Odisha State Board CHSE Odisha Class 11 Logic Solutions Unit 4 ଆରୋହାନୁମାନର ଆକାରଗତ ଭିଭି, ଆରୋହାନୁମାନର ବସ୍ତୁଗତ ଭିଭି ଓ ପ୍ରକଳ୍ପ Objective Questions.
CHSE Odisha Class 11 Logic Unit 4 Objective Questions in Odia Medium
ବସ୍ତୁନିଷ୍ଠ ଓ ଅତି ସଂକ୍ଷିପ୍ତ ପ୍ରଶ୍ନୋତ୍ତର
A. ବିକଳ୍ପ ଉତ୍ତର ଭିତ୍ତିକ ପ୍ରଶ୍ନୋତ୍ତର
୧. କେଉଁ ତର୍କ ଶାସ୍ତ୍ରବିଦ୍ଙ୍କ ମତରେ, ‘‘ଏକରୂପତାଦ୍ୱାରା ପରିମାର୍ଜିତ କାର୍ଯ୍ୟକାରଣ ସମ୍ବନ୍ଧ ହେଉଛି ଆରୋହାନୁମାନର ଆକାରଗତ ଭିଭି’’ ?
(କ) ମିଲ୍
(ଖ) କାର୍ପେଥ ରୀଡ୍
(ଗ) ପ୍ରଫେସର ଅମ୍ବିକାଚରଣ ମିତ୍ର
(ଘ) ପ୍ଲାଟୋ
Answer:
(ଗ) ପ୍ରଫେସର ଅମ୍ବିକାଚରଣ ମିତ୍ର
୨. କାର୍ଯ୍ୟର ଯେକୌଣସି ଗୋଟିଏ ପୂର୍ବବର୍ତ୍ତୀ ଘଟଣାକୁ ତାହାର କାରଣ ବୋଲି ଗ୍ରହଣ କଲେ ଯେଉଁ ଦୋଷ ଜାତ ହୁଏ ତାହାକୁ କେଉଁ ତର୍କଦୋଷ କୁହାଯାଏ ?
(କ) କାକତାଳୀୟ ଦୋଷ
(ଖ) ଆସ୍ତଦ୍ବାହୀ ତର୍କଦୋଷ
(ଗ) ମୁଦ୍ଗର ପ୍ରଦର୍ଶନ ତର୍କଦୋଷ
(ଘ) ଅସିଦ୍ଧ ହେତୁଦୋଷ
Answer:
(କ) କାକତାଳୀୟ ଦୋଷ
୩. କେଉଁ ତର୍କଶାସ୍ତ୍ରବିଦ୍ଙ୍କ ମତରେ, ‘‘ଯେଉଁ ପରିସ୍ଥିତିର ଉପସ୍ଥିତି କାର୍ଯ୍ୟ ସଂଘଟନ ନିମିତ୍ତ ସମୁଚିତ ଏବଂ ଯାହାର ଅନୁପସ୍ଥିତିଦ୍ଵାରା କାର୍ଯ୍ୟ ସଂଘଟନ ବାଧାପ୍ରାପ୍ତ ହୁଏ, ତାହା ହିଁ କାରଣ’’ ?
(କ) ମିଲ୍
(ଖ) ବେନ୍
(ଗ) ଆରିଷ୍ଟୋଟଲ୍
(ଘ) କାର୍ପେଥ ରୀଡ୍
Answer:
(ଖ) ବେନ୍
୪. କେଉଁ ତର୍କଶାସ୍ତ୍ରବିଦ୍ଙ୍କ ମତରେ, ‘‘ପରିମାଣ ଦୃଷ୍ଟିରୁ ‘‘କାରଣ କାର୍ଯ୍ୟର ସମତୁଲ୍ୟ’’ ?
(କ) ମିଲ୍
(ଖ) ବେନ୍
(ଗ) ଆରିଷ୍ଟୋଟଲ୍
(ଘ) କାର୍ପେଥ ରୀଡ୍
Answer:
(ଘ) କାର୍ପେଥ ରୀଡ୍
୫. କେଉଁ ତର୍କଶାସ୍ତ୍ରବିଦ୍ଙ୍କ ମତରେ, ‘‘ଉପକାରଣ ହେଉଛି କାରଣର ଯେକୌଣସି ଆବଶ୍ୟକ ଉପାଦାନ’’ ?
(କ) ମିଲ୍
(ଖ) ବେନ୍
(ଗ) ଡ. ଜନ୍ସନ୍
(ଘ) କାର୍ପେଥ ରୀଡ୍
Answer:
(ଘ) କାର୍ପେଥ ରୀଡ
୬. ଯେଉଁ ଉପକାରଣ କାର୍ଯ୍ୟଟିକୁ ବ୍ୟର୍ଥ କରାଇଦିଏ ନାହିଁ ଅର୍ଥାତ୍ କାର୍ଯ୍ୟ ବ୍ୟର୍ଥ ହୋଇ ନଥିଲେ ଯାହା ଅନ୍ତର ହୁଏ ନାହିଁ ତାହାକୁ କେଉଁ ଉପକାରଣ କୁହାଯାଏ ?
(କ) ସଦର୍ଥକ
(ଖ) ନଞ୍ଜର୍ଥକ
(ଗ) ଆବଶ୍ୟକ
(ଘ) ପର୍ଯ୍ୟାପ୍ତ
Answer:
(କ) ସଦର୍ଥକ
୭. ଯେଉଁ ଉପକାରଣ କାର୍ଯ୍ୟଟିକୁ ବ୍ୟର୍ଥ କରିଦେବାରେ ସହାୟକ ହୁଏ ଅର୍ଥାତ୍ କାର୍ଯ୍ୟ ବ୍ୟର୍ଥ ହେଉ ନ ଥିଲେ ଯାହାର ଉପସ୍ଥିତି ଅନାବଶ୍ୟକ ତାହାକୁ କେଉଁ ଉପକାରଣ କୁହାଯାଏ ?
(କ) ସଦର୍ଥକ
(ଖ) ନଞ୍ଜର୍ଥକ
(ଗ) ଆବଶ୍ୟକ
(ଘ) ପର୍ଯ୍ୟାପ୍ତ
Answer:
(ଖ) ନଞ୍ଜର୍ଥକ
୮. କିଏ ବୈଜ୍ଞାନିକ ଦୃଷ୍ଟିକୋଣରୁ କାରଣ ହେଉଛି କାର୍ଯ୍ୟର ଅବ୍ୟଭିଚାରୀ, ନିରପେକ୍ଷ ଏବଂ ସନ୍ନିକଟ ପୂର୍ବବର୍ତୀ ଘଟଣା ବୋଲି କହିଛନ୍ତି ?
(କ) ମିଲ୍
(ଖ) ବେନ୍
(ଗ) କାର୍ପେଥ ରୀଡ୍
(ଘ) ଡ. ଜନ୍ସନ୍
Answer:
(ଗ) କାର୍ପେଥ ରୀଡ୍
୯. କେଉଁ ଦୃଷ୍ଟିରୁ ବିଚାର କଲେ ଜଣାଯାଏ କାର୍ଯ୍ୟ ଓ କାରଣ ସମତୁଲ୍ୟ ଅଟନ୍ତି ?
(କ) ଗୁଣ ଦୃଷ୍ଟିରୁ
(ଖ) ପରିମାଣ ଦୃଷ୍ଟିରୁ
(ଗ) ଗୁଣ ଓ ପରିମାଣ ଦୃଷ୍ଟିରୁ
(ଘ) ଉପରୋକ୍ତ ମଧ୍ୟରୁ କୌଣସିଟି ଠିକ୍ ନୁହେଁ
Answer:
(ଖ) ପରିମାଣ ଦୃଷ୍ଟିରୁ
୧୦. କେଉଁ ତର୍କଶାସ୍ତ୍ରବିଦ୍ଙ୍କ ମତରେ, ‘‘କାରଣ ହେଉଛି ଉପାଦାନମାନଙ୍କର ସାମଗ୍ରିକ ପରିପ୍ରକାଶ ?”
(କ) ମିଲ୍
(ଖ) ବେନ୍
(ଗ) କାର୍ପେଥ ରୀଡ୍
(ଘ) ଡ. ଜନ୍ସନ୍
Answer:
(ଖ) ବେନ୍
୧୧. ସମଜାତୀୟ କାରଣମାନଙ୍କର ସଂଘାତଦ୍ୱାରା ଯେଉଁ ସମୁଦାୟ କାର୍ଯ୍ୟଟି ସୃଷ୍ଟିହୁଏ ସେହି କାର୍ଯ୍ୟକୁ କେଉଁ କାର୍ଯ୍ୟ-ସମ୍ମିଶ୍ରଣ କୁହାଯାଏ ?
(କ) ସଜାତୀୟ କାର୍ଯ୍ୟ-ସମ୍ମିଶ୍ରଣ
(ଖ) ବିଜାତୀୟ କାର୍ଯ୍ୟ-ସମ୍ମିଶ୍ରଣ
(ଗ) ସଜାତୀୟ ଓ ବିଜାତୀୟ କାର୍ଯ୍ୟ-ସମ୍ମିଶ୍ରଣ
(ଘ) ଉପରୋକ୍ତ ସବୁଗୁଡ଼ିକ ଠିକ୍ ଅଟେ
Answer:
(କ) ସଜାତୀୟ କାର୍ଯ୍ୟ-ସମ୍ମିଶ୍ରଣ
୧୨. ଯେଉଁଠି ବିଭିନ୍ନ ପ୍ରକାରର କାରଣରୁ ସୃଷ୍ଟି ହେଉଥିବା କାର୍ଯ୍ୟମାନଙ୍କର ସମ୍ମିଶ୍ରଣରେ ଗୋଟାଏ ସମୁଦାୟ ସୃଷ୍ଟି ହୁଏ ସେହି ସମୁଦାୟ କାର୍ଯ୍ୟକୁ କେଉଁ କାର୍ଯ୍ୟ-ସମ୍ମିଶ୍ରଣ କୁହାଯାଏ ?
(କ) ସଜାତୀୟ କାର୍ଯ୍ୟ-ସମ୍ମିଶ୍ରଣ
(ଖ) ବିଜାତୀୟ କାର୍ଯ୍ୟ-ସମ୍ମିଶ୍ରଣ
(ଗ) ସଜାତୀୟ ଓ ବିଜାତୀୟ କାର୍ଯ୍ୟ-ସମ୍ମିଶ୍ରଣ
(ଘ) ଉପରୋକ୍ତ ସବୁଗୁଡ଼ିକ ଠିକ୍ ଅଟେ
Answer:
(ଖ) ବିଜାତୀୟ କାର୍ଯ୍ୟ-ସମ୍ମିଶ୍ରଣ
୧୩. କୌଣସି ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟରଖ୍ ପ୍ରାକୃତିକ ଘଟଣାବଳୀ ସମ୍ପର୍କରେ ବିଶେଷଭାବେ ଅବହିତ ହେବାକୁ କ’ଣ କୁହାଯାଇଥାଏ ?
(କ) ପରୀକ୍ଷଣ
(ଖ) ପର୍ଯ୍ୟବେକ୍ଷଣ
(ଗ) ପ୍ରକଳ୍ପ
(ଘ) କାର୍ଯ୍ୟକାରଣ ନିୟମ
Answer:
(ଖ) ପର୍ଯ୍ୟବେକ୍ଷଣ
୧୪. ମିଲ୍ସଙ୍କ ମତରେ, କୌଣସି ପର୍ଯ୍ୟବେକ୍ଷଣୀୟ ଘଟଣା ବା ବୈଶିଷ୍ଟ୍ୟ ଉପେକ୍ଷିତ ହୋଇଥିଲେ କେଉଁ ଦୋଷ ଜାତ
ହୋଇଥାଏ ?
(କ) ଅନବେକ୍ଷଣ
(ଖ) ଭ୍ରମ ପ୍ରତ୍ୟକ୍ଷ
(ଗ) ଆପ୍ତଦ୍ଵାହୀ
(ଘ) ଏଥୁମଧ୍ୟରୁ କୌଣସିଟି ନୁହେଁ
Answer:
(କ) ଅନବେକ୍ଷଣ
୧୫. ମିଲ୍କଙ୍କ ମତରେ, କୌଣସି ପର୍ଯ୍ୟବେକ୍ଷଣୀୟ ବିଷୟ କେବଳ ଉପେକ୍ଷିତ ନ ହୋଇ ଅବେକ୍ଷିତ ହେଲେ କ’ଣ ଦୋଷ ଜାତ ହୋଇଥାଏ ?
(କ) ଅନବେକ୍ଷଣ ଦୋଷ
(ଖ) କାକତାଳୀୟ ଦୋଷ
(ଗ) ଆସ୍ତଦ୍ବାହୀ ତର୍କ ଦୋଷ
(ଘ) ଦୂରବେକ୍ଷଣ ବା ଭ୍ରମପ୍ରତ୍ୟକ୍ଷ ଦୋଷ
Answer:
(ଘ) ଦୂରବେକ୍ଷଣ ବା ଭ୍ରମପ୍ରତ୍ୟକ୍ଷ ଦୋଷ
୧୬. କୌଣସି ଏକ କୃତ୍ରିମ ପ୍ରକ୍ରିୟା ଯାହା ବିଜ୍ଞାନାଗାର ବା ପରୀକ୍ଷାଗାରରେ ସଂଘଟିତ ହୋଇଥାଏ ତାହାକୁ କ’ଣ କୁହାଯାଏ ?
(କ) ପର୍ଯ୍ୟବେକ୍ଷଣ
(ଖ) ଅନବେକ୍ଷଣ ଦୋଷ
(ଗ) ପରୀକ୍ଷଣ
(ଘ) ଏଥ୍ ମଧ୍ୟରୁ ସମସ୍ତ ଠିକ୍ ଅଟେ
Answer:
(ଗ) ପରୀକ୍ଷଣ
୧୭. କେଉଁ ତର୍କଶାସ୍ତ୍ରବିଦ୍ ‘‘ପ୍ରକଳ୍ପ ରଚନା ବ୍ୟାଖ୍ୟା ପ୍ରଦାନ ଉଦ୍ଦେଶ୍ୟରେ ଏକ ପ୍ରୟାସ ମାତ୍ର । ବୈଜ୍ଞାନିକ ରୀତିରେ କୌଣସି ଘଟଣା ଅଥବା ବ୍ୟାପାରର ବ୍ୟାଖ୍ୟା ଉଦ୍ଦେଶ୍ୟରେ ଏହା ଏକ ଆପାତ ପ୍ରସ୍ତାବ’’ ବୋଲି କହିଥିଲେ ?
(କ) ମିଲ୍
(ଖ) କାର୍ପେଥ ରୀଡ୍
(ଗ) କଫେ
(ଘ) ବେନ୍
Answer:
(ଗ ) କଫେ
୧୮. ‘‘ମୁଁ ପ୍ରକଳ୍ପ ରଚନା କରେ ନାହିଁ” – ଏହି ଉକ୍ତିଟି କିଏ କହିଥିଲେ ?
(କ) ମିଲ୍
(ଖ) ବେନ୍
(ଗ) ନିଉଟନ୍
(ଘ) କାର୍ପେଥ ରୀଡ୍
Answer:
(ଗ) ନିଉଟନ୍
୧୯. ଯଦି ଗୋଟିଏ ଦୃଷ୍ଟାନ୍ତକୁ ପ୍ରତିଦ୍ବନ୍ଦୀ ପ୍ରକଳ୍ପମାନଙ୍କ ମଧ୍ୟରୁ ଗୋଟିଏ ପ୍ରକଳ୍ପଦ୍ବାରା ବ୍ୟାଖ୍ୟା କରାଯାଇପାରିବ, ମାତ୍ର ଅନ୍ୟମାନଙ୍କଦ୍ୱାରା ବ୍ୟାଖ୍ୟା କରାଯାଇପାରୁ ନାହିଁ, ତେବେ ସେହି ଦୃଷ୍ଟାନ୍ତକୁ କ’ଣ ବୋଲି ଅଭିହିତ କରାଯାଏ ?
(କ) ବିଶେଷ ଦୃଷ୍ଟାନ୍ତ
(ଖ) ସାମାନ୍ୟ ଦୃଷ୍ଟାନ୍ତ
(ଗ) ନିର୍ଣ୍ଣାୟକ ଦୃଷ୍ଟାନ୍ତ
(ଘ) ନିର୍ଣ୍ଣାୟକ ପରୀକ୍ଷଣ
Answer:
(ଗ) ନିର୍ଣ୍ଣାୟକ ଦୃଷ୍ଟାନ୍ତ
୨୦. ଯେଉଁ ନିର୍ଣ୍ଣାୟକ ଦୃଷ୍ଟାନ୍ତ ପରୀକ୍ଷଣଦ୍ଵାରା ସଂଗୃହୀତ ହୁଏ ତାହାକୁ କେଉଁ ପରୀକ୍ଷଣ କୁହାଯାଇଥାଏ ?
(କ) ପ୍ରାକୃତିକ ପରୀକ୍ଷଣ
(ଖ) ନିର୍ଣ୍ଣାୟକ ପରୀକ୍ଷଣ
(ଗ) ନିର୍ଣ୍ଣାୟକ ଦୃଷ୍ଟାନ୍ତ
(ଘ) ଏଥୁମଧ୍ୟରୁ କୌଣସିଟି ନୁହେଁ
Answer:
(ଖ) ନିର୍ଣ୍ଣାୟକ ପରୀକ୍ଷଣ
୨୧. କିଏ ଘଟଣା ପ୍ରବାହର ନିୟନ୍ତ୍ରିତ ପ୍ରତ୍ୟକ୍ଷ ?
(କ) ପର୍ଯ୍ୟବେକ୍ଷଣ
(ଖ) ପରୀକ୍ଷଣ
(ଗ) ପ୍ରାକୃତିକ ପରୀକ୍ଷଣ
(ଘ) କୌଣସିଟି ନୁହେଁ
Answer:
(କ) ପର୍ଯ୍ୟବେକ୍ଷଣ
୨୨. କେଉଁ ତର୍କଶାସ୍ତ୍ରବିଦ୍ଙ୍କ ମତରେ, କୌଣସି ପର୍ଯ୍ୟବେକ୍ଷଣୀୟ ଘଟଣା ବା ବୈଶିଷ୍ଟ୍ୟ ଉପେକ୍ଷିତ ହୋଇଥିଲେ ଅନବେକ୍ଷଣ ଦୋଷ ଜାତ ହୁଏ ।
(କ) ଜେଭନ୍ସ
(ଖ) ମିଲ୍
(ଗ) ଆରିଷ୍ଟୋଟଲ୍
(ଘ) ସକ୍ରେଟିସ୍
Answer:
(ଖ) ମିଲ୍
୨୩. କେଉଁ ତର୍କ ଶାସ୍ତ୍ରବିଦ୍ଙ୍କ ମତରେ, ‘‘ସାଧାରଣତଃ ଲୋକେ ଲକ୍ଷ୍ୟଭେଦ କରିପାରିଲେ ହିଁ ଲକ୍ଷ୍ୟ କରନ୍ତି, ଲକ୍ଷ୍ୟଭ୍ରଷ୍ଟ ଦୃଷ୍ଟାନ୍ତଗୁଡ଼ିକୁ ଲକ୍ଷ୍ୟ କରିବା ନିମିତ୍ତ କାହାରି ଆଗ୍ରହ ନ ଥାଏ” ?
(କ) ମିଲ୍
(ଖ) ଜେଭନ୍ସ
(ଗ) ବେକ୍ନ
(ଘ) ଆରିଷ୍ଟୋଟଲ୍
Answer:
(ଗ) ବେକ୍ନ
୨୪. କେଉଁ ତର୍କଶାସ୍ତ୍ରବିଦ୍ଙ୍କ ମତରେ, କୌଣସି ପର୍ଯ୍ୟବେକ୍ଷଣୀୟ ବିଷୟ କେବଳ ଉପେକ୍ଷିତ ନ ହୋଇ ଅବେକ୍ଷିତ ହେଲେ ସୁଦ୍ଧା ଭ୍ରମ ପ୍ରତ୍ୟକ୍ଷର କାରଣ ହେଲେ ଅର୍ଥାତ୍, ତାହା ଯଥାର୍ଥରେ ଯାହା ତାହାକୁ ତଦନୁରୂପ ଭାବେ ଗ୍ରହଣ ନ କରି ଅନ୍ୟ କିଛି ବୋଲି ଗ୍ରହଣ କଲେ ଦୂରବେକ୍ଷଣ ଦୋଷ ଜାତ ହୁଏ ?
(କ) ମିଲ୍
(ଖ) ବେକନ୍
(ଗ) ଜେଭନ୍ସ
(ଘ) ଆରିଷ୍ଟୋଟଲ୍
Answer:
(କ) ମିଲ୍
୨୫. କିଏ ପରୀକ୍ଷଣକୁ ପ୍ରାକୃତିକ ପରୀକ୍ଷଣର ଆଖ୍ୟା ଦେଇଛନ୍ତି ?
(କ) ମିଲ୍
(ଖ) ବେକନ୍
(ଗ) ଜେଭନ୍ସ
(ଘ) ଆରିଷ୍ଟୋଟଲ୍
Answer:
(ଗ) ଜେଭନ୍ସ
୨୬. କେଉଁ ତର୍କଶାସ୍ତ୍ରବିଦ୍ କର୍ତ୍ତା ବିଷୟକ, ସଂସ୍ଥିତି ବିଷୟକ ଓ ନିୟମ ବିଷୟକ ପ୍ରକଳ୍ପ କଥା ଉଲ୍ଲେଖ କରିଛନ୍ତି ?
(କ) ମିଲ୍
(ଖ) ଆରିଷ୍ଟୋଟଲ୍
(ଗ) କାର୍ପେଥ ରୀଡ୍
(ଘ) କଫେ
Answer:
(ଗ) କାର୍ପେଥ ରୀଡ୍
୨୭. କେଉଁ ତର୍କଶାସ୍ତ୍ରବିଦ୍ କେବଳ ମାତ୍ର କାରଣ ସଂକ୍ରାନ୍ତ ଓ ନିୟମ ସଂକ୍ରାନ୍ତ ପ୍ରକଳ୍ପ କଥା ଉଲ୍ଲେଖ କରିଛନ୍ତି ?
(କ) ମିଲ୍
(ଖ) ୱେଲ୍ଟନ୍
(ଗ) ଜେଭନ୍ସ
(ଘ) କଫେ
Answer:
(ଖ) ୱେଲ୍ଟନ୍
୨୮. କେଉଁ ତର୍କଶାସ୍ତ୍ରବିଦ୍ ବ୍ୟାଖ୍ୟାତ୍ମକ ପ୍ରକଳ୍ପ, ବର୍ଣନାତ୍ମକ ପ୍ରକଳ୍ପ ଓ ସାଦୃଶ୍ୟାତ୍ମକ ପ୍ରକଳ୍ପ କଥା ଉଲ୍ଲେଖ କରିଛନ୍ତି ?
(କ) ମିଲ୍
(ଖ) ବେକନ୍
(ଗ) ଜେଭନ୍ସ
(ଘ) ଷ୍ଟେବିଙ୍ଗ୍
Answer:
(ଘ) ଷ୍ଟେବିଙ୍ଗ୍
୨୯. କେଉଁ ବୈଜ୍ଞାନିକଙ୍କ ଭାଷାରେ କେବଳ ବାସ୍ତବଧର୍ମୀ (Vera causa) ପ୍ରକଳ୍ପ ହିଁ ଘଟଣାର ବ୍ୟାଖ୍ୟା ପ୍ରଦାନ ନିମିତ୍ତ ସହାୟକ ହେବ ?
(କ) ଗାଲିଲିଓ
(ଖ) ଆର୍କିମେଡ଼ିସ୍
(ଗ) ନିଉଟନ୍
(ଘ) ଏମାନଙ୍କ ମଧ୍ୟରୁ କେହି ନୁହେଁ
Answer:
(ଗ) ନିଉଟନ୍
୩୦. କେଉଁ ତର୍କଶାସ୍ତ୍ରବିଦ୍ ପ୍ରାତିନିଧ୍ଵକ କଳ୍ପନା ବୋଲି ଆଖ୍ୟା ଦେଇଛନ୍ତି ?
(କ) ମିଲ୍
(ଖ) ବେନ୍
(ଗ) ଜେଭନ୍ସ
(ଘ) ଆରିଷ୍ଟୋଟଲ୍
Answer:
(ଖ) ବେନ୍
B. ଶୂନ୍ୟସ୍ଥାନ ପୂରଣ କର
୧. କାରଣ ___________ ର ସମଷ୍ଟି ।
Answer:
ସମସ୍ତ ଉପକାରଣ
୨. କାର୍ଯ୍ୟ-ସମ୍ମିଶ୍ରଣ ଦୁଇ ପ୍ରକାରର; ଯଥା ___________ ଏବଂ ___________ ।
Answer:
ସଜାତୀୟ କାର୍ଯ୍ୟ-ସମ୍ମିଶ୍ରଣ, ବିଜାତୀୟ କାର୍ଯ୍ୟ-ସମ୍ମିଶ୍ରଣ
୩. ପ୍ରକୃତିର ଏକରୂପତା ନିୟମ ଆରୋହାନୁମାନର ଗୋଟିଏ ___________ ଭିଭି ଅଟେ ।
Answer:
ଆକାରଗତ
୪. ___________ ଓ ___________ ନିୟମକୁ ଆରୋହାନୁମାନର ଆକାରଗତ ଭିଭି କୁହାଯାଏ ।
Answer:
କାର୍ଯ୍ୟକାରଣ, ପ୍ରକୃତିର ଏକରୂପତା
୫. କାର୍ଯ୍ୟ, କାରଣର ଅବ୍ୟଭିଚାରୀ, ଅସର୍ତ୍ତକ ଏବଂ ___________ ପୂର୍ବବର୍ତୀ ଘଟଣା ।
Answer:
ଅବ୍ୟବହିତ
୬. ___________ ନିୟମ ଅନୁଯାୟୀ ବିଶ୍ବର ବସ୍ତୁ ପରିମାଣ ଅବିନଶ୍ବର ।
Answer:
ବସ୍ତୁ ଅବିନାଶିତ୍
୮. ଯଦି ଗୋଟିଏ କାର୍ଯ୍ୟ ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ କାରଣଦ୍ବାରା ସୃଷ୍ଟି ହୁଏ ତାହାକୁ ___________ କୁହାଯାଏ ।
Answer:
ବହୁକାରଣତାବାଦ
୯. କାର୍ପେଥ୍ ରୀଡ଼ଙ୍କ ମତରେ କାରଣ ___________ ଓ ___________ ଉପକାରଣମାନଙ୍କର ଏକତ୍ର ସମାହାର ।
Answer:
ସଦର୍ଥକ, ନଞର୍ଥକ
୧୦. ଯେଉଁ ଉପକାରଣର ଅନୁପସ୍ଥିତି ବିନା କାର୍ଯ୍ୟ ଉତ୍ପନ୍ନ ହୋଇପାରେ ନାହିଁ, ତାହାକୁ ___________ କହନ୍ତି ।
Answer:
ନଞର୍ଥକ ଉପକାରଣ
୧୧. ଯେଉଁ ଉପକାରଣର ଉପସ୍ଥିତି ବିନା କାର୍ଯ୍ୟ ଉତ୍ପନ୍ନ ହୋଇପାରେ ନାହିଁ, ତାହାକୁ ___________ କହନ୍ତି ।
Answer:
ସଦର୍ଥକ ଉପକାରଣ
୧୨. କୌଣସି ବିଷୟରେ ପରସ୍ପର ବିବଦମାନ ଦୁଇଟି ମତ ଉପସ୍ଥାପିତ ହେଲେ ତାହାର ପରିଣତିକୁ ___________ କୁହାଯାଏ ।
Answer:
ବିରୋଧାଭାସ
୧୩. ମିଲ୍ଙ୍କର ବିରୋଧାଭାସଦ୍ବାରା ___________ ଦୋଷ ଜାତ ହେଉଅଛି ।
Answer:
ପ୍ରତିପାଦ୍ୟ ସ୍ବୀକାର ଦୋଷ
୧୪. ___________ ଓ ___________ କାର୍ଯ୍ୟକାରଣ ନିୟମକୁ ଏକପ୍ରକାରର ଏକରୂପତା ନିୟମ ବୋଲି ବିବେଚନା କରିଅଛନ୍ତି ।
Answer:
ମିଲ୍, ବେନ୍
୧୫. ଯେଉଁ ଅବସ୍ଥାମାନ ସାହାଯ୍ୟ ନକଲେ ଗୋଟିଏ କାର୍ଯ୍ୟ ସମ୍ଭବ ହୁଏନାହିଁ ତାହାକୁ ___________ ଉପକାରଣ କୁହାଯାଏ ।
Answer:
ଆବଶ୍ୟକ
୧୬. ଯେଉଁ ଉପକାରଣ ଘଟଣା ଘଟିବା ପାଇଁ ଅତ୍ୟନ୍ତ ଅପରିହାର୍ଯ୍ୟ ତାହାକୁ ___________ ଉପକାରଣ କୁହାଯାଏ ।
Answer:
ପର୍ଯ୍ୟାପ୍ତ
୧୭. କାରଣ କାର୍ଯ୍ୟର ଅବ୍ୟଭିଚାରୀ ___________ ଘଟଣା ଅଟେ ।
Answer:
ପୂର୍ବବର୍ତୀ
୧୮. କାରଣର ପରିମାଣାତ୍ମକ ଲକ୍ଷଣ ଦୃଷ୍ଟିରୁ କାରଣ ଓ କାର୍ଯ୍ୟ ପରସ୍ପର ___________ ଅଟନ୍ତି ।
Answer:
ସମତୁଲ୍ୟ
୧୯. ଆରିଷ୍ଟୋଟଲ୍ଙ୍କ ମତରେ, କାରଣ ___________ ପ୍ରକାରର ଅଟେ ।
Answer:
୪
୨୦. କୌଣସି ବୈଜ୍ଞାନିକ ଅନୁସନ୍ଧାନ ନ କରି ଲୋକ ବ୍ୟବହାରରେ ଯାହାକୁ କାରଣ ବୋଲି ଧରି ନିଆଯାଏ ତାହାକୁ ___________ କାରଣ ବୋଲି କୁହାଯାଏ ।
Answer:
ଲୋକାୟତିକ
୨୧. ସମପ୍ରକାରର କାର୍ଯ୍ୟ ସମ୍ମିଳିତ ହୋଇ ସମପ୍ରକାର କାର୍ଯ୍ୟ ଉତ୍ପନ୍ନ ହେଲେ, ତାହାକୁ ___________ କାର୍ଯ୍ୟ ସମ୍ମିଶ୍ରଣ କୁହାଯାଏ ।
Answer:
ସଜାତୀୟ
୨୨. କାର୍ଯ୍ୟ ସମ୍ମିଶ୍ରଣ ଅନ୍ତର୍ଗତ କାର୍ଯ୍ୟାବଳୀ ଏବଂ ସମ୍ମିଶ୍ରିତ କାର୍ଯ୍ୟ ଭିନ୍ନ ଭିନ୍ନ ପ୍ରକାରର ହେଲେ ତାହାକୁ ___________ କୁହାଯାଏ ।
Answer:
ବିଜାତୀୟ
୨୩. ଆରୋହାନୁମାନର ବସ୍ତୁଗତ ଭିତ୍ତିଭୂମି ___________ ଓ ___________ ଅଟେ ।
Answer:
ପର୍ଯ୍ୟବେକ୍ଷଣ, ପରୀକ୍ଷଣ
୨୪. ନିୟନ୍ତ୍ରିତ ପ୍ରତ୍ୟକ୍ଷକୁ ___________ କୁହାଯାଏ ।
Answer:
ପର୍ଯ୍ୟବେକ୍ଷଣ
୨୫. କୌଣସି ପର୍ଯ୍ୟବେକ୍ଷଣୀୟ ଘଟଣା ବା ବୈଶିଷ୍ଟ୍ୟକୁ ଯେତେବେଳେ ଉପେକ୍ଷିତ କରାଯାଏ ସେତେବେଳେ ___________ ଦୋଷ ଜାତ ହୁଏ ।
Answer:
ଅନବେକ୍ଷଣ
୨୬. କୌଣସି ପର୍ଯ୍ୟବେକ୍ଷଣୀୟ ବିଷୟ କେବଳ ଉପେକ୍ଷିତ ନ ହୋଇ ଅବେକ୍ଷିତ ହେଲେ ___________ ଦୋଷ ଜାତ ହୋଇଥାଏ ।
Answer:
ଦୂରବେକ୍ଷଣ ବା ଭ୍ରମପ୍ରତ୍ୟକ୍ଷ
୨୭. ପର୍ଯ୍ୟବେକ୍ଷଣ ଯଥାସମ୍ଭବ ___________ ଓ ___________ ହେବା ବିଧେୟ ।
Answer:
ସଠିକ୍, ଯଥାର୍ଥ
୨୮. ___________ ପ୍ରାକୃତିକ ପରିବେଶ ମଧ୍ୟରେ କରାଯାଏ ।
Answer:
ପର୍ଯ୍ୟବେକ୍ଷଣ
୨୯. ପରୀକ୍ଷଣରେ ସ୍ଵେଚ୍ଛାମତେ ପରିସ୍ଥିତିର ଅବାଧ ପରିବର୍ତ୍ତନ କରିବା ନିମିତ୍ତ ଯଥେଷ୍ଟ ବିଧ୍ଵ ଥାଏ । ମାତ୍ର ___________ ରେ ଏହା ସମ୍ଭବପର ନୁହଁ ।
Answer:
ସରକ ପର୍ଯ୍ୟବେକ୍ଷଣ
୩୦. ଷ୍ଟକ୍ଙ୍କ ମତରେ ପର୍ଯ୍ୟବେକ୍ଷଣ ହେଉଛି ___________ ଏବଂ ପରୀକ୍ଷଣ ହେଉଛି ___________ ।
Answer:
ନିଷ୍କ୍ରିୟ ଅନୁଭୂତି, ସକ୍ରିୟ ଅନୁଭୂତି
୩୧.___________ ର ସାହାଯ୍ୟ ବିନା ପର୍ଯ୍ୟବେକ୍ଷଣ କରାଯାଇପାରେ, କିନ୍ତୁ ___________ ର ସାହାଯ୍ୟ ବିନା ପରୀକ୍ଷଣ କରାଯାଇ ନ ପାରେ ।
Answer:
ପରୀକ୍ଷଣ, ପର୍ଯ୍ୟବେକ୍ଷଣ
୩୨. ପ୍ରକଳ୍ପ ଏକ ___________ ପ୍ରାକ୍ ଗ୍ରହ ।
Answer:
ଆପାତ
୩୪. ଗୋଟିଏ ପ୍ରକଳ୍ପ ___________ କିମ୍ବା ଅସଙ୍ଗତ ହେବା ଉଚିତ ନୁହେଁ ।
Answer:
ସ୍ବବିରୋଧୀ
୩୪. ଗୋଟିଏ ପ୍ରକଳ୍ପ ___________ ବିରୋଧୀ ହେବା ଉଚିତ ନୁହେଁ ।
Answer:
ପ୍ରତିଷ୍ଠିତ ସତ୍ୟର
୩୫. ଯେଉଁ ପ୍ରକଳ୍ପ ବିଶେଷ ଘଟଣାକୁ ବ୍ୟାଖ୍ୟା କରେ ତାହାକୁ ___________ ପ୍ରକଳ୍ପ କୁହାଯାଏ ।
Answer:
କର୍ତା ସଂକ୍ରାନ୍ତ
୩୬. ଆରୋହ ସିଦ୍ଧାନ୍ତର ___________ ହେଉଛି ପ୍ରକଳ୍ପର ପ୍ରମାଣ ପଦ୍ଧତିର ଏକ ଅଂଶ ।
Answer:
ସମନ୍ବୟ
୩୭. ___________ କହିଥିଲେ, ମୁଁ ଅହେତୁକ କଳ୍ପନା କରେନାହିଁ, କାରଣ ଯାହା ___________ ନୁହେଁ, ତାହାହିଁ ପ୍ରକଳ୍ପ ।
Answer:
ନିଉଟନ୍, ବାସ୍ତବ ଘଟଣାଲବ୍ଧ
୩୮. ପ୍ରକଳ୍ପର ସମର୍ଥନ ଦୁଇପ୍ରକାର ହୋଇପାରେ, ଯଥା ___________ ଓ ___________ ।
Answer:
ସାକ୍ଷାତ୍, ପରୋକ୍ଷ ସମର୍ଥନ
୩୯. କୌଣସି ଏକ ପ୍ରକଳ୍ପ ପ୍ରମାଣିତ ହେଲେ ତାହା ___________ ହୋଇଥାଏ ।
Answer:
ନିୟମ
୪୦. କୌଣସି ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟରଖ୍ ପ୍ରାକୃତିକ ଘଟଣାବଳୀ ସମ୍ପର୍କରେ ବିଶେଷଭାବେ ଅବହିତ ହେବାକୁ ___________ କୁହାଯାଏ ।
Answer:
ପର୍ଯ୍ୟବେକ୍ଷଣ
୪୧. ପ୍ରତ୍ୟକ୍ଷାନୁଭୂତି ଦୁଇ ପ୍ରକାରର ଯଥା ___________ ଓ ___________ ।
Answer:
ବାହ୍ୟପ୍ରତ୍ୟକ୍ଷ ଓ ଆନ୍ତଃ ପ୍ରତ୍ୟକ୍ଷ
୪୨. ଅନବେକ୍ଷଣ ଦୋଷ ___________ ଓ ___________ ଅଟେ ।
Answer:
ପାରିପାର୍ଶ୍ବକ ଅବସ୍ଥାମାନଙ୍କର ଅନବେକ୍ଷଣ ଦୋଷ, ଦୃଷ୍ଟାନ୍ତ ଅନବେକ୍ଷଣ ଦୋଷ
୪୩. ଭ୍ରମପ୍ରତ୍ୟକ୍ଷ ଦୋଷ ବା ଦୂରବେକ୍ଷଣ ଦୋଷ ___________ ଓ ___________ ଅଟେ ।
Answer:
ବ୍ୟକ୍ତିକୈନ୍ଦ୍ରିକ ଭ୍ରମପ୍ରତ୍ୟକ୍ଷ, ସାର୍ବଜନୀନ ଭ୍ରମପ୍ରତ୍ୟକ୍ଷ
୪୪. ପରୀକ୍ଷଣ ଏକ ___________ କ୍ରିୟା ।
Answer:
କୃତ୍ରିମ
୪୫.___________ ଙ୍କ ମତରେ, “ପର୍ଯ୍ୟବେକ୍ଷଣରେ ଘଟଣାଟି ଅଭିଜ୍ଞତାଦ୍ୱାରା ଉପଲବ୍ଧ ହୁଏ ମାତ୍ର ପରୀକ୍ଷଣରେ ଘଟଣାଟିକୁ ପ୍ରସ୍ତୁତ କରାଯାଏ ।’’
Answer:
ବେନ୍
୪୬. ___________ ଙ୍କ ମତରେ, “ପ୍ରକଳ୍ପ ରଚନା ବ୍ୟାଖ୍ୟା ପ୍ରଦାନ ଉଦ୍ଦେଶ୍ୟରେ ଏକ ପ୍ରୟାସ ମାତ୍ର ।’’
Answer:
କଫେ
୪୭. କାର୍ପେଥ୍ ରୀଡ୍ ___________ ପ୍ରକାରର ପ୍ରକଳ୍ପର ଅବତାରଣା କରିଅଛନ୍ତି ।
Answer:
୩
୪୮. ୱେଲ୍ଟନ୍ ___________ ପ୍ରକାରର ପ୍ରକଳ୍ପ କଥା ଉଲ୍ଲେଖ କରିଛନ୍ତି ।
Answer:
୨
୪୯. ___________ ଙ୍କ ଭାଷାରେ କେବଳ Vera causa ଅଥବା ବାସ୍ତବଧର୍ମୀ ପ୍ରକଳ୍ପ ହିଁ ଘଟଣାର ବ୍ୟାଖ୍ୟା ପ୍ରଦାନ ନିମିତ୍ତ ସହାୟକ ହେବ ।
Answer:
ନିଉଟନ୍
୫୦. ପ୍ରକଳ୍ପ ___________ ଧର୍ମୀ ହେବା ଆବଶ୍ୟକ ।
Answer:
ବାସ୍ତବ
୫୧. ଯଦି ଗୋଟିଏ ଦୃଷ୍ଟାନ୍ତକୁ ପ୍ରତିଦ୍ଵନ୍ଦୀ ପ୍ରକଳ୍ପମାନଙ୍କ ମଧ୍ୟରୁ ଗୋଟିଏ ପ୍ରକଚ୍ଛଦ୍ଵାରା ବ୍ୟାଖ୍ୟା କରାଯାଇପାରିବ, ମାତ୍ର ଅନ୍ୟମାନଙ୍କଦ୍ୱାରା ବ୍ୟାଖ୍ୟା କରାଯାଇ ପାରୁନାହିଁ ତେବେ ସେହି ଦୃଷ୍ଟାନ୍ତକୁ ___________ ବୋଲି କୁହାଯାଏ ।
Answer:
ନିର୍ଣ୍ଣାୟକ ଦୃଷ୍ଟାନ୍ତ
୫୨. ନିର୍ଣ୍ଣାୟକ ଦୃଷ୍ଟାନ୍ତ ପରୀକ୍ଷଣଦ୍ଵାରା ପ୍ରମାଣିତ ହେଲେ ତାହାକୁ ___________ କୁହାଯାଏ ।
Answer:
ନିର୍ଣ୍ଣାୟକ ପରୀକ୍ଷା
C. ଗୋଟିଏ ଶବ୍ଦରେ ଉତ୍ତର ଦିଅ ।
୧. ଯେଉଁ ଉପକାରଣ ଘଟଣା ଘଟିବାପାଇଁ ଅତ୍ୟନ୍ତ ଅପରିହାର୍ଯ୍ୟ ତାକୁ କ’ଣ କୁହାଯାଏ ?
Answer:
ପର୍ଯ୍ୟାପ୍ତ ଉପକାରଣ
୨. ଯେଉଁ ଉପକାରଣ କାର୍ଯ୍ୟଟିକୁ ବ୍ୟର୍ଥ କରାଇ ଦିଏ ନାହିଁ ଅର୍ଥାତ୍ କାର୍ଯ୍ୟ ବ୍ୟର୍ଥ ହୋଇ ନଥିଲେ ଯାହା ଅନ୍ତର ହୁଏ ନାହିଁ ତାକୁ କ’ଣ କୁହାଯାଏ ?
Answer:
ସଦର୍ଥକ ଉପକାରଣ
୩. ଯେଉଁ ଉପକାରଣ କାର୍ଯ୍ୟଟିକୁ ବ୍ୟର୍ଥ କରିଦେବାରେ ସହାୟକ ହୁଏ ଅର୍ଥାତ୍ କାର୍ଯ୍ୟ ବ୍ୟର୍ଥ ହେଉ ନଥିଲେ ଯାହାର ଉପସ୍ଥିତି ଅନାବଶ୍ୟକ ତାକୁ କ’ଣ କୁହାଯାଏ ?
Answer:
ନଞ୍ଜର୍ଥକ ଉପକାରଣ
୪. କୌଣସି ବୈଜ୍ଞାନିକ ଅନୁସନ୍ଧାନ ନ କରି ଲୋକ ବ୍ୟବହାରରେ ଯାହାକୁ କାରଣ ବୋଲି ଧରିନିଆଯାଏ ତାକୁ କ’ଣ କୁହାଯାଏ ?
Answer:
ଲୋକାୟତିକ କାରଣ
୬. ଯେତେବେଳେ ବିଭିନ୍ନ ସମୟରେ ବିଭିନ୍ନ କାରଣଦ୍ବାରା ଗୋଟିଏ କାର୍ଯ୍ୟ ସଂଘଟିତ ହୁଏ ତାକୁ କ’ଣ କୁହାଯାଏ ?
Answer:
ବହୁକାରଣତାବାଦ
୭. ଯେତେବେଳେ କେତେକ କାରଣ ମିଶି ଗୋଟିଏ କାର୍ଯ୍ୟ ସମ୍ପାଦିତ କରିଥାଆନ୍ତି ତାକୁ କ’ଣ କୁହାଯାଏ ?
Answer:
କାରଣ ସଂଘାତ
୮. କାରଣ ସଂଘାତ ଫଳରେ ଯେଉଁ ସମୁଦାୟ କାର୍ଯ୍ୟଟି ସମ୍ଭବ ହୁଏ ତାକୁ କ’ଣ କୁହାଯାଏ ?
Answer:
କାର୍ଯ୍ୟ ସମ୍ମିଶ୍ରଣ
୯. ସମଜାତୀୟ କାରଣମାନଙ୍କର ସଂଘାତଦ୍ୱାରା ଯେଉଁ ସମୁଦାୟ କାର୍ଯ୍ୟଟି ସୃଷ୍ଟି ହୁଏ ସେହି କାର୍ଯ୍ୟକୁ କ’ଣ କୁହାଯାଏ ?
Answer:
ସଜାତୀୟ କାର୍ଯ୍ୟ ସମ୍ମିଶ୍ରଣ
୧୦. ଯେଉଁଠି ବିଭିନ୍ନ ପ୍ରକାରର କାରଣରୁ ସୃଷ୍ଟି ହେଉଥିବା କାର୍ଯ୍ୟମାନଙ୍କର ସମ୍ମିଶ୍ରଣରେ ଗୋଟିଏ ସମୁଦାୟ କାର୍ଯ୍ୟ ସୃଷ୍ଟି ହୁଏ ସେହି ସମୁଦାୟ କାର୍ଯ୍ୟକୁ କ’ଣ କୁହାଯାଏ ?
Answer:
ଆବଶ୍ୟକ ଉପକାରଣ
୧୧. କେଉଁ ତର୍କଶାସ୍ତ୍ରବିଦ୍ଙ୍କ ଭାଷାରେ, “ପ୍ରକୃତିରେ ଏପରି ସମାନ୍ତରାଳ ଘଟଣାମାନ ପରିଲକ୍ଷିତ ହୁଏ ଯେ ଯାହା ଥରେ ଘଟିଥାଏ, ଯଥେଷ୍ଟ ସାମଞ୍ଜସ୍ୟ ଥିଲେ ସେହି ଘଟଣାର ପୁନରାବୃତ୍ତି ଘଟିଥାଏ’’ ।
Answer:
ମିଲ୍
୧୨. କେଉଁ ତର୍କଶାସ୍ତ୍ରବିଦ୍ଙ୍କ ମତରେ, ‘‘ପରିମାଣ ଦୃଷ୍ଟିରୁ କାର୍ଯ୍ୟ ଓ କାରଣ ସମତୁଲ୍ୟ ଅଟନ୍ତି’’ ?
Answer:
କାର୍ପେଥ ରୀଡ୍
୧୩. କେଉଁ ତର୍କଶାସ୍ତ୍ରବିଦ୍ ଚାରିପ୍ରକାର କାରଣ ଯଥା – ଉପାଦାନ କାରଣ, ଆକୃତିକ କାରଣ, ନିମିତ୍ତ କାରଣ ଓ ପରିଣାମ କାରଣ କଥା କହିଛନ୍ତି ?
Answer:
ଆରିଷ୍ଟୋଟଲ୍
୧୪. “ନବବଧୂର ଗୃହ ପ୍ରବେଶ ଶ୍ଵଶୁରଙ୍କ ମୃତ୍ୟୁର କାରଣ’’ ଏହା କେଉଁ କାରଣର ଅର୍ନ୍ତଭୁକ୍ତ ଅଟେ ?
Answer:
ଅତଃ ପରଂ ତସ୍ମାଦତଃ କାକତାଳୀୟ ଦୋଷ
୧୫. କୌଣସି ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟରଖ୍ ପ୍ରାକୃତିକ ଘଟଣାବଳୀ ସମ୍ପର୍କରେ ବିଶେଷଭାବେ ଅବହିତ ହେବାକୁ କ’ଣ କୁହାଯାଏ ?
Answer:
ପର୍ଯ୍ୟବେକ୍ଷଣ
୧୬. ଯାହା ଏକ କୃତ୍ରିମ ପ୍ରକ୍ରିୟା, ବିଜ୍ଞାନାଗାର ବା ପରୀକ୍ଷାଗାରରେ ସଂଘଟିତ ହୋଇଥାଏ ତାକୁ କ’ଣ କୁହାଯାଏ ?
Answer:
ପରୀକ୍ଷଣ
୧୭. ପର୍ଯ୍ୟବେକ୍ଷଣ ସମ୍ବନ୍ଧୀୟ କେତେକ ଅପରିହାର୍ଯ୍ୟ ଦୃଷ୍ଟାନ୍ତ ଅଥବା ବିଶେଷ ଲକ୍ଷଣକୁ ଉପେକ୍ଷା କଲେ ଯେଉଁ ଦୋଷ ଜାତ ହୁଏ ତାକୁ କ’ଣ କୁହାଯାଏ ?
Answer:
ଅନବେକ୍ଷଣ ଦୋଷ
୧୮. କୌଣସି ଘଟଣାକୁ ଭୁଲଭାବେ ପ୍ରତ୍ୟକ୍ଷ କରିବାକୁ କେଉଁ ଦୋଷ କୁହାଯାଏ ?
Answer:
ଭ୍ରମ ପ୍ରତ୍ୟକ୍ଷ ବା ଦୂରବେକ୍ଷଣ ଦୋଷ
୧୯. ବ୍ୟାଖ୍ୟାନର ପ୍ରାଥମିକ ପ୍ରକ୍ରିୟାକୁ କ’ଣ କୁହାଯାଏ ?
Answer:
ପ୍ରକଳ୍ପ
୨୦. ବିଜ୍ଞାନସମ୍ମତ ପ୍ରକଳ୍ପରୂପେ ପରିଗଣିତ ହେବା ନିମିତ୍ତ ଯେଉଁସବୁ ବିଧୂର ରକ୍ଷାକରି ପ୍ରକଳ୍ପ ଗଠିତ ହୁଏ ତାହାକୁ କ’ଣ କୁହାଯାଏ ?
Answer:
ବୈଧ ପ୍ରକଳ୍ପର ସର୍ତ୍ତାବଳୀ
୨୧. କାରଣ’ ହେଉଛି କାର୍ଯ୍ୟର ଅବ୍ୟଭିଚାରୀ, ଅବ୍ୟବହିତ ଏବଂ ନିରପେକ୍ଷ ପୂର୍ବଗ ଘଟଣା ଅଟେ । ଏହି ଦୃଷ୍ଟିରୁ ବ୍ୟଭିଚାରୀ ପୂର୍ବବର୍ତ୍ତୀ ଘଟଣାକୁ ବାଦ୍ ଦେବାକୁ କ’ଣ କୁହାଯାଏ ?
Answer:
ନିରସନ ନିୟମ
୨୨. ଯେକୌଣସି ଘଟଣାକୁ କ୍ରିୟାଶୀଳ କରାଇବାରେ କର୍ତ୍ତା ବିଶେଷ ଭୂମିକା ଗ୍ରହଣ କଲେ ତାକୁ କ’ଣ କୁହାଯାଏ ?
Answer:
କର୍ତ୍ତା ବିଷୟକ ପ୍ରକଳ୍ପ
୨୩. ଘଟଣାଟି ଘଟିବାପାଇଁ ଯେଉଁ ପରିସ୍ଥିତି ଦାୟୀ ତାକୁ କ’ଣ କୁହାଯାଏ ?
Answer:
ସଂସ୍ଥିତି ବିଷୟକ ପ୍ରକଳ୍ପ
୨୪. ଘଟଣାଟି କେଉଁ ଉପାୟରେ ଘଟିଲା ସେହି ସମ୍ପର୍କରେ ପ୍ରକଳ୍ପ ରଚନା କରିବାକୁ କ’ଣ କୁହାଯାଏ ?
Answer:
ନିୟମ ବିଷୟକ ପ୍ରକଳ୍ପ
D. ଭୁଲ୍ ଥିଲେ ଠିକ୍ କରି ଲେଖ
୧. ଆରିଷ୍ଟୋଟଲ୍ ଗୁଣ ଦୃଷ୍ଟିରୁ ବୈଜ୍ଞାନିକ କାରଣର ସଂଜ୍ଞା “କାର୍ଯ୍ୟର ସତ୍ତାନ୍ତର ନିରପେକ୍ଷ ଅବ୍ୟବହିତ ଅବ୍ୟଭିଚାରୀ ପୂର୍ବବର୍ତ୍ତୀ ଘଟଣା’’ ବୋଲି ଅଭିହିତ କରିଛନ୍ତି । (ଭୁଲ୍)
Answer:
କାର୍ପେଥ୍ ରୀଡ୍ ଗୁଣ ଦୃଷ୍ଟିରୁ ବୈଜ୍ଞାନିକ କାରଣର ସଂଜ୍ଞା ‘‘କାର୍ଯ୍ୟର ସର୍ରାନ୍ତର ନିରପେକ୍ଷ ଅବ୍ୟବହିତ ଅବ୍ୟଭିଚାରୀ ପୂର୍ବବର୍ତୀ ଘଟଣା’’ ବୋଲି ଅଭିହିତ କରିଛନ୍ତି । (ଠିକ୍)
୨. କାର୍ପେଥ୍ ରୀଡ୍ ଗୁଣ ଦୃଷ୍ଟିରୁ ‘କାରଣ କାର୍ଯ୍ୟର ସମତୁଲ୍ୟ’ ବୋଲି କହିଛନ୍ତି । (ଭୁଲ୍)
Answer:
କାର୍ପେଥ୍ ରୀଡ୍ ପରିମାଣ ଦୃଷ୍ଟିରୁ ‘କାରଣ କାର୍ଯ୍ୟ ସମତୁଲ୍ୟ’ ବୋଲି କହିଛନ୍ତି । (ଠିକ୍)
୩. କୌଣସି ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟରଖ୍ ପ୍ରାକୃତିକ ଘଟଣାବଳୀ ସମ୍ପର୍କରେ ବିଶେଷଭାବେ ଅବହିତ ହେବାକୁ ପରୀକ୍ଷଣ କୁହାଯାଏ । (ଭୁଲ୍)
Answer:
କୌଣସି ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟରଖ୍ ପ୍ରାକୃତିକ ଘଟଣାବଳୀ ସମ୍ପର୍କରେ ବିଶେଷଭାବେ ଅବହିତ ହେବାକୁ ପର୍ଯ୍ୟବେକ୍ଷଣ କୁହାଯାଏ । (ଠିକ୍)
୪. ପରୀକ୍ଷଣ ଏକ ନିୟନ୍ତ୍ରିତ ପ୍ରତ୍ୟକ୍ଷ ଅଟେ । (ଭୁଲ୍)
Answer:
ପର୍ଯ୍ୟବେକ୍ଷଣ ଏକ ନିୟନ୍ତ୍ରିତ ପ୍ରତ୍ୟକ୍ଷ ଅଟେ । (ଠିକ୍)
୫. ବେନ୍ଙ୍କ ମତରେ, “କୌଣସି ପର୍ଯ୍ୟବେକ୍ଷଣୀୟ ଘଟଣା ବା ବୈଶିଷ୍ଟ୍ୟ ଉପେକ୍ଷିତ ହୋଇଥିଲେ ଅନବେକ୍ଷଣ ଦୋଷ ଜାତ ହୁଏ ।’’ (ଭୁଲ୍)
Answer:
ମିଲ୍ଙ୍କ ମତରେ, “କୌଣସି ପର୍ଯ୍ୟବେକ୍ଷଣୀୟ ଘଟଣା ବା ବୈଶିଷ୍ଟ୍ୟ ଉପେକ୍ଷିତ ହୋଇଥିଲେ ଅନବେକ୍ଷଣ ଦୋଷ ଜାତ ହୁଏ ।’’ (ଠିକ୍)
୬. କୌଣସି ପର୍ଯ୍ୟବେକ୍ଷଣୀୟ ବିଷୟ ଉପେକ୍ଷିତ ନ ହୋଇ ଅବେକ୍ଷିତ ହେଲେ ଅନବେକ୍ଷଣ ଦୋଷ ଜାତ ହୁଏ । (ଭୁଲ୍)
Answer:
କୌଣସି ପର୍ଯ୍ୟବେକ୍ଷଣୀୟ ବିଷୟ ଉପେକ୍ଷିତ ନ ହୋଇ ଅବେକ୍ଷିତ ହେଲେ ଭ୍ରମପ୍ରତ୍ୟକ୍ଷ ଦୋଷ ଜାତ ହୋଇଥାଏ । (ଠିକ୍)
୭. ପର୍ଯ୍ୟବେକ୍ଷଣୀୟ ବସ୍ତୁ ବା ଘଟଣା ବିଷୟରେ ସମ୍ୟକ୍ ଜ୍ଞାନଲାଭ ନିମିତ୍ତ ପ୍ରାକ୍ ନିୟନ୍ତ୍ରିତ ପରିବେଶ ମଧ୍ୟରେ ପର୍ଯ୍ୟବେକ୍ଷଣକୁ ପରୀକ୍ଷଣ କୁହାଯାଏ । (ଠିକ୍)
Answer:
ପର୍ଯ୍ୟବେକ୍ଷଣୀୟ ବସ୍ତୁ ବା ଘଟଣା ବିଷୟରେ ସମ୍ୟକ୍ ଜ୍ଞାନଲାଭ ନିମିତ୍ତ ପ୍ରାକ୍ ନିୟନ୍ତ୍ରିତ ପରିବେଶ ମଧ୍ୟରେ ତାହାର ପର୍ଯ୍ୟବେକ୍ଷଣକୁ ପର୍ଯ୍ୟବେକ୍ଷଣ କୁହାଯାଏ । (ଭୁଲ୍)
୮. ପର୍ଯ୍ୟବେକ୍ଷଣ କୃତ୍ରିମ ଅଟେ, ମାତ୍ର ପରୀକ୍ଷଣ ପ୍ରାକୃତିକ ଅଟେ । (ଭୁଲ୍)
Answer:
ପର୍ଯ୍ୟବେକ୍ଷଣ ପ୍ରାକୃତିକ ଅଟେ, ମାତ୍ର ପରୀକ୍ଷଣ କୃତ୍ରିମ ଅଟେ । (ଠିକ୍)
୯. ପର୍ଯ୍ୟବେକ୍ଷଣ ହେଉଛି ଏକ ସକ୍ରିୟ ଅନୁଭୂତି, ମାତ୍ର ପରୀକ୍ଷଣ ହେଉଛି ନିଷ୍କ୍ରିୟ ଅନୁଭୂତି । (ଭୁଲ୍)
Answer:
ପର୍ଯ୍ୟବେକ୍ଷଣ ହେଉଛି ଏକ ନିଷ୍କ୍ରିୟ ଅନୁଭୂତି, ମାତ୍ର ପରୀକ୍ଷଣ ହେଉଛି ସକ୍ରିୟ ଅନୁଭୂତି । (ଠିକ୍)
୧୦. ମିଲ୍ଙ୍କ ମତରେ, “ବ୍ୟାଖ୍ୟାନର ପ୍ରାଥମିକ ପ୍ରୟାସର୍ହି ପ୍ରକଳ୍ପ ।’’ (ଭୁଲ୍)
Answer:
କଫେଙ୍କ ମତରେ, “ବ୍ୟାଖ୍ୟାନର ପ୍ରାଥମିକ ପ୍ରୟାସର୍ହି ପ୍ରକଳ୍ପ ।’’ (ଠିକ୍)
୧୧. ଗାଲିଲିଓଙ୍କ ଭାଷାରେ, “କେବଳ Vera causa ଅଥବା ବାସ୍ତବଧର୍ମୀ ପ୍ରକଳ୍ପ ହିଁ ଘଟଣାର ବ୍ୟାଖ୍ୟା ପ୍ରଦାନ ନିମିତ୍ତ ସହାୟକ ହେବ ।’’ (ଭୁଲ୍)
Answer:
ନିଉଟନ୍ଙ୍କ ଭାଷାରେ, “କେବଳ Vera causa ଅଥବା ବାସ୍ତବଧର୍ମୀ ପ୍ରକଳ୍ପର୍ହି ଘଟଣାର ବ୍ୟାଖ୍ୟା ପ୍ରଦାନ ନିମିତ୍ତ ସହାୟକ ହେବ ।’’ (ଠିକ୍)
୧୨. ଯେଉଁ ଦୃଷ୍ଟାନ୍ତଗୁଡ଼ିକ ପରୀକ୍ଷଣଦ୍ବାରା ଲବ୍ଧ ହୁଏ ତାହାକୁ ନିର୍ଣ୍ଣାୟକ ଦୃଷ୍ଟାନ୍ତ ବୋଲି କୁହାଯାଏ । (ଭୁଲ୍)
Answer:
ଯେଉଁ ଦୃଷ୍ଟାନ୍ତଗୁଡ଼ିକ ପର୍ଯ୍ୟବେକ୍ଷଣଦ୍ୱାରା ଲବ୍ଧ ହୁଏ ତାହାକୁ ନିର୍ଣ୍ଣାୟକ ଦୃଷ୍ଟାନ୍ତ ବୋଲି କୁହାଯାଏ । (ଠିକ୍)
୧୩. ନିର୍ଣ୍ଣାୟକ ଦୃଷ୍ଟାନ୍ତଗୁଡ଼ିକ ପର୍ଯ୍ୟବେକ୍ଷଣଦ୍ୱାରା ପ୍ରମାଣିତ ହେଲେ ତାହାକୁ ନିର୍ଣ୍ଣାୟକ ପରୀକ୍ଷା ବୋଲି କୁହାଯାଏ । (ଭୁଲ୍)
Answer:
ନିର୍ଣ୍ଣାୟକ ଦୃଷ୍ଟାନ୍ତଗୁଡ଼ିକ ପରୀକ୍ଷଣଦ୍ଵାରା ପ୍ରମାଣିତ ହେଲେ ତାହାକୁ ନିର୍ଣ୍ଣାୟକ ପରୀକ୍ଷା ବୋଲି କୁହାଯାଏ । (ଠିକ୍)
୧୪. ମୁଁ ପ୍ରକଳ୍ପ ରଚନା କରେନାହିଁ (Hypothesis non-fingo) ବୋଲି ବେକନ୍ କହିଥିଲେ । (ଭୁଲ୍)
Answer:
ମୁଁ ପ୍ରକଳ୍ପ ରଚନା କରେନାହିଁ (Hypothesis non-fingo) ବୋଲି ନିଉଟନ୍ କହିଥିଲେ । (ଠିକ୍)