Go through BSE Odisha Class 7 Social Science Notes Odia Medium Chapter 1 ଭାରତର ଭୌଗୋଳିକ ବିବିଧତା to understand important topics more clearly.
7th Class Social Science Chapter 1 Notes Odia Medium
BSE Odisha Class 7 Social Science Chapter 1 Notes Odia Medium
‘‘ଆମ ପାଇଁ ଆମ ଦେଶ (ଭାରତ) ଭୌଗୋଳିକ ଦୃଷ୍ଟିକୋଣରୁ ଅନ୍ୟଦେଶମାନଙ୍କଠାରୁ ପୃଥକ୍ ଏବଂ ତାହାହିଁ ଭାରତକୁ ଏକ ନିର୍ଦ୍ଦିଷ୍ଟ ଜାତୀୟ ପରିଚୟ ପ୍ରଦାନ କରିଛି ।’’
ଶ୍ରୀ ଅରବିନ୍ଦ
ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ
ଭାରତ ପୃଥିବୀର ସପ୍ତମ ବୃହତ୍ତମ ଦେଶ ଏବଂ ଏସିଆ ମହାଦେଶର ଏକ ଅଂଶ । ପାକିସ୍ତାନ, ବଙ୍ଗଳାଦେଶ, ନେପାଳ, ଭୂଟାନ୍, ଶ୍ରୀଲଙ୍କା ଏବଂ ମିଆଁମାର ଭାରତର ପଡୋଶୀ ଦେଶ ଓ ଏହି ଦେଶଗୁଡ଼ିକ ସହ ଭାରତ ଏକ ସ୍ଵତନ୍ତ୍ର ସୁସଙ୍ଗଠିତ ଭୂଖଣ୍ଡ ଗଠନ କରେ, ଯାହାକୁ ଭାରତୀୟ ଉପମହାଦେଶ କୁହାଯାଏ ।
ଆଲୋଚନା ଦୃଷ୍ଟିରୁ ଭାରତକୁ ପାଞ୍ଚଗୋଟି ଭାଗରେ ବିଭକ୍ତ କରାଯାଏ ଯଥା- (୧) ଉତ୍ତରସ୍ଥ ବୃହତ୍ ପର୍ବତମାଳା, (୨) ଗଙ୍ଗା ଓ ସିନ୍ଧୁ ବିଶାଳ ସମତଳ ଅଞ୍ଚଳ, (୩) ମରୁଭୂମି ଅଞ୍ଚଳ, (୪) ଦାକ୍ଷିଣାତ୍ୟ ମାଳଭୂମି, (୫) ଦ୍ଵୀପପୁଞ୍ଜ ।
ଭାରତର ଉତ୍ତରରେ ହିମାଳୟ ପର୍ବତମାଳା ଏକ ପ୍ରାକୃତିକ ପ୍ରତିବନ୍ଧକ ରୂପେ ରହିଅଛି । ପଶ୍ଚିମ ଭୂଭାଗରେ ଥର୍ ମରୁଭୂମି ଏବଂ ଜଳଭାଗ ରୂପେ ଆରବ ସାଗର ଏହାର ପଶ୍ଚିମ ସୀମା ନିର୍ଦ୍ଧାରଣ କରୁଛି । ଦକ୍ଷିଣରେ ଭାରତ ମହାସାଗର ଏବଂ ପୂର୍ବରେ ବଙ୍ଗୋପସାଗର ଏହାର ପ୍ରାକୃତିକ ସୀମା ନିର୍ଦ୍ଧାରଣ କରୁଛି, ଏହି ଭୌଗୋଳିକ ବୈଶିଷ୍ଟ୍ୟଗୁଡ଼ିକ ଭାରତକୁ ଏସିଆର ଅନ୍ୟାନ୍ୟ ଅଞ୍ଚଳଠାରୁ ପୃଥକ୍ କରୁଛି । ଫଳତଃ ଭାରତର ଜଳବାୟୁ, ସଂସ୍କୃତି ଏବଂ ଇତିହାସ ଏକ ସ୍ଵତନ୍ତ୍ରତା ବହନ କରୁଛି ।
ମାନଚିତ୍ରରେ ବ୍ୟବହୃତ ରଙ୍ଗ ଆମକୁ ଭାରତର ଭୌଗୋଳିକ ବିବିଧତା ସମ୍ବନ୍ଧରେ ସୂଚନା ଦେଇଥାଏ । ଏଥିରେ ପ୍ରଦତ୍ତ ବିଭିନ୍ନ ରଙ୍ଗ ଭିନ୍ନ ଭିନ୍ନ ଉଚ୍ଚତାକୁ ଦର୍ଶାଇଥାଏ ।
ହିମାଳୟ ପର୍ବତମାଳା :
ଗ୍ରୀଷ୍ମ ଋତୁରେ ହି ମାଳୟ ପର୍ବତମାଳାରେ ତରଳୁଥିବା ବରଫ ଗଙ୍ଗା, ବ୍ରହ୍ମପୁତ୍ର, ସିନ୍ଧୁ ଆଦି ପ୍ରମୁଖ ନଦୀଗୁଡ଼ିକୁ ଜଳ ଯୋଗାଇଥାଏ । ଏହି ନଦୀ ଓ ସେମାନଙ୍କୁ ଉପନଦୀଗୁଡ଼ିକ କୋଟି କୋଟି ଜନସାଧାରଣଙ୍କୁ ପାନୀୟ ଜଳ, କୃଷି କ ଳ କ । ର ଖାନ । କୁ ଜଳ ଯୋଗାଇଥାଏ । ସେଥିପାଇଁ ହିମାଳୟକୁ ‘ଏସିଆର ଜଳଦୁର୍ଗ’’ (Water Tower of Asia) ଆଖ୍ୟା ଦିଆଯାଇଛି ।

ଭାରତୀୟ ସଂସ୍କୃତିରେ ପର୍ବତଗୁଡ଼ିକୁ ପବିତ୍ର ବୋଲି ବିବେଚନା କରାଯାଏ । ସେଥିପାଇଁ ସେଠାରେ ଅନେକ ମଠ, ମନ୍ଦିରମା ଗଢ଼ିଉଠିଛି ।
ହିମାଳୟ ସୃଷ୍ଟି : ‘ଏକ କୌତୁହଳପ୍ରଦ କାହାଣୀ’’
ନିୟୁତ ନିୟୁତ ବର୍ଷ ପୂର୍ବେ ଭାରତ ଗଣ୍ଡୱାନାଲାଣ୍ଡ ନାମକ ଏକ ବିଶାଳ ଭୂଭାଗର ଏକ ଅଂଶ ଥିଲା । ଏହା ଆଫ୍ରିକା ମହାଦେଶର ପଡ଼ୋଣୀ ଥିଲା ।


ପରବର୍ତୀ ସମୟରେ ଭାରତ ମୁଖ୍ୟ ଭାଗରୁ ବିଚ୍ଛିନ୍ନ ହେଲା ଏବଂ ଧୀରେ ଧୀରେ ଉତ୍ତର ଦିଗକୁ ଅଗ୍ରସର ହେଲା । ପ୍ରାୟ ୫୦ ନିୟୁତ ବର୍ଷ ପୂର୍ବେ ଏହା ୟୁରେସିଆ (ୟୁରୋପ, ଏସିଆ) ଭୂଭାଗର ନିକଟବର୍ତ୍ତୀ ହେଲା ଏବଂ ଏହାସହ ଧକ୍କା ଖାଇଲା, ୟୁରେସିଆ ଭୂଭାଗକୁ ଠେଲିବା ଯୋଗୁଁ ତତ୍ ମଧ୍ୟସ୍ଥ ସ୍ଥଳଭାଗ କୁଞ୍ଚ ହୋଇ ଊର୍ଦ୍ଧ୍ୱଗାମୀ ହୋଇ ହିମାଳୟ ପର୍ବତ ସୃଷ୍ଟି ହେଲା ।
ଭାରତ ବର୍ତ୍ତମାନ ମଧ୍ଯ ଧୀରେ ଧୀରେ ଉତ୍ତରସ୍ଥ ଏସିଆ ଦିଗରେ ଅଗ୍ରସର ହେଉଛି । ଏହାର ଚଳନ ବାର୍ଷିକ ପ୍ରାୟ ପାଞ୍ଚ ସେଣ୍ଟିମିଟର ହାରରେ ହୋଇଥାଏ । ଏହା ଆମ କେଶର ବୃଦ୍ଧି ହାରଠାରୁ ମଧ୍ୟ କମ୍ ।
ହିମାଳୟର ଉଚ୍ଚତା ଏବେ ମଧ୍ୟ ବୃଦ୍ଧି ପାଉଛି । ଏହି ବୃଦ୍ଧିହାର ଅତ୍ୟନ୍ତ ନଗନ୍ୟ ଏବଂ ବର୍ଷକୁ ପ୍ରାୟ ପାଞ୍ଚ ମିଲିମିଟର, ତେବେ ଏକ ନିୟୁତ ବର୍ଷରେ ଏହାର ଉଚ୍ଚତା ୫ ମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇବ ।
ହିମାଳୟ ଶବ୍ଦଟି ଦୁଇଟି ସଂସ୍କୃତ ଶବ୍ଦରୁ ଉଦ୍ଧୃତ – ହିମ + ଆଳୟ । ହିମ କହିଲେ ବରଫ ଓ ଆଳୟ ଅର୍ଥ ଘର । ତେଣୁ ହିମାଳୟର ପ୍ରକୃତ ଅର୍ଥ ‘ବରଫର ଘର’’।
ହିମାଳୟର ପର୍ବତମାଳାକୁ ମୂଖ୍ୟତଃ ତିନିଗୋଟି ପର୍ବତଶ୍ରେଣୀରେ ବିଭକ୍ତ କରାଯାଇଛି, ଯଥା- ହିମାଦ୍ରୀ, ହିମାଚଳ, ସିଲିକ୍ ।
ହିମାଦ୍ରୀ : ହିମାଦ୍ରୀ (ବୃହତ୍ ହିମାଳୟ) ହେଉଛି ହିମାଳୟର ସର୍ବୋଚ୍ଚ ଏବଂ ଦୁର୍ଗମ ଅଂଶ । ଏଠାରେ ଜୀବନ ଦୁର୍ବିସହ ହୋଇଥିବାରୁ କୌଣସି ଜନବସତି ଦେଖାଯାଏ ନାହିଁ । ଏଠାରେ ମାଉଣ୍ଟ ଏଭେରେଷ୍ଟ, କାଞ୍ଚନଜଙ୍ଗା ଗିରିଶୃଙ୍ଗ ଭଳି ଅନେକ ଗିରିଶୃଙ୍ଗ ଅଛି ।
![]()
ହିମାଚଳ : ହିମାଚଳ (ମଧ୍ଯ ହିମାଳୟ) ସର୍ବୋଚ୍ଚ ହିମାଳୟର ଦକ୍ଷିଣରେ ଅବସ୍ଥିତ । ଏହି ସ୍ଥାନ ଜନବସତିପାଇଁ ଅନୁକୂଳ ଅଟେ । ଏଠାରେ ନୈନିତାଲ୍, ଦାର୍ଜିଲିଂ, ସିମଳା, ମସୌରୀ ଆଦି ଶୈଳଦିବାସ ଦେଖିବାକୁ ମିଳେ ।
ସିଓ୍ୱାଲିକ୍ : ସିୱାଲିକ୍ (ବାହ୍ୟ ହିମାଳୟ) ହିମାଳୟ ପର୍ବତମାଳାର ଦକ୍ଷିଣ ଭାଗରେ ଅବସ୍ଥିତ । ଏହି ଅଞ୍ଚଳଟି ହିମାଳୟ ଓ ଗାଙ୍ଗେୟ ଅଞ୍ଚଳର ମଧ୍ୟସ୍ଥ ଅଞ୍ଚଳ । ଏହାର ପାଦଦେଶ ବନ୍ୟପ୍ରାଣୀ ସମୃଦ୍ଧ ।
ପଶ୍ଚିମ ହିମାଳୟ ଅଞ୍ଚଳରେ ପାରମ୍ପରିକ ପଦ୍ଧତିରେ ନିର୍ମିତ ଘରଗୁଡ଼ିକୁ ‘‘କାଠ- କୁନି’’ କିମ୍ବା ଧାଜି – ଦେଓ୍ୱାରୀ’’ କୁହାଯାଏ । ଏଥିରେ ସ୍ଥାନୀୟ ଭାବେ ମିଳୁଥୁବା ପଥର ଓ କାଠ ବ୍ୟବହୃତ ହୋଇଥାଏ । ଏହାର ସ୍ୱତନ୍ତ୍ର ନିର୍ମାଣ ଶୈଳୀ ଘରକୁ ଉଷ୍ଣ ରଖୁବା ସଙ୍ଗେ ସଙ୍ଗେ ଏହାକୁ ମୃଦୁ ଭୂମିକମ୍ପ ଜନିତ କ୍ଷୟକ୍ଷତିରୁ ରକ୍ଷା କରିଥାଏ ।



ହିମାଳୟ ପ୍ରଦେଶ ଅନ୍ତର୍ଗତ ବୃହତ୍ ହିମାଳୟସ୍ଥ ଜାତୀୟ ଉଦ୍ୟାନରେ ବହୁ ପ୍ରକାରର ଉଭିଦ, ପ୍ରାଣୀ ଓ ଜୀବଜନ୍ତୁ ରହିଛି । ୟୁନେସ୍କୋଦ୍ଵାରା ଏହା ବିଶ୍ଵ ଐତିହ୍ୟ ସ୍ଥଳୀର ମାନ୍ୟତା ପାଇଛି । ଏହି ଉଦ୍ୟାନର ଜୈବ ବିବିଧତାକୁ ସରକାର ତଥା ଉଦ୍ୟାନ ପରିସରରେ ରହୁଥିବା ଗ୍ରାମବାସୀମାନଙ୍କ ଦ୍ୱାରା ସଂରକ୍ଷଣ କରାଯାଉଛି ।
ଭାରତର ଶୀତଳ ମରୁଭମି :
ଆମ ଦେଶରେ ଥିବା ଶୀତଳ ମରୁଭୂମିଟି ‘ଲଦାଖ’ ଅଟେ । ଏଠାରେ ଶୀତଦିନେ ସର୍ବନିମ୍ନ ତାପମାତ୍ରା –୩୦° ସେଲସିଅସ୍ ନିମ୍ନରେ ରହିଥାଏ । ଏଠାରେ ଅତି କମ୍ ବର୍ଷା ହୋଇଥାଏ ।
ଏଠାକାର ଭୂଭାଗ ପଥୁରି ଆ ଓ ଆବଡ଼ା ଖାବଡ଼ା । ଏଠାରେ କେତେକ ଗଭୀର ଉପତ୍ୟକା ଓ ହ୍ରଦମାନ ଦେଖାଯାଏ । ‘ପାଙ୍ଗ ଙ୍ଗ ସେ’ ଏହି ହ୍ରଦମାନଙ୍କ ମଧ୍ୟରେ ଅନ୍ୟତମ ।

ଏଠାରେ ଭୂ-ରୂପ ଚନ୍ଦ୍ର ପୃଷ୍ଠର ଭୂପ୍ରକୃତି ସହ ସାମଞ୍ଜସ୍ୟ ରହିଛି । ସେଥିପାଇଁ ଏହାକୁ ‘ଚନ୍ଦ୍ରଭୂମି’ ବୋଲି କୁହାଯାଏ ।

ହିମାଳୟରେ ବାସ କରୁଥିବା ଚମରୀଗାଈ ବା ୟାକ୍ ଏଠାକାର ଅଧିକାରୀମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । କ୍ଷୀର, ମାଂସ, ପଶମ ଓ ଗୋବର ପାଇଁ ଲୋକେ ଚମରୀଗାଈକୁ ପାଳନ କରନ୍ତି ଏବଂ ପରିବହନ କାର୍ଯ୍ୟରେ ବ୍ୟବହାର କରନ୍ତି ।
ଏହି ଅଞ୍ଚଳରେ ବରଫ ଚିତାବାଘ ଓ ଆଇବେକ୍ସ ନାମକ ପାହାଡ଼ିଆ ଛେଳି ବାସ କରନ୍ତି ।
ଏହି ଅଞ୍ଚଳଟି ପୁରାତନ ମଠ ଏବଂ ଲୋସାର୍ ଓ ହେମିସ୍ ପରି ଆକର୍ଷଣୀୟ ପର୍ବପର୍ବାଣି ପାଇଁ ପ୍ରସିଦ୍ଧ ।

ଗାଙ୍ଗେୟ ସମତଳ ଭୂମି:

ହିମାଳୟର ଦକ୍ଷିଣରେ ଥିବା ସୁବିସ୍ତୃତ ଉର୍ବର ସମତଳ ଭୂମିକୁ ଗାଙ୍ଗେୟ ସମତଳ ଭୂମି କୁହାଯାଏ ।
ଗଙ୍ଗା, ସିନ୍ଧୁ, ବ୍ରହ୍ମପୁତ୍ର ଏବଂ ସେମାନଙ୍କ ଉପନଦୀ ସମୂହଦ୍ଵାରା ସଞ୍ଚିତ ପଟୁମାଟିଦ୍ଵାରା ଏହି ଅଞ୍ଚଳର ମୃତ୍ତିକା ସମୃଦ୍ଧ ।
ଏହି ମୁଭି କାରେ ପ୍ର ବୁ ର ଖଣିଜ ପଦାର୍ଥ ଥିବାରୁ ଏହା ଅତ୍ଯନ୍ତ ଉର୍ବ ର ଓ କୃଷିଉପଯୋଗୀ । ଫଳତଃ ନଦୀ ଆନୀତ ପଟୁମାଟି ସଂଚୟ ଯୋଗୁ ଏହି ଅଞ୍ଚଳ ଶସ୍ୟଶ୍ୟାମଳା ।
ଉକ୍ତ ଅଞ୍ଚଳର ନଦୀଗୁଡ଼ିକ ମଧ୍ଯ ବି ଦ୍ୟୁତ୍ ଶକ୍ତି ଉତ୍ପାଦନର ଉତ୍ସ ।
ଏହି ସମତଳ ଭୂମି ରେ ଭାରତ ଜନସଂଖ୍ୟାର ଏକ ବଡ଼ ଅଂଶ ବାସ କରନ୍ତି ।

ଉତ୍ତରସ୍ଥ ସମତଳ ଅଞ୍ଚଳ ସମପ୍ରାୟ ଭୂମି ଜାଲ ଭଳି ବିସ୍ତୃତ ପରିବହନ ବିକାଶରେ ସହାୟକ ହୋଇଛି । ସଡ଼କ ଓ ରେ ଳ ପରି ବ ହ ନ ର ବ୍ୟା ପକ ତ ଯୋଗୁଁ ଦୂର ସ୍ଥାନକୁ ଯାତାୟାତ ଓ ମାଲ ପରି ବ ହ ନ ସ ହ ଜ ହୋଇଥାଏ ।
ଭାରତର ବୃହତ୍ ମରୁଭୂମି – ଥର୍ ମରୁଭୂମି :
ଭାରତର ପ୍ରାକୃତିକ ମାନଚିତ୍ରରେ ପଶ୍ଚିମରେ ଥିବା ହଳଦିଆ ରଙ୍ଗ ଚିହ୍ନିତ ଥିବା ଅଂଶ ହେଉଛି ଥର୍ ମରୁଭୂମି ।
ଆରାବଳୀ ପର୍ବତମାଳାର ପଶ୍ଚିମାଂଶରେ ଏହା ଅବସ୍ଥିତ । ବେଗଶାଳୀ ପବନ ବାଲିକୁ ଠେଲି ଠେଲି ଏକ ପାହାଡ଼ ଆକୃତି ସୃଷ୍ଟି କରିଥାଏ । କେତେକ କ୍ଷେତ୍ରରେ ଏହି ବାଲିପାହାଡ଼ ଗୁଡ଼ିକ ୧୫୦ ମିଟର ଉଚ୍ଚତା ବିଶିଷ୍ଟ ହୋଇଥାନ୍ତି ।

ଥର୍ ଏକ ବିସ୍ତୃତ ଶୁଷ୍କ ଅଞ୍ଚଳ । ଏହାର ଅଧିକାଂଶ ଭାଗ ଭାରତରେ ରହିଛି । ରାଜସ୍ଥାନ, ଗୁଜୁରାଟ, ପଞ୍ଜାବ ଓ ହରୟାଣା ରାଜ୍ୟରେ ଏହା ପରିବ୍ୟାପ୍ତ ।
ମରୁଭୂମି ଏକ ପ୍ରାକୃତିକ ପ୍ରତିବନ୍ଧକ ଭାବେ କାର୍ଯ୍ୟ କରେ । ଏଠାକାର ଅତି ଉତ୍ତପ୍ତ ଦିନ, ଶୀତଳ ରାତି ଓ ଜଳାଭାବ ଜନିତ ପ୍ରତିକୂଳ ପରିସ୍ଥିତିରେ ମାନବ ଓ ପ୍ରାଣୀମାନଙ୍କ ଚଳାଚଳ ପ୍ରତିହିତ ହୋଇଥାଏ ।
ଥର୍ ଅଞ୍ଚଳରେ ରହୁଥିବା ଅଧିବାସୀମାନେ ଏଠାକାର ପରିବେଶ ସହ ନିଜକୁ ଖାପଖୁଆଇ ବଞ୍ଚି’ନ୍ତି । ଏଠାକାର କଠୋର ପରିସ୍ଥିତି ସହ ସେମାନଙ୍କ ଖାଦ୍ୟ, ବସ୍ତ୍ର ଏବଂ ଜୀବନଧାର ସଂଶ୍ଳିଷ୍ଟ ଓ ସେହି ଅନୁସାରେ ପରିଚାଳିତ ।
ଥର୍ ମରୁଭୂମି ଅଞ୍ଚଳରେ ଜୈସଲମେର ଓ ଯୋଧପୁର ଆଦି ପ୍ରମୁଖ ସହର ଅବସ୍ଥିତ ।
ମରୁଭୂମିରେ ଜଳ ଦୁର୍ଲ୍ଲଭ ଅଟେ । ନିଜ ପରିବାର ପାଇଁ ପାଣି ଆଣିବାକୁ ସେ ସେଠାକାର ସ୍ତ୍ରୀଲୋକମାନଙ୍କୁ ପ୍ରତିଦିନ ବହୁଦୂର ଯାତ୍ରା କରିବାକୁ ପଡ଼ିଥାଏ । ପାରମ୍ପରିକ ଭାବେ ବାସନକୁସନକୁ ମାଜିବା ପାଇଁ ସେମାନେ ସେଗୁଡ଼ିକୁ ବାଲିରେ ଭଲଭାବେ ରଗଡ଼ି ସଫା କରିଥାନ୍ତି । ପରେ ଏହି ବାସନକୁସନକୁ ଅଳ୍ପ ପାଣିରେ ଧୋଇଥା’ଛି । ବାସନ ଧୋଇବାରେ ବ୍ୟବହୃତ ଜଳକୁ ପୁନଃ ବ୍ୟବହାର କରାଯାଏ । କେତେକ କ୍ଷେତ୍ରରେ ଏହି ଜଳ ବଗିଚାରେ ବ୍ୟବହୃତ ହୁଏ । ରାଜସ୍ଥାନରେ ସ୍ଵତନ୍ତ୍ର ଜଳ ସଂରକ୍ଷଣ ପଦ୍ଧତିରେ ବୃଷ୍ଟିଜଳକୁ ସଞ୍ଚୟ କରି ରଖୁଥିବା ଜଳାଶୟଗୁଡ଼ିକୁ ‘ଟନ୍ ବା କୁଣ୍ଢି’’ କୁହାଯାଏ । ଏହି ଜଳ ବିଶୋଧ ଜଳ ପିଇବା ପାଇଁ ବ୍ୟବହୃତ ହୋଇଥାଏ ।
ଆରାବଳୀ ପର୍ବତଶ୍ରେଣୀ :
ଥର୍ ମରୁଭୂମିର ପୂର୍ବ ପଟରେ ଆରାବଳୀ ପର୍ବତ ରହିଛି ।
ଏହାର ବୟସ ପ୍ରାୟ ୨୫୦ ନିୟୁତ ବର୍ଷ ଓ ଏହି ପର୍ବତମାଳାରେ ଅନେକଗୁଡ଼ିଏ ଗିରିଶୃଙ୍ଗ ଓ ପର୍ବତଶ୍ରେଣୀ ରହିଛି ।

ମାଉଣ୍ଟଆବୁ ଏହାର ଉଚ୍ଚତମ ଗିରିଶୃଙ୍ଗ । ଏହାର ଉଚ୍ଚତା ପ୍ରାୟ ୧୭୦୦ ମିଟରରୁ ଅଧ୍ବକ । ଅସ୍ଵୀକାଂଶ ପାହାଡଗୁଡ଼ିକର ଉଚ୍ଚତା ପ୍ରାୟ ୩୦୦ ମିଟରରୁ ୯୦୦ ମିଟର ମଧ୍ଯରେ ରହିଛି ।
ମାଉଣ୍ଟ ଆବୁରୁ ପ୍ରାୟ ସାଢ଼େ ଚାରିଘଣ୍ଟା ଯାତ୍ରା କଲେ ଆମେ ଥର୍ ମରୁଭୂମି ଅନ୍ତର୍ଗତ ଯୋଧପୁର ସହରରେ ପହଞ୍ଚିବା । କିନ୍ତୁ ଉଭୟ ସ୍ଥାନର ଭୌଗୋଳିକ ପରିସ୍ଥିତି ସମ୍ପୂର୍ଣ ଅଲଗା ।
ଆରାବଳୀ ପର୍ବତମାଳା ମାର୍ବଲ, ଗ୍ରାନାଇଟ୍, ଦସ୍ତା ଏବଂ ତମ୍ବା ଭଳି ଖଣିଜ ପଦାର୍ଥରେ ସମୃଦ୍ଧ । ରାଜସ୍ଥାନ ର ଜଓ୍ୱାରଠାରେ ଥିବା ଦସ୍ତଖଣି ପ୍ରାୟ ଆଠ ଶତାବ୍ଦୀ ପୂର୍ବର । ଅତି ସୂକ୍ଷ୍ମ ପ୍ରକ୍ରିୟାରେ ଦସ୍ତ ନିଷ୍କାସନ କରି ବାରେ ଭାରତୀୟମାନେ ପୃଥିବୀରେ ପ୍ରଥମ ବୋଲି ପ୍ରମାଣ ମିଳେ ।

ଚିତ୍ତେରଗଡ଼, କୁମ୍ଭଲଗଡ଼ ଏବଂ ରମ୍ଭୋର ଆଦି ଐତିହାସିକ ଦୁର୍ଗ ଏହି ଅଞ୍ଚଳରେ ଅବସ୍ଥିତ ।
ଉପଦ୍ୱୀପୀୟ ମାଳଭୂମି :
ଉପଦ୍ୱୀପ (Penisula) : ତିନିପାର୍ଶ୍ଵରେ ଜଳ ପରିବେଷ୍ଟିତ ଭୂମିକୁ ଉପଦ୍ଵୀପ କୁହାଯାଏ ।
ମାଳଭୂମି ହେଉଛି ଏକ ଭୂମିରୂପ ଯିଏକି ନିକଟବର୍ତ୍ତୀ ଭୂମିଠାରୁ ଉଚ୍ଚରେ ଥାଏ ଏବଂ ଏହାର ପୃଷ୍ଠ କମ୍ ବା ଅଧିକ ସମତଳ ଥାଏ । ଏହାର କିଛି ପାର୍ଶ୍ଵ ଢାଲୁ ବା ତିଖ ଥାଏ ।
ଆମ ଦେଶର ମଧ୍ଯ ଓ ଦକ୍ଷିଣ ଭାଗରେ ଉପଦ୍ୱୀପୀୟ ମାଳଭୂମି ରହିଛି । ଏହାର ଆକାର ତ୍ରିକୋଣୀୟ ।
ଉପଦ୍ୱୀପୀୟ ମାଳଭୂମି ବହୁ ପୁରାତନ ଭୂମିରୂପ । ଏହାର ତିନି ପାର୍ଶ୍ଵରେ ଆରବ ସାଗର, ବଙ୍ଗୋପସାଗର ଭାରତ ମହାସାଗର ଘେରି ରହିଥିବାରୁ ଏହାକୁ ଉପଦ୍ୱୀପୀୟ ମାଳଭୂମି କୁହାଯାଏ ।
ଏହି ମାଳଭୂମିର ଦୁଇପାର୍ଶ୍ଵରେ ପଶ୍ଚିମଘାଟ ଓ ପୂର୍ବଘାଟ ପର୍ବତମାଳା ରହିଛି । ପଶ୍ଚିମଘାଟ ପର୍ବତମାଳା ପଶ୍ଚିମ ଉପକୂଳଠାରୁ ଉଚ୍ଚରେ ପ୍ରାଚୀର ପରି ଦଣ୍ଡାୟମାନ । ବର୍ଷା ଋତୁରେ ଅନେକ ସୁନ୍ଦର ଜଳପ୍ରପାତ ଏହାର ତୀଖ ପାର୍ଶ୍ଵରେ ଦୃଶ୍ୟମାନ ହୋଇଥାଏ ।
ପଶ୍ଚିମଘାଟକୁ ୟୁନେସ୍କୋ (UNESCO – United Nations Educational, Scientific and Cultural Organisation) ବିଶ୍ଵ ଏତିହ୍ୟ ପ୍ରଦାନ କରିଛି । ଏହି ଅଞ୍ଚଳ ଅନେକ ନଦୀଙ୍କର ଉତ୍ପତ୍ତିସ୍ଥଳ ଓ ଜୈବ ବିବିଧତାରେ ପରିପୂର୍ଣ୍ଣ । ପଶ୍ଚିମଘାଟ ପର୍ବତମାଳାର ଉଭରାଂଶକୁ ସହ୍ୟାଦ୍ରୀ କୁହାଯାଏ ।
ପୂର୍ବଘାଟ ପର୍ବତମାଳା ପଶ୍ଚିମଘାଟ ତୁଳନାରେ କମ୍ ଉଚ୍ଚତା ବିଶିଷ୍ଟ । ଏହା ବଙ୍ଗୋପସାରରେ ପଡ଼ିଥିବା ନଦୀମାନଙ୍କଦ୍ଵାରା ଛୋଟ ଛୋଟ ଭାଗରେ ଖଣ୍ଡବିଖଣ୍ଡିତ ହୋଇଛି । ପୂର୍ବଘାଟ ଓ ପଶ୍ଚିମଘାଟ ପର୍ବତମାଳାର ମଧ୍ୟବର୍ତ୍ତୀ ବିସ୍ତୀର୍ଣ୍ଣ ଉଚ୍ଚଭୂମିକୁ ଡେକାନ୍ ମାଳଭୂମି କୁହାଯାଏ ।
ଗୋଦାବରୀ, କ୍ରିଷ୍ଣା ଓ କାବେରୀ ଆଦି ନଦୀ ପଶ୍ଚିମରୁ ପୂର୍ବକୁ ଏହି ମାଳଭୂମିରେ ପ୍ରବାହିତ ହୋଇଛନ୍ତି । ଏହି ନଦୀଗୁଡ଼ିକ କୃଷି ପାଇଁ ଗୁରୁତ୍ଵପୂର୍ଣ୍ଣ ଏବଂ ଲକ୍ଷଲକ୍ଷ ଲୋକଙ୍କୁ ଜଳ ଯୋଗାଇ ଥାଆନ୍ତି ।

ଏହି ମାଳଭୂମି ଖଣିଜପଦାର୍ଥ, ଜଙ୍ଗଲ ଏବଂ ଉର୍ବର ଭୂମି ପାଇଁ ଭାରତ ଅର୍ଥନୀତିରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।
ମାଳ ଭୂ ମି ରୁ ପୂର୍ବାଭିମୂଖୀ ନଦୀ, ଯଥା – ଗୋଦାବରୀ, କ୍ରିଷ୍ଣା ଓ ମହାନଦୀ ଏବଂ ପଶ୍ଚି ମାଭି ମୁଖୀ ନଦୀ, ଯଥା— ନର୍ମଦା ଓ ତାଷୀ ଆଦି ଉତ୍ପତ୍ତି ଲାଭ କରିଛି ।

ଏହି ମାଳଭୂମିର ଘଞ୍ଚଜଙ୍ଗଲ, ଆଦିବାସୀ ସମ୍ପ୍ରଦାୟ ଯଥା ସାନ୍ତାଳ, ଗୋଣ୍ଡ, ବୈଗା, ଏବଂ କୋର୍କୁ ଜନଜାତିମାନଙ୍କର ବାସସ୍ଥଳୀ ଅଟେ । ଏହି ଜନଜାତିମାନଙ୍କର ଭିନ୍ନ ଭାଷା, ପରମ୍ପରା ଏବଂ ଜୀବନଶୈଳୀ ପ୍ରକୃତି ସହ ଘନିଷ୍ଠ ଭାବେ ଜଡ଼ିତ ।

ଭା ର ତ ର ଅନେ କ ଜଳ ପ୍ରପାତର ଉତ୍ପତ୍ତି ସ୍ଥଳ ହେ ଉଛି ମାଳ ଭୂମି । କେ ର ଳ ର ପେରିୟାର କେନାଲରେ ଥିବା ପାୱାର ହାଉସ୍ ଏକ ପ୍ର ମୁ ଖ ଜଳ ପ୍ରପାତ । ଏହି ଜଳପ୍ରପାତଗୁଡ଼ିକ କେବଳ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିନଥାନ୍ତି ବରଂ ଜଳବିଦ୍ୟୁତ୍ ଶକ୍ତି ଉତ୍ପାଦନ ଓ ଜଳସେଚନ ପାଇଁ ଜଳ ଯୋଗାଇଥା’ନ୍ତି ।

ଭାରତର ଅଦ୍ଭୁତ ତଟରେଖା :
- ଭାରତର ଉପକୂଳ ସୁନ୍ଦର ବେଳାଭୂମି, ପଥୁରିଆ ଚଟାଣ ଏବଂ ସବୁଜ ଜଙ୍ଗଲରେ ପରିପୂର୍ଣ୍ଣ ।
- କେତେକ ଦ୍ଵୀପରେ ପ୍ରବାଳର ପ୍ରାଚୀର ରହିଛିତ ଅନ୍ୟ ଦ୍ଵୀପମାନ ଘନ ଜଙ୍ଗଲରେ ଆଚ୍ଛାଦିତ ହୋଇ ରହିଛି ।
- ଭାରତର ତଟରେଖା ପ୍ରାୟ ୭୫୦୦ କି.ମି.ରୁ ଅଧୁକ ଦୀର୍ଘ ।
ପଶ୍ଚିମ ଉପକୂଳ ଓ ପୂର୍ବ ଉପକୂଳ ମଧ୍ୟରେ ପାର୍ଥକ୍ୟ :
ଭାରତର ପଶ୍ଚିମ ଉପକୂଳ :
- ପଶ୍ଚିମ ଉପକୂଳ ସମତଳ ଅଞ୍ଚଳ ପଶ୍ଚିମଘାଟ ଏବଂ ଆରବ ସାଗର ମଧ୍ୟରେ ରହିଅଛି ।
- ଏହା ଗୁଜୁରାଟରୁ କେରଳ ପର୍ଯ୍ୟନ୍ତ ମହାରାଷ୍ଟ୍ର, ଗୋଆ ଏବଂ କର୍ଣ୍ଣାଟକ ଦେଇ ଯାଇଅଛି ।
- ଏହି ସମତଳ ଅଞ୍ଚଳଗୁଡ଼ିକ ଛୋଟ ଛୋଟ ନଦୀଗୁଡ଼ିକର ପଟୁମାଟିଦ୍ଵାରା ଉର୍ବର ହୋଇଛି ।
- ପଶ୍ଚିମ ଉପକୂଳରେ ଥିବା ମୁହାଣମାନଙ୍କ ମଧ୍ୟରେ ନର୍ମଦା ଓ ତାପ୍ତିନଦୀର ମୁହାଣ ସବୁଠାରୁ ବଡ଼ ।
ଭାରତର ପୂର୍ବ ଉପକୂଳ :
- ପୂର୍ବ ଉପକୂଳ ସମତଳ ଅଞ୍ଚଳ ପୂର୍ବଘାଟ ଏବଂ ବଙ୍ଗୋପସାଗର ମଧ୍ଯରେ ରହିଅଛି ।
- ଏହା ଗଙ୍ଗା ତ୍ରିକୋଣଭୂମିରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁ ମଧ୍ୟଦେଇ ଲମ୍ବିଅଛି ।
- ଏହି ଅଞ୍ଚଳର ନଦୀଗୁଡ଼ିକ ତ୍ରିକୋଣଭୂମିରୁ ପୂର୍ବ ଉପକୂଳ ସମତଳ ଅଞ୍ଚଳରେ ପ୍ରବାହିତ ହୋଇଛି ।
- ଗୋଦାବରୀ, କ୍ରିଷ୍ଣା, କାବେରୀ ଏବଂ ମହାନଦୀର ଉର୍ବର ତ୍ରିକୋଣଭୂମି ସଂଲଗ୍ନ ସମତଳ ଅଞ୍ଚଳ କୃଷି ଉପଯୋଗୀ ହୋଇଥାଏ ।
ପଶ୍ଚିମ ଉପକୂଳ :
ଭାରତର ପଶ୍ଚିମ ଉପକୂଳ ଗୁଜୁରାଟରୁ ଆରମ୍ଭ ହୋଇ ମହାରାଷ୍ଟ୍ର, ଗୋଆ ଓ କର୍ଣ୍ଣାଟକ ଦେଇ କେରଳ ପର୍ଯ୍ୟନ୍ତ ବିସ୍ତୃତ ।
ଏହି ଅଞ୍ଚଳରେ ପ୍ରବାହି ତ ଅଧ୍କ ଅଂଶ ନ ଦୀ ପଶ୍ଚିମଘାଟରୁ ଉତ୍ପତ୍ତି ଲାଭ କରି ଦ୍ରୁତ ଗତିରେ ପ୍ରବାହିତ ହୋଇ ଗଭୀର ମୁହାଣମାନ (Estuaries) ସୃଷ୍ଟି କରିଛନ୍ତି ।

![]()
ଏହି ଉପକୂଳ କ୍ଷୁଦ୍ର କ୍ଷୁ ଦ୍ର ନଦୀମାନଙ୍କଦ୍ଵାରା ଆନୀତ ପଟୁମାଟି ଦ୍ଵାରା ଗଠିତ । ପଶ୍ଚିମ ଉପକୂଳରେ ଥିବା ଖାତ, କ୍ଷୁଦ୍ର ଜଳଧାରା ଓ ମୁହାଣମାନଙ୍କ ମଧ୍ୟରେ ନର୍ମଦା ଓ ତାପ୍ତିନଦୀର ମୁହାଣ ସବୁଠାରୁ ବଡ଼ ଅଟେ ।
ପଶ୍ଚିମ ଉପକୂଳରେ ଅନେକ ପ୍ରସିଦ୍ଧ ବନ୍ଦର ଓ ସହର ରହିଛି । ସେଗୁଡ଼ିକ ଶହ ଶହ ବର୍ଷ ଧରି ଅର୍ଥନୈତିକ କାର୍ଯ୍ୟକଳାପର କେନ୍ଦ୍ରସ୍ଥଳ ହୋଇ ଆସିଛି ।
ପୂର୍ବ ଉପକୂଳ:
ପୂର୍ବଘାଟ ଓ ବଙ୍ଗୋପସାଗର ମଧ୍ଯରେ ପୂର୍ବ ଉପକୂଳ ଅବସ୍ଥିତ । ଏହା ଗାଙ୍ଗେୟ ତ୍ରିକୋଣଭୂମିଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ବିସ୍ତୃତ ।
ଏଥିରେ ମହାନଦୀ, ଗୋଦାବରୀ, କ୍ରିଷ୍ଣା ଓ କାବେରୀ ନଦୀମାନଙ୍କଦ୍ୱାରା ସୃଷ୍ଟି ବିସ୍ତୀର୍ଣ୍ଣ ସମତଳ ଭୂମି ଓ ତ୍ରିକୋଣଭୂମି ରହିଛି ।
ଚିଲିକା ଏବଂ ପୁଲିକାଟ ଦୁଇଟି ଉପହ୍ରଦ ଏଠାରେ ଦେଖାଯାଏ ।
ପ୍ରାକୃତିକ ବନ୍ଧଦ୍ଵାରା ସମୁଦ୍ରଠାରୁ ଅଲଗା ବୃହତ୍ ଜଳରାଶିକୁ ଉପହ୍ରଦ ବା ଲାଗୁନ୍ ‘Lagoon’ କହନ୍ତି ।
ନଦୀ, ବୃହତ୍ ଜଳଭାଗ ଯଥା ସାଗର, ହ୍ରଦ ଓ ଅନ୍ୟ ନଦୀରେ ମିଶି ଥାଏ ଯାହାକୁ ନଦୀର ମୁହାଣ କୁହାଯାଏ ।

ମୁହାଣରେ ସଞ୍ଚୟଜାତ ପଦାର୍ଥଦ୍ଵାରା ନିର୍ମିତ ଭୂମି ରୂପକୁ ତ୍ରି କୋଣଭୂମି କୁହାଯାଏ ଓ ଏହି ସଞ୍ଚୟଜାତ ଭୂମି କାଳକ୍ରମେ ଏକ ତ୍ରିକୋଣାକାର ବା ପଙ୍ଖାକୃତି ଆକାର ଧାରଣ କରେ । ଗୋଦାବରୀ, କୃଷ୍ଣା, କାବେରୀ ଓ ମହାନଦୀଦ୍ଵାରା ସୃଷ୍ଟ ଉର୍ବର ତ୍ରିକୋଣଭୂମି ଏହି ଅଞ୍ଚଳରେ କୃଷି ପାଇଁ ଅତ୍ୟନ୍ତ ଉପଯୋଗୀ ।
ଭାରତର ଦ୍ଵୀପପୁଞ୍ଜ :
- ଉପଗ୍ରହରୁ ଉତ୍ତୋଳିତ ଭାରତର ପୂର୍ବ ଉପକୂଳର ‘ଦୃଶ୍ୟ ଭାରତୀୟ ଦ୍ଵୀପପୁଞ୍ଜ କହିଲେ ଭାରତ ମହାସାଗର, ଆରବସାଗର ଏବଂ ବଙ୍ଗୋପସାଗରରେ ବିସ୍ତାରିତ ଦ୍ଵୀପପୁଞ୍ଜକୁ ବୁଝାଏ । ଭାରତର ଦୁଇଟି ପ୍ରମୁଖ ଦ୍ଵୀପପୁଞ୍ଜ ରହିଛି, ଯାହାକି ଭାରତର ଅଂଶବିଶେଷ ଅଟେ ।
- ଭାରତର ଦୁଇଟି ଦ୍ଵୀପପୁଞ୍ଜ ହେଲା, ଆରବସାଗରରେ ଲକ୍ଷାଦ୍ଵୀପ ପୁଞ୍ଜ ଓ ବଙ୍ଗୋପସାଗରରେ ‘ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜ ।
- ଏହି ଦ୍ଵୀପପୁଞ୍ଜରେ ବିବିଧ ବନ୍ୟପ୍ରାଣୀ, ସୁନ୍ଦର ବେଳାଭୂମି, ପ୍ରବାଳ ପାହାଡ଼ ଏବଂ ଆଗ୍ନେୟଗିରି ରହିଛି ।
ଲାକ୍ଷାଦ୍ଵୀପ ପୁଞ୍ଜ :
ଲକ୍ଷାଦ୍ଵୀପପୁଞ୍ଜ କେରଳର ମାଲାବାର ଉପକୂଳ ନିକଟସ୍ଥ ଆରବ ସାଗରରେ ଅବସ୍ଥିତ ।
ଏହି ଦ୍ଵୀପପୁଞ୍ଜ ପ୍ରବାଳରେ ନିର୍ମିତ ୩୬ ଗୋଟି ଦ୍ଵୀପପୁଞ୍ଜକୁ ନେଇ ଗଠିତ ।
ଏହି ସମସ୍ତ ଦ୍ଵୀପରେ ଲୋକମାନେ ବାସ କରନ୍ତି ନାହିଁ ।

ଆଣ୍ଡାମାନ୍ ଓ ନିକୋବର ଦ୍ଵୀପପୁଞ୍ଜ :
ଏହି ଦ୍ଵୀପପୁଞ୍ଜ ୫୦୦ ରୁ ଅଧିକ ଛୋଟ ବଡ଼ ଦ୍ଵୀପମାନଙ୍କ ଦ୍ଵାରା ଗଠିତ । ମାତ୍ର ସେଗୁଡ଼ିକ ଦୁଇଗୋଟି ଶ୍ରେଣୀରେ ଆଣ୍ଡାମାନ୍ ଓ ନିକୋବର । ସେମାନଙ୍କ ଅବସ୍ଥିତି ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଅଟେ, ଯାହାକି ଭାରତର ଫାଣ୍ଡି ବା ଜାଗ୍ରତ ପ୍ରହରୀ ଭଳି ସମୁଦ୍ର ଉପରେ ନଜର ରଖୁଥା’ନ୍ତି ।
ଆଣ୍ଡାମାନ ଦ୍ଵୀପପୁଞ୍ଜରେ ‘ସେଲ୍ଲାର ଜେଲ୍’ ନାମକ ବନ୍ଦୀଶାଳା ରହିଛି । ସେଠାରେ ବହୁ ସ୍ଵାଧୀନତା ସଂଗ୍ରାମୀ କଠିନ ପରିସ୍ଥିତିରେ ବନ୍ଦୀ ହୋଇ ରହିଥିଲେ ।

ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜରେ ଅନ୍ତର୍ଗତ ବ୍ୟାରେନ୍ ଦ୍ଵୀପ ଭାରତର ଏକମାତ୍ର ଜୀବନ୍ତ ଆଗ୍ନେୟଗିରି ।
ପଶ୍ଚିମବଙ୍ଗର ତ୍ରିକୋଣଭୂମି ଓ ସୁନ୍ଦରବନ :
ସୁନ୍ଦରବନ ଗଙ୍ଗା, ବ୍ରହ୍ମପୁତ୍ର ଓ ସେମାନଙ୍କ ଉପନଦୀମାନଙ୍କ ଦ୍ଵାରା ଗଠିତ ତ୍ରିକୋଣଭୂମିରେ ଅବସ୍ଥିତ ।
ଏହି ତ୍ରିକୋଣଭୂମି ନଦୀ, ସମୁଦ୍ର ଓ ସ୍ଥଳଭାଗମାନଙ୍କର ଅନନ୍ୟ ମିଶ୍ରଣ ।

ଏହାର ଅର୍ଦ୍ଧେକାଂଶ ଭାରତରେ ଥିବାବେଳେ ଅବଶିଷ୍ଟ୍ୟଶ ବାଂଲାଦେଶରେ ରହିଛି ।
ସୁନ୍ଦ ର ବ ନ ୟୁନେସ୍କୋଦ୍ଵାରା ଏକ ଐତି ହ୍ୟ ସ୍ଥଳ ର ମାନ୍ୟତା ପାଇଛି ।
ରୟାଲ ବେଙ୍ଗଲ ଟାଇଗର ପାଇଁ ସୁନ୍ଦରବନ ପ୍ରସିଦ୍ଧ ।

ଓଡ଼ିଶା ଉପକୂଳରେ ଏହାକୁ କ୍ଷୁଦ୍ର ସୁନ୍ଦରବନ କୁହାଯାଏ । ଏଠାରେ ସୁନ୍ଦରୀ, ହେନ୍ତାଳ ଆଦି ବୃକ୍ଷ ସହ ଘଡ଼ିଆଳ କୁମ୍ଭୀର, ହରିଣ, ଅନେକ ପକ୍ଷୀ ଓ ଅଲିଭ୍ ରିଡ୍ଲେ କଇଁଚ ଆଦି ଏଠାରେ ଦେଖାଯା’ନ୍ତି ।

ଉତ୍ତର ପୂର୍ବ ପାହାଡ ସମୂହ :
ଉତ୍ତରପୂର୍ବ ପାହାଡ଼ ସମୂହ ମଧ୍ଯରେ ଗାରୋ, ଖାସି ଓ ଜୟନ୍ତିଆ ପାହାଡ଼ ଅନ୍ତର୍ଭୁକ୍ତ । ଏଗୁଡ଼ିକ ମେଘାଳୟ ମାଳଭୂମିରେ ଅବସ୍ଥିତ । ପୃଥିବୀର ସର୍ବାଧିକ ବୃଷ୍ଟିବହୁଳ ଏହି ଅଞ୍ଚଳ ଘନଜଙ୍ଗଲ, ସ୍ଵତନ୍ତ୍ର ପ୍ରଜାତିର ବନ୍ୟପ୍ରାଣୀ ଓ ଉର୍ବର ଭୂମି ପାଇଁ ଜଣାଶୁଣା ।
ମେଘାଳୟସ୍ଥ ସାତଭଉଣୀ ଜଳପ୍ରପାତ, ନଆଣ୍ଟ ଗ୍ରାମ ନିକଟସ୍ଥ ଜୀବନ୍ତ ଚେରରେ ନିର୍ମିତ ସେତୁ ପାଇଁ ଏହି ଅଞ୍ଚଳ ପ୍ରସିଦ୍ଧ ଅଟେ । ଏହି ଅଞ୍ଚଳରେ ରହୁଥିବା ଖାସି ଜନଜାତି ସମ୍ପ୍ରଦାୟ ଲୋକମାନେ ଶାଦ୍ ସୁକ୍ ମିନ୍ସିମ୍ ଉତ୍ସବ ପାଳନ କରିଥା’ନ୍ତି ।
ଏସିଆ ମହାଦେଶର ସବୁଠାରୁ ସ୍ଵଚ୍ଛଗ୍ରାମ ମାୱଲିନୋଙ୍ଗ ଗ୍ରାମ ମେଘାଳୟ ରାଜ୍ୟ ଅନ୍ତର୍ଗତ ଖାସି ପାହାଡ଼ର ପୂର୍ବ ଭାଗରେ ଅବସ୍ଥିତ । ଏହି ସ୍ଵଚ୍ଛ ମନୋରମ ଗ୍ରାମ ଏହାର ସୁପରିଚାଳିତ ପରିଷ୍କାର ପରିଚ୍ଛନ୍ନତା, ବାଉଁଶରେ ପ୍ରସ୍ତୁତ ବର୍ଜ୍ୟବସ୍ତ ପାତ୍ର ଓ ପରିବେଶ ଅନୁକୂଳ କୂଳ ଜୀବନଯାପନ ପାଇଁ ପ୍ରସିଦ୍ଧ । ଏହି ଗ୍ରାମ ଏହାର ଜୀବନ୍ତ ‘ଚେର ସେତୁ’’ପାଇଁ ପରିଚିତ, ଯାହାକି ବହୁ ବର୍ଷ ଧରି ଚେରରେ ବୁଣାଦ୍ୱାରା ସୃଷ୍ଟି ହୋଇଛି, ଏହାର ତଳେ ନଦୀ ଅତିକ୍ରମ କରିଥାଏ ।

![]()
ଆମେ ଯାହା ଜାଣିଲୁ
- ଭାରତ ଉପମହାଦେଶ ନାମରେ ନାମିତ ଯାହା ବିଶାଳ ଭୂଖଣ୍ଡର ଏକ ଅଂଶ ।
- ଏହାର ବିବିଧ ଭୌଗୋଳିକ ବୈଶିଷ୍ଟ୍ୟ ଅଛି, ଯଥା- ବରଫାବୃତ ହିମାଳୟଠାରୁ ଉତ୍ତପ୍ତ ଥର୍ ମରୁଭୂମି ପର୍ଯ୍ୟନ୍ତ । ଏଥିରେ ପ୍ରବାହିତ ନଦୀମାନଙ୍କଦ୍ଵାରା ସମତଳ ଅଞ୍ଚଳ ଜଳ ପାଇଥାଏ । ପଶ୍ଚିମରେ ଆରବ ସାଗର, ପୂର୍ବରେ ବଙ୍ଗୋପସାଗର ସହିତ ଏଠାରେ ଏକ ଉପଦ୍ୱୀପୀୟ ମାଳଭୂମି ରହିଛି ।
- ଏହି ବିବିଧ ଭୌଗୋଳିକ ବୈଶିଷ୍ଟ୍ୟଗୁଡ଼ିକ ମୃତ୍ତିକା, ଉଭିଦ, ପ୍ରାଣୀ, ଜୀବନ ଓ ଆର୍ଥିକ ସୁଯୋଗ ସମ୍ବନ୍ଧରେ ବିଭିନ୍ନ ପରିସ୍ଥିତି ସୃଷ୍ଟି କରିଛି ଏକ ସମୃଦ୍ଧ ସଂସ୍କୃତିକୁ ସୁଦୃଢ଼ କରିଛି ।
- ଏହି ଭୌଗୋଳିକ ବୈଶିଷ୍ଟ୍ୟଗୁଡ଼ିକ ଆମର ସଭ୍ୟତାକୁ ଗଠନ କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।