Go through BSE Odisha Class 7 Social Science Notes Odia Medium Chapter 5 ସାମ୍ରାଜ୍ୟର ଅଭ୍ୟୁଦୟ to understand important topics more clearly.
7th Class Social Science Chapter 5 Notes Odia Medium
BSE Odisha Class 7 Social Science Chapter 5 Notes Odia Medium
“ଲୋକମାନଙ୍କ ବିନା ରାଜ୍ୟ ଅସମ୍ଭବ ଏବଂ ରାଜ୍ୟ ବିନା ଦେଶ ଅସମ୍ଭବ ।’’
– ଅର୍ଥଶାସ୍ତ୍ରରେ କୌଟିଲ୍ୟଙ୍କ ଭକ୍ତି
ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ
ବିଷୟବସ୍ତୁର ପ୍ରାରମ୍ଭରେ ଧରିତ୍ରୀ ଓ ଧ୍ରୁବ ଦୁଇଜଣ ପିଲା ଅତୀତକୁ ଫେରିବା ନିମନ୍ତେ ‘ଇତିହାସ’ ନାମକ ଏକ ସମୟ ଯନ୍ତ୍ରର ସାହାଯ୍ୟ ନେଇଛନ୍ତି । ସେମାନେ ପାଟଳୀପୁତ୍ର ବୁଲିଯାଇଛନ୍ତି, ଯାହାକି ଆଧୁନିକ ପାଟନା ସହର ନାମରେ ପରିଚିତ । ସେଠାରେ ସେମାନେ ଇରା ନାମକ ଏକ ସ୍ଥାନୀୟ ଝିଅକୁ ଭେଟନ୍ତି, ଯିଏ ସେମାନଙ୍କୁ ସହରର ପ୍ରତିରକ୍ଷା ସମ୍ପର୍କରେ ବୁଝାଇଛି । ସହରର ପ୍ରତିରକ୍ଷା ବ୍ୟବସ୍ଥା ପାଇଁ ଚାରିପଟେ ଗଡ଼ଖାଇ ବ୍ୟବସ୍ଥା କରାଯାଇଛି ଏବଂ ପ୍ରବେଶ ଦ୍ଵାରରେ ଟଣାପୋଲ ଖଞ୍ଜା ଯାଇଛି । ଏହାପରେ ଇରା ସେମାନଙ୍କୁ ସହରର ସମ୍ବଳ, ଜଙ୍ଗଲ ଏବଂ ହସ୍ତୀମାନଙ୍କ ସମ୍ପର୍କରେ ବ୍ୟାଖ୍ୟା କରିଛି । ସାଧୁସନ୍ଥମାନଙ୍କ ପାଇଁ କିପରି ରାଜା ଶିଳା ଗୁମ୍ଫାମାନ ଖୋଦନ କରିଥିବା କଥା କହିଛି । ଏହି ପରିପ୍ରେକ୍ଷୀରେ ମଗଧ ଏବଂ ମୌର୍ଯ୍ୟ ଭଳି ସାମ୍ରାଜ୍ୟ ସମ୍ପର୍କରେ ଆବିଷ୍କାର କରାଯାଇଛି ।
କରଦ ରାଜ୍ୟ (Tributary) : (କର ଦେଇଥିବା ରାଜ୍ୟ) ଟଙ୍କା, ସୁନା, ମୂଲ୍ୟବାନ ଧାତୁ, ଶସ୍ୟ, ଗୃହପାଳିତ ପଶୁ, ହାତୀ, ମୂଲ୍ୟବାନ ଦ୍ରବ୍ୟ ଯାହା ତାଙ୍କ ରାଜ୍ୟରେ ଉତ୍ପାଦିତ ହେଉଥିଲା, ସେସବୁକୁ ସମ୍ମାନ ଓ ଆନୁଗତ୍ୟ ସ୍ଵୀକାର ପୂର୍ବକ ସମ୍ରାଟଙ୍କୁ ଅର୍ପଣ କରୁଥିଲେ । ଅନ୍ୟ ଅର୍ଥରେ ସେମାନଙ୍କୁ ସାମନ୍ତ ରାଜା କୁହାଯାଉଥିଲା, ଯେଉଁମାନେ ସମ୍ରାଟଙ୍କ ପ୍ରଭୁତ୍ଵକୁ ସ୍ଵୀକାର କରୁଥିଲେ ।
ସାମ୍ରାଜ୍ୟ କ’ଣ ?
ସାମ୍ରାଜ୍ୟ ଶବ୍ଦର ଇଂରାଜୀ ପ୍ରତିଶବ୍ଦ ’empire’ ଯାହା ମୂଳ ଲାଟିନ୍ ଶବ୍ଦ ‘imperium’ରୁ ଆସିଅଛି, ଏହାର ଅର୍ଥ ସର୍ବୋଚ୍ଚ କ୍ଷମତା (Supreme Power) । ସରଳ ଭାଷାରେ କହିବାକୁ ଗଲେ, ଛୋଟ ଛୋଟ ରାଜ୍ୟ କିମ୍ବା ଅଞ୍ଚଳର ସମଷ୍ଟି, ଯାହା ଉପରେ ଜଣେ ଶକ୍ତିଶାଳୀ ଶାସକ କିମ୍ବା ଶାସକମାନଙ୍କର ଏକ ଗୋଷ୍ଠୀ କ୍ଷମତାର ବ୍ୟବହାର କରିବା ସହିତ ଅନେକ ସମୟରେ ସେମାନଙ୍କ ବିରୋଧରେ ଯୁଦ୍ଧଘୋଷଣା କରିଥା’ନ୍ତି ।
ଛୋଟ ଛୋଟ ଅଞ୍ଚଳଗୁଡ଼ିକରେ ସେମାନଙ୍କର ନିଜର ଶାସକ ଥାଆନ୍ତି, କିନ୍ତୁ ସେମାନେ ସମ୍ରାଟଙ୍କ ଅଧୀନରେ ସହାୟକ ଶାସକ ରୂପେ କାର୍ଯ୍ୟ କରିଥା’ନ୍ତି । ସମ୍ରାଟମାନେ ସାଧାରଣତଃ ରାଜଧାନୀର ମୁଖ୍ୟ କେନ୍ଦ୍ରରୁ ଅର୍ଥନୈତିକ ଓ ପ୍ରଶାସନିକ କ୍ଷମତାର ପ୍ରୟୋଗ କରି ଶାସନ କରିଥାନ୍ତି ।
ସାମ୍ରାଜ୍ୟର ବୈଶିଷ୍ଟ୍ୟ ସମୂହ :
- କରଦ ରାଜ୍ୟ ଓ ରାଜାମାନଙ୍କ ଉପରେ ସମ୍ରାଟଙ୍କ କେନ୍ଦ୍ରୀୟ କର୍ତ୍ତୃତ୍ଵ କ୍ଷମତାର ପ୍ରୟୋଗ ।
- ସାମ୍ରାଜ୍ୟର ବିସ୍ତାର ସହିତ ବାହ୍ୟଶତ୍ରୁ ଆକ୍ରମଣରୁ ସୁରକ୍ଷା ଏବଂ କରଦ ରାଜ୍ୟଗୁଡ଼ିକୁ ନିୟନ୍ତ୍ରଣ କରିବା ନିମନ୍ତେ ସୈନ୍ୟବାହିନୀ ଗଠନ ଓ ପରିଚାଳନା ।
- ସାମ୍ରାଜ୍ୟର ବିଭିନ୍ନ ଅଞ୍ଚଳରୁ କର ଆଦାୟ, ଆଇନ କାନୁନ୍ ପରିଚାଳନା ଓ ଶୃଙ୍ଖଳା ଲାଗି ରାଜକର୍ମଚାରୀମାନଙ୍କର ଦାୟିତ୍ଵ ଯଥାର୍ଥ ଭାବେ ନିର୍ବାହ କରିବା ପାଇଁ ପ୍ରଶାସନିକ ରୂପରେଖର ନିର୍ଦ୍ଧାରଣ ଓ ପରିଚାଳନା ।
- ବାଣିଜ୍ୟ ପରିଚାଳନା ନିମନ୍ତେ ମାପ ଓ ଓଜନ ଏବଂ ମୁଦ୍ରା ପ୍ରଚଳନ ଲାଗି ଉପଯୁକ୍ତ ଆଇନର ପ୍ରଣୟନ ।
- ମାନବ ସମ୍ବଳ, ବନ୍ୟ ସମ୍ପଦ, ଖଣିଜ ଦ୍ରବ୍ୟ, କୃଷିଜାତ ଦ୍ରବ୍ୟାଦିର ନିୟନ୍ତ୍ରଣ ଓ ପରିଚାଳନା ।
- କଳା, ସାହିତ୍ୟ, ସଂସ୍କୃତି, ଧର୍ମ ଓ ବିଭିନ୍ନ ବିଚାରଧାରାର ପୃଷ୍ଠପୋଷକତା ସହ ଉତ୍ସାହ ପ୍ରଦାନ ।
- ଜନସାଧାରଣଙ୍କ କଲ୍ୟାଣ ଓ ବ୍ୟବସାୟର ଅଭିବୃଦ୍ଧି, ସ୍ଥଳପଥ, ନଈ, ସମୁଦ୍ର ଆଦି ଜଳପଥରେ ଯୋଗାଯୋଗର ଭିତ୍ତିଭୂମି ବିକାଶ ଲାଗି ପ୍ରୟାସ ।
ବାଣିଜ୍ୟ, ବାଣିଜ୍ୟ ପଥ ଏବଂ ବାଣିଜ୍ୟିକ ସଂଘ :
ବାଣିଜ୍ୟ ପଥ– ରାଜ୍ୟର ଆର୍ଥିକ ଅଭିବୃଦ୍ଧି ପାଇଁ ଶାସକମାନେ ସାମ୍ରାଜ୍ୟ ମଝିରେ ଓ ବାହାରେ ବାଣିଜ୍ୟ ମାର୍ଗ ପ୍ରସ୍ତୁତ କରି ତାହାର ନିୟନ୍ତ୍ରଣ କରୁଥିଲେ । ଫଳରେ ବାଣିଜ୍ୟିକ ସାମଗ୍ରୀର ପରିମାଣ ଓ ପ୍ରକାରର ଅଭିବୃଦ୍ଧି ଘଟିବା ସହିତ ଉତ୍ପାଦକମାନେ ଅଧିକ ଆୟ କରିପାରୁଥିଲେ ଓ ଶାସକମାନେ ମଧ୍ୟ ଅଧିକ ବାଣିଜ୍ୟ ଟିକସ ପାଇପାରୁଥିଲେ ।
ବାଣିଜ୍ୟିକ ସଂଘ — ବ୍ୟବସାୟୀମାନେ ବାଣିଜ୍ୟର ସୁପରିଚାଳନା ପାଇଁକ କ୍ରମେ ବାଣିଜ୍ୟିକ ସଂଘମାନ ଗଠନ କରି ଥ୍ ଲେ । ଏଗୁଡ଼ି କ ବଣିକମାନଙ୍କର ସଂଗଠନର ଏକ ଶକ୍ତିଶାଳୀ ସଂଘ ଥ୍ । ବାଣିଜ୍ୟିକ ସଂଘ ବ୍ୟବସାୟୀ, ଶିଳ୍ପୀ ମହାଜନ ଏବଂ କୃଷକମାନଙ୍କ ପାଇଁ ଏକ ଶକ୍ତି ଶାଳୀ ମାଧ୍ଯମ ରୂପେ ପରି ଗ ଣି ତ ହୋଇଥିଲା । ବାଣିଜ୍ୟିକ ସଂଘ ବ୍ୟବସାୟୀମାନ ଙ୍କୁ ପ୍ରତି ଯୋଗୀ ବଦଳ ରେ ସହଯୋଗୀ କରି ଗଢ଼ି ତୋଳି ଲ। । ବାଣି ଜ୍ୟିକ ସଂଘ ଗୁଡ଼ିକ ନି ଜର ନୀତି ନି ୟମ ପ୍ର ଣ ୟ ନ କ ରୁ ଥ୍ ଲେ । ରା ଜା ମହାର।ଜାଙ୍କ ହସ୍ତକ୍ଷେପ ଏମାନଙ୍କ ଉପରେ ନଥିବାରୁ ଏମାନେ ଏକଚାଟିଆ ବ୍ୟବସାୟ କରୁଥିଲେ ।

ବାଣିଜ୍ୟିକ ସଂଘଗୁଡ଼ିକ ଭାରତର ଅଧିକାଂଶ ସ୍ଥାନରେ ବ୍ୟାପି ରହିଥିଲା ଏବଂ ଶତାବ୍ଦୀ ଶତାବ୍ଦୀ ଧରି ତିଷ୍ଠି ରହିଥିଲା । ଆନୁଷ୍ଠାନିକ ଭାବରେ ସେମାନଙ୍କର ଅସ୍ତିତ୍ଵ ଲୋପ ପାଇଥିଲେ ମଧ୍ୟ ତାହାର ଭାବନା ଆଜିବି ଭାରତର ବାଣିଜ୍ୟ ଓ ବ୍ୟବସାୟ କାର୍ଯ୍ୟକଳାପକୁ ପ୍ରଭାବିତ କରୁଛି ।
ସ୍ଥାନୀୟ ଲୋକେ ଏକଜୁଟ୍ ହୋଇ ସନ୍ତୋଷଜନକ କାର୍ଯ୍ୟ କରୁଥିବାରୁ ବିଜ୍ଞ ଶାସକମାନେ ସେମାନଙ୍କର କାର୍ଯ୍ୟରେ ହସ୍ତକ୍ଷେପ କରୁନଥିଲେ । ଭାରତୀୟ ସମାଜର ନିଜସ୍ଵ ସାଙ୍ଗଠନିକ ଦକ୍ଷତାର ଏକ ଜ୍ଵଳନ୍ତ ଉଦାହରଣ ହେଉଛି ବାଣିଜ୍ୟିକ ସଂଗଠନ । ପ୍ରାଚୀନ ଗ୍ରାମ୍ୟ ଏକକ, ଏହାର ବିଭିନ୍ନ କମିଟି ଓ ପରିଷଦ ହେଉଛି ଏହାର ଦ୍ଵିତୀୟ ଉଦାହରଣ ।
![]()
ମଗଧର ଉତ୍ଥାନ :
ଶକ୍ତିଶାଳୀ ରାଷ୍ଟ୍ର ରୂପେ ଖ୍ରୀ.ପୂ. ଷଷ୍ଠରୁ ଖ୍ରୀ.ପୂ ଚତୁର୍ଥ ଶତାବ୍ଦୀ ମଧ୍ୟରେ ମଗଧର ଉତ୍ଥାନ ହୋଇଥିଲା । ଆଧୁନିକ ବିହାର ଓ ତତ୍ସଂଲଗ୍ନ ଅଞ୍ଚଳକୁ ସେ ସମୟରେ ମଗଧ କୁହାଯାଉଥିଲା । ସମ୍ରାଟ ଅଜାତଶତ୍ରୁ ମଗଧକୁ ଏକ ପ୍ରଧାନ କ୍ଷମତାଶାଳୀ ସାମ୍ରାଜ୍ୟ ଗଠନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
ପୃଥିବୀର ଦୁଇଜଣ ପ୍ରଖ୍ୟାତ ଧର୍ମ ପ୍ରଚାରକ ସିଦ୍ଧାର୍ଥ ଗୌତମ ଯିଏ ‘ବୁଦ୍ଧ’ ନାମରେ ପରିଚିତ ଏବଂ ‘ବର୍ଷମାନ’ ଯିଏ ମହାବୀର ନାମରେ ବିଶେଷ ଭାବେ ପରିଚିତ, ସେମାନେ ରାଜା ଅଜାତଶତ୍ରୁଙ୍କ ସମସାମୟିକ ଥିଲେ ।
ଉର୍ବର ମୃତ୍ତିକା, ବିସ୍ତୀର୍ଣ୍ଣ ଅରଣ୍ୟ ଓ ହସ୍ତୀ ସମ୍ପଦ ଭରା ସମୃଦ୍ଧିଶାଳୀ ଗାଙ୍ଗେୟ ସମତଳ ଅଞ୍ଚଳରେ ମଗଧ ଅବସ୍ଥିତ ଥିଲା ।
ମଗଧ ନିକଟବର୍ତ୍ତୀ ପାର୍ବତ୍ୟାଞ୍ଚଳରୁ ଆବିଷ୍କୃତ ହୋଇଥିବା ଲୌହପିଣ୍ଡ ଓ ଅନ୍ୟାନ୍ୟ ଖଣିଜଦ୍ରବ୍ୟ ସାମ୍ରାଜ୍ୟ ବିସ୍ତାରରେ ସହାୟକ ହୋଇଥିଲା ।
ଲୁହା ଦ୍ଵାରା ନିର୍ମିତ ଲଙ୍ଗଳ କୃଷି କ୍ଷେତ୍ରରେ ଉତ୍ପାଦନକୁ ବଢ଼ାଇବା ସହ ହାଲୁକା ତୀକ୍ଷ୍ଣ ଓ ଧାରୁଆ ଅସ୍ତ୍ରଶସ୍ତ୍ର ସୈନ୍ୟ ବାହିନୀର ଶକ୍ତି ଓ ସାମର୍ଥ୍ୟକୁ ବୃଦ୍ଧି କରିଥିଲା ।
ଅଧୂକ ଖାଦ୍ୟଶସ୍ୟ ଉତ୍ପାଦନ ଫଳରେ ଲୋକମାନେ ବଳକା ସମୟକୁ କଳା ଓ ହସ୍ତଶିଳ୍ପ କ୍ଷେତ୍ରରେ ମନୋନିବେଶ କଲେ, ଯାହାର ଦେଶ ଭିତରେ ଓ ବାହାରେ ଅଧ୍ଵକ ଚାହିଦା ଥିଲା ।
ଗଙ୍ଗା! ଓ ସୋନ ନଦୀ ଭୌଗୋଳିକ ଦୃଷ୍ଟି କୋଣରୁ ବାଣିଜ୍ୟ ବ୍ୟବସାୟ ବୃଦ୍ଧି, ସହ ଯୋଗାଯୋଗ ସହାୟକ ହୋଇଥିଲା । ଏହି ବାଣିଜ୍ୟ ବ୍ୟବସାୟର ବୃଦ୍ଧି ମଗଧର ଆର୍ଥିକ ଅଭିବୃଦ୍ଧି ସହ ମଗଧର ଉତ୍ଥାନରେ ସହାୟକ ହୋଇଥିଲା ।

ଖ୍ରୀ.ପୂ. ପଞ୍ଚମ ଶତାବ୍ଦୀ ବେଳକୁ ମଗଧର ମହାପଦ୍ମନନ୍ଦଙ୍କ ଅଭ୍ୟୁଦୟ ଘଟିଥିଲା । ତାଙ୍କଦ୍ୱାରା ସେଠାରେ ନନ୍ଦ ରାଜବଂଶ ପ୍ରତିଷ୍ଠିତ ହୋଇଥିଲା । ସେ ବହୁ ଛୋଟ ଛୋଟ ରାଜ୍ୟ ଗୁଡ଼ିକୁ ଏକତ୍ରିତ କରି ସଫଳତାର ସହିତ ପୂର୍ବ ଓ ଉତ୍ତରରେ ନିଜ ସାମ୍ରାଜ୍ୟର ବିସ୍ତାର କରିଥିଲେ । ଆର୍ଥିକ ବ୍ୟବସ୍ଥା ସୁଦୃଢ଼ ଥିବାରୁ ସେ ନିଜ ସାମ୍ରାଜ୍ୟରେ ମୁଦ୍ରା ପ୍ରଚଳନ ଆରମ୍ଭ କରିଥିଲେ ଯାହା ତାଙ୍କ ଆର୍ଥିକ ବିକାଶର ପରିଚୟ ଦିଏ । ଗ୍ରୀକ୍ ବିବରଣୀରୁ ଜଣାଯାଏ ଯେ ନନ୍ଦ ରାଜବଂଶର ଏକ ବିଶାଳ ସୈନ୍ୟବାହିନୀ ଥିଲା ।
ନନ୍ଦ ରାଜବଂଶର ଶେଷ ରାଜା ଧନନନ୍ଦ ଅତ୍ୟନ୍ତ ଅତ୍ୟାଚାରୀ ଓ ପ୍ରଜାଶୋଷଣକାରୀ ହେତୁ ପ୍ରଜାମାନଙ୍କ ଭିତରେ ବିଶେଷ ଅପ୍ରିୟ ହୋଇଥିଲେ ଯାହାକି ନନ୍ଦ ରାଜବଂଶର ପତନ ପାଇଁ ପଥ ପରିଷ୍କାର କରିଦେଇଥିଲା ଏବଂ ପରବର୍ତ୍ତୀ ସମୟରେ ଏହା ଉପରେ ବିଶାଳ ମୌର୍ଯ୍ୟ ସାମ୍ରାଜ୍ୟ ଗଢ଼ି ଉଠିଥିଲା ।
ବିଖ୍ୟାତ ସଂସ୍କୃତ ବୈକାରଣିକ ପାଣିନିଙ୍କ ଖ୍ରୀ.ପୂ. ପଞ୍ଚମ ଶତାବ୍ଦୀ ବେଳକୁ ଆବିର୍ଭାବ ଘଟିଲା, ଯିଏ ନନ୍ଦ ରାଜାଙ୍କର ସମସାମୟିକ ଥିଲେ । ସେ ‘ଅଣ୍ଟାଧ୍ୟାୟୀ’ ନାମକ ଏକ ପ୍ରାଚୀନ ସଂସ୍କୃତ ବ୍ୟାକରଣ ଗ୍ରନ୍ଥ ରଚନା କରିଥିଲେ । ଯେଉଁଥିରେ ୩୯୯୬ଟି ସଂକ୍ଷିପ୍ତ ସୂତ୍ର ସନ୍ନିବେଶିତ ହୋଇଥିଲା ।

ସୂତ୍ରାବଳୀ (Sultras) : ସୂତ୍ରଗୁଡ଼ିକ ସଂକ୍ଷିପ୍ତ, ଯନ୍ତ୍ରର ସହ ପ୍ରସ୍ତୁତ ବାକ୍ୟଶ ଯାହା ଜ୍ଞାନ ଓ ଗୁରୁତ୍ଵପୂର୍ଣ ବିଚାରକୁ (ପ୍ରାଚୀନ ଭାରତୀୟ ପାଠ୍ୟ ପୁସ୍ତକରୁ ଆନୀତ) ଧାରଣ କରିଥାଏ । ଏହାକୁ ସହଜରେ ମନେ ରଖୁବା ସହ ଅନ୍ୟକୁ କହିବା କିମ୍ବା ଆବୃତ୍ତି କରିବାକୁ ସହଜ ହୋଇଥାଏ ।
ଗ୍ରୀକ୍ମାନଙ୍କ ଆଗମନ :
ଉତ୍ତର-ପୂର୍ବ ଭାରତରେ ଥିବା ଛୋଟ ଛୋଟ ରାଜ୍ୟଗୁଡ଼ିକର ବାଣିଜ୍ୟିକ ସମ୍ପର୍କ ଭୂମଧ୍ୟ ସାଗର ସହିତ ଥିଲା । ଗ୍ରୀକ୍ ବିବରଣୀ ଅନୁଯାୟୀ ସେମାନଙ୍କ ମଧ୍ୟରେ ଥିଲା ପୌରବ ରାଜବଂଶ, ଯାହାର ରାଜା ଥିଲେ ପୁରୁ ।

ଆଲେକଜାଣ୍ଡାର ଥିଲେ ଗ୍ରୀକ୍ର ମାସିଡୋନର ଜଣେ କ୍ଷମତାଶାଳୀ ଯୁବରାଜ ଯିଏ ପାରସ୍ୟ ସାମ୍ରାଜ୍ୟ ବିରୋଧରେ ଯୁଦ୍ଧ ଯାତ୍ରା କରି ପ୍ରତିଶୋଧ ନେଇଥିଲେ । କିଛି ଭାରତୀୟ ସୈନ୍ୟ ପାରସ୍ୟ ତରଫରୁ ଗ୍ରୀକ୍ ଆକ୍ରମଣବେଳେ ସହାୟତା କରିଥିଲେ । ଆଲେକ୍ଜାଣ୍ଡାର ପାରସ୍ୟ ଅଧିକାର କରିବା ପରେ ଗ୍ରୀକ୍ ସଂସ୍କୃତିର ପ୍ରସାର ହେଲା, ତାଙ୍କ ସାମ୍ରାଜ୍ୟ ବିସ୍ତାର ତିନୋଟି ମହାଦେଶକୁ ବ୍ୟାପି ଥିଲା ଯାହା ପୃଥିବୀ ଇତିହାସର ସବୁଠାରୁ ବିଶାଳ ସାମ୍ରାଜ୍ୟ ।

ସତ୍ରାପମାନେ ହେଉଛନ୍ତି ପାରସ୍ୟ ତଥା ଗ୍ରୀକ୍ ସାମ୍ରାଜ୍ୟର ଶାସକ ଯେଉଁମାନେ ଆଲେକ୍ଜାଣ୍ଡରଙ୍କଦ୍ଵାରା ବିଜିତ ଦୂରଦୂରାନ୍ତ ଅଞ୍ଚଳଗୁଡ଼ିକର ଶାସନ କାର୍ଯ୍ୟ ପରିଚାଳନା କରୁଥିଲେ । ଯଦିଓ ଏହି ସତ୍ରାପମାନେ ଶାସକଙ୍କର ସାଧାରଣ କର୍ମଚାରୀ ଥିଲେ ତଥାପି ସେମାନେ ଅଖଣ୍ଡ କ୍ଷମତା ଏବଂ ସ୍ଵାଧୀନତାର ଅଧିକାରୀ ଥିଲେ ।
ଆଲେକ୍ଜାଣ୍ଡାରଙ୍କର ଭାରତ ଅଭିଯାନ (୩୨୭ ଖ୍ରୀ.ପୂ.-୩୨୫ ଖ୍ରୀ.ପୂ) : ଆଲେକ୍ଜାଣ୍ଡାର ଥିଲେ ଗ୍ରୀକ୍ର ମାସିଡ଼ୋନର ଜଣେ କ୍ଷମତାଶାଳୀ ଯୁବରାଜ । ସେ ବିଶ୍ୱବିଜୟୀ ହେବା ଲକ୍ଷ୍ୟରେ ପାରସ୍ୟ ସାମ୍ରାଜ୍ୟ ବିରୁଦ୍ଧରେ ଯୁଦ୍ଧଯାତ୍ର ଆରମ୍ଭ କରି ଭାରତର ଉତ୍ତର-ପଶ୍ଚିମ ସୀମାନ୍ତରେ ପହଞ୍ଚିଲେ । ସୀମାନ୍ତ ନିକଟବର୍ତୀ ଥିବା ଅନେକ ଛୋଟ ଛୋଟ ରାଜ୍ୟ ମଧ୍ୟରୁ ଗୋଟିଏ ରାଜ୍ୟରେ ପୌରବ ରାଜବଂଶ ଶାସନ କରୁଥିଲେ, ଯାହାର ରାଜା ଥିଲେ ପୁରୁ (ପୋରସ୍) ।
ଆଲେକ୍ଜାଣ୍ଡାର ଏବଂ ପୁରୁଙ୍କ ମଧ୍ୟରେ ଏକ ଖ୍ରୀ.ପୂ. ୩୨୬ରେ ଭୀଷଣ ଯୁଦ୍ଧ ହୋଇଥିଲା, ଯେଉଁଥିରେ ପୁରୁ ପରାସ୍ତ ହୋଇ ବନ୍ଦୀ ହୋଇଥିଲେ । ତାଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧକୁ ହାଇଦାସ୍ପିସ୍ ଯୁଦ୍ଧ କୁହାଯାଏ । କିନ୍ତୁ ବନ୍ଦୀ ହୋଇଥିବା ରାଜା ପୁରୁଙ୍କ ବୀରତ୍ଵରେ ଆଲେକ୍ଜାଣ୍ଡାର ବିମୋହିତ ହୋଇଥିଲେ । ବନ୍ଦୀ ହୋଇଥିବା ରାଜା ପୁରୁଙ୍କୁ ସେ କିପରି ବ୍ୟବହାର ଆଶା କରନ୍ତି ବୋଲି ଆଲେକ୍ଜାଣ୍ଡାର ପଚାରିଥିଲେ । ଉତ୍ତରରେ ପୁରୁ କହିଥିଲେ, ‘ମୋତେ ଜଣେ ରାଜା ଭଳି ବ୍ୟବହାର କରାଯାଉ’’ । ଆଲେକ୍ଜାଣ୍ଡାର ତାଙ୍କ ଉତ୍ତରରେ ମୁଗ୍ଧ ହୋଇ ତାଙ୍କୁ ମୁକ୍ତ କରିବା ସହ ତାଙ୍କ ରାଜ୍ୟ ଫେରାଇ ଦେଇଥିଲେ । ବିଜିତ ରାଜ୍ୟରେ ପୁରୁଙ୍କୁ ମୁଖ୍ୟ ସତ୍ରାପ ଭାବରେ ଆଲୋକ୍ଜାଣ୍ଡାର ନିଯୁକ୍ତି ଦେଇଥିଲେ ।
ପୁରୁଙ୍କୁ ପରାସ୍ତ କରିବାପରେ ଆଲେକ୍ଜାଣ୍ଡାର ସ୍ଥାନୀୟ ଜନଜାତି ଓ ଶାସକମାନଙ୍କଦ୍ଵାରା ପ୍ରବଳ ବିରୋଧର ସମ୍ମୁଖୀନ ହୋଇଥିଲେ । ବହୁ ନଗରରେ ଗ୍ରୀକ୍ ସୈନ୍ୟମାନେ ନରସଂହାର କରିବା କଥା ଗ୍ରୀକ୍ ବିବରଣୀରୁ ମିଳେ । ଏହି ଯୁଦ୍ଧରେ ଆଲେକ୍ଜାଣ୍ଡାର ଗଭୀର ଭାବରେ କ୍ଷତାକ୍ତ ହୋଇଥିଲେ । ତାଙ୍କ ସୈନ୍ୟବାହିନୀ ମଧ୍ୟ ଯୁଦ୍ଧ କରିବାକୁ ଅନିଚ୍ଛା ପ୍ରକାଶ କରିବାରୁ ସେ ଗଙ୍ଗାନଦୀ ଅତିକ୍ରମ ନକରି ପାରସ୍ୟ ଆଡ଼କୁ ଫେରି ଯାଇଥିଲେ ।
ପାରସ୍ୟକୁ ଫେରିବା ବାଟରେ ଇରାନ୍ର ମରୁ ଅଞ୍ଚଳରେ କ୍ଷୁଧା, ତୃଷା ଏବଂ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର କିଛି ସୈନ୍ୟ ମୃତ୍ୟୁବରଣ କରିଥିଲେ । ମାତ୍ର ୩୨ ବର୍ଷ ବୟସରେ ବେବିଲୋନ୍ଠାରେ ଆଲେକ୍ଜାଣ୍ଡାର ମୃତ୍ୟୁବରଣ କରିଥିଲେ । ତାଙ୍କର ମୃତ୍ୟୁପରେ ସେନାପତି ଓ ସମ୍ରାପଙ୍କ ମଧ୍ୟରେ ବିଶାଳ ସାମ୍ରାଜ୍ୟ ଭାଗ ଭାଗ ହୋଇଗଲା ।
ପାରସ୍ୟ ଫେରିବା ବାଟରେ ଆଲେକ୍ଜାଣ୍ଡାର ବହୁ ବିଦ୍ରୋହ ଓ ରାଜନୈତିକ ଆକ୍ରୋଷର ଶିକାର ହୋଇଥିଲେ । ୩୨ ବର୍ଷ ବୟସରେ ବେବିଲୋନ୍ଠାରେ ମୃତ୍ୟୁବରଣ କଲେ । ତାଙ୍କର ବିଶାଳ ସାମ୍ରାଜ୍ୟ ପରେ ତାଙ୍କ ସେନାପତି ଓ ସମ୍ରାପଙ୍କ ମଧ୍ୟରେ ଭାଗଭାଗ ହୋଇଗଲା ଏବଂ ସେମାନେ ନିଜ ନିଜର ରାଜ୍ୟ ଗଢ଼ିଲେ ।
ଆଲେକ୍ଜାଣ୍ଡାରଙ୍କର ନିର୍ବସ୍ତ୍ର ସାଧୁମାନଙ୍କ ସହ କଥୋପକଥନ :
ଆଲେକ୍ଜାଣ୍ଡାର ଭାରତରେ ବସବାସ କରୁଥିବା ନିର୍ବସ୍ତ୍ର ବା ସ୍ଵଳ୍ପବସ୍ତ୍ର ପରିଧାନ କରୁଥିବା ସାଧୁ ଦାର୍ଶନିକମାନଙ୍କୁ ଭେଟିଥିଲେ । ସେମାନେ ସେମାନଙ୍କର ପାଣ୍ଡିତ୍ୟ ଓ ଜ୍ଞାନ ପାଇଁ ପ୍ରସିଦ୍ଧ ଥିଲେ ।
ଆଲେକ୍ଜାଣ୍ଡାର ସେମାନଙ୍କୁ କିଛି ଜଟିଳ ପ୍ରଶ୍ନ ପଚାରିବା ସହିତ ଭୁଲ ଉତ୍ତର ପାଇଁ ମୃତ୍ୟୁଦଣ୍ଡ ଦିଆଯିବ ବୋଲି କହିଥିଲେ । ସାଧୁ ଦାର୍ଶନିକମାନେ କିନ୍ତୁ ଆଲେକ୍ଜାଣ୍ଡାରଙ୍କର ସମସ୍ତ ପ୍ରଶ୍ନର ଉତ୍ତର ଅତି ଶାନ୍ତ ଓ ସରଳ ଭାବରେ ଦେଇଥିଲେ ।
ଆଲେକ୍ଜାଣ୍ଡାର ପଚାରିଥିବା ପ୍ରଶ୍ନଗୁଡ଼ିକ ଏହିପରି ଥିଲା ―ଆଲେକ୍ଜାଣ୍ଡାର – ଜୀବନ ଓ ମୃତ୍ୟୁ ମଧ୍ୟରୁ ଅଧ୍ଵକ ଶକ୍ତିଶାଳୀ କିଏ ? ଜଣେ ସାଧୁ – ଜୀବନ, କାରଣ ଏହା ମୃତ୍ୟୁ ଆସିବା ପର୍ଯ୍ୟନ୍ତ ରହିଥାଏ । ଆଲେକ୍ଜାଣ୍ଡାର – ଜଣେ ମଣିଷ କିପରି ଅନ୍ୟମାନଙ୍କଦ୍ୱାରା ସର୍ବାଧିକ ପ୍ରିୟପାତ୍ର ହୋଇପାରିବ ?

ଅନ୍ୟ ଜଣେ ସାଧୁ – ଯଦି ସେ ସବୁଠାରୁ ଶକ୍ତିଶାଳୀ ଶାସକ ହୋଇ ମଧ୍ୟ ଭୟ ସୃଷ୍ଟି ନ କରନ୍ତି । ଏହା ଥିଲା ସବୁଠାରୁ ଶକ୍ତିଶାଳୀ ଶାସକଙ୍କ ନିମିତ୍ତ (ଆଲେକ୍ଜାଣ୍ଡାର) ସବୁଠାରୁ ବଡ଼ ଇଙ୍ଗିତ ।
ଏହିସବୁ ଉତ୍ତରରେ ଖୁସି ହୋଇ ଆଲେକ୍ଜାଣ୍ଡାର ନିର୍ବସ୍ତ୍ର ସାଧୁ ଦାର୍ଶନିକମାନଙ୍କୁ ଛାଡ଼ି ଦେଇଥିଲେ ।
ଐତିହାସିକମାନେ ଏହିପରି କଥୋପକଥନକୁ ଗ୍ରୀକ୍ ଏବଂ ଭାରତୀୟ ଦର୍ଶନର ଦୁଇଟି ମହାନ ପରମ୍ପରା ଭାବେ ବିବେଚନା କରିଥାଆନ୍ତି ।
ଶକ୍ତିଶାଳୀ ମୌର୍ଯ୍ୟ :
ନନ୍ଦ ବଂଶର ପତନ ପରେ ଖ୍ରୀ.ପୂ. ୩୨୧ ବେଳକୁ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ମଗଧରେ ମୌର୍ଯ୍ୟ ସାମ୍ରାଜ୍ୟ ସ୍ଥାପନା କରିଥିଲେ ।
ବିଭିନ୍ନ ବିବରଣୀରୁ ଜଣାଯାଏ ଯେ, ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କର ଏହି ବି ଜୟ ଓ ସଫଳ ତ ପଛରେ ତାଙ୍କର ଉପଯୁକ୍ତ ମାର୍ଗଦର୍ଶକ କୌଟିଲ୍ୟଙ୍କର ଗୁରୁତ୍ଵପୂର୍ଣ୍ଣ ଅବଦାନ ଥୁଲା, ଯିଏ କି ନିଜର ରାଜନୈତିକ, ପ୍ରଶାସନିକ ଓ ଅର୍ଥନୈତିକ ଜ୍ଞାନ ଓ ଦକ୍ଷତା ବଳରେ ମୌର୍ଯ୍ୟ ସାମ୍ରାଜ୍ୟକୁ ଭାରତ ଇତିହାସରେ ଏକ ଶକ୍ତିଶାଳୀ ତ ଥା ମହାନ୍ ସାମ୍ରାଜ୍ୟ ଭାବ ରେ କରାଇପାରିଥିଲେ ।

କୌଟିଲ୍ୟଙ୍କ କାହାଣୀ :
ବୌଦ୍ଧ ଗ୍ରନ୍ଥଗୁଡ଼ିକରୁ ଜଣାଯାଏ ଯେ କୌଟିଲ୍ୟ ଚାଣକ୍ୟ ବା ବିଷ୍ଣଗୁପ୍ତ ନାମରେ ପରିଚିତ ଥିଲେ । ସେ ତକ୍ଷଶିଳା ବିଶ୍ଵ ବିଦ୍ୟାଳୟର ବିଶିଷ୍ଟ ଶିକ୍ଷାବିତ୍ ଥିଲେ । ଇତିହାସର ଅପ୍ରିୟ ଓ ଅତ୍ୟାଚାରୀ ସମ୍ରାଟ ଧନ ନ ଦ କୌଟିଲଙ୍କ୍ ଦରବାରରେ ଅପମାନିତ କରି ବ ହି ଷ୍କା ର କ ରି ଥ୍ ଲେ । ଯେଉଁଥୁପାଇଁ କି କୌଟିଲ୍ୟଙ୍କୁ । ନନ୍ଦବଂଶ ଧ୍ବଂସ କରିବାପାଇଁ ଶପଥ ନେବାକୁ ପଡିଥିଲା ।

ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଉତ୍ନ :
କୌଟିଲ୍ୟଙ୍କ ସହାୟତାରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ସମୃଦ୍ଧ ଓ ସୁଦୃଢ଼ ମୌର୍ଯ୍ୟ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ ଏବଂ ପାଟଳୀପୁତ୍ରକୁ ରାଜଧାନୀ କରିଥିଲେ । ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଗ୍ରୀକ୍ଲାମାନଙ୍କୁ ପରାସ୍ତ କରିବା ପରେ ସେମାନଙ୍କ ସହିତ ବୈଦେଶିକ ସମ୍ପର୍କ ସ୍ଥାପନ କରିଥିଲେ । ଗ୍ରୀକ୍ ଦାର୍ଶନିକ ମେଗାସ୍ଥିନିସ୍ଙ୍କୁ ସେ ନିଜ ଦରବାରରେ ଆତିଥେୟତା ପ୍ରଦାନ କରିଥିଲେ । ଭାରତରେ ମେଗାସ୍ଥିନିସ୍ ତାଙ୍କର ଭ୍ରମଣ ବୃତ୍ତାନ୍ତ ‘ଇଣ୍ଡିକା’’ ରଚନା କରିଥିଲେ ଯାହାର ଅର୍ଥ ହେଉଛି ‘‘ଭାରତ ବିଷୟରେ ଯାହା ସତ୍ୟ’’ । କିନ୍ତୁ ଦୁର୍ଭାଗ୍ୟର କଥା ଯେ ପରବର୍ତ୍ତୀ ସମୟରେ ଗ୍ରୀକ୍ମାନଙ୍କଦ୍ଵାରା ଉଦ୍ଧୃତ କିଛି ଅଂଶ ବ୍ୟତୀତ ପୁସ୍ତକର ସମସ୍ତ ଅଂଶ ନଷ୍ଟ ହୋଇଯାଇଛି ।
କୌଟିଲ୍ୟଙ୍କ ରାଜ୍ୟ ପରିକଳ୍ପନା:
କୌଟିଲ୍ୟ ତାଙ୍କର ପ୍ରଖ୍ୟାତ କୃତି ‘ଅର୍ଥଶାସ୍ତ୍ର’ରେ ପ୍ରତିରକ୍ଷାଠାରୁ ଆରମ୍ଭ କରି ଗୁରୁତ୍ଵପୂର୍ଣ୍ଣ ବିଷୟ ଗୁଡ଼ିକ ଉପରେ ସବିଶେଷ ବିବରଣୀ ପ୍ରଦାନ କରିଛନ୍ତି ।
ତାଙ୍କର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ରାଜନୈତିକ ଚିନ୍ତାଧାରା ‘ସପ୍ତାଙ୍ଗ’ ବା ରାଜ୍ୟ ଗଠନରେ ମୁଖ୍ୟ ଭୂମିକା ରଖୁଥିବା ସାତଟି ଅଂଶ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଅଟେ । ସେଗୁଡ଼ିକ ହେଲା, ରାଜା ବା ସ୍ଵାମୀ, ଅମାତ୍ୟ (ମନ୍ତ୍ରୀ ପରିଷଦ ସମେତ ଉଚ୍ଚ ପଦାଧ୍ଵ କାରୀ), ଜନ ପଦ ରାଜ୍ୟର ଅଞ୍ଚଳ ଯେଉଁଠାରେ ଲୋକ ମାନେ ବସବାସ କରନ୍ତି, ଦୁର୍ଗ ସୁରକ୍ଷିତ ସହର ଏବଂ ନଗର, ରାଜକୋଷ ବା ରାଜ୍ୟର ସମ୍ପଦ, ସୁରକ୍ଷାବଳ ଏବଂ ଆଇନ ଓ ଦଣ୍ଡର ବ୍ୟବସ୍ଥା, ରାଜାଙ୍କର ବନ୍ଧୁ ବା ମିତ୍ର ।


କୌଟିଲ୍ୟଙ୍କ ଅନୁସାରେ ‘ସପ୍ତାଙ୍ଗ’ ହେଉଛି ଏକ ସ୍ଥିର, ସୁରକ୍ଷିତ ଏବଂ ସମୃଦ୍ଧ ରାଜ୍ୟ ଗଠନ ସହିତ ଯୁଦ୍ଧ ଓ ଶାନ୍ତି ମାଧ୍ୟମରେ ମେଣ୍ଟ ବଜାୟ ରଖୁ ସାମ୍ରାଜ୍ୟର ସର୍ବାଙ୍ଗ ଉନ୍ନତି ସାଧନ କରିବା ।
ସମାଜରେ ଆଇନ ଓ ଶୃଙ୍ଖଳା ଉପରେ କୌଟିଲ୍ୟ ଗୁରୁତ୍ଵ ଦେଉଥିଲେ, ଯାହା କେବଳ ଏକ ଦୃଢ଼ ପ୍ରଶାସନଦ୍ୱାରା ସମ୍ଭବ ହୋଇପାରିବ । ଦୁର୍ନୀତି ନିବାରଣ ପାଇଁ ସେ ଅନେକ ଆଇନ ପ୍ରଣୟନ କରିଥିଲେ, ଯେଉଁଥିରେ ଲୋକଙ୍କ କଲ୍ୟାଣ ବିରୁଦ୍ଧରେ ଯାଉଥବା କୌଣସି କାର୍ଯ୍ୟକଳାପ ପାଇଁ ଦଣ୍ଡର ବ୍ୟବସ୍ଥା ରହିଥିଲା ।
ଶାନ୍ତିପ୍ରିୟ ରାଜା :
ଚନ୍ଦ୍ର ଗୁପ୍ତ ମୌର୍ଯ୍ୟଙ୍କ ପୌତ୍ର ଅଶୋକ (ଖ୍ରୀ.ପୂ.୨୬୮–୨୩୨) ମୌର୍ଯ୍ୟ ସାମ୍ରାଜ୍ୟର ମହାନ୍ ଶାସକ ଥିଲେ । ସେ ପ୍ରଶାସନିକ ଓ ଧର୍ମକ୍ଷେତ୍ରରେ ବେଶ୍ ସଫଳତା ହାସଲ କରିଥିଲେ । ଅଶୋକଙ୍କ ସାମ୍ରାଜ୍ୟ ଭାରତୀୟ ଉପମହାଦ୍ଵୀପର ଦକ୍ଷିଣ ଭାଗକୁ ବାଦ୍ ଦେଲେ ସମ୍ପୂର୍ଣ୍ଣ ଭୂ-ଭାଗ ବ୍ୟାପ୍ତ ଥିଲା ।

ଏକ ମାତ୍ର କଳିଙ୍ଗ ଯୁଦ୍ଧ ତାଙ୍କ ଜୀବନର ଗତି ପଥକୁ ବଦଳାଇ ଦେଇଥିଲା । ତାଙ୍କ ଶିଳାଲେଖମାନଙ୍କ ମଧ୍ୟରୁ ଗୋଟିକରେ ବର୍ଣ୍ଣିତ ଅଛି ଯେ ଅଶୋକ ଭାରତର ପୂର୍ବାଞ୍ଚଳରେ ଥିବା କଳିଙ୍ଗ (ଆଧୁନିକ ଓଡ଼ିଶା)କୁ ଅଧିକାର କରିବାପାଇଁ ଏକ ଭୟଙ୍କର ଯୁଦ୍ଧାଭିଯାନ ଆରମ୍ଭ କରିଥିଲେ । ଯୁଦ୍ଧ କ୍ଷେତ୍ରରେ ଅଗଣିତ ଲୋକଙ୍କର ମୃତ୍ୟୁ ଓ କ୍ଷୟକ୍ଷତି ଦେଖ୍ ତାଙ୍କ ହୃଦୟରେ ପରିବର୍ତ୍ତନ ଆସିଥିଲା । ସେ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇଥିଲେ ଏବଂ ବୌଦ୍ଧଧର୍ମରେ ଦୀକ୍ଷିତ ହୋଇ ହିଂସା ପରିତ୍ୟାଗ ପୂର୍ବକ ଶାନ୍ତି ଓ ଅହିଂସାର ପଥକୁ ଆପଣେଇ ନେଇଥିଲେ ।
ବୌଦ୍ଧ ଧର୍ମର ପ୍ରସାର ପାଇଁ ଅଶୋକ ଶ୍ରୀଲଙ୍କା, ଥାଇଲାଣ୍ଡ, ମଧ୍ଯ ଏସିଆ ଏବଂ ଅନ୍ୟ ଦୂରସ୍ଥାନକୁ ନିଜର ସନ୍ତାନ ତଥା ଦୂତମାନଙ୍କୁ ପଠାଇଥିଲେ ।
ଐତିହାସିକମାନେ ଅନେକ ସମୟରେ ଅଶୋକଙ୍କୁ ଏକ ମହାନ୍ ବାର୍ତ୍ତା ସଂଚାର କ ରୂପେ ଅଭିହିତ କରିଥା’ନ୍ତି । ସମ୍ରାଟ ଅଶୋକ ତାଙ୍କ ସାମ୍ରାଜ୍ୟର ବିଭିନ୍ନ ସ୍ଥାନରେ ପଥର ରେ କି ମ୍ବା ସ୍ତମ୍ଭରେ ଖୋଦିତ ଶିଳାଲେ ଖ ମା ନ ସ୍ଥାପନ କ ରି ଥ୍ ଲେ, ଗିରନାର ଦେ ଶର ଆଇନ୍ କାନୁନ୍ ବିଷୟରେ ଜନ ସା ଧା ର ଣ ଅ ବଗ ତ ହୋଇପାରୁଥିଲେ ।

ଏତଦ୍ବ୍ୟତୀତ ଶିଳାଲେ ଖ ମାଧ୍ୟମରେ ଅଶୋକ ଧର୍ମ ଓ ଧାର୍ମିକ ଚିନ୍ତାଧାରା ବିଷୟରେ ଲୋକମାନଙ୍କୁ ଜଣାଇଥିଲେ ସାଧା ର ଣ ଲୋକ ମନ ଙ୍କ ପାଇଁ କଥ୍ତ ଭାଷା ବା ‘ପ୍ରାକୃତ ଭାଷା’ ମାଧ୍ୟମରେ ଭାବବିନିମୟର ବ୍ୟବସ୍ଥା ଥିଲା । ‘ବ୍ରାହ୍ମୀ ଲିପି’ ଲିଖ୍ ଭାଷାରେ ବ୍ୟବହୃତ ହେଉଥିଲା । କୁହାଯାଏ, ସେ ସମୟରେ ସମସ୍ତ ଆଞ୍ଚଳିକ ଭାଷାର ଜନନୀ ଲିପିର ପରିଚୟ ଥିଲା ।
ଅଶୋକ ତାଙ୍କ ଶିଳାଲେଖରେ ନିଜକୁ ‘ଦେବାନାଂ ପ୍ରିୟ ପ୍ରିୟଦର୍ଶୀ’ ଭାବେ ଉଲ୍ଲେଖ କରିଛନ୍ତି । ପ୍ରଥମ ଶବ୍ଦର ଅର୍ଥ ଦେବତାଙ୍କର ପ୍ରିୟ, ଦ୍ଵିତୀୟ ଶବ୍ଦର ଅର୍ଥ ଅନ୍ୟମାନଙ୍କୁ ଦୟାର୍ଦ୍ର ଦେବା ବା ଦୟାର୍ଦ୍ର ଦୃଷ୍ଟିରେ ଦୃଷ୍ଟିରେ ସମ୍ମାନ ବିବେଚନା କରିବା । ପ୍ରକୃତରେ ତାଙ୍କର ଶିଳାଲେଖର ଭାଷାରୁ ଜଣାପଡ଼େ ଯେ ନିଜକୁ ଜଣେ ଦୟାଳୁ ଓ ଜନହିତୈଷୀ ରାଜା ରୂପ ପ୍ରତିପାତିତ କରିଥିଲେ।
ଅଶୋକଙ୍କ ରାଜତ୍ଵରେ ମୌର୍ଯ୍ୟ ଶାସନ :
ଅଶୋକଙ୍କ ରାଜତ୍ଵ ସମୟରେ ମୌର୍ଯ୍ୟ ଶସନ ଉଚ୍ଚକୋଟୀର ଥିଲା । ସେ ସମ୍ପର୍କରେ ନିମ୍ନରେ ବର୍ଣ୍ଣନା କରାଯାଇଛି ।
ଯଦି ଓ ଦାକ୍ଷିଣାତ୍ୟର ସମସ୍ତ ରାଜ୍ୟ ମୌର୍ଯ୍ୟ ସାମ୍ରାଜ୍ୟଭୁକ୍ତ ନଥୁଲା, ତଥାପି ଅଶୋକ ସେମାନଙ୍କର ସମସ୍ତ ପ୍ରକାର ସଫଳତା କାମନା କରୁଥିଲେ ।

ସେ ତାଙ୍କ ସାମ୍ରା । ଜ୍ୟ ରେ ପଶୁ ହତ୍ୟା ନିଷେଧ କରିବା ସହିତ ପଶୁମାନଙ୍କ ପ୍ରତି ନିଷ୍ଠରତା ପ୍ରଦର୍ଶନ ନ କରିବାକୁ ଆଇନ ପ୍ରଣୟନ କରିଥିଲେ ।
ସେ ସାମ୍ରାଜ୍ୟ ଓ ସାମ୍ରାଜ୍ୟ ବାହ ର ର ମଣି ଷ ତ ଥା ପଶୁମାନଙ୍କ ନିମିତ୍ତ ଡାକ୍ତରୀ ଚିକିତ୍ସା ଓ ଯନ୍ ଉପରେ ଗୁରୁତ୍ଵ ଦେଉଥିଲେ । ସେଥିପାଇଁ ଅଶୋକଙ୍କୁ ‘ପ୍ରକୃତି ସଂରକ୍ଷଣ’ ଓ ‘ଜୀବଜନ୍ତୁ ସୁରକ୍ଷା’ର ପ୍ରଥମ ଉଦ୍ୟୋକ୍ତା ବୋଲି କୁହାଯାଏ ।
ସେ ରାସ୍ତା ପାର୍ଶ୍ଵରେ ବିଶ୍ରାମାଗାର ନିର୍ମାଣ ଏବଂ କୂପ ଖନନ ସହିତ ରାସ୍ତାର ଉଭୟ ପାର୍ଶ୍ଵରେ ଫଳଯୁକ୍ତ ଓ ଛାୟାପ୍ରଦ ବୃକ୍ଷରୋପଣ କରିଥିଲେ ।
ସେ ତତ୍କାଳୀନ ସମାଜର ପ୍ରଚଳିତ ବିଭିନ୍ନ ଗୋଷ୍ଠୀ (ସମୁଦାୟ)ର ସୁବିଚାର ଓ ନୀତିଶିକ୍ଷାକୁ ଗ୍ରହଣ କରିବା ନିମନ୍ତେ ଉତ୍ସାହିତ କରିଥିଲେ ।
କୌଟିଲ୍ୟଙ୍କର ସୁଶାସନର ଦର୍ଶନରୁ ଜଣାପଡ଼େ ଯେ, ସେ ପ୍ରଜାମାନଙ୍କର କଲ୍ୟାଣ ଉପରେ ବିଶେଷ ଧ୍ୟାନ ଦେଉଥିଲେ ।
ଅଶୋକଙ୍କ ପରେ ତାଙ୍କର ବିଶାଳ ସାମ୍ରାଜ୍ୟ ପ୍ରାୟ ଅର୍ଦ୍ଧ ଶତାବ୍ଦୀ ପର୍ଯ୍ୟନ୍ତ ତିଷ୍ଠି ରହିଥିଲା । ତାଙ୍କର ଦୁର୍ବଳ ଉତ୍ତରାଧିକାରୀମାନେ ଏତେ ବଡ଼ ବିଶାଳ ସାମ୍ରାଜ୍ୟକୁ ଶାସନ କରିବାରେ ଅକ୍ଷମ ଥିଲେ । ଫଳତଃ ତାହା କେତୋଟି ଛୋଟ ଛୋଟ ରାଜ୍ୟରେ ବିଭକ୍ତ ହୋଇ ସ୍ଵାଧୀନ ଭାବରେ ଶାସନ କରିବାକୁ ଲାଗିଲେ । ପ୍ରାୟତଃ ଖ୍ରୀ.ପୂ. ୧୮୫ ବେଳକୁ ଭାରତରେ ଶାସନର ଏକ ନୂତନ ପର୍ଯ୍ୟାୟ ଆରମ୍ଭ ହେଲା ।
ସରଳ ଭାଷାରେ କହିବାକୁ ଗଲେ ଧର୍ମ ହେଉଛି ନୈତିକ ନିୟମ (Moral Law) କିମ୍ବା ଜଣକର ପରିବାର, ସମାଜ ଓ ଦେଶପ୍ରତି ଧାର୍ମିକ ଓ ନୈତିକ କର୍ଭବ୍ୟ ଅଟେ । ଏହାର ଗଭୀର ଅର୍ଥ ହେଉଛି ବିଶ୍ଵବ୍ରହ୍ମାଣ୍ଡର ନିୟମାନୁସାରେ ଜୀବନଯାପନ କରିବା ଯାହାକୁ ସଂସ୍କୃତରେ ଋତୁମ୍ (Ritam means, divine truth) କୁହାଯାଏ । ଜଣେ ନିଜର କର୍ତ୍ତବ୍ୟକୁ ଯଥାର୍ଥ ଭାବେ ଉତ୍ତମ ଚରିତ୍ର ସହ ସଂସାରର ଦିବ୍ୟ ନିୟମାନୁସାରେ ସମ୍ପାଦନ କରିବାକୁ ବୁଝାଏ । ଅତଏବ ଧର୍ମ କହିଲେ କର୍ତ୍ତବ୍ୟ, ନିୟମ, ସତ୍ୟ ଓ ନୀତି ତଥା ନୈତିକତାର ସମାହାରକୁ ବୁଝାଇଥାଏ ।
ମୌର୍ଯ୍ୟ ସମୟରେ ସାମାଜିକ ଜୀବନ :
ମୌର୍ଯ୍ୟ ଯୁଗରେ ପାଟଳୀପୁତ୍ର ପରି ସହରଗୁଡ଼ିକ ଶାସନ ଓ ବାଣିଜ୍ୟର ଉତ୍କର୍ଷ କେନ୍ଦ୍ରସ୍ଥଳୀ ଥିଲା । ସେଠାରେ ପ୍ରାସାଦ, ସର୍ବସାଧାରଣମାନଙ୍କର କୋଠା ଓ ରାସ୍ତାଗୁଡ଼ିକ ଯୋଜନାବଦ୍ଧ ଭାବରେ ନିର୍ମିତ ହୋଇଥିଲା ।
ଏକ ସୁସଂଗଠିତ ଟିକସ ବ୍ୟବସ୍ଥା ଏବଂ ଦ୍ରୁତ ବାଣିଜ୍ୟିକ ପରିବେଶ ସହିତ ରାଜକୋଷ ପରିପୂର୍ଣ୍ଣ ଥିଲା ଯାହା ସାମ୍ରାଜ୍ୟର ଅଭିବୃଦ୍ଧି ଏବଂ ସମୃଦ୍ଧିକୁ ଆଗକୁ ନେଇଥିଲା ।
ସାମ୍ରାଜ୍ୟର ପ୍ରଶାସନିକ ଅଧିକାରୀ, ବଣିକ ଏବଂ କାରିଗରମାନେ ସହର ଜୀବନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
![]()
ଖ୍ରୀ.ପୂ. ୪ର୍ଥରୁ ୩ୟ ଶତାବ୍ଦୀ ମଧ୍ଯରେ ଲିଖୁତ ତାମ୍ରପତ୍ର ଅଭିଲେଖ ଭାରତର ସର୍ବପ୍ରଥମ ଜଣାଶୁଣା ପ୍ରଶାସନିକ ଦସ୍ତାବିଜ ମଧ୍ଯରୁ ଅନ୍ୟତମ ।
ଏହା ଉତ୍ତର ପ୍ରଦେଶର ସହଗୌରା ନାମକ ସ୍ଥାନରୁ ଆବିଷ୍କୃତ ହୋଇଛି । ଏହା ବ୍ରାହ୍ମୀଲିପିରେ, ପ୍ରାକୃତ ଭାଷାରେ ଲିଖୁତ ।
ଏହା ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କର ଶାସନ କାଳର ବୋଲି ବିଶ୍ଵାସ କରାଯାଏ ।

ଏହା ଅଭିଲେଖରେ ଖାଦ୍ୟଶସ୍ୟକୁ ମହଜୁଦ୍ କରି ରଖୁବା ପାଇଁ ଶସ୍ୟାଗାରର ବ୍ୟବସ୍ଥା ରହିଥିବାର ଜଣାଯାଏ । ଦୁର୍ଭିକ୍ଷ ଓ ଅନ୍ୟାନ୍ୟ ପ୍ରାକୃତିକ ସଙ୍କଟ ସମୟରେ ଲୋକମାନଙ୍କ ନିମନ୍ତେ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ଏହି ଶସ୍ୟାଗାର ପ୍ରତିଷ୍ଠାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।
ମେଗାସ୍ଥିନିସ୍ଙ୍କ ବିବରଣୀ ମଧ୍ଯ ତତ୍କାଳୀନ ସମାଜ ଉପରେ ଆଲୋକପାତ କରିଛି । ଜନସଂଖ୍ୟାର ଏକ ବଡ଼ଭାଗ କୃଷିଜୀବୀ ଥିଲେ ଏବଂ କୃଷି ରାଜସ୍ଵର ଏକ ଗୁରୁତ୍ଵପୂର୍ଣ୍ଣ ଉତ୍ସ ଥିଲା ।
ବର୍ଷକୁ ଦୁଇଥର ଗ୍ରୀଷ୍ମ ଏବଂ ଶୀତ ସମୟରେ ଫସଲ ବୁଣା ହେଉଥିଲା । କାରଣ ଏହି ଦୁଇଟି ସମୟରେ ବର୍ଷାର ଅଭାବ ନଥିଲା । ଫଳତଃ ଦୁର୍ଭିକ୍ଷ ହେଉଥିବାର ବିଶେଷ ପ୍ରମାଣ ମିଳେ ନାହିଁ ।
ମୌର୍ଯ୍ୟ ଶାସନ କାଳରେ ଲୋକଙ୍କ ପାଖରେ ଖାଦ୍ୟର ଅଭାବ ନଥିଲା । ବିପଦ ସମୟରେ ଖାଦ୍ୟର ଆବଶ୍ୟକତା ପାଇଁ ଶସ୍ୟାଗାରଗୁଡ଼ିକ ପରିପୂର୍ଣ୍ଣ ଥିଲା । ନିକଟବର୍ତ୍ତୀ ଅଞ୍ଚଳରେ ଯୁଦ୍ଧର ଭୟ ଥିଲେ ବି କୃଷକ ଓ କୃଷି ସୁରକ୍ଷିତ ନହୁଥିଲା ।
ସହରରେ ବଢ଼େଇ, କମାର, କୁମ୍ଭାର, ସୁନାରୀ (ବଣିଆ) ଓ ଅନ୍ୟ କାରିଗରମାନେ ବସବାସ କରୁଥିଲେ । ସହରଗୁଡ଼ିକ ଯୋଜନାବଦ୍ଧ ଭାବରେ ତିଆରି ହୋଇଥିଲା । ରାସ୍ତାକଡ଼ରେ ଫଳକମାନ ଲଗାଯାଇଥିଲା । ଯୋଗାଯୋଗ ନିମିତ୍ତ ଡାକର ବ୍ୟବସ୍ଥା ରହିଥିଲା ।
ଘରଗୁଡ଼ିକ କାଠରେ ତିଆରି ହୋଇଥିଲା । ଘରଗୁଡ଼ିକ ଏକ କିମ୍ବା ଦୁଇ ମହଲା ବିଶିଷ୍ଟ ଥିବାର ଅନୁମାନ କରାଯାଏ । ସମ୍ଭାବ୍ୟ ଅଗ୍ନିକାଣ୍ଡରୁ ସୁରକ୍ଷା ପାଇବା ପାଇଁ ରାସ୍ତାର କିଛି କିଛି ଦୂରରେ ଜଳପୂର୍ଣ୍ଣ ବଡ଼ ବଡ଼ ପାତ୍ର ର ଖା ଯାଉଥିଲା ।
ଏହି ସମୟରେ ଲୋକମାନେ କପା ତିଆରି ପୋଷାକ ପରିଧାନ କରୁଥିଲେ । ସେ ସମୟରେ ପୋଷାକ ଦୁଇଟି ଅଂଶରେ ପରିଧାନ କରାଯାଉଥିଲା । ଗୋଟିଏ ଅଂଶ ଅଣ୍ଟାରୁ ଆଣ୍ଠୁଯାଏ ପରିଧାନ କରାଯାଉଥିବାବେଳେ ଅନ୍ୟ ଅଂଶଟି ଚାଦର ପରି କାନ୍ଧରେ ପକାଇ ଦିଆଯାଉଥିଲା ।
କେତେକ ଲୋକ ନିଜକୁ ଉଚ୍ଚ ଦେଖାଇବା ପାଇଁ ଚମଡ଼ା ପ୍ରସ୍ତୁତ ହିଲ୍ ଜୋତା (ଚପଲ) ବ୍ୟବହାର କରୁଥିଲେ ।
ସାରନାଥରୁ ଆବିଷ୍କୃତ ହୋଇଥିବା ସ୍ତମ୍ଭରୁ ଜଣାଯାଏ ଯେ ମୌର୍ଯ୍ୟମାନେ ସାରନାଥର ଏହି ସ୍ତମ୍ଭରୁ ଶିଳାସ୍ତମ୍ଭ ନିର୍ମାଣରେ ସିଦ୍ଧହସ୍ତ ଥିଲେ । ଏହି ସ୍ତମ୍ଭର ଉପରିଭାଗ (ଯାହାର ଅର୍ଥ ଉପର ଅଂଶ ବି ମସ୍ତକ) ଅଶୋକଙ୍କ ଦ୍ୱାରା ବାରାଣସୀ ନିକଟବର୍ତ୍ତୀ ସାରନାଥଠାରେ ସ୍ଥାପିତ ହୋଇଥିବା ସ୍ତମ୍ଭର ଶୀର୍ଷରେ ଥିଲା, ଯେଉଁଠାରେ ଗୌତମ ବୁଦ୍ଧ ତାଙ୍କର ପ୍ରଥମ ଧର୍ମବାଣୀ ଶୁଣାଇଥିଲେ ।

ଚାରୋଟି ସିଂହ ରାଜକୀୟ ଶକ୍ତିର ପ୍ରତୀକ । ତଳ ରିଙ୍ଗ୍ରେ ଚାରୋଟି ଶକ୍ତିଶାଳୀ ପଶୁ (ହାତୀ, ଘୋଡ଼ା, ବୃଷଭ ଓ ସିଂହ) ଧର୍ମଚକ୍ର ସହିତ ଚିତ୍ରିତ ହୋଇଛି, ଯାହା ବୁଦ୍ଧଙ୍କ ବାଣୀକୁ ପ୍ରତୀକ ଭାବରେ ଗ୍ରହଣ କରେ ।
ଏହି ସ୍ତମ୍ଭ ଚିତ୍ରଟି ଭାରତର ଜାତୀୟ ସଙ୍କେତ ଅଟେ । ଏଥିରେ ସଂସ୍କୃତରେ ‘ସତ୍ୟମେବ ଜୟତେ’ ଲେଖାଯାଇଛି । ଯାହାର ଅର୍ଥ ‘ସତ୍ୟର ସର୍ବଦା ଜୟ ହେଉ’ । ଏତଦ୍ବ୍ୟତୀତ ଜାତୀୟ ପତାକା ମଧ୍ୟ ଭାଗରେ ଥିବା ଧର୍ମଚକ୍ରକୁ ଚିତ୍ରିତ କରାଯାଇଛି । ‘ସତ୍ୟମେବ ଜୟତେ’ ମୁଣ୍ଡକ ଉପନିଷଦ ରୁ ଆସିଅଛି । ସମ୍ପୂର୍ଣ୍ଣ ଭାବରେ ଏହା ‘ସତ୍ୟମେବ ଜୟତେ ନବୃତମ’ ଅର୍ଥାତ୍ ଅସତ୍ୟ ନୁହେଁ, ସତ୍ୟର ସର୍ବଦା ଜୟ ହୋଇଥାଏ ।




ସ୍ତପର ମଧ୍ୟ ଭାଗରେ ଥିବା ବଡ଼ ଅର୍ଦ୍ଧଗୋଲାକାର ଗଠନକୁ ‘ଅଣ୍ଡ’ କୁହାଯାଏ । ଏହା ବ୍ରହ୍ମାଣ୍ଡକୁ ପ୍ରତିନିଧ୍ଵତ୍ଵ କରେ ଏବଂ ଏହାକୁ ପ୍ରାୟତଃ ପବିତ୍ର ଅବଶେଷ ରଖୁବା ପାଇଁ ବ୍ୟବହାର କରାଯାଏ । ଉପାସନାର ଏକ ଅଂଶ ଭାବରେ ଲୋକମାନେ ଏହା ଚାରିପାଖରେ ପ୍ରଦକ୍ଷିଣ କରିଥା’ନ୍ତି ।
ସାମ୍ରାଜ୍ୟଗୁଡ଼ିକର ଭଙ୍ଗୁର (Fragile) ପ୍ରକୃତି :
ବିଶ୍ୱର ଅନ୍ୟାନ୍ୟ ଶକ୍ତିଶାଳୀ ସାମ୍ରାଜ୍ୟଗୁଡ଼ିକ ଭଳି ମୌର୍ଯ୍ୟ ସାମ୍ରାଜ୍ୟର ମଧ୍ୟ ପତନ ଘଟିଥିଲା ।
ନିମ୍ନଲିଖତ କାରଣରୁ ମୌର୍ଯ୍ୟ ସାମ୍ରାଜ୍ୟର ପତନ ଘଟିଥିଲା ।
- ସାମ୍ରାଜ୍ୟର ସୁଦୂରରେ ଥିବା କେତେକ ଅଞ୍ଚଳରେ ପ୍ରଶାସନ ଦୁର୍ବଳ ହେବା ତଥା ସେମାନେ ସ୍ଵାଧୀନ ହେବାକୁ ଅଭିଳାଷ ପୋଷଣ କରିବା ।
- ସାମ୍ରାଜ୍ୟର ବିଶାଳତା ।
- ଆର୍ଥିକ ସଙ୍କଟ ସୃଷ୍ଟିହେବା, ଦୁର୍ଭିକ୍ଷ କାରଣରୁ ଏବଂ କରଦ ରାଜ୍ୟଗୁଡ଼ିକରୁ ଅଧିକ ପରିମାଣରେ ରାଜସ୍ୱ ଗ୍ରହଣ କରିବା ହେତୁ ।
- ଦୁର୍ବଳ ଉତ୍ତରାଧ୍ୟାକାରୀ ଏବଂ ପ୍ରଶାସନିକ ଦୁର୍ନୀତି ।
- ସାମରିକ ସାମର୍ଥ୍ୟର ହ୍ରାସ ଘଟିବା ।

ଆମେ ଯାହା ଜାଣିଲୁ
ଏକ ସାମ୍ରାଜ୍ୟ ଅନେକ ଛୋଟ ଛୋଟ ରାଜ୍ୟ କିମ୍ବା ଅଞ୍ଚଳକୁ ନେଇ ଗଠିତ ଏକ ବଡ଼ ଅଞ୍ଚଳ । ସମ୍ରାଟମାନେ ମୁଖ୍ୟତଃ ଖ୍ୟାଦି ଅର୍ଜନ କରିବା, ସାମରିକ ଶକ୍ତି ସହିତ ଶାସନ ଶକ୍ତି ସଂଗ୍ରହ କରିବା ଏବଂ ସମ୍ବଳ ବୃଦ୍ଧି କରି ଅର୍ଥନୀତିକୁ ନିୟନ୍ତ୍ରଣ କରିବା ପାଇଁ ସେମାନଙ୍କ ରାଜ୍ୟ ବିସ୍ତାର କରିଥିଲେ ।
ଭାରତର ପ୍ରଥମ ସାମ୍ରାଜ୍ୟ ପ୍ରାକୃତିକ ସମ୍ପର୍କର ପରିପୂର୍ଣ୍ଣ, ଜଳସେଚନ ଓ ପରିବହନ ପାଇଁ ନଦୀ, ବାଣିଜ୍ୟ ପାଇଁ ବିଭିନ୍ନ ପ୍ରକାରର ସାମଗ୍ରୀ ଉତ୍ପାଦନ ହୋଇଥିଲା ।
ଆଲେକଜାଣ୍ଡାରଙ୍କ ଭାରତ ଅଭିଯାନ ଭାରତ-ଗ୍ରୀକ୍ ସାଂସ୍କୃତିକ ସମ୍ପର୍କ ପାଇଁ ଦ୍ଵାରା ଖୋଲିଥିଲା
ମୌର୍ଯ୍ୟମାନଙ୍କର ବିରାଟ ସମ୍ରାଜ୍ୟର ଐତିହ୍ୟ ଶତାବ୍ଦୀ ଶତାବ୍ଦୀ ଧରି ରହିଥିଲା । ସେମାନେ ବାଣିଜ୍ୟର ସମୃଦ୍ଧି, ସୁଦୃଢ଼ ଅର୍ଥନୈତିକ ବ୍ୟବସ୍ଥା, ମୁଦ୍ରାର ବହୁଳ ପ୍ରଚଳନ, ଏକ ଉନ୍ନତ ସହରୀ ସଭ୍ୟତା, ଏକ ବିସ୍ତୃତ ପ୍ରଶାସନ ସହିତ କଳା ଓ ସ୍ଥାପତ୍ୟର ଉନ୍ନତି ମାଧ୍ୟମରେ ନିଜର ପାରଦର୍ଶିତା ପ୍ରତିପାଦନ କରିଥିଲେ ।
ଅଶୋକ ନିଜକୁ ଜଣେ ଦୟାଳୁ ଓ ଧର୍ମପରାୟଣ ତଥା ପ୍ରଜାବତ୍ସଳ ଶାସକ ଭାବରେ ପ୍ରତିଷ୍ଠିତ କରାଇବା ସଙ୍ଗେ ସଙ୍ଗେ ଧର୍ମ ପ୍ରତି ଆକୃଷ୍ଟ ହେବାପାଇଁ ପ୍ରଜାମାନଙ୍କୁ ଉତ୍ସାହିତ କରିଥିଲେ ।
କେତେକ ଐତିହାସିକ ଶବ୍ଦ
ସାମ୍ରାଜ୍ୟ – ସାମ୍ରାଜ୍ୟ କହିଲେ ଏକ ବିଶାଳ ବା ବିସ୍ତୀର୍ଣ୍ଣ ଅଞ୍ଚଳକୁ ବୁଝାଏ, ଯାହା ଜଣେ ମହାରାଜା କିମ୍ବା ସମ୍ରାଟଙ୍କ ଅଧୀନରେ ଥାଏ । ଏହି ସାମ୍ରାଜ୍ୟର ଅଧୀନରେ ଅନୁଗତ ଭାବେ ଅନେକଗୁଡ଼ିଏ ଛୋଟ ଛୋଟ ରାଜ୍ୟ ଥାଏ । ସାମ୍ରାଜ୍ୟକୁ ସାମରିକ ଶବ୍ଦ, ଉତ୍ତମ ପ୍ରଶାସନ ଏବଂ ସ୍ୱଚ୍ଛଳ ଅର୍ଥନୀତିଦ୍ଵାରା ନିୟନ୍ତ୍ରିତ କରାଯାଇଥାଏ ।
କରଦ ରାଜ୍ୟ – କର ଦେଉଥିବା ରାଜ୍ୟକୁ କରଦ ରାଜ୍ୟ କୁହାଯାଏ । ସେମାନେ ଟଙ୍କା, ସୁନା, ମୂଲ୍ୟବାନ ଧାତୁ, ଶସ୍ୟ, ଗୃହପାଳିତ ପଶୁ, ହାତୀ, ମୂଲ୍ୟବାନ ଦ୍ରବ୍ୟ ଯାହା ତାଙ୍କ ରାଜ୍ୟରେ ଉତ୍ପାଦିତ ହେଉଥିଲା, ସେସବୁକୁ ସମ୍ମାନ ଓ ଆନୁଗତ୍ୟ ସ୍ଵୀକାରପୂର୍ବକ ସମ୍ରାଟଙ୍କୁ ଅର୍ପଣ କରୁଥିଲେ । ଅନ୍ୟ ଅର୍ଥରେ ସେମାନଙ୍କୁ ସାମନ୍ତ ରାଜା କୁହାଯାଉଥିଲା, ଯେଉଁମାନେ ସମ୍ରାଟଙ୍କ ପ୍ରଭୁତ୍ଵକୁ ସ୍ଵୀକାର କରୁଥିଲେ ।
ସାମନ୍ତ ବା ରାଜାଙ୍କ ଅନୁଗତ – କରଦ ରାଜା ସଦୃଶ ।
ସମ୍ରାଟ (ଅଧୁରାଜ, ରାଜାଧ୍ଵରାଜ) – ଏହା ସର୍ବୋଚ୍ଚ କ୍ଷମତାଶାଳୀ ମହାରାଜାଙ୍କୁ ବୁଝାଏ, ଯାହାର ଅର୍ଥ ହେଉଛି ‘ସର୍ବୋଚ୍ଚ ଶାସନ’ ।
ସୂତ୍ରାବଳୀ– ସୂତ୍ରଗୁଡ଼ିକ ସଂକ୍ଷିପ୍ତ, ଯନ୍ତ୍ରର ସହ ପ୍ରସ୍ତୁତ ବାକ୍ୟାଶ ଯାହା ଜ୍ଞାନ ଓ ଗୁରୁତ୍ଵପୂର୍ଣ୍ଣ ବିଚାରକୁ (ପ୍ରାଚୀନ ଭାରତୀୟ ପାଠ୍ୟ ପୁସ୍ତକରୁ ଆନୀତ) ଧାରଣ କରିଥାଏ । ଏହାକୁ ସହଜରେ ମନେ ରଖିବା ସହ ଅନ୍ୟକୁ କହିବା କିମ୍ବା ଆବୃତ୍ତି କରିବାକୁ ସହଜ ହୋଇଥାଏ ।
ଶିଳାଲେଖ– ପଥର, ଧାତୁ, ଚଟାଣ ଏବଂ ସ୍ତମ୍ଭ ଉପରେ ଖୋଦିତ ହୋଇଥିବା ଲେଖାକୁ ଶିଳାଲେଖ କୁହାଯାଏ ।
ପାଟଳୀପୁତ୍ର– ପ୍ରାଚୀନ ଭାରତର ଏକ ମହତ୍ତ୍ଵପୂର୍ଣ୍ଣ ସହର, ଯାହା ମୌର୍ଯ୍ୟ ରାଜତ୍ଵ ସମୟରେ ସାମ୍ରାଜ୍ୟର ରାଜଧାନୀ ଥିଲା ।
ସତ୍ତାପ – ପ୍ରାଦେଶିକ ଶାସନକର୍ତ୍ତା । ସମ୍ରାଟଙ୍କ ଅନୁଗତ ଭାବରେ କାର୍ଯ୍ୟ କରିଥା’ନ୍ତି ।
ଗିଲତ – ବାଣିଜ୍ୟଗୋଷ୍ଠୀ ।
ମହାଜନପଦ– ବୃହତ ରାଜ୍ୟ ।
ଜନପଦ– କ୍ଷୁଦ୍ର ରାଜ୍ୟ ।
ନନ୍ଦ ସାମ୍ରାଜ୍ୟ– ମୌର୍ଯ୍ୟ ସାମ୍ରାଜ୍ୟ ପୂର୍ବରୁ ମଗଧରେ ନନ୍ଦମାନଙ୍କର ରାଜତ୍ଵ ଥିଲା, ଯାହାକୁ କି ନନ୍ଦ ସାମ୍ରାଜ୍ୟ କୁହାଯାଉଥିଲା ।
ମୌର୍ଯ୍ୟ ସାମ୍ରାଜ୍ୟ- ଖ୍ରୀ.ପୂ. ୩୨୧-୧୮୫ ମଧ୍ୟରେ BCE ମଧ୍ୟରେ ମଗଧରେ ସମ୍ରାଟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ପ୍ରତିଷ୍ଠା କରିଥିବା ସାମ୍ରାଜ୍ୟକୁ ମୌର୍ଯ୍ୟ ସାମ୍ରାଜ୍ୟ କୁହାଯାଏ ।
କୌଟିଲ୍ୟ– କୌଟିଲ୍ୟଙ୍କର ପ୍ରକୃତ ନାମ ଥିଲା ଚାଣକ୍ୟ ବା ବିଷ୍ଣଗୁପ୍ତ । ସେ ସମ୍ରାଟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଦରବାରରେ ଅର୍ଥନୀତି ଏବଂ ରାଜନୀତିର ବିଶାରଦ ଥିଲେ । ସେ ନିଜର ରାଜନୈତିକ, ପ୍ରଶାସନିକ ଓ ଅର୍ଥନୈତିକ ଜ୍ଞାନ ଓ ଦକ୍ଷତା ବଳରେ ମୌର୍ଯ୍ୟ ସାମ୍ରାଜ୍ୟକୁ ସମଗ୍ର ଭାରତ ଇତିହାସରେ ଏକ ଶକ୍ତିଶାଳୀ ତଥା ମହାନ୍ ସାମ୍ରାଜ୍ୟ ଭାବରେ ପ୍ରତିଷ୍ଠିତ କରାଇପାରିଥିଲେ ।
![]()
ଅର୍ଥଶାସ୍ତ୍ର– କୌଟିଲ୍ୟଙ୍କ ‘ରଚିତ ସାମ୍ରାଜ୍ୟର ରାଜନୀତି ଏବଂ ଅର୍ଥନୀତି ଉପରେ ପର୍ଯ୍ୟବସିତ ପୁସ୍ତକକୁ ଅର୍ଥଶାସ୍ତ୍ର କୁହାଯାଏ ।’
ସପ୍ତାଙ୍ଗ– କୌଟିଲ୍ୟଙ୍କର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ରାଜନୈତିକ ଚିନ୍ତାଧାରା, ‘ସପ୍ତାଙ୍ଗ’ ବା ରାଜ୍ୟ ଗଠନରେ ମୂଖ୍ୟ ଭୂମିକା ରଖୁଥିବା ସାତ ଅଂଶ । ସେଗୁଡ଼ିକ ହେଲା- (i) ସମ୍ରାଟ, (ii) ଅମାତ୍ୟ (ମନ୍ତ୍ରପରିଷଦ), (iii) ଜନପଦ (ରାଜ୍ୟ), (iv) ଦୁର୍ଗ, (v) ରାଜକୋଷ, (vi) ସୈନ୍ୟବାହିନୀ, (vii) ମିତ୍ରରାଷ୍ଟ୍ର ।
ମେଗାସ୍ଥିନିସ୍– ଗ୍ରୀକ୍ ରାଷ୍ଟ୍ରଦୂତ । ସେ ସମ୍ରାଟ ଚନ୍ଦ୍ରଗୁପ୍ତଙ୍କ ରାଜଦରବାରକୁ ଆସିଥିଲେ । ସେ ‘ଇଣ୍ଡିକା’ ଗ୍ରନ୍ଥର ରଚୟିତା ଥିଲେ ।
ଅଶୋକ– ମୌର୍ଯ୍ୟ ସାମ୍ରାଜ୍ୟର ପ୍ରତିଷ୍ଠାତା ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କର ପୌତ୍ର ଥିଲେ । କଳିଙ୍ଗ ଯୁଦ୍ଧପରେ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇ ସେ ବୌଦ୍ଧଧର୍ମ ଗ୍ରହଣ କରିଥିଲେ ଏବଂ ବୌଦ୍ଧଧର୍ମ ପ୍ରସାର, ଅହିଂସା ଏବଂ ଜନମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ ।
ପ୍ରାକୃତ– ପ୍ରାଚୀନ ଭାରତର ଏକ ଆଞ୍ଚଳିକ ଭାଷା, ଅଶୋକଙ୍କ ଶିଳାଲେଖରେ ଏହି ଲିପି ବ୍ୟବହୃତ ହୋଇଥିଲା ।
ବ୍ରାହ୍ମୀଲିପି- ଅଶୋକଙ୍କ ଶିଳାଲେଖାରେ ଖୋଦିତ ଲିପି ।
ଧମ୍ମ– ନୈତିକ ନୀତି ଏବଂ ଧାର୍ମିକ ନୀତି ଉପରେ ଆଧାରିତ ନିୟମମାନ ।
ଶସ୍ୟାଗାର- ରାଜସ୍ଵ ଆକାରରେ ଆଦାୟ ହେଉଥିବା ଶସ୍ୟ ଯେଉଁ ବିଶାଳ କୋଠରିରେ ରଖାଯାଏ ତାକୁ ଶସ୍ୟାଗାର କୁହାଯାଏ ।
ଆର୍ହତ ମୁଦ୍ରା– ଏକ ପ୍ରାଚୀନ ଭାରତୀୟ ମୁଦ୍ରା ଯାହାକି ମୌର୍ଯ୍ୟ ରାଜତ୍ଵ ସମୟରେ ପ୍ରଚଳିତ ଥିଲା ।