Odisha State Board BSE Odisha 10th Class Physical Science Solutions Chapter 4 କାର୍ବନ ଓ ଏହାର ଯୌଗିକ Textbook Exercise Questions and Answers.
BSE Odisha Class 10 Physical Science Solutions Chapter 4 କାର୍ବନ ଓ ଏହାର ଯୌଗିକ
Question 1.
ଇଥେନ୍ର ଆଣବିକ ସଙ୍କେତ ହେଉଛି C2H6। ଏଥରେ କେତୋଟି ସହସଂଯୋଗ୍ୟ ବନ୍ଧ ରହିଛି ?
(a) 6
(b) 7
(c) 8
Answer:
(b) 7 [C-H ବନ୍ଧସଂଖ୍ୟା = 6 ଓ C–C ବନ୍ଧ ସଂଖ୍ୟା = 1]
Question 2.
ବ୍ୟୁଟାନୋନ୍ରେ ଥିବା ସକ୍ରିୟ ଗ୍ରୁପଟି କ’ଣ ?
(a) କାର୍ବୋକ୍ଲିକ୍ ଏସିଡ୍
(b) ଆଲତିହାଇଡ୍
(c) କିଟୋନ
(d) ଆଲକହଲ
Answer:
(c) କିଟୋନ
Question 3.
ରୋଷେଇ କଲାବେଳେ ଯଦି ରନ୍ଧାପାତ୍ରର ତଳପଟର ବହିର୍ଭାଗ କଳା ପଡ଼ିଯାଏ, ଏହାର ଅର୍ଥ :
(a) ଖାଦ୍ୟ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇ ନାହିଁ
(b) ଜାଳେଣି ସଂପୂର୍ଣ୍ଣ ରୂପେ ଜଳୁନାହିଁ
(C) ଜାଳେଣିଟି ଆର୍ଦ୍ର ଅଛି
(d) ଜାଳେଣି ସଂପୂର୍ଣ୍ଣ ଭାବେ ଜଳୁଛି ।
Answer:
(b) ଜାଳେଣି ସଂପୂର୍ଣ୍ଣ ରୂପେ ଜଳୁନାହିଁ
Question 4.
ସହସଂଯୋଜ୍ୟ ବନ୍ଧର ଗଠନ CH3CI ର ଉଦାହରଣ ଦେଇ ବୁଝାଅ ।
Answer:
(i) CH3CI ଯୌଗିକ କାର୍ବନ, ହାଇଡ୍ରୋଜେନ ଓ କ୍ଲୋରିନ୍ ମୌଳିକମାନଙ୍କୁ ନେଇ ଗଠିତ ।
(ii) କାର୍ବନ, ହାଇଡ୍ରୋଜେନ୍ ଓ କ୍ଲୋରିନ୍ର ପରମାଣୁ କ୍ରମାଙ୍କ ଯଥାକ୍ରମେ 6, 1 ଏବଂ 17 ।
କାର୍ବନର ଇଲେକ୍ଟ୍ରନିକ୍ ସଂରଚନା K(2) L(4) ।
ହାଇଡ୍ରୋଜେନର ଇଲେକ୍ଟ୍ରନିକ ସଂରଚନା K (1) |
କ୍ଲୋରିନ୍ର ଇଲେକ୍ଟ୍ରନିକ୍ ସଂରଚନା K(2), L(8), M(7) ।
(iii) ଅକ୍ଲେଟ୍ ପାଇଁ କାର୍ବନ 4ଟି ଇଲେକ୍ଟ୍ରନ, ହାଇଡ୍ରୋଜେନ୍ 1 ଟି, ଇଲେକ୍ଟ୍ରନ ଏବଂ କ୍ଲୋରିନ୍ 1 ଟି ଇଲେକ୍ଟ୍ରନ୍
(iv) କାର୍ବନ ତା’ର 4ଟି ଇଲେକ୍ଟ୍ରନକୁ 3ଟି ହାଇଡ୍ରୋଜେନ ସହ (ପ୍ରତ୍ୟେକ ଗୋଟିଏ ଲେଖାଏଁ) ଏବଂ ଗୋଟିଏ କ୍ଲୋରିନ୍ ସହ ଭାଗ କରିଥାଏ । ତେଣୁ କାର୍ବନ ତା’ର 4ଟି ଇଲେକ୍ଟ୍ରନରୁ 3ଟି ଇଲେକ୍ଟ୍ରନ 3ଟି ହାଇଡ୍ରୋଜେନ ସହ ଏବଂ ଗୋଟିଏ ଇଲେକ୍ଟ୍ରନ କ୍ଲୋରିନ ସହ ସହଭାଜନ କରି ସହସଂଯୋଜ୍ୟ ବନ୍ଧ ଗଠନ କରେ ।
(v) ଫଳରେ କାର୍ବନ ନିକଟତମ ନିଷ୍କ୍ରିୟ ଗ୍ୟାସ୍ Ne ର ସଂରଚନା ଧାରଣ କରେ । ହାଇଡ୍ରୋଜେନ ନିକଟତମ ନିଷ୍କ୍ରିୟ ଗ୍ୟାସ୍ He ର ସଂରଚନା ଏବଂ କ୍ଲୋରିନ୍ ନିକଟତମ ନିଷ୍କ୍ରିୟ ଗ୍ୟାସ୍ Arର ସଂରଚନା ଧାରଣ କରି C – H ଏବଂ C – Cl ସହସଂଯୋଜ୍ୟ ବନ୍ଧ ଗଠନ କରେ ।
Question 5.
ତଳେ ଦିଆଯାଇଥିବା ଅଣୁଗୁଡ଼ିକର ଇଲେକ୍ଟ୍ରନ ଡଟ୍ ସଂରଚନାର ଚିତ୍ର ଦିଅ ।
(a) ଇଥାନୋଇକ୍ ଏସିଡ୍ (CH3COOR)
(b) H2S
(c) ପ୍ରେ|ପେନ୍
(d) F2
Answer:
(a)
Question 6.
ହୋମୋଲଗସ୍ ଶ୍ରେଣୀ କ’ଣ ଉଦାହରଣ ସହ ବୁଝାଅ ।
Answer:
(i) ଯେଉଁ ଶ୍ରେଣୀରେ ଥିବା ଜୈବ ଯୌଗିକଗୁଡ଼ିକର ସମାନ ସଂରଚନା, ସମାନ ସକ୍ରିୟ ଓ ସମାନ ରାସାୟନିକ ଧର୍ମ ଥାଏ । ସେହି ଶ୍ରେଣୀକୁ ହୋମୋଲଗସ୍ ଶ୍ରେଣୀ କୁହାଯାଏ ।
(ii) ଏହି ଶ୍ରେଣୀରେ ଥିବା ପ୍ରତ୍ୟେକ ଯୌଗିକ ତା’ର ପୂର୍ବବର୍ତୀ ଓ ପରବର୍ତ୍ତୀ ଯୌଗିକଠାରୁ – CH2 ଗ୍ରୁପ୍ ଦ୍ବାରା ଭିନ୍ନ ହୋଇଥାଏ ।
ଉଦାହରଣ :
CH3OH (ମିଥାନଲ୍) → CH3OH
C2H5OH (ଇଥାନଲ୍) → CH3CH2OH
C3H7OH (ପ୍ରୋପାନଲ୍) → CH3CH2CH2OH
C4H9OH (ବ୍ୟୁଟାନଲ୍) → CH3CH2CH2CH2OH
ଇତ୍ୟାଦି ହୋମୋଲଗସ୍ ଶ୍ରେଣୀ ଗଠନ କରନ୍ତି ।
Question 7.
ଇଥାନଲ୍ ଓ ଇଥାନୋଇକ୍ ଏସିଡ୍ ମଧ୍ୟରେ ଭୌତିକ ଓ ରାସାୟନିକ ଧର୍ମରେ ପ୍ରଭେଦ ଲେଖ ।
Answer:
ଭୌତିକ ଧର୍ମ
ଇଥାନଲ୍:
- ଇଥାନଲ୍ ଅମ୍ଳ କିମ୍ବା କ୍ଷାର ନୁହେଁ, ଏହା ପ୍ରଶମିତ । ଅଟେ । ଉଭୟ ଲିଗ୍ସ୍ କାଗଜର କୌଣସି ରଙ୍ଗର ପରିବର୍ତ୍ତନ କରେ ନାହିଁ ।
- ଏହା ଅନେକ ଜୈବ ଯୌଗିକ ପାଇଁ ଏକ ଉତ୍କୃଷ୍ଟ
- ଇଥାନଲ୍ର ଗଳନାଙ୍କ 156 K ।
- ସ୍ଫୁଟନାଙ୍କ 351 K
- ଥଣ୍ଡା ଜଳବାୟୁରେ ଅର୍ଥାତ୍ ଶୀତଋତୁରେ ଏହା ଘନୀଭୂତ | ହୁଏ ନାହିଁ ।
- ଇଥାନଲ୍ର ସ୍ବାଦ ପୋଡ଼ିଗଲା ଭଳି ଲାଗେ ।
- ଏହା ତୀବ୍ର ଗନ୍ଧଯୁକ୍ତ ନୁହେଁ |
ଇଥାନୋଇକ୍ ଏସିଡ୍ :
- ଇଥାନୋଇକ୍ ଏସିଡ୍ ନୀଳ ଲିଟ୍ସ୍କୁ ନାଲି କରିଥାଏ ଅର୍ଥାତ ଏହା ଅମ୍ଳୀୟ ।
- ଏହା ଉତ୍ତମ ଦ୍ରାବକ ନୁହେଁ । ଦ୍ରାବକ ।
- ଇଥାନୋଇକ୍ ଏସିଡ୍ର ଗଳନାଙ୍କ 290 K ।
- ଏହାର ସ୍ଫୁଟନାଙ୍କ 391 K ।
- ଥଣ୍ଡା ବାୟୁରେ ଏହା ଘନୀଭୂତ ହୁଏ ।
- ଏହାର ସ୍ବାଦ ଖଟା ।
- ଏହା ତୀବ୍ର ଗନ୍ଧଯୁକ୍ତ ଅଟେ ।
ରାସାୟନିକ ଧର୍ମ :
ଇଥାନଲ୍:
(i) ଇଥାନଲ୍ ସୋଡ଼ିୟମ ସହ ପ୍ରତିକ୍ରିୟା କରି ହାଇଡ୍ରୋଜେନ୍ ଗ୍ୟାସ୍ ନିର୍ଗତ କରେ ।
2Na + 2CH3 CH2OH → 2CH3CHO – Na + H2
(ii) ଇଥାନଲ୍କୁ ଅଧିକ ପରିମାଣ ଗାଢ଼ ସଲ୍ଫ୍ୟୁରିକ୍ ଏସିଡ୍ ସହିତ 443Kରେ ଉତ୍ତପ୍ତକଲେ ଇଥାନଲ ଅଣୁରୁ ଗୋଟିଏ ଜଳ ଅଣୁ ବାହାରି ଏଥୁନ ସୃଷ୍ଟି ହୁଏ ।
(iii) ଇଥାନଲ ସୋଡ଼ିୟମ କାର୍ବୋନେଟ୍ ବା ସୋଡ଼ିୟମ୍ ବାଇକାର୍ବୋନେଟ୍ ସହ ପ୍ରତିକ୍ରିୟା କରେ ନାହିଁ ।
ଇଥାନୋଇକ୍ ଏସିଡ୍:
(i) ଇଥାନୋଇକ୍ ଏସିଡ୍ ସୋଡ଼ିୟମ ହାଇଡ୍ରକ୍ସାଇଡ଼ ସହ ପ୍ରତିକ୍ରିୟା କରି ଲବଣ ଓ ଜଳ ସୃଷ୍ଟିକରେ ।
NaOH + CH3COOH → CH3COONa + H2O
(ii) ଏସିଟିକ୍ ଏସିଡ଼୍କୁ ଫସ୍ଫରସ୍ ପେଣ୍ଟକ୍ସାଇଡ ସହିତ ଉତ୍ତପ୍ତ କଲେ ଦୁଇଟି ଏସିଡ୍ ଅଣୁରୁ ଗୋଟିଏ ଜଳ ଅଣୁ ଅପସାରିତ ହୁଏ ।
(iii) ଏହା ସୋଡ଼ିୟମ କାର୍ବୋନେଟ୍ ଓ ସୋଡ଼ିୟମ୍ କାର୍ବୋନେଟ୍ ସହ ପ୍ରତିକ୍ରିୟା କରେ ।
2CH3COOH + Na2CO3 → CH3COONa + H2O + CO2
CH3COOH + NaHCO3 → CH3COONa + H2 + CO2
Question 8.
ଜଳରେ ସାବୁନ ମିଶାଇଲେ ମିସେଲ କାହିଁକ ସୃଷ୍ଟି ହୁଏ ବୁଝାଅ । ଅନ୍ୟ ଦ୍ରାବକ ଯଥା : ଇଥାନଲରେ ମଧ୍ୟ ମିସେଲ୍ ସୃଷ୍ଟି ହେବ କି ?
Answer:
(i) ସାବୁନର ଅଣୁ ଗୁଡ଼ିକ ଦୀର୍ଘ-ଶୃଙ୍ଖଳ କାର୍ବୋକ୍ଲିକ୍ ଏସିଡ୍ର ସୋଡ଼ିୟମ୍ କିମ୍ବା ପୋଟାସିୟମ୍ ଲବଣ । ସାବୁନ ଅଣୁର ଆୟନିକ ପ୍ରାନ୍ତଟି ଜଳରେ ଦ୍ରବୀଭୂତ ହେଉଥିବା ବେଳେ କାର୍ବନ ଶୃଙ୍ଖଳଟି ତେଲରେ ଦ୍ରବୀଭୂତ ହୁଏ । ତଦନୁଯାୟୀ ସାବୁନ୍ ଅଣୁଗୁଡ଼ିକ ଏକ ସଂରଚନା ସୃଷ୍ଟି କରିଥାନ୍ତି । ଏହାକୁ ମିସେଲ୍ କୁହାଯାଏ ।
(ii) ଏହି ଅଣୁର ଗୋଟିଏ ପ୍ରାନ୍ତ ତେଲର ଛୋଟବିନ୍ଦୁ ଆଡ଼କୁ ରହୁଥିବା ବେଳେ ଆୟନିକ୍ ପ୍ରାନ୍ତଟି ବାହାରକୁ ମୁହଁ କରିଥାଏ । ଏହା ଜଳରେ ଏକ ଅପଦ୍ରବ ସୃଷ୍ଟିକରେ । କିନ୍ତୁ ସାବୁନ ଇଥାନଲ୍ରେ ଦ୍ରବଣୀୟ, ତେଣୁ ମିସେଲ୍ ସୃଷ୍ଟି ହୁଏ ନାହିଁ ।
Question 9.
କାର୍ବନ ଏବଂ ଏହାର ଯୌଗିକକୁ ଅଧିକାଂଶ ପ୍ରୟୋଗରେ ଇନ୍ଧନ ରୂପେ ବ୍ୟବହାର କରାଯାଏ କାହିଁକି ?
Answer:
(i) କାର୍ବନର ଯେକୌଣସି ରୂପ ଅକ୍ସିଜେନ୍ରେ ଜଳିଲେ କାର୍ବନ ଡାଇଅକ୍ସାଇଡ୍ ସୃଷ୍ଟି ହେବା ସହିତ ତାପ ଓ ଆଲୋକ ଉତ୍ପନ୍ନ ହୁଏ ।
(ii) ଅଧ୍ୟାକାଂଶ କାର୍ବନ ଯୌଗିକ ମଧ୍ୟ ଦହନ ପ୍ରତିକ୍ରିୟାରେ ବହୁପରିମାଣର ତାପଶକ୍ତି ଓ ଆଲୋକ ଶକ୍ତି ସୃଷ୍ଟି କରିଥାନ୍ତି । ଏକକ ବସ୍ତୁତ୍ଵ ବିଶିଷ୍ଟ କାର୍ବନ ଯୌଗିକରୁ ଅନ୍ୟ ତୁଳନାରେ ଅଧିକ ଶକ୍ତି ମିଳେ ।
Question 10.
ଖରଜଳ ସହିତ ସାବୁନ କିପରି ପ୍ରତିକ୍ରିୟା କରେ ?
Answer:
ଖରଜଳରେ କ୍ୟାଲସିୟମ୍ ଓ ମ୍ୟାଗ୍ନେସିୟମ୍ର ଲବଣ ଥାଏ । ସାବୁନ ଅଣୁ ସହିତ କ୍ୟାଲସିୟମ୍ ଓ ମ୍ୟାଗ୍ନେସିୟମ୍ ଲବଣ ପ୍ରତିକ୍ରିୟାକରି ଧଳା ଅଦ୍ରବଣୀୟ ପଦାର୍ଥ (କ୍ୟାଲସିୟମ୍ ଓ ମ୍ୟାଗ୍ନେସିୟମ୍ ଲବଣ) ସୃଷ୍ଟିକରେ ।
Question 11.
ସାବୁନକୁ ଲାଲ ଏବଂ ନୀଳ ଲିଟମସ୍ କାଗଜରେ ପରୀକ୍ଷା କଲେ କି ପରିବର୍ତ୍ତନ ଦେଖାଯିବ ?
Answer:
ସାବୁନ୍ କ୍ଷାରୀୟ ଅଟେ । ଏହା ଲାଲ୍ ଲିଟ୍ସ୍କୁ ନୀଳ କରେ; କିନ୍ତୁ ନୀଳ ଲିଟମସ୍ର କୌଣସି ପରିବର୍ତ୍ତନ କରେ ନାହିଁ ।
Question 12.
ହାଇଡ୍ରୋଜେନୀକରଣ କ’ଣ ? ଶିଳ୍ପରେ ଏହାର ପ୍ରୟୋଗ କ’ଣ ?
Answer:
ଉତ୍ପ୍ରେରକ ଉପସ୍ଥିତିରେ ଅପୃକ୍ତ ହାଇଡ୍ରୋକାର୍ବନ ସହ ହାଇଡ୍ରୋଜେନର ଯୋଗକୁ ହାଇଡ୍ରୋଜେନୀକରଣ କହନ୍ତି ।
ଶିଳ୍ପରେ ପ୍ରୟୋଗ :
ବନସ୍ପତି ତେଲଗୁଡ଼ିକରେ ସାଧାରଣତଃ ଅପୃକ୍ତ କାର୍ବନ ଶୃଙ୍ଖଳ ନିକେଲ୍ ଉତ୍ପ୍ରେରକ ଉପସ୍ଥିତିରେ ହାଇଡ୍ରୋଜେନୀକରଣ କରାଯାଇ ପୃକ୍ତ କାର୍ବନ ଚେନ୍ ଗଠନ କରେ, ଯାହାକି ପଶୁ ଚର୍ବି ବା ଘିଅ ଅଟେ । ତେଣୁ କଳକାରଖାନାରେ ହାଇଡ୍ରୋଜେନୀକରଣ ପଦ୍ଧତିରେ ବନସ୍ପତି ତେଲ ବା ଘିଅ ପ୍ରସ୍ତୁତ କରାଯାଏ ।
Question 13.
ନିମ୍ନରେ ଦିଆଯାଇଥିବା ହାଇଡ୍ରୋକାର୍ବନଗୁଡ଼ିକ ମଧ୍ୟରୁ କେଉଁଗୁଡ଼ିକ ଯୋଗ ପ୍ରତିକ୍ରିୟା ଦେଇଥା’ନ୍ତି ? C2H6, C3H8, C3H6, C2H2, ଏବଂ CH4,
Answer:
C3H6 ଏବଂ C2H2,
Question 14.
ଲହୁଣୀ ଏବଂ ରୋଷେଇ ପାଇଁ ବ୍ୟବହୃତ ତେଲ ମଧ୍ଯରେ ରାସାୟନିକ ଧର୍ମରେ ପ୍ରଭେଦ ନିର୍ଣ୍ଣୟ କରିବାକୁ ଏକ ପରୀକ୍ଷା ଦର୍ଶାଅ ।
Answer:
ଲହୁଣି ପୃକ୍ତ (Saturated) ହାଇଡ୍ରୋକାର୍ବନ ଅଟେ । ବ୍ରୋମିନ୍ ଲହୁଣିରେ ମିଶାଇଲେ ବ୍ରୋମିନ୍ର ବାଦାମୀ ରଙ୍ଗରେ କୌଣସି ପରିବର୍ତ୍ତନ ହୁଏନାହିଁ । କାରଣ ବ୍ରୋମିନ ପୃକ୍ତ ହାଇଡ୍ରୋକାର୍ବନ ସହ ପ୍ରତିକ୍ରିୟା କରେ ନାହିଁ କିନ୍ତୁ ରୋଷେଇ ପାଇଁ ବ୍ୟବହୃତ ତେଲ ଅପୃକ୍ତ (unsturated) ହାଇଡ୍ରୋକାର୍ବନ ଅଟେ । ବ୍ରୋମିନ୍ର କିଛି ବୁନ୍ଦା ମିଶାଇଲେ ବାଦାମୀ ରଙ୍ଗ ବର୍ଣ୍ଣହୀନ ହୁଏ ।
Question 15.
ସାବୁନ କିପରି ସଫାକରେ ବୁଝାଅ ।
(i) ସାବୁନ ଅଣୁରେ ଥିବା ଦୁଇଟି ପ୍ରାନ୍ତର ଧର୍ମ ଭିନ୍ନ । ଗୋଟିଏ ହେଉଛି ଜଳାସକ୍ତ ଅନ୍ୟ ପ୍ରାନ୍ତଟିଏ ଜଳାତଙ୍କୀ ଜଳାସକ୍ର (Hydrophobic) ଏବଂ ଅନ୍ୟ ପ୍ରାନ୍ତ୍ରଟିଏ ଜଳାତଙ୍କ1 (Hydrophobic) |
(ii)
ହୋଇଥାଏ ।
(iii)
(iv) ଜଳର ପୃଷ୍ଠରେ ସାବୁନ ରହିଲେ ଜଳାତଙ୍କୀ ଲାଞ୍ଜ ଜଳରେ ଦ୍ରବୀଭୂତ ହେବ ନାହିଁ ଏବଂ ସାବୁନଟିର ଆୟନିକ ପ୍ରାନ୍ତ ସହ ଜଳରେ ଏବଂ ହାଇଡ୍ରୋକାର୍ବନ ‘ଲାଞ୍ଜ’ ଜଳ ବାହାରକୁ ବଢ଼ିଆସି ଜଳର ପୃଷ୍ଠ ନିକଟରେ ଶ୍ରେଣୀବଦ୍ଧ ଭାବେ ସଜାଇ ହୋଇ ରହେ ।
(v) ଜଳଭିତରେ ଏହି ଅଣୁଗୁଡ଼ିକର ଏକ ଅନନ୍ୟ ଅଭିବିନ୍ୟାସ ରହିଛି ଯାହା ହାଇଡ୍ରୋକାର୍ବନ ଅଂଶଗୁଡ଼ିକୁ ଜଳଠାରୁ ଅଲଗା ରଖେ ।
(vi) ଅଣୁ ପେନ୍ଥାମାନ ସୃଷ୍ଟି କରିବା ଦ୍ଵାରା ଏହା ସଂପାଦିତ ହୋଇଥାଏ ।
(vii) ଜଳାତଙ୍କୀ ଲାଞ୍ଜଗୁଡ଼ିକ ଅଣୁପେନ୍ଥାର ଭିତର ପାର୍ଶ୍ବରେ ଏବଂ ଆୟନିକ ପ୍ରାନ୍ତ ଗୁଡ଼ିକ ପେନ୍ଥାର ଉପରି ଭାଗରେ ରହିଥାଏ ।
(vi) ଏହି ଗଠନକୁ ମିସେଲ୍ କୁହାଯାଏ ।
(ix) ମିସେଲ୍ର କେନ୍ଦ୍ରରେ ତୈଳାକ୍ତ ମଇଳା ସଂଗୃହୀତ ହୁଏ ।
(x) ମିସେଲ୍ ଦ୍ରବଣରେ କଲଏଡ୍ ରୂପରେ ରହେ ଏବଂ ଆୟନ-ଆୟନ ବିକର୍ଷଣ ଯୋଗୁଁ ଏକତ୍ରିତ ହୋଇ ଅବକ୍ଷେପିତ ହୁଏ ନାହିଁ ।
(xi) ତେଣୁ ଲୁଗାକୁ ଧୋଇଦେଲେ ମିସେଲ୍ରେ ରହିଥିବା ମଇଳା ମଧ୍ୟ ସହଜରେ ଜଳ ସହିତ ପଦାକୁ ବାହାରି ଆସେ ।
ବିଶେଷ ଦ୍ରଷ୍ଟବ୍ୟ :
ଏହି ଅଧ୍ୟାୟରେ (*) ତାରକା ଚିହ୍ନିତ ତଥ୍ୟ, ପ୍ରଶ୍ନ ଓ ବାକ୍ସ ଅନ୍ତର୍ଗତ ବିଷୟବସ୍ତୁ ସମ୍ପର୍କିତ ତଥ୍ୟ ପରୀକ୍ଷାରେ ଆସିବ ନାହିଁ ।
ପ୍ରଶ୍ନବଳୀ ଓ ଉତ୍ତର:
Question 1.
କାର୍ବନ ଡାଇଅକ୍ସାଇଡ୍ (ସଙ୍କେତ CO2)ର ଇଲେକ୍ଟ୍ରନ ଡଟ୍ ସଂରଚନା କ’ଣ ହେବ ?
Answer:
Question 2.
ଆଠଟି ସଲ୍ଫର ପରମାଣୁରେ ଗଠିତ ଏକ ସଲ୍ଫର ଅଣୁର ଇଲେକ୍ଟ୍ରନ ଡଟ୍ ସଂରଚନା କ’ଣ ହେବ ?
Question 3.
ପେଣ୍ଟେନ ପାଇଁ ତୁମେ କେତୋଟି ସଂରଚନାତ୍ମକ ଆଇସୋମର୍ ଚିତ୍ର କରିପାରିବ ?
Answer:
ପେଣ୍ଟେନ୍ ପାଇଁ ତିନୋଟି ସଂରଚନାତ୍ମକ ଆଇସୋମ୍ର ଚିତ୍ର ଅଙ୍କନ କରାଯାଇଛି –
Question 4.
ଆମ ଚାରିପଟେ ଦେଖୁଥିବା କାର୍ବନ ଯୌଗିକର ବହୁଳତା ପାଇଁ କାର୍ବନର କେଉଁ ଦୁଇଟି ପ୍ରକୃତି ଦାୟୀ ?
Answer:
(i) କାଟିନେସନ୍ : କାର୍ବନର କ୍ଷୁଦ୍ର ଆକାର ଓ ଉଚ୍ଚ ବିଦ୍ୟୁତ୍ ଋଣାତ୍ମକତା ଗୁଣ ଯୋଗୁଁ ଏହା ଅନ୍ୟ କାର୍ବନ ପରମାଣୁଗୁଡ଼ିକ ସହିତ ସ୍ଥାୟୀ ବନ୍ଧ ଗଠନ କରିପାରେ । ଯୌଗିକଗୁଡ଼ିକର ସଂରଚନା ସଳଖ ଚେନ, ଶାଖା ଚେନ, କିମ୍ବା ବକ୍ରାକାର ଚେନ ହୋଇପାରେ ।
(ii) କାର୍ବନର ଚତୁଃସଂଯୋଗ୍ୟତା : କାର୍ବନ ଯୌଗିକର କକ୍ଷରେ 4ଟି ଇଲେକ୍ଟ୍ରନ୍ ଥିବାରୁ ଏହି ଇଲେକ୍ଟ୍ରଗୁଡ଼ିକ ଅନ୍ୟ 4ଟି କାର୍ବନ ପରମାଣୁ ସହ କିମ୍ବା ହାଇଡ୍ରୋଜେନ୍, ଅକ୍ସିଜେନ୍, ନାଇଟ୍ରୋଜେନ୍, ସଲ୍ଫର୍ ପରି ଅନ୍ୟ ମୌଳିକଗୁଡ଼ିକ ସହ ସହଭାଜନ କରିପାରେ । ତେଣୁ କାର୍ବନ ଯୌଗିକର ସଂଖ୍ୟା ବୃଦ୍ଧିପାଏ
Question 5.
ସାଇକ୍ଳୋପେଣ୍ଟେନର ସଙ୍କେତ ଏବଂ ଇଲେକ୍ଟ୍ରନ ଡଟ୍ ସଂରଚନା କ’ଣ ହେବ ?
Answer:
ଫଂକେତ:
Question 6.
ନିମ୍ନଲିଖୂତ ଯୌଗିକଗୁଡ଼ିକ ପାଇଁ ସଂରଚନା ଚିତ୍ର ଦିଅ ।
(i) ଇଥାନୋଇକ୍ ଏସିଡ଼୍
(ii) ବ୍ରୋମୋପେଣ୍ଟନ୍
(iii) ବ୍ୟୁଟାନୋନ୍
(iv) ହେକ୍ସାନାଲ
Answer:
Question 7.
ନିମ୍ନଲିଖୂ ଯୌଗିକଗୁଡ଼ିକୁ କିପରି ନାମକରଣ କରିବ ?
Answer:
(i) ବ୍ରୋମୋଇଥେନ୍
(ii) ମିଥାନଲ୍
(iii) ହେକ୍ସାଇନ୍
Question 8.
ଇଥାନଲ୍ରୁ ଇଥାନୋଇକ୍ ଏସିଡ୍କୁ ରୂପାନ୍ତର କାହିଁକି ‘କ ଜାରଣ ପ୍ରତିକ୍ରିୟା ?
Answer:
ହାଇଡ୍ରୋଜେନ ପରମାଣୁ ସଂଖ୍ୟାର ହ୍ରାସ ଘଟିଛି, ତେଣୁ ଏହା ଏକ ଜାରଣ ପ୍ରତିକ୍ରିୟା ।
Question 9.
ଝଳାଇ ପାଇଁ ଅକ୍ସିଜେନ୍ ଓ ଇଥାଇନ୍ର ଏକ ମିଶ୍ରଣ ଜଳାଯାଏ I ଇଥାଇନ୍ ଓ ବାୟୁର ମିଶ୍ରଣ ବ୍ୟବହାର କରାଯାଏ ନାହିଁ କାହିଁକି କହିପାରିବ ?
Answer:
ବାୟୁରେ ଯବକ୍ଷାରଜାନ ସହିତ ନିଷ୍କ୍ରିୟ ଗ୍ୟାସ୍ ଅଛି, ଯାହାକି ଇଥାଇନ୍ ଜଳିବା ପାଇଁ ଯେଉଁ ଅମ୍ଳଜାନ ଆବଶ୍ୟକ ସେଗୁଡ଼ିକ ପ୍ରତିରୋଧ କରିଥାନ୍ତି । ତେଣୁ ବାୟୁ ଓ ଇଥାଇନ୍ର ମିଶ୍ରଣ ବ୍ୟବହାର କରାଯାଏ ନାହିଁ ।
Question 10.
ପରୀକ୍ଷା କରି ଆଲ୍କହଲ ଏବଂ କାର୍ବୋକ୍ଲିକ୍ ଏସିଡ୍ ମଧ୍ଯରେ ପାର୍ଥକ୍ୟ କିପରି ଜାଣିବ ?
Answer:
କ୍ଷାରୀୟ ପୋଟାସିୟମ ପରମାଙ୍ଗାନେଟ୍ ଟେଷ୍ଟ : ଆଲ୍କହଲ ଓ କାର୍ବୋସିଲିକ୍ ଭିନ୍ନ ଭିନ୍ନ ପରୀକ୍ଷାନଳୀ ଦୁଇଟିରେ ନିଅ ଏବଂ କିଛି ବୁନ୍ଦା କ୍ଷାରୀୟ ପୋଟାସିୟମ୍ ପରମାଙ୍ଗାନେଟ୍ ଦ୍ରବଣ ପକାଅ ଓ ଗରମ୍ କର ପୋଟାସିୟମ୍ ପରମାଙ୍ଗାନେଟ୍ର ଗୋଲାପୀ ରଙ୍ଗ ରହିଲେ ତାହା ଆଲ୍କହଲ, ଅନ୍ୟଥା ତାହା କାର୍ବୋକସିଲିକ୍ ଏସିଡ୍ ।
Question 11.
କାରଣ କ’ଣ ?
Answer:
NaHCO ଦ୍ଵାରା ପରୀକ୍ଷା – ଦୁଇଟି ଭିନ୍ନ ଭିନ୍ନ ପରୀକ୍ଷାନଳୀରେ ଆଲ୍କହଲ ଓ କାର୍ବୋକ୍ଲିକ୍ ଏସିଡ୍ ନେଇ କିଛି NaHCO3 ର ଗାଢ଼ ଦ୍ରବଣ ମିଶାଅ । ଯେଉଁ ପରୀକ୍ଷାନଳୀରେ ଗାଢ଼ ଧୂଆଁଳିଆ CO2 ଗ୍ୟାସ ବାହାରିବ ସେହି ପରୀକ୍ଷାନଳୀରେ କାର୍ବୋକସିଲିକ୍ ଏସିଡ୍ ଅଛି ।
Question 12.
ଡିଟରଜେଣ୍ଟ ବ୍ୟବହାର କରି ଜଳ ଖର କି ନୁହେଁ ଜାଣିବାକୁ ତୁମେ ସମର୍ଥ ହୋଇପାରିବ କି ?
Answer:
ନାଁ, କାରଣ ଖରଜଳ ଓ ମୃଦୁଜଳ ଉଭୟରେ ଡିଟରଜେଣ୍ଟ ସମାନ ଭାବରେ କାର୍ଯ୍ୟ କରେ ।
Question 13.
ଦେଇସାରି ସେମାନେ ଲୁଗାକୁ ପଥର ଉପରେ ବାଡ଼େଇ ଥା’ନ୍ତି କିମ୍ବା ଏକ ଦଣ୍ଡରେ ବାଡ଼େଇଥା’ନ୍ତି ବ୍ରସ୍ରେ ଘଷିଥା’ନ୍ତି କିମ୍ବା ୱାସିଂମେସିନ୍ରେ ମନ୍ଥନ (agitate) କରିଥା’ନ୍ତି । ସଫାଲୁଗା ପାଇବା ପାଇଁ ମନ୍ଥନ କାହିଁକି ଆବଶ୍ୟକ ?
Answer:
ମଇଳା ସହିତ ପ୍ରତିକ୍ରିୟା କରି ସାବୁନ ଅଣୁଗୁଡ଼ିକ ମିସେଲ୍ ସୃଷ୍ଟି କରନ୍ତି ଓ ଯେଉଁ ଅପଦ୍ରବ ସୃଷ୍ଟିହୁଏ ପାଣିରେ କିଛି ଧୋଇ ହୋଇଯାଏ ଆଉ କିଛି ଲୁଗାର ଉପର ସ୍ତରରେ ହାଲୁକା ଭାବେ ଲାଗିରହେ । ତେଣୁ ସାବୁନ ଦେଇ ସାରି ସେମାନେ ଲୁଗାକୁ ପଥର ଉପରେ ବାଡ଼େଇଥାନ୍ତି କିମ୍ବା ଏକ ଦଣ୍ଡରେ ବାଡ଼େଇଥାନ୍ତି ବା ମନ୍ଥନ କରିଥାନ୍ତି |
କାର୍ଯ୍ୟାବଳୀ (Activity):
କାର୍ଯ୍ୟାବଳୀ – 1 (Activity – 1):
(i) ସକାଳୁ ତୁମେ ବ୍ୟବହାର କରିଥିବା କିମ୍ବା ଖାଇଥିବା ଦଶଟି ଜିନିଷର ଏକ ତାଲିକା କର ।
ଏହି ତାଲିକା ସହ ତୁମ ସହପାଠୀମାନେ କରିଥିବା ତାଲିକାକୁ ଏକାଠି କର ଏବଂ ତା’ପରେ ଦିଆଯାଇଥିବା ସାରଣୀ ଭିତରେ ସେହି ଦ୍ରବ୍ୟଗୁଡ଼ିକୁ ତାଲିକାଭୁକ୍ତ କର । ଯେଉଁ ଦ୍ରବ୍ୟ ଏକରୁ ଅଧିକ ପଦାର୍ଥରୁ ପ୍ରସ୍ତୁତ ହେଉଛି, ସେଗୁଡ଼ିକୁ ସଂପୃକ୍ତ ସ୍ତମ୍ଭରେ ରଖ ।
ଡ :
ସକାଳୁ ବ୍ୟବହାର କରିଥିବା କିମ୍ବା ଖାଇଥିବା ଦଶଟି ଜିନିଷ ହେଲା
ବ୍ୟବହାର କରିଥିବା ଜିନିଷ: ସାବୁନ୍, ତେଲ, କାଗଜ, ଜୋତା ପଲିସ୍, ପ୍ଲାଷ୍ଟିକ ମର, ବହି, ଖବରକାଗଜ, ଷ୍ଟିଲ୍ ମର୍ ।
ଖାଇଥିବା ଜିନିଷ – କ୍ଷୀର, ଚା, ଅଣ୍ଡା, ପାଉଁରୁଟି, ଭାତ, ଡାଲି, ଔଷଧ ।
(ii)
ପର୍ଯ୍ୟବେକ୍ଷଣ:
କେବଳ ଜଳ ରନ୍ଧନପାତ୍ର, (ଯେଉଁଗୁଡ଼ିକ ଧାତୁ, କାଚ କିମ୍ବା ମାଟିରେ ତିଆରି) ଛାଡ଼ି ପ୍ରାୟ ଅନ୍ୟ ସମସ୍ତ ଜିନିଷରେ କାର୍ବନ ଅଛି ।
ସିଦ୍ଧାନ୍ତ:
ଆମେ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ଅଧିକାଂଶ ଜିନିଷ କାର୍ବନରେ ତିଆରି ।
କାର୍ଯ୍ୟାବଳୀ – 2 (Activity – 2):
ତଳେ ଦିଆଯାଇଥିବା ଯୋଡ଼ିଗୁଡ଼ିକ ପାଇଁ ସଙ୍କେତଗୁଡ଼ିକ ମଧ୍ୟରେ ଏବଂ ଆଣବିକ ବସ୍ତୁତ୍ଵ ମଧ୍ୟରେ ପ୍ରଭେଦ କଳନା କର ।
(a) CH3 OH ଏବଂ C2H5 OH
(b) C2H5 OH ଏବଂ C3 H7OH
(c) C3H7 OH ଏବଂ C4H9 OH
ଏହି ତିନୋଟିରେ କିଛି ସାଦୃଶ୍ୟ ଅଛି କି ?
ଉ :
ସମସ୍ତଙ୍କର ସକ୍ରିୟ ଗ୍ରୁପ୍ ଏକ ।
ଗୋଟିଏ ଶ୍ରେଣୀ (Family) ପାଇବା ପାଇଁ ଏହି ଆଲକହଲଗୁଡ଼ିକୁ କାର୍ଟୁନ ପରମାଣୁର ବର୍ଦ୍ଧିତ କ୍ରମରେ ସଜାଅ ।
ଊ :
CH3OH, C2H5OH, C3H8OH, C4H9OH
ସାରଣୀର ଅନ୍ୟ ସକ୍ରିୟଗ୍ରୁପ୍ ପାଇଁ ଚାରୋଟି କାର୍ବନ ପର୍ଯ୍ୟନ୍ତ ଯୌଗିକଗୁଡ଼ିକର ହୋମୋଲଗସ୍ ଶ୍ରେଣୀ ଲେଖ ।
ଊ :
କ୍ଲୋରୋ ହୋମୋଲୋଗସ୍ ଶ୍ରେଣୀ : CH3CI, C2H5CI, C3H7Cl, C4H9Cl
ଆଲ୍ହାଇଡ଼ ହୋମୋଲଗସ୍ ଶ୍ରେଣୀ : CH3CHO, C2H5CHO, C3H7CHO
କିଟୋନ୍ ହୋମୋଲଗସ୍ ଶ୍ରେଣୀ : C2H6CO, C3H8CO
କାର୍ବୋକ୍ଲିକ୍ ଏସିଡ୍ ହୋମୋଲଗସ୍ ଶ୍ରେଣୀ : CH3COOH, C2H5COOH, C3H7COOH
କାର୍ଯ୍ୟାବଳୀ -3 (Activity-3)
ଆବଶ୍ୟକ ଉପକରଣ :
ଗୋଟିଏ ଚାମଚ, କିଛି କାର୍ବନ ଯୌଗିକ (ଗନ୍ଧକର୍ପୂର, କର୍ପୂର, ଆଲ୍କହଲ) ।
ପରୀକ୍ଷଣ :
ଗୋଟିଏ ଚାମଚରେ କେତୋଟି କାର୍ବନ ଯୌଗିକ (ଗନ୍ଧକର୍ପୂର, କର୍ପୂର, ଆଲକହଲ) ଗୋଟିଏ ପରେ ଗୋଟିଏ ନିଅ ଏବଂ ଜଳାଅ ।
ପର୍ଯ୍ୟବେକ୍ଷଣ :
(a) ଅଗ୍ନିଶିଖା ଉପରେ ଗୋଟିଏ ଧାତବ ଥାଳି ରଖ । ଆଲ୍କହଲ ଭଳି ପୃକ୍ତ ହାଇଡ୍ରୋକାର୍ବନ ଜଳିଲେ ସ୍ୱଚ୍ଛ ଶିଖା ଦେଇଥାଏ ।
(b) ଗନ୍ଧକର୍ପୂର ଭଳି ଅପୃକ୍ତ ହାଇଡ୍ରୋକାର୍ବନ ଜଳିଲେ କଳାଧୂଆଁ ସହିତ ହଳଦିଆ ରଙ୍ଗର ଶିଖା ଦେବ ଏବଂ ଧାତବ ଥାଳିରେ କଳାକଣିକା ଜମିଯିବ ।
ସିଦ୍ଧାନ୍ତ:
ପୃକ୍ତ ହାଇଡ୍ରୋକାର୍ବନ ଜଳିଲେ ସ୍ବଚ୍ଛ ଶିଖା ଦିଏ । ଅପୃକ୍ତ ହାଇଡ୍ରୋକାର୍ବନ ଜଳିଲେ କଳାଧୂଆଁ ଓ ହଳଦିଆ ରଙ୍ଗର ଶିଖା ଦେବ ।
କାର୍ଯ୍ୟାବଳୀ -4 (Activity-4)
ପରୀକ୍ଷଣ:
ଗୋଟିଏ ବୁନ୍ସେନ୍ ବର୍ଣ୍ଣର ଜଳାଅ ଏବଂ ବିଭିନ୍ନ ପ୍ରକାର ଶିଖା ବା ଧୂଆଁର ଉପସ୍ଥିତି ପାଇବା ପାଇଁ ଏହାର ନିମ୍ନଅଂଶରେ ଥିବା ବାୟୁଛିଦ୍ର (Airhole)କୁ ନିୟନ୍ତ୍ରଣ କର ।
ପର୍ଯ୍ୟବେକ୍ଷଣ:
(a) କଳାଧୂଆଁ ଓ ହଳଦିଆ ଅଗ୍ନିଶିଖା ମିଳିବ ଯେତେବେଳେ ବର୍ଣ୍ଣରର ନିମ୍ନ ଅଂଶରେ ଥିବା ବାୟୁଛିଦ୍ରକୁ ନିୟନ୍ତ୍ରଣ କରିବା ଫଳରେ ଅମ୍ଳଜାନର ପରିମାଣ ହ୍ରାସପାଇବ ।
(b) ବର୍ଣ୍ଣରର ନିମ୍ନ ଅଂଶରେ ଥିବା ବାୟୁଛିଦ୍ର ସମ୍ପୂର୍ଣ୍ଣ ନିୟନ୍ତ୍ରଣମୁକ୍ତ ରହିଲେ ପ୍ରଚୁର ପରିମାଣର ଅମ୍ଳଜାନ ପ୍ରବେଶ କରିବ ଏବଂ ସମ୍ପୂର୍ଣ ଜାରଣ ହେବା ଫଳରେ ନୀଳ ଅଗ୍ନି ଶିଖା ଦେଖାଯିବ ।
ସିଦ୍ଧାନ୍ତ:
ଯଥେଷ୍ଟ ପରିମାଣର ଅକ୍ସିଜେନ୍ରେ ଜଳିଲେ ସ୍ବଚ୍ଛ ନୀଳଶିଖା ମିଳିବ ଏବଂ ସୀମିତ ବାୟୁ (ଅକ୍ସିଜେନ)ରେ
କାର୍ଯ୍ୟାବଳୀ -5 (Activity-5)
ଆବଶ୍ୟକ ଉପକରଣ:
ଗୋଟିଏ ପରୀକ୍ଷାନଳୀ, 3 ମିଲି ଇଥାନଲ୍ , ଏକ ଜଳ ଉଷ୍ମକ (water bath), 5% କ୍ଷାରୀୟ ପୋଟାସିୟମ ପରମାଙ୍ଗାନେଟ୍ ଦ୍ରବଣ ।
ପରୀକ୍ଷଣ:
ଗୋଟିଏ ପରୀକ୍ଷାନଳୀରେ ପ୍ରାୟ 3 ମିଲି ଇଥାନଲ୍ ନିଅ ଏବଂ ଏହାକୁ ଧୀରେ ଧୀରେ ଉଷୁମ କର । 5% କ୍ଷାରୀୟ ପୋଟାସିୟମ୍ ପରମାଙ୍ଗାନେଟ୍ ଦ୍ରବଣକୁ ବୁନ୍ଦା ବୁନ୍ଦା କରି ପକାଅ ।
ପର୍ଯ୍ୟବେକ୍ଷଣ:
(a) 5 % କ୍ଷାରୀୟ ପୋଟାସିୟମ୍ ପରମାଙ୍ଗାନେଟ୍ ଦ୍ରବଣକୁ ବୁନ୍ଦା ବୁନ୍ଦା କରି ପକାଇଲେ ଗୋଲାପୀ ରଙ୍ଗ କ୍ରମଶଃ ଅଦୃଶ୍ୟ ହୋଇଯିବ ।
(b) ଯେତେବେଳେ ଅଧିକ KMnO4 ମିଶାଗଲା ସେତେବେଳେ ଇଥାନଲ୍ ଜାରଣ ହୋଇ ଇଥାନୋଇକ୍ ଅମ୍ଳରେ ପରିଣତ ହେଲା ଏବଂ ଅଧ୍ଵ KMnO4 ରଙ୍ଗ ସେହିଭଳି ରହିଲା ଓ ଅଦୃଶ୍ୟ ହେଲା ନାହିଁ ।
ସିଦ୍ଧାନ୍ତ:
କ୍ଷାରୀୟ KMnO4 ଦ୍ରବଣ ଇଥାନଲ୍କୁ ଜାରଣ କରେ ଏବଂ ନିଜେ ବିଜାରିତ ହୁଏ ।
କାର୍ଯ୍ୟାବଳୀ -6 (Activity-6)
ପରୀକ୍ଷଣ:
ଦୁଇଟି ଚାଉଳଦାନା ଆକାରର ଖଣ୍ଡେ ଛୋଟ ସୋଡ଼ିୟମକୁ ଇଥାନଲ (ବିଶୁଦ୍ଧ ଆଲକହଲ) ମଧ୍ୟରେ
ପର୍ଯ୍ୟବେକ୍ଷଣ:
ସୋଡ଼ିୟମ୍ ଧାତୁ ଅତ୍ୟନ୍ତ ପ୍ରତିକ୍ରିୟାଶୀଳ ଅଟେ । ବିଶୁଦ୍ଧ ଆଲ୍କହଲ ସହିତ ରାସାୟନିକ ପ୍ରତିକ୍ରିୟା କରି ସୋଡ଼ିୟମ୍ ଇଥକ୍ସାଇଡ ଓ ହାଇଡ୍ରୋଜେନ୍ ଗ୍ୟାସ୍ ଦେଇଥାଏ ।
2C2H5OH + 2Na → 2C2H5ONa + H2
ଗୋଟିଏ ଜଳୁଥିବା କାଠିକୁ ଗ୍ୟାସ୍ ପାଖକୁ ଆଣିଲେ ପପ୍ ଶବ୍ଦ କରି ଜଳିଉଠିବ ।
ଇଥାନୋଇକ୍ ଏସିଡ୍ର ସାଧା (Properties of Ethanoic Acid):
(i) ଇଥାନୋଇକ୍ ଏସିଡ୍କୁ ସାଧାରଣତଃ ଏସିଟିକ୍ ଏସିଡ୍ (acetic acid) କହନ୍ତି ଏବଂ ଏହା କାର୍ବୋକ୍ଲିକ୍
(ii) ଜଳରେ ଏସିଟିକ୍ ଏସିଡ୍ର 5-8% ଦ୍ରବଣକୁ ଭିନେଗାର କୁହାଯାଏ ଏବଂ ଏହାକୁ ଆଚାର ସଂରକ୍ଷଣ ପାଇଁ ବ୍ୟବହାର କରାଯାଏ ।
(iii)ବିଶୁଦ୍ଧ ଇଥାନୋଇକ୍ ଏସିଡ୍ର ଗଳନାଙ୍କ ହେଉଛି 290 K ।
(iv) ଏସିଟିକ୍ ଏସିଡ୍ର ଅନ୍ୟ ନାମ ଗ୍ଲାସିଆଲ୍ (Glacial) ଏସିଟିକ୍ ଏସିଡ୍ । କାରଣ ଏହା ଥଣ୍ଡାଜଳ ଓ ବାୟୁରେ ଅଧିକାଂଶ ସମୟରେ ଘନୀଭୂତ ହୋଇଯାଏ ।
(v) କାର୍ବୋକ୍ଲିକ୍ ଏସିଡ୍ ଏକ ଦୁର୍ବଳ ଏସିଡ୍ ।
ଏଷ୍ଟରୀକରଣ ପ୍ରତିକ୍ରିୟା:
(i) ଗୋଟିଏ ଏସିଡ୍ ଏବଂ ଗୋଟିଏ ଆଲ୍କହଲର ରାସାୟନିକ ପ୍ରତିକ୍ରିୟାଦ୍ୱାରା ଏଷ୍ଟର (Ester) ସୃଷ୍ଟି ହୁଏ । ଇଥାନୋଇକ୍ ଏସିଡ୍ ବିଶୁଦ୍ଧ ଆଲକହଲ ସହିତ ପ୍ରତିକ୍ରିୟା କରି ଏଷ୍ଟର ଦେଇଥାଏ ।
(ii) ଏଷ୍ଟରଗୁଡ଼ିକ ସୁଗନ୍ଧଯୁକ୍ତ ପଦାର୍ଥ ଚ
(iii) ଏହାକୁ ଅତରରେ ବ୍ୟବହାର କରାଯାଏ ।
(iv) ଏହାକୁ ଖାଦ୍ୟ ଓ ପାନୀୟ ସୁଗନ୍ଧକାରୀ ଦ୍ରବ୍ୟ ରୂପେ ମଧ୍ୟ ବ୍ୟବହାର କରାଯାଏ ।
ସାବୁନୀକରଣ :
ସୋଡ଼ିୟମ୍ ଲବଣରେ ପରିଣତ ହୁଏ । ଏହି ପ୍ରତିକ୍ରିୟାକୁ ସାବୁନୀକରଣ କୁହାଯାଏ କାରଣ ଏହାକୁ ସାବୁନ୍ ପ୍ରସ୍ତୁତି କରିବା ପାଇଁ ବ୍ୟବହାର କରାଯାଏ ।
(ii) କ୍ଷାରକସହ ପ୍ରତିକ୍ରିୟା: ଇଥାନୋଇକ୍ ଏସିଡ୍ + ସୋଡ଼ିୟମ୍ ହାଇଡ୍ରକ୍ସାଇଡ୍ → ଲବଣ + ଜଳ
NaOH + CH3COOH → CH3COONa + H2O
(iii) କାର୍ବୋନେଟ୍ ଏବଂ ହାଇଡ୍ରୋଜେନ କାର୍ବୋନେଟ୍ ସହ ପ୍ରତିକ୍ରିୟା:
କାର୍ବୋନେଟ୍ ଏବଂ ହାଇଡ୍ରୋଜେନ କାର୍ବୋନେଟ୍ ସହ ଇଥାନୋଇକ୍ ଏସିଡ୍ ପ୍ରତିକ୍ରିୟା କରି ଲବଣ, ଡାଇଅକ୍ସାଇଡ୍ ଏବଂ’ ଜଳ ଦେଇଥାଏ ।
କାର୍ଯ୍ୟାବଳୀ -7 (Activity-7)
ଆବଶ୍ୟକ ଉପକରଣ: ଦୁଇଟି ପରୀକ୍ଷାନଳୀ, 10 ମି.ଲି. ଜଳ, ରୋଷେଇରେ ବ୍ୟବହୃତ ତେଲ ।
ପରୀକ୍ଷଣ:
- ଦୁଇଟି ପରୀକ୍ଷାନଳୀରେ ପ୍ରାୟ 10 ମି.ଲି. ଜଳ ନିଅ, ପ୍ରତ୍ୟେକ ପରୀକ୍ଷାନଳୀରେ ଗୋଟିଏ ବୁନ୍ଦା ଲେଖାଏଁ ତେଲ ପକାଅ ଓ ପରୀକ୍ଷାନଳୀକୁ A ଓ B ରୂପେ ଚିହ୍ନଟ କର ।
- ପରୀକ୍ଷାନଳୀ B ରେ ଅଳ୍ପ କେତେ ବୁନ୍ଦା ସାବୁନ ଦ୍ରବଣ ପକାଅ ।
- ଦୁଇଟି ଯାକ ପରୀକ୍ଷାନଳୀକୁ ଖୁବ୍ ଜୋର୍ରେ ଏକା ସମୟରେ ହଲାଅ ।
ପର୍ଯ୍ୟବେକ୍ଷଣ:
ପରୀକ୍ଷାନଳୀ B ରେ ତେଲ ଓ ଜଳ ସାବୁନର ଗୋଟିଏ ସ୍ତର ଦେଖାଯାଉଛି । କାରଣ ତେଲ ସାବୁନ୍ ଦ୍ରବଣରେ ଦ୍ରବୀଭୂତ ହୁଏ ଫଳରେ ସଫା କରିବାରେ ସାହାଯ୍ୟ କରେ । ପରୀକ୍ଷାନଳୀ A ଜଳ ଓ ରୋଷେଇ ରେ ବ୍ୟବହୃତ ତେଲ ଅଛି । ଜୋର୍ରେ ହଲାଇଲା ପରେ କିଛି ସମୟ ସ୍ଥିର ହେବାକୁ ଦିଅ । 2ଟି ସ୍ତର ହୋଇ ରହିଥିବା ଦେଖାଯିବ କାରଣ ତେଲ ଓ ଜଳ ପରସ୍ପର ଅଦ୍ରବଣୀୟ ।
ସିଦ୍ଧାନ୍ତ:
ସାବୁନ ଦ୍ରବଣରେ ତେଲ ଦ୍ରବଣୀୟ, ଜଳ ମଧ୍ଯରେ ତେଲ ଅଦ୍ରବଣୀୟ ।
ସାଚୁନ୍ ଓ ଡିଟରଜେଣ୍ଠ (Soaps and Detergents):
ସାବୁନ୍ :
- ସାବୁନର ଅଣୁଗୁଡ଼ିକ ଦୀର୍ଘ-ଶୃଙ୍ଖଳ କାର୍ବୋକ୍ଲିକ୍ ଏସିଡ୍ର ସୋଡ଼ିୟମ କିମ୍ବା ପୋଟାସିୟମ ଲବଣ ।
- ପ୍ରାକୃତିକ ତୈଳ ଓ ଚର୍ବିରୁ ସାବୁନ ପ୍ରସ୍ତୁତ କରାଯାଏ ।
- ଜୈବ ନିମ୍ବୀକରଣ ଯୋଗ୍ୟ ।
- ଅମ୍ଳୀୟ ମାଧ୍ୟମରେ ବ୍ୟବହାର କରାଯାଇ ପାରିବନାହିଁ ।
ଡିଟରଜେଣ୍ଠ:
- ଦୀର୍ଘଶୃଙ୍ଖଳ ବିଶିଷ୍ଟ କାର୍ବୋକ୍ଲିକ୍ ଏସିଡ୍ର ଏମୋନିୟମ୍ କିମ୍ବା ସଲ୍ଫୋନେଟ୍ ଲବଣ ।
- ପେଟ୍ରୋଲିୟମ୍ର ଉତ୍ପାଦଗୁଡ଼ିକରୁ ଡିଟରଜେଣ୍ଟ୍ ପ୍ରସ୍ତୁତ କରାଯାଏ ।
- ଜୈବନିମ୍ନୀକରଣ ଅଯୋଗ୍ୟ ।
- ଅମ୍ଳୀୟ ମାଧ୍ୟମରେ ବ୍ୟବହାର କରାଯାଇ ପାରିବ ।
କାର୍ଯ୍ୟାବଳୀ -8 (Activity-8)
ଆବଶ୍ୟକ ଉପକରଣ:
ଦୁଇଟି ପରୀକ୍ଷାନଳୀ, 20 ମି.ଲି. ପାତିତ ଜଳ କିମ୍ବା ବର୍ଷାଜଳ, ଅନ୍ୟଟିରେ 10 ମି.ଲି.
ପରୀକ୍ଷଣ :
ଦୁଇଟି ଭିନ୍ନ ଭିନ୍ନ ପରୀକ୍ଷାନଳୀରେ ପାତିତ ଜଳ ଓ ଖରଜଳ ନିଅ । ପ୍ରତ୍ୟେକ ପରୀକ୍ଷାନଳୀରେ ଦୁଇବୁନ୍ଦା ସାବୁନ ଦ୍ରବଣ ପକାଅ । ପରୀକ୍ଷାନଳୀ ଦୁଇଟିକୁ ଖୁବ୍ ଜୋର୍ରେ ଏକା ସମୟ ପାଇଁ ହଲାଅ ।
ପର୍ଯ୍ୟବେକ୍ଷଣ:
ଯେଉଁ ପରୀକ୍ଷାନଳୀରେ ପାତିତ ଜଳ |ବର୍ଷାଜଳ ଅଛି ସେହି ପରୀକ୍ଷାନଳୀରେ ଅଧ୍ଵକ ଫେଣ ସୃଷ୍ଟି ହୋଇଛି । ଯେଉଁ ପରୀକ୍ଷାନଳୀରେ ଖରଜଳ ଅଛି ସେଥିରେ ଦହିଭଳି ଧଳା ଅବକ୍ଷେପ ଦେଖାଯାଉଛି ।
ସିଦ୍ଧାନ୍ତ:
ମୃଦୁଜଳରେ ସାବୁନ ଫେଣ ସୃଷ୍ଟିକରେ, ଖରଜଳରେ ସାବୁନ୍ ଦହିଭଳି ଧଳା ଅବକ୍ଷେପ ସୃଷ୍ଟିକରେ ।
କାର୍ଯ୍ୟାବଳୀ -9 (Activity-9)
ଆବଶ୍ୟକ ଉପକରଣ:
2ଟି ପରୀକ୍ଷାନଳୀ, 20 ମି.ଲି. ଖର ଜଳ, ସାବୁନଦ୍ରବଣ, ଡିଟରଜେଣ୍ଟ ଦ୍ରବଣ ।
ପରୀକ୍ଷଣ:
ପ୍ରତ୍ୟେକ ପରୀକ୍ଷାନଳୀରେ 10 ମିଲି ଲି. ଖରଜଳ ନିଅ । ଗୋଟିଏ ପରୀକ୍ଷାନଳୀରେ ପାଞ୍ଚବୁନ୍ଦା ସାବୁନ ଦ୍ରବଣ ଓ ଅନ୍ୟ ଏକ ପରୀକ୍ଷାନଳୀରେ ପାଞ୍ଚ ବୁନ୍ଦା ଡିଟରଜେଣ୍ଟ୍ ଦ୍ରବଣ ପକାଅ । ଉଭୟ ପରୀକ୍ଷାନଳୀକୁ ନିର୍ଦ୍ଦିଷ୍ଟ ସମୟ ପାଇଁ ହଲାଅ ।
ପର୍ଯ୍ୟବେକ୍ଷଣ :
ଦୁଇଟି ଯାକ ପରୀକ୍ଷାନଳୀରେ ସମାନ ପରିମାଣର ଫେଣ ରହୁନାହିଁ । ସାବୁନ ଦ୍ରବଣ ଥିବା
ପରୀକ୍ଷାନଳୀରେ ଅଧ୍ବକ ପରିମାଣରେ ଫେଣ ସୃଷ୍ଟି ହୋଇଛି ।