CHSE Odisha Class 11 Economics Solutions Chapter 19 କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ

Odisha State Board CHSE Odisha Class 11 Economics Solutions Chapter 19 କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ Questions and Answers.

CHSE Odisha 11th Class Economics Solutions Chapter 19 କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଉତ୍ତରମାନଙ୍କ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ।

୧। ନିମ୍ନୋକ୍ତ କେଉଁଟି ସ୍ଥାନ ବିଶିଷ୍ଟ ମଧ୍ଯକ ?
(i) ମାଧ୍ଯମାନ
(ii) ଗୁଣୋତ୍ତର ମାଧ୍ୟମାନ
(iii) ଗରିଷ୍ଠକ
(iv) ମଧ୍ୟମା
Answer:
(iv) ମଧ୍ୟମା

୨। କେଉଁ ମଧ୍ଯକର ଲବ୍‌ଧାଙ୍କମାନଙ୍କଠାରୁ ବିଚ୍ୟୁତିର ବୀଜଗାଣିତକ ସମଷ୍ଟି ଶୂନ୍ୟ ?
(i) ମାଧ୍ଯମାନ
(ii) ଗରିଷ୍ଠକ
(iii) ମଧ୍ୟମା
(iv) ଗୁଣୋତ୍ତର ମାଧ୍ଯମାନ
Answer:
(i) ମାଧ୍ଯମାନ

୩। କେଉଁ ମଧ୍ଯକରେ ଏକ ଆଦର୍ଶ ମଧ୍ଯକର ପ୍ରାୟ ସମସ୍ତ ଗୁଣାବଳୀ ରହିଛି ?
(i) ମଧ୍ୟମା
(ii) ଗୁଣୋତ୍ତର ମାଧ୍ଯମାନ
(iii) ମାଧ୍ଯମାନ
(iv) ଗରିଷ୍ଠକ
Answer:
(iii) ମାଧ୍ଯମାନ

୪। ୭୦, ୧୦, ୬୦, ୪୫, ୧୮, ୨୫, ୬୫ର ମଧ୍ୟମା କେତେ ହେବ ?
(i) ୧୦
(ii) ୪୫
(iii) ୬୦
(iv) ୨୫
Answer:
(ii) ୪୫

୫। ଏକ ପ୍ରତିସମ ବଣ୍ଟନରେ
(i) ମାଧ୍ୟମାନ > ମଧ୍ୟମା = ଗରିଷ୍ଠକ
(ii) ମାଧ୍ଯମାନ – ମଧ୍ୟମା = ଗରିଷ୍ଠକ
(iii) ମାଧ୍ୟମାନ < ଗରିଷ୍ଠକ = ମଧ୍ୟମା
(iv) ମାଧ୍ଯମାନ = ମଧ୍ୟମା = ଗରିଷ୍ଠକ
Answer:
(iv) ମାଧ୍ୟମାନ = ମଧ୍ୟମା = ଗରିଷ୍ଠକ

CHSE Odisha Class 11 Economics Solutions Chapter 19 କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ

୬। ନିମ୍ନୋକ୍ତ କେଉଁ ମଧ୍ୟକ ଲେଖଚିତ୍ର ମାଧ୍ୟମରେ ନିର୍ଣ୍ଣୟ କରାଯାଇପାରେ ନାହିଁ ?
(i) ମାଧ୍ଯମାନ
(ii) ଗରିଷ୍ଠକ
(iii) ମଧ୍ୟମା
(iv) ଉପରୋକ୍ତ ସମସ୍ତ
Answer:
(i) ମାଧ୍ଯମାନ

୭। ନିମ୍ନୋକ୍ତ କେଉଁ ମଧ୍ଯକ ଚରମ ଲବ୍‌ଧାଙ୍କମାନଙ୍କ ଦ୍ଵାରା ପ୍ରଭାବିତ ହୁଏ ?
(i) ମଧ୍ୟମା
(ii) ଗରିଷ୍ଠକ
(iii) ମାଧ୍ଯମାନ
(iv) ଉପରୋକ୍ତ ସମସ୍ତ
Answer:
(iii) ମାଧ୍ଯମାନ

୮। ୩, ୫, ୪, ୩, ୫, ୩ ର ଗରିଷ୍ଠକ କେତେ ?
(i) ୨
(ii) ୩
(iii) ୪
(iv) ୫
Answer:
(ii) ୩

୯। କେଉଁ ମଧ୍ଯକ ରାଶିମାଳାକୁ ସମାନ ଦୁଇଭାଗ କରିଥାଏ ?
(i) ମାଧ୍ଯମାନ
(ii) ମଧ୍ୟମା
(iii) ଗରିଷ୍ଠକ
(iv) ଚତୁର୍ଥାଂଶକ
Answer:
(ii) ମଧ୍ୟମା

୧୦। କେଉଁ ମଧ୍ୟକ ସମସ୍ତ ଲଜ୍ଜାଙ୍କ ଉପରେ ପର୍ଯ୍ୟବସିତ ଅଟେ ?
(i) ଗରିଷ୍ଠକ
(ii) ମଧ୍ୟମା
(iii) ମାଧ୍ଯମାନ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(iii) ମାଧ୍ଯମାନ

CHSE Odisha Class 11 Economics Solutions Chapter 19 କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ

୧୧। କେଉଁ ମଧ୍ୟକ ଗୁଣାତ୍ମକ ତଥ୍ୟର ବିଶ୍ଳେଷଣ ପାଇଁ ଉପଯୋଗୀ ?
(i) ମାଧ୍ଯମାନ
(ii) ମଧ୍ୟମା
(iii) ଉଭୟ (i) ଓ (ii)
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(ii) ମଧ୍ୟମା

୧୨। ଗରିଷ୍ଠକର ମୂଲ୍ୟ କାହା ସହ ସମାନ ?
(i) 3Md – 2M
(ii) 3M – 2Md
(iii) 3M+2Md
(iv) 2M+3Md
Answer:
(i) 3Md – 2M

୧୩। ଯଦି ଗରିଷ୍ଠକ ଓ ମଧ୍ୟମା ଯଥାକ୍ରମେ ୨୦ ଓ ୨୪ ହୋଇଥାନ୍ତି, ତା’ହେଲେ ମାଧ୍ଯମାନ କେତେ ହେବ ?
(i) ୨୨
(ii) ୨୩
(iii) ୨୪
(iv) ୨୬
Answer:
(iv) ୨୬

୧୪। ଯଦି ରାଶିମାନଙ୍କର ସଂଖ୍ୟା (n) ୫ ଓ ମାଧମାନ (x̄) ୧୦ ହୁଏ ତେବେ ∑X କେତେ ହେବ ?
(i) ୨୦
(ii) ୨
(iii) ୫୦
(iv) ୨୫
Answer:
(iii) ୫୦

୧୫। ଯଦି X ଚଳର ମାଧ୍ୟମାନ ୩ ହୁଏ, ତେବେ (X+2) ଚଳର ମାଧ୍ଯମାନ କେତେ ହେବ ?
(i) ୩
(ii) ୪
(iii) ୫
(iv) ୬
Answer:
(iii) ୫

୧୬। ଗୋଟିଏ ଶ୍ରେଣୀରେ ବାଳକମାନଙ୍କର ମାଧ୍ଯମାନ ଓଜନ ୨୫ କେଜି ଓ ବାଳିକାମାନଙ୍କର ମାଧ୍ଯମାନ ଓଜନ ୨୦ କେଜି ଅଟେ । ଯଦି ଶ୍ରେଣୀରେ ୨୦ ଜଣ ବାଳକ ଓ ୫ ଜଣ ବାଳିକା ଥାଆନ୍ତି ତା’ ହେଲେ ଶ୍ରେଣୀର ସମସ୍ତ
(i) ୨୫
(ii) ୨୪
(iii) ୨୨.୫
(iv) ଉପରୋକ୍ତ କୌଣସିଟି ନୁହେଁ।
Answer:
(ii) ୨୪

CHSE Odisha Class 11 Economics Solutions Chapter 19 କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ

୧୭ । ଗୋଟିଏ ସାଂଖ୍ୟକ ତଥ୍ୟାବଳୀର ଲବ୍‌ଧାଙ୍କ ୨, ୪, ୮ ହେଲେ ଏହାର ଗୁଣୋତ୍ତର ମାଧ୍ଯମାନ କେତେ ?
(i) ୨
(ii) ୪
(iii) ୬
(iv) ୮
Answer:
(ii) ୪

B. ଶୂନ୍ୟସ୍ଥାନ ପୂରଣ କର :

୧। ______________________ ନିଶ୍ଚିୟ କଲାବେଳେ ବଣ୍ଟନର ସମସ୍ତ ଲବ୍‌ଧାଙ୍କ ବ୍ୟବହୃତ ହୋଇଥାଏ।
Answer:
ମାଧ୍ଯମାନ

୨। କୌଣସି ବଣ୍ଟନର ଲବ୍‌ଧାଙ୍କ ମାନଙ୍କଠାରୁ ତାହାର _____________________ ର ବିଚ୍ୟୁତିମାନଙ୍କ ସମଷ୍ଟି ଶୂନ୍ୟ ହୋଇଥାଏ।
Answer:
ମାଧ୍ଯମାନ

୩। ______________________ ମଧ୍ୟକ ଚରମ ଲବ୍‌ଧାଙ୍କମାନଙ୍କ ଦ୍ବାରା ପ୍ରଭାବିତ ହୋଇଥ ନ ଥା’ନ୍ତି।
Answer:
ମଧ୍ୟମା

୪। ୧୦ଟି ଲବ୍‌ଧାଙ୍କର ମଧ୍ୟମା ୧୫ ଅଟେ । ଯଦି ପ୍ରତି ଲବ୍‌ଧାଙ୍କରେ ୫ ମିଶାଯାଏ ତେବେ ନୂତନ ମଧ୍ୟମା ____________________ ହେବ।
Answer:
୨୦

୫। _______________________ ବଣ୍ଟନରେ ମଧ୍ୟମା ଉପଯୁକ୍ତ କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପକ ଅଟେ ।
Answer:
ଅବାଧ ସଂଭାଗଯୁକ୍ତ

୬। ମଧ୍ଯମାକୁ __________________ ଚତୁର୍ଥାଂଶକ ବୋଲି କୁହାଯାଏ।
Answer:
ଦ୍ଵିତୀୟ,

୭। ଗୁଣାତ୍ମକ ତଥ୍ୟାବଳୀର କେନ୍ଦ୍ରୀୟ ପ୍ରବୃତ୍ତି ପାଇଁ ____________________ ସର୍ବୋତ୍କୃଷ୍ଟ ।
Answer:
ମଧ୍ୟମା

୮। ଏକ ପରିବଣ୍ଟନରେ ଦୁଇଟି ଗରିଷ୍ଠକ ଥିଲେ ତାହାକୁ _____________________ ପରିବଣ୍ଟନ କୁହାଯାଏ ।
Answer:
ଦ୍ବିଗରିଷ୍ଠକ

CHSE Odisha Class 11 Economics Solutions Chapter 19 କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ

୯। ଏକ ଆଦର୍ଶ ମଧ୍ଯକର _________________ ସ୍ଥିରତା ରହିବା ଉଚିତ ।
Answer:
ଚୟନ

୧୦। କୌଣସି ସହରରେ ସୋମବାର ଠାରୁ ଶନିବାର ପର୍ଯ୍ୟନ୍ତ ହାରାହାରି ୦.୪ ଇଞ୍ଚ ବର୍ଷା ହୋଇଥିଲା। ରବିବାର ଦିନ ପ୍ରଚଣ୍ଡ ବର୍ଷା ହେବା ଫଳରେ ଉକ୍ତ ହାରାହାରି ୦.୫କୁ ବୃଦ୍ଧି ପାଇଲେ ରବିବାର ଦିନ ହୋଇଥବା ବର୍ଷା ପରିମାଣ__________________।
Answer:
୧.୧ ଇଞ୍ଚ (୦.୫ × ୭ – ୦.୪ × ୬ = ୩.୫ – ୨.୪)

୧୧। ସରଳ ଗାଣିତିକ ମାଧମାନରେ ସମସ୍ତ ରାଶିକୁ ସମାନ ପ୍ରାଧାନ୍ୟ ଦେଇଥାଏ। କିନ୍ତୁ କେତେ ଗୁଡ଼ିଏ କ୍ଷେତ୍ରରେ ବିଭିନ୍ନ ରାଶି ଗୁଡ଼ିକର ଆପେକ୍ଷିକ ଗୁରୁତ୍ଵ ସମାନ ନ ଥାଏ, ଏହି ପରିସ୍ଥିତିରେ ଆମେ _______________________ ମାଧ୍ଯମାନର ସହାୟତା ନେଉ।
Answer:
ଭାରି ଗାଣିତିକ

୧୨। ଗାଣିତିକ ମାଧମାନର ବିଧ୍ଵବଦ୍ଧ ଭାବରେ ସଂଜ୍ଞା ନିରୂପଣ ହୋଇଥିବାରୁ ଯେ କେହି ଗାଣିତିକ ମାଧ୍ୟମାନ ନିର୍ଣ୍ଣୟ କରିବା ଚାହିଁବ ସେ ______________________ ଉତ୍ତର ପାଇପାରିବ ।
Answer:
ସମାନ

୧୩। ଯେତେବେଳେ ବାରମ୍ବାରତା ବିତରଣରେ ସଂଭାଗଗୁଡ଼ିକ ଅସମାନ ହୁଅନ୍ତି _____________________ ମଧ୍ୟକ ସେହି ପରିସ୍ଥିତିରେ ପସନ୍ଦନୀୟ ।
Answer:
ମଧ୍ୟମା

୧୪। ଯେଉଁ ପରିମାପକ ଦ୍ଵାରା ବିତରଣମାଳାକୁ ସମାନ ଚାରି ଭାଗରେ ବିଭକ୍ତ କରାଯାଏ, ତାହାକୁ ______________________ କୁହାଯାଏ ।
Answer:
ଚତୁର୍ଥାଂଶକ

୧୫। ଗାଣିତିକ ମାଧ୍ୟମାନ = ସମସ୍ତ ଲଚ୍ଛାଙ୍କର ସମଷ୍ଟି _______________ ।
Answer:
ଲବ୍‌ଧାଙ୍କମାନଙ୍କ ସଂଖ୍ୟା

C. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

୧। ମଧ୍ୟମା କାହିଁକି ଚରମ ଲବ୍‌ଧାଙ୍କ ଦ୍ବାରା ପ୍ରଭାବିତ ହୁଏ ନାହିଁ ?
Answer:
ମଧ୍ୟମା ତଥ୍ୟାବଳୀର ସ୍ଥାନୀୟ ଲବ୍‌ଧାଙ୍କ ହୋଇଥିବାରୁ ଚରମ ଲବ୍‌ଧାଙ୍କ ମାନଙ୍କ ଦ୍ବାରା ପ୍ରଭାବିତ ହୁଏ ନାହିଁ ।

୨। ଚୟନ ସ୍ଥିରତା କହିଲେ କ’ଣ ବୁଝାଯାଏ ?
Answer:
ଚୟନ ସ୍ଥିରତା କହିଲେ, କୌଣସି ଏକ ଗୋଷ୍ଠୀରୁ ଅହେତୁକ ଭାବେ ନମୁନା ଚୟନ କଲେ । ଉକ୍ତ ନମୁନାଗୁଡ଼ିକର ମଧ୍ୟକ ଉଣାଅଧ୍ଵ ସମାନ ହେବା ପ୍ରୟୋଜନୀୟ ।

CHSE Odisha Class 11 Economics Solutions Chapter 19 କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ

୩। ଅବାଧ ସଂଭାଗ କହିଲେ କ’ଣ ବୁଝାଯାଏ ?
Answer:
ଯେଉଁ ସଂଭାଗର ନିମ୍ନସୀମା କିମ୍ବା ଉର୍ଦ୍ଧ୍ୱସୀମା ନ ଥାଏ ତାହାକୁ ଅବାଧ ସଂଭାଗ କୁହାଯାଏ।

୪। ବଣ୍ଟନକୁ ସମଚତୁର୍ଥାଂଶରେ ବିଭକ୍ତ କରୁଥିବା ଲବ୍‌ଧାଙ୍କ ବା ସଂଖ୍ୟା ଗୁଡ଼ିକୁ କ’ଣ କୁହାଯାଏ ?
Answer:
ବଣ୍ଟନକୁ ସମଚତୁର୍ଥାଂଶରେ ବିଭକ୍ତ କରୁଥିବା ଲବ୍‌ଧାଙ୍କ ବା ସଂଖ୍ୟାଗୁଡ଼ିକୁ ଚତୁର୍ଥାଂଶକ କୁହାଯାଏ।

୫। କେଉଁ ମଧ୍ଯକକୁ ବଣ୍ଟନର ଭାରକେନ୍ଦ୍ର ବୋଲି କୁହାଯାଏ ?
Answer:
ମାଧ୍ୟମାନକୁ ବଣ୍ଟନର ଭାରକେନ୍ଦ୍ର କୁହାଯାଏ ।

୬। ଏକ ବଣ୍ଟନର ସର୍ବାଧ‌ିକ ଥର ଆବିର୍ଭାବ ହେଉଥ‌ିବା ମଧ୍ଯକଟିର ନାମ କ’ଣ ?
Answer:
ଏକ ବଣ୍ଟନର ସର୍ବାଧ‌ିକ ଥର ଆବିର୍ଭାବ ହେଉଥ‌ିବା ମଧକଟିର ନାମ ଗରିଷ୍ଠକ ।

୭। ଯେଉଁ ମଧ୍ୟକ ବଣ୍ଟନକୁ ସମଦ୍ବିଭାଗ କରେ ତାହାର ନାମ କ’ଣ ?
Answer:
ଯେଉଁ ମଧ୍ୟକ ବଣ୍ଟନକୁ ସମଦ୍ବିଭାଗ କରେ ତାହାର ନାମ ମଧ୍ୟମା ।

୮। କେଉଁ ମଧ୍ଯକ ତଥ୍ୟାବଳୀର ସମସ୍ତ ଲବ୍‌ଧାଙ୍କ ଉପରେ ପର୍ଯ୍ୟବସିତ ଅଟେ ?
Answer:
ମାଧ୍ଯମାନ

୯। ଯେଉଁ ବଣ୍ଟନରେ ମାଧ୍ଯମାନ, ମଧ୍ୟମା ଓ ଗରିଷ୍ଠକ ସମାନ ହୋଇଥା’ନ୍ତି ତାହାକୁ କି ପ୍ରକାର ବଣ୍ଟନ କୁହାଯାଏ ?
Answer:
ପ୍ରତିସମ ବଣ୍ଟନ କୁହାଯାଏ।

୧୦। ହାରାହାରି କାହାକୁ କୁହାଯାଏ ?
Answer:
ହାରାହାରି ଏକ ସଂଖ୍ୟା ଯାହା ସମୁଦାୟ ସମଷ୍ଟିକୁ ବର୍ଣନା କରିଥାଏ।

୧୧। କେନ୍ଦ୍ରୀୟ ପ୍ରବୃତ୍ତିର ସବୁଠାରୁ ସରଳ ପରିମାପକଟି କ’ଣ ?
Answer:
ମାଧମାନ।

CHSE Odisha Class 11 Economics Solutions Chapter 19 କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ

୧୨। ମାଧମାନ ନିର୍ଣ୍ଣୟ କରାଯିବାର ସୂତ୍ର କ’ଣ ?
Answer:
CHSE Odisha Class 11 Economics Solutions Chapter 19 କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ 1

୧୩। କୌଣସି ବଣ୍ଟନରେ ଲବ୍‌ଧାଙ୍କଠାରୁ ମାଧ୍ଯମାନର ବିଚ୍ୟୁତିମାନଙ୍କର ସମଷ୍ଟି କେତେ ?
Answer:
ଶୂନ

୧୪। କେଉଁ କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ ଚରମ ଲବ୍‌ଧାଙ୍କ ଚୂଡ଼ାନ୍ତ ମୂଲ୍ୟହାର ବିଶେଷ ପ୍ରଭାବିତ ହୋଇଥାଏ ?
Answer:
ମାଧ୍ଯମାନ

୧୫। ଗୁଣାତ୍ମକ ତଥ୍ୟାବଳୀର କେନ୍ଦ୍ରୀୟ ପ୍ରବୃତ୍ତିର ସର୍ବୋତ୍କୃଷ୍ଟ ମାପକର ନାମ କ’ଣ ?
Answer:
ମଧ୍ୟମା

୧୬। ଅବାଧ ସଂଭାଗଯୁକ୍ତ ବଣ୍ଟନରେ କେଉଁ ପରିମାପକ ଅଧ୍ବକ ଉପଯୋଗୀ ?
Answer:
ମଧ୍ୟମା ଓ ଗରିଷ୍ଠକ

୧୭ । କେଉଁ କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ ଅସମାନ ସଂଭାଗଯୁକ୍ତ ବଣ୍ଟନର ଅଧିକ ଉପଯୋଗୀ ?
Answer:
ମାଧ୍ଯମାନ ଓ ମଧ୍ୟମା

୧୮। କେଉଁ ହାରାହାରି ରେଖାଚିତ୍ର ମାଧ୍ୟମରେ ପ୍ରଦର୍ଶିତ କରାଯାଇପାରେ ନାହିଁ ?
Answer:
ମାଧ୍ଯମାନ

୧୯। କେଉଁ ହାରାହାରି ସର୍ବାଧ‌ିକ ବାରମ୍ବାରତା ଦ୍ବାରା ଜଣାଯାଏ ?
Answer:
ଗରିଷ୍ଠକ

୨୦ । କେଉଁ ହାରାହାରି ନମୁନା ପରିବର୍ତ୍ତନରେ ବିଶେଷ ପ୍ରଭାବିତ ହୁଏ ନାହିଁ ।
Answer:
ମାଧ୍ଯମାନ

୨୧। କେଉଁ ହାରାହାରି ପୋଷକ ପରିଛେଦ ପ୍ରସ୍ତୁତିରେ ସହାୟକ ହୁଏ ।
Answer:
ରରିଷକ

CHSE Odisha Class 11 Economics Solutions Chapter 19 କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ

୨୨ । ମାଧ୍ଯମାନ, ମଧ୍ୟମା ଓ ଗରିଷକ ମଧ୍ୟରେ ଗାଣିତିକ ସଂପର୍କ କ’ଣ ?
Answer:
ଗରିଷ୍ଠକ = ୩ ମଧ୍ୟମା – ୨ ମାଧ୍ଯମାନ

୨୩। ଗାଣିତିକ ହାରାହାରି କାହାକୁ କୁହାଯାଏ ?
Answer:
ମାଧ୍ୟମାନକୁ ଗାଣିତିକ ହାରାହାରି କୁହାଯାଏ ।

୨୪। କେଉଁ ହାରାହାରି ସଞ୍ଚୟୀ ବାରମ୍ବାରତା ବକ୍ର ସାହାଯ୍ୟରେ ଦର୍ଶାଯାଇ ପାରିବ ।
Answer:
ମାଧ୍ଯମା

D. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

୧। ପ୍ରତିସମ ବଣ୍ଟନରେ ମାଧ୍ୟମାନ ମଧ୍ଯମାଠାରୁ ବଡ଼ ।
Answer:
ପ୍ରତିସମ ବଣ୍ଟନରେ ମାଧ୍ୟମାନ ମଧ୍ଯମା ସହିତ ସମାନ।

୨। କୌଣସି ବଣ୍ଟନର ଲବ୍‌ଧାଙ୍କମାନଙ୍କଠାରୁ ମାଧ୍ଯମାର ବିଚ୍ୟୁତିମାନଙ୍କର ସମଷ୍ଟି ଶୂନ୍ୟ ହୋଇଥାଏ।
Answer:
କୌଣସି ବଣ୍ଟନର ଲବ୍‌ଧାଙ୍କମାନଙ୍କଠାରୁ ମାଧ୍ଯମାନର ବିଚ୍ୟୁତିମାନଙ୍କର ସମଷ୍ଟି ଶୂନ୍ୟ ହୋଇଥାଏ।

୩। ୫ଟି ସଂଖ୍ୟାରେ ମାଧ୍ଯମାନ ୮ ଓ ୧୦ଟି ସଂଖ୍ୟାର ମାଧ୍ୟମାନ ୫ ହେଲେ, ସମସ୍ତ ସଂଖ୍ୟାର ମାଧ୍ଯମାନ ୬ ହେବ ।
Answer:
ଠିକ୍

୪। କୌଣସି ବଣ୍ଟନର ସର୍ବାଧ‌ିକ ବାର ଆବିର୍ଭୂତ ଲବ୍‌ଧାଙ୍କକୁ ତାହାର ଗରିଷ୍ଠକ କୁହାଯାଏ ।
Answer:
ଠିକ୍

୫। ପ୍ରତିସମ ବଣ୍ଟନରେ ମଧ୍ୟମା ମାଧ୍ଯମାନଠାରୁ ସାନ ।
Answer:
ପ୍ରତିସମ ବଣ୍ଟନରେ ମଧ୍ୟମା ମାଧ୍ଯମାନଠ ସାନ ସମାନ।

୬। ଯଦି ଗୋଟିଏ ତଥ୍ୟାବଳୀରେ ମାଧ୍ୟମାନ ୮୦ ଓ ମଧ୍ୟମା ୧୨୦ ହୁଏ, ଗରିଷ୍ଠକର ମୂଲ୍ୟ ୧୨୦ରୁ ବେଶୀ ହେବ।
Answer:
ଠିକ୍ (ଗରିଷ୍ଠକ = ୩ ମଧ୍ୟମା – ୨ ମାଧ୍ଯମାନ)

୭। ମାଧ୍ଯମାନ ଓ ଗରିଷ୍ଠକ ଲେଖଚିତ୍ର ମାଧ୍ୟମରେ ନିରୂପଣ କରାଯାଇପାରେ ।
Answer:
ମାଧ୍ଯମା ଓ ଗରିଷ୍ଠକ ଲେଖଚିତ୍ର ମାଧ୍ୟମରେ ନିରୂପଣ କରାଯାଇପାରେ ।

୮। ଗୋଟିଏ ଅପ୍ରତିସମ ବଣ୍ଟନରେ ମାଧ୍ୟମାନ, ମଧ୍ୟମା ଓ ଗରିଷ୍ଠକର ମୂଲ୍ୟ ସମାନ ଅଟେ।
Answer:
ଗୋଟିଏ ପ୍ରତିସମ ବଣ୍ଟନରେ ମାଧମାନ, ମଧ୍ୟମା ଓ ଗରିଷ୍ଠକର ମୂଲ୍ୟ ସମାନ ଅଟେ।

୯। ମାଧ୍ଯମାନ ଏକ ଅବସ୍ଥାପିତ ହାରାହାରି ।
Answer:
ମଧ୍ୟମା ଏକ ଅବସ୍ଥାପିତ ହାରାହାରି।

CHSE Odisha Class 11 Economics Solutions Chapter 19 କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ

୧୦। ଯଦି ବିତରଣର ପ୍ରତ୍ୟେକ ଲବ୍‌ଧାଙ୍କ ମଧ୍ୟମାଦ୍ଵାରା ପ୍ରତିବଦଳ ହୁଏ, ତେବେ ଅବସ୍ଥାପିତ ମୂଲ୍ୟର ସମଷ୍ଟି ଲବ୍‌ଧାଙ୍କମାନଙ୍କର ସମଷ୍ଟି ସହିତ ସମାନ ହୁଏ।
Answer:
ଯଦି ବିତରଣର ପ୍ରତ୍ୟେକ ଲବ୍‌ଧାଙ୍କ ମାଧ୍ୟମାନ ଦ୍ଵାରା ପତ୍ରିବଦଳ ହୁଏ, ତେବେ ଅବସ୍ଥାପିତ ମୂଲ୍ୟର ସମଷ୍ଟି ଲବ୍‌ଧାଙ୍କମାନଙ୍କର ସମଷ୍ଟି ସହିତ ସମାନ ହୁଏ।

୧୧। ମଧ୍ଯମାର ସଠିକ୍ ସଂଜ୍ଞା ନାହିଁ ।
Answer:
ଗରିଷ୍ଠକର ସଠିକ୍ ସଂଜ୍ଞା ନାହିଁ ।

୧୨। ଯଦି ମାଧ୍ଯମାନଠାରୁ କମ୍ ମୂଲ୍ୟର ଏକ ଲବ୍‌ଧାଙ୍କ ବିତରଣରେ ଯୋଗ କରାଯାଏ, ତେବେ ମାଧ୍ଯମାନର ମୂଲ୍ୟ ହୁଏ ।
Answer:
ଯଦି ମାଧ୍ୟମାନଠାରୁ କମ୍ ମୂଲ୍ୟର ଏକ ଲବ୍‌ଧାଙ୍କ ବିତରଣରେ ଯୋଗ କରାଯାଏ, ତେବେ ମାଧ୍ଯମାନର ମୂଲ୍ୟ ହ୍ରାସ ହୁଏ ।

୧୩। ଯୋତା ପ୍ରସ୍ତୁତକାରୀ ମାଧ୍ଯମାନ ପ୍ରତି ସଚେତନ ଥା’ନ୍ତି।
Answer:
ଯୋତା ପ୍ରସ୍ତୁତକାରୀ ଗରିଷ୍ଠକ ପ୍ରତି ସଚେତନ ଥା’ନ୍ତି।

୧୪। ଗରିଷ୍ଠକ ଏକ କାଳ୍ପନିକ ମୂଲ୍ୟ ।
Answer:
ଗରିଷ୍ଠକ ଏକ ବାସ୍ତବ ମୂଲ୍ୟ।

୧୫। କୌଣସି ତଥ୍ୟାବଳୀରେ ଲବ୍‌ଧାଙ୍କ ମାନଙ୍କର ବାରମ୍ବାରତା ସମାନ ଥିଲେ ତାହାକୁ ଗରିଷ୍ଠକ ବିହୀନ୍ କୁହାଯାଏ।
Answer:
ଠିକ୍

୧୬। ଯେଉଁ ସଂଭାଗରେ ସର୍ବାଧ‌ିକ ବାରମ୍ବାରତା ଥିବ ତାହାକୁ ଗରିଷ୍ଠକ ସଂଭାଗ କୁହାଯାଏ।
Answer:
ଠିକ୍

୧୬। ଯେଉଁ ସଂଭାଗରେ ସର୍ବାଧ‌ିକ ବାରମ୍ବାରତା ଥୁବ ତାହାକୁ ଗରିଷ୍ଠକ ସଂଭାଗ କୁହାଯାଏ।
Answer:
ଗରିଷ୍ଠକକୁ ପର୍ଯ୍ୟବେକ୍ଷଣ ପଦ୍ଧତିରେ ନିର୍ଣ୍ଣୟ କରାଯାଇପାରେ।

୧୮। ଦ୍ଵିତୀୟ ଚତୁର୍ଥାଂଶକ (O2) ମାଧ୍ଯମାନ ସହ ସମାନ।
Answer:
ଦ୍ବିତୀୟ ଚତୁର୍ଥାଂଶକ ମଧ୍ୟମା ସହ ସମାନ।

୧୯। ଓଜିଭ୍ ସାହାଯ୍ୟରେ ମାଧ୍ଯମାନ ନିର୍ଣ୍ଣୟ କରାଯାଇପାରେ ।
Answer:
ଓଜିଭ୍ ସାହାଯ୍ୟରେ ମଧ୍ୟମା ନିର୍ଣ୍ଣୟ କରାଯାଇପାରେ ।

୨୦ । କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ ତଥ୍ୟାବଳୀକୁ ବିସ୍ତୃତ କରି ପ୍ରକାଶ କରେ ।
Answer:
କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ ତଥ୍ୟାବଳୀକୁ ସଂକ୍ଷିପ୍ତ କରି ପ୍ରକାଶ କରେ।

୨୧। ଏକ ଉତ୍ତମ ହାରାହାରିର ଗାଣିତିକ ପ୍ରତିପାଦନ କ୍ଷମତା ଥାଏ।
Answer:
ଠିକ୍

CHSE Odisha Class 11 Economics Solutions Chapter 19 କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ

୨୨। ମାଧମା ସାଧାରଣ ଲୋକ ବ୍ୟବହାର କରୁଥିବା ଏକ ହାରାହାରି ।
Answer:
ମାଧମାନ ସାଧାରଣ ଲୋକ ବ୍ୟବହାର କରୁଥିବା ଏକ ହାରାହାରି ।

୨୩। ବଣ୍ଟନର ଲବ୍‌ଧାଙ୍କଠାରୁ ମାଧ୍ଯମାନର ବିଚ୍ୟୁତିମାନଙ୍କର ବର୍ଗର ସମଷ୍ଟି ସର୍ବାଧିକ ହୋଇଥାଏ।
Answer:
ବଣ୍ଟନର ଲବ୍‌ଧାଙ୍କଠାରୁ ମାଧମାନର ବିଚ୍ୟୁତିମନଙ୍କର ବର୍ଗର ସମଷ୍ଟି ସର୍ବନିମ୍ନ ହୋଇଥାଏ।

୨୪। ଏକ ଉତ୍ତମ ହାରାହାରି ପ୍ରତ୍ୟେକ ପର୍ଯ୍ୟବେକ୍ଷଣ ଭିଭିକ ହେବା ଉଚିତ୍ ।
Answer:
ଠିକ୍

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
E. ତିନୋଟି ବାକ୍ୟ ମଧ୍ଯରେ ନିମ୍ନଲିଖୂ ପ୍ରଶ୍ନମାନଙ୍କ ଉତ୍ତର ଦିଅ।

୧। ମାଧ୍ଯମାନ କ’ଣ ?
Answer:
ମାଧ୍ଯମାନ ଏକ ସାଧାରଣ ଭାବରେ ବ୍ୟବହୃତ କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ। ଏହା କେନ୍ଦ୍ରୀୟ ପ୍ରବୃତ୍ତିର ଏକ ସରଳ ପରିମାପକ। ଗୋଟିଏ ମାଳାରେ ଥିବା ସମସ୍ତ ଲବ୍ଧଙ୍କର ସମଷ୍ଟିକୁ ସେମାନଙ୍କର ମୋଟ ସଂଖ୍ୟା ଦ୍ଵାରା ଭାଗକଲେ ଯେଉଁ ମୂଲ୍ୟ ମିଳେ, ତାହାକୁ ମାଧ୍ୟମାନ କୁହାଯାଏ।

୨। ଏକ ଉତ୍ତମ ହାରାହାରି କିପରି ଚୟନ କରିବ ?
Answer:

  • ପରିସଂଖ୍ୟାନର ଆଭିମୁଖ୍ୟକୁ ଲକ୍ଷ୍ୟରେ ରଖୁ ହାରାହାରି ସ୍ଥିର କରାଯିବା ଉଚିତ୍।
  • ଏହା ବିତରଣ ପ୍ରକ୍ରିୟାରେ ମୌଳିକ ଲକ୍ଷଣକୁ ପ୍ରତିଫଳିତ କରିପାରୁଥିବ।
  • ତଥ୍ୟାବଳୀର ପ୍ରକୃତିକୁ ପ୍ରଦର୍ଶିତ କରିପାରୁଥିବା ଦରକାର।
  • ଏହାର ସଠିକ୍ ସଂଜ୍ଞା ଥିବା ଆବଶ୍ୟକ।
  • ଏହାର ଦୋଷତ୍ରୁଟିର ମାତ୍ରା କମ୍ ରହିଥିବା ଦରକାର।

୩। କେନ୍ଦ୍ରୀୟ ପ୍ରବୃତ୍ତି ପରିମାପର ଗୁରୁତ୍ଵ କ’ଣ ?
Answer:

  • ଏହା ପ୍ରତିନିଧୃତ୍ଵ ମୂଲ୍ୟ ପ୍ରଦାନ କରେ।
  • ବ୍ୟବହାର ଯୋଗ୍ୟ ତଥ୍ୟାବଳୀକୁ ଛୋଟ ସଂଖ୍ୟାରେ ପରିଣତ କରିବାରେ ଏହା ହିଁ ଏକମାତ୍ର ଅବଲମ୍ବନ।
  • ଏହା ତୁଳନା କରିବାରେ ସାହାଯ୍ୟ କରେ।
  • ଏହା ବିଭିନ୍ନ ଅର୍ଥନୈତିକ ସମସ୍ୟା ଅଧ୍ୟୟନ କରେ।
  • ଏହା ଅଧ୍ବକ ପରିସଂଖ୍ୟାନ ବିଶ୍ଳେଷଣ ପାଇଁ ଦିଗ୍‌ଦର୍ଶନ ଦିଏ।

୪। କେନ୍ଦ୍ରୀୟ ପ୍ରବୃତ୍ତି ପରିମାପର ଦୋଷତ୍ରୁଟି ବର୍ଣ୍ଣନା କର ?
Answer:

  • କେନ୍ଦ୍ରୀୟ ପ୍ରବୃତ୍ତି କେବଳ ବିଶେଷଜ୍ଞମାନଙ୍କଦ୍ୱାରା ବ୍ୟବହାର କରାଯାଇଥାଏ । ସାଧାରଣ ବ୍ୟକ୍ତି ଏହାର ବ୍ୟବହାର କରିପାରନ୍ତି ନାହିଁ ।
  • ଏହି ପରିମାପ ସମଗ୍ର ତଥ୍ୟାବଳୀର ପ୍ରତିନିଧୁତ୍ଵ କରୁଥିଲେ ହେଁ କେତେକ ସମୟରେ ହାରାହାରି ମୂଲ୍ୟଟି ତଥ୍ୟାବଳୀ ମଧ୍ୟରେ ନ ଥାଏ।
  • କେତେକ କ୍ଷେତ୍ରରେ ଏହା ଭ୍ରମାତ୍ମକଫଳ ପ୍ରଦାନ କରେ।
  • ଏହା ବିତରଣର ସଠିକ୍ ଚିତ୍ର ପ୍ରଦାନ କରିନଥାଏ ।
  • ଏହା କେବଳ ପରିମାଣାତ୍ମକ ପରିପ୍ରକାଶ ମାତ୍ର ଗୁଣାତ୍ମକ ପରିପ୍ରକାଶ ଏହା କରି ନ ଥାଏ।

CHSE Odisha Class 11 Economics Solutions Chapter 19 କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ

୫। ମାଧ୍ଯମାନ, ମଧ୍ୟମା ଓ ଗରିଷ୍ଠକ ମଧ୍ୟରେ କ’ଣ ତଥ୍ୟ ଭିତ୍ତିକ ସମ୍ବନ୍ଧ ଅଛି ?
Answer:
ପ୍ରତିସମ ବଣ୍ଟନ କ୍ଷେତ୍ରରେ ମାଧ୍ଯମାନ, ମଧ୍ୟମା ଓ ଗରିଷ୍ଠକ ସମ୍ପୂର୍ଣ୍ଣଭାବେ ସମାନ ହୋଇଥା’ନ୍ତି। ଅର୍ଥାତ୍ ସେମାନେ ପରସ୍ପର ସହିତ ସମାନ ହୋଇଥିବାର ଦେଖାଯାଏ। ଅର୍ଥାତ୍ ମାଧମାନ = ମଧ୍ୟମା = ଗରିଷ୍ଠକ । ମାତ୍ର ଅପ୍ରତିସମ ବଣ୍ଟନ କ୍ଷେତ୍ରରେ ମାଧ୍ୟମାନ ଓ ଗରିଷ୍ଠକ ମଧ୍ୟମଠାରୁ ବଡ଼ କିମ୍ବା ସାନ ହୋଇଥା’ନ୍ତି। ସେମାନଙ୍କ ମଧ୍ୟରେ ତଥ୍ୟଭିତ୍ତିକ ସମ୍ବନ୍ଧ ହେଲା – ଗରିଷ୍ଠକ = ୩ ମଧ୍ଯମା

୬। ମଧ୍ୟମା କ’ଣ ?
Answer:
ମଧ୍ୟମା ହେଉଛି କେନ୍ଦ୍ରୀୟ ପ୍ରବଣତାର ଅନ୍ୟ ଏକ ମାର୍ଗ । ମଧ୍ଯମାଠାରୁ ଏହାର ପ୍ରକୃତି ଅନ୍ୟ ପ୍ରକାର । ସମଗ୍ର ବିତରଣରେ ମଧମା ଏକ ଲବ୍‌ଧାଙ୍କ ବିନ୍ଦୁ ରୂପେ କାମକରେ । ଅର୍ଥାତ୍ ବିତରଣର ଠିକ୍ ମଧ୍ୟସ୍ଥଳରେ ଥାଏ । ଏଥୁରେମଧ୍ୟମାଠାରୁ ଉଚ୍ଚକ୍ରମର ଥିବା ଲବ୍‌ଧାଙ୍କ ସଂଖ୍ୟା ତାହାର ନିମ୍ନକ୍ରମରେ ଥିବା ଲବ୍‌ଧାଙ୍କ ସଂଖ୍ୟା ସହିତ ସମାନ ଥାଏ । ଅନ୍ୟଭାବରେ କହିବାକୁ ଗଲେ ବିତରଣ ଅନ୍ତର୍ଗତ ସମୁଦାୟ ଲବ୍‌ଧାଙ୍କର50% ଏହି ବିନ୍ଦୁର ଉର୍ଦ୍ଧରେ ଓ 50% ଏହି ବିନ୍ଦୁର ନିମ୍ନରେ ଥାଏ । ଅବର୍ଗିକ
ତଥ୍ୟରେ ମଧ୍ୟମା \(M=\frac{N+1 \text { th }}{2}\) item
ଶ୍ରେଣୀ ବଦ୍ଧ ତଥ୍ୟରେ ମଧ୍ୟମା \(\mathrm{M}=\frac{\mathrm{L}+\mathrm{N} / 2-\mathrm{C} \cdot \mathrm{F}}{\mathrm{F}} \times \mathrm{i}\)

୭। ଗରିଷ୍ଠକ କାହାକୁ କହନ୍ତି ?
Answer:
କୌଣସି ଅବର୍ଗିତ ତଥ୍ୟାବଳୀ ବତରଣରେ ଯେଉଁ ଲବ୍‌ଧାଙ୍କ ସର୍ବାଧିକର ପରିଲକ୍ଷିତ ହୁଏ, ସେହି ଲବ୍‌ଧାଙ୍କ ସେହି ତଥ୍ୟାବଳୀର ଗରିଷ୍ଠକ ରୂପେ ଗୃହୀତ ହୋଇଥାଏ । ଉଦାହରଣ ସ୍ଵରୂପ 10, 12, 12, 10, 11, 13,10,11,10 ଏହି ତଥ୍ୟାବଳୀର ଗରିଷ୍ଠକ ହୋଇଛି 10, କାରଣ , ଏହା ସର୍ବାଧ୍ଵର ବ୍ୟବହୃତ ହୋଇଛି, ପୁନଶ୍ଚ ବର୍ଗିତ ତଥ୍ୟାବଳୀରେ ଯେଉଁ ସଂମ୍ଭାଗର ପୌନପୁନ୍ଯ ସର୍ବାଧ‌ିକ ହୋଇଥାଏ, ତାହାର ମଧ୍ୟବିନ୍ଦୁ ସ୍ଥଳ ଗରିଷ୍ଠକ ରୂପେ ପରିଗଣିତ ହୋଇଥାଏ ।

୮। ଗୁଣୋତ୍ତର ମାଧ୍ଯମାନର ଦୁର୍ଗୁଣଗୁଡ଼ିକ ଲେଖ ।
Answer:

  • ଲଘୁଗଣକ ବ୍ୟବହାର କରି ଗୁଣୋତ୍ତର ମାଧମାନ ନିର୍ଣ୍ଣୟ ହେଉଥ‌ିବାରୁ ଏହା କଠିନ ଅଟେ ।
  • ଲବ୍‌ଧାଙ୍କର ବିଯୁକ୍ତ ମୂଲ୍ୟ ଥିଲେ ଗୁଣୋତ୍ତର ମାଧମାନ ନିର୍ଣ୍ଣୟ ସମ୍ଭବ ନୁହେଁ ।
  • ଗୁଣୋତ୍ତର ମାଧ୍ଯମାନର ବ୍ୟବହାର ସୀମିତ ଅଟେ ।

୯। ହରାତ୍ମକ ମାଧ୍ଯମାନର ସୁଗୁଣଗୁଡ଼ିକ ଲେଖ ।
Answer:

  • ସାଂଖ୍ୟକ ବିତରଣର ପ୍ରତ୍ୟେକ ଲବ୍‌ଧାଙ୍କକୁ ପର୍ଯ୍ୟବସିତ ହରାତ୍ମକ ମାଧ୍ୟମାନ ନିର୍ଣ୍ଣୟ କରାଯାଏ ।
  • ଏହାର ଗାଣିତିକ ବ୍ୟବହାର କରାଯାଇ ପାରିବ ।
  • ଗାଡ଼ିର ବେଗର ହାରାହାରି ଓ ସମୟର ହାରାହାରି ପାଇଁ ହରାତ୍ମକ ମାଧ୍ୟମାନ ଉତ୍ପାଦନ ଅଟେ ।

CHSE Odisha Class 11 Economics Solutions Chapter 19 କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ

F. ଛଅଟି ବାକ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।

୧। ମଧ୍ୟମା ଓ ମାଧ୍ୟମାନ
Answer:
ମଧ୍ୟମା ଏକ ଅବସ୍ଥାପିତ କେନ୍ଦ୍ରୀୟ ମାପକ ଅଟେ । କୌଣସି ତଥ୍ୟାବଳୀର ଲବ୍‌ଧାଙ୍କ ଗୁଡ଼ିକୁ ଉର୍ଦ୍ଧ୍ବକ୍ରମ ବା ଅଧଃକ୍ରମରେ ସଜାଡ଼ି ଦେଲେ ସେମାନଙ୍କର ମଧ୍ୟମ ଲବ୍‌ଧାଙ୍କକୁ ମଧ୍ୟମା କୁହାଯାଏ । ମଧ୍ୟମା ଏକ ବିଭାଜନ ମୂଲ୍ୟ ଅଟେ । ଏହା ବଣ୍ଟନକୁ ସମାନ ଦୁଇଭାଗରେ ବିଭକ୍ତ କରେ। ଏହା ବଣ୍ଟନର ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ବୁଝାଇଥାଏ।

ତେଣୁ ବଣ୍ଟନର କେତେକ ଲବ୍‌ଧାଙ୍କ ପରିବର୍ତ୍ତନ ହେଲେ ମଧ୍ୟ ମଧ୍ୟମା ପରିବର୍ତ୍ତନ ହୋଇ ନ ପାରେ। ମାଧ୍ଯମାନ କୁହାଯାଏ। କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପକ ମାନଙ୍କ ମଧ୍ୟରୁ ମାଧମାନଠାରେ ଆଦର୍ଶ ମଧ୍ଯକର ପ୍ରାୟ ସମସ୍ତ ଗୁଣାବଳୀ ରହିଅଛି। ତେଣୁ ମାଧ୍ୟମାନ ବହୁଳ ଭାବେ ବ୍ୟବହୃତ ହୁଏ।

୨। ମାଧ୍ଯମାନ ଓ ଭାରି ଗାଣିତିକ ମାଧ୍ୟମାନ
Answer:
କେନ୍ଦ୍ରୀୟ ପ୍ରବୃତ୍ତିର ଏକ ସରଳ ପରିମାପକ ହେଉଛି ମାଧ୍ଯମାନ। ଗୋଟିଏ ମାଳାରେ ଥିବା ସମସ୍ତ ଲବ୍‌ଧାଙ୍କର ସମଷ୍ଟିକୁ ସେମାନଙ୍କର ମୋଟ ସଂଖ୍ୟା ଦ୍ଵାରା ଭାଗକଲେ ଯେଉଁ ମୂଲ୍ୟ ମିଳେ ତାହାକୁ ମାଧ୍ୟମାନ କୁହାଯାଏ।

ମାଧ୍ଯମାନରେ ସମସ୍ତ ରାଶିକୁ ସମାନ ପ୍ରାଧାନ୍ୟ ଦେଇଥାଏ। ଏହି ପରିସ୍ଥିତିରେ ଭାରି ଗାଣିତିକ ମାଧ୍ୟମାନର ଆମେ ସହାୟତା ନେଉ। ଭାରି ଗାରିତିକ ମାଧ୍ୟମାନରେ ଭିନ୍ନ ଭିନ୍ନ ରାଶି ଗୁଡ଼ିକର ଭିନ୍ନ ଭିନ୍ନ ଗୁରୁତ୍ଵ ଥାଏ। ଭାରି ଗାଣିତିକ ମାଧ୍ୟମାନ ନିର୍ଣ୍ଣୟ କରିବା ପାଇଁ ସୂତ୍ର ହେଲା –

CHSE Odisha Class 11 Economics Solutions Chapter 19 କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ 2

୩। ମଧ୍ୟମା ଓ ଗରିଷ୍ଠକ
Answer:
ମଧ୍ୟମା ଏକ କେନ୍ଦ୍ରସ୍ଥାନୀୟ ମାପକ ଅଟେ । ଏହା ବଣ୍ଟନର ଲବ୍‌ଧାଙ୍କ ଗୁଡ଼ିକୁ ଏପରି ଦୁଇଟି ସମାନଭାଗରେ ବିଭକ୍ତ କରେ ଯେପରିକି ଅର୍ଦ୍ଧେକ ଲବ୍‌ଧାଙ୍କ ମଧ୍ୟମାଠାରୁ ବେଶି ହେବାବେଳେ ଅନ୍ୟ ଅର୍ଦ୍ଧେକ ଏହାଠାରୁ କମ୍ ହୋଇଥାଏ। ତେଣୁ କୌଣସି ତଥ୍ୟାବଳୀର ଲବ୍‌ଧାଙ୍କଗୁଡ଼ିକ ସାନରୁ ବଡ଼ ବା ବଡ଼ରୁ ସାନ କ୍ରମରେ ସଜାଇଦେଲେ ସେମାନଙ୍କର ମଧ୍ୟମ ଲବ୍‌ଧାଙ୍କକୁ ତଥ୍ୟାବଳୀର ମଧ୍ୟମା କୁହାଯାଏ।

କୌଣସି ତଥ୍ୟାବଳୀର ସର୍ବାଧ‌ିକ ଥର ଆବିର୍ଭାବ ହେଉଥିବା ଲବ୍‌ଧାଙ୍କକୁ ଉକ୍ତ ତଥ୍ୟାବଳୀର ଗରିଷ୍ଠକ କୁହାଯାଏ। କୌଣସି ତଥ୍ୟାବଳୀରେ ଅନ୍ତର୍ଭୁକ୍ତ ଲବ୍‌ଧାଙ୍କ ମାନଙ୍କର ବାରମ୍ବାରତା ସମାନ ଥିଲେ, ଏହି ତଥ୍ୟାବଳୀର ଗରିଷ୍ଠକ ନାହିଁ ବୋଲି କୁହାଯାଏ। ଯଦି ଦୁଇଟି ଲବ୍‌ଧାଙ୍କର ବାରମ୍ବାରତା ସମାନ ଓ ସର୍ବାଧ‌ିକ ହୁଏ ତାହେଲେ ଉକ୍ତ ବଣ୍ଟନକୁ ଦ୍ଵିଗରିଷ୍ଠକ ବଣ୍ଟନ ବୋଲି କୁହାଯାଏ।

CHSE Odisha Class 11 Economics Solutions Chapter 19 କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ କହିଲେ କ’ଣ ବୁଝ ? ଏହାର ଆବଶ୍ୟକତା ଉପରେ ଆଲୋକପାତ କର । ଏକ ଉତ୍ତମ କେନ୍ଦ୍ରୀୟ ପ୍ରବଣତାର ପରିମାପକର ବୈଶିଷ୍ଟ୍ୟଗୁଡ଼ିକ ଉଲ୍ଲେଖ କର ।
Answer:
କେନ୍ଦ୍ରୀୟ ପ୍ରବୃତ୍ତି ବା କେନ୍ଦ୍ରୀୟ ପ୍ରବଣତାର ପରିମାପ କହିଲେ କୌଣସି ବିତରିତ ତଥ୍ୟାବଳୀର ସମସ୍ତ ମୂଲ୍ୟକୁ ପ୍ରତିନିଧୂ କରୁଥ‌ିବା ଗୋଟିଏ ସଂଖ୍ୟାକୁ ବୁଝାଇଥାଏ, ଯାହାକି ତଥ୍ୟାବଳୀର ବାରମ୍ବାରତା ବିତରଣର କେନ୍ଦ୍ରରେ ଅବସ୍ଥିତ ହୋଇଥାଏ । ସାଧାରଣତଃ କୌଣସି ବଣ୍ଟନର ସମସ୍ତ ଲବ୍‌ଧାଙ୍କମାନଙ୍କୁ ମନେରଖୁବା ସହଜସାଧ୍ୟ ନୁହେଁ ।

ତେଣୁ ତଥ୍ୟାବଳୀକୁ ଗୋଟିଏ ଲବ୍‌ଧାଙ୍କକୁ ପରିଣତ କରାଯାଏ । ଯେଉଁ ଗୋଟିଏ ଲବ୍‌ଧାଙ୍କ ତଥ୍ୟାବଳୀକୁ ପ୍ରତିନିଧୃତ୍ଵ କରୁଥାଏ ତାହାକୁ କେନ୍ଦ୍ରୀୟ ପ୍ରବୃତ୍ତି କୁହାଯାଏ । ଏହା ତଥ୍ୟାବଳୀର ସମସ୍ତ ଗୁଣ ବହନ କରିଥାଏ । ଏହା ମଧ୍ୟ ତଥ୍ୟାବଳୀର ସର୍ବୋଚ୍ଚ ବା ସର୍ବନିମ୍ନ ଲବ୍‌ଧାଙ୍କ ନ ହୋଇ ତଥ୍ୟାବଳୀର କେନ୍ଦ୍ରରେ ଅବସ୍ଥାପିତ ହୋଇଥାଏ ।

କେନ୍ଦ୍ରୀୟ ପ୍ରବଣତାର ପରିମାପକ ପରିସଂଖ୍ୟାନ ଶାସ୍ତ୍ରର କେନ୍ଦ୍ରବିନ୍ଦୁ । ଏହାର ଆବଶ୍ୟକତା ବହୁତ । ସେଗୁଡ଼ିକ ହେଲା-
(a) ତଥ୍ୟାବଳୀକୁ ଛୋଟ ଓ ସରଳ କରିବା– ପ୍ରଥମତଃ କେନ୍ଦ୍ରୀୟ ପ୍ରବଣତାର ପରିମାପକ ବିସ୍ତୀର୍ଣ୍ଣ ତଥ୍ୟାବଳୀକୁ

(b) ତୁଳନାତ୍ମକ ବିଚାର– କେନ୍ଦ୍ରୀୟ ପ୍ରବଣତାର ପରିମାପକ ବିଭିନ୍ନ ତଥ୍ୟାବଳୀର ତୁଳନା କରିବାର ପଥ ସୁଗମ କରିଥାଏ । ତଥ୍ୟାବଳୀଗୁଡ଼ିକର ବିସ୍ତୀଣ୍ଣତା ହେତୁ ସହଜରେ ତୁଳନା ହୋଇପାରେ ନାହିଁ । କିନ୍ତୁ ତଥ୍ୟାବଳୀର ପ୍ରତିନିଧୁଗୁଡ଼ିକୁ ତୁଳନା କରିବାରେ କିଛି ଅନ୍ତରାୟ ହୁଏ ନାହିଁ ।

(c) ଅଧ୍ଵନ୍ତୁ ଗାଣିତିକ ପ୍ରକ୍ରିୟାରେ ବ୍ୟବହାର ହୁଏ– କେତେକ ଗାଣିତିକ ପ୍ରକ୍ରିୟାରେ କେନ୍ଦ୍ରୀୟ ପ୍ରବୃତ୍ତିର ବ୍ୟବହାର ଅପରିହାର୍ଯ୍ୟ । ତଥ୍ୟାବଳୀର ବିଚ୍ୟୁତି, ବୈଷମ୍ୟ, କକୁଦତା, ସହସମ୍ବନ୍ଧ, ସମାଶ୍ରୟଣ ଗୁଣାଙ୍କ ଇତ୍ୟାଦି ଆକଳନ କରିବାରେ ଏହାକୁ ବ୍ୟବହାର କରାଯାଏ ।

(d) ସିଦ୍ଧାନ୍ତ ନେବାରେ ସାହାଯ୍ୟ କରେ– କେନ୍ଦ୍ରୀୟ ପ୍ରବଣତାର ପରିମାପକ କୌଣସି ଏକ ବିଷୟରେ ସିଦ୍ଧାନ୍ତରେ ଉପନୀତ ହେବାରେ ବହୁତ ସାହାଯ୍ୟ କରେ । ସାଧାରଣତଃ ଉତ୍ପାଦନ କ୍ଷେତ୍ରରେ, ସରକାରଙ୍କର ଆୟବ୍ୟୟ ବଣ୍ଟନ, ଯୋଜନା କ୍ଷେତ୍ରରେ ଏହାର ବ୍ୟବହାର ବହୁଳ ପରିମାଣ ହୋଇଥାଏ ।

ଉତ୍ତମ କେନ୍ଦ୍ରୀୟ ପ୍ରବଣତାର ପରିମାପର ବୈଚିତ୍ର –
ଏକ ଉତ୍ତମ କେନ୍ଦ୍ରୀୟ ପ୍ରବଣତାର ପରିମାପକଠାରେ ନିମ୍ନଲିଖୂତ ଗୁଣଗୁଡ଼ିକ ପରିଲକ୍ଷିତ ହୋଇଥାଏ । ସେଗୁଡ଼ିକ ହେଲା –

  • କେନ୍ଦ୍ରୀୟ ପ୍ରବଣତାର ପରିମାପକ ବ୍ୟର୍ଥବୋଧକ ବା ଅସ୍ପଷ୍ଟ ହୋଇନଥ‌ିବ ।
  • ଏହାକୁ ସହଜରେ ବୁଝି ହେଉଥବ ଓ ଗଣନା କରାଯାଇପାରୁଥୁବ ।
  • ଏହା ତଥ୍ୟାବଳୀର ସମସ୍ତ ଲବ୍‌ଧାଙ୍କ ଉପରେ ପର୍ଯ୍ୟବସିତ ହୋଇଥବ ।
  • ଏହାକୁ ଗାଣିତିକ ପ୍ରକ୍ରିୟାରେ ପୁନଃ ବ୍ୟବହାର କରାଯାଇପାରୁଥ‌ିବ ।
  • ଏହା ଚରମ ଲବ୍‌ଧାଙ୍କମାନଙ୍କଦ୍ୱାରା ପ୍ରଭାବିତ ହେଉନଥବ ।
  • ଏହାକୁ ଲେଖକ (graph) ରେ ପରିପ୍ରକାଶ କରାଯାଇ ପାରୁଥ‌ିବ ।
  • ଏହା ଚୟନ ତ୍ରୁଟିର ପ୍ରଭାବରେ ବିଶେଷଭାବରେ ପ୍ରଭାବିତ ହେଉ ନଥ‌ିବ ।

୨। ହାରାହାରିର ଆଭିମୁଖ୍ୟ (Objectives) ଓ କାର୍ଯ୍ୟାବଳୀ (Functions) ବର୍ଣନା କର । ଏକ ଉତ୍ତମ ହାରାହାରିର ବୈଶିଷ୍ଟ୍ୟ କ’ଣ ହୋଇପାରେ ?
Answer:
କୌଣସି ଏକ ସମଷ୍ଟିର କେନ୍ଦ୍ରୀୟ ପ୍ରବୃତ୍ତିର ସଂକ୍ଷିପ୍ତ ଓ ସରଳ ନିର୍ଦ୍ଦେଶକ ରୂପେ ହାରାହାରି କାର୍ଯ୍ୟ କରିଥାଏ । ଏହା ମୋଟ ସମଷ୍ଟିକୁ ପ୍ରତିନିଧ୍ୟ କରିଥାଏ । ପରିସଂଖ୍ୟାନ ପଦ୍ଧତିରେ ଏହା ଏକ ଗୁରୁତ୍ଵପୂର୍ଣ୍ଣ ସ୍ଥାନ ଗ୍ରହଣ କରିଅଛି । ତେଣୁ ବାଉଲି ଏହାକୁ ଯଥାର୍ଥରେ ‘ହାରାହାରିର ଏକ ବିଜ୍ଞାନ’ ବୋଲି ଆଖ୍ୟା ଦେଇଛନ୍ତି । ହାରାହାରିର ନିମ୍ନୋକ୍ତ କାର୍ଯ୍ୟାବଳୀ ଯଥା ଆଭିମୁଖ୍ୟ ଦେଖିବାକୁ ମିଳେ :

(1) ଜଟିଳ ତଥ୍ୟକୁ ଏହା ସରଳ ରୂପରେ ପ୍ରକାଶ କରିଥାଏ – ବହୁ ପରିମାଣର ସାଂଖ୍ୟକ ତଥ୍ୟକୁ ଏକତ୍ରିତ କରିବା କଷ୍ଟକର କାମ ଅଟେ । ମାତ୍ର ସହଜ ଉପାୟରେ ଜଟିଳ ତଥ୍ୟକୁ ହାରାହାରି ମାଧମରେ ସରଳ ଓ ବ୍ୟବସ୍ଥାସିଦ୍ଧ ରୂପରେ ପ୍ରକାଶ କରାଯାଇଥାଏ । ଏହା ସମଷ୍ଟିଗତ ତଥ୍ୟକୁ କେବଳ ମାତ୍ର ଗୋଟିଏ ସଂଖ୍ୟାରେ ଅଧ୍ୟୟନରତ ବ୍ୟାପାରର ସମସ୍ତ ଲକ୍ଷଣ ବହନ କରି ସାଧାରଣ ଉପସଂହାର ପ୍ରତିପାଦିତ କରେ ।

(2) ତୁଳନା କରିବାରେ ସାହାଯ୍ୟ କରେ– ଗୋଟିଏ ପ୍ରକାର ତଥ୍ୟ ସହିତ ଅନ୍ୟ ଏକ ତଥ୍ୟକୁ ତୁଳନା କରିବା ନିମିତ୍ତ ହାରାହାରି ଏକ ସାଧାରଣ ଆଖ୍ୟାଦାତା ଯୋଗାଇଥାଏ । ଏହାକୁ ଭିଭିକରି ଅନ୍ୟ ଏକ ସ୍ବତନ୍ତ୍ର ଦଳର ତଥ୍ୟର ଉପସଂହାର ପ୍ରସ୍ତୁତ କରାଯାଇପାରେ । ଉଦାହରଣସ୍ୱରୂପ, ଭାରତ ଓ ଆମେରିକାର ମୁଣ୍ଡପିଛା ଆୟ ତୁଳନା କଲେ ଜଣାଯାଏ ଯେ ଆମେରିକା ତୁଳନାରେ ଭାରତର ମୁଣ୍ଡପିଛା ଆୟ ଯଥେଷ୍ଟ କମ୍ । ତେଣୁ ଆମେରିକା ତୁଳନାରେ ଭାରତ ଏକ ଗରିବ ଦେଶ ଅଟେ ।

CHSE Odisha Class 11 Economics Solutions Chapter 19 କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ

(3) ଏକ ନମୁନାରୁ ଏକ ଗୋଷ୍ଠୀକୁ ଜାଣିବା– କେବଳ ମାତ୍ର ଏକ ନମୁନାରୁ ଏକ ଗୋଷ୍ଠୀ ବା ଉପାଦାନମାନଙ୍କର ସମଷ୍ଟିକୁ ଜାଣିବାରେ ହାରାହାରି ସାହାଯ୍ୟ କରେ । ଏକ ନମୁନାରୁ ମାଧ୍ଯମାନ ଗୋଷ୍ଠୀର ମାଧମ ବିଷୟରେ ସୁଚିନ୍ତିତ ଧାରଣା ପ୍ରଦାନ କରିଥାଏ ।

(4) ନୀତି ନିର୍ଦ୍ଧାରଣରେ ସାହାଯ୍ୟ କରେ– ପରିବର୍ତ୍ତନୀୟ ବସ୍ତୁର ହାରାହାରି ମୂଲ୍ୟ ଜାଣିବାରେ ହାରାହାରିର ଗୁରୁତ୍ଵ ବେଶୀ । ଗୋଟିଏ ଦେଶର ସ୍ୱଳ୍ପ ମୁଣ୍ଡପିଛା ଆୟ ଜାଣିବା ପରେ ତାର ଉନ୍ନତି ଘଟାଇବା ପାଇଁ ନୀତି ନିର୍ଦ୍ଧାରଣ କରିବାରେ ଏହା ସାହାଯ୍ୟ କରେ ।

(5) ଗାଣିତିକ ସଂପର୍କ ସ୍ଥାପନରେ ସାହାଯ୍ୟ କରେ– ବିଭିନ୍ନ ଶ୍ରେଣୀ କିମ୍ବା ବିଭାଗ ମଧ୍ୟରେ ଗାଣିତିକ ସଂପର୍କ ସ୍ଥାପନ କରିବାରେ ଏହା ଉପଯୁକ୍ତ ମାଧ୍ୟମ ଅଟେ । ସଂକ୍ଷିପ୍ତ ସାର ଅପେକ୍ଷା ଏହା ନିର୍ଦ୍ଦିଷ୍ଟ ଓ ବାସ୍ତବ ସଂପର୍କ ସ୍ଥାପନ କରେ ।

(6) ପରିସଂଖ୍ୟାନ ବିଶ୍ଳେଷଣରେ ସାହାଯ୍ୟ କରେ– ପରିସଂଖ୍ୟାନ ବିଶ୍ଳେଷଣରେ ଏହା ସାହାଯ୍ୟ କରେ । ଏଥରେ ଏହା ମୂଳଭିଭି ଅଟେ । ଯଦି ଜଣେ ଗୋଟିଏ ଶ୍ରେଣୀର ବିଭିନ୍ନ ଛାତ୍ରଙ୍କର ଭିନ୍ନ ଭିନ୍ନ ବିଷୟର ହାରାହାରି ନମ୍ବର ଜାଣନ୍ତି, ତାହେଲେ କେଉଁ ବିଷୟରେ ଛାତ୍ରମାନେ ଦୁର୍ବଳ, ତାହା ସହଜରେ ବିଶ୍ଳେଷଣ କରିପାରନ୍ତି ।

ଏକ ଉତ୍ତମ ହାରାହାରିର ବୈଶିଷ୍ଟ୍ୟ :
ହାରାହାରି ଏକ ମୂଲ୍ୟ ଯାହା ଏକ ସମଷ୍ଟିଗତ ମୂଲ୍ୟର ପରିପ୍ରକାଶ ଅଟେ । ତେଣୁ ଏହାର କିଛି ସ୍ବତନ୍ତ୍ର ବୈଶିଷ୍ଟ୍ୟ ବା ଧର୍ମ ରହିବା ଦରକାର । ପ୍ରଫେସର ୟୁଲେ ଓ କେଣ୍ଡାଳଙ୍କ ମତରେ ହାରାହାରିର ନିମ୍ନୋକ୍ତ ବୈଶିଷ୍ଟ୍ୟ ପରିଲକ୍ଷିତ ହୁଏ ।

(1) ଏହା ସଠିକ ରୂପେ ବ୍ୟାଖ୍ୟା କରାଯିବା ଉଚିତ– ଗୋଟିଏ ଉତ୍ତମ ଓ ସନ୍ତୋଷଜନକ ହାରାହାରି ସଠିକ ରୂପେ ବ୍ୟାଖ୍ୟା କରାଯିବ ଉଚିତ ଯଦ୍ବାରା ଏହାର କେବଳ ଏକମାତ୍ର ଅର୍ଥ ପ୍ରକାଶ କରାଯାଇ ପାରିବ । ଏହାର ଅର୍ଥ କିମ୍ବା ସଂଜ୍ଞା ନେଇ କୌଣସି ପ୍ରକାର ଦ୍ବନ୍ଦ୍ବ ରହିବ ନାହିଁ ।

(2) ଏହା ପ୍ରତ୍ୟେକ ପର୍ଯ୍ୟବେକ୍ଷଣ ଭିଭିକ ହେବା ବିଧେୟ– ଗୋଟିଏ ମାଳାର ସମସ୍ତ ବସ୍ତୁକୁ ନେଇ ହାରାହାରି ପ୍ରସ୍ତୁତ କରାଯାଏ । ଯାହା ଫଳରେ ସମୁଦାୟ ଗୋଷ୍ଠୀର ଏହା ପ୍ରତିନିଧିତ୍ଵ କରିପାରେ ।

(3) ଏହା ସହଜ ବୋଧଗମ୍ୟ ହେବା ଉଚିତ– ଏକ ଉତ୍ତମ ଓ ସନ୍ତୋଷଜନକ ହାରାହାରି ସରଳ, ସ୍ପଷ୍ଟ ଏବଂ ସଂଜ୍ଞାଗତ ସ୍ଥିର ହେବା ଉଚିତ । ଏହାଦ୍ଵାରା ଏହା ସହଜରେ ଓ ସହସା ସମସ୍ତଙ୍କଦ୍ବାରା ବୋଧଗମ୍ୟ ହୋଇପାରିବ ।

(4) ଏହା ସହଜରେ ପ୍ରସ୍ତୁତ କରାଯିବା ଉଚିତ– ହାରାହାରିକୁ ଯଥାସମ୍ଭବ ସହଜ ଓ ଶୀଘ୍ର ପ୍ରସ୍ତୁତ କରାଯାଇ ପାରୁଥିବା ଉଚିତ । ଫଳରେ ଏହା ପରିସଂଖ୍ୟାନ ହିସାବ କ୍ଷେତ୍ରରେ ବହୁଳ ଭାବରେ ବ୍ୟବହୃତ ହୋଇପାରିବ ।

(5) ଏହା ନିର୍ଦ୍ଦିଷ୍ଟ ହେବା ଉଚିତ – ନିର୍ଦ୍ଦିଷ୍ଟତା ଉତ୍ତମ ହାରାହାରିର ଏକ ବିଶିଷ୍ଟ ବୈଶିଷ୍ଟ୍ୟ ଅଟେ । ଫଳରେ ହାରାହାରି ମୂଲ୍ୟ ଭିତ୍ତିରେ ପରିସଂଖ୍ୟାନ ବିଶ୍ଳେଷଣ ସମ୍ଭବ ହୁଏ ।

(6) ନମୁନାର ପରିବର୍ତ୍ତନ ଦ୍ୱାରା ଏହା ସ୍ଵଚ୍ଛ ପ୍ରଭାବିତ ହୁଏ– ନମୁନାର ପରିବର୍ତ୍ତନ ଦ୍ୱାରା ଏହା ଖୁବ୍ କମ ପରିମାଣରେ ପ୍ରଭାବିତ ହୋଇଥାଏ । ଏକା ଗୋଷ୍ଠୀରୁ ଦୁଇଟି କ୍ରମହୀନ ନମୁନା ସଂଗ୍ରହ କଲେ ସେମାନଙ୍କର ହାରାହାରି ପ୍ରାୟ ପାଖାପାଖୁ ଥାଆନ୍ତି । ତେଣୁ ନମୁନା ପରିବର୍ତ୍ତନ ଦ୍ବାରା କମ୍ ପ୍ରଭାବିତ ହାରାହାରି ଏକ ଉତ୍ତମ ହାରାହାରି ବୋଲି ବିବେଚିତ ହୁଏ ।

(7) ଏହାର ବୀଜଗାଣିତିକ ପ୍ରତିପାଦନ କ୍ଷମତା ଥାଏ– ଏକ ଉତ୍ତମ ହାରାହାରିର ପୁନଃ ଗାଣିତିକ ତଥା ବୀଜଗାଣିତିକ ପ୍ରତିପାଦନ କ୍ଷମତା ରହିଥାଏ । ଯେଉଁ ହାରାହାରିର ପୁନଃ ଗାଣିତିକ ବ୍ୟବହାର କ୍ଷମତା ରହିଥାଏ, ତାହା ପରିସଂଖ୍ୟାନ ବିଶ୍ଳେଷଣରେ ବହୁଳ ଭାବରେ ବ୍ୟବହୃତ ହୁଏ ।

ଉପରୋକ୍ତ ପର୍ଯ୍ୟାଲୋଚନା ହାରାହାରି ବହୁମୁଖୀ କାର୍ଯ୍ୟାବଳୀ ସଂପର୍କରେ ସୂଚନା ପ୍ରଦାନ କରେ । ଅର୍ଥନୀତିରେ ସକ୍ରିୟଥିବା ବିଭିନ୍ନ ଉପାଦାନଙ୍କ ସ୍ଥିତି, ଭୂମିକା ଓ ସେମାନଙ୍କର ଅବଦାନ ସଂପର୍କରେ ହାରାହାରି ଏକ ଧାରଣ ସୃଷ୍ଟିକରେ । ତେଣୁ ଅର୍ଥନୀତିରେ ଏହାର ଉପଯୋଗିତା ଖୁବ୍ ଅଧିକ । ଏକ ଉତ୍ତମ ହାରାହାରି ଅର୍ଥନୀତି ସଂପର୍କରେ ଯଥାର୍ଥ ତଥ୍ୟ ପ୍ରଦାନ କରିଥାଏ ।

ତେଣୁ ଅର୍ଥନୀତିରେ ବ୍ୟବହୃତ ହେଉଥ‌ିବା ହାରାହାରିର ଉତ୍ତମ ହାରାହାରିର ସମସ୍ତ ଲକ୍ଷଣ ରହିଥିବା ଆବଶ୍ୟକ ନଚେତ୍ ତଥ୍ୟ ପ୍ରଦାନରେ ଭ୍ରାନ୍ତଧାରଣା ସୃଷ୍ଟି ହୋଇପାରେ । ଉପରୋକ୍ତ ବୈଶିଷ୍ଟ୍ୟଗୁଡ଼ିକ ଏକ ଉତ୍ତମ ହାରାହାରିର ଲକ୍ଷଣ । ହାରାହାରି ଚୟନ କ୍ଷେତ୍ରରେ ଉପରୋକ୍ତ ଲକ୍ଷଣଗୁଡ଼ିକ ପ୍ରତି ଦୃଷ୍ଟି ଦିଆଯିବା ଏକାନ୍ତ ଜରୁରୀ ।

CHSE Odisha Class 11 Economics Solutions Chapter 19 କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ

୩। ମାଧ୍ୟମାନ କ’ଣ ? ମାଧମାନର ବିଶେଷ ଧର୍ମଗୁଡ଼ିକ ଉଲ୍ଲେଖ କର । ଏହାର ସୁଗୁଣ ଓ ଦୁର୍ଗୁଣଗୁଡ଼ିକ ଦର୍ଶାଅ ।
Answer:
କେନ୍ଦ୍ରୀୟ ପ୍ରବଣତାର ପରିମାପକମାନଙ୍କ ମଧ୍ୟରେ ମାଧ୍ଯମାନ ସବୁଠାରୁ ଲୋକପ୍ରିୟ ମାପକ ଅଟେ । ଏହା ସମସ୍ତଙ୍କଦ୍ୱାରା ଆଦୃତ ଏବଂ ସାଧାରଣତଃ ଆମର ଦୈନନ୍ଦିନ ଜୀବନରେ ବ୍ୟବହୃତ ହୋଇଥାଏ । ଗୋଟିଏ ସାଂଖ୍ୟକ ତଥ୍ୟାବଳୀର ସମସ୍ତ ଲବ୍‌ଧାଙ୍କର ହାରାହାରି ମାପକୁ ତଥ୍ୟାବଳୀର ମାଧ୍ଯମାନ କୁହାଯାଏ । ଯଦି କୌଣସି ତଥ୍ୟାବଳୀର ଲବ୍‌ଧାଙ୍କଗୁଡ଼ିକ

X1, X2………………………… Xn ହୁଅନ୍ତି, ତେବେ ତଥ୍ୟାବଳୀର ମାଧ୍ଯମାନ \(\overline{\mathrm{x}}=\frac{\mathrm{x}_1+\mathrm{x}_2+\ldots \ldots+\mathrm{x}_{\mathrm{n}}}{\mathrm{n}} \text { Or, } \overline{\mathrm{x}}=\frac{\Sigma \mathrm{x}}{\mathrm{n}}\)

ଏଠାରେ x̄ = ମାଧ୍ୟମାନ,Σx = ଲବ୍‌ଧାଙ୍କମାନଙ୍କ ସମଷ୍ଟି ଓ n = ଲବ୍‌ଧାଙ୍କମାନଙ୍କ ସଂଖ୍ୟା ।
ମାଧ୍ଯମାନର ବିଶେଷ ଧର୍ମ – ମାଧ୍ଯମାନର ବହୁତଗୁଡ଼ିଏ ଧର୍ମ ଅଛି । ସେଗୁଡ଼ିକ ହେଲା –

(a) କୌଣସି ବଣ୍ଟନର ଲବ୍‌ଧାଙ୍କମାନଙ୍କଠାରୁ ମାଧ୍ଯମାନର ବିଚ୍ୟୁତିମାନଙ୍କର ସମଷ୍ଟି ଶୂନ ହୁଏ । ଅର୍ଥାତ୍ Σ (x − x̄) = 0 1

(b) ବଣ୍ଟନର ଲବ୍‌ଧାଙ୍କମାନଙ୍କଠାରୁ ମାଧମାନର ବିଚ୍ୟୁତିମାନଙ୍କର ବର୍ଗର ସମଷ୍ଟି ଲଘିଷ୍ଟ ଅଟେ । ଅର୍ଥାତ୍ Σ (x – x̄ )² ଲଘିଷ୍ଠ ଅଟେ ବା Σ (x-x̄)²≤ (x-A)² |

(c) ଯଦି ପ୍ରତ୍ୟେକ ଲବ୍‌ଧାଙ୍କର ମୂଲ୍ୟ ଏକ ନିର୍ଦ୍ଦିଷ୍ଟ ମାନରେ ବଢ଼େ ବା କମେ, ତେବେ ମାଧମାନର ମାନ ସେହି ନିର୍ଦ୍ଦିଷ୍ଟ ମାନରେ ବଢ଼ିବ ବା କମିବ, ଅର୍ଥାତ୍ y = x ± b 1

(d) ଯଦି ପ୍ରତ୍ୟେକ ଲବ୍‌ଧାଙ୍କର ମୂଲ୍ୟ ଏକ ନିର୍ଦ୍ଦିଷ୍ଟ ମାନଦ୍ୱାରା ଗୁଣାଯାଏ ବା ଭାଗ କରାଯାଏ, ତେବେ ମାଧ୍ଯମାନର ମାନ ସେହି ନିର୍ଦ୍ଦିଷ୍ଟ ମାନଦ୍ୱାରା ପ୍ରଥମ ମାଧମାନକୁ ଗୁଣାଯାଇ ବା ଭାଗକରାଯାଇ ନିର୍ଣ୍ଣୟ କରାଯାଇପାରିବ, ଅର୍ଥାତ୍‌ y = kx̄ Or, y = \(\frac{\bar{x}}{\mathbf{k}}\)

(e) ଯଦି N1 ଟି ଲବ୍‌ଧାଙ୍କର ମାଧମାନ x̄1 ଓ N2 ଲବ୍‌ଧାଙ୍କର ମାଧ୍ଯମାନ x̄2 ଏବଂ Nk ଟି ଲବଧାଙ୍କର ମାଧ୍ଯମାନ x̄k ହୁଏ, ତେବେ ସମସ୍ତ ଲବ୍‌ଧାଙ୍କର ମାଧ୍ଯମାନ
\(\overline{\mathrm{x}}=\frac{\mathrm{N}_1 \overline{\mathrm{x}}_1+\mathrm{N}_2 \mathrm{x}_2+\ldots \ldots \ldots+\mathrm{N}_{\mathrm{k}} \overline{\mathrm{x}}_{\mathrm{k}}}{\mathrm{N}_1+\mathrm{N}_2+\ldots \ldots \ldots+\mathrm{N}_{\mathrm{k}}}\)

(f) ପ୍ରଥମ N ଟି ସ୍ଵାଭାବିକ ସଂଖ୍ୟାର ମାଧମାନ ନିମ୍ନୋକ୍ତ ସୂତ୍ର ସାହାଯ୍ୟରେ ନିର୍ଣ୍ଣୟ ହୁଏ ।
\(\bar{x}=\frac{\mathrm{n}+1}{2}\)

ମାଧ୍ଯମାନର ସୁଗୁଣ (Merits of Arithmetic mean) – କେନ୍ଦ୍ରୀୟ ପ୍ରବଣତାର ପରିମାପକମାନଙ୍କ ମଧ୍ୟରୁ ମାଧ୍ଯମାନ ସବୁଠାରୁ ଜନପ୍ରିୟ ମାପକ ଅଟେ । କାରଣ ମାଧମାନଠାରେ ବହୁତ ସୁଗୁଣ ଦେଖାଯାଏ । ସେଗୁଡ଼ିକ ହେଲା –

  • ମାଧ୍ଯମାନ ସହଜରେ ହୃଦୟଙ୍ଗମ କରିହୁଏ ।
  • ଏହାର ନିର୍ଣ୍ଣୟ ପଦ୍ଧତି ସରଳ ଓ ସାବଲୀଳ ଅଟେ ।
  • ମାଧ୍ଯମାନ ବଣ୍ଟନର ସମସ୍ତ ଲବ୍‌ଧାଙ୍କ ଉପରେ ପର୍ଯ୍ୟବସିତ ।
  • ଏହା ବ୍ୟର୍ଥବୋଧ ବା ଅସ୍ପଷ୍ଟ ନୁହେଁ ।
  • ମାଧ୍ଯମାନ ଅନ୍ୟାନ୍ୟ ଗାଣିତିକ ପ୍ରକ୍ରିୟା, ଯଥା, ବିଦ୍ୟୁତି, ବୈଷମ୍ୟ, କକୁଦତା, ସହଜସମ୍ବନ୍ଧ, ସମାଶ୍ରୟତା ଗୁଣାଙ୍କ ଇତ୍ୟାଦି ।
  • ମାଧ୍ୟମାନ ଉପରେ ଚୟନତ୍ରୁଟିର ପ୍ରଭାବ ସ୍ଵଳ୍ପ ହେଉଥ‌ିବାରୁ ଏହା ଅପେକ୍ଷାକୃତ ସ୍ଥିର ।

ଦୁର୍ଗୁଣ (Demerits of Arithmetic mean)

  • ମାଧ୍ଯମାନ ଚରମ ଲବ୍‌ଧାଙ୍କ (Extreme value) ମାନଙ୍କଦ୍ୱାରା ବିଶେଷଭାବରେ ପ୍ରଭାବିତ ହୋଇଥାଏ ।
  • ଅବାଧ ସଂଭାଗ ବିସ୍ତାର (Open end series) କ୍ଷେତ୍ରରେ ମଧ୍ୟବିନ୍ଦୁ ନିର୍ଣ୍ଣୟ କରିବା ଅସମ୍ଭବ ହୋଇଥିବାରୁ ମାଧମାନ
  • ଗୁଣାତ୍ମକ ଲକ୍ଷଣଗୁଡ଼ିକ, ଯଥା – ସୌନ୍ଦର୍ଯ୍ୟ, ମେଧା, ସ୍ନେହ ଇତ୍ୟାଦି ଗାଣିତିକ ରାଶିରେ ପ୍ରକାଶଯୋଗ୍ୟ ହୋଇ ନଥ‌ିବାରୁ ସେ କ୍ଷେତ୍ରରେ ମାଧ୍ୟମାନ ହିସାବ କରିବା ସମ୍ଭବ ହୁଏ ନାହିଁ ।
  • ମାଧ୍ଯମାନ ତଥ୍ୟାବଳୀର ଲବ୍‌ଧାଙ୍କ ହୋଇ ନପାରେ । 1, 3, 5, 7 ର ମାଧ୍ଯମାନ 4 ଅଟେ । ଏହି ତଥ୍ୟାବଳୀରେ ଲବ୍‌ଧାଙ୍କ 4 ଅନ୍ତର୍ଭୁକ୍ତ ନୁହେଁ ।
  • ମାଧ୍ଯମାନ ବେଳେବେଳେ ଗ୍ରହଣଯୋଗ୍ୟ ହୋଇନଥାଏ, ଯଥା – ଯଦି ଦୁଇଟି ପରିବାରର ପିଲାସଂଖ୍ୟା 4 ଓ 3 ହୁଏ, ତେବେ ଏହାର ମାଧ୍ୟମାନ 3.5 ଜଣ ଯାହାକି ଅସମ୍ଭବ ।

CHSE Odisha Class 11 Economics Solutions Chapter 19 କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ

୪। ମଧ୍ୟମା କାହାକୁ କହନ୍ତି ? ଏହାର ସୁଗୁଣ ଓ ଦୁର୍ଗୁଣଗୁଡ଼ିକ ବର୍ଣ୍ଣନା କର ।
Answer:
ଯଦିଓ ମାଧ୍ୟମାନ ସହଜ ଓ ସରଳ ମାପକ, ତଥାପି ଏହା ସବୁସ୍ଥାନରେ ଓ ସବୁସମୟରେ କେନ୍ଦ୍ରୀୟ ପ୍ରବୃତ୍ତି ନିର୍ଣ୍ଣୟ କରିବାପାଇଁ ଉପଯୁକ୍ତ ମାପକ ବୋଲି ବିବେଚିତ ହୋଇନଥାଏ । ଅନେକ ସ୍ଥଳରେ ମାଧ୍ୟମାନ ଚରମ ଲବ୍‌ଧାଙ୍କଦ୍ୱାରା ପ୍ରଭାବିତ ହେବା ହତୁ ସଠିକ୍ କେନ୍ଦ୍ରୀୟ ପ୍ରବୃତ୍ତି ନିର୍ଣ୍ଣୟ କରିହୁଏ ନାହିଁ । ତେଣୁ ମଧମାକୁ ମାଧ୍ୟମାନର ଏକ ବିକଳ୍ପ ମାପକ ହିସାବରେ ଗ୍ରହଣ କରାଯାଇଛି । ତଥ୍ୟାବଳୀର ଲବ୍‌ଧାଙ୍କଗୁଡ଼ିକୁ ଏକ ନିର୍ଦ୍ଦିଷ୍ଟ କ୍ରମରେ (ସାନରୁ ବଡ଼ ବା ବଡ଼ରୁ ସାନ) ସଜାଇ ତା’ର କେନ୍ଦ୍ର ସ୍ଥାନୀୟ ଲବ୍‌ଧାଙ୍କକୁ ତଥ୍ୟାବଳୀର ‘ମଧ୍ୟମା’ ବୋଲି ନିଆଯାଏ ।

ମଧ୍ୟମା ତଥ୍ୟାବଳୀକୁ ସମାନ ଦୁଇଭାଗରେ ବିଭକ୍ତ କରେ ଯେପରିକି ଅର୍ଦ୍ଧେକ ଲବ୍‌ଧାଙ୍କ ମଧ୍ୟମାଠାରୁ ବେଶୀ ହେଲାବେଳେ ଅନ୍ୟ ଅର୍ଦ୍ଧେକ ଏହାଠାରୁ କମ୍ ହୋଇଥାଏ । ପ୍ରଥମେ ତଥ୍ୟାବଳୀର ଲବ୍‌ଧାଙ୍କମାନଙ୍କୁ ଊର୍ଦ୍ଧ୍ବ ବା ଅଧଃକ୍ରମରେ ସଜ୍ଜିତ କରାଯାଏ ଏବଂ ଲବ୍‌ଧାଙ୍କର ସଂଖ୍ୟାଗୁଡ଼ିକୁ n ବୋଲି ଧରାଯାଏ । ଯଦି n ଅଯୁଗ୍ମ ହୋଇଥାଏ, ତେବେ ମଧ୍ୟମା latex ତମ ଲବ୍‌ଧାଙ୍କ ହୁଏ । ଉଦାହରଣସ୍ୱରୂପ– 6, 8, 2, 3, 4, 5, 7 ଲବ୍‌ଧାଙ୍କ ଅଛି ।

ଏହାକୁ ପ୍ରଥମେ ଊର୍ଦ୍ଧ୍ବକ୍ରମରେ ସଜାଇଲେ, ଏହା 2, 3, 4, 5, 6, 7, 8 ହେବ ଏବଂ n = 7 ଏକ ଅଯୁଗ୍ମ ସଂଖ୍ୟା । ତେଣୁ ମଧ୍ୟମା latex ତମ ଲବ୍‌ଧାଙ୍କ = \(\mathrm{M}_{\mathrm{d}}=\frac{\mathrm{n}+1}{2}\) ଚତୁର୍ଥ ଲବ୍‌ଧାଙ୍କ, ଅର୍ଥାତ୍ 5 ଅଟେ । କିନ୍ତୁ ଯଦି ñ ଯୁଗ୍ମ ହୁଏ, ତେବେ ମଧ୍ୟମା \(\mathrm{M}_{\mathrm{d}}=\frac{\mathrm{n}+1}{2}\) ତମ ଲବ୍‌ଧାଙ୍କ + \(\frac{7+1}{2}=\frac{8}{2}\) ତମ ଲବ୍‌ଧାଙ୍କ । ଯଦି ଉପରୋକ୍ତ ତଥ୍ୟାବଳୀରେ ଆମେ ଆଉ ଏକ ଲବ୍‌ଧାଙ୍କ ୨ ନେବା ତେବେ ଲବ୍‌ଧାଙ୍କଗୁଡ଼ିକ 2, 3, 4, 5, 6, 7, 8 ଓ ୨ ହେବ । ଏଠାରେ n = 8 ଏକ ଯୁଗ୍ମସଂଖ୍ୟା । ତେଣୁ
ମଧ୍ୟମା \(\mathrm{M}_{\mathrm{d}}=\frac{1}{2}\left\{\frac{\mathrm{n}}{2}\left(\frac{\mathrm{n}}{2}+1\right)\right\}\) ତମ ଲବ୍‌ଧାଙ୍କ
= \(\frac{1}{2}\left\{\frac{8}{2}+\frac{8}{2}+1\right\}=\frac{1}{2}\{4+5\}=\frac{9}{2}=4.5\)
ତେଣୁ 4.5 ତମ ଲବ୍‌ଧାଙ୍କ
ତେଣୁ 4.5 ତମ ଲବ୍‌ଧାଙ୍କ = \(\frac{5+6}{2}=\frac{11}{2}\) = 5.5

ମଧ୍ଯମାର ସୁଗୁଣ (Merits of median)

  • ମଧ୍ୟମା ତଥ୍ୟାବଳୀର ଏକ ସ୍ଥାନୀୟ ଲବ୍‌ଧାଙ୍କ ହୋଇଥିବାରୁ ଚରମ ଲବ୍‌ଧାଙ୍କଦ୍ୱାରା ପ୍ରଭାବିତ ହୁଏ ।
  • ଅବାଧ ସଂଭାଗ ବିସ୍ତାର ଯୁକ୍ତ ବଣ୍ଟନରେ ମଧ୍ୟମା ଉପଯୁକ୍ତ କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପକ ଅଟେ ।
  • ଏହାକୁ ସହଜରେ ବୁଝିହୁଏ ଓ ଗଣନା କରିହୁଏ । ଅନେକ ସମୟରେ ନିରୀକ୍ଷଣ କରି ମଧ୍ୟ ମଧ୍ୟମା ସ୍ଥିର
  • ଗୁଣାତ୍ମକ ତଥ୍ୟାବଳୀଗୁଡ଼ିକରେ ମଧ୍ୟମା ଏକ ଉପାଦେୟ କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପକ ଅଟେ ।
  • ଅପ୍ରତିସମ ବଣ୍ଟନ କ୍ଷେତ୍ରରେ ଏହା ମାଧ୍ୟମାନ ଅପେକ୍ଷା ଅଧ‌ିକ ଉପାଦେୟ ଅଟେ ।
  • ମଧ୍ୟମାକୁ ମଧ୍ୟ ଲେଖକ ଆକାରରେ ପରିପ୍ରକାଶ କରିହୁଏ ।

ମଧ୍ୟମାର ଦୁର୍ଗୁଣ (Demerits of median)

  • ମଧ୍ୟମା ତଥ୍ୟାବଳୀର ସମସ୍ତ ଲବ୍‌ଧାଙ୍କମାନଙ୍କ ଉପରେ ପର୍ଯ୍ୟବସିତ ନୁହେଁ ।
  • ଏହା ଚୟନ ତ୍ରୁଟିଦ୍ଵାରା ପ୍ରଭାବିତ ହୋଇଥାଏ ।
  • ମଧ୍ୟମାକୁ ଗାଣିତିକ ପ୍ରକ୍ରିୟାରେ ପୁନଃ ବ୍ୟବହାର କରାଯାଇପାରେ ନାହିଁ ।
  • ଏହା ବ୍ୟର୍ଥବୋଧକ ତଥା ଅସ୍ପଷ୍ଟ ହୋଇଥିବାରୁ କେନ୍ଦ୍ରୀୟ ପ୍ରବଣତାର ସମୁଚିତ ମାପକ ହିସାବରେ ଗ୍ରହଣ କରିହୁଏ ନାହିଁ ।
  • ତଥ୍ୟାବଳୀ ବିସ୍ତୃତ ହୋଇଥିଲେ ମଧ୍ୟମା ସ୍ଥିର କରିବା ସମୟସାପେକ୍ଷ ଓ କଷ୍ଟସାଧ୍ୟ ହୋଇଥାଏ ।
  • ମଧ୍ୟମାକୁ ନିର୍ଣ୍ଣୟ କରାଯାଏ ନାହିଁ । ଏହାକୁ ଚିହ୍ନଟ କରାଯାଏ । ତେଣୁ ଏହା ଏକ ଉତ୍ତମ ପରିମାପକ ବୋଲି ଧରାଯାଏ ନାହିଁ ।

୫। ଗରିଷ୍ଠକ କ’ଣ ? ଏହାର ସୁଗୁଣ ଓ ଦୁର୍ଗୁଣଗୁଡ଼ିକ ବର୍ଣ୍ଣନା କର ।
Answer:
ସାଧାରଣତଃ କେନ୍ଦ୍ରୀୟ ପ୍ରବଣତାର ପରିମାପକ ହିସାବରେ ମାଧମାନ ଓ ମଧ୍ୟମା ବ୍ୟବହୃତ ହୋଇଥାନ୍ତି । କିନ୍ତୁ ବେଳେବେଳେ ଆମେ ତଥ୍ୟାବଳୀର କୌଣସି ଏକ ସ୍ଵତନ୍ତ୍ର ଲବ୍‌ଧାଙ୍କ ପ୍ରତି ଆଗ୍ରହୀ ହୋଇଉଠୁ । ସାଧାରଣତଃ ଏହି ସ୍ଵତନ୍ତ୍ର ଲବ୍‌ଧାଙ୍କଟି ତଥ୍ୟାବଳୀରେ ସବୁଠାରୁ ଅଧିକଥର ଆବିର୍ଭାବ ହୋଇ ଆମକୁ ଆକର୍ଷିତ କରେ । ଏ ପ୍ରକାର ବ୍ୟବହାର ସାଧାରଣତଃ ବ୍ୟବସାୟୀ ଗୋଷ୍ଠୀମାନଙ୍କଠାରେ ପରିଲକ୍ଷିତ ହୁଏ।

ଉଦାହରଣସ୍ୱରୂପ 4 ନଂ, 5 ନଂ, 6 ନଂ, 7 ନଂ ଜୋତାରୁ ଯଦି 6 ନଂ ଜୋତା ଅଧ୍ଵକ ସଂଖ୍ୟାରେ ବିକ୍ରି ହୁଏ, ତେବେ ବ୍ୟବସାୟୀ 6 ନଂ ଜୋତା ଅଧ‌ିକ ଗଚ୍ଛିତ ରଖିବାକୁ ଚେଷ୍ଟାକରେ । ତେଣୁ ଏ କ୍ଷେତ୍ରରେ ତଥ୍ୟାବଳୀର ନଂର ସର୍ବାଧ‌ିକ ବାରମ୍ବାରତା ଥିବାରୁ ନଂ କେନ୍ଦ୍ରୀୟ ପ୍ରବୃତ୍ତି ବୋଲି ଧରାଯାଏ । ଏପ୍ରକାର କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପକୁ ଗରିଷ୍ଠକ କୁହାଯାଏ ।

ତଥ୍ୟାବଳୀରେ ସର୍ବାଧ୍ଵକବାର ଆବିର୍ଭାବ ହେଉଥ‌ିବା ଲବ୍‌ଧାଙ୍କକୁ ଉକ୍ତ ତଥ୍ୟାବଳୀର ଗରିଷ୍ଠକ ବୋଲି କୁହାଯାଏ । ଯଦି କୌଣସି ତଥ୍ୟାବଳୀରେ ଅନ୍ତର୍ଭୁକ୍ତ ଲବ୍‌ଧାଙ୍କମାନଙ୍କ ବାରମ୍ବାରତା ସମାନ ଥାଏ, ତେବେ ଏହି ତଥ୍ୟାବଳୀର ଗରିଷ୍ଠକ ନାହିଁ ବୋଲି କୁହାଯାଏ । ଉଦାହରଣସ୍ୱରୂପ : 2, 3, 4, 3, 5, 3, 6, 3 ଲବ୍‌ଧାଙ୍କରେ 3 ସର୍ବାଧିକବାର ଆବିର୍ଭାବ ହୋଇଥିବାରୁ 3 ଏଠାରେ ଗରିଷ୍ଠକ । କିନ୍ତୁ 2, 2, 3, 3, 4, 4, 5, 5 ରେ ପ୍ରତ୍ୟେକ ଲବ୍‌ଧାଙ୍କ ସମାନ ଥର ଆବିର୍ଭାବ ହୋଇଥ‌ିବାରୁ ଏହାର ଗରିଷ୍ଠକ ନାହିଁ ।

CHSE Odisha Class 11 Economics Solutions Chapter 19 କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ

କିନ୍ତୁ ଯଦି କୌଣସି ଦୁଇଟି ଲବ୍‌ଧାଙ୍କର ବାରମ୍ବାରତା ସମାନ ଓ ସର୍ବାଧ‌ିକ ହୋଇଥାଏ ତାହାହେଲେ ଉକ୍ତ ବଣ୍ଟନକୁ ଦ୍ୱି-ଗରିଷ୍ଠକ (bi-modal) ବଣ୍ଟନ ବୋଲି କୁହାଯାଏ, ଯଥା – 6, 3, 4, 6, 4, 5, 3, 6, 4 । ଉକ୍ତ ବଣ୍ଟନରେ ଲବ୍‌ଧାଙ୍କ 6 ଓ 4 ସମାନ ଥର ଓ ସର୍ବୋଚ୍ଚ ଥର ଆବିର୍ଭାବ ହୋଇଥିବାରୁ ଏହା ଏକ ଦ୍ବିଗରିଷ୍ଠକ ବଣ୍ଟନ ଅଟେ । ଗରିଷ୍ଠକ, ମଧ୍ୟମା ଭଳି ମଧ୍ଯ ଚିହ୍ନଟ କରାଯାଏ । ଏଥିପାଇଁ ବିଭିନ୍ନ ପଦ୍ଧତି ବ୍ୟବହାର କରାଯାଇପାରେ । ସେଗୁଡ଼ିକ ହେଲା –

  • ପର୍ଯ୍ୟବେକ୍ଷଣ ପଦ୍ଧତି (Inspection method)
  • ଶ୍ରେଣୀ ସମାବେଶ ପଦ୍ଧତି (Grouping method)
  • ଲେଖକ ପଦ୍ଧତି (Graphical method)

ଗରିଷ୍ଠକର ସୁଗୁଣ (Merits of mode)

  • ଗରିଷ୍ଠକ ସବୁଠାରୁ ସହଜ ଓ ସରଳ ଉପାୟରେ ସ୍ଥିର କରାଯାଇପାରେ । କାରଣ ତଥ୍ୟାବଳୀର ବାରମ୍ବାରତାକୁ ନିରୀକ୍ଷଣ କରି ଏହା ସ୍ଥିର ହୋଇଥାଏ ।
  • ଏହା ଚରମ ଲବ୍‌ଧାଙ୍କମାନଙ୍କଦ୍ୱାରା ପ୍ରଭାବିତ ହୁଏ ।
  • ଏହା ଅବାଧ ସଂଭାଗଯୁକ୍ତ ବଣ୍ଟନରେ ନିର୍ଣ୍ଣୟ କରିବାରେ କିଛି ଅସୁବିଧା ହୁଏ ନାହିଁ ।
  • ଏହାକୁ ମଧ୍ୟ ଲେଖକ ଆକାରରେ ପ୍ରକାଶ କରିହୁଏ ।

ଗରିଷ୍ଠକର ଦୁର୍ଗୁଣ (Demerits of mode)

  • ଏହା ଏକ ବ୍ୟର୍ଥବୋଧକ ଓ ଅସ୍ପଷ୍ଟ ପରିମାପକ ଅଟେ ।
  • ଏହା ମଧ୍ୟ ତଥ୍ୟାବଳୀର ସମସ୍ତ ଲବ୍‌ଧାଙ୍କ ଉପରେ ପର୍ଯ୍ୟବସିତ ନୁହେଁ ।
  • ଏହା ଚୟନ ତ୍ରୁଟିଦ୍ଵାରା ପ୍ରଭାବିତ ହୋଇଥାଏ ।
  • ଗରିଷ୍ଠକ ଗାଣିତିକ ପ୍ରକ୍ରିୟାରେ ପୁନଃ ବ୍ୟବହାର ହୋଇନଥାଏ ।
  • ବଣ୍ଟନରେ ଲବ୍‌ଧାଙ୍କମାନଙ୍କର ବାରମ୍ବାରତା ସମାନ ହେଲେ, ଗରିଷ୍ଠକ ନିର୍ଣ୍ଣୟ କରିହୁଏ ନାହିଁ ।

୬। ଗୁଣୋତ୍ତର ମାଧ୍ଯମାନ କାହାକୁ କୁହାଯାଏ ? ଏହାର ଧର୍ମ, ସୁଗୁଣ ଓ ଦୁର୍ଗୁଣ ଲେଖ ।
Answer:
ଗୋଟିଏ ସାଂଖ୍ୟକ ତଥ୍ୟାବଳୀର ସମସ୍ତ ଲବ୍‌ଧାଙ୍କମାନଙ୍କର ଗୁଣଫଳକୁ ଲବ୍‌ଧାଙ୍କ ସଂଖ୍ୟାର ମୂଳ ନେଲେ ଯେଉଁ ଫଳ ମିଳିବ, ତାହାକୁ ଗୁଣୋତ୍ତର ମାଧ୍ୟମା G.M. କୁହାଯାଏ ।
ମନେକର ଲବ୍‌ଧାଙ୍କଗୁଡ଼ିକ X1, X2………………………… Xn ଓ ଲବ୍‌ଧାଙ୍କ ସଂଖ୍ୟା N ହୁଏ, ତେବେ
\(\text { G.M. }=\sqrt[N]{\left(X_1\right) \times\left(X_2\right) \times\left(X_3\right) \times \cdots\left(X_n\right)}\)
\(=\left(X_1 \cdot X_2 \cdot X_3 \cdots X_n\right)^{\frac{1}{N}}\)

ଯେତେବେଳେ ଲବ୍‌ଧାଙ୍କର ସଂଖ୍ୟା 3 ଓ ତାହାଠାରୁ ଅଧିକ ହୋଇଥାଏ, ଲଘୁଗଣକ (log) ବ୍ୟବହାର କରି ଗୁଣୋତ୍ତର ମାଧ୍ଯମାନ ନିର୍ଦ୍ଧାରଣ କରାଯାଏ ।
\(\log \text { G.M. }=\frac{\log X_1+\log X_2+\cdots \log X_n}{N}=\frac{\Sigma \log X}{N}\)
\(\text { G.M. }=\text { Anti } \log \left(\frac{\Sigma \log X}{N}\right)\)

ପୃଥକ୍ ମାଳାରେ ତଥ୍ୟାବଳୀ (Discrete series data)
G.M = Anti log \(\left(\frac{\Sigma \mathrm{f} \log \mathrm{X}}{\mathrm{N}}\right)\)

ନିରବଚ୍ଛିନ୍ନ ମାଳାରେ ତଥ୍ୟାବଳୀ (Continuous series data)
G.M = Anti log \(\left(\frac{\Sigma \mathrm{f} \log \mathrm{M}}{\mathrm{N}}\right)\)
ଯେଉଁଠି M ହେଉଛି ଶ୍ରେଣୀର ମଧ୍ୟବିନ୍ଦୁ ଓ F ହେଉଛି ବାରମ୍ବାରତା ।

ଗୁଣୋତ୍ତର ମାଧ୍ଯମାନର ଧର୍ମ (Properties of Geometric Mean) :
1. ଯଦି ଗୁଣୋତ୍ତର ମାଧ୍ଯମାନ ଦ୍ବାରା ସାଂଖ୍ୟକ ତଥ୍ୟାବଳୀର ସମସ୍ତ ଲବ୍‌ଧାଙ୍କର ପ୍ରତିବଦଳ କରାଯାଏ, ତେବେ ସମସ୍ତ ଲବ୍‌ଧାଙ୍କର ଗୁଣଫଳ ଅପରିବର୍ତ୍ତିତ ରହିବ ।
2. ଗୁଣୋତ୍ତର ମାଧ୍ଯମାନର ଲଘୁଗଣକର ଊର୍ଦ୍ଧ୍ବ ଓ ନିମ୍ନରେ ଥ‌ିବା ସମସ୍ତ ଲବ୍‌ଧାଙ୍କର ଲଘୁଗଣକର ସମଷ୍ଟି ସମାନ ଅଟେ ।

ଗୁଣୋତ୍ତର ମାଧ୍ଯମାନର ସୁଗୁଣ (Merits of Geometric Mean) :

  • ବିତରଣର ପ୍ରତ୍ୟେକ ଲବ୍‌ଧାଙ୍କକୁ ପର୍ଯ୍ୟବସିତ କରି ଗୁଣୋତ୍ତର ମାଧ୍ଯମାନ ଗଣନା କରାଯାଇଥାଏ ।
  • ଗୁଣୋତ୍ତର ମାଧ୍ଯମାନ ଦ୍ଵାରା ଅନୁପାତ ଓ ଶତକଡ଼ାରେ ପ୍ରଦତ୍ତ ସାଂଖ୍ୟକ ତଥ୍ୟାବଳୀର ହାରାହାରି ନିର୍ଣ୍ଣୟ କରାଯାଏ ।
  • ଗୁଣୋତ୍ତର ମାଧ୍ଯମାନ ବୃହତ୍ ଲବ୍‌ଧାଙ୍କକୁ ସ୍ଵଳ୍ପଭାର ଓ କ୍ଷୁଦ୍ର ଲବ୍‌ଧାଙ୍କକୁ ଅଧ୍ ଭାର ପ୍ରଦାନ କରିଥାଏ ।
  • ଗୁଣୋତ୍ତର ମାଧ୍ଯମାନ ବିଭିନ୍ନ ଗାଣିତିକ ବ୍ୟବହାରରେ ଆଦୃତ ଅଟେ ।

ଗୁଣୋତ୍ତର ମାଧ୍ଯମାନର ଦୁର୍ଗୁଣ (Demerits of Geometric Mean) :

  • ଲଘୁଗଣକ ବ୍ୟବହାର କରି ଗୁଣୋତ୍ତର ମାଧମାନ ନିର୍ଣ୍ଣୟ ହେଉଥ‌ିବାରୁ ଏହା କଠିନ ଅଟେ ।
  • ଲବ୍‌ଧାଙ୍କର ବିଯୁକ୍ତ ମୂଲ୍ୟ ଥିଲେ ଗୁଣୋତ୍ତର ମାଧମାନ ନିର୍ଣ୍ଣୟ ସମ୍ଭବ ନୁହେଁ ।
  • ଗୁଣୋତ୍ତର ମାଧ୍ଯମାନର ବ୍ୟବହାର ସୀମିତ ଅଟେ ।

CHSE Odisha Class 11 Economics Solutions Chapter 19 କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ

୭। ହରାତ୍ମକ ମାଧ୍ଯମାନ କାହାକୁ କୁହାଯାଏ । ଏହାର ବ୍ୟବହାର, ସୁଗୁଣ ଓ ଦୁର୍ଗୁଣ ବର୍ଣ୍ଣନା କର ।
Answer:
ଗୋଟିଏ ସାଂଖ୍ୟକ ତଥ୍ୟାବଳୀର ସମସ୍ତ ଲବ୍‌ଧାଙ୍କର ରେସିପ୍ରୋକାଲର ଗାଣିତିକ ମାଧମାନର ରେସିପ୍ରୋକାଲଖୁ ହରାତ୍ମକ ମାଧ୍ୟମାନ କୁହାଯାଏ ।
ମନେକର ସାଂଖ୍ୟକ ତଥ୍ୟାବଳୀର ଲବଧାଙ୍କଗୁଡ଼ିକ X1, X2………………………… Xଓ N = ଲବ୍‌ଧୀଙ୍କ ସଂଖ୍ୟା

∴ H.M = \(\frac{N}{\left(\frac{1}{X_1}+\frac{1}{X_2}+\cdots+\frac{1}{X_N}\right)}\)
ଭାଗବିହୀନ ତଥ୍ୟାବଳୀ :
H.M = \(\frac{N}{\Sigma\left(\frac{1}{\mathrm{X}}\right)}\)

ପୃଥକମାଳାରେ ତଥ୍ୟାବଳୀ :
H.M = \(\frac{N}{\Sigma\left(f \times \frac{1}{X}\right)}\)

ନିରବଚ୍ଛିନ୍ନ ତଥ୍ୟାବଳୀ :
H.M = \(\frac{N}{\Sigma\left(\mathrm{f} \times \frac{1}{M}\right)}\)
M = ଶ୍ରେଣୀର ମଧ୍ୟବିନ୍ଦୁ ଓ f = ବାରମ୍ବାରତା

ହରାତ୍ମକ ମାଧ୍ୟମାନ ବ୍ୟବହାର (Uses of Harmonic Mean):
ହରାତ୍ମକ ମାଧ୍ୟମାନ ବ୍ୟବହାର ଅତ୍ୟନ୍ତ ସୀମିତ ଅଟେ । ଏହା ଗାଡ଼ିର ହାରାହାରି ବେଗ କିମ୍ବା ବ୍ୟବସାୟରେ ହାରାହାରି ନିର୍ଣ୍ଣୟ ପାଇଁ ବ୍ୟବହୃତ ହୁଏ । ତେଣୁ ପରିସଂଖ୍ୟାନରେ ହରାତ୍ମକ ମାଧ୍ୟମାନ ବ୍ୟବହାର ସୀମିତ ଅଟେ ।

ହରାତ୍ମକ ମାଧ୍ୟମାନର ସୁଗୁଣ (Merits of Harmonic Mean):

  • ସାଂଖ୍ୟକ ବିତରଣର ପ୍ରତ୍ୟେକ ଲବ୍‌ଧାଙ୍କକୁ ପର୍ଯ୍ୟବସିତ ହରାତ୍ମକ ମାଧମାନ ନିର୍ଣ୍ଣୟ କରାଯାଏ ।
  • ଏହାର ଗାଣିତିକ ବ୍ୟବହାର କରାଯାଇ ପାରିବ ।
  • ଗାଡ଼ିର ବେଗର ହାରାହାରି ଓ ସମୟର ହାରାହାରି ପାଇଁ ହରାତ୍ମକ ମାଧ୍ୟମାନ ଉତ୍ପାଦନ ଅଟେ ।

ହରାତ୍ମକ ମାଧ୍ୟମାନ ଦୁର୍ଗୁଣ (Demerits of Harmonic Mean):

  • ହରାତ୍ମକ ମଧ୍ଯକର ଗଣନା ଓ ନିଶ୍ଚୟ କଠିନ ଅଟେ ।
  • ହରାତ୍ମକ ମଧ୍ଯକ ବିତରଣର କ୍ଷୁଦ୍ର ଲବ୍‌ଧାଙ୍କକୁ ଅଧ୍ଵ ଭାର (weight) ପ୍ରଦାନ କରିଥାଏ ।
  • କୌଣସି ଲବ୍‌ଧାଙ୍କ ବିଯୁକ୍ତ ମୂଲ୍ୟ ଥିଲେ ହରାତ୍ମକ ମାଧ୍ୟମାନ ନିର୍ଣ୍ଣୟ ହୁଏ ନାହିଁ ।

୮। ଏକ ଉତ୍ତମ ହାରାହାରି କିପରି ଚୟନ କରିବ ? ଏହାର ବିଭିନ୍ନ ଦିଗ ବିଷୟରେ ଆଲୋଚନା କର ।
Or ଏକ ଉପଯୁକ୍ତ ହାରାହାରି ଚୟନ ସମୟରେ କେଉଁ ସବୁ ବିଷୟ ପ୍ରତି ଦୃଷ୍ଟି ଦିଆଯିବା ଦରକାର ।
Answer:
ହାରାହାରିର ଚୟନ (Choice of Averages)
ଭିନ୍ନ ଭିନ୍ନ ପରିସଂଖ୍ୟାନ ହାରାହାରିର ଭିନ୍ନ ଭିନ୍ନ ବୈଶିଷ୍ଟ୍ୟ ଦେଖିବାକୁ ମିଳେ । କୌଣସି ଏକ ନିର୍ଦ୍ଦିଷ୍ଟ ହାରାହାରି ସବୁ ଉଦ୍ଦେଶ୍ୟରେ ବ୍ୟବହୃତ ହୋଇପାରେ ନାହିଁ । ଅର୍ଥାତ୍ ବାସ୍ତବ ସମସ୍ୟା ସମାଧାନରେ କୌଣସି ଗୋଟିଏ ହାରାହାରି ସୁବିଧାଜନକ ନୁହେଁ । ତେଣୁ ଅନୁସନ୍ଧାନର ଆଭିମୁଖ୍ୟ ହିଁ ହାରାହାରି ଚୟନ କରିବାରେ ସହାୟକ ହୋଇଥାଏ । ଏତଦ୍‌ବ୍ୟତୀତ ବିତରଣ ମାଳାର ପ୍ରକୃତିକୁ ନେଇ କି ପ୍ରକାର ହାରାହାରି ପ୍ରଯୁଜ୍ୟ ହେବ ବିଚାର କରାଯାଏ । କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପକ (ହାରାହାରି) ନିର୍ଦ୍ଧାରଣ କଲାବେଳେ ସାଧାରଣତଃ ନିମ୍ନଲିଖ ବିଷୟ ପ୍ରତି ଧ୍ୟାନ ଦିଆଯାଇଥାଏ ।

(1) ଆଭିମୁଖ୍ୟ (Objectives) : ପରିସଂଖ୍ୟାନ ତଦାରଖର ଆଭିମୁଖ୍ୟକୁ ଦେଖ୍ ହାରାହାରି ସ୍ଥିର କରାଯାଇଥାଏ । ବଣ୍ଟନ ମାଳାରେ ଲବଧାଙ୍କର ସବୁ ମୂଲ୍ୟକୁ ସମାନ ଗୁରୁତ୍ଵ ଦିଆଯାଇଥିଲେ ଗାଣିତିକ ମାଧ୍ୟମାନ ଚୟନ କରାଯାଇଥାଏ ଓ ଲବ୍‌ଧାଙ୍କଗୁଡ଼ିକ ବାରମ୍ବାର ଉପସ୍ଥିତ ଥିଲେ ଗରିଷ୍ଠକକୁ ଏକ ଆଦର୍ଶ ହାରାହାରି ଭାବେ ବଛା ଯାଇଥାଏ । ସେହିପରି ଭାବରେ ଯେତେବେଳେ ସମସ୍ତ ଲବ୍‌ଧାଙ୍କ ମୂଲ୍ୟର ଅବସ୍ଥିତି କିମ୍ବା ଶ୍ରେଣୀ ବା ପଦବୀ ନିର୍ଦ୍ଧାରଣ କରିବା ଉଦ୍ଦେଶ୍ୟ ଥାଏ, ସେତେବେଳେ ମଧ୍ୟମାକୁ ହିଁ ସ୍ଥିର କରାଯାଏ ।

(2) ପ୍ରତିନିଧୂ (Representation) : ଲବ୍‌ଧାଙ୍କର ହାରାହାରି ଏପରି ସ୍ଥିର ହେବା ଆବଶ୍ୟକ ଯେପରି ତାହା ବିତରଣ ମାଳାର ମୌଳିକ ଲକ୍ଷଣମାନଙ୍କୁ ପ୍ରତିନିଧ୍ଵ କରୁଥୁବ ।

(3) ତଥ୍ୟାବଳୀର ପ୍ରକୃତି (Nature of Data) : ତଥ୍ୟାବଳୀର ପ୍ରକୃତି ତଥା ଆକାର କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପକୁ ସ୍ଥିର କରିଥାଏ । ଯଦି ବିତରଣର ବାରମ୍ବାରତା ପ୍ରତିସମ କିମ୍ବା ପାଖାପାଖ୍ ପ୍ରତିସମ ହୋଇଥାଏ, ତାହେଲେ ମାଧ୍ୟମାନ, ମଧ୍ୟମା ଓ ଗରିଷ୍ଠକକୁ ପରସ୍ପର ମଧ୍ୟରେ ବିନିମୟ କରାଯାଇଥାଏ । ମାତ୍ର ମୁକ୍ତ ଶ୍ରେଣୀ ବ୍ୟବଧାନ କ୍ଷେତ୍ରରେ ମାଧମାନ ନିର୍ଦ୍ଦିଷ୍ଟ ରୂପେ ହିସାବ କରାଯାଇ ପାରିବ ନାହିଁ । ସେହିଭଳି ଅସମାନ ଶ୍ରେଣୀ ବ୍ୟବଧାନର ନିବିଡ଼ ବାରମ୍ବାରତା ବିତରଣରେ ସଠିକ୍ ରୂପେ ଗରିଷ୍ଠକ ନିର୍ଣ୍ଣୟ ମଧ୍ୟ ସମ୍ଭବ ହେବ ନାହିଁ ।

(4) ହାରାହାରିର ବୈଶିଷ୍ଟ୍ୟ (Features of Averages) : ଏକ ଉପଯୁକ୍ତ ହାରାହାରି ସ୍ଥିର କରିବା ପୂର୍ବରୁ ତାର ସମସ୍ତ ସୁଗୁଣ ଓ ଦୁର୍ଗୁଣକୁ ବିଚାର କରାଯାଇଥାଏ । ଯେଉଁ ହାରାହାରି ତାର ଆଭିମୁଖ୍ୟ ସହିତ ମେଳ ଖାଉଥାଏ, ଅନ୍ୟ ତୁଳନାରେ ତାହାକୁ ହିଁ ବିଶେଷ ପସନ୍ଦ କରାଯାଏ । ଏହି ସବୁ ଦୃଷ୍ଟିରୁ ବିଚାର କଲେ, ଗୁଣାତ୍ମକ ତଥ୍ୟାବଳୀ କ୍ଷେତ୍ରରେ ମାଧ୍ୟମାନ, ବ୍ୟବସାୟ ବାଣିଜ୍ୟରେ ଗରିଷ୍ଠକ ଓ ଅନୁପାତ କ୍ଷେତ୍ରରେ ଜ୍ୟାମିତିକ ମାଧ୍ୟମାନର ପ୍ରୟୋଗ କରାଯାଇଥାଏ ।

CHSE Odisha Class 11 Economics Solutions Chapter 19 କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ

ଉପରୋକ୍ତ ଆଲୋଚନାରୁ ଜଣାଯାଏ ଯେ, କେନ୍ଦ୍ରୀୟ ପ୍ରବୃତ୍ତି ପରିମାପ (ହାରାହାରି) ଅଯୌକ୍ତିକ ବା ଅସଙ୍ଗତ ଭାବରେ ବ୍ୟବହାର କରାଯାଇପାରେ ନାହିଁ । ହାରାହାରି ଚୟନ କ୍ଷେତ୍ରରେ ଏକ ଉତ୍ତମ ହାରାହାରିର ସମସ୍ତ ବୈଶିଷ୍ଟ୍ୟ, ଏହାର ଗାଣିତିକ ପ୍ରକ୍ରିୟା, ପ୍ରୟୋଗ ଆଦି ପ୍ରତି ଦୃଷ୍ଟି ଦିଆଯାଇଥାଏ । କୌଣସି ଗଣନା ପ୍ରକ୍ରିୟାରେ ଏକ ଯଥାର୍ଥ ସିଦ୍ଧାନ୍ତରେ ଉପନୀତ ହେବାକୁ ହେଲେ ଏକ ଉପଯୁକ୍ତ ଉତ୍ତମ ହାରାହାରିର ଚୟନ ଏକାନ୍ତ ଆବଶ୍ୟକ ହୋଇଥାଏ ନଚେତ୍ ଏକ ଦୃହାତ୍ମକ ପରିସ୍ଥିତି ସୃଷ୍ଟି ହୁଏ । କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପର ବିଭିନ୍ନ ଦିଗର ବିଶ୍ଳେଷଣରୁ ଜଣାଯାଏ ଯେ ଗାଣିତିକ ମାଧ୍ୟମାନ (Geometric mean) ଏକ ଉତ୍ତମ ଓ ଉପଯୁକ୍ତ ହାରାହାରିର ସମସ୍ତ ବୈଶିଷ୍ଟ୍ୟ ବହନ କରିଛି । ତେଣୁ ଏହା ସବୁଠାରୁ ଉତ୍ତମ ପରିମାପକ ବୋଲି ଗ୍ରହଣ କରାଯାଏ ।

CHSE Odisha Class 11 Economics Solutions Chapter 20 ବିଚ୍ଛୁରଣର ପରିମାପ

Odisha State Board CHSE Odisha Class 11 Economics Solutions Chapter 20 ବିଚ୍ଛୁରଣର ପରିମାପ Questions and Answers.

CHSE Odisha 11th Class Economics Solutions Chapter 20 ବିଚ୍ଛୁରଣର ପରିମାପ

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଉତ୍ତରମାନଙ୍କ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ।

୧। ଯେଉଁ ବିଜୁରଣ ପରିମାପ କ୍ଷୁଦ୍ରତମ ଓ ବୃହତ୍ତମ ଲବ୍ଧଙ୍କକୁ ବିଚାରକୁ ନେଇଥାଏ, ତାହା
(i) ମାଧ୍ୟ ବିଚ୍ୟୁତି
(ii) ମାନକ ବିଚ୍ୟୁତି
(iii) ବିସ୍ତାର
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(iii) ବିସ୍ତାର

୨। ୫୮, ୩୭, ୫୭, ୭୩ ଓ ୭୭ର ବିସ୍ତାର
(i) ୨୦
(ii) ୪୦
(iii) ୩୧
(iv) ୩୫
Answer:
(ii) ୪୦

୩। କେଉଁ ବିଚ୍ଛୁରଣ ପରିମାପ ରାଶିମାନଙ୍କର ୫୦% ପର୍ଯ୍ୟବେକ୍ଷଣକୁ ବିଚାରକୁ ନିଏ ?
(i) ମାଧ୍ୟ ବିଚ୍ୟୁତି
(ii) ମାଳକ ବିଚ୍ୟୁତି
(iii) ବିସ୍ତାର
(iv) ଚତୁର୍ଥାଶଂକ ବିଚ୍ୟୁତି
Answer:
(iv) ଚତୁର୍ଥାଶଂକ ବିଚ୍ୟୁତି

୪। କେଉଁ ବିଜୁରଣ ପରିମାପ ବିଜଗାଣିତିକ ନିୟମ ଲଙ୍ଘନ କରେ ?
(i) ମାଧ୍ୟ ବିଚ୍ୟୁତି
(ii) ମାନକ ବିଚ୍ୟୁତି
(iii) ବିସ୍ତାର
(iv) ଚତୁର୍ଥାଶଂକ ବିଚ୍ୟୁତି
Answer:
(i) ମାଧ୍ୟ ବିଚ୍ୟୁତି

୫। କେଉଁ ବିଚ୍ଛୁରଣ ପରିମାପ ମାଧ୍ଯମାନ କିମ୍ବା ମଧ୍ୟମାର ପରମବିଚ୍ୟୁତି ବବିଚାରକୁ ନେଇଥାଏ ?
(i) ମାଧ୍ୟ ବିଚ୍ୟୁତି
(ii) ମାନକ ବିଚ୍ୟୁତି
(iii) ବିସ୍ତାର
(iv) ଚତୁର୍ଥାଶଂକ ବିଚ୍ୟୁତି
Answer:
(i) ମାଧ୍ୟ ବିଚ୍ୟୁତି

୬। କେଉଁ ବିଚ୍ଛୁରଣ କେବଳ ମଧ୍ଯମାନଠାରୁ ନିର୍ଣ୍ଣୟ କରାଯାଏ ?
(i) ମାଧ୍ୟ ବିଚ୍ୟୁତି
(ii) ବିସ୍ତାର
(iii) ମାନକ ବିଚ୍ୟୁତି
(iv) ଚତୁର୍ଥାଂଶକ ବିଚ୍ୟୁତି
Answer:
(iii) ମାନକ ବିଚ୍ୟୁତି

CHSE Odisha Class 11 Economics Solutions Chapter 20 ବିଚ୍ଛୁରଣର ପରିମାପ

୭। ମାନକ ବିଚ୍ୟୁତିର ବର୍ଗ ହେଉଛି –
(i) ମାଧ୍ୟ ବିଚ୍ୟୁତି
(ii) ବିସ୍ତାର
(iii) ମାନକ ବିଚ୍ୟୁତି
(iv) ପ୍ରସାରଣ
Answer:
(iv) ପ୍ରସାରଣ

୮। କେଉଁଟି ବିଚ୍ଛୁରଣର ଜ୍ୟାମିତିକ ପରିପ୍ରକାଶ ଅଟେ ?
(i) ମାଧ୍ୟ-ବିଚ୍ୟୁତି
(ii) ବାରମ୍ବାରତା ବକ୍ରରେଖା
(iii) ମାନକ ବିଚ୍ୟୁତି
(iv) ଲରେଞ୍ଜ ବକ୍ରରେଖା
Answer:
(iv) ଲରେଞ୍ଜ ବକ୍ରରେଖା

୯। ମାଧ୍ୟ ବିଚ୍ୟୁତି କେଉଁ ହାରାହାରିଠାରୁ ଗଣନା କରାଯାଏ ?
(i) ମାଧ୍ୟମାନ
(ii) ମଧ୍ୟମା
(iii) ଉଭୟ ମାଧ୍ୟମାନ ଓ ମଧ୍ୟମା
(iv) ଉପରୋକ୍ତ କୌଣସିଟି ନୁହେଁ
Answer: (iii) ଉଭୟ ମାଧ୍ଯମାନ ଓ ମଧ୍ୟମା

୧୦। ମାଧବିଚ୍ୟୁତି କେଉଁ ମଧ୍ଯକଠାରୁ ଗଣନା କରାଯାଏ ?
(i) ମାଧ୍ୟମାନ
(ii) ମଧ୍ୟମା
(iii) ଗରିଷ୍ଠକ
(iv) ଉପରୋକ୍ତ ସମସ୍ତ ମଧ୍ୟକ
Answer:
(iv) ଉପରୋକ୍ତ ସମସ୍ତ ମଧ୍ଯକ

୧୧। କେଉଁ ମଧ୍ଯକଠାରୁ ଲବ୍‌ଧାଙ୍କ ବିଚ୍ୟୁତିର ବର୍ଗର ଯୋଗଫଳ ସର୍ବନିମ୍ନ ?
(i) ମାଧ୍ୟମାନ
(ii) ମଧ୍ୟମା
(iii) ଗରିଷ୍ଠକ
(iv) ଚତୁର୍ଥାଂଶକ
Answer:
(i) ମାଧ୍ୟମାନ

CHSE Odisha Class 11 Economics Solutions Chapter 20 ବିଚ୍ଛୁରଣର ପରିମାପ

୧୨। ଭାଗବିଭକ୍ତ ତଥ୍ୟାବଳୀର ବିସ୍ତାର କେଉଁ ଲବ୍‌ଧାଙ୍କ ଦ୍ବୟର ଅନ୍ତରଫଳ ଦ୍ବାରା ଆକଳନ ହୋଇଥାଏ ?
(i) ବୃହତ୍ତର ସଂଭାଗର ନିମ୍ନସୀମା ଓ କ୍ଷୁଦ୍ରତମ ସଂଭାଗର ଉର୍ଦ୍ଧ୍ୱସୀମା
(ii) ବୃହତ୍ତର ସଂଭାଗର ଉର୍ଦ୍ଧ୍ୱସୀମା ଓ କ୍ଷୁଦ୍ରତମ ସଂଭାଗର ଊର୍ଦ୍ଧ୍ୱସୀମା
(iii) ବୃହତ୍ତର ସଂଭାଗର ଉର୍ଦ୍ଧ୍ୱସୀମା ଓ କ୍ଷୁଦ୍ରତମ ସଂଭାଗର ନିମ୍ନସୀମା
(iv) ବୃହତ୍ତର ସଂଭାଗର ନିମ୍ନସୀମା ଓ କ୍ଷୁଦ୍ରତମ ସଂଭାଗର ନିମ୍ନସୀମା
Answer:
(ii) ବୃହତ୍ତର ସଂଭାର ଉର୍ଦ୍ଧ୍ୱସୀମା ଓ କ୍ଷୁଦ୍ରତମ ସଂଭାଗର ଉର୍ଦ୍ଧ୍ୱସୀମା

B. ଶୂନ୍ୟସ୍ଥାନ ପୂରଣ କର :

୧। କୌଣସି ବଣ୍ଟନର ବିଚ୍ଛୁରଣ ତାହାର _____________________ ର ଚତୁଃପାର୍ଶ୍ଵରେ ବିଚ୍ଛୁରିତ ହେବାର ସୂଚନା ପ୍ରଦାନ କରେ
Answer:
କେନ୍ଦ୍ରୀୟମାନ

୨। ଚତୁର୍ଥାଂଶକ ବିଚ୍ୟୁତି ______________________ ସୂତ୍ର ସାହାଯ୍ୟରେ ନିର୍ଣ୍ଣୟ କରାଯାଏ।
Answer:
\(\frac{\theta_3-\theta_1}{2}\)

୩। ମାଧ୍ୟମାନଠାରୁ ଲବ୍‌ଧାଙ୍କମାନଙ୍କର ବିଚ୍ୟୁତିର ଯୋଗଫଳ ____________________ ।
Answer:
ଶୂନ୍ୟ

୪। ____________________ ମଧ୍ଯକଠାରୁ ଲବ୍‌ଧାଙ୍କମାନଙ୍କ ବିଚ୍ୟୁତିର ପରମମାନର ଯୋଗଫଳ ସର୍ବନିମ୍ନ।
Answer:
ମଧ୍ୟମା

୫। କୌଣସି ବଣ୍ଟନର ବିସ୍ତାର ତାହାର ମାନକ ବିଚ୍ୟୁତିଠାରୁ ___________________ ।
Answer:
ବୃହତ୍ତର

୬। ___________________ ବିଚ୍ଛୁରଣ ମାପଙ୍କରେ ବାରମ୍ବାରତା ବ୍ୟବହାର ହୋଇ ନ ଥାଏ।
Answer:
ବିସ୍ତାର

CHSE Odisha Class 11 Economics Solutions Chapter 20 ବିଚ୍ଛୁରଣର ପରିମାପ

୭। ___________________ ବିଚ୍ଛୁରଣ ମାପଙ୍କ ଚରମ ଲବ୍‌ଧାଙ୍କ ଦ୍ଵାରା ବହୁଳ ପ୍ରଭାବିତ ଅଟେ।
Answer:
ବିସ୍ତାର

୮। ବିତରଣର ବୃହତ୍ତମ ଓ କ୍ଷୁଦ୍ରତମ ଲବ୍‌ଧାଙ୍କଦ୍ବୟର ଅନ୍ତରକୁ ________________ କହନ୍ତି ।
Answer:
ବିସ୍ତାର

୯। ____________________ ବିଚ୍ଛୁରଣ ମାପରେ ବିଦ୍ୟୁତିର ପରମମାନକୁ ବିଚାରକୁ ନିଆଯାଏ।
Answer:
ବିସ୍ତାର

୧୦। ________________________ ଚତୁର୍ଥାଂଶକ ମଧ୍ୟମା ସହିତ ସମାନ।
Answer:
ମଧ୍ୟଚତୁର୍ଥାଂଶ

୧୧। ______________________ ବିଚ୍ୟୁତିର ବୀଜଗାଣିତିକ ପ୍ରତିପାଦନ କ୍ଷମତା ଥାଏ ।
Answer:
ମାନକ ବିଚ୍ୟୁତି

୧୨। ______________________ ବିଚ୍ୟୁତି ହାରାହାରିରୁ ଧନାତ୍ମକ ଓ ଋଣାତ୍ମକ ଚିହ୍ନ ଛାଡ଼ି ପ୍ରତ୍ୟେକ ଲବ୍ଧଶଙ୍କର ବିଚ୍ୟୁତି ବାହାର କରିଥାଏ।
Answer:
ମାଧ୍ୟବିଚ୍ୟୁତି

C. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

୧। ବିସ୍ତାର କ’ଣ ?
Answer:
ରାଶିମାଳାର ବୃହତ୍ତମ ଓ କ୍ଷୁଦ୍ରତମ ଲବ୍‌ଧାଙ୍କ ଦ୍ଵୟର ଅନ୍ତରଫଳକୁ ବିସ୍ତାର କୁହାଯାଏ।

୨। ମାଧ୍ୟବିଚ୍ୟୁତି କ’ଣ ?
Answer:
ଗୋଟିଏ ବିତରଣରେ ଲବ୍‌ଧାଙ୍କମାନଙ୍କଠାରୁ ମାଧମାନ ବା ମଧ୍ୟମାର ପରମ ବିଚ୍ୟୁତି ଗୁଡ଼ିକର ମାଧ୍ଯମାନକୁ ମଧ୍ୟ ବିଚ୍ୟୁତି କୁହାଯାଏ।

CHSE Odisha Class 11 Economics Solutions Chapter 20 ବିଚ୍ଛୁରଣର ପରିମାପ

୩। ମାନକ ବିଚ୍ୟୁତି କ’ଣ ?
Answer:
ଗୋଟିଏ ବିତରଣରେ ମାଧମାନ ଓ ଲବ୍‌ଧାଙ୍କ ମାନଙ୍କର ଅନ୍ତରର ବର୍ଗର ମାଧ୍ଯମାନର ଧନାତ୍ମକ ବର୍ଗମୂଳକୁ ମାନକ ବିଚ୍ୟୁତି କୁହାଯାଏ।

୪। ବିଚରଣ ଗୁଣାଙ୍କ କ’ଣ ?
Answer:
ମାଳକ ବିଚ୍ୟୁତି ଓ ମାଧ୍ଯମାନର ଶତକଡ଼ା ଅନୁପାତକୁ ବିଚରଣ ଗୁଣାଙ୍କ କୁହାଯାଏ।

୫। ପ୍ରସରଣ କ’ଣ ?
Answer:
ମାନକ ବିଦ୍ୟୁତିର ବର୍ଗକୁ ପ୍ରସରଣ କୁହାଯାଏ।

୬। ଚତୁର୍ଥାଂଶକର ବିଚ୍ୟୁତି କାହାକୁ କୁହାଯାଏ ?
Answer:
ଉର୍ଦ୍ଧ୍ବ ଓ ଅଧଃ ଚତୁର୍ଥାଂଶକର ଅନ୍ତରଫଳର ହାରାହାରିକୁ ଚତୁର୍ଥାଂଶକ ବିଚ୍ୟୁତି କୁହାଯାଏ ।

୭। ବିସ୍ତାର କ’ଣ ?
Answer:
ବିତରଣ ମାଳାର ସର୍ବବୃହତ୍ ଓ ସର୍ବନିମ୍ନ ଲବ୍‌ଧାଙ୍କ ଦ୍ବୟର ଅନ୍ତରଫଳକୁ ବିସ୍ତାର କୁହାଯାଏ।

୮। ବିସ୍ତାରର ଗୁଣାଙ୍କ କ’ଣ ?
Answer:
ବିତରଣ ମାଳାର ସର୍ବାଧିକ ମୂଲ୍ୟ ଓ ସର୍ବନିମ୍ନ ମୂଲ୍ୟର ବିୟୋଗ ଓ ଯୋଗର ଅନୁପାତକୁ ବିସ୍ତାରର ଗୁଣାଙ୍କ କୁହାଯାଏ।’

୯। ବିଚ୍ଛୁରଣ କାହାକୁ କୁହାଯାଏ ?
Answer:
କୌଣସି ପର୍ଯ୍ୟବେକ୍ଷଣ ବା ତଥ୍ୟାବଳୀରେ ଲବ୍‌ଧାଙ୍କ ଗୁଡ଼ିକ କେନ୍ଦ୍ରୀୟ ମାପକରେ ଉଭୟ ପାର୍ଶ୍ଵରେ କିପରି ଭାବରେ ବିଚ୍ଛୁରିତ ହୋଇ ରହିଛନ୍ତି, ତାହାକୁ ବିଚ୍ଛୁରଣ କୁହାଯାଏ।

୧୦। ବିଜୁରଣର ଯେକୌଣସି ଗୋଟିଏ ଆଭିମୁଖ୍ୟ ଲେଖ ।
Answer:
ବିଚ୍ଛୁରଣ କୌଣସି ରାଶିମାଳାର ହାରାହାରି ବିଭିନ୍ନତା ପରିପ୍ରକାଶ କରିଥାଏ।

CHSE Odisha Class 11 Economics Solutions Chapter 20 ବିଚ୍ଛୁରଣର ପରିମାପ

୧୧। ବିଜୁରଣ ମାର୍ଗର ବିଶୁଦ୍ଧ ପରିମାପ କ’ଣ ?
Answer:
ବିଚ୍ଛୁରଣର ପରିମାପ ଯାହାକୁ ବିତରଣ ମାଳାର ମୌଳିକ ଏକକରେ ପ୍ରକାଶ କରାଯାଏ, ତାହାକୁ ବିଶୁଦ୍ଧ ପରିମାପ କୁହାଯାଏ ।

୧୨। ବିଜୁରଣ ମାପର ଆପେକ୍ଷିକ ପରିମାପ କ’ଣ ?
Answer:
ତଥ୍ୟାବଳୀର ପରିବର୍ତ୍ତନୀୟତା ଶତକଡ଼ଶ ମାଧ୍ୟମରେ ପ୍ରକାଶ କରାଗଲେ ତାହାକୁ ବିଚ୍ଛୁରଣର ଆପେକ୍ଷିକ ପରିମାପ କୁହାଯାଏ ।

୧୩। ବିସ୍ତାର ଯେକୌଣସି ଗୋଟିଏ ଉପକାରିତା ବର୍ଣ୍ଣନା କର ?
Answer:
ପାଣିପାଗର ଭବିଷ୍ୟତ ସୂଚନା ପ୍ରଦାନ କରେ।

୧୪। ବିଜୁରଣର କେଉଁ ପରିମାପକୁ ହାରାହାରି ବିଚ୍ୟୁତି କୁହାଯାଏ ?
Answer:
ମାଧ୍ୟ-ବିଚ୍ୟୁତି

୧୫। ମାଧବିଚ୍ୟୁତିର କୌଣସି ଗୋଟିଏ ବ୍ୟବହାର ଲେଖ।
Answer:
ଏହା ବ୍ୟବସାୟିକ ଉତ୍‌ଥାନ ପତନର ଗଣନା କ୍ଷେତ୍ରରେ ବିଶେଷ ଉପଯୋଗୀ।

୧୬। ଏକ ଅବାଧ ସଂଭାଗ ବିସ୍ତାର କ୍ଷେତ୍ରରେ କେଉଁ ପରିମାପକ ସବୁଠାରୁ ଅଧ‌ିକ ପ୍ରଯୁଜ୍ୟ ଅଟେ ?
Answer:
ଚତୁର୍ଥାଂଶକ ବିଚ୍ୟୁତି ।

୧୭। ବିଚରଣ ଗୁଣାଙ୍କ ନିର୍ଣ୍ଣୟ ସୂତ୍ରଟି କ’ଣ ?
Answer:
\(C . V=\frac{6}{\bar{X}} \times 100\)

୧୮। ଯଦି ବିଚରଣର ମାନକ ବିଚ୍ୟୁତି କମ୍ ହୁଏ, ତାହାହେଲେ ବିତରଣର ବିଚ୍ଛୁରଣ କ’ଣ ହୁଏ ?
Answer:
ସ୍ୱଳ୍ପ ।

୧୯। ଆଦର୍ଶ ବିଜୁରଣର ପରିମାପଟି କ’ଣ ?
Answer:
ମାନକ ବିଚ୍ୟୁତି

୨୦ । ଚତୁର୍ବିଂଶକ କାହାକୁ କୁହାଯାଏ ?
Answer:
ଯେଉଁ ମୂଲ୍ୟ ଗୋଟିଏ ପରିସଂଖ୍ୟାନ ବଣ୍ଟନମାଳାକୁ ସମାନ ଚାରି ଭାଗରେ ଭାଗ କରେ ତାହାକୁ ଚତୁର୍ଥାଂଶକ କୁହାଯାଏ ।

୨୧। ମାଧବିଚ୍ୟୁତି କାହିଁକି ଖୁବ୍ କମ୍ ବ୍ୟବହାର କରାଯାଏ ?
Answer:
କାରଣ ଏହାର ନିର୍ଣ୍ଣୟ ସମୟରେ ‘+’ ଓ ‘−’ ଚିହ୍ନକୁ ଉପେକ୍ଷା କରାଯାଇଥାଏ।

CHSE Odisha Class 11 Economics Solutions Chapter 20 ବିଚ୍ଛୁରଣର ପରିମାପ

୨୨। କେଉଁ ବିଚ୍ଛୁରଣ ପରିମାପକଟି ସର୍ବୋତ୍କୃଷ୍ଟ ଅଟେ ?
Answer:
ମାନକ ବିଚ୍ୟୁତି ।

୨୩। ମାନକ ବିଚ୍ୟୁତି ଗୁଣାଙ୍କ ନିର୍ୟୟ ସୂତ୍ରଟି କ’ଣ ?
Answer:
CHSE Odisha Class 11 Economics Solutions Chapter 20 ବିଚ୍ଛୁରଣର ପରିମାପ 2
= \(\frac{6}{\bar{X}}\)

୨୪। ମାନକ ବିଚ୍ୟୁତି ଗୁଣାଙ୍କ କ’ଣ ?
Answer:
ଦୁଇଟି ରାଶିମାଳାର ମାନକ ବିଦ୍ୟୁତିର ବିଭିନ୍ନତାର ଆପେକ୍ଷିତ ପରିମାପ ହେଉଛି ମାନକ ବିଚ୍ୟୁତି ଗୁଣାଙ୍କ।

୨୫। ମାଧ୍ୟ ବିଚ୍ୟୁତି ଗୁଣାଙ୍କ କ’ଣ ?
Answer:
କୌଣସି ତଥ୍ୟାବଳୀର ମାଧ୍ୟ ବିଚ୍ୟୁତିକୁ ସଂପୃକ୍ତ ହାରାହାରି ମୂଲ୍ୟ ଦ୍ଵାର ଭାଗକୁ ମାଧ ବିଚ୍ୟୁତି ଗୁଣାଙ୍କ କୁହାଯାଏ।

୨୬। ମାଧ୍ୟ ବିଚ୍ୟୁତି ଗୁଣାଙ୍କ ନିର୍ଣ୍ଣୟ କରିବାର ସୂତ୍ରଟି କ’ଣ ?
Answer:
CHSE Odisha Class 11 Economics Solutions Chapter 20 ବିଚ୍ଛୁରଣର ପରିମାପ 3

CHSE Odisha Class 11 Economics Solutions Chapter 20 ବିଚ୍ଛୁରଣର ପରିମାପ 4

୨୭ । ମାଧ୍ଯମାନ ୨୦ ଏବଂ ମାନକ ବିଚ୍ୟୁତି ୪ ହେଲେ ବିଚରଣ ଗୁଣାଙ୍କ ହେବ କେତେ ?
Answer:
୨୦ ( ବିଚରଣ ଗୁଣାଙ୍କ (C.V) = \(\left.\frac{6}{\bar{X}} \times 100=\frac{4}{20} \times 100=20\right)\)

D. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

୧। ମାନକ ବିଚ୍ୟୁତିର ବର୍ଗ ମୂଳକୁ ପ୍ରସରଣ କୁହାଯାଏ ।
Answer:
ମାନକ ବିଚ୍ୟୁତିର ବର୍ଗକୁ ପ୍ରସରଣ କୁହାଯାଏ।

CHSE Odisha Class 11 Economics Solutions Chapter 20 ବିଚ୍ଛୁରଣର ପରିମାପ

୨। ବିଚ୍ଛୁରଣ ଯେତେ ବେଶୀ ହୁଏ ତଥ୍ୟାବଳୀର ସଂଗତି ସେତେ ବେଶି ହୁଏ ।
Answer:
ବିଚ୍ଛୁରଣ ଯେତେ ବେଶୀ ହୁଏ ତଥ୍ୟାବଳୀର ସଂଗତି ସେତେ କମ୍ ହୁଏ ।

୩। ବିଚ୍ଛୁରଣ ଗୁଣାଙ୍କ ବିଜୁରଣର ଏକ ବିଶୁଦ୍ଧ ପରିମାପ ଅଟେ ।
Answer:
ବିଚ୍ଛୁରଣ ଗୁଣାଙ୍କ ବିଚ୍ଛୁରଣର ଏକ ଆପେକ୍ଷିକ ପରିମାପ ଅଟେ ।

୪। ପ୍ରସାରଣ ମାନକ ବିଚ୍ୟୁତିର ବର୍ଗମୂଳ ସଙ୍ଗେ ସମାନ ।
Answer:
ପ୍ରସାରଣ ମାନକ ବିଚ୍ୟୁତିର ବର୍ଗ ସଙ୍ଗେ ସମାନ ।

୫। ବିଜୁରଣର ପରିମାପକୁ ପ୍ରଥମ ଶ୍ରେଣୀର ହାରାହାରି କୁହାଯାଏ।
Answer:
ବିଚ୍ଛୁରଣର ପରିମାପକୁ ଦ୍ଵିତୀୟ ଶ୍ରେଣୀର ହାରାହାରି କୁହାଯାଏ।

୬। ବିଜୁରଣର ଆପେକ୍ଷିକ ପରିମାପକୁ ମୌଳିକ ଏକକରେ ପ୍ରକାଶ କରାଯାଏ।
Answer:
ବିଚ୍ଛୁରଣର ଆପେକ୍ଷିକ ପରିମାପକୁ ଶତକଡ଼ାରେ ପ୍ରକାଶ କରାଯାଏ।

୭। ଦୁଇଟି ବିତରଣ ମାଳାର ପରିବର୍ତ୍ତନୀୟ ତୁଳନା କରିବା ପାଇଁ ବିଶୁଦ୍ଧ ପରିମାପ ବ୍ୟବହାର ହୋଇଥାଏ।
Answer:
ଦୁଇଟି ବିତରଣ ମାଳାର ପରିବର୍ତ୍ତନୀୟ ତୁଳନା କରିବା ପାଇଁ ଆପେକ୍ଷିକ ପରିମାପ ବ୍ୟବହାର ହୋଇଥାଏ।

୮। ବିତରଣ ମାଳାର ସର୍ବ ବୃହତ୍ ଓ ସର୍ବ କନିଷ୍ଠ ଲବ୍‌ଧାଙ୍କଦ୍ୱୟର ଅନ୍ତରଫଳକୁ ବିସ୍ତାର କୁହାଯାଏ।
Answer:
ଠିକ୍

୯। ଗୋଟିଏ ବଣ୍ଟନରେ ବିସ୍ତାର ନିର୍ଣ୍ଣୟରେ ୫୦% ଲବ୍‌ଧାଙ୍କ ଅନ୍ତର୍ଭୁକ୍ତ ହୋଇଥାଏ।
Answer:
ଗୋଟିଏ ବଣ୍ଟନରେ ବିସ୍ତାର ନିର୍ଣ୍ଣୟରେ ୧୦୦% ଲବ୍‌ଧାଙ୍କ ଅନ୍ତର୍ଭୁକ୍ତ ହୋଇଥାଏ।

CHSE Odisha Class 11 Economics Solutions Chapter 20 ବିଚ୍ଛୁରଣର ପରିମାପ

୧୦। ବିସ୍ତାର ନିଶ୍ଚିୟ ବିତରଣ ମାଳାର ସମସ୍ତ ଲବ୍‌ଧାଙ୍କ ଉପରେ ପର୍ଯ୍ୟବସିତ।
Answer:
ବିସ୍ତାର ନିର୍ଣ୍ଣୟ ବିତରଣ ମାଳାର ସର୍ବବୃହତ୍ ଓ ସର୍ବନିମ୍ନ ଲବ୍‌ଧାଙ୍କ ଉପରେ ପର୍ଯ୍ୟ ବସିତ।

୧୧। ମାଧ୍ୟ ବିଚ୍ୟୁତି ଚରମ ଲବ୍‌ଧାଙ୍କ ଦ୍ୱାରା ବିଶେଷ ପ୍ରଭାବିତ ହୋଇଥାଏ।
Answer:
ବିସ୍ତାର ଚରମ ଲବ୍‌ଧାଙ୍କ ଦ୍ଵାରା ବିଶେଷ ପ୍ରଭାବିତ ହୋଇଥାଏ।

୧୨। ଚତୁର୍ଥ ଚତୁର୍ଥାଂଶକ ହେଉଛି ମଧ୍ଯମା।
Answer:
ଦ୍ବିତୀୟ ଚତୁର୍ଥାଂଶକ ହେଉଛି ମଧ୍ଯମା ।

୧୩। ମାଧ୍ୟ ବିଚ୍ୟୁତି କେବଳ ମାଧ୍ଯମାନକୁ ବ୍ୟବହାର କରିଥାଏ।
Answer:
ମାଧ୍ୟବିଚ୍ୟୁତି ମାଧ୍ୟମାନ, ମଧ୍ୟମା ଓ ଗରିଷ୍ଠକକୁ ବ୍ୟବହାର କରିଥାଏ।

୧୪। ବିସ୍ତାର ଯେ କୌଣସି ହାରାହାରିରୁ ଗଣନା କରାଯାଏ।
Answer:
ମାଧବିଚ୍ୟୁତି ବିସ୍ତାର ଯେ କୌଣସି ହାରାହାରିରୁ ଗଣନା କରାଯାଏ।

୧୫। ମାଧବିଚ୍ୟୁତି ଏକ ସର୍ବୋକୃଷ୍ଟ ବିଚ୍ଛୁରଣ ପରିମାପକ।
Answer:
ମାନକ ବିଚ୍ୟୁତି ଏକ ସର୍ବୋତ୍କୃଷ୍ଟ ବିଚ୍ଛୁରଣ ପରିମାପକ ।

୧୬। ମାନକ ବିଚ୍ୟୁତି ମଧ୍ଯମାକୁ ବିଚ୍ୟୁତି ନିର୍ଣ୍ଣୟରେ ବ୍ୟବହାର କରିଥାଏ।
Answer:
ମାନକ ବିଚ୍ୟୁତି ମାଧବିଚ୍ୟୁତି ବିଚ୍ୟୁତି ନିର୍ଣ୍ଣୟରେ ବ୍ୟବହାର କରିଥାଏ।

୧୭। ଯଦି ବିଜୁରଣର ମାନକ ବିଚ୍ୟୁତି କମ୍ ହୁଏ ତା’ ହେଲେ ବିତରଣର ବିଚ୍ଛୁରଣ ଅଧ୍ବକ ହୁଏ ।
Answer:
ଯଦି ବିଚ୍ଛୁରଣର ମାନକ ବିଚ୍ୟୁତି କମ୍ ହୁଏ ତା’ ହେଲେ ବିତରଣର ବିଚ୍ଛୁରଣ ସ୍ଵଳ୍ପ ହୁଏ।

CHSE Odisha Class 11 Economics Solutions Chapter 20 ବିଚ୍ଛୁରଣର ପରିମାପ

୧୮। ଯଦି ବଣ୍ଟନ ‘କ’ର ମାଧ୍ୟମାନ ଓ ମାନକ ବିଚ୍ୟୁତି ଯଥାକ୍ରମେ ବଣ୍ଟନ ‘ଖ’ର ମାଧ୍ୟମାନ ଓ ମାନକ ବିଚ୍ୟୁତି ଅପେକ୍ଷା କ୍ଷୁଦ୍ରତର ହୋଇଥା’ନ୍ତି, ତା’ହେଲେ ବଣ୍ଟନ ‘କ’ ବଣ୍ଟନ ‘ଖ’ ଅପେକ୍ଷା ଅଧିକ ସୁସଂଗତ ହୋଇଥାଏ।
Answer:
ଠିକ୍

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
E. ନିମ୍ନଲିଖ ପ୍ରଶ୍ନମାନଙ୍କ ଉତ୍ତର ଦୁଇଟି / ତିନୋଟି ବାକ୍ୟ ମଧ୍ଯରେ ଦିଅ ।

୧। ବିଚ୍ଛୁରଣ କ’ଣ ?
Answer:
କୌଣସି ବଣ୍ଟନରେ ଲବ୍‌ଧାଙ୍କ ଗୁଡ଼ିକ କେନ୍ଦ୍ରୀୟମାନ ବା ମଧ୍ଯକର ଚତୁଃପାର୍ଶ୍ଵରେ କିପରି ଭାବେ ବିଚ୍ଛୁରିତ ହୋଇ ରହିଛନ୍ତି, ତାହାକୁ ବିଚ୍ଛୁରଣ କୁହାଯାଏ । ବିଚ୍ଛୁରଣ ଯେତେ ବେଶୀ, ତଥ୍ୟାବଳୀର ସଙ୍ଗତି ସେତେ କମ୍ ଓ ବିଚ୍ଛୁରଣ ଯେତେ କମ୍ ତଥ୍ୟାବଳୀର ସଙ୍ଗତି ସେତେ ବେଶି ହେବ ବୋଲି ବିଚାର କରାଯାଏ। ବିଜୁରଣର ମାପକ ଦ୍ଵିତୀୟ କ୍ରମର ମଧ୍ୟକ। ବିଚ୍ଛୁରଣର ମାପକ ଗୁଡ଼ିକୁ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇଥାଏ, ଯଥା – (୧) ବିଚ୍ଛୁରଣର ବିଶୁଦ୍ଧ ପରିମାପ, (୨) ବିଚ୍ଛୁରଣର ଆପେକ୍ଷିକ ପରିମାପ।

୨। ବିସ୍ତାର କ’ଣ ?
Answer:
ବିଚ୍ଛୁରଣର ପରିମାପକମାନଙ୍କ ମଧ୍ୟରୁ ବିସ୍ତାର ସବୁଠାରୁ ସହଜ। ଏହା ବାରମ୍ବାରତା ପରିବଣ୍ଟନ ସାରଣୀରେ ବୃହତ୍ତମ ଓ କ୍ଷୁଦ୍ରତମ ଲବ୍‌ଧାଙ୍କ ଦ୍ବୟର ଅନ୍ତରଫଳକୁ ବୁଝାଇଥାଏ। ବିସ୍ତାରମାନ ଅଧିକ ହେଲେ ବିଚ୍ଛୁରଣ ଅଧ୍ବକ ଓ ବିସ୍ତାରର ମାନ କମ୍ ହେଲେ ବିଚ୍ଛୁରଣ କମ୍ ହୁଏ। ବିସ୍ତାର କେବଳ ସର୍ବାଧକ ଓ ସର୍ବନିମ୍ନ ଲବ୍‌ଧାଙ୍କ ଦ୍ଵୟ ଉପରେ ନିର୍ଭରଶୀଳ ହୋଇଥିବାରୁ ଏହାକୁ ବିଚ୍ଛୁରଣର ଉତ୍ତମ ମାପକ ରୂପେ ଗ୍ରହଣ କରାଯାଏ ନାହିଁ ।

ଏହାର ଆପେକ୍ଷିକ ପରିମାପକ =\(\frac{L-S}{L+S}\) । C ହେଉଛି ବୃହତ୍ତମ ଲବ୍‌ଧାଙ୍କ ଏବଂ S ହେଉଛି କ୍ଷୁଦ୍ରତମ ଲବ୍‌ଧାଙ୍କ । ସାଧାରଣତଃ ଗୁଣ ନିୟନ୍ତ୍ରଣ ଓ ପାଣିପାଗର ସୂଚନା କ୍ଷେତ୍ରରେ ଏହା ବ୍ୟବହୃତ ହୁଏ।

୩। ବିଚ୍ଛୁରଣର ଆପେକ୍ଷିକ ପରିମାପ କ’ଣ ?
Answer:
କିଛି ଆପେକ୍ଷିକ ମୂଲ୍ୟ ବା ଶତକଡ଼ା ମାଧ୍ୟମରେ ତଥ୍ୟାବଳୀର ପରିବର୍ତ୍ତନୀୟତା ପ୍ରକାଶକୁ ବିଜୁରଣର ଆପେକ୍ଷିକ ପରିମାପ ବୋଲି କୁହାଯାଏ। ଆପେକ୍ଷିକ ପରିମାପକୁ ଅନୁପାତ ବା ଶତକଡ଼ାରେ ସ୍ଥିର କରାଯାଏ। ସେଥ‌ିପାଇଁ ଏହି ପରିମାପକୁ ସ୍ଵତନ୍ତ୍ର ଏକକର ବାସ୍ତବ ସଂଖ୍ୟା ବୋଲି କୁହାଯାଏ। ଏହା ସର୍ବାଧ‌ିକ ମୂଲ୍ୟ ଓ ସର୍ବନିମ୍ନ ମୂଲ୍ୟର ଅନୁପାତ ଓ ସେମାନଙ୍କର ସମ୍ମିଶ୍ରଣକୁ ବୁଝାଏ। ଦୁଇଟି ରଣ ମାଳାର ପରିବର୍ତ୍ତନୀୟତା ତୁଳନା କରିବା ପାଇଁ ବିଚ୍ଛୁରଣର ଆପେକ୍ଷିକ ମାପର ହିସାବ ଏକାନ୍ତ ଆବଶ୍ୟକ ।

CHSE Odisha Class 11 Economics Solutions Chapter 20 ବିଚ୍ଛୁରଣର ପରିମାପ

୪। ମାନକ ବିଚ୍ୟୁତି କ’ଣ ?
Answer:
ମାନକ ବିଚ୍ୟୁତି ବିଜୁରଣର ଅନ୍ୟ ଏକ ପରିମାପକ। ଏହି ତତ୍ତ୍ଵକୁ ୧୮୨୩ ମସିହାରେ କାର୍ଲ-ପିଅରସନ ପ୍ରଥମେ ପ୍ରତିପାଦନ କରିଥିଲେ । ଗୋଟିଏ ବାରମ୍ବାରତା ବିତରଣ ତଥ୍ୟାବଳୀର ମାଧ୍ଯମାନ ଓ ଲଜ୍ଜାଙ୍କମାନଙ୍କର ଅନ୍ତରର ବର୍ଗର ମାଧ୍ଯମାନର ବର୍ଗ ମୂଳକୁ ମାନକ ବିଚ୍ୟୁତି କୁହାଯାଏ।

\(6=\sqrt{\frac{\sum d^2}{N}}\)

ଯହିଁରେ ୬ = ମାନକ ବିଚ୍ୟୁତି, N = ବାରମ୍ବାରତାର ସମଷ୍ଟି ∑d² = ବିଭିନ୍ନ ଲଜ୍ଜାଙ୍କର ଗାଣିତିକ ମାଧମାନର ବିଚ୍ୟୁତିର ବର୍ଗର ସମଷ୍ଟି ମାନକ ବିଚ୍ୟୁତିର ଆପେକ୍ଷିକ

CHSE Odisha Class 11 Economics Solutions Chapter 20 ବିଚ୍ଛୁରଣର ପରିମାପ 5
ଯେତେବେଳେ ଦୁଇଟି ବା ତହିଁରୁ ଅଧ‌ିକ ମାଳା ମଧ୍ଯରେ ତୁଳନା କରିବାକୁ ପଡ଼େ, ଏହି ମାନକ ବିଦ୍ୟୁତିର ଆପେକ୍ଷିକ ପରିମାପ ସେତେବେଳେ ବ୍ୟବହୃତ ହୋଇଥାଏ। ଏହାକୁ ମଧ୍ୟ ବିଚରଣର ଗୁଣାଙ୍କ ମଧ୍ୟ କୁହାଯାଏ। ଯେଉଁ ମାଳାର ଆପେକ୍ଷିକ ମୂଲ୍ୟ ଅଧ‌ିକ ହୋଇଥାଏ, ସେହି ମାଳାର ବିଚ୍ଛୁରଣ ଅଧିକ ହୋଇଥାଏ।

୫। ବିଜୁରଣ ପରିମାପକ କିପରି ମନୋନୟନ କରିବ ?
Answer:
ବିଚ୍ଛୁରଣ ପ୍ରତ୍ୟେକ ପରିମାପକର କିଛି ନା କିଛି ସୁ-ଗୁଣ ଓ ଦୁର୍ଗୁଣ ରହିଛି । ସବୁ ପରିମାପକ ସବୁ କ୍ଷେତ୍ରରେ ପ୍ରଯୁଜ୍ୟ କହିବା ଠିକ୍ ନୁହେଁ । ବଣ୍ଟନର ବିଭିନ୍ନ ଦିଗ ପ୍ରତି ଦୃଷ୍ଟି ଦେଇ ବିଚ୍ଛୁରଣର ପରିମାପକ ମନୋନୟନ କରିବା ଉଚିତ୍। ଯେପରି ପାଣିପାଗ ସୂଚନା କ୍ଷେତ୍ରରେ ବା ଗୁଣ ନିୟନ୍ତ୍ରଣ କ୍ଷେତ୍ରରେ ବିସ୍ତାର ସବୁଠାରୁ ଅଧ‌ିକ ପ୍ରଯୁଜ୍ୟ । କିନ୍ତୁ ଏକ ଅବାଧ ସଂଭାଗ ବିସ୍ତାର ବିତରଣ କ୍ଷେତ୍ରରେ ଚତୁର୍ଥାଂଶକ ଅଧିକ ଉପଯୁକ୍ତ ପରିମାପକ ଅଟେ । ଯେହେତୁ ମାଧବିଚ୍ୟୁତି ‘–’ ଓ ‘+’ ଚିହ୍ନକୁ ଉପେକ୍ଷା କରିଥାଏ, ତେଣୁ ଏହି ବିଚ୍ଛୁରଣ ନିର୍ଣ୍ଣୟରେ ବହୁତ କମ୍ ବ୍ୟବହାର କରାଯାଏ । ମାନକ ବିଚ୍ୟୁତି ଏକ ଉତ୍ତମ ବିଚ୍ଛୁରଣ ପରିମାପକ ।

ଏହା ଉତ୍ତମ ବିଚ୍ଛୁରଣ ପରିମାପକର ସମସ୍ତ ଗୁଣ ବହନ କରିଥାଏ। ତଥ୍ୟାବଳୀର ବୈଷମ୍ୟ, ସହ ସମ୍ବନ୍ଧ ଇତ୍ୟାଦି ଆକଳନ କରିବାରେ ମାନକ ବିଚ୍ୟୁତି ଅପରିହାର୍ଯ୍ୟ ଅଟେ। ଯଦି ବିଭିନ୍ନ ପର୍ଯ୍ୟବେକ୍ଷଣ ବିଭିନ୍ନ ଏକକରେ ପ୍ରକାଶ କରାଯାଇଥାଏ ଓ ସେମାନଙ୍କର ତୁଳନାତ୍ମର୍କ ଅନୁଶୀଳନ ଦରକାର ହୁଏ, ସେ କ୍ଷେତ୍ରରେ ବିତରଣ ଗୁଣାଙ୍କ ବ୍ୟବହୃତ କରାଯାଇଥାଏ। ବଣ୍ଟନର ଅସମତାକୁ ଜ୍ୟାମିତିକ ଚିତ୍ର ଆକାରରେ ପ୍ରକାଶ କରିବାକୁ ହେଲେ ଲରେଞ୍ଜ ବକ୍ର ଉପଯୁକ୍ତ ବିଚ୍ଛୁରଣ ପରିମାପକ ଅଟେ।

୬। ମାଧ୍ୟ ବିଚ୍ୟୁତିର ସୁଗୁଣ ଲେଖ ?
Answer:
ମାଧବିଚ୍ୟୁତି ବିତରଣ ସାରଣର ମାଧ୍ୟମାନ ବା ମଧ୍ୟମା ବା ଗରିଷ୍ଠକ ଓ ଲବ୍‌କମାନଙ୍କର ଅନ୍ତରର ପରମମାନର ମାଧ୍ୟମାନକୁ ମାଧ୍ୟବିଚ୍ୟୁତି କୁହାଯାଏ।

  • ଏହା ଖୁବ୍ ସହଜରେ ନିର୍ଣ୍ଣୟ କରିହୁଏ।
  • ଏହାକୁ ସହଜରେ ବୁଝିହୁଏ।
  • ଏହା ବିତରଣର ସମସ୍ତ ଲବ୍‌ଧାଙ୍କ ଉପରେ ପର୍ଯ୍ୟବସିତ।
  • ଏହା ଚରମ ଲବ୍‌ଧାଙ୍କ ଦ୍ଵାରା ପ୍ରଭାବିତ ହୁଏ ନାହିଁ ।

CHSE Odisha Class 11 Economics Solutions Chapter 20 ବିଚ୍ଛୁରଣର ପରିମାପ

୭। ମାଧ୍ୟବିଚ୍ୟୁତିର ଦୁର୍ଗୁଣଗୁଡ଼ିକ ଲେଖ ।
Answer:

  • ଏହା ବ୍ୟର୍ଥବୋଧକ ବା ଅସ୍ପଷ୍ଟ ଅଟେ ।
  • ଏହ ଗାଣିତିକ ପ୍ରକ୍ରିୟାରେ ପୁନଃ ବ୍ୟବହାର କରାଯାଏ ନାହିଁ ।
  • ତୁଳନାତ୍ମକ ବିଶ୍ଳେଷଣ ପାଇଁ ଏହା ପ୍ରଯୁଜ୍ୟ ନୁହେଁ।
  • ଏହା ନମୁନାର ପରିବର୍ତ୍ତନଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୁଏ ।

୮। ମାନକ ବିଦ୍ୟୁତିର ସୁଗୁଣ ଓ ଦୁର୍ଗୁଣ ଲେଖ ?
Answer:
ମାନକ ବିଚ୍ୟୁତି ଏକ ଉତ୍ତର ବିଚ୍ଛୁରଣ ପରିମାପକ ବୋଲି ଗଣନା କରାଯାଏ, କାରଣ ଏହା ଅନେକ ଗୁଡ଼ିଏ ଭଲ ଗୁଣ ବହନ କରିଥାଏ। ସେଗୁଡ଼ିକ ହେଲା –

  • ଏହା ବ୍ୟର୍ଥବୋଧକ ନୁହେଁ ।
  • ଏହାର ନିର୍ଣ୍ଣୟ ବିତରଣର ସମସ୍ତ ଲବ୍‌ଧାଙ୍କ ଉପରେ ଆଧାରିତ ।
  • ଏହା ଗାଣିତିକ ପ୍ରକ୍ରିୟାରେ ପୁନଃ ବ୍ୟବହାର କରାଯାଇଥାଏ। ଏହା ତଥ୍ୟାବଳୀର ବୈଷମ୍ୟ, ସହ ସମ୍ବନ୍ଦ, ସମାଶ୍ରିୟତା ଗୁଣାଙ୍କ ଇତ୍ୟାଦି ଆକଳନରେ ବ୍ୟବହୃତ ହୋଇଥାଏ।
  • ଏହା ପ୍ରତିଚୟନର ହ୍ରାସ ବୃଦ୍ଧିଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୋଇ ନ ଥାଏ।
  • ବିତରଣର ମାଧମାନର ବିଶ୍ଵାସଯୋଗ୍ୟତା ମାନକ ବିଚ୍ୟୁତି ଦ୍ଵାରା ପ୍ରମାଣିତ ହୋଇଥାଏ।

ମାନକ ବିଚ୍ଯୁତିର ଦୁର୍ଗୁଣଗୁଡ଼ିକ ଲେଖ ।

  • ଏହା ଗଣନା କରିବା ଓ ବୁଝିବା ସହଜ ନୁହେଁ।
  • ଏହା ବିତରଣର ଚରମ ଲବ୍‌ଧାଙ୍କ ଦ୍ଵାରା ପ୍ରଭାବିତ ହୋଇଥାଏ।
  • ଏହା ବିଭିନ୍ନ ଏକକରେ ପ୍ରକାଶିତ ବଣ୍ଟନର ତୁଳନାତ୍ମକ ଅନୁଶୀଳନ ପାଇଁ ପ୍ରଯୁଜ୍ୟ ନୁହେଁ ।

F. ପାଞ୍ଚଟି / ଛଅଟି ବାକ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ।

୧। ମାଧ୍ୟବିଚ୍ୟୁତି ଓ ମାନକ ବିଚୁ୍ୟତି
Answer:
କୌଣସି ବିତରଣ ସାରଣୀରେ ମାଧ୍ୟମାନ ବା ମଧ୍ୟମା ବା ଗରିଷ୍ଠକ ଓ ଲବ୍‌ଧାଙ୍କମାନଙ୍କ ଅନ୍ତରର ପରମମାନର ମାଧ୍ୟମାନକୁ ମାଧ୍ୟବିଚ୍ୟୁତି କୁହାଯାଏ। ମାଧବିଚ୍ୟୁତି ନିର୍ଣ୍ଣୟ ମାଧ୍ୟମାନ ବା ମଧ୍ୟମା ବା ଗରିଷ୍ଠକ ଦ୍ଵାରା ହୋଇଥାଏ।

M.D ମାଧ୍ଯମାନଠାରୁ (MDX ) = \(\frac{\sum d x}{N}\)
M.D ମଧ୍ୟମା ଠାରୁ (MDm) = \(\frac{\sum d x}{m}\)
M.D ଗରିଷ୍ଠକ ଠାରୁ (MDz) = \(\frac{\sum d x}{z}\)

ଏଠାରେ ∑dX = ମାଧ୍ୟମାନ ଓ ଲବ୍‌ଧାଙ୍କମାନଙ୍କର ଅନ୍ତରର ପରମମାନ
∑dm = ମଧ୍ୟମା ଓ ଲବ୍‌ଧାଙ୍କମାନଙ୍କର ଅନ୍ତରର ପରମମାନ
∑dz = ଗରିଷ୍ଠକ ଓ ଲବ୍‌ଧାଙ୍କମାନଙ୍କର ଅନ୍ତରର ପରମମାନ

ମାଧ୍ୟବିଚ୍ୟୁତି ନିର୍ଣ୍ଣୟ ସମୟରେ + ଓ – ଚିହ୍ନ ଗୁଡ଼ିକୁ ଉପେକ୍ଷା କରାଯାଇଥାଏ। ମାଧବିଚ୍ୟୁତି ଖୁବ୍ ସହଜରେ ନିଶ୍ଚୟ ଓ ହୃଦୟଙ୍ଗମ କରିହୁଏ । କିନ୍ତୁ ଗାଣିତିକ ପ୍ରକ୍ରିୟାରେ ଏହା ପୁନଃ ବ୍ୟବହୃତ ହୋଇପାରେ ନାହିଁ । କୌଣସି ବିତରଣ ସାରଣୀରେ ମାଧ୍ୟମାନ ଓ ଲବ୍‌ଧାଙ୍କମାନଙ୍କର ଅନ୍ତରର ବର୍ଗର ମାଧମାନର ଧନାତ୍ମକ ବର୍ଗମୂଳକୁ ମାନକ ବିଚ୍ୟୁତି କୁହାଯାଏ। ସାଧାରଣତଃ ୬ (ସିଗ୍‌ମା) ଦ୍ଵାରା ସୂଚୀତ କରାଯାଏ।

\(6=\sqrt{\frac{\sum d X^2}{n}}\)

CHSE Odisha Class 11 Economics Solutions Chapter 20 ବିଚ୍ଛୁରଣର ପରିମାପ

ମାନକ ବିଚ୍ୟୁତି ବିଚ୍ଛୁରଣ ପରିମାପକମାନଙ୍କ ମଧ୍ୟରେ ଅଧ‌ିକ ଲୋକପ୍ରିୟ ପରିମାପକ ଅଟେ । ଏହା ବିତରଣର ସମସ୍ତ ଲବ୍‌ଧାଙ୍କ ଉପରେ ପର୍ଯ୍ୟବସିତ, ଅସ୍କଟ ନୁହେଁ ଏବଂ ଏହା ଗାଣିତିକ ପ୍ରକ୍ରିୟାରେ ପୁନଃ ବ୍ୟବହୃତ ହୋଇଥାଏ। କିନ୍ତୁ ଏହା ନିର୍ଣ୍ଣୟ କରିବା ଓ ହୃଦୟଙ୍ଗମ କରିବା ଏତେ ସହଜ ନୁହେଁ ।

୨। ବିସ୍ତାର ଓ ବିସ୍ତାର ଗୁଣାଙ୍କ
ଏହା ସର୍ବାପେକ୍ଷା ସହଜ, ସରଳ ଓ ସ୍କୁଳ ପରିମାପ ଅଟେ।
ବିସ୍ତାର = L – S
L= ସର୍ବାଧ‌ିକ ମୂଲ୍ୟ
S = ସର୍ବନିମ୍ନ ମୂଲ୍ୟ

ବିସ୍ତାର ବିଶୁଦ୍ଧ ପରିମାପକ ଅଟେ । ତେଣୁ ଏହା ତୁଳନାତ୍ମକ ଭାବରେ ବ୍ୟବହାର ହୋଇପାରେ ନାହିଁ । ଏହାର ଆପେକ୍ଷିକ ପରିମାପକ ନିମନ୍ତେ ବିସ୍ତାରର ଗୁଣାଙ୍କ ଅଧ୍ୟୟନ କରିବାକୁ ପଡ଼ିଥାଏ।
ବିସ୍ତାରର ଗୁଣାଙ୍କ = \(\frac{L-S}{L+S}\)
L = ସର୍ବାଧକ ମୂଲ୍ୟ, S = ସର୍ବନିମ୍ନ ମୂଲ୍ୟ।

୩। ମାଧ୍ୟ ବିଚ୍ୟୁତିର ଗୁଣାଙ୍କ ଓ ମାନକ ବିଚ୍ୟୁତିର ଗୁଣାଙ୍କ
Answer:
ଆପେକ୍ଷିକ ମାଧ ବିଚ୍ୟୁତି ନିର୍ଣ୍ଣୟ କରିବା ପାଇଁ କୌଣସି ତଥ୍ୟାବଳୀର ମାଧ ବିଚ୍ୟୁତିକୁ ସଂପୃକ୍ତ ହାରାହାରି ମୂଲ୍ୟ, ଯଥା ମାଧମାନ ବା ମଧ୍ୟମା ବା ଗରିଷ୍ଠକଦ୍ଵାରା ଭାଗ କରାଯାଇଥାଏ। ଯଦି ବିଚ୍ୟୁତି ଗୁଡ଼ିକ ମାଧ୍ଯମାନରୁ ନିର୍ଣ୍ଣୟ କରାଯାଇଥବ, ତା’ହେଲେ ମାଧବିଚ୍ୟୁତିକୁ ସେହି ମାଧ୍ଯମାନ ଦ୍ଵାରା ଭାଗ କରିବାକୁ ପଡ଼ିଥାଏ, ସେହିପରି ମଧ୍ଯମା ବା ଗରିଷ୍ଠକ ଦ୍ଵାରା ନିର୍ଣ୍ଣୟ କରାଯାଇଥିଲେ ଏହା ମଧ୍ୟମା ବା ଗରିଷ୍ଠକ ଦ୍ଵାରା ଭାଗ କରାଯାଇଥାଏ।
CHSE Odisha Class 11 Economics Solutions Chapter 20 ବିଚ୍ଛୁରଣର ପରିମାପ 4
ଏହାକୁ ଶତକଡ଼ାରେ ନିର୍ଣ୍ଣୟ କରିବାକୁ ହେଲେ ଉକ୍ତ ସୂତ୍ରରେ ୧୦୦ ଗୁଣନ କରିବାକୁ ହୋଇଥାଏ।
ଦୁଇଟି ରାଶିମାଳାର ମାନକ ବିଦ୍ୟୁତିର ବିଭିନ୍ନତାର ଆପେକ୍ଷିକ ପରିମାପ ସ୍ଥିର କରିବା ପାଇଁ ମାନକ ବିଚ୍ୟୁତିର ଗୁଣାଙ୍କ ବ୍ୟବହାର କରାଯାଇଥାଏ ।

CHSE Odisha Class 11 Economics Solutions Chapter 20 ବିଚ୍ଛୁରଣର ପରିମାପ 7
ଏହାକୁ ଶତକଡ଼ାରେ ନିର୍ଣ୍ଣୟ କରିବାକୁ ହେଲେ ଉକ୍ତ ସୂତ୍ରରେ 100 ଗୁଣନ କରିବାକୁ ହୋଇଥାଏ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ବିଚ୍ଛୁରଣ କହିଲେ କ’ଣ ବୁଝ ? ବିଚ୍ଛୁରଣ ପରିମାପକଗୁଡ଼ିକ କ’ଣ ? ଏକ ଉତ୍ତମ ବିଚ୍ଛୁରଣ ପରିମାପକର ବୈଚିତ୍ରଗୁଡ଼ିକ ବର୍ଣ୍ଣନା କର ।
Answer:
କେନ୍ଦ୍ରୀୟ ପ୍ରବୃତ୍ତି; ଯଥା – ମାଧ୍ଯମାନ, ମଧ୍ୟମା ଓ ଗରିଷ୍ଠକ ଓ ତଥ୍ୟାବଳୀର ସମସ୍ତ ଲବ୍‌ଧାଙ୍କମାନଙ୍କର ପ୍ରତିନିଧ୍ୱ କରିଥାନ୍ତି । କିନ୍ତୁ ଏମାନଙ୍କଦ୍ୱାରା ତଥ୍ୟାବଳୀର ସମସ୍ତ ଅଭିଲକ୍ଷଣଗୁଡ଼ିକ ପ୍ରତିଫଳିତ ହୋଇ ନ ଥାଏ । ତଥ୍ୟାବଳୀର ସମସ୍ତ ଲବ୍‌ଧାଙ୍କମାନଙ୍କର ବିଷୟରେ ଅଧ୍ଯକ ଲକ୍ଷଣଗୁଡ଼ିକ ଜାଣିବା ପାଇଁ ବିଚ୍ଛୁରଣ ସମ୍ବନ୍ଧରେ ଅଧ୍ୟୟନ କରାଯାଏ । ମନେକର ଗୋଟିଏ ଶ୍ରେଣୀର ବାଳକମାନଙ୍କର ମାଧ୍ଯମାନ ମାର୍କ ଓ ବାଳିକାମାନଙ୍କର ମାଧ୍ଯମାନ ମାର୍କ ସମାନ ଅଟେ; ଯଥା – 37 ।

CHSE Odisha Class 11 Economics Solutions Chapter 20 ବିଚ୍ଛୁରଣର ପରିମାପ

କିନ୍ତୁ ବାଳକ ତାଲିକାରେ ସର୍ବନିମ୍ନ ମାର୍କ 10 ଏବଂ ସର୍ବୋଚ୍ଚ ମାର୍କ 97 ଥ‌ିବା ସମୟରେ ବାଳିକା ତାଲିକାରେ ସର୍ବନିମ୍ନ ମାର୍କ 30 ଓ ସର୍ବୋଚ୍ଚ ମାର୍କ 95 ଅଛି । ଯଦିଓ ଉଭୟଙ୍କର ମାଧ୍ଯମାନ ମାର୍କ ସମାନ ତଥାପି ମାଧମାନ ତଥ୍ୟାବଳୀର ସମସ୍ତ ଲକ୍ଷଣଗୁଡ଼ିକ ଉପସ୍ଥାପିତ କରିପାରୁ ନାହିଁ । ବାଳିକାମାନଙ୍କର ମାର୍କ ମାଧ୍ୟମାନ ମାର୍କର ପାଖାପାଖ୍ ବିଚ୍ଛୁରିତ ହୋଇଥିଲାବେଳେ ବାଳକମାନଙ୍କର ମାର୍କ ଅଧ୍ବକ ବିଚ୍ଛୁରିତ ହୋଇରହିଛି । ଏଣୁ ବିଚ୍ଛୁରିତ ତଥ୍ୟାବଳୀ ସମ୍ବନ୍ଧରେ ଅଧିକ ଜ୍ଞାନ ପ୍ରଦାନ କରିଥାଏ ।

କୌଣସି ତଥ୍ୟାବଳୀରେ ଲବ୍‌ଧାଙ୍କଗୁଡ଼ିକ କେନ୍ଦ୍ରୀୟ ମାପକର ଉଭୟ ପାର୍ଶ୍ଵରେ କିପରିଭାବେ ବିଚ୍ଛୁରିତ ହୋଇ ରହିଛନ୍ତି, ତାହାକୁ ବିଚ୍ଛୁରଣ କୁହାଯାଏ । Prof. Spieges ଙ୍କ ମତରେ, “‘The degree to which numerical data tends to spread about an average value is called the variation or dispersion.” ସେହିପରି A.L. Bowleyଙ୍କ ମତରେ, “Dispersion is the measure of the variations of the item.”

ଏହିସବୁ ଦର୍ଶାଯାଇଥ‌ିବା ସଂଜ୍ଞାଗୁଡ଼ିକ ଅନୁଧ୍ୟାନ କଲେ ଜଣାପଡ଼ୁଛି ଯେ, ବିଚ୍ଛୁରଣ ତଥ୍ୟାବଳୀର ସଂଗତି (Consistency) ଉପରେ ଆଲୋକପାତ କରେ । ବଣ୍ଟନର ବିଚ୍ଛୁରଣ ଯେତେ ବେଶୀ ହେବ ତଥ୍ୟାବଳୀର ସଂଗତି ସେତେ କମ୍ ହେବ ଓ ବିଚ୍ଛୁରଣ ଯେତେ କମ୍ ତଥ୍ୟାବଳୀର ସଂଗତି ସେତେ ବେଶୀ ହେବ ବୋଲି ବିଚାର କରାଯାଇଥାଏ ।’

ବିଭକ୍ତ କରାଯାଇଛି; ଯଥା – (1) ବିଶୁଦ୍ଧ ପରିମାପ (Absolute measures of dispersion) ଓ (2) ଆପେକ୍ଷିକ ପରିମାପ (Relative measures of dispersion) । ବିଶୁଦ୍ଧ ପରିମାପଗୁଡ଼ିକ ହେଲା – ( 1 ) ବିସ୍ତାର (Range), (2) ଆନ୍ତଃ ଚତୁର୍ଥାଂଶକ (Inter-quartile range or Quartile deviation), (3) Flag (Mean deviation) ଓ (4) ମାନକ ବିଚ୍ୟୁତି (Standard deviation) ।,ସେହିପରି ଆପେକ୍ଷିକ ପରିମାପକଗୁଡ଼ିକ ହେଲା – (1) ବିଚରଣ ଗୁଣାଙ୍କ (Co-efficient of variation) ଏବଂ (2) ଲରେଞ୍ଜ୍ ବଜ୍ର (Lorenz curve) । ଆପେକ୍ଷିକ ବିଚ୍ଛୁରଣଦ୍ବାରା ଦୁଇ ବା ତତୋଽଧୂକ ବଣ୍ଟନର ସଂଗତିକୁ ତୁଳନା କରାଯାଇଥାଏ ।

ଏଠାରେ ପ୍ରଶ୍ନ ଉଠିପାରେ, ବିଚ୍ଛୁରଣର କେଉଁ ମାପକଟି ଉତ୍ତମ ଅଟେ । ପ୍ରତ୍ୟେକ ମାପକର କିଛି ନା କିଛି ଭଲ ବା ଖରାପ ଗୁଣ ଅଛି । ତଥାପି ଏକ ଉତ୍ତମ ବିଚ୍ଛୁରଣ ମାପକର ନିମ୍ନଲିଖିତ ଲକ୍ଷଣଗୁଡ଼ିକ ରିହବା ବିଧେୟ ।

  • ଏହାକୁ ସହଜରେ କଷାଯାଇପାରୁଥ୍ ଓ ହୃଦୟଙ୍ଗମ କରିହେଉଥ‌ିବ ।
  • ଏହା ବ୍ୟର୍ଥବୋଧକ ବା ଅସ୍ପଷ୍ଟ ହୋଇ ନ ଥ‌ିବ ।
  • ସାଧାରଣ ଲୋକ ଏହାକୁ ବ୍ୟବହାର କରିପାରୁଥ‌ିବେ ।
  • ଏହା ସମସ୍ତ ତଥ୍ୟାବଳୀର ଲବ୍‌ଧାଙ୍କ ଉପରେ ପର୍ଯ୍ୟବସିତ ହୋଇଥବ ।
  • ଏହାକୁ ଗାଣିତିକ ପ୍ରକ୍ରିୟାରେ ପୁନଃ ବ୍ୟବହାର କରାଯାଇପାରୁଥ‌ିବ ।
  • ଏହା ଚରମ ଲବ୍‌ଧାଙ୍କଦ୍ୱାରା ପ୍ରଭାବିତ ହେଉ ନ ଥ‌ିବ ।
  • (ଏହା ଅବାଧ ସଂଭାଗ ବିସ୍ତାର କ୍ଷେତ୍ରରେ ମଧ୍ୟ ଗଣନା କରାଯାଇପାରୁଥ‌ିବ ।

୨। ସଂକ୍ଷେପରେ ବିଚ୍ଛୁରଣର ପରିମାପକଗୁଡ଼ିକ ବର୍ଣ୍ଣନା କର ।
Answer:
କୌଣସି ପର୍ଯ୍ୟବେକ୍ଷଣରେ ଲବଧାଙ୍କଗୁଡ଼ିକ କେନ୍ଦ୍ରୀୟ ମାପକର ଉଭୟ ପାର୍ଶ୍ବରେ ଯେପରିଭାବରେ ବିଚ୍ଛୁରିତ ହୋଇ ରହିଛନ୍ତି, ତାହାକୁ ବିଚ୍ଛୁରଣ କୁହାଯାଏ । ତଥ୍ୟାବଳୀର ବିଚ୍ଛୁରଣ ନିର୍ଦ୍ଧାରଣ ପାଇଁ ବିଭିନ୍ନ ପଦ୍ଧତି ପରିମାପକ ଅନୁସରଣ କରାଯାଏ । ସେଗୁଡ଼ିକୁ ମୁଖ୍ୟତଃ ଦୁଇଗୋଟି ଭାଗରେ ବିଭକ୍ତ କରାଯାଇଛି; ଯଥା – ବିଶୁଦ୍ଧ ପରିମାପ (Absolute measures of dispersion) ଓ ଆପେକ୍ଷିକ ପରିମାପ (Relative measures of dispersion) ।

CHSE Odisha Class 11 Economics Solutions Chapter 20 ବିଚ୍ଛୁରଣର ପରିମାପ

ବିଶୁଦ୍ଧ ପରିମାପକମାନଙ୍କ ମଧ୍ୟରୁ –

(1) ବିସ୍ତାର (Range)
(2) ଚତୁର୍ଥାଂଶକ ବିଚ୍ୟୁତି (Quartile deviation)
(3) ମାଧ୍ୟବିଚ୍ୟୁତି (Mean deviation) ଓ
(4) ମାନକ ବିଚ୍ୟୁତି (Standard deviation) ଅନ୍ୟତମ ।

ଆପେକ୍ଷିକ ପରିମାପକମାନଙ୍କ ମଧ୍ୟରେ –

(1) ବିଚରଣ ଗୁଣାଙ୍କ (Coefficient of variation) ଓ
(2) ଲରେଞ୍ଜ୍ ବଜ୍ର (Lorenz curve) ବିଶେଷଭାବରେ ବ୍ୟବହୃତ ହୋଇଥାଏ ।

ଏଠାରେ ସେଗୁଡ଼ିକ ବିଷୟରେ ସଂକ୍ଷେପରେ ଆଲୋଚନା କରାଯାଇଛି ।
(1) ବିସ୍ତାର (Range) – ଏହା ବିତରଣ ସାରଣୀର ବୃହତ୍ତମ ଓ କ୍ଷୁଦ୍ରତମ ଲବ୍‌ଧାଙ୍କଦ୍ବୟର ଅନ୍ତରଫଳ ଅଟେ । ଅର୍ଥାତ୍ ବିସ୍ତାର (Range) = ବୃହତ୍ତମ ଲବ୍‌ଧାଙ୍କ – କ୍ଷୁଦ୍ରତମ ଲବ୍‌ଧାଙ୍କ
Or, R = L – S
ବିସ୍ତାରର ଗୁଣାଙ୍କ (Coefficient of Range) = \(\frac{L-S}{L+S}\)
ବିସ୍ତାରର ମାନ ଅଧ୍ଵ ହେଲେ ବିଚ୍ଛୁରଣ ଅଧ୍ବକ ଓ ବିସ୍ତାରର ମାନ କମ୍ ହେଲେ ବିଚ୍ଛୁରଣ କମ୍ ହୁଏ । ବିସ୍ତାର ସବୁଠାରୁ ସହଜ ପରିମାପକ ହେଲେ ମଧ୍ୟ ଏହାକୁ ବିଚ୍ଛୁରଣର ଉତ୍ତମ ମାପକରୂପେ ଗ୍ରହଣ କରାଯାଏ ।

(2) ଚତୁର୍ଥାଂଶକ ବିଚ୍ୟୁତି ବା ଆନ୍ତଃଚତୁର୍ଥାଂଶକ ବିସ୍ତାର (Quartile Deviation or Semi-Inter quartile Range) – ବିତରଣର ଊର୍ଦ୍ଧ୍ବ ଓ ଅଧଃ ଅନ୍ତରର ଅର୍ଦ୍ଧେକକୁ ଅନ୍ତଃଚତୁର୍ଥାଂଶ ବିସ୍ତାର ବା ଚତୁର୍ବିଂଶକ ବିଚ୍ୟୁତି ବୋଲି କୁହାଯାଏ । ସୁତରାଂ, IQR = Q3 = Q1 |

ଏବଂ \(\mathrm{QD}=\frac{\mathrm{Q}_3-\mathrm{Q}_1}{2}\)
ଏଠାରେ QD = ଚତୁର୍ଥାଂଶକ ବିଚ୍ୟୁତି, Q3 = ଊର୍ଦ୍ଧ୍ବ ଚତୁର୍ଥାଂଶକ, Q1 = ଅଧଃ ଚତୁର୍ଥାଂଶକ । ଚତୁର୍ଥାଂଶ କର
ଗୁଣାଙ୍କ (Coefficient of QD) = \(\frac{\mathrm{Q}_3-\mathrm{Q}_1}{\mathrm{Q}_3+\mathrm{Q}_1}\)

ବିଚ୍ଛୁରଣର ମାପକ ହିସାବରେ ଏହା ସହଜ ଓ ଚରମ ଲବ୍‌ଧାଙ୍କମାନଙ୍କଦ୍ୱାରା ପ୍ରଭାବିତ ନ ହେଲେ ମଧ୍ୟ ଏହାର ବ୍ୟବହାର ବହୁତ ସଙ୍କୁଚିତ ହୋଇଥାଏ । କାରଣ ଏହା ସାରଣୀର ସମସ୍ତ ଲବ୍‌ଧାଙ୍କ ଉପରେ ପର୍ଯ୍ୟବସିତ ନୁହେଁ ।

(3) ମାଧ୍ୟବିଚ୍ୟୁତି (Mean deviation) – କୌଣସି ବିତରଣ ସାରଣୀରେ ମାଧ୍ୟମାନ ବା ମଧ୍ୟମା ବା ଗରିଷ୍ଠକ ଓ ଲବ୍‌ଧାଙ୍କମାନଙ୍କର ଅନ୍ତରର ପରମମାନର ମାଧ୍ଯମାନକୁ ମାଧବିଚ୍ୟୁତି (Mean deviation) କୁହାଯାଏ । ମାଧ୍ୟବିଚ୍ୟୁତି ନିର୍ଣ୍ଣୟ ମାଧ୍ୟମାନ ବା ମଧ୍ୟମା ବା ଗରିଷ୍ଠକଦ୍ୱାରା ହୋଇଥାଏ । ସୁତରାଂ;

MD ମାଧ୍ୟମାନଠାରୁ (MD)=\(\frac{\Sigma \mathrm{dx}}{\mathrm{N}}\)
MD ମଧ୍ୟମାନଠାରୁ (MDm) = \(\frac{\Sigma \mathrm{dm}}{\mathrm{N}}\)
MD ଗରିଷ୍ଠକଠାରୁ (MDz) = \(\frac{\Sigma \mathrm{dz}}{\mathrm{N}}\)

ଏଠାରେ Σdx = ମାଧ୍ୟମାନ ଓ ଲବ୍‌ଧାଙ୍କମାନଙ୍କର ଅନ୍ତରର ପରମମାନ ।
Σdm = ମଧ୍ୟମା ଓ ଲବ୍‌ଧାଙ୍କମାନଙ୍କର ଅନ୍ତରର ପରମମାନ ।
Σdz = ଗରିଷ୍ଠକ ଓ ଲବ୍‌ଧାଙ୍କମାନଙ୍କର ଅନ୍ତରର ପରମମାନ ।

ମାଧ୍ୟବିଚ୍ୟୁତି ନିର୍ଣ୍ଣୟ ସମୟରେ + ଓ – ଚିହ୍ନ ଗୁଡ଼ିକୁ ଉପେକ୍ଷା (Ignore) କରାଯାଇଥାଏ ।
ମାଧ୍ୟବିଚ୍ୟୁତି ଖୁବ୍ ସହଜରେ ନିର୍ଣ୍ଣୟ ଓ ହୃଦୟଙ୍ଗମ କରିହୁଏ । କିନ୍ତୁ ଗାଣିତିକ ପ୍ରକ୍ରିୟାରେ ଏହା ପୁନଃ ବ୍ୟବହୃତ ହୋଇପାରେ ନାହିଁ ।

(4) ମାନକ ବିଚ୍ୟୁତି (Standard deviation) – କୌଣସି ବିତରଣ ସାରଣୀରେ ମାଧ୍ୟମାନ ଓ ଲବ୍‌ଧାଙ୍କମାନଙ୍କର ଅନ୍ତରର ବର୍ଗର ମାଧ୍ଯମାନର ଧନାତ୍ମକ ବର୍ଗମୂଳକୁ ମାନକ ବିଚ୍ୟୁତି କୁହାଯାଏ । ସାଧାରଣତଃ ଏହା ଓ (ସିଗ୍‌ମା) ଦ୍ଵାରା ସୂଚୀତ କରାଯାଏ । ଏହା ବିଭିନ୍ନ ପ୍ରଣାଳୀରେ ନିର୍ଣ୍ଣୟ କରିହୁଏ । ସୁତରାଂ;
SD Or \(\sigma=\sqrt{\frac{\Sigma d x^2}{n}}\)
ଏବଂ ମାନକ ବିଚ୍ୟୁତିର ଗୁଣାଙ୍କ (Co-efficient of SD) = \(\frac{\delta}{x}\)
ମାନକ ବିଚ୍ୟୁତି ବିଚ୍ଛୁରଣ ପରିମାପକମାନଙ୍କ ମଧ୍ୟରେ ଅଧୂକ ଲୋକପ୍ରିୟ ପରିମାପକ ଅଟେ । ଏହା ବିତରଣର ସମସ୍ତ ଲବ୍‌ଧାଙ୍କ ଉପରେ ପର୍ଯ୍ୟବସିତ, ଅସ୍ପଷ୍ଟ ନୁହେଁ ଏବଂ ଏହା ଗାଣିତିକ ପ୍ରକ୍ରିୟାରେ ପୁନଃ ବ୍ୟବହୃତ ହୋଇଥାଏ । କିନ୍ତୁ ଏହା ନିର୍ଣ୍ଣୟ କରିବା ଓ ହୃଦୟଙ୍ଗମ କରିବା ଏତେ ସହଜ ନୁହେଁ ।

CHSE Odisha Class 11 Economics Solutions Chapter 20 ବିଚ୍ଛୁରଣର ପରିମାପ

(5) ବିତରଣ ଗୁଣାଙ୍କ (Co-efficient of Variation) – ମାନକ ବିଚ୍ୟୁତି ଓ ମାଧ୍ଯମାନର ଶତକଡ଼ା ଅନୁପାତ କୁ ବିତରଣ ଗୁଣାଙ୍କ କୁହାଯାଏ । ସୁତରାଂ,
ବିଚରଣ ଗୁଣାଙ୍କ (c.v.) = \(\frac{\delta}{x} \times 100\)
ବିଚରଣ ଗୁଣାଙ୍କ ବଣ୍ଟନଗୁଡ଼ିକର ତୁଳନାତ୍ମକ ଅନୁଶୀଳନରେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ନିର୍ବାହ କରିଥାଏ ।

(6) ଲରେଞ୍ଜ୍ ବକ୍ର (Lorenz curve) – ଲରେଞ୍ଜ ବକ୍ର ଏକ ଜ୍ୟାମିତିକ ବକ୍ର । ଏହା ବିଚ୍ଛୁରଣର ଆପେକ୍ଷିକ ମାପକ ହିସାବରେ ଗ୍ରହଣ କରାଯାଏ । 1905 ରେ ମ୍ୟାକ୍ସ ଓ ଲରେଞ୍ଜ୍ ଏହି ବକ୍ରକୁ ବ୍ୟବହାର କରି ଲୋକମାନଙ୍କର ସମ୍ପତ୍ତି ବଣ୍ଟନରେ ଥ‌ିବା ଅସମତାକୁ ପ୍ରଦର୍ଶନ କରିଥିବାରୁ ଏହାକୁ Lorenz curve ବା ଲରେଞ୍ଜ୍ ବଜ୍ର କୁହାଯାଏ । ରାଶିକୃତ ଚଳର ଲବ୍‌ଧାଙ୍କ ଶତାଂଶ ଓ ରାଶିକୃତ ବାରମ୍ବାରତାର ଶତାଂଶଗୁଡ଼ିକୁ ନେଇ ବିନ୍ଦୁମାନ ସ୍ଥାପନ କରି ସେଗୁଡ଼ିକୁ ଯୋଗ କଲେ ଲରେଞ୍ଜ୍ ବଜ୍ର ମିଳିଥାଏ । ଏହି ବକ୍ର ସମବଣ୍ଟନ (Line of equal distribution) ଠାରୁ ଅଧ‌ିକ ଦୂରରେ ରହିଲେ ବଣ୍ଟନରେ ଅସମତା ଅଧିକ ବୋଲି ଜାଣିବାକୁ ହେବ ।

୩। ବିସ୍ତାର କାହାକୁ କୁହାଯାଏ ? ବିଚ୍ଛୁରଣର ପରିମାପକ ଭାବରେ ଏହାର ସୁଗୁଣ ଓ ଦୁର୍ଗୁଣ ସହ ଏହାର ଉପଯୋଗିତା ବର୍ଣ୍ଣନା କର ।
Answer:
ଗୋଟିଏ ବିତରଣରେ ବୃହତ୍ତମ ଲବ୍‌ଧାଙ୍କ ଓ କ୍ଷୁଦ୍ରତମ ଲବ୍‌ଧାଙ୍କର ଅନ୍ତରର ପ୍ରକ୍ରିୟାକୁ ବିସ୍ତାର (Range) କୁହାଯାଏ । ବିଚ୍ଛୁରଣ ଏହା ସର୍ବାପେକ୍ଷା ସହଜ, ସରଳ ଓ ସ୍ଥୂଳ ପରିମାପ ଅଟେ । ପର୍ଯ୍ୟବେକ୍ଷଣର ଦୁଇ ଚୂଡ଼ାନ୍ତ ମୂଲ୍ୟରୁ ବିସ୍ତାର ନିର୍ଦ୍ଧାରଣ କରାଯାଏ । ଅର୍ଥାତ୍ ବିତରଣ ମାଳାର ସର୍ବାଧ‌ିକ ଓ ସର୍ବନିମ୍ନ ଲବ୍‌ଧାଙ୍କର ଅନ୍ତରଫଳରୁ ବିସ୍ତାର ଜଣାପଡ଼େ ।

ବିସ୍ତାର (Range) = ସର୍ବାଧ‌ିକ ମୂଲ୍ୟ (L) – ସର୍ବନିମ୍ନ ମୂଲ୍ୟ (S)
→R = L – S
ଏହା ବିସ୍ତାରର ବିଶୁଦ୍ଧ ପରିମାପକ ଅଟେ । ତେଣୁ ଏହା ତୁଳନାତ୍ମକ ଭାବରେ ବ୍ୟବହାର ହୋଇପାରେ ନାହିଁ । ଏହାର ଆପେକ୍ଷିକ ପରିମାପ ନିମନ୍ତେ ବିସ୍ତାରର ଗୁଣାଙ୍କ (Co-efficient of Range) ଅଧ୍ୟୟନ କରିବାକୁ ପଡ଼ିଥାଏ । ବିତରଣ ମାଳାର ସର୍ବାଧ‌ିକ ମୂଲ୍ୟ ଓ ସର୍ବନିମ୍ନ ମୂଲ୍ୟର ବିୟୋଗ ଓ ଯୋଗର ଅନୁପାତକୁ ବିସ୍ତାରର ଗୁଣାଙ୍କ କୁହାଯାଏ;
CHSE Odisha Class 11 Economics Solutions Chapter 20 ବିଚ୍ଛୁରଣର ପରିମାପ 8
→ C.R= \(\frac{L-S}{L+S}\)

ସୁଗୁଣ (Merits) – ବିଚ୍ଛୁରଣର ପରିମାପକ ଭାବରେ ବିସ୍ତାରର ଅନେକଗୁଡ଼ିଏ ସୁଗୁଣ ରହିଛି ଯାହା ନିମ୍ନରେ ବର୍ଣ୍ଣନା କରାଗଲା ।

  • ବିଚ୍ଛୁରଣ ପରିମାପକ ଭାବରେ ଏହା ସର୍ବାପେକ୍ଷା ସରଳ, ସହଜ ପଦ୍ଧତି ଅଟେ । ଏହାର ଗଣନା ମଧ୍ୟ ଖୁବ୍ ସହଜ ଓ ସରଳ ।
  • ବିଚ୍ଛୁରଣର ବିଶୁଦ୍ଧ ପରିମାପକ ଆକାରରେ ଏହା ସ୍ଥୂଳ ମୂଲ୍ୟ ପ୍ରଦାନ କରୁଥିଲେ ହେଁ ଏହା ତ୍ୱରିତ୍‌ ଫଳ ପ୍ରଦାନ କରିଥାଏ । ଖୁବ୍ ସ୍ୱଳ୍ପ ସମୟ ମଧ୍ୟରେ ଏହା ଉତ୍ତର ନିରୂପଣ କରିଥାଏ ।
  • ଉତ୍ପାଦନର ଗୁଣାତ୍ମକ ନିୟନ୍ତ୍ରଣ ପରିପ୍ରେକ୍ଷୀରେ ପରିସଂଖ୍ୟାନ ମାଳାରେ ଏହାର ବ୍ୟାପକ ପ୍ରୟୋଗ କରାଯାଇଥାଏ ।
  • ଏହା ଗଣନା ପଦ୍ଧତି ଅତି ସହଜ ହୋଇଥବାରୁ ଜଣେ ସାଧାରଣ ବ୍ୟକ୍ତି ଏହାକୁ ସହଜରେ ବ୍ୟବହାର କରିପାରିଥାନ୍ତି । ତଥ୍ୟାବଳୀର ଏହା ଏକ ବ୍ୟାପକ ଆଲେଖ୍ୟ ପ୍ରତିପାଦନ କରେ ଯାହାର ସୀମା ମଧ୍ୟରେ ସମସ୍ତ ଲବ୍‌ଧାଙ୍କ ଦୃଷ୍ଟିଗୋଚର ହୋଇଥାଏ ।
  • ତଥ୍ୟାବଳୀର ଏହା ଏକ ବ୍ୟାପକ ଆଲେଖ୍ୟ ପ୍ରତିପାଦନ କରେ ଯାହାର ସୀମା ମଧ୍ୟରେ ସମସ୍ତ ଲବ୍‌ଧାଙ୍କ ଦୃଷ୍ଟିଗୋଚର ହୋଇଥାଏ ।

ଦୁର୍ଗୁଣ (Demerits) –
ବିସ୍ତାରର ଗଣନା ପଦ୍ଧତି ସହଜ ଓ ସରଳ ହୋଇଥିଲେ ହେଁ ନିମ୍ନଲିଖିତ ଦୁର୍ଗୁଣ ଯୋଗୁଁ ଏହା ଏକ ଉତ୍ତମ ନିର୍ଭରଯୋଗ୍ୟ ପରିମାପକ ଭାବରେ ଗ୍ରହଣୀୟ ନୁହେଁ ।

  • ଏହା ଚୂଡ଼ାନ୍ତ ଲବ୍‌ଧାଙ୍କ ଦ୍ୱାରା ପ୍ରଭାବିତ ହୋଇଥାଏ । କାରଣ ଏହି ପଦ୍ଧତି ବିତରଣ ମାଳାର ସମସ୍ତ ଲବ୍‌ଧାଙ୍କ ଉପରେ ପର୍ଯ୍ୟବସିତ ହୋଇ ନଥାଏ । ତେଣୁ ଏହାକୁ ଏକ ନିର୍ଭରଯୋଗ୍ୟ ପରିମାପକ ଭାବରେ ଗ୍ରହଣ କରାଯାଏ ନାହିଁ ।
  • ବିସ୍ତାର କେବଳ ସର୍ବାଧ‌ିକ ଲବ୍‌ଧାଙ୍କ ଓ ସର୍ବନିମ୍ନ ଲବ୍‌ଧାଙ୍କ ଦ୍ବାରା ନିର୍ଦ୍ଧାରିତ ହୋଇଥାଏ । ତେଣୁ ଏହା ଅନ୍ୟ ଲବ୍‌ଧାଙ୍କର ବିଚ୍ଛୁରଣ ମାପ କରିପାରେ ନାହିଁ ।
  • ନମୁନାର ପରିବର୍ତ୍ତନଦ୍ୱାରା ବିସ୍ତାର ବିଶେଷଭାବେ ପ୍ରଭାବିତ ହୋଇଥାଏ ।
  • ଅବାଧ ସଂଭାଗଯୁକ୍ତ ବାରମ୍ବାରତା ବିତରଣର ବିସ୍ତାର ନିର୍ଣ୍ଣୟ ସମ୍ଭବ ନୁହେଁ ।

CHSE Odisha Class 11 Economics Solutions Chapter 20 ବିଚ୍ଛୁରଣର ପରିମାପ

ବିସ୍ତାରର ଉପଯୋଗିତା – ବିସ୍ତାର ଦୁର୍ଗୁଣ ରହିଥିଲେ ସୁଦ୍ଧା ଏହା ଅନେକ କ୍ଷେତ୍ରରେ ଉପଯୋଗୀ ସାବ୍ୟସ୍ତ ହୋଇଥାଏ ।

  • ଗୁଣାତ୍ମକ ମାନ ନିୟନ୍ତ୍ରଣ – ଗୁଣାତ୍ମକ ମାନ ନିୟନ୍ତ୍ରଣ କ୍ଷେତ୍ରରେ ବିସ୍ତାରର ସ୍ଵତନ୍ତ୍ର ପ୍ରୟୋଗ କରାଯାଇଥାଏ । କଳକାରଖାନାରେ ଉତ୍ପାଦିତ ପୂର୍ବ ଦ୍ରବ୍ୟଗୁଡ଼ିକର ଗୁଣାତ୍ମକ ମାନ ପରିବର୍ତ୍ତନର ଅଧ୍ୟୟନ ପାଇଁ ବିସ୍ତାରକୁ ବ୍ୟବହାର କରାଯାଏ । ବିସ୍ତାର ମାଧ୍ୟମରେ ନିୟନ୍ତ୍ରଣ ଚାର୍ଟ ପ୍ରସ୍ତୁତ କରାଯାଏ ।
  • ପାଣିପାଗର ପ୍ରାକ୍ କଥନ – ଭବିଷ୍ୟତର ପାଣିପାଗ ସଂପର୍କରେ ଗଣନା ପାଇଁ ଏହା ବହୁଳ ଭାବରେ ବ୍ୟବହୃତ ହୋଇଥାଏ । ପାଣିପାଗର ସୀମା ତଥା ଉତ୍ତାପର ସ୍ତର ଜାଣିବାପାଇଁ ସାଧାରଣ ଲୋକ ବିଶେଷ ଆଗ୍ରହ ପ୍ରକାଶ କରିଥାନ୍ତି ।
  • ପରିବର୍ତ୍ତନର ପରିମାପ – ତଥ୍ୟାବଳୀର ପରିବର୍ତ୍ତନ ଅଧ୍ୟୟନ ନିମିତ୍ତ ବିସ୍ତାରକୁ ବ୍ୟବହାର କରାଯାଏ । ରୋଗୀର ଶରୀରର ଉତ୍ତାପର ତାରତମ୍ୟ ବା ପରିବର୍ଭନ ସଂପର୍କରେ ଜାଣିବାପାଇଁ ଏହାର ପ୍ରୟୋଗ କରାଯାଇଥାଏ । ବଜାରରେ ଦାମ୍‌ର ପରିବର୍ତ୍ତନ ଓ ଅଂଶ ବଜାରରେ ପୁଞ୍ଜିର ଚାହିଦାର ପରିବର୍ତ୍ତନ ଇତ୍ୟାଦି ବିସ୍ତାରଦ୍ୱାରା ମାପ କରାଯାଇଥାଏ ।

୪। ମାଧ୍ୟ ବିଚ୍ୟୁତି (Mean Deviation) କ’ଣ ? ଏହି ପଦ୍ଧତି ରହିଥ‌ିବା ସୁଗୁଣ ଓ ଦୁର୍ଗୁଣ ସହ ଏହାର ଉପଯୋଗିତା ବର୍ଣ୍ଣନା କର ।
Answer:
କୌଣସି ବିତରଣ ସାରଣୀରେ ମାଧ୍ୟମାନ ବା ମଧ୍ୟମା ବା ଗରିଷ୍ଠକ ଓ ଲବ୍‌ଧାଙ୍କ ମାନଙ୍କ ମଧ୍ୟରେ ଅନ୍ତରର ପରମ ମାନର ମାଧ୍ଯମାନକୁ ମାଧ୍ୟ ବିଚ୍ୟୁତି (Mean Deviation) କୁହାଯାଏ । ଏହାକୁ ମଧ୍ୟ ହାରାହାରି ବିଚ୍ୟୁତି (Average deviation) କୁହାଯାଏ । କେନ୍ଦ୍ରୀୟ ପ୍ରବୃତ୍ତିର ଯେକୌଣସି ପରିମାପ; ଯଥା – ମାଧ୍ଯମାନ, ମଧ୍ୟମା, ଗରିଷ୍ଠକ ଦ୍ବାରା ପ୍ରସ୍ତୁତ ହେଉଥ‌ିବା କୌଣସି ମାଳାର ବିଚ୍ୟୁତିମାନଙ୍କର ଗାଣିତିକ ମାଧ୍ୟମାନକୁ ମାଧବିଚ୍ୟୁତି ବୋଲି କୁହାଯାଇଥାଏ ।

ବିତରଣ ମାଳାର ସମସ୍ତ ଲବ୍‌ଧାଙ୍କ ଉପରେ ପର୍ଯ୍ୟବସିତ ବିଚ୍ଛୁରଣ ପରିମାପକୁ ମାଧବିଚ୍ୟୁତି ବୋଲି କୁହାଯାଇଥାଏ । ଏହା M.D. ଭାବରେ ଚିହ୍ନିତ କରାଯାଏ । ମାଧ୍ୟବିଚ୍ୟୁତି ନିର୍ଣ୍ଣୟ କଲାବେଳେ କେବଳ ଧନାତ୍ମକ ଚିହ୍ନକୁ ଗୁରୁତ୍ଵ ଦିଆଯାଇଥାଏ । ଏ କ୍ଷେତ୍ରରେ ଋଣାତ୍ମକ ଚିହ୍ନ ମଧ୍ୟ ଧନାତ୍ମକ ଚିହ୍ନ ବୋଲି ଧରିନିଆଯାଏ । ତେଣୁ ଏହା ମାଧ୍ୟମାନ ବା ମଧ୍ୟମା ବା ଗରିଷ୍ଠକ ଓ ଲବ୍‌ଧାଙ୍କମାନଙ୍କର ଅନ୍ତରର ପରମ ମାନର ମାଧ୍ଯମାନ ଅଟେ । ମାଧ୍ୟ ବିଚ୍ୟୁତିକୁ ପୂର୍ଣ୍ଣ ବା ନିରଙ୍କୁଶ ବା ବିଶୁଦ୍ଧ ବିଚ୍ୟୁତି ବୋଲି କୁହାଯାଏ ।

ନିଶ୍ଚୟ ପଦ୍ଧତି :
ମାଧ୍ୟ ବିଚ୍ୟୁତି (M.D) = \(\frac{\Sigma|D|}{N}=\frac{\Sigma|(X-\bar{X})|}{N}\)

ଏଠାରେ X ମାଧ୍ୟମାନ ବା ମଧ୍ୟମା ବା ଗରିଷ୍ଠକ ହୋଇପାରେ । N ଏଠାରେ ଲବ୍‌ଧାଙ୍କ ସଂଖ୍ୟା ସୂଚାଇଥାଏ । ଏହା ଏକ ବିଶିଷ୍ଟ ପରିମାପ ହୋଇଥିବାରୁ ବିଭିନ୍ନ ମାଳାର ଭିନ୍ନତା ତୁଳନା କରିବା ପାଇଁ ଆପେକ୍ଷିକ ମାଧ ବିଚ୍ୟୁତିର ଅବତାରଣା

ମାଧବିଚ୍ୟୁତିର ଗୁଣାଙ୍କ (Co-efficient of Mean Deviation) – ଆପେକ୍ଷିକ ମାଧ ବିଚ୍ୟୁତି ନିର୍ଣ୍ଣୟ କରିବାପାଇଁ କୌଣସି ତଥ୍ୟାବଳୀର ମାଧ ବିଚ୍ୟୁତିକୁ ସଂପୃକ୍ତ ହାରାହାରି ମୂଲ୍ୟ (Average value); ଯଥା ମାଧ୍ଯମାନ ବା ମଧ୍ୟମା ବା ଗରିଷ୍ଠକଦ୍ୱାରା ଭାଗ କରାଯାଇଥାଏ । ଯଦି ବିଚ୍ୟୁତିଗୁଡ଼ିକ ମାଧମାନରୁ ନିର୍ଣ୍ଣୟ କରାଯାଇଥବ, ତା’ହେଲେ ମାଧ ବିଚ୍ୟୁତିକୁ ସେହି ମାଧ୍ଯମାନଦ୍ୱାରା ଭାଗ କରିବାକୁ ପଡ଼ିଥାଏ, ସେହିପରି ମଧ୍ଯମା ବା ଗରିଷ୍ଠକ ଦ୍ବାରା ନିର୍ଣ୍ଣୟ କରାଯାଇଥିଲେ ଏହା ମଧ୍ୟମା ବା ଗରିଷ୍ଠକ ଦ୍ବାରା ଭାଗ କରାଯାଇଥାଏ ।

CHSE Odisha Class 11 Economics Solutions Chapter 20 ବିଚ୍ଛୁରଣର ପରିମାପ 9

ଏହାକୁ ଶତକଡ଼ାରେ ନିର୍ଣ୍ଣୟ କରିବାକୁ ହେଲେ ଉକ୍ତ ସୂତ୍ରରେ 100 ଗୁଣନ କରିବାକୁ ହୋଇଥାଏ ।

ମାଧ୍ୟବିଚ୍ଯୁତିର ସୁଗୁଣ (Merits) :

  • ଏହି ପଦ୍ଧତି ସହଜ, ସରଳ ଓ ବୋଧଗମ୍ୟ ।
  • ମାଧ୍ୟବିଚ୍ୟୁତି ଏକ ଗଣନାତ୍ମକ ମୂଲ୍ୟ ଅଟେ । ବିଭିନ୍ନ ପଦ୍ଧତିରେ ଗଣନା କରାଯାଇ ତାହାର ମୂଲ୍ୟ ସ୍ଥିର କରାଯାଇଥାଏ ।
  • ଏହା ଅଧ‌ିକ ପ୍ରତିନିଧ୍ଵ କରିଥାଏ । ମାଧବିଚ୍ୟୁତି ପ୍ରତ୍ୟେକ ଲବ୍‌ଧାଙ୍କ ଉପରେ ପର୍ଯ୍ୟବସିତ ହୋଇଥାଏ ।
  • ଚୂଡ଼ାନ୍ତ ଲବ୍‌ଧାଙ୍କଦ୍ୱାରା ପ୍ରଭାବିତ ହୋଇ ନଥାଏ ।
  • ମାଧ୍ୟ ବିଚ୍ୟୁତି ଯେକୌଣସି ହାରାହାରି; ଯଥା – ମାଧ୍ଯମାନ, ମଧ୍ଯମା, ଗରିଷ୍ଠକରୁ ଗଣନା କରାଯାଇଥାଏ ।

CHSE Odisha Class 11 Economics Solutions Chapter 20 ବିଚ୍ଛୁରଣର ପରିମାପ

ଦୁର୍ଗୁଣ (Demerits):

  • ଗାଣିତିକ ବ୍ୟାଖ୍ୟା ନିମନ୍ତେ ଏହା ଅନୁପଯୁକ୍ତ କାରଣ ଏହା ଧନାତ୍ମକ ଓ ଋଣାତ୍ମକ ଚିହ୍ନକୁ ବିଚାରକୁ ନେଇ ନ ଥାଏ, ଯାହାଫଳରେ ଏହାର ଗାଣିତିକ ବ୍ୟାଖ୍ୟା ଅପ୍ରାସଙ୍ଗିକ ହୋଇଥାଏ ।
  • ମାଧ୍ୟବି ବ୍ୟତିର ବିଚ୍ଛୁରଣର ସଠିକ ପରିମାପକ ନୁହେଁ । ବିଶେଷକରି ଗରିଷ୍ଠକରୁ ପ୍ରସ୍ତୁତ ମାଧବିଚ୍ୟୁତି ବିଶେଷ ତ୍ରୁଟିପୂର୍ଣ୍ଣ ଓ ଅବିଶ୍ୱସନୀୟ ।
  • ମାଧ୍ୟବିଚ୍ୟୁତି ଯେକୌଣସି ହାରାହାରି ଦ୍ବାରା ନିର୍ଦ୍ଧାରିତ ହେଉଥ‌ିବାରୁ ଏହା ଉପଯୁକ୍ତ ପରିମାପକ ଭାବରେ ବିବେଚନା କରାଯାଇ ନ ଥାଏ ।
  • ମାଧ୍ୟବିଚ୍ୟୁତିର ବ୍ୟବହାର ବ୍ୟାପକ ନୁହେଁ ।

ଉପଯୋଗିତା – ଗାଣିତିକ ଦୋଷତ୍ରୁଟି ପରିଲକ୍ଷିତ ହେଉଥିଲେହେଁ ଏହା ଏକ ସରଳ ପଦ୍ଧତି ଯୋଗୁଁ ଗ୍ରହଣୀୟ ହୋଇଥାଏ । କ୍ଷୁଦ୍ର ନମୁନା ସଂଗ୍ରହରେ ଏହାର ଉପଯୋଗିତା ଅଧ୍ଵ । ଅର୍ଥନୈତିକ, ସାମାଜିକ ଓ ବ୍ୟବସାୟିକ ବ୍ୟାପାରରେ ଏହା ବିଶେଷ ବ୍ୟବହାର ହୋଇଥାଏ । ବଜାର ସମସ୍ୟାରେ ଏହାର ଉପଯୋଗିତା ଦୃଷ୍ଟିଗୋଚର ହୋଇଥାଏ । ବ୍ୟବସାୟିକ ଉତ୍ଥାନ ପତନର ଗଣନାରେ ଏହା ବିଶେଷ ଉପଯୋଗୀ ।

୫। ମାନକ ବିଚ୍ୟୁତି କାହାକୁ କୁହାଯାଏ ? ଏହାର ସୁଗୁଣ ଓ ଦୁର୍ଗୁଣ ବର୍ଣ୍ଣନା କର ।
Answer:
କୌଣସି ବିତରଣ ସାରଣୀରେ ମାଧ୍ୟମାନ ଓ ଲବ୍‌ଧାଙ୍କ ମାନଙ୍କର ଅନ୍ତରର ବର୍ଗର ମାଧ୍ଯମାନର ଧନାତ୍ମକ ବର୍ଗମୂଳକୁ ମାନକ ବିଚ୍ୟୁତି (Standard deviation) କୁହାଯାଏ । ମାନକ ବିଚ୍ୟୁତିକୁ ବର୍ଗମୂଳ ମାଧମାନ ବର୍ଗ ବିଚ୍ୟୁତି ମଧ୍ୟ କୁହାଯାଏ । ‘ଓ” ଦ୍ୱାରା ଚିହ୍ନିତ ଏହି ପରିମାପ ବିଚ୍ଛୁରଣର ସମସ୍ତ ପରିମାପକ ଠାରୁ ଅଧିକ ଗ୍ରହଣଯୋଗ୍ୟ । ମାନକ ବିଚ୍ୟୁତିଦ୍ୱାରା ମାଧ୍ଯମାନ ଚତୁଃପାର୍ଶ୍ବରେ ଲବ୍‌ଧାଙ୍କମାନଙ୍କର ବ୍ୟାପ୍ତି ବା ବିସ୍ତୃତିର ପରିସର କଳ୍ପନା କରାଯାଇଥାଏ ।

ନିର୍ଦ୍ଧାରଣ ପଦ୍ଧତି – ମାନକ ବିଚ୍ୟୁତି \((\sigma)=\sqrt{\frac{\Sigma(\mathrm{X}-\overline{\mathrm{X}})^2}{\mathrm{~N}}}\)
କିମ୍ବା ମାଧ୍ଯମାନ ଏକ ଦଶମିକ ସଂଖ୍ୟା ହୋଇଥିଲେ
ମାନକ ବିଚ୍ୟୁତି \((\sigma)=\sqrt{\frac{\Sigma x}{N}-\frac{\Sigma x^2}{N}}\)

ବୈଶିଷ୍ଟ୍ୟ –

  • ଗାଣିତିକ ମାଧ୍ୟମାନରୁ ଏହାର ନିମ୍ନମୂଲ୍ୟ ନିର୍ଦ୍ଧାରିତ ହୁଏ ।
  • ମାଧ୍ୟମାନରୁ ମିଳୁଥ‌ିବା ବିଚ୍ୟୁତିର ମୂଲ୍ୟରୁ ଧନାତ୍ମକ (+) ଓ ଋଣାତ୍ମକ (–) ଚିହ୍ନକୁ ବିଚାର କରାଯାଏ ନାହିଁ ।
  • ବିଚ୍ୟୁତି ବର୍ଗର ଗାଣିତିକ ମାଧ୍ଯମାନର ବର୍ଗମୂଳ ଗଣନା କରିବାକୁ ହୁଏ । ଯାହା ଫଳ ନିର୍ଦ୍ଧାରଣ ମାନକ ବିଚ୍ୟୁତି ଅଟେ ।

ମାନକ ବିଚ୍ୟୁତିର ଗୁଣାଙ୍କ (Co-efficient of standard deviation) :
ଦୁଇଟି ରାଶିମାଳାର ମାନକ ବିଚ୍ୟୁତିର ବିଭିନ୍ନତାର ଆପେକ୍ଷିକ ପରିମାପ ସ୍ଥିର କରିବାପାଇଁ ମାନକ ବିଚ୍ୟୁତିର ଗୁଣାଙ୍କ ବ୍ୟବହାର କରାଯାଇଥାଏ ।

CHSE Odisha Class 11 Economics Solutions Chapter 20 ବିଚ୍ଛୁରଣର ପରିମାପ 10

ମାନକ ବିଚ୍ୟୁତିର ସୁଗୁଣ (Merits) :

  • ମାନକ ବିଚ୍ୟୁତି ନିର୍ଦ୍ଦିଷ୍ଟ ଓ ଉତ୍ତମ ପରିମାପକ ରୂପେ ବିଶେଷ ଭାବରେ ଗ୍ରହଣୀୟ । ବିଚ୍ଛୁରଣର ଏହା ଏକ ନିର୍ଦ୍ଦିଷ୍ଟ ପରିମାପକ । ପ୍ରତ୍ୟେକ ଅବସ୍ଥାରେ ଏହି ପରିମାପ ସମ୍ଭବ ହୋଇଥାଏ ।
  • ତଥ୍ୟାବଳୀର ସମସ୍ତ ଲବ୍‌ଧାଙ୍କ ଉପରେ ଏହା ପର୍ଯ୍ୟବସିତ ତେଣୁ ଏହା ଅଧ୍ବକ ପ୍ରତିନିଧ୍ୟ କରିଥାଏ ।
  • ବିଚ୍ଛୁରଣ ମାପର ଏହା ସ୍ପଷ୍ଟ ଓ ନିର୍ଦ୍ଦିଷ୍ଟ ଚିତ୍ର ପ୍ରଦାନ କରେ । ଦୁଇ ବା ତତୋଽଧ୍ଵ ତଥ୍ୟାବଳୀର ବିଭିନ୍ନତା ତୁଳନା କରିବାପାଇଁ ମାନକ ବିଦ୍ୟୁତିର ଆପେକ୍ଷିକ ପରିମାପ; ଯଥା – ବିତରଣ ଗୁଣାଙ୍କ, ପାରସ୍ପରିକ ସବନ୍ଧ, ନମୁନା ଓ ପରିସଂଖ୍ୟାନ ସିଦ୍ଧାନ୍ତ ପ୍ରସ୍ତୁତିପାଇଁ ଭିତ୍ତି ସ୍ଥାପନ କରେ ।
  • ନମୁନା । ପରିବର୍ତ୍ତନରେ ମାନକ ବିଚ୍ୟୁତି ବିଶେଷ ପ୍ରଭାବିତ ହୋଇ ନଥାଏ । କାରଣ ନମୁନାର ସମସ୍ତ ମୂଲ୍ୟଦ୍ୱାରା ଏହା ନିର୍ଦ୍ଧାରିତ ହୋଇଥାଏ ।
  • ମାନକ ବିଚ୍ୟୁତି ସଠିକ ଗାଣିତିକ ପ୍ରଦାନ କରିବା ସହିତ ଅଧ‌ିକ ବୀଜଗାଣିତିକ ପ୍ରତିପାଦନ ପାଇଁ ସକ୍ଷମ ହୋଇଥାଏ । ଏହା ଧନାତ୍ମକ ଓ ଋଣାତ୍ମକ ଚିହ୍ନକୁ ବାଦ୍ ଦେଇ ନ ଥାଏ ।

CHSE Odisha Class 11 Economics Solutions Chapter 20 ବିଚ୍ଛୁରଣର ପରିମାପ

ଦୁର୍ଗୁଣ (Demerits):

  • ଅନେକ ଗାଣିତିକ ପ୍ରକ୍ରିୟା ସହ ଜଡ଼ିତ ଥ‌ିବାରୁ ଏହାର ଗଣନା ଅପେକ୍ଷାକୃତ କଷ୍ଟସାଧ୍ୟ । ସାଧାରଣ ଲୋକଙ୍କ ପାଇଁ ଏହା ବୋଧଗମ୍ୟ ନୁହେଁ ।
  • ମାନକ ବିଚ୍ୟୁତି କ୍ଷେତ୍ରରେ ଚୂଡ଼ାନ୍ତ ମୂଲ୍ୟକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ । କାରଣ ଏହାର ମୂଲ୍ୟର ବର୍ଗ ବାହାର କରାଯାଏ ।
  • ମାନକ ବିଚ୍ୟୁତିର ପରିସର ସୀମିତ ।
  • ବିଭିନ୍ନତା ପରିମାପର ଏହା ବିଶୁଦ୍ଧ ପରିମାପ ହୋଇଥିବାରୁ ଏହା ଆପେକ୍ଷିକ ପରିମାପ କରିପାରେ ନାହିଁ । ଦୁଇରୁ ଅଧିକ ବିତରଣ ମାଳାର ତୁଳନା ପାଇଁ ଏହା ବ୍ୟବହୃତ ହୋଇ ନ ଥାଏ ।

ଉପରୋକ୍ତ ଦୁର୍ଗୁଣ ସତ୍ତ୍ବେ, ମାନକ ବିଚ୍ୟୁତି ଏକ ଉତ୍ତମ ପରିମାପକ ଭାବରେ ଆଦୃତ ହୋଇଛି । ବିଚ୍ଛୁରଣର ପରିମାପକ ଭାବରେ ଏହା ସର୍ବୋତ୍କୃଷ୍ଟ ଅଟେ । ଅନ୍ୟାନ୍ୟ ପରିମାପକ ଠାରୁ ଏହି ପଦ୍ଧତି ବିଶେଷ ଉପଯୋଗୀ ।

CHSE Odisha Class 12 Odia Grammar ସର୍ଜନାତ୍ମକ ରଚନା

Odisha State Board CHSE Odisha Class 12 Odia Solutions Grammar ସର୍ଜନାତ୍ମକ ରଚନା Exercise Questions and Answers.

CHSE Odisha Class 12 Odia Grammar ସର୍ଜନାତ୍ମକ ରଚନା

୧। ଆପଣା ହସ୍ତେ ଜିହ୍ଵା ଛେଦି

ଜଗନ୍ନାଥ ଦାସଙ୍କ ଭାଗତରେ ଲେଖାଅଛି –
ଆପଣା ହସ୍ତେ ଜିହ୍ଵା ଛେଦି,
କେ ତାର ଅଛି ପ୍ରତିବାଦୀ ।
ଜିହ୍ଵା ଆମର ଏକ ଅନ୍ୟତମ ଅଙ୍ଗ ବିଶେଷ । ଜିହ୍ବାର ମୁଖ୍ୟ କାର୍ଯ୍ୟ ଦୁଇଟି । ଜିହ୍ଵା ସାହାଯ୍ୟରେ ଆମେ ଆମ ମନର ଭାବ ପ୍ରକାଶ କରିବାରେ ସମର୍ଥ ହେଉ ଅର୍ଥାତ୍ କଥା କହିଥାଉ ଏବଂ ଉଦର ପୂର୍ତ୍ତି ପାଇଁ ଖାଦ୍ୟ ଗ୍ରହଣ କଲାବେଳେ ତା’ର ସ୍ଵାଦ ବାରିପାରୁ । କିନ୍ତୁ କେହି ଯଦି ନିଜ ହାତରେ ନିଜେ ତାହା କାଟିଦିଏ ତେବେ ସେ ନିଜର କ୍ଷତିସାଧନ କରିଥାଏ ଏବଂ ଅନ୍ୟ କେହି ତା’ର ପ୍ରତିବାଦ କଲେ ମଧ୍ୟ କିଛି ଫଳ ହୁଏନାହିଁ । ଏଠାରେ ମଣିଷ ନାନା ମନ୍ଦକାର୍ଯ୍ୟ କରି ବିପଦକୁ ଡାକିଆଣେ । ସେ ଜାଣିପାରେ ନାହିଁ ଯେ ପ୍ରତ୍ୟେକ ଭଲ କର୍ମର ଭଲ ଫଳ ଏବଂ ମନ୍ଦ କର୍ମର ମନ୍ଦ ଫଳ ଅଛି । ସ୍ଵାର୍ଥ ଏବଂ ଲୋଭ ତାକୁ ଏ ଦିଗରେ ପ୍ରୋତ୍ସାହନ ଦିଅନ୍ତି । ବାହାରକୁ ଚାତୁର୍ଯ୍ୟପୂର୍ଣ୍ଣ ଏବଂ ଚମତ୍କାର ମଣିଷକୁ ଭୋଗିବାକୁ ପଡ଼େ । ଲାଞ୍ଚ-ମିଛ, ସରକାରୀ ପାଣ୍ଠି ଆତ୍ମସାତ୍ କରୁଥିବା ଭଦ୍ର ଭୋଗିଲେ ତାକୁ କେହି ସେ ଲଜ୍ଜାରୁ ରକ୍ଷା କରିପାରନ୍ତି ନାହିଁ ।

ନିଜ ଭାଗ୍ୟ ଆଉ ଭବିଷ୍ୟତକୁ ସହଜରେ ସୁଧାରି ନେବାପାଇଁ ଯଦି କେହି ଭଣ୍ଡବାବାଙ୍କ ଶରଣାଗତ ହୁଏ, ତେବେ ସେହି ବାବାଙ୍କ କବଳରୁ ମୁକ୍ତିପାଇବା ସହଜ ହୁଏ ନାହିଁ । ଅଧ୍ଵକ ଧନପ୍ରାପ୍ତିର ଆଶାରଖ୍ କେହି ଯଦି ଚିଟ୍‌ଫଣ୍ଟରେ ଅର୍ଥ ବିନିଯୋଗ କରେ, ତେବେ ତା’ର ସମସ୍ତ କ୍ଷତି ପାଇଁ ସେ ନିଜେ ହିଁ ଦାୟୀ । ଛାତ୍ର-ଛାତ୍ରୀମାନେ ପାଠପଢ଼ାରେ ମନ ନ ଦେଇ ଯଦି ପରୀକ୍ଷାରେ ଅସିତ୍ ଉପାୟ ଅବଲମ୍ବନ କରନ୍ତି ସେଠିବି ସଫଳତାର ଯେଉଁ କଳାଦାଗ ଲାଗିଯିବ, ସେଥ୍ପାଇଁ ସେ ନିଜେ ହିଁ ଦୋଷୀ । ମଦ୍ୟପାନ କରିଥିବା ଗାଡ଼ିଚାଳକର ଯଦି ଦୁର୍ଘଟଣାରେ ମୃତ୍ୟୁ ହୁଏ ତେବେ ତା’ ପାଇଁ ସେ ନିଜେ ହିଁ ବିପଦର କାରଣ ହେବ । ସବୁ ଜାଣି ମଧ୍ଯ ଯିଏ ନିଜେ ନିଜ ପାଇଁ ଗାତ ଖୋଳେ, ସେଠାରେ ‘ଆ’ ବଳଦ ମୋତେ ବିନ୍ଦ୍’ ପରି ନାନା ‘ଦୁର୍ଯ୍ୟୋଗ ଆସେ । ଏହି ପ୍ରସଙ୍ଗରେ ‘ଆପଣା ହସ୍ତେ ଜିହ୍ଵା ଛେଦି’’ର ପ୍ରବାଦଟି ପ୍ରଚଳିତ ଅଛି ।

୨ । କୁସୁମ ପରଶେ ପଟ ନିସ୍ତରେ

କୁସୁମ ଅର୍ଥାତ୍ ଫୁଲର ମାଳଟିଏ ଗୁନ୍ଥି ଦେବତାଙ୍କ ନିକଟରେ ଅର୍ପଣ କରିବାକୁ ହେଲେ କଦଳୀ – ପଟୁଆର ସାହାଯ୍ୟ ଦରକାର ପଡ଼େ । ପ୍ରକୃତରେ କଦଳୀ-ପଟୁଆର ସେମିତି ଭାଗ୍ୟ ନ ଥାଏ ଯେ ତାହା ଏକାକୀ ଠାକୁରଙ୍କଠାରେ ଶୋଭା ପାଇପାରିବ । ଦାଳୁଅ ଯୋଗେ କାନିସିରି ପାଣି ପାଇବା ପରି ଫୁଲ ଯୋଗୁଁ କଦଳୀ-ପଟୁଆର ହିଁ ଗୁରୁତ୍ଵ ବଢ଼ିଥାଏ । କଦଳୀ-ପଟୁଆ ପରି ହେୟ ବା ନଗଣ୍ୟ ଲୋକଙ୍କ ଜୀବନ ମହତ୍ତ ଲୋକଙ୍କ ସମ୍ପର୍କରେ ଆସି ତା’ର ଘୃଣ୍ୟ ଜୀବନରୁ ନିସ୍ତାର ପାଇଥାଏ ।

ସେଥ‌ିପାଇଁ ଶଙ୍କରାଚାର୍ଯ୍ୟ କହିଥିଲେ ଯଦି ଜଣେ କ୍ଷଣକ ପାଇଁ ମଧ୍ୟ ସଜନ ସଙ୍ଗତି କରେ, ତେବେ ତାହା ଏ ଭବସାଗରରୁ ନୌକାସଦୃଶ ତାକୁ ପାର କରିଦେଇ ପାରିବ । ଦସ୍ୟୁ ରତ୍ନାକର ଏକଦା ନାରଦଙ୍କ କରିବାକୁ ସମର୍ଥ ହୋଇଥିଲେ । ଜଗାଇ ମାଧାଇଙ୍କ ପରି ପାପୀ ଚୈତନ୍ୟଙ୍କ ସମ୍ପର୍କରେ ଆସି ହରିନାମ ଭଜିବାରୁ ଏ ପଙ୍କିଳ ସଂସାରରୁ ଉଦ୍ଧାର ପାଇଥିଲେ । ଏହିପରି ଉଦାହରଣ ଅସଂଖ୍ୟ ରହିଛି । ଜଣକର ଉଜ୍ଜ୍ଵଳ ଭବିଷ୍ୟତ ପ୍ରକୃତରେ ମହତ୍ୱାକଙ୍କ ଦ୍ଵାରା ପ୍ରଭାବିତ ହୋଇଥାଏ । କଦଳୀ-ପଟୁଆ କୁସୁମ ପରି ପବିତ୍ର ସୃଷ୍ଟି ସହ ଯୋଡ଼ି ହୋଇ ଯେଉଁ ଉଚ୍ଚ ମହତ୍‌ଲୋକଙ୍କ ଦ୍ଵାରା ପ୍ରଭାବିତ ହୋଇଥାଏ । କଦଳୀ-ପଟୁଆ କୁସୁମ ପରି ପବିତ୍ର ସୃଷ୍ଟି ସହ ଯୋଡ଼ି ହୋଇ ଯେଉଁ ଉଚ୍ଚ ସ୍ଥାନରେ ପହଞ୍ଚିଥାଏ, ତାକୁ ଲକ୍ଷ୍ୟ କରି ଏହିପରି କୁହାଯାଇଛି ଯେ ‘କୁସୁମ ପରଶେ ପଟ ନିସ୍ତରେ ।’’

CHSE Odisha Class 12 Odia Grammar ସର୍ଜନାତ୍ମକ ରଚନା

୩ । ଧୀର ପାଣି ପଥର କାଟେ

ଗିରିଗହ୍ଵର ମଧ୍ୟରେ ଝରି ଝରି ବହି ଚାଲିଥିବା ନିର୍ଝରିଣୀ ପରିଶେଷରେ ସୁବୃହତ୍ ନଦୀରେ ପରିଣତ ହୁଏ । ମାତ୍ର ପାର୍ବତ୍ୟ ଶେଯରେ ତା’ର ଗତିରୋଧ କରନ୍ତି କାହିଁ କେତେ ଶିଳାଖଣ୍ଡ । ଧୀରେ ଧୀରେ ବହି ଆସୁଥ‌ିବା ଝରଣା ଆଗକୁ ବହିଯିବାର ପ୍ରଚେଷ୍ଟାରୁ ନିବୃତ୍ତ ହୁଏ ନାହିଁ । ଅହରହ ତା’ର ସଂଗ୍ରାମ ପ୍ରାୟ ଜାରି ରହିଥାଏ । ଧୀର ଗତିରେ ତା’ର ଏ ଅବିରତ ଚେଷ୍ଟା ତାକୁ ଶେଷରେ ସଫଳ କରେ ଏବଂ ସେ ଶିଳାଖଣ୍ଡର ବାଧାକୁ ଅତିକ୍ରମ କରି ଆଗକୁ ବହିଯାଏ । ଧୀର ଗତିର ପାଣି ହିଁ ଶିଳାକୁ କ୍ଷୟ କରିପାରେ ଓ ବିଶାଳ ପ୍ରସ୍ତରଖଣ୍ଡ ଶେଷରେ କ୍ଷୁଦ୍ର ବାଲିରେଣୁରେ ପରିଣତ ହୁଏ । ଯାହା ଧୀର ପାଣିଦ୍ଵାରା ସମ୍ଭବ ହୁଏ, ତାହା ଦ୍ରୁତଗତିରେ ବା ପ୍ରଖର ସ୍ରୋତରେ ବହି ଚାଲିଥିବା ପାଣି କରିପାରେ ନାହିଁ ।

ପ୍ରକୃତିର ଏ ଉଦାହରଣରୁ ଆମକୁ ମଧ୍ୟ ଶିଖୁବାର ଅଛି । ଯଦି ଜଣେ ଶାନ୍ତ ଓ ଧୀର ଭାବରେ ଲକ୍ଷ୍ୟ ପୂରଣ ପାଇଁ କାର୍ଯ୍ୟକରେ, ତେବେ ସେ ପରିଶେଷରେ ସଫଳ ହୋଇଥାଏ । ଜୀବନର ଚଲାବାଟରେ ହୁଏତ ଅନେକ ବାଧାବିଘ୍ନ ଆସିପାରେ, ତହିଁରେ ବିଚଳିତ ନ ହୋଇ ଜଣେ ତା’ର ପ୍ରଚେଷ୍ଟା ଅବ୍ୟାହତ ରଖିବା ଉଚିତ । ଏହାଦ୍ଵାରା ପ୍ରତ୍ୟେକ ତାଙ୍କ କାର୍ଯ୍ୟରେ ସଫଳ ହୋଇପାରିବେ । ପୂର୍ବର ଗୁରୁ ପରମ୍ପରାଠାରୁ ଆଜିର ବୈଜ୍ଞାନିକ ଆବିଷ୍କାର ଯାଏ, ସର୍ବତ୍ର କେବଳ ନୀରବ ସାଧକ ହିଁ ଶେଷରେ ସିଦ୍ଧିଲାଭ କରିଛନ୍ତି । ଧୀର ଶାନ୍ତ ଭାବରେ କରୁଥିବା କାର୍ଯ୍ୟର ସଫଳତାକୁ ‘ଧୀର ପାଣି ପଥର କାଟେ’’ ବୋଲି କୁହାଯାଇଛି ।

୪। ଲେମ୍ବୁଅତି ଚିପୁଡ଼ିଲେ ପିତା

ଲେମ୍ବୁର ସ୍ଵାଦ ଖଟା । ଆବଶ୍ୟକ ଅନୁଯାୟୀ ଏହାକୁ ଚିପୁଡ଼ି ପିଇଲେ ଏହାର ସ୍ବାଭାବିକ ସ୍ବାଦ ଅନୁଭବ କରିହୁଏ । ମାତ୍ର ସେଇ ଲେମ୍ବୁକୁ ଅତିମାତ୍ରାରେ ଚିପୁଡ଼ିଲେ ଏହା ପିତା ଓ ଅରୁଚିକର ଲାଗିଥାଏ । ପ୍ରକୃତରେ ଆମେ ଜୀବନରେ ସମସ୍ତ କାର୍ଯ୍ୟ ତା’ର ନିର୍ଦ୍ଦିଷ୍ଟ ସୀମା ଭିତରେ ରହିଲେ ଭଲ। ପ୍ରତି କ୍ଷେତ୍ରରେ ଅତିକଥା ସର୍ବଦା ହାନିକାରକ ହୋଇଥାଏ । ଅତି ପରିଚୟରେ ଗୌରବ ନଷ୍ଟ ହୁଏ, ଅତି ଭକ୍ତିରେ ଚୋରର ଲକ୍ଷଣ ଫୁଟିଉଠେ । ପିଲାମାନଙ୍କୁ ଅତି ଶାସନ କଲେ, ସେମାନେ ପଥ ହୁଡ଼ନ୍ତି, ଅତି କଥନ ଓ ଅତି ତୋଷାମଦ ତା’ର ବିପରୀତ ଫଳ ଦେଇଥାଏ । କଥା ଅଛି ଅତି ଦର୍ପ କରିବାରୁ ରାବଣର ସ୍ଵର୍ଣ୍ଣଲଙ୍କା ଧ୍ଵଂସ ଓ ଶ୍ରୀହୀନ ହୋଇ ଯାଇଥିଲା, ଅତି ଦାନ କରିବାରୁ ବଳିଙ୍କୁ ବାମନାବତାରରେ ଭଗବାନ ପାତାଳପୁରକୁ ଚାପି ଦେଇଥିଲେ । ତେଣୁ ଅତି ହିଁ ସର୍ବଦା ଗର୍ହିତ ହୋଇଥାଏ । ଏହା ବହୁ ଅନର୍ଥ ସୃଷ୍ଟି କରିବା ସହ ନାନା ଅନିଷ୍ଟ ମଧ୍ୟ ଘଟାଇଥାଏ । ଜୀବନରେ ଯେକୌଣସି କ୍ଷେତ୍ରରେ ମାତ୍ରାତ୍ଵିକ ବା ‘ଅତି’ର ପ୍ରୟୋଗ ଅରୁଚିକର ହେବା ସହ ନାନା ବିଘ୍ନ ଘଟାଉଥିବାରୁ କଥିତ ଅଛି ଯେ ‘ଲେମ୍ବୁ ଅତି ଚିପୁଡ଼ିଲେ ପିତା’’ ।

୫। ଅର୍ଥ ହିଁ ଅନର୍ଥର ମୂଳ

ଅର୍ଥ ଜୀବନ ଧାରଣର ମାନଦଣ୍ଡ ଏବଂ – ଦୈନନ୍ଦିନ ଜୀବନର ଏକ ଅପରିହାର୍ଯ୍ୟ ଆବଶ୍ୟକତା । ପରିବାରଟିଏ ଅର୍ଥ ସାହାଯ୍ୟରେ ହିଁ ଆପଣାର ଭରଣ ପୋଷଣ କରିଥାଏ ଓ ପରିବାରର ବର୍ତ୍ତମାନ ଓ ଭବିଷ୍ୟତକୁ ଗଢ଼ି ତୋଳିବାରେ ମନ ଦେଇଥାଏ । ସେହିପରି ରାଜ୍ୟ ଓ ଦେଶ ମଧ୍ୟ ନିଜ ଅର୍ଥ ବ୍ୟବସ୍ଥାକୁ ସୁଗମ କରିବାପାଇଁ ଧ୍ୟାନ ଦେଇଥା’ଛି । ସକଳ ପ୍ରକାର କିଣା-ବିକା ପାଇଁ ଅର୍ଥ ଦରକାର । ଡାକ୍ତର ରୋଗୀର ଚିକିତ୍ସା କରିବା, ଅଧ୍ୟାପକ ପାଠ ପଢ଼ାଇବା ଇଞ୍ଜିନିୟର ନିର୍ମାଣ କ୍ଷେତ୍ରରେ ସହଯୋଗ କରିବା, ବୈଜ୍ଞାନିକ ଗବେଷଣା କରିବା ଏବଂ ଓକିଲ ନ୍ୟାୟ ପାଇଁ ଲଢ଼ିବା କାର୍ଯ୍ୟ ଅର୍ଥ ମାଧ୍ୟମରେ ହିଁ ସମ୍ପାଦିତ ହୋଇଥାଏ । ମାତ୍ର ଦୁଃଖର କଥା ନିଜର ପୁଞ୍ଜି ବଢ଼ାଇବାରେ ତଥା ଅର୍ଥ ଉପାର୍ଜନ କରିବାରେ ମଣିଷ ଯେକୌଣସି ଅନ୍ୟାୟ ଓ ଅବିଚାର କରିବାକୁ କୁଣ୍ଠିତ ହୁଏନାହିଁ ।

ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଅର୍ଥ ପ୍ରତିଯୋଗିତା ବଢ଼ାଉଥ‌ିବାରୁ ଏଠାରେ ପରସ୍ପର ମଧ୍ୟରେ ଲୋଭ, ଆସକ୍ତି, ଈର୍ଷା, ହିଂସା ଓ ପରଶ୍ରୀକାତରତା ଆଦି ମନ୍ଦ ଗୁଣର ବୃଦ୍ଧି ଘଟିଥାଏ । ଅର୍ଥଲୋଭ ମଣିଷକୁ ପଶୁତୁଲ୍ୟ ଭୟାନକ ଓ ହିଂସ୍ର କରି ଦେଇଥାଏ । ଅର୍ଥ ଉପାର୍ଜନର ମାଦକତାରେ ବଶୀଭୂତ ଲୋକେ ଅର୍ଥର ଅପବ୍ୟବହାର କରି ସମାଜରେ ଲାଞ୍ଚ, ମିଛ, ଜାଲ୍, ଜୁଆଚୋରି ଆଦି ନିନ୍ଦିତ କାର୍ଯ୍ୟ କରିବାକୁ ପଶ୍ଚାତ୍‌ଦ ହୁଅନ୍ତି ନାହିଁ । ଅର୍ଥ ହିଁ ନାନା ଦୁର୍ନୀତି ଓ ଅପରାଧର ମାଧ୍ୟମ ହୋଇଥାଏ । ଅର୍ଥ ମଣିଷକୁ ଏପରି କବଳିତ କରି ରଖିଥାଏ ଯେ ସେ ଆଉ ନିଜ ଆୟତ୍ତରେ ରହେନାହିଁ । ସେଥ‌ିପାଇଁ ମହାଭାରତ ଯୁଦ୍ଧର ଅବ୍ୟବହିତ ପୂର୍ବରୁ ଭୀଷ୍ମ ଯୁଧ୍ୱଷ୍ଠିରଙ୍କୁ କହିଥିଲେ – ‘ପୁରୁଷ ଅର୍ଥର ଦାସ । ଅର୍ଥ କାହାର ଦାସ ନୁହେଁ । ସେ ଅର୍ଥଦ୍ବାରା କୌରବଙ୍କ ନିକଟରେ ବନ୍ଧା । ଅର୍ଥର ଏହି ଅନର୍ଥ ଓ ବିଷାକ୍ତ ପ୍ରତିକ୍ରିୟା’ ଦେଖୁ କୁହାଯାଇଛି – ‘ଅର୍ଥ ହିଁ ଅନର୍ଥର ମୂଳ’’ ।

୬ । ଅଳ୍ପ ବିଦ୍ୟା ଭୟଙ୍କରୀ

ବିଦ୍ୟାର ଶକ୍ତି ଅକଳନ୍ତି । ଅନ୍ୟକୁ ଧନରତ୍ନ ଦାନ କଲେ ତାହା ସରି ସରି ଆସିଥାଏ । ମାତ୍ର ବିଦ୍ୟାରୂପକ ଧନକୁ ଯେତେ ଦାନ କଲେ ତାହା ସେତେ ବୃଦ୍ଧି ପାଇଥାଏ । ସେଥପାଇଁ ମଣି-ମାଣିକ୍ୟ ଭଣ୍ଡାରର ଅଧିକାରୀ ରାଜା କେବଳ ନିଜ ଦେଶରେ ପୂଜା ପାଉଥିବାବେଳେ ବିଦ୍ଵାନଟିଏ ଦେଶ-ବିଦେଶ ସର୍ବତ୍ର ପୂଜା ପାଇଥାଏ । ବିଦ୍ୟାର ମହତ୍ ଗୁଣ ହେଉଛି ତାହା ଆମର ସମସ୍ତ ସଂକୀର୍ୟତାକୁ ଦୂରକରି ଆମକୁ ମୁକ୍ତ ଓ ଉଦାର କରିଥାଏ । ଯେ ଯେତେ ବିଦ୍ୟା ଅଧ୍ୟୟନ କଲେ ମଧ୍ୟ ତା’ପାଇଁ ଆହୁରି ଅନେକ କିଛି ବାକି ରହିଯାଏ । ପ୍ରକୃତରେ ବିଦ୍ୟା ଅର୍ଜନର ଶେଷ ନାହିଁ । ନିଉଟନ୍‌ଙ୍କ ପରି ବୈଜ୍ଞାନିକ ବୋଧହୁଏ ସେଥ‌ିପାଇଁ କହିଥିଲେ – ‘ମୁଁ ଜ୍ଞାନର ଅନନ୍ତ ବେଳାଭୂମିରୁ କ୍ଷୁଦ୍ର ଉପଳ କେତେଖଣ୍ଡ ମାତ୍ର ସଂଗ୍ରହ କରିଛି ।’’ ଜ୍ଞାନୀ-ଗୁଣୀଜନ ତେଣୁ ନମ୍ର ଓ ବିନୟୀ ହୋଇଥା’ନ୍ତି, ଠିକ୍ ଫଳନ୍ତି ଗଛ ନଇଁପଡ଼ିବା ପରି ।

ଅପରପକ୍ଷରେ ଦେଖାଯାଏ ଯେ ଯେଉଁମାନେ ଅଳ୍ପ ବିଦ୍ୟା ଅଧିକାରୀ ହୋଇଥା’ନ୍ତି, ସେମାନେ ନିଜ ନିଜର ସ୍ଵଳ୍ପ ଜ୍ଞାନକୁ ନେଇ ଗର୍ବରେ ଫାଟିପଡ଼ନ୍ତି । ନିଜେ ସବୁ ଜାଣିଛନ୍ତି ବୋଲି ଓ ଜଣେ ଜଣେ ମହାଜ୍ଞାନୀ ବୋଲି ମନେକରି ଏତେ ଅହଙ୍କାର ଦେଖାଇଥା’ନ୍ତି, ଯାହାକୁ ସହ୍ୟ କରି ହୁଏନା । ସଂସ୍କୃତରେ ଶ୍ଳୋକଟିଏ ଅଛି –

‘‘ ଅଗାଧ ଜଳସଂଚାରୀ ରୋହିତୋ ଜୈବ ଗର୍ବିତ
ଗଣ୍ଡୁଷୋଦକମ।ତ୍ରେଣ ଶଫରୀ ଫର୍ଫରାୟତୋ’’

ଅର୍ଥାତ୍ ଅଗାଧ ଜଳରେ ସଂଚରଣ କରୁଥିବା ରୋହିମାଛ କେବେ ତା’ର ଗର୍ବ ଦେଖାଏ ନାହିଁ । ମାତ୍ର ଗଣ୍ଡୁଷେ ବା ପୋଷେମାତ୍ର ଜଳରେ ଥାଇ ଦଣ୍ଡକିରି ମାଛ ଫରଫର ହେଉଥାଏ । ଦେଖାଯାଏ, ସୀମିତ ଜ୍ଞାନସମ୍ପନ୍ନ ବ୍ୟକ୍ତି ବା ପୋଷେମାତ୍ର ଜଳରେ ଥାଇ ଦଣ୍ଡକିରି ମାଛ ଫରଫର ହେଉଥାଏ । ଦେଖାଯାଏ, ସୀମିତ ଜ୍ଞାନସମ୍ପନ୍ନ ବ୍ୟକ୍ତି ବେଙ୍ଗମାନଙ୍କର ରଡ଼ି ପରି ଉଚ୍ଚ କଣ୍ଠରେ ସେମାନଙ୍କ ତଥାକଥ୍‌ ଜ୍ଞାନର ପାଣ୍ଡିତ୍ୟ ଦେଖାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରନ୍ତି । ପ୍ରକୃତରେ ନିଜର ସ୍ଵଜ୍ଞାନ ଯୋଗୁଁ ଏମାନେ କୌଣସି କାର୍ଯ୍ୟକୁ ସଫଳ ଭାବରେ ପୂରଣ କରିପାରି ନଥା’ନ୍ତି । ଅଳ୍ପଜ୍ଞାନୀ ଲୋକ ନିଜ ସୀମିତ ଜ୍ଞାନର ପ୍ରୟୋଗ କରି ବେଳେବେଳେ ଏପରି ଭୁଲ୍ କରି ବସନ୍ତି ଯେ ଯାହାର ଫଳ ଅତ୍ୟନ୍ତ ଭୟାନକ ହୋଇଥାଏ । ସେଥ‌ିପାଇଁ ‘ଅଳ୍ପବିଦ୍ୟା ଭୟଙ୍କରୀ’ ବୋଲି ଯୁଗେ ଯୁଗେ ପ୍ରବାଦ ରହିଛି ।

CHSE Odisha Class 12 Odia Grammar ସର୍ଜନାତ୍ମକ ରଚନା

୭ । ତୁଳସୀ ଦୁଇପତ୍ରରୁ ବାସେ

ଜଣେ ସଚ୍ଛୋଟ ଓ ବଡ଼ମଣିଷ ହେବ, ତା’ହେଲେ ସେହି ପିଲାଟିର ହେତୁ ହେବା ଦିନରୁହିଁ ନିଜର ସୁଗୁଣରେ ସମସ୍ତଙ୍କୁ ଆପଣାର କରି ନେଇଥାଏ । ଅପରପକ୍ଷରେ ଯଦି କୌଣସି ପିଲା ଭବିଷ୍ୟତରେ ଜଣେ ମନ୍ଦ ପ୍ରକୃତିର ଲୋକ ହେବ, ତାହେଲେ ତାହାର ଖଳବୁଦ୍ଧି ବା ଦୁଷ୍ଟବୁଦ୍ଧି ସେହି ପିଲାଦିନରୁହିଁ ପ୍ରକାଶ ପାଇବ । ସେଥ‌ିପାଇଁ କୁହାଯାଇଥାଏ ତୁଳସୀ ଦୁଇପତ୍ରରୁ ବାସେ ଏବଂ ବିଛୁଆତି ଦୁଇପତ୍ରରୁ ଗଲୁ କରେ ।

ଭଗବାନ୍ କୃଷ୍ଣ କଂସର ବନ୍ଦୀଘରେ ଜନ୍ମ ନେଇଥିଲେ । କଂସାସୁର, ବସୁଦେବ ଓ ଦେବକୀଙ୍କୁ ଲୁହାର ଶିକୁଳିରେ ବାନ୍ଧି ରଖିଥିଲା । ମାତ୍ର କୃଷ୍ଣ ଜନ୍ମହେବା ପରେ ସେହି ଶିକୁଳି ଖୋଲି ଯାଇଥିଲା । ବନ୍ଦୀଘରର ସବୁଦ୍ୱାର ଫିଟି ଯାଇଥିଲା । ପ୍ରହରୀମାନେ କାଳନିଦ୍ରାରେ ଅଚେତନ ହୋଇଥିଲେ । ସେହି ସୁଯୋଗରେ ବସୁଦେବ ଶିଶୁକୃଷ୍ଣଙ୍କ ଏକ ପାତ୍ରରେ ଶୁଆଇ ନେଇ ରାଜା ନନ୍ଦଙ୍କ ଘରେ ଛାଡ଼ି ଆସିଥିଲା । ଯିବାବାଟରେ ଅନେକ ବିପଦର ସୂଚନା ମିଳିଥିଲେ ମଧ୍ୟ ସବୁକିଛି ଆପେ ଆପେ ଦୂର ହୋଇ ଯାଇଥିଲା । କୃଷ୍ଣ ନନ୍ଦରାଜାଙ୍କ ଘରେ ଏବଂ ସ୍ନେହମୟୀ ଜନନୀଙ୍କ କେଳରେ ବାଲ୍ୟସମୟ ଅପୂର୍ବ ଲୀଳାଖେଳା କରି କଟାଇ ଦେଇଥିଲେ । କୃଷ୍ଣ ଯେ ସାଧାରଣ ଶିଶୁ ନୁହଁନ୍ତି, ତାହା ତାଙ୍କର ପ୍ରତ୍ୟେକ କାର୍ଯ୍ୟରୁ ପ୍ରମାଣିତ ହୋଇଥିଲା । ସେହି ବାଳକଦିନରୁ ସେ ଅନେକ ଅସୁର ଅସୁରୀଙ୍କୁ ମାରିଥିଲେ । କାଳୀୟନାଗର ଗର୍ବକୁ ହରଣ କରିଥିଲେ । ଇନ୍ଦ୍ରର କୋପରୁ ଗୋପପୁରକୁ ରକ୍ଷା କରିଥିଲେ । କ୍ରମେ ସେ ମଥୁରାକୁ ଯାଇ କଂସାସୁରର ମୃତ୍ୟୁର କାରଣ ହୋଇଥିଲେ ।

କୃଷ୍ଣ ପରବର୍ତୀ ସମୟରେ ଆର୍ଯ୍ୟାବର୍ତ୍ତର ନିୟନ୍ତ୍ରଣକାରୀ ଭାବରେ ନିଜର କାର୍ଯ୍ୟ କରିଥିଲେ । ସେ ଯେ ଲୀଳା ପୁରୁଷୋତ୍ତମ ଏବଂ ଦୁଷ୍ଟମାନଙ୍କୁ ବିନାଶ କରି ଧର୍ମ ପ୍ରତିଷ୍ଠା କରିବା ତାଙ୍କର ମୂଳଲକ୍ଷ୍ୟ ଥିଲା, ତାହା କୃଷ୍ଣଙ୍କର ପିଲାଦିନରୁହିଁ ସୂଚନା ମିଳିଥିଲା ।

କେବଳ ଶ୍ରୀକୃଷ୍ଣ କାହିଁକି ଭଗବାନ୍ ବୁଦ୍ଧ, ଯୀଶୁ, ଶଙ୍କର ଆଦି ଧର୍ମପ୍ରଚାରକମାନଙ୍କର ମହନୀୟତା ଅତି ଅଳ୍ପ ବୟସରୁ ପ୍ରମାଣିତ ହୋଇଥିଲା । ତେଣୁ ପିଲାଦିନର ସୁଗୁଣକୁ ଦେଖି କୁହାଯାଇଥାଏ, ‘ତୁଳସୀ ଦୁଇପତ୍ରରୁ ବାସେ’ । କାରଣ ସେହି ପିଲାଦିନହିଁ ବଡ଼ ମଣିଷ ହେବାର ସବୁକିଛି ସୂଚନା ଦେଇଥାଏ ।

୮ । ବିରାଡ଼ି କପାଳକୁ ଶିକା ଛିଡ଼ିବା

ବିଶେଷ ଅର୍ଥ –
ମଣିଷ ଯାହା ଖୋଜୁଥାଏ, ଅକସ୍ମାତ୍ ଯଦି ତାକୁ ସେହି ଖୋଜୁଥ‌ିବା ଜିନିଷଟି ମିଳିଯାଏ, ତା’ହେଲେ ସେ ବହୁ ଆତ୍ମପ୍ରସାଦ ଲାଭକରେ । ବିରାଡ଼ି ମାଛ, ଶୁଖୁଆ ଓ କ୍ଷୀର ଆଦି ଖାଇବାପାଇଁ ସବୁବେଳେ ଛକି ରହିଥାଏ । ସୁଯୋଗ ଦେଖିଲେ ସେ ତାହାକୁ ଖାଇଦିଏ । ବିରାଡ଼ି ଭୟରେ ସମସ୍ତେ ମାଛ, ଶୁଖୁଆ ବା କ୍ଷୀର ଓ ଦହିକୁ ଶିକାରେ ରଖିଥା’ନ୍ତି । ବିରାଡ଼ି ଶିକାରୁ ଆଉ କୌଣସି ପ୍ରକାରେ ତାହାକୁ ଖାଇପାରେ ନାହିଁ । ଯଦି ଦୈବାତ୍ ଶିକା ଛିଡ଼ିପଡ଼େ ତାହେଲେ ବିରାଡ଼ିକୁ ଆଉ କଷ୍ଟ କରିବାକୁ ପଡ଼େ ନାହିଁ । ସେ ଖୁସି ମନରେ ମାଛ, ଶୁଖୁଆ ଖାଇଦିଏ । ସାମାଜିକ ସ୍ତରରେ ଯଦି କାହାକୁ ଚାହୁଁଥ‌ିବା ଜିନିଷ ମିଳିଯାଏ, ତାହେଲେ କୁହାଯାଏ ବିରାଡ଼ି କପାଳକୁ ଶିକା ଛିଡି଼ଛି ।

ଗଳ୍ପ –
କ୍ଷିତିଶ୍ଵାବୁଙ୍କର ଏକମାତ୍ର ପୁଅ ବାପୁନ୍ । ସେ ଭାରି ମିଠାପ୍ରିୟ । ଘରକୁ ରସଗୋଲା, ଗୋଲାପଜାମୁ, ସନ୍ଦେଶ, ପେଡ଼ା ଆଦି ଯାହା ଆସେ ସେ ତାହାକୁ ଅଧିକ ଖାଇଦିଏ । ସେଥ‌ିପାଇଁ ସେ ଟିକିଏ ବୟସ ତୁଳନାରେ ମୋଟା ହୋଇଗଲା । ଡାକ୍ତର ବାପୁକୁ କହିଲେ ମିଠା ଖିଆ କମାଇ ଦେବାକୁ । ବାପା ଓ ମା’ଙ୍କୁ କହିଲେ ପୁଅକୁ ଆଉ ମିଠା ନଦେବାକୁ । ସେହିଦିନୁ ବାପୁନ୍‌ର ମା’ ଘରକୁ ମିଠା ଆସିଲେ ଫ୍ରିଜ୍‌ରେ ମିଠା ରଖି ତାଲା ପକାଇ ଦିଅନ୍ତି । ବାପୁନ୍‌ର ମନ ସବୁବେଳେ ବ୍ୟସ୍ତ ଥାଏ, କିପରି ସୁଯୋଗ ପାଇଲେ ମିଠା ଖାଇବ । ମାତ୍ର ସେ ମିଠା ଖାଇପାରେ ନାହିଁ ।

ଦିନେ ତରତର କରି ଫ୍ରିଜକୁ ତାଲା ପକାଉ ପକାଉ, ତାଲାଟି ଖରାପ ହୋଇଗଲା । ଆଉ ଫ୍ରିଜକୁ ତାଲା ପକାଯାଇ ପାରିଲା ନାହିଁ । ବାପା ମା’ ବାହାରକୁ ଗଲାପରେ ବାପୁନ୍ ମନଖୁସିରେ ଫ୍ରିଜ୍ ଖୋଲି ମିଠା (ରସଗୋଲା) ଖାଇଲା । କାରଣ ସେ ଯେଭଳି ସୁଯୋଗ ଖୋଜୁଥିଲା, ଅକସ୍ମାତ୍ ତାକୁ ସେହି ସୁଯୋଗ ମିଳିଗଲା ।

ମା’ ଘରକୁ ଫେରିଲେ । ଫ୍ରିଜ୍ ଖୋଲି ଦେଖିଲେ ରସଗୋଲା ଟିଫିନ୍‌ରୁ ଅଧା ରସଗୋଲା ନାହିଁ । ସେ ବାପୁକୁ ପଚାରିଲେ ମାତ୍ର ବାପୁନ୍ କିଛି କହୁନଥାଏ । ବାପାଙ୍କ କାନକୁ କଥା ଗଲା । କ୍ଷିତିଶ୍ ବାବୁ ବାପୁନର ଟକଳା ସ୍ଵଭାବ କଥା ଜାଣନ୍ତି । ସେ ହସି ହସି କହିଲେ, ବାପୁନ୍ ମିଠା ଖାଇଥବ, କାରଣ ବିରାଡ଼ି କପାଳକୁ ଶିକା ଛିଡ଼ିଛି । ଫ୍ରିଜ୍ ତାଲାଟି ଅଚଳ ହୋଇଯିବାରୁ ଏଭଳି ପରିସ୍ଥିତି ଘଟିଛି । ବାପୁନ୍ ସବୁ ଶୁଣି କେବଳ ମୁରୁକି ମୁରୁକି ହସୁଥିଲା ।

୯ । କଳା କନା ବୁଲାଇବା

ବିଶେଷ ଅର୍ଥ –
ଘରୁ ମୂଳପୋଛ କରି ସବୁ ନେଇଯିବା ବା ସର୍ବସ୍ୱାନ୍ତ କରିଦେବା ବା ସର୍ବସ୍ଵ ଲୁଟିନେବା । କେତେକ ଲୋକ ବହୁ କଷ୍ଟକରି ଧନସମ୍ପତ୍ତି ସଂଗ୍ରହ କରିଥା’ନ୍ତି । ଆଶା କରିଥା’ନ୍ତି ସେହି ଧନସମ୍ପତ୍ତି ବା ଟଙ୍କା, ସୁନା, ରୁପା ଆଦି ଜିନିଷ ତାଙ୍କୁ ଭବିଷ୍ୟତରେ ଚଳିବାରେ ସାହାଯ୍ୟ କରିବ । ମାତ୍ର ପ୍ରକୃତରେ ସବୁବେଳେ ସେହି ଆଶା ପୂରଣ ହୁଏ ନାହିଁ । ଚୋର, ଡକାୟତମାନେ ଘରେ ପଶି ସବୁକିଛି ଗଚ୍ଛିତ ଧନକୁ ଲୁଟ କରି ନେଇଯାଆନ୍ତି । ଘରେ କାଣି କଉଡ଼ିଟିଏ ସୁଦ୍ଧା ରଖନ୍ତି ନାହିଁ । ଏଭଳି ପରିସ୍ଥିତିକୁ ବୁଝାଇବାକୁ ଯାଇ କୁହାଯାଏ, ଚୋରମାନେ ଘରୁ କଳାକନା ବୁଲାଇ ସବୁ ନେଇ ଚାଲିଗଲେ ।

ଗଳ୍ପ –
ହରିପୁର ଗ୍ରାମର ମଧୁସୂଦନ ଛୋଟରାୟ ଜଣେ ଜମିଦାର ଶ୍ରେଣୀୟ ଲୋକ । ତାଙ୍କର ଅଗାଧ ଧନସମ୍ପତ୍ତି । ପ୍ରାୟ କେତେକ ବ୍ୟକ୍ତି ଅଛନ୍ତି, ସେମାନଙ୍କର ଯେତିକି ଧନ ଥାଏ, ସେମାନେ ଆହୁରି ଅଧ୍ଵ ଆଶା କରନ୍ତି । ତେଣୁ ଅଚଳାଚଳ ସମ୍ପତ୍ତିର ମାଲିକ ହୋଇ ମଧ୍ୟ ଅନ୍ୟର ଦ୍ରବ୍ୟ ପ୍ରତି ଅହେତୁକ ମମତ୍ୱବୋଧ । ସାଧାରଣତଃ ଦୁଃଖୀ, ରଙ୍କୀ ଲୋକମାନେ ତାଙ୍କ ଦ୍ଵାରକୁ ଆସିଲେ, ସେ ବହୁ ବାହାନା ଦେଖାଇ ଫେରାଇ ଦିଅନ୍ତି । ଖାଦ୍ୟପେୟରେ ମଧ୍ଯ ଅତ୍ୟନ୍ତ ସଂକୀର୍ଣ୍ଣମନା । ସବୁଠାରୁ ଦୁଃଖର ବିଷୟ, ତାଙ୍କର ସନ୍ତାନଟିଏ ନାହିଁ । ତେଣୁ ସାନଭାଇର ପୁଅକୁ ସେ ପୁଅ କରିଛନ୍ତି । ଅନେକ ଶୁଭଚିନ୍ତକ ତାଙ୍କୁ ପରାମର୍ଶ ଦେଲେ ଯଜ୍ଞାନୁଷ୍ଠାନ, ଅଷ୍ଟପ୍ରହରୀ, ଭାଗବତ ସପ୍ତାହ ଏହିପରି ଧର୍ମକାର୍ଯ୍ୟ କରିବାଲାଗି ।

ମାତ୍ର ସେସବୁ କରି ପଇସା ଖର୍ଚ୍ଚ କରିବାରେ ସେ ଅନାଗ୍ରହୀ ଥିଲେ । ତାଙ୍କର ସ୍ଵର୍ଣ୍ଣାଳଙ୍କାର, ଏପରିକି ଯେଉଁମାନଙ୍କଠାରୁ ଯାହା ବନ୍ଧକ ରଖୁଛନ୍ତି ସମସ୍ତ ସେ ଘରତଳେ ପୋତିଦିଅନ୍ତି । ତାଙ୍କର ଜଣେ ବିଶ୍ୱସ୍ତ ଭୃତ୍ୟ ଥାଏ । ସେ କେବଳ ଏପ୍ରକାର ଗୁପ୍ତ ରହସ୍ୟ ଜାଣେ । ଚୋରମାନେ କୌଶଳ କରି ସେ ଚାକରକୁ ହାତ କଲେ । ଦିନେ ରାତିରେ ମଧୁସୂଦନ ଛୋଟରାୟ ଶୋଇଥିବା ଅବସ୍ଥାରେ ରାତ୍ର ଅର୍ଥରେ ପଛ ପାଚେରି ଡେଇଁ ଘର ମଧ୍ୟରେ ପ୍ରବେଶ କଲେ । ଯେଉଁ ଘରେ ମଧୁସୂଦନ ଛୋଟରାୟ ଶୁଅନ୍ତି, ସେ ଘର ଖୋଲିବାର ଉପାୟ ଚାକରକୁ ଜଣାଥାଏ। କବାଟ ଖୋଲିଗଲା ପରେ ଚୋରମାନେ ଘର ମଧ୍ଯରେ ପଶି ଛୋଟରାୟଙ୍କ ମୁହଁପାଟି ସବୁ ବାନ୍ଧିଦେଲେ । ତକିଆତଳୁ ଚାବି ବାହାର କରି ଶାବଳ ସାହାଯ୍ୟରେ ଖୋଳି ସବୁ ଜିନିଷ ନେଇ ପଳାଇଗଲେ । ଚୋରମାନେ ଘରେ କଳାକନା ବୁଲାଇ ଚାଲିଗଲା ପରେ ସକାଳେ ପୋଲିସ୍ ଆସିଲେ ସତ ! କିନ୍ତୁ କିଛି ସନ୍ଧାନ ପାଇଲେ ନାହିଁ ।

୧୦ । ଅଣ୍ଟି ଛୁରି ତଣ୍ଟି କାଟେ

ବିଶେଷ ଅର୍ଥ –
ନିଜର ଲୋକ ଅର୍ଥାତ୍ ନିଜର ହୋଇ ସବୁବେଳେ କାମ କରୁଥିବା ଲୋକ ମଧ୍ୟ ବେଳେ ବେଳେ ସ୍ଵାର୍ଥସାଧନ ପାଇଁ ଶତ୍ରୁରୂପରେ କାର୍ଯ୍ୟକରେ । ସମାଜରେ ଏଭଳି ସ୍ବାର୍ଥପର ଲୋକ ଥାଆନ୍ତି, ଯେଉଁମାନେ କେତେବେଳେ ହେଲେ ପର, ଆପଣାର ଭେଦଭାବ ଦେଖନ୍ତି ନାହିଁ । ନିଜର ସ୍ଵାର୍ଥ ପାଇଁ, ପଦପଦବୀ ପାଇଁ, ଟଙ୍କାପଇସା ପାଇଁ ଅନ୍ୟକୁ ମାରିଦେବାର ଯୋଜନା କରିଥା’ନ୍ତି । ଆଗରୁ ଲୋକମାନେ ନିଜର ନିରାପତ୍ତା ପାଇଁ କିମ୍ବା କାର୍ଯ୍ୟସିଦ୍ଧି ପାଇଁ ଅଣ୍ଟାରେ ଛୁରି ଖୋସୁଥିଲେ । ମାତ୍ର ସେହି ଛୁରି ଯଦି ବିପଦର କାରଣ ହୁଏ, ତାହେଲେ କୁହାଯିବ ଅଣ୍ଟି ଛୁରି ତଣ୍ଟି କାଟେ । ନିଜର ବୋଲି ପାଳି ଆସିଥ‌ିବା ଓ ପୋଷି ଆସିଥିବା ଲୋକ ଯଦି ଶତ୍ରୁ ଭାବରେ କାମ କରେ, ତାହେଲେ ସେହି ନ୍ୟାୟରେ କୁହାଯାଏ ଅଣ୍ଟି ଛୁରି ତଣ୍ଟି କାଟେ ।

ଗଳ୍ପ –
ଗୋଟିଏ ଦେଶରେ ଜଣେ ରାଜା ଥାଆନ୍ତି । ଏ ସେହି ରାଜାରାଜୁଡ଼ା ଅମଳର କଥା । ରାଜାଙ୍କୁ ପ୍ରତିଦିନ ଖୁର କରିବାପାଇଁ ଜଣେ ନାପିତ ଆସେ । ନାପିତଟି ମହାଚତୁର । ମନ୍ତ୍ରୀଙ୍କ ଇଚ୍ଛା ସେ କିପରି ସେ ରାଜ୍ୟର ରାଜା ହେବେ । ସେ ଦେଖ‌ିଲେ ରାଜାଙ୍କ ପାଖଲଗା ଲୋକ ନାପିତ । ତାଙ୍କୁ ହାତ କରିପାରିଲେ, ସେ ଖ୍ର କରୁଥିଲାବେଳେ ଖୁରରେ ରାଜାଙ୍କ ବେକ କାଟି ଦେଇପାରିବ । ତେଣୁ ସେ ନାପିତକୁ ବହୁ ଅର୍ଥ ଦେଲେ । କାମ ସରିଲା ପରେ ଆଉ ଅର୍ଥ ଦେବାର ପ୍ରଲୋଭନ ମଧ୍ୟ ଦେଖାଇଲେ । ରାଜାଙ୍କର ଆଉ ଜଣେ ପାଖଲୋକ ଥାଏ ।

ସେ ପ୍ରତିଦିନ ରାଜଉଆସକୁ ଆସେ । ରାଜାଙ୍କୁ କିଛି ମାଗେ ନାହିଁ । କିନ୍ତୁ କାନ୍ଥରେ ଗୋଟିଏ ଶବ୍ଦ ଲେଖ୍ ଚାଲିଯାଏ । ରାଜା କାରଣ ପଚାରିଲେ, ସେ କିଛି କୁହେ ନାହିଁ । ଦିନେ ନାପିତ ଖ୍ର କରୁଥ‌ିବା ଅବସ୍ଥାରେ ଚିନ୍ତାକଲା, ସେହିଦିନ ରାଜାଙ୍କ ବେକ କାଟିବ । ସେତେବେଳେ ରେଜର ନଥିଲା । ତେଣୁ ଖୁରକୁ ମାଜିବା ଅବସ୍ଥାରେ ଚିନ୍ତାକଲା, ରାଜା ତ ସଞ୍ଜା ଖଞ୍ଜି ଦେଇଛନ୍ତି । ପ୍ରତିଦିନ ପାରିଶ୍ରମିକ ବି ଦିଅନ୍ତି । କିନ୍ତୁ ମନ୍ତ୍ରୀ ଆଜି ବହୁ ଅର୍ଥ ଦେଲେ । ପୁଣି ଦେବେ ବୋଲି କହିଛନ୍ତି । ତା’ ହାତ ଟିକିଏ ଥରିବାକୁ ଲାଗିଲା । ସେତିକିବେଳେ ଅପର ଲୋକଟି ରାଜାଙ୍କ କାନ୍ଥରେ ପ୍ରତିଦିନ ଲେଖୁଥ‌ିବା ଲେଖା ଉପରେ ରାଜାଙ୍କ ଆଖ୍ ପଡ଼ିଲା ଓ ସେ ତାହା ପଢ଼ିବାକୁ ଲାଗିଲେ । ସେଥ‌ିରେ ଲେଖାଥିଲା –

‘‘ଘସର ଘସର ପନ୍ଦର ଘସର ଆଉ କି ଅଛି ପାଣିକି,
ତୁମେ ଯେଉଁ ପାଇଁ ଲସର ପସର ମୁଁ ସେହି କଥା ଜାଣିକି ।’’

ନାପିତ ବିଚାରା ଭୟରେ ଥରହର । ବୋଧହୁଏ ରାଜା ଜାଣିଗଲେଣି । ତେଣୁ ଲମ୍ବହୋଇ ଗୋଡ଼ତଳେ ପଡ଼ି ଭୁଲ ମାଗିଲା । ସବୁକଥା କହିଲା । ମନ୍ତ୍ରୀଙ୍କୁ ଶାସ୍ତି ଦିଆଗଲା । ଯେଉଁ ଲୋକଟି ପ୍ରତିଦିନ ଲେଖନ୍ତି, ତାଙ୍କୁ ମଧ୍ୟ ପୁରସ୍କୃତ କରାଗଲା ।

୧୧ । ତିଳକୁ ତାଳ କରିବା

ବିଶେଷ ଅର୍ଥ –
ଛୋଟ କଥାକୁ ଅତି ବଢ଼େଇ କରି କହିବା । ତିଳ ଏକ ଛୋଟ ଶସ୍ୟ । ତାକୁ ତାଳ ବୋଲି କହିବା ନିହାତି ଅବିଶ୍ଵାସର କଥା । ମାତ୍ର କେତେକ ଛୋଟ କଥା ବା ସାମାନ୍ୟ ଘଟଣାକୁ ବନେଇ ଚୁନେଇ, ଆହୁରି ରଙ୍ଗରୂପ ଦେଇ ଏଭଳି ଉପସ୍ଥାପନ କରନ୍ତି, ଯେ ତାହା ତିଳରୁ ତାଳ ହୋଇଯାଏ ବା ଛୋଟରୁ ହୋଇଯାଏ ବଡ଼ । କୌଣସି ମନ୍ଦ ଉଦ୍ଦେଶ୍ୟ ରଖି କିମ୍ବା ନିଜର ପରାକାଷ୍ଠା ଦେଖାଇବାପାଇଁ ଏଭଳି କୁହାଯାଇଥାଏ । କେତେକଙ୍କର ମଧ୍ୟ ଛୋଟ କଥାକୁ ବଡ଼କରି କହିବା ଏକ ମନ୍ଦ ଅଭ୍ୟାସରେ ପରିଣତ ହୋଇଯାଇଥାଏ । ସେଭଳି ଲୋକଙ୍କୁ ବାହାପିଆ ବା ଗୁଲିଆ ବୋଲି ଆକ୍ଷେପ କରାଯାଇଥାଏ ।

ଗଳ୍ପ –
ଜଣେ ରାଜା ଥିଲେ । ସେତେବେଳେ ରାଜାରାଜୁଡ଼ା ଶାସନ । ରାଜା ଗୋଜା । ଯାହା ବୁଝିଥ‌ିବେ, ସହଜରେ ପରିବର୍ତିତ ହେବେ ନାହିଁ । ତାଙ୍କୁ ବୁଝାଇବ କିଏ ? ତାଙ୍କ ପାଖରେ ଜଣେ ପାର୍ଶ୍ଵଚର ଥାଏ । ଜାତିରେ ନାପିତ । ସେ ଟିକିଏ ଧୂର୍ଣ । ସେ ଯାଇଥିଲା ପଡ଼ୋଶୀ ରାଜ୍ୟକୁ ଏକ ସମ୍ବାଦ ନେଇ । ଆସିଲାବେଳେ ଶ୍ୱଶୁର ଘରେ ଗୋଟିଏ ଦିନ ଅଧ୍ଵ ରହିଗଲା । ରାଜସଭା ବସିଛି । ନାପିତ ପାର୍ଶ୍ଵଚର ଜଣକ ଆସି ପହଞ୍ଚଗଲା । ରାଜା ବିଳମ୍ବର କାରଣ ପଚାରିଲେ । ନାପିତ ହାତଯୋଡ଼ି କହିଲା, ମୁଣ୍ଡ ରହିଲେ, ତୁଣ୍ଡ ଖୋଲିବି । କ’ଣ କହିବି ଆଜ୍ଞା, ସେ ରାଜ୍ୟରୁ ଆସିଲାବେଳେ ବାଟରେ ଗୋଟିଏ ବଣ ପଡ଼େ । ମୁଁ ତ ବଣରେ ପଶିଚି ଆଜ୍ଞା, ବଣ ମଧ୍ୟରେ ଶହେଟା ବାଘ କାମୁଡ଼ାକାମୁଡ଼ି ହେଉଛନ୍ତି । ମନ୍ତ୍ରୀ ଅଧ୍ଵ ଚତୁର । ସେ କହିଲେ, ସତ କହିଲ ! ତୁମେ ଶହେଟି ବାଘ ଦେଖୁଛି ।

ନାପିତ ଚାହିଁଲା, କହିଲା, ହେଉ ଶହେ ନ ହୋଇଥିଲେ ପଚାଶ ହୋଇଥେବେ । ମନ୍ତ୍ରୀ କହିଲେ, ନା, ମୋର କାହିଁକି ବିଶ୍ଵାସ ହେଉନି ? ସତ କହିଲୁ ! ନାପିତ କହିଲା, ଓହୋ ! ପଚାଶ ନହେଲେ ଦଶଟି ହୋଇଥବ । ମନ୍ତ୍ରୀ ପୁଣି ମୁଣ୍ଡ ହଲାଇଲେ । କହିଲେ, ନା । ତା’ପରେ ନାପିତ କହିଲା, ଗୋଟିଏ । ମନ୍ତ୍ରୀ ତଥାପି ମନାକଲେ । ଶେଷରେ ନାପିତ କହିଲା, ବଣରେ କିଏ ଗୋଟାଏ ଖସ୍ ଖସ ହେଉଥିଲା । ତେଣୁ ଏହାହିଁ ତିଳରୁ ତାଳ । ଅନେକ ଲୋକ ଅଛନ୍ତି, ସେମାନଙ୍କ ପ୍ରକୃତି ନାପିତ ଭଳି ଛୋଟ କଥାକୁ ବଡ଼ କରିବା ।

CHSE Odisha Class 12 Odia Grammar ସର୍ଜନାତ୍ମକ ରଚନା

୧୨ । ରୁକୁଣା ରଥ ଅଣବାହୁଡ଼ା

ବିଶେଷ ଅର୍ଥ –
ଯାହା ନିଷ୍ପତ୍ତି ନିଆଯାଇଥୁବ କିମ୍ବା ସ୍ଥିର ହୋଇଥବ ତାହାକୁ କେବେବି ନ ବଦଳାଇ କାର୍ଯ୍ୟରେ ପରିଣତ କରିବାକୁ ଏପରି କୁହାଯାଏ । ଅର୍ଥାତ୍ ଯାହା ନିଷ୍ପତ୍ତି ନିଆଯାଇଥବ, ତାହା ନିଶ୍ଚୟ କାର୍ଯ୍ୟକାରୀ ହେବ । ଅନେକ ଲୋକ ଥାଆନ୍ତି, ଯେଉଁମାନେ ବୁଝି ବିଚାରି ନିଷ୍ପତ୍ତି ନିଅନ୍ତି, ଆଦେଶ ଦିଅନ୍ତି । ସେହି ଆଦେଶକୁ ବଦଳାଇବାପାଇଁ ସେମାନେ କୌଣସି ସମୟରେ ରାଜି ହୁଅନ୍ତି ନାହିଁ । ସେହି ପରିସ୍ଥିତିକୁ କୁହାଯାଏ – ‘ରୁକୁଣା ରଥ ଅଣବାହୁଡ଼ା’ । ଶ୍ରୀକ୍ଷେତ୍ରରେ ନନ୍ଦିଘୋଷ ଆଦି ତିନି ରଥରେ ଠାକୁର ବିଜେ କଲାଭଳି, ଅଶୋକାଷ୍ଟମୀରେ ଭୁବନେଶ୍ଵରର ଲିଙ୍ଗରାଜଙ୍କ ମନ୍ଦିରର ରୁକୁଣା ରଥରେ ଦିଅଁ ବିଜେ ହୋଇଥା’ନ୍ତି । ସବୁ ରଥଯାତ୍ରାର ବାହୁଡ଼ା ଯାତ୍ରା ଥାଏ, ମାତ୍ର ରୁକୁଣା ରଥର ବାହୁଡ଼ା ଯାତ୍ରା ନଥାଏ । ତେଣୁ କଥାକୁ ନ ବଦଳାଇବା ପ୍ରସଙ୍ଗକ ରୁକୁଣା ରଥ ସହିତ ତୁଳନା କରାଯାଇଛି ।

ଗଳ୍ପ –
ମଧୁପୁର ଗ୍ରାମର ହରିହର ପଟ୍ଟନାୟକ ଜଣେ ଜମିଦାର । ଭାରି ଏକଜିଦିଆ । କିନ୍ତୁ ଲୋକଟା ଟିକିଏ ଦୟାବନ୍ତ । ଯୋଗୀ, ଭିକାରି କେହି ଖାଲି ହାତରେ ଫେରନ୍ତି ନାହିଁ । କିନ୍ତୁ ଟିକିଏ ଭୁଲ୍ ଦେଖ‌ିଲେ କଚେରୀ ପର୍ଯ୍ୟନ୍ତ ନଯାଇ ସେ ଫେରିବେ ନାହିଁ । ଦିନକର ଘଟଣା । ସେ ଶୁଣିବାକୁ ପାଇଲେ ଭାଗବତ ଟୁଙ୍ଗିରେ ସନ୍ଧ୍ୟାକାଳୀନ ସଭା ବସିଛି । ସେହିଠାରେ ଗ୍ରାମର ପୂର୍ବତନ ସରପଞ୍ଚ ଗ୍ରାମ ସଡ଼କପାଇଁ ଯେଉଁ ଟଙ୍କା ବ୍ଲକରୁ ଆଣିଥିଲେ, ତହିଁରୁ ବହୁ ଟଙ୍କା ଆତ୍ମସାତ୍‌ କରି, ରାସ୍ତା ଉପରେ ଦୁଇ ଚାରି ଟୋକେଇ ନାଲିଗୋଡ଼ି ବିଛେଇ ଦେଇଥ‌ିବା କଥା ଆଲୋଚନା ହେବ ।

ଜମିଦାର ବାବୁ ଗ୍ରାମର ଜଣେ ମୁଖ୍ୟ ବ୍ୟକ୍ତି । ଗ୍ରାମର ଚୌକିଦାର ତାଙ୍କୁ ମଧ୍ୟ ଡାକିଯାଇଛି । ତାଙ୍କ ଦେହ ସାମାନ୍ୟ ଅସୁସ୍ଥ ଥିଲା । ସେଥପ୍ରତି ସେ ଭୃକ୍ଷେପ ନକରି ସଙ୍ଗେ ସଙ୍ଗେ ବାହାରିଲେ । ସେ ଭାଗବତ ଟୁଙ୍ଗିକୁ ପ୍ରଣାମ କଲେ । ସରପଞ୍ଚ ପ୍ରଥମେ ନିଜର ଦୋଷ ମାନୁ ନଥିଲେ । ତା’ପରେ ସମସ୍ତଙ୍କ ବାଧ୍ୟବାଧକତାରେ ଦୋଷ ମାନିଲେ । ତହିଁ ପରିଦିନ ଜମିଦାର ବ୍ଲକ୍‌କୁ ଗଲେ । ଚେୟାରମ୍ୟାନ ତଥା ଉନ୍ନୟନ ଅଧିକାରୀଙ୍କୁ ଦେଖାକଲେ । ସେ ଲୋକ ଯେତେ ନେହୁରା ହେଲା ହରିବାବୁ ଶୁଣିଲେ ନାହିଁ । ଥାନାକୁ ଗଲେ । ଶେଷକୁ ସେ ଲୋକ ଜେଲ ଗଲା । ଦୁଇବର୍ଷ କରାଦଣ୍ଡ ଭୋଗିଲା । ଯେଉଁମାନେ ହରିହର ବାବୁଙ୍କୁ ଅର୍ଥ ପ୍ରଲୋଭନ ଦେଖାଇଥିଲେ ସେମାନେ ମଧ୍ୟ ଭାଗବତ ଘର ସମ୍ମୁଖରେ ଭୁଲ୍ ମାଗିଲେ ।

ପରବର୍ତୀ ସମୟରେ ସେହି ହରିବାବୁଙ୍କ ପ୍ରେରଣାରେ ଗାଁ ଲୋକଙ୍କ ଉଦ୍ୟମରେ ଗ୍ରାମ୍ୟ ରାସ୍ତା ନିର୍ମିତ ହୋଇଥିଲା ।

୧୩ । ସମୁଦ୍ରକୁ ଶଙ୍ଖ ପାଣି

ବିଶେଷ ଅର୍ଥ –
ବହୁତ ଆବଶ୍ୟକତା ସମୟରେ, ସାମାନ୍ୟ କିଛିରେ କାର୍ଯ୍ୟ ସାଧନ ହୁଏ ନାହିଁ । ବରଂ ସେଭଳି ପରିସ୍ଥିତିରେ କୁହାଯାଏ, ସମୁଦ୍ରକୁ ଶଙ୍ଖ ପାଣି ! ସମୁଦ୍ର, ଯାହାର ଆଦି, ଅନ୍ତ ଓ ଜଳ ପରିମାଣକୁ କଳନା କରିବା ସାଧାରଣ ଲୋକ ପକ୍ଷରେ ଅସମ୍ଭବ, ସେହିପରି ଆବଶ୍ୟକତା ଥିବା ସମୟରେ ଯଦି ଶଙ୍ଖଭଳି କ୍ଷୁଦ୍ର ପାତ୍ରରେ ଜଳ ଗ୍ରହଣ କରାଯାଏ, ତାହେଲେ ସମୁଦ୍ରର ଗର୍ଭ କେବେବି ପୂରଣ ହେବ ନାହିଁ । ସେହି ଜଳ ସମୁଦ୍ରରେ ପଡ଼ିଲେ ମଧ୍ୟ ତାହାର ସତ୍ତା ଜାଣିହୁଏ ନାହିଁ । ଏଠାରେ ବହୁତ ଆବଶ୍ୟକତାକୁ ସମୁଦ୍ର ସହିତ ଏବଂ ଶଙ୍ଖର ଜଳକୁ ସାମାନ୍ୟ ପରିମାଣ ସହିତ ତୁଳନା କରାଯାଇ ଅର୍ଥ କରାଯାଇଥାଏ ।

ଗଳ୍ପ –
ବିଶାଳ ସମୁଦ୍ର । ଗୋଟିଏ ପଟେ ଛିଡ଼ାହେଲେ ଅନ୍ୟପଟକୁ ଆଖ୍ ପାଏନାହିଁ । ବିଶାଳ, ରାମାୟଣସ୍ଥିତ ଚରିତ୍ର କୁମ୍ଭକର୍ଣ୍ଣ । ଛ’ମାସରେ ଥରେ ଖାଏ । ପର୍ଯ୍ୟାପ୍ତ ଖାଦ୍ୟ ଖାଏ। ତା’ପରେ ମଦ୍ୟପାନ କରେ ଓ ଶୋଇଯାଏ । ଛ’ମାସରେ ଥରେ ଉଠେ । ଶୋଇଥ‌ିବା ମଝିରେ କେହି ଉଠାଇବେ ନାହିଁ । ତାକୁ ଉଠାଇବାକୁ ହେଲେ, ବାଜା ଦରକାର । ବହୁ ଲୋକ ଦରକାର । ଥାଳି ଥାଳି ଖାଦ୍ୟ ତା’ ପାଖରେ ବଢ଼ାଯାଏ । ପେଟଟା ଭୀଷଣକାୟ । ଯେପରି ମହାଭାରତର ଭୀମ ଚରିତ୍ର ଅଧ୍ଵ ଖାଏ । ଚାରି ଭାଇଙ୍କର ଯେତିକି ଖାଦ୍ୟ, ମା’ ସେତିକି ତାକୁ ଏକା ଖାଇବାକୁ ଦିଅନ୍ତି । ସେ ଅଧିକ ଖାଏ ଓ ଅଧ‌ିକ ଉଭୟ ବଳବାନ୍ ମଧ୍ୟ । ରାମାୟଣ ଯୁଦ୍ଧ ଚାଲିଥାଏ । ରାବଣ ଚିନ୍ତାକଲେ କେତେ ମଲେଣି । ଯିଏ ମରୁଛନ୍ତି, ସ୍ୱର୍ଗପ୍ରାପ୍ତି । ଭାଇ କୁମ୍ଭକର୍ଣ୍ଣ କାହିଁକି ବଞ୍ଚ ହେବ ? କିନ୍ତୁ ଛ’ମାସ ପୂର୍ଣ୍ଣ ହୋଇନାହିଁ ।

ରାବଣର ନିର୍ଦ୍ଦେଶରେ ଖାଦ୍ୟ ଥାଳିକୁ ଥାଳି ଧରି, ମଦ ଧରି ସୈନ୍ୟସାମନ୍ତ ପହଞ୍ଚିଲେ । ଛ’ମାସ ତ୍ ପୂର୍ଣ୍ଣ ହୋଇନି । ବହୁ ବାଜା ବାଜିଲା । ତାଙ୍କ ଦେହକୁ ମଧ୍ଯ ସୈନ୍ୟମାନେ ହାଲୁକା ଅସ୍ତ୍ର ସହାୟତାରେ ଆଘାତ ଦେଲେ । କୁମ୍ଭକର୍ଣ୍ଣ ଉଠିଲା । ଖାଦ୍ୟ ଥୁଆ ହୋଇଛି । ମଦ ମଧ୍ଯ ରଖାଯାଇଛି ମଦ୍ୟପାତ୍ରରେ । ଖାଇଲା, ପିଇଲା । ତଥାପି ନିଅଣ୍ଟ । କାରଣ ତା’ପାଇଁ ଯାହା ଥିଲା, ତାହା ଯଥେଷ୍ଟ ନୁହେଁ । କୁମ୍ଭକର୍ଣ୍ଣର କ୍ଷୁଧା ତୁଳନାରେ ତା’ ନିକଟରେ ଥିବା ଖାଦ୍ୟ ଅତି ସାମାନ୍ୟ । ସେହି ଖାଦ୍ୟ ତା’ ପେଟରେ କୁଆଡ଼େ ପଡ଼ିଲା ଜାଣିହେଲା ନାହିଁ । ତା’ ପେଟ ଭରିବାପାଇଁ ତାକୁ ଛଅମାସର ଖାଦ୍ୟ ଦରକାର ହେଲାବେଳେ ସେହି ଖାଦ୍ୟକୁ ଖାଇ ସେ ଅସନ୍ତୁଷ୍ଟ ହେଲା । ସେ ଖାଦ୍ୟ ତା’ପାଇଁ ଥିଲା ସମୁଦ୍ରକୁ ଶଙ୍ଖ ଭଳି । ସେ ଗର୍ଜନ କଲା । ମୋତେ ଅସମୟରେ ଉଠାଇଲ ! ଖାଇବାକୁ ଦେଉନାହଁ । ସୈନ୍ୟମାନେ ସମସ୍ତ କଥା କହିଲେ । ସେ ଭାଇ ରାବଣଙ୍କ ନିକଟକୁ ଯାଇ ଯୁଦ୍ଧ ନକରିବାପାଇଁ ଅନୁରୋଧ କଲା ବାଧ୍ୟହେ।ଇ ଉ।ଇଙ୍କ ନିର୍ଦେଶରେ ଯୁଦ୍ଧକ୍ଷେତ୍ରକୁ ଯିବାରୁ ଲଢ଼ାଇ କରି ପ୍ରାଣଦେଇ ମୁକ୍ତି ପାଇଲା ।

୧୪ । ମାଙ୍କଡ଼. ହାତରେ ଶାଳଗ୍ରାମ

ବିଶେଷ ଅର୍ଥ –
ଅଯୋଗ୍ୟ ଲୋକ ହାତରେ ଦାୟିତ୍ୱ ଦେବାକୁ ମାଙ୍କଡ଼ ହାତରେ ଶାଳଗ୍ରାମ ଦେବା ବୋଲି କୁହାଯାଏ । ଶାଳଗ୍ରାମ ହେଉଛି ବିଷ୍ଣୁରୂପୀ ପଥର । ଯାହାକୁ ଘରେ ରଖି ଅତି ଭକ୍ତିର ସହିତ ପୂଜା କରାଯାଏ । ପ୍ରାୟ ପ୍ରତ୍ୟେକ ବ୍ରାହ୍ମଣଙ୍କ ଘରେ ଶାଳଗ୍ରାମ ରଖି ପୂଜା କରାଯାଏ । ଶାଳଗ୍ରାମ ପୂଜା ନକରି ଗୃହସ୍ଥ ଜଳ ସୁଦ୍ଧା ଗ୍ରହଣ କରେନାହିଁ । ସେମାନଙ୍କୁ କେବେବି ଅପୂଜା ରଖାଯାଏ ନାହିଁ । ଶାଳଗ୍ରାମର ମହତ୍ତ୍ବ ଆମ ହିନ୍ଦୁ ସଂସ୍କୃତିରେ ଯଥେଷ୍ଟ ମହନୀୟ ଭୂମିକା ଗ୍ରହଣ କରିଛି । ମାତ୍ର ସେହି ଶାଳଗ୍ରାମ ପଥରକୁ କରେ । ଏପରିକି ଚିକ୍କଣିଆ ପଥର ଭାବି ଖେଳିଥାଏ । ସେହି ପରିସ୍ଥିତିକୁ ଆଖି ଆଗରେ ରଖି ଦାୟିତ୍ୱପୂର୍ଣ୍ଣ କାମକୁ ଯଦି ଅଯୋଗ୍ୟ ବ୍ୟକ୍ତି ହାତରେ ନ୍ୟସ୍ତ କରାଯାଏ, ତାହେଲେ ସେ ନିଶ୍ଚୟ କାମକୁ ଓଲଟା ଭାବରେ କରିବ । କାରଣ କାମର ମହତ୍ତ୍ବ ସମ୍ପର୍କରେ ସେ କିଛିହେଲେ ବିଚାର କରିବ ନାହିଁ । ଅର୍ଥାତ୍‌ ଅଯୋଗ୍ୟ ବ୍ୟକ୍ତି ସଦାକାଳେ ଅସଫଳ ହୋଇଥାଏ । ସେ କାମକୁ ଠିକ୍ ରୂପେ ପରିଶ୍ରମକରି ସମ୍ପନ୍ନ କରିନଥାଏ । ସୁତରାଂ ସେପରି ଲୋକ ଉପରେ ଯଦି ଦାୟିତ୍ୱ ଦିଆଯାଏ ତେବେ ଫଳାଫଳ ନିଶ୍ଚୟ ବିପରୀତ ହେବ, ଏଥ‌ିରେ ସନ୍ଦେହ ନାହିଁ ।

ଗଳ୍ପ –
ଜନୈକ ବ୍ୟକ୍ତି ଥିଲେ । ବିବାହର କେତେଦିନ ପର୍ଯ୍ୟନ୍ତ ତାଙ୍କର କୌଣସି ପିଲା ହେଲେନାହିଁ । ଶେଷରେ ସେହି ବ୍ୟକ୍ତି ଓ ତାଙ୍କର ସ୍ତ୍ରୀ ଭକ୍ତି ସହକାରେ ଶିବଙ୍କୁ ସେବା ପୂଜା କଲେ । ଶିବ ତାଙ୍କ ପୂଜାରେ ସନ୍ତୁଷ୍ଟ ହୋଇ ତାଙ୍କ ନିକଟରେ ଉଭାହେଲେ । ଶିବ ସେହି ସ୍ଵାମୀ-ସ୍ତ୍ରୀଙ୍କୁ କହିଲେ, ତୁମେ ଗୋଟିଏ ବୁଦ୍ଧିମାନ୍ ପୁଅ ନେବ ନା ଅଠରଟି ଓଲାପୁଅ ନେବ । ଏହି ଦମ୍ପତ୍ତି ଭାରି ପିଲା କାଙ୍ଗାଳିଆ ଥଲେ । ଗୋଟିଏ ପୁଅରେ ସେମାନେ ସନ୍ତୁଷ୍ଟ ନଥିଲେ । ତେଣୁ ଅଠରଟି ପୁଅ ମାଗି ବସିଲେ । ଶିବ ତଥାସ୍ତୁ କହି ଚାଲିଗଲେ ।

ଶିବଙ୍କ ଦୟାରୁ ତାଙ୍କୁ ଅଠରଟି ପୁଅ ମିଳିଲା । ପୁଅମାନେ ବଡ଼ ହେଲେ । ମାତ୍ର ସେମାନେ ଓଲା ଥ‌ିବାରୁ କୌଣସି କାମକୁ ଯୋଗ୍ୟ ହେଲେ ନାହିଁ । ସବୁବେଳେ ଘରେ ଅଶାନ୍ତି ଲାଗିରହିଲା । ଖାଇବାକୁ ମିଳିଲା ନାହିଁ । ଶେଷରେ ସେମାନେ ଖାଇବାପାଇଁ ଗାଁ ମହାଜନ ଘରେ ଚାକର ରୂପେ ରହିଲେ ।

ମହାଜନ ଜାଣନ୍ତି ସେମାନେ ସମସ୍ତେ ଓଲା । ତେଣୁ ତାଙ୍କୁ ଗାଈ ପାଇଁ ଘାସ ଆଣିବାକୁ ବରାଦ କଲେ । ଓଲାଏ ଘାସ କାଟିବାକୁ ଗଲେ । ଘାସ କାଟି ଘରକୁ ଫେରିଲେ । ଅଠର ଘାସ ବୋଝ କେଉଁଟି ଥୋଇବେ ବୋଲି ଜାଣିପାରିଲେ ନାହିଁ । ବାଡ଼ି ପିଣ୍ଡାରେ ମହାଜନ ଘର’ ବୁଢ଼ୀ ରୁଷିକରି ବସିଥିଲା । ତାହାକୁ ଅଠର ଓଲା ପଚାରିଲେ, ‘ମାଉସୀ ଘାସ କେଉଁଠି ଥୋଇବୁ ।’’ ବୁଢ଼ୀ ରାଗିକରି କହିଲା, ‘ମୋ ମୁଣ୍ଡ ଉପରେ ଥୋଉନା ।’’ ବୁଢ଼ୀ ରାଗିକରି କହୁଛି ବୋଲି ସେମାନେ ଜାଣିପାରିଲେ ନାହିଁ । ବୁଢ଼ୀର କଥାରେ ସେମାନେ ଅଠର ବୋଝ ଘାସ ଦୁଲଦାଲ୍ କରି ତା’ ମୁଣ୍ଡ ଉପରେ ଥୋଇଦେଲେ । ଅଠର ଓଲା ଗାଧୋଇ ଆସି ଖାଇଲେ । ଖାଇସାରିଲା ବେଳକୁ ସମସ୍ତେ ବୁଢ଼ୀକୁ ଖୋଜିଲେ କେଉଁଠି ପାଇଲେ ନାହିଁ । ଅଠର ଓଲାଙ୍କୁ ପଚାରିଲେ, ବୁଢ଼ୀ ଏହିଠାରେ ଥୁଲା କୁଆଡ଼େ ଗଲା । ସେମାନେ କହିଲେ, ବୁଢ଼ୀ ଘାସ ମୁଣ୍ଡେଇ ପିଣ୍ଡାରେ ବସିଛି । ତରତର ହୋଇ ସମସ୍ତେ ଘାସ ବୋଝ କାଢ଼ି ଦେଖିଲାବେଳକୁ ବୁଢ଼ୀ ମରିଯାଇଛି । ମହାଜନ ତାଙ୍କୁ ଘରେ ରଖୁଥ‌ିବାରୁ ଅନୁତାପ କଲା ଏବଂ ଏଭଳି ଅଯୋଗ୍ୟ ଲୋକ ହାତରେ କାମ କରାଇଲେ ବିପଦ ପଡ଼ିବ ଭାବି ଘରୁ ତଡ଼ିଦେଲେ । ତେଣୁ କୁହାଯାଏ, ମାଙ୍କଡ଼ ହାତରେ ଶାଳଗ୍ରାମ ଦେଲେ ଏଭଳି ଅବସ୍ଥା ଭୋଗିବାକୁ ହୁଏ ।

୧୫ । କଳାକାଠ ପଡ଼ିଯିବା

ବିଶେଷ ଅର୍ଥ –
କୌଣସି ପରିସ୍ଥିତିରେ ହତାଶ ହୋଇପଡ଼ିବା ବା ଅପମାନିତ ହେବାକୁ କଳାକାଠ ପଡ଼ିଯିବା ବୋଲି କୁହାଯାଏ । ଅନେକ ଉପସ୍ଥିତ ହେଲେ, ସେହି ପରିସ୍ଥିତିରୁ କିପରି ନିସ୍ତାର ପାଇବ ସେ ଜାଣିପାରେ ନାହିଁ । ତେଣୁ ସେ ଭୟଭୀତ ହୋଇଯାଏ । ଲୋକଟିର ଅବସ୍ଥାକୁ ଯଥାର୍ଥ ଭାବରେ ବୁଝାଇବାପାଇଁ କୁହାଯାଏ, କଳାକାଠ ପଡ଼ିଗଲା । ପୁନଶ୍ଚ ବେଳେବେଳେ ମଣିଷ ଅଜାଣତରେ ଅତି ଅପମାନଜନକ ପରିସ୍ଥିତିର ସମ୍ମୁଖୀନ ହୁଏ । ସେହି ପରିସ୍ଥିତିରେ ତାହାକୁ ବଡ଼ ଅସହାୟ ଲାଗେ । ସେ ଦୁଃଖ ଓ ଅପମାନରେ କଳାକାଠ ପଡ଼ିଯାଏ ।

ଗଳ୍ପ –
ସାଧାରଣତଃ ପୁତ୍ର ବା କନ୍ୟା ଯେତେ ସୁସ୍ଥ ସବଳ ହେଲେ ମଧ୍ୟ ମା’ମାନେ ଏକଥା କହିଥା’ନ୍ତି ‘ପୁଅ ମୋର କଳାକାଠ ପଡ଼ିଗଲାଣି’ । ନିଜର ପଣତକାନିରେ ମୁହଁକୁ ପୋଛିଦିଅନ୍ତି । ମା’ ଯଶୋମତୀ । ନନ୍ଦ, ଯଶୋଦାଙ୍କ ଅଲିଅଳ ପୁଅ କାହ୍ନୁ । ସେ ପ୍ରତିଦିନ ଯାଆନ୍ତ ବଣକୁ ଗାଈ ଚରେଇ ନେବାପାଇଁ । ହାତରେ ବଂଶୀ । ଯେଉଁ ବଂଶୀସ୍ୱନ ଗୋପପୁରକୁ ଉଚ୍ଚାଟିଆ କରେ । ସେହି କାହୁ, ସଞ୍ଜବେଳେ ଫେରନ୍ତି ବଣରୁ । ନିତିଦିନିଆ କଥା । ସେ ଦେବକୀଙ୍କ ସନ୍ତାନ ହେଲେ ମଧ୍ୟ ବଢ଼ିଛନ୍ତି ଗୋପପୁରରେ । ଦିନେ ଦିନେ ଟିକିଏ ବିଳମ୍ବ ହୋଇଗଲେ ମା’ ଯଶୋମତୀ ଅସମ୍ଭାଳ । ସେ ଭୁଲିଯାଆନ୍ତି ତାଙ୍କର କର୍ତ୍ତବ୍ୟ । ବାହାରକୁ ଯାଆନ୍ତି, ପୁଣି ଘର ଭିତରକୁ ଆସନ୍ତି । କାହିଁକି ବିଳମ୍ବ କଲା କାହୁ । ଏତେ ବିଳମ୍ବିତ କେଉଁଦିନ ହୁଏ ନାହିଁ । । କାହ୍ନୁ ବନଭୂମିକୁ ଫେରିଲେ ତାଙ୍କ ମନ ଶାନ୍ତି । ଦିନେ ଶୁଣିଲେ କଂସ ରାକ୍ଷସମାନଙ୍କୁ ବନଭୂମିକୁ ପଠାଉଛି କାହୁ, ଉପରେ ଦାଉ ସାଧବାପାଇଁ । ରାକ୍ଷସମାନେ ବଳଶାଳୀ । ଅତି ନିଷ୍ଠୁର । ତେଣୁ ସେ ଦ୍ଵାରବନ୍ଧକୁ ଧରି କଳାକାଠ ପଡ଼ିଗଲେ । କାଳେ ମୋ କାହ୍ନୁର କ’ଣ ହୋଇଯିବ? ଯଶୋଦାଙ୍କ ନିକଟରେ କାହ୍ନୁ ଥିଲେ ସାଧାରଣ ଶିଶୁ । ସେ କାହୁର ଦୈବୀଗୁଣର ପରିଚୟ ପାଇନଥିଲେ ।

୧୬ । କାଠିକର ପାଠ

ବିଶେଷ ଅର୍ଥ –
ଯାହା କରିବା ସହଜ ନୁହେଁ ଅତି ମୁସ୍କିଲ, ତାହାକୁ କାଠିକର ପାଠ ବୋଲି କୁହାଯାଏ । ଅନେକ କାମ ଅଛି, ଯାହା କରିବା ସହଜ ନୁହେଁ । ସେଇଠି ଆମେ କହୁ ଏ କାମ କରିବା କାଠିକର ପାଠ । ସମଗ୍ର ବର୍ଷ ଛାତ୍ରଛାତ୍ରୀ ମହାବିଦ୍ୟାଳୟରେ ଛୁଟି ବ୍ୟତିରେକେ ଅଧ୍ୟୟନ କରନ୍ତି । କିନ୍ତୁ ଯେତିକି ସମୟ ତାଙ୍କର ଅନ୍ୟଦିଗରେ ବ୍ୟୟିତ ହୁଏ, ତାହା ଅଧ୍ୟୟନ ଦିଗରେ ଲାଗେ ନାହିଁ । ତେଣୁ ପରୀକ୍ଷା ପାଖେଇ ଆସିଲେ, ସେମାନେ ଭୟଭୀତ ହୋଇପଡ଼ନ୍ତି । କିପରି ଏତେଶୀଘ୍ର ପାଠ୍ୟକ୍ରମ ଶେଷ କରିବେ ? କ୍ରମେ କ୍ରମେ ସେମାନେ ରାତି ଉଛିଦ୍ର ରହି ଅନେକ ରୋଗର କବଳିତ ହୁଅନ୍ତି । କିନ୍ତୁ ପରୀକ୍ଷାରେ ଆଶାନୁରୂପ ସଫଳତା ହାସଲ କରନ୍ତି ନାହିଁ । ତେଣୁ ଏହା ଅନ୍ୟ ଏକ ରୂଢ଼ି ପାଇଁ ମଧ୍ୟ ପ୍ରଯୁଜ୍ୟ; ଯଥା – ‘ବାହାଘର ବେଳେ ବାଇଗଣ ରୁଆ’ । କାରଣ କାମ ସମୟରେ ଯଦି ଜଣେ ପାଗଭିଡ଼େ, ତେଣେ କଚେରୀ ବରଖାସ୍ତ ହୋଇଯିବ । ସେଥ‌ିପାଇଁ ପୂର୍ବରୁ ପ୍ରସ୍ତୁତି ଦରକାର । ସେପରି କଲେ ପରୀକ୍ଷା ଲାଗି ଆଉ ଭୟ ନଥ‌ିବ । ମାତ୍ର ପରୀକ୍ଷାର ଅଳ୍ପଦିନ ପୂର୍ବରୁ ପରୀକ୍ଷାପାଇଁ ପ୍ରସ୍ତୁତ ହେଉଥ‌ିବା ପରୀକ୍ଷାର୍ଥୀ କହେ ପରୀକ୍ଷାରେ ପାସ୍‌ କରିବା ‘କାଠିକର ପାଠ’।

ଗଳ୍ପ –
(ଏକ ବିଶେଷ ଅନୁଭୂତିର ଗଳ୍ପ)
ସନିଆ ଓ ସୁନେଇ । ଦୁଇ ପରାଣୀ । ସ୍ଵାମୀ-ସ୍ତ୍ରୀ ଭାବରେ ଘର ସଂସାର କରିଛନ୍ତି । ବିଲବାଡ଼ିରେ ଖଟି ବଞ୍ଚିବାର ସର୍ବନିମ୍ନ ସମ୍ବଳ ସେମାନେ କୌଣସି ପ୍ରକାରେ ଯୋଗାଡ଼ କରନ୍ତି । ସେମାନଙ୍କ ଛୋଟ ପରିବାରର ଭାଗ୍ୟ ଓ ଭବିଷ୍ୟତ ହେଉଛନ୍ତି ଛୋଟ ଛୋଟ ପୁଅଝିଅ – ଧଡ଼ିଆ ଓ ସୁନା । ଅତି ଗେହ୍ଲାରେ ପୁଅଝିଅକୁ ସେମାନେ ପାଳିଥା’ନ୍ତି ।

ମହାବାତ୍ୟାର ସକାଳ ଓଳି । ୧୯୯୯ ମସିହାର’ ଅକ୍ଟୋବର ୨୯ ତାରିଖର ସକାଳୁ ସକାଳୁ ବର୍ଷା ପବନ ଲାଗିଛି ଯେ ଲାଗିଛି । ଟିକିଏ ଛାଡ଼ିବାକୁ ନାହିଁ । ବର୍ଷାର ବେଗକୁ ଦ୍ବିଗୁଣିତ କରୁଛି ପବନ । କ୍ରମଶଃ ପବନ ଅଧିକ ହେବାରୁ ଛୋଟିଆ ଚାଳଘରର ଛପର ଉଡ଼ିଗଲା । ଏଭଳି ପବନକୁ ସନିଆର ଚାଳଘର କେତେ ସମ୍ମୁଖୀନ ହୋଇଥା’ନ୍ତା । ଶେଷରେ ସମୁଦ୍ରର ଜୁଆରି ପାଣି ମାଡ଼ିଆସିଲା । ସନିଆ ପୁଅ ଧଡ଼ିଆକୁ ଏବଂ ଝିଅ ସୁନାକୁ କାଖରେ ଧରିଲା । ସନିଆ ପଛେ ପଛେ ସୁନେଇ ମଧ୍ୟ ଜୁଆର ସୁଅରେ ଭାସିଗଲେ । ନିଜକୁ ନିରାପଦ ସ୍ଥାନରେ ପହଞ୍ଚାଇବା କାଠିକର ପାଠ । କ’ଣ କରିବେ । ଶେଷରେ ସେମାନେ ଯାଇ ଲାଗିଲେ ଏକ ତେନ୍ତୁଳିଗଛର ଡାଳରେ । ପାଣି ସ୍ରୋତକୁ କାଟି ଅତିକଷ୍ଟରେ ସୁନେଇ ଗଛକୁ ଚଢ଼ିଗଲା । ମାତ୍ର ପିଲା ଦୁଇଟିଙ୍କୁ ଧରି ଗଛରେ ଚଢ଼ିବା ସନିଆ ପକ୍ଷରେ ଥୁଲା କାଠିକର ପାଠ । ଏହି ପରିସ୍ଥିତିରେ ସନିଆ ହାତରୁ ପୁଅ ଧଡ଼ିଆ ପାଣିସୁଅରେ ଭାସିଗଲା । ସେହି ପାଣିସୁଅରୁ ପୁଅକୁ ଫେରିପାଇବା ସମ୍ଭବ ନଥିଲା । ସନିଆ ଝିଅକୁ ନେଇ ଗଛଡାଳକୁ ଧରି ଉପରକୁ ଉଠିଗଲା । କ୍ରମେ ରାତି ହୋଇଗଲା ।

ସେହି ରାତି ଥୁଲା କାଳ ରାତି । କାଳ ରାତି ପାହିଲା । ସୁନେଇ ଦେଖିଛି ସନିଆ ହାତରୁ ପୁଅ ପାଣିରେ ଭାସି ଚାଲିଯିବା କଥା । ମାତ୍ର ନିରାପଦରେ ତଳକୁ ଆସିଲା ପରେ ସୁନେଇ ଫୁଲି ଫୁଲି କାନ୍ଦିଲା । ବିକଳ ହୋଇ ସନିଆକୁ ଦୋଷ ଦେଲା । ସନିଆ ନିଜେ ବଞ୍ଚିବ ବୋଲି ପୁଅକୁ ପାଣିକୁ ଠେଲିଦେଇଛି ବୋଲି ନିନ୍ଦାକଲା । ଶେଷରେ ମାନସିକ ଭାରସାମ୍ୟ ହରାଇ ପାଗଳୀ ହୋଇଗଲା ।

ପାଗଳୀ – ସୁନେଇକୁ ନେଇ ଘର ସଂସାର କରିବା ଏବଂ ତା’ମନକୁ ବୁଝାଇ ସ୍ବାଭାବିକ କରିବା ସନିଆପାଇଁ କାଠିକର ପାଠ ଥିଲା ।

CHSE Odisha Class 12 Odia Grammar ସର୍ଜନାତ୍ମକ ରଚନା

୧୭ । ଚାଲି ନଜାଣି ବାଟର ଦୋଷ / କାଟି ନଜାଣି କୁରାଢ଼ି ଦୋଷ | ନାଚି ନଜାଣି ଅଗଣା ଖରାପ

ବିଶେଷ ଅର୍ଥ –
ଉପରୋକ୍ତ ରୂଢ଼ିଗୁଡ଼ିକର ଅର୍ଥ ଏକପ୍ରକାର । କୌଣସି ଲୋକ ଠିକ୍‌ରୂପେ କର୍ମ କରୁନଥିଲେ ଅନ୍ୟକୁ ଦୋଷ ଦେଇ, ନିଜର ଅସାମର୍ଥ୍ୟକୁ ଲୁଚାଇବାକୁ ଚେଷ୍ଟାକରେ । ପ୍ରକୃତରେ ଯଦି ଲୋକଟି ଠିକ୍‌ରୂପେ କୌଣସି ରାସ୍ତାରେ ଚାଲିପାରୁ ନାହିଁ, ସେଥ‌ିପାଇଁ ସେ ନିଜର ଦୋଷକୁ ସ୍ବୀକାର କରେନା, ବରଂ କହେ, ବାଟ ଏପରି ହୋଇଥିବାରୁ ମୁଁ ଚାଲିପାରୁ ନାହିଁ । ମାତ୍ର ସେହି ବାଟଦେଇ ସମସ୍ତେ ଚାଲିଯାଉଛନ୍ତି, କାହାର କିଛି ଅସୁବିଧା ହେଉ ନାହିଁ । ସେହପରି କାଟି ନ ପାରୁଥ‌ିବା ବା ନାଚି ନ ଜାଣିଥୁବା ବ୍ୟକ୍ତି ଯଥାକ୍ରମେ କୁରାଢ଼ି ଦୋଷ ବା ଅଗଣା (ନାଚିବା ସ୍ଥାନ) ଖରାପ ବୋଲି କହିଥା’ନ୍ତି । ମାତ୍ର ସମାଜରେ ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜର ଦୋଷକୁ ସମୀକ୍ଷା ନକରି, ଅନ୍ୟକୁ ଦୋଷ ଦେଇ ନିଜର ନିପାରିଲାପଣିଆକୁ ଲୁଚାଇଥା’ନ୍ତି । ସେଭଳି କ୍ଷେତ୍ରରେ କୁହାଯାଏ, ‘ଚାଲି ନଜାଣି ବାଟର ଦୋଷ’ ।

ଗଳ୍ପ –
ରାଜୁବାବୁଙ୍କ ଏକମାତ୍ର ପୁତ୍ର ମଣ୍ଟୁ । ଭାରି ଗେହ୍ଲାରେ ବଢ଼ିଛି । ଜେଜେବାପା ଓ ଜେଜେମା’ଙ୍କର ଗୋଟିଏ ନାତି ହୋଇଥିବାରୁ ସେମାନେ ତାକୁ କିଛି କହନ୍ତି ନାହିଁ । କେବେ କେମିତି ଭଲ ମଣିଷ ହେବାକୁ ଉପଦେଶ ଦେଇଥା’ନ୍ତି । ବଂଶର ମର୍ଯ୍ୟାଦା ରଖିବାକୁ ପରାମର୍ଶ ଦେଇ କହିଥା’ନ୍ତି ।

ମଣ୍ଟୁ ସ୍କୁଲ ଯାଏ । ପାଠ ପଢ଼େ । ଯାହା ପାଠ ଦିଆଯାଇଥାଏ ତାହାକୁ ଅଭ୍ୟାସ କରେ । ମାତ୍ର ପାଠରେ କେତେବେଳେ ନିଷ୍ଠା ନଥାଏ । ସେଥ‌ିପାଇଁ ସେ ଭଲ ପାଠ ପଢ଼ିଲେ ମଧ୍ୟ ଶ୍ରେଣୀରେ ପ୍ରଥମ କିମ୍ବା ଦ୍ୱିତୀୟ ହୋଇପାରେ ନାହିଁ । ମଣ୍ଡୁ ନିଜର ପାଠପଢ଼ାରେ ଅଧିକ ମନ ନଦେଇ ବରଂ ଶ୍ରେଣୀରେ ଥ‌ିବା ପିଲାମାନଙ୍କୁ ଦୋଷାରୋପ କରେ । ସ୍କୁଲର ଶିକ୍ଷକମାନଙ୍କ ପାଠପଢ଼ା ଠିକ୍ ନୁହେଁ ବୋଲି କହେ । ତେଣୁ ସ୍କୁଲ ବଦଳାଇ ଦେବାକୁ ବାପାଙ୍କ ପାଖରେ କହେ । ବାପା ଓ ଜେଜେମା’ ମଣ୍ଡୁର ଏଭଳି ସ୍ଵଭାବକୁ ଆଦୌ ପସନ୍ଦ କରନ୍ତି ନାହିଁ । ଦିନେ ସନ୍ଧ୍ୟାବେଳେ ଜେଜେମା’ ମଣ୍ଡୁକୁ ଅତି ଆଦରରେ ଡାକିଲେ । ପାଖରେ ବସିବାକୁ କହିଲେ । ମଣ୍ଟୁ ବସିଲା ।

ଥରେ ଗୋଟିଏ ବିଲୁଆ ଯାଉ ଯାଉ ବାଟରେ ଅଙ୍ଗୁର କୋଳି ବଗିଚାଟିଏ ଦେଖିଲା । ଅଙ୍ଗୁର କୋଳିଗୁଡ଼ିକ ପାଚି ପେନ୍ଥା ପେନ୍ଥା ହୋଇ ଓହଳିଥାଏ । ବିଲୁଆ ଅଙ୍ଗୁର କୋଳି ଖାଇବାପାଇଁ ବଗିଚାରେ ପଶିଲା । ଅଙ୍ଗୁରଗୁଡ଼ିକ ବାଡ଼ପୋତା ହୋଇ ଉପରେ ଝୁଲୁଥାଏ । ଅଙ୍ଗୁର ଖାଇବାପାଇଁ, ବିଲୁଆ ବହୁତ ଡେଇଁଲା । ଅଙ୍ଗୁରକୁ ଚାହିଁ ଉପରକୁ ଯେତେ ଡେଇଁଲେ ମଧ୍ୟ, ସେ ଅଙ୍ଗୁରକୁ ପାଇପାରିଲା ନାହିଁ । ନାଚି ନାଚି ବିଲୁଆଟି ଥକିପଡ଼ିଲା । ଏ ଅଙ୍ଗୁରଗୁଡ଼ିକ ଖଟା, ମୁଁ ଏହାକୁ ଖାଇବି ନାହିଁ କହି ସେ ଚାଲିଗଲା । ପ୍ରକୃତରେ ଅଙ୍ଗୁର ଖଟା ନଥିଲା । ଯେହେତୁ ବିଲୁଆ ଖାଇପାରିଲା ନାହିଁ, ସେଥ‌ିପାଇଁ ମିଠା ଅଙ୍ଗୁରକୁ ଖଟା କହି ଚାଲି ଯାଇଥିଲା । ଜେଜେମା’ ମଣ୍ଡୁକୁ ବୁଝାଇ କହିଲେ ଯେଉଁମାନେ କାମକୁ ପାରନ୍ତି ନାହିଁ, ସେମାନେ ଅନ୍ୟକୁ ଦୋଷ ଦେଇ ନିଜ ଦୋଷକୁ ଲୁଚାଇଥା’ନ୍ତି ।

ମଣ୍ଟୁ ଜାଣିଲା ଜେଜେମା’ ତା’ ଉଦ୍ଦେଶ୍ୟରେ ଏଭଳି କଥା କହିଛନ୍ତି । ସେ ସ୍କୁଲକୁ ଦୋଷ ଦେଉଥ‌ିବାରୁ, ସେ ତାହାକୁ ବୁଝାଇଛନ୍ତି । ମଣ୍ଟୁ ସେହିଦିନଠାରୁ କାହାକୁ କିଛି ନକହି ମନଦେଇ ପାଠ ପଢ଼ିଲା ଏବଂ ଶ୍ରେଣୀରେ ପ୍ରଥମ ହେଲା ।

୧୮। ଅରକ୍ଷିତକୁ ଦଇବ ସାହା

ବିଶେଷ ଅର୍ଥ –
ଅନେକ ସମୟରେ ଦେଖାଯାଏ, ଅତି ଗରିବ, ଧନହୀନ ଲୋକମାନେ ଅଯାଚିତଭାବେ ସାହାଯ୍ୟ ପରେ ବିପଦ ପରିସ୍ଥିତିରୁ ଉଦ୍ଧାର ପାଇଥା’ନ୍ତି । ସେଭଳି ପରିସ୍ଥିତିକୁ କୁହାଯାଏ, ଅରକ୍ଷିତକୁ ଦଇବ ସାହା । କାରଣ ପୁରାଣଶାସ୍ତ୍ରଠାରୁ ଆରମ୍ଭ କରି ଦେଖିଲେ ଜଣାଯାଏ ଯେ, ଯେଉଁମାନେ ଗରିବ, ନମ୍ର, ଈଶ୍ବରବିଶ୍ଵାସୀ, ସମର୍ପଣ ଭାବଧାରାର ସେମାନେ ଈଶ୍ଵରଙ୍କର କୃପା ଲାଭ କରିଥା’ନ୍ତି । ଈଶ୍ଵରକୃପା ଲାଭ କରିବାପାଇଁ ଧନ, ପଦପଦବୀ ଓ ଲୌକିକ ମାନସମ୍ମାନର କୌଣସି ଆବଶ୍ୟକତା ନଥାଏ ।

ଗଳ୍ପ –
ଗାଁର ଶେଷ ମୁଣ୍ଡରେ ରହୁଥାଏ ବିଧବା ଅସହାୟା ସ୍ତ୍ରୀ ଲୋକଟିଏ । ତା’ର ଏକମାତ୍ର ପୁଅ ବ୍ୟତୀତ ଆଉ କେହି ନିଜର ବୋଲି ନଥା’ନ୍ତି । ପୁଅଟିର ପାଠପଢ଼ା ବୟସ ହେବାରୁ, ମା’ଟି ପୁଅକୁ ପାଠ ପଢ଼ିବାପାଇଁ ସ୍କୁଲରେ ନାଁ ଲେଖାଇଦେଲେ । ସ୍କୁଲକୁ ଯିବାପାଇଁ ଜଙ୍ଗଲ ରାସ୍ତା ଦେଇ ଯିବାକୁ ପଡ଼ିଥାଏ । କାରଣ ସ୍କୁଲଟି ଥିଲା ଜଙ୍ଗଲର ଆରପଟରେ ।

ପିଲାଟି ସ୍କୁଲକୁ ଯାଏ । ମାତ୍ର ଜଙ୍ଗଲିଆ ରାସ୍ତାରେ ତାହାକୁ ଭାରି ଡର ଲାଗେ । ସେ ଡରି ଡରି ସ୍କୁଲ ଯାଏ । ଫେରିବାବେଳକୁ ଅନ୍ଧାରିଆ ହୋଇଗଲେ, ସେହି ବାଟରେ ଆସିବାକୁ ତା’ର ଇଚ୍ଛା ନ ଥିଲେ ବି ସେ ପାଠ ପଢ଼ିବାକୁ ହେଲେ କଷ୍ଟ କରିବାକୁ ହେବ ସେଥ୍ପାଇଁ ସେପରି କରିବାକୁ ବାଧ୍ୟ ହୁଏ ।

ଦିନେ ପିଲାଟି ମା’କୁ କହିଲା, ମା’, ମୋତେ ଜଙ୍ଗଲ ରାସ୍ତାରେ ଫେରିବାପାଇଁ ଭାରି ଡର ଲାଗୁଛି । ମୁଁ ଆଉ ଏକୁଟିଆ ଯାଇପାରିବି ନାହିଁ । ମା’ ଥୁଲା ଧର୍ମପରାୟଣା ଓ ଈଶ୍ବରବିଶ୍ଵାସୀ । ସେ ପୁଅ ମନରେ ସାହସ ସୃଷ୍ଟି କରିବାପାଇଁ କହିଲା, ଜଙ୍ଗଲ ରାସ୍ତାରେ ଗଲାବେଳେ ତୋ ବଡ଼ଭାଇ ଗୋପାଳକୁ ଡାକିବୁ । ସେ ତୋତେ ଜଙ୍ଗଲ ରାସ୍ତାରେ ଯିବାପାଇଁ ସାହାଯ୍ୟ କରିବ । ତୋତେ ଆଉ ଡର ଲାଗିବ ନାହିଁ ।

ପରଦିନ ପିଲାଟି ସ୍କୁଲକୁ ଗଲାବେଳେ, ହଠାତ୍ ମେଘ ଘୋଟିଆସିଲା । ରାସ୍ତା ଅନ୍ଧାରୁଆ ଦେଖାଗଲା । ପିଲାଟିକୁ ଡର ଲାଗିଲା । ସେ ମା’ କଥାକୁ ମନେପକାଇ, ତା’ର ଗୋପାଳ ଭାଇକୁ ଡାକ ଦେଲା । ଦେଖିଲା ବୁଦା ଉହାଡ଼ରୁ ଏକ ସୁସ୍ଥ ସୁନ୍ଦର କିଶୋରଟିଏ ଆସିଲା । ପିଲାଟିକୁ ପରିଚିତ ଢଙ୍ଗରେ କହିଲା, ମୁଁ ତୋତେ ଜଙ୍ଗଲ ରାସ୍ତା ପାର କରିଦେବି । ତୋତେ ଡର ଲାଗିବ ନାହିଁ । ପିଲାଟି ଘରକୁ ଫେରି ମା’କୁ ସବୁ କହିଲା । ମା’ ଭକ୍ତିରେ ଈଶ୍ଵରଙ୍କ ଉଦ୍ଦେଶ୍ୟରେ ପ୍ରଣାମ କରି କହିଲା, ‘ଅରକ୍ଷିତକୁ ଦଇବ ସାହା’ ।

CHSE Odisha Class 12 Logic Unit 3 Long Answer Questions in Odia Medium

Odisha State Board CHSE Odisha Class 12 Logic Solutions Unit 3 ତର୍କଦୋଷ ଓ ପ୍ରତୀକାତ୍ମକ ତର୍କଶାସ୍ତ୍ରି Long Answer Questions.

CHSE Odisha Class 12 Logic Unit 3 Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1.ନିମ୍ନଲିଖୂତ ତର୍କଦୋଷଗୁଡ଼ିକୁ ବ୍ୟାଖ୍ୟା କର ।
(କ) ଉଚ୍ଚାରତଣଜନିତ ତର୍କଦୋଷ :
Answer:
ବାକ୍ୟଟି ଉଚ୍ଚାରଣ କଲାବେଳେ ବିଭିନ୍ନ ଶବ୍ଦ ଉପରେ ଗୁରୁତ୍ଵ ଦେଲେ ଏହାର ବିଭିନ୍ନ ଅର୍ଥ ପ୍ରକାଶ ପାଇଥାଏ । ଅର୍ଥାତ୍ ଉଦ୍ଦେଶ୍ୟମୂଳକ ଭାବେ କୌଣସି ଶବ୍ଦ ଉପରେ ଗୁରୁତ୍ଵ ଦେଇ ବାକ୍ୟଟିକୁ ଉଚ୍ଚାରଣ କଲେ, ବାକ୍ୟର ଅର୍ଥ ଭିନ୍ନ ପ୍ରକାରର ହୋଇଥାଏ । ଏହାକୁ ଉଚ୍ଚାରଣଜନିତ ତର୍କଦୋଷ କୁହାଯାଏ ।

‘‘ତୁମେ ଏହି ଗାଈଟିକୁ ମୋତେ ବିକ୍ରି କରିଅଛ ।’’
ଏହି ବାକ୍ୟର ବିଭିନ୍ନ ଶବ୍ଦ ଉପରେ ଗୁରୁତ୍ଵ ଦେଲେ ବାକ୍ୟର ଅର୍ଥ ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ; ଯଥା –
‘ତୁମେ’ ଉପରେ ପ୍ରାଧାନ୍ୟ ଦେଲେ, ତୁମେ ବିକ୍ରି କରିଅଛ, ତୁମ ବାପା ବା ଭାଇ ନୁହନ୍ତି ।’
‘ଏହି’ ଉପରେ ପ୍ରାଧାନ୍ୟ ଦେଲେ, ‘ଠିକ୍ ଏହି ଗାଈ, ଅନ୍ୟ ଗାଈ ନୁହେଁ ।’
‘ଗାଈ’ ଉପରେ ପ୍ରାଧାନ୍ୟ ଦେଲେ, ‘ଗାଈ ବିକ୍ରି କରିଅଛ, ଛେଳି ମେଣ୍ଢା କିମ୍ବା ଅନ୍ୟ ପଶୁ ନୁହେଁ ।’
‘ମୋତେ’ ଉପରେ ପ୍ରାଧାନ୍ୟ ଦେଲେ, ‘ଗାଈଟିକୁ ମୋତେ ବିକ୍ରି କରିଅଛ ମୋ ବାପା କିମ୍ବା ଭାଇକୁ ନୁହେଁ ।’
‘ବିକ୍ରି କରିଅଛ’ ଉପରେ ପ୍ରାଧାନ୍ୟ ଦେଲେ, ‘ବିକ୍ରି କରିଅଛ, ମାଗଣା କିମ୍ବା ଉପହାର ଭାବେ ନୁହେଁ ।’
ଏହିପରି ଭାବରେ ବାକ୍ୟଟିର ବିଭିନ୍ନ ଅର୍ଥ ବାହାରିପାରେ । ଏହାକୁ ଦୁର୍ବୋଚ୍ଚାରଣ ଦୋଷ ମଧ୍ୟ କୁହାଯାଏ ।

CHSE Odisha Class 12 Logic Unit 3 Long Answer Questions in Odia Medium

(ଖ) ଔପାଧ୍ଵତା ଦୋଷ :
Answer:
ଉପାଧ୍ କହିଲେ ସାଧାରଣତଃ ଗୋଟିଏ ଅବସ୍ଥା ବା ସର୍ଭକୁ ବୁଝାଇଥାଏ । ସେହି ଦୃଷ୍ଟିରୁ କୌଣସି ବସ୍ତୁ ବା ବ୍ୟକ୍ତି ବିଷୟରେ ଯାହା ସାଧାରଣ ଭାବରେ କୁହାଯାଇଥାଏ ତାହା ବିଶେଷ କ୍ଷେତ୍ରରେ କହିବା ଠିକ୍ ନୁହେଁ । ଏପରି ଯୁକ୍ତିକୁ ଔପାଧ୍ଵତା ଦୋଷ କୁହାଯାଏ ।
ଏହି ଦୋଷ ତିନି ପ୍ରକାରର ଅଟେ ।
(କ) ପଦମାନଙ୍କର ସାଧାରଣ ପ୍ରୟୋଗରୁ ତା’ର ବିଶେଷ ପ୍ରୟୋଗ
(ଖ) ପଦମାନଙ୍କର ବିଶେଷ ପ୍ରୟୋଗରୁ ସାଧାରଣ ସାଧାରଣ ପ୍ରୟୋଗ
(ଗ) ପଦମାନଙ୍କର ଗୋଟିଏ ବିଶେଷ ପ୍ରୟୋଗରୁ ଅନ୍ୟ ଏକ ବିଶେଷ ପ୍ରୟୋଗ

(କ) ସାଧାରଣ ପ୍ରୟୋଗରୁ ବିଶେଷ ପ୍ରୟୋଗ :
ଜଳ ତରଳ ।
ବରଫ ଜଳ।
___________
∴ ବରଫ ତରଳ ।
ଏଠାରେ ଜଳର ସାଧାରଣ ଅବସ୍ଥା ତରଳ ଅଟେ । ମାତ୍ର ଏହା ବିଶେଷ ଅବସ୍ଥାକୁ ଗତି କରିଅଛି ।

(ଖ) ବିଶେଷ ପ୍ରୟୋଗରୁ ସାଧାରଣ ପ୍ରୟୋଗ :
ନିଜ ବାଡ଼ିର ତୋଳା ପରିବା ୱ୍ଆଯାଏ ।
କଞ୍ଚା କଦଳୀ ବାଡ଼ିତୋଳା ପରିବା ଅଟେ ।
___________________________
∴ କଞ୍ଚା କଦଳୀ ଖୁଯାଏ ।
କନା ତିଆରି ବସ୍ତୁ ପରିଧେୟ । ତକିଆ ଖୋଳ କନା ତିଆରି ବସ୍ତୁ ।

(ଗ) ବିଶେଷ ପ୍ରୟୋଗରୁ ବିଶେଷ ପ୍ରୟୋଗ
କନା ତିଆରି ବସ୍ତୁ ପରିଧେୟ ।
ତକିଆ ଖୋଳ କନା ତିଆରି ବସ୍ତୁ ।
______________________
∴ ତକିଆ ଖୋଳ ପରିଧେୟ ।
ଏଠାରେ ଗୋଟିଏ ବିଶେଷ ଅବସ୍ଥାରୁ ଅନ୍ୟ ଏକ ବିଶେଷ ଅବସ୍ଥାକୁ ଅଗ୍ରସର ହୋଇଅଛି ।

2. କାରଣ ସଂକ୍ରାନ୍ତ ତର୍କଦୋଷଗୁଡ଼ିକୁ ଉଦାହରଣ ସହ ବ୍ୟାଖ୍ୟା କର ।
Answer:
ବୈଜ୍ଞାନିକ କାରଣ ହେଉଛି ‘କାର୍ଯ୍ୟର ସର୍ରାନ୍ତର ଅବ୍ୟବହିତ ନିରପେକ୍ଷ ଅବ୍ୟଭିଚାରୀ ପୂର୍ବବର୍ତ୍ତୀ ଘଟଣା’ । ଯଥାର୍ଥରେ ଯାହା ବୈଜ୍ଞାନିକ କାରଣ ନୁହେଁ ମାତ୍ର ତାହାକୁ ଯଦି କାରଣ ବୋଲି ଧରାଯାଏ ତେବେ ତାହାର କାରଣ ସଂକ୍ରାନ୍ତ ଦୋଷ ଜାତ ହୁଏ ।
(a) ଅତଃ ପରଂ ତସ୍ମାଦତଃ ତର୍କଦୋଷ :
‘ଅତଃ ପରଂ ତସ୍ମାଦତଃ’ର ଅର୍ଥ ହେଲା ‘ଏହା ପରେ ତେଣୁ ଏହି ହେତୁରୁ’ । କାରଣ ହେଉଛି କାର୍ଯ୍ୟର ପୂର୍ବବର୍ତୀ ଘଟଣା; କିନ୍ତୁ ଯେକୌଣସି ପୂର୍ବବର୍ତ୍ତୀ ଘଟଣାକୁ କାରଣ ବୋଲି ଧରାଯାଇ ପାରିବ ନାହିଁ । ମାତ୍ର ଯଦି ଯେକୌଣସି ପୂର୍ବବର୍ତୀ ଘଟଣାକୁ କାରଣ ବୋଲି ଧରାଯାଏ ତେବେ ‘ଅତଃ ପରଂ ତଦ୍ମାବତଃ’ ତର୍କଦୋଷ ଜାତ ହୁଏ ।
ଉଦାହରଣ –
ନବବଧୂର ଗୃହପ୍ରବେଶ ବୃଦ୍ଧଙ୍କର ମୃତ୍ୟୁର କାରଣ ।
ଆକାଶରେ ଧୂମକେତୁର ଆବିର୍ଭାବ ମହାତ୍ମାଙ୍କର ମୃତ୍ୟୁର କାରଣ ।
ଏହାକୁ ମଧ୍ୟ କାକତାଳୀୟ ନ୍ୟାୟ କୁହାଯାଏ । ଯେପରି ତାଳ ଗଛ ଉପରେ କାଉ ବସିବାରୁ ତାଳ ପଡ଼ିଲା । ଏଣୁ ତାଳ ପଡ଼ିବା ହେଉଛି କାଉ ବସିବାର କାରଣ । ଏହି ତର୍କଦୋଷ ସାଧାରଣତଃ ଅନ୍ଧବିଶ୍ବାସ ଉପରେ ପର୍ଯ୍ୟବସିତ ହୋଇଥାଏ ।

(b) ଉପକାରଣକୁ କାରଣ ରୂପେ ଗ୍ରହଣ କରିବା ତର୍କଦୋଷ :
କାରଣ କହିଲେ କେତୋଟି ଉପକାରଣର ସମଷ୍ଟିକୁ ବୁଝାଇଥାଏ । ଅର୍ଥାତ୍ ଉପକାରଣ କାରଣର ଏକ ଅଂଶ ମାତ୍ର ଅଟେ । କିନ୍ତୁ ସେହି ଉପକାରଣକୁ ସମ୍ପୂର୍ଣ୍ଣ ରୂପେ କାରଣ ବୋଲି ଗ୍ରହଣ କଲେ ଏହି ତର୍କଦୋଷ ଜାତ ହୁଏ । ଉଦାହରଣ ସ୍ଵରୂପ- ଜଣେ ବ୍ୟକ୍ତି ଗଛକୁ ଉଠୁଥିବା ସମୟରେ ତଳେ ପଡ଼ି ତାହାର ମୃତ୍ୟୁ ହେଲା । ଲୋକଟିର ମୃତ୍ୟୁ ପାଇଁ ଅନେକ ଉପକାରଣ ଦାୟୀ ହୋଇଥାଏ । ଯଥା- ଲୋକଟିକୁ ଗଛ ଚଢ଼ା ଠିକ୍ ଭାବରେ ଜଣା ନଥୁଲା, ଗଛଟି ବହୁତ ଡେଙ୍ଗା ଥିଲା, ସେଠାରେ କୌଣସି ସ୍ଵାସ୍ଥ୍ୟକେନ୍ଦ୍ର ନଥିଲା ଇତ୍ୟାଦି । ଏଣୁ ଏହିସବୁ ଉପକାରଣ ମଧ୍ୟରୁ ଗୋଟିଏ ଉପକାରଣକୁ କାରଣ ବୋଲି ଗ୍ରହଣ କଲେ ଏହି ତର୍କଦୋଷ ଜାତ ହୁଏ ।

(c) ସହକାର୍ଯ୍ୟ କାରଣତା ଦୋଷ :
ଦୁଇଟି ସହକାର୍ଯ୍ୟ ମଧ୍ୟରୁ ଆମେ ଯଦି ଗୋଟିଏ ସହକାର୍ଯ୍ୟକୁ କାରଣ ଏବଂ ଅନ୍ୟଟିକୁ କାର୍ଯ୍ୟ ବୋଲି ଗ୍ରହଣ କରୁ, ତେବେ ସହକାର୍ଯ୍ୟ କାରଣତା ଦୋଷ ଜାତ ହୁଏ ।
ଉଦାହରଣସ୍ୱରୂପ, ଦିନ ରାତିର କାରଣ । ମାତ୍ର ବାସ୍ତବରେ ପୃଥିବୀ ନିଜ ମେରୁଦଣ୍ଡ ଚାରିପଟେ ଘୂରିବା କାରଣରୁ ଦିନ ଓ ରାତି ହୋଇଥାଏ । ତେଣୁ ଦିନ ଓ ରାତି ପରସ୍ପରର ସହକାର୍ଯ୍ୟ ।

CHSE Odisha Class 12 Logic Unit 3 Long Answer Questions in Odia Medium

(d) ଦୂରବର୍ତ୍ତୀ କାରଣକୁ କାରଣ ବୋଲି ଗ୍ରହଣ କରିବା ତର୍କଦୋଷ :
କାରଣ ସର୍ବଦା କାର୍ଯ୍ୟର ଅବ୍ୟବହିତ ପୂର୍ବବର୍ତୀ ଘଟଣା । କାରଣ ଓ କାର୍ଯ୍ୟ ମଧ୍ୟରେ କୌଣସି ସମୟର ବ୍ୟବଧାନ ନଥାଏ । ତେଣୁ କାର୍ଯ୍ୟ ସହିତ ସମ୍ପୃକ୍ତ ଗୋଟିଏ ଦୂରବର୍ତ୍ତୀ ଘଟଣାକୁ ତାହାର କାରଣ ବୋଲି ଗ୍ରହଣ କଲେ ଏହି ଦୋଷ ହୋଇଥାଏ । ଉଦାହରଣସ୍ୱରୂପ, ପିତାଙ୍କର ମୃତ୍ୟୁ ହେବା ପୁତ୍ରର ପାଠ ପଢ଼ା ବନ୍ଦ ହେବାର କାରଣ । ସେହିପରି କଂଗ୍ରେସ ଅନୁଷ୍ଠାନ ଗଢ଼ାହେବା ଭାରତର ସ୍ବାଧୀନତା ପାଇବାର କାରଣ ।

(e) ନଞର୍ଥକ ଉପକାରଣ ଉପେକ୍ଷା ଦୋଷ :
ସଦର୍ଥକ ଉପକାରଣର ଉପସ୍ଥିତି ସତ୍ତ୍ବେ ନଞର୍ଥକ ଉପକାରଣ ଅନୁପସ୍ଥିତି ରହିଲେ କାର୍ଯ୍ୟୋତ୍ପାଦନ ହୋଇପାରେ ନାହିଁ । ତେଣୁ ନଞର୍ଥକ ଉପକାରଣମାନଙ୍କୁ ବିଚାରକୁ ନନେଇ ସଦର୍ଥକ ଉପକାରଣଗୁଡ଼ିକର କାର୍ଯ୍ୟୋତ୍ପାଦନରେ କୌଣସି ମୂଲ୍ୟ ନାହିଁ ବୋଲି ମନେକଲେ ଏହି ଦୋଷ ଜାତ ହୋଇଥାଏ । ଉଦାହରଣସ୍ୱରୂପ, ଭଲ ବର୍ଷା ହେବା ସହିତ ଭଲ ଫସଲ ହେବାର କୌଣସି ସମ୍ପର୍କ ନାହିଁ । କାରଣ ପୋକ ଲାଗିବା ଯୋଗୁଁ ଫସଲ ନଷ୍ଟ ହେବା ଅନ୍ୟ ଏକ କାରଣ ବୋଲି ଧରାଯାଇଥାଏ ।

3. ନିମ୍ନଲିଖୂତ ତର୍କଦୋଷଗୁଡ଼ିକୁ ଉଦାହରଣ ସହ ବ୍ୟାଖ୍ୟା କର ।
(a) ଅବୈଧ ସାମାନ୍ୟକରଣ ଦୋଷ :
Answer:
ସାମାନ୍ୟକରଣ ଅର୍ଥାତ୍ ଅଭିଜ୍ଞତାଲବ୍‌ଧ ଦୃଷ୍ଟାନ୍ତମାନଙ୍କରୁ ଗୋଟିଏ ସାମାନ୍ୟ ତର୍କବାକ୍ୟ ନିର୍ଦ୍ଧାରଣ କରିବା ପ୍ରକ୍ରିୟାକୁ ଅବୈଧ ସାମାନ୍ୟକରଣ ଦୋଷ କହନ୍ତି । ଏଠାରେ ଦୃଷ୍ଟାନ୍ତଗୁଡ଼ିକ ଯେତେ ଅଧିକ ହେବ ସମ୍ଭାବନା ମଧ୍ୟ ଅଧିକ ହେବ । ମାତ୍ର କେତେକ କ୍ଷେତ୍ରରେ ଆମେ ସ୍ଵଳ୍ପ କେତୋଟି ଦୃଷ୍ଟାନ୍ତରୁ ଏକ ସାମାନ୍ୟ ସିଦ୍ଧାନ୍ତ ଗ୍ରହଣ କରିଥାଉ ।

ଉଦାହରଣସ୍ୱରୂପ, ଜଣେ ବିଦେଶାଗତ ବ୍ୟକ୍ତି ଭାରତର କେତୋଟି ସମୃଦ୍ଧିଶାଳୀ ସହରର ଭାରତୀୟ ପରିବାରମାନଙ୍କୁ ପର୍ଯ୍ୟବେକ୍ଷଣ କରି ଏହି ସିଦ୍ଧାନ୍ତରେ ଉପନୀତ ହେଲେ ଯେ ସମସ୍ତ ଭାରତୀୟ ଧନୀ, ଉଚ୍ଚ ଶିକ୍ଷିତ ଓ ବଳବାନ୍ । ବିଦେଶାଗତ ବ୍ୟକ୍ତିଙ୍କର ଏପରି ସିଦ୍ଧାନ୍ତ ଅବୈଧ ସାମାନ୍ୟକରଣ ଦୋଷଯୁକ୍ତ ଅଟେ ।

ସେହିପରି ଅନ୍ୟ ଏକ ଦୃଷ୍ଟାନ୍ତ ନିଆଯାଇ ପାରେ ଯେ, ଗାଁର କେତେକ ଚନ୍ଦାମୁଣ୍ଡିଆ ବ୍ୟକ୍ତି ଧନୀ ଥିବାର ଦେଖ୍ ଜଣେ ଏହି ସିଦ୍ଧାନ୍ତରେ ଉପନୀତ ହେଲେ ଯେ ଗାଁର ସମସ୍ତ ଚନ୍ଦାମୁଣ୍ଡିଆ ବ୍ୟକ୍ତି ଧନୀ ଅଟନ୍ତି ।

(b) ପ୍ରତିପାଦ୍ୟ ସ୍ଵୀକାର ତର୍କଦୋଷ :
Answer:
ଏହାକୁ ସାଧ୍ଯସମ ତର୍କଦୋଷ ମଧ୍ୟ କୁହାଯାଏ । ଯାହାକୁ ପ୍ରମାଣ କରିବା କଥା ତାହାକୁ ହିଁ ହେତୁବାକ୍ୟ ରୂପେ ନେଇ ପ୍ରମାଣ କରିବାକୁ ଚେଷ୍ଟାକଲେ ଏହି ତର୍କଦୋଷ ଜାତ ହୁଏ । ଅର୍ଥାତ୍ ସିଦ୍ଧାନ୍ତରେ ପ୍ରତିପାଦନ କରିବା ପୂର୍ବରୁ ହେତୁବାକ୍ୟରେ ତାହାକୁ ଗ୍ରହଣ କରିନେବାକୁ ପ୍ରତିପାଦ୍ୟ ସ୍ବୀକାର ଦୋଷ କୁହାଯାଏ । ଏହାକୁ ଚକ୍ରକ ଦୋଷ ମଧ୍ଯ କୁହାଯାଏ । କାରଣ ହେତୁବାକ୍ୟ ଓ ସିଦ୍ଧାନ୍ତ ମଧ୍ୟରେ ସମାନ ଅର୍ଥ ପ୍ରକାଶିତ ହେଲେ ଏହି ପ୍ରକାର ଦୋଷ ଜାତ ହୁଏ । ଉଦାହରଣସ୍ୱରୂପ, କାଚ ସ୍ଵଚ୍ଛ ଅଟେ । କାରଣ ଏହା ମଧ୍ୟ ଦେଇ ଦେଖୁହୁଏ । ଏଣୁ ଯାହା ସ୍ଵଚ୍ଛ ଓ ଯାହା ମାଧ୍ୟମରେ ଦେଖିପାରୁ ତାହା କାଚ ଅଟେ ।

ରାମ ଦଶରଥଙ୍କର ପୁତ୍ର ଅଟନ୍ତି । ଦଶରଥ ରାମଙ୍କର ପିତା ଅଟନ୍ତି ।
ପ୍ଲାଟୋ ଆତ୍ମାର ଅମରିତ୍ଵ ସରଳତାରୁ ଓ ସରଳତା ଆତ୍ମାର ଅମରତ୍ଵରୁ ପ୍ରମାଣ କରିଛନ୍ତି ।

(c) ଅସିଦ୍ଧ ହେତୁ ଦୋଷ :
Answer:
ତ୍ରିପଦୀଯୁକ୍ତିରେ ସିଦ୍ଧାନ୍ତ ଦୁଇଟି ହେତୁବାକ୍ୟରୁ ନିଷ୍ପନ୍ନ ହୋଇଥାଏ । ହେତୁବାକ୍ୟ ଯଦି ମିଥ୍ୟା ହୁଏ, ତେବେ ସିଦ୍ଧାନ୍ତ ମଧ୍ୟ ମିଥ୍ୟା ହୁଏ । ତେଣୁ ମିଥ୍ୟା ହେତୁବାକ୍ୟରୁ ନିଃସୃତ ସିଦ୍ଧାନ୍ତ ଗ୍ରହଣ କରିନେଲେ ଏହି ପ୍ରକାର ଦୋଷ ଜାତ ହୁଏ ।
ଉଦାହରଣ –
ଯେଉଁମାନେ ଥାନାକୁ ଯାଆନ୍ତି ସମସ୍ତେ କଏଦୀ ଅଟନ୍ତି ।
ତୁମ ବାପା ଥାନାକୁ ଯାଉଛନ୍ତି ।
___________________
∴ ତୁମ ବାପା ଜଣେ କଏଦୀ ।

(d) ନାନୁମିତିକ ତର୍କଦୋଷ :
Answer:
ଗୋଟିଏ ପ୍ରାକଳ୍ପିକ-ନିରପେକ୍ଷ ମିଶ୍ର ତ୍ରିପଦୀଯୁକ୍ତିରେ ନିୟମ ଅନୁଯାୟୀ –
(୧) ସାଧାବୟବର ପୂର୍ବଗକୁ ପକ୍ଷାବୟବରେ ସ୍ଵୀକାର କଲେ ତାହାର ଅନୁଗକୁ ସିଦ୍ଧାନ୍ତରେ ସ୍ଵୀକାର କରାଯାଏ ।
(୨) ସାଧାବୟବର ଅନୁଗକୁ ପକ୍ଷାବୟବରେ ଅସ୍ବୀକାର କଲେ ତାହାର ପୂର୍ବଗକୁ ସିଦ୍ଧାନ୍ତରେ ଅସ୍ବୀକାର କରାଯାଏ ।
ମାତ୍ର ଏହାର ବିପରୀତ ନିୟମ ପ୍ରଣିଧାନଯୋଗ୍ୟ ନୁହେଁ । ଏହି ନିୟମକୁ ଉଲ୍ଲଙ୍ଘନ କଲେ ନାନୁମିତିକ ତର୍କ ଦୋଷ ଜାତ ହୁଏ ।
ଯଦି ସୂର୍ଯ୍ୟ ଥାଏ ତେବେ ଆଲୋକ ଥାଏ ।
ଆଲୋକ ଅଛି ।
____________
∴ ସୂର୍ଯ୍ୟ ଅଛି ।
ଏହା ଦୋଷଯୁକ୍ତ ଅଟେ ।

(e) ବହୁପ୍ରଶ୍ନ ଦୋଷ :
Answer:
ବେଳେବେଳେ ଏପରି ପ୍ରଶ୍ନ ପଚରାଯାଏ ଯେକୌଣସି ଏକ ନିର୍ଦ୍ଦିଷ୍ଟ ଉତ୍ତର ଦେବା ସମ୍ଭବ ହୁଏ ନାହିଁ । ଅର୍ଥାତ୍ ଉତ୍ତର କେବଳ ‘ହଁ’ କିମ୍ବା ‘ନା’ ରୂପେ ଦେବାକୁ ଦାବି କଲେ ଏହି ତର୍କଦୋଷ ଜାତ ହୁଏ ।
ଉଦାହରଣ :
(୧) ତୁମେ ମଦ ପିଇବା ଛାଡ଼ିଲଣିକି ?
(୨) ତୁମେ ଚୋରି କରିବା ଛାଡ଼ିଲଣିକି ?
(୩) ହର ପାର୍ବତୀ କ’ଣ ନାରୀ ?
ଏହି ଉଦାହରଣଗୁଡ଼ିକର ଉତ୍ତର କେବଳ ହଁ କିମ୍ବା ନା ମଧ୍ଯରେ ଦିଆଯାଇ ପାରେ ନାହିଁ ।

4. ଅବାନ୍ତର ପ୍ରସଙ୍ଗ ଦୋଷଗୁଡ଼ିକ ବ୍ୟାଖ୍ୟା କର ।
Answer:
(a) ପ୍ରତିପକ୍ଷ ଦୁର୍ବଳତା ପ୍ରଦର୍ଶନ ତର୍କଦୋଷ – ପ୍ରତିପକ୍ଷର ମତକୁ ଯୁକ୍ତିଦ୍ୱାରା ଖଣ୍ଡନ କରିବା ପରିବର୍ତ୍ତେ ଯଦି ତାଙ୍କର ଆଚରଣ ବା ବ୍ୟକ୍ତିଗତ ଚରିତ୍ରକୁ କିମ୍ବା ଅଭ୍ୟାସକୁ ଆକ୍ଷେପ କରି ତାଙ୍କ ଯୁକ୍ତିଟି ଭୁଲ୍ ବୋଲି ପ୍ରମାଣିତ କରାଯାଏ, ତେବେ ତାହାକୁ ପ୍ରତିପକ୍ଷ ଦୁର୍ବଳତା ପ୍ରଦର୍ଶନ ତର୍କ ଦୋଷ କହନ୍ତି ।

ଉଦାହରଣ :
(୧) ଜଣେ ବକ୍ତା ପରିବାର ନିୟନ୍ତ୍ରଣ ସପକ୍ଷରେ ବୁଝାଉଛନ୍ତି । ତାଙ୍କ ମତରେ ଆମେ ଦୁଇ ଓ ଆମର ଦୁଇ । ମାତ୍ର ଏହି ସମୟରେ ଜଣେ ଶ୍ରୋତା ଉଠିପଡ଼ି ଜବାବ ଦେଲା ଯେ ବକ୍ତା ନିଜେ ଦଶଗୋଟି ସନ୍ତାନର ଜନକ । ସେ କିପରି ଭାବରେ ଏକଥା କହିପାରୁଛନ୍ତି ?
(୨) ଜଣେ ଶିକ୍ଷକ ଶ୍ରେଣୀଗୃହରେ ଶିକ୍ଷାଦାନ କରୁଥିବା ସମୟରେ କହିଲେ ଯେ ଧୂମପାନ ନିଷେଧ ଅଟେ । ମାତ୍ର ଜଣେ ଛାତ୍ର ଉଠିପଡ଼ି ଉତ୍ତର ଦେଲା – ସାର୍ ଆପଣ ଏପରି କଥା କିପରି ଭାବରେ କହୁଛନ୍ତି ? କାରଣ ଆପଣ ନିଜେ ଧୂମପାନ କରୁଛନ୍ତି ।

(b) ଲୋକ-ଉତ୍ତେଜକ ତର୍କଦୋଷ – ଏହାକୁ ଜନତାଙ୍କୁ ମତେଇବା ଯୁକ୍ତି ମଧ୍ୟ କୁହାଯାଏ । କୌଣସି ମତକୁ ସମର୍ଥନ ବା ଖଣ୍ଡନ କରିବାକୁ କୌଣସି ଯଥାର୍ଥ ଯୁକ୍ତି ନ ବାଢ଼ି ଯଦି ଲୋକଙ୍କୁ ଉତ୍ତେଜକ ଭାଷାର ପ୍ରୟୋଗଦ୍ଵାରା ପ୍ରଭାବିତ କରି ନିଜର ମତ ପ୍ରତିଷ୍ଠା କରିବାର ପ୍ରୟାସ କରାଯାଏ, ତେବେ ତାହାକୁ ଲୋକ-ଉତ୍ତେଜକ ତର୍କ ଦୋଷ କହନ୍ତି ।

ଉଦାହରଣସ୍ୱରୂପ, ଯଦି ଆମେ ଡାରଉଇନ୍‌ଙ୍କର ଜୈବ ବିବର୍ତ୍ତନବାଦକୁ ସ୍ବୀକାର କରୁ, ତେବେ ଆମକୁ ଗ୍ରହଣ କରିବାକୁ ହେବ ଯେ ଆମର ପୂର୍ବପୁରୁଷମାନେ ଜଣେ ଜଣେ ପାତିମାଙ୍କଡ଼ ଥିଲେ ।

CHSE Odisha Class 12 Logic Unit 3 Long Answer Questions in Odia Medium

(c) ଆସ୍ତଦ୍ବାହି ତର୍କଦୋଷ – କୌଣସି ମତର ସପକ୍ଷରେ ବା ବିପକ୍ଷରେ ଯଥାଯଥ ଯୁକ୍ତି ଉପସ୍ଥାପନ ନକରି କଥାକଥାକେ ଶାସ୍ତ୍ର, ପୁରାଣ ବା ପ୍ରତିଷ୍ଠାବାନ୍ ବ୍ୟକ୍ତିଙ୍କ ମତକୁ ହେତୁବାକ୍ୟ ରୂପେ ଗ୍ରହଣ କରି ଯୁକ୍ତି କରିବାକୁ ଆପ୍ତଦ୍ବାହି ତର୍କଦୋଷ କୁହାଯାଏ । ଏଠାରେ ଯୁକ୍ତି ସାହାଯ୍ୟରେ କୌଣସି ମତକୁ ଖଣ୍ଡନ ବା ଗ୍ରହଣ କରାଯାଏ ନାହିଁ । ଏଠାରେ ଆଖୁବୁଜି ସେମାନଙ୍କର ମତକୁ ଗ୍ରହଣ କରି ନିଆଯାଏ ।
ଉଦାହରଣ :
(୧) ‘ଅହିଂସା ପରମ ଧର୍ମ’ କାରଣ ଏହା ମହାତ୍ମା ଗାନ୍ଧୀ, ବୁଦ୍ଧଦେବ ଓ ଭଗବଦ୍ ଗୀତା କହିଛନ୍ତି ।
୨) ଭୁବନେଶ୍ଵର ଜଳବାୟୁ ସ୍ଵାସ୍ଥ୍ୟ ପକ୍ଷେ ହିତକାରକ କାରଣ ଏହା ପିତା କହନ୍ତି ।
(୩) ପୁରୀର ଜଳବାୟୁ ସ୍ଵାସ୍ଥ୍ୟ ପକ୍ଷେ ହିତକାରକ କାରଣ ଶିକ୍ଷକ ଏକଥା କହନ୍ତି ।

(d) ପରାଜ୍ଞତା ଦୃଷ୍ଟି। ସ୍ଵମତ ପ୍ରତିଷ୍ଠା ତର୍କଦୋଷ- ପ୍ରତିପକ୍ଷର ଅଜ୍ଞତାର ସୁଯୋଗ ନେଇ ନିଜର ମତ ପ୍ରତିଷ୍ଠା କରିବାକୁ ପରାଜ୍ଞତା ଦୃଷ୍ୟା ସ୍ଵମତ ପ୍ରତିଷ୍ଠା ତର୍କଦୋଷ କହନ୍ତି । ପ୍ରତିପକ୍ଷର ଅଜ୍ଞତାର ସୁଯୋଗ ନେଇ ନିଜର ମତକୁ ଗ୍ରହଣ କରାଇନେବା ହେଉଛି ଏପ୍ରକାର ଯୁକ୍ତିର ଲକ୍ଷ୍ୟ ଅଟେ ।

ଉଦାହରଣସ୍ୱରୂପ, ତୁମେ ପୂର୍ବଜନ୍ମରେ ଗୋଟିଏ ଘୁଷୁରି ଥିଲା । ଏହା ଯଦି ମିଛ, ତେବେ ପ୍ରମାଣ କଲ ଦେଖ୍ – ତୁମେ ଘୁଷୁରୀ ନ ଥୁଲ ବୋଲି । ଯଦି ତୁମେ ଏହା ପ୍ରମାଣ ନ କରିପାର ତେବେ ମୋ କଥା ଠିକ୍ ବୋଲି ଗ୍ରହଣ କରିବାକୁ ତୁମେ ବାଧ୍ୟ ।

(e) ମୁଦ୍‌ର – ପ୍ରଦର୍ଶନ ତର୍କଦୋଷ – ଯୁକ୍ତିର ସାହଯ୍ୟ ନ ନେଇ ଯଦି ବଳ ପ୍ରୟୋଗ ବା ଧମକଦ୍ୱାରା ଉଦ୍ଦିଷ୍ଟ ମତକୁ ଗ୍ରହଣ କରିବାପାଇଁ ତାହାକୁ ବାଧ୍ୟ କରାଯାଏ, ତେବେ ତାହାକୁ ମୁଦ୍‌ଗର-ପ୍ରଦର୍ଶନ ତର୍କଦୋଷ କୁହାଯାଏ । କିନ୍ତୁ ଏହାକୁ ଯୁକ୍ତି ବୋଲି କହିବା ମଧ୍ୟ ଅନେକାଂଶରେ ଗ୍ରହଣଯୋଗ୍ୟ ନୁହେଁ ।
ଉଦାହରଣ :
(୧) ମୁଁ ଯାହା ତୁମକୁ କହୁଛି ତାହା ସତ ବୋଲି ତୁମେ ବର୍ତ୍ତମାନ ଲେଖିଦିଅ ନ ହେଲେ ମୁଁ ତୁମକୁ ହତ୍ୟା କରିବି ।
(୨) ସନ୍ତ୍ରାସବାଦୀ ଆନ୍ଦୋଳନର ନେତା ଜଣେ ଧନୀ ବ୍ୟକ୍ତିଙ୍କ ପାଖକୁ ଯାଇ କହିଲା ଯେ ତୁମେ ଆମ ସଂଘକୁ ଏକ ଲକ୍ଷ ଟଙ୍କା ଦିଅ । ପ୍ରଥମେ ଧନୀ ବ୍ୟକ୍ତିଜଣକ ମନାକଲା । ତା’ପରେ ସନ୍ତ୍ରାସବାଦୀ ଜଣକ ବନ୍ଧୁକ ଧନୀ ଲୋକର ମୁଣ୍ଡକୁ ଲଗାଇ କହିଲା ବର୍ତ୍ତମାନ ଦେବୁ କି ନାହିଁ । ତା’ପରେ ଧନୀଲୋକ ଜଣକ ଏକ ଲକ୍ଷ ଟଙ୍କା ଦେଲା । ଏହାକୁ ଜୋର ଯାର ମୂଲକ ତା’ର ମଧ୍ୟ କହନ୍ତି ।

5. ପାରମ୍ପରିକ ତର୍କଶାସ୍ତ୍ର ଓ ପ୍ରତୀକାତ୍ମକ ତର୍କଶାସ୍ତ୍ର ମଧ୍ୟରେ ନିହିତ ସମ୍ପର୍କକୁ ବୁଝାଇଦିଅ । ପ୍ରତୀକାତ୍ମକ ତର୍କଶାସ୍ତ୍ର ଓ ପାରମ୍ପରିକ ତର୍କଶାସ୍ତ୍ରର ଏକ ଉନ୍ନତତର ଅଭିବ୍ୟକ୍ତି କିପରି ? ବୁଝାଅ ।
Answer:
ପାରମ୍ପରିକ ତର୍କଶାସ୍ତ୍ର ଓ ପ୍ରତୀକାତ୍ମକ ତର୍କଶାସ୍ତ୍ର – ଆରିଷ୍ଟଟଲ୍‌ଙ୍କୁ ପାରମ୍ପରିକ ତର୍କଶାସ୍ତ୍ରର ଜନକ ବୋଲି କୁହାଯାଏ । ପାରମ୍ପରିକ ତର୍କଶାସ୍ତ୍ରର ଭିତ୍ତିଭୂମି ଉପରେ ଆଧୁନିକ ତର୍କଶାସ୍ତ୍ର ଦଣ୍ଡାୟମାନ ହୋଇଅଛି । ପ୍ରତୀକାତ୍ମକ ତର୍କଶାସ୍ତ୍ର ହେଉଛି ପାରମ୍ପରିକ ତର୍କଶାସ୍ତ୍ରର ଏକ ସଂଶୋଧ ଓ ପରିବର୍ଦ୍ଧିତ ସଂସ୍କରଣ । ପାରମ୍ପରିକ ତର୍କଶାସ୍ତ୍ରରେ ଯୁକ୍ତିର ପ୍ରାମାଣିକତା ତଥା ବୈଧତା ପ୍ରମାଣ କରିବା ନିମିତ୍ତ ବହୁ ନିୟମ ପ୍ରଣୟନ କରାଯାଇଅଛି । ତାହାର ଦୃଷ୍ଟାନ୍ତ ତ୍ରିପଦୀଯୁକ୍ତିରେ ଆଲୋଚିତ ହୋଇଅଛି । ଏହି ଦୃଷ୍ଟିରୁ ପାରମ୍ପରିକ ତର୍କଶାସ୍ତ୍ର ଅତ୍ୟନ୍ତ ଉପଯୋଗୀ । କିନ୍ତୁ ସେଥିରେ ଗୋଟିଏ ବଡ଼ ଅଭାବ ପରିଲକ୍ଷିତ ହୁଏ । ଆରିଷ୍ଟଟଲ୍ ଯୁକ୍ତିମାନଙ୍କର ପରୀକ୍ଷା ନିରୀକ୍ଷା କରିବାପାଇଁ ଯେଉଁ ଅବରୋହ ପଦ୍ଧତି ଦେଇଥିଲେ ତାହା କେବଳ ଭାଷାରେ ଲିଖ ଯୁକ୍ତମାନଙ୍କପାଇଁ ଉଦ୍ଦିଷ୍ଟ । ମାତ୍ର ବିଭିନ୍ନ ପ୍ରକାରର ଯୁକ୍ତିର ବୈଧତା ଏହି ପଦ୍ଧତି ମାଧ୍ୟମରେ ପରୀକ୍ଷା କରିବା ସମ୍ଭବ ନୁହେଁ ।

ଏହି ଅସୁବିଧାକୁ ଲକ୍ଷ୍ୟକରି ଆରିଷ୍ଟଟଲ୍ ଯୁକ୍ତିମାନଙ୍କୁ ବିଭିନ୍ନ ସଂସ୍ଥାନ ଏବଂ ନ୍ୟାୟରୂପରେ ବର୍ଗୀକରଣ କରି ବିଭିନ୍ନ ନିୟମମାନଙ୍କଦ୍ୱାରା ସେଗୁଡ଼ିକର ପ୍ରାମାଣିକତା ନିର୍ଣ୍ଣୟ କରିବାର ଉପାୟ ଦେଇଥିଲେ । କେବଳ ସେତିକି ନୁହେଁ, ସେ ମଧ୍ଯ କେତେକ ବର୍ଣ୍ଣ; ଯଥା – ଅ, ପ, ମ ଦ୍ବାରା ଯୁକ୍ତିଗୁଡ଼ିକୁ ପ୍ରତୀକାତ୍ମକ ରୂପ (ଆକାର) ଦେଇଥିଲେ; ଯଥା – ସମସ୍ତ ମନୁଷ୍ୟ ମରଣଶୀଳ, ରାମ ଜଣେ ଛାତ୍ର, .. ରାମ ମରଣଶୀଳ ଅଟେ । ଏହାକୁ ଆରିଷ୍ଟଟଲ୍ ନିନିମ୍ନଲିଖଭାବେ ପ୍ରତୀକାତ୍ମକ ରୂପ ଦେଇଥିଲେ ଯଥା –

ସମସ୍ତ ମ ପ ଅଟେ ।
ସମସ୍ତ ଅ ମ ଅଟେ ।
___________________
∴ ସମସ୍ତ ଅ ପ ଅଟେ ।

ଏହି ବର୍ଷମାନଙ୍କୁ ‘ଚଳ’ କୁହାଯାଏ । କାରଣ ଏହି ବର୍ଷଗୁଡ଼ିକ ଅଥବା ଏହିପରି ଆଉ କେତେକ ବର୍ଣ୍ଣ; ଯଥା – କ, ଖ, ଗ ଇତ୍ୟାଦି ଯେକୌଣସି ଯୁକ୍ତିରେ ବ୍ୟବହୃତ ପଦ (ରାମ, ଯଦୁ, ପର୍ବତ, ମରଣଶୀଳ) ଇତ୍ୟାଦି ପରିବର୍ତ୍ତେ ବ୍ୟବହାର କରାଯାଏ । ଆରିଷ୍ଟଟଲ୍ ଏହି ଚଳକୁ ବ୍ୟବହାର କରିବାର ଉଦ୍ଦେଶ୍ୟ ଥିଲା, ଭାଷାରେ ଲିଖ ଯୁକ୍ତିମାନଙ୍କୁ ଗୋଟିଏ ଆକାରରେ ପକାଇବା, ଯାହା ଯୁକ୍ତିର ପ୍ରାମାଣିକତା ପରୀକ୍ଷା କରିବାରେ ସାହାଯ୍ୟ କରୁଥିଲା । ଆଧୁନିକ ତର୍କଶାସ୍ତ୍ରବିଦ୍‌ମାନେ ଏପ୍ରକାର ପ୍ରଣାଳୀ ଉପରେ କେତେକ ନୂତନ ପରିବର୍ତ୍ତନ ତଥା ଅଭିବୃଦ୍ଧି ନିମିତ୍ତ ପ୍ରୟାସ କରିଛନ୍ତି । ସେମାନେ କେତେକ ଅବାଚନିକ ପ୍ରତୀକ ବ୍ୟବହାର କରିଛନ୍ତି । ଏ.ଏନ୍. ହ୍ଵାଇଟ୍‌ହେଡ୍, ବର୍ଟାଣ୍ଡ ରସେଲ୍, ସି.ଏସ୍. ପାଏର୍ସ ଆଦି ଗଣିତଶାସ୍ତ୍ର ବିଶାରଦମାନେ ପାରମ୍ପରିକ ତର୍କଶାସ୍ତ୍ରକୁ ଆଧୁନିକୀକରଣ କରି ଗଣିତାଭିମୁଖୀ କରିଛନ୍ତି । ଗଣିତଶାସ୍ତ୍ରର ବିକାଶ ଓ ଉତ୍କର୍ଷ ପ୍ରତୀକାତ୍ମକ ତର୍କଶାସ୍ତ୍ରର ଉତ୍କର୍ଷ ପାଇଁ ବହୁପରିମାଣରେ ଦାୟୀ ।

ଗାଣିତିକ ତର୍କଶାସ୍ତ୍ରକୁ ପ୍ରତୀକାତ୍ମକ ତର୍କଶାସ୍ତ୍ର କୁହାଯାଏ । ଏହା ଗାଣିତିକ ପଦ୍ଧତି ଅନୁସରଣ କରେ ଓ ଗଣିତର ସ୍ୱରୂପକୁ ମଧ୍ୟ ଅନୁଧ୍ୟାନ କରେ । ଏହା ମଧ୍ଯ ଯୁକ୍ତିର ବିଷୟଗତ ସତ୍ୟତା ଉପରେ ଗୁରୁତ୍ୱ ନ ଦେଇ ଆକାରଗତ ସତ୍ୟତା ଉପରେ ଗୁରୁତ୍ଵ ଦିଏ । ଗଣିତ ଶାସ୍ତ୍ରରେ x, y, z ପରି ପ୍ରତୀକାତ୍ମକ ତର୍କଶାସ୍ତ୍ରରେ ଅ, ପ, ମ ଆଦି ବର୍ଣ୍ଣଗୁଡ଼ିକୁ ‘ଚଳ’ ଭାବରେ ବ୍ୟବହାର କରାଯାଏ । ଏହା ବ୍ୟତୀତ ତର୍କବାକ୍ୟଗୁଡ଼ିକୁ ମଧ୍ୟ କ, ଖ, ଗ ଆଦି ବିଭିନ୍ନ ପ୍ରତୀକ ମାଧ୍ୟମରେ ବ୍ୟବହାର କରାଯାଇଥାଏ । ଗଣିତଶାସ୍ତ୍ରରେ =, +, -, ×, ÷ ଆଦି ସ୍ଥିରାଙ୍କ (Constant) ଭଳି ପ୍ରତୀକାତ୍ମକ ତର୍କଶାସ୍ତ୍ରରେ ଦୁଇଟି ତର୍କବାକ୍ୟ ମଧ୍ୟରେ •, ∼, ⊃, ∨, ∧, ≡ ଆଦି ସ୍ଥିରାଙ୍କଦ୍ୱାରା ସୂଚାଇ ଦିଆଯାଇଥାଏ ।

ଏହି ଗଣିତଶାସ୍ତ୍ରର ବିକାଶ ଓ ଉତ୍କର୍ଷ ପ୍ରତୀକାତ୍ମକ ତର୍କଶାସ୍ତ୍ରର ଉତ୍କର୍ଷ ପାଇଁ ବହୁପରିମାଣରେ ସହାୟକ । ଜର୍ଜ ବୁଲେଙ୍କର ଉଲ୍ଲେଖଯୋଗ୍ୟ ଅବଦାନ ଶ୍ରେଣୀ-ସମ୍ପର୍କିତ ବୀଜଗଣିତ, ରସେଲ୍ ଏବଂ ଦ୍ଵାଇଟ୍‌ହେଡ୍‌ଙ୍କର ‘Principia Mathematica’ ଇତ୍ୟାଦି ପ୍ରତୀକାତ୍ମକ ତର୍କଶାସ୍ତ୍ରର ଉତ୍କର୍ଷ ସାଧନ ପାଇଁ ବହୁ ପରିମାଣରେ ଦାୟୀ । ବୁଲେଙ୍କର ଶ୍ରେଣୀ-ସମ୍ବନ୍ଧୀୟ ବୀଜଗଣିତ ଓ ଦ୍ଵାଇଟ୍ ହେଡ୍‌ଙ୍କର Principia Mathematica ରେ ବର୍ଣ୍ଣିତ ଗଣିତଶାସ୍ତ୍ରର ତାର୍କିକ ଭିତ୍ତିଭୂମି ଇତ୍ୟାଦିକୁ ଗଭୀର ଭାବରେ ଚର୍ଚ୍ଚା କରି ଯୁକ୍ତିଗୁଡ଼ିକର ବୈଧତା ପରୀକ୍ଷା କରିବାପାଇଁ କେତେକ ‘ତାର୍କିକ ଆକାର’ ସ୍ଥିର କରାଯାଇଛି ।

ପ୍ରତୀକାତ୍ମକ ତର୍କଶାସ୍ତ୍ରର ସ୍ଵରୂପ :
ସି.ଆଇ. ଲିଉଇସ ପ୍ରତୀକାତ୍ମକ ତର୍କଶାସ୍ତ୍ରର ତିନୋଟି ମୁଖ୍ୟ ବୈଶିଷ୍ଟ୍ୟ ଉଲ୍ଲେଖ କରିଛନ୍ତି । ସେଗୁଡ଼ିକ ହେଉଛି –
(୧) ଚିନ୍ତାତ୍ମକ ଚିହ୍ନର ବ୍ୟବହାର
(୨) ଅବରୋହ ପଦ୍ଧତିର ପ୍ରୟୋଗ
(୩) ଚଳ ଓ ସ୍ଥିରାଙ୍କର ବ୍ୟବହାର ।

CHSE Odisha Class 12 Logic Unit 3 Long Answer Questions in Odia Medium

(୧) ଚିନ୍ତାତ୍ମକ ବା ପ୍ରତ୍ୟୟାତ୍ମକ ଚିହ୍ନର ବ୍ୟବହାର – ପ୍ରତୀକାତ୍ମକ ତର୍କଶାସ୍ତ୍ରର ବିଶେଷ ବୈଶିଷ୍ଟ୍ୟ ହେଉଛି ଯେ ଏହା ଧ୍ଵନ୍ୟାତ୍ମକ ଚିହ୍ନ (Phonogram) ପରିବର୍ଭେ ପ୍ରତ୍ୟୟାତ୍ମକ ଚିହ୍ନ (Ideogram) ର ବ୍ୟବହାର କରିଥାଏ । ଗୋଟିଏ ଯୁକ୍ତିରେ ବ୍ୟବହୃତ କଥ୍ତ ଭାଷା; ଯଥା – ରାମ, ମନୁଷ୍ୟ, ମରଣଶୀଳ ଇତ୍ୟାଦି ଧ୍ଵନ୍ୟାତ୍ମକ ଚିହ୍ନ ଅଟେ । ମାତ୍ର ତ, ଥ, ଦ, ତ ∨ ଥ, ତ ⊃ ଥ, ତ ≡ ଥ ଇତ୍ୟାଦି ପ୍ରତ୍ୟୟାତ୍ମକ ଚିହ୍ନ ଅଟେ ।

ବର୍ଣ୍ଣମାଳାର ପ୍ରତ୍ୟେକ ଅକ୍ଷର ଧ୍ଵନିସୂଚକ । ତେଣୁ ଅକ୍ଷରଗୁଡ଼ିକ ସାହାଯ୍ୟରେ ଲିପିବଦ୍ଧ ‘ପ୍ରଶ୍ନସୂଚକ ଚିହ୍ନ’ ଓ ଉଚ୍ଚାରିତ ‘ପ୍ରଶ୍ନସୂଚକ’ ଚିହ୍ନ ମଧ୍ଯରେ ଏକ ସାକ୍ଷାତ୍ ସମ୍ବନ୍ଧ ବିଦ୍ୟମାନ । ଉଦାହରଣସ୍ୱରୂପ- ପରଶ୍ନବାଚକ ଚିହ୍ନ ଓ ‘ ? ’ । ପ୍ରଥମରେ ଅକ୍ଷରଗୁଡ଼ିକରେ ଲିପିବଦ୍ଧ ‘ପ୍ରଶ୍ନବାଚକ ଚିହ୍ନ’ ଯାହାକି କଥୁତ ଭାଷାରେ ବ୍ୟବହୃତ ହୁଏ, ତାହା ଧ୍ଵନ୍ୟାତ୍ମକ ଚିହ୍ନ ଅଟେ ଏବଂ ‘?’ ପ୍ରତୀକଟି ଯାହା ଅବାଚନିକ ଏବଂ ଚିନ୍ତାକୁ ସାକ୍ଷାତ୍ ଭାବରେ ଉପସ୍ଥାପନ କରିଥାଏ, ତାହାକୁ ପ୍ରତ୍ୟୟାତ୍ମକ ଚିହ୍ନ କୁହାଯାଏ । ପ୍ରତ୍ୟୟାତ୍ମକ ଚିହ୍ନର ବ୍ୟବହାରଦ୍ୱାରା ଏକ ଦୀର୍ଘ ଉକ୍ତିକୁ ସହଜରେ ବୁଝିହୁଏ; ଯଥା – ‘ଅଣତିରିଶ ଗୁଣନ ଏଗାର’ କହିବା ପରିବର୍ତ୍ତେ ‘୨୯ × ୧୧’ କହିବା ଅଧ୍ଵ ସୁବିଧାଜନକ ହୋଇଥାଏ ।

(୨) ଅବରୋହ ପ୍ରଣାଳୀ – ଅବରୋହ ପ୍ରଣାଳୀଦ୍ଵାରା ଭକ୍ତିର ଅନ୍ତର୍ନିହିତ ତଥ୍ୟ ପରିସ୍ଫୁଟ ଓ ପରିପୁଷ୍ଟ ହୁଏ । ଏହାର ଉଦାହରଣ ଜ୍ୟାମିତିରେ ରହିଛି । ଅଳ୍ପସଂଖ୍ୟକ କେତେଗୁଡ଼ିଏ ଉକ୍ତିରୁ ସୀମିତ ସଂଖ୍ୟକ କେତେକ ନୀତିର ପ୍ରୟୋଗଦ୍ଵାରା ବହୁ ଅଧ୍ଵସଂଖ୍ୟକ ଭକ୍ତିର ନିଃସରଣ ଏହି ପଦ୍ଧତିର ବୈଶିଷ୍ଟ୍ୟ । ଏହି ନିଃସୃତ ଉକ୍ତିଗୁଡ଼ିକ ଅନେକତ୍ର ମୂଳ ଉକ୍ତିମାନଙ୍କଠାରୁ ପର୍ଯ୍ୟାପ୍ତ ପରିମାଣରେ ଭିନ୍ନ । ଏହି ପଦ୍ଧତିରେ ପ୍ରୟୋଗଦ୍ଵାରା ପ୍ରତୀକାତ୍ମକ ତର୍କଶାସ୍ତ୍ର ଏକ ଶୁଦ୍ଧ ଅବରୋହ ତନ୍ତ୍ର ଗଠନ କରିବାରେ ସମର୍ଥ ହୁଏ ।

(୩) ଚଳ ଓ ସ୍ଥିରାଙ୍କର ବ୍ୟବହାର – ପାରମ୍ପରିକ ତର୍କଶାସ୍ତ୍ରରେ କିଛି ମାତ୍ରାରେ ଚଳ ଓ ସ୍ଥିରାଙ୍କର ବ୍ୟବହାର ହୋଇଥିଲେ ମଧ୍ୟ ପ୍ରତୀକାତ୍ମକ ତର୍କଶାସ୍ତ୍ରରେ ଏହାର ବହୁଳ ବ୍ୟବହାର ଦେଖାଯାଏ । ଏହି ଚଳ ଓ ସ୍ଥିରାଙ୍କର ବ୍ୟବହାରଦ୍ୱାରା ଯୁକ୍ତିର ବୈଧତା ପରୀକ୍ଷା କରିବା ସହଜ ହୋଇଥାଏ । ଏକ ପ୍ରକାରର ଅନେକ ଯୁକ୍ତିକୁ ଚଳ ଓ ସ୍ଥିରାଙ୍କଦ୍ୱାରା ସୁବ୍ୟବସ୍ଥିତ କରାଯାଇଥାଏ । +, -, ×, ÷, =, ≡, ∨, ∧, ⊃, • ଆଦି ଚିହ୍ନଗୁଡ଼ିକ ସ୍ଥିରାଙ୍କ ଓ କ, ଖ, ଗ (x, y, z) ଆଦି ବର୍ଣ୍ଣଗୁଡ଼ିକୁ ଚଳ ବୋଲି କୁହାଯାଏ ।

6. ପ୍ରତୀକାତ୍ମକ ତର୍କଶାସ୍ତ୍ର କହିଲେ କ’ଣ ବୁଝାଯାଏ ? ତର୍କଶାସ୍ତ୍ରୀୟ ଚଳ ଓ ତର୍କଶାସ୍ତ୍ରୀୟ ସ୍ଥିରାଙ୍କ କହିଲେ କ’ଣ ବୁଝ ଆଲୋଚନା କର ।
Answer:
ଯେଉଁ ତର୍କଶାସ୍ତ୍ର ବିଶେଷଧରଣର ପ୍ରତୀକ ବ୍ୟବହାର କରି ଯୁକ୍ତିକୁ ପ୍ରକାଶ କରେ ଓ ତାହାର ମୂଲ୍ୟାୟନ କରେ ତାହାକୁ ସାଧାରଣ ଭାବରେ ପ୍ରତୀକାତ୍ମକ ତର୍କଶାସ୍ତ୍ର କୁହାଯାଏ । ଆଧୁନିକ ତର୍କଶାସ୍ତ୍ରକୁ ପ୍ରତୀକାତ୍ମକ ତର୍କଶାସ୍ତ୍ର କୁହାଯାଏ ।

ତର୍କଶାସ୍ତ୍ରୀୟ ଚଳ – ଚଳ କହିଲେ ତାହାକୁ ହିଁ ବୁଝାଯାଏ ଯାହା ପରିବର୍ତ୍ତନଶୀଳ । ଭିନ୍ନ ଭିନ୍ନ କ୍ଷେତ୍ରରେ ଏହାର ମୂଲ୍ୟ ଭିନ୍ନ ଭିନ୍ନ ହୋଇପାରେ । ତେଣୁ ଏହାର ମୂଲ୍ୟ ପରିବର୍ତ୍ତନଶୀଳ ହୋଇଥିବାରୁ ଏହାକୁ ‘ଚଳ’ କୁହାଯାଏ । କ, ଖ, ଗ (x, y, z) ଇତ୍ୟାଦିକୁ ‘ଚଳ’ କୁହାଯାଏ । କ, ଖ, ଗ ଆଦି ‘ଚଳ’ ଗୁଡ଼ିକୁ ବିଭିନ୍ନ ତର୍କବାକ୍ୟ କ୍ଷେତ୍ରରେ ବ୍ୟବହାର କରାଯାଇ ସେଗୁଡ଼ିକୁ ପ୍ରତୀକାତ୍ମକ କରାଯାଇଥାଏ । ଉଦାହରଣସ୍ୱରୂପ –
(୧) ରାମ ସୀତାକୁ ଭଲ ପାଏ ।
(୨) କ ଖ କୁ ଭଲ ପାଏ ।

ଯଦି ଭଲ ପାଏ ସମ୍ପର୍କକୁ ପ୍ରତୀକାତ୍ମକ କରାଯାଏ, ତେବେ ଏହା କ ସମ୍ପର୍କ ଖ କୁ ବୁଝାଏ । ‘କ’ ଓ ‘ଖ’ ହେଲେ ‘ଚଳ’ । ଏମାନଙ୍କଦ୍ୱାରା ତର୍କବାକ୍ୟର ଆକାର ନିର୍ଦ୍ଧାରିତ ହୋଇଥାଏ ।

ଗଣିତ ଶାସ୍ତ୍ରରେ x2 = 9 ର ଅର୍ଥ ହେଉଛି x = ±3, x = 3 / x = -3 (x କୁ ‘କ’ ରୂପେ ନିଆଯାଇପାରେ) କ ଓ ଖ ‘ଚଳ’ର ସଙ୍କେତ ହୋଇଥିଲେ ବି ସେଗୁଡ଼ିକ ସ୍ଥାନରେ ସ୍ଥିରାଙ୍କ ସଂକେତ ବ୍ୟବହାର କରାଯାଇଥାଏ । ଚଳ ଗୋଟିଏ ଗୋଟିଏ ତର୍କବାକ୍ୟପାଇଁ ମଧ୍ୟ କରାଯାଇପାରେ; ଯଥା –
(୧) ସମସ୍ତ ମନୁଷ୍ୟ ମରଣଶୀଳ । – ତ
(୨) କ୍ଷୀର ଶ୍ବେତ ଅଟେ । – ଥ

ଏଠାରେ ‘ତ’ ଓ ‘ଥ’ ଦୁଇଟି ତର୍କବାକ୍ୟକୁ ବୁଝାଉଅଛି । ତର୍କବାକ୍ୟର ପ୍ରତୀକରୂପେ ବର୍ଣ୍ଣମାଳାର ଯେକୌଣସି ବର୍ଣ୍ଣ ବା ଅକ୍ଷରକୁ ବ୍ୟବହାର କରାଯାଇପାରେ । ବୀଜଗଣିତରେ ସଂଖ୍ୟାମୂଳକ ଚଳରୂପେ ବ୍ୟବହାର କରାଯାଉଥିବା କ, ଖ, ଗ (x, y, z) ଇତ୍ୟାଦି ଯେପରି ଯେକୌଣସି ସଂଖ୍ୟାକୁ ବୁଝାଇଥାଏ; ସେହିପରି ତ, ଥ, ଦ, ଧ ଇତ୍ୟାଦି ଯେକୌଣସି ତର୍କବାକ୍ୟକୁ ପ୍ରତୀକାନ୍ବିତ କରେ ।

ତର୍କଶାସ୍ତ୍ରୀୟ ସ୍ଥିରାଙ୍କ – ସ୍ଥିରାଙ୍କର ଆକ୍ଷରିକ ଅର୍ଥ ହେଲା ଯାହା ସ୍ଥିର ରହେ, ଅର୍ଥାତ୍ ଯାହା ପରିବର୍ତ୍ତନଶୀଳ ନୁହେଁ । ତର୍କଶାସ୍ତ୍ର ତଥା ଗଣିତଶାସ୍ତ୍ରରେ ବ୍ୟବହୃତ ହେଉଥିବା ସ୍ଥିରାଙ୍କଗୁଡ଼ିକର ଅର୍ଥ ସର୍ବଦା ଅପରିବର୍ତିତ ରହେ । ତର୍କଶାସ୍ତ୍ରରେ ତର୍କଶାସ୍ତ୍ରୀୟ ସ୍ଥିରାଙ୍କଗୁଡ଼ିକ ଅପରିବର୍ତ୍ତିତ ଥିବାସ୍ଥଳେ ସେମାନଙ୍କଦ୍ୱାରା ସମ୍ପର୍କିତ ହୋଇଥିବା ଚଳଗୁଡ଼ିକର ପରିବର୍ତ୍ତନ ହୋଇପାରେ । ଏଣୁ ଏହା ତର୍କବାକ୍ୟର ସମର୍ଥନରେ ସିଦ୍ଧାନ୍ତ ନିଷ୍ପନ୍ନ ହୋଇଥାଏ ।

ଏଠାରେ ‘ତ’ ଓ ‘ଥ’ ଦୁଇଟି ତର୍କବାକ୍ୟକୁ ବୁଝାଉଅଛି । ତର୍କବାକ୍ୟର ପ୍ରତୀକରୂପେ ବର୍ଣ୍ଣମାଳାର ଯେକୌଣସି ବର୍ଣ୍ଣ ବା ଅକ୍ଷରକୁ ବ୍ୟବହାର କରାଯାଇପାରେ । ବୀଜଗଣିତରେ ସଂଖ୍ୟାମୂଳକ ଚଳରୂପେ ବ୍ୟବହାର କରାଯାଉଥିବା କ, ଖ, ଗ (x, y, z) ଇତ୍ୟାଦି ଯେପରି ଯେକୌଣସି ସଂଖ୍ୟାକୁ ବୁଝାଇଥାଏ; ସେହିପରି ତ, ଥ, ଦ, ଧ ଇତ୍ୟାଦି ଯେକୌଣସି ତର୍କବାକ୍ୟକୁ ପ୍ରତୀକାନ୍ବିତ କରେ ।

ତର୍କଶାସ୍ତ୍ରୀୟ ସ୍ଥିରାଙ୍କ – ସ୍ଥିରାଙ୍କର ଆକ୍ଷରିକ ଅର୍ଥ ହେଲା ଯାହା ସ୍ଥିର ରହେ, ଅର୍ଥାତ୍ ଯାହା ପରିବର୍ତ୍ତନଶୀଳ ନୁହେଁ । ତର୍କଶାସ୍ତ୍ର ତଥା ଗଣିତଶାସ୍ତ୍ରରେ ବ୍ୟବହୃତ ହେଉଥିବା ସ୍ଥିରାଙ୍କଗୁଡ଼ିକର ଅର୍ଥ ସର୍ବଦା ଅପରିବର୍ତିତ ରହେ । ତର୍କଶାସ୍ତ୍ରରେ ତର୍କଶାସ୍ତ୍ରୀୟ ସ୍ଥିରାଙ୍କଗୁଡ଼ିକ ଅପରିବର୍ତ୍ତିତ ଥିବାସ୍ଥଳେ ସେମାନଙ୍କଦ୍ୱାରା ସମ୍ପର୍କିତ ହୋଇଥିବା ଚଳଗୁଡ଼ିକର ପରିବର୍ତ୍ତନ ହୋଇପାରେ । ଏଣୁ ଏହା ତର୍କବାକ୍ୟର ସମର୍ଥନରେ ସିଦ୍ଧାନ୍ତ ନିଷ୍ପନ୍ନ ହୋଇଥାଏ ।

‘~’ଏହି ଚିହ୍ନକୁ ‘ନୁହେଁ’ର ପ୍ରତୀକରୂପେ ଅର୍ଥାତ୍‌ ନେତି ବା ବିରୁଦ୍ଧତାର ସୂଚକରୂପେ ବ୍ୟବହାର କରାଯାଏ । ସେହିପରି ‘•’ ହେଉଛି ଏବଂ ଅର୍ଥାତ୍ ସଂଯୋଜକର ସୂଚକ, ‘∨’ ହେଉଛି ‘କିମ୍ବା’ ଅର୍ଥାତ୍ ବିଯୋଜକର ସୂଚକ, ‘⊃’ ହେଉଛି ଆତ୍ପାଦନ (ଯଦି …………. ତେବେ)ର ସୂଚକ (କେତେକ ତାର୍କିକ ଏ କ୍ଷେତ୍ରରେ ‘→’ ଚିହ୍ନର ବ୍ୟବହାର କରନ୍ତି), ଏବଂ ‘≡’ ହେଉଛି ସମତୁଲ୍ୟତାର ସୂଚକ । ଏହି ପ୍ରତୀକଗୁଡ଼ିକୁ ତର୍କଶାସ୍ତ୍ରୀୟ ସ୍ଥିରାଙ୍କ ବୋଲି କୁହାଯାଏ । କାରଣ ଏହି ଚିହ୍ନଗୁଡ଼ିକର ଅର୍ଥ ଯେକୌଣସି ତାର୍କିକ ଅଭିବ୍ୟକ୍ତିରେ ଅପରିବର୍ତ୍ତିତ ରହେ । ଏଗୁଡ଼ିକ ଗାଣିତିକ ଚିହ୍ନ +, x, + ଇତ୍ୟାଦିର ଅନୁରୂପ । ଏଗୁଡ଼ିକ ବ୍ୟତୀତ ଏହି ସ୍ଥିରାଙ୍କଗୁଡ଼ିକର ପରିସର ସୂଚିତ କରିବା ନିମନ୍ତେ ‘( )’ ଏହି ଚିହ୍ନ ଅର୍ଥାତ୍ ବନ୍ଧନୀର ବ୍ୟବହାର କରିବାକୁ ପଡ଼େ । ଉଦାହରଣସ୍ୱରୂପ, ~ତ, (ତ ∨ ଥ), (ତ ⊃ ଥ), (ତ ∧ ଥ), (ତ • ଥ), (ତ ≡ ଥ) ସଂଯୋଜିତ ହୋଇଥିବା ବିଷୟ ସୂଚିତ ।

ବର୍ତ୍ତମାନ ଏହି ସ୍ଥିରାଙ୍କ ଓ ଚଳର ପ୍ରୟୋଗ କରି କେତେକ ତର୍କବାକ୍ୟର ପ୍ରତୀକାତ୍ମକ ରୂପ ନିର୍ଣ୍ଣୟ କରାଯାଉ ।
(କ) ସୂର୍ଯ୍ୟ ରହିଛି । – ତ
(ଖ) ସୂର୍ଯ୍ୟ ନାହିଁ । – ~ତ
(ଗ) ଆଲୋକ ରହିଛି । – ଥ
(ଘ) ଆଲୋକ ନାହିଁ । – ~ଥ
(ଙ) ସୂର୍ଯ୍ୟ ରହିଛି ଏବଂ ଆଲୋକ ମଧ୍ୟ ରହିଛି । – (ତ • ଥ)
(8) ଯଦି ସୂର୍ଯ୍ୟ ଥାଏ, ତେବେ ଆଲୋକ ଥାଏ । – (ତ ⊃ ଥ)
(ଛ) ଯେତେବେଳେ ଆଲୋକ ନ ଥାଏ, ସେତେବେଳେ ସୂର୍ଯ୍ୟ ମଧ୍ୟ ନଥାଏ । – ~ଥ ⊃ ~ତ
(ଜି) ସୂର୍ଯ୍ୟ ଥିଲେ ଆଲୋକ ଥାଏ ବୋଲି କହିବା ଯାହା ହୁଏତ ସୂର୍ଯ୍ୟ ନାହିଁ କିମ୍ବା ଆଲୋକ ଅଛି ବୋଲି କହିବା ମଧ୍ୟ ତାହା । – (ତ ⊃ ଥ) ≡ ( ~ ତ ∨ ଥ)

CHSE Odisha Class 12 Logic Unit 3 Long Answer Questions in Odia Medium

7. ସତ୍ୟଫଳନ କାହାକୁ କୁହାଯାଏ ? ବିଭିନ୍ନ ପ୍ରକାରର ସତ୍ୟଫଳନ ସମ୍ପର୍କରେ ସୂଚନା ଦିଅ ।
Answer:
ଫଳନ (Function) ଶବ୍ଦଟି ଗଣିତ ଶାସ୍ତ୍ରରେ ପ୍ରୟୋଗ ହୋଇଥାଏ । ଗଣିତରେ ଗୋଟିଏ ଅଭିବ୍ୟକ୍ତିକୁ ଅନ୍ୟର ଫଳନ ବୋଲି କୁହାଯାଏ । ଯେତେବେଳେ ସେହି ଅଭିବ୍ୟକ୍ତିଟିର ମୂଲ୍ୟ ଅନ୍ୟ ଅଭିବ୍ୟକ୍ତି ଉପରେ ନିର୍ଭରଶୀଳ ହୁଏ, ଅର୍ଥାତ୍ x = y + 1 । ଏଠାରେ xର ମୂଲ୍ୟ ଦୂର ମୂଲ୍ୟ ଉପରେ ନିର୍ଭରଶୀଳ । y ଯଦି 5 ହୁଏ, ତେବେ xର ମୂଲ୍ୟ ହେବ 6 ।

ତର୍କଶାସ୍ତ୍ରରେ ଯେକୌଣସି ତର୍କବାକ୍ୟ ସତ୍ୟ ଅଥବା ମିଥ୍ୟା ହେବ । ତେଣୁ ପ୍ରତ୍ୟେକ ତର୍କବାକ୍ୟର ସତ୍ୟ-ମିଥ୍ୟା ମୂଲ୍ୟ ଅବଶ୍ୟ ରହିବ । ମାତ୍ର ଗୋଟିଏ ତର୍କବାକ୍ୟର ମୂଲ୍ୟ ଯେତେବେଳେ ଅନ୍ୟ ଗୋଟିଏ ତର୍କବଚନର ମୂଲ୍ୟ ଉପରେ ନିର୍ଭର କରେ, ସେତେବେଳେ ପ୍ରଥମ ଅଭିବ୍ୟକ୍ତିଟିକୁ ଦ୍ବିତୀୟର ସତ୍ୟଫଳନ ବୋଲି କୁହାଯାଏ । ସେହିପରି ଗୋଟିଏ ଯୌଗିକ ତର୍କବଚନରେ ସତ୍ୟଫଳନ ନିର୍ଦ୍ଧାରଣ କଲାବେଳେ ତଦନ୍ତର୍ଗତ ତର୍କବଚନମାନଙ୍କର ସତ୍ୟ-ମିଥ୍ୟା ମୂଲ୍ୟ ଏବଂ ସେହି ବାକ୍ୟମାନଙ୍କ ମଧ୍ୟରେ ଥିବା ସମ୍ପର୍କ ଉପରେ ନିର୍ଭରଶୀଳ । ତର୍କବଚନଗୁଡ଼ିକ ‘ଚଳ’ ଏବଂ ସେମାନଙ୍କ ମଧ୍ୟରେ ଥିବା ସମ୍ପର୍କ ସ୍ଥିରାଙ୍କ ହୋଇଥବାରୁ ଏପରି ଗୋଟିଏ ତାର୍କିକ ଅଭିବ୍ୟକ୍ତିର ସତ୍ୟଫଳନ ତଦନ୍ତର୍ଗତ ‘ଚଳ’ ଓ ସ୍ଥିରାଙ୍କ ଉପରେ ନିର୍ଭରଶୀଳ ।

(୧) ବିରୁଦ୍ଧ ଫଳନ – ଗୋଟିଏ ତର୍କବଚନ ସତ୍ୟ ହେଲେ ତା’ର ବିରୁଦ୍ଧ ତର୍କବଚନଟି ମିଥ୍ୟା ହୁଏ । ସେହିପରି ଗୋଟିଏ ମିଥ୍ୟା ହେଲେ ତା’ର ବିରୁଦ୍ଧଟି ସତ୍ୟ ହୁଏ । ଉଦାହରଣସ୍ୱରୂପ – ପୁଷ୍ପଟି ଶ୍ଵେତ ଅଟେ – (ତ), ପୁଷ୍ପଟି ଶ୍ଵେତ ନୁହେଁ — (~ ତ) । ଏହି ସତ୍ୟଫଳନର ସତ୍ୟ ସାରଣୀ ନିମ୍ନୋକ୍ତ ଭାବେ ଗଠନ କରାଯାଏ ।

~ତ ତ • ~ତ

ମେଟ୍ରିକ୍‌ ସଂଖ୍ୟା (Matrix number) ୦୦ ।

(୨) ସଂଯୋଜକ ଫଳନ – ସଂଯୋଜକ ତର୍କବାକ୍ୟଟି ଏକ ଯୌଗିକ ତର୍କବାକ୍ୟ । ଏଥିରେ ଦୁଇ ବା ତତୋଽଧ୍ୱକ ତର୍କବାକ୍ୟ ‘ଏବଂ’ ଦ୍ବାରା ସଂଯୁକ୍ତ ହୋଇଥାଆନ୍ତି । ଯଥା — କମଳା ଜଣେ ନର୍ତ୍ତକୀ ଏବଂ ଅପରାଜିତା ଜଣେ ‘ଗାୟିକା’ । ଏହି ସଂଯୋଜକ ତର୍କବାକ୍ୟରେ ଦୁଇଟି ତର୍କବାକ୍ୟ ସେତିକିବେଳେ ସତ୍ୟ ହୁଏ, ଯେତେବେଳେ ଏହି ଦୁଇଟି ତର୍କବାକ୍ୟ ସତ୍ୟ ହୋଇଥାଏ । କିନ୍ତୁ ଯେକୌଣସି ଗୋଟିଏ ତର୍କବାକ୍ୟ କିମ୍ବା ଉଭୟ ତର୍କବାକ୍ୟ ମିଥ୍ୟା ହେଲେ ସଂଯୋଜକ ତର୍କବାକ୍ୟଟି ମିଥ୍ୟା ବୋଲି ପରିଗଣିତ ହେବ ।
ଉଦାହରଣସ୍ୱରୂପ – କମଳା ଜଣେ ନର୍ତ୍ତକୀ – ତ
ଅପରାଜିତା ଜଣେ ଗାୟିକା — ଥ ନିଆଯାଉ ।
ଏହାର ପ୍ରତୀକାତ୍ମକରୂପ ହେଉଛି (ତ • ଥ) ।

ତ • ଥ

ମେଟ୍ରିକ୍‌ ସଂଖ୍ୟା (Matrix number) ୧୦୦୦ ।

(୩) ବିଯୋଜକ ଫଳନ – ଏକ ବିଯୋଜକ ତର୍କବାକ୍ୟ; ଯଥା — ରାମ ବିଚକ୍ଷଣ ଅଟେ (ତ) କିମ୍ବା ସେ ପରିଶ୍ରମୀ ଅଟେ (ଥ), ସତ୍ୟ ବୋଲି ବିବେଚିତ ହେବାପାଇଁ କଳ୍ପ ଦୁଇଟିରୁ ଯେକୌଣସି ଗୋଟିଏ ସତ୍ୟ ହେବା ଆବଶ୍ୟକ । ଉଭୟ କଳ୍ପ ସତ୍ୟ ହୋଇଥିବା ସ୍ଥଳେ ମଧ୍ଯ ବିଯୋଜକ ତର୍କବାକ୍ୟଟି ସତ୍ୟ, କିନ୍ତୁ ଉଭୟ କଳ୍ପ ମିଥ୍ୟା ହୋଇଥିଲେ ତାହା ମିଥ୍ୟା । ସୁତରାଂ ବିଯୋଜକ ଫଳନର ସତ୍ୟସାରଣୀ ନିମ୍ନରୂପ ହୋଇଥାଏ ।

ତ ∨ ଥ

ମେଟ୍ରିକ୍‌ ସଂଖ୍ୟା (Matrix number) ୧୧୧୦ ।

(୪) ବୈକଳ୍ପିକ ଫଳନ – ବୈକଳ୍ପିକ ତର୍କବାକ୍ୟଟି ମଧ୍ୟ ଏକ ଯୌଗିକ ତର୍କବାକ୍ୟ । ଏଥ‌ିରେ ଦୁଇଟି ତର୍କବାକ୍ୟ ‘ଉଭୟ ନୁହେଁ’ ଦ୍ବାରା ସମ୍ପର୍କିତ ହୋଇଥାନ୍ତି । ‘ରାମ ଉଭୟ ବୁଦ୍ଧିଆ ଏବଂ ନିର୍ବୁଦ୍ଧିଆ ନୁହେଁ’– ଏଥରେ ମଧ୍ଯ ଦୁଇଟି ବିକଳ୍ପ ରହିଥାଏ । ସାଧାରଣତଃ ଗୋଟିଏ ବିକଳ୍ପ ସତ୍ୟ ହେଲେ ବୈକଳ୍ପିକ ତର୍କବାକ୍ୟଟି ସତ୍ୟ ହୋଇଥାଏ । ଦୁଇଟିଯାକ ବିକଳ୍ପ ମିଥ୍ୟା ହୋଇପାରେ କିନ୍ତୁ ଦୁଇଟିଯାକ ସତ୍ୟ ହୋଇପାରିବ ନାହିଁ । ଏଥ‌ିରେ ଗୋଟିଏ ‘ତ’ ହେଲେ ଅନ୍ୟଟି ‘ଥ’ ହୋଇଥାଏ । ତ ଓ ଥ ଦୁଇଟି ତର୍କବାକ୍ୟ ହେଲେ ବୈକଳ୍ପିକ ଫଳନର ସତ୍ୟସାରଣୀ ନିମ୍ନଭାବରେ ଗଠନ ହୋଇପାରେ ।

ତ ∧ ଥ

ମେଟ୍ରିକ୍‌ ସଂଖ୍ୟା (Matrix number) ୦୧୧୧ ।

(୫) ଆପାଦନ ଫଳନ– ଏକ ପ୍ରାକଚ୍ଛିକ ବା ଆପାଦନମୂଳକ ତର୍କବାକ୍ୟର ଆକାର ହେଉଛି ଯଦି ତ, ତେବେ ଥ । ତର୍କଶାସ୍ତ୍ରରେ ଏହାକୁ ‘ହୁଏତ ‘ତ’ ମିଥ୍ୟା କିମ୍ବା ‘ଥ’ ସତ୍ୟ ବୋଲି ଅର୍ଥ କରାଯାଏ । କାରଣ ଏହାହିଁ ହେଉଛି ସର୍ବନିମ୍ନ ସର୍ଭ, ଯାହାର ପୂରଣ ବିନା ଏ ପ୍ରକାର କୌଣସି ତର୍କବାକ୍ୟକୁ ସ୍ଵୀକାର କରାଯାଇ ନପାରେ । ଯଦି ବର୍ଷା ହୁଏ, ତେବେ ବନ୍ୟା ହୁଏ ।

ବର୍ଷା ହୁଏ । – ତ
ବନ୍ୟା ହୁଏ । – ଥ
ଏହାର ପ୍ରତୀକାତ୍ମକ ରୂପ (ତ ⊃ ଥ ) ଅଟେ ।
ବର୍ତ୍ତମାନ ଆପାଦନ ଫଳନର ସତ୍ୟସାରଣୀ ଗଠନ କରାଯାଉ ।

ତ ⊃ ଥ

ମେଟ୍ରିକ୍‌ ସଂଖ୍ୟା (Matrix number) ୧୦୧୧ ।

(୬) ସମତୁଲ୍ୟତା ଫଳନ — ଦୁଇଟି ତର୍କବାକ୍ୟର ସମତୁଲ୍ୟତା ଥାଏ, ଅର୍ଥାତ୍ ସେମାନେ ସମତୁଲ୍ୟ ହୁଅନ୍ତି ଯଦି ଗୋଟିକର ସତ୍ୟତା ଅନ୍ୟର ସତ୍ୟତା ଏବଂ ଗୋଟିକର ମିଥ୍ୟାତ୍ମ ଅନ୍ୟର ମିଥ୍ୟାତ୍ବ ଉପରେ ନିର୍ଭରଶୀଳ ହୁଏ । ଏହି ସମତୁଲ୍ୟତାକୁ ନିର୍ଦ୍ଧାରଣ କରିବାପାଇଁ ତର୍କଶାସ୍ତ୍ରବିଦ୍‌ମାନେ ‘କେବଳ ଏବଂ କେବଳ ଯଦି’ (Only and only if) ଦ୍ୱାରା ସୂଚିତ କରିଥାଆନ୍ତି । ଏହାର ପ୍ରତୀକାତ୍ମକ ରୂପ ହେଲା ତ = ଥ । ରାମ ରାବଣକୁ ମାରିଥିବେ ଯଦି ଏବଂ କେବଳ ଯଦି ରାବଣ ରାମଙ୍କଦ୍ଵାରା ହତ ହୋଇଥବ । ସମତୁଲ୍ୟତାର ସତ୍ୟସାରଣୀ ହେଲା –

ତ ≡ ଥ

ମେଟ୍ରିକ୍‌ ସଂଖ୍ୟା (Matrix number) ୧୦୦୧ ଅଟେ ।

CHSE Odisha Class 12 Logic Unit 3 Long Answer Questions in Odia Medium

8. ପୁନରୁକ୍ତିକ, ବିରୁଦ୍ଧ ଓ ଆପାତିକ ତର୍କବାକ୍ୟମୂଳକ ସୂତ୍ରଗୁଡ଼ିକୁ ସତ୍ୟ ସାରଣୀ ପଦ୍ଧତିଦ୍ଵାରା ବୁଝାଅ ।
Answer:
ପୁନରୁକ୍ତିକ ତର୍କବାକ୍ୟମୂଳକ ସୂତ୍ର — ଗୋଟିଏ ତର୍କବାକ୍ୟର ସତ୍ୟ କିମ୍ବା ମିଥ୍ୟା ଏପରି ଦୁଇଟି ମୂଲ୍ୟ ଥାଏ । ଦୁଇଟି ତର୍କବାକ୍ୟର ସତ୍ୟ-ମିଥ୍ୟା ମୂଲ୍ୟକୁ ନେଇ ଏକ ସତ୍ୟଫଳନ ଗଠନ କରାଯାଏ । ଏହି ସତ୍ୟଫଳନର ମୂଲ୍ୟ ଯଦି ସର୍ବଦା ସତ୍ୟ ହୁଏ ଅର୍ଥାତ୍ ଯଦି ସତ୍ୟସାରଣୀର ମୁଖ୍ୟ ସଂଯୋଜକରେ ମେଟ୍ରିକ୍‌ ସଂଖ୍ୟା ବା ସୂଚକ ସଂଖ୍ୟା କେବଳ ‘୧’କୁ ନେଇ ଗଠିତ ହୁଏ, ତେବେ ସେହି ସୂତ୍ରଟିକୁ ପୁନରୁକ୍ମିକ ସୂତ୍ର ବୋଲି କୁହାଯାଏ । ଏହା ତର୍କବାକ୍ୟ ଦୃଷ୍ଟିରୁ ସର୍ବଦା ସତ୍ୟ ହୋଇଥାଏ । ଉଦାହରଣ ସ୍ଵରୂପ ତ ∨ ~ ତ ହେଉଛି ଏକ ପୁନରୁକ୍ତିକ ସୂତ୍ର ।

ସତ୍ୟସାରଣୀ :

~ତ ତ ∨ ~ତ

ଏହିପରି ଅନେକ ଉଦାହରଣମାନ ରହିଛି; ଯଥା – (ତ • ଥ) ⊃ ତ ଇତ୍ୟାଦି ।

ବିରୁଦ୍ଧ ତର୍କବାକ୍ୟମୂଳକ ସୂତ୍ର — ଯେଉଁ କ୍ଷେତ୍ରରେ ଦୁଇଟି ତର୍କବାକ୍ୟର ସତ୍ୟ-ମିଥ୍ୟା ମୂଲ୍ୟକୁ ନେଇ ଗଠିତ ସତ୍ୟ ଫଳନର ମୂଲ୍ୟ ସର୍ବଦା ମିଥ୍ୟା ହୁଏ ଅର୍ଥାତ୍ ସତ୍ୟ ସାରଣୀର ମୁଖ୍ୟ ସଂଯୋଜକରେ ମେଟ୍ରିକ୍‌ ସଂଖ୍ୟା କେବଳ ‘୦’ କୁ ନେଇ ଗଠିତ ହୁଏ, ସେହି ସୂତ୍ରକୁ ବିରୁଦ୍ଧ ସୂତ୍ର ବୋଲି କୁହାଯାଏ । ଏହା ତର୍କବାକ୍ୟ ଦୃଷ୍ଟିରୁ ସର୍ବଦା ମିଥ୍ୟା ହୋଇଥାଏ । ଉଦାହରଣ ସ୍ୱରୂପ, (ତ • ~ତ) ଏକ ବିରୁଦ୍ଧ ସୂତ୍ର । ଏହି ଦୃଷ୍ଟିରୁ ଏକ ସତ୍ୟ ସାରଣୀ ଗଠନ କରାଯାଇପାରେ ।

ସତ୍ୟସାରଣୀ :

~ତ ତ • ~ତ

ଏହି ସତ୍ୟସାରଣୀର ମୁଖ୍ୟ ସଂଯୋଜକ ହେଲା ‘•’ ଏବଂ ମେଟ୍ରିକ୍‌ ସଂଖ୍ୟା ୦୦ ।

ଆପାତିକ ତର୍କବାକ୍ୟମୂଳକ ସୂତ୍ର — ଯେଉଁ କ୍ଷେତ୍ରରେ ଦୁଇଟି ତର୍କବାକ୍ୟର ସତ୍ୟ-ମିଥ୍ୟା ମୂଲ୍ୟକୁ ନେଇ ଗଠିତ ସତ୍ୟ ଫଳନର ମୂଲ୍ୟ ଅନିଶ୍ଚିତ ହୁଏ ଅର୍ଥାତ୍ କେତେକ କ୍ଷେତ୍ରରେ ସତ୍ୟ ଏବଂ କେତେକ କ୍ଷେତ୍ରରେ ମିଥ୍ୟା ହୁଏ ଅର୍ଥାତ୍ ସତ୍ୟସାରଣୀର ମୁଖ୍ୟ ସଂଯୋଜକରେ ମେଟ୍ରିକ୍‌ ସଂଖ୍ୟା ‘୧’ ଏବଂ ‘୦’କୁ ନେଇ ଗଠିତ ହୋଇଥାଏ, ସେହି ସୂତ୍ରକୁ ଆପାତିକ ସୂତ୍ର ବୋଲି କୁହାଯାଏ । ଏହା ତର୍କଦୃଷ୍ଟିରୁ ବେଳେବେଳେ ସତ୍ୟ ଏବଂ ବେଳେବେଳେ ମିଥ୍ୟା ହୋଇଥାଏ । ଉଦାହରଣସ୍ୱରୂପ (ତ ∨ ଥ) ହେଉଛି ଏକ ଆପାତିକ ସୂତ୍ର ।

ସତ୍ୟସାରଣୀ :

ତ ∨ ଥ

ଏହାର ମେଟ୍ରିକ୍‌ ସଂଖ୍ୟା ୧୧୧୦ ଅଟେ ।

9. ସତ୍ୟସାରଣୀ ପଦ୍ଧତିଟି କ’ଣ ? ଏହା ଯୁକ୍ତିମାନଙ୍କର ବୈଧତା ନିର୍ଦ୍ଧାରଣ କରିବାରେ କିପରି ସହାୟକ ଉଦାହାରଣ ସହ ବୁଝାଇ ଲେଖ ।
Answer:
ଗୋଟିଏ ତାର୍କିକ ଅଭିବ୍ୟକ୍ତି ଉଦାହରଣସ୍ୱରୂପ (ତ – ଥ)ର ସତ୍ୟଫଳନ ନିର୍ଦ୍ଧାରଣ କରିବାପାଇଁ ତର୍କଶାସ୍ତ୍ରବିଦ୍‌ଗଣ କେତେକ ପଦ୍ଧତି ଅବଲମ୍ବନ କରିଛନ୍ତି । ସେମାନଙ୍କ ମଧ୍ୟରୁ ଗୋଟିଏ ସରଳ ଉପାୟ ହେଲା ସତ୍ୟସାରଣୀ ଗଠନ । ଆଗରୁ କୁହାଯାଇଛି ଯେ ଗୋଟିଏ ତର୍କବାକ୍ୟ ହୁଏତ ସତ୍ୟ ଅଥବା ମିଥ୍ୟା ହେବ । ଏହାକୁ ତର୍କବାକ୍ୟର ‘ସତ୍ୟଫଳନ ମୂଲ୍ୟ’ ବୋଲି କୁହାଯାଏ । ଦୁଇଟି ତର୍କବାକ୍ୟ ଯେକୌଣସି ସ୍ଥିରାଙ୍କଦ୍ୱାରା ସମ୍ବନ୍ଧିତ ହେଲେ ସେହି ସମ୍ବନ୍ଧର ସତ୍ୟଫଳନ ଅନ୍ତର୍ଗତ ଚଳମାନଙ୍କର ସତ୍ୟ-ମିଥ୍ୟା ମୂଲ୍ୟ ଉପରେ ନିର୍ଭର କରେ । ଅର୍ଥାତ୍ (ତ ୬ ଥ)ର ସତ୍ୟ ଫଳନ ତ ଓ ଥ ର ସତ୍ୟ-ମିଥ୍ୟା ମୂଲ୍ୟ ଉପରେ ନିର୍ଭରଶୀଳ । ଏହି ମୂଲ୍ୟ ନିର୍ଦ୍ଧାରଣ ପାଇଁ ସତ୍ୟସାରଣୀ ଗଠନ ଆବଶ୍ୟକ ।

ସତ୍ୟସାରଣୀ ଗଠନ ପ୍ରଣାଳୀ – ପ୍ରତ୍ୟେକ ତର୍କବାକ୍ୟର ମୂଲ୍ୟ ସତ୍ୟ କିମ୍ବା ମିଥ୍ୟା ହୋଇପାରେ । ସତ୍ୟକୁ (୧) ଏବଂ ମିଥ୍ୟାକୁ (୦) ବୋଲି ନିଆଯାଏ । ଗୋଟିଏ ତାର୍କିକ ଅଭିବ୍ୟକ୍ତିରେ ଏକାଧ୍ଵ ଚଳର ସ୍ଥିତି ଦୃଷ୍ଟିରୁ ଏହାର ସତ୍ୟ ଫଳନର ମୂଲ୍ୟ ନିର୍ଦ୍ଧାରଣ ପାଇଁ ନିର୍ଦ୍ଦିଷ୍ଟ ପ୍ରଣାଳୀ ଅବଲମ୍ବନ କରିବାକୁ ହୁଏ । ଯଦି ଦୁଇଟି ଚଳ ଥାଏ (ତ ଏବଂ ଥ) ତେବେ ପ୍ରତ୍ୟେକଟି ସତ୍ୟ କିମ୍ବା ମିଥ୍ୟା ହୋଇଥବା ଦୃଷ୍ଟିରୁ ଦୁଇଟି ଚଳର ମୂଲ୍ୟ ଚାରିଥର ଅର୍ଥାତ୍‌ ୨ର ବର୍ଗ ହେବ । ସେହିପରି ତିନିଗୋଟି ଚଳ ହେଲେ ୨ × ୨ × ୨ = ୮ଟି ସତ୍ୟ-ମିଥ୍ୟା ମୂଲ୍ୟ ହେବ । ବର୍ତ୍ତମାନ ଦୁଇଟି ଚଳ ତ ଓ ଥ କୁ ନେଇ ସେମାନଙ୍କର ସତ୍ୟ-ମିଥ୍ୟା ମୂଲ୍ୟ ନିର୍ଦ୍ଧାରଣ କରାଯାଉ ।

‘ତ’ ‘ଥ’
(୧) ‘ତ’ ସତ୍ୟ ହେଲେ ‘ଥ’ ସତ୍ୟ ହୁଏ
(୨) ‘ତ’ ସତ୍ୟ ହେଲେ ‘ଥ’ ମିଥ୍ୟା ହୁଏ
(୩) ‘ତ’ ମିଥ୍ୟା ହେଲେ ‘ଥ’ ସତ୍ୟ ହୁଏ
(୪) ‘ତ’ ମିଥ୍ୟା ହେଲେ ‘ଥ’ ମିଥ୍ୟା ହୁଏ

ସତ୍ୟସାରଣୀ ପଦ୍ଧତି ପ୍ରୟୋଗରେ ଯୁକ୍ତିମାନଙ୍କର ବୈଧତା ବିଚାର :
ଏହି ପଦ୍ଧତିର ପ୍ରୟୋଗରେ ଯୁକ୍ତିମାନଙ୍କର ବୈଧତା ମଧ୍ୟ ବିଚାର କରାଯାଏ । ବୈଧତା ବିଚାର କରିବାକୁ ଗଲାବେଳେ ଦେଖୁବାକୁ ହେବ ଯେ ଯୁକ୍ତିଗୁଡ଼ିକ ପୁନରୁକ୍ତିକ (Tautology) କିମ୍ବା ବିରୁଦ୍ଧ (Contradictory) ଅଥବା ଆପାତିକ (Contingent)
ଅଟନ୍ତି ।

ଦୁଇଟି ତର୍କବାକ୍ୟ ମଧ୍ୟରେ ଥିବା ସମ୍ବନ୍ଧର ସତ୍ୟ ସାରଣୀ ଯଦି ଏପରି ହୁଏ ଯେ ପ୍ରତ୍ୟେକ କ୍ଷେତ୍ରରେ ତାହାର ମୂଲ୍ୟ ୧ ହୁଏ ତେବେ ସେହି ସୂତ୍ରଟିକୁ ପୁନରୁକ୍ତିକ ସୂତ୍ର କୁହାଯାଏ ।

~ତ ତ ∨ ~ତ

ଯେଉଁ କ୍ଷେତ୍ରରେ ତର୍କବାକ୍ୟ ଦ୍ଵୟର ସମ୍ବନ୍ଧ ନିର୍ଦ୍ଧାରଣ କଲାବେଳେ ସତ୍ୟସାରଣୀ କେବଳ ୦ ଅଥବା ମିଥ୍ୟା ହୁଏ ସେହି ସମ୍ବନ୍ଧକୁ ବିରୁଦ୍ଧ ସୂତ୍ର କୁହାଯାଏ ।

~ତ  • ~ତ

ତର୍କବାକ୍ୟ ଦ୍ଵୟର ସମ୍ବନ୍ଧ ସ୍ଥିର କରିବାପାଇଁ ସତ୍ୟସାରଣୀର ମୂଲ୍ୟ ଯଦି କେତେକ କ୍ଷେତ୍ରରେ ସତ୍ୟ ଏବଂ କେତେକ କ୍ଷେତ୍ରରେ ମିଥ୍ୟା ହୁଏ ତେବେ ତାହାକୁ ଏକ ଆପାତିକ ସୂତ୍ର କୁହାଯାଏ ।

CHSE Odisha Class 12 Logic Unit 3 Long Answer Questions in Odia Medium

ତ ∨ ଥ

ସତ୍ୟସାରଣୀ ମାଧ୍ୟମରେ ଯୁକ୍ତିର ପ୍ରମାଣସିଦ୍ଧତା ପରୀକ୍ଷା : 
ଉଦାହରଣ – ୧ 
ଯଦି ସୂର୍ଯ୍ୟ ଥାଏ, ତେବେ ଆଲୋକ ଥାଏ, ଏବଂ ଏବେ ସୂର୍ଯ୍ୟ ରହିଛି ∴ ଆଲେକ ଅଛି । 
ଏହାର ପ୍ରତୀକାତ୍ମକ ଆକାର ହେଉଛି – ଯଦି ତ, ତେବେ ଥ, ଏବଂ ତ, ∴ ଥ ।
((ତ ⊃ ଥ) • ତ) ⊃ ଥ

ସତ୍ୟସାରଣୀ




ତ ⊃ ଥ

(ତ ⊃ ଥ) • ତ

((ତ ⊃ ଥ) • ତ) ⊃ ଥ

ବ୍ୟାଖ୍ୟା — ତ ଏବଂ ଥର ସତ୍ୟ-ମିଥ୍ୟା ମୂଲ୍ୟ ବିଷୟକ ସମସ୍ତ ସମ୍ଭବପର ସମନ୍ବୟ ୧ମ ଓ ୨ୟ ସ୍ତମ୍ଭରେ ଦିଆଯାଇଛି । ଆପାଦନ ଫଳନର ସତ୍ୟ ସାରଣୀ ଅନୁଯାୟୀ (ତ ୬ ଥ)ର ସତ୍ୟତା ମୂଲ୍ୟ ୩ୟ ସ୍ତମ୍ଭରେ ନିର୍ଦ୍ଧାରିତ ହୋଇଛି । ୩ୟ ଓ ୧ମ ସ୍ତମ୍ଭର ସମ୍ପର୍କ ପ୍ରତିଷ୍ଠା କରି ସଂଯୋଜକ ଫଳନର ସତ୍ୟ ସାରଣୀ ଅନୁଯାୟୀ (ତ୬ ଥ) •ତର ସତ୍ୟତା ମୂଲ୍ୟ ୪ର୍ଥ ସ୍ତମ୍ଭରେ ସ୍ଥିରୀକୃତ ହୋଇଛି । ପରିଶେଷରେ ୪ର୍ଥ ଓ ୨ୟ ସ୍ତମ୍ଭର ସମ୍ପର୍କ ପ୍ରତିଷ୍ଠା କରି ଆପାଦନ ଫଳନର ସତ୍ୟ ସାରଣୀ ଅନୁଯାୟୀ ((ତ ୬ ଥ) • ତ) ୬ ଥର ସତ୍ୟତା ମୂଲ୍ୟ ୫ମ ସ୍ତମ୍ଭରେ ପ୍ରଦର୍ଶିତ ହୋଇଛି ।

ମୁଖ୍ୟ ଅର୍ଥାତ୍ ସର୍ବଶେଷ ସ୍ତମ୍ଭର ମେଟ୍ରିକ୍‌ ସଂଖ୍ୟା ୧ ଗୁଡ଼ିକଦ୍ଵାରା ଗଠିତ । ତେଣୁ ଏହା ଏକ ପୁନରୁକ୍ତିକ ସୂତ୍ର । ଏଣୁ ଏହି ଯୁକ୍ତିଟି ସିଦ୍ଧ ବା ବୈଧ ଅଟେ ।

ଉଦାହରଣ – ୨
ଯଦି ସୂର୍ଯ୍ୟ ଥାଏ, ତେବେ ଆଲୋକ ଥାଏ ଏବଂ ଏବେ ଆଲୋକ ରହିଛି ।
∴ ସୂର୍ଯ୍ୟ ଅଛି ।
ସୂର୍ଯ୍ୟ ଥାଏ । – ତ
ଆଲୋକ ଥାଏ । – ଥ
ପ୍ରତୀକାତ୍ମକ ଆକାର – ((ତ ⊃ ଥ) • ଥ ) ⊃ ତ

ସତ୍ୟସାରଣୀ




ତ ⊃ ଥ

(ତ ⊃ ଥ) • ତ

((ତ ⊃ ଥ) • ତ) ⊃ ଥ

ବ୍ୟାଖ୍ୟା – ୧ମ, ୨ୟ ଓ ୩ୟ ସ୍ତମ୍ଭର ବିଷୟବସ୍ତୁ ସୁପ୍ରତ୍ୟକ୍ଷ ୪ର୍ଥ ସ୍ତମ୍ଭଦ୍ଵାରା ୩ୟ ଓ ୨ୟ ସ୍ତମ୍ଭର ସତ୍ୟତା ମୂଲ୍ୟର ସଂଯୋଗ ବିଧାନ କରାଯାଇଛି ଏବଂ ୫ମ ସ୍ତମ୍ଭଦ୍ୱାରା ୪ର୍ଥ ଓ ୧ମ ସ୍ତମ୍ଭର ସତ୍ୟତା ମୂଲ୍ୟର ସମ୍ପର୍କ ସଂସ୍ଥାପିତ ହୋଇଛି । ଏହାର ମୁଖ୍ୟ ଅର୍ଥାତ୍ ସବିଶେଷ ସ୍ତମ୍ଭର ମେଟ୍ରିକ୍‌ସ୍ ସଂଖ୍ୟା ଉଭୟ ୧ ଓ ୦ ଗୁଡ଼ିକୁ ନେଇ ଗଠିତ । ତେଣୁ ଏହା ଏକ ଆପାତିକ ସୂତ୍ର ।

ଉଦାହରଣ – ୩
ରାମ ହୁଏତ ବୁଦ୍ଧିମାନ୍ ଅଥବା ନିର୍ବୁଦ୍ଧିଆ ଅଟେ ।
ସେ ବୁଦ୍ଧିମାନ୍ ନୁହେଁ ।
∴ ସେ ନିର୍ବୁଦ୍ଧିଆ ଅଟେ ।
ରାମ ବୁଦ୍ଧିମାନ୍ ଅଟେ । – ତ
ସେ ନିର୍ବୁଦ୍ଧିଆ ଅଟେ । – ଥ
((ତ ∨ ଥ) • ~ ତ) ⊃ ଥ

ସତ୍ୟସାରଣୀ
CHSE Odisha Class 12 Logic Unit 3 Long Answer Questions in Odia Medium 1

ବ୍ୟାଖ୍ୟା —୧ମ, ୨ୟ ଓ ୩ୟ ସ୍ତମ୍ଭର ବିଷୟବସ୍ତୁ ସୁପ୍ରତ୍ୟକ୍ଷ ବିରୁଦ୍ଧ ଫଳନର ସତ୍ୟ ସାରଣୀ ଅନୁଯାୟୀ ~ ତ ର ସତ୍ୟତା ମୂଲ୍ୟ ୪ର୍ଥ ସ୍ତମ୍ଭରେ ନିର୍ଦ୍ଧାରିତ । ୫ମ ସ୍ତମ୍ଭଦ୍ଵାରା ୩ୟ ଓ ୪ର୍ଥ ସ୍ତମ୍ଭର ସତ୍ୟତା ମୂଲ୍ୟର ସଂଯୋଗ ସ୍ଥାପନ କରାଯାଇଛି ଏବଂ ୬ଷ୍ଠ ସ୍ତମ୍ଭଦ୍ଵାରା ୫ମ ଓ ୨ୟ ସ୍ତମ୍ଭର ସତ୍ୟତା ମୂଲ୍ୟର ସମ୍ପର୍କ ସଂସ୍ଥାପିତ ହୋଇଛି । ଏହାର ମୁଖ୍ୟ ସ୍ତମ୍ଭର ମେଟ୍ରିକ୍‌ ସଂଖ୍ୟା କେବଳ ୧ ଗୁଡ଼ିକୁ ନେଇ ଗଠିତ । ଏଣୁ ଏହା ଏକ ପୁନରୁକ୍ତିକ ସୂତ୍ର ।

10. ବିଭିନ୍ନ ସତ୍ୟଫଳନମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବୁଝାଇଦିଅ ।
Answer:
ସତ୍ୟଫଳନମାନଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ରହିଅଛି । ତ ⊃ ଥ କୁ ମଧ୍ୟ ~ତ ∨ ଥ ରୂପେ କିମ୍ବା ~ (ତ • ~ଥ ) ରୂପେ ପ୍ରକାଶ କରାଯାଇପାରେ ।
ଉଦାହରଣ – ୧
ସେ ଯଦି ଆସେ, ତେବେ ମୁଁ ଯିବି ।
ସେ ଆସେ । – ତ
ମୁଁ ଯିବି । – ଥ
ଏହାକୁ ନିମ୍ନୋକ୍ତ ମଧେ ବ୍ୟକ୍ତ କରାଯାଇପାରେ ।
(ତ ⊃ ଥ) ଯଥା – ସେ ଆସିବ ନାହିଁ ଅଥଚ ମୁଁ ଯିବି । – ~ ତ ∨ ଥ
କିମ୍ବା ସେ ଆସିବ ଅଥଚ ମୁଁ ଯିବି ନାହିଁ, ଏହା ସମ୍ଭବ ନୁହେଁ ।
ଏହାର ପ୍ରତୀକାତ୍ମକ ଅଭିବ୍ୟକ୍ତି ହେଲା – • ~ (ତ • ~ ଥ )

CHSE Odisha Class 12 Logic Unit 3 Long Answer Questions in Odia Medium

ସତ୍ୟସାରଣୀ

୧ମ ୨ୟ ୩ୟ ୪ର୍ଥ
ତ  ଥ ତ ⊃ ଥ ~ ତ ∨ ଥ • ~ (ତ • ~ ଥ )
୧ ୧ ୦ ୧ ୧ ୧ ୧ ୦ ୦ ୧
df
୧ ୦ ୦ ୦ ୦ ୦ ୧ ୧ ୧ ୦
df
୦ ୧ ୧ ୧ ୧ ୧ ୦ ୦ ୦ ୧
୦ ୦ ୧ ୧ ୦ ୧ ୦ ୦ ୧ ୦

ଏହି ସତ୍ୟସାରଣୀରୁ ଜଣାପଡୁଛି ଯେ ୨ୟ, ୩ୟ ଓ ୪ର୍ଥ ସତ୍ୟ ଫଳନଗୁଡ଼ିକର ସତ୍ୟତା ମୂଲ୍ୟ ସମାନ ଅଛି । ଏହାର ପ୍ରତ୍ୟେକ ସ୍ତମ୍ଭରେ ୧୦୧୧ ହୋଇଥିବାରୁ ଗୋଟିଏ ସତ୍ୟଫଳନକୁ ଅନ୍ୟର ସଂଜ୍ଞାତୁଲ୍ୟ ବୋଲି କୁହାଯାଇଛି ।

ଉଦାହରଣ – ୨
ଗୋପାଳ ଜଣେ ସଟ ଓ ସରଳ ଲୋକ ଅଟେ ।
ଏହା ଗୋଟିଏ ସଂଯୋଜକ ଫଳନ ଅଟେ ।
ଗୋପାଳ ଜଣେ ସଛୋଟ ଲୋକ ଅଟେ । – ତ
ସେ ଜଣେ ସରଳ ଲୋକ ଅଟେ । – ଥ
ପ୍ରତୀକାତ୍ମକରୂପ = (ତ • ଥ)
ଗୋପାଳ ସଟ ନୁହେଁ ଅଥବା ସରଳ ନୁହେଁ, ଏକଥା ସତ ନୁହେଁ । ଏହାର ପ୍ରତୀକାତ୍ମକରୂପ ହେଲା – ~(~ତ ∨ ~ ଥ )
~(~ତ ∨ ~ ଥ ) ର ଅର୍ଥ ହେବ ~ (ତ ⊃ ~ ଥ) ।
ଏଥୁରୁ ପ୍ରମାଣିତ ହେଲା ଯେ – ତ • ଥ = df ~ (~ତ ∨ ~ ଥ ) df ~ (ତ ⊃ ~ ଥ)

ସତ୍ୟସାରଣୀ

୧ମ ୨ୟ ୩ୟ ୪ର୍ଥ
ତ  ଥ ତ • ଥ ~ (~ତ ∨ ~ ଥ ) ~ (ତ ⊃ ~ ଥ)
୧ ୧ ୧ ୦ ୦ ୦ ୧ ୧ ୦ ୦
୧ ୦ ୦ ୦ ୧ ୧ ୦ ୧ ୧ ୧
୦ ୧ ୦ ୧ ୧ ୦ ୦ ୦ ୧ ୦
୦ ୦ ୦  ୧ ୧ ୧ ୦ ୦ ୧ ୧

ଏହି ସତ୍ୟସାରଣୀରୁ ଜଣାପଡୁଛି ଯେ ୨ୟ, ୩ୟ ଓ ୪ର୍ଥର ସତ୍ୟଫଳନଗୁଡ଼ିକର ସତ୍ୟତା ମୂଲ୍ୟ ସମାନ ଅଛି । ଅର୍ଥାତ୍ ଏହା ପ୍ରତ୍ୟେକ ୧୦୦୦ ହୋଇଥିବାରୁ ଗୋଟିଏ ସତ୍ୟଫଳନକୁ ଅନ୍ୟଟିର ସଂଜ୍ଞାତୁଲ୍ୟ ବୋଲି କୁହାଯାଇଛି ।

ଉଦାହରଣ – ୩
ଆମ୍ବଟି ଖଟା କିମ୍ବା ମିଠା । – (ତ ∨ ଥ)
ଏହା ଏକ ବିଯୋଜକ ଫଳନ ଅଟେ । ଏଠାରେ ମଧ୍ୟ ପ୍ରକାଶ କରାଯାଇପାରେ ଯେ ଆମ୍ବଟି ଖଟା ନୁହେଁ ଏବଂ ମିଠା ନୁହେଁ, ଏକଥା ସତ୍ୟ ନୁହେଁ । ଏହାର ପ୍ରତୀକାତ୍ମକ ଅଭିବ୍ୟକ୍ତି ହେଲା –
~ (~ ତ • ~ ଥ ) । ତେଣୁ ଏହାର ପ୍ରତୀକାତ୍ମକ ଅଭିବ୍ୟକ୍ତି ହେଲା –

CHSE Odisha Class 12 Logic Unit 3 Long Answer Questions in Odia Medium 2

ଏହି ସତ୍ୟସାରଣୀରୁ ଅନୁମେୟ ଯେ ପ୍ରତ୍ୟେକ ସତ୍ୟସାରଣୀର ସତ୍ୟଫଳନ ସମାନ ଅଟେ । ଏହା ୧୧୧୦ ଅଟେ । ଶେଷରେ ଆମେ ଜାଣିଲେ ଯେ –

(୧) ତ ⊃ ଥ = df ~ ତ ∨ ଥ = df ~ (ତ • ~ ଥ)
(୨) ତ • ଥ = df ~ (~ ତ ∨ ~ ଥ) = df ~ (ତ ⊃ ~ ଥ)
(୩) ତ ∨ ଥ = df ~ (ତ • ~ ଥ) = df ~ (ତ ⊃ ~ ଥ) = df ~ ଥ ⊃ ତ
ସେହିପରି ତ ⊃ ଥ ମଧ୍ୟ ~ ଥ ⊃ ~ ତ ସହିତ ସମତୁଲ୍ୟ ହୋଇଥାଏ । ଏହାକୁ ସତ୍ୟସାରଣୀଦ୍ଵାରା ପ୍ରମାଣ କରାଯାଇପାରେ ।
CHSE Odisha Class 12 Logic Unit 3 Long Answer Questions in Odia Medium 3

୧ମ ଓ ୨ୟ ସ୍ତମ୍ଭରୁ ଏହା ସ୍ପଷ୍ଟ ହେଉଅଛି ଯେ ତ ⊃ ଥ ଏବଂ ~ ଥ ⊃ ~ତ ର ସତ୍ୟତା ମୂଲ୍ୟ ୧୦୧୧ ଅଟେ । ୩ୟ ସ୍ତମ୍ଭରେ ତ ⊃ ଥ ≡ ~ଥ ⊃ ~ତ ର ସତ୍ୟତା ମୂଲ୍ୟ ୧୦୧୧ ହୋଇଥିବାରୁ ଏହା ପ୍ରମାଣିତ ହେଲା ଯେ ତ ⊃ ଥ ≡ ~ଥ ⊃ ~ତ ଅଟେ ।

11. ନିମ୍ନଲିଖୂତ ଯୁକ୍ତିଗୁଡ଼ିକର ସତ୍ୟ ସାରଣୀ ରଚନା କରି ସେମାନଙ୍କର ବୈଧତା ବିଚାର କର ।
(କ)
CHSE Odisha Class 12 Logic Unit 3 Long Answer Questions in Odia Medium 4 ପୁନରୁକ୍ମିକ

CHSE Odisha Class 12 Logic Unit 3 Long Answer Questions in Odia Medium

(ଖ)
CHSE Odisha Class 12 Logic Unit 3 Long Answer Questions in Odia Medium 5 ଆପାତିକ

(ଗ)
CHSE Odisha Class 12 Logic Unit 3 Long Answer Questions in Odia Medium 6 ଆପାତିକ

(ଘ)
CHSE Odisha Class 12 Logic Unit 3 Long Answer Questions in Odia Medium 7 ପୁନରୁକ୍ମିକ

(ଙ)
CHSE Odisha Class 12 Logic Unit 3 Long Answer Questions in Odia Medium 8 ପୁନରୁକ୍ମିକ

(ଚ)
CHSE Odisha Class 12 Logic Unit 3 Long Answer Questions in Odia Medium 9 ପୁନରୁକ୍ମିକ

(ଛ)
CHSE Odisha Class 12 Logic Unit 3 Long Answer Questions in Odia Medium 10 ପୁନରୁକ୍ମିକ

(ଜ)
CHSE Odisha Class 12 Logic Unit 3 Long Answer Questions in Odia Medium 11

12. ନିମ୍ନଲିଖତ ଯୁକ୍ତିଗୁଡ଼ିକର ସମତୁଲ୍ୟତା ସତ୍ୟସାରଣୀ ମାଧ୍ୟମରେ ଦର୍ଶାଅ ।
(କ)
CHSE Odisha Class 12 Logic Unit 3 Long Answer Questions in Odia Medium 12 ୧ମର ମୂଲ୍ୟ ୨ୟ ସହିତ ସମାନ

(ଖ)
CHSE Odisha Class 12 Logic Unit 3 Long Answer Questions in Odia Medium 13 ୧ମର ମୂଲ୍ୟ ୨ୟ ସହିତ ସମାନ

CHSE Odisha Class 12 Logic Unit 3 Long Answer Questions in Odia Medium

(ଗ)
CHSE Odisha Class 12 Logic Unit 3 Long Answer Questions in Odia Medium 14 ୧ମ ଓ ୨ୟର ମୂଲ୍ୟ ସମାନ

13. ନିମ୍ନଲିଖ ଯୁକ୍ତିଗୁଡ଼ିକର ସତ୍ୟସାରଣୀଦ୍ଵାରା ବୈଧତା ପରୀକ୍ଷା କର ।
(କ)
CHSE Odisha Class 12 Logic Unit 3 Long Answer Questions in Odia Medium 15 ପୁନରୁକ୍ମିକ

(ଖ)
CHSE Odisha Class 12 Logic Unit 3 Long Answer Questions in Odia Medium 16 ବିରୁଦ୍ଧ

(ଗ)
CHSE Odisha Class 12 Logic Unit 3 Long Answer Questions in Odia Medium 17 ଆପାତିକ

CHSE Odisha Class 12 Logic Unit 3 Short Answer Questions in Odia Medium

Odisha State Board CHSE Odisha Class 12 Logic Solutions Unit 3 ତର୍କଦୋଷ ଓ ପ୍ରତୀକାତ୍ମକ ତର୍କଶାସ୍ତ୍ରି Short Answer Questions.

CHSE Odisha Class 12 Logic Unit 3 Short Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସଂକ୍ଷିପ୍ତ ଟିପ୍‌ପଣୀ ଲେଖ ।

1. ‘ଆ’ ତର୍କବାକ୍ୟଜନିତ ସରଳ ସମବର୍ତ୍ତନ ଦୋଷ :
Answer:
ସମବର୍ତ୍ତନର ନିୟନ ଅନୁଯାୟୀ ‘ଆ’ ତର୍କବାକ୍ୟର ସମବର୍ତ୍ତନ ‘ଇ’ ହୋଇଥାଏ । ମାତ୍ର ଯଦି ‘ଆ’ ତର୍କବାକ୍ୟରୁ ‘ଆ’ ସିଦ୍ଧାନ୍ତ ଗ୍ରହଣ କରାଯାଏ ତେବେ ଏହା ଦୋଷଯୁକ୍ତ ହୁଏ । ଏ ପ୍ରକାର ଦୋଷକୁ ‘ଆ’ ତର୍କବାକ୍ୟଜନିତ ସରଳ ସମବର୍ତ୍ତନ ଦୋଷ କହନ୍ତି ।

ଯଥା – ସମବର୍ତ୍ତନୀୟ – ଆ – ସମସ୍ତ ମନୁଷ୍ୟ ମରଣଶୀଳ ।
∴ ସମବର୍ତ୍ତିତ – ଆ – ସମସ୍ତ ମରଣଶୀଳ ପ୍ରାଣୀ ମନୁଷ୍ୟ ।

ଏଠାରେ ‘ମରଣଶୀଳ’ ପଦଟି ସମବର୍ଗିତରେ ବ୍ୟାପ୍ୟ ହୋଇଥିଲେ ବି ସମବର୍ତ୍ତନୀୟରେ ବ୍ୟାପ୍ୟ ହୋଇ ନାହିଁ । ତେଣୁ ସମବର୍ତ୍ତନର ସାଧାରଣ ନିୟମଟି ଲଙ୍ଘନ କରାଯାଇଥିବାରୁ ଏହି ତର୍କଦୋଷ ଜାତ ହୋଇଛି ।

2. ‘ଓ’ ତର୍କବାକ୍ୟଜନିତ ସମବର୍ତ୍ତନଜନିତ ଦୋଷ ବା ନିଷେଧଭିତ୍ତିକ ସମବର୍ତ୍ତନ ଦୋଷ :
Answer:
ସମବର୍ତ୍ତନୀୟ – କେତେକ ଫଳ ମିଠା ନୁହେଁ । – ଓ
କେତେକ ମିଠାବସ୍ତୁ ଫଳ ନୁହେଁ । – ଓ

ସମବର୍ତ୍ତନର ନିୟମ ଅନୁଯାୟୀ ‘ଓ’ ତର୍କବାକ୍ୟର ସମବର୍ତ୍ତନ ସମ୍ଭବ ନୁହେଁ । କାରଣ ‘ଓ’ ତର୍କବାକ୍ୟର ଉଦ୍ଦେଶ୍ୟ ଅବ୍ଯାପ୍ୟ ହୋଇଥିବାରୁ ଏହାର ସମବର୍ତ୍ତନଦ୍ୱାରା ତୃତୀୟ ନିୟମ ଲଘିତ ହେବ ।

ମାତ୍ର କେତେକ ତର୍କଶାସ୍ତ୍ରବିଦ୍ ‘ଓ’ ତର୍କବାକ୍ୟର ନିଷେଧଭିଭିକ ସମବର୍ତ୍ତନ ସମ୍ଭବପର ବୋଲି ମତବ୍ୟକ୍ତ କରିଛନ୍ତି । ଏଥ‌ିପାଇଁ ଏହାକୁ ପ୍ରଥମେ ଇ-ତର୍କବାକ୍ୟରେ ରୂପାନ୍ତରିତ କରାଯାଏ ଏବଂ ଏହି ଇ-ତର୍କବାକ୍ୟର ସମବର୍ତ୍ତନୀୟକୁ ‘ଇ’ – ତର୍କବାକ୍ୟର ସମବର୍ତ୍ତିତ ରୂପେ ଗ୍ରହଣ କରାଯାଏ ।

ଯଥା – କେତେକ ଫଳ ମିଠା ନୁହେଁ । – ଓ
କେତେକ ଫଳ ଅ- ମିଠା ଅଟେ । – ଇ
ସମବର୍ତ୍ତିତ ∴ କେତେକ ଅ – ମିଠା ବସ୍ତୁ ଫଳ ଅଟେ । -ଇ

CHSE Odisha Class 12 Logic Unit 3 Short Answer Questions in Odia Medium

3. ବସ୍ତୁଗତ ବ୍ୟାବର୍ତ୍ତନ ଦୋଷ :
Answer:
ଡ. ବେନ୍‌ଙ୍କ ମତରେ ଗୋଟିଏ ଉଦ୍ଦେଶ୍ୟର ଗୋଟିଏ ବିଧେୟ ସହିତ ବାସ୍ତବ ସମ୍ବନ୍ଧର ଜ୍ଞାନରୁ ଉଦ୍ଦେଶ୍ୟର ବିପରୀତ ପଦ ସହିତ ବଧେୟର ବିପରୀତ ବା ବିରୁଦ୍ଧ ପଦର ସମ୍ବନ୍ଧ ଅନୁମେୟ । ବସ୍ତୁଗତ ବ୍ୟାବର୍ତ୍ତନରେ ବ୍ୟାବର୍ତ୍ତନୀୟ ଉଦ୍ଦେଶ୍ୟର ବିପରୀତ ପଦ ବ୍ୟାବର୍ଜିତର ଉଦ୍ଦେଶ୍ୟ ହୁଏ ଏବଂ ବ୍ୟାବର୍ତ୍ତନୀୟର ବିଧେୟର ବିପରୀତ ଅଥବା ବିରୁଦ୍ଧ ପଦ ବ୍ୟାବର୍ତ୍ତିତର ବିଧେୟ ହୁଏ ଏବଂ ବ୍ୟାବର୍ତ୍ତନୀୟ ଓ ବ୍ୟାବର୍ତ୍ତିତର ଗୁଣ ଅଭିନ୍ନ ରହେ ।
ଯଥା – ଦିନଗୁଡ଼ିକ ଗରମ ଅଟେ ।
∴ ରାତିଗୁଡ଼ିକ ଥଣ୍ଡା ଅଟେ ।

4. ଚତୁଷ୍ପଦୀ ଦୋଷ :
Answer:
ତ୍ରିପଦୀଯୁକ୍ତିରେ ସାଧାରଣ ନିୟମ ଅନୁଯାୟୀ କେବଳ ତିନୋଟି ପଦ ରହିବା ଆବଶ୍ୟକ ହୋଇଥାଏ। ମାତ୍ର କୌଣସି ତ୍ରିପଦୀଯୁକ୍ତିରେ ତିନୋଟି ପଦ ପରିବର୍ତ୍ତେ ଯଦି ଚାରିଗୋଟି ପଦ ରହିଥାଏ, ତାହାକୁ ଚତୁଷ୍ପଦୀ ଦୋଷ କହନ୍ତି ।
ଯଥା – ମୋ ହସ୍ତ ଟେବୁଲ୍‌କୁ ସ୍ପର୍ଶ କରୁଛି ।
ଟେବୁଲ୍ ଭୂମିକୁ ସ୍ପର୍ଶ କରୁଛି ।
_______________________________
∴ ମୋ ହସ୍ତ ଭୂମିକୁ ସ୍ପର୍ଶ କରୁଛି ।

5. ତୁଲ୍ୟ ବିଗ୍ରହ ଦୋଷ ବା ସଦୃଶ ସାଧୂ ଦୋଷ :
Answer:
କେତେକ ଶବ୍ଦ ମଧ୍ଯରେ ଆକାରଗତ ସାମଞ୍ଜସ୍ୟ ଥିଲେ ମଧ୍ୟ ଅର୍ଥଗତ ସାମଞ୍ଜସ୍ୟ ନଥାଏ । ଏକ ଧାତୁ ନିଷ୍ପନ୍ନ ସମସ୍ତ ପଦ ଏକାର୍ଥକ ନୁହଁନ୍ତି ।
ଯଥା – ଦୃଶ୍ ଧାତୁର ନିଷ୍ପନ୍ନ ଦୃଶ୍ୟ, ଦର୍ଶନ, ଦର୍ଶକ, ଦାର୍ଶନିକ ଇତ୍ୟାଦି ଶବ୍ଦମାନଙ୍କର ଅର୍ଥଗତ ପାର୍ଥକ୍ୟ ଅଛି । ଏଗୁଡ଼ିକୁ ଏକାର୍ଥକ ମନେକରି ଯୁକ୍ତି କଲେ ଏହିପ୍ରକାର ତୁଲ୍ୟ ବିଗ୍ରହ ଦୋଷ ବା ସଦୃଶ ସାଧୂ ଦୋଷ ଜାତ ହୁଏ ।
ଯଥା – ସାପ ସହିତ ଯାହାର କାର୍ଯ୍ୟ, ସେ ସାପୁଆ ।
∴ ବିଲ ସହିତ ଯାହାର କାର୍ଯ୍ୟ, ସେ ବିଲୁଆ ।
କିନ୍ତୁ ଏଠାରେ ବିଲୁଆ ଶବ୍ଦ ଚାଷୀକୁ ନ ବୁଝାଇ ଶୃଗାଳକୁ ବୁଝାଏ ।

6. ଶ୍ଳିଷ୍ଟାର୍ଥ ବାକ୍ୟଦୋଷ ବା ନାନାର୍ଥ ବାକ୍ୟଦୋଷ :
Answer:
ବାକ୍ୟର ରଚନାଭଙ୍ଗୀ ହେତୁ କେତେକ ସ୍ଥଳରେ ଗୋଟିଏ ବାକ୍ୟକୁ ଏକାଧ୍ଵକ ପ୍ରକାରର ଅର୍ଥ କରାଯାଇପାରେ । ବାକ୍ୟକୁ ବକ୍ତାର ଉଦ୍ଦିଷ୍ଟ ଅର୍ଥରେ ଗ୍ରହଣ ନକରି ତଦ୍‌ଭିନ୍ନ ଅର୍ଥରେ ଗ୍ରହଣ କଲେ ଶିଷ୍ଟାର୍ଥ ବାକ୍ୟଦୋଷ ବା ନାନାର୍ଥ ବାକ୍ୟଦୋଷ ଜାତ ହୁଏ ।
ଉଦାହରଣସ୍ୱରୂପ – ‘ପାଞ୍ଚ ଓ ସାତର ଦୁଇଗୁଣ’ ଉଣେଇଶ ଅଥବା ଚବିଶ ହୋଇପାରେ । ତେଣୁ ଏହିପ୍ରକାର ବାକ୍ୟର ପ୍ରକାଶଭଙ୍ଗୀ ଦୋଷାବହ ଅଟେ ।

7. ସମାହାର ଦୋଷ :
Answer:
ଏହାକୁ ସମଷ୍ଟିକରଣ ଦୋଷ ମଧ୍ଯ କୁହାଯାଏ । ଯୁକ୍ତିକ୍ଷେତ୍ରରେ ବ୍ୟଷ୍ଟିଗତ ଅର୍ଥରେ ବ୍ୟବହୃତ ପଦମାନଙ୍କୁ ସମଷ୍ଟିଗତ ଅର୍ଥରେ ଗ୍ରହଣ କଲେ ଏହି ଦୋଷ ଜାତ ହୁଏ ।
ଯଥା – ଦୁଇ ଏବଂ ତିନି ଦୁଇଟି ସଂଖ୍ୟା ।
ଦୁଇ ଏବଂ ତିନି ପାଞ୍ଚ ।
_____________________
∴ ପାଞ୍ଚ ଦୁଇଟି ସଂଖ୍ୟା ।

8. ଅସମାହାର ଦୋଷ :
Answer:
ଏହାକୁ ବ୍ୟଷ୍ଟିକରଣ ଦୋଷ ମଧ୍ୟ କୁହାଯାଏ । ଯୁକ୍ତି କ୍ଷେତ୍ରରେ ସମଷ୍ଟିଗତ ଅର୍ଥରେ ବ୍ୟବହୃତ ପଦମାନଙ୍କୁ ବ୍ୟଷ୍ଟିଗତ ଅର୍ଥରେ ଗ୍ରହଣ କଲେ, ତାହାକୁ ଅସମାହାର ଦୋଷ ବା ବ୍ୟଷ୍ଟିଗତ ଦୋଷ କୁହାଯାଏ ।
ଯଥା – ତ୍ରିଭୁଜର ତିନି କୋଣର ସମଷ୍ଟି ଦୁଇ ସମକୋଣ ସଙ୍ଗେ ସମାନ ।
∠କଖଗ ତ୍ରିଭୁଜର ଗୋଟିଏ କୋଣ ।
___________________
∴ ∠କଖଗ ଦୁଇ ସମକୋଣ ସଙ୍ଗେ ସମାନ ।

CHSE Odisha Class 12 Logic Unit 3 Short Answer Questions in Odia Medium

9. ଉପାଧ୍ ଦୁଷ୍ଟ ଦୋଷ :
Answer:
ଏହାକୁ ଔପାଧ୍ଵତା ଦୋଷ ମଧ୍ଯ କୁହାଯାଏ । ଗୋଟିଏ ପଦ ଭିନ୍ନ ଭିନ୍ନ ସମୟରେ ତାହାର ଉଦ୍ଦିଷ୍ଟ ବସ୍ତୁର ଭିନ୍ନ ଭିନ୍ନ ଅବସ୍ଥା ଉପରେ ପ୍ରାଧାନ୍ୟ ଦେଇ ବ୍ୟବହୃତ ହୋଇଥାଏ । ଏହା ତିନିଟି ସ୍ତର ଦେଇ ସମ୍ଭବ ହୋଇଥାଏ; ଯଥା- ସାଧାରଣ ଅବସ୍ଥାରୁ ବିଶେଷ ଅବସ୍ଥା, ବିଶେଷ ଅବସ୍ଥାରୁ ସାଧାରଣ ଅବସ୍ଥା ଓ ବିଶେଷ ଅବସ୍ଥାରୁ ବିଶେଷ ଅବସ୍ଥାକୁ ଗତି କରିଥାଏ ।

(୧) ସାଧାରଣ ଅବସ୍ଥାରୁ ବିଶେଷ ଅବସ୍ଥା :
ଜଳ ତରଳ ।
ବରଫ ଜଳ ।
_______________
∴ ବରଫ ତରଳ ।

(୨) ବିଶେଷ ଅବସ୍ଥାରୁ ସାଧାରଣ ଅବସ୍ଥା
ବରଫ କଠିନ ।
ବରଫ ଜଳ ।
____________________
∴ ଜଳ କଠିନ ।

(୩) ବିଶେଷ ଅବସ୍ଥାରୁ ବିଶେଷ ଅବସ୍ଥା :
କନା ତିଆରି ବସ୍ତୁ ପରିଧେୟ ।
ତକିଆ ଖୋଳ କନା ତିଆରି ବସ୍ତୁ ।
__________________________
∴ ତକିଆ ଖୋଳ ପରିଧେୟ ।

10. ଦୁର୍ବୋଚ୍ଚାରଣ ଦୋଷ ବା ଉଚ୍ଚାରଣଜନିତ ଦୋଷ :
Answer:
ଉଚ୍ଚାରଣ କାଳରେ ଗୋଟିଏ ବାକ୍ୟର ବିଭିନ୍ନ ଶବ୍ଦ ଉପରେ ଗୁରୁତ୍ବ ପ୍ରଦାନ କଲେ, ବାକ୍ୟର ଅର୍ଥ ଅନେକ ସ୍ଥଳରେ ଭିନ୍ନ ଭିନ୍ନ ହୋଇଥାଏ । ଉଚ୍ଚାରଣଜନିତ ଦୋଷ ହେତୁ ବକ୍ତାର ଉଦ୍ଦିଷ୍ଟ ଅର୍ଥ ଭିନ୍ନ ଅନ୍ୟ ଅର୍ଥରେ ବାକ୍ୟକୁ ଗ୍ରହଣ କଲେ ଦୁର୍ବୋଚ୍ଚାରଣ ଦୋଷ ଜାତ ହୁଏ ।
ଯଥା – ‘ତୁମେ ଏହି ଗାଈଟିକୁ ମୋତେ ବିକ୍ରି କରିଅଛ ।’’
‘ତୁମେ’ ଉପରେ ପ୍ରାଧାନ୍ୟ ଦେଲେ ‘ତୁମେ ବିକ୍ରି କରିଅଛ । ତୁମ ବାପା ବା ଭାଇ ନୁହନ୍ତି ।’’
‘ଏହି’ ଉପରେ ପ୍ରାଧାନ୍ୟ ଦେଲେ, ‘‘ଠିକ୍ ଏହି ଗାଈ, ଅନ୍ୟ ଗାଈ ନୁହେଁ ।’
‘ଗାଈ’ ଉପରେ ପ୍ରାଧାନ୍ୟ ଦେଲେ ‘ଗାଈ ମୋତେ ବିକ୍ରି କରିଅଛ, ଛେଳି କିମ୍ବା ମେଣ୍ଢା କିମ୍ବା ଅନ୍ୟ କୌଣସି ପ୍ରାଣୀ ନୁହେଁ ।’’
‘ମୋତେ’ ଉପରେ ପ୍ରାଧାନ୍ୟ ଦେଲେ, ‘ମୋତେ ବିକ୍ରି କରିଅଛ, ମୋ ବାପା କିମ୍ବା ଭାଇକୁ ନୁହେଁ ।’’
‘ବିକ୍ରି କରିଅଛ’ ଉପରେ ପ୍ରାଧାନ୍ୟ ଦେଲେ, ‘ବିକ୍ରି କରିଅଛ, ମାଗଣା କିମ୍ବା ଉପହାର ଦେଇ ନାହିଁ ।’’ ଆଦି ଅର୍ଥ ପ୍ରକାଶ ପାଏ ।

11. ଅବୈଧ ସାମାନ୍ୟକରଣ ତର୍କଦୋଷ :
Answer:
ଏହାକୁ ଅନବେକ୍ଷଣ ଦୋଷ ମଧ୍ଯ କୁହାଯାଏ । କେତେକ ଘଟଣାକୁ ପର୍ଯ୍ୟବେକ୍ଷଣ କରି କାର୍ଯ୍ୟ-କାରଣ ସମ୍ବନ୍ଧ ଉପରେ ନିର୍ଭର ନକରି ହଠାତ୍ ଏକ ସିଦ୍ଧାନ୍ତରେ ଉପନୀତ ହେଲେ ଏହି ତର୍କଦୋଷ ଜାତ ହୁଏ ।
ଯଥା – କେତେକ ବିଦେଶୀ ପର୍ଯ୍ୟବେକ୍ଷକ ଭାରତର କେତୋଟି ସମୃଦ୍ଧିଶାଳୀ ସହରର ପରିବାରମାନଙ୍କୁ ପର୍ଯ୍ୟବେକ୍ଷଣ କରି ଏହି ସିଦ୍ଧାନ୍ତରେ ଉପନୀତ ହେଲେ ଯେ ଭାରତୀୟମାନେ ସମୃଦ୍ଧିଶାଳୀ, ଉଚ୍ଚ ଶିକ୍ଷିତ ଓ ଅତିଥ୍ୟପରାୟଣ ଅଟନ୍ତି ।

12. ସାଧ୍ଯସମ ବା ପ୍ରତିପାଦ୍ୟ ସ୍ବୀକାର ଦୋଷ :
Answer:
ଯେଉଁ ବିଷୟଟି ପ୍ରମାଣ କରିବାକୁ ଯୁକ୍ତିର ଆଶ୍ରୟ ନିଆଯାଏ ତାହାକୁ ସାଧ ବୋଲି କୁହାଯାଏ । ମାତ୍ର ଏହାକୁ ହେତୁବାକ୍ୟରେ ସ୍ଵୀକାର କଲେ ତର୍କଦୋଷ ହୋଇଥାଏ । ଯୁକ୍ତି କଲାବେଳେ ପ୍ରତିପାଦ୍ୟ ବିଷୟର ପ୍ରତିଶବ୍ଦକୁ ବ୍ୟବହାର କରି ତାହାକୁ ଭିନ୍ନ ଅର୍ଥରେ ପ୍ରୟୋଗ କଲେ ଏହି ଦୋଷ ଜାତ ହୋଇଥାଏ ।
ଯଥା – (୧) ଯାହା ସ୍ୱଚ୍ଛ ଓ ଯାହା ମାଧ୍ୟମରେ ଦେଖିପାରୁ ତାହାହିଁ କାଚ ଅଟେ ।
∴ କାଚ ହେଉଛି ସେହି ପଦାର୍ଥ ଯାହା ମାଧ୍ୟମରେ ଦେଖିପାରୁ ଓ ସ୍ଵଚ୍ଛ ଅଟେ ।
(୨) ରାମଚନ୍ଦ୍ର ଦଶରଥଙ୍କ ପୁତ୍ର ।
∴ ଦଶରଥ ରାମଚନ୍ଦ୍ରଙ୍କ ପିତା ।

13. ସହକାର୍ଯ୍ଯକାରଣତା ଦୋଷ :
Answer:
ଅନେକ ସମୟରେ ବାସ୍ତବ କାରଣ ସମ୍ପର୍କରେ ଅଜ୍ଞତାବଶତଃ ଆମ୍ଭେମାନେ ଗୋଟିଏ ସହକାର୍ଯ୍ୟକୁ କାରଣ ବୋଲି ଗ୍ରହଣ କରିନେଉ । ଏହାର କାରଣ ହେଲା ଯେ ଅବାରିତ ଭାବରେ ଗୋଟିଏ ସହକାର୍ଯ୍ୟ ଅନ୍ୟ ଏକ ସହକାର୍ଯ୍ୟର ପୂର୍ବବର୍ତୀ ଘଟଣା ଭାବରେ ଦୃଷ୍ଟ ହୁଏ ।
ଦିବସ ପୂର୍ବରୁ ରାତ୍ରି ଆସେ, ରାତ୍ରି ପୂର୍ବରୁ ଦିବସ ଆସେ ।
ଏହା ଏକ ଦୈନନ୍ଦିନ ଘଟଣା । ରାତ୍ରି ଦିବସର ପୂର୍ବବର୍ତୀ ଘଟଣା ହୋଇଥିଲେ ମଧ୍ୟ ଏହା ଦିବସର କାରଣ ନୁହେଁ ।

14. ଅସିଦ୍ଧ ହେତୁ ଦୋଷ :
Answer:
ଯୁକ୍ତିରେ ହେତୁବାକ୍ୟର ସତ୍ୟତା ଉପରେ ସିଦ୍ଧାନ୍ତର ସତ୍ୟତା ନିର୍ଭର କରେ । ଏକ ଅସିଦ୍ଧ ହେତୁବାକ୍ୟରୁ ସିଦ୍ଧାନ୍ତଟିଏ ନିଷ୍ପନ୍ନ ହେଲାପରେ ତାହା ଗ୍ରହଣୀୟ ହେବା ଉଚିତ ନୁହେଁ । ମାତ୍ର କେତେକ କ୍ଷେତ୍ରରେ ଏଭଳି ସିଦ୍ଧାନ୍ତକୁ ଗ୍ରହଣ କରିନେବାଦ୍ୱାରା ତର୍କଦୋଷ ହୋଇଥାଏ ।
ଯଥା – ରାମବାବୁ ଜଣେ ରାଜନୀତି ବିଜ୍ଞାନର ଅଧ୍ୟାପକ ହୋଇଥ‌ିବେ ।
କାରଣ ସେ ହାତରେ କେତେ ଖଣ୍ଡ ରାଜନୀତି ବିଜ୍ଞାନ ବହି ଧରି ଫେରୁଛନ୍ତି ।

CHSE Odisha Class 12 Logic Unit 3 Short Answer Questions in Odia Medium

15. ଅତଃ ପରଂ ତସ୍ମାଦତଃ ବା କାକତାଳୀୟ ତର୍କଦୋଷ :
Answer:
କାରଣ ହେଉଛି କାର୍ଯ୍ୟର ନିରପେକ୍ଷ, ଅବ୍ୟଭିଚାରୀ, ଅବ୍ୟବହିତ ପୂର୍ବବର୍ତ୍ତୀ ଘଟଣା । ଏହାକୁ ଦୃଷ୍ଟି ନ ଦେଇ ଯେକୌଣସି ଅବ୍ୟବହିତ ପୂର୍ବବର୍ତୀ ଘଟଣାକୁ କାରଣ ବୋଲି ଗ୍ରହଣ କଲେ ଏହି ତର୍କଦୋଷ ଜାତ ହୋଇଥାଏ ।
ଯଥା – ନବବଧୂର ଗୃହପ୍ରବେଶ ବୃଦ୍ଧାଙ୍କର ମୃତ୍ୟୁର କାରଣ ।
ଧୂମକେତୁର ଆବିର୍ଭାବ ମହାତ୍ମାଙ୍କର ମୃତ୍ୟୁର କାରଣ ।
ଏହାକୁ କାକତାଳୀୟ ନ୍ୟାୟ ମଧ୍ୟ କୁହାଯାଏ । ଯେପରି କାଉଟି ଉଡ଼ିଗଲା ପରେ ତାଳଗଛରୁ ତାଳଟି ପଡ଼ିବାରୁ କାଉ ଉଡ଼ିଯିବାକୁ ତାଳ ପଡ଼ିବାର କାରଣ ବୋଲି ଧରାଯାଏ ।

16. ପ୍ରତିପକ୍ଷ ଦୁର୍ବଳତା ପ୍ରଦର୍ଶନ ତର୍କଦୋଷ :
Answer:
ସ୍ଵପକ୍ଷ ଯୁକ୍ତିକୁ ଉପଯୁକ୍ତ ସମର୍ଥନଦ୍ୱାରା ପ୍ରତିପାଦନ କରିବାରେ ଅସମର୍ଥ ହୋଇ ପ୍ରତିପକ୍ଷ ଯୁକ୍ତିର ଅସାରତା ପ୍ରତିପାଦନ କରିବା ଦୋଷକୁ ପ୍ରତିପକ୍ଷ ଦୁର୍ବଳତା ପ୍ରଦର୍ଶନ ତର୍କଦୋଷ କୁହାଯାଏ ।
ଉଦାହରଣ :
(କ) ଜଣେ ବକ୍ତା ପରିବାର ନିୟନ୍ତ୍ରଣ ସପକ୍ଷରେ ବୁଝାଉଛନ୍ତି । ଏହି ସମୟରେ ଜଣେ ଶ୍ରୋତା ଉଠିପଡ଼ି କହିଲେ ଯେ ବକ୍ତାଙ୍କର ଛଅଟି ସନ୍ତାନ । ତେଣୁ ସେ ଯେଉଁ ଯୁକ୍ତି ଉପସ୍ଥାପନ କରୁଛନ୍ତି ତାହା ଠିକ୍ ନୁହେଁ ।
(ଖ) ଜଣେ ଶିକ୍ଷକ ଧୂମପାନ ବିରୋଧରେ ଯୁକ୍ତି କଲାବେଳେ ଛାତ୍ରଜଣକ ସେହି ଯୁକ୍ତର ଯଥାର୍ଥତାକୁ ଅନୁଶୀଳନ ନ କରି ଶିକ୍ଷକ ନିଜେ ଧୂମପାନ କରିବାରେ ଅଭ୍ୟସ୍ତ ବୋଲି ଆକ୍ଷେପ କରି ତାଙ୍କର ଯୁକ୍ତିର ଅସାରତା ପ୍ରତିପାଦନ କରିବାକୁ ଏହି ତର୍କଦୋଷ କୁହାଯାଏ ।

17. ପଦ୍ଵାହି ତର୍କଦୋଷ :
Answer:
ଏପ୍ରକାର ତର୍କଦୋଷ ଖୁବ୍ ଜନପ୍ରିୟ ଅଟେ । ନିଜର ଉପଯୁକ୍ତ ଯୁକ୍ତିକୁ ନିୟମ ଅନୁଯାୟୀ ଉପସ୍ଥାପନ ନକରି କଥା କଥାକେ ବେଦ, ପୁରାଣ, ଶାସ୍ତ୍ର, ପ୍ରତିଷ୍ଠାବାନ୍ ବ୍ୟକ୍ତି ଓ ବୈଜ୍ଞାନିକ ଇତ୍ୟାଦିଙ୍କ କଥାକୁ ହେତୁବାକ୍ୟ ରୂପେ ଗ୍ରହଣ କରି ଯୁକ୍ତି କରିବାକୁ ଆପ୍ତଦ୍ବାହି ତର୍କଦୋଷ କୁହାଯାଏ । ସେମାନଙ୍କର ମତକୁ ଆଖବୁଜି ଗ୍ରହଣ କରାଯାଏ ।

ଅହିଂସା ପରମୋଧର୍ମୀ, କାରଣ ବୁଦ୍ଧ ଏବଂ ମହାତ୍ମାଗାନ୍ଧୀ ଉଭୟେ ଏକଥା କହିଛନ୍ତି ।
‘ଭୁବନେଶ୍ଵର ଜଳବାୟୁ ସ୍ବାସ୍ଥ୍ୟପକ୍ଷେ ହିତକାରକ’ କାରଣ ପିତା କୁହନ୍ତି ।
‘ଜଗତ ମିଥ୍ୟା ଅଟେ’ କାରଣ ଶଙ୍କରାଚାର୍ଯ୍ୟ ଏହା କହିଛନ୍ତି ।

18. ମୁଦ୍‌ଗର ପ୍ରଦର୍ଶନ ତର୍କଦୋଷ :
Answer:
କୌଣସି ଯୁକ୍ତିର ସାହାଯ୍ୟ ନ ନେଇ ପ୍ରତିପକ୍ଷକୁ ଧମକ ବା ବଳ ପ୍ରୟୋଗଦ୍ଵାରା ନିଜର ଯୁକ୍ତିକୁ ସ୍ବୀକାର କରିନେବାକୁ ବାଧ୍ୟ କରିବା ହେଉଛି ଏହି ତର୍କଦୋଷ । ଏ ପ୍ରକାର ଯୁକ୍ତିକୁ ମୁଦ୍‌ଗର ପ୍ରଦର୍ଶନ ନ୍ୟାୟ ବା ବଳ ପ୍ରୟୋଗ ନ୍ୟାୟ ବା ମୁଷ୍ଟିକାଘାତ ନ୍ୟାୟ କୁହାଯାଏ ।
ଉଦାହରଣ – ଦଳେ ନକ୍‌ସଲ୍ପନ୍ଥୀ ଜଣେ ଧନୀ ଲୋକଙ୍କ ପାଖକୁ ଯାଇ ପଚାଶ ଲକ୍ଷ ଟଙ୍କା ଦାବି କଲା । ମାତ୍ର ଧନୀ ଲୋକଟି ଅକ୍ଷମତା ପ୍ରକାଶ କରିବାରୁ ତାକୁ ବନ୍ଧୁକଦ୍ୱାରା ଭୟଭୀତ କରି ଉପରୋକ୍ତ ଟଙ୍କା ଆଦାୟ କଲେ । ଏହି ଯୁକ୍ତିଟି ଗୋଟିଏ ଯଥାର୍ଥ ଯୁକ୍ତି ନୁହେଁ ।

19. ପରାଜ୍ଞତା ଦୃଷ୍ଟି ସ୍ଵମତ ପ୍ରତିଷ୍ଠା ତର୍କଦୋଷ :
Answer:
ପ୍ରତିପକ୍ଷର ଅଜ୍ଞତାର ସୁଯୋଗ ନେଇ ନିଜର ମତ ପ୍ରତିଷ୍ଠାର ଚେଷ୍ଟାକୁ ଏହି ପ୍ରକାର ତର୍କଦୋଷ କୁହାଯାଏ । ଅର୍ଥାତ୍‌, ପ୍ରତିପକ୍ଷ ଯଦି ବିରୁଦ୍ଧ ଯୁକ୍ତିଟି ପ୍ରତିପାଦନ କରିବାରେ ଅସମର୍ଥ ହୁଅନ୍ତି, ତେବେ ପୂର୍ବପକ୍ଷ ନିଜର ମତ ନିର୍ଭୁଲ୍ ବୋଲି ପ୍ରମାଣିତ କରନ୍ତି । ଏହି ତର୍କଦୋଷକୁ ‘ପରାଜ୍ଞତା ଦୃଷ୍ୟା ସ୍ଵମତ ପ୍ରତିଷ୍ଠା’ ତର୍କଦୋଷ କୁହାଯାଏ ।

ଉଦାହରଣ – ଜଣେ ବ୍ୟକ୍ତି କହନ୍ତି ‘ଈଶ୍ବରଙ୍କର ସ୍ଥିତି ନାହିଁ । ଏହି ମତକୁ ପ୍ରତିପାଦନ କରିବାପାଇଁ ପ୍ରତିପକ୍ଷକୁ କହିଲେ, ଈଶ୍ଵର ଅଛନ୍ତି ବୋଲି ପ୍ରମାଣ କର । ପ୍ରତିପକ୍ଷ ଅସମର୍ଥ ହେବାରୁ ପୂର୍ବପକ୍ଷ ନିଜ ମତ ନିର୍ଭୁଲ ବୋଲି ଦୃଢ଼ ଯୁକ୍ତି ଉପସ୍ଥାପନ କଲେ ।

20. ବହୁପ୍ରଶ୍ନ ଦୋଷ :
Answer:
ଯେତେବେଳେ ‘ହଁ’ ବା ‘ନା’ରେ ଉତ୍ତର ଦେବାକୁ କହି ଏକାଧ୍ଵ ପ୍ରଶ୍ନ ଏଭଳି ଭାବରେ ପଚରାଯାଏ ଯେ କୌଣସି ନିର୍ଦ୍ଦିଷ୍ଟ ଉତ୍ତର ପାଇବା ସମ୍ଭବପର ନୁହେଁ, ତାହାକୁ ବହୁପ୍ରଶ୍ନ ଦୋଷ କୁହାଯାଏ ।
ଉଦାହରଣ – (୧) ତୁମେ ଚୋରି କରିବା ଛାଡ଼ି ଦେଲଣି କି ?
(୨) ତୁମେ ମଦ୍ୟପାନ ଅଭ୍ୟାସ ଛାଡ଼ି ଦେଲଣି କି ?
(୩) ହର ପାର୍ବତୀ କ’ଣ ନାରୀ ?

21. ଲୋକୋତ୍ତେଜକ ତର୍କଦୋଷ
Answer:
ଯଦି କୌଣସି ମତର ସମର୍ଥନ ବା ବିରୋଧ କରିବା ନିମିତ୍ତ ଯୁକ୍ତିର ଅବତାରଣା ନ କରି ଉତ୍ତେଜକ ଭାଷାର ପ୍ରୟୋଗଦ୍ଵାରା ଶ୍ରୋତାମାନଙ୍କ ଭାବାବେଗ ଉଦ୍ରେକ କରିବାର ପ୍ରୟାସ କରାଯାଏ । ତେବେ ଲୋକୋତ୍ତେଜକ ତର୍କଦୋଷ ଜାତ ହୁଏ ।
ଉଦାହରଣ – ଯଦି ଆପଣମାନେ ଡାରଉଇନ୍‌ଙ୍କ ବିବର୍ତ୍ତନବାଦ ସତ୍ୟ ବୋଲି ଗ୍ରହଣ କରିବାକୁ ଚାହାନ୍ତି, ତେବେ ମନେରଖନ୍ତୁ ଆପଣଙ୍କ ପୂର୍ବପୁରୁଷ ଜଣେ ଜଣେ ମାଙ୍କଡ଼ ଥିଲେ ।

CHSE Odisha Class 12 Logic Unit 3 Short Answer Questions in Odia Medium

22. ପ୍ରତୀକାତ୍ମକ ତର୍କଶାସ୍ତ୍ର :
Answer:
ଯେଉଁ ତର୍କଶାସ୍ତ୍ର ବିଶେଷଧରଣର ପ୍ରତୀକ ବ୍ୟବହାର କରି ଯୁକ୍ତିକୁ ପ୍ରକାଶ କରେ ଓ ତାହାର ମୂଲ୍ୟାୟନ କରେ,ତାହାକୁ ସାଧାରଣ ଭାବରେ ପ୍ରତୀକାତ୍ମକ ତର୍କଶାସ୍ତ୍ର କୁହାଯାଏ । ଆଧୁନିକ ତର୍କଶାସ୍ତ୍ରକୁ ପ୍ରତୀକାତ୍ମକ ତର୍କଶାସ୍ତ୍ର କୁହାଯାଏ । ଏହା ହେଉଛି ପାରମ୍ପରିକ ତର୍କଶାସ୍ତ୍ରର ଏକ ସଂଶୋଧୂତ ଓ ପରିବର୍ଦ୍ଧିତ ସଂସ୍କରଣ ।

23. ପ୍ରତୀକାତ୍ମକ ତର୍କଶାସ୍ତ୍ରର ତିନୋଟି ବୈଶିଷ୍ଟ୍ୟ
Answer:
(୧) ପ୍ରତ୍ୟୟାତ୍ମକ ଚିହ୍ନର ବ୍ୟବହାର ।
(୨) ଅବରୋହ ପଦ୍ଧତିର ପ୍ରୟୋଗ ।
(୩) ଚଳ ଓ ସ୍ଥିରାଙ୍କର ବ୍ୟବହାର ।

24. ପ୍ରତ୍ୟୟାତ୍ମକ ଚିହ୍ନ :
Answer:
ପ୍ରତୀକାତ୍ମକ ତର୍କଶାସ୍ତ୍ରର ବିଶେଷ ବୈଶିଷ୍ଟ୍ୟ ହେଉଛି ଯେ ଏଥରେ ଧ୍ୱନ୍ୟାତ୍ମକ ଚିହ୍ନ (Phonogram) ପରିବର୍ତ୍ତେ ପ୍ରତ୍ୟୟାତ୍ମକ ଚିହ୍ନ (Ideogram) ର ବ୍ୟବହାର ହୋଇଥାଏ । ଏଠାରେ ବ୍ୟବହୃତ କଥା ଭାଷା ପରିବର୍ତ୍ତେ ପ୍ରତ୍ୟୟ (Concept)ର ବ୍ୟବହାର କରିଥାଉ । ବର୍ଣ୍ଣମାଳାର ପ୍ରତ୍ୟେକ ଅକ୍ଷର ଧ୍ଵନିସୂଚକ; କିନ୍ତୁ ଶବ୍ଦ ପରିବର୍ତ୍ତେ ଅବାଚନିକ ପ୍ରତୀକର ବ୍ୟବହାର ହେଉଛି ପ୍ରତ୍ୟୟାତ୍ମକ ଚିହ୍ନ ।
ଯଥା – ଦୁଇ ଯୁକ୍ତ ଦୁଇ ସମାନ ଚାରି ଅଟେ ।
ଏହା ହେଉଛି ଧ୍ଵନ୍ୟାତ୍ମକ ଅଟେ । ମାତ୍ର ୨ + ୨ = ୪ |
ଏହା ପ୍ରତ୍ୟୟାତ୍ମକ ଚିହ୍ନ ଅଟେ ।

25. ଅବରୋହ ପଦ୍ଧତିର ପ୍ରୟୋଗ :
Answer:
ପ୍ରତୀକାତ୍ମକ ତର୍କଶାସ୍ତ୍ରରେ ଅବରୋହ ପଦ୍ଧତିର ପ୍ରୟୋଗ ଅତି ତତ୍ପର୍ଯ୍ୟପୂର୍ଣ୍ଣ ଅଟେ । ପ୍ରଧାନତଃ ଜ୍ୟାମିତିରେ ଓ ବୀଜଗଣିତରେ ଏହି ପଦ୍ଧତି ଅନୁସରଣ କରାଯାଏ । ଏହି ପଦ୍ଧତିଦ୍ଵାରା କେତେକ ନିର୍ଦ୍ଦିଷ୍ଟ ଉକ୍ତିରୁ କେତେକ ନୀତି ଅନୁସାରେ ଅନ୍ୟ କେତେକ ଉକ୍ତି ନିଃସୃତ ହୋଇଥାଏ । ଏଠାରେ ମୂଳ ସତ୍ୟ ବା ଉକ୍ତ ସାହାଯ୍ୟରେ ଅନ୍ୟ କେତେକ ସତ୍ୟ ବା ଉକ୍ତିକୁ ପ୍ରମାଣ କରାଯାଏ । ଅବରୋହ ତର୍କଶାସ୍ତ୍ରରେ ଏହି ପଦ୍ଧତି ଅବଲମ୍ବନ ହୋଇଥାଏ ।

26. ପ୍ରତୀକାତ୍ମକ ତର୍କଶାସ୍ତ୍ରରେ ଚଳ ଓ ସ୍ଥିରାଙ୍କ :
Answer:
ସ୍ଥିରାଙ୍କ ଓ ଚଳ ପରସ୍ପର ପୃଥକ୍ ଅଟେ । ବୀଜଗଣିତରେ ୫ ହେଉଛି ଏକ ସ୍ଥିରାଙ୍କ ବା ସ୍ଥିର ସଂଖ୍ୟା, କାରଣ ସର୍ବଦା ଓ ସର୍ବତ୍ର ଏହା ଯେକୌଣସି ବସ୍ତୁରୁ ମାତ୍ର ପାଞ୍ଚଗୋଟିକୁ ହିଁ ବୁଝାଇଥାଏ । ଏହାର ମୂଲ୍ୟ ଅପରିବର୍ତ୍ତନୀୟ କିନ୍ତୁ କ, ଖ, ଗ (x, y, ∠) ଇତ୍ୟାଦି ହେଉଛି ଚଳ ସଂଖ୍ୟା । ଭିନ୍ନ ଭିନ୍ନ କ୍ଷେତ୍ରରେ ଏହାର ମୂଲ୍ୟ ଭିନ୍ନ ଭିନ୍ନ ହୋଇପାରେ ।
ଯଥା – √x = ୨ ଏଠାରେ x ହେଉଛି ଚଳ ଓ ‘√’ ହେଉଛି ସ୍ଥିରାଙ୍କ । ପ୍ରତୀକାତ୍ମକ ତର୍କଶାସ୍ତ୍ରରେ ସ୍ଥିରାଙ୍କମାନଙ୍କଦ୍ଵାରା ଚଳମାନଙ୍କର ସମ୍ବନ୍ଧ ନିରୂପିତ ହୋଇଥାଏ ।

27. ତର୍କଶଷ୍ଠୀୟ ଚଳ :
Answer:
ଯାହା ପରିବର୍ତ୍ତନଶୀଳ ତାହାକୁ ହିଁ ‘ଚଳ’ କୁହାଯାଏ । ଭିନ୍ନ ଭିନ୍ନ କ୍ଷେତ୍ରରେ ଏହାର ମୂଲ୍ୟ ଭିନ୍ନ ଭିନ୍ନ ହୋଇପାରେ । ତେଣୁ ଏହାର ମୂଲ୍ୟ ପରିବର୍ତ୍ତନଶୀଳ ହୋଇଥିବାରୁ ଏହାକୁ ଚଳ କୁହାଯାଏ । କ, ଖ, ଗ (x, y, ∠) ଇତ୍ୟାଦିକୁ ‘ଚଳ’ କୁହାଯାଏ । କ, ଖ, ଗ ଆଦି ‘ଚଳ’ ଗୁଡ଼ିକୁ ବିଭିନ୍ନ ତର୍କବାକ୍ୟ କ୍ଷେତ୍ରରେ ବ୍ୟବହାର କରାଯାଇ ସେଗୁଡ଼ିକୁ ପ୍ରତୀକାତ୍ମକ କରାଯାଇଥାଏ । କ ଓ ଖ ହେଲେ ‘ଚଳ’ । ଏମାନଙ୍କଦ୍ୱାରା ତର୍କବାକ୍ୟର ଆକାର ନିର୍ଦ୍ଧାରିତ ହୋଇଥାଏ । ବୀଜଗଣିତରେ ସଂଖ୍ୟାମୂଳକ ଚଳ ରୂପେ କ, ଖ, ଗ ଇତ୍ୟାଦିକୁ ବୁଝାଇଥାଏ ।

28. ତର୍କଶାସ୍ତ୍ରୀୟ ସ୍ଥିରାଙ୍କ :
Answer:
ସ୍ଥିରାଙ୍କର ଆକ୍ଷରିକ ଅର୍ଥ ହେଲା ଯାହା ସ୍ଥିର ରହେ ଅର୍ଥାତ୍ ଯାହା ପରିବର୍ତ୍ତନଶୀଳ ନୁହେଁ । ତର୍କଶାସ୍ତ୍ର ତଥା ଗଣିତଶାସ୍ତ୍ରରେ ବ୍ୟବହୃତ ହେଉଥ‌ିବା ସ୍ଥିରାଙ୍କଗୁଡ଼ିକର ଅର୍ଥ ସର୍ବଦା ଅପରିବର୍ତ୍ତିତ ରହେ । ତର୍କଶାସ୍ତ୍ରରେ ତର୍କଶାସ୍ତ୍ରୀୟ ସ୍ଥିରାଙ୍କଗୁଡ଼ିକ ଅପରିବର୍ତ୍ତିତ ଥ‌ିବା ସ୍ଥଳେ ସେମାନଙ୍କଦ୍ୱାରା ସମ୍ପର୍କିତ ହୋଇଥିବା ଚଳଗୁଡ଼ିକର ପରିବର୍ତ୍ତନ ହୋଇପାରେ ; ଯଥା – ଆପାଦନ (ତ ⊃ ଥ), ବିଯୋଜକ (ତ ∧ ଥ), ବୈକଳ୍ପିକ (ତ ∨ ଥ), ସଂଯୋଜକ (ତ • ଥ), ନାସ୍ତିସୂଚକ (~ତ ), ସମତୁଲ୍ୟତା (ତ ≡ ଥ) |

29. ସତ୍ୟ ଫଳନ :
Answer:
ଫଳନ’ ଶବ୍ଦଟି ଗଣିତ ଶାସ୍ତ୍ରରୁ ଗୃହୀତ । ଚଳ ଓ ସ୍ଥିରାଙ୍କ ସମ୍ବଳିତ ଅଭିବ୍ୟକ୍ତିର ମୂଲ୍ୟ ତତ୍‌ସନ୍ନିହିତ ଚଳର ମୂଲ୍ୟ ଉପରେ ନିର୍ଭରଶୀଳ, ସୁତରାଂ ଅଭିବ୍ୟକ୍ତିକୁ ତନ୍ନିହିତ ଚଳନର ଫଳନ କୁହାଯାଏ । ତର୍କବାକ୍ୟମୂଳକ ଚଳ ଓ ତର୍କଶାସ୍ତ୍ରୀୟ ସ୍ଥିରାଙ୍କ ସମ୍ବଳିତ ଅଭିବ୍ୟକ୍ତିର ସତ୍ୟ-ମିଥ୍ୟା ମୂଲ୍ୟ ତଦନ୍ତର୍ଗତ ତର୍କବାକ୍ୟଗୁଡ଼ିକ ଚଳର ସତ୍ୟ-ମିଥ୍ୟା ମୂଲ୍ୟ ଉପରେ ନିର୍ଭରଶୀଳ । ତେଣୁ ଏପ୍ରକାର ଅଭିବ୍ୟକ୍ତିକୁ ତଦନ୍ତର୍ଗତ ଚଳର ସତ୍ୟ ଫଳନ କୁହାଯାଏ; ଯଥା – ଅଭିବ୍ୟକ୍ତି ~ତ, ତ ⊃ ଥ, ତ • ଥ, ତ ∨ ଥ, ତ ≡ ଥ ଇତ୍ୟାଦି ହେଉଛି ତ ଓ ଥର ସତ୍ୟଫଳନ ।

30. ସତ୍ୟସାରଣୀ :
Answer:
ଗୋଟିଏ ସତ୍ୟ ଫଳନର ସତ୍ୟତା ମୂଲ୍ୟ ପ୍ରଦର୍ଶନ କରିବାର ଏକ ସୁବିଧାଜନକ ଉପାୟ ହେଉଛି ତାହାର ସତ୍ୟସାରଣୀ ଗଠନ । ଏହା ସତ୍ୟଫଳନ ଅନ୍ତର୍ଗତ ତର୍କବାକ୍ୟମୂଳକ ଚଳଗୁଡ଼ିକର ସତ୍ୟ-ମିଥ୍ୟା ମୂଲ୍ୟ ବିଚାରକୁ ନେଇ ସମସ୍ତ ସମ୍ଭବପର ସମନ୍ଵୟକୁ ଏକ ସୁବ୍ୟବସ୍ଥିତ ରୀତିରେ ଉପସ୍ଥାପନ କରେ । ତେଣୁ ସତ୍ୟସାରଣୀ ହେଉଛି ସଂପୃକ୍ତ ସତ୍ୟଫଳନର ଏକ ସଂଜ୍ଞା । ପ୍ରତ୍ୟେକ ତର୍କବାକ୍ୟର ମୂଲ୍ୟ ୧ (ସତ୍ୟ) କିମ୍ବା ୦ (ମିଥ୍ୟା) ରୂପେ ନିଆଯାଇଥାଏ । ଯଦି ସତ୍ୟ ଫଳନର ଅନ୍ତର୍ଗତ ତର୍କବାକ୍ୟମୂଳକ ଚଳର ସଂଖ୍ୟା ଦୁଇ ହୁଏ, ତେବେ ସେ କ୍ଷେତ୍ରରେ ସତ୍ୟ-ମିଥ୍ୟା ମୂଲ୍ୟ ଦୃଷ୍ଟିରୁ ସର୍ବମୋଟ ଚାରିଗୋଟି ସମନ୍ଵୟ ସମ୍ଭବପର ହୋଇଥାଏ । ସତ୍ୟଫଳନ ଅନ୍ତର୍ଗତ ତର୍କବାକ୍ୟମୂଳକ ଚଳର ସଂଖ୍ୟା ଯେତେ ଅଧ‌ିକ ହେବ, ଏପ୍ରକାର ସମନ୍ବୟ ସଂଖ୍ୟା ସେତେ ଅଧ‌ିକ ହେବ ।

CHSE Odisha Class 12 Logic Unit 3 Short Answer Questions in Odia Medium

31. ବିରୁଦ୍ଧ ଫଳନ :
Answer:
ଗୋଟିଏ ତର୍କବାକ୍ୟ ସତ୍ୟ ହେଲେ ତା’ର ବିରୁଦ୍ଧ ତର୍କବାକ୍ୟଟି ମିଥ୍ୟା ହୁଏ । ସେହିପରି ଗୋଟିଏ ମିଥ୍ୟା ହେଲେ ତା’ର ବିରୁଦ୍ଧଟି ସତ୍ୟ ହୁଏ । ଯଥା ପୁଷ୍ପ ଶ୍ଵେତ ଅଟେ – ସତ୍ୟ ହେଲେ ପୁଷ୍ପ ଶ୍ଵେତ ନୁହେଁ – ମିଥ୍ୟା ଅଟେ ।
ପୁଷ୍ପ ଶ୍ଵେତ ଅଟେ । – ତ
ପୁଷ୍ପ ଶ୍ଵେତ ନୁହେଁ । – ~ ତ
ଏହାକୁ ନେଇ ସତ୍ୟସାରଣୀଟି ନିମ୍ନୋକ୍ତ ଭାବେ ଗଠନ କରିହୁଏ ।

~ ତ

ମେଟ୍ରିକ୍‌ସ୍ ସଂଖ୍ୟା (Matrix number) ୦୦ ଅଟେ ।

32. ସଂଯୋଜକ ଫଳ :
Answer:
ସଂଯୋଜକ ଫଳନଟି ଯୌଗିକ ତର୍କବାକ୍ୟମାନଙ୍କଦ୍ୱାରା ଗଠିତ । ଏହିପରି ଯୌଗିକ ତର୍କବାକ୍ୟଟି ସେତିକିବେଳେ ସତ୍ୟ ହୁଏ, ଯେତେବେଳେ ଏହି ବାକ୍ୟରେ ସନ୍ନିହିତ ତର୍କବାକ୍ୟଗୁଡ଼ିକ ସତ୍ୟ ହୋଇଥବ । ମାତ୍ର ଯେକୌଣସିଟି ମିଥ୍ୟା ହେଲେ ସେହି ଯୌଗିକ ତର୍କବାକ୍ୟଟି ମିଥ୍ୟା ହୁଏ । ଉଭୟ ତର୍କବାକ୍ୟଟି ମିଥ୍ୟା ହେଲେ ସମସ୍ତ ତର୍କବାକ୍ୟଟି ମିଥ୍ୟା ହେବା ସ୍ଵାଭାବିକ ।
ଗୋପାଳ ଜଣେ ବୁଦ୍ଧିମାନ୍ ବାଳକ । – ତ
ହରି ଜଣେ ନିଷ୍ଠାବନ୍ ବାଳକ । – ଥ
ଏହି ଦୁଇଟି ତର୍କବାକ୍ୟକୁ ସଂଯୋଗ କଲେ (ତ • ଥ) କୁ ବୁଝାଇଥାଏ ।
ଏହାକୁ ନେଇ ନିମ୍ନୋକ୍ତ ସଂଯୋଜକ ସତ୍ୟ ସାରଣୀ ଗଠନ କରାଯାଏ ।

ତ • ଥ

ମେଟ୍ରିକ୍‌ସ୍ ସଂଖ୍ୟା (Matrix number) ୧୦୦୦ ।

33. ବିଯୋଜକ ଫଳନ :
Answer:
ଗୋଟିଏ ବିଯୋଜକ ତର୍କବାକ୍ୟରେ ଅନ୍ୟୁନ ଦୁଇଟି ବିକଳ୍ପ ଥାଏ ଏବଂ ଉଭୟ ତର୍କବାକ୍ୟ ‘କିମ୍ବା’, ‘ଅଥବା’ ଏହିପରି ଶବ୍ଦଦ୍ବାରା ସମ୍ପର୍କିତ ହୋଇଥାଆନ୍ତି; ଯଥା – ସୀତା ସୁନ୍ଦରୀ କିମ୍ବା ଅସୁନ୍ଦରୀ ହୋଇଥ‌ିବ । ସାଧାରଣତଃ ବିଯୋଜକ ତର୍କବାକ୍ୟରେ ଗୋଟିଏ ବିକଳ୍ପ ସତ୍ୟ ହେଲେ ଅନ୍ୟଟି ମିଥ୍ୟା ହୁଏ । କିନ୍ତୁ ଦୁଇଟିଯାକ ତର୍କବାକ୍ୟ ସତ୍ୟ ହେବାର ସମ୍ଭାବନା ଥାଏ ।

ସୀତା ସୁନ୍ଦରୀ । – ତ
ସୀତା ଅସୁନ୍ଦରୀ । – ଥ
(ତ ∨ ଥ)
ସୁତରାଂ ବିଯୋଜକ ଫଳନର ସତ୍ୟସାରଣୀ ନିମ୍ନୋକ୍ତ ପ୍ରକାର ହୋଇଥାଏ ।

ତ ∨ ଥ

ମେଟ୍ରିକ୍‌ସ୍ ସଂଖ୍ୟା (Matrix number) ୧୧୧୦ ।

34. ବୈକଳ୍ପିକ ଫଳନ :
Answer:
ବୈକଳ୍ପିକ ତର୍କବାକ୍ୟଟି ମଧ୍ୟ ଏକ ଯୌଗିକ ତର୍କବାକ୍ୟ । ଏଥିରେ ଦୁଇଟି ତକବାକ୍ୟ ଉଭୟ ନୁହେ’ ଦ୍ଵାରା ସମ୍ପର୍କିତ ହୋଇଥାଆନ୍ତି । ‘ସନାତନବାବୁ ଉଭୟ ରାଜଧାନୀ ମହାବିଦ୍ୟାଳୟ ଓ ବିଜେବି (ସ୍ଵୟଂଶାସିତ) ମହାବିଦ୍ୟାଳୟର ଅଧ୍ୟାପକ ହୋଇପାରିବେ ନାହିଁ । ଏଥ‌ିରେ ମଧ୍ୟ ଦୁଇଟି ବିକଳ୍ପ ରହିଥାଏ । ସାଧାରଣତଃ ଗୋଟିଏ ବିକଳ୍ପ ସତ୍ୟ ହେଲେ ବୈକଳ୍ପିକ ତର୍କବାକ୍ୟଟି ସତ୍ୟ ହୁଏ । ଦୁଇଟିଯାକ ବିକଳ୍ପ ମିଥ୍ୟା ହୋଇପାରେ କିନ୍ତୁ ଦୁଇଟିଯାକ ସତ୍ୟ ହୋଇପାରିବ ନାହିଁ । ସନାତନ ବାବୁ ରାଜଧାନୀ ମହାବିଦ୍ୟାଳୟର ଅଧ୍ୟାପକ ଅଟନ୍ତି । ସେ ବିଜେବି ସ୍ଵୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକ ନୁହଁନ୍ତି । (ତ ∧ ଥ) ବିଯୋଜକ ଫଳନର ସତ୍ୟସାରଣୀ ନିମ୍ନମତେ ଗଠନ କରାଯାଇପାରେ ।

ତ ∧ ଥ

ମେଟ୍ରିକ୍‌ସ୍ ସଂଖ୍ୟା (Matrix number) ୦୧୧୧ ।

CHSE Odisha Class 12 Logic Unit 3 Short Answer Questions in Odia Medium

35. ଆପାଦନ ଫଳନ :
Answer:
ଏହା ଏକ ପ୍ରାକଳ୍ପିକ ବା ଆପାଦନମୂଳକ ତର୍କବାକ୍ୟ । ଏହି ତର୍କବାକ୍ୟ ଦୁଇଟି ‘ଯଦି∴∴.ତେବେ’ ଦ୍ଵାରା ସୂଚିତ ହୋଇଥାନ୍ତି । ତର୍କବାକ୍ୟରେ ଗୋଟିଏ ପୂର୍ବଗ ଓ ଅନ୍ୟଟି ଅନୁଗ ରହିଥାଏ । ଯଥା – ଯଦି ସୂର୍ଯ୍ୟ ଥାଏ, ତେବେ ଆଲୋକ ଥାଏ । ଏହା ଏକ ସର୍ତ୍ତମୂଳକ ତର୍କବାକ୍ୟ । ଏଠାରେ ସୂର୍ଯ୍ୟ ଥ‌ିବାକୁ ଯଦି ସ୍ଵୀକାର କରାଯାଏ, ତେବେ ଆଲୋକକୁ ମଧ୍ଯ ସ୍ଵୀକାର କରାଯାଏ । କିନ୍ତୁ ସୂର୍ଯ୍ୟ ଥ‌ିବାକୁ ସ୍ବୀକାର କରି ଆଲୋକ ନାହିଁ ବୋଲି କହିବା ଠିକ୍ ନୁହେଁ । ଏଠାରେ ସୂର୍ଯ୍ୟ ଥାଏ –

ତ, ଆଲୋକ ଥାଏ – ଥ ଏପରି ଭାବରେ (ତ ୬ ଥ) ଦ୍ଵାରା ସୂଚାଯାଇଥାଏ । ଏହାର ସତ୍ୟସାରଣୀ ନିମ୍ନୋକ୍ତ ଭାବେ ଗଠନ କରାଯାଇଥାଏ ।

ତ ⊃ ଥ

ମେଟ୍ରିକ୍‌ ସଂଖ୍ୟା (Matrix number) ୧୦୧୧ ।

36. ସମତୁଲ୍ୟତା ଫଳନ :
Answer:
ଦୁଇଟି ତର୍କବାକ୍ୟ ସମତୁଲ୍ୟ ହୁଅନ୍ତି, ଯଦି ଗୋଟିଏ ସତ୍ୟ ହେଲେ ଅନ୍ୟଟି ସତ୍ୟ ହୁଏ ଏବଂ ଗୋଟିଏ ମିଥ୍ୟା ହେଲେ ଅନ୍ୟଟି ମିଥ୍ୟା ହୁଏ । ଏହି ସମତୁଲ୍ୟତା ନିର୍ଦ୍ଧାରଣ କରିବାପାଇଁ ତର୍କଶାସ୍ତ୍ରବିଦ୍‌ମାନେ ‘କେବଳ ଏବଂ କେବଳ ଯଦି’ ଶବ୍ଦ ବ୍ୟବହାର କରିଥାଆନ୍ତି; ଯଥା – ରାମ ରାବଣକୁ ମାରିଥିଲେ ଏବଂ ରାବଣ ରାମଦ୍ୱାରା ହତ ହୋଇଥିଲେ- ଏଠାରେ ଦୁଇଟିଯାକ ତର୍କବାକ୍ୟ ସମତୁଲ୍ୟ ହୋଇଥାଆନ୍ତି ।
ରାମ ରାବଣକୁ ମାରିଥିଲେ । – ତ
ରାବଣ ରାମଦ୍ବାରା ହତ ହୋଇଥିଲେ । – ଥ
(ତ ≡ ଥ)
ନିମ୍ନରେ ସମତୁଲ୍ୟତା ଫଳନର ସତ୍ୟସାରଣୀ ଦିଆଯାଇଥାଏ ।

ତ ≡ ଥ

ମେଟ୍ରିକ୍‌ ସଂଖ୍ୟା (Matrix number) ୧୦୦୧ ।

37. ପୁନରୁକ୍ତିକ ତର୍କବାକ୍ୟମୂଳକ ସୂତ୍ର :
Answer:
ଦୁଇଟି ତର୍କବାକ୍ୟର ସତ୍ୟ-ମିଥ୍ୟା ମୂଲ୍ୟକୁ ନେଇ ଏକ ସତ୍ୟଫଳନ ଗଠନ କରାଯାଇଥାଏ । ଏହି ସତ୍ୟଫଳନର ମୂଲ୍ୟ ଯଦି ସର୍ବଦା ସତ୍ୟ ହୁଏ ଅର୍ଥାତ୍ ଯଦି ସତ୍ୟସାରଣୀର ମୁଖ୍ୟ ସଂଯୋଜକରେ ମେଟ୍ରିକ୍ ସଂଖ୍ୟା ବା ସୂଚକ ସଂଖ୍ୟା କେବଳ ‘୧’ କୁ ନେଇ ଗଠିତ ହୁଏ, ତେବେ ସେହି ସୂତ୍ରଟିକୁ ପୁନରୁକ୍ତିକ ସୂତ୍ର ବୋଲି କୁହାଯାଏ ।

ଉଦାହରଣ :

~ତ ତ ∨ ~ତ

ଏହି ସତ୍ୟସାରଣୀରେ ମୁଖ୍ୟ ସଂଯୋଜକ ‘∨’ ହେଲା ବିଯୋଜକ ପ୍ରତୀକ ଏବଂ ମେଟ୍ରିକ୍‌ ସଂଖ୍ୟା ୧୧ ।

38. ବିରୁଦ୍ଧ ତର୍କବାକ୍ୟମୂଳକ ସୂତ୍ର :
Answer:
ଯେଉଁ କ୍ଷେତ୍ରରେ ଦୁଇଟି ତର୍କବାକ୍ୟର ସତ୍ୟ-ମିଥ୍ୟା ମୂଲ୍ୟକୁ ନେଇ ଗଠିତ ସତ୍ୟଫଳନର ମୂଲ୍ୟ ସର୍ବଦା ମିଥ୍ୟା ହୁଏ ଅର୍ଥାତ୍ ସତ୍ୟସାରଣୀର ମୁଖ୍ୟ ସଂଯୋଜକରେ ମେଟ୍ରିକ୍‌ସ୍ ସଂଖ୍ୟା କେବଳ ‘୦’କୁ ନେଇ ଗଠିତ ହୁଏ, ସେହି ସୂତ୍ରକୁ ବିରୁଦ୍ଧ ସୂତ୍ର ବୋଲି କୁହାଯାଏ । ଉଦାହରଣସ୍ୱରୂପ – (ତ • ~ତ) ଏକ ବିରୁଦ୍ଧ ସୂତ୍ର ।

ଉଦାହରଣ :

~ତ ତ • ~ତ

ଏଠାରେ ମୁଖ୍ୟ ସଂଯୋଜକ ହେଉଛି ‘୦’ ଏବଂ ମେଟ୍ରିକ୍‌ସ୍ ସଂଖ୍ୟା ୦୦ ।

CHSE Odisha Class 12 Logic Unit 3 Short Answer Questions in Odia Medium

39. ଆପାତିକ ତର୍କବାକ୍ୟମୂଳକ ସୂତ୍ର
Answer:
ଯେଉଁ କ୍ଷେତ୍ରରେ ଦୁଇଟି ତର୍କବାକ୍ୟର ସତ୍ୟ-ମିଥ୍ୟା ମୂଲ୍ୟକୁ ନେଇ ଗଠିତ ସତ୍ୟଫଳନର ମୂଲ୍ୟ ଅନିଶ୍ଚିତ ହୁଏ ଅର୍ଥାତ୍ କେତେକ କ୍ଷେତ୍ରରେ ସତ୍ୟ ଏବଂ କେତେକ କ୍ଷେତ୍ରରେ ମିଥ୍ୟା ହୁଏ ଅର୍ଥାତ୍‌ ସତ୍ୟସାରଣୀର ମୁଖ୍ୟ ସଂଯୋଜକରେ ମେଟ୍ରିକ୍‌ସ୍ ସଂଖ୍ୟା ‘୧’ ଏବଂ ‘o’ କୁ ନେଇ ଗଠିତ ହୁଏ, ସେହି ସୂତ୍ରକୁ ଆପାତିକ ସୂତ୍ର କୁହାଯାଏ ।

ଉଦାହରଣ :

ତ ∨ ଥ

ଏଠାରେ ମୁଖ୍ୟ ସଂଯୋଜକ ହେଉଛି ‘∨’ ଏବଂ ମେଟ୍ରିକ୍‌ ସଂଖ୍ୟା ୧୧୦୦ ।

B. ପାର୍ଥକ୍ୟ ଦର୍ଶାଅ ।

1. ସମଷ୍ଟିଗତ ଦୋଷ ଓ ବ୍ୟଷ୍ଟିଗତ ଦୋଷ :
Answer:
ସମଷ୍ଟିଗତ ଦୋଷ ଯୁକ୍ତି କ୍ଷେତ୍ରରେ ବ୍ୟଷ୍ଟିଗତ ଅର୍ଥରେ ବ୍ୟବହୃତ ପଦମାନଙ୍କୁ ସମଷ୍ଟିଗତ ଅର୍ଥରେ ଗ୍ରହଣ କଲେ ସମାହାର ଦୋଷ ବା ସମଷ୍ଟିଗତ ଦୋଷ ଜାତ ହୁଏ ।
ଯଥା – ଦୁଇ ଏବଂ ତିନି ଦୁଇଟି ସଂଖ୍ୟା ।
ଦୁଇ ଏବଂ ତିନି ପାଞ୍ଚ ।
_____________
∴ ପାଞ୍ଚ ଦୁଇଟି ସଂଖ୍ୟା ।

ବ୍ୟଷ୍ଟିଗତ ଦୋଷ – ଯୁକ୍ତି କ୍ଷେତ୍ରରେ ସମଷ୍ଟିଗତ ଅର୍ଥରେ ବ୍ୟବହୃତ ପଦମାନଙ୍କୁ ବ୍ୟଷ୍ଟିଗତ ଅର୍ଥରେ ଗ୍ରହଣ କଲେ ଅସମାହାର ଦୋଷ ବା ବ୍ୟଷ୍ଟିଗତ ଦୋଷ କୁହାଯାଏ ।
ଯଥା – ତ୍ରିଭୁଜର କୋଣଗୁଡ଼ିକ ମିଶି ଦୁଇ ସମକୋଣ ସଙ୍ଗେ ସମାନ ।
∠କଖଗ ତ୍ରିଭୁଜର ଗୋଟିଏ କୋଣ ।
__________________
∴ ∠କଖଗ ଦୁଇ ସମକୋଣ ସଙ୍ଗେ ସମାନ ।

2. ଦ୍ର୍ୟର୍ଥକ ସାପଦ ଦୋଷ ଓ ବ୍ୟର୍ଥକ ପକ୍ଷପଦ ଦୋଷ :
Answer:
ବ୍ୟର୍ଥକ ସାପଦ ଦୋଷ – ଯେଉଁ ତ୍ରିପଦୀଯୁକ୍ତିରେ ସାଧପଦ ଉଭୟ ସାଧାବୟବ ଓ ସିଦ୍ଧାନ୍ତରେ ଦୁଇଟି ଅର୍ଥ
ପ୍ରକାଶ କରେ, ତାହାକୁ ବ୍ୟର୍ଥକ ସାପଦ ଦୋଷ କହନ୍ତି ।
ଯଥା – କନକ ଦେବତାମାନଙ୍କର ପ୍ରିୟ ଅଟନ୍ତି ।
ସୁବର୍ଣ୍ଣ ଦେବତାଙ୍କର ପ୍ରିୟ ନୁହେଁ ।
________________________
∴ ସୁବର୍ଣ୍ଣ କନକ ନୁହେଁ ।

ବ୍ୟର୍ଥକ ପକ୍ଷପଦ ଦୋଷ – ଯେଉଁ ତ୍ରିପଦୀଯୁକ୍ତିରେ ପକ୍ଷପଦ ପକ୍ଷାବୟବରେ ଓ ସିଦ୍ଧାନ୍ତରେ ଦୁଇଟି ଅର୍ଥରେ ପ୍ରକାଶ କରେ, ତାହାକୁ ବ୍ୟର୍ଥକ ପକ୍ଷପଦ ଦୋଷ କୁହାଯାଏ ।
ଯଥା- ଶରୀର ଜଳପାତ୍ର ନୁହେଁ ।
ଘଟ ଶରୀର ଅଟେ ।
__________
∴ ଘଟ ଜଳପାତ୍ର ନୁହେଁ ।

3. ପ୍ରତୀକାତ୍ମକ ତର୍କଶାସ୍ତ୍ର ଓ ପାରମ୍ପରିକ ତର୍କଶାସ୍ତ୍ର :
Answer:
ଆରିଷ୍ଟଲଙ୍କୁ ପାରମ୍ପରିକ ତର୍କଶାସ୍ତ୍ରର ଜନକ ବୋଲି କୁହାଯାଏ । ସେହି ପାରମ୍ପରିକ ତର୍କଶାସ୍ତ୍ରର ଭିତ୍ତିଭୂମି ଉପରେ ଆଧୁନିକ ତର୍କଶାସ୍ତ୍ର ଦୃଢ଼ଭାବରେ ଦଣ୍ଡାୟମାନ ହୋଇଛି । ପ୍ରତୀକାତ୍ମକ ତର୍କଶାସ୍ତ୍ର ହିଁ ଆଧୁନିକ ତର୍କଶାସ୍ତ୍ର, ଯାହା ପାରମ୍ପରିକ ତର୍କଶାସ୍ତ୍ରର ଏକ ସଂଶୋଧ ଓ ପରିବର୍ଦ୍ଧିତ ସଂସ୍କରଣ । ପାରମ୍ପରିକ ତର୍କଶାସ୍ତ୍ରରେ ଯୁକ୍ତର ପ୍ରାମାଣିକତା ତଥା ବୈଧତା ପ୍ରମାଣ କରିବା ନିମିତ୍ତ ବହୁ ନିୟମମାନ ପ୍ରଣୟନ କରାଯାଇଛି ।

ମାତ୍ର ତାଙ୍କ ତର୍କଶାସ୍ତ୍ରର ପଦ୍ଧତିରେ ଗୋଟିଏ ବଡ଼ ଅଭାବ ପରିଲକ୍ଷିତ ହୁଏ । ବହୁତ ପ୍ରକାରର ଅଗଣିତ ଯୁକ୍ତିର ବୈଧତା ଏହିପ୍ରକାର ପଦ୍ଧତିଦ୍ଵାରା ପରୀକ୍ଷା କରିବା ସମ୍ଭବ ନୁହେଁ । ଏହି ଯୁକ୍ତିଗୁଡ଼ିକର ପରୀକ୍ଷା ଆଧୁନିକ ତର୍କଶାସ୍ତ୍ର ତଥା ପ୍ରତୀକାତ୍ମକ ତର୍କଶାସ୍ତ୍ରଦ୍ଵାରା କରିବା ସମ୍ଭବପର ହୁଏ । ଏ. ଏନ୍. ଦ୍ଵାଇଟ୍‌ହେଡ୍, ବର୍ଟାଣ୍ଡ ରସେଲ୍, ସି.ଏସ୍. ପାଏର୍ସ ଆଦି ଗଣିତଶାସ୍ତ୍ର ବିଶାରଦମାନେ ପାରମ୍ପରିକ ତର୍କଶାସ୍ତ୍ରକୁ ଆଧୁନିକୀକରଣ କରି ଗଣିତାଭିମୁଖୀ କରିଛନ୍ତି । ଗଣିତଶାସ୍ତ୍ରର ବିକାଶ ଓ ଉତ୍କର୍ଷ ପ୍ରତୀକାତ୍ମକ ତର୍କଶାସ୍ତ୍ରର ଉତ୍କର୍ଷ ପାଇଁ ବହୁପରିମାଣରେ ଦାୟୀ । ଏଣୁ ଗାଣିତିକ ତର୍କଶାସ୍ତ୍ରକୁ ପ୍ରତୀକାତ୍ମକ ତର୍କଶାସ୍ତ୍ର କୁହାଯାଏ ।

CHSE Odisha Class 12 Logic Unit 3 Short Answer Questions in Odia Medium

4. ଧ୍ୱନ୍ୟାତ୍ମକ ଚିହ୍ନ (Phonogram) ଓ ପ୍ରତ୍ୟୟାତ୍ମକ ଚିହ୍ନ (Ideogram) :
Answer:
ପ୍ରତୀକାତ୍ମକ ତର୍କଶାସ୍ତ୍ରର ବିଶେଷ ଲକ୍ଷଣ ହେଉଛି ଯେ ଏହା ଧ୍ୱନ୍ୟାତ୍ମକ ଚିହ୍ନ (Phonogram) ପରିବର୍ତ୍ତେ ପ୍ରତ୍ୟୟାତ୍ମକ ଚିହ୍ନ (Ideogram) ର ବ୍ୟବହାର କରିଥାଏ । ଏଠାରେ ବ୍ୟବହୃତ କଥ୍ତ ଭାଷା ପରିବର୍ତ୍ତେ ପ୍ରତ୍ୟୟ (Concept) ର ବ୍ୟବହାର କରାଯାଇଥାଏ । ବର୍ଣ୍ଣମାଳାର ପ୍ରତ୍ୟେକ ଅକ୍ଷର ଧ୍ଵନିସୂଚକ । ତେଣୁ ଅକ୍ଷରଗୁଡ଼ିକ ସାହାଯ୍ୟରେ ଲିପିବଦ୍ଧ ଚିହ୍ନ ହେଉଛି ଧ୍ଵନ୍ୟାତ୍ମକ ।

କିନ୍ତୁ ଶବ୍ଦ ପରିବର୍ତ୍ତେ ଅବାଚନିକ ପ୍ରତୀକର ବ୍ୟବହାର ହେଉଛି ପ୍ରତ୍ୟୟାତ୍ମକ ଚିହ୍ନ; ଯଥା – ଗୋଟିଏ ଯୁକ୍ତିରେ ବ୍ୟବହୃତ କଥିତ ଭାଷା – ରାମ, ହରି, ମନୁଷ୍ୟ, ମରଣଶୀଳ ଇତ୍ୟାଦି ଧ୍ୱନ୍ୟାତ୍ମକ ଚିହ୍ନ ଅଟେ । ମାତ୍ର ତ, ଥ, ଦ, ତ~ଥ, ତ ⊃ ଥ ଇତ୍ୟାଦି ପ୍ରତ୍ୟୟାତ୍ମକ ଚିହ୍ନ ଅଟେ । ତେଣୁ ‘ଚାରି ଗୁଣନ ଚାରି’ କହିବା ପରିବର୍ତ୍ତେ ‘୪ × ୪’ କହିଲେ ପ୍ରତ୍ୟୟାତ୍ମକ ଚିହ୍ନର ବ୍ୟବହାର କରାଯାଇଅଛି ବୋଲି ବୁଝିହେବ ।

5. ଚଳ ଓ ସ୍ଥିରାଙ୍କ :
Answer:
ପାରମ୍ପରିକ ତର୍କଶାସ୍ତ୍ରରେ କିଛି ମାତ୍ରାରେ ଚଳ ଓ ସ୍ଥିରାଙ୍କର ବ୍ୟବହାର ହୋଇଥିଲେ ମଧ୍ୟ ପ୍ରତୀକାତ୍ମକ ତର୍କଶାସ୍ତ୍ରରେ ଏହାର ବହୁଳ ବ୍ୟବହାର ଦେଖାଯାଏ । ଏହି ଚଳ ଓ ସ୍ଥିରାଙ୍କର ବ୍ୟବହାରଦ୍ୱାରା ଯୁକ୍ତିର ବୈଧତା ପରୀକ୍ଷା କରିବାରେ ସହାୟକ ହୋଇଥାଏ । +, -, ×, = ଇତ୍ୟାଦିକୁ ସ୍ଥିରାଙ୍କ କୁହାଯାଏ; ମାତ୍ର କ, ଖ, ଗ (x, y, z) ଏଗୁଡ଼ିକୁ ଚଳ ବୋଲି କୁହାଯାଇଥାଏ । ଗୋଟିଏ ଚଳର ବିନିମୟରେ ଯେକୌଣସି ଧ୍ୱନ୍ୟାତ୍ମକ ଚିହ୍ନ ( ସଂକେତ)ର ବ୍ୟବହାର କରାଯାଇପାରେ । ପ୍ରତୀକାତ୍ମକ ତର୍କଶାସ୍ତ୍ରରେ ସ୍ଥିରାଙ୍କମାନଙ୍କଦ୍ଵାରା ଚଳମାନଙ୍କର ସମ୍ପର୍କ ନିରୂପିତ ହୋଇଥାଏ ।

6. ତର୍କଶାସ୍ତ୍ରୀୟ ଚଳ ଓ ତର୍କଶାସ୍ତ୍ରୀୟ ସ୍ଥିରାଙ୍କ :
Answer:
ତର୍କଶାସ୍ତ୍ରୀୟ ଚଳ ଚଳ କହିଲେ ଯାହା ପରିବର୍ତ୍ତନଶୀଳ, ତାହାକୁ ହିଁ ବୁଝାଏ । ଭିନ୍ନ ଭିନ୍ନ କ୍ଷେତ୍ରରେ ଏହାର ମୂଲ୍ୟ ଭିନ୍ନ ଭିନ୍ନ ହୋଇପାରେ । ତେଣୁ ଏହାର ମୂଲ୍ୟ ପରିବର୍ତ୍ତନଶୀଳ ହୋଇଥିବାରୁ ଏହାକୁ ‘ଚଳ’ କୁହାଯାଏ । ତ, ପ, ଫ (x, y, z) ଇତ୍ୟାଦିକୁ ‘ଚଳ’ କୁହାଯାଏ । ତ, ପ, ଫ ଇତ୍ୟାଦି ଚଳ ବିଭିନ୍ନ ତର୍କବାକ୍ୟ କ୍ଷେତ୍ରରେ ବ୍ୟବହାର କରାଯାଇ ସେଗୁଡ଼ିକୁ ପ୍ରତୀକାତ୍ମକ କରାଯାଇଥାଏ; ଯଥା- ତ ପ କୁ ଭଲପାଏ । ଏଠାରେ ତ ଓ ପକୁ ଚଳରୂପେ ବ୍ୟବହାର କରାଯାଇଛି ।

ତର୍କଶାସ୍ତ୍ରୀୟ ସ୍ଥିରାଙ୍କ – ସ୍ଥିରାଙ୍କ କହିଲେ ଯାହା ପରିବର୍ତ୍ତନଶୀଳ ନୁହେଁ ତାହାକୁ ହିଁ ବୁଝାଯାଏ । ଗଣିତ ଶାସ୍ତ୍ରରେ ତଥା ଗଣିତରେ ପ୍ରୟୋଗ କରାଯାଉଥବା ସ୍ଥିରାଙ୍କଗୁଡ଼ିକର ଅର୍ଥ ଯେକୌଣସି ତାର୍କିକ ତଥା ଗାଣିତିକ ଅଭିବ୍ୟକ୍ତିରେ ସ୍ଥିର ଅଥବା ଅପରିବର୍ତିତ ରହେ । ଉଦାହରଣସ୍ୱରୂପ ୬ ର ଅର୍ଥ ତ, ଥ ମଧ୍ୟରେ, p, q ମଧ୍ୟରେ ଅଥବା ଯେକୌଣସି ଦୁଇଟି ଚଳ ମଧ୍ୟରେ ସମାନ ରହେ । ତର୍କଶାସ୍ତ୍ରୀୟ ସ୍ଥିରାଙ୍କଗୁଡ଼ିକ ହେଲା ଆପାଦନ (ଯଦି…………..ତେବେ) – ⊃, ସଂଯୋଜକ (ଏବଂ) – •, ନାସ୍ତିସୂଚକ (ନୁହେଁ) – ~, ବିଯୋଜକ (କିମ୍ବା) – ∨, ବୈକଳ୍ପିକ (ଉଭୟ ନୁହେଁ) – ∧, ସମତୁଲ୍ୟ (ସମାର୍ଥବୋଧକ) – ≡ ।

7. ସତ୍ୟଫଳନ ଓ ସତ୍ୟସାରଣୀ :
Answer:
ସତ୍ୟଫଳନ : ଫଳନ (Function) ଶବ୍ଦଟି ଗଣିତ ଶାସ୍ତ୍ରରେ ପ୍ରୟୋଗ ହୋଇଥାଏ । ଗଣିତରେ ଗୋଟିଏ ଅଭିବ୍ୟକ୍ତିକୁ ଅନ୍ୟର ଫଳନ ବୋଲି କୁହାଯାଏ, ଯେତେବେଳେ ସେହି ଅଭିବ୍ୟକ୍ତିର ମୂଲ୍ୟ ଅନ୍ୟ ଅଭିବ୍ୟକ୍ତି ଉପରେ ନିର୍ଭରଶୀଳ ହୁଏ; ଅର୍ଥାତ୍ x = y + 1 । ଏଠାରେ x ର ମୂଲ୍ୟ yର ମୂଲ୍ୟ ଉପରେ ନିର୍ଭରଶୀଳ । y ଯଦି 5 ହୁଏ, ତେବେ xର ମୂଲ୍ୟ ହେବ 6 ।

ତର୍କଶାସ୍ତ୍ରରେ ଯେକୌଣସି ତର୍କବାକ୍ୟ ସତ୍ୟ ଅଥବା ମିଥ୍ୟା ହେବ; ତେଣୁ ପ୍ରତ୍ୟେକ ତର୍କବାକ୍ୟର ସତ୍ୟ-ମିଥ୍ୟା ମୂଲ୍ୟ ଅବଶ୍ୟ ରହିବ । ମାତ୍ର ଗୋଟିଏ ତର୍କବାକ୍ୟର ମୂଲ୍ୟ ଯେତେବେଳେ ଅନ୍ୟ ଗୋଟିଏ ତର୍କବାକ୍ୟର ମୂଲ୍ୟ ଉପରେ ନିର୍ଭର କରେ, ସେତେବେଳେ ପ୍ରଥମ ଅଭିବ୍ୟକ୍ତିଟିକୁ ଦ୍ବିତୀୟର ସତ୍ୟଫଳନ ବୋଲି କୁହାଯାଏ ।

ସତ୍ୟସାରଣୀ – ଗୋଟିଏ ତାର୍କିକ ଅଭିବ୍ୟକ୍ତି (ତ ⊃ ଥ) ର ସତ୍ୟଫଳନ ନିର୍ଦ୍ଧାରଣ କରିବାପାଇଁ ସତ୍ୟସାରଣୀର ଆବଶ୍ୟକତା ପଡ଼ିଥାଏ । ଦୁଇଟି ତର୍କବାକ୍ୟ ଯେକୌଣସି ସ୍ଥିରାଙ୍କଦ୍ବାରା ସମ୍ବନ୍ଧିତ ହେଲେ, ସେହି ସମ୍ବନ୍ଧର ସତ୍ୟଫଳନ ତଦନ୍ତର୍ଗତ ଚଳମାନଙ୍କର ସତ୍ୟ-ମିଥ୍ୟା ମୂଲ୍ୟ ଉପରେ ନିର୍ଭରଶୀଳ ହୋଇଥାଏ ।
ଯଥା –

~ ତ

ଏଥିରୁ ଜଣାଯାଏ ଯେ ସତ୍ୟସାରଣୀ ଗୋଟିଏ ସତ୍ୟଫଳନର ମୂଲ୍ୟ ନିର୍ଦ୍ଧାରଣ କରିବାର ସୁବିଧାଜନକ ପ୍ରଣାଳୀ ଅଟେ । ଏହି ଦୃଷ୍ଟିରୁ ସତ୍ୟସାରଣୀକୁ ସଂପୃକ୍ତ ସତ୍ୟଫଳନର ଏକ ସଂଜ୍ଞା ବୋଲି କୁହାଯାଏ ।

8. ପୁନରୁକ୍ତିକ ତର୍କବାକ୍ୟମୂଳକ ସୂତ୍ର ଓ ଆପାତିକ ତର୍କବାକ୍ୟମୂଳକ ସୂତ୍ର :
Answer:
ପୁନରୁକ୍ତିକ ତର୍କବାକ୍ୟମୂଳକ ସୂତ୍ର – ଦୁଇଟି ତର୍କବାକ୍ୟର ସତ୍ୟ-ମିଥ୍ୟା ମୂଲ୍ୟକୁ ନେଇ ଏକ ସତ୍ୟଫଳନ ଗଠନ କରାଯାଇଥାଏ । ଏହି ସତ୍ୟଫଳନର ମୂଲ୍ୟ ଯଦି ସଦାସର୍ବଦା ସତ୍ୟ ହୁଏ ଅର୍ଥାତ୍ ଯଦି ସତ୍ୟସାରଣୀର ମୁଖ୍ୟ ସଂଯୋଜକରେ ମେଟ୍ରିକ୍‌ ସଂଖ୍ୟା ବା ସୂଚକ ସଂଖ୍ୟା କେବଳ ‘୧’କୁ ନେଇ ଗଠିତ ହୁଏ, ତେବେ ସେହି ସୂତ୍ରଟିକୁ ପୁନରୁକ୍ତିକ ସୂତ୍ର ବୋଲି କୁହାଯାଏ । ଉଦାହରଣସ୍ୱରୂପ ତ ∨ ~ ତ ହେଉଛି ଏକ ପୁନରୁକ୍ତିକ ସୂତ୍ର ।

~ତ ତ ∨ ~ତ

ଆପାତିକ ତର୍କବାକ୍ୟମୂଳକ ସୂତ୍ର – ଯେଉଁ କ୍ଷେତ୍ରରେ ଦୁଇଟି ତର୍କବାକ୍ୟର ସତ୍ୟ-ମିଥ୍ୟା ମୂଲ୍ୟକୁ ନେଇ ଗଠିତ ସତ୍ୟଫଳନର ମୂଲ୍ୟ ଅନିଶ୍ଚିତ ହୁଏ ଅର୍ଥାତ୍ କେତେକ କ୍ଷେତ୍ରରେ ସତ୍ୟ ଏବଂ କେତେକ କ୍ଷେତ୍ରରେ ମିଥ୍ୟା ହୁଏ ଅର୍ଥାତ୍ ସତ୍ୟସାରଣୀର ମୁଖ୍ୟ ସଂଯୋଜକରେ ମେଟ୍ରିକ୍‌ ସଂଖ୍ୟା ‘୧’ ଓ ‘o’କୁ ନେଇ ଗଠିତ ହୁଏ, ସେହି ସୂତ୍ରକୁ ଆପାତିକ ସୂତ୍ର କୁହାଯାଏ । ଯଥା – ତ ∨ ଥ ହେଉଛି ଏକ ଆପାତିକ ସୂତ୍ର ।

ତ ∨ ଥ

CHSE Odisha Class 12 Logic Unit 3 Short Answer Questions in Odia Medium

9. ପୁନରୁକ୍ତିକ ତର୍କବାକ୍ୟମୂଳକ ସୂତ୍ର ଓ ବିରୁଦ୍ଧ ତର୍କବାକ୍ୟମୂଳକ ସୂତ୍ର :
Answer:
ପୁନରୁକ୍ତିକ ତର୍କବାକ୍ୟମୂଳକ ସୂତ୍ର – ଦୁଇଟି ତର୍କବାକ୍ୟର ସତ୍ୟ-ମିଥ୍ୟା ମୂଲ୍ୟକୁ ନେଇ ଏକ ସତ୍ୟ ଫଳନ ଗଠନ କରାଯାଇଥାଏ । ଏହି ସତ୍ୟଫଳନର ମୂଲ୍ୟ ଯଦି ସର୍ବଦା ସତ୍ୟ ହୁଏ ଅର୍ଥାତ୍ ଯଦି ସତ୍ୟ ସାରଣୀର ମୁଖ୍ୟ ସଂଯୋଜକରେ ମେଟ୍ରିକ୍‌ସ୍ ସଂଖ୍ୟା ବା ସୂଚକ ସଂଖ୍ୟା କେବଳ ‘୧’କୁ ନେଇ ଗଠିତ ହୁଏ, ତେବେ ସେହି ସୂତ୍ରଟିକୁ ପୁନରୁକ୍ତିକ ସୂତ୍ର ବୋଲି କୁହାଯାଏ । ଉଦାହରଣସ୍ୱରୂପ, ତ ∨ ~ ଥ ହେଉଛି ଏକ ପୁନରୁକ୍ତିବ ସୂତ୍ର ।

~ତ ତ ∨ ~ତ

ବିରୁଦ୍ଧ ତର୍କବାକ୍ୟମୂଳକ ସୂତ୍ର – ଯେଉଁ କ୍ଷେତ୍ରରେ ଦୁଇଟି ତର୍କବାକ୍ୟର ସତ୍ୟ-ମିଥ୍ୟା ମୂଲ୍ୟକୁ ନେଇ ଗଠିତ ସତ୍ୟଫଳନର ମୂଲ୍ୟ ସର୍ବଦା ମିଥ୍ୟା ହୁଏ ଅର୍ଥାତ୍ ସତ୍ୟ ସାରଣୀର ମୁଖ୍ୟ ସଂଯୋଜକରେ ମେଟ୍ରିକ୍‌ ସଂଖ୍ୟା କେବଳ ‘୦’କୁ ନେଇ ଗଠିତ ହୁଏ, ସେହି ସୂତ୍ରକୁ ବିରୁଦ୍ଧ ସୂତ୍ର ବୋଲି କୁହାଯାଏ । ଉଦାହରଣସ୍ୱରୂପ – ତ • ଥ ଏକ ବିରୁଦ୍ଧ ସୂତ୍ର । ଏହାର ସତ୍ୟସାରଣୀ ନିମ୍ନରେ ପ୍ରଦତ୍ତ ହେଲା ।

~ତ ତ • ~ତ

CHSE Odisha Class 11 Economics Solutions Chapter 21 ସହସମ୍ବନ୍ଧ ଓ ସମାଶ୍ରୟଣ

Odisha State Board CHSE Odisha Class 11 Economics Solutions Chapter 21 ସହସମ୍ବନ୍ଧ ଓ ସମାଶ୍ରୟଣ Questions and Answers.

CHSE Odisha 11th Class Economics Solutions Chapter 21 ସହସମ୍ବନ୍ଧ ଓ ସମାଶ୍ରୟଣ

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଉତ୍ତରମାନଙ୍କ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ।

୧। ଯଦି ଦୁଇଟି ବିଚ୍ୟୁତି ଏକ ଦିଗରେ ସଂଗଠିତ ହେଉଥାଏ, ତେବେ ସେମାନଙ୍କର ସହ ସମ୍ବନ୍ଧ
(i) ଧନାତ୍ମକ
(ii) ରଣାତ୍ମକ
(iii) ଶୂନ୍ଯ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(i) ଧନାତ୍ମକ

୨। ଯଦି ଦୁଇଟି ଚଳର ବିଚ୍ୟୁତି ବିପରୀତ ଦିଗରେ ସଂଘଟିତ ହେଉଥାଏ, ତେବେ ସେମାନଙ୍କ ମଧ୍ୟରେ
(i) ଅନୁଲୋମ ସମ୍ପର୍କ ଥାଏ
(ii) ପ୍ରତିଲୋମ ସମ୍ପର୍କ ଥାଏ
(iii) ସମ୍ପର୍କ ନ ଥାଏ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(ii) ପ୍ରତିଲୋମ ସମ୍ପର୍କ ଥାଏ

୩। ତିନି ବା ତଦୁର୍ଦ୍ଧ୍ବ ଚଳମାନଙ୍କ ମଧ୍ୟରେ ଥ‌ିବା ସହ ସମ୍ବନ୍ଧକୁ କ’ଣ କୁହାଯାଏ ?
(i) ସରଳ ସହ-ସମ୍ବନ୍ଧ
(ii) ଏକାଧିକ ସହ-ସମ୍ବନ୍ଧ
(iii) ଆଂଶିକ ସହ-ସମ୍ବନ୍ଧ
(iv) ସ୍ଥିତି ସମ୍ବନ୍ଧ
Answer:
(ii) ଏକାଧିକ ସହ-ସମ୍ବନ୍ଧ

୪। ଗୋଟିଏ ଚଳର ଏକକ ପରିବର୍ତ୍ତନ ଯୋଗୁଁ ଅନ୍ୟ ଏକ ଚଳର ଧ୍ରୁବକ (ଏକ ନିର୍ଦ୍ଦିଷ୍ଟ ଏକକ) ପରିବର୍ତ୍ତନ ଘଟୁଥୁଲେ
(i) ସରଳ ରେଖକ
(ii) ବକ୍ର ରିଖକ
(iii) ଏକ୍ସପୋନେସିଆଲ
(iv) ଲଗାରିଦମିକ
Answer:
(i) ସରଳରେଖକ

୫। ଦୁଇଟି ଚଳର ପରିବର୍ତ୍ତନ ପ୍ରାୟ ସମାନ ଅନୁପାତରେ ଘଟୁଥିଲେ ସେମାନଙ୍କର ସହ-ସମ୍ବନ୍ଧ
(i) ଉଚ୍ଚ
(ii) ନିମ୍ନ
(iii) ଶୂନ୍ଯ
(iv) ପୂର୍ଣ୍ଣ
Answer:
(i) ଉଚ୍ଚ

CHSE Odisha Class 11 Economics Solutions Chapter 21 ସହସମ୍ବନ୍ଧ ଓ ସମାଶ୍ରୟଣ

୬। କାର୍ଲପିଅରସନ୍‌ଙ୍କ ସହସମ୍ବନ୍ଧ ଗୁଣାଙ୍କର (r) ସଂଜ୍ଞା
(i) Cov (X,Y)/σx
(ii) Cov(x,y)/σy
(iii) Cov (x,y)/σx.σy (iv)
(iv) \(\frac{V .(x) V(y)}{\sigma x . \sigma y}\)
Answer:
(iii) Cov (x,y)/σx.σy

୭। n ଯଦି ସହସମ୍ବନ୍ଧ ଗୁଣାଙ୍କ ହୁଏ, ତେବେ
(i) n>1
(ii) n<-1
(iii) -1≤1≤1
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(iii) -1≤1≤1

୮। ଯଦି n = 1 ହୁଏ ତେବେ
(i) ସହସମ୍ବନ୍ଧ ପୂର୍ଣ ହୋଇଥାଏ
(ii) ସହସମ୍ବନ୍ଧ ଧନାତ୍ମକ ହୋଇଥାଏ
(iii) ସହସମ୍ବନ୍ଧ ଋଣାତ୍ମକ ହୋଇଥାଏ
(iv) ସହସମ୍ବନ୍ଧ ପୂର୍ଣ୍ଣ ଓ ଧନାତ୍ମକ ହୋଇଥାଏ
Answer:
(iv) ସହସମ୍ବନ୍ଧ ପୂର୍ଣ୍ଣ ଓ ଧନାତ୍ମକ ହୋଇଥାଏ

୯। ଯଦି  Σ(x – x̄)2=4, Σ(y – ȳ)2 =9 ଏବଂ Σ(x – x̄)2 (y – ȳ)=5 ହୁଏ, ତେବେ ସହସମ୍ବନ୍ଧ (r)
(i) \(\frac{5}{6}\)
(ii) \(\frac{6}{5}\)
(iii) \(\frac{5}{36}\)
(iv) \(\frac{6}{35}\)
Answer:
\(\frac{5}{6}\left[r=\frac{\sum(X-\bar{X})(Y-\bar{Y})}{\sqrt{(X-\bar{X})^2(Y-\bar{Y})^2}}=\frac{5}{\sqrt{4 \times 9}}=\frac{5}{2 \times 3}=\frac{5}{6}\right]\)

୧୦। ଯଦି r = 0.6 6x=2 ଏବଂ 6y=5 ହୁଏ ତେବେ Cov(x.y)
(i) 4
(ii) 5
(iii) 6
(iv) 7
Answer:
(iii) 6
CHSE Odisha Class 11 Economics Solutions Chapter 21 ସହସମ୍ବନ୍ଧ ଓ ସମାଶ୍ରୟଣ 1

୧୧। ସମାଶ୍ରୟଣ କେଉଁ ଉକ୍ତିକୁ ପ୍ରତିପାଦିତ କରିଥାଏ ?
(i) କାରଣ ଓ ପ୍ରଭାବ ସମ୍ପର୍କ
(ii) ଭବିଷ୍ୟତ କଳନା
(iii) ସମ୍ପର୍କର ଦିଗ ଓ ପ୍ରବଣତା
(iv) ଉପରୋକ୍ତ ସମସ୍ତ
Answer:
(iv) ଉପରୋକ୍ତ ସମସ୍ତ

CHSE Odisha Class 11 Economics Solutions Chapter 21 ସହସମ୍ବନ୍ଧ ଓ ସମାଶ୍ରୟଣ

୧୨। ନିମ୍ନଲିଖ ମଧ୍ୟରୁ କେଉଁଟିକୁ ସମାଶ୍ରୟଣ ପ୍ରତିପାଦିତ କରିଥାଏ ?
(i) ଭବିଷ୍ୟତ କଥନ
(ii) ସମ୍ପର୍କର ଆକଳନ
(iii) ସହ ସମ୍ପର୍କ
(iv) ଉପରୋକ୍ତ ସମସ୍ତ
Answer:
(iv) ଉପରୋକ୍ତ ସମସ୍ତ

୧୩ । ସମାଶ୍ରୟଣ ସମୀକରଣ y = a + bx ହେଉଛି-
(i) ସ୍ଵତନ୍ତ୍ର ଚଳ
(ii) ନିର୍ଭରଶୀଳ ଚଳ
(iii) ଅନିୟମିତ ଚଳ
(iv) ସ୍ଵାଧୀନ ଚଳ
Answer:
(iv) ସ୍ଵାଧୀନ ଚଳ

୧୪ । ସମାଶ୍ରୟଣ ସମୀକରଣ y = a + bx ହେଉଛି –
(i) ସ୍ଵାଧୀନ ଚଳ
(ii) ନିର୍ଭରଶୀଳ ଚଳ
(iii) ଅନିୟମିତ ଚଳ
(iv) ସ୍ଵତନ୍ତ୍ର ଚଳ
Answer:
(ii) ନିର୍ଭରଶୀଳ ଚଳ

B. ଶୂନ୍ୟସ୍ଥାନ ପୂରଣ କର :

୧। ଦୁଇଟି ଚଳ ଏକ ଦିଗରେ ପରିବର୍ତ୍ତିତ ହେଉଥଲେ ସେମାନଙ୍କର ସହସମ୍ବନ୍ଧ _____________________ ହୋଇଥାଏ।
Answer:
ଧନାତ୍ମକ

୨। ଦୁଇଟି ଚଳର ସହସମ୍ବନ୍ଧ ଋଣାତ୍ମକ ହୋଇଥିଲେ ସେମାନଙ୍କର ପରିବର୍ତ୍ତନ __________________ ଦିଗରେ ସଂଘଟିତ ହୋଇଥାଏ ।
Answer:
ବିପରୀତ

୩। ସରଳରେଖକ ସହସମ୍ବନ୍ଧ ଥିଲେ, ଗୋଟିଏ ଚଳର ଏକକ ପରିବର୍ତ୍ତନ ପାଇଁ ଅନ୍ୟ ଚଳର ଏକ ________________ ହୋଇଥାଏ।
Answer:
ଧ୍ରୁବକ

୪। X ଓ Y ଚଳ ଦ୍ଵୟର ସହସମ୍ବନ୍ଧ ବକ୍ରରେଖକ ହୋଇଥିଲେ _____________________ ଏକ ଧ୍ରୁବକ ରାଶି ହୋଇ ନ ଥାଏ ।
Answer:
\(\frac{\Delta Y}{\Delta X}\)

୫। ଅନେକ ଚଳରାଶି ପରସ୍ପର ସମ୍ପର୍କିତ ହୋଇଥିଲେ, କୌଣସି ଦୁଇ ଚଳରାଶି ଉପରୁ ଅନ୍ୟ ଚଳରାଶିମାନଙ୍କର ପ୍ରଭାବ ଅପସାରଣ କଲାପରେ ସେମାନଙ୍କ ମଧ୍ୟରେ ଯେଉଁ ସହସମ୍ବନ୍ଧ ପରିଲକ୍ଷିତ ହୁଏ, ତାହାକୁ _____________________ ସହସମ୍ବନ୍ଧ କୁହାଯାଏ।
Answer:
ଆଂଶିକ

CHSE Odisha Class 11 Economics Solutions Chapter 21 ସହସମ୍ବନ୍ଧ ଓ ସମାଶ୍ରୟଣ

୬। ଦୁଇଟି ଚଳ ସମାନ ଅନୁପାତରେ ପରିବର୍ତ୍ତନ ହେଉଥିଲେ ସେମାନଙ୍କ ମଧ୍ୟରେ ________________________ ସହସମ୍ବନ୍ଧ ପରିଲକ୍ଷିତ ହୁଏ।
Answer:
ପୂର୍ଣଓ

୭। ସହସମ୍ୱନ୍ଧ ଗୁଣାଙ୍କ ________________ ଠାରୁ ବୃହତ୍ତର ନୁହେଁ ।
Answer:
+୧

୮। ସହସମ୍ୱନ୍ଧ ଗୁଣାଙ୍କ ________________ ଠାରୁ ବୃହତ୍ତର ନୁହେଁ ।
Answer:
-୧

୯। ସହସମ୍ବନ୍ଧ ଗୁଣାଙ୍କ ଅରିଜିନ ଓ ସ୍କେଲର ପରିବର୍ତ୍ତନର _____________________ ଅଗେ ।
Answer:
ନିରପେକ୍ଷ

୧୦। n = 0 ହେଲେ ଚଳମାନଙ୍କ ମଧ୍ୟରେ ________________________ ନାହିଁ ବୋଲି କୁହାଯାଏ ।
Answer:
ସହସମ୍ବନ୍ଧ

୧୧। ଦୁଇଟି ଚଳ ମଧ୍ୟରେ ହାରାହାରି ସମ୍ପର୍କକୁ ___________________ କୁହାଯାଏ ।
Answer:
ସମାଶ୍ରୟଣ

୧୨। ସମାଶ୍ରୟଣକୁ ବୁଝାଉଥବା ରେଖାଚିତ୍ରକୁ _________________ କୁହାଯାଏ ।
Answer:
ସମାଶ୍ରୟଣ ରେଖା

୧୩। ଯେଉଁ ଚଳର ଭବିଷ୍ୟତ କଥନ କରାଯାଏ, ତାହାକୁ ______________________ କୁହାଯାଏ ।
Answer:
ସ୍ଵାଧୀନ ଚଳ

୧୪। ସମାଶ୍ରୟଣ ସମୀକରଣଟି _____________________ ରୂପେ ଲେଖାଯାଏ ।
Answer:
y = a + bx |

CHSE Odisha Class 11 Economics Solutions Chapter 21 ସହସମ୍ବନ୍ଧ ଓ ସମାଶ୍ରୟଣ

C. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

୧। ଦୁଇଟି ଚଳ ସମଦିଗରେ ଗତି କଲେ ସେମାନଙ୍କ ମଧ୍ୟରେ କେଉଁ କିସମର ସହସମ୍ବନ୍ଧ ରହିଥାଏ ?
Answer:
ଦୁଇଟି ଚଳ ସମଦିଗରେ ଗତିକଲେ ସେମାନ ମଧ୍ୟରେ ଧନାତ୍ମକ ସହସମ୍ବନ୍ଧ ରହିଥାଏ।

୨। ସହସମ୍ବନ୍ଧ ଗୁଣାଙ୍କର ମୂଲ୍ୟ କେତେ ହୋଇପାରେ ?
Answer:
ସହସମ୍ବନ୍ଧ ଗୁଣାଙ୍କର ମୂଲ୍ୟ –୧ରୁ +୧ ମଧ୍ୟରେ ହୋଇପାରେ।

୩। ସହସମ୍ବନ୍ଧର ସର୍ବାଧ‌ିକ ମୂଲ୍ୟ କେତେ ହୋଇପାରେ ?
Answer:
ସହସମ୍ବନ୍ଧର ସର୍ବାଧ‌ିକ ମୂଲ୍ୟ +୧ ହୋଇପାରେ।

୪। ଦୁଇଟି ଚଳ ବିପରୀତ ଦିଗରେ ଗତି କଲେ, ସେମାନଙ୍କ ମଧ୍ୟରେ କେଉଁ କିସମର ସହସମ୍ବନ୍ଧ ଦେଖାଯାଏ ?
Answer:
ଦୁଇଟି ଚଳ ବିପରୀତ ଦିଗରେ ଗତିକଲେ, ସେମାନଙ୍କ ମଧ୍ୟରେ ଋଣାତ୍ମକ ସହସମ୍ବନ୍ଧ ଦେଖାଯାଏ।

୫। ଦୁଇଟି ଚଳ ମଧ୍ୟରେ ସମାନୁପାତିକ ପରିବର୍ତ୍ତନ ଦେଖାଦେଲେ ସେମାନଙ୍କ ମଧ୍ୟରେ କେଉଁ କିସମର ସହସମ୍ବନ୍ଧ ଥାଏ ?
Answer:
ଦୁଇଟି ଚଳ ମଧ୍ୟରେ ସମାନୁପାତିକ ପରିବର୍ତ୍ତନ ଦେଖାଦେଲେ ସେମାନଙ୍କ ମଧ୍ୟରେ ସମ୍ପୂର୍ଣ ସହ ସମ୍ବନ୍ଧ ଥାଏ।

୬। ସହସମ୍ବନ୍ଧ କାହାକୁ କୁହାଯାଏ ?
Answer:
ଦୁଇଟି ରାଶି ମଧ୍ୟରେ ରହିଥିବା ପାରସ୍ପରିକ ସମ୍ପର୍କକୁ ସହସମ୍ବନ୍ଧ କୁହାଯାଏ।

୭। ଧନାତ୍ମକ ସହସମ୍ବନ୍ଧ କ’ଣ ?
Answer:
ଯେତେବେଳେ ଦୁଇଟି ରାଶିର ପରିବର୍ତ୍ତନ ସମଦିଗରେ ସଂଗଠିତ ହୁଅନ୍ତି, ଅର୍ଥାତ୍ ଗୋଟିକର ବୃଦ୍ଧି ବା ହ୍ରାସ ସହ ଅନ୍ୟଟିର ବୃଦ୍ଧି ହ୍ରାସ ସମକାଳୀନ ହୋଇଥାଏ, ତାହାକୁ ଧନାତ୍ମକ ସହସମ୍ବନ୍ଧ କୁହାଯାଏ।

୮। ଶୈଖକ ସହସମ୍ବନ୍ଧ କ’ଣ ?
Answer:
ଯେତେବେଳେ ରାଶିଦ୍ଵୟର ପରିବର୍ତ୍ତନ ଏକ ସ୍ଥିର ଅନୁପାତରେ ଘଟେ ତାହାକୁ ବୈଖକ ସହସମ୍ବନ୍ଧ କୁହାଯାଏ।

CHSE Odisha Class 11 Economics Solutions Chapter 21 ସହସମ୍ବନ୍ଧ ଓ ସମାଶ୍ରୟଣ

୯। ସହସମ୍ବନ୍ଧ ଗୁଣାଙ୍କ କ’ଣ ?
Answer:
ଯାହା ମାଧ୍ୟମରେ ରାଶିଦ୍ଵୟରେ ରହିଥିବା ପାରସ୍ପରିକ ସଂପର୍କର ନିର୍ଦ୍ଦିଷ୍ଟ ପରିମାଣାତ୍ମକ ପରିପ୍ରକାଶ କରାଯାଏ,

୧୦ । ପୂର୍ଣ୍ଣ ସହସମ୍ବନ୍ଧ କାହାକୁ କୁହାଯାଏ ?
Answer:
ଯଦି କୌଣସି ରାଶିର ବୃଦ୍ଧି ବା ହ୍ରାସ ସହ ଅନ୍ୟ ରାଶିଟିର ବୃଦ୍ଧି ଓ ହ୍ରାସ ସ୍ଥିର ଅନୁପାତରେ ଘଟିଥାଏ, ତାହାକୁ ରାଶି ମଧ୍ୟରେ ପୂର୍ଣ୍ଣ ସହସମ୍ବନ୍ଧ ରହିଛି ବୋଲି କୁହାଯାଏ।

୧୧। ପୂର୍ଣ ସହସମ୍ବନ୍ଧ କେତେ ପ୍ରକାର ?
Answer:
ପୂର୍ଣ୍ଣ ସହସମ୍ବନ୍ଧ ଦୁଇ ପ୍ରକାର; ଯଥା – ଧନାତ୍ମକ ପୂର୍ଣ୍ଣ ସହସମ୍ବନ୍ଧ ଓ ଋଣାତ୍ମକ ପୂର୍ଣ୍ଣ ସହସମ୍ବନ୍ଧ ।

୧୨। ଧନାତ୍ମକ ପୂର୍ଣ୍ଣ ସହସମ୍ବନ୍ଧ କ’ଣ ?
Answer:
ଯେତେବେଳେ ଗୋଟିଏ ରାଶିର ବୃଦ୍ଧି ବା ହ୍ରାସ ସହ ଅନ୍ୟରାଶିର ଯଥାକ୍ରମେ ବୃଦ୍ଧି ବା ହ୍ରାସ ପରିଲକ୍ଷିତ ହୁଏ

୧୩। ଋଣାତ୍ମକ ପୂର୍ଣ୍ଣ ସହସମ୍ବନ୍ଧ କ’ଣ ?
Answer:
ଯେତେବେଳେ ରାଶି ଦ୍ବୟର ପରିବର୍ତ୍ତନ ବିପରୀତ ଦିଗରେ ସଂଗଠିତ ହୁଏ; ଯଥା – ଗୋଟିଏ ରାଶିର ବୃଦ୍ଧି ବା ହ୍ରାସ ସହ ଅନ୍ୟ ରାଶିର ଯଥାକ୍ରମେ ହ୍ରାସ ଓ ବୃଦ୍ଧି ଘଟେ ତାହାକୁ ଋଣାତ୍ମକ ପୂର୍ଣ୍ଣ ସହସମ୍ବନ୍ଧ କୁହାଯାଏ।

୧୪। ସହସମ୍ବନ୍ଧ ଗୁଣାଙ୍କର ସର୍ବାଧ‌ିକ ମୂଲ୍ୟକେତେ ହୋଇପାରେ ?
Answer:
+୧

୧୫। ସହସମ୍ବନ୍ଧ ଗୁଣାଙ୍କର ମୂଲ୍ୟ ‘୦’ ହେଲେ କି ପ୍ରକାର ସିଦ୍ଧାନ୍ତ ନିଆଯାଇପାରେ ?
Answer:
ସହସମ୍ବନ୍ଧ ଗୁଣାଙ୍କର ‘୦’ ହେଲେ, ଦୁଇଟି ରାଶି ମଧ୍ୟରେ ପାରସ୍ପରିକ ସଂପର୍କ ନଥବାର ସିଦ୍ଧାନ୍ତ ନିଆଯାଇପାରେ।

୧୬। ସହସମ୍ବନ୍ଧ ଗୁଣାଙ୍କର ମୂଲ୍ୟ ୯୮ ହେଲେ କି ପ୍ରକାର ସିଦ୍ଧାନ୍ତ ଗ୍ରହଣ କରାଯାଇପାରେ ?
Answer:
ରାଶିଦ୍ଵୟ ମଧ୍ଯରେ ଅଧିକ ଧନାତ୍ମକ ସହସମ୍ବନ୍ଧ ରହିଛି।

CHSE Odisha Class 11 Economics Solutions Chapter 21 ସହସମ୍ବନ୍ଧ ଓ ସମାଶ୍ରୟଣ

୧୭। ସହସମ୍ବନ୍ଧ ଗୁଣାଙ୍କର ମୂଲ୍ୟ –୧ ହେଲେ ରାଶିଦ୍ଵୟ ମଧ୍ଯରେ କି ପ୍ରକାର ସଂପର୍କ ରହିଛି ?
Answer:
ସହସମ୍ବନ୍ଧ ଗୁଣାଙ୍କର ମୂଲ୍ୟ – ୧ ହେଲେ ରାଶିଦ୍ଵୟ ମଧ୍ୟରେ ପୂର୍ଣ ଋଣାତ୍ମକ ସହସମ୍ବନ୍ଧ ରହିଛି।

୧୮। ସହସମ୍ବନ୍ଧ ଗୁଣାଙ୍କର ମୂଲ୍ୟ ନିର୍ଦ୍ଧାରଣ ପାଇଁ ପ୍ରଣୟନ କରିଥିବା ସୂତ୍ରର ଏକ ମୁଖ୍ୟ ପ୍ରଣେତାଙ୍କ ନାମ କ’ଣ ?
Answer:
କାଇଁ ପିଅରସନ।

୧୯ । ସମାଶ୍ରୟଣ କାହାକୁ କୁହାଯାଏ ?
Answer:
ଦୁଇଟି ଚଳ ମଧ୍ୟରେ ହାରାହାରୀ ସମ୍ପର୍କକୁ ସମାଶ୍ରୟଣ କୁହାଯାଏ ।

୨୦ । ସହସମ୍ପର୍କର ଗୁଣାଙ୍କ କିପରି ମିଳିଥାଏ ?
Answer:
ଦୁଇଟି ସମାଶ୍ରୟତା ଗୁଣାଙ୍କର ଗୁଣଫଳର ବର୍ଗମୂଳ ନେଇ ସହସମ୍ପର୍କ ଗୁଣାଙ୍କ ମିଳିଥାଏ ।

D. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

୧। ଚାହିଦା ଓ ଦର ମଧ୍ଯରେ ଧନାତ୍ମକ ସହସମ୍ବନ୍ଧ ଥାଏ।
Answer:
ଚାହିଦା ଓ ଦର ମଧ୍ଯରେ ଋଣାତ୍ମକ ସହସମ୍ବନ୍ଧ ଥାଏ।

୨। ଉଚ୍ଚ ସହ ସମ୍ବନ୍ଧ ଗୁଣାଙ୍କ +୧ ସଂଖ୍ୟାର ନିକଟରେ ଥାଏ।
Answer:
ଉଚ୍ଚ ସହ ସମ୍ବନ୍ଧ ଗୁଣାଙ୍କ + ୧ ସଂଖ୍ୟାର ନିକଟରେ ଥାଏ।

୩। ଦୁଇଟି ଚଳ ମଧ୍ୟରେ ସହସମ୍ବନ୍ଧ ନ ଥିଲେ ସହସମ୍ବନ୍ଧ ଗୁଣାଙ୍କର ମୂଲ୍ୟ ୧ ହୋଇଥାଏ।
Answer:
ଦୁଇଟି ଚଳ ମଧ୍ୟରେ ସହସମ୍ବନ୍ଧ ନ ଥିଲେ ସହସମ୍ବନ୍ଧ ଗୁଣାଙ୍କର ମୂଲ୍ୟ ୦ ହୋଇଥାଏ

୪। ଦର ଓ ଯୋଗାଣ ମଧ୍ଯରେ ଋଣାତ୍ମକ ସହସମ୍ବନ୍ଧ ପରିଲକ୍ଷିତ ହୋଇଥାଏ।
Answer:
ଦର ଓ ଯୋଗାଣ ମଧ୍ଯରେ ଧନାତ୍ମକ ସହସମ୍ବନ୍ଧ ପରିଲକ୍ଷିତ ହୋଇଥାଏ।

୫। ଦୁଇଟି ଚଳ ଥବା ବଣ୍ଟନକୁ ବିଚଳ ବଣ୍ଟନ କୁହାଯାଏ।
Answer:
ଦୁଇଟି ଚଳ ଥବା ବଣ୍ଟନକୁ ଦ୍ଵିବିଚଳ (bivariate distribution) ବଣ୍ଟନ କୁହାଯାଏ।

CHSE Odisha Class 11 Economics Solutions Chapter 21 ସହସମ୍ବନ୍ଧ ଓ ସମାଶ୍ରୟଣ

୬। ଦୁଇଟି ଚଳ ମଧ୍ୟରେ ଥିବା ସମ୍ବନ୍ଧକୁ ଏକାଧିକାର ସହସମ୍ବନ୍ଧ କୁହାଯାଏ।
Answer:
ଦୁଇଟି ଚଳ ମଧ୍ୟରେ ଥିବା ସମ୍ବନ୍ଧକୁ ସରଳ ସହସମ୍ବନ୍ଧ କୁହାଯାଏ।

୭। ବିପରୀତ ଦିଗରେ ପରିବର୍ତ୍ତିତ ହେଉଥୁବା ଚଳମାନଙ୍କର ସହସମ୍ବନ୍ଧକୁ ଧନାକତ୍ମ ସହସମ୍ବନ୍ଧ କୁହାଯାଏ।
Answer:
Answer:
ବିପରୀତ ଦିଗରେ ପରିବର୍ତ୍ତିତ ହେଉଥୁବା ଚଳମାନଙ୍କର ସହସମ୍ବନ୍ଧକୁ ଋଣାତ୍ମକ ସହସମ୍ବନ୍ଧ କୁହାଯାଏ।

୮। ଯେଉଁ ଚିତ୍ରଲେଖ ସାହାଯ୍ୟରେ ସହସମ୍ବନ୍ଧର ଧାରଣା କରିହୁଏ ତାହାକୁ ବକ୍ରରେଖକ ଚିତ୍ର କହନ୍ତି ।
Answer:
ଯେଉଁ ଚିତ୍ରଲେଖ ସାହାଯ୍ୟରେ ସହସମ୍ବନ୍ଧର ଧାରଣା କରିହୁଏ ତାହାକୁ ବିକ୍ଷିପ୍ତ ରେଖାଚିତ୍ର କହନ୍ତି ।

୯ । ଅନେକ ଚଳମାନଙ୍କ ମଧ୍ୟରେ ଯେଉଁ ସହସମ୍ବନ୍ଧ ପରିଲକ୍ଷିତ ହୁଏ ତାହାକୁ ଆଂଶିକ ସହସମ୍ବନ୍ଧ କହନ୍ତି ।
Answer:
ଅନେକ ଚଳମାନଙ୍କ ମଧ୍ୟରେ ଯେଉଁ ସହସମ୍ବନ୍ଧ ପରିଲକ୍ଷିତ ହୁଏ, ତାହାକୁ ଏକାଧିକ ସହସମ୍ବନ୍ଧ କହନ୍ତି ।

୧୦। \(\frac{\Delta Y}{\Delta X}\) ଯଦି ଧବଙ୍କ ( ଏକ ନିର୍ଦ୍ଦିଷ୍ଟ ଏକକ) ହୋଇଥାଏ ତା’ ହେଲେ X ଓ Y ମଧ୍ୟରେ ସରଳରେଖକ ସହସମ୍ବନ୍ଧ ଥାଏ।
Answer:
ଠିକ୍

୧୧। ସହସମ୍ବନ୍ଧ ମାଧ୍ୟମରେ ରାଶିଦ୍ଵୟ ମଧ୍ଯରେ ରହିଥିବା ଗୁଣାତ୍ମକ ସଂପର୍କ ନିର୍ଦ୍ଧାରଣ କରାଯାଇଥାଏ।
Answer:
ଯେତେବେଳେ ରାଶିଦ୍ଵୟର ପରିବର୍ତ୍ତନ ସ୍ଥିର ଅନୁପାତରେ ହୁଏ, ତାହାକୁ ବୈଖକ ସହସମ୍ବନ୍ଧ କୁହାଯାଏ।

୧୨। ଯେତେବେଳେ ରାଶିଦୁର ପରିବର୍ତ୍ତନ ସ୍ଥିର ଅନୁପାତରେ ହୁଏ, ତାହାକୁ ସରଳ ସହସମ୍ବନ୍ଧ କୁହାଯାଏ।
Answer:
ଯେତେବେଳେ ରାଶିଦ୍ବୟର ପରିବର୍ତ୍ତନ ସ୍ଥିର ଅନୁପାତରେ ହୁଏ, ତାହାକୁ ବୈଖ୍ୟକ ସହସମ୍ବନ୍ଧ କୁହାଯାଏ।

୧୩। ଅଣରେଖକ ସହସମ୍ବନ୍ଧ କ୍ଷେତ୍ରରେ ଦୁଇଟି ପରିବର୍ତ୍ତନ ହାର ଅସମାନୁପାତିକ।
Answer:
ଠିକ୍

CHSE Odisha Class 11 Economics Solutions Chapter 21 ସହସମ୍ବନ୍ଧ ଓ ସମାଶ୍ରୟଣ

୧୪। ସହସମ୍ବନ୍ଧର ଗୁଣାଙ୍କ ମୂଲ୍ୟର ସୀମା –୧ରୁ ୦ ମଧ୍ୟରେ ହୋଇଥାଏ।
Answer:
ସହସମ୍ବନ୍ଧର ଗୁଣାଙ୍କ ମୂଲ୍ୟର ସୀମା –୧ରୁ +୧ ମଧ୍ୟରେ ହୋଇଥାଏ।

୧୫। ଏକାଧ‌ିକ ସହସମ୍ବନ୍ଧରେ ଦୁଇଟି ରାଶିର ପରିବର୍ତ୍ତନ ଅନୁପାତ ସ୍ଥିର ରହେ।
Answer:
ସରଳ ରେଖକ ସମ୍ବନ୍ଧରେ ଦୁଇଟି ରାଶିର ପରିବର୍ତ୍ତନ ଅନୁପାତ ସ୍ଥିର ରହେ।

୧୬ । ସମାଶ୍ରୟଣଦ୍ୱାରା ଫଳନକୁ ବ୍ୟବହାର କରି ସ୍ୱତନ୍ତ୍ର ଚଳର ମୂଲ୍ୟର ଭବିଷ୍ୟ କଥନ କରିହୁଏ ।
Answer:
ସମାଶ୍ରୟଣଦ୍ୱାରା ଫଳନକୁ ବ୍ୟବହାର କରି ନିର୍ଭରଶୀଳ ଚଳର ମୂଲ୍ୟର ଭବିଷ୍ୟ କଥନ କରିହୁଏ ।

E. ପାଞ୍ଚଟି ବାକ୍ୟ ମଧ୍ଯରେ ନିମ୍ନଲିଖୂ ପ୍ରଶ୍ନମାନଙ୍କ ଉତ୍ତର ଦିଅ ।

୧। ସହସମ୍ବନ୍ଧ କ’ଣ ?
Answer:
ଦୁଇଟି ଚଳ ମଧ୍ୟରେ ଥ‌ିବା ସମ୍ବନ୍ଧକୁ ସହସମ୍ବନ୍ଧ କୁହାଯାଏ। ଯଦି ଗୋଟିଏ ଚଳରେ ପରିବର୍ତ୍ତନ ଯୋଗୁଁ ଅନ୍ୟ ଏକ ଚଳରେ ପରିବର୍ତ୍ତନ ହୁଏ, ସେହି ଚଳଦ୍ଵୟର ସମ୍ପର୍କକୁ ସହସମ୍ବନ୍ଧ କୁହାଯାଏ। କ୍ରକ୍ୱଟନ୍ ଓ କଉଡେନ୍‌ଙ୍କ ଅନୁଯାୟୀ ଯେତେବେଳେ ସମ୍ବନ୍ଧ ପରିମାଣତ୍ମକ ହୋଇଥାଏ, ସମ୍ବନ୍ଧର ପରିମାପ ଓ ସଂକ୍ଷିପ୍ତ ପ୍ରଣାଳୀରେ ବ୍ୟକ୍ତ କରିବା ପାଇଁ ବ୍ୟବହୃତ ଉପଯୁକ୍ତ ପରିସଂଖ୍ୟାନ ସମ୍ବନ୍ଧୀୟ ଉପକରଣକୁ ସହସମ୍ବନ୍ଧ କୁହାଯାଏ। ସୁତରାଂ ସହସମ୍ବନ୍ଧ ହେଉଛି ଏକ ବିଶ୍ଳେଷଣ ପଦ୍ଧତି ଯହିଁରେ ଦୁଇ ବା ତତୋଽଧୂକ ଚଳମାନଙ୍କ ମଧ୍ୟରେ ସହମାନ ପରିବର୍ତ୍ତନର ବିଶ୍ଳେଷଣ କରାଯାଇଥାଏ।

୨। ସହସମ୍ବନ୍ଧର ଉପଯୋଗିତା କ’ଣ ?
Answer:

  • ସହସମ୍ବନ୍ଧର ପ୍ରକ୍ରିୟାରେ ରାଶିମାନଙ୍କ ମଧ୍ୟରେ ରହିଥିବା ପାରସ୍ପରିକ ସଂର୍ପକର ମାତ୍ରାକୁ ଏକ ନିର୍ଦ୍ଦିଷ୍ଟ ସଂଖ୍ୟାରେ ପରିପ୍ରକାଶ କରାଯାଇଥାଏ ।
  • ସହସମ୍ବନ୍ଧ ପ୍ରକ୍ରିୟାରେ ପାରସ୍ପରିକ ସମ୍ବନ୍ଧ ଥ‌ିବା ଗୋଟିଏ ରାଶିର ମୂଲ୍ୟ ଜଣାଥଲେ ଅନ୍ୟ ରାଶିର ମୂଲ୍ୟ ଆକଳନ କରାଯାଇଥାଏ ।
  • ବ୍ୟବସାୟିକ ଉତ୍‌ଥାନ ପତନ, ଅର୍ଥନୈତିକ ପ୍ରକ୍ରିୟାରେ ଏହା ବିଶେଷ ଉପଯୋଗୀ।

୩। ଧନାତ୍ମକ ସହସମ୍ବନ୍ଧ କ’ଣ ?
Answer:
ଯଦି ଦୁଇଟି ଚଳ ସମଦିଗରେ ପରିବର୍ତ୍ତନ ହୁଏ, ତେବେ ଚଳଦ୍ଵୟ ମଧ୍ଯରେ ସମ୍ପର୍କକୁ ଧନାତ୍ମକ ସହସମ୍ବନ୍ଧ କୁହାଯାଏ। ଅର୍ଥାତ୍ ଯଦି ଗୋଟିଏ ଚଳରେ ବୃଦ୍ଧି ଘଟିବା ଯୋଗୁଁ ଅନ୍ୟ ଚଳଟିର ବୃଦ୍ଧି ଘଟେ କିମ୍ବା ଯଦି ଗୋଟିଏ ଚଳରେ ହ୍ରାସ ଯୋଗୁଁ ଅନ୍ୟ ଚଳରେ ମଧ୍ୟ ହ୍ରାସ ଘଟେ, ତେବେ ସେହି ଚଳଦ୍ଵୟ ମଧ୍ଯରେ ଧନାତ୍ମକ ସହସମ୍ବନ୍ଧ ରହେ। ଦ୍ରବ୍ୟର ଦର ଓ ଦ୍ରବ୍ୟର ଯୋଗାଣ ଧନାତ୍ମକ ସହସମ୍ବନ୍ଧର ଏକ ଉଦାହରଣ।

୪। ରେଖକ ସହସମ୍ବନ୍ଧ କ’ଣ ?
Answer:
ଗୋଟିଏ ଚଳର ଏକକ ପରିବର୍ତ୍ତନ ସହିତ ଅନ୍ୟ ଚଳରେ ସର୍ବଦା ଏକ ନିର୍ଦ୍ଦିଷ୍ଟ ମାତ୍ରାର ପରିବର୍ତ୍ତନ ଦେଖାଦେଲେ ସେମାନଙ୍କ ମଧ୍ୟରେ ଥ‌ିବା ସହସମ୍ବନ୍ଧକୁ ବୈଖ୍ୟକ ସହସମ୍ବନ୍ଧ କୁହାଯାଏ। ଉଦାହରଣ ସ୍ଵରୂପ ଯଦି କୌଣସି ସମୟରେ ଦାମ୍‌ର ଶତକଡ଼ା ୧୦ ବୃଦ୍ଧି ହୁଏ, ଏହାର ଯୋଗାଣର ୨୦% ବୃଦ୍ଧି ଘଟାଏ ଓ ଏହି ଅନୁପାତ ସ୍ଥିର ରହେ ତେବେ ଏହା ରିଖକ ସହସମ୍ବନ୍ଧର ଉଦାହରଣ ଦର୍ଶାଇଥାଏ। ଏହି ରାଶିଦ୍ଵୟର ମୂଲ୍ୟକୁ କ୍ରମାନ୍ଵୟରେ ଏକ ଗ୍ରାଫ୍ କାଗଜରେ ସ୍ଥାପିତ କଲେ ତାହା ମଧ୍ୟରେ ଏକ ସରଳ ରେଖାର ଚିତ୍ର ପ୍ରତିଫଳିତ ହୋଇଥାଏ।

CHSE Odisha Class 11 Economics Solutions Chapter 21 ସହସମ୍ବନ୍ଧ ଓ ସମାଶ୍ରୟଣ

୫। ସହସମ୍ବନ୍ଧ ଗୁଣାଙ୍କ କ’ଣ ?
Answer:
କୌଣସି ଏକ ବିତରଣ ମାଳାର ଦତ୍ତ ଥବା ରାଶିଦ୍ଵୟ ମଧ୍ଯରେ ରହିଥ‌ିବା ପାରସ୍ପରିକ ସମ୍ବନ୍ଧର ନିର୍ଦ୍ଦିଷ୍ଟ ପରିମାଣାତ୍ମକ ପରିପ୍ରକାଶ ସହସମ୍ବନ୍ଧ ଗୁଣାଙ୍କ ମାଧ୍ୟମରେ କରାଯାଇଥାଏ। ଏହା ସତ୍ୟ ଯେ ରାଶିଦ୍ଵୟ ମଧ୍ଯରେ ରହିଥିବା ସମ୍ବନ୍ଧ ସ୍ଥିର ନୁହେଁ। ଅଥବା ରାଶିଦ୍ଵୟ ମଧ୍ୟରୁ ଗୋଟିକର ମୂଲ୍ୟ ଦତ୍ତ ଥିଲେ ଅନ୍ୟଟିର ମୂଲ୍ୟ ଗଣନା କରିବା ସର୍ବଦା ସମ୍ଭବପର ନୁହେଁ। ସହସମ୍ବନ୍ଧ ଗୁଣାଙ୍କ ‘r’ ଦ୍ଵାରା ଚିହ୍ନିତ ହୋଇଥଶଏ। ଏହାର ମୂଲ୍ୟ +୧ ରୁ –୧ ହୋଇଥାଏ। ଯେତେବେଳେ r = 0 ହୁଏ ସେ ସମୟରେ ରାଶିଦ୍ଵୟ ମଧ୍ୟରେ କୌଣସି ପାରସ୍ପରିକ ସମ୍ବନ୍ଧ ନ ଥାଏ।

୬। କାର୍ଲ ପିଅରସନଙ୍କ ସହସମ୍ବନ୍ଧ ଗୁଣାଙ୍କ କାହାକୁ କୁହାଯାଏ ?
Answer:
ସହସମ୍ବନ୍ଧର ମାତ୍ରା ପରିମାପ କରିବା ପାଇଁ ବ୍ରିଟିଶ୍ ପରିସଂଖ୍ୟାନବିତ୍ କାର୍ଲ ପିଅରସନ ଏକ ଗାଣିତିକ ସୂତ୍ରର ଅବତାରଣା କରିଥିଲେ । ତାଙ୍କରି ନାମାନୁସାରେ ଏହି ସୂତ୍ରକୁ କାର୍ଲ ପିଅସରନଙ୍କ ସହସମ୍ବନ୍ଧ ଗୁଣାଙ୍କ ବୋଲି କୁହାଯାଏ । X ଓ Y ଦୁଇଟି ଚଳର ସହସମ୍ବନ୍ଧ ଗୁଣାଙ୍କର ସାଧାରଣତଃ rxy ବା କେବଳ ‘r’ ଅକ୍ଷର ଦ୍ଵାରା ଚିହ୍ନିତ କରାଯାଇଥାଏ।

ଏହା ଦୁଇଟି ଚଳରାଶିର ସରଳ ରୈଖ୍ୟକ ସହସମ୍ବନ୍ଧ ମାତ୍ରାକୁ ସୂଚିତ କରେ । ପିଅରସନଙ୍କ ଅନୁସାରେ ଏହି ସହସମ୍ବନ୍ଧ ଗୁଣାଙ୍କ ଚଳରାଶିଦ୍ଵୟର ସହପ୍ରସରଣ ଓ ସେମାନଙ୍କର ମାନକ ବିଚ୍ୟୁତି ଦ୍ଵୟର ଗୁଣଫଳର ଅନୁପାତକୁ ବୁଝାଇଥାଏ।

CHSE Odisha Class 11 Economics Solutions Chapter 21 ସହସମ୍ବନ୍ଧ ଓ ସମାଶ୍ରୟଣ 2

r = ସହସମ୍ବନ୍ଧ ଗୁଣାଙ୍କ Cov (X.Y) –X ଓ Y ର ସହପ୍ରସରଣ, 61 = X ର ମାନକ ବିଚ୍ୟୁତି, 62 = Y ର ମାନକ ବିଚ୍ୟୁତି ।

୭। ସମାଶ୍ରୟଣ କହିଲେ କ’ଣ ବୁଝ ?
Answer:
ଦୁଇଟି ଚଳ ମଧ୍ୟରେ ଥ‌ିବା ହାରାହାରି ସମ୍ପର୍କକୁ ସମାଶ୍ରୟଣ କୁହାଯାଏ । ଏହା ଆକଳନ ଓ ଭବିଷ୍ୟତ କଥନରେ ବହୁଳ ଭାବରେ ବ୍ୟବହାର ହୋଇଥାଏ ।

E. ତିନୋଟି ବାକ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।

୧। ଧନାତ୍ମକ ଓ ଋଣାତ୍ମକ ସହସମ୍ବନ୍ଧ
Answer:
ଚଳଗୁଡ଼ିକର ପରିର୍ତ୍ତନର ଦିଗ ଭିତ୍ତିରେ ସହସମ୍ବନ୍ଧ ଧନାତ୍ମକ କିମ୍ବା ଋଣାତ୍ମକ ହୋଇଥାଏ। ଯଦି ଦୁଇଟି ଚଳ ସମଦିଗରେ ପରିବର୍ତ୍ତନ ହୁଏ, ତେବେ ଚଳଦ୍ଵୟ ମଧ୍ଯରେ ସମ୍ପର୍କକୁ ଧନାତ୍ମକ ସହସମ୍ବନ୍ଧ କୁହାଯାଏ। ଅର୍ଥାତ୍ ଯଦି ଗୋଟିଏ ଚଳରେ ହ୍ରାସ ବା ବୃଦ୍ଧି ଘଟିବା ଯୋଗୁଁ ଅନ୍ୟ ଚଳଟିର ହ୍ରାସ ବା ବୃଦ୍ଧି ଘଟେ; ତେବେ ସେହି ଚଳଦ୍ଵୟ ମଧ୍ଯରେ ଧନାତ୍ମକ ସହସମ୍ବନ୍ଧ ରହେ। ଦ୍ରବ୍ୟର ଦର ଓ ତେବେ ଚଳଦ୍ଵୟ ମଧ୍ୟରେ ସମ୍ପର୍କକୁ ଋଣାତ୍ମକ ସହସମ୍ବନ୍ଧ କୁହାଯାଏ।

ଅର୍ଥାତ୍ ଯଦି ଗୋଟିଏ ଚଳରେ ବୃଦ୍ଧି ଘଟେ ଓ ଅନ୍ୟ ଚଳଟିର ହ୍ରାସ ଘଟେ କିମ୍ବା ଗୋଟିଏ ଚଳରେ ହ୍ରାସ ଘଟେ ଓ ଅନ୍ୟଚଳଟିର ବୃଦ୍ଧି ଘଟେ, ତେବେ ସେହି ଚଳଦ୍ଵୟ ମଧ୍ଯରେ ସମ୍ପର୍କକୁ ଋଣାତ୍ମକ ସହସମ୍ବନ୍ଧ କୁହାଯାଏ । ଦ୍ରବ୍ୟର ଦର ଓ ଦ୍ରବ୍ୟର ଚାହିଦା ଋଣାତ୍ମକ ସହସମ୍ବନ୍ଧର ଏକ ଉଦାହରଣ।

CHSE Odisha Class 11 Economics Solutions Chapter 21 ସହସମ୍ବନ୍ଧ ଓ ସମାଶ୍ରୟଣ

୨। ସରଳରେଖକ ଓ ବକ୍ରରୈଖକ ସହସମ୍ବନ୍ଧ
Answer:
ଗୋଟିଏ ଚଳର ଏକକ ପରିବର୍ତ୍ତନ ସହିତ ଅନ୍ୟ ଚଳରେ ସର୍ବଦା ଏକ ନିର୍ଦ୍ଦିଷ୍ଟ ମାତ୍ରାର ପରିବର୍ତ୍ତନ ଦେଖାଦେଲେ ସେମାନଙ୍କ ମଧ୍ୟରେ ଥିବା ସହସମ୍ବନ୍ଧକୁ ରେଖକ ସହସମ୍ବନ୍ଧ କୁହାଯାଏ। ସରଳରେଖକ ସହସମ୍ବନ୍ଧ ଥିବା ଦୁଇଟି ଚଳରାଶିର ମୂଲ୍ୟ ଗୁଡ଼ିକୁ ରେଖାଚିତ୍ରଦ୍ଵାରା ପ୍ରକାଶ କଲେ ତାହା ଏକ ସରଳରେଖା ହୋଇଥାଏ। ଅନ୍ୟ ପକ୍ଷରେ ଗୋଟିଏ ଚଳର ଏକକ ପରିବର୍ତ୍ତନ ଯୋଗୁଁ ଅନ୍ୟ ଚଳରେ ଏକ ନିର୍ଦ୍ଦିଷ୍ଟ ମାତ୍ରାର ପରିବର୍ତ୍ତନ ଦେଖା ନ ଦେଇ ଭିନ୍ନ ଭିନ୍ନ ମାତ୍ରାର ପରିବର୍ତ୍ତନ ଦେଖାଦିଏ, ତେବେ ସେମାନଙ୍କ ମଧ୍ୟରେ ଥିବା ସହସମ୍ବନ୍ଧକୁ ବକ୍ରରେଖକ ସହସମ୍ବନ୍ଧ କୁହାଯାଏ।

ସେମାନଙ୍କର ମୂଲ୍ୟଗୁଡ଼ିକୁ ଚିତ୍ରରେଖା ଦ୍ଵାରା ପ୍ରକାଶ କଲେ ତାହା ଏକ ବକ୍ରରେଖାର ଆକୃତି ଧାରଣ କରିଥାଏ । X ଓ Y ଦୁଇଟି ଚଳରାଶି ହେଲେ ଏକଘାତୀ ସହସମ୍ବନ୍ଧ କ୍ଷେତ୍ରରେ ଏକ ନିର୍ଦ୍ଦିଷ୍ଟ ଏକକ ହୋଇଥାଏ । ସାଧାରଣତଃ ସେମାନଙ୍କ ସମ୍ପର୍କକୁ ଏକଘାତୀ ସମୀକରଣ Y = a + bx ଦ୍ଵାରା ପ୍ରକାଶିତ କରାଯାଇଥାଏ । X ଓ Y ଚଳଦ୍ଵୟ ମଧ୍ୟରେ ବକ୍ରରେଖକ ସହସମ୍ବନ୍ଧ ଥିଲେ \(\frac{\Delta Y}{\Delta X}\) ଏକ ନିର୍ଦ୍ଦିଷ୍ଟ ଏକକ ନ ହୋଇ ଏକ ଚଳରାଶି ହୋଇଥାଏ ।

୩। ସମ୍ପୂର୍ଣ୍ଣ ଧନାତ୍ମକ ସହସମ୍ବନ୍ଧ ଓ ସମ୍ପୂର୍ଣ୍ଣ ଋଣାତ୍ମକ ସହସମ୍ବନ୍ଧ
Answer:
ଚଳ ଦୁଇଟିର ମୂଲ୍ୟ ଦର୍ଶାଉଥବା ଲେଖବିନ୍ଦୁ ସବୁ ଗୋଟିଏ ସରଳରେଖାରେ ବିଦ୍ୟମାନ ହେଲେ ଚଳ ଦୁଇଟି ମଧ୍ୟରେ ସମ୍ପୂର୍ଣ୍ଣ ସହସମ୍ବନ୍ଧ ରହିଛି ବୋଲି କୁହାଯାଏ। ଏହା ଧିନାତ୍ମକ ଅଥବା ଋଣାତ୍ମକ ହୋଇପାରେ। ସେହି ସରଳରେଖା ବାମରୁ ଡାହାଣକୁ ଉର୍ଦ୍ଧ୍ୱଗାମୀ ହେଲେ ଚଳ ଦୁଇଟି ମଧ୍ୟରେ ସମ୍ପୂର୍ଣ୍ଣ ଧନାତ୍ମକ ସହସମ୍ବନ୍ଧ ରହିଥାଏ। ମାତ୍ର ଲେଖବିନ୍ଦୁ ସବୁକୁ ଧାରଣ ଡାହାଣକୁ ଉର୍ଦ୍ଧ୍ୱଗାମୀ ହେଲେ ଚଳ ଦୁଇଟି ମଧ୍ୟରେ ସମ୍ପୂର୍ଣ୍ଣ ଧନାତ୍ମକ ସହସମ୍ବନ୍ଧ ରହିଥାଏ।

ମାତ୍ର ଲେଖବିନ୍ଦୁ ସବୁକୁ ଧାରଣ ରେଖାଚିତ୍ର ପଦ୍ଧତିରେ ଚଳ ଦୁଇଟିର କ୍ରମିକ ମୂଲ୍ୟସବୁକୁ ଲେଖବିନ୍ଦୁ ଆକାରରେ ଉପସ୍ଥାପନ କରିବାକୁ ପଡ଼େ । ଏପରିଭାବେ ଅଙ୍କିତ ବନ୍ଧୁଗୁଡ଼ିକ ପରସ୍ପରର ଅଡ଼ି ନିକଟତର ହେଲେ ଚଳ ଦୁଇଟି ମଧ୍ୟରେ ସହସମ୍ବନ୍ଧର ମାତ୍ରା ଅଧିକ ହୋଇଥାଏ । ଅନ୍ୟପକ୍ଷରେ ବିନ୍ଦୁଗୁଡ଼ିକ ପରସ୍ପରଠାରୁ ବିକ୍ଷିପ୍ତ ହୋଇ ରହିଲେ ଚଳ ଦୁଇଟି ମଧ୍ୟରେ ସହସମ୍ବନ୍ଧର ମାତ୍ରା କମ୍ ହୋଇଥାଏ ।

୪। ଉଚ୍ଚ ସହସମ୍ବନ୍ଧ ଓ ନିମ୍ନ ସହସମ୍ବନ୍ଧ
Answer:
ଦୁଇ ବା ତତୋଧ୍ଵକ ଚଳରାଶିମାନଙ୍କ ମଧ୍ୟରେ ଥିବା ସମ୍ପର୍କ ଓ ତାହାର ମାତ୍ରାକୁ ମାପ କରିବାପାଇଁ ଯେଉଁ ସାଂଖ୍ୟକ ପଦ୍ଧତିର ସାହାଯ୍ୟ ନିଆଯାଏ, ତାହାକୁ ସହସମ୍ବନ୍ଧ କୁହାଯାଏ । ଯଦି ଗୋଟିଏ ଚଳରାଶିର ପରିବର୍ତ୍ତନ ଫଳରେ ଅନ୍ୟ ଗୋଟିଏ ଚଳରାଶିର ବହୁ ପରିମାଣରେ ପରିବର୍ତ୍ତନ ଘଟେ ତାହାହେଲେ ସେମାନଙ୍କ ମଧ୍ୟରେ ଉଚ୍ଚ ସହସମ୍ବନ୍ଧ ରହିଥାଏ। ଏହା ଧନାତ୍ମକ ଯୋଗୁଁ ଅନ୍ୟ ଚଳରାଶିର ସ୍ଵଳ୍ପ ପରିବର୍ତ୍ତନ ଘଟିଲେ ସେମାନଙ୍କର ସହସମ୍ବନ୍ଧ ମାତ୍ରା ନିମ୍ନ ହୋଇଥାଏ। ଏହା ମଧ୍ୟ ଧନାତ୍ମକ ଅଥବା ଋଣାତ୍ମକ ହୋଇପାରେ।

୫। ସହସମ୍ବନ୍ଧର ମାତ୍ରା ଓ ସହସମ୍ବନ୍ଧର ଅଭାବ
Answer:
ଏଠାରେ କେବଳ ଚଳମାନଙ୍କର ସରଳରେଖକ ସହସମ୍ବନ୍ଧ ସହ ସଂଶ୍ଳିଷ୍ଟ । ସୁତରାଂ ଚଳମାନଙ୍କର ଏକ ବିକୀର୍ଣନ ଆରେଖ ଅଙ୍କନ କଲେ ଯଦି ବିନ୍ଦୁ ଗୁଡ଼ିକ ଏକ ସରଳରେଖାର ଖୁବ୍ ନିକଟରେ ଅବସ୍ଥାପିତ ହୁଅନ୍ତି ତାହାହେଲେ ସେମାନଙ୍କର ସହସମ୍ବନ୍ଧ ମାତ୍ରା ସେତେ ଅଧ୍ଵକ ହୋଇଥାଏ। ଅନ୍ୟ ପକ୍ଷରେ ଯଦି ବିନ୍ଦୁଗୁଡ଼ିକ ସରଳରେଖାର ଦୂରରେ ବିକ୍ଷିପ୍ତ ହୋଇଥାନ୍ତି ତେବେ ଚଳମାନଙ୍କର ସହସମ୍ବନ୍ଧ ମାତ୍ରା କମ୍ ହୋଇଥାଏ। ସୁତରାଂ ସହସମ୍ବନ୍ଧର ବିଭିନ୍ନ ଦିଗ ଓ ମାତ୍ରା ସମ୍ପର୍କରେ ଜାଣିବା ଏକାନ୍ତ ଆବଶ୍ୟକ ।

ଯଦି ଗୋଟିଏ ଚଳରାଶିର ପରିବର୍ତ୍ତନ ଅନ୍ୟ ଚଳରାଶିର ପରିବର୍ତ୍ତନରେ ଉଦାସୀନ ଥିଲେ ସେମାନଙ୍କ ମଧ୍ୟରେ ସହସମ୍ବନ୍ଧର ଅଭାବ ଥାଏ ବୋଲି କୁହାଯାଏ।

CHSE Odisha Class 11 Economics Solutions Chapter 21 ସହସମ୍ବନ୍ଧ ଓ ସମାଶ୍ରୟଣ

୬। ସହସମ୍ବନ୍ଧ ଓ ସହକାରଣ
Answer:
ସହସମ୍ବନ୍ଧ ଓ ସହକାରଣ ଶବ୍ଦ ଦୁଇଟି ପରିସଂଖ୍ୟାନରେ ସାଧାରଣଭାବେ ବ୍ୟବହାର ହେଲେ ମଧ୍ୟ ଉଭୟଙ୍କ ମଧ୍ୟରେ ବ୍ୟବହାରିକ ପାର୍ଥକ୍ୟ ରହିଛି । ସହସମ୍ବନ୍ଧ କ୍ଷେତ୍ରରେ ଦୁଇଟି ଚଳ ପରସ୍ପର ମଧ୍ୟରେ ସମ୍ପର୍କିତ କିନ୍ତୁ କାରଣ ଓ ଫଳାଫଳ ଭିଭିକ ସମ୍ପର୍କ ନ ଥାଏ । ଅନ୍ୟପକ୍ଷରେ ସହକାରଣରେ ଗୋଟିଏ ଚଳ ଅନ୍ୟ ଚଳ ଉପରେ ପ୍ରଭାବ ପକାଇଥାଏ । ଉଦାହରଣ ସ୍ୱରୂପ, ବ୍ୟକ୍ତିର ଖାଦ୍ୟ ଓ ସ୍ୱାସ୍ଥ୍ୟ ମଧ୍ୟରେ ଥିବା ସମ୍ପର୍କକୁ ସହସମ୍ପର୍କ କୁହାଯାଏ । କିନ୍ତୁ ସ୍ୱାସ୍ଥ୍ୟ ଓ ଖାଦ୍ୟ ମଧ୍ୟରେ ସହକାରଣ ନଥାଇପାରେ ।

ସହକାରଣ କ୍ଷେତ୍ରରେ ଗୋଟିଏ ଚଳକୁ ସ୍ଵତନ୍ତ୍ର ଚଳ ଓ ଅନ୍ୟ ଚଳକୁ ନିର୍ଭରଶୀଳ ଚଳ କୁହାଯାଏ । ତେଣୁ ସହକାରଣ ଥିଲେ ସହସମ୍ବନ୍ଧର ନିଶ୍ଚୟ ରହିବ ଯଦି ସହସମ୍ପଦ ଓ ସହକାରଣ ଏକା ସମୟରେ ଦୁଇଟି ଚଳ ମଧ୍ୟରେ ଥାଏ, ଅନ୍ୟ ଏକ ବିଶେଷ କଥା ହେଲା – ସହକାରଣ ଥିଲେ ଭବିଷ୍ୟ ଗଣନା କରିବା ସମ୍ଭବ କିନ୍ତୁ ସହସମ୍ବନ୍ଧରେ ସେ ଭବିଷ୍ୟ କଳନା କରିହୁଏ ନାହିଁ ।

୭। ସହସମ୍ପର୍କ ଓ ସମାଶ୍ରୟଣ
Answer:
ଦୁଇଟି ଚଳ ମଧ୍ୟରେ ଥ‌ିବା ସମ୍ପର୍କ ଜାଣିବା ପାଇଁ ଉଭୟ ସହସମ୍ବନ୍ଧ ଓ ସମାଶ୍ରୟଣ ପରିସଂଖ୍ୟାନରେ ଅତ୍ୟନ୍ତ ଉପଯୋଗୀ ପଦ୍ଧତି । କିନ୍ତୁ ଭିନ୍ନ ଭିନ୍ନ ସର୍ଭ ସମୂହରେ ଉଭୟ ପଦ୍ଧତି ପର୍ଯ୍ୟବସିତ । ସହସମ୍ପର୍କ ମାଧ୍ୟମରେ ଦୁଇଟି ଚଳ ମଧ୍ୟରେ ସମ୍ପର୍କର ମାତ୍ରା ମାପିହୁଏ । କିନ୍ତୁ ସମାଶ୍ରୟଣରେ ଏହା ସମ୍ଭବ ନୁହେଁ । ଏହା କେବଳ ଉଭୟ ଚଳ ମଧ୍ୟରେ ଥ‌ିବା ପ୍ରଭାବ ବିଷୟ ଜଣାଯାଏ । ଗୋଟିଏ ଚଳର ମୂଲ୍ୟକୁ ନେଇ ସହସମ୍ପର୍କ ପଦ୍ଧତିଦ୍ୱାରା ଭବିଷ୍ୟତ କଳନା କରିହୁଏ ନାହିଁ । ପରନ୍ତୁ ସମାଶ୍ରୟଣ ଦ୍ବାରା ଫଳନ ବ୍ୟବହାର କରି ନିର୍ଭରଶୀଳ ଚଳର ମୂଲ୍ୟ ନିର୍ଣ୍ଣୟ କରିହୁଏ ।

ସହସମ୍ପର୍କର ଗୁଣାଙ୍କ (x, ଏବଂ 1 ) ପ୍ରତିସାମ୍ୟ ଅଟେ । କିନ୍ତୁ ସମାଶ୍ରୟଣ ଗୁଣାଙ୍କ (b ଏବଂ b) ପ୍ରତିସାମ୍ୟ ନୁହେଁ । ଦୁଇଟି ଚଳ ମଧ୍ୟରେ ଅପ୍ରସିଦ୍ଧଙ୍କ ସମସମ୍ପର୍କ ଥାଇପାରେ କିନ୍ତୁ ସମାଶ୍ରୟଣ କ୍ଷେତ୍ରରେ ନୁହେଁ । ମୁଖ୍ୟ କଥା ଗୋଟିଏ ଶ୍ରେଣୀର ମୂଳବିନ୍ଦୁ ଓ ମାପକ୍ରମ ପରିବର୍ତ୍ତନ ହେଲେ ସହସମ୍ପର୍କର ଗୁଣାଙ୍କ ପରିବର୍ତ୍ତନ ହୁଏନାହିଁ, କିନ୍ତୁ ସମାଶ୍ରୟଣରେ ଗୁଣାଙ୍କ ପରିବର୍ତ୍ତନ ହୁଏ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ସହସମ୍ବନ୍ଧ (Correlation) କାହାକୁ କୁହାଯାଏ । ଏହାର ଉପଯୋଗିତା ବର୍ଣ୍ଣନା କର ।
Answer:
ଦୁଇ ବା ତତୋଧକ ପରିବର୍ତ୍ତନୀୟ ଉପାଦାନମାନଙ୍କ ମଧ୍ୟରେ ଥ‌ିବା ସହ ସଂପର୍କର ମାତ୍ରା ସହସମ୍ବନ୍ଧ ବିଶ୍ଳେଷଣ ମାଧ୍ୟମରେ ଅଧ୍ୟୟନ କରାଯାଇଥାଏ । ସହସମ୍ବନ୍ଧ ଦୁଇ ବା ତତୋଽକ ଉପାଦାନ ମଧ୍ୟରେ ରହିଥ‌ିବା ସହସଂପର୍କ ବା ସହ ସଂଯୋଗର ଏକ ପରିମାଣାତ୍ମକ ପରିପ୍ରକାଶ କରିଥାଏ । ଯଦି ଦୁଇଟି ଉପାଦାନର ପରିମାଣାତ୍ମକ ପରିବର୍ତ୍ତନ ଏପରି ଘଟେ ଯେ ଯଦ୍ୱାରା ଏହି ଉପାଦାନ ଦ୍ବୟର ସମକାଳୀନ ପରିବର୍ତ୍ତନ ଘଟିଥାଏ ।

ଏହି ପରିବର୍ତ୍ତନ ମାତ୍ରାର ସଂଖ୍ୟକ ଅବତରଣ ସହସମ୍ବନ୍ଧ ବିଶ୍ଳେଷଣ ମାଧ୍ୟମରେ କରାଯାଇଥାଏ । ଉଦାହରଣସ୍ୱରୂପ କୌଣସି ଦ୍ରବ୍ୟର ଦାମ୍‌ର ପରିବର୍ତ୍ତନ ହେଲେ ଏହାର ଯୋଗାଣ ପରିମାଣରେ ସମକାଳୀନ ପରିବର୍ତ୍ତନ ଘଟିଥାଏ । ଏହି ପରିବର୍ତ୍ତନ ଏକ ଦିଗମୁଖ୍ୟ ହୋଇଥାନ୍ତି । ଏହି ପରିବର୍ତ୍ତନର ମାତ୍ରାକୁ ସହସମ୍ବନ୍ଧ ବିଶ୍ଳେଷଣ ଦ୍ଵାରା ପରିମାପ କରାଯାଇଥାଏ । ତେଣୁ ସହସମ୍ବନ୍ଧ ଅଧ୍ୟୟନରେ ଦୁଇ ବା ତତୋଧ୍ୱ ଉପାଦାନ ମାନଙ୍କ ମଧ୍ୟରେ ଥିବା ସଂପର୍କର ମାତ୍ରାର ସାଂଖ୍ୟକ ଉପସ୍ଥାପନ କରାଯାଇଥାଏ ।

ଏହି ପରିମାପକ ଉପାଦାନ ମାନଙ୍କର ପରିବର୍ତ୍ତନର ଦିଗ ଉପସ୍ଥାପନ କରିବା ସଂଗେ ସଂଗେ ସେମାନଙ୍କର ପରିବର୍ତ୍ତନ ମାତ୍ରା ମଧ୍ୟ ପରିପ୍ରକାଶ କରିଥାଏ । ସହସମ୍ବନ୍ଧର ଗାଣିତିକ ପଦ୍ଧତି ଅବଲମ୍ବନରେ ଉପାଦାନମାନଙ୍କ ମଧ୍ୟରେ ରହିଥ‌ିବା ନିବିଡ଼ତାର ଏକ ସାଂଖ୍ୟକ ପ୍ରଦର୍ଶନ ହୋଇଥାଏ ।

  • ସହସମ୍ବନ୍ଧ ଦୁଇ ବା ତତୋଧ‌ିକ ଉପାଦାନ ମାନଙ୍କ ମଧ୍ୟରେ ଥ‌ିବା ସଂଯୋଗ ବା ସମନ୍ବୟ ବା ସହ ସଂପର୍କର ମାତ୍ରାକୁ ଅଧ୍ୟୟନ କରିଥାଏ ।
  • ସହସମ୍ବନ୍ଧ (ସହସଂପର୍କ) ପରିବର୍ତ୍ତନୀୟ ଉପାଦାନମାନଙ୍କ ମଧ୍ୟରେ ଥ‌ିବା ସହ ସଂଯୋଗ ବା ସହ ସଂପର୍କର ଏକ ସାଂଖ୍ୟକ ପରିପ୍ରକାଶ ।
  • ଉପରୋକ୍ତ ପର୍ଯ୍ୟାଲୋଚନାରୁ ପ୍ରତୀୟମାନ ହୁଏ ଯେ କୋରିଲେସନ ଦୁଇ ବା ତତୋଧ୍ୱକ ପରିବର୍ତ୍ତନଶୀଳ ଉପାଦାନମାନଙ୍କ ମଧ୍ୟରେ ଥ‌ିବା ଆନ୍ତଃସଂପର୍କକୁ ଅଧ୍ୟୟନ କରିଥାଏ ।

CHSE Odisha Class 11 Economics Solutions Chapter 21 ସହସମ୍ବନ୍ଧ ଓ ସମାଶ୍ରୟଣ

ଉପଯୋଗିତା :
ସମାଜ ବିଜ୍ଞାନ କ୍ଷେତ୍ରରେ କୋରିଲେସନ ଅଧ୍ୟୟନର ପ୍ରମୁଖ ଭୂମିକା ରହିଛି । ବାସ୍ତବ କ୍ଷେତ୍ରରେ ମଧ୍ୟ ସହସମ୍ବନ୍ଧ କେତେକ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ଏହାର ବିଶେଷ ଉପଯୋଗିତା ନିମ୍ନରେ ବର୍ଣ୍ଣନା କରାଗଲା ।
(i) ସଂପର୍କର ସାଂଖ୍ୟକ ପରିପ୍ରକାଶ କରିଥାଏ – ଉପାଦାନମାନଙ୍କ ମଧ୍ୟରେ ସହ ସଂପର୍କର ମାତ୍ରାର ପରିମାଣାତ୍ମକ ପରିପ୍ରକାଶ ସହସମ୍ବନ୍ଧ ପଦ୍ଧତି ଅବଲମ୍ବନ ଦ୍ବାରା ସମ୍ଭବ ହୋଇଥାଏ । ଏହି ସହ ସଂପର୍କର ପରିପ୍ରକାଶ ପାଇଁ ଏକ ଗାଣିତିକ ପଦ୍ଧତି ଅବଲମ୍ବନ କରାଯାଇଥାଏ । ଏହି ଗାଣିତିକ ପଦ୍ଧତି ଦ୍ୱାରା ନିର୍ଦ୍ଧାରଣ ସହସମ୍ବନ୍ଧ ଗୁଣାଙ୍କ (r) ର ନିରୂପିତ ମୂଲ୍ୟ ଉପାଦାନମାନଙ୍କ ମଧ୍ୟରେ ସଂପର୍କର ଦିଗ ଓ ମାତ୍ରା ଉପସ୍ଥାପନ କରିଥାଏ ।

ଯଦି r ର ମୂଲ୍ୟ + l ହୁଏ ତେବେ ଉପାଦାନମାନଙ୍କ ମଧ୍ୟରେ ଏକ ପୂର୍ଣ୍ଣ ସହସଂପର୍କ ରହିଥାଏ ଏବଂ ଉପାଦାନମାନଙ୍କର ପରିବର୍ତ୍ତନ ଏକ ଦିଗରେ ହୋଇଥାଏ । ସେହିପରି r = 1 ହେଲେ ଉପାଦାନମାନଙ୍କ ମଧ୍ୟରେ ଥ‌ିବା ଋଣାତ୍ମକ ସହ ସଂପର୍କ ରହିଥାଏ ଏବଂ ଉପାଦାନମାନଙ୍କର ପରିବର୍ତ୍ତନ ବିପରୀତ ଦିଗ ମୁଖୀ ହୋଇଥାଏ । r = 0 ହେଲେ ଉପାଦାନମାନଙ୍କ ମଧ୍ୟରେ କୌଣସି ପାରସ୍ପରିକ ସଂପର୍କ ନ ଥାଏ ।

(ii) ନିଷ୍ପତ୍ତି ଗ୍ରହଣରେ ସାହାଯ୍ୟ କରେ – କୌଣସି ଅର୍ଥନୈତିକ ପ୍ରକ୍ରିୟାରେ ନିଷ୍ପତ୍ତି ଗ୍ରହଣରେ ସୃଷ୍ଟି ହେଉଥ‌ିବା ଅନିଶ୍ଚିତତା ସହସମ୍ବନ୍ଧ ବିଶ୍ଳେଷଣ ଦ୍ଵାରା ଦୂରୀଭୂତ ହୋଇଥାଏ । ବ୍ୟବସାୟିକ କ୍ଷେତ୍ରରେ ଏହାର ଉପଯୋଗିତା ବିଶେଷ ଭାବେ ଉପଲବ୍‌ ହୋଇଥାଏ । ବିଶେଷକରି ବ୍ୟବସାୟିକ ପ୍ରାକ୍‌ସୂଚନା କୋରିଲେସନ ପଦ୍ଧତି ମାଧ୍ୟମରେ ମିଳିପାରିଥାଏ । ଏହି ପ୍ରାକ୍ ଆକଳନ ନିର୍ଭରଯୋଗ୍ୟ ହୋଇଥାଏ ।

(iii) ଅର୍ଥନୈତିକ ଆଚରଣ କ୍ଷେତ୍ରରେ ବିଶେଷ ଉପଯୋଗୀ – ସହସମ୍ବନ୍ଧ ଅଧ୍ୟୟନ ଅର୍ଥନୈତିକ ଆଚରଣ କ୍ଷେତ୍ରରେ ବିଶେଷ ସହାୟକ ହୋଇଥାଏ । ପାରସ୍ପରିକ ସଂପର୍କ ଥ‌ିବା ଉପାଦାନ ମାନଙ୍କର ଅର୍ଥନୈତିକ ପ୍ରକ୍ରିୟାରେ ସେମାନଙ୍କର ସ୍ଥିତି ଆକଳନ ସହସମ୍ବନ୍ଧ ବିଶ୍ଳେଷଣ ମାଧ୍ୟମରେ ହୋଇଥାଏ । ଅର୍ଥନୈତିକ ପ୍ରକ୍ରିୟାକୁ ପ୍ରଭାବିତ କରୁଥିବା ଉପାଦାନମାନଙ୍କ ସଂପର୍କରେ ସୂଚନା ଏହି ବିଶ୍ଳେଷଣରୁ ମିଳିଥାଏ ।

ଅର୍ଥନୈତିକ ସ୍ଥିରତାପାଇଁ ଆବଶ୍ୟକୀୟ ଉପାଦାନମାନଙ୍କୁ ଚିହ୍ନଟ କରିବାରେ ଏହି ପଦ୍ଧତିର ପ୍ରୟୋଗ କରାଯାଇଥାଏ । ଉଦାହରଣସ୍ୱରୂପ ମୁଦ୍ରାସ୍ପିତି ଘଟାଉଥିବା କିମ୍ବା ସ୍ବଳ୍ପ ଉତ୍ପାଦନର କାରଣ ସାଜିଥ‌ିବା ଉପାଦାନମାନଙ୍କ ସଂପର୍କରେ ଏହା ସମ୍ୟକ୍ ସୂଚନା ପ୍ରଦାନ କରିଥାଏ । ତେଣୁ ଅର୍ଥନୈତିକ ପ୍ରକ୍ରିୟାରେ ସ୍ଥିରତା ଆଣିବା କ୍ଷେତ୍ରରେ ଏହି ଗାଣିତିକ ପଦ୍ଧତିର ପ୍ରୟୋଗାତ୍ମକ ଭୂମିକା ରହିଛି ।

ପରିବର୍ଭନୀୟ ଉପାଦାନମାନଙ୍କର ପରିବର୍ତ୍ତନର ପରିମାପ – କୌଣସି ପ୍ରକ୍ରିୟାରେ ବିଶେଷ ଭୂମିକା ନିର୍ବାହ କରୁଥି ଉପାଦାନମାନଙ୍କର ନିବିଡ଼ତା ସଂପର୍କରେ ଏକ ପରିମାଣାତ୍ମକ ପରିପ୍ରକାଶ କରିଥାଏ । ଏତଦ୍‌ବ୍ୟତୀତ ଏହା ଉପାଦାନମାନଙ୍କର ପରିବର୍ତ୍ତନର ଦିଗ ସଂପର୍କରେ ମଧ୍ୟ ସୂଚନା ପ୍ରଦାନ କରିଥାଏ । ଉଦାହରଣସ୍ୱରୂପ, ଦାମ୍‌ର ଏକ ନିର୍ଦ୍ଦିଷ୍ଟ ପରିବର୍ତ୍ତନ ଯୋଗୁ ଚାହିଦାର ପରିବର୍ତ୍ତନ ନିର୍ଦ୍ଧାରଣ କ୍ଷେତ୍ରରେ ସହସମ୍ବନ୍ଧର ଭୂମିକା ରହିଛି । ଉପରୋକ୍ତ ଆଲୋଚନାରୁ ସହସମ୍ବନ୍ଧର ବିଶେଷ ଭୂମିକା ସହଜରେ ଅନୁମେୟ ।

୨। ସହସମ୍ବନ୍ଧର ପ୍ରକାର ଭେଦ ବର୍ଣନା କର ।
Answer:
ସହସମ୍ବନ୍ଧ ବିଶ୍ଳେଷଣ ଦୁଇ ବା ତତୋଧ‌ିକ ଉପାଦାନ ମଧ୍ୟରେ ଥ‌ିବା ସଂପର୍କର ପରିମାଣାତ୍ମକ ପରିବର୍ତ୍ତନର ମାତ୍ରାର ପରିପ୍ରକାଶ କରିଥାଏ । ଏହି ସଂପର୍କର ସାଂଖ୍ୟକ ପରିପ୍ରକାଶ ବିଭିନ୍ନ ଭାବରେ ପ୍ରଦର୍ଶିତ ହୋଇଥାଏ । ନିମ୍ନରେ ପ୍ରଦତ୍ତ ସହସମ୍ବନ୍ଧର ପ୍ରକାର ଭେଦ ଏ ସଂପର୍କରେ ବିଷଦ ତଥ୍ୟ ପ୍ରଦାନ କରିଥାଏ ।

  • ଯୋଗାତ୍ମକ ବା ଋଣାତ୍ମକ
  • ସରଳ, ବହୁସ୍ତରୀୟ ଓ ଆଂଶିକ
  • ରୈଖିକ ଓ ଅଣରୈଖିକ ।

(i) ଯୋଗାତ୍ମକ କିମ୍ବା ଋଣାତ୍ମକ ସହସମ୍ବନ୍ଧ (Positive or Negative Correlation) –
ସହସମ୍ବନ୍ଧ ଯୋଗାତ୍ମକ କିମ୍ବା ଋଣାତ୍ମକ ହୋଇପାରେ, ଯେତେବେଳେ ଦୁଇଟି ଉପାଦାନର ପରିବର୍ତ୍ତନ ଏକ ଦିଗରେ । ହୁଏ ତାହାକୁ ଯୋଗାତ୍ମକ କୋରିଲେସନ କୁହାଯାଏ । ଏ କ୍ଷେତ୍ରରେ ଗୋଟିଏ ଉପାଦାନର ବୃଦ୍ଧି କିମ୍ବା ହ୍ରାସ ସହ ଅନ୍ୟଟିର ମଧ୍ୟ ଯଥାକ୍ରମେ ବୃଦ୍ଧି ବା ହ୍ରାସ ପରିଲକ୍ଷିତ ହୋଇଥାଏ । ଉଦାହରଣସ୍ୱରୂପ, ଦ୍ରବ୍ୟର ଦାମ୍ ଓ ଏହାର ଯୋଗାଣ ମଧ୍ଯରେ ଯୋଗାତ୍ମକ ସହସମ୍ବନ୍ଧ ଅନୁଭୂତ ହୋଇଥାଏ । ଉଭୟଙ୍କର ପରିବର୍ତ୍ତନ ସମଦିଗରେ ଘଟିଥାଏ ।

CHSE Odisha Class 11 Economics Solutions Chapter 21 ସହସମ୍ବନ୍ଧ ଓ ସମାଶ୍ରୟଣ

ଅନ୍ୟପକ୍ଷରେ ଯେତେବେଳେ ଦୁଇଟି ଉପାଦାନର ପରିବର୍ତ୍ତନର ଦିଗ ବିପରୀତମୁଖୀ ହୋଇଥାଏ ତାହାକୁ ଋଣାତ୍ମକ ସହସମ୍ବନ୍ଧ କୁହାଯାଏ । ଏ କ୍ଷେତ୍ରରେ ଗୋଟିଏ ଉପାଦାନର ପରିମାଣାତ୍ମକ ବୃଦ୍ଧି ସହ ଅନ୍ୟଟିରେ ପରିମାଣାତ୍ମକ ହ୍ରାସ ପରିଲକ୍ଷିତ ହୋଇଥାଏ । ଉଦାହରଣସ୍ୱରୂପ ଦ୍ରବ୍ୟର ଦାମ୍‌ରେ ହ୍ରାସ ଘଟିଲେ ଏହାର ଚାହିଦାର ପରିମାଣରେ ବୃଦ୍ଧି ଘଟିଥାଏ । ଏହା ଋଣାତ୍ମକ କୋରିଲେସନ ଦର୍ଶାଇଥାଏ ।

(ii) ସରଳ, ବହୁସ୍ତରୀୟ ଓ ଆଂଶିକ କୋରିଲେସନ – ଯେଉଁ କୋରିଲେସନ ପଦ୍ଧତିରେ ଦୁଇଟି ଉପାଦାନ ରହିଥାଏ, ତାହାକୁ ସରଳ କୋରିଲେସନ କୁହାଯାଏ । ଏହି ପଦ୍ଧତିରେ ଦୁଇଟି ଉପାଦାନ ମଧ୍ୟରେ ଥ‌ିବା ସହସଂପର୍କ ଦର୍ଶାଯାଇଥାଏ ।

ମାତ୍ର ଯେଉଁ କୋରିଲେସନ ବିଶ୍ଳେଷଣରେ ଦୁଇରୁ ଅଧୂକ ଉପାଦାନମାନଙ୍କରେ ଥ‌ିବା ସହ ସଂପର୍କର ଅଧ୍ୟୟନ କରାଯାଇଥାଏ ତାହାକୁ ବହୁସ୍ତରୀୟ (ବହୁମୁଖୀ) କୋରିଲେସନ କୁହାଯାଏ । ଉଦାହରଣସ୍ୱରୂପ ଉତ୍ପାଦନକୁ ପ୍ରଭାବିତ କରୁଥିବା ଅନେକ ଉପାଦାନମାନଙ୍କ ମଧ୍ୟରେ ସହ ସଂପର୍କ ରହିଥାଏ । ଏହା ବହୁସ୍ତରୀୟ (ବହୁମୁଖୀ) କୋରିଲେସନର ଉଦାହରଣ ।

ଆଂଶିକ କୋରିଲେସନ କ୍ଷେତ୍ରରେ ଦୁଇରୁ ଅଧିକ ଉପାଦାନ ରହିଥାଏ ମାତ୍ର ବିଶ୍ଳେଷଣ ପ୍ରକ୍ରିୟାରେ ଏହି ଉପାଦାନ ମାନଙ୍କ ମଧ୍ୟରୁ ଦୁଇଟି ଉପାଦାନ ମଧ୍ୟରେ ଥ‌ିବା ସଂପର୍କର ଅଧ୍ୟୟନ କରାଯାଇଥାଏ ଓ ଅନ୍ୟାନ୍ୟ ଉପାଦାନଗୁଡ଼ିକ ଅପରିବର୍ତ୍ତନୀୟ ବା ସ୍ଥିର ଉପାଦାନ ଭାବେ ଧରି ନିଆଯାଇଥାଏ ।

(iii) ରୈଖିକ ଏବଂ ଅଣରୈଖିକ କୋରିଲେସନ – ଯଦି ଦୁଇଟି ପରିବର୍ତ୍ତନୀୟ ଉପାଦାନ ଅପରିବର୍ତ୍ତନୀୟ ବା ସ୍ଥିର ଅନୁପାତରେ ଘଟିଥାଏ, ତାହାକୁ ଶୈଖିକ କୋରିଲେସନ କୁହାଯାଏ । ଏହି ପରିବର୍ତ୍ତନର ବିଭିନ୍ନ ମାତ୍ରାକୁ ରେଖାଚିତ୍ର ମାଧ୍ୟମରେ ପ୍ରକାଶ କରାଗଲେ ରେଖାଚିତ୍ରଟି ଏକ ସରଳରେଖା ହୋଇଥାଏ । ଯଦି ଦୁଇଟି ପରିବର୍ତ୍ତନୀୟ ଉପାଦାନରେ ପରିବର୍ତ୍ତନର ଅନୁପାତ ପରିବର୍ତ୍ତନଶୀଳ ହୁଏ, ତାହାକୁ ଅଣରୈଖିକ ସହସମ୍ପର୍କ କୁହାଯାଏ । ଉପରୋକ୍ତ ରୈଖିକ ସହସମ୍ପର୍କଟି କ୍ବଚିତ୍ ଦେଖାଯାଏ ।

୩। ସହସଂପର୍କ ଗୁଣାଙ୍କ କ’ଣ ? କାର୍ଲ ପିଅରସନ୍‌ଙ୍କ ଦ୍ବାରା ପ୍ରଣୀତ ସହସଂପର୍କ ଗୁଣାଙ୍କ ସଂପର୍କରେ ଆଲୋଚନା କର।
Answer:
ଦୁଇଟି ପରିବର୍ତ୍ତନୀୟ ଉପାଦାନ ମଧ୍ୟରେ ରହିଥ‌ିବା ସହସଂପର୍କର ମାତ୍ରା (Degree of correlation) କୁ ସହସଂପର୍କର ଗୁଣାଙ୍କ (correlation co-efficient) ମାଧ୍ୟମରେ ପରିପ୍ରକାଶ କରାଯାଇଥାଏ । ଦୁଇଟି ପରିବର୍ତ୍ତନୀୟ ରାଶି ମଧ୍ୟରେ ରହିଥ‌ିବା ସହସଂପର୍କ ସେମାନଙ୍କ ମଧ୍ୟରେ ରହିଥ‌ିବା ସଂପର୍କକୁ ଫଳନଯୁକ୍ତ (functional) ବା ସ୍ଥିର ବୋଲି ନିଶ୍ଚିତ ଭାବରେ ସୂଚାଇ ନଥାଏ । ଯଦି କୌଣସି ଗୋଟିଏ ରାଶିର ମୂଲ୍ୟ ଜଣାଥାଏ, ତେବେ ଅନ୍ୟ ରାଶିଟିର ମୂଲ୍ୟ ନିର୍ଦ୍ଧାରଣ ସର୍ବଦା ସମ୍ଭବ ହୋଇନଥାଏ । ଏହା କେବଳ ଦୁଇଟି ରାଶି ବା ଉପାଦାନ ମଧ୍ୟରେ ଥ‌ିବା ରୈଖିକ ସହ ସଂପର୍କ ସମୟରେ ସମ୍ଭବ ହୋଇଥାଏ ।

ମାତ୍ର ଏହି ଶୈଖିକ ସଂପର୍କ କେତେକ କ୍ଷେତ୍ରରେ ଦୃଷ୍ଟିଗୋଚର ହେଉଥ୍ଲେହେଁ କେତେକ ବାସ୍ତବ କ୍ଷେତ୍ରରେ ଏହା ଦେଖାଯାଇ ନଥାଏ । ଯଥା ଗଣନସଂଖ୍ୟା ଏବଂ ସେମାନଙ୍କର ବର୍ଗମାଳା କ୍ଷେତ୍ରରେ ରୈଖିକ ସଂପର୍କ ରହିଥିଲା ବେଳେ ଚାହିଦା ଓ ଦ୍ରବ୍ୟର ଦାମ୍ କ୍ଷେତ୍ରରେ ସେପରି ସଂପର୍କ ଦେଖାଯାଏ ନାହିଁ । କାରଣ ଦ୍ରବ୍ୟର ଦାମ୍‌ର ପରିବର୍ତ୍ତନ ଓ ତଦ୍ଵଜନିତ ଚାହିଦା ପରିମାଣର ପରିବର୍ତ୍ତନ ଏକ ସ୍ଥିର ଅନୁପାତରେ ଘଟି ନ ଥାଏ ।

ପୂର୍ଣ୍ଣ ସହସଂପର୍କ – (Perfect correlation) – ଯଦି ଦୁଇଟି ରାଶି ବା ଉପାଦାନର ପରିବର୍ତ୍ତନ ଏକ ସ୍ଥିର ଅନୁପାତରେ ଘଟିଥାଏ ତାହାକୁ ପୂର୍ଣ୍ଣ ସହସଂପର୍କ କୁହାଯାଏ । ପୂର୍ଣ୍ଣ ସହସଂପର୍କ କ୍ଷେତ୍ରରେ ଗୋଟିଏ ରାଶି ବା ଉପାଦାନର ହ୍ରାସ ବା ବୃଦ୍ଧି ସହ ଅନ୍ୟ ରାଶିର ହ୍ରାସ ବା ବୃଦ୍ଧି ମଧ୍ୟରେ ଏକ ସ୍ଥିର ଅନୁପାତ ବଜାୟ ରହିଥାଏ । ଅର୍ଥାତ୍ ଦୁଇଟି ରାଶି ମଧ୍ୟରେ ଆନୁପାତିକ ପରିବର୍ତ୍ତନ ସ୍ଥିର ରହିଥାଏ ।

ଏହି ପୂର୍ଣ୍ଣ ସହସଂପର୍କ ଯୋଗାତ୍ମକ (Positive) ବା ଋଣାତ୍ମକ (Negative) ହୋଇପାରେ । ଯଦି ଦୁଇଟି ରାଶି ବା ଉପାଦାନର ମାଳା ଏକ ଆନୁପାତିକ ହାରରେ ସମଦିଗରେ ପରିବର୍ତ୍ତନ ହୁଅନ୍ତି ତେବେ ତାହାକୁ ଯୋଗାତ୍ମକ ପୂର୍ଣ ସହସଂପର୍କ କୁହାଯାଏ ଓ ଅନ୍ୟପକ୍ଷରେ ଯଦି ଏହି ଦୁଇଟି ରାଶିର ମାଳା ଆନୁପାତିକ ହାରରେ ପରସ୍ପର ବିପରୀତ ମୁଖୀ ହୁଅନ୍ତି ତାହାକୁ ଋଣାତ୍ମକ ପୂର୍ଣ୍ଣ ସହସଂପର୍କ କୁହାଯାଏ ।

ଅର୍ଥନୈତିକ ପ୍ରକ୍ରିୟାରେ ଏହି ଦୁଇ ପ୍ରକାର ସଂପର୍କ କ୍ଵଚିତ୍ ଦେଖାଯାଏ କାରଣ ଦୁଇଟି ମାଳାର ରାଶିଦ୍ଵୟ ପରସ୍ପର ପୂର୍ଣ ନିର୍ଭରଶୀଳ ହୋଇନଥାନ୍ତି ।

ତେଣୁ ଏହି ପରିସ୍ଥିତିରେ ସହସଂପର୍କର ମାତ୍ରାର ପରିମାଣାତ୍ମକ ପରିପ୍ରକାଶର ଆବଶ୍ୟକତା ପଡ଼ିଥାଏ । ଏକ ଉପଯୁକ୍ତ ପରିମାପକ ସାହାଯ୍ୟରେ ଦୁଇଟି ମାଳାର ରାଶିଦ୍ଵୟ ମଧ୍ଯରେ ରହିଥ‌ିବା ପାରସ୍ପରିକ ସଂପର୍କ ପରିମାଣାତ୍ମକ ପରିପ୍ରକାଶ କରାଯିବାର ଆବଶ୍ୟକତା ରହିଥାଏ ।

ଏ କ୍ଷେତ୍ରରେ ସହସଂପର୍କର ଗୁଣାଙ୍କ ଏକ ଉପଯୁକ୍ତ ପରିମାପକ ଭାବରେ ଗ୍ରହଣ କରାଯାଏ । ତେଣୁ ସହ ସଂପର୍କ ଗୁଣାଙ୍କ ଦୁଇଟି ମାଳାରେ ରହିଥ‌ିବା ରାଶିମାନଙ୍କ ମଧ୍ୟରେ ରହିଥ‌ିବା ସଂପର୍କର ମାତ୍ରାର ପରିମାଣାତ୍ମକ ପରିପ୍ରକାଶ କରିଥାଏ । ଏହି ପରିମାଣାତ୍ମକ ମାତ୍ରାରୁ ରାଶିଦ୍ଵୟ ମଧ୍ୟରେ ରହିଥ‌ିବା ସଂପର୍କ ବିଷୟରେ ସିଦ୍ଧାନ୍ତ ନିଆଯାଇପାରେ ।

ଏହି ସହସଂପର୍କ ଗୁଣାଙ୍କର ମୂଲ୍ୟ +1 ରୁ –1 ମଧ୍ୟରେ ସୀମିତ ରହିଥାଏ । ପୂର୍ଣ୍ଣ ଯୋଗାତ୍ମକ ସଂପର୍କ କ୍ଷେତ୍ରରେ ଏହାର ମୂଲ୍ୟ +1 ହୋଇଥିବାବେଳେ ପୂର୍ଣ ଋଣାତ୍ମକ ସହସଂପର୍କ କ୍ଷେତ୍ରରେ ଏହାର ମୂଲ୍ୟ – ହୋଇଥାଏ । ଏହି ଦୁଇଟି ଚରମ ମୂଲ୍ୟର ମଧ୍ୟ ବିନ୍ଦୁର ମୂଲ୍ୟ ‘0’ ହୋଇଥାଏ ଯାହା ସହସଂପର୍କର ଅନୁପସ୍ଥିତି ଦର୍ଶାଇଥାଏ । ଏହି ସହସଂପର୍କ ଗୁଣାଙ୍କ କୁ ଇଂରାଜୀ ଅକ୍ଷର ‘r’ ମାଧ୍ୟମରେ ଚିହ୍ନିତ କରାଯାଇଥାଏ ।

CHSE Odisha Class 11 Economics Solutions Chapter 21 ସହସମ୍ବନ୍ଧ ଓ ସମାଶ୍ରୟଣ

କାର୍ଲ ପିଅରସନ ଏକ ଗାଣିତିକ ପଦ୍ଧତି ଅବଲମ୍ବନ କରିଥିଲେ ଯାହା କାଇଁ ପିଅରସନଙ୍କ ସହସଂପର୍କ ଗୁଣାଙ୍କ ନାମରେ ପରିଚିତ । କାର୍ଲ ପିଅରସନଙ୍କ ଦ୍ଵାରା ପ୍ରଣୀତ ଏହି ଗୁଣାଙ୍କ ସହାଯ୍ୟରେ ସହସଂପର୍କର ପରିମାଣାତ୍ମକ ମାତ୍ରା ସହଜରେ ନିର୍ଦ୍ଧାରଣ
କରାଯାଇପାରିଥାଏ । ‘r’ ଦ୍ୱାରା ଚିହ୍ନିତ ଏହି ଗୁଣାଙ୍କ ସହସଂପର୍କର ମାତ୍ରା ପରିପ୍ରକାଶର ଏକ ସରଳ ତଥା ଉପଯୁକ୍ତ ପରିମାପକ ।
\(\mathrm{r}=\frac{\Sigma(\mathrm{x}-\overline{\mathrm{x}})(\mathrm{y}-\overline{\mathrm{y}})}{\text { N. } \sigma_{\mathrm{x}} \sigma_{\mathrm{y}}}\)

ଏଠାରେ = x ଓ y ଦୁଇଟି ମାଳାରେ ଥ‌ିବା ରାଶିଦ୍ଧୟର ଲବ୍‌ଧାଙ୍କ
x̄ → x ରାଶିମାନଙ୍କର ମାଧ୍ଯମାନ ।
ȳ → y ରାଶିମାନଙ୍କର ମାଧ୍ଯମାନ
N → x ଓ y ରାଶି ଦ୍ବୟର କ୍ରମିକ ଯୋଡ଼ି ସଂଖ୍ୟା ।
σx → x ରାଶି ମଧ୍ୟରେ ଥିବା ମାନକ ବିଚ୍ୟୁତି ।
σy → y ରାଶି ମଧ୍ୟରେ ଥ‌ିବା ମାନକ ବିଚ୍ୟୁତି ।

ଏହି ପଦ୍ଧତି ଅବଲମ୍ବନରେ 1 ର ମୂଲ୍ୟ +1 ହେଲେ, ଏହା ପୂର୍ବ ଯୋଗାତ୍ମକ ସହସଂପର୍କ ଦର୍ଶାଇଥାଏ, r ର ମୂଲ୍ୟ – ହେଲେ ଏହା ପୂର୍ଣ୍ଣ ଋଣାତ୍ମକ ସହ ସଂପର୍କ ସୂଚାଇଥାଏ ଏବଂ r ର ମୂଲ୍ୟ ( ହେଲେ ଏହା କୌଣସି ସହସଂପର୍କ ଦର୍ଶାଇ ନଥାଏ । କାର୍ଲ ପିଅରସନଙ୍କ ଏହି ଗୁଣାଙ୍କ ରାଶିଦ୍ଵୟ ମଧ୍ୟରେ ରହିଥିବା ପାରସ୍ପରିକ ସଂପର୍କର ମାତ୍ରା ପରିପ୍ରକାଶ ନିମନ୍ତେ ଏକ ଉପଯୁକ୍ତ ତଥା ନିର୍ଭରଯୋଗ୍ୟ ପରିମାପକ ଭାବରେ ଗ୍ରହଣ କରାଯାଇଥାଏ ।

୪। ସହସମ୍ବନ୍ଧ କ’ଣ ? ଅର୍ଥଶାସ୍ତ୍ରରେ ସହସମ୍ବନ୍ଧର ବ୍ୟବହାର କ’ଣ ଆଲୋଚନା କର ।
Answer:
ଅର୍ଥନୈତିକ ଚଳମାନଙ୍କ ମଧ୍ୟରେ ଥିବା ସମ୍ପର୍କ ଓ ଆଚରଣକୁ ବୁଝିବାରେ ସହସମ୍ବନ୍ଧ ବିଶ୍ଳେଷଣ ସହାୟତା କରେ । ଅର୍ଥନୈତିକ ସ୍ଥିରତା ପାଇଁ ଅର୍ଥନୀତିଜ୍ଞମାନଙ୍କୁ ଅସ୍ଥିରତା ସୃଷ୍ଟି କରୁଛି । କାରଣଗୁଡ଼ିକ ନିରୂପଣ କରିବାରେ ସହାୟତା କରେ, ସହସମ୍ବନ୍ଧ ବ୍ୟବସାୟ, ବାଣିଜ୍ୟ, ଶିଳ୍ପ, ପରିବେଶ ଆଦି ଅନେକ ଅର୍ଥନୈତିକ କ୍ଷେତ୍ରରେ ବହୁଳଭାବେ ବ୍ୟବହୃତ ହୁଏ । ତେବେ ଏହି ପରିସଂଖ୍ୟାନ ପଦ୍ଧତିର ଅର୍ଥନୀତିରେ ବିଶେଷ ବ୍ୟବହାର ବିଷୟରେ ନିମ୍ନରେ ଆଲୋଚନା କରାଯାଇଛି ।

(a) ସମ୍ପର୍କର ପରିସଂଖ୍ୟାନ ଗୁରୁତ୍ଵ ପରୀକ୍ଷା – ବିଭିନ୍ନ ଚଳ ମଧ୍ୟରେ ଥିବା ସମ୍ପର୍କ ପାଇଁ ସହସମ୍ବନ୍ଧରେ ସାହାଯ୍ୟ ନିଆଯାଇଥାଏ । ଯେପରି ଦାମ୍ ଓ ଯୋଗାଣ ମଧ୍ୟରେ ଥିବା ବିଭିନ୍ନ ଚଳ ମଧ୍ୟରେ ଥିବା ସମ୍ପର୍କ ପାଇଁ ସହସମ୍ବନ୍ଧରେ ସାହାଯ୍ୟ ସମ୍ପର୍କର ପରିମାଣ ଭାବରେ ସହସମ୍ବନ୍ଧର ଗୁଣାଙ୍କ (r)କୁ ‘t’ test ଦ୍ଵାରା ପରୀକ୍ଷା କରାଯାଏ ।

(b) ଚଳମାନଙ୍କ ମଧ୍ୟରେ ସମ୍ବନ୍ଧ – ସହସମ୍ବନ୍ଧର ଗୁଣାଙ୍କଦ୍ବାରା ଦୁଇଟି ଚଳମାନଙ୍କ ମଧ୍ୟରେ ଥିବା ଋଣାତ୍ମକ ଏବଂ ଯୁକ୍ତାତ୍ମକ ସମ୍ବନ୍ଧ ମାପିବା ସହିତ ସମ୍ବନ୍ଧର ଗଭୀରତା ମଧ୍ୟ ପରିମାପ କରିହୁଏ । ଅର୍ଥଶାସ୍ତ୍ର, ବ୍ୟବସାୟ, ବାଣିଜ୍ୟ ଏବଂ ବିଜ୍ଞାନ କ୍ଷେତ୍ରରେ ଥିବା ଚଳମାନଙ୍କ ମଧ୍ୟରେ ସମ୍ବନ୍ଧ ମାପିବାରେ ସହସମ୍ବନ୍ଧ ପଦ୍ଧତି ଅନୁସରଣ କରାଯାଏ ।

(c) ଯୋଜନା ପ୍ରସ୍ତୁତ ଓ ପ୍ରଣୟନ – ନୀତି ପ୍ରସ୍ତୁତ ଓ ପ୍ରଣୟନ ନିମନ୍ତେ ସଂଶ୍ଳିଷ୍ଟ ବିଭିନ୍ନ ଉପାଦାନ ମଧ୍ୟରେ ସହସମ୍ବନ୍ଧ ପଦ୍ଧତି ବ୍ୟବହାର କରାଯାଏ । ଯଦି ସରକାର ଟିକସହାର ବୃଦ୍ଧି କରନ୍ତି, ତେବେ ତାହାର ନୀତି ପ୍ରଣୟନ ପୂର୍ବରୁ ମୁଣ୍ଡପିଛା ଆୟ ଓ ଜନସାଧାରଣଙ୍କ ଟିକସ ସେବାର କ୍ଷମତା ସହିତ ତାହାର ସମ୍ପର୍କ ଏହି ପଦ୍ଧତି ମାଧ୍ୟମରେ ପରୀକ୍ଷା କରାଯାଏ ।

(d) ଗବେଷଣା – ଆଧୁନିକ ବିଜ୍ଞାନ ଯୁଗରେ ଅର୍ଥନୀତି ବ୍ୟତୀତ ଯେତେସବୁ କ୍ଷେତ୍ର; ଯଥା – ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ, ସମାଜ ଆଦି ଗବେଷଣା କ୍ଷେତ୍ରର ସହସମ୍ବନ୍ଧର ବିଶେଷ ବ୍ୟବହାର ହୁଏ ।

୫। ସମାଶ୍ରୟଣ କହିଲେ କ’ଣ ବୁଝ ? ଏହି ପଦ୍ଧତିର ଅର୍ଥନୀତିରେ ବ୍ୟବହାର ବୁଝାଇ ଲେଖ ।
Answer:
ସମାଶ୍ରୟଣ କହିଲେ ଦୁଇଟି ଚଳ ମଧ୍ଯରେ ହାରାହାରି ସମ୍ପର୍କକୁ ବୁଝାଏ । ଏହା ବିଭିନ୍ନ କ୍ଷେତ୍ରରେ ଭବିଷ୍ୟ ଆକଳନ କରିବାରେ ସହାୟକ ହୋଇଥାଏ । 1877 ମସିହାରେ ପ୍ରଥମେ ସାର୍ ପ୍ରାନ୍ସିସ୍ ଗାଲ୍ଟନ୍ ଚଳ ମଧ୍ୟରେ ଥିବା ସମ୍ପର୍କ ପରିମାପ ଓ ବିଶ୍ଳେଷଣ କରିବାରେ ପ୍ରୟୋଗ କରିଥିଲେ । ଯଦି ଗୋଟିଏ ଚଳର ମୂଲ୍ୟ ଜଣାଥାଏ, ତେବେ ଅନ୍ୟ ଚଳର ମୂଲ୍ୟ ସମାଶ୍ରୟଣଦ୍ୱାରା କଳନା କରିହୁଏ ।

ଯେପରି ବଜାରରେ କୌଣସି ଦ୍ରବ୍ୟର ଦାମ୍ ଜଣାଥିଲେ ଏହାର ଯୋଗାଣର ପରିମାଣ ଜାଣିହୁଏ । ଯଉଁ ଚଳର ଭବିଷ୍ୟତ କଳନା କରାଯାଏ ତାକୁ ନିର୍ଭରଶୀଳ ଚଳ (y) ଏବଂ ଯେଉଁ ଚଳଦ୍ଵାରା ଭବିଷ୍ୟ କଳନା କରାଯାଏ, ତାହାକୁ ସ୍ୱାଧୀନ ଚଳ (x) କୁହାଯାଏ । ସମାଶ୍ରୟଣ ସମୀକରଣକୁ y = a + bx ଦ୍ବାରା ଲେଖାଯାଏ ।

ତେବେ ସଂକ୍ଷେପରେ କହିଲେ ସମାଶ୍ରୟଣର ମୁଖ୍ୟ ଉଦ୍ଦେଶ୍ୟ ହେଲା ସ୍ଵାଧୀନ ଚଳ ଏବଂ ନିର୍ଭରଶୀଳ ଚଳ ମଧ୍ୟରେ କାର୍ଯ୍ୟକାରୀ ସମ୍ପର୍କ ସ୍ଥାପନ କରିବା, ଯାହାଦ୍ଵାରା ପୂର୍ବତନ ଚଳର ପରିବର୍ତ୍ତନରେ ଭବିଷ୍ୟତର ଅବସ୍ଥାକୁ ଆକଳନ କରିବ । ଯେହେତୁ ସମାଶ୍ରୟଣ ବିଶ୍ଳେଷଣଦ୍ଵାରା ଚଳମାନଙ୍କର ବ୍ୟବହାରୀକ ସମ୍ପର୍କକୁ ଜଣାଯାଏ, ତେଣୁ ଅନ୍ୟାନ୍ୟ ବିଷୟ ଭଳି ଅର୍ଥଶାସ୍ତ୍ର ଅଧ୍ୟୟନ କ୍ଷେତ୍ରରେ ବିଶେଷ ସହାୟକ ହୋଇଥାଏ । ଉଦାହରଣସ୍ୱରୂପ ଉପଭୋଗ ଫଳନ ରେଖା ଅଙ୍କନ କଲାବେଳେ ଆମେ ସମାଶ୍ରୟଣ ବିଶ୍ଳେଷଣରେ ଦୁଇଟି ଚଳ ବିଷୟରେ ଆଲୋଚନା କରୁ ।

CHSE Odisha Class 11 Economics Solutions Chapter 21 ସହସମ୍ବନ୍ଧ ଓ ସମାଶ୍ରୟଣ

ଆୟ ଯାହା ହେଲା ସ୍ଵାଧୀନ ଚଳ ଏବଂ ଉପଭୋଗ ନିର୍ଭରଶୀଳ ଚଳ । ପ୍ରସିଦ୍ଧ ଅର୍ଥନୀତିଜ୍ଞ ତାଙ୍କ ଆୟର ସାଧାରଣ ତତ୍ତ୍ବ କ୍ଷେତ୍ରରେ ପରିସଂଖ୍ୟାନ ମାଧ୍ୟମରେ ସିଦ୍ଧାନ୍ତରେ ପହଞ୍ଚି ପାରି ଅର୍ଥଶାସ୍ତ୍ରର ଗବେଷଣା କ୍ଷେତ୍ରରେ ସମାଶ୍ରୟଣଦ୍ୱାରା ଆକଳନ ହୋଇଥାଏ । ତେବେ ନିମ୍ନରେ ଅର୍ଥନୀତିରେ ଏହାର ବ୍ୟବହାର ବିଷୟରେ ଆଲୋଚନା କରାଯାଇଛି ।

(i) ସମ୍ପର୍କର ଆକଳନ ବା ହିସାବ – କୌଣସି ଅର୍ଥନୈତିକ ଚଳ ମଧ୍ୟରେ ଥିବା ପ୍ରଭାବ ଓ ସମ୍ପର୍କ ଆକଳନ କରିବା ପାଇଁ ସମାଶ୍ରୟଣ ଏକ ପ୍ରାଥମିକ ପଦ୍ଧତି, ଉଦାହରଣସ୍ୱରୂପ ପୁଞ୍ଜିର ପରିମାଣ ବୃଦ୍ଧିପାଇଲେ ସମାଶ୍ରୟଣଦ୍ୱାରା ଏହାର ଉତ୍ପାଦନ ଉପରେ ପଡ଼ୁଥ‌ିବା ପ୍ରଭାବର ପରିମାପ କରିହୁଏ ଏବଂ ବିଶ୍ଳେଷଣ ମଧ୍ୟ କରିହୁଏ ।

(ii) ଭବିଷ୍ୟତ କଳନା କରିବା – ସମାଶ୍ରୟଣ ମାଧ୍ୟମରେ ସ୍ବାଧୀନ ଚଳର ମୂଲ୍ୟଦ୍ଵାରା ନିର୍ଭରଶୀଳ ଚଳର ଭବିଷ୍ୟତ କଳନା କରାଯାଏ । ପେଟ୍ରୋଲର ଦାମ୍ ବଢ଼ିଲେ ସ୍କୁଟରର ମୂଲ୍ୟ କେତେ ବଢ଼ିବ ବା କମିବ ତାହା ସମାଶ୍ରୟଣର ବିଶ୍ଳେଷଣଦ୍ୱାରା

(iii) ସହସମ୍ପର୍କ – ଦୁଇଟି ସମାଶ୍ରୟଣର ଗୁଣାଙ୍କ ଜଣାଥିଲେ ତ’ର ଗୁଣଫଳର ବର୍ଗମୂଳ ବାହର କଲେ ସହସମ୍ପର୍କର ଗୁଣାଙ୍କ ନିର୍ଣ୍ଣୟ ହୁଏ ।
ଏତଦ୍ ବ୍ୟତୀତ ସମାଶ୍ରୟଣ ପଦ୍ଧତିଦ୍ୱାରା ଅର୍ଥନୈତିକ କାର୍ଯ୍ୟାବଳୀର ଅଧିକାଂଶ କ୍ଷେତ୍ରରେ ବ୍ୟବହୃତ ହୋଇଥାଏ ।

CHSE Odisha Class 12 Logic Unit 2 Short Answer Questions in Odia Medium

Odisha State Board CHSE Odisha Class 12 Logic Solutions Unit 2 ବ୍ୟବହିତ ଅନୁମାନ ଓ ମିଶ୍ର ତ୍ରିପଦୀଯୁକ୍ତି Short Answer Questions.

CHSE Odisha Class 12 Logic Unit 2 Short Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସଂକ୍ଷିପ୍ତ ଟିପ୍‌ପଣୀ ଲେଖ ।

1. ପ୍ରଥମ ନ୍ୟାୟ ସଂସ୍ଥାନର ସ୍ବତନ୍ତ୍ର ନିୟମାବଳୀ
Answer:
(୧) ସାଧ୍ୟାବୟବ ସାମାନ୍ୟ ହୁଏ ।
(୨) ପକ୍ଷାବୟବ ସଦର୍ଥକ ହୁଏ ।

2. ଦ୍ଵିତୀୟ ନ୍ୟାୟ ସଂସ୍ଥାନର ସ୍ଵତନ୍ତ୍ର ନିୟମାବଳୀ
Answer:
(୧) ସାଧ୍ୟାବୟବ ସାମାନ୍ୟ ହୁଏ ।
(୨) ହେତୁବାକ୍ୟ ଦ୍ଵୟରୁ ଗୋଟିଏ ନଞର୍ଥକ ହୁଏ ।

3. ତୃତୀୟ ନ୍ୟାୟ ସଂସ୍ଥାନର ସ୍ଵତନ୍ତ୍ର ନିୟମାବଳୀ
Answer:
(୧) ପକ୍ଷାବୟବ ସଦର୍ଥକ ହୁଏ ।
(୨) ଅନ୍ତତଃ ଗୋଟିଏ ହେତୁବାକ୍ୟ ସାମାନ୍ୟ ହୁଏ ।
(୩) ସିଦ୍ଧାନ୍ତ ବିଶେଷ ହୁଏ ।

CHSE Odisha Class 12 Logic Unit 2 Short Answer Questions in Odia Medium

4. ଚତୁର୍ଥ ନ୍ୟାୟ ସଂସ୍ଥାନର ସ୍ଵତନ୍ତ୍ର ନିୟମାବଳୀ
Answer:
(୧) ସାଧାବୟବ ସଦର୍ଥକ ହେଲେ ପକ୍ଷାବୟବ ସାମାନ୍ୟ ତର୍କବାକ୍ୟ ହୁଏ ।
(୨) ପକ୍ଷାବୟବ ସଦର୍ଥକ ହେଲେ ସିଦ୍ଧାନ୍ତ ବିଶେଷ ତର୍କବାକ୍ୟ ହୁଏ ।
(୩) କୌଣସି ଏକ ହେତୁବଚନ ନଞର୍ଥକ ହେଲେ ସାଧାବୟବ ସାମାନ୍ୟ ତର୍କବାକ୍ୟ ହୁଏ ।
(୪) ଅନ୍ତତଃ ଗୋଟିଏ ହେତୁବାକ୍ୟ ସଦର୍ଥକ ହୁଏ ।
(୫) କୌଣସି ହେତୁବାକ୍ୟ ବିଶେଷ ନଞର୍ଥକ ‘ଓ’ ହୁଏ ନାହିଁ ।
(୬) ସିଦ୍ଧାନ୍ତ କଦାପି ସାର୍ବିକ ସଦର୍ଥକ ବା ‘ଆ’ ତର୍କବଚନ ହୋଇପାରିବ ନାହିଁ ।

5. ଆରିଷ୍ଟଟଲ୍‌ଙ୍କ ମୌଳିକ ସୂତ୍ର ବା ସର୍ବାସ୍ପିନାସ୍ତି ସୂତ୍ର
Answer:
ତ୍ରିପଦୀଯୁକ୍ତିମାନଙ୍କର ବୈଧତା ପ୍ରତିପାଦନ କରିବାପାଇଁ ଆରିଷ୍ଟଟଲ୍ ଯେଉଁ ମୌଳିକ ସୂତ୍ରର ଅବତାରଣା କରିଥିଲେ ତାହା ‘ସର୍ବାସ୍ପିନାସ୍ତି’ ସୂତ୍ର ନାମରେ ପରିଚିତ । ଏହି ସୂତ୍ରଟି ହେଲା – ଯାହା ଗୋଟିଏ ଜାତି ସମ୍ପର୍କରେ ସ୍ଵୀକାର ବା ଅସ୍ଵୀକାର କରାଯିବ ତାହା ତଦନ୍ତର୍ଗତ କୌଣସି ବ୍ୟକ୍ତି କିମ୍ବା ଉପଜାତି ସମ୍ପର୍କରେ ସ୍ଵୀକାର ବା ଅସ୍ଵୀକାର କରାଯାଇପାରିବ ।

ଉଦାହରଣ – ସମସ୍ତ ଅଧ୍ୟାପକ ବିଦ୍ୱାନ୍ ଅଟନ୍ତି ।
ରାମବାବୁ ଜଣେ ଅଧ୍ୟାପକ ।
_____________________
∴ ରାମବାବୁ ଜଣେ ବିଦ୍ବାନ୍ ଅଟନ୍ତି ।

ଅଥବା, କୌଣସି ସନ୍ଥ ନିର୍ଭୟ ନୁହଁନ୍ତି ।
ବଳରାମ ଦାସ ଜଣେ ସନ୍ଥ ଅଟନ୍ତି ।
____________________________
∴ ବଳରାମ ଦାସ ନିର୍ଭୟ ନୁହନ୍ତି ।

6. ରୂପାନ୍ତରୀକରଣ
Answer:
ଆରିଷ୍ଟଟଲ୍‌ଙ୍କ ମୌଳିକ ସୂତ୍ର ସାହାଯ୍ୟରେ ନ୍ୟାୟରୂପମାନଙ୍କର ପ୍ରାମାଣିକତା ପରୀକ୍ଷା କରିବା ନିମିତ୍ତ ରୂପାନ୍ତରୀକରଣ ଏକାନ୍ତ ଅପରିହାର୍ଯ୍ୟ । ସର୍ବାସ୍ଥିନାସ୍ତି ସୂତ୍ର ସାହାଯ୍ୟରେ ପ୍ରାମାଣିକତା ପରୀକ୍ଷା କରିବା ନିମିତ୍ତ ସଦୋଷ ସଂସ୍ଥାନର ନ୍ୟାୟରୂପମାନଙ୍କର ନିଘୋଷ ନ୍ୟାୟରୂପମାନଙ୍କୁ ‘ପରିବର୍ତ୍ତନ’ ବୋଲି କୁହାଯାଇପାରେ ।
ରୂପାନ୍ତରୀକରଣ ଦୁଇ ପ୍ରକାର ଅଟେ – (୧) ସାକ୍ଷାତ୍ (ଅପରୋକ୍ଷ) (୨) ଅସାକ୍ଷାତ୍ (ପରୋକ୍ଷ) ।

7. ସାକ୍ଷାତ୍ ରୂପାନ୍ତରୀକରଣ
Answer:
ଆବଶ୍ୟକ ସ୍ଥଳେ ସମବର୍ତ୍ତନ, ବ୍ୟାବର୍ତ୍ତନ ଇତ୍ୟାଦି ସାହାଯ୍ୟରେ ଦ୍ଵିତୀୟ, ତୃତୀୟ ଓ ଚତୁର୍ଥ ସଂସ୍ଥାନର ନ୍ୟାୟରୂପଗୁଡ଼ିକର ହେତୁବାକ୍ୟମାନଙ୍କରେ ନିହିତ ପଦଗୁଡ଼ିକର ସ୍ଥାନ ପରିବର୍ତ୍ତନ ଅଥବା ହେତୁବାକ୍ୟମାନଙ୍କର ପରିବର୍ତ୍ତନ (ସାଧାବୟବରୁ ପକ୍ଷାବୟବକୁ ଅଥବା ପକ୍ଷାବୟବରୁ ସାଧାବୟବକୁ) କରି ସେଗୁଡ଼ିକୁ ବାର୍ବାରା, ସେଲାରେଣ୍ଟ୍, ଡାରିଇ କିମ୍ବା ଫେରିଓରେ ପରିଣତ କରିବା ପ୍ରକ୍ରିୟାକୁ ସାକ୍ଷାତ୍ ବା ଅପରୋକ୍ଷ ରୂପାନ୍ତରୀକରଣ କୁହାଯାଏ ।

8. ପରୋକ୍ଷ ରୂପାନ୍ତରୀକରଣ
Answer:
ଗୋଟିଏ ସଦୋଷ ନ୍ୟାୟରୂପର ସିଦ୍ଧାନ୍ତର ବିରୁଦ୍ଧ ତର୍କବାକ୍ୟ ଏବଂ ସେହି ନ୍ୟାୟରୂପର ଗୋଟିଏ ହେତୁବାକ୍ୟ ସାହାଯ୍ୟରେ ନିଘୋଷ ସଂସ୍ଥାନର ଗୋଟିଏ ପ୍ରମାଣିକ ନ୍ୟାୟରୂପ ଗଠନକୁ ପରୋକ୍ଷ ରୂପାନ୍ତରୀକରଣ କୁହାଯାଏ ।

9. ପ୍ରତ୍ୟକ୍ଷ ରୂପାନ୍ତରୀକରଣରେ ‘ବୋକାଡ଼ୋ’ ଏବଂ ‘ବାରୋକୋ’
Answer:
ବୋକାର୍ଡ଼ ଓ ବାରୋକୋ ନ୍ୟାୟମୂର୍ତ୍ତିଟି ପ୍ରତ୍ୟକ୍ଷଭାବରେ ରୂପାନ୍ତରୀକରଣ ହୋଇପାରିବ ନାହିଁ । ତେଣୁ ତାର୍କିକମାନେ ବୋକାଡ଼ୋର ଡୋକ୍‌ସାମୋସ୍ଟରୁ ଡାରିଇ ଓ ବାରୋକୋର ଫାକ୍‌କୋରୁ ଫେରିଓକୁ ରୂପାନ୍ତରୀକରଣ କରିଥା’ନ୍ତି ।

10. ଯଥୋପଯୋଗୀ ବା ମୌଳିକ ନ୍ୟାୟରୂପ
Answer:
ଯେଉଁ ପ୍ରାମାଣିକ ନ୍ୟାୟରୂପର ହେତୁବାକ୍ୟରେ ସିଦ୍ଧାନ୍ତ ପାଇବା ନିମିତ୍ତ ଅନ୍ତତଃ ଯେତିକି ପଦ ବ୍ୟାପ୍ୟ ହେବା ଆବଶ୍ୟକ କେବଳ ସେତିକି ପଦ ବ୍ୟାପ୍ୟ ହୋଇଥାଏ, ତାହାକୁ ଯଥୋପଯୋଗୀ ବା ମୌଳିକ ନ୍ୟାୟରୂପ କହନ୍ତି ।
ଯଥା – ବିଭିନ୍ନ ସଂସ୍ଥାନର ୨୪ଟି ପ୍ରାମାଣିକ ନ୍ୟାୟରୂପମାନଙ୍କ ମଧ୍ୟରୁ ୧୫ଟି ନ୍ୟାୟରୂପ ଯଥୋପଯୋଗୀ ।

CHSE Odisha Class 12 Logic Unit 2 Short Answer Questions in Odia Medium

11. ସବଳୀକୃତ ବା ଅତିବଳ ନ୍ୟାୟରୂପ
Answer:
ଯେଉଁ ପ୍ରାମାଣିକ ନ୍ୟାୟରୂପର ହେତୁବାକ୍ୟରେ ସିଦ୍ଧାନ୍ତ ପାଇବା ନିମିତ୍ତ ଅନ୍ତତଃ ଯେତିକି ପଦ ବ୍ୟାପ୍ୟ ହେବା ଆବଶ୍ୟକ ତହିଁରୁ ଅଧ‌ିକ ପଦ ବ୍ୟାପ୍ୟ ହୋଇଥାଏ ଏବଂ ଗୋଟିଏ ସାମାନ୍ୟ ହେତୁବାକ୍ୟ ପରିବର୍ତ୍ତେ ତଦନୁରୂପ ବିଶେଷ ତର୍କବାକ୍ୟକୁ ହେତୁବାକ୍ୟରୂପେ ଗ୍ରହଣ କଲେ ମଧ୍ୟ ସିଦ୍ଧାନ୍ତଟି ପାଇବା ସମ୍ଭବପର, ତାହାକୁ ସବଳୀକୃତ ବା ଅତିବଳ ନ୍ୟାୟରୂପ କୁହାଯାଏ । ବିଭିନ୍ନ ସଂସ୍ଥାନର ୨୪ଗୋଟି ପ୍ରାମାଣିକ ନ୍ୟାୟରୂପମାନଙ୍କ ମଧ୍ୟରୁ ୧୯ ଗୋଟିକୁ ସବଳ ନ୍ୟାୟରୂପ କହନ୍ତି ।

12. ଦୁର୍ବଳୀକୃତ ନ୍ୟାୟରୂପ
Answer:
ଯେଉଁ ପ୍ରାମାଣିକ ନ୍ୟାୟରୂପରେ ସାମାନ୍ୟ ସିଦ୍ଧାନ୍ତ ପାଇବା ସମ୍ଭବପର ହେଉଥିଲେ ହେଁ ତତ୍‌ପରିବର୍ତ୍ତେ ତଦନୁରୂପ ବିଶେଷ ତର୍କବାକ୍ୟକୁ ସିଦ୍ଧାନ୍ତରୂପେ ଗ୍ରହଣ କରାଯାଏ । ତାହାକୁ ଦୁର୍ବଳୀକୃତ ନ୍ୟାୟରୂପ କୁହାଯାଏ । ବିଭିନ୍ନ ସଂସ୍ଥାନର ୨୪ ଗୋଟି ପ୍ରାମାଣିକ ନ୍ୟାୟରୂପମାନଙ୍କ ମଧ୍ୟରୁ ୫ ଗୋଟି ନ୍ୟାୟରୂପ ଦୁର୍ବଳୀକୃତ ଅଟେ ।

13. ମିଶ୍ର ତ୍ରିପଦୀଯୁକ୍ତି :
Answer:
ଯେଉଁ ତ୍ରିପଦୀଯୁକ୍ତିର ଅବୟବତ୍ରୟରେ ଏକାଧ୍ଵ ପ୍ରକାରର ତର୍କବାକ୍ୟ ବ୍ୟବହୃତ ହୋଇଥାଏ, ତାହାକୁ ମିଶ୍ର ତ୍ରିପଦୀଯୁକ୍ତି କୁହାଯାଏ ।
ହୁଏତ କ ଖ ଅଟେ କିମ୍ବା ଗ ଘ ଅଟେ ।
କ ଖ ନୁହେଁ ।
___________
∴ ଗ ଘ ଅଟେ ।

ହୁଏତ ରାମ ଧନୀ କିମ୍ବା ଗରିବ ଅଟେ ।
ରାମ ଧନୀ ନୁହେଁ ।
___________
∴ ରାମ ଗରିବ ଅଟେ ।

14. ମିଶ୍ର ତ୍ରିପଦୀଯୁକ୍ତିର ପ୍ରକାରଭେଦ :
Answer:
ମିଶ୍ର ତ୍ରିପଦୀଯୁକ୍ତି ୪ ପ୍ରକାରର ଅଟେ; ଯଥା –
(କ) ମିଶ୍ର ପ୍ରାକଳ୍ପିକ – ନିରପେକ୍ଷ ଯୁକ୍ତି
(ଖ) ମିଶ୍ର ବୈକଳ୍ପିକ – ନିରପେକ୍ଷ ଯୁକ୍ତି
(ଗ) ମିଶ୍ର ବିଯୋଜକ – ନିରପେକ୍ଷ ଯୁକ୍ତି
(ଘ) ଦ୍ବିଶୃଙ୍ଗକ ଯୁକ୍ତି ବା କୂଟନ୍ୟାୟ

15. ମିଶ୍ର ପ୍ରାକଳ୍ପିକ-ନିରପେକ୍ଷ ଯୁକ୍ତି :
Answer:
ଯେଉଁ ତ୍ରିପଦୀଯୁକ୍ତିର ସାଧାବୟବ ଗୋଟିଏ ପ୍ରାକଳ୍ପିକ ତର୍କବାକ୍ୟ, ପକ୍ଷାବୟବ ନିରପେକ୍ଷ ଏବଂ ସିଦ୍ଧାନ୍ତ ନିରପେକ୍ଷ ଅଟେ, ତାହାକୁ ମିଶ୍ର ପ୍ରାକଚ୍ଛିକ-ନିରପେକ୍ଷ ଯୁକ୍ତି କୁହାଯାଏ ।
ଉଦାହରଣ – ଯଦି କ ଖ ହୁଏ, ତେବେ ଗ ଘ ହୁଏ ।
ଖ ହୁଏ ।
___________
∴ ଗ ଘ ହୁଏ ।

ଯଦି ସୂର୍ଯ୍ୟ ଥାଏ, ଆଲୋକ ଥାଏ ।
ସୂର୍ଯ୍ୟ ଅଛି ।
____________
∴ ଆଲୋକ ଅଛି ।

16. ମିଶ୍ର ପ୍ରାକଳ୍ପିକ-ନିରପେକ୍ଷ ଯୁକ୍ତିର ନିୟମ :
Answer:
(୧) ସାଧାବୟବର ପୂର୍ବଗକୁ ପକ୍ଷାବୟବରେ ସ୍ଵୀକାର କଲେ ତାହାର ଅନୁଗକୁ ସିଦ୍ଧାନ୍ତରେ ସ୍ଵୀକାର କରାଯାଏ; ମାତ୍ର ଏହାର ବିପରୀତ ନିୟମ ପ୍ରଣିଧାନଯୋଗ୍ୟ ନୁହେଁ ।
(୨) ସାଧାବୟବର ଅନୁଗକୁ ପକ୍ଷାବୟବରେ ଅସ୍ବୀକାର କଲେ, ତାହାର ପୂର୍ବଗକୁ ସିଦ୍ଧାନ୍ତରେ ଅସ୍ଵୀକାର କରାଯାଏ; ମାତ୍ର ଏହାର ବିପରୀତ ନିୟମ ଗ୍ରହଣଯୋଗ୍ୟ ନୁହେଁ ।

17. ଭାବାତ୍ମକ ପ୍ରାକଳ୍ପିକ ଯୁକ୍ତି :
Answer:
ଯେଉଁ ମିଶ୍ର ପ୍ରାକଚ୍ଛିକ-ନିରପେକ୍ଷ ଯୁକ୍ତିରେ ସାଧାବୟବର ପୂର୍ବଗକୁ ପକ୍ଷାବୟବରେ ସ୍ଵୀକାର କରାଯାଇ ତାହାର ଅନୁଗକୁ ସିଦ୍ଧାନ୍ତରେ ସ୍ଵୀକାର କରାଯାଏ, ମାତ୍ର ଏହାର ବିପରୀତ ନିୟମ ଗ୍ରହଣଯୋଗ୍ୟ ନୁହେଁ; ତାହାକୁ ଭାବାତ୍ମକ ପ୍ରାକଳ୍ପିକ ଯୁକ୍ତି କୁହାଯାଏ ।
ଯଦି କ ଖ ହୁଏ, ତେବେ ଗ ଘ ହୁଏ ।
କ ଖ ଅଟେ ।
______________
∴ ଗ ଘ ଅଟେ ।

ଯଦି ବର୍ଷା ହୁଏ, ତେବେ ବନ୍ୟା ହୁଏ ।
ବର୍ଷା ହୁଏ ।
____________
∴ ବନ୍ୟା ହୁଏ ।

CHSE Odisha Class 12 Logic Unit 2 Short Answer Questions in Odia Medium

18. ନିଷେଧାତ୍ମକ ପ୍ରାକଳ୍ପିକ ଯୁକ୍ତି :
Answer:
ଯେଉଁ ମିଶ୍ର ପ୍ରାକଳ୍ପିକ-ନିରପେକ୍ଷ ଯୁକ୍ତିରେ ସାଧାବୟବର ଅନୁଗକୁ ପକ୍ଷାବୟବରେ ଅସ୍ବୀକାର କଲେ ତାହାର ପୂର୍ବଗକୁ ସିଦ୍ଧାନ୍ତରେ ଅସ୍ଵୀକାର କରାଯାଏ, ମାତ୍ର ଏହାର ବିପରୀତ ନିୟମ ଗ୍ରହଣଯୋଗ୍ୟ ନୁହେଁ, ତାହାକୁ ନିଷେଧାତ୍ମକ ପ୍ରାକଳ୍ପିକ ଯୁକ୍ତି କୁହାଯାଏ ।

ଉଦାହରଣ – ଯଦି କ ଖ ହୁଏ, ତେବେ ଗ ଘ ହୁଏ ।
ଗ ଘ ନୁହେଁ ।
_____________
∴ କ ଖ ନୁହେଁ ।

ଯଦି ସେ ଆସେ, ତେବେ ମୁଁ ଯିବି ।
ମୁଁ ଯିବି ନାହିଁ ।
___________________
∴ ସେ ଆସିବ ନାହିଁ ।

19. ଅନୁଗ ସ୍ବୀକୃତିଭିଭିକ ଦୋଷ :
Answer:
ମିଶ୍ର ପ୍ରାକଳ୍ପିକ-ନିରପେକ୍ଷ ଯୁକ୍ତିର ପ୍ରଥମ ନିୟମ ଅନୁଯାୟୀ ସାଧାବୟବର ପୂର୍ବଗକୁ ପକ୍ଷାବୟବରେ ସ୍ଵୀକାର କଲେ, ତାହାର ଅନୁଗକୁ ସିଦ୍ଧାନ୍ତରେ ସ୍ଵୀକାର କରାଯାଏ । ମାତ୍ର ଏହାର ବିପରୀତ ନିୟମ ଗ୍ରହଣଯୋଗ୍ୟ ନୁହେଁ ।
ଯଦି କ ଖ ହୁଏ ତେବେ ଗ ଘ ହୁଏ ।
କ ଖ ହୁଏ ।
___________
∴ ଗ ଘ ହୁଏ ।

ମାତ୍ର ଏହି ନିୟମକୁ ଲଙ୍ଘନ କଲେ ଅର୍ଥାତ୍ ସାଧାବୟବର ଅନୁଗକୁ ପକ୍ଷାବୟବରେ ସ୍ଵୀକାର କରି ପୂର୍ବଗକୁ ସିଦ୍ଧାନ୍ତରେ ସ୍ଵୀକାର କଲେ ଏହି ତର୍କଦୋଷ ଜାତ ହୁଏ ।
ଉଦାହରଣ – ଯଦି କ ଖ ହୁଏ ତେବେ ଗ ଘ ହୁଏ ।
ଗ ଘ ହୁଏ ।
____________
∴ କ ଖ ହୁଏ ।

ଯଦି ସୂର୍ଯ୍ୟ ଥାଏ ତେବେ ଆଲୋକ ଥାଏ ।
ଆଲୋକ ଅଛି ।
_____________
∴ ସୂର୍ଯ୍ୟ ଅଛି ।

20. ପୂର୍ବଗ ଅସ୍ଵୀକୃତିଭିତ୍ତିକ ଦୋଷ :
Answer:
ମିଶ୍ର ପ୍ରାକନ୍ଦିକ-ନିରପେକ୍ଷ ଯୁକ୍ତିର ୨ୟ ନିୟମ ଅନୁଯାୟୀ ସାଧାବୟବର ଅନୁଗକୁ ପକ୍ଷାବୟବରେ ଅସ୍ଵୀକାର କଲେ ତାହାର ପୂର୍ବଗକୁ ସିଦ୍ଧାନ୍ତରେ ଅସ୍ବୀକାର କରାଯାଏ । ମାତ୍ର ଏହାର ବିପରୀତ ନିୟମ ଗ୍ରହଣଯୋଗ୍ୟ ନୁହେଁ ।
ଉଦାହରଣ – ଯଦି କ ଖ ହୁଏ, ତେବେ ଗ ଘ ହୁଏ ।
ଗ ଘ ହୁଏ ନାହିଁ ।
_______________
∴ କ ଖ ହୁଏ ନାହିଁ ।

କିନ୍ତୁ ବିପରୀତ କ୍ରମେ ଯଦି ପକ୍ଷାବୟବଦ୍ଵାରା ପୂର୍ବଗ ଅସ୍ଵୀକୃତ ହୁଏ ଏବଂ ତାହାକୁ ଭିଭିକରି ସିଦ୍ଧାନ୍ତରେ ଅନୁଗକୁ ଅସ୍ଵୀକାର କରାଯାଏ, ତେବେ ଏହି ନିୟମ ଲଙ୍ଘିତ ହୁଏ ଏବଂ ଯୁକ୍ତିଟି ଦୋଷଯୁକ୍ତ ହୋଇଥାଏ । ଏହାକୁ ପୂର୍ବଗ ଅସ୍ଵୀକୃତିଭିତ୍ତିକ ଦୋଷ କହନ୍ତି ।
ଉଦାହରଣ – ଯଦି କ ଖ ହୁଏ, ତେବେ ଗ ଘ ହୁଏ ।
କ ଖ ହୁଏ ନାହିଁ ।
___________
∴ ଗ ଘ ହୁଏ ନାହିଁ ।

ଯଦି ସୂର୍ଯ୍ୟ ଥାଏ, ତେବେ ଆଲୋକ ଥାଏ ।
ସୂର୍ଯ୍ୟ ନାହିଁ ।
___________________
∴ ଆଲୋକ ନାହିଁ ।

CHSE Odisha Class 12 Logic Unit 2 Short Answer Questions in Odia Medium

21. ମିଶ୍ର ବୈକଳ୍ପିକ-ନିରପେକ୍ଷ ଯୁକ୍ତି
Answer:
ଯେଉଁ ମିଶ୍ର ତ୍ରିପଦୀଯୁକ୍ତିରେ ଗୋଟିଏ ହେତୁବାକ୍ୟ ବୈକଳ୍ପିକ, ଅପରଟି ନିରପେକ୍ଷ ଓ ସିଦ୍ଧାନ୍ତ ନିରପେକ୍ଷ ହୋଇଥାଏ, ତାହାକୁ ମିଶ୍ର ବୈକଳ୍ପିକ-ନିରପେକ୍ଷ ଯୁକ୍ତି କୁହାଯାଏ ।
ଉଦାହରଣ – ହୁଏତ କ ଖ ଅଟେ କିମ୍ବା ଗ ଘ ଅଟେ ।
କ ଖ ଅଟେ ।
______________
∴ ଗ ଘ ନୁହେଁ ।

ହୁଏତ ହରି ସାଧୁ କିମ୍ବା ଅସାଧୁ ଅଟେ ।
ହରି ସାଧୁ ଅଟେ ।
__________________
∴ ହରି ଅସାଧୁ ନୁହେଁ ।

22. ମିଶ୍ର ବିଯୋଜକ-ନିରପେକ୍ଷ ଯୁକ୍ତି :
Answer:
ଯେଉଁ ମିଶ୍ର ତ୍ରିପଦୀଯୁକ୍ତିରେ ସାଧାବୟବ ଗୋଟିଏ ବିଯୋଜକ ତର୍କବାକ୍ୟ, ପକ୍ଷାବୟବ ନିରପେକ୍ଷ ଓ ସିଦ୍ଧାନ୍ତ ନିରପେକ୍ଷ ଅଟେ, ତାହାକୁ ମିଶ୍ର ବିଯୋଜକ-ନିରପେକ୍ଷ ଯୁକ୍ତି କୁହାଯାଏ ।
ଉଦାହରଣ – କ ଉଭୟ ଖ ଏବଂ ଗ ନୁହେଁ ।
କ ଖ ଅଟେ ।
_________________
∴ କ ଗ ନୁହେଁ ।

ରୀନା ଉଭୟ ସରଳା ଓ ନିଷ୍ଠୁର ନୁହେଁ ।
ରୀନା ସରଳା ଅଟେ ।
___________________
∴ ରୀନା ନିଷ୍ଠୁର ନୁହେଁ ।

23. ଦ୍ବିଶୃଙ୍ଗକ ଯୁକ୍ତି ବା କୂଟନ୍ୟାୟ :
Answer:
ଯେଉଁ ମିଶ୍ର ତ୍ରିପଦୀଯୁକ୍ତିର ସାଧାବୟବ ଦୁଇଟି ପ୍ରାକଳ୍ପିକ ତର୍କବାକ୍ୟର ସମଷ୍ଟି, ପକ୍ଷାବୟବ ଗୋଟିଏ ବୈକଳ୍ପିକ ତର୍କବାକ୍ୟ ଏବଂ ସିଦ୍ଧାନ୍ତ ନିରପେକ୍ଷ ଅଥବା ବୈକଳ୍ପିକ ତର୍କବାକ୍ୟ ହୋଇଥାଏ, ତାହାକୁ ଦ୍ବିଶୃଙ୍ଗକ ଯୁକ୍ତି ବା କୂଟନ୍ୟାୟ କୁହାଯାଏ ।
ଉଦାହରଣ – ଯଦି କ ଖ ହୁଏ, ତେବେ ଗ ଘ ହୁଏ ଏବଂ ଯଦି ପ ଫ ହୁଏ, ତେବେ ଗ ଘ ହୁଏ ।
ହୁଏତ କ ଖ ହୁଏ କିମ୍ବା ପ ଫ ହୁଏ ।
______________________________
∴ ଗ ଘ ହୁଏ ।

ଯଦି ପୁତ୍ର ଯୋଗ୍ୟ ହୁଏ ତେବେ ଧନ ସଞ୍ଚୟ ଅନାବଶ୍ୟକ ଏବଂ ଯଦି ପୁତ୍ର ଅଯୋଗ୍ୟ ହୁଏ ତେବେ ଧନ ସଞ୍ଚୟ
ଅନାବଶ୍ୟକ ।

ହୁଏତ ପୁତ୍ର ଯୋଗ୍ୟ ହୋଇପାରେ କିମ୍ବା ଅଯୋଗ୍ୟ ହୋଇପାରେ ।
∴ ଧନ ସଞ୍ଚୟ ଅନାବଶ୍ୟକ ।

24. ଦ୍ଵିଶୃଙ୍ଗକ ଯୁକ୍ତିର ନିୟମ :
Answer:
ଦ୍ବିଶୃଙ୍ଗକ ଯୁକ୍ତିର ଦୁଇଟି ନିୟମ ରହିଛି । ଏହାର ନିୟମ ଦୁଇଟି ମିଶ୍ର ପ୍ରାକନ୍ଦିକ-ନିରପେକ୍ଷ ଯୁକ୍ତି ଉପରେ ଆଧାରିତ ।
(୧) ସାଧାବୟବର ପୂର୍ବଗଦ୍ଵୟକୁ ପକ୍ଷାବୟବରେ ବୈକଳ୍ପିକଭାବେ ସ୍ବୀକାର କଲେ, ତାହାର ଅନୁଗଦ୍ଵୟକୁ ସିଦ୍ଧାନ୍ତରେ ନୁହେଁ ।
(୨) ସାଧାବୟବର ଅନୁଗଦ୍ଵୟକୁ ପକ୍ଷାବୟବରେ ବୈକଳ୍ପିକଭାବେ ଅସ୍ବୀକାର କଲେ, ତାହାର ପୂର୍ବଗ ଦ୍ଵୟକୁ ସିଦ୍ଧାନ୍ତରେ ହୁଏତ ନିରପେକ୍ଷ କିମ୍ବା ବୈକଳ୍ପିକ ଭାବେ ଅସ୍ବୀକାର କରାଯାଏ; କିନ୍ତୁ ଏହାର ବିପରୀତ ନିୟମ ଗ୍ରହଣଯୋଗ୍ୟ ନୁହେଁ ।

25. ଦ୍ଵିଶୃଙ୍ଗକ ଯୁକ୍ତିର ପ୍ରକାରଭେଦ :
Answer:
ଦ୍ବିଶୃଙ୍ଗକ ଯୁକ୍ତିକୁ ୪ ଭାଗରେ ବିଭକ୍ତ କରାଯାଏ; ଯଥା –
(୧) ସରଳ ଭାବାତ୍ମକ
(୨) ଜଟିଳ ଭାବାତ୍ମକ
(୩) ସରଳ ନିଷେଧାତ୍ମକ
(୪) ଜଟିଳ ନିଷେଧାତ୍ମକ

26. ସରଳ ଭାବାତ୍ମକ ଦ୍ବିଶୃଙ୍ଗକ ଯୁକ୍ତି :
Answer:
ଯେଉଁ ଦ୍ବିଶୃଙ୍ଗକ ଯୁକ୍ତିର ସାଧାବୟବରେ ଥ‌ିବା ପୂର୍ବଗଦ୍ଵୟକୁ ପକ୍ଷାବୟବରେ ବୈକଳ୍ପିକ ଭାବେ ସ୍ଵୀକାର କଲେ ତାହାର ଅନୁଗକୁ ସିଦ୍ଧାନ୍ତରେ ନିରପେକ୍ଷ ଭାବେ ସ୍ଵୀକାର କରାଯାଏ, ତାହାକୁ ସରଳ ଭାବାତ୍ମକ ବିଶୃଙ୍ଗକ ଯୁକ୍ତି କୁହାଯାଏ ।
ଉଦାହରଣ – ଯଦି କ ଖ ହୁଏ, ତେବେ ଗ ଘ ହୁଏ ଏବଂ ଯଦି ପ ଫ ହୁଏ, ତେବେ ଗ ଘ ହୁଏ ।
ହୁଏତ କ ଖ ହୁଏ କିମ୍ବା ପ ଫ ହୁଏ ।
_________________________________
∴ ଗ ଘ ହୁଏ ।

27. ସରଳ ନିଷେଧାତ୍ମକ ଦୃଶୃଙ୍ଗକ ଯୁକ୍ତି :
Answer:
ଯେଉଁ ଦ୍ବିଶୃଙ୍ଗକ ଯୁକ୍ତିର ସାଧାବୟବରେ ଥ‌ିବା ଅନୁଗଦ୍ଵୟକୁ ପକ୍ଷାବୟବରେ ଅସ୍ବୀକାର କରି ସିଦ୍ଧାନ୍ତରେ ପୂର୍ବଗଦ୍ଵୟକୁ ଅସ୍ଵୀକାର କରାଯାଏ ଏବଂ ପୂର୍ବଗଦ୍ଵୟରୁ ନିରପେକ୍ଷ ସିଦ୍ଧାନ୍ତ ଗ୍ରହଣ କରାଯାଏ, ତାହାକୁ ସରଳ ନିଷେଧାତ୍ମକ ବିଶୃଙ୍ଗକ ଯୁକ୍ତି କୁହାଯାଏ ।

ଉଦାହରଣ – ଯଦି କ ଖ ହୁଏ, ତେବେ ଗ ଘ ହୁଏ ଏବଂ ଯଦି କ ଖ ହୁଏ, ତେବେ ଚ ଛ ହୁଏ ।
ହୁଏତ ଗ ଘ ହୁଏ ନାହିଁ କିମ୍ବା ଚ ଛ ହୁଏ ନାହିଁ ।
∴ କ ଖ ହୁଏ ନାହିଁ ।

28. ଜଟିଳ ଭାବାତ୍ମକ ଦୃଶୃଙ୍ଗକ ଯୁକ୍ତି :
Answer:
ଯେଉଁ ବିଶୃଙ୍ଗକ ଯୁକ୍ତିର ସାଧାବୟବର ପୂର୍ବଗ ଦ୍ଵୟକୁ ପକ୍ଷାବୟବରେ ବୈକଳ୍ପିକ ଭାବେ ସ୍ଵୀକାର କଲେ ତାହାର ଅନୁଗଦ୍ଵୟକୁ ସିଦ୍ଧାନ୍ତରେ ବୈକଳ୍ପିକ ଭାବେ ସ୍ଵୀକାର କରାଯାଏ, ତାହାକୁ ଜଟିଳ ଭାବାତ୍ମକ ବିଶୃଙ୍ଗକ ଯୁକ୍ତି କୁହାଯାଏ ।
ଉଦାହରଣ – ଯଦି କ ଖ ହୁଏ, ତେବେ ଗ ଘ ହୁଏ ଏବଂ ଯଦି ପ ଫ ହୁଏ, ତେବେ ବ ଭ ହୁଏ ।
ହୁଏତ କ ଖ ହୁଏ କିମ୍ବା ପ ଫ ହୁଏ ।
∴ ହୁଏତ ଗ ଘ ହୁଏ କିମ୍ବା ବ ଭ ହୁଏ ।

CHSE Odisha Class 12 Logic Unit 2 Short Answer Questions in Odia Medium

29. ଜଟିଳ ନିଷେଧାତ୍ମକ ଦ୍ବିଶୃଙ୍ଗକ ଯୁକ୍ତି :
Answer:
ଯେଉଁ ଦ୍ବିଶୃଙ୍ଗକ ଯୁକ୍ତିର ସାଧାବୟବର ଅନୁଗଦ୍ଵୟକୁ ପକ୍ଷାବୟବରେ ବୈକଳ୍ପିକ ଭାବେ ଅସ୍ଵୀକାର କଲେ ତାହାର ପୂର୍ବଗ ଦ୍ଵୟକୁ ସିଦ୍ଧାନ୍ତରେ ବୈକଳ୍ପିକ ଭାବେ ଅସ୍ବୀକାର କରାଯାଏ, ତାହାକୁ ଜଟିଳ ନିଷେଧାତ୍ମକ ବିଶୃଙ୍ଗକ ଯୁକ୍ତି କୁହାଯାଏ ।
ଉଦାହରଣ – ଯଦି କ ଖ ହୁଏ, ତେବେ ଗ ଘ ହୁଏ ଏବଂ ଯଦି ପ ଫ ହୁଏ, ତେବେ ବ ଭ ହୁଏ ।
ହୁଏତ ଗ ଘ ହୁଏ ନାହିଁ କିମ୍ବା . ହୁଏତ କ ଖ ହୁଏ ନାହିଁ କିମ୍ବା
ବ ଭ ହୁଏ ନାହିଁ ।
___________________
∴ ପ ଫ ହୁଏ ନାହିଁ ।

30. ଦ୍ଵିଶୃଙ୍ଗକ ଯୁକ୍ତିର ପ୍ରତିରୋଧ :
Answer:
କୌଣସି ଏକ ଜଟିଳ ଭାବାତ୍ମକ ଦୃଶୃଙ୍ଗକ ଯୁକ୍ତିକୁ ଅପ୍ରାମାଣିକ ବୋଲି ପ୍ରତିପାଦନ କରିବାର ତୃତୀୟ ପନ୍ଥା ହେଉଛି, ଦତ୍ତ ଯୁକ୍ତିକୁ ଏକ ପ୍ରତିରୋଧୀ ଯୁକ୍ତି ସାହାଯ୍ୟରେ ଖଣ୍ଡନ କରି ଏହାର ମୂଳ ଦ୍ବିଶୃଙ୍ଗକ ଯୁକ୍ତିର ସିଦ୍ଧାନ୍ତଟି ଅଯଥାର୍ଥ ବୋଲି ପ୍ରମାଣିତ କରିବା । କାରଣ ପ୍ରତିରୋଧୀ ଦ୍ବିଶୃଙ୍ଗକ ଯୁକ୍ତିର ସିଦ୍ଧାନ୍ତ ଦତ୍ତ ସିଦ୍ଧାନ୍ତର ବିପରୀତ ହୁଏ । ଏହାକୁ ଦ୍ବିଶୃଙ୍ଗକ ଯୁକ୍ତିର ପ୍ରତିରୋଧୀ କୁହାଯାଏ ।

31. ଦ୍ଵିଶୃଙ୍ଗକ ଯୁକ୍ତିର ପ୍ରତିରୋଧ ପ୍ରଣାଳୀ :
Answer:
(କ) ପ୍ରଥମେ ଗୋଟିଏ ଜଟିଳ ଭାବାତ୍ମକ ଦୃଶୃଙ୍ଗକ ଯୁକ୍ତି ନିଆଯାଉ ।
(ଖ) ସାଧାବୟବର ଅନୁଗଦ୍ଵୟର ସ୍ଥାନ ପରିବର୍ତ୍ତନ କରାଯାଉ ।
(ଗ) ସ୍ଥାନ ପରିବର୍ତ୍ତନ କରିବା ସଙ୍ଗେ ସଙ୍ଗେ ସେହି ଅନୁଗଦ୍ଵୟର ଗୁଣ ମଧ୍ୟ ପରିବର୍ତ୍ତିତ ହେବା ସମ୍ଭବ ଅଟେ ।

32. ପ୍ରତିରୋଧାତ୍ମକ ଦ୍ବିଶୃଙ୍ଗକ ଯୁକ୍ତିର ଉଦାହରଣ :
Answer:
ଦତ୍ତ ଦ୍ବିଶୃଙ୍ଗକ ଯୁକ୍ତି
ଯଦି କ ଖ ହୁଏ ତେବେ ଗ ଘ ହୁଏ ଏବଂ ଯଦି ପ ଫ ହୁଏ ତେବେ ବ ଭ ହୁଏ ।
ହୁଏତ କ ଖ ହୁଏ କିମ୍ବା ପ ଫ ହୁଏ ।
_______________________________
∴ ହୁଏତ ଗ ହୁଏ କିମ୍ବା ବ ଭ ହୁଏ ।

ପ୍ରତିରୋଧୀ ଦ୍ବିଶୃଙ୍ଗକ ଯୁକ୍ତି :
ଯଦି କ ଖ ହୁଏ ତେବେ ବ ଭ ହୁଏ ନାହିଁ ଏବଂ ଯଦି ପ ଫ ହୁଏ ତେବେ ଗ ଘ ହୁଏ ନାହିଁ ।
ହୁଏତ କ ଖ ହୁଏ କିମ୍ବା ପ ଫ ହୁଏ ।
______________________________________
∴ ହୁଏତ ବ ଭ ହୁଏ ନାହିଁ କିମ୍ବା ଗ ଘ ହୁଏ ନାହିଁ ।

33. ଶୃଙ୍ଗିକ ଅଭିମର୍ଦ୍ଦନାତ୍ମକ ପରିତ୍ରାଣ :
Answer:
ଏହି ପ୍ରଣାଳୀରେ ସାଧାବୟବର ଗୋଟିଏ ପ୍ରାକଳ୍ପିକ ତର୍କବାକ୍ୟକୁ ମିଥ୍ୟା ବୋଲି ପ୍ରତିପାଦିତ କରାଯାଏ । ଅର୍ଥାତ୍ ଗୋଟିଏ ପ୍ରାକଳ୍ପିକ ତର୍କବାକ୍ୟର ପୂର୍ବଗ ଓ ଅନୁଗ ମଧ୍ୟରେ ଥ‌ିବା ସମ୍ପର୍କ ଅବାସ୍ତବ ବୋଲି ପ୍ରମାଣ କରି ବିଶୃଙ୍ଗକ ଯୁକ୍ତିକୁ ଖଣ୍ଡନ କରାଯାଏ । ଯଦି ଅନୁଗ ଯଥାଯଥ ଭାବରେ ପୂର୍ବଗରୁ ନିଃସୃତ ହେଉନଥାଏ ଅଥବା ପୂର୍ବଗର ଅନୁଗାମୀ ହୋଇନଥାଏ, ତେବେ ଶୃଙ୍ଗଟି ଦୁର୍ବଳ ବୋଲି ଜଣାଯାଏ । ପୂର୍ବଗକୁ ସ୍ଵୀକାର କଲେ ମଧ୍ୟ ଅନୁଗଟି ସ୍ବୀକୃତ ହୁଏ ନାହିଁ ।

ଉଦାହରଣ –
ଯଦି ଭାଗ୍ୟରେ ଆରୋଗ୍ୟ ହେବାର ଥାଏ, ଚିକିତ୍ସକ ପରାମର୍ଶ ଅନାବଶ୍ୟକ ଏବଂ ଯଦି ଭାଗ୍ୟରେ ଆରୋଗ୍ୟ ହେବାର ନଥାଏ, ଚିକିତ୍ସକ ପରାମର୍ଶ ଅନାବଶ୍ୟକ ।
ହୁଏତ ଭାଗ୍ୟରେ ଆରୋଗ୍ୟ ହେବାର ଅଛି ଅଥବା ଭାଗ୍ୟରେ ଆରୋଗ୍ୟ ହେବାର ନାହିଁ ।
_____________________________________________________________________
∴ ଚିକିତ୍ସକ ପରାମର୍ଶ ଅନାବଶ୍ୟକ ।

34. ଶୃଙ୍ଗଦ୍ଵୟ ଅଭିମର୍ଦ୍ଦନାତ୍ମକ ପରିତ୍ରାଣ
Answer:
ଉଭୟ ପ୍ରାକଳ୍ପିକ ହେତୁବାକ୍ୟର ଅନୁଗ ବସ୍ତୁତଃ ପୂର୍ବଗର ଅନୁଗାମୀ ନୁହେଁ ବୋଲି ପ୍ରଦର୍ଶନ କଲେ ତାହାକୁ ଶୃଙ୍ଗଦ୍ଵୟ ଅଭିମର୍ଦ୍ଦନାତ୍ମକ ପରିତ୍ରାଣ କୁହାଯାଏ ।
ଉଦାହରଣ –
ଯଦି ମୋର ମରିବାର ଥ‌ିବ, ତେବେ ଔଷଧ ଖାଇବା ନିରର୍ଥକ ଏବଂ ଯଦି ମୋର ବଞ୍ଚିବାର ଥ‌ିବ, ତେବେ ଔଷଧ
ଖାଇବା ନିରର୍ଥକ ।
ହୁଏତ ମୋର ମରିବାର ଅଥବା ବଞ୍ଚିବାର ଥ‌ିବ ।
_____________________________________
∴ ଔଷଧ ଖାଇବା ନିରର୍ଥକ ।

35. ଶୃଙ୍ଗଦ୍ଵୟାନ୍ତରାଳେ ପଳାୟନ :
Answer:
ଦ୍ବିଶୃଙ୍ଗକ ଯୁକ୍ତି ସୂଚିତ ସଙ୍କଟରୁ ପରିତ୍ରାଣ ପାଇବାପାଇଁ ପକ୍ଷାବୟବ ବସ୍ତୁତଃ ଅସମ୍ପୂର୍ଣ୍ଣ ବୋଲି ପ୍ରଦର୍ଶନ କଲେ ଅର୍ଥାତ୍ ଯୁକ୍ତି ପ୍ରଦତ୍ତ କଳ୍ପଦ୍ଵୟ ବ୍ୟତୀତ ଅନ୍ୟ ଏକ କଳ୍ପର ସମ୍ଭାବନା ଦର୍ଶାଇ ପାରିଲେ, ତାହାକୁ ଶୃଙ୍ଗାଦ୍ଵୟାନ୍ତରାଳେ ପଳାୟନ ବୋଲି କୁହାଯାଏ ।

CHSE Odisha Class 12 Logic Unit 2 Short Answer Questions in Odia Medium

ଯଥା – ଯଦି ମୁଁ ବିଦ୍ୟାଳୟକୁ ସମୟ ହେବା ପୂର୍ବରୁ ଆସେ, ତେବେ ସାଙ୍ଗମାନେ ଉପହାସ କରନ୍ତି ଏବଂ ମୁଁ ଯଦି ବିଦ୍ୟାଳୟକୁ ସମୟ ହେବା ପରେ ଆସେ, ତେବେ ଶିକ୍ଷକ ଦଣ୍ଡ ଦିଅନ୍ତି ।
ହୁଏତ ମୁଁ ବିଦ୍ୟାଳୟକୁ ସମୟ ହେବା ପୂର୍ବରୁ ଅଥବା ପରେ ଆସେ ।
________________________________________________________________
∴ ହୁଏତ ସାଙ୍ଗମାନେ ମୋତେ ଉପହାସ କରନ୍ତି ଅଥବା ଶିକ୍ଷକ ଦଣ୍ଡ ଦିଅନ୍ତି ।

B. ପାର୍ଥକ୍ୟ ଦର୍ଶାଅ ବା ବୁଝାଅ ବା ପ୍ରମାଣ କର ।

1. ସାକ୍ଷାତ୍ ଓ ଅସାକ୍ଷାତ୍‌ ରୂପାନ୍ତରୀକରଣ
Answer:
ସାକ୍ଷାତ୍ ରୂପାନ୍ତରୀକରଣ – ଆବଶ୍ୟକତା ଅନୁଯାୟୀ ହେତୁବାକ୍ୟଦ୍ୱୟର ପରସ୍ପର ସ୍ଥାନ ପରିବର୍ତ୍ତନ ତଥା ଯୁକ୍ତିଯୁକ୍ତ ତର୍କବାକ୍ୟମାନଙ୍କରେ ଅବ୍ୟବହିତାନୁମାନର ପ୍ରୟୋଗଦ୍ଵାରା ଗୋଟିଏ ନ୍ୟାୟରୂପକୁ ଅନ୍ୟ ଏକ ନ୍ୟାୟରୂପରେ ପରିଣତ କରିବା ପ୍ରକ୍ରିୟାକୁ ସାକ୍ଷାତ୍ ରୂପାନ୍ତରୀକରଣ କୁହାଯାଏ ।

ଅସାକ୍ଷାତ୍ ରୂପାନ୍ତରୀକରଣ – ଗୋଟିଏ ସଦୋଷ ନ୍ୟାୟରୂପର ସିଦ୍ଧାନ୍ତର ବିରୁଦ୍ଧ ତର୍କବାକ୍ୟ ଏବଂ ସେହି ନ୍ୟାୟରୂପର ଗୋଟିଏ ହେତୁବାକ୍ୟ ସାହାଯ୍ୟରେ ନିଘୋଷ ସଂସ୍ଥାନର ଗୋଟିଏ ପ୍ରାମାଣିକ ନ୍ୟାୟରୂପ ଗଠନକୁ ଅସାକ୍ଷାତ୍ ରୂପାନ୍ତରୀକରଣ କୁହାଯାଏ ।

2. ଯଦି ପକ୍ଷପଦ ହେତୁବାକ୍ୟରେ ବିଧେୟ ହୁଏ, ସିଦ୍ଧାନ୍ତ ‘ଆ’ ହୋଇନପାରେ । ପ୍ରମାଣ କର ।
Answer:
ପ୍ରମାଣ – ଯଦି ପକ୍ଷପଦ ପକ୍ଷାବୟବରେ ବିଧେୟ ହୁଏ, ତେବେ ତାହା ବ୍ୟାପ୍ୟ ବା ଅବ୍ୟାପ୍ୟ ହୋଇପାରେ । ପକ୍ଷପଦ ପକ୍ଷାବୟବରେ ବ୍ୟାପ୍ୟ ହେଲେ ପକ୍ଷାବୟବ ନଞ୍ଜର୍ଥକ ହୁଏ । କାରଣ ପକ୍ଷପଦ ବିଧେୟ । ନଞର୍ଥକ ତର୍କବାକ୍ୟରେ ବିଧେୟ ସମାନ ବ୍ୟାପ୍ୟ ହୋଇଥିବାରୁ ପକ୍ଷାବୟବ ନଞର୍ଥକ ହେଲେ ସିଦ୍ଧାନ୍ତ ନଞର୍ଥକ ହୁଏ । ତେଣୁ ସିଦ୍ଧାନ୍ତ ‘ଆ’ ହୋଇପାରିବ ନାହିଁ ।

ଯଦି ପକ୍ଷପଦ ପକ୍ଷାବୟବରେ ବ୍ୟାପ୍ୟ ନହୁଏ ତେବେ ତାହା ସିଦ୍ଧାନ୍ତରେ ବ୍ୟାପ୍ୟ ହୋଇପାରିବ ନାହିଁ । ପକ୍ଷପଦ ସିଦ୍ଧାନ୍ତରେ ଉଦ୍ଦେଶ୍ୟ ଏବଂ ଏଥିରେ ଅବ୍ୟାପ୍ୟ । କେବଳ ବିଶେଷ ତର୍କବାକ୍ୟରେ ଉଦ୍ଦେଶ୍ୟ ଅଦ୍ୟାପ୍ୟ । ଅତଏବ ସିଦ୍ଧାନ୍ତ ‘ଆ’ ହୋଇପାରିବ ନାହିଁ ।

3. ଯଦି ସାଧପଦ ବିଧେୟ ହୁଏ, ତେବେ ପକ୍ଷାବୟବ ସଦର୍ଥକ ହେବ । ପ୍ରମାଣ କର ।
Answer:
ପ୍ରମାଣ – ଯଦି ସାଧପଦ ସାଧାବୟବରେ ବିଧେୟ ହୁଏ ତେବେ ତାହା ବ୍ୟାପ୍ୟ କିମ୍ବା ଅବ୍ୟାପ୍ୟ ହୋଇପାରେ । ସାଧ୍ୟପଦ ସାଧାବୟବରେ ବ୍ୟାପ୍ୟ ହେଲେ ସାଧାବୟବ ନଞ୍ଜର୍ଥକ ହୁଏ ଏବଂ ପକ୍ଷାବୟବ ସଦର୍ଥକ ହୁଏ । କାରଣ ଉଭୟ ହେତୁବାକ୍ୟ ନଞର୍ଥକ ହୋଇପାରିବ ନାହିଁ ।

ସାଧାବୟବରେ ସାଧୁପଦ ଅବ୍ୟାପ୍ୟ ହେଲେ ତାହା ସିଦ୍ଧାନ୍ତରେ ବ୍ୟାପ୍ୟ ହୋଇପାରିବ ନାହିଁ । ସିଦ୍ଧାନ୍ତରେ ସାଧ୍ୟପଦ ବିଧେୟ । ସିଦ୍ଧାନ୍ତରେ ବିଧେୟ ଅଦ୍ୟାପ୍ୟ ହେଲେ ସିଦ୍ଧାନ୍ତ ସଦର୍ଥକ, କାରଣ ସଦର୍ଥକ ତର୍କବାକ୍ୟରେ ବିଧେୟ ଅଦ୍ୟାପ୍ୟ । ସିଦ୍ଧାନ୍ତ ସଦର୍ଥକ ହେଲେ ହେତୁବାକ୍ୟଦ୍ବୟ ସଦର୍ଥକ ହେବେ । ଅତଏବ ପକ୍ଷାବୟବ ସଦର୍ଥକ ହେବ ।

4. ଯଦି ହେତୁପଦ ଦୁଇଥର ବ୍ୟାପ୍ୟ ହୁଏ ତେବେ ସିଦ୍ଧାନ୍ତ ବିଶେଷ ହୁଏ । ପ୍ରମାଣ କର ।
Answer:
ପ୍ରମାଣ – ଯଦି ହେତୁପଦ ଉଭୟ ହେତୁବାକ୍ୟରେ ଦୁଇଥର ବ୍ୟାପ୍ୟ ହୋଇଥାଏ, ହେତୁବାକ୍ୟ ଦୁଇଟି ‘ଆ’ ହୋଇପାରନ୍ତି କିମ୍ବା ଗୋଟିଏ ‘ଆ’ ଏବଂ ଅନ୍ୟଟି ‘ଏ’ ହୋଇପାରେ । ଉଭୟ ହେତୁବାକ୍ୟ ‘ଆ’ ହୋଇଥିଲେ ହେତୁପଦ ଦୁଇଟି ଏଥରେ ବ୍ୟାପ୍ୟ ହୋଇଥାଏ । ଅନ୍ୟ କୌଣସି ପଦ ହେତୁବାକ୍ୟରେ ବ୍ୟାପ୍ୟ ନୁହେଁ । ତେଣୁ ଅନ୍ୟ କୌଣସି ପଦ ସିଦ୍ଧାନ୍ତରେ ବ୍ୟାପ୍ୟ ହୋଇପାରିବ ନାହିଁ । ତେଣୁ ସିଦ୍ଧାନ୍ତ ବିଶେଷ ହେବ ।

ବ୍ୟତୀତ ଅନ୍ୟ ପଦଟି ହେତୁବାକ୍ୟରେ ବ୍ୟାପ୍ୟ ହୋଇଥାଏ ଏବଂ ତାହା ସିଦ୍ଧାନ୍ତରେ ବ୍ୟାପ୍ୟ ହୋଇପାରେ । ଗୋଟିଏ ହେତୁବାକ୍ୟ ନଞର୍ଥକ ହେଲେ ସିଦ୍ଧାନ୍ତ ନଞ୍ଜର୍ଥକ ହୁଏ ଏବଂ ସାଧ୍ୟପଦ ଏଥ‌ିରେ ବ୍ୟାପ୍ୟ ହୁଏ । କିନ୍ତୁ ପକ୍ଷପଦ ବ୍ୟାପ୍ୟ ହୋଇପାରିବ ନାହିଁ । ଅତଏବ ସିଦ୍ଧାନ୍ତ ‘ଓ’ ହେବ, ‘ଏ’ ହୋଇପାରିବ ନାହିଁ । ଅତଏବ ହେତୁପଦ ଦୁଇଥର ବ୍ୟାପ୍ୟ ହେଲେ ସିଦ୍ଧାନ୍ତ ସାମାନ୍ୟ ହୋଇପାରେ ନାହିଁ । ଅତଏବ ସିଦ୍ଧାନ୍ତ ବିଶେଷ ହେବ ।

5. ପ୍ରମାଣ କର ଯେ ଯଦି ସିଦ୍ଧାନ୍ତ ସାମାନ୍ୟ ହୁଏ, ତେବେ ହେତୁପଦ କେବଳ ଥରେ ମାତ୍ର ବ୍ୟାପ୍ୟ ହୋଇପାରିବ ।
Answer:
(1) ଯଦି ସିଦ୍ଧାନ୍ତ ସାମାନ୍ୟ ହୁଏ, ତେବେ ତାହା ଆ କିମ୍ବା ଏ ହୋଇଥାଏ । ଯଦି ସିଦ୍ଧାନ୍ତ ଆ ହୁଏ, ତେବେ ଉଭୟ ହେତୁବାକ୍ୟ ଆ ହୁଅନ୍ତି ଏବଂ କେବଳ ଦୁଇଟି ପଦ ସେଥୁରେ ବ୍ୟାପ୍ୟ ହୁଏ । ଏହି ଦୁଇଟି ପଦ ମଧ୍ୟରୁ ଗୋଟିଏ ପକ୍ଷପଦ ହେବ । କାରଣ ତାହା ସିଦ୍ଧାନ୍ତରେ ବ୍ୟାପ୍ୟ ଏବଂ ଅନ୍ୟ ପଦଟି ହେତୁପଦ ହେବ, ଅର୍ଥାତ୍ ହେତୁପଦ ଦୁଇଥର ବ୍ୟାପ୍ୟ ହୋଇପାରିବ ନାହିଁ ।
(2) ଯଦି ସିଦ୍ଧାନ୍ତ ଏ ହୁଏ, ତେବେ ଗୋଟିଏ ହେତୁବାକ୍ୟ ଆ ଏବଂ ଅନ୍ୟଟି ଏ ହେବ ଏବଂ ଏପରି ହେତୁବାକ୍ୟ ଦୁଇଟିରେ କେବଳ ତିନିଗୋଟି ପଦ ବ୍ୟାପ୍ୟ ହୁଏ । ସେଥୁମଧ୍ୟରୁ ଗୋଟିଏ ପକ୍ଷପଦ ଓ ଅନ୍ୟଟି ସାଧପଦ ହେବ । କାରଣ ଏହି ପଦ ଦୁଇଟି ସିଦ୍ଧାନ୍ତରେ ବ୍ୟାପ୍ୟ । ଅବଶିଷ୍ଟ ଗୋଟିଏ ବ୍ୟାପ୍ୟପଦ ରହିଲା ଯାହାକି ହେତୁପଦ ଅଟେ ।

6. ପ୍ରମାଣ କର ଯେ ଯଦି ତ୍ରିପଦୀଯୁକ୍ତିରେ ସାଧପଦ ତା’ର ହେତୁବାକ୍ୟରେ ବିଧେୟ ହୁଏ, ପକ୍ଷାବୟବ ସଦର୍ଥକ ହେବ ।
Answer:
ସାଧ୍ୟପଦ ସାଧାବୟବରେ ବିଧେୟ ହେଲେ ତାହା ବ୍ୟାପ୍ୟ କିମ୍ବା ଅବ୍ୟାପ୍ୟ ହୋଇପାରେ । ଯଦି ସାଧ୍ୟ ତା’ର ହେତୁବାକ୍ୟରେ ବ୍ୟାପ୍ୟ ହୁଏ, ତେବେ ତାହା ନଞର୍ଥକ ହେବ । ଦୁଇଟି ହେତୁବାକ୍ୟ ଏକସଙ୍ଗରେ ନଞର୍ଥକ ହୋଇପାରିବ ନାହିଁ; ତେଣୁ ପକ୍ଷାବୟବଟି ସଦର୍ଥକ ହେବାକୁ ବାଧ୍ୟ ।

ଯଦି ସାଧପଦଟି ତା’ର ହେତୁବାକ୍ୟରେ ଅବ୍ୟାପ୍ୟ ହୁଏ, ତେବେ ତାହା ସିଦ୍ଧାନ୍ତରେ ବ୍ୟାପ୍ୟ ହୋଇପାରିବ ନାହିଁ । ତେଣୁ ସିଦ୍ଧାନ୍ତ ସଦର୍ଥକ ହେବ । ସିଦ୍ଧାନ୍ତ ସଦର୍ଥକ ହେଲେ ଉଭୟ ହେତୁବାକ୍ୟ ସଦର୍ଥକ ହେବେ ଅର୍ଥାତ୍ ପକ୍ଷାବୟବ ସଦର୍ଥକ ହେବ । ଏଣୁ ଏଥୁରୁ ପ୍ରମାଣିତ ହେଲା ଯେ ସାଧୁପଦ ସାଧାବୟବରେ ବିଧେୟ ହେଲେ ପକ୍ଷାବୟବ ଅବଶ୍ୟ ସଦର୍ଥକ ହେବ ।

CHSE Odisha Class 12 Logic Unit 2 Short Answer Questions in Odia Medium

7. ପ୍ରମାଣ କର ଯେ ଉଭୟ ହେତୁବାକ୍ୟରେ ଯଦି ହେତୁପଦ ବ୍ୟାପ୍ୟ ହୁଏ ତେବେ ସିଦ୍ଧାନ୍ତ ସାମାନ୍ୟ ହୋଇପାରିବ ନାହିଁ ।
Answer:
ଯଦି ଉଭୟ ହେତୁବାକ୍ୟ ସଦର୍ଥକ ହୋଇଥାଏ ଏବଂ ହେତୁପଦ ଉଭୟରେ ବ୍ୟାପ୍ୟ ହୁଏ, ତେବେ ହେତୁବାକ୍ୟଦ୍ୱୟ ଅବଶ୍ୟ ଆ ହେବେ । ଆ ତର୍କବାକ୍ୟରେ କେବଳ ଉଦ୍ଦେଶ୍ୟ ବ୍ୟାପ୍ୟ । ହେତୁବାକ୍ୟଦ୍ୱୟରେ ଅନ୍ୟ କୌଣସି ପଦ ବ୍ୟାପ୍ୟ ହୋଇ ସିଦ୍ଧାନ୍ତରେ ତାହା ବ୍ୟାପ୍ୟ ହୋଇପାରିବ ନାହିଁ । ଅର୍ଥାତ୍ ସିଦ୍ଧାନ୍ତ ଇ ବିଶେଷ ସଦର୍ଥକ ହେବ । କାରଣ ଇ ତର୍କବାକ୍ୟରେ କୌଣସି ପଦ ବ୍ଯାପ୍ୟ ନୁହେଁ ।

ଯଦି ହେତୁପଦ ଉଭୟ ହେତୁବାକ୍ୟରେ ବ୍ୟାପ୍ୟ ହୋଇଥବ ଏବଂ ଗୋଟିଏ ହେତୁବାକ୍ୟ ନଞ୍ଜର୍ଥକ ହୋଇଥବ (କାରଣ ଉଭୟ ହେତୁବାକ୍ୟ ନଞର୍ଥକ ଏକ ସମୟରେ ହୋଇପାରିବ ନାହିଁ। ତେବେ ସିଦ୍ଧାନ୍ତଟି ନଞର୍ଥକ ହେବ ଏବଂ ଏପରି ସଂଯୋଗରେ ହେତୁବାକ୍ୟଦ୍ୱୟରେ ଖୁବ୍ ବେଶି ହେଲେ ତିନୋଟି ପଦ ବ୍ୟାପ୍ୟ ହୋଇପାରେ । ଏହି ତିନୋଟି ପଦରୁ ଦୁଇଟି ପଦ ହେତୁପଦ ଓ ତୃତୀୟ ପଦଟି ସାଧ୍ୟପଦ ହେବା ଦରକାର; କାରଣ ନଞର୍ଥକ ହେତୁବାକ୍ୟ ଯୋଗୁଁ ସିଦ୍ଧାନ୍ତ ନଞର୍ଥକ ଏବଂ ସେଥ‌ିରେ ସାଧୁପଦ ବ୍ୟାପ୍ୟ । ଅତଏବ ଏଥ‌ିରେ ମଧ୍ୟ ପକ୍ଷପଦ ବ୍ୟାପ୍ୟ ହୋଇପାରିବ ନାହିଁ । ତେଣୁ ଏଥୁରୁ ପ୍ରମାଣିତ ହେଲା ଯେ ସିଦ୍ଧାନ୍ତଟି ବିଶେଷ ହେବ ମାତ୍ର ସାମାନ୍ୟ ହୋଇପାରିବ ନାହିଁ ।

ଏଥୁରୁ ପ୍ରମାଣିତ ହେଲା ଯେ, ଯଦି ହେତୁପଦ ହେତୁବାକ୍ୟରେ ବ୍ୟାପ୍ୟ ହୁଏ, ତେବେ ସିଦ୍ଧାନ୍ତ ସାମାନ୍ୟ ହୋଇପାରିବ ନାହିଁ ।

8. ମିଶ୍ର ବୈକଳ୍ପିକ-ନିରପେକ୍ଷ ଯୁକ୍ତି ଓ ମିଶ୍ର ବିଯୋଜକ-ନିରପେକ୍ଷ ଯୁକ୍ତି :
Answer:
ମିଶ୍ର ବୈକଳ୍ପିକ-ନିରପେକ୍ଷ ଯୁକ୍ତି – ଯେଉଁ ମିଶ୍ର ତ୍ରିପଦୀଯୁକ୍ତିର ସାଧାବୟବ ଗୋଟିଏ ବୈକଳ୍ପିକ ତର୍କବାକ୍ୟ, ପକ୍ଷାବୟବ ନିରପେକ୍ଷ ଓ ସିଦ୍ଧାନ୍ତ ନିରପେକ୍ଷ ହୋଇଥାଏ, ତାହାକୁ ମିଶ୍ର ବୈକଳ୍ପିକ-ନିରପେକ୍ଷ ଯୁକ୍ତି କୁହାଯାଏ ।
ଯଥା – ‘କ’ ହୁଏତ ‘ଖ’ କିମ୍ବା ‘ଗ’ ଅଟେ ।
କ ଖ ନୁହେଁ ।
_______________
∴ କ ଗ ଅଟେ ।
ରାମ ହୁଏତ ସାଧୁ କିମ୍ବା ଅସାଧୁ ହୋଇପାରେ ।
ରାମ ଅସାଧୁ ନୁହେଁ ।
_________________
∴ ସେ ସାଧୁ ଅଟେ ।

ମିଶ୍ର ବିଯୋଜକ-ନିରପେକ୍ଷ ଯୁକ୍ତି – ଯେଉଁ ମିଶ୍ର ତ୍ରିପଦୀଯୁକ୍ତିରେ ସାଧାବୟବ ଗୋଟିଏ ବିଯୋଜକ ତର୍କବାକ୍ୟ, ପକ୍ଷାବୟବ ନିରପେକ୍ଷ ଓ ସିଦ୍ଧାନ୍ତ ନିରପେକ୍ଷ ହୋଇଥାଏ, ତାହାକୁ ମିଶ୍ର ବିଯୋଜକ-ନିରପେକ୍ଷ ଯୁକ୍ତି କୁହାଯାଏ ।
ଯଥା – କ ଉଭୟ ଖ ଏବଂ ଗ ନୁହେଁ ।
କ ଖ ଅଟେ ।
_____________
∴ କ ଗ ନୁହେଁ ।

ସୀତା ଉଭୟ ସୁନ୍ଦରୀ ଏବଂ ଅସୁନ୍ଦରୀ ନୁହେଁ ।
ସୀତା ସୁନ୍ଦରୀ ଅଟେ ।
_____________________
∴ ସେ ଅସୁନ୍ଦରୀ ନୁହେଁ ।

CHSE Odisha Class 12 Logic Unit 2 Short Answer Questions in Odia Medium

9. ସରଳ ଭାବାତ୍ମକ ଯୁକ୍ତି ଓ ସରଳ ନିଷେଧାତ୍ମକ ଯୁକ୍ତି :
Answer:
ସରଳ ଭାବାତ୍ମକ ଯୁକ୍ତି – ଯେଉଁ ଦ୍ବିଶୃଙ୍ଗକ ଯୁକ୍ତିର ସାଧାବୟବର ପୂର୍ବଗଦ୍ଵୟକୁ ପକ୍ଷାବୟବରେ ବୈକଳ୍ପିକ ଭାବେ ସ୍ଵୀକାର କଲେ ତାହାର ଅନୁଗକୁ ସିଦ୍ଧାନ୍ତରେ ନିରପେକ୍ଷ ଭାବେ ସ୍ଵୀକାର କରାଯାଏ, ତାହାକୁ ସରଳ ଭାବାତ୍ମକ ଦୃଶୃଙ୍ଗକ ଯୁକ୍ତି କୁହାଯାଏ ।
ହୁଏତ କ ଖ ହୁଏ ଅଥବା ଚ ଛ ହୁଏ ।
_____________________________
∴ ଗ ଘ ହୁଏ ।

ସରଳ ନିଷେଧାତ୍ମକ ଯୁକ୍ତି – ଯେଉଁ ବିଶୃଙ୍ଗକ ଯୁକ୍ତିର ସାଧାବୟବର ଅନୁଗଦ୍ଵୟକୁ ପକ୍ଷାବୟବରେ ବୈକଳ୍ପିକଭାବେ ଅସ୍ଵୀକାର କଲେ, ତାହାର ପୂର୍ବଗକୁ ସିଦ୍ଧାନ୍ତରେ ନିରପେକ୍ଷ ଭାବେ ଅସ୍ବୀକାର କରାଯାଏ, ତାହାକୁ ସରଳ ନିଷେଧାତ୍ମକ ବିଶୃଙ୍ଗକ ଯୁକ୍ତି କୁହାଯାଏ ।
ଯଥା – ଯଦି କ ଖ ହୁଏ, ତେବେ ଗ ଘ ହୁଏ ଏବଂ ଯଦି କ ଖ ହୁଏ, ତେବେ ଚ ଛ ହୁଏ ।
ହୁଏତ ଗ ଘ ନୁହେଁ କିମ୍ବା . କ ଖ ନୁହେଁ ।
________________________________
∴ ଚ ଛ ନୁହେଁ ।

10. ଜଟିଳ ଭାବାତ୍ମକ ଯୁକ୍ତି ଓ ଜଟିଳ ନିଷେଧାତ୍ମକ ଯୁକ୍ତି :
Answer:
ଜଟିଳ ଭାବାତ୍ମକ ଯୁକ୍ତି – ଯେଉଁ ଦ୍ବିଶୃଙ୍ଗକ ଯୁକ୍ତିର ସାଧାବୟବର ପୂର୍ବଗଦ୍ଵୟକୁ ପକ୍ଷାବୟବରେ ବୈକଳ୍ପିକ ଭାବେ ସ୍ଵୀକାର କଲେ ତାହାର ଅନୁଗଦ୍ଵୟକୁ ବୈକଳ୍ପିକ ଭାବେ ସିଦ୍ଧାନ୍ତରେ ସ୍ଵୀକାର କରାଯାଏ, ତାହାକୁ ଜଟିଳ ଭାବାତ୍ମକ ଯୁକ୍ତି କୁହାଯାଏ ।
ଯଦି କ ଖ ହୁଏ, ତେବେ ଗ ଘ ହୁଏ ଏବଂ ଯଦି ପ ଫ ହୁଏ, ତେବେ ବ ଭ ହୁଏ ।
ହୁଏତ କ ଖ ହୁଏ କିମ୍ବା ପ ଫ ହୁଏ ।
________________________________
∴ ହୁଏତ ଗ ଘ ହୁଏ କିମ୍ବା ବ ଭ ହୁଏ ।

ଜଟିଳ ନିଷେଧାତ୍ମକ ଯୁକ୍ତି – ଯେଉଁ ଦ୍ବିଶୃଙ୍ଗକ ଯୁକ୍ତିର ସାଧାବୟବର ଅନୁଗଦ୍ଵୟକୁ ବୈକଳ୍ପିକ ଭାବେ ପକ୍ଷାବୟବରେ ଅସ୍ଵୀକାର କରାଯାଏ ଏବଂ ତାହାର ପୂର୍ବଗଦ୍ଵୟକୁ ସିଦ୍ଧାନ୍ତରେ ବୈକଳ୍ପିକ ଭାବେ ଅସ୍ବୀକାର କରାଯାଏ, ତାହାକୁ ଜଟିଳ ନିଷେଧାତ୍ମକ ଯୁକ୍ତି କୁହାଯାଏ ।
ଯଥା – ଯଦି କ ଖ ହୁଏ, ତେବେ ଗ ଘ ହୁଏ ଏବଂ ଯଦି ପ ଫ ହୁଏ, ତେବେ ବ ଭ ହୁଏ ।
ହୁଏତ ଗ ଘ ନୁହେଁ କିମ୍ବା ବ ଭ ନୁହେଁ ।
________________________________
∴ ହୁଏତ କ ଖ ନୁହେଁ କିମ୍ବା ପ ଫ ନୁହେଁ ।

BSE Odisha 8th Class Science Notes Chapter 17 ତାରକା ଓ ସୌରଜଗତ

Odisha State Board BSE Odisha 8th Class Science Notes Chapter 17 ତାରକା ଓ ସୌରଜଗତ will enable students to study smartly.

BSE Odisha Class 8 Science Notes Chapter 17 ତାରକା ଓ ସୌରଜଗତ

ଉପକ୍ରମ (Introduction) :
(i) ମହାଜାଗତିକ ବସ୍ତୁ (celestial objects) କୁହାଯାଏ ।
(ii) ଯେଉଁ ମହାକାଶୀୟ ବସ୍ତୁଗୁଡ଼ିକ ଦପ୍ଦପ୍ କରୁଥା’ନ୍ତି, ସେମାନଙ୍କୁ ତାରା, ତାରକା ବା ନକ୍ଷତ୍ର (stars) କୁହାଯାଏ । ଏମାନେ ନିଜେ ଗୋଟିଏ ଗୋଟିଏ ଆଲୋକର ଉତ୍ସ ।
(iii) ଯେଉଁ ମହାକାଶୀୟ ବସ୍ତୁଗୁଡ଼ିକ ସ୍ଥିର ଆଲୋକ ପ୍ରଦାନ କରିବାଭଳି ଦେଖାଯାଆନ୍ତି, ସେମାନେ ଗ୍ରହ (planets) ବା ଉପଗ୍ରହ (satellites) ଅଟନ୍ତି । ଏମାନଙ୍କର ନିଜର ଆଲୋକ ନାହିଁ । ନିକଟବର୍ତୀ ନକ୍ଷତ୍ରର ଆଲୋକରେ ଏମାନେ ଆଲୋକିତ ହୁଅନ୍ତି ।

ଚନ୍ଦ୍ର (The Moon) :
(i) ଚନ୍ଦ୍ର ହେଉଛି ରାତି ଆକାଶର ଉଜ୍ଜ୍ବଳତମ ମହାକାଶୀୟ ବସ୍ତୁ । ଚନ୍ଦ୍ରର ନିଜର ଆଲୋକ ନାହିଁ । ଏହା ସୂର୍ଯ୍ୟର ଆଲୋକରେ ଆଲୋକିତ ହୁଏ ।
(ii) ସୂର୍ଯ୍ୟାଲୋକ ଚନ୍ଦ୍ର ଉପରେ ଯେତିକି ଅଂଶରେ ପଡ଼ି ଆମ ପର୍ଯ୍ୟନ୍ତ ପ୍ରତିଫଳିତ ହୋଇ ଆସେ ଆମେ ତା’ର ସେତିକି ଅଂଶ ଦେଖୁ । ଚନ୍ଦ୍ର ପୃଥବୀ ଚାରିପଟେ ପରିକ୍ରମଣ କରେ ଏବଂ ପୃଥ‌ିବୀ ତା’ର ପରିକ୍ରମଣରତ ଚନ୍ଦ୍ର ସହିତ ସୂର୍ଯ୍ୟ ଚାରିପଟେ ପରିକ୍ରମଣ କରେ ।
(iii) ଘୂରୁଥ‌ିବା ଅବସ୍ଥାରେ ପ୍ରାୟ ଏକ ସରଳରେଖାରେ ଚନ୍ଦ୍ର ଓ ସୂର୍ଯ୍ୟର ଅବସ୍ଥାନ ମଝିରେ ପୃଥ‌ିବୀ ରାତି ହୋଇଥ‌ିବା ଅଂଶକୁ ଚନ୍ଦ୍ର ଗୋଲାକାର ଥାଳିପରି ଦେଖାଯାଏ । ଏହାକୁ ଆମେ ପୂର୍ଣ୍ଣମୀ (Full moon ରହିଲେ ଏହାର ରାତି ହୋଇଥିବା ଅଂଶକୁ ଚନ୍ଦ୍ର ଗୋଲାକାର ଥାଳିପରି ଦେଖାଯାଏ । ଏହାକୁ ଆମେ ପୂର୍ଣ୍ଣମୀ (Full moon day) କହୁ ।
(iv) ଅନ୍ୟ ପକ୍ଷରେ ପ୍ରାୟ ଏକ ସରଳରେଖାରେ ପୃଥ‌ିବୀ ଓ ସୂର୍ଯ୍ୟର ଅବସ୍ଥାନ ମଝିରେ ଚନ୍ଦ୍ର ରହିଲେ ପୃଥ‌ିବୀର ରାତି ଆକାଶରେ ଏହା ରହିଥାଏ । ସେ ଦିନଟିକୁ ଅମାବାସ୍ୟା (New moon day) କହନ୍ତି ।
(v) ପରିକ୍ରମଣରତ ଚନ୍ଦ୍ରର ଗୋଟିଏ ପୂର୍ଣମୀରୁ ଆଉ ଗୋଟିଏ ପୂର୍ଣ୍ଣମୀ ପର୍ଯ୍ୟନ୍ତ ବା ଗୋଟିଏ ଅମାବାସ୍ୟାରୁ ଆଉ ଦେଖାଯାଏ, ଆମେ ତାକୁ ସେହି ଆକାରରେ ଦେଖୁ ।
(vi) ପୃଥ‌ିବୀ ଚାରିପଟେ ଚନ୍ଦ୍ରର ପରିକ୍ରମଣ ସମୟ ଓ ନିଜ ଅକ୍ଷ ଚାରିପଟେ ଏହାର ଆବର୍ତ୍ତନ ସମୟ ପ୍ରାୟ ସମାନ ଥ‌ିବାହେତୁ ପୃଥ‌ିବୀର ଯେ କୌଣସି ସ୍ଥାନରୁ ଚନ୍ଦ୍ରର ଗୋଟିଏ ପାର୍ଶ୍ବ ହିଁ ସବୁବେଳେ ଦେଖାଯାଏ ।
(vii) ଗୋଟିଏ ଅମାବାସ୍ୟାରୁ ଅନ୍ୟ ଅମାବାସ୍ୟା ପର୍ଯ୍ୟନ୍ତ ବା ଗୋଟିଏ ପୂର୍ଣ୍ଣମୀରୁ ଅନ୍ୟ ପୂର୍ଣ୍ଣମୀ ପର୍ଯ୍ୟନ୍ତ ସମୟ ପ୍ରାୟ 29 ଦିନ 12 ଘଣ୍ଟା 43 ମିନିଟ୍ 12 ସେକେଣ୍ଡ । ଏହି ସମୟକୁ ଏକ ଚାନ୍ଦ୍ରମାସ କୁହାଯାଏ । ସୂର୍ଯ୍ୟର ଆକର୍ଷଣ ଓ

BSE Odisha 8th Class Science Notes Chapter 17 ତାରକା ଓ ସୌରଜଗତ

ଚନ୍ଦ୍ରକଳାର ହ୍ରାସବୃଦ୍ଧି :
(i) ଅମାବାସ୍ୟାଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଏହି ଆଲୋକିତ ଅଂଶ କ୍ରମଶଃ ବୃଦ୍ଧିପ୍ରାପ୍ତ ହୁଏ ଏବଂ ପୂର୍ଣ୍ଣମୀ ପରଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ଏହି ଆଲୋକିତ ଅଂଶ କ୍ରମଶଃ କ୍ଷୟପ୍ରାପ୍ତ ହୁଏ । ଚନ୍ଦ୍ରର ଆକୃତିରେ ଏପରି ପରିବର୍ତ୍ତନକୁ ଚନ୍ଦ୍ର ସୂର୍ଯ୍ୟର ଆଲୋକରେ ଆଲୋକିତ ହୁଏ । ସୂର୍ଯ୍ୟାଲୋକ ଚନ୍ଦ୍ର ଉପରେ ଯେତିକି ଅଂଶରେ ପଡ଼ି ପ୍ରତିଫଳିତ ହୋଇଥାଏ, ତା’ର ସେତିକି ଅଂଶ ଦେଖାଯାଏ ।
(ii) ଚନ୍ଦ୍ର ପୃଥବୀ ଚାରିପଟେ ପରିକ୍ରମଣ କରେ ଏବଂ ପୃଥ‌ିବୀ ତା’ର ପରିକ୍ରମଣରତ ଚନ୍ଦ୍ର ସହିତ ସୂର୍ଯ୍ୟ ଚାରିପଟେ ପରିକ୍ରମଣ କରେ ।

BSE Odisha 8th Class Science Notes Chapter 17 ତାରକା ଓ ସୌରଜଗତ 1

1. ଚନ୍ଦ୍ରର ପରିକ୍ରମଣ କାଳ 27.3 ଦିନ
2. ପୃଥ‌ିବୀଠାରୁ ଚନ୍ଦ୍ରର ଦୂରତା ପ୍ରାୟ 384,400 କି.ମି.
3. ଚନ୍ଦ୍ରର ବ୍ୟାସ, ପୃଥ‌ିବୀ ବ୍ୟାସର \(=\frac{10}{1000}\) ଅଂଶ
4. ଚନ୍ଦ୍ରର ମାଧ୍ୟାକର୍ଷଣ ପୃଥ‌ିବୀର \(=\frac{10}{1000}\) ଅଂଶ

ଚନ୍ଦ୍ରର ଗଠନ :
(i) ଚନ୍ଦ୍ରରେ ସମତଳ ସ୍ଥାନ ବ୍ୟତୀତ ସାଗର ଭଳି ବିରାଟ ଗର୍ଭ ଓ ପର୍ବତ ଭଳି ଉଚ୍ଚସ୍ଥାନ ରହିଛି ।
(ii) ଏହାର ପୃଷ୍ଠତଳ ଛୋଟବଡ଼ ଗର୍ଭରେ ପରିପୂର୍ଣ୍ଣ ହୋଇଥିବାରୁ ଏହା ଅସମତଳ ।
(iii) ଏହାର ବାୟୁମଣ୍ଡଳ ଅତି ପତଳା ଏବଂ ଏଠାରେ ଜଳର ଉପସ୍ଥିତି ସଂପର୍କରେ ସଠିକ୍ ତଥ୍ୟ ଆଜି ପର୍ଯ୍ୟନ୍ତ ମିଳିପାରି ନାହିଁ । ତେଣୁ ଚନ୍ଦ୍ରରେ ଜୀବଜଗତ ନାହିଁ ।
(iv) ପୃଥ‌ିବୀ ଚାରିପଟେ ଚନ୍ଦ୍ରର ପରିକ୍ରମଣ ସମୟ ଓ ନିଜ ଅକ୍ଷ ଚାରିପଟେ ଏହାର ଆବର୍ତ୍ତନ ସମୟ ପ୍ରାୟ ସମାନ ଥ‌ିବାରୁ ପୃଥ‌ିବୀର ଯେ କୌଣସି ସ୍ଥାନରୁ ଚନ୍ଦ୍ରର ଗୋଟିଏ ପାର୍ଶ୍ୱ ହିଁ ସମ୍ପୂର୍ଣ ଦେଖାଯାଏ ।

1969 ମସିହା July-21 ରେ ଆପୋଲୋ – 11 ମହାକାଶଯାନରେ ଯୁକ୍ତରାଷ୍ଟ୍ର ଆମେରିକାର ତିନିଜଣ ମହାକାଶଚାରୀ ନିଲ୍ ଆର୍ମଷ୍ଟ୍ରଙ୍ଗ ଏଡ଼ୱିନ୍ ଆଲଡ୍ରିନ୍ ଓ ମାଇକେଲ୍ କଲିନ୍ସ ଚନ୍ଦ୍ରକୁ ଯାତ୍ରା କରିଥିଲେ । ସେମାନଙ୍କ ମଧ୍ୟରୁ ପ୍ରଥମେ ଜିଲ୍ ଆର୍ମଷ୍ଟ୍ରଙ୍ଗ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲେ ।

ନକ୍ଷତ୍ର ବା ତାରକା (The stars) :
(i) ନକ୍ଷତ୍ର ବା ତାରକାମାନଙ୍କର ନିଜସ୍ଵ ଆଲୋକ ରହିଛି । ସୂର୍ଯ୍ୟ ଏକ ତାରକା । ସୂର୍ଯ୍ୟ ଆମଠାରୁ ପ୍ରାୟ150,000,000 କି.ମି. ବା 150 ନିୟୁତ କି.ମି. ଦୂରରେ ରହିଛି ।
(ii) ସୌରଜଗତ ବାହାରେ ଆମର ନିକଟତମ ତାରକା ହେଉଛି ଆଲ୍‌ଫାସେଣ୍ଟାଉରୀ । ଏହା ଆମଠାରୁ ପ୍ରାୟ 4 × 1013 ନିୟୁତ କି.ମି. ଦୂରରେ ରହିଛି ।
(iii) ମହାକାଶୀୟ ବସ୍ତୁମାନଙ୍କର ଦୂରତା ‘ଆଲୋକ ବର୍ଷ’ ଏକକରେ ପ୍ରକାଶ କରାଯାଏ । ଆଲୋକ ଏକ ବର୍ଷରେ ଯେଉଁ ଦୂରତା ଅତିକ୍ରମ କରେ ତାହାକୁ ଏକ ଆଲୋକ ବର୍ଷ କହନ୍ତି ।
(iv) ଆଲୋକର ବେଗ ସେକେଣ୍ଡ ପ୍ରତି ପ୍ରାୟ ତିନି ଲକ୍ଷ କି.ମି. । ଏକ ବର୍ଷରେ ଆଲୋକ ଅତିକ୍ରମ କରୁଥିବା ଦୂରତା ପ୍ରାୟ 9.5 × 102 କି.ମି. । ଏହି ଏକକରେ ଆମଠାରୁ ସୂର୍ଯ୍ୟର ଦୂରତା ହେବ ପ୍ରାୟ 8 ଆଲୋକ ମିନିଟ୍ ।
(v) ଆଲ୍‌ଫାସେଣ୍ଟାଉରୀର ଦୂରତା ହେବ ପ୍ରାୟ 4.29 ଆଲୋକ ବର୍ଷ ।
(vi) ଦିନବେଳା ସୂର୍ଯ୍ୟାଲୋକର ପ୍ରଭାବରେ ତାରାମାନେ ଆକାଶରେ ଥିଲେ ବି ଦେଖାଯାଆନ୍ତି ନାହିଁ । ଉଚ୍ଚମାନର
(vii) ତାରାମାନଙ୍କୁ ଭଲ ଭାବରେ ଦେଖିବା ଏବଂ ଅଧିକା ଗବେଷଣା କରିବା ପାଇଁ ଅନେକ ମାନମନ୍ଦିର ପ୍ରତିଷ୍ଠା
(viii) ସମସ୍ତ ତାରା ଗତିଶୀଳ ଜଣାପଡୁଥିଲେ ମଧ୍ୟ ଏହା ସ୍ଥିର ଦେଖାଯାଏ । ତେଣୁ ଏହାକୁ ଧ୍ରୁବତାରା (Polestar) କହନ୍ତି । ଏହା ଆମକୁ ପୃଥ‌ିବୀର ଉତ୍ତର ଦିଗରେ ଥ‌ିବା ଆକାଶରେ ଦେଖାଯାଏ ।

BSE Odisha 8th Class Science Notes Chapter 17 ତାରକା ଓ ସୌରଜଗତ

ନକ୍ଷତ୍ର (Constellations) :
(i) ମହାକାଶରେ ତାରାଗୁଡ଼ିକ ବିଭିନ୍ନ ଆକାରରେ ସଜ୍ଜିତ ହୋଇ ରହିଥିବାପରି ଦେଖାଯାଆନ୍ତି । ଏହାକୁ ତାରକାପୁଞ୍ଜ ବା ନକ୍ଷତ୍ରମଣ୍ଡଳ କୁହାଯାଏ ।
(ii) ଆମ ରାଶିଚକ୍ରରେ ଥ‌ିବା ଚାରୋଟି ରାଶି ଏଭଳି ଗୋଟିଏ ଗୋଟିଏ ତାରକାପୁଞ୍ଜ ।
(iii) ଖରାଦିନେ ସନ୍ଧ୍ୟା ଆକାଶରେ ଦେଖାଯାଉଥିବା ନକ୍ଷତ୍ରମଣ୍ଡଳ ହେଉଛି ସପ୍ତର୍ଷିମଣ୍ଡଳ । ଏଥ‌ିରେ ସାତଟି ଉଜ୍ଜଳ ତାରକା ଦେଖାଯା’ନ୍ତି ଏବଂ ଏହା ଆକାଶରେ ଏକ ପ୍ରଶ୍ନବାଚକ ଚିହ୍ନ (?) ପରି ଦେଖାଯାଏ ।
(iv) ଆମ ଦେଶରେ ଏହାକୁ ସପ୍ତର୍ଷିମଣ୍ଡଳ କୁହାଯାଉଥ‌ିବାବେଳେ ପାଶ୍ଚାତ୍ୟ ଦେଶମାନଙ୍କରେ ଏହାକୁ ଗ୍ରେଟ୍ ବିୟର୍ ବା ବିଗ୍ ଡିପର କୁହାଯାଏ ।
(v) ଏହି ନକ୍ଷତ୍ରମଣ୍ଡଳ ଧ୍ରୁବତାରାକୁ କେନ୍ଦ୍ର କରି ଘୂରୁଥିବାର ଜଣାଯାଏ । ରାତିରେ ସପ୍ତର୍ଷିମଣ୍ଡଳକୁ ଆଧାର କରି ଧ୍ରୁବତାରା ଚିହ୍ନି ହୁଏ ।
(vi) ସମସ୍ତ ତାରା ଓ ତାରକାପୁଞ୍ଜ ଧ୍ରୁବତାରା ଚାରିପଟେ ଘୂରିବାପରି ଦେଖାଯା’ନ୍ତି । ପୃଥ‌ିବୀର ଦକ୍ଷିଣ ଗୋଲାର୍ଦ୍ଧରେ ଧ୍ରୁବତାରା ଚିହ୍ନି ହୁଏ ।
(vii) କାଳପୁରୁଷମଣ୍ଡଳ ଅନ୍ୟତମ ତାରକାପୁଞ୍ଜ । ଶୀତଦିନେ ଅଳ୍ପ ରାତିରେ ଏହା ସ୍ପଷ୍ଟ ଦେଖାଯାଏ । ଖାଲି ଆଖ ଏହି ରେଖାଟି ଶିକାରୀର ଅଣ୍ଟାବେଲ୍ଟ ପରି ଦିଶୁଥ‌ିବାରୁ ଏହାକୁ ଶିକାରୀ ତାରା କୁହାଯାଏ ।
(viii) ଏହି ତିନୋଟି ତାରାକୁ ଏକ କାଳ୍ପନିକ ରେଖାରେ ଯୋଡ଼ି ପୂର୍ବଦିଗ ଆଡ଼କୁ ଅଳ୍ପବାଟ ବଢ଼ାଇଦେଲେ ଆକାଶର ଉଜ୍ଜ୍ବଳତମ ତାରକା ‘ସିରିୟସ୍’’ କୁ ଦେଖୁହେବ ।
(ix) କ୍ୟାସିଓପିଆ ଉତ୍ତର ଆକାଶରେ ଦେଖାଯାଉଥିବା ଆଉ ଏକ ତାରକାପୁଞ୍ଜ । ଏହା ଇଂରାଜୀ ଅକ୍ଷର “W” କିମ୍ବା “M” ପରି ଦେଖାଯାଏ । ସପ୍ତର୍ଷିମଣ୍ଡଳ ଅନୁପସ୍ଥିତିରେ କ୍ୟାସିଓପିଆ ଧ୍ରୁବତାରା ଚିହ୍ନିବାରେ ସାହାଯ୍ୟ କରେ । 66

ସୌର ମଣ୍ଡଳ (The Solar system):
(i) ସୂର୍ଯ୍ୟ ଓ ତା’ର ଚାରିପଟେ ଘୂରୁଥ‌ିବା ୫ଟି ଗ୍ରହ, ସେମାନଙ୍କର ଉପଗ୍ରହ, ଗ୍ରହାଣୁପୁଞ୍ଜ, ଧୂମକେତୁ, ଉଲ୍‌କା ଇତ୍ୟାଦିଙ୍କୁ ନେଇ ସୌରଜଗତ ଗଠିତ ।
BSE Odisha 8th Class Science Notes Chapter 17 ତାରକା ଓ ସୌରଜଗତ 2
(ii) ସୂର୍ଯ୍ୟ ଚାରିପଟେ ଯେଉଁ ସମସ୍ତ ସ୍ଥାନରେ ଏହାର ମହାକର୍ଷଣ ବଳ କାର୍ଯ୍ୟକାରୀ ହୁଏ, ସେ ସମସ୍ତ ସ୍ଥାନ ସୌରଜଗତର ଅନ୍ତର୍ଗତ । ଏହି ମହାକର୍ଷଣ ବଳ ପ୍ରଭାବରେ ସୌରଜଗତରେ ଥ‌ିବା ମହାକାଶୀୟ ବସ୍ତୁଗୁଡ଼ିକ ସୂର୍ଯ୍ୟ ଚାରିପଟେ ପରିକ୍ରମଣ କରନ୍ତି ।

BSE Odisha 8th Class Science Notes Chapter 17 ତାରକା ଓ ସୌରଜଗତ

ସୂର୍ଯ୍ୟ (Sun) :
(i) ଆମ ନିକଟରେ ଥ‌ିବା ସୌରଜଗତର ଏକମାତ୍ର ତାରକା ହେଉଛି ସୂର୍ଯ୍ୟ । ବସ୍ତୁତ୍ଵ, ଉଜ୍ଜଳତା, ତାପମାତ୍ରା ତଥା ଆକାର ଦୃଷ୍ଟିରୁ ଏହା ଏକ ସାଧାରଣ ତାରକା ।
(ii) ସୂର୍ଯ୍ୟର ବ୍ୟାସ ପ୍ରାୟ 1.392 x 10 କି.ମି. । ଏହା ପୃଥ‌ିବୀ ବ୍ୟାସର ପ୍ରାୟ 109 ଗୁଣ । ଏହାର ବସ୍ତୁତ୍ଵ ପ୍ରାୟ 2 x 103 କି.ଗ୍ରା. । ଏହା ପୃଥ‌ିବୀର ବସ୍ତୁତ୍ଵର ପ୍ରାୟ ତିନିଲକ୍ଷ ଗୁଣ ।
(iii) ସୂର୍ଯ୍ୟ ତା’ର ପରିବାରକୁ ନେଇ ଆକାଶଗଙ୍ଗା (Milkyway) ଗ୍ୟାଲକ୍‌ସିର କେନ୍ଦ୍ର ଚାରିପଟେ ପରିକ୍ରମଣ କରୁଛି । ଏହା ସହିତ ସୂର୍ଯ୍ୟ ନିଜ ଅକ୍ଷ ଚତୁର୍ଦ୍ଦିଗରେ ପ୍ରାୟ 25 ଦିନରେ ଥରେ ଆବର୍ତ୍ତନ କରେ । ଏହାର ମୁଖ୍ୟ ଉପାଦାନ ହେଉଛି ହାଇଡ୍ରୋଜେନ୍ ଓ ହିଲିୟମ୍ ।
(iv) ଏତଦ୍‌ବ୍ୟତୀତ ଏଠାରେ ପ୍ରାୟ 60 ଟି ଅନ୍ୟାନ୍ୟ ମୌଳିକ ରହିଥ‌ିବା ଜଣାଯାଇଛି । ଏହାର ବାହ୍ୟସ୍ତରର ତାପମାତ୍ରା ପ୍ରାୟ 6000°C ହୋଇଥିବାବେଳେ କେନ୍ଦ୍ରସ୍ଥଳର ତାପମାତ୍ରା ପ୍ରାୟ 2 କୋଟି ଡିଗ୍ରୀ ସେଲ୍‌ସିୟସ୍‌ରୁ ବେଶୀ । ସୂର୍ଯ୍ୟ ହେଉଛି ସକଳ ଶକ୍ତିର ଆଧାର ।

ଗ୍ରହ (Planet) :
(i) ପରିକ୍ରମଣ କରୁଅଛନ୍ତି । ସୂର୍ଯ୍ୟଠାରୁ ଦୂରତା ଅନୁସାରେ ଏମାନଙ୍କ ନାମ ହେଲା- 1. ବୁଧ, 2. ଶୁକ୍ର, 3. ପୃଥ‌ିବୀ, 4. ମଙ୍ଗଳ, 5. ବୃହସ୍ପତି, 6. ଶନି, 7. ୟୁରେସ୍ ଓ 8. ନେପ୍‌ଚ୍ୟୁନ୍ ।
(ii) ଗ୍ରହଗୁଡ଼ିକ ଦେଖୁବାକୁ ପ୍ରାୟ ଗୋଲକାକୃତି । ଏମାନଙ୍କ କକ୍ଷଗୁଡ଼ିକ ଅଣ୍ଡାକୃତି ।
(iii) କକ୍ଷପଥରେ ଥରେ ପରିକ୍ରମଣ କରିବାପାଇଁ ଯେଉଁ ସମୟ ଲାଗେ ତାକୁ ଗ୍ରହର ପରିକ୍ରମଣକାଳ କୁହାଯାଏ । ପୃଥ‌ିବୀର ପରିକ୍ରମଣକାଳ ପ୍ରାୟ 365 ଦିନ 6 ଘଣ୍ଟା ବା ଏକ ବର୍ଷ I ପରିକ୍ରମଣ କରିବା ସହିତ ଗ୍ରହମାନେ ମଧ୍ୟ ନିଜ ଅକ୍ଷ ଚାରିପଟେ ନଟୁପରି ଘୂରନ୍ତି । ଏହି ଘୂର୍ଣ୍ଣନକୁ ଆବର୍ତ୍ତନ (Rotation) କୁହାଯାଏ ।
(iv) ଗ୍ରହର ଥରେ ଆବର୍ତ୍ତନ ପାଇଁ ଲାଗୁଥିବା ସମୟକୁ ତା’ର ଆବର୍ତ୍ତକାଳ ବା ଆବର୍ତ୍ତନକାଳ କହନ୍ତି । ପୃଥ‌ିବୀର ଆବର୍ତ୍ତନକାଳ ପ୍ରାୟ 23 ଘଣ୍ଟା 56 ମିନିଟ୍ 4 ସେକେଣ୍ଡ ବା ଏକଦିନ ।
(v) ଜ୍ୟୋତିର୍ବିଜ୍ଞାନୀମାନଙ୍କ ମତରେ ଶୁକ୍ର ଓ ୟୁରେନ୍ସ ପୂର୍ବରୁ ପଶ୍ଚିମକୁ ଆବର୍ତ୍ତନ କରୁଥିବାବେଳେ ଅନ୍ୟ ଗ୍ରହମାନେ ପଶ୍ଚିମରୁ ପୂର୍ବକୁ ଆବର୍ତ୍ତନ କରନ୍ତି ।
(vi) ଗ୍ରହମାନେ ଯେପରି ସୂର୍ଯ୍ୟ ଚାରିପଟେ ପରିକ୍ରମଣ କରନ୍ତି, ଉପଗ୍ରହମାନେ ସେହିପରି ଗ୍ରହ ଚାରିପଟେ ପରିକ୍ରମଣ କରନ୍ତି । ଆମ ଗ୍ରହ ପୃଥ‌ିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ହେଉଛି ଚନ୍ଦ୍ର ।

ବୁଧ (Mercury):
(i) ଦୂରତା ଅନୁସାରେ ବୁଧ ସୂର୍ଯ୍ୟର ନିକଟତମ ଗ୍ରହ । ଆୟତନ ଅନୁସାରେ ଏହା ସୌରଜଗତର କ୍ଷୁଦ୍ରତମ ଗ୍ରହ । ଏହାର ପରିକ୍ରମଣକାଳ ପ୍ରାୟ 58 ଦିନ ଏବଂ ଆବର୍ତ୍ତନକାଳ ପ୍ରାୟ 59 ଦିନ ।
(ii) ବୁଧର ବାୟୁମଣ୍ଡଳ ପ୍ରାୟ ନାହିଁ । ଏହାର ପୃଷ୍ଠଦେଶ ବନ୍ଧୁର ଏବଂ ଖାଲଖମାରେ ପରିପୂର୍ଣ ।
(iii) ସୂର୍ଯ୍ୟୋଦୟର ଅଳ୍ପ ସମୟ ଆଗରୁ ଓ ସୂର୍ଯ୍ୟାସ୍ତର ଅଳ୍ପ ସମୟ ପାଇଁ ଆମେ ଏହାକୁ ଦେଖିପାରିବା ।

ଶୁକ୍ର (Venus) :
(i) ଶୁକ୍ର ପୃଥ‌ିବୀର ନିକଟତମ ଗ୍ରହ । ଏହାର ପୃଷ୍ଠ ପଥୁରିଆ । କିନ୍ତୁ ଏହାକୁ ଘେରିରହିଛି ଏକ ବହଳିଆ ଓ ଈଷତ୍ ହଳଦିଆ ବାୟୁମଣ୍ଡଳ ।
(ii) ଏହା ମୁଖ୍ୟତଃ କାର୍ବନ୍ ଡାଇଅକ୍‌ସାଇଡ୍, ସଫ୍ୟୁରିକ୍ ଏସିଡ୍ ଓ ହାଇଡ୍ରୋକ୍ଲୋରିକ୍ ଏସିଡ୍ ଇତ୍ୟାଦି ବିଷାକ୍ତ ଗ୍ୟାସ୍‌ରେ ଭର୍ତ୍ତି । ତେଣୁ ଶୁକ୍ରରେ ଜୀବନ ସମ୍ଭବ ହୋଇପାରି ନାହିଁ ।
(iii) ବହଳିଆ ବାୟୁମଣ୍ଡଳ ଯୋଗୁଁ ଏହାର ଦିବା ସମୟର ତାପମାତ୍ରା ପ୍ରାୟ 480° C ଓ ଏହା ଜଳଶୂନ୍ୟ । ଶୁକ୍ରରେ ପଡୁଥିବା ସୂର୍ଯ୍ୟାଲୋକର ପ୍ରାୟ 85% ଏହାର ବାୟୁମଣ୍ଡଳରୁ ପ୍ରତିଫଳିତ ହୁଏ । ତେଣୁ ପୃଥ‌ିବୀରୁ ଏହା ଖୁବ୍ ଉଜ୍ଜ୍ବଳ ଦେଖାଯାଏ । ଏହାକୁ ସନ୍ଧ୍ୟାତାରା କିମ୍ବା ପାହାନ୍ତି ତାରା ମଧ୍ୟ କହନ୍ତି ।
(iv) ସୂର୍ଯ୍ୟାସ୍ତ ପରେ ଅଥବା ସୂର୍ଯ୍ୟୋଦୟ ପୂର୍ବରୁ ଦୁଇତିନି ଘଣ୍ଟା ପର୍ଯ୍ୟନ୍ତ 47° ଦିଗବଳୟ ମଧ୍ୟରେ ଏହାକୁ ଦେଖୁହେବ ।

ପୃଥିବୀ (Earth):
(i) ପୃଥ‌ିବୀର ସ୍ଥଳଭାଗକୁ ଭୂମଣ୍ଡଳ, ଜଳଭାଗକୁ ବାରିମଣ୍ଡଳ ତଥା ସମସ୍ତ ପ୍ରାଣୀ ଓ ଉଦ୍ଭଦକୁ ଜୈବମଣ୍ଡଳ କୁହାଯାଏ । ଅନୁକୂଳ ବାୟୁ, ଜଳ, ଭୂଭାଗ ଓ ଉପଯୁକ୍ତ ପରିମାଣର ସୂର୍ଯ୍ୟାଲୋକ ହିଁ ଏହି ଜୈବମଣ୍ଡଳର ବୃଦ୍ଧି ଓ ବିକାଶରେ ସହାୟକ ହୋଇଛି ।
(ii) ଜୈବମଣ୍ଡଳର ସ୍ଥିତି ମଧ୍ୟ ଜୀବ, ଜୀବ ମଧ୍ୟରେ ଥିବା ପାରସ୍ପରିକ ସମ୍ପର୍କ ତଥା ଜୀବ ଓ ପରିବେଶ ମଧ୍ୟରେ ଥ‌ିବା ଭାରସାମ୍ୟ ଉପରେ ନିର୍ଭର କରେ । ମହାକାଶରୁ ପୃଥ‌ିବୀ ନୀଳ-ସବୁଜ ମିଶ୍ରିତ ଏକ ଗୋଲକ ପିଣ୍ଡ ପରି ଦେଖାଯାଏ । ଏଠାରେ ଥ‌ିବା ଜଳ ଓ ସ୍ଥଳଭାଗ ଉପରେ ସୂର୍ଯ୍ୟାଲୋକ ଆପତିତ ହୋଇ ବାୟୁମଣ୍ଡଳକୁ ପ୍ରତିଫଳିତ ହେବା ଯୋଗୁଁ ଏଭଳି ବର୍ଷ ଉତ୍ପନ୍ନ ହୁଏ ।
(iii) ପୃଥ‌ିବୀରେ ବର୍ଷକ ମଧ୍ୟରେ ଛଅଟି ଋତୁ ଅନୁଭୂତ ହୁଏ । ଏହାର ବିଷୁବତଳୀୟ ସମତଳ, କକ୍ଷତଳୀୟ ସମତଳ ସହ ପ୍ରାୟ 23.5° ଆନତ ହୋଇ ରହିଥ‌ିବାରୁ ଏପରି ଋତୁ ପରିବତ୍ତର୍ନ ସମ୍ଭବ ହୋଇଛି ।

BSE Odisha 8th Class Science Notes Chapter 17 ତାରକା ଓ ସୌରଜଗତ

ପୃଥିବୀ (Mars):
(i) ପୃଥ‌ିବୀ କକ୍ଷପଥ ବାହାରେ ଏହା ପ୍ରଥମ ସୌରଗ୍ରହ । ଏହାର ପୃଷ୍ଠଦେଶ ଲାଲ୍ ରଙ୍ଗର ପଥର ଓ ବାଲିରେ ଗଠିତ ।
(ii) ବାୟୁମଣ୍ଡଳ ପତଳା କାର୍ବନ ଡାଇଅକ୍‌ସାଇଡ୍ (CO2)ରେ ପରିପୂର୍ଣ୍ଣ ।
(iii) ରାତି ଆକାଶରେ ଆମକୁ ଏହାର ରଙ୍ଗ ଲାଲ୍ ଦେଖାଯାଏ । ପୃଥ‌ିବୀ ସହିତ ଏହାର ଅନେକ ସାମଞ୍ଜସ୍ୟ ଅଛି । ପୃଥ‌ିବୀ ଓ ମଙ୍ଗଳ ଗ୍ରହରେ ଗୋଟିଏ ଦିନର ଅବଧୂ ପ୍ରାୟ ସମାନ ।
(iv) ମଙ୍ଗଳର ଅକ୍ଷ ତା’ର କକ୍ଷତଳ ସହ ପ୍ରାୟ 23.98° ଢଳିରହିଛି । ମଙ୍ଗଳର ଦୁଇଟି ଉପଗ୍ରହ ଡିମସ୍ ଓ ଫୋବସ୍ 1877 ମସିହାରେ ଆବିଷ୍କୃତ ହୋଇଥିଲା ।

şa (Jupiter):
(i) ସୌରଜଗତର ବୃହତ୍ତମ ଗ୍ରହ ବୃହସ୍ପତିର ପୃଷ୍ଠଦେଶ ମୁଖ୍ୟତଃ ଗ୍ୟାସ୍ ଓ ତରଳ ପଦାର୍ଥରେ ଗଠିତ ।
(ii) ବୃହସ୍ପତିର 63ଟି ଉପଗ୍ରହ ମଧ୍ୟରୁ ସାଧାରଣ ଦୂରବୀକ୍ଷଣ ଯନ୍ତ୍ରରେ ବଡ଼ବଡ଼ 4ଟି ଉପଗ୍ରହ ଦେଖହୁଏ । ଗୋଟିଏ କ୍ଷୀଣ ବଳୟ ଏହି ଗ୍ରହକୁ ପରିକ୍ରମଣ କରୁଛି ବୋଲି 1979 ମସିହାରୁ ଜଣାପଡ଼ିଛି । ଏହାର ଆବର୍ତ୍ତନକାଳ ପ୍ରାୟ ୨ ଘଣ୍ଟା 55 ମିନିଟ୍ ।
(iii) ବୃହସ୍ପତିକୁ ଦୂରବୀକ୍ଷଣରେ ଦେଖ‌ିଲେ ଏହାର ଦକ୍ଷିଣ ଗୋଲାର୍ଦ୍ଧରେ ଏକ ବିରାଟ ଲାଲ୍ ଦାଗ ଦେଖୁହେବ । ବୃହସ୍ପତିର ମାଧ୍ୟାକର୍ଷଣ ପୃଥ‌ିବୀର ମାଧ୍ୟାକର୍ଷଣର ପ୍ରାୟ 2.64 ଗୁଣ । –

ଶନି (Saturn) :
(i) ଈଷତ୍ ପୀତରଙ୍ଗର ଗ୍ରହ ଶନି ଆୟତନରେ ସୌରଜଗତର ଦ୍ବିତୀୟ ବୃହତ୍ତମ ଗ୍ରହ । ସମଗ୍ର ଗ୍ରହଟି ହାଇଡ୍ରୋଜେନ୍ , ହିଲିୟମ୍, ଏମୋନିଆ, ମିଥେନ୍ ପରି ଗ୍ୟାସ୍‌ରେ ପୂର୍ଣ୍ଣ ।
(ii) ଅଦ୍ୟାବଧୂ ଆବିଷ୍କୃତ ଏହାର 60ଟି ଉପଗ୍ରହ ମଧ୍ୟରୁ ଟାଇଟନ୍ ବୃହତ୍ତମ ଅଟେ ।
(iii) ଶନିର ଅନେକ ବଳୟ ରହିଛି । ଏହି ବଳୟଗୁଡ଼ିକ ଅତିକ୍ଷୁଦ୍ର ପଥର, ବରଫକଣା ଓ ଧୂଳିକଣାକୁ ନେଇ ଗଠିତ । ଏମାନେ ଶନି ଚାରିପଟେ ପତଳା ଚକ୍ର ଆକାରରେ ଘୂରୁଛନ୍ତି । ଶନିର ସାନ୍ଦ୍ରତା ସୌରଜଗତର ଗ୍ରହମାନଙ୍କ ମଧ୍ୟରେ ସବୁଠାରୁ କମ୍ ।

2600 (Uranus):
(i) ୟୁରେସ୍ 1781 ମସିହାରେ ଉଇଲିୟମ୍ ହର୍‌ସ୍‌ଲ୍‌ଙ୍କ ଦ୍ବାରା ଆବିଷ୍କୃତ ହୋଇଥିଲା । ଏହା ସୌରଜଗତର ସବୁଜ ଗ୍ରହ । ଏହି ସବୁଜ ରଙ୍ଗ ଏଠାରେ ଥ‌ିବା ମିଥେନ୍ ଓ ଏମୋନିଆ ପାଇଁ ଦେଖାଯାଏ ।
(ii) ଏହାର ପ୍ରାୟ ଦଶଟି କ୍ଷୀଣବଳୟ 1977 ମସିହାରୁ ଆବିଷ୍କୃତ ହେଲାଣି ! ସମଗ୍ର ଗ୍ରହରେ କଠିନ ଅଂଶ କିଛି ନାହିଁ ।
(iii) ଶନି ଶୁକ୍ରଭଳି ପୂର୍ବରୁ ପଶ୍ଚିମକୁ ଘୂର୍ଣ୍ଣନ କରେ ଓ ଏହାର କକ୍ଷ, କକ୍ଷତଳୀୟ ସମତଳ ସହ ପ୍ରାୟ ୨୫° ଢଳେଇ ହୋଇ ରହିଥାଏ । ଏଣୁ ଏହା ଓଲଟି ପଡ଼ିଥିବା ନଟୁ ପରି ଗଡ଼ିଗଡ଼ି ଘୂରେ ।

ନେପ୍‌ଚ୍ୟୁନ୍ (Neptune) :
(i) 1846 ମସିହାରେ ଗଫ୍ରିଡ୍ ଗାଲେଙ୍କ ଦ୍ବାରା ଆବିଷ୍କୃତ ନେଚ୍ୟୁନ୍ ଅଧୁନା ସୌରଜଗତର ଦୂରତମ ଗ୍ରହ । ଏହାର ଛଅଗୋଟି ବଳୟ 1989 ମସିହାରେ ଆବିଷ୍କୃତ ହୋଇଥିଲା ।
(ii) ଏହାର ବାୟୁମଣ୍ଡଳ ମୁଖ୍ୟତଃ ମିଥେନ୍ ଗ୍ୟାସ୍‌ରେ ପୂର୍ଣ୍ଣ । ତେଣୁ ଏହା ନୀଳବର୍ଣ୍ଣ ଦେଖାଯାଏ ।
(iii) ସୂର୍ଯ୍ୟଠାରୁ ଅନେକ ଦୂରରେ ଥ‌ିବାରୁ ଏହା ଏକ ହିମ-ଗୋଲକ ରୂପେ ପ୍ରତୀୟମାନ ହୁଏ । ଏହାର ପୃଷ୍ଠର ତାପମାତ୍ରା
(iv) ଗ୍ରହମାନଙ୍କ ମଧ୍ୟରେ ଏହାର ପରିକ୍ରମଣ କାଳ ସର୍ବାଧ୍ଵ ଓ ଏହା ପ୍ରାୟ ଆମର 165 ବର୍ଷ ସହ ସମାନ ।

ର ପ୍ରଣାଳୀର ଅନ୍ୟ ସଦସ୍ୟମାନେ |(Other members of the Solar System):
ଆଷ୍ଟ୍ରୋଏଡସ୍ | (Asteroids) :
(i) ଗ୍ରହ ଉପଗ୍ରହମାନଙ୍କୁ ଛାଡ଼ି ଅନେକ ଗ୍ରହାଣୁ ମଙ୍ଗଳ ଓ ବୃହସ୍ପତିର କକ୍ଷପଥ ମଧ୍ଯରେ ରହି ସୂର୍ଯ୍ୟ ପରିକ୍ରମା କରୁଛନ୍ତି । ଏମାନଙ୍କୁ ଏକତ୍ର ଗ୍ରହାଣୁପୁଞ୍ଜ କୁହାଯାଏ ।
(ii) ଗ୍ରହାଣୁମାନଙ୍କ ମଧ୍ୟରେ କେତେକଙ୍କର କକ୍ଷପଥ ପୃଥ‌ିବୀର କକ୍ଷପଥକୁ ଛେଦକରୁଛି । ଏଣୁ କୌଣସି ଏକ ସମୟରେ ଏମାନେ ପୃଥ‌ିବୀର ମାଧ୍ୟାକର୍ଷଣ କ୍ଷେତ୍ର ମଧ୍ୟକୁ ପ୍ରବେଶ କରିବା ସମ୍ଭାବନା ଥାଏ ।
(iii) ଅନେକ ସମୟରେ କେତେକ କ୍ଷୁଦ୍ର ଗ୍ରହାଣୁ ପୃଥ‌ିବୀର ମାଧ୍ୟାକର୍ଷଣ କ୍ଷେତ୍ର ମଧ୍ୟରେ ଗତିକଲାବେଳେ ଟାଣିହୋଇ ଭୂପୃଷ୍ଠ ଆଡ଼କୁ ଚାଲିଆସନ୍ତି । ତଦ୍ୱାରା ବାୟୁମଣ୍ଡଳ ସହ ଏହି ଗ୍ରହାଣୁଗୁଡ଼ିକର ଘର୍ଷଣ ହୁଏ । ଗ୍ରହାଣୁଟି ଉତ୍ତପ୍ତ ହୋଇ ଜଳିଉଠେ ଓ ଏହାର ପଡ଼ିବା ବାଟଟି ଆଲୋକିତ ହୋଇଯାଏ ।

BSE Odisha 8th Class Science Notes Chapter 17 ତାରକା ଓ ସୌରଜଗତ

ଧୂମ (Comet) :
(i) ସମୟ ସମୟରେ ଲାଞ୍ଜଥିବା ଏକ ଉଜ୍ଜ୍ବଳ ବସ୍ତୁ ଆକାଶରେ ଦେଖାଯାଏ । ଏହାକୁ ଧୂମକେତୁ ବା ଲଞ୍ଜାତାରା କହନ୍ତ୍ର ।
(ii) ଏକ ଲମ୍ବାଳିଆ ଅଣ୍ଡାକୃତି କକ୍ଷରେ ଧୂମକେତୁ ସୂର୍ଯ୍ୟ ଚାରିପଟେ ପରିକ୍ରମଣ କରେ । ପ୍ରତି ଧୂମକେତୁର ଗୋଟିଏ ମୁଣ୍ଡ ଓ ଗୋଟିଏ ଲାଞ୍ଜ ଥାଏ । ଗୋଟିଏ ଧୂମକେତୁର ମୁଣ୍ଡ ବା ନିଉକ୍ଲିୟସ୍‌ର ବ୍ୟାସ ପ୍ରାୟ ଦଶ କି.ମି. ଥ‌ିବାବେଳେ ପୁଚ୍ଛ ହଜାର ହଜାର କିଲୋମିଟର ପର୍ଯ୍ୟନ୍ତ ଲମ୍ବିପାରେ ।
(iii) ଧୂମକେତୁଗୁଡ଼ିକ ଛୋଟ ପଥର ଖଣ୍ଡ, ଧୂଳିକଣା ଏବଂ ଗ୍ୟାସ୍‌ରେ ଭର୍ତ୍ତି । ଲାଞ୍ଜ ଅଂଶଟି ମୁଖ୍ୟତଃ ଏମୋନିଆ, ମିଥେନ୍, ଜଳୀୟବାଷ୍ପ ଓ ବରଫକଣାରେ ପୂର୍ଣ୍ଣ ।
(iv) ସୂର୍ଯ୍ୟର ନିକଟତର ହେଲେ ଏଥିରେ ଥ‌ିବା ଛୋଟ ଛୋଟ କଣିକା ବାଷ୍ପୀଭୂତ ହୋଇ ଲକ୍ଷ ଲକ୍ଷ କି.ମି. ପର୍ଯ୍ୟନ୍ତ ଲମ୍ବିଥାଏ ।
(v) ଧୂମକେତୁ ସୂର୍ଯ୍ୟର ନିକଟତର ହେବାବେଳେ ଲାଞ୍ଜଟି ସୂର୍ଯ୍ୟର ବିପରୀତ ଦିଗରେ ସର୍ବଦା ରହିଥାଏ ଏବଂ ସୂର୍ଯ୍ୟଠାରୁ ଅନେକ ଦୂରକୁ ଚାଲିଗଲେ ଲାଞ୍ଜଟି ପ୍ରାୟ ଦେଖାଯାଏ ନାହିଁ ।
(vi) ଏପର୍ଯ୍ୟନ୍ତ ଆବିଷ୍କୃତ ହୋଇଥିବା ଧୂମକେତୁଗୁଡ଼ିକ ମଧ୍ୟରେ ହାଲିଙ୍କ ଧୂମକେତୁ ଅନ୍ୟତମ । ସୂର୍ଯ୍ୟ ଚାରିପଟେ ପରିକ୍ରମଣ କରୁଥିବାବେଳେ ଏହା ପ୍ରାୟ 76 ବର୍ଷରେ ଥରେ ପୃଥ‌ିବୀ ନିକଟକୁ ଆସେ । 1682 ମସିହାରେ ହାଲିଙ୍କ ଦ୍ବାରା ଆବିଷ୍କୃତ ଏହି ଧୂମକେତୁଟି ଶେଷଥର ପାଇଁ 1986 ମସିହାରେ ଦେଖାଯାଇଥିଲା ।
(vii) ଧୂମକେତୁର ପୁଚ୍ଛ ପୃଥ‌ିବୀର ନିକଟତର ହେବାବେଳେ ସେଥୁରୁ ଧୂଳିକଣା, ଛୋଟ ପଥରଖଣ୍ଡ ଇତ୍ୟାଦି ପୃଥ‌ିବୀଦ୍ଵାରା

ଉଲ୍‌କା ଓ ଉଲ୍‌କାପିଣ୍ଡ (Meteors and Meteorites) :
(i) ଅନ୍ଧାର ରାତିରେ ଯେଉଁ ମହାକାଶୀୟ ବସ୍ତୁ ଆଲୋକର ଝଲକ ସୃଷ୍ଟି କରି ଭୂପୃଷ୍ଠ ଆଡ଼କୁ ପଡ଼ିବାର ଦେଖାଯାଏ, ସେଗୁଡ଼ିକୁ ଉଲ୍‌କା କହନ୍ତି । ଏହାକୁ ଖସୁଥ‌ିବା ତାରା କୁହାଯାଏ ।
(ii) ଗ୍ରହାଣୁ କିମ୍ବା ଧୂମକେତୁପରି ମହାକାଶୀୟ ବସ୍ତୁ ସେମାନଙ୍କର ପରିକ୍ରମଣବେଳେ ପୃଥ‌ିବୀର ନିକଟତର ହେଲେ ଉଲ୍‌କାପାତ ହୋଇପାରେ । ଉଲ୍‌କାଗୁଡ଼ିକ ଗ୍ରହାଣୁ କିମ୍ବା ଧୂମକେତୁର ଅଂଶବିଶେଷ । ବାୟୁମଣ୍ଡଳ ସହ ଘର୍ଷଣ – ଯୋଗୁଁ ସେସବୁ ଏତେ ଉତ୍ତପ୍ତ ହୁଅନ୍ତି ଯେ ସେଠାରେ ପୋଡ଼ି ପାଉଁଶ ହୋଇଯାଆନ୍ତି ।
(iii) ଯେଉଁ ଉଲ୍‌କାଗୁଡ଼ିକ ଆକାରରେ ବଡ଼, ସେଗୁଡ଼ିକ ସଂପୂର୍ଣ୍ଣ ପୋଡ଼ି ନଯାଇ ଭୂପୃଷ୍ଠରେ ଆସି ପଡ଼ନ୍ତି । ଏଗୁଡ଼ିକ ଥଣ୍ଡା ହୋଇ ପଥର ଆକାରରେ ପଡ଼ିରହନ୍ତି । ସେଗୁଡ଼ିକୁ ଉଲ୍‌କାପିଣ୍ଡ କୁହାଯାଏ ।
(iv) ପ୍ରାୟ 30 ଟନ୍ ଓଜନର ଉଲ୍‌କାପିଣ୍ଡ ପୃଥ‌ିବୀପୃଷ୍ଠରେ ପଡ଼ିଥିବାର ଉଦାହରଣ ରହିଛି । ଉଲ୍‌କାପିଣ୍ଡଗୁଡ଼ିକରେ ଲୁହା, ନିକେଲ ଇତ୍ୟାଦି ଚୁମ୍ବକୀୟ ପଦାର୍ଥ ବେଶୀ ପରିମାଣରେ ଥାଏ ।
2003 ମସିହା ସେପ୍ଟେମ୍ବର 27 ତାରିଖ ସନ୍ଧ୍ୟାବେଳେ ଏମିତି କିଛି ଉଲ୍‌କାପିଣ୍ଡ ଓଡ଼ିଶାର ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ପଡ଼ିଥିଲା ଓ ମଧ୍ୟଦେଇ ଗତି କଲାବେଳେ ଅନେକ ଉଲ୍‌କା

କୃତ୍ରିମ ଉପଗ୍ରହ (Artificial Satellites) :
(i) କୃତ୍ରିମ ଉପଗ୍ରହ ମନୁଷ୍ୟକୃତ ଓ ଏଗୁଡ଼ିକ ବୈଜ୍ଞାନିକ ପଦ୍ଧତିରେ ପୃଥ‌ିବୀ ଚାରିପଟେ ନିର୍ଦ୍ଦିଷ୍ଟ କକ୍ଷରେ ଘୂରାଯାଇଥାଏ । ପୃଥ‌ିବୀ ଚାରିପଟେ ଏମାନେ ଘୂରୁଥିବା କକ୍ଷର ଆକାର ପ୍ରାକୃତିକ ଉପଗ୍ରହମାନଙ୍କ କକ୍ଷର ଆକାରଠାରୁ ଢେର କମ୍ ।
ସେଗୁଡ଼ିକ ସଂଗ୍ରହ କରାଯାଇଅଛି । ପୃଥ‌ିବୀ ଧୂମକେତୁର ଲାଞ୍ଜ ଦେଖିବାକୁ ମିଳେ । ବର୍ଷକ ମଧ୍ୟରେ ଉଲ୍‌କା ବର୍ଷା ଅନେକ ହୁଏ
(ii) କୃତ୍ରିମ ଉପଗ୍ରହର ପରିକ୍ରମଣ ସମୟ ପୃଥ‌ିବୀର ଆବର୍ତ୍ତନ ସମୟ ସହିତ ସମାନ ନୁହେଁ; ଫଳରେ ଏହା ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନ ଉପରେ ରହିଥାଏ ।
(iii) କିନ୍ତୁ କିଛି କୃତ୍ରିମ ଉପଗ୍ରହ ଏବେ ତିଆରି ହେଲାଣି ଯେଉଁମାନଙ୍କର ପରିକ୍ରମଣ ସମୟ ପୃଥ‌ିବୀର ଆବର୍ତ୍ତନ ସମୟ ସହିତ ସମାନ । ଏମାନେ ପୃଥ‌ିବୀର ଏକ ନିର୍ଦ୍ଦିଷ୍ଟ ସ୍ଥାନ ଉପରେ ସ୍ଥିର ଥିବାପରି ଜଣାପଡ଼ନ୍ତି । ତେଣୁ ଏମାନଙ୍କୁ ଭୂ-ସ୍ଥିର ଉପଗ୍ରହ (Geo-stationary Satellite) କୁହାଯାଏ ।
(iv) ଆଉ କେତେକ କୃତ୍ରିମ ଉପଗ୍ରହ ସାହାଯ୍ୟରେ ମହାକାଶରୁ ଭୂପୃଷ୍ଠ ଓ ଭୂ-ଅଭ୍ୟନ୍ତରରେ ଥିବା ଜଙ୍ଗଲ, ଖଣି, ପ୍ରାକୃତିକ ଗ୍ୟାସ୍ ଓ ପେଟ୍ରୋଲିୟମ୍ ସ୍ତର ଇତ୍ୟାଦି ବିଷୟ ସନ୍ଧାନ କରାଯାଏ । ଏମାନଙ୍କୁ ସୁଦୂର- ସନ୍ଧାନୀ ଉପଗ୍ରହ (Remote sensing Satellite) କହନ୍ତି ।

ଅନେକ ଉପକାର ହୋଇପାରୁଛି; ଯଥା –
(i) ଇତ୍ୟାଦି ବିଷୟରେ ସୂଚନା ପ୍ରଦାନ କରି ପାରୁଛି ।
(ii) ସୁଦୂର -ସନ୍ଧାନୀ ଉପଗ୍ରହ ଦ୍ଵାରା ଖଣିଜ ପଦାର୍ଥ ତଥା ଭୂଗର୍ଭରେ ଗଚ୍ଛିତ ତୈଳ ଇତ୍ୟାଦିର ପରିମାଣ କରାଯାଇପାରୁଛି ।
(iii) ଭୂ ସ୍ଥି ର ଉପଗ୍ର ହ ଟେଲି ଯୋଗାଯୋଗ ବା ଦୂର ସିଧା ପ୍ରସାରଣ, ଉପଗ୍ରହ ମାଧ୍ୟମରେ ଶିକ୍ଷାଦାନ ଇତ୍ୟାଦି ସମ୍ପାଦନ କରାଯାଇପାରୁଛି ।
(iv) ଜଙ୍ଗଲ ଓ ପରିବେଶ ସନ୍ତୁଳନ ନିମନ୍ତେ ନୂତନ ଜଙ୍ଗଲ ସୃଷ୍ଟିପାଇଁ ସ୍ଥାନ ନିରୂପଣ ଇତ୍ୟାଦି କ୍ଷେତ୍ରରେ ଉପଗ୍ରହ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣକରିଛି ।

BSE Odisha 8th Class Science Notes Chapter 17 ତାରକା ଓ ସୌରଜଗତ 3

BSE Odisha 8th Class Science Notes Chapter 17 ତାରକା ଓ ସୌରଜଗତ

1957 ମସିହା ଅକ୍ଟୋବର 4 ତାରିଖ ଦିନ ସ୍ଫୁଟନିକ୍-। କୃତ୍ରିମ ଉପଗ୍ରହକୁ ମହାକାଶକୁ ପଠାଇ ରୁଷିଆ କୃତ୍ରିମ ଉପଗ୍ରହ ଯୁଗର ଆୟମାରମ୍ଭ କରିଥିଲା । ଭାରତର ପ୍ରଥମ କୃତ୍ରିମ ଉପଗ୍ରହର ନାମ ହେଉଛି ଆର୍ଯ୍ୟଭଟ୍ଟ । ଅନ୍ୟ କେତେକ ଭାରତୀୟ କୃତ୍ରିମ ଉପଗ୍ରହ ହେଲା – ଇନ୍‌ସାଟ୍, ଆଇ.ଆର.ଏସ୍., କଳ୍ପନା-1, ଏଡୁସାଟ ଇତ୍ୟାଦି ।

BSE Odisha 8th Class Science Notes Chapter 17 ତାରକା ଓ ସୌରଜଗତ 4

CHSE Odisha Class 12 Odia Solutions Chapter 12 ରୂପନାରାୟଣ ସାହା

Odisha State Board CHSE Odisha Class 12 Odia Solutions Chapter 12 ରୂପନାରାୟଣ ସାହା Textbook Exercise Questions and Answers.

CHSE Odisha Class 12 Odia Chapter 12 ରୂପନାରାୟଣ ସାହା Question Answer

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନବଳୀର ଉତ୍ତର

(କ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

Question ୧ ।
‘ରୂପନାରାୟଣ ସାହା’ ଗଳ୍ପଟି କେଉଁ ସମୟର କଥା କହିଛି ?
ଗୁଡ଼ଫ୍ରାଇଡ଼େ ଛୁଟି, କ୍ରିଷ୍ଟମାସ ଛୁଟି, ନିଉଇୟର ଛୁଟି, ଏକ୍ସମାସ ଛୁଟି ।
Answer:
କ୍ରିଷ୍ଟମାସ ଛୁଟି

Question ୨ ।
ଭାରତ ଭୂମିର ଅସଂଖ୍ୟ ପୁଣ୍ୟ କାଙ୍ଗାଳ ଜନତାର ଚିର ଇପ୍‌ସିତ ସ୍ଥାନ ବୋଲି କାହାକୁ କୁହାଯାଇଛି ?
ତିରୁପତି, ବୃନ୍ଦାବନ, ମଥୁରା, ବନାରସ୍ ।
Answer:
ବନାରସ୍

Question ୩ ।
ବନାରସରେ କେଉଁ ମନ୍ଦିର ଅବସ୍ଥିତ ?
ସୋମନାଥ, କେଦାରନାଥ, କାଶୀବିଶ୍ଵନାଥ, ବଦ୍ରିନାଥ ।
Answer:
କାଶୀବିଶ୍ଵନାଥ

Question ୪।
ହତଶ୍ରୀ ସଭ୍ୟତାର ଡଷ୍ଟବିନ୍ ବୋଲି କାହାକୁ କୁହାଯାଇଛି ?
ଡାଳୁଣ୍ଡି, ରାମ୍‌ନଗର, ସଦରବଜାର, ଗୋଧୂଳିଆ ।
Answer:
ଡାଳୁଣ୍ଡି

Question ୫।
ଗୋଧୂଳି ଓ ଗଙ୍ଗାଜୀ-ଉଭୟଙ୍କୁ କ’ଣ ବୋଲି କୁହାଯାଇଛି ?
ମାନମୟୀ, ପ୍ରେମମୟୀ, ରହସ୍ୟମୟୀ, ଭାବମୟୀ ।
Answer:
ରହସ୍ୟମୟୀ

Question ୬।
ଗଙ୍ଗାର କେଉଁ ରଙ୍ଗର ପାଣି ଲାଲେ-ଲାଲ୍ ଲାଗୁଥିଲା ?
ପେସ୍ତା, ଗହମ, ବାଜରା, ବାଦାମ ।
Answer:
ଗହମ

Question ୭ ।
ନୌକାର ପାଲ କେତେ ଫଣା ବାସୁକୀ ପରି ନଇଁଯାଇ ଉପରକୁ ଉଠିଯାଏ ବୋଲି କୁହାଯାଇଛି ?
ସପ୍ତଫଣା, ଶତଫଣା, ସହସ୍ର ଫଣା, ସହସ୍ରାତ୍ମକ ଫଣା ।
Answer:
ସହସ୍ର ଫଣା

Question ୮ ।
ଅଶୋକଙ୍କ ବାପା ବନାରସରେ କି ଚାକିରି କରିଥିଲେ ?
ପୋଲିସ ଅଫିସର, ମିଲିଟାରୀ ମେଜର, ପ୍ରଫେସର, ମିଲିଟାରୀ ଡାକ୍ତର ।
Answer:
ମିଲିଟାରୀ ଡାକ୍ତର

Question ୯ ।
କାହାରି ଅଦୃଶ୍ୟ ଇଙ୍ଗିତରେ ନୌକା ଘାଟରେ ଲାଗିଥିଲା ?
ମାଝିର, କର୍ପୋରେସନର, ପୋଲିସ ଷ୍ଟେସନର, ମାଜିଷ୍ଟ୍ରେଟଙ୍କର ।
Answer:
କର୍ପୋରେସନର

Question ୧୦ ।
କିଏ ଇଂରାଜୀ ଭାଷାରେ ବିରକ୍ତି ପ୍ରକଟ କରି କହିଥିଲେ – ‘ଇଡ଼ିୟଟ୍’ ?
ବାପା, ବଡ଼ଭାଇ, ଦାଦା, ମାଆ।
Answer:

Question ୧୧ ।
ରାମ୍‌ଗର ଦେଖୁରି ଗଙ୍ଗାପାର ହେଉଥ‌ିବାବେଳେ ଅଶୋକଙ୍କ ବୟସ କେତେ ଥିଲା ?
ବାର, ଏଗାର, ଦଶ, ଆଠ ।
Answer:
ଦଶ

CHSE Odisha Class 12 Odia Solutions Chapter 12 ରୂପନାରାୟଣ ସାହା

Question ୧୨ ।
ଅଶୋକର ପିଠି ଉପରେ ମାଷ୍ଟରଜୀଙ୍କ ବଡ଼ପାପୁଲି କିପରି କମ୍ପି ଉଠିଥିଲା ?
ଦେବଦାରୁପତ୍ର ପରି, ବରପତ୍ର ପରି, କଦଳୀପତ୍ର ପରି, ଅଶ୍ଵତ୍‌ପତ୍ରପରି ।
Answer:
ଅଶ୍ଵତ୍‌ପତ୍ରପରି

Question ୧୩ ।
ମାଷ୍ଟରଜୀ କେତେ ଟଙ୍କା ଦରମାରେ ଅଶୋକଙ୍କର ଟ୍ୟୁସନମାଷ୍ଟର ଥିଲେ ?
Answer:
ପାଞ୍ଚଟଙ୍କା

Question ୧୪।
ମାଷ୍ଟରଜୀଙ୍କ ପ୍ରତିଟି ତନ୍ତ୍ରୀ, ପ୍ରତିଟି ରେଣୁକୁ ଉଜ୍ଜୀବିତ କରି କିଏ ନିଜକୁ ପ୍ରକାଶ କରୁଥିଲା ?
ବିବେକ, ବିଚାର, ଜ୍ଞାନ, ସତ୍ୟ ।
Answer:
ସତ୍ୟ

Question ୧୫ ।
ମାଷ୍ଟରଜୀଙ୍କ ନାସିକା କେଉଁପରି ଥିଲା ବୋଲି କୁହାଯାଇଛି ?
ପିକଚଞ୍ଚୁ ପରି, ଚିଲଚଞ୍ଚୁ ପରି, କାକଚଞ୍ଚୁ ପରି, ଶୁକଚଞ୍ଚୁ ପରି ।
Answer:
ଶୁକଚଞ୍ଚୁ ପରି

Question ୧୬ ।
ଅଶୋକଙ୍କର ଡାକନାମ କ’ଣ ଥିଲା ?
ମନୁ, ମୁନ୍ନା, ଚିନ୍ନା, କାହ୍ନା ।
Answer:
ମୁନ୍ନା

Question ୧୭ ।
କାହାର ନାମ ମନ୍ତୁ ଦିଆ ଯାଇଥିଲା ?
କୁକୁର ଛୁଆର, ବଣିଆଛୁଆର, ପାତିମାଙ୍କଡ଼ ଛୁଆର, ପୋଷା ବିଲେଇ ଛୁଆର ।
Answer:
ପାତିମାଙ୍କଡ଼ ଛୁଆର

Question ୧୮ ।
ମାତାଜୀଙ୍କ ହାତ ତିଆରି କେଉଁ ଖାଦ୍ୟ ଥରେ ଯେ ଖାଇଛି ସେ ଜୀବନସାରା ଭୁଲି ପାରିବନି ବୋଲି କୁହାଯାଇଛି ?
ପକୁଡ଼ି, ଉପମା, ସନ୍ଦେଶ, ହାଲୁଆ।
Answer:
ହାଲୁଆ

Question ୧୯ ।
ଉତ୍ତର ଭାରତ ବ୍ୟାପୀ ପ୍ରାଥମିକ ଶିକ୍ଷକ ଧର୍ମଘଟରେ ମାଷ୍ଟରଜୀ କ’ଣ ଥିଲେ ?
ବିଦ୍ରୋହୀ, ସମର୍ଥକ, ପୁରୋଧା, ପଳାତକ ।
Answer:
ପୁରୋଧା

Question ୨୦ ।
ଧର୍ମଘଟ ବେଳେ ମାଷ୍ଟରଜୀଙ୍କ ଦରମା କେତେ ଥିଲା ?
ପନ୍ଦର ଟଙ୍କା, ତେର ଟଙ୍କା, ଏଗାର ଟଙ୍କା, ଦଶଟଙ୍କା ।
Answer:
ତେର ଟଙ୍କା

Question ୨୧ ।
ମାଷ୍ଟରଜୀଙ୍କୁ କେଉଁ ରୋଗ ହୋଇଥିଲା ବୋଲି ଡାକ୍ତର କହିଥିଲେ ?
ପ୍ଲୁରେସି, ଡିସେଣ୍ଡି, ଡାଏବେଟିକ୍, ନିମୋନିଆ ।
Answer:
ପ୍ଲୁରେସି

Question ୨୨ ।
ମାଷ୍ଟରଜୀଙ୍କ ପୁଅର ନାମ କ’ଣ ଥିଲା ?
ରାମଗୋପାଳ, ରାମଦୁଲାଳ, ରାମସରନ୍, ରାମମନୋହର ।
Answer:
ରାମସରନ୍

Question ୨୩ ।
ମାଷ୍ଟରଜୀଙ୍କ ସ୍ତ୍ରୀ ନାମ କ’ଣ ଥିଲା ?
ରୂପା, ସୁନା, ହୀରା, ପଦ୍ମା ।
Answer:

Question ୨୪ ।
ମାଷ୍ଟରଜୀ ତାଙ୍କ କାହାଣୀରେ କେଉଁ ସିଂହ କଥା କହୁଥିଲେ
ଚେକୋସ୍ଲୋଭିଆର, ଆଲୋକ୍‌ଜାଣ୍ଡ୍ରିଆର, ଆସିଲିସ୍‌ର, କାଲିଫର୍ନିଆର ।
Answer:
ଆଲୋକ୍‌ଜାଣ୍ଡ୍ରିଆର

Question ୨୫ ।
କାହାର ଭୀରୁ ସଙ୍କୁଚିତ ବିବେକ ନେଇ ଅଶୋକ ରାସ୍ତାରେ ଚାଲିଥିଲେ ?
ହତ୍ୟାକାରୀର, ପ୍ରଶାସକର, ବିଶ୍ବାସଘାତକର, ଅବିବେକୀର ।
Answer:
ହତ୍ୟାକାରୀର

Question ୨୬ ।
ଏ ଜାତିକୁ କ’ଣ ନୂଆକରି ଦେବାକୁ ମାଷ୍ଟରଜୀ କହୁଥ‌ିବା ପରି ଅଶୋକର ମନେହୋଇଛି ?
ପ୍ରାଥମିକ ଶିକ୍ଷା, ଉପଯୁକ୍ତ ଶିକ୍ଷା, ନୈତିକ ଶିକ୍ଷା, ମାଧ୍ୟମିକ ଶିକ୍ଷା ।
Answer:
ପ୍ରାଥମିକ ଶିକ୍ଷା

Question ୨୭ ।
ଏ ଜାତି ଧୀରେ ଧୀରେ କାହା କୁଣ୍ଡଳିର ଶୀତ-ଶଯ୍ୟାରୁ ଚଞ୍ଚଳ ହୋଇ ଉଠିବ ବୋଲି କୁହାଯାଇଛି ?
ଗୋଖର, ଅଜଗର, ଅହିରାଜ,
Answer:
ଅହିରାଜ

(ଖ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ । ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

Question ୧ ।
ବନାରସ ରାସ୍ତାରେ ଲୋକଙ୍କ ଧାଡ଼ି କେଉଁପରି ଲାଗୁଥିଲା ବୋଲି କୁହାଯାଇଛି ?
Answer:
ବନାରସ ରାସ୍ତାରେ ଲୋକଙ୍କ ଧାଡ଼ି ଜମାଟ ବାନ୍ଧି ଯାଇଥିବା ବରଫ ପରି ଲାଗୁଥିଲା ବୋଲି କୁହାଯାଇଛି ।

Question ୨ ।
ରୂପ-ପିୟାସୀ ନାଗରିକଙ୍କ ତୀର୍ଥ କିଏ ?
Answer:
ରୂପ-ପିୟାସୀ ନାଗରିକଙ୍କ ତୀର୍ଥ ଡା୍ଲ୍‌ମଣ୍ଡି ।

Question ୩ ।
ଗଙ୍ଗାର ଲାଲେ-ଲାଲ୍ ପାଣି ମୁକ୍ତକେଶୀ ଦ୍ରୌପଦୀଙ୍କ କେଉଁ ଦୃଶ୍ୟ ପରି ମନେହେଉଛି ?
Answer:
ଗଙ୍ଗାର ଲାଲେ-ଲାଲ୍ ପାଣି ମୁକ୍ତକେଶୀ ଦ୍ରୌପଦୀଙ୍କ ବେଣୀବନ୍ଧନ ଦୃଶ୍ୟ ପରି ମନେହୋଇଛି ।

Question ୪ ।
ବହୁ ଯାତ୍ରୀବାହୀ ନୌକା କେଉଁପରି ଗଙ୍ଗାର ଏ କୂଳରୁ ସେ କୂଳକୁ ଯାତାୟାତ କରୁଥିବାର କୁହାଯାଇଛି ?
Answer:
ବହୁ ଯାତ୍ରୀବାହୀ ନୌକା ଉଜ୍ଜ୍ବଳ ଚକ୍ରବାଳର ପଟ୍ଟଭୂମିରେ ସିହୁଟ ଛବିପରି ଗଙ୍ଗାର ଏ କୂଳରୁ ସେ କୂଳରୁ ଯାତାୟାତ କରୁଥିବାର କୁହାଯାଇଛି ।

Question ୫।
ହରିଶ୍ଚନ୍ଦ୍ରଘାଟ ପରେ ନୌକା କେଉଁ ଘାଟରେ ପହଞ୍ଚିବ ବୋଲି କୁହାଯାଇଛି ?
Answer:
ହରିଶ୍ଚନ୍ଦ୍ରଘାଟ ପରେ ନୌକା ଦଶ।ଶ୍ଵାମେଧ ଘାଟରେ ପହଞ୍ଚିବ ବୋଲି କୁହାଯାଇଛି ।

Question ୬ ।
ମାଝିର ଭାଷା କେଉଁସବୁ ଭାଷାର ମିଶାମିଶି ଭାଷା ଥିଲା ?
Answer:
ମାଝିର ଭାଷା ହିନ୍ଦି, ମୈଥୁଳୀ ଆଉ ଭୋଜପୁରୀ ଭାଷାର ମିଶାମିଶି ଭାଷା ଥିଲା ।

Question ୭।
ହର୍ ଆଡ୍‌ମିକୋ କେତେ ଟ୍ୟାକ୍‌ସ ଲଗାଯାଏଗା ବୋଲି ‘ମାଝି’ କହିଛି ?
Answer:
ହର୍ ଆଡ୍‌ମିକୋ ଏକ୍ ଏକ୍ ରୂପିୟା ଟ୍ୟାକ୍‌ସ ଲଗାଯାଏଗା ବୋଲି ମାଝି କହିଛି ।

CHSE Odisha Class 12 Odia Solutions Chapter 12 ରୂପନାରାୟଣ ସାହା

Question ୮।
ସୁବିଧାବାଦୀ ସାନ ଭଉଣୀ ଖନେଇ ଖନେଇ କ’ଣ କହିଥିଲା ?
Answer:
ସୁବିଧାବାଦୀ ସାନ ଭଉଣୀ ଖନେଇ ଖନେଇ, ‘ଭାଇର ଆଉ ପ୍ୟାଣ୍ଟ କିଣାହେବନି’’ ବୋଲି କହିଥିଲା ।

Question ୯ ।
ଜେଜେମା’ଙ୍କର କେଉଁ ଆଦେଶ ପିଲାଦିନେ ଅଶୋକ ଅମାନ୍ୟ କରିଥିଲା ?
Answer:
ଜେଜେମା’ଙ୍କର ଅଫିମ ପାଇଁ ବଜାରକୁ ଯିବା ଆଦେଶ ପିଲାଦିନେ ଅଶୋକ ଅମାନ୍ୟ କରିଥିଲା

Question ୧୦ ।
ଆର୍ଦ୍ର, ବାଷ୍ପକୁଳ କଣ୍ଠରେ କ’ଣ ମିଶି ମାଷ୍ଟରଜୀଙ୍କ କଣ୍ଠସ୍ଵର ଅଦ୍‌ଭୁତ ଶୁଣାଯାଉଥିଲା ?
Answer:
ଆର୍ଦ୍ର, ବାଷ୍ପକୁଳ କଣ୍ଠରେ କ୍ରୋଧର ଉତ୍ତେଜନା ମିଶି ମାଷ୍ଟରଜୀଙ୍କ କଣ୍ଠସ୍ଵର ଅଦ୍‌ଭୁତ ଶୁଣାଯାଉଥିଲା ।

Question ୧୧ ।
ଗତାୟୁ ଗୋଧୂଳିର ସେଇ ଲଗ୍ନରେ ଅଶୋକ ପ୍ରଥମଥରପାଇଁ କ’ଣ ଅନୁଭବ କରିଥିଲେ ?
Answer:
ଗତାୟୁ ଗୋଧୂଳିର ସେଇ ଲଗ୍ନରେ ଅଶୋକ ପ୍ରଥମଥରପାଇଁ ତାହାର ସମସ୍ତ ଇନ୍ଦ୍ରିୟ ଆଚ୍ଛନ୍ନକରି ମାଷ୍ଟରଜୀଙ୍କ ସମଗ୍ର ସତ୍ତା ଯେପରି ଅନୁଭବ କରିଥିଲେ ।

Question ୧୨ ।
ତୁହାଇ ତୁହାଇ କେଉଁକଥା ଅଶୋକଙ୍କ ମନ ଭିତରେ ଉତୁରି ପଡୁଥିଲା ?
Answer:
ତୁହାଇ ତୁହାଇ ଶୈଶବର ସ୍ମୃତି ଅଶୋକଙ୍କ ମନ ଭିତରେ ଉତୁରି ପଡ଼ୁଥିଲା ।

Question ୧୩ ।
ମାଷ୍ଟରଜୀଙ୍କ ଦୁଇଟି ଶିଷ୍ୟଙ୍କ ନାମ କ’ଣ ଥିଲା ?
Answer:
ମାଷ୍ଟରଜୀଙ୍କ ଦୁଇଟି ଶିଷ୍ୟଙ୍କ ନାମ ମୁନ୍ନା ଓ ମନୁ ଥିଲା ।

Question ୧୪ ।
ମାଷ୍ଟରଜୀ କେତେବେଳେ ଡରି ଅସ୍ଥିର ହୋଇଥା’ନ୍ତି ?
Answer:
ମାଷ୍ଟରଜୀଙ୍କୁ ମନୁ ଦାନ୍ତ ଦେଖେଇଲେ ସେ ଡରି ଅସ୍ଥିର ହୋଇଥା’ନ୍ତି ।

Question ୧୫ ।
କେଉଁ ପୋଷାକରେ ମାଷ୍ଟରଜୀ ତାଙ୍କୁ ଚିହ୍ନି ପାରିବେନି ବୋଲି ଅଶୋକ ଆଶଙ୍କା କରିଥିଲେ ?
Answer:
ସୁଟ୍ ଆଉ ଟାଇର ପୋଷାକରେ ମାଷ୍ଟରଜୀ ତାଙ୍କୁ ଚିହ୍ନି ପାରିବେନି ବୋଲି ଅଶୋକ ଆଶଙ୍କା କରିଥିଲେ ।

Question ୧୬ ।
ମାଷ୍ଟରଜୀଙ୍କୁ ଚକରି ଚିହ୍ନିନେବା ପରେ ଅଶୋକ ପ୍ରଥମେ କ’ଣ କରିବେ ବୋଲି କହିଛନ୍ତି ?
Answer:
ମାଷ୍ଟରଜୀଙ୍କୁ ଚକରି ଚିହ୍ନିନେବା ପରେ ଅଶୋକ ପ୍ରଥମେ ତାଙ୍କର ପାଦଧୂଳି ନେବେ ବୋଲି କହିଛନ୍ତି ।

Question ୧୭ ।
ପୋଷ୍ଟ ଅଫିସର ସାମ୍ନାରେ ଦୁଇଟି ରାସ୍ତା ଦୁଇଆଡ଼କୁ କିପରି ବାଙ୍କିଯାଇଛି ବୋଲି କୁହାଯାଇଛି ?
Answer:
ପୋଷ୍ଟ ଅଫିସର ସାମ୍ନାରେ ଦୁଇଟି ରାସ୍ତା ଦୁଇଆଡ଼କୁ ଯୂପକାଷ୍ଠ ପରି ବାଙ୍କିଯାଇଛି ବୋଲି କୁହାଯାଇଛି ।

Question ୧୮ ।
ପିଣ୍ଡା ଉପରେ ଗପ ଜମେଇଥିବା କେଇଜଣଙ୍କୁ ଅଶୋକ କ’ଣ ପଚାରିଥିଲେ ?
Answer:
ପିଣ୍ଡା ଉପରେ ଗପ ଜମେଇଥିବା କେଇଜଣଙ୍କୁ ଅଶୋକ ‘ରୂପନାରାୟଣଜୀ କେଉଁଠି ରହନ୍ତି ବୋଲି ପଚାରିଥିଲେ ।

Question ୧୯ ।
‘‘ରୂପନାରାୟଣକି ସୋନେକା ଦୁକାନ୍’’ କେଉଁଠି ଥିଲା ବୋଲି କୁହାଯାଇଛି ?
Answer:
‘ରୂପନାରାୟଣକି ସୋନେକା ଦୁକାନ୍’’ ‘ଗୋଧୂଳିଆରେ’ ଥିଲା ବୋଲି କୁହାଯାଇଛି ।

Question ୨୦ ।
କେଉଁ ଆଖୁର ଏକ୍‌ସରେ ଦେଇ ରିକ୍‌ସାବାଲା ଅଶୋକଙ୍କ ଅଭ୍ୟନ୍ତରକୁ ଦେଖିବାକୁ ଚେଷ୍ଟା କରୁଥିଲା ?
Answer:
ପରଳ ଲଗା ପେଜୁଆ ପେଜୁଆ ଆଖର ଏକ୍‌ସରେ ଦେଇ ରିକ୍‌ସାବାଲା ଅଶୋକଙ୍କ ଅଭ୍ୟନ୍ତରକୁ ଦେଖିବାକୁ ଚେଷ୍ଟା କରୁଥିଲା ।

Question ୨୧ ।
ମନୁଷ୍ୟ କଥାକହିବା ଅପେକ୍ଷା କେଉଁଥିରେ ଯଥେଷ୍ଟ ବେଶି ପ୍ରକାଶ କରିପାରେ ?
Answer:
ମନୁଷ୍ୟ କଥାକହିବା ଅପେକ୍ଷା ନୀରବରେ ଯଥେଷ୍ଟ ବେଶି ପ୍ରକାଶ କରିପାରେ ।

Question ୨୨ ।
କେଉଁଥ୍ରେ ତାଙ୍କର ଗୋଟାଏ ବଡ଼ ସମାଧାନ ହୋଇଯାଇଛି ବୋଲି ମାଷ୍ଟରଜୀ ଅଶୋକଙ୍କୁ କହିଥିଲେ ?
Answer:
ଜେଲ୍‌ରେ ଥିଲାବେଳେ ସ୍ତ୍ରୀ ମରିଯିବା ଘଟଣା ସେ ତାଙ୍କର ଗୋଟାଏ ବଡ଼ ସମାଧାନ ହୋଇଯାଇଛି ବୋଲି ମାଷ୍ଟରଜୀ ଅଶୋକଙ୍କୁ କହିଥିଲେ ।

Question ୨୩ ।
ଝାଙ୍କ କାଶରେ ମାଷ୍ଟରଜୀଙ୍କର କ’ଣ ଦୋହଲି ଯାଇଥିଲା ?
Answer:
ଝାଙ୍କ କାଶରେ ମାଷ୍ଟରଜୀଙ୍କର ଜୀର୍ଣ୍ଣ କଙ୍କାଳଗୁଡ଼ାକ ଦୋହଲି ଯାଇଥିଲା ।

Question ୨୪ ।
ବଡ଼ ପିଲାଦିନୁ ‘ରାମସରନ୍’ ଉପରେ କ’ଣ ପଡ଼ିଗଲା ବୋଲି କୁହାଯାଇଛି ?
Answer:
ବଡ଼ ପିଲାଦିନୁ ‘ରାମସରନ୍’ ଉପରେ ଅନେକ ଦାୟିତ୍ଵ ପଡ଼ିଗଲା ବୋଲି କୁହାଯାଇଛି ।

Question ୨୫ ।
କାହାର ଆକାଶ ଉପରେ ଅନ୍ଧାର ଜମି ଆସିଛି ବୋଲି କୁହାଯାଇଛି ?
Answer:
ସଦର ବଜାରର ଆକାଶ ଉପରେ ଅନ୍ଧାର ଜମି ଆସିଛି ବୋଲି କୁହାଯାଇଛି ।

Question ୨୬ ।
କେଉଁଥରେ ମାଷ୍ଟରଜୀଙ୍କର ଅସାଧାରଣ ଦକ୍ଷତା ଥିଲା ?
Answer:
କାହାଣୀ କହିବାରେ ମାଷ୍ଟରଜୀଙ୍କର ଅସାଧାରଣ ଦକ୍ଷତା ଥିଲା ।

Question ୨୭ ।
କାହାଣୀର ପ୍ରତ୍ୟେକଟି ଚରିତ୍ରକୁ ମାଷ୍ଟରଜୀ କ’ଣ କରି ପାରୁଥିଲେ ?
Answer:
କାହାଣୀର ପ୍ରତ୍ୟେକଟି ଚରିତ୍ରକୁ ମାଷ୍ଟରଜୀ ଆଖ୍ ଆଗରେ ଜୀବନ୍ତକରି ତୋଳି ଧରି ପାରୁଥିଲେ ।

Question ୨୮ ।
ଏଇ ବିଶ୍ଵର ବିରାଟ ବହି ଉପରେ କାହାଙ୍କ ହୃତ୍‌ପଦ୍ମର ସ୍ପନ୍ଦନ ଅଶୋକ ଶୁଣିପାରିଛନ୍ତି ?
Answer:
ଏହି ବିଶ୍ଵର ବିରାଟ ବହି ଉପରେ ବହୁ ବିଚିତ୍ର ମନୁଷ୍ୟ ନାୟକ ନାୟିକାର ହୃତ୍‌ପଦ୍ମର ସ୍ପନ୍ଦନ ଅଶୋକ ଶୁଣିପାରିଛନ୍ତି ।

Question ୨୯ ।
କର୍ପୋରେସନ କର୍ମଚାରୀ କ’ଣ କରୁଥିବାର କୁହାଯାଇଛି ?
Answer:
କର୍ପୋରେସନ କର୍ମଚାରୀ ଲାଇଟ୍ ପୋଷ୍ଟ ଦେହରେ ଶିଡ଼ି ଆଉଜେଇ ଉପରକୁ ଉଠି ଆଲୁଅ ଜାଳିବା କଥା କୁହାଯାଇଛି ।

Question ୩୦ ।
ପଳା ପଳା କରି କିରାସିନି ମାପି ଦେଉଥ‌ିବା ବୃଦ୍ଧାଟିର ବୟସ କେତେ ଥିଲା ?
Answer:
ପଳା ପଳା କରି କିରାସିନି ମାପି ଦେଉଥ‌ିବା ବୃଦ୍ଧାଟିର ବୟସ ୭୦ ଉପରେ ଥିଲା ।

Question ୩୧ ।
‘‘କୈସାଲ ହୁଅ ଦିମାକ ବିଗଡ଼ ଗୈ’’ – କାହାକୁ ଲକ୍ଷ୍ୟ କରି ଏହା କୁହାଯାଇଛି ?
Answer:
‘‘କୈ ସାଲ ହୁଆ ଦିମାକ ବିଗଡ଼ ଗୈ’’ – ବୃଦ୍ଧା ମାତାଜୀଙ୍କୁ ଲକ୍ଷ୍ୟକରି ଏହା କୁହାଯାଇଛି ।

Question ୩୨ ।
କ୍ୟାଣ୍ଟନ୍‌ମେଣ୍ଟ ରୋଡ଼ର କେଉଁ ରାସ୍ତାରେ ଅଶୋକ ଧୀରେ ଧୀରେ ପାଦ ଗଣି ଗଣି ଚାଲୁଥିଲେ ?
Answer:
କ୍ୟାଣ୍ଟନ୍‌ମେଣ୍ଟ ରୋଡ଼ର ମସୃଣ ମ୍ୟାକାଡ଼।ମାଇକଡ଼ ର।ପ୍ରାରେ ଅଶୋକ ଧୀରେ ଧୀରେ ପାଦ ଗଣି ଗଣି ଚାଲୁଥିଲେ ଚାଲୁଥିଲେ ।

(ଗ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୨ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଠିକ୍ ଉତ୍ତର ପାଇଁ ୧ ନମ୍ବର ।

ଗଳ୍ପ – ରୂପନାରାୟଣ ସାହା, ଗାଳ୍ପିକ – ଅଳମୋହନ ପଟ୍ଟନାୟକ

Question ୧ ।
କାଶୀ ବିଶ୍ଵନାଥ ମନ୍ଦିରର ରାସ୍ତା ସମ୍ପର୍କରେ କ’ଣ ବର୍ଣ୍ଣନା କରାଯାଇଛି ?
Answer:
କାଶୀ ବିଶ୍ଵନାଥ ମନ୍ଦିରର ରାସ୍ତା ନାତି ପ୍ରଶସ୍ତ ଏବଂ ସେହି ରାସ୍ତାରୁ ମନ୍ଦିରର ଅଳ୍ପ ଆଗରୁ ଜନ୍ମନେଇଛି ଆଉ ଏକ ସଂକାର୍ଣ୍ଣ ଉପପଥା

Question ୨ ।
ଡାଲମଣ୍ଡିର ସନ୍ଧ୍ୟା ସମ୍ପର୍କରେ କ’ଣ କୁହାଯାଇଛି ?
Answer:
ଏଥିରେ ଡାଲ୍‌ମଣ୍ଡିର ସନ୍ଧ୍ୟା ସମ୍ପର୍କରେ କୁହାଯାଇଛି, ‘ଏଠାରେ ସନ୍ଧ୍ୟା ଆସେ ଆତୁରା ନାୟିକାର ନିମନ୍ତ୍ରଣ- ଭୀରୁ ଆସ୍‌ର ଇଙ୍ଗିତରେ’ ।

Question ୩ ।
କେଉଁ ଆନେଇ ଅଶୋକ ଆଉଥରେ ଗଙ୍ଗା-ଗୋଧୂଳିର କରୁଣ ଏକାଙ୍କିକା ଦେଖୁଥିଲେ ?
Answer:
କୈଶୋରର କୌତୂହଳୀ ଆଞ୍ଜେଇ ଅଶୋକ ଆଉଥରେ ଗଙ୍ଗା-ଗୋଧୂଳିର କରୁଣ ଏକାଙ୍କିକା ଦେଖୁଥିଲେ ।

Question ୪ ।
ଉଜ୍ଜଳ ଚକ୍ରବାଳର ପଟ୍ଟଭୂମିରେ ଯାତ୍ରୀବାହୀ ନୌକାଗୁଡ଼ିକ ସମ୍ପର୍କରେ କ’ଣ କୁହାଯାଇଛି ?
Answer:
ଉଜ୍ଜ୍ଵଳ ଚକ୍ରବାଳର ପଟ୍ଟଭୂମିରେ ସିହୁଟ ଛବିପରି ବହୁ ଯାତ୍ରୀବାହୀ ନୌକା ଏ କୂଳରୁ ସେ କୂଳକୁ ଯାତାୟାତ କରୁଥିବ ବୋଲି କୁହାଯାଇଛି ।

Question ୫ ।
ଅଶୋକଙ୍କ ପୁରାତନ ଅନୁଭୂତିର ରୋମନ୍ଥନ କିପରି ଅନୁଭୂତ ହୋଇଥିଲା ?
Answer:
ଅଶୋକଙ୍କ ପୁରାତନ ଅନୁଭୂତିର ରୋମନ୍ଥନ, ସମୁଦ୍ର ମନ୍ଥନରେ ବହୁ ପୁରାତନ ସ୍ମୃତିର ବୁଦ୍‌ବୁଦ ପରି ଭାସି ଉପରକୁ ଉଠିଲା ପରି ଅନୁଭୂତ ହୋଇଥିଲା ।

Question ୬ ।
ପବନର ପ୍ରତିକୂଳରେ ମାଝି କ’ଣ କରୁଥିଲା ?
Answer:
ପବନର ପ୍ରତିକୂଳରେ ମାଝି ଜୋର୍‌ରେ ଆହୁଲା ଟାଣୁଥିଲା ।

CHSE Odisha Class 12 Odia Solutions Chapter 12 ରୂପନାରାୟଣ ସାହା

Question ୭ ।
କର୍ପୋରେସନର ଅଦୃଶ୍ୟ ଇଙ୍ଗିତରେ କ’ଣ ହୋଇଥିଲା ?
Answer:
କର୍ପୋରେସନର ଅଦୃଶ୍ୟ ଇଙ୍ଗିତରେ ବାଧ୍ୟ ଶିଶୁପରି ନୌକା ଲାଗିଲା ଘାଟରେ, ସେ ନିଶୁଆ ଲୋକ ପାଖରେ ।

Question ୮ ।
ରାମନଗରର ଜଲିଟ୍ରିପ୍ଟୋଟାକୁ କିପରି କିଣିବାକୁ ହେଲା ବୋଲି କୁହାଯାଇଛି ?
Answer:
ରାମନଗରର ଜଲିଟ୍ରିପ୍ଟୋଟାକୁ ଯୁଦ୍ଧ ସମୟରେ କଳାବଜାର ପଇସାରେ କିଣିବାକୁ ହେଲା ବୋଲି କୁହାଯାଇଛି ।

Question ୯ ।
ବାପା କ’ଣ ଆରମ୍ଭ କରିଦେଲେ ବୋଲି କୁହାଯାଇଛି ?
Answer:
ଟ୍ୟାକ୍‌ସ ଦେବାଟା ବାପାଙ୍କୁ ବାଧ‌ିବାରୁ ସେ ଆରମ୍ଭ କରିଦେଲେ, ‘ସବୁ ବଡ଼ ବଡ଼ ଲୋକଙ୍କ ସାଙ୍ଗରେ ତୁ ବି ଜଣେ ବଡ଼ ମଣିଷ ହୋଇଗଲୁଣି ନାଇଁ ।’

Question ୧୦ ।
ସାନଭଉଣୀର କରୁଣ ମିନତି ସମ୍ପର୍କରେ କ’ଣ କୁହାଯାଇଛି ?
Answer:
ଶିକାରୁ ଆଚାର ଚୋରି କରିବାକୁ ସାନଭଉଣୀର ବହୁ କରୁଣ ମିନତିକୁ ବାରମ୍ବାର ଉପେକ୍ଷା କରି ଅଶୋକ ନିଜର ସୁବିଧା ଦେଖୁ ତାଙ୍କର ଦୀର୍ଘ ହାତକୁ ବ୍ୟବହାର କରିଛନ୍ତି ।

Question ୧୧ ।
ଅଶୋକଙ୍କ ସମ୍ପର୍କରେ ଜେଜେମା’ଙ୍କ ଟିପ୍‌ପଣୀ କ’ଣ ଥିଲା ?
Answer:
ଅଶୋକଙ୍କ ପାଇଁ ଟ୍ୟାକ୍‌ ଦେବାକୁ ପଡ଼ିବାରୁ ଜେଜେମା’ ଟିପ୍‌ପଣୀ ଦେଇ କହିଥିଲେ – ‘‘କ’ଣ ଆଜି ? ସବୁଦିନ ପରା ସେଇଟା ଡ଼ବଡ଼ବିଟାଏ ।’’

Question ୧୨ ।
‘‘ଆପଣମାନେ ୟେ କ’ଣ କଲେ’’ କହି ମାଷ୍ଟରଜୀ କ’ଣ କହିଛନ୍ତି ?
Answer:
ସାରା ପରିବାର ଅଶୋକକୁ ଆକ୍ଷେପ କଲାବେଳେ, ‘ଆପଣମାନେ ୟେ କ’ଣ କଲେ’ କହି ମାଷ୍ଟରଜୀ କହିଛନ୍ତି, ଅଶୋକ କିଛି ଭୁଲ କରିନାହିଁ, ସେ କେବଳ ସତକଥା କହିଛି ।

Question ୧୩ ।
ଅକାଳ-ପ୍ରୌଢ଼, ଚିନ୍ତାଜୀର୍ଣ୍ଣ, ଦରିଦ୍ର ଶିକ୍ଷକଟି କେଉଁ ପଦକୁ ଉତ୍ତୀର୍ଣ୍ଣ ହୋଇଯାଇଥିଲେ ବୋଲି କୁହାଯାଇଛି ?
Answer:
ଅକାଳ-ପ୍ରୌଢ଼, ଚିନ୍ତାଜୀର୍ଣ, ଦରିଦ୍ର ଶିକ୍ଷକଟି ସମଗ୍ର ପରିବାରର ମୁରବୀ ପଦକୁ ଉତ୍ତୀର୍ଣ୍ଣ ହୋଇଯାଇଥିଲେ ବୋଲି କୁହାଯାଇଛି ।

Question ୧୪ ।
ମୁନ୍ନା ଓ ମନୁ ଭିତରେ କ’ଣ ପାର୍ଥକ୍ୟ ଥିଲା ?
Answer:
ମୁନ୍ନା ହେଉଛି ଅଶୋକଙ୍କ ଡାକ ନାମ ଏବଂ ମନ୍ତ୍ର ହେଉଛି ତାଙ୍କର ପୋଷା ପାତିମାଙ୍କଡ଼ର ଛୁଆର ନାଁ ।

Question ୧୫ ।
ମନୁ ଦାନ୍ତ ଦେଖେଇ ଖେଲି ହେଲେ ମାଷ୍ଟରଜୀ କ’ଣ କୁହନ୍ତି ?
Answer:
ମନ୍ତୁ ଦାନ୍ତ ଦେଖେଇ ଖେଙ୍କି ହେଲେ ମାଷ୍ଟରଜୀ ଡରିଯାଇ ଦି ହାତ ପଛକୁ ଘୁଞ୍ଚିଯାଇ କହନ୍ତି, ‘ସମ୍‌ଲକ ମୁନ୍ନା ସମ୍‌ଲ୍‌କେ – ଚେନ୍ ପକଡ଼ତା ରହ୍ମା, ଅଗର ଛୁଟ୍ ଯାଏତୋ ।’’

Question ୧୬ ।
ମାଷ୍ଟରଜୀ କପଟ ଭର୍ତ୍ସନା କରି ମନୁକୁ କ’ଣ କହିଥା’ନ୍ତି ?
Answer:
ମାଷ୍ଟରଜୀ କପଟ ଭର୍ସନା କରି ମନୁକୁ କହନ୍ତି, ‘କର୍‌ତା ଯାଓ ହାଁ । ହାଁ ଯେ ତୁମ୍‌ହାରା ଖୁସି କର୍‌ତା ଯାଓ, ମେରା କ୍ତ ଆଜାନେସେ ଆଛେତେରା ସମ୍ବଝାହୁଙ୍ଗା ।’’

Question ୧୭ ।
ପଢ଼ିସାରିଲା ବେଳକୁ ମାତାଜୀ କ’ଣ କରିଥା’ନ୍ତି ?
Answer:
ପଢ଼ିସାରଲା ବେଳକୁ ମାତାଜୀ ପ୍ରାୟ ହାତରେ ପିଜୁଳି, ଆମ୍ବ ନ ହେଲେ ହାଲୁଆ ଧରି ଆସି ପହଞ୍ଚିଯିବେ ।

Question ୧୮ ।
ପିଣ୍ଡା ଉପରେ ବସିଥିବା ଲୋକଙ୍କୁ ଅଶୋକ କ’ଣ ପଚାରିଥିଲେ ?
Answer:
ପିଣ୍ଡା ଉପରେ ବସିଥିବା ଲୋକଙ୍କୁ ଅଶୋକ ପଚାରିଥିଲେ, କହିପାରିବେ ରୂପୁନାରାୟଣଜୀ କେଉଁଠି ରହନ୍ତି ?’’

Question ୧୯ ।
ପିଣ୍ଡା ଉପରର ଲୋକଙ୍କ ମଧ୍ୟରୁ ଜଣେ ଅଶୋକଙ୍କ ପ୍ରଶ୍ନର କି ଉତ୍ତର ଦେଇଥିଲା ?
Answer:
ପିଣ୍ଡା ଉପରର ଲୋକଙ୍କ ମଧ୍ୟରୁ ଜଣେ ଅଶୋକଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲା, ‘ଗଲତ୍ କିଏ ହୋଇଂ ଆପ୍ ବାବୁଜୀ, ଏକ ରୂପନାରାୟଣ କି ସୋନେକେ ଦୁକାନ୍ ହୋଗା ମେରେ ଖିଆଲ ପର୍ ଗୋଧୂଳିଆ ପର ।’’

Question ୨୦ ।
ଅଶୋକ ଆଉଥରେ ବୁଝାଇ ପିଣ୍ଡା ଉପରର ଲୋକମାନଙ୍କୁ କ’ଣ କହିଥିଲେ ?
Answer:
ଅଶୋକ ଆଉଥରେ ବୁଝାଇ ପିଣ୍ଡା ଉପରର ଲୋକମାନଙ୍କୁ କହିଥିଲେ, ‘ମୁଁ ଅଳଙ୍କାର ପାଇଁ ଆସିନି, ଛୋଟ ଛୋଟ ପିଲାଙ୍କୁ ପଢ଼ାନ୍ତି – ଏଇଠି କୋଉଠି ଥାଆନ୍ତି ମାଷ୍ଟରଜୀ……. ରୂପନାରାୟଣ……… ।”

Question ୨୧ ।
ରିକ୍‌ସାବାଲାଟା ତା’ର କୋଟରଗତ ପେଜୁଆ ପେଜୁଆ ଆଖରେ କ’ଣ ଦେଖିବାକୁ ଚେଷ୍ଟା କରୁଥିଲା ?
Answer:
ରିକ୍‌ସାବାଲାଟା ତା’ର କୋଟରଗତ ପେଜୁଆ ପେଜୁଆ ଆଖର ଲେନ୍ସରେ ଅଶୋକର ଅଭ୍ୟନ୍ତରଟା ଦେଖ‌ିବାକୁ ଚେଷ୍ଟା କରୁଥିଲା ।

Question ୨୨ ।
ମାଷ୍ଟରଜୀଙ୍କ ପାଦଧୂଳି ନେବାକୁ ଅଶୋକ ହାତ ବଢ଼ାଇଲା ପରେ ମାଷ୍ଟରଜୀ କ’ଣ କହିଥିଲେ ?
Answer:
ମାଷ୍ଟରଜୀଙ୍କ ପାଦଧୂଳି ନେବାକୁ ଅଶୋକ ହାତ ବଢ଼ାଇଲା ପରେ ମାଷ୍ଟରଜୀ କେଇହାତ ପଛକୁ ଘୁଞ୍ଚାଇ ଅଶୋକର ଦୁଇ ବାହା ଧରି ଉପରକୁ ତୋଳିନେଇ କହିଲେ – ‘‘ଦୀର୍ଘଜୀବୀ ହୁଅ ତୁ ଅଶୋକ – ମନେଥିଲା ଏଇ ବୁଢ଼ା ରୂପନାରାୟଣର କଥା ?’’

Question ୨୩ ।
ମାଷ୍ଟରଜୀଙ୍କ ସେଇ ପୁରୁଣା ପିଣ୍ଡାରେ ଅଶୋକ କାହିଁକି ମୂକ ହୋଇ ବସିଥିଲେ ?
Answer:
ମାଷ୍ଟରଜୀଙ୍କ ସେଇ ପୁରୁଣା ପିଣ୍ଡାରେ ଅଶୋକ ଠିକ୍ କ’ଣ ପଚାରିବା ଉଚିତ୍ ସେଇକଥା ଭାବି ଭାବି ମୂକ ହୋଇ ବସିଥିଲେ ।

Question ୨୪ ।
କେଉଁ କଥାରେ ମାଷ୍ଟରଜୀଙ୍କର ଗୋଟାଏ ବଡ଼ ସମାଧାନ ହୋଇଯାଇଥିଲା ବୋଲି ସେ କହିଛନ୍ତି ?
Answer:
ବର୍ଷକ ପରେ ଜେଲ୍‌ରୁ ଫେରି ତାଙ୍କର ସ୍ତ୍ରୀ ମରିଯାଇଥିବା କଥା ଦେଖ୍ ମାଷ୍ଟରଜୀଙ୍କର ଗୋଟାଏ ବଡ଼ ସମାଧାନ ହୋଇଯାଇଥିଲା ବୋଲି ସେ କହିଛନ୍ତି ।

Question ୨୫ ।
କିଏ ସାମ୍‌ନାର ରିକ୍‌ସାକୁ ଦେଖ୍ ଅଟକି ଯାଇଥିଲେ ?
Answer:
ଗୋଟିଏ ସୁଦୃଶ୍ୟ ଦମ୍ପରି ସାମ୍‌ନାର ରିକ୍‌କୁ ଦେଖ୍ ଅଟକି ଯାଇଥିଲେ ।

Question ୨୬ ।
କାହାଣୀ-ଦକ୍ଷ ମାଷ୍ଟଜୀଙ୍କ ଆତ୍ମକାହାଣୀର ସ୍ଵରୂପ କିପରି ଥିଲା ?
Answer:
କାହାଣୀ ଦକ୍ଷ ମାଷ୍ଟରଜୀଙ୍କ ଆତ୍ମକାହାଣୀ ଥିଲା ପରୀ ରାଜ୍ୟର କଳ୍ପନାକୁ ପରାସ୍ତ କଲାଭଳି ଏବଂ ଇତିହାସଠାରୁ ଆହୁରି ସତ୍ୟ ।

Question ୨୭ ।
ମାତାଜୀଙ୍କ ପାଦଧୂଳି ନେଇ ଅଶୋକ ସେଥୁରୁ କେଉଁ ଗନ୍ଧ ଆଘ୍ରାଣ କରିପାରୁଥିଲେ ?
Answer:
ମାତାଜୀଙ୍କର ପାଦଧୂଳି ନେଇ ଅଶୋକ ସେଥୁରୁ ହାଲୁଆର ଗନ୍ଧ ଆଘ୍ରାଣ କରିପାରୁଥିଲେ ।

Question ୨୮ ।
ମାତାଜୀଙ୍କ ଅବସ୍ଥା ଶେଷବେଳକୁ କ’ଣ ହୋଇଥିଲା ?
Answer:
କେତେ ବର୍ଷ ହେଲା ମାତାଜୀଙ୍କ ମୁଣ୍ଡ ବିଗିଡ଼ି ଯାଇ ସେ ପାଗଳୀ ହୋଇଯାଇଥିଲେ ।

Question ୨୯ ।
ମାତାଜୀଙ୍କର କେଉଁ କଥାରେ ମାଷ୍ଟରଜୀ ସଙ୍କୁଚିତ ହୋଇଯାଇଥିଲେ ?
Answer:
ମାତାଜୀଙ୍କର ‘‘କ୍ୟା ତୁମ୍‌ହରା ଦିମାକ୍ ତୋ’ ବିଗଡ଼ ନେହିଁ ଗିୟା ରୂପନାରାୟଣ ବଢାକୋ ଦାଣ୍ଡତା ହେ ତୁମ୍ ? ’’ କଥାରେ ମାଷ୍ଟରଜୀ ସଙ୍କୁଚିତ ହୋଇଯାଇଥିଲେ ।

Question ୩୦।
ମାଷ୍ଟରଜୀ ଅଶୋକଙ୍କ ହାତରେ ଖଣ୍ଡେ କାଗଜ ବଢ଼େଇ ଦେଇ ତାଙ୍କୁ କ’ଣ କହିଥିଲେ ?
Answer:
ମାଷ୍ଟରଜୀ ଅଶୋକଙ୍କ ହାତରେ ଖଣ୍ଡେ କାଗଜ ବଢ଼େଇଦେଇ ତାଙ୍କୁ କହିଲେ – ‘‘ୟେ ରହା ହମାରା କାଁହା କା ପଢା – କଭି କଭି ୟାଦ୍ ଆଯାଏ ତୋ ଚିଙ୍ଗୁଠି ଲିଖୁ ହାଁ….. ।’’

Question ୩୧ ।
ମାଷ୍ଟରଜୀଙ୍କ କଥା ଅଶୋକଙ୍କର କେଉଁଠି ତୁହାଇ ତୁହାଇ ମନେପଡ଼ୁଥିଲା ?
Answer:
ମାଷ୍ଟରଜୀଙ୍କ କଥା ଅଶୋକଙ୍କର କ୍ୟାଣ୍ଟନମେଣ୍ଟ ରୋଡ଼ର ମସୃଣ ମ୍ୟାକାଡ଼ାମାଇଜ୍‌ ରାସ୍ତା ଉପରେ ଧୀରେ ଧୀରେ ଚାଲୁଥିଲାବେଳେ ତୁହାଇ ତୁହାଇ ମନେପଡ଼ୁଥିଲା ।

Question ୩୨ ।
କେଉଁ କଥା ଇଚ୍ଛାକରି ବି ବିଶ୍ଵାସ କରିବାକୁ ଚାହାଁନ୍ତି ନାହିଁ ବୋଲି ଅଶୋକ କହିଛନ୍ତି ?
Answer:
‘ସତରେ କ’ଣ ସେଇ ଜରାଜୀର୍ଣ୍ଣ, ଦରିଦ୍ର, ରିକ୍‌ସାବାଲାଟା ବିଦ୍ୟାଦାତା ରୂପ୍‌ନାରାୟଣ !’ କଥାଟି ଇଚ୍ଛାକରି ବି ବିଶ୍ଵାସ କରିବାକୁ ଚାହାଁନ୍ତି ନାହିଁ ବୋଲି ଅଶୋକ କହିଛନ୍ତି ।

Question ୩୩ ।
କ’ଣ କରି ଏ ଜାତି ମାଷ୍ଟରଜୀଙ୍କ ଚାଟଶାଳୀକୁ ଫେରିଆସିବ ବୋଲି କୁହାଯାଇଛି ?
Answer:
ଏ ଜାତି ଧୀରେ ଧୀରେ ଅହିରାଜ କୁଣ୍ଡଳିର ଶୀତ-ଶଯ୍ୟାରୁ ଚଞ୍ଚଳ ହୋଇ ଉଠିବ – ଆଉ ତା’ର ଜନକର ପାଦତଳେ ଜାନୁପାତି କ୍ଷମା ମାଗି, ପୁଣିଥରେ ବାଧ୍ୟ ଶିଶୁପରି ସିଲଟ ଧରି ଚାଟଶାଳୀକୁ ଫେରିଆସିବ ବୋଲି କୁହାଯାଇଛି ।

Question ୩୪ ।
ବାଧ ଶିଶୁ ପରି ମାଷ୍ଟରଜୀଙ୍କ ଚାଟାଶାଳୀକୁ ଏ ଜାତି ଫେରିଆସିଲେ ସେଦିନ ମାଷ୍ଟରଜୀ କ’ଣ କରିବେ ?
Answer:
ବାଧ୍ୟ ଶିଶୁ ପରି ମାଷ୍ଟରଜୀଙ୍କ ଚାଟଶାଳୀକୁ ଏ ଜାତି ଫେରି ଆସିଲେ ସେଦିନ ମାଷ୍ଟରଜୀ କହିବେ, ‘ମୁଁ ତୁମକୁ କ୍ଷମା କରିଛି – ଯାଅ – ତମମାନଙ୍କର ବିଦ୍ୟା ଏଥର ସମାପ୍ତ ।’

Question ୩୫ ।
ମଇଳା କାଗଜ ଗୁଳାଟିକୁ ଖୋଲି ଅଶୋକ ସେଥ‌ିରେ କ’ଣ ଲେଖାଥ‌ିବାର ଦେଖୁଥିଲେ ?
Answer:
ମଇଳା କାଗଜ ଗୁଳାଟିକୁ ଖୋଲି ଅଶୋକ ସେଥ୍, ‘ରୂପନାରାୟଣ ସାହା, ସଦର ବଜାର, କ୍ୟାଣ୍ଟନମେଣ୍ଟ ରୋଡ଼, ବନାରସ୍’ ଲେଖାଥିବାର ଦେଖୁଥିଲେ । ରୋଡ଼, ବନାରସ୍’ ଲେଖାଥିବାର ଦେଖିଥିଲେ ।

(ଘ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ୩୦ଟି ଶବ୍ଦରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୩ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ରହିବ ।

ଗଳ୍ପ – ରୂପନାରାୟଣ ସାହା, ଗାଳ୍ପିକ – ଅଖଳମୋହନ ପଟ୍ଟନାୟକ

Question ୧ ।
ବନାରସର ରାସ୍ତା ସମ୍ପର୍କରେ କ’ଣ ବର୍ଣ୍ଣନା କରାଯାଇଛି ?
Answer:
କ୍ରିଷ୍ଟମାସ ଛୁଟିରେ ବନାରସ ରାସ୍ତାରେ ଲୋକଙ୍କର ଅସମ୍ଭବ ଭିଡ଼ ରହିଥିଲା । ରାସ୍ତାରେ ସିଆର ସିଆର ହୋଇ ଲୋକର ଧାଡ଼ି ଯେମିତି ଜମାଟ ବାନ୍ଧିଯାଇଛି ବରଫ ପରି । ଜମାଟବନ୍ଧା ବରଫର ସ୍ତୂପ ସୂର୍ଯ୍ୟକିରଣରେ ପ୍ରସରିଗଲା ପରି ସେହି ଜମା ହୋଇଥିବା ଲୋକମାନେ ପୁନଶ୍ଚ ସବୁଆଡ଼କୁ ପ୍ରସାରିତ ହୋଇ ଯାଉଥିଲେ ।

Question ୨।
ଡାଲମଣ୍ଡିକୁ ଏକ ହତଶ୍ରୀ ସଭ୍ୟତାର ଡଷ୍ଟବିନ୍ ବୋଲି କାହିଁକି କୁହାଯାଇଛି ?
Answer:
ଡାଲମଣ୍ଡିକୁ ଏକ ହତଶ୍ରୀ ସଭ୍ୟତାର ଡଷ୍ଟବିନ୍ ବୋଲି ଲେଖକ କହିଛନ୍ତି, କାରଣ ଏଠାରେ ରହିଥା’ନ୍ତି ସହସ୍ରାଧିକ ବାରାଙ୍ଗନା । ଲକ୍ଷ ଲକ୍ଷ ରୂପପିୟାସୀ ନାଗରିକ ଡାଲ୍‌ମଣ୍ଡିରେ ନିଜର ରୂପତୃଷ୍ଣା ମେଣ୍ଟାଇଥା’ନ୍ତି । ଏଠାରେ ସନ୍ଧ୍ୟା ଆସେ ବାରାଙ୍ଗନାମାନଙ୍କ ଆସ୍‌ର ନିମନ୍ତ୍ରଣରେ ଏବଂ ରାତ୍ରି ଆସେ ରତିକ୍ଳାନ୍ତ କାମୁକୀ ନାରୀର ସ୍ବେଦସିକ୍ତ ଆଖୁର ପତାରେ ପତାରେ ।

Question ୩ ।
ବନାରସରେ କାହିଁକି ସନ୍ଧ୍ୟା ହୁଏନା ବୋଲି କୁହାଯାଇଛି ?
Answer:
ସାଧାରଣତଃ ସନ୍ଧ୍ୟା ହେଲେ ଲୋକମାନେ ଗୃହାଭିମୁଖୀ ହୋଇଥା’ନ୍ତି; ମାତ୍ର ବନାରସରେ ସନ୍ଧ୍ୟାରେ ଅନେକ ଲୋକ ଆନନ୍ଦର ସନ୍ଧାନ କରିବାକୁ ବାହାରେ ବୁଲାବୁଲି କରୁଥା’ନ୍ତି । ସୁତରାଂ ଅସମ୍ଭବ ଲୋକଙ୍କ କୋଳାହଳ ସାଙ୍ଗକୁ ବିଦ୍ୟୁତ୍ ଆଲୋକର ଛଟାକୁ ଦେଖ୍ ବନାରସରେ ସନ୍ଧ୍ୟା ହୁଏନା ବୋଲି ଲେଖକ କହିଛନ୍ତି ।

Question ୪।
ଗଙ୍ଗାର କେଉଁ ଦୃଶ୍ୟ ମୁକ୍ତକେଶୀ ଦ୍ରୌପଦୀର ବେଣୀବନ୍ଧନ ପରି ମନେହୋଇଛି ?
Answer:
ଅସ୍ତଗାମୀ ସୂର୍ଯ୍ୟଙ୍କର ଲାଲ୍‌କିରଣ, ଗଙ୍ଗାର ଜଳ ଉପରେ ପଡ଼ି ଲାଲେ-ଲାଲ୍ ଦେଖାଦେଇଛି । ସେହି ଦୃଶ୍ୟକୁ ଦେଖ୍ ଗାଳ୍ପିକ କହିଛନ୍ତି, ମୁକ୍ତକେଶୀ ଦ୍ରୌପଦୀର ଯେପରି – ବେଣୀବନ୍ଧନ ହୋଇଛି । ଦ୍ରୌପଦୀ ଦୀର୍ଘଦିନ ଧରି କେଶକୁ ମୁକୁଳା ରଖୁଥିଲା ଏବଂ ଶପଥ କରିଥିଲା, ଦୁଃଶାସନର ରକ୍ତରେ ବେଣୀବନ୍ଧନ କରିବ । ଗଙ୍ଗାର ଜଳ ଲାଲ୍‌ବର୍ଣ୍ଣ ଦେଖାଯାଉଥ‌ିବାରୁ କଥାକାର ତା’ ସହିତ ମହାଭାରତର ପ୍ରସଙ୍ଗକୁ ତୁଳନା କରିଛନ୍ତି ।

Question ୫ ।
ବେଣୀବନ୍ଧନର ଲଗ୍ନ ଅତିକ୍ରମ କରିବାର ଦୃଶ୍ୟକୁ କିପରି ବର୍ଣ୍ଣନା କରାଯାଇଛି ?
Answer:
ବେଣୀବନ୍ଧନର ଲଗ୍ନ ଅତିକ୍ରମ କରିବାପରେ, ସନ୍ଧ୍ୟାର ଦିଗହରା ପବନରେ ଗଙ୍ଗାର କୃଷ୍ଣନୀଳ ପାଣି ଅସଂଖ୍ୟ ଢେଉରେ ଭାଙ୍ଗି ପଡୁଥିଲା । ପ୍ରତିଟି ଢେଉର ନୀଳ ଗାତ୍ରରେ ଅଳ୍ପକିଛି ଧୂସର ଅନ୍ଧାର ରହିଥିଲା। ତାହାକୁ ଦେଖ‌ିଲେ ଜଣା ଯାଉଥିଲା, ସତେଯେପରି ଗଙ୍ଗାମାତା ତନ୍ଦ୍ରାତୁରା ଶେଷ ସିନ୍ଧ୍ୟାକୁ କୋଳେଇ ନଚେଇ ନଚେଇ ଶୁଆଇ ପକାଉଛି, ରାତ୍ରିର ଗଭୀର ନିଦ୍ରାରେ ।

Question ୬ ।
ଗଙ୍ଗାବକ୍ଷରେ ବିଦ୍ୟୁତ ଆଲୋକର ପ୍ରତିବିମ୍ବ କିପରି ମନେହୋଇଛି ?
Answer:
ଗଙ୍ଗା ବକ୍ଷରେ ବିଦ୍ୟୁତ୍ ଆଲୋକର ପ୍ରତିବିମ୍ବ ପଡ଼ି ଅପୂର୍ବ ଶ୍ରୀଧାରଣ କରିଛି । ତାହାକୁ ଦେଖ୍ କଥାକାର କାବ୍ୟକ ଭାବ ପ୍ରକାଶ କରି କହିଛନ୍ତି, କେଶରୀ ମଧ୍ୟମା ଗଙ୍ଗାର କଟି ଆବୃତ କରିଛି ସୁବର୍ଣ୍ଣ ମେଖଳା । ଆଉ ଗଙ୍ଗାର ଦେହେ ଦେହେ ଗଭୀର ନୀଳରଙ୍ଗର ବୁଟିଦାର ବନାରସୀ ଶାଢ଼ୀ – ଛତ୍ରେ ଛତ୍ରେ ରୂପେଲୀ ଜରିର ତାରା ଫୁଟିଛି ।

Question ୭ ।
‘‘ନୌକା ଉଠିବ ଦଶାଶ୍ବମେଧ ଘାଟରେ’’ – ନୌକାର ଗତିପଥ ସମ୍ପର୍କରେ ଏଠାରେ କ’ଣ କୁହାଯାଇଛି ?
Answer:
ହରିଶ୍ଚନ୍ଦ୍ର ଘାଟର ଚିତା ନିକଟରେ, ଆଉ ଡାକେବାଟ ଦୂରରେ ପଡ଼ିବ ଦଶାଶ୍ବମେଧ ଘାଟ, ଯେଉଁଠାରେ କି ନୌକା ଉଠିବ । ପବନର ପ୍ରତିକୂଳରେ ମାଝି ଆହୁଲା ଟାଣୁଥିଲା ଜୋର୍‌ରେ । ମାତ୍ର ନୌକାର ଗତି କମିଗଲା । ମାଝିର ହାତ ହୁଗୁଳା ହୋଇ ଆସିଲା। ଫଳରେ ନୌକାରେ ଥ‌ିବା ପରିବାରଟିର ମୃଦୁଗୁଞ୍ଜନ ମଧ୍ଯ ନିରବ ହୋଇ ଆସିଥିଲା ।

CHSE Odisha Class 12 Odia Solutions Chapter 12 ରୂପନାରାୟଣ ସାହା

Question ୮।
‘ରାମନଗର କା ନାମ୍ ମତ ଲିଜିୟେ ବାବୁଜୀ’ – ମାଝିଜଣକ ଏକଥା କାହିଁକି କହିଛି ?
Answer:
ଦଶାଶ୍ବମେଧ ଘାଟରେ ନୌକା ଉଠିବା ପୂର୍ବରୁ, ମାଝିଟି ଚାପାକଣ୍ଠରେ, ତା’ ଭାଷାରେ ଯାହା କହୁଥୁଲା, ତାହା ଅଳ୍ପ ବୁଝି ହେଉଥିଲା । କୂଳରେ ବସିଥ୍‌ ଗୋଟାଏ ନିଶୁଆ ଲୋକକୁ ଦେଖାଇ ଦେଇ କହିଲା, ‘ରାମ୍‌ନଗର କା ନାମ ମତ୍ ଲିଜିୟେ ବାବୁଜୀ’ । କାରଣ ଏହି ନାମ କହିଲେ ପ୍ରତ୍ୟେକଙ୍କ ପିଛା ଗୋଟିଏ ଗୋଟିଏ ଟଙ୍କା ଟ୍ୟାକ୍‌ସ ଦେବାକୁ ପଡ଼ିବ । ଏହା ହେଉଛି କର୍ପୋରେସନ୍‌ର ।

Question ୯ ।
‘‘ସର୍ବନାଶ ! କାହାରି ମୁହଁରେ ଭାଷା ନାହିଁ?’’ – ଏହାର ପ୍ରସଙ୍ଗଟି କ’ଣ ?
Answer:
ମାଝିଟି ସେମାନଙ୍କୁ ସତର୍କ କରିଦେଇଥିଲା, ରାମନଗର ନାମ ନ କହିବାକୁ । ମାତ୍ର ନିଶୁଆ ଲୋକଟି ଚିତ୍କାର କରି କେଉଁଆଡ଼େ ଯାଇଥିଲା ବୋଲି ପଚାରିବାରୁ ଅଶୋକ ବଡ଼ ପାଟିରେ କହିଥିଲା – ‘ରାମନଗର ଗୟେଥେ ହାମଲୋଗ’ । ସର୍ବନାଶ ହୋଇଯାଇଥିଲା, କାହାରି ମୁହଁରେ ଭାଷା ନଥିଲା । କାରଣ ଏହାଦ୍ଵାରା ସେମାନଙ୍କୁ ଟ୍ୟାକ୍‌ସ ଦେବାକୁ ପଡ଼ିବ ।

Question ୧୦।
କେଉଁ ମୁହୂର୍ତ୍ତକୁ ତା’ର ବିପନ୍ନ ମୁହୂର୍ତ୍ତ ବୋଲି ଅଶୋକ କହିଛି ?
Answer:
ବାରଣ ସତ୍ତ୍ଵେ ‘ଆମେ ରାମନଗର ଯାଇଥିଲୁ’ ବୋଲି ଅଶୋକ କହିବାରୁ, ତାଙ୍କ ବାପାଙ୍କୁ ଟ୍ୟାକ୍‌ସ ଦେବାକୁ ପଡ଼ିଥିଲା । ଅଶୋକର ଭୁଲ ପାଇଁ ସାରା ପରିବାର ତାକୁ ପଦେ ପଦେ କହିଥିଲେ । ଆଉ ଯେଉଁମାନେ କିଛି କହି ନଥିଲେ, ସେମାନେ ମଧ୍ୟ ପରିବାରର କଥାକୁ ସମର୍ଥନ କରିଥିଲେ । ଏହା ଦଶବର୍ଷର ଶିଶୁ ଅଶୋକର ସହିବାର ସୀମା ଅତିକ୍ରମ କରିଯାଇଛି । ଆସ୍‌ରେ ଲୁହ ଟଳମଳ ହେଉଛି । ସେହି ମୁହୂର୍ତ୍ତକୁ ତା’ର ବିପନ୍ନ ମୁହୂର୍ତ୍ତ ବୋଲି ଅଶୋକ କହିଛି ।

Question ୧୧ ।
ମାଷ୍ଟରଜୀ କିପରି ଅଶୋକର ମଦତ୍ କରିଥିଲେ ?
Answer:
ଅଶୋକକୁ ସାରା ପରିବାର ପଦେ ପଦେ କହିବାରୁ, ସେ ଅସହ୍ୟ ହୋଇପଡ଼ିଛି । ଆଗ୍‌ରେ ତା’ର ଲୁହ ଟଳମଳ ହୋଇଛି । ଏହି ବିପନ୍ନ ମୁହୂର୍ତ୍ତରେ ମାଷ୍ଟରଜୀ ଅଶୋକକୁ ମଦତ୍ କରିଛନ୍ତି । ତା’ ଆଡ଼କୁ ଅନାଇ ଧୀରେ ଧୀରେ ମୁଣ୍ଡ ହଲାଇ ବ୍ୟସ୍ତ ନ ହେବାକୁ କହିଛନ୍ତି । ଅଶୋକ ତାଙ୍କ କୋଳରେ ମୁଣ୍ଡରଖ୍ କାନ୍ଦିବାରୁ ସେ ପିଠି ଥାପୁଡ଼ାଇ ନ କାନ୍ଦିବାକୁ କହିଛନ୍ତି ।

Question ୧୨ ।
‘‘ତା’ ବୁଝିବାର କ୍ଷମତା ଆପଣମାନଙ୍କର ନାହିଁ ’’ – ଏହା ଜେଉଁ ପ୍ରସଙ୍ଗରେ କୁହ। ଯାଇଛି ?
Answer:
ଅଶୋକକୁ ପରିବାରର ସବୁ ସଦସ୍ୟ ଆକ୍ଷେପ କରିବାରୁ, ସେ ଅସହାୟ ହୋଇପଡ଼ିଛି । ସେହି ସମୟରେ ଗୁରୁଜନ, କିନ୍ତୁ ଆପଣମାନେ ତା’ର ଯେ କି କ୍ଷତି କରୁଛନ୍ତି, ତା’ ବୁଝିବାର କ୍ଷମତା ଆପଣମାନଙ୍କର ନାହିଁ ।’

Question ୧୩ ।
ମାଷ୍ଟରଜୀଙ୍କ ସମଗ୍ର ସଭାରେ ଅଶୋକ ପ୍ରଥମଥର ପାଇଁ କ’ଣ ଅନୁଭବ କରିଥିଲା ?
Answer:
ମାଷ୍ଟରଜୀ ଥିଲେ ପାଞ୍ଚଟଙ୍କା ବେତନର ଜଣେ ସାଧାରଣ ଟ୍ୟୁସନ୍ ମାଷ୍ଟର । ସେ ଥିଲେ ଭୀରୁ, ପରାନ୍ନଭୋଜୀ ଓ ନିରୀହ । ମାତ୍ର ଅଶୋକକୁ ସାହାଯ୍ୟ କରିବାକୁ ଯାଇ, ମାଷ୍ଟରଜୀ ସାରା ପରିବାରକୁ ସମାଲୋଚନା କରିଥିଲେ । ରହିଛି, ସମଗ୍ର ସତ୍ତାରେ ଅଶୋକ ପ୍ରଥମଥରପାଇଁ ଅନୁଭବ କରିଥିଲେ ।

Question ୧୪ ।
ମାଷ୍ଟରଜୀଙ୍କ ଶାରୀରିକ ଗଠନ କିପରି ଥିଲା ?
Answer:
ମାଷ୍ଟରଜୀ ଥିଲେ ଉଜ୍ଜ୍ଵଳ ଗୌରବର୍ଷର । ଈଷତ୍ ଦୀର୍ଘ ମୁହଁ ଉପରେ ଉନ୍ନତ ଶୁକଚଞ୍ଚୁ ପରି ନାସିକା । ବଡ଼ ବଡ଼ ଦୁଇଟି କାନ ଉପରେ ବିପର୍ଯ୍ୟସ୍ତ ବାଳ ଲମ୍ବି ଆସିଥିଲା କେରା କେରା ହୋଇ । ସାମାନ୍ୟ ଭିତରକୁ ପଶି ପଶି ଯାଇଥିଲା, ଦୁଇଟି ବୁଦ୍ଧିଦୀପ୍ତ ଆଖି ।

Question ୧୫ ।
ମାଷ୍ଟରଜୀଙ୍କୁ ଥରେ ଯାଇ ଦେଖୁ ଆସିବାକୁ ଅଶୋକ କାହିଁକି ମନ ବଳାଇଥିଲେ ?
Answer:
ଅଶୋକ ବନାରସରେ ଥିଲାବେଳେ, ସେ ତାଙ୍କର ଅତୀତର ସ୍ମୃତିକୁ ସ୍ମରଣ କରିଥିଲେ । ସେହି ଅବସରରେ ତାଙ୍କର ମନେପଡ଼ିଥିଲା ପିଲାଦିନର ଟ୍ୟୁସନ ମାଷ୍ଟର, ମାଷ୍ଟରଜୀଙ୍କ କଥା । ଜୀବନରେ ଶିକ୍ଷା ଓ ପଦବୀରେ ପ୍ରତିଷ୍ଠିତ ହେଲାପରେ, ଶିକ୍ଷାର ମୂଳଦୁଆ ପକାଇଥିବା ମାଷ୍ଟରଜୀଙ୍କ କଥା ସେ ମନେପକାଇ, ଯିବାପାଇଁ ମନ ବଳାଇଥିଲେ ।

Question ୧୬ ।
କେଉଁ ଘଟଣାରେ ମାଷ୍ଟରଜୀ ଡରି ଅସ୍ଥିର ହୋଇଯାଇଥିଲେ ।
Answer:
ଅଶୋକ ଓରଫ ମୁନ୍ନା, ତା’ର ପୋଷା ପାତିମାଙ୍କଡ଼ ମନୁକୁ ଧରି ମାଷ୍ଟରଜୀଙ୍କ ପାଖକୁ ପାଠ ପଢ଼ିବାକୁ ଯାଉଥିଲା । ଦୁହେଁ ପାଠ ପଢ଼ି ବସୁଥିଲେ । ଅଶୋକ ଦାନ୍ତ ଦେଖାଇଲେ, ମାଷ୍ଟରଜୀ ତା’କୁ ଡରାନ୍ତି । ମାତ୍ର ପାତିମାଙ୍କଡ଼ ମନ୍ତୁ ଦାନ୍ତ ଦେଖାଇଲେ ମାଷ୍ଟରଜୀ ଡରି ଅସ୍ଥିର ହୋଇଯାଉଥିଲେ ।

Question ୧୭ ।
କେଉଁ ଅବସ୍ଥାକୁ ମାଷ୍ଟରଜୀଙ୍କ ବିପନ୍ନ ମୁହୂର୍ତ୍ତ ବୋଲି କୁହାଯାଇଛି ?
Answer:
ମୁନ୍ନା ଓ ମନୁ ପାଠ ପଢ଼ିଲାବେଳେ ମାଷ୍ଟରଜୀଙ୍କ ପାଖରେ ଦୁଷ୍ଟାମି କରନ୍ତି । ମୁନ୍ନା ଲଣ୍ଡନର ଠିପି ଖୋଲି ପାଣି ପୂରାଇଲା ବେଳେ, ମାଷ୍ଟରଜୀ ସେପରି ନକରିବାକୁ କହିଛନ୍ତି ଓ ସେହି ସମୟରେ ମନୁ ମାଷ୍ଟରଜୀଙ୍କ ପାନବଟାରୁ ପାନ କାଢ଼ି ପାଟିରେ ପୂରାଇବାର ସୂଚନା ଦେଇଥାଏ । ଏହି ବିପନ୍ନ ମୁହୂର୍ଭରେ ମାଷ୍ଟରଜୀ କିଛି କରିନପାରି କପଟ ଭର୍ସନାକରି, ‘କରତା ଯାଓ ହଁ’ ବୋଲି କହିଥା’ନ୍ତି ।

Question ୧୮ ।
‘‘ଓ ଦୁଇ ଦୁଇଟା ମାଙ୍କଡ଼ଙ୍କୁ ମଣିଷ କାହାଁତକ କରେ ମୁଁ?’- ଏହା କେଉଁ ପ୍ରସଙ୍ଗରେ କୁହାଯାଇଛି ?
Answer:
ମୁନ୍ନା ଓ ମନ୍ତୁ ଦୁଇଜଣ ପାଠ ପଢ଼ିବାକୁ ଯାଇ ଅନେକ ସମୟରେ ମାଷ୍ଟରଜୀଙ୍କୁ ହଇରାଣ କରନ୍ତି । ମନୁ ପାନଖାଉଥିଲା ବେଳେ ମୁନ୍ନା ଲଣ୍ଡନରେ ପାଣି ପୂରାଏ ଏବଂ ପାଣି ଛାଟି ଲଣ୍ଡନ କାଚ ଫଟାଇଦିଏ । ମାଷ୍ଟରଜୀ କପଟ ଭର୍ସନା କରିକହନ୍ତି, ‘ମୁନ୍ନା ମନ୍ତୁ ଭାଇ ଭାଇ- ଓ ଦୁଇ ଦୁଇଟା ମାଙ୍କଡ଼ଙ୍କୁ ମଣିଷ କାହାଁତକ୍ କରେ ମୁଁ ?”

Question ୧୯।
ରିକ୍‌ସା ଆସି କେଉଁଠି ପହଞ୍ଚି ଯାଇଥିଲା ଓ ଅଶୋକ ସେଠାରେ କ’ଣ ଖୋଜୁଥିଲେ ?
Answer:
ରିକ୍‌ସା ଆସି ପହଞ୍ଚି ଯାଇଥିଲା କ୍ୟାଣ୍ଟନ୍‌ମେଣ୍ଟ ଛକ ଉପରେ ଓ ଅଶୋକ ସେଠାରେ ମାଷ୍ଟରଜୀଙ୍କ ଘରକୁ ଯିବାପାଇଁ ଛୋଟ ପୋଷ୍ଟଅଫିସ୍ ସାମ୍ନାରେ ଗଳି ଖୋଜୁଥିଲେ । କାରଣ ଦୀର୍ଘ ବ୍ୟବଧାନ ପରେ ମାଷ୍ଟରଜୀଙ୍କର ଦରିଦ୍ର କୁଟୀରଟି ତାଙ୍କର ଠିକ୍‌ରୂପେ ମନେ ନଥିଲା ।

Question ୨୦ ।
ନାଲି କିରାସିନିର ଲଣ୍ଠନ ଆଲୁଅରେ ମାଷ୍ଟରଜୀ କ’ଣ କରୁଥିବେ ବୋଲି ଅଶୋକ କଳ୍ପନା କରିଛନ୍ତି ?
Answer:
ନାଲି କିରାସିନିର ଲଣ୍ଠନ ଆଲୁଅରେ ମାଷ୍ଟରଜୀ ତାଙ୍କର ପିଣ୍ଡା ଉପରେ ବସି ରହିଥ‌ିବେ, ଆଉ ତାଙ୍କୁ ଘେରି ବସିଥ୍ ଅନେକ ପଠନରତ ଶିଶୁ ।

Question ୨୧ ।
ସ୍ନେହ ଦୁର୍ବଳ ଶିକ୍ଷକର ଦୁଇଆଖୁ କାହିଁକି ଆନନ୍ଦର ଅଶ୍ରୁରେ ଭାସିଯିବବୋଲି କୁହାଯାଇଛି ?
Answer:
ଅଶୋକ ନିଜର ପିଲାଦିନର ଶିକ୍ଷକଙ୍କୁ ଦେଖାକରିବାକୁ ଯିବା ଅବକାଶରେ ମନେ ମନେ ଭାବିଛନ୍ତି, ସେ ଶିକ୍ଷକଙ୍କୁ ଦେଖ‌ିଲେ ପାଦଧୂଳି ନେବେ ଓ ଶିକ୍ଷକ ତାଙ୍କୁ କୁଣ୍ଢେଇ ପକେଇବେ ଗଦ୍‌ଗଦ୍ ହୋଇ । ସ୍ନେହ-ଦୁର୍ବଳ ଶିକ୍ଷକଙ୍କର ଦୁଇଆଖୁ ତାଙ୍କ ଆଦରର ଛାତ୍ରକୁ ଦେଖ୍ ଆନନ୍ଦର ଅଶ୍ରୁରେ ଭାସିଯିବ ବୋଲି କୁହାଯାଇଛି ।

Question ୨୨ ।
ପ୍ରତ୍ୟେକ ଶିକ୍ଷକ କେଉଁଦିନକୁ ଅପେକ୍ଷା କରି ରହିଥାଏ ?
Answer:
ଜାତିର ଶ୍ରେଷ୍ଠ ସନ୍ତାନ କେଉଁ ଦିନ ଆସି ତା’ର ବାଲ୍ୟଗୁରୁର ପାଦତଳେ ମଥାନତ କରି ତା’ର କୃତଜ୍ଞତା ଜଣାଇବ ସେଇ ଚିର-ଈପ୍‌ସିତ ଦିନକୁ ଅତିଷ୍ଠ ହୋଇ ଅପେକ୍ଷା କରି ରହିଥାଏ ପ୍ରତ୍ୟେକ ଶିକ୍ଷକ । ଏତିକିତ ତା’ର ଗର୍ବ ! ଚିର ନିର୍ଯାତିତ ଶିକ୍ଷକ ଗୋଷ୍ଠୀର ଏତିକି ଚରମ କ୍ଷତିପୂରଣ ।

Question ୨୩ ।
ଅଶୋକଙ୍କୁ ଚିହ୍ନିବା ଅବସରରେ ରିକ୍‌ସାବାଲାର ଆଖ୍ ଓ ଓଠର ଅବସ୍ଥା କିପରି ଥିଲା ?
Answer:
ଅଶୋକଙ୍କୁ ଚିହ୍ନିବା ଅବସରରେ ରିକ୍‌ସାବାଲାର ଆସ୍‌ରେ ତା’ର ସୁଦୂରର ଦୃଷ୍ଟି-ଆଖ୍ କଣର ଚମଡ଼ାଗୁଡ଼ାକ କୁଞ୍ଚ୍ କୁଞ୍ଚ୍ ହେଇଯାଇ ଅସଂଖ୍ୟ ରେଖା ସୃଷ୍ଟି କରିଥିଲା। ସେ ଯେପରି କ’ଣ କହିବ କହିବ ହଉଥିଲା ଓ ସେହି ଉତ୍ତେଜନାରେ ତା’ର କଳା କଳା ଓଠ କମ୍ପି ଉଠୁଥିଲା ବାରମ୍ବାର ।

Question ୨୪ ।
‘‘ସେଇ ବିସ୍ମୟ ବର୍ଣ୍ଣନାର ଅତୀତ’’ ଏଠାରେ କେଉଁ ବିସ୍ମୟ କଥା କୁହାଯାଇଛି ?
Answer:
ମାଷ୍ଟରଜୀ ଅନାଇ ଅନାଇ ଅଶୋକକୁ ଚିହ୍ନିଲା ପରେ, ଅଶୋକ ଦେଖୁଲା ତାହାର ଈପ୍‌ସିତ ଶିକ୍ଷକଙ୍କୁ । ସେ ଦେଖିଲା, ସେହି ବିପର୍ଯ୍ୟସ୍ତ, ଜରାକ୍ଳାନ୍ତ, ଦୀନ ରିକ୍‌ସାବାଲାର ମଳିନ ପ୍ରତିକୃତି ଭିତରୁ ଧୀରେ ଧୀରେ ଉଇଁ ଆସୁଥିଲା ତାଙ୍କର ମାଷ୍ଟରଜୀଙ୍କର ସେଦିନର ଚେହେରା । ସେହି ଚେହେରା ‘ସେଇ ବିସ୍ମୟ ବର୍ଣ୍ଣନାର ଅତୀତ କଥା’ ବୋଲି କୁହାଯାଇଛି ।

Question ୨୫ ।
ମାଷ୍ଟରଜୀ ଆଉ କିଛି ନକହି ପାରିବାର ଦୃଶ୍ୟଟି କିପରି ଥିଲା ?
Answer:
ମାଷ୍ଟରଜୀ ଅଶୋକକୁ ଦେଖୁଲା ପରେ ଭାବବିଭୋର ହୋଇଯାଇଛନ୍ତି । ସେ କିଛି କହିପାରି ନ ଥିଲେ; ବରଂ ଆନନ୍ଦର ଅଶ୍ରୁ ତାଙ୍କର କଣ୍ଠରୁଦ୍ଧ କରି ଦେଇଥିଲା । ଅଶୋକ ଅନୁଭବ କରିଥିଲେ ମନୁଷ୍ୟ କଥା କହିବା ଅପେକ୍ଷା ନୀରବରେ ତା’ଠାରୁ ପ୍ରକାଶ କରିପାରେ ଯଥେଷ୍ଟ ବେଶି ।

Question ୨୬ ।
ମାଷ୍ଟରଜୀ ସେ ମୁହୂର୍ତ୍ତରେ ପୃଥ‌ିବୀର ସବୁଠାରୁ ସୁଖୀ ମନୁଷ୍ୟ ବୋଲି ସେ କାହିଁକି ଯେ କହି କହିଥା’ନ୍ତା ?
Answer:
ବହୁଦିନ ପରେ ମାଷ୍ଟରଜୀ ଅଶୋକକୁ ଦେଖିଲାପରେ ଆନନ୍ଦିତ ହୋଇଥିଲେ । ତାଙ୍କ କ୍ଷୁଦ୍ର ଘରେ ସେ ବୁଲାଇ ଆଣିଥିଲେ । ସେହି ଅବସରରେ କଥା କଥାକେ ପ୍ରଶଂସା, ଗର୍ବ ଆଉ ଆନନ୍ଦରେ ଅସ୍ଥିର ହୋଇଯାଉଥିଲେ । ସେହି ମୁହୂର୍ତ୍ତରେ ମାଷ୍ଟରଜୀ ପୃଥ‌ିବୀର ସବୁଠାରୁ ସୁଖୀ ମନୁଷୀ ବୋଲି ଲେଖକ ପ୍ରକାଶ କରିଛନ୍ତି ।

Question ୨୭ ।
ମାଷ୍ଟରଜୀ କାହିଁକି ଜେଲ୍ ଯାଇଥିଲେ ?
Answer:
ସମଗ୍ର ଉତ୍ତର ଭାରତ ବ୍ୟାପୀ ହୋଇଥିବା ନିମ୍ନ ପ୍ରାଥମିକ ଶିକ୍ଷକ ଧର୍ମଘଟର ପୁରୋଧା ଥିଲେ ମାଷ୍ଟରଜୀ । ମାସିକ ୧୩ ଟଙ୍କା ଦରମାରେ ସେମାନେ ଚଳି ନ ପାରିବାରୁ ଧର୍ମଘଟ କରିଥିଲେ । ମାତ୍ର ତାଙ୍କୁ ରାଷ୍ଟ୍ର ବିରୁଦ୍ଧରେ ଷଡ଼ଯନ୍ତ୍ର କରିବା ଅଭିଯୋଗରେ ଜେଲ୍ ଯିବାକୁ ହୋଇଥିଲା ।

Question ୨୮ ।
ଜେଲ୍‌ରୁ ଫେରିବା ପରେ ମାଷ୍ଟରଜୀ କ’ଣ କରିଥିଲେ ?
Answer:
ଜେଲ୍‌ରୁ ଫେରିଲା ପରେ ସେ ଦେଖ‌ିଲେ ତାଙ୍କ ସ୍ତ୍ରୀ ମରିଯାଇଛି । ସେଥ‌ିପାଇଁ ସେ ସ୍ତ୍ରୀର ଅଳ୍ପ କିଛି ଅଳଙ୍କାର ବିକି ଏବଂ ସେଥ‌ିରେ କରଜ ଟଙ୍କା ମିଶେଇ ଖଣ୍ଡେ ରିକ୍‌ କରିଦେଇ ପରିବାର ଚଳାଇବାର ବ୍ୟବସ୍ଥା କରିଥିଲେ ।

Question ୨୯ ।
ମାଷ୍ଟରଜୀଙ୍କ ଝାଙ୍କ-କାଶ ସମ୍ପର୍କରେ କ’ଣ କୁହାଯାଇଛି ?
Answer:
ମାଷ୍ଟରଜୀ ଅଶୋକଙ୍କ ସହିତ କଥା ହେଉଥିଲା ବେଳେ ତାଙ୍କର ଝାଙ୍କ କାଶ ଉଠିଥିଲା । ସେହି କାଶରେ ତାଙ୍କର ଜୀର୍ଣ୍ଣ କଙ୍କାଳଗୁଡ଼ିକ ଯେପରି ଦୋହଲି ଯାଇଥିଲା । କେତେ ସମୟ ପରେ କହିଲେ, ଦେହ ଭଲ ରହୁନାହିଁ । ଡାକ୍ତର ଦେଖେଇବାକୁ ଯାଇଥିଲେ ଏବଂ ଡାକ୍ତର ତାଙ୍କୁ ପ୍ରେସି ହୋଇଛି ବୋଲି କହିଲେ ଏବଂ ଚିକିତ୍ସା ପାଇଁ ଅନେକ ପଇସା ଲାଗିବ ବୋଲି ମଧ୍ୟ କହିଥିଲେ ।

Question ୩୦ ।
‘ରାମସରନ୍’ ସମ୍ପର୍କରେ କ’ଣ କୁହାଯାଇଛି ?
Answer:
ରାମସରନ୍ ମାଷ୍ଟରଜୀଙ୍କ ବାର ଚଉଦ ବର୍ଷର ପୁଅ । ବାପାଙ୍କୁ ରିଵାଟଣା କାମରେ ସାହାଯ୍ୟ କରେ ସେ । ଅଶୋକ ସହିତ ମାଷ୍ଟରଜୀ କଥାବାର୍ତ୍ତା ହେଉଥିଲାବେଳେ, ଏକ ସୁଦୃଶ୍ୟ ଦମ୍ପତ୍ତିଙ୍କୁ ରିକ୍ସାରେ ନେବାପାଇଁ ରାମସରନ୍ କହିଛନ୍ତି, ପିଲାଟିବେଳୁ ତା’ଉପରେ ଅନେକ ଦାୟିତ୍ଵ ପଡ଼ିଛି ।

Question ୩୧ ।
ମାଷ୍ଟରଜୀଙ୍କ କାହାଣୀରେ କେଉଁ ଚରିତ୍ରସବୁ ଜୀବନ୍ତ ହୋଇ ଉଠୁଥିଲେ ?
Answer:
କାହାଣୀ କହିବାରେ ମାଷ୍ଟରଜୀଙ୍କର ଅସାଧାରଣ ଦକ୍ଷତା ଥିଲା। ତାଙ୍କ କାହାଣୀର ସ୍ଵର୍ଗର ପରୀ, ଆଣ୍ଡ୍ରୋସିଲିସର୍ ସିଂହ, ସୁନୀତି ସନ୍ତାନ ଧ୍ରୁବ, ରାଜପୁତ୍ ବୀର ପ୍ରତାପ ସିଂହ, ପୃଥୀରାଜ, ଶିଖୁମନାଇ, ଜୟଦ୍ରଥ ଭଳି ପ୍ରତ୍ୟେକଟି ଚରିତ୍ର ଜୀବନ୍ତ ହୋଇ ଉଠୁଥିଲେ ।

Question ୩୨ ।
ମାଷ୍ଟରଜୀଙ୍କ ଆତ୍ମକାହାଣୀ ଶୁଣିବା ପରେ ଅଶୋକଙ୍କୁ ହଠାତ୍ କ’ଣ ମନେ ହୋଇଥିଲା ?
Answer:
ମାଷ୍ଟରଜୀଙ୍କ ଆତ୍ମକାହାଣୀ ଶୁଣିବାପରେ ଅଶୋକଙ୍କୁ ହଠାତ୍ ମନେହୋଇଥିଲା, ତାଙ୍କର ଏବେବି ଯେପରି ପାଠପଢ଼ା ଅସମାପ୍ତ ହୋଇ ରହିଯାଇଛି ଆଉ ସେ ସେଦିନର କୁତୂହଳୀ ଶିଶୁପରି ଆଜିବି ମାଷ୍ଟରଜୀଙ୍କ ପାଖରେ ବସି ବସି ବହି ପଢୁଛନ୍ତି । ଏହି ବିଶ୍ଵର ବିରାଟ ‘ବହି ଉପରେ ବହୁ ବିଚିତ୍ର ମନୁଷ୍ୟ ନାୟକ ନାୟିକାର ହୃତ୍‌ସ୍ପନ୍ଦନ ଶୁଣାଯାଉଛି ।

Question ୩୩ ।
ମାଷ୍ଟରଜୀଙ୍କ କେଉଁ କଥାର ଉତ୍ତର ଦେବାର କିଛି ନଥିଲା ବୋଲି ଅଶୋକ କହିଛନ୍ତି ?
Answer:
ସନ୍ଧ୍ୟା ହେବାରୁ ଅଶୋକ ମାଷ୍ଟରଜୀଙ୍କଠାରୁ ବିଦାୟ ନେବାକୁ ଚାହିଁଛି । ମାଷ୍ଟରଜୀ ନିଜେ ସ୍ଵୀକାର କରିଛନ୍ତି, ଅଶୋକକୁ ଏତେଦିନ ପରେ ଦେଖ୍ ଖୁସିଲାଗିଲେ ବି, ଏ ଭଙ୍ଗାଘରେ ସେ ଗୋଟିଏ ରାତି ପାଇଁ ଅତିଥ୍ ନକରି ପାରିବା ତାଙ୍କ ପାଇଁ ଦୁର୍ଭାଗ୍ୟ ମାଷ୍ଟରଜୀଙ୍କ ଏଭଳି କଥା ଶୁଣି ଅଶୋକଙ୍କର କିଛି ଉତ୍ତର ଦେବାର ନ ଥିଲା ବୋଲି ସେ କହିଛନ୍ତି ।

Question ୩୪ ।
ସତୁରିରୁ ଅଧ୍ବ ବୟସ ହୋଇଥିବା ମାତାଜୀ କ’ଣ କରୁଥିବାର ଅଶୋକ ଦେଖୁଥିଲା ?
Answer:
ସତୁରିରୁ ଅଧ୍ବ ବୟସ ହୋଇଥିବା ମାତାଜୀ, ଯାହାର କି ଦେଖୁବାର ଓ ଶୁଣିବାର ଶକ୍ତି କ୍ରମଶଃ ଲୋପପାଇ ଆସୁଥୁଲା, ଛୋଟ ଛୋଟ ଦୁଇଟି କିରାସିନି ଟିଣଧରି, କିରାସିନି ବିକ୍ରି କରୁଥିଲା । ଜଣ ଜଣ କରି ରିକ୍ସାବାଲା ଆସୁଥିଲେ ଓ କିରାସିନି ନେଉଥିଲେ । ମାତାଜୀ ଦୀପ ଆଲୁଅରେ ଖୁବ୍ ନିରୀକ୍ଷଣ କରି ପଇସାକୁ ଦେଖୁରିବା ପରେ ଥରିଲା ହାତରେ ପଳା ପଳା କରି କିରାସିନି ମାପି ଦେଉଥିଲେ ।

Question ୩୫ ।
‘‘ୟେ କ୍ୟା ହୋଗୟା ହେ ମାତାଜୀ କେ ?’’ – ଏ କଥା ଅଟୋକ ମ।ଷ୍ଠରକୀଙ୍କୁ କେତେବେଳେ ପଚାରିଛନ୍ତି ।
Answer:
ପିଲାଦିନରୁ ମାତାଜୀଙ୍କ ପାଖରୁ ହାଲୁଆ ଖାଇଥିବା କଥା ଅଶୋକ ଭୁଲି ନଥିଲେ । ସେ ମାତାଜୀଙ୍କ ପାଦଛୁଇଁ ପାଦଧୂଳି ନେଲେ ଏବଂ ନିଜର ପରିଚୟ ଦେଲେ ମଧ୍ୟ, ମାତାଜୀ ଚିହ୍ନିପାରିଲେ ନାହିଁ କିମ୍ବା ଚିହ୍ନିବାକୁ ଚେଷ୍ଟା ମଧ୍ୟ କଲେନାହିଁ । ଏଭଳି ପରିସ୍ଥିତି ଦେଖୁ, ‘ୟେ କ୍ୟା ହୋଗୟା ହେ ମାତାଜୀ କେ ?’’ ବୋଲି ଅଶୋକ ମାଷ୍ଟରଜୀଙ୍କୁ ପଚାରିଛନ୍ତି ।

Question ୩୬ ।
ମାତାଜୀ ସେଦିନ ତୃପ୍ତ କଣ୍ଠରେ ପଦାକୁ ବାହାରି ଆସି କ’ଣ କହୁଥିଲେ ବୋଲି ଅଶୋକ ମନେ ପକାଇଛନ୍ତି ।
Answer:
ଅଶୋକଙ୍କର ମନେପଡ଼ିଛି, ଯଦି କେବେ ମାଷ୍ଟରଜୀ ନାଲି ଆଖ୍ ଦେଖେଇ ଟିକିଏ କିଛି କହିଲେ ସେ ସିଲଟ ଫିଙ୍ଗିଦେଇ ଦୌଡ଼ିଯାଉଥିଲେ ମାତାଜୀଙ୍କ କୋଳକୁ । ମାତାଜୀ ମଧ୍ୟ ଦୃପ୍ତ ପଦକ୍ଷେପରେ ପଦାକୁ ବାହାରି ଆସି କହୁଥିଲେ ମାଷ୍ଟରଜୀଙ୍କୁ, ‘କ୍ୟା ତୁମ୍‌ହରା ଦିମାକ୍ ତୋ’ ବିଗଡ୍ ନେହିଁ ଗୟା ରୂପନାରାୟଣ – ବଚ୍ଚାକୋ ଦାଣ୍ଡତା ହେ ତୁମୁ ?”

Question ୩୭ ।
‘ଜଣେ ହତ୍ୟାକାରୀର ଭୀରୁ ସଙ୍କୁଚିତ ବିବେକ ନେଇ ଚାଲିଛି ମୁଁ”? ଏହା କେଉଁ ପ୍ରସଙ୍ଗରେ କୁହାଯାଇଛି ?
Answer:
ମାଷ୍ଟରଜୀଙ୍କ ପାଖରେ ଅଶୋକ କଥାବାର୍ତ୍ତା ହେଲେ ବି, ସେ ଭାରତ ସରକାରଙ୍କ ଶିକ୍ଷା ବିଭାଗର ପଦସ୍ଥ କର୍ମଚାରୀ ଏବଂ ତାଙ୍କ ନିର୍ଦ୍ଦେଶରେ ଲକ୍ଷ ଲକ୍ଷ ଶିକ୍ଷକଙ୍କ ଭାଗ୍ୟ ନିୟନ୍ତ୍ରିତ ହେଉଛି ବୋଲି ସେ ପରିଚୟ ଦେଇନଥିଲେ । କାରଣ ମାଷ୍ଟରଜୀ ଏହା ଜାଣିଥିଲେ, ସେ ହୁଏତ ଘୃଣା କରିଥା’ନ୍ତେ । ତେଣୁ ଅଶୋକ ମନେ ମନେ ‘ଜଣେ ହତ୍ୟାକାରୀର ଭୀରୁ ସଂକୁଚିତ ବିବେକ ନେଇ ଚାଲିଛି ମୁଁ” ବୋଲି ବିଚାର କରିଛନ୍ତି ।

Question ୩୮ ।
ଅଶୋକଙ୍କ କାନ ପାଖରେ କିଏ ଜଣେ କ’ଣ ଫିସ୍ ଫିସ୍ କରି କହୁଛି ବୋଲି ତାଙ୍କର ମନେହୋଇଛି ?
Answer:
ଅଶୋକ ମାଷ୍ଟରଜୀଙ୍କ ପାଖରୁ ଆସିଲାବେଳେ ନିଜକୁ ଦୋଷୀ ମନେକରିଛନ୍ତି । ସେହି ସମୟରେ ସେ ଅନୁଭବ କରିଛନ୍ତି, ତାଙ୍କ କାନ ପାଖରେ କିଏ ଜଣେ ଫିସ୍ ଫିସ୍ କରି କହୁଛି, ‘ଏ ଦୋଷ ତୋ’ର ଏକା ନୁହଁରେ ଅଶୋକ – ଏ ମୂର୍ଖତା ଏଇ ସମଗ୍ର ଅନ୍ଧଜାତିର ।’

Question ୩୯ ।
ଚୂନନାରାୟଣ ଏ ଜାତି ପାଇଁ କ’ଣ କରିବା ଉଚିତ ବୋଲି ଅଶୋକଙ୍କୁ କହିଛନ୍ତି ?
Answer:
ରୂପନାରାୟଣ ପରି ଅନେକ ଶିକ୍ଷକ ନିରନ୍ନ ଭାବରେ ଏ ଜାତିକୁ ପାଠ ପଢ଼ାଇଲେ, ସେମାନେ କିଛି ନାହିଁ । ତେଣୁ ଏ ଜାତିର ଶୈଶବ ଏବେ ବି ବାକୀ – ଆଉ ଥରେ ନୂଆକରି ଏମାନଙ୍କୁ ପ୍ରାଥମିକ ଶିକ୍ଷାଦେବା ଉଚିତ ବୋଲି ସେ ଅଶୋକଙ୍କୁ କହିଛନ୍ତି ।

Question ୪୦ ।
ଏ ଜାତିକୁ ଜାଗ୍ରତ କରିବାକୁ ହେବ ବୋଲି ଅଶୋକ ମାଷ୍ଟରଜୀଙ୍କୁ କାହିଁକି କହିଛନ୍ତି ?
Answer:
ଅଶୋକ ମନେ ମନେ କହିଛନ୍ତି, ଏ ଜାତି ଆଜି କ୍ଷମତା ମଦପିଇ ବେହୋସ ହୋଇଛି ମାଷ୍ଟରଜୀ । ଏମାନେ କୌଣସି ସମୟରେ ଆପଣଙ୍କର କରୁଣ ନିବେଦନ ଶୁଣି ନାହାଁନ୍ତି । ଆଜି ଆଉ ନୁହେଁ, ଏ ଜାତିକୁ ଜାଗ୍ରତ କରିବାକୁ ହେବ ।

Question ୪୧ ।
ମାଷ୍ଟରଜୀ କ’ଣ କଲେ ଏ ଅଚେତନ ଜାତିର ମସ୍ତିଷ୍କରେ ଚେତନା ସଞ୍ଚାରିତ ହେବ ବୋଲି ଅଶୋକ କହିଛନ୍ତି ?
Answer:
ଅଶୋକ ମାଷ୍ଟରଜୀଙ୍କୁ କହିଛନ୍ତି, ‘‘ଆଜି ସେଇ ଲମ୍ବା ଚାବୁକ୍‌ଟା ଧରି ପିଟନ୍ତୁ ଏ ଜାତିକୁ – ଖୁବ୍ ଜୋର୍‌ରେ ପିଟନ୍ତୁ – ବିଟ୍ ଦେମ୍ ରାଇଟ୍ ଆଣ୍ଡ ଲେଫଟ୍-ବ୍ଲାକ୍ ଆଣ୍ଡ ବୁ । ଦେଖିବେ- ଏ ଅଚେତନ ଜାତିର ମସ୍ତିଷ୍କରେ ଧୀରେ ଦୀରେ ଚେତନା ସଞ୍ଚାରିତ ହେବ ।’’

(ଙ) ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୧୫୦ ଶବ୍ଦରେ ଦେବାକୁ ହେବ । ପ୍ରଶ୍ନର ମୂଲ୍ୟ ୫ ନମ୍ବର ।

Question ୧।
ପଠିତ ଗଳ୍ପରେ ବନାରସ୍‌ର ବର୍ଣ୍ଣନା କିପରି ରହିଛି – ଉଲ୍ଲେଖ କର ।
Answer:
ଆଧୁନିକ ଓଡ଼ିଆ ଗଳ୍ପ ସାହିତ୍ୟରେ ଯେଉଁ କେତେଜଣ ଗାଳ୍ପିକ, ଗଳ୍ପକୁ ସମ୍ଭ୍ରାନ୍ତ ଶ୍ରେଣୀୟ ଭାଷାରେ ସଜ୍ଜିତ କରିଛନ୍ତି, ସେମାନଙ୍କ ମଧ୍ୟରେ କଥାକାର ଅସ୍ଥୂଳମୋହନ ପଟ୍ଟନାୟକ ଅନ୍ୟତମ । ଗାଳ୍ପିକ ପରିବେଶ ଓ ପ୍ରାକୃତିକ ଲକ୍ଷ୍ୟ କରିଛନ୍ତି ଏବଂ ତାହାକୁ ଗଳ୍ପର ପ୍ରଥମ ପର୍ଯ୍ୟାୟରେ ପରିପ୍ରକାଶ କରିଛନ୍ତି । ସେଭଳି ବନାରସର ବର୍ଣ୍ଣନା ପାଠକଲେ ପାଠକ ମନରେ କାବିକ ରସତୃଷ୍ଣା ପ୍ରଶମିତ ହୋଇଯାଏ ।

ଗଳ୍ପନାୟକ ଅଶୋକ କ୍ରିଷ୍ଟମାସ୍ ଛୁଟିରେ ବୁଲି ଯାଇଥିଲେ ବନାରସ । ବନାରସ ତାଙ୍କର ପରିଚିତ ସ୍ଥାନ । ସେ ବନାରସରେ ନିଜର ଶୈଶବ ଓ କୈଶୋର ସମୟ ଅତିବାହିତ କରିଥିଲେ । ମାତ୍ର ବନାରସକୁ ଅଭିଜ୍ଞ ଦୃଷ୍ଟିରେ ସେ ଲକ୍ଷ୍ୟ କରିଛନ୍ତି ।

ବନାରସ୍ ଲୋକମାନଙ୍କର ଅସମ୍ଭବ ଭିଡ଼ । କାରଣ ଏହି ସ୍ଥାନକୁ ଭାରତର ବିଭିନ୍ନ ସ୍ଥାନର ଲୋକ କାଶୀ ବିଶ୍ଵନାଥ ଦର୍ଶନ କରିବାକୁ ଆସିଥା’ନ୍ତି । ସେମାନଙ୍କ ମନରେ ରହିଥାଏ ପୁଣ୍ୟ ଅର୍ଜନ କରିବାର ମାନସିକତା । ସେଠାରେ ଲୋକ ଧାଡ଼ି ଧାଡ଼ି ହୋଇ ବିଭିନ୍ନ ବାଟରେ ଆସି ମନ୍ଦିର ପାଖରେ ଏକାଠି ହୋଇଥା’ନ୍ତି ଏବଂ ପୁଣି ସେମାନେ ସେଇ ରାସ୍ତାବାଟେ ଦେଇ ଫେରିଯାଇଥା’ନ୍ତି । କଥାକାରଙ୍କ ଭାଷାରେ – ‘‘ବନାରସ – ଭାରତଭୂମିର ଅସଂଖ୍ୟ ପୁଣ୍ୟ କାଙ୍ଗାଳ ଜନତାର ଚିର ଈପ୍‌ସିତ ବନାରସ । ରାସ୍ତାରେ ସିଆର ସିଆର ହୋଇ ଲୋକର ଧାଡ଼ି ଯେମିତି ଜମାଟ ବାନ୍ଧିଯାଇଛି ବରଫ ପରି । XX X । ଜମାଟବନ୍ଧା ବରଫର ସ୍ତୂପ ଯେମିତି ସୂର୍ଯ୍ୟର ପ୍ରଥମ କିରଣରେ ଧୀରେ ଧୀରେ ଗ୍ଲେସିଅର ପରି ପ୍ରସରି ଯାଇଛି, ତା’ର ପ୍ରବାହରେ ସଂକୀର୍ୟ ରାଜପଥର ପ୍ରତିଟି ବର୍ଗଇଞ୍ଚକୁ ଆଲିଙ୍ଗନ କରି ।’’

ଟାକ୍ସିକ ପର୍ବ ନାୟକଙ୍କ ଦୃଷ୍ଟିରେ ବନାରସ ସହର ହୋଇ ରହିନାହିଁ; ବରଂ ସେ ହୋଇଛି ବହୁବର୍ଣ୍ଣରେ ବିଭୂଷିତ ଓ ବହୁବିଚିତ୍ର ପରିବେଶରେ ଚିତ୍ରିତ ସ୍ଥାନଟିଏ । ସୂର୍ଯ୍ୟ ହୋଇଥା’ନ୍ତି ଅସ୍ତାଚଳାଭିମୁଖୀ । ତାଙ୍କର ନରମ ଲାଲ୍‌ରଣ କାଶୀ ବିଶ୍ଵନାଥଙ୍କ ମନ୍ଦିରର ସ୍ଵର୍ଣ୍ଣଚୂଡ଼ାରେ ପଡ଼ି ଚକ୍ ଚକ୍ କରୁଛି । ମନ୍ଦିରର ରାସ୍ତା ନାତି ପ୍ରଶସ୍ତ ଏବଂ ସେହି ରାସ୍ତାର ଅଳ୍ପ ଆଗକୁ ଜନ୍ମ ନେଇଛି ସଂକୀର୍ଣ୍ଣ ପଥଟିଏ । ସେହି ପଥଟି ପଡ଼ିଛି ଡାଲ୍ ମଣ୍ଡି ଆଡ଼କୁ । ଡାଲ୍ ମଣ୍ଡି ହେଉଛି ପାଇଁ ଓ ମନଖୁସି ପାଇଁ ।

ସେଠାରେ ନାୟିକାର କଟାକ୍ଷ ନାୟକକୁ ବିମୋହିତ କରେ । ଗାଳ୍ପିକ କେବଳ ସେହି ପରିବେଶ ନୁହେଁ, ସେଠାକାର ପରିସ୍ଥିତିକୁ ବର୍ଣ୍ଣନା କରି ଲେଖୁଛନ୍ତି – ‘ଲକ୍ଷ ରୂପ-ପିୟାସୀ ନାଗରିକ ପଦରଜ ସିକ୍ତ ତୀର୍ଥ ଡାଲମଣ୍ଡି । ନାୟିକାର ଆସ୍‌ର ବଚ୍ଛାରେ ସେଠି ସନ୍ଧ୍ୟା ତ୍ରସ୍ତା-ମଦନ ଅର୍ଜନାର କୋଳାହଳରେ ରାତ୍ରି ନିର୍ବାସିତା । କିନ୍ତୁ ସେଠି ବି ସନ୍ଧ୍ୟା ଆସେ ଆତୁରା ନାୟିକାର ନିମନ୍ତ୍ରଣ-ଭୀରୁ ଆସ୍‌ର ଇଙ୍ଗିତରେ – ରାତ୍ରି ଆସେ ରତିକ୍ଳାନ୍ତକାମୁକୀ ନାରୀର ସ୍ବେଦସିକ୍ତ ଆଖର ପତାରେ ପତାରେ ।’’ ଯାହାକୁ କି ଗାଳ୍ପିକ ମଧ୍ୟ ହତଶ୍ରୀ ସଭ୍ୟତାର ଡଷ୍ଟବିନ୍ ଭାବରେ ତୁଳନା କରିଛନ୍ତି।

ବନାରସକୁ ଲୋକମାନେ ଆନନ୍ଦ ସନ୍ଧାନ ଉଦ୍ଦେଶ୍ୟରେ ଆସୁଛନ୍ତି । ଯାହାଫଳରେ ସେଠାକାର ରାସ୍ତା ଅନେକ ଲୋକଙ୍କୁ ନେଇ ଉଛୁଳି ପଡ଼ୁଛି । ଅସମ୍ଭବ ଭିଡ଼ ଦେଖାଦେଇଛି । ଯାହା ଫଳରେ କେତେବେଳେ ଦିନ ସରି ସନ୍ଧ୍ୟା ଆସିଯାଉଛି, ତାହା ଜାଣିହେଉ ନାହିଁ । କାରଣ ବିଦ୍ୟୁତ୍ ଆଲୋକରେ, ଲୋକଙ୍କର ଭିଡ଼ ଦେଖିଲେ, ସନ୍ଧ୍ୟାର ନୀରବତା ସେଠାରେ ଆକଳନ କରିବା ଅସମ୍ଭବ ।

ବାସ୍ତବରେ କଥାକାର ବନାରସର ଯେଭଳି ବର୍ଣ୍ଣନା କରିଛନ୍ତି, ତାହା ଅତ୍ୟନ୍ତ ମନୋଜ୍ଞ ହୋଇଛି ।

Question ୨।
କଥାକାରଙ୍କ ବର୍ଣ୍ଣନାଚାତୁରୀ କିପରି ସନ୍ଧ୍ୟା ଓ ରାତ୍ରିକାଳୀନ ଗଙ୍ଗାର ଦୃଶ୍ୟକୁ ଚିତ୍ରାୟିତ କରିଛି – ଦର୍ଶାଅ ।
Answer:
ସାରସ୍ଵତ ସାଧକଙ୍କ ଦୃଷ୍ଟି ଅସାଧାରଣ । ସାଧାରଣ ଦର୍ଶକ ଯାହା ଦେଖୁ ମଧ୍ୟ ଦେଖିପାରେ ନାହିଁ, କିମ୍ବା ସେହି ଦୃଶ୍ୟ ତାଙ୍କ ମନରେ ସେମିତି କିଛି ଗଭୀର ପ୍ରତିକ୍ରିୟା ସୃଷ୍ଟି କରିପାରେ ନାହିଁ, ସେହି ଦୃଶ୍ୟରୁ ସାରସ୍ଵତ ସାଧକ ନିଆରା ବିଚାରଧାରା ଖୋଜିବସେ । କ୍ରିଷ୍ଟମାସ୍ ଛୁଟିରେ ଗଳ୍ପନାୟକ ଅଶୋକ ଯାଇଛନ୍ତି, ତାଙ୍କର ବହୁ ପରିଚିତ ଓ ତାଙ୍କ ପାଇଁ ବହୁପୁରୁଣା ସହର ବନାରସକୁ । କୌଣସି ଏକ ଲାଇଟ୍‌ପୋଷ୍ଟକୁ ଆଉଜି ସେ ଅନ୍ୟମନସ୍କ ଭାବରେ ଦେଖୁଛନ୍ତି ବନାରସକୁ ଓ ଗଙ୍ଗାନଦୀର ବିଚିତ୍ର ଦୃଶ୍ୟକୁ । ସେହି ଦୃଶ୍ୟକୁ ଅତ୍ୟନ୍ତ ମନୋଜ୍ଞ ଭାବରେ ସେ ପ୍ରକାଶ କରିଛନ୍ତି । ବର୍ଣ୍ଣନାକରି, ଗଛଟିକୁ ସୁଖପାଠ୍ୟ କରାଇଛନ୍ତି ଏବଂ ପାଠକ. ମନରେ ଏକ ଅପୂର୍ବ ଦୃଶ୍ୟକୁ ଅବତାରଣା କରାଇଛନ୍ତି ।

ଗଙ୍ଗାର ଅପରୂପ ଦୃଶ୍ୟ ଗାଳ୍ପିକଙ୍କୁ ବିମୋହିତ କରିଛି । ଅସ୍ତଗାମୀ ସୂର୍ଯ୍ୟକିରଣ ଗଙ୍ଗାନଦୀର ବକ୍ଷରେ ପଡ଼ି, ସତେ ଯେପରି ସୁନାର କିରଣ ଝଲମଲ ହେଲାପରି ମନେହୋଇଛି । ଗଙ୍ଗାର ଗହମ ରଙ୍ଗର ପାଣି ଲାଲେ-ଲାଲ ହୋଇଯାଇଛି । ତାହାକୁ ଦେଖ୍ କଥାକାର, ମହାଭାରତର ଏକ ପ୍ରସଙ୍ଗ ଯେପରି ଚିତ୍ରକଳ୍ପ ଭାବରେ ଗ୍ରହଣ କଲାଭଳି ମନେହୋଇଛି । ସେ ଲେଖୁଛନ୍ତି – ‘ଆଜି କ’ଣ ମୁକ୍ତକେଶୀ ଦ୍ରୌପଦୀର ବେଣୀବନ୍ଧନ ? ବେଣୀ ବନ୍ଧନର ଲଗ୍ନ ଏଇ ଅତିକ୍ରମ କରିଗଲା ।’’ ଅର୍ଥାତ୍ ସୂର୍ଯ୍ୟ କ୍ରମଶଃ ଅସ୍ତ ହୋଇଗଲେ ଏବଂ ସନ୍ଧ୍ୟାର ପ୍ରାକ୍‌ପର୍ଯ୍ୟାୟ ଆରମ୍ଭ ହୋଇଗଲା । ପରିପ୍ରକାଶିତ ହେଉଥିଲା କିଛି ଧୂସର ଅନ୍ଧାର । ସନ୍ଧ୍ୟାର ଆଗମନକୁ ଦେଖ୍ ଲେଖକ କହିଛନ୍ତି – ‘ଗଙ୍ଗାମାତା ଯେମିତି ତନ୍ଦ୍ରାତୁରା ଶିଶୁ ସନ୍ଧ୍ୟାକୁ କୋଳରେ ନଚେଇ ନଚେଇ ଶୁଆଇ ପକାଉଛି ରାତ୍ରିର ଗଭୀର ନିଦ୍ରାରେ ।’’ ନିଦ୍ରାରେ ।’’

ସନ୍ଧ୍ୟା କ୍ରମଶଃ ଉତ୍ତୀର୍ଣ୍ଣ ହୋଇ ରାତ୍ରିରେ ଉପନୀତ ହୋଇଛି । କୂଳରେ ଦେଖାଦେଇଛି ବିଦ୍ୟୁତ୍ ଆଲୋକ । ବିଦ୍ୟୁତ୍ ଆଲୋକର ପ୍ରତିବିମ୍ବରେ ପ୍ରତିବିମ୍ବିତ ହୋଇଛି ଗଙ୍ଗାନଦୀର ଜଳ । ସତେଯେପରି ସେହି ଦୃଶ୍ୟ ଦେଖ‌ିଲେ ଜଣାଯାଉଛି ‘‘କେଶରୀ ମଧ୍ୟମା ଗଙ୍ଗାର କଟି ଆବୃତ କରିଛି ସୁବର୍ଷ ମେଖଳା । ଆଉ ଗଙ୍ଗାର ଦେହେ ଦେହେ ଗଭୀର ନୀଳରଙ୍ଗର ବୁଟିଦାର ବନାରସୀ ଶାଢ଼ୀ – ଛତ୍ରେ ଛତ୍ରେ ରୂପେଲୀ ଜରିର ତାରା ଫୁଟିଛି ।’’

କଥାକାର ଗଙ୍ଗାର ସନ୍ଧ୍ୟା ଓ ରାତ୍ରିକାଳୀନ ଦୃଶ୍ୟର ବର୍ଣ୍ଣନା ଦେଇ, ଗଳ୍ପଟିକୁ ମନୋଜ୍ଞ କରିପାରିଛନ୍ତି ।

Question ୩ ।
ରୂପନାରାୟଣ ସାହା ଗଳ୍ପ ଅବଲମ୍ବନରେ ଗଙ୍ଗାରେ ଅଶୋକର ନୌକାଯାତ୍ରା ସମ୍ପା କିତ ଶୌଶବକ।ଳୀନ ସ୍ମୃତି ସମ୍ପର୍କରେ ଉଲ୍ଲେଖ କର ।
Answer:
ଆଧୁନିକ ଓଡ଼ିଆ କଥାସାହିତ୍ୟରେ ଯେଉଁ କେତେଜଣ ଯଶସ୍ୱୀ ଗଳ୍ପସ୍ରଷ୍ଟା, ସେମାନଙ୍କ ସୃଷ୍ଟି ପାଇଁ ପାଠକୀୟ ଶ୍ରଦ୍ଧା ଲାଭ କରିଛନ୍ତି, ସେମାନଙ୍କ ମଧ୍ୟରେ ଅଞ୍ଛଳମୋହନ ପଟ୍ଟନାୟକ ଅନ୍ୟତମ । ସେ ତାଙ୍କର ‘ରୂପନାରାୟଣ ସାହା’’ ଗଳ୍ପରେ ଗଳ୍ପନାୟକ ଅଶୋକଙ୍କର ସ୍ମୃତିଚାରଣ ମାଧ୍ୟମରେ ଗଙ୍ଗାରେ ନୌକାଯାତ୍ରା ସମ୍ପର୍କିତ ଶୈଶବକାଳୀନ ସ୍ମୃତିକୁ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ।

ଅଶୋକଙ୍କର ତାହା ଥିଲା ଶୈଶବ ଦିନର ସ୍ମୃତି । ବାପା ତାଙ୍କର ଥିଲେ ଜଣେ ମିଲିଟାରୀ ଡାକ୍ତର । କୌଣସି ଏକ ସନ୍ଧ୍ୟାରେ ସେମାନେ ବୁଲିଯାଇଥିଲେ ରାମନଗର ଦେଖିବାପାଇଁ । କ୍ଷୁଦ୍ର ପରିବାରଟିକୁ କୋଳରେ ଧରି ନୌକା ଫେରୁଥାଏ, ଗଙ୍ଗା ଆରପାରିର ରାମନଗର ଦେଖୁରି । ନୌକାଟି ହରିଶ୍ଚନ୍ଦ୍ର ଘାଟ ଓ ଦଶ୍ଵାଶ୍ଵମେଧ ଘାଟ ଦେଇ ଆଗକୁ ଆଗକୁ ଯାଉଥାଏ । ପବନର ପ୍ରତିକୂଳରେ ନୌକା ଚାଲୁଥିବାରୁ ମାଝି ଜୋର୍‌ରେ ଆହୁଲା ମାରୁଥାଏ । କ୍ରମଶଃ କିଛି ବାଟ ଗଲାପରେ ମାଝିର ହାତ ହୁଗୁଳା ହୋଇଗଲା । ନୌକାର ଗତି କମି ଆସିବାରୁ ପରିବାର ମଧ୍ୟରେ ଚାଲିଥିବା ଆଳାପ ଜନିତ ମୁଦୁଗୁଞ୍ଜନ ମଧ୍ଯ ନୀରବ ହୋଇଯାଇଥିଲା । ଚାପା କଣ୍ଠରେ ମାଝିଟି, ହିନ୍ଦି, ମୈଥୁଳୀ ଆଉ ଭୋଜପୁରୀ ମିଶାମିଶି ଅଦ୍ଭୁତ ଭାଷାରେ କହିଲା, କୂଳରେ ବସିଥିବା ନିଶୁଆ ଲୋକଟି ହେଉଛି କର୍ପୋରେସନର । ସେ କିଛି ପଚାରିଲେ କିଛି କହିବ ନାହିଁ । ରାମନଗର ନାମ ମୋଟେ କହିବ ନାହିଁ । ଯଦି କହିବ, ତା’ହେଲେ ସମସ୍ତଙ୍କ ପାଇଁ ଗୋଟିଏ ଗୋଟିଏ ଟଙ୍କା ଟ୍ୟାକ୍ସ ଦେବାକୁ ପଡ଼ିବ ।

ନୌକାଟି ସେଇ ବାଟଦେଇ ଗଲାବେଳେ, ଲୋକଟି ହାତଟେକି ଚିତ୍କାର କଲା, ‘ରୋକିଏ ରୋକିଏ, ଜୀଇଇ କହାଁ ଗଇଥ୍ ନାଓ ।’’ ଅଶୋକ ସେତେବେଳକୁ ହିନ୍ଦି ଶିଖ୍ ନେଇଥିଲେ । ତେଣୁ ସେହି ଲୋକର କଥାର ଉତ୍ତର ଦେଇ କହିଲେ, ‘ରାମନଗର୍ ଗୟେଥେ ହାମ୍ ଲୋଗ୍’। ଅଶୋକର କଥା ଶୁଣି ସମସ୍ତଙ୍କ ମୁହଁ ଶୁଖୁଲା । କର୍ପୋରେସନର ଅଦୃଶ୍ୟ ଇଙ୍ଗିତରେ ନୌକା ଘାଟରେ ଲାଗିଲା । ଅଶୋକଙ୍କ ବାପାଙ୍କୁ ଗଣି ଗଣି କରି ପ୍ରତ୍ୟେକଙ୍କ ପାଇଁ ଟଙ୍କାଏ ଲେଖାଁ ଟ୍ୟାକ୍‌ସ ଦେବାକୁ ପଡ଼ିଲା । ନୌକା ଟ୍ୟାକ୍‌ସ ଦେଇ କୂଳରୁ ମୁକୁଳିଗଲା ପରେ, ଅଶୋକ ସାରା ପରିବାରର ରୋଷର ଶିକାର ହୋଇଥିଲେ । ସମସ୍ତେ ପଦେ ପଦେ କହିଥିଲେ । ବାପା, ବୋଉ, ଦାଦା, ବଡ଼ଭାଇ ଏପରିକି ସାନ ଭଉଣୀ ଓ ଜେଜେମା’ ମଧ୍ୟ ବିରକ୍ତି ପ୍ରକାଶ କରି କହିଥିଲେ । ସମସ୍ତଙ୍କଠାରୁ ପଦେ ପଦେ କଥା ଶୁଣି, ତାଙ୍କର ସହିବାର ସୀମା ଅତିକ୍ରମ କରିଯାଇଥିଲା ।

CHSE Odisha Class 12 Odia Solutions Chapter 12 ରୂପନାରାୟଣ ସାହା

ଆଖ୍ୟାରେ ଲୁହ ଟଳମଳ ହୋଇଥିଲା । ଅଶୋକର ଏପରି ଅବସ୍ଥାରେ ସାହାଯ୍ୟକାରୀ ଭାବରେ ମାଷ୍ଟରଜୀ, ତାଙ୍କ ଆଡ଼କୁ ଅନାଇଥିଲେ ଓ ମୁଣ୍ଡ ହଲେଇ କହିଥିଲେ – ‘ପରିଶାନ୍ ନ ହୋ ଅଶୋକ ୟେ’ ତୋ’।’ ଆଶ୍ଵାସନାଭରା କଥା ପଦକରେ ଅଶୋକ ମାଷ୍ଟରଜୀଙ୍କ କୋଳରେ ମୁଣ୍ଡରଖ୍ କଇଁ କଇଁ କାନ୍ଦିଥିଲେ । ସେହି ସମୟରେ ମାଷ୍ଟରଜୀ ତାଙ୍କର ବଡ଼ ପାପୁଲିରେ ଥାପୁଡ଼େଇ ଦେଇ, ନ କାନ୍ଦିବାପାଇଁ କହିଥିଲେ । ସେ କେବଳ ସାହସ ଦେଇ ନଥିଲେ ବରଂ ସାରା ପରିବାରର ଏପରି ମନ୍ତବ୍ୟକୁ ସେ ଆକ୍ଷେପ କରିଥିଲେ । ଗାଳ୍ପିକ ମାଷ୍ଟରଜୀଙ୍କ ସମ୍ପର୍କରେ ଅଶୋକ ମାଧ୍ୟମରେ ପ୍ରକାଶ କରି ଲେଖୁଛନ୍ତି – ‘ପାଞ୍ଚଟଙ୍କା ଦରମାର ସେଇ ଅକାଳ ପ୍ରୌଢ଼, ଚିନ୍ତାଜୀର୍ଣ୍ଣ, ଦରିଦ୍ର ଶିକ୍ଷକ ହଠାତ୍ ଯେପରି ମୁହୂର୍ତ୍ତକ ଭିତରେ ଉତ୍ତୀର୍ଣ୍ଣ ହୋଇଗଲା ସମଗ୍ର ପରିବାରର ମୁରବୀପଦକୁ ।’’ ମାଷ୍ଟରଜୀଙ୍କର ସମଗ୍ର ସତ୍ତାକୁ ଅଶୋକ ଅନୁଭବ କରିଥିଲେ ପ୍ରଥମଥର ପାଇଁ । କାରଣ ‘ସତ୍ୟର ପ୍ରଚଣ୍ଡ ଅସ୍ଥିତ୍ଵ’ ଯେପରି ତାଙ୍କର ଦୁର୍ବଳ ବ୍ୟକ୍ତିତ୍ଵର ପ୍ରତିଟି ତନ୍ତ୍ରୀ, ପ୍ରତିଟି ରେଣୁକୁ ଉଜ୍ଜୀବିତ କରିଥିବା ସେ ଜାଣିପାରିଥିଲେ । ଶେଷରେ ବାପା ଅଶୋକଙ୍କୁ କୋଳକୁ ନେଇଥିଲେ ।

ବାସ୍ତବରେ, ଅଶୋକଙ୍କ ଶୈଶବକାଳୀନ ସ୍ମୃ ତିର ବର୍ଣ୍ଣନା ଓ ସେହି ଅବସରରେ ମାଷ୍ଟରଜୀଙ୍କ ବ୍ୟକ୍ତିତ୍ଵ ଆକଳନ ସୁନ୍ଦର ହୋଇପାରିଛି ।

Question ୪ ।
ଅଶୋକଙ୍କର ନୌକାଯାତ୍ରା ସମୟରେ ଉପୁଜିଥ‌ିବା ବିପନ୍ନ ମୁହୂର୍ଭରେ ମାଷ୍ଟରଜୀଙ୍କ ଭୂମିକା ନିର୍ୟୟ କର ।
Answer:
ଆଧୁନିକ ଓଡ଼ିଆ କଥାସାହିତ୍ୟରେ ଯେଉଁ କେତେଜଣ ଯଶସ୍ବୀ ଗଳ୍ପସ୍ରଷ୍ଟା, ସେମାନଙ୍କ ସୃଷ୍ଟି ପାଇଁ ପାଠକୀୟ ଶ୍ରଦ୍ଧା ଲାଭ କରିଛନ୍ତି, ସେମାନଙ୍କ ମଧ୍ୟରେ ଅସ୍ଥୂଳମୋହନ ପଟ୍ଟନାୟକ ଅନ୍ୟତମ । ସେ ତାଙ୍କର ‘‘ରୂପନାରାୟଣ ସାହା’’ ଗଳ୍ପରେ ଗଳ୍ପନାୟକ ଅଶୋକଙ୍କର ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ।

ଅଶୋକଙ୍କର ତାହା ଥିଲା ଶୈଶବ ଦିନର ସ୍ମୃତି । ବାପା ତାଙ୍କର ଥିଲେ ଜଣେ ମିଲିଟାରୀ ଡାକ୍ତର । କୌଣସି ଫେରୁଥାଏ, ଗଙ୍ଗା ଆରପାରିର ରାମନଗର ଦେଖୁରି । ନୌକାଟି ହରିଶ୍ଚନ୍ଦ୍ର ଘାଟ ଓ ଦର୍ଶାଶ୍ବମେଧ ଘାଟଦେଇ ଆଗକୁ ଆଗକୁ ଯାଉଥାଏ । ପବନର ପ୍ରତିକୂଳରେ ନୌକା ଚାଲୁଥ‌ିବାରୁ ମାଝି ଜୋର୍‌ରେ ଆହୁଲା ମାରୁଥାଏ । କ୍ରମଶଃ କିଛି ବାଟ ଗଲାପରେ ମାଝିର ହାତ ହୁଗୁଳା ହୋଇଗଲା । ନୌକାର ଗତି କମି ଆସିବାରୁ ପରିବାର ମଧ୍ୟରେ ଚାଲିଥିବା ଆଳାପ ଜନିତ ମୃଦୁଗୁଞ୍ଜନ ମଧ୍ଯ ନୀରବ ହୋଇଯାଇଥିଲା । ଚାପା କଣ୍ଠରେ ମାଝିଟି, ହିନ୍ଦି, ମୈଥୁଳୀ ଆଉ ଭୋଜପୁରୀ ମିଶାମିଶି ଅଦ୍ଭୁତ ଭାଷାରେ କହିଲା, କୂଳରେ ବସିଥିବା ନିଶୁଆ ଲୋକଟି ହେଉଛି କର୍ପୋରେସନର । ସେ କିଛି ପଚାରିଲେ କିଛି କହିବ ନାହିଁ । ରାମନଗର ନାମ ମୋଟେ କହିବ ନାହିଁ । ଯଦି କହିବ, ତା’ହେଲେ ସମସ୍ତଙ୍କ ପାଇଁ ଗୋଟିଏ ଗୋଟିଏ ଟଙ୍କା ଟ୍ୟାକ୍ସ ଦେବାକୁ ପଡ଼ିବ ।

ନୌକାଟି ସେଇ ବାଟଦେଇ ଗଲାବେଳେ, ଲୋକଟି ହାତଟେକି ଚିତ୍କାର କଲା, ‘ରୋକିଏ ରୋକିଏ, ଜୀଇଇ କହାଁ ଗଇଥ ନାଓ ।’’ ଅଶୋକ ସେତେବେଳକୁ ହିନ୍ଦି ଶିଖ୍ ନେଇଥିଲେ । ତେଣୁ ସେହି ଲୋକର କଥାର ଉତ୍ତର ଦେଇ କହିଲେ, ‘ରାମନଗର ଗୟେଥେ ହାମ୍ ଲୋଗ୍’। ଅଶୋକର କଥା ଶୁଣି ସମସ୍ତଙ୍କ ମୁହଁ ଶୁଖୁଲା । କର୍ପୋରେସନର ଅଦୃଶ୍ୟ ଇଙ୍ଗିତରେ ନୌକା ଘାଟରେ ଲାଗିଲା । ଅଶୋକଙ୍କ ବାପାଙ୍କୁ ଗଣି ଗଣି କରି ପ୍ରତ୍ୟେକଙ୍କ ପାଇଁ ଟଙ୍କାଏ ଲେଖାଁ ଟ୍ୟାକ୍‌ସ ଦେବାକୁ ପଡ଼ିଲା । ନୌକା ଟ୍ୟାକ୍‌ସ ଦେଇ କୂଳରୁ ମୁକୁଳିଗଲା ପରେ, ଅଶୋକ ସାରା ପରିବାରର ରୋଷର ଶିକାର ହୋଇଥିଲା । ସମସ୍ତେ ପଦେ ପଦେ କହିଥିଲେ । ବାପା, ବୋଉ, ଦାଦା, ବଡ଼ଭାଇ ଏପରିକି ସାନ ଭଉଣୀ ଓ ଜେଜେମା’ ମଧ୍ୟ ବିରକ୍ତି ପ୍ରକାଶ କରି କହିଥିଲେ । ସମସ୍ତଙ୍କଠାରୁ ପଦେ ପଦେ କଥା ଶୁଣି, ତାଙ୍କର ସହିବାର ସୀମା ଅତିକ୍ରମ କରିଯାଇଥିଲା । ଆଖରେ ଲୁହ ଟଳମଳ ହୋଇଥିଲା । ଅଶୋକର ଏପରି ଅବସ୍ଥାରେ ସାହାଯ୍ୟକାରୀ ଭାବରେ ମାଷ୍ଟରଜୀ, ତାଙ୍କ ଆଡ଼କୁ ଅନାଇଥିଲେ ଓ ମୁଣ୍ଡ ହଲେଇ କହିଥିଲେ – ‘ପରିଶାନ୍ ନ ହୋ ଅଶୋକ ୟେ’ ତୋ’।’’ ଆଶ୍ଵାସନାଭରା କଥା ପଦକରେ ଅଶୋକ ମାଷ୍ଟରଜୀଙ୍କ କୋଳରେ ମୁଣ୍ଡରଖ୍ କଇଁ କଇଁ ମାଷ୍ଟରଜୀ ତାଙ୍କର ବଡ଼ ପାପୁଲିରେ ଥାପୁଡ଼େଇ ଦେଇ, ନ କାନ୍ଦିବାପାଇଁ କହିଥିଲେ । ସେ କେବଳ ସାହସ ଦେଇ

ନଥିଲେ ବରଂ ସାରା ପରିବାର ଏପରି ମନ୍ତବ୍ୟକୁ ସେ ଆକ୍ଷେପ କରିଥିଲେ । ଗାଳ୍ପିକ ମାଷ୍ଟରଜୀଙ୍କ ସମ୍ପର୍କରେ ଅଶୋକ ମାଧ୍ୟମରେ ପ୍ରକାଶ କରି ଲେଖୁଛନ୍ତି – ‘ପାଞ୍ଚଟଙ୍କା ଦରମାର ସେଇ ଅକାଳ ପ୍ରୌଢ଼, ଚିନ୍ତାଜୀର୍ଣ, ଦରିଦ୍ର ଶିକ୍ଷକ ହଠାତ୍ ଯେପରି ମୁହୂର୍ଭକ ଭିତରେ ଉତ୍ତୀର୍ଣ୍ଣ ହୋଇଗଲା ସମଗ୍ର ପରିବାରର ମୁରବୀପଦକୁ ।’’ ମାଷ୍ଟରଜୀଙ୍କର ସମଗ୍ର ସଭାକୁ ଅଶୋକ ଅନୁଭବ କରିଥିଲେ ପ୍ରଥମଥର ପାଇଁ । କାରଣ ‘ସତ୍ୟର ପ୍ରଚଣ୍ଡ ଅସ୍ତିତ୍ଵ’ ଯେପରି ତାଙ୍କର ଦୁର୍ବଳ ବ୍ୟକ୍ତିତ୍ଵର ପ୍ରତିଟି ତନ୍ତ୍ରୀ, ପ୍ରତିଟି ରେଣୁକୁ ଉଜ୍ଜୀବିତ କରିଥିବା ସେ ଜାଣିପାରିଥିଲେ । ଶେଷରେ ବାପା ଅଶୋକଙ୍କୁ କୋଳକୁ ନେଇଥିଲେ ।

ବାସ୍ତବରେ, ଅଶୋକଙ୍କ ଶୈଶବକାଳୀନ ସ୍ମୃତିର ବର୍ଣ୍ଣନା ଓ ସେହି ଅବସରରେ ମାଷ୍ଟରଜୀଙ୍କ ବ୍ୟକ୍ତିତ୍ଵ ଆକଳନ ସୁନ୍ଦର ହୋଇପାରିଛି ।

Question ୫।
ଅଶୋକର ଶୈଶବକାଳୀନ ସ୍ମୃତି ତାଙ୍କ’ମନ ଭିତରେ ମାଷ୍ଟରଜୀଙ୍କ ସମ୍ବନ୍ଧରେ ଯେଉଁ ସବୁକଥା ମନେ ପକାଇଥିଲା, ତାହାର ଏକ ଚିତ୍ର ଦିଅ ।
Answer:
ଆଧୁନିକ ଓଡ଼ିଆ କଥାସାହିତ୍ୟରେ ଯେଉଁ କେତେଜଣ ଯଶସ୍ୱୀ ଗଳ୍ପସ୍ରଷ୍ଟା, ସେମାନଙ୍କ ସୃଷ୍ଟି ପାଇଁ ପାଠକୀୟ ଶ୍ରଦ୍ଧା ଲାଭ କରିଛନ୍ତି, ସେମାନଙ୍କ ମଧ୍ୟରେ, ଅଞ୍ଛଳମୋହନ ପଟ୍ଟନାୟକ ଅନ୍ୟତମ । ସେ ତାଙ୍କର ‘ରୂପନାରାୟଣ ସାହା’’ ଗଳ୍ପରେ ଗଳ୍ପନାୟକ ଅଶୋକଙ୍କର ସ୍ମୃତିର।ରଶ୍ର ମାଧ୍ୟମରେ ଗାଙ୍ଗ।ରେ ନୌକାଯାତ୍ରା ସମ୍ପର୍କିତ ଶୈଶବକାଳୀନ ସ୍ମୃତିକୁ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ।

ଅଶୋକଙ୍କର ତାହା ଥିଲା ଶୈଶବ ଦିନର ସ୍ମୃତି । ବାପା ତାଙ୍କର ଥିଲେ ଜଣେ ମିଲିଟାରୀ ଡାକ୍ତର । କୌଣସି ଏକ ସନ୍ଧ୍ୟାରେ ସେମାନେ ବୁଲିଯାଇଥିଲେ ରାମନଗର ଦେଖିବାପାଇଁ । କ୍ଷୁଦ୍ର ପରିବାରଟିକୁ କୋଳରେ ଧରି ନୌକା ଫେରୁଥାଏ, ଗଙ୍ଗା ଆରପାରିର ରାମନଗର ଦେଖୁରି । ନୌକାଟି ହରିଶ୍ଚନ୍ଦ୍ର ଘାଟ ଓ ଦର୍ଶାଶ୍ବମେଧ ଘାଟ ଦେଇ ଆଗକୁ ଆଗକୁ ଯାଉଥାଏ । ପବନର ପ୍ରତିକୂଳରେ ନୌକା ଚାଲୁଥିବାରୁ ମାଝି ଜୋର୍‌ରେ ଆହୁଲା ମାରୁଥାଏ । କ୍ରମଶଃ କିଛି ବାଟ ଗଲାପରେ ମାଝିର ହାତ ହୁଗୁଳା ହୋଇଗଲା । ନୌକାର ଗତି କମି ଆସିବାରୁ ପରିବାର ମଧ୍ୟରେ ଚାଲିଥିବା ଆଳାପ ଜନିତ ମୁଦୁଗୁଞ୍ଜନ ମଧ୍ଯ ନୀରବ ହୋଇଯାଇଥିଲା । ଚାପା କଣ୍ଠରେ ମାଝିଟି, ହିନ୍ଦି, ମୈଥୁଳୀ ଆଉ ଭୋଜପୁରୀ ମିଶାମିଶି ଅଦ୍ଭୁତ ଭାଷାରେ କହିଲା, କୂଳରେ ବସିଥିବା ନିଶୁଆ ଲୋକଟି ହେଉଛି କର୍ପୋରେସନର । ସେ କିଛି ପଚାରିଲେ କିଛି କହିବ ନାହିଁ । ରାମନଗର ନାମ ମୋଟେ କହିବ ନାହିଁ । ଯଦି କହିବ, ତା’ହେଲେ ସମସ୍ତଙ୍କ ପାଇଁ ଗୋଟିଏ ଗୋଟିଏ ଟଙ୍କା ଟ୍ୟାକ୍ସ ଦେବାକୁ ପଡ଼ିବ ।

ନୌକାଟି ସେଇ ବାଟଦେଇ ଗଲାବେଳେ, ଲୋକଟି ହାତଟେକି ଚିତ୍କାର କଲା, ‘ରୋକିଏ ରୋକିଏ, ଜୀଇଇ କହାଁ ଗଇଥ୍ ନାଓ ।’’ ଅଶୋକ ସେତେବେଳକୁ ହିନ୍ଦି ଶିଖ୍ ନେଇଥିଲେ । ତେଣୁ ସେହି ଲୋକର କଥାର ଉତ୍ତର ଦେଇ କହିଲେ, ‘ରାମନଗର ଗୟେଥେ ହାମ୍ ଲୋଗ୍ ’। ଅଶୋକର କଥା ଶୁଣି ସମସ୍ତଙ୍କ ମୁହଁ ଶୁଖୁଲା । କର୍ପୋରେସନର ଅଦୃଶ୍ୟ ଇଙ୍ଗିତରେ ନୌକା ଘାଟରେ ଲାଗିଲା । ଅଶୋକଙ୍କ ବାପାଙ୍କୁ ଗଣି ଗଣି କରି ପ୍ରତ୍ୟେକଙ୍କ ପାଇଁ ଟଙ୍କାଏ ଲେଖାଁ ଟ୍ୟାକ୍‌ସ ଦେବାକୁ ପଡ଼ିଲା । ନୌକା ଟ୍ୟାକ୍‌ସ ଦେଇ କୂଳରୁ ମୁକୁଳିଗଲା ପରେ, ଅଶୋକ ସାରା ପରିବାରର ରୋଷର ଶିକାର ହୋଇଥିଲା । ସମସ୍ତେ ପଦେ ପଦେ କହିଥିଲେ । ବାପା, ବୋଉ, ଦାଦା, ବଡ଼ଭାଇ ଏପରିକି ସାନ ଭଉଣୀ ଓ ଜେଜେମା’ ମଧ୍ୟ ବିରକ୍ତି ପ୍ରକାଶ କରି କହିଥିଲେ । ସମସ୍ତଙ୍କଠାରୁ ପଦେ ପଦେ କଥା ଶୁଣି, ତାଙ୍କର ସହିବାର ସୀମା ଅତିକ୍ରମ କରିଯାଇଥିଲା । ଆସ୍‌ରେ ଲୁହ ଟଳମଳ ହୋଇଥିଲା ।

ଅଶୋକର ଏପରି ଅବସ୍ଥାରେ ସାହାଯ୍ୟକାରୀ ଭାବରେ ମାଷ୍ଟରଜୀ, ତାଙ୍କ ଆଡ଼କୁ ଅନାଇଥିଲେ ଓ ମୁଣ୍ଡ ହଲେଇ କହୁଥିଲେ – ‘‘ପରିଶାନ୍ ନ ହୋ ଅଶୋକ ୟେ’ ତୋ’।’’ ଆଶ୍ଵାସନାଭରା କଥା ପଦକରେ ଅଶୋକ ମାଷ୍ଟରଜୀଙ୍କ କୋଳରେ ମୁଣ୍ଡରଖ୍ କଇଁ କଇଁ କାନ୍ଦିଥିଲେ । ସେହି ସମୟରେ ମାଷ୍ଟରଜୀ ତାଙ୍କର ବଡ଼ ପାପୁଲିରେ ଥାପୁଡ଼େଇ ଦେଇ, ନ କାନ୍ଦିବାପାଇଁ କହିଥିଲେ । ସେ କେବଳ ସାହସ ଦେଇ ନଥିଲେ ବରଂ ସାରା ପରିବାର ଏପରି ମନ୍ତବ୍ୟକୁ ସେ ଆକ୍ଷେପ କରିଥିଲେ । ଗାଳ୍ପିକ ମାଷ୍ଟରଜୀଙ୍କ ସମ୍ପର୍କରେ ଅଶୋକ ମାଧ୍ୟମରେ ପ୍ରକାଶ କରି ଲେଖୁଛନ୍ତି – ‘ପାଞ୍ଚଟଙ୍କା ଦରମାର ସେଇ ଅକାଳ ପ୍ରୌଢ଼, ଚିନ୍ତାଜୀର୍ଣ୍ଣ, ଦରିଦ୍ର ଶିକ୍ଷକ ହଠାତ୍‌ ଯେପରି ମୁହୂର୍ତ୍ତକ ଭିତରେ ଉତ୍ତୀର୍ଣ୍ଣ ହୋଇଗଲା ସମଗ୍ର ପରିବାରର ମୁରବୀପଦକୁ ।’’ ମାଷ୍ଟରଜୀଙ୍କର ସମଗ୍ର ସଭାକୁ ଅଶୋକ ଅନୁଭବ କରିଥିଲେ ପ୍ରଥମଥର ପାଇଁ । କାରଣ ‘ସତ୍ୟର ପ୍ରଚଣ୍ଡ ଅସ୍ତିତ୍ଵ ଯେପରି ତାଙ୍କର ଦୁର୍ବଳ ବ୍ୟକ୍ତିତ୍ଵର ପ୍ରତିଟି ତନ୍ତ୍ରୀ, ପ୍ରତିଟି ରେଣୁକୁ ଉଜ୍ଜୀବିତ କରିଥିବା ସେ ଜାଣିପାରିଥିଲେ । ଶେଷରେ ବାପା ଅଶୋକଙ୍କୁ କୋଳକୁ ନେଇଥିଲେ ।

ବାସ୍ତବରେ, ଅଶୋକଙ୍କ ଶୈଶବକାଳୀନ ସ୍ମୃତିର ବର୍ଣ୍ଣନା ଓ ସେହି ଅବସରରେ ମାଷ୍ଟରଜୀଙ୍କ ବ୍ୟକ୍ତିତ୍ଵ ଆକଳନ ସୁନ୍ଦର ହୋଇପାରିଛି ।

Question ୬ ।
ମାଷ୍ଟରଜୀଙ୍କ ସହ ଅଶୋକଙ୍କ ସାକ୍ଷାତର ଏକ ବିବରଣୀ ଦିଅ ।
Answer:
ଅ।ଧୁନିକ ଓଡ଼ିଆ କଥାସାହିତତ୍ୟର ଅନ୍ୟତମ ପୁରେ।ଧା କଥାକାର ଅଖିଳମୋହନ ପଟ୍ଟନାୟକ । ଗଳ୍ପନାୟକ ଅଶୋକଙ୍କ ସହିତ ଜଣେ ହୃଦୟପ୍ରବଣ, ଛାତ୍ରବତ୍ସଳ, କର୍ତ୍ତବ୍ୟନିଷ୍ଠ ଟ୍ୟୁସନ ମାଷ୍ଟରଙ୍କ ଉତ୍ତୀର୍ଣ୍ଣ ଜୀବନର ଅସହାୟତା ଓ ତାଙ୍କ ସହିତ ସାକ୍ଷାତକାଳୀନ ପରିବେଶ ସୁନ୍ଦର ଭାବରେ ସେ ଉପସ୍ଥାପନ କରି ପାଠକୀୟ ଶ୍ରଦ୍ଧାଲାଭ କରିପାରିଛନ୍ତି । ଗଳ୍ପର ଶିରୋନାମ ‘ରୂପନାରାୟଣ ସାହା’ ସେହି ମାଷ୍ଟରଜୀଙ୍କର ପ୍ରକୃତ ପରିଚୟ ଓ ଗଳ୍ପର ମୁଖ୍ୟ ଚରିତ୍ର ।

କ୍ରିଷ୍ଟମାସ ଛୁଟିରେ ଅଶୋକ ପହଞ୍ଚିଛନ୍ତି ବନାରସରେ । ବନାରସ ତାଙ୍କର ବହୁପରିଚିତ ସହର, ଯେଉଁଠାରେ କି ତାଙ୍କର ଶୈଶବକାଳୀନ ସ୍ମୃତି ଜଡ଼ିତ ହୋଇରହିଛି । ସେ ବନାରସର କାଶୀ ବିଶ୍ଵନାଥ ଓ ଗଙ୍ଗାନଦୀକୁ ଦେଖୁ ଦେଖୁ ମନରେ ଉଙ୍କିମାରିଛି ତାଙ୍କର ଶୈଶବ ଜୀବନର ଶିକ୍ଷକ ମାଷ୍ଟରଜୀଙ୍କ କଥା । ତେଣୁ ତାଙ୍କ ପାଠର ମୂଳଦୁଆ ପକାଇଥିବା ଏବଂ ସେହି ମୂଳଦୁଆ ଉପରେ ଶିକ୍ଷାର ବହୁସୋପାନର ଅଧିକାରୀ ହୋଇଥିବା ଅଶୋକ, ମାଷ୍ଟରଜୀଙ୍କ ଘରକୁ ଯାଇ ବୁଲି ଆସିବାକୁ ଚାହିଁଛନ୍ତି ।

ଅଶୋକ ରିକ୍ସାଯୋଗେ ଯାଇଛନ୍ତି କ୍ୟାଣ୍ଟନମେଣ୍ଟରୋଡ଼୍ । ସେହି ଯବା ଅବସରରେ ରିକ୍ସାରେ ବସି ତାଙ୍କର ତୁହାଇ ତୁହାଇ ମନେପଡ଼ିଛି ମାଷ୍ଟରଜୀଙ୍କ ସ୍ନେହପ୍ରବଣ ଭାବ । ସେ ଓ ତାଙ୍କର ପୋଷା ପାତିମାଙ୍କଡ଼ ବିଷୟରେ ଅନେକ କଥା ମନେ ପକାଇଛନ୍ତି । ମାଷ୍ଟରଜୀଙ୍କୁ ଦେଖାହେଲେ କିପରି ଭାବ ସୃଷ୍ଟିହେବ ବୋଲି, ବିଚାର କରିଛନ୍ତି । ରିକ୍ସାବାଲାର କଥାରେ ତାଙ୍କର ଭାବନା ବଦଳିଯାଇଛି । ସେ ମନେ ପକେଇ ପକେଇ ମାଷ୍ଟରଜୀଙ୍କ ଘର ପା ସେଠାରେ ବସି ଗପ ଜମେଇଥିବା ଲୋକଙ୍କୁ ମାଷ୍ଟରଜୀଙ୍କ ନାମ କହି ଠିକଣା ବୁଝିଛନ୍ତି । ରିକ୍ସାବାଲାଟି ଅଶୋକଙ୍କ ପାଖରେ ପହଞ୍ଚି ତାଙ୍କୁ ଅପଲକ ନୟନରେ ଚାହିଁ ରହିଛି । କ’ଣ କହିବ କହିବ ହେଲେ ବି କିଛି କହିପାରି ନାହିଁ । ଶେଷରେ କହିଛି -‘ତୁମ ଅଶୋକ ହୋ ନାଁ – ଇତନେ ବଡ଼ା ହୋ ଗୈ ତୁମ ?’’

ଏହି ପର୍ଯ୍ୟାୟରେ ଗୁରୁଶିଷ୍ୟର ବା ଅଶୋକ ଓ ମାଷ୍ଟରଜୀଙ୍କର ହୋଇଛି ସାକ୍ଷାତ । ଅ ଦେଖୁଛନ୍ତି ଠିକ୍ ସେଇ ଦିହ, ସେହି ମୁହଁ, ସେହି ମଳିନ ପ୍ରତିକୃତି ଭିତରୁ ଧୀରେ ଧୀରେ ଉଇଁ ଆସିଲା ମାଷ୍ଟରଜୀଙ୍କର ଚେହେରା । ଅଶୋକ ସଙ୍ଗେ ସଙ୍ଗେ ନଇଁପଡ଼ି ପାଦଧୂଳି ନୋବକୁ ହାତ ବଢ଼ାଇଲାବେଳେ ମାଷ୍ଟରଜୀ କେଇ ହାତ ପଛକୁ ଘୁଞ୍ଚିଯାଇ, ଦୁଇ ବାହା ଧରି ସ୍ନେହରେ ତୋଳି ନେଇଥିଲେ । ଦୀର୍ଘଜୀବୀ ହେବାକୁ ଆଶୀର୍ବାଦ କରିଥିଲେ । ଅଶୋକଙ୍କର ମନେପଡ଼ିଲା ଏହି ରୂପନାରାୟଣଙ୍କ ଅତୀତ କଥା । ଆଉ ସେ କିଛି କହି ପାରିନଥିଲେ । ଦୁହେଁ କେବଳ ଦୁହିଁଙ୍କୁ ଚାହିଁଥିଲେ । ଅଶୋକ ସେଦିନ ମନେକରିଥିଲେ, ମନୁଷ୍ୟ କଥା କହିବା ଅପେକ୍ଷା ନୀରବରେ ତା’ଠାରୁ ଯଥେଷ୍ଟ ଅଧିକ ପ୍ରକାଶ କରିପାରେ ।

ମାଷ୍ଟରଜୀ ଆନନ୍ଦରେ ତାଙ୍କର ସେହି ଦରିଦ୍ର କୁଟୀରକୁ ବୁଲାଇ ଆଣିଲେ । କଥାକଥାକେ ଅଶୋକର ପ୍ରଶଂସା, ଗର୍ବ ଓ ଆନନ୍ଦରେ ସେ ଯେପରି ଅସ୍ଥିର ହୋଇପଡ଼ୁଥିଲେ । ଦୁହେଁ ତାଙ୍କର ପୁରୁଣା ପିଣ୍ଡାରେ ବସି ଗପ ହେଲେ । ତାଙ୍କ ବିପର୍ଯ୍ୟୟର ଅବସ୍ଥା ଗୋଟି ଗୋଟି କରି ବଖାଣି ବସିଲେ । ସରକାରୀକଳର ଅବିଚାର ଭାବ ପାଇଁ ସେ ଆଜି ରିକ୍ସାବାଲା ଓ ରୋଗୀ ମଣିଷଯିଏ ପାଲଟି ଯାଇଛନ୍ତି ବୋଲି ବହୁ କରୁଣାଭରା ପ୍ରସଙ୍ଗ କହିଲେ ।

ଗଳ୍ପଟିରେ, ଅଶୋକଙ୍କ ସହିତ ମାଷ୍ଟରଜୀଙ୍କର ସାକ୍ଷାତ ଅତ୍ୟନ୍ତ ଜୀବନ୍ତ ଓ ହୃଦୟସ୍ପର୍ଶୀ ହୋଇପାରିଛି ।

Question ୭ ।
ପଠିତ ଗଳ୍ପରୁ ମାଷ୍ଟରଜୀଙ୍କ ଜୀବନର କ୍ଷୁଦ୍ର ଇତିହାସ ସମ୍ପର୍କରେ ସୂଚନା ଦିଅ ।
Answer:
ଓଡ଼ିଆ କ୍ଷୁଦ୍ରଗଳ୍ପର ଅନନ୍ୟ ପ୍ରତିଭା ଗାଳ୍ପିକ ଅଖ୍ଳମୋହନ ପଟ୍ଟନାୟକ । ଆଲୋଚ୍ୟ ଗଳ୍ପ ‘ରୂପନାରାୟଣ ସାହା’ ତାଙ୍କର ପ୍ରଥମ ଗଳ୍ପ ସଙ୍କଳନ ‘ଝଡ଼ର ଈଗଲ ଓ ଧରଣୀର କୃଷ୍ଣସାର’ରୁ ଗୃହୀତ । ଏଥ‌ିରେ ଆମର ତ୍ରୁଟିପୂର୍ଣ୍ଣ ଶିକ୍ଷାବ୍ୟବସ୍ଥା ଓ ଶିକ୍ଷକମାନଙ୍କର ଦୟନୀୟ ଜୀବନକୁ ଯଥାର୍ଥ ଭାବରେ ପରିପ୍ରକାଶ କରାଯାଇଛି ।

ଅଶୋକ କ୍ରିଷ୍ଟମାସ୍ ଛୁଟିରେ ବନାରସ ବୁଲି ଯାଇଥା’ନ୍ତି, ଯେଉଁଠାରେ କି ଶୈଶବର ଅନେକ ସ୍ମୃତିପୂର୍ଣ୍ଣ ମୁହୂର୍ତ୍ତ ମୁହୂର୍ତ୍ତ ତାଙ୍କର କଟିଯାଇଛି । ବନାରସର ରାଜପଥ, କାଶୀବିଶ୍ଵନାଥ ମନ୍ଦିର, ଡାଲ୍‌ମଣ୍ଡିର ହତଶ୍ରୀ ସଭ୍ୟତା, ଗଙ୍ଗାନଦୀର ସନ୍ଧ୍ୟା ଓ ରାତ୍ରିର ନିତ୍ୟ ନୂତନତା ତାଙ୍କ ପରିପକ୍ବ ଜୀବନର ଚିନ୍ତାଧାରାକୁ ବିମୋହିତ କରିଛି । ଏହି ଅବସରରେ ଦେଖାକରିବାର ଅନୁଚିନ୍ତା ତାଙ୍କୁ ସଂକ୍ରମିତ କରିଛି ଏବଂ ସେ ଯିବାପାଇଁ ଇଚ୍ଛା କରିଛନ୍ତି ।

ଅଶୋକ ରିକ୍ସାରେ ବସି ଯାଇଛନ୍ତି ମାଷ୍ଟରଜୀଙ୍କ ଘରକୁ । ପୁରୁଣା ବାଟକୁ ମନେପକେଇ ପହଞ୍ଚି ଯାଇଛନ୍ତି ମାଷ୍ଟରଜୀଙ୍କ ଘର ପାଖରେ । ଶେଷରେ ସେ ଜାଣିପାରିଛନ୍ତି, ତାଙ୍କୁ ରିକ୍ସାରେ ଆଣିଥିବା ରିକ୍ସାବାଲାଟି ହେଉଛି, ତାଙ୍କର ଅଭିଳଷିତ ମାଷ୍ଟରଜୀ । ଉଭୟଙ୍କର ସାକ୍ଷାତ ହୋଇଛି । ଭାବବିମୁଗ୍ଧ ହୋଇ କେହି କାହାକୁ କିଛି କହିପାରି ନାହାଁନ୍ତି । ଅଶୋକଙ୍କ ସମ୍ମାନ ଦେବାରେ, ଗୁରୁଭକ୍ତିରେ ସେ ବିମୋହିତ ହୋଇଛନ୍ତି । ନିଜ ଜୀବନର କରୁଣ ଇତିହାସକୁ, ପ୍ରିୟ ଛାତ୍ର ଅଶୋକ ପାଖରେ ଉପସ୍ଥାପନ କରିଛନ୍ତି । ପିଲାଦିନେ ତାଙ୍କୁ କାହାଣୀ କହିବାରେ ଅସାଧାରଣ ଦକ୍ଷତା ରଖ୍ ମାଷ୍ଟରଜୀ ନିଜ କାହାଣୀର କରୁଣାନ୍ତକ ପରିସ୍ଥିତିକୁ ଗୋଟି ଗୋଟି କରି ଖୋଲି କହିଛନ୍ତି ।

କିଛିଦିନ ତଳେ ସାର! ଉତ୍ତର ଭାରତ ବ୍ୟାପୀ ଯେଉଁ ନିମ୍ନ ପ୍ରାଥମିକ ଶିକ୍ଷକ ଧର୍ମଘଟ ହୋଇଥିଲା, ତାହାର ମୁଖ୍ୟ ପୁରୋଧା ଥିଲେ ମାଷ୍ଟରଜୀ । କରୁଣସ୍ଵରରେ ସେ କହିଲେ – ‘‘ଆମର ଧର୍ମଘଟ କରି ସରକାର ଗଠନ କରିବାର ଇଚ୍ଛା ନଥିଲା ବରଂ ୧୩ ଟଙ୍କା ଦରମାରେ ଆମେ ଚଳି ପାରୁନଥିଲୁ ।’ ମାତ୍ର ସରକାର ଷଡ଼ଯନ୍ତ୍ର କରି, ରାଷ୍ଟ୍ରଦ୍ରୋହୀ ଭାବରେ ତାଙ୍କୁ ଜେଲ୍ ପଠାଇ ଦେଇଥିଲେ । ବର୍ଷକ ପରେ ଫେରି ସେ ଦେଖିଲେ ସ୍ତ୍ରୀ ମରିଯାଇଛି । ସ୍ତ୍ରୀ ମରିଯିବା କଥାଟାକୁ ‘ଗୋଟାଏ ବଡ଼ ସମାଧାନ ହୋଇଯାଇଛି’’ ବୋଲି ସେ କହିଛନ୍ତି । କେତେ ଦୁଃଖରେ ଜଣେ ସଂସାରୀ ମଣିଷ ଏହା କହିପାରେ, ତାହା ଅନୁମାନ କରିହେବ । ପରିବାରର ବୋଝ ସମ୍ଭାଳିବାକୁ ଯାଇ, ସ୍ତ୍ରୀର ଗହଣା ଓ କିଛି କରଜ ଟଙ୍କା ମିଶାଇ ରିକ୍ସା ଖଣ୍ଡେ କରିଛନ୍ତି । ମାଷ୍ଟରଜୀରୁ ସେ ପାଲଟି ଯାଇଛନ୍ତି ରିକ୍ସାବାଲା । କଥା କହୁ କହୁ ସେ ଆଖୁରୁ ଲୁହ ପୋଛିଲେ । ଝାଙ୍କ କାଶ ଉଠିବାରୁ ସେ ସମ୍ପର୍କରେ କହିଲେ – ‘ଡାକ୍ତର ଦେଖେଇବାକୁ ଯାଇଥିଲି । କ’ଣ ଦେଖୁ କହିଲେ – ‘ପ୍ଲା ରେସି ହୋଇଛି । ଚିକିତ୍ସା କରିବାକୁ ଅନେକ ପଇସା ଲାଗିବ ।’ ଅଶୋକ ରୋଗକଥା ଶୁଣି ଚମକି ପଡ଼ିଲେ ବି, ମାଷ୍ଟରଜୀ କହିଲେ, ‘କେତେ ରୋଗ ବାହାରିଲାଣି, ଟିକିଏ କାଶ ପାଇଁ ଏତେ ଟଙ୍କା ଖର୍ଚ୍ଚ କରିବି କୁଆଡ଼ୁ ।’ ବାରଚଉଦ ବର୍ଷର ପୁଅ ତାଙ୍କର ରିକ୍ସା ଚଳାଇ ବାପାଙ୍କୁ ସାହାଯ୍ୟ କରୁଛି । ଆଡ଼ପାଗଳୀ ମା’ ତାଙ୍କର କିରୋସିନି ବିକ୍ରିକରି ବଞ୍ଚିବାର ସମ୍ବଳ ଯୋଗାଡ଼ କରୁଛି ।

ବ।ସ୍ତ୍ରବରେ ମାଷ୍ଟରକୀଙ୍କ କଚୁଣ ଇତିହାସ ମର୍ମସ୍ପର୍ଶୀ

Question ୮ ।
ମାତାଜୀଙ୍କ ସହ ଅଶୋକଙ୍କର ଶେଷ ସାକ୍ଷାତ କିପରି ଥିଲା, ଉଲ୍ଲେଖ କର।
Answer:
ଗାଳ୍ପିକ ଅଶୂଳମୋହନ ପଟ୍ଟନାୟକ, ‘ରୂପନାରାୟଣ ସାହା’ ଗଳ୍ପରେ ଏହି ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି । ଦାରିଦ୍ର୍ୟ ମଣିଷକୁ କେଉଁଠାରୁ ନେଇ କେଉଁଠାରେ ପହଞ୍ଚାଇ ଦିଏ ତାହାର ପ୍ରତ୍ୟକ୍ଷ ଉଦାହରଣ ହେଉଛନ୍ତି, ମାତାଜୀ । ଫଳ ଟିକେ କିମ୍ବା ହାଲୁଆ ଟିକେ ଦେଇ ନିଜର କରିନେବାର ଚରିତ୍ର ହେଉଛନ୍ତି ମାତାଜୀ । ମାତ୍ର ଜୀବନର ଶେଷ ପର୍ଯ୍ୟାୟରେ ସେ ମାନସିକ ଭାରସାମ୍ୟ ହରାଇ ନିଜର ଚିନ୍ତା ଚେତନା ଭିତରେ ବୁଡ଼ି ରହିବାକୁ ଚାହିଁଛନ୍ତି, ହେଲେ ପରିବାରର ବୋଝ ହୋଇ ରହିବାକୁ ଚାହିଁନଥ‌ିବା ମଣିଷ ମାତାଜୀ ।

ମାଷ୍ଟରଜୀ ନିଜ ଜୀବନର ଅଶ୍ରୁଳ ଇତିହାସକୁ ବଖାଣି ବସିଲାପରେ, ଆଗରେ ବସିଥିବା ବୃଦ୍ଧାକୁ ହାତ ବଢ଼େଇ ଦେଖେଇ ଦେଇଛନ୍ତି । ପିଠି ଆଉ ଆଣ୍ଠୁ ତାଙ୍କର ଲାଗିଯାଇଛି । ମୁଣ୍ଡରେ କେଇ କେରା ବାଳ ଝୋଟପରି ଫର୍ ଫର୍ ଉଡ଼ୁଛି । ସାମ୍ନାରେ ଥୁଆହୋଇଛି କିରୋସିନି ଟିଣ । ଦେଖିବା ଓ ଶୁଣିବାର ଶକ୍ତି ତାଙ୍କର କ୍ରମଶଃ କମି କମି ଆସିଛି । ସତୁରୀ ବର୍ଷରେ ପହଞ୍ଚିବା ବୃଦ୍ଧାଜଣକ ପଇସାକୁ ଦୀପ ଆଲୁଅରେ ଦେଖୁ ଥରିଲା ହାତରେ ପଳା ପଳା କିରାସିନି ମାପି ଦେଉଛନ୍ତି ।

ଅଶୋକ ତାଙ୍କ ବହୁପରିଚିତ ମାତାଜୀଙ୍କ ପାଖକୁ ଯାଇଛନ୍ତି ଏବଂ ଦିନେ ହାଲୁଆ ଖୁଆଉଥିଲେ, ଯାହାକି ଆଉ କେବେ ସେ ଖାଇନାହାଁନ୍ତି । ସାମାନ୍ୟ ବଡ଼ପାଟିରେ ଅଶୋକ ନିଜର ପରିଚୟ ଦେଲେ, ହେଲେ ମାତାଜୀ ଚିହ୍ନିପାରିଲେ ନାହିଁ କିମ୍ବା ଚିହ୍ନିବାକୁ ଚେଷ୍ଟାକଲେ ନାହିଁ । କାରଣ ତାଙ୍କୁ ଚିହ୍ନି ତାଙ୍କର ଟିକିଏ ବି ଲାଭ ହେବନାହିଁ । ବରଂ କିରାସିନି ମାପୁ ମାପୁ ବିଡ଼ି ବିଡ଼ି ହୋଇ ଅସ୍ପଷ୍ଟ ସ୍ବରରେ କହିଲେ ‘ଜୀତେ ରହୋ ବେଟା-ଜୀତେ ରହେ ।’’ ମାତାଜୀଙ୍କ ସମ୍ପର୍କରେ ମାଷ୍ଟରଜୀଙ୍କୁ ପଚାରିବାରୁ ସେ କହିଥିଲେ, କେତେ ବର୍ଷ ହେଲା ମୁଣ୍ଡ ଖରାପ ହୋଇଯାଇଛି । ମାତ୍ର ଏହି ମାଷ୍ଟରଜୀ ପିଲାଙ୍କୁ ନାଲିଆଖ୍ ଦେଖେଇ ଟିକିଏ କିଛି କହିଲେ, ସେ ସିଲଟ ଫିଙ୍ଗିଦେଇ ମାତାଜୀଙ୍କ କୋଳକୁ ଦୌଡ଼ି ଯାଉଥିଲା । ମାତାଜୀ ତା’ପରେ ପରେ ପଦାକୁ ବାହାରି ଆସି କହନ୍ତି – ‘କ୍ୟା ତୁମ୍‌ହରା ଦିମାକ୍ ତୋ’ ବିଗଡ଼ ନେହିଁ ଗିୟା ରୂପନାରାୟଣ – ବଢାକୋ ଦାଣ୍ଡତା ହେ ତୁମ ।’ ମାତ୍ର ସେହି ମାତାଜୀ ଆଜି ଲୋଳିତ ଚର୍ମ ଶିଥୁଳା ବୃଦ୍ଧା ।

ରୂପନାରାୟଣଙ୍କ ବିଟିଡ଼ି ଯାଇଥିବା କଥାକାର ସୁନ୍ଦର ଭାବରେ ବର୍ଣ କାର୍ରିଛନ୍ତି।

Question ୯।
ମାଷ୍ଟରଜୀଙ୍କଠାରୁ ବିଦାୟ ନେବାପରେ ଅଶୋକଙ୍କ ମନରେ ଯେଉଁସବୁ ପ୍ରତିକ୍ରିୟା ଦେଖାଦେଇଛି, ସେଗୁଡ଼ିକର ବିଶ୍ଳେଷଣ କର ।
Answer:
ଜୀବନର ସଂଘର୍ଷମୟ ବାସ୍ତବତା ଓ ମନନଶୀଳତାର ଅପୂର୍ବ ରୂପକାର କଥାଶିଳ୍ପୀ ଆଖିଳଳେମେ।ହୁନି ପଟ୍ଟନାୟକ । ସେ ତାଙ୍କର ‘ରୂପନାରାୟଣ ସାହା’ ଗଳ୍ପରେ ଆମ ଦେଶରେ ପ୍ରଚଳିତ ଶିକ୍ଷା ବ୍ୟବସ୍ଥା ଏବଂ ଶିକ୍ଷକମାନଙ୍କର ଅଧ୍ୟାୟକୁ ଶୁଣିସାରିଲା ପରେ ଗଳ୍ପପୁରୁଷ ଅଶୋକଙ୍କ ମାନସପଟରେ ଯେଉଁ ଭାବ ଦେଖାଦେଇଛି କଥାକାର ତାହାକୁ ଯୁକ୍ତିଯୁକ୍ତ ଭାବେ ଉପସ୍ଥାପନ କରିଛନ୍ତି ।

ଅଶୋକ ଯାଇଛନ୍ତି ଛୁଟି କଟାଇବାପାଇଁ ବନାରସ । ବନାରସରେ ତାଙ୍କର ଶୈଶବ ଜୀବନ ଅତିବାହିତ ହୋଇଥିଲା । ବନାରସର ସେ ବିଭିନ୍ନ ଦୃଶ୍ୟକୁ ମନଭରି ଉପଭୋଗ କରିଛନ୍ତି । ଶେଷରେ ତାଙ୍କର ମନେପଡ଼ିଯାଇଛି, ତାଙ୍କୁ ଦଶ ବାର ବର୍ଷ ହୋଇଥ‌ିବା ବେଳର ନୌକାଯାତ୍ରା କଥା ଓ ମାଷ୍ଟରଜୀଙ୍କର ସହ।ନୁଭୂତିଶୀଳ ବ୍ୟବହାର ପ୍ରସଙ୍ଗ। ଯେତେବେଳେ ଅଶୋକଙ୍କ ସାରା ପରିବାର ଟ୍ୟାକ୍‌ସ ଦେବା କଥାକୁ ନେଇ ପଦେ ପଦେ କହିଥିଲେ, ସେହି ବିପନ୍ନ ମୁହୂର୍ତ୍ତରେ ମାଷ୍ଟରଜୀଙ୍କର ଉତ୍ତମ ବ୍ୟବହାରର କଥା । ପରେ ସେ କେବଳ ଭାବିଚାଲିଛନ୍ତି, ମାଷ୍ଟରଜୀଙ୍କ କଥା । ମାଷ୍ଟରଜୀଙ୍କ ପାଖରେ ପହଞ୍ଚିବାକୁ ରିକ୍ସାର ସାହାଯ୍ୟ ନେଇଛନ୍ତି । ଯେଉଁ ରିକ୍‌ସାବାଲାଟି ତାଙ୍କୁ ନେଇଛି, ସେହି ରିକ୍‌ସାବାଲାଟି ଯେ ତାଙ୍କର ଈପ୍‌ସିତ ମାଷ୍ଟରଜୀ ସେ ପହଞ୍ଚିଲା ପରେ ଜାଣିପାରିଛନ୍ତି ।

ପ୍ରଣାମ କରି ବିଦାୟ ନେଇ ଅଶୋକ ଫେରିଛି ହୋଟେଲ୍‌କୁ । କ୍ୟାଣ୍ଟନମେଣ୍ଟ ରୋଡ଼ର ମସୃଣ ମ୍ୟାକାଡ଼ାମାଇଜ୍‌ ଗୁରୁ ଶିଷ୍ୟଙ୍କର ହୋଇଛି ଅପୂର୍ବ ମିଳନ । ଗୁରୁଙ୍କୁ ଶିଷ୍ୟ ସଭକ୍ତି ସମ୍ଭାଷଣ ଜଣାଇଲା ପରେ, ଗୁରୁ ନିଜ ଜୀବନର କରୁଣ ଅଧ୍ୟାୟକୁ ଖୋଲି ଦେଇଛନ୍ତି । ପତ୍ନୀଙ୍କର ବିୟୋଗ, ତାଙ୍କ ଶରୀର ଅସୁସ୍ଥତା, ରିକ୍‌ସାବାଲାର ଜୀବନ, ବାର ଲୁହପୋଛି ଅଶୋକଙ୍କୁ ନିଜର ଠିକଣା କାଗଜକୁ ଧରାଇ ଦେଇ ବିଦାୟ ଦେଇଛନ୍ତି ।

ପ୍ରଣାମ କରି ବିଦାୟ ନେଇ ଅଶୋକ ଫେରିଛି ହୋଟେଲ୍‌କୁ । କ୍ୟାଣ୍ଟନମେଣ୍ଟ ରୋଡ଼ର ମସୃଣ ମ୍ୟାକାଡ଼ାମାଇଜ୍‌ ରାସ୍ତାରେ ଚାଲୁ ଚାଲୁ ଅଶୋକ ଭାବିଛନ୍ତି ମାଷ୍ଟରଜୀଙ୍କ କଥା । ସେ ନିଜକୁ ନିଜେ ବିଶ୍ବାସ କରିପାରି ନାହାଁନ୍ତି, ସତରେ କ’ଣ ସେଇ ଜରାଜୀର୍ଣ୍ଣ, ଦରିଦ୍ର ରିକ୍‌ସାବାଲାଟା ହେଉଛି ତାଙ୍କ ଶୈଶବ ଜୀବନର ବିଦ୍ୟାଦାତା ରୂପନାରାୟଣ । ସେ ଫିସ୍‌ଫିସ୍ ହୋଇ କହିଛି – ‘ଏ ଦୋଷ ତୋ’ର ଏକା ନୁହେଁରେ ଅଶୋକ – ଏ ମୂର୍ଖତା ଏଇ ସମଗ୍ର ଅନ୍ଧଜାତିର ।’’ କାରଣ ସେମାନେ ପ୍ରାଣପାତ କରି ଏ ଜାତିକୁ ଶିକ୍ଷାଦେଲେ, କିନ୍ତୁ କେହି କିଛି ଶିଖୁନାହାଁନ୍ତି । ଏ ଜାତିର ଶୈଶବ ଏବେ ମଧ୍ୟ ବାକିଥିଲା ଭଳି ମନେହୋଇଛି । ଆଉଥରେ ସମସ୍ତଙ୍କୁ ନୂଆକରି ପ୍ରାଥମିକ ଶିକ୍ଷା ଦେବାକୁ ହେବବୋଲି ମାଷ୍ଟରଜୀ ଯେପରି କହିଚାଲିଛନ୍ତି ।

ତେଣୁ ଅଶୋକ ଭାବିଛନ୍ତି – ‘କିନ୍ତୁ ରୂପନାରାୟଣ, ତମେ ନାଁ ଏ ଜାତିର ଜନକ ? ତମେଇତ ମଣିଷ କରିବ ଏ ଜାତିକୁ ? ଶିଥୁଳତା କାହିଁକି ଆଜି ? ତମର ସେଇ ଲମ୍ବା ବେତଟା ଅନେକ ଛୋଟ ମାଷ୍ଟରଜୀ । ସେଟାକୁ ଫିଙ୍ଗିଦେଇ ତା’ ବଦଳରେ ଗୋଟାଏ ଖୁବ୍ ଲମ୍ବା ଚାବୁକ୍ ଧର ।’’ ମାତ୍ର ମାଷ୍ଟରଜୀ କେବେ କାହାକୁ ଶାସନ କରି ନାହାଁନ୍ତି କିମ୍ବା ସେଭଳି ମାନସିକତା ତାଙ୍କର ନାହିଁ । ତଥାପି ସ୍ନେହପ୍ରବଣ ଓ ବିଚାରକ ଭାବରେ ଅଶୋକ କହିଛନ୍ତି – ‘ନାଁ ଆପଣ ବୁଝି ପାରିବେ ନାହିଁ ମାଷ୍ଟରଜୀ – ଏ ମଦ୍ୟପ ଜାତି ଯେ ଆଜି କ୍ଷମତାର ମଦପିଇ ବେହୋସ୍ ହୋଇପଡ଼ିଛି । ଏମାନେ କ’ଣ ଟିକିଏ ଶୁଣିଛନ୍ତି । ଆପଣମାନଙ୍କର ଏତେଦିନର କରୁଣ ନିବେଦନ । ଆଜି ଆଉ ନୁହେଁ – ଏ ଜାତିକୁ ଜାଗ୍ରତ କରିବାକୁ ପଡ଼ିବ ।’’ପରବର୍ତୀ ସମୟରେ ଅଶୋକ ମନର କ୍ଷୋଭକୁ ପ୍ରତିକ୍ରିୟାଶୀଳ ଭାବରେ ପ୍ରକାଶ କରିଛନ୍ତି।

ବାସ୍ତବରେ ଅଶୋକଙ୍କ ପ୍ରତିକ୍ରିୟା ଯୁକ୍ତିଯୁକ୍ତ ମନେ ହୋଇଥାଏ ।

Question ୧୦ ।
ପଠିତ ଗଳ୍ପକୁ ଆଧାର କରି ମାଷ୍ଟରଜୀଙ୍କ ଚରିତ୍ର ଚିତ୍ରଣ କର ।
Answer:
ଚରିତ୍ରମାନେ ହେଉଛନ୍ତି ସାରସ୍ଵତ ସାଧକର ମାନସ ସନ୍ତାନ । ବିଶେଷକରି କଥାକାରମାନେ ଯାହା କହିବାକୁ ଚାହିଁଥା’ନ୍ତି କିମ୍ବା ସମାଜକୁ ଯାହା ସନ୍ଦେଶ ଦେବାକୁ ଇଚ୍ଛା କରିଥା’ନ୍ତି, ସେମାନେ ସେହି ଚରିତ୍ର ମାଧ୍ୟମରେ ହିଁ ଉପସ୍ଥାପିତ କରିଛନ୍ତି । ଗାଳ୍ପିକଙ୍କ ମନର ଭାଷା ହିଁ ଚରିତ୍ରଦେଇ ପ୍ରକାଶ ପାଇଥାଏ । ଆଲୋଚ୍ୟ ଗଳ୍ପ ‘ରୂପନାରାୟଣ ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷକମାନଙ୍କର ଦୟନୀୟ ପରିଣତିକୁ ଦେଖାଇବାକୁ ଚାହିଁଛନ୍ତି । ଶିକ୍ଷକମାନେ ମଣିଷ ତିଆରି କରନ୍ତି, କିମ୍ବା ତାଙ୍କୁ କେହି ମୂଲ୍ୟାୟନ କରନ୍ତି ନାହିଁ । ଆଲୋଚ୍ୟ ଗଳ୍ପରେ ମାଷ୍ଟରଜୀଙ୍କ ଚରିତ୍ର ମାଧ୍ୟମରେ ଏହା ଆକଳନ କର।ଯାଚ୍ଚପାରୋ

ଅଶୋକ କ୍ରିଷ୍ଟମାସ୍ ଛୁଟି କଟାଇବାକୁ ଯାଇ ବନାରସର ମନ୍ଦିର ବୁଲି ଯାଇଛନ୍ତି । ବନାରସ ରାଜପଥ, କାଶୀ ବିଶ୍ଵନାଥ ମନ୍ଦିର, ଡାମଣ୍ଡି ଓ ଗଙ୍ଗାର ସନ୍ଧ୍ୟା ଓ ରାତ୍ରିକାଳୀନ ଦୃଶ୍ୟକୁ ସେ ମନଭରି ଉପଭୋଗ କରିଛନ୍ତି । ସେହି ଅବସରରେ ସେ ମନେ ପକାଇଛନ୍ତି, ତାଙ୍କ ଶୈଶବର ଶିକ୍ଷାଦାତା ମାଷ୍ଟରଜୀଙ୍କ କଥା। କଥାକାର ଏହି ପ୍ରସଙ୍ଗରେ ମାଷ୍ଟରଜୀଙ୍କ ଅସାଧାରଣ ବ୍ୟକ୍ତିତ୍ଵ ସମ୍ପର୍କରେ ପରିଚୟ ଦେଇଛନ୍ତି । ଥରେ ଅଶୋକଙ୍କ ପରିବାର ନୌକାଯୋଗେ ବୁଲିଯାଇଥିଲେ ରାମନଗର । ରାମନଗରରୁ ଫେରିବା ବାଟରେ କର୍ପୋରେସନର ଲୋକଙ୍କୁ ସତକଥା କହି, ସାରା ପରିବାରର ରୋଷର ଶିକାର ହୋଇଥିଲା । ଅଶୋକ ପହଞ୍ଚିଯାଇଥିଲା ବିପନ୍ନ ମୁହୂର୍ତ୍ତରେ । ସେହି ସମୟରେ ମାଷ୍ଟରଜୀ ବୁଝିଥିଲେ ଶିଶୁର ମାନସିକତାକୁ । ତେଣୁ ସେ କୋଳେଇ ନେଇଥିଲେ ଏବଂ ପରିବାରର ଆକ୍ଷେପକୁ ସମାଲୋଚନା କରିଥିଲେ । ଅଶୋକ ସତକଥା କହି କିଛି ଭୁଲ୍ କରିନାହିଁ ବୋଲି ସାବ୍ୟସ୍ତ କରିଥିଲେ । ଆର୍ଦ୍ର, ବାଷ୍ପକୁଳ କଣ୍ଠରେ କ୍ରୋଧର ଉତ୍ତେଜନା ମିଶି ସେ ସମସ୍ତଙ୍କୁ ଶୁଣାଇଦେଲେ – ‘ମାନୁଛି ଆପଣମାନେ ଅଶୋକର ଗୁରୁଜନ କିନ୍ତୁ ଆପଣମାନେ ତା’ର ଯେ କି କ୍ଷତି କରୁଛନ୍ତି, ତା’ ବୁଝିବାର କ୍ଷମତା ଆପଣମାନଙ୍କର ନାହିଁ ।’’ ମାଷ୍ଟରଜୀ ପାଞ୍ଚ ଟଙ୍କାର ଟ୍ୟୁସନ୍ ମାଷ୍ଟର ହେଲେବି ସେ ସେତେବେଳକୁ ଉତ୍ତୀର୍ଣ୍ଣ ହୋଇଯାଇଥିଲେ ସମଗ୍ର ପରିବାରର ମୁରବୀ ସ୍ତରକୁ । ମାଷ୍ଟରଜୀଙ୍କ କଥାର ଗୁରୁତ୍ଵ ଅଶୋକର ବାପା ବୁଝିଥିଲେ ଏବଂ ତାକୁ କୋଳେଇ ନେଇଥିଲେ ।

ମାଷ୍ଟରଜୀ ଥିଲେ ଜଣେ ସଚ୍ଚାଶିକ୍ଷକ । ଶିକ୍ଷକ ହିସାବରେ ବିଭିନ୍ନ ଶିକ୍ଷାମୂଳକ ଗଳ୍ପ କହି, ଅଶୋକଭଳି ପିଲାମାନଙ୍କୁ ପ୍ରଭାବିତ କରିଥିଲେ । ଏପରିକି ଅଶୋକ ଓ ତାଙ୍କର ପୋଷା ମାଙ୍କଡ଼କୁ ନେଇ ସେ ସାଧାରଣ ବିରକ୍ତି ପ୍ରକାଶ କରୁଥିଲେ ବି, ନିଜର ସ୍ଥିତି ହରାଇ ନଥିଲେ । ସନ୍ଧ୍ୟାବେଳେ ଲଣ୍ଡନ ଜାଳି ସେ ପିଲାମାନଙ୍କୁ ପାଠ ପଢ଼ାଇ ନିଜର ଗୁଜୁରାଣ ମେଣ୍ଟାଇବାକୁ ଚେଷ୍ଟା କରିଥିଲେ । ତାଙ୍କର ମାତାଙ୍କ ପ୍ରତି ମାଷ୍ଟରଜୀଙ୍କର ଥିଲା ଅଧ୍ଵ ସମ୍ମାନବୋଧ । କୌଣସି ପିଲାଙ୍କୁ ଆକଟ କଲାବେଳେ ଯଦି ମାତାଜୀ ସେଥୁରେ ହସ୍ତକ୍ଷେପ କରୁଥିଲେ, ତା’ହେଲେ ସେ ଚୁପ୍ ରହିଯାଉଥିଲେ ।

ମାଷ୍ଟରଜୀ ଧନରେ ଦରିଦ୍ର ଥିଲେ ବି ମନରେ ଥିଲେ ଦାୟିକ ଓ ଉଦାର । ଶିକ୍ଷକ ଧର୍ମଘଟରେ ଯୋଗଦେଇ, ନିଜର ଅଧିକାର ସାବ୍ୟସ୍ତ କରି ଜେଲ୍‌ ଯାଇଛନ୍ତି । ଜେଲ୍‌ରୁ ଫେରି ସେ ଭାଙ୍ଗି ପଡ଼ିନାହାଁନ୍ତି, ବରଂ ପରିବାର ପ୍ରତିପୋଷଣ ପାଇଁ ସ୍ତ୍ରୀର ଗହଣା ଓ କିଛି କରଜ କରି ରିଟିଏ କରିଛନ୍ତି । ରିକ୍‌ଟାଣି ପରିବାର ପ୍ରତିପୋଷଣ କରିଛନ୍ତି । ମାତ୍ର ଶିକ୍ଷକର ମନ ଓ ହୃଦୟ ନେଇ ସେ ଯେତେବେଳେ ଅଶୋକକୁ ଚିହ୍ନି ପାରିଛନ୍ତି, ସେତେବେଳେ ଆନନ୍ଦରେ ବିଭୋର ହୋଇଛନ୍ତି । କଥାକାରଙ୍କ ଭାଷାରେ -‘ତାଙ୍କ କ୍ଷୁଦ୍ର ପରିଚିତ ମହଲ ଭିତରେ ସେ ମତେ ଘୂରେଇ ଫେରେଇ ବୁଲାଇ ଆଣିଥ‌ିବେ ତିନିଥର । କଥା କଥାକେ ପ୍ରଶଂସା, ଗର୍ବ ଆଉ ଆନନ୍ଦରେ ସେ ଅସ୍ଥିର । ସେ ମୁହୂର୍ତ୍ତରେ ତାଙ୍କୁ ଯେ କେହି ଦେଖୁଥିଲେ କହିଥାଆନ୍ତେ ସେ ପୃଥ‌ିବୀର ସବୁଠାରୁ ସୁଖୀ ମନୁଷ୍ୟ ?’’ ନିଜର ଦାରିଦ୍ର୍ୟ ଓ ଅସୁସ୍ଥତା ସତ୍ତ୍ଵେବି ମାଷ୍ଟରଜୀ ପ୍ରିୟ ଶିଷ୍ୟ ଅଶୋକ ଆଗରେ ବଖାଣି ବସିଛନ୍ତି, ନିଜର ଦୟନୀୟ ପରିସ୍ଥିତିକୁ ।

ବିଭିନ୍ନ ଦୃଷ୍ଟିକୋଣରୁ ବିଚାରକରି ଦେଖ‌ିଲେ, ଗାଳ୍ପିକ ମାଷ୍ଟରଜୀଙ୍କୁ ଏକ ଆଦର୍ଶ ମଣିଷ ଭାବରେ ଚିତ୍ରଣ କରିଛନ୍ତି ।

(କ) ଗାଳ୍ପିକ ପରିଚିତି :

ଅଝିଳମେ।ହନ ପଟ୍ଟନାୟକ ଓଡ଼ିଆ ଗଳ୍ପ ସାହିତ୍ୟରେ ଜଣେ ସୁପ୍ତ ତିଷ୍ଠିତ ଗାଳ୍ପକା ସୁପ୍ରତିଷ୍ଠିତ ଗାଳ୍ପିକ । ତାଙ୍କର ଆବିର୍ଭାବ ହୁଏ ତା ୧୮.୧୨.୧୯୨୭ ମସିହାରେ ଓ ତିରୋଧାନ ହୁଏ ତା ୨୯.୧୧.୧୯୮୨ରେ । ସେ ଥିଲେ ଲେଖକ ସାମ୍ମୁଖ୍ୟର ପ୍ରତିଷ୍ଠାତା, ସଭାପତି ଓ କୃତବିଦ୍ୟ ସାହିତ୍ୟିକ । ଭୁବନେଶ୍ୱରରୁ ପ୍ରକାଶିତ ପ୍ରଖ୍ୟାତ ‘ସମାବେଶ’ ପତ୍ରିକାର ସେ ଥିଲେ ସମ୍ପାଦକ । ସମାବେଶ ପତ୍ରିକାର ମୃତ୍ୟୁ ପୂର୍ବରୁ ତାଙ୍କର ଶେଷ ସମ୍ପାଦନୀୟ ଲେଖା ହେଉଛି, ‘ଶେଷପୃଷ୍ଠା’, ‘ଅପୁର ସଂସାର’ ଇତ୍ୟାଦି । ତାଙ୍କର ପ୍ରତ୍ୟେକ ଗଳ୍ପରେ ସାହିତ୍ୟିକ ଆଲେଖ୍ୟ, ନୂତନ ଦୃଷ୍ଟିଭଙ୍ଗୀ, ସ୍ଵାଭାବିକ ପ୍ରକାଶଶୈଳୀ, ପାଠକମାନଙ୍କୁ ଆକୃଷ୍ଟ କରିଥାଏ ।

ଆଧୁନିକ ଓଡ଼ିଆ ସାହିତ୍ୟରେ ସାଧନା ଓ ସିଦ୍ଧି ଉଭୟକୁ ଏକାସାଥରେ ଆପଣାର କରି କଥାକାର ପଟ୍ଟନାୟକ ସ୍ୱନାମଧନ୍ୟ ହୋଇପାରିଛନ୍ତି । ଉଚ୍ଚକୋଟୀର କଳ୍ପନାବିଳାସ ସହ ଉପଯୁକ୍ତ ମିଥର ସଂଯୋଜନା ଅଖିଳମୋହନଙ୍କ ଗଳ୍ପର ଏକ ପ୍ରଧାନ ବିଶେଷତ୍ଵ । ପ୍ରାୟ ତାଙ୍କର ପ୍ରତ୍ୟେକ ଗଳ୍ପ କାହାଣୀ ଧର୍ମୀ । ବ୍ୟକ୍ତିଗତ ଜୀବନରେ ନୈରାଶ୍ୟ, ବ୍ୟର୍ଥତା ଓ ଯନ୍ତ୍ରଣାସିକ୍ତ ଅନୁଭୂତିକୁ ସମ୍ବଳକରି ଲେଖକ ତାଙ୍କର ସାହିତ୍ୟର ସୌଧ ରଚନା କରିଥିଲେ । ‘‘There is a no rose without thorn.’’ ଯୁକ୍ତିରେ ପ୍ରାୟ ପ୍ରତ୍ୟେକ ସ୍ରଷ୍ଟା ନିଜର ଯନ୍ତ୍ରଣାସିକ୍ତ ଜୀବନର ଅନ୍ତର୍ଦାହ ମଧ୍ୟରୁ ହିଁ ସାରସ୍ଵତ ସୁମନର ମାଳା ଗୁନ୍ଥି ଦେଇଥା’ନ୍ତି । ଗାଳ୍ପିକ ପଟ୍ଟନାୟକ ଏ ସମ୍ପର୍କରେ ନିଜର ସ୍ଵୀକାରୋକ୍ତି ପ୍ରଦାନ କରି କହିଛନ୍ତି – ‘ମୁଁ ଗଭୀର ଭାବେ ବିଶ୍ଵାସ କରେ ଯେ ଜଣେ ଲୋକ ହତାଶ, ବ୍ୟର୍ଥ ନହେଲେ ବଡ଼ ଲେଖକ ହୋଇପାରେ ନାହିଁ ।’’ ଅଖିଳମୋହନଙ୍କ ବ୍ୟକ୍ତିଗତ ଜୀବନର ନୈରାଶ୍ୟବୋଧ ହିଁ ତାଙ୍କର ଗଳ୍ପ ରଚନାର ପ୍ରଧାନ ରହସ୍ୟ ।

ଜୀବନରେ କଥାକାର ହିସାବରେ ତାଙ୍କର ସୃଷ୍ଟି ସୀମିତ, ମାତ୍ର ସିଦ୍ଧି ସୁଦୂରପ୍ରସାରୀ । ବର୍ଣ୍ଣନାର ଅନର୍ଗଳତା, ସାବଲୀଳ ‘ଝଡ଼ର ଈଗଲ ଓ ଧରଣୀର କୃଷ୍ଣସାର’, ‘ନଦୀର ନାମ ଗଣତନ୍ତ୍ର’ ଏବଂ ‘ଓ ଅନ୍ଧଗଳି’ । ଏହି ସୀମିତ ସଙ୍କଳନ ମାଧ୍ୟମରେ ସେ ଜଣେ ଅତି ପ୍ରତିଭାଶାଳୀ କଥାକାର ଭାବରେ ପରିଚିତ ହୋଇଛନ୍ତି ।

(ଖ) ଗଳ୍ପର ପୃଷ୍ଠଭୂମି :

ଗଳ୍ପଟିକୁ କଥାକାର ପ୍ରଥମ ପୁରୁଷ ଭାବରେ ପ୍ରକାଶ କରିଛନ୍ତି, ଅର୍ଥାତ୍‌ ଗଳ୍ପନାୟକ ଅଶୋକ ଦେଖିଛନ୍ତି ବନାରସ ସହରକୁ । ପ୍ରାକ୍ ସନ୍ଧ୍ୟା ସମୟରେ ବନାରସର ବିଭିନ୍ନ ଦୃଶ୍ୟକୁ ଦେଖି ସେ ଯେତିକି ଭାବପ୍ରବଣ ହୋଇଛନ୍ତି, ସେତିକି ନିଜର ଅତୀତ ଦିନକୁ ସ୍ମରଣ କରିଛନ୍ତି । ଅତୀତକୁ ମନେପକାଇ ସେ ନିଜର ଗୃହଶିକ୍ଷକ ରୂପନାରାୟଣ ସାହାଙ୍କ ଜୀବନର ବିତର୍କିତ ଅପରାହ୍ନକୁ ଜଣେ ସମ୍ବେଦନଶୀଳ ମଣିଷ ଭାବରେ ବଖାଣି ବସିଛନ୍ତି । ସେଭଳି ବର୍ଣ୍ଣନାରୁ କଥାକାରଙ୍କ ଦରଦୀ ମନୋଭାବରୁ ଆକଳନ କରିହୁଏ ।

(ଗ) ଗଳ୍ପର ସାରକଥା :

କ୍ରିଷ୍ଟମାସ ଛୁଟିରେ ଅଶୋକ ଗୋଟିଏ ଲାଇଟ୍ ପୋଷ୍ଟକୁ ଆଉଜି ଦେଖିଛନ୍ତି ବନାରସ ସହରର ରାସ୍ତାକୁ । ରାସ୍ତା ଥୁଲା ଅସମ୍ଭବ ଭାବରେ ଭିଡ଼ । ଲୋକମାନେ କ୍ରମଶଃ ଚାରିଆଡ଼କୁ ଖେଳାଇ ହୋଇଯାଉଥିଲେ । ଲାଇଟ୍ ପୋଷ୍ଟ ପାଖରୁ ଦେଖାଯାଉଥିଲା କାଶୀ ବିଶ୍ଵନାଥଙ୍କ ସ୍ଵର୍ଣ୍ଣଚୂଡ଼ା । ଆସନ୍ନ ସନ୍ଧ୍ୟାର ମଳିନ ଆଲୋକରେ ତାହା ଚକ୍ ଚକ୍ କରୁଥିଲା । ମନ୍ଦିର ରାସ୍ତାପାଖରୁ ଆଉ ଏକ ଉପରାସ୍ତା ବାହାରି ଯାଇଥିଲା । ଯେଉଁ ରାସ୍ତା କି ପଡ଼ିଥିଲା ଡାଳମଣ୍ଡି ଆଡ଼କୁ । ସେହି ‘ଡାଳମଣ୍ଡି’ ଏକ ବାରାଙ୍ଗନା ବସ୍ତି, ଏକ ଉପରାସ୍ତା ବାହାରି ଯାଇଥିଲା । ଯେଉଁ ରାସ୍ତା କି ପଡ଼ିଥିଲା ଡାଳମଣ୍ଡି ଯାହାକୁ କି କଥାକାର ଅତି ମନୋଜ୍ଞ ଭାବରେ ବର୍ଣ୍ଣନା କରିଛନ୍ତି ।

ସେତେବେଳେ ସମୟ ଛ’ଅଟା ବାଜିବାକୁ ଆଉ ଦଶମିନିଟ୍ ବାକିଥାଏ । ସନ୍ଧ୍ୟା ଆସିଥିଲେ ବି ସବୁଆଡ଼େ ବିଜୁଳି ଆଲୁଅ ଖେଳାଇ ହୋଇ, ସନ୍ଧ୍ୟାର କାଳିମାକୁ ଦୂରେଇ ଦେଇଥାଏ । ଏହି ପ୍ରସଙ୍ଗରେ କଥାକାର ଗଙ୍ଗାନଦୀର ଜଳ ଓ କୂଳର ବର୍ଣ୍ଣନା ଦେଇଛନ୍ତି । କଥାକାରଙ୍କ ଲେଖନୀରେ ସେହି ପ୍ରାକୃତିକ ଦୃଶ୍ୟ ନିର୍ଜୀବ ନହୋଇ, ହୋଇଛି ସଜୀବ ।

CHSE Odisha Class 12 Odia Solutions Chapter 12 ରୂପନାରାୟଣ ସାହା

ଏହି ପ୍ରସଙ୍ଗରେ ଅର୍ଥାତ୍ ଗଙ୍ଗାନଦୀକୁ ଦେଖି ଗଳ୍ପନାୟକ ଅତୀତର ଏକ ବିଶେଷ ଘଟଣାକୁ ମନେପକାଇଛନ୍ତି । ଗଳ୍ପନାୟକ ଅଶୋକ ଯୌବନର ଅସ୍ତଲଗ୍ନରେ ପହଞ୍ଚିଥିଲେ ବି କୈଶୋରର ସେହି ଘଟଣାକୁ ବିସ୍ମୃତ ହୋଇନାହାଁନ୍ତି । କଥାକାରଙ୍କ ଭାଷାରେ – ‘ଲାଇଟ୍ ପୋଷ୍ଟକୁ ତଥାପି ଆଉଜି ରହି ପୁରାତନ ଅନୁଭୂତିକୁ ରୋମନ୍ଥନ କରୁଥୁଲି । ଅନୁଭୂତିର ସମୁଦ୍ର ମନ୍ଥନରେ ବହୁପୁରାତନ ସ୍ମୃତିର ବୁଦ୍ ବୁଦ୍ ଭାସି ଉଠିଛି ଉପରକୁ।’’

ଅଶୋକଙ୍କ ବାପା, ଥିଲେ ବନାରସର ମିଲିଟାରୀ ଡାକ୍ତର । ତେଣୁ ଅଶୋକଙ୍କ ଶୈଶବ ସମୟ ବିତିଯାଇଥିଲା ସେହି ବନାରସରେ । ଫଳରେ ସେ ବନାରସର ଅନେକ ରାସ୍ତା ସହିତ ଥିଲେ ବହୁପରିଚିତ । ଥରେ ତାଙ୍କର କ୍ଷୁଦ୍ର ପରିବାରଟିକୁ ନେଇ ନୌକାଟି ଫେରୁଥାଏ, ଗଙ୍ଗା ଆରପାରି ରାମନଗରରୁ । ନୌକାଟି ହରିଶ୍ଚନ୍ଦ୍ର ଘାଟରୁ ଦର୍ଶ୍ୱଶ୍ଵମେଧ ଘାଟକୁ ଯାଉଥାଏ । ନୌକା ଯିବା ସମୟରେ, କାତ ମାରୁଥିବା ମାଝିର ବାରଣ ସତ୍ତ୍ବେ ଛୋଟପିଲା ହିସାବରେ କର୍ପୋରେସନର ଲୋକକୁ ରାମନଗର ଯାଇଥିବା କଥା ଅଶୋକ କହିଥିଲେ । ଫଳରେ ପ୍ରତ୍ୟେକଙ୍କ ପାଇଁ ଟଙ୍କାଟିଏ ହିସାବରେ ବାପାଙ୍କୁ ଦଶଟଙ୍କା ଅଯଥାରେ ବାପାଙ୍କୁ ଟ୍ୟାକ୍ସ ଦେବାକୁ ପଡ଼ିବାରୁ, ବାପାଙ୍କ ସମେତ ପରିବାରର ସମସ୍ତ ସଦସ୍ୟ ହୋଇଥିଲେ । ବାପା, ଦାଦା, ମା’ ଓ ଭାଇ ଭଉଣୀଙ୍କ ରୋଷର ଭାବ ଜାଣିପାରି ଅଶୋକ ଅସହାୟ ହୋଇପଡ଼ିଥିଲେ । ତାଙ୍କ ଆଖିରେ ଲୋତକ ପୂରି ଯାଇଥିଲା ।

ସେହି ସମୟରେ ତାଙ୍କର ଘରୋଇ ଶିକ୍ଷକ ଯାହାକୁ ସେ ମାଷ୍ଟରଜୀ ଡାକୁଥିଲେ, ତାଙ୍କଠାରୁ ସାମାନ୍ୟ ଆଶ୍ୱାସନାର ସୂଚନା ପାଇଲାପରେ, ସେ କାନ୍ଦି ପକାଇଥିଲେ । ମାଷ୍ଟରଜୀଙ୍କ କୋଳରେ ମୁଣ୍ଡରଖି କାନ୍ଦିଥିଲା ବେଳେ, ତାଙ୍କ ପିଠିରେ ଆଶ୍ଵାସନାର ଥାପୁଡ଼ାକୁ ସେ ଅନୁଭବ କରିଥିଲେ । ମାଷ୍ଟରଜୀ ତାଙ୍କ ପାଇଁ ପରିବାରର ସମସ୍ତଙ୍କୁ ମୃଦୁ ଗାଳି ଦେଇଥିଲେ । କାରଣ ତାଙ୍କ ବିଚାରରେ ଅଶୋକ ସତ କହି କିଛି ଭୁଲ୍ କରିନାହିଁ । ଅଶୋକର ଅବସ୍ଥା ବୁଝିଲା ପରେ, ତାଙ୍କ ବାପା ନୀରବରେ ତାଙ୍କୁ କୋଳକୁ ନେଇଥିଲେ । ମାଷ୍ଟରଜୀଙ୍କୁ ମନେପକାଇବା ଘଟଣାକୁ ଲେଖକ ଲେଖିଛନ୍ତି – ‘ମାଷ୍ଟରଜୀ – ତାଙ୍କ ମୁହଁ ବି ସ୍ପଷ୍ଟ ମନେପଡ଼ୁଛି ମୋର । ଉତ୍କଳ ଗୌରବର୍ଷ-ଈଷତ୍ ଦୀର୍ଘ ମୁହଁ ଉପରେ ଉନ୍ନତ ଶୁକ ଚଞ୍ଚୁ ନାସିକା – ବଡ଼ ବଡ଼ ଦୁଇଟା କାନ ଉପରେ ବିପର୍ଯ୍ୟସ୍ତ ବାଳ ଲମ୍ବି ଆସିଛି କେରା କେରା ହୋଇ । ସାମାନ୍ୟ ଭିତରକୁ ପଶି ପଶି ଯାଉଛି, ଦୁଇଟି ବୁଦ୍ଧି ଦୀପ୍ତ ଆଖି । ମାଷ୍ଟରଜୀ ଏଇ ମୋର ମାଷ୍ଟ୍ରଜୀ ।’’

ମାଷ୍ଟ୍ରଜୀଙ୍କୁ ମନେ ପକାଉ ପକାଉ ଅଶୋକ ଚାହିଁଛନ୍ତି, ତାଙ୍କୁ ଥରେ ଦେଖି ଆସିବା ପାଇଁ । କାରଣ ମାଷ୍ଟ୍ରଜୀଙ୍କର ଘର ଥିଲା ସେହି ବନାରସରେ । ମାଷ୍ଟ୍ରଜୀ ତାଙ୍କୁ ଦେଖିଲେ ନିଶ୍ଚୟ ଖୁସି ହେବେ ବୋଲି ସେ ଜାଣିଥିଲେ । କାରଣ ମାଷ୍ଟ୍ରଜୀ ତାଙ୍କ ପାଠ ଜୀବନରେ ଯେଉଁ ମୂଳଦୁଆ ପକାଇଥିଲେ, ତାହା ଉପରେ ସେ ଅନେକ ଘର କଲେଣି ବୋଲି ଜାଣିଥିଲେ ।

ସଙ୍ଗେ ସଙ୍ଗେ ରିକ୍‌ସାକୁ ଡାକି ସେ ମାଷ୍ଟରଜୀଙ୍କ ଘରକୁ ଯିବାକୁ ବାହାରି ପଡ଼ିଲେ । କ୍ୟାଣ୍ଟନମେଣ୍ଟ ରୋଡ଼ରେ ରିକ୍ସା ଚାଲୁଥିଲାବେଳେ, ଅଶୋକଙ୍କ ମନରେ ଶୈଶବର ସ୍ମୃତି ଜାଗି ଉଠିଥିଲା । ପିଲାଦିନେ ତାଙ୍କ ଡାକ ନାମ ଥିଲା ମନ୍ନା ଏବଂ ତା’ର ପୋଷା ପାତିମାଙ୍କଡ଼ ଛୁଆର ନାମ ଥିଲା ମନ୍ତୁ । ମନ୍ନା ଓ ମହୁ ପାଠ ପଢ଼ି ଯାଉଥିଲେ । କାରଣ ମଜ୍ଜାକୁ ଛାଡ଼ି ପାତିମାଙ୍କଡ଼ ଛୁଆ ମନ୍ତୁ ରହିପାରୁ ନଥିଲା । ମଜ୍ଜାକୁ ଅନୁକରଣ କରି ମନ୍ତୁ ସିଲଟ ଧରି ବସୁଥିଲା । ବେଳେବେଳେ ମନ୍ତ୍ରୀ ଓ ମନ୍ତୁ ଦୁହେଁ ମାଷ୍ଟରଜୀଙ୍କୁ ହଇରାଣ କରୁଥିଲେ । ଦୁଷ୍ଟାମି କରି ମଜା କରୁଥିଲେ । ହେଲେ ସେହି ପାଠପଢ଼ା ସରିଲା ବେଳକୁ ମାଷ୍ଟରଜୀଙ୍କ ମାତାଜୀ ପିଜୁଳି, ଆମ୍ବ କିମ୍ବା ହାଲୁଆ ଖୁଆଉଥିଲେ । ମାତାଜୀଙ୍କ ପାଇଁ ମଜ୍ଜା କେବେବି ମାଷ୍ଟରଜୀଙ୍କଠାରୁ ମାଡ଼ ଖାଇନଥିଲେ ।

ଏମିତି ଭାବନା ଭିତରେ ରିକ୍ସା ଯେ ଆସି ପହଞ୍ଚି ଯାଇଥିଲା କ୍ୟାଣ୍ଟନମେଣ୍ଟ ଛକ ଉପରେ । ଆଉ ଅଳ୍ପବାଟ ଗଲାପରେ ପଡ଼ିବ ସଦର ବଜାର, ଯେଉଁଠିକି ଛୋଟ ପୋଷ୍ଟଅଫିସର ଆଗଗଳିରେ ମାଷ୍ଟରଜୀଙ୍କ ଘର । ମାଷ୍ଟରଜୀଙ୍କ ଘରକୁ ଯାଉଥିବାରୁ ଅଶୋକଙ୍କ ମନରେ ଭାବନାର ଡୋରି ଆଗକୁ ଆଗକୁ ଲମ୍ବିଯାଇଛି । ସେ ସ୍ଵାଭାବିକ ଭାବେ ଚିନ୍ତା କରିଛନ୍ତି – ‘‘କେମିତି ଦେଖାହବ ମାଷ୍ଟରଜୀଙ୍କ ସହିତ ? ଏଇ ସୁଟ୍ ଆଉ ଟାଇର ପୋଷାକରେ ସେ କ’ଣ ଚିହ୍ନି ପାରିବେ ମତେ ? ନା, ମୁଁ ତାଙ୍କ ଆଖିରେ ଆଜି ପର୍ଯ୍ୟନ୍ତ ମଧ୍ୟ ଥିବି ସେଇ ପୁରାତନ ଚପଳ ଶିଶୁ । ଏଇତ ସନ୍ଧ୍ୟା ହେଲା ନାଲି କିରାସିନିର ସେଇ ମୁମୂର୍ଷୁ ଲଣ୍ଡନ ଆଲୁଅରେ ସେ ତାଙ୍କର ପିଣ୍ଡା ଉପରେ ବସି ରହିଥ‌ିବେ, ଆଉ ତାଙ୍କୁ ଘେରି ବସିଥ‌ିବେ ଅନେକ ପଠନରତ ଶିଶୁ । ମୁଁ ଚରି ଚିହ୍ନିନେବି ତାଙ୍କୁ ଆଉ ଯାଇ ତାଙ୍କର ପଦଧୂଳି ନେବି । ମଥାପାତି କୃତଜ୍ଞତା ସ୍ବୀକାର କରିବି । ପରିଚୟ ପାଇ ସେ ନିଶ୍ଚୟ ମତେ କୁଣ୍ଢେଇ ପକଇବେ ଗଦ୍ ଗଦ୍ ହୋଇ ।

ସ୍ନେହ ଦୁର୍ବଳ ଏଇ ଶିକ୍ଷକର ଦୁଇ ଆଖି ଭାସିଯିବ ଆନନ୍ଦର ଅଶ୍ରୁରେ ।’’ ଇତ୍ୟାଦି… । ଏହି ଭାବନା ସମୟରେ ରିକ୍ସାବାଲା ପଚାରିଲା ଯିବାର ଠିକଣା । କାରଣ ରିକ୍ସା ସେତେବେଳକୁ ପହଞ୍ଚି ସାରିଥିଲା ସଦର ବଜାର ପୋଷ୍ଟ ଅଫିସ୍ ପାଖରେ । ନିକଟରେ ପିଣ୍ଡା ଉପରେ କେତେଜଣ ଗପ କରୁଥିବା ଲୋକଙ୍କୁ, ଅଶୋକ ପଚାରିଥିଲେ, ମାଷ୍ଟରଜୀଙ୍କ ଠିକଣା । ରୂପନାରାୟଣ ସାହା ନାମରେ ଏକ ଗହଣା ଦୋକାନୀର ଠିକଣା ସେମାନେ ଦେଇଥିଲେ । କାରଣ ଯେ କି ଛୋଟ ଛୋଟ ପିଲାଙ୍କୁ ପଢ଼ାନ୍ତି । ଏଇଠି କୋଉଠି ସେ ଥାଆନ୍ତି । ସେ ହେଉଛନ୍ତି ମାଷ୍ଟରଜୀ । ଅଶୋକଙ୍କ କଥା ଶୁଣି ସମସ୍ତେ ଏକାସାଙ୍ଗରେ ମୁହଁ ଟେକି ରିକ୍ସାବାଲା ମୁହଁକୁ ଚାହିଁଲେ । ରିକ୍ସାବାଲାଟି ଆଶ୍ଚର୍ଯ୍ୟ ହୋଇ ଅଶୋକଙ୍କୁ ଚାହିଁ ରହିଲା । ଶେଷରେ ତା’ର କୋଟରଗତ ପରଳଲଗା ଆଖିରେ, ସେ ଯେପରି ଅଶୋକର ଭିତରଟିକୁ ଦେଖିନେଲା । ଆଖିରେ ସେ ଦେଖୁଥିଲା ସୁଦୂର ଅତୀତକୁ । କିଛି ସମୟପରେ କହିଥୁଲା, ତୁମେ ବୋଧହୁଏ ଅଶୋକ ।

ଅଶୋକ ମଧ୍ୟ ରିକ୍ସାବାଲା ଯେ କି ତା’ର ମାଷ୍ଟରଜୀ ତାଙ୍କୁ ଦେଖି ବିଦ୍ୟୁତ୍‌ର ଶିହରଣ ଅନୁଭବ କଲା । ତାଙ୍କର ଗୋଟି ଗୋଟି ସବୁ ମନେପଡ଼ିଗଲା ମାଷ୍ଟରଜୀଙ୍କୁ ଦେଖି ।

ଅଶୋକ ନଇଁପଡ଼ି ତାଙ୍କର ପାଦଧୂଳି ନେବାକୁ ହାତ ବଢ଼ାଇବାରୁ, ସେ ପଛକୁ ଘୁଞ୍ଚିଯାଇ, ତାକୁ ତୋଳି ଧରିଥିଲେ ଗୁରୁସୁଲଭ ଭଙ୍ଗୀରେ ଦୀର୍ଘଜୀବୀ ହେବାକୁ ଆଶୀର୍ବାଦ କରିଥିଲେ । ଦୁହେଁ ଦୁହିଁଙ୍କୁ କିଛି ସମୟ ଚାହିଁ ରହିଲେ । ମାଷ୍ଟରଜୀଙ୍କ ନୀରବତାରୁ ଅଶୋକ ଅନୁମାନ କଲେ, ‘କହିବା ଅପେକ୍ଷା ନୀରବରେ ତା’ଠାରୁ ପ୍ରକାଶ କରିପାରେ ଯଥେଷ୍ଟ ବେଶି !’’ ପରେ ପରେ ମାଷ୍ଟରଜୀ ଯଥେଷ୍ଟ ଆନନ୍ଦିତ ହୋଇଥିଲେ । ସେହି ଆନନ୍ଦ ଦେଖିଲେ ଜଣାଯାଉଥିଲା, ସତେଯେପରି ‘ପୃଥ‌ିବୀର ସବୁଠାରୁ ସୁଖୀ ମନୁଷ୍ୟ’ ।

ଦୁହେଁ ବସିଲେ ଅତୀତର ସେହି ପୁରୁଣା ପିଣ୍ଡାରେ । ଅଶୋକ କିଛି କହିବେ କହିବେ ହେଉଥିଲେ ବି କିଛି କହିପାରୁ ନଥିଲେ । ମାତ୍ର ମାଷ୍ଟରଜୀ ନିଜେ ଛାଏଁ ଆରମ୍ଭ କରିଦେଇଥିଲେ ନିଜ ଜୀବନର ଦୁଃଖଦ ଅଧ୍ୟାୟକୁ । ସେ ସ୍ଵଚ୍ଛ ବେତନଭୋଗୀ କର୍ମଚାରୀ ଭାବରେ ଶିକ୍ଷକ ଧର୍ମଘଟରେ ସାମିଲ୍ ହୋଇଥିଲେ । ତାଙ୍କର ଧର୍ମଘଟ ପାଇଁ, ସେ ହୋଇଯାଇଥିଲେ ରାଷ୍ଟ୍ର ବିରୁଦ୍ଧରେ ଷଡ଼ଯନ୍ତ୍ରକାରୀ । ତେଣୁ ତାଙ୍କୁ ବର୍ଷକପାଇଁ ଜେଲକୁ ପଠାଇ ଦିଆଯାଇଥିଲା । ଜେଲରୁ ଫେରି ଦେଖିଥିଲେ ତାଙ୍କର ସ୍ତ୍ରୀ ମରିଯାଇଥିଲେ । ସ୍ତ୍ରୀର ସବୁ ଗହଣାକୁ ବିକିବା ପରେ ଆଉ କିଛି ହାତଉଧାର କରି କିଣିଥିଲେ ରିକ୍ସଟିଏ । କାରଣ ଅନ୍ୟପିଲାଙ୍କୁ ପଢ଼ାଇ ପରିବାର ଚଳାଇବା ଅସମ୍ଭବ ହେବାରୁ ସେ ଏପରି କରିବାକୁ ବାଧ୍ୟ ହୋଇଥିଲେ । ନିଜ କଥା କହିଲାବେଳେ ତାଙ୍କ ଆଖିରୁ ଲୁହ ଝରୁଥୁଲା । ହଠାତ୍ ତାଙ୍କର କାଶ ଉଠିବାରୁ, କାଶି କାଶି ସେ ଥକିପଡ଼ିଲା ପରି ଲାଗିଲେ । ଏହା ଭିତରେ ସେ ଅସୁସ୍ଥ ହୋଇ ଯାଇଛନ୍ତି । ଡାକ୍ତରଖାନାକୁ ଯାଇ ଡାକ୍ତର ଦେଖାଇଛନ୍ତି । ମାତ୍ର ଘୁରେସି ହୋଇଥବାର ଚିକିତ୍ସା ପାଇଁ ଅନେକ ପଇସା ଲାଗିବ ଜାଣିବାପରେ, ସେ ଆଉ କିଛି କରିନାହାଁନ୍ତି ।

ମାଷ୍ଟରଜୀଙ୍କ ରିକ୍ସା ପାଖରେ ସୁଦୃଶ୍ୟ ଦମ୍ପତି ପହଞ୍ଚିବାରୁ, ସେ ନିଜର ବାର ଚଉଦ ବର୍ଷର ପିଲାକୁ ରିକ୍ସାନେଇ ଯିବାକୁ ବରାଦ କଲେ । ପୁଅ ପାଇଁ ଶୋଚନା ମଧ୍ୟ କଲେ । କାରଣ ଖୁବ୍ କମ୍ ବୟସରୁ ପୁଅକୁ ମଧ୍ୟ ରିକ୍ସା ଚଳାଇବାକୁ ହେଉଛି । ଏଥିପାଇଁ ଅବଶୋଷରେ ସେ ଦୀର୍ଘଶ୍ଵାସ ଛାଡୁଥିଲେ ।

ମାଷ୍ଟରଜୀ କଥା କହିସାରି ଆଖିରୁ ଲୁହ ପୋଛିଲେ । ବୋଧହୁଏ ତାଙ୍କ ଜୀବନର କ୍ଷୁଦ୍ର ଇତିହାସ ସରିଆସିଥିଲା । ଯେଉଁ ମାଷ୍ଟରଜୀ ଅତୀତରେ ପିଲାଙ୍କୁ କଥା କହିଲାବେଳେ, ଚରିତ୍ରଗୁଡ଼ିକୁ ସୁନ୍ଦରଭାବେ ବର୍ଣ୍ଣନା କରୁଥିଲେ, ସେ ଆଜି ଚରିତ୍ରଟିଏ ପାଲଟି ଯାଇଥିଲେ । ଅଶୋକ ମଧ୍ୟ ସେହି ଚରିତ୍ରର ହୃତ୍‌ପଦ୍ମର ସ୍ପନ୍ଦନ ଶୁଣିପାରୁଥିଲା ଭଳି ମନେକରିଥିଲେ ।

ସନ୍ଧ୍ୟା ଆସି ଯାଇଥବାରୁ, ମାଷ୍ଟରଜୀ ତାଙ୍କୁ ରାତିଟିଏ ପାଇଁ ତାଙ୍କ ଭଙ୍ଗାଘରେ ରଖି ନପାରିବାରୁ ନିଜକୁ ନିଜେ ଦୋଷୀ ମନେକରିଥିଲେ । ନିଜର ଦୁର୍ଭାଗ୍ୟ ବୋଲି ବିଚାର କରିଥିଲେ ।

ଅଶୋକ ବିଦାୟ ନେଲା ପୂର୍ବରୁ ଦେଖିଥିଲେ ମାଷ୍ଟରଜୀଙ୍କ ମାତାଜୀଙ୍କୁ । ମାତାଜୀ, ଯେ କି ଅତୀତରେ ଅନେକ ମଧୁର ସମ୍ପର୍କ ରଖିଯାଇଥିଲେ ଅଶୋକଙ୍କ ସହିତ । ସେହି ମାତାଜୀ ସାମୟିକ ଭାବରେ ମାନସିକ ଭାରସାମ୍ୟ ହରାଇ ବସୁଥିଲେ । ରିକ୍ସାବାଲାଙ୍କୁ ପଳାଏ ପଳାଏ କିରୋସିନି ବିକ୍ରିକରି ବଞ୍ଚିବାର ସାମର୍ଥ୍ୟ ସଂଗ୍ରହ କରୁଥିଲେ । ଅଶୋକ ଯାଇ, ମାତାଜୀଙ୍କ ପାଦଛୁଇଁ ପ୍ରଣାମ କଲେବି, ସେ ସେପରିକିଛି ଆଗ୍ରହ ପ୍ରକାଶ କରିନଥିଲେ କିମ୍ବା ଚିହ୍ନିବାକୁ ଚାହିଁ ନଥୁଲେ । ବରଂ ଅଭ୍ୟସ୍ତ ଭାବରେ କେବଳ ଆଶୀର୍ବାଦ ଦେଇଥିଲେ ।

ଅଶୋକ ଦେଖିଥିଲେ ରୂପନାରାୟଣ ସାହାଙ୍କ ବିଲ୍‌କୁଲ୍ ବିଗିଡ଼ି ଯାଇଥିବା ସଂସାରକୁ । ସେ ମାଷ୍ଟରଜୀଙ୍କୁ ପ୍ରଣାମକରି ହୋଟେଲ୍‌କୁ ଫେରିଥିଲେ । ଫେରିବାବେଳେ ମାଷ୍ଟରଜୀ ତାଙ୍କର ଠିକଣା ଥ‌ିବା କାଗଜଟି ଗୁଞ୍ଜି ଦେଇଥିଲେ । କହିଥିଲେ, ଇଚ୍ଛାକଲେ । ଚିଠି ଲେଖିବ ।

କ୍ୟାଣ୍ଟନ୍‌ମେଣ୍ଟ ରାସ୍ତାରେ ଧୀରେ ଧୀରେ ପାଦ ଗଣି ଗଣି ଅଶୋକ ଫେରୁଥିଲେ । ସେହି ଫେରିବାବେଳେ ମାଷ୍ଟରଜୀଙ୍କ କଥା ତୁହାଇ ତୁହାଇ ମନେପକାଉଥିଲେ । ରୂପନାରାୟଣଙ୍କ ଜୀବନର ନାଟକକୁ ସେ ଯାହା ଦେଖି ଆସିଥିଲେ, ତାହାକୁ ବିଶ୍ବାସ କରିପାରୁ ନ ଥିଲେ । ଇଚ୍ଛାକରି ମଧ୍ୟ ବିଶ୍ୱାସ କରୁନଥିଲେ । କାରଣ ସେ ଥିଲେ ସେତେବେଳର ଭାରତ ସରକାରଙ୍କର ଶିକ୍ଷାବିଭାଗ ନିର୍ଦ୍ଦେଶକ । ସେ ଥିଲେ ରୂପନାରାୟଣଙ୍କ ପରି ଲକ୍ଷ ଲକ୍ଷ ଶିକ୍ଷକଙ୍କର ଭାଗ୍ୟନିୟନ୍ତ୍ରଣକାରୀ । ନିଜ ପାଖରେ ନିଜେ ସେ ଦୋଷୀ ଦୋଷୀ ମନେ କରୁଥିଲେ । ତେଣୁ ତାଙ୍କ କାନ ପାଖରେ ଭାସି ଉଠୁଥୁଲା, ମାଷ୍ଟରଜୀଙ୍କ କଣ୍ଠସ୍ବର । ସେ କହୁଥିଲେ – ‘ଏ ଦୋଷ ତୋ’ର ଏକା ନୁହଁରେ ଅଶୋକ – ଏ ମୂର୍ଖତା ଏଇ ସମଗ୍ର ଅନ୍ଧ ଜାତିର ।’ ଅଶୋକଙ୍କ ଭାବନାରେ, ଏ ଅନ୍ଧଜାତିକୁ ଉପଯୁକ୍ତ ମଣିଷ କରିବାପାଇଁ ରୂପନାରାୟଣଙ୍କୁ ଆହୁରି ବଡ଼ ବେତ ଧରି ଶାସନ କରିବାକୁ ପଡ଼ିବ । ମାତ୍ର ରୂପନାରାୟଣ ଗୋଷ୍ଠୀର
ହୋଇ ଯାଇଥିଲେ । ବିବେକର ଦ୍ବାହିନେଇ ସେ ଭାବିଥିଲେ – ‘ଏ ମଦ୍ୟପ ଜାତି ଯେ ଆଜି କ୍ଷମତାର ମଦ ପିଇ ବେହୋସ ହୋଇପଡ଼ିଛି । ଏମାନେ କ’ଣ ଟିକିଏ ଶୁଣିଛନ୍ତି ଆପଣମାନଙ୍କର ଏତେଦିନର କରୁଣ ନିବେଦନ ! ଆଜି ଆଉ ନୁହେଁ – ଏ ଜାତିକୁ ଜାଗ୍ରତ କରିବାକୁ ହେବ ।’’

ଏହିଭଳି ଅନେକ କଥା ଚିନ୍ତା କରୁଥିଲାବେଳେ, ସେ ଯେ କେତେବେଳେ ରାସ୍ତାକଡ଼ର କଫି ବରାଦ କରିଦେଇ ଭାବନା ରାଜ୍ୟରେ ବୁଡ଼ି ଯାଇଛନ୍ତି, ସେ କଥା ଜାଣିପାରି ନଥିଲେ । ଅନ୍ୟମନସ୍କ ଭାବରେ ହାତରେ ଥିବା ଠିକଣା କାଗଜଟିକୁ ପାପୁଲିରେ ସେ ବଳି ଚାଲିଥିଲେ ।

CHSE Odisha Class 11 Economics Solutions Chapter 14 ପରିସଂଖ୍ୟାନ

Odisha State Board CHSE Odisha Class 11 Economics Solutions Chapter 14 ପରିସଂଖ୍ୟାନ Questions and Answers.

CHSE Odisha 11th Class Economics Solutions Chapter 14 ପରିସଂଖ୍ୟାନ

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଉତ୍ତରମାନଙ୍କ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ।

୧। Statistic ଶବ୍ଦଟି କେଉଁ ଶବ୍ଦରୁ ଉଦ୍ଭବ ହେବାପରି ମନେ ହୁଏ ?
(i) ଲାଟିନ୍ ଶବ୍ଦ status
(ii) 60 statistique
(iii) ଜର୍ମାନ୍ ଶବ୍ଦ statistik
(iv) ଉପରୋକ୍ତ ସମସ୍ତ
Answer:
(iv) ଉପରୋକ୍ତ ସମସ୍ତ

୨। “ ବହୁବିଧ ଉପାଦାନ ଦ୍ବାରା ପ୍ରଭାବିତ ସାଂଖ୍ୟକ ତଥ୍ୟାବଳୀକୁ ପରିସଂଖ୍ୟାନ କୁହାଯାଏ” । ଉକ୍ତ ସଂଜ୍ଞାଟିକୁ କିଏ କହିଥୁଲେ ?
(i) ଏ.ଏଲ୍. ବାଉଲି
(ii) ୱେବଷ୍ଟର
(iii) ସ୍କୁଲ୍ ଓ କେଣ୍ଡାଲ
(iv) ହୋରେସ୍ ସେକ୍ରିଷ୍ଟ
Answer:
(iii) ସ୍କୁଲ୍ ଓ କେଣ୍ଡାଲ

୩। ପରିସଂଖ୍ୟାନର ଜନକ କାହାକୁ କହନ୍ତି ?
(i) ରୋନାଲ୍‌ଡ ଏ. ଫିସର
(ii) ଆଦାମ ସ୍ମିଥ
(iii) ଆରିଷ୍ଟୋଟଲ
(iv) ହେରୋଡଟସ୍
Answer:
(ii) ରୋନାଲ୍‌ଡ୍ ଏ. ଫିସର

୪। ଏକବଚନରେ ପରିସଂଖ୍ୟାନର ଅର୍ଥ
(i) ତଥ୍ୟ ସଂଗ୍ରହ ଓ ଉପସ୍ଥାପନ
(ii) ତଥ୍ୟ ବିଶ୍ଳେଷଣ
(iii) ତଥ୍ୟର ସ୍ଵରୂପ ନିର୍ଦ୍ଧାରଣ
(iv) ଉପରୋକ୍ତ ସମସ୍ତ
Answer:
(iv) ଉପରୋକ୍ତ ସମସ୍ତ

୫। ନିମ୍ନୋକ୍ତ କାର୍ଯ୍ୟାବଳୀ ମଧ୍ଯରୁ କେଉଁଟି ପରିସଂଖ୍ୟାନର କାର୍ଯ୍ୟ ନୁହେଁ ?
(i) ପ୍ରାକ୍‌କଳନା
(ii) ବଜାର ମୂଲ୍ୟ ନିର୍ଦ୍ଧାରଣ
(iii) ପୂର୍ବାନୁମାନ
(iv) କାଳ୍ପନିକ ସର୍ଭ ପରୀକ୍ଷା
Answer:
(iv) କାଳ୍ପନିକ ସର୍ଭ ପରୀକ୍ଷା

CHSE Odisha Class 11 Economics Solutions Chapter 14 ପରିସଂଖ୍ୟାନ

୬। ପରିସଂଖ୍ୟାନ ସିଦ୍ଧାନ୍ତ ଗୁଡ଼ିକ
(i) ଅବିକଳ
(ii) ସମ୍ଭାବ୍ୟ
(iii) ସଠିକ୍
(iv) କୌଣସିଟି ନୁହେଁ
Answer:
(ii) ସମ୍ଭାବ୍ୟ

୭। ନିମ୍ନୋକ୍ତ ଉକ୍ତିମାନଙ୍କ ମଧ୍ୟରୁ କେଉଁଟି ପରିସଂଖ୍ୟାନର ଅନାସ୍ଥା ପ୍ରକଟ କରେ ।
(i) ସଂଖ୍ୟାଗୁଡ଼ିକ ଏକ ନିର୍ଭରଯୋଗ୍ୟ ବିଜ୍ଞାନ
(ii) ସଂଖ୍ୟାଗୁଡ଼ିକ ମିଛ କହନ୍ତି ନାହିଁ
(iii) ପରିସଂଖ୍ୟାନ ସବୁକିଛି ପ୍ରମାଣ କରିପାରେ
(iv) ପରିସଂଖ୍ୟାନ ନୀତି ନିର୍ଦ୍ଧାରଣରେ ସହାୟତା କରେ
Answer:
(iii) ପରିସଂଖ୍ୟାନ ସବୁକିଛି ପ୍ରମାଣ କରିପାରେ

୮। ବହୁବାଚନିକ ସଂଜ୍ଞା ଅନୁସାରେ ପରିସଂଖ୍ୟାନ
(i) ତଥ୍ଯ ସଂଖ୍ୟକ ଅଭିବ୍ୟକ୍ତି
(ii) ଯୁକ୍ତିସିଦ୍ଧ ତଥ୍ୟ
(iii) ଅନେକ ତଥ୍ୟର ସମାହାର
(iv) ଉପରୋକ୍ତ ସମସ୍ତ
Answer:
(iv) ଉପରୋକ୍ତ ସମସ୍ତ

୯। ନିମ୍ନୋକ୍ତ କେଉଁଟି ପରିସଂଖ୍ୟାନ ପରିସରଭୁକ୍ତ ନୁହେଁ ?
(i) ତଥ୍ଯ ଉପସ୍ଥ।ପନ
(ii) ନୀତି ନିର୍ଦ୍ଧାରଣ
(iii) ଏକକ ତଥ୍ୟର ଅଧ୍ୟୟନ
(iv) ସଂକ୍ଷିପ୍ତିକରଣ
Answer:
(iii) ଏକକ ତଥ୍ୟର ଅଧ୍ୟୟନ

୧୦ । କେଉଟି ପରିସଂଖ୍ୟାନର କାର୍ଯ୍ୟାବଳୀ ଅନ୍ତର୍ଭୁକ୍ତ ନୁହେଁ ?
(i) ତଥ୍ଯ ଉପସ୍ଥ।ପନ।
(ii) ପୂର୍ବାନୁମାନ
(iii) ତଥ୍ୟାବଳୀର ତୁଳନା
(iv) ମଜୁରିହାର ସ୍ଥିର କରିବା
Answer:
(iv) ମଜୁରିହାର ସ୍ଥିର କରିବା

୧୧। କିଏ ବହୁବଚନ ଅର୍ଥରେ ପରିସଂଖ୍ୟାନର ସଂଜ୍ଞା ପ୍ରଦାନ କରିଥିଲେ ?
(i) ବାଉଲେ
(ii) ବୋଦିଙ୍ଗଟନ୍
(iii) ହୋରାସ୍ ସେକ୍ଳିଷ୍ଟ
(iv) କ୍ରକ୍‌ଟନ ଓ କାଓଡେନ୍
Answer:
(iv) କ୍ରକ୍ସଟନ ଓ କାଓଡେନ୍

CHSE Odisha Class 11 Economics Solutions Chapter 14 ପରିସଂଖ୍ୟାନ

୧୨। କେଉଁଟି ପରିସଂଖ୍ୟାନ ସମ୍ବନ୍ଧରେ ଠିକ୍ ନୁହେଁ ?
(i) ପରିସଂଖ୍ୟାନ ସାଂଖ୍ୟକ ତଥ୍ୟର ସମାହାର
(ii) ପରିସଂଖ୍ୟାନ ଗୁଣାତ୍ମକ ତଥ୍ୟର ବିଶ୍ଳେଷଣ କରେ
(iii) ପରିସଂଖ୍ୟାନ ନିୟମ ହାରାହାରି ଭିଭିରେ ଠିକ୍
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(ii) ପରିସଂଖ୍ୟାନ ଗୁଣାତ୍ମକ ତଥ୍ୟର ବିଶ୍ଳେଷଣ କରେ

B. ଶୂନ୍ୟସ୍ଥାନ ପୂରଣ କର ।

୧। ପରିସଂଖ୍ୟାନ କହିଲେ _______________________ ଉକ୍ତିକୁ ବୁଝାଇଥାଏ।
Answer:
ସାଂଖ୍ୟକ

୨। ପୁରାକାଳରେ ପରିସଂଖ୍ୟ।ନକୁ _____________________ ବିଜ୍ଞାନ ବୋଲି ଅଭିହିତ କରାଯାଉଥିଲା ।
Answer:
ରାଜ୍ୟଶାସନ ସମ୍ବନ୍ଧୀୟ

୩। ପରିସଂଖ୍ୟାନ ଏକ ମାଟିପିଣ୍ଡୁଳା ସଦୃଶ ଯେଉଁଥୁରୁ କି ତୁମେ __________________ ଅଥବା ________________ ଗଢ଼ିପାରିବ।
Answer:
ଦେବତା, ଦାନବ

୪। ପରିସଂଖ୍ୟାନ ଏକ ___________________ ବିଜ୍ଞ।ନ ଅଟେ ।
Answer:
ରାଜ୍ୟଶାସନ ସମ୍ବନ୍ଧୀୟ

୫। ପରିସଂଖ୍ୟାନ ପଦ୍ଧତି ଅନଭିଜ୍ଞ ବ୍ୟକ୍ତିଙ୍କଦ୍ବାରା ___________________ ସାବ୍ୟସ୍ତ ହୋଇତାଏ ।
Answer:
କ୍ଷତିକାରକ

୬। ପରିସଂଖ୍ୟାନ ହେଉଛି ________________ ସମୂହର ସମଷ୍ଟି ।
Answer:
ତଥ୍ୟ

୭। ପରିସଂଖ୍ୟାନ ହେଉଛି ____________________ ତଥ୍ୟର ପରିପ୍ରକାଶ।
Answer:
ସାଂଖ୍ୟକ

୮। ପରିସଂଖ୍ୟାନ ଅନ୍ତର୍ଗତ ତଥ୍ୟାବଳୀ ଶୃଙ୍ଖଳିତ ଭାବେ ଏକ ________________________ ପଦ୍ଧତିରେ ସଂଗୃହୀତ ହୋଇଥାଏ।
Answer:
ବ୍ୟବସ୍ଥାସିଦ୍ଧ

CHSE Odisha Class 11 Economics Solutions Chapter 14 ପରିସଂଖ୍ୟାନ

୯। ପରିସଂଖ୍ୟାନ __________________ କାରଣ ଦ୍ୱ।ରା ପ୍ରଭାବିତ ହୋଇଥାଏ ।
Answer:
ବହୁବିଧ

୧୦। ବହୁବାଚନିକା ଅର୍ଥରେ ପରିସଂଖ୍ୟାନ ______________________ ତଥ୍ୟର ସମାହାରକୁ ବୁଝାଇଥାଏ।
Answer:
ସାଂଖ୍ୟକ

୧୧। ______________________ ପରିସଂଖ୍ୟାନ ସାଂଖ୍ୟକ ତଥ୍ୟଗୁଡ଼ିକର ଏକ ସ୍ଵଚ୍ଛ, ସଂକ୍ଷିପ୍ତ, ଦରକାରୀ ଓ ତଥ୍ୟ ଭିଭିକ ଚିତ୍ର ପ୍ରଦାନ କରିଥାଏ।
Answer:
ବର୍ଣନାତ୍ମକ

୧୨। ବୈଜ୍ଞାନିକ ପରିସଂଖ୍ୟାନ _______________________ ପଦ୍ଧତି ସହିତ ସଂଶ୍ଳିଷ୍ଟ ଓ ଏହା ଅଟକଳ, ନିଷ୍ପଭି ଓ ପୂର୍ବାନୁମାନ କରିବାରେ ସାହାଯ୍ୟ କରେ।
Answer:
ଆରୋହମାନ

୧୩। ପରିସଂଖ୍ୟାନ ସମ୍ବନ୍ଧୀୟ ନୀତି ଓ ନିୟମଗୁଡ଼ିକ ପଦାର୍ଥ ବିଜ୍ଞାନ ଭଳି __________________ ହୁଏ ନାହିଁ ।
Answer:
ସାର୍ବଜନୀନ

୧୪। ଏକ ଅନୁସନ୍ଧାନରେ ଯେଉଁ ମୌଳିକ ତଥ୍ୟ ସଂଗ୍ରହ କରାଯାଇଥାଏ ତାହାକୁ ____________________ ତଥ୍ୟ କୁହାଯାଏ ।
Answer:
ପ୍ରତ୍ୟକ୍ଷ

୧୫। ପୂର୍ବକାଳର ପରିସଂଖ୍ୟାନକୁ ________________________ କୁହାଯାଉଥିଲା ।
Answer:
ରାଷ୍ଟ୍ରର ବିଜ୍ଞାନ

୧୬। ପରିସଂଖ୍ୟାନ __________________ ଏକ ପ୍ରମୁଖ ସାଧନ ।
Answer:
ଅର୍ଥନୈତିକ ଯୋଜନା

୧୭। ପରିସଂଖ୍ୟାନ ଶବ୍ଦଟି ବହୁବିଧ ଦୃଷ୍ଟିରୁ ପରିସଂଖ୍ୟନର _____________________ ବୁଝାଏ ।
Answer:
ତଥ୍ୟାବଳୀ

୧୮ । ପରିସଂଖ୍ୟନ ଶବ୍ଦଟି ଅନନ୍ୟ ଦୃଷ୍ଟିରୁ ପରିସଂଖ୍ୟାନର _______________________ ବୁଝାଏ ।
Answer:
ପଦ୍ଧତି

CHSE Odisha Class 11 Economics Solutions Chapter 14 ପରିସଂଖ୍ୟାନ

୧୯ । ପରିସଂଖ୍ୟାନ ବହୁବିଧ ଦୃଷ୍ଟିରୁ _______________________ କୁ ବୁଝାଏ ।
Answer:
ପରିସଂଖ୍ୟାନ ତଥ୍ୟାବଳୀ

୨୦ । ପରିସଂଖ୍ୟାନ ଅନନ୍ୟ ଦୃଷ୍ଟିରୁ ___________________________ କୁ ସୂଚାଏ ।
Answer:
ପରିସଂଖ୍ୟାନ ପଦ୍ଧତି

୨୧ । ପରିସଂଖ୍ୟାନ ତଥ୍ୟ ____________________________ ଦ୍ଵାରା ସଂଗ୍ରହ କରାଯାଏ ।
Answer:
ବ୍ୟବସ୍ଥାପିତ ପଦ୍ଧତି

୨୨ । ପରିସଂଖ୍ୟାନ ଅନୁସନ୍ଧାନର ପ୍ରଥମ ପର୍ଯ୍ୟାୟ ହେଉଛି ___________________________ ।
Answer:
ତଥ୍ୟ ସଂଗ୍ରହ

୨୩ । ପରିସଂଖ୍ୟାନ ଅନୁସନ୍ଧାନର ଶେଷ ପର୍ଯ୍ୟାୟ ହେଉଛି _______________________ ।
Answer:
ସ୍ବରୂପର ନିର୍ଦ୍ଧାରଣ

୨୪ । ତଥ୍ୟର ବିଶ୍ଳେଷଣ ଅର୍ଥ ତଥ୍ୟର ଶେଷ ପର୍ଯ୍ୟାୟରେ ପହଞ୍ଚିବା ପାଇଁ ________________________ ର ସାହାଯ୍ୟ ନେଉ ।
Answer:
ପରିସଂଖ୍ୟାନର ସାଧନ

୨୫ । ଭାରତୀୟ ରିଜର୍ଭ ବ୍ୟାଙ୍କର ଇସ୍ତାହାର ଏବଂ ଜାତୀୟ ଆୟବ୍ୟୟ ପରିସଂଖ୍ୟାନ ତଥ୍ୟର _______________________ ଉତ୍ସ ।
Answer:
ପରୋକ୍ଷ

C. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

୧। ପରିସଂଖ୍ୟାନ କ’ଣ ?
Answer:
କେତେକ ସାଂଖ୍ୟକ ତଥ୍ୟର ସମାହାରକୁ ପରିସଂଖ୍ୟାନ କୁହାଯାଏ।

CHSE Odisha Class 11 Economics Solutions Chapter 14 ପରିସଂଖ୍ୟାନ

୨। ପୂର୍ବକାଳରେ ପରିସଂଖ୍ୟାନକୁ କେଉଁ ନାମରେ ନାମିତ କରାଯାଇଥୁଲା ?
Answer:
ପୂର୍ବକାଳରେ ପରିସଂଖ୍ୟାନକୁ ରାଜ୍ୟ ଶାସନ ସମ୍ବନ୍ଧୀୟ ବିଜ୍ଞାନ ନାମରେ ନାମିତ କରାଯାଇଥିଲା।

୩। ଏକବଚନ ଅର୍ଥରେ ପରିସଂଖ୍ୟାନର ସଂଜ୍ଞା ପ୍ରଦାନ କର ।
Answer:
କ୍ରକ୍‌ଟନ୍ ଓ କାଓଡେନ୍‌ଙ୍କ ଅନୁଯାୟୀ ସାଂଖ୍ୟକ ତଥ୍ୟର ସଂଗ୍ରହ, ଉପସ୍ଥାପନା, ବିଶ୍ଳେଷଣ ଓ ବ୍ୟାଖ୍ୟାନକୁ ପରିସଂଖ୍ୟାନ ରୂପେ ବିବେଚନା କରାଯାଏ।

୪। ପରିସଂଖ୍ୟାନର ବହୁବାଚନିକ ସଂଜ୍ଞା ପ୍ରଦାନ କର।
Answer:
ହୋରାସ୍ ସେକ୍ରିଷ୍ଟଙ୍କ ମତରେ, ପରିସଂଖ୍ୟାନ ହେଉଛି ବହୁବିଧ କାରଣଗୁଡ଼ିକ ଦ୍ଵାରା ପ୍ରଭାବିତ, ଏକ ଯୁକ୍ତିସିଦ୍ଧ ସଠିକ୍ ମାନଦଣ୍ଡ ଅନୁଯାୟୀ ଗଣନା ଅଥବା କଳନା କରାଯାଉଥବା, ପୂର୍ବ ନିର୍ଦ୍ଧାରିତ ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ବ୍ୟବସ୍ଥାସିଦ୍ଧ ପଦ୍ଧତିରେ ସଂଗୃହୀତ ହୋଇଥିବା ଏବଂ ପରସ୍ପର ସମ୍ପର୍କ ଥାଇ ଉପସ୍ଥାପନ କରାଯାଇଥିବା ସାଂଖ୍ୟକ ତଥ୍ୟର ସମାହାର ।

୫। ପରିସଂଖ୍ୟାନ କାହାଦ୍ଵାରା ପ୍ରଭାବିତ ହୋଇଥାଏ ?
Answer:
ପରିସଂଖ୍ୟାନ ବହୁବିଧ କାରଣ ଦ୍ଵାରା ପ୍ରଭାବିତ ହୋଇଥାଏ।

୬। ପରିସଂଖ୍ୟାନର ସଂଶୟ କହିଲେ ତୁମେ କ’ଣ ବୁଝ ?
Answer:
ସଂଶୟ କହିଲେ ଆମେ ବୁଝୁ ସାଂଖ୍ୟକ ଅଭିବ୍ୟକ୍ତ ଓ ସାଂଖ୍ୟକ ପଦ୍ଧତି ପ୍ରତି ବିଶ୍ଵାସର ଅଭାବ।

୭। ବର୍ଣନାତ୍ମକ ପରିସଂଖ୍ୟାନ କ’ଣ ?
Answer:
ଯେତେବେଳେ ସାଂଖ୍ୟକ ତଥ୍ୟ ଗୁଡ଼ିକ ଏକ ସ୍ଵଚ୍ଛ, ସଂକ୍ଷିପ୍ତ, ଦରକାରୀ ଓ ତଥ୍ୟଭିଭିକ ଚିତ୍ର ପ୍ରଦାନ କରେ, ତାହାକୁ ବର୍ଣ୍ଣନାତ୍ମକ ପରିସଂଖ୍ୟାନ କୁହାଯାଏ।

୮। ବୈଜ୍ଞାନିକ ପରିସଂଖ୍ୟାନ କ’ଣ ?
Answer:
ବୈଜ୍ଞାନିକ ପରିସଂଖ୍ୟାନ ଆରୋହମାନ ପଦ୍ଧତି ସହିତ ସଂଶ୍ଳିଷ୍ଟ ଓ ଏହା ଅଟକଳ, ନିଷ୍ପତ୍ତି ଓ ପୂର୍ବାନୁମାନ କରିବାରେ ସହାଯ୍ୟ କରେ।

CHSE Odisha Class 11 Economics Solutions Chapter 14 ପରିସଂଖ୍ୟାନ

୯। ପରିସଂଖ୍ୟାନର ଦୁଇଟି କାର୍ଯ୍ୟାବଳୀ ଲେଖ ।
Answer:
(୧) ପରସଂଖ୍ୟାନ ଜଟିଳ ତଥ୍ୟାବଳୀଗୁଡ଼ିକୁ ସରଳ ଓ ବୋଧଗମ୍ୟ କରେ, (୨) ପରିସଂଖ୍ୟାନ ତୁଳନା କରିବାରେ ସହାୟତ କରେ।

୧୦। ପରିସଂଖ୍ୟାନର ଦୁଇଟି ସୀମାବଦ୍ଧତା ଲେଖ।
Answer:
(୧) ପରିସଂଖ୍ୟାନ କୌଣସି ବ୍ୟକ୍ତିଗତ ପରିମାପ ସହିତ ଜଡ଼ିତ ହୋଇ ନ ଥାଏ, (୨) ପରିସଂଖ୍ୟାନ ଗୁଣାତ୍ମକ ଘଟଣାଗୁଡ଼ିକୁ ଅଧ୍ୟୟନ କରେ ନାହିଁ ।

D. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

୧। ପରିସଂଖ୍ୟାନ ତଥ୍ୟ ସମୂହର ସମଷ୍ଟି ସହିତ ସଂଶ୍ଳିଷ୍ଟ ।
Answer:
ବହୁବାଚନିକ ଅର୍ଥରେ ପରିସଂଖ୍ୟାନ କହିଲେ ପରିସାଂଖ୍ୟକ ପଦ୍ଧତିକୁ ବୁଝାଏ ।

୨। ବହୁବାଚନିକ ଅର୍ଥରେ ପରିସଂଖ୍ୟାନ କହିଲେ ପରିସାଂଖ୍ୟକ ପଦ୍ଧତିକୁ ବୁଝାଏ।
Answer:
ଏକବାଚନିକ ଅର୍ଥରେ ପରିସଂଖ୍ୟାନ କହିଲେ ପରିସାଂଖ୍ୟକ ପଦ୍ଧତିକୁ ବୁଝାଏ। ପରିସଂଖ୍ୟାନ କେବଳ ତଥ୍ୟର ଗୁଣକୁ ବିଚାର କରେ।

୩। ପରିସଂଖ୍ୟାନ କେବଳ ତଥ୍ୟର ଗୁଣକୁ ବିଚାର କରେ।
Answer:
ପରିସଂଖ୍ୟାନ କେବଳ ସାଂଖ୍ୟକ ତଥ୍ୟକୁ ବିଚାର କରେ।

୪। ପରିସଂଖ୍ୟାନର ଉପସଂହାର ସାର୍ବଜନୀନ ସତ୍ୟ ଅଟେ
Answer:
ପଦାର୍ଥ ବିଜ୍ଞାନର ଉପସଂହାର ସାର୍ବଜନୀନ ସତ୍ୟ ଅଟେ ।

୫। ପରିସଂଖ୍ୟାନ ହେଉଛି ରାଜ୍ୟଶାସନ ସମ୍ବନ୍ଧୀୟ ବିଜ୍ଞାନ ।
Answer:
ଠିକ୍

CHSE Odisha Class 11 Economics Solutions Chapter 14 ପରିସଂଖ୍ୟାନ

୬। ଏକବାଚନିକ ଅର୍ଥରେ ପରିସଂଖ୍ୟାନକୁ ସାଂଖ୍ୟକ ତଥ୍ୟର ସମାହାର ବୋଲି କୁହାଯାଏ।
Answer:
ବହୁବାଚନିକ ଅର୍ଥରେ ପରିସଂଖ୍ୟାନକୁ ସାଂଖ୍ୟକ ତଥ୍ୟର ସମାହାର ବୋଲି କୁହାଯାଏ।

୭। ତଥ୍ୟାବଳୀକୁ ଜଟିଳଭାବେ ପ୍ରକାଶ କରିବା ହେଉଛି ପରିସଂଖ୍ୟାନର କାର୍ଯ୍ୟ।
Answer:
ତଥ୍ୟାବଳୀକୁ ସହଜଭାବେ ପ୍ରକାଶ କରିବା ହେଉଛି ପରିସଂଖ୍ୟାନର କାର୍ଯ୍ୟ।

୮। ପରିସଂଖ୍ୟାନ ଏକକ ତଥ୍ୟ ଅଧ୍ୟୟନ କରେ ।
Answer:
ପରିସଂଖ୍ୟାନ ତଥ୍ୟ ସମୂହକୁ ଅଧ୍ୟୟନ କରେ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
E. ନିମ୍ନଲିଖତ ପ୍ରଶ୍ନମାନଙ୍କ ଉତ୍ତର ଦୁଇଟି / ତିନୋଟି ବାକ୍ୟ ମଧ୍ୟରେ ଦିଅ ।

୧ । ପରିସଂଖ୍ୟାନ କ’ଣ?
Answer:
ପରିସଂଖ୍ୟାନର ଇଂରାଜୀ ପ୍ରତିଶବ୍ଦ ହେଉଛି Statistics । ଏହି ଶବ୍ଦଟି ଲାଟିନ୍ ଶବ୍ଦ status , ଇଟାଲୀୟ ଶବ୍ଦ Statista , ଜର୍ମାନ୍ ଶବ୍ଦ statistick କିମ୍ବା ଫରାସୀ ଶବ୍ଦ Statique ରୁ ଉଦ୍ଭବ ହୋଇଛି ବୋଲି ବିଶ୍ୱାସ କରାଯାଏ । ଉପରୋକ୍ତ ପ୍ରତ୍ୟେକ ଶବ୍ଦର ଅର୍ଥ ହେଉଛି ରାଜନୈତିକ ଅବସ୍ଥା । ଅନ୍ୟପକ୍ଷରେ କହିବାକୁ ଗଲେ ପରିସଂଖ୍ୟାନ ହେଉଛି ତଥ୍ୟ ସମୂହର ଏକ ବିଜ୍ଞାନ ।

କୌଣସି ଗୋଟିଏ ତଥ୍ୟକୁ ପରିସଂଖ୍ୟାନ କୁହାଯାଇନପାରେ । ତେଣୁ ଏକାଧିକ ତଥ୍ୟର ସମାହାରକୁ ପରିସଂଖ୍ୟାନ ବୋଲି କୁହାଯାଇଥାଏ । ଉଦାହରଣ ସ୍ୱରୂପ ଜଣେ ଲୋକର ଓଜନକୁ ଆମେ ପରିସଂଖ୍ୟାନ କହିପାରିବା ନାହିଁ । ଆମେ ଏକରୁ ଅଧିକ ଲୋକଙ୍କ ଓଜନକୁ ଉପସ୍ଥାପିତ କରିବା ତାହାକୁ ପରିସଂଖ୍ୟାନ କୁହାଯାଇପାରିବ ।

୨। ପରିସଂଖ୍ୟାନର ସଂଜ୍ଞା ନିରୂପଣ କର ।
Answer:
ପ୍ରଫେସର ହୋରସ୍ ସେକ୍ରିଷ୍ଟାଙ୍କ ପ୍ରଦତ୍ତ ସଂଜ୍ଞାକୁ ଏକ ପୂର୍ଣ୍ଣାଙ୍ଗ ଓ ଗ୍ରହଣୀୟ ସଂଜ୍ଞାରୂପେ ବିବେଚନା କରାଯାଏ । ତାଙ୍କ ମତରେ ‘ବହୁବିଧ ଉପାଦାନଦ୍ଵାରା ପ୍ରବାହିତ ତଥ୍ୟ ସମୂହର ଅନ୍ୟନାମ ହେଉଛି ପରିସଂଖ୍ୟାନ’’ । ଏକ ଯୁକ୍ତସିଦ୍ଧ ସଠିକ୍ ମାନଦଣ୍ଡ ପ୍ରୟୋଗ କରାଯାଉ ଏହାର ଗଣନା ଅଥବା ଅଟକଳକୁ ସଂଖ୍ୟାଆକାରରେ ହିଁ ଉପସ୍ଥାପନା କରାଯାଇଥାଏ । ନିର୍ଦ୍ଧାରିତ ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ବ୍ୟବସ୍ଥାସିଦ୍ଧ ପଦ୍ଧତିରେ ସଂଗୃହୀତ ତଥ୍ୟର ତୁଳନାତ୍ମକ ପରିପ୍ରକାଶ କରାଗଲେ ତାହା ପରିସଂଖ୍ୟାନରେ ମାନ୍ୟତା ଲାଭ କରେ ।

CHSE Odisha Class 11 Economics Solutions Chapter 14 ପରିସଂଖ୍ୟାନ

୩। ତଥ୍ୟାବଳୀର ସଂକ୍ଷିପ୍ତକରଣ କ’ଣ ?
Answer:
କୌଣସି ସମସ୍ୟାର ତଥ୍ୟାବଳୀ ଏତେ ଜଟିଳ ଓ ବ୍ୟାପକ ଯେ, ତାହାକୁ ବୁଝିବା ଓ ମନେ ରଖୁବା ସହଜ ନୁହେଁ । ପରିସଂଖ୍ୟାନ ତଥ୍ୟାବଳୀକୁ ସଙ୍କୁଚିତ ଓ ସଂକ୍ଷିପ୍ତ କରି ଉପସ୍ଥାପନା କରେ। ଜଣକ ପକ୍ଷରେ ଭାରତର ପ୍ରତ୍ୟେକ ଲୋକଙ୍କର ଆୟ ମନେ ରଖୁବା ସମ୍ଭବ ନୁହେଁ । କିନ୍ତୁ ଭାରତର ମୁଣ୍ଡ ପିଛା ଆୟ ସହଜରେ ମନେ ରଖିହେବ।

୪। ପରିସଂଖ୍ୟାନରେ ପୁର୍ବାନୁମାନ କ’ଣ ?
Answer:
ଭବିଷ୍ୟତର କାର୍ଯ୍ୟପନ୍ଥା ସମ୍ପର୍କରେ ନିଷ୍ପତ୍ତି ନେବାବେଳେ ପରିସଂଖ୍ୟାନ ସହାୟକ ହୋଇଥାଏ। ଅତୀତର ତଥ୍ୟକୁ ଆଧାର କରି ବିଭିନ୍ନ ସାଂଖ୍ୟକ ପଦ୍ଧତି ସାହାଯ୍ୟରେ ପୂର୍ବାନୁମାନ କରିବା ସମ୍ଭବ ହୋଇଥାଏ। ଉଦାହରଣ ସ୍ଵରୂପ, ୨୦୧୧ ମସିହାର ଜନଗଣନା ତଥ୍ୟକୁ ଭିତ୍ତିକରି ଆଗାମୀ ବର୍ଷମାନଙ୍କର ଜନସଂଖ୍ୟା ଆକଳନ କରିବା ସମ୍ଭବ ହୋଇଥାଏ। ଅର୍ଥନୀତି, ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ସଦାସର୍ବଦା ଅନିଶ୍ଚିତତାରେ ନିଷ୍ପତ୍ତି ଗ୍ରହଣ କରାଯାଏ। ଏ ପ୍ରକାର ନିଷ୍ପତ୍ତି ଗ୍ରହଣରେ ବିଭିନ୍ନ ସାଂଖ୍ୟକ ପଦ୍ଧତି ସହାୟକ ହୋଇଥାଏ।

୫। ପରିସଂଖ୍ୟାନର ସଂଶୟ କହିଲେ କ’ଣ ବୁଝ ?
Answer:
ପରିସଂଖ୍ୟାନର ଉପକାରିତା ସତ୍ତ୍ଵେ ପରିସଂଖ୍ୟାନକୁ ଏକ ସନ୍ଦେହ ଚକ୍ଷୁରେ ଦେଖାଯାଏ। ଏପରି କୁହାଯାଏ ଯେ, ପରିସଂଖ୍ୟାନ ସବୁକିଛି ପ୍ରମାଣିତ କରିପାରେ । ପୁନଶ୍ଚ କୁହାଯାଇଛି ଯେ ତିନି ପ୍ରକାରର ମିଛ ଦେଖାଯାଏ; ଯଥା – ମିଛ, ଡାହାମିଛ ଓ ପରିସଂଖ୍ୟାନ। ତେଣୁ ପରିସଂଖ୍ୟାନ ପ୍ରଥମ ଶ୍ରେଣୀର ମିଛ। ଏହା ମଧ୍ୟ କୁହାଯାଏ ଯେ, ଗୋଟିଏ ଗ୍ରାମ୍ ସତ କୁଇଣ୍ଟାଲ, କୁଇଣ୍ଟାଲ ପରିସଂଖ୍ୟାନ ସୃଷ୍ଟି କରିପାରେ। ପରିସଂଖ୍ୟାନର ସଂଶୟ କହିଲେ, ସାଂଖ୍ୟକ ଅଭିବ୍ୟକ୍ତି ଓ ସାଂଖ୍ୟକ ପଦ୍ଧତି ପ୍ରତି ବିଶ୍ଵାସର ଅଭାବ।

୬। ପରିସଂଖ୍ୟାନର ପ୍ରକୃତି ଉପରେ ଏକ ସଂକ୍ଷିପ୍ତ ବିବରଣୀ ଦିଅ ?
Answer:
ଆମେ ପରିସଂଖ୍ୟାନର ପ୍ରକୃତି ଆଲୋଚନା କରିବା ସମୟରେ ପରିସଂଖ୍ୟାନ କଳା କିମ୍ବା ବିଜ୍ଞନ ତାହା ଆଲୋଚନା କରିଥାଉ । ଟିପେଙ୍କ ମତ ଅନୁସାରେ ପରିସଂଖ୍ୟାନ ଉଭୟ କଳା ଓ ବିଜ୍ଞାନ ଅଟେ । ଏକ ବିଜ୍ଞାନ ହିସାବରେ ପରିସଂଖ୍ୟାନ ସାଂଖ୍ କ ତଥ୍ୟାବଳୀର ବିଧ୍ଵବଦ୍ଧ ଅଧ୍ୟୟନ କରିଥାଏ । ଏକ କଳା ହିସାବରେ ପରିସଂଖ୍ୟାନ ବ୍ୟବହାର କରି କିପରି ଦୈନିକ ଜୀବନର ବିଭିନ୍ନ ସମସ୍ୟାକୁ ସମାଧାନ କରାଯାଇପାରିବ ତାହା ଆଲୋଚନା କରିଥାଏ ।

୭। ପରିସଂଖ୍ୟାନର ବିଭିନ୍ନ ପ୍ରଣାଳୀଗୁଡ଼ିକ କ’ଣ ?
Answer:
ପରିସଂଖ୍ୟାନର ବିଭିନ୍ନ ପ୍ରଣାଳୀଗୁଡ଼ିକ ତଳେ ଆଲୋଚନା କରାଗଲା ।
(i) ତଥ୍ୟ ସଂଗ୍ରହ (Collection of data)
(ii) ତଥ୍ୟ ଉପସ୍ଥାପନ (Presentation of data)
(iii) ତଥ୍ୟସଂଗଠିତ କରାଇବା (Organisation of data)

CHSE Odisha Class 11 Economics Solutions Chapter 14 ପରିସଂଖ୍ୟାନ

F. ପାଞ୍ଚଟି / ଛଅଟି ବାକ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।
୧। ପରିସଂଖ୍ୟାନ ଓ ଅର୍ଥଶାସ୍ତ୍ର
Answer:
ପରିସଂଖ୍ୟାନ ଅର୍ଥଶାସ୍ତ୍ର ସହିତ ଓତଃପ୍ରୋତ ଭାବେ ଜଡ଼ିତ । ଅର୍ଥନୀତିଜ୍ଞ ଆଲଫ୍ରେଡ୍‌ ମାର୍ଶାଲଙ୍କ ମତରେ “ ପରିସଂଖ୍ୟାନ ହେଉଛି ମାଟି ସଦୃଶ ଯାହାକୁ ବ୍ୟବହାର କରି ମୋଭଳି ପ୍ରତ୍ୟେକ ଅର୍ଥଶାସ୍ତ୍ରବିତ୍ ଇଟା ତିଆରି କରନ୍ତି।” ଏହାହିଁ ଅର୍ଥଶାସ୍ତ୍ରରେ ପରିସଂଖ୍ୟାନର ମହତ୍ଵ ପ୍ରମାଣିତ କରୁଛି ।

ଯଦିଓ ଅତୀତରେ ଅର୍ଥଶାସ୍ତ୍ରରେ ପରିସଂଖ୍ୟାନର ବ୍ୟବହାର ସୀମିତ ଥୁଲା, ଆଧୁନିକ କାଳରେ ସମ୍ଭାବ୍ୟତା, ପ୍ରତିଚୟନ, ସହସମ୍ବନ୍ଧ, ସୂଚକାଙ୍କ ଇତ୍ୟାଦି ଭଳି ସାଂଖ୍ୟକ ପଦ୍ଧତିର ଉଦ୍ଭାବନ ଓ ସାଂଖ୍ୟକ ଉପକରଣର ଭୂମିକା ବହୁଳ ଭାବରେ ବୃଦ୍ଧି କରିଛି। ଏହା ଅର୍ଥଶାସ୍ତ୍ରର ଆଧୁନିକ ଚିନ୍ତାଧାରାରେ ବିପ୍ଳବ ସୃଷ୍ଟି କରିଛି। ସାଂଖ୍ୟକ ବିଶ୍ଳେଷଣ ଆଧୁନିକ କାଳରେ ଅର୍ଥନୀତିକ ଗବେଷଣାର ଏକ ପ୍ରମୁଖ ଅଙ୍ଗ ହୋଇଛି ।

୨। ପରିସଂଖ୍ୟାନ ଓ ରାଷ୍ଟ୍ର
Answer:
ପରିସଂଖ୍ୟାନ ରାଷ୍ଟ୍ରପାଇଁ ପରିହାର୍ଯ୍ୟ ହୋଇଯାଇଛି । ପୁରାତନ କାଳରେ ରାଜା ଓ ମନ୍ତ୍ରଗଣ ଉପଯୁକ୍ତ ସାମରିକ ସଂଖ୍ୟାନ ଉପରେ ବହୁଳ ଭାବରେ ନିର୍ଭର କରୁଥିଲେ। ସେମାନଙ୍କ ଦ୍ଵାରା ସଂଗୃହୀତ ଜନସଂଖ୍ୟା, ସାମରିକ ଶକ୍ତି, ଅପରାଧ ଇତ୍ୟାଦି ସମ୍ବନ୍ଧୀୟ ଅଧ୍ବକାଂଶ ସାଂଖ୍ୟକ ତଥ୍ୟ କିମ୍ବା ପରିସଂଖ୍ୟାନ ପ୍ରଶାସନଗତ କାର୍ଯ୍ୟରେ ଉପଜାତ (by product) ଦ୍ରବ୍ୟ ଥିଲା। ସଂପ୍ରତି ରାଷ୍ଟ୍ରର ବର୍ଦ୍ଧିଷ୍ଣୁ କାର୍ଯ୍ୟାବଳୀ ହେତୁ ପରିସଂଖ୍ୟାନ ରାଷ୍ଟ୍ରର ବିଭିନ୍ନ ସାହାଯ୍ୟ କରୁଛି।

ରାଷ୍ଟ୍ର ତା’ର ପ୍ରଶାସନର ସୁପରିଚାଳନା ପାଇଁ ସାଂଖ୍ୟକ ତଥ୍ୟର ପ୍ରମୁଖ ସଂଗ୍ରହକାରୀ ଓ ବ୍ୟବହାରକାରୀ, ସୁତରାଂ ପରିସଂଖ୍ୟାନ ଓ ରାଷ୍ଟ୍ର ପରସ୍ପର ଅଙ୍ଗଙ୍ଗୀଭାବେ ଜଡ଼ିତ । ସଂପ୍ରତି ରାଷ୍ଟ୍ରର କାର୍ଯ୍ୟାବଳୀ ବୃଦ୍ଧି ହେତୁ ପରିସଂଖ୍ୟାନ ରାଷ୍ଟ୍ରର ବିଭିନ୍ନ ଅନୁଷ୍ଠାନ ଓ ଗବେଷଣାରତ ଛାତ୍ରମାନଙ୍କୁ ବହୁଳ ଭାବରେ ସାହାଯ୍ୟ କରୁଛି ।

୩ । ପରିସଂଖ୍ୟାନ ଓ ବ୍ୟବସାୟ
Answer:
ପରିସଂଖ୍ୟାନ ବ୍ୟବସାୟ ଉଦ୍ୟୋଗଗୁଡ଼ିକ ପାଇଁ ଅପରିହାର୍ଯ୍ୟ ହୋଇଯାଇଛି। ବଦ୍ଧିଷ୍ଣୁ ପ୍ରତିଦ୍ବନ୍ଦ୍ବତା ପରିସ୍ଥିତିରେ ବ୍ୟବସାୟ ଉଦ୍ୟୋଗଗୁଡ଼ିକର ସମସ୍ୟା ଜଟିଳରୁ ଜଟିଳତର ହେଉଛି ଓ ଅଧିକାଂଶ ଉତ୍ପାଦନ ଆଜିକାଲି ଦ୍ରବ୍ୟର ଚାହିଦା ପ୍ରତ୍ୟାଶାରେ କରାଯାଉଛି । ବଜାରର ଅଧ୍ୟୟନ ସଠିକ୍ ଓ ସତର୍କତା ସହିତ କରା ନ ଗଲେ ପ୍ରତିଷ୍ଠାନଟିର ତିଷ୍ଠିବା କଷ୍ଟସାଧ୍ୟ ହୋଇପଡ଼ିବ।

ତେଣୁ ବ୍ୟବସାୟୀଗଣ ପ୍ରତିଦ୍ଵନ୍ଦୀ ବଜାରରେ ତିଷ୍ଠିବା ଓ ଉନ୍ନୟନ ପାଇଁ ବିଭିନ୍ନ ପ୍ରକାରର ସାଂଖ୍ୟକ ଉପକରଣଗୁଡ଼ିକ ଉପରେ ନିର୍ଭର କରିଥାଆନ୍ତି । ପୁନଶ୍ଚ କ୍ରୟ, ବିକ୍ରୟ, ଅର୍ଥ ହିସାବର ଗୁଣାତ୍ମକ ନିୟନ୍ତ୍ରଣ, ବଜାର, ଉତ୍ପାଦ ଗବେଷଣା ଇତ୍ୟାଦି ଭଳି ବ୍ୟବସାୟିକ କାର୍ଯ୍ୟାବଳୀରେ ପରିସଂଖ୍ୟାନ ଏକ ଅବିଚ୍ଛେଦ୍ୟ ଅଙ୍ଗ ହେଇଯାଇଛି । ତେଣୁ ପରିସଂଖ୍ୟାନ ଓ ବ୍ୟବସାୟ ପରସ୍ପର ଅଙ୍ଗାଙ୍ଗୀଭାବେ ଜଡ଼ିତ ।

୪। ଏକବଚନ ଓ ବହୁବଚନରେ ପରିସଂଖ୍ୟାନର ଅର୍ଥ
Answer:
ପରିସଂଖ୍ୟାନର ଏକବାଚନିକ ସଂଜ୍ଞା ସାଂଖ୍ୟକ ପଦ୍ଧତି ସହିତ ସଂଶ୍ଳିଷ୍ଟ ଏବଂ ଏହା ସାଂଖ୍ୟକ ତଥ୍ୟର ସଂଗ୍ରହ, ଉପସ୍ଥାପନା, ବିଶ୍ଳେଷଣ ଓ ବ୍ୟାଖ୍ୟାନ ସହିତ ଜଡ଼ିତ। ଯଦିଓ ବିଭିନ୍ନ ପରିସଂଖ୍ୟାନବିତ୍ ପରିସଂଖ୍ୟାନର ସଂଜ୍ଞା ଏକବାଚନିକ ମର୍ମରେ ନିରୂପଣ କରିଛନ୍ତି, କ୍ରକ୍ସଟନ୍ ଓ କାଓଡେନ୍‌ଙ୍କ ପ୍ରଦତ୍ତ ସଂଜ୍ଞାଟି ଅତି ସରଳ ଓ ବୋଧଗମ୍ୟ । କ୍ରକ୍‌ଟନ୍ ଓ କାଓଡେନ୍‌ଙ୍କ ଅନୁଯାୟୀ ସାଂଖ୍ୟକ ତଥ୍ୟର ସଂଗ୍ରହ, ଉପସ୍ଥାପନା, ବିଶ୍ଳେଷଣ ଓ ବ୍ୟାଖ୍ୟାନକୁ ପରିସଂଖ୍ୟାନ ରୂପେ ବିବେଚନା କରାଯାଏ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ପରିସଂଖ୍ୟନ କ’ଣ ? ଏହାର ଉପାଦେୟତା ବିଷୟରେ ଆଲୋଚନା କର ।
Answer:
ପରିସଂଖ୍ୟାନର ଇଂରାଜୀ ପ୍ରତିଶବ୍ଦ ହେଉଛି Statistics । ଏହି ଶବ୍ଦଟି ଲାଟିନ୍ ଶବ୍ଦ status , ଇଟାଲୀୟ ଶବ୍ଦ Statista, ଜର୍ମାନ ଶବ୍ଦ statistik କିମ୍ବା ଫରାସୀ ଶବ୍ଦ statique ରୁ ଉଦ୍ଭବ ହୋଇଛି ବୋଲି ବିଶ୍ଵାସ କରାଯାଏ । ଉପରୋକ୍ତ ପ୍ରତ୍ୟେକ ଶବ୍ଦର ଅର୍ଥ ହେଉଛି ରାଜନୈତିକ ଅବସ୍ଥା । ଅନ୍ୟ ପକ୍ଷରେ କହିବାକୁ ଗଲେ ପରିସଂଖ୍ୟନ ହେଉଛି ତଥ୍ୟ ସମୁହର ଏକ ବିଜ୍ଞାନ ।

କୌଣସି ଗୋଟିଏ ତଥ୍ୟକୁ ପରିସଂଖ୍ୟନ କୁହାଯାଇନପାରେ । ତେଣୁ ଏକାଧ୍ଵ ତଥ୍ୟର ସମାହାରକୁ ପରିସଂଖ୍ୟନ ବୋଲି କୁହାଯାଏ । ଉଦାହରଣ ସ୍ଵରୂପ ଜଣେ ଲୋକର ଓଜନକୁ ଆମେ ପରିସଂଖ୍ୟନ କହିପାରିବା ନାହିଁ । ଆମେ ଯଦି ଏକରୁ ଅଧିକ ଲୋକଙ୍କ ଓଜନକୁ ଉପସ୍ଥାପିତ କରିବା ତାହାକୁ ପରିସଂଖ୍ୟନ କୁହାଯାଇପାରିବ ।

CHSE Odisha Class 11 Economics Solutions Chapter 14 ପରିସଂଖ୍ୟାନ

ପରିସଂଖ୍ୟନର ସଂଜ୍ଞ। –
ପରିସଂଖ୍ୟନର ପରିସର ଏତେ ବ୍ୟାପକ ଯେ ଏହାର ଏକ ନିର୍ଦ୍ଦିଷ୍ଟ ସଂଜ୍ଞା ପ୍ରଦାନ କରିବା କଷ୍ଟକର ବିଷୟ । ବିଭିନ୍ନ ସମୟରେ ପରିସଂଖ୍ୟାନବିତ୍‌ମାନେ ବିଭିନ୍ନ ଦୃଷ୍ଟି କୋଣରୁ ଏହା ସଂଜ୍ଞା ପ୍ରଦାନ କରିବାକୁ ଚେଷ୍ଟା କରିଛନ୍ତି । ଏହିସବୁ ସଂଜ୍ଞା ସାଧାରଣତଃ ଦୁଇଶ୍ରେଣୀର । କେତେକଙ୍କ ମତରେ ପରିସଂଖ୍ୟାନ କହିଲେ ମୋଟାମୋଟି ଭାବରେ ସାଂଖ୍ୟକ ତଥ୍ୟକୁ ବୁଝାଇଥାଏ । ପ୍ରଫେସର ହୋବ୍‌ ସେକ୍ରିଷ୍ଟାଙ୍କ ପ୍ରଦତ୍ତ ସଂଜ୍ଞାକୁ ଏହି ଶ୍ରେଣୀଭୁକ୍ତ ଏକ ପୂର୍ଣାଙ୍ଗ ଓ ଗ୍ରହଣୀୟ ସଂଜ୍ଞାରୂପେ ବିବେଚନା କରାଯାଏ ।

ତାଙ୍କ ମତରେ ‘‘ ବହୁବିଧ ଉପାଦାନ ଦ୍ବାରା ପ୍ରଭାବିତ ତଥ୍ୟ ସମୂହର ଅନ୍ୟନାମ ହେଉଛି ପରିସଂଖ୍ୟାନ । ଏହି ଯୁକ୍ତିସିଦ୍ଧ ସଠିକ୍ ମାନଦଣ୍ଡ ପ୍ରୟୋଗ କରାଯାଇ ଏହାର ଗଣନା ଅଥବା ଅଟକଳକୁ ସଂଖ୍ୟା ଆଜାରରେ ହିଁ ଉପସ୍ଥାପନା କରାଯାଇଥାଏ । ପୂର୍ବନିର୍ଦ୍ଧାରିତ ଲକ୍ଷ୍ୟ ପୂରଣ ଉଦ୍ଧେଶ୍ୟରେ ବ୍ୟବସ୍ଥାସିଦ୍ଧ ପଦ୍ଧତିରେ ସଂଗୃହୀତ ତଥ୍ୟର ତୁଳନାତ୍ମକ ପରିପ୍ରକାଶ କରାଗଲେ ତାହା ପରିସଂଖ୍ୟାନର ମାନ୍ୟତା ଲାଭ କରେ ।

Statistics may be defined as an aggregate of facts affected to a marked extent by multiplicity of causes, numerically expressed, enumerated according to a reasonable standard, of accuracy, collected in a systematic manner for a predetermined purpose, and placed in relation to each other ଏହି ସଂଜ୍ଞାକୁ ବିଶେଷଣ କଲେ ପରିସଂଖ୍ୟାନର ନିମ୍ନୋକ୍ତ ଲକ୍ଷଣଗୁଡ଼ିକ ସ୍ପଷ୍ଟ ଭାବରେ ପ୍ରକାଶିତ ହୋଇଥାଏ ।

  • ସାଂଖିକ ଅଭିବ୍ୟକ୍ତି
  • ତଥ୍ୟ ସମଷ୍ଟି ।
  • ବହୁବିଧ କାରଣ ଦ୍ବାରା ବିଶ୍ଳେଷଣଭାବେ ପ୍ରଭାବିତ ସଂଖ୍ୟକ ତଥ୍ୟାବଳୀ
  • ବ୍ୟବସ୍ଥାସିଦ୍ଧ ପଦ୍ଧତିରେ ସାଂଖ୍ୟକ ତଥ୍ୟ ସଂଗ୍ରହ ।
  • ଯୁକ୍ତିଯୁକ୍ତ, ଶୁଦ୍ଧମାନର ତଥ୍ୟ ଉପସ୍ଥାପନ ।
  • ପୂର୍ବ ନିର୍ଦ୍ଧାରିତ ଉଦ୍ଦେଶ୍ୟରେ ତଥ୍ୟ ସଂଗ୍ରହ ।

(1) ଅର୍ଥନୈତିକ ସମସ୍ୟାର ଅଧୟନ କରିଥାଏ – ପରିସଂଖ୍ୟାନ ଅର୍ଥନୈତିକ ସମସ୍ୟାବଳୀର ଅଧ୍ୟୟନ କରିବାରେ ସାହାଯ୍ୟ କରିଥାଏ । ବିଭିନ୍ନ ଅର୍ଥନୈତିକ ସମସ୍ୟାଗୁଡ଼ିକ ହେଲା – ଅର୍ଥନୈତିକ ପ୍ରଗତି ସମସ୍ୟା, ମୁଦ୍ରାସ୍ପିତି ସମସ୍ୟା, ଦାରିଦ୍ର୍ୟ ସମସ୍ୟା, ବେଘରା ସମସ୍ୟା, ଜନସଂଖ୍ୟା ସମସ୍ୟା ଇତ୍ୟାଦି ।

(2) ଅର୍ଥନୈତିକ ନୀତି ପ୍ରଣୟନ କରିବାରେ ସାହଯ୍ୟ କରିଥାଏ – ପରିସଂଖିକ ତଥ୍ୟ ଅର୍ଥନୈତିକ ନୀତି ପ୍ରଣୟନ କରିବାରେ ଯଥେଷ୍ଟ ସହାୟକ ହୋଇଥାଏ । ବିଭିନ୍ନ ଅର୍ଥନୈତିକ ନୀତିଗୁଡ଼ିକ ହେଲା – ଶିଳ୍ପନୀତି, ବ୍ୟାଙ୍କହାର ନୀତି, ଅର୍ଥନୈତିକ ନୀତି, ବିନିମୟ ହାର ନୀତି ଇତ୍ୟାଦି ।

(3) ଅର୍ଥନୈତିକ ଯୋଜନା ପ୍ରଣୟନ କରିବାରେ ସହାୟକ ହୋଇଥାଏ – ପରିସଂଖ୍ୟାନ ଅର୍ଥନୈତିକ ଯୋଜନା ତିଆରି କରିବାରେ ସାହାଯ୍ୟ କରିଥାଏ । ଯୋଜନା ତିଆରି କରିବା ସମୟରେ କେଉଁ ବିଭାଗକୁ ଅଧ‌ିକ ଗୁରୁତ୍ଵ ଦିଆଯିବ ତାହା ପରିସାଂଖିକ ବିଶ୍ଳେଷଣରୁ ଜଣାପଡ଼ିଥାଏ । ସେହି ବିଶ୍ଳେଷଣର ଫଳାଫଳ ଅନୁସାରେ ଯୋଜନା ପ୍ରଣୟନ କରାଯାଇଥାଏ ।

୨। ପରିସଂଖ୍ୟାନର ପରିସର ଓ ସଂଶୟ ବିଷୟରେ ଆଲୋଚନା କର ।
Answer:
ପରିସଂଖ୍ୟାନର ପ୍ରଣାଳୀ ଓ ପ୍ରୟୋଗକୁ ବିଚାରକୁ ନେଇ କେତେକ ପରିସଂଖ୍ୟାନ ବିତ୍ ତାହାର ସଂଜ୍ଞା ପ୍ରକରଣ କରିବାକୁ ଉଦ୍ୟମ କରିଛନ୍ତି । କ୍ରକସ୍ଟେନ୍‌ ଓ କାଓଡେନ୍ ପ୍ରଦତ୍ତ ସଂଜ୍ଞା ଏହି ଶ୍ରେଣୀର ସର୍ବୋତ୍‌କୃଷ୍ଟ ସଂଜ୍ଞା ଭାବରେ ପ୍ରତିଷ୍ଠା ଲାଭକରିଛି । ତାଙ୍କ ମତରେ ‘ସାଂଖିକ ତଥ୍ୟାବଳୀ ସଂଗ୍ରହ ହୋଇ ଉପସ୍ଥାପନା ବିଶ୍ଳେଷଣ ବାକ୍ଷ୍ୟା ସମୃଦ୍ଧି ବିଜ୍ଞାନ ହିଁ ପରିସଂଖ୍ୟାନ ବିଜ୍ଞାନ ହିଁ ପରିସଂଖ୍ୟାନ ।
ପରିସଂଖ୍ୟାନର ପରିସର :

ମୁଖ୍ୟତଃ ତିନୋଟି ଦୃଷ୍ଟିକୋଣରୁ ପରିସଂଖ୍ୟାନକୁ ଅବଲୋକନ କରାଯାଇଥାଏ ।
(1) ପରିସଂଖ୍ୟାନର ପ୍ରକୃତି – ପରିସଂଖ୍ୟାନର ପ୍ରକୃତି ଆଲୋଚନା କଲାବେଳେ ଆମେ ତାହା ଏକ କଳା କିମ୍ବା ବିଜ୍ଞାନ ତାହା ଅଧୟନ କରିଥାଉ । ଟିପେଟଙ୍କ ମତ ଅନୁସାରେ ‘ ପରିସଂଖ୍ୟାନ ହେଉଛି ଉଭୟ କଳା ଓ ବିଜ୍ଞାନ । ଏକ ବିଜ୍ଞାନ ହିସାବରେ ଏହା ପରିସଂଖ୍ୟାନର ବିଧିବଦ୍ଧ ପ୍ରଣାଳୀ ବିଷୟରେ ଅଧ୍ୟୟନ କରିଥାଏ । ଏକ କଳା ହିସାବରେ ଏହା ମନୁଷ୍ୟ ଜୀବନର ବିଭିନ୍ନ ସମସ୍ୟା ସମାଧାନ କରିବାରେ ସାହାଯ୍ୟ କରିଥାଏ ।

(2) ପରିସଂଖ୍ୟାନର ବିଷୟବସ୍ତୁ – ଆମେ ପରିସଂଖ୍ୟାନର ବିଷୟବସ୍ତୁ ଆଲୋଚନା କଲାବେଳେ ମୁଖ୍ୟତଃ ଦୁଇଟି ଦୃଷ୍ଟିକୋଣରୁ ପରିସଂଖ୍ୟାନକୁ ଆଲୋଚନା କରିଥାଉ । ପ୍ରଥମତଃ ପରିସଂଖ୍ୟାନ ପରିମାଣାତ୍ମକ ତଥ୍ୟାବଳୀକୁ ସୁଚାଉଥ‌ିବାବେଳେ କେବଳ ଦ୍ବିତୀୟତଃ ଏହା ପରିସଂଖ୍ୟାନ ସମ୍ବନ୍ଧୀୟ ପଦ୍ଧତି ଓ କୌଶଳକୁ ବୁଝାଇଥାଏ । ପରିସଂଖ୍ୟାନ ଶାସ୍ତ୍ରର ବିଷୟବସ୍ତୁତ୍ ତସମ୍ବନ୍ଧୀୟ ପଦ୍ଧତି ଓ ପ୍ରୟୋଗ କୌଶଳ ମଧ୍ୟରେ ସୀମିତ ହୋଇଥିବାରୁ ଆମେ ତାହାକୁ ପରିସଂଖ୍ୟାନର ପରିସର ବୋଲି ବର୍ଣ୍ଣନା କରିଥାଉ ।

CHSE Odisha Class 11 Economics Solutions Chapter 14 ପରିସଂଖ୍ୟାନ

(3) ପରିସଂଖ୍ୟାନର ବ୍ୟତିକ୍ରମ – ପରିସଂଖ୍ୟାନର ବ୍ୟତିକ୍ରମଗୁଡ଼ିକ ତଳେ ପ୍ରଦତ୍ତ ହେଲା ।

  • ଏହା ବ୍ୟକ୍ତିବିଶେଷ କ୍ଷେତ୍ରରେ ପ୍ରଯୁଜ୍ୟ ହୁଏନାହିଁ ।
  • ଏହା ଗୁଣ ବା ଅବସ୍ଥାକୁ ଅଧ୍ୟୟନ କରେନାହିଁ ।
  • ପରିସଂଖ୍ୟାନର ଅପବ୍ୟବହାର କରାଯାଇପାରେ ।
  • ପରିସଂଖ୍ୟାନଦ୍ୱାରା ପ୍ରମାଣିତ ଫଳାଫଳ ଭୁଲ୍ ହୋଇପାରେ

ପରିସଂଖ୍ୟାନର ସଂଶୟ – ଦୂରୁପଯୋଗ ଯୋଗୁଁ ସାଧାରଣତଃ ପରିସଂଖ୍ୟାନ ଶ୍ରାସ୍ତ୍ର ଉପରେ ଲୋକମାନେ ଘୋର ଅବିଶ୍ୱାସ ପ୍ରକଟ କରିଥାନ୍ତି । ପରିସଂଖ୍ୟାନ କିପରି ଭାବରେ ଲୋକମାନଙ୍କ ମଧ୍ୟରେ ସଂଶୟ ସୃଷ୍ଟି କରିଥାଏ ତାହା ପରିସଂଖ୍ୟାନକୁ ଲକ୍ଷ୍ୟକରି ପ୍ରୟୋଗ କରାଯାଉଥିବା ବକ୍ତବ୍ୟମାନଙ୍କରୁ ସହଜରେ ଅନୁମାନ କରିହେବ ।

  • ସଂଖ୍ୟାଗୁଡ଼ିକ ମିଛକୁହନ୍ତି ନାହିଁ ବରଂ ମିଛୁଆମାନେ ସଂଖ୍ୟାର ଆଶ୍ରୟ ନିଅନ୍ତି ।
  • ପରିସଂଖ୍ୟାନ ଏକ ବିଶ୍ଵାସଘାତକ ବିଜ୍ଞାନ ଅଟେ ।
  • ପରିସଂଖ୍ୟାନ ସବୁକିଛି ପ୍ରମାଣ କରିବାରେ ସାହାଯ୍ୟକରେ ।
  • ମିଛ ତିନି ପ୍ରକାର – ମିଛ, ଡାହାମିଛ ଓ ପରିସଂଖ୍ୟାନ ।

ପରିସଂଖ୍ୟାନର ପ୍ରୟୋଗ ସମୟରେ ବିଶେଷ ଯତ୍ନ ଓ ସାବଧାନତା ଅବଲମ୍ବନ କରିବା ବାଞ୍ଛନୀୟ । ଅନ୍ଧଲୋକ ବତୀଖୁଣ୍ଟକୁ ଆଲୋକପାଇଁ ବ୍ୟବହାର ନକରି ଆଶାବାଡ଼ିରୂପେ ବ୍ୟବହାର କଲାଭଳି ଅନଭିଜ୍ଞ ଓ ଅଜ୍ଞ ଲୋକମାନେ ପରିସଂଖ୍ୟାନକୁ ଜ୍ଞାନ ଆହରଣ ବଦଳରେ ନିଜର ସ୍ବାର୍ଥସିଦ୍ଧି ପାଇଁ ବ୍ୟବହାର କରିଥାନ୍ତି । ପରିସଂଖ୍ୟାନର ପ୍ରୟୋଗ କରୁଥିବା ବ୍ୟକ୍ତି ଯତ୍ନଶୀଳ ଓ ସଚେତନ ନହେଲେ ବ୍ୟକ୍ତି ଓ ସମାଜର ମଙ୍ଗଳ ସାଧନ ସ୍ବରୂପ ପାହାଡ଼ ହୋଇପଡ଼େ ।

୩। ପରିସଂଖ୍ୟାନ ଶାସ୍ତ୍ରର ବହୁବଚନରେ ସଂଜ୍ଞା ନିରୂପଣ କର ।
କିମ୍ବା, ପରିସଂଖ୍ୟାନ ଶାସ୍ତ୍ର କହିଲେ ସାଂଖ୍ୟକ ତଥ୍ୟ (statistical data) କୁ ବୁଝାଇଥାଏ – ବର୍ଣ୍ଣନା କର ।
କିମ୍ବା, ସମସ୍ତ ପରିସଂଖ୍ୟାନ ତଥ୍ୟ ବା ଘଟଣାର ସାଂଖ୍ୟକ ବିବରଣୀ ହୋଇଥିଲେହେଁ ତଥ୍ୟ ବା ଘଟଣାର ସମସ୍ତ ସାଂଖ୍ୟକ ବିବରଣୀ ପରିସଂଖ୍ୟାନ ପଦବାଚ୍ୟ ନୁହନ୍ତି – ବ୍ୟାଖ୍ୟା କର ।
Answer:
ପରିସଂଖ୍ୟାନ ଶାସ୍ତ୍ରର ପରିସର ଏତେ ବଡ଼ ଯେ, ଏହାର ଏକ ନିର୍ଦ୍ଦିଷ୍ଟ ସଂଜ୍ଞା ପ୍ରଦାନ କରିବା କଷ୍ଟକର । ତଥାପି ବିଭିନ୍ନ ସମୟରେ ପରିସଂଖ୍ୟାନ ବିତ୍‌ମାନେ ଏହି ସଂଜ୍ଞା ପ୍ରଦାନ କରିବାକୁ ଚେଷ୍ଟା କରିଛନ୍ତି । କେତେକ ପରିସଂଖ୍ୟାନକୁ (ବହୁ ବଚନରେ) ପରିମାଣାତ୍ମକ ତଥ୍ୟାବଳୀ (quantitative data) ବା ସାଂଖ୍ୟକ ତଥ୍ୟାବଳୀ (statistical data) ବୋଲି ସୂଚାଉଥ୍ଲା ବେଳେ, ଆଉ କେତେକ ଏହାକୁ (ଏକ ବଚନରେ) ପରିସଂଖ୍ୟାନ ସମ୍ବନ୍ଧୀୟ ପଦ୍ଧତି ଓ କୌଶଳ (statistical methods and techniques) ବୋଲି ମତ ଦେଇଛନ୍ତି ।

ଯେଉଁ ପରି ସଂଖ୍ୟାନବିତ୍ ପରିସଂଖ୍ୟାନ କହିଲେ ସାଂଖ୍ୟକ ତଥ୍ୟ (statistical data)କୁ ବୁଝାଏ ବୋଲି କହନ୍ତି, ସେମାନେ ପ୍ରଦତ୍ତ କରିଥ‌ିବା ସଂଜ୍ଞାଗୁଡ଼ିକ ମଧ୍ୟରୁ ହୋରେସ୍ ସେକ୍ରିଷ୍ଟଙ୍କ ପ୍ରଦତ୍ତ ସଂଜ୍ଞା ସବୁଠାରୁ ଗ୍ରହଣୀୟ ସଂଜ୍ଞା ବୋଲି ଧରାଯାଏ ।

ତାଙ୍କ ମତରେ, “Statistics may be defined as the aggregate of facts affected to a marked extent by multiplicity of causes, numerically expressed, enumerated or estimated according to a reasonable standard of accuracy, collected in a systematic manner for a predetermined purpose and placed in relation to each other’ ଏହି ଉକ୍ତିକୁ ବିଶ୍ଳେଷଣ କଲେ ଜଣାପଡ଼େ ଯେ, ସବୁ ସାଂଖ୍ୟକ ତଥ୍ୟ ପରିସଂଖ୍ୟାନ ପଦବାଚ୍ୟ ନୁହନ୍ତି । ପରିସଂଖ୍ୟାନ ପଦବାଚ୍ୟ ହେବାକୁ ହେଲେ ସାଂଖ୍ୟକ ତଥ୍ୟରେ ନିମ୍ନୋକ୍ତ ଲକ୍ଷଣଗୁଡ଼ିକ ରହିଥିବା ଆବଶ୍ୟକ ।

(1) ସାଂଖ୍ୟକ ଅଭିବ୍ୟକ୍ତି – ଯେକୌଣସି ଉକ୍ତି ପରିସଂଖ୍ୟାନ ପଦବାଚ୍ୟ ହୁଏ ନାହିଁ । ପରିସଂଖ୍ୟାନର ପଦବାଚ୍ୟ ହେବାପାଇଁ ଉକ୍ତି ବା ବକ୍ତବ୍ୟଗୁଡ଼ିକୁ ଗାଣିତିକ ରାଶିସହ ପ୍ରକାଶ କରିବା ବାଞ୍ଛନୀୟ । ‘ଭାରତର ଲୋକମାନଙ୍କର ଆୟ ବୃଦ୍ଧି ହୋଇଛି’ ବା ‘କଟକରେ ଆମ୍ବ ଦର ହ୍ରାସ ହୋଇଛି’ ଇତ୍ୟାଦି ବକ୍ତବ୍ୟଗୁଡ଼ିକ ପରିସଂଖ୍ୟାନ ନୁହଁନ୍ତି ।

ଅପରପକ୍ଷରେ ‘ଭାରତର ଲୋକମାନଙ୍କର ଆୟରେ ଶତକଡ଼ା 15 ଭାଗ ବୃଦ୍ଧି ହୋଇଛି’ ବା ‘କଟକରେ ଆମ୍ବ ଦର 20 ଟଙ୍କାରୁ 17 ଟଙ୍କାକୁ ହ୍ରାସ ହୋଇଛି’ ଇତ୍ୟାଦି ବକ୍ତବ୍ୟ ପରିସଂଖ୍ୟାନ ପଦବାଚ୍ୟ ଅଟେ । ମେଧା, ସୌନ୍ଦର୍ଯ୍ୟ, ସାଧୁତା ଇତ୍ୟାଦି ଗୁଣାତ୍ମକ ଲକ୍ଷଣଯୁକ୍ତ ଉକ୍ତିଗୁଡ଼ିକ ପରିସଂଖ୍ୟାନର ପରିସରଭୁକ୍ତ ହୁଅନ୍ତି ନାହିଁ । ଯଦି କୌଣସି ଉପାୟରେ ଏହି ଗୁଣାତ୍ମକ ଲକ୍ଷଣଯୁକ୍ତ ଉକ୍ତିଗୁଡ଼ିକର ସାଂଖ୍ୟକ ଉପସ୍ଥାପନ କରାଯାଏ, ତାହାହେଲେ ସେଗୁଡ଼ିକ ପରିସଂଖ୍ୟାନ ହୋଇପାରନ୍ତି ।

(2) ତଥ୍ୟ ସମଷ୍ଟି – ଯେକୌଣସି ଗୋଟିଏ ଘଟଣା ବା ତଥ୍ୟକୁ ପରିସଂଖ୍ୟାନ କୁହାଯାଏ ନାହିଁ । କାରଣ ଏକକ ତଥ୍ୟ ତୁଳନାତ୍ମକ ଚିତ୍ର ପ୍ରଦାନ କରେ ନାହିଁ । କୌଣସି ଉକ୍ତି ସାଂଖ୍ୟକ ହେଲେ ମଧ୍ୟ ଯଦି ତାହା ଏକକ ହୋଇଥାଏ, ତାହାହେଲେ ତାହା ପରିସଂଖ୍ୟାନ ଦୃଷ୍ଟିରୁ ଗୁରୁତ୍ୱହୀନ ଅଟେ ।

CHSE Odisha Class 11 Economics Solutions Chapter 14 ପରିସଂଖ୍ୟାନ

‘କଟକରେ ଆମ୍ବ କିଲୋଗ୍ରାମ୍ ପିଛା 12 ଟଙ୍କା’ – ଏହି ଉକ୍ତିଟି ସାଂଖ୍ୟକ, କିନ୍ତୁ ଏକକ ଅଟେ । ତେଣୁ ପରିସଂଖ୍ୟାନ ପଦବାଚ୍ୟ ନୁହେଁ । କିନ୍ତୁ ‘କଟକ ଆମ୍ବ କି.ଗ୍ରା. ପିଛା 12 ଟଙ୍କା, ଭୁବନେଶ୍ଵରରେ 14 ଟଙ୍କା, ବ୍ରହ୍ମପୁରରେ ୨ ଟଙ୍କା, ସମ୍ବଲପୁରରେ 15 ଟଙ୍କା ଓ ରାଉରକେଲାରେ 17 ଟଙ୍କା’ ଉକ୍ତିଟି ତଥ୍ୟ ସମ୍ବଳିତ ହୋଇଥିବାରୁ ପରସଂଖ୍ୟାନ ପଦବାଚ୍ୟ ଅଟେ ।

(3) ବହୁବିଧ କାରଣଦ୍ୱାରା ବିଶେଷଜ୍ଞଭାବେ ପ୍ରଭାବିତ ସାଂଖ୍ୟକ ତଥ୍ୟାବଳୀ– ସାଂଖ୍ୟକ ତଥ୍ୟଗୁଡ଼ିକ ପରିସଂଖ୍ୟାନ ପଦବାଚ୍ୟ ହେବାକୁ ହେଲେ, ସେଗୁଡ଼ିକ ବହୁବିଧ କାରଣଦ୍ବାରା ପ୍ରଭାବିତ ହେଉଥ‌ିବା ଆବଶ୍ୟକ । କୌଣସି ବସ୍ତୁ ଉପରେ ପଡୁଥ‌ିବା ବାହ୍ୟ ପ୍ରଭାବଗୁଡ଼ିକୁ ସହଜରେ ପୃଥକ୍ ପୃଥକ୍ ଉନ୍ମୋଚନ କରିବା ସହଜ ନୁହେଁ । ତେଣୁ ସେଗୁଡ଼ିକର ସମ୍ମିଳିତ ପ୍ରଭାବ ଅଧ୍ୟୟନ କରାଯାଏ ।

ଉଦାହରଣସ୍ୱରୂପ, ଗୋଟିଏ ଦ୍ରବ୍ୟର ଦର ତାହାର ଯୋଗାଣ, ଚାହିଦା, ଆୟ, ସ୍ଥାନାପନ୍ନବସ୍ତୁ, ଆମଦାନୀ ଓ ରପ୍ତାନୀ ଇତ୍ୟାଦି ବିଭିନ୍ନ ଉପାଦାନଦ୍ୱାରା ପ୍ରଭାବିତ ହୋଇଥାଏ । କିନ୍ତୁ ଦର ଉପରେ କେଉଁ ଉପାଦାନର କେତେ ପ୍ରଭାବ ଅଛି, ତାହା ନିର୍ଦ୍ଦିଷ୍ଟରୂପେ କହିବା କଷ୍ଟକର । ଏହାର ଆକଳନ ପରିବର୍ତ୍ତିତ ସ୍ଥାନ, କାଳ, ପାତ୍ରରେ ସମ୍ଭବ ହୋଇଥାଏ । ତେଣୁ ପରିସଂଖ୍ୟାନରେ ସାଂଖ୍ୟକ ତଥ୍ୟଗୁଡ଼ିକ କାରଣଗୁଡ଼ିକ ଯେ ପ୍ରଭାବିତ ହୋଇଥା’ନ୍ତି, ଏହା ନିଃସନ୍ଦେହରେ କୁହାଯାଇପାରେ ।

(4) ବ୍ୟବସ୍ଥାସିଦ୍ଧ ପଦ୍ଧତିରେ ସାଂଖ୍ୟକ ତଥ୍ୟ ସଂଗ୍ରହ – ପରିସଂଖ୍ୟାନର ପଦବାଚ୍ୟ ହେବାକୁ ହେଲେ ସାଂଖ୍ୟକ ତଥ୍ୟଗୁଡ଼ିକ ଏକ ବ୍ୟବସ୍ଥାସିଦ୍ଧ ପଦ୍ଧତିରେ ସଂଗ୍ରହ ହୋଇଥିବା ଆବଶ୍ୟକ । ଯେକୌଣସି ଉପାୟରେ ତଥ୍ୟ ସଂଗୃହୀତ ହେଲେ ତାହା ଗ୍ରହଣୀୟ ନୁହେଁ; ତଥ୍ୟ ସଂଗ୍ରହ କରିବା ସମୟରେ ଅନେକଗୁଡ଼ିଏ ଦୋଷ ତ୍ରୁଟି ରହିଯିବାର ସମ୍ଭାବନା ରହିଥାଏ । କିନ୍ତୁ ଯଦି ଏହା ଏକ ଶୃଙ୍ଖଳିତ ଓ ବିଜ୍ଞାନସମ୍ମତ ପ୍ରଣାଳୀରେ ହୋଇଥାଏ, ତାହେଲେ ଏହା ପରିସଂଖ୍ୟାନ ପଦବାଚ୍ୟ ହୋଇଥାଏ ।

(5) ଯୁକ୍ତିଯୁକ୍ତ ଶୁଦ୍ଧ ମାନର ତଥ୍ୟ ଉପସ୍ଥାପନା – ସାଂଖ୍ୟକ ତଥ୍ୟ ଦୁଇଟି ପ୍ରକାରରେ ସଂଗ୍ରହ କରାଯାଇଥାଏ; ଯଥା ସାମଗ୍ରିକ ଗଣନା (counting) ଓ ନମୁନା (sample) ଭିଭିରେ ସିଦ୍ଧାନ୍ତଗ୍ରହଣ । ସାମଗ୍ରିକ ଗଣନା ସବୁ ସମୟର ସମ୍ଭବ ନୁହେଁ । ତେଣୁ ନମୁନା ଭିଭିରେ ନିର୍ଦ୍ଦିଷ୍ଟ ତଥ୍ୟାବଳୀର ସିଦ୍ଧାନ୍ତ ଗ୍ରହଣ କରାଯାଏ । ସେଥ‌ିପାଇଁ ସିଦ୍ଧାନ୍ତର ଶୁଦ୍ଧତା, ସିଦ୍ଧାନ୍ତର ମାନ, ଉଦ୍ଦେଶ୍ୟ ଉପରେ ଗୁରୁତ୍ବ ଦେବା ଆବଶ୍ୟକ । ମନେକର, ଗୋଟିଏ ରାଲିରେ ଲୋକସଂଖ୍ୟା ଗୋଟି ଗୋଟି କରି ମାପିବା ସମ୍ଭବ ନୁହେଁ ।

ତେଣୁ ଆମେ ନମୁନା ଭିଭିରେ କହିପାରିବା ଯେ ଏହାର ଲୋକସଂଖ୍ୟା 10 ହଜାର । ଏହା କହିଲାବେଳେ ହୁଏତ 1000 ବା 2000 ବେଶୀ ବା କମ୍ ହୋଇପାରନ୍ତି । ଏହି ପାର୍ଥକ୍ୟକୁ ଏତେ ଗୁରୁତ୍ବ ଦିଆନଗଲେ ଚଳିବ । କିନ୍ତୁ ଦୁଇଟି ପିଲାଙ୍କର ଉଚ୍ଚତା ମାପରେ ଅଧ ସେଣ୍ଟିମିଟର ପାର୍ଥକ୍ୟକୁ ଉପେକ୍ଷା କରାଯାଇପାରିବ ନାହିଁ । ତେଣୁ ପରିସଂଖ୍ୟାନରେ ଶୁଦ୍ଧ ମାନ ଉପରେ ଗୁରୁତ୍ଵ ଦିଆଯାଇଥାଏ ।

(6) ପୂର୍ବ ନିର୍ଦ୍ଧାରିତ ଉଦ୍ଦେଶ୍ୟରେ ତଥ୍ୟ ସଂଗ୍ରହ – ସାଂଖ୍ୟକ ତଥ୍ୟ ସଂଗ୍ରହ କରିବା ପୂର୍ବରୁ କେଉଁ ଉଦ୍ଦେଶ୍ୟରେ ଏହା କରାଯାଉଛି, ତାହା ସ୍ପଷ୍ଟ ଓ ଅବିକଳଭାବରେ ବର୍ଣ୍ଣନା ହେବା ଉଚିତ । ଯଦି ତାହା ନ କରାଯାଏ, ତାହାହେଲେ ସମୟ ଓ ଅର୍ଥର ଅପଚୟ ହେବାର ଯଥେଷ୍ଟ ସମ୍ଭାବନା ରହିଛି, କାରଣ ଅନେକଗୁଡ଼ିଏ ଅନାବଶ୍ୟକ ତଥ୍ୟ ସଂଗ୍ରହ କରାଯାଇଥାଏ ଓ ଉଦ୍ଦିଷ୍ଟ ତଥ୍ୟ ମିଳିପାରେ ନାହିଁ ।

ମନେକର, ଆମେ ନିମ୍ନ ଆୟବର୍ଗର ଜୀବନଧାରଣ ମୂଲ୍ୟସୂଚୀ ଗଠନ କରିବାକୁ ଚାହିଁଛେ । ଏ କ୍ଷେତ୍ରରେ ମୋଟରକାର, ରଙ୍ଗିନ୍ ଟି.ଭି., ରେଫ୍ରିଜରେଟର ଇତ୍ୟାଦି ବିଳାସ ସାମଗ୍ରୀର ମୂଲ୍ୟ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରିବା ଅନାବଶ୍ୟକ । ତେଣୁ ପ୍ରଥମରୁ ଅନୁସନ୍ଧାନର ଉଦ୍ଦେଶ୍ୟ ସ୍ପଷ୍ଟଭାବରେ ବର୍ଣ୍ଣନା କରାଯାଇଥାଏ ।

ଉପରୋକ୍ତ ଆଲୋଚନାରୁ ଏହା ସ୍ପଷ୍ଟ ଯେ, ପରିସଂଖ୍ୟାନର ଅର୍ଥ କେବଳ ସାଂଖ୍ୟକ ତଥ୍ୟାବଳୀ ନୁହେଁ । ଯେକୌଣସି ତଥ୍ୟାବଳୀ ପରିସଂଖ୍ୟାନର ପଦବାଚ୍ୟ ହେବାକୁ ହେଲେ ତାହା ସାଂଖ୍ୟକ ହେବା ସଙ୍ଗେ ସଙ୍ଗେ ତା’ଠାରେ ଉପରୋକ୍ତ ବୈଶିଷ୍ଟ୍ୟଗୁଡ଼ିକ ରହିଥିବା ଆବଶ୍ୟକ । ତେଣୁ ଯଥାର୍ଥରେ କୁହାଯାଇଛି, All statistics are numerical statement of facts, but all numerical statement of facts are not statistics.

୪। ପରିସଂଖ୍ୟାନ ଶାସ୍ତ୍ରର ଏକ ବଚନରେ ସଂଜ୍ଞା ନିରୂପଣ କର ।
କିମ୍ବା, ପରିସଂଖ୍ୟାନ ଶାସ୍ତ୍ର ଏକ ବିଜ୍ଞାନ – ଆଲୋଚନା କର ।
Answer:
ପରିସଂଖ୍ୟାନ ଶାସ୍ତ୍ରର ସଂଜ୍ଞା ସାଧାରଣତଃ ଦୁଇ ପ୍ରକାରର; ଯଥା— ସାଂଖ୍ୟକ ତଥ୍ୟ (Statistical data) ଏବଂ ପରିସଂଖ୍ୟାନ ପଦ୍ଧତି ଓ କୌଶଳ (statistical method and technique) ପରିସଂଖ୍ୟାନର ପ୍ରଣାଳୀ ଓ ପ୍ରୟୋଗକୁ ବିଚାରକୁ ନେଇ ଯେଉଁ ସଂଜ୍ଞା ନିରୂପଣ କରାଯାଇଛି ତାହା ପରିସଂଖ୍ୟାନ (ଏକ ବଚନରେ) ବୋଲି କୁହାଯାଏ । ଯେଉଁ ପରିସଂଖ୍ୟାନବିତ୍ ଏହି ମର୍ମରେ ପରିସଂଖ୍ୟାନର ସଂଜ୍ଞା ପ୍ରଦାନ କରିଛନ୍ତି ସେମାନଙ୍କ ମଧ୍ୟରୁ କେତେଜଣଙ୍କର ସଂଜ୍ଞା ନିମ୍ନରେ ଉଲ୍ଲେଖ କରାଯାଇଛି ।

ବୁକିଂଟନ୍‌ଙ୍କ ମତରେ, “Statistics is the science of estimates and probabilities.” କ୍ରକସ୍‌ଟନ୍‌ ଓ କାଓତଡନ୍‌ଙ୍କ ମତରେ, “Statistics may be defined as a science of collection, presentation, analysis and interpretation of numerical data.”

ସେଲିଗ୍‌ମାନ୍‌ଙ୍କ ମତରେ, “Statistics is the science which deals with the method of collection, classification and tabulation of numerical facts as a basis for explanation, description and comparison of phenomenon.
ଉପରୋକ୍ତ ସଂଜ୍ଞାଗୁଡ଼ିକୁ ବିଶ୍ଳେଷଣ କଲେ ଜଣାପଡ଼ୁଛି ଯେ, ସାଂଖ୍ୟକ ତଥ୍ୟାବଳୀ ସଂଗ୍ରହ, ଏହାର ଉପସ୍ଥାପନ, ବିଶ୍ଳେଷଣ ଓ ବ୍ୟାଖ୍ୟା ସମ୍ବନ୍ଧୀୟ ବିଜ୍ଞାନହିଁ ‘ପରିସଂଖ୍ୟାନ’ ।

(1) ସାଂଖ୍ୟକ ତଥ୍ୟାବଳୀ ସଂଗ୍ରହ – ପରିସଂଖ୍ୟାନ ଶାସ୍ତ୍ରର ଅଧ୍ୟୟନ ଓ ଅନୁଶୀଳନପାଇଁ ସାଂଖ୍ୟକ ତଥ୍ୟ ସଂଗ୍ରହହିଁ ପ୍ରଥମ ପାହାଚ । ତେଣୁ ତଥ୍ୟ ସଂଗ୍ରହ ଯେକୌଣସି ପ୍ରକାରରେ କରିଦେଲେ ତାହା ପରିସଂଖ୍ୟାନ ନୁହେଁ । ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ବିଧବଦ୍ଧ ପଦ୍ଧତି ବା କୌଶଳ ଅବଲମ୍ବନ କରିବାକୁ ହୁଏ । ଏହି ପଦ୍ଧତି ବା କୌଶଳ ମଧ୍ଯ ବିଜ୍ଞାନସମ୍ମତ ହୋଇଥାଏ ।

(2) ତଥ୍ୟ ସଂଗଠନ – ଏହା ପରିସଂଖ୍ୟାନ ବିଷୟବସ୍ତୁର ଦ୍ଵିତୀୟ ପାହାଚ । ତଥ୍ୟ ସଂଗ୍ରହ ବହୁତ ବଡ଼ ଆକାରରେ ହୋଇଥାଏ ଓ ଏଥ‌ିରେ ବହୁତ ଭୁଲ୍‌ଭଟ୍‌କା ଥିବା ସହିତ ଅନେକ ଅନାବଶ୍ୟକ ତଥ୍ୟ ସଂଗୃହୀତ ହୋଇଥାଏ । ତେଣୁ ଅଶୋଧ ତଥ୍ୟରୁ ଏକ ନିର୍ଦ୍ଦିଷ୍ଟ ବିଷୟରେ ଧାରଣା ଆଣିହୁଏ ନାହିଁ । ଏଣୁ ସଂଗୃହୀତ ତଥ୍ୟକୁ ବୈଜ୍ଞାନିକ ପ୍ରଣାଳୀରେ ସଜାଯାଏ । ସାଧାରଣତଃ ସଂଭାଗୀକରଣ ଓ ସାରଣୀ ମାଧ୍ୟମରେ ସଂଗୃହୀତ ତଥ୍ୟଗୁଡ଼ିକୁ ସଂଗଠିତ କରାଯାଏ । ଏହାଦ୍ୱାରା ଭୁଲ୍ ତଥ୍ୟ, ଅନାବଶ୍ୟକ ତଥ୍ୟ ଇତ୍ୟାଦି ବାହାର ହୋଇଯା’ନ୍ତି । ତେଣୁ ତଥ୍ୟକୁ ବ୍ୟାଖ୍ୟା ବା ବିଶ୍ଳେଷଣ କରିବା ସହଜ ହୁଏ ।

CHSE Odisha Class 11 Economics Solutions Chapter 14 ପରିସଂଖ୍ୟାନ

(3) ତଥ୍ୟ ଉପସ୍ଥାପନା – ତଥ୍ୟଗୁଡ଼ିକୁ ଏକ ନିର୍ଦ୍ଦିଷ୍ଟଭାବରେ ସଜାଇବା ପରେ ସେଗୁଡ଼ିକୁ ବ୍ୟବସ୍ଥାସିଦ୍ଧ ଓ ବୈଜ୍ଞାନିକ ପ୍ରଣାଳୀରେ ଉପସ୍ଥାପନା କରାଯାଏ । ଏହାଦ୍ଵାରା ତଥ୍ୟଗୁଡ଼ିକ ପାଠକ ମନରେ ବହୁଦିନ ରହିଯାଏ ଏବଂ ତୁଳନାତ୍ମକ ପଠନପାଇଁ ଏହା ସାହାଯ୍ୟ କରେ । ତଥ୍ୟଗୁଡ଼ିକୁ ବିଜ୍ଞାନସମ୍ମତ ସାରଣୀ, ଗ୍ରାଫ୍, ରେଖାଚିତ୍ର, ଚିତ୍ରଲେଖ ଇତ୍ୟାଦି ମାଧ୍ୟମରେ ଉପସ୍ଥାପନା କରାଯାଇଥାଏ । ଏହି ଉପସ୍ଥାପନା ଶୈଳୀକୁ ପରିସଂଖ୍ୟାନ କୁହାଯାଏ ।

(4) ତଥ୍ୟ ବିଶ୍ଳେଷଣ – ପରିସଂଖ୍ୟାନ ଶାସ୍ତ୍ରର ପରବର୍ତ୍ତୀ ପର୍ଯ୍ୟାୟ ହେଉଛି ତଥ୍ୟ ବିଶ୍ଳେଷଣ । ଏହାକୁ ବିଶ୍ଳେଷଣ କରିବାପାଇଁ କେତେଗୁଡ଼ିଏ ବୈଜ୍ଞାନିକ ପ୍ରଣାଳୀ ଅବଲମ୍ବନ କରାଯାଇଥାଏ । ବିଶ୍ଳେଷଣରେ ଦୁଇଟି ପଦ୍ଧତି ଅନୁସରଣ କରାଯାଇଥାଏ ; ଯଥା –
(i) ବର୍ଣ୍ଣନାତ୍ମକ ସାଂଖ୍ୟକୀ (descriptive statistics) ଓ
(ii) ଅନୁମାନସିଦ୍ଧ ସାଂଖ୍ୟକୀ (inferential statiscs) ।
ସଂଭାଗୀକରଣ, ସାରଣୀ, ରେଖାଚିତ୍ର କେନ୍ଦ୍ରୀୟ ମୂଲ୍ୟ, ବିଚ୍ଛୁରଣ, କକୁଦତା, ସହସମ୍ବନ୍ଧ, ସମାଶ୍ରୟୀ ଇତ୍ୟାଦି

(5) ତଥ୍ୟ ନିର୍ବାଚନ (ବ୍ୟାଖ୍ୟା) – ପରିସଂଖ୍ୟାନ ଶାସ୍ତ୍ର ଅଧ୍ୟୟନର ଏହା ଶେଷ ଅଧ୍ୟାୟ । ତଥ୍ୟ ବ୍ୟାଖ୍ୟା ଏକ ଗୁରୁତ୍ଵପୂର୍ଣ
କରିବାକୁ ତଥ୍ୟ ନିର୍ବାଚନ କୁହାଯାଏ । ଅନ୍ୟ ଭାଷାରେ କହିଲେ, ସାଂଖ୍ୟକ ତଥ୍ୟାବଳୀକୁ ବିଶ୍ଳେଷଣ କରି ଯେଉଁ ସିଦ୍ଧାନ୍ତ ମିଳେ, ତାହାକୁ ଉକ୍ତି ବା ବକ୍ତବ୍ୟରେ ପ୍ରକାଶ କରିବା ତଥ୍ୟ ନିର୍ବାଚନ ଅଟେ । ଏହି କାର୍ଯ୍ୟ ସମସ୍ତେ କରିପାରନ୍ତି ନାହିଁ । ଅଭିଜ୍ଞ ଓ ସଚେତନଶୀଳ ପରିସଂଖ୍ୟାନବିତ୍‌ ତଥ୍ୟ ନିର୍ବାଚନ କାର୍ଯ୍ୟ କରିଥା’ନ୍ତି ।
ଅତଏବ ଉପରୋକ୍ତ ପର୍ଯ୍ୟାୟମାନ ଦେଇ ଅଗ୍ରସର ହୋଇ କୌଣସି ସିଦ୍ଧାନ୍ତରେ ଉପନୀତ ହେବା ପ୍ରକ୍ରିୟାହିଁ ‘ପରିସଂଖ୍ୟାନ’ ।

୫। ପରିସଂଖ୍ୟାନର ପରିସର ଓ କାର୍ଯ୍ୟାବଳୀ ସମ୍ବନ୍ଧରେ ଆଲୋଚନା କର ।
Answer:
ପରିସଂଖ୍ୟାନର ପରିସର ଏତେ ବ୍ୟାପକ ଯେ ଏହାର ସଂଜ୍ଞା ନିରୂପଣ କରିବା କଷ୍ଟକର। ପରିସଂଖ୍ୟାନର ପରିସର ତିନୋଟି ମୁଖ୍ୟ ଭିଭିରେ ଅଧ୍ୟୟନ କରାଯାଇପାରେ –

  1. ପରିସଂଖ୍ୟାନର ପ୍ରକୃତି,
  2. ପରିସଂଖ୍ୟାନର ବିଷୟବସ୍ତୁ,
  3. ଅନ୍ୟାନ୍ୟ ବିଜ୍ଞାନ ସହିତ ପରିସଂଖ୍ୟାନର ସଂପର୍କ ।

1. ପରିସଂଖ୍ୟାନର ପ୍ରକୃତି – ପରିସଂଖ୍ୟାନ, ବିଜ୍ଞାନ କିମ୍ବା କଳା। ବ୍ୟବସ୍ଥାସିଦ୍ଧ ଜ୍ଞାନକୁ ବିଜ୍ଞାନ କୁହାଯାଏ। ଏହା କୌଣସି ଘଟଣାର କାରଣ ଓ ପ୍ରଭାବର ସମ୍ବନ୍ଧକୁ ଅଧ୍ୟୟନ କରେ ଓ ଏହା ବୈଜ୍ଞାନିକ ନିୟମ ଆକାରରେ ସାଧାରଣୀକରଣ କରିବା ପାଇଁ ଚେଷ୍ଟା କରିଥାଏ। ଅନ୍ୟ ପକ୍ଷରେ, କଳା କୌଣସି ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ କରିବା ପାଇଁ ତଥ୍ୟ ଗୁଡ଼ିକୁ ପରିଚାଳନା କରିବାର ଦକ୍ଷତାକୁ ବୁଝାଏ। ଅର୍ଥାତ୍ କଳା ବିଜ୍ଞାନ ସମ୍ବନ୍ଧୀୟ ଜ୍ଞାନର ଉପଯୋଗିତାକୁ ବୁଝାଏ।

ପରିସଂଖ୍ୟାନ ବୈଜ୍ଞାନିକ ଅଧ୍ୟୟନରେ ବ୍ୟବହୃତ ହୁଏ । ଶୁଦ୍ଧ ବିଜ୍ଞାନ ଭଳି ସାଂଖ୍ୟକ ଘଟଣା ଗୋଟିଏ କାରଣ ଦ୍ଵାରା ପ୍ରଭାବିତ ହୁଏ ନାହିଁ, ବରଂ ସାଂଖ୍ୟକ ଘଟଣା ସାଧାରଣତଃ ବହୁବିଧ କାରଣ ଯୋଗୁଁ ପ୍ରଭାବିତ ହୋଇଥାଏ ଓ ସେହି କାରଣଗୁଡ଼ିକର ସଠିକ୍ ପରିମାପ କରାଯାଇପାରେ ନାହିଁ । ସେଥ୍‌ପାଇଁ ସାଂଖ୍ୟକ ସିଦ୍ଧାନ୍ତ ଗୁଡ଼ିକ ଅନିଶ୍ଚିତ, ଭ୍ରମାତ୍ମକ, ଅନିର୍ଦ୍ଦିଷ୍ଟ ହୋଇଥାଏ। ତେଣୁ ପରିସଂଖ୍ୟାନକୁ ବିଜ୍ଞାନ ରୂପେ ଅଭିହିତ ନ କରି ବୈଜ୍ଞାନିକ ପ୍ରଣାଳୀ ରୂପେ ବିବେଚନା କରିବା ଉଚିତ୍ ।

ସେହିପରି ପରିସଂଖ୍ୟାନକୁ କଳା ରୂପେ ଅଭିହିତ କରାଯାଇପାରେ । କାରଣ ପରିସଂଖ୍ୟାନରେ ତଥ୍ୟ ସଂଗ୍ରହ ଓ ସିଦ୍ଧାନ୍ତ ପାଇବା ପାଇଁ ନିର୍ଦ୍ଦିଷ୍ଟ ପଦ୍ଧତିର ଉପଯୋଗ କରାଯାଏ ଏବଂ ଶେଷରେ ଉପଯୁକ୍ତ କ୍ଷେତ୍ରରେ ବ୍ୟବହାର କରାଯାଏ। ତେଣୁ ପରିସଂଖ୍ୟାନକୁ ଆଂଶିକ ଭାବରେ ବିଜ୍ଞାନ ଓ କଳା ରୂପେ ବିବେଚନା କରାଯାଏ।

2. ପରିସଂଖ୍ୟାନକୁ ଦୁଇଟି ଭାଗରେ ବିଭାଗୀକରଣ କରାଯାଏ; ଯଥା— ସାଂଖ୍ୟକ ପଦ୍ଧତି ଓ ପ୍ରୟୋଗାତ୍ମକ ପରିସଂଖ୍ୟାନ । ବିଭିନ୍ନ ସଂଜ୍ଞା, ନିୟମ, ପ୍ରଣାଳୀ ଓ ଗାଣିତିକ ପଦ୍ଧତିଗୁଡ଼ିକର ତଥ୍ୟ ସଂଗ୍ରହ, ସଂଗଠନ, ଉପସ୍ଥାପନ, ବିଶ୍ଳେଷଣ ଓ ବ୍ୟାଖ୍ୟାନ କ୍ଷେତ୍ରରେ ଉପଯୋଗକୁ ବୁଝଉଥ‌ିବା ବିଷୟର ତାତ୍ତ୍ଵିକ ପରିପ୍ରକାଶ ସହିତ ସାଂଖ୍ୟକ ପଦ୍ଧତି ସଂଶ୍ଳିଷ୍ଟ ହୋଇଥାଏ। ଅନ୍ୟ ପକ୍ଷରେ ଭୌତିକ, ଜୈବ ବିଜ୍ଞାନ ଓ ସମାଜ ବିଜ୍ଞାନ ଭଳି ବିଭିନ୍ନ ବିଭାଗ ଗୁଡ଼ିକରେ ସାଂଖ୍ୟକ ପଦ୍ଧତିର ଉପଯୋଗକୁ ପ୍ରୟୋଗାତ୍ମକ ପରିସଂଖ୍ୟାନ ବୁଝାଇଥାଏ।

ପ୍ରୟୋଗାତ୍ମକ ପରିସଂଖ୍ୟାନ ପୁନଶ୍ଚ ଦୁଇଟି ବିଭାଗରେ ବିଭକ୍ତ କରାଯାଇପାରେ; ଯଥା – ବର୍ଣ୍ଣନାତ୍ମକ ପରିସଂଖ୍ୟାନ ଓ ବୈଜ୍ଞାନିକ ପରିସଂଖ୍ୟାନ । ବର୍ଣନାତ୍ମକ ପରିସଂଖ୍ୟାନ ସାଂଖ୍ୟକ ତଥ୍ୟ ଗୁଡ଼ିକର ଏକ ସ୍ଵଚ୍ଛ, ସଂକ୍ଷିପ୍ତ, ଦରକାରୀ ଓ ତଥ୍ୟଭିତ୍ତିକ ଚିତ୍ର ପ୍ରଦାନ କରିଥାଏ। ଅନ୍ୟ ପକ୍ଷରେ ବୈଜ୍ଞାନିକ ପରିସଂଖ୍ୟାନ ଆରୋହମାନ ପଦ୍ଧତି ସହିତ ସଂଶ୍ଳିଷ୍ଟ ଓ ଏହା ଅଟକଳ, ନିଷ୍ପଭି ଓ ପୁର୍ବାନୁମାନ କରିବାରେ ସାହାଯ୍ୟ କରେ।

CHSE Odisha Class 11 Economics Solutions Chapter 14 ପରିସଂଖ୍ୟାନ

3. ପରିସଂଖ୍ୟାନର ଅନ୍ୟାନ୍ୟ ବିଜ୍ଞାନ ସହିତ ସଂପର୍କ – ପରିସଂଖ୍ୟାନର ପରିସର ଏତେ ବ୍ୟାପକଓ ପ୍ରସାରିତ ଯେ ଏହା ସମସ୍ତ ବିଭାଗ ସହିତ ସଂଶ୍ଳିଷ୍ଟ କରାଯାଇପାରେ।
(କ) ପରିସଂଖ୍ୟାନ ଓ ଅର୍ଥଶାସ୍ତ୍ର – ଯଦିଓ ଅତୀତରେ ଅର୍ଥଶାସ୍ତ୍ରରେ ପରିସଂଖ୍ୟାନର ବ୍ୟବହାର ସୀମିତ ଥିଲା, ଆଧୁନିକ କାଳରେ ସମ୍ଭାବ୍ୟତା, ପ୍ରତିଚୟନ, ସହସମ୍ବନ୍ଧ, ସୂଚକାଙ୍କ, ସମାଶ୍ରୟଣ ଇତ୍ୟାଦି ଭଳି ସାଂଖ୍ୟଙ୍କ ପଦ୍ଧତିର ଉଦ୍ଭାବନ ଓ ସାଂଖ୍ୟକ ଉପକରଣର ବିସ୍ତୃତ ଅର୍ଥଶାସ୍ତ୍ରରେ ପରିସଂଖ୍ୟାନର ଭୂମିକା ବହୁଳ ଭାବରେ ବୃଦ୍ଧି କରିଛି ।

(ଖ) ପରିସଂଖ୍ୟାନ ଓ ରାଷ୍ଟ୍ର – ପୁରାତନ କାଳରେ ରାଜା ଓ ମନ୍ତ୍ରୀଗଣ ଉପଯୁକ୍ତ ସାମରିକ ଓ ରାଜକୋଷୀୟ ନୀତି ପ୍ରଣୟନ କରିବା ପାଇଁ ପରିସଂଖ୍ୟାନ ଉପରେ ବହୁଳ ଭାବରେ ନିର୍ଭର କରୁଥିଲେ। ସଂପ୍ରତି ରାଷ୍ଟ୍ରର ବର୍ଦ୍ଧିଷ୍ଣୁ କାର୍ଯ୍ୟାବଳୀ ହେତୁ ପରିସଂଖ୍ୟାନ ରାଷ୍ଟ୍ରର ବିଭିନ୍ନ ଅନୁଷ୍ଠାନ ଓ ଗବେଷଣାରତ ଛାତ୍ରମାନଙ୍କୁ ବହୁଳ ଭାବରେ ସାହାଯ୍ୟ କରୁଛି । ରାଷ୍ଟ୍ର ତା’ର ପ୍ରଶାସନର ସୁପରିଚାଳନା ପାଇଁ ସାଂଖ୍ୟକ ତଥ୍ୟର ପ୍ରମୁଖ ସଂଗ୍ରହକାରୀ ଏବଂ ବ୍ୟବହାରକାରୀ, ସୁତରାଂ ପରିସଂଖ୍ୟାନ ଓ ରାଷ୍ଟ୍ର ପରସ୍ପର ଅଙ୍ଗାଙ୍ଗୀ ଭାବେ ଜଡ଼ିତ।

(ଗ) ପରିସଂଖ୍ୟାନ ଓ ବ୍ୟବସାୟ ପରିସଂଖ୍ୟାନ ବ୍ୟବସାୟ ଉଦ୍ୟୋଗ ଗୁଡ଼ିକ ପାଇଁ ଅପରିହାର୍ଯ୍ୟ ହୋଇଯାଇଛି। ବର୍ଦ୍ଧିଷ୍ଣୁ ପ୍ରତିଦ୍ଵନ୍ଦ୍ରିତା ପରିସ୍ଥିତିରେ ବ୍ୟବସାୟ ଉଦ୍ୟୋଗଗୁଡ଼ିକର ସମସ୍ୟା ଜଟିଳରୁ ଜଟିଳତର ହେଉଛି ଓ ଅଧିକାଂଶ ଉତ୍ପାଦନ ଆଜିକାଲି ଦ୍ରବ୍ୟର ଚାହିଦା ପ୍ରତ୍ୟାଶାରେ କରାଯାଉଛି। ବଜାର ଅଧ୍ୟୟନ ସଠିକ୍ ଓ ସତର୍କତା ସହିତ କରା ନ ଗଲେ ପ୍ରତିଷ୍ଠାନଟିର ତିଷ୍ଠିବା କଷ୍ଟସାଧ୍ୟ ହୋଇ ପଡ଼ିବ। ତେଣୁ ବ୍ୟବସାୟୀଗଣ ପ୍ରତିଦ୍ଵନ୍ଦୀ ବଜାରରେ ତିଷ୍ଠିବା ଓ ଉନ୍ନୟନ ପାଇଁ ବିଭିନ୍ନ ପ୍ରକାରର ସାଂଖ୍ୟକ ଉପକରଣ ଉପରେ ନିର୍ଭର କରିଥା’ନ୍ତି।

(ଘ) ପରିସଂଖ୍ୟାନ ଓ ଭୌତିକ ବିଜ୍ଞାନ – ଜ୍ୟୋତିଷ ଶାସ୍ତ୍ର, ନୃତତ୍ତ୍ଵ, ରସାୟନ ଶାସ୍ତ୍ର, ପଦାର୍ଥ ବିଜ୍ଞାନ ଯାନ୍ତ୍ରିକ ବିଜ୍ଞାନ ଇତ୍ୟାଦି ଭଳି ଭୌତିକ ବିଜ୍ଞାନରେ ସାଂଖ୍ୟକ ପଦ୍ଧତି ପ୍ରଥମେ ପ୍ରୟୋଗ କରାଯାଇଥିଲା। ସଂପ୍ରତି ବିଜ୍ଞାନରେ ପରିସଂଖ୍ୟାନର ବର୍ଦ୍ଧିଷ୍ଣୁ ବ୍ୟବହାର କରାଯାଉଛି।

(ଙ) ପରିସଂଖ୍ୟାନ ଓ ପ୍ରାକୃତିକ ବିଜ୍ଞାନ – ଜୀବ ବିଜ୍ଞାନ, ଔଷଧ ଇତ୍ୟାଦି ଭଳି ସମସ୍ତ ପ୍ରାକୃତିକ ବିଜ୍ଞାନର ଅଧ୍ୟୟନରେ ପରିସଂଖ୍ୟାନ ଖୁବ୍ ଦରକାରୀ ବୋଲି ପ୍ରମାଣିତ ହୋଇଛି। ଡାକ୍ତରଙ୍କ ଦ୍ଵାରା ସଠିକ୍ ରୋଗକୁ ଚିହ୍ନଟ କରିବା, କୌଣସି ନିର୍ଦ୍ଦିଷ୍ଟ
ସଂଗଠନ, ଉପସ୍ଥାପନା, ବିଶ୍ଳେଷଣ ଓ ବ୍ୟାଖ୍ୟାନ ଭଳି ଭୂମିକା ନିଭାଇଥାଆନ୍ତି ।

କାର୍ଯ୍ୟାବଳୀ :
(i) ନିର୍ଦ୍ଦିଷ୍ଟତା – ପରିସଂଖ୍ୟାନ ତଥ୍ୟାବଳୀଗୁଡ଼ିକୁ ନିର୍ଦ୍ଦିଷ୍ଟ ଆକାରରେ ଉପସ୍ଥାପନା କରେ । ସାଧାରଣ ଅଭିବ୍ୟକ୍ତ ଗୁଡ଼ିକୁ ସଂକ୍ଷେପରେ ଓ ନିର୍ଦ୍ଦିଷ୍ଟ ଆକାରରେ ଉପସ୍ଥାପନା କରିବା ହିଁ ପରିସଂଖ୍ୟାନର ପ୍ରଥମ ଓ ପ୍ରଧାନ କାର୍ଯ୍ୟ। ସୁତରାଂ ତଥ୍ୟାବଳୀ ବୋଧଗମ୍ୟ ହେବାରେ ପରିସଂଖ୍ୟାନ ସାହାଯ୍ୟ କରେ।

(ii) ସରଳୀକରଣ – ପରିସଂଖ୍ୟାନ ଜଟିଳ ତଥ୍ୟାବଳୀଗୁଡ଼ିକୁ ସରଳ ଓ ବୋଧଗମ୍ୟ କରେ। ଏଣୁ ତଥ୍ୟାବଳୀର ସରଳୀକରଣ ପରିସଂଖ୍ୟାନର ଅନ୍ୟ ଏକ ପ୍ରଧାନ କାର୍ଯ୍ୟ। ଯାହାଦ୍ଵାରା ଏହା ତତ୍ୟାବଳୀକୁ ବୋଧଗମ୍ୟ କରିବାରେ ସାହାଯ୍ୟ କରେ ।

(iii) ତୁଳନା – ପରିସଂଖ୍ୟାନ ତୁଳନା କରିବାରେ ସହାୟତା କରେ। ତଥ୍ୟାବଳୀଗୁଡ଼ିକୁ ତୁଳନା କରା ନ ଯାଇ ପାରିଲେ, ଏଗୁଡ଼ିକ ଅର୍ଥଶୂନ୍ୟ ହୋଇଯାଏ। ପରିସଂଖ୍ୟାନ ବିଭିନ୍ନ ପରିମାପ, ଯଥା— ହାରାହାରି, ବିଚ୍ଛୁରଣ, ଅନୁପାତ, ସହଗ ଇତ୍ୟାଦି ପ୍ରଣାଳୀ ବ୍ୟବହାର କରି ତଥ୍ୟାବଳୀ ଗୁଡ଼ିକୁ ତୁଳନା କରିଥାଏ। ଫଳରେ, ଏହା ତଥ୍ୟାବଳୀର ମହତ୍ଵକୁ ବୃଦ୍ଧି କରିବାରେ ସକ୍ଷମ ହୋଇଥାଏ।

(iv) ଉପକଳ୍ପନାର ପ୍ରସ୍ତୁତି ଓ ପରୀକ୍ଷଣ – ନୂତନ ତତ୍ତ୍ବ ପାଇବା ପାଇଁ ପରିସଂଖ୍ୟାନ ଉପକଳ୍ପନାର ପ୍ରସ୍ତୁତି ଓ ପରୀକ୍ଷଣରେ ସହାୟତା କରେ। ଉଦାହରଣ ସ୍ଵରୂପ, ଭାରତର ଦ୍ରୁତ ଜନସଂଖ୍ୟା ବୃଦ୍ଧିର ନିୟନ୍ତ୍ରଣ ପାଇଁ ପରିବାର ମଙ୍ଗଳ କାର୍ଯ୍ୟକ୍ରମ ଫଳପ୍ରସୂ ଭଳି ଉପକଳ୍ପନାର ପରିସଂଖ୍ୟାନ ସମ୍ବନ୍ଧୀୟ ଉପକରଣ ବ୍ୟବହାର କରି ସତ୍ୟତା ନିର୍ଣ୍ଣୟ କରାଯାଏ।

(v) ପ୍ରାଗୁଭି – ପରିସଂଖ୍ୟାନ ଭବିଷ୍ୟତ କଥନରେ ସହାୟତା କରେ । ପରିସଂଖ୍ୟାନ ସମ୍ବନ୍ଧୀୟ ପଦ୍ଧତି ଗୁଡ଼ିକ କୌଣସି କ୍ଷେତ୍ରରେ ଭବିଷ୍ୟତ ପନ୍ଥା ନିର୍ଦ୍ଧାରଣ ପାଇଁ ପ୍ରାଗୁକ୍ତି କରିବାରେ ସାହାଯ୍ୟ କରେ। କାରଣ ଏହା ଉପଯୁକ୍ତ ନୀତି ଓ ଯୋଜନା ପ୍ରଣୟନ କରିବାରେ ସହାୟତା କରେ। ଏହି ପରିସଂଖ୍ୟାନ ସମ୍ବନ୍ଧୀୟ ପଦ୍ଧତି ଭିତ୍ତିରେ ଯୋଜନା ପ୍ରଣୟନକାରୀ ଉତ୍ପାଦନ, ନିବେଶ, ଇତ୍ୟାଦିର ଭବିଷ୍ୟତ ଆକଳନ ପ୍ରସ୍ତୁତ କରେ।

(vi) ଅନିଶ୍ଚିତତାର ପରିମାପ – ପରିସଂଖ୍ୟାନ ଅନିଶ୍ଚିତତା ମାପ କରେ । ପରିସଂଖ୍ୟାନ ସମ୍ବନ୍ଧୀୟ ଉପକରଣ ମାଧ୍ୟମରେ ଅନିଶ୍ଚିତତା ପରିପ୍ରେକ୍ଷୀରେ ନିଷ୍ପତ୍ତି ନିଆଯାଏ ଓ କେତେକ ଘଟଣାବଳୀର ଅଧ୍ୟୟନ କରାଯାଏ ଏବଂ ସେଗୁଡ଼ିକର ବିଭିନ୍ନ ନୀତି ଉପରେ ପ୍ରଭାବ ଅଧ୍ୟୟନ କରାଯାଏ। ଫଳରେ ସଂଗୃହୀତ ଓ ବିଶ୍ଳେଷଣ କରାଯାଇଥିବା ତଥ୍ୟାବଳୀ ଭିତ୍ତିରେ ସଠିକ୍ ଉପସଂହାର ମିଳିପାରିଥାଏ ।

CHSE Odisha Class 11 Economics Solutions Chapter 14 ପରିସଂଖ୍ୟାନ

୬। ପରିସଂଖ୍ୟାନର ସୀମାବଦ୍ଧତା ଗୁଡ଼ିକୁ ଆଲୋଚନା କର ।
Answer:
ଯେପରି ପ୍ରତ୍ୟେକ ବିଷୟରେ କିଛି ତ୍ରୁଟି ରହିଥାଏ, ସେହିପରି ପରିସଂଖ୍ୟାନର କିଛି ତ୍ରୁଟି ରହିଛି । ପରିସଂଖ୍ୟାନର ବିଭିନ୍ନ ଉପକାର ସତ୍ତ୍ବେ, ଏଥରେ କେତେକ ତ୍ରୁଟି ପରିଲକ୍ଷିତ ହୋଇଥାଏ ଏବଂ ସେହି ତ୍ରୁଟି ଗୁଡ଼ିକ ପରିସଂଖ୍ୟାନର ସୀମାବଦ୍ଧତା ।

(i) ପରିସଂଖ୍ୟାନ କୌଣସି ବ୍ୟକ୍ତିଗତ ପରିମାପ ସହିତ ଜଡ଼ିତ ହୋଇ ନ ଥାଏ। ପରିସଂଖ୍ୟାନ କୌଣସି ବ୍ୟକ୍ତି ଗତ ବସ୍ତୁକ ଅଧ୍ୟୟନ କରେ ନାହିଁ। ଏହା କେବଳ ସମଷ୍ଟିଗତ ତଥ୍ୟକୁ ଆଲୋଚନା କରେ। ତେଣୁ କୌଣସି ବ୍ୟକ୍ତି ବିଶେଷଙ୍କ ସଂପର୍କରେ ତଥ୍ୟ ଅନ୍ୟ ବ୍ୟକ୍ତିମାନଙ୍କ ସହିତ ସଂପର୍କ ନ ଥିଲେ, ପରିସଂଖ୍ୟାନରେ କୌଣସି ଅର୍ଥ ନାହିଁ।

(ii) ପରିସଂଖ୍ୟାନ ଗୁଣାତ୍ମକ ଘଟଣାଗୁଡ଼ିକୁ ଅଧ୍ୟୟନ କରେ ନାହିଁ, ପରିସଂଖ୍ୟାନ କେବଳ ସାଂଖ୍ୟକ ଘଟଣା ଗୁଡ଼ିକୁ ଅଧ୍ୟୟନ କରେ । ଯେଉଁ ଘଟଣାଗୁଡ଼ିକର ପରିମାଣାତ୍ମକ ପରିପ୍ରକାଶ ହୋଇପାରୁ ନ ଥୁବ ସାଂଖ୍ୟକ ପଦ୍ଧତି ସେଗୁଡ଼ିକ କ୍ଷେତ୍ରରେ ପ୍ରଯୁକ୍ତ ହୁଏ ନାହିଁ । ଉଦାହରଣ ସ୍ଵରୂପ ସାଧୁତା, ପାରଦର୍ଶିତା, ବୁଦ୍ଧିମତା ଇତ୍ୟାଦି ଯାହା ସଂଖ୍ୟା ଆକାରରେ ପ୍ରକାଶ କରାଯାଇପାରେ ନାହିଁ, ସାଂଖ୍ୟକ ପଦ୍ଧତି ଦ୍ଵାରା ପ୍ରତ୍ୟକ୍ଷ ଭାବରେ ଅଧ୍ୟୟନ କରାଯାଇ ପାରେ ନାହିଁ ।

(iii) ପରିସଂଖ୍ୟାନ ସମ୍ବନ୍ଧୀୟ ନିୟମ କେବଳ ହାରାହାରି ଭିଭିରେ ସତ୍ୟ – ପରିସଂଖ୍ୟାନ ସବୁ ଘଟଣା ସହିତ ସଂପୃକ୍ତ ଯେଉଁ ଗୁଡ଼ିକ ବହୁବିଧ କାରଣ ଦ୍ଵାରା ପ୍ରଭାବିତ ହୋଇଥାଏ ଓ ବୈଜ୍ଞାନିକ ପଦ୍ଧତି ଭଳି ସବୁ କାରଣରୁ ଗୋଟିଏ କାରଣର ପ୍ରଭାବକୁ ଅଧ୍ୟୟନ କରିବା ସାଂଖ୍ୟକ ପଦ୍ଧତିରେ ସମ୍ଭବ ନାହିଁ । ଫଳରେ ସବୁ ସମୟରେ ସମାନ ପରିସ୍ଥିତିରେ ଏକା ପ୍ରକାରର ଉପସଂହାର ମିଳି ନ ଥାଏ।

(iv) ପରିସଂଖ୍ୟାନ ସଂପୂର୍ଣ୍ଣ ବିଷୟକୁ ପରିପ୍ରକାଶ କରେ ନାହିଁ – କୌଣସି ସମସ୍ୟାକୁ ଅଧ୍ୟୟନ କରିବା ପାଇଁ ପରିସଂଖ୍ୟାନ ହେଉଛି ଗୋଟିଏ ପଦ୍ଧତି । ଯେହେତୁ ବିଭିନ୍ନ ସମସ୍ୟାଗୁଡ଼ିକ ସଂସ୍କୃତି, ଧର୍ମ ଓ ଦର୍ଶନ ଭଳି ବିଭିନ୍ନ ଉପାଦାନ ଦ୍ଵାରା ପ୍ରଭାବିତ ହୋଇଥଶଏ ଯେଉଁ ଗୁଡ଼ିକର ସାଂଖ୍ୟକ ବିଶେଷଣ ହୋଇପାରେ ନାହିଁ । ତେଣୁ ପରିସଂଖ୍ୟାନ ସମ୍ବନ୍ଧୀୟ ଉପସଂହାର ଗୁଡ଼ିକ ଅନ୍ୟାନ୍ୟ ପଦ୍ଧତି ସହିତ ସଂଯୋଗ ହେବା ଉଚିତ୍ ।

(v) ପରିସଂଖ୍ୟାନର ଅପପ୍ରୟୋଗ ହେବାର ସମ୍ଭାବନା ଥାଏ ଯଦି ସାଂଖ୍ୟକ ପଦ୍ଧତି ଅନଭିଜ୍ଞ ବ୍ୟକ୍ତିଙ୍କଦ୍ବାରା ବ୍ୟବହୃତ ହୁଏ, ଏହା ନିଶ୍ଚିତ ଭାବରେ ଭ୍ରମାତ୍ମକ ଉପସଂହାରରେ ପହଞ୍ଚାଇବ। ପୁନଶ୍ଚ ଯଦି ସାଂଖ୍ୟକ ଉପସଂହାର ଅସଂପୂର୍ଣ୍ଣ ତଥ୍ୟ କିମ୍ବା ଅନୁପଯୁକ୍ତ କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ ଭିଭିରେ ମିଳିଥାଏ, ତେବେ ଆମେ ଭ୍ରମାତ୍ମକ ଉପସଂହାରରେ ପହଞ୍ଚିଥାଉ। ସୁତରାଂ ପରିସଂଖ୍ୟାନ ଅପପ୍ରୟୋଗ ହେବାର ସମ୍ଭାବନା ଥାଏ।

(vi) ପରିସଂଖ୍ୟାନ କାରଣ ପ୍ରଭାବ ସମ୍ପର୍କ ଅଧ୍ୟୟନ କରେ ନାହିଁ – ଉପାଦାନମାନଙ୍କ ମଧ୍ୟରେ ଥା କାରଣ– ପ୍ରଭାବ ସମ୍ପର୍କକୁ ପରିସଂଖ୍ୟାନ ଅଧ୍ୟୟନ କରେ ନାହିଁ। ଏହା ଦୁଇ ବା ତତୋଽଧ୍ଵକ ଉପାଦାନ ମଧ୍ୟରେ ଥିବା ସମ୍ପର୍କକୁ ମାପିଥାଏ, କିନ୍ତୁ ସେମାନଙ୍କ ମଧ୍ୟରୁ କେଉଁଟି କାରଣ ଓ କେଉଁଟି ପ୍ରଭାବ ତାହା କହିପାରେ ନାହିଁ ।

(viii) ପରିସଂଖ୍ୟାନର ସଂଶୟ – ପରିସଂଖ୍ୟାନର ବ୍ୟବହାର ଅଭିଜ୍ଞ, ନିରପେକ୍ଷ ଓ ଦାୟିତ୍ଵବାନ୍ ବ୍ୟକ୍ତିମାନଙ୍କ ଦ୍ବାରା ହେବା ଉଚିତ୍। ଠିକ୍ ଭାବରେ ବ୍ୟବହୃତ ହେଲେ ପରିସଂଖ୍ୟାନ ଅତ୍ୟନ୍ତ ଉପଯୋଗୀ ହୁଏ, ଅନ୍ୟଥା ଏହା ଭୁଲ୍ ଫଳାଫଳ ଦେଇଥାଏ। ଡବ୍ଲ୍ୟୁ.ଆଇ.କିଙ୍ଗ୍‌ଙ୍କ ଭାଷାରେ, ପରିସଂଖ୍ୟାନ ମାଟି ସଦୃଶ। ସେଥୁରୁ ଜଣେ ତାଙ୍କର ଇଚ୍ଛାନୁସାରେ ଈଶ୍ବର ବା ରାକ୍ଷସ ତିଆରି କରିପାରିବେ ।
ସଂଶୟର ଅର୍ଥ ହେଉଛି ଅବିଶ୍ଵାସ। ପରିସଂଖ୍ୟାନର ସଂଶୟ କହିଲେ ଲୋକମାନଙ୍କର ପରିସଂଖ୍ୟାନ ପ୍ରତି ଅବିଶ୍ଵାସକୁ ବୁଝାଏ। ପରିସଂଖ୍ୟାନର ଯୁକ୍ତିଯୁକ୍ତ ବିହୀନ ବିଶ୍ଳେଷଣ ଓ ବ୍ୟାଖ୍ୟାନ ଯୋଗୁଁ ଜନସାଧାରଣଙ୍କର ପରିସଂଖ୍ୟାନ ଉପରୁ ବିଶ୍ଵାସ ଧୀରେ ଧୀରେ ହ୍ରାସ ପାଉଛି । ପରିଂଖ୍ୟାନର ସଂଶୟ ଗୁଡ଼ିକ ହେଲା-

  • ମିଛ ତିନିପକ୍ରାରର – ମିଛ, ଡାହାମିଛ ଓ ପରିସଂଖ୍ୟାନ
  • ପରିସଂଖ୍ୟାନଦ୍ଵାରା ଯେକୌଣସି କଥା ପ୍ରମାଣ କରିହେବ।
  • ପରିସଂଖ୍ୟାନ ଗୋଟିଏ ବିଶ୍ଵାସଘାତକ ବିଜ୍ଞାନ ଅଟେ।
  • ସଂଖ୍ୟାଗୁଡ଼ିକ ମିଛ କହନ୍ତି ନାହିଁ; ମିଛୁଆମାନେ ସଂଖ୍ୟାର ଆଶ୍ରୟ ନିଅନ୍ତି।

କିନ୍ତୁ ଏଥ‌ିପାଇଁ ପରିସଂଖ୍ୟାନକୁ ଦୋଷ ଦେବା ଉଚିତ୍ ନୁହେଁ । ପରିସଂଖ୍ୟାନ ଏକ ଯୁକ୍ତିଯୁକ୍ତ ବିଜ୍ଞାନ । କିନ୍ତୁ କେତେକ ମନ୍ଦ ପ୍ରକୃତିର ଲୋକମାନେ ସେମାନଙ୍କର ସ୍ଵାର୍ଥପାଇଁ ପରିସଂଖ୍ୟାନର ଦୁରୁପଯୋଗ କରିଥା’ନ୍ତି। ତେଣୁ ଆମେ ପରିସଂଖ୍ୟାନକୁ ଦୋଷ ନ ଦେଇ ଏଇ ସବୁ ସ୍ଵାର୍ଥପର, ଅନଭିଜ୍ଞ ଓ ମନ୍ଦ ପ୍ରକୃତିର ଲୋକମାନଙ୍କୁ ଦୋଷ ଦେବା ଉଚିତ୍।

BSE Odisha 8th Class Science Notes Chapter 16 ଆଲୋକ

Odisha State Board BSE Odisha 8th Class Science Notes Chapter 16 ଆଲୋକ will enable students to study smartly.

BSE Odisha Class 8 Science Notes Chapter 16 ଆଲୋକ

ଆଲୋକ ଏକ ପ୍ରକାର ଶକ୍ତି । ଆଲୋକ ଦ୍ବାରା ବସ୍ତୁଗୁଡ଼ିକୁ ଦେଖ୍ ହୁଏ । ଦେଖିବା ପାଇଁ ଆମର ଦର୍ଶନେନ୍ଦ୍ରିୟ ଚକ୍ଷୁ ରହିଛି । କେତେକ ବସ୍ତୁ ଅଛନ୍ତି ଯେଉଁଗୁଡ଼ିକ ଆଲୋକର ଉତ୍ସ; ଅର୍ଥାତ୍ ସେଗୁଡ଼ିକ ଆଲୋକ ପ୍ରଦାନ କରିଥା’ନ୍ତି । ସେଗୁଡ଼ିକୁ ଦୀପ୍ତିମାନ ବସ୍ତୁ କହୁ । ଉଦାହରଣସ୍ୱରୂପ ସୂର୍ଯ୍ୟ, ମହମବତି, ଟେବୁଲ ଲାଇଟ୍ ଇତ୍ୟାଦି କେତେକ ବସ୍ତୁ ଅଛନ୍ତି, ଯେଉଁମାନଙ୍କର ଆଲୋକ ପ୍ରଦାନ କରିବାର କ୍ଷମତା ନାହିଁ; କିନ୍ତୁ ଆଲୋକର ପ୍ରତିଫଳନ ଯୋଗୁଁ ଏମାନେ ଆଲୋକ ଦେଇଥା’ନ୍ତି; ଯଥା ଚନ୍ଦ୍ର (ପୃଥ‌ିବୀର ଉପଗ୍ରହ) ।

ଚନ୍ଦ୍ର, ସୂର୍ଯ୍ୟରୁ ଆସୁଥିବା ପ୍ରତିଫଳିତ ରଶ୍ମି ମାଧ୍ୟମରେ ଆଲୋକିତ ହୋଇଥାଏ । ସେଗୁଡ଼ିକୁ ଅଦୀପ୍ତମାନ ବସ୍ତୁ କୁହାଯାଏ । ଆଲୋକ ଉତ୍ସରୁ ବିଭିନ୍ନ ମାଧ୍ୟମଦେଇ ଆଲୋକ ଆସି ଚକ୍ଷୁରେ ପଡ଼େ; ଯାହାଦ୍ୱାରା ଆମେ ବସ୍ତୁଗୁଡ଼ିକୁ ହୋଇଥାଏ । ସେଗୁଡ଼ିକୁ ଅଦୀପ୍ତମାନ ବସ୍ତୁ କୁହାଯାଏ । ଆଲୋକ ଉତ୍ସରୁ ବିଭିନ୍ନ ମାଧ୍ଯମଦେଇ ଆଲୋକ ଆସି ଚକ୍ଷୁରେ ପଡ଼େ; ଯାହାଦ୍ୱାରା ଆମେ ବସ୍ତୁଗୁଡ଼ିକୁ ଦେଖିବାପାଇ ସକ୍ଷମ ହୋଇଥାଉ । ଉକ୍ତ ଅଧ୍ୟାୟରେ ଆଲୋକ ଏବଂ ଆଲୋକର ପ୍ରତିଫଳନ ସମେତ ଚକ୍ଷୁର ଗଠନ ସଂପର୍କରେ ଆଲୋଚନା କରାଯାଇଛି ।

BSE Odisha 8th Class Science Notes Chapter 16 ଆଲୋକ

→ ବସ୍ତୁ ଦେଖିବାରେ କିଏ ସହାୟକ ହୁଏ ? (What makes Things Visible) :
(i) ଆମେ ସାଧାରଣତଃ ଚକ୍ଷୁ ସାହାଯ୍ୟରେ ଦେଖୁ; ମାତ୍ର ଆଲୋକବିନା ଚକ୍ଷୁ ସାହାଯ୍ୟରେ ଦେଖ୍ ହେବ ନାହିଁ ।
(ii) କୌଣସି ଏକ ବସ୍ତୁରୁ ଆଲୋକ ଆମ ଚକ୍ଷୁକୁ ଆସିଲେ ହିଁ ବସ୍ତୁଟି ଦେଖ୍ହୁଏ । ଏହି ଆଲୋକ ବସ୍ତୁର ନିଜର ଆଲୋକ ହୋଇପାରେ କିମ୍ବା ବସ୍ତୁଟିରୁ ପ୍ରତିଫଳିତ ହୋଇ ଆସୁଥିବା ଆଲୋକ ହୋଇପାରେ ।

କେତେକ ବସ୍ତୁ ଅଛି, ଯାହା ମଧ୍ୟଦେଇ:
(i) ଆଲୋକ ଗତି କରିପାରେ – ସ୍ବଚ୍ଛ (Transparent)
(ii) ଲୋକ ଆଂଶିକ ଗତି କରିପାରେ – ଅର୍ଦ୍ଧସ୍ୱଚ୍ଛ (Translucent)
(iii) ଆଲୋକ ଗତି କରିପାରେ ନାହିଁ – ଅସ୍ବଚ୍ଛ (Opaque)

→ ପ୍ରତିଫଳନର ନିୟମ (Laws of Reflection):
ଆଲୋକ ଗୋଟିଏ ମାଧ୍ୟମରୁ ଅନ୍ୟ ଏକ ମାଧ୍ୟମକୁ ଗତି ଗଲାବେଳେ ବ୍ୟବଧାନ ପୃଷ୍ଠରେ ଆଲୋକରଶ୍ମି ବାଧା ପାଇ, ଯେଉଁ ମାଧ୍ୟମରୁ ଯାଥାଏ, ସେହି ମାଧ୍ୟମକୁ ଫେରିଆସେ । ଏହାକୁ ଆଲୋକର ପ୍ରତିଫଳନ କୁହାଯାଏ ।
(i) ଏକ ସମତଳ ଦର୍ପଣ ଉପରେ ଆଲୋକ ରଶ୍ମିଟି ବାଧାପାଇ ଅନ୍ୟ ଏକ ଦିଗରେ ପ୍ରତିଫଳିତ ହୋଇଥାଏ । ଯେଉଁ ଆଲୋକ ରଶ୍ମିଟି କୌଣସି ଏକ ପୃଷ୍ଠ ଉପରେ ପଡ଼େ, ତାହାକୁ ଆପତିତ ରଶ୍ମି (Incident ray) କହନ୍ତି ।
BSE Odisha 8th Class Science Notes Chapter 16 ଆଲୋକ - 2
(ii) ପ୍ରତିଫଳନ ପରେ ଯେଉଁ ରଶ୍ମିଟି ସେହି ପୃଷ୍ଠରୁ ତାହାର ଦିଗ ପରିବର୍ତ୍ତନ କରି ଫେରିଆସେ ତାହାକୁ ପ୍ରତିଫଳିତ ରଶ୍ମି (Reflected ray) କୁହାଯାଏ ।
(iii) ଆଲୋକର ସରଳରେଖକ ପଥକୁ ଏକ ରଶ୍ମି ସାହାଯ୍ୟରେ ପ୍ରକାଶ କରାଯାଏ; ମାତ୍ର ପ୍ରକୃତରେ ଅନେକ ସମାନ୍ତରାଳ ଆଲୋକ ରଶ୍ମି ଏକତ୍ର ଏକ ସରୁ ରଶ୍ମିଗ୍ରନ୍ଥ ଭାବରେ ଗତି କରିଥା’ନ୍ତି । ଏହି ରଶ୍ମିଗୁଚ୍ଛରେ ଅନେକଗୁଡ଼ିଏ ଆଲୋକ ରଶ୍ମି ଥାଏ ।
(iv) ଆପତିତ ରଶ୍ମି ଓ ଅଭିଲମ୍ବ ମଧ୍ୟବର୍ତ୍ତୀ କୋଣକୁ ଆପତନ କୋଣ (Angle of Incidence) ଏବଂ ପ୍ରତିଫଳିତ ରଶ୍ମି ଓ ଅଭିଲମ୍ବ ମଧ୍ୟବର୍ତ୍ତୀ କୋଣକୁ ପ୍ରତିଫଳନ କୋଣ (Angle of reflection) କୁହାଯାଏ ।

ପ୍ରତିଫଳନର ନିୟମ :
ପ୍ରଥମ ନିୟମ – ଆପତନ କୋଣର ପରିମାଣ ପ୍ରତିଫଳନ କୋଣର ପରିମାଣ ସହ ସମାନ ହେବ ।
ଦ୍ବିତୀୟ ନିୟମ – ଆପତିତ ରଶ୍ମି, ଆପତନ ବିନ୍ଦୁରେ ଅଙ୍କିତ ଅଭିଲମ୍ବ ଓ ପ୍ରତିଫଳିତ ରଶ୍ମି ଏକ ସମତଳରେ ଅବସ୍ଥାନ କରନ୍ତି ।

(v) କୌଣସି ବ୍ୟକ୍ତି ସମତଳ ଦର୍ପଣ ସମ୍ମୁଖରେ ଠିଆହେଲେ ତାହାର ପ୍ରତିବିମ୍ବରେ ବାମ ହାତ ଡାହାଣ ହାତପରି ଏବଂ ଡାହାଣ ହାତ ବାମ ହାତପରି ଦେଖାଯାଏ । ଏହାକୁ ପାର୍ଶ୍ୱ ପରିବର୍ତ୍ତନ (Lateral inversion) କହନ୍ତି ।

→ ସମତଳ ଦର୍ପଣରେ ପ୍ରତିବିମ୍ବ ଗଠନ (Image formation in a Plane Mirror) :
(i) ବସ୍ତୁଠାରୁ ଦର୍ପଣର ଦୂରତା = ଦର୍ପଣଠାରୁ ପ୍ରତିବିମ୍ବର ଦୂରତା (Distance of the object from the mirror = Distance of the image from the mirror)
(ii) ଆଭାସୀ ପ୍ରତିବିମ୍ବ ପରଦାରେ ଧରିରଖ୍ ହୁଏ ନାହିଁ । (Virtual image which can not be obtained by screen)
BSE Odisha 8th Class Science Notes Chapter 16 ଆଲୋକ - 3

  • ଆଲୋକ ଉତ୍ସ ‘O’ ରୁ \(\overrightarrow{\mathrm{OA}}\) ଓ \(\overrightarrow{\mathrm{OC}}\) ଦୁଇଟି ଆପତିତ ରଶ୍ମି PQ ସମତଳ ଦର୍ପଣର A ଓ C ବିନ୍ଦୁରେ ଆପତିତ ହେଉଛନ୍ତି । \(\overrightarrow{\mathrm{OA}}\) ଓ \(\overrightarrow{\mathrm{OC}}\) ରଶ୍ମିପାଇଁ ଆପତନ କୋଣ \(\angle \mathrm{i}\) ସହିତ ସମାନ କରି ପ୍ରତିଫଳନ କୋଣ \(\angle \mathrm{r}\) ଅଙ୍କନ କଲେ ଯଥାକ୍ରମେ \(\overrightarrow{\mathrm{AB}}\) ଓ \(\overrightarrow{\mathrm{CD}}\) ପ୍ରତିଫଳିତ ରଶ୍ମିମାନ ମିଳି ? ।
  • ବର୍ତ୍ତମାନ ଦର୍ପଣକୁ କାଢ଼ିନେଇ AB ଓ CD ପ୍ରତିଫଳିତ ରଶ୍ମିଦ୍ଵୟକୁ ଦର୍ପଣର ପଛପଟେ ବର୍ଦ୍ଧିତକଲେ ସେମାନେ ପରସ୍ପରକୁ ଯେଉଁ ବିନ୍ଦୁରେ ଛେଦକରିବେ ତାହାର ନାମ ‘I’ ହେଉ ।
  • E ସ୍ଥାନରେ ଦେଖୁଥ‌ିବା ଚକ୍ଷୁକୁ I ବିନ୍ଦୁରୁ ପ୍ରତିଫଳିତ ରଶ୍ମିଦ୍ଵୟ ଆସିଲାଭଳି ଜଣାଯିବ ।
  • ‘I’ ବିନ୍ଦୁଟି ‘O’ ବିନ୍ଦୁର ସମତଳ ଦର୍ପଣରେ ଗଠିତ ପ୍ରତିବିମ୍ବ ଅଟେ ।
  • ପ୍ରତିଫଳିତ ରଶ୍ମିଦ୍ଵୟ ପ୍ରକୃତରେ ପରସ୍ପରକୁ ଛେଦକରୁ ନଥିବାରୁ ସେମାନେ ‘I’ ବିନ୍ଦୁରୁ ଆସୁଥିବା ପରି ଜଣାପଡ଼ନ୍ତି । ତେଣୁ ‘O’ ବିନ୍ଦୁର ଏକ ଆଭାସୀ ପ୍ରତିବିମ୍ବ ‘I’ ବିନ୍ଦୁରେ ସୃଷ୍ଟି ହୁଏ । ଏହି ପ୍ରତିବିମ୍ବକୁ ପରଦାରେ ଧରି ରଖୁହୁଏ ନାହିଁ ।

BSE Odisha 8th Class Science Notes Chapter 16 ଆଲୋକ

→ ସମ ଓ ଅସମ ପ୍ରତିଫଳନ (Regular and Irregular Reflection):
ଅସମ ପ୍ରତିଫଳନ:
(i) ଯଦି ଆପତିତ ହେଉଥିବା ଏକ ସମାନ୍ତରାଳ ରଶ୍ମିଗୁଚ୍ଛ କୌଣସି ପୃଷ୍ଠଦ୍ୱାରା ପ୍ରତିଫଳିତ ହେବାପରେ ପ୍ରତିଫଳିତ ରଶ୍ମିଗୁଡ଼ିକ ପରସ୍ପର ସହ ସମାନ୍ତର ହୁଅନ୍ତି ନାହିଁ, ତାହାକୁ ଅସମ ପ୍ରତିଫଳନ (Irregular Reflection) କୁହାଯାଏ।
(ii) ପ୍ରତିଫଳିତ ପୃଷ୍ଠଟି ଅସମତଳ ହୋଇଥିବା ଯୋଗୁଁ ପ୍ରତିବିନ୍ଦୁରେ ଅଭିଲମ୍ବଗୁଡ଼ିକ ଭିନ୍ନ ଭିନ୍ନ ଦିଗରେ ଗତି କରିଥାଆନ୍ତି ।
BSE Odisha 8th Class Science Notes Chapter 16 ଆଲୋକ - 4

ସମ ପ୍ରତିଫଳନ :
(i) ସମତଳ ଦର୍ପଣ ପରି ମସୃଣ ସମତଳ ପୃଷ୍ଠର ବିଭିନ୍ନ ବିନ୍ଦୁରେ ଥ‌ିବା ଅଭିଲମ୍ବଗୁଡ଼ିକ ସମାନ୍ତର ଥିବା ହେତୁ ପ୍ରତିଫଳିତ ରଶ୍ମିଗୁଡ଼ିକ ମଧ୍ୟ ସମାନ୍ତର ହୋଇଥାଆନ୍ତି । ଏପରି ପ୍ରତିଫଳନକୁ ସମ ପ୍ରତିଫଳନ (Regular Reflection)
(ii) କୁହାଯାଏ । ପ୍ରତିଫଳିତ ପୃଷ୍ଠଟି ସମତଳ ହୋଇଥ‌ିବା ଯୋଗୁଁ ପ୍ରତିବିନ୍ଦୁରେ ଅଭିଲମ୍ବଗୁଡ଼ିକ ପରସ୍ପର ସହିତ ସମାନ୍ତର ଥ‌ିବା ହେତୁ ପ୍ରତିଫଳିତ ରଶ୍ମିଗୁଡ଼ିକ ମଧ୍ୟ ସମାନ୍ତର ହୋଇଥା’ନ୍ତି ।
BSE Odisha 8th Class Science Notes Chapter 16 ଆଲୋକ - 5

→ ଆଲୋକିତ ବସ୍ତୁଗୁଡ଼ିକା (Illuminated Objects):
(i) ଯେଉଁସବୁ ବସ୍ତୁ ଅନ୍ୟ ବସ୍ତୁର ଆଲୋକରେ ଆଲୋକିତ ହୁଏ, ତାହାକୁ ଆଲୋକିତ ବସ୍ତୁ କହନ୍ତି ।
(ii) ଆମ ଚାରିପାଖରେ ଥିବା ପ୍ରତ୍ୟେକ ବସ୍ତୁକୁ ଆମେ ପ୍ରତିଫଳନ ଯୋଗୁଁ ଦେଖୁ । ଚନ୍ଦ୍ରର ନିଜର ଆଲୋକ ନାହିଁ । ଏହା ସୂର୍ଯ୍ୟରୁ ଆସୁଥ‌ିବା ଆଲୋକକୁ ପ୍ରତିଫଳନ କରେ । ସେହି ପ୍ରତିଫଳିତ ରଶ୍ମିଗୁଚ୍ଛ ଆମ ଆଖ‌ିରେ ପ୍ରବେଶକଲେ ଆମେ ଚନ୍ଦ୍ରକୁ ଦେଖିପାରୁ ।

BSE Odisha 8th Class Science Notes Chapter 16 ଆଲୋକ

→ ଉଜ୍ଜ୍ୱଳ ବସ୍ତୁଗୁଡ଼ିକା (Luminous Objects):
ଯେଉଁସବୁ ବସ୍ତୁର ନିଜର ଆଲୋକ ଅଛି, ସେଗୁଡ଼ିକୁ ଦୀପ୍ତିମାନ ବସ୍ତୁ କୁହାଯାଏ । ଉଦାହରଣସ୍ୱରୂପ – ସୂର୍ଯ୍ୟ, ଜ୍ଵଳନ୍ତ ମହମବତିର ଶିଖାର ଆଲୋକ ଆମ ଚକ୍ଷୁରେ ପଡ଼ିଲେ ଆମେ ସେଗୁଡ଼ିକୁ ଦେଖୁରୁ ।

→ ପ୍ରତିଫଳିତ ଆଲୋକ ପୁନଶ୍ଚ ପ୍ରତିଫଳିତ ହୋଇପାରେ (Reflected Light can be Reflected Again):
(i) ପେରିସ୍କୋପ୍‌ରେ ଦୁଇଟି ସମତଳ ଦର୍ପଣ ବ୍ୟବହୃତ ହୁଏ ।
(ii) ବୁଡ଼ାଜାହାଜ (Submarine) ଟ୍ୟାଙ୍କ୍ ଏବଂ ବଙ୍କର (Bunker) ରେ ସେନାବାହିନୀ ଦ୍ୱାରା ବାହାରେ ଥ‌ିବା ବସ୍ତୁ ଦେଖୁବାରେ ଏହି ପେରିସ୍କୋପ୍ ତତ୍ତ୍ଵ ସହାୟକ ହୋଇଥାଏ ।

→ ଏକାଧିକ ପ୍ରତିଛବି (Multiple Image):
ଦୁଇଟି ଆନତ ଦର୍ପଣରେ ପ୍ରତିବିମ୍ବ ସଂଖ୍ୟା = \(\frac {360}{θ}\) – 1
ଯେଉଁଠି, θ = ଆନତ ଦର୍ପଣଦ୍ୱୟର ଅନ୍ତର୍ଗତ କୋଣ ।
ଉଦାହରଣ : ଯଦି θ = ୨୦° ହୁଏ, ପ୍ରତିବିମ୍ବ ସଂଖ୍ୟା = \(\frac {360}{θ}\) – 1 = 4 – 1 = 3
ବହୁ ପ୍ରତିଫଳନ ଯୋଗୁଁ କାଲିଡୋସ୍କୋପ୍‌ରେ ସୁନ୍ଦର ଡିଜାଇନ୍ ସୃଷ୍ଟି ହୁଏ ।

→ କାଲିଡୋସ୍କୋପ୍ (Kaleidoscope):
ତୁମ ପାଇଁ କାମ:
(i) 15 ସେ.ମି. ଦୈର୍ଘ୍ୟ ଓ 4 ସେ.ମି. ପ୍ରସ୍ଥ ବିଶିଷ୍ଟ ତିନୋଟି ଆୟତାକାର ଦର୍ପଣ ନିଆଯାଉ ।
(ii) ଦର୍ପଣଗୁଡ଼ିକର ମସୃଣ ପାଖଗୁଡ଼ିକ ଭିତର ଆଡ଼କୁ ରଖ୍ ସେଗୁଡ଼ିକୁ ପରସ୍ପରସହ ଯୋଡ଼ି ଗୋଟିଏ ପ୍ରିଜିମ୍ ଆକୃତି କରାଯାଉ ।
(iii) ଏହାକୁ ଗୋଟିଏ ବୃତ୍ତାକାର କାର୍ଡ଼ବୋର୍ଡ଼ ନଳୀରେ ଖଞ୍ଜି ରଖାଯାଉ ।
(iv) କାର୍ଡ଼ବୋର୍ଡ଼ ନଳୀର ଗୋଟିଏ ପ୍ରାନ୍ତକୁ ଗୋଟିଏ କାର୍ଡ଼ବୋର୍ଡ଼ ଖୋଳ ଦ୍ଵାରା ଆବୃତ୍ତ କରାଯାଉ ଏବଂ ଅନ୍ୟ ପ୍ରାନ୍ତରେ ଗୋଟିଏ ବୃତ୍ତାକାର ସମତଳ କାଚ ପ୍ଲେଟ୍ ଲଗାଯାଉ ।
(v) ଆବୃତ୍ତ କରାଯାଇଥିବା କାର୍ଡ଼ବୋର୍ଡ଼ର ଖୋଳର ମଝିରେ ଛୁଞ୍ଚିଦ୍ୱାରା ରନ୍ଧ୍ର କରାଯାଉ, ଯେପରି ରନ୍ଧ୍ରଦ୍ବାରା ନଳୀ ଭିତରକୁ ଦେଖୁହେବ ।
(vi) ବୃତ୍ତାକାର କାଚପ୍ଲେଟ୍ ଉପରେ କିଛି ରଙ୍ଗିନ୍‌ ଭଙ୍ଗା କାଚଚୁଡ଼ି ରଖାଯାଉ । କାର୍ଡ଼ବୋର୍ଡ଼ ନଳୀର ଏହି ମୁହଁଟିକୁ ଘଷା କାଚଦ୍ଵାରା ଆବୃତ କରାଯାଉ ।
(vii) ବର୍ତ୍ତମାନ କାଲିଡୋସ୍କୋପ୍ ବ୍ୟବହାର ପାଇଁ ପ୍ରସ୍ତୁତ । ଏହାର ରନ୍ଧ୍ରଦେଇ ଦେଖ‌ିଲେ ଏଥିରେ ବିଭିନ୍ନ ପ୍ରକାର ରଙ୍ଗିନ୍ ଡିଜାଇନ୍ ଦେଖାଯିବ ।
BSE Odisha 8th Class Science Notes Chapter 16 ଆଲୋକ - 6

ବ୍ୟବହାର :
ଚିତ୍ରକର ଓ ଡିଜାଇନର୍‌ମାନେ କାଲିଡ଼ୋସ୍କୋପ୍ ସାହାଯ୍ୟରେ ନୂତନ ଡିଜାଇନ୍ ବା ନକ୍‌ସା ପ୍ରସ୍ତୁତ କରନ୍ତି ।

BSE Odisha 8th Class Science Notes Chapter 16 ଆଲୋକ

→ ସୂର୍ଯ୍ୟାଲୋକ (Sunlight) : ଧଳା କି ରଙ୍ଗିନ୍ ?
(i) ସୂର୍ଯ୍ୟାଲୋକ ଧଳା ଏବଂ ଏହା ସାତୋଟି ବର୍ଷର ସମାହାର ଅଟେ ।
(ii) ଗୋଟିଏ ପ୍ରିଜିମ୍ ସଂଗ୍ରହ କରି ଏହାକୁ ଏପରି ଭାବେ ରଖାଯାଉ, ଯେପରିକି ଝରକା ଫାଙ୍କଦେଇ ଆସୁଥ‌ିବା ସୂର୍ଯ୍ୟକିରଣ ଏହାର ଗୋଟିଏ ପାର୍ଶ୍ବରେ ଆପତିତ ହେବ ।
(iii) ପ୍ରିଜିମ୍ ମଧ୍ୟରୁ ନିର୍ଗତ ରଶ୍ମିକୁ ଗୋଟିଏ ଧଳା କାନ୍ଥରେ ବା ଧଳା ପରଦା ଉପରେ ପକାଇଲେ ଆମେ ବିଭିନ୍ନ ରଙ୍ଗ ଦେଖୁରିବା ।
(iv) ବାସ୍ତବରେ ଏହି ରଙ୍ଗସବୁ ପରସ୍ପର ଉପରେ ପଡ଼ିଥିବା ସାତୋଟି ଅଲଗା ରଙ୍ଗ ଯୋଗୁଁ ଦେଖାଯାଏ । ଏହି ପ୍ରକ୍ରିୟାକୁ ପ୍ରକୀର୍ତ୍ତନ (Dispersion) କହନ୍ତି । ଧଳା କାନ୍ଥରେ କିମ୍ବା ପରଦାରେ ସୃଷ୍ଟି ବିଭିନ୍ନ ରଙ୍ଗର ସମାହାରକୁ ବର୍ଣ୍ଣାଳୀ (Spectrum) କୁହାଯାଏ ।
(v) ଆକାଶରେ ଦେଖାଯାଉଥ‌ିବା ଇନ୍ଦ୍ରଧନୁ ଏହିପରି ଏକ ବର୍ଣ୍ଣାଳୀ, ସେ କ୍ଷେତ୍ରରେ ଜଳକଣାଗୁଡ଼ିକ ପ୍ରିଜିମୂପରି କାର୍ଯ୍ୟ କରିଥା’ନ୍ତି ଓ ତଦ୍ୱାରା ସୂର୍ଯ୍ୟାଲୋକର ବର୍ଣ୍ଣାଳୀ ସୃଷ୍ଟି ହୁଏ ।
ଗୋଟିଏ ପ୍ରିଜିମ୍‌ର ଏକ ପାର୍ଶ୍ବରେ ଝରକା ଫାଙ୍କ ଦେଇ ଆସୁଥ‌ିବା ସୂର୍ଯ୍ୟାଲୋକକୁ ଆପତିତ କରାଯାଉ ।
ପ୍ରିଜିମ୍ ମଧ୍ଯରୁ ନିର୍ଗତ ରଶ୍ମିକୁ ଗୋଟିଏ ଧଳା ପରଦାରେ ପକାଇଲେ ଭିନ୍ନ ଭିନ୍ନ ରଙ୍ଗ ଦେଖାଯିବ ।
ଏହି ରଙ୍ଗସବୁ ପରସ୍ପର ଉପରେ ପଡ଼ିଥ‌ିବା ସାତୋଟି ଅଲଗା ରଙ୍ଗ ଯୋଗୁଁ ଦେଖାଯାଏ । ଏହି ପ୍ରକ୍ରିୟାକୁ ପ୍ରକୀର୍ଣ୍ଣନ କହନ୍ତି ।

→ ଆମ ଚକ୍ଷୁ ମଧ୍ୟରେ କ’ଣ ଅଛି ? (What is inside our eyes):
(i) ଆଲୋକ ଗୋଟିଏ ବସ୍ତୁରୁ ଆମ ଚକ୍ଷୁରେ ପ୍ରବେଶ କଲାପରେ ଆମେ ସେହି ବସ୍ତୁକୁ ଦେଖୁଥାଉ ।
(ii) ଚକ୍ଷୁ ଆକାର ପ୍ରାୟ ବର୍ତ୍ତୁଳାକାର । ଚକ୍ଷୁର ବାହ୍ୟସ୍ତର ଧଳା ଏବଂ ଶକ୍ତ । ଏହା ଚକ୍ଷୁର ଭିତର ଅଂଶକୁ ଆକସ୍ମିକ
(iii) ଏହାର ସମ୍ମୁଖଭାଗର ଏକ ସ୍ଵଚ୍ଛ ଅଂଶ ସାମାନ୍ୟ ବାହାରକୁ ବାହାରିଥାଏ, ଏହାକୁ ସ୍ୱଚ୍ଛପଟଳ (Cornea) କହନ୍ତି । ଏହି ସ୍ୱଚ୍ଛପଟଳର ପଛକୁ ଥିବା ଧୂସର ରଙ୍ଗର ମାଂସଳ କନୀନିକା (Iris) ରହିଥାଏ ।
(iv) କନୀନିକାର କେନ୍ଦ୍ରରେ ଗୋଟିଏ ରନ୍ଧ୍ର ଥାଏ, ତାହାକୁ ନେତ୍ରପିତୁଳା (Pupil) କହନ୍ତି । ବସ୍ତୁର ଉଜ୍ଜଳତା ଅନୁସାରେ ନେତ୍ରପିତୁଳା ପ୍ରସାରିତ ବା ସଙ୍କୁଚିତ ହୋଇ ଚକ୍ଷୁମଧ୍ୟକୁ ଆବଶ୍ୟକ ପରିମାଣର ଆଲୋକ ନିୟନ୍ତ୍ରଣ କରି ପଠାଇଥାଏ ।
(v) କନୀନିକା ଓ ସ୍ୱଚ୍ଛପଟଳ ମଧ୍ୟରେ ଏକ ସ୍ଵଚ୍ଛ ତରଳ ପଦାର୍ଥ ଥାଏ, ତାହାକୁ ଜଳାଭରସ (Aqueous humour) କହନ୍ତି ।
(vi) ନେତ୍ରପିତୁଳା ପଛଭାଗରେ ଗୋଟିଏ ଚକ୍ଷୁ ଲେନସ୍ ଥାଏ । ଏହାର ମଧ୍ୟଭାଗ ମୋଟା । ଚକ୍ଷୁ ଲେନ୍ସ ବସ୍ତୁରୁ ଆସୁଥ‌ିବା ଆଲୋକକୁ ଫୋକସ୍ କରି ଚକ୍ଷୁ ଭିତରେ ଥିବା ମୁକୁରିକା (Retina) ଉପରେ ପକାଏ ।
BSE Odisha 8th Class Science Notes Chapter 16 ଆଲୋକ - 7
(vii) ଏହି ମୁକୁରିକାରେ ଅନେକ ସ୍ନାୟୁ କୋଷ (Nerve cell) ଥାଏ । ସ୍ନାୟୁ କୋଷରେ ସୃଷ୍ଟି ହେଉଥ‌ିବା ଅନୁଭୂତି ନେତ୍ରସ୍ନାୟୁ ଦ୍ବାରା ମସ୍ତିଷ୍କକୁ ଯାଏ । ମସ୍ତିଷ୍କ ଏହାକୁ ବିଶ୍ଳେଷଣ କରିବାପରେ ବସ୍ତୁଟି ଦେଖୁହୁଏ । ଏହି ସମସ୍ତ କାର୍ଯ୍ୟ ଏତେଶୀଘ୍ର ହୁଏ ଯେ ଚକ୍ଷୁରେ ପ୍ରାୟ ଆଲୋକ ପଡ଼ିବାମାତ୍ରେ ଆମେ ବସ୍ତୁଟି ଦେଖିପାରୁ ।
(viii) ମୁକୁରିକାରେ ଦୁଇ ପ୍ରକାରର କୋଷ ଅଛି । ସେଗୁଡ଼ିକ ହେଲା –
କୋସ – ଏଗୁଡ଼ିକ ଉଜ୍ଜ୍ୱଳ ଆଲୋକପ୍ରତି ସଂବେଦନଶୀଳ । କୋଗୁଡ଼ିକ ରଙ୍ଗ ଚିହ୍ନିବାରେ ସହାୟକ ହୁଅନ୍ତି ।
ରଡ୍‌ସ – ଏଗୁଡ଼ିକ କ୍ଷୀଣ ଆଲୋକପ୍ରତି ସଂବେଦନଶୀଳ ।
(ix) ନେତ୍ରସ୍ନାୟୁ ଏବଂ ମୁକୁରିକାର ମିଳନସ୍ଥଳରେ କୌଣସି ସ୍ନାୟୁ କୋଷ ନଥାଏ । ତେଣୁ ଏହି ସ୍ଥାନରେ ଆଲୋକ ପଡ଼ିଲେ କୌଣସି ବସ୍ତୁ ଦେଖ୍ହୁଏ ନାହିଁ । ଏହି ବିନ୍ଦୁକୁ ଅନ୍ଧବିନ୍ଦୁ (Blind spot) କୁହାଯାଏ ।
(x) ଚକ୍ଷୁର ମୁକୁରିକାରୁ କୌଣସି ବସ୍ତୁର ପ୍ରତିବିମ୍ବର ଧାରଣା ତତ୍‌କ୍ଷଣାତ୍ ଚାଲିଯାଏ ନାହିଁ । ଏହାର ଧାରଣା ମୁକୁରିକାରେ ପ୍ରାୟ \(\frac {1}{16}\) ସେକେଣ୍ଡ ପର୍ଯ୍ୟନ୍ତ ରହେ । ଗୋଟିଏ ଗତିଶୀଳ ବସ୍ତୁର ପ୍ରତି ଅବସ୍ଥାର ସ୍ଥିର ପ୍ରତିବିମ୍ବ ସଂଖ୍ୟା ସେକେଣ୍ଡ ପ୍ରତି 16 ରୁ ଅଧ‌ିକ ହେଲେ ଚକ୍ଷୁକୁ ବସ୍ତୁଟି ଗତିଶୀଳ ଜଣାଯାଏ ।
(xi) ସିନେମା ହଲ୍‌ରେ କିମ୍ବା ଟେଲିଭିଜନ୍‌ରେ ଯେଉଁସବୁ ଚିତ୍ର ଦେଖାଯାଏ ସେଗୁଡ଼ିକ ଅନେକଗୁଡ଼ିଏ ସ୍ଥିର ଚିତ୍ରର ସମାହାର । ଯଦି ଚକ୍ଷୁରେ ସେକେଣ୍ଡ ପ୍ରତି ପ୍ରାୟ 24ଟି ସ୍ଥିର ଚିତ୍ର ପଡ଼େ; ତେବେ ସେଗୁଡ଼ିକ ଗତିଶୀଳ ହେଲାପରି
ଜଣାଯାଏ ।
(xii) ଚକ୍ଷୁରେ ଚକ୍ଷୁଡୋଳା ଥାଏ । ଏହି ଚକ୍ଷୁଡୋଳା ବାହ୍ୟ ବସ୍ତୁକୁ ଚକ୍ଷୁ ମଧ୍ୟକୁ ପ୍ରବେଶ କରିବାକୁ ଦିଏ ନାହିଁ । ଆଲୋକର ଆବଶ୍ୟକତା ନଥିଲେ ଚକ୍ଷୁଡୋଳା ଆପେ ଆପେ ବନ୍ଦ ହୋଇଯାଏ ।
(xiii) ସାଧାରଣ ଚକ୍ଷୁ ସାହାଯ୍ୟରେ ଆମେ ଉଭୟ ଦୂର ବସ୍ତୁ ଏବଂ ନିକଟ ବସ୍ତୁକୁ ଦେଖାରୁ । କୌଣସି ଚକ୍ଷୁ ପାଇଁ ଏକ ସୁସ୍ଥ ଚକ୍ଷୁର ସ୍ପଷ୍ଟ ଦର୍ଶନର ସର୍ବନିମ୍ନ ଦୂରତା ପ୍ରାୟ 25 ସେ.ମି. ।
(xiv) କେତେକ ବ୍ୟକ୍ତି ଦୂର ବସ୍ତୁକୁ ସ୍ପଷ୍ଟ ଦେଖପାରନ୍ତି ନାହିଁ; ମାତ୍ର ନିକଟ ବସ୍ତୁକୁ ସ୍ପଷ୍ଟ ଦେଖପାରନ୍ତି । ଏହାକୁ ସମୀପ ଦୃଷ୍ଟି କହନ୍ତି ।
(xv) ଅନ୍ୟ ପକ୍ଷରେ କେତେକ ବ୍ୟକ୍ତି ଦୂରବସ୍ତୁକୁ ସ୍ପଷ୍ଟ ଦେଖିପାରନ୍ତି; ମାତ୍ର ନିକଟ ବସ୍ତୁକୁ ସ୍ପଷ୍ଟ ଦେଖିପାରନ୍ତି ନାହିଁ । ଏହାକୁ ଦୂର ଦୃଷ୍ଟି କହନ୍ତି ।
(xvi) ବୁଢ଼ା ବୟସରେ ଦୃଷ୍ଟି ଶକ୍ତି ଅସ୍ପଷ୍ଟ ହୁଏ ଓ ବସ୍ତୁଗୁଡ଼ିକ କୁହୁଡ଼ିଆ ଦେଖାଯାଏ । ଏହା ଚକ୍ଷୁ ଲେନ୍ସର ଆବିଳତା (turbidity) ଯୋଗୁଁ ହୋଇଥାଏ । ଏହିପରି ବ୍ୟକ୍ତି ମୋତିଆ ବିନ୍ଦୁ (cataract) ଗ୍ରସ୍ତ ବୋଲି କୁହାଯାଏ । ଏହାଫଳରେ ଦୃଷ୍ଟିଶକ୍ତି କମିଯାଏ । ଏହି ମୋତିଆ ବିନ୍ଦୁ ବହୁଦିନର ହେଲେ ଚକ୍ଷୁ ଲେନ୍ସକୁ କାଢ଼ି ତା’ ସ୍ଥାନରେ କୃତ୍ରିମ ଲେନ୍ସ ଖଞ୍ଜି ଦିଆଯାଏ । ଆଧୁନିକ ଚିକିତ୍ସା ବିଜ୍ଞାନ ଏହାକୁ ଅଧିକ ସହଜ ଓ ସରଳ କରିଦେଇଛି ।

BSE Odisha 8th Class Science Notes Chapter 16 ଆଲୋକ

→ ଚକ୍ଷୁର ଯତ୍ନ (Care of the Eyes):
(i) ଚକ୍ଷୁ ବିଶେଷଜ୍ଞ ଚଷମା ପିନ୍ଧିବାକୁ କହିଲେ, ଉପଯୁକ୍ତ ମାପର ଚଷମା ବ୍ୟବହାର କରିବା ଉଚିତ ।
(ii) ଅତି ଉଜ୍ଜ୍ଵଳ କିମ୍ବା ଅତି କ୍ଷୀଣ ଆଲୋକ ଚକ୍ଷୁପାଇଁ କ୍ଷତିକାରକ । ଅତି କ୍ଷୀଣ ଆଲୋକ ଚକ୍ଷୁ ଉପରେ ଚାପ ପକାଏ ଏବଂ ମୁଣ୍ଡ ବିନ୍ଧେ । ଅତ୍ୟଧିକ ଆଲୋକ; ଯଥା – ଅତ୍ୟଧିକ ସୂର୍ଯ୍ୟାଲୋକ କିମ୍ବା ଲେଜର ରଶ୍ମିପରି ଶକ୍ତିଶାଳୀ ଆଲୋକ ମୁକୁରିକାକୁ ନଷ୍ଟ କରିଦିଏ ।
(iii) ସୂର୍ଯ୍ୟଙ୍କୁ କିମ୍ବା କୌଣସି ଶକ୍ତିଶାଳୀ ଆଲୋକ ଉତ୍ସକୁ ଖାଲି ଆସ୍‌ରେ ସିଧାସଳଖ ଦେଖିବା ଉଚିତ ନୁହେଁ ।
(iv) କୌଣସି ଧୂଳିକଣା ଚକ୍ଷୁ ମଧ୍ୟରେ ପ୍ରବେଶକଲେ, ସଙ୍ଗେ ସଙ୍ଗେ ପରିଷ୍କାର ପାଣିରେ ଚକ୍ଷୁକୁ ଧୋଇ ଦିଅ । ଯଦି ତଦ୍ୱାରା କୌଣସି ଉପଶମ ନ ହୁଏ; ତାହାହେଲେ ଚକ୍ଷୁ ଡାକ୍ତରଙ୍କ ପରାମର୍ଶ ନିଅ ।
(v) ସ୍ପଷ୍ଟ ଦର୍ଶନର ନିମ୍ନତମ ଦୂରତାରେ ଚକ୍ଷୁଠାରୁ ବହିଟି ରଖ୍ ପଢ଼ାପଢ଼ି କରିବା ଆବଶ୍ୟକ ।
(vi) ଖାଦ୍ୟରେ ଭିଟାମିନ୍ – A ର ଅଭାବ ହେଲେ ଚକ୍ଷୁର ଅନେକ ରୋଗ ଦେଖାଯାଏ । ଅନ୍ଧାରକଣା ସେମାନଙ୍କ ମଧ୍ୟରୁ ଅନ୍ୟତମ । ଆମର ପ୍ରତିଦିନ ଖାଦ୍ୟରେ ଭିଟାମିନ୍ – A ଯୁକ୍ତ ଖାଦ୍ୟ ରହିବା ଉଚିତ ।
ଖାଦ୍ୟରେ ଭିଟାମିନ୍- Aର ଅଭାବ ହେଲେ ଅନ୍ଧାରକଣା ରୋଗ ହୁଏ ।
କଞ୍ଚାମୂଳା, ସବୁଜ ପନିପରିବା ଓ କଡ଼ଲିଭର ତେଲ ଇତ୍ୟାଦିରେ ଅଧିକ ପରିମାଣର ଭିଟାମିନ୍ -A ଥାଏ । ଅଣ୍ଡା, ଦୁଗ୍‌ଧ, ଦହି, ଛେନା, ଲହୁଣି ଏବଂ ପ୍ରାୟ ସମସ୍ତ ଫଳରେ ମଧ୍ଯ ଭିଟାମିନ୍ – A ଥାଏ । ପାଚିଲା ଅମୃତଭଣ୍ଡା ଏବଂ ଆମ୍ବରେ ଭିଟାମିନ୍ – A ଭରପୂର ରହିଛି ।

→ ବ୍ରେଲି ସିଷ୍ଟମ୍ (Braille System):
1821 ମସିହାରେ ଲୁଇସ୍ ବ୍ରେଲ୍ ଦୃଷ୍ଟିରହିତ ବ୍ୟକ୍ତିଙ୍କ ପାଇଁ ବ୍ରେଲ୍ ପଦ୍ଧତି ଉଦ୍ଭାବନ କରିଥିଲେ ।
ବ୍ରେଲ୍ ପଦ୍ଧତିରେ 3ଟି ଡଟ୍ ପ୍ୟାଟର୍ୟ ବା ବିନ୍ୟାସ ଥାଏ ।
1932 ମସିହାରୁ ବ୍ରେଲ୍ ପଦ୍ଧତିକୁ ଗ୍ରହଣ କରାଯାଇଛି ।
(i) ଲୁଇସ୍ ବ୍ରେଲ୍ ଜଣେ ଦୃଷ୍ଟିରହିତ ବ୍ୟକ୍ତି ଥିଲେ । ସେ ଦୃଷ୍ଟିରହିତ ବ୍ୟକ୍ତିଙ୍କ ପାଇଁ ଏକ ପଦ୍ଧତି ଉଦ୍ଭାବନ କରିଥିଲେ ଓ ଏହା 1821 ମସିହାରେ ପ୍ରକାଶିତ ହୋଇଥିଲା ।
BSE Odisha 8th Class Science Notes Chapter 16 ଆଲୋକ - 8
(ii) ଏହି ପଦ୍ଧତିରେ 3ଟି ଡଟ୍ ପ୍ୟାଟର୍ଶ ବା ବିନ୍ୟାସ ଥାଏ । ପ୍ରତ୍ୟେକ ବିନ୍ୟାସ ଗୋଟିଏ ଗୋଟିଏ ଅକ୍ଷର, ଯୁକ୍ତାକ୍ଷର, ସାଧାରଣ ଶବ୍ଦ କିମ୍ବା ବ୍ୟାକରଣ ସମ୍ପର୍କିତ ଚିହ୍ନକୁ ସୂଚାଏ ।
(iii) ଦୃଷ୍ଟିରହିତ ବ୍ୟକ୍ତିମାନଙ୍କ ପାଇଁ ବ୍ରେଲ୍ ଏକ ଜଣାଶୁଣା ସମ୍ବଳ । 1932 ମସିହାରୁ ଏହାକୁ ଗ୍ରହଣ କରାଯାଇଛି।
(iv) ସାଧାରଣ ଭାଷା, ଗଣିତ ଓ ବିଜ୍ଞାନ ପାଇଁ ସ୍ଵତନ୍ତ୍ର ବ୍ରେଲ୍ କୋଡ୍ ବ୍ୟବହୃତ ହୁଏ । ଦୃଷ୍ଟିରହିତ ବ୍ୟକ୍ତି ପ୍ରଥମେ ବ୍ରେଲ୍ ପଦ୍ଧତିରେ ଅକ୍ଷରଗୁଡ଼ିକ ଶିଖନ୍ତି । ତାହାପରେ ସେମାନେ ଏହି ଅକ୍ଷରଗୁଡ଼ିକର ସଂଯୋଗ ଓ ଲକ୍ଷଣ ଜାଣନ୍ତି । ବସ୍ତୁକୁ ସ୍ପର୍ଶ କରି ସେମାନେ ଏସବୁକୁ ଶିଖୁଥାଆନ୍ତି ।
(v) ବ୍ରେଲ୍ ପାଠ୍ୟ ସମୂହ ହାତ କିମ୍ବା ମେସିନ୍ ଦ୍ବାରା ଉତ୍ପନ୍ନ କରାଯାଇଥାଏ । ବର୍ତ୍ତମାନ ଏହି ପଦ୍ଧତି ଅନୁସରଣ କରି ଟାଇପ୍ ମେସିନ୍ ଓ ମୁଦ୍ରଣ ଯନ୍ତ୍ର ପ୍ରସ୍ତୁତ ହେଲାଣି ।

BSE Odisha 8th Class Science Notes Chapter 16 ଆଲୋକ

→ ବିଷୟଭିତ୍ତିକ ଶବ୍ଦୀବ୍ଦଳ:
BSE Odisha 8th Class Science Notes Chapter 16 ଆଲୋକ - 9