ୍ରିକା, (୭) ଏସିଆ
ଏହି ବିଷୟରେ ଚିନ୍ତା କର :
Question 1.
ପୃଥିବୀରେ ଯଦି ଏତେ ପରିମାଣର ଜଳ ଅଛି, ‘ଜଳ ଅଭାବ’ ବା ଜଳ ସଙ୍କଟ ବିଷୟରେ ଏତେ ଚର୍ଚ୍ଚା କାହିଁକି ?
Answer:
(i) ବାସ୍ତବରେ ପୃଥିବୀରେ ବହୁ ପରିମାଣରେ ଜଳ ଅଛି କିନ୍ତୁ ଏହା ସତ୍ତ୍ଵେ ଜଳାଭାବ ଓ ଜଳ ସଙ୍କଟ ଦେଖାଦେଇଛି । ଏହାର କାରଣ କାହାକୁ ଅଛପା ନାହିଁ । ପ୍ରଥମତଃ, ପୃଥିବୀରେ ଥିବା ତିନି ଚତୁର୍ଥାଂଶ ଜଳ ମହାସାଗରରେ ଅଛି, କିନ୍ତୁ ଏହା ବାସ୍ତବରେ ଲୁଣିଆ ଏବଂ ପ୍ରାଣୀଜଗତ ଏବଂ ମାନବର ବ୍ୟବହାର ପାଇଁ ଅନୁପଯୁକ୍ତ ।
(ii) ମଧୁର ଜଳ ମାତ୍ର ଶତକଡ଼ା ୩ ଭାଗ ରହିଛି । ସେଥୁରୁ ନଦୀ ଏବଂ ହ୍ରଦରୁ ଆମେ ୧.୨% ପାଇଥାଉ । ବାକି ଜଳ ବରଫବୃତ ହୋଇ ରହିଥାଏ ।
(iii) ମଧୁର ଜଳର ଅଭାବ ସାଧାରଣତଃ ଅନୁଭବ ହୋଇଥାଏ । ଏହାର ମୁଖ୍ୟ କାରଣ ଜନସଂଖ୍ୟା ବୃଦ୍ଧି ଏବଂ କଳକାରଖାନାମାନଙ୍କରେ ଜଳର ବ୍ୟବହାର । ବର୍ତ୍ତମାନ ପୃଥିବୀରେ ଜଳର ଅଭାବ ଅନେକ ସ୍ଥାନରେ ଦେଖିବାକୁ ମିଳୁଛି ।
(iv) ଜଳ ଅଭାବର ଅନ୍ୟ ଏକ କାରଣ ହେଉଛି ପ୍ରଦୂଷଣ । କଳକାରଖାନାମାନଙ୍କ ଯୋଗୁଁ ଯେଉଁଭଳି ଭାବରେ ଜଳ ପ୍ରଦୂଷିତ ହେଉଛି ତାହା ବ୍ୟବହାର ନ ହୋଇ ନଷ୍ଟ ହେଉଛି । ସୁତରାଂ ପୃଥିବୀରେ ଜଳର ଅଭାବ ଦେଖାଯାଉଛି ।
Question 2.
ଜଳ ସଂରକ୍ଷଣର କେଉଁ ଉପାୟ ବିଷୟରେ ତୁମେ ଜାଣିଛ ? ତୁମେ ତୁମ ଘରେ, ବିଦ୍ୟାଳୟରେ ଏବଂ ଗାଁ କିମ୍ବା ସହରରେ ଜଳ ସଂରକ୍ଷଣର ବିଭିନ୍ନ ଉପାୟ ଅବଲମ୍ବନ ହେଉଥିବା ଦେଖୁଛ କି ?
Answer:
(i) ଜଳ ହେଉଛି ପ୍ରକୃତିର ଅମୂଲ୍ୟ ଦାନ ଏବଂ ଜଳ ହିଁ ଜୀବନ । ଏହାର ସଂରକ୍ଷଣ ଏବଂ ସୁଚାରୁ ବ୍ୟବହାର ଆମ୍ଭମାନଙ୍କୁ ଜଳକଷ୍ଟରୁ ରକ୍ଷା କରିପାରିବ । ଆମକୁ ସାଧାରଣତଃ ଘରେ ଜଳର ବ୍ୟବହାର କଲାବେଳେ ଅନେକ ସାବଧାନତା ଆଚରଣ କରିବାକୁ ପଡ଼େ ।
(ii) ବକେଟ୍ ଏବଂ ମଗ୍ ସାହାଯ୍ୟରେ ପାଣିର ବ୍ୟବହାର, ଲିକ୍ ହେଉଥିବା ପାଣିକୁ ବନ୍ଦ କରିବା, କଳକୁ ଖୋଲିଲାବେଳେ ଖୁବ୍ ଜୋର୍ରେ ନ ଖୋଲିବା ଏବଂ କଳକୁ ଭଲ ଭାବରେ ବନ୍ଦ କରିବା ଉଚିତ । ଦାନ୍ତ ଘଷିବା ଏବଂ ଗାଧେଇବାବେଳେ କଳକୁ ଖୋଲା ଛାଡ଼ି ନଦେବା, ବର୍ଷା ଦିନେ ଜଳକୁ ବିଭିନ୍ନ ଉପାୟରେ ସଂରକ୍ଷଣ କରିବା, ବ୍ୟବହାର ହୋଇଥିବା ଜଳକୁ ବାଡ଼ିବଗିଚାରେ ଥିବା ଗଛକୁ ଜଳ ଦେବା ଉଦ୍ଦେଶ୍ୟରେ ପୁନଃ ବ୍ୟବହାର କରିବା । ପାଣି ଟାଙ୍କିରୁ ଜଳ ଭର୍ତ୍ତି ହୋଇ ବାହାରକୁ ନ ପଡ଼ିବା, ଗାଡ଼ି ମଟର ଧୋଇଲାବେଳେ ଅଧିକ ଜଳ ବ୍ୟବହାର ନ କରିବା ଆବଶ୍ୟକ ।
(iii) ସେହିପରି ବିଦ୍ୟାଳୟରେ ମଧ୍ୟ ଆମେ ବ୍ୟବହାର କରୁଥିବା ପାଣିକଳକୁ ବ୍ୟବହାର କରି ସାରିବା ପରେ ତତ୍କ୍ଷଣାତ୍ ବନ୍ଦ କରିଦେବା, ଲିକ୍ କରୁଥୁବା କଳକୁ ଠିକ୍ ସମୟରେ ସଜାଡ଼ିବା, ବିଦ୍ୟାଳୟରେ ପାଣି ବ୍ୟବହାର ପାଇଁ ଏକ କାର୍ଯ୍ୟକାରୀ ଦଳ ଗଠନ କରିବା, ଛାତ୍ରଛାତ୍ରୀମାନଙ୍କୁ ଜଳର ଉଚିତ ବ୍ୟବହାର କରିବାପାଇଁ ଶିଖାଇବା, ପାଇଖାନାରେ ବାରମ୍ବାର ଅନାବଶ୍ୟକଭାବେ ପାଣି ନ ଢାଳିବା, ସର୍ବଶେଷରେ ପାଣିର ଉଚିତ ବ୍ୟବହାର କରିବାପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିବା ।
(iv) ସେହିପରି ଗ୍ରାମ ଏବଂ ସହରମାନଙ୍କରେ ପାଣିର ବ୍ୟବହାର ପାଇଁ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ଉତିତ । ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କୁ ଜଳର ଉଚିତ ବ୍ୟବହାର କରିବାପାଇଁ ଶିଖାଇବା ଉଚିତ । ଜଳସେଚନ ମାଧ୍ୟମରେ କୃଷିକ୍ଷେତ୍ରକୁ ସଠିକ୍ ପରିମାଣର ଜଳ ଯୋଗାଇବା ଦରକାର ।
(v) ପୋଖରୀ, କେନାଲ ଇତ୍ୟାଦି ଖନନ କରି ଜଳସଞ୍ଚୟର ବ୍ୟବସ୍ଥା କରିବା, ମଇଳା ଜଳକୁ ସଠିକ୍ ଭାବରେ ପୁନଃବ୍ୟବହାର ପାଇଁ ବୈଜ୍ଞାନିକ ପଦ୍ଧତି ଆପଣେଇବା ସାବଧାନତା ଅବଲମ୍ବନ କଲେ ଆମେ ଜଳ ସଂରକ୍ଷଣ ସହିତ ଜଳର ଅଭାବକୁ ଦୂର କରିପାରିବା ।
ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ଗ୍ଲୋବ୍ କିମ୍ବା ପୃଥିବୀର ମାନଚିତ୍ରରେ କେଉଁ ରଙ୍ଗ ଅଧୁକ ସ୍ଥାନ ଗ୍ରହଣ କରିଥିବାର ଦେଖାଯାଏ ? ଏହା କ’ଣ ସୂଚନା ଦେଇଥାଏ ?
Answer:
ଗ୍ଲୋବ୍ ବା ପୃଥିବୀର ମାନଚିତ୍ରରେ ଅଧିକ ସ୍ଥାନ ଗ୍ରହଣ କରିଥିବା ରଙ୍ଗ ହେଉଚି ନୀଳ (Blue) । ଏହା ପୃଥିବୀ ପୃଷ୍ଠରେ ଥିବା ଜଳରାଶିକୁ ସୂଚାଇଥାଏ ।
![]()
Question 2.
ଏକ ବିସ୍ତୃତ ଭୂମିକୁ କ’ଣ କୁହାଯାଏ ? ଏକ ବିଶାଳ ଓ କ୍ରମଶଃ ବଦ୍ଧିତ ଭୂମିକୁ କ’ଣ କୁହାଯାଏ ?
Answer:
ଏକ ବିସ୍ତୃତ ଭୂମିକୁ ଭୂମିରୂପର ସ୍ଥଳଭାଗ କୁହାଯାଏ ଏବଂ ଏକ କ୍ରମଶଃ ବଦ୍ଧିତ ଭୂମି ଯାହାକି ବିଭିନ୍ନ ଦେଶକୁ ତା’ର ଅନ୍ତର୍ଗତ କରିଥାଏ ତାହାକୁ ମହାଦେଶ କୁହାଯାଏ ।
Question 3.
ମହାସାଗରର ଜଳ କାହିଁକି ମାନବ ବ୍ୟବହାର ପାଇଁ ଅନୁପଯୁକ୍ତ ?
Answer:
ମହାସାଗର ବା ସମୁଦ୍ରର ଜଳ ଲବଣଯୁକ୍ତ ବା ଲୁଣିଆ ହୋଇଥିବାରୁ ଏହା ମାନବ ବ୍ୟବହାର ପାଇଁ ଅନୁପଯୁକ୍ତ ।
Question 4.
ସାମୁଦ୍ରିକ ବୃକ୍ଷଲତା ଏବଂ ସାମୁଦ୍ରିକ ପ୍ରାଣୀ ମଧ୍ୟରେ ଗୋଟିଏ ତଫାତ ଲେଖ ।
Answer:
ସାମୁଦ୍ରିକ ବୃକ୍ଷଲତା କହିଲେ ସମୁଦ୍ର କୂଳରେ ଓ ସମୁଦ୍ର ମଧ୍ୟରେ ଜନ୍ମିଥିବା ବିଭିନ୍ନ ପ୍ରକାରର ଗଛଲତା ଅଟେ । କିନ୍ତୁ ସାମୁଦ୍ରିକ ପ୍ରାଣୀ କହିଲେ ଅନେକ ପ୍ରକାରର ମା’ମନ୍ଦିନ ମାଛ, ତିମି ମାଛ ଏବଂ ଅନେକ ପ୍ରକାରର ରହସ୍ୟମୟ ଜୀବଜନ୍ତୁଙ୍କୁ ବୁଝାଏ ।
Question 5.
ଭାରତ ମହାସାଗରର ସୀମା ନିର୍ଦ୍ଧାରଣ କର ।
Answer:
ଭାରତ ମହାସାଗର ସୀମା ନିର୍ଦ୍ଧାରଣ କଲେ ଦେଖାଯାଏ ଏହାର ଉତ୍ତରରେ ଏସିଆ, ପଶ୍ଚିମରେ ଆଫ୍ରିକା, ପୂର୍ବରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣରେ ଦକ୍ଷିଣ ମହାସାଗର ରହିଛି ।
Question 6.
ଭାରତ ମହାସାଗର ଦୁଇଟି ଅଂଶ ଭାରତର ପୂର୍ବ ଓ ପଶ୍ଚିମରେ ଅଛି । ସେଗୁଡ଼ିକର ନାମ କ’ଣ ?
Answer:
ଭାରତ ମହାସାଗରର ଦୁଇଟି ଅଂଶ ଭାରତର ପୂର୍ବ ଓ ପଶ୍ଚିମରେ ଅବସ୍ଥିତ । ସେମାନଙ୍କ ମଧ୍ୟରୁ ପୂର୍ବରେ ଥିବା ଅଂଶର ନାମ ବଙ୍ଗୋପସାଗର ଏବଂ ପଶ୍ଚିମରେ ଥିବା ଅଂଶର ନାମ ଆରବ ସାଗର ଅଟେ ।
Question 7.
ତୁମ ପୁସ୍ତକର ପୃଷ୍ଠା ୩୩ରେ ପ୍ରଦତ୍ତ ଭାରତ ମାନଚିତ୍ରକୁ ଦେଖ ଏବଂ ଭାରତର ଦ୍ଵୀପପୁଞ୍ଜଗୁଡ଼ିକର ନାମ ଲେଖ ।
Answer:
ଭାରତ ମାନଚିତ୍ରରେ ଦର୍ଶାଯାଇଥିବା ଦ୍ଵୀପପୁଞ୍ଜଗୁଡ଼ିକ ହେଲା ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜ ଯାହାକି ବଙ୍ଗୋପସାଗରରେ ଅଛି । ସେହିପରି ଲାକ୍ଷାଦ୍ଵୀପ ଦ୍ଵୀପପୁଞ୍ଜ ଯାହାକି ଆରବ ସାଗରରେ ଅଛି ।
Question 8.
ଭାରତ ସରକାରଙ୍କ କେଉଁ ସଂସ୍ଥା ସମସ୍ତ ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କରିଥାଏ ?
Answer:
ଭାରତରେ ସମସ୍ତ ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟକୁ ପରିଚାଳନା କରିବାପାଇଁ ଏକ ସଂସ୍ଥା ଗଠନ କରାଯାଇଛି ଯାହାର ନାମ ହେଉଛି ‘ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧ୍ଵକରଣ ବା ନ୍ୟାସିନାଲ ଡିଜାଷ୍ଟର ମ୍ୟାନଜମେଣ୍ଟ ଅଥରିଟି (NDMA)
![]()
Question 9.
ପୃଥିବୀର ବୃହତ୍ତମ ଦ୍ଵୀପ କେଉଁଟି ? ଭାରତ ସହିତ ଏହାର ଆକାର ତୁଳନା କର ।
Answer:
ପୃଥିବୀର ବୃହତ୍ତମ ଦ୍ଵୀପ ହେଉଛି ଗ୍ରୀନଲ୍ୟାଣ୍ଡ । ଏହାର ଆକାର ଭାରତର ୧୦ଟି ବଡ଼ ରାଜ୍ୟର ସମଷ୍ଟି ସହିତ ସମାନ ।
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ପୃଥିବୀର ମାନଚିତ୍ରରେ ଧୂସର ବା ବ୍ରାଉନ ରଙ୍ଗର ଅଂଶମାନ ଦେଖିବାକୁ ମିଳେ । ଏହା କି ସୂଚନା ଦିଏ ?
Answer:
- ପୃଥିବୀ ମାନଚିତ୍ରରେ ପ୍ରଦର୍ଶିତ ଧୂସର ରଙ୍ଗ ହେଉଛି ଭୂମିରୂପ । ଏହା ପୃଥିବୀର ଏକ ଚତୁର୍ଥାଂଶ
ଅଟେ । - ଏଥରେ ପର୍ବତ, ମାଳଭୂମି ଓ ସମତଳଭୂମି ଅଛି ।
- ଏଥରେ ସାତଟି ମହାଦେଶ ଗଢ଼ିଉଠିଛି ।
- ସେମାନଙ୍କ ମଧ୍ୟରେ ଏସିଆ ମହାଦେଶ ବୃହତ୍ତମ ଏବଂ ଅଷ୍ଟ୍ରେଲିଆ କ୍ଷୁଦ୍ରତମ ଅଟେ ।
- ଅନ୍ୟ ମହାଦେଶଗୁଡ଼ିକ ହେଲା ଆଫ୍ରିକା, ଦକ୍ଷିଣ ଆମେରିକା, ଉତ୍ତରର ଆମେରିକା, ଆଣ୍ଟାର୍କଟିକା ଏବଂ ୟୁରୋପ ।
- ଏତଦ୍ବ୍ୟତୀତ ଅନେକ ପାହାଡ଼, ପର୍ବତ ଓ ମାଳଭୂମି ରହିଅଛି ।
- ହିମାଳୟ, ଆଲକସ୍ ଓ ଆଣ୍ଡିଜ୍ ଭଳି ପର୍ବତଶ୍ରେଣୀ ଅଛି ।
Question 2.
ଆଣ୍ଟାର୍କଟିକା ମହାଦେଶ ସହିତ ଭାରତର କିଛି ସମ୍ପର୍କକୁ ସଂକ୍ଷେପରେ ଲେଖ ।
Answer:
(i) ଆଣ୍ଟାର୍କଟିକା ମହାଦେଶ ହେଉଛି ଏକ ଥଣ୍ଡାପ୍ରବଣ ଏବଂ ନୈରାଶ୍ୟଜନକ ପରିବେଶ । ଏହି ମହାଦେଶରେ ଭାରତ ୧୯୮୧ ମସିହାରୁ ଏକ ଅଭିଯାନ ଆରମ୍ଭ କରିଅଛି ଯାହାର ନାମ ହେଉଛି Exploring Antarctica |
(ii) ୧୯୮୩ ମସିହାରେ ଭାରତ ଏଠାରେ ତା’ର ପ୍ରଥମ ବୈଜ୍ଞାନିକ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିଥିଲା ଯାହାର ନାମ ‘ଦକ୍ଷିଣ ଗଙ୍ଗୋତ୍ରୀ’ ଅଟେ । ତାପରଠାରୁ ଭାରତ ସେଠାରେ ଅନ୍ୟ ଦୁଇଟି ଗବେଷଣାକେନ୍ଦ୍ର ପ୍ରତିଷ୍ଠା କରିଛି । ସେଗୁଡ଼ିକ ହେଲା ‘ମୈତ୍ରୀ ଏବଂ ଭାରତ’ ।
(iii) ଏବେସୁଦ୍ଧା ସେଠାରେ ପ୍ରାୟ ୪୦ଟି ଭାରତୀୟ ବୈଜ୍ଞାନିକ ଦଳ କାମ କରୁଛନ୍ତି । ସେମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ ହେଉଛି କିପରି ସେମାନେ ସେଠାରେ ଜଳବାୟୁର ପରିବର୍ତ୍ତନ ଆଣିବା ସହିତ ପରିବେଶରେ ସୁଧାର ଆଣିପାରିବେ ।
Question 3.
ଜଳବାୟୁ ଉପରେ ମହାସାଗର କିପରି ପ୍ରଭାବ ପକାଏ ?
Answer:
- ମହାସାଗର ସୂର୍ଯ୍ୟ ଉତ୍ତାପକୁ ଗ୍ରହଣ କରି ପୃଥିବୀର ଜଳବାୟୁ ଉପରେ ପ୍ରଭାବ ପକାଇଥାଏ । ସୂର୍ଯ୍ୟ ଉତ୍ତାପର ଶତକଡ଼ା ୯୮ ଭାଗ ଉତ୍ତାପ ମହାସାଗରଗୁଡ଼ିକ ଗ୍ରହଣ କରି ଜଳବାୟୁର ତାପମାତ୍ରାକୁ ନିୟନ୍ତ୍ରଣ କରିଥା’ନ୍ତି ।
- ତା’ପରେ ସେମାନେ ଉତ୍ତାପକୁ ପୁନଃ ପୃଥିବୀରେ ବଣ୍ଟନ କରିଥା’ନ୍ତି । ଏହାକୁ ମହାସାଗର ତା’ର ମହାସାଗରୀୟ ପ୍ରବାହଦ୍ଵାରା କରିଥାଏ ।
- ମହାସାଗରଗୁଡ଼ିକ ମଧ୍ୟ ବାୟୁମଣ୍ଡଳରୁ ପ୍ରାୟ ୪୦% C୦, ଗ୍ରହଣ କରିଥା’ନ୍ତି ।
- ସେମାନେ ମଧ୍ୟ ବାୟୁମଣ୍ଡଳର ଆର୍ଦ୍ରତାକୁ ବଢ଼ାଇଥା’ନ୍ତି ଏବଂ ମହାଦେଶଗୁଡ଼ିକୁ ବର୍ଷା ପଠାଇଥା’ନ୍ତି । ଉଦାହରଣ ସ୍ଵରୂପ ଭାରତରେ ମୌସୁମୀ ବାୟୁପ୍ରବାହ ସମୁଦ୍ରରୁ ହିଁ ହୋଇଥାଏ ।
Question 4.
୨୬ ଡିସେମ୍ବର ୨୦୦୪ ମସିହା କାହିଁକି ପ୍ରାକୃତିକ ବିପର୍ଯ୍ୟୟ ସହିତ ଜଡ଼ିତ କାରଣ ଦର୍ଶାଅ l
Answer:
- ୨୬ ଡିସେମ୍ବର ୨୦୦୪ ମସିହା ଦିନ ଭାରତ ମହାସାଗରରେ ଏକ ଶକ୍ତିଶାଳୀ ସୁନାମି ସୃଷ୍ଟି ହୋଇ ଭାରତ ସମେତ ୧୩ଗୋଟି ଦେଶକୁ କ୍ଷତି ପହଞ୍ଚାଇଥିଲା ଯେଉଁଥିରେ ଲକ୍ଷାଧ୍ଵ ଲୋକ ସମୁଦ୍ରକୁ ଭାସିଯାଇ ପ୍ରାଣ ହରାଇଥିଲେ ।
- ଇଣ୍ଡୋନେସିଆ ସମୁଦ୍ରରେ ଏକ ଭୂମିକମ୍ପ ହେବାଦ୍ଵାରା ଯେଉଁ ସୁନାମି ସୃଷ୍ଟି ହେଲା ସେଥ୍ରେ ପ୍ରାୟ ୨ଲକ୍ଷ ଲୋକ ପ୍ରାଣ ହରାଇଲେ ।
- ଭାରତରେ ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜ ସହ କେରଳ ଓ ତାମିଲନାଡୁ ଉପକୂଳ ଭୟଙ୍କର ଭାବରେ କ୍ଷତିଗ୍ରସ୍ତ ହୋଇଥିଲା । ଏଥିରେ ଧନସମ୍ପତ୍ତି ନଷ୍ଟ ହେବା ସହ ଅନେକ ଲୋକ ପ୍ରାଣ ହରାଇଥିଲେ ।
Question 5.
ସୁନାମି କ’ଣ ପ୍ରାୟ ଘଟିଥାଏ କି ? ସୁନାମି ସମୟରେ ଆମ୍ଭେ କିପରି ଧନ ଓ ଜୀବନ ସୁରକ୍ଷା କରିପାରିବା ?
Answer:
(i) ସୁନାମି କ୍ଵଚିତ୍ ଘଟିଥାଏ, କିନ୍ତୁ ସେଗୁଡ଼ିକ କିଛିବର୍ଷ ବ୍ୟବଧାନରେ ହୋଇଥାଏ । ସୁନାମିରେ ସମୁଦ୍ର ଜଳ ପ୍ରାୟ କୂଳରୁ ୨୦ ରୁ ୨୫ କିଲୋମିଟର ସ୍ଥଳଭାଗକୁ ମାଡ଼ିଆସିଥାଏ । ଫଳରେ ଅନେକ ଧନ ଓ ଜୀବନର କ୍ଷତି ଘଟିଥାଏ । ୨୦୦୪ ମସିହା ଡିସେମ୍ବର ୨୬ ତାରିଖରେ ଭାରତ ମହାସାଗରରେ ସୃଷ୍ଟି ହୋଇଥିବା ସୁନାମି ଥିଲା ବିରଳ ।
(ii) ତେବେ ସୁନାମି ସମୁଦ୍ରକୂଳକୁ ମାଡ଼ି ଆସିବାର ପ୍ରାୟ କିଛି ସମୟ ପୂର୍ବରୁ ଜାଣିପାରି ହେବ । ବହୁତ ଦେଶ ଏବେ ସୁନାମି ସତର୍କ ଯନ୍ତ୍ରର ବ୍ୟବହାର କଲେଣି ।
(iii) ଭାରତ ମହାସାଗରରେ ସୁନାମି ସତର୍କ ପାଇଁ ଭାରତ ସମେତ କିଛି ଦେଶ ସୁନାମି ସତର୍କ ପଦ୍ଧତି ଆପଣେଇବା ସହ ଧନ ଓ ଜୀବନ ସୁରକ୍ଷା ପାଇଁ ପଦକ୍ଷେପ ନେଇଛନ୍ତି ।