BSE Odisha 9th Class History Solutions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

Odisha State Board BSE Odisha 9th Class History Solutions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ Textbook Exercise Questions and Answers.

BSE Odisha Class 9 History Solutions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

୧ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ଗୋଟି ଶବ୍ଦ ମଧ୍ଯରେ ଲେଖି ।

(କ) ଚୀନ୍ ଦେଶରେ ଗୃହଯୁଦ୍ଧ ଆରମ୍ଭ ହେଲା କାହିଁକି ? ଏହାର ପରିଣତି କ’ଣ ହେଲା ?
Answer:

  • ୧୯୩୧ ମସିହାରେ ଜାପାନର ମାଞ୍ଚୁରିଆ ଆକ୍ରମଣଠାରୁ ଦ୍ୱିତୀୟ ବିଶ୍ଵଯୁଦ୍ଧ ଶେଷ ହେଲା ପର୍ଯ୍ୟନ୍ତ ଚୀନ୍‌ର
  • ଯୁଦ୍ଧରେ ପରାଜୟ ପାଇଁ ଓ ଦେଶର ଦୁର୍ବଳ ଆର୍ଥିକ ସ୍ଥିତିକୁ ସୁଧାରିବାପାଇଁ ଅକ୍ଷମ ହେବାରୁ ମାଓ ସେ ତୁଙ୍ଗଙ୍କ ନେତୃତ୍ୱାଧୀନ ସାମ୍ୟବାଦୀ ଦଳ ଓ ଚିଆଙ୍ଗ୍ କାଇଶେକ୍‌ଙ୍କ କୋମିଙ୍ଗୁଟାଙ୍ଗ୍ ଦଳ ମଧ୍ୟରେ ଗୃହଯୁଦ୍ଧ ଆରମ୍ଭ ହୋଇଥିଲା ।
  • ବିପୁଳ ଜନସମର୍ଥନ ଲାଭ କରି ମାଓ ସେ ତୁଙ୍ଗ୍ ବିଜୟ ଲାଭ କରି ୧୯୪୯ ମସିହା ଅକ୍ଟୋବର ୧ ତାରିଖରେ ଚୀନ୍
  • ଚିଆଙ୍ଗ କାଇଶେକ୍ ପରାଜିତ ହୋଇ ଫର୍ମୋଜା ଦ୍ଵୀପକୁ ପଳାୟନ କରିଥିଲେ । ସେଠାରେ ସେ ଯୁକ୍ତରାଷ୍ଟ୍ର ଆମେରିକାର ସହଯୋଗରେ ସରକାର ଗଠନ କରି ସ୍ବାଧୀନ ତାଇୱାନ୍ ରାଷ୍ଟ୍ର ପ୍ରତିଷ୍ଠା କରିଥିଲେ ।

BSE Odisha 9th Class History Solutions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

(ଖ) କୋରିଆ ଯୁଦ୍ଧ ସମ୍ପର୍କରେ ସଂକ୍ଷେପରେ ଲେଖ ।
Answer:

  • ଦ୍ବିତୀୟ ବିଶ୍ଵଯୁଦ୍ଧ ପରେ ଜାପାନ କବଳରୁ କୋରିଆ ମୁକ୍ତ ହୋଇ ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ନାମରେ ଦୁଇଭାଗରେ ବିଭକ୍ତ ହୋଇଥିଲା ।
  • ସୋଭିଏତ୍ ରୁଷ୍ ସମର୍ଥନରେ ଉତ୍ତର କୋରିଆ ୧୯୫୦ ମସିହା ଜୁନ୍ ମାସ ୨୫ ତାରିଖ ଦିନ ଦକ୍ଷିଣ କୋରିଆ ଉପରେ ଆକ୍ରମଣ କରିଥିଲା ।
  • ଏହି ଯୁଦ୍ଧରେ ସଂଯୁକ୍ତ ରାଷ୍ଟ୍ରସଂଘଦ୍ୱାରା ପ୍ରେରିତ ସୈନ୍ୟବାହିନୀ ଉତ୍ତର କୋରିଆର ସୈନ୍ୟମାନଙ୍କୁ ଦକ୍ଷିଣ କୋରିଆରୁ ବିତାଡ଼ିତ କରିଥିଲା ।
  • ୧୯୫୪ ମସିହାରେ ଅନୁଷ୍ଠିତ ଜେନେଭା ସମ୍ମିଳନୀରେ ଉତ୍ତର କୋରିଆ ଓ ଦକ୍ଷିଣ କୋରିଆକୁ ଦୁଇଟି ସ୍ଵାଧୀନ
  • ୩୮° ସମାନ୍ତରକୁ ଉଭୟ ଦେଶର ସୀମାରେଖା ରୂପେ ନିର୍ଣ୍ଣୟ କରାଗଲା ।

(ଗ) ବର୍ଷବିଦ୍ବେଷ ନୀତି କାହାକୁ କୁହାଯାଏ ? ଏହାର ପରିସମାପ୍ତି କିପରି ଘଟିଥିଲା ?
Answer:

  • ଦକ୍ଷିଣ ଆଫ୍ରିକାର ସଂଖ୍ୟାଲଘୁ ଶ୍ୱେତାଙ୍ଗମାନେ ସଂଖ୍ୟାଗରିଷ୍ଠ କୃଷ୍ଣକାୟମାନଙ୍କୁ ଶାସନ କରୁଥିଲେ ।
  • ଶ୍ୱେତାଙ୍ଗମାନଙ୍କର ଧାରଣା ଥିଲା ଯେ କୃଷ୍ଣକାୟମାନେ ଶାରୀରିକ ଓ ମାନସିକ ଦୃଷ୍ଟିରୁ ସେମାନଙ୍କଠାରୁ ନିକୃଷ୍ଟ । ନିଜକୁ ଶାସନ କରିବାର କ୍ଷମତା ସେମାନଙ୍କର ନାହିଁ । ତେଣୁ ଶ୍ୱେତାଙ୍ଗମାନଙ୍କ ଶାସନ ନ୍ୟାୟସଙ୍ଗତ । ଶ୍ଵେତାଙ୍ଗମାନଙ୍କର ଏହି ନୀତିକୁ ବର୍ଷବିଦ୍ବେଷ ନୀତି କୁହାଯାଏ ।
  • ଏହି ନୀତି ବିରୋଧରେ କୃଷ୍ଣକାୟମାନେ ‘ଆଫ୍ରିକୀୟ ଜାତୀୟ କଂଗ୍ରେସ’ ଗଠନ କରି ପର୍ଯ୍ୟାୟକ୍ରମେ ଡେସ୍‌ମଣ୍ଡ
  • ସଂଯୁକ୍ତ ରାଷ୍ଟ୍ରସଂଘ ଏହି ନୀତିକୁ ନିନ୍ଦା କରିଥିଲା ଓ ଦକ୍ଷିଣ ଆଫ୍ରିକା ବିରୋଧରେ ଅର୍ଥନୈତିକ ବାସନ୍ଦ ଲାଗୁ କରିଥିଲା ଏବଂ ବ୍ରିଟେନ୍‌ର ଶ୍ରମିକ ଦଳ ଏହି ନୀତିକୁ ବିରୋଧ କରିଥିଲା ।
  • ଅବଶେଷରେ ଆନ୍ତର୍ଜାତିକ ସମାଲୋଚନା ଓ ଚାପ ଫଳରେ ଦକ୍ଷିଣ ଆଫ୍ରିକାରେ ଗଣତନ୍ତ୍ର ସରକାର ପ୍ରତିଷ୍ଠିତ ହୋଇଥିଲା ।

BSE Odisha 9th Class History Solutions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

(ଘ) ୧୯୬୦ ମସିହା ମଧ୍ୟରେ ଆଫ୍ରିକାରେ ସ୍ଵାଧୀନତା ଲାଭ କରିଥିବା ରାଷ୍ଟ୍ରଗୁଡ଼ିକ ସମ୍ପର୍କରେ ସଂକ୍ଷେପରେ ଲେଖ ।
Answer:
୧୯୬୦ ମସିହା ମଧ୍ୟରେ ଆଫ୍ରିକାରେ ସ୍ବାଧୀନତା ଲାଭ କରିଥିବା ରାଷ୍ଟ୍ରଗୁଡ଼ିକ ସମ୍ପର୍କରେ ନିମ୍ନରେ ଆଲୋଚନା କରାଯାଇଛି ।

  • ୧୯୫୪ ମସିହାରେ ଗାମାଲ୍ ଅବଦୁଲ୍ ନାସେର୍‌ଙ୍କ ନେତୃତ୍ୱରେ ଗଣ ଆନ୍ଦୋଳନ ହେବାପରେ ମିଶର ଦେଶ ସ୍ବାଧୀନ ହୋଇଥିଲା ।
  • ୧୯୫୬ ମସିହାରେ ଦୀର୍ଘଦିନ ଧରି ସଂଗ୍ରାମ ପରେ ଫରାସୀମାନଙ୍କ କବଳରୁ ମରକ୍କୋ ଓ ଟ୍ୟୁନିସିଆ ମୁକ୍ତ ହୋଇ ସ୍ବାଧୀନତା ଲାଭ କରିଥିଲେ ।
  • ୧୯୫୭ ମସିହା ମାର୍ଚ୍ଚ ୬ ତାରିଖରେ ବ୍ରିଟିଶ୍ ଶାସନ ବିରୁଦ୍ଧରେ ସଂଗ୍ରାମ କରି ଗୋଲ୍ଡକୋଷ୍ଟ ସ୍ୱାଧୀନ ହୋଇ ଘାନା
  • ୧୯୫୮ ମସିହା ଅକ୍ଟୋବର ୨ ତାରିଖରେ ଫରାସୀ ଶାସନାଧୀନ ଗିନିରେ ଜନମତ ଗ୍ରହଣ କର ଯାଇ ସାଧାରଣତନ୍ତ୍ର ପ୍ରତିଷ୍ଠିତ ହେଲା ।
  •  ଏତଦ୍‌ବ୍ୟତୀତ ୧୯୬୦ ମସିହାରେ ଆଫ୍ରିକାର ୧୭ ଟି ଦେଶ ଯଥା ମୌରିଟାନିଆ, ମାଲି, ନାଇଜର, ଚାଦ୍, ସେନେଗାଲ୍, ଅପର୍‌ଭୋଲ୍‌ଟା, ଆଇଭରିକୋଷ୍ଟ୍, ଟୋଗୋ, ଦାହୋମେ, ନାଇଜେରିଆ, କାମେରୁନ୍, ମଧ୍ୟ ଆଫ୍ରିକା ସାଧାରଣତନ୍ତ୍ର, ଗାବୋନ୍, କଙ୍ଗୋ, ସୋମାଲିଆ, ମାଲାଗାସି, କଙ୍ଗୋ ହୋଇଥିଲେ । ତେଣୁ ଏହି ବର୍ଷକୁ ‘ଆଫ୍ରିକା ବର୍ଷ’ କୁହାଯାଏ । ସାଧାରଣତନ୍ତ୍ର ପ୍ରଭୃତି ଦେଶ ସ୍ଵାଧୀନ

୨। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।

(କ) ଏସିଆ ଓ ଆଫ୍ରିକା ମହାଦେଶର ଉପନିବେଶଗୁଡ଼ିକରେ ତୀବ୍ର ଜନ ଅସନ୍ତୋଷ କାହିଁକି ଦେଖାଦେଇଥିଲା ?
Answer:

  • ଇଉରୋପୀୟ ବଣିକମାନେ ଏସିଆ ଓ ଆଫ୍ରିକାର ଉପନିବେଶଗୁଡ଼ିକର ଉନ୍ନତି ପ୍ରତି ଦୃଷ୍ଟି ନଦେଇ ନିଜର ସ୍ଵାର୍ଥ ହାସଲ ଦିଗରେ ଆଗ୍ରହୀ ଥିଲେ ।
  • ଯାହାଫଳରେ ଉପନିବେଶଗୁଡ଼ିକର ଅଧିବାସୀମାନେ ଶୋଷଣ ଓ ନିର୍ଯାତନାର ଶିକାର ହେଉଥିଲେ । ତେଣୁ ଏସିଆ ଓ ଆଫ୍ରିକା ମହାଦେଶର ଉପନିବେଶଗୁଡ଼ିକରେ ତୀବ୍ର ଜନ ଅସନ୍ତୋଷ ଦେଖାଦେଇଥିଲା ।

(ଖ) ଇରାନ୍ କାହାର ଉପନିବେଶ ଥିଲା ? କାହା ନେତୃତ୍ବରେ ଓ କେବେ ଏହା ସ୍ଵାଧୀନ ହୋଇଥିଲା ?
Answer:

  • ଇରାନ୍ ଇଂଲଣ୍ଡର ଏକ ଉପନିବେଶ ଥିଲା ।
  • ରେଜାଖାଁଙ୍କ ନେତୃତ୍ୱରେ ୧୯୨୧ ମସିହାରେ ଏହା ସ୍ଵାଧୀନ ହୋଇଥିଲା ।

(ଗ) ତୁର୍କୀର ଜନସାଧାରଣ କାହା ନେତୃତ୍ଵରେ ଆନ୍ଦୋଳନ ଆରମ୍ଭ କରିଥିଲେ ? ଏହା କିପରି ଏକ
Answer:

  • ତୁର୍କୀର ଜନସାଧାରଣ ମୁସ୍ତାଫା କେମାନ୍‌ଙ୍କ ନେତୃତ୍ୱରେ ଆନ୍ଦୋଳନ ଆରମ୍ଭ କରିଥିଲେ ।
  • ରୁଷ୍ ସରକାରଙ୍କ ସହଯୋଗରେ ସେ ମିତ୍ରଶକ୍ତିମାନଙ୍କର ସାମରିକ ବାହିନୀଗୁଡ଼ିକୁ ତଡ଼ିଦେବା ପରେ ତୁର୍କୀ ସ୍ବାଧୀନତା ଲାଭ କରି ଏକ ସାଧାରଣତନ୍ତ୍ରରେ ପରିଣତ ହୋଇଥିଲା ।

(ଘ) କିଏ ଭିଏତ୍‌ନାମ୍‌ରେ ମୁକ୍ତି ଆନ୍ଦୋଳନର ନେତୃତ୍ୱ ନେଇଥିଲେ ? ସେ ଗଠନ କରିଥିବା ଗଣବାହିନୀର ନାମ କ’ଣ ?
Answer:

  • ହୋ-ଚି-ମିନ୍ ଭିଏତ୍‌ନାମ୍‌ର ମୁକ୍ତି ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।
  • ସେ ଗଠନ କରିଥିବା ଗଣବାହିନୀର ନାମ ଥିଲା ‘ଭିଏତ୍ ମିନ୍’ ।

BSE Odisha 9th Class History Solutions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

(ଙ) ଆଲଜେରିଆରେ ‘ଜାତୀୟ ମୁକ୍ତି ସାମ୍ମୁଖ୍ୟ’ କେବେ ଗଠିତ ହୋଇଥିଲା ? ଏହା କେବେ ସ୍ବାଧୀନ ହେଲା ?
Answer:

  • ଆଲ୍‌ଜେରିଆରେ ‘ଜାତୀୟ ମୁକ୍ତି ସାମ୍ମୁଖ୍ୟ’ ୧୯୫୪ ମସିହାରେ ଗଠିତ ହୋଇଥିଲା ।
  • ୧୯୬୨ ମସିହା ଜୁଲାଇ ମାସରେ ଏହା ସ୍ଵାଧୀନ ହେଲା ।

(ଚ) ୧୯୬୦ ମସିହାରେ ଆଫ୍ରିକାର ସ୍ବାଧୀନତା ଲାଭ କରିଥିବା ୪ଟି ଦେଶର ନାମ ଲେଖ ।
Answer:
୧୯୬୦ ମସିହାରେ ଆଫ୍ରିକାର ସ୍ବାଧୀନତା ଲାଭ କରିଥିବା ଚାରୋଟି ଦେଶର ନାମ ହେଲା ମାଲି, ନାଇଜର୍‌, ନାଇଜେରିଆ, କଙ୍ଗୋ ।

(ଛ) ଦକ୍ଷିଣ ରୋଡ଼େସିଆ କେବେ ସ୍ବାଧୀନ ହେଲା ? ଏହାର ନୂତନ ନାମ କ’ଣ ?
Answer:

  • ଦକ୍ଷିଣ ରୋଡ଼େସିଆ ୧୯୮୦ ମସିହା ଏପ୍ରିଲ ମାସରେ ସ୍ବାଧୀନ ହୋଇଥିଲା ।
  • ଏହାର ନୂତନ ନାମ ଜିମ୍ବାୱେ ।

BSE Odisha 9th Class History Solutions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

(ଜ) ଗୋଲ୍ଡକୋଷ୍ଟରେ କାହା ନେତୃତ୍ୱରେ ସ୍ବାଧୀନତା ଆନ୍ଦୋଳନ ଆରମ୍ଭ ହୋଇଥିଲା ? ଏହା କେବେ ସ୍ବାଧୀନ ହେଲା ?
Answer:

  • ଗୋଲ୍ଡକୋଷ୍ଟରେ ଡ. କ୍ଵାମେ ଏନ୍‌କୁମାଙ୍କ ନେତୃତ୍ୱରେ ସ୍ଵାଧୀନତା ଆନ୍ଦୋଳନ ଆରମ୍ଭ ହୋଇଥିଲା ।
  • ଏହା ୧୯୫୭ ମସିହା ମାର୍ଚ୍ଚ ୬ ତାରିଖରେ ସ୍ବାଧୀନ ହୋଇଥିଲା ।

(ଝ) ଦକ୍ଷିଣ ପଶ୍ଚିମ ଆଫ୍ରିକାର ଜନସାଧାରଣ କେଉଁ ବଳିଷ୍ଠ ସଙ୍ଗଠନ ମାଧ୍ୟମରେ ଆନ୍ଦୋଳନ ଚଳାଇଥିଲେ ? କି ସ୍ଵାଧୀନତା ପରେ ଏହି ଦେଶର ନୂତନ ନାମ କ’ଣ ହେଲା ?
Answer:

  • ଦକ୍ଷିଣ ପଶ୍ଚିମ ଆଫ୍ରିକାର ଜନସାଧାରଣ ଦକ୍ଷିଣ-ପଶ୍ଚିମ ଆଫ୍ରିକା ଜନ ସଙ୍ଗଠନ (‘SWAPO’ – South West African Peoples’ Organisation) ନାମକ ଏକ ବଳିଷ୍ଠ ସଙ୍ଗଠନ ମାଧ୍ୟମରେ ଆନ୍ଦୋଳନ ଚଳାଇଥିଲେ ।
  • ସ୍ଵାଧୀନତା ପରେ ଏହି ନୂତନ ଦେଶର ନାମ ହେଲା ନାମିବିଆ ।

ଞ) ଦକ୍ଷିଣ ଆଫ୍ରିକାରେ ବର୍ଷବିଦ୍ବେଷ ନୀତି ଯୋଗୁଁ କୃଷ୍ଣକାୟମାନେ କିପରି ଅତ୍ୟାଚାରିତ ହେଉଥିଲେ ?
Answer:

  • ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣବିଦ୍ବେଷ ନୀତି ଯୋଗୁଁ କୃଷ୍ଣକାୟମାନେ ଦେଶ ଶାସନରେ ଭାଗ ନେଇପାରୁ ନଥିଲେ ।
  • ଶ୍ୱେତାଙ୍ଗମାନଙ୍କପାଇଁ ଉଦ୍ଦିଷ୍ଟ ଶିକ୍ଷାନୁଷ୍ଠାନ, କ୍ଲବ୍, ଡାକ୍ତରଖାନା, ଭୋଜନାଳୟ ପ୍ରଭୃତିରେ ସେମାନଙ୍କ ପ୍ରବେଶ ନିଷେଧ ଥିଲା ।

୩। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) କାହା ନେତୃତ୍ଵରେ ଓ କେବେ ବ୍ରହ୍ମଦେଶ ସ୍ଵାଧୀନ ହେଲା ?
Answer:
ଅଙ୍ଗସାନ୍‌ଙ୍କ ନେତୃତ୍ୱରେ ଏବଂ ୧୯୪୮ ମସିହା ଜାନୁୟାରୀ ୪ ତାରିଖ ଦିନ ବ୍ରହ୍ମଦେଶ ସ୍ଵାଧୀନ ହୋଇଥିଲା ।

(ଖ) କେଉଁ ସମ୍ମିଳନୀରେ ଓ କେବେ ଉତ୍ତର କୋରିଆ ଓ ଦକ୍ଷିଣ କୋରିଆକୁ ଦୁଇଟି ସ୍ବାଧୀନ ରାଷ୍ଟ୍ରରେ ପରିଣତ କରାଗଲା ?
Answer:
୧୯୫୪ ମସିହାରେ ଅନୁଷ୍ଠିତ ଜେନେଭା ସମ୍ମିଳନୀରେ ଉତ୍ତର କୋରିଆ ଓ ଦକ୍ଷିଣ କୋରିଆକୁ ଦୁଇଟି ସ୍ଵାଧୀନ ରାଷ୍ଟ୍ରରେ ପରିଣତ କରାଗଲା ।

(ଗ) ଗୋଲ୍ଡକୋଷ୍ଟରେ କାହା ନେତୃତ୍ଵରେ ଆନ୍ଦୋଳନ ହୋଇଥିଲା ?
Answer:
ଗୋଲ୍ଡକୋଷ୍ଟରେ ଡ. କ୍ଵାମେ ଏନ୍‌କୁମାଙ୍କ ନେତୃତ୍ୱରେ ଆନ୍ଦୋଳନ ହୋଇଥିଲା ।

BSE Odisha 9th Class History Solutions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

(ଘ) ୧୯୭୫ ମସିହା ବେଳକୁ ଆଫ୍ରିକା ମହାଦେଶର କେଉଁ ଦୁଇଟି ପର୍ତ୍ତୁଗୀଜ୍ ଉପନିବେଶ ସ୍ଵାଧୀନ ହୋଇଥିଲା ?
Answer:
୧୯୭୫ ମସିହା ବେଳକୁ ଆଫ୍ରିକା ମହାଦେଶର ମୋଜାମ୍ବିକ୍ ଓ ଆଙ୍ଗୋଲା ନାମକ ଦୁଇଟି ପର୍ତ୍ତୁଗୀଜ୍ ଉପନିବେଶ ସ୍ବାଧୀନ ହୋଇଥିଲା ।

(ଙ) ବର୍ଣ୍ଣବିଦ୍ବେଷ ନୀତି ବିରୋଧରେ ହୋଇଥିବା ଆନ୍ଦୋଳନରେ କିଏ ଗୁରୁତ୍ଵପୂର୍ଣ ଭୂମିକା ଗ୍ରହଣ କରିଥିଲେ ?
Answer:
ବର୍ଣ୍ଣବିଦ୍ବେଷ ନୀତି ବିରୋଧରେ ହୋଇଥିବା ଆନ୍ଦୋଳନରେ କୃଷ୍ଣକାୟ ନେତା ନେଲ୍‌ସନ୍ ମାଣ୍ଡେଲା ଗୁରୁତ୍ୱପୂଣ୍ଣ ଭୂମିକା ଗ୍ରହଣ କରିଥିଲେ ।

(ଚ) ନେଲ୍‌ସନ୍ ମାଣ୍ଡେଲା କେବେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ହୋଇଥିଲେ ?
Answer:
ନେଲ୍‌ସନ୍ ମାଣ୍ଡେଲା ୧୯୯୪ ମସିହା ମେ ମାସ ୧୦ ତାରିଖ ଦିନ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ହୋଇଥିଲେ ।

(ଛ) କେଉଁ ବର୍ଷକୁ ‘ଆଫ୍ରିକା ବର୍ଷ’ କୁହାଯାଏ ?
Answer:
୧୯୬୦ ମସିହାକୁ ଆଫ୍ରିକା ବର୍ଷ କୁହାଯାଏ ।

ଜ) ଚିଆଙ୍ଗ କାଇଶେକ୍ କାହା ସହଯୋଗରେ ଫର୍ମୋଜା ଦ୍ୱୀପରେ ସ୍ଵାଧୀନ ତାଇୱାନ୍ ରାଷ୍ଟ୍ର ପ୍ରତିଷ୍ଠା କରିଥିଲେ ?
Answer:
ଚିଆଙ୍ଗ କାଇଶେକ୍ ଯୁକ୍ତରାଷ୍ଟ୍ର ଆମେରିକା ସହଯୋଗରେ ଫର୍ମୋଜା ଦ୍ଵୀପରେ ସ୍ବାଧୀନ ତାଇୱାନ୍ ରାଷ୍ଟ୍ର ପ୍ରତିଷ୍ଠା କରିଥିଲେ ।

BSE Odisha 9th Class History Solutions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

(ଝ) ସ୍ଵାଧୀନତା ଲାଭ କରିବା ପରେ ଗୋଲ୍ଡକୋଷ୍ଟ୍ରର ନୂତନ ନାମ କ’ଣ ହେଲା ?
Answer:
ସ୍ଵାଧୀନତା ଲାଭ କରିବା ପରେ ଗୋଲ୍ଡକୋଷ୍ଟର ନୂତନ ନାମ ‘ଘାନା’ ହେଲା ।

(ଞ) ଜେନେରାଲ୍ ନାଗୁଇଟ୍‌ କେବେ ଇଜିପ୍ଟର ଶାସନ କ୍ଷମତା ନିଜ ହାତକୁ ନେଇଥିଲେ ?
Answer:
ଜେନେରାଲ୍ ନାଗୁଇବ୍ ୧୯୫୨ ମସିହାରେ ଇଜିପୁର ଶାସନ କ୍ଷମତା ନିଜ ହାତକୁ ନେଇଥିଲେ ।

୪। ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ତା’ର କ୍ରମିକ ନମ୍ବର ସହିତ ବାଛି ଲେଖ ।

(କ) ସିଙ୍ଗାପୁର କାହାର ଉପନିବେଶ ଥଲା ?
(i) ଜାପାନ
(ii) ଯୁକ୍ତରାଷ୍ଟ୍ର ଆମେରିକା
(iii) ଫ୍ରାନ୍ସ
(iv) ବ୍ରିଟେନ୍
Answer:
(iv) ବ୍ରିଟେନ୍,

(ଖ) ପାଥେଟ୍ ଲାଓ ନାମକ ଗଣବାହିନୀ କେଉଁ ଦେଶର ସ୍ଵାଧୀନତା ପାଇଁ ଆନ୍ଦୋଳନ କରିଥିଲା ?
(i) ଲାଓସ୍
(ii) କାମ୍ବୋଡ଼ିଆ
(iii) ଇଣ୍ଡୋନେସିଆ
(iv) ଶ୍ରୀଲଙ୍କା
Answer:
(i) ଲାଓସ୍,

BSE Odisha 9th Class History Solutions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

(ଗ) କେଉଁ ଦେଶଟି ସ୍ଵାଧୀନତା ପରେ ଘାନା ନାମରେ ପରିଚିତ ହେଲା ?
(i) ଅପରଭୋଲ୍‌ଟା
(ii) ଆଇଭରିକୋଷ୍ଟ
(iii) ଗୋଲ୍ଡକୋଷ୍ଟ
(iv) ଟ୍ୟୁନିସିଆ
Answer:
(iii) ଗୋଲ୍ଡକୋଷ୍ଟ,

(ଘ) କର୍ଟେଲ୍ ଗାମାଲ୍ ଅବଦୁଲ ନାସେର୍ କେଉଁ ଦେଶରେ ନୂତନ ସରକାର ଗଢ଼ିଥିଲେ ?
(i) ଇଥ୍ଓପିଆ
(ii) ଇଜିପ୍‌ଟ
(iii) ଆଲଜେରିଆ
(iv) ଟାଞ୍ଜାନିଆ
Answer:
(ii) ଇଜିପ୍‌ଟ,

BSE Odisha 9th Class History Solutions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

(ଙ) କାମ୍ବୋଡ଼ିଆ କାହା ନେତୃତ୍ଵରେ ସ୍ବାଧୀନ ହୋଇଥିଲା ?
(i) ହୋଚିମିନ୍
(ii) ନାରୋଦମ୍ ସିହାନୋକ
(iii) ଜେନେରାଲ୍ ନାଗୁଇବ
(iv)ଜେନେରାଲ୍ ଡି ଗଲ୍
Answer:
(ii) ନାରୋଦମ୍ ସିହାନୋକ

(ଚ) ମରକ୍କୋ ଓ ଟ୍ୟୁନିସିଆ କେଉଁ ମସିହାରେ ସ୍ଵାଧୀନ ହୋଇଥିଲେ ?
(i) ୧୯୫୪
(ii) ୧୯୫୫
(iii) ୧୯୫୬
(iv) ୧୯୫୭
Answer:
(iii) ୧୯୫୬

BSE Odisha 9th Class History Solutions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

୫। ପାଠରେ ଦିଆଯାଇଥିବା ତୁମ ପାଇଁ କାମଗୁଡ଼ିକ ଶିକ୍ଷକଙ୍କ ନିର୍ଦ୍ଦେଶନା ଓ ସହାୟତାରେ ସମ୍ପାଦନ କର ।
Answer:
(ପିଲାମାନେ ଶିକ୍ଷକଙ୍କ ସାହାଯ୍ୟ ନେଇ ପ୍ରଶ୍ନଗୁଡ଼ିକର ଉତ୍ତର ଦେବେ ।)

Leave a Comment