Odisha State Board BSE Odisha 9th Class Political Science Solutions Chapter 4 ମାନବାଧିକାର Textbook Exercise Questions and Answers.
BSE Odisha Class 9 Political Science Solutions Chapter 4 ମାନବାଧିକାର
୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।
(କ) ମାନବାଧ୍ଵରଗୁଡ଼ିକର ବିଶେଷତ୍ଵ ସଂକ୍ଷେପରେ ଆଲୋଚନା କର ।
Answer:
- ଅନ୍ୟଭାଗଟିରେ ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ଅଧିକାରଗୁଡ଼ିକ ରଖାଯାଇଥିଲା । ମାନବାଧ୍ୟାରଗୁଡ଼ିକ ମଧ୍ୟରେ ଗୋଟିଏ ଭାଗରେ ନାଗରିକ ଓ ରାଜନୈତିକ ଅଧିକାର ଥିବାବେଳେ
- ବାକ୍ ସ୍ବାଧୀନତା, ମୁକ୍ତ ବିଶ୍ଵାସ, ଭୟ ଓ ଦାରିଦ୍ର୍ୟ ଦୂରୀକରଣ ପାଇଁ ପ୍ରତ୍ୟେକ ମଣିଷ ହର ପ୍ରଭୃତି କେତେକ ମୌଳିକ ମାନବାଧ୍ୟାକାର ।
- ଭିଏନା ଘୋଷଣାନାମା ଅନୁଯାୟୀ ମାନବାଧିକାରକୁ ଗଣତନ୍ତ୍ର ଓ ଅର୍ଥନୈତିକ ବିକାଶ ସହିତ ସଂଲଗ୍ନ କରାଗଲା ।
- ମାନବାଧିକାରର କାର୍ଯ୍ୟ ପରିସରରେ ଆତ୍ମନିର୍ଣ୍ଣୟ ଅଧିକାର, ଅନଗ୍ରସର ବ୍ୟକ୍ତିମାନଙ୍କ ପାଇଁ ସ୍ବତନ୍ତ୍ର ସୁରକ୍ଷା ଅଧିକାର ଓ ଦେଶର ସମ୍ପଦ ଉପରେ ଲୋକମାନଙ୍କର ସାର୍ବଭୌମ ଅଧିକାର ଅନ୍ତର୍ଭୁକ୍ତ ।
(ଖ) ମାନବାଧିକାର ଐତିହାସିକ ଭିତ୍ତିଭୂମି ସଂକ୍ଷେପରେ ଲେଖ ।
Answer:
- ମାନବାଧିକାରର ଭିଭିଭୂମି ଇଂଲଣ୍ଡର ମାଗ୍ନାକାର୍ଟ, ଆମେରିକାର ସ୍ବାଧୀନତା ସଂଗ୍ରାମର ଘୋଷଣାନାମା ଓ ଫରାସୀ ବିପ୍ଳବର ଘୋଷଣାନାମାରେ କେତେକାଂଶରେ ସୂଚିତ ହୋଇଥିଲା ।
- ଏଗୁଡ଼ିକ ଥିଲା ମୁଖ୍ୟତଃ ନକାରାତ୍ମକ ଅଧିକାର, ଅର୍ଥାତ୍ କେତେକ ମୌଳିକ ମାନବାଧ୍ୟାକାର କ୍ଷେତ୍ରରେ ରାଷ୍ଟ୍ରର ହସ୍ତକ୍ଷେପ ନିଷିଦ୍ଧ ଥିଲା ।
- ଦ୍ବିତୀୟ ବିଶ୍ୱଯୁଦ୍ଧ ପରେ ମାନବାଧିକାରକୁ ଆନ୍ତର୍ଜାତିକ ସ୍ତରରେ ଲାଗୁ କରିବାର ଆବଶ୍ୟକତା ସମସ୍ତେ ଉପଲବ୍ କଲେ ।
- ଏହା ସହିତ ଅର୍ଥନୈତିକ, ସାମାଜିକ, ସାଂସ୍କୃତିକ ଅଧିକାରର ସୁରକ୍ଷା ପାଇଁ ସଂଯୁକ୍ତ ରାଷ୍ଟ୍ରସଂଘ କେତେକ ପଦକ୍ଷେପ ଗ୍ରହଣ କରିବା ଠିକ୍ ବୋଲି ଉପଲବ୍ଧ କଲା ।
- ପ୍ରଥମେ ସଂଯୁକ୍ତ ରାଷ୍ଟ୍ରସଂଘ ସାର୍ବଜନୀନ ମାନବାଧିକାର ଘୋଷଣାନାମା ମାଧ୍ୟମରେ କେତେକ ପଦକ୍ଷେପ ଗ୍ରହଣ କରିଥିଲା ।
(ଗ) ସାର୍ବଜନୀନ ମାନବାଧିକାର ଘୋଷଣାନାମା ସମ୍ପର୍କରେ ବୁଝାଇ ଲେଖ ।
Answer:
- ସଂଯୁକ୍ତ ରାଷ୍ଟ୍ରସଂଘର ସନନ୍ଦରେ ମାନବାଧ୍ୟାକାରକୁ ବିଶ୍ବସ୍ତରରେ ମୌଳିକ ଅଧିକାର ରୂପେ ଗୁରୁତ୍ବ ଆରୋପ କରିବାକୁ ଉଲ୍ଲେଖ କରାଗଲା ।
- ସାର୍ବଜନୀନ ମାନବାଧିକାର ଘୋଷଣାନାମାକୁ ସଂଯୁକ୍ତ ରାଷ୍ଟ୍ରସଂଘର ସାଧାରଣ ଅଧିବେଶନରେ ୧୯୪୮ ମସିହା ଡିସେମ୍ବର ୧୦ ତାରିଖ ଦିନ ଗ୍ରହଣ କରାଯାଇଥିଲା ।
- ବିଶ୍ଵରେ ମାନବାଧ୍ୟାକାରର ସୁରକ୍ଷା ଓ ବିକାଶ ଦିଗରେ ଏହି ଘୋଷଣାନାମା ସଂଯୁକ୍ତ ରାଷ୍ଟ୍ରସଂଘର ପ୍ରଥମ ଗୁରୁତ୍ଵପୂର୍ଣ ପଦକ୍ଷେପ ଥିଲା ।
- ପ୍ରଥମଥର ପାଇଁ ବିଶ୍ବର ପ୍ରତ୍ୟେକ ବ୍ୟକ୍ତିର କେତେକ ନିର୍ଦ୍ଦିଷ୍ଟ ମାନବାଧିକାର ସ୍ଵୀକୃତି ପାଇପାରିଲା ।
- ବାକ୍ ସ୍ଵାଧୀନତା, ମୁକ୍ତ ବିଶ୍ଵାସ, ଭୟ ଓ ଦାରିଦ୍ର୍ୟ ଦୂରୀକରଣ ପାଇଁ ପ୍ରତ୍ୟେକ ମଣିଷ ହର ପ୍ରଭୃତି କେତେକ ମୌଳିକ ମାନବାଧିକାର ଏଥିରେ ଅନ୍ତର୍ଭୁକ୍ତ ।
୨। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨୦ ଗୋଟି ଶବ୍ଦରେ ଲେଖ ।
(କ) ଭାରତରେ ମାନବାଧିକାରର ସୁରକ୍ଷା ପାଇଁ କି ପ୍ରକାର ପଦକ୍ଷେପ ନିଆଯାଇଛି, ତାହା ସଂକ୍ଷେପରେ ବୁଝାଇ ଲେଖ ।
Answer:
- ପ୍ରଥମେ ୧୯୯୩ ମସିହାରେ ମାନବାଧ୍ଵର ସୁରକ୍ଷା ଆଇନ ପ୍ରଣୟନ କରାଯାଇ ଭାରତ ସମ୍ବିଧାନର ଧାରା ୫୧ ଓ ଭିଏନା ସମ୍ମିଳନୀର ସନନ୍ଦ ଅନୁସାରେ କାର୍ଯ୍ୟକାରୀ କରାଯାଇଛି । ଏହି ଆଇନ ଅନୁଯାୟୀ ମାନବାଧିକାର ହେଉଛି ବ୍ୟକ୍ତିବିଶେଷର ମୁକ୍ତି, ସମାନତା ଓ ଆତ୍ମମର୍ଯ୍ୟାଦା
- ସମ୍ବିଧାନର ବ୍ୟବସ୍ଥା ଅନୁସାରେ ମାନବାଧ୍ୟାକାରର ସୁରକ୍ଷା ପାଇଁ ଜାତୀୟ ମାନବାଧିକାର କମିଶନ, ରାଜ୍ୟ ମାନବାଧିକାର କମିଶନ ଏବଂ ମାନବାଧ୍ୟାକାର କୋର୍ଟର ଗଠନ ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
(ଖ) ମାନବାଧ୍ଵରର ପ୍ରକାରଭେଦ ଆଲୋଚନା କର । ମାନବାଧ୍ଵର ମୁଖ୍ୟତଃ ତିନି ଭାଗରେ ବିଭକ୍ତ ହୋଇଛି ।
Answer:
- ପ୍ରଥମ ପିଢ଼ି ଅଧ୍ୟାର – ଆଦ୍ୟ ଭାଗରେ ବ୍ୟକ୍ତିକୁ ଅଧ୍ଵ ସାମାଜିକ ଓ ରାଜନୈତିକ ଅଧ୍ବକାର ମିଳିବାପାଇଁ ଉଦ୍ୟମ କରାଯାଇଥିଲା ।
- ଦ୍ଵିତୀୟ ପିଢ଼ି ଅଧିକାର – ପରବର୍ତ୍ତୀ କାଳରେ ଜଣାପଡ଼ିଲା ଯେ ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ଅଧ୍ୟାର ନ ମିଳିବା ପର୍ଯ୍ୟନ୍ତ ସାମାଜିକ ଓ ରାଜନୈତିକ ସ୍ଵାଧୀନତା ମିଳିବା ଅର୍ଥହୀନ । ତେଣୁ ଏହି ଅଧ୍ୟାରଗୁଡ଼ିକ ପ୍ରତି ସରକାର ସକାରାତ୍ମକ ଦୃଷ୍ଟି ଦେବାର ଆବଶ୍ୟକତା ଉପଲବ୍ ହେଲା ।
- ତୃତୀୟ ପିଢ଼ି ଅଧିକାର – ବିଂଶ ଶତାବ୍ଦୀରେ ଆତ୍ମନିର୍ଣ୍ଣୟ ଅଧିକାର, ଅନଗ୍ରସର ବ୍ୟକ୍ତିମାନଙ୍କ ପାଇଁ ସ୍ବତନ୍ତ୍ର ସୁରକ୍ଷା ଅଧିକାର ଓ ଦେଶର ସମ୍ପଦ ଉପରେ ଲୋକମାନଙ୍କର ସାର୍ବଭୌମ ଅଧିକାର ମାନବାଧିକାରର କାର୍ଯ୍ୟ ପରିସର ଅନ୍ତର୍ଭୁକ୍ତ ହେଲା ।
(ଗ) ମାନବାଧିକାରର ସୁରକ୍ଷାରେ ଥିବା ପ୍ରତିବନ୍ଧକଗୁଡ଼ିକ ସଂକ୍ଷେପରେ ବର୍ଣ୍ଣନ କର ।
Answer:
ମାନବାଧିକାର ସୁରକ୍ଷାରେ ଥିବା ପ୍ରତିବନ୍ଧକଗୁଡ଼ିକ ହେଉଛି –
- ଦାରିଦ୍ର୍ୟ – କ୍ଷୁଧା ଓ ଦାରିଦ୍ର୍ୟ ପାଇଁ ବ୍ୟକ୍ତିର ମୌଳିକ ଆବଶ୍ୟକତା ପୂରଣ ହୋଇପାରୁ ନ ଥିବାରୁ ମାନବାଧିକାର କ୍ଷୁଣ୍ଣ ହେଉଛି ।
- ସାମ୍ପ୍ରଦାୟିକତା – ଭାରତ ଭଳି ଧର୍ମନିରପେକ୍ଷ ରାଷ୍ଟ୍ରରେ ସାମ୍ପ୍ରଦାୟିକତା ପରିତ୍ୟାଗ କରି ଲୋକମାନେ ମିଳିମିଶି
ଦାୟିତ୍ଵ ଚୁଲାଇଲେ ଓ କର୍ତ୍ତବ୍ୟ ପାଳନ କଲେ ମାନବାଧିକାର ସୁଦୃଢ଼ ହେବ । - ହିଂସାଭାବ – ହିଂସାତ୍ମକ କାର୍ଯ୍ୟରେ ଲିପ୍ତ ରହି ନିଜର ସ୍ବାର୍ଥଜନିତ କାର୍ଯ୍ୟ ସାଧନ କଲେ ଅନ୍ୟ ବ୍ୟକ୍ତିର ମାନବାଧିକାର କ୍ଷୁଣ୍ଣ ହୋଇଥାଏ । ତେଣୁ ହିଂସାଭାବ ପରିତ୍ୟାଗ କରିବା ଉଚିତ ।
(ଘ) ଜାତୀୟ ମାନବାଧିକାର କମିଶନର ଗଠନ ପ୍ରଣାଳୀ ଲେଖ ।
Answer:
- ଜାତୀୟ ମାନବାଧ୍ୟାକାର କମିଶନରେ ଜଣେ ଅଧକ୍ଷ ଓ ଚାରିଜଣ ସଦସ୍ୟ ରହିଥା’ନ୍ତି । ଅଧ୍ୟକ୍ଷ ପଦରେ ଉଚ୍ଚତମ
- ଅନ୍ୟ ଚାରିଜଣ ସଦସ୍ୟଙ୍କ ମଧ୍ୟରୁ ଦୁଇଜଣ ସଦସ୍ୟ ମାନବାଧିକାର ସୁରକ୍ଷା କ୍ଷେତ୍ରରେ ବାସ୍ତବ ଅଭିଜ୍ଞତାସମ୍ପନ୍ନ ବ୍ୟକ୍ତି ହୋଇଥିବା ଆବଶ୍ୟକ । ଜଣେ ସଦସ୍ୟ ଉଚ୍ଚତମ ନ୍ୟାୟାଳୟର କାର୍ଯ୍ୟରତ ବା ଅବସରପ୍ରାପ୍ତ ବିଚାରପତି ଓ ଅନ୍ୟ ଜଣେ ସଦସ୍ୟ ଉଚ୍ଚ ନ୍ୟାୟାଳୟର କାର୍ଯ୍ୟରତ ବା ଅବସରପ୍ରାପ୍ତ ମୁଖ୍ୟ ବିଚାରପତି କିମ୍ବା ବିଚାରପତି ହୋଇଥିବା ଆବଶ୍ୟକ ।
(ଙ) ଜାତୀୟ ମାନବାଧ୍ଵର କମିଶନର ଅଧ୍ୟକ୍ଷ ଓ ସଦସ୍ୟ କିପରି ନିଯୁକ୍ତ ହୁଅନ୍ତି ?
Answer:
(i) ଜାତୀୟ ମାନବାଧିକାର କମିଶନର ଅଧ୍ୟକ୍ଷ ଓ ସଦସ୍ୟମାନଙ୍କୁ ଏକ ନିଯୁକ୍ତି କମିଟିର ପରାମର୍ଶ ଅନୁସାରେ ରାଷ୍ଟ୍ରପତି ନିଯୁକ୍ତି ଦେଇଥା’ନ୍ତି । ପ୍ରଧାନମନ୍ତ୍ରୀ ଏହି କମିଟିର ଅଧ୍ୟକ୍ଷ ଅଟନ୍ତି ।
(ii) ରାଷ୍ଟ୍ରପତି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ସହିତ ପରାମର୍ଶ କରି ସୁପ୍ରିମ୍କୋର୍ଟ ବା ହାଇକୋର୍ଟର ବିଚାରପତିଙ୍କୁ କମିଶନର ଭାବରେ ନିଯୁକ୍ତି ଦିଅନ୍ତି ।
(ଚ) ଜାତୀୟ ମାନବାଧ୍ୟାକାର କମିଶନର କାର୍ଯ୍ୟାବଳୀ ଲେଖ ।
Answer:
- ମାନବାଧିକାର ଉଲ୍ଲଙ୍ଘନ ସମ୍ପର୍କିତ ଅଭିଯୋଗଗୁଡ଼ିକର ତଦନ୍ତ କରିବା, ମାନବାଧିକାର ଉଲ୍ଲଙ୍ଘନ ନିବାରଣ କରିବା ଦିଗରେ ସରକାରୀ କର୍ମଚାରୀମାନଙ୍କର ବିଫଳତା ସମ୍ପର୍କରେ ତଦନ୍ତ କରିବା, କୌଣସି ନ୍ୟାୟାଳୟରେ ସରକାରୀ କର୍ମଚାରୀମାନଙ୍କର ବିଫଳତା ସମ୍ପର୍କରେ ତଦନ୍ତ କରିବା, କୌଣସି ନ୍ୟାୟାଳୟରେ ମୁଖ୍ୟ କାର୍ଯ୍ୟ ।
- ଜେଲ୍ରେ ଥିବା କଏଦୀମାନଙ୍କର ସୁବିଧା ପାଇଁ ସୁପାରିସ ପ୍ରଦାନ କରିବା, ସନ୍ତ୍ରାସବାଦୀମାନଙ୍କ କାର୍ଯ୍ୟକଳାପଦ୍ୱାରା ମାନବାଧିକାର ବିପନ୍ନ ହେଲେ ସମୀକ୍ଷା କରି ଉପଯୁକ୍ତ ପ୍ରସ୍ତାବ ଦେବା, ମାନବାଧିକାର ସମ୍ପର୍କିତ ଗବେଷଣାକୁ ପ୍ରୋତ୍ସାହିତ କରିବା ଓ ସମାଜର ବିଭିନ୍ନ ଶ୍ରେଣୀର ଲୋକଙ୍କୁ ମାନବାଧ୍ୟା ସମ୍ପର୍କରେ ଅଧିକ ସଚେତନ କରିବା ଜାତୀୟ ମାନବାଧ୍ଵର କମିଶନର କାର୍ଯ୍ୟ ପରିସରଭୁକ୍ତ ।
୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।
(କ) ମାନବାଧିକାରର ମୁଖ୍ୟ ଲକ୍ଷଣଟି ଉଲ୍ଲେଖ କର ।
Answer:
ମାନବାଧିକାର ତିନୋଟି ମୁଖ୍ୟ ଲକ୍ଷଣ ରହିଛି, ସେଗୁଡ଼ିକ ହେଲା – ସାର୍ବଜନୀନ, କେନ୍ଦ୍ରବିନ୍ଦୁରେ ବ୍ୟକ୍ତି ଏବଂ ଗଣତନ୍ତ୍ର ଓ ବିକାଶ ।
(ଖ) ଭାରତରେ ଜାତୀୟ ମାନବାଧ୍ୟାକାର କମିଶନକୁ କେଉଁ ପଦମର୍ଯ୍ୟାଦା ପ୍ରଦାନ କରାଯାଇଛି ?
Answer:
ଭାରତରେ ଜାତୀୟ ମାନବାଧିକାର କମିଶନକୁ ଏକ ଦେୱାନୀ ଅଦାଲତ ବା ସିଭିଲ୍ କୋର୍ଟର ପଦମର୍ଯ୍ୟାଦା
(ଗ) କେଉଁ ବର୍ଷ କେଉଁ ଦିନ ପ୍ରଥମ ଜାତୀୟ ମାନବାଧ୍ଵର କମିଶନ ଗଠିତ ହୋଇଥିଲା ?
Answer:
୧୯୯୩ ମସିହା ସେପ୍ଟେମ୍ବର ମାସ ୨୯ ତାରିଖ ଦିନ ଭାରତରେ ପ୍ରଥମ ଜାତୀୟ ମାନବାଧିକାର କମିଶନ ଗଠିତ ହୋଇଥିଲା ।
(ଘ) ଭାରତର ପ୍ରଥମ ଜାତୀୟ ମାନବାଧିକାର କମିଶନର ଅଧ୍ୟକ୍ଷ କିଏ ଥିଲେ ?
Answer:
ଭାରତର ଉଚ୍ଚତମ ନ୍ୟାୟାଳୟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଶ୍ରୀଯୁକ୍ତ ରଙ୍ଗନାଥ ମିଶ୍ର ଭାରତର ପ୍ରଥମ ଜାତୀୟ ମାନବାଧିକାର କମିଶନର ଅଧ୍ୟକ୍ଷ ସ୍କୋଲେ ।
(ଙ) ଭାରତରେ ମାନବାଧିକାର ସୁରକ୍ଷା ଆଇନ କେଉଁ ବର୍ଷ ପ୍ରଣୟନ କରାଯାଇଥିଲା ?
Answer:
ଭାରତରେ ମାନବାଧିକାର ସୁରକ୍ଷା ଆଇନ ୧୯୯୩ ମସିହାରେ ପ୍ରଣୟନ କରାଯାଇଥିଲା
(ଚ) ଜାତୀୟ ମାନବାଧ୍ୟାର କମିଶନରେ ନିଯୁକ୍ତି ପାଉଥିବା ଅଧକ୍ଷ ଓ ସଦସ୍ୟମାନଙ୍କ କାର୍ଯ୍ୟକାଳ କେତେ ବର୍ଷ ଓ ସେମାଙ୍କର ଅବସର ବୟସ ସୀମା କେତେ ?
Answer:
ଜାତୀୟ ମାନବାଧ୍ୟାକାର କମିଶନରେ ନିଯୁକ୍ତି ପାଉଥିବା ଅଧକ୍ଷ ଓ ସଦସ୍ୟଙ୍କ କାର୍ଯ୍ୟକାଳ ୫ ବର୍ଷ ଓ ସେମାନଙ୍କର ଅବସର ବୟସ ସୀମା ୭୦ ବର୍ଷ ।