Go through Class 6 Social Science Solutions Odia Medium and Class 6 Social Science Chapter 3 Question Answer Odia Medium ଭୂମିରୂପ ଏବଂ ଜୀବନ to understand textbook questions more clearly.
6th Class Social Science Chapter 3 Question Answer Odia Medium
Class 6 Social Science Chapter 3 Odia Medium
ପ୍ରଶ୍ନ, ଅଭ୍ୟାସକାର୍ଯ୍ୟ ଏବଂ ପ୍ରକଳ୍ପ :
Question 1.
ତୁମ ଗ୍ରାମ, ସହର ଓ ମହାନଗରରେ କେଉଁ ପ୍ରକାର ଭୂମିରୂପ ଦେଖୁଛ ? ଏହି ଅଧ୍ୟାୟରେ ଉଲ୍ଲେଖ କରାଯାଇଥିବା କେଉଁ ବୈଶିଷ୍ଟ୍ୟଗୁଡ଼ିକ ତୁମେ ଆଖପାଖରେ ଦେଖୁଛ ?
Answer:
ମୁଁ ଏକ ଗ୍ରାମରେ ବାସ କରୁଛି ଯେଉଁଠାରେ ଭୂମିରୂପ ସମତଳ ଅଟେ । ଆମର ଏହି ଭୂମି ଉପରେ କୃଷି କାର୍ଯ୍ୟ ହୁଏ । ପାଖରେ ଥିବା ନଦୀର ଜଳ ବଢ଼ି ସମୟରେ କ୍ଷେତକୁ ମାଡ଼ିଆସି ତାହାକୁ ପଟୁମାଟିଦ୍ଵାରା ଉର୍ବର କରିଥାଏ । ଆମ ଅଞ୍ଚଳର କୃଷକମାନେ ଉଭୟ ଖରିଫ୍ ଓ ରବି ଫସଲ ଋତୁ ଅନୁସାରେ ଚାଷ କରିଥା’ନ୍ତି । ଅନେକ ଚାଷୀ ମଧ୍ଯ ପନିପରିବା ଚାଷ କରିଥା’ନ୍ତି । କିନ୍ତୁ ଆମ ଦେଶର ଅନ୍ୟ ସ୍ଥାନମାନଙ୍କରେ ମାଳଭୂମି ରହିଛି । ସେହିପରି ପର୍ବତ ମଧ୍ୟ କିଛି ସ୍ଥାନରେ ରହିଅଛି । ମରୁଭୂମିମଧ୍ୟ ଏକ ଭୂମିରୂପ ଯାହା ଆମ ଦେଶରେ ଥର୍ ମରୁଭୂମି ଭାବେ ରହିଅଛି ।
Question 2.
ଆସ ଛୋଟନାଗପୁରରୁ ପ୍ରୟାଗରାଜ ଏବଂ ଆଲମୋଡ଼ାକୁ କରିଥିବା ପ୍ରାରମ୍ଭିକ ଯାତ୍ରାକୁ ଆଉଥରେ ପଢ଼ିବା ଓ ଦେଖିବା । ବାଟରେ ଦେଖାଯାଉଥିବା ତିନୋଟି ଭୂମିରୂପକୁ ବର୍ଣ୍ଣନା କର ।
Answer:
ଆମେ ଛୋଟନାଗପୁରରୁ ପ୍ରୟାଗରାଜ ଏବଂ ଆଲମୋଡ଼ାକୁ ଯାତ୍ରା କଲେ ସାଧାରଣତଃ ତିନୋଟି ଭୂମିରୂପ ଦେଖୁଥାଉ ।
(୧) ଛୋଟନାଗପୁର ଏକ ମାଳଭୂମି ଅଟେ । ଏହା ପଥୁରିଆ କିନ୍ତୁ ଖଣିଜ ସମ୍ପଦରେ ପରିପୂର୍ଣ୍ଣ ଅଟେ । ଏଠାରେ ଛୋଟ ଛୋଟ ପାହାଡ଼ ସହିତ ନଦୀ ଉପତ୍ୟକା ଅଛି । ଏହା ଭାରତର ପୂର୍ବରେ ଅଛି ଏବଂ ଝାଡ଼ଖଣ୍ଡ, ଛତିଶଗଡ଼, ଓଡ଼ିଶା, ପଶ୍ଚିମବଙ୍ଗର କିଛି କିଛି ଅଂଶ ଏହା ମଧ୍ଯରେ ଅଛି ।
(୨) ପ୍ରୟାଗରାଜ ଉତ୍ତରପ୍ରଦେଶର ଗଙ୍ଗାନଦୀ ସମତଳ ଅଞ୍ଚଳରେ ଅଛି ଯାହାର ମୃତ୍ତିକା କୃଷି ପାଇଁ ଅତ୍ୟନ୍ତ ଉପଯୋଗୀ । ଏହା ଏକ ପ୍ରସିଦ୍ଧ ତୀର୍ଥସ୍ଥାନ ।
(୩) ଆଲମୋଡ଼ା ଉତ୍ତରାଖଣ୍ଡର ଏକ ସୁନ୍ଦରତମ ସ୍ଥାନ ଯାହାକି କୁମାୟୁନ ପର୍ବତଶ୍ରେଣୀରେ ଅଛି ।
Question 3.
ଭାରତର କେତେକ ପ୍ରସିଦ୍ଧ ତୀର୍ଥସ୍ଥାନ ସହିତ ସେଗୁଡ଼ିକ କେଉଁ ଭୂମିରୂପରେ ଦେଖିବାକୁ ମିଳେ ତାହାର ତାଲିକା କର ।
Answer:
ଭାରତର କେତେଗୁଡ଼ିଏ ପ୍ରସିଦ୍ଧ ତୀର୍ଥସ୍ଥାନ ଏବଂ ସେମାନଙ୍କର ଭୂମିରୂପ ନିମ୍ନରେ ପ୍ରଦାନ କରାଯାଇଛି ।
(କ) ପାର୍ବତ୍ୟାଞ୍ଚଳରେ ଥିବା ତୀର୍ଥସ୍ଥାନଗୁଡ଼ିକ ହେଲା ଅମରନାଥ, ବୈଷୋଦେବୀ, ବଦ୍ରିନାଥ, ମାଉଣ୍ଟଆବୁ ଇତ୍ୟାଦି ।
(ଖ) ସମତଳ ଅଞ୍ଚଳରେ ଥିବା ତୀର୍ଥସ୍ଥାନଗୁଡ଼ିକ ହେଲା ପ୍ରୟାଗରାଜ, ହରିଦ୍ଵାର, ଋଷିକେଶ, ମଥୁରା, ଅମୃତସର, ବାରାଣସୀ ।
(ଗ) ମାଳଭୂମି ଅଞ୍ଚଳରେ ଥିବା ତୀର୍ଥସ୍ଥାନଗୁଡ଼ିକ ହେଲା ଦେବଗଡ଼, ଉଜ୍ଜୟିନୀ ଇତ୍ୟାଦି ।
(ଘ) ଉପକୂଳ ଅଞ୍ଚଳରେ ଥିବା ତୀର୍ଥସ୍ଥାନଗୁଡ଼ିକ ହେଲା ପୁରୀ, ରାମେଶ୍ଵରମ୍ ଇତ୍ୟାଦି ।
Question 4.
ଭୁଲ୍ କି ଠିକ୍ କୁହ ।
(କ) ହିମାଳୟ ହେଉଛି ଗୋଲାକାର ଶୀର୍ଷ ଥିବା ଯୁବ ଭଙ୍ଗିଳ ପର୍ବତ ।
(ଖ) ଗୋଟିଏ ପଟୁ ମାଳଭୂମି ପ୍ରାୟ ଉଠିକରି ଥାଏ ।
(ଗ) ପର୍ବତ ଓ ପାହାଡ଼ ସମାନ ଭୂମିରୂପ ଅଟେ ।
(ଘ) ଭାରତର ପର୍ବତ, ମାଳଭୂମି ଓ ନଦୀରେ ସମାନ ପ୍ରକାରର ଉଭିଦ ଓ ଜୀବଜନ୍ତୁ ବାସ କରନ୍ତି ।
(ଙ) ଗଙ୍ଗାନଦୀ, ଯମୁନାର ଏକ ଉପନଦୀ ଅଟେ ।
(ଚ) ମରୁଭୂମିରେ ସ୍ଵତନ୍ତ୍ର ଉଭିଦ ଓ ଜୀବଜନ୍ତୁ ଦେଖିବାକୁ ମିଳେ ।
(ଛ) ବରଫ ତରଳିବା ହେତୁ ନଦୀର ଜଳସ୍ତର ବୃଦ୍ଧି ପାଇଥାଏ ।
(ଜି) ସମତଳ ଅଞ୍ଚଳରେ ଜମା ହୋଇଥିବା ନଦୀଗୁଡ଼ିକର ପଟୁମାଟିରୁ ଉର୍ବର ଜମି ପ୍ରସ୍ତୁତ ହୋଇଥାଏ ।
(ଝ) ସବୁ ମରୁଭୂମି ଗରମ ଓ ଉଷ୍ଣ ।
Answer:
(କ) ଭୁଲ୍,
(ଖ) ଭୁଲ୍,
(ଗ) ଠିକ୍,
(ଘ) ଭୁଲ୍,
(ଙ) ଭୁଲ୍,
(ଚ) ଠିକ୍,
(ଛ) ଠିକ୍,
(କ) ଠିକ୍,
(ଝ) ଭୁଲ୍ ।
Question 5.
ସାରଣୀର ବାମ ପଟରେ ଥିବା ଶବ୍ଦଗୁଡ଼ିକୁ ଡାହାଣ ପଟର ଠିକ୍ ଶବ୍ଦ ସହିତ ମିଳାଅ ।

Answer:
| ଏଭେରେଷ୍ଟ ଗିରିଶୃଙ୍ଗ | ପର୍ବତାରୋହଣ |
| ଭେଳା | ନଦୀ |
| ଓଟ | ମରୁଭୂମି |
| ମାଳଭୂମି | ପୃଥିବୀର ଛାତ |
| ଗାଙ୍ଗେୟ ସମତଳ ଅଞ୍ଚଳ | ଧାନକ୍ଷେତ |
| ଜଳପଥ | ଗଙ୍ଗା |
| କିଲିମଞ୍ଜର ଗିରିଶୃଙ୍ଗ | ଆଫ୍ରିକା |
| ଯମୁନା | ଉପନଦୀ |
![]()
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ମୁଖ୍ୟ ଭୂମିରୂପଗୁଡ଼ିକ କ’ଣ ? ଏହା ମନୁଷ୍ୟର ଜୀବନ ଓ ସଂସ୍କୃତି ପାଇଁ କିପରି ମହତ୍ତ୍ଵପୂର୍ଣ୍ଣ ଅଟେ ?
Answer:
ପୃଥିବୀର ଭୂପୃଷ୍ଠରେ ଥିବା ମୁଖ୍ୟ ଭୂମିରୂପଗୁଡ଼ିକ ହେଉଛି, ପର୍ବତ ବା ପର୍ବତମାଳା, ମାଳଭୂମି ଏବଂ ସମତଳଭୂମି ।
ପର୍ବତ – ଚତୁଃପାର୍ଶ୍ଵସ୍ଥ ଭୂମିରୂପଠାରୁ ହଠାତ୍ ଉପରକୁ ଉଠିଥିବା ଉଚ୍ଚଭୂମିଗୁଡ଼ିକୁ ପର୍ବତ କୁହାଯାଏ । ଏଗୁଡ଼ିକର ଆଧାର ଭୂମି ପ୍ରଶସ୍ତ ଏବଂ ଉଚ୍ଚତା ବଢ଼ିବା ସହ କ୍ରମଶଃ ସଂକୀର୍ଣ୍ଣ ହୋଇ ଶଙ୍କୁ ଆକାରର ହୋଇଥାଏ । କିଛି ପର୍ବତର ଶିଖର ଅଧୂକ ଉଚ୍ଚତାରେ ଥିବାରୁ ତାହା ସର୍ବଦା ବରଫାବୃତ ହୋଇ ରହିଥାଏ । କିନ୍ତୁ ଅଳ୍ପ ଉଚ୍ଚତାରେ ଥିବା ପର୍ବତର ବରଫ ଗ୍ରୀଷ୍ମଋତୁରେ ତରଳି ଏହା ନଦୀରେ ମିଶିଥାଏ । ଅଳ୍ପ ଉଚ୍ଚତା, ଅଳ୍ପ ଢାଲୁ ଏବଂ ଗୋଲାକାର ଶୀର୍ଷଭୂମିକୁ ପାହାଡ଼ କୁହାଯାଏ ।
ମାଳଭୂମି : ମାଳଭୂମି ହେଉଛି ଏକ ଭୂମିରୂପ ଯାହା ଚତୁଃପାର୍ଶ୍ୱସ୍ଥ ଭୂମିରୁ ତୀଖ ଭାବରେ ଉପରକୁ ଉଠିଥାଏ । ଆମ ଦେଶ ଭାରତରେ ଦୁଇଟି ପୁରାତନ ମାଳଭୂମି ଅଛି ଯଥା, ତିବ୍ଦତୀୟ ମାଳଭୂମି ଯାହାକି ବିଶ୍ୱର ସର୍ବବୃହତ୍ ଏବଂ ସର୍ବୋଚ୍ଚ ଏବଂ ଅନ୍ୟଟି ଡେକାନ୍ ମାଳଭୂମି ।
ସମତଳ ଅଞ୍ଚଳ : ସମୁଦ୍ର ପତ୍ତନରୁ ୩୦୦ ମିଟର ବା କମ୍ ଉଚ୍ଚତାରେ ଥିବା ବିସ୍ତୀର୍ଣ୍ଣ ସମୟ ପ୍ରାୟ ଭୂମିକୁ ସମତଳଭୂମି କୁହାଯାଏ । ଏଗୁଡ଼ିକର ପୃଷ୍ଠଭୂମି ଚଟକା ଏବଂ ଅତି କମ୍ ଢାଲୁ ବିଶିଷ୍ଟ । ଏଗୁଡ଼ିକରେ କୌଣସି ବଡ଼ ପାହାଡ଼ କିମ୍ବା ଗଭୀର ଉପତ୍ୟକା ଦେଖାଯାଏ ନାହିଁ ।
ଭୂପୃଷ୍ଠର ଯେକୌଣସି ଭୂମିରୂପ ମାନବ ଜୀବନ ଧାରଣ ଏବଂ
(୧) ପାର୍ବତ୍ୟ ଅଞ୍ଚଳରେ ଜୀବନ – ଅଧିକାଂଶ ପାର୍ବତ୍ୟ ସଂସ୍କୃତିପାଇଁ ଅନେକ ମହତ୍ତ୍ଵପୂର୍ଣ୍ଣ ଅଟେ । ଅଞ୍ଚଳରେ ଜୀବନ କଷ୍ଟକର ହେଲେ ମଧ୍ୟ ସୁଖଦାୟକ ଅଟେ । ଯଦିଓ ଏ ଅଞ୍ଚଳରେ ଜନସଂଖ୍ୟା କମ୍ ଥାଏ ତଥାପି ସେମାନେ କୃଷି, ଗୋପାଳନ ଇତ୍ୟାଦି କାର୍ଯ୍ୟକରି ଜୀବିକା ନିର୍ବାହ କରନ୍ତି । ବର୍ତ୍ତମାନ ଯୁଗରେ ପର୍ଯ୍ୟଟନରୁ ଏମାନେ ଉତ୍ତମ ରୋଜଗାର କରୁଛନ୍ତି । ପାର୍ବତ୍ୟ ଅଞ୍ଚଳଗୁଡ଼ିକ ଅନେକ ଉଦ୍ଭଦ ଏବଂ ଜୀବଜନ୍ତୁରେ ପରିପୂର୍ଣ ହୋଇଥାଏ । ଏହିମାନଙ୍କ ଗହଣରେ ପାର୍ବତ୍ୟ ଅଞ୍ଚଳର ଅଧିବାସୀମାନେ ବଞ୍ଚିବା ସହ ନିଜର ସଂସ୍କୃତିକୁ ମଧ୍ୟ ବଞ୍ଚାଇ ରଖୁଛନ୍ତି ।
(୨) ମାଳଭୂମି – ମାଳଭୂମିମାନଙ୍କରେ ମଧ୍ଯ ଜୀବିକା ନିର୍ବାହର ବିଭିନ୍ନ ପନ୍ଥା ରହିଛି । କାରଣ ଏଗୁଡ଼ିକ ପ୍ରାୟତଃ ଖଣିଜ ସମ୍ପଦ ଭରା । ଉଦାହରଣ ସ୍ଵରୂପ, ଆଫ୍ରିକୀୟ ମାଳଭୂମି ଅଞ୍ଚଳରେ ସୁନା ଓ ହୀରାଖଣି ଦେଖିବାକୁ ମିଳେ । ସେହିପରି ଭାରତର ଛୋଟନାଗପୁର ମାଳଭୂମି ଅଞ୍ଚଳରେ ପ୍ରଚୁର ପରିମାଣରେ ଲୌହ ଓ କୋଇଲା ଖଣି ରହିଅଛି ।
ମାଳଭୂମିର ପରିବେଶ ଭିନ୍ନ ପ୍ରକାରର ଅଟେ । ଅଧିକାଂଶ ମାଳଭୂମିରେ ପଥୁରିଆ ମାଟି ଥୁବାରୁ ତାହା କୃଷି ପାଇଁ ସହାୟକ ହୋଇନଥାଏ । ତେଣୁ ଅଧିକାଂଶ ଅଧ୍ୟାବାସୀ ଖଣିରେ କାର୍ଯ୍ୟକରି ଜୀବିକା ନିର୍ବାହ କରିଥା’ନ୍ତି ।
ମାଳଭୂମିଗୁଡ଼ିକରେ ଅଧ୍ବକ ଆକର୍ଷଣୀୟ ଜଳପ୍ରପାତ ଦେଖିବାକୁ ମିଳିଥାଏ ।
ସମତଳଭୂମିରେ ଜୀବନ – ହଜାର ହଜାର ବର୍ଷ ତଳେ ନଦୀଗୁଡ଼ିକର ଅବବାହିକାରେ, ଉର୍ବର ସମତଳ ଭୂମିରେ ମାନବ ସଭ୍ୟତାମାନ ଗଢ଼ି ଉଠିଥିଲା । ପୃଥିବୀର ଜନସଂଖ୍ୟାର ଅଧିକାଂଶ ଭାଗ ସମତଳ ଅଞ୍ଚଳରେ ବସବାସ କରନ୍ତି । ପୃଥିବୀର ଅଧିକାଂଶ ବଡ଼ ନଗରୀ ସମତଳଭୂମି ଉପରେ ନଦୀ ଅବବାହିକାରେ ଗଢ଼ି ଉଠିଛି । ସମତଳ ଅଞ୍ଚଳର ଅଧିକାଂଶ ଅଧିବାସୀଙ୍କର ମୁଖ୍ୟ ଜୀବିକା ହେଉଛି କୃଷି । କୃଷି ସହିତ ସମତଳ ଅଞ୍ଚଳରେ ବାଣିଜ୍ୟ ବ୍ୟବସାୟ ବିଶେଷକରି ନୌବାଣିଜ୍ୟ, ଅର୍ଥନୈତିକ କାର୍ଯ୍ୟକଳାପକୁ ବିଶେଷ ସହାୟକ ହୋଇଥାଏ । ସମତଳ ଅଞ୍ଚଳର ଜନସାଧାରଣଙ୍କର ସଂସ୍କୃତିକ ଜୀବନ ଯେତିକି ଋଦ୍ଧିମନ୍ତ ସେତିକି ଗୌରବମୟ । ଅନେକ ରୀତିନୀତି, ପର୍ବପର୍ବାଣି, ନୃତ୍ୟଗୀତରେ ଏମାନେ ଜୀବନ ବିତାଇଥା’ନ୍ତି । ସୁତରାଂ ମୋଟାମୋଟି ଭାବରେ କହିବାକୁ ଗଲେ ପ୍ରତ୍ୟେକ ଭୂମିରୂପରେ ପାର୍ବତ୍ୟାଞ୍ଚଳ ହେଉ କିମ୍ବା ମାଳଭୂମି କିମ୍ବା ସମତଳ ଭୂମିରେ ମାନବ ତା’ର ଜୀବନ ଧାରଣ ଏବଂ ଜୀବିକା ନିର୍ବାହ କରିପାରିଛି । ଏହା ସହିତ ଏକ ଉଚ୍ଚକୋଟୀର ସାଂସ୍କୃତିକ ପରମ୍ପରାରେ ସେ ହୋଇଛି ଋଦ୍ଧିମନ୍ତ ।
Question 2.
ପ୍ରତ୍ୟେକ ଭୂମିରୂପ ସହିତ ଜଡ଼ିତ ଜୀବନର ଆହ୍ବାନ ଏବଂ ସୁଯୋଗଗୁଡ଼ିକ କ’ଣ ?
Answer:
ଭୂପୃଷ୍ଠର ପ୍ରତ୍ୟେକ ଭୂମିରୂପରେ ଜୀବନ ଅନେକ ଆହ୍ଵାନ ଏବଂ ସୁଯୋଗ ଦେଇ ଗତି କରିଥାଏ । ତା’ ଭିତରେ ମନୁଷ୍ୟ ଅନେକ ବାଧାବିଘ୍ନ ଏବଂ ପ୍ରାକୃତିକ ବିପର୍ଯ୍ୟୟକୁ ମଧ୍ୟ ସାମ୍ନା କରିଥାଏ ।
ପାର୍ବତ୍ୟ ଅଞ୍ଚଳରେ ବିପଦପୂର୍ଣ୍ଣ ଜୀବନ ପାର୍ବତ୍ୟ ଅଞ୍ଚଳରେ ଜୀବନଧାରଣ ଏକ ଆହ୍ୱାନ । ଏହାର ମୁଖ୍ୟ କାରଣ ହେଲା, ଏସବୁ ଅଞ୍ଚଳରେ ପ୍ରାକୃତିକ ବିପର୍ଯ୍ୟୟ ଯଥା, ତୁଷାରପାତ, ଭୂସ୍ଖଳନ, ବାଦଲଫଟା ବର୍ଷା ଏବଂ ହଠାତ୍ ବନ୍ୟା ମାଡ଼ି ଆସିଥାଏ । ଏତଦ୍ବ୍ୟତୀତ ପାହାଡ଼ିଆ ଅଞ୍ଚଳ ଅତ୍ୟନ୍ତ ଆବଡ଼ାଖାବଡ଼ା, ତୀଖ, ଅଣଓସାରିଆ ରାସ୍ତା ହୋଇଥିବାରୁ ଜୀବନ ସର୍ବଦା ବିପଦସଙ୍କୁଳ ହୋଇଥାଏ । ଅନେକ କଷ୍ଟରେ ସେମାନେ ସୋପାନ କୃଷି କରିଥା’ନ୍ତି ।
ପାର୍ବତ୍ୟ ଅଞ୍ଚଳରେ ସୁଯୋଗ କ’ଣ ? : ପାର୍ବତ୍ୟ ଅଞ୍ଚଳରେ ପ୍ରକୃତିର ସୌନ୍ଦର୍ଯ୍ୟ ଭରି ରହିଛି, ବିଭିନ୍ନ ପ୍ରକାର ଉଭିଦ, ଜୀବଜନ୍ତୁ ଏଠାରେ ଦେଖିବାକୁ ମିଳିଛି । ସବୁଠାରୁ ବଡ଼ କଥା, ଏବେ ଏହି ସ୍ଥାନଗୁଡ଼ିକ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ଏଠାକୁ ଆସିଥା’ନ୍ତି । ଯାହାଫଳରେ ସ୍ଥାନୀୟ ଲୋକ ଏକ ଉତ୍ତମ ରୋଜଗାରର ସୁଯୋଗ ପାଇଥା’ନ୍ତି ।
ମାଳଭୂମିରେ ଜୀବନ – ମାଳଭୂମିରେ ମଧ୍ଯ ଜନଜୀବନ ଅନେକ ସମୟରେ ବିପଦସଙ୍କୁଳ ହୋଇଥାଏ । ଏହି ସ୍ଥାନମାନଙ୍କରେ ଥିବା ତୀଖ ପାହାଡ଼ର କ୍ଷୟ ହୋଇଥାଏ, ଯାହାକି ଅନେକ ସମୟରେ କୃଷିକୁ ବାଧାପ୍ରାପ୍ତ କରିଥାଏ । ମାଳଭୂମିକୁ କାଟି ରାସ୍ତା ନିର୍ମାଣ କରିବାଦ୍ଵାରା ବିକାଶର ପଥ ଖୋଲିଥିଲେ ମଧ୍ୟ ତାହା ମୃତ୍ତିକାକ୍ଷୟର କାରଣ ହୋଇଥିଲା ।
ମାଳଭୂମିରେ ସୁଯୋଗ – ମାଳଭୂମି ସାଧାରଣତଃ ଖଣିଜ ପଦାର୍ଥରେ ଭରପୂର । ଏହାକୁ ଖଣିଜ ପଦାର୍ଥର ଭଣ୍ଡାର ବୋଲି କୁହାଯାଏ । ଏସବୁ ଅଞ୍ଚଳରେ ଖଣି ଖନନ ଏବଂ ଖଣିଜ ପଦାର୍ଥର ଉତ୍ତୋଳନ ଇତ୍ୟାଦି ଏକ ଅର୍ଥନୈତିକ କାର୍ଯ୍ୟ ହୋଇଥିବାରୁ ଅନେକ ଲୋକଙ୍କୁ ଏଠାରେ କାର୍ଯ୍ୟ; କରିବାର ସୁଯୋଗ ମିଳିବା ସହିତ ରୋଜଗାର ମିଳିଥାଏ ।
ସମତଳ ଅଞ୍ଚଳରେ ଜୀବନର ଆହ୍ବାନ ଓ ସୁଯୋଗ ସମତଳ ଅଞ୍ଚଳ କୃଷି, ବାଣିଜ୍ୟ, ବ୍ୟବସାୟ, ଗୋପାଳନ ଏବଂ ଅନ୍ୟାନ୍ୟ ଛୋଟବଡ଼ ବୃଦ୍ଧି ପାଇଁ ଅନେକ ସୁଯୋଗ ଆଣି ଦେଇଥାଏ । ତେଣୁ ପୃଥିବୀର ଅଧିକାଂଶ ଲୋକ ସମତଳ ଅଞ୍ଚଳରେ ବସବାସ କରିବାକୁ ପସନ୍ଦ କରିଥା’ନ୍ତି । କିନ୍ତୁ ଅନେକ ସମୟରେ ବନ୍ୟା, ବଢ଼ି, ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ମଧ୍ୟ ସେମାନଙ୍କୁ ସାମ୍ନା କରିବାକୁ ପଡ଼ିଥାଏ । ଏତଦ୍ବ୍ୟତୀତ ଜନସଂଖ୍ୟା ବୃଦ୍ଧି, ପ୍ରଦୂଷଣ ଇତ୍ୟାଦି ମଧ୍ଯ ଜନଜୀବନକୁ କ୍ଷତି ପହଞ୍ଚାଇଥାଏ ।
ଆସ ଅନୁସନ୍ଧାନ କରିବା :
Question 1.
ପାର୍ଶ୍ୱସ୍ଥ ଚିତ୍ରଗୁଡ଼ିକ ପର୍ବତରେ ବାସ କରୁଥିବା ଲୋକମାନେ ସମ୍ମୁଖୀନ ହେଉଥିବା କିଛି ଆହ୍ବାନ ଦର୍ଶାଉଛି । ଶ୍ରେଣୀରେ ଦଳଗତ ଭାବରେ ଆଲୋଚନା କରି, ପ୍ରତ୍ୟେକ ଚିତ୍ର ଉପରେ ଗୋଟିଏ ଅନୁଚ୍ଛେଦ ଲେଖ । ଏପରି ଅନେକ ଆହ୍ବାନ ଅସୁବିଧା ସେତ୍ତ୍ୱେ ଲୋକମାନେ କାହିଁକି ଏବେ ବି ପାହାଡ଼ରେ ରହିବାକୁ ପସନ୍ଦ କରୁଛନ୍ତି ସେ ବିଷୟରେ ମଧ୍ୟ ଆଲୋଚନା କର ।


Answer:
ଉପରୋକ୍ତ ଚିତ୍ର ଦର୍ଶାଏ ଯେ କିଭଳି ଭାବରେ ପାର୍ବତ୍ୟ ଅଞ୍ଚଳର ଲୋକେ ଏହିସବୁ ବିପଦକୁ ସାମ୍ନା କରିଥାନ୍ତି । ଏହା ସତ୍ତ୍ବେ ସେମାନେ ସେଠାରେ ଜୀବନଯାପନ କରନ୍ତି ଏବଂ ସେଠାକାର ପରି ବେଶ ସହିତ ନି ଜକୁ ଖାପ ଖୁଆଇ ଚାଲି ଥା’ନ୍ତି । ଏହି ସବୁ ସ୍ଥାନମାନଙ୍କରେ ହଠାତ୍ ଆକସ୍ମିକ ବନ୍ୟା ହୁଏ, ହିମ ସ୍ଖଳନ ହୁଏ, ବାଦଲଫଟା ବର୍ଷା, ଭୂସ୍ଖଳନ, ପ୍ରବଳ ତୁଷାର ପାତ ଏବଂ ଥଣ୍ଡା ଲାଗି ରହିଥାଏ । ବେଳେବେଳେ ପର୍ଯ୍ୟଟନ ବ୍ୟବସ୍ଥା ମଧ୍ୟ ନିୟନ୍ତ୍ରଣ ବାହାରକୁ ଚାଲିଯାଏ । ଏସବୁ ସତ୍ତ୍ବେ ଏଠାରେ ମାନବ ଜୀବନଧାର ଣ କରିଥାଏ ।
Question 2.
ଚିତ୍ର ୩.୮ରେ ଦର୍ଶାଯାଇଥିବା ଭୂମିରୂପଗୁଡ଼ିକର ରଙ୍ଗ ପାଇଁ ଦିଆଯାଇଥିବା ନିର୍ଦ୍ଦିଷ୍ଟ କୋଡ଼କୁ ବ୍ୟବହାର କର । ଉଦାହରଣ ସ୍ୱରୂପ ‘ତିବ୍ବତୀୟ ମାଳଭୂମି’, ‘ରକି ପର୍ବତଶ୍ରେଣୀ’, ନୀଳନଦୀର ସମତଳ ଭାଗ’ ।

Answer:
(୧) ତିବ୍ଦତୀୟ ମାଳଭୂମି ପାଇଁ ଆମେ ଗାଢ଼ ଧୂସର ରଙ୍ଗ ବ୍ୟବହାର କରିବା ।
(୨) ପଥୁରିଆ ରକି ପର୍ବତଶ୍ରେଣୀ ପାଇଁ ଫିକା ଧୂସର ରଙ୍ଗ ବ୍ୟବହାର କରିବା ।
(୩) ନୀଳନଦୀ, ଆମାଜନ ନଦୀ, ମସିସିପି ଏବଂ ଗଙ୍ଗାନଦୀର ସମତଳ ଅଞ୍ଚଳ ପାଇଁ ଫିକା ସବୁଜ ରଙ୍ଗ ବ୍ୟବହାର କରିବା ।
ଚିତ୍ର ୩.୯ରେ ଉତ୍ତର ଭାରତର ଏକ ଅଂଶକୁ ଉପଗ୍ରହଦ୍ଵାର ବହୁ ଉଚ୍ଚରୁ ଉତ୍ତୋଳ ନ କରାଯାଇଥ୍ ବା ଫଟୋଚିତ୍ର ମାଧ୍ୟମରେ ଦର୍ଶାଯାଇଛି । ଶିକ୍ଷଣ କାର୍ଯ୍ୟ ଭାବରେ ଏହାକୁ ଅନୁଧ୍ୟାନ କର ।
Question 3.
ଗାଙ୍ଗେୟ ସମତଳ କେଉଁ ରଙ୍ଗର ?
Answer:
ଗାଙ୍ଗେୟ ସମତଳ ସବୁଜ ରଙ୍ଗର ଅଟେ ।
Question 4.
ଧଳା ରଙ୍ଗ କ’ଣ ଦର୍ଶାଉଛି ?
Answer:
ଚିତ୍ରରେ ପର୍ବତମାନଙ୍କର ଶିଖରରେ ଦେଖାଯାଉଥିବା ଧଳା ରଙ୍ଗ ଦର୍ଶାଉଛି ଯେ ସେଗୁଡ଼ିକ ବରଫ ଆଚ୍ଛାଦିତ ।
Question 5.
ଚିତ୍ରର ନିମ୍ନରେ ବାମପଟେ ଥିବା ଧୂସର ରଙ୍ଗ କ’ଣ ଦର୍ଶାଉଛି ?
Answer:
ଏହା ଦାକ୍ଷିଣାତ୍ୟ ମାଳଭୂମିକୁ ଦର୍ଶାଉଛି ।
![]()
Question 6.
ତୁମେ ତୁମ ଅଞ୍ଚଳର ନଦୀ ଉତ୍ସ କିମ୍ବା ସଙ୍ଗମର ଉଦାହରଣ ଦେଇପାରିବ କି ଯାହାକୁ କୌଣସି ସମ୍ପ୍ରଦାୟ ପବିତ୍ର ଭାବରେ ବିବେଚନା କରନ୍ତି ?
Answer:
ଗଙ୍ଗାନଦୀ ହିନ୍ଦୁମାନଙ୍କ ପାଇଁ ସବୁଠାରୁ ପବିତ୍ରତମ ନଦୀ । ଏହି ନଦୀ ବାହାରିଥିବା ଗଙ୍ଗୋତ୍ରୀ କ୍ଲାସିୟରକୁ ପବିତ୍ର ମନେକରାଯାଏ । ଗଙ୍ଗାନଦୀକୁ ଦେବୀ ଗଙ୍ଗାମାତା ବୋଲି ହିନ୍ଦୁମାନେ ମାନି ତା’ କୂଳରେ ସ୍ନାନ କରି ସମସ୍ତ ପୂଜା କ୍ରିୟାକାର୍ଯ୍ୟ କରିଥା’ନ୍ତି । ଗଙ୍ଗା ଓ ଯମୁନା ନଦୀର ସଙ୍ଗମ ସ୍ଥଳକୁ ପ୍ରୟୋଗରାଜ ବା ତ୍ରିବେଣୀ ସଙ୍ଗମ କୁହାଯାଏ । ଏଠି ଅନୁଷ୍ଠିତ କୁମ୍ଭମେଳା ବିଶ୍ଵପ୍ରସିଦ୍ଧ । ଏହି ସ୍ଥାନକୁ ହିନ୍ଦୁ ସମ୍ପ୍ରଦାୟ ପବିତ୍ର ଭାବରେ ବିବେଚନା କରନ୍ତି ।
Question 7.
ନିକଟସ୍ଥ ନଦୀକୁ ଯାଅ ଏବଂ ସେଠାରେ ଅର୍ଥନୈତିକ ହେଉ କି ସାଂସ୍କୃତିକ ସମସ୍ତ କାର୍ଯ୍ୟକଳାପ ଅନୁଧ୍ୟାନ କର । ସେଗୁଡ଼ିକ ଲିପିବଦ୍ଧ କର ଏବଂ ତୁମ ସହପାଠୀଙ୍କ ସହିତ ଆଲୋଚନା କର ।
Answer:
(ଛାତ୍ରଛାତ୍ରୀମାନେ ନିଜେ କରିବେ ।)
Question 8.
ଭାରତର କେତେକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀର ତାଲିକା ପ୍ରସ୍ତୁତ କର ଏବଂ ସେହି ସ୍ଥାନରେ କେଉଁ ପ୍ରକାର ଭୂମିରୂପ ଦେଖାଯାଏ, ତାହାକୁ ଚିହ୍ନଟ କର ।
Answer:
ଭାରତରେ ଅନେକ ପର୍ଯ୍ୟଟନସ୍ଥଳୀ ରହିଛି । କେତେକ ପର୍ବତ ଉପରେ, କେତେକ ମାଳଭୂମିରେ ଏବଂ କେତେକ ସମତଳଭୂମି ଉପରେ ଗଢ଼ିଉଠିଛି । ଉଦାହରଣ ସ୍ଵରୂପ ସିମଳା, ମନାଲି, ଲେହ ହିମାଳୟ ପର୍ବତରେ ରହିଅଛି । ସେହିପରି ଜୟସାଲମେର, ବିକାନୀର ଥର୍ ମରୁଭୂମିରେ ରହିଅଛି । ସେହିପରି ବନାରସ, ଋଷିକେଶ ଏବଂ ହରିଦ୍ଵାର ଗଙ୍ଗାନଦୀର ସମତଳଭୂମି ଉପରେ ରହିଅଛି ।
ମରୁଭୂମି – କମ୍ ଦୃଷ୍ଟିପାତ ସହିତ ବିସ୍ତୀର୍ଣ୍ଣ ଶୁଖୁଲା ଅଞ୍ଚଳକୁ ମରୁଭୂମି କୁହାଯାଏ । ଏଗୁଡ଼ିକର ଉଭିଦ ଓ ଜୀବଜନ୍ତୁ ମଧ୍ଯ ଅନନ୍ୟ ଅଟନ୍ତି । ଆଫ୍ରିକାର ସାହାରା ମରୁଭୂମି, ଭାରତର ଥର୍ ମରୁଭୂମି ଅତ୍ୟନ୍ତ ଗରମ ଅଟେ । କିନ୍ତୁ ଏସିଆର ଗୋବି ମରୁଭୂମି ଥଣ୍ଡା ଅଟେ । କେତେକ ବିଶେଷଜ୍ଞ ଆଣ୍ଟର୍କଟିକା ମହାଦେଶକୁ ମଧ୍ୟ ମରୁଭୂମି ବୋଲି ବର୍ଣ୍ଣନା କରିଛନ୍ତି । ଜୀବନଯାପନ ପାଇଁ କଠିନ ପରିସ୍ଥିତି ସତ୍ତ୍ଵେ ଅଧିକାଂଶ ମରୁଭୂମିରେ ଲୋକମାନେ ମଧ୍ୟ ବସଦ. 2 କରନ୍ତି । ମନୁଷ୍ୟ ସମସ୍ତ ଭୂମିରୂପକୁ ନିଜର ଘର କରିପାରିଛି ।
ଆସ ଜାଣିବା :
Question 1.
ଶିକ୍ଷଣ କାର୍ଯ୍ୟ– ଚାରି କିମ୍ବା ପାଞ୍ଚଜଣ ଛାତ୍ରଛାତ୍ରୀଙ୍କୁ ନେଇ ଦଳ ଗଠନ କରି ପ୍ରତ୍ୟେକ ଦଳକୁ ବିଦ୍ୟାଳୟ ଆଖପାଖକୁ ନିରୀକ୍ଷଣ କରିବାପାଇଁ ସୂଚନା ଦିଆଯିବ ଏବଂ ନିମ୍ନ ପ୍ରଶ୍ନଗୁଡ଼ିକୁ ଆଲୋଚନା କରି ଅନ୍ୟ ଦଳ ସହ ତୁଳନା କର । ତୁମେ କେଉଁ ପ୍ରକାରର ଭୂମିରୂପ ଦେଖୁଛ ? କିଛି କିଲୋମିଟର ଦୂରରେ ବା ପାଖାପାଖୁ ୫୦ କିଲୋମିଟର ଭିତରେ ଏହା ବଦଳି ଯିବ କି ?
Answer:
ଆମ ଚତୁଃପାର୍ଶ୍ଵରେ ଆମେ ଯେଉଁ ଭୂମିରୂପ ଦେଖୁଛୁ, ସେଥିରେ କିଛିଟା ଫରକ ରହିଛି, କେଉଁଠି ସମତଳ ଭୂମି ତ କେଉଁଠି ଢାଲୁ ଅଞ୍ଚଳ ଏବଂ କେଉଁଠି ମାଳଭୂମିର ତୀଖ ପାହାଡ଼ିଆ ଅଞ୍ଚଳ ଇତ୍ୟାଦି । କିନ୍ତୁ ଯେକୌଣସି ଭୂମିରୂପ ପ୍ରାୟ ୫୦ କିଲୋମିଟର ଭିତରେ ବଦଳି ନଥାଏ ।
Question 2.
ଦଳରେ, ତୁମମାନଙ୍କ ମଧ୍ୟରୁ କେହି ଜଣେ ଓଡ଼ିଶାର ଏକ ଅଞ୍ଚଳ ଦେଇ କରିଥିବା ଯାତ୍ରା ବିଷୟରେ ଆଲୋଚନା କର । ବାଟରେ ଦେଖୁଥିବା ବିଭିନ୍ନ ଭୂମିରୂପର ତାଲିକା ପ୍ରସ୍ତୁତ କର । ଅନ୍ୟ ଦଳ ସହ ତୁଳନା କର ।
Answer:
ଯେତେବେଳେ ଆମେ ଓଡ଼ିଶାର କୌଣସି ଏକ ଅଞ୍ଚଳ ମଧ୍ୟଦେଇ ଯାତ୍ରା କରୁ ଆମେ ବାଟରେ ବିଭିନ୍ନ ଭୂମିରୂପ ଦେଖୁ; ଯଥା- ପର୍ବତ, ମାଳଭୂମି, ସମତଳ ଅଞ୍ଚଳ ଏବଂ ଉପକୂଳ ଅଞ୍ଚଳ । ଓଡ଼ିଶା ମଧ୍ଯରେ ଏକ ଦୀର୍ଘ ଯାତ୍ରା କଲେ ଏସବୁ ଭୂମିରୂପ ଦେଖିବା ଏକ ପ୍ରକାର ନିଶ୍ଚିତ ହୋଇଥାଏ ।
ଭୂମିରୂପ ପୃଥିବୀ ପୃଷ୍ଠରେ ଥିବା ଏକ ଭୌତିକ ଅଂଶ ଅଟେ । ଭୂମିରୂପ ଗଠନ ପାଇଁ ଲକ୍ଷ ଲକ୍ଷ ବର୍ଷ ନେଇଥାଏ ଏବଂ ଏହାର ପରିବେଶ ଓ ଜୀବନ ସହିତ ଏକ ଗୁରୁତ୍ଵପୂର୍ଣ୍ଣ ସମ୍ପର୍କ ରହିଛି ।
ଭୂମିରୂପକୁ ମୁଖ୍ୟତଃ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଥାଏ, ଯଥା- ପର୍ବତ, ମାଳଭୂମି ଏବଂ ସମତଳଭୂମି ।
ଭୂମିରୂପଗୁଡ଼ିକର ଜଳବାୟୁ ଭିନ୍ନ ଅଟେ ଏବଂ ଏଠାରେ ବିଭିନ୍ନ ପ୍ରକାରର ଉଭିଦ ଓ ଜୀବଜନ୍ତୁ ବାସ କରନ୍ତି ।
ମନୁଷ୍ୟ ସବୁପ୍ରକାର ଭୂମିରୂପ ସହ ନିଜକୁ ଖାପଖୁଆଇ ପାରିଛି । କେବଳ ଜନସଂଖ୍ୟା ବିଭିନ୍ନ ଭୂମିରୂପ ଅନୁଯାୟୀ କମ୍ ବେଶୀ ହୋଇଥାଏ ।
ଏହି ଶ୍ଳୋକର ଆଧାରରେ ନିମ୍ନ ପ୍ରଶ୍ନର ଆଲୋଚନା କର ।
Question 1.
ପଶ୍ଚିମରୁ ପୂର୍ବ ମହାସାଗରର ଅର୍ଥ କ’ଣ ? ତୁମେ ଚିତ୍ର ୫.୨ରେ ଏହି ମହାସାଗର ଏବଂ ପର୍ବତର ଦେବତାଙ୍କୁ ଚିହ୍ନଟ କରିପାରିବ କି ‘?
Answer:
ପଶ୍ଚିମରୁ ପୂର୍ବ ମହାସାଗର ସୂଚାଏ ଯେ ଭାରତରେ ପଶ୍ଚିମରେ ଆରବ ସାଗର ଓ ପୂର୍ବରେ ବଙ୍ଗୋପସାଗର ରହିଅଛି । ସେହିପରି ପର୍ବତ ଦେବତା କହିଲେ ଆମ ଦେଶର ‘ହିମାଳୟ ପର୍ବତମାଳାକୁ’’ ବୁଝାଏ ଯାହା ଉତ୍ତର ଦିଗରେ ବିଦ୍ୟମାନ ଅଛି ।
Question 2.
ଗଙ୍ଗା ସମ୍ପର୍କରେ କାହିଁକି ଉଲ୍ଲେଖ କରାଯାଇଛି ? (ସୂଚନା : ଏହାର ଅନେକ କାରଣ ଥାଇପାରେ)
Answer:
ମହାକବି କାଳିଦାସ ତାଙ୍କ କୁମାରସମ୍ଭବଂ କାବ୍ୟରେ ଗଙ୍ଗାନଦୀକୁ ଭାରତର ପବିତ୍ର ଓ ପୁଣ୍ୟତୋୟା ନଦୀ ଭାବରେ ଅନେକ କାରଣପାଇଁ ବର୍ଣନା କରିଛନ୍ତି । ତାଙ୍କ ଭାଷାରେ ଗଙ୍ଗାନଦୀ ହେଉଛି ପବିତ୍ରତା ଏବଂ ଐଶ୍ୱରୀକତାର ପ୍ରତୀକ ଯାହାକି ପୃଥିବୀକୁ ଦେବୀ ରୂପେ ବହିଆସିଛି ଓ କୁମାର କାର୍ତ୍ତିକେୟଙ୍କ ଜନ୍ମ ପାଇଁ ଏକ ବିଶେଷ ଭୂମିକା ଗ୍ରହଣ କରିଛି । ଏହାର ପବିତ୍ର ପାଣିକୁ ଆମେ ଅନେକ ଆଧ୍ୟାତ୍ମିକ କାର୍ଯ୍ୟରେ ଲଗାଇଥାଉ ।
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ଭୂମିରୂପ କେତେ ଭାଗରେ ବିଭକ୍ତ ଓ କ’ଣ କ’ଣ ?
Answer:
ପୃଥିବୀର ଭୂମିରୂପ ସାଧାରଣତଃ ତିନି (୩) ଭାଗରେ ବିଭକ୍ତ; ଯଥା- ପାର୍ବତ୍ୟଭୂମି, ମାଳଭୂମି ଓ ସମତଳ ଭୂମି ।
![]()
Question 2.
ଏପରି ଏକ ପର୍ବତର ନାମ ଲେଖ ଯାହା ଏକ ପର୍ବତମାଳାର ଅନ୍ତର୍ଗତ ନୁହେଁ ।
Answer:
ଆଫ୍ରିକାର କିଲିମଞ୍ଜର ଗିରିଶୃଙ୍ଗ ଯାହା ଏକ ଗୋଟିକିଆ ପର୍ବତ । ଏହା କୌଣସି ପର୍ବତମାଳାର ଅଂଶ ନୁହେଁ ।
Question 3.
ପାହାଡ଼ କାହାକୁ କୁହାଯାଏ ? ଉଦାହରଣ ସହ ବୁଝାଅ ।
Answer:
ପାହାଡ଼ କହିଲେ ସମତଳଠାରୁ ଉଚ୍ଚ ସ୍ଥାନକୁ ବୁଝାଏ । କିନ୍ତୁ ପର୍ବତ ତୁଳନାରେ ସେଗୁଡ଼ିକ ଉଚ୍ଚତାରେ ବହୁତ କମ୍ ଅଟନ୍ତି । ଏଗୁଡ଼ିକର ଉପରିଭାଗ ଗୋଲାକାର ଥାଏ ଏବଂ ତଳୁ ଉପରକୁ ସୋପାନଗୁଡ଼ିକ ମଧ୍ୟ କମ୍ ଥାଏ । ଉଦାହରଣ ସ୍ଵରୂପ କାର୍ଡ଼ମମ୍ ପାହାଡ଼, ଆନାମଲାଇ ପାହାଡ଼ ।
Question 4.
ମାଳଭୂମିଗୁଡ଼ିକ ସମତଳ ଅଞ୍ଚଳମାନଙ୍କଠାରୁ ସେମାନଙ୍କ ଭୂମିରୂପ ଅନୁସାରେ ଭିନ୍ନ ଅଟନ୍ତି । କାରଣ ଦର୍ଶାଅ ।
Answer:
ଯଦିଓ ଉଭୟ ମାଳଭୂମି ଓ ସମତଳଭୂମିର ପୃଷ୍ଠଭାଗ ଚଟକା ଏବଂ ଭୂସମାନ୍ତର ତଥାପି ମାଳଭୂମିଗୁଡ଼ିକର ଏକ ପାଖି ତୀଖ ଏବଂ ଉଚ୍ଚା ମାଳଭୂମିର ଅଧିକାଂଶ ଅଞ୍ଚଳ ପଥୁରିଆ ଅଟେ ।
Question 5.
ତୁଷାର କ’ଣ ?
Answer:
ଜଳର କଠିନ ଅବସ୍ଥାକୁ ତୁଷାର କୁହାଯାଏ । ଏହା ଯେତେବେଳେ ପାହାଡ଼ର ଶିଖରରେ ବର୍ଷଣ ହୋଇ ପଡ଼ି ରହିଥାଏ ତାହା ଏକ ଧବଳ ଚାଦର ଭଳି ଦେଖାଯାଏ ।
Question 6.
ତୁଷାର ବର୍ଷଣ ବା ବୃଷ୍ଟି କେଉଁ ଆକାରରେ ହୋଇଥାଏ ?
Answer:
ଅଧିକାଂଶ ତୁଷାର ବର୍ଷଣ ବର୍ଷା ଏବଂ ନୂଆପଥର ରୂପରେ ହୋଇଥାଏ ।
Question 7.
ଭାରତରେ ତୁମେ କେଉଁ ସ୍ଥାନମାନଙ୍କରେ ଏହିସବୁ ତୁଷାର ବର୍ଷଣ ଦେଖୁଛ ଲେଖ ।
Answer:
ଭାରତରେ ତୁଷାର ବୃଷ୍ଟି ଅନେକ ସ୍ଥାନରେ ଯଥା ଲଦାଖ୍, କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍ ଏବଂ ଅରୁଣାଚଳ ପ୍ରଦେଶରେ ହୋଇଥାଏ ।