Class 7 Social Science Chapter 2 Notes Odia Medium ପାଣିପାଗକୁ ବୁଝିବା

Go through BSE Odisha Class 7 Social Science Notes Odia Medium Chapter 2 ପାଣିପାଗକୁ ବୁଝିବା to understand important topics more clearly.

7th Class Social Science Chapter 2 Notes Odia Medium

BSE Odisha Class 7 Social Science Chapter 2 Notes Odia Medium

‘ପାଣିପାଗରେ କୌଣସି ପରିବର୍ତ୍ତନ ପୃଥୁବୀ ତଥା ବ୍ୟକ୍ତିବିଶେଷରେ ନୂତନତା ଆଣିଥାଏ’’
ମାର୍ସେଲ୍, ପ୍ରୋଷ୍ଟ, ଫରାସୀ ଔପନ୍ୟାସିକ

ବିଷୟଭିତ୍ତିକ ସୂଚନା ଓ ବିଶ୍ଳେଷଣ

ପାଣିପାଗ ଓ ଏହାର ଉପାଦାନ :
ଶୀତ ଋତୁରେ ନିଜକୁ ଉଷୁମ ରଖୁବା ପାଇଁ ଆମେ ଶୀତ ପୋଷାକ ବ୍ୟବହାର କରୁ । ଗ୍ରୀଷ୍ମ କାଳରେ ଶରୀରକୁ ଶୀତଳ ଓ ଆରାମ ରଖୁବାଭଳି ପୋଷାକ ଆମେ ବ୍ୟବହାର କରୁ । ପ୍ରକୃତ ପକ୍ଷେ, ଏହା ବିଭିନ୍ନ ଋତୁରେ ଆମ ଶରୀର ଦେଉଥ‌ିବା ସଙ୍କେତର ଫଳ, ଅପରପକ୍ଷେ ଆମ ଶୀରରହିଁ ପାଗକୁ ଅନୁଭବ କରିଥାଏ ।

ପାଗ କ’ଣ ?
Class 7 Social Science Chapter 2 Notes Odia Medium ପାଣିପାଗକୁ ବୁଝିବା-1
ପାଗ ଏକ ନିର୍ଦ୍ଦିଷ୍ଟ ସ୍ଥାନର ନିର୍ଦ୍ଦିଷ୍ଟ ସମୟରେ ବାୟୁମଣ୍ଡଳର ଅବସ୍ଥାକୁ ପାଗ କୁହାଯାଏ ।
ବାୟୁମଣ୍ଡଳ – ପୃଥ‌ିବୀକୁ ଚାରିପାଖରେ ଘେରି ଗ୍ୟାସୀୟ ସ୍ତରକୁ ବାୟୁମଣ୍ଡଳ କୁହାଯାଏ । ଏଥିରେ ଥିବା ସମସ୍ତ ଗ୍ୟାସ୍‌ଗୁଡ଼ିକୁ ବାୟୁ କୁହାଯାଏ ।

ଟ୍ରପୋସ୍ପିୟର – ପୃଥ‌ିବୀକୁ ଲାଗି ରହିଥ‌ିବା ବାୟୁର ସର୍ବନିମ୍ନ ସ୍ତରକୁ ଟ୍ରପୋସ୍ପିୟର କୁହାଯାଏ ।

ଟ୍ରପୋସ୍ଫିୟର ସ୍ତରରେ ଭୂ-ଭାଗସ୍ଥ ସମସ୍ତ ବୃକ୍ଷଲତା, ପଶୁପକ୍ଷୀ, ମନୁଷ୍ୟ ଆଦି ବାସ କରିଥାନ୍ତି ଓ ଶ୍ଵାସକ୍ରିୟା କରିଥାନ୍ତି । ଏହି ସ୍ତରରେ ପାଣିପାଗ ଜନିତ ସମସ୍ତ ଘଟଣାବଳୀ ଘଟିଥାଏ ।

ଟ୍ରପୋସ୍ପିୟର ଭୂ-ଭାଗରୁ ୬ ରୁ ୧୮ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ । ମେରୁ ଅଞ୍ଚଳରେ ଏହି ସ୍ତର ଉଚ୍ଚତା ସର୍ବନିମ୍ନ (କାରଣ ଏଠାକାର ଶୀତଳ ବାୟୁ ଘନୀଭୂତ ହୋଇ ସଙ୍କୁଚିତ ହୋଇଥାଏ) କ୍ରାନ୍ତିମଣ୍ଡଳରେ ଏହାର ବିସ୍ତୃତି ଅଧ୍ବକ (କାରଣ ଏଠାରେ ଉଷ୍ଣବାୟୁ ପ୍ରସାରିତ ହୋଇଥାଏ) ।

ପାଗକୁ ବର୍ଣ୍ଣନା କରିବା ନିମନ୍ତେ ଆମେ ଥଣ୍ଡା, ଗରମ, ବର୍ଷା, ମେଘୁଆ, ଝଡ଼, ପବନ, ତୁଷାରପାତ ଆଦି ଶବ୍ଦର ଉପଯୋଗ କରିଥାଉ ।

ପାଗର ଉପାଦାନ :
ପାଗର ଉପାଦାନଗୁଡ଼ିକ ହେଲା-

ତାପମାତ୍ରା : ବାୟୁମଣ୍ଡଳ କେତେ ଉଷ୍ଣ ବା ଶୀତଳ ।
ବର୍ଷଣ : ଆକାଶରୁ ପଡୁଥିବା ଜଳର ବିଭିନ୍ନ ପ୍ରରୂପ ଯଥା- ବୃଷ୍ଟିପାତ, ତୁଷାରପାତ, ହିମ ମିଶ୍ରିତ ବୃଷ୍ଟି ବା କୁଆପଥର ବୃଷ୍ଟି ଇତ୍ୟାଦି ।
ବାୟୁମଣ୍ଡଳୀୟ ଚାପ : ଭୂପୃଷ୍ଠରେ ଅନୁଭୂତ ଆମ ଉପରେ ଥିବା ବାୟୁର ଓଜନ ।
ପବନ : ଗତିଶୀଳ ବାୟୁର ବେଗ ଓ ଦିଗ ।
ଆର୍ଦ୍ରତା : ବାୟୁମଣ୍ଡଳରେ ଉପସ୍ଥିତ ଜଳୀୟବାଷ୍ପର ପରିମାଣ ।

ତୁଷାରପାତ (Sleet) : ହିମ କିମ୍ବା ଆଂଶିକ ହିମବୃଷ୍ଟିକୁ ତୁଷାରପାତ କୁହାଯାଏ ।

କୁଆପଥର (Hail) : ଆକାଶରୁ ବର୍ଷା ପରି କ୍ଷୁଦ୍ର, କଠିନ ବରଫର ଗୋଲାକାର ବୃଷ୍ଟିପାତକୁ କୁଆପଥର କହନ୍ତି ।

ଜଳୀୟବାଷ୍ପ (Water vapour) : ତରଳ ପରିବର୍ତ୍ତେ ଜଳର ଗ୍ୟାସୀୟ ଅବସ୍ଥାକୁ ଜଳୀୟବାଷ୍ପ କହନ୍ତି ।

ପୂର୍ବାନୁମାନ (Forecast) : ଘଟଣା ଜାଣିବା ପୂର୍ବରୁ ଅନୁମାନ କରିବା (ଏ କ୍ଷେତ୍ରରେ ପାଗ) ।

ଆଦିମ କାଳରୁ ମନୁଷ୍ୟ ନିଜ ଅଭିଜ୍ଞତାରୁ ପାଗର ପୂର୍ବାନୁମାନ ପାଇଁ ପ୍ରକୃତିର ସଙ୍କେତଗୁଡ଼ିକୁ ସଠିକ୍‌ଭାବେ ବୁଝିପାରିଛି ।

ଅଳ୍ପ ଉଚ୍ଚତାରେ ଉଡୁଥ‌ିବା ପକ୍ଷୀ, ଅଣ୍ଡା ବୋହି ନେଉଥ‌ିବା ପିମ୍ପୁଡ଼ି, ବିଭିନ୍ନ ମଞ୍ଜି ସଂଗ୍ରହ କରୁଥିବା ଗୁଣ୍ଡୁଚି ମୂଷା, ବେଙ୍ଗ ରଡ଼ି, ଶଙ୍କୁ ବିଶିଷ୍ଟ ପାଇନ୍ ଫଳର ପେନ୍ଥା ଖୋଲିବା ଓ ବନ୍ଦ ହେବା ଆଦି ଘଟଣା ଆଗାମୀ ସମୟରେ ଝଡ଼ ବର୍ଷା ହେବାର ମୂଲ୍ୟବାନ ସୂଚନା ପ୍ରଦାନ କରିଥାଏ ।

ପ୍ରକୃତିପ୍ରଦତ୍ତ ସୂଚନା ପର୍ଯ୍ୟବେକ୍ଷଣ :
ପାଗର ପରିବର୍ତ୍ତନ ମୁଖ୍ୟତଃ ପ୍ରବଳ ବର୍ଷାର ଆଗାମୀ ସୂଚନା ପିମ୍ପୁଡ଼ିମାନଙ୍କ ବ୍ୟବହାରରେ ଦୃଷ୍ଟିଗୋଚର ହୁଏ । ଏକ ପ୍ରାକୃତିକ ଆଚରଣ ଭାବେ ପିମ୍ପୁଡ଼ିମାନେ ସେମାନଙ୍କର ଅଣ୍ଡାଗୁଡ଼ିକୁ ଉଚ୍ଚ ସ୍ଥାନମାନଙ୍କୁ ସ୍ଥାନାନ୍ତର କରିବା ପାଗ ପରିବର୍ତ୍ତନରେ ମୁଖ୍ୟତଃ ପ୍ରବଳ ବର୍ଷାର ଆଗାମୀ ସୂଚନା ଦେଇଥାଏ ।
Class 7 Social Science Chapter 2 Notes Odia Medium ପାଣିପାଗକୁ ବୁଝିବା-2
ବର୍ଷା ଆଗମନର ପ୍ରାରମ୍ଭିକ ସୂଚନା ସ୍ଵରୂପ ବେଙ୍ଗଟିଏ ରଡ଼ି କରୁଛି ।
Class 7 Social Science Chapter 2 Notes Odia Medium ପାଣିପାଗକୁ ବୁଝିବା-3
ପାଇନ୍ ର ଶଙ୍କାକୃତି ଫଳ ବାୟୁ ମଣ୍ଡଳ ର ଆର୍ଦ୍ରତା ଦ୍ଵାର । ଖୋଲିବା ଏବଂ ବନ୍ଦ
Class 7 Social Science Chapter 2 Notes Odia Medium ପାଣିପାଗକୁ ବୁଝିବା-4
ପରିବେଶରେ ଏହି ଫଳ ତା’ର ମଞ୍ଜିକୁ ସୁରକ୍ଷା ଦେବାପାଇଁ ବନ୍ଦ ହୋଇଯାଇଥାଏ । ପାଗ ଶୁଖୁଲା ଥିଲେ ଫଳଟି ଖୋଲିଯାଏ ଓ ବୀଜବିକ୍ଷେପ ହୁଏ ।

ପାଗ ପର୍ଯ୍ୟବେକ୍ଷଣ ଯନ୍ତ୍ର :
କିଛି ଶତାବ୍ଦୀଧରି ବୈଜ୍ଞାନିକମାନେ ପାଗର ଉପାଦାନଗୁଡ଼ିକୁ ସଠିକ୍ ଭାବେ ମାପିବା ତଥା ନିରୀକ୍ଷଣ କରିବା ପାଇଁ ପଦ୍ଧତିମାନ ନିର୍ଣ୍ଣୟ କରିଛନ୍ତି । ଉପଲବ୍ଧ ସୂଚନା ଆଧାରରେ ଜଳବାୟୁବିଜ୍ଞାନୀମାନେ ଆଗାମୀ କିଛି ଘଣ୍ଟା, କିଛି ଦିନ ବା କିଛି ସପ୍ତାହରେ ପାଗ କିପରି ଆଚରଣ କରିବ ତା’ର ପର୍ବାନୁମାନ ପାଇଁ ଚେଷ୍ଟା କରିଥାନ୍ତି ।

(କ) ତାପମାତ୍ରା :
Class 7 Social Science Chapter 2 Notes Odia Medium ପାଣିପାଗକୁ ବୁଝିବା-5
ଜ୍ଵର ମାପିବାପାଇଁ ବିଭିନ୍ନ ପ୍ରକାର ତାପମାନ ଯନ୍ତ୍ର ଯଥା- ଜ୍ଵର ମାପକ ତାପମାନ ଯନ୍ତ୍ର ପରୀକ୍ଷାଗାର ତାପମାନ ଯନ୍ତ୍ରର ବ୍ୟବହାର ହୋଇଥାଏ । ତାପମାତ୍ରାର ମାନକ ଭାବେ ସେଲ୍‌ସିୟସ୍ ମାନ ଓ ଫାରେନ୍‌ହିଟ୍ ମାନ ବ୍ୟବହାର କରାଯାଇଥାଏ । ଉଦାହରଣ ସ୍ଵରୂପ, ଏକ ଶୀତଳ ଗୃହର ତାପମାତ୍ରା ଯଦି ୧୫ ଡିଗ୍ରୀ ସେଲ୍‌ସିୟସ୍ (୧୫°C) ଉଲ୍ଲେଖ ହେବ, ତେବେ ଏହା (୫୯°F) ଫାରେନ୍‌ହିଟ୍ ସହ ସମାନ ।

କେତେକ ତାପମାନ ଯନ୍ତ୍ର କେବଳ ଆଖପାଖ ପରିବେଶର ତାପମାତ୍ରା ମାପ କରନ୍ତି । ଆଉ କେତେକ ଦୈନିକ ଓ ସର୍ବନିମ୍ନ ତାପମାତ୍ରା ରେକର୍ଡ଼ କରିଥା’ନ୍ତି ।

ଅଳଂକାଂଶ ଥର୍ମୋମିଟରରେ ଏକ ରଙ୍ଗୀନ୍ ତରଳପଦାର୍ଥ ବ୍ୟବହାର କରାଯାଏ । ତାପମାତ୍ରା ବୃଦ୍ଧି ପାଇଲେ ଏହା ପ୍ରସାରିତ ହୋଇଥାଏ ।

ଡିଜିଟାଲ ଥର୍ମୋମିଟରରେ ସଠିକ୍ ଭାବେ ଅଧ୍ବକ ତଥ୍ୟ ମିଳିପାରୁଥିବାରୁ ଆଜିକାଲି ଏହାର ବ୍ୟବହାର ଅଧ୍ୟକ ହେଉଛି ।

ତାପମାତ୍ରା ବ୍ୟବଧାନ : କୌଣସି ଦିନରେ ସାଧାରଣଭାବେ ୨୪ ଘଣ୍ଟା ମଧ୍ୟରେ ସର୍ବାଧ‌ିକ ତାପମାତ୍ରା ଓ ସର୍ବନିମ୍ନ ତାପମାତ୍ରାର ବ୍ୟବଧାନକୁ ବୁଝାଏ ।

ହାରାହାରି ଦୈନିକ ତାପମାତ୍ରା : କୌଣସି ଦିନର ସର୍ବୋଚ୍ଚ ତାପମାତ୍ରା ଓ ସର୍ବନିମ୍ନ ତାପମାତ୍ରାକୁ ଯୋଗ କରି ଦୁଇ (୨)ରେ ହରଣ (ଭାଗ) କରିବାଦ୍ଵାରା ଉପଲବ୍‌ଧ ହୋଇଥାଏ ।

ଭାରତ ପାଣିପାଗ ବିଭାଗ ୧୮୭୫ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ଏହାର ମୂଳ ମନ୍ତ୍ର ହେଉଛି ‘‘ଆଦିତ୍ୟାଚ୍ ଜାୟତେ ବୃଷ୍ଟି’’ ଅର୍ଥାତ୍ ସୂର୍ଯ୍ୟଙ୍କଠାରୁ ବର୍ଷା ଉତ୍ପନ୍ନ ହୁଏ ।

ଏହି ବାକ୍ୟାଶଟି ‘ପ୍ରାଚୀନ ଗ୍ରନ୍ଥ ମନୁଗ୍ଧ ତିରୁ ଉଦ୍ଧୃତ ହୋଇଛି ।’ ସମ୍ପୂର୍ଣ୍ଣ ଶ୍ଳୋକଟିର ଅର୍ଥ ହେଲା, ‘ସୂର୍ଯ୍ୟଙ୍କଠାରୁ ବର୍ଷା ଉତ୍ପନ୍ନ ହୁଏ, ବର୍ଷାରୁ ଖାଦ୍ୟ ଆସେ, ଏବଂ ଖାଦ୍ୟରୁ ଜୀବଜଗତର ଉତ୍ପତ୍ତି ହୁଏ ।’’

ଆଖପାଖ ପରିବେଶ (Ambient) : ଅପେକ୍ଷାକୃତ ପାଖାପାଖୁ ଅଞ୍ଚଳ ।

ପରିସଂଖ୍ୟାନ (Statistics) : ବିଭିନ୍ନ ପଦ୍ଧତିରେ ତଥ୍ୟ ସଂଗ୍ରହ ତଥା ସେଗୁଡ଼ିକର ବିଶ୍ଳେଷଣ ମାଧ୍ୟମରେ ବିଭିନ୍ନ ଘଟଣାବଳୀର ପ୍ରରୂପକୁ ଚିହ୍ନିବା ସଠିକ୍ ଭାବେ ବୁଝିବା ଭବିଷ୍ୟବାଣୀ କରିବାର ପ୍ରକ୍ରିୟା | କୌଶଳକୁ ବୁଝାଏ ।

(ଖ) ବର୍ଷଣ :
କୌଣସି ସ୍ଥାନରେ ବର୍ଷାର ପରି ମାଣ, ପରି ମାପକ ଯନ୍ତ୍ର (ରେନ୍ ଗଜ୍) ଦ୍ଵାର। ମପାଯାଏ । ଏହି ଯନ୍ତ୍ରର ଉପର ଅଂଶରେ ଏକ କାଚ କାହାଳୀ ଥାଏ । କାହାଳୀର ନିମ୍ନଭାଗ ଏକ ସିଲିଣ୍ଡର ମଧ୍ୟକୁ ପ୍ରବେଶ କରିଥାଏ ।
Class 7 Social Science Chapter 2 Notes Odia Medium ପାଣିପାଗକୁ ବୁଝିବା-6
ବର୍ଷା ହେଲେ କାହାଳୀ ଉପରେ ପଡୁଥିବା ଜଳ ସି ଲି ଣ୍ଡର ମଧ୍ୟକୁ କରେ ସିଲିଣ୍ଡରରେ ଏକ ଇଞ୍ଚ/ମିଲିମିଟର ଦିଗଥ‌ିବା ମାପକ ସଂଯୁକ୍ତ ଥାଏ ।

ଉଦାହରଣ ସ୍ଵରୂପ, ଯେତେବେଳେ ସିଲିଣ୍ଡର ୫ ମି . ମି . ହୁଏ ସେତେ ବେଳେ ସେହି ଅଞ୍ଚଳରେ ୫ ମି.ମି. ବୃଷ୍ଟିପାତ ହୋଇଛି ବୋଲି ଜଣାପଡ଼େ ।

(ଗ) ବାୟୁମଣ୍ଡଳର ଚାପ :
ଝଡ଼ ତୋଫାନ ଆସିବା ପୂର୍ବରୁ ଆମ ଉପର ଓ ଚାରିପାର୍ଶ୍ଵର ବାୟୁମଣ୍ଡଳର ଓଜନ ଦ୍ଵାରା ପ୍ରଦତ୍ତ ଚାପ ଯୋଗୁଁ ପାଗ ଭାରି ଭାରି (ଗୁମ୍‌ ସୁମ୍) ଲାଗି ଥାଏ ।
Class 7 Social Science Chapter 2 Notes Odia Medium ପାଣିପାଗକୁ ବୁଝିବା-7
ଉପକୂଳ ଅଞ୍ଚଳରେ ବାୟୁଚାପର ମାତ୍ରା ଅଧ‌ିକ ଥାଏ ଏବଂ ସ୍ଥାନର ଉଚ୍ଚ ତା ବୃଦ୍ଧି ସହ ଏହା ହ୍ରାସପାଇଥାଏ ।
ଉଚ୍ଚସ୍ଥାନରେ ବାୟୁ ପତଳା ଥାଏ ଏବଂ ଅମ୍ଳଜାନ କମ୍ ମିଳିଥାଏ ।

ରକ୍ତରେ ଅମ୍ଳଜାନ କମ୍ ମିଶୁଥିବାରୁ ପାହାଡ଼ ଚଢ଼ିବାପାଇଁ ଶରୀରକୁ ଅଧୂକରୁ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ । ଏହି କାରଣରୁ ଅତ୍ୟଧିକ ଉଚ୍ଚତାରେ ମଣିଷ ବେଳେବେଳେ ଅଣନିଃଶ୍ଵାସୀ ହେବା ସଙ୍ଗେ ସଙ୍ଗେ ମୁଣ୍ଡ ବୁଲାଇବା ଓ କ୍ଳାନ୍ତ ଅନୁଭବ କରିଥାଏ ।

ସମୁଦ୍ର ଉପକୂଳରେ ଉପରେ ବା ତଳେ ସମତଳ ଅଞ୍ଚଳରେ ବେଳେବେଳେ ବାୟୁଚାପ ନାଟକୀୟଭାବେ ହ୍ରାସ ପାଇଥାଏ ଯାହାକୁ ଜଳବାୟୁ ବିଜ୍ଞାନୀମାନେ ‘ଅବପାତ’ ବା ‘ଲଘୁଚାପ କେନ୍ଦ୍ର’ ବୋଲି କହିଥାନ୍ତି । ଅବପାତ ପରବର୍ତୀ ସମୟରେ ଏକ ଘୂର୍ଣ୍ଣିଝଡ଼ ବା ବାତ୍ୟାରେ ପରିଣତ ହୋଇଥାଏ ।

ବାରୋମିଟର ନାମକ ଯନ୍ତ୍ରଦ୍ୱାରା ବାୟୁଚାପ ମପାଯାଏ । ମିଲିବାର ଏକକଦ୍ଵାରା ବାୟୁଚାପ ପ୍ରକାଶିତ ହୋଇଥାଏ । (ସଂକ୍ଷେପରେ ଏହାକୁ ଏମ୍.ବି. କୁହାଯାଏ ।)

ସମୁଦ୍ର ପତ୍ତନରେ ସାଧାରଣ ବାୟୁ ଚାପ ୧୦୧୩ ମିଲିବାର ହୋଇଥାଏ । ବାୟୁଚାପ ୧୦୦୦ ମିଲିବାରରୁ କମିଗଲେ, ଅବପାତରେ ପରିଣତ ହୁଏ ।

ଅଭ୍ୟସ୍ତ ହେବା (Acclimatise) : ନୂତନ ଜଳବାୟୁ କିମ୍ବା ନୂତନ ପରିସ୍ଥିତି ସହିତ ଖାପଖୁଆଇ ଚଳିବା ।

ପବନ୍ଦ :

  1. ଗତିଶୀଳ ବାୟୁକୁ ପବନ କୁହାଯାଏ ।
  2. ବାୟୁ ଉଚ୍ଚଚାପ ବିଶିଷ୍ଟ ଅଞ୍ଚଳରୁ ନିମ୍ନ ଚାପ ବିଶିଷ୍ଟ ଅଞ୍ଚଳ ଆଡ଼କୁ ପ୍ରବାହିତ ହୋଇଥାଏ ।
  3. ପବନର ଦୁଇଟି ବୈଶିଷ୍ଟ୍ୟ ରହିଛି, ଯଥା ବେଗ ଓ ଦିଗ । ଏହି ଦୁଇଟିଦ୍ଵାରା ପବନର ବିଶେଷତା ପ୍ରକାଶ କରାଯାଏ ।
  4. ପବନର ବେଗ ଓ ଦିଗ ପାଣିପାଗର ପୂର୍ବ ସୂଚନା ଦେବାରେ ସହାୟକ ହୋଇଥାଏ ।
  5. ନୌଚାଳନା ତଥା ଉଡ଼ାଜାହାଜ ଚଳାଚଳରେ ପବନର ଗୁରୁତ୍ଵପୂର୍ଣ୍ଣ ପ୍ରଭାବ ରହିଛି । ସେଥ‌ିପାଇଁ ନାବିକ ତଥା ବୈମାନିକମାନେ ପବନର ବେଗ ତଥା ଦିଗ ବିଷୟରେ ସଚେତନ ରହିବା ଆବଶ୍ୟକ ।
  6. କୃଷକମାନେ ମଧ୍ୟ ପବନର ଦିଗକୁ ଅନୁଧ୍ୟାନ କରି ବର୍ଷାର ପୂର୍ବାନୁମାନ କରିଥା’ନ୍ତି । ଏତଦ୍‌ବ୍ୟତୀତ ବେଗଶାଳୀ ପବନ ମୃତ୍ତିକାକୁ ଶୀଘ୍ର ଶୁଷ୍କ କରିଦେଇଥାଏ ।

ପବନର ବେଗ କିପରି ନିର୍ଣ୍ଣୟ କରିବା ? :
ଦିଗବାରେଣୀ ବା ଉଇଣ୍ଡଭେନ୍ ଯନ୍ତ୍ର ସାହାଯ୍ୟରେ ପବନର ଦିଗ ମପାଯାଏ ।

ଏହି ଯନ୍ତ୍ରରେ ଏକ ଖମ୍ବ ଉପରେ ଏକ ପୂର୍ଣ୍ଣା ୟମାନ ତୀର ଲାଗିଥାଏ । ଏହାର ଗୋଟିଏ ପାର୍ଶ୍ଵ ମୁନିଆ ଅପର ପାର୍ଶ୍ଵ ଟି ମାଛ ଲାଞ୍ଜ ସଦୃଶ ଚ ଉଡ଼ା ହୋଇଥାଏ । ପବନ ବହିଲେ ମୁନିଆ ପାର୍ଶ୍ଵଟି ପବନ ଯେଉଁ ଦିଗରୁ ବହୁଛି ସେହି ପଟକୁ ଲକ୍ଷ୍ୟ କରିଥାଏ । ଅର୍ଥାତ୍ ପବନ ଦକ୍ଷିଣ ଦିଗରୁ ବହୁଥୁଲେ ତୀରଟି ଦକ୍ଷିଣ ଦିଗକୁ ଚାହିଁଥାଏ । ପୁଚ୍ଛ ପାର୍ଶ୍ଵଟି ଏହାର ବିପରୀତ ଦିଗ ଅର୍ଥାତ୍ ଉତ୍ତର ପଟେ ଥାଏ । ଏହା ଅତି ହାଲୁକା ପବନରେ ପ୍ରତିକ୍ରିୟା ପ୍ରକାଶ କରେ ।
Class 7 Social Science Chapter 2 Notes Odia Medium ପାଣିପାଗକୁ ବୁଝିବା-8
ଉଡ଼ାଜାହାଜ ପଡ଼ିଆମାନଙ୍କରେ ଥ‌ିବା ପବନ ଦିଗ୍‌ଦର୍ଶକଗୁଡ଼ିକୁ ‘ବାତାଶଙ୍କୁ (Wind sock) କୁହାଯାଏ । ଏହା ବୈମାନିକମନକୁ ଉଡ଼ାଜାହାଜ ଉଡ଼ାଣ ଓ ଅବତରଣ ସମୟରେ ପବନର ଦିଗ ଜାଣିବାରେ ସାହାଯ୍ୟ କରିଥାଏ । ଏହି ପ୍ରକାରର ଶଙ୍କୁ କଳକାରଖାନାରେ ବ୍ୟବହୃତ ହୋଇଥାଏ, ଯେଉଁଥୁରୁ ଧୁଆଁ ଓ ଅନ୍ୟାନ୍ୟ ଗ୍ୟାସ୍‌ ନିର୍ଗତ ହୋଇଥାଏ ।

ବାୟୁର ବେଗ ମାପିବାପାଇଁ ଆନିମ୍ନୋମିଟର ନାମକ ଏକ ସରଳ ଯନ୍ତ୍ର ବ୍ୟବହାର କରାଯାଏ । ଏଥିରେ ତିନୋଟି ବା ଚାରୋଟି ଅର୍ଦ୍ଧ ଗୋଲାକାର ଧାତବ କପ୍ ରହିଥାଏ । ଏହି କପ୍‌ଗୁଡ଼ିକ ଲମ୍ବଭାବେ ଥିବା ଏକ ଧାତବ ଖମ୍ବ ସହ ସଂଯୁକ୍ତ ଥାଏ ।

ପବନ ବହିଲେ, କପ୍ ଭିତରେ ପବନ ପଶେ ଓ କପ୍‌ଗୁଡ଼ିକ ଘୂରିବାକୁ ଲାଗେ । ପବନର ବେଗ ବୃଦ୍ଧି ସହ କପ୍‌ଗୁଡ଼ିକ ଅଧ୍ଵରୁ ଅଧୁକ ବେଗରେ ଘୂରିଥା’ନ୍ତି ।

ଧାତବ ଖମ୍ବର ମୂଳରେ ଘଣ୍ଟାପରି ଏକ ପରିମାପକ ଯନ୍ତ୍ର ଥାଏ । ଏହି ଯନ୍ତ୍ରଟି ତାରଦ୍ଵାରା କପଗୁଡ଼ିକ ସହ ସଂଯୁକ୍ତ । ଫଳତଃ ପବନର ବେଗ ନିମ୍ନରେ ଥ‌ିବା ମାପ ଯନ୍ତ୍ରରେ ଜଣାପଡ଼େ । କପ୍‌ଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ସମୟରେ କେତେଥର ଘୂରିଛନ୍ତି ତାହା ମାପକ ଯନ୍ତ୍ର ହିସାବ ରଖେ ଏବଂ ବାୟୁର ବେଗକୁ କି.ମି. (କିଲୋମିଟର) ପ୍ରତି ଘଣ୍ଟା ଆକାରରେ ପ୍ରକାଶ କରେ ।

(ଙ) ଆର୍ଦ୍ରତା:
ବାୟୁମଣ୍ଡଳରେ ଥିବା ଜଳୀୟବାଷ୍ପର ପରିମାଣକୁ ଆର୍ଦ୍ରତା କୁହାଯାଏ ।

ଆର୍ଦ୍ରତାର ପରିମାଣ, ‘ତାପମାତ୍ରା, ପବନ, ବାୟୁଚାପ ଓ ସ୍ଥାନ ଆଦିଦ୍ଵାରା ପ୍ରଭାବିତ ହୋଇଥାଏ ।

ବାୟୁରେ ଜାଳୀୟବାଷ୍ପର ପରିମାଣ ‘ଆପେକ୍ଷିକ ଆର୍ଦ୍ରତା’ରେ ଶତକଡ଼ା ହିସାବରେ ପ୍ରକାଶ କରାଯାଏ । ବାୟୁରେ ଆଦୌ ଜଳୀୟବାଷ୍ପ ନଥୁଲେ ଆପେକ୍ଷିକ ଆର୍ଦ୍ରତା ୦% (ଶୂନ୍ୟ ଶତକଡ଼ା) ଏବଂ ଜଳୀୟବାଷ୍ପ ପରିପୂର୍ଣ୍ଣ ଥଲେ ଆପେକ୍ଷିକ ଆର୍ଦ୍ରତା ୧୦୦% (ଶହେ ଶତକଡ଼ା) ହୋଇଥାଏ । ଶୁଷ୍କ ପାଗରେ ଆପେକ୍ଷିକ ଆର୍ଦ୍ରତା ୨୦% ରୁ ୪୦% ମଧ୍ଯରେ ଏବଂ ଆର୍ଦ୍ର ପାଗରେ ଏହା ୬୦%ରୁ ୮୦% ରହିଥାଏ ।

ଆର୍ଦ୍ରତାର ପରିମାଣକୁ ‘ହାଇଡ୍ରୋମିଟର’ ନାମକ ଯନ୍ତ୍ରଦ୍ଵାରା ମପାଯାଇଥାଏ ।

ହାଇଡ୍ରୋମିଟର ବିଭିନ୍ନ ପ୍ରକାରର ଅଟେ । ମୂଳତତ୍ତ୍ଵ ବା ନୀତି ଆଧାରରେ ହାଇକ୍ରୋମିଟରକୁ ବିଭିନ୍ନ ଭାଗରେ ବିଭକ୍ତ କରାଯାଇଛି ।

ଖାଦ୍ୟ ପ୍ରକ୍ରିୟାକରଣ ଆଦି ଶିଳ୍ପରେ ଆର୍ଦ୍ରତାର ନିରୂପଣ ବେଶ୍ ଗୁରୁତ୍ଵ ବହନ କରିଥାଏ ।

ସଂଗ୍ରହାଳୟଗୁଡ଼ିକ ମଧ୍ୟ ଆର୍ଦ୍ରତା ନିରୀକ୍ଷଣ କରିଥା’ନ୍ତି । କାରଣ ଶୁଷ୍କ ପରିବେଶରେ ହିଁ ସେଠାରେ ପ୍ରଦର୍ଶିତ ସାମଗ୍ରୀଗୁଡ଼ିକ ସଂରକ୍ଷିତ ରହିଥାଏ ।

ଜଳବାଷ୍ପୀଭୂତ ହେଲେ ଶୀତଳତା ପ୍ରଦାନ କରେ ।

ବାୟୁରେ ଅଧ‌ିକ ପରିମାଣର ଜଳୀୟବାଷ୍ପ ଥିଲେ ବାଷ୍ପୀଭବନ ମନ୍ଥର ହୋଇଥାଏ । ଏପରି ଅବସ୍ଥା ମୂଖ୍ୟତଃ ବର୍ଷାଦିନେ ଦେଖାଯାଏ ।

ପାଣିପାଗ କେନ୍ଦ୍ର :
ପାଣି ପାଗକୁ ମାପିବାପାଇଁ ଯେଉଁ ଯନ୍ତ୍ରଗୁଡ଼ିକ ଆବଶ୍ୟକ ହୋଇଥାଏ ସେଗୁଡ଼ିକ ପାଣିପାଗ କେନ୍ଦ୍ର ରେ ଥାଏ । ଫଳରେ ପାଗ ନିର୍ଣ୍ଣୟ ଓ ଅନୁସରଣ ସହଜ ହୋଇଥାଏ ।
Class 7 Social Science Chapter 2 Notes Odia Medium ପାଣିପାଗକୁ ବୁଝିବା-9
ସମସ୍ତ ପାଣିପାଗ ଯନ୍ତ୍ରଗୁଡ଼ିକର ତଥ୍ୟ ସଂଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ କରିବା ଆବଶ୍ୟକ । ଏହା ମାନ ଚି ତ୍ରୀକ ର ଣ ଓ ପାଣି ପାଗ ର ପୂର୍ବାନୁମାନରେ ସହାୟକ ହୋଇଥାଏ ।

ସ୍ୱୟଂଚାଳିତ ପାଣିପାଗ କେନ୍ଦ୍ର :
ଆଜିକାଲି ଅନେକ ସ୍ଥାନରେ ସ୍ୱୟଂଚାଳିତ ପାଣିପାଗ କେନ୍ଦ୍ରଗୁଡ଼ିକ (AWS – Automated Weather Station) ସ୍ଥାପନ କରାଗଲାଣି ।
Class 7 Social Science Chapter 2 Notes Odia Medium ପାଣିପାଗକୁ ବୁଝିବା-10
ଏହି ସବୁ କେନ୍ଦ୍ର ଗୁ ଡ଼ି କରେ ସେନ୍ ସର ଦ୍ଵାର। ତାପମାତ୍ରା, ଆର୍ଦ୍ରତା, ପବନର ବେଗ ଓ ଦିଗ, ବର୍ଷଣ, ବାୟୁଚାପ ଭଳି ପାଣିପାଗ ତଥ୍ୟ ସଂଗୃହୀତ ହୋଇଥାଏ ।

ମନୁଷ୍ୟର ହସ୍ତକ୍ଷେପ ବିନା ମିଳୁଥିବା ଏହି ତଥ୍ୟଗୁଡ଼ିକ ବେଶ୍ ସଠିକ୍ ଓ ଉଚିତ ସମୟରେ ଉପଲବ୍ଧ ହୋଇଥାଏ । ଏହି ଗୁଡ଼ିକ କୃଷି, ଉଡ଼ାଜାହାଜ ଚଳାଚଳ, ପାଣିଜାହାଜ ଚଳାଚଳ ତଥା ପରିବେଶ ନିରୀକ୍ଷଣ କ୍ଷେତ୍ରରେ ବ୍ୟାପକ ଭାବେ ବ୍ୟବହୃତ ହେଉଛି ।

୨୦୨୩ ମସିହାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସମୁଦ୍ର ପତ୍ତନରୁ ୪୮୦୦୦ ମିଟର ଉଚ୍ଚତାରେ ଥିବା ସିକିମ୍ବର ଏକ ତୁଷାର ହ୍ରଦଠାରେ ଗୋଟିଏ ସ୍ୱୟଂଚାଳିତ ପାଣି ପାଗକେନ୍ଦ୍ର ସ୍ଥାପନ କରିଛି । ଏହି କେନ୍ଦ୍ର ଆଞ୍ଚଳିକ କ୍ଷେତ୍ରରେ ହେବାକୁ ଯାଉଥିବା ପାଣିପାଗ ସମ୍ବନ୍ଧରେ ଆଗୁଆ ସୂଚନା ପ୍ରଦାନ କରୁଛି ।

ପାଣିପାଗର ଆଗାମୀ ସୂଚନା :
ଜଳବାୟୁ ବିଜ୍ଞାନୀମାନେ ବିଭିନ୍ନ ଯନ୍ତ୍ର ସାହାଯ୍ୟରେ ଦୀର୍ଘକାଳୀନ ତଥ୍ୟ ସଂଗ୍ରହ କରି ସେଗୁଡ଼ିକୁ ଅଧ୍ୟୟନ କରନ୍ତି ଏବଂ ବୈଜ୍ଞାନିକ ପଦ୍ଧତିରେ ବିଶ୍ଳେଷଣ କରି ପାଣିପାଗର ପୂର୍ବାନୁମାନ କରିଥା’ନ୍ତି ।

ପାଣିପାଗର ପୂର୍ବାନୁମାନ ଆଜିକାଲି ବେଶି ଗୁରୁତ୍ଵ ବହନ କରୁଛି । କାରଣ ଜଳବାୟୁ ପରିବର୍ତ୍ତନ ଯୋଗୁଁ ମରୁଡ଼ି, ବନ୍ୟା ବାତ୍ୟା ଭଳି ଚରମ ଅବସ୍ଥା ବାରମ୍ବାର ସଙ୍ଗଠିତ ହେବାବେଳେ ପାଣିପାଗର ସତର୍କ ସୂଚନା ଆମକୁ ଅନେକ ସମ୍ଭାବ୍ୟ ବିପଦରୁ ରକ୍ଷା କରିପାରୁଛି ।

ଉଦାହରଣ ସ୍ଵରୂପ, ସାମୁଦ୍ରିକ ଝଡ଼ତୋଫାନ ହେବାର ଆଗୁଆ ସୂଚନା ମିଳିଲେ, ମତ୍ସ୍ୟଜୀବୀମାନେ ସମୁଦ୍ରକୁ ଡଙ୍ଗା ନେଇ ଯାତ୍ରା ନ କରିବାକୁ ପରାମର୍ଶ ଦିଆଯାଇଥାଏ । ବାତ୍ୟାର ସମ୍ଭାବନା ଥିଲେ ସମଗ୍ର ଉପକୂଳ ଅଞ୍ଚଳର ଅଧ୍ଵବାସୀମାନଙ୍କୁ ସ୍ଥାନାନ୍ତରଣ କରିବାକୁ ପଡ଼ିଥାଏ ।

ପ୍ରଦତ୍ତ ଭାରତ ମାନଚିତ୍ରକୁ ଦେଖ । ଏହି ମାନଚିତ୍ର ଭାରତ ପାଣିପାଗ ବିଭାଗଦ୍ଵାରା ୨୦୨୪ ମସିହା ମେ ମାସ ୧୯ତାରିଖରେ ଜାରି କରାଯାଇଛି । ଏଥ‌ିରେ ପ୍ରଦତ୍ତ ପ୍ରତୀକଗୁଡ଼ିକୁ ନିରୀକ୍ଷଣ କର ଏବଂ ମାନଚିତ୍ରରେ ଦିଆଯାଇଥବା ବିଭିନ୍ନ ପ୍ରତୀକକୁ ପରିସ୍ଥିତି ସହ ସମ୍ପର୍କିତ କର ।

ଆମେ ଯାହା ଜାଣିଲୁ

  1. କୌଣସି ସ୍ଥାନର ପାଗର ସଂଜ୍ଞା ତାହାର ତାପମାତ୍ରା, ଆର୍ଦ୍ରତା, ବର୍ଷଣ, ପବନ, ବାୟୁ ଚାପ ଦ୍ଵାରା ପ୍ରକାଶିତ ହୋଇଥାଏ ।
  2. ଏହିସବୁ ଉପାଦାନଗୁଡ଼ିକର ଅବସ୍ଥା ବା ପରିମାଣ ସ୍ଵତନ୍ତ୍ର ଯନ୍ତ୍ରଗୁଡ଼ିକଦ୍ୱାରା ନିର୍ଣ୍ଣୟ କରାଯାଇଥାଏ । ଏଥୁରୁ ସଂଗୃହୀତ ତଥ୍ୟ ପାଗ ଅନୁସରଣ ଓ ପୂର୍ବାନୁମାନରେ ସହାୟକ ହୋଇଥାଏ ।
  3. ସମୟ ଓ ପରିସ୍ଥିତି ଅନୁଯାୟୀ ପାଣିପାଗରେ କୌଣସି ଏକ ଉପାଦାନରେ ଅଧିକ ପ୍ରଭାବ ଅନୁଭୂତ ହୋଇଥାଏ । ଉଦାହରଣ ସ୍ଵରୂପ- ଜୁଲାଇ ମାସରେ ବୃଷ୍ଟିପାତ, ମଇ ଓ ଡିସେମ୍ବର ମାସରେ ତାପମାତ୍ରା, ବାତାବର୍ତ୍ତ ‘ଗତି ସମୟରେ ବାୟୁଚାପ ଏବଂ ଲୁ’ (ଉତ୍ତର ଭାରତରେ ଗ୍ରୀଷ୍ମ କାଳରେ ପ୍ରବାହିତ ବେଗଶାଳୀ ଧୂଳି ଓ ବାଲି ମିଶା ପବନ) ପବନ ଓ ବନାଗ୍ନି କ୍ଷେତ୍ରର ପବନର ପ୍ରଭାବ ବିଶେଷଭାବେ ଅନୁଭୂତ ହୁଏ ।
  4. ପାଣିପାଗ ଜଳବାୟୁ ସହିତ ଅନ୍ତରଙ୍ଗ ଭାବେ ଜଡ଼ିତ ।