Go through Class 6 Social Science Solutions Odia Medium and Class 6 Social Science Chapter 7 Question Answer Odia Medium ଭାରତର ସାଂସ୍କୃତିକ ଆଧାର to understand textbook questions more clearly.
6th Class Social Science Chapter 7 Question Answer Odia Medium
Class 6 Social Science Chapter 7 Odia Medium
ପ୍ରଶ୍ନ, ଅଭ୍ୟାସ କାର୍ଯ୍ୟ ଏବଂ ପ୍ରକଳ୍ପ :
Question 1.
ଯଦି ତୁମେ ନଚିକେତା ହୋଇଥାନ୍ତ, ତେବେ ତୁମେ ଯମଙ୍କୁ କେଉଁ ପ୍ରଶ୍ନ ପଚାରିବାକୁ ଇଚ୍ଛା କରିଥା’ନ୍ତ ? ସେଗୁଡ଼ିକୁ ୧୦୦–୧୫୦ ଶବ୍ଦରେ ଲେଖ ।
Answer:
ମୁଁ ନଚିକେତା ହୋଇଥିଲେ ଯମ ସହ ମୋର ଭେଟ ହୋଇଥା’ନ୍ତା ଏବଂ ମୁଁ ତାଙ୍କୁ ନିମ୍ନୋକ୍ତ ପ୍ରଶ୍ନମାନ ପଚାରିଥା’ନ୍ତି ।
(୧) ଜଣେ ଲୋକର ମୃତ୍ୟୁ ପରେ ତା’ର କ’ଣ ହୋଇଥାଏ ?
(୨) ଆତ୍ମା କ’ଣ ?
(୩) ମୃତ୍ୟୁ ପରେ ଆତ୍ମାର କ’ଣ ହୋଇଥାଏ ?
(୪) ମୃତ୍ୟୁ ପରେ ଶରୀରର ଅନ୍ତ ସହ ଆତ୍ମାର ମୃତ୍ୟୁ ହୋଇଥାଏ କି, ଯଦି ନୁହେଁ, ତେବେ ଏହା କୁଆଡ଼େ ଯାଏ ?
(୫) ଆତ୍ମା ପୁନର୍ଜନ୍ମ ନେଇ ଅନ୍ୟ ଏକ ଶରୀରରେ ପ୍ରବେଶ କରେ କି ?
Question 2.
ବୌଦ୍ଧଧର୍ମର କିଛି ମୁଖ୍ୟ ଧାରଣା ବର୍ଣ୍ଣନା କର । ସେଗୁଡ଼ିକ ଉପରେ ସଂକ୍ଷିପ୍ତ ମନ୍ତବ୍ୟ ଦିଅ ।
Answer:
ଗୌତମ ବୁଦ୍ଧ ବୌଦ୍ଧଧର୍ମର ପ୍ରତିଷ୍ଠାତା ଥିଲେ । ସେ ଲୋକଙ୍କୁ ଏକ ସରଳ ଜୀବନ ମାର୍ଗ ପ୍ରଦର୍ଶନ କରିଥିଲେ । ସେ ବେଦକୁ ଅସ୍ୱୀକାର କରୁଥିଲେ ।
ସେ ଅନୁଭବ କରିଥିଲେ ଯେ, ଅଜ୍ଞତା ଏବଂ ଆକର୍ଷଣ ହେଉଛି ମନୁଷ୍ୟ ଦୁଃଖର ଉତ୍ସ ଏବଂ ଏହି ଦୁଇଟି କାରଣକୁ ଦୂର କରିବାପାଇଁ ସେ ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗକୁ ଅନୁସରଣ କରିବାପାଇଁ ଲୋକଙ୍କୁ ଉପଦେଶ ଦେଇଥିଲେ । ସେ ଅହିଂସା ନୀତିକୁ ପ୍ରଚାର କରିବା ସହିତ ନିଷ୍ଠାପର ଭାବେ ଆନ୍ତରିକ ଶୃଙ୍ଖଳା ତଥା ସଂଯମତା ଉପରେ ଗୁରୁତ୍ୱାରୋପ କରିଥିଲେ ।
Question 3.
ବୁଦ୍ଧଙ୍କ ଉକ୍ତି ‘ଜଳଦ୍ଵାରା ଜଣେ ଶୁଦ୍ଧ ହୋଇ ନ ଥାଏ, ଯଦିଓ ଅନେକ ଲୋକ ଏଠାରେ (ପବିତ୍ର ନଦୀରେ) ସ୍ନାନ କରିପାରନ୍ତି’, ଏହାର ଅର୍ଥକୁ ସମସ୍ତେ ବୁଝିପାରିଛନ୍ତି ବୋଲି ଶ୍ରେଣୀରେ ଆଲୋଚନା କର ।
Answer:
ବୁଦ୍ଧଙ୍କର ଉପରୋକ୍ତ ଉକ୍ତି ବାସ୍ତବରେ ତାତ୍ପର୍ଯ୍ୟପୂର୍ଣ୍ଣ ଏବଂ ଗୁରୁତ୍ଵପୂର୍ଣ୍ଣ ଅଟେ । ଏହାଦ୍ଵାରା ସେ କହିଛନ୍ତି ଯେ ଜଣେ ଅନେକ ଖରାପ କାର୍ଯ୍ୟ କରି ପବିତ୍ର ନଦୀରେ (ଗଙ୍ଗାଭଳି ନଦୀରେ) ସ୍ନାନ କଲେ ସେ ଶୁଦ୍ଧ ହୋଇ ପାରେନା । ଏହା ନିର୍ଭର କରେ ନିଜର ଆସାର ଶୁଦ୍ଧି ଓ ପବିତ୍ରତା ଉପରେ । ଜଣେ ବ୍ୟକ୍ତି ଯଦି ଅହିଂସା ମାର୍ଗରେ ଯାଇ ନିଜର ଅନ୍ତରର ଶୁଦ୍ଧତା ବଜାୟ ରଖେ ଏବଂ ମନକୁ ଜୟ କରେ ତେବେ ସେ ଶୁଦ୍ଧ ହେବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କ ଉପରେ ମଧ୍ୟ ନିଜର ଆତ୍ମୀୟତା ଭାବ, ଆଚରଣ ଇତ୍ୟାଦି ପ୍ରଦର୍ଶିତ କରିଥାଏ । ଜଣେ ଜ୍ଞାନ ବଳରେ ନିଜର ମନକୁ ଜୟ କରିପାରିବ ବୋଲି ସେ ମତ ଦେଇଛନ୍ତି ।
Question 4.
ଜୈନଧର୍ମର କିଛି ମୁଖ୍ୟ ଧାରଣା ବର୍ଣ୍ଣନା କର । ସେଗୁଡ଼ିକ ଉପରେ ସଂକ୍ଷିପ୍ତ ମନ୍ତବ୍ୟ ଦିଅ ।
Answer:
ମହାବୀର ଜୈନଧର୍ମର ଶେଷ ପ୍ରଚାରକ ଥିଲେ । ତାଙ୍କର ପ୍ରଚାରିତ ବାଣୀ ପଞ୍ଚବ୍ରତ ନାମରେ ପରିଚିତ ହୋଇଥିଲା । ଜୀବନକୁ ନୀତିମୟ କରିବାପାଇଁ ମହାବୀର ପାଞ୍ଚଗୋଟି ଉପଦେଶ ପ୍ରଦାନ କରିଥିଲେ । ଅହିଂସା, ସତ୍ୟ, ଅଚୌର୍ଯ୍ୟ, ଅପରିଗ୍ରହ ଏବଂ ବ୍ରହ୍ମଚର୍ଯ୍ୟ ଥୁଲା ପଞ୍ଚବ୍ରତର ପାଞ୍ଚଗୋଟି ନୀତି । ଏଥସହିତ ସେ ମଧ୍ୟ ତ୍ରିରନ୍ ପ୍ରଚାର କରିଥିଲେ । ଏହା ଥିଲା ସତ୍ଜ୍ଞାନ, ସତ୍ ଆଚରଣ ଓ ସତ୍ ବିଶ୍ଵାସର ସମାହାର । ଏହି ତ୍ରିରକୁ ଅନୁସରଣ କଲେ ଆତ୍ମା ନିର୍ବାଣ ଲାଭ କରି ଚରମ ଶାନ୍ତି ପାଇଥାଏ ବୋଲି ସେ ମତବ୍ୟକ୍ତ କରିଥିଲେ ।
ମହାବୀର ପିତୁଳା ପୂଜା, ଆଡ଼ମ୍ବରପୂର୍ଣ୍ଣ ପୂଜା ପଦ୍ଧତି ଓ ବ୍ରାହ୍ମଣମାନଙ୍କର ଉପସ୍ଥିତିକୁ ଅସ୍ଵୀକାର କରିଥିଲେ । ଏପରିକି ନିର୍ବାଣପ୍ରାପ୍ତି ପାଇଁ କଠୋର ଆତ୍ମସଂଯମ ଓ ସନ୍ନ୍ୟାସବ୍ରତ ପାଳନ ପାଇଁ ସେ ଶିଷ୍ୟମାନଙ୍କୁ ଶିକ୍ଷା ଦେଇଥିଲେ ।
Question 5.
ଆନ୍ଧ୍ର ବେଟେଲ୍ଙ୍କ ଚିନ୍ତାଧାରାକୁ ଶ୍ରେଣୀରେ ବିଚାର କର ଏବଂ ଆଲୋଚନା କର ।
Answer:
ଆଡ୍ରେ ବେଟେଲ ହେଉଛନ୍ତି ଜଣେ ଭାରତୀୟ ସମାଜବିଜ୍ଞାନୀ । ତାଙ୍କ ଚିନ୍ତାଧାରା ଅନୁଯାୟୀ ପ୍ରାଚୀନ ଭାରତବର୍ଷରେ ହଜାର ହଜାର ଜାତି ଓ ଜନଜାତି ହିନ୍ଦୁଧର୍ମକୁ ସେମାନଙ୍କର ଧାର୍ମିକ ବିଶ୍ଵାସଦ୍ଵାରା ପ୍ରଭାବିତ କରିଛନ୍ତି । ସେ କହିଛନ୍ତି ପ୍ରତ୍ୟେକ ଆଦିବାସୀଙ୍କ ଧର୍ମ ହିନ୍ଦୁ ଧର୍ମଦ୍ଵାରା ପ୍ରଭାବିତ ହୋଇଛି । ସେହିଭଳି ହିନ୍ଦୁଧର୍ମ ମଧ୍ୟ ଆଦିବାସୀ ଧର୍ମକୁ ଗ୍ରହଣ କରିବା ସହିତ ସେମାନଙ୍କର ପ୍ରଥା ଓ ପରମ୍ପରାକୁ ମଧ୍ୟ ଗ୍ରହଣ କରିଛି । ଶେଷରେ ସେ କହିଛନ୍ତି । ଯେ ହିନ୍ଦୁଧର୍ମ ଏକ ଧର୍ମ ଭାବରେ ପ୍ରାଚୀନ ଭାରତରେ ବିଭିନ୍ନ ଜାତି ଏବଂ ଜନଜାତିଙ୍କର ବିଶ୍ଵାସ, ପ୍ରଥା ଏବଂ ପରମ୍ପରାର କ୍ରମ ବିକାଶରେ ଗଢ଼ିଉଠିଛି, ଯାହାକୁ ହିନ୍ଦୁମାନେ ଜୀବନର ପଥ ଭାବରେ ବାଛି ନେଇଛନ୍ତି ।
Question 6.
ନିଜ ଅଞ୍ଚଳର ଲୋକପ୍ରିୟ ଦେବଦେବୀଙ୍କ ତାଲିକା ପ୍ରସ୍ତୁତ କର ଏବଂ ସେମାନେ ଯେଉଁ ପର୍ବପର୍ବାଣି ସହିତ ଜଡ଼ିତ ଅଛନ୍ତି ତାହାର ବିବରଣୀ ପ୍ରସ୍ତୁତ କର ।
Answer:
ନିମ୍ନରେ ଆମ ଅଞ୍ଚଳରେ ଥିବା ଲୋକପ୍ରିୟ ଦେବଦେବୀଙ୍କର ତାଲିକା ପ୍ରସ୍ତୁତ କରିବା ସହିତ ସେମାନେ ଯେଉଁ ପର୍ବପର୍ବାଣି ସହିତ ଜଡ଼ିତ ଅଛନ୍ତି, ସେ ବିଷୟରେ ଏକ ବିବରଣୀ ପ୍ରଦାନ କରାଯାଇଛି ।
(i) ଭଗବାନ୍ ରାମ – ଭଗବାନ୍ ରାମଙ୍କୁ ଭାରତୀୟ ସଂସ୍କୃତିରେ ମର୍ଯ୍ୟାଦା ପୁରୁଷ ଭାବରେ ଅଭିହିତ କରାଯାଇଛି । ସେ ଅତ୍ୟନ୍ତ ପାପୀ ରାକ୍ଷସ ରାବଣକୁ ବଧ କରି ନିଜର ପତ୍ନୀ ସୀତାଙ୍କୁ ମୁକ୍ତ କରି ଅଯୋଧ୍ୟାକୁ ଫେରିଥିଲେ, ସେହି ଦିନକୁ ଦୀପାବଳି ପର୍ବ ଭାବରେ ଭାରତବର୍ଷରେ ତଥା ବିଦେଶରେ ମଧ୍ୟ ପାଳନ କରାଯାଏ ।
(ii) ପ୍ରଭୁ ଗଣେଶ ଏହି ଦେବତାଙ୍କ ଜନ୍ମ ତିଥିରେ ଗଣେଶ ଚତୁର୍ଥୀ ପର୍ବ ପାଳନ କରାଯାଏ । ସେ ବିଦ୍ୟାଦାତା ଅଟନ୍ତି ।
(iii) ଭଗବାନ୍ ଶିବ – ଭଗବାନ୍ ଶିବଙ୍କର ଜନ୍ମଦିନକୁ ଶିବରାତ୍ରି ଭାବରେ ପାଳନ କରାଯାଏ ।
(iv) ଦେବୀ ଦୁର୍ଗା – ଦେବୀ ଦୁର୍ଗା ହେଉଛନ୍ତି ଶକ୍ତିର ପ୍ରତୀକ । ମହିଷାସୁର ଭଳି ରାକ୍ଷସକୁ ବଧକରି ସେ ଦେବତା ଓ ମାନବମାନଙ୍କୁ ସୁରକ୍ଷା ଦେଇଥିବାରୁ ପ୍ରତ୍ୟେକବର୍ଷ ଦଶହରାରେ ମା’ଙ୍କର ପୂଜା ଆରାଧନା କରାଯାଏ । ଏହାକୁ ବିଜୟା ଦଶମୀ କୁହାଯାଏ । ଏହା ଭାରତବର୍ଷରେ ପାଳନ କରାଯାଏ ।
(v) ଭଗବାନ୍ କୃଷ୍ଣ – ଭଗବାନ୍ କୃଷ୍ଣଙ୍କର ଜନ୍ମତିଥ୍ୟରେ ଜନ୍ମାଷ୍ଟମୀ ପର୍ବ ପାଳନ କରାଯାଏ ।
(vi) ମା’ଲକ୍ଷ୍ମୀ – ମା’ ଲକ୍ଷ୍ମୀଙ୍କୁ ଧନ ଏବଂ ସମୃଦ୍ଧିର ଦେବୀ ଭାବରେ ପୂଜା କରାଯାଏ । ବିଶେଷତଃ ଦୀପାବଳୀ ସମୟରେ ଲକ୍ଷ୍ମୀପୂଜା ହୋଇଥାଏ । ଓଡ଼ିଆ ଘରମାନଙ୍କରେ ମାର୍ଗଶୀର ମାସ ଗୁରୁବାର ଦିନ ମା’ଲକ୍ଷ୍ମୀଙ୍କୁ ପୂଜା ଅର୍ଚ୍ଚନା କରାଯାଏ ।
(vii) ଭଗବାନ୍ ହନୁମାନ୍ – ଭଗବାନ୍ ହନୁମାନଙ୍କୁ ବଜ୍ରଙ୍ଗବାଲୀ ବୋଲି କୁହାଯାଏ । ତାଙ୍କ ଜନ୍ମଦିନକୁ ମହାବୀର ଜୟନ୍ତୀ ଭାବରେ ପାଳନ କରାଯାଏ । (ଛାତ୍ରଛାତ୍ରୀମାନେ ସେମାନଙ୍କ ଅଞ୍ଚଳରେ ପାଳିତ ପର୍ବପର୍ବାଣି ଓ ଦେବଦେବୀଙ୍କ ନାମ ମଧ୍ୟ ଲେଖୁପାରିବେ ।)
Question 7.
ଏକ ଶ୍ରେଣୀ କାର୍ଯ୍ୟକଳାପ ଭାବରେ, ତୁମ ଅଞ୍ଚଳ କିମ୍ବା ରାଜ୍ୟର ଦୁଇ କିମ୍ବା ତିନୋଟି ଆଦିବାସୀ ଗୋଷ୍ଠୀକୁ ତାଲିକାଭୁକ୍ତ କର । ସେମାନଙ୍କର କିଛି ପରମ୍ପରା ଏବଂ ବିଶ୍ବାସ ପ୍ରଣାଳୀକୁ ଲିପିବଦ୍ଧ କର ।
Answer:
ଏକ ଶ୍ରେଣୀ କାର୍ଯ୍ୟକଳାପ ଭାବରେ ଛାତ୍ରଛାତ୍ରୀମାନେ ଗଣ୍ଡ, ଭିଲି, ସାନ୍ତାଳ, ମୁଣ୍ଡା ଏବଂ ଆଣ୍ଡାମାନିଜ୍ ଆଦିବାସୀଙ୍କ ନାମ ତାଲିକାଭୁକ୍ତ କରିପାରିବେ । ଯଦିଓ ଅନେକ ଆଦିବାସୀ ଭାରତରେ ବସବାସ କରୁଛନ୍ତି ତନ୍ମଧ୍ୟରୁ ଉପରୋକ୍ତ ଉଦାହରଣ କେବଳ ଜାଣିବାପାଇଁ ପ୍ରଦାନ କରାଗଲା । ଗଣ୍ଡ, ସାନ୍ତାଳ, ମୁଣ୍ଡାମାନେ ଭାରତର ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ରହିଛନ୍ତି । ସେମାନଙ୍କର ଜୀବନଶୈଳୀ ସରଳ ଓ ନିରାଡ଼ମ୍ବର । ସେମାନେ ବିଭିନ୍ନ କଳାକୁ ସେମାନଙ୍କର ସଂସ୍କୃତି ଏବଂ ପରମ୍ପରାରେ ପ୍ରଦର୍ଶିତ କରିଥା’ନ୍ତି । ସେମାନେ ନିଜ ଘରର କାନ୍ଥ, ଚଟାଣ ଏବଂ ପୋଷାକରେ ବିଭିନ୍ନ ଚିତ୍ର ଆଙ୍କି ନିଜକୁ ମଧ୍ଯ ତଦନୁଯାୟୀ ବେଶଭୂଷା କରିଥା’ନ୍ତି । ସେମାନଙ୍କ ନୃତ୍ୟ ମଧ୍ୟରେ ଡାଲଖାଇ ନୃତ୍ୟ ବିଶେଷ ଜଣାଶୁଣା । ଆଣ୍ଡାମାନ ଦ୍ଵୀପପୁଞ୍ଜରେ ରହୁଥିବା ଆଦିବାସୀମାନେ ମଧ୍ୟ ଆମ ଦେଶର ଅନ୍ୟତମ ମୂଳବାସିନ୍ଦା ଭାବରେ ପରିଗଣିତ ହୁଅନ୍ତି । (ଛାତ୍ରଛାତ୍ରୀମାନେ ମଧ୍ୟ ନିଜ ନିଜ ଅଞ୍ଚଳର ଆଦିବାସୀ ସଂପ୍ରଦାୟଙ୍କ ସମ୍ପର୍କରେ ପୂର୍ଣ୍ଣାଙ୍ଗ ତଥ୍ୟ ଉଲ୍ଲେଖ କରିପାରିବେ ।)
ଭୁଲ୍ କିମ୍ବା ଠିକ୍ ଲେଖ ।
Question (i).
ବେଦିକ ମନ୍ତ୍ର ପାଣ୍ଡୁଲିପି ତାଳପତ୍ରରେ ଲେଖାଯାଇଥିଲା ।
Answer:
ଭୁଲ୍
Question (ii)
ବେଦ ହେଉଛି ଭାରତର ସର୍ବ ପୁରାତନ ଗ୍ରନ୍ଥ ।
Answer:
ଠିକ୍
Question (iii).
ବୈଦିକ ବକ୍ତବ୍ୟ ‘ଏବଂ ସଦ୍ ବିପ୍ରା ବହୁଧା ବଦନ୍ତି’ ମହାଜାଗତିକ ଶକ୍ତିର ଏକତା ଉପରେ ବିଶ୍ଵାସକୁ ପ୍ରତିଫଳିତ କରେ ।
Answer:
ଠିକ୍
![]()
Question (iv).
ବୌଦ୍ଧ ଧର୍ମ ବେଦଠାରୁ ପୁରାତନ ।
Answer:
ଭୁଲ୍
Question (v).
ଜୈନ ଧର୍ମ, ବୌଦ୍ଧ ଧର୍ମର ଏକ ଶାଖା ଭାବରେ ଉଭା ହୋଇଥିଲା
Answer:
ଭୁଲ୍
Question (vi).
ଉଭୟ ବୌଦ୍ଧ ଓ ଜୈନ ଧର୍ମ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଏବଂ ସମସ୍ତ ଜୀବଜନ୍ତୁଙ୍କ କ୍ଷତିରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ ।
Answer:
ଠିକ୍
Question (vii).
ଆଦିବାଦୀମାନଙ୍କ ବିଶ୍ଵାସ ପରମ୍ପରା ଆତ୍ମା ଏବଂ ଛୋଟ ଛୋଟ ଦେବଦେବୀଙ୍କ ପର୍ଯ୍ୟନ୍ତ ସୀମିତ ।
Answer:
ଭୁଲ୍
ଶ୍ରେଣୀ କାର୍ଯ୍ୟକଳାପ :
Question 1.
ମୃତ୍ୟୁର ଦେବତା ଯମଙ୍କ ସହ ଏକ ଛୋଟ ନାଟକ ମଞ୍ଚସ୍ଥ କର, ଯେଉଁଠି ଅନେକ ନଚିକେତା ଯମଙ୍କୁ ଘେନି ଜୀବନ ବିଷୟରେ ପ୍ରଶ୍ନ ପଚାରିବେ ।
Answer:
ଛାତ୍ରଛାତ୍ରୀମାନେ ନିଜେ ଶିକ୍ଷକଙ୍କ ସହାୟତାରେ କରିବେ
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ବେଦଗୁଡ଼ିକ କ’ଣ ? ସେମାନଙ୍କର ବାର୍ତ୍ତା କ’ଣ ?
Answer:
ବେଦ ହେଉଛି ସଂସ୍କୃତରେ ଲିଖ୍ତ ପବିତ୍ର ଧର୍ମୀୟ ଗ୍ରନ୍ଥ, ଯାହାକି ପ୍ରାଚୀନ ଭାରତରେ ସୃଷ୍ଟି ହୋଇ ହିନ୍ଦୁଧର୍ମକୁ ପ୍ରତିଷ୍ଠା କରିଥିଲା । ସେଗୁଡ଼ିକ ଖ୍ରୀ.ପୂ. ୧୫୦୦ ରୁ ଖ୍ରୀ.ପୂ. ୫୦୦ ମଧ୍ଯରେ ରଚିତ ହୋଇଥିଲା ଏବଂ ପୃଥିବୀରେ ଏହା ହେଉଛି ସର୍ବପ୍ରାଚୀନ ପୁସ୍ତକ । ବେଦ ଚାରି ପ୍ରକାରର ଅଟେ, ଯଥା- ଋଗ୍ଵେଦ, ସାମବେଦ, ଯଜୁର୍ବେଦ ଏବଂ ଅଥର୍ବ ବେଦ । ଋଗ୍ବେଦ ସମସ୍ତ ଭଜନକୁ ଧାରଣ କରିଛି, ଯାହାକି ଈଶ୍ବରଙ୍କୁ ପ୍ରଶଂସା କରାଯାଇ ଭକ୍ତିପୂର୍ଣ୍ଣ ଭାବରେ ଲେଖାଯାଇଛି । ଯଜୁର୍ବେଦ ସମସ୍ତ ରୀତିନୀତି, ପରମ୍ପରା ଓ କର୍ମକାଣ୍ଡ ସମ୍ପର୍କରେ ସୂଚନା ଦେଇଛି, ସାମବେଦ ସମସ୍ତ ମନ୍ତ୍ର, ପ୍ରାର୍ଥନା ଓ ଭଜନ ଇତ୍ୟାଦି ଯାହକି ଧର୍ମୀୟ ରୀତିନୀତି ପାଇଁ ଆବଶ୍ୟକ ସେ ସମ୍ପର୍କରେ ବର୍ଣ୍ଣନା କରିଛି । ଅଥର୍ବ ବେଦ ସମସ୍ତ ରୋଗବ୍ୟାଧ ଏବଂ ଶତ୍ରୁ ଭୟକୁ ନାଶ କରିବାପାଇଁ ସବୁ ପ୍ରକାର ମହୌଷଧ୍ ସମ୍ପର୍କରେ ସୂଚନା ଦେଇଛି ।
ବେଦଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ମାନବକୁ ଦିବ୍ୟଜ୍ଞାନ ପ୍ରଦାନ କରି ଏକ ବାସ୍ତବିକ ଅର୍ଥବୋଧକ ଏବଂ ସୁଖୀ ଧର୍ମୀୟ ଜୀବନଯାପନ କରିବାପାଇଁ ପଥ ପ୍ରଦର୍ଶନ କରିବା । ଏହାଦ୍ଵାରା ଭୌତିକ ଜୀବନର ପ୍ରଭାବ ମଧ୍ୟ ହ୍ରାସ ହୋଇପାରିବ ।
Question 2.
ଖ୍ରୀ.ପୂ. ପ୍ରଥମ ସହସ୍ରାବ୍ଦରେ (BCE) ଭାରତରେ କେଉଁ ନୂତନ ଚିନ୍ତାଧାରାର ଆବିର୍ଭାବ ହୋଇଥିଲା ? ସେମାନଙ୍କର ମୂଳ ନୀତି କ’ଣ ?
Answer:
ଖ୍ରୀ.ପୂ. ପ୍ରଥମ ସହସ୍ରାବ୍ଦରେ କେତେଗୁଡ଼ିଏ ନୂତନ ଚିନ୍ତାଧାରାର ଆବିର୍ଭାବ ହୋଇଥିଲା ଏବଂ ଏସବୁ ବେଦରୁ ବାହାରିଥିଲା ।
- ଯୋଗ – ଏହା ମାନବକୁ ସୁସ୍ଥ ରଖିବା ସହିତ ଉତ୍ତମ ଚେତନା ମଧ୍ୟ ଦେଇଥାଏ । ।
- ବେଦାନ୍ତ – ଉପନିଷଦ ମାଧ୍ୟମରେ ଏହାର ଚିନ୍ତାଧାରା ପ୍ରକାଶିତ ହୋଇଛି । ଉପନିଷଦର କେତେଗୁଡ଼ିଏ ପୁସ୍ତକ ଅଛି ଯାହା ବୈଦିକ ରୀତିନୀତିକୁ ଲିଷ୍କୃତ ଆକାରରେ ଲିପିବଦ୍ଧ କରିବା ସହ ମାନବର କର୍ମ ଏବଂ ପୁନର୍ଜନ୍ମ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଛି । ଏତଦ୍ବ୍ୟତୀତ ଏହା ମାନବ ଜୀବନର ନୀତି, ନୈତିକତା ପ୍ରକୃତି ଏବଂ ବିଶ୍ଵ ବ୍ରହ୍ମାଣ୍ଡ ସମ୍ପର୍କରେ ଆଲୋକପାତ କରିଛି । ଏହାର ଐଶ୍ଵରିକ ସଭା ବ୍ରାହ୍ମଣକୁ ସର୍ବଶ୍ରେଷ୍ଠ ସ୍ଥିତି ଭାବରେ ବର୍ଣ୍ଣନା କରିଛି । ଏହି ଚିନ୍ତାଧାରାଗୁଡ଼ିକ ଏକତ୍ର ହୋଇ ହିନ୍ଦୁଧର୍ମର ପ୍ରତିଷ୍ଠା କରିଛନ୍ତି ।
ଅନ୍ୟ ଚିନ୍ତାଧାରାଗୁଡ଼ିକ ମଧ୍ୟରେ ବୌଦ୍ଧଧର୍ମ ଜୈନଧର୍ମ ଏବଂ ଚାର୍ବକ ଇତ୍ୟାଦି ଅଛନ୍ତି । ବୌଦ୍ଧଧର୍ମର ମୂଳନୀତି ହେଉଛି ଅହିଂସା । ଏହା ବେଦକୁ ଅସ୍ଵୀକାର କରିଛି କିନ୍ତୁ ମାନବର ଆଭ୍ୟନ୍ତରୀଣ ଶୃଙ୍ଖଳା ଏବଂ ସିଦ୍ଧି ଉପରେ ଗୁରୁତ୍ୱାରୋପ କରିଛି । ବୌଦ୍ଧଧର୍ମ ଭଳି ଜୈନଧର୍ମ ମଧ୍ଯ ତା’ର ଚିନ୍ତାଧାରାରେ ଅହିଂସାକୁ ଶ୍ରେଷ୍ଠ ସ୍ଥାନ ଦେଇଛି । ଏତଦ୍ବ୍ୟତୀତ ଜୈନ ତ୍ରିରନ୍ ଏବଂ ପଞ୍ଚ ପ୍ରତିଜ୍ଞାକୁ ମାନବର ଶ୍ରେଷ୍ଠ ଧର୍ମ ବୋଲି ଘୋଷଣା କରିଛି ।
ଚାର୍ଜକଙ୍କ ଚିନ୍ତାଧାରାରେ ମୃତ୍ୟୁପରେ କିଛି ଜୀବନ ନାହିଁ ବୋଲି ପ୍ରକାଶିତ ହୋଇଛି । କିନ୍ତୁ ତାଙ୍କ ଚିନ୍ତାଧାରାର ସମୟକ୍ରମେ ଜନପ୍ରିୟତା ହ୍ରାସ ଘଟିବାରୁ ତାହା ଲୋକଲୋଚନରୁ ଅପସରି ଯାଇଛି ।
Question 3.
ଭାରତୀୟ ସଂସ୍କୃତିରେ ଲୋକ ଓ ଆଦିବାସୀ ପରମ୍ପରାର ଅବଦାନ କ’ଣ ?
Answer:
ଭାରତୀୟ ସଂସ୍କୃତିରେ ଲୋକ ଓ ଆଦିବାସୀ ପରମ୍ପରାର ଅବଦାନ ଅତୁଳନୀୟ । ଭାରତବର୍ଷରେ ବହୁ ଆଦିବାସୀ ସମ୍ପ୍ରଦାୟ ବସବାସ କରିଛନ୍ତି, ଯେଉଁମାନେ ପ୍ରାକୃତିକ ପରିବେଶରେ ଜନ୍ମ ହୋଇ ନିଜକୁ ପ୍ରାକୃତିକ ଦ୍ରବ୍ୟ ସହିତ ସାମିଲ କରିଛନ୍ତି । ସେମାନେ ଏସବୁ ଜିନିଷରେ ପବିତ୍ରତା ଥିବାର ବିଶ୍ଵାସ କରନ୍ତି । ସେମାନଙ୍କ ପାଇଁ ନଦୀ, ପର୍ବତ, ବୃକ୍ଷ, ଉଭିଦ, ପ୍ରାଣୀ ଏପରିକି ପଥର ମଧ୍ଯ ପବିତ୍ର ଧର୍ମୀୟ ଭାବନାର ଅଂଶ ଅଟନ୍ତି । ଏ ସମସ୍ତ ଭିତରେ ସେମାନେ ଜୀବନ, ଚେତନା ଏବଂ ଐଶ୍ଵରିକ ସତ୍ତାକୁ ଅନୁଭବ କରନ୍ତି । ସେମାନଙ୍କର ଏହିଭଳି ଭାବନା ମଧ୍ୟ ହିନ୍ଦୁଧର୍ମର ଏକ ଅଂଶ ହୋଇ ଅଦ୍ୟାବଧୂ ରହିଅଛି । ଅନେକ ଆଦିବାସୀ ଦେବୀ ଓ ଦେବତା ଆଜି ସର୍ବଗଣ୍ୟ ହୋଇଛନ୍ତି । ଉଦାହରଣ ସ୍ଵରୂପ, ପ୍ରଭୁ ଶ୍ରୀଜଗନ୍ନାଥ ଏକ ଆଦିବାସୀ ଦେବତା ରୂପେ ଗିରିକନ୍ଦରରେ ପୂଜା ପାଉଥିଲେ । କେତେକ ଆଦିବାସୀ ମଧ୍ଯ ହିନ୍ଦୁଧର୍ମର ସର୍ବଶ୍ରେଷ୍ଠ ପୁରାଣ, ମହାଭାରତ ଏବଂ ରାମାୟଣକୁ ବିଶ୍ଵାସ କରନ୍ତି । ଏହିସବୁ ଆଦିବାସୀ ଭାବନା ଲୋକ ଏବଂ ସାଂସ୍କୃତିକ ପରମ୍ପରା ସାର୍ବଜନୀନ ଭାବରେ ହିନ୍ଦୁ ପରମ୍ପରାରେ ସାମିଲ ହୋଇଯାଇଛି ଏବଂ ଭାରତୀୟ ସଂସ୍କୃତିର ମୂଳ ପରମ୍ପରାରେ ମଧ୍ୟ ସ୍ଥାନ ପାଇଛି ।
Question 4.
ଲୋକ, ଆଦିବାସୀ ଏବଂ ହିନ୍ଦୁ ବିଶ୍ଵାସରେ ସମାନତାଗୁଡ଼ିକ କ’ଣ ଅଛି ?
Answer:
ଲୋକ, ଆଦିବାସୀ ଏବଂ ହିନ୍ଦୁ ବିଶ୍ଵାସର ସମସ୍ତ ଲକ୍ଷଣରେ ଅନେକ ସାମଞ୍ଜସ୍ୟ ପରିଲକ୍ଷିତ ହେଉଅଛି । ଏହି ତିନୋଟିରେ ପ୍ରକୃତି; ଯଥା- ପର୍ବତ, ବୃକ୍ଷ, ନଦୀ, ଉଭିଦ, ପ୍ରାଣୀ ଏପରିକି ପଥରକୁ ପବିତ୍ରଭାବେ ଗ୍ରହଣ କରାଯାଇଅଛି ।
ଆଦିବାସୀମାନେ ପୂଜା କରୁଥିବା ଅନେକ ଦେବଦେବୀ ପ୍ରକୃତିର ପଦାର୍ଥ ସହିତ ଜଡ଼ିତ ଅଟନ୍ତି । ଉଦାହରଣ ସ୍ଵରୂପ, ତାମିଲନାଡୁର ନୀଳଗିରି ପାହାଡ଼ରେ ରହୁଥିବା ତୋଡ଼ା ଆଦିବାସୀମାନେ ବିଶ୍ଵାସ କରନ୍ତି ଯେ ତାଙ୍କର ଦେବଦେବୀ ପାହାଡ଼ର ଶିଖରରେ ରହୁଛନ୍ତି । ଏହି ଶିଖରଗୁଡ଼ିକ ସେମାନଙ୍କ ପାଇଁ ପବିତ୍ର ସ୍ଥାନ ଥୁବାରୁ ସେମାନେ କେବେହେଲେ ଶିଖର ଆଡ଼କୁ ଆଙ୍ଗୁଠି ପ୍ରଦର୍ଶନ କରି ନଥାନ୍ତି ।
ହିନ୍ଦୁଧର୍ମ ଭଳି ଅନେକ ଆଦିବାସୀଗୋଷ୍ଠୀ ବିଶ୍ଵାସ କରନ୍ତି ଯେ ଅନେକ ଦେବଦେବୀଙ୍କ ଅବସ୍ଥିତି ସତ୍ତ୍ଵେ ଜଣେ ମୁଖ୍ୟ ଐଶ୍ଵରିକ ସତ୍ତା ରହିଛି । ଅରୁଣାଚଳ ପ୍ରଦେଶର ଅନେକ ଆଦିବାସୀ ଡୋନିପୋଲୋଙ୍କୁ ପୂଜା କରନ୍ତି । କାରଣ ସେମାନଙ୍କ ବିଶ୍ଵାସ ଯେ ସୂର୍ଯ୍ୟ ଏବଂ ଚନ୍ଦ୍ର ମିଳିତ ଭାବରେ ଏବଂ ସର୍ବଶ୍ରେଷ୍ଠ ଦେବତା ଭାବରେ ଏଥିରେ ଅଛନ୍ତି ।
ସେହିପରି ମଧ୍ଯ ଭାରତରେ ଖଣ୍ଡାବା ଦେବତାଙ୍କର ମଧ୍ଯ ଏକାପରି ମର୍ଯ୍ୟାଦା ରହିଛି । ପୂର୍ବ ଭାରତର ମୁଣ୍ଡା ଏବଂ ସାନ୍ତାଳ ଆଦିବାସୀ ସିଂବଙ୍ଗାଙ୍କୁ ନିଜର ସର୍ବଶ୍ରେଷ୍ଠ ଦେବତା ଭାବେ ପୂଜା କରନ୍ତି ଏବଂ ସେ ସମଗ୍ର ଦେଶର ସୃଷ୍ଟିକର୍ତ୍ତା ବୋଲି ଭାବନ୍ତି ।
Question 5.
ଆଦିବାସୀ ଶବ୍ଦର ଅନେକ ସଂଜ୍ଞା ଅଛି । ଏହି ଉକ୍ତିକୁ ବ୍ୟାଖ୍ୟା କର ।
Answer:
ନୃତତ୍ତ୍ଵବିତ୍ମାନେ ଆଦିବାସୀମାନଙ୍କ ଉପରେ ଗବେଷଣା କରି ଜାଣିବାକୁ ପାଇଛନ୍ତି ଯେ ଏମାନେ ହେଲେ ଏକ ପାରିବାରିକ ଦଳ ଯେଉଁମାନଙ୍କର ଏକ ପ୍ରକାର ସଂସ୍କୃତି, ଏକ ପ୍ରକାର ଭାଷା ଏବଂ ଉତ୍ପତ୍ତି ମଧ୍ୟ ଏକପ୍ରକାର ହୋଇଛି । ସେମାନେ ପାହାଡ଼, ଜଙ୍ଗଲର ବିଭିନ୍ନ ସ୍ଥାନରେ ପ୍ରତ୍ୟେକ ଦଳ ଏକ ମୁଖ୍ୟଙ୍କ ଅଧୀନରେ ରହିଥା’ନ୍ତି ଏବଂ କୌଣସି ବ୍ୟକ୍ତିଗତ ସମ୍ପତ୍ତି ରଖ୍ ନଥା’ନ୍ତି ।
ପ୍ରାଚୀନ ଭାରତରେ ଆଦିବାସୀମାନଙ୍କୁ ସାଧାରଣ ଭାବରେ ‘ଜନ’ କୁହାଯାଉଥିଲା ଯାହା ଏକ ଦଳକୁ ବୁଝାଏ । ସେମାନଙ୍କର ବସତି ସ୍ଥାନ ଥିଲା ଜଙ୍ଗଲ ଏବଂ ପାର୍ବତ୍ୟାଞ୍ଚଳ । ପରବର୍ତ୍ତୀ ସମୟରେ ଭାରତୀୟ ସମ୍ବିଧାନ ଆଦିବାସୀମାନଙ୍କୁ ଇଂରାଜୀରେ ଟ୍ରାଇବାଲ୍ କମ୍ୟୁନିଟିଜ ଏବଂ ହିନ୍ଦୀରେ ଜନଜାତି ଆଖ୍ୟା ଦେଇଥିଲା ।
୨୦୧୧ ମସିହା ଭାରତୀୟ ଜନଗଣନାରୁ ଜଣାପଡୁଛି ଯେ ସମଗ୍ର ଦେଶରେ ସାତଶହ ପାଞ୍ଚ ପ୍ରକାରର ଆଦିବାସୀ ବା ଜନଜାତି ଅଛନ୍ତି । ଯେଉଁମାନଙ୍କର ସଂଖ୍ୟା ଦଶକୋଟି ଚାଳିଶ ଲକ୍ଷ । ପୂର୍ବରୁ ନୃତତ୍ତ୍ୱବିତ୍ମାନେ ଆଦିବାସୀମାନଙ୍କୁ ଆଦିମ ଅଧ୍ୟାବାସୀ କିମ୍ବା ନିକୃଷ୍ଟ ମାନବ ବୋଲି ବିବେଚନା କରିଥିଲେ । ବର୍ତ୍ତମାନ ଏହି ପ୍ରକାରର ପକ୍ଷପାତିତା ମତକୁ ପ୍ରତ୍ୟାଖ୍ୟାନ କରାଯାଇଛି । ଅଧୁନା ସେମାନଙ୍କର ଉଚ୍ଚକୋଟିର ସଂସ୍କୃତିକୁ ସମଗ୍ର ବିଶ୍ଵରେ ପ୍ରତିପାଦିତ କରାଯାଇଛି ।
Question 6.
ମହାବୀରଙ୍କର ମୁଖ୍ୟ ଧର୍ମବାଣୀଗୁଡ଼ିକ କ’ଣ ଥିଲା ?
Answer:
ମହାବୀର ଜୈନଧର୍ମର ଶେଷ ପ୍ରଚାରକ ଥିଲେ । ସେ ପାର୍ଶ୍ଵନାଥଙ୍କ ପ୍ରଚାରିତ ବାଣୀକୁ ସମ୍ମାନ ଜଣାଇ ବ୍ରହ୍ମଚର୍ଯ୍ୟ ନାମକ ଏକ ନୂତନ ନୀତି ଏଥୁସହିତ ସଂଯୋଗ କରିଥିଲେ । ଫଳତଃ ମହାବୀରଙ୍କ ପ୍ରଚାରିତ ବାଣୀ ‘ପଞ୍ଚବ୍ରତ’ ନାମରେ ପରିଚିତ ହୋଇଥିଲା । ଜୀବନକୁ ନୀତିମୟ କରିବାପାଇଁ ମହାବୀର ପାଞ୍ଚଗୋଟି ଉପଦେଶ ପ୍ରଦାନ କରିଥିଲେ । ସତ୍ୟ, ଅହିଂସା, ଅଚୌର୍ଯ୍ୟ, ଅପରିଗ୍ରହ ଓ ବ୍ରହ୍ମଚର୍ଯ୍ୟ ଥିଲା ପାଞ୍ଚବ୍ରତର ପାଞ୍ଚଗୋଟି ନୀତି ।
ମହାବୀର ତ୍ରିରନ୍ ପ୍ରଚାର କରିଥିଲେ । ଏହା ଥିଲା ସତ୍ଜ୍ଞାନ, ସତ୍ ଆଚରଣ ଓ ସତ୍ ବିଶ୍ଵାସର ସମାହାର ସେ ମୂର୍ତ୍ତିପୂଜା, ବେଦ ଏବଂ ବ୍ରାହ୍ମଣମାନଙ୍କର ପ୍ରାଧାନ୍ୟକୁ ଅସ୍ଵୀକାର କରିବା ସହିତ କଠୋର ଆତ୍ମସଂଯମ ଓ ସନ୍ୟାସବ୍ରତ ପାଳନ ପାଇଁ ସେ ଶିଷ୍ୟମାନଙ୍କୁ ଶିକ୍ଷା ଦେଇଥିଲେ ।
Question 7.
ଗୌତମ ବୁଦ୍ଧଙ୍କର ଧର୍ମବାଣୀ କ’ଣ ଥିଲା ?
Answer:
ଗୌତମ ବୁଦ୍ଧ ଲୋକଙ୍କୁ ଏକ ସରଳ ଜୀବନ ମାର୍ଗ ପ୍ରଦର୍ଶନ କରିଥିଲେ । ସେ କହିଥିଲେ ଯେ ପୃଥିବୀ ନାନାପ୍ରକାର ଦୁଃଖରେ ପରିପୂର୍ଣ୍ଣ । କାମନା ହେଉଛି ସବୁ ଦୁଃଖର କାରଣ । ମନୁଷ୍ୟ ନିଜର କାମନାକୁ ସମ୍ପୂର୍ଣ୍ଣରୂପେ ଜୟକରି ନିର୍ବାଣ ଲାଭ କରିପାରେ ।
ନିର୍ବାଣ ଲାଭ ପାଇଁ ମନୁଷ୍ୟକୁ ମଧ୍ଯମ ମାର୍ଗ ଅନୁସରଣ କରିବାକୁ ହେବ । ଏହାଛଡ଼ା ଅହିଂସା ନୀତି ଅନୁସରଣ ଏବଂ ଶୁଦ୍ଧପୂତ ଜୀବନଯାପନ ପାଇଁ ସେ ଶିଷ୍ୟମାନଙ୍କୁ ଉପଦେଶ ଦେଇଥିଲେ । ସେ ବେଦକୁ ଅସ୍ୱୀକାର କରୁଥିଲେ । ନିରର୍ଥକ ବିଧିବିଧାନର ନିନ୍ଦା କରିବା ସଙ୍ଗେ ସଙ୍ଗେ ପବିତ୍ର ଜୀବନ ଓ ସଂଯମତା ଉପରେ ଗୁରୁତ୍ଵ ପ୍ରଦାନ କରିଥିଲେ ।
ଆସ ଅନୁସନ୍ଧାନ କରିବା :
Question 1.
ଯେଉଁ ସମାଜରେ ଲୋକମାନେ ନିଜର ନେତା ଚୟନ କରନ୍ତି ତା’ପାଇଁ କୌଣସି କୌଶଳ ତୁମେ ଜାଣ କି ? ତୁମ ମତରେ ଏଭଳି ପରିସ୍ଥିତିରେ ଲୋକମାନେ କିପରି ଉପକୃତ ହୋଇପାରିବେ ? ଯଦି ସେମାନେ ଚୟନ କରିନଥୁବା ନେତାଙ୍କ ଅଧୀନରେ ରହୁଛନ୍ତି ତେବେ କ’ଣ ହୋଇପାରେ ? (ସଙ୍କେତ: ‘ଶାସନ ଏବଂ ଗଣତନ୍ତ୍ର’ ବିଷୟବସ୍ତୁରେ ତୁମେ ଯାହା ଶିଖୁଛ ତାହା ଉପରେ ଚିନ୍ତା କର ।) ନିଜର ଚିନ୍ତାଧାରା ୧୦୦–୧୫୦ ଶବ୍ଦର ଏକ ପୃଷ୍ଠାରେ ୧୦୦ରୁ ୧୫୦ ମଧ୍ୟରେ ଲେଖ ।
Answer:
ଇତିହାସକୁ ଅନୁଧ୍ୟାନ କଲେ ଆମେ ପ୍ରତ୍ୟକ୍ଷ ଗଣତନ୍ତ୍ର ସମ୍ପର୍କରେ ଆସିଥାଉ ଯେଉଁଠି ଜନସାଧାରଣ ସିଧାସଳଖ ଭାବରେ ନିଜର ପ୍ରତିନିଧ୍ ବାଛିଥା’ନ୍ତି । ଏଭଳି ପ୍ରଥା ଭାରତୀୟ ବୈଦିକ ପରମ୍ପରାରେ ସଭା ଓ ସମିତି ଭଳି ଜନସଭାରେ ଦେଖିବାକୁ ମିଳିଥାଏ । ଏତଦ୍ବ୍ୟତୀତ ପ୍ରତ୍ୟକ୍ଷ ଗଣତନ୍ତ୍ର ଗ୍ରୀକ୍ ପରମ୍ପରାରେ ମଧ୍ୟ ଦେଖିବାକୁ ମିଳିଥାଏ ।
ଏଭଳି ପରିସ୍ଥିତିରେ ଲୋକମାନେ ବାସ୍ତବିକ ଉପକୃତ ହୋଇପାରିବେ କାରଣ ସେମାନେ ସିଧାସଳଖ ଭାବରେ ଯେଉଁ ପ୍ରତିନିଧୁକୁ ଚୟନ କରିଛନ୍ତି, ଆବଶ୍ୟକ ପଡ଼ିଲେ ସେମାନଙ୍କୁ ମଧ୍ୟ ଗାଦିଚ୍ୟୁତ କରିପାରିବେ ତେଣୁ ଜନତାଙ୍କ ସ୍ଵର ସେମାନଙ୍କ ପାଖରେ ପହଞ୍ଚିବାରେ କୌଣସି ଅସୁବିଧା ନଥାଏ । ଅପରପକ୍ଷେ ସେମାନେ ଜନତାଙ୍କ ନିକଟରେ ସେମାନଙ୍କ କାର୍ଯ୍ୟ ପାଇଁ ଉତ୍ତରଦାୟୀ ରହିବା ସହିତ ସୁପ୍ରଶାସନ ଏବଂ ଜନମଙ୍ଗଳ କାର୍ଯ୍ୟ କରିଥା’ନ୍ତି ।
ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଜନସାଧାରଣଙ୍କର ସମର୍ଥନ ସହଯୋଗ ତଥା ସଚେତନତାର ଆବଶ୍ୟକତା ରହିଛି । ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିର୍ବାଚିତ ପ୍ରତିନିଧୂମାନଙ୍କର କାର୍ଯ୍ୟକଳାପକୁ ତର୍ଜମା, ସମୀକ୍ଷା କରିବା ସହିତ ସେମାନଙ୍କଠାରୁ ମଧ୍ୟ ଏକ ସୁଶାସନ ଦାବି କରିପାରିବେ, ଯଦି ସେମାନେ ପ୍ରତିନିଧୁ ନିର୍ବାଚିତ କରିନଥା’ନ୍ତି ତେବେ ସେମାନଙ୍କୁ ପ୍ରତିନିଧୂମାନଙ୍କର ଦୟା ଏବଂ ଅନୁକମ୍ପାରେ ରହିବାକୁ ପଡ଼ିଥାଏ । ପ୍ରତିନିଧୂମାନେ ମଧ୍ୟ ସ୍ଵେଚ୍ଛାଚାରୀ ହେବାର ସୁଯୋଗ ପାଆନ୍ତି, ଯାହାସବୁ ଭାରତରେ ରାଜାରାଜୁଡ଼ା ଶାସନ ଥିଲାବେଳେ ପରିଲକ୍ଷିତ ହୋଇଥିଲା । ଯଦିଓ କିଛି ରାଜା ଉତ୍ତମ ମାନବୀୟ ଗୁଣର ଅଧିକାରୀ ହୋଇଥିବାରୁ ଏକ ସୁନ୍ଦରର ପ୍ରଶାସନ ଦେବା ସହିତ ପ୍ରଜାହିତକର କାର୍ଯ୍ୟ କରିଯାଇଛନ୍ତି ।
![]()
Question 2.
ଉପରୋକ୍ତ ଚିତ୍ର (୭.୫)ରେ ବୁଦ୍ଧଙ୍କୁ କିପରି ଚିତ୍ରିତ କରିଯାଇଛି ସେ ବିଷୟରେ ଆଲୋଚନା କର ।
Answer:
ବୁଦ୍ଧଙ୍କର ଉପରୋକ୍ତ ପଥର ଚିତ୍ରକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ବୁଦ୍ଧ ଦଣ୍ଡାୟମାନ ଅବସ୍ଥାରେ ଅଛନ୍ତି ଏବଂ ତାଙ୍କର ଦୁଇପାର୍ଶ୍ଵରେ ଶିଷ୍ୟମାନେ ଠିଆ ହୋଇ ତାଙ୍କଠାରୁ ଧର୍ମଶିକ୍ଷା ଗ୍ରହଣ କରିଛନ୍ତି । ଏହା ପ୍ରାୟ ୧୮୦୦ ବର୍ଷ ପୁରୁଣା ପଥର ଚିତ୍ର ବୋଲି ଐତିହାସିକମାନେ ମତ ଦେଇଛନ୍ତି । ମହାତ୍ମା ବୁଦ୍ଧଙ୍କର ବାଣୀ ମୁଖ୍ୟତଃ ମାନବମାନେ ଅହିଂସା ଆଚରଣ ସହ ନିଜର ଆଭ୍ୟନ୍ତରୀଣ ଶୃଙ୍ଖଳାରେ ନିଷ୍ପାବାନ ହେବା ଉପରେ ପର୍ଯ୍ୟବସିତ ଥିଲା ।
Question 3.
ତୁମେ ଭାରତର କିଛି ରାଜ୍ୟ କିମ୍ବା ଅନ୍ୟ କେତେକ ଦେଶର ନାମ କହିପାରିବ କି ଯେଉଁଠାରେ ବୌଦ୍ଧଧର୍ମ ଆଜିବି ଏକ ପ୍ରମୁଖ ଧର୍ମ ଅଟେ ? ଏଗୁଡ଼ିକୁ ବିଶ୍ଵ ମାନଚିତ୍ରରେ ଚିହ୍ନଟ କରିବାକୁ ଚେଷ୍ଟା କର ।
Answer:
ବୌଦ୍ଧଧର୍ମ ଆଜି ଭାରତର କେତେକ ରାଜ୍ୟରେ ଏକ ମୁଖ୍ୟ ଧର୍ମରୂପେ ତିଷ୍ଠି ରହିଅଛି । ସେହି ରାଜ୍ୟଗୁଡ଼ିକ ହେଲା, ଅରୁଣାଚଳ ପ୍ରଦେଶ, ମିନୋରାମ୍, ନାଗାଲାଣ୍ଡ, ସିକିମ୍, ମହାରାଷ୍ଟ୍ର, ତ୍ରିପୁରା ଏବଂ ଲଦାଖ୍ (କେନ୍ଦ୍ରଶାସିତ ଅଞ୍ଚଳ) । ବୌଦ୍ଧଧର୍ମ ଚାରୋଟି ଦେଶରେ ଦେଶୀୟ ଧର୍ମ ଭାବରେ ବା ସରକାରୀ ଧର୍ମ ଭାବରେ ସ୍ଥାନ ପାଇଛି । ସେହି ଦେଶଗୁଡ଼ିକ ହେଲା, ଭୁଟାନ୍, ଶ୍ରୀଲଙ୍କା, ମିଆଁମାର, କାମ୍ବୋଡ଼ିଆ । ଏତଦ୍ବ୍ୟତୀତ ଥାଇଲାଣ୍ଡ ଓ ଲାଓସ୍ ଭଳି ଦେଶରେ ବୌଦ୍ଧଧର୍ମକୁ ଏକ ସ୍ଵତନ୍ତ୍ର ପ୍ରାଧାନ୍ୟତା ଦିଆଯାଇଛି । ଅନେକ ଦେଶ ମଧ୍ୟ ବୌଦ୍ଧଧର୍ମକୁ ଅନୁସରଣ କରିବା ସହିତ ଏହି ଧର୍ମର ଗୁରୁତ୍ଵକୁ ମଧ୍ୟ ବଜାୟ ରଖୁଛନ୍ତି, ସେହି ଦେଶଗୁଡ଼ିକ ହେଲା, ଚୀନ୍, ଜାପାନ୍, ହଂକଂ ଏବଂ ମଙ୍ଗୋଲିଆ ।
Question 4.
ଉପରୋକ୍ତ ଚିତ୍ରକୁ (ନୂଆଦିଲ୍ଲୀର ଏକ ଜୈନ ମନ୍ଦିର) ନିରୀକ୍ଷଣ କର । ଏଥୁରେ କ’ଣ ବିଶେଷତା ପରିଲକ୍ଷିତ ହେଉଛି ? ଏହା କେଉଁ ବାର୍ତ୍ତା ବହନ କରୁଛି ?
Answer:
ଉପରୋକ୍ତ ଚିତ୍ର ନୂଆଦିଲ୍ଲୀର ଏକ ଜୈନ ମନ୍ଦିର ଅଟେ । ଏଥିରେ ଗୋଟିଏ ସିଂହ ଏବଂ ଗୋଟିଏ ଗାଈ ଗୋଟିଏ ପାତ୍ରରୁ ପାଣି ପିଉଥିବାର ଦୃଶ୍ୟ ପ୍ରଦର୍ଶନ କରାଯାଇଛି । ଏଥୁରୁ ପ୍ରତୀୟମାନ ହେଉଛି ଯେ ଉଭୟ ପଶୁ ପ୍ରାକୃତିକ ଦୃଷ୍ଟିକୋଣରୁ ଜଣେ ଖାଦ୍ୟ ଏବଂ ଆଉ ଜଣେ ଖାଦକ, କିନ୍ତୁ ସେମାନେ କିପରି ଏକତ୍ର ରହୁଛନ୍ତି । ପ୍ରାକୃତିକ ଭାବେ ଶତ୍ରୁ ହେଲେ ବି ଯଦି ସେମାନଙ୍କୁ ଉଚିତ୍ ସତ୍କାର ସହିତ ଅନୁକମ୍ପା ଓ ସମ୍ମାନ ପ୍ରଦାନ କରାଯାଏ, ତେବେ ଧର୍ମୀୟ ଦୃଷ୍ଟିକୋଣରୁ ପଶୁ ହେଲେ ବି ସେମାନଙ୍କ ମଧ୍ୟରେ ବନ୍ଧୁତ୍ଵଭାବ ସୃଷ୍ଟି ହୋଇଥାଏ । ଏହା ଜୈନ ଧର୍ମର ଅହିଂସା ଆଚରଣକୁ ପ୍ରମାଣିତ କରେ ।
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ଭାରତୀୟ ସଂସ୍କୃତିକୁ ଲୋକ ଏବଂ ଆଦିବାସୀ ପରମ୍ପରାର ଦାନ କ’ଣ ?
Answer:
ଭାରତୀୟ ସଂସ୍କୃତିକୁ ଲୋକ ଏବଂ ଆଦିବାସୀ ପରମ୍ପରାର ଦାନ ବାସ୍ତବିକ ଅତୁଳନୀୟ । ପ୍ରଥମତଃ କହିବାକୁ ଗଲେ ଲୋକ ଏବଂ ଆଦିବାସୀ ପରମ୍ପରାଗୁଡ଼ିକ ଭାରତୀୟ ସଂସ୍କୃତିରେ ଐତିହ୍ୟ ବହନ କରିଛି । ସେମାନଙ୍କ ପରମ୍ପରାରେ ସରଳ ବିଶ୍ଵାସ, ମୂଲ୍ୟବୋଧ ଇତ୍ୟାଦି ଭରି ରହିଛି । ଏକ ପ୍ରାକୃତିକ ଜୀବନଶୈଳୀରେ ବଞ୍ଚିବା ସେମାନେ ପୃଥିବୀବାସୀଙ୍କୁ ଶିଖାଇଛନ୍ତି । ଆମ ଦେଶର ବିଶେଷକରି ଓଡ଼ିଶାର ଜଗନ୍ନାଥ ସଂସ୍କୃତି ଏହି ଆଦିବାସୀ ପରମ୍ପରାରୁ ଅଥବା ସଂସ୍କୃତିରୁ ଉତ୍ପନ୍ନ ହୋଇ ଆଜି ସମଗ୍ର ବିଶ୍ଵରେ ପ୍ରସିଦ୍ଧି ଲାଭ କରିଛି ।
Question 2.
ଉପନିଷଦ କହିଲେ କ’ଣ ବୁଝ ଏବଂ ଏହାର ଦୁଇଟି ମୁଖ୍ୟ ଆଧାର ଦର୍ଶାଅ ।
Answer:
ଉପନିଷଦ କହିଲେ ଗୁରୁଙ୍କ ନିକଟରେ ବସି ତାଙ୍କଠାରୁ ନିର୍ଦ୍ଦେଶ ଗ୍ରହଣ କରିବାକୁ ବୁଝାଇଥାଏ । ଏହା ମୁଖ୍ୟତଃ ଦୁଇଟି ଆଧାର ଉପରେ ଗୁରୁତ୍ୱାରୋପ କରିଥାଏ । ପ୍ରଥମଟି ହେଲା ବ୍ରହ୍ମ ଏବଂ ଦ୍ଵିତୀୟ ହେଲା- ଆସନ । ବ୍ରହ୍ମ କହିଲେ ଏହା ଶେଷ ସତ୍ୟ ଯାହା ସମସ୍ତ ପ୍ରାଣୀ ଓ ଜୀବଜଗତର ଅବସ୍ଥିତିର ଉତ୍ସକୁ ବୁଝାଏ । ଏହା ମଧ୍ୟ ଅସୀମ, ନିରାକାର ଏବଂ ଅବୋଧ । ସେହିପରି ଆସନ ବ୍ରହ୍ମଦ୍ଵାରା ମୋକ୍ଷ ହୋଇ ମୁକ୍ତ ହୋଇଯାଏ ।
Question 3.
ବୈଦିକ ସମାଜ କିପରି ସଂଗଠିତ ହୋଇଥିଲା ଏବଂ ସେଗୁଡ଼ିକ କିପରି ଶାସିତ ହେଉଥିଲା ?
Answer:
ଆଦିବୈଦିକ ସମାଜ ବିଭିନ୍ନ ‘ଜନ’ରେ ଗଢ଼ି ଉଠିଥିଲା । ଋଗ୍ବେଦରେ ପ୍ରାୟ ୩୦ରୁ ଉର୍ଦ୍ଧ୍ଵ ଜନକୁ ତାଲିକାଭୁକ୍ତ କରାଯାଇଛି । ଉଦାହରଣ ସ୍ଵରୂପ, ଭାରତ, କୁରୁ, ପୁରୁଷ କୁରୁ ଇତ୍ୟାଦି । ପ୍ରତ୍ୟେକ ଜନ ଭାରତର ଉତ୍ତର ପଶ୍ଚିମ ଅଂଶରେ ବିଶେଷକରି ଗଢ଼ି ଉଠିଥିଲା । ଜନଗୁଡ଼ିକ ସମ୍ଭବତଃ ରାଜାମାନଙ୍କଦ୍ୱାରା ଶାସିତ ହେଉଥିଲା । ରାଜାଙ୍କର ମୁଖ୍ୟ କାର୍ଯ୍ୟ ଥୁଲା ତାଙ୍କର ପ୍ରଜାମାନଙ୍କୁ ଶତ୍ରୁଠାରୁ ସୁରକ୍ଷା ଦେବା ସହ ଅନ୍ୟାନ୍ୟ ପ୍ରଜାହିତକର କାର୍ଯ୍ୟ କରିବା । ଉକ୍ତ କାର୍ଯ୍ୟରେ ରାଜାଙ୍କୁ ସହାୟତା କରିବାପାଇଁ ସଭା, ସମିତି ନାମକ ଦୁଇଟି ସଦନ ଥିଲା । ସଭା କେତେକ ବରିଷ୍ଠ ସଦସ୍ୟଙ୍କୁ ନେଇ ସଭା ଗଢ଼ା ହୋଇଥିଲାବେଳେ ସମିତିରେ ସମୁଦାୟ ସମ୍ପ୍ରଦାୟର ଜନସାଧାରଣ ସାମିଲ ହେଉଥିଲେ ।
Question 4.
ବୈଦିକ ମନ୍ତ୍ରଗୁଡ଼ିକ କିଏ ରଚନା କରିଥିଲେ ଏବଂ ସେଗୁଡ଼ିକ କାହାକୁ ସମ୍ବୋଧନ କରି ଲେଖାଯାଇଥିଲା ?
Answer:
ବୈଦିକ ମନ୍ତ୍ରଗୁଡ଼ିକ ଋଷି ଏବଂ ଋଷିକାମାନଙ୍କଦ୍ୱାରା ସଂସ୍କୃତରେ ରଚନା କରାଯାଇଥିଲା । ସେଗୁଡ଼ିକ ସଙ୍ଗୀତ ଆକାରରେ ବିଭିନ୍ନ ଦେବଦେବୀଙ୍କୁ ସେମାନଙ୍କ ଆରାଧନା ପାଇଁ ସମ୍ବୋଧନ କରାଯାଇଥିଲା । ଏହି ଦେବଦେବୀଗୁଡ଼ିକ ମଧ୍ୟରେ ଇନ୍ଦ୍ର, ବରୁଣ, ସରସ୍ଵତୀ ଏବଂ ଅଗ୍ନି ଇତ୍ୟାଦି ପ୍ରମୁଖ ଥିଲେ । ଏହି ଦେବଦେବୀଗୁଡ଼ିକ ପ୍ରକୃତିର ଶକ୍ତିର ପ୍ରତୀକ ଥିଲେ । ଉଦାହରଣ ସ୍ୱରୂପ ଇନ୍ଦ୍ରଙ୍କୁ ବର୍ଷା ଦେବତା, ଅଗ୍ନିଙ୍କୁ ନିଆଁର ଦେବତା କୁହାଯାଉଥିଲା । ପୁନଶ୍ଚ ବିଶ୍ଵାସ କରାଯାଉଥିଲା ଯେ ସମସ୍ତ ଦେବଦେବୀ ଏକ ଏବଂ ଅଭିନ୍ନ । ସୁତରାଂ ପୂଜାବିଧ୍ ସମୟରେ ବିଭିନ୍ନ ସ୍ତତିଦ୍ୱାରା ସବୁ ଦେବଦେବୀଙ୍କୁ ସନ୍ତୁଷ୍ଟ କରିବାପାଇଁ ପ୍ରୟାସ କରାଯାଉଥିଲା ।
ନିମ୍ନଲିଖତ ମଧ୍ୟରୁ ସଠିକ୍ ଉତ୍ତର ବାଛି ଲେଖ ।
Question 1.
ପ୍ରାଗ୍ ବୈଦିକ ସମାଜର ମୂଳ ଆଧାର କ’ଣ ଥିଲା ?
(କ) ବିଦ୍ୟାଳୟ
(ଖ) ପରିବାର
(ଗ) ମନ୍ଦିର
(ଘ) ବଜାର
Answer:
(ଖ) ପରିବାର
Question 2.
ବୈଦିକ ସଭ୍ୟତାର ମୂଳ ଉପାଦାନ କ’ଣ ଥିଲା ?
(କ) ଗୀତା
(ଖ) ଭାଗବତ
(ଗ) ପୁରାଣ
(ଘ) ବେଦ
Answer:
(ଘ) ବେଦ
Question 3.
ବୈଦିକ ମନ୍ତ୍ରଗୁଡ଼ିକ କେଉଁ ଭାଷାରେ ପ୍ରାରମ୍ଭିକ ରୂପରେ ଋଷି ଏବଂ ଋଷିବାଙ୍କଦ୍ୱାରା ରଚନା କରାଯାଇଥିଲା ?
(କ) ହିନ୍ଦୀ
(ଖ) ସଂସ୍କୃତ
(ଗ) ଓଡ଼ିଆ
(ଘ) ଇଂରାଜୀ
Answer:
(ଖ) ସଂସ୍କୃତ
Question 4.
ସର୍ବପ୍ରାଚୀନ ବେଦର ନାମ କ’ଣ ?
(କ) ଋଗ୍ଵେଦ
(ଖ) ସାମ୍ବବେଦ
(ଗ) ଯଜୁର୍ବେଦ
(ଘ) ଅଥର୍ବ ବେଦ
Answer:
(କ) ଋଗ୍ଵେଦ
Question 5.
ଗୌତମ ବୁଦ୍ଧ କେଉଁ ଧର୍ମର ପ୍ରତିଷ୍ଠାତା ଥିଲେ ?
(କ) ଜୈନଧର୍ମ
(ଖ) ବୌଦ୍ଧଧର୍ମ
(ଗ) ହିନ୍ଦୁଧର୍ମ
(ଘ) ଶିଙ୍ଖଧର୍ମ
Answer:
(ଖ) ବୌଦ୍ଧଧର୍ମ
Question 6.
କେଉଁ ଧର୍ମରେ ପ୍ରଥମେ ମଠ ବ୍ୟବସ୍ଥାର ପ୍ରଚଳନ ଆରମ୍ଭ ହୋଇଥିଲା ?
(କ) ହିନ୍ଦୁଧର୍ମ
(ଖ) ଜୈନଧର୍ମ
(ଗ) ବୌଦ୍ଧଧର୍ମ
(ଘ) ଶିଖଧର୍ମ
Answer:
(ଗ) ବୌଦ୍ଧଧର୍ମ
![]()
Question 7.
ନିମ୍ନୋକ୍ତଙ୍କ ମଧ୍ୟରୁ କିଏ ଲୁମ୍ବିନୀ ଉଦ୍ୟାନରେ ଜନ୍ମଗ୍ରହଣ କରିଥିଲେ ?
(କ) ବର୍ଷମାନ
(ଖ) ନଚିକେତା
(ଗ) ଗୌତମ ବୁଦ୍ଧ
(ଘ) କେହି ନୁହେଁ
Answer:
(ଗ) ଗୌତମ ବୁଦ୍ଧ
Question 8.
କେଉଁ ନଦୀ କୂଳରେ ମହାବୀର ସର୍ବଶ୍ରେଷ୍ଠ ଆଧ୍ୟାମ୍ବିକ ଜ୍ଞାନଲାଭ କରିଥିଲେ ?
(କ) ରଜ୍ଜୁପାଳିକା
(ଖ) ଋଷିକୁଲ୍ୟା
(ଗ) ଗଙ୍ଗା
(ଘ) ଗୋଦାବରୀ
Answer:
(କ) ରଜ୍ଜୁପାଳିକା
Question 9.
ବୁଦ୍ଧଦେବ କେଉଁ ଗଛ ତଳେ ଦିବ୍ୟଜ୍ଞାନ ଲାଭ କରିଥିଲେ ?
(କ) ବର
(ଖ) ପିପ୍ପଳ
(ଗ) ଆମ୍ବ
(ଘ) ପଣସ
Answer:
(ଖ) ପିପ୍ପଳ
Question 10.
ନିମ୍ନୋକ୍ତ କେଉଁ ଶତାବ୍ଦୀରେ ବର୍ଦ୍ଧମାନ ମହାବୀର ଜନ୍ମଗ୍ରହଣ କରିଥିଲେ ?
(କ) ଖ୍ରୀ.ପୂ. ତୃତୀୟ ଶତାବ୍ଦୀ
(ଖ) ଖ୍ରୀ.ପୂ. ଚତୁର୍ଥ ଶତାବ୍ଦୀ
(ଗ) ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀ
(ଘ) ଖ୍ରୀ.ପୂ. ନବମ ଶତାବ୍ଦୀ
Answer:
(ଗ) ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀ
Question 11.
କେଉଁ ସମ୍ପ୍ରଦାୟକୁ ଲୋକାୟତ ମଧ୍ୟ କୁହାଯାଏ ?
(କ) ଚାର୍ବାକ୍ ସମ୍ପ୍ରଦାୟ
(ଖ) ଜୈନ ସମ୍ପ୍ରଦାୟ
(ଗ) ଶିଖ୍ ସମ୍ପ୍ରଦାୟ
(ଘ) ହିନ୍ଦୁ ସମ୍ପ୍ରଦାୟ
Answer:
(କ) ଚାର୍ବାକ୍ ସମ୍ପ୍ରଦାୟ
Question 12.
ବୋଧଗୟା ଆଜି କେଉଁଠାରେ ଅବସ୍ଥିତ ?
(କ) ଓଡ଼ିଶା
(ଖ) ବିହାର
(ଗ) ରାଜସ୍ଥାନ
(ଘ) ପଞ୍ଜାବ
Answer:
(ଖ) ବିହାର
Question 13.
ବିପ୍ଳବୀ ଧରଣୀଧର ନାୟକ ଓଡ଼ିଶାର କେଉଁ ଅଞ୍ଚଳର ଜଣେ ସାହସୀ ଆଦିବାସୀ ନେତା ଥିଲେ ?
(କ) କେଉଁଝର
(ଖ) ସୁନ୍ଦରଗଡ଼
(ଗ) ମୟୂରଭଞ୍ଜ
(ଘ) ବଲାଙ୍ଗୀର
Answer:
(ଖ) ସୁନ୍ଦରଗଡ଼
ଶୂନ୍ୟସ୍ଥାନ ପୂରଣ କର ।
Question 1.
ବହୁତ ଚିନ୍ତାଧାରାକୁ ___________ ଉତ୍ଥାପନ କରିଥିଲେ ।
Answer:
ବେଦ
Question 2.
ଶ୍ଵେତକେତୁଙ୍କର ଗଳ୍ପ __________ ଉପନିଷଦରେ ପଢ଼ିବାକୁ ମିଳେ ।
Answer:
ଛାନ୍ଦୋଗ୍ୟ
Question 3.
______ ବାସ୍ତବରେ ଜଣେ ଆଦିବାସୀ ଦେବତା ଥିଲେ ।
Answer:
ଜଗନ୍ନାଥ
Question 4.
ମୁଣ୍ଡା ଓ ସାନ୍ତାଳ ଅଧିବାସୀମାନେ _____________ ଙ୍କୁ ପୂଜା କରନ୍ତି ।
Answer:
ସିଗ୍ଙ୍ଗା
![]()
Question 5.
___________ ଜଣେ ଭାରତୀୟ ସମାଜବିଜ୍ଞାନୀ ଥିଲେ ।
Answer:
ଆନ୍ଦ୍ର ବେଟେଲ୍
Question 6.
ବୈଦିକ ଧାରଣା ଉପରେ ରଚିତ ____________ ଗ୍ରନ୍ଥରୁ ପୁନର୍ଜନ୍ମ ଏବଂ କର୍ମ ବିଷୟରେ ଆମକୁ ଜାଣିବାକୁ ପଡ଼ିଥାଏ ।
Answer:
ଉପନିଷଦ
Question 7.
ଜୈନ ଶବ୍ଦ ______________ ଶବ୍ଦରୁ ଆସିଅଛି ।
Answer:
ଜିନ୍
Question 8.
କଳିଙ୍ଗର ସମ୍ରାଟ _______________ ଥିଲେ ଜୈନଧର୍ମର ପୃଷ୍ଠପୋଷକ ।
Answer:
ଖାରବେଳ
Question 9.
ଭୁବନେଶ୍ଵର ନିକଟସ୍ଥ ଉଦୟଗିରି ପାହାଡ଼ରେ ଖୋଦିତ _________ ଶିଳାଲେଖରୁ ସମ୍ରାଟ ଖାରବେଳଙ୍କ ରାଜତ୍ଵ ବିଷୟରେ ଜାଣିବାକୁ ମିଳିଥାଏ ।
Answer:
ହାତୀଗୁମ୍ଫା
Question 10.
ଜୈନମାନେ _________ ଭାଷାରେ ତାଙ୍କର ଧର୍ମପ୍ରଚାର କରୁଥିଲେ ।
Answer:
ପ୍ରାକୃତ
Question 11.
ବର୍ତମାନ ମହାବୀର ଜୈନଧର୍ମର ___________ ତମ ତୀର୍ଥଙ୍କର ଥିଲେ ।
Answer:
୨୪
Question 12.
ଡଙ୍ଗରିଆମାନେ _______________ ପର୍ବତକୁ ଦେବତା ବା ରକ୍ଷାକର୍ତ୍ତା ଭାବରେ ଗ୍ରହଣ କରିଛନ୍ତି ।
Answer:
ନିୟମଗିରି
Question 13.
ମକର ସଂକ୍ରାନ୍ତିକୁ ଉତ୍ତର ପୂର୍ବ ଓଡ଼ିଶାରେ ___________ ପର୍ବ ଭାବରେ ପାଳନ କରାଯାଏ ।
Answer:
ଟୁସୁ
Question 14.
_________ ସମ୍ପ୍ରଦାୟର ମହିଳାମାନେ ଟୁସୁ ପର୍ବକୁ ପାଳନ କରିଥା’ନ୍ତି ।
Answer:
କୁଡୁମି
ଗୋଟିଏ ଶବ୍ଦରେ ଉତ୍ତର ଦିଅ ।
Question 1.
ବେଦ ଶବ୍ଦଟି କେଉଁ ସଂସ୍କୃତ ଶବ୍ଦରୁ ଆନୀତ ?
Answer:
ବିଦ୍
![]()
Question 2.
ଜିନ୍ ଶବ୍ଦର ଅର୍ଥ କ’ଣ ?
Answer:
ବିଜେତା
Question 3.
ବିପ୍ଳବୀ ଧରଣୀଧର ନାୟକ ଓଡ଼ିଶାର କେଉଁ ଅଞ୍ଚଳର ଜଣେ ସାହସୀ ଯୁବକ ଥିଲେ ?
Answer:
କେଉଁଝର
Question 4.
ଧରଣୀଧର ଜଣେ ବିପ୍ଳବୀ ଭାବରେ କାହା ବିରୁଦ୍ଧରେ ବିଦ୍ରୋହ କରିଥିଲେ ?
Answer:
ବ୍ରିଟିଶ୍
Question 5.
ମକର ପର୍ବ ମୁଖ୍ୟତଃ କେଉଁମାନଙ୍କର ପର୍ବ ଅଟେ ?
Answer:
ଆଦିବାସୀ
Question 6.
ମକର ସଂକ୍ରାନ୍ତିକୁ ଉତ୍ତର-ପୂର୍ବ ଓଡ଼ିଶାରେ କେଉଁ ପର୍ବ ଭାବରେ ପାଳନ କରାଯାଏ ?
Answer:
ଟୁସୁ
Question 7.
ଜୈନଧର୍ମର ପ୍ରତିଷ୍ଠାତା ମହାବୀରଙ୍କର ବାଲ୍ୟନାମ କ’ଣ ଥିଲା ?
Answer:
ବର୍ଦ୍ଧମାନ
Question 8.
ବର୍ତ୍ତମାନ ମହାବୀର କେବେ କେଉଁଠାରେ ଜନ୍ମଗ୍ରହଣ କରିଥିଲେ ?
Answer:
ଖ୍ରୀ.ପୂ. ୫୪୦ରେ ବୈଶାଳୀ ନିକଟବର୍ତ୍ତୀ କୁନ୍ଦଗ୍ରାମରେ
Question 9.
ଦିବ୍ୟଜ୍ଞାନ ପରେ ବର୍ତ୍ତମାନ କେଉଁ ନାମରେ ପରିଚିତ ହେଲେ ?
Answer:
ମହାବୀର
Question 10.
ଡ଼ୋନିପୋଲୋ କିଏ ?
Answer:
ଅରୁଣାଚଳ ପ୍ରଦେଶର ଜନଜାତିଙ୍କ ଦେବତା ସୂର୍ଯ୍ୟଙ୍କର ଏକ ମିଳିତ ରୂପ
Question 11.
ଖାରବେଳ କେଉଁ ଧର୍ମର ପୃଷ୍ଠପୋଷକତା କରିଥିଲେ ?
Answer:
ଜୈନ
Question 12.
ଓଡ଼ିଶାରେ କେତୋଟି ଜନଜାତି ଅଛନ୍ତି ?
Answer:
୬୪
Question 13.
ପ୍ରସିଦ୍ଧ ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା କେଉଁଠାରେ ଅବସ୍ଥିତ ?
Answer:
ଭୁବନେଶ୍ଵର
Question 14.
ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାଗୁଡ଼ିକ କେଉଁ ଧର୍ମର ଗୁରୁତ୍ଵ ବହନ କରିଥା’ନ୍ତି ?
Answer:
ଜୈନ
Question 15.
ଊନବିଂଶ ଶତାବ୍ଦୀରେ କିଏ ଉଦୟଗିରି ଖଣ୍ଡଗିରି ଗୁମ୍ଫାଗୁଡ଼ିକୁ ଆବିଷ୍କାର କରିଥିଲେ ?
Answer:
ଆଣ୍ଠୁ ଷ୍ଟଲିଂ
ଭୁଲ୍ ଥିଲେ ଠିକ୍ କର ।
Question 1.
ବେଦ ୨ ପ୍ରକାରର ଅଟେ ।
Answer:
ଭୁଲ୍ : ବେଦ ଚାରିପ୍ରକାରର ଅଟେ ।
Question 2.
ପୁନର୍ଜନ୍ମ ବିଷୟରେ ଆମକୁ ମହାଭାରତରୁ ଜାଣିବାକୁ ମିଳିଥାଏ ।
Answer:
ଭୁଲ୍ : ପୁନର୍ଜନ୍ମ ବିଷୟରେ ଆମକୁ ଉପନିଷଦରୁ ଜାଣିବାକୁ ମିଳିଥାଏ ।
Question 3.
ଗୌତମ ବୁଦ୍ଧ ବରଗଛ ତଳେ ଦିବ୍ୟଜ୍ଞାନ ପ୍ରାପ୍ତ ହୋଇଥିଲେ ।
Answer:
ଭୁଲ୍ : ଗୌତମ ବୁଦ୍ଧ ଅଶ୍ଵତ୍ଥ ଗଛ ତଳେ ଦିବ୍ୟଜ୍ଞାନ ପ୍ରାପ୍ତ ହୋଇଥିଲେ ।
Question 4.
ମହାବୀର ସଂଘ ପ୍ରତିଷ୍ଠା କରିଥିଲେ ।
Answer:
ଭୁଲ୍ : ବୁଦ୍ଧଦେବ ସଂଘ ପ୍ରତିଷ୍ଠା କରିଥିଲେ
Question 5.
ରୋହିଣେୟ ଜଣେ ସନ୍ନ୍ୟାସୀ ଥିଲେ ।
Answer:
ଭୁଲ୍ : ରୋହିଣେୟ ଜଣେ ଚୋର ଥିଲା ।
Question 6.
ଓଡ଼ିଶାରେ ଏଲୋରା ଗୁମ୍ଫା ଅବସ୍ଥିତ ।
Answer:
ଭୁଲ୍ : ମହାରାଷ୍ଟ୍ରରେ ଏଲୋରା ଗୁମ୍ଫା ଅବସ୍ଥିତ ।
Question 7.
ସମ୍ରାଟ ଖାରବେଳ ବୌଦ୍ଧଧର୍ମାବଲମ୍ବୀ ଥିଲେ ।
Answer:
ଭୁଲ୍ : ସମ୍ରାଟ ଖାରବେଳ ଜୈନଧର୍ମାବଲମ୍ବୀ ଥିଲେ ।
![]()
Question 8.
ଖଣ୍ଡଗିରି ଗୁମ୍ଫା ଯାଜପୁରରେ ଅବସ୍ଥିତ ।
Answer:
ଭୁଲ୍ : ଖଣ୍ଡଗିରି ଗୁମ୍ଫା ଭୁବନେଶ୍ଵରରେ ଅବସ୍ଥିତ ।
‘କ’ ସ୍ତମ୍ଭ ସହ ‘ଖ’ ସ୍ତମ୍ଭ ମିଳାଅ ।
Question 1.
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ବେଦ | ଶ୍ଵେତକେତୁ |
| ଜୈନଧର୍ମ | ବୃହଦାରଣ୍ୟକ ଉପନିଷଦ |
| ବୌଦ୍ଧଧର୍ମ | ଖାରବେଳ |
| ଋଷି ଉଦ୍ଦାଳକ | ବିହାର |
| ଗାର୍ଗୀ | ଗୌତମ ବୁଦ୍ଧ |
| ବୋଧଗୟା | ମହର୍ଷି ବ୍ୟାସଦେବ |
Answer:
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ବେଦ | ମହର୍ଷି ବ୍ୟାସଦେବ |
| ଜୈନଧର୍ମ | ଖାରବେଳ |
| ବୌଦ୍ଧଧର୍ମ | ଗୌତମ ବୁଦ୍ଧ |
| ଋଷି ଉଦ୍ଦାଳକ | ଶ୍ଵେତକେତୁ |
| ଗାର୍ଗୀ | ବୃହଦାରଣ୍ୟକ ଉପନିଷଦ |
| ବୋଧଗୟା | ବିହାର |