Class 7 Social Science Chapter 9 Question Answer Odia Medium ଶାସକଙ୍କ ଠାରୁ ଶାସିତଙ୍କ ପର୍ଯ୍ୟନ୍ତ : ସରକାରର ପ୍ରକାର ଭେଦ

Go through 7th Class Social Science Book Odia Medium Question Answer and Class 7 Social Science Chapter 9 Question Answer Odia Medium ଶାସକଙ୍କ ଠାରୁ ଶାସିତଙ୍କ ପର୍ଯ୍ୟନ୍ତ : ସରକାରର ପ୍ରକାର ଭେଦ to understand textbook questions more clearly.

7th Class Social Science Chapter 9 Question Answer Odia Medium

Class 7 Social Science Chapter 9 Odia Medium

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନ ଓ ଅଭ୍ୟାସ କାର୍ଯ୍ୟ

Question 1.
ଏହି ଅଧ୍ୟାୟରେ ତୁମେ ଶିଖୁବା ବିଭିନ୍ନ ପ୍ରକାରର ସରକାରଙ୍କ ନାମ ଉଲ୍ଲେଖ କର ।
Answer:
(i) ଆମେ ଏହି ଅଧ୍ୟାୟରୁ ଜାଣିଛୁ ଯେ ଗଣତନ୍ତ୍ର ଆଜିର ବିଶ୍ଵରେ ସବୁଠାରୁ ଲୋକପ୍ରିୟ ସରକାର ଅଟେ । ଯେଉଁଥରେ ଲୋକମାନଙ୍କର ମୌଳିକ ଅଧିକାରକୁ ସୁରକ୍ଷା ପ୍ରଦାନ କରାଯିବା ସହିତ ସେମାନଙ୍କର ବାକ୍ ସ୍ଵାଧୀନତା ଥାଏ ।

(ii) ଗଣତନ୍ତ୍ର ସରକାର ଦୁଇ ପ୍ରକାରର । ଯଥା- ପ୍ରତ୍ୟକ୍ଷ ଗଣତନ୍ତ୍ର ଓ ପ୍ରତିନିଧୂମୂଳକ ଗଣତନ୍ତ୍ର । ପ୍ରତିନିଧୂମୂଳକ ଗଣତନ୍ତ୍ର ମଧ୍ଯ ସଂସଦୀୟ ଗଣତନ୍ତ୍ର କିମ୍ବା ରାଷ୍ଟ୍ରପତୀୟ ଗଣତନ୍ତ୍ର ହୋଇପାରେ ।

(iii) ଏବେ ପୃଥ୍ବୀ ପ୍ରଚଳିତ ରାଜତନ୍ତ୍ର ସରକାର ଦୁଇ ପ୍ରକାରର, ଯଥା- ସମ୍ପୂର୍ଣ୍ଣ ରାଜତନ୍ତ୍ର ଓ ସାମ୍ବିଧାନିକ ରାଜତନ୍ତ୍ର । ସମ୍ପୂର୍ଣ୍ଣ ରାଜତନ୍ତ୍ର ସାଉଦି ଆରବରେ ଥ‌ିବାବେଳେ ସାମ୍ବିଧାନିକ ରାଜତନ୍ତ୍ର ଇଂଲଣ୍ଡରେ ପ୍ରଚଳିତ ଅଛି ।

(iv) ଆଉ ଏକ ସରକାର ଅଛି ତାହାହେଲା ଧର୍ମତନ୍ତ୍ର । ଏଥୁରେ ଦେଶର ଧର୍ମ ଏବଂ ଧାର୍ମିକ ନେତାଙ୍କ ନିୟମ ଦ୍ଵାରା ପରିଚାଳିତ ହୋଇଥାଏ । ଉଦାହରଣ– ଇରାନ୍ ।

(v) ସେହିପରି ଆଉ ଏକ ଶାସନ ହେଲା ଏକଛତ୍ରବାଦ । ଏପରି ସରକାରରେ ଜଣେ ବ୍ୟକ୍ତି କିମ୍ବା ଏକ କ୍ଷୁଦ୍ର ଗୋଷ୍ଠୀ ସମ୍ପୂର୍ଣ୍ଣ କ୍ଷମତାର ଅଧିକାରୀ ହୋଇଥାନ୍ତି । ୧୯୩୩ ମସିହାରେ ହିଟଲର ଜର୍ମାନୀର ।ଚନ୍ସେଲର ହେବା ପରେ ସେଠାରେ ଏକଛତ୍ରବାଦୀ ଶାସନ ଚଳାଇଥିଲେ ।

Question 2.
ଭାରତରେ କେଉଁ ପ୍ରକାରର ସରକାର ଅଛି ? ଏବଂ ଏହାକୁ ସେହି ପ୍ରକାରର ସରକାର କାହିଁକି କୁହାଯାଏ ?
Answer:
(i) ଭାରତରେ ପ୍ରତିନିଧୂମୂଳକ ଗଣତନ୍ତ୍ର ଶାସନ ପ୍ରଚଳିତ, ଯେଉଁଥରେ ଲୋକମାନେ ସାର୍ବଜନୀନ ସାବାଳକ ମତାଧ୍ଵକାର ବ୍ୟବସ୍ଥା ମାଧ୍ୟମରେ ସେମାନଙ୍କର ପ୍ରତିନିଧୁମାନଙ୍କୁ ନିର୍ବାଚିତ କରିଥାନ୍ତି ।

(ii) ଏହି ପ୍ରତିନିଧୁମୂଳକ ଗଣତନ୍ତ୍ର ପୁନର୍ବାର ଦୁଇଭାଗରେ ବିଭକ୍ତ କରାଯାଇଥାଏ, ଯଥା- ସଂସଦୀୟ ଗଣତନ୍ତ୍ର ଓ ରାଷ୍ଟ୍ରପତୀୟ ଗଣତନ୍ତ୍ର । ଆମ ଦେଶରେ ସଂସଦୀୟ ଗଣତନ୍ତ୍ର ଶାସନ ପ୍ରଚଳିତ’ ଅଛି ।

(iii) ଭାରତୀୟ ଶାସନ ବ୍ୟବସ୍ଥାକୁ ସଂସଦୀୟ ଗଣତନ୍ତ୍ର କୁହାଯିବାର କାରଣ ଦେଶର ଶାସନ ବ୍ୟବସ୍ଥାରେ ବ୍ୟବସ୍ଥାପିକା ବା ସଂସଦ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ।

(iv) ଏହି ସଂସଦୀୟ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ନାଗରିକମାନେ ନିର୍ବାଚନ ମାଧ୍ୟମରେ ସେମାନଙ୍କ ପ୍ରତିନିଧିଙ୍କୁ ନିର୍ବାଚିତ କରିଥାନ୍ତି । ସେହି ସାଂସଦମାନଙ୍କ ମଧ୍ୟରୁ ଜଣେ ପ୍ରଧାନମନ୍ତ୍ରୀ ଅନ୍ୟ କେତେଜଣ

(v) ମନ୍ତ୍ରୀ ରୂପେ କାର୍ଯ୍ୟପାଳିକା ହିସାବରେ ଶପଥ ଗ୍ରହଣ କରି କାର୍ଯ୍ୟ କରିଥାନ୍ତି । ଏହି ଶାସନ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀପରିଷଦ ତାଙ୍କର ସମସ୍ତ କାର୍ଯ୍ୟପାଇଁ ସଂସଦ ନିକଟରେ ଉତ୍ତରଦାୟୀ ରହିଥା’ନ୍ତି ।

Question 3.
ତୁମେ ଜାଣିଲ ଯେ ସମସ୍ତ ପ୍ରକାରର ଗଣତନ୍ତ୍ରରେ ଏକ ସ୍ଵାଧୀନ ନ୍ୟାୟପାଳିକା ରହିଛି । ନ୍ୟାୟପାଳିକା ସ୍ଵାଧୀନ ହେବା କାହିଁକି ଗୁରୁତ୍ଵପୂର୍ଣ୍ଣ ବୋଲି ତୁମେ ଭାବୁଛ ତାହାର ତିନୋଟି କାରଣ ଦର୍ଶାଅ ।
Answer:
(i) ଗଣତନ୍ତ୍ର ଶାସନରେ ତିନୋଟି ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ହେଲା- ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟ ପାଳିକା ।

(ii) ବ୍ୟବସ୍ଥାପିକାର କାମ ହେଲା ଆଇନ ପ୍ରଣୟନ କରିବା । କାର୍ଯ୍ୟପାଳିକାର କାମ ହେଲା ଆଇନକୁ କାର୍ଯ୍ୟକାରୀ କରିବା କିନ୍ତୁ ନ୍ୟାୟପାଳିକାର କାର୍ଯ୍ୟ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ । ଏହା ଆଇନକୁ ତର୍ଜମା କରିଥାଏ । ଆଇନଗୁଡ଼ିକ ଠିକ ଭାବରେ କାର୍ଯ୍ୟ କରୁଅଛି କି ନାହିଁ ତାହା ଅନୁଧ୍ୟାନ କରିଥାଏ ।

(iii) ସ୍ଵାଧୀନ ନ୍ୟାୟପାଳିକାର ଉପସ୍ଥିତି ନିଶ୍ଚିତ କରେ ଯେ ପ୍ରତ୍ୟେକ ନାଗରିକମାନଙ୍କର ମୌଳିକ ଅଧିକାର ସୁରକ୍ଷିତ ରହିବ ।

(iv) ନ୍ୟାୟପାପଳିକା ସ୍ଵାଧୀନ ନହେଲେ ସରକାରଙ୍କ ମନୋମୁଖୀ କାର୍ଯ୍ୟ ଉପରେ ନିୟନ୍ତ୍ରଣ କରାଯାଇ ପାରିବ ନାହିଁ । ନାଗରିକମାନେ ସ୍ଵାଧୀନ ଭାବରେ ମତବ୍ୟକ୍ତ କରିପାରିବେ ।

(v) ନାଗରିକ ଏବଂ ସରକାରଙ୍କ ସମସ୍ତ ଅଂଶଗୁଡ଼ିକଦ୍ୱାରା ରାଷ୍ଟ୍ରର ଆଇନଗୁଡ଼ିକ ଠିକ୍ ଭାବରେ ପାଳନ କରାଯାଉଛି କି ନାହିଁ ତାହା ନ୍ୟାୟପାଳିକା ଦେଖୁଥାଏ । ନ୍ୟାୟପାଳିକା ସ୍ଵାଧୀନ ନହେଲେ ଗଣତନ୍ତ୍ର ଭୁଷୁଡ଼ି ପଡ଼ିବାର ସମ୍ଭାବନା ଥାଏ ।

Question 4.
ତୁମେ କ’ଣ ଭାବ ଯେ ଗଣତନ୍ତ୍ର ସରକାର ଅନ୍ୟ ପ୍ରକାରର ସରକାର ଅପେକ୍ଷା ଭଲ କାହିଁକି ?
Answer:
(i) ଆମେ ଦେଖୁଛୁ ଯେ ଗଣତନ୍ତ୍ର ଆଜିର ବିଶ୍ଵରେ ସବୁଠାରୁ ଲୋକପ୍ରିୟ ସରକାର । ଏହା ମଧ୍ୟ ଅନେକ ପ୍ରକାରର ଅଟେ । ସେଥୁମଧ୍ଯରୁ ପ୍ରତିନିଧୂମୂଳକ ଗଣତନ୍ତ୍ର ବା ସଂସଦୀୟ ଗଣତନ୍ତ୍ର ସବୁଠାରୁ ଅଧିକ ଲୋକପ୍ରିୟ ଅଟେ, ଯାହାକି ଆମ ଦେଶ ଭାରତରେ ପ୍ରଚଳିତ ହେଉଅଛି ।

(ii) ଏକ ଗଣତାନ୍ତ୍ରିକ ସରକାରରେ ଲୋକମାନେ ସାର୍ବଜନୀନ ସାବାଳକ ମତାଧିକାର ବ୍ୟବସ୍ଥା ମାଧ୍ୟମରେ ସେମାନଙ୍କର ପ୍ରତିନିଧୁମାନଙ୍କୁ ନିର୍ବାଚିତ କରିଥାନ୍ତି ।

(iii) ଏହି ସଂସଦୀୟ ସରକାରରେ ସରକାର ସର୍ବଦା ସଂସଦ ନିକଟରେ ତଥା ଜନସାଧାରଣଙ୍କ ନିକଟରେ ଉତ୍ତରଦାୟୀ ଥାଆନ୍ତି ।

(iv) ଏଥରେ ନିର୍ବାଚନ ହେଉଛି ଅବିଚ୍ଛେଦ୍ୟ ବ୍ୟବସ୍ଥା, ଯାହା ମାଧ୍ୟମରେ ଲୋକମାନେ ସେମାନଙ୍କ ପସନ୍ଦର ସରାକାର ବାଛିପାରିବେ ।

(v) ଏହି ଶାସନ ବ୍ୟବସ୍ଥାରେ ନିର୍ବାଚନ ନିୟମିତ ଏବଂ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଅନୁଷ୍ଠିତ ହୋଇଥାଏ । ଆମ ଦେଶରେ ପ୍ରତି ପାଞ୍ଚ ବର୍ଷରେ ଥରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥାଏ । ଏହି ଶାସନ ବ୍ୟବସ୍ଥାରେ ନାଗରିକମାନଙ୍କର ମୌଳିକ ଅଧିକାରଗୁଡ଼ିକ ସୁରକ୍ଷିତ ହୋଇଥାଏ ।

Question 5.
ବିଭିନ୍ନ ଦେଶରେ ଅନୁସୃତ କେତେକ ବ୍ୟବସ୍ଥା ପ୍ରଦାନ କରାଗଲା । ତୁମେ ସେହି ଅନୁସୃତ ବ୍ୟବସ୍ଥାକୁ ଉପଯୁକ୍ତ ସରକାରଙ୍କ ପ୍ରକାର ସହିତ ମେଳ କରିପାରିବ କି ?
Class 7 Social Science Chapter 9 Question Answer Odia Medium ଶାସକଙ୍କ ଠାରୁ ଶାସିତଙ୍କ ପର୍ଯ୍ୟନ୍ତ ସରକାରର ପ୍ରକାର ଭେଦ-2
Answer:

ଦେଶରେ ଅନୁସୃତ ବ୍ୟବସ୍ଥା

ସରକାରର ପ୍ରକାର
୧. ସମସ୍ତ ନାଗରିକଙ୍କୁ ଆଇନ ସମ୍ମୁଖରେ ସମାନ ବ୍ୟବହାର କରାଯାଏ । ଗଣତନ୍ତ୍ର
୨. ସରକାର ଗ୍ରହଣ କରୁଥିବା ପ୍ରତ୍ୟେକ ନିଷ୍ପଭି ପାଇଁ ଧାର୍ମିକ ନେତାଙ୍କ ମତ ଲୋଡ଼ିଥାନ୍ତି । ଧର୍ମତନ୍ତ୍ର
୩. ରାଣୀଙ୍କ ମୃତ୍ୟୁପରେ ତାଙ୍କ ପୁଅ ନୂତନ ରାଜା ହେଲେ । ରାଜତନ୍ତ୍ର
୪. ଶାସକ କୌଣସି ସମ୍ବିଧାନ ପାଳନ କରିବାକୁ ବାଧ୍ୟ ନୁହନ୍ତି । ସେ ତାଙ୍କ ପସନ୍ଦରେ ସମସ୍ତ ନିଷ୍ପତ୍ତି ନିଅନ୍ତି । ଏକଛତ୍ରବାଦ

Question 6.
ନିମ୍ନରେ ଦେଶଗୁଡ଼ିକର ଏକ ତାଲିକା ଦିଆଯାଇଛି । ଏହି ଦେଶଗୁଡ଼ିକରେ କେଉଁ ପ୍ରକାରର ସରକାର ଅଛି ତାହା ଉଲ୍ଲେଖ କର । (ପ୍ରଶ୍ନ ସହିତ ଉତ୍ତର)
Class 7 Social Science Chapter 9 Question Answer Odia Medium ଶାସକଙ୍କ ଠାରୁ ଶାସିତଙ୍କ ପର୍ଯ୍ୟନ୍ତ ସରକାରର ପ୍ରକାର ଭେଦ-3
Answer:
ଦେଶସରକାରର ପ୍ରକାର୧. ଭୂଟାନ୍ସାମ୍ବିଧାନିକ ରାଜତନ୍ତ୍ର୨. ନେପାଳସଂଘୀୟ ଲୋକତାନ୍ତ୍ରିକ ଗଣତନ୍ତ୍ର୩. ବାଂଲାଦେଶସଂସଦୀୟ ଗଣତନ୍ତ୍ର୪. ଦକ୍ଷିଣ ଆଫ୍ରିକାସଂସଦୀୟ ଗଣତନ୍ତ୍ର୫. ବ୍ରାଜିଲ୍ରାଷ୍ଟ୍ରପତୀୟ ଗଣତନ୍ତ୍ର

Class 7 Social Science Chapter 9 Question Answer Odia Medium ଶାସକଙ୍କ ଠାରୁ ଶାସିତଙ୍କ ପର୍ଯ୍ୟନ୍ତ : ସରକାରର ପ୍ରକାର ଭେଦ

Question 7.
ଗଣତନ୍ତ୍ରରେ ମୂଲ୍ୟବୋଧ ଏକ ଆଦର୍ଶ ହାସଲ କରିବାରେ ସମ୍ଭାବ୍ୟ ପ୍ରତିବନ୍ଧକ ଗୁଡ଼ିକ କ’ଣ ? ସେଗୁଡ଼ିକୁ କିପରି ଦୂର କରାଯାଇପାରିବ ?
Answer:
(i) ଗଣତନ୍ତ୍ର ଏକ ମୂଲ୍ୟବୋଧ ଏବଂ ଆଦର୍ଶ ଭିଭିକ ଶାସନ ବ୍ୟବସ୍ଥା । ଏହା ସମସ୍ତ ଲୋକଙ୍କର ମଙ୍ଗଳ ଉପରେ ଧ୍ୟାନ ଦେଇଥାଏ ।

(ii) ଆମ ଦେଶରେ ଏକ ଗଣତାନ୍ତ୍ରିକ ସରକାର ପ୍ରତିଷ୍ଠିତ ହୋଇଅଛି । ଆମେ ଆମ ନିତିଦିନିଆ ଜୀବନରେ ଏହାର ଅନେକ ବୈଶିଷ୍ଟ୍ୟ ଦେଖ‌ିବାକୁ ପାଉ । ପୃଥ‌ିବୀର ଅଧିକାଂଶ ଦେଶରେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ପ୍ରଚଳିତ ହେଉଛି ।

(iii) କିନ୍ତୁ ଏହି ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିଭିନ୍ନ ପ୍ରକାର ସମସ୍ୟା ରହିଛି । ସେଗୁଡ଼ିକ ହେଲା- ଦୁର୍ନୀତି, ସମ୍ପଭିର ଅସମାନତା, ଗଣତାନ୍ତ୍ରିକ ସଂସ୍ଥା ଉପରେ କିଛି ଲୋକଙ୍କ ଦ୍ଵାରା ଅତ୍ୟଧ୍ୱକ ନିୟନ୍ତ୍ରଣ, ନ୍ୟାୟପାଳିକାର ସ୍ଵାଧୀନତା ଅବକ୍ଷୟ ଇତ୍ୟାଦି ।

(iv) ଏହା ବ୍ୟତୀତ ସୂଚନା ମାଧ୍ୟମରେ ହେରଫେର ଭଳି ଅନ୍ୟାନ୍ୟ ଅନେକ ସମସ୍ୟା ଗଣତନ୍ତ୍ରର ଆଦର୍ଶ ହାସଲ କରିବାରେ ବାଧା ସୃଷ୍ଟି କରିଥାଏ ।

(v) ଗଣତନ୍ତ୍ରରେ ଥ‌ିବା ପ୍ରତିବନ୍ଧକଗୁଡ଼ିକୁ ଦୂର କରିବାପାଇଁ ଜନସାଧାରଣଙ୍କୁ ଏଥିପ୍ରତି ସଚେତନ କରିବାକୁ ପଡ଼ିବ । ଲୋକମାନଙ୍କ ମଧ୍ୟରେ ଜାତୀୟ ଚେତନା ଜାଗ୍ରତ କରିବାକୁ ପଡ଼ିବ । ଦେଶକୁ ଭଲ ପାଇବାକୁ ଶିଖାଇବାକୁ ପଡ଼ିବ । ଦେଶର ସମ୍ପରିକୁ ନିଜର ବୋଲି ମନେ ନକରି ସାମୂହିକ କଲ୍ୟାଣ ପାଇଁ ବିନିଯୋଗ କରିବାପାଇଁ ଉତ୍ସାହିତ କରିବାକୁ ପଡ଼ିବ । ତାହାହେଲେ ଏକ ସ୍ଵଚ୍ଛ ଓ ନିର୍ମଳ ଗଣତନ୍ତ୍ର ପ୍ରତିଷ୍ଠିତ ହୋଇପାରିବ ।

Question 8.
ଗଣତନ୍ତ୍ର, ରଜତନ୍ତ୍ର ଏବଂ ଏକଛତ୍ରବାଦଠାରୁ ଭିନ୍ନ । ବ୍ୟାଖ୍ୟା କର ।
Answer:
(i) ଗଣତନ୍ତ୍ର ଶାସନରେ ଜନସାଧାରଣ କ୍ଷମତାର ଉତ୍ସ ଅଟନ୍ତି, ମାତ୍ର ରାଜତନ୍ତ୍ର ଶାସନରେ ରାର୍ଜା ବା ରାଣୀଙ୍କ ହାତରେ ସମସ୍ତ ଶାସନ କ୍ଷମତା ଥାଏ । ସେହିପରି ଏକଛତ୍ରବାଦ ଶାସନ ବ୍ୟବସ୍ଥାରେ ଏକ କ୍ଷୁଦ୍ର ଗୋଷ୍ଠୀ କ୍ଷମତାଶାଳୀ ହୋଇ ଅନ୍ୟମାନଙ୍କୁ ଶାସନ କରିଥା’ନ୍ତି ।

(ii) ଗଣତନ୍ତ୍ରରେ ନାଗରିକମାନଙ୍କୁ ଆଇନ ଆଗରେ ସମାନ ଭାବରେ ବିବେଚନା କରାଯାଏ । ସେମାନଙ୍କର ମତାମତ ପ୍ରକାଶ କରିବାର ଅଧିକାର ଥାଏ । ମାତ୍ର ରାଜତନ୍ତ୍ର କିମ୍ବା ଏକଛତ୍ରବାଦରେ ନାଗରିକମାନଙ୍କର କୌଣସି ଅଧିକାର ନଥାଏ । ସେମାନଙ୍କ ଦୈନନ୍ଦିନ ଜୀବନ ଉପରେ କଟକଣା ଲାଗୁ ହୋଇଥାଏ ।

(iii) ଗଣତନ୍ତ୍ରରେ ସରକାର ଲୋକମାନଙ୍କ ନିକଟରେ ଉତ୍ତରଦାୟୀ । ଲୋକମାନେ ନିର୍ବାଚନ ମାଧ୍ଯମରେ ସରକାର ପରିବର୍ତ୍ତନ କରିପାରନ୍ତି । ମାତ୍ର ରାଜତନ୍ତ୍ର ଓ ଏକଛତ୍ରବାଦରେ ସରକାର ଲୋକମାନଙ୍କ ନିକଟରେ ଉତ୍ତରଦାୟୀ ନୁହନ୍ତି ଓ ଲୋକାମେନ ସରକାର ପରିବର୍ତ୍ତନ କରିପାରନ୍ତି ନାହିଁ ।

(iv) ଗଣତନ୍ତ୍ରରେ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ନିଜ ନିଜ ପରିସରରେ କାର୍ଯ୍ୟ କରନ୍ତି, କେହି କାହା କାର୍ଯ୍ୟରେ ହସ୍ତକ୍ଷେପ କରନ୍ତି ନାହିଁ, ମାତ୍ର ଏକଛତ୍ରବାଦ ଓ ରାଜତନ୍ତ୍ର ସମସ୍ତ କ୍ଷମତା ସେମାନଙ୍କ ନିକଟରେ ଥାଏ ।

(v) ଗଣତନ୍ତ୍ର ଏକ ଜନକଲ୍ୟାଣକାରୀ ସମାନତା ଭିଭିକ ଶାସନ ବ୍ୟବସ୍ଥା, ମାତ୍ର ରାଜତନ୍ତ୍ର ଓ ଏକଛତ୍ରବାଦ ମନୋମୁଖୀ ଶାସନ ବ୍ୟବସ୍ଥା ଅଟେ ।

ଆସ ଚିନ୍ତା କରିବା (ପାଠ୍ୟପୁସ୍ତକସ୍ଥ ପ୍ରଶ୍ନୋତ୍ତର, ପୃଷ୍ଠା-୨୦୭) :

Question 1.
ସରକାର କେତେ ପ୍ରକାର ଥାଏ ?
Answer:
ସରକାର ମୁଖ୍ୟତଃ ଗଣତନ୍ତ୍ର, ରାଜତନ୍ତ୍ର, ଏକଛତ୍ରବାଦ, ଧର୍ମତନ୍ତ୍ର ଏବଂ ଗୋଷ୍ଠୀତନ୍ତ୍ର ଇତ୍ୟାଦି ବିଭିନ୍ନ ପ୍ରକାରର ଥାଏ ।

Question 2.
ସରକାର ତାଙ୍କର କ୍ଷମତା କେଉଁଠାରୁ ପାଇଥା’ନ୍ତି ?
Answer:
ଗଣତନ୍ତ୍ରରେ ସରକାର ଲୋକମାନଙ୍କଠାରୁ (ଭୋଟ ମାଧ୍ୟମରେ) କ୍ଷମତା ପାଇଥା’ନ୍ତି । କିନ୍ତୁ ରାଜତନ୍ତ୍ର ବା ଏକଛତ୍ରବାଦ ଶାସନରେ ସେମାନେ ବଂଶାନୁକ୍ରମିକ ଭାବେ କିମ୍ବା ବାହୁବଳ (ସେନାବଳ) ଦ୍ଵାରା କ୍ଷମତା ହାସଲ କରିଥାନ୍ତି ।

Question 3.
ଗୋଟିଏ ଦେଶର ସରକାର ଲୋକମାନଙ୍କ ସହିତ କିପରି ଯୋଗସୂତ୍ର ରକ୍ଷା କରିଥା’ନ୍ତି ?
Answer:
ସରକାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା, ଆଇନ ପ୍ରଣୟନ, ନିର୍ବାଚନ ଏବଂ ପ୍ରଶାସନିକ ଅଧିକାରୀମାନଙ୍କ ମାଧ୍ୟମରେ ଲୋକମାନଙ୍କ ସହିତ ଯୋଗସୂତ୍ର ରକ୍ଷା କରିଥାନ୍ତି ।

Question 4.
ଗଣତନ୍ତ୍ର କାହିଁକି ଗୁରୁତ୍ଵପୂର୍ଣ୍ଣ ଅଟେ ?
Answer:
ଗଣତନ୍ତ୍ରରେ ସମସ୍ତ ନାଗରିକଙ୍କୁ ସମାନ ଅଧିକାର, ସ୍ଵାଧୀନତା ଏବଂ ନିଜ ଶାସକ ବାଛିବାର ସୁଯୋଗ ମିଳୁଥିବାରୁ ଏହା ଗୁରୁତ୍ଵପୂର୍ଣ୍ଣ ଅଟେ ।

ଆସ ଅନୁସନ୍ଧାନ କରିବା

Question 1.
ଷଷ୍ଠଶ୍ରେଣୀ ପାଠ୍ୟପୁସ୍ତକରେ ଦେଖୁଥ‌ିବ। ଏହି ଚିତ୍ରଗୁଡ଼ିକୁ ମନେପକାଇ ପାରୁଛ କି ?
Class 7 Social Science Chapter 9 Question Answer Odia Medium ଶାସକଙ୍କ ଠାରୁ ଶାସିତଙ୍କ ପର୍ଯ୍ୟନ୍ତ ସରକାରର ପ୍ରକାର ଭେଦ-1
Answer:
ହଁ ।

Question 2.
ସରକାରଙ୍କର ଆହୁରି ଅନେକ ଭୂମିକା ମଧ୍ୟ ରହିଛି । ସେଗୁଡ଼ିକୁ ତାଲିକାଭୁକ୍ତ କରିବାକୁ ଚେଷ୍ଟା କର ।
Answer:
ପାଠ୍ୟ ବିଷୟରେ ଦିଆଯାଇଥିବା କାର୍ଯ୍ୟ ବ୍ୟତୀତ ସରକାରଙ୍କର ଅନ୍ୟ କାର୍ଯ୍ୟଗୁଡ଼ିକ ହେଲା-

  1. ପ୍ରାକୃତିକ ବିପର୍ଯ୍ୟୟ (ଯେପରି ବାତ୍ୟା, ବନ୍ୟା) ସମୟରେ ଲୋକଙ୍କୁ ସାହାଯ୍ୟ କରିବା ।
  2. ବିଦ୍ୟୁତ୍ ଓ ପାଣି ଯୋଗାଣ ବ୍ୟବସ୍ଥା କରିବା ।
  3. ଗରିବ ଲୋକଙ୍କ ପାଇଁ ଖାଦ୍ୟ ସୁରକ୍ଷା ଯୋଜନା (ରାସନ କାର୍ଡ଼) କରିବା ।
  4. ରୋଜଗାର ସୃଷ୍ଟି କରିବା ପାଇଁ ଶିଳ୍ପ ଓ କାରଖାନା ବସାଇବା ।

Question 2.
ତିନୋଟି ପଦ୍ଧତି ମଧ୍ୟରୁ କେଉଁ ପଦ୍ଧତିଟି ତୁମକୁ ସବୁଠାରୁ ପ୍ରଭାବଶାଳୀ ମନେହେଉଛି ?
Answer:
ତୃତୀୟ ପଦ୍ଧତିଟି (ପ୍ରତିନିଧ୍ଵ ଚୟନ କରିବା) ସବୁଠାରୁ ପ୍ରଭାବଶାଳୀ ମନେ ହେଉଛି । କାରଣ ଏହା ଏକ ଗଣତାନ୍ତ୍ରକ ପଦ୍ଧତି । ଏଥ‌ିରେ ସମସ୍ତ ପିଲାଙ୍କ ମତାମତ ରହିଥାଏ ଏବଂ ନିର୍ବାଚିତ ପ୍ରତିନିଧୁମାନେ ନିଜ ଶ୍ରେଣୀର ସୁବିଧା ଅସୁବିଧା ବିଷୟରେ କମିଟିରେ ଭଲ ଭାବରେ କହିପାରିବେ ।

Question 3.
ପୂର୍ବ ସାରଣୀରେ ଦେଶ କ ଓ ଦେଶ ଖ ଅନ୍ତର୍ଗତ ଖାଲିସ୍ଥାନଗୁଡ଼ିକୁ ଆପଣଙ୍କ ପସନ୍ଦର ଦୁଇଟି ଭିନ୍ନ ଦେଶକୁ ନେଇ ପୂରଣ କର ।
Answer:
ସାରଣୀରେ ପୂରଣ କରାଯାଇଛି । ଛାତ୍ରଛାତ୍ରୀମାନେ ନିଜ ପସନ୍ଦର ଦେଶ ନେଇ ମଧ୍ୟ ପୂରଣ କରିପାରିବେ ।

Question 4.
ସାରଣୀକୁ ବିଶ୍ଳେଷଣ କର ଏବଂ ସମସ୍ତ ଉଦାହରଣର ସମାନତା ଓ ପାର୍ଥକ୍ୟ ବିଷୟରେ ନିଜ ନିଜ ମଧ୍ୟରେ ଆଲୋଚନା କର ।
Answer:
ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ସହାୟତାରେ ନିଜ ଭିତରେ ଆଲୋଚନା କରିବେ ।

Question 5.
ଉପରୋକ୍ତ ଉଦାହରଣଗୁଡ଼ିକୁ ଅଧ୍ୟୟନ କରିବା ପରେ, ଏକ ଗଣତାନ୍ତ୍ରିକ ସରକାରଙ୍କ ମୂଳ ନୀତିଗୁଡ଼ିକୁ ତାଲିକାଭୁକ୍ତ କର । ନିଜ ହୃଦବୋଧକୁ ଆଧାର କରି ନିମ୍ନରେ ଦିଆଯାଇଥିବା କାର୍ଯ୍ୟକଳାପଗୁଡ଼ିକୁ ସମ୍ପାଦିତ କର ।
ତୁମମାନଙ୍କୁ ତୁମ ବିଦ୍ୟାଳୟ ନିମନ୍ତେ ଏକ ଛାତ୍ରକମିଟି ଗଠନ କରିବାକୁ ପଡ଼ିବ । ଏକ ଯୋଜନା ପ୍ରସ୍ତୁତ କର ଯାହା ଗଣତାନ୍ତ୍ରିକ ଉପାୟରେ କାର୍ଯ୍ୟକାରୀ ହେବ ଏବଂ ନିଶ୍ଚିତ କର ଯେ –

  1. ସମିତିର କାର୍ଯ୍ୟଗୁଡ଼ିକ ଭଲଭାବରେ ପରିଭାଷିତ ହୋଇଛି ।
  2. ସମିତି ସଦସ୍ୟଙ୍କ ନିର୍ବାଚନ ପ୍ରକ୍ରିୟା ଗଣତାନ୍ତ୍ରିକ ।

Answer:
(ନମୁନା ଯୋଜନା) :
(i) କମିଟିର କାର୍ଯ୍ୟ : ବିଦ୍ୟାଳୟକୁ ସଫାସୁତୁରା ରଖୁ, ଶୃଙ୍ଖଳା ରକ୍ଷା କରିବା, ବଗିଚା କାମ ଦେଖୁବା ।

(ii) ନିର୍ବାଚନ ପ୍ରକ୍ରିୟା : ପ୍ରତ୍ୟେକ ଶ୍ରେଣୀରୁ ପିଲାମାନେ ଭୋଟ୍ ଦେଇ ଜଣେ ଲେଖାଏଁ ପ୍ରତିନିଧ୍ଵ ବାଛିବେ ।

(iii) ବହିଷ୍କାର ବ୍ୟବସ୍ଥା : ଯଦି କୌଣସି ପ୍ରତିନିଧ୍ଵ ନିଜ ଦାୟିତ୍ଵ ଠିକ୍ ଭାବରେ ନ ତୁଲାନ୍ତି କିମ୍ବା ପକ୍ଷପାତିତା କରନ୍ତି, ତେବେ ଅନ୍ୟ ସଦସ୍ୟମାନଙ୍କ ମତ ନେଇ ତାକୁ ବଦଳାଯିବ ।

Question 6.
ଶେନ୍ ବାସ କରୁଥିବା ଦେଶ କ’ଣ ଗଣତନ୍ତ୍ର ଦେଶ ପରି ଲାଗୁଛି ?
Answer:
ନା, ଶେନ୍ ବାସ କରୁଥିବା ଦେଶ ଆଦୌ ଗଣତନ୍ତ୍ର ପରି ଲାଗୁନାହିଁ । ଏହା ଏକ ଏକଛତ୍ରବାଦୀ ଶାସନ ପ୍ରଚଳିତ ଥ‌ିବା ଦେଶ ।

Class 7 Social Science Chapter 9 Question Answer Odia Medium ଶାସକଙ୍କ ଠାରୁ ଶାସିତଙ୍କ ପର୍ଯ୍ୟନ୍ତ : ସରକାରର ପ୍ରକାର ଭେଦ

Question 7.
ଶେନ୍‌ଙ୍କ ଦୈନନ୍ଦିନ ଜୀବନ କିପରି ହୋଇଥବ ବୋଲି ତୁମେମାନେ ଭାବୁଛ ?
Answer:
ଶେନ୍‌ଙ୍କ ଜୀବନ ବହୁତ କଷ୍ଟକର ଏବଂ ଭୟପୂର୍ଣ୍ଣ ହୋଇଥବ । ତାଙ୍କର ନିଜସ୍ଵ କୌଣସି ସ୍ଵାଧୀନତା ନାହିଁ । ସେ କ’ଣ ପିନ୍ଧିବେ, କିପରି କେଶ କାଟିବେ, ତାହା ମଧ୍ୟ ସରକାର ସ୍ଥିର କରୁଛନ୍ତି ।

Question 8.
ତୁମେମାନେ କ’ଣ ଏପରି ଏକ ଦେଶରେ ବାସ କରିବାକୁ ଚାହିଁବ ? କାରଣ ଦର୍ଶାଅ ।
Answer:
ନା, ମୁଁ ଏପରି ଏକ ଦେଶରେ କଦାପି ବାସ କରିବାକୁ ଚାହିଁବି ନାହିଁ ଯେଉଁଠାରେ ଶେନ୍ ବାସ କରୁଛି । ଏହାର ପ୍ରମୁଖ କାରଣଗୁଡ଼ିକ ହେଲା –
(i) ବ୍ୟକ୍ତିଗତ ସ୍ଵାଧୀନତାର ସମ୍ପୂର୍ଣ୍ଣ ଅଭାବ : ଏହି ଦେଶରେ ଲୋକମାନଙ୍କର ନିଜସ୍ଵ ପସନ୍ଦ କରିବାର କୌଣସି ଅଧିକାର ନାହିଁ । ଲୋକମାନେ କିପରି କେଶ କାଟିବେ ଏବଂ କେଉଁ ପୋଷାକ ପିନ୍ଧିବେ ସେ ସମ୍ବନ୍ଧରେ ମଧ୍ୟ ସରକାର ନିୟମ ତିଆରି କରନ୍ତି ଏବଂ ନିଷ୍ପତ୍ତି ନିଅନ୍ତି ।

(ii) କଠୋର ନିୟମ ଓ ବାଧ୍ୟତାମୂଳକ ସାମରିକ ସେବା : ଏଠାରେ ଲୋକଙ୍କ ଦୈନନ୍ଦିନ ଜୀବନଯାପନ ପାଇଁ ଏକ ନିର୍ଦ୍ଦିଷ୍ଟ କଠୋର ନିୟମ ରହିଛି । ନାଗରିକମାନଙ୍କୁ ସରକାର ନିଷ୍ପଭି ନନେବା ପର୍ଯ୍ୟନ୍ତ ବାଧ୍ୟତାମୂଳକ ସାମରିକ ସେବାରେ କାର୍ଯ୍ୟ କରିବାକୁ ପଡ଼ିଥାଏ ଯାହାକି ନିଜ ଇଚ୍ଛାରେ ନିଜର ଭବିଷ୍ୟତ ଗଢ଼ିବାର ସୁଯୋଗ ଛଡ଼ାଇ ନିଏ ।

(iii) ସୂଚନା ଏବଂ ଇଣ୍ଟରନେଟ୍ ଉପରେ କଟକଣା : ଏପରି ଦେଶରେ ନାଗରିକମାନଙ୍କୁ ବିଶ୍ୱସ୍ତରୀୟ ଇଣ୍ଟରନେଟ୍ ବ୍ୟବହାର କରିବା ଉପରେ କଟକଣା ଲଗାଯାଇଥାଏ । ଫଳରେ ସେଠାକାର ଲୋକମାନେ ଦେଶ ବାହାରର ଦୁନିଆ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ରହିଥାନ୍ତି ଏବଂ ନୂତନ ଜ୍ଞାନ ପାଇବାରୁ ବଞ୍ଚିତ ହୁଅନ୍ତି ।

(iv) ନିରନ୍ତର ଭୟ ଏବଂ ଗୁଇନ୍ଦାଗିରି : ସରକାର ନାଗରିକମାନଙ୍କର ପ୍ରତ୍ୟେକ କାର୍ଯ୍ୟ ଉପରେ ତୀକ୍ଷ୍ଣ ନଜର ରଖୁଥା’ନ୍ତି । ଯଦି କେହି ନିର୍ଦ୍ଦିଷ୍ଟ ନିୟମ ଭାଙ୍ଗିବାକୁ ଚେଷ୍ଟା କରନ୍ତି, ତେବେ ତାଙ୍କ ବିଷୟରେ ରିପୋର୍ଟ କରିବାକୁ ଅନ୍ୟମାନଙ୍କୁ କୁହାଯାଏ । ଏହାଦ୍ଵାରା ଦେଶରେ ଏକ ଭୟଭୀତ ଏବଂ ସନ୍ଦେହପୂର୍ଣ୍ଣ ପରିବେଶ ସୃଷ୍ଟି ହୁଏ ।

ଏହାର ବିପରୀତରେ, ଏକ ଗଣତାନ୍ତ୍ରିକ ଦେଶରେ ଲୋକମାନେ ସେମାନଙ୍କର ଇଚ୍ଛାନୁସାରେ ନିଜର ଦୈନନ୍ଦିନ ଜୀବନଯାପନ କରିପାରିବେ । ସେମାନେ କ’ଣ କହିବେ, କ’ଣ ପିନ୍ଧିବେ ଏବଂ ନିଜକୁ କିପରି ପ୍ରକାଶ କରିବେ ତାହା ସେମାନେ ନିଜେ ଚୟନ କରିପାରିବେ । ତେଣୁ ସ୍ଵାଧୀନତା ଏବଂ ସମାନତା ନଥିବା ଏକଛତ୍ରବାଦୀ ଦେଶରେ ରହିବା ଅପେକ୍ଷା, ଗଣତାନ୍ତ୍ରିକ ନୀତିରେ ପରିଚାଳିତ ଦେଶରେ ରହିବା ଶ୍ରେୟସ୍କର ଅଟେ ।

Question 9.
ଉପରିସ୍ଥ ବ୍ୟଙ୍ଗଚିତ୍ରଟିକୁ ନିରୀକ୍ଷଣ କର । ଏହା ଉନବିଂଶ ଶତାବ୍ଦୀର ଶେଷ ଭାଗରେ ଆମେରିକାର ଏକ ନିର୍ବାଚିତ ସଂସ୍ଥାକୁ ଦର୍ଶାଉଛି । ବ୍ୟଙ୍ଗଚିତ୍ରରେ ଦେଖାଯାଉଥିବା ଲୋକମାନେ ସମସ୍ତେ ନିର୍ବାଚିତ ସଦସ୍ୟ । ତୁମେମାନେ କ’ଣ ନିରୀକ୍ଷଣ କଲ ? ବ୍ୟଙ୍ଗଚିତ୍ରର ଉପର ବାମ କୋଣରେ ତୁମେମାନେ କ’ଣ ଦେଖୁଛ ? ଏହି ନିର୍ବାଚିତ ସଂସ୍ଥାରେ କିଏ ନିଷ୍ପତ୍ତି ନେଉଛନ୍ତି ବୋଲି ତୁମେ ଭାବୁଛ ?
Answer:
(i) ଏହି ଚିତ୍ରରେ କିଛି ବରାଟକାୟ ଧନୀ ବ୍ୟବସାୟୀମାନେ ପଛରେ ଛିଡ଼ା ହୋଇଛନ୍ତି ଏବଂ ସାମ୍ନାରେ ଛୋଟଛୋଟ ସାଂସଦମାନେ ବସିଛନ୍ତି ।

(ii) ଚିତ୍ର ଦେଖ‌ିଲେ ଲାଗୁଛି ଯେ ନିର୍ବାଚିତ ସାଂସଦମାନେ ନୁହେଁ, ବରଂ ପଛରେ ଥିବା ଧନୀ ଗୋଷ୍ଠୀ (ଗୋଷ୍ଠୀତନ୍ତ୍ର)ହିଁ ପ୍ରକୃତ ନିଷ୍ପତ୍ତି ନେଉଛନ୍ତି ଏବଂ ସରକାରଙ୍କୁ ନିୟନ୍ତ୍ରଣ କରୁଛନ୍ତି ।

Question 10.
ଏକ ଗଣତନ୍ତ୍ର କ’ଣ ଏକ ଗୋଷ୍ଠୀତନ୍ତ୍ରରେ ପରିଣତ ହୋଇପାରେ ? ଗଣତନ୍ତ୍ରକୁ ସୁଦୃଢ଼ ରଖୁବା ପାଇଁ ଲୋକମାନେ କ’ଣ କରିପାରିବେ ?
Answer:
(i) ହଁ, ଯଦି କେବଳ କିଛି ମୁଷ୍ଟିମେୟ ଧନୀ ଏବଂ ପ୍ରଭାବଶାଳୀ ଲୋକ ସରକାରଙ୍କ ନିଷ୍ପତ୍ତିକୁ ପ୍ରଭାବିତ କରନ୍ତି, ତେବେ ଗୋଷ୍ଠୀତନ୍ତ୍ରରେ ପରିଣତ ହୋଇପାରେ ।

(ii) ଲୋକମାନେ ସଚେତନ ହେବା ଉଚିତ, ଠିକ୍ ପ୍ରତିନିଧ୍ ବାଛିବା ଦରକାର ଏବଂ ଦୁର୍ନୀତି ବିରୋଧରେ ସ୍ଵର ଉତ୍ତୋଳନ କରିବା ଆବଶ୍ୟକ ।

Question 11.
ତୁମେମାନେ ସରକାରର ବିଭିନ୍ନ ରୂପର ମୌଳିକ ବୈଶିଷ୍ଟ୍ୟଗୁଡ଼ିକ ଜାଣିଗଲ । ଗୋଟିଏ କ୍ଷୁଦ୍ର ନାଟକ ମାଧ୍ୟମରେ ଏହି ରୂପଗୁଡ଼ିକୁ ତୁମ ଶ୍ରେଣୀଗୃହରେ ଉପସ୍ଥାପିତ କର ।

ଗଣତନ୍ତ୍ର ପ୍ରଣୟନ କର ।
ରାଜତନ୍ତ୍ର ପ୍ରଣୟନ କର ।
ଏକଛତ୍ରବାଦ ପ୍ରଣୟନ କର ।

Answer:
ଶିକ୍ଷକଙ୍କ ସହାୟତାରେ ଛାତ୍ରଛାତ୍ରୀମାନେ ଶ୍ରେଣୀଗୃହରେ କ୍ଷୁଦ୍ରନାଟକ ମାଧ୍ୟମରେ ସରକାରର ବିଭିନ୍ନ ମୌଳିକ ବୈଶିଷ୍ଟ୍ୟଗୁଡ଼ିକୁ ଉପସ୍ଥାପିତ ନିଜେ କରିବେ ।

Question 12.
କେଉଁ ପ୍ରକାରର ସରକାର ବା ସରକାରଙ୍କର କେଉଁ ରୂପକୁ ତୁମେ ସବୁଠାରୁ ଉପଯୁକ୍ତ ବୋଲି ଭାବୁଛ ?
Answer:
ଆମ ମତରେ ‘ଗଣତନ୍ତ୍ର’ ହେଉଛି ସରକାରର ସବୁଠାରୁ ଉପଯୁକ୍ତ ରୂପ ବା ବ୍ୟବସ୍ଥା । ଏହାର କାରଣଗୁଡ଼ିକ ହେଲା-
(i) ଜନସାଧାରଣଙ୍କ ଶାସନ : ଗଣତନ୍ତ୍ରରେ ଶାସନ ଓ କ୍ଷମତାର ପ୍ରକୃତ ଉତ୍ସ ହେଉଛନ୍ତି ଜନସାଧାରଣ । ଜନସାଧାରଣ ବା ଲୋକମାନେ ନିର୍ବାଚନ ମାଧ୍ୟମରେ ନିଜର ପ୍ରତିନିଧୁ ଚୟନ କରିଥାନ୍ତି ।

(ii) ସ୍ଵାଧୀନତା ଓ ସମାନତା : ଏକ ପ୍ରକୃତ ଗଣତନ୍ତ୍ରରେ ଲୋକମାନେ ସେମାନଙ୍କର ଇଚ୍ଛାନୁସାରେ ଦୈନନ୍ଦିନ ଜୀବନଯାପନ କରିପାରିବେ । ସେମାନେ କ’ଣ କହିବେ, ପିନ୍ଧିବେ ବା ବିଶ୍ଵାସ କରିବେ ତାହାର ସମ୍ପୂର୍ଣ ସ୍ଵାଧୀନତା ଥାଏ ।

(iii) ସରକାର ପରିବର୍ତ୍ତନର କ୍ଷମତା : ଯଦି ସରକାର ଲୋକଙ୍କ କଲ୍ୟାଣ ପାଇଁ ଠିକ୍ ଭାବରେ କାର୍ଯ୍ୟ ସମ୍ପାଦନ ନ କରନ୍ତି, ତେବେ ଲୋକମାନେ ନିର୍ବାଚନ ମାଧ୍ୟମରେ ନିଜର ଭୋଟ୍ ଦେଇ ପ୍ରତିନିଧୁମାନଙ୍କୁ ପରିବର୍ତ୍ତନ କରିପାରିବେ ।

(iv) ଅଧିକାରର ସୁରକ୍ଷା : ଗଣତନ୍ତ୍ରରେ ସରକାର ଲୋକଙ୍କ ମୌଳିକ ଆବଶ୍ୟକତା ପୂରଣ କରିବା ପାଇଁ ଉତ୍ତରଦାୟୀ ଅଟନ୍ତି ଏବଂ ଏକ ସ୍ଵାଧୀନ ନ୍ୟାୟପାଳିକା ନାଗରିକଙ୍କ ଅଧିକାରକୁ ସୁରକ୍ଷା ପ୍ରଦାନ କରେ ।

ଏହା ବିଷୟରେ ଚିନ୍ତା କର :

Question 1.
ଯଦି ରାଜା ନିଜକୁ ଦିବ୍ୟଶକ୍ତିର ଅଧ୍ୟାକାରୀ ବୋଲି ଭାବନ୍ତି ତେବେ କ’ଣ ହୋଇପାରେ ? ସେ କିପରି ଲୋକଙ୍କ ଉପରେ ଶାସନ କରିବେ ?
Answer:

  1. ଯଦି ରାଜା ନିଜକୁ ଦିବ୍ୟଶକ୍ତିର ଅଧିକାରୀ (ଭଗବାନଙ୍କ ଦୂତ) ବୋଲି ଭାବିବେ, ତେବେ ସେ ଅହଙ୍କାରୀ ହୋଇଯିବେ ।
  2. ସେ ନିଜର ସବୁ କାମକୁ ଠିକ୍ ବୋଲି ଭାବିବେ ଏବଂ ପ୍ରଜାମାନଙ୍କର କୌଣସି ପରାମର୍ଶ ଶୁଣିବେ ନାହିଁ ।
  3. ସେ ନିଜ ଇଚ୍ଛାନୁସାରେ କଠୋର ଆଇନ ତିଆରି କରିବେ ।
  4. ଲୋକମାନଙ୍କୁ ଭୟଭୀତ କରାଇ ଜୋରଜବରଦସ୍ତ ଶାସନ କରିବେ ଏବଂ ପ୍ରଜାଙ୍କ ସୁଖଦୁଃଖକୁ ଗୁରୁତ୍ଵ ଦେବେ ନାହିଁ ।

ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

Question 1.
ଆବ୍ରାହମ୍ ଲିଙ୍କନ କେଉଁ ଦେଶର ରାଷ୍ଟ୍ରପତି ଥିଲେ ?
Answer:
ଯୁକ୍ତରାଷ୍ଟ୍ର ଆମେରିକା

Class 7 Social Science Chapter 9 Question Answer Odia Medium ଶାସକଙ୍କ ଠାରୁ ଶାସିତଙ୍କ ପର୍ଯ୍ୟନ୍ତ : ସରକାରର ପ୍ରକାର ଭେଦ

Question 3.
ଧର୍ମତନ୍ତ୍ରରେ ମୁଖ୍ୟ ହିସାବରେ କାହାକୁ ଧରାଯାଇଥାଏ ?
Answer:
ଧାର୍ମିକ ଅନୁଷ୍ଠାନ

Question 3.
କେଉଁ ପ୍ରକାର ଶାସନ ବ୍ୟବସ୍ଥାରେ ନିର୍ବାଚନ ମାଧ୍ୟମରେ ସରକାର ଗଠିତ ହୋଇଥାଏ ?
Answer:
ଗଣତନ୍ତ୍ର

Question 4
ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ଗ୍ରହଣ କରାଯାଉଥିବା ମତଦାନ ବ୍ୟବସ୍ଥା ନାମ କ’ଣ ?
Answer:
ସାର୍ବଜନୀନ ସାବାଳକ ମତଦାନ

Question 5.
ଆମ ଦେଶରେ କେବେଠାରୁ ସମସ୍ତ ପ୍ରାପ୍ତବୟସ୍କଙ୍କୁ ନିର୍ବାଚନରେ ଭୋଟ ଦେବାର ଅଧିକାର ପ୍ରଦାନ କରାଯାଇଥିଲା ?
Answer:
୧୯୫୦ ମସିହା

Question 6.
୧୯୭୧ ମସିହାଠାରୁ କେଉଁ ଦେଶର ମହିଳାମାନେ ଭୋଟ ଦେବାର ଅଧିକାର ହାସଲ କରିଥିଲେ ?
Answer:
ସ୍ଵିଜରଲାଣ୍ଡ

Question 7.
ଯୁକ୍ତରାଷ୍ଟ୍ର ଆମେରିକାରେ କେତେ ବର୍ଷରେ ଥରେ ନିର୍ବାଚନ କରାଯାଇଥାଏ ?
Answer:
ଚାରି ବର୍ଷ

Question 8.
ଯୁକ୍ତରାଜ୍ୟରେ ପ୍ରଭାବଶାଳୀ ସାର୍ବଜନୀନ ସାବାଳକ ମତଦାନ ବ୍ୟବସ୍ଥା କେବେଠାରୁ ଆରମ୍ଭ ହୋଇଥିଲା ?
Answer:
୧୯୨୮ ମସିହା

Question 9.
କେଉଁ ଦେଶରେ ୧୯୬୫ ମସିହାଠାରୁ ସାର୍ବଜନୀନ ସାବାଳକ ମତଦାନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିଲା ?
Answer:
ଯୁକ୍ତରାଷ୍ଟ୍ର ଆମେରିକା

Question 10.
ସଂସଦୀୟ ଗଣତନ୍ତ୍ର ବ୍ୟବସ୍ଥା ସର୍ବ ପ୍ରଥମେ କେଉଁ ଦେଶରୁ ଆରମ୍ଭ ହୋଇଥିଲା ?
Answer:
ଇଂଲଣ୍ଡ

Question 11.
ଯେଉଁ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ରାଷ୍ଟ୍ରପତି ଦେଶର ବାସ୍ତବ କ୍ଷମତା ହାସଲକରି ଶାସନ ନିୟନ୍ତ୍ରଣ କରିଥାନ୍ତି, ତାକୁ କେଉଁ ପ୍ରକାର ଗଣତନ୍ତ୍ର କୁହାଯାଇଥାଏ ?
Answer:
ରାଷ୍ଟ୍ରପତୀୟ ଗଣତନ୍ତ୍ର

Question 12.
ଆମେରିକାର ସଂସଦକୁ କ’ଣ କୁହାଯାଇଥାଏ ?
Answer:
କଂଗ୍ରେସ

Question 13.
ଭାରତରେ ଉଚ୍ଚ ସଦନ ଓ ନିମ୍ନ ସଦନ କାହାକୁ କୁହାଯାଇଥାଏ ?
Answer:
ରାଜ୍ୟସଭା, ଲୋକସଭା

Question 14.
ମହାଜନପଦ ମାନଙ୍କରେ କେଉଁମାନେ ଶାସନ କରୁଥିଲେ ?
Answer:
ରାଜା

Question 15.
ଭୀଷ୍ମଙ୍କ ଶରଶଯ୍ୟା ସମ୍ପର୍କରେ ମହାଭାରତର କେଉଁ ପର୍ବରେ ବର୍ଣ୍ଣନା କରାଯାଇଛି ?
Answer:
ଶାନ୍ତିପର୍ବ

Question 16.
ରାଜତନ୍ତ୍ର ସାଧାରଣତଃ କେତେ ପ୍ରକାର ହୋଇଥାଏ ?
Answer:
ଦୁଇପ୍ରକାର – ସମ୍ପୂର୍ଣ୍ଣ ରାଜତନ୍ତ୍ର ଓ ସାମ୍ବିଧାନିକ ରାଜତନ୍ତ୍ର

ଚାରୋଟି ବିକଳ୍ପ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

Question 1.
ଏକ ପ୍ରତିନିଧୂମୂଳକ ଗଣତନ୍ତ୍ରରେ ଆଇନ ପ୍ରଣୟନ କ୍ଷମତା କାହା ଉପରେ ନ୍ୟସ୍ତ କରାଯାଇଥାଏ ?
(କ) ବ୍ୟବସ୍ଥାପିକା
(ଖ) କାର୍ଯ୍ୟପାଳିକା
(ଗ) ନ୍ୟାୟପାଳିକା
(ଘ) ନଗରପାଳିକା
Answer:
(କ) ବ୍ୟବସ୍ଥାପିକା

Question 2.
ଯୁକ୍ତରାଷ୍ଟ୍ର ଆମେରିକାରେ ନିମ୍ନ ସଦନକୁ କ’ଣ କୁହାଯାଇଥାଏ ?
(କ) ରାଜ୍ୟସଭା
(ଖ) ବିଧାନସଭା
(ଗ) ବିଧାନମଣ୍ଡଳ
(ଘ) ପ୍ରତିନିଧ୍ଵସଭା
Answer:
(ଘ) ପ୍ରତିନିଧ୍ଵସଭା

Question 3.
ରାଜ୍ୟସ୍ତରରେ ବ୍ୟବସ୍ଥାପିକାକୁ କ’ଣ କୁହାଯାଇଥାଏ ?
(କ) ବିଧାନ ପରିଷଦ
(ଖ) ବିଧାନସଭା
(ଗ) ସାଧାରଣ ସଭା
(ଘ) ରାଜ୍ୟସଭା
Answer:
(ଖ) ବିଧାନସଭା

Question 4.
ଭାରତରେ ବ୍ୟବସ୍ଥାପିକାକୁ କ’ଣ କୁହାଯାଇଥାଏ ?
(କ) ଲୋକସଭା ୬
(ଖ) ରାଜ୍ୟସଭା
(ଗ) ସଂସଦ
(ଘ) ବିଧାନ ପରିଷଦ
Answer:
(ଗ) ସଂସଦ

Class 7 Social Science Chapter 9 Question Answer Odia Medium ଶାସକଙ୍କ ଠାରୁ ଶାସିତଙ୍କ ପର୍ଯ୍ୟନ୍ତ : ସରକାରର ପ୍ରକାର ଭେଦ

Question 5.
ଲିଚ୍ଛାବୀ ରାଜବଂଶ କେଉଁ ମହାଜନପଦରେ ଶାସନ କରୁଥିଲେ ?
(କ) କ୍ରିଜି
(ଖ) ମଲ୍ଲ
(ଗ) କୋଶାୟୀ
(ଘ) ବଙ୍ଗ
Answer:
(କ) କ୍ରିଜି

Question 6.
ବିଦ୍ଵାନ କଲ୍‌ହତା କେଉଁ ପୁସ୍ତକରେ କାଶ୍ମୀର ଇତିହାସ ବର୍ଣନା କରିଥିଲେ ?
(କ) ରାଜତରଙ୍ଗିଣୀ
(ଖ) ସୌଦାମିନୀ
(ଗ) ଭୂସ୍ୱର୍ଗ
(ଘ) ଚନ୍ଦ୍ରାବତୀ
Answer:
(କ) ରାଜତରଙ୍ଗିଣୀ

Question 7.
ସାମ୍ବିଧାନିକ ରାଜତନ୍ତ୍ର କେଉଁ ଦେଶରେ ଦେଖିବାକୁ ମିଳିଥାଏ ?
(କ) ଇଟାଲୀ
(ଖ) ଫ୍ରାନ୍ସ
(ଗ) ଜର୍ମାନୀ
(ଘ) ବ୍ରିଟେନ୍
Answer:
(ଘ) ବ୍ରିଟେନ୍

Question 8.
ବର୍ତ୍ତମାନ ଆଫଗାନିସ୍ତାନ ଓ ଭାଟିକାନ୍ ସିଟିରେ କେଉଁ ପ୍ରକାର ଶାସନ ବ୍ୟବସ୍ଥା ପ୍ରଚଳିତ ?
(କ) ଧର୍ମତନ୍ତ
(ଖ) ରାଜତନ୍ତ୍ର
(ଗ) ଏକଛତ୍ରବାଦ
(ଘ) ସାଧାରଣତନ୍ତ୍ର
Answer:
(କ) ଧର୍ମତନ୍ତ

Question 9.
ଆଡ଼ଲଫ୍ ହିଟ୍‌ଲର୍ କେଉଁ ଦେଶର ଚାନ୍ସେଲର୍ ଥିଲେ ?
(କ) ଇଟାଲୀ
(ଖ) ରୋମ୍
(ଗ) ଜର୍ମାନୀ
(ଘ) ଫ୍ରାନ୍ସ
Answer:
(ଗ) ଜର୍ମାନୀ

Question 10.
ଦ୍ଵିତୀୟ ବିଶ୍ଵଯୁଦ୍ଧ ସୃଷ୍ଟି କରିବାରେ ମୁଖ୍ୟ ବ୍ୟକ୍ତି କିଏ ଥିଲେ ?
(କ) ବେନିତୋ ମୁସୋଲିନ୍
(ଖ) ହିଣ୍ଡେନବର୍ଗ
(ଗ) ଚର୍ଚ୍ଚିଲ
(ଘ) ଆଡ଼ଲଫ୍ ହିଟଲର
Answer:
(ଘ) ଆଡ଼ଲଫ୍ ହିଟଲର

Question 11.
ଇଦି ଅମିନ କେଉଁ ଦେଶର ଜଣେ ସାମରିକ ଏକଛତ୍ରବାଦୀ ଶାସକ ଥିଲେ ?
(କ) ବୋସନିଆ
(ଖ) ଉଗାଣ୍ଡା
(ଗ) ରୋଡ଼େସିଆ
(ଘ) ନାଇଜେରିଆ
Answer:
(ଖ) ଉଗାଣ୍ଡା

Question 12.
ଯେତେବେଳେ ରାଜନେତା ଏବଂ ଧନୀ ବ୍ୟବସାୟୀଙ୍କ ଏକ ଛୋଟ ଗୋଷ୍ଠୀ ଶାସନରେ ଅତ୍ୟଧ୍ଵ ପ୍ରଭାବ ବିସ୍ତାର କରିଥାନ୍ତି, ତାହାକୁ କେଉଁ ପ୍ରକାର ଶାସନ କୁହାଯାଇଥାଏ ?
(କ) ରାଜତନ୍ତ୍ର
(ଖ) ଅଭିଯାନତନ୍ତ୍ର
(ଗ) ଗୋଷ୍ଠୀତନ୍ତ୍ର
(ଘ) ଧର୍ମତନ୍ତ
Answer:
(ଗ) ଗୋଷ୍ଠୀତନ୍ତ୍ର

ବନ୍ଧନୀ ମଧ୍ଯରୁ ଠିକ୍ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର ।

Question 1.
________ ସରକାର ଦେଶର ଧର୍ମ ଏବଂ ଧାର୍ମିକ ନେତାଙ୍କ ନିୟମ ଦ୍ଵାରା ପରିଚାଳିତ ହୁଏ ।
(ରାଜତନ୍ତ୍ର, ଏକଛତ୍ରବାଦ, ଧର୍ମତନ୍ତ୍ର, ସାଧାରଣତନ୍ତ୍ର)
Answer:
ଧର୍ମତନ୍ତ୍ର

Question 2.
୧୯୩୪ ମସିହାରେ ___________ ଦେଶରେ ଏକଛତ୍ରବାଦୀ ସରକାର ପ୍ରତିଷ୍ଠା ହୋଇଥିଲା ।
(ଇଟାଲୀ, ଜର୍ମାନୀ, ଋଷ୍, ଫ୍ରାନ୍ସ)
Answer:
ଜର୍ମାନୀ

Question 3.
ଇଦି ଅମିନ ____________ ଦେଶର ଜଣେ ସାମରିକ ଏକଛତ୍ରବାଦୀ ଶାସକ ଥିଲେ ।
(ରୁମାନିଆ, ଭିଏତନାମ, ନାମିବିଆ, ଉଗାଣ୍ଡା)
Answer:
ଉଗାଣ୍ଡା

Question 4.
‘ଅଲିଗାକି’ ଶବ୍ଦଟି ମୂଳ ____________ ଶବ୍ଦରୁ ଉତ୍ପତ୍ତି ହୋଇଥିଲା । (ଲାଟିନ୍, ଗ୍ରୀକ୍, ଫ୍ରାନ୍ସ, ଚାଇନିଜ୍)
Answer:
ଗ୍ରୀକ୍

Question 5.
___________ ଶାସନ ବ୍ୟବସ୍ଥାରେ ସାର୍ବଜନୀନ ସାବାଳକ ମତାଧିକାର ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥାଏ । (ଗୋଷ୍ଠୀତନ୍ତ୍ର, ନିରଙ୍କୁଶ ରାଜତନ୍ତ୍ର, ଏକଛତ୍ରବାଦ, ଗଣତନ୍ତ୍ର)
Answer:
ଗଣତନ୍ତ୍ର

Question 6.
ଭାରତରେ _____________ ଗଣତନ୍ତ୍ର କାର୍ଯ୍ୟକାରୀ ହେଉଅଛି । (ସଂସଦୀୟ, ରାଷ୍ଟ୍ରପତୀୟ, ଧର୍ମତାନ୍ତ୍ରିକ, ରାଜତାନ୍ତ୍ରିକ)
Answer:
ସଂସଦୀୟ

Question 7.
ସରକାର କିପରି କାର୍ଯ୍ୟ କରିବ ତାହା ________________ ପୁସ୍ତକରେ ଲିପିବଦ୍ଧ କରାଯାଇଥାଏ ।
(ଲାଲତଥ୍ୟ ପୁସ୍ତକ, ସମ୍ବିଧାନ, ଧର୍ମପୁସ୍ତକ, ପାଣ୍ଡୁଲିପି)
Answer:
ସମ୍ବିଧାନ

Question 8.
କେତେକ ମୂଲ୍ୟବୋଧ ଏବଂ ଆଦର୍ଶକୁ ଭିତ୍ତି କରି ____________ ଗଠିତ ହୋଇଥାଏ ।
(ସରକାର, ରାଜତନ୍ତ୍ର, ସଂସଦ, ବିଧାନସଭା)
Answer:
ସରକାର

Question 9.
ସମସ୍ତ ପ୍ରାପ୍ତ ବୟସ୍କଙ୍କୁ ନିର୍ବାଚନରେ ଭୋଟ ଦେବାର ଅଧିକାର ଭାରତୀୟମାନେ __________ ମସିହାରେ ହାସଲ କରିଥିଲେ । (୧୯୪୭, ୧୯୫୦, ୧୯୪୮, ୧୯୪୯)
Answer:
୧୯୫୦

Question 10.
ପ୍ରଭାବଶାଳୀ ସାର୍ବଜନୀନ ସାବାଳକ ମତଦାନ ବ୍ୟବସ୍ଥା ଇଂଲଣ୍ଡରେ __________ ମସିହାରେ ଆରମ୍ଭ ହୋଇଥିଲା ।
(୧୯୨୭, ୧୯୩୦, ୧୯୪୭, ୧୯୨୮)
Answer:
୧୯୨୮

Question 11.
୨୦୦୮ ମସିହାରେ _________________ ଦେଶରେ ଗଣତନ୍ତ୍ର ପ୍ରତିଷ୍ଠିତ ହୋଇଥିଲା ।
(କେନିଆ, ନେପାଳ, ଭାରତ, ଶ୍ରୀଲଙ୍କା)
Answer:
ନେପାଳ

Question 12.
ସଂସଦୀୟ ଗଣତନ୍ତ୍ର ସର୍ବପ୍ରଥମେ __________________ଦେଶରୁ କାର୍ଯ୍ୟକାରୀ ହୋଇଥିଲା । (ଇଂଲଣ୍ଡ, ଆମେରିକା, ଗ୍ରୀସ୍, ତୁର୍କୀ)
Answer:
ଇଂଲଣ୍ଡ

ସ୍ତମ୍ଭ ମିଳନ କର ।

Question 1.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(ଗଣତନ୍ତ୍ର ପ୍ରତିଷ୍ଠା ବର୍ଷ)
ଯୁକ୍ତରାଷ୍ଟ୍ର ଆମେରିକା ୨୦୦୮ ମସିହା
ଭାରତ ୧୯୪୯ ମସିହା
ନେପାଳ ୧୮୪୮ ମସିହା
ଜର୍ମାନୀ ୧୭୮୭ ମସିହା
ସ୍ବିଜରଲାଣ୍ଡ ୧୯୪୭ ମସିହା

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(ଗଣତନ୍ତ୍ର ପ୍ରତିଷ୍ଠା ବର୍ଷ)
ଯୁକ୍ତରାଷ୍ଟ୍ର ଆମେରିକା ୧୭୮୭ ମସିହା
ଭାରତ ୧୯୪୭ମସିହା
ନେପାଳ ୨୦୦୮ ମସିହା
ଜର୍ମାନୀ ୧୯୪୯ ମସିହା
ସ୍ଵିଜରଲାଣ୍ଡ ୧୮୪୮ ମସିହା

Class 7 Social Science Chapter 9 Question Answer Odia Medium ଶାସକଙ୍କ ଠାରୁ ଶାସିତଙ୍କ ପର୍ଯ୍ୟନ୍ତ : ସରକାରର ପ୍ରକାର ଭେଦ

Question 2.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ବ୍ୟବସ୍ଥାପିକା ରାଜ୍ୟସଭା
କାର୍ଯ୍ୟପାଳିକା ଲୋକସଭା
ନ୍ୟାୟପାଳିକା ଆଇନ ପ୍ରଣୟନ କରିବା
ନିମ୍ନ ସଦନ ଆଇନକୁ କାର୍ଯ୍ୟକାରୀ କରିବା
ଉଚ୍ଚ ସଦନ ଆଇନକୁ ତର୍ଜମା କରିବା

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ବ୍ୟବସ୍ଥାପିକା ଆଇନ ପ୍ରଣୟନ କରିବା
କାର୍ଯ୍ୟପାଳିକା ଆଇନକୁ କାର୍ଯ୍ୟକାରୀ କରିବା
ନ୍ୟାୟପାଳିକା ଆଇନକୁ ତର୍ଜମା କରିବା
ନିମ୍ନ ସଦନ ଲୋକସଭା
ଉଚ୍ଚ ସଦନ ରାଜ୍ୟସଭା

Question 3.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ସମ୍ପୂର୍ଣ୍ଣ ରାଜତନ୍ତ୍ର ସମସ୍ତଙ୍କ ହାତରେ କ୍ଷମତା ଥାଏ
ସମ୍ବିଧାନିକ ରାଜତନ୍ତ୍ର । ଜଣେ ବ୍ୟକ୍ତି ହାତରେ ସମସ୍ତ କ୍ଷମତା ଥାଏ
ଧର୍ମତନ୍ତ୍ର ରାଜା ନାମକୁ ମାତ୍ର ଶାସନକର୍ତ୍ତା
ଏକଛତ୍ରବାଦ ଧାର୍ମିକ ନେତାଙ୍କଦ୍ୱାରା ପରିଚାଳିତ
ଗଣତନ୍ତ୍ର ରାଜାଙ୍କର ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଥାଏ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ସମ୍ପୂର୍ଣ୍ଣ ରାଜତନ୍ତ୍ର ରାଜାଙ୍କର ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଥାଏ
ସମ୍ବିଧାନିକ ରାଜତନ୍ତ୍ର ରାଜା ନାମକୁ ମାତ୍ର ଶାସନକର୍ତ୍ତା
ଧର୍ମତନ୍ତ୍ର ଧାର୍ମିକ ନେତାଙ୍କଦ୍ୱାରା ପରିଚାଳିତ
ଏକଛତ୍ରବାଦ ଜଣେ ବ୍ୟକ୍ତି ହାତରେ ସମସ୍ତ କ୍ଷମତା ଥାଏ
ଗଣତନ୍ତ୍ର ସମସ୍ତଙ୍କ ହାତରେ କ୍ଷମତା ଥାଏ

Question 4.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
୧୯୫୦ ମସିହା କେନିଆରେ ଗଣତନ୍ତ୍ର ପ୍ରତିଷ୍ଠା ହେବା
୧୯୨୧ ମସିହା ଭାରତରେ ସାର୍ବଜନୀନ ସାବାଳକ ମତଦାନ କାର୍ଯ୍ୟକାରୀ ହେବା
୧୯୩୩ ମସିହା ଦ୍ଵିତୀୟ ବିଶ୍ବଯୁଦ୍ଧର ପରିସମାପ୍ତି
୧୯୪୫ ମସିହା ହିଟ୍‌ଲର ଜର୍ମାନୀର ଚାନ୍ସେଲର ହେବା
୧୯୬୪ ମସିହା ସ୍ଵିଜରଲ୍ୟାଣ୍ଡରେ ମହିଳାମାନେ ଭୋଟ ଦେବା

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
୧୯୫୦ ମସିହା ଭାରତରେ ସାର୍ବଜନୀନ ସାବାଳକ ମତଦାନ କାର୍ଯ୍ୟକାରୀ ହେବା
୧୯୨୧ ମସିହା ସ୍ଵିଜରଲ୍ୟାଣ୍ଡରେ ମହିଳାମାନେ ଭୋଟ ଦେବା
୧୯୩୩ ମସିହା ହିଟ୍‌ଲର ଜର୍ମାନୀର ଚାନ୍ସେଲର ହେବା
୧୯୪୫ ମସିହା ଦ୍ଵିତୀୟ ବିଶ୍ବଯୁଦ୍ଧର ପରିସମାପ୍ତି
୧୯୬୪ ମସିହା କେନିଆରେ ଗଣତନ୍ତ୍ର ପ୍ରତିଷ୍ଠା ହେବା

ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ସାଧାରଣ ଭାବରେ ‘ଗଣତନ୍ତ୍ର’ କହିଲେ ତୁମେ କ’ଣ ବୁଝ ?
Answer:

  1. ଗଣତନ୍ତ୍ର କହିଲେ ଆମେ ସାଧାରଣ ଭାବରେ ଲୋକମାନଙ୍କର ଶାସନ ।
  2. ଗଣତନ୍ତ୍ରରେ କ୍ଷମତା ଓ କର୍ତ୍ତୃତ୍ଵର ଉତ୍ସ ହେଉଛନ୍ତି ସେ ଦେଶର ଜନସାଧାରଣ ।

Question 2.
ଗଣତନ୍ତ୍ରରେ ସରକାର କାହାକୁ ନେଇ ଗଠିତ ହୋଇଥାଏ ?
Answer:

  1. ଗଣତନ୍ତ୍ରରେ ସାଧାରଣତଃ ନିର୍ବାଚନ ମାଧ୍ଯମରେ ସରକାର ଗଠିତ ହୋଇଥାଏ ।
  2. ଏଥିରେ ଲୋକମାନଙ୍କ ଦ୍ଵାରା ନିର୍ବାଚିତ ପ୍ରତିନିଧୁମାନେ ଅଂଶଗ୍ରହଣ କରିଥାନ୍ତି ।

Question 3.
ସରକାର କେଉଁ କାର୍ଯ୍ୟ ପାଇଁ ଗଠିତ ହୋଇଥାଏ ?
Answer:

  1. କେତେକ ମୂଲ୍ୟବୋଧ ଏବଂ ଆଦର୍ଶକୁ ଭିତ୍ତି କରି ସରକାର ଗଠନ କରାଯାଇଥାଏ ।
  2.  ଏଥୁରେ ସରକାର ସମସ୍ତଙ୍କ ସମାନତା ଓ ସମୃଦ୍ଧି କାମନା କରିଥା’ନ୍ତି ।

Question 4.
ନ୍ୟାୟପାଳିକାର କାମ କ’ଣ ବୋଲି ତୁମେ ଅନୁମାନ କରୁଛ ?
Answer:

  1. ନ୍ୟାୟପାଳିକା ପ୍ରତ୍ୟେକ ନାଗରିକର ମୌଳିକ ଅଧିକାରକୁ ସୁରକ୍ଷା ପ୍ରଦାନ କରିଥାଏ ।
  2. ସରକାର ସମ୍ବିଧାନ ଅନୁସାରେ କାର୍ଯ୍ୟ କରୁଛନ୍ତି କି ନାହିଁ, ତାହାକୁ ଅନୁଧ୍ୟାନ କରିଥାଏ ।

Question 5.
ପ୍ରତ୍ୟକ୍ଷ ଗଣତନ୍ତ୍ର କ’ଣ ? ଏହା ବର୍ତ୍ତମାନ କେଉଁଠାରେ କାର୍ଯ୍ୟକାରୀ ହେଉଅଛି ?
Answer:

  1. ପ୍ରତ୍ୟକ୍ଷ ଗଣତନ୍ତ୍ର ହେଉଛି ଗଣତନ୍ତ୍ରର ଏକ ବ୍ୟବସ୍ଥା ଯେଉଁଠାରେ ଏକ ଦେଶର ସମସ୍ତ ନାଗରିକ ମସ୍ତ ନୀତି, ନିୟମ ଏବଂ କାର୍ଯ୍ୟ ପାଇଁ ସିଧାସଳଖ ଦାୟୀ ରହିଥା’ନ୍ତି ।
  2. ଏହା ବର୍ତ୍ତମାନ ସ୍ଵିଜରଲାଣ୍ଡରେ କାର୍ଯ୍ୟକାରୀ ହେଉଅଛି ।

Question 6.
ତୁମେ ସଂସଦୀୟ ଗଣତନ୍ତ୍ର ସମ୍ବନ୍ଧରେ କି ପ୍ରକାର ଜ୍ଞାନ ହାସଲ କରିଛ ?
Answer:

  1. ଯେଉଁ ଦେଶର ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ବ୍ୟବସ୍ଥାପିକା ସଭା ବା ସଂସଦର ଭୂମିକା ମୁଖ୍ୟ ବା ଗୁରୁତ୍ଵପୂର୍ଣ୍ଣ ହୋଇଥାଏ ତାହାକୁ ସଂସଦୀୟ ଗଣତନ୍ତ୍ର କୁହାଯାଇଥାଏ ।
  2. ଏହି ସର୍ବପ୍ରଥମେ ଇଂଲଣ୍ଡରୁ ଆରମ୍ଭ ହୋଇଥିଲା, ତେଣୁ ଇଂଲଣ୍ଡକୁ ସଂସଦୀୟ ଗଣତନ୍ତ୍ରର ଜନନୀ କୁହାଯାଇଥାଏ ।

Class 7 Social Science Chapter 9 Question Answer Odia Medium ଶାସକଙ୍କ ଠାରୁ ଶାସିତଙ୍କ ପର୍ଯ୍ୟନ୍ତ : ସରକାରର ପ୍ରକାର ଭେଦ

Question 7.
ବ୍ୟବସ୍ଥାପିକାର କାମ କ’ଣ ? ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ବ୍ୟବସ୍ଥାପିକାକୁ କ’ଣ କୁହାଯାଇଥାଏ ?
Answer:

  1. ବ୍ୟବସ୍ଥାପିକା ସଭା ହେଉଛି ସରକାରଙ୍କର ଏକ ଅଙ୍ଗ ଯାହା ଆଇନ ପ୍ରଣୟନ କରିବା ପାଇଁ ଦାୟୀ ହୋଇଥାଏ ।
  2. ଭାରତରେ ବ୍ୟବସ୍ଥାପିକାକୁ ସଂସଦ କୁହାଯାଉଥିଲାବେଳେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ନାମ କଂଗ୍ରେସ ଅଟେ ।

Question 8.
ଜର୍ମାନୀର ଆଡ଼ଲଫ୍ ହିଟଲରଙ୍କୁ ଏକଛତ୍ରବାଦୀ ଶାସନ କୁହାଯାଏ କାହିଁକି ?
Answer:

  1. ୧୯୩୩ ମସିହାରେ ଆଡ଼ଲଫ ହିଟଲର ଜର୍ମାନୀର ଚାନ୍ସସେଲର ହୋଇଥିଲେ ।
  2. ଚାନ୍ସେଲର ହେବାପରେ ସେ ଏପରି ଆଇନ ପ୍ରଣୟନ କରିଥିଲେ, ଯାହା ତାଙ୍କୁ ପୂର୍ଣ୍ଣ କ୍ଷମତା ଦେଇଥିଲା ଏବଂ ବିରୋଧୀଙ୍କୁ ଦୂର କରିଥିଲା । ସେ ୟୁହୁଦୀ, ରୋମା ଓ ଅନ୍ୟାନ୍ୟ ଗୋଷ୍ଠୀର ଅନେକ ଲୋକଙ୍କରୁ ହତ୍ୟା କରିଥିଲେ । ସେ ଜର୍ମାନୀରେ ଏକଛତ୍ରବାଦୀ ଶାସନ ଚଳାଇଥିଲେ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର ଅନୁସାରେ ଜଣେ ଶାସକର ତିନିଗୋଟି କର୍ତ୍ତବ୍ୟ ଉଲ୍ଲେଖ କର ।
Answer:

  1. କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର ଅନୁସାରେ ଜଣେ ଶାସକ ପ୍ରଥମ କର୍ତ୍ତବ୍ୟ ହେଉଛି ବାହ୍ୟ ଶତ୍ରୁ ଆକ୍ରମଣରୁ ରାଜ୍ୟଟିକୁ ସୁରକ୍ଷା ପ୍ରଦାନ କରିବା ।
  2. ଦ୍ଵିତୀୟ କର୍ତ୍ତବ୍ୟଟି ହେଉଛି ରାଜ୍ୟ ମଧ୍ୟରେ ଆଇନ ଶୃଙ୍ଖଳାକୁ ପାଳନ କରିବା ।
  3. ତୃତୀୟ କର୍ତ୍ତବ୍ୟଟି ହେଲା ପ୍ରଜାମାନଙ୍କର ମଙ୍ଗଳ ବା କଲ୍ୟାଣ କରିବା ।

Question 2.
ଊନବିଂଶ ଶତାବ୍ଦୀରେ ଜଣେ ଆମେରିକୀୟ ରାଷ୍ଟ୍ରପତି ଗଣତନ୍ତ୍ର ବିଷୟରେ କେଉଁ ପ୍ରକାର ବର୍ଣ୍ଣନା ଦେଇଥିଲେ, ଯାହା କି ଆଜି ପର୍ଯ୍ୟନ୍ତ ତାହା ପ୍ରାସଙ୍ଗିକତା ରହିଛି ?
Answer:

  1. ଊନବିଂଶ ଶତାବ୍ଦୀର ଆମେରିକୀୟ ରାଷ୍ଟ୍ରପତି ଆବ୍ରାହମ୍ ଲିଙ୍କନ ଗଣତନ୍ତ୍ର ବିଷୟରେ ଏକ ମାର୍ମିକ ସଂଜ୍ଞା ପ୍ରଦାନ କରିଥିଲେ ।
  2. ତାଙ୍କ ମତ ଅନୁସାରେ ‘‘ସରକାର ହେଉଛନ୍ତି ଲୋକମାନଙ୍କର, ଲୋକମାନଙ୍କଦ୍ୱାରା ଓ ଲୋକମାନଙ୍କ ପାଇଁ”’ ଉଦ୍ଦିଷ୍ଟ ।
  3. ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଉକ୍ତିଟିର ପ୍ରାସଙ୍ଗିକତା ରହିଛି ।

Question 3.
ପ୍ରାଦେଶିକ ସ୍ତରରେ ବ୍ୟବସ୍ଥାପିକା କେଉଁ ପ୍ରକାର ଭୂମିକା ନିର୍ବାହ କରିଥାଏ ?
Answer:
(i) ପ୍ରାଦେଶିକ ସ୍ତରରେ ବ୍ୟବସ୍ଥାପିକା ମୁଖ୍ୟ ଭୂମିକା ଗ୍ରହଣ କରିଥାଏ, ଉଦାହରଣ ଭାବରେ ଆମେ ଓଡ଼ିଶାକୁ ନେଇପାରିବା ।

(ii) ଓଡ଼ିଶାରେ ବ୍ୟବସ୍ଥାପିକା ସଭା ଭାବରେ ବିଧାନସଭା କାର୍ଯ୍ୟ କରିଥାଏ । ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀମାନେ ମଧ୍ୟ ପ୍ରଥମେ ବିଧାନସଭା ସଦସ୍ୟରୂପେ ନିର୍ବାଚିତ ହୋଇଥା’ନ୍ତି । ପରବର୍ତୀ ସମୟରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଭାବେ କାର୍ଯ୍ୟପାଳିକାର ସଦସ୍ୟ ହୋଇ କାର୍ଯ୍ୟ ସମ୍ପାଦନ କରିଥାନ୍ତି ।

(iii) ସେମାନେ ଶାସନଗତ କାର୍ଯ୍ୟ ନିମନ୍ତେ ରାଜ୍ୟ ବ୍ୟବସ୍ଥାପିକା ବା ବିଧାନସଭା ନିକଟରେ ଉତ୍ତରଦାୟୀ ରହିଥା’ନ୍ତି ଓ ବିଧାନ ସଭାର ଆସ୍ଥା ହରାଇଲେ କ୍ଷମତାଚ୍ୟୁତ ହୋଇଥା’ନ୍ତି ।

Question 4.
ଉଚ୍ଚ ସଦନ କାହାକୁ କୁହାଯାଏ ? ରାଜ୍ୟ ସ୍ତରରେ ଏହା କିପରି କାର୍ଯ୍ୟ କରିଥାଏ ?
Answer:

  1. ଭାରତୀୟ ସଂସଦରେ ଦୁଇଟି ଗୃହ ଥାଏ, ଯଥା- ଲୋକସଭା ବା ନିମ୍ନ ସଦନ ଓ ରାଜ୍ୟସଭା ବା ଉଚ୍ଚ ସଦନ ।
  2. କେତେକ ରାଜ୍ୟରେ ଦ୍ଵିସଦନୀୟ ବ୍ୟବସ୍ଥାପିକ ଥାଏ, ଯାହାକୁ ବିଧାନ ମଣ୍ଡଳ କୁହାଯାଏ ।
  3. ଏହାର ଉଚ୍ଚ ସଦନକୁ ବିଧାନ ପରିଷଦ ଓ ନିମ୍ନ ସଦନକୁ ବିଧାନସଭା କୁହାଯାଇଥାଏ । ଆମ ରାଜ୍ୟରେ କେବଳ ବିଧାନସଭା ରହିଛି ।

Question 5.
ଗଣତନ୍ତ୍ର ଏକ ଉତ୍ତମ ଶାସନ ବ୍ୟବସ୍ଥା ହେଲେ ମଧ୍ୟ ଏଥିରେ ଅନେକ ସମସ୍ୟା ରହିଥାଏ । ସେହିସବୁ ସମସ୍ୟାଗୁଡ଼ିକ କ’ଣ ?
Answer:
(i) ଗଣତନ୍ତ୍ରରେ ସରକାର ମୂଲ୍ୟବୋଧ ଏବଂ ଆଦର୍ଶ ଭିଭିକ ଶାସନ ମାଧ୍ୟମରେ ସମସ୍ତ ଲୋକଙ୍କ ମଙ୍ଗଳ ପାଇଁ କାର୍ଯ୍ୟ କରିଥାଏ ।

(ii) ଗଣତନ୍ତ୍ରରେ ଥିବା ସମସ୍ୟା ମଧ୍ଯରେ ଦୁର୍ନୀତି, ସମ୍ପଭିର ଅସମାନତା, ଗଣତାନ୍ତ୍ରିକ ସଂସ୍ଥା ଉପରେ କିଛି ଲୋକଙ୍କ ଦ୍ଵାରା ଅତ୍ୟଧ୍ଵକ ନିୟନ୍ତ୍ରଣ, ନ୍ୟାୟପାଳିକାର ସ୍ଵାଧୀନତା ଅବକ୍ଷୟ ଇତ୍ୟାଦି ମୁଖ୍ୟ ।

(iii) ସୂଚନା ମାଧ୍ୟମରେ ହେରଫେର ଭଳି ଅନ୍ୟ କେତେକ ଗଣତନ୍ତ୍ରର ଆଦର୍ଶ ହାସଲ କରିବାରେ ବାଧା ସୃଷ୍ଟି କରିଥାଏ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ଆମ ଜୀବନରେ ସରକାର ନିର୍ବାହ କରୁଥିବା ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ବିଷୟରେ ସୂଚନା ପ୍ରଦାନ କର ।
Answer:
(i) ସରକାର ଆମ ଜୀବନରେ ଅନେକ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ନିର୍ବାହ କରିଥାଏ ଯଥା- ସମାଜରେ ଶାନ୍ତି ଶୃଙ୍ଖଳା ବଜାୟ ରଖୁବା ସହିତ ଲୋକମାନଙ୍କ ପାଇଁ ଶାନ୍ତି, ସ୍ଥିରତା ଓ ନିରାପତ୍ତାକୁ ସୁନିଶ୍ଚିତ କରିଥାଏ ।

(ii) ଅନ୍ୟ ଦେଶମାନଙ୍କ ସହିତ ସୁସମ୍ପର୍କ ବଜାୟ ରଖୁବା ସହ ଜାତୀୟ ପ୍ରତିରକ୍ଷା ପ୍ରତି ଯବାନ ହୋଇଥାଏ ।

(iii) ଆବଶ୍ୟକ ସାମଗ୍ରୀ ଯୋଗାଇବା ସହ ଶିକ୍ଷା, ସ୍ୱାସ୍ଥ୍ୟ ଓ ଭିତ୍ତିଭୂମି ଭଳି ସେବା ଯୋଗାଇ ଦେଇଥାଏ ।

(iv) ଲୋକ କଲ୍ୟାଣ ପାଇଁ କାର୍ଯ୍ୟ କରିବା ଏବଂ ଲୋକମାନଙ୍କର ଜୀବନଶୈଳୀକୁ ଉନ୍ନତ କରିବାରେ ସତତ ଚେଷ୍ଟିତ ଥାଏ ।

(v) ସରକାରଙ୍କୁ ଅଧିକ ପାରଦର୍ଶିତା ହାସଲ କରିବାକୁ ହେଲେ ଲୋକମାନଙ୍କର ସହଯୋଗ ଏକାନ୍ତ କାମ୍ୟ । ଜନସହଯୋଗ ଓ ଜନଭାଗୀଦାରୀଦ୍ଵାରା ସରକାର ମଜବୁତ୍ ହୋଇଥାଏ ।

Class 7 Social Science Chapter 9 Question Answer Odia Medium ଶାସକଙ୍କ ଠାରୁ ଶାସିତଙ୍କ ପର୍ଯ୍ୟନ୍ତ : ସରକାରର ପ୍ରକାର ଭେଦ

Question 2.
ପ୍ରତିନିଧୁମୂଳକ ଗଣତନ୍ତ୍ର ଭାରତରେ କିପରି ସୁଚାରୁରୂପେ କାର୍ଯ୍ୟ କରୁଛି, ତାହାର ଏକ ତଥ୍ୟ ପ୍ରଦାନ କର ।
Answer:
(i) ଭାରତରେ ପ୍ରତିନିଧୂମୂଳକ ଗଣତନ୍ତ୍ର ଦୀର୍ଘଦିନ ଧରି କାର୍ଯ୍ୟ କରି ଆସୁଅଛି । ପ୍ରଥମତଃ ଏହି ବ୍ୟବସ୍ଥାରେ ଲୋକମାନେ ସାର୍ବଜନୀନ ସାବାଳକ ମତଦାନ ବ୍ୟବସ୍ଥାରେ ସେମାନଙ୍କର ମନ ପସନ୍ଦର ପ୍ରାର୍ଥୀ ନିର୍ବାଚିତ କରିଥାନ୍ତି ।

(ii) ଏହି ପ୍ରକାର ଶାସନ ବ୍ୟବସ୍ଥାରେ ଲୋକମାନେ ସିଧାସଳଖ ଶାସନ କରନ୍ତି ନାହିଁ କିନ୍ତୁ ସରକାର ସର୍ବଦା ଜନସାଧାରଣଙ୍କ ନିକଟରେ ଉତ୍ତରଦାୟୀ ଥାଆନ୍ତି ।

(iii) ନିର୍ବାଚନ ହେଉଛି ପ୍ରତିନିଧୁମୂଳକ ଗଣତନ୍ତ୍ରର ଏକ ଅବିଚ୍ଛେଦ୍ୟ ବ୍ୟବସ୍ଥା ଯାହା ମାଧ୍ୟମରେ ଲୋକମାନେ ସେମାନଙ୍କର ପସନ୍ଦରେ ମଧ୍ୟ ପରିବର୍ତ୍ତନ କରିପାରିବେ ।

(iv) ତେଣୁ ଏକ ନିୟମିତ ବ୍ୟବଧାନରେ ନିର୍ବାଚନ କରାଯାଇଥାଏ । ପୁନର୍ବାର ନୂତନ ପ୍ରାର୍ଥୀ ଚୟନ କରାଯାଇଥାଏ ।

(v) ଭାରତରେ ପ୍ରତି ପାଞ୍ଚ ବର୍ଷରେ ଥରେ ସାଧାରଣ ନିର୍ବାଚନ କରାଯାଉଥିଲାବେଳେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ପ୍ରତି ଚାରି ବର୍ଷରେ ଥରେ କରାଯାଇଥାଏ ।

Question 3.
ରାଷ୍ଟ୍ରପତୀୟ ଗଣତନ୍ତ୍ର କାହାକୁ କୁହାଯାଏ ? ଏହା ଯୁକ୍ତରାଷ୍ଟ୍ର ଆମେରିକାରେ କିପରି କାର୍ଯ୍ୟକାରୀ ହେଉଛି ସଂକ୍ଷେପରେ ଲେଖ ।
Answer:
(i) ଯେଉଁ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ରାଷ୍ଟ୍ରପତି ଦେଶର ବାସ୍ତବ ବା ପ୍ରକୃତ କ୍ଷମତା ଉପଲବ୍ଧ କରି ଶାସନ ନିୟନ୍ତ୍ରଣ କରିଥା’ନ୍ତି ତାହାକୁ ରାଷ୍ଟ୍ରପତୀୟ ଗଣତନ୍ତ୍ର କୁହାଯାଏ ।

(ii) ଏହି ବ୍ୟବସ୍ଥାରେ ରାଷ୍ଟ୍ରପତି ନାଗରିକମାନଙ୍କଦ୍ଵାରା ନିର୍ବାଚିତ ହୋଇଥା’ନ୍ତି । ସେ ବ୍ୟବସ୍ଥାପିକା ସଭାର ସଦସ୍ୟ ନଥା’ନ୍ତି, ତେଣୁ ନିଜ ଶାସନଗତ କାର୍ଯ୍ୟ ନିମନ୍ତେ ସେ ବ୍ୟବସ୍ଥାପିକା ସଭା ବା ସଂସଦର ବିଶ୍ୱାସଭାଜନ ହେବା ଆବଶ୍ୟକ ନଥାଏ ।

(iii) ଏହି ଶାସନ ବ୍ୟବସ୍ଥା ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରଚଳିତ ହେଉଛି ।

(iv) ଭାରତରେ ଯଦିଓ ରାଷ୍ଟ୍ରପତି ପଦବୀ ଦେଖିବାକୁ ମିଳେ କିନ୍ତୁ ସେ ଆମେରିକାର ରାଷ୍ଟ୍ରପତିଙ୍କ ପରି ସମ୍ପୂର୍ଣ୍ଣ କ୍ଷମତାର ଅଧିକାରୀ ନୁହଁନ୍ତି ।

(v) ବରଂ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ ଥ‌ିବା ମନ୍ତ୍ରୀପରିଷଦର ପରାମର୍ଶରେ ଭାରତର ରାଷ୍ଟ୍ରପତି ଶାସନ ପରିଚାଳନା କରିଥା’ନ୍ତି । ଅର୍ଥାତ ସେ ଭାରତର ବାସ୍ତବ ଶାସକ ନୁହଁନ୍ତି । କିନ୍ତୁ ଆମେରିକାର ରାଷ୍ଟ୍ରପତି ସେ ଦେଶର ବାସ୍ତବ ଶାସକ ଅଟନ୍ତି ।

Question 4.
ସାମ୍ବିଧାନିକ ରାଜତନ୍ତ୍ର କେଉଁଠି ଓ କିପରି କାର୍ଯ୍ୟକାରୀ ହେଉଛି, ସଂକ୍ଷେପରେ ଲେଖ ।
Answer:
(i) ସାମ୍ବିଧାନିକ ରାଜତନ୍ତ୍ର ଯୁକ୍ତରାଜ୍ୟ ବା ବ୍ରିଟେନ୍‌ରେ କାର୍ଯ୍ୟକାରୀ ହେଉଛି ।

(ii) ରାଷ୍ଟ୍ରମୁଖ୍ୟ ହେଉଛନ୍ତି ରାଜା କିମ୍ବା ରାଣୀ, କିନ୍ତୁ ତାଙ୍କର କେବଳ ନାମକୁମାତ୍ର କ୍ଷମତା ରହିଥାଏ, କିନ୍ତୁ ପ୍ରଧାନମନ୍ତ୍ରୀ କାର୍ଯ୍ୟପାଳିକାର ପ୍ରକୃତ କ୍ଷମତାର ଅଧିକାରୀ ହୋଇଥାନ୍ତି । ବ୍ୟବସ୍ଥାପିକା କ୍ଷମତାଟି ସଂସଦ ଉପରେ ନ୍ୟସ୍ତ ଥାଏ ।

(iii) ଦେଶର ସମସ୍ତ ଆଇନ ନିର୍ବାଚିତ ସଂସଦଦ୍ଵାରା ପ୍ରଣୟନ କରାଯାଏ ଏବଂ କାର୍ଯ୍ୟପାଳିକା କ୍ଷମତା ପ୍ରଧାମନ୍ତ୍ରୀଙ୍କ ନେତୃତ୍ଵରେ ମନ୍ତ୍ରୀପରିଷଦଦ୍ଵାରା ପ୍ରୟୋଗ କରାଯାଇଥାଏ ।

(iv) ତେଣୁ ବ୍ରିଟେନ୍‌ରେ ଜଣେ ରାଜା ଥିଲା ସତ୍ତ୍ବେ, ପ୍ରକୃତପକ୍ଷେ ଏହା ସଂସଦୀୟ ଗଣତନ୍ତ୍ର ।

(v) ଏହି ପ୍ରକାରର ରାଜତନ୍ତ୍ରକୁ ଏକ ସାମ୍ବିଧାନିକ ରାଜତନ୍ତ୍ର କୁହାଯାଏ, କାରଣ ଏହା ସେ ଦେଶର ସମ୍ବିଧାନ ଦ୍ଵାରା ସ୍ଵୀକୃତ ହୋଇଅଛି ।