Students can use Class 4 Math Book Odia Medium Solutions and Class 4 Maths Chapter 12 Question Answer Odia Medium ଘଣ୍ଟା ଚାଲେ ଟିକ୍ ଟିକ୍, କ୍ୟାଲେଣ୍ଡର କହେ ଠିକ୍ ଠିକ୍ to check their answers after solving exercises.
4th Class Maths Chapter 12 Question Answer Odia Medium
Class 4 Maths Chapter 12 Odia Medium
ଆସ କାମଟି କରିବା
Page No. (୧୭୫ to ୧୭୭)
Question 1.
୨୦୨୪ ଏବଂ ୨୦୨୫ ମସିହାରେ ଫେବୃଆରୀ ମାସର ଦିନ ସଂଖ୍ୟା ଦେଖ୍ ଉତ୍ତର ଲେଖ ।

୨୦୨୪ ମସିହା ଫେବୃଆରୀ ମାସରେ ଦିନ ସଂଖ୍ୟା = _____________
୨୦୨୫ ମସିହା ଫେବୃଆରୀ ମାସରେ ଦିନ ସଂଖ୍ୟା = _____________
Solution:
୨୦୨୪ ମସିହା ଫେବୃଆରୀ ମାସରେ ଦିନ ସଂଖ୍ୟା = ୨୯
୨୦୨୫ ମସିହା ଫେବୃଆରୀ ମାସରେ ଦିନ ସଂଖ୍ୟା = ୨୮
Question 2.
୨୦୨୪ ମସିହା ପୂର୍ବ ଏବଂ ପର କ୍ରମିକ ଅଧ୍ବବର୍ଷ ଗୁଡ଼ିକୁ ଖାଲିସ୍ଥାନରେ ଲେଖ ।
_______, ______, ୨୦୨୪, _______, ______,
Solution:
୨୦୧୬, ୨୦୨୦, ୨୦୨୪, ୨୦୨୮, ୨୦୩୨
Question 3.
ଆମେ ଜାଣିଛେ, ଯେ ଅଧିକାଂଶ ବର୍ଷର ଦିନସଂଖ୍ୟା ୩୬୫ ହୋଇଥାଏ । ତେବେ ଏକ ଅଧ୍ବବର୍ଷର ଦିନ ସଂଖ୍ୟା କେତେ ହେବ ? _____________
Solution:
୩୬୬
Question 4.
ତୁମେ ପାଳନ କରୁଥିବା ପର୍ବପର୍ବାଣି ଏବଂ ସେହି ମାସର ନାମ ତଳ ସାରଣୀରେ ଲେଖ ।

Solution:
| ପର୍ବପର୍ବାଣିର ନାମ | ମାସର ନାମ |
| ୧. ଦୋଳ ପୂର୍ଣ୍ଣିମା | ମାର୍ଚ୍ଚ |
| ୨. ରଜ ସଂକ୍ରାନ୍ତି | ଜୁନ୍ |
| ୩. ରଥଯାତ୍ରା | ଜୁଲାଇ |
| ୪. ଦୁର୍ଗାପୂଜା (ବଶହରା) | ଅକ୍ଟୋବର |
| ୫. ଦୀପାବଳୀ | ନଭେମ୍ବର |
![]()
Question 5.
ସପ୍ତାହର ଉପଯୁକ୍ତ ବାରମାନଙ୍କ ନାମ ଲେଖୁ ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) ଆଜି : _________________
(ଖ) ଗତକାଲି : _________________
(ଗ) ଆସନ୍ତାକାଲି : _________________
(ଘ) ଆସନ୍ତାକାଲିର ପରଦିନ : _________________
(ଙ) ଗତକାଲିର ପୂର୍ବ ଦିନ : _________________
Solution:
(କ) ଆଜି : ସୋମବାର
(ଖ) ଗତକାଲି : ରବିବାର
(ଗ) ଆସନ୍ତାକାଲି : ମଙ୍ଗଳବାର
(ଘ) ଆସନ୍ତାକାଲିର ପରଦିନ : ବୁଧବାର
(ଙ) ଗତକାଲିର ପୂର୍ବ ଦିନ : ଶନିବାର
Question 6.
ଜୁଲାଇ ୧ ତାରିଖ ସୋମବାର । ପରବର୍ତୀ ଦୁଇଟି ସୋମବାର କେଉଁ ତାରିଖରେ ପଡ଼ିବ ଲେଖ ।
________________________________
Solution:
୮ ତାରିଖ ଏବଂ ୧୫ ତାରିଖ
Question 7.
ଲାଲିର ଜନ୍ମଦିନ ୦୪/୦୭/୨୦୧୪ ଏବଂ ଛୋଟୁର ଜନ୍ମଦିନ ୦୪/୧୨/୨୦୧୯ । ଦୁହିଁଙ୍କ ମଧ୍ୟରୁ କିଏ ବଡ଼ ଏବଂ କେତେ ବଡ଼ ?

_____________ ତାରିଖରେ ଲାଲିକୁ ୫ ବର୍ଷ ହେବ ।
ଛୋଟୁର ଦଶମ ଜନ୍ମଦିନ _____________ ତାରିଖରେ ପାଳନ କରାଯିବ ।
Solution:
ଦୁହିଁଙ୍କ ମଧ୍ୟରୁ ଲାଲି ବଡ଼ । ସେ ଛୋଟୁଠାରୁ ୫ ବର୍ଷ ୫ ମାସ ବଡ଼ ।
୦୪/୦୭/୨୦୧୯ ତାରିଖରେ ଲାଲିକୁ ୫ ବର୍ଷ ହେବ ।
ଛୋଟୁର ଦଶମ ଜନ୍ମଦିନ ୦୪/୧୨/୨୦୨୯ ତାରିଖରେ ପାଳନ କରାଯିବ ।
Question 8.
ଯେକୌଣସି ବିସ୍କୁଟ୍ ପ୍ୟାକେଟ୍ର ଖୋଳରୁ ଉତ୍ପାଦନ ଏବଂ ବ୍ୟବହାର କରିବାର ଶେଷ ତାରିଖ ଯାଞ୍ଚ କର ।
(କ) ବିସ୍କୁଟ୍ ପ୍ୟାକେଟ୍ଟି କେତେ ଦିନ ପୂର୍ବରୁ ଉତ୍ପାଦନ ହୋଇଛି ?
ଉତ୍ତର: ____________ ମାସ ___________ ଦିନ
Solution:
୩ ମାସ ୨୪ ଦିନ
ଉଦାହରଣ : ଉତ୍ପାଦନ ୦୧/୦୧/୨୦୨୫
ଆଜିର ତାରିଖ ୨୫/୦୪/୨୦୨୫
ସମୟ : ୦୧/୦୧/୨୦୨୫ ରୁ ୨୫/୦୪/୨୦୨୫
ମାସ : ଜାନୁୟାରୀରୁ ଏପ୍ରିଲ୍ = ୩ ମାସ
ଦିନ : ୩୧ (ଜାନୁୟାରୀ) + ୨୮ (ଫେବୃୟାରୀ) + ୩୧ (ମାର୍ଚ୍ଚ) + ୨୫ (ଏପ୍ରିଲ) – ୧
= ୧୧୪ ଦିନ = ୩ ମାସ ୨୪ ଦିନ (ଉ)
(ଖ) ଆଉ କେତେ ଦିନ ଭିତରେ ବିସ୍କୁଟ୍ ଗୁଡ଼ିକ ସୁରକ୍ଷିତ ଭାବେ ଖାଇପାରିବ ?
ଉତ୍ତର: ____________ ମାସ ___________ ଦିନ
Solution:
୮ ମାସ ୧୧ ଦିନ
ଉଦାହରଣ : ବ୍ୟବହାରର ଶେଷ ତାରିଖ ୦୧/୦୧/୨୦୨୬
ଆଜିର ତାରିଖ ୨୫/୦୪/୨୦୨୫
ସମୟ : ୨୫ ୦୪ ୨୦୨୫ ରୁ ୦୧/୦୧/୨୦୨୬
ମାସ : ଏପ୍ରିଲ୍ ୨୦୨୫ରୁ ଜାନୁୟାରୀ ୨୦୨୬ = ୮ ମାସ
ଦିନ : ୫ ( ଏପ୍ରିଲ୍) + ୩୧ (ମେ) + ୩୦ (ଜୁନ୍) + ୩୧ (ଜୁଲାଇ) + ୩୧ (ଅଗଷ୍ଟ) + ୩୦ (ସେପ୍ଟେମ୍ବର) + ୩୧ ଅକ୍ଟୋବର) + ୩୦ (ନଭେମ୍ବର) + ୩୧ (ଡିସେମ୍ବର) = ୨୫୧ ଦିନ
= ୮ ମାସ ୧୧ ଦିନ (ତ)
Question 9.
ଯେ କୌଣସି ଗୋଟିଏ ବର୍ଷର କ୍ୟାଲେଣ୍ଡରରେ ଜୁଲାଇ ୧୫ କେଉଁ ବାରରେ ପଡ଼ିଛି ଦେଖ । ଅଗଷ୍ଟ ୧୫, ସେପ୍ଟେମ୍ବର ୧୫, ଅକ୍ଟୋବର ୧୫ କେଉଁ ବାରଗୁଡ଼ିକରେ ପଡ଼ିବ ସ୍ଥିର କର ? ତୁମେ କେଉଁ ସଂରଚନା ଲକ୍ଷ୍ୟ କରୁଛ ? ଶ୍ରେଣୀରେ ସହପାଠୀ ମାନଙ୍କ ସହ ଆଲୋଚନା କରି ।
Solution:
୨୦୨୫ ମସିହା ଜୁଲାଇ ୧୫-ମଙ୍ଗଳବାର, ଅଗଷ୍ଟ ୧୫- ଶୁକ୍ରବାର, ସେପ୍ଟେମ୍ବର ୧୫ -ସୋମବାର, ଅକ୍ଟୋବର ୧୫ -ବୁଧବାର । ଏବେ ଯେ କୌଣସି ଗୋଟିଏ ତାରିଖ ବାଛ ଏବଂ ଏହା କେଉଁ ବାରରେ ପଡ଼େ ତାହା ଦେଖ । ପରବର୍ତ୍ତୀ ମାସରେ କେଉଁ ବାରରେ ସେହି ତାରିଖ ପଡ଼ିବ ତୁମେ ତୁମର ସାଙ୍ଗମାନଙ୍କୁ ଅନୁମାନ କରିବାକୁ କୁହ ।
ନ: ନିଜେ କର ।
![]()
ଆସ ଖୋଜିବା
ପିତାମାତା ଓ ଶିକ୍ଷକଙ୍କ ସାହାଯ୍ୟରେ ତୁମ ଅଞ୍ଚଳରେ ଥିବା ହିନ୍ଦୁଇସଲାମିକ୍ ଶିଖ୍ କିମ୍ବା ଅନ୍ୟ କ୍ୟାଲେଣ୍ଡରରୁ ମାସଗୁଡ଼ିକର ନାମ ଖୋଜ ।
Question 1.
ପ୍ରତ୍ୟେକ କ୍ୟାଲେଣ୍ଡରରେ ବର୍ଷ କେବେ ଆରମ୍ଭ ହେଉଛି ଲେଖ ।
Solution:
ଇଂରାଜୀ କ୍ୟାଲେଣ୍ଡରରେ ଜାନୁଆରୀ ମାସରେ ଏବଂ ଓଡ଼ିଆ କ୍ୟାଲେଣ୍ଡର ଅନୁସାରେ ପଣାସଂକ୍ରାନ୍ତି (ବୈଶାଖ) ମାସରେ ବର୍ଷ ଆରମ୍ଭ ହୁଏ ।
Question 2.
ଏହି କ୍ୟାଲେଣ୍ଡର ମାନଙ୍କର ମାସଗୁଡ଼ିକର ନାମ ଇଂରାଜୀ କ୍ୟାଲେଣ୍ଡର୍ ମାସଗୁଡ଼ିକ ସହିତ କିପରି ମେଳ ଖାଉଛି ତାହା ଯାଞ୍ଚ କର ।
Solution:

Question 3.
ତୁମ ଅଞ୍ଚଳର କିଛି ଗୁରୁତ୍ଵପୂର୍ଣ୍ଣ ପର୍ବପର୍ବାଣି ପଡୁଥିବା ମାସଗୁଡ଼ିକୁ ହିନ୍ଦୁ/ ଇସ୍ଲାମିକ୍/ ଶିଖ୍ କିମ୍ବା ଅନ୍ୟ କ୍ୟାଲେଣ୍ଡରରୁ ଚିହ୍ନଟ କର ।
Solution:
ନିଜେ କର ।
Question 4.
ତୁମ ଅଞ୍ଚଳରେ ବ୍ୟବହୃତ କ୍ୟାଲେଣ୍ଡର୍ରୁ ପ୍ରତିମାସର ପୂର୍ଣ୍ଣିମା ଓ ଅମାବାସ୍ୟା ପଡୁଥିବା ତାରିଖଗୁଡ଼ିକୁ ଚିହ୍ନାଅ । କିଛି ସଂରଚନା ଲକ୍ଷ୍ୟ କରୁଛ କି ?
Solution:
ନିଜେ କର । ( କ୍ୟାଲେଣ୍ଡର ଦେଖୁ)
Question 5.
ତୁମ ଅଞ୍ଚଳର କ୍ୟାଲେଣ୍ଡରରେ ପୂର୍ଣ୍ଣିମା କିମ୍ବା ଅମାବସ୍ୟା କିପରି ନାମିତ ହୋଇଛି ?
Solution:
ନିଜେ କର ।
ଶିକ୍ଷକଙ୍କ ପାଇଁ ସୂଚନା : ଶିକ୍ଷାର୍ଥୀମାନଙ୍କୁ ବିଭିନ୍ନ ଜିନିଷର ଖୋଳ ସଂଗ୍ରହ କରିବାକୁ କହିବେ ଏବଂ ଏଗୁଡ଼ିକର ବ୍ୟବହାର କରିବାର ଶେଷ ତାରିଖକୁ ନେଇ ଏକ ସାରଣୀ ପ୍ରସ୍ତୁତ କରିବା ପାଇଁ ସୂଚନା ଦେବେ ।
ଗୋଟିଏ ଦିନ କେତେ ଘଣ୍ଟା ?
Page No. (୧୭୮ to ୧୮୦)
Question 1.
ତଳ ଚିତ୍ରଟି ଦେଖ । ଏହା ଜଣେ ଡାକ୍ତରଙ୍କ ଦ୍ବାରା ବିଭିନ୍ନ କାର୍ଯ୍ୟକଳାପରେ ବିତାଇଥିବା ସମୟକୁ ଦର୍ଶାଉଛି । ପ୍ରତ୍ୟେକ କାର୍ଯ୍ୟକଳାପରେ ବିତାଇଥିବା ସମୟକୁ ଉପଯୁକ୍ତ ସ୍ଥାନରେ ଘଣ୍ଟାରେ ଲେଖ | ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏବଂ ସନ୍ଧ୍ୟା ୬ଟାରୁ ପରଦିନ ସକାଳ ୬ଟା ମଧ୍ଯରେ ମୋଟ ସମୟ କେତେ, ନିର୍ଣ୍ଣୟ କର ?

Solution:
ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ = ୧୨ ଘଣ୍ଟା ଏବଂ ସନ୍ଧ୍ୟା ୬ଟାରୁ ପରଦିନ ସକାଳ ୬ଟା ମଧ୍ୟରେ ସମୟ = ୧୨ ଘଣ୍ଟା ।

ଶିକ୍ଷକଙ୍କ ପାଇଁ ସୂଚନା :
ଉପରେ ଦିଆଯାଇଥିବା ଚିତ୍ରରେ କାର୍ଯ୍ୟକଳାପର ଅବଧୂ ନିର୍ଣ୍ଣୟ କରିବା ଦିଗରେ ପିଲାମାନଙ୍କୁ ସାହାଯ୍ୟ କରନ୍ତୁ ଏବଂ ଗୋଟିଏ ଦିନ ମୋଟ କେତେ ଘଣ୍ଟା, ତାହା ପାଇବା ପାଇଁ ସହାୟତା କରନ୍ତୁ ।

ଉଭୟ ଚିତ୍ରରେ ଆମେ ଘଣ୍ଟାରେ ୮.୦୦ ଦେଖୁଛୁ । ଗୋଟିଏ ସକାଳ ଏବଂ ଅନ୍ୟଟି ରାତିର ସମୟକୁ ସୂଚାଉଛି । ଏହି ପାର୍ଥକ୍ୟ ଦେଖାଇବା ପାଇଁ ଆମେ am ଏବଂ pmର ବ୍ୟବହାର କରୁ ।

ଡିଜିଟାଲ୍ ଘଣ୍ଟା ଆମକୁ ଅଧିକ ସ୍ପଷ୍ଟ ଭାବରେ ସମୟ ଜାଣିବାରେ ସାହାଯ୍ୟ କରେ ।

ପର ପୃଷ୍ଠାରେ ଦିଆଯାଇଥିବା ସାରଣୀକୁ ପଢ଼ ଏବଂ ଦେଖ, ଆମେ am/pm ଏବଂ ଡିଜିଟାଲ୍ ଘଣ୍ଟା ବ୍ୟବହାର କରି କିପରି ସମୟ ଚିହ୍ନିବା ଏବଂ ଲେଖୁ । ତୁମେ ଦୁଇଟି ଭିନ୍ନ ଉପାୟ ବିଷୟରେ କ’ଣ ଲକ୍ଷ୍ୟ କରୁଛି ତାହା ଆଲୋଚନା କର ।
ଶିକ୍ଷକଙ୍କ ପାଇଁ ସୂଚନା :
ପିଲାମାନଙ୍କୁ am ଏବଂ pm ମଧ୍ଯରେ ପାର୍ଥକ୍ୟ ବୁଝିବାରେ ସାହାଯ୍ୟ କରନ୍ତୁ ଏବଂ ଏହାଦ୍ବାରା ଲୋକମାନେ ଯୋଗାଯୋଗ ସମ୍ୱନ୍ଧୀୟ ସମସ୍ୟାକୁ ବୁଝିବାରେ ସହଜ ହୋଇଥାଏ । ପିଲାମାନଙ୍କର ଦୈନନ୍ଦିନ ଅଭିଜ୍ଞତା ଆଧାରରେ ବିଭିନ୍ନ କାର୍ଯ୍ୟର ସମୟକୁ am ଏବଂ pm ସହିତ ଯୋଡ଼ି ପାରିବେ । ୨୪ ଘଣ୍ଟିଆ ସମୟ ପ୍ରତି ସେମାନଙ୍କର ଦୃଷ୍ଟି ଆକର୍ଷଣ କରିପାରିବେ । ଏହା କିପରି ସମୟ ସୂଚାଏ ଆଲୋଚନା କରନ୍ତୁ । ଏହି ସମୟକୁ ପଢ଼ିବା ଏବଂ ଲେଖିବାପାଇଁ ଅଭ୍ୟାସ କାର୍ଯ୍ୟ କରାନ୍ତୁ ।
Question 2.
ନିମ୍ନ ସାରଣୀରେ ସମୟ ଲେଖ୍ ଖାଲି ସ୍ଥାନ ପୂରଣ କର ।

Solution:

ଘଣ୍ଟା କଣ୍ଟା ଓ ମିନିଟ୍ କଣ୍ଟା
Page No. (୧୮୧ to ୧୮୩)
ରାଜା ପ୍ରତିଦିନ ସକାଳେ କ୍ଷୀର ଆଣିବା ପାଇଁ ବଜାରକୁ ଯାଏ ।

ରାଜା ୮:୨୦ am ରେ ଘରୁ ବାହାରି ୮:୩୫ am ରେ ଫେରିଆସେ ।
Question 1.
ସେ କ୍ଷୀର ଆଣିବା ପାଇଁ କେତେ ସମୟ ନିଏ ? ________________
Solution:
୧୫ ମିନିଟ୍
ଆସ ସମାଧାନ କରିବା
Question 1.
ନିର୍ଦ୍ଦେଶ ଅନୁଯାୟୀ ଘଣ୍ଟାରେ ଉପଯୁକ୍ତ ସମୟ ଦେଖାଅ ।
(କ) ରାଜା ୧୦ : ୨୦amରେ ତା’ର ଘର କାମ ଆରମ୍ଭ କଲା । ସେ ଏହାକୁ ଶେଷ କରିବା ପାଇଁ ୨୫ ମିନିଟ୍ ସମୟ ନେଲା । ସେ ଯେଉଁ ସମୟରେ କାମ ଶେଷ କଲା, ଘଣ୍ଟାରେ ଦେଖାଅ ।

Solution:

(ଖ) ରାନୀ ୪ : ୧୫ pm ରେ ଏକ କାହାଣୀ ପଢ଼ିବା ଆରମ୍ଭ କରିଲା । ସେ ୪୫ ମିନିଟ୍ରେ ଏହାକୁ ପଢ଼ି ଶେଷ କଲା । ସେ ଯେଉଁ ସମୟରେ ପଢ଼ା ଶେଷ କଲା, ଘଣ୍ଟାରେ ଦେଖାଅ ।

Solution:

(ଗ) ଚାନ୍ଦିନୀ ୮ : ୦୦ am ରେ ସ୍କୁଲକୁ ଯିବାପାଇଁ ବାହାରେ । ସେ ୧୫ ମିନିଟ୍ରେ ସ୍କୁଲରେ ପହଞ୍ଚିଯାଏ ।

Solution:

କିଏ ଠିକ୍ ବୋଲି ଭାବୁଛ ? ୧ ଘଣ୍ଟା ଏବଂ ୬୦ ମିନିଟ୍ ମଧ୍ଯରେ କିଛି ସମ୍ପର୍କ ଅଛି କି ?
Solution:
ଦୁହେଁ ଠିକ୍ କହୁଛନ୍ତି ( କାରଣ ୧ ଘଣ୍ଟା = ୬୦ ମିନିଟ୍)
ଚିତ୍ରିତ ଅଂଶଗୁଡ଼ିକୁ ଲକ୍ଷ୍ୟ କର।

Solution:

ଏହି କାମ କରିବାପାଇଁ ତୁମେ କେତେ ସମୟ ନିଅ ?
(କ) କ୍ଷୀର ଫୁଟାଇବା ପାଇଁ _________________
(ଖ) ଗୋଟିଏ ବାଲଟିରେ ଟ୍ୟାପରୁ ପାଣି ପୂର୍ଣ୍ଣ କରିବା ପାଇଁ __________________
Solution:
(କ) କ୍ଷୀର ଫୁଟାଇବା ପାଇଁ – ୧୦ ମିନିଟ୍
(ଖ) ଗୋଟିଏ ବାଲଟିରେ ଟ୍ୟାପରୁ ପାଣି ପୂର୍ଣ୍ଣ କରିବା ପାଇଁ – ୫ ମିନିଟ୍
୫ ମିନିଟ୍ ମଧ୍ଯରେ ତୁମେ କେଉଁସବୁ କାର୍ଯ୍ୟ କରିପାରିବ ?
Solution:
ଜୋତା ପିନ୍ଧିବା, ବ୍ରଶ୍ କରିବା, ମୁଣ୍ଡ କୁଣ୍ଡାଇବା ଓ ବ୍ୟାଗ୍ ସଜାଡ଼ିବା ଇତ୍ୟାଦି ।
ଆସ ଯାଞ୍ଚ କରିବା
ତିନି ଜଣ ସାଙ୍ଗ ଗୋଟିଏ ଘଣ୍ଟାରୁ ସମୟ କହିବେ । କିଏ ଠିକ୍ ? କିଏ ଭୁଲ, କହିବାର କାରଣ ବିଷୟରେ ଆଲୋଚନା କର । ସମୟକୁ କିପରି ଠିକ୍ ଭାବରେ ପଢ଼ନ୍ତି ତାହା ବୁଝାଅ ।
Solution:

ଶିକ୍ଷକଙ୍କ ପାଇଁ ସୂଚନା : ପିଲାମାନଙ୍କୁ ଏକ ଘଣ୍ଟାର ଅଧା, ଏକ ଘଣ୍ଟାର ଏକ ଚତୁର୍ଥାଂଶ, ୩୦ ମିନିଟ୍ ଏବଂ ୧୫ ମିନିଟ୍ ମଧ୍ଯରେ ସମ୍ପର୍କ ଜାଣିବାରେ ସାହାଯ୍ୟ କରନ୍ତୁ ।