Odisha State Board CHSE Odisha Class 11 Political Science Solutions Chapter 9 ବିକାଶ Questions and Answers.
CHSE Odisha 11th Class Political Science Solutions Chapter 9 ବିକାଶ
ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(A) ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
୧ । ବିକାଶ ଆଧାରରେ ରାଷ୍ଟ୍ରମାନଙ୍କୁ __________ ଗୋଟି ବିଶ୍ବରେ ବିଭକ୍ତ କରାଯାଇଛି ।
(କ) ଏକ
(ଖ) ଦୁଇ
(ଗ) ତିନି
(ଘ) ଚାରି
Answer:
(ଗ) ତିନି
୨ । କେଉଁ ବିକାଶ ନମୁନାରେ ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରର ଉପସ୍ଥିତି ରହିଥାଏ ?
(କ) ସମାଜବାଦୀ
(ଖ) ମିଶ୍ର ଅର୍ଥନୀତି
(ଗ) ମୁକ୍ତ ବଜାର ଅର୍ଥନୀତି
(ଘ) ମାର୍କ୍ସବାଦୀ
Answer:
(ଖ) ମିଶ୍ର ଅର୍ଥନୀତି
୩ । _________ ଢାଞ୍ଚା ଗଣତନ୍ତ୍ର ଓ ସମାଜବାଦର ମଧ୍ୟମ ପନ୍ଥା ରୂପେ ବିବେଚିତ ହୋଇଥାଏ ।
(କ) ସମାଜବାଦୀ
(ଖ) ମିଶ୍ର ଅର୍ଥନୀତି
(ଗ) ଗଣତାନ୍ତ୍ରିକ ସମାଜବାଦୀ
(ଘ) ପାଶ୍ଚାତ୍ୟ ଉଦାରବାଦୀ
Answer:
(ଗ) ଗଣତାନ୍ତ୍ରିକ ସମାଜାବଦୀ
୪ । __________ ଢାଞ୍ଚାରେ ଶ୍ରେଣୀବିହୀନ ଓ ରାଷ୍ଟ୍ରବିହୀନ ସମାଜ ପ୍ରତିଷ୍ଠାର ଲକ୍ଷ୍ୟ ରଖାଯାଇଥାଏ ।
(କ) ସମାଜବାଦୀ
(ଖ) ମିଶ୍ର ଅର୍ଥନୀତି
(ଗ) ସମତୁଲ ବିକାଶ
(ଘ) ମାର୍କ୍ସବାଦୀ
Answer:
(ଘ) ମାର୍କ୍ସବାଦୀ
(B) ଗୋଟିଏ ଧାଡ଼ିରେ ଉତ୍ତର ଦିଅ ।
୧ । ଉନ୍ନୟନ ବା ବିକାଶ କ’ଣ?
Answer:
ସାମାଜିକ ଓ ଅର୍ଥନୈତିକ ଉନ୍ନୟନ ଓ ଜାତି ଗଠନ ପାଇଁ ଅଭିପ୍ରେତ ଏକ ପ୍ରକ୍ରିୟାକୁ ‘ବିକାଶ’ କୁହାଯାଏ ।
୨ । ଭାରତୀୟ ବିକାଶ ଢାଞ୍ଚାର ମୁଖ୍ୟ ଉପାଦାନଗୁଡ଼ିକ ଦର୍ଶାଅ ।
Answer:
ଉଦାରବାଦ, ଅର୍ଥନୈତିକ ଉଦାରୀକରଣ, ଗଣତାନ୍ତ୍ରିକ ସମାଜବାଦ, ଜାତି ଗଠନ, ସାମାଜିକ ନ୍ୟାୟ, ଧର୍ମନିରପେକ୍ଷତା ଆଦି ଭାରତୀୟ ବିକାଶ ଢାଞ୍ଚାର ମୁଖ୍ୟ ଉପାଦାନ ଅଟେ ।
୩ । ସାଂପ୍ରତିକ ବିକାଶ ଢାଞ୍ଚାର ମୁଖ୍ୟ ଉପାଦାନଗୁଡ଼ିକ କ’ଣ?
Answer:
ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଓ ରାଜନୈତିକ ବହୁଳବାଦ, ଉଦାରୀକରଣ, ମାନବିକ ଅଧୂକାର ପ୍ରତି ସମ୍ମାନ ପ୍ରଦର୍ଶନ ।
୪ । ନିରନ୍ତର ବିକାଶ (Sustainable Development) ର ମୁଖ୍ୟ ଲକ୍ଷ୍ୟ କ’ଣ?
Answer:
ବର୍ତ୍ତମାନର ସୋପାନ ଓ ଭବିଷ୍ୟତର ସୋପାନର ଦାବି ମଧ୍ୟରେ ସନ୍ତୁଳନ ରକ୍ଷା ଏବଂ ଭବିଷ୍ୟତକୁ ଆଖ୍ ଆଗରେ ରଖ୍ ବିକାଶର ଧାରାକୁ ଅବ୍ୟାହତ ରଖିବା ଓ ସେଥିରେ ପ୍ରଗତିଶୀଳ କ୍ରମୋନ୍ନତି ଆଣିବା ହେଉଛି, “ନିରନ୍ତର ବିକାଶର” ମୁଖ୍ୟ ଲକ୍ଷ୍ୟ ।
(C) ଗୋଟିଏ ପଦରେ ଉତ୍ତର ଦିଅ ।
୧ । ଭାରତରେ କେଉଁ ଉପାୟରେ ବିକାଶର ଲକ୍ଷ୍ୟ ପୂରଣ କରାଯାଉଛି?
Answer:
ଗଣତାନ୍ତ୍ରିକ ସାମ୍ବିଧାନିକ
୨ । ସମ୍ପଦର ସମାନୁପାତିକ ବଣ୍ଟନ, ଅର୍ଥନୈତିକ ଅସାମ୍ୟର ଦୂରୀକରଣ ଆଦି କେଉଁ ବିକାଶର ଲକ୍ଷ୍ୟ ଅଟେ?
Answer:
ଅର୍ଥନୈତିକ ବିକାଶ
୩ । ବିକାଶ ମୁଖ୍ୟତଃ କେଉଁ କ୍ଷେତ୍ରର ବିକାଶକୁ ସୂଚିତ କରେ?
Answer:
ଜାତିର ବିକାଶ
୪ । ବିକାଶ କେଉଁ ବର୍ଗର ଲୋକଙ୍କ କଲ୍ୟାଣ ସାଧନ କରେ?
Answer:
ସବୁ ବର୍ଗର ଲୋକ
୫ । ମାର୍କ୍ସବାଦୀ ଢାଞ୍ଚା କେଉଁ ରାଷ୍ଟ୍ରମାନଙ୍କରେ କାର୍ଯ୍ୟକାରୀ ହୁଏ?
Answer:
ସମାଜବାଦା
(D) ଭ୍ରମ ସଂଶୋଧନ କର ।
୧ । ମାର୍କ୍ସବାଦୀ ବିକାଶ ଢାଞ୍ଚାରେ ବିଦେଶୀ ପୁଞ୍ଜି ନିବେଶ ଦେଖାଯାଏ ।
Answer:
ମାର୍କ୍ସବାଦୀ ବିକାଶ ଢାଞ୍ଚାରେ ବିଦେଶୀ ପୁଞ୍ଜି ନିବେଶ ଦେଖାଯାଏ ନାହିଁ ।
କିମ୍ବା, ବଜାର ଅର୍ଥନୀତି ଢାଞ୍ଚାରେ ବିଦେଶୀ ପୁଞ୍ଜି ନିବେଶ ଦେଖାଯାଏ ।
୨ । ଶ୍ରେଣୀବିହୀନ ଓ ରାଷ୍ଟ୍ରହୀନ ସମାଜ ପ୍ରତିଷ୍ଠା କରିବା ମିଶ୍ର ଅର୍ଥନୀତି ଢାଞ୍ଚାର ଲକ୍ଷ୍ୟ ଅଟେ ।
Answer:
ଶ୍ରେଣୀବିହୀନ ଓ ରାଷ୍ଟ୍ରହୀନ ସମାଜ ପ୍ରତିଷ୍ଠା କରିବା ମାର୍କ୍ସବାଦୀ ଢାଞ୍ଚାର ଲକ୍ଷ୍ୟ ଅଟେ ।
୩ । ମିଶ୍ର ଅର୍ଥନୀତି ଢାଞ୍ଚା ଗଣତନ୍ତ୍ର ଓ ସମାଜବାଦର ମଧ୍ୟମ ପନ୍ଥା ଅଟେ ।
Answer:
ଗଣତାନ୍ତ୍ରିକ – ସମାଜବାଦୀ ଢାଞ୍ଚା ଗଣତନ୍ତ୍ର ଓ ସମାଜବାଦର ମଧ୍ୟମ ପନ୍ଥା ଅଟେ ।
୪ । ବିକଶିତ ରାଷ୍ଟ୍ରମାନେ ତୃତୀୟ ବିଶ୍ଵର ସଦସ୍ୟ ଅଟନ୍ତି ।
Answer:
ବିକାଶଶୀଳ ଓ ଅଣବିକଶିତ ରାଷ୍ଟ୍ରମାନେ ତୃତୀୟ ବିଶ୍ଵର ସଦସ୍ୟ ଅଟନ୍ତି ।
(E) ଶୂନ୍ୟସ୍ଥାନ ପୂରଣ କର ।
୧ | ____________ ଅର୍ଥନୀତି ନମୁନାର ଅନ୍ୟନାମ ହେଉଛି__________ ନମୁନା ।
Answer:
ବଜାର / ଉଦାରୀକରଣ
୨ । ___________ ଢାଞ୍ଚାରେ ଗୋଟିଏ ରାଷ୍ଟ୍ର ଅନ୍ୟ ରାଷ୍ଟ୍ର ଉପରେ ଅତ୍ୟଧିକ ନିର୍ଭର କରିଥାଏ ।
Answer:
ନିର୍ଭରତା (Dependency)
୩ । ___________ ଢାଞ୍ଚାରେ ଢାଞ୍ଚାଗତ ପରିବର୍ତ୍ତନର ସୂଚନା ମିଳିଥାଏ ।
Answer:
ଲିୱିସ୍
୪। ___________ ଅର୍ଥନୀତିରେ ସରକାରୀ କଟକଣା ନ ଥିବାରୁ ବିଦେଶୀ ଓ ବହୁଦେଶୀୟ କମ୍ପାନୀମାନେ କୌଣସି ରାଷ୍ଟ୍ରରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ହୁଅନ୍ତି ।
Answer:
ମୁକ୍ତ ବଜାର ବା ଉଦାରୀକରଣ
୫ । ଶ୍ରେଣୀ ସଂଘର୍ଷ, ବିପ୍ଲବ, ସର୍ବହରାର ଏକଚ୍ଛତ୍ରବାଦ ଆଦି __________ ଢାଞ୍ଚାର ମୁଖ୍ୟ ଲକ୍ଷଣ ଅଟେ ।
Answer:
ମାର୍କ୍ସବାଦୀ
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(A) ଦୁଇଟି ବାକ୍ୟରେ ଉତ୍ତର ଦିଅ
୧ । ମୁକ୍ତ ବାଣିଜ୍ୟ କ’ଣ?
Answer:
ମୁକ୍ତ ବାଣିଜ୍ୟ ବ୍ୟବସ୍ଥାରେ ଆମାଦନ ଓ ରପ୍ତାନି ପ୍ରାୟତଃ ମୁକ୍ତ ଓ କଟକଣାମୁକ୍ତ ରହିଥାଏ । ଏଠାରେ ଆର୍ଥିକ ଉଦାରବାଦ ଓ ଜଗତୀକରଣର ନିୟମ କାର୍ଯ୍ୟ କରେ । ଜାତୀୟ ଓ ଆନ୍ତର୍ଜାତୀୟ ପ୍ରତିଯୋଗିତାଦ୍ବାରା ଦରଦାମ୍ ନିୟନ୍ତ୍ରିତ ହୁଏ ।
୨ । ମିଶ୍ର ଅର୍ଥନୀତି ଢାଞ୍ଚା କ’ଣ?
Answer:
ମିଶ୍ର ଅର୍ଥନୀତି ଢାଞ୍ଚାରେ ଉଭୟ ସରକାରୀ ଓ ଘରୋଇ ଉଦ୍ୟୋଗର ଉପସ୍ଥିତି ରହିଥାଏ । ଏଠାରେ ଅର୍ଥନୈତିକ ଯୋଜନା ସୁବ୍ୟବସ୍ଥିତ ହୋଇଥାଏ ।
୩ । ଗଣତାନ୍ତ୍ରିକ-ସମାଜବାଦୀ ବିକାଶ ଢାଞ୍ଚା କ’ଣ?
Answer:
ଗଣତାନ୍ତ୍ରିକ ସମାଜବାଦୀ ଢାଞ୍ଚା ଏକ ବିବର୍ତ୍ତନବାଦୀ ବ୍ୟବସ୍ଥା ଯାହା ଗଣତନ୍ତ୍ର ଓ ସମାଜବାଦର ମଧ୍ଯମପନ୍ଥୀ ରୂପେ କାର୍ଯ୍ୟ କରେ । ଏହା ଉଭୟ ସମାଜ ଓ ବ୍ୟକ୍ତି ଉପରେ ସମାନ ଗୁରୁତ୍ଵ ଦେଇଥାଏ । ଏହା ସାମ୍ବିଧାନିକ ତଥା ଗଣତାନ୍ତ୍ରିକ କୌଶଳରେ ବିଶ୍ଵାସ କରେ ।
୪ । ମାର୍କ୍ସବାଦୀ ବିକାଶ ଢାଞ୍ଚା କ’ଣ?
Answer:
ପ୍ରାୟତଃ ସମାଜବାଦୀ ରାଷ୍ଟ୍ରରେ ମାର୍କ୍ସବାଦୀ ବିକାଶ ଢାଞ୍ଚା କାର୍ଯ୍ୟକାରୀ ହୋଇଥାଏ । ଉଦ୍ବୃତ୍ତ ମୂଲ୍ୟ ତତ୍ତ୍ଵ ଉପରେ ଆଧରିତ ଶ୍ରେଣୀ ସଂଘର୍ଷରେ ଆକ୍ରାନ୍ତ ସମାଜରେ ବିପ୍ଳବ ମାଧ୍ୟମରେ ସର୍ବହରାର ଏକଚ୍ଛତ୍ରବାଦ ବାଟ ଦେଇ ଶ୍ରେଣୀବିହୀନ ଏନ ସମାଜ ପ୍ରତିଷ୍ଠାର ଲକ୍ଷ୍ୟ ରଖୁଥାଏ ।
୫ । ବିକାଶ (Sustainable Development) କ’ଣ?
Answer:
ବିକାଶ କହିଲେ ଏପରି ଏକ ବିକାଶ ପ୍ରକ୍ରିୟାକୁ ବୁଝାଏ ଯାହା ଭବିଷ୍ୟତ ପିଢ଼ିର ନିଜସ୍ଵ ଆବଶ୍ୟକତା ପୂରଣ କରିବାର ସାମର୍ଥ୍ୟ ସହ କୌଣସି ମୁକାବିଲା ବା ସାଲିସ୍ ନ କରି ବର୍ତ୍ତମାନର ଆବଶ୍ୟକତା ପୂରଣ କରାଇଥାଏ।
(B) ପାଞ୍ଚଗୋଟି ବାକ୍ୟରେ ଉତ୍ତର ଦିଅ ।
୧ । “ଗଣତାନ୍ତ୍ରିକ -ସମାଜବାଦୀ ଢାଞ୍ଚା ବିକାଶର ଏକ ଆଦର୍ଶ ନମୁନା ଅଟେ ।”- ଏହି ଉକ୍ତିର ତାତ୍ପର୍ଯ୍ୟ ପ୍ରତିପାଦନ କର ।
Answer:
ଗଣତାନ୍ତ୍ରିକ – ସମାଜବାଦୀ ଢାଞ୍ଚା ଗଣତନ୍ତ୍ର ଓ ସମାଜବାଦର ମଧ୍ୟମ ପନ୍ଥା ଅଟେ । ଏହା ବ୍ୟକ୍ତି ଓ ସମାଜ ଉପରେ ସମାନ ଗୁରୁତ୍ଵ ଦିଏ । ଏହା ଅଗଣତାନ୍ତ୍ରିକ ପ୍ରକ୍ରିୟାକୁ ପ୍ରତ୍ୟାଖ୍ୟାନ କରି ସାମ୍ବିଧାନିକ ପଦ୍ଧତିରେ ବିକାଶର ଲକ୍ଷ୍ୟ ହାସଲ କରିବାପାଇଁ ମତ ଦିଏ । ଏହା ଅର୍ଥନୈତିକ ବିକାଶ, ଆଇନର ଶାସନ ଓ ବ୍ୟକ୍ତି ସ୍ୱତନ୍ତ୍ରତା ଉପରେ ଅଧିକ ଗୁରୁତ୍ଵ ଦିଏ । ଏଥୁରେ ଅମଲାତାନ୍ତ୍ରିକ ଏକଚ୍ଛତ୍ରବାଦ, ଅଦକ୍ଷତା, ଦୁର୍ନୀତି, ତ୍ରୁଟିଯୁକ୍ତ ଯୋଜନା ଆଦି ନାସ୍ତିକାରକ ଉପାଦାନ ମଧ୍ୟ ରହିଛି ।
୨ । ବିକାଶର ମୁଖ୍ୟ ଉପାଦାନଗୁଡ଼ିକ ଲେଖ?
Answer:
ବିକାଶ ଭବିଷ୍ୟତ ପିଢ଼ିର ନିଜସ୍ଵ ଆବଶ୍ୟକତା ପୂରଣ କରିବାର ସାମର୍ଥ୍ୟକୁ ମୁକାବିଲା ନ କରି ବର୍ତ୍ତମାନର ଆବଶ୍ୟକତା ପୂରଣର ଲକ୍ଷ୍ୟ ରଖୁଥାଏ । ବିଂଶ ଶତାବ୍ଦୀର ଶେଷାର୍ଦ୍ଧରେ ସମସ୍ତ ବିକାଶଧାରାରେ ସ୍ଥାନିତ କରାଯାଇଥାଏ । ଏହାଦ୍ଵାରା ଅଧିକରୁ ଅଧିକ ମାନବିକ ଓ ପ୍ରାକୃତିକ ଜୈବିକ ବ୍ୟବସ୍ଥାର ସ୍ଥାୟିତ୍ଵ, ସୌନ୍ଦର୍ଯ୍ୟ ଓ ସଂହତିକୁ ବ୍ୟାହତ ନ କରି ଏହା ବିକାଶର ଧାରାକୁ ଅଗ୍ରଗାମୀ କରାଇଥାଏ । ପରିବେଶର ଗୁଣାତ୍ମକ ସୁରକ୍ଷା ଉପରେ ଏହି ବିକାଶ ପ୍ରକ୍ରିୟାରେ ଅଧିକ ଗୁରୁତ୍ଵ ଦିଆଯାଇଥାଏ । ସମ୍ବଳର ବିନିଯୋଗ ସମୟରେ ଏହାର ପରିମାଣ, ପରିବେଶ ଉପରେ ଏହାର ପ୍ରଭାବ, ଉପଯୋଗିତାର ମାତ୍ରା ଆଦି ବିଚାରକୁ ନିଆଯିବା ଉଚିତ ବୋଲି ଏହି ବିକାଶ ସୂଚାଇଥାଏ।
ପୃଥିବୀ ଓ ପରିବେଶର ‘ବହନ ସାମର୍ଥ୍ୟ’ (Carrying Capacity) କୁ ବିଚାରକୁ ନେଇ ଏହା ବିକାଶର ଚିଠା ପ୍ରସ୍ତୁତ କରାଏ । ପରିବେଶ ଅବକ୍ଷୟକୁ ପରିବେଶ ସମୁଚିତତା ବା ସନ୍ତୁଳନ (Equilibrium) ମାଧ୍ୟମରେ ପ୍ରତିରୋଧ କରି ଅର୍ଥନୈତିକ ବିକାଶ ପରିଚାଳନା ପାଇଁ ଏହା କାର୍ଯ୍ୟକରେ । ଏହି ବିକାଶ ପ୍ରକ୍ରିୟା ଗବେଷଣା ଓ ନୂତନ ତଥ୍ୟ ଆବିଷ୍କାରକୁ ଉତ୍ସାହିତ କରିଥାଏ । ଲୋକମାନଙ୍କର ଉନ୍ନୟନ ଆବଶ୍ୟକତାର ପରିପୂରଣ ପାଇଁ ବୈଷୟିକ ଅଭିବୃଦ୍ଧି ଏକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ବୋଲି ଏହା ସୂଚାଇଥାଏ ।
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
୧ । ବିକାଶର ଅର୍ଥ (Meaning of Develoment) ଓ ବିଭିନ୍ନ ଢାଞ୍ଚା ଆଲୋଚନା କର ।
Answer:
ବିକାଶ ହେଉଛି ଉନ୍ନତିର ପୂର୍ଣାଙ୍ଗ ସ୍ତର ବା ଅବସ୍ଥା । ଏହା ମଧ୍ୟ କ୍ରମୋନ୍ନତି ବା ଉନ୍ନତି ପ୍ରକ୍ରିୟାକୁ ସୂଚିତ କରେ । ବିକାଶର ବିଭିନ୍ନ ଦିଗ ରହିଛି, ଯଥା- ଭୌତିକ ବିକାଶ, ସାମାଜିକ ବିକାଶ, ରାଜନୈତିକ ବିକାଶ, ଅର୍ଥନୈତିକ ବିକାଶ, ସାଂସ୍କୃତିକ ବିକାଶ, ବୌଦ୍ଧିକ ବିକାଶ ଇତ୍ୟାଦି । ତେବେ ବିକାଶ ହେଉଛି ଏକ ସାମଗ୍ରିକ ଓ ଆନ୍ତଃ-ସମ୍ପର୍କିତ (interrelated) ପ୍ରକ୍ରିୟା ଯାହା ବାସ୍ତବ ବିକାଶକୁ ପ୍ରକଟିତ କରେ । ବିକାଶର ଗୋଟିଏ ଦିଗ ଅନ୍ୟ ଦିଗର ବିକାଶକୁ ପ୍ରଭାବିତ କରେ । ରାଷ୍ଟ୍ର ସମ୍ପର୍କରେ ବିକାଶ କହିଲେ ସାଧାରଣତଃ ବୁଝାଯାଏ ଅର୍ଥନୈତିକ ଉନ୍ନତି, ଆଧୁନିକୀକରଣ (modernisation), (industrilisation) ଓ ସାମାଜିକ ରୂପାନ୍ତର (Social transformation) ।
ଏହା ଜନମଙ୍ଗଳ ଓ ଉନ୍ନତ ମାନର ଜୀବନଯାପନ ଉପରେ ଗୁରୁତ୍ଵ ଦେଉଥିବାରୁ ସମୟବଦ୍ଧ କାର୍ଯ୍ୟକ୍ରମ (time-bound programmes) ମାଧ୍ୟମରେ ସାମାଜିକ- ଅର୍ଥନୈତିକ ପରିବର୍ତ୍ତନ ଆଣିବା ନିମନ୍ତେ ପ୍ରୟାସ କରେ । ଯୋଜନା (Planning), ପ୍ରକଳ୍ପ ପରିଚାଳନା (Project Management), ଆଞ୍ଚଳିକ ବିକାଶ, ସମ୍ପ୍ରସାରଣ ଓ ଗୋଷ୍ଠୀସେବା (Extension and Community Services) ହେଉଛି ବିକାଶର ବିଭିନ୍ନ ପର୍ଯ୍ୟାୟ ।
ତେବେ ବିକାଶର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଦିଗଟି ହେଉଛି ଅର୍ଥନୈତିକ ବିକାଶ (Economic Development) | ବ୍ରିଟାନିକା ବିଶ୍ଵକୋଷ (Encyclopedia Britannica) ଅନୁସାରେ ଅର୍ଥନୈତିକ ବିକାଶ ହେଉଛି ଏକ ପ୍ରକ୍ରିୟା ଯାହାଦ୍ଵାରା ସରଳ ତଥା ନିମ୍ନ-ଆୟକାରୀ ଜାତୀୟ ଅର୍ଥନୀତିଗୁଡ଼ିକ ଆଧୁନିକ ଶିଳ୍ପ ଅର୍ଥନୀତିରେ ରୂପାନ୍ତରିତ ହୁଅନ୍ତି । ଅଭିବୃଦ୍ଧି ଲାଭ କରୁଥିବା ଏକ ଅର୍ଥନୀତିରେ ଦାରିଦ୍ର୍ୟ, ଅସମତା ଓ ବେକାରୀ ହ୍ରାସ ବା ଦୂରୀକରଣଦ୍ଵାରା ଅର୍ଥନୈତିକ ବିକାଶ ଘଟେ ।
ବୃହତ୍ତର ଅର୍ଥରେ ବିକାଶ ସେହିସବୁ କାର୍ଯ୍ୟକୁ ଅନ୍ତର୍ଭୁକ୍ତ କରେ ଯାହା ଅର୍ଥନୈତିକ, ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ଜାତୀୟ ଉନ୍ନତି ବା ଉନ୍ନୟନକୁ ତ୍ବରାନ୍ବିତ କରେ । ଅର୍ଥନୀତି ରାଜନୀତିରୁ ମୁକ୍ତ ହୋଇନଥିବାରୁ ଉଭୟ ରାଜନୈତିକ ନୀତି ଓ ଅର୍ଥନୈତିକ ନୀତି ପରସ୍ପରକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି । କାର୍ଲମାର୍କ୍ସଙ୍କ ଭଳି କେତେକ ତତ୍ତ୍ଵକାର ଅର୍ଥନୈତିକ ବିକାଶକୁ ରାଜନୈତିକ ବିକାଶର ଅଧାର ରୂପେ ଦର୍ଶାଇଛନ୍ତି ।
ବିକାଶ ଜନସାଧାରଣଙ୍କ ସନ୍ତୋଷ କାମନା କରିବା ସହ ଖାଦ୍ୟ, ପୋଷାକ, ଆଶ୍ରୟ, ସ୍ୱାସ୍ଥ୍ୟ, ଶିକ୍ଷା ଆଦି ସେମାନଙ୍କ ମୌଳିକ ଆବଶ୍ୟକତା ପୂରଣ କରିବା ବିଧେୟ; ନହେଲେ ତାହାକୁ ବିକାଶ କୁହାଯାଇପାରିବ ନାହିଁ । ସେହିପରି ବିକାଶ ଯଦି କେବଳ ଧନୀକ ଅଥବା ଅନ୍ୟ କୌଣସି ନିର୍ଦ୍ଦିଷ୍ଟ ଗୋଷ୍ଠୀର ସ୍ଵାର୍ଥ ସାଧନ କରେ ଏବଂ ସମାଜର ବିଭିନ୍ନ ବର୍ଗର ଲୋକମାନଙ୍କ ମଧ୍ୟରେ ବିଭେଦ ଓ ତାରତମ୍ୟ ସୃଷ୍ଟି କରେ ତେବେ ତାହା ପ୍ରକୃତ ବିକାଶ ହେବନାହିଁ ।
ତେବେ ବିକାଶ କେବଳ ଜୀବନଧାରଣର ମୌଳିକ ଆବଶ୍ୟକତା ପୂରଣରେ ସୀମାବଦ୍ଧ ନୁହେଁ, ବରଂ ଜୀବନର ଉଚ୍ଚତର ମୂଲ୍ୟ, ମର୍ଯ୍ୟାଦା ଓ ସୁବିଧା ହାସଲ ନିମନ୍ତେ ଅଭିପ୍ରେତ । ପୁନଶ୍ଚ ବିକାଶ କହିଲେ କେବଳ ଆଧୁନିକୀକରଣକୁ ବୁଝାଏ ନାହିଁ । କାରଣ ଏହା ସାଧାରଣତଃ ପାଶ୍ଚାତ୍ୟ ଢାଞ୍ଚାର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ବ୍ୟବସ୍ଥା ଗ୍ରହଣ କରିବାକୁ ବୁଝାଏ ।
ବିକାଶର ଲକ୍ଷ୍ୟ ହେଉଛି – (କ) ମୌଳିକ ଆବଶ୍ୟକତା ପୂରଣ କରିବା, (ଖ) ଦାରିଦ୍ର୍ୟ ଓ ବେକାରୀ ଦୂର କରିବା, (ଗ) ଉଚ୍ଚ ଅଭିବୃଦ୍ଧି ହାର (High growth rate) ହାସଲ କରିବା, (ଘ) ଆତ୍ମ-ନିର୍ଭରଶୀଳ ତଥା ସ୍ଵୟଂସମ୍ପୂର୍ଣ୍ଣ ହେବା, (ଙ) ସାମାଜିକ କଲ୍ୟାଣ ସାଧନ କରିବା, (ଚ) ଉଭୟ ବସ୍ତୁଗତ ଓ ବୌଦ୍ଧିକ ଉନ୍ନତି ହାସଲ କରିବା, (ଛ) ଅର୍ଥନୈତିକ ଓ ସାମାଜିକ ତାରତମ୍ୟ ଦୂର କରିବା ଇତ୍ୟାଦି । ମୋଟ ଉପରେ ବିକାଶର ମନ୍ତ୍ର ହେଉଛି ‘ ବିକଶିତ ରାଷ୍ଟ୍ର ଓ ବିକଶିତ ମଣିଷ’ ।
ଏଥନିମନ୍ତେ ପାରସ୍ପରିକ ସହଯୋଗ, ମୁକ୍ତ ଓ ଗଣତାନ୍ତ୍ରିକ ଢାଞ୍ଚା ଅଧିକ ସହାୟକ ହୋଇଥାଏ । ତେବେ ଦ୍ରୁତ ଓ ଉନ୍ନତ ମାନର ବିକାଶ ନିମନ୍ତେ ଆବଶ୍ୟକ ହୋଇଥାଏ ଦୃଢ଼, ସଚେତନ ଓ ଉତ୍ସର୍ଗୀକୃତ ନେତୃତ୍ବ, ମୁଖ୍ୟତଃ ଅର୍ଥନୈତିକ ନେତୃତ୍ଵ ।
ବିକାଶକୁ ଆଧାର କରି ବିଶ୍ବର ରାଷ୍ଟ୍ରମାନଙ୍କୁ ତିନି ଭାଗରେ ବିଭକ୍ତ କରାଯାଇ ଦ୍ଵିତୀୟ ବିଶ୍ଵଯୁଦ୍ଧ ପୂର୍ବରୁ ସମଗ୍ର ବିଶ୍ଵକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ୱରେ ପରିଚାଳିତ ପୁଞ୍ଜିବାଦୀ ରାଷ୍ଟ୍ରଗଣ ତଥା ଅନ୍ୟ ସମର୍ଥକ ରାଷ୍ଟ୍ରସମୂହଙ୍କୁ ଗୋଟିଏ ଗୋଷ୍ଠୀଭୁକ୍ତ କରାଯାଇ ପ୍ରଥମ ବିଶ୍ଵ (First World) ରୂପେ ମାନ୍ୟତା ଦିଆଯାଇଥିଲା । ସେହିପରି ସୋଭିଏତ୍ ଋଷିଆ ନେତୃତ୍ଵରେ ପରିଚାଳିତ ତାହାର ସାମ୍ୟବାଦୀ ସମର୍ଥକ ରାଷ୍ଟ୍ରସମୂହଙ୍କୁ ଦ୍ଵିତୀୟ ବିଶ୍ଵ (Second World)ର ମର୍ଯ୍ୟାଦା ମିଳିଥିଲା । ଏହି ଦୁଇ ଗୋଷ୍ଠୀ ନିଜ ନିଜ ଢାଞ୍ଚା ଅନୁସରଣ କରି ବିକାଶ ଲାଭ କରିଥିଲେ ଏବଂ ପ୍ରାୟତଃ ବିକଶିତ ରାଷ୍ଟ୍ର (Developed States) ରୂପେ ପରିଚିତ ହୋଇଥିଲେ ।
ତେବେ ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ଏସିଆ, ଆଫ୍ରିକା ଓ ଲାଟିନ୍ ଆମେରିକାର ଅନେକ ଅଞ୍ଚଳ ସମ୍ରାଜ୍ୟବାଦୀ ଶାସନରୁ ମୁକ୍ତ ହୋଇ ସ୍ଵାଧୀନ ସାର୍ବଭୌମ ରାଷ୍ଟ୍ରର ମର୍ଯ୍ୟାଦା ଲାଭ କଲେ । ଏମାନଙ୍କ ଜନ୍ମ ସହିତ ଦେଖାଦେଲା ବିକାଶ ସମସ୍ୟା । ଏହି ଅଣ-ବିକଶିତ (Under-developed) ଓ ବିକାଶମୁଖୀ (Developing) ରାଷ୍ଟ୍ରମାନଙ୍କୁ ‘ତୃତୀୟ ବିଶ୍ଵ’ (Third World) ବୋଲି କୁହାଗଲା । ଏମାନେ ଦାରିଦ୍ର୍ୟ, କ୍ଷୁଧା, ଅନାହାର, ଅଜ୍ଞତା, ଅସମତା, ଅନୁନ୍ନତି, ପରିବେଶ ଓ ମାନବାଧ୍ଧକାର ସମସ୍ୟାରେ ଜର୍ଜରିତ ହୋଇଥିଲେ । ସାମ୍ରାଜ୍ୟବାଦୀ ଶାସକମାନଙ୍କ ଶୋଷଣରୁ ସଦ୍ୟ ମୁକ୍ତ ହୋଇଥିବା ଏହି ରାଷ୍ଟ୍ରମାନଙ୍କର ପ୍ରଥମ ଓ ପ୍ରଧାନ ଲକ୍ଷ୍ୟ ହେଲା ବିକାଶ ।
ଏହି ‘ତୃତୀୟ ବିଶ୍ଵ’ ଗୋଷ୍ଠୀରେ ଅନ୍ତର୍ଭୁକ୍ତ ଥିବା ରାଷ୍ଟ୍ରମାନଙ୍କ ମଧ୍ୟରେ ଅଛନ୍ତି ଭାରତ, ଶ୍ରୀଲଙ୍କା, ପାକିସ୍ତାନ, ବଙ୍ଗଳାଦେଶ, ଆର୍ଜେଣ୍ଟିନା, ବ୍ରାଜିଲ୍, ଚିଲି, ଘାନା, ନାଇଜେରିଆ, ଜିମ୍ବାୱେ, ନାମିବ୍ୟା ଇତ୍ୟାଦି । ତୃତୀୟ ବିଶ୍ବର ରାଷ୍ଟ୍ରଗୋଷ୍ଠୀଙ୍କ ବିକାଶ ଦିଗରେ ମୁଖ୍ୟ ସମସ୍ୟା ଓ ପ୍ରତିବନ୍ଧକଗୁଡ଼ିକ ହେଉଛି ଖାଦ୍ୟ, ବାସଗୃହ, କୃଷି, ଶିଳ୍ପ, ଶକ୍ତି, ଜନସଂଖ୍ୟା, ମୂଳ ବଂଶଗତ (Ethnic), ଧାର୍ମିକ, ସାଂସ୍କୃତିକ, ପରିବେଶ, ମାନବାଧ୍ୟକାର ସମସ୍ୟା ଇତ୍ୟାଦି ।
ବିକାଣ ଢ।ଞ୍ଚ। (Models of Development) :
ନିର୍ଦ୍ଦିଷ୍ଟ ତଥା ସମୁହଭାବେ ସ୍ଵୀକୃତ ଓ ଗ୍ରହଣୀୟ କୌଣସି ବିକାଶ ନମୁନା ନାହିଁ । ସାଧାରଣତଃ ପ୍ରତ୍ୟେକ ରାଷ୍ଟ୍ର ନିଜର ବିକାଶ ନିମନ୍ତେ ଏକ ଆଦର୍ଶ ବ୍ୟବସ୍ଥାକୁ ଗ୍ରହଣ କରିଥାଏ ଯାହାକୁ ନମୁନା କୁହାଯାଏ । ବାସ୍ତବରେ ପ୍ରତ୍ୟେକ ବିକାଶ ନମୁନା ହେଉଛି ଗୋଟିଏ ଗୋଟିଏ ଅର୍ଥନୈତିକ ବିକାଶ ତତ୍ତ୍ଵ (Economic Development) । ବହୁଳ ଭାବେ ଗ୍ରହଣୀୟ ତଥା ଆଦର୍ଶ ତତ୍ତ୍ଵଗୁଡ଼ିକୁ ନମୁନା ରୂପେ ଗ୍ରହଣ କରାଯାଏ ଯାହା ଅନେକ ରାଷ୍ଟ୍ର ନିଜ ନିଜ କ୍ଷେତ୍ରରେ ପ୍ରୟୋଗ କରନ୍ତି ।
ତେଣୁ ସବୁ ଅର୍ଥନୈତିକ ବିକାଶ ତତ୍ତ୍ଵକୁ ନମୂନା ରୂପେ ଗ୍ରହଣ କରାଯାଏ ନାହିଁ । ତେବେ ଆନ୍ତର୍ଜାତୀୟ ସ୍ତରରେ ଅନେକଗୁଡ଼ିଏ ଅର୍ଥନୈତିକ ବିକାଶ ତତ୍ତ୍ଵ ରହିଛି ଯାହା ନମୁନା ରୂପେ ସ୍ଵୀକୃତ ହେବା ନିମନ୍ତେ ଦୃଢ଼ ଓ ପ୍ରବଳ ଦାବି ଉପସ୍ଥାପନ କରନ୍ତି । ସେଗୁଡ଼ିକୁ ମଧ୍ୟ ବିକାଶ ନମୂନା ରୂପେ ଗ୍ରହଣ କରାଯାଇପାରେ । ସେଗୁଡ଼ିକ ମଧ୍ୟରେ ପ୍ରମୁଖ ବିକାଶ ତତ୍ତ୍ଵ ବା ନମୁନାଗୁଡ଼ିକ ନିମ୍ନରେ ପ୍ରଦାନ କରାଗଲା ।
(୧) ରଞ୍ଜୋ ରୈଖିକ ପର୍ଯ୍ୟାୟ ଢ଼ାଞ୍ଚା (The Rostow Linear Stages Model) : ଏହି ତତ୍ତ୍ବ ବା ନମୁନା ଅନୁସାରେ ଆଧୁନିକତା ହାସଲ କରିବା ନିମନ୍ତେ ସବୁ ଦେଶ ବିକାଶର ସମାନ ପର୍ଯ୍ୟାୟ ବା ସ୍ତର ଦେଇ ଗତି କରନ୍ତି । ଅର୍ଥନୀତିଗୁଡ଼ିକୁ ପ୍ରାଥମିକ (Primary), ମାଧ୍ୟମିକ (Secondary) ଓ ତୃତୀୟ (Tetiary) କ୍ଷେତ୍ରରେ ବିଭକ୍ତ କରାଯାଇପାରେ । ବିକଶିତ ରାଷ୍ଟ୍ରମାନଙ୍କ ଇତିହାସ ଢାଞ୍ଚାଗତ ପରିବର୍ତ୍ତନର ଏକ ସାଧାରଣ ଧାରା (Common Pattern of Structural Change) ଯଥାକ୍ରମେ- ପାରମ୍ପରିକ ସମାଜ, ଅବସ୍ଥାନ୍ତର ବିଷୟରେ ସୂଚନା ଦିଏ । ବିଭିନ୍ନ ପର୍ଯ୍ୟାୟ ବା ସ୍ତରଗୁଡ଼ିକ ହେଲା (Transitional stage), (Take off), (High mass consumption) ।
(୨) ହେରୋଡ଼-ଡୋମାର ସଞ୍ଜୟ ଢାଞ୍ଚା (The Harrod-Domar Savings Model) : ୧୯୩୦ ଦଶକରେ (Investment) ଉଦ୍ଦେଶ୍ୟରେ ଉଧାର ନିଆଯାଏ । ଉଚ୍ଚ ହାରର ସଞ୍ଚୟକୁ ଉଚ୍ଚ ହାର ନିବେଶରେ ବଦଳାଇ ଆତ୍ମନିର୍ଭରଶୀଳ ଅର୍ଥନୈତିକ ବିକାଶ ହାସଲ କରାଯାଇପାରିବ ।
(୩) ଲିୱିସ୍ ଦ୍ଵୈତ କ୍ଷେତ୍ର ଢାଞ୍ଚା (The Lewis Dual Sector Model) : ଲିୱିସ୍ ନମୁନା ହେଉଛି ଢାଞ୍ଚାଗତ ପରିବର୍ତ୍ତନ (Structural change) ନମୁନା ଯାହା ସୂଚନା ଦିଏ ଏକ ଦ୍ଵୈତ ଅର୍ଥନୀତି (Dual Economy) ରେ କିପରି ଶ୍ରମ ବଦଳେ । ନିମ୍ନ ଅଥବା ଶୂନ୍ୟ ପ୍ରାନ୍ତୀୟ ଉତ୍ପାଦଯୁକ୍ତ (Low or zero marginal product) ପାରମ୍ପରିକ କୃଷି ଅର୍ଥନୀତିରେ ବଳକା ଶ୍ରମ ଆଧୁନିକ ଶିଳ୍ପକ୍ଷେତ୍ରକୁ ସ୍ଥାନାନ୍ତର ଗମନ କରେ ଏବଂ ଉଚ୍ଚ ପ୍ରାନ୍ତୀୟ ଉତ୍ପାଦରେ ସହାୟକ ହୁଏ । ଏହା ଅର୍ଥନୀତିରେ ଢାଞ୍ଚାଗତ ପରିବର୍ତ୍ତନ ଆବଶ୍ୟକ କରେ ।
(୪) ନିର୍ଭରତା ଢାଞ୍ଚା (Dependency Model) : ଏହି ନମୁନା ଗୋଟିଏ ରାଷ୍ଟ୍ର ଅନ୍ୟ ରାଷ୍ଟ୍ର ଉପରେ ଅତ୍ୟଧିକ ନିର୍ଭର କରିବା ବିଷୟ ସୂଚିତ କରେ । ଆନ୍ତର୍ଜାତୀୟ ବାଣିଜ୍ୟ ଓ ଆଭ୍ୟନ୍ତରୀଣ ବିକାଶ କେତେକ ସ୍ଵଳ୍ପ ବିକଶିତ ଦେଶମାନଙ୍କୁ (IDCs) ବିକଶିତ ଦେଶମାନଙ୍କ ଉପରେ ଅଧିକରୁ ଅଧିକ ଅର୍ଥନୈତିକ ଦୃଷ୍ଟିରୁ ନର୍ଭର କରାଏ । ପ୍ରଭାବଶାଳୀ ବିକଶିତ ରାଷ୍ଟ୍ରମାନେ ନିଜର ବୈଷୟିକ ତଥା ଶୈକ (Technological and industrial) ସୁବିଧା ଦୃଷ୍ଟିରୁ ବିକାଶ କ୍ରୀଡ଼ାର ନୀତିଗୁଡ଼ିକୁ ବିଶ୍ଵବ୍ୟାଙ୍କ ଓ ଆନ୍ତର୍ଜାତୀୟ ମୁଦ୍ରାପାଣ୍ଠି (IMF) ରେ ବିକଶିତ ରାଷ୍ଟ୍ରମାନଙ୍କ ଭୂମିକାକୁ ଦେଖାଯାଇପାରେ ।
(୫) ସୁଷମ ବା ସମତୁଲ ବିକାଶ ଢ଼ାଞ୍ଚା (Balanced Growth Model) : ଏହି ନମୁନା ବା ତତ୍ତ୍ଵ ଅନୁସାରେ ଅର୍ଥନୀତିର ସବୁ କ୍ଷେତ୍ର ଓ ଅଞ୍ଚଳରେ ଏକକାଳୀନ ବହୁସଂଖ୍ୟକ ଶିଳ୍ପର ସମ୍ପ୍ରସାରଣ ଘଟିଲେ ପ୍ରତ୍ୟେକ ଅନ୍ୟ ପ୍ରତ୍ୟେକଟି ପାଇଁ ଗୋଟିଏ ବଜାର ସୃଷ୍ଟି କରେ । ଉଦାହରଣସ୍ୱରୂପ ଚୂଡ଼ାନ୍ତ ଦ୍ରବ୍ୟ ଉତ୍ପାଦନ କରୁଥିବା କମ୍ପାନୀଗୁଡ଼ିକ ନିଜର କଞ୍ଚାମାଲ ପାଇଁ ଘରୋଇ ଶିଳ୍ପଗୁଡ଼ିକ ଉପରେ ନିର୍ଭରଶୀଳ ହେବେ । ପରିଣାମତଃ ଏକ ସମୟରେ ସମସ୍ତ କ୍ଷେତ୍ର ଓ ସମସ୍ତ ଅଞ୍ଚଳରେ ବିକାଶ ଘଟିବ ।
(୬) ଅସମ ବା ଅସମତୁଲ ବିକାଶ ଢାଞ୍ଚା (Unbalanced Growth Model) : ଏହି ତତ୍ତ୍ବ ଅନୁସାରେ ସବୁ ଶିଳ୍ପରେ ବ୍ୟାପକ ତଥା ସଂଯୋଜିତ ନିବେଶକୁ ପ୍ରୋତ୍ସାହିତ କରିବା ନିମନ୍ତେ ସରକାର ପର୍ଯ୍ୟାପ୍ତ ସମ୍ବଳ ଯୋଗାଡ଼ କରିପାରିବେ ନାହିଁ । ଏହା ବିଶ୍ଵାସ କରେ ଯେ କେବଳ ମୁକ୍ତ ବଜାର ବିକାଶ ସୃଷ୍ଟି କରିପାରିବ ନାହିଁ । ତେଣୁ କେତେକ ଗୁରୁତ୍ବପୂର୍ଣ୍ଣ ଶିଳ୍ପରେ ସରକାରୀ ଯୋଜନା କିମ୍ବା ବଜାର ହସ୍ତକ୍ଷେପର ଆବଶ୍ୟକତା ରହିଛି ।
ତେବେ ଇତିହାସର ସମୟଚକ୍ରରେ ବହୁଳ ପ୍ରଚଳିତ ପ୍ରମୁଖ ବିକାଶ ନମୁନାଗୁଡ଼ିକ ହେଲା (୧) ମୁକ୍ତ ବା ବଜାର ଅର୍ଥନୀତି ନମୁନା (୨) ସମାଜବାଦୀ ନମୁନା (୩) ମିଶ୍ର ଅର୍ଥନୀତି ନମୁନା ଇତ୍ୟାଦି । ରାଷ୍ଟ୍ରମାନେ ନିଜ ପସନ୍ଦ, ଆବଶ୍ୟକତା ଓ ଅନୁକୂଳତା ଅନୁସାରେ ବିକାଶ ନମୁନା ଚୟନ କରିଥାଆନ୍ତି । ସମୟକ୍ରମେ କେତେକ ରାଷ୍ଟ୍ର ଗୋଟିଏ ନମୁନାକୁ ଛାଡ଼ି ଅନ୍ୟ ଏକ ନମୁନାକୁ ଆପଣେଇ ନେବାର ନଜିର ରହିଛି । ନିମ୍ନରେ ପ୍ରଚଳିତ ପ୍ରମୁଖ ବିକାଶ ନମୁନାଗୁଡ଼ିକ ବିଷୟରେ ସ୍ଵତନ୍ତ୍ର ଆଲୋଚନା କରାଗଲା ।
ମୁକ୍ତ ବା ବଜାର ଅର୍ଥନୀତି ଢାଞ୍ଚା (Free or Market Economy Model) :
ଏହାକୁ ମଧ୍ୟ ଉଦାରୀକରଣ (Liberalisation) ନମୁନା ବୋଲି କୁହାଯାଏ । ଏଥୁରେ ଅର୍ଥନୀତି ରାଷ୍ଟ୍ରଦ୍ୱାରା ନିୟନ୍ତ୍ରିତ ନହୋଇ ମୁକ୍ତ ବା ଅବାଧ (Laissez-faire) ନୀତିଦ୍ଵାରା ପରିଚାଳିତ ହୋଇଥାଏ ଯେଉଁଠି ଖୋଲା ଓ କଟକଣାହୀନ ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରାଯାଏ । ବଜାର ଦର ଚାହିଦା ଓ ଯୋଗାଣ (Demand and supply) ନିୟମଦ୍ଵାରା ସ୍ଥିର ହେବା ସୁସ୍ଥ ଅର୍ଥନୀତିର ଲକ୍ଷଣ । ରାଷ୍ଟ୍ର ଏକ ରାଜନୈତିକ ବ୍ୟବସ୍ଥା ଯାହା ଅର୍ଥନୈତିକ କ୍ଷେତ୍ରରେ ପ୍ରବେଶ କରିବା ଅନୁଚିତ । ଫଳରେ ଦ୍ରୁତ ଓ ପ୍ରକୃତ ବିକାଶ ସମ୍ଭବ ହୋଇପାରିବ । ଏହି ନମୁନାର ପ୍ରମୁଖ ବୈଶିଷ୍ଟ୍ୟଗୁଡ଼ିକ ନିମ୍ନରେ ପ୍ରଦାନ କରାଗଲା ।
(କ) ମୁକ୍ତ ବାଣିଜ୍ୟ (Free Trade) : ମୁକ୍ତ ବା ବଜାର ଅର୍ଥନୀତି ମୁକ୍ତ ବାଣିଜ୍ୟ ଉପରେ ଆଧାରିତ । ଆନ୍ତର୍ଜାତୀୟ ବାଣିଜ୍ୟ ଉଦାର ନୀତିଦ୍ଵାରା ପରିଚାଳିତ ହୁଏ । ଆମଦାନୀ ଓ ରତ୍ପାନୀ ପ୍ରାୟତଃ ମୁକ୍ତ ଓ କଟକଣାରହିତ । ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପ୍ରତିଯୋଗିତାର କାରକମାନଙ୍କଦ୍ଵାରା ଦରଦାମ ନିୟନ୍ତ୍ରତ ହୁଏ । ସରକାରୀ ନିୟନ୍ତ୍ରଣ ଏଠାରେ ନଥାଏ । ଆର୍ଥିକ ଉଦାରବାଦ ଓ ଜଗତୀକରଣର ନିୟମଦ୍ଵାରା ଏସବୁ ପରିଚାଳିତ ହୁଏ ।
(ଖ) ସ୍ଵାଧୀନ ଉଦ୍ୟୋଗ (Free Enterprise) : ନିଜ ପସନ୍ଦର ଉଦ୍ୟୋଗ ବା ଶିଳ୍ପ, କାରଖାନା ଆଦି ପ୍ରତିଷ୍ଠା କ୍ଷେତ୍ରରେ ପୁଞ୍ଜିପତି ଓ ଶିଳ୍ପପତିମାନେ ସ୍ଵାଧୀନତା ଲାଭ କରନ୍ତି । ଏ ଦିଗରେ ସରକାରୀ କଟକଣା ବା ଅନୁମତି ପ୍ରାୟତଃ ହୁଏନାହିଁ ଅଥବା ସୀମିତ କଟକଣାଜନିତ ଅନୁମତି ସହଜରେ ପ୍ରାପ୍ତ ହୋଇଥାଏ । ଉତ୍ପାଦନ ପରମାଣର କୌଣସ ସୀମା ନିର୍ଦ୍ଧାରିତ ହୋଇ ନଥାଏ । ଉଦ୍ୟୋଗ ବା ଶିଳ୍ପ ବିସ୍ତାର ମୁକ୍ତ ଓ ସହଜରେ ହୋଇପାରେ । ପରିଣାମତଃ ଉଦ୍ୟୋଗପତି ଓ ଶିଳ୍ପପତିମାନେ ଶିଳ୍ପାୟନ ବୃଦ୍ଧି ବା ବିସ୍ତାର ନିମନ୍ତେ ଆଗ୍ରହ ପ୍ରକାଶ କରି ବିକାଶରେ ସହାୟକ ହୁଅନ୍ତି ।
(ଗ) ବିଦେଶୀ ପୁଞ୍ଜିନିବେଶ (Foreign Investment) : ମୁକ୍ତ ବଜାର ଅର୍ଥନୀତି ମୁକ୍ତ ଓ ଅବାଧ ପ୍ରତିଯୋଗିତାର ସୁଯୋଗ ପ୍ରଦାନ କରୁଥିବାରୁ ଏବଂ ଏଥିରେ ସରକାରୀ କଟକଣା ନଥିବାରୁ ବିଦେଶୀ ଓ ବହୁଦେଶୀୟ କମ୍ପାନୀମାନେ (MNCs) କୌଣସି ରାଷ୍ଟ୍ରରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରନ୍ତି | ଦେଶୀୟ କମ୍ପାନୀମାନେ ମଧ୍ୟ ବିଦେଶୀ କମ୍ପାନୀମାନଙ୍କ ସହଯୋଗରେ କାର୍ଯ୍ୟ କରନ୍ତି । ସରକାର ନିଜର ଅର୍ଥନୈତିକ ନୀତି ବାରମ୍ବାର ନ ବଦଳାଇଲେ ଓ ଉଦାରବାଦୀ ନୀତି ଚଳାଇ ରଖିଲେ ବିଦେଶୀ ପୁଞ୍ଜିନିବେଶ ବଢ଼ିବ ଯାହା ରାଷ୍ଟ୍ରର ବିକାଶକୁ ପ୍ରୋତ୍ସାହିତ କରିବ ।
(ଘ) ଆଧୁନିକ କୌଶଳ (Modern techniques) : ସାଧାରଣ ବିକାଶଶୀଳ ରାଷ୍ଟ୍ରମାନଙ୍କର ଉତ୍ପାଦନ ଓ ବଣ୍ଟନ କୌଶଳ ପୁରୁଣାକାଳିଆ ତଥା ଅକାମୀ । ସେହି ରାଷ୍ଟ୍ରମାନେ ଗବେଷଣା ଦିଗରେ ମଧ୍ୟ ଯଥେଷ୍ଟ ପୁଞ୍ଜି ଓ ଜ୍ଞାନକୌଶଳ ବ୍ୟବହାର କରିପାରନ୍ତି ନାହିଁ । ତେଣୁ ସେମାନେ ଅତ୍ୟାଧୁନିକ ବିଦେଶୀ ଜ୍ଞାନ ଓ କୌଶଳ ଆମଦାନୀ କରି ଉତ୍ପାଦନ ଓ ବିକାଶ ପ୍ରକ୍ରିୟାକୁ ପ୍ରୋତ୍ସାହିତ କରନ୍ତି ।
ସମାଜବାଦୀ ଢାଞ୍ଚା (Socialist Model):
ବଜାର ଅର୍ଥନୀତି ନମୁନା ବା ଉଦାରବାଦୀ ନମୁନାର ବିପରୀତ ବା ବିରୋଧୀ ନମୁନା ହେଉଛ ସମାଜବାଦୀ ନମୁନା । ଏଥରେ ରାଷ୍ଟ୍ର ଉତ୍ପାଦନ ଓ ବିତରଣର ସାଧନଗୁଡ଼ିକୁ ନିୟନ୍ତ୍ରଣ କରେ । ଅବାଧ ବେସରକାରୀ ପ୍ରତିଯୋଗିତା ଅପେକ୍ଷା ରାଷ୍ଟ୍ର ନିୟନ୍ତ୍ରଣ ମାଧ୍ୟମରେ ବ୍ୟକ୍ତିର ସ୍ଵାଧୀନତା ଓ ବିକାଶ ଅଧୂକ ସୁରକ୍ଷିତ ବୋଲି ବିଶ୍ଵାସ କରାଯାଏ । ସମାଜବାଦୀ ଢାଞ୍ଚା ତିନି ପ୍ରକାରର, ଯଥା- (୧) ମାର୍କ୍ସବାଦୀ ଢାଞ୍ଚା, (୨) ଗଣତାନ୍ତ୍ରିକ-ସମାଜବାଦୀ ଢାଞ୍ଚା ଓ (୩) ମିଶ୍ର ଅର୍ଥନୀତି ଢାଞ୍ଚା ।
(୧) ମାର୍କ୍ସବାଦୀ ଢାଞ୍ଚା (Marxian Model) :
ମାର୍କ୍ସବାଦୀ ନମୁନା ସାଧାରଣତଃ ସାମ୍ୟବାଦୀ ରାଷ୍ଟ୍ରମାନଙ୍କରେ କାର୍ଯ୍ୟକାରୀ ହୋଇଥାଏ । ଏହି ନମୁନା କାର୍ଲ ମାର୍କ୍ସଙ୍କ ସାମ୍ୟବାଦୀ ବା ବୈଜ୍ଞାନିକ ସମାଜବାଦୀ ତତ୍ତ୍ଵ ଉପରେ ଆଧାରିତ ଯାହାର ପ୍ରମୁଖ ଲକ୍ଷଣଗୁଡ଼ିକ ନିମ୍ନରେ ଦିଆଗଲା ।
(କ) ଐତିହାସିକ ବସ୍ତୁବାଦ (Historical Materialism): କାର୍ଲ ମାର୍କଙ୍କ ଚିନ୍ତାଧାରରେ ଇତିହାସର ଗତି ବା ଧାରା, ପରିବର୍ତ୍ତନ ଆଦି ବସ୍ତୁବାଦୀ କାରଣଦ୍ଵାରା ନିର୍ଦ୍ଧାରିତ ହୋଇଥାଏ । ଅର୍ଥାତ୍ ଅର୍ଥନୈତିକ କାରକମାନଙ୍କ ଉତ୍ପାଦନ ଧାରାଦ୍ଵାରା ଇତିହାସ ପ୍ରଭାବିତ ଓ ସ୍ଥିରୀକୃତ ହୁଏ । କାରଣ ଏହା ସାମାଜିକ ସମ୍ପର୍କ ନିର୍ଦ୍ଧାରଣ ଅଥବା ପରିବର୍ତ୍ତନ ସହ ପୁନଃନିର୍ଦ୍ଧାରଣ କରିଥାଏ । ତେଣୁ ଉତ୍ପାଦନର ସାଧନଗୁଡ଼ିକ ସମାଜର ସମୂହ ମାଲିକାନିରେ ରହିବା ଉଚିତ ।
(ଖ) ଶ୍ରେଣୀ ସଂଘର୍ଷ (Class Struggle) : ଇତିହାସରେ ବର୍ଣ୍ଣିତ ତଥା ଏ ପର୍ଯ୍ୟନ୍ତ ଦୃଶ୍ୟମାନ ସକଳ ସମାଜ ଶ୍ରେଣୀ ସଂଘର୍ଷଦ୍ବାରା ଜର୍ଜରିତ ବୋଲି ମାର୍କ ଉଲ୍ଲେଖ କରିଛନ୍ତି । ପ୍ରତ୍ୟେକ ସମାଜରେ ସର୍ବଦା ପରସ୍ପର ବିରୋଧୀ ସଂଘର୍ଷରତ ଦୁଇଟି ଗୋଷ୍ଠୀ ରହିଆସିଛନ୍ତି । ଗୋଟିଏ ଧନୀକ ହେଲେ ଅନ୍ୟଟି ନିର୍ଜନ; ଗୋଟିଏ ପୁଞ୍ଜିପତି ହେଲେ ଅନ୍ୟଟି ସର୍ବହରା; ଗୋଟିଏ ଶାସକ ହେଲେ ଅନ୍ୟଟି ଶାସିତ; ମୋଟ’ ଉପରେ କହିଲେ ଗୋଟିଏ ଶୋଷକ ହେଲେ ଅନ୍ୟଟି ଶୋଷିତ ଅଟେ ।
(ଗ) ଉଦ୍ବୃତ୍ତ ମୂଲ୍ୟ (Surplus Value) : ଶ୍ରମିକର ଶ୍ରମ ଯୋଗୁ କୌଣସି ଦ୍ରବ୍ୟର ବଜାର ମୂଲ୍ୟ ନିରୂପିତ ହୁଏ । ମାତ୍ର କିଛି ନକରି ବି ଲାଭାଂଶ ବା ଉଦ୍ବୃତ୍ତ ମୂଲ୍ୟ ପୁଞ୍ଜିପତି ମାଲିକ ନେଇଯାଏ । ଅନ୍ୟପକ୍ଷରେ ସବୁ କରି ବିଚରା ଶ୍ରମିକ କିଛି ବି ପାଏନାହିଁ । ଏପରି ଶୋଷଣ ଫଳରେ ପୁଞ୍ଜିପତି ମାଲିକମାନେ ଅଧିକରୁ ଅଧିକ ଧନୀ ହୋଇ ଚାଲନ୍ତି ଯେତେବେଳେ କି ଶୋଷିତ ହୋଇ ହୋଇ ଶ୍ରମିକମାନେ ସର୍ବହରା ପାଲଟି ଯାଆନ୍ତି ।
(ଘ) ବିପ୍ଳବ (Revolution) : ମୁଷ୍ଟିମେୟ ପୁଞ୍ଜିପତି ମାଲିକ ଓ ଅନେକ ସର୍ବହରା ଶ୍ରମିକମାନଙ୍କ ମଧ୍ୟରେ ପାର୍ଥକ୍ୟ ଚରମ ସୀମାରେ ପହଞ୍ଚିଲେ ବିପ୍ଳବ ଅବଶ୍ୟମ୍ଭାବୀ ହୋଇଉଠେ । ଏହି ବିପ୍ଳବ ନିମନ୍ତେ ସର୍ବହରା ଶ୍ରମିକଗଣ ଏକଜୁଟ ହୋଇ ନିର୍ଣ୍ଣାୟକ ସଂଗ୍ରାମରେ ମାତନ୍ତି ଓ ସଫଳକାମ ହୁଅନ୍ତି । ଫଳରେ ପୁଞ୍ଜିବାଦୀ ରାଷ୍ଟ୍ର ବ୍ୟବସ୍ଥାର ପତନ ଘଟେ ।
(ଙ) ସର୍ବହରାର ଏକଚ୍ଛଦ୍ରବାଦ (Dictatorship of the Proletariat) : ପୁଞ୍ଜିବାଦ ଓ ତାହାର ପ୍ରୟୋଜିତ ରାଷ୍ଟ୍ର ବ୍ୟବସ୍ଥାର ପତନ ଫଳରେ ସମାଜବାଦୀ ସମାଜ (Socialistic society) ପ୍ରତିଷ୍ଠା ନିମନ୍ତେ ପଥ ପରିଷ୍କାର ହେଲେ ମଧ୍ୟ ସଙ୍ଗେ ସଙ୍ଗେ ତାହା ବିଦ୍ୟମାନ ହୁଏ ନାହିଁ । କାରଣ ହଠାତ୍ ଏକ ଅସ୍ଥାୟୀ ଓ ଅନ୍ତରୀଣ ବ୍ୟବସ୍ଥା ଦୃଶ୍ୟମାନ ହୁଏ ଯାହାକୁ ସର୍ବହରାର ଏକଚ୍ଛତ୍ରବାଦ କୁହାଯାଏ । ଏହି ସମୟରେ ପୁଞ୍ଜିବାଦର ଅବଶେଷକୁ ନିଶ୍ଚିହ୍ନ କରାଯାଇ ସମାଜବାଦର ଚୂଡ଼ାନ୍ତ ବିଜୟ ନିମନ୍ତେ ଭିତ୍ତଭୂମି ପ୍ରସ୍ତୁତ କରାଯାଏ ।
(ଚ) ଶ୍ରେଣୀବିହୀନ ଓ ରାଷ୍ଟ୍ରହୀନ ସମାଜ ପ୍ରତିଷ୍ଠା (Establishment of Classless and Stateless Society) : ମାର୍କ୍ସବାଦର ଚରମ ଓ ସର୍ବଶେଷ ଲକ୍ଷ୍ୟ ହେଲା ଏକ ଶ୍ରେଣୀବିହୀନ ଓ ରାଷ୍ଟ୍ରହୀନ ସମାଜ ପ୍ରତିଷ୍ଠା କରିବା । ଶ୍ରେଣୀ ସଂଘର୍ଷ ନିମନ୍ତେ ମୁଖ୍ୟତଃ ଦାୟୀ ପୁଞ୍ଜିପତି ଗୋଷ୍ଠୀ ଓ ତାହାର ସମର୍ଥନକାରୀ ରାଷ୍ଟ୍ରର ପତନ ଓ ବିଲୟ ହେଲେ ଶ୍ରେଣୀ ସଂଘର୍ଷ ସୃଷ୍ଟି ହେବ ନାହିଁ ଏବଂ ଶୋଷଣ ଓ ଦମନକାରୀ ରାଷ୍ଟ୍ରର ଅନୁପସ୍ଥିତିରେ ଜନସାଧାରଣ ବାସ୍ତବ ସାମ୍ୟ ଅନୁଭବ କରିବେ । ସମାଜର ବିକାଶ ବୈପ୍ଳବିକ ଓ ବ୍ୟାପକ ରୂପରେ ଦୃଶ୍ୟମାନ ହେବ ଯାହାର ଜ୍ଵଳନ୍ତ ଉଦାହରଣ ହେଉଛି ତତ୍କାଳୀନ ସୋଭିଏତ୍ ଋଷିଆ ।
(୨) ଗଣତାନ୍ତ୍ରିକ-ସମାଜବାଦୀ ଢାଞ୍ଚା (Democratic-socialist Model)
(କ) ସମ୍ବିଧାନରେ ବିଶ୍ଵାସ (Faith in the Constitution) : ଗଣତାନ୍ତ୍ରିକ-ସମାଜବାଦୀ ବିକାଶ ନମୁନା ଏକଚ୍ଛତ୍ରବାଦ ଓ ଅଗଣତାନ୍ତ୍ରିକ ପ୍ରକ୍ରିୟାକୁ ପ୍ରତ୍ୟାଖ୍ୟାନ କରେ ଏବଂ ସାମ୍ବିଧାନିକ ବ୍ୟବସ୍ଥାର ପରିଧ ମଧ୍ୟରେ ରହି ବିକାଶ ହାସଲ କରିବା ସମ୍ଭବ ବୋଲି ବିଶ୍ଵାସ କରେ । ଏହା ଆଇନର ଶାସନ ଓ ବ୍ୟକ୍ତି ସ୍ଵତନ୍ତ୍ରତା ଉପରେ ଗୁରୁତ୍ଵ ଦେବା ସହ ଅର୍ଥନୈତିକ ବିକାଶ ନିମନ୍ତେ ପ୍ରଯତ୍ନ କରେ ।
(ଖ) ଗଣତନ୍ତ୍ର ଓ ସମାଜବାଦର ମଧ୍ୟମ ପନ୍ଥା (Midway between Democracy and Socialism) : ବିକାଶର ଏହି ନମୁନା ଉଭୟ ଗଣତନ୍ତ୍ର ଓ ସମାଜବାଦର ଆଦର୍ଶ ମିଳନ କରାଇଛି ଏବଂ ଉଭୟଙ୍କ ସୁଗୁଣଗୁଡ଼ିକୁ ଉପଯୋଗ କରି ରାଜନୀତି ଓ ଅର୍ଥନୀତି ମଧ୍ୟରେ ଏକ ଭାରସାମ୍ୟ ରକ୍ଷା କରିପାରିଛି । ଫଳରେ ବିନା ଅସନ୍ତୋଷରେ ବିକାଶଧାରା ବାସ୍ତବ ତ୍ଵରିତ ହୋଇପାରିବ । କାରଣ ଏଠାରେ ସମାଜବାଦର ଉଗ୍ରରୂପ ନଥାଏ ।
(ଗ) ଉଭୟ ବ୍ୟକ୍ତି ଓ ସମାଜ ଉପରେ ଗୁରୁତ୍ଵ (Focus both on Individual and Society) : ଏହା ଉଭୟ ବ୍ୟକ୍ତି ଓ ସମାଜକୁ ଗୁରୁତ୍ଵ ଦିଏ । ସମାଜର ସମୂହ କଲ୍ୟାଣ ନିମନ୍ତେ ବ୍ୟକ୍ତିକୁ ବଳପୂର୍ବକ ତ୍ୟାଗ ସ୍ଵୀକାର କରିବାକୁ ବାଧ୍ୟ ଦାନ କରେ । ଏହି ନମୁନାର ଅନ୍ୟତମ ଉଦ୍ଭାବକ ତଥା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ଗଣତନ୍ତ୍ର ପ୍ରତି ପ୍ରଗାଢ଼ ଆସ୍ଥା ପ୍ରକଟ କରିଥିଲେ ଏବଂ ତତ୍କାଳିନ ସୋଭିଏତ୍ ଋଷିଆର ସମାଜବାଦୀ ବିକାଶଦ୍ଵାରା ପ୍ରଚଣ୍ଡ ଭାବେ ପ୍ରଭାବିତ ହୋଇଥିଲେ ।
(୩) ମିଶ୍ର ଅର୍ଥନୀତି ଢାଞ୍ଚା (Mixed Foconomy Model) :
ଏହି ନମୁନା ଉଭୟ ବଜାର ଅର୍ଥନୀତି ନମୁନା ଓ ସମାଜବାଦୀ ଅର୍ଥନୀତି ଢାଞ୍ଚାର ଏକ ମିଶ୍ରଣ ଯାହାର ଲକ୍ଷଣଗୁଡ଼ିକ ନିମ୍ନରେ ପ୍ରଦାନ କରାଗଲା ।
(କ) ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରର ଉପସ୍ଥିତି (Presence of both Public and Private Sectors) : ଏହି ନମୁନାରେ ଉଭୟ ସରକାରୀ କ୍ଷେତ୍ର ଓ ବେସରକାରୀ କ୍ଷେତ୍ର ମିଳିମିଶି ସାଧାରଣ ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରନ୍ତି । ସେମାନେ ମିଳିତ ଭାବେ ଅର୍ଥନୈତିକ ବିକାଶ ଓ ଜାତୀୟ ଅଭିବୃଦ୍ଧି କାମନା କରନ୍ତି । ବେସରକାରୀ କ୍ଷେତ୍ର ଲାଭଦାୟକ ଉଦ୍ୟୋଗ ପ୍ରତି ଅଧିକ ଆକୃଷ୍ଟ ହେଉଥିବାବେଳେ ମୌଳିକ ସେବା, ଲାଭ ନଥିବା କ୍ଷୁଦ୍ର, ଅନାକର୍ଷଣୀୟ ଆଦି କ୍ଷେତ୍ରମାନଙ୍କରେ ସରକାରୀ ଉଦ୍ୟୋଗ କାର୍ଯ୍ୟ କରିଥାଏ । ସାଧାରଣତଃ ସରକାରୀ କ୍ଷେତ୍ର ବିକାଶ ନିମନ୍ତେ ମୌଳିକ ଭିତ୍ତିଭୂମି ଯୋଗାଇ ଦେଇଥାଏ ।
(ଖ) ଅର୍ଥନୈତିକ ଯୋଜନା (Economic Planning) : ସ୍ଥିରୀକୃତ ଓ ପୂର୍ବନିର୍ଦ୍ଧାରିତ ଲକ୍ଷ୍ୟ ହାସଲ ନିମନ୍ତେ ସରକାର ଅର୍ଥନୈତିକ ଯୋଜନାକୁ ଏକ କୌଶଳ ରୂପେ ବ୍ୟବହାର କରିଥାଏ । ଭାରତ ଭଳି ବିକାଶଶୀଳ ଦେଶମାନଙ୍କରେ ସମୟବଦ୍ଧ (Time-bound) ଜାତୀୟ ଯୋଜନା ପ୍ରସ୍ତୁତ ହୁଏ ଯାହାର ପ୍ରସ୍ତୁତି ଓ ପରିଚାଳନା ନିମନ୍ତେ ଏକ ସ୍ବୀକୃତ ସଂସ୍ଥା ଥାଏ । ଭାରତରେ ଯୋଜନା ଆୟୋଗ (Planning Commission) ଦେଶର ପଞ୍ଚବାର୍ଷିକ ଯୋଜନାଗୁଡ଼ିକ (Five year plans) ର ସଫଳ ସ୍ରଷ୍ଟା ।
୨ । ନିରନ୍ତର ଉନ୍ନୟନ ଲକ୍ଷ୍ୟ (Sustainable Development Goals) ବୁଝାଇ ଲେଖ ।
Answer:
ଜାତିସଂଘଦ୍ବାରା ଅନୁମୋଦିତ ଆମର ବିଶ୍ବ ରୂପାନ୍ତରୀକରଣ ପାଇଁ ୨୦୩୦ କାର୍ଯ୍ୟସୂଚୀରେ ନିମ୍ନୋକ୍ତ ବିଷୟଗୁଡ଼ିକୁ ନିରନ୍ତର ଉନ୍ନୟନ ଲକ୍ଷ୍ୟ ହିସାବରେ ସ୍ଵୀକୃତି ଦିଆଯାଇଛି :
- ସର୍ବତ୍ର ସମସ୍ତ ପ୍ରକାର ଦାରିଦ୍ର୍ୟର ବିଲୋପ ସାଧନ ।
- କ୍ଷୁଧାକୁ ପ୍ରତିହତ କରିବା, ଖାଦ୍ୟ ସୁରକ୍ଷା ଓ ଉନ୍ନତ ପୁଷ୍ଟିସାର ଖାଦ୍ୟ ପ୍ରସ୍ତୁତି ପାଇଁ ନିରନ୍ତର କୃଷି ଯେଜାନା ଗ୍ରହଣ ।
- ପ୍ରତ୍ୟେକ ବୟସର ସମସ୍ତ ବ୍ୟକ୍ତିଙ୍କ ପାଇଁ ଏକ ସ୍ଵାସ୍ଥ୍ୟପ୍ରଦ ଓ ଉନ୍ନତ ଜୀବନ ପ୍ରଦାନକାରୀ ବ୍ୟବସ୍ଥା ଗ୍ରହଣ ।
- ପ୍ରତ୍ୟେକ ଆଧାରରେ ଗୁଣାତ୍ମକ ମାନଯୁକ୍ତ ଶିକ୍ଷା ବ୍ୟବସ୍ଥା ଓ ସମସ୍ତଙ୍କ ପାଇଁ ଜୀବନବ୍ୟାପୀ ଶିକ୍ଷାଲାଭର ସୁଯୋଗ ସୃଷ୍ଟି ।
- ଲିଙ୍ଗଗତ ସମାନତାର ଲକ୍ଷ୍ୟ ହାସଲ ଓ ସମସ୍ତ ମହିଳା ଓ ବାଳିକାଙ୍କ ସଶକ୍ତିକରଣ ।
- ସମସ୍ତଙ୍କ ପାଇଁ ନିରନ୍ତର ଜଳ ଓ ପରିମଳ ବ୍ୟବସ୍ଥା ଯୋଗାଣ ଓ ପରିଚାଳନା ।
- ସମସ୍ତଙ୍କ ପାଇଁ ସୁବିଧା ମୂଲ୍ୟରେ ନିର୍ଭରଯୋଗ୍ୟ ସୂତ୍ରରୁ ଶକ୍ତି ଯୋଗାଣ ।
- ସମସ୍ତଙ୍କ ପାଇଁ ଉନ୍ନତ ମାନର କାର୍ଯ୍ୟ, ଉତ୍ପାଦନଭିଭିକ ନିଯୁକ୍ତି ଓ ନିରନ୍ତର ଅର୍ଥନୈତିକ ବିକାଶ ।
- ଭିତ୍ତିଭୂମିର ବିକାଶ ଓ ନିରନ୍ତର ଶିଳ୍ପୀକରଣ ।
- ଦେଶ ଦେଶ ମଧ୍ୟରେ ଅସମାନତା ଦୂରୀକରଣ ।
- ମାନବର ଅବସ୍ଥାନସ୍ଥଳୀର ସୁରକ୍ଷା ।
- ଉତ୍ତମ ଉତ୍ପାଦନ ଓ ଉପଭୋଗ ଢାଞ୍ଚାର କାର୍ଯ୍ୟକାରିତା ।
- ପାଗ ପରିବର୍ତ୍ତନ (Climate Change) ର ପ୍ରତିରୋଧ ।
- ସାମୁଦ୍ରିକ ସମ୍ବଳର ସଂରକ୍ଷଣ ଓ ସଂଯମ ଉପଯୋଗ ।
- ଜଙ୍ଗଲ ହ୍ରାସ, ଭୂମି ଅବକ୍ଷୟ ଓ ଜୈବ ବିବିଧତା ହ୍ରାସଜନିତ ସମସ୍ୟାର ଉପଯୁକ୍ତ ମୁକାବିଲା ।
- ସମସ୍ତଙ୍କୁ ନ୍ୟାୟ ପ୍ରଦାନ ଓ ଦାୟିତ୍ଵଶୀଳ ତଥା ଦକ୍ଷ ଅନୁଷ୍ଠାନ ସମୂହର କାର୍ଯ୍ୟକାରିତା ।
- ବିଶ୍ଵ ସହଯୋଗିତା ଓ ସହଭାଗିତାରେ ନିରନ୍ତର ଉନ୍ନୟନ ଲକ୍ଷ୍ୟ ହାସଲ ।
୩ । ନିରନ୍ତର ବିକାଶ କହିଲେ କ’ଣ ବୁଝ ଓ ଏହାର ଅନ୍ତରାୟ ସୃଷ୍ଟିର କାରଣ ଓ ଲକ୍ଷ୍ୟ ହାସଲ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କର ।
Answer:
ଦେଶର ଆର୍ଥିକ ଉନ୍ନତିର ବିକାଶ ନିମନ୍ତେ ଯୋଜନାଗୁଡ଼ିକ ପ୍ରଣୟନ କରାଯାଇଥାଏ । ପରିବେଶସହ ଯୋଜନାଗୁଡ଼ିକ ଓତପ୍ରୋତ ଭାବରେ ଜଡି଼ତ କରିବା ନିମନ୍ତେ ପରିବେଶବିତ୍ମାନେ ବାରମ୍ବାର ସ୍ଵର ଉତ୍ତୋଳନ କରୁଛନ୍ତି । ସୁତରାଂ ବିକାଶମୂଳକ ଯୋଜନାଗୁଡ଼ିକୁ ପରିବେଶଦ୍ଵାରା ଗ୍ରହଣୀୟ ହେବା ନିମନ୍ତେ ପ୍ରଚେଷ୍ଟା କରାଯାଉଛି । ନିରନ୍ତର ବା ଅନୁମୋଦିତ ବିକାଶ (Sustainable Development)ର ଚିନ୍ତାଧାରା ବିଭିନ୍ନ ଉନ୍ନତ ଏବଂ ବିକାଶଶୀଳ ରାଷ୍ଟ୍ରମାନେ ବର୍ତ୍ତମାନ ସେମାନଙ୍କର ଯୋଜନା ପ୍ରଣୟନ ସମୟରେ ବିଚାର କରୁଛନ୍ତି ।
କୌଣସି ଶିଳ୍ପସଂସ୍ଥା ପ୍ରତିଷ୍ଠା କରାଯିବାଦ୍ଵାରା ପରିବେଶର କ୍ଷତିକୁ କିପରି ଭରଣା କରାଯାଇପାରିବ ଓ ପରିବେଶ ସନ୍ତୁଳନରେ ଯେପରି କୌଣସି ବାଧା ସୃଷ୍ଟି ନ ହେବ ସେଥୁପ୍ରତି ଦୃଷ୍ଟି ଦିଆଯାଉଛି । ନିରନ୍ତର ବିକାଶ ସାମଗ୍ରିକ ଉନ୍ନତି ଉପରେ ଗୁରୁତ୍ଵ ଦେଇଥାଏ । ବିଭିନ୍ନ ଉନ୍ନୟନମୂଳକ ଯୋଜନା କାର୍ଯ୍ୟକାରୀ କରାଯିବା ସମୟରେ ଏହି ପ୍ରକଳ୍ପର ପରିବେଶ, ଜଳବାୟୁ, ଜଙ୍ଗଲ ସମ୍ପଦ ଇତ୍ୟାଦି ଉପରେ କେଉଁ ପ୍ରକାର ପ୍ରଭାବ ପଡ଼ିବ ତାହା ବିଚାରକୁ ନିଆଯାଇଥାଏ ଏବଂ ବୈଜ୍ଞାନିକ ଉପାୟରେ ସେଗୁଡ଼ିକର ନିରାକରଣପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଥାଏ ।
ଐତିହାସିକ ଦୃଷ୍ଟିକୋଣରୁ ବିବେଚନା କଲେ ଜଣାଯାଏ ଯେ, ଏହି ଅନୁମୋଦିତ ବିକାଶ ବା Sustainable development ପରି ଶବ୍ଦର ସାଧାରଣ ବ୍ୟବହାର ଅତି ପ୍ରାଚୀନ ନୁହେଁ । ଏହା ୧୯୯୨ ମସିହା Earth Summit or United Nations Conference on Environment and Development ଏହାକୁ ବିଶ୍ଵର ସମୁଦାୟ ରାଷ୍ଟ୍ର ମାନି ବିଭିନ୍ନ କାର୍ଯ୍ୟ ସମାହିତ କରୁଅଛି ।
ସାଧାରଣତଃ ଅନେକ ପ୍ରତିବନ୍ଧକ ଦେଖାଦେଇଥାଏ । ସେହିସବୁ ପ୍ରତିବନ୍ଧକକୁ ନିମ୍ନରେ ଆଲୋଚନା କରାଗଲା ।
(୧) ଜନସଂଖ୍ୟା ବୃଦ୍ଧି – ସଭ୍ୟତାର ଆରମ୍ଭରୁ ଆମ୍ଭେମାନେ ପ୍ରକୃତିକୁ ନିଜ ସ୍ଵାର୍ଥପାଇଁ ବିନିଯୋଗ କରିଆସୁଅଛେ । କିନ୍ତୁ ଜନସଂଖ୍ୟା ଯେତେବେଳେ କ୍ରମାଗତ ଭାବରେ ବୃଦ୍ଧିପାଇଛି, ସେତେବେଳେ ସେମାନଙ୍କ ସ୍ଵାର୍ଥ ସାଧନପାଇଁ ପ୍ରାକୃତିକ ସମ୍ପଦର ବ୍ୟବହାର ମଧ୍ୟ କ୍ରମଶଃ ବୃଦ୍ଧିପାଇଛି । ଫଳରେ ପ୍ରାକୃତିକ ସମ୍ପଦର କ୍ରମଶଃ କ୍ଷୟ ସାଧନ ହେଉଛି । ମାତ୍ର ପ୍ରାକୃତିକ ସମ୍ପଦର ଅବକ୍ଷୟ ଏହାର ପଥରେ ଏକ ମୁଖ୍ୟ ପ୍ରତିବନ୍ଧକ ହୋଇ ଯେ ଠିଆ ହୋଇଛି ଏଥିରେ ସନ୍ଦେହ ଅବକାଶ ନାହିଁ ।
(୨) ଦ୍ରୁତ ସହରୀକରଣ ଶିଳ୍ପ ବିପ୍ଳବ ଫଳରେ ବିଶ୍ଵର ସର୍ବତ୍ର ସହର ଓ ନଗରଗୁଡ଼ିକ ଦ୍ରୁତ ବିକଶିତ ହେବାକୁ ଲାଗିଛି । ଫଳରେ ସାମାଜିକ, ଆର୍ଥନୀତିକ ଓ ପରିବେଶଗତ ବିଭିନ୍ନ ପରିବର୍ତ୍ତନ ଦେଖାଦେଇଛି । ଫଳରେ ଅତିରିକ୍ତ ଜନଗହଳି ଓ ବ୍ୟବହାର ଯୋଗୁଁ ବାୟୁ ପ୍ରଦୂଷଣ ସହିତ ଶବ୍ଦ ପ୍ରଦୂଷଣ ମଧ୍ୟ ବୃଦ୍ଧିପାଉଛି । ଯାହାଫଳରେ ଏହା ପରିବେଶ ଓ ଅନୁମୋଦିତ ବିକାଶ ପଥରେ ଅନ୍ତରାୟ ହୋଇ ଠିଆହୋଇଛି।
(୩) ଶିଳ୍ପର ଦ୍ରୁତ ବିକାଶ ଲୋକସଂଖ୍ୟା ବୃଦ୍ଧି ସାଙ୍ଗକୁ ଶିଳ୍ପବିପ୍ଲବମାନ ଦେଖାଦେଲା, ଫଳରେ ଶିଳ୍ପ କାରଖାନାରୁ ସୃଷ୍ଟି ହେଉଥିବା ବଳକା ପଦାର୍ଥ; ଯଥା – ତରଳ, କଠିନ ଓ ବାଷ୍ପୀୟ ପଦାର୍ଥଗୁଡ଼ିକ ବାୟୁ, ଜଳ ଓ ସ୍ଥଳଭାଗକୁ ପ୍ରଦୂଷିତ କରିବାରେ ଲାଗିଲା । ଯାହାଫଳରେ ଏହା ଅନୁମୋଦିତ ବିକାଶ କ୍ଷେତ୍ରରେ ଏକ ପ୍ରତିବନ୍ଧକ ଭାବରେ ଛିଡ଼ାହେଲା ।
(୪) ପୃଥିବୀର ଉଷ୍ଣତା (Global Warming) – ଜନସଂଖ୍ୟାର ଦ୍ରୁତ ବୃଦ୍ଧି ସାଙ୍ଗକୁ ଶିଳ୍ପବିପ୍ଳବଦ୍ଵାରା ବାୟୁମଣ୍ଡଳରେ ଏହା ଉପରକୁ ଉଠିଲାବେଳେ, ଅଙ୍ଗାରକାମ୍ଳର ଆବରଣଯୋଗୁଁ ତାହା ଆଉ ଉପରକୁ ଉଠିପାରେ ନାହିଁ । ପରିଶେଷରେ ପୃଥୁବୀର ଉଷ୍ଣତା ବୃଦ୍ଧି ଘଟିଥାଏ । ଏହା ମଧ୍ୟ ଅନୁମୋଦିତ ବିକାଶ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରେ ।
(୫) ପାରମାଣବିକ ପରୀକ୍ଷା ଏବଂ ଯୁଦ୍ଧ ସେମାନେ ବିଶେଷ ଭାବରେ ଅନୁମୋଦିତ ବିକାଶ କ୍ଷେତ୍ରରେ ଅନ୍ତରାୟ ହୋଇ ଠିଆ ହୋଇଛନ୍ତି । ଯାହାଦ୍ଵାରା ବାୟୁ, ଜଳ ଓ ସ୍ଥଳଭାଗ ବିଶେଷଭାବରେ ପ୍ରଭାବିତ ହେଉଛି ।
ନିରନ୍ତର ବା ଅନୁମୋଦିତ ବିକାଶକୁ ହାସଲ କରିହେବ କିପରି?
ବର୍ତ୍ତମାନ ଆମେ ସମସ୍ତେ ଜାଣିଛେ ଶିଳ୍ପ ବିକାଶକୁ କୌଣସି ପ୍ରକାରରେ ବନ୍ଦ କରିପାରିବା ନାହିଁ । କାରଣ ଏହାସବୁ ଆମ୍ଭର ଆର୍ଥନୀତିକ ବିକାଶ ପାଇଁ ଓ ସଭ୍ୟତାର ଉନ୍ନତି ପାଇଁ ବିଶେଷ ଭାବରେ ସହାୟକ ହୋଇଥାଏ । ଏଣୁକରି ଶିଳ୍ପ ବିକାଶକୁ ପ୍ରତିହତ ନକରି କେତୋଟି ସତର୍କତା ପନ୍ଥା ମାଧ୍ୟମରେ ପରିବେଶକୁ ପ୍ରଦୂଷଣମୁକ୍ତ କରାଯାଇ ପାରିବ । ଏଥିପାଇଁ ୧୯୯୨ ମସିହାରେ ଭୂ-ସମ୍ମିଳନୀ (Earth Summit) ରେ ଏହି ସମ୍ପର୍କରେ ଯେଉଁସବୁ ପଦକ୍ଷେପମାନ ନିଆଯାଇଛି ତନ୍ମଧ୍ୟରୁ କେତୋଟି ନିମ୍ନରେ ପ୍ରଦାନ କରାଗଲା ।
(1) ଅନୁମୋଦିତ ବିକାଶ ପଥରେ ମନୁଷ୍ୟହିଁ ହେଉଛି ମୁଖ୍ୟକେନ୍ଦ୍ର । ତେଣୁ ପ୍ରତ୍ୟେକ ମଣିଷର କର୍ତ୍ତବ୍ୟ ହେଉଛି ପରିବେଶକୁ ନିର୍ମଳ, ପ୍ରଦୂଷଣମୁକ୍ତ ରଖୁବା । ଯଦି ଏଥିପ୍ରତି ଉପଯୁକ୍ତ ଧ୍ୟାନ ଦେଇହେବ ତେବେ ଅନୁମୋଦିତ ବିକାଶ ସାଧନ ହୋଇପାରିବ । ଜନସଂଖ୍ୟା ନିୟନ୍ତ୍ରିତ ହେବା ଅତ୍ୟନ୍ତ ଜରୁରୀ ଅଟେ ।
(2) ପରିବେଶ ସୁରକ୍ଷା ଜାତୀୟ ବିକାଶଧାରା ସହିତ ଜଡ଼ିତ । ତେଣୁ ସମସ୍ତ ପ୍ରକାର ବିକାଶୋନ୍ମୁଖୀ କାର୍ଯ୍ୟ ପରିବେଶ ସୁରକ୍ଷା ସହିତ ସମାନ୍ତରାଳ ଭାବରେ ଗତି କରିବା ଉଚିତ ।
(3) ଦାରିଦ୍ର୍ୟତା ଆଜିର ସମାଜ ପାଇଁ ଏକ ବ୍ୟାଧୁ ସଦୃଶ । କାରଣ ଦାରିଦ୍ର୍ୟତାଦ୍ୱାରା ଅନୁମୋଦିତ ବିକାଶ ସାଧୁତ ହୋଇପାରିବ ନାହିଁ । ଏଣୁ ଦାରିଦ୍ର୍ୟତା ଦୂର କରି, ଆର୍ଥନୀତିକ ବିକାଶ ମଧ୍ଯରେ ପରିବେଶର ପ୍ରଦୂଷଣ ଦୂର କରି ଆମର ଲକ୍ଷ୍ୟ ସାଧୃତ ହୋଇପାରିବ ।
(4) ବିକଶିତ ଦେଶଗୁଡ଼ିକ କ୍ରମାଗତ ଭାବରେ ନିଜର ବିକାଶ ପାଇଁ ପ୍ରାକୃତିକ ସମ୍ପଦ ଉପରେ ପ୍ରଭାବ ବିସ୍ତାର କରି
(5) ସମସ୍ତ ଦେଶ ଉତ୍ପାଦନର ଅବୈଧାନିକ ଉପାୟକୁ ତ୍ୟାଗ କରି ଉଚିତ ଦ୍ରବ୍ୟ ବ୍ୟବହାର କରି ନିର୍ଦ୍ଧାରିତ ନିୟମକୁ ମାନି ଚଳିଲେ ପ୍ରଦୂଷଣ ହ୍ରାସ ସହିତ ଅନୁମୋଦିତ ବିକାଶ ସମ୍ଭବପର ହୋଇପାରିବ ।
(6) ପୃଥିବୀର ସମସ୍ତ ବିକାଶଶୀଳ ଦେଶର ଆନ୍ତରିକତା ଯୋଗୁଁ ମିଳିତ କାର୍ଯ୍ୟଧାରାଦ୍ଵାରା ପରିବେଶକୁ ପ୍ରଦୂଷଣମୁକ୍ତ କରିବା ସହିତ ଅନୁମୋଦିତ ବିକାଶ ଅକ୍ଳେଶରେ ହାସଲ କରିହେବ ।
(7) ନିରକ୍ଷରତା ଓ ଜନ ସଚେତନତା ମାଧ୍ୟମରେ ସମାଜର ବିକାଶସହ ପରିବେଶ ପ୍ରଦୂଷଣ ହ୍ରାସ ସହିତ ଅନୁମୋଦିତ
(8) ପ୍ରଦୂଷକଗୁଡ଼ିକର ଟ୍ରିଟମେଣ୍ଟ ଏବଂ ଘରୋଇ ବର୍ଜ୍ୟବସ୍ତୁଗୁଡ଼ିକର ପୁନଃଚକ୍ରୀକରଣ ।
(9) ନବୀକରଣ ଅଯୋଗ୍ୟ ସମ୍ବଳଗୁଡ଼ିକର ସର୍ବନିମ୍ନ ବ୍ୟବହାର କରିବା ଆବଶ୍ୟକ ।
(10) ଜଙ୍ଗଲ ଓ ବନ୍ୟଜନ୍ତୁ ସଂରକ୍ଷଣ ଓ ଜୈବ ବିବିଧତାର ସୁରକ୍ଷା ଓ ପରିଚାଳନା ହେବା ଦରକାର ।
(11) ଶକ୍ତିର ସଂରକ୍ଷଣ ଓ ଅପଚୟ ହ୍ରାସକରଣ ଆବଶ୍ୟକ ।
(12) ନବୀକରଣଯୋଗ୍ୟ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ହେବା ଉଚିତ ।
ଚିରନ୍ତନ ଧରିତ୍ରୀ, ସମାଜ ନିମନ୍ତେ ବ୍ୟକ୍ତିଗତ ଓ ଗୋଷ୍ଠୀ ସ୍ତରରେ ଉଦ୍ୟମ କରାଯିବା ଆବଶ୍ୟକ । ପରିବେଶ ସମ୍ପର୍କରେ ଶିକ୍ଷା ପ୍ରଦାନ ସହ ସଚେତନତା ସୃଷ୍ଟି କରାଯିବା ଆବଶ୍ୟକ ।