Students can use Class 6 Math Solution Odia Medium and Class 6 Maths Chapter 2 Question Answer Odia Medium ରେଖା ଓ କୋଣ to check their answers after solving exercises.
6th Class Maths Chapter 2 Question Answer Odia Medium
Class 6 Maths Chapter 2 Odia Medium
2.1 ବିନ୍ଦୁ (Point), 2.2 ରେଖାଖଣ୍ଡ (Line Segment), 2.3 ସରଳରେଖା (Line), 2.4 ରଶ୍ମି (Ray)
ଆସ ବୁଝିବା: (Page No. 15-17)
Question 1.

ତମେ ରୀନା ଓ ଶୀତଳକୁ ଉତ୍ତର ପାଇବାପାଇଁ ସାହାଯ୍ୟ କରିପାରିବ କି?
Solution:
ସମତଳରେ ଗୋଟିଏ ବିନ୍ଦୁ ମଧ୍ୟଦେଇ ଅସଂଖ୍ୟ ସରଳରେଖା ଗତି କରିପାରିବ।
ଦୁଇଟି ବିନ୍ଦୁ ମଧ୍ୟଦେଇ କେବଳ ଗୋଟିଏ ସରଳରେଖା ଅଙ୍କନ କରାଯାଇପାରିବ।
Question 2.
ଦତ୍ତ ଚିତ୍ରରେ ଦିଆଯାଇଥିବା ରେଖାଖଣ୍ଡଗୁଡ଼ିକୁ ନାମିତ କର। ଚିହ୍ନିତ ହୋଇଥୁବା ପାଞ୍ଚୋଟି ବିନ୍ଦୁ ମଧ୍ୟରୁ କେଉଁ ବିନ୍ଦୁଗୁଡ଼ିକୁ ଗୋଟିଏ ରେଖାଖଣ୍ଡ ଉପରେ ଅବସ୍ଥିତ? କେଉଁ ବିନ୍ଦୁଗୁଡ଼ିକ ଦୁଇଟି ରେଖାଖଣ୍ଡ ଉପରେ ଅବସ୍ଥିତ?

Solution:
(i) ରେଖାଖଣ୍ଡଗୁଡ଼ିକ ହେଲା – LM, MP, PQ ଓ QR
(ii) L ଓ R ବିନ୍ଦୁଦ୍ଵୟ ଗୋଟିଏ ରେଖାଖଣ୍ଡ ଉପରେ ଅବସ୍ଥିତ।
(iii) M, P ଓ Q ବିନ୍ଦୁଗୁଡ଼ିକ ଦୁଇଟି ରେଖାଖଣ୍ଡ ଉପରେ ଅବସ୍ଥିତ।
![]()
Question 3.
ଦତ୍ତ ଚିତ୍ରରେ ରଶ୍ମିଦ୍ଵୟର ନାମକରଣ କରି। ଉଭୟ ରଶ୍ମିର ‘T’ ଆଦ୍ୟ ବିନ୍ଦୁ ଅଟେ କି?

Solution:
\(\overrightarrow{\mathrm{TA}}\) ଓ \(\overrightarrow{\mathrm{TB}}\) ରଶ୍ମି ହିଁ ଉଭୟ ରଶ୍ମି ଦ୍ଵୟ \(\overrightarrow{\mathrm{TA}}\) ଓ \(\overrightarrow{\mathrm{TB}}\) ର ଆରମ୍ଭ ବିନ୍ଦୁ T.
Question 4.
ପ୍ରତ୍ୟେକ ସ୍ଥଳରେ ରଫ୍ ଚିତ୍ର ଅଙ୍କନ କରି ଠିକ୍ ଭାବେ ବୁଝାଇବା ପାଇଁ ନାମକରଣ କର।
(a) \(\overleftrightarrow{\mathrm{OP}}\) ଓ \(\overleftrightarrow{\mathrm{OQ}}\), ‘O’ ବିନ୍ଦୁରେ ମିଳିତ ହୁଅନ୍ତି।
(b) \(\overleftrightarrow{\mathrm{XY}}\) ଓ \(\overleftrightarrow{\mathrm{PQ}}\), ପରସ୍ପରକୁ M ବିନ୍ଦୁରେ ଛେଦ କରନ୍ତି।
(c) ‘l’ ସରଳରେଖା ଉପରେ ‘E’ ଓ ‘F’ ବିନ୍ଦୁଦ୍ଵୟ ଅବସ୍ଥିତ କିନ୍ତୁ ‘D’ ବିନ୍ଦୁ ନୁହେଁ।
(d) AB ରେଖାଖଣ୍ଡ ଉପରେ ‘P’ ବିନ୍ଦୁ ଅବସ୍ଥିତ।
Solution:

Question 5.
ଚିତ୍ରରେ ଦର୍ଶାଅ:

(a) ପାଞ୍ଚଟି ବିନ୍ଦୁ
(b) ଗୋଟିଏ ସରଳରେଖା
(c) ଚାରୋଟି ରଶ୍ମି
(d) ପାଞ୍ଚଟି ରେଖାଖଣ୍ଡ
Solution:
(a) ପାଞ୍ଚଟି ବିନ୍ଦୁ – B, C, D, E ଓ O
(b) ଗୋଟିଏ ସରଳରେଖା – DB
(c) ଚାରୋଟି ରଶ୍ମି — \(\overrightarrow{\mathrm{OB}}, \overrightarrow{\mathrm{OC}}, \overrightarrow{\mathrm{OD}}, \overrightarrow{\mathrm{OE}}\)
(d) ପାଞ୍ଚଟି ରେଖାଖଣ୍ଡ – DE, EO, OB, OC, DO
Question 6.
ଏଠାରେ \(\overrightarrow{\mathrm{OA}}\) ଗୋଟିଏ ରଶ୍ମି । ଏହା ‘O’ ବିନ୍ଦୁରୁ ଆରମ୍ଭ ହୋଇ ‘A’ ବିନ୍ଦୁ ମଧ୍ୟଦେଇ ଯାଇଅଛି।

(a) ତୁମେ ଏହାକୁ \(\overrightarrow{\mathrm{OB}}\) ଭାବେ ନାମକରଣ କରିପାରିବ କି? ହଁ/ନା କାହିଁକି?
(b) ଆମେ \(\overrightarrow{\mathrm{OA}}\) କୁ \(\overrightarrow{\mathrm{AO}}\) ଭାବେ ଲେଖୁପାରିବା କି? ହଁ/ନା, କାହିଁକି?
Solution:
(a) ହଁ, ଆମେ \(\overrightarrow{\mathrm{OA}}\) କୁ \(\overrightarrow{\mathrm{OB}}\) ଭାବେ ନାମକରଣ କରିପାରିବା।
(b) ନା, ଆମେ \(\overrightarrow{\mathrm{OA}}\) କୁ \(\overrightarrow{\mathrm{AO}}\) ଭାବେ ଲେଖିପାରିବା ନାହିଁ।
2.5 କୋଣ (Angle)
Page No. 17
Question 1.
ଏହି କୋଣକୁ ଆମେ କିପରି ନାମକରଣ କରିବା?

Solution:
∠DBE ବା ∠EBD ଭାବରେ।
Page No. 18
Question 1.
ତୁମେ ପ୍ରତ୍ୟେକ ପରିସ୍ଥିତିରେ ଉତ୍ପନ୍ନ ହୋଇଥିବା କୋଣକୁ ଲକ୍ଷ୍ୟ କରିପାରୁଛ କି? ଉକ୍ତ କୋଣର ବାହୁ ଓ ଶୀର୍ଷବିନ୍ଦୁଙ୍କୁ ସୂଚିତ କରିପାରିବ କି? କେଉଁ କୋଣଟି ବଡ଼? ପରିସ୍ଥିତି-1ରେ ଥିବା କୋଣ ବା ପରିସ୍ଥିତି-2 ରେ ଥିବା କୋଣ?
Solution:
ପରିସ୍ଥିତି–6 ଥିବା କୋଣ।
ଆସ ବୁଝିବା: (Page No. 19-21)
Question 1.
ତଳେ ଦିଆଯାଇଥୁବା ଚିତ୍ରଗୁଡ଼ିକରେ କୋଣଗୁଡ଼ିକୁ ତୁମେ ଖୋଜି ପାରିବ କି? ଯେକୌଣସି ଗୋଟିଏ କୋଣ ଗଠନ କରୁଥିବା ରଶ୍ମି ଅଙ୍କନ କର ଏବଂ କୋଣର ଶୀର୍ଷବିନ୍ଦୁର ନାମକରଣ କର।


Solution:
(a) ∠ADB, ∠BDC, ଶୀର୍ଷବିନ୍ଦୁ D
(b) ∠PQR, ଶୀର୍ଷବିନ୍ଦୁ Q
(c) ∠LMN, ଶୀର୍ଷବିନ୍ଦୁ M
(d) ∠XYZ, ଶୀର୍ଷବିନ୍ଦୁ Y

![]()
Question 2.
ST ଓ SR କୁ ବାହୁ ନେଇ ଗୋଟିଏ କୋଣର ଚିତ୍ର ଅଙ୍କନ କର ଓ ଏହାର ନାମକରଣ କର।
Solution:

Question 3.
ଏଠାରେ ∠APC କୁ କାହିଁକି ଆମେ ∠P ଭାବରେ ଲେଖୁ ପାରିବା ନାହିଁ, ବୁଝାଅ।

Solution:
(i) P ବିନ୍ଦୁରେ ତିନୋଟି କୋଣ ଉତ୍ପନ୍ନ କରେ, ଯଥା – ∠APB, ∠BPC ଓ ∠APC
(ii) ଠିକ୍ କୋଣ ପାଇବା ପାଇଁ ଏଗୁଡ଼ିକୁ ∠APC ବା ∠APB ବା ∠BPC ନାମରେ ନାମିତ କରିପାରିବା।
Question 4.
ତଳେ ଦିଆଯାଇଥିବା ଚିତ୍ରରେ କୋଣଗୁଡ଼ିକର ନାମକରଣ କର।

Solution:
ଦତ୍ତ ଚିତ୍ରରେ 1 ଓ 2 କୋଣଗୁଡ଼ିକ ହେଲେ,
1 = ∠PTQ, 2 = ∠QTR
Question 5.
ତୁମେ ଗୋଟିଏ ସରଳରେଖାରେ ନଥୁବା ଯେକୌଣସି ତିନୋଟି ବିନ୍ଦୁକୁ ଖାତାରେ ଚିହ୍ନିତ କର ଓ ସେମାନଙ୍କର ନାମ A, B ଓ C ଦିଅ। ଯେକୌଣସି ଦୁଇଟି ବିନ୍ଦୁ ସଂଯୋଗ କରି ସମସ୍ତ ସମ୍ଭାବ୍ୟ ସରଳରେଖା ଅଙ୍କନ କର। କେତୋଟି ସରଳରେଖା ଅଙ୍କନ କରିପାରିଲ? ସେଗୁଡ଼ିକର ନାମକରଣ କର। A, B ଓ C ବ୍ୟବହାରକରି କେତୋଟି କୋଣର ନାମକରଣ କରିପାରିବ? ଚିତ୍ରରେ ଦିଆଯାଇଥବାପରି ପ୍ରତ୍ୟେକ କୋଣକୁ ଏକ ବକ୍ରରେଖା ଦେଇ ଚିହ୍ନାଅ।
Solution:
ଆମେ ତିନୋଟି ସରଳରେଖା AB, BC ଓ CA ପାଇବା।
ଆମେ ତିନୋଟି କୋଣ ∠ABC, ∠BCA ଓ ∠CAB ପାଇବା।

![]()
Question 6.
ଏବେ ତୁମେ ଗୋଟିଏ କାଗଜପୃଷ୍ଠାରେ ଯେକୌଣସି ଚାରୋଟି ବିନ୍ଦୁକୁ ଏପରି ଚିହ୍ନିତ କର ଯେପରିକି ସେମାନଙ୍କ ମଧ୍ୟରୁ କୌଣସି ତିନୋଟି ବିନ୍ଦୁ ଗୋଟିଏ ସରଳରେଖାରେ ନଥିବେ। ବିନ୍ଦୁଗୁଡ଼ିକୁ A, B, C, D ଭାବରେ ନାମିତ କର। ଯେକୌଣସି ଦୁଇଟି ବିନ୍ଦୁ ମଧ୍ୟଦେଇ ସମସ୍ତ ସମ୍ଭାବ୍ୟ ସରଳରେଖା ଅଙ୍କନ କର। କେତୋଟି ସରଳରେଖା ଅଙ୍କନ କରିପାରିଲ? ସେଗୁଡ଼ିକୁ ନାମ ଦିଅ? A, B, C, D ବ୍ୟବହାର କରି ତୁମେ କେତୋଟି କୋଣର ନାମ ଦେଇପାରିବ? ସମସ୍ତ କୋଣଗୁଡ଼ିକୁ ଲେଖ ଓ ଚିତ୍ରରେ ଦିଆଯାଇଥବା ପରି ପ୍ରତ୍ୟେକ କୋଣକୁ ଏକ ବକ୍ରରେଖା ସାହାଯ୍ୟରେ ଚିହ୍ନାଅ।
Solution:

ଆମେ ଛଅଗୋଟି ସରଳରେଖା; ଯଥା- \(\overleftrightarrow{\mathrm{AB}}, \overleftrightarrow{\mathrm{BC}}, \overleftrightarrow{\mathrm{CD}}, \overleftrightarrow{\mathrm{DA}}, \overleftrightarrow{\mathrm{AC}}\) ଓ \(\overleftrightarrow{\mathrm{BD}}\) ପାଇବା।
ଏବଂ ଆମେ ୧୨ଗୋଟି କୋଣ; ସେଗୁଡ଼ିକ ହେଲା, ∠BAC, ∠CAD, ∠BAD, ∠ABD, ∠DBC, ∠ABC, ∠BCA, ∠ACD, ∠BCD, ∠CDB, ∠CDA, ∠BDA ପାଇବା।
2.6 କୋଣମାନଙ୍କ ମଧ୍ୟରେ ତୁଳନା (Comparing Angles)
Page No. 21
Question 1.
ଦୁଇଟି କୋଣ ତୁଳନା କରିବା କ’ଣ ସବୁବେଳେ ସହଜ ହୋଇଥାଏ?

ଏଠାରେ କିଛି କୋଣ ଅଛି। ପ୍ରତ୍ୟେକ କୋଣର ନାମକରଣ କର। ତମେ ସେଗୁଡ଼ିକୁ କିପରି ତୁଳନା କରିବ? ଆଉ କିଛି କୋଣ ଅଙ୍କନ କର, ସେଗୁଡ଼ିକର ନାମକରଣ କରି ତୁଳନା କର।
Solution:

ଆମେ ପାଇବା ∠1 > ∠2, ∠2 > ∠3, ∠3 < ∠4
∴ ∠3 < ∠4 < ∠2 < ∠1
ଆସ ବୁଝିବା: (Page No. 23)
Question 1.
ଗୋଟିଏ ଆୟତାକାର କାଗଜ ପୃଷ୍ଠାକୁ ଭାଙ୍ଗି ଦିଅ, ତା’ପରେ ସୃଷ୍ଟି ହୋଇଥିବା ଭାଙ୍ଗ ଉପରେ ରେଖା ଅଙ୍କନ କର। କାଗଜର ଭାଙ୍ଗ ଓ ଧାର ମଧ୍ଯରେ ଗଠିତ କୋଣଗୁଡ଼ିକୁ ନାମ ଦେଇ ତୁଳନା କର। ଆୟତାକାର କାଗଜ ପୃଷ୍ଠାକୁ ବିଭିନ୍ନ କୋଣ ଗଠିତ ହେଲାଭଳି ଭାଙ୍ଗ କର ଓ କୋଣଗୁଡ଼ିକର ତୁଳନା କର। ତୁମେ ପାଇଥବା ସବୁଠାରୁ ବଡ଼ ଓ ଛୋଟ କୋଣ କେଉଁଟି?

Solution:
ଆମେ ∠1, ∠2, ∠3 ଓ ∠4 ପାଇବା।
ତୁଳନା କଲେ ∠1 < ∠2, ∠4 < ∠3, ∠1 = ∠4, ∠2 = ∠3
∠2 ଓ ∠3 ସବୁଠାରୁ ବଡ଼ କୋଣ।
∠1 ଓ ∠4 ସବୁଠାରୁ ସାନ କୋଣ।

Question 2.
ପ୍ରତ୍ୟେକ କ୍ଷେତ୍ରରେ କେଉଁ କୋଣଟି ବଡ଼ ଓ କାହିଁକି ଦର୍ଶାଅ।

(a) ∠AOB କିମ୍ବା ∠XOY
(b) ∠AOB କିମ୍ବା ∠XOB
(e) ∠XOB କିମ୍ବା ∠XOC
କେଉଁ କୋଣଟି ବଡ଼ ତୁମେ କିପରି ନିର୍ଣ୍ଣୟ କଲ, ତୁମ ସାଙ୍ଗମାନଙ୍କ ସହିତ ଆଲୋଚନା କର।
Solution:
(a) ∠AOB > ∠XOY କାରଣ, ∠XOY ଠାରୁ ∠AOB ଅଧିକ ବିସ୍ତାର କରିଛି।
(b) ∠AOB > ∠XOB କାରଣ, ∠XOB ଠାରୁ ∠AOB ଅଧିକ ବିସ୍ତାର କରିଛି।
(c) ∠XOB = ∠XOC କାରଣ, B ଓ C ଗୋଟିଏ ରେଖା ଉପରେ ଅବସ୍ଥିତ। ତେଣୁ ଦୁଇଟି ସମାନ ପରିମାଣରେ ବିସ୍ତାର କରିଛନ୍ତି।
![]()
Question 3.
∠XOY ଓ ∠AOB ମଧ୍ଯରେ କେଉଁ କୋଣଟି ବଡ଼? କାରଣ ସହ ଦର୍ଶାଅ।

Solution:
∠1 > ∠3, ∠1 + ∠2, ∠3 + ∠2 (ଉଭୟ ପାର୍ଶ୍ଵରେ 2 ଯୋଗକଲେ)
ତେଣୁ ∠XOY > ∠AOB

2.7 ଘୂର୍ଣ୍ଣନ ବାହୁ ତିଆରି (Making Rotating Arms), 2.8 ସ୍ଵତନ୍ତ୍ର ପ୍ରକାର କୋଣ (Special Types of Angles)
Page No. 29
Question 1.
ଯଦି ସମ୍ପୂର୍ଣ୍ଣ ଓଲଟାଇବାର ଅଧା ଭାଗ ଦ୍ଵାରା, ଗୋଟିଏ ସରଳକୋଣ ଗଠିତ ହୁଏ, ତେବେ ସଂପୂର୍ଣ ଓଲଟାଇବାରେ କେତେ ଭାଗଦ୍ଵାରା ଗୋଟିଏ ସମକୋଣ ଗଠିତ ହେବ?
Solution:
ଗୋଟିଏ ସମକୋଣ ‘L’ ଆକୃତି ସହିତ ସମାନ। ଗୋଟିଏ କୋଣ ସମକୋଣ ହୁଏ, ଯଦି ଏହା ଗୋଟିଏ ସରଳ କୋଣର ଅଧା ହୋଇଥବ। ସମକୋଣରେ ମିଶିଥୁବା ଦୁଇଟି ରେଖାକୁ ଲମ୍ବ ରେଖା କୁହାଯାଏ।
ନିଜେ କରି ଦେଖ: (Page No. 29-30)
Question 1.
ତୁମ ଶ୍ରେଣୀଗୃହର ଝରକାଗୁଡ଼ିକର କେତୋଟି ଲେଖାଏଁ ସମକୋଣ ରହିଛି? ତୁମେ ତୁମ ଶ୍ରେଣୀଗୃହରେ ଅନ୍ୟ କେଉଁଠି ସମକୋଣ ଦେଖୁଛ କି?
Solution:

ଝରକାର ଚାରିଟି ସମକୋଣ, ଯଥା – 1, 2, 3 ଓ 4
ହଁ, କବାଟର କୋଣ, ବ୍ଲାକ୍ବୋର୍ଡ଼ର କୋଣରେ ସମକୋଣ ଅଛି।
Question 2.
ତଳେ ଦିଆଯାଇଥିବା ଗ୍ରୀଡ଼ରେ ସରଳକୋଣ ପାଇବା ପାଇଁ A ବିନ୍ଦୁକୁ ଅନ୍ୟ ଗ୍ରୀଡ଼ ବିନ୍ଦୁ ସହିତ ସରଳରେଖାରେ ଯୋଡ଼, ଏହାକୁ ତୁମେ ଆଉ କେତେ ପ୍ରକାରର କରିପାରିବ?

Solution:

Question 3.
ବର୍ତ୍ତମାନ ସମକୋଣ ପାଇବା ପାଇଁ ‘A’ ବିନ୍ଦୁକୁ ଅନ୍ୟ ଗ୍ରୀଡ଼ବିନ୍ଦୁ ସହିତ ସରଳରେଖାରେ ଯୋଡ଼। ଏହାକୁ ତୁମେ ଆଉ କେତେ ପ୍ରକାରର କରିପାରିବ?

ସୂଚନା: ତଳ ଚିତ୍ରରେ ଦେଖାଯାଇଥିବା ସରଳରେଖାକୁ ଆଉ ଅଧିକ ବଦ୍ଧିତ କର। A ବିନ୍ଦୁରେ ସମକୋଣ ପାଇବା ପାଇଁ, ଆମେ ଏଭଳି ରେଖା ଅଙ୍କନ କରିବା ଯେ, ତାହା ସରଳକୋଣ CAB କୁ ସମାନ ଦୁଇ ଭାଗରେ ବିଭକ୍ତ କରିବ।

Solution:

Question 4.
କାଗଜରେ ଗୋଟିଏ ତେରେଚ୍ଛା ଗାର ନିଅ। ବର୍ତ୍ତମାନ ଏହା ଉପରେ ଆଉ ଗୋଟିଏ ଗାର ଏପରି ଦିଅ, ଯେପରିକି ଏହା ପ୍ରଥମ ଗାର ଉପରେ ଲମ୍ବ ହେବ।
(a) ବର୍ତ୍ତମାନ ତୁମେ କେତୋଟି ସମକୋଣ ପାଇଛ? କୋଣଗୁଡ଼ିକ କାହିଁକି ସମକୋଣ, ତାହାର ଯଥାର୍ଥତା ପ୍ରତିପାଦନ କର।
Solution:
ଯେତେବେଳେ ଆମେ ପ୍ରଥମ ଗାର ପ୍ରତି ଲମ୍ବ କରିବା, କାଗଜରୁ ଦୁଇଟି ଗାର ଏକ ସମକୋଣ P ବିନ୍ଦୁରେ ଛେଦ କରନ୍ତି, ଯାହା ସମତଳକୁ ପ୍ରତ୍ୟେକ 90°ର ଚାରୋଟି ସମକୋଣରେ ବିଭକ୍ତ କରିବ। ଆମେ ଚାରିଟି ସମକୋଣ ପାଇବା।

(b) ତୁମେ କାଗଜଖଣ୍ଡକୁ କିପରି ଭାଙ୍ଗ କରିଥିଲ ବର୍ଣ୍ଣନା କର, ଯେମିତିକି ଏ ପ୍ରକ୍ରିୟା ସମ୍ପର୍କରେ ଜାଣିନଥୁବା ବ୍ୟକ୍ତିଜଣକ ତୁମକୁ ଅନୁସରଣ କରି ସମକୋଣ ପାଇପାରିବ।
Solution:
ସୋପାନ–1: ଗୋଟିଏ କାଗଜ ନିଅ। ଏହାକୁ ଭାଙ୍ଗି ଚାପି ଦିଅ।
ସୋପାନ–2: ଭାଙ୍ଗରେ ଏକ ରେଖା ହେବ।
ସୋପାନ–3: ଏବେ କାଗଜକୁ ପୁଣିଥରେ ଏପରି ଭାଙ୍ଗ ଯାହାର ଦୁଇଟି ଭାଙ୍ଗରେଖା ମିଳିତ ହେବେ।
ସୋପାନ–4: ଭାଙ୍ଗ ହୋଇଥିବା କାଗଜକୁ ଏବେ ଖୋଲିଦିଅ।
ଚିତ୍ରରେ ଦର୍ଶାଇଲା ଭଳି ଆମେ ଦୁଇଟି ଲମ୍ବ ଓ ଚାରିଟି ସମକୋଣ ପାଇବା।

Page No. 31
Question 1.
କୋଣମାନଙ୍କର ବର୍ଗୀକରଣ: ପାର୍ଶ୍ଵରେ ଦେଖାଯାଇଥିବା ପରି କୋଣଗୁଡ଼ିକୁ ତିନୋଟି ଭାଗରେ ବର୍ଗୀକୃତ କରାଯାଇଅଛି। ଦ୍ଵିତୀୟ ଭାଗରେ ସମକୋଣ ଦେଖାଯାଇଛି। ଅନ୍ୟ ଦୁଇଟି ଭାଗର ସାଧାରଣ ବୈଶିଷ୍ଟ୍ୟ/ଗୁଣ କ’ଣ ହୋଇପାରେ?

Solution:
ପ୍ରଥମ ଭାଗରେ, ସମସ୍ତକୋଣ ଏକ ସମକୋଣଠାରୁ କମ୍ କିମ୍ବା ଅନ୍ୟ ଅର୍ଥରେ ଏକ ଚତୁର୍ଥାଂଶ ମୋଡ଼ରୁ କମ୍। ଏପରି କୋଣଗୁଡ଼ିକୁ ସୂକ୍ଷ୍ମକୋଣ କୁହାଯାଏ।
ତୃତୀୟ ଭାଗରେ, ସମସ୍ତକୋଣ ଏକ ସମକୋଣଠାରୁ ବଡ଼ କିନ୍ତୁ ଏକ ସରଳକୋଣଠାରୁ କମ୍। ଏଠାରେ ମୋଡ଼ ଏକ ଚତୁର୍ଥାଂଶ ମୋଡ଼ରୁ ଅଧିକ ଏବଂ ଅଧା ମୋଡରୁ କମ୍। ଏପରି କୋଣଗୁଡ଼ିକୁ ସ୍ଥୂଳକୋଣ କୁହାଯାଏ।
ଆସ ବୁଝିବା: (Page No. 31-32)
Question 1.
ପୂର୍ବ ଚିତ୍ରରେ ସୂକ୍ଷ୍ମକୋଣ, ସମକୋଣ, ସ୍ଥୂଳକୋଣ ଓ ସରଳକୋଣଗୁଡ଼ିକ ଚିହ୍ନଟ କର।
Solution:

Question 2.
କିଛି ସୂକ୍ଷ୍ମକୋଣ ଏବଂ କିଛି ସ୍ଥୂଳକୋଣ ଅଙ୍କନ କର। ସେଗୁଡ଼ିକୁ ବିଭିନ୍ନ ଦିଗକୁ ନିର୍ଦ୍ଦେଶ କରି ଅଙ୍କନ କର।
Solution:

Question 3.
ତୁମେ ସୂକ୍ଷ୍ମ ଓ ସ୍ଥୂଳ ଶବ୍ଦର ଅର୍ଥ କ’ଣ ଜାଣିଛ କି? ସୂକ୍ଷ୍ମ ଶବ୍ଦର ଅର୍ଥ ତୀକ୍ଷଣ ଓ ସ୍ଥୂଳ ଶବ୍ଦର ଅର୍ଥ ଦଦରା (ଯାହା ତୀକ୍ଷ୍ଣ ନୁହେଁ) ଏପରି ଶବ୍ଦକୁ କାହିଁକି ବ୍ୟବହାର କରାଯାଇଛି, ତୁମେ କ’ଣ ଭାବୁଛ?
Solution:
ଯେଉଁ କୋଣର ପରିମାଣ 90° ରୁ କମ୍ ତାହା ସୂକ୍ଷ୍ମକୋଣ ଓ ଯେଉଁ କୋଣର ପରିମାଣ 90° ରୁ ଅଧିକ ତାହାକୁ ସ୍ଥୂଳକୋଣ କୁହାଯାଏ।
![]()
Question 4.
ତଳେ ଥିବା ପ୍ରତ୍ୟେକ ଚିତ୍ରରେ ସୂକ୍ଷ୍ମକୋଣଗୁଡ଼ିକୁ ଖୋଜି ବାହାର କର।

ପରବର୍ତୀ ଚିତ୍ର କ’ଣ ହେବ ଏବଂ ଏଥିରେ କେତୋଟି ସୂକ୍ଷ୍ମକୋଣ ରହିବ? ଏଥିରେ କିଛି ନିର୍ଦ୍ଦିଷ୍ଟ ସଂରଚନା ଦେଖୁଛ କି?
Solution:

3 + 9 = 12
12 + 9 = 21
ପ୍ରତ୍ୟେକ ଚିତ୍ରରେ କୋଣଗୁଡ଼ିକ ବୃଦ୍ଧି ପାଉଛି = 9
ପରବର୍ତୀ ଚିତ୍ରଟିର କୋଣ ହେବ = 21 + 9 = 30

2.9 କୋଣର ମାପ (Measuring Angles)
Page No. 33
Question 1.
ଗୋଟିଏ ସରଳକୋଣର ମାପ କେତେ?
Solution:
ଏକ ସରଳକୋଣ ଏକ ପୂର୍ବମୋଡ଼ର ଅଧା। ଯେହେତୁ ଏକ ପୂର୍ଣ୍ଣ ମୋଡ଼ 360° ତେଣୁ ଏକ ଅଧା ମୋଡ଼ ବା 180° ଡିଗ୍ରୀରେ ପରିମାଣରେ ଏକ ସରଳକୋଣର ମାପ ଲେଖାଯାଏ।
ଗୋଟିଏ ସରଳକୋଣ ଦୁଇଟି ସମକୋଣକୁ ନେଇ ଗଠିତ ହୋଇଥାଏ। ଗୋଟିଏ ସରଳକୋଣର ମାପ 180° ହୋଇଥିବାରୁ ଗୋଟିଏ ସମକୋଣର ମାପ 90° ଅଟେ।

ଇତିହାସରୁ ପଦେ: (Page No. 34)
Question 1.
ନିମ୍ନରେ ଗୋଟିଏ ବୃତ୍ତକୁ 1, 2, 3, 4, 5, 6, 8, 9 ଓ 10 ସମାନ ଭାଗରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ କ୍ଷେତ୍ରରେ ଉପଲବ୍ଧ କୋଣଗୁଡ଼ିକର ଡିଗ୍ରୀ ମାପ କ’ଣ ହେବ? ସୂଚିତ କୋଣଗୁଡ଼ିକ ନିକଟରେ ଡିଗ୍ରୀ ମାପ ଲେଖ।

Solution:
1ମ ଚିତ୍ର = 360°
2ୟ ଚିତ୍ର = \(\frac{360^0}{2}\) = 180°
3ୟ ଚିତ୍ର = \(\frac{360^0}{3}\) = 120°
4ର୍ଥ ଚିତ୍ର = \(\frac{360^0}{4}\) = 90°
5ମ ଚିତ୍ର = \(\frac{360^0}{5}\) = 72°
6ଷ୍ଠ ଚିତ୍ର = \(\frac{360^0}{6}\) = 60°
7ମ ଚିତ୍ର = \(\frac{360^0}{7}\) = 51.42°
8ମ ଚିତ୍ର = \(\frac{360^0}{8}\) = 45°
9ମ ଚିତ୍ର = \(\frac{360^0}{9}\) = 40°
10ମ ଚିତ୍ର = \(\frac{360^0}{10}\) = 36°
ଆସ ବୁଝିବା: (Page No. 35)
Question 1.
ନିମ୍ନଲିଖୂତ କୋଣଗୁଡ଼ିକର ମାପ ଲେଖ।

(a) ∠KAL
ଏହି କୋଣର ଶୀର୍ଷବିନ୍ଦୁ ପ୍ରୋଟ୍ରାକ୍ଟର କେନ୍ଦ୍ର ସହିତ ମେଳ ଖାଉଛି। ତେଣୁ KA ଓ AL ମଧ୍ୟରେ ଥିବା 1 ଡିଗ୍ରୀ କୋଣର ୟୁନିଟ୍ ସଂଖ୍ୟା ∠KAL ର ମାପ ଦିଏ। ଗଣନା କଲେ, ଆମେ ପାଉଛି ∠KAL = 30°
(b) ∠WAL
(c) ∠TAK
Solution:
(a) ∠KAL = 30°
(b) ∠WAL = 50°
(c) ∠TAK = 120°
Page No. 36
Question 1.
ତଳ ଚିତ୍ରରେ କୋଣଗୁଡ଼ିକରୁ ନାମ ଦିଅ ଓ ସେଗୁଡ଼ିକର ମାପ ଲେଖ।

Solution:
କୋଣଗୁଡ଼ିକ ହେଲା:
∠UOT = 20°, ∠TOS = 35°, ∠SOR = 30°, ∠ROQ = 60°, ∠QOP = 35°
Page No. 37
Question 1.
∠TOQ କୋଣର ମାପ କେତେ?
Solution:
∠TOQ = 125°
Question 2.
ବିୟୋଗ ନକରି ଆମେ କିପରି ସିଧାସଳଖ କୋଣ ମାପି ପାରିବା?
Solution:
ପ୍ରୋଟ୍ରାକ୍ଟରର କେନ୍ଦ୍ର କୋଣ ଶୀର୍ଷବିନ୍ଦୁ ଉପରେ ରହିବ। ଚିତ୍ରରେ ଦେଖାଗଲା ପରି କୋଣର ଗୋଟିଏ ବାହୁକୁ ପ୍ରୋଟ୍ରାକ୍ଟର 0° ଚିହ୍ନ ସହିତ ମିଳାଇ ରଖ। ସିଧାସଳଖକୋଣ ମାପ କରିବା।
![]()
Question 3.
∠AOB ର ଡିଗ୍ରୀ ମାପ କେତେ?

Solution:
∠AOB = 80°
ଚିନ୍ତା କର! (Page No. 40)
Question 1.
ଚିତ୍ରରେ ଆମେ ପାଉଛେ, ∠AOB = ∠BOC = ∠COD = ∠DOE = ∠EOF = ∠FOG = ∠GOH = ∠HOI = _________ କାହିଁକି?

Solution:
କୋଣର ମୋଟ ପରିମାଣ 180° କୁ 8 ଭାଗରେ ବିଭକ୍ତ କରାଯାଇଛି।
ତେଣୁ ପ୍ରତ୍ୟେକ ଭାଗ 180° ÷ 8 = \(22 \frac{1}{2}^0\)
କୋଣ ସମଦ୍ଵିଖଣ୍ଡକ: (Page No. 40)
Question 1.
ତୁମର ହାତ ତିଆରି ପୋଟ୍ରାକ୍ଟ ରରେ କୋଣ ସମର୍ଦ୍ଦିଖଣ୍ଡଗୁଡ଼ିକୁ ଚିହ୍ନାଅ। କାଗଜ ଭାଙ୍ଗ ମାଧ୍ୟମରେ କୋଣ ସମଦ୍ଵିଖଣ୍ଡକର ଧାରଣା ବ୍ୟବହାର କରି ବିଭିନ୍ନ କୋଣ ତିଆରି କର।
Solution:
ଛାତ୍ରଛାତ୍ରୀମାନେ ନିଜେ ବିଭିନ୍ନ କୋଣ ତିଆରି କରିବା ଅଭ୍ୟାସ କରନ୍ତୁ।
ଆସ ବୁଝିବା: (Page No. 40-43)
Question 1.
ପୋଟ୍ରାକ୍ଟ ରର ବ୍ୟବହାର କରି ନିମ୍ନଲିଖତ କୋଣଗୁଡ଼ିକର ପରିମାଣ ଡିଗ୍ରୀରେ ପ୍ରକାଶ କର।

Solution:
(a) ∠IHJ = 47°
(b) ∠IHJ = 24°
(c) ∠IHJ = 110°
Question 2.
ପୋଟ୍ରାକ୍ଟର ବ୍ୟବହାର କରି ତୁମ ଶ୍ରେଣୀଗୃହରେ ବିଭିନ୍ନ କୋଣଗୁଡ଼ିକର ପରିମାଣ ପରିପ୍ରକାଶ କର।
Solution:
ବ୍ଲାକ୍ବୋର୍ଡ଼ର କୋଣ 90° ଓ ଟେବୁଲର କୋଣର ପରିମାଣ = 90°
Question 3.
ତଳେ ଦିଆଯାଇଥବା କୋଣଗୁଡ଼ିକୁ ମାପ। ଏଥିପାଇଁ ତୁମେ ପ୍ରସ୍ତୁତ କରିଥିବା କାଗଜ ପୋଟ୍ରାକ୍ଟରକୁ ବ୍ୟବହାର କରିପାରିବ କି?

Solution:
(a) ∠IHJ = 42°
(b) ∠IHJ = 116°
ଏଥିପାଇଁ ପ୍ରସ୍ତୁତ ହୋଇଥିବା କାଗଜ ପ୍ରୋଟ୍ରାକ୍ଟରକୁ ବ୍ୟବହାର କରିପାରିବା ନାହିଁ।
![]()
Question 4.
ପୋଟ୍ରାକ୍ଟର ବ୍ୟବହାର କରି ତଳେ ଦିଆଯାଇଥିବା କୋଣର ପରିମାଣକୁ ଡିଗ୍ରୀ ଏକକରେ ତୁମେ କିପରି ପାଇବ?

Solution:
ଆମେ ଜାଣୁ ଗୋଟିଏ ବୃତ୍ତର କେନ୍ଦ୍ରରେ 360° କୋଣ ଉତ୍ପନ୍ନ କରେ। ଦିଆଯାଇଥିବା କୋଣର ପରିମାଣ ଜାଣିବାକୁ ଆମେ ଭିତର କୋଣକୁ ମାପିବାକୁ ପଡ଼ିବ (ପ୍ରୋଟ୍ରାକ୍ଟର ବ୍ୟବହାର କରି)। ବାହ୍ୟ କୋଣର ପରିମାଣ ଜାଣିବା ପାଇଁ 360° ରୁ ବିୟୋଗ କରିବାକୁ ପଡ଼ିବ।
Question 5.
ନିମ୍ନଲିଖୂତ ପ୍ରତ୍ୟେକ କୋଣକୁ ମାପି ଏହାର ପରିମାଣକୁ ଡିଗ୍ରୀ ଏକକରେ ପ୍ରକାଶ କର।


Solution:
(a) 80°
(b) 120°
(c) 60°
(d) 130°
(e) 130°
(f) 30°
Question 6.
∠BXE, ∠CXE, ∠AXE ଏବଂ ∠BXC କୋଣଗୁଡ଼ିକର ପରିମାଣକୁ ଡିଗ୍ରୀ ଏକକରେ ପ୍ରକାଶ କର।

Solution:
∠BXE = 115°
∠CXE = 85°
∠AXE = 65°
∠BXC = 30°
Question 7.
∠PQR, ∠PQS ଓ ∠PQT କୋଣଗୁଡ଼ିକର ପରିମାଣକୁ ଡିଗ୍ରୀ ଏକକରେ ପ୍ରକାଶ କର।

Solution:
(a) ∠PQR = 45°
(b) ∠PQS = 105°
(c) ∠PQT = 150°
Question 8.
ତଳ ଚିତ୍ରକୁ ଦେଖ୍ କାଗଜକୁ ଭାଙ୍ଗ। ତା’ପରେ କାଗଜକୁ ସଂପୂର୍ଣ୍ଣ ଭାବରେ ଖୋଲିଦିଅ। କାଗଜର ପ୍ରତ୍ୟେକ ଭାଙ୍ଗରେ ଗାର ଦିଅ ଓ ଗଠିତ କୋଣଗୁଡ଼ିକୁ ମାପ।

Solution:
ନିଜେ ଅଭ୍ୟାସ କର।
Question 9.
ଚିତ୍ର (a) ରେ ଦିଆଯାଇଥିବା ତ୍ରିଭୁଜର ସମସ୍ତ ତିନୋଟି କୋଣକୁ ମାପ ଓ ପ୍ରତ୍ୟେକ କୋଣର ପରିମାଣକୁ ସେହି କୋଣ ପାଖରେ ଲେଖ। ବର୍ତ୍ତମାନ ତିନୋଟି କୋଣର ପରିମାଣକୁ ଯୋଗ କର। କେତେ ହେଲା? ଏହି କାର୍ଯ୍ୟ ଚିତ୍ର (b) ଓ (c)ରେ ତ୍ରିଭୁଜକୁ ନେଇ କର। ଏହି କାର୍ଯ୍ୟ ଆଉ କିଛି ତ୍ରିଭୁଜକୁ ନେଇ କର ଓ ଅନୁ ମାନ କର ପ୍ରତ୍ୟେକ କ୍ଷେତ୍ରରେ ସାଧାରଣ ଭାବରେ କ’ଣ ହେଉଛି?

Solution:

(a) ଚିତ୍ରରେ ∠A = 45°, ∠B = 65°, ∠C = 70°
∴ 45° + 65° + 70° = 180°
(b) ଚିତ୍ରରେ ∠A = 56°, ∠B = 62°, ∠C = 62°
∴ 56° + 62° + 62° = 180°
(c) ଚିତ୍ରରେ ∠A = 33°, ∠B = 52°, ∠C = 95°
∴ 33° + 52° + 95° = 180°
ଏଥୁରୁ ଆମେ ଜାଣିବାକୁ ପାଇଲୁ ସାଧାରଣତଃ ତ୍ରିଭୁଜର ତିନିକୋଣର ପରିମାଣ 180°.
ଆସ ବୁଝିବା: (Page No. 45-46)
Question 1.
କେଉଁଠାରେ କୋଣ ଅଛି ବାହାର କର?

ଘଣ୍ଟାରେ କୋଣ:
(a) ଘଣ୍ଟାର ଘଣ୍ଟାକଣ୍ଟା ଓ ମିନିଟ୍ କଣ୍ଟା ଭିନ୍ନ ଭିନ୍ନ ସମୟରେ ବିଭିନ୍ନ ପ୍ରକାର କୋଣ ସୃଷ୍ଟି କରନ୍ତି। ଘଣ୍ଟାରେ 1 ଟା (ଅର୍ଥାତ୍ ଗୋଟାଏ ବାଜିବା) ସମୟରେ ଘଣ୍ଟାକଣ୍ଟା ଓ ମିନିଟ୍ କଣ୍ଟା ମଧ୍ୟରେ 30 କୋଣ ସୃଷ୍ଟି କରନ୍ତି। କାହିଁକି?
(b) 2 ଟା ସମୟରେ, 4 ଟା ସମୟରେ ଓ 6 ଟା ସମୟରେ ଘଣ୍ଟାକଣ୍ଟା ଓ ମିନିଟ୍ କଣ୍ଟା ମଧ୍ୟରେ କୋଣର ପରିମାଣ କେତେ ଡିଗ୍ରୀ ହେବ?
(c) ବିଭିନ୍ନ ସମୟରେ ଘଣ୍ଟାକଣ୍ଟା ଓ ମିନିଟ୍ କଣ୍ଟା ମଧ୍ୟରେ ସୃଷ୍ଟି ହେଉଥିବା କୋଣଗୁଡ଼ିକର ପରିମାଣ ନିର୍ଣ୍ଣୟ କର।
Solution:
(a) 1 ରୁ 12 ସଂଖ୍ୟା ଘଣ୍ଟାର ପରିଧ୍ଵ ସହ ସମାନ ଦୂରତାରେ ଲେଖାଯାଇଛି।
ପ୍ରତ୍ୟେକ ଘଣ୍ଟା ସମୟରେ ଘଣ୍ଟାକଣ୍ଟା ଓ ମିନିଟ୍ କଣ୍ଟା ମଧ୍ୟରେ କୋଣ ସୃଷ୍ଟି ହୁଏ = 360° ÷ 12 = 30°
ତେଣୁ ଦୁଇଟି କ୍ରମିକ ସଂଖ୍ୟା ମଦ୍ୟରେ କୋଣର ପରିମାଣ 30°
1ଟା ସମୟରେ ଘଣ୍ଟାକଣ୍ଟା 0 ଓ 1 (କ୍ରମିକ ସଂଖ୍ୟା) ମଧ୍ଯରେ ଥାଏ।
ତେଣୁ ସେମାନଙ୍କ ମଧ୍ୟରେ କୋଣର ପରିମାଣ 30°
(b) ଘଣ୍ଟାକଣ୍ଟା 2ଟା ସମୟରେ କୋଣର ପରିମାଣ = 2 × 30 = 60°
ଘଣ୍ଟାକଣ୍ଟା 4ଟା ସମୟରେ କୋଣର ପରିମାଣ = 4 × 30 = 120°
(c) ଘଣ୍ଟାକଣ୍ଟା 5ଟା ସମୟରେ ସୃଷ୍ଟି କୋଣର ପରିମାଣ = 5 × 30 = 150°
ଘଣ୍ଟାକଣ୍ଟା 7ଟା ସମୟରେ କୋଣର ପରିମାଣ = 7 × 30 = 210°
![]()
Question 2.
କବାଟ ଓ କବାଟ ବନ୍ଧ ମଧ୍ଯରେ ସୃଷ୍ଟି ହେଉଥିବା କୋଣ: କବାଟ ଖୋଲିଲାବେଳେ ସୃଷ୍ଟି ହେଉଥିବା ବିଭିନ୍ନ ପ୍ରକାର କୋଣର ପ୍ରକାରଭେଦଗୁଡ଼ିକ ଲେଖ। ଏଠାରେ କୋଣର ଶୀର୍ଷବିନ୍ଦୁ ଓ ବାହୁଗୁଡ଼ିକ ନିର୍ଣ୍ଣୟ କର।

Solution:

Question 3.
ବିଦ୍ୟା ଦୋଳି ଖେଳି ଖୁସି ହୁଏ। ସେ ଲକ୍ଷ୍ୟ କରିଲା ଯେ ଦୋଳି ଆରମ୍ଭ କରୁଥିବା ସମୟରେ କୋଣ ଯେତେ ବଡ଼ ହେବ, ସେ ନିଜ ଦୋଳିରେ ସେତେ ଅଧିକ ବେଗରେ ଝୁଲିପାରିବ। କିନ୍ତୁ କୋଣ କେଉଁଠି ଅଛି? ତୁମେ କ’ଣ କୌଣସି କୋଣ ଦେଖୁ ପାରୁଛ?

Solution:
ହଁ, କୋଣଟି ଦେଖାଯିବ।
Question 4.
ଏଠାରେ ଏକ ଖେଳଣା ଅଛି ଯାହାର ପାର୍ଶ୍ଵ ସହିତ ତେରେଛା ହୋଇ ରହିଥିବା ସ୍ଲାବ୍ ସଂଯୁକ୍ତ ହୋଇଛି; ସ୍ଲାବ୍ଗୁଡ଼ିକର କୋଣ ବା ସ୍ଲୋପ୍ ଯେତେ ଅଧିକ ହେବ, ବଲଗୁଡ଼ିକ ସେତେ ଦ୍ରୁତ ଗତିରେ ଗଡ଼ିବ। ସ୍ଲାବ୍ଗୁଡ଼ିକର ସ୍ଲୋପ୍କୁ ବର୍ଣନା କରିବା ପାଇଁ କୋଣଗୁଡ଼ିକୁ ବ୍ୟବହାର କରାଯାଇପାରିବ କି? ପ୍ରତ୍ୟେକ କୋଣର ବାହୁଗୁଡ଼ିକ କ’ଣ? କେଉଁ ବାହୁଗୁଡ଼ିକ ଦୃଶ୍ୟମାନ ହେଉଛି ଏବଂ କେଉଁଟି ନୁହେଁ?

Solution:
ହଁ, ସ୍ଲାବ୍ଗୁଡ଼ିକର ସ୍ଲୋପ୍କୁ ବର୍ଣ୍ଣନା କରିବା ପାଇଁ କୋଣଗୁଡ଼ିକୁ ବ୍ୟବହାର କରାଯାଇପାରିବ। କୋଣଗୁଡ଼ିକ ଯେତେ ଅଧିକ ହେବ ବା ସ୍କୋପ୍ ଯେତେ ଅଧିକ ହେବ, ବଲଗୁଡ଼ିକ ସେତେ ଦ୍ରୁତ ବେଗରେ ଗଡ଼ିବ। ପ୍ରତ୍ୟେକ କୋଣ ପାଇଁ ଗୋଟିଏ ବାହୁ ଏବଂ ଗୋଟିଏ ବାହୁ ହେଉଛି କ୍ଲୋପ୍।
Question 5.
ତଳେଥୁବା ଚିତ୍ରଗୁଡ଼ିକୁ ଦେଖ ଯେଉଁଠାରେ କୀଟପତଙ୍ଗର ସିଧା ରୂପ ଓ ଘୂର୍ଣ୍ଣନ ରୂପ ରହିଛି। ଘୂର୍ଣ୍ଣନର ପରିମାଣ ବର୍ଣ୍ଣନା କରିବା ପାଇଁ କୋଣଗୁଡ଼ିକୁ ବ୍ୟବହାର କରାଯାଇପାରିବ କି? କିପରି? କୋଣର ବାହୁଗୁଡ଼ିକ ଓ ଶୀର୍ଷ କ’ଣ ହେବ?

Solution:
ଉଭୟ କୀଟପତଙ୍ଗ ଘଣ୍ଟାର ଘୂର୍ଣ୍ଣନ ଦିଗରେ 90° କୋଣ କରି ଘୂରିଥାଏ।
2.10 କୋଣ ଅଙ୍କନ କରିବା (Drawing Angles)
ଆସ ବୁଝିବା: (Page No. 49-50)
Question 1.
ପାର୍ଶ୍ୱସ୍ଥ ଚିତ୍ରରେ ଥିବା ସମସ୍ତ ସମ୍ଭାବ୍ୟ କୋଣଗୁଡ଼ିକୁ ତାଲିକା କର। ତୁମେ ସମସ୍ତ କୋଣକୁ ପାଇଲ କି? ବର୍ତ୍ତମାନ ସମସ୍ତ କୋଣର ମାପକୁ ଅନୁ ମାନ କର। ତା’ପରେ ସମସ୍ତ କୋଣକୁ ପ୍ରୋଟ୍ରାକ୍ଟର ସାହାଯ୍ୟରେ ମାପ। ତୁମର କୋଣର ମାପକୁ ଏକ ସାରଣୀରେ ଲିପିବଦ୍ଧ କର। ତୁମର ଅନୁମାନ, ପ୍ରକୃତ ମାପ ସହିତ କେତେଦୂର ନିକଟତର ଦେଖ।

Solution:

ଏହି ଚିତ୍ରରେ 20ଟି କୋଣ ସୃଷ୍ଟି ହୋଇଛି।
ଅନୁମାନ କରି କହୁଛୁ ∠1 = ∠4 = 60°, ∠2 = ∠3 = 120°
ପ୍ରକୃତ ମାପ ∠1 = ∠4 = 70°, ∠2 = ∠3 = 110°
![]()
Question 2.
ପ୍ରୋଟ୍ରାକ୍ଟର ବ୍ୟବହାର କରି ନିମ୍ନଲିଖତ ଡିଗ୍ରୀ ପରିମାଣର କୋଣ ଅଙ୍କନ କର।
(a) 110°
(b) 40°
(c) 75°
(d) 112°
(e) 134°
Solution:

Question 3.
ନିମ୍ନରେ ଦିଆଯାଇଥବା କୋଣର ସମାନ ପରିମାଣ ବିଶିଷ୍ଟ ଏକ କୋଣ ଅଙ୍କନ କର।


Solution:
∠IHJ = 120°, ∠ABC = 120°
2.11 କୋଣର ପ୍ରକାରଭେଦ ଓ ସେମାନଙ୍କର ମାପ (Types of Angles and Their Measurement)
ଆସ ବୁଝିବା: (Page No. 51-52)
Question 1.
ତଳେ ଦିଆଯାଇଥିବା ପ୍ରତ୍ୟେକ ଗ୍ରୀଡ଼ରେ, A କୁ ଅନ୍ୟ ଗ୍ରୀଡ଼ ବିନ୍ଦୁ ସହ ସରଳରେଖାଦ୍ଵାରା ଯୋଗକର, ଯେପରି–
(a) ଗୋଟିଏ ସୂକ୍ଷ୍ମକୋଣ ପାଇବ

(b) ଗୋଟିଏ ସ୍ଥୂଳକୋଣ ପାଇବ

(c) ଗୋଟିଏ ପ୍ରବୃଦ୍ଧକୋଣ ପାଇବ

ଅଙ୍କନ କରିଥିବା ପ୍ରତ୍ୟେକ କୋଣ ଚିତ୍ରରେ ବକ୍ରରେଖାଦ୍ଵାରା କୋଣକୁ ଦର୍ଶାଅ ଯେପରି ପ୍ରଥମ ଚିତ୍ରରେ ଦର୍ଶାଯାଇଛି।
Solution:
(a) ଗୋଟିଏ ସୂକ୍ଷ୍ମକୋଣ ପାଇବ

(b) ଗୋଟିଏ ସ୍ଥୂଳକୋଣ ପାଇବ

(c) ଗୋଟିଏ ପ୍ରବୃଦ୍ଧକୋଣ ପାଇବ

Question 2.
ପ୍ରୋଟ୍ରାକ୍ଟର ବ୍ୟବହାର କରି ପ୍ରତ୍ୟେକ କୋଣର ମାପ ନିର୍ଣ୍ଣୟ କର। ଏହି କୋଣଗୁଡ଼ିକର ମାପ ଅନୁ ସାରେ ସୂକ୍ଷ୍ମକୋଣ, ସ୍ଥୂଳକୋଣ, ସମକୋଣ ଓ ପ୍ରବୃଦ୍ଧ କୋଣରେ ଶ୍ରେଣୀବିଭାଗ କର।

(a) ∠PTR
(b) ∠PTQ
(c) ∠PTW
(d) ∠WTP
Solution:
(a) ∠PTR = 30° (ସୂକ୍ଷ୍ମକୋଣ)
(b) ∠PTQ = 60° (ସୂକ୍ଷ୍ମକୋଣ)
(c) ∠PTW = 105° (ସ୍ଥୂଳକୋଣ)
(d) ∠WTP = 255° (ପ୍ରବୃଦ୍ଧକୋଣ)
ନିଜେ କରି ଦେଖ: (Page No. 53)
Question 1.
ଏହି ଚିତ୍ରରେ ∠TER = 80°।∠BET ର ପରିମାଣ କେତେ? ∠SET ର ପରିମାଣ କେତେ?

Solution:
ଏଠାରେ ∠SET = ∠SER – ∠TER
= 90° – 80° (∵ ∠SER = 90°)
= 10°
∠BET = ∠BES + ∠SET
= 90° + 10°
= 100°
ଲକ୍ଷ୍ୟକର ∠REB ଏକ ସରଳ କୋଣ । ତେଣୁ ∠REB ର ଡିଗ୍ରୀ ପରିମାପ 180° ଅର୍ଥାତ୍ ∠REB = 180°।
ସେଥିମଧ୍ୟରୁ ∠TER ର ପରିମାଣ 80° ଅର୍ଥାତ୍ ∠TER = 80°।
∠SET ର ପରିମାଣ ନିର୍ଣ୍ଣୟ ପାଇଁ ସମାନ ଯୁକ୍ତି ପ୍ରୟୋଗ କରାଯିବ।
ଆସ ବୁଝିବା: (Page No. 53-54)
Question 1.
ନିମ୍ନ ଡିଗ୍ରୀ ପରିମାପ ବିଶିଷ୍ଟ କୋଣ ଅଙ୍କନ କର।
(a) 140°
(b) 82°
(c) 195°
(d) 70°
(e) 35°
Solution:

Question 2.
ପ୍ରତ୍ୟେକ କୋଣର ପରିମାଣକୁ ଆକଳନ/ଅନୁମାନ କର ଏବଂ ତା’ପରେ ଗୋଟିଏ ପ୍ରୋଟ୍ରାକ୍ଟର ବ୍ୟବହାର କରି ଏହି କୋଣଗୁଡ଼ିକର ମାପ ନିର୍ଣ୍ଣୟ କର।

ଏହି କୋଣଗୁଡ଼ିକୁ ସୂକ୍ଷ୍ମକୋଣ, ସ୍ଥୂଳକୋଣ, ସମକୋଣ କିମ୍ବା ପ୍ରବୃଦ୍ଧ କୋଣ ରୂପେ ଶ୍ରେଣୀ ବିଭାଗ କର।
Solution:
(a) 45° (ସୂକ୍ଷ୍ମକୋଣ)
(b) 150° (ସ୍ଥୂଳକୋଣ)
(c) 120° (ସ୍ଥୂଳକୋଣ)
(d) 30 (ସୂକ୍ଷ୍ମକୋଣ)
(e) 95° (ସ୍ଥୂଳକୋଣ)
(f) 350° (ପ୍ରବୃଦ୍ଧକୋଣ)
![]()
Question 3.
ଗୋଟିଏ ଚିତ୍ର ଅଙ୍କନ କର, ଯେଉଁଥରେ ତିନୋଟି ସୂକ୍ଷ୍ମକୋଣ, ଗୋଟିଏ ସମକୋଣ ଓ ଦୁଇଟି ସ୍ଥୂଳକୋଣ ରହିବ।
Solution:

1, 2, 3 କୋଣ ହେଉଛି ସୂକ୍ଷ୍ମକୋଣ, 4 କୋଣ ସମକୋଣ, 5, 6 କୋଣ ସ୍ଥୂଳକୋଣ।
Question 4.
M ଅକ୍ଷର ଅଙ୍କନ କର ଯେପରି ଏହାର ପ୍ରତ୍ୟେକ ପାର୍ଶ୍ବରେ 40° ଏବଂ ମଧ୍ୟ ଭାଗରେ 60° କୋଣ ରହିବ।
Solution:

∠1 = 40°, ∠2 = 40°, ∠3 = 60°
Question 5.
Y ଅକ୍ଷର ଅଙ୍କନ କର ଯେପରି ଏହାର ୩ଟି କୋଣର ପରିମାଣ 150°, 60° ଓ 150° ହେବ।
Solution:

∠1 = 150°, ∠2 = 60°, ∠3 = 150°
Question 6.
ଅଶୋକ ଚକ୍ରରେ 24ଟି ଅର ଅଛି। ପାଖାପାଖ ଥିବା ଦୁଇଟି ଅର ମଧ୍ଯରେ କୋଣର ଡିଗ୍ରୀ ପରିମାଣ କେତେ? ଯେକୌଣସି ଦୁଇଟି ଅର ମଧ୍ଯରେ ଥିବା ସବୁଠାରୁ ବଡ଼ ସୂକ୍ଷ୍ମକୋଣର ପରିମାଣ କେତେ ହେବ?

Solution:

ଦୁଇଟି ଅର ମଧ୍ୟରେ ଦୂରତା = 360° ÷ 24 = 15°
ସବୁଠାରୁ ବଡ଼ ସୂକ୍ଷ୍ମକୋଣର ପରିମାଣ = 15° × 5 = 75°
Question 7.
ନିମ୍ନ ଧନ୍ଦାଟିକୁ କୁହ।
ମୁଁ ଗୋଟିଏ ସୂକ୍ଷ୍ମ କୋଣ । ମୋର ପରିମାଣକୁ ଦୁଇଗୁଣ କଲେ, ତୁମେ ଗୋଟିଏ ସୂକ୍ଷ୍ମକୋଣ ପାଇବ। ଯଦି ତୁମେ ମୋର ପରିମାଣକୁ ତିନିଗୁଣ କରିବ, ତମେ ପୁଣି ଥରେ ଏକ ସୂକ୍ଷ୍ମକୋଣ ପାଇବ। ଯଦି ତୁମେ ମୋର ପରିମାଣକୁ ଚାରିଗୁଣ କରିବ, ତୁମେ ପୁଣି ଏକ ସୂକ୍ଷ୍ମକୋଣ ପାଇବ। କିନ୍ତୁ ଯଦି ତମେ ମୋର ପରିମାଣକୁ 5 ଦ୍ଵାରା ଗୁଣନ କରିବ, ତୁମେ ଏକ ସ୍ଥୂଳକୋଣ ପାଇବ। ମୋର ପରିମାଣର ମାପଗୁଡ଼ିକ କ’ଣ କ’ଣ ହୋଇପାରେ?
Solution:
ମନେକର ସୂକ୍ଷ୍ମକୋଣର ପରିମାଣ m ହେଉ।
ତେବେ 5 × m > 90° କିନ୍ତୁ 4 × m < 90° ତେଣୁ m > \(\frac{90^0}{5}\) ଏବଂ m > \(\frac{90^0}{4}\)
⇒ m > 18° କିନ୍ତୁ m < \(22 \frac{1}{2}^0\)
କୋଣଗୁଡ଼ିକ ହେଉଛି 19° କିମ୍ବା 20° କିମ୍ବା 21°।
Class 6 Maths Chapter 2 MCQ Odia Medium
ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନୋତ୍ତର
I. ଶୂନ୍ୟସ୍ଥାନ ପୂରଣ କର।
Question 1.
ଦୁଇଟି ରେଖାର ଛେଦବିନ୍ଦୁ ହେଉଛି ଏକ___________________।
Answer:
ବିନ୍ଦୁ
Question 2.
ଗୋଟିଏ ବିନ୍ଦୁଦେଇ _________ ସରଳରେଖା ଅଙ୍କନ କରଯାଇପାରେ।
Answer:
ଅସଂଖ୍ଯ
Question 3.
ଏକ ସମତଳ ଉପରିସ୍ଥ ଦୁଇଟି ଭିନ୍ନ ବିନ୍ଦୁଦେଇ _________ ମାତ୍ର ସରଳରେଖା ଅଙ୍କନ କରାଯାଇପାରେ।
Answer:
ଗୋଟିଏ
Question 4.
ଏକ ସମତଳରେ _________ ବିନ୍ଦୁ ଥାଏ।
Answer:
ଅସଂଖ୍ୟ
![]()
Question 5.
କ୍ରତୁ, ପୁଲହ ଓ ଧ୍ରୁବତାରା _________
Answer:
ଏକରେଖୀୟ
Question 6.
ରଶ୍ମିଟିଏ ତା’ର ଆଦ୍ୟ ବିନ୍ଦୁରୁ ଆରମ୍ଭ ହୋଇ _________ ବିନ୍ଦୁକୁ ଅସୀମ ଭାବରେ ବିସ୍ତୃତ ହୋଇଥାଏ।
Answer:
ଗୋଟିଏ
Question 7.
ଦୁଇଟି ବିପରୀତ ରଶ୍ମି ଏକତ୍ର ଗୋଟିଏ _________ ଗଠନ କରନ୍ତି।
Answer:
ସରଳରେଖା
Question 8.
ଗୋଟିଏ କୋଣର _________ ଟି ଶୀର୍ଷବିନ୍ଦୁ ଥାଏ।
Answer:
ଏକ
Question 9.
_________ ଚିହ୍ନଟି କୋଣର ସାଙ୍କେତିକ ଚିହ୍ନ।
Answer:
∠
Question 10.
ଦୁଇଟି ସରଳରେଖା ପରସ୍ପରକୁ ଛେଦକଲେ _________ ଟି କୋଣ ଉତ୍ପନ୍ନ ହୁଏ।
Answer:
4
Question 11.
ଗୋଟିଏ ସରଳରେଖା ଉପରେ ଅବସ୍ଥିତ ବିନ୍ଦୁମାନଙ୍କୁ _________ କୁହାଯାଏ।
Answer:
ଏକରେଖୀୟ ବିନ୍ଦୁ
Question 12.
ଦୁଇଟି କୋଣର ପରିମାଣ ସମଷ୍ଟି _________ ହେଲେ ଗୋଟିଏ ଅନ୍ୟଟିର ଅନୁପୂରକ।
Answer:
90°
Question 13.
ଦୁଇଟି ପରସ୍ପର ପରିପୂରକ କୋଣର ପରିମାଣ ସମାନ ହେଲେ, ପ୍ରତ୍ୟେକ କୋଣର ପରିମାଣ _________ ଡିଗ୍ରୀ।
Answer:
90°
Question 14.
48° ମାପ ବିଶିଷ୍ଟ କୋଣର ଅନୁପୂରକ କୋଣର ପରିପୂରକ କୋଣର ପରିମାଣ _________ ଡିଗ୍ରୀ।
Answer:
138°
Question 15.
6° କୋଣର ଅନୁପୂରକ କୋଣ _________ ଡିଗ୍ରୀ।
Answer:
84°
II. ଉକ୍ତିଗୁଡ଼ିକ ପଢ଼ି ପ୍ରଶ୍ନପାଖରେ ଠିକ୍ ବା ଭୁଲ୍ ଲେଖ।
Question 1.
‘ରେଖା’ କହିଲେ ଆମେ କେବଳ ସରଳରେଖାକୁ ବୁଝୁ।
Answer:
ଠିକ୍
Question 2.
ଗୋଟିଏ ବିନ୍ଦୁ ମଧ୍ୟଦେଇ ଅସଂଖ୍ୟ ସରଳରେଖା ଅଙ୍କନ କରାଯାଇପାରିବ।
Answer:
ଠିକ୍
Question 3.
ଗୋଟିଏ ସମତଳରେ ଅବସ୍ଥିତ ଦୁଇଟି ବିନ୍ଦୁ ମଧ୍ୟଦେଇ ଅସଂଖ୍ୟ ସରଳରେଖା ଅଙ୍କନ କରାଯାଇ ପାରିବ।
Answer:
ଭୁଲ୍
![]()
Question 4.
ଏକ ସମତଳ ଉପରିସ୍ଥ ଗୋଟିଏ ବିନ୍ଦୁଦେଇ ମାତ୍ର ଗୋଟିଏ ସରଳରେଖା ଅଙ୍କନ କରାଯାଇ ପାରିବ।
Answer:
ଭୁଲ୍
Question 5.
ଏକ ସମତଳରେ ଥିବା ଦୁଇଟି ବିନ୍ଦୁକୁ ଧାରଣ କରୁଥିବା ଗୋଟିଏ ମାତ୍ର ସରଳରେଖା ଅଙ୍କନ ସମ୍ଭବ।
Answer:
ଠିକ୍
Question 6.
ଏକ ସମତଳ ଉପରିସ୍ଥ ଦୁଇଟି ଅସମାନ୍ତର ସରଳରେଖା ପରସ୍ପରକୁ ଗୋଟିଏ ମାତ୍ର ବିନ୍ଦୁରେ ଛେଦକରନ୍ତି।
Answer:
ଠିକ୍
Question 7.
ଦୁଇଟି ସମାନ୍ତର ସରଳରେଖାର କୌଣସି ଛେଦବିନ୍ଦୁ ନାହିଁ।
Answer:
ଭୁଲ୍
Question 8.
ଗୋଟିଏ ସରଳରେଖା ଏକ ରେଖାଖଣ୍ଡର ଗୋଟିଏ ଅଂଶ।
Answer:
ଠିକ୍
Question 9.
ଗୋଟିଏ ରେଖାଖଣ୍ଡର ଦୁଇଟି ପ୍ରାୟ ବିନ୍ଦୁ ଥାଏ।
Answer:
ଠିକ୍
Question 10.
ଗୋଟିଏ ସରଳରେଖାର ଦୁଇଟି ପ୍ରାନ୍ତବିନ୍ଦୁ ଥାଏ।
Answer:
ଭୁଲ୍
Question 11.
ଗୋଟିଏ ରଶ୍ମିର ଗୋଟିଏ ଆଦ୍ୟ ବିନ୍ଦୁ ଥାଏ।
Answer:
ଭୁଲ୍
Question 12.
1 ସେ.ମି. = 10 ମି.ମି.
Answer:
ଠିକ୍
Question 13.
ଦୁଇଟି ଅନୁପୂରକ କୋଣ ସନ୍ନିହିତ ହୋଇପାରନ୍ତି ଅଥବା ଭିନ୍ନ ଭିନ୍ନ ସ୍ଥାନରେ ଅପରିବର୍ତ୍ତିତ ହୋଇପାରନ୍ତି।
Answer:
ଭୁଲ୍
Question 14.
ଏକ ସମତଳ ଉପରିସ୍ଥ ଦୁଇଟି ଅସମାନ୍ତର ସରଳରେଖା ପରସ୍ପର ଗୋଟିଏ ମାତ୍ର ବିନ୍ଦୁରେ ଛେଦକରନ୍ତି।
Answer:
ଠିକ୍
Question 15.
ଦୁଇଟି ଅନୁପୂରକ କୋଣ ସନ୍ନିହିତ ହୋଇପାରନ୍ତି ଅଥବା ଭିନ୍ନ ଭିନ୍ନ ସ୍ଥାନରେ ଅବସ୍ଥାପିତ ହୋଇପାରନ୍ତି।
Answer:
ଠିକ୍
III. ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଉତ୍ତରଟି ବାଛି ଲେଖ।
Question 1.
କେଉଁଟି ତ୍ରିମାତ୍ରିକ ଚିତ୍ର? [ଆୟତଚିତ୍ର, ବର୍ଗଚିତ୍ର, ସମଘନ]
Answer:
ସମଘନ
Question 2.
ଦୁଇଟି ରେଖାର ଛେଦବିନ୍ଦୁ ହେଉଛି ଏକ। [ସରଳରେଖା, ବିନ୍ଦୁ, ରଶ୍ମି]
Answer:
ବିନ୍ଦୁ
Question 3.
ଦୁଇଟି ବିପରୀତ ରଶ୍ମି ଏକତ୍ର ହୋଇ କ’ଣ ଗଠନକରନ୍ତି? [ରଶ୍ମି, ରେଖାଖଣ୍ଡ, ସରଳରେଖା, ବିନ୍ଦୁ]
Answer:
ସରଳରେଖା
Question 4.
ଗୋଟିଏ କୋଣର କେତୋଟି ବାହୁ ଥାଏ? [1, 2, 3, 4]
Answer:
2ଟି
![]()
Question 5.
1 ସେ.ମି. = କେତେ ମି.ମି.? [1000, 10, 100]
Answer:
10
Question 6.
ଗୋଟିଏ ବିନ୍ଦୁ ମଧ୍ୟଦେଇ କେତୋଟି ସରଳରେଖା ଅଙ୍କନ କରାଯାଇପାରିବ? [ଗୋଟିଏ, ଦୁଇଟି, ଅସଂଖ୍ୟ]
Answer:
ଅସଂଖ୍ୟ
Question 7.
ଦୁଇଟି ସମତଳର ଛେଦ ଏକ। [କୋଣ, ବିନ୍ଦୁ, ସରଳରେଖା]
Answer:
ସରଳରେଖା
Question 8.
ଦୁଇଟି ସରଳରେଖା \(\overline{\mathrm{AB}}\) ଓ \(\overline{\mathrm{CD}}\) ର ଛେଦବିନ୍ଦୁ ‘O’ ହେଲେ, ∠AOD ର ପ୍ରତୀପ କୋଣ କେଉଁଟି ହେବ? [∠BOC, ∠AOC, ∠BOD]
Answer:
∠BOC
ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ଗଣିତଶାସ୍ତ୍ରର ମୁଖ୍ୟ ଅଂଶ କାହାକୁ କୁହାଯାଇଛି?
Answer:
ଜ୍ୟାମିତି
Question 2.
ଚକ୍ଖଡ଼ିରେ ଶିକ୍ଷକ କଳାପଟାରେ ଯେଉଁ ଆକାରର ଦାଗ ଦିଅନ୍ତି ତାହାକୁ କ’ଣ କହନ୍ତି?
Answer:
ବିନ୍ଦୁ
Question 3.
ଯେଉଁ ରେଖା ସଳଖ ହୋଇ ନ ଥାଏ ତାହାକୁ କ’ଣ କୁହାଯାଏ?
Answer:
ବକ୍ରରେଖା
Question 4.
ଗୋଟିଏ ବିନ୍ଦୁଦେଇ ତିନୋଟି ବା ଅଧିକ ସଂଖ୍ୟକ ସରଳରେଖା ଅଙ୍କିତ ହେଲେ ସେଗୁଡ଼ିକୁ କ’ଣ କୁହାଯାଏ?
Answer:
ଏକବିନ୍ଦୁଗାମୀ ରେଖା
Question 5.
ଏକ ସମତଳ ଉପରିସ୍ଥ ତିନି ବା ଅଧିକ ବିନ୍ଦୁ ଏକ ରେଖା ଉପରିସ୍ଥ ହେଲେ, ସେମାନଙ୍କୁ କ’ଣ କୁହାଯାଏ?
Answer:
ଏକ ରେଖାର ବିନ୍ଦୁ
Question 6.
ଯେଉଁ ଦୁଇ ରେଖାର କୌଣସି ସାଧାରଣ ବିନ୍ଦୁ ନାହିଁ ସେହି ସରଳରେଖାଦ୍ଵୟକୁ କ’ଣ କୁହାଯାଏ।
Answer:
ସମାନ୍ତର ସରଳରେଖା
Question 7.
ଓଡ଼ିଶା ମାନଚିତ୍ରର ସୀମାରେଖାକୁ କ’ଣ କୁହାଯାଏ?
Answer:
ବକ୍ରରେଖୀ
Question 8.
ଦୁଇଟି କୋଣର ପରିମାଣର ସମଷ୍ଟି 90° ହେଲେ, ଗୋଟିଏ କୋଣ ଅନ୍ୟଟିର କେଉଁ କୋଣ?
Answer:
ଅନୁପୂରକ
Question 9.
ଦୁଇଟି କୋଣର ପରିମାଣ 163° ଓ 17° ହେଲେ, କୋଣ ଦୁଇଟିକୁ କେଉଁ କୋଣ କୁହାଯାଏ?
Answer:
ପରିପୂରକ
Question 10.
ଗୋଟିଏ ବିନ୍ଦୁର ପୂର୍ବ ଓ ଦକ୍ଷିଣକୁ ଦୁଇଟି ରଶ୍ମି ଅଙ୍କନ-କଲେ କି ପ୍ରକାର କୋଣ ସୃଷ୍ଟି ହେବ?
Answer:
ସମକୋଣ
![]()
Question 11.
କାହାକୁ କହନ୍ତି ଚିତ୍ର ସହ ଲେଖ।
(କ) ସମାନ୍ତର ସରଳରେଖା
(ଖ) ଏକରେଖ୍ୟ ବିନ୍ଦୁ
(ଗ) ପରସ୍ପର ଛେଦୀ ସରଳରେଖା
Solution:
(କ) ସମାନ୍ତର ସରଳରେଖା – ଏକ ସମତଳରେ ଥିବା ଦୁଇଟି ସରଳରେଖା ପରସ୍ପରକୁ ଛେଦ କରନ୍ତି ନାହିଁ, ସେ କ୍ଷେତ୍ରରେ ସରଳରେଖାଦ୍ଵୟ ସମାନ୍ତର ବୋଲି କୁହାଯାଏ।

(ଖ) ଏକରେଖ ବିନ୍ଦୁ – ଏକ ସମତଳ ଉପରିସ୍ଥ ତିନି ବା ଅଧିକ ବିନ୍ଦୁ ଏକ ରେଖା ଉପରିସ୍ଥ ହେଲେ, ସେମାନଙ୍କୁ ଏକରେଖୀୟ ବିନ୍ଦୁ କୁହାଯାଏ।

(ଗ) ପରସ୍ପର ଛେଦୀ ସରଳରେଖା – ଦୁଇଟି ସରଳରେଖା ପରସ୍ପରକୁ ଅତି ବେଶିରେ ଗୋଟିଏ ବିନ୍ଦୁରେ ଛେଦ କରୁଥିବା ସରଳରେଖା ଦୁଇଟିକୁ ପରସ୍ପରଛେଦୀ ସରଳରେଖା କୁହାଯାଏ।
