Go through BSE Odisha Class 7 Science Notes Odia Medium and Class 7 Science Chapter 12 Notes Odia Medium ପୃଥିବୀ, ଚନ୍ଦ୍ର ଓ ସୂର୍ଯ୍ୟ to understand important concepts and topics more clearly.
7th Class Science Chapter 12 Notes Odia Medium
BSE Odisha Class 7 Science Chapter 12 Notes Odia Medium
ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ :
ରଶ୍ମିତା ଦେଖୁଥିଲା ଯେ ନଡ଼ିଆ ଗଛର ଛାଇ ସକାଳ ସମୟରେ ଲମ୍ବ ଭାବରେ, ମାତ୍ର ଅପରାହ୍ନରେ ଛାଇର ଆକାର ଅପେକ୍ଷାକୃତ ଛୋଟ ଦେଖାଯାଉଥିଲା । ଏହାର କାରଣ ଆକାଶରେ ସୂର୍ଯ୍ୟର ଗତି ଯୋଗୁଁ ଛାଇର ଆକାର ସାନ ବା ବଡ଼ ହୋଇଥାଏ ।
ପୃଥିବୀର ଘୂର୍ଣ୍ଣନ (Rotation of the Earth) :
ସୂର୍ଯ୍ୟ ପୂର୍ବଦିଗରେ ଉଦୟ ଓ ପଶ୍ଚିମ ଦିଗରେ ଅସ୍ତ ଦେଖାଯାନ୍ତି । ସକାଳ ସମୟରେ ସୂର୍ଯ୍ୟ ପୂର୍ବଦିଗରେ ଥିଲାପରି ଜଣାଯାଏ । କାରଣ ପୃଥିବୀ ନିଜ ଚାରିପାଖରେ ଘୂରେ କିନ୍ତୁ ଆମେ ପୃଥିବୀରୁ ସୂର୍ଯ୍ୟଙ୍କୁ ଚାହୁଁଥିବାରୁ ଆମକୁ ସୂର୍ଯ୍ୟ ଗତି କଲାଭଳି ଜଣାପଡ଼େ ।
କାର୍ଯ୍ୟ-୧ : ଆସ ଅନୁସନ୍ଧାନ କରିବା
ଚିତ୍ରରେ ଦର୍ଶାଯାଇଥିବା ପରି ବାହାର ପାର୍ଶ୍ଵକୁ ମୁହଁ କରି ‘ମେରି–ଗୋ ରାଉଣ୍ଡ’’ରେ ବସ । ଜଣେ ସାଙ୍ଗକୁ କୁହ, ସେ ଧୀରେ ତୁମକୁ ଘଣ୍ଟାକଣ୍ଟାର ବିପରୀତ ଦିଗରେ ବୁଲାଇବ । ‘‘ମେରି–ଗୋ-ରାଉଣ୍ଡ’’ ବୁଲିଲା ବେଳେ ତୁମେ ଚାରିଆଡ଼କୁ ଚାହଁ । ତୁମେ ଦେଖୁଥିବା ଜିନିଷଗୁଡ଼ିକ ଘୂରିଲା ପରି ତୁମକୁ ଜଣାପଡୁଛି କି ? ସେମାନେ କେଉଁ ଦିଗରେ ଗତି କଲାଭଳି ତୁମକୁ ଜଣାପଡୁଛି ? ତୁମେ ଏବେ ଯେତେବେଳେ ଚାରିପାଖର ବସ୍ତ୍ର ଘଣ୍ଟାକଣ୍ଟା ଦିଗରେ ଘୂରିଲା ପରି ଜଣାପଡୁଥିଲା ।

‘ମେରି –ଗୋ – ରାଉଣ୍ଡ’ରେ ଘଣ୍ଟାକଣ୍ଟାର ବିପରୀତ ଦିଗରେ ବୁଲିଲାବେଳେ ଏକ ନିର୍ଦ୍ଦିଷ୍ଟ ଗଛ ବା କୋଠା ଉପରେ ନଜର ସ୍ଥିର ରଖ । ସେ ଗଛଟି କେଉଁ ଦିଗରେ ବୁଲୁଛି, ତୁମେ ସବୁବେଳେ ଏହାକୁ ଦେଖିପାରୁଛ କି ?
ଗଛଟି ତୁମ ଚାରିପାଖରେ ବିପରୀତ ଦିଗରେ ଘୂରି ବୁଲିବା ପରି ମନେହୁଏ । ଅର୍ଥାତ୍ ଏହା ଘଣ୍ଟାକଣ୍ଟା ଦିଗରେ ବୁଲୁଛି । ଗଛଟି ତୁମ ପାର୍ଶ୍ଵରୁ ଦକ୍ଷିଣକୁ ଯାଉଛି ଏବଂ ତା’ପରେ ଆଉ ଦେଖାଯାଉ ନାହିଁ ।
![]()
‘ମେରି–ଗୋ-ରାଉଣ୍ଡ’ରେ ଆମ ପର୍ଯ୍ୟବେକ୍ଷଣକୁ ବ୍ୟବହାର କରି ଆସ ବର୍ତ୍ତମାନ ଚିନ୍ତା କରିବା । ଯେତେବେଳେ ଆମେ ସକାଳେ ପୃଥିବୀରୁ ସୂର୍ଯ୍ୟଙ୍କୁ ଦେଖୁ, ସୂର୍ଯ୍ୟ ପୂର୍ବ ଦିଗରେ ଥିଲା ପରି ଦେଖାଯାଏ । ଦିନ ବଢ଼ିବା ସହିତ ସୂର୍ଯ୍ୟ ଆକାଶରେ ପୂର୍ବରୁ ପଶ୍ଚିମ ଦିଗରେ ଗତି କରି ସନ୍ଧ୍ୟାରେ ଅଦୃଶ୍ୟ ହୋଇଯାଏ । ଏଥୁରୁ କ’ଣ ବୁଝିବା ଯେ ସୂର୍ଯ୍ୟ ଆକାଶରେ ଗତି କରୁଛି ? ନା ପୃଥିବୀ ନିଜେ ଘୂରୁଛି ଏବଂ ସୂର୍ଯ୍ୟ ଗତି କଲାଭଳି ଜଣାପଡୁଛି । ମାତ୍ର ସତ୍ୟ ହେଉଛି ଯେ ପୃଥିବୀ ନିଜ ଚାରିପାଖରେ ଘୂରେ କିନ୍ତୁ ଆମେ ପୃଥିବୀରୁ ସୂର୍ଯ୍ୟକୁ ଚାହୁଁଥିବାରୁ ଆମକୁ ସୂର୍ଯ୍ୟ ଗୃତି କଲାଭଳି ଜଣାପଡ଼େ ।

ପୃଥିବୀ ନିଜ ଅକ୍ଷ ଚାରିପାଖରେ ମହାଶୂନ୍ୟରେ ଘୂର୍ଣ୍ଣ ନ କରେ । ପୃଥ୍ବୀର ଅକ୍ଷ ତାହାର ଭୌଗୋଳିକ ଉତ୍ତର ମେରୁ ଓ ଦକ୍ଷିଣ ମେରୁ ମଧ୍ୟଦେଇ ଯାଇଛି । ପୃଥିବୀ ପ୍ରାୟ 24 ଘଣ୍ଟାରେ ଥରେ ନିଜ ଅକ୍ଷ ଚାରିପାଖରେ ପୂର୍ଣ୍ଣ ଘୂର୍ଣ୍ଣନ କରେ । ଉତ୍ତର ମେରୁର ଉପରୁ ଦେଖିଲେ ପୃଥିବୀ ପଶ୍ଚିମରୁ ପୂର୍ବକୁ ଅର୍ଥାତ୍ ଘଣ୍ଟା କଣ୍ଟାର ବିପରୀତ ଦିଗରେ ଘୂରୁଥିବାର ଦେଖାଯାଏ ।
ଘୂର୍ଣ୍ଣନ ହେଉଛି ବସ୍ତର ଏପରି ଏକ ଗତି, ଯେଉଁଥରେ ଏହାର ସବୁ ଅଂଶ ଏକ କାଳ୍ପନିକ ରେଖା ଚତୁଃପାର୍ଶ୍ଵରେ ବୃତ୍ତାକାର ପଥରେ ଗତି କରିଥାଏ । ଏହି ରେଖାକୁ ଘୂର୍ଣ୍ଣନ ଅକ୍ଷ (Axis of Rotation) କୁହାଯାଏ ।
କାର୍ଯ୍ୟ–୨ : ଆସ ଅନୁସନ୍ଧାନ କରିବା
- ପୃଥିବୀକୁ ଦର୍ଶାଇବା ପାଇଁ ଏକ ଗ୍ଲୋବ୍ ନିଅ । ତୁମ ଅବସ୍ଥାନ ଚିହ୍ନଟ ପାଇଁ ତା’ ଉପରେ ଏକ ଷ୍ଟିକର ଲଗାଅ ।
- ଉତ୍ତର ମେରୁ ଉପରୁ ଦେଖିଲାବେଳେ ଧୀରେ ଧୀରେ ଗ୍ଲୋବ୍କୁ ତା’ର ଅକ୍ଷ ଚାରିପାଖରେ ଘଣ୍ଟାକଣ୍ଟାର ବିପରୀତ ଦିଗରେ ଘୂରାଅ ।
- ତୁମେ ଚିହ୍ନଟ କରିଥିବା ସ୍ଥାନ କିପରି ଘୂରୁଛି ତାହା ଲକ୍ଷ୍ୟ କର ଏବଂ ଗୋଟିଏ ଥର ପୂର୍ଣ୍ଣ ଘୂର୍ଣ୍ଣନ ପରେ ପୁଣି ତାହା ମୂଳ ସ୍ଥାନକୁ ଫେରି ଆସୁଛି ବୋଲି ନୀରିକ୍ଷଣ କର ।
- ସୂର୍ଯ୍ୟଙ୍କୁ ଦର୍ଶାଇବା ପାଇଁ ଗୋଟିଏ ଟର୍ଚ୍ଚ ଲାଇଟ୍ ବ୍ୟବହାର କର ।

- ଏହି ପରୀକ୍ଷଣ ପାଇଁ ଅପେକ୍ଷାକୃତ ଏକ ଅନ୍ଧାର କୋଠରି ଭିତରକୁ ଯାଅ । ଏବେ ଟର୍ଚ୍ଚ ଆଲୋକ ଜାଳି (ଚିତ୍ରରେ ଦର୍ଶାଇଥିବା ଭଳି) ଏହାଠାରୁ ପାଖାପାଖୁ ୧.୫ ମିଟର ଦୂରରେ ଗ୍ଲୋବ୍କୁ ରଖ । ଏଥର ତୁମେ କ’ଣ ଦେଖୁ ପାରୁଛ ଯେ ଗ୍ଲୋବର ଅଧା ଅଂଶ ଉଜ୍ଜ୍ଵଳ ଦେଖାଯାଉଥିବା ବେଳେ ଅନ୍ୟ ଅଧିକ ଅନ୍ଧାରରେ ରହୁଛି ବୋଲି ?

- ଯେଉଁ ପାଖରେ ଆଲୋକ ପଡୁଛି ପୃଥିବୀର ସେହି ଅର୍ଥ ଭାଗରେ ଏହା ଦିନ ସମୟ ଏବଂ ବାକି ଅର୍ଦ୍ଧେକ ଅଂଶ ରାତି ସମୟ ହୋଇଥାଏ ।
- ଭାରତରେ ପୂର୍ବଭାଗରେ ପ୍ରଥମେ ସୂର୍ଯ୍ୟୋଦୟ ଏବଂ ତା’ପରେ ଅନ୍ୟ ଅଂଶରେ ସୂର୍ଯ୍ୟୋଦୟ ହୁଏ । ଟର୍ଚ୍ଚକୁ ଡାହାଣ ପାଖରେ ରଖ୍ ଗ୍ଲୋବରେ ଭାରତରେ ପୂର୍ବ ପାର୍ଶ୍ଵକୁ ଦେଖ୍
- ଗ୍ଲୋବକୁ ଗୋଟିଏ ଦିଗରେ ଘୂରାଅ ଏବଂ ପରେ ତା’ର ବିପରୀତ ଦିଗରେ ଘୂରାଅ । କେଉଁ ଦିଗରେ ଘୂରାଇଲାବେଳେ ଭାରତର ପୂର୍ବପାର୍ଶ୍ଵରେ ପ୍ରଥମେ ଆଲୋକ ପଡୁଛି ?
- ତୁମେ ଯେବେ ଗ୍ଲୋବକୁ ଗୋଟିଏ ଦିଗରେ ପଶ୍ଚିମରୁ ପୂର୍ବକୁ ଉତ୍ତର-ଦକ୍ଷିଣ ଅକ୍ଷ ସହ ପୂର୍ଶନ କରାଇବ, ତୁମେ ଦେଖିବ ଯେ ଆଲୋକ ପ୍ରଥମେ ପୂର୍ବ ଦିଗରେ ହିଁ ପଡୁଛି ।
- ଏବେ ପଶ୍ଚିମରୁ ପୂର୍ବକୁ ଗ୍ଲୋବ୍ଟିକୁ ଘୂର୍ଣ୍ଣନ କଲାବେଳେ ଗ୍ଲୋବର ଷ୍ଟିକର ଲଗାଇଥିବା (ତୁମର ଅବସ୍ଥାନ) ଅଂଶକୁ ଭଲକରି ଦେଖ । ଏହା କ’ଣ ଗୋଟିଏ ଦିନ ଓ ରାତିର ଆବର୍ତ୍ତନ ସମୟ ମଧ୍ୟଦେଇ ଗତିକରେ ?
- ତୁମେ ଚିହ୍ନିତ କରିଥିବା ସ୍ଥାନ ଯେତେବେଳେ ଆଲୋକିତ ଅଂଶରେ ରହେ ସେତେବେଳେ ଦିନ ଓ ଅନ୍ଧକାର ଅଂଶରେ ରହିଲେ ରାତି ହୁଏ ।
- ପଶ୍ଚିମରୁ ପୂର୍ବକୁ ପୃଥିବୀର ଘୂର୍ଣ୍ଣନ ଦିନ ଓ ରାତି ସୃଷ୍ଟି କରେ । ଚିତ୍ରରେ ଦେଖାଯାଉଥିବା ପରି ଯେଉଁ ପାର୍ଶ୍ଵରେ ସୂର୍ଯ୍ୟକିରଣ ପଡୁଥାଏ ପୃଥିବୀର ସେହି ପାଖରେ ଦିନ ଓ ଅନ୍ୟ ପାର୍ଶ୍ଵରେ ରାତି ଅନୁଭୂତ ହୁଏ ।

![]()
ଘୂର୍ଣ୍ଣନ ଅକ୍ଷ (Axis of Rotation) : ଘୂର୍ଣ୍ଣନ ହେଉଛି ବସ୍ତୁର ଏପରି ଏକ ଗତି, ଯେଉଁଥିରେ ଏହାର ସବୁ ଅଂଶ ଏକ କାଳ୍ପନିକ ରେଖା ଚତୁଃପାର୍ଶ୍ଵରେ ବୃତ୍ତାକାର ପଥରେ ଗତି କରେ । ଏହି ରେଖାକୁ ଘୂର୍ଣ୍ଣନ ଅକ୍ଷ କୁହାଯାଏ ।
ପୃଥିବୀର ବିଷୁବ ରେଖା ଉପରେ ଉତ୍ତର ଦିଗକୁ ମୁହଁକରି ଠିଆ ହେଲେ ପଛପଟେ ଦକ୍ଷିଣମେରୁ ରୁହେ । ଏହି ଅବସ୍ଥାନରେ ସକାଳେ ସୂର୍ଯ୍ୟ ଡାହାଣ ପାଖରେ ପୂର୍ବଦିଗରେ ଦେଖାଯାଇଥାଏ । ମଧ୍ୟାହ୍ନ ସମୟରେ ସୂର୍ଯ୍ୟ ମୁଣ୍ଡ ଉପରେ ଦେଖାଯାଏ ଓ ସନ୍ଧ୍ୟା ସମୟରେ ପଶ୍ଚିମ ଦିଗରୁ ସୂର୍ଯ୍ୟ ଅଦୃଶ୍ୟ ହେବାକୁ ଆରମ୍ଭ କରେ ।

ପୃଥିବୀର ଘୂର୍ଶନ ଯୋଗୁଁ ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହେଲାପରି ଦେଖାଯାଏ । ସୂର୍ଯ୍ୟ ଆକାଶରେ ପୂର୍ବଦିଗରୁ ପଶ୍ଚିମକୁ ଗତି କରି ପଶ୍ଚିମ ଦିଗରେ ଅସ୍ତ ହୋଇଥା’ନ୍ତି । ଏହା ପରେ ରାତି ହୋଇଥାଏ ଓ ଆକାଶରେ ତାରାମାନେ ଦୃଶ୍ୟମାନ ହୁଅନ୍ତି ।
ଘଣ୍ଟାର ପେଣ୍ଡୁଲମ୍ :
ପୂର୍ବରୁ ‘ସମୟ ଓ ଗତିର ପରିମାପ’ ଅଧ୍ୟାୟରେ ବୈଜ୍ଞାନିକ ଗାଲିଲିଓ କିପରି ପେଣ୍ଡୁଲମ୍ବର ଏକ ଗୁରୁତ୍ଵପୂର୍ଣ୍ଣ ଧର୍ମ ବିଷୟରେ ଆବିଷ୍କାର କରିଥିଲେ ତୁମେ ଶିଖୁଛ । ସପ୍ତଦଶ ଶତାବ୍ଦୀରେ ଆଉ ଜଣେ ବୈଜ୍ଞାନିକ ହାଇଜିନ୍ସ (Huygens) ସମୟ ମାପିବା ପାଇଁ ବ୍ୟବହୃତ ହେଉଥିବା ଘଣ୍ଟାରେ ପେଣ୍ଡୁଲମ୍ର ଏହି ବିଶେଷ ଧର୍ମ ବ୍ୟବହାର କରିଥିଲେ । ଉନବିଂଶ ଶତାବ୍ଦୀର ମଧ୍ୟଭାଗରେ ଆଉ ଜଣେ ବୈଜ୍ଞାନିକ ଲିଓନ ଫୋକାଲ୍ସ (Leon Foucault) ପୃଥିବୀର ଘୂର୍ଣ୍ଣନର ସରଳ ପ୍ରଦର୍ଶନ ପାଇଁ ଏକ ଦୀର୍ଘ ପେଣ୍ଡୁଲମ୍ ବ୍ୟବହାର କରିଥିଲେ । ବୈଜ୍ଞାନିକ ଫୋକାଲ୍ଟଙ୍କୁ ସମ୍ମାନ ଜଣାଇବା ନିମିତ୍ତ ଏହି ପେଣ୍ଡୁଲମ୍ ତାଙ୍କ ନାଁରେ ନାମିତ କରାଯାଇଥିଲା, ଯାହାକୁ ଏକ ଉଚ୍ଚ ଛାତରୁ ଗୋଟିଏ ଲମ୍ବା ସୂତାରେ ଖୁବ୍ ଓଜନିଆ ବଟ୍ ଦେଇ ଝୁଲା ଯାଇଥିଲା । ଭାରତର ରାଜଧାନୀ ନୂଆଦିଲ୍ଲୀରେ ଥିବା ନୂତନ ପାର୍ଲାମେଣ୍ଟ ଭବନର ଗୋଟିଏ ସ୍କାଇଲାଇଟରୁ ୨୨ ମିଟର ଲମ୍ବ ବିଶିଷ୍ଟ ଫୋକାଲ୍ଟ ପେଣ୍ଡୁଲମ୍ ଝୁଲା ଯାଇଅଛି । ଏହି ବିଶ୍ୱବ୍ରହ୍ମାଣ୍ଡର ବିଶାଳତା ସହିତ ଭାରତୀୟ ଦାର୍ଶନିକ ଚିନ୍ତାଧାରାର ଐକ୍ୟର ପ୍ରତୀକ ଅଟେ ।

ପୃଥିବୀ ଯେହେତୁ ଘୂର୍ଣ୍ଣନ କରୁଅଛି, ତେଣୁ ସୂର୍ଯ୍ୟପରି ତାରାକାମାନେ ମଧ୍ୟ ଆକାଶରେ ଗତି କରିବା ପରି ଆମକୁ ଜଣାପଡ଼ିଥା’ନ୍ତି । ଉତ୍ତର ଗୋଲାର୍ଦ୍ଧରେ ପୃଥିବୀର ଘୂର୍ଣ୍ଣନ ଅକ୍ଷର ଦିଗ ଧ୍ରୁବ ନକ୍ଷତ୍ରର ଅତି ନିକଟ ଆଡ଼କୁ ନିର୍ଦ୍ଦେଶିତ ହୋଇଥାଏ । ତେଣୁ ପୃଥିବୀରୁ ଚାହିଁଲେ ଧ୍ରୁବ ନକ୍ଷତ୍ର ଆକାଶରେ ପ୍ରାୟ ଗୋଟିଏ ସ୍ଥାନରେ ସ୍ଥିର ଥିବାପରି ଦେଖାଯାଏ ।
![]()
ସମସ୍ତ ତାରା ତା’ର ଚତୁଃପାର୍ଶ୍ଵରେ ଘୂରିଲାପରି ଦେଖା’ଯାନ୍ତି । ସୂର୍ଯ୍ୟ ପରି ଚନ୍ଦ୍ର ମଧ୍ୟ ଆକାଶରେ ପୂର୍ବଦିଗରେ ଉଦୟ ଓ ପଶ୍ଚିମରେ ଅସ୍ତ ହେବାର ଦେଖାଯାଏ । ପୃଥିବୀ ପଶ୍ଚିମରୁ ପୂର୍ବକୁ ଘୂରୁଥିବାର ଏପରି ଦେଖାଯାଏ ।
ତାରକା ପଦାଙ୍କ (Star Trails) : ମହାକାଶୀୟ ଚିତ୍ର ଉତ୍ତୋଳନକାରୀମାନେ ବହୁ ସମୟ ପର୍ଯ୍ୟନ୍ତ କ୍ୟାମେରାର ମୁହଁ ଖୋଲାରଖୁ ଦୀର୍ଘ ସମୟ ଧରି ଫଟୋ ଉଠାନ୍ତି । ଏହି ଫଟୋ ଚିତ୍ରରେ ତାରାକାଗୁଡ଼ିକର ସ୍ପଷ୍ଟ ଗତି ବୃତ୍ତର ଚାପ ଭଳି ଲିପିବଦ୍ଧ ହୁଏ । ଏହାକୁ ତାରକା ପଦାଙ୍କ କୁହାଯାଏ ।
ପ୍ରାଚୀନ ଗ୍ରନ୍ଥରେ ମହାଜାଗତିକ ବସ୍ତର ଦୈନିକ ଗତି : ମହାଜାଗତିକ ବସ୍ତୁ ଯେପରିକି ସୂର୍ଯ୍ୟ, ଚନ୍ଦ୍ର ଓ ନକ୍ଷତ୍ରମାନଙ୍କର ଦୃଶ୍ୟମାନ ଦୈନିକ ଗତି ସମ୍ବନ୍ଧରେ ଆର୍ଯ୍ୟଭଟ୍ଟଙ୍କ ସମେତ ଅନ୍ୟ ପ୍ରାଚୀନ ଭାରତୀୟ ଜ୍ୟୋତିର୍ବିଜ୍ଞାନୀମାନେ ମଧ୍ୟ ଉଲ୍ଲେଖ କରିଛନ୍ତି ।
ଖ୍ରୀଷ୍ଟୀୟ ପଞ୍ଚମ ଶତାବ୍ଦୀରେ ପ୍ରାଚୀନ ଭାରତୀୟ ଗଣିତଜ୍ଞ ଓ ଜ୍ୟୋତିର୍ବିଜ୍ଞାନୀ ଆର୍ଯ୍ୟଭଟ୍ଟ ଏକ ଗୁରୁତ୍ଵପୂର୍ଣ୍ଣ ଗ୍ରନ୍ଥ ‘ଆର୍ଯ୍ୟଭଟ୍ଟାୟ’ ରଚନା କରିଥିଲେ । ଆର୍ଯ୍ୟଭଟ୍ଟାୟରେ ‘ଗୋଲପାଦ’ର ୯ମ ଶ୍ଳୋକରେ ପୃଥିବୀର ଘୂର୍ଣ୍ଣନ ଯୋଗୁ ତାରାମାନଙ୍କର ପ୍ରତୀୟମାନ ଗତି ହେଉଛି ବୋଲି ସ୍ପଷ୍ଟ ଉଲ୍ଲେଖ ଅଛି ।
” ଅନୁଲୋମଗତର୍ବୋସ୍ଥ ପଶ୍ୟତ୍ୟଚଳମଂ ବିଲୋମରଂ ଯଦ୍ଵତ୍ ।
ଅଚଳାନିଭାନି ତଦ୍ଵତ୍ ସମପଶ୍ଚିମଗାନି ଲଙ୍କାୟାମ୍ ।।’’
ଅର୍ଥାତ୍ ଡଙ୍ଗାରେ ବସି ଆଗକୁ ଯାଉଥିବା ଜଣେ ବ୍ୟକ୍ତି ଯେପରି ସ୍ଥିର ବସ୍ତୁଗୁଡ଼ିକ ପଛକୁ ଗତି କରିବାର ଦେଖେ, ସେହିପରି ଲଙ୍କାର ଅଧିବାସୀମାନେ ସ୍ଥିର ତାରାଗୁଡ଼ିକ ମଧ୍ୟ ପଶ୍ଚିମକୁ ଗତି କରୁଥିବାର ଦେଖନ୍ତି ।
ପୃଥିବୀ ନିଜ ଅକ୍ଷ ଚାରିପଟରେ ଗୋଟିଏ ପୂର୍ଣ ଘୂର୍ଣ୍ଣନ ପାଇଁ ୨୩ ଘଣ୍ଟା ୫୬ ମିନିଟ୍ ୪.୧ ସେକେଣ୍ଟ୍ (ଆଧୁନିକ ଏକକରେ) ସମୟ ନିଏ ବୋଲି ଆର୍ଯ୍ୟଭଟ୍ଟ ଉଲ୍ଲେଖ କରିଥିଲେ । ବର୍ତ୍ତମାନ ବୈଜ୍ଞାନିକମାନେ ନିର୍ଣ୍ଣୟ କରିଥିବା ମୂଲ୍ୟ ସହ ଏହା ଆଶ୍ଚର୍ଯ୍ୟଜନକ ଭାବେ ନିକଟତମ ।
ପୃଥିବୀର ପରିକ୍ରମଣ (Revolution of Earth) :
ପୃଥିବୀ ନିଜ ଅକ୍ଷ ଚାରିପାଖେ ଘୂରିବା ସଙ୍ଗେ ସଙ୍ଗେ ସୂର୍ଯ୍ୟ ଚାରିପାଖରେ ମଧ୍ୟ ପରିକ୍ରମଣ କରିଥାଏ । ପରିକ୍ରମଣ ହେଉଛି ଗୋଟିଏ ବସ୍ତର ଅନ୍ୟ ଏକ ବସ୍ତ ଚାରିପାଖରେ ଗତି । ଏ ପ୍ରକାର ଗତି ଘୂର୍ଣ୍ଣନଠାରୁ ଭିନ୍ନ ଅଟେ । ଯେଉଁ ପଥରେ ବସ୍ତୁଟି ପରିକ୍ରମଣ କରେ, ତାହାକୁ କକ୍ଷପଥ (Orbit) କୁହାଯାଏ । ପୃଥିବୀ ସୂର୍ଯ୍ୟ ଚାରିପାଖରେ ପରିକ୍ରମଣ ପାଇଁ ପ୍ରାୟ ୩୬୫ ଦିନ ୬ ଘଣ୍ଟା ସମୟ ଲାଗିଥାଏ ।
ପୃଥିବୀରୁ ରାତି ଆକାଶର ପରିବର୍ତ୍ତନଶୀଳ ଦୃଶ୍ୟ :
ପ୍ରତ୍ୟେକ ସନ୍ଧ୍ୟାରେ ସୂର୍ଯ୍ୟ ପଶ୍ଚିମ ଦିଗରେ ଅସ୍ତ ହୁଏ ଓ ରାତି ଆକାଶ ଦୃଶ୍ୟମାନ ହୋଇଥାଏ । ପୃଥିବୀର ଘୂର୍ଶନ ଯୋଗୁଁ ଏ ହା ହୋଇଥାଏ । ଯେହେତୁ ପୃଥିବୀ ସୂର୍ଯ୍ୟ ଚାରିପାଖରେ ନିରନ୍ତର ଘୂରୁଛି, ବର୍ଷକ ମଧ୍ୟରେ ବିଭିନ୍ନ ଦିଗରୁ ଚାହିଁଲେ, ସୂର୍ଯ୍ୟାସ୍ତ ପରେ ରାତି ଆକାଶରେ ଦୃଶ୍ୟମାନ ତାରାଗୁଡ଼ିକ ଧୀରେ ଧୀରେ ପରିବର୍ତ୍ତନ ହୋଇଥା’ନ୍ତି ।8

ଭାରତର ପଶ୍ଚିମାଞ୍ଚଳରେ ‘ତାପି’ ଉପତ୍ୟକାରେ ଭିଲ୍ ଓ ପାଓ୍ବାରା ନାମକ ସ୍ଥାନୀୟ ଜନଜାତି ବାସ କରନ୍ତି । ସେମାନେ ଆକାଶରେ କିଛି ନିର୍ଦ୍ଦିଷ୍ଟ ନକ୍ଷତ୍ରର ଢାଞ୍ଚା ଦେଖୁ ମୌସୁମୀ ବର୍ଷା ଆଗମନର ସୂଚନା ପାଉଥିଲେ ।
ପୃଥିବୀରେ ଋତୁଚକ୍ର :
ପୃଥିବୀର ଆବର୍ତ୍ତନ ଅକ୍ଷ ଏହାର ସିଧା ହୋଇ ନଥାଏ । ଏହା ସାମାନ୍ୟ, ପ୍ରାୟ 23.5 ଢଳିକରି ରହିଥାଏ । ପୃଥିବୀ ନିଜ କକ୍ଷପଥରେ ଢଳିରହି ସୂର୍ଯ୍ୟ ଚତୁଃପାର୍ଶ୍ଵରେ ପରିକ୍ରମଣ କରିଥାଏ । ପୃଥିବୀର ଅକ୍ଷସହ ଢଳିରହିବା ଏବଂ ପୃଥିବୀର ବର୍ତ୍ତୁଳାକାର ଆକୃତି ହିଁ ଋତୁ ସୃଷ୍ଟି କରିଥାଏ ।

![]()
ଜୁନ୍ ମାସରେ ପୃଥିବୀର ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟଆଡ଼କୁ ଢଳିଥାଏ । ସେହି ସମୟରେ ଦକ୍ଷିଣ ଗୋଲାର୍ଦ୍ଧ ସୂର୍ଯ୍ୟଙ୍କଠାରୁ ଦୂରରେ ରହେ । ପୃଥିବୀର ବର୍ତ୍ତୁଳାକାର ଆକୃତି ଯୋଗୁଁ ଏହାର ଦକ୍ଷିଣ ଗୋଲାର୍ଦ୍ଧ ଅପେକ୍ଷା ଉତ୍ତର ଗୋଲାର୍ଦ୍ଧ କମ୍ ଅଞ୍ଚଳରେ ଏକ ନିର୍ଦ୍ଦିଷ୍ଟ ପରିମାଣର ସୂର୍ଯ୍ୟକିରଣ ବିଚ୍ଛୁରିତ କରିଥାଏ । ଏହି କାରଣରୁ ଉତ୍ତର ଗୋଲାର୍ଷ ଅପେକ୍ଷାକୃତ ଅଧ୍ବକ ଉତ୍ତପ୍ତ ହୋଇଥାଏ ।

ଏହି ଜୁନ୍ ମାସରେ ଉତ୍ତର ଗୋଲାର୍ଦ୍ଧ 12 ଘଣ୍ଟାରୁ ଅଧିକ ସମୟ ସୂର୍ଯ୍ୟଲୋକ ପାଇଥାଏ । ତେଣୁ ଏହି ସମୟରେ ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମଋତୁ ଅନୁଭୂତ ହୁଏ । ଡିସେମ୍ବର ମାସରେ ପରିସ୍ଥିତି ବିପରୀତ ହୁଏ ଏବଂ ଏଠାରେ ଶୀତଋତୁ ଅନୁଭୂତ ହେବାସହ କମ୍ ସମୟ ପାଇଁ ସୂର୍ଯ୍ୟାଲୋକ ପଡ଼ିଥାଏ, ଏଣୁ ଦିନ ଛୋଟ ହୁଏ ।

ଉତ୍ତର ଗୋଲାର୍ଦ୍ଧ ତୁଳନାରେ ଦକ୍ଷିଣ ଗୋଲାର୍ଦ୍ଧରେ ଋତୁ ଏବଂ ଦିନର ସମୟ ଅବଧୂ ଓଲଟା ହୋଇଥାଏ । ଦକ୍ଷିଣ ଗୋଲାର୍ଦ୍ଧରେ ଜୁନ୍ ମାସରେ ଶୀତଋତୁ ଏବଂ ଡିସେମ୍ବର ମାସରେ ଗ୍ରୀଷ୍ମ ଋତୁ ହୋଇଥାଏ ।
ପୃଥିବୀରେ ଋତୁ କାହିଁକି ଘଟେ ? : ପୃଥିବୀରେ ଋତୁ କାହିଁକି ହୁଏ, ତାହା ବ୍ୟାଖ୍ୟା କରିବା ପାଇଁ ପ୍ରାୟତଃ ଦୁଇଟି ଭୁଲ କାରଣ ଦିଆଯାଏ ।
୧. ଯେତେବେଳେ ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟ ଆଡ଼କୁ ଢଳିଥାଏ, ତାହା ସୂର୍ଯ୍ୟର ନିକଟତର ହୋଇଥାଏ ।
୨. ପୃଥିବୀର କକ୍ଷପଥ ଏକ ଅଣ୍ଡାକାର ପଥ । ଏଠାରେ ସୂର୍ଯ୍ୟ ଏହାର କେନ୍ଦ୍ରରୁ ସାମାନ୍ୟ ବିସ୍ଥାପିତ ହୋଇ ରହିଥାଏ । ତେଣୁ ବର୍ଷର ବିଭିନ୍ନ ସମୟରେ ପୃଥିବୀ ସୂର୍ଯ୍ୟଠାରୁ ବିଭିନ୍ନ ଦୂରତାରେ ଥାଏ ।
ତଥାପି, ଏହି ଦୁଇଟି କ୍ଷେତ୍ରରେ ଦୂରତାର ପାର୍ଥକ୍ୟ ବହୁତ କମ୍ ଏବଂ ପୃଥିବୀରେ ଋତୁ କାହିଁକି ଘଟେ ତାହା ଏହି କାରଣ ନୁହେଁ । ପ୍ରକୃତରେ, ଜାନୁଆରୀରେ ପୃଥିବୀ ସୂର୍ଯ୍ୟର ସବୁଠାରୁ ନିକଟତର ହୁଏ ।
![]()
ଗ୍ରୀଷ୍ମ ଅୟନାନ୍ତ ଓ ଶୀତ ଅୟନାନ୍ତ : ଜୁନ୍ ୨୧ ତାରିଖରେ ଉତ୍ତର ଗୋଲାର୍ଦ୍ଧରେ ସବୁଠାରୁ ଲମ୍ବା ଦିନ ହୁଏ । ଏହାକୁ ଗ୍ରୀଷ୍ମ ଅୟନାନ୍ତ (Summer Solstice) କୁହାଯାଏ । ଏହା ପରେ କ୍ରମେ ଦିନର ଅବଧୂ ଛୋଟ ଏବଂ ରାତି ବଡ଼ ହୁଏ । ଉତ୍ତର ଗୋଲାର୍ଦ୍ଧରେ ସବୁଠାରୁ ଛୋଟ ଦିନ ଓ ସବୁଠାରୁ ଦୀର୍ଘ ରାତି ଡିସେମ୍ବର ୨୨ ପାଖାପାଖୁ ହୁଏ, ଯାହାକୁ ଶୀତ ଅୟନାନ୍ତ (Winter Solstice) କୁହାଯାଏ । ମାର୍ଚ୍ଚ ୨୧ ତାରିଖ ଓ ସେପ୍ଟେମ୍ବର ୨୩ ତାରିଖରେ ଦିବା ସମୟ ଓ ରାତ୍ର ସମୟ ୧୨ ଘଣ୍ଟା ଲେଖାଏଁ ହୋଇଥାଏ । ଉତ୍ତର ଗୋଲାର୍ଦ୍ଧରେ ଏହି ଦିନଗୁଡ଼ିକୁ ଯଥାକ୍ରମେ ବସନ୍ତ କ୍ରାନ୍ତିପାଦ (Spring equinox) ଓ ଶରତ କ୍ରାନ୍ତିପାଦ (Autumn equinox) କୁହାଯାଏ ।
ମେରୁରେ ଦିନ ଓ ରାତି : ମାର୍ଚ୍ଚ ୨୧ ତାରିଖ କ୍ରାନ୍ତିପାଦ ଦିନରେ ଉତ୍ତର ମେରୁରେ ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୁଏ ଏବଂ ଛଅ ମାସ ପାଇଁ ଆକାଶରେ ନିରନ୍ତର ରହିଥାଏ । ସେପ୍ଟେମ୍ବର ୨୨ ତାରିଖରେ ସୂର୍ଯ୍ୟ ଅସ୍ତ ହୁଏ । ଦକ୍ଷଣମେରୁରେ ଏହାର ବିପରୀତ ଘଟଣା ଘଟେ । ମେରୁ ଅଞ୍ଚଳଗୁଡ଼ିକ ନିରନ୍ତର ୬ ମାସ ପର୍ଯ୍ୟନ୍ତ ସୂର୍ଯ୍ୟକିରଣ ପାଆନ୍ତି । ବର୍ଷର ପରବର୍ତ୍ତୀ ଅର୍ଦ୍ଧେକ ସମୟ ଅନ୍ଧକାର ରହେ । ମେରୁରେ ୬ ମାସ ଆଲୋକ ଆଉ ୬ ମାସ ଅନ୍ଧାର ଅନୁଭୂତ ହୁଏ ।
ବିଷୁବରେଖାରେ ସବୁବେଳେ ୧୨ ଘଣ୍ଟା ପାଇଁ ଦିନ ଓ ୧୨ ଘଣ୍ଟା ପାଇଁ ରାତି ହୋଇଥାଏ । ବିଭିନ୍ନ ମାସରେ ବିଷୁବରେଖାରେ ପଡୁଥିବା ସୂର୍ଯ୍ୟକିରଣର ତୀବ୍ରତାରେ ଅତି କମ୍ ପାର୍ଥକ୍ୟ ରହିଥାଏ । ଏହି କାରଣରୁ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ବିଷୁବରେଖା ନିକଟରେ ଥିବାରୁ ସେଠାରେ ଋତୁଗୁଡ଼ିକର ପ୍ରଭାବ ବେଶୀ ଅନୁଭୂତ ହୁଏନାହିଁ । ଅପରପକ୍ଷରେ ଅନ୍ୟାନ୍ୟ ପ୍ରଭାବ ଯଥା (i) ସ୍ଥାନୀୟ ଭୌଗୋଳିକ ବୈଶିଷ୍ଟ୍ୟ, (ii) ମହାସାଗରର ପ୍ରଭାବ ଏଠାରେ ବେଶୀ ମାତ୍ରାରେ ଅନୁଭୂତ ହୁଏ ।
ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣ (Solar Eclipse and Lunar Eclipse) :
ଚନ୍ଦ୍ର ପୃଥିବୀର ଏକ ପ୍ରାକୃତିକ ଉପଗ୍ରହ । ପୃଥିବୀ ସୂର୍ଯ୍ୟ ଚାରିପାଖରେ ପରିକ୍ରମଣ କରିବା ପରି ଚନ୍ଦ୍ର ପୃଥିବୀ ଚାରିପାଖରେ ମଧ୍ୟ ପରିକ୍ରମଣ କରିଥାଏ । ଏକ ନିର୍ଦ୍ଦିଷ୍ଟ ସମୟରେ ଯେତେବେଳେ ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ଚନ୍ଦ୍ର ରହିଥାଏ, ତାହା ସୂର୍ଯ୍ୟର ଆଲୋକକୁ ଆମ ପାଖରେ ପହଞ୍ଚାଇବାକୁ ଦେଇ ନଥାଏ, ଏହାକୁ ସୂର୍ଯ୍ୟୋପରାଗ କୁହାଯାଏ ।
କାର୍ଯ୍ୟ-୪ : ଆସ ଅନୁସନ୍ଧାନ କରିବା
ତୁମ ବନ୍ଧୁଙ୍କୁ ତୁମଠାରୁ ୫ ମିଟର ଦୂରରେ ଠିଆ ହେବାକୁ କୁହାଯାଉ । ବନ୍ଧୁଙ୍କ ମୁଣ୍ଡକୁ ସୂର୍ଯ୍ୟ ବୋଲି ଭାବି ନିଆଯାଉ ।
ଏବେ ଗୋଟିଏ ଆଖ୍ ବନ୍ଦ କର ଓ ତୁମ ବନ୍ଧୁଙ୍କ ଆଡ଼କୁ ହାତ ବଢ଼େଇ ତୁମ ଆଖ୍ ସହିତ ବୁଢ଼ାଙ୍ଗୁଠି ଉପରକୁ କରି ଦେଖାଅ । (ଚିତ୍ର ପରି) ତୁମେ କ’ଣ ବନ୍ଧୁର ସମ୍ପୂର୍ଣ୍ଣ ମୁଣ୍ଡକୁ ତୁମ ବୁଢ଼ାଙ୍ଗୁଠିଦ୍ୱାରା ଆଚ୍ଛାଦନ କରିପାରିବ ?
ତୁମର ବୃଦ୍ଧାଙ୍ଗୁଠିର ଆକୃତି ବନ୍ଧୁଙ୍କ ମୁଣ୍ଡ ତୁଳନାରେ ଅତି ଛୋଟ ହୋଇଥିଲେ ବି, ତୁମେ ବନ୍ଧୁଙ୍କ ପୁରା ମୁଣ୍ଡକୁ ଆଚ୍ଛାଦନ କରିପାରିବ । ଏହା କିପରି ସମ୍ଭବ ? ଆମ ଆଖୁକୁ ଦେଖାଯାଉଥିବା କୌଣସି ବସ୍ତର ଆକୃତିକୁ ପ୍ରତୀୟମାନ ଆକୃତି କୁହାଯାଏ । ଏହା ବସ୍ତୁର ଭୌତିକ ଆକାର ଓ ଆମଠାରୁ ଦୂରତା ଉପରେ ନିର୍ଭର କରେ । ଯେହେତୁ ବୁଢ଼ାଙ୍ଗୁଠିର ଅବସ୍ଥାନ ଆମ ବନ୍ଧୁଙ୍କଠାରୁ ବହୁତ ପାଖରେ, ବୁଢ଼ାଆଙ୍ଗୁଠି ଓ ବନ୍ଧୁଙ୍କ ମୁଣ୍ଡର ପ୍ରତୀୟମାନ ଆକୃତି ସମାନ ଭଳି ଜଣାଗଲା ।
ପୃଥିବୀ ପୃଷ୍ଠକୁ ଆକାଶରେ ଦୃଶ୍ୟମାନ ଚନ୍ଦ୍ର ଓ ସୂର୍ଯ୍ୟର ପ୍ରତୀୟମାନ ଆକାର ସମାନ ଦେଖାଯାଏ, କାରଣ ସୂର୍ଯ୍ୟଠାରୁ ଚନ୍ଦ୍ର ଆକାରରେ ଅତି କ୍ଷୁଦ୍ର ହେଲେ ମଧ୍ୟ, ଏହା ସୂର୍ଯ୍ୟ ଅପେକ୍ଷା ପୃଥିବୀର ବହୁତ ନିକଟରେ ରହିଥାଏ, ତେଣୁ ପୃଥିବୀରୁ ଦେଖିଲେ ଚନ୍ଦ୍ର, ସୂର୍ଯ୍ୟକୁ ଆଚ୍ଛାଦନ କଲା ଭଳି ଜଣା ପଡ଼ିଥାଏ ।

ମହାଜାଗତିକ ବିରଳ ଘଟଣା : ଯଦିଓ ବୁଧ ଓ ଶୁକ୍ରଗ୍ରହ ଚନ୍ଦ୍ରଠାରୁ ଆକାରରେ ବଡ଼, ସେମାନେ ମଧ୍ୟ ଚନ୍ଦ୍ରଠାରୁ ବହୁ ଦୂରରେ ଅଛନ୍ତି । ସେମାନଙ୍କ ପ୍ରତୀୟମାନ ଆକାର ସୂର୍ଯ୍ୟଠାରୁ ବହୁତ ଛୋଟ ହୋଇଥିବାରୁ ସେମାନେ ସୂର୍ଯ୍ୟକୁ ସମ୍ପୂର୍ଣ୍ଣ ଅବରୋଧ କରିପାରନ୍ତି ନାହିଁ । ଉଦାହରଣ ସ୍ଵରୂପ ଯେତେବେଳେ ପୃଥିବୀ ସୂର୍ଯ୍ୟ ଦେଇ ଶୁକ୍ର ଗତି କରେ, ଏହା ଏକ କ୍ଷୁଦ୍ର କଳାବିନ୍ଦୁ ଭଳି ସୂର୍ଯ୍ୟର ଉଜ୍ଜ୍ଵଳ ମୁହଁ ଉପର ଦେଇ ଅତିକ୍ରମ କରେ । ଏହା ଶୁକ୍ରଗ୍ରହର ଅତିକ୍ରମ ବା ଚଳନ (Transit of Venus) ଭାବେ ପରିଚିତ । ଏହି ମହାଜାଗତିକ ଘଟଣା ଏକ ବିରଳ ଘଟଣା ।
![]()
ସୂର୍ଯ୍ୟୋପରାଗ ସମୟରେ ସୂର୍ଯ୍ୟ, ଚନ୍ଦ୍ର ପୃଥିବୀର ଅବସ୍ଥିତି ନିମ୍ନ ପ୍ରକାର ହୋଇଥାଏ । ଏଠାରେ ଚନ୍ଦ୍ରର ଛାଇ ପୃଥିବୀ ପୃଷ୍ଠର ଛୋଟ କ୍ଷେତ୍ର ଉପରେ ପଡ଼ିଥାଏ । ଏହି ଅଞ୍ଚଳ ସମ୍ପୂର୍ଣ୍ଣ ଅନ୍ଧାରରେ ରହେ ଏବଂ ଏଠାରୁ ସୂର୍ଯ୍ୟର କୌଣସି ଅଂଶ ଦୃଶ୍ୟମାନ ହୋଇ ନଥାଏ । ଏଠାରେ ପର୍ଯ୍ୟବେକ୍ଷକମାନେ ପୂର୍ଣ୍ଣ ସୂର୍ଯ୍ୟୋପରାଗ (Total Solar Eclipse) ଦେଖିବାକୁ ପାଇଥା’ନ୍ତି ।

ପୃଥିବୀ ପୃଷ୍ଠର ଯେଉଁ ଅଞ୍ଚଳରେ ଚନ୍ଦ୍ର ସୂର୍ଯ୍ୟକୁ ଆଂଶିକ ଅବରୋଧ କରେ, ସେଠାରେ ସୂର୍ଯ୍ୟର କେବଳ କିଛି ଅଂଶ ଆଚ୍ଛାଦିତ ହୁଏ ଓ ସେଠାରେ ପର୍ଯ୍ୟବେକ୍ଷକମାନେ ଆଂଶିକ ସୂର୍ଯ୍ୟୋପରାଗ ଦେଖିବାକୁ ପାଇଥା’ନ୍ତି । ସମ୍ପୂର୍ଣ୍ଣ ସୂର୍ଯ୍ୟୋପରାଗ ସମୟରେ ସୂର୍ଯ୍ୟକିରଣ ପୃଥିବୀରେ କିଛି ମିନିଟ୍ ପାଇଁ ପହଞ୍ଚି ନ ପାରିବାରୁ ଦିନରେ ମଧ୍ୟ ଚାରିଆଡ଼ ଅନ୍ଧାର ଦେଖାଯାଏ ।

ପୃଥିବୀର ଆବର୍ତ୍ତନ ଏବଂ ଚନ୍ଦ୍ରର ନିଜ କକ୍ଷପଥରେ ଗତି ଯୋଗୁଁ ଚନ୍ଦ୍ରର ଛାଇ ପୃଥିବୀ ପୃଷ୍ଠରେ ଗତିକରେ, ତେଣୁ ସମ୍ପୂର୍ଣ୍ଣ ସୂର୍ଯ୍ୟୋପରାଗ କେବଳ କିଛି ମିନିଟ୍ ପାଇଁ ଦୃଶ୍ୟମାନ ହୋଇଥାଏ । ଯେତେବେଳେ ଚନ୍ଦ୍ର, ସୂର୍ଯ୍ୟର ସମ୍ମୁଖ ଭାଗରୁ ଦୂରେଇଯିବା ଆରମ୍ଭ କରେ, ଆମେ ଆଂଶିକ ସୂର୍ଯ୍ୟୋପରାଗ ଦେଖିବାକୁ ପାଇଥାଉ ।
ଆଂଶିକ ସୂର୍ଯ୍ୟୋପରାଗ ପରେ ଦିନର ଆଲୋକ ପୁଣି ଫେରି ଆସିଥାଏ । ସଂପୂର୍ଣ୍ଣ ସୂର୍ଯ୍ୟୋପରାଗ ଆରମ୍ଭ ଓ ଶେଷବେଳକୁ ସୂର୍ଯ୍ୟର କିଛି ଅଂଶ ଉଜ୍ଜ୍ଵଳ ଆଲୋକ ମୁଦ୍ରିକା ପରି ଦୃଶ୍ୟମାନ ହୋଇଥାଏ । ଏପରି ଅବସ୍ଥାକୁ ହୀରକ ବଳୟ (Diamond ring) କୁହାଯାଏ ।
ସୂର୍ଯ୍ୟୋପରାଗର ନିରାପଦ ଦର୍ଶନ (ପ୍ଲାନେଟୋରିୟମ୍) : ଆମ ଆଖୁକୁ କିଛି କ୍ଷତି ପହଞ୍ଚିବ ନାହିଁ ବୋଲି ଭାବି କେହି କେହି ହୁଏତ ସୂର୍ଯ୍ୟୋପରାଗ ସମୟରେ ସୂର୍ଯ୍ୟଙ୍କୁ ଖାଲିଆସ୍ରେ ଦେଖୁବାକୁ ଆଗ୍ରହ ପ୍ରକାଶ କରିପାରନ୍ତି, ମାତ୍ର ଏପରି କରିବା ଠିକ୍ ନୁହେଁ । ପରାଗ ସମୟରେ ସୂର୍ଯ୍ୟରୁ ବିଚ୍ଛୁରିତ ହେଉଥିବା ଆଲୋକର ତୀବ୍ରତା ଏତେ ଅଧିକ ଯେ ଏହା ଆଖୁକୁ କ୍ଷତି ପହଞ୍ଚାଏ ଏବଂ ଅନ୍ଧତ୍ଵ ସୃଷ୍ଟି କରିପାରେ । ତେଣୁ ପରାଗ ସମୟରେ ଖାଲିଆସ୍ରେ ସିଧାସଳଖ ସୂର୍ଯ୍ୟଙ୍କୁ ଦେଖିବା ମନା ।
![]()
ସୂର୍ଯ୍ୟୋପରାଗକୁ ଚଷମା, ବାଇନାକୁଲର କିମ୍ବା ଦୂରବୀକ୍ଷଣ ଯନ୍ତ୍ର ଦେଇ ଦେଖିବା ନିଷେଧ ଅଟେ । ସାଧାରଣତଃ ପ୍ଲାନେଟୋରିୟମ୍ମାନଙ୍କରେ ସୂର୍ଯ୍ୟୋପରାଗ ସମୟରେ ‘ଉପରାଗ ଦର୍ଶନ’ ନାମକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ । ସୂର୍ଯ୍ୟପରାଗ ଦର୍ଶନ ପାଇଁ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସବୁଠାରୁ ଭଲ ପ୍ରୟାସ ଅଟେ ।
ପରଦାକାନ୍ଥରେ ସୂର୍ଯ୍ୟର ପ୍ରତିଛବି : ସୂର୍ଯ୍ୟର ପ୍ରତିଛବି ଗୋଟିଏ ପରଦା ଉପରେ ପକାଇବା ପାଇଁ ଗୋଟିଏ ସମତଳ ଦର୍ପଣ ବ୍ୟବହାର କର । ସୂର୍ଯ୍ୟୋପରାଗ ସମୟରେ ଏକ ଦର୍ପଣ ବ୍ୟବହାର କରି ସୂର୍ଯ୍ୟର ପ୍ରତିଛବି ପ୍ରଦର୍ଶନ କରିବା କଷ୍ଟକର ବ୍ୟାପାର । ଏହି ଅସୁବିଧା ଦୂର କରିବାକୁ ଦର୍ପଣ ଧରିବା ପାଇଁ ଚଳନଶୀଳ ଷ୍ଟାଣ୍ଡ୍ ବ୍ୟବହାର କରାଯାଇପାରେ । ଗୋଟିଏ ଫମ୍ପା ବଲ୍ ନେଇ ସେଥିରେ ଗୋଟିଏ ଛୋଟ ରନ୍ଧ୍ର କର । ଏହାକୁ ସ୍ଥିର ରଖୁବା ପାଇଁ ଏହାର ଅଧାଅଂଶ ବାଲି ପୂର୍ଣ୍ଣ କର । ଏହା ସହିତ ଗୋଟିଏ ଛୋଟ ଦର୍ପଣ (ଏସ୍ଟ୍ରୋଡ଼ୋରୀ ଦର୍ପଣ) ଲଗାଅ । ବଲ୍ଟିକୁ ଅଠାଳିଆ ବୃତ୍ତ ଆକୃତିର ଏକ ଘୂର୍ଣ୍ଣନ ପଥରେ ରଖ । ଯେପରି ଏହା ସହଜରେ ପରିକ୍ରମଣ କରିପାରିବ । ଏହାକୁ ଏପରି ସ୍ଥାନିତ କର, ଯେପରି ସୂର୍ଯ୍ୟର ପ୍ରତିଛବି ପରଦାର କାନ୍ଥରେ ପଡ଼ିବ । ଚିତ୍ରରେ ଦର୍ଶାଯାଇଛି ଯେ ଦର୍ପଣ ଗୋଟିଏ ସବୁଜ ବଲ୍ ସହ ସଂଯୁକ୍ତ ହୋଇଛି ।
ବହୁ ପୁରାତନ କାଳରୁ ସୂର୍ଯ୍ୟୋପରାଗ ସମ୍ବନ୍ଧୀୟ ତଥ୍ୟ ଲିପିବଦ୍ଧ କରାଯାଇଛି । ସୂର୍ଯ୍ୟୋଦୟକୁ ନେଇ ସାରା ପୃଥିବୀରେ ଅନେକ ପ୍ରକାର ଅନ୍ଧବିଶ୍ଵାସ ଯେପରିକି ଗ୍ରହଣ ସମୟରେ ରନ୍ଧାବଢ଼ା, ଖାଦ୍ୟ ଗ୍ରହଣ କରିବା, ଘରୁ ପଦାକୁ ନ ବାହାରିବା ପ୍ରଭୃତି କାର୍ଯ୍ୟକୁ ବାରଣ କରାଯାଇଥାଏ ।
ଯେହେତୁ ଆମେ ସୂର୍ଯ୍ୟୋପରାଗ ସଂଗଠିତ ହେବାର ବୈଜ୍ଞାନିକ କାରଣ ଜାଣିସାରିଲେଣି, ତେଣୁ ଖାଲି ଆସ୍ରେ ସୂର୍ଯ୍ୟକୁ ଦେଖିବା ବ୍ୟତୀତ ଅନ୍ୟ କୌଣସି କଥାକୁ ଭୟ କରିବା ଅନୁଚିତ ଅଟେ । ଗ୍ରହଣ ସମ୍ବନ୍ଧୀୟ ତଥ୍ୟ ଅନୁଧ୍ୟାନ ଓ ଅଧ୍ୟୟନ ପାଇଁ ଗ୍ରହଣ ଓ ପରାଗ ସମୟ ଜ୍ୟୋତିର୍ବିଜ୍ଞାନୀମାନଙ୍କ ପାଇଁ ଏକ ଅପୂର୍ବ ସୁଯୋଗ ସୃଷ୍ଟି କରିଥାଏ, ଯାହା ଅନ୍ୟ ସମୟରେ ସମ୍ଭବ ନୁହେଁ ।
ସିଦ୍ଧାନ୍ତ ଦର୍ପଣରେ ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟୋପରାଗ : ସଂସ୍କୃତ ଓ ବିଭିନ୍ନ ଭାରତୀୟ ଭାଷାରେ ମଧ୍ୟ ଏହି ମହାଜାଗତିକ ପ୍ରକ୍ରିୟାକୁ ‘ଗ୍ରହଣ’’ ବା ଉପରାଗ କୁହାଯାଏ । ଅନେକ ପ୍ରାଚୀନ ଜ୍ୟୋତିର୍ବିଜ୍ଞାନ ଗ୍ରନ୍ଥ ଗାଣିତିକ ଗଣନାଦ୍ଵାରା ଗ୍ରହଣର ପୂର୍ବାନୁମାନ ନିମିତ୍ତ ସୂଚନା ପ୍ରଦାନ କରିଛନ୍ତି । ସବୁଠାରୁ ଜଣାଶୁଣା ଓ ସର୍ବାଧିକ ଉଲ୍ଲିଖୂତ ଗ୍ରନ୍ଥ ହେଉଛି ‘ସୂର୍ଯ୍ୟ ସିଦ୍ଧାନ୍ତ’’ ଯାହା ଶାସ୍ତ୍ରୀୟ ସଂସ୍କୃତ କବିତା ପରମ୍ପରାରେ ଲିଖ୍ । ଓଡ଼ିଶାର ପ୍ରସିଦ୍ଧ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ପ୍ରଣୀତ ୧୮୯୯ ରେ ପ୍ରକାଶିତ ‘ସିଦ୍ଧାନ୍ତ ଦର୍ପଣ’’ର ଗାଣିତିକ ସୂତ୍ର ଅନୁଯାୟୀ ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟୋପରାଗର ସଠିକ୍ ସମୟର ପୂର୍ବାନୁମାନ ଓଡ଼ିଶାର ପ୍ରଚଳିତ ପାଞ୍ଜିଗୁଡ଼ିକଦ୍ୱାରା ବହୁବର୍ଷଧରି କରାଯାଇ ଆସୁଅଛି ଓ ଜନସାଧାରଣରେ ଗୃହୀତ ହେଉଅଛି ।
ଚନ୍ଦ୍ର ପୃଥବୀ ଚାରିପାଖରେ ପରିକ୍ରମଣ କରୁଥିବାରୁ, ବେଳେବେଳେ ଚନ୍ଦ୍ରରେ ସୂର୍ଯ୍ୟକିରଣ ପଡ଼ିବାକୁ ପୃଥିବୀ ବାଧା ସୃଷ୍ଟିକରେ । ଯେତେବେଳେ ଚନ୍ଦ୍ର ସମ୍ପୂର୍ଣ୍ଣ ଭାବରେ ପୃଥିବୀର ଛାୟାରେ ରହେ, ସେତେବେଳେ ଏହାକୁ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ (Total Lunar Eclipse) କୁହାଯାଏ ।
ପୃଥିବୀର ଛାୟାରୁ ସମ୍ପୂର୍ଣ୍ଣ ବାହାରକୁ ଆସିବା ପର୍ଯ୍ୟନ୍ତ ଚନ୍ଦ୍ରର ଉଜ୍ଜ୍ଵଳ ଅଂଶ ଈଷତ୍ ଲାଲବର୍ଣ୍ଣ ଦେଖାଯାଏ । ଯେତେବେଳେ ଚନ୍ଦ୍ରର କିଛି ଅଂଶ ପୃଥିବୀର ଛାଇରେ ଥାଏ ଏବଂ ଅବଶିଷ୍ଟାଶ ଦୃଶ୍ୟମାନ ହୋଇଥାଏ, ସେହି ଘଟଣାକୁ ଆଂଶିକ ଚନ୍ଦ୍ରଗ୍ରହଣ କୁହାଯାଏ । ଆମେ ଖାଲି ଆସ୍ରେ ସୁରକ୍ଷିତ ଭାବେ ଚନ୍ଦ୍ରଗ୍ରହଣ ଦେଖିପାରିବା ।
![]()
1990 ମସିହା ଜାନୀୟାରୀ ୫ ତାରିଖରେ ଓଡ଼ିଶାର ଭୁବନେଶ୍ୱରଠାରେ ସାମନ୍ତ ଚନ୍ଦ୍ରଶେଖର ପ୍ଲାନେଟୋରିୟମ୍ ଉଦ୍ଘାଟିତ ହୋଇଥିଲା । ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗଙ୍କଦ୍ଵାରା ଏହା ପରିଚାଳିତ । ପଠାଣି ସାମନ୍ତଙ୍କଦ୍ଵାରା ରଚିତ ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥ ବୈଜ୍ଞାନିକ ଓ ଐତିହାସିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ ଅଟେ । ପ୍ରାଚୀନ ଭାରତୀୟ ଜ୍ୟୋତିଷ ଗଣନା ପଦ୍ଧତିକୁ ସାମନ୍ତ ଚନ୍ଦ୍ରଶେଖର ପ୍ଲାନେଟୋରିୟମ୍, ଭୁବନେଶ୍ଵର ଏହି ଗ୍ରନ୍ଥ ପୁନଃସ୍ଥାପିତ କରିଥିଲା ।

ଏହି ପ୍ଲାନେଟୋରିୟମ୍ ୧୨ ମିଟର ବ୍ୟାସ ବିଶିଷ୍ଟ ଏକ ଗୋଲାକାର ବିଜ୍ଞାନକେନ୍ଦ୍ର, ଯେଉଁଥିରେ ୧୭୮ ଜଣ ଏକ ସମୟରେ ବସି ମହାକାଶ ସମ୍ବନ୍ଧରେ ଅଧ୍ୟୟନ କରିପାରିବେ । ୨୦୧୨ ମସିହାରେ ଏହି କେନ୍ଦ୍ରକୁ ସମ୍ପୂର୍ଣ୍ଣ ଡିଜିଟାଲ ପ୍ଲାଟଫର୍ମରେ ରୂପାନ୍ତରଣ କରାଯାଇଛି ।
ଏହି କେନ୍ଦ୍ରରେ ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣ ସମୟରେ ବହୁବିଧ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଶେଷକରି ଜ୍ୟୋତିର୍ବିଜ୍ଞାନ କର୍ମଶାଳା ଓ ମହାକାଶ ଅଧ୍ୟୟନ କର୍ମଶାଳା ଆୟୋଜନ କରାଯାଇ ଆକାଶ ନିରୀକ୍ଷଣ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି । ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗଙ୍କଦ୍ଵାରା ଏହା ପରିଚାଳିତ ହେଉଅଛି ।
ସୌର ମାନମନ୍ଦିର : ତାମିଲନାଡୁର କୋଦାଇକେନାଲରେ ଅବସ୍ଥିତ ସୌରମାନମନ୍ଦିର ୧୮୯୯ ମସିହାରେ ସ୍ଥାପିତ ହୋଇଥିଲା । ଏହା ଦକ୍ଷିଣ ଭାରତର ଏକ ପ୍ରମୁଖ ମାନମନ୍ଦିର । ବିଗତ ଶତାତ୍ତ୍ଵିକ ବର୍ଷ ଧରି ସୂର୍ଯ୍ୟ ସମ୍ବନ୍ଧରେ ଏହି କେନ୍ଦ୍ର ତଥ୍ୟ ପ୍ରଦାନ କରି ଆସୁଅଛି । ଉଜ୍ଜୟିନୀ ସ୍ଥିତ ମାନମନ୍ଦିର ଭାରତର ପ୍ରସିଦ୍ଧ ଓ ପ୍ରାଚୀନତମ ମହାକାଶ ଅଧ୍ୟୟନ କେନ୍ଦ୍ର ଯାହା ୧୮ ଶହ ଶତାବ୍ଦୀରେ ମହାରାଜା ସଇ ଜୟସିଂହ ଦ୍ଵିତୀୟଙ୍କ ଦ୍ଵାରା ପ୍ରତିଷ୍ଠିତ ହୋଇଥିଲା । ସୱାଇ ଜୟସିଂହ ଯନ୍ତର ମନ୍ତର ନାମରେ ପାଞ୍ଚଟି ମହାକାଶ ଗବେଷଣା କେନ୍ଦ୍ର ଦିଲ୍ଲୀ, ଜୟପୁର, ବାରଣାସୀ ଏବଂ ମଥୁରାରେ ପ୍ରତିଷ୍ଠା କରିଥିଲେ । ଜୟପୁର ସ୍ଥିତ ଯନ୍ତର ମନ୍ତର ୟୁନେସ୍କୋ (Unesco) ବିଶ୍ଵ ଐତିହ୍ୟ ସ୍ଥଳ ଭାବେ ମାନ୍ୟତା ପାଇଛି ।
ଏମ୍. କେ. ଭାଇନୋବାପୁ : ଏମ୍. କେ. ଭାଇନୋବାପୁ (M. K. Vainu Bappu)ଙ୍କୁ ଆଧୁନିକ ଭାରତୀୟ ଜ୍ୟୋତିର୍ବିଜ୍ଞାନର ଜନକ କୁହାଯାଏ । ଭାରତର ବିଭିନ୍ନ ସ୍ଥାନରେ ଦୂରବୀକ୍ଷଣ ଯନ୍ତ୍ର ଓ ମହାକାଶ ଗବେଷଣା ପାଇଁ ବହୁବିଧ ଯନ୍ତ୍ର ସ୍ଥାପନ କରି ସେ ପ୍ରସିଦ୍ଧ । ଉତ୍ତରାଖଣ୍ଡର ନୈନିତାଲରେ ଥିବା ମାନୋରା ଶୃଙ୍ଗ ଏବଂ ତାମିଲନାଡୁର କାଭାଲୁର୍ରେ ସ୍ଥାପିତ ଦୂରବୀକ୍ଷଣ ଯନ୍ତ୍ର ତାଙ୍କ କୃତି । କାଭାଲୁର ମାନମନ୍ଦିର ତାଙ୍କ ନାମରେ ନାମିତ । ପୃଥିବୀର ବିଭିନ୍ନ ପର୍ଯ୍ୟବେକ୍ଷଣ କେନ୍ଦ୍ରମାନ ଯାତ୍ରାକରି ସେ ସୌରପରାଗ ସମ୍ପର୍କୀୟ ଅଧ୍ୟୟନ ସହ ନକ୍ଷତ୍ର ଅଧ୍ୟୟନ ଓ ଉଲ୍କା ଆବିଷ୍କାର କରିଛନ୍ତି ।
![]()
ବିଷୟବସ୍ତୁର ସାରାଂଶ :
- ପୃଥିବୀ ନିଜ ଅକ୍ଷ ଚାରିପାଖରେ ପ୍ରାୟ ୨୪ ଘଣ୍ଟାରେ ଥରେ ଘୂର୍ଣ୍ଣନ କରେ ।
- ପଶ୍ଚିମରୁ ପୂର୍ବକୁ ପୃଥିବୀର ଘୂର୍ଣ୍ଣନ (ଆବର୍ତ୍ତନ) ଯୋଗୁ ପୃଥିବୀରେ ଦିନରାତି ହୁଏ ।
- ଆବର୍ତ୍ତନ ଗତିଯୋଗୁ ଆକାଶରେ ସୂର୍ଯ୍ୟ, ଚନ୍ଦ୍ର ପ୍ରଭୃତି ଗତି କଲାଭଳି ଜଣାପଡ଼ନ୍ତି ।
- ପୃଥିବୀର ପରିକ୍ରମଣ (ସୂର୍ଯ୍ୟ ଚାରିପାଖରେ ପ୍ରଦକ୍ଷିଣ) ପାଇଁ ଏକ ବର୍ଷ ସମୟ ଲାଗେ । ପୃଥିବୀର ଘୂର୍ଶନ ଅକ୍ଷ ଏହାର କକ୍ଷପଥ ସହ ସିଧା ନୁହେଁ, ଏହା ସାମାନ୍ୟ ଢଳି ରହିଛି ।
- ପୃଥିବୀର ଗୋଲାକାର ଆକୃତି ଏବଂ ଏହାର କକ୍ଷ ସହ ଘୂର୍ଣ୍ଣନ ଅକ୍ଷ ଢଳି ରହିବା ଯୋଗୁଁ ଋତୁ ପରିବର୍ତ୍ତନ ହୁଏ । ଏହାର କକ୍ଷପଥ ଏକ ଅଣ୍ଡାକୃତି ପଥ ।
- ଚନ୍ଦ୍ର ଏହାର କକ୍ଷପଥରେ ଗତି କଲାବେଳେ ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ଏକ ସରଳରେଖାରେ ରହିଲେ ସୂର୍ଯ୍ୟୋପରାଗ ହୁଏ । ଉପରାଗ ବେଳେ ସୂର୍ଯ୍ୟକିରଣ ଚନ୍ଦ୍ରଦ୍ଵାରା ଅବରୋଧ ହୁଏ, ଯାହା ଫଳରେ ସୂର୍ଯ୍ୟ ପୃଥିବୀକୁ ଦୃଶ୍ୟମାନ ହୁଅନ୍ତି ନାହିଁ ।
- ଯେତେବେଳେ ସୂର୍ଯ୍ୟ ଓ ଚନ୍ଦ୍ର ମଧ୍ୟରେ ପୃଥିବୀ ରହେ, ସେତେବେଳେ ଚନ୍ଦ୍ରଗ୍ରହଣ ହୁଏ । ସେତେବେଳେ ସୂର୍ଯ୍ୟକିରଣ ଚନ୍ଦ୍ରରେ ପହଞ୍ଚିପାରେ ନାହିଁ ।