Odisha State Board BSE Odisha 9th Class History Solutions Chapter 15 ଓଡ଼ିଶାର ଐତିହ୍ୟ Textbook Exercise Questions and Answers.
BSE Odisha Class 9 History Solutions Chapter 15 ଓଡ଼ିଶାର ଐତିହ୍ୟ
୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।
(କ) ଷୋଡ଼ଶ ଓ ସପ୍ତଦଶ ଶତାବ୍ଦୀରେ କିପରି ଓଡ଼ିଆ ସାହିତ୍ୟରେ ବିକାଶ ହୋଇଥିଲା ?
Answer:
ଷୋଡ଼ଶ ଓ ସପ୍ତଦଶ ଶତାବ୍ଦୀରେ ଓଡ଼ିଆ ସାହିତ୍ୟରେ ଅଭୂତପୂର୍ବ ବିକାଶ ସାଧ୍ୟ ହୋଇଥିଲା ।
- ଷୋଡ଼ଶ ଶତାବ୍ଦୀର ପ୍ରାରମ୍ଭରେ ପଞ୍ଚସଖା ଯଥା ବଳରାମ ଦାସ, ଜଗନ୍ନାଥ ଦାସ, ଅନନ୍ତ ଦାସ, ଯଶୋବନ୍ତ ଦାସ ଓ ଅଚ୍ୟୁତାନନ୍ଦ ଦାସଙ୍କ କୃତି ଓଡ଼ିଆ ସାହିତ୍ୟକୁ ଦିଗ୍ଦର୍ଶନ ଦେଇଥିଲା ।
- ବଳରାମ ଦାସଙ୍କ ‘ଓଡ଼ିଆ ରାମାୟଣ’, ଜଗନ୍ନାଥ ଦାସଙ୍କ ‘ଓଡ଼ିଆ ଭାଗବତ’ ଓଡ଼ିଶାରେ ସର୍ବାଧିକ ଆଦୃତ ଓ ସମ୍ମାନିତ ହୋଇଛି ।
- ସପ୍ତଦଶ ଶତାବ୍ଦୀର ପ୍ରଥମ ଭାଗରେ କବି ଦୀନକୃଷ୍ଣ ଦାସ, ଉପେନ୍ଦ୍ର ଭଞ୍ଜ, ଅଭିମନ୍ୟୁ ସାମନ୍ତସିଂହାରଙ୍କ କାବ୍ୟକୃତି ଓଡ଼ିଶାରେ ସର୍ବାଧିକ ଜନପ୍ରିୟତା ଲାଭ କରିଥିଲା ।
- ଏହି ସମୟରେ ରଚିତ ଦୀନକୃଷ୍ଣଙ୍କ ‘ରସକଲ୍ଲୋଳ’, ଉପେନ୍ଦ୍ର ଭଞ୍ଜଙ୍କ ‘ଲାବଣ୍ୟବତୀ’, ‘ବୈଦେହୀଶ ବିଳାସ’, ‘କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ’, ଅଭିମନ୍ୟୁ ସାମନ୍ତସିଂହାରଙ୍କ ‘ବିଦଗ୍ଧ ଚିନ୍ତାମଣି’ ଆଦି ଆଳଙ୍କାରିକ କାବ୍ୟକୃତି କବିତାଶୈଳୀର ଶୀର୍ଷସ୍ତରରେ ପହଞ୍ଚିଥିଲା ।
(ଖ) ସୋମବଂଶୀ, ପରବର୍ତ୍ତୀ ଗଙ୍ଗବଂଶ ଓ ସୂର୍ଯ୍ୟବଂଶୀ ଗଜପତି ଯୁଗରେ ନିର୍ମିତ ମନ୍ଦିରଗୁଡ଼ିକ ଉଲ୍ଲେଖ କର ।
Answer:
- ମନ୍ଦିର ସ୍ଥାପତ୍ୟ କ୍ଷେତ୍ରରେ ଓଡ଼ିଶାର ଏକ ସ୍ବତନ୍ତ୍ର ସ୍ଥାନ ରହିଛି । ମୁଖ୍ୟତଃ ସୋମବଂଶୀ ଓ ପରବର୍ତ୍ତୀ ଗଙ୍ଗବଂଶୀ ଶାସନ କାଳରେ ଓଡ଼ିଶାରେ ଅନେକ ମନ୍ଦିର ନିର୍ମିତ ହୋଇଥିଲା ।
- ସୋମବଂଶୀ ରାଜତ୍ଵ କାଳରେ ନିର୍ମିତ ମନ୍ଦିରଗୁଡ଼ିକ ମଧ୍ୟରେ ଭୁବନେଶ୍ୱରର ମୁକ୍ତେଶ୍ଵର, ରାଜାରାଣୀ, ବ୍ରହ୍ମେଶ୍ୱର ଓ ଲିଙ୍ଗରାଜ ମନ୍ଦିର ଅନ୍ୟତମ ଅଟେ ।
- ପୁରୀର ଜଗନ୍ନାଥ ମନ୍ଦିର, ଭୁବନେଶ୍ଵରର ମେଘେଶ୍ବର, ଅନନ୍ତ ବାସୁଦେବ, ଭାସ୍କରେଶ୍ଵର ମନ୍ଦିର ଓ ସାରି ଦେଉଳ ଏବଂ ସର୍ବୋପରି କୋଣାର୍କର ସୂର୍ଯ୍ୟ ମନ୍ଦିର ପରବର୍ତ୍ତୀ ଗଙ୍ଗବଂଶର ରାଜତ୍ୱ ସମୟରେ ନିର୍ମିତ ହୋଇଥିବା ମନ୍ଦିରଗୁଡ଼ିକ ମଧ୍ୟରେ ପ୍ରଧାନ ଅଟେ ।
- ସୂର୍ଯ୍ୟବଂଶୀ ଗଜପତି ଶାସନ ସମୟରେ ଓଡ଼ିଶାରେ ମନ୍ଦିର ନିର୍ମାଣ ହ୍ରାସ ପାଇଯାଇଥିଲା ।
- ଭୁବନେଶ୍ୱରର କପିଳେଶ୍ଵର ମନ୍ଦିର ଏହି ସମୟରେ ନିର୍ମିତ ଏକମାତ୍ର ଉଲ୍ଲେଖଯୋଗ୍ୟ ମନ୍ଦିର ଥିଲା । ସୂର୍ଯ୍ୟବଂଶୀମାନଙ୍କ ଶାସନର ପତନ ପରେ ଓଡ଼ିଶାରେ ମନ୍ଦିର ନିର୍ମାଣର ସମାପ୍ତି ଘଟିଥିଲା ।
(ଗ) ଓଡ଼ିଶାର ଚିତ୍ରକଳା ବର୍ଣ୍ଣନ କର ।
Answer:
- ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଗୁଡ଼ହାଣ୍ଡି, ନୂଆପଡ଼ା ଜିଲ୍ଲାର ଯୋଗୀମଠ, ଝାରସୁଗୁଡ଼ା ଜିଲ୍ଲାର ବିକ୍ରମଖୋଲ, ସୁନ୍ଦରଗଡ଼ ଜିଲ୍ଲାର ମାଣିକମୋଡ଼ା ଓ ଉଷାକୋଠି ପ୍ରଭୃତି ସ୍ଥାନରେ ଆବିଷ୍କୃତ ଚିତ୍ରକଳା ଭାରତର ପୁରାତନ ଚିତ୍ରକଳାଗୁଡ଼ିକ ମଧ୍ୟରେ ଅନ୍ୟତମ ।
- ଖ୍ରୀଷ୍ଟୀୟ ଚତୁର୍ଥ-ପଞ୍ଚମ ଶତାବ୍ଦୀର କେନ୍ଦୁଝର ଜିଲ୍ଲାର ସୀତାବାଞ୍ଜିଠାରେ ରାବଣଛାୟା ପାହାଡ଼ର ଚିତ୍ରକଳା, ଖ୍ରୀଷ୍ଟୀୟ ଦ୍ଵାଦଶ ଶତାବ୍ଦୀରୁ ଷୋଡ଼ଶ ଶତାବ୍ଦୀ ମଧ୍ୟରେ ପୁରୀ ଜଗନ୍ନାଥ ମନ୍ଦିର କାନ୍ଥରେ ବୈଷ୍ଣବ ସନ୍ନ୍ୟାସୀ ରାମାନୁଜଙ୍କର ଓଡ଼ିଶାରେ ବୌଦ୍ଧମାନଙ୍କ ଉପରେ ବିଜୟ ଓ ରାଜା ପୁରୁଷୋତ୍ତମଦେବଙ୍କ କାଞ୍ଚ୍ ବିଜୟ ଚିତ୍ରକଳା ଓଡ଼ିଶାର ଚିତ୍ରକଳାର ଐତିହ୍ୟରେ ଏକ ବିଶିଷ୍ଟ ସ୍ଥାନ ଅଧିକାର କରିଛି ।
- ମଧ୍ୟଯୁଗର ଶେଷ ଭାଗରେ ଓଡ଼ିଶାର ମଠ ଓ ମନ୍ଦିରମାନଙ୍କର କାନ୍ଥରେ ପୌରାଣିକ ଓ ଧାର୍ମିକ ବିଷୟବସ୍ତୁମାନ ଅଙ୍କିତ କରାଯାଇଥିଲା ।
- ପଟ୍ଟଚିତ୍ର ଓଡ଼ିଶା ଚିତ୍ରକଳାର ସ୍ବତନ୍ତ୍ରତାର ପରିଚୟ ଦିଏ । କନାରୁ ପ୍ରସ୍ତୁତ ପଟ୍ଟ ଉପରେ ଚିତ୍ରକରମାନେ ବିଭିନ୍ନ ଦେବଦେବୀ, ରାମାୟଣ, ମହାଭାରତ ଆଦିର କଥାବସ୍ତୁ ଉପରେ ଆଧାରିତ ଘଟଣାବଳୀକୁ ଭିନ୍ନ ଭିନ୍ନ ରଙ୍ଗରେ ଚିତ୍ରିତ କରି ଚମତ୍କାର ଚିତ୍ରକଳା କରିଥା’ନ୍ତି ।
- ଏହି ପଟ୍ଟଚିତ୍ରର ପରମ୍ପରା ଦ୍ବାଦଶ ଶତାବ୍ଦୀରୁ ଚଳିଆସିଛି । ମୋଟାମୋଟି ଭାବରେ ଦେଖିବାକୁ ଗଲେ ପ୍ରାଗ୍- ଐତିହାସିକ ଯୁଗରୁ ପ୍ରଚଳିତ ଏହି ଚିତ୍ରକଳା ଓଡ଼ିଶାର ଐତିହ୍ୟର ଏକ ବିଶିଷ୍ଟ ଉପାଦାନ ହୋଇ ରହିଆସିଛି ।
(ଘ) ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ସମ୍ପର୍କରେ ଏକ ସଂକ୍ଷିପ୍ତ ବିବରଣୀ ପ୍ରଦାନ କର ।
Answer:
- ପ୍ରାଚୀନ ଓଡ଼ିଶାର ନୌବାଣିଜ୍ୟ ଓଡ଼ିଶାର ଐତିହ୍ୟକୁ ସମୃଦ୍ଧ କରିଛି । ପୁରାତନ ଯୁଗରେ ଓଡ଼ିଶାର ଅଧିବାସୀମାନେ ବୋଇତରେ ଜାଭା-ସୁମାତ୍ରା, ବାଲି, ବୋର୍ଣ୍ଣିଓ ଦ୍ଵୀପପୁଞ୍ଜ ତଥା ଅନ୍ୟାନ୍ୟ ଦକ୍ଷିଣ-ପୂର୍ବ ଏସୀୟ ଦେଶମାନଙ୍କ ସହିତ ବାଣିଜ୍ୟ ବ୍ୟବସାୟ କରୁଥିଲେ ।
- ଏହି ବାଣିଜ୍ୟ ଫଳରେ ଓଡ଼ିଆମାନଙ୍କର ଉକ୍ତ ଦେଶଗୁଡ଼ିକ ସହିତ ସାଂସ୍କୃତିକ ସମ୍ପର୍କ ସ୍ଥାପିତ ହେବା ସହ ସେଠାରେ ଓଡ଼ିଶାବାସୀଙ୍କର ସମ୍ମାନ ବୃଦ୍ଧି ପାଇଥିଲା
- ପ୍ରାଚୀନ ଓଡ଼ିଶାର ସାଧବ ପୁଅମାନେ କୃଷିଜାତ ଦ୍ରବ୍ୟ, ମସଲା, ହସ୍ତଶିଳ୍ପ ଓ ହସ୍ତତନ୍ତ ପ୍ରସ୍ତୁତ ସାମଗ୍ରୀଗୁଡ଼ିକୁ ସମୁଦ୍ର ପାର ହୋଇ ବାହାର ଦେଶରେ ବିକ୍ରିକରି ସେହି ବିକ୍ରୟଲବ୍ଧ ଧନସମ୍ପତ୍ତି ଆଣି ଓଡ଼ିଶାକୁ ଧନଶାଳୀ କରୁଥିଲେ । ସେ ସମୟରେ ତାମ୍ରଲିପ୍ତି, ପାଲୋର, ଦନ୍ତପୁରା, ପିଥୁଣ୍ଡ ଓ ଚେଳିତାଲୋ ପ୍ରଭୃତି ଓଡ଼ିଶାର ପ୍ରଧାନ ବନ୍ଦର ଥିଲା
- କେଉଁ ସମୟରୁ ଓଡ଼ିଶାର ନୌବାଣିଜ୍ୟ ଆରମ୍ଭ ହେଲା ତାହା ଯଦିଓ ସଠିକ୍ ଭାବରେ ନିରୂପିତ କରାଯାଇ ପାରିନାହିଁ; କିନ୍ତୁ ମିଳୁଥିବା ତଥ୍ୟଗୁଡ଼ିକରୁ ଓଡ଼ିଶାର ନୌବାଣିଜ୍ୟ ଖ୍ରୀଷ୍ଟୀୟ ତୃତୀୟ ଶତାବ୍ଦୀରୁ ଆରମ୍ଭ ହୋଇଥିବାର ଅନୁମାନ କରାଯାଏ ।
- ତତ୍କାଳୀନ ଶ୍ରୀଲଙ୍କା, ମିଆଁମାର, ଇଣ୍ଡୋନେସିଆ, ମାଲୟେସିଆ ଓ ଚୀନ୍ ଦେଶ ସହିତ ମଧ୍ୟ ଓଡ଼ିଶାର ସାମୁଦ୍ରିକ ବାଣିଜ୍ୟ ଚାଲିଥିବା କଥା ବିଭିନ୍ନ ପ୍ରାମାଣିକ ତଥ୍ୟରୁ ଜଣାଯାଏ ।
୨। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।
(କ) ଆର୍ଯ୍ୟ ଭାଷାଭାଷୀମାନେ କେଉଁ ଅଞ୍ଚଳରୁ ଓଡ଼ିଶାରେ ବସତି ସ୍ଥାପନ କରିବାପାଇଁ ଆସିଥିଲେ ?
Answer:
ଆର୍ଯ୍ୟ ଭାଷାଭାଷୀମାନେ ଅର୍ଥ-ମାଗଧୀ ଓ ସୌରସେନୀ ଅଞ୍ଚଳରୁ ଓଡ଼ିଶାରେ ବସତି ସ୍ଥାପନ କରିବାପାଇଁ ଆସିଥିଲେ ।
(ଖ) କେଉଁ ଦୁଇଟି ରଚନା ପ୍ରାଚୀନ ଓଡ଼ିଆ ସାହିତ୍ୟର ପ୍ରଥମ ଗୁରୁତ୍ଵପୂର୍ଣ୍ଣ ନମୁନା ଭାବେ ପରିଗଣିତ ହୁଏ ?
Answer:
ଖ୍ରୀଷ୍ଟୀୟ ସପ୍ତମରୁ ନବମ ଶତାବ୍ଦୀ ମଧ୍ଯରେ ରଚିତ ବୌଦ୍ଧ ଚର୍ଯ୍ୟାପଦ ଓ ଦୋହା ପ୍ରାଚୀନ ଓଡ଼ିଆ ସାହିତ୍ୟର ପ୍ରଥମ ଗୁରୁତ୍ଵପୂର୍ଣ୍ଣ ନମୁନାଭାବେ ପରିଗଣିତ ହୋଇଥାଏ ।
(ଗ) ମାର୍କଣ୍ଡ ଦାସଙ୍କ ରଚିତ କେଶବ କୋଇଲିର ବୈଶିଷ୍ଟ୍ୟଗୁଡ଼ିକ କ’ଣ ?
Answer:
- ମାର୍କଣ୍ଡ ଦାସଙ୍କ ରଚିତ ‘କେଶବ କୋଇଲି’ ଚତୁର୍ଦ୍ଦଶ ଶତାବ୍ଦୀର ଏକ ପ୍ରଖ୍ୟାତ ସାଙ୍ଗୀତିକ ଗାଥା କବିତା ଅଟେ ।
- ଚଉତିଶା ଓ କୋଇଲି ଶୈଳୀରେ ଚଉତିରିଶ ପଦରେ ରଚିତ ଏହି କବିତା ଏବେ ମଧ୍ୟ ଓଡ଼ିଶାରେ ଜନପ୍ରିୟ ।
(ଘ) ‘ସମର ତରଙ୍ଗ’ର ରଚୟିତା କିଏ ?ଏହା କହିଁକି ଭାରତୀୟ ସାହିତ୍ୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି ?
Answer:
- ‘ସମର ତରଙ୍ଗ’ର ରଚୟିତା ହେଉଛନ୍ତି ବ୍ରଜନାଥ ବଡ଼ଜେନା ।
- ଏହା ଶୌର୍ଯ୍ୟ ଓ ବୀରତ୍ଵର କବିତା ଭାବେ ଭାରତୀୟ ସାହିତ୍ୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି ।
(ଙ) ଗଙ୍ଗାଧର ମେହେରଙ୍କ କବିତାର ଶୈଳୀ ଓ ବିଷୟର ଭିଭି କ’ଣ ?
Answer:
ସନେଟ୍ ଓ ଗୀତି କବିତା ମାଧ୍ୟମରେ ପ୍ରାକୃତିକ ଦୃଶ୍ୟ ଓ ମନୁଷ୍ୟର ଭାବାବେଗକୁ ବର୍ଶନ କରିବା କବି ଗଙ୍ଗାଧର ମେହେରଙ୍କର କବିତାର ଶୈଳୀ ଓ ବିଷୟର ଭିଭି ଅଟେ ।
(ଚ) ବାଲେଶ୍ଵର ଜିଲ୍ଲାର କେଉଁ ସ୍ଥାନଗୁଡ଼ିକରେ ଜୈନ କୀର୍ତ୍ତି ଦେଖିବାକୁ ମିଳେ ?
Answer:
ବାଲେଶ୍ଵର ଜିଲ୍ଲାର ଅଯୋଧ୍ୟା, ପୁନ୍ଦଳ, ଭୀମପୁର ଓ ଜଳେଶ୍ଵରଠାରେ ଜୈନ କୀର୍ତ୍ତି ଦେଖିବାକୁ ମିଳେ ।
(ଛ) ଭାରତର ମନ୍ଦିରଗୁଡ଼ିକର ସ୍ଥାପତ୍ୟ ଶୈଳୀ କେତେ ପ୍ରକାର ଓ ସେଗୁଡ଼ିକ କ’ଣ ?
Answer:
- ଭାରତର ମନ୍ଦିରଗୁଡ଼ିକର ସ୍ଥାପତ୍ୟ ଶୈଳୀକୁ ଚାରିଭାଗରେ ବିଭକ୍ତ କରାଯାଇଛି ।
- ସେଗୁଡିକ ହେଲା ନାଗର, ବେସର, ଦ୍ରାବିଡ଼ ଓ କଳିଙ୍ଗ ଶୈଳୀ ।
(ଜ) ଓଡ଼ିଶାର ପ୍ରାଚୀନ ଭାସ୍କର୍ଯ୍ୟ ଓଡ଼ିଶାର ପ୍ରାଚୀନ ଭାସ୍କର୍ଯ୍ୟ
Answer:
କଳାରେ ସ୍ଥାନ ପାଇଥବା ଚାରିଟି ବାଦ୍ୟଯନ୍ତ୍ରର ନାମ ଲେଖ । କଳାରେ ସ୍ଥାନ ପାଇଥିବା ଚାରୋଟି ବାଦ୍ୟଯନ୍ତ୍ରର ନାମ ହେଲା ଚାଙ୍ଗୁ, ମୃଦଙ୍ଗ, ଝାଞ୍ଜ, ଢୋଲ ।
(ଝ) ଓଡ଼ିଶାର କେଉଁ ସ୍ଥାନଗୁଡ଼ିକ ଶିଙ୍ଗ କାରିଗରି କୌଶଳ ପାଇଁ ପ୍ରସିଦ୍ଧ ?
Answer:
ଓଡ଼ିଶାର ପାରଳାଖେମୁଣ୍ଡି ଓ କଟକ ଶିଙ୍ଗ କାରିଗରି କୌଶଳ ପାଇଁ ପ୍ରସିଦ୍ଧ ।
(ଞ) ପ୍ରାଚୀନ ଓଡ଼ିଶାର ବନ୍ଦରଗୁଡ଼ିକର ନାମ କ’ଣ ?
Answer:
ପ୍ରାଚୀନ ଓଡ଼ିଶାର ବନ୍ଦରଗୁଡ଼ିକର ନାମ ହେଲା ତାମ୍ରଲିପ୍ତି, ପାଲୋର, ଦନ୍ତପୁରା, ପିଥୁଣ୍ଡ ଓ ଚେଳିତାଲୋ ।
୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।
(କ) କାହାକୁ ଓଡ଼ିଶାର ପ୍ରଥମ ସ୍ଵଦେଶ ସାହିତ୍ୟଭାବେ ଗ୍ରହଣ କରାଯାଇଛି ?
Answer:
ଖ୍ରୀ.ପୂ. ପ୍ରଥମ ଶତାବ୍ଦୀର ଭୁବନେଶ୍ବରର ଉଦୟଗିରିରେ ପାଲି-ପ୍ରାକୃତ ଭାଷାରେ ଲିଖ୍ ହାତୀଗୁମ୍ଫା ଶିଳାଲେଖକୁ ଓଡ଼ିଶାର ପ୍ରଥମ ସ୍ବଦେଶ ସାହିତ୍ୟଭାବେ ଗ୍ରହଣ କରାଯାଇଛି ।
(ଖ) ରାଣୀଗୁମ୍ଫା କେଉଁ ପାହାଡ଼ରେ ରହିଛି ?
Answer:
ଭୁବନେଶ୍ଵରସ୍ଥ ଉଦୟଗିରି ପାହାଡ଼ରେ ରାଣୀଗୁମ୍ଫା ରହିଛି ।
(ଗ) କୋଣାର୍କ ସୂର୍ଯ୍ୟ ମନ୍ଦିରର ନିର୍ମାତା କେଉଁ ବଂଶର ରାଜା ଥିଲେ ?
Answer:
କୋଣାର୍କ ସୂର୍ଯ୍ୟ ମନ୍ଦିରର ନିର୍ମାତା ପରବର୍ତ୍ତୀ ଗଙ୍ଗବଂଶର ରାଜା ଥିଲେ ।
(ଘ) କେବେଠାରୁ ଓଡ଼ିଶାରେ ମନ୍ଦିର ନିର୍ମାଣର ସମାପ୍ତି ଘଟିଥିଲା ?
Answer:
ସୂର୍ଯ୍ୟବଂଶୀମାନଙ୍କର ଶାସନର ପତନ ପରେ ଏବଂ ୧୫୬୮ ଖ୍ରୀଷ୍ଟାବ୍ଦରେ ଓଡ଼ିଶା ଆଫଗାନୀମାନଙ୍କଦ୍ବାରା ଅଧିକୃତ ହେବାପରେ ଓଡ଼ିଶାରେ ମନ୍ଦିର ନିର୍ମାଣର ସମାପ୍ତି ଘଟିଥିଲା ।
(ଙ) କଟକ ତିନିକୋଣିଆ ବଗିଚାରେ କେଉଁ ଚର୍ଚ୍ଚା ଅବସ୍ଥିତ ?
Answer:
କଟକ ତିନିକୋଣିଆ ବଗିଚାଠାରେ ବାପ୍ଟିଷ୍ଟ ଚର୍ଚ୍ଚା ଅବସ୍ଥିତ ।
(ଚ) ‘ପଶାପାଲି’ ଶାଢ଼ି ମୁଖ୍ୟତଃ ଓଡ଼ିଶାର କେଉଁ ଜିଲ୍ଲାରେ ପ୍ରସ୍ତୁତ କରାଯାଏ ?
Answer:
ଓଡ଼ିଶାର ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାରେ ମୁଖ୍ୟତଃ ‘ପଶାପାଲି’ ଶାଢ଼ି ପ୍ରସ୍ତୁତ କରାଯାଏ ।
(ଛ) ପ୍ରାଚୀନ ଓଡ଼ିଶାର ବଣିକମାନଙ୍କୁ କ’ଣ କୁହାଯାଉଥିଲା ?
Answer: ପ୍ରାଚୀନ ଓଡ଼ିଶାର ବଣିକମାନଙ୍କୁ ସାଧବ କୁହାଯାଉଥିଲା ।
(ଜ) କେଉଁଠାରେ କଳିଙ୍ଗର ରାଜାଙ୍କୁ ‘ମହୋଦଧୂପତି’ ଭାବେ ଚିତ୍ରଣ କରାଯାଇଛି ?
Answer:
ଗୁପ୍ତଯୁଗରେ ରଚିତ କାଳିଦାସଙ୍କ ‘ରଘୁବଂଶମ୍’ରେ କଳିଙ୍ଗର ରାଜାଙ୍କୁ ‘ମହୋଦଧୂପତି’ ଭାବେ ଚିତ୍ରଣ କରାଯାଇଛି ।
(ଝ) ନୂଆଖାଇ ପର୍ବକୁ ଆଉ କ’ଣ କୁହାଯାଏ ?
Answer:
ନୂଆଖାଇ ପର୍ବକୁ ନବାନ୍ନ ଭକ୍ଷଣ ମଧ୍ୟ କୁହାଯାଏ ।
(ଞ) କେଉଁଦିନ ବାଲିଯାତ୍ରା ଅନୁଷ୍ଠିତ ହୁଏ ?
Answer:
କାର୍ତ୍ତିକ ପୂର୍ଣିମା ଦିନ ବାଲିଯାତ୍ରା ଅନୁଷ୍ଠିତ ହୁଏ ।
୪ । ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ସଙ୍ଗେ ତା’ର କ୍ରମିକ ନମ୍ବର ବାଛି ଲେଖ ।
(କ) ‘ବିଲଙ୍କା ରାମାୟଣ’ର ରଚୟିତା କିଏ ?
(i) ବସ୍ଥା ଦାସ
(ii) ସାରଳା ଦାସ
(iii) ମାର୍କଣ୍ଡ ଦାସ
(iv) ଅର୍ଜୁନ ଦାସ
Answer:
(ii) ସାରଳା ଦାସ
(ଖ) ‘ତପସ୍ବିନୀ’ କିଏ ରଚନା କରିଥିଲେ ?
(i) ଉପେନ୍ଦ୍ର ଭଞ୍ଜ
(ii) ରାଧାନାଥ ରାୟ
(iii) ଗଙ୍ଗାଧର ମେହେର
(iv) ନନ୍ଦକିଶୋର ବଳ
Answer:
(iii) ଗଙ୍ଗାଧର ମେହେର
(ଗ) ଓଡ଼ିଶାର ସର୍ବପ୍ରଥମ ଭାସ୍କର୍ଯ୍ୟଭାବେ କେଉଁଟି ପରିଗଣିତ ?
(i) ଧଉଳି ପାହାଡ଼ର ଅଶୋକଙ୍କ ଶିଳାଲେଖ ଉପରିଭାଗରେ ହାତୀର ପ୍ରତିମୂର୍ତ୍ତି
(ii) ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫାର ଭାସ୍କର୍ଯ୍ୟ
(iii) ପର୍ଶୁରାମେଶ୍ଵର ମନ୍ଦିର ଭାସ୍କର୍ଯ୍ୟ
(iv) କୋଣାର୍କ ସୂର୍ଯ୍ୟ ମନ୍ଦିର ଭାସ୍କର୍ଯ୍ୟ
Answer:
(i) ଧଉଳି ପାହାଡ଼ର ଅଶୋକଙ୍କ ଶିଳାଲେଖ ଉପରିଭାଗରେ ହାତୀର ପ୍ରତିମୂର୍ତ୍ତି
(ଘ) ମୁକ୍ତେଶ୍ଵର ମନ୍ଦିର କେଉଁଠାରେ ଅବସ୍ଥିତ ?
(i) ଲଳିତଗିରି
(ii) ଭୁବନେଶ୍ଵର
(iii) ସୀତାବାଞ୍ଜି
(iv) ପୁରୀ
Answer:
(ii) ଭୁବନେଶ୍ଵର
(ଙ) ଭୁବନେଶ୍ଵରର କପିଳେଶ୍ବର ମନ୍ଦିର କେଉଁ ଶାସନ ସମୟରେ ନିର୍ମିତ ହୋଇଥିଲା ?
(i) ଭୌମକୂର
(ii) ସୋମବଂଶୀ
(iii) ଗଙ୍ଗବଂଶ
(iv) ସୂର୍ଯ୍ୟବଂଶୀ ଗଜପତି
Answer:
(iv) ସୂର୍ଯ୍ୟବଂଶୀ ଗଜପତି
(ଚ) ତାତର ଖାଁ ମସ୍ଜିଦ୍ କଟକରେ କେଉଁଠାରେ ଅବସ୍ଥିତ ?
(i) ଦରଘା ବଜାର
(ii) ଦିୱାନ ବଜାର
(iii) ବାଲୁବଜାର
(iv) କାଠଯୋଡ଼ି କୂଳ
Answer:
(ii) ଦିୱାନ ବଜାର
(ଛ) ‘ଗୀତ ଗୋବିନ୍ଦ’ର ରଚୟିତା କିଏ ?
(i) ଅଚ୍ୟୁତାନନ୍ଦ
(ii) ଭକ୍ତ ସାଲବେଗ୍
(iii) ଜୟଦେବ
(iv) ଅଭିମନ୍ୟୁ ସାମନ୍ତସିଂହାର
Answer:
(iii) ଜୟଦେବ
(ଜ) କେଉଁ ନୃତ୍ୟଶୈଳୀରୁ ଓଡ଼ିଶୀ ନୃତ୍ୟର ସୃଷ୍ଟି ହୋଇଛି ?
(i) ଦଣ୍ତନାଚ
(ii) ନାଗନାଚ
(iii) ମାହାରୀ ନାଚ
(iv) ଛଉନାଚ
Answer:
(iii) ମାହାରୀ ନାଚ
(ଝ) କେଉଁ ପର୍ବରେ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ତିନିରଥର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଥାଏ ?
(i) ବିଷୁବ ସଂକ୍ରାନ୍ତି
(ii) ଅକ୍ଷୟ ତୃତୀୟା
(iii) ଶୀତଳ ଷଷ୍ଠୀ
(iv) ଦେବସ୍ନାନ ପୂର୍ଣ୍ଣିମା
Answer:
(ii) ଅକ୍ଷୟ ତୃତୀୟା
(ଞ) କେଉଁ ସ୍ଥାନ ଧନୁଯାତ୍ରା ପାଇଁ ସମଗ୍ର ଭାରତରେ ପ୍ରସିଦ୍ଧି ଲାଭ କରିଛି ?
(i) ସମ୍ବଲପୁର
(ii) ଧବଳେଶ୍ଵର
(iii) ବରଗଡ଼
(iv) ବାଙ୍କୀ
Answer:
(iii) ବରଗଡ଼