BSE Odisha 9th Class History Solutions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

Odisha State Board BSE Odisha 9th Class History Solutions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ Textbook Exercise Questions and Answers.

BSE Odisha Class 9 History Solutions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

୧ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ଗୋଟି ଶବ୍ଦ ମଧ୍ଯରେ ଲେଖି ।

(କ) ଦ୍ବିତୀୟ ବିଶ୍ୱଯୁଦ୍ଧର କାରଣଗୁଡ଼ିକ ସଂକ୍ଷେପରେ ଆଲୋଚନା କର ।
Answer:
ନିମ୍ନଲିଖ୍ କାରଣଗୁଡ଼ିକ ଯୋଗୁଁ ଦ୍ବିତୀୟ ବିଶ୍ଵଯୁଦ୍ଧ ସଂଘଟିତ ହୋଇଥିଲା ।

  • ପ୍ୟାରିସ୍ ଶାନ୍ତ ସମ୍ମିଳନୀରେ ତ୍ରୁଟିବିଚ୍ୟୁତି ଏବଂ ଭର୍ସାଇ ସନ୍ଧିର ଅପମାନଜନକ ସର୍ତ୍ତାବଳୀ ଶାନ୍ତି ପରିବର୍ତ୍ତେ ଅନ୍ୟ ଏକ ବିଶ୍ବଯୁଦ୍ଧର ବୀଜ ବପନ କରିଥିଲା ।
  •  ପ୍ରଥମ ବିଶ୍ଵଯୁଦ୍ଧ ପରେ ଗଠିତ ଜାତିସଂଘ ବିଶ୍ଵରେ ଶାନ୍ତି ପ୍ରତିଷ୍ଠା କରିବା କ୍ଷେତ୍ରରେ ବିଫଳ ହେବା ସଙ୍ଗେ ସଙ୍ଗେ ଜର୍ମାନୀ, ଇଟାଲୀ, ଜାପାନ ପ୍ରଭୃତି ଏକଚ୍ଛତ୍ରବାଦୀ ରାଷ୍ଟ୍ରଗୁଡ଼ିକୁ ଆୟତ୍ତ କରିପାରିନଥିଲା ।
  • ଇଟାଲୀରେ ଫାସୀବାଦୀ, ଜର୍ମାନୀରେ ନାଜିବାଦୀ, ରୁଷରେ ସାମ୍ୟବାଦୀ, ଇଂଲଣ୍ଡ ଓ ଆମେରିକାରେ ପୁଞ୍ଜିବାଦୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଆଦର୍ଶଗତ ପାର୍ଥକ୍ୟ ବିଶ୍ୱଯୁଦ୍ଧର ଅନ୍ୟତମ ମୁଖ୍ୟ କାରଣ ଥିଲା ।
  • ବ୍ରିଟେନ୍, ଫ୍ରାନ୍ସ ପ୍ରଭୃତି ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକର ସନ୍ତୁଷ୍ଟୀକରଣ ନୀତି, ଇଟାଲୀ, ଜର୍ମାନୀ ପ୍ରଭୃତି ଏକଚ୍ଛତ୍ରବାଦୀ
  • ଦୁଇ ବିରୋଧୀ ସାମରିକ ମେଣ୍ଟ; ଯଥା – ଅକ୍ଷଶକ୍ତି, ମିତ୍ରଶକ୍ତି ଗଠନ ବିଶ୍ବଯୁଦ୍ଧକୁ ଆହ୍ଵାନ କରିଥିଲା ।

BSE Odisha 9th Class History Solutions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

(ଖ) ଯୁକ୍ତରାଷ୍ଟ୍ର ଆମେରିକା କେବେ ଓ କାହିଁକି ଦ୍ବିତୀୟ ବିଶ୍ବଯୁଦ୍ଧରେ ଯୋଗ ଦେଇଥିଲା ? ଏହାର ପରିଣତି କ’ଣ ହେଲା ?
Answer:

  • ୧୯୪୧ ମସିହାରେ ପ୍ରଶାନ୍ତ ମହାସାଗରର ହାୱାଇ ଦ୍ବୀପରେ ଅବସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକାର ବନ୍ଦର ‘ପର୍ଲ- ହାରବର’ ଉପରେ ଜାପାନ ଆକ୍ରମଣ କରିବା ଫଳରେ ଯୁକ୍ତରାଷ୍ଟ୍ର ଆମେରିକା ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଯୋଗ ଦେଇଥିଲା ।
  • ଏହା ପରଠାରୁ ଯୁଦ୍ଧର ଗତି ମୈତ୍ରଶକ୍ତିର ଅନୁକୂଳ ହେଲା । ଯୁକ୍ତରାଷ୍ଟ୍ର ଆମେରିକା ଓ ବ୍ରିଟେନ୍‌ର ମିଳିତ ସୈନ୍ୟବାହିନୀ ସିସିଲି ଅଧିକାର କରିଥିଲେ ।
  • ୧୯୪୫ ମସିହା ଆରମ୍ଭରୁ ଜର୍ମାନୀ ଉପରେ ମିତ୍ରଶକ୍ତିର ମିଳିତ ଆକ୍ରମଣ ଫଳରେ ଏହା ଆତ୍ମସମର୍ପଣ କରିଥିଲା ।
  • ୧୯୪୫ ମସିହା ଅଗଷ୍ଟ ୬ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକା ଜାପାନର ହିରୋସୀମା ଓ ଅଗଷ୍ଟ ୯ ତାରିଖରେ ନାଗାସାକି ସହର ଉପରେ ପରମାଣୁ ବୋମା ପକାଇ ଏହି ସହର ଦୁଇଟିକୁ ଧ୍ୱଂସ କରିଦେଇଥିଲା ।
  • ଫଳରେ ୧୯୪୫ ମସିହା ଅଗଷ୍ଟ ୧୪ ତାରିଖରେ ଜାପାନ ବିନା ସର୍ତ୍ତରେ ଆତ୍ମସମର୍ପଣ କରିବାରୁ ଦ୍ଵିତୀୟ ବିଶ୍ବଯୁଦ୍ଧର ପରିସମାପ୍ତି ଘଟିଲା ।

(ଗ) ଦ୍ଵିତୀୟ ବିଶ୍ବଯୁଦ୍ଧର ରାଜନୈତିକ ଓ ଅର୍ଥନୈତିକ ପରିଣତି ଲେଖ ।
Answer:
ଦ୍ବିତୀୟ ବିଶ୍ବଯୁଦ୍ଧର ନିମ୍ନଲିଖ ରାଜନୈତିକ ଓ ଅର୍ଥନୈତିକ ପରିଣତି ପରିଲକ୍ଷିତ ହୋଇଥିଲା ।

  • ଯୁଦ୍ଧ ପରେ ସାମ୍ରାଜ୍ୟବାଦୀ ରାଷ୍ଟ୍ରମାନଙ୍କର ପ୍ରଭାବ ହ୍ରାସ ପାଇଥିଲା ଏବଂ ଏସିଆ ଓ ଆଫ୍ରିକା ମହାଦେଶର ବହୁ ଉପନିବେଶ ଆନ୍ଦୋଳନ କରି ସ୍ବାଧୀନ ହୋଇଥିଲେ ।
  • ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏତ୍ ରୁଷ୍ ବିଶ୍ଵର ଦୁଇ ବୃହତ୍ ଶକ୍ତିଶାଳୀ ରାଷ୍ଟ୍ରରୂପେ ଆତ୍ମପ୍ରକାଶ କଲେ ।
  • ଜର୍ମାନୀରେ ନାଜିଦଳ ସମ୍ପୂର୍ଣ୍ଣ ଲୋପ ପାଇଲା । ୧୯୪୯ରେ ଜର୍ମାନୀର ପଶ୍ଚିମାଞ୍ଚଳକୁ ନେଇ ଜର୍ମାନ୍ ସଂଯୁକ୍ତ ସାଧାରଣତନ୍ତ୍ର ଓ ପୂର୍ବାଞ୍ଚଳକୁ ନେଇ ଜର୍ମାନ୍ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ଗଠିତ ହୋଇଥିଲା ।
  • ଫ୍ରାନ୍ସ ଓ ଇଟାଲୀରେ ସାମ୍ୟବାଦର ପ୍ରଭାବ ବୃଦ୍ଧି ପାଇଥିଲା । ବ୍ରିଟେନ୍‌ରେ ଆଟ୍‌ଲୀଙ୍କ ନେତୃତ୍ୱରେ ଶ୍ରମିକ ଦଳ କ୍ଷମତାକୁ ଆସିଲେ ଏବଂ ଏହି ଦଳର ସରକାର ବିଭିନ୍ନ ଉନ୍ନୟନମୂଳକ ଯୋଜନା କାର୍ଯ୍ୟକାରୀ କରି ବ୍ରିଟେନ୍‌ର ଅର୍ଥନୀତିରେ ଉନ୍ନତି ଆଣିଥିଲେ ।
  • ପୋଲାଣ୍ଡ, ହଙ୍ଗେରୀ, ରୁମାନିଆ, ବୁଲଗେରିଆ, ଚେକୋସ୍ଲୋଭାକିଆ ପ୍ରଭୃତି ପୂର୍ବ ଇଉରୋପୀୟ ଦେଶଗୁଡ଼ିକରେ ସାମ୍ୟବାଦୀ ସରକାର ଗଠିତ ହେଲା ।

(ଘ) ଦ୍ଵିତୀୟ ବିଶ୍ୱଯୁଦ୍ଧର କ୍ଷୟକ୍ଷତି ସମ୍ପର୍କରେ ଲେଖ ।
Answer:
ଦ୍ବିତୀୟ ବିଶ୍ବଯୁଦ୍ଧର କ୍ଷୟକ୍ଷତି ନିମ୍ନରେ ବର୍ଣ୍ଣନା କରାଗଲା ।

  • ଯୁଦ୍ଧ ଯୋଗୁଁ ହଜାର ହଜାର ବର୍ଗ କିଲୋମିଟର ଉର୍ବର ଚାଷଜମି ନଷ୍ଟ ହୋଇଯାଇଥିଲା ।
  • ଏଥିରେ ଅସଂଖ୍ୟ ସାମରିକ ଓ ବେସାମରିକ ଲୋକ ମୃତ୍ୟୁବରଣ କରିବା ସଙ୍ଗେ ସଙ୍ଗେ ଅଗଣିତ ଲୋକ ବିକଳାଙ୍ଗ ହୋଇଥିଲେ ।
  • ଶହ ଶହ ସହର, ଗୀର୍ଜା, ବିଶ୍ଵବିଦ୍ୟାଳୟ ଓ କଳକାରଖାନା ଧ୍ବଂସସ୍ତୂପରେ ପରିଣତ ହୋଇଥିଲା ।
  • ପରମାଣୁ ବୋମା ନିକ୍ଷେପ ଫଳରେ ଜାପାନର ହିରୋସୀମା ଓ ନାଗାସାକି ସହରଦ୍ଵୟ ଧ୍ବଂସସ୍ତୂପରେ ପରିଣତ
  • ଯୁଦ୍ଧରେ ଧନସମ୍ପତ୍ତିର କ୍ଷୟକ୍ଷତି କଳ୍ପନାତୀତ ଥିଲା । ଯୁଦ୍ଧବନ୍ଦୀଙ୍କ ଉପରେ ଅମାନୁଷିକ ଅତ୍ୟାଚାର କରାଯାଇଥିଲାବେଳେ ହିଟ୍‌ଲର୍‌ଙ୍କ ନିର୍ଦ୍ଦେଶରେ ଲକ୍ଷ ଲକ୍ଷ ଇହୁଦୀଙ୍କୁ ହତ୍ୟା କରାଯାଇଥିଲା ।

BSE Odisha 9th Class History Solutions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

୨। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨୦ଗୋଟି ଶବ୍ଦ ମଧ୍ଯରେ ଲେଖ ।

(କ) ସ୍ପେନ୍ ଦେଶରେ କେବେ ଓ କାହିଁକି ଗୃହଯୁଦ୍ଧ ହୋଇଥିଲା ?
Answer:

  • ୧୯୩୬ ମସିହାରେ ସେନ୍‌ରେ ଗୃହଯୁଦ୍ଧ ହୋଇଥିଲା ।
  • ସ୍ପେନ୍ ଦେଶରେ ନିର୍ବାଚିତ ସରକାରଙ୍କ ବିରୋଧରେ ଜେନେରାଲ ଫ୍ରାଙ୍କାଙ୍କ ନେତୃତ୍ୱରେ ସୈନ୍ୟବାହିନୀର

(ଖ) ଜର୍ମାନୀ ଓ ଇଟାଲୀ କେବେ ଓ କାହିଁକି ପରସ୍ପର ମଧ୍ୟରେ ଏକ ଚୁକ୍ତି କରିଥିଲେ ? ସେମାନେ କେଉଁ ନାମରେ ପରିଚିତ ହେଲେ ?
Answer:

  • ଯୁଦ୍ଧ ସମୟରେ ପରସ୍ପରକୁ ସାହାଯ୍ୟ କରିବା ନିମନ୍ତେ ୧୯୩୬ ମସିହାରେ ଇଟାଲୀ ଓ ଜର୍ମାନୀ ଏକ ଚୁକ୍ତି ସମ୍ପାଦନ କରିଥିଲେ ।
  • ସେମାନେ ଅକ୍ଷଶକ୍ତି ନାମରେ ପରିଚିତ ହେଲେ ।

(ଗ) ସୋଭିଏତ୍ ରୁଷ୍ କେବେ ଓ କାହିଁକି ମିତ୍ରଶକ୍ତି ପକ୍ଷରେ ଦ୍ବିତୀୟ ବିଶ୍ବଯୁଦ୍ଧରେ ଯୋଗ ଦେଇଥିଲା ?
Answer:

  • ୧୯୩୯ ମସିହା ଅଗଷ୍ଟ ୨୩ ତାରିଖ ଦିନ ସୋଭିଏତ୍ ରୁଷ୍ ଏବଂ ଜର୍ମାନୀ ପରସ୍ପର ମଧ୍ୟରେ ଏକ ଅନାକ୍ରମଣ ଚୁକ୍ତି ସ୍ବାକ୍ଷର କରିଥିଲେ ।
  •  କିନ୍ତୁ ଏହି ଚୁକ୍ତିର ସର୍ଭକୁ ଅମାନ୍ୟ କରି ୧୯୪୧ ମସିହା ଜୁନ୍ ୨୨ ତାରିଖରେ ହିଟ୍‌ଲର୍ ସୋଭିଏତ୍ ରୁଷ୍ ଆକ୍ରମଣ କରିବାରୁ ବାଧ୍ୟ ହୋଇ ରୁଷ୍ ମିତ୍ରଶକ୍ତି ପକ୍ଷରେ ଯୋଗ ଦେଇଥିଲା ।

(ଘ) ଯୁକ୍ତରାଷ୍ଟ୍ର ଆମେରିକା କେବେ ଓ କାହିଁକି ଦ୍ଵିତୀୟ ବିଶ୍ବଯୁଦ୍ଧରେ ଯୋଗ ଦେଇଥିଲା ?
Answer:

  • ୧୯୪୧ ମସିହାରେ ଜାପାନ ପ୍ରଶାନ୍ତ ମହାସାଗରର ହାୱାଇ ଦ୍ଵୀପରେ ଥିବା ଯୁକ୍ତରାଷ୍ଟ୍ର ଆମେରିକାର ବନ୍ଦର ନଗର ପଇଁହାର୍ବର ଉପରେ ଆକ୍ରମଣ କରିଥିଲା ।
  • ଏଥିରେ କ୍ଷୁବ୍‌ଧ ହୋଇ ଯୁକ୍ତରାଷ୍ଟ୍ର ଆମେରିକା ଦ୍ୱିତୀୟ ବିଶ୍ବଯୁଦ୍ଧରେ ମିତ୍ରଶକ୍ତି ସପକ୍ଷରେ ଯୋଗ ଦେଇଥିଲା ।

BSE Odisha 9th Class History Solutions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

(ଙ) ଯୁକ୍ତରାଷ୍ଟ୍ର ଆମେରିକା କେବେ ଓ କାହିଁକି ଜାପାନର ହିରୋସୀମା ଓ ନାଗାସାକି ଉପରେ ପରମାଣୁ ବୋମା ପକାଇଥିଲା ?
Answer:

  • ଜର୍ମାନୀର ପରାଜୟ ସତ୍ତ୍ଵେ ଜାପାନ ଯୁଦ୍ଧରୁ ବିରତ ହେଲା ନାହିଁ ।
  • ତେଣୁ ୧୯୪୫ ମସିହା ଅଗଷ୍ଟ ୬ ତାରିଖ ଦିନ ଜାପାନର ହିରୋସୀମା ଏବଂ ଅଗଷ୍ଟ ୯ ତାରିଖ ଦିନ ନାଗାସାକି ଉପରେ ଯୁକ୍ତରାଷ୍ଟ୍ର ଆମେରିକା ପରମାଣୁ ବୋମା ପକାଇଥିଲା ।

(ଚ) ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ ଜର୍ମାନୀ କିପରି ଭାଗ ଭାଗ ହେଲା ?
Answer:
୧୯୪୯ ମସିହାରେ ଜର୍ମାନୀର ପଶ୍ଚିମାଞ୍ଚଳକୁ ନେଇ ପଶ୍ଚିମ ଜର୍ମାନୀ ବା ଜର୍ମାନ୍ ସଂଯୁକ୍ତ ସାଧାରଣତନ୍ତ୍ର ଓ ଜର୍ମାନୀର ପୂର୍ବାଞ୍ଚଳକୁ ନେଇ ପୂର୍ବ ଜର୍ମାନୀ ବା ଜର୍ମାନ୍ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ଗଠିତ ହେବାରୁ ଜର୍ମାନୀ ଦୁଇ ଭାଗରେ ବିଭକ୍ତ ହୋଇଥିଲା ।

(ଛ) ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ସାମ୍ୟବାଦୀ ସରକାର ଗଠିତ ହୋଇଥିବା ୪ଟି ପୂର୍ବ ଇଉରୋପୀୟ ଦେଶର ନାମ ଲେଖ ।
Answer:
ଦ୍ବିତୀୟ ବିଶ୍ଵଯୁଦ୍ଧ ପରେ ସାମ୍ୟବାଦୀ ସରକାର ଗଠିତ ହୋଇଥ‌ିବା ୪ଟି ପୂର୍ବ ଇଉରୋପୀୟ ଦେଶର ନାମ

  • ପୋଲାଣ୍ଡ,
  • ହଙ୍ଗେରୀ,
  • ବୁଲ୍‌ ଗେରିଆ
  • ରୁମାନିଆ

(ଜ) ୧୯୪୦ ମସିହାରେ ଜର୍ମାନ୍‌ବାହିନୀ ଦ୍ଵିତୀୟ ବିଶ୍ବଯୁଦ୍ଧରେ କି ସଫଳତା ଲାଭ କରିଥିଲେ ?
Answer:

  • ୧୯୪୦ ମସିହା ମେ ମାସ ସୁଦ୍ଧା ପୋଲାଣ୍ଡ, ନରୱେ, ଡେନ୍‌ମାର୍କ, ହଲାଣ୍ଡ, ବେଲ୍‌ଜିଅମ୍ ପ୍ରଭୃତି ଦେଶ .. ଜର୍ମାନୀଦ୍ଵାରା ଅଧ୍ବକୃତ ହୋଇଥିଲା ।
  • ଜୁନ୍ ମାସ ୧୪ ତାରିଖ ଦିନ ଜର୍ମାନ୍‌ବାହିନୀ ଫ୍ରାନ୍ସର ରାଜଧାନୀ ପ୍ୟାରିସ୍ ଏବଂ ପର୍ଯ୍ୟାୟକ୍ରମେ ଗ୍ରୀସ୍ ଓ ଯୁଗୋସ୍ଲୋଭିଆ ଅଧିକାର କରିଥିଲେ ।

(ଝ) ଜାତିସଂଘର ବିଫଳତା ଦ୍ବିତୀୟ ବିଶ୍ଵଯୁଦ୍ଧ ପାଇଁ କିପରି ଦାୟୀ ଥିଲା ?
Answer:

  • ପ୍ରଥମ ବିଶ୍ଵଯୁଦ୍ଧ ପରେ ସାମୂହିକ ସୁରକ୍ଷା ଓ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ନିମନ୍ତେ ଗଠିତ ହୋଇଥିବା ଜାତିସଂଘ ନିଜ କାର୍ଯ୍ୟ ତୁଲାଇବାରେ ବିଫଳ ହୋଇଥିଲା ।
  • ଜାତିସଂଘରେ ଯୁକ୍ତରାଷ୍ଟ୍ର ଆମେରିକା ସାମିଲ ନହେବା, ଜାତିସଂଘର ବିରୁଦ୍ଧରେ ଜାତିସଂଘ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ପାରିବା ଏବଂ ଏକଚ୍ଛତ୍ରବାଦୀ ରାଷ୍ଟ୍ର ଏହାର ସଭ୍ୟପଦ ତ୍ୟାଗ କରିବା ଇତ୍ୟାଦି ଘଟଣା ନିର୍ଦ୍ଦେଶକୁ ଅମାନ୍ୟ କରୁଥିବା ରାଷ୍ଟ୍ରମାନଙ୍କ ସର୍ବୋପରି ଜର୍ମାନୀ, ଇଟାଲୀ ଭଳି ଏହାର ବିଫଳତା ପାଇଁ ଦାୟୀ ଥିଲା ।

BSE Odisha 9th Class History Solutions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

(ଞ) କେଉଁସବୁ ସମସ୍ୟାକୁ କେନ୍ଦ୍ରକରି ଜର୍ମାନୀରେ ନାଜିଦଳ ସୁଦୃଢ଼ ହୋଇଥିଲା ?
Answer:
ଜର୍ମାନ୍ ଜନସାଧାରଣଙ୍କ ଦୁରବସ୍ଥା, ଆର୍ଥିକ ସଙ୍କଟ, ବେକାରି ତଥା ପ୍ୟାରିସ୍ ଶାନ୍ତ ସମ୍ମିଳନୀରେ ଜର୍ମାନୀକୁ ଦିଆଯାଇଥ‌ିବା ଅପମାନ ପ୍ରଭୃତିକୁ କେନ୍ଦ୍ରକରି ନାଜିଦଳ ସୁଦୃଢ଼ ହୋଇଥିଲା ।

୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) ଜାତିସଂଘ ଗଠନରେ କିଏ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ?
Answer:
ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଉଡ୍ରୋ ଉଇଲ୍‌ସନ୍ ଜାତିସଂଘ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

(ଖ) ଜର୍ମାନୀ କେବେ ପୋଲାଣ୍ଡ ଆକ୍ରମଣ କରିଥିଲା ?
Answer:
ଜର୍ମାନୀ ୧୯୩୯ ମସିହା ସେପ୍ଟେମ୍ବର ୧ ତାରିଖ ଦିନ ପୋଲାଣ୍ଡ ଆକ୍ରମଣ କରିଥିଲା ।

(ଗ) ଦ୍ଵିତୀୟ ବିଶ୍ଵଯୁଦ୍ଧ କେବେ ଆରମ୍ଭ ହୋଇଥିଲା ?
Answer:
ଦ୍ଵିତୀୟ ବିଶ୍ଵଯୁଦ୍ଧ ୧୯୩୯ ଖ୍ରୀଷ୍ଟାବ୍ଦ ସେପ୍ଟେମ୍ବର ୩ ତାରିଖରେ ଆରମ୍ଭ ହୋଇଥିଲା ।

(ଘ) ଦ୍ବିତୀୟ ବିଶ୍ୱଯୁଦ୍ଧ ସମୟରେ କିଏ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ଥିଲେ ?
Answer:
ଦ୍ବିତୀୟ ବିଶ୍ୱଯୁଦ୍ଧ ସମୟରେ ଉଇନ୍‌ଷ୍ଟନ୍ ଚର୍ଚ୍ଚିଲ୍‌ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ଥିଲେ ।

BSE Odisha 9th Class History Solutions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

(ଙ) ଜର୍ମାନୀ କେବେ ଆତ୍ମସମର୍ପଣ କରିଥିଲା ?
Answer:
ଜର୍ମାନୀ ୧୯୪୫ ମସିହା ମେ ମାସ ୭ ତାରିଖ ଦିନ ଆତ୍ମସମର୍ପଣ କରିଥିଲା ।

(ଚ) କେବେ ଦ୍ଵିତୀୟ ବିଶ୍ୱଯୁଦ୍ଧର ପରିସମାପ୍ତି ଘଟିଥିଲା ?
Answer:
୧୯୪୫ ମସିହା ଅଗଷ୍ଟ ୧୪ ତାରିଖ ଦିନ ଦ୍ବିତୀୟ ବିଶ୍ବଯୁଦ୍ଧର ପରିସମାପ୍ତି ଘଟିଥିଲା ।

ଛ) ଦ୍ବିତୀୟ ବିଶ୍ଵଯୁଦ୍ଧ ପରେ ବ୍ରିଟେନ୍‌ରେ କାହା ନେତୃତ୍ଵରେ ଶ୍ରମିକ ଦଳ କ୍ଷମତାକୁ ଆସିଥିଲେ ?
Answer:
ଦ୍ବିତୀୟ ବିଶ୍ଵଯୁଦ୍ଧ ପରେ ବ୍ରିଟେନ୍‌ରେ କ୍ଲିମେଣ୍ଟ ଆଟ୍‌ଲିଙ୍କ ନେତୃତ୍ୱରେ ଶ୍ରମିକଦଳ କ୍ଷମତାକୁ ଆସିଥିଲେ ।

ଜ) ହିଟଲର୍ କେବେ ରାଇନ୍ ଅଞ୍ଚଳ ଅଧିକାର କରିଥିଲେ ।
Answer:
୧୯୩୬ ମସିହା ମାର୍ଚ୍ଚ ମାସରେ ହିଟ୍‌ର ରାଇନ୍ ଅଞ୍ଚଳ ଅଧିକାର କରିଥିଲେ ।

(ଝ) ପ୍ୟାରିସ୍ ଶାନ୍ତ ସମ୍ମିଳନୀର ସର୍ତ୍ତ ଅନୁଯାୟୀ କେଉଁ ଦୁଇଟି ଦେଶ ନିଜ ପାଇଁ ଯଥେଷ୍ଟ ଲାଭ ହାସଲ କରିଥିଲେ ?
Answer:
ପ୍ୟାରିସ୍ ଶାନ୍ତ ସମ୍ମିଳନୀର ସର୍ଭ ଅନୁଯାୟୀ ଇଂଲାଣ୍ଡ ଓ ଫ୍ରାନ୍ସ ନିଜ ପାଇଁ ଯଥେଷ୍ଟ ଲାଭ ହାସଲ କରିଥିଲେ ।

BSE Odisha 9th Class History Solutions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

(ଞ) ନାଜିଦଳର ଦୂରାନାମ କ’ଣ ?
Answer:
ନାଜିଦଳର ପୂରାନାମ ‘ଜାତୀୟ ସମାଜବାଦୀ ଶ୍ରମିକ ଦଳ’ ।

୪। ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ତା’ର କ୍ରମିକ ନମ୍ବର ସହିତ ବାଛି ଲେଖ ।

(କ) ୧୯୩୩ ମସିହାରେ କେଉଁ ଦେଶ ଜାତିସଂଘରୁ ଓହରି ଆସିଥିଲା ?
(i) ରୁଷ୍
(ii) ଜର୍ମାନୀ
(iii) ଇଟାଲୀ
(iv) ଜାପାନ
Answer:
(ii) ଜର୍ମାନୀ

(ଖ) କେଉଁ ଦେଶ ଯୁକ୍ତରାଷ୍ଟ୍ର ଆମେରିକାର ପର୍ଲହାର୍ବର ଉପରେ ଆକ୍ରମଣ କରିଥିଲା ?
(i) ଜର୍ମାନୀ
(ii) ରୁଷ୍
(iii) ଇଟାଲୀ
(iv) ଜାପାନ
Answer:
(iii) ୧୯୩୭ ମସିହା

BSE Odisha 9th Class History Solutions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

(ଗ) ଜାପାନ ୧୯୩୧ ମସିହାରେ କେଉଁ ପ୍ରଦେଶ ଆକ୍ରମଣ କରିଥିଲା ?
(i) ସୁଦେତାନ୍
(ii) ମାଞ୍ଚୁରିଆ
(iii) ଆବିସିନିଆ
(iv) ମ୍ୟୁନିକ୍
Answer:
(iv) ଜାପାନ

(ଘ).କେବେ ରୋମ୍-ବର୍ଲିନ୍-ଟୋକିଓ ଅକ୍ଷଶକ୍ତି ଗଠିତ ହୋଇଥିଲା ?
(i) ୧୯୩୬ ମସିହା
(ii) ୧୯୩୮ ମସିହା
(iii) ୧୯୩୭ ମସିହା
(iv) ୧୯୩୯ ମସିହା
Answer:
(ii) ମାଞ୍ଚୁରିଆ

(ଙ) କେଉଁ ରାଷ୍ଟ୍ର ଦ୍ବିତୀୟ ବିଶ୍ୱଯୁଦ୍ଧ ପରେ ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ରୂପେ ପ୍ରତିଷ୍ଠିତ ହୋଇଥିଲା ?
(i) ଯୁକ୍ତରାଷ୍ଟ୍ର ଆମେରିକା
(ii) ସୋଭିଏତ୍ ରୁଷ୍
(iii) ବ୍ରିଟେନ୍
(iv) ଫ୍ରାନ୍ସ
Answer:
(i) ଯୁକ୍ତରାଷ୍ଟ୍ର ଆମେରିକା

BSE Odisha 9th Class History Solutions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

୫। ପାଠରେ ଦିଆଯାଇଥିବା ତୁମ ପାଇଁ କାମଗୁଡ଼ିକ ଶିକ୍ଷକଙ୍କ ନିର୍ଦ୍ଦେଶନା ଓ ସହାୟତାରେ ସମ୍ପାଦନ କର ।
Answer:
(ପିଲାମାନେ ଶିକ୍ଷକଙ୍କ ସାହାଯ୍ୟ ନେଇ ପ୍ରଶ୍ନଗୁଡ଼ିକର ଉତ୍ତର ଦେବେ ।)

Leave a Comment