Go through Class 6 Social Science Solutions Odia Medium and Class 6 Social Science Chapter 14 Question Answer Odia Medium ଆମ ଚତୁଃପାର୍ଶ୍ଵର ଅର୍ଥନୈତିକ କାର୍ଯ୍ୟକଳାପ to understand textbook questions more clearly.
6th Class Social Science Chapter 14 Question Answer Odia Medium
Class 6 Social Science Chapter 14 Odia Medium
ପ୍ରଶ୍ନ, ଅଭ୍ୟାସକାର୍ଯ୍ୟ ଏବଂ ପ୍ରକଳ୍ପ :
Question 1.
ପ୍ରାଥମିକ କ୍ଷେତ୍ର କ’ଣ ? ଏହା ଦ୍ଵିତୀୟକ କ୍ଷେତ୍ରଠାରୁ କିପରି ଭିନ୍ନ ? ଦୁଇଟି ଉଦାହରଣ ଦିଅ ।
Answer:
(i) ପ୍ରାଥମିକ କ୍ଷେତ୍ର : ଯେଉଁ ଅର୍ଥନୈତିକ କାର୍ଯ୍ୟକଳାପରେ ଲୋକମାନେ ଦ୍ରବ୍ୟ ଉତ୍ପାଦନ ପାଇଁ ସିଧାସଳଖ ପ୍ରକୃତି ଉପରେ ନିର୍ଭର କରନ୍ତି, ସେମାନଙ୍କୁ ପ୍ରାଥମିକ କାର୍ଯ୍ୟକଳାପ ବା ପ୍ରାଥମିକ କ୍ଷେତ୍ରର (Primary Sector) ଅର୍ଥନୈତିକ କାର୍ଯ୍ୟକଳାପ କୁହାଯାଏ ।
(ii) ଉଦାହରଣ ସ୍ଵରୂପ, କୃଷି କ୍ଷେତ୍ରରେ ଶସ୍ୟ ଓ ପନିପରିବା ଚାଷ, ଜଙ୍ଗଲରୁ କାଠ ସଂଗ୍ରହ, ଖଣିରୁ କୋଇଲା ଉତ୍ତୋଳନ, ମତ୍ସ୍ୟଚାଷରୁ ମାଛ, କୁକୁଡ଼ା ପାଳନରୁ ଅଣ୍ଡା ଇତ୍ୟାଦି ପ୍ରାଥମିକ କ୍ଷେତ୍ର ଅର୍ଥନୈତିକ କାର୍ଯ୍ୟକଳାପ ଅଟେ । କୃଷି, ଖଣିଖନନ, ମାଛ ଧରିବା, ପଶୁପାଳନ, ବନୀକରଣ ଇତ୍ୟାଦି ହେଉଛି କେତେକ ସାଧାରଣ ପ୍ରାଥମିକ କାର୍ଯ୍ୟ ।
(iii) ଦ୍ଵିତୀୟକ ସଂସ୍ଥାଗୁଡ଼ିକ ଉତ୍ପାଦନକୁ ରୂପାନ୍ତରିତ କରି ନୂତନ ଦ୍ରବ୍ୟ ନିର୍ମାଣ କରିଥାନ୍ତି । (iv) ଏହି ସଂସ୍ଥାଦ୍ଵାରା ବିଭିନ୍ନ କୋଠା, ସଡ଼କ ନିର୍ମାଣ ହୋଇଥାଏ ।
(v) ଏହି ସଂସ୍ଥା ପ୍ରାଥମିକ କ୍ଷେତ୍ରରୁ ତିଆରି କଞ୍ଚାମାଲକୁ କାରଖାନା ଓ ଉତ୍ପାଦନ ୟୁନିଟ୍ଗୁଡ଼ିକରେ ପ୍ରକ୍ରିୟାକରଣ କରାଯାଇ ଉତ୍ପାଦନକୁ ବିକ୍ରୟ ଓ ବ୍ୟବହାର କରାଯାଏ ।
(vi) ଉଦାହରଣ : ଅଟା ତିଆରି ପାଇଁ କୃଷି କ୍ଷେତ୍ରରୁ ଉତ୍ପନ୍ନ ଶସ୍ୟର ପ୍ରକ୍ରିୟାକରଣ, ଚିନାବାଦାମରୁ ତେଲ ଉତ୍ପାଦନ ।
Question 2.
ଦ୍ଵିତୀୟକ କ୍ଷେତ୍ର ତୃତୀୟକ କ୍ଷେତ୍ର ଉପରେ କିପରି ନିର୍ଭର କରେ ? କିଛି ଉଦାହରଣ ଦେଇ ବର୍ଣ୍ଣନା କର ।
Answer:
ଦ୍ଵିତୀୟକ କ୍ଷେତ୍ର କଞ୍ଚାମାଲକୁ ସଂଗ୍ରହ କରିବା ଓ ବିକ୍ରିୟ ପାଇଁ ବଜାରକୁ ପଠାଇବା ପାଇଁ ଯାନବାହନର ଆବଶ୍ୟକ ହୋଇଥାଏ । ଉଦାହରଣ ସ୍ଵରୂପ – ଅମୁଲ ଉତ୍ପାଦନକାରୀ ସଂସ୍ଥା ଉତ୍ପନ୍ନ କରୁଥିବା କ୍ଷୀର ଜାତୀୟ ସାମଗ୍ରୀକୁ ଟ୍ରକ୍, ରେଳ, ଜାହାଜ ଓ ଉଡ଼ାଜାହାଜ ମାଧ୍ୟମରେ ସହରକୁ ପଠାଇଥାଏ । ବିକ୍ରୟ ସଂସ୍ଥା ବା ଦୋକାନଗୁଡ଼ିକ ଏଗୁଡ଼ିକର ବିକ୍ରିପାଇଁ ବ୍ୟବସ୍ଥା କରିଥାନ୍ତି । ଏଠାରେ ଯାନବାହନ, ବାଣିଜ୍ୟ, ବିକ୍ରୟ ଇତ୍ୟାଦି ତୃତୀୟକ କ୍ଷେତ୍ରର ଉଦାହରଣ ।
Question 3.
ପ୍ରାଥମିକ, ଦ୍ଵିତୀୟକ ଓ ତୃତୀୟକ କ୍ଷେତ୍ର ମଧ୍ୟରେ ପରସ୍ପର ମଧ୍ୟରେ ନିର୍ଭରଶୀଳତାର ଉଦାହରଣ ଦିଅ । ଏକ ଫ୍ଲୋଚାର୍ଟ ବ୍ୟବହାର କରି ଏହାକୁ ଦେଖାଅ ।
Answer:
| ପ୍ରାଥମିକ କ୍ଷେତ୍ର → | ଦ୍ଵିତୀୟକ କ୍ଷେତ୍ର → | ତୃତୀୟକ କ୍ଷେତ୍ର |
| ଚାଷୀମାନେ କ୍ଷୀର ସଂଗ୍ରହ କରନ୍ତି । | କ୍ଷୀରକୁ ପ୍ରକ୍ରିୟାକରଣ କରାଯାଇ ସେଥୁରୁ ଅମୁଲ, ଘିଅ, ବଟର ଲବଣୀ, ଛେନା ପ୍ରସ୍ତୁତ ହୋଇଥାଏ । | ଉତ୍ପାଦନ ପଦାର୍ଥଗୁଡ଼ିକୁ ଟ୍ରକ, ରେଳ, ଜାହାଜ ଓ ଉଡ଼ାଜାହାରେ ବିକ୍ରୟକାରୀ ସଂସ୍ଥାମାନଙ୍କ ନିକଟକୁ ପଠାଇଥାନ୍ତି । |
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ଅର୍ଥନୈତିକ କାର୍ଯ୍ୟକଳାପଗୁଡ଼ିକ କିପରି ଶ୍ରେଣୀଭୁକ୍ତ କରାଯାଏ ?
Answer:
(i) ଅର୍ଥନୈତିକ କାର୍ଯ୍ୟକଳାପଗୁଡ଼ିକୁ ତିନୋଟି କ୍ଷେତ୍ରରେ ଶ୍ରେଣୀଭୁକ୍ତ କରାଯାଇଥାଏ । ଯଥା- ପ୍ରାଥମିକ କ୍ଷେତ୍ର, ଦ୍ଵିତୀୟକ କ୍ଷେତ୍ର ଓ ତୃତୀୟକ କ୍ଷେତ୍ର ।
(ii) ପ୍ରାଥମିକ କ୍ଷେତ୍ରଗୁଡ଼ିକ ସିଧାସଳଖ ପ୍ରାକୃତିକ ପରିବେଶରୁ ଜମିରୁ ଶସ୍ୟ ଉତ୍ପାଦନ, ନଦୀ, ଜଳାଶୟ, ସମୁଦ୍ରରୁ ମାଛ ସଂଗ୍ରହ, ଜଙ୍ଗଲରୁ କାଠ, ବାଉଁଶ, ଫଳ, ଝୁଣା ଓ ମହୁ ଆଦି ସଂଗ୍ରହ କରିଥାନ୍ତି ।
(iii) ଦ୍ଵିତୀୟକ କ୍ଷେତ୍ରରେ ବିଭିନ୍ଦ ଦ୍ରବ୍ୟକୁ ଯାନ୍ତ୍ରିକ ଉପାୟରେ ପରିଦର୍ଶନ କରି ଧାନରୁ ଚାଉଳ, ଗହମରୁ ଅଟା, କପାରୁ ତୁଳା, ଆଖୁରୁ ଚିନି, ବାଉଁଶରୁ କାଗଜ, ତୈବୀଜରୁ ତେଲ ଆଦି ବ୍ୟବହାର ଉପଯୋଗୀ ସାମଗ୍ରୀ ପ୍ରସ୍ତୁତ ହୁଏ ।
(iv) ତୃତୀୟକ କ୍ଷେତ୍ରରେ ଉତ୍ପାଦନ ହୋଇଥିବା ଦ୍ରବ୍ୟଗୁଡ଼ିକୁ ଟ୍ରାକ୍ଟର ବା ଟ୍ରକ୍ ଇତ୍ୟାଦି ପରିବହନ ସେବା ଦ୍ଵାରା ଅନ୍ୟ ସ୍ତାନକୁ ପଠାଇବା କାର୍ଯ୍ୟ ହୋଇଥାଏ ।
Question 2.
ଏହି ତିନି ପ୍ରକାର କ୍ଷେତ୍ର (ସେକ୍ଟର) କିପରି ପରସ୍ପର ସହିତ ସମ୍ପର୍କିତ ଅଟନ୍ତି ?
Answer:
(i) ପ୍ରାଥମିକ କ୍ଷେତ୍ର ବିଭିନ୍ନ କଞ୍ଚାମାଲଗୁଡ଼ିକ ଦ୍ଵିତୀୟ କ୍ଷେତ୍ରକୁ ଯୋଗାଇ ଥାଏ । ଉଦାହରଣ ସ୍ଵରୂପ କଳକାରଖାନାରେ ଲୁଗା, ପୋଷାକ ଇତ୍ୟାଦି ତିଆରି କରିବା ପାଇଁ ସୂତା ଆବଶ୍ୟକ, ଯାହା ପ୍ରାଥମିକ କ୍ଷେତ୍ରରୁ ସଂଗ୍ରହ ହୋଇଥାଏ । ଗୁଡ଼, ଚିନି ତିଆରି ପାଇଁ ଆଖୁ ସିଧାସଳଖ ପ୍ରାଥମିକ କ୍ଷେତ୍ରରୁ ଉତ୍ପନ୍ନ ହୋଇଥାଏ । ବିଭିନ୍ନ ଆସବାବ ଜିନିଷ ପ୍ରସ୍ତୁତି ପାଇଁ କାଠ ଆବଶ୍ୟକ ହୋଇଥାଏ । ସେହିପରି ବିଭିନ୍ନ ସାର, ରାସାୟନିକ ଦ୍ରବ୍ୟ, ବିଦ୍ୟୁତ୍, ଜଳ ଓ ବିଭିନ୍ନ ଯନ୍ତ୍ରପାତିର ଦ୍ଵିତୀୟକ କ୍ଷେତ୍ର ପ୍ରାଥମିକ କ୍ଷେତ୍ରରୁ ଯୋଗାଇଥାଏ ।
(ii) ତୃତୀୟକ କ୍ଷେତ୍ର ସଂସ୍ଥାଗୁଡ଼ିକ ଉଭୟ ପ୍ରାଥମିକ ଓ ଦ୍ୱିତୀୟକ କ୍ଷେତ୍ରର ଉପଯୋଗୀ ଦ୍ରବ୍ୟ ଉପରେ ସେବା ଯୋଗାଇ ଥାଆନ୍ତି । ଯଥା- ଉଭୟ କ୍ଷେତ୍ର ପାଇଁ ଆବଶ୍ୟକ ପାଣ୍ଠି, ଗମନାଗମନ, ବିକ୍ରୟ ଇତ୍ୟାଦି କାର୍ଯ୍ୟକଳାପ ପ୍ରାଥମିକ କ୍ଷେତ୍ର ଓ ଦ୍ଵିତୀୟକ କ୍ଷେତ୍ରକୁ ଯୋଗାଇଥାଏ ।
![]()
ଆସ ଅନୁସନ୍ଧାନ କରିବା :
Question 1.
ବର୍ତ୍ତମାନ ଆମେ ଦ୍ଵିତୀୟକ କ୍ଷେତ୍ର କାର୍ଯ୍ୟକଳାପର କିଛି ଉଦାହରଣ ଦେଖୁଲେ, ତୁମେମାନେ ଦ୍ଵିତୀୟକ କ୍ଷେତ୍ର ଆଉ ଦୁଇଟି ଅର୍ଥନୈତିକ କାର୍ଯ୍ୟକଳାପ ବିଷୟରେ କହିପାରିବ କି ?
Answer:
- ଖାଦ୍ୟ ଉତ୍ପାଦନ – ଫଳ ଓ ପନିପରିବାକୁ କଞ୍ଚାମାଲ ରୂପେ ବ୍ୟବହାର କରି ଜାମ୍, ସସ୍ ଓ ଖଟା ପ୍ରସ୍ତୁତ କରିବା ।
- ରାସାୟନିକ କାରଖାନା – ବିଭିନ୍ନ ତେଲ, ପ୍ରାକୃତିକ ଗ୍ୟାସ, ବାୟୁ, ଜଳ, ଧାତୁ ଓ ବିଭିନ୍ନ ଖଣିଜ ପଦାର୍ଥକୁ କଞ୍ଚାମାଲରୂପେ ନେଇ ବିଭିନ୍ନ ଆବଶ୍ୟକ ସାମଗ୍ରୀ ପ୍ରସ୍ତୁତ ହୋଇଥାଏ ।
Question 2.
ଚିତ୍ର ୧୪.୧ରେ ଦର୍ଶାଯାଇଥିବା ଚିତ୍ରଗୁଡ଼ିକୁ ନାମକରଣ କରି :
୧. ପ୍ରାଥମିକ କ୍ଷେତ୍ର,
୨. ଦ୍ଵିତୀୟକ କ୍ଷେତ୍ର
୩. ତୃତୀୟକ କ୍ଷେତ୍ର
Answer:
୧. ପ୍ରାଥମିକ କ୍ଷେତ୍ର
୨. ଦ୍ଵିତୀୟକ କ୍ଷେତ୍ର
୩. ତୃତୀୟକ କ୍ଷେତ୍ର
୪. ତୃତୀୟକ କ୍ଷେତ୍ର
୫. ଦ୍ଵିତୀୟକ କ୍ଷେତ୍ର
୬. ତୃତୀୟକ କ୍ଷେତ୍ର
୭. ଦ୍ଵିତୀୟକ କ୍ଷେତ୍ର
୮. ତୃତୀୟକ କ୍ଷେତ୍ର
Question 3.
ତୁମ ଆଖପାଖର ଅର୍ଥନୈତିକ କାର୍ଯ୍ୟକଳାପଗୁଡ଼ିକୁ ତାଲିକାଭୁକ୍ତ କର ଏବଂ ସେଗୁଡ଼ିକୁ ପ୍ରାଥମିକ, ଦ୍ଵିତୀୟକ ଓ ତୃତୀୟକ କାର୍ଯ୍ୟକଳାପର ଅଂଶ ଭାବରେ ତାଲିକା କର । ସେମାନେ କିପରି ପରସ୍ପର ସହିତ ସମ୍ବନ୍ଧିତ ଦେଖାଇବା ପାଇଁ ତୀର ଚିହ୍ନ ବ୍ୟବହାର କର । ସେମାନେ କେଉଁ ଉପାୟରେ ପରସ୍ପର ଉପରେ ନିର୍ଭରଶୀଳ ? ଯଦି ଗୋଟିଏ କାର୍ଯ୍ୟକଳାପ ବନ୍ଦ ହୋଇଯାଏ ତେବେ କ’ଣ ସମସ୍ୟା ହେବ ?
Answer:
ଶିକ୍ଷକଙ୍କ ସହାୟତାରେ ଛାତ୍ରଛାତ୍ରୀମାନେ ନିଜେ କରିବେ ।
ଏହା ବିଷୟରେ ଚିନ୍ତା କର :
Question 1.
ତୁମେ ଅତୀତରେ ଦେଖୁଥବା କୌଣସି ପ୍ରାଥମିକ କାର୍ଯ୍ୟକଳାପ ବିଷୟରେ ଚିନ୍ତା କର । ଏହି କାର୍ଯ୍ୟରେ କେଉଁ ପ୍ରାକୃତିକ ସମ୍ପଦଗୁଡ଼ିକ ବ୍ୟବହୃତ ହୁଏ ? ସେଗୁଡ଼ିକ ମଧ୍ୟରୁ ଦୁଇଟିର ନାମ କୁହ ଓ ତୁମ ସହପାଠୀଙ୍କ ସହିତ ନିଜର ଅନୁଭୂତି ଆଲୋଚନା କର ।
Answer:
ପ୍ରଥମିକ କାର୍ଯ୍ୟକଳାପରେ ଲୋକମାନେ କୌଣସି ଦ୍ରବ୍ୟ ଉତ୍ପାଦନ କରିବା ପାଇଁ ସିଧାସଳଖ ପ୍ରକୃତି ଉପରେ ନିର୍ଭର କରିଥାନ୍ତି । ଏଥିରେ ଜଙ୍ଗଲରୁ ବିଭିନ୍ନ ପ୍ରାକୃତିକ କଞ୍ଚାମାଲ ସଂଗ୍ରହ କରି ଚାଷ କରିବା, ମାଛ ଚାଷ କରିବା, ପଶୁପାଳନ ଇତ୍ୟାଦି କାର୍ଯ୍ୟରେ ନିୟୋଜିତ କରିଥାନ୍ତି । ଚାଷ କରିବା ସମୟରେ ଜଙ୍ଗଲରୁ କାଠ ସଂଗ୍ରହ କରି ବିଭିନ୍ନ ଚାଷ ଉପକରଣ ତିଆରି କରିଚାଷ କରିଥାନ୍ତି । ଯଥା- ଲଙ୍ଗଳ ଓ ଜୁଆଳୀ ଇତ୍ୟାଦି ।
Question 2.
ଚିତ୍ର ୧୪.୧ରେ ଦର୍ଶାଯାଇଥିବା ପ୍ରକ୍ରିୟାର ବିଭିନ୍ନ ପର୍ଯ୍ୟାୟକୁ ଲକ୍ଷ୍ୟକର ଏବଂ ତୁମ ସାଥୀ ସହପାଠୀମାନଙ୍କ ସହିତ ଆଲୋଚନା କର ।
Answer:
ପାଠ୍ୟ ପୁସ୍ତକଗୁଡ଼ିକ ତିଆରି କରିବା ପାଇଁ କାଗଜର ଆବଶ୍ୟକ ହୋଇଥାଏ । ଏହି କାଗଜର ପ୍ରସ୍ତୁତି ପ୍ରଣାଳୀ ଚିତ୍ର ୧୪.୧ରେ ଦର୍ଶାଇ ଦିଆଯାଇଛି । ଏହି ଚିତ୍ରରେ କାଗଜ ପ୍ରସ୍ତୁତି ପାଇଁ ଆବଶ୍ୟକ କଞ୍ଚାମାଲଠାରୁ ଆରମ୍ଭ କରି ବିଭିନ୍ନ ପର୍ଯ୍ୟାୟରେ କିପରି କାଗଜ ପ୍ରସ୍ତୁତି ହୋଇଥାଏ, ତାହା ଦର୍ଶାଯାଇଛି । ତା’ପରେ ଆମେ କାଗଜକୁ ପାଇଥାଉ ।