BSE Odisha 10th Class History Important Questions Chapter 3 ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

Odisha State Board BSE Odisha 10th Class History Important Questions Chapter 3 ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା Important Questions and Answers.

BSE Odisha Class 10 History Important Questions Chapter 3 ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

Subjective Type Questions With Answers

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

୧। କେବେ ଓ କେଉଁ ପରିସ୍ଥିତିରେ ଆଇନ ଅମାନ୍ୟ ଆନ୍ଦୋଳନର ପରିସମାପ୍ତି ଘଟିଥିଲା ସଂକ୍ଷେପରେ ଲେଖ ।
Answer:

  • ୧୯୩୩ ମସିହା ମେ ମାସରେ ହରିଜନ ସମସ୍ୟା ଉପରେ ଧ୍ୟାନଦେବାପାଇଁ ଏବଂ ନିଜର ଓ ସହଯୋଗୀମାନଙ୍କର ମନର ଶୁଦ୍ଧିକରଣ ପାଇଁ ଗାନ୍ଧିଜୀ ଏକୋଇଶ ଦିନିଆ ଅନଶନର ଘୋଷଣା କରିଥିଲେ । ପରେ ସରକାର ଗାନ୍ଧିଜୀଙ୍କୁ କାରାମୁକ୍ତ କଲେ ।
  • ଦୀର୍ଘଦିନ ପର୍ଯ୍ୟନ୍ତ ସରକାରଙ୍କ ଦମନମୂଳକ କାର୍ଯ୍ୟ ସତ୍ତ୍ଵେ ଚାଲୁ ରହିଥ‌ିବା ଆନ୍ଦୋଳନରେ ସତ୍ୟାଗ୍ରହୀମାନଙ୍କ ଉତ୍ସାହକୁ ବଜାୟ ରଖୁବାର କାଠିନ୍ୟ ଉପଲବ୍ଧି କରି ଆନ୍ଦୋଳନକୁ ସ୍ଥଗିତ ରଖୁବାପାଇଁ ଗାନ୍ଧିଜୀ କଂଗ୍ରେସକୁ ସୁପାରିସ କରିଥିଲେ ।
  • ୧୯୩୩ ମସିହା ମେ ମାସରେ ସ୍ଥଗିତ ରଖାଯାଇଥିବା ଦ୍ଵିତୀୟ ପର୍ଯ୍ୟାୟ ଆଇନ ଅମାନ୍ୟ ଆନ୍ଦୋଳନକୁ ୧୯୩୪ ମସିହା ଏପ୍ରିଲ୍ ମାସରେ ଔପଚାରିକ ଭାବେ ପ୍ରତ୍ୟାହାର କରାଗଲା ।
  • ଏହି ଆନ୍ଦୋଳନ ଭାରତରେ ଇଂରେଜ ଶାସନ ବିରୋଧରେ ଏକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ଦିଗରେ ସମ୍ପୂର୍ଣ୍ଣ ସଫଳ ହୋଇଥିଲା ।
  • ଏହା ଜାତୀୟ ସଂଗ୍ରାମରେ ଏକ ନୂତନ ଉନ୍ମାଦନା ଭରିଦେଇଥଲା ।

୨। ତୃତୀୟ ଗୋଲଟେବୁଲ ବୈଠକ ଭାରତ ପାଇଁ କାହିଁକି ଗୁରୁତ୍ଵପୂର୍ଣ୍ଣ ଥିଲା ?
Answer:

  • ୧୯୩୨ ମସିହା ନଭେମ୍ବର ୧୭ ତାରିଖରୁ ଡିସେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ଇଂଲଣ୍ଡରେ ତୃତୀୟ ଗୋଲଟେବୁଲ ବୈଠକ ଅନୁଷ୍ଠିତ ହୋଇଥିଲା ।
  • ଆଇନ ଅମାନ୍ୟ ଆନ୍ଦୋଳନ ଚାଲୁଥିବାରୁ ଏହି ବୈଠକକୁ କଂଗ୍ରେସ ବର୍ଜନ କରିଥିଲା ।
  • ବୈଠକ ଶେଷରେ ସାଇମନ୍ କମିଶନ୍‌ର ସୁପାରିସ ଭିଭିରେ ଭାରତର ଶାସନ ପାଇଁ ପ୍ରସ୍ତୁତ ଏକ ସମ୍ବିଧାନର ରୂପରେଖ ସମ୍ବଳିତ ଶ୍ଵେତପତ୍ର ପ୍ରକାଶିତ ପାଇଥିଲା ।
  • ଏହାକୁ ଆଲୋଚନା ନିମନ୍ତେ ବ୍ରିଟିଶ୍ ପାର୍ଲିଆମେଣ୍ଟକୁ ପଠାଯାଇଥିଲା ।
  • ୧୯୩୫ ମସିହା ଅଗଷ୍ଟ ୨ ତାରିଖରେ ଏହା ଗୃହୀତ ହୋଇ ‘ଭାରତ ଶାସନ ଆଇନ ୧୯୩୫’ ନାମରେ ନାମିତ ହୋଇଥିଲା ।

BSE Odisha 10th Class History Important Questions Chapter 3 ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

୩ । ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନକୁ କିପରି ଭାବରେ ଦମନ କରାଯାଇଥିଲା ସଂକ୍ଷେପରେ ଲେଖ ।
Answer:

  1. ଆଇନ ଅମାନ୍ୟ ଆନ୍ଦୋଳନକୁ ଦମନ କରିବାପାଇଁ ସରକାର କଠୋର ପଦକ୍ଷେପମାନ ଗ୍ରହଣ କରିଥିଲେ ।
  2. ନିରୀହ ଜନତାଙ୍କ ଉପରେ ଗୁଳିବର୍ଷଣ ଓ ଲାଠିଚାଳନା କରାଯାଇଥିଲା ।
  3. ମହାତ୍ମା ଗାନ୍ଧି, ସୁଭାଷ ବୋଷ ଓ ନେହେରୁ ପ୍ରଭୃତି ନେତାଙ୍କ ସହିତ ବହୁସଂଖ୍ୟକ ସତ୍ୟାଗ୍ରହୀଙ୍କୁ ଗିରଫ କରାଯାଇଥିଲା ।
  4. ସମ୍ବାଦପତ୍ର ଉପରେ କଟକଣା ଜାରି କରାଗଲା ଓ କଂଗ୍ରେସକୁ ବେଆଇନ ଘୋଷଣା କରାଯାଇଥିଲା ।
  5. ଇଂରେଜ ସରକାର ଏହି ଆନ୍ଦୋଳନକୁ ଦମନ କରିବାପାଇଁ ସବୁ ପ୍ରକାର ଶକ୍ତି ପ୍ରୟୋଗ କରି ମଧ୍ୟ ସଫଳ ହୋଇ ନଥିଲେ ।

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୩୦ ଗୋଟି ଶବ୍ଦରେ ଲେଖ ।

୧। ଭାରତୀୟ ଜାତୀୟ କଂଗ୍ରେସର ମାଡ୍ରାସ୍ ଅଧ୍ଶନ କେବେ ଓ କ’ଣ ପାଇଁ ଡକାଯାଇଥିଲା ? ଏଥରେ କ’ଣ କରିବାପାଇଁ ସ୍ଥିର କରାଯାଇଥିଲା ? ଏହାକୁ କେଉଁମାନେ ସମର୍ଥନ ଜଣାଇଥିଲେ ?
Answer:

  • ଭାରତୀୟ ଜାତୀୟ କଂଗ୍ରେସର ମାଡ୍ରାସ୍ ଅଧ୍ଶନ ୧୯୨୭ ମସିହାରେ ମାଡ୍ରାସ୍ତାରେ ବସିଥିଲା ।
  • ଏହି ଅଧିବେଶନରେ ସାଇମନ୍ କମିଶନ୍‌କୁ ବର୍ଜନ କରିବାପାଇଁ ସ୍ଥିର କରାଯାଇଥିଲା ।
  • କଂଗ୍ରେସର ଏହି ନିଷ୍ପଭିକୁ ମୁସଲିମ୍ ଲିଗ୍ ଓ ହିନ୍ଦୁ ମହାସଭା ସମର୍ଥନ ଜଣାଇଥିଲେ ।

୨। ସାଇମନ୍ କମିଶନ୍‌କୁ ଭାରତୀୟମାନେ କିଭଳି ବିରୋଧ କରିଥିଲେ ?
Answer:

  • ୧୯୨୮ ମସିହା ଫେବୃୟାରୀ ୩ ତାରିଖରେ ମୁମ୍ବାଇରେ ସାଇମନ୍ କମିଶନ୍ ପଦାର୍ପଣ କଲାମାତ୍ରେ ‘ସାଇମନ୍ ଫେରିଯାଅ’ ଧ୍ଵନି ଦିଆଯାଇଥିଲା ।
  • ଭାରତୀୟମାନେ କମିଶନ୍‌ର ସଦସ୍ୟମାନଙ୍କୁ କଳା ପତାକା ପ୍ରଦର୍ଶନ କରିଥିଲେ ।
  • ଭାରତର ବିଭିନ୍ନ ସହରମାନଙ୍କରେ ହରତାଳ ପାଳନ କରାଯିବା ସହିତ ଶୋଭାଯାତ୍ରା କରାଯାଇଥିଲା ।

BSE Odisha 10th Class History Important Questions Chapter 3 ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

୩ । ଲାହୋର କଂଗ୍ରେସ ଅଧ୍ଵଂଶନ କେବେ ବସିଥିଲା ? ଏଥରେ କିଏ ଅଧ୍ୟକ୍ଷତା କରି କ’ଣ ଘୋଷଣା କରିଥିଲେ ?
Answer:

  1. ଲାହୋର କଂଗ୍ରେସ ଅଧ୍ଵବେଶନ ୧୯୨୯ ମସିହାରେ ଲାହୋରଠାରେ ବସିଥିଲା ।
  2. ଏଥିରେ ଜବାହରଲାଲ ନେହେରୁ ସଭାପତିତ୍ୱ କରିଥିଲେ ।
  3. ସେଠାରେ ସେ ଘୋଷଣା କରିଥିଲେ ଯେ ‘ସମ୍ପୂର୍ଣ ସ୍ଵାଧୀନତା ଭାରତର ଲକ୍ଷ୍ୟ’ ।

୪ । ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ କେଉଁ ସ୍ଥାନରେ କି ପ୍ରକାର ଟିକସ ଦେବାକୁ ମନା କରାଯାଇଥିଲା ?
Answer:

  • ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ ସରକାରୀ ଟିକସ ଦେବାଲାଗି କର୍ଣ୍ଣାଟକ, ଗୁଜରାଟ, ଉତ୍ତରପ୍ରଦେଶ, ମାଡ୍ରାସ୍, ବମ୍ବେ ଆଦି ସ୍ଥାନରେ ଲୋକମାନେ ମନା କରିଦେଇଥିଲେ ।
  • ମହାରାଷ୍ଟ୍ରରେ ଜନତା ଜଙ୍ଗଲ ଆଇନ ଅମାନ୍ୟ କରିଥିଲେ ।
  • ଦେଶର ସବୁଆଡ଼େ ଲୋକମାନେ ଚୌକିଦାରୀ କର ଦେବାପାଇଁ ମନାକଲେ ।

୫। ସୁଦୂର ଉତ୍ତର-ପଶ୍ଚିମ ସୀମାନ୍ତରେ ଆଇନ ଅମାନ୍ୟ ଆନ୍ଦୋଳନ କିପରି ବ୍ୟାପିଥିଲା ?
Answer:

  • ସୁଦୂର ଉତ୍ତର-ପଶ୍ଚିମ ସୀମାନ୍ତରେ ଏହି ଆନ୍ଦୋଳନକୁ ବ୍ୟାପକ କରିଥିଲେ ‘ସୀମାନ୍ତ ଗାନ୍ଧି’ ଭାବେ ପରିଚିତ ଖାନ୍ ଅବଦୁଲ୍ ଗଫର୍ ଖାନ୍ ।
  • ତାଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ଚାଲିଥିଲା ।
  • ସେ ‘ଖୁଦାଇ ଖୁଦ୍‌ମତଗାର’ ନାମକ ସଙ୍ଗଠନ ଗଠନ କରି ଏହି ଆନ୍ଦୋଳନକୁ ବ୍ୟାପକ କରିଥିଲେ ।

୬ | ପ୍ରଥମ ଗୋଲଟେବୁଲ ବୈଠକ କେବେ, କିଏ ଡକାଇଥିଲେ ଓ ଏହା କାହିଁକି ବିଫଳ ହେଲା ?
Answer:

  • ପ୍ରଥମ ଗୋଲଟେବୁଲ ବୈଠକ ୧୯୩୦ ମସିହାରେ ଡକାଯାଇଥିଲା ।
  • ଶକ୍ତି ପ୍ରୟୋଗଦ୍ଵାରା ଆନ୍ଦୋଳନ ଦମନ କରିବା ଅସମ୍ଭାଳ ହୋଇପଡ଼ିବାରୁ ବ୍ରିଟିଶ୍ ସରକାର ଏହି ବୈଠକ ଡକାଇଥିଲେ ।
  • ଏଥିରେ କଂଗ୍ରେସ ଯୋଗ ନ ଦେବାରୁ ଏହା ବିଫଳ ହୋଇଥିଲା ।

BSE Odisha 10th Class History Important Questions Chapter 3 ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

୭ । ଗାନ୍ଧି-ଇର୍‌ଉଇନ୍ ଚୁକ୍ତିଦ୍ୱାରା ଭାରତୀୟମାନେ ପାଇଥିବା ସୁବିଧା ମଧ୍ୟରୁ ତିନିଗୋଟି ଉଲ୍ଲେଖ କର ।
Answer:

  1. ଏହି ଚୁକ୍ତି ଅନୁସାରେ ଇଂରେଜ ସରକାର ସମସ୍ତ ଦମନମୂଳକ ଆଇନ ପ୍ରତ୍ୟାହାର କରିଥିଲେ ।
  2. ସରକାର ସମସ୍ତ ରାଜନୈତିକ ବନ୍ଦୀମାନଙ୍କୁ ମୁକ୍ତ କରିଥିଲେ ।
  3. ସରକାର ସରକାରୀ କର୍ମଚାରୀମାନଙ୍କର ବାଜ୍ୟାପ୍ତ ହୋଇଥିବା ସମ୍ପଭି ଫେରସ୍ତ କରିଥିଲେ ।

ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

୧। ‘ପଞ୍ଜାବ କେଶରୀ’ କାହାକୁ କୁହାଯାଏ ? ସେ କେବେ ମୃତ୍ୟୁବରଣ କରିଥିଲେ ?
Answer:

  • ଲାଲା ଲଜିପତ୍ ରାୟଙ୍କୁ ‘ପଞ୍ଜାବ କେଶରୀ’ କୁହାଯାଏ ।
  • ସାଇମନ୍ କମିଶନ୍ ବିରୋଧରେ ହୋଇଥିବା ଆନ୍ଦୋଳନରେ ଆଘାତ ପାଇ ୧୯୨୮ ମସିହା ନଭେମ୍ବର ୧୭ ତାରିଖରେ ସେ ମୃତ୍ୟୁବରଣ କରିଥିଲେ ।

୨। ସାଇମନ୍ କମିଶନ୍ ବିରୋଧରେ ଭାରତରେ ହୋଇଥିବା ଆନ୍ଦୋଳନରେ କେଉଁଠାରେ ଦୁଇଜଣ ନେତା ଆହତ ହୋଇଥିଲେ ? ସେମାନେ କିଏ ଥିଲେ ?
Answer:

  • ସାଇମନ୍ କମିଶନ୍ ବିରୋଧରେ ଭାରତରେ ହୋଇଥିବା ଆନ୍ଦୋଳନରେ ଲକ୍ଷ୍ନୌଠାରେ ଦୁଇଜଣ ନେତା ପୋଲିସ୍‌ର ଲାଠିମାଡ଼ରେ ଆହତ ହୋଇଥିଲେ ।
  • ସେହି ଦୁଇଜଣ ନେତା ଥିଲେ ଜବାହରଲାଲ ନେହେରୁ ଓ ଗୋବିନ୍ଦବଲ୍ଲଭ ପନ୍ଥ ।

୩ । ଗାନ୍ଧିଜୀ କେବେ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରିଥିଲେ ଓ ସେହିଦିନ କେଉଁଠାକୁ ଯାତ୍ରା କରିଥିଲେ ?
Answer:

  1. ୧୯୩୦ ମସିହା ମାର୍ଚ୍ଚ ୧୨ ତାରିଖରେ ଗାନ୍ଧିଜୀ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରିଥିଲେ ।
  2. ଉକ୍ତ ଦିନ ସେ ସାବରମତୀ ଆଶ୍ରମରୁ ବାହାରି ୨୪୧ ମାଇଲ୍ ଦୂରସ୍ଥ ଗୁଜରାଟର ଦାଣ୍ଡି ନାମକ ସ୍ଥାନକୁ କଂଗ୍ରେସ କର୍ମୀମାନଙ୍କ ସହିତ ଯାତ୍ରା କରିଥିଲେ ।

BSE Odisha 10th Class History Important Questions Chapter 3 ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

୪ । ନାଗାଲାଣ୍ଡର କେଉଁ ରାଣୀ ଆଇନ ଅମାନ୍ୟ ଆନ୍ଦୋଳନ ଚଳାଇଥିଲେ ଓ ତାଙ୍କ ସହିତ ଏହି ଆନ୍ଦୋଳନରେ ଆଉ କେଉଁମାନେ ଯୋଗ ଦେଇଥିଲେ ?
Answer:

  • ନାଗାଲାଣ୍ଡର ରାଣୀ ଚୌଦିଲିଉ ଆଇନ ଅମାନ୍ୟ ଆନ୍ଦୋଳନ ଚଳାଇଥିଲେ ।
  • ତାଙ୍କ ସହିତ ଏହି ଆନ୍ଦୋଳନରେ ମଣିପୁରୀ ଓ ନାଗାମାନେ ଯୋଗ ଦେଇଥିଲେ ।

୫ । କେଉଁ ଆନ୍ଦୋଳନରେ ମହିଳାମାନେ ବିଶେଷ ଭାବରେ ଯୋଗଦାନ କରିଥିଲେ ? ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ନାମ ଉଲ୍ଲେଖ କର ।
Answer:

  • ଆଇନ ଅମାନ୍ୟ ଆନ୍ଦୋଳନରେ ମହିଳାମାନେ ବିଶେଷ ଭାବରେ ଯୋଗଦାନ କରିଥିଲେ ।
  • ସେମାନଙ୍କ ମଧ୍ୟରେ ସରୋଜିନୀ ନାଇଡୁ ଓ ବିଜୟଲକ୍ଷ୍ମୀ ପଣ୍ଡିତ ଅନ୍ୟତମ ଥିଲେ । ଏମାନେ ପୁରୁଷମାନଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ବ୍ରିଟିଶ୍ ଲାଠିମାଡ଼ର ସାମନା କରିଥିଲେ ।

୬। ଦ୍ଵିତୀୟ ଗୋଲଟେବୁଲ ବୈଠକରେ ଭାରତରୁ କିଏ ଯୋଗ ଦେଇଥିଲେ ଓ ଏଥରେ କିଏ ସଭାପତିତ୍ୱ କରିଥିଲେ ?
Answer:

  1. ଦ୍ଵିତୀୟ ଗୋଲଟେବୁଲ ବୈଠକରେ ଭାରତରୁ ଗାନ୍ଧିଜୀ ଏକମାତ୍ର ପ୍ରତିନିଧ୍ଵ ଭାବେ ଯୋଗ ଦେଇଥିଲେ ।
  2. ଏଥରେ ସଭାପତିତ୍ୱ କରିଥିଲେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ରାମ୍‌ସେ ମାକ୍‌ଢେ।ନାଲ୍‌ଡ୍ ।

୭ । ସମ୍ରାଟ ପଞ୍ଚମ ଜର୍ଜ ଗାନ୍ଧିଙ୍କୁ ଧମକଦେଇ କ’ଣ କହିଥିଲେ ଓ ଗାନ୍ଧି ତାହାର କି ଉତ୍ତର ଦେଇଥ‌ିଲେ ?
Answer:

  • ସମ୍ରାଟ ପଞ୍ଚମ ଜର୍ଜ ଗାନ୍ଧିଙ୍କୁ ଧମକଦେଇ କହିଥିଲେ ଯେ ତାଙ୍କ ସରକାରଙ୍କୁ ସହଯୋଗ ନ କଲେ ସେ ଭାରତୀୟମାନଙ୍କୁ ମେସିନ୍‌ଗନ୍ ଓ ବୋମାରେ ଉଡ଼ାଇଦେବେ ।
  • ଏହାର ଉତ୍ତରରେ ଗାନ୍ଧି କହିଥିଲେ ଯେ ଭାରତୀୟମାନଙ୍କ ପାଇଁ ଇଂରେଜଙ୍କର ବୋମା ଫୋଟକା ତୁଲ୍ୟ ।

BSE Odisha 10th Class History Important Questions Chapter 3 ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

୮ | କେବେ ଭାରତ ଶାସନ ପାଇଁ ଏକ ନୂତନ ସମ୍ବିଧାନର ରୂପରେଖ ସମ୍ବଳିତ ଶ୍ଵେତପତ୍ର ପ୍ରକାଶିତ ହେଲା ଓ ଏହାକୁ ଆଲୋଚନା ପାଇଁ କେଉଁଠାକୁ ପଠାଗଲା ?
Answer:

  • ତୃତୀୟ ଗୋଲଟେବୁଲ ବୈଠକ ଶେଷରେ ସାଇମନ୍ କମିଶନ୍‌ର ସୁପାରିସ ଭିଭିରେ ଭାରତର ଶାସନ ପାଇଁ ପ୍ରସ୍ତୁତ ଏକ ନୂତନ ସମ୍ବିଧାନର ରୂପରେଖ ସମ୍ବଳିତ ଏକ ଶ୍ଵେତପତ୍ର ପ୍ରକାଶିତ ହେଲା ।
  • ଏହାକୁ ଆଲୋଚନା ନିମନ୍ତେ ବ୍ରିଟିଶ୍ ପାର୍ଲିଆମେଣ୍ଟକୁ ପଠାଇଥିଲେ ।

Objective Type Questions with Answers
A । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

1. କେଉଁ ଘୋଷଣା ସ୍ଵାଧୀନତା ସଂଗ୍ରାମର ଦ୍ଵିତୀୟ ଅଧ୍ୟାୟ ପାଇଁ ପଥ ଖୋଲିଦେଇଥିଲା ?
Answer:
ସାଇମନ କମିଶନ ଗଠନ ଘୋଷଣା ସ୍ଵାଧୀନତା ସଂଗ୍ରାମର ଦ୍ଵିତୀୟ ଅଧ୍ୟାୟ ପାଇଁ ପଥ ଖୋଲିଦେଇଥିଲା ।

2. ସାଇମନ କମିଶନକୁ ବର୍ଜନ କରିବାପାଇଁ କଂଗ୍ରେସର କେଉଁ ଅଧୂବେଶନରେ ସ୍ଥିର କରାଯାଇଥିଲା ?
Answer:
୧୯୨୭ ମସିହାରେ କଂଗ୍ରେସର ମାଡ୍ରାସ୍ ଅଧୂବେଶନରେ ସାଇମନ କମିଶନକୁ ବର୍ଜନ କରିବାପାଇଁ ସ୍ଥିର କରାଯାଇଥିଲା ।

3. ଭାରତରେ ସାଇମନ କମିଶନ ବିରୋଧୀ ଆନ୍ଦୋଳନରେ କିଏ ନିହତ ହୋଇଥିଲେ ?
Answer:
ଭାରତରେ ସାଇମନ କମିଶନ ବିରୋଧୀ ଆନ୍ଦୋଳନରେ ଲାଲା ଲାଜପତ ରାୟ ଲାହୋରଠାରେ ନିହତ ହୋଇଥିଲେ ।

BSE Odisha 10th Class History Important Questions Chapter 3 ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

4. “ସମ୍ପୂର୍ଣ ସ୍ଵାଧୀନତା ଭାରତର ଲକ୍ଷ୍ୟ” – ଏକଥା କିଏ ଘୋଷଣା କରିଥିଲେ ?
Answer:
ଜବାହାରଲାଲ ନେହେରୁ ଲାହୋର କଂଗ୍ରେସ ଅଧ୍ଵବେଶନରେ ଏକଥା ଘୋଷଣା କରିଥିଲେ ।

5. ସାବରମତୀ ଆଶ୍ରମଠାରୁ ଦାଣ୍ଡି ପର୍ଯ୍ୟନ୍ତ ଦୂରତା କେତେ ଥିଲା ?
Answer:
ସାବରମତୀ ଆଶ୍ରମଠାରୁ ଦାଣ୍ଡି ପର୍ଯ୍ୟନ୍ତ ଦୂରତା ୨୪୧ ମାଇଲ୍ ଥିଲା ।

6. ଆଇନ ଅମାନ୍ୟ ଆନ୍ଦୋଳନର ବିଶେଷତ୍ଵ କ’ଣ ଥିଲା ?
Answer:
ବହୁ ସଂଖ୍ୟାରେ ମହିଳାମାନେ ଏହି ଆନ୍ଦୋଳନରେ ଯୋଗଦାନ କରିବା ଏହାର ବିଶେଷତ୍ଵ ଥିଲା ।

7. ଗାନ୍ଧି-ଇରଉଇନ୍ ଚୁକ୍ତି କେବେ ସ୍ବାକ୍ଷରିତ ହୋଇଥିଲା ?
Answer:
୧୯୩୧ ମସିହା ମାର୍ଚ୍ଚ ୫ ତାରିଖରେ ଗାନ୍ଧି-ଇର୍‌ଉଇନ୍ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା ।

8. ଲର୍ଡ଼ ୱିଲିଙ୍ଗଡ଼ନ୍ କେବେ ଭାରତର ଭାଇସ୍‌ୟ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ ?
Answer:
୧୯୩୧ ମସିହା ଏପ୍ରିଲ ମାସରେ ଲର୍ଡ଼ ୱିଲିଙ୍ଗଡ଼ ଭାରତର ଭାଇସ୍‌ୟ ରୂପେ କାର୍ଯ୍ୟଭାର ଗ୍ରହଣ କରିଥିଲେ ।

9. ହରିଜନ ଲୋକମାନଙ୍କ ପାଇଁ ଏକ ପୃଥକ୍ ନିର୍ବାଚନମଣ୍ଡଳୀ କିଏ ଘୋଷଣା କରିଥିଲେ ?
Answer:
ଇଂଲଣ୍ଡର ପ୍ରଧାନମନ୍ତ୍ରୀ ରାମସେ ମାକ୍କୋନାଲ୍‌ଡ୍ ହରିଜନ ଲୋକମାନଙ୍କ ପାଇଁ ଏକ ପୃଥକ୍ ନିର୍ବାଚନମଣ୍ଡଳୀ ଘୋଷଣା କରିଥିଲେ ।

10. ଓଡ଼ିଶାର କେଉଁ ସ୍ଥାନକୁ ଦ୍ବିତୀୟ ଦାଣ୍ଡି କୁହାଯାଏ ?
Answer:
ଓଡ଼ିଶାର ବାଲେଶ୍ଵର ଜିଲ୍ଲାର ଇଞ୍ଚୁଡ଼ିକୁ ଦ୍ଵିତୀୟ ଦାଣ୍ଡି କୁହାଯାଏ ।

BSE Odisha 10th Class History Important Questions Chapter 3 ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

11. ଆଇନ ଅମାନ୍ୟ ଆନ୍ଦୋଳନର ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ କ’ଣ ଥିଲା ?
Answer:
ଚୌକିଦାରୀ କରର ବିରୋଧ କରିବା ଆଇନ ଅମାନ୍ୟ ଆନ୍ଦୋଳନର ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ଥିଲା ।

12. ଓଡ଼ିଶାରେ କେଉଁମାନଙ୍କୁ ବାନରସେନା କୁହାଯାଉଥିଲା ?
Answer:
ଓଡ଼ିଶାରେ ୧୬ ବର୍ଷରୁ କମ୍ ବୟସ୍କ ପିଲାମାନଙ୍କୁ ବାନରସେନା କୁହାଯାଉଥିଲା ।

13. ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ କେବେ ପ୍ରତ୍ୟାହାର କରାଯାଇଥିଲା ?
Answer:
୧୯୩୪ ମସିହା ଏପ୍ରିଲ ମାସରେ ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା ।

B. ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

1. ଭାରତରେ ସାଇମନ କମିଶନକୁ ବିରୋଧ କରାଯାଇ କେଉଁ ଧ୍ଵନି ଦିଆଯାଇଥିଲା ?
Answer:
“ସାଇମନ ଫେରିଯାଅ’’

2. ‘ଖୁଦାଇ ଖିଦ୍‌ତ୍‌ର ସଂଗଠନ’ କେଉଁ ଆନ୍ଦୋଳନକୁ ସାହାଯ୍ୟ କରିଥିଲା ?
Answer:
ଆଇନ ଅମାନ୍ୟ

BSE Odisha 10th Class History Important Questions Chapter 3 ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

3. କେଉଁ ଚୁକ୍ତି ଅନୁସାରେ ଇଂରେଜ ସରକାର ଦମନମୂଳକ ଆଇନ ପ୍ରତ୍ୟାହାର କରି ନେଇଥିଲେ ?
Answer:
ଗାନ୍ଧି-ଇର୍‌ଉଇନ୍ ଚୁକ୍ତି

4. ଲାହୋର କଂଗ୍ରେସ ଅଧିବେଶନରେ କେଉଁ ପ୍ରସ୍ତାବ ଗୃହୀତ ହୋଇଥିଲା ?
Answer:
‘ପୂର୍ଣ୍ଣ ସ୍ଵରାଜ’ ପ୍ରସ୍ତାବ

5. ଆଇନ ଅମାନ୍ୟ ଆନ୍ଦୋଳନ ଚାଲିଥିବାବେଳେ କେଉଁ ଗୋଲଟେବୁଲ ବୈଠକ ବସିଥିଲା ?
Answer:
ତୃତୀୟ

6. ସାଇମନ୍ କମିଶନ୍‌ର ସଦସ୍ୟ ସଂଖ୍ୟା କେତେ ଥିଲା ?
Answer:
୭ଜଣ

7. ଲାଲା ଲାଜପତ୍ ରାୟ କେଉଁ ନାମରେ ଖ୍ୟାତ ଥିଲେ ?
Answer:
‘ପଞ୍ଜାବ କେଶରୀ’

8. ସାଇମନ୍ କମିଶନ୍ ଭାରତର କେଉଁଠାରେ ପଦାର୍ପଣ କରିଥିଲା ?
Answer:
ମୁମ୍ବାଇ

9. ଲାଲା ଲଜପତ୍ ରାୟ କେବେ ମୃତ୍ୟୁବରଣ କରିଥିଲେ ?
Answer:
୧୯୨୮ ନଭେମ୍ବର ୧୭

BSE Odisha 10th Class History Important Questions Chapter 3 ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

10. ଉଇନ୍‌ଷ୍ଟନ୍‌ ଚର୍ଚ୍ଚିଲ୍ ଦ୍ଵିତୀୟ ଗୋଲଟେବୁଲ ବୈଠକରେ ଗାନ୍ଧିଜୀଙ୍କୁ କେଉଁ ଆକ୍ଷେପ କରିଥିଲେ ?
Answer:
ଅର୍ଦ୍ଧନଗ୍ନ ଫକୀର

11. ଜାତୀୟ କଂଗ୍ରେସ କେଉଁ ଅଧୂବେଶନରେ ସାଇମନ୍ କମିଶନ୍‌କୁ ବର୍ଜନ କରିବାପାଇଁ ସ୍ଥିର କରାଗଲା ?
Answer:
ମାଡ୍ରାସ୍

12. ସରକାର କେଉଁ ଚୁକ୍ତି ଅନୁଯାୟୀ ଦଳିତମାନଙ୍କ ପାଇଁ ପୃଥକ୍ ନିର୍ବାଚନ ମଣ୍ଡଳୀ ବ୍ୟବସ୍ଥା ପ୍ରତ୍ୟାହାର କରିଥିଲେ ?
Answer:
‘ପୁନା ଚୁକ୍ତି’

13. ପୂର୍ଣ୍ଣ ସ୍ଵରାଜ ପ୍ରସ୍ତାବ କେବେ ଅନୁମୋଦିତ ହୋଇଥିଲା ?
Answer:
୧୯୨୯

14. ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ ଗାନ୍ଧିଜୀଙ୍କର ସାବରମତୀଠାରୁ ଦାଣ୍ଡି ପର୍ଯ୍ୟନ୍ତ ଐତିହାସିକ ଯାତ୍ରାକୁ କ’ଣ କୁହାଯାଏ ?
Answer:
ଦାଣ୍ଡିଯାତ୍ରା

15. ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରିବା ପ୍ରସ୍ତାବ କେଉଁଠାରେ ଗୃହୀତ ହୋଇଥିଲା ?
Answer:
ଲାହୋର

16. ଗାନ୍ଧିଜୀ ଆଇନ ଅମାନ୍ୟ ଆନ୍ଦୋଳନ ପୂର୍ବରୁ କେତେ ଦଫା ସମ୍ବଳିତ ଶାସନ ସଂସ୍କାର ଚିଠା ପ୍ରସ୍ତୁତ କରି ଇଂରେଜ ସରକାରଙ୍କ ଆଗରେ ଉପସ୍ଥାପନ କରିଥିଲେ ?
Answer:
୧୧

17. ଗାଁ ଗହଳରେ ଖଜୁରୀ ଗଛର ରସକୁ କ’ଣ କୁହାଯାଉଥିଲା ?
Answer:
ତାଡ଼ି

BSE Odisha 10th Class History Important Questions Chapter 3 ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

18. ୧୯୩୫ ଭାରତ ଶାସନ ଆଇନ କାହାର ସୁପାରିସ ଅନୁସାରେ ପ୍ରସ୍ତୁତ ହୋଇଥିଲା ?
Answer:
ସାଇମନ୍ କମିଶନ୍

19. ୧୯୨୯ ଲାହୋର କଂଗ୍ରେସ ଅଧିବେଶନରେ କେଉଁ ପ୍ରସ୍ତାବ ଅନୁମୋଦନ କରାଯାଇଥିଲା ?
Answer:
ପୂର୍ଣ୍ଣ ସ୍ଵରାଜ

20. ଖାନ୍ ଅବଦୁଲ୍ ଗଫର ଖାନ୍ କେଉଁ ନାମରେ ପରିଚିତ ଥିଲେ ?
Answer:
‘ସୀମାନ୍ତ ଗାନ୍ଧି’

C. ଶୂନ୍ୟସ୍ଥାନ ପୂରଣ କର ।

1.ଭାରତୀୟ ଜାତୀୟ କଂଗ୍ରେସର ଅଧ୍ଶନ ମାଡ୍ରାସ୍ଠାରେ _______ ମସିହାରେ ବସିଥିଲା ।
Answer:
୧୯୨୭

2. ଗାନ୍ଧି-ଇରଉଇନ୍ ଚୁକ୍ତି __________ ଦିନ ସମ୍ପାଦିତ ହୋଇଥିଲା ।
Answer:
୧୯୩୧ ମାର୍ଚ୍ଚ ୫ ତାରିଖ

BSE Odisha 10th Class History Important Questions Chapter 3 ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

3. ଜବାହାରଲାଲ ନେହେରୁ ________ ନଦୀ କୂଳରେ ପତାକା ଉତ୍ତୋଳନ କରିଥିଲେ ।
Answer:
ରାବି

4. ଭେଦଭାବ ନୀତି ପ୍ରୟୋଗ କରି ଭାରତୀୟଙ୍କ ଏକତାକୁ ଭଙ୍ଗ କରିବା __________ ଗୋଲଟେବୁଲ୍ ବୈଠକର ମୂଳ ଲକ୍ଷ୍ୟ ଥିଲା ।
Answer:
ଦ୍ଵିତୀୟ

5. ଇଂଲଣ୍ଡର ପ୍ରଧାନମନ୍ତ୍ରୀ _______ ହରିଜନଙ୍କ ପାଇଁ ଏକ ପୃଥକ୍ ନିର୍ବାଚନ ମଣ୍ଡଳୀ ଘୋଷଣା କରିଥିଲେ ।
Answer:
ରାମ୍‌ସେ ମାକ୍କୋନାଲଡ଼୍

6. ୧୯୨୯ ମସିହାରେ ________ ଠାରେ କଂଗ୍ରେସର ଅଧୂବେଶନ ବସିଥିଲା ।
Answer:
ଲାହୋର

7. ଇଞ୍ଚୁଡ଼ି ଲବଣ ଆଇନ ଭଙ୍ଗର ନେତୃତ୍ୱ _________ ନେଇଥିଲେ ।
Answer:
ଆଚାର୍ଯ୍ୟ ହରିହର

8. ୟେରାଭେଡ଼। କରାରାଗାର ________ ଠାରେ ଅବସ୍ଥିତ ।
Answer:
ପୁନା

BSE Odisha 10th Class History Important Questions Chapter 3 ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

9. ‘ବିଦ୍ରୋହୀ ବୁଲେଟିନ୍‌’ _______ ସ୍ଥାନରୁ ପ୍ରକାଶ ପାଇଥିଲା ।
Answer:
କଟକ

10.________ ଅଞ୍ଚଳରେ ଗୌରମୋହନ ଦାସ ଓ ବିଦ୍ୟାଧର ରଥଙ୍କ ନେତୃତ୍ୱରେ ୧୯୩୧ ମେ’ରେ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରାଯାଇଥିଲା ।
Answer:
ଶ୍ରୀଜଙ୍ଗ

11. ୧୯୩୦ ମସିହା _______ ତାରିଖରେ ଆଚାର୍ଯ୍ୟ ହରିହର ଇଞ୍ଚୁଡ଼ିଠାରେ ଲବଣ ଆଇନ ଭଙ୍ଗ କରିଥିଲେ ।
Answer:
ଏପ୍ରିଲ୍ ୧୩

12. ମହାରାଷ୍ଟ୍ରରେ ଜନତା ________ ଆଇନ ଅମାନ୍ୟ କରିଥିଲେ ।
Answer:
ଜଙ୍ଗଲ

13. ଦ୍ଵିତୀୟ ଗୋଲଟେବୁଲ୍ ବୈଠକ _________ ଦିନ ଆରମ୍ଭ ହୋଇଥିଲା ।
Answer:
୧୯୩୧ ସେପ୍ଟେମ୍ବର ୦୭

14. ୧୯୨୯ ଲାହୋର କଂଗ୍ରେସ ଅଧିବେଶନରେ _________ ଅଧ୍ୟକ୍ଷତା କରିଥିଲେ ।
Answer:
ଜବାହରଲାଲ ନେହେରୁ

BSE Odisha 10th Class History Important Questions Chapter 3 ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

15. ରାଣୀ ଚୌଦିଲିଙ୍କୁ ______ ଠାରେ କରାରୁଦ୍ଧ କରାଯାଇଥିଲା ।
Answer:
ଆସାମ

16. ୧୯୧୯ ଭାରତ ଶାସନ ଆଇନର କାର୍ଯ୍ୟକାରିତା ଅନୁଧ୍ୟାନ ପାଇଁ ________ କମିଶନ ଗଠିତ ହୋଇଥିଲା ।
Answer:
ସାଇମନ

17. ଭାଗ୍ୟବତୀ ପାଟମହାଦେଈ ________ ର ରାଣୀ ଥିଲେ ।
Answer:
କୁଜଙ୍ଗ

D. ଠିକ୍ ଉକ୍ତି ପାଇଁ (✓) ଚିହ୍ନ ଓ ଭୁଲ୍ ଉକ୍ତି ପାଇଁ (✗) ଚିହ୍ନ ଦିଅ ।

1. ୧୯୨୮ ମସିହା ଫେବୃଆରୀ ୩ ତାରିଖରେ ସାଇମନ କମିଶନ ଦିଲ୍ଲୀରେ ପଦାର୍ପଣ କରିଥିଲା ।
2. ଲାହୋର କଂଗ୍ରେସ ଅଧ୍ଶନରେ ଜବାହାରଲାଲ ନେହେରୁ ଅଧ୍ୟକ୍ଷତା କରିଥିଲେ ।
3. ଗୁଜରାଟର ଦାଣ୍ଡି ନାମକ ସ୍ଥାନକୁ ୭୮ ଜଣ କଂଗ୍ରେସ କର୍ମୀ ଲବଣ ଆଇନ ଭଙ୍ଗ କରିବାପାଇଁ ଯାତ୍ରା କରିଥିଲେ ।
4. ଦେଶର ସବୁଆଡ଼େ ଲୋକମାନେ ଫୌଜଦାରୀ କର ଦେବାପାଇଁ ମନା କରିଥିଲେ ।
5. ‘ସୀମାନ୍ତ ଗାନ୍ଧି’ ଉତ୍ତର ପଶ୍ଚିମ ସୀମାନ୍ତରେ ଅସହଯୋଗ ଆନ୍ଦୋଳନକୁ ସଙ୍ଗଠିତ କରିଥିଲେ ।
6. ୧୯୩୦ ମସିହାର ପ୍ରଥମ ଗୋଲଟେବୁଲ ବୈଠକରେ କଂଗ୍ରେସ ଯୋଗ ଦେଇଥିଲା ।
7. ଦ୍ଵିତୀୟ ଗୋଲଟେବୁଲ ବୈଠକରେ କଂଗ୍ରେସର ଏକମାତ୍ର ପ୍ରତିନିଧି ଭାବରେ ଜବାହାରଲାଲ ନେହେରୁ ଯୋଗ ଦେଇଥିଲେ ।
8. ଗୁଜରାଟର ଦାଣ୍ଡି ପରେ ଓଡ଼ିଶାର ଇଞ୍ଚୁଡ଼ିର ଲବଣ ସତ୍ୟାଗ୍ରହ ସମଗ୍ର ଭାରତରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲା ।
୨. ଓଡ଼ିଶାର ଅସହଯୋଗ ଆନ୍ଦୋଳନ ସମୟରେ ବାନର ସେନାର ଭୂମିକା ଅନନ୍ୟ ଥିଲା ।
10. ରମାଦେବୀ ଜଣେ ନାରୀନେତ୍ରୀ ହିସାବରେ ଲବଣ ଆଇନ ଭଙ୍ଗ କାର୍ଯ୍ୟକ୍ରମରେ ନେତୃତ୍ୱ ନେଇଥିଲେ ।
11. ୧୯୩୨ ମସିହାରେ ଇଂଲଣ୍ଡର ରାଣୀ ପୃଥକ ନିର୍ବାଚନ ମଣ୍ଡଳୀ କଥା ଘୋଷଣା କରିଥିଲେ ।
12. ସମ୍ରାଟ ପଞ୍ଚମ ଜର୍ଜ ଗାନ୍ଧିଜୀଙ୍କୁ ଆକ୍ଷେପ କରି କହିଥିଲେ ‘ଅର୍ଦ୍ଧନଗ୍ନ ଫକୀର’ ।

BSE Odisha 10th Class History Important Questions Chapter 3 ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

Answer:
1. ✗
2. ✓
3. ✓
4. ✗
5. ✗
6. ✗
7. ✗
8. ✓
9. ✗
10. ✓
11. ✗
12. ✗

E. ‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।

Leave a Comment