Go through BSE Odisha Class 8 Science Notes Odia Medium and Class 8 Science Chapter 6 Notes Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା to understand important concepts and topics more clearly.
8th Class Science Chapter 6 Notes Odia Medium
BSE Odisha Class 8 Science Chapter 6 Notes Odia Medium
ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ
ଚାପ (pressure):
ଏକକ କ୍ଷେତ୍ରଫଳ ଉପରେ କାର୍ଯ୍ୟ କରୁଥିବା ବଳର ପରିମାଣକୁ ଚାପ କହନ୍ତି ।

ଏହି ବଳ ପୃଷ୍ଠତଳ ଉପରେ ଲମ୍ବ ଭାବରେ କାର୍ଯ୍ୟକରିଥାଏ ।
ଏକକ:
ବଳର ଆନ୍ତର୍ଜାତୀୟ ମାନକ (SI) ଏକକ ନିଉଟନ ବା N
ଏବଂ କ୍ଷେତ୍ରଫଳର ଆନ୍ତର୍ଜାତୀୟ ମାନକ (SI) ଏକକ ବର୍ଗ ମିଟର ବା m2
ଏଣୁ ଚାପର ଆନ୍ତର୍ଜାତୀୟ ମାନକ (SI) ଏକକ ନିଉଟନ/ବର୍ଗମିଟର ବା \(\frac{\mathrm{N}}{\mathrm{~m}^2}\)
ବୈଜ୍ଞାନିକ ବ୍ଲାଇଜ୍ ପାସକେଲ୍ଙ୍କ ନାମ ଅନୁସାରେ ଚାପର SI ଏକକ ପାସକେଲ ବା Pa ହୋଇପାରିବ ।
ଏଣୁ \(\frac{\mathrm{N}}{\mathrm{~m}^2}\) = Pa
ଯଦି 100 N ବଳ ଗୋଟିଏ 2m2 କାର୍ଡ଼ବୋର୍ଡ଼ ଉପରେ ପ୍ରୟୋଗ କରାଯାଏ ।
ତେବେ ଉକ୍ତ କାର୍ଡ଼ବୋହୂ ଉପରେ ଚାପର ପରିମାଣ = \(\frac{100 \mathrm{~N}}{2 \mathrm{~m}^2}\) = 50\(\frac{\mathrm{N}}{\mathrm{~m}^2}\)ବା 50 Pa ହେବ ।
କଠିନ, ତରଳ ଓ ଗ୍ୟାସିୟ ପଦାର୍ଥ ସମସ୍ତେ ଚାପ ପ୍ରଦାନ କରିବାକୁ ସକ୍ଷମ ।
- ବଳ ସମାନ ଥାଇ କ୍ଷେତ୍ରଫଳ ବୃଦ୍ଧିପାଇଲେ ଚାପ କମିଯାଏ ।
- ଅନ୍ୟପକ୍ଷରେ ସମାନ ବଳ ଥାଇ କ୍ଷେତ୍ରଫଳ ହ୍ରାସ ପାଇଲେ ଚାପ ବୃଦ୍ଧିପାଏ ।
- କ୍ଷେତ୍ରଫଳ ସମାନ ଥାଇ ବଳ ବୃଦ୍ଧି ପାଇଲେ, ଚାପ ବୃଦ୍ଧିପାଏ ।
- କ୍ଷେତ୍ରଫଳ ସମାନ ଥାଇ ବଳ ହ୍ରାସ ପାଇଲେ, ଚାପ ହ୍ରାସପାଏ ।
- ଏଣୁ ଚାପର ପରିମାଣ ବଳର ପରିମାଣ ସହ ସମାନୁପାତି ଏବଂ କ୍ଷେତ୍ରଫଳର ପରିମାଣ ସହ ପ୍ରତିଲୋମାନୁପାତି
ସମାନ ପରିମାଣର ବଳ ଅଧୁକ କ୍ଷେତ୍ରଫଳ ଉପରେ ପ୍ରୟୋଗ କରାଗଲେ ଚାପ କମିଯାଏ ଏବଂ କମ୍ କ୍ଷେତ୍ରଫଳ ଉପରେ ବଳ ପ୍ରୟୋଗ କଲେ ଚାପ ବୃଦ୍ଧିପାଏ, ଏହାର ବିଭିନ୍ନ ଦୃଷ୍ଟାନ୍ତ ଦିଆଯାଇଛି
(i) ଛାତ୍ରଛାତ୍ରୀମାନେ ବହିପତ୍ର ଓ ବିଦ୍ୟାଳୟ ସରଞ୍ଜାମ କୌଣସି ଏକ ବ୍ୟାଗ ଭିତରେ ରଖୁ, ବ୍ୟାଗଟିକୁ କାନ୍ଧରେ ଝୁଲାଇ ବିଦ୍ୟାଳୟକୁ ଯାଆନ୍ତି । ବ୍ୟାଗ ଓ ଏହା ମଧ୍ୟରେ ଥିବା ସମସ୍ତ ପଦାର୍ଥର ଓଜନ ଯୋଗୁ ନିଦ୍ଦିଷ୍ଟ ବଳ ପିଲାଟିର କାନ୍ଧ ଉପରେ ପ୍ରୟୋଗ ହୋଇଥାଏ । ବ୍ୟାଗ୍ ସହ ଲାଗିଥିବା ଫିତାଟି କାନ୍ଧ ଉପରେ ରହୁଥିବାରୁ ଫିତାର କ୍ଷେତ୍ରଫଳ ସହ ସମାନ କାନ୍ଧର ଅଞ୍ଚଳ ଉପରେ ଏହି ବଳ କାର୍ଯ୍ୟକାରି ହୁଏ । ଯଦି ଫିତାଟି ଅତି ସରୁ ହୋଇଥାଏ ତେବେ ବଳ, କାନ୍ଧର ଅତିଅଳ୍ପ କ୍ଷେତ୍ରଫଳ ଉପରେ ପ୍ରୟୋଗ ହୁଏ । ଏହି କ୍ଷେତ୍ରରେ ଚାପ ଅଧିକ ହେବାରୁ ପିଲାଟି କଷ୍ଟ ଅନୁଭବ କରେ ଏବଂ ତାର କାନ୍ଧରେ ଆଘାତ ଲାଗିପାରେ ।
ଅନ୍ୟପକ୍ଷରେ ଫିତାଟି ଓସାରିଆ ହୋଇଥିଲେ ସମାନ ବଳ, କାନ୍ଧର ଅଧୂକ କ୍ଷେତ୍ରଫଳ ଅଞ୍ଚଳରେ ପ୍ରୟୋଗ ହୁଏ । ଏଠାରେ ଚାପ କମ୍ ହୁଏ । ଫଳରେ ପିଲାଟିକୁ ଆଦୌ କଷ୍ଟ ହୁଏନାହିଁ । ଏଣୁ ସମାନ ପରିମାଣର ବଳ ଅଧ୍ଵକ କ୍ଷେତ୍ରଫଳ ଉପରେ ପ୍ରୟୋଗ ହେଲେ ଚାପ ବୃଦ୍ଧିପାଏ ।
(ii) ପାଣିଥୁବା ବାଲଟିକୁ ବୋହିନେବାର ଅନୁଭୂତି ପ୍ରାୟ ସମସ୍ତଙ୍କର ଥାଏ । ବାଲଟିର ହ୍ୟାଣ୍ଡଲକୁ ହାତରେ ଧରିବାଦ୍ଵାରା ଆମ ହାତ ଉପରେ ଜଳପୂର୍ଣ୍ଣ ବାଲଟିର ଓଜନ ଜନିତ ବଳ କାର୍ଯ୍ୟକାରି ହୁଏ । ହ୍ୟାଣ୍ଡଲରଚଉଡ଼ା ଅଧିକ ଥିଲେ, ସ୍ଥାନର କ୍ଷେତ୍ରଫଳ ବୃଦ୍ଧିହୁଏ ଏବଂ ଚାପକମ୍ ହୁଏ । ଫଳରେ ହାତକୁ କଷ୍ଟଲାଗେନାହିଁ । ଅନ୍ୟ ପକ୍ଷରେ ହ୍ୟାଣ୍ଡଲଟି ସରୁଆ ହୋଇଥଲେ କ୍ଷେତ୍ରଫଳ କମିଯାଏ, ଫଳରେ ଚାପ ବୃଦ୍ଧିପାଏ ଏବଂ ହାତକୁ କଷ୍ଟଲାଗେ । ଏଣୁ ଚାପହ୍ରାସ କରିବାପାଇଁ ଓସାରିଆ ହ୍ୟାଣ୍ଡଲ ସୁବିଧା ଜନକ ହୋଇଥାଏ ।
(iii) ପନିକିରେ ପରିବା କଟାଯାଏ । ପନିକିର ଧାର ସୁକ୍ଷ୍ମ ହୋଇଥଲେ ଚାପ ଅଧିକ ହୁଏ, ଏଣୁ କମ୍ ବଳ ପ୍ରୟୋଗରେ କାର୍ଯ୍ୟ ହୋଇଥାଏ । ପନିକିର ଧାର ମୋଟା ଥିଲେ ଅଧିକ କ୍ଷେତ୍ରଫଳ ଉପରେ ଆବଶ୍ୟକ ଚାପ ପକାଇବାକୁ ଅଧିକ ବଳ ଦରକାର ହୁଏ । ଏଣୁ ଧାରୁଆ ପନିକିରେ ଚାପ ଅଧ୍ବକ ଅନୁଭୂତ ହେଉଥିବାରୁ ଏଥିରେ ପରିବା କାଟିବା ସହଜ ହୁଏ ।
(iv) ଆମେ କାନ୍ଥରେ ଫଟୋ ଟାଙ୍ଗିବାପାଇଁ ଲୁହାକଣ୍ଟା କାନ୍ଥ ମଧ୍ୟକୁ ପ୍ରବେଶ କରାଇଥାଉ । କଣ୍ଟାର ମୁନିଆ ଅଗ୍ରକାନ୍ଥ ଆଡ଼କୁ ରଖ୍ ହାତୁଡ଼ିରେ ପିଟିଲେ କଣ୍ଟାଟି ଚାପ ଅଧିକ ହେତୁ କାନ୍ଥ ମଧ୍ଯକୁ ସହଜରେ ପଶିଯାଏ । କଣ୍ଟାର ଅପରପାର୍ଶ୍ଵ କାନ୍ଥରେ ରଖ୍ ହାତୁଡ଼ିରେ ପିଟିଲେ, କଣ୍ଟା କାନ୍ଥ ଭିତରକୁ ଯାଏନାହିଁ । କାରଣ କ୍ଷେତ୍ରଫଳ ଅଧିକ ହେତୁ ଚାପ କମିଯାଏ ।
![]()
ତରଳ ପଦାର୍ଥର ଚାପ :
କଠିନ ବସ୍ତର ଓଜନ ଓ ପ୍ରକୃତି ଯୋଗୁ ଏହା କେବଳ ନିମ୍ନଚାପ ବା ବଳଦିଗରେ ଚାପ ପ୍ରୟୋଗ କରେ । କିନ୍ତୁ ତରଳ ପଦାର୍ଥ ତାର ଓଜନ ଓ ପ୍ରକୃତି ଯୋଗୁଁ ସର୍ବଦିଗ ଉପରେ ଚାପ ପ୍ରୟୋଗ କରିଥାଏ ।
ଗୋଟିଏ ତରଳ ପଦାର୍ଥର ନିମ୍ନଚାପ ଏହା ଧାରଣ କରିଥିବା ପାତ୍ରର ପ୍ରସ୍ଥଚ୍ଛେଦର କ୍ଷେତ୍ରଫଳ ଉପରେ ନିର୍ଭର ନକରି ତରଳ ସ୍ତରର ଉଚ୍ଚତା ଉପରେ ନିର୍ଭର କରେ ।
ଏଣୁ ଜଳସ୍ତରର ଉଚ୍ଚତା ଅଧିକ ହେଲେ, ଏହାର ଚାପ ଅଧ୍ବକ ହୁଏ । ନିମ୍ନୋକ୍ତ, ପରୀକ୍ଷାରୁ ଏହା ପ୍ରମାଣିତ ହୋଇପାରିବ ।
କାର୍ଯ୍ୟ – ୧ : ଆସ ଜାଣିବାକୁ ଚେଷ୍ଟା କରିବା
ଶିକ୍ଷଣ ଲକ୍ଷ୍ୟ :
ଜଳସ୍ତମ୍ଭଦ୍ଵାରା ଚାପ ପ୍ରୟୋଗ କଲେ ଏହି ଚାପ ଜଳସ୍ତମ୍ଭର ଉଚ୍ଚତା ଉପରେ ନିର୍ଭର କଲେ ତାହା ପରୀକ୍ଷା କରି ଦେଖ୍ ।
କାର୍ଯ୍ୟ ପ୍ରଣାଳୀ :
(i) ଚିତ୍ରରେ ଦେଖାଯାଇଥିବା ପରି ସମାନ ଲମ୍ବ (ପ୍ରାୟ ୨୫ ସେ.ମି.) କିନ୍ତୁ ଭିନ୍ନ ବ୍ୟାସର ଦୁଇଟି ସ୍ଵଚ୍ଛ କାଚ କିମ୍ବା ପ୍ଲାଷ୍ଟିକ୍ ନଳୀ ନିଆଯାଉ ।
(ii) ଦୁଇଟି ଭଲ ରବର ବେଲୁନ୍ ନିଆଯାଉ । ପ୍ରତ୍ୟେକ ନଳୀର ଗୋଟିଏ ମୁଣ୍ଡରେ ସ୍ତଣ୍ଡ ସେଗୁଡ଼ିକୁ ଲଗାଯାଉ ।
(iii) ଚିତ୍ରରେ ଦେଖାଯାଉଥବାପରି ଏକ ଷ୍ଟାଣ୍ଡରେ ନଳୀଗୁଡ଼ିକୁ ସଜାଇ ରଖାଯାଉ ।
(iv) ବର୍ତ୍ତମାନ, ଉଭୟ ନଳୀକୁ ସମାନ ସ୍ତର ପୂର୍ଣ୍ଣ କରାଯାଉ ।
(v) ପ୍ରାୟ ଅଧା ଉଚ୍ଚତା ପର୍ଯ୍ୟନ୍ତ ପାଣିରେ ଦୁଇଟି ବେଲୁନ୍ ସମାନ ପରିମାଣରେ ଫୁଲିବାର ଦେଖାଯିବ ।
(vi) ଭିନ୍ନ ବ୍ୟାସ ହେତୁ, ଦୁଇଟି ନଳୀରେ ପାଣିର ଓଜନ ଭିନ୍ନ । ତଥାପି, ଉଭୟ ବେଲ୍ ନ୍ ସମାନ ଭାବରେ ଫୁଲି ଯାଆନ୍ତି ।
(vii) ଏହାର ଅର୍ଥ ହେଉଛି ନଳୀରେ ପାଣିର ଓଜନ ବେଲୁନ୍ର ଫୁଲିବାପାଇଁ ଦାୟୀ ହୋଇପାରିବ ନାହିଁ । ଜଳସ୍ତମ୍ଭ ଦ୍ଵାରା ପଡୁଥିବା ଚାପ ହିଁ ବେଲୁନ ଫୁଲିବାପାଇଁ ଦାୟୀ । ସେଥିପାଇଁ ସେମାନଙ୍କରର ବ୍ୟାସ ଭିନ୍ନ ହୋଇଥିଲେ ମଧ୍ୟ ସମାନ ଜଳସ୍ତମ୍ଭ ଉଚ୍ଚତା ବେଲୁନ୍ଗୁଡ଼ିକରେ ସମାନ ଭାବରେ ଫୁଲାଏ ।

ଚିତ୍ର ଜଳ ସ୍ତମ୍ଭର ସମାନ ଉଚ୍ଚତା ହଁ ସମାନ ବେଲୁନ୍ ଫୁଲାଏ
(viii) ଚିତ୍ରରେ ଦେଖାଯାଇଥିବା ପରି ଯେକୌଣସି ନଳୀରେ ଅଧ୍ବକ ପାଣି ଢଳାଯାଉ । ବେଲୁନ୍ର ଫୁଲିବା ଦେଖାଯାଉ । ଏହି ପ୍ରକ୍ରିୟାକୁ କିଛିଥର ପୁନରାବୃତ୍ତି କରି, ପ୍ରତ୍ୟେକ ଥର ଅଧିକ ପାଣି ଢାଳ ଏବଂ ଚିତ୍ରରେ ଦେଖାଯାଇଥିବା ପରି ଫୁଲିବାର ପରିମାଣ ଲକ୍ଷ୍ୟ କରାଯାଉ ।
(ix) ଜଳସ୍ତରର ଉଚ୍ଚତା ବୃଦ୍ଧି ପାଇବା ସହିତ ବେଲୁନ୍ ଅଧ୍ଵ ଫୁଲିଯାଏ ।
(x) ତେଣୁ ନଳୀର ଜଳସ୍ତମ୍ଭର ଉଚ୍ଚତା ବୃଦ୍ଧି ପାଇବା ସହିତ, ନଳୀର ତଳ ଭାଗରେ ଚାପ ମଧ୍ଯ ବୃଦ୍ଧିପାଏ, ଯାହା ଫଳରେ ବେଲୁନ୍ ଅଧ୍ୟକ ଫୁଲେ । ତେଣୁ ଆମେ କହିପାରିବା ଯେ ପାତ୍ରରେ ତରଳ ପଦାର୍ଥ ଦ୍ଵାରା ପ୍ରଦତ୍ତ ଚାପ ଏହାର ସ୍ତମ୍ଭର ଉଚ୍ଚତା ଉପରେ ନିର୍ଭର କରେ । ଏହି କାରଣରୁ ଛାତ ଉପରେ ପାଣିଟାଙ୍କିଗୁଡ଼ିକୁ ଉଚ୍ଚତାରେ ରଖାଯାଏ ଯାହା ଫଳରେ ଟ୍ୟାପ୍ରେ ଚାପ ବୃଦ୍ଧିପାଏ ଓ ଜଳ ଭଲ ଭାବରେ ପ୍ରବାହିତ ହୁଏ ।

ଚିତ୍ର : ଅଧ୍ବକ ଉଚ୍ଚତା ବିଶିଷ୍ଟ ଜଳସ୍ତର ବେଲୁନ୍କୁ ଅଧିକ ଫୁଲାଇ ଥାଏ
ତରଳ ପଦାର୍ଥର ପାର୍ଶ୍ଵଚାପ :
ତରଳ ପଦାର୍ଥ ଥିବା ପାତ୍ରର ପାର୍ଶ୍ଵ ଉପରେ ମଧ୍ୟ ଚାପ ପକାଇଥାଏ । ଏହାକୁ ପାର୍ଶ୍ଵଚାପ କହନ୍ତି । ପାର୍ଶ୍ବଚାପ ଜାଣିବାପାଇଁ ଆମେ ନମ୍ନ ପରୀକ୍ଷାଟି କରିପାରିବା ।
କାର୍ଯ୍ୟ – ୨ : ଆସ ଜାଣିବା

ଚିତ୍ର ତରଳ ପଦାର୍ଥ ପାତ୍ରର ପାର୍ଶ୍ଵରେ
ପରୀକ୍ଷା :
(i) ଏକ ବ୍ୟବହୃତ ପ୍ଲାଷ୍ଟିକ୍ ବୋତଲ ନିଆଯାଉ ଏବଂ ଏହାର ଠିପି କାଢ଼ି ଦିଆଯାଉ । ଏକ ଛୁଞ୍ଚ୍ କିମ୍ବା କଣ୍ଟା ବ୍ୟବହାର କରି ଏହାର ଚାରିପାଖରେ ଚାରୋଟି ଛୋଟ ଛୋଟ ଛିଦ୍ର କରାଯାଉ ଯେପରି ଛିଦ୍ରଗୁଡ଼ିକ ତଳଠାରୁ ସମାନ ଉଚ୍ଚତାରେ ରହିବ ।
(ii) ଛିଦ୍ରଗୁଡ଼ିକୁ ଏକ ଟେପ୍ଦ୍ଵାରା ବନ୍ଦ କରି ବୋତଲରେ ପାଣି ଭର୍ତ୍ତି କରାଯାଉ ।
(iii) ବର୍ତ୍ତମାନ ଏକା ସମୟରେ ସମସ୍ତ ଛିଦ୍ରରୁ ଟେପ୍ ବାହାର କରାଯାଉ ।
ଚାପ ପ୍ରୟୋଗ କରେ
(iv) ବୋତଲର ପାର୍ଶ୍ଵରେ ଥିବା ଛିଦ୍ର ଦେଇ ପାଣି ବାହାରକୁ ପ୍ରବାହିତ ହେଉଥିବାର ଦେଖାଯିବ ।
(v) ଆମେ ଜାଣିଲୁ ପ୍ରକୃତରେ ତରଳ ପଦାର୍ଥ ସବୁ ଦିଗରେ ଚାପ ପ୍ରୟୋଗ କରେ ।
ନଦୀବନ୍ଧର ତଳଦେଶ ଆଧାର ଉପର ଭାଗ ଅପେକ୍ଷା ଅଧ୍ବକ ପ୍ରଶସ୍ତ କାହିଁକି ?
ଆମେ ଜାଣୁ ଯେ, ଜଳର ନିମ୍ନ ଚାପ ବ୍ୟତିତ ପାର୍ଶ୍ଵଚାପ ବା ଆନୁଭୂମିକ ଚାପ (horizontal pressure) ମଧ୍ଯ ରହିଛି । ନଦୀବନ୍ଧର ପ୍ରଶସ୍ତ ଆଧାର କେବଳ ବନ୍ଧର ନିର୍ମାଣକୁ ଶକ୍ତ କରେନାହିଁ । ଏହା ତଳଭାଗରେ ପଢୁଥିବା ଆନୁଭୂମିକ ଚାପକୁ ସହ୍ୟକରେ । ସଂରକ୍ଷିତଜଳ, ଜଳସ୍ତରର ଉଚ୍ଚତା ଯୋଗୁ ପାର୍ଶ୍ଵକାନ୍ଥରେ ଆନୁଭୂମିକ ଚାପ ପ୍ରୟୋଗ କରେ । ଏହାକୁ ସହ୍ୟ କରିବାପାଇଁ ବନ୍ଧର ଆଧାର ଉପରିଭାଗ ତୁଳନାରେ ଅଧିକ ପ୍ରଶସ୍ତ କରାଯାଇଥାଏ ।
ଚାୟୁ ଚାପ (Air Pressure) :
ବାୟୁ ବିଭିନ୍ନ ଗ୍ୟାସର ଏକ ସାଧାରଣ ମିଶ୍ରଣ । ଏହା ଭୂପୃଷ୍ଠରୁ ବହୁ ଉଚ୍ଚ (ପ୍ରାୟ 450 କି.ମି.) ପର୍ଯ୍ୟନ୍ତ ବିସ୍ତୃତ । ବାୟୁସ୍ତମ୍ଭ ତା’ର ଓଜନ ହେତୁ କ୍ଷେତ୍ରଫଳ ଉପରେ ବଳ ପ୍ରୟୋଗ କଲେ । ଏହାକୁ ବାୟୁ ଚାପ କହନ୍ତି । ବାୟୁଚାପ ସବୁ ଦିଗରେ ଅନୁଭୂତ ହୁଏ । ସମୁଦ୍ର ପତନରେ ବାୟୁଚାପ ସର୍ବାଧିକ ସ୍ଥାନରେ ଉଚ୍ଚତା ଯେତେ ଅଧିକ, ବାୟୁଚାପ ସେତେ କମ୍ ହୋଇଥାଏ । ବାୟୁ ଚାପର ବ୍ୟବହାରିକ ଏକକ ମିଲିବାର (mb) । ଏହା ଏକ ହେକ୍ଟୋପାସକେଲ ବା 100 ପାସ୍କେଲ ସଙ୍ଗେ ସମାନ ।
1 ମିଲିବାର (mb) = 1 ହେକ୍ଟୋପାସ୍କେଲ (hpa) 100 ପାସ୍କେଲ (pa)
ଏକ 15 ସେ.ମି. × 15 ସେ.ମି. କ୍ଷେତ୍ରଫଳ ଉପରେ ବାୟୁର ପ୍ରଯୁକ୍ତ ବଳ ପ୍ରାୟ 225 କି.ଗ୍ରା. । ବସ୍ତ ଉପରେ ପ୍ରଯୁକ୍ତ ମାଧ୍ୟାକର୍ଷଣ ବଳ ବା 2250 N ସହିତ ସମାନ ।
କାର୍ଯ୍ୟ ୩ : ଆସ ଅନ୍ଵେଷଣ କରିବା
ବାୟୁ ତାର ଓଜନ ହେତୁ କ୍ଷେତ୍ରଫଳ ଉପରେ ବଳ ପ୍ରୟୋଗ କରେ ।
କ୍ଷେତ୍ରଫଳ ଅଧିକ ହେଲେ, ବାୟୁର ଓଜନ ଜନିତ ବଳର ପରିମାଣ ବୃଦ୍ଧିପାଏ । ମାତ୍ର ଚାପ ଅପରିବର୍ତ୍ତିତ ରହେ । ଏକ ପରୀକ୍ଷା ଦ୍ଵାରା କ୍ଷେତ୍ରଫଳ ବୃଦ୍ଧିରେ ବାୟୁଦ୍ଵାରା ପ୍ରଦତ୍ତ ବଳ ବୃଦ୍ଧି ପରୀକ୍ଷା କରିହେବ ।
ପରୀକ୍ଷା :
(i) ଏକ କାଗଜ ପ୍ଲେଟ ନିଆଯାଉ । ଏହାକୁ ଓଲଟା କରି ଚିତ୍ର (କ)ରେ ଦେଖାଯାଉଥିବା ପରି ଏଥିରେ ଏକ କାଠି ଲଗାଯାଉ । ଏହାକୁ ଏକ ସମତଳ ପୃଷ୍ଠାରେ ରଖାଯାଉ ।
(ii) ଏହା 70 ସେ.ମି. × 56 ସେ.ମି. ଆକାରର ଦୁଇଟି ସମାନ ଚାର୍ଟ କାଗଜ ନିଆଯାଉ । ଗୋଟିଏ ସିଟ୍ କାଗଜକୁ ଦୁଇଥର ଭାଙ୍ଗି ଏହାର କେନ୍ଦ୍ରରେ ଏକ ଛିଦ୍ର କରାଯାଉ । ଯେପରି ଏହା ମଧ୍ୟଦେଇ କାଠିଟି ବାହାରି ପାରିବ ।
(iii) ଚିତ୍ର (ଖ)ରେ ଦେଖାଯାଇଥିବା ପରି ଓଲଟା କାଗଜ ପ୍ଲେଟ ଉପରେ ଦ୍ଵିଭାଙ୍ଗ ସିଟ୍ ରଖାଯାଉ ।

ଓଲଟା କାଗଜ ପ୍ଲେଟ୍ ବ୍ୟବସ୍ଥା
(iv) ବର୍ଭମାନ, କାଠିଟି ବ୍ୟବହାର କରି ଦ୍ଵିଭାଙ୍ଗ ସିଟ୍ ସହିତ ଆଚ୍ଛାଦିତ କାଗଜ ପ୍ଲେଟ୍ ଉଠାଇବାକୁ ଚେଷ୍ଟା କରାଯାଉ ।
(v) ଏହା ଉଠାଇବାପାଇଁ ବଳର ଆବଶ୍ୟକ ହେବ ।
(vi) ଏବେ, ଦ୍ଵିଭାଙ୍ଗ ସିଟ୍ ସ୍ଥାନରେ ଦ୍ଵିତୀୟ ଖୋଲା ଚାର୍ଟ ପେପର ସିଟ୍ ରଖାଯାଉ । କାଠି ବାହାରି ଯିବା ପାଇଁ ଏହି ଚାର୍ଟ ପେପରର କେନ୍ଦ୍ରରେ ଏକ ଛିଦ୍ର କରାଯାଉ । ଚିତ୍ର (ଗ)ରେ ଦେଖାଯାଇଥିବା ପରି ଖୋଲା ଚାର୍ଟ ପେପର ସହିତ କାଗଜ ପ୍ଲେଟ ଘୋଡ଼ାଯାଉ ।
(vii) ପୁଣି ଥରେ କାଗଜ ପ୍ଲେଟ୍ ଉଠାଅ ଏବଂ ଏହା କରିବାରେ ଆବଶ୍ୟକ ବଳ ଅନୁଭବ କରାଯିବ ।
(viii) ଦ୍ଵିଭାଙ୍ଗ ଚାର୍ଟ ପେପର ଅପେକ୍ଷା ଖୋଲା ଚାର୍ଟ ପେପର ଦ୍ଵାରା ଆଚ୍ଛାଦିତ କାଗଜ ପ୍ଲେଟ୍ ଉଠାଇବା ପାଇଁ ଅଧିକ
ବଳ ଆବଶ୍ୟକ ।
(ix) ଯେତେବେଳେ ଆମେ କାଗଜ ପ୍ଲେଟକୁ ଖୋଲା ଚାର୍ଟ ପେପରରେ ଘୋଡ଼ାଉ, ସେତେବେଳେ ଆବରଣ ସିଟିର କ୍ଷେତ୍ରଫଳ ବୃଦ୍ଧିପାଏ । କାଗଜ ପ୍ଲେଟକୁ ଉଠାଇବାପାଇଁ ଆବଶ୍ୟକ ବଳ ବୃଦ୍ଧିପାଏ । ଆବରଣ ସିଟିର ଓଜନ ପରିବର୍ତ୍ତନ ହୋଇନାହିଁ ।

ଚିତ୍ର (ଖ) ଦୁଇ ଭାଙ୍ଗ ହୋଇଥିବା ଓଲଟା ଚାର୍ଟ ପେପର ସହିତ ଓଲଟା କାଗଜ ପ୍ଲେଟ

ଚିତ୍ର : (ଗ) ଖୋଲା ଚାର୍ଟ ପେପର ସହିତ ଓଲଟା କାଗଜ ପ୍ଲେଟ୍
(x) ଏହି ପର୍ଯ୍ୟବେକ୍ଷଣରୁ ଆମେ ଅନୁମାନ କରିପାରିବା ଯେ ବାୟୁ ଆବରଣ ସିଟି ଉପରେ ବଳ ପ୍ରୟୋଗ କରେ, ଯାହା କାଗଜ ପ୍ଲେଟକୁ ଉଠାଇବା କଷ୍ଟକର କରିଥାଏ । ଅଧୂକନ୍ତୁ, ଆବରଣ ସିଟିର କ୍ଷେତ୍ରଫଳ ବୃଦ୍ଧି ସହିତ ଏହି ବଳ ବୃଦ୍ଧିପାଏ । ଏହାର ଅର୍ଥ ହେଉଛି ବାୟୁ କାଗଜ ପ୍ଲେଟ ଉପରେ ଏକ ବଳ ପ୍ରୟୋଗ କରୁଛି, ଯାହା ଏହାକୁ ଆବଣ କରୁଥିବା ସିଟ୍ର କ୍ଷେତ୍ରଫଳ ବୃଦ୍ଧି ପାଇବା ସହିତ ବୃଦ୍ଧିପାଏ ।
(xi) ଯେହେତୁ ପ୍ରତି ଏକକ କ୍ଷେତ୍ରଫଳ ଉପରେ କାର୍ଯ୍ୟକରୁଥିବା ବଳ ହେଉଛି ଚାପ, ଆମେ ସିଦ୍ଧାନ୍ତ ନେଇପାରିବା ଯେ, ବାୟୁ କାଗଜ ସିଟ୍ ଉପରେ ଚାପ ପ୍ରୟୋଗ କରେ । ପ୍ରକୃତରେ, ବାୟୁ ସମସ୍ତ ବସ୍ତ ଉପରେ ଚାପ ପ୍ରୟୋଗ କରେ । ଆମ ଚାରିପାଖରେ ଥିବା ବାୟୁଦ୍ଵାରା ପ୍ରଯୁକ୍ତ ଚାପକୁ ବାୟୁମଣ୍ଡଳୀୟ ଚାପ (atmospheric pressure) କୁହାଯାଏ ।
![]()
ବାୟୁର ସର୍ବଦିଗ ଚାପ :
(i) ତରଳ ପଦାର୍ଥ ପରି ବାୟୁର ସର୍ବଦିଗ ଚାପ ଅଛି । ଏହି ଚାପଗୁଡ଼ିକ ନିମ୍ନ ଚାପ, ପାର୍ଶ୍ଵଚାପ ଏବଂ ଉର୍ଦୁଚାପ ।
(ii) ଏକ ବେଲୁନ୍କୁ ଫୁଙ୍କିଲେ ଏହା ଫୁଲିଯାଏ । ବେଲୁନ୍ ଭିତରକୁ ପ୍ରବେଶ କରୁଥିବା ସର୍ବଦିଗ ଚାପ ଯୋଗୁ ଏହା ଫୁଲିଯାଏ ।
(iii) ଫୁଲା ଯାଇଥିବା ବେଲୁନର ମୁହଁ ଖୋଲିଦେଲେ ବାୟୁସବୁ ଦିଗକୁ ବାହାରି ଚାଲିଯାଏ ।
ପବନ :
ଗତିଶୀଳ ବୟୁକୁ ପବନ କହନ୍ତି । ବାୟୁ ମାଧ୍ୟମରେ ଗୋଟିଏ ସ୍ଥାନରେ ଅପ ଅଧିକ ଥିବା ସ୍ଥଳେ ଅନ୍ୟ ଏକ ସ୍ଥାନରେ ଚାପ କମ୍ବିଥାଏ । ପୃଷ୍ଠତଳର ସମତା ରକ୍ଷା କରିବା ଯେପରି ଜଳର ଧର୍ମ, ବାୟୁର ଧର୍ମ ହେଉଛି ଚାପର ସମତା ରକ୍ଷା କରିବା । ଫଳରେ ଅଧିକ ଚାପଥୁବା ସ୍ଥାନରୁ ବାୟୁ କମ୍ ଚାପଥିବା ସ୍ଥାନକୁ ପ୍ରବାହିତ ହୁଏ ।
ଗୋଟିଏ ଫୁଲିଯାଇଥିବା ବେଲୁନର ମୁହଁ ଖୋଲିଦେଲେ, ବେଲୁନ ଭିତରୁ ବାୟୁ ବାହାରକୁ ଚାଲିଯାଏ । ସାଇକେଲ ଟ୍ୟୁବ୍ରେ ଛିଦ୍ର ହେଲେ ବାୟୁ ବାହାରକୁ ଚାଲିଯିବାର ମଧ୍ୟ ଦେଖାଯାଏ, ଉଭୟ କ୍ଷେତ୍ରରେ ଚାପଥିବା ସ୍ଥାନକୁ ପ୍ରବାହିତ ହୁଏ । ଏହା ନିମ୍ନ ପରୀକ୍ଷାରୁ ପର୍ଯ୍ୟବେକ୍ଷଣ କରିହୁଏ ।
କାର୍ଯ୍ୟ – ୪ : ଆସ ପ୍ରଦର୍ଶନ କରିବା
(i) ଏକ ଭଲ ଗୁଣବତ୍ତାର ରବର ଶୋଷକ ନିଆଯାଉ । ଏହାକୁ ଏକ ମସୃଣ ସମତଳ ପୃଷ୍ଠ ଉପରେ ଦୃଢ଼ଭାବରେ ଚାପି ଦିଆଯାଉ ।
(ii) ଏବେ ଏହାକୁ ଟାଣିବାକୁ ଚେଷ୍ଟା କରାଯାଉ । ଏହାକୁ ଟାଣିବାରେ କଷ୍ଟ ହେଉଛି ।

ଚିତ୍ର : ଏକ ରବର ଶୋଷକ
ଯେତେବେଳେ ଆମେ ଶୋଷକକୁ ଚାପି ଦେଉ, ତା’ର କପ୍ ଏବଂ ଏହାକୁ ରଖାଯାଇଥିବା ପୃଷ୍ଠ ମଧ୍ୟରେ ଥିବା ଅଧିକାଂଶ ବାୟୁ ବାହାରକୁ ଠେଲି ହୋଇଯାଏ ଏବଂ ତା’ ଭିତରେ ଥିବା ବାୟୁଚାପ ହ୍ରାସ ପାଏ । ଶୋଷକଟି ପୃଷ୍ଠ ସହିତ ଲାଗି ରହିଥାଏ, କାରଣ ଶୋଷକଟିକୁ ଘେରି ରହିଥିବା ବାୟୁର ଚାପ ଶୋଷକ ଭିତରେ ଥିବା ବାୟୁର ଚାପ ଅପେକ୍ଷା ଅଧିକ ଥାଏ । ଶୋଷକଟିକୁ ପୃଷ୍ଠରୁ ଟାଣି ବାହାର କରିବା ନିମିତ୍ତ ଶୋଷକ ବାହାରେ ଏବଂ ଶୋଷକ ଭିତରେ ଥୁବା ଚାପ ପାର୍ଥକ୍ୟକୁ ଅତିକ୍ରମ କରିବା ପାଇଁ ଯଥେଷ୍ଟ ବଳ ପ୍ରୟୋଗ ହେବା ଆବଶ୍ୟକ ।
କାର୍ଯ୍ୟ – ୫ : ଆସ ପର୍ଯ୍ୟବେକ୍ଷଣ କରିବା
(i) ପତଳା ରବରରେ ତିଆରି ଦୁଇଟି ସମାନ ବେଲୁନ ଏବଂ ଏକ ସରୁ ପାନୀୟ ନଳୀ ନିଆଯାଉ ।
(ii) ସରୁ ନଳୀର ଗୋଟିଏ ମୁଣ୍ଡକୁ ଗୋଟିଏ ବେଲୁନ୍ରେ ଭର୍ତ୍ତି କରାଯାଉ ଏବଂ ଏହାକୁ ଏକ ରବର ବ୍ୟାଣ୍ଡ କିମ୍ବା ସୂତା ସାହାଯ୍ୟରେ ବାନ୍ଧି ରଖାଯାଉ ।
(iii) ଏବେ ଦ୍ଵିତୀୟ ବେଲୁନ୍କୁ ଫୁଲାଯାଉ ଏବଂ ଆଙ୍ଗୁଠିରେ ଏହାର ମୁହଁକୁ ଧରି ରଖୁବା, ଯେପରି ବାୟୁ ବାହାରକୁ ନଯାଏ । ଫୁଲିଥୁବା ବେଲୁନର ବେକରେ ସରୁ ନଳୀର ଅନ୍ୟ ମୁକ୍ତ ମୁଣ୍ଡକୁ ଭର୍ତ୍ତି କରି ଏହାକୁ ଏକ ରବର ବ୍ୟାଣ୍ଡ କିମ୍ବା ସୂଚୀ ସାହାଯ୍ୟରେ ବାନ୍ଧି ରଖାଯାଉ ।

ଚିତ୍ର : ବାୟୁ ଏକ ଉଚ୍ଚ ଚାପ ଅଞ୍ଚଳରୁ ଏକ ନିମ୍ନ ଚାପ ଅଞ୍ଚଳକୁ ଗତି କରେ
(iv) ନିଶ୍ଚିତ କର ଯେ, ବେଲୁନରେ ନଳୀ ଭର୍ତ୍ତି ହେବା ସମୟରେ ବାୟୁ ବାହାରକୁ ବାହାରି ନଯାଏ । ବର୍ତ୍ତମାନ ସରୁ ନଳୀର ଗୋଟିଏ ମୁଣ୍ଡ ଫୁଲାଯାଇଥିବା
ବେଲୁନ ଭିତରେ ଅଛି । ବେଲୁନର ଆକାରରେ ପରିବର୍ତ୍ତନ ଦେଖାଯିବ ।
(v) ବେଲୁନ ଭିତରେ ଏବଂ ଅନ୍ୟଟି ଫୁଲି ନଥୁବା
(vi) ଫୁଲିଥୁବା ବେଲୁନରେ ବାୟୁ ଚାପ ଫୁଲି ନ ଥିବା ବେଲୁନର ବାୟୁଚାପ ଅପେକ୍ଷା ଅଧିକ । ଫଳସ୍ଵରୂପ, ଫୁଲିଯାଇଥିବା ବେଲୁନରୁ କିଛି ବାୟୁ ଫୁଲି ନ ଥିବା ବେଲୁନକୁ ଗତି କରେ, ଯାହା ଫଳରେ ଉଭୟ ବେଲୁନର ଆକାରରେ ପରିବର୍ତ୍ତନ ହୁଏ ।
(vii) କିଛି ସମୟ ପରେ ଉଭୟ ବେଲୁନ ପ୍ରାୟ ସମାନ ଆରରେ ପହଞ୍ଚିଯାଏ ଏବଂ ବାୟୁ ପ୍ରବାହ ବନ୍ଦ ହୋଇଯାଏ ।
(viii) ଫୁଲିଯାଇଥିବା ବେଲୁନରେ ବାୟୁ ଚାପ ଫୁଲି ନଥୁବା ବେଲୁନର ବାୟୁଚାପ ଅପେକ୍ଷା ଅଧିକ ରହିଥିବା ପର୍ଯ୍ୟନ୍ତ ବାୟୁ ପ୍ରବାହ ଜାରି ରହେ । ଯେତେବେଳେ ଉଭୟ ବେଲୁନରେ ଚାପ ସମାନ ହୋଇଯାଏ ସେତେବେଳେ ବାୟୁ ପ୍ରବାହ ବନ୍ଦ ହୋଇଯାଏ । ଏହି ପର୍ଯ୍ୟାୟରେ, ଉଭୟ ବେଲୁନ ପ୍ରାୟ ସମାନ ଆକାରର ହୋଇଥାଏ ।
(ix) ତେଣୁ, ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେଲୁ ଯେ, ଉଚ୍ଚ ବାୟୁଚାପ ଅଞ୍ଚଳରୁ ବାୟୁ କମ୍ ବାୟୁଚାପ ଅଞ୍ଚଳକୁ ଗତି କରେ ।
ସମୁଦ୍ରବାୟୁ ଓ ସ୍ଥଳବାୟୁ (Sea breeze and Land breeze) :
ଆମେ ଜାଣୁ ଯେ, ବାୟୁମଣ୍ଡଳରେ ଦୁଇଟି ସ୍ଥାନ ମଧ୍ୟରେ ଚାପର ପାର୍ଥକ୍ୟ ଘଟିଲେ ବାୟୁ ପ୍ରବାହିତ ହୁଏ । ବାୟୁ ସାଧାରଣତଃ ଅଧିକ ଚାପଥୁବା ସ୍ଥାନରୁ କମ୍ ଚାପ ଥିବା ସ୍ଥାନକୁ ପ୍ରବାହିତ ହୁଏ । ଦିନବେଳା ସମୁଦ୍ର ଉପକୂଳସ୍ଥ ସ୍ଥଳଭାଗ, ଜଳଭାଗ ତୁଳନାରେ ଶିଘ୍ର ଉତ୍ତପ୍ତ ହୁଏ । ଫଳରେ ଜଳଭାଗ ଉପରେ ବାୟୁର ଚାପ ସ୍ଥଳଭାଗ ଉପରେ ବାୟୁସ୍ତରର ଚାପ ତୁଳନାରେ ଅଧ୍ଵ ହୁଏ । ଏହି ସମୟରେ ସମୁଦ୍ରଆଡୁ ବାୟୁ ସ୍ଥଳଭାଗ ଆଡ଼କୁ ପ୍ରବାହିତ ହେଲେ ଏହାକୁ ସମୁଦ୍ରବାୟୁ କହନ୍ତି । ରାତି ସମୟରେ ଓଲଟା ପରିସ୍ଥିତି ଘଟେ । ସ୍ଥଳଭାଗ ଶିଘ୍ର ତାପ ବିକିରଣ କରି ଥଣ୍ଡାହୁଏ । ଜଳଭାଗ ଏତେଶୀଘ୍ର ଥଣ୍ଡା ହୁଏନାହିଁ । ଏହି ସମୟରେ ସ୍ଥଳଭାଗ ଉପରେ ବାୟୁର ଚାପ ଜଳଭାଗ ତୁଳନାରେ ଅଧିକ । ଏଣୁ ରାତିରେ ବାୟୁ ସ୍ଥଳଭାଗରୁ ଜଳଭାଗ ଆଡ଼କୁ ପ୍ରବାହିତ ହୁଏ । ସମୁଦ୍ର ଉପରେ ଚାପର ପାର୍ଥକ୍ୟ ହେତୁ ସମୁଦ୍ର ବାୟୁ ଓ ସ୍ଥଳ ବାୟୁ ସୃଷ୍ଟି ଏହାକୁ ସ୍ଥଳବାୟୁ କହନ୍ତି । ସ୍ଥଳଭାଗ ହୋଇଥାଏ ।
କାର୍ଯ୍ୟ – ୬ : ଚାଲ ଦେଖିବା
ଉଚ୍ଚ–ବେଗ ପବନ ବାୟୁର ଚାପ ହ୍ରାସ କରେ । ଏହା ନିମ୍ନ ପର୍ଯ୍ୟବେକ୍ଷଣରୁ ଜାଣିହୁଏ ।
(i) ସମାନ ଆକାରର ଦୁଇଟି ବେଲୁନ୍ ନିଆଯାଉ ।
(ii) ଉଭୟ ବେଲୁନ୍କୁ ଫୁଙ୍କି ସେମାନଙ୍କୁ ସୂତାରେ ବାନ୍ଧି ଦିଆଯାଉ ।
(iii) ଦୁଇଟି ବେଲୁନ୍କୁ 6-10 ସେ.ମି. ବ୍ୟବଧାନ ଛାଡ଼ି ଏକ ବାଡ଼ି ଦ୍ଵାରା ଟଙ୍ଗାଯାଉ ।
(iv) ବର୍ତ୍ତମାନ, ଦୁଇ ବେଲୁନ୍ ମଧ୍ୟସ୍ଥ ସଂକୀର୍ଣ୍ଣ ସ୍ଥାନକୁ ଫୁଙ୍କ ଦ୍ଵାରା ବାୟୁ ପ୍ରବାହ କରାଯାଉ । ବେଲୁନ୍ ସହିତ କ’ଣ ହୁଏ ? ପର୍ଯ୍ୟବେକ୍ଷଣ କରାଯାଉ ।
(v) ବର୍ତ୍ତମାନ ଜୋର୍ରେ ଫୁଙ୍କି ଏବଂ ଅନୁଧ୍ୟାନ କରାଯାଉ ।

ଚିତ୍ର : ଦୁଇଟି ବେଲୁନ ମଧ୍ୟରେ ଫୁଙ୍କିବା
(vi) ଯେତେବେଳେ ଆମେ ଦୁଇଟି ବେଲୁନ୍ ମଧ୍ୟରେ ଫୁଙ୍କିବା ଦେଖିବା ଯେ ସେମାନେ ପରସ୍ପର ଆଡ଼କୁ ଗତି କରନ୍ତି । ଏହାର କାରଣ ଯେତେବେଳେ ଆମେ ବେଲୁନ୍ ମଧ୍ୟରେ ବାୟୁକୁ ଫୁଙ୍କୁ, ସେମାନଙ୍କ ମଧ୍ୟରେ କମ୍ ଚାପ କ୍ଷେତ୍ର ସୃଷ୍ଟି ହୁଏ । ବେଲୁନ୍ ଚାରିପାଖରେ ଥିବା ଉଚ୍ଚ ବାୟୁ ଚାପ ଉଭୟ ବେଲୁନ୍କୁ ପରସ୍ପର ଆଡ଼କୁ ଠେଲିଦିଏ ।
(vii) ଯଦି ଦୁଇଟି ବେଲୁନ୍ ମଧ୍ଯରେ ଅଧିକ ଜୋରରେ ଫୁଙ୍କାଯାଏ, ଦେଖୁଛି । ଯେ ସେମାନେ ପରସ୍ପର ଆଡ଼କୁ . ଅଧିକ ବେଗରେ ଗତି କରନ୍ତି ।
(viii) ଉଚ୍ଚ ଗତି ପବନ ଏକ ନିମ୍ନ ବାୟୁ ଚାପ ସୃଷ୍ଟି କରିଥାଏ, ଏହା ପର୍ଯ୍ୟବେକ୍ଷଣରୁ ଜଣାପଡ଼ିବ ।
ପବନ ଜୋର୍ରେ ବହିବା ସମୟରେ ଘରର କବାଟ, ଝରକା ଖୋଲାରଖୁବା ଉଚିତ କାହିଁକି ?
ଘର ଉପରେ ଖୁବ୍ ଜୋର୍ରେ ପବନ ବହିବା ସମୟରେ ଘର ଉପରେ ଏକ ନିମ୍ନ-ଚାପ କ୍ଷେତ୍ର ସୃଷ୍ଟିହୁଏ । ଜୋର୍ରେ ପବନ ବହିଲେ ବାୟୁ ଚାପ ହ୍ରାସପାଏ । ଘରର ଛାତ ଉପର ଚାପ, ଘରର ନିମ୍ନ ଅଂଶରେ ଥିବା ଚାପଠାରୁ ଯଥେଷ୍ଟ କମ୍ ହୁଏ । ଚାପରେ ପ୍ରାର୍ଥକ୍ୟ ଅଧିକ ହେଲେ ଏବଂ ଘରର ଛାତ ଦୁର୍ବଳ ଥିଲେ, ଛାତ ଉଡ଼ିଯିବାର ସମ୍ଭାବନା ରହେ । ପବନ ସମୟରେ ଘରର କବାଟ, ଝରକା ଖୋଲା ରଖିଲେ ସମାନ ପବନ ଘରର ଛାତ ଓ ଘର ଭିତରେ ପ୍ରବାହିତ ହୁଏ । ଘରର ଛାତ ଓ ନିମ୍ନଅଂଶ ମଧ୍ଯରେ ଚାପ ପ୍ରାର୍ଥକ୍ୟ କମିଯାଏ । ଫଳରେ ଘରର ଛାତ ଉଡ଼ିଯିବାରେ ବାଧା ସୃଷ୍ଟିହୁଏ ଏବଂ ଏହା ବିପଦକୁ ରୋକିହୁଏ ।
ଝଡ଼ର ସୃଷ୍ଟି (Creation of Storm) :
(i) ଯେତେବେଳେ ସ୍ଥଳଭାଗରୁ ଉଷ୍ମ ଏବଂ ଆର୍ଦ୍ର ବାୟୁ ହାଲୁକା ହୋଇ ଉପରକୁ ଉଠେ, ଏହା ଏକ ନିମ୍ନଚାପ କ୍ଷେତ୍ର ସୃଷ୍ଟି କରେ ।
(ii) ଆଖପାଖର ଉଚ୍ଚ–ଚାପ କ୍ଷେତ୍ରରୁ ଶୀତଳ ବାୟୁ ଏହାର ସ୍ଥାନ ନେବାକୁ ପ୍ରବାହିତ ହୁଏ ।
(iii) ଏହି ବାୟୁ ସମୟ କ୍ରମେ ପୁଣି ଗରମ ହୋଇଉଠେ । ଏହା ପବନ ପ୍ରବାହର ଏକ ନିରନ୍ତର ପ୍ରକ୍ରିୟାରେ ପରିଣତ ହୁଏ ।
(iv) ଉପରକୁ ଉଠୁଥିବା ବାୟୁ ବିସ୍ତାର ଲାଭ କରେ, ଏହା ଘନୀଭୂତ ହୋଇ ଥଣ୍ଡା ହୋଇଥାଏ ଏବଂ ଏଥିରେ ଥିବା ଜଳୀୟ ବାଷ୍ପ ଶୀତଳୀକୃତ ହୋଇ ଜଳ ବିନ୍ଦୁରେ ପରିଣତ ହୁଏ ଏବଂ ମେଘ ସୃଷ୍ଟି ହୁଏ ।
(v) ଜଳବୁନ୍ଦା ମିଶି ବଡ଼ ଠୋପା ଆକାରରେ ବର୍ଷା, କୁଆପଥର, କିମ୍ବା ବରଫ ପରି ଭୂମିରେ ପଡ଼େ । ବର୍ଷା ସହିତ ଆସିଥିବା ପ୍ରବଳ ପବନକୁ ଝଡ଼ କୁହାଯାଏ ।

ଚିତ୍ର : ପ୍ରବଳ ପବନ ଉପରକୁ ଏବଂ ତଳକୁ ଯାଉଛି
(vi) ଭାରତ ଭଳି ଉଷ୍ଣ, ଆର୍ଦ୍ର ଏବଂ ଉଷ୍ଣମଣ୍ଡଳୀୟ ଜଳବାୟୁ ଅଞ୍ଚଳରେ ଝଡ଼ବାତ୍ୟା ଅଧିକ ଏବଂ ବାରମ୍ବାର ଅନୁଭୂତ ହୁଏ ।
(vii) ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଉଷ୍ଣ ବାୟୁ ଅଧିକ ଉଚ୍ଚକୁ ଉଠି ପରିବ୍ୟାପ୍ତ ହେଲାବେଳେ ତାପମାତ୍ରା ହ୍ରାସ ଯୋଗୁଁ ଜଳ ବୁନ୍ଦାଗୁଡ଼ିକୁ ବରଫ କଣିକାରେ ପରିଣତ କରେ ।
ବିଦ୍ୟୁତ ଝଡ଼ (Thunderstorm)ର ସୃଷ୍ଟି :
ଭାରତ ଭଳି ଉଷ୍ଣମଣ୍ଡଳୀୟ ଜଳବାୟୁ ଅଞ୍ଚଳରେ ଝଡ଼ବର୍ଷା ବାରମ୍ବାର ହେବାର ଦେଖାଯାଏ । ଉଷ୍ଣବାୟୁ ଅଧିକ ଉଚ୍ଚକୁ ଉଠି ପରିବ୍ୟାପ୍ତ ହେଲାବେଳେ ତାପମାତ୍ରା ହ୍ରାସଯୋଗୁ ଜଳବୁନ୍ଦାଗୁଡ଼ିକ ବରଫ କଣିକାରେ ପରିଣତ ହୁଏ । ଉପର ଏବଂ ତଳକୁ ପ୍ରବାହିତ ପ୍ରବଳ ପବନଯୋଗୁ ଜଳବୁନ୍ଦା ଓ ବରଫ ମଧ୍ଯରେ ଘର୍ଷଣ ହେବା ଫଳରେ ବୀପରୀତ ଚାର୍ଜ ସୃଷ୍ଟିହୁଏ ।
(i) ଯେତେବେଳେ ଦୁଇଟି ବସ୍ତ ପରସ୍ପର ସହିତ ଘଷିହୁଏ, ସେତେବେଳେ ଚାର୍ଜିତ ହୋଇଯାଆନ୍ତି । ଏହି କ୍ଷେତ୍ରରେ ଉପରକୁ ଏବଂ ତଳକୁ ପ୍ରବଳ ପବନ ବହି ପରସ୍ପର ସହିତ ଘଷି ହେବା ଫଳରେ ମେଘ ମଧ୍ଯରେ ସ୍ଥିର ବୈଦ୍ୟୁତିକ ଚାର୍ଜ ସୃଷ୍ଟି ହୁଏ ।
(ii) ଯୁକ୍ତାତ୍ମକ ଚାର୍ଜ ବିଶିଷ୍ଟ ହାଲୁକା ବରଫ କଣିକା ଉପର ଆଡ଼କୁ ଗତି କରେ ଏବଂ ମେଘର ଉପର ଅଂଶକୁ ଅଧିକାର କରେ ।
(iii) ବିଯୁକ୍ତାତ୍ମକ ଚାର୍ଜଯୁକ୍ତ ଭାରୀ ଜଳ ବିନ୍ଦୁ ମେଘର ନିମ୍ନ ଅଂଶକୁ ଅଧିକାର କରେ ।
(iv) ଏହିପରି ମେଘ ମଧ୍ଯରେ ଏକ ଚାର୍ଜ ପୃଥକୀକରଣ ଘଟେ ।

ଚିତ୍ର : ବିଜୁଳି
(v) ଏହା ସହିତ ଯେତେବେଳେ ମେଘର ବିଯୁକ୍ତାତ୍ମକ ଚାର୍ଜଯୁକ୍ତ ନିମ୍ନ ଅଂଶ ଭୂମି ନିକଟକୁ ଆସେ, ଏହା ଭୂମି ଏବଂ ନିକଟବର୍ତ୍ତୀ ବସ୍ତୁଗୁଡ଼ିକୁ ଯେପରିକି ଗଛ କିମ୍ବା କୋଠାମାନଙ୍କୁ ଯୁକ୍ତାତ୍ମକ ଚାର୍ଜଯୁକ୍ତ କରିଥାଏ ।
(vi) ସାଧାରଣତଃ, ବାୟୁ ଏକ ବୈଦ୍ୟୁତିକ କୁପରିବାହୀ ଭାବରେ କାର୍ଯ୍ୟ କରେ ଏବଂ ବିପରୀତ ଚାର୍ଜଗୁଡ଼ିକୁ ଏକାଠି ହେବାକୁ ଦିଏ ନାହିଁ, କିନ୍ତୁ ଯେତେବେଳେ ପୁଞ୍ଜିଭୂତ ଚାର୍ଜର ପରିମାଣ ବହୁତ ଅଧିକ ହୋଇଯାଏ, ବାୟୁରେ ଅନ୍ତର୍ନିହିତ ବିଦ୍ୟୁତ ବିରୋଧୀ ଗୁଣ ଲୋପ ପାଇଯାଏ । ହଠାତ୍ ବହୁ ମାତ୍ରାରେ ଚାର୍ଜ ପ୍ରବାହ ହୁଏ । ଏକ ଉଜ୍ଜ୍ଵଳ ଆଲୋକର ଝଲକ ସୃଷ୍ଟି ହୁଏ, ଯାହାକୁ ବିଜୁଳି କୁହାଯାଏ ।
(vii) ମେଘ ମଧ୍ଯରେ ବିପରୀତ ଚାର୍ଜ ଧକ୍କା ହେବା ସମୟରେ ବଜ୍ରପାତ ହୋଇପାରେ । ଏହା ମେଘ-ମେଘ ମଧ୍ୟରେ କିମ୍ବା ମେଘ ଏବଂ ଭୂମି ମଧ୍ଯରେ ହୋଇପାରେ । ବିଜୁଳି ଏହା ଚାରିପାଖରେ ଥିବା ବାୟୁକୁ ଦ୍ରୁତ ଗତିରେ ଗରମ କରିଦିଏ, ଯାହା ଫଳରେ ବାୟୁ ବିସ୍ତାରିତ ହୁଏ ଏବଂ ଏକ ଉଚ୍ଚ ଶବ୍ଦ ସୃଷ୍ଟି କରେ ଯାହା ଘଡ଼ଘଡ଼ି ନାମରେ ପରିଚିତ । ବିଜୁଳି ଏବଂ ଘଡ଼ଘଡ଼ି ସହିତ ଏକ ଝଡ଼କୁ ବଜ୍ର ବିଦ୍ୟୁତ ଝଡ଼
(Thunderstorm) କୁହାଯାଏ ।
![]()
ଝଡ଼ବର୍ଷାର ସ୍ଥାନୀୟମାନ – ମୌସୁମୀ ଋତୁ ଆସିବା ପୂର୍ବରୁ ଭାରତର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ଝଡ଼ବର୍ଷା ହୋଇଥାଏ । ପଶ୍ଚିମବଙ୍ଗ, ଓଡ଼ିଶା, ବିହାର ଓ ଝାଡ଼ଖଣ୍ଡରେ ଏହାକୁ କାଳବୈଶାଖ୍ ଏବଂ ଆସାମରେ ବୋର୍ଡ଼ଇସିଲା କହନ୍ତି । କେରଳ, କର୍ଣ୍ଣାଟକ ଏବଂ ତାମିଲନାଡୁରେ ଏଗୁଡ଼ିକୁ ଆମ୍ବବର୍ଷା କହନ୍ତି । ତେଣୁ ବଜ୍ରପାତରୁ ରକ୍ଷା ପାଇବାପାଇଁ ଆମକୁ ନିମ୍ନ ସତର୍କତା ନେବା ଉଚିତ ।
ବିଜୁଳି ଓ ବଜ୍ରପାତ ବିପଦପୂର୍ଣ୍ଣ । ଏହା ନିଆଁ ଲଗାଇପାରେ, କୋଠାଘରକୁ କ୍ଷତି ପହଞ୍ଚାଇ ଏବଂ ମନୁଷ୍ୟ, ପଶୁମାନଙ୍କର ଗୁରୁତର ଦାହଜନି ଓ କ୍ଷତି ବା ମୃତ୍ୟୁର କାରଣ ହୋଇପାରେ ।
(i) ବଜ୍ରପାତ ସମୟରେ ଉଚ୍ଚ ବସ୍ତୁଗୁଡ଼ିକଠାରୁ ଦୂରରେ ରହିବା ଆବଶ୍ୟକ ।
(ii) ନିମ୍ନ ଓ ଖୋଲା ଅଞ୍ଚଳ ଏହି ସମୟରେ ନିରାପଦ ସ୍ଥାନ । ତେଣୁ ନିମ୍ନ ଓ ଖୋଲା ସ୍ଥାନରେ ରହିବା ଉଚିତ୍ ।
(iii) ଛାତିଆଡ଼କୁ ଆଣ୍ଠୁ ଭାଙ୍ଗି ନଇଁପଡ଼ି ଭୂମି ସହିତ ସମ୍ପର୍କ କମ୍ କରିବା ଆବଶ୍ୟକ ।
(iv) ସିଧାହୋଇ ଶୋଇବା ଅନୁଚିତ ।
(v) ଧାତୁରଥିବା ଛତା ବ୍ୟବହାର କରିବା ଅନୁଚିତ ।
(vi) ପାଣିରେ ଥିଲେ ବାହାରି ଆସିବା ଉଚିତ ।
(vii) ବସ୍ ବା କାର ଭିତରେ ଥିଲେ ଅପେକ୍ଷାକୃତ ନିରାପଦ ଅଟେ ।
(viii) ଘରର ଛାତ ଉପରେ ବିଜୁଳି ପରିବାହି ସ୍ଥାପନ କରିବା ନିରାପଦ ।
ବିଜୁଳି ପରିବାହି (Lightening Conductor) :
ବିଜୁଳି ପରିବାହି ଏକ ଧାତବ ଦଣ୍ଡ । କୋଠାଘର ନିର୍ମାଣ ସମୟରେ ଏହାକୁ କାନ୍ଥ ସହ ସ୍ଥାପିତ କରାଯାଏ । ଦଣ୍ଡର ଗୋଟିଏ ପ୍ରାନ୍ତ ମୁନିଆ । ଏହି ପ୍ରାନ୍ତ କୋଠାଘରର ସର୍ବୋଚ୍ଚ ବିନ୍ଦୁଠାରୁ ଅଧିକ ଉଚ୍ଚରେ ରଖାଯାଏ । ଅନ୍ୟ ପ୍ରାନ୍ତକୁ ଭୂମିରେ ଗଭିର ଭାବରେ ପୋତି ଦିଆଯାଏ । ଦଣ୍ଡଟି ବିଦ୍ୟୁତ ଚାର୍ଜକୁ ଭୂମିକୁ ସ୍ଥାନାନ୍ତର କରେ ।
ଘୂର୍ଣ୍ଣିବାତ୍ୟାର ସୃଷ୍ଟି :
(i) ଘୂର୍ଣ୍ଣିବାତ୍ୟା ହେଉଛି ଏକ ପ୍ରବଳ ଝଡ଼ ଯାହା ଉଷ୍ମ ସମୁଦ୍ର ଜଳ ଉପରେ ସୃଷ୍ଟିହୁଏ ।
(ii) ସମୁଦ୍ର ଜଳ ଗରମ ହୋଇ ଏହା ଉପରେ ଥିବା ଉଷ୍ଣ ଏବଂ ଆର୍ଦ୍ର ବାୟୁ ଉପରକୁ ଉଠିବା ସହିତ ଜଳୀୟ ବାଷ୍ପ ଘନୀଭୂତ ହୋଇ ବର୍ଷାବିନ୍ଦୁ ସୃଷ୍ଟି କରେ ।
(iii) ଆମେ ଜାଣୁ ଯେ ବାଷ୍ପୀଭବନ ସମୟରେ ଜଳ ବାଷ୍ପରେ ପରିଣତ ହେବାପାଇଁ ତାପ ନେଇଥାଏ ।
(iv) ଯେତେବେଳେ ଏହି ଜଳୀୟବାଷ୍ପ ବର୍ଷା ବିନ୍ଦୁରେ ଘନୀଭୂତ ହୁଏ, ତାପ ପୁନର୍ବାର ବାୟୁମଣ୍ଡଳକୁ ମୁକ୍ତ ହୁଏ ।
(v) ଏହା ଊର୍ଦ୍ଧ୍ୱଗାମୀ ବାୟୁର ଉଷ୍ଣତା ବୃଦ୍ଧି ଉଚ୍ଚ/ଚାପ ନିମ୍ନ ଚାପ ଉଚ୍ଚ ବାପ କରେ ଯାହା ଏହାକୁ ଅଧିକ ଉପରକୁ ନେଇଯାଏ ଏବଂ ଆହୁରି ନିମ୍ନଚାପ ସୃଷ୍ଟିକରେ । ଚତୁଃପାର୍ଶ୍ୱସ୍ଥ ବାୟୁ ଏହି ନିମ୍ନ ଚାପ ଅଞ୍ଚଳକୁ ପ୍ରବାହିତ ହୁଏ ଏବଂ ଏହା ମଧ୍ୟ ଉପରକୁ ଉଠିବାକୁ ଆରମ୍ଭ କରେ । ଉଚ୍ଚ ଚାପ କ୍ଷେତ୍ରରୁ ନିମ୍ନ ଚାପ କ୍ଷେତ୍ରକୁ ପବନ ପ୍ରବାହିତ ହୁଏ ।

(vi) ପୃଥିବୀର ଘୂର୍ଣ୍ଣନ ଯୋଗୁଁ ଗତିଶୀଳ ବାୟୁ ଘୂର୍ଣ୍ଣନ କରେ । ଏହି ଚକ୍ରର ପୁନରାବୃତ୍ତି ହୁଏ, ଫଳସ୍ଵରୂପ ଏକ ଅତି ନିମ୍ନ ଚାପ କ୍ଷେତ୍ର ସୃଷ୍ଟି ହୁଏ – ବେଗରେ ପବନ ଘୂର୍ଣ୍ଣନ କରିଥାଏ । ଯାହାର ଚାରିପାଖରେ ଉଚ୍ଚ ମେଘ, ପବନ ଏବଂ ବର୍ଷାର ଏହି ଘୂର୍ଣ୍ଣନଶୀଳ ଅବସ୍ଥାକୁ ଘୂର୍ଣ୍ଣିବାତ୍ୟା କୁହାଯାଏ ।
(vii) ଏକ ଘୂଷ୍ଠିବାତ୍ୟାରେ ସର୍ବନିମ୍ନ ଚାପର ଅଞ୍ଚଳ କେନ୍ଦ୍ରରେ ଥାଏ ଯାହାକୁ ବାତ୍ୟାର ଆଖୁ କୁହାଯାଏ । ଘୂର୍ଣ୍ଣିବାତ୍ୟାର ଆଖରେ ପବନ ଶାନ୍ତ ଥାଏ କିନ୍ତୁ ଆଖପାଖ ଅଞ୍ଚଳରେ ପ୍ରବଳ ପବନ ଏବଂ ପ୍ରବଳ ବର୍ଷା ହୋଇଥାଏ ।
(viii) ଘୂର୍ଣ୍ଣିବାତ୍ୟା ସମୁଦ୍ରରୁ ଭୂମି ଆଡ଼କୁ ଗତି କରେ ।
(ix) ଏହା ସାଧାରଣତଃ ବଜ୍ରପାତ ଦ୍ଵାରା ଉତ୍ପନ୍ନ ପବନ ବେଗ ତୁଳନାରେ ଅଧ୍ଵ ପବନ ବେଗ ସୃଷ୍ଟି କରେ ।
(x) ଘୂର୍ଣ୍ଣିବାତ୍ୟା ସ୍ଥଳଭାଗରେ ପହଞ୍ଚିବା ପରେ ଆର୍ଦ୍ର ବାୟୁର ଉତ୍ସ ବିଚ୍ଛିନ୍ନ ହୋଇଥାଏ ଏବଂ ଏହା ଧୀରେ ଧୀରେ ତାର ଶକ୍ତି ହରାଇଥାଏ ।
ଭାରତୀୟ ପାଣିପାଗ ବିଭାଗ (Indian-Meteorogical Department) ର କାର୍ଯ୍ୟ :
(i) ଭାରତୀୟ ପାଣିପାଗ ବିଭାଗ ଘୂର୍ଣ୍ଣିବାତ୍ୟାର ପୂର୍ବାନୁମାନ କରେ ।
(ii) ପାଣିପାଗ ରିପୋର୍ଟ, ନିୟମିତ ସତର୍କତା ଓ ଚେତାବନୀ ବିଷୟରେ ଏହା ସଦ୍ୟତମ ଖବର ଦେଇଥାନ୍ତି ।
(iii) ଏହି ସଂସ୍ଥା ପାଣିପାଗ ପର୍ଯ୍ୟବେକ୍ଷଣ ସାଟେଲାଇଟ୍ର ସାହାଯ୍ୟ ନିଅନ୍ତି ।
(iv) ଏହି ସଂସ୍ଥାର ସାହାଯ୍ୟ ନେଇ ସରକାର ଓ ଜନସାଧାରଣ ସମ୍ଭାବ୍ୟ ବାତ୍ୟାକୁ ମୁକାବିଲା କରିବାପାଇଁ ପ୍ରସ୍ତତ ହୁଅନ୍ତି ଏବଂ ଏଥିପାଇଁ ସରକାରି କଳ ବିଶେଷ ସଜାଗ ହୋଇଥାଏ ।
(v) ବିଭାଗର କଳନା ଓ ପୂର୍ବାନୁମାନ ଧନଜୀବନ ରକ୍ଷା କରେ ।
ଆମେ ଯାହା ଜାଣିଲୁ
- ଚାପ (Pressure) – ଏକକ କ୍ଷେତ୍ରଫଳ ଉପରେ କାର୍ଯ୍ୟ କରୁଥିବା ବଳର ପରିମାଣକୁ ଚାପ କହନ୍ତି । ଚାପର SI ଏକକ ନିଉଟନ ପ୍ରତି ବର୍ଗମିଟର ବା \(\frac{\mathrm{N}}{\mathrm{~m}^2}\)। ଏହି ଏକକକୁ ‘ପାସ୍କେଲ’ ମଧ୍ୟ କୁହାଯାଏ ।
- ବଳର ପରିମାଣ ସମାନ ଥାଇ କ୍ଷେତ୍ରଫଳ ବୃଦ୍ଧି ପାଇଲେ, ଚାପ କମିଯାଏ । ଅନ୍ୟପକ୍ଷରେ କ୍ଷେତ୍ରଫଳ କମିଗଲେ, ଚାପର ପରିମାଣ ବୃଦ୍ଧିପାଏ ।
- ତରଳ ପଦାର୍ଥର ନିମ୍ନ ଚାପ ବ୍ୟତିତ ପାର୍ଶ୍ଵଚାପ ଥାଏ । ଏହାର ସର୍ବଦିଗଚାପ ରହିଛି ।
- ଜଳସ୍ତରର ଚାପ, ଏହାର ଉଚ୍ଚତା ଉପରେ ନିର୍ଭର କରେ ଜଳସ୍ତରର ଉଚ୍ଚତା ଅଧିକ ହେଲେ, ଚାପ ଅଧ୍ଵକ ହୁଏ । ଜଳସ୍ତରର ଉଚ୍ଚତା ସମାନ ହେଲେ ଭୂମିର କ୍ଷେତ୍ରଫଳର ଭିନ୍ନତା ସତ୍ତ୍ଵେ ଚାପ ସମାନ ହୋଇଥାଏ ।
- ଭୂସମାନ୍ତର ଭାବରେ କାର୍ଯ୍ୟ କରୁଥିବା ଚାପ ଏହାର ତଳ ପାର୍ଶ୍ଵରେ ଅଧୂକ ହୁଏ । ଏହି କାରଣରୁ ଜଳଭଣ୍ଡାରର ବନ୍ଧର ତଳଦେଶକୁ ପ୍ରଶସ୍ତ କରାଯାଇଥାଏ ।
- ବାୟୁର ସର୍ବଦିଗ ଚାପ ଥାଏ । ବାୟୁଚାପର ବ୍ୟବହାରିକ ଏକକ ମିଲିବାର (mb), 1 ମିଲିବାର = 1 ହେକ୍ଟୋପାସାଲ = 100 ପାସକେଲ୍ ବାୟୁସ୍ତମ୍ଭ ତାର ଓଜନ ହେତୁ କ୍ଷେତ୍ରଫଳ ଉପରେ ଯେଉଁ ବଳ ପ୍ରଦାନ କରେ ତାହାକୁ ବାୟୁଚାପ କହନ୍ତି । ସମୁଦ୍ର ପତନରେ ବାୟୁଚାପ ସର୍ବାଧ୍ଵ । ସ୍ଥାନର ଉଚ୍ଚତା ବୃଦ୍ଧିରେ ବାୟୁଚାପ କମିଯାଏ । ଗତିଶୀଳ ବାୟୁକୁ ପବନ କହନ୍ତି । ବାୟୁମଣ୍ଡଳରେ ଚାପର ପ୍ରାର୍ଥକ୍ୟ ହେତୁ ପବନ ସୃଷ୍ଟି ହୁଏ ।
- ଦିନବେଳା ସ୍ଥଳଭାଗ ଜଳଭାଗ ଅପେକ୍ଷା ଶିଘ୍ର ଉତ୍ତପ୍ତ ହୁଏ । ଏଣୁ ସ୍ଥଳଭାଗ ଉପରେ ନିମ୍ନଶ୍ୟପ ଓ ଜଳଭାଗ ଉପରେ ଗୁରୁଚାପ ଦେଖାଯାଏ । ଫଳରେ ଦିନବେଳା ସମୁଦ୍ରବାୟୁ ସ୍ଥଳଭାଗ ଆଡ଼କୁ ପ୍ରବାହିତ ହୁଏ । ରାତ୍ରିସମୟରେ ସ୍ଥଳଭାଗ ତାପ ବିକିରଣ କରି ଶିଘ୍ର ଥଣ୍ଡାହୁଏ । ଜଳଭାଗ ଅପେକ୍ଷାକୃତ ଉଷ୍ଣଥାଏ । ସ୍ଥଳଭାଗର ବାୟୁଚାପ ଅଧିକ ହେତୁ ରାତିରେ ସ୍ଥଳବାୟୁ ସମୁଦ୍ରଆଡ଼କୁ ପ୍ରବାହିତ ହୁଏ ।
- ବର୍ଷାସହିତ ଆସିଥିବା ପ୍ରବଳ ପଦନକୁ ଝଡ଼ କୁହାଯାଏ ।
- ମେଘ ମଧ୍ଯରେ ବିପରିତ ଚାର୍ଜ ଧକ୍କାହେବା ସମୟରେ ବଜ୍ରପାତ ହୋଇପାରେ । ଏହା ମେଘ-ମେଘ ମଧ୍ଯରେ କିମ୍ବା ମେଘ ଓ ଭୂମି ମଧ୍ଯରେ ହୋଇପାରେ । ଏହାକୁ ଘଡ଼ଘଡ଼ି କହନ୍ତି । ବିଜୁଳି ଏବଂ ଘଡ଼ଘଡ଼ି ସହିତ ଏକ ଝଡ଼କୁ ‘ବଜ୍ର ବିଦ୍ୟୁତ ଝଡ଼’ କୁହାଯାଏ ।
- ଘଡ଼ଘଡ଼ି ସହ ଝଡ଼ବର୍ଷାକୁ ପଶ୍ଚିମବଙ୍ଗ, ବିହାର ଓ ଓଡ଼ିଶାରେ କାଳବୈଶାଖୀ ଏବଂ ଆସାମରେ ବୋର୍ଡ଼ଇସିଲା କହନ୍ତି । କେରଳ, କର୍ଣ୍ଣାଟକ ଏବଂ ତାମିଲନାଡୁରେ ଏହାକୁ ‘ଆମ୍ବ ବର୍ଷା’ କହନ୍ତି ।
- ଘଡ଼ଘଡ଼ିରୁ ରକ୍ଷାପାଇବାପାଇଁ ଘରର ଛାତରେ ବିଜୁଳି ପରିବାହି ଲଗା ଯାଇଥାଏ ।
- ଘୂର୍ଣ୍ଣିବାତ୍ୟା ହେଉଛି ଏକ ପ୍ରବଳ ଝଡ଼ ଯାହା ଉଷ୍ଣ ସମୁଦ୍ର ଜଳ ଉପରେ ସୃଷ୍ଟିହୁଏ । ଏହାର କେନ୍ଦ୍ରରେ ଲଘୁଚାପ ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଗୁରୁଚାପ ସୃଷ୍ଟିହୁଏ ।
- ଭାରତୀୟ ପାଣିପାଗ ବିଭାଗ, ଝଡ଼ବର୍ଷା, ଘୂର୍ଣ୍ଣିବାତ୍ୟାର ପୂର୍ବାଭାସ କରାଇ ପୂର୍ବରୁ ସତର୍କ କରାଇଥାନ୍ତି । ଏହାଦ୍ଵାରା ଅନେକ ଧନଜୀବନ ରକ୍ଷାହୁଏ ।
- ଆମେ ବେଳେବେଳେ ଦେଖିଥାଉ ଶୁଖୁଲା ପତ୍ରଗୁଡ଼ିକ ପବନରେ ଉଡ଼ଇଥାନ୍ତି । ଜୋରରେ ପବନ ବହିଲେ ବଡ଼ ବଡ଼ ଗଛ ଭାଙ୍ଗିପଡ଼େ । ତାହା ବଳର କ୍ରିୟାଦ୍ଵାରା ସମ୍ଭବ ହୋଇଥାଏ । ଯେତେବେଳେ ବଳ ଏକ କ୍ଷେତ୍ର ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ଭାବରେ ଗତି କରେ, ତାହାକୁ ଚାପ କୁହାଯାଏ ।