CHSE Odisha Class 12 Political Science Chapter 8 Long Answer Questions in Odia Medium

Odisha State Board CHSE Odisha Class 12 Political Science Solutions Chapter 8 ଆନ୍ତର୍ଜାତୀୟ ସଙ୍ଗଠନ Long Answer Questions.

CHSE Odisha 12th Class Political Science Chapter 8 Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। କେଉଁ କେଉଁ ପରିସ୍ଥିତି ଦେଇ ମିଳିତ ଜାତିସଂଘ ପ୍ରତିଷ୍ଠିତ ହୋଇଥିଲା ?
Answer:
ଲିଗ୍ ଅଫ୍ ନେସନସ୍‌ର ଦୁର୍ବଳତା ଓ ବିଫଳତା ୧୯୩୦ ମସିହାରୁ ଆରମ୍ଭ ହୋଇ ୧୯୩୮ ମସିହା ବେଳକୁ ଏହା ସମ୍ପୂର୍ଣ୍ଣ ତାତ୍ପର୍ଯ୍ୟ ହରାଇ ବସିଲା । ଜର୍ମାନୀ ଓ ଜାପାନ ପରି ବୃହତ୍ ରାଷ୍ଟ୍ରମାନେ ପରସ୍ପର ସହିତ ସନ୍ଧି ଓ ମେଣ୍ଟ ଗଠନ କଲେ ଏବଂ ଏହା ଫଳରେ ବିଶ୍ବରେ ଶକ୍ତି ସମତା ହ୍ରାସ ପାଇଲା । ଏହା ଦ୍ୱିତୀୟ ବିଶ୍ୱଯୁଦ୍ଧ ପାଇଁ ଦ୍ବାର ଉନ୍ମକ୍ତ କଲା । ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟାବହତାରୁ ବିଶ୍ବକୁ ମୁକ୍ତ ରଖୁବାପାଇଁ ଇଉରୋପୀୟ ରାଷ୍ଟ୍ର ଓ ଯୁକ୍ତରାଷ୍ଟ୍ର ଆମେରିକା ଆଗ୍ରହ ପ୍ରକାଶ କଲେ । ସେମାନେ ବିଶ୍ୱଶାନ୍ତିର ସୁରକ୍ଷା ଓ ଆନ୍ତର୍ଜାତୀୟ ସହଯୋଗ ପ୍ରତିଷ୍ଠା ପାଇଁ ଜାତିସଂଘ (UNO) ନାମରେ ଏକ ନୂତନ ଆନ୍ତର୍ଜାତୀୟ ସଙ୍ଗଠନ ପ୍ରତିଷ୍ଠା କଲେ ।

ମିଳିତ ଜାତିସଂଘ ପ୍ରତିଷ୍ଠାର ବିଭିନ୍ନ ସୋପାନ :
(୧) ଲଣ୍ଡନ ଘୋଷଣା:
୧୯୪୧ ମସିହା ଜୁନ୍ ୧୨ ତାରିଖରେ ଲଣ୍ଡନର ସେଣ୍ଟ ଜେମ୍‌ସ୍‌ ପ୍ୟାଲେସ୍‌ରେ ଅନୁଷ୍ଠିତ ସମ୍ମିଳନୀରେ ବ୍ରିଟେନ୍, କାନାଡ଼ା, ଆଷ୍ଟ୍ରେଲିଆ, ନିଉଜିଲ୍ୟାଣ୍ଡ ଓ ଦକ୍ଷିଣ ଆଫ୍ରିକାର ପ୍ରତିନିଧିମାନେ ଯୋଗ ଦେଇଥିଲେ । ସମସ୍ତ ରାଷ୍ଟ୍ରର ସହଯୋଗକ୍ରମେ ବିଶ୍ବରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରିବାପାଇଁ ରାଷ୍ଟ୍ରମାନେ ବଦ୍ଧପରିକର ହେଲେ ।

(୨) ଆଟ୍‌ଲାଣ୍ଟିକ୍ ଘୋଷଣା:
୧୯୪୧ ମସିହା ଅଗଷ୍ଟ ୧୪ ତାରିଖରେ ସ୍ବାକ୍ଷରିତ ଏହି ଘୋଷଣାନାମାରେ ଆମେରିକାର ରାଷ୍ଟ୍ରପତି ଫ୍ରାଙ୍କଲିନ୍ ଡି. ରୁଜ୍‌ଭେଲ୍‌ଟ୍‌ ଓ ବ୍ରିଟିଶ ପ୍ରଧାନମନ୍ତ୍ରୀ ସାର୍‌ ଉଇନ୍‌ଷ୍ଟନ ଚର୍ଚ୍ଚିଲ ଆଟଲାଣ୍ଟିକ୍ ମହାସାଗରରେ ଯାତାୟତ କରୁଥିବା ‘ପ୍ରିନସ୍ ଅଫ୍ ୱେଲସ୍’ ନାମକ ଜାହାଜରେ ମିଳିତ ହୋଇ ସ୍ବାକ୍ଷର କରିଥିଲେ । ଏହି ଘୋଷଣାପତ୍ରରେ ବଳ ପ୍ରୟୋଗକୁ ଓ କୌଣସି ରାଷ୍ଟ୍ରକୁ ଅନ୍ୟ ରାଷ୍ଟ୍ର ଆକ୍ରମଣ କରିବାକୁ ନିନ୍ଦା କରାଯାଇଥିଲା । ଜର୍ମାନୀର ପରାଜୟ ପରେ ସମଗ୍ର ବିଶ୍ବରେ ଯେପରି ସ୍ଥାୟୀ ଶାନ୍ତି ପ୍ରତିଷ୍ଠିତ ହେବ ସେଥ୍ ନିମନ୍ତେ ଉଭୟ ଦେଶର ଶାସକଦ୍ବୟ ଚିନ୍ତା ପ୍ରକଟ କରିଥିଲେ ।

(୩) ଓ୍ବାଶିଂଟନ୍‌ ଘୋଷଣା:
୧୯୪୨ ମସିହା ଜାନୁୟାରୀ ୧ ତାରିଖ ଦିନ ୱାଶିଂଟନ୍‌ଠାରେ ୨୬ଟି ରାଷ୍ଟ୍ରଦ୍ୱାରା ସ୍ୱାକ୍ଷରିତ ଘୋଷଣାନାମରେ ଆଟ୍‌ଲାଣ୍ଟିକ୍ ଘୋଷଣାନାମାକୁ ରାଷ୍ଟ୍ରମାନେ ସମର୍ଥନ କଲେ । ଶତ୍ରୁ ସହିତ ଲଢ଼େଇ କରିବାପାଇଁ ପ୍ରତ୍ୟେକ ରାଷ୍ଟ୍ର ନିଷ୍ପତ୍ତି ନେଲେ । କୌଣସି ମିତ୍ର ରାଷ୍ଟ୍ର ସହିତ ଯୁଦ୍ଧ କରୁଥିବା କୌଣସି ରାଷ୍ଟ୍ରକୁ ଅନ୍ୟ ରାଷ୍ଟ୍ରମାନେ କୌଣସି ମତେ ସହାଯ୍ୟ କରିବେ ନାହିଁ ବୋଲି ଘୋଷଣା କଲେ ।

(୪) ମସ୍କୋ ଘୋଷଣାନାମା:
୧୯୪୩ ମସିହା ଅକ୍ଟୋବର ୩୦ ତାରିଖରେ ବ୍ରିଟେନ୍, ଯୁକ୍ତରାଷ୍ଟ୍ର ଆମେରିକା, ରୁଷିଆ ଓ ଚୀନ୍‌ର ବୈଦେଶିକ ମନ୍ତ୍ରୀମାନେ ମସ୍କୋଠାରେ ମିଳିତ ହୋଇଥିଲେ । ଏହି ସଙ୍ଗଠନରେ ପ୍ରତ୍ୟେକ ରାଷ୍ଟ୍ରକୁ ସାର୍ବଭୌମ ଓ ସମାନ ବୋଲି ଗ୍ରହଣ କରାଯିବ ଓ ଛୋଟ ବଡ଼ ପ୍ରତ୍ୟେକ ରାଷ୍ଟ୍ର ଏହାର ସଭ୍ୟ ହୋଇପାରିବେ ବୋଲି ନିଷ୍ପତ୍ତି ନିଆଗଲା ।

(୫) ତେହେରାନ୍ ଘୋଷଣାନାମା:
୧୯୪୩ ମସିହା ଡିସେମ୍ବର ୨ ତାରିଖରେ ଆମେରିକାର ରାଷ୍ଟ୍ରପତି ରୁଜ୍‌ଭେଲ୍‌, ରୁଷିଆର ପ୍ରିମିୟର ଜୋସେଫ୍ ଷ୍ଟାଲିନ୍ ଓ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ଚର୍ଚ୍ଚିଲ ତେହେରାନ୍‌ଠାରେ ମିଳିତ ହୋଇ ଜାତିସଂଘର ସମସ୍ତ ସଭ୍ୟ ରାଷ୍ଟ୍ରମାନେ ବିଶ୍ୱଶାନ୍ତି ପ୍ରତିଷ୍ଠା ପାଇଁ ସମ୍ପୂର୍ଣ୍ଣ ଦାୟୀ ବୋଲି ଘୋଷଣା କରାଗଲା । ପୃଥିବୀରୁ ଯୁଦ୍ଧର ଭୟ ଦୂର କରି ପରସ୍ପର ମଧ୍ୟରେ ସଦ୍‌ଭାବ ଓ ଶାନ୍ତି ପ୍ରତିଷ୍ଠା କରିବାପାଇଁ ସେମାନେ ପ୍ରତିଜ୍ଞାବଦ୍ଧ ହେଲେ ।

(୬) ଡୁୟାରଟନ୍‌ ଓକସ୍ ସମ୍ମିଳନୀ:
ଆଣ୍ଟିକ୍ ଚାର୍ଟର, ମସ୍କୋ ଓ ତେହେରାନ୍ ଘୋଷଣାନାମାକୁ କାର୍ଯ୍ୟକାରୀ କରିବା ପାଇଁ ୱାଶିଂଟନ୍‌ସ୍ଥିତ ଡୁମ୍ବାରଟନ ଓକସ୍ଠାରେ ବଡ଼ ବଡ଼ ରାଷ୍ଟ୍ରମାନଙ୍କ ମଧ୍ୟରେ ଅନୁଷ୍ଠିତ ଏହି ସମ୍ମିଳନୀରେ ବ୍ରିଟେନ୍, ଯୁକ୍ତରାଷ୍ଟ୍ର ଆମେରିକା, ରୁଷିଆ ଓ ଚୀନର ପ୍ରତିନିଧୁମାନେ ୧୯୪୪ ଅକ୍ଟୋବର ୭ ତାରିଖରେ ସମ୍ମିଳିତ ହୋଇଥିଲେ । ଏହିଠାରେ ଜାତିସଂଘର ମୂଳଦୁଆ ପଡ଼ିଥିଲା । ଏହି ସମ୍ମିଳନୀ ପରେ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟମାନଙ୍କର ପ୍ରତିନିଧୁତ୍ଵ ବିଷୟ ଉଲ୍ଲେଖ କରାଗଲା ।

(୭) ସ୍ପାଲ୍‌ ସମ୍ମିଳନୀ:
୧୯୪୫ ମସିହା ଫେବୃୟାରୀ ମାସରେ ଆମେରିକାର ରାଷ୍ଟ୍ରପତି ରୁଜ୍‌ଭେଲ୍‌, ରୁଷିଆର ପ୍ରିମିୟର ଷ୍ଟାଲିନ୍ ଓ ବ୍ରିଟିଶ ପ୍ରଧାନମନ୍ତ୍ରୀ ଚର୍ଚ୍ଚିଲ ୟାଠାରେ ମିଳିତ ହୋଇ ବିଶ୍ୱଶାନ୍ତି ଓ ଆନ୍ତର୍ଜାତୀୟ ସଙ୍ଗଠନ ପ୍ରତିଷ୍ଠା ଦିଗରେ ବିଚାର ଆଲୋଚନା କରି ଶାନ୍ତିପୂର୍ଣ୍ଣ ଉପାୟରେ ଆର୍ଥିକ, ସାମାଜିକ ଓ ରାଜନୈତିକ ସମସ୍ୟାର ସମାଧାନ ମାଧ୍ୟମରେ ବିଶ୍ବରୁ ଯୁଦ୍ଧର ଭୟ ଦୂର କରିବାପାଇଁ ଲକ୍ଷ୍ୟ ଗ୍ରହଣ କରାଗଲା ।

(୮) ସାଫ୍ରାନ୍‌ସିସ୍କୋ ସମ୍ମିଳନୀ:
୧୯୪୫ ମସିହା ଏପ୍ରିଲ ୨୫ ଓ ୨୬ ତାରିଖରେ ୫୦ଟି ସ୍ଵାଧୀନ ରାଷ୍ଟ୍ରର ପ୍ରତିନିଧୂମାନେ ଆମେରିକାର ସାନ୍‌ଫ୍ରାନ୍‌ସିସ୍କୋଠାରେ ସମ୍ମିଳିତ ହୋଇ ତୁମ୍ବାରଟନ ଓକସ୍ ଓ ୟାଲ୍‌ଟାଠାରେ ହୋଇଥିବା ଆଲୋଚନାର ସାରାଂଶକୁ ନେଇ ଜାତିସଂଘର ନିୟମାବଳୀ ପ୍ରସ୍ତୁତ କରାଗଲା ଓ ଆନ୍ତର୍ଜାତୀୟ ନ୍ୟାୟାଳୟର ଆଇନକାନୁନ ପ୍ରଣୀତ ହେଲା । ୧୯୪୫ ଜୁନ୍ ୨୬ରେ ଜାତିସଂଘର ନିୟମାବଳୀ ସ୍ବାକ୍ଷରିତ ହେଲା । ଜାତିସଂଘ ୧୯୪୫ ମସିହା ଅକ୍ଟୋବର ୨୪ ତାରିଖରେ ପ୍ରତିଷ୍ଠିତ ହେଲା । ମିଳିତ ଜାତିସଂଘରେ ୫୧ ଜଣ ସଭ୍ୟ ରାଷ୍ଟ୍ର ରହି ଏହି ସମ୍ବିଧାନକୁ ଏକ ବହୁପାକ୍ଷିକ ଚୁକ୍ତିରେ ପରିଣତ କରିଥିଲେ । ଶାନ୍ତି ପ୍ରତିଷ୍ଠା ପାଇଁ ଏହା ସ୍ଵାଧୀନ ଓ ସାର୍ବଭୌମ ରାଷ୍ଟ୍ରମାନଙ୍କର ଏକ ଅସ୍ତିସୂଚକ ପଦକ୍ଷେପ ଅଟେ ।

CHSE Odisha Class 12 Political Science Chapter 8 Long Answer Questions in Odia Medium

୨ । “ଜାତିସଂଘ ଲିଗ୍ ଅଫ୍ ନେସନ୍ସର ଭିତ୍ତିଭୂମି ଉପରେ ପ୍ରତିଷ୍ଠିତ ହୋଇଥିଲା’’ – ଏହାର ସତ୍ୟତା ପ୍ରତିପାଦନ କର । ଲିଗ୍‌ର ବିଫଳତାର କାରଣ ଦର୍ଶାଅ ।
Answer:
ପ୍ରଥମ ବିଶ୍ୱଯୁଦ୍ଧର ଅବସାନ ପରେ ଦ୍ବିତୀୟ ବିଶ୍ୱଯୁଦ୍ଧକୁ ଏଡ଼ାଇବା ପାଇଁ ଏବଂ ବିଶ୍ୱଶାନ୍ତିର ପ୍ରତିଷ୍ଠା ପାଇଁ ଭର୍‌ସାଇଲ୍ ଚୁକ୍ତିରୁ ୧୯୨୦ ମସିହା ଜାନୁୟାରୀ ମାସରେ ଜନ୍ମ ନେଇଥିଲା ଲିଗ୍ ଅଫ୍ ନେସନ୍‌ସ୍‌ । ଏହା ଥିଲା ଆମେରିକାର ରାଷ୍ଟ୍ରପତି ଉଡ୍ରୋ ଉଇଲସନ୍‌ଙ୍କର ସାର୍ଥକ ପରିକଳ୍ପନା । କିନ୍ତୁ ନିମ୍ନଲିଖତ କାରଣ ଯୋଗୁଁ ଲିଗ୍ ଅଫ୍ ନେସସ୍‌ର ଲକ୍ଷ୍ୟ ବିଫଳ ହୋଇଥିଲା ।
ଲିଗ୍ ଅଫ୍ ନେସସ୍‌ର ବିଫଳତାର କାରଣ :

  • ଲିଗର ଆଦର୍ଶ ଓ ଲକ୍ଷ୍ୟ ନିର୍ଦ୍ଧାରଣ କ୍ଷେତ୍ରରେ ସଭ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଏହାର ଜନ୍ମର ପ୍ରାରମ୍ଭରୁ ମତ ବିଭେଦତା ସୃଷ୍ଟି ହୋଇଥିଲା ।
  • ପ୍ରଥମ ବିଶ୍ଵଯୁଦ୍ଧରେ ଜର୍ମାନୀ ଭଳି ପରାଜିତ ରାଷ୍ଟ୍ରମାନଙ୍କ ପ୍ରତି ପ୍ରତିଶୋଧପରାୟଣ ଦୃଷ୍ଟିଭଙ୍ଗୀ ଗ୍ରହଣ କରିବା ଫଳରେ ଲିଗ୍ ନିଜର ଦାୟିତ୍ଵ ସମ୍ପାଦନ କରିପାରିଲା ନାହିଁ ।
  • ଜର୍ମାନୀକୁ ସବୁ ଦୃଷ୍ଟିରୁ ଦୁର୍ବଳ ରଖୁବାର ପ୍ରକ୍ରିୟା ଯୁଦ୍ଧରେ ବିଜେତା ଓ ପରାଜିତମାନଙ୍କୁ ପରସ୍ପର ବିରୋଧୀ କରିବା ଫଳରେ ଲିସ୍‌ର କାର୍ଯ୍ୟକାରିତା ବାଧାପ୍ରାପ୍ତ ହୋଇଥିଲା ।
  • ଲିଗର ସଭ୍ୟ ରାଷ୍ଟ୍ରମାନେ ନିଜର ଜାତୀୟ ସ୍ୱାର୍ଥକୁ ପରିତ୍ୟାଗ କରିବାପାଇଁ ଆନ୍ତରିକତା ପ୍ରକାଶ ନ କରିବାରୁ ଏବଂ ଆନ୍ତର୍ଜାତୀୟତା ଭାବ ସୃଷ୍ଟି ନ ହେବା ଫଳରେ ଲିଗର ଲକ୍ଷ୍ୟ ପୂରଣ ସମ୍ଭବ ହୋଇପାରି ନ ଥିଲା ।
  • ଯୁକ୍ତରାଷ୍ଟ୍ର ଆମେରିକା ଲିଟ୍‌ରେ ଯୋଗ ଦେଲା ନାହିଁ ଏବଂ ରୁଷ୍ ଓ ଜର୍ମାନୀ ଯଥାକ୍ରମେ ୧୯୩୪ ଓ ୧୯୨୬ରେ ଲିଗର ସଦସ୍ୟତା ଗ୍ରହଣ କରିବା ଫଳରେ ତଥା ଜାପାନ ଓ ଜର୍ମାନୀ ଏହାର ସଦସ୍ୟତା ପ୍ରତ୍ୟାଖ୍ୟାନ କରିବାଦ୍ଵାରା ଲିଗ୍ ଏହି ବୃହତ୍ ଶକ୍ତିମାନଙ୍କର ଅନୁପସ୍ଥିତିରେ ନିଜର ଲକ୍ଷ୍ୟ ପୂରଣ ସମ୍ଭବ କରିପାରି ନଥିଲା ।
  • ଲିଗର ଭୋଟଦାନ ବ୍ୟବସ୍ଥା ତ୍ରୁଟିଯୁକ୍ତ ଥିଲା । କୌଣସି ବିଷୟରେ ସର୍ବସମ୍ମତ ନିଷ୍ପଭି ପ୍ରାୟତଃ ଏହାର କାର୍ଯ୍ୟ ସମ୍ପାଦନ ପ୍ରକ୍ରିୟାକୁ ବାଧାପ୍ରାପ୍ତ କରିଥିଲା ।
  • ବ୍ରିଟେନ୍ ଓ ଫ୍ରାନ୍‌ସ୍ ଲିଡ୍‌ର କାର୍ଯ୍ୟ ପ୍ରକ୍ରିୟାକୁ ପ୍ରମୁଖ ଭାବେ ପ୍ରଭାବିତ କରୁଥିବାରୁ ଏବଂ ସେମାନେ ଜର୍ମାନୀ ପ୍ରତି ସହାନୁଭୂତିଶୀଳ ଓ ସନ୍ତୋଷମୂଳକ ଦୃଷ୍ଟିଭଙ୍ଗୀ ଗ୍ରହଣ କରୁଥିବାରୁ ଜର୍ମାନୀର ଉଗ୍ରବାଦୀ ଆନ୍ତର୍ଜାତୀୟତା ବିରୋଧୀ କାର୍ଯ୍ୟକ୍ରମକୁ ବାଧା ଦେବା ଲିଗ୍ ପକ୍ଷରେ ସମ୍ଭବ ହୋଇ ନ ଥିଲା ।
  • ଲିଗ୍ ନିଜର ନିଷ୍ପଭିକୁ କାର୍ଯ୍ୟକାରୀ କରିବାପାଇଁ କୌଣସି ବିଶେଷ ସଙ୍ଗଠନର ସାହାଯ୍ୟ ପ୍ରାପ୍ତ ହୋଇ ନ ଥିଲା । କେଲର-ବ୍ରିୟାଣ୍ଡ ପ୍ୟାକ୍ସକୁ ଅବମାନନା କରି ଜାପାନ ମାଞ୍ଚୁରିଆ ଅଧିକାର କରିବା ଲିଗର ଦୁର୍ବଳତାର ଅନ୍ୟତମ ପ୍ରମାଣ ଅଟେ । ପୁନଶ୍ଚ ଇଟାଲୀ ଇଥ୍‌ଓପିଆ ଅତ୍‌କାର କରିବା କ୍ଷେତ୍ରରେ ଲିଗ୍ ନିଜର ଦୁର୍ବଳତାର ପରିଚୟ ଦେଇଥୁଲା ।
  • ଲିଗ୍ ନିରସ୍ତ୍ରୀକରଣ ସମ୍ପର୍କୀୟ ନୀତିକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଥିଲା ।

ଜାତିସଂଘ ଓ ଲିଗ୍ ଅଫ୍ ନେସନ୍ସ ମଧ୍ୟରେ ପାର୍ଥକ୍ୟ :

  • ଲିଗ୍ ଅଫ୍ ନେସସ୍‌ କନ୍‌ଭେନାଣ୍ଟ ଭରସାଇଲ୍ ଶାନ୍ତିଚୁକ୍ତିର ଏକ ଅଂଶବିଶେଷ ଥିଲା । ପ୍ରଥମ ବିଶ୍ଵଯୁଦ୍ଧ ପରେ ବିଶ୍ଵର କୌଣସି ରାଷ୍ଟ୍ର ତତ୍କାଳୀନ ପରିସ୍ଥିତିରେ ବିଶ୍ୱଶାନ୍ତିକୁ ନଷ୍ଟ କରିବାକୁ ଇଚ୍ଛା କରୁନଥିବାରୁ ୧୯୨୦ ମସିହା ଜାନୁୟାରୀ ମାସରେ ଲିଗ୍ ଚୁକ୍ତିର ସତ୍ତାନୁଯାୟୀ ସୃଷ୍ଟି ହୋଇଥିଲା । କିନ୍ତୁ ଜାତିସଂଘର ଉତ୍ପତ୍ତି ସେପରି କୌଣସି ଚୁକ୍ତିର ସର୍ଭ ମଧ୍ୟରେ ସୀମାବଦ୍ଧ ନ ଥିଲା । ଭବିଷ୍ୟରେ ବଂଶଧରମାନଙ୍କୁ ଯୁଦ୍ଧର ଭୟାବହତାରୁ ରକ୍ଷା କରିବାପାଇଁ ବିଶ୍ୱର ଜନନାୟକମାନେ ମିଳିତ ଜାତିସଂଘ ପ୍ରତିଷ୍ଠା କରିଥିଲେ । ତେଣୁ ଉଭୟର ଜନ୍ମଗତ ପରିସ୍ଥିତି ଭିନ୍ନ ଭିନ୍ନ ଅଟେ । କିନ୍ତୁ ବିଶ୍ଵରୁ ଯୁଦ୍ଧ ଭୟ ଦୂର କରି ଶାନ୍ତିରକ୍ଷା ଓ ନିରାପତ୍ତା ପ୍ରତିଷ୍ଠା ଉଭୟ ସଙ୍ଗଠନର ମୌଳିକ ଉଦ୍ଦେଶ୍ୟ ଥିଲା ।
  • ଜାତିସଂଘରେ କୌଣସି ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ଉପରେ ସାଧାରଣ ସଭାର ଦୁଇ-ତୃତୀୟାଂଶ ସଭ୍ୟଙ୍କର ସମର୍ଥନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଅଦ୍ଧାଧ‌ିକ ସଭ୍ୟଙ୍କ ସମର୍ଥନ ଆବଶ୍ୟକ ହୋଇଥିବାବେଳେ ଏବଂ ନିରାପତ୍ତା ପରିଷଦର ୫ ଜଣ ସ୍ଥାୟୀ ସଦସ୍ୟଙ୍କ ସମତେ ୯ ଜଣ ସଭ୍ୟ ସମର୍ଥନ କଲେ ପ୍ରସ୍ତାବଟି ଗୃହୀତ ହୋଇଥାଏ, କିନ୍ତୁ ଲିଗ୍ ଅଫ୍ ନେସସ୍‌ର ପ୍ରତ୍ୟେକ ନିଷ୍ପଭି ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଥିଲା । ଏଣୁ ଜାତିସଂଘର ମତଦାନ ବ୍ୟବସ୍ଥା ନିଶ୍ଚିତ ଭାବରେ ଲିଗର ମତଦାନ ବ୍ୟବସ୍ଥାଠାରୁ ଉନ୍ନତତର ଅଟେ ।
  • ଲିଗ୍ ଅଫ୍ ନେସନ୍‌ର କୌଣସି ଭିଟୋ ବ୍ୟବସ୍ଥା ନ ଥାଇ ସବୁ ରାଷ୍ଟ୍ରକୁ ସମାନ ସୁବିଧା ପ୍ରଦାନ କରାଯାଇଥିବାବେଳେ ଜାତିସଂଘରେ ୫ଟି ବୃହତ୍ ରାଷ୍ଟ୍ରର ‘ଭିଟୋ’ କ୍ଷମତା ରହିଛି । ଏହି କ୍ଷମତା ବଳରେ ବୃହତ୍ ଶକ୍ତିମାନେ ଜାତିସଂଘର କାର୍ଯ୍ୟକ୍ଷେତ୍ରରେ ବାଧା ସୃଷ୍ଟି କରିପାରୁଛନ୍ତି ।
  • ଜାତିସଂଘର ବିଧ୍ରରେ ନିରାପତ୍ତା ପରିଷଦକୁ ଶାନ୍ତି ଓ ନିରାପତ୍ତା ରକ୍ଷା କରିବାର ପ୍ରାଥମିକ ଦାୟିତ୍ଵ ଦିଆଯାଇଥଲାବେଳେ ଲିଗ୍ କାଉନ୍‌ସିଲ୍‌ର ନିଷ୍ପଭିଗୁଡ଼ିକ କେବଳ ପରାମର୍ଶଗତ ଥିଲା ।
  • ଲିଗ୍ ଓ ଜାତିସଂଘର କାର୍ଯ୍ୟକାରିତା ପଦ୍ଧତିରେ ପାର୍ଥକ୍ୟ ଥିଲା । କୌଣସି ସମୟରେ କୌଣସି କ୍ଷେତ୍ରରେ ଶାନ୍ତି ବିପନ୍ନ ହେବାର ସମ୍ଭାବନା ଥିଲେ ମିଳିତ ଜାତିସଂଘ ବିହିତ ପଦକ୍ଷେପ ନେଇଥାଏ । ମାତ୍ର ଲିଗର ଏହି ସ୍ବାଧୀନତା ନ ଥିଲା । ବର୍ତ୍ତମାନ ନିରାପତ୍ତା ପରିଷଦ କୌଣସି ରାଷ୍ଟ୍ର ବିରୋଧରେ ସେନାବାହିନୀ ପ୍ରେରଣ କରି ଜାତିସଂଘର ନିଷ୍ପଭି କାର୍ଯ୍ୟକାରୀ କରିଥାଏ ଓ ଏହି କ୍ଷେତ୍ରରେ ନିରାପତ୍ତା ପରିଷଦକୁ ଏକ ସାମରିକ ବିଶେଷଜ୍ଞ କମିଟି ସାହାଯ୍ୟ ଓ ପରାମର୍ଶ ଦେଇଥାଏ । ମାତ୍ର ଲିଗର କୌଣସି ସାମରିକ କମିଟି ନ ଥିଲା ।
  • ଲିଗ୍ କେବଳ ରାଜନୈତିକ ସମସ୍ୟା ପ୍ରତି ଦୃଷ୍ଟି ଦେଉଥ‌ିବାବେଳେ ଜାତିସଂଘ ସାମାଜିକ, ସାଂସ୍କୃତିକ, ଆର୍ଥିକ, ଶିକ୍ଷା ଓ ସ୍ବାସ୍ଥ୍ୟଗତ ସମସ୍ୟା ପ୍ରତି ଦୃଷ୍ଟି ଦେଉଛି ।
  • ଲିଗ୍‌ର କୌଣସି ସଭ୍ୟ ସ୍ବେଚ୍ଛାକୃତ ଭାବରେ ଇସ୍ତଫା ଦେବାକୁ ଆଗ୍ରହ ପ୍ରକାଶ କଲେ ତାଙ୍କୁ ୨ ବର୍ଷ ପୂର୍ବରୁ ଏକ ନୋଟିସ୍ ଦେବାକୁ ହେଉଥ୍ଲା; ମାତ୍ର ଜାତିସଂଘର ସଭ୍ୟମାନଙ୍କର ସଭ୍ୟପଦ ତ୍ୟାଗ ବିଷୟରେ ଜାତିସଂଘ ବିଧୂରେ କୌଣସି ବ୍ୟବସ୍ଥା ନାହିଁ ।
  • ଲିଗ୍ ଅପେକ୍ଷା ଜାତିସଂଘର ବିଧାନରେ ଯୁଦ୍ଧ ନିରାକରଣ ଓ ଶାନ୍ତି ପ୍ରତିଷ୍ଠା ପାଇଁ ଅଧ‌ିକ ଉପଯୋଗୀ ପଦକ୍ଷେପ ନିଆଯାଇଛି । ପ୍ରଥମେ କୌଣସି ପରିସ୍ଥିତି ଯୋଗୁଁ ଶାନ୍ତି ବା ନିରାପତ୍ତା ବିପନ୍ନ ହୋଇଛି କି ନାହିଁ ତାହା ନିରାପତ୍ତା ପରିଷଦ ନିର୍ଦ୍ଧାରଣ କଲାପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ ।
  • କେଉଁ ପରିସ୍ଥିତିରେ ଶାନ୍ତି ରକ୍ଷା ପାଇଁ କେଉଁ କେଉଁ ପଦକ୍ଷେପ ନିଆଯିବ ସେ ବିଷୟରେ ଜାତିସଂଘର ନିରାପତ୍ତା ପରିଷଦ ନିଷ୍ପତ୍ତି ନେଇଥାଏ ଓ ଏହା ବିଫଳ ହେଲେ ସାଧାରଣ ସଭା Uniting for Peace ପ୍ରସ୍ତାବ ଜରିଆରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ । ମାତ୍ର ଲିଗ୍ କନ୍‌ଭେନାଣ୍ଟ ଅନୁଯାୟୀ ଲିଗର ପ୍ରତ୍ୟେକ ସଭା ଏ ବିଷୟରେ ଅନୁଧ୍ୟାନ କରି ମହାସଚିବଙ୍କୁ ବିବରଣୀ ପ୍ରଦାନ କଲା ପରେ ସେହି ପକ୍ଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିଲା ।
  • ମିଳିତ ଜାତିସଂଘର ବିଧାନରେ ଥ‌ିବା ସଂଶୋଧନ ପ୍ରଣାଳୀ ଲିଗର ସଂଶୋଧନ ପ୍ରଣାଳୀଠାରୁ ଭିନ୍ନ ଅଟେ । ପାଇଁ ସାଧାରଣ ସଭାର ଦୁଇ-ତୃତୀୟାଂଶ ସଭ୍ୟଙ୍କ ସମର୍ଥନ ଆବଶ୍ୟକ ହୋଇଥାଏ ।
  • ଲିଗରେ ଯୁଦ୍ଧର ନିରାକରଣ ପାଇଁ କୌଣସି ବ୍ୟବସ୍ଥା ନ ଥିବା ବେଳେ ଜାତିସଂଘ ବିଧାନରେ ଯୁଦ୍ଧର ନିରାକରଣ ପାଇଁ ବ୍ୟବସ୍ଥା ରହିଛି । କେବଳ ଆତ୍ମରକ୍ଷା କ୍ଷେତ୍ରରେ ଯୁଦ୍ଧର ଆଶ୍ରୟ ନିଆଯାଇ ପାରୁଛି ।
  • ଏହିସବୁ ଦୃଷ୍ଟିରୁ ବିବେଚନା କଲେ ଲିଗ୍ ଅଫ୍ ନେସନ୍‌ସ୍ଠାରୁ ଜାତିସଂଘ ଏକ ଉତ୍ତମ ବ୍ୟବସ୍ଥା ବୋଲି ପ୍ରତିପାଦିତ ହୁଏ । ଲିଗଠାରୁ ଜାତିସଂଘର ସୀମା ଅଧ୍ବକ ବିସ୍ତୃତ ଅଟେ । ଜାତିସଂଘର କାର୍ଯ୍ୟ ପରିସର ଅଧ୍ବକ ବିସ୍ତୃତ ଅଟେ । ଲିଗର ଦୃଷ୍ଟିକୋଣ ସୀମିତ ଥିବାବେଳେ ଜାତିସଂଘ ଏକ ବ୍ୟାପକ ମାନବବାଦୀ ଚିନ୍ତାଧାରା ଉପରେ ଆଧାରିତ ହୋଇଛି ।

CHSE Odisha Class 12 Political Science Chapter 8 Long Answer Questions in Odia Medium

୩ । ସଂଯୁକ୍ତ ରାଷ୍ଟ୍ରସଂଘର ସାଧାରଣ ସଭାର ଗଠନ ଓ କାର୍ଯ୍ୟାବଳୀ ବର୍ଣ୍ଣନା କର ।
Answer:
ସଂଯୁକ୍ତ ରାଷ୍ଟ୍ରସଂଘର ଛଅଗୋଟି ଅଙ୍ଗ ମଧ୍ୟରୁ ସାଧାରଣ ସଭା ଅନ୍ୟତମ । ଏହାକୁ ପୃଥ‌ିବୀର ପଞ୍ଚାୟତ ଆଖ୍ୟା ପ୍ରଦାନ କରାଯାଇଛି । ପ୍ରତ୍ୟେକ ସଦସ୍ୟ ରାଷ୍ଟ୍ର ଏହି ସାଧାରଣ ସଭାକୁ ପାଞ୍ଚଜଣ ଲେଖାଏଁ ପ୍ରତିନିଧ୍ ପଠାଇଥା’ନ୍ତି । କିନ୍ତୁ ପ୍ରତ୍ୟେକ ସଦସ୍ୟ ରାଷ୍ଟ୍ରର ଗୋଟିଏ ମାତ୍ର ଭୋଟ ଦେବାର ଅଧିକାର ରହିଛି । ପ୍ରତିବର୍ଷ ଏହି ସଭାର ସଭାପତି (ଅଧକ୍ଷ) ଗୋପନୀୟ ମତଦାନ ପଦ୍ଧତି ଅନୁସାରେ ଏକ ବର୍ଷ ପାଇଁ ସାଧାରଣ ସଭାର ସଦସ୍ୟ-ରାଷ୍ଟ୍ରମାନଙ୍କର ପ୍ରତିନିଧୂମାନଙ୍କଦ୍ୱାରା ନିର୍ବାଚିତ ହୁଅନ୍ତି । ଏହି ସଭାର ୧୭ ଜଣ ଉପସଭାପତି (ଉପାଧ୍ୟକ୍ଷ) ବିଶ୍ଵର ବିଭିନ୍ନ ଅଞ୍ଚଳରୁ ପ୍ରତିନିଧ୍ୟ କରନ୍ତି । ସାଧାରଣ ସଭା ପ୍ରତିବର୍ଷ ଗୋଟିଏ ଥର ବୈଠକରେ ମିଳିତ ହୁଏ । ଆବଶ୍ୟକ ହେଲେ ଜରୁରୀ ଅଧିବେଶନ ଡକାଯାଇଥାଏ । ଜରୁରୀ ପରିସ୍ଥିତି ଉପୁଜିଲେ ୨୪ ଘଣ୍ଟା ମଧ୍ୟରେ ସାଧାରଣ ସଭା ଜରୁରୀ ବୈଠକରେ ମିଳିତ ହୋଇଥାଏ ।
ସାଧାରଣ ସଭାର ସାତଗୋଟି କମିଟି ରହିଛି ।

ସେଗୁଡ଼ିକ ହେଉଛି:

  • ରାଜନୈତିକ ନିରାପତ୍ତା କମିଟି
  • ଅର୍ଥନୈତିକ କମିଟି
  • ସାମାଜିକ ସଂସ୍ଥା ଓ ସାଂସ୍କୃତିକ କମିଟି
  • ନ୍ୟାସ କମିଟି
  • ପ୍ରଶାସନିକ ଓ ବଜେଟ୍ କମିଟି
  • ଆଇନଗତ କମିଟି
  • ସ୍ଵତନ୍ତ୍ର ରାଜନୈତିକ କମିଟି

ସାଧାରଣ ସଭାରେ ସରଳ ଓ ସହଜ ସମସ୍ୟାର ସମାଧାନ ବୈଠକରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କର ସାଧାରଣ ସଂଖ୍ୟାଗରିଷ୍ଠ (୫୦% +୧) ମତ ଅନୁସାରେ ହୋଇଥାଏ । ଜରୁରୀ ବା ଗୁରୁତର ସମସ୍ୟା ସମାଧାନର ନିଷ୍ପତ୍ତି ସମସ୍ତ ସଦସ୍ୟଙ୍କର ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠ ସମର୍ଥନରେ ନିଆଯାଏ ।

ସାଧାରଣ ସଭାର ମୁଖ୍ୟ କାର୍ଯ୍ୟାବଳୀ :

  • ସାଧାରଣ ସଭାରେ ସଂଯୁକ୍ତ ରାଷ୍ଟ୍ରସଂଘ ପରିସରଭୁକ୍ତ ସମସ୍ତ ବିଷୟ ଉପରେ ବିତର୍କ ବା ଆଲୋଚନା କରାଯାଇଥାଏ ।
  • ନ୍ୟାସ ପରିଷଦର କାର୍ଯ୍ୟକୁ ସାଧାରଣ ସଭା ତଦାରଖ କରିବା ସହିତ ସଂଯୁକ୍ତ ରାଷ୍ଟ୍ରସଂଘରେ କାର୍ଯ୍ୟରତ କର୍ମଚାରୀମାନଙ୍କ ଚାକିରି ସର୍ଭାବଳୀ ସମ୍ପର୍କିତ ନିୟମାବଳୀ ସାଧାରଣ ସଭାରେ ଅନୁମୋଦିତ ହୋଇଥାଏ ।
  • ସାଧାରଣ ସଭାରେ ସଂଯୁକ୍ତ ରାଷ୍ଟ୍ରସଂଘର ବାର୍ଷିକ ଆୟବ୍ୟୟର ଅଟକଳ ଅନୁମୋଦିତ ହୋଇଥାଏ ।
  • ସାଧାରଣ ସଭାର ସଦସ୍ୟମାନଙ୍କଦ୍ୱାରା ନିରାପତ୍ତା ପରିଷଦର ୧୦ ଜଣ ଅସ୍ଥାୟୀ ସଦସ୍ୟ, ଅର୍ଥନୈତିକ ଓ ସାମାଜିକ ପରିଷଦର ୧୮ଜଣ ସଦସ୍ୟ ଓ ଆନ୍ତର୍ଜାତିକ ନ୍ୟାୟାଳୟର ବିଚାରପତି ବୃନ୍ଦ ନିର୍ବାଚିତ ହୋଇଥା’ନ୍ତି ।
  • ସଂଯୁକ୍ତ ରାଷ୍ଟ୍ରସଂଘର ସନନ୍ଦର ଆବଶ୍ୟକ ସଂଶୋଧନ ପାଇଁ ଉଦ୍ଦିଷ୍ଟ ପ୍ରସ୍ତାବ ସାଧାରଣ ସଭାର ଦୁଇ-ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ଓ ନିରାପତ୍ତା ପରିଷଦର ସମସ୍ତ ସ୍ଥାୟୀ ସଦସ୍ୟଙ୍କ ଅନୁମୋଦନ ସହିତ ଗୃହୀତ ହେବା ପରେ କାର୍ଯ୍ୟକାରୀ ହୁଏ।

CHSE Odisha Class 12 Political Science Chapter 8 Long Answer Questions in Odia Medium

୪। ନିରାପତ୍ତା ପରିଷଦର ଗଠନ ଓ କାର୍ଯ୍ୟାବଳୀ ଆଲୋଚନା କର ।
Answer:
ଲିଗ୍ ଅଫ୍ ନେସସ୍‌ର ତିନିଗୋଟି ସଙ୍ଗଠନ ପରିବର୍ତ୍ତେ ମିଳିତ ଜାତିସଂଘର ଛଅଗୋଟି ଆନ୍ତର୍ଜାତୀୟ ସଙ୍ଗଠନ ରହିଛି । ଏଥୁମଧ୍ୟରୁ କାର୍ଯ୍ୟପାଳିକା କ୍ଷମତାସମ୍ପନ୍ନ ନିରାପତ୍ତା ପରିଷଦ (Security Council) ଅନ୍ୟତମ । ଏହା ଜାତିସଂଘର ସର୍ବକ୍ଷମତାସମ୍ପନ୍ନ ସଂସ୍ଥା ଅଟେ । ବିଶ୍ଵ ଶାନ୍ତି ପ୍ରତିଷ୍ଠା ଏବଂ ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ ସଦ୍‌ଭାବ ଓ ସଦିଚ୍ଛା ପ୍ରତିଷ୍ଠା କରିବାପାଇଁ ନିରାପତ୍ତା ପରିଷଦକୁ କ୍ଷମତା ଦିଆଯାଇଛି ।

ସଙ୍ଗଠନ:
ପ୍ରାଥମିକ ଅବସ୍ଥାରେ ନିରାପତ୍ତା ପରିଷଦ ଜାତିସଂଘର ୧୧ ଜଣ ସଭ୍ୟକୁ ନେଇ ଗଠିତ ହୋଇଥିଲା । ଏମାନଙ୍କ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା, ସୋଭିଏତ୍ ରୁଷ୍, ଫ୍ରାନ୍ସ, ଇଂଲଣ୍ଡ ଓ ଚୀନ୍ ହେଉଛନ୍ତି ୫ଟି ବୃହତ୍ ଶକ୍ତି ତଥା ସ୍ଥାୟୀ ସଭ୍ୟ । ଏମାନଙ୍କ ବ୍ୟତୀତ ଛଅଟି ଅସ୍ଥାୟୀ ରାଷ୍ଟ୍ରକୁ ସାଧାରଣ ସଭା ଦୁଇବର୍ଷ ନିମନ୍ତେ ନିର୍ବାଚିତ କରିଥାଏ । ୧୯୬୫ ମସିହା ଅଗଷ୍ଟ ୩୧ ତାରିଖରେ ଗୃହୀତ ସଂଶୋଧନ ପ୍ରସ୍ତାବ ଅନୁଯାୟୀ ନିରାପତ୍ତା ପରିଷଦର ସଭ୍ୟ ସଂଖ୍ୟା ୧୫କୁ ବୃଦ୍ଧି ପାଇଲା । ସଂଶୋଧ ନିୟମ ଅନୁସାରେ ୫ ଜଣ ସ୍ଥାୟୀ ସଭ୍ୟଙ୍କ ବ୍ୟତୀତ ୧୦ ଜଣ ଅସ୍ଥାୟୀ ସଭ୍ୟ ନିର୍ବାଚିତ ହେଉଛନ୍ତି । ନିରାପତ୍ତା ପରିଷଦର ଏହି ଅସ୍ଥାୟୀ ସଦସ୍ୟମାନଙ୍କୁ ନିର୍ବାଚନ କଲାବେଳେ ବିଶ୍ଵ ଶାନ୍ତି ଓ ନିରାପତ୍ତା ରକ୍ଷା କ୍ଷେତ୍ରରେ ସଭ୍ୟ ରାଷ୍ଟ୍ରମାନଙ୍କର ଅବଦାନକୁ ବିଚାରକୁ ନିଆଯାଇଥାଏ ।

ନିରାପତ୍ତା ପରିଷଦର ସ୍ଥାୟୀ ସମିତି:
ନିରାପତ୍ତା ପରିଷଦର ୩ଟି ସ୍ଥାୟୀ ସମିତି ରହିଛି, ଯଥା

  • ବିଶେଷଜ୍ଞ ସମିତି (Committe of Experts)
  • ନୂତନ ସଭ୍ୟ ଗ୍ରହଣ ସମିତି (Committee on the Admission of New members) ଓ
  • ମୁଖ୍ୟ ଦପ୍ତରଠାରୁ ଦୂରରେ ରହି ପରିଷଦର ବୈଠକକୁ ନିୟନ୍ତ୍ରଣ କରୁଥିବା ସମିତି

ନିରାପତ୍ତା ପରିଷଦରେ ଭୋଟଦାନ ଓ ‘ଭିଟୋ’ ପ୍ରୟୋଗ ବ୍ୟବସ୍ଥା:
ନିରାପତ୍ତା ପରିଷଦର ପ୍ରତ୍ୟେକ ସଭ୍ୟଙ୍କର ଗୋଟିଏ ଭୋଟଦାନର କ୍ଷମତା ରହିଛି । ଯେକୌଣସି ସମସ୍ୟାରେ ସ୍ଥାୟୀ ସଦସ୍ୟମାନଙ୍କ ସମେତ ୯ ଜଣ ସଭ୍ୟଙ୍କ ସମର୍ଥନକ୍ରମେ ପ୍ରସ୍ତାବ ଗୃହୀତ ହୋଇଥାଏ । ଶାନ୍ତିପୂର୍ଣ୍ଣ ଉପାୟରେ କୌଣସି ସମସ୍ୟାର ସମାଧାନବେଳେ ଯଦି କୌଣସି ସଭ୍ୟ ରାଷ୍ଟ୍ର ଗୋଟିଏ ପକ୍ଷ ହୋଇଥାଏ, ତେବେ ତାଙ୍କୁ ଭୋଟଦାନରୁ ବିରତ ହେବାକୁ ହୋଇଥାଏ । ନିରାପତ୍ତା ପରିଷଦର ସ୍ଥାୟୀ ପଞ୍ଚ ବୃହତ୍ ଶକ୍ତିଙ୍କୁ ‘ଭିଟୋ’ ପ୍ରୟୋଗ କରିବାର ଏକ ସ୍ବତନ୍ତ୍ର କ୍ଷମତା ପ୍ରଦାନ କରାଯାଇଛି । ସାନଫ୍ରାନ୍‌ସିସ୍କୋ ସମ୍ମିଳନୀରେ ଆନ୍ତର୍ଜାତୀୟ ଶାନ୍ତି ଓ ନିରାପତ୍ତା ପ୍ରତିଷ୍ଠା ପାଇଁ ସ୍ବତନ୍ତ୍ର ଦାୟିତ୍ଵସ୍ୱରୂପ ବୃହତ୍ ରାଷ୍ଟ୍ରମାନଙ୍କୁ ଭିଟୋ କ୍ଷମତା ପ୍ରଦାନ କରାଯାଇଥିଲା ।

ଫଳରେ ଶାନ୍ତିରକ୍ଷା ସମ୍ପର୍କିତ କୌଣସି ସମସ୍ୟା ଉପରେ ନିରାପତ୍ତା ପରିଷଦର ପାଞ୍ଚଟି ସ୍ଥାୟୀ ରାଷ୍ଟ୍ର ସମେତ ଅନ୍ୟ ଚାରିଗୋଟି ରାଷ୍ଟ୍ରର ସମ୍ମତି ଆବଶ୍ୟକ । କୌଣସି ଗୋଟିଏ ସ୍ଥାୟୀ ସଭ୍ୟ ଯଦି ସମ୍ମତି ନ ଦିଅନ୍ତି ତେବେ ସମସ୍ୟାର ସମାଧାନ ହୋଇପାରେ ନାହିଁ । ଭିଟୋ କ୍ଷମତା ଯୋଗୁଁ ସ୍ଥାୟୀ ସଭ୍ୟମାନେ ନିଜକୁ ଆଇନଠାରୁ ଊର୍ଦ୍ଧ୍ବରେ ବୋଲି ବିବେଚନା କରିଥା’ନ୍ତି । ଇଂରାଜୀ ଅକ୍ଷର ଅନୁସାରେ ଯେଉଁ ବ୍ୟକ୍ତିଙ୍କର ନାମ ପ୍ରଥମେ ଆସେ ତାଙ୍କୁ ଏକ ମାସ ପାଇଁ ସଭାପତି ଦାୟିତ୍ବ ପ୍ରଦାନ କରାଯାଇଥାଏ । ଏହି କ୍ରମରେ ପ୍ରତି ମାସରେ ସଭାପତି ପଦରେ ପରିବର୍ତ୍ତନ କରାଯାଇଥାଏ ।

କ୍ଷମତା ଓ କାର୍ଯ୍ୟ:
ସାଧାରଣ ସଭାର ପରାମର୍ଶକ୍ରମେ ନିରାପତ୍ତା ପରିଷଦ ନିଜର କ୍ଷମତା ପ୍ରୟୋଗ କରିଥାଏ । ବିଶ୍ଵଶାନ୍ତି ଓ ନିରାପତ୍ତା ରକ୍ଷା କରିବାର ମୁଖ୍ୟ ଦାୟିତ୍ଵ ନିରାପତ୍ତା ପରିଷଦକୁ ଦିଆଯାଇଛି । ଏହା ମୁଖ୍ୟତଃ ଏକ କାର୍ଯ୍ୟପାଳିକା ସଂସ୍ଥା ଅଟେ । ଜାତିସଂଘ ବିଧାନର ୨୪ ଧାରାରେ ଜାତିସଂଘର ସଭ୍ୟରାଷ୍ଟ୍ରମାନେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଓ ନିଷ୍ପତ୍ତି ପାଇଁ ନିରାପତ୍ତା ପରିଷଦକୁ ଦାୟିତ୍ବ ପ୍ରଦାନ କରିଛନ୍ତି । ନିରାପତ୍ତା ପରିଷଦର କ୍ଷମତା ଓ କାର୍ଯ୍ୟାବଳୀକୁ ନିମ୍ନମତେ ଆଲୋଚନା କରାଯାଇପାରେ ।

  • ଦୁଇ ରାଷ୍ଟ୍ର ମଧ୍ୟରେ ଥିବା ମତପାର୍ଥକ୍ୟ ଯେତେବେଳେ ଆନ୍ତର୍ଜାତୀୟ ଶାନ୍ତିକୁ ବ୍ୟାହତ କରେ ସେତେବେଳେ ସେହି ସମସ୍ୟା ଉପରେ ନିରାପତ୍ତା ପରିଷଦ ଅନୁସନ୍ଧାନ କରେ ଓ ଏହାର ନିରାକରଣ ପାଇଁ ଧ୍ୟାନ ଦେଇଥାଏ ଓ ସୁପାରିସ ପ୍ରଦାନ ମଧ୍ୟ କରିଥାଏ ।
  • କୌଣସି ଏକ ସମୟରେ ଶାନ୍ତି ପ୍ରତି ବିପଦ ଅଛି କି ନାହିଁ, ଶାନ୍ତି ଭଙ୍ଗ ହୋଇଛି କି ନାହିଁ, ଅଥବା କୌଣସି ରାଷ୍ଟ୍ର ଅନ୍ୟକୁ ଆକ୍ରମଣ କରିଛି କି ନାହିଁ ଏ ବିଷୟରେ ନିରାପତ୍ତା ପରିଷଦ ଚୂଡ଼ାନ୍ତ ନିଷ୍ପତ୍ତି ନେଇଥାଏ ଓ ସେହି ସମସ୍ୟାର ସମାଧାନ କେଉଁ ଉପାୟରେ ହୋଇପାରିବ ସେଥ‌ିପାଇଁ ଦିଗ୍‌ଦର୍ଶନ ଦେଇଥାଏ ।
  • କୌଣସି ସମୟରେ ବଳ ପ୍ରୟୋଗ ନ କରି କେଉଁ ଉପାୟରେ ପରିଷଦର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯିବ, ସେହି ସଂକ୍ରାନ୍ତରେ ନିରାପତ୍ତା ପରିଷଦ ନିଷ୍ପତ୍ତି ନେଇଥାଏ । ମାତ୍ର ଯଦି କୌଣସି ସମୟରେ ନିରାପତ୍ତା ପରିଷଦର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ସମ୍ଭବ ନ ହୁଏ, ତେବେ ପରିଷଦ ଜଳପଥ, ସ୍ଥଳପଥ ବା ଆକାଶପଥରେ ସେନାବାହିନୀଙ୍କୁ ମୁତୟନ କରି ଆନ୍ତର୍ଜାତୀୟ ଶାନ୍ତି ଓ ନିରାପତ୍ତା ରକ୍ଷା କରିପାରେ ।
  • ଆବଶ୍ୟକସ୍ଥଳେ ନିରାପତ୍ତା ପରିଷଦର ଅନୁରୋଧକ୍ରମେ ଜାତିସଂଘର ସଭ୍ୟ ରାଷ୍ଟ୍ରମାନେ ନିରାପତ୍ତା ପରିଷଦକୁ -ସୈନ୍ୟବାହିନୀ ପ୍ରେରଣ, ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗ ଓ ନିଜର ସୀମାରେ ଆନ୍ତର୍ଜାତୀୟ ସେନାବାହିନୀକୁ ପ୍ରବେଶ କରିବାକୁ ସ୍ଵାଧୀନତା ଦେଇଥା’ନ୍ତି ।
    ସ୍ଥାନୀୟ ସମସ୍ୟାଗୁଡ଼ିକର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ନିରାପତ୍ତା ପରିଷଦ ଆଞ୍ଚଳିକ ସ୍ତରରେ ଆଞ୍ଚଳିକ ସଂଗଠନଗୁଡ଼ିକୁ ପ୍ରୋତ୍ସାହିତ କରିଥାଏ ।
  • ଟ୍ରଷ୍ଟିସିପ୍ ଚୁକ୍ତିଗୁଡ଼ିକର ନୀତି ନିୟମକୁ କାର୍ଯ୍ୟକାରୀ କରାଇବା ଓ ସେହି ଚୁକ୍ତିଗୁଡ଼ିକର ସଂଶୋଧନ କରିବା ସଂକ୍ରାନ୍ତରେ ନିରାପତ୍ତା ପରିଷଦ ସମସ୍ତ କ୍ଷମତା ଜାହିର କରିଥାଏ ।
  • ଟ୍ରଷ୍ଟିସିପ୍ ବ୍ୟବସ୍ଥା ପ୍ରଚଳିତ ଥ‌ିବା ଗୁରୁତ୍ଵପୂର୍ଣ୍ଣ ଅଞ୍ଚଳଗୁଡ଼ିକରେ ଶିକ୍ଷାଗତ, ସାଂସ୍କୃତିକ, ସାମାଜିକ, ଆର୍ଥିକ ଓ ରାଜନୈତିକ ସମସ୍ୟାର ସମାଧାନ କରିବା କ୍ଷେତ୍ରରେ ନିରାପତ୍ତା ପରିଷଦ ଟ୍ରଷ୍ଟିସିପ୍ ପରିଷଦକୁ ସାହାଯ୍ୟ ଯୋଗାଇ ଦେଇଥାଏ । କୌଣସି ସମସ୍ୟାକୁ ଗୁରୁତ୍ବ ଦେଇ ଶାନ୍ତିକୁ ବିପନ୍ନ କରିବା ନିରପତ୍ତା ପରିଷଦର ଉଦ୍ଦେଶ୍ୟ ନୁହେଁ ।
  • କୌଣସି ଏକ ନୂତନ ରାଷ୍ଟ୍ରକୁ ଜାତିସଂଘର ସଦସ୍ୟତା ପ୍ରଦାନ ବା ସଦସ୍ୟ ପଦରୁ ବହିଷ୍କାର ପ୍ରସଙ୍ଗରେ ନିରାପତ୍ତା ପରିଷଦର ସୁପାରିସ କ୍ରମେ ସାଧାରଣ ସଭା ଚୂଡ଼ାନ୍ତ ନିଷ୍ପତ୍ତି ନେଇଥାଏ ।
  • ଜାତିସଂଘର ମହାସଚିବ ଓ ଆନ୍ତର୍ଜାତୀୟ ନ୍ୟାୟାଳୟର ବିଚାରପତି ନିଯୁକ୍ତି କ୍ଷେତ୍ରରେ ନିରପତ୍ତା ପରିଷଦ ଓ ସାଧାରଣ ସଭାରେ ସମାନ୍ତରାଳ ଭୋଟଦାନ ହୋଇଥାଏ ।
  • ପ୍ରତିବର୍ଷ ନିରପତ୍ତା ପରିଷଦ ତା’ର ବାର୍ଷିକ ବିବରଣୀ ଓ ଆବଶ୍ୟକ ସ୍ଥଳେ ସ୍ଵତନ୍ତ୍ର ବିବରଣୀକୁ ସାଧାରଣ ସଭାକୁ ପଠାଇଥାଏ ।

ଭିଟୋ କ୍ଷମତା ଯୋଗୁଁ ନିରାପତ୍ତା ପରିଷଦ ତା’ର ପ୍ରାଥମିକ ଦାୟିତ୍ଵ ସମ୍ପାଦନ କରିବାରେ ବିଫଳ ହୋଇଛି । କୌଣସି ଗୋଟିଏ ବୃହତ୍ ଶକ୍ତି ଆନ୍ତର୍ଜାତୀୟ ନିରାପତ୍ତା ବିପନ୍ନ କଲେ, ତା’ ବିରୁଦ୍ଧରେ କୌଣସି ପଦକ୍ଷେପ ନେବା ସମ୍ଭବପର ହେଉ ନାହିଁ । ଏହି କ୍ଷମତା ଯୋଗୁଁ ସ୍ଥାୟୀ ସଭ୍ୟମାନେ ନିଜକୁ ଆଇନଠାରୁ ଉର୍ଦ୍ଧ୍ବରେ ବୋଲି ବିବେଚନା କରୁଛନ୍ତି । ବୃହତ୍ ଶକ୍ତିମାନଙ୍କ ମଧ୍ୟରେ ଏହି ମତବିଭେଦତା ଯୋଗୁଁ ୧୯୫୦ ମସିହା ନଭେମ୍ବର ୩ ତାରିଖ ଦିନ ଜାତିସଂଘ “Uniting for Peace” ପ୍ରସ୍ତାବ ଗୃହୀତ କରିବାଦ୍ଵାରା ଯେତେବେଳେ ବିଶ୍ୱଶାନ୍ତର ସୁରକ୍ଷା କରିବାକୁ ନିରପତ୍ତା ପରିଷଦ ବିଫଳ ହୁଏ, ସେତେବେଳେ ସାଧାରଣ ସଭା ସମସ୍ୟାକୁ ତୁରନ୍ତ ନିଜ ହାତକୁ ନେଇଥାଏ । ଏହା ଫଳରେ ଭିଟୋ କ୍ଷମତାର ଗୁରୁତ୍ୱ କ୍ରମେ ହ୍ରାସ ପାଉଛି । ଅତୀତରେ ନିରାପତ୍ତା ପରିଷଦ ବିଶ୍ୱଶାନ୍ତିର ସୁରକ୍ଷା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲାବେଳେ ସଂପ୍ରତି ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ ମତବିଭେଦତା ଯୋଗୁଁ ନିରାପତ୍ତା ପରିଷଦର ଗୁରୁତ୍ଵ ହ୍ରାସ ପାଇଛି । ଶୀତଳ ଯୁଦ୍ଧର ଅବସାନ ପରେ ଏହି ସମସ୍ୟା ଦୂର ହୋଇଯିବାର ସମ୍ଭାବନା ଅଧିକ ହୋଇଛି ।

CHSE Odisha Class 12 Political Science Chapter 8 Long Answer Questions in Odia Medium

୫। ଆନ୍ତର୍ଜାତୀୟ ବିଚାରାଳୟର ସଂଗଠନ ଓ କାର୍ଯ୍ୟ ପରିସର ଆଲୋଚନା କର ।
Answer:
ମିଳିତ ଜାତିସଂଘ ବିଧୂର ୯୨ ଧାରା ଅନୁଯାୟୀ ଆନ୍ତର୍ଜାତୀୟ ବିଚାରାଳୟ ଜାତିସଂଘର ନ୍ୟାୟିକ ସଂସ୍ଥାଭାବେ କାର୍ଯ୍ୟ କରିଥାଏ । ଜାତିସଂଘର ସମସ୍ତ ସଭ୍ୟ ରାଷ୍ଟ୍ରମାନେ ଏହି ବିଚାରାଳୟରେ ଆବେଦନ କରିବାକୁ ସକ୍ଷମ ଅଟନ୍ତି । ଜାତିସଂଘର ସଭ୍ୟ ନଥାଇ ମଧ୍ୟ କୌଣସି ଏକ ରାଷ୍ଟ୍ର ନିର୍ଦ୍ଦିଷ୍ଟ ସର୍ଭାନୁସାରେ ନ୍ୟାୟାଳୟର ସାହାଯ୍ୟ ନେଇପାରେ । ସଭ୍ୟରାଷ୍ଟ୍ର ଭିନ୍ନ ଅନ୍ୟ କୌଣସି ରାଷ୍ଟ୍ର ଏଥରେ ଭାଗ ନେଇପାରିବ କି ନା, ତାହା ସାଧାରଣ ସଭା ଓ ନିରାପତ୍ତା ପରିଷଦର ଅନୁମୋଦନ ଉପରେ ନିର୍ଭର କରେ । କୌଣସି ରାଷ୍ଟ୍ର ଆନ୍ତର୍ଜାତୀୟ ନ୍ୟାୟାଳୟର ନିଷ୍ପତ୍ତିକୁ ବିନା ଦ୍ବିଧାରେ ଗ୍ରହଣ କରିବ ବୋଲି ଘୋଷଣା କଲାପରେ ସେହି ରାଷ୍ଟ୍ରକୁ ଗୋଟିଏ ପକ୍ଷ ଭାବରେ ଗ୍ରହଣ କରାଯାଇଥାଏ । କୌଣସି ଗୋଟିଏ ପକ୍ଷ ନ୍ୟାୟାଳୟର ନିଷ୍ପତ୍ତିକୁ ଅବଜ୍ଞା କଲେ ଅପରପକ୍ଷଟି ନିରାପତ୍ତା ପରିଷଦରେ ଆବେଦନ କରିଥାଏ ଓ ନିରାପତ୍ତା ପରିଷଦ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ ।

ସଂଗଠନ:
ଆନ୍ତର୍ଜାତୀୟ ନ୍ୟାୟାଳୟ ୧୫ ଜଣ ବିଚାରପତିଙ୍କୁ ନେଇ ଗଠିତ ହୋଇଅଛି । ସ୍ଥାୟୀ ଆର୍‌ବିଟ୍ରେସନ୍ ନ୍ୟାୟାଳୟର ଜାତୀୟ ଗୋଷ୍ଠୀଦ୍ବାରା ମନୋନୀତ ବିଚାରପତିମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ ଜାତିସଂଘର ସାଧାରଣ ସଭା ଓ ନିରାପତ୍ତା ପରିଷଦ ନିର୍ବାଚିତ କରିଥାଏ । ପ୍ରତି ରାଷ୍ଟ୍ରର ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ହେବାପାଇଁ ଯୋଗ୍ୟ ବ୍ୟକ୍ତିଙ୍କୁ ଆନ୍ତର୍ଜାତୀୟ ନ୍ୟାୟାଳୟର ନ୍ୟାୟାଧୀଶ ପଦବୀ ପାଇଁ ଉପଯୁକ୍ତ ବୋଲି ବିବେଚନା କରାଯାଏ । କୌଣସି ଗୋଟିଏ ରାଷ୍ଟ୍ରରୁ ୨ଜଣ ବିଚାରପତିଙ୍କୁ ନିର୍ବାଚିତ କରାଯାଇନଥାଏ । ବିଚାରପତିଙ୍କ କାର୍ଯ୍ୟକାଳ ୯ ବର୍ଷ । ବିଚାରପତିମାନେ କୌଣସି ରାଜନୈତିକ ବା ପ୍ରଶାସନିକ କାର୍ଯ୍ୟରେ ଲିପ୍ତ ହୋଇନଥା’ନ୍ତି । କୌଣସି ବିଚାରପତିଙ୍କ କାର୍ଯ୍ୟକାଳ ପୂରିଗଲେ ତାଙ୍କୁ ପୁନଃନିର୍ବାଚିତ କରାଯାଇପାରେ । ବିଚାରପତିମାନେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଅଧ୍ଯକ୍ଷ ଓ ଅନ୍ୟଜଣଙ୍କୁ ଉପାଧ୍ୟକ୍ଷ ରୂପେ ନିର୍ବାଚିତ କରିଥା’ନ୍ତି ।

କ୍ଷମତା ଓ କାର୍ଯ୍ୟ ପରିସର:
ଜାତିସଂଘର ବିଷ୍ଣୁ ସମ୍ମାନ ଦେଉଥ‌ିବା ପ୍ରତ୍ୟେକ ରାଷ୍ଟ୍ର ନିଜ ମଧ୍ୟରେ ସୃଷ୍ଟି ହେଉଥ‌ିବା ମତଭେଦର ସମାଧାନ ପାଇଁ ଆନ୍ତର୍ଜାତୀୟ ନ୍ୟାୟାଳୟର ସାହାଯ୍ୟ ଲୋଡ଼ିପାରେ । ଆନ୍ତର୍ଜାତୀୟ ନ୍ୟାୟାଳୟର ନିଷ୍ପତ୍ତିକୁ ମାନିନେବେ ବୋଲି ରାଷ୍ଟ୍ରମାନେ ଅଦାଲତର ନିବନ୍ଧକଙ୍କ ପାଖରେ ଲିଖ୍ ଘୋଷଣାପତ୍ର ଦାଖଲ କଲାପରେ ସେହି ରାଷ୍ଟ୍ରମାନଙ୍କର ମାମଲାର ବିଚାର କରାଯାଇଥାଏ । ତେଣୁ ରାଷ୍ଟ୍ରମାନଙ୍କର ସମ୍ମତିକୁ ଆଧାରକରି ଆନ୍ତର୍ଜାତୀୟ ନ୍ୟାୟାଳୟ କାର୍ଯ୍ୟ କରିଥାଏ । ଏହାର କ୍ଷମତା ପରିସରକୁ ନିମ୍ନମତେ ବିଭାଜନ କରି ଆଲୋଚନା କରାଯାଇପାରେ ।

(୧) ଇଚ୍ଛାଧୀନ କ୍ଷେତ୍ରାଧୁକାର:
ଆନ୍ତର୍ଜାତୀୟ ନ୍ୟାୟାଳୟ ବିଧାନର ଧାରା ୩୬ ଅନୁଯାୟୀ ଇଚ୍ଛାଧୀନ କ୍ଷେତ୍ରାଧିକାର କାର୍ଯ୍ୟକାରୀ କରାଯାଇଥାଏ । ମତଭେଦ ଦୂର କରିବାକୁ ଉଭୟ ପକ୍ଷର ସମ୍ମତିକ୍ରମେ ଆନ୍ତର୍ଜାତୀୟ ନ୍ୟାୟାଳୟରେ ଆବେଦନ କରାଯାଇଥାଏ । ଉଭୟ ପକ୍ଷ ପୃଥକ୍ ପୃଥକ୍ ଭାବେ ନ୍ୟାୟାଳୟକୁ ସେମାନଙ୍କର ସମ୍ମତି ଦେଇପାରନ୍ତି ଅଥବା ଗୋଟିଏ ପକ୍ଷ ଉଭୟପକ୍ଷ ତରଫର ସମ୍ମତି ଜଣାଇ ଦେଇପାରନ୍ତି ।

(୨) ବାଧ୍ୟତାମୂଳକ କ୍ଷେତ୍ରାଧୁକାର:
ଆନ୍ତର୍ଜାତୀୟ ନ୍ୟାୟାଳୟ ବିଧାନର ଧାରା ୩୬ର ଦ୍ଵିତୀୟ ପାରା ଅନୁଯାୟୀ ଆନ୍ତର୍ଜାତୀୟ ନ୍ୟାୟାଳୟ ନିମ୍ନଲିଖୂ ବୈଧାନିକ ସମସ୍ୟା ଉପରେ ବାଧ୍ୟତାମୂଳକ କ୍ଷେତ୍ରାଧୁକାର ଜାହିର କରିଥାଏ ।

  • କୌଣସି ଚୁକ୍ତିର ବ୍ୟାଖ୍ୟା କ୍ଷେତ୍ରରେ;
  • ଆନ୍ତର୍ଜାତୀୟ ଆଇନ ସମ୍ପର୍କୀୟ ସମସ୍ତ ପ୍ରଶ୍ନ;
  • ଯେଉଁ ଘଟଣା ସତ୍ୟ ପ୍ରମାଣିତ ହେଲେ ଆନ୍ତର୍ଜାତୀୟ ଚୁକ୍ତିର ଅବମାନନା ହେବା ସଂପର୍କୀୟ ସମସ୍ତ ମାମଲା;
  • ଆନ୍ତର୍ଜାତୀୟ ଚୁକ୍ତି ବା ସର୍ଭର ଅବଜ୍ଞା କ୍ଷେତ୍ରରେ କ୍ଷତିପୂରଣର ପରିମାଣ ଓ ପ୍ରକୃତି ନିରୂପଣଜନିତ ସମସ୍ୟା ଇତ୍ୟାଦି ।

ଯେତେବେଳେ ଉଭୟ ପକ୍ଷଭୁକ୍ତ ରାଷ୍ଟ୍ର ଆନ୍ତର୍ଜାତୀୟ ନ୍ୟାୟାଳୟରେ ନିଷ୍ପତ୍ତି ପାଇଁ ସମ୍ମତି ପ୍ରଦାନ କରନ୍ତି ସେତେବେଳେ ଆନ୍ତର୍ଜାତୀୟ ନ୍ୟାୟାଳୟର ବାଧ୍ୟତାମୂଳକ କ୍ଷେତ୍ରାଧ୍ୟାର କାର୍ଯ୍ୟକାରୀ ହୋଇଥାଏ । ଏହି ସମ୍ମତି ସର୍ତ୍ତବିହୀନ ହୋଇପାରେ ବା ସର୍ତ୍ତମୂଳକ ମଧ୍ୟ ହୋଇପାରେ କିମ୍ବା ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସୀମାବଦ୍ଧ ହୋଇପାରେ । ଏହି ବାଧ୍ୟତାମୂଳକ କ୍ଷେତ୍ରାଧ୍ୟାର ନିମ୍ନଲିଖତ କ୍ଷେତ୍ରରେ କାର୍ଯ୍ୟକାରୀ ହୋଇନଥାଏ ।

  • କୌଣସି ସମସ୍ୟାର ସମାଧାନ ପାଇଁ ପକ୍ଷଭୁକ୍ତ ରାଷ୍ଟ୍ରମାନେ ଅନ୍ୟ କୌଣସି ଟ୍ରିବୁନାଲ୍‌କୁ ଦାୟିତ୍ୱ ଅର୍ପଣ କଲେ ବା କରିବାର ସମ୍ଭାବନା ଥିଲେ;
  • ଯେଉଁ ମାମଲାସବୁ କୌଣସି ରାଷ୍ଟ୍ରର ଘରୋଇ ବ୍ୟାପାର ସହିତ ସଂପୃକ୍ତ;
  • କୌଣସି ବହୁପାକ୍ଷିକ ଚୁକ୍ତିରୁ ସୃଷ୍ଟି ହୋଇଥିବା ସମସ୍ୟା

(୩) ପରାମର୍ଶଗତ କ୍ଷେତ୍ରାଧୁକାର:
ସାଧାରଣ ସଭା ଓ ନିରାପତ୍ତା ପରିଷଦର ଅନୁରୋଧକ୍ରମେ ଆନ୍ତର୍ଜାତୀୟ ନ୍ୟାୟାଳୟ ପରାମର୍ଶଗତ କ୍ଷେତ୍ରାଧୁକାର କାର୍ଯ୍ୟକାରୀ କରିଥାଏ । ଜାତିସଂଘର ଅନ୍ୟ ସଂଗଠନସବୁ ସାଧାରଣ ସଭାର ସମ୍ମତିକ୍ରମେ ନ୍ୟାୟାଳୟକୁ ପରାମର୍ଶ ମାଗିପାରନ୍ତି । କୌଣସି ଏକ ବୈଧାନିକ ସମସ୍ୟା ଉପରେ ଜାତିସଂଘର ସ୍ଵତନ୍ତ୍ର ସଂଗଠନ ସବୁ ନ୍ୟାୟାଳୟର ପରାମର୍ଶ ଲୋଡ଼ିପାରନ୍ତି । ଏ ସମ୍ପର୍କରେ କୌଣସି ସଂଗଠନ ନିର୍ଦ୍ଦିଷ୍ଟ ଭାବେ ଲିଖୁତ ଅନୁରୋଧ ପ୍ରକାଶ କଲେ ଆନ୍ତର୍ଜାତୀୟ ନ୍ୟାୟାଳୟ ପରାମର୍ଶ ଦେଇଥାଏ । ରାଷ୍ଟ୍ରମାନେ ଏହି ପରାମର୍ଶକୁ ମାନିନେବାକୁ ବାଧ୍ୟ ନୁହନ୍ତି । ଜନମତ ସୃଷ୍ଟି କରିବା କ୍ଷେତ୍ରରେ ନ୍ୟାୟାଳୟର ପରାମର୍ଶଗତ କ୍ଷେତ୍ରାଧିକାର ବିଶେଷ ମୂଲ୍ୟବାନ୍ ପ୍ରମାଣିତ ହୋଇଛି । ଏହି କ୍ଷମତା ପରିସର ବୃଦ୍ଧି ପାଇଲେ ଆନ୍ତର୍ଜାତୀୟ ଆଇନର ବିକାଶ ଦିଗରେ ତାହା ବିଶେଷ ସହାୟକ ହୋଇପାରିବ ।

ନ୍ୟାୟାଳୟରେ ପ୍ରୟୋଗ କରାଯାଉଥ‌ିବା ଆଇନ:
ଆନ୍ତର୍ଜାତୀୟ ନ୍ୟାୟାଳୟ ବିଧାନର ୩୮ ଧାରା ଅନୁସାରେ ଆନ୍ତର୍ଜାତୀୟ ଆଇନ ଅନୁଯାୟୀ ଏହା କୌଣସି ମାମଲାର ନ୍ୟାୟ ବିଚାର କରିଥାଏ । ଆନ୍ତର୍ଜାତୀୟ ନ୍ୟାୟାଳୟ ନିମ୍ନଲିଖ ଆଇନଗୁଡ଼ିକୁ ପ୍ରୟୋଗ କରି ନ୍ୟାୟ ବିଚାର କରିଥାଏ ।

  • ଉଭୟ ପକ୍ଷଦ୍ବାରା ସ୍ବୀକୃତିପ୍ରାପ୍ତ ଆଇନ ବା ନୀତି ଓ ନିର୍ଦ୍ଦିଷ୍ଟ ଆନ୍ତର୍ଜାତୀୟ କନ୍‌ଭେନସନ୍;
  • ଆନ୍ତର୍ଜାତୀୟ ଆଇନ ରୂପେ ଗୃହୀତ ଆନ୍ତର୍ଜାତୀୟ ପ୍ରଥା;
  • ସଭ୍ୟରାଷ୍ଟ୍ରଗୁଡ଼ିକଦ୍ଵାରା ସ୍ବୀକୃତ ସାଧାରଣ ନୀତି ନିୟମ ;
  • ନ୍ୟାୟାଳୟର ନିଷ୍ପଭି;
  • ବିଶିଷ୍ଟ ବୁଦ୍ଧିଜୀବୀ ଏବଂ ପ୍ରକାଶକଙ୍କର ନୀତିଶିକ୍ଷା ।

ପ୍ରତ୍ୟେକ ପକ୍ଷ ଆନ୍ତର୍ଜାତୀୟ ନ୍ୟାୟାଳୟର ନିଷ୍ପଭି ମାନିନେବାକୁ ସ୍ବୀକୃତି ପ୍ରଦାନ କରିଥା’ନ୍ତି । କୌଣସି ଗୋଟିଏ ପକ୍ଷ ନିଷ୍ପଭିକୁ ନ ମାନିଲେ ଅପର ପକ୍ଷଟି ୪୯ ଧାରା ଅନୁସାରେ ନିରାପତ୍ତା ପରିଷଦର ଦୃଷ୍ଟି ଆକର୍ଷଣ କରିଥାଏ ।

CHSE Odisha Class 12 Political Science Chapter 8 Long Answer Questions in Odia Medium

୬ | ମିଳିତ ଜାତିସଂଘର ଆର୍ଥିକ ଓ ସାମାଜିକ ପରିଷଦର ଗଠନ ଓ କାର୍ଯ୍ୟବାଳୀ ଆଲୋଚନା କର ।
Answer:
ବିଶ୍ୱଶାନ୍ତି ଓ ନିରାପତ୍ତା ରକ୍ଷାର ମୌଳିକ ଦାୟିତ୍ଵ ଜାତିସଂଘ ବହନ କରିଛି । ଆନ୍ତର୍ଜାତୀୟ କ୍ଷେତ୍ରରେ ଅର୍ଥନୈତିକ ଓ ସାମାଜିକ ଦାୟିତ୍ଵ ପରିପୂରଣ କରିବାପାଇଁ ଜାତିସଂଘର ଏକ ନିର୍ଦିଷ୍ଟ ଭୂମିକା ରହିଛି । ମିଳିତ ଜାତିସଂଘ ପ୍ରତିଷ୍ଠା ହେବା ପୂର୍ବରୁ ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ ସାମାଜିକ ଓ ଅର୍ଥନୈତିକ ବିଷୟର ଉନ୍ନତି ପାଇଁ କୌଣସି ଆନ୍ତର୍ଜାତୀୟ ସଂଗଠନ ନଥିଲା । ବିଶ୍ଵରେ ସ୍ଥିରତା ଓ ନ୍ୟାୟ ପ୍ରତିଷ୍ଠା ପାଇଁ ସାଧାରଣ ସଭାର ଅନୁମୋଦନ କ୍ରମେ ଅର୍ଥନୈତିକ ଓ ସାମାଜିକ ପରିଷଦ ଗଠନ ରହିପାରନ୍ତି ।

ସଂଗଠନ:
ଅର୍ଥନୈତିକ ଓ ସାମାଜିକ ପରିଷଦ ସାଧାରଣ ସଭାଦ୍ଵାରା ନିର୍ବାଚିତ ୫୪ ଜଣ ସଭ୍ୟଙ୍କୁ ନେଇ ଗଠିତ ହୋଇଥାଏ । ଏହି ପରିଷଦର ସଭ୍ୟମାନଙ୍କର କାର୍ଯ୍ୟକାଳ ୩ ବର୍ଷ । ଜଣେ ସଭ୍ୟ ଅବସର ଗ୍ରହଣ କଲାପରେ ପୁନଃ ନିର୍ବାଚିତ ହୋଇପାରନ୍ତି । ପ୍ରତିବର୍ଷ ପରିଷଦର ଏକ-ତୃତୀୟାଂଶ ସଭ୍ୟ ଅବସର ଗ୍ରହଣ କରନ୍ତି ଓ ସେହି ପଦବୀ ପାଇଁ ସଙ୍ଗେ ସଙ୍ଗେ ନିର୍ବାଚନ ଅନୁଷ୍ଠିତ ହୋଇଥାଏ । ଏହି ପରିଷଦର ପ୍ରତି ସଭ୍ୟଙ୍କର ଜଣେ ଜଣେ ପ୍ରତିନିଧୂ ରହିପାରନ୍ତି । ଏହି ପରିଷଦର ପ୍ରତି ସଭ୍ୟ ଗୋଟିଏ ଭୋଟଦାନର କ୍ଷମତା ଉପଭୋଗ କରନ୍ତି । ଉପସ୍ଥିତ ଥ‌ିବା ଅର୍ଦ୍ଧାଧିକ ସଭ୍ୟମାନଙ୍କ ସମର୍ଥନ କ୍ରମେ ନିଷ୍ପଭି ଗ୍ରହଣ କରାଯାଇଥାଏ । ପରିଷଦର ଅଧ୍ଶନ ବର୍ଷକୁ ୨ ଥର ଏକମାସ ପାଇଁ ବସିଥାଏ ।

କାଯ୍ୟାବଳୀ:

  • ଜାତିସଂଘ ବିଧାନର ୬୨ ଧାରା ଅନୁଯାୟୀ ଅର୍ଥନୈତିକ ଓ ସାମାଜିକ ପରିଷଦ ଆନ୍ତର୍ଜାତୀୟ ଆର୍ଥିକ, ସାମାଜିକ, ସାଂସ୍କୃତିକ, ଶିକ୍ଷା ଓ ସ୍ୱାସ୍ଥ୍ୟ ବିଷୟରେ ବିବରଣୀ ପ୍ରସ୍ତୁତ କରି ବିଭିନ୍ନ ପ୍ରକାର ଅଧ୍ୟୟନ କରିଥାଏ । କେତେକ କ୍ଷେତ୍ରରେ ମହାସଚିବଙ୍କ ଅନୁରୋଧ କ୍ରମେ ପରିଷଦ ବିକାଶଶୀଳ ଓ ଅନୁନ୍ନତ ରାଷ୍ଟ୍ରମାନଙ୍କର ଅର୍ଥକ ଅଗ୍ରଗତି ବିଷୟରେ ଗବେଷଣା କରି ବିବରଣୀ ଦେଇଥାଏ । ଏହାଛଡ଼ା ଶରଣାର୍ଥୀମାନଙ୍କର ସମସ୍ୟା, ବାସଗୃହ ସମସ୍ୟା, ନାରୀମାନଙ୍କର ସ୍ଥିତି ଉପରେ ଅଧ୍ୟୟନ କରି ବିବରଣୀ ପ୍ରକାଶ କରିବା ଏହି ପରିଷଦର ଦାୟିତ୍ଵ । ଏହି ପରିଷଦ ବାର୍ଷିକ ପରିସଂଖ୍ୟାନ ରିପୋର୍ଟ ପ୍ରକାଶ କରିଥାଏ ।
  • ଅନୁନ୍ନତ ରାଷ୍ଟ୍ରର ଆର୍ଥିକ ପ୍ରଗତି ପାଇଁ ବିଭିନ୍ନ ପଦକ୍ଷେପ ନେବାପାଇଁ ଏହା କେତେକ ସୁପାରିସ ଦେଇଥାଏ । ଏହି ସୁପାରିସ ଜାତିସଂଘର ସ୍ବତନ୍ତ୍ର ସଂସ୍ଥାଗୁଡ଼ିକ ପାଇଁ ମଧ୍ୟ ଉଦ୍ଦିଷ୍ଟ !
  • ଏହି ପରିଷଦ ନିରାପତ୍ତା ପରିଷଦ ଓ ସାଧାରଣ ସଭାକୁ ଏବଂ ଜାତିସଂଘର ସାଧାରଣ ସଭାର ଅନୁମୋଦନ କ୍ରମେ ବିଭିନ୍ନ ସ୍ବତନ୍ତ୍ର ସଂସ୍ଥା ଓ ସଭ୍ୟରାଷ୍ଟ୍ରମାନଙ୍କୁ ସାହାଯ୍ୟ ପ୍ରଦାନ କରିଥାଏ ।
  • ଏହି ପରିଷଦ ଜାତିସଂଘର ସ୍ବତନ୍ତ୍ର ସଂସ୍ଥାର ବିଭିନ୍ନ ସଂସ୍ଥା ଯଥା ଆନ୍ତର୍ଜାତୀୟ ଶ୍ରମ ସଂସ୍ଥା, ଖାଦ୍ୟ ଓ କୃଷି ସଂଗଠନ, ବିଶ୍ବବ୍ୟାଙ୍କ, ବିଶ୍ୱସ୍ଵାସ୍ଥ୍ୟ ସଂଗଠନ, ବିଶ୍ବ ପାଣିପାଗ ସଂସ୍ଥା ଇତ୍ୟାଦି ମଧ୍ୟରେ ସମନ୍ଵୟ ରକ୍ଷା କରିଥାଏ ।
  • ଏହି ପରିଷଦ ମାନବିକ ଅଧିକାର ଓ ସ୍ୱାଧୀନତାର ସୁରକ୍ଷା କରିବା କାର୍ଯ୍ୟ ସଂପାଦନ କରିଥାଏ ।
  • ସାଧାରଣ ସଭାରେ ଉପସ୍ଥାପନ ପାଇଁ ଏହି ପରିଷଦ ବିଭିନ୍ନ ବିଷୟରେ ଏକ ଡ୍ରାଫ୍ଟ କନ୍‌ଭେନସନ୍ ପ୍ରସ୍ତୁତ କରିଥାଏ । ଏହି ପରିଷଦ ସ୍ଵତନ୍ତ୍ର ଆନ୍ତର୍ଜାତୀୟ ବା ଆଞ୍ଚଳିକ ସମ୍ମିଳନୀ ଆହ୍ବାନ କରିପାରେ ।
  • ଜାତିସଂଘ ବିଧାନର ୫୭ ଧାରା ଅନୁଯାୟୀ ଏହି ପରିଷଦ ଅନ୍ୟ କୌଣସି ସ୍ଵାଧୀନ ସଂସ୍ଥା ସହିତ ରାଜିନାମା ସ୍ବାକ୍ଷର କରିପାରେ । କିନ୍ତୁ ଏହା ସାଧାରଣ ସଭାଦ୍ଵାରା ଗୃହୀତ ନହେଲେ କାର୍ଯ୍ୟକାରୀ ହୋଇନଥାଏ ।
  • ନିରାପତ୍ତା ପରିଷଦ ଓ ସାଧାରଣ ସଭା ରାଜନୈତିକ ସମସ୍ୟା ପ୍ରତି ଦୃଷ୍ଟି ଦେଲାବେଳେ ଆର୍ଥିକ ଓ ସାମାଜିକ ପରିଷଦ ଆର୍ଥିକ ବିକାଶ ପ୍ରତି ଧ୍ୟାନ ଦେଇଥାଏ ।

CHSE Odisha Class 12 Political Science Chapter 8 Long Answer Questions in Odia Medium

୭ | ସଂଯୁକ୍ତ ରାଷ୍ଟ୍ରସଂଘଦ୍ବାରା ବିଭିନ୍ନ ଆନ୍ତର୍ଜାତିକ ସମସ୍ୟାର ସମାଧାନ ବିଷୟରେ ସଂକ୍ଷେପରେ ବର୍ଣ୍ଣନା କର ।
Answer:

  • ସଂଯୁକ୍ତ ରାଷ୍ଟ୍ରସଂଘର ମୁଖ୍ୟ କାର୍ଯ୍ୟ ହେଉଛି ପୃଥ‌ିବୀରେ ଶାନ୍ତି ବଜାୟ ରଖୁ ଏବଂ ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କର ନିରାପତ୍ତାକୁ ସୁଦୃଢ଼ କରିବା ।
  • ୧୯୮୮ ମସିହାରେ ପୃଥ‌ିବୀରେ ଶାନ୍ତିରକ୍ଷା ଦିଗରେ ରାଷ୍ଟ୍ରସଂଘ ନିଜର ସଫଳତା ପାଇଁ ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନିତ ହୋଇଛି । ମାନବାଧିକାରର ସୁରକ୍ଷା ଦିଗରେ, ନାରୀ ଓ ପୁରୁଷ ସମସ୍ତଙ୍କୁ ସମାନ ମାନବାଧିକାର ଯୋଗାଇ ଦେବାରେ ସଂଯୁକ୍ତ ରାଷ୍ଟ୍ରସଂଘର ଭୂମିକା ପ୍ରଶଂସନୀୟ ।
  • ସଂଯୁକ୍ତ ରାଷ୍ଟ୍ରସଂଘ ବିଭିନ୍ନ ବିବାଦୀୟ ସ୍ଥାନକୁ ଶାନ୍ତରକ୍ଷା ଉଦ୍ଦେଶ୍ୟରେ ସେନାବାହିନୀ ପ୍ରେରଣ କରି ସେଠାରେ ଶାନ୍ତି ପ୍ରତିଷ୍ଠା ଦିଗରେ ବହୁ ସଫଳତା ପାଇଛି ।
  • ବହୁ ଆନ୍ତର୍ଜାତିକ ସମସ୍ୟା, ଯଥା – ଦକ୍ଷିଣ ଆଫ୍ରିକାର ବର୍ଣ୍ଣବୈଷମ୍ୟ ନୀତି, ପାଲେଷ୍ଟାଇନ୍ ସମସ୍ୟା, କୋରିଆ ସମସ୍ୟା, ଇରାକ୍-ଇରାନ୍ ଯୁଦ୍ଧ, ଆଫଗାନିସ୍ଥାନ ସମସ୍ୟା, ଭିଏତ୍‌ନାମ ଯୁଦ୍ଧ ସମସ୍ୟା, ନାୟିୟାର ସ୍ଵାଧୀନତା ପ୍ରାପ୍ତି, କାଶ୍ମୀର ସମସ୍ୟା ଇତ୍ୟାଦି ବହୁ ବିବାଦୀୟ କ୍ଷେତ୍ରରେ ସଂଯୁକ୍ତ ରାଷ୍ଟ୍ରସଂଘର ଶାନ୍ତି ପ୍ରତିଷ୍ଠା ପାଇଁ ସଫଳ ପ୍ରଚେଷ୍ଟା ଓ ଭୂମିକା ବିଶେଷ ଭାବରେ ପ୍ରଶଂସନୀୟ ।
  • ବିଶ୍ବର ନିରସ୍ତ୍ରୀକରଣ ପ୍ରକ୍ରିୟାକୁ ସଫଳ କରିବାପାଇଁ ସଂଯୁକ୍ତ ରାଷ୍ଟ୍ରସଂଘ ତରଫରୁ ‘ନିରସ୍ତ୍ରୀକରଣ କମିଶନ’ ଗଠନ କରାଯାଇଛି । ପରମାଣୁ ଶକ୍ତିର ଶାନ୍ତିପୂର୍ଣ୍ଣ ବିନିଯୋଗ ପାଇଁ ସଂଯୁକ୍ତ ରାଷ୍ଟ୍ରସଂଘର ଉଦ୍ୟମ ସର୍ବଦା ପ୍ରଶଂସନୀୟ ।

୮। ବିଶ୍ୱ ବ୍ୟାଙ୍କ (World Bank)ର ଗଠନ ଓ କାର୍ଯ୍ୟାବଳୀ ଆଲୋଚନା କର ।
Answer:
ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ ଆର୍ଥିକ ଓ ବୈଷୟିକ ସହାୟତା ଯୋଗାଇ ଦେବାପାଇଁ ବିଶ୍ବବ୍ୟାଙ୍କ୍ ମିଳିତ ଜାତିସଂଘର ଏକ ସହଯୋଗୀ ସଂସ୍ଥା ଭାବେ ୧୯୪୪ ମସିହାରେ ପ୍ରତିଷ୍ଠା ହୋଇଥିଲା । ପୃଥ‌ିବୀରୁ ଦାରିଦ୍ର୍ୟ ଦୂର କରିବା ଏହାର ଲକ୍ଷ୍ୟ । ଏଥ‌ିପାଇଁ ଏହା ବୈଦେଶିକ ପୁଞ୍ଜିନିବେଶ ଓ ଆନ୍ତର୍ଜାତିକ ବାଣିଜ୍ୟ ବ୍ୟବସାୟ ସହିତ ଭିଭିଭୂମି ଉନ୍ନତିରେ ପୁଞ୍ଜିନିବେଶ ପାଇଁ କାର୍ଯ୍ୟ କରୁଛି । ଏହା ଦୁଇଟି ଅନୁଷ୍ଠାନର ସମାହାର ଓ ସେହି ଦୁଇଟି ହେଲା International Bank for Reconstruction and Development (IBRD) & International Development Association (IDA) | ମିଳିତ ଜାତିସଂଘଦ୍ୱାରା ପ୍ରତିଷ୍ଠିତ World Bank Groupର ଅଂଶବିଶେଷ । World Bank Groupର ଉପରୋକ୍ତ ଦୁଇଟି ଅନୁଷ୍ଠାନ ବ୍ୟତୀତ ଅନ୍ୟ ତିନୋଟି ଅନୁଷ୍ଠାନ ରହିଛି । ସେଗୁଡ଼ିକ ହେଲା International Finance Co-operation, Multilateral Investment Guarantee Age & International Centre for Settlement of Investment Disputes ।

ବିଶ୍ଵବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ ଯୁକ୍ତରାଷ୍ଟ୍ର ଆମେରିକାର ୱାଶିଂଟନ୍‌ ଡି.ସି.ଠାରେ ଅବସ୍ଥିତ । ବିଶ୍ବବ୍ୟାଙ୍କର ସଭାପତି ସାଧାରଣତଃ ଜଣେ ଆମେରିକୀୟ ହୋଇଥା’ନ୍ତି ବା ଆମେରିକା ସରକାରଙ୍କ ସମର୍ଥିତ ବ୍ୟକ୍ତି ଏହି ଆସନ ଅଳଂକୃତ କରିଥା’ନ୍ତି । ବ୍ରିଟେନ୍ ଓ ଆମେରିକା ଏହି ସଙ୍ଗଠନର ପ୍ରତିଷ୍ଠାତା ସଦସ୍ୟ ହୋଇଥିବାରୁ ଏହି ଦୁଇଟି ରାଷ୍ଟ୍ରର ପ୍ରଭାବ ବିଶ୍ବବ୍ୟାଙ୍କ୍ ଉପରେ ଅନୁଭୂତ ହୁଏ । ବର୍ତ୍ତମାନ Jim Yong Kim ଏହି ସଙ୍ଗଠନର ସଭାପତି ରୂପେ ଆସୀନ । ଫ୍ରାନ୍ସ ପ୍ରଥମ ଦେଶ ଭାବେ ବିଶ୍ଵ ବ୍ୟାଙ୍କଠାରୁ ଋଣ ପାଇଥିଲା । ବର୍ତ୍ତମାନ IBRDର ସଦସ୍ୟ ରାଷ୍ଟ୍ରସଂଖ୍ୟା ୧୮୯ ହୋଇଥିବାବେଳେ IDAର ସଦସ୍ୟ ରାଷ୍ଟ୍ର ସଂଖ୍ୟା ୧୭୩ ଅଟେ ।

ବିଶ୍ୱ ବ୍ୟାଙ୍କ୍ ଗୋଷ୍ଠୀର ସମସ୍ତ ଅନୁଷ୍ଠାନର ଶାସନ ନୀତି ସଂରଚନା ଭିନ୍ନ ପ୍ରକାର ଅଟେ । ପ୍ରତ୍ୟେକ ଅନୁଷ୍ଠାନର ମାଲିକାନା ସ୍ଵତ୍ଵ ସେହି ଅନୁଷ୍ଠାନର ସଦସ୍ୟ ରାଷ୍ଟ୍ର ଓ ସରକାରଙ୍କ ଉପରେ ନ୍ୟସ୍ତ । ସଦସ୍ୟ ରାଷ୍ଟ୍ରମାନେ ନିଜର ଅଂଶ ମୁତାବକ ପୁଞ୍ଜି ଯୋଗାଇବା ସହ ନିଜର କ୍ଷମତା ଅନୁପାତରେ ଅନୁଷ୍ଠାନର ପରିଚାଳନା କ୍ଷେତ୍ରରେ ଭୋଟାଧ୍ୟାକାର ପାଇଥା’ନ୍ତି । ବିଶ୍ଵବ୍ୟାଙ୍କର ସଭାପତି ଆମେରିକୀୟ ରାଷ୍ଟ୍ରପତିଙ୍କ ମନୋନୀତ ବ୍ୟକ୍ତି ହେଲେ ମଧ୍ୟ ବ୍ୟାଙ୍କର Board of Governorଙ୍କ ଦ୍ବାରା ତାଙ୍କ ନିର୍ବାଚନ ବୈଧ ସାବ୍ୟସ୍ତ ହୁଏ । ସେ ବସ୍ତୁତଃ World Bank Groupର ସଭାପତିଭାବେ କାର୍ଯ୍ୟ କରନ୍ତି । ତାଙ୍କ ଛଡ଼ା ୨୪ ଜଣ ଉପ-ସଭାପତି ବିଭିନ୍ନ ଅଞ୍ଚଳ ଦାୟିତ୍ବରେ ରହି କାର୍ଯ୍ୟନିର୍ବାହ କରନ୍ତି । ପ୍ରତ୍ୟେକ ସଦସ୍ୟ ରାଷ୍ଟ୍ର ଜଣେ ନିଯୁକ୍ତି ଦିଅନ୍ତି ।

ସାଧାରଣତଃ ସଦସ୍ୟରାଷ୍ଟ୍ରର ଅର୍ଥମନ୍ତ୍ରୀ ଗଭର୍ଣ୍ଣର ରୂପେ ନିଯୁକ୍ତି ପାଆନ୍ତି । ଦୈନନ୍ଦିନ କାର୍ଯ୍ୟ World Bank Group & An Ugla 98 & Board of Executive Directors Executive Director ମାନଙ୍କୁ ଗଭର୍ଣ୍ଣର କିଛି ପରିମାଣରେ ପରିଚାଳନାଗତ କ୍ଷମତା ହସ୍ତାନ୍ତର କରିଥା’ନ୍ତି । ଜଣେ Executive Director ଗୋଟିଏ ରାଷ୍ଟ୍ର ବା ଏକ ରାଷ୍ଟ୍ର ଗୋଷ୍ଠୀକୁ ପ୍ରତିନିଧୂ କରନ୍ତି । ସେମାନେ ନିଜ ଦେଶର ସରକାରଙ୍କଦ୍ୱାରା ନିଯୁକ୍ତି ପାଇଥା’ନ୍ତି । World Bankର ଅନୁଷ୍ଠାନଗୁଡ଼ିକ ନିଜ ଅନୁଯାୟୀ ଶାସିତ ହୁଅନ୍ତି । ଏହି ଅନୁଷ୍ଠାନଗୁଡ଼ିକ ସମସ୍ତ କାର୍ଯ୍ୟ ପାଇଁ ଆଇନଗତ ଓ ଆନୁଷ୍ଠାନିକ ମୂଳଦୁଆ ଭାବେ ସ୍ବୀକୃତ ! ୧୯୪୭ ମସିହା ପରେ ବିଶ୍ବବ୍ୟାଙ୍କ ଅଣଇଉରୋପୀୟ ରାଷ୍ଟ୍ରଗୁଡ଼ିକୁ ଋଣ ଦେବାପାଇଁ ମନସ୍ଥ କଲା ।

୧୯୬୮ ମସିହା ଯାଏ ଏହା ସାମୁଦ୍ରିକ ବନ୍ଦର, ରାଜପଥ ନିର୍ମାଣ ଓ ଶକ୍ତି ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା ପାଇଁ ଋଣ ଯୋଗାଉଥିଲା । ଋଣ ନେଇଥିବା ରାଷ୍ଟ୍ରଗୁଡ଼ିକ କିପରି ଏହାର ବିନିଯୋଗ କରି ନିଜର ଆର୍ଥିକସ୍ଥିତି ବଦଳାଇ ଋଣ ଶୁଝିବେ ତାହା ଉପରେ ବିଶ୍ଵବ୍ୟାଙ୍କ ଅଧିକ ଗୁରୁତ୍ଵ ଦେଉଥିଲା । ୧୯୭୪ ମସିହାରୁ ୧୯୮୦ ମସିହା ମଧ୍ୟରେ ଉନ୍ନତଶୀଳ ରାଷ୍ଟ୍ରଗୁଡ଼ିକରେ ବସବାସ କରୁଥିବା ଲୋକମାନଙ୍କର ମୌଳିକ ଆବଶ୍ୟକତା ପୂରଣ ପାଇଁ ବିଶ୍ବବ୍ୟାଙ୍କ ଋଣ ଯୋଗାଇଲା । କେବଳ ଭିତ୍ତିଭୂମି ନୁହେଁ, ସାମାଜିକ କ୍ଷେତ୍ର ଓ ଅନ୍ୟ କ୍ଷେତ୍ରରେ ମଧ୍ୟ ଅର୍ଥ ବିନିଯୋଗ ପାଇଁ ବିଶ୍ବବ୍ୟାଙ୍କ୍ ପ୍ରାଧାନ୍ୟ ଦେଲା । ଏସିଆ, ଲାଟିନ୍‌ ଆମେରିକା ଓ ଆଫ୍ରିକା ମହାଦେଶରେ ଗଠନ ସଂକ୍ରାନ୍ତୀୟ ସୁବ୍ୟବସ୍ଥା କାର୍ଯ୍ୟକ୍ରମ ହାତକୁ ନେଇ ବିଶ୍ବବ୍ୟାଙ୍କ୍ ପିଲାମାନଙ୍କ ସ୍ବାସ୍ଥ୍ୟ ରକ୍ଷା, ପୁଷ୍ଟିକର ଖାଦ୍ୟ ବ୍ୟବସ୍ଥା ଓ ଶିକ୍ଷାଗତ ଅଭିବୃଦ୍ଧିକୁ ନିର୍ଦ୍ଦିଷ୍ଟ ଦିଗ ଦେବାରେ ସକ୍ଷମ ହୋଇଛି ।

ବର୍ତ୍ତମାନ ବିଶ୍ଵରେ ପାରିବେଶିକ ସମସ୍ୟାଗୁଡ଼ିକର ନିରାକରଣ ସହ ବିକାଶ ପ୍ରକ୍ରିୟାକୁ ଅବ୍ୟାହତ ରଖିବାକୁ ବିଶ୍ଵବ୍ୟାଙ୍କୁ ସମର୍ଥନ କରିବା ଆରମ୍ଭ କରିଛି । ସାଧାରଣ ସ୍ଵାର୍ଥରକ୍ଷାର ଗୁରୁତ୍ଵକୁ ଦୃଷ୍ଟିଦେଇ ଏବେ ଏହା ସଂକ୍ରାମକ ରୋଗ ଯେପରି ମ୍ୟାଲେରିଆ, ଯକ୍ଷ୍ମା ଆଦିର ନିରାକରଣ ପାଇଁ ପାଣ୍ଠି ଯୋଗାଉଛି । ୧୯୪୭ ମସିହାରୁ ଆଜିଯାଏ ବିଶ୍ବବ୍ୟାଙ୍କ୍ ୧୭୨ଟି ଦେଶରେ ୧୧, ୬୯୦ଟି ପ୍ରକଳ୍ପକୁ ଆର୍ଥିକ ସାହାଯ୍ୟ ଯୋଗାଇ ସାରିଛି । ବିଶ୍ୱବ୍ୟାଙ୍କ୍ ସାଧାରଣତଃ ଦୁଇ ପ୍ରକାର ଋଣ ଯୋଗାଉଛି । ସେଗୁଡ଼ିକ ହେଲା (କ) ଭିତ୍ତିଭୂମି, କୃଷି ଓ ଶିଳ୍ପର ବିକାଶ ସହ ଶିକ୍ଷା ଓ ସାଧାରଣ ସ୍ୱାସ୍ଥ୍ୟରକ୍ଷା କ୍ଷେତ୍ରରେ ଋଣପ୍ରଦାନ ଓ (ଖ) ଆର୍ଥିକ ନୀତିରେ ସଂସ୍କାର ବା ଯାହାକୁ ଅନ୍ୟ ଭାଷାରେ ଗଠନ ସଂକ୍ରାନ୍ତୀୟ ସୁବ୍ୟବସ୍ଥା କୁହାଯାଏ । IBRD ଯୋଗାଉଥ‌ିବା ଋଣର ଦୁଇ ତୃତୀୟାଂଶ କେବଳ ମଧ୍ୟବର୍ଗୀୟ ରୋଜଗାରକ୍ଷମ ରାଷ୍ଟ୍ରଗୁଡ଼ିକୁ ବଜାର ଦରରେ ପ୍ରଦାନ କରେ । IDA ଅଳ୍ପ ସୁଧହାରରେ ନିମ୍ନବର୍ଗୀୟ ରୋଜଗାରକ୍ଷମ ରାଷ୍ଟ୍ରଗୁଡ଼ିକୁ ଋଣଯୋଗାଏ ।

ଏହା ଦୀର୍ଘକାଳୀନ ଭିତ୍ତିରେ ମାତ୍ର ୦.୫ ଶତକଡ଼ା ସୁଧ ହାରରେ ଗରିବ ରାଷ୍ଟ୍ରଗୁଡ଼ିକୁ ଋଣ ଯୋଗାଇ ଆସୁଛି । ୧୯୬୦ ମସିହାରେ ପ୍ରତିଷ୍ଠିତ ଏହି ଆନ୍ତର୍ଜାତିକ ଅନୁଷ୍ଠାନ ସାଧାରଣ ବଜାର ଦରରେ ଋଣପାଇବାର ଅକ୍ଷମ ଥିବା ଉନ୍ନତଶୀଳ ଦେଶଗୁଡ଼ିକୁ ସହଜ ଓ ସରଳ କିସ୍ତିରେ ଓ କମ୍ ସୁଧ ହାରରେ ଋଣ ଯୋଗାଉଛି । ୧୯୪୪ ମସିହାରେ ପ୍ରତିଷ୍ଠିତ IBRD ମୁଖ୍ୟତଃ World Bank ର ପ୍ରଥମ ଅନୁଷ୍ଠାନ ଯାହା ଅନୁନ୍ନତ ରାଷ୍ଟ୍ରଗୁଡ଼ିକର ଦାରିଦ୍ର୍ୟ ହ୍ରାସ, ଆର୍ଥିକ ପ୍ରଗତି ଓ ପ୍ରାଚୁର୍ଯ୍ୟର ସୋପାନ ନିର୍ମାଣ ପାଇଁ କାର୍ଯ୍ୟ କରୁଛି । କେବଳ ଋଣ ନୁହେଁ ବୈଷୟିକ ଜ୍ଞାନ ପ୍ରଦାନ ଓ ପରାମର୍ଶଦାତା ଭୂମିକାରେ ମଧ୍ୟ ଏହା ତୃତୀୟ ବିଶ୍ବର ରାଷ୍ଟ୍ରଗୁଡ଼ିକ ପାଇଁ ସାଥୀ, ସହୋଦର ଓ ସମର୍ଥକ ଭାବେ ଉଭା ହୋଇଛି । ସଦସ୍ୟ ରାଷ୍ଟ୍ରଗୁଡ଼ିକର ଅଂଶଧନ ପୁଞ୍ଜି ଛଡ଼ା ଆନ୍ତର୍ଜାତିକ ବଜାରର ବଣ୍ଡ ବିକ୍ରି କରି ଏହି ଦୁଇଟି ଅନୁଷ୍ଠାନ ଅର୍ଥ ସଂଗ୍ରହ କରନ୍ତି ।

CHSE Odisha Class 12 Political Science Chapter 8 Long Answer Questions in Odia Medium

୯। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (IMF)ର ଗଠନ ଓ କାର୍ଯ୍ୟାବଳୀ ଆଲୋଚନା କର ।
Answer:
୧୯୪୪ ମସିହା ଜୁଲାଇ ମାସରେ ଯୁକ୍ତରାଷ୍ଟ୍ର ଆମେରିକାର Bretton Woods New Hampshire ଠାରେ ମିଳିତ ଜାତିସଂଘ ଆନୁକୂଲ୍ୟରେ ଆୟୋଜିତ ସମ୍ମିଳନୀରେ IMF ଗଠନ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହି ସମ୍ମିଳନୀରେ ଯୁକ୍ତରାଷ୍ଟ୍ର ଆମେରିକା ଓ ବ୍ରିଟେନ୍‌କୁ ମିଶାଇ ୪୪ଟି ଦେଶର ପ୍ରତିନିଧ୍ ଭାଗ ନେଇଥିଲେ । ୧୯୩୦ ମସିହାରେ ପ୍ରସିଦ୍ଧ ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ସାରା ବିଶ୍ଵରେ ପ୍ରତିଯୋଗିତା ସହ ମୁଦ୍ରାର ଅବମୂଲ୍ୟାୟନ କାରଣରୁ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଲା । ଏହାର ପୁନରାବୃତ୍ତି ନ ହେବାପାଇଁ ଏହି ସମ୍ମିଳନୀରେ ଆର୍ଥିକ ସହଯୋଗିତାକୁ ପ୍ରାଧାନ୍ୟ ଦେଇ IMF ନାମରେ ଏକ ଆନ୍ତର୍ଜାତୀୟ ଆର୍ଥିକ ସଙ୍ଗଠନର ପରିକଳ୍ପନା କରାଗଲା । ଶେଷରେ ୧୯୪୫ ମସିହା ଡିସେମ୍ବର ମାସ ୨୭ ତାରିଖରେ IME ନ୍ୟାୟବଦ୍ଧ ଭାବେ ପ୍ରତିଷ୍ଠିତ ହେଲା ।

ବର୍ତ୍ତମାନ ୧୮୯ଟି ଦେଶ ଏହାର ସଦସ୍ୟତା ଗ୍ରହଣ କରିଛନ୍ତି । IBRDର ସଦସ୍ୟଭୁକ୍ତ ରାଷ୍ଟ୍ରଗୁଡ଼ିକ ମଧ୍ୟ IMFର ସଦସ୍ୟ । ଏହି ଦେଶଗୁଡ଼ିକଦ୍ୱାରା ଏହାର ଶାସନନୀତି ନିର୍ଦ୍ଧାରିତ ହୁଏ ଓ ସେମାନଙ୍କ ପାଖରେ ଏହା ଉତ୍ତରଦାୟୀ ଅଟେ । ପୃଥ‌ିବୀରେ ଦେଶ ଓ ଦେଶ ମଧ୍ୟରେ ମୁଦ୍ରାଜନିତ ସହଯୋଗିତା ବୃଦ୍ଧି, ଆର୍ଥିକ ସ୍ଥିରତାକୁ ନିର୍ଦ୍ଧାରିତ କରିବା, ଆନ୍ତର୍ଜାତିକ ବାଣିଜ୍ୟ କାରବାରକୁ ପ୍ରୋତ୍ସାହିତ କରିବା, ନିଯୁକ୍ତି ସୁଯୋଗ ସୃଷ୍ଟି ଓ ଧାରଣକ୍ଷମ ବିକାଶର ପ୍ରବର୍ତ୍ତନ ଓ ସର୍ବୋପରି ପୃଥ‌ିବୀରୁ ଦାରିଦ୍ର୍ୟ ହ୍ରାସ କରିବାର ମୁଖ୍ୟ ଉଦ୍ଦେଶ୍ୟ, ପୃଥିବୀର ଆନ୍ତର୍ଜାତିକ ମୁଦ୍ରା ବ୍ୟବସ୍ଥାରେ (ବିନିମୟ ଦର) ଓ ଆନ୍ତର୍ଜାତିକ ଦେୟ କ୍ଷେତ୍ରରେ ଅର୍ଥ ଦେଣନେଣ ସୁବିଧାଜନକ ହୋଇପାରିଛି । ୨୦୧୨ ମସିହାରେ IMFର ନୀତିରେ ପରିବର୍ତ୍ତନ ଅଣାଯାଇ ଏହା ଆନ୍ତର୍ଜାତିକ ଆର୍ଥିକ ସ୍ଥିରତା ପାଇଁ ସାମଗ୍ରିକ ଆର୍ଥିକ ବ୍ୟବସ୍ଥା ଓ ଆର୍ଥିକ କ୍ଷେତ୍ର ସମ୍ପାଦିତ ବିଷୟଗୁଡ଼ିକୁ ନେଇ କାର୍ଯ୍ୟ କରିବ ବୋଲି ବ୍ୟବସ୍ଥା କରାଗଲା ।

IMFରୁ ସୁପରିଚାଳନା ପାଇଁ ଏକ ପରିଚାଳନା ଗୋଷ୍ଠୀ ରହିଛି । ଏହାର ୧୭ଟି ବିଭାଗ ରହିଛି ଓ ପ୍ରତ୍ୟେକ ବିଭାଗର କାର୍ଯ୍ୟ ପରିସର ନିର୍ଦ୍ଧାରିତ ହୋଇଛି । IMFର ସମ୍ବଳର ପରିଚାଳନା, ଏହାର ନୀତି ନିର୍ଦ୍ଧାରଣ, ବିଶ୍ଳେଷଣତ୍ମକ ଓ ବୈଷୟିକ କାର୍ଯ୍ୟ ଆଦି ସମ୍ପାଦନ ପାଇଁ ସ୍ୱତନ୍ତ୍ର ବିଭାଗମାନ ରହିଛି । ଏହାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକର କର୍ମଚାରୀମାନଙ୍କର ମୁଖ୍ୟଭାବେ ଓ କାର୍ଯ୍ୟକାରୀମଣ୍ଡଳିର ସଭାପତି ଭାବେ କାର୍ଯ୍ୟ କରନ୍ତି । ସେ Executive Board ଦ୍ବାରା ୫ ବର୍ଷ ପାଇଁ ନିଯୁକ୍ତି ପାଆନ୍ତି । IMFରେ କାର୍ଯ୍ୟରତ କର୍ମଚାରୀମାନେ ବିଶ୍ବର ବିଭିନ୍ନ ଦେଶରୁ ଆସିଥାଆନ୍ତି ଓ ସେମାନେ ସମ୍ପୃକ୍ତ ରାଷ୍ଟ୍ର ପାଖରେ ନିଜ କାର୍ଯ୍ୟ ପାଇଁ ଉତ୍ତରଦାୟୀ ରୁହନ୍ତି ।

ଏହି କର୍ମଚାରୀମାନେ ମୁଖ୍ୟତଃ ଦୈନନ୍ଦିନ କାର୍ଯ୍ୟାବଳୀ, ତଥ୍ୟ ସଂଗ୍ରହ ଓ ଆଦାନପ୍ରଦାନ, ଯୋଗସୂତ୍ର ଇତ୍ୟାଦି ଓ ସହଯୋଗ ସେବା ଦାୟିତ୍ଵ ନିର୍ବାହ କରନ୍ତି । IMFର ସଦସ୍ୟଭୁକ୍ତ ରାଷ୍ଟ୍ରଗୁଡ଼ିକ ଆର୍ଥିକ ସ୍ଥିତିରୁ ତୁଳନାତ୍ମକଭାବେ ବିଚାରକୁ ନେଇ ସେମାନଙ୍କର ଭୋଟାଧୁକାର ଓ ନିଷ୍ପତ୍ତି ନେବା ପ୍ରକ୍ରିୟାରେ ଅଂଶଗ୍ରହଣ ନିର୍ଣ୍ଣୟ କରାଯାଏ । ଏହାର ମୁଖ୍ୟ କାର୍ଯ୍ୟାଳୟ ଯୁକ୍ତରାଷ୍ଟ୍ର ଆମେରିକାର ୱାଶିଂଟନ୍‌ ଡି.ସି.ଠାରେ ଅବସ୍ଥିତ । ବର୍ତ୍ତମାନ Christian Lagarde ଏହାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରୂପେ ଅବସ୍ଥାପିତ । IMFକୁ ସଦସ୍ୟ ରାଷ୍ଟ୍ରମାନେ ନିଜ ସ୍ଥିରୀକୃତ ଅଂଶ ଅନୁଯାୟୀ ଅର୍ଥ ଯୋଗାଇଥା’ନ୍ତି । ଏହାଛଡ଼ା ଏହା ବହୁପକ୍ଷୀୟ ଓ ଦ୍ଵିପାକ୍ଷୀୟ ଉଧାର ମାଧ୍ୟମରେ ମଧ୍ଯ ଅର୍ଥ ସଂଗ୍ରହ କରେ । IMFରେ ଯୋଗଦାନ ଅଂଶର ସମୟରେ ଗୋଟିଏ ରାଷ୍ଟ୍ରର ଆର୍ଥିକ ସ୍ଥିତିକୁ ନେଇ ତା’ର ସ୍ଥିରୀକୃତ ଅଂଶ ନିର୍ଦ୍ଧାରିତ ହୁଏତ ଏହି ଅଂଶର ଚାରିଭାଗରୁ ଏକ ଭାଗ ଅର୍ଥ ସମ୍ପୃକ୍ତ ରାଷ୍ଟ୍ରକୁ ଅନୁବାଦ ଆକାରରେ ଦିଏ ।

ପ୍ରତି ପାଞ୍ଚବର୍ଷରେ ଥରେ ପୁନଃ ନିର୍ଦ୍ଧାରିତ ହୁଏ । New Arrangements to Borrow ଓ General Agrements to Borrow କୁ ଆଧାର କରି ସଦସ୍ୟରାଷ୍ଟ୍ର ଓ ଅନ୍ୟ ଆର୍ଥିକ ସଂସ୍ଥାଗୁଡ଼ିକରୁ IMF ଅର୍ଥ ସଂଗ୍ରହ କରେ । ଏହି ଉଧାର ଅର୍ଥ ସାଧାରଣତଃ ପ୍ରମୁଖ ଆର୍ଥିକ ସଙ୍କଟକୁ ପ୍ରତିହତ କରିବା କ୍ଷେତ୍ରରେ ବିନିଯୋଗ ହୁଏ । ଏହାଛଡ଼ା ଆନ୍ତର୍ଜାତିକ ଆର୍ଥିକ ସଙ୍କଟକୁ ସାମ୍ନା କରିବା ସହ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଉଧାର ଆବଶ୍ୟକତାକୁ ପୂରଣ କରିବାପାଇଁ IMF ଦ୍ବିପାକ୍ଷିକ ଉଧାର ମାଧ୍ୟମରେ ଅର୍ଥକୁ ସାମୟିକ ଭାବେ କାର୍ଯ୍ୟକାରୀ କରେ । IMF ପାଖରେ ଗଚ୍ଛିତ ସୁନାର ଏକ ବିଶାଳ ଭଣ୍ଡାର ରହିଛି । ଏହା ସଦସ୍ୟ ରାଷ୍ଟ୍ରମାନଙ୍କର ଦେୟ ଭରଣା କରିବା ମାଧମ ଯୋଗୁଁ ସମ୍ଭବ ହୋଇଛି । ସଦସ୍ୟ ରାଷ୍ଟ୍ରଗୁଡ଼ିକର ଅନୁମୋଦନର ପ୍ରାପ୍ତ ହେଲେ ଏହାର ବଜାର ଦରରେ ସୁନା ବିକ୍ରି କରି ପାଣ୍ଠି ସଂଗ୍ରହ କରିପାରିବ ।

ସ୍ଵଳ୍ପ ରୋଜଗାରକ୍ଷମ ରାଷ୍ଟ୍ରଗୁଡ଼ିକୁ ନିଜ ତରଫରୁ ଓ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ IMF ତରଫରୁ ପାଣ୍ଠି ଅଳ୍ପ ସୁଧହାରରେ ଯୋଗାଇଥାଏ । ବର୍ତ୍ତମାନ ଏହା Proverty Reduction and Growth Trust (PRGT), Heavily Indebted Poor Countries (HIPC) ଓ Catastrophe Containment and Relief (CCR) Trust ପରି କାର୍ଯ୍ୟକ୍ରମ ମାଧ୍ୟମରେ ଗରିବ ଦେଶଗୁଡ଼ିକୁ ଅଳ୍ପ ସୁଧହାରରେ ଋଣ ଯୋଗାଇ ଦେଉଛି । ନିଜର ସଦସ୍ୟଭୁକ୍ତ ରାଷ୍ଟ୍ରର କ୍ଷେତ୍ରରେ ଦେୟକୁ ନେଇ ଭାରସାମ୍ୟ ରକ୍ଷା ସମ୍ଭବ ନ ହେଲେ IMF ଆର୍ଥିକ ଅନୁଦାନ ଯୋଗାଇଥାଏ । ଏହାଦ୍ଵାରା ନୀତିଗତ କାର୍ଯ୍ୟକ୍ରମଗୁଡ଼ିକରେ ପରିବର୍ତ୍ତନ ଆଣି ଆର୍ଥିକ ବ୍ୟବସ୍ଥାକୁ ବିଶ୍ୱାସଯୋଗ୍ୟ କରାଯିବାକୁ ଉଦ୍ୟମ କରାଯାଏ । ସୁସ୍ଥ ଆର୍ଥିକ ନୀତି ପ୍ରସ୍ତୁତ କରିବା ଓ କାର୍ଯ୍ୟାନ୍ଵୟନ କ୍ଷେତ୍ରରେ IMF ରାଷ୍ଟ୍ରଗୁଡ଼ିକୁ ନିଜର କ୍ଷମତା ବୃଦ୍ଧି କରିବାପାଇଁ ସାହାଯ୍ୟ କରେ ।

IMFର ସମସ୍ତ ସଦସ୍ୟଭୁକ୍ତ ରାଷ୍ଟ୍ରଗୁଡ଼ିକର ଅର୍ଥନୈତିକ ଓ ଆର୍ଥିକ ନୀତି ନିୟମକୁ ଆନ୍ତର୍ଜାତିକ ସମୁଦାୟ ତଦାରଖ କରିପାରିବେ । ଏହାକୁ ଆର୍ଥିକ ସତର୍କ ନଜର କୁହାଯାଏ । ଋଣ ପାଇବାପାଇଁ ସଦସ୍ୟଭ୍ୟକ୍ତ ରାଷ୍ଟ୍ରକୁ ଅନୁରୋଧ କରିବାକୁ ପଡ଼େ । ଋଣ ପ୍ରଦାନ ପାଇଁ ଉଧାର ବ୍ୟବସ୍ଥା ଋଣଗ୍ରହୀତା ରାଷ୍ଟ୍ରକୁ ମାନିବାକୁ ପଡ଼େ । ଏଥ‌ିରେ ନିର୍ଦ୍ଦିଷ୍ଟ ଆର୍ଥିକ ନୀତି ଓ ପଦକ୍ଷେପକୁ କାର୍ଯ୍ୟାନ୍ବୟନ କରିବା ସହ ଦେୟର ଭାରସାମ୍ୟକୁ ରକ୍ଷାକରିବାପାଇଁ ସର୍ତ୍ତ ଆରୋପ କରାଯାଇଥାଏ । ଆଜିର ଦିନରେ IMF ଠାରୁ ସବୁଠାରୁ ଅଧିକ ଋଣ ନେଇଥିବା ରାଷ୍ଟ୍ରଗୁଡ଼ିକ ମଧ୍ୟରୁ ଶୀର୍ଷରେ ରହିଛି ମେକ୍ସିକୋ ଓ ତା’ପରେ ଗ୍ରୀସ୍ । ମାତ୍ର ଋଣ ସହ ଦେଶର GDPକୁ ତୁଳନା କଲେ ଲାଇବେରିଆ ସବୁଠାରୁ ଅଧ‌ିକ ଅର୍ଥ ଋଣ ଆକାରରେ ନେଉଛି ଓ ତା’ ତଳକୁ ରହିଛି ଆଇସ୍‌ଲ୍ୟାଣ୍ଡ ।

CHSE Odisha Class 12 Political Science Chapter 8 Long Answer Questions in Odia Medium

୧୦ । ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଓ ବିଶ୍ବବ୍ୟାଟ୍ ମଧ୍ୟରେ ଥ‌ିବା ପାର୍ଥକ୍ୟମାନ ଦର୍ଶାଅ ।
Answer:
IMF ଓ World Bank ମଧ୍ୟରେ ଗଠନ ପ୍ରକ୍ରିୟା ଓ କାର୍ଯ୍ୟାବଳୀକୁ ନେଇ ପାର୍ଥକ୍ୟ ଥ‌ିବାର ଦୃଷ୍ଟିଗୋଚର ହୁଏ । World Bank ଆର୍ଥିକ ଅଭିବୃଦ୍ଧିକୁ ଗୁରୁତ୍ଵ ଦେଉଥ‌ିବାବେଳେ IMF ଆର୍ଥିକ ସ୍ଥିରତାକୁ ପ୍ରାଧାନ୍ୟ ଦିଏ । World Bank ମୁଖ୍ୟତଃ ଉନ୍ନତଶୀଳ ଦେଶଗୁଡ଼ିକର ବିକାଶ ସମ୍ପର୍କିତ ପ୍ରକଳ୍ପଗୁଡ଼ିକୁ ପ୍ରାଧାନ୍ୟ ଦେଉଥ‌ିବା ବେଳେ IMF ଉଭୟ ଉନ୍ନତ ଓ ଅନୁନ୍ନତ ଦେଶଗୁଡ଼ିକରେ ଆର୍ଥିକ ବ୍ୟବସ୍ଥାରେ ଭାରସାମ୍ୟ ରକ୍ଷାକୁ ପ୍ରାଧାନ୍ୟ ଦେଇଆସିଛି । ଉଭୟ ଆନ୍ତର୍ଜାତିକ ଅନୁଷ୍ଠାନ ମିଳିତ ଜାତିସଂଘର ଦୁଇଟି ସହଯୋଗୀ ଅନୁଷ୍ଠାନ ଓ ୧୯୪୪ ମସିହାର Bretton Woods ସମ୍ମିଳନୀରେ ଗୃହୀତ ପ୍ରସ୍ତାବ ଅନୁଯାୟୀ ସ୍ଥାପିତ ହୋଇଛନ୍ତି । ଉଭୟ ବିଶ୍ବର ବିଭିନ୍ନ ଦେଶଗୁଡ଼ିକୁ ଋଣ ଆକାରରେ ଅର୍ଥ ଯୋଗାଇଥାନ୍ତି ।

World Bank ଏକ ବ୍ୟାଙ୍କ୍ ଓ ସେଥ୍ପାଇଁ ଏହା ପୁଞ୍ଜିନିବେଶକାରୀଙ୍କଠାରୁ ଋଣ ଆକାରରେ ଅର୍ଥ ସଂଗ୍ରହ କରି ଗରିବ ରାଷ୍ଟ୍ରଗୁଡ଼ିକରେ ଦାରିଦ୍ର୍ୟ ନିରାକରଣ ପାଇଁ ଋଣସୂତ୍ରରେ ଅର୍ଥ ପ୍ରଦାନ କରେ । ପ୍ରଦତ୍ତ ଅର୍ଥକୁ ଋଣ ଆକାରରେ ଯୋଗ୍ୟ ଓ ଋଣ ଫେରସ୍ତର ସକ୍ଷମତା ଥ‌ିବା ରାଷ୍ଟ୍ରଗୁଡ଼ିକୁ ପ୍ରଦାନ କରେ । World Bank ଉଭୟ ସାଙ୍ଗଠନିକ ଓ କାର୍ଯ୍ୟାବଳୀ ଦୃଷ୍ଟିରୁ IMFଠାରୁ ବୃହତ୍ । ଋଣ ଦେବାପାଇଁ IMFର ମୁଖ୍ୟତଃ ଗୋଟିଏ ଦେଶର ଦେୟର ଭାରସାମ୍ୟ ରକ୍ଷାପାଇଁ ଋଣ ଯୋଗାଏ ଓ ସେହି ଦେଶର ଆର୍ଥିକ ନୀତି ଓ କାର୍ଯ୍ୟକ୍ରମର ପରିବର୍ତ୍ତନ ବୀ ସଂସ୍କାରକୁ ଗୁରୁତ୍ଵ ଦିଏ । ଏହା ଜଟିଳ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ଦେଶଗୁଡ଼ିକୁ ରଣଯନ୍ତାରୁ ମୁକ୍ତ କରିବାକୁ ସାହାଯ୍ୟ କରେ ଓ ପରାମର୍ଶ ପ୍ରଦାନ କରେ ।

World Bank ମୁଖ୍ୟତଃ ଉନ୍ନତିଶୀଳ ଦେଶଗୁଡ଼ିକୁ ଦୀର୍ଘସୂତ୍ରୀ ଆର୍ଥିକ ବିକାଶ ପାଇଁ ଅଳ୍ପ ସୁଧହାରରେ ଋଣ ଯୋଗାଏ । ପ୍ରଥମେ ଇଉରୋପୀୟ ରାଷ୍ଟ୍ରଗୁଡ଼ିକୁ ଏହି ସୁବିଧା ମିଳୁଥିବାବେଳେ ଏବେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ ଏହା ମିଳୁଛି । ବର୍ତ୍ତମାନ ସମୟରେ ଏହି ଦୁଇଟ ଆନ୍ତର୍ଜାତିକ ଅନୁଷ୍ଠାନ ମଧ୍ୟରେ ଅନେକ କ୍ଷେତ୍ର ଯେପରି ଗରିବ ରାଷ୍ଟ୍ରଗୁଡ଼ିକରେ ଦାରିଦ୍ର୍ୟ ନିରାକରଣ ପାଇଁ ସାହାଯ୍ୟ, ଅତି ଗରିବ ରାଷ୍ଟ୍ରଗୁଡ଼ିକୁ କରଜ ରିଲିଫ୍ ପ୍ରଦାନ ଓ ରାଷ୍ଟ୍ରଗୁଡ଼ିକର ଆର୍ଥିକ କ୍ଷେତ୍ରରେ ଉନ୍ନୟନ ଆଦିରେ ପାରସ୍ପରିକ ସହଯୋଗ ଦେଖିବାକୁ ମିଳୁଛି । IMF ଓ World Bank ବିଶ୍ଵର ଉନ୍ନତ ରାଷ୍ଟ୍ର ମୁଖ୍ୟତଃ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ବ୍ୟବସାୟିକ ସ୍ୱାର୍ଥକୁ ସୁରକ୍ଷା ଦେଉଥ‌ିବାର ଅଭିଯୋଗ ହୁଏ ।

ଏହି ଦୁଇଟି ଅନୁଷ୍ଠାନ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛନ୍ଦ ରାଷ୍ଟ୍ରଗୁଡ଼ିକର ହାତବାରିସି ସାଜି ଅନୁନ୍ନତ ରାଷ୍ଟ୍ରଗୁଡ଼ିକୁ ଆର୍ଥିକ ଓ ମୁଦ୍ରାଗତ ସାହାଯ୍ୟ ଦେବା ନାଁରେ ସବୁଦିନପାଇଁ ଋଣଗ୍ରସ୍ତ କରି ରଖୁବାର ପ୍ରୟାସ ଜାରି ରଖୁଛନ୍ତି । ବିକାଶଶୀଳ ଓ ଅନୁନ୍ନତ ରାଷ୍ଟ୍ରଗୁଡ଼ିକର ନୀତି ପ୍ରଣୟନ ଓ ନିଷ୍ପତି ନେବା ପ୍ରକ୍ରିୟାରେ ଏମାନେ ବେଳେବେଳେ ଅଯଥାର ହସ୍ତକ୍ଷେପ କରିବା ଦେଖାଯାଏ । ରାଷ୍ଟ୍ରର ସାର୍ବଭୌମତ୍ୱ ଉପରେ ଏହା ଏକ ପରୋକ୍ଷ କୁଠାର ଘାତ ସଦୃଶ । ସେଥ‌ିପାଇଁ ଜାତିସଂଘର ସଂସ୍କାର ସହ ଏହି ଅନୁଷ୍ଠାନଗୁଡ଼ିକର ଗଠନ ଓ କାର୍ଯ୍ୟାବଳୀରେ ଅନେକ ପରିବର୍ତ୍ତନ ଓ ସଂସ୍କାରର ମଧ୍ୟ ଆବଶ୍ୟକତା ରହିଛି ।

CHSE Odisha Class 12 Political Science Chapter 8 Objective & Short Answer Questions in Odia Medium

Odisha State Board CHSE Odisha Class 12 Political Science Solutions Chapter 8 ଆନ୍ତର୍ଜାତୀୟ ସଙ୍ଗଠନ Objective & Short Answer Questions.

CHSE Odisha 12th Class Political Science Chapter 8 Objective & Short Answer Questions in Odia Medium

ବସୁମିଷ୍ଠ ଓ ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧ । ୨୦୧୧ ମସିହା ସୁଦ୍ଧା ପୃଥ‌ିବୀର ନିମ୍ନୋକ୍ତ କେତୋଟି ଦେଶ ରାଷ୍ଟ୍ରସଂଘର ସଦସ୍ୟ ଅଛନ୍ତି ?
(i) ୧୮୫
(ii) ୧୮୩
(iii) ୧୯୦
(iv) ୧୯୩
Answer:
(iv) ୧୯୩

୨ । ସଂଯୁକ୍ତ ରାଷ୍ଟ୍ରସଂଘକୁ କେଉଁ ବର୍ଷ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା ?
(i) ୧୯୮୮
(ii) ୧୯୯୧
(iii) ୧୯୯୨
(iv) ୧୯୯୮
Answer:
(i) ୧୯୮୮

୩ । ସଂଯୁକ୍ତ ରାଷ୍ଟ୍ରସଂଘର ପ୍ରଥମ ଅଧ‌ିବେଶନ ନିମ୍ନୋକ୍ତ କେଉଁ ମସିହାରେ ବସିଥିଲା ?
(i) ୧୯୪୫
(ii) ୧୯୪୬
(iii) ୧୯୪୭
(iv) ୧୯୪୮
Answer:
(ii) ୧୯୪୬

୪ । ସଂଯୁକ୍ତ ରାଷ୍ଟ୍ରସଂଘର ପ୍ରଥମ ଅଧୂବେଶନ ନିମ୍ନୋକ୍ତ କେଉଁଠାରେ ବସିଥିଲା ?
(i) ନିଡୟର୍କ
(ii) ଲଣ୍ଡନ
(iii) ପ୍ୟାରିସ୍
(iv) ୱାଶିଂଟନ୍
Answer:
(ii) ଲଣ୍ଡନ

୫। ସଂଯୁକ୍ତ ରାଷ୍ଟ୍ରସଂଘର ତୃତୀୟ ଧାରା ଅନୁସାରେ ସଂଯୁକ୍ତ ରାଷ୍ଟ୍ରସଂଘର ସମସ୍ତ ସଦସ୍ୟ ରାଷ୍ଟ୍ରକୁ ମୁଖ୍ୟତଃ କେତୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି ?
(i) ୨ଟି
(ii) ୩ଟି
(iii) ୪ଟି
(iv) ୫ଟି
Answer:
(i) ୨ଟି

CHSE Odisha Class 12 Political Science Chapter 8 Objective & Short Answer Questions in Odia Medium

୬ । ପ୍ରତ୍ୟେକ ସଦସ୍ୟ-ରାଷ୍ଟ୍ର ସାଧାରଣ ସଭାକୁ ନିମ୍ନୋକ୍ତ କେତେଜଣ ଲେଖାଏଁ ପ୍ରତିନିଧ୍ଵ ପଠାଇଥାଆନ୍ତି ?
(i) ୪ ଜଣ
(ii) ୫ ଜଣ
(iii) ୬ ଜଣ
(iv) ୭ ଜଣ
Answer:
(ii) ୫ ଜଣ

୭ । ଅର୍ଥନୈତିକ ଓ ସାମାଜିକ ପରିଷଦର ସଦସ୍ୟ ସଂଖ୍ୟା କେତେ ?
(i) ୫୦
(ii) ୫୨
(iii) ୫୪
(iv) ୫୬
Answer:
(iii) ୫୪

୮ । ଆନ୍ତର୍ଜାତିକ ନ୍ୟାୟାଳୟର ନିମ୍ନୋକ୍ତ କେତେଜଣ ବିଚାରପତିଙ୍କୁ ନେଇ ‘କୋରମ୍’ ଗଠିତ ହୁଏ ?
(i) ୭ ଜଣ
(ii) ୬ ଜଣ
(iii) ୮ ଜଣ
(iv) ୯ ଜଣ
Answer:
(iv) ୯ ଜଣ

୯ । ଆନ୍ତର୍ଜାତିକ ନ୍ୟାୟାଳୟର ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ କେତେ ବର୍ଷ ?
(i) ୧ ବର୍ଷ
(ii) ୨ ବର୍ଷ
(iii) ୩ ବର୍ଷ
(iv) ୪ ବର୍ଷ
Answer:
(iii) ୩ ବର୍ଷ

CHSE Odisha Class 12 Political Science Chapter 8 Objective & Short Answer Questions in Odia Medium

୧୦ । ୟୁନିସେଫ୍ ସଂସ୍ଥା ନିମ୍ନୋକ୍ତ କେବେ ଗଠିତ ହୋଇଥିଲା ?
(i) ୧୯୪୫
(ii) ୧୯୪୬
(iii) ୧୯୪୭
(iv) ୧୯୪୮
Answer:
(ii) ୧୯୪୬

୧୧ । କେବେ ଦ୍ଵିତୀୟ ବିଶ୍ବଯୁଦ୍ଧର ପରିସମାପ୍ତି ଘଟିଥିଲା ?
(i) ୧୯୪୨ ମସିହା
(ii) ୧୯୪୩ ମସିହା
(iii) ୧୯୪୫ ମସିହା
(iv) ୧୯୪୬ ମସିହା
Answer:
(iii) ୧୯୪୫ ମସିହା

୧୨ । ଫ୍ରାଙ୍କ୍‌ଲିନ୍‌ ରୁଡ୍‌ଭେଲ୍‌ କେଉଁ ଦେଶର ରାଷ୍ଟ୍ରପତି ଥିଲେ ?
(i) ଜାପାନ
(ii) ଜର୍ମାନୀ
(iii) ଆମେରିକା
(iv) ଇରାକ୍
Answer:
(iii) ଆମେରିକା

୧୩ । ଉଇନ୍‌ଷ୍ଟନ୍‌ ଚର୍ଚ୍ଚିଲ୍ କେଉଁ ଦେଶର ପ୍ରଧାନମନ୍ତ୍ରୀ ଥିଲେ ?
(i) ଜର୍ମାନୀ
(ii) ବ୍ରିଟେନ୍
(iii) ରୁଷିଆ
(iv) ଇରାନ୍
Answer:
(ii) ବ୍ରିଟେନ୍

୧୪ । ବିଶ୍ୱଶାନ୍ତି ପ୍ରତିଷ୍ଠା ପାଇଁ ଆଠଦଫା ସମ୍ବଳିତ ଆଟ୍‌ଲାଣ୍ଟିକ୍ ସନନ୍ଦ କେବେ ଜାରି କରାଯାଇଥିଲା ?
(i) ୧୯୪୧ ମସିହା ଜୁନ୍ ୨ ତାରିଖ
(ii) ୧୯୪୧ ମସିହା ଅଗଷ୍ଟ ୧୪ ତାରିଖ
(iii) ୧୯୪୨ ମସିହା ଜୁଲାଇ ୧୬ ତାରିଖ
(iv) ୧୯୪୩ ମସିହା ସେପ୍ଟେମ୍ବର ୧୧ ତାରିଖ
Answer:
(ii) ୧୯୪୧ ମସିହା ଅଗଷ୍ଟ ୧୪ ତାରିଖ

୧୫ । ସାନ୍‌ଫ୍ରାନ୍‌ସିସ୍କୋ ସମ୍ମିଳନୀ କେଉଁ ବର୍ଷ ଅନୁଷ୍ଠିତ ହୋଇଥିଲା ?
(i) ୧୯୪୨
(ii) ୧୯୪୩
(iii) ୧୯୪୫
(iv) ୧୯୪୬
Answer:
(iii) ୧୯୪୫

୧୬ । କେଉଁ ସମ୍ମିଳନୀ ଥିଲା ବିଶ୍ବ ସଙ୍ଗଠନ ପ୍ରତିଷ୍ଠା ଦିଗରେ ଏକ ଚୂଡ଼ାନ୍ତ ପଦକ୍ଷେପ ?
(i) ଭସାଇ
(ii) ୟାଲ୍‌
(iii) ସାନ୍‌ଫ୍ରାନ୍‌ସିସ୍‌କୋ
(iv) ଡମ୍ବାରଟନ୍‌ ଓକ୍
Answer:
(iii) ସାନ୍‌ଫ୍ରାନ୍‌ସିସ୍‌କୋ

୧୭ । ସାଫ୍ରାନ୍ସିସ୍କୋ ସମ୍ମିଳନୀରେ କେତେଗୋଟି ରାଷ୍ଟ୍ରର ପ୍ରତିନିଧ୍ଵ ଯୋଗ ଦେଇଥିଲେ ?
(i) ୪୫
(ii) ୪୬
(iii) ୪୮
(iv) ୫୧
Answer:
(iv) ୫୧

CHSE Odisha Class 12 Political Science Chapter 8 Objective & Short Answer Questions in Odia Medium

୧୮ । କେବେ ସଂଯୁକ୍ତ ରାଷ୍ଟ୍ରସଂଘ ଜନ୍ମ ନେଇଥିଲା ?
(i) ୧୯୪୧ ମସିହା ଅଗଷ୍ଟ ୬ ତାରିଖ
(ii) ୧୯୪୨ ମସିହା ଜୁନ୍ ୮ ତାରିଖ
(iii) ୧୯୪୪ ମସିହା ଜୁଲାଇ ୧୪ ତାରିଖ
(iv) ୧୯୪୫ ମସିହା ଅକ୍ଟୋବର ୨୪ ତାରିଖ
Answer:
(iv) ୧୯୪୫ ମସିହା ଅକ୍ଟୋବର ୨୪ ତାରିଖ

୧୯ । କେଉଁ ଦିନଟିକୁ ପ୍ରତିବର୍ଷ ‘ସଂଯୁକ୍ତ ରାଷ୍ଟ୍ରସଂଘ ଦିବସ’ ରୂପେ ପାଳନ କରାଯାଉଅଛି ?
(i) ଜୁନ୍ ୧୫ ତାରିଖ
(ii) ଜୁଲାଇ ୨୬ ତାରିଖ
(iii) ଅଗଷ୍ଟ ୧୨ ତାରିଖ
(iv) ଅକ୍ଟୋବର ୨୪ ତାରିଖ
Answer:
(iv) ଅକ୍ଟୋବର ୨୪ ତାରିଖ’

୨୦ । ସଂଯୁକ୍ତ ରାଷ୍ଟ୍ରସଂଘର ମୁଖ୍ୟ କାର୍ଯ୍ୟାଳୟ କେଉଁଠାରେ ଅବସ୍ଥିତ ?
(i) ସାନ୍‌ଫ୍ରାନ୍‌ସିସ୍କୋ
(ii) ପ୍ୟାରିସ୍
(iii) ଲଣ୍ଡନ
(iv) ନିଉୟର୍କ
Answer:
(iv) ନିଉୟର୍କ

୨୧ । ସଂଯୁକ୍ତ ରାଷ୍ଟ୍ରସଂଘର ‘ସନନ୍ଦ’ରେ ସର୍ବମୋଟ କେତୋଟି ଧାରା ରହିଛି ?
(i) ୧୧୧
(ii) ୧୧୩
(iii) ୧୨୨
(iv) ୧୩୨
Answer:
(i) ୧୧୧

୨୨ । ସଂଯୁକ୍ତ ରାଷ୍ଟ୍ରସଂଘର ସନନ୍ଦ କେତେଗୋଟି ଭାଷାରେ ଲିଖୁ ?
(i) ଦୁଇ
(ii) ତିନି
(iii) ଚାରି
(iv) ପାଞ୍ଚ
Answer:
(iv) ପାଞ୍ଚ

୨୩ ! ନିମ୍ନୋକ୍ତ କେଉଁ ମସିହାରେ ସଂଯୁକ୍ତ ରାଷ୍ଟ୍ରସଂଘର ପ୍ରଥମ ଅଧ୍ବବେଶନ ବସିଥିଲା ?
(i) ୧୯୪୩ ମସିହା ଜାନୁୟାରୀ ୨୪ ତାରିଖ
(ii) ୧୯୪୫ ମସିହା ଫେବୃୟାରୀ ୨୧ ତାରିଖ
(iii) ୧୯୪୬ ମସିହା ଜୁନ୍ ୧୦ ତାରିଖ
(iv) ୧୯୪୭ ମସିହା ସେପ୍ଟେମ୍ବର ୧୮ ତାରିଖ
Answer:
(iii) ୧୯୪୬ ମସିହା ଜୁନ୍ ୧୦ ତାରିଖ

୨୪ । ସଂଯୁକ୍ତ ରାଷ୍ଟ୍ରସଂଘରେ କେତେଗୋଟି ରାଷ୍ଟ୍ର ମୂଳ ସଦସ୍ୟ ଭାବେ ପରିଚିତ ?
(i) ୪୮
(ii) ୫୧
(iii) ୫୩
(iv) ୫୫
Answer:
(ii) ୫୧

CHSE Odisha Class 12 Political Science Chapter 8 Objective & Short Answer Questions in Odia Medium

୨୫ । ସଂଯୁକ୍ତ ରାଷ୍ଟ୍ରସଂଘର ନିମ୍ନୋକ୍ତ କେଉଁ ଅଙ୍ଗଟିକୁ ପୃଥ‌ିବୀର ପଞ୍ଚାୟତର ଆଖ୍ୟା ମିଳିଛି ?
(i) ସାଧାରଣ ସଭା
(ii) ନିରାପତ୍ତା ପରିଷଦ
(iii) ନ୍ୟାସ ପରିଷଦ
(iv) ଆନ୍ତର୍ଜାତିକ ନ୍ୟାୟାଳୟ
Answer:
(i) ସାଧାରଣ ସଭା

୨୬ | ସାଧାରଣ ସଭାର ଅଧ‌ିବେଶନ ବର୍ଷକୁ କେତେଥର ବସେ ?-
(i) ଥରେ
(ii) ଦୁଇଥର
(iii) ତିନିଥର
(iv) ପାଞ୍ଚଥର
Answer:
(i) ଥରେ

୨୭ । ସାଧାରଣ ସଭାର ସଭାପତି କେତେବର୍ଷ ପାଇଁ ସଦସ୍ୟ ରାଷ୍ଟ୍ରର ପ୍ରତିନିଧୁମାନଙ୍କଦ୍ୱାରା ନିର୍ବାଚିତ ହୋଇଥା’ନ୍ତି ?
(i) ଏକବର୍ଷ
(ii) ଦୁଇବର୍ଷ
(iii) ତିନିବର୍ଷ
(iv) ଚାରିବର୍ଷ
Answer:
(i) ଏକବର୍ଷ

୨୮ । ନ୍ୟାସ ପରିଷଦର କାର୍ଯ୍ୟକୁ କିଏ ତଦାରଖ କରିଥାଏ ?
(i) ସାଧାରଣ ସଭା
(ii) ନିରାପତ୍ତା ପରିଷଦ
(iii) ଆନ୍ତର୍ଜାତିକ ନ୍ୟାୟାଳୟ
(iv) ସଚିବାଳୟ
Answer:
(i) ସାଧାରଣ ସଭା

୨୯। ନ୍ୟାସ ପରିଷଦର ବୈଠକ ପ୍ରତିବର୍ଷ କେତେ ଥର ବସେ ?
(i) ଥରେ
(ii) ଦୁଇ ଥର
(iii) ତିନି ଥର
(iv) ଛଅ ଥର
Answer:
(ii) ଦୁଇ ଥର

୩୦ । ସନନ୍ଦର ଧାରା ୨୩ ଅନୁସାରେ ୧୯୬୬ ଜାନୁଆରୀ ୧ ତାରିଖଠାରୁ ନିରାପତ୍ତା ପରିଷଦରେ ସର୍ବମୋଟ କେତେଗୋଟି ରାଷ୍ଟ୍ର ସଦସ୍ୟ ରହିଛନ୍ତି ?
(i) ୧୦ ଗୋଟି
(ii) ୧୩ ଗୋଟି
(iii) ୧୪ ଗୋଟି
(iv) ୧୫ ଗୋଟି
Answer:
(iv) ୧୫ ଗୋଟି

୩୧ । ନିରାପତ୍ତା ପରିଷଦରେ କେତେଗୋଟି ରାଷ୍ଟ୍ର ସ୍ଥାୟୀ ସଦସ୍ୟ ଅଟନ୍ତି ?
(i) ୨ଗୋଟି
(ii) ୩ ଗୋଟି
(iii) ୫ ଗୋଟି
(iv) ୬ ଗୋଟି
Answer:
(iii) ୫ ଗୋଟି

୩୨ । ନିରାପତ୍ତା ପରିଷଦରେ କେତେଗୋଟି ରାଷ୍ଟ୍ର ଅସ୍ଥାୟୀ ସଦସ୍ୟ ଅଟନ୍ତି ?
(i) ୬ ଗୋଟି
(ii) ୮ ଗୋଟି
(iii) ୯ ଗୋଟି
(iv) ୧୦ ଗୋଟି
Answer:
(iv) ୧୦ ଗୋଟି

CHSE Odisha Class 12 Political Science Chapter 8 Objective & Short Answer Questions in Odia Medium

୩୩ | ନିରାପତ୍ତା ପରିଷଦରେ ଥ‌ିବା ଦଶଗୋଟି ଅସ୍ଥାୟୀ ସଦସ୍ୟ ରାଷ୍ଟ୍ର କେତେବର୍ଷ ପାଇଁ ସାଧାରଣସଭାଦ୍ଵାରା ନିର୍ବାଚିତ ହୋଇଥା’ନ୍ତି ? କିମ୍ବା, ନିରାପତ୍ତା ପରିଷଦର ଅସ୍ଥାୟୀ ସଦସ୍ୟମାନଙ୍କର କାର୍ଯ୍ୟକାଳ କେତେ ବର୍ଷ ?
(i) ଏକବର୍ଷ
(ii) ଦୁଇବର୍ଷ
(iii) ପାଞ୍ଚବର୍ଷ
(iv) ସାତବର୍ଷ
Answer:
(ii) ଦୁଇବର୍ଷ

୩୪ । ଆନ୍ତର୍ଜାତିକ ନ୍ୟାୟାଳୟରେ କେତେଜଣ ବିଚାରପତି ଅଛନ୍ତି ?
(i) ୧୦ ଜଣ
(ii) ୧୨ ଜଣ
(iii) ୧୩ ଜଣ
(iv) ୧୫ ଜଣ
Answer:
(iv) ୧୫ ଜଣ

୩୫ । କାହାର ସୁପାରିସକ୍ରମେ ସାଧାରଣ ସଭାଦ୍ୱାରା ଆନ୍ତର୍ଜାତିକ ନ୍ୟାୟାଳୟର ବିଚାରପତିମାନେ ନିର୍ବାଚିତ ହୋଇଥ’ନ୍ତି ?
(i) ସାଧାରଣ ସଭା
(ii) ଅର୍ଥନୈତିକ ଓ ସାମାଜିକ ପରିଷଦ
(iii) ନିରାପତ୍ତା ପରିଷଦ
(iv) ସଚିବାଳୟ
Answer:
(iii) ନିରାପତ୍ତା ପରିଷଦ

୩୬ । ଆନ୍ତର୍ଜାତିକ ନ୍ୟାୟାଳୟର ବିଚାରପତିମାନଙ୍କର କାର୍ଯ୍ୟକାଳ କେତେ ବର୍ଷ ?
(i) ପାଞ୍ଚ ବର୍ଷ
(ii) ନଅ ବର୍ଷ
(iii) ଏଗାର ବର୍ଷ
(iv) ତେର ବର୍ଷ
Answer:
(ii) ନଅ ବର୍ଷ

୩୭ । ଆନ୍ତର୍ଜାତିକ ନ୍ୟାୟାଳୟର ମୁଖ୍ୟ କାର୍ଯ୍ୟାଳୟ କେଉଁଠାରେ ଅବସ୍ଥିତ ?
(i) ନିଉୟର୍କ
(ii) ଲଣ୍ଡନ
(iii) ଦି ହେଗ୍
(iv) ସାଫ୍ରାନ୍‌ସିସ୍କୋ
Answer:
(iii) ଦି ହେଗ୍

୩୮ । କାହାର ଅନୁମୋଦନକ୍ରମେ ସାଧାରଣ ସଭାଦ୍ବାରା ସଚିବାଳୟର ମହାସଚିବ ନିଯୁକ୍ତ ହୋଇଥା’ନ୍ତି ?
(i) ନିରାପତ୍ତା ପରିଷଦ
(ii) ନ୍ୟାସ ପରିଷଦ
(iii) ଆନ୍ତର୍ଜାତିକ ନ୍ୟାୟାଳୟ
(iv) ସଚିବାଳୟ
Answer:
(i) ନିରାପତ୍ତା ପରିଷଦ

୩୯ । ମହାସଚିବ କେତେବର୍ଷ ପାଇଁ ନିଯୁକ୍ତ ହୋଇଥା’ନ୍ତି ?
(i) ୪ ବର୍ଷ
(ii) ୫ ବର୍ଷ
(iii) ୬ ବର୍ଷ
(iv) ୭ ବର୍ଷ
Answer:
(ii) ୫ ବର୍ଷ

CHSE Odisha Class 12 Political Science Chapter 8 Objective & Short Answer Questions in Odia Medium

୪୦ । ନିରକ୍ଷରତା ଦୂରୀକରଣ, ଶିକ୍ଷକ ଓ ବୈଜ୍ଞାନିକମାନଙ୍କୁ ଉନ୍ନତମାନର ତାଲିମ ପ୍ରଦାନ, ଦେଶ ଦେଶ ମଧ୍ୟରେ ସାଂସ୍କୃତିକ ସହଯୋଗ ସ୍ଥାପନ ଇତ୍ୟାଦି କାର୍ଯ୍ୟକ୍ରମର ଦାୟିତ୍ଵ କେଉଁ ସଙ୍ଗଠନ ହାତରେ ନ୍ୟସ୍ତ ?
(i) ଖାଦ୍ୟ ଓ କୃଷି ସଙ୍ଗଠନ
(ii) ଆନ୍ତର୍ଜାତିକ ବ୍ୟାପାର ସଙ୍ଗଠନ
(iii) ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ
(iv) ସଂଯୁକ୍ତ ରାଷ୍ଟ୍ରସଂଘ ଶିକ୍ଷା, ବିଜ୍ଞାନ ଏବଂ ସାଂସ୍କୃତିକ ସଙ୍ଗଠନ
Answer:
(iv) ସଂଯୁକ୍ତ ରାଷ୍ଟ୍ରସଂଘ ଶିକ୍ଷା, ବିଜ୍ଞାନ ଏବଂ ସାଂସ୍କୃତିକ ସଙ୍ଗଠନ

୪୧ । ବିଶ୍ଵବ୍ୟାପୀ ବିଭିନ୍ନ ରୋଗର ନିରାକରଣ ଲାଗି ସର୍ବଦା କେଉଁ ସଂସ୍ଥାଟି କାର୍ଯ୍ୟରତ ?
(i) ଖାଦ୍ୟ ଓ କୃଷି ସଙ୍ଗଠନ
(ii) ଆନ୍ତର୍ଜାତିକ ଶ୍ରମ ସଙ୍ଗଠନ
(iii) ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ
(iv) ଆନ୍ତର୍ଜାତିକ ବ୍ୟାପାର ସଙ୍ଗଠନ
Answer:
(iii) ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ

୪୨ । ଶ୍ରମିକମାନଙ୍କ ମଙ୍ଗଳ ପାଇଁ କେଉଁ ସଂସ୍ଥାଟି କାର୍ଯ୍ୟକରି ଆସୁଅଛି ?
(i) ସଂଯୁକ୍ତ ରାଷ୍ଟ୍ରସଂଘ ଶିକ୍ଷା, ବିଜ୍ଞାନ ଏବଂ ସାଂସ୍କୃତିକ ସଙ୍ଗଠନ
(ii) ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ
(iii) ଆନ୍ତର୍ଜାତିକ ବ୍ୟାପାର ସଙ୍ଗଠନ
(iv) ଆନ୍ତର୍ଜାତିକ ଶ୍ରମ ସଙ୍ଗଠନ
Answer:
(iv) ଆନ୍ତର୍ଜାତିକ ଶ୍ରମ ସଙ୍ଗଠନ

୪୩ । ଖାଦ୍ୟ ଓ କୃଷି ସଙ୍ଗଠନ କେବେ ଗଠିତ ହୋଇଥିଲା ?
(i) ୧୯୪୦
(ii) ୧୯୪୧
(iii) ୧୯୪୪
(iv) ୧୯୪୫
Answer:
(iv) ୧୯୪୫

୪୪ । ୟୁନିସେଫ୍ ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟ କେଉଁଠାରେ ଅବସ୍ଥିତ ?
(i) ଦି ହେଗ୍
(ii) ଲଣ୍ଡନ
(iii) ନିଉୟର୍କ
(iv) ସାନ୍‌ଫ୍ରାନ୍‌ସିସ୍କୋ
Answer:
(iii) ନିଉୟର୍କ

୪୫ । ବିଶ୍ଵବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ କେଉଁଠାରେ ଅବସ୍ଥିତ ?
(i) ପ୍ୟାରିସ୍
(ii) ରୋମ୍
(iii) ୱାଶିଂଟନ୍
(iv) କଲମ୍ବୋ
Answer:
(iii) ୱାଶିଂଟନ୍‌

CHSE Odisha Class 12 Political Science Chapter 8 Objective & Short Answer Questions in Odia Medium

B. ନିମ୍ନୋକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବାକ୍ୟରେ ଦିଅ ।

୧। ଦ୍ଵିତୀୟ ବିଶ୍ଵଯୁଦ୍ଧ ଚାଲୁଥ‌ିବା ସମୟରେ ମିତ୍ରଶକ୍ତିର ରାଷ୍ଟ୍ରମୁଖ୍ୟମାନଙ୍କର ପ୍ରଧାନ ଉଦ୍ଦେଶ୍ୟ କ’ଣ ଥିଲା ?
Answer:
ଦ୍ବିତୀୟ ବିଶ୍ୱଯୁଦ୍ଧ ଚାଲୁଥ‌ିବା ସମୟରେ ମିତ୍ରଶକ୍ତିର ରାଷ୍ଟ୍ରମୁଖ୍ୟମାନଙ୍କର ପ୍ରଧାନ ଉଦ୍ଦେଶ୍ୟ ଥିଲା ଆନ୍ତର୍ଜାତିକ ସ୍ତରରେ ଶାନ୍ତି ପ୍ରତିଷ୍ଠା କରିବା ଓ ନିରାପତ୍ତା ରକ୍ଷା କରିବାପାଇଁ ଏକ ବିଶ୍ବସ୍ତରୀୟ ସଂଗଠନ ପ୍ରତିଷ୍ଠା କରିବା ।

୨। କେଉଁ ଦୁଇଜଣ ରାଷ୍ଟ୍ରମୁଖ୍ୟ, କେଉଁଠାରେ ମିଳିତ ହୋଇ ଓ କେବେ ‘ଆଟ୍‌ଲାଷ୍ଟିକ ସନନ୍ଦ’ ଜାରି କରିଥିଲେ ?
Answer:
ଆମେରିକାର ରାଷ୍ଟ୍ରପତି ଫ୍ରାଙ୍କ୍‌ଲିନ୍ ରୁଡ୍‌ଲଟ୍‌ ଓ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ଉଇନ୍‌ଷ୍ଟନ୍‌ ଚର୍ଚ୍ଚିଲ୍ ଉତ୍ତର ଆଟ୍‌ଲାଣ୍ଟିକ ମହାସାଗରରେ ଥିବା ଏକ ଯୁଦ୍ଧ ଜାହାଜରେ ମିଳିତ ହୋଇ ୧୯୪୧ ମସିହା ଅଗଷ୍ଟ ମାସ ୧୪ ତାରିଖ ଦିନ ଆଟ୍‌ଲାଣ୍ଟିକ୍ ସନନ୍ଦ ଜାରି କରିଥିଲେ ।

୩। ଦ୍ଵିତୀୟ ବିଶୁଯୁଦ୍ଧ ପରେ କେଉଁ ତିନୋଟି ରାଷ୍ଟ୍ର ଓ କାହିଁକି ବିଶ୍ୱଶାନ୍ତି ପ୍ରତିଷ୍ଠାର ଆବଶ୍ୟକତା ଅନୁଭବ କରିଥିଲେ ?
Answer:
ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ୍ ଓ ସୋଭିଏତ୍ ରୁଷ୍ ରାଷ୍ଟ୍ରତ୍ରୟ ବିଶ୍ଵଯୁଦ୍ଧରେ ଘଟିଥିବା ମୃତାହତଙ୍କ ସଂଖ୍ୟା, ବ୍ୟାପକ କ୍ଷୟକ୍ଷତି, ପରମାଣୁ ଶକ୍ତିର ବିଭୀଷିକାକୁ ଉପଲବ୍‌ଧ କରି ବିଶ୍ୱଶାନ୍ତି ପ୍ରତିଷ୍ଠାର ଆବଶ୍ୟକତା ଅନୁଭବ କରିଥିଲେ ।

୪। ସଂଯୁକ୍ତ ରାଷ୍ଟ୍ରସଂଘରେ କେଉଁ ରାଷ୍ଟ୍ରମାନଙ୍କୁ ଓ କିପରି ନୂତନ ସଦସ୍ୟ ରୂପେ ଗ୍ରହଣ କରାଯାଇପାରିବ ?
Answer:
ନିରାପତ୍ତା ପରିଷଦର ଅନୁମୋଦନ କ୍ରମେ, ସନନ୍ଦର ବ୍ୟବସ୍ଥାକୁ ମାନି ଚଳିବାକୁ ପ୍ରତିଶ୍ରୁତିବଦ୍ଧ ରାଷ୍ଟ୍ରମାନଙ୍କୁ ‘ସାଧାରଣ ସଭା’ର ଅନୁମତି ମିଳିବା ପରେ ସଂଯୁକ୍ତ ରାଷ୍ଟ୍ରସଂଘର ନୂତନ ସଦସ୍ୟ ରୂପେ ଗ୍ରହଣ କରାଯାଇପାରିବ ।

୫। ସଂଯୁକ୍ତ ରାଷ୍ଟ୍ରସଂଘର କୌଣସି ରାଷ୍ଟ୍ରକୁ କେଉଁ ପଦ୍ଧତିରେ ବହିଷ୍କାର କରାଯାଇପାରିବ ?
Answer:
ନିରାପତ୍ତା ପରିଷଦର ଅନୁମୋଦନକ୍ରମେ ସନନ୍ଦର ବ୍ୟବସ୍ଥାକୁ ବାରମ୍ବାର ଭଙ୍ଗ କରୁଥିବା ଯେକୌଣସି ରାଷ୍ଟ୍ରକୁ ‘ସାଧାରଣ ସଭା’ ସଂଯୁକ୍ତ ରାଷ୍ଟ୍ରସଂଘର ସଦସ୍ୟପଦରୁ ବହିଷ୍କାର କରିପାରନ୍ତି ।

୬ | ସାଧାରଣ ସଭାର ସଭାପତି କିପରି ନିର୍ବାଚିତ ହୁଅନ୍ତି ?
Answer:
ସଦସ୍ୟ-ରାଷ୍ଟ୍ରମାନଙ୍କର ପ୍ରତିନିଧୁମାନଙ୍କଦ୍ଵାରା ନିର୍ବାଚିତ ହୁଅନ୍ତି ।

୭। ଆନ୍ତର୍ଜାତିକ ନ୍ୟାୟାଳୟର କେତୋଟି କ୍ଷେତ୍ରାତ୍‌କାର ରହିଛି ?
Answer:
ଆନ୍ତର୍ଜାତିକ ନ୍ୟାୟାଳୟର କ୍ଷେତ୍ରାଧିକାର ଦୁଇ ପ୍ରକାରର; ଯଥା –

  • ବାଧ୍ୟତାମୂଳକ ଓ
  • ଇଚ୍ଛାଧୀନ

CHSE Odisha Class 12 Political Science Chapter 8 Objective & Short Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦୁଇଟି / ତିନୋଟି ବାକ୍ୟରେ ଦିଅ |

୧। ସଂଯୁକ୍ତ ରାଷ୍ଟ୍ରସଂଘର ଧାରା ଓ ଅଧ୍ୟାୟ ବିଷୟରେ ସଂକ୍ଷେପରେ ଲେଖ ।
Answer:

  • ସଂଯୁକ୍ତ ରାଷ୍ଟ୍ରସଂଘର ସନନ୍ଦରେ ସର୍ବମୋଟ ୧୦,୦୦୦ ଶବ୍ଦ ସମ୍ବଳିତ ।
  • ଏହି ସନନ୍ଦ ୧୧୧ ଟି ଧାରା ଓ ଏହା ୧୯ଟି ଅଧ୍ୟାୟରେ ବିଭକ୍ତ ହୋଇଛି ।

୨। କେତୋଟି ରାଷ୍ଟ୍ର ସଂଯୁକ୍ତ ରାଷ୍ଟ୍ରସଂଘର ମୂଳ ସଦସ୍ୟ ରାଷ୍ଟ୍ର ହେବାର ସୌଭାଗ୍ୟ ଲାଭ କରିଥିଲେ ଓ କିପରି ?
Answer:

  • ୫୧ ଗୋଟି ରାଷ୍ଟ୍ର ସଂଯୁକ୍ତ ରାଷ୍ଟ୍ରସଂଘର ‘ମୂଳ ସଦସ୍ୟ’ ହେବାର ସୌଭାଗ୍ୟ ଲାଭ କରିଥିଲେ ।
  • ଏହି ରାଷ୍ଟ୍ରଗୁଡ଼ିକ ସାନ୍‌ଫ୍ରାନ୍‌ସିସ୍କୋ ସମ୍ମିଳନୀରେ ଯୋଗଦାନ କରି ସଂଯୁକ୍ତ ରାଷ୍ଟ୍ରସଂଘର ସନନ୍ଦରେ ପ୍ରଥମେ ସ୍ବାକ୍ଷର ପ୍ରଦାନ କରିଥିବାରୁ ସେହି ରାଷ୍ଟ୍ରଗୁଡ଼ିକୁ ‘ମୂଳ ସଦସ୍ୟ ରାଷ୍ଟ୍ର’ କୁହାଯାଉଛି ।

୩। ସଂଯୁକ୍ତ ରାଷ୍ଟ୍ରସଂଘ ଅଧୀନରେ କାର୍ଯ୍ୟ କରୁଥିବା ସାଧାରଣ ସଭାକୁ କାହିଁକି ‘ପୃଥ‌ିବୀର ପଞ୍ଚାୟତ’ ଆଖ୍ୟା ଦିଆଯାଇଛି ?
Answer:

  • ସଂଯୁକ୍ତ ରାଷ୍ଟ୍ରସଂଘର ଛଅଗୋଟି ଅଙ୍ଗ ମଧ୍ୟରୁ ସାଧାରଣ ସଭା ଅନ୍ୟତମ ।
  • ସାଧାରଣ ସଭାକୁ ‘ପୃଥ‌ିବୀର ପଞ୍ଚାୟତ’ର ଆଖ୍ୟା ମିଳିଛି କାରଣ ଏହି ସଭାରେ ସଂଯୁକ୍ତ ରାଷ୍ଟ୍ରସଂଘର ସମସ୍ତ ସଦସ୍ୟ-ରାଷ୍ଟ୍ରର ପ୍ରତିନିଧୂମାନେ ଆଲୋଚନା ଓ ବିତର୍କ ମାଧ୍ୟମରେ ବିଭିନ୍ନ ଆନ୍ତର୍ଜାତିକ ସମସ୍ୟାର ସମାଧାନ କରିଥାଆନ୍ତି ।

୪। ସାଧାରଣ ସଭାର ଆଲୋଚନା ବା ବିତର୍କମୂଳକ କାର୍ଯ୍ୟ କ’ଣ ?
Answer:
ସାଧାରଣ ସଭାର ଆଲୋଚନା ବା ବିତର୍କମୂଳକ କାର୍ଯ୍ୟ ମାଧ୍ୟମରେ ସାଧାରଣ ସଭାର ସଂଯୁକ୍ତ ରାଷ୍ଟ୍ରସଂଘ ପରିସରଭୁକ୍ତ ସମସ୍ତ ବିଷୟ ଉପରେ ବିତର୍କ ବା ଆଲୋଚନା କରାଯାଇଥାଏ । ପାଲେଷ୍ଟାଇନ୍, ଭାରତ-ପାକିସ୍ତାନ ବିବାଦ, ଆଫ୍ରିକାର ବର୍ଣ୍ଣବୈଷମ୍ୟ ଇତ୍ୟାଦି ସମସ୍ୟାଗୁଡ଼ିକ ସାଧାରଣ ସଭାରେ ଆଲୋଚିତ ହୋଇଛି ।

୫। ସଚିବାଳୟର ମହାସଚିବ ହେବାପାଇଁ ଜଣେ ଲୋକର କେଉଁସବୁ ଯୋଗ୍ୟତା ଥ‌ିବା ଦରକାର ?
Answer:

  • ସାଧାରଣ ସଭା ଓ ନିରାପତ୍ତା ପରିଷଦଦ୍ଵାରା ଗ୍ରହଣଯୋଗ୍ୟ ଜଣେ ବ୍ୟକ୍ତି ମହାସଚିବ ହେବା ବାଞ୍ଛନୀୟ ।
  • ସେ ଜଣେ ବିଚକ୍ଷଣ ରାଷ୍ଟ୍ରନୀତିଜ୍ଞ ଓ ସୁପ୍ରଶାସକ ହୋଇଥିବା ଆବଶ୍ୟକ ।

୬। ‘ମାନବାଧ୍ୟାକାର ଦିବସ’ କେଉଁ ଦିନ ପାଳନ କରାଯାଏ ?
Answer:
ପ୍ରତିବର୍ଷ ଡିସେମ୍ବର ମାସ ୧୦ ତାରିଖ ଦିନ ବିଶ୍ଵ ମାନବାଧ୍ଵର ଦିବସ ପାଳନ କରାଯାଏ ।

୭ । ନ୍ୟାସ ପରିଷଦର ଗଠନ ଆଲୋଚନା କର ।
Answer:
ନ୍ୟାସ ପରିଷଦରେ ନିରାପତ୍ତା ପରିଷଦର ପାଞ୍ଚଜଣ ସ୍ଥାୟୀ ସଦସ୍ୟଙ୍କ ବ୍ୟତୀତ ଅନ୍ୟ ସଦସ୍ୟମାନେ ପ୍ରତି ତିନି ବର୍ଷ ପାଇଁ ‘ସାଧାରଣ ସଭାଦ୍ଵାରା ନିର୍ବାଚିତ ହୋଇଥା’ନ୍ତି ।

୮ | କେତେଗୋଟି ରାଷ୍ଟ୍ର ସଂଯୁକ୍ତ ରାଷ୍ଟ୍ରସଂଘର ‘ସନନ୍ଦ’ରେ ପ୍ରଥମେ ସ୍ଵାକ୍ଷର ପ୍ରଦାନ କରିଥିଲେ ?
Answer:
୫୧ ଗୋଟି ରାଷ୍ଟ୍ର ସଂଯୁକ୍ତ ରାଷ୍ଟ୍ରସଂଘର ‘ସନନ୍ଦ’ରେ ପ୍ରଥମେ ସ୍ଵାକ୍ଷର ପ୍ରଦାନ କରିଥିଲେ ।

୯ । ‘ଭିଟୋ’ କହିଲେ କ’ଣ ବୁଝ ?
Answer:
ଯେତେବେଳେ କୌଣସି ବିଷୟବସ୍ତୁ ସମ୍ପର୍କିତ ସମସ୍ୟା ନିରାପତ୍ତା ପରିଷଦର ନିଷ୍ପତ୍ତି ପାଇଁ ବିଚାରକୁ ଆସେ, ସେତେବେଳେ ପାଞ୍ଚଜଣ ସ୍ଥାୟୀ ସଦସ୍ୟଙ୍କ ସମେତ ନଅଜଣ ସଦସ୍ୟଙ୍କ ସମର୍ଥନ ନିଶ୍ଚିତ ଭାବେ ଆବଶ୍ୟକ । ଯଦି ଜଣେ କେହି ସ୍ଥାୟୀ ସଦସ୍ୟ ପ୍ରସ୍ତାବ ସପକ୍ଷରେ ଭୋଟ ନ ଦିଅନ୍ତି, ତେବେ ସେ କ୍ଷେତ୍ରରେ ‘ଭିଟୋ’ ପ୍ରୟୋଗ ହୋଇଥାଏ ।

CHSE Odisha Class 12 Political Science Chapter 8 Objective & Short Answer Questions in Odia Medium

୧୦ । ସଂଯୁକ୍ତ ରାଷ୍ଟ୍ରସଂଘର ‘ମହାସଚିବ’ କିପରି ନିଯୁକ୍ତ ହୁଅନ୍ତି ?
Answer:
ସଂଯୁକ୍ତ ରାଷ୍ଟ୍ରସଂଘର ମହାସଚିବ ନିରାପତ୍ତା ପରିଷଦର ଅନୁମୋଦନ କ୍ରମେ ସାଧାରଣ ସଭାଦ୍ଵାରା ପାଞ୍ଚବର୍ଷ ପାଇଁ ନିଯୁକ୍ତ ହୁଅନ୍ତି ।

୧୧ । ସଂଯୁକ୍ତ ରାଷ୍ଟ୍ରସଂଘର ଜନ୍ମଦିନ ପ୍ରତିବର୍ଷ କେଉଁ ଦିନ ପାଳିତ ହୁଏ ?
Answer:
ସଂଯୁକ୍ତ ରାଷ୍ଟ୍ରସଂଘର ଜନ୍ମଦିନ ପ୍ରତିବର୍ଷ ଅକ୍ଟୋବର ମାସ ୨୪ ତାରିଖ ଦିନ ପାଳିତ ହୁଏ ।

୧୨ । ସାଧାରଣ ସଭାର ପ୍ରଥମ ବୈଠକ କେଉଁଠାରେ ଓ କେବେ ବସିଥିଲା ?
Answer:
ସାଧାରଣ ସଭାର ପ୍ରଥମ ବୈଠକ ଲଣ୍ଡନରେ ୧୯୪୬ ମସିହା ଜୁନ୍ ମାସ ୧୦ ତାରିଖରେ ବସିଥିଲା ।

୧୩। ବିଶ୍ଵବ୍ୟାଙ୍କର ମୁଖ୍ୟ କାର୍ଯ୍ୟ କ’ଣ ?
Answer:
ବିଶ୍ବବ୍ୟାଙ୍କ ପୃଥ‌ିବୀର ବିଭିନ୍ନ ରାଷ୍ଟ୍ରର ପୁନର୍ନିର୍ମାଣ ତଥା ଆର୍ଥିକ ବିକାଶ ପାଇଁ ଋଣ ମଞ୍ଜୁର କରିଥାଏ ।

୧୪ । ଆନ୍ତର୍ଜାତିକ ଶିଶୁ କଲ୍ୟାଣ ଜରୁରିକାଳୀନ ପାଣ୍ଠିର ମୁଖ୍ୟ କାର୍ଯ୍ୟଟି ଲେଖ ।
Answer:
ଆନ୍ତର୍ଜାତିକ ଶିଶୁ କଲ୍ୟାଣ ଜରୁରିକାଳୀନ ପାଣ୍ଠି ବିକାଶୋନ୍ମୁଖୀ ରାଷ୍ଟ୍ରଗୁଡ଼ିକର ଶିଶୁ ଓ ମହିଳାମାନଙ୍କୁ ମାନବ ହିତୈଷୀ ଓ ଉନ୍ନୟନମୂଳକ ସହାୟତା ପ୍ରଦାନ ପାଇଁ କାର୍ଯ୍ୟ କରୁଅଛି ।

B. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପାଞ୍ଚଟି / ଛଅଟି ବାକ୍ୟରେ ଦିଅ ।

୧। ସଂଯୁକ୍ତ ରାଷ୍ଟ୍ରସଂଘ ଅଧୀନରେ ଥ‌ିବା ସ୍ଵତନ୍ତ୍ର ସଂସ୍ଥାଗୁଡ଼ିକର ନାମ ଲେଖ । କିମ୍ବା, ସଂଯୁକ୍ତ ରାଷ୍ଟ୍ରସଂଘର ଛଅଗୋଟି ସ୍ଵତନ୍ତ୍ର ସଂସ୍ଥାର ନାମ ଲେଖ ।
Answer:
ନିମ୍ନ ସଂସ୍ଥାଗୁଡ଼ିକ ସଂଯୁକ୍ତ ରାଷ୍ଟ୍ରସଂଘ ଅଧୀନରେ ସ୍ଵତନ୍ତ୍ର ସଂସ୍ଥାରୂପେ କାର୍ଯ୍ୟ କରୁଛନ୍ତି ।

  • ଶ୍ରମିକମାନଙ୍କ କଲ୍ୟାଣ ସାଧନ ପାଇଁ ଆନ୍ତର୍ଜାତିକ ଶ୍ରମ ସଂଗଠନ
  • କୃଷିର ବିକାଶ ପାଇଁ ଖାଦ୍ୟ ଓ କୃଷି ସଂଗଠନ
  • ବାଣିଜ୍ୟ – ବ୍ୟବସାୟ ପାଇଁ ଆନ୍ତର୍ଜାତିକ ବ୍ୟାପାର ସଂଗଠନ
  • ଶିକ୍ଷାର ଉନ୍ନତି ସାଧନ ପାଇଁ ଆନ୍ତର୍ଜାତିକ ଶିକ୍ଷା, ବିଜ୍ଞାନ ଏବଂ ସାଂସ୍କୃତିକ ସଂଗଠନ
  • ଶିଶୁ କଲ୍ୟାଣ ପାଇଁ ଆନ୍ତର୍ଜାତିକ ଶିଶୁ କଲ୍ୟାଣ ଜରୁରିକାଳୀନ ପାଣ୍ଠି
  • ସ୍ଵାସ୍ଥ୍ୟର ସୁରକ୍ଷା ପାଇଁ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ

୨। ସାଧାରଣ ସଭାର କେତୋଟି କମିଟି ରହିଛି ଓ ସେଗୁଡ଼ିକ କ’ଣ କ’ଣ ?
Answer:
ସାଧାରଣ ସଭାର ସାତଗୋଟି କମିଟି ରହିଛି । ସେଗୁଡ଼ିକ ହେଉଛି –

  • ରାଜନୈତିକ ଏବଂ ନିରାପତ୍ତା କମିଟି
  • ଅର୍ଥନୈତିକ କମିଟି
  • ସାମାଜିକ ସଂସ୍ଥା ଓ ସାଂସ୍କୃତିକ କମିଟି
  • ନ୍ୟାସ କମିଟି
  • ପ୍ରଶାସନିକ ଓ ବଜେଟ୍ କମିଟି
  • ଆଇନଗତ କମିଟି
  • ସ୍ଵତନ୍ତ୍ର -ରାଜନୈତିକ କମିଟି

୩ । ସାଧାରଣ ସଭାରେ କିପରି ନିଷ୍ପତ୍ତି ନିଆଯାଏ ?
Answer:

  • ସମସ୍ତ ସରଳ ଓ ସହଜ ସମସ୍ୟାର ସମାଧାନ ସାଧାରଣ ସଭାର ବୈଠକରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କର ସାଧାରଣ ସଂଖ୍ୟାଗରିଷ୍ଠ (୫୦% + ୧) ମତ ବା ସମର୍ଥନ ଅନୁସାରେ ନିଷ୍ପତ୍ତି ହୋଇଥାଏ ।
  • ଅନ୍ୟ ସମସ୍ତ ଜରୁରି ବା ଗୁରୁତର ସମସ୍ୟାର ସମାଧାନ ନିଷ୍ପତ୍ତି ଉପସ୍ଥିତ ସମସ୍ତ ସଦସ୍ୟଙ୍କ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠ ସମର୍ଥନରେ ନିଆଯାଏ । ଅର୍ଥାତ୍ ସାଧାରଣ ସଭାରେ ସମସ୍ତ ନିଷ୍ପତ୍ତି କେବଳ ‘ଭୋଟଦାନ’ ବା ‘ମତଦାନ’ ମାଧ୍ୟମରେ ନିଆଯାଏ ।

CHSE Odisha Class 12 Political Science Chapter 8 Objective & Short Answer Questions in Odia Medium

୪। ନିରାପତ୍ତା ପରିଷଦର କେତୋଟି କାର୍ଯ୍ୟ ରହିଛି ଓ ସେଗୁଡ଼ିକ କ’ଣ କ’ଣ ?
Answer:
ନିରାପତ୍ତା ପରିଷଦର ଚାରିପ୍ରକାର କାର୍ଯ୍ୟ ରହିଛି । ଯଥା –

  • ଆଲୋଚନାମୂଳକ କାର୍ଯ୍ୟ
  • ନିଷ୍ପରି କାର୍ଯ୍ୟକାରୀ କରାଇବା କାର୍ଯ୍ୟ
  • ନିର୍ବାଚନ ସମ୍ପର୍କିତ କାର୍ଯ୍ୟ
  • ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ସମ୍ପର୍କିତ କାର୍ଯ୍ୟ

୫। ମିଳିତ ଜାତିସଂଘ ଅଧୀନରେ କାର୍ଯ୍ୟ କରୁଥିବା ଅର୍ଥନୈତିକ ଓ ସାମାଜିକ ପରିଷଦର ସଦସ୍ୟମାନେ କିପରି ଓ କେତେ ବର୍ଷ ପାଇଁ ନିର୍ବାଚିତ ହୋଇଥାଆନ୍ତି ଓ ଏହା କେଉଁସବୁ କ୍ଷେତ୍ରରେ ସଂଯୁକ୍ତ ରାଷ୍ଟ୍ରସଂଘକୁ ବିଭିନ୍ନ ପ୍ରସ୍ତାବ ଦେଇଥାଏ ?
Answer:

  • ଅର୍ଥନୈତିକ ଓ ସାମାଜିକ ପରିଷଦର ସଦସ୍ୟ ସଂଖ୍ୟା ୫୪ । ଏହି ସଦସ୍ୟମାନେ ସାଧାରଣ ସଭାଦ୍ଵାରା ପ୍ରତି ତିନି ବର୍ଷ ପାଇଁ ନିର୍ବାଚିତ ହୋଇଥାଆନ୍ତି ।
  • ବିଶ୍ଵର ଅର୍ଥନୈତିକ ଓ ସାମାଜିକ ସମସ୍ୟାର ସମାଧାନ ଦିଗରେ ଏହି ପରିଷଦ ସଂଯୁକ୍ତ ରାଷ୍ଟ୍ରସଂଘକୁ ବିଭିନ୍ନ ପ୍ରସ୍ତାବ ଦେଇଥାଏ ।

୬। ସଂଯୁକ୍ତ ରାଷ୍ଟ୍ରସଂଘର ସଚିବାଳୟର ମହାସଚିବଙ୍କର ମୁଖ୍ୟ କାର୍ଯ୍ୟ କ’ଣ ?
Answer:
ସଂଯୁକ୍ତ ରାଷ୍ଟ୍ରସଂଘର ସଚିବାଳୟର ମହାସଚିବଙ୍କର ୫ଟି ମୁଖ୍ୟ କାର୍ଯ୍ୟ ରହିଛି । ସେଗୁଡ଼ିକ ହେଉଛି ।

  • ପ୍ରଶାସନିକ
  • ଆର୍ଥିକ
  • ରାଜନୈତିକ
  • ପ୍ରତିନିଧ୍ ମୂଳକ
  • ରେଜିଷ୍ଟ୍ରେସନ ବା ପଞ୍ଜୀକରଣ ସମ୍ପର୍କିତ

୭ | ସଂଯୁକ୍ତ ରାଷ୍ଟ୍ରସଂଘ ଅଧୀନରେ କାର୍ଯ୍ୟ କରୁଥିବା ଖାଦ୍ୟ ଓ କୃଷି ସଂଗଠନର କାର୍ଯ୍ୟ ଲେଖ ।
Answer:

  • ସଂଯୁକ୍ତ ରାଷ୍ଟ୍ରସଂଘ ଅଧୀନରେ କାର୍ଯ୍ୟ କରୁଥିବା ଖାଦ୍ୟ ଓ କୃଷି ସଂଗଠନ ୧୯୪୫ ମସିହାରେ ଗଠିତ ହୋଇଥିଲା । ବିଶ୍ୱରେ କୃଷି ଉତ୍ପାଦନ ବୃଦ୍ଧି ଓ କୃଷି ଉନ୍ନୟନ ମାଧ୍ୟମରେ ଜୀବନଧାରଣର ମାନବୃଦ୍ଧି କରିବା ଏହି ସଂଗଠନର ମୁଖ୍ୟ ଉଦ୍ଦେଶ୍ୟ ।
  • ଏହି ସଂଗଠନଦ୍ଵାରା ପ୍ରୋତ୍ସାହିତ ହୋଇ କୃଷିବିଜ୍ଞାନୀମାନେ ବିଭିନ୍ନ ଗବେଷଣାରେ ନିୟୋଜିତ ହୋଇ କୃଷି ଉତ୍ପାଦନର ଉନ୍ନତି ପାଇଁ ନୂତନ କୃଷିପ୍ରଣାଳୀ ଲୋକମାନଙ୍କ ପାଖରେ ପହଞ୍ଚାଉଛନ୍ତି ।

୮। ବିଶ୍ଵବ୍ୟାଙ୍କ କେଉଁ ଉଦ୍ଦେଶ୍ୟରେ ଗଠିତ ହୋଇଛି ଓ ଏହାର ମୁଖ୍ୟ କାର୍ଯ୍ୟାଳୟ କେଉଁଠାରେ ରହିଛି ?
Answer:

  • ପୃଥ‌ିବୀର ବିଭିନ୍ନ ଦେଶରେ ପୁନଃନିର୍ମାଣ ଓ ଆର୍ଥିକ ବିକାଶ ପାଇଁ ବିଶ୍ବବ୍ୟାଙ୍କ କାର୍ଯ୍ୟ କରୁଛି ।
  • ଏହାର ମୁଖ୍ୟ କାର୍ଯ୍ୟାଳୟ ଆମେରିକାର ୱାଶିଂଟନ୍‌ରେ ଅବସ୍ଥିତ ।

୯। ସଂଯୁକ୍ତ ରାଷ୍ଟ୍ରସଂଘର ସନନ୍ଦ ବିଷୟରେ ତୁମେ ଯାହା ଜାଣିଛ ଲେଖ ।
Answer:

  • ୧୯୪୧ ମସିହା ଅଗଷ୍ଟ ୧୪ ତାରିଖ ଦିନ ଉତ୍ତର ଆଟଲାଣ୍ଟିକ୍ ମହାସାଗରରେ ଥ‌ିବା ଏକ ଯୁଦ୍ଧ ଜାହାଜରେ ତଦାନୀନ୍ତନ ଆମେରିକାର ରାଷ୍ଟ୍ରପତି ଫ୍ରାଙ୍କଲିନ୍ ରୁଡ୍‌ଭେଲ୍ଟ ଓ ବ୍ରିଟିଶ ପ୍ରଧାନମନ୍ତ୍ରୀ ଉଇନ୍‌ଷ୍ଟନ୍‌ ଚଢିଲ ମିଳିତ ହୋଇ ବିଶ୍ୱଶାନ୍ତି ପ୍ରତିଷ୍ଠା ପାଇଁ ଆଠଦଫା ସମ୍ବଳିତ ‘ଆଟ୍‌ଲାଷ୍ଟିକ ସନନ୍ଦ’ ଜାରି କରିଥିଲେ ।
  • ସାନ୍‌ଫ୍ରାନ୍‌ସିସ୍କୋ ସମ୍ମିଳନୀ ଥିଲା ଏହି ବିଶ୍ଵ ସଙ୍ଗଠନ ପ୍ରତିଷ୍ଠା ଦିଗରେ ଏକ ଚୂଡ଼ାନ୍ତ ପଦକ୍ଷେପ । ୧୯୪୫ ମସିହା ଅପ୍ରେଲ ୨୫ ତାରିଖଠାରୁ ଜୁନ୍ ୨୬ ତାରିଖ ମଧ୍ୟରେ ୫୧ ଗୋଟି ରାଷ୍ଟ୍ରର ପ୍ରତିନିଧୁମାନେ ଯୁକ୍ତରାଷ୍ଟ୍ର ଆମେରିକାର ସାନ୍‌ଫ୍ରାନ୍‌ସିସ୍କୋ ସହରରେ ଏକ ସମ୍ମିଳନୀରେ ମିଳିତ ହୋଇ ‘ସଂଯୁକ୍ତ ରାଷ୍ଟ୍ରସଂଘ’ ଗଠନ ନିମନ୍ତେ ଚୂଡ଼ାନ୍ତ ‘ସନନ୍ଦ’ ପ୍ରସ୍ତୁତ କଲେ, ଯାହାକି ସଂଯୁକ୍ତ ରାଷ୍ଟ୍ରସଂଘର ସନନ୍ଦ ନାମରେ ବିଶ୍ବରେ ପରିଚିତ ।

୧୦ । ନିରାପତ୍ତା ପରିଷଦର ଗଠନ ଓ କାର୍ଯ୍ୟାବଳୀ ଆଲୋଚନା କର ।
Answer:
ନିରାପତ୍ତା ପରିଷଦରେ ୧୫ଗୋଟି ସଦସ୍ୟ ମଧ୍ୟରୁ ୫ଗୋଟି ରାଷ୍ଟ୍ର ସ୍ଥାୟୀ ସଦସ୍ୟ ଓ ୧୦ଗୋଟି ରାଷ୍ଟ୍ର ଅସ୍ଥାୟୀ ସଦସ୍ୟ ଭାବରେ କାର୍ଯ୍ୟ କରି ଆସୁଛନ୍ତି । ୫ଗୋଟି ସ୍ଥାୟୀ ସଦସ୍ୟ ରାଷ୍ଟ୍ର ହେଲେ ଯୁକ୍ତରାଷ୍ଟ୍ର ଆମେରିକା, ଇଂଲଣ୍ଡ, ଫ୍ରାନ୍ସ, ରୁଷିଆ ଓ ଚୀନ୍ । ଏମାନେ ‘ବୃହତ୍ ଶକ୍ତି’ ନାମରେ ପରିଚିତ । ଅନ୍ୟ ୧୦ଗୋଟି ଅସ୍ଥାୟୀ ସଦସ୍ୟ ରାଷ୍ଟ୍ର ପ୍ରତି ଦୁଇ ବର୍ଷ ପାଇଁ ସାଧାରଣ ସଭାଦ୍ଵାରା ନିର୍ବାଚିତ ହୁଅନ୍ତି । ବିଶ୍ଵର ସମସ୍ତ ଅଞ୍ଚଳରେ ସମାନ ପ୍ରତିନିଧ୍ୱ ମିଳିବାପାଇଁ ଏ ପଦ ନିମନ୍ତେ ଦ୍ୱି-ବାର୍ଷିକ ନିର୍ବାଚନ ବ୍ୟବସ୍ଥା କରାଯାଇଛି । ନିରାପତ୍ତା ପରିଷଦର ଜଣେ ଅଧ୍ୟକ୍ଷ ଅଛନ୍ତି ।
ନିରାପତ୍ତା ପରିଷଦର ଚାରି ପ୍ରକାର କାର୍ଯ୍ୟ ରହିଛି; ଯଥା —

  • ଆଲୋଚନାମୂଳକ କାର୍ଯ୍ୟ
  • ନିଷ୍ପତ୍ତି କାର୍ଯ୍ୟକାରୀ କରାଇବା କାର୍ଯ୍ୟ
  • ନିର୍ବାଚନ ସମ୍ପର୍କିତ କାର୍ଯ୍ୟ
  • ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ସମ୍ପର୍କିତ କାର୍ଯ୍ୟ

CHSE Odisha Class 12 Political Science Chapter 8 Objective & Short Answer Questions in Odia Medium

୧୧। ‘ଆଣ୍ଟଲାଣ୍ଟିକ୍ ସନନ୍ଦ’ର ତାତ୍ପର୍ଯ୍ୟ ଲେଖ
Answer:

  • ବିଶ୍ଵଯୁଦ୍ଧ ଚାଲୁଥିବା ସମୟରେ ୧୯୪୧ ମସିହା ଅଗଷ୍ଟ ୧୪ ତାରିଖ ଦିନ ଉତ୍ତର ଆଟଲାଣ୍ଟିକ୍ ମହାସାଗରରେ ଥ‌ିବା ଏକ ଯୁଦ୍ଧ ଜାହାଜରେ ଆମେରିକାର ରାଷ୍ଟ୍ରପତି ଫ୍ରାଙ୍କ୍‌ଲିନ୍ ରୁଜ୍‌ଭେଲ୍‌ଟ୍‌ ଓ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ଉଇନ୍‌ଷ୍ଟନ ଚର୍ଚ୍ଚିଲ୍ ମିଳିତ ହୋଇ ବିଶ୍ୱଶାନ୍ତି ପ୍ରତିଷ୍ଠାପାଇଁ ଆଠଦଫା ସମ୍ବଳିତ ‘‘ଆଣ୍ଟିକ ସନନ୍ଦ’’ ଜାରି କରିଥିଲେ ।
  • ଏଥିରେ ବାକ୍ ସ୍ଵାଧୀନତା ଓ ଧର୍ମଗତ ସ୍ଵାଧୀନତା, ଅବାଧ ଜଳଯାତ୍ରା, ନିରାପତ୍ତା ଓ ନିରସ୍ତ୍ରୀକରଣ ଏବଂ ଆନ୍ତର୍ଜାତିକ ଶାନ୍ତି ଓ ସହଯୋଗ ପ୍ରତିଷ୍ଠା ସମ୍ପର୍କରେ ଘୋଷଣା କରାଯାଇଥିଲା ।

୧୨ । ‘ସାନ୍‌ଫ୍ରାନ୍‌ସିସ୍‌ ସମ୍ମଳନୀ’ ସମ୍ପର୍କରେ ଏକ ଟିପ୍ପଣୀ ଲେଖ ।
Answer:

  • ସାନ୍‌ଫ୍ରାନ୍‌ସିସ୍କୋ ସମ୍ମିଳନୀ ଥିଲା ବିଶ୍ଵ ସଙ୍ଗଠନ ପ୍ରତିଷ୍ଠା ଦିଗରେ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ।
  • ଏହି ସମ୍ମିଳନୀରେ ୧୯୪୫ ମସିହା ଅପ୍ରେଲ ୨୫ ତାରିଖଠାରୁ ଜୁନ୍ ୨୬ ତାରିଖ ମଧ୍ୟରେ ୫୧ ଗୋଟି ରାଷ୍ଟ୍ରର ପ୍ରତିନିଧୁମାନେ ମିଳିତ ହୋଇ ‘ସଂଯୁକ୍ତ ରାଷ୍ଟ୍ରସଂଘ’ ଗଠନ ନିମନ୍ତେ ଚୂଡ଼ାନ୍ତ ‘ସନନ୍ଦ’ ପ୍ରସ୍ତୁତି କରିଥିଲେ । ଏହା ସଂଯୁକ୍ତ ରାଷ୍ଟ୍ରସଂଘର ସନନ୍ଦ ନାମରେ ପରିଚିତ ।

୧୩ । ସଂଯୁକ୍ତ ରାଷ୍ଟ୍ରସଂଘର ଲକ୍ଷ୍ୟ ହାସଲ ଦିଗରେ ଭୂମିକା ସଂକ୍ଷେପରେ ଲେଖ ।
Answer:

  • ସଂଯୁକ୍ତ ରାଷ୍ଟ୍ରସଂଘର ଲକ୍ଷ୍ୟ ହାସଲ ଦିଗରେ ଭାରତର ଭୂମିକା ଗୁରୁତ୍ଵପୂର୍ଣ୍ଣ । ପୃଥ‌ିବୀରେ ଶାନ୍ତି ପ୍ରତିଷ୍ଠା, ଅନ୍ତର୍ଜାତିକ ଆତଙ୍କବାଦ ବିରୋଧରେ ସ୍ୱର ଉତ୍ତୋଳନ ଓ ପରମାଣୁ ଶକ୍ତିର ଶାନ୍ତିପୂର୍ଣ୍ଣ ବିନିଯୋଗ କ୍ଷେତ୍ରରେ ଭାରତର ମନୋଭାବକୁ ସଂଯୁକ୍ତ ରାଷ୍ଟ୍ରସଂଘ ସର୍ବଦା ସମ୍ମାନ ପ୍ରଦର୍ଶନ କରିବା ସହିତ ସହଯୋଗର ହାତ ବଢ଼ାଇଛି ।
  • ଦାରିଦ୍ର୍ୟ ଦୂରୀକରଣ, ପୃଥ‌ିବୀର ‘ଜଳବାୟୁ ପରିବର୍ତ୍ତନ’, ପରିବେଶ ପ୍ରଦୂଷଣ ବିରୋଧର ସଂଗ୍ରାମ ଆଦି କାର୍ଯ୍ୟକୁ ତ୍ୱରାନ୍ବିତ କରିବାପାଇଁ ସଂଯୁକ୍ତ ରାଷ୍ଟ୍ରସଂଘର ପ୍ରଚେଷ୍ଟାକୁ ଭାରତ ସମର୍ଥନ ଜଣାଇଛି ।

BSE Odisha 8th Class Science Solutions Chapter 8 କୋଷ – ଗଠନ ଓ କାର୍ଯ୍ୟ

Odisha State Board BSE Odisha 8th Class Science Solutions Chapter 8 କୋଷ – ଗଠନ ଓ କାର୍ଯ୍ୟ Textbook Exercise Questions and Answers.

BSE Odisha Class 8 Science Solutions Chapter 8 କୋଷ – ଗଠନ ଓ କାର୍ଯ୍ୟ

Question 1.
ନିମ୍ନରେ ଥ‌ିବା ବନ୍ଧନୀ ମଧ୍ୟରୁ ଠିକ୍ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର ।
(ଆଦିପୁରସ, କୋଷଭିଭି, କୂଟପାଦ, ଓଟପକ୍ଷୀର ଅଣ୍ଡା, ନିନ୍ୟଷ୍ଟି, ଜିନ୍, ପ୍ରାକ୍‌ନ୍ୟଷ୍ଟୀୟ କୋଷ)

(କ) ନ୍ୟଷ୍ଟି ମଧ୍ୟରେ ଥ‌ିବା ଗୋଲାକାର ଅଂଶକୁ ……………… କୁହାଯାଏ ।
(ଖ) ଏମିବା ଶରୀରରୁ ବାହାରୁଥିବା ପ୍ରବର୍ଷକୁ ………………… କୁହାଯାଏ ।
(ଗ) ଉଦ୍ଭିଦ କୋଷର ବାହାର ଆବରଣକୁ ………………….. କୁହାଯାଏ ।
(ଘ) ଜୀବନ୍ତ କୋଷ ………………. ଦ୍ଵାରା ଗଠିତ ।
(ଙ) ପ୍ରକୃତିରେ ଦେଖାଯାଉଥ‌ିବା ବୃହତ୍ତମ କୋଷ ହେଉଛି …………………. ।
(ଚ) ଯେଉଁ କୋଷରେ ନ୍ୟଷ୍ଟିର ନ୍ୟଷ୍ଟି ଝିଲ୍ଲୀ ନାହିଁ, ତାହାକୁ ……………… କୋଷ କୁହାଯାଏ ।
(ଛ) ବଂଶଗତିର ଏକକ …………………… କୁ କୁହାଯାଏ ।

Answers:
(କ) ନିନ୍ୟଷ୍ଟି
(ଖ) କୂଟପାଦ
(ଗ) କୋଷଭିଭି
(ଘ) ଆଦିପୁରସ
(ଙ) ଓଟପକ୍ଷୀର ଅଣ୍ଡା
(ଚ) ପ୍ରାକ୍‌ନ୍ୟଷ୍ଟୀୟ କୋଷ
(ଛ) ଜିନ୍

BSE Odisha 8th Class Science Solutions Chapter 8 କୋଷ – ଗଠନ ଓ କାର୍ଯ୍ୟ

Question 2.
ଠିକ୍ ଥିଲେ ଠିକ୍, ଭୁଲ୍ ଥିଲେ ଭୁଲ୍ ଲେଖ-
(କ) ଏକକୋଷୀ ଜୀବମାନଙ୍କ ଶରୀର ଗୋଟିଏ କୋଷରେ ଗଢ଼ା ।
(ଖ) ପେଶୀୟ କୋଷଗୁଡ଼ିକ ଶାଖାପ୍ରାଶାଖା ବିଶିଷ୍ଟ ।
(ଗ) ଗୋଟିଏ ଜୀବର ଜୀବନ୍ତ ମୌଳିକ ଏକକ ହେଉଛି ଅଙ୍ଗପ୍ରତ୍ୟଙ୍ଗ ।
(ଘ) ଏମିବା ଶରୀର ବିଷମାକାର ।
(ଙ) ସିଝା ଅଣ୍ଡାରେ ଥ‌ିବା ଧଳା ପଦାର୍ଥ ପୀତକ ଅଟେ ।

Answers:
(କ) ✓
(ଖ) ✗
(ଗ) ✗
(ଘ) ✓
(ଙ) ✗

Question 3.
ପ୍ରତ୍ୟେକରୁ ଦୁଇଟି ଉଦାହରଣ ଦିଅ
(କ) ପ୍ରାକ୍‌ନ୍ୟଷ୍ଟୀୟ କୋଷ
ଉ-
ବୀଜାଣୁ ଓ ନୀଳହରିତ ଶୈବାଳ

(ଖ) ସୁନ୍ୟଷ୍ଟୀୟ କୋଷ
ଉ-
ଗାଲମୁଣାରେ ଥ‌ିବା କୋଷ

Question 4.
ଗୋଟିଏ ବା ଦୁଇଟି ବାକ୍ୟରେ ଉତ୍ତର ଦିଅ ।
(କ) ପ୍ରୋଟୋପ୍ଲାଜମ୍ କହିଲେ କ’ଣ ବୁଝ ?
ଉ-

  • ଏକ ଜୀବନ୍ତ କୋଷରେ ଥ‌ିବା ସମସ୍ତ ପଦାର୍ଥକୁ ଆଦିପୁରସ (Protoplasm) କୁହାଯାଏ । ଏହା କୋଷଜୀବକ (Cytoplasm) ଓ ନ୍ୟଷ୍ଟି (Nucleus) କୁ ନେଇ ଗଠିତ ।
  • ଆଦିପୁରସ ବା ପ୍ରୋଟୋପ୍ଲାଜମ୍ = କୋଷଜୀବକ + ନ୍ୟଷ୍ଟି
  • ଆଦିପୁରସ ହେଉଛି କୋଷର ଜୀବନ୍ତ ପଦାର୍ଥ ।

(ଖ) କୋଷଝିଲ୍ଲୀର କାର୍ଯ୍ୟ କ’ଣ

  • ଏହାଦ୍ଵାରା ଜୀବକୋଷଗୁଡ଼ିକ ପରସ୍ପରଠାରୁ ଓ ବାହ୍ୟ ମାଧ୍ୟମଠାରୁ ମଧ୍ୟ ପୃଥକ ହୋଇ ରହିଥା’ନ୍ତି ।
  • ଏହା ଛିଦ୍ରଯୁକ୍ତ ହୋଇଥିବାରୁ କୋଷ ଭିତରକୁ ଓ ବାହାରକୁ ବିଭିନ୍ନ ପଦାର୍ଥ ଆଦାନପ୍ରଦାନ କରିବାରେ ସାହାଯ୍ୟ କରନ୍ତି ।
  • ଏହା କୋଷକୁ ଏକ ଆକୃତି ପ୍ରଦାନ କରେ ।

(ଗ) ଜିନ୍‌କୁ କିଏ ବହନ କରେ ?
ଉ-
ନ୍ୟଷ୍ଟି ମଧ୍ୟରେ ସୂତାଭଳି ଥ‌ିବା ଅଂଶକୁ ଗୁଣସୂତ୍ର କୁହାଯାଏ । ଏହା ଜିକୁ ବହନ କରିଥାଏ । ଜିନ୍ ବଂଶଗତିର ଏକକ ଅଟେ । ଏହା ଜୀବର ବିଭିନ୍ନ ଲକ୍ଷଣର ପ୍ରରିପ୍ରକାଶ ପାଇଁ ଦାୟୀ ଅଟେ ।

(ଘ) କୋଷଭିଭି କାହାକୁ କହନ୍ତି ?
ଉ-
ଉଭିଦ କୋଷର କୋଷଭିଭି ଏକ ଅତିରିକ୍ତ କୋଷ ଆବରଣ ଅଟେ । ଏହା ଉଭିଦ କୋଷକୁ ଆକୃତି ଓ ଦୃଢ଼ତା ପ୍ରଦାନ କରିବା ସହ କୋଷ ଝିଲ୍ଲୀକୁ ସୁରକ୍ଷା ପ୍ରଦାନ କରେ । ସାଧାରଣତଃ ଉଭିଦ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଗତି କରିପାରୁ ନଥ‌ିବାରୁ କୋଷଭିଭିଜନିତ ସୁରକ୍ଷା ଆବଶ୍ୟକ କରେ ।

Question 5.
ସଂକ୍ଷେପରେ ବର୍ଣ୍ଣନା କର ।
କୋଷଜୀବକ, ନ୍ୟଷ୍ଟି, ଗୁଣସୂତ୍ର, କୋଷ ଝିଲ୍ଲୀ
ଉ-
କୋଷଜୀବକ – ଏହା ଦେଖିବାକୁ ଜେଲିଭଳି । କୋଷ ଝିଲ୍ଲୀ ଓ ନ୍ୟଷ୍ଟି ମଧ୍ୟରେ ଏହା ରହିଅଛି । ଏଥ‌ିରେ ବିଭିନ୍ନ ପ୍ରକାର କୋଷ ଅଙ୍ଗିକା ଦେଖାଯା’ନ୍ତି । ସେଗୁଡ଼ିକ ହେଉଛି ମାଇଟୋକଣ୍ଡ୍ରିଅନ, ଗଲ୍‌ଜିବଡ଼ି ଓ ରାଇବୋଜୋମ ଇତ୍ୟାଦି ।

ନ୍ୟଷ୍ଟି-ଜୀବକୋଷର ଏହା ହେଉଛି ମୁଖ୍ୟ ଅଂଶ । ସାଧାରଣ ଭାବରେ ଏହା ଗୋଲାକାର ଓ କୋଷର କେନ୍ଦ୍ରରେ ଅବସ୍ଥିତ । ଏହାକୁ ରଙ୍ଗରେ ରଞ୍ଜିତ କରି ଅଣୁବୀକ୍ଷଣରେ ଦେଖ୍ହେବ । ନ୍ୟଷ୍ଟିଟି କୋଷଜୀବକଠାରୁ ନ୍ୟଷ୍ଟି ଝିଲ୍ଲୀ ଦ୍ଵାରା ପୃଥକ୍ ହୋଇଥାଏ । ଏହି ଝିଲ୍ଲୀଟି ଛିଦ୍ରଯୁକ୍ତ । ଏହା କୋଷଜୀବକ ଓ ନ୍ୟଷ୍ଟି ମଧ୍ୟକୁ ବିଭିନ୍ନ ପଦାର୍ଥ ଆଦାନପ୍ରଦାନ କରିବାରେ ସାହାଯ୍ୟ କରେ ।

ଗୁଣସୂତ୍ର –

  • ନ୍ୟଷ୍ଟି ମଧ୍ୟରେ ସୂତାଭଳି ଥ‌ିବା ଅଂଶକୁ ଗୁଣସୂତ୍ର କୁହାଯାଏ ।
  • ଏଗୁଡ଼ିକ ଗୁଣପିଣ୍ଡ ବା ଜିନ୍ (Gene) ବହନ କରନ୍ତି ।
  • କୋଷ ବିଭାଜନବେଳେ ଗୁଣସୂତ୍ର ସ୍ପଷ୍ଟ ଦେଖ୍ହୁଏ ।
  • ଏହା ବଂଶଗତିର ଏକକ ଅଟେ ।

କୋଷ ଝିଲ୍ଲୀ-

  • ଏହା କୋଷର ମୌଳିକ ଅଂଶ ଅଟେ ।
  • ଏହାଦ୍ଵାରା କୋଷଜୀବକ ଆବୃତ ହୋଇ ରହିଥାଏ ।
  • ଏହାଦ୍ଵାରା ପ୍ରତ୍ୟେକ କୋଷ ପରସ୍ପରଠାରୁ ଓ ବାହ୍ୟ ମାଧ୍ୟମଠାରୁ ପୃଥକ ହୋଇ ରହିଥା’ନ୍ତି ।
  • ଏହା ଛିଦ୍ରଯୁକ୍ତ ହୋଇଥ‌ିବାରୁ କୋଷ ଭିତରକୁ ଓ ବାହାରକୁ ବିଭିନ୍ନ ପଦାର୍ଥ ଆଦାନପ୍ରଦାନରେ ସାହାଯ୍ୟ କରନ୍ତି ।
  • ଏହା କୋଷକୁ ଏକ ଆକୃତି ପ୍ରଦାନ କରେ ।
  • ଉଭିଦ କୋଷରେ କୋଷଭିଭି କୋଷ ଝିଲ୍ଲୀକୁ ସୁରକ୍ଷା ପ୍ରଦାନ କରେ ।

BSE Odisha 8th Class Science Solutions Chapter 8 କୋଷ – ଗଠନ ଓ କାର୍ଯ୍ୟ

Question 6.
କୋଷର କେଉଁ ଅଂଶରେ ଅଙ୍ଗିକାଗୁଡ଼ିକ ଅଛି ଓ ସେଗୁଡ଼ିକ କ’ଣ କ’ଣ ?
ଉ-
ଜୀବକୋଷର କୋଷ ଝିଲ୍ଲୀ ଓ ନ୍ୟଷ୍ଟି ମଧ୍ୟରେ ଥ‌ିବା ଜେଲିଭଳି ତରଳ ପଦାର୍ଥକୁ କୋଷଜୀବକ କୁହାଯାଏ । କୋଷ ଅଙ୍ଗିକାଗୁଡ଼ିକ ମାଇଟୋକଣ୍ଡ୍ରିଅନ୍, ଗଜିବଡ଼ି, ରାଇବୋଜମ୍ ଇତ୍ୟାଦି ଅଟନ୍ତି ।

Question 7.
ପ୍ରାଣୀ କୋଷ ଓ ଉଭିଦ କୋଷର ଚିତ୍ର ଅଙ୍କନ କରି ତିନୋଟି ପାର୍ଥକ୍ୟ ଲେଖ ।
ଉ-
BSE Odisha 8th Class Science Solutions Chapter 8 କୋଷ – ଗଠନ ଓ କାର୍ଯ୍ୟ 1

ପାର୍ଥକ୍ୟ :

  • ଉଭିଦ କୋଷରେ କୋଷଭିଭି ଥ‌ିବାବେଳେ ପ୍ରାଣୀ କୋଷରେ ଏହା ନଥାଏ ।
  • ଉଭିଦ କୋଷରେ ଲବକ ଥିବା ବେଳେ ପ୍ରାଣୀ କୋଷରେ ଏହା ନଥାଏ
  • ଉଭିଦ କୋଷର ରସଧାନୀ ବୃହତ୍ ଓ ପ୍ରାଣୀ କୋଷର ରସଧାନୀ କ୍ଷୁଦ୍ର ।

Question 8.
‘‘କୋଷ ଜୀବ ଶରୀରର ଗାଠନିକ ଏକକ’- ବୁଝାଅ ।
ଉ-

  • ଜୀବର ଅଙ୍ଗପ୍ରତ୍ୟଙ୍ଗ ଅସଂଖ୍ୟ ଟିସୁଦ୍ଵାରା ଗଠିତ ଏବଂ ଟିସୁ ଅସଂଖ୍ୟ କୋଷକୁ ନେଇ ଗଠିତ । ଜୀବମାନେ ପରସ୍ପରଠାରୁ ପୃଥକ୍ ହୋଇଥିଲେ ମଧ୍ୟ ସେମାନଙ୍କ ଶରୀରର ମୌଳିକ ଗଠନିକ ଏକକ ହେଉଛି ଜୀବକୋଷ ।
  • ଏକାଧ୍ଵକ କୋଷରେ ଗଠିତ ହୋଇଥିବା ଜୀବକୁ ବହୁକୋଷୀ ଜୀବ ଓ ଗୋଟିଏ କୋଷରେ ଗଠିତ ଜୀବକୁ ଏକକୋଷୀ ଜୀବ କୁହାଯାଏ । ଏକକୋଷୀ ଜୀବ ଗୋଟିଏ କୋଷ ମଧ୍ୟରେ ବହୁକୋଷୀ ଜୀବଭଳି ତା’ର ସମସ୍ତ ଆବଶ୍ୟକ ଜୀବନ ପ୍ରକ୍ରିୟା ସମ୍ପନ୍ନ କରିଥାଏ ।
  • ସୁତରାଂ ଜୀବକୋଷ ଶରୀରର ମୌଳିକ ଓ ଗାଠନିକ ଏକକ ।

Question 9.
କେବଳ ଉଭିଦ କୋଷରେ କାହିଁକି ପତ୍ରହରିତ୍‌ ଦେଖାଯାଏ ?
ଉ-

  • ଜୀବଜଗତରେ ସବୁଜ ଉଭିଦମାନେ ସ୍ବଭୋଜୀ; ଅର୍ଥାତ୍ ଏମାନେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରିଥା’ନ୍ତି । ସବୁଜ ଉଭିଦର ଖାଦ୍ୟ ପ୍ରସ୍ତୁତି ପ୍ରକ୍ରିୟାକୁ ଆଲୋକଶ୍ଳେଷଣ କୁହାଯାଏ ।
  • ପତ୍ରରେ ହରିତ୍ ଲବକର ଉପସ୍ଥିତି ଯୋଗୁଁ ଏହାର ରଙ୍ଗ ସବୁଜ ହୋଇଥାଏ ।
  • ହରିତ୍‌ ଲବକରେ ଥିବା ସବୁଜକଣା ବା ପତ୍ରହରିତ୍ ଖାଦ୍ୟ ପ୍ରସ୍ତୁତି ପାଇଁ ଅପରିହାର୍ଯ୍ୟ ଉପାଦାନ ହୋଇଥିବାରୁ ଏହା କେବଳ ଉଭିଦ କୋଷରେ ଦେଖାଯାଏ ।

BSE Odisha 8th Class Science Solutions Chapter 8 କୋଷ – ଗଠନ ଓ କାର୍ଯ୍ୟ

Question 10.
ନିମ୍ନରେ ଦିଆଯାଇଥିବା ସୂତ୍ର ପ୍ରୟୋଗ କରି ଶବ୍ଦ ଖନ୍ଦାକୁ ସମ୍ପୂର୍ଣ୍ଣ କର ।
ଉ-
ଉପରୁ ତଳ :

  • କୋଷ ମଧ୍ୟରେ ଥ‌ିବା ତରଳ ରସ
  • ଅଣୁବୀକ୍ଷଣଦ୍ୱାରା ଦେଖାଯାଉଥ‌ିବା ଜୀବ

ବାମରୁ ଡାହାଣ :

  • ଜୀବର ଶରୀରର ମୌଳିକ ଏକକ ଅଣୁଜୀବର ଅନ୍ୟନାମ
  • ଅଣୁଜୀବର ଅନ୍ୟନାମ

BSE Odisha 8th Class Science Solutions Chapter 8 କୋଷ – ଗଠନ ଓ କାର୍ଯ୍ୟ 2

BSE Odisha 8th Class Science Solutions Chapter 8 କୋଷ – ଗଠନ ଓ କାର୍ଯ୍ୟ

ଆଉ କ’ଣ କରିହେବ :
ତୁମପାଇଁ କାମ ଏବଂ ପ୍ରକଳ୍ପ ପ୍ରସ୍ତୁତି :

  • ତୁମ ବିଦ୍ୟାଳୟ ପରୀକ୍ଷାଗାର କିମ୍ବା ପାଖାପାଖ୍ ଜୁନିୟର କଲେଜ କିମ୍ବା ପାଥୋଲାବ ଯାଇ ଅଣୁବୀକ୍ଷଣର କାର୍ଯ୍ୟ ଏବଂ ଏହାଦ୍ଵାରା ସ୍ଲାଇଡ଼ର ପର୍ଯ୍ୟବେକ୍ଷଣ କିପରି ହେଉଛି ଦେଖ ।
  • ତୁମ ପାଖାପାଖ୍ ସ୍ଥାନରେ ଯଦି ଡାକ୍ତର କିମ୍ବା ଜୀବବିଜ୍ଞାନୀ ଥାଆନ୍ତ ତାଙ୍କଠାରୁ ବଂଶଗତ ରୋଗର କାରଣ
  • ତୁମ ବିଦ୍ୟାଳୟ ନିକଟରେ କୃଷି ଫାର୍ମକୁ ଯାଇ ଜିନ୍ ପରିବର୍ତ୍ତିତ ଉଭିଦ ସଂପର୍କରେ ଜାଣ । ଏହା ଉପରେ ଏକ ସଂକ୍ଷିପ୍ତ ବକ୍ତବ୍ୟ ପ୍ରସ୍ତୁତ କର ।
  • ଜଣେ କୃଷି ବିଶେଷଜ୍ଞଙ୍କଠାରୁ Bt Cotton ବିଷୟରେ ତଥ୍ୟ ସଂଗ୍ରହ କର । ଏହାର ଉପକାରିତା ଓ ଅପକାରିତା ବିଷୟରେ ସଂକ୍ଷିପ୍ତ ଟିପ୍ପଣୀ ପ୍ରସ୍ତୁତ କର ।

ପ୍ରକଳ୍ପ ପ୍ରସ୍ତୁତି :

  • ତୁମେ ବେଙ୍ଗ କିମ୍ବା ମାଛର ରକ୍ତ ନମୁନା ନେଇ ସ୍ଲାଇଡ୍ ପ୍ରସ୍ତୁତ କର ଏବଂ ଅଣୁବୀକ୍ଷଣରେ ପରୀକ୍ଷା କର ।
  • ପତ୍ରର ଉପର ଆବରଣ କାଢ଼ି ସ୍ଲାଇଡ଼ ଉପରେ ରଖ୍ ଅଣୁବୀକ୍ଷଣରେ ଦେଖୁରିବ ।

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

ବସ୍ତୁନିଷ୍ଠ ପ୍ରଶ୍ନେ। ଭର

1. ଶୂନ୍ୟସ୍ଥାନ ପୂରଣ କର ।
(i) ରର୍ବଟ ହୁକ୍ କର୍କରେ ଥ‌ିବା କୋଠରିଗୁଡ଼ିକୁ ……………… ନାମରେ ନାମିତ କରିଥିଲେ ।
(ii) ରର୍ବଟ ହୁକ୍‌ଙ୍କ ପରୀକ୍ଷଣର ………………………. ବର୍ଷ ପର୍ଯ୍ୟନ୍ତ ଜୀବକୋଷ ସମ୍ବନ୍ଧରେ
(iii) ଜୀବମାନେ ପରସ୍ପରଠାରୁ ପୃଥକ୍ ହେଲେ ମଧ୍ୟ ସେମାନଙ୍କ ଶରୀରର ମୌଳିକ ଗାଠନିକ ଏକକ ……………… ଅଟେ
(iv) ଶରୀରରେ ଭିନ୍ନ ଭିନ୍ନ ଆକୃତି ଓ ଆୟତନର ………………… ରୁ ଅଧିକ ଜୀବକୋଷ ରହିଛି ।
(v) ଏକାଧ୍ଵକ କୋଷରେ ଗଠିତ ହୋଇଥିବା ଜୀବକୁ ……………………. ଜୀବ କୁହାଯାଏ ।
(vi) ଗୋଟିଏ ମାତ୍ର କୋଷରେ ଗଠିତ ହୋଇଥିବା ଜୀବକୁ …………………….. ଜୀବ କୁହାଯାଏ ।
(vii) ଟିସୁଗୁଡ଼ିକର ସମଷ୍ଟିରେ ……………………. ତିଆରି ହୋଇଥାଏ ।
(viii) ଏମିବା ଶରୀରରୁ ବାହାରିଥିବା ଦୀର୍ଘ ପ୍ରବର୍ଦ୍ଧ ଟୁଡିକୁ ………………………. କୁହାଯାଏ ।
(ix) ମନୁଷ୍ୟର ରକ୍ତରେ ଥ‌ିବା …………………… ଦୀର୍ଘ ପ୍ରବନ୍ଧଗୁଡ଼ିକୁ – ଗୋଟିଏ କୋଷରେ ଗଠିତ ।
(x) ଦୀର୍ଘ ଓ ଶାଖା ପ୍ରଶାଖା ବିଶିଷ୍ଟ …………………. କୋଷଗୁଡ଼ିକ ବାର୍ତ୍ତା ଗ୍ରହଣ ଓ ପ୍ରେରଣ କରନ୍ତି ।
(xi) କୋଷର ବିଭିନ୍ନ ଉପାଦାନ ଏକ ……………….. ଦ୍ଵାରା ଆବୃତ ।
(xii) କୋଷଝିଲ୍ଲୀ ଜୀବକୋଷକୁ ……………………. ପ୍ରଦାନ କରେ ।
(xiii) ଉଦ୍ଭିଦ କୋଷରେ ………………… ଏକ ଅତିରିକ୍ତ କୋଷ ଆବରଣ ।
(xiv) କ୍ଷୁଦ୍ରତମ କୋଷର ଆୟତନ ……………………. ମାଇକ୍ରୋମିଟର ।
(xv) ବୃହତ୍ତମ କୋଷର ଆୟତନ ……………………. ମିଲିମିଟର ।
(xvi) କ୍ଷୁଦ୍ରତମ କୋଷର ଉଦାହରଣ ……………………. ।
(xvii) ବୃହତ୍ତମ କୋଷର ଉଦାହରଣ ……………………. ।
(xviii) ଅଣ୍ଡାରେ ଥିବା ଧଳା ପଦାର୍ଥର ନାମ ………………. ।
(xix) ଅଣ୍ଡାରେ ଥିବା ହଳଦିଆ ଅଂଶର ନାମ ………………. ।
(xx) ପ୍ରତ୍ୟେକ ଅଂଶ କ୍ଷୁଦ୍ର ଅଂଶକୁ ନେଇ ଗଠିତ । ଏହାକୁ ………………. କୁହାଯାଏ ।

BSE Odisha 8th Class Science Solutions Chapter 8 କୋଷ – ଗଠନ ଓ କାର୍ଯ୍ୟ

Answers:
(i) କୋଷ
(ii) 150
(iii) ଜୀବକୋଷ
(iv) 1 ଲକ୍ଷ କୋଟି
(v) ବହୁକୋଷୀ
(vi) ଏକକୋଷୀ
(vii) ଅଙ୍ଗପ୍ରତ୍ୟଙ୍ଗ
(viii) କୂଟପାଦ
(ix) ଶ୍ଵେତ ରକ୍ତକଣିକା
(x) ସ୍ନାୟୁ
(xi) ଝିଲ୍ଲୀ
(xii) ଆକୃତି
(xiii) କୋଷଭିତ୍ତି
(xiv) 0.1 ରୁ 0.5
(xv) 170 x 130
(xvi) ବୀଜାଣୁ
(xvii) ଓଟପକ୍ଷୀର ଅଣ୍ଡା
(xviii) ଆଲ୍‌ବମିନ୍
(xix) ପୀତକ
(xx) ତନ୍ତୁ

2. ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର :
(i) ଅଙ୍ଗପ୍ରତ୍ୟଙ୍ଗ ଅସଂଖ୍ୟ ………………… କୁ ନେଇ ଗଠିତ । [ଟିସୁ, ଅଙ୍ଗିକା, କୋଷଜୀବକ, ଲବକ]
(ii) ଟିସୁ ଅସଂଖ୍ୟ ………………. କୁ ନେଇ ଗଠିତ । [ଜୀବକୋଷ, ମାଇଟୋକଣ୍ଡ୍ରିଅନ୍, ଲବକ, ରସଧାନୀ]
(iii) କୋଷଝିଲ୍ଲୀଦ୍ଵାରା …………….ଆବୃତ ହୋଇଥାଏ । [ନ୍ୟଷ୍ଟି, କୋଷଜୀବକ, କୋଷରସ, ଲବକ]
(iv) କୋଷଝିଲ୍ଲୀ ଓ ନ୍ୟଷ୍ଟି ମଧ୍ୟରେ ଥ‌ିବା ରସାଳ ପଦାର୍ଥକୁ ……………………. କୁହାଯାଏ । [ମାଇଟୋକଣ୍ଡ୍ରିଅନ୍, ରସଧାନୀ, କୋଷଜୀବକ, ଲବକ]
(v) ଜୀବକୋଷର ମୁଖ୍ୟ ଅଂଶ………………… [ମାଇଟୋକଣ୍ଡ୍ରିଅନ୍, ରସଧାନୀ, କୋଷଜୀବକ, ନ୍ୟଷ୍ଟି]
(vi) ନ୍ୟଷ୍ଟିରେ ଥ‌ିବା ଗୋଲାକାର ଅଙ୍ଗିକାର ନାମ ……………………. । [ ନିନ୍ୟଷ୍ଟି, ରସଧାନୀ, ଗଲଜିପିଣ୍ଡ, ଲବକ]
(vii) ନ୍ୟଷ୍ଟିରେ ଥବା ସୂତା ଭଳି ଅଂଶକୁ ……………………. । [ଜିନ୍, ଗୁଣସୂତ୍ର, ନିନ୍ୟଷ୍ଟି, ନ୍ୟଷ୍ଟିଝିଲ୍ଲୀ]
(ix) ବଂଶଗତିର ଏକକ ……………………. । [ ନିନ୍ୟଷ୍ଟି, ନ୍ୟଷ୍ଟି, ଗୁଣସୂତ୍ର, ଲବକ]
(viii) କୋଷ ବିଭାଜନବେଳେ …………………….ସ୍ପଷ୍ଟ ଦିଶେ । [ଗୁଣସୂତ୍ର, ଜିନ୍, ନ୍ୟଷ୍ଟି, ନିନ୍ୟଷ୍ଟି]
(x) ଜୀବନ୍ତ କୋଷରେ ଥିବା ସମସ୍ତ ପଦାର୍ଥକୁ ……………………. କୁହାଯାଏ । (କୋଷରସ, ଆଦିପୁରସ, ଅଙ୍ଗିକା, ନ୍ୟଷ୍ଟି]

Answers:
(i) ଟିସୁ
(ii) ଜୀବକୋଷ
(iii) କୋଷଜୀବକ
(iv) କୋଷଜୀବକ
(v) ନ୍ୟଷ୍ଟି
(vi) ନିନ୍ୟ ଷ୍ଟି
(vii) ଗୁଣସୂତ୍ର
(viii) ଗୁଣସୂତ୍ର
(ix) ଜିନ୍
(x) ଆଦିପୁରସ

BSE Odisha 8th Class Science Solutions Chapter 8 କୋଷ – ଗଠନ ଓ କାର୍ଯ୍ୟ

3. ବାମ ପାର୍ଶ୍ଵର ସମ୍ପର୍କକୁ ଲକ୍ଷ୍ୟ କରି ଦକ୍ଷିଣ ପାର୍ଶ୍ଵର ଶୂନ୍ୟସ୍ଥାନ ପୂରଣ କର ।
(i) ବୀଜାଣୁ : ପ୍ରାକ୍‌ନ୍ୟଷ୍ଟୀୟ କୋଷ :: ପିଆଜ : ……………………..
(ii) ନୀଳହରିତ୍ ଶୈବାଳ : ପ୍ରାକ୍‌ନ୍ୟଷ୍ଟୀୟ କୋଷ :: ଗାଲମୁଣାରେ ଥ‌ିବା କୋଷ : ………………………
(iii) ଉଦ୍ଭିଦ ରସାଧାନୀ : ବୃହତ୍ :: ପ୍ରାଣୀ ରସଧାନୀ : ………………………
(iv) କୋଷଭିଭି ଥାଏ : ଉଭିଦ କୋଷ :: କୋଷଭିଭି ନଥାଏ : ………………………
(v) ଉଭିଦ କୋଷ : ଲବକ ଥାଏ :: ପ୍ରାଣୀକୋଷ : ………………………
(vi) କୋଷଝିଲ୍ଲୀ ଓ ନ୍ୟଷ୍ଟି ମଧ୍ୟରେ ଥ‌ିବା ରସାଳ ପଦାର୍ଥ : କୋଷଜୀବକ :: ଜୀବନ୍ତ କୋଷର ସମସ୍ତ ପଦାର୍ଥ : ………………………
(vii) ଅଣ୍ଡାର ଧଳା ଅଂଶ : ଆଲବୁମିନ୍ :: ଅଣ୍ଡାର ହଳଦିଆ ଅଂଶ : ………………………
(viii) କ୍ଷୁଦ୍ରତମ କୋଷ : 0.1ରୁ 0.5 ମାଇକ୍ରୋମିଟର :: ବୃହତ୍ତମ କୋଷ : ………………………
(ix) ବୀଜାଣୁ : କ୍ଷୁଦ୍ରତମ କୋଷ :: ଓଟପକ୍ଷୀର ଅଣ୍ଡା : ………………………

Answers:
(i) ସୁନ୍ୟଷ୍ଟୀୟ କୋଷ
(ii) ସୁନ୍ୟଷ୍ଟୀୟ କୋଷ
(iii) କ୍ଷୁଦ୍ର
(iv) ପ୍ରାଣୀକୋଷ
(v) ଲବକ ନଥାଏ
(vi) ଆଦିପୁରସ
(vii) ପୀତକ
(viii) 170×130.
(ix) ବୃହତ୍ତମ କୋଷ

4. ‘କ’ସ୍ତମ୍ଭରେ ଥ‌ିବା ଶବ୍ଦ ସହିତ ‘ଖ’ ସ୍ତମ୍ଭରେ ଥ‌ିବା ସମ୍ପର୍କିତ ଶବ୍ଦକୁ ମିଳାଅ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(i) କୋଷ ନାମକରଣ (i) ଦୀର୍ଘ ଓ ଶାଖା ପ୍ରଶାଖା ବିଶିଷ୍ଟ
(ii) ଗୋଟିଏ ଜୀବକୋଷ (ii) ଏମିବା
(iii) ପୂର୍ଣାଙ୍ଗ ଜୀବ (iii) ତନ୍ତୁ
(iv) ଦୀର୍ଘ ପ୍ରବଦ୍ଧ (iv) ଟ୍ରାଡ଼ିସକାସିଆ
(v) ସ୍ନାୟୁ କୋଷ (v) ନ୍ୟଷ୍ଟି
(vi) ଅସଂଖ୍ୟ କୋଷର ସମାହାର (vi) 1665
(vii) କୋଷଝିଲ୍ଲୀ (vii) ପତ୍ରହରିତ୍
(viii) କୋଷଝିଲ୍ଲୀ ପରୀକ୍ଷଣ (viii) କୁଟପାଦ
(ix) ଜୀବକୋଷର ମୁଖ୍ୟ ଅଂଶ (ix) କୁକୁଡ଼ା ଅଣ୍ଡା
(x) ହରିତ୍ ଲବକ (x) ଛିଦ୍ରଯୁକ୍ତ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(i) କୋଷ ନାମକରଣ (vi) 1665
(ii) ଗୋଟିଏ ଜୀବକୋଷ (ix) କୁକୁଡ଼ା ଅଣ୍ଡା
(iii) ପୂର୍ଣାଙ୍ଗ ଜୀବ (ii) ଏମିବା
(iv) ଦୀର୍ଘ ପ୍ରବଦ୍ଧ (viii) କୁଟପାଦ
(v) ସ୍ନାୟୁ କୋଷ (i) ଦୀର୍ଘ ଓ ଶାଖା ପ୍ରଶାଖା ବିଶିଷ୍ଟ
(vi) ଅସଂଖ୍ୟ କୋଷର ସମାହାର (iii) ତନ୍ତୁ
(vii) କୋଷଝିଲ୍ଲୀ (x) ଛିଦ୍ରଯୁକ୍ତ
(viii) କୋଷଝିଲ୍ଲୀ ପରୀକ୍ଷଣ (iv) ଟ୍ରାଡ଼ିସକାସିଆ
(ix) ଜୀବକୋଷର ମୁଖ୍ୟ ଅଂଶ (v) ନ୍ୟଷ୍ଟି
(x) ହରିତ୍ ଲବକ (vii) ପତ୍ରହରିତ୍

 

BSE Odisha 9th Class Odia Solutions Chapter 19 ଦୂର ପାହାଡ଼

Odisha State Board BSE Odisha 9th Class Odia Solutions Chapter 19 ଦୂର ପାହାଡ଼ Textbook Exercise Questions and Answers.

BSE Odisha Class 9 Odia Solutions Chapter 19 ଦୂର ପାହାଡ଼

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର

Question ୧।
ବିମଳବାବୁ ବୀଣାଙ୍କୁ ‘ଢିଙ୍କି ସ୍ବର୍ଗକୁ ଗଲେ ବି ଧାନ କୁଟେ’ କହିବାର ତାତ୍ପର୍ଯ୍ୟ କ’ଣ ?
Answer:
‘ଦୂର ପାହାଡ଼’ ଏକାଙ୍କିକାଟି ପ୍ରାଣବନ୍ଧୁ କରଙ୍କ ସାରସ୍ବତ ପ୍ରସିଦ୍ଧିର ପରିଚୟ ପ୍ରତିପାଦନ କରେ ।
‘ଢିଙ୍କି’ ଏକ ଧାନକୁଟା ଯନ୍ତ୍ର । ଯେଉଁ ସ୍ଥାନକୁ ଗଲେ ମଧ୍ୟ ସେ କେବଳ ଧାନ ହିଁ କୁଟିବ । ତା’ବ୍ୟତୀତ ଅନ୍ୟ କୌଣସି କର୍ମ କରିବାପାଇଁ ସେ ସମର୍ଥ ନୁହେଁ । ତେଣୁ ଗଳ୍ପର ମୁଖ୍ୟ ଚରିତ୍ର ବିମଳବାବୁ ଏହି ଭକ୍ତିଟିକୁ ନିଜର ପତ୍ନୀ ବୀଣାଦେବୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି । କାରଣ ସେ ତାଙ୍କ ବାପଘରେ ଯେପରି ନଳା ଧୋଇ ଘରର କାମ କରି ହାତ ବିଣ୍ଡି କରିଥିଲେ, ସେହି ଅଭ୍ୟାସ ତାଙ୍କର ରହିଛି । ସ୍ଵାମୀ ଆସିଷ୍ଟାଣ୍ଟ ସେକ୍ରେଟାରୀ ଓ ଘରେ ଚାକର ଚାକରାଣୀ ଥିଲେ ମଧ୍ୟ ସେ ସେମାନଙ୍କୁ କାମ କରିବାକୁ ନ ଦେଇ ହାତରେ ପହଁରା ଧରି ଘରକାମରେ ବ୍ୟସ୍ତ ଥିଲେ । ପତ୍ନୀଙ୍କର ସେହି କାର୍ଯ୍ୟକୁ ଦେଖ୍ ବିମଳବାବୁ କହିଥିଲେ – ‘‘ଢିଙ୍କି ସ୍ବର୍ଗକୁ ଗଲେ ବି ଧାନ କୁଟେ ।’’

Question ୨ ।
ହରେନ୍ଦ୍ରବାବୁ କିଏ ଓ ସେ କ’ଣ କରନ୍ତି ?
Answer:
‘ଦୂର ପାହାଡ଼’ ଏକାଙ୍କିକାଟି ପ୍ରାଣବନ୍ଧୁ କରଙ୍କ ଏକ ଅମ୍ଳାନ ସାରସ୍ବତ କୃତି ।
ହରେନ୍ଦ୍ରବାବୁ ଏକାଙ୍କିକାର ମୁଖ୍ୟ ଚରିତ୍ର ବିମଳବାବୁଙ୍କର ସହପାଠୀ ତଥା ଘନିଷ୍ଠ ବନ୍ଧୁ । ବୟସ ପଇଁଚାଳିଶ ମଧ୍ଯରେ । ସୁନ୍ଦର ଚେହେରା, ରୁଚିସମ୍ପନ୍ନ ପୋଷାକ ପରିଚ୍ଛଦ । ପାଇପ୍ ଟାଣିବା ତାଙ୍କର ଏକ ବଦଭ୍ୟାସ । ସେ ମାସେ ହେଲା Additional District Magistrate ହୋଇ କଟକ ଆସିଛନ୍ତି । ସେ କ୍ଲବ୍ ଯାଆନ୍ତି, ଚେସ୍ ଖେଳନ୍ତି ଏବଂ ସବୁବେଳେ ବୁଲିବାପାଇଁ ଭଲ ପାଆନ୍ତି । ତେଣୁ ତାଙ୍କ ପତ୍ନୀ ତାଙ୍କୁ ବୁଲା ରୋଗ ଧରିଛି ବୋଲି କହିଛନ୍ତି । ଆତ୍ମସମ୍ମାନ ରକ୍ଷା କରିବାକୁ ଯାଇ ପୁରୁଷ କିପରି ପତ୍ନୀର ସମସ୍ତ ଦୌରାତ୍ମ୍ୟ ସହ୍ୟକରି ନୀରବରେ ଜୀବନ ପଥରେ ଗତି କରେ, ତାହା ଏହି ଚରିତ୍ର ମାଧ୍ୟମରେ ନାଟ୍ୟକାର ପ୍ରତିପାଦନ କରିଛନ୍ତି ।

Question ୩।
ସୁମିତ୍ରାଦେବୀ ‘ଆକଣ୍ଠ ସୁଖପାନ କରୁଛନ୍ତି’ ବୋଲି ହରେନ୍ଦ୍ରବାବୁ କାହିଁକି କହିଲେ ?
Answer:
ପ୍ରାଣବନ୍ଧୁ କରଙ୍କ ଲେଖନୀ ନିଃସୃତ ‘ଦୂର ପାହାଡ଼’ ଏକାଙ୍କିକାଟି ଲେଖକଙ୍କ ଅମ୍ଳାନ ସାରସ୍ବତ ପ୍ରତିଭାର ପରିଚୟ ବହନ କରେ ।
ସୁମିତ୍ରାଦେବୀ ହରେନ୍ଦ୍ରବାବୁଙ୍କ ସହଧର୍ମିଣୀ । ସେ ଅନର୍ସ ସହ ବି. ଏ. ପାଶ୍ କରିଛନ୍ତି । ନିଜେ ବିଭିନ୍ନ ସଭା ସମିତିରେ ଯୋଗଦେବାକୁ ଯାଆନ୍ତି । କିନ୍ତୁ ତାଙ୍କ ସ୍ୱାମୀକୁ କ୍ଲବ୍‌କୁ ଯିବାକୁ ଦିଅନ୍ତିନି । ଯଦିବା ସ୍ଵାମୀ ଯିବାପାଇଁ ବାହାରନ୍ତି, ତେବେ ସେ ତାଙ୍କ ଜୋତା ମୋଜା ଖୋଲି ଲୁଚାଇ ଦିଅନ୍ତି । ଦେହରୁ ପୋଷାକ କାଢ଼ି ବାକ୍‌ସ ଭିତରେ ଲୋଚାକୋଚା କରିଦିଅନ୍ତି ।

ଆବଶ୍ୟକ ହେଲେ ହାତ ଲଗାଇବାକୁ ପଶ୍ଚାତ୍‌ପଦ ହୁଅନ୍ତିନି । ସ୍ଵାମୀ A. D. M, ହେଲେ ମଧ୍ୟ ତାଙ୍କ ଗାଡ଼ିକୁ ନିଜ ଅଧୀନରେ ରଖନ୍ତି । ଗାଡ଼ି କେବଳ ସ୍ବାମୀଙ୍କୁ ଅଫିସ୍‌ରେ ଛାଡ଼େ ଓ ନେଇଆସେ । ସ୍ଵାମୀଙ୍କ ଉପରେ କର୍ତ୍ତୃତ୍ଵ ଜାହିର କରିବାରେ ସେ ଆନନ୍ଦ ପାଆନ୍ତି । ଭଗବାନ୍ ତାଙ୍କୁ ସନ୍ତାନ ଦେଇ ନାହାନ୍ତି । ତେଣୁ ହରେନ୍ଦ୍ରବାବୁ ‘ପିଲାଛୁଆ ଜଞ୍ଜାଳରୁ ମୁକ୍ତ ହୋଇ ସୁମିତ୍ରାଦେବୀ ସ୍ବଚ୍ଛଳ ଓ ଅତୁଟ ସ୍ବାସ୍ଥ୍ୟ ମଧ୍ୟରେ ଆକଣ୍ଠ ସୁଖପାନ କରୁଛନ୍ତି’ ବୋଲି କହିଛନ୍ତି ।

BSE Odisha 9th Class Odia Solutions Chapter 19 ଦୂର ପାହାଡ଼

Question ୪।
‘କାରଣ ନ ଥାଇ କାର୍ଯ୍ୟର ଉପ୍‌ରି? – ଏହା ହରେନ୍ଦ୍ରବାବୁ ବିମଳବାବୁଙ୍କୁ କହିବାର ଉଦ୍ଦେଶ୍ୟ କ’ଣ ?
Answer:
‘ଦୂର ପାହାଡ଼’ ଏକାଙ୍କିକାଟି ପ୍ରାଣବନ୍ଧୁ କରଙ୍କ ଏକ ଅମ୍ଳାନ ସାରସ୍ଵତ ସୃଷ୍ଟି । କୌଣସି କାରଣ ନଥାଇ କାର୍ଯ୍ୟର ଉତ୍ପତ୍ତି ହୁଏ ନାହିଁ ବୋଲି ସମସ୍ତେ କୁହନ୍ତି । କିନ୍ତୁ ଅଳଂକାର ଶାସ୍ତ୍ରର ନିୟମାନୁଯାୟୀ କୌଣସି କାରଣ ନଥାଇ କାର୍ଯ୍ୟର ଉତ୍ପତ୍ତି ହୁଏ ନାହିଁ ବୋଲି ସମସ୍ତେ କୁହନ୍ତି । କିନ୍ତୁ ଅଳଂକାର ଶାସ୍ତ୍ରର ନିୟମାନୁଯାୟୀ କୌଣସି କାରଣ ନଥାଇ କାର୍ଯ୍ୟର ଉତ୍ପତ୍ତି ହେଲେ ବିଭାବନା ଅଳଂକାର ହୁଏ । ଅର୍ଥାତ୍ କାରଣ ନଥାଇ ମଧ୍ୟ କାର୍ଯ୍ୟର ଉତ୍ପ ହୋଇପାରେ ।

ପତ୍ନୀ ବୀଣାଦେବୀଙ୍କ ବିରୋଧରେ ବିମଳବାବୁଙ୍କର ବିଷୋଦ୍‌ର ଦେଖ୍ ହରେନ୍ଦ୍ରବାବୁ ତାଙ୍କୁ ତାଙ୍କ ପତ୍ନୀ ପ୍ରତି ଥ‌ିବା ଧାରଣା ବଦଳିନାହିଁ ବୋଲି ପ୍ରକାଶ କରିଥିଲେ । ବିବାହର ଗୋଟିଏ ମାସ ନ ଯାଉଣୁ ଯେଉଁ ସମାଲୋଚନା ସେ ଆରମ୍ଭ କରିଥିଲେ, କୋଡ଼ିଏ ବର୍ଷ ମଧ୍ୟରେ ତା’ର ବହୁବାର ପୁନରାବୃତ୍ତି ହୋଇଥବ ବୋଲି ସେ କହିଥିଲେ । ତାହା ଶୁଣି ବିମଳବାବୁ କାରଣ ନଥାଇ କେହି କାହାର ସମାଲୋଚନା କରେ ନାହିଁ ବୋଲି କହିବାରୁ ହରେନ୍ଦ୍ରବାବୁ ବିଭାବନା ଅଳଂକାରର ଉଦାହରଣ ଦେଇ ବିନା କାରଣରେ କାର୍ଯ୍ୟ ସୃଷ୍ଟି ହୁଏ ବୋଲି ମତବ୍ୟକ୍ତ କରିଥିଲେ । ଅର୍ଥାତ୍ ବିମଳବାବୁ ବିନା କାରଣରେ ପତ୍ନୀ ବୀଣାଦେବୀଙ୍କର ସମାଲୋଚନା କରୁଛନ୍ତି ବୋଲି ସେ କହିଥିଲେ ।

Question ୫।
ବିମଳବାବୁ ବୀଣାଦେବୀଙ୍କଠାରୁ କ’ଣ ଆଶା କରନ୍ତି ?
Answer:
‘ଦୂର ପାହାଡ଼’ ଏକାଙ୍କିକାଟି ପ୍ରାଣବନ୍ଧୁ କରଙ୍କ ଏକ ସାର୍ଥକ ସୃଷ୍ଟି ।
ବିମଳବାବୁ ତାଙ୍କ ପତ୍ନୀ ବୀଣାଦେବୀଙ୍କଠାରୁ ଆଶାନୁରୂପ ସେବାଯତ୍ନ ଆଶା କରନ୍ତି । ସେ ଅଫିସ୍‌ରୁ ହାଲିଆ ହୋଇ ଫେରିଲେ ତାଙ୍କ ପତ୍ନୀ ଦଉଡ଼ି ଆସି ତାଙ୍କ ପାଖରେ ବସନ୍ତେ, ତାଙ୍କୁ ପଙ୍ଖା କରି ଦିଅନ୍ତେ, ତାଙ୍କ ଗୋଡ଼ରୁ ଜୋତାମୋଜା କାଢ଼ି ତାଙ୍କ ସଙ୍ଗେ ସବୁବେଳେ ରହନ୍ତେ । ସମାଜରେ ପ୍ରତ୍ୟେକ ପୁରୁଷଙ୍କ ମନର ଏହିକଥାକୁ ବିମଳବାବୁଙ୍କ ଚରିତ୍ର ମାଧ୍ୟମରେ ଲେଖକ ପ୍ରକାଶ କରିଛନ୍ତି ।

Question ୬।
ରାଜୀବ ବିମଳବାବୁଙ୍କୁ କେଉଁଥୁଲାଗି ପ୍ରବର୍ତ୍ତାଇ ଥଲେ ?
Answer:
‘ଦୂର ପାହାଡ଼’ ଏକାଙ୍କିକାଟି ପ୍ରାଣବନ୍ଧୁ କରଙ୍କ ଏକ ଅମ୍ଳାନ ସୃଷ୍ଟି ।
ରାଜୀବ ଥିଲେ ବିମଳବାବୁଙ୍କ ଜ୍ୟେଷ୍ଠା କନ୍ୟା ରୀନାର ବନ୍ଧୁ । ରୀନା ଓ ରାଜୀବ ଉଭୟ ଉଭୟଙ୍କୁ ବିବାହ କରିବାପାଇଁ ନିଷ୍ପଭି ନେଇଥିଲେ । ତେଣୁ ରାଜୀବ ବିମଳବାବୁଙ୍କ ସଙ୍ଗେ ଆଳାପ ଆଲୋଚନା କରି ତାଙ୍କର ନିକଟତର ହେବାକୁ ଚେଷ୍ଟା କରିଥିଲେ । ସେଥ‌ିପାଇଁ ସେ ନିଜକୁ ଜଣେ ଜୀବନବୀମା ଏଜେଣ୍ଟ ବୋଲି ପରିଚୟ ଦେଇ ବିମଳବାବୁଙ୍କୁ ଜୀବନବୀମା କରିବାପାଇଁ କହିଥିଲେ । ବିମଳବାବୁ ରାଜି ନହେବାରୁ ସେ ଚାଣକ୍ୟଙ୍କର ‘ଅଜରାମରବତ୍ ପ୍ରାଜ୍ଞ ବିଦ୍ୟାମର୍ଥଞ୍ଚ ଚିନ୍ତୟେତ୍’ ଏବଂ ‘Sceptre and crown tumble down’ ପ୍ରଭୃତି ଉକ୍ତିର ଉଦାହରଣ ଦେଇ ତାଙ୍କୁ ବୀମା କରିବାକୁ ପ୍ରବର୍ତ୍ତାଇ ଥିଲେ । କିନ୍ତୁ ସେ କାର୍ଯ୍ୟରେ ସେ ସଫଳ ହୋଇନଥିଲେ ମଧ୍ୟ ଆଶା ହରାଇ ନଥିଲେ ।

Question ୭ ।
ବିମଳବାବୁ ରାଜୀବଙ୍କୁ କି ଉପଦେଶ ଦେଇଛନ୍ତି ଓ କାହିଁକି ?
Answer:
‘ଦୂର ପାହାଡ଼’ ଏକାଙ୍କିକାଟି ପ୍ରାଣବନ୍ଧୁ କରଙ୍କ ଏକ ଅନବଦ୍ୟ ସୃଷ୍ଟି ।
ବିମଳ ବାବୁ ରାଜୀବଙ୍କୁ ବିବାହ ନ କରିବାକୁ ପରାମର୍ଶ ଦେଇଥିଲେ । କାରଣ, ଜୀବନବୀମା କରିବାକୁ ଆସିଥିବା ରାଜୀବବାବୁ ତାଙ୍କ ଆଗରେ ଏକ ଭିନ୍ନ ଥିଓରି ଉପସ୍ଥାପନ କରିଥିଲେ । ତାଙ୍କ ମତରେ ଆଜିକାଲି ଅସ୍‌କାଂଶ ପାଠୋଇ ଝିଅମାନେ ସ୍ଵାମୀଭକ୍ତି, ସ୍ଵାମୀସେବା କରୁନାହାନ୍ତି । ତେଣୁ ଘର ମଧ୍ୟରେ ସର୍ବଦା ସ୍ଵାମୀ-ସ୍ତ୍ରୀ ଭିତରେ କଳହ ଲାଗି ରହୁଛି । ତା’ଛଡ଼ା ସେମାନେ ହିନ୍ଦୀ ଫିଲିମ୍ ଦେଖ୍ ଅତିମାତ୍ରାରେ ଭାବପ୍ରବଣ ହୋଇ ଆତ୍ମହତ୍ୟା କରିବାକୁ ମଧ୍ୟ ପଶ୍ଚାତ୍‌ପଦ ହେଉନାହାନ୍ତି । ରାଜୀବଙ୍କର ଏହି ଦର୍ଶନଭରା ବାଣୀ ଶୁଣି ବିମଳବାବୁ ତାଙ୍କୁ ବିବାହ ନକରିବାକୁ ଉପଦେଶ ଦେବା ସହିତ ବିବାହ କଲେ ବହୁ ବିପଦରେ ପଡ଼ିବେ ବୋଲି ସତର୍କ କରାଇଦେଇଛନ୍ତି ।

Question ୮ ।
‘ଢିଙ୍କି ପଡ଼ିଛି ଆଠଗଣ୍ଡା, ଶୁଖେଇଦବାକୁ ଜଣେ ଭେଣ୍ଡା’ – ଏକଥା ପଦୀ କାହିଁକି କହିଲା ?
Answer:
‘ଦୂର ପାହାଡ଼’ ଏକାଙ୍କିକାଟି ପ୍ରାଣବନ୍ଧୁ କରଙ୍କ ସାରସ୍ବତ ପ୍ରତିଭାର ଅପୂର୍ବ ସ୍ବାକ୍ଷର ବହନ କରେ ।
‘ଢିଙ୍କି ପଡ଼ିଛି ଆଠଗଣ୍ଡା, ଶୁଖେଇଦବାକୁ ଜଣେ ଭେଣ୍ଡା’ – ଉକ୍ତିଟିର ତାତ୍ପର୍ଯ୍ୟ ହେଲା କରିବାପାଇଁ ଅନେକ କାର୍ଯ୍ୟ ପଡ଼ିରହିଥ‌ିବା ବେଳେ କରିବା ଲୋକ ମାତ୍ର ଜଣେ । ପଦୀ ହେଉଛି ବିମଳବାବୁଙ୍କ ଘରର ଚାକରାଣୀ । ତା’ମତରେ ସେ ହିଁ ବାବୁଙ୍କ ଘରର ପ୍ରତିଟି କାର୍ଯ୍ୟ କରୁଛି । ତା’କାର୍ଯ୍ୟରେ ତାକୁ ଆଉ କେହି ସାହାଯ୍ୟ କରୁନାହାନ୍ତି । ତା’ର କାମ କରିବାର ବୟସ ଗଡ଼ିଗଲାଣି । ଘରର ଏତେଗୁଡ଼ିଏ କାମକୁ ସେ ଏକୁଟିଆ ଆଉ କରିପାରିବ ନାହିଁ । ତେଣୁ ସେ ଘରର ଚାକର ଗୁରିଆକୁ ଏହି ଉକ୍ତିଟି କହିଥିଲା ।

Question ୯ ।
ବିମଳବାବୁଙ୍କ ଗୋଡ଼ କାହିଁକ କଟ୍ରକଟ୍ କରୁଥିଲା ?
Answer:
‘ଦୂର ପାହାଡ଼’ ଏକାଙ୍କିକଟି ପ୍ରାଣବନ୍ଧୁ କରଙ୍କ ଅମ୍ଳାନ ସାରସ୍ଵତ ସୃଷ୍ଟି ।
ହୋଇଥିଲେ । ସୁମିତ୍ରଦେବୀ ବନ୍ଧୁଙ୍କ ଗୋଡ଼ରୁ ଜୋତାମୋଜା କାଢ଼ିଦେବା, ପଙ୍ଖା କରିବା ତଥା ଜାମାପଟା କାଢ଼ିନେବା କଥା ଶୁଣି ନିଜ ପତ୍ନୀ ବୀଣାଦେବୀଙ୍କଠାରୁ ସେହି ସେବା ପାଇବା ନିମନ୍ତେ ଉପାୟ ଚିନ୍ତା କରିଥିଲେ । ସେ ଭାବିଲେ ଷ୍ଟାପ୍‌ବାଲା ଜୋତା ପିନ୍ଧିବାରୁ ଗୋଡ଼ରୁ ଖୁସ୍‌ନା ଖସିଯାଉଛି । ତେଣୁ ସେ ସଙ୍ଗେ ସଙ୍ଗେ ଦୋକାନକୁ ଯାଇ ନୂଆ ଜୋତାମୋଜା କିଣି ପିନ୍ଧିଛନ୍ତି ଏବଂ ଫିତାଟାକୁ କଷ୍ଟକରି ବାନ୍ଧି ଦେଇଛନ୍ତି । ତାଙ୍କ ଉଦ୍ଦେଶ୍ୟ ଥିଲା ଗୋଡ଼କୁ କାଟିଲେ ତାଙ୍କ ପତ୍ନୀ ବୀଣାଦେବୀ ଆସି ପାଦରୁ ଖୋଲିଦେବେ । ସେଥ୍ପାଇଁ ତାଙ୍କ ଗୋଡ଼ ଯେତିକି କଟ୍‌କଟ୍ କରୁଥିଲା, ତାଙ୍କ ମନ ମଧ୍ୟ ସେତିକି କଟ୍‌କଟ୍ କରୁଥିଲା ।

Question ୧୦ ।
ବିମଳବାବୁ ଝିଅ ମୀନା ଆଗରେ କି ଅଭିଯୋଗ କରିଛନ୍ତି ?
Answer:
‘ଦୂର ପାହାଡ଼’ ଏକାଙ୍କିକାଟି ପ୍ରାଣବନ୍ଧୁ କରଙ୍କ ଲେଖନୀ ନିଃସୃତ ଏକ ଅନବଦ୍ୟ ସୃଷ୍ଟି ।
ବିମଳବାବୁ ତାଙ୍କ ସାନଝିଅ ମୀନା ଆଗରେ ତାଙ୍କ କଥା କେହି ବୁଝୁନାହାନ୍ତି ବୋଲି କହିଛନ୍ତି । ଦୁଇଝିଅ ତାଙ୍କ କଥା ବୁଝିଲେ ମଧ୍ୟ ଯିଏ ବୁଝିବା କଥା ସେ ବୁଝୁନାହିଁ । ସେ ନିଜେ ସୁନ୍ଦରୀ ବୋଲି ମନେ ମନେ ଗର୍ବ କରୁଛି । ବିମଳବାବୁଙ୍କ କଳା ଚେହେରା ତଥା ମୁଣ୍ଡ ପଛରେ ଏକ ଭାଲୁ ଚନ୍ଦା ଥିବାରୁ ତାଙ୍କ ତାଙ୍କୁ ଘୃଣା କରନ୍ତି । ସେଥିପାଇଁ ତାଙ୍କ କଥା କିଛି ବୁଝୁନାହାନ୍ତି ବୋଲି ସେ ତାଙ୍କ ଝିଅ ଆଗରେ ଅଭିଯୋଗ କରିଛନ୍ତି । ଏହା ଥିଲା ପତ୍ନୀଙ୍କଠାରୁ ସେବାଯତ୍ନ ପାଉନଥିବା ଏକ ପତିହୃଦୟର ଦୁଃଖଦ ଅଭିଯୋଗ ।

BSE Odisha 9th Class Odia Solutions Chapter 19 ଦୂର ପାହାଡ଼

Question ୧୧ ।
ଝିଅମାନେ ବୋଉକୁ ସମର୍ଥନ କରୁଛନ୍ତି ବୋଲି ବିମଳବାବୁ କାହିଁକି କହିଲେ ?
Answer:
‘ଦୂର ପାହାଡ଼’ ଏକାଙ୍କିକାଟି ପ୍ରାଣବନ୍ଧୁ କରଙ୍କ ଏକ ଅମ୍ଳାନ ସାରସ୍ଵତ ସୃଷ୍ଟି।
ବିମଳବାବୁ ନିଜର କଳା ଚେହେରା ତଥା ମୁଣ୍ଡ ପଛରେ ଭାଲୁଖୁଆ ଚନ୍ଦା ଥ‌ିବାରୁ ତାଙ୍କ ସୁନ୍ଦରୀ ପତ୍ନୀ ତାଙ୍କୁ ଘୃଣା କରୁଛନ୍ତି ବୋଲି ଝିଅ ମୀନା ଆଗରେ ଅଭିଯୋଗ କରିଛନ୍ତି ଏବଂ ପତ୍ନୀ ସୁନ୍ଦରୀ ବୋଲି ମନେ ମନେ ଗର୍ବ କରନ୍ତି – ଏହି କଥାର ସତ୍ୟତା ସେ ଝିଅଠାରୁ ଜାଣିବାକୁ ଚାହିଁଛନ୍ତି । କିନ୍ତୁ ଝିଅ ମୀନା ବୋଉ ସୁନ୍ଦରୀ ବୋଲି ତାଙ୍କ ମନରେ ଗର୍ବ ହୁଏ ନାହିଁ କି ବୋଲି ଓଲଟା ପ୍ରଶ୍ନ କରିବାରୁ ବିମଳବାବୁ କହିଛନ୍ତି ଯେ ବୋଉଙ୍କ ମିଜାଜ ଅନୁଯାୟୀ ଦୁଇଝିଅଙ୍କର ମିଜାଜ ମଧ୍ୟ ଗଢ଼ିଉଠିଲାଣି । ତେଣୁ ଝିଅମାନେ ତାଙ୍କୁ ସମର୍ଥନ ନକରି ତାଙ୍କ ମାଆକୁ ସମର୍ଥନ କରୁଛନ୍ତି ।

Question ୧୨ ।
ଝିଅମାନଙ୍କ ପଢ଼ା ବନ୍ଦ କରିଦେବେ ବୋଲି ବିମଳବାବୁ ହଠାତ୍ କାହିଁକି କହିଲେ ?
Answer:
‘ଦୂର ପାହାଡ଼’ ଏକାଙ୍କିକାଟି ପ୍ରାଣବନ୍ଧୁ କରଙ୍କ ଲେଖନୀ ନିଃସୃତ ଏକ ଅମ୍ଳାନ ସାରସ୍ଵତ ସୃଷ୍ଟି ।
ବିମଳବାବୁ ନିଜ ପତ୍ନୀଙ୍କଠାରୁ ସେବା ପାଇବା ଆଶାରେ ନୂଆ ଜୋତାମୋଜା କିଣି ପାଦରେ ତାକୁ ଜୋର୍‌ରେ ଭିଡ଼ିକରି ପିନ୍ଧିଛନ୍ତି । ପାଦଟା କଟ୍‌କଟ୍ କରିବାରୁ ଝିଅ ମୀନା ତାକୁ ଖୋଲିବାକୁ ଆଗେଇ ଆସିଛି । ତାକୁ ବାରଣ କରିଛନ୍ତି ବିମଳବାବୁ । ଝିଅ ମୀନା କହିବା ଅନୁଯାୟୀ ପତ୍ନୀ ବୀଣାଦେବୀ ଖୋଲିଦେବେ କି ବୋଲି ପଚାରିବାରୁ ବିମଳବାବୁ ତାଙ୍କୁ ‘କେଉଁଦିନ ଖୋଲିଥିଲ ନା ଆଜି ଖୋଲିବ’ ବୋଲି କହିଛନ୍ତି । ବୀଣାଦେବୀ ବିରକ୍ତ ହୋଇ ‘ନିଜ କାମ ନିଜେ କର’ ବୋଲି କହି ଚାଲିଯାଇଛନ୍ତି ।

ନିଜ ଉଦ୍ଦେଶ୍ୟ ପୂରଣ ନ ହେବାରୁ ବିରକ୍ତି ଅନୁଭବ କରୁଥିବାବେଳେ ମୀନା ଜଳଖୁଆ ଧରି ଆସିଛି ତଥା ରୀନା ଡାକ୍ତରୀ ବ୍ୟାଗ୍ ଧରି ନାଇଟ୍ ଡ୍ୟୁଟି ପାଇଁ ଡାକ୍ତରଖାନାକୁ ଯିବାକୁ ବାହାରିଛି । ତେଣୁ ସେ ଝିଅମାନଙ୍କ ପାଠପଢ଼ା ବନ୍ଦ କରିଦେବେ ବୋଲି କହିଛନ୍ତି । କାରଣ ଡାକ୍ତରୀ ପଢ଼ି ରୀନା ଅଧ୍ଵ ସ୍ଵାଧୀନ ହୋଇଯାଉଛି । ତାଙ୍କ ମତରେ ଯେଉଁ ପଢ଼ାରେ ପତିସେବା ନିମନ୍ତେ ଶିକ୍ଷା ଦିଆଯାଉନାହିଁ ସେ ପାଠ ପଢ଼ି କୌଣସି ଲାଭ ନାହିଁ ।

Question ୧୩ ।
ଉଚ୍ଚ ଶିକ୍ଷିତା ହେଲେ ମଧ୍ୟ ମଣିଷ ନିଜ ପ୍ରକୃତି ସହଜରେ ଛାଡ଼ିପାରେ ନାହିଁ – ଏହା କେଉଁ ପ୍ରସଙ୍ଗରେ କୁହାଯାଇଛି ?
Answer:
‘ଦୂର ପାହାଡ଼’ ଏକାଙ୍କିକାଟି ପ୍ରାଣବନ୍ଧୁ କରଙ୍କ ଏକ ଅମ୍ଳାନ ସୃଷ୍ଟି ।
ହରେନ୍ଦ୍ରବାବୁଙ୍କ ପତ୍ନୀ ସୁମିତ୍ରାଦେବୀ ଥିଲେ ଉଚ୍ଚଶିକ୍ଷିତା । ବନ୍ଧୁ ହରେନ୍ଦ୍ରଙ୍କଠାରୁ ବନ୍ଧୁପତ୍ନୀ ସୁମିତ୍ରାଦେବୀଙ୍କ ପତିଭକ୍ତି ତଥା ପତିସେବା କଥା ଶୁଣି ବିମଳବାବୁ ନିଜ ପତ୍ନୀ ବୀଣାଦେବୀଙ୍କଠାରୁ ସେହିପରି ସେବା ପାଇବାପାଇଁ ଚାହିଁଥିଲେ । କିନ୍ତୁ ହରେନ୍ଦ୍ରବାବୁ ଯେତେବେଳେ ସୁମିତ୍ରାଦେବୀଙ୍କ ପତିସେବାର ଅର୍ଥ ବ୍ୟାଖ୍ୟା କଲେ, ସେତେବେଳେ ବିମଳବାବୁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

ହରେନ୍ଦ୍ରବାବୁଙ୍କ କହିବା ଅନୁଯାୟୀ ଜୋତାମୌଜା ଓ ଜାମାପଟା କାଢ଼ି ଲୋଚାକୋଚା କରିଦେବାର ଅର୍ଥ ତାକୁ କ୍ଲବକୁ ଯିବାକୁ ବାରଣ କରିବା, ମୋଡ଼ାମୋଡ଼ି କରିଦେବାର ଅର୍ଥ ହାତ ଓ କାନ ମୋଡ଼ିଦେବା ଏପରିକି ରାଗିଗଲାବେଳେ ସୁମିତ୍ରାଦେବୀ ଭୁଲିଯାଆନ୍ତି ଯେ ସେ ତାଙ୍କର ସ୍ଵାମୀ ବୋଲି । ଜଣେ ଉଚ୍ଚଶିକ୍ଷିତା ପତ୍ନୀଙ୍କଠାରୁ ଏପରି ବ୍ୟବହାର କଥା ଶୁଣି ବିମଳବାବୁ ଯେତେବେଳେ ବିଶ୍ବାସ କରିପାରୁନଥିଲେ ସେତେବେଳେ ହରେନ୍ଦ୍ରବାବୁ କହିଥିଲେ ଯେ ମଣିଷ ଯେତେ ଶିକ୍ଷା ପାଇଲେ ମଧ୍ୟ ସେ କେବେ ତା’ର ପ୍ରକୃତି ଛାଡ଼ିପାରେ ନାହିଁ । ତେଣୁ ସୁମିତ୍ରା ଉଚ୍ଚଶିକ୍ଷିତା ହୋଇଥିଲେ ତା’ର ପ୍ରକୃତି କେବେହେଲେ ଯିବ ନାହିଁ।

Question ୧୪।
ବିମଳବାବୁ ନିଜକୁ ବୋକା ବୋଲି କାହିଁକି କହିଲେ ?
Answer:
‘ଦୂର ପାହାଡ଼’ ଏକାଙ୍କିକାଟି ପ୍ରାଣବନ୍ଧୁ କରଙ୍କ ଏକ ସାର୍ଥକ ସୃଷ୍ଟି ।
ବିମଳବାବୁ ତାଙ୍କ ବନ୍ଧୁ ହରେନ୍ଦ୍ରବାବୁଙ୍କଠାରୁ ତାଙ୍କ ପତ୍ନୀ ସୁମିତ୍ରାଦେବୀଙ୍କ ପତିଭକ୍ତି ତଥା ସ୍ଵାମୀସେବା କଥା ଶୁଣି ନିଜ ପତ୍ନୀଙ୍କଠାରୁ ସେହିପରି ସେବାଯତ୍ନ ପାଇବା ଆଶାରେ ନୂଆ ଜୋତା ମୋଜା କିଣି ତାକୁ ପାଦରେ ଜୋର୍‌ରେ ଭିଡ଼ି ଘରକୁ ଆସିଥିଲେ । ଗୋଡ଼ରେ ଯନ୍ତ୍ରଣା ହେଉଥିଲେ ମଧ୍ୟ କାହାକୁ ଖୋଲିବାକୁ ଦେଇନଥିଲେ । କାରଣ ତାଙ୍କ ଇଚ୍ଛା ଥିଲା ତାଙ୍କ ପତ୍ନୀ ହିଁ ଖୋଲିବେ । ତାଙ୍କର ଏପ୍ରକାର ମର୍କଟାମି ଦେଖ୍ ହରେନ୍ଦ୍ରବାବୁ ଯେତେବେଳେ ତାଙ୍କ ପତ୍ନୀଙ୍କ ପତିସେବାର ପ୍ରକୃତ ରହସ୍ୟ ଉନ୍ମୋଚନ କଲେ, ସେତେବେଳେ ବିମଳବାବୁ ପ୍ରଥମେ ବନ୍ଧୁଙ୍କ ଉକ୍ତିକୁ ବୁଝିପାରି ନଥ‌ିବାରୁ ନିଜକୁ ବୋକା ବୋଲି କହିଥିଲେ ।

BSE Odisha 9th Class Odia Solutions Chapter 19 ଦୂର ପାହାଡ଼

Question ୧୫ ।
‘ଦୂର ପାହାଡ଼ ସୁନ୍ଦର’ ବୋଲି ମୀନା କାହିଁକି କହିଲା ?
Answer:
‘ଦୂର ପାହାଡ଼’ ଏକାଙ୍କିକାଟି ନାଟ୍ୟକାର ପ୍ରାଣବନ୍ଧୁ କରଙ୍କର ଏକ ଅନବଦ୍ୟ ସୃଷ୍ଟି, ଯେଉଁଥରେ ସମାଜ ପ୍ରତି ଇଙ୍ଗିତଧର୍ମୀ ଶିକ୍ଷା ନିହିତ ଅଛି ।
ଦୂରରୁ ପାହାଡ଼ ଯେପରି ସୁନ୍ଦର ଦେଖାଯାଏ, ପ୍ରକୃତରେ ସେହି ସୁନ୍ଦରତା ତା’ପାଖରେ ନଥାଏ । ସେହିପରି ସୁମିତ୍ରାଦେବୀ ବିମଳବାବୁଙ୍କ ପାଖରେ ଥିଲେ ଦୂର ପାହାଡ଼ ସଦୃଶ । ବନ୍ଧୁ ହରେନ୍ଦ୍ରବାବୁଙ୍କଠାରୁ ତାଙ୍କ ଉଚ୍ଚଶିକ୍ଷିତା ପତ୍ନୀ ସୁମିତ୍ରାଦେବୀଙ୍କ ପତିଭକ୍ତି ତଥା ସ୍ଵାମୀସେବା ବିଷୟରେ ଶୁଣି ବିମଳବାବୁ ତାଙ୍କୁ ଜଣେ ପତିଗତପ୍ରାଣା ଉତ୍ତମା ଗୃହିଣୀ ବୋଲି ମନେ କରିଥିଲେ । କିନ୍ତୁ ବନ୍ଧୁଙ୍କଠାରୁ ତାଙ୍କ ପତିସେବାର ପ୍ରକୃତି ରହସ୍ୟ ଶୁଣିବା ପରେ ଏବଂ ସୁମିତ୍ରାଦେବୀ ତାଙ୍କ ଘରକୁ ଆସି ଯେପରି ଭାବେ ବନ୍ଧୁ ହରେନ୍ଦ୍ରବାବୁଙ୍କୁ ନେଇଗଲେ, ତାହା ଦେଖୁ ସେ ତାକୁ ବିଶ୍ଵାସ କରିପାରୁ ନଥିଲେ । ତେଣୁ ତାଙ୍କ ସାନଝିଅ ମୀନା କହିଥିଲା– ‘‘ସେମିତି ମନେହେବ ବାପା ! ଦୂର ପାହାଡ଼ ସୁନ୍ଦର ପରା ।’’

Question ୧୬ ।
ଏକାଙ୍କିକାର ନାମ ‘ଦୂର ପାହାଡ଼’ ରଖୁବାର ତାତ୍ପର୍ଯ୍ୟ କ’ଣ ?
Answer:
‘ଦୂର ପାହାଡ଼’ ଏକାଙ୍କିକାଟି ନାଟ୍ୟକାର ପ୍ରାଣବନ୍ଧୁ କରଙ୍କର ଏକ ଅମ୍ଳାନ ତଥା କାଳଜୟୀ ସୃଷ୍ଟି ।
ଦୂରରୁ ପାହାଡ଼ ବହୁତ ସୁନ୍ଦର ଦେଖାଯାଏ । କିନ୍ତୁ ବାସ୍ତବରେ ସେହି ସୌନ୍ଦର୍ଯ୍ୟ ପାହାଡ଼ ପାଖରେ ନଥାଏ । କାରଣ ତାହା ଶିଳାମୟ । ଏଠାରେ ଲେଖକ ହରେନ୍ଦ୍ରବାବୁଙ୍କ ଉଚ୍ଚଶିକ୍ଷିତା ପତ୍ନୀ ସୁମିତ୍ରାଦେବୀଙ୍କୁ ଦୂର ପାହାଡ଼ ରୂପେ ଉପସ୍ଥାପନ କରିଛନ୍ତି । ତାଙ୍କର ପତିସେବା ବିଷୟରେ ଶୁଣି ଏକାଙ୍କିକାର ମୁଖ୍ୟ ଚରିତ୍ର ବିମଳବାବୁ ପ୍ରଭାବିତ ହୋଇ ସେହିପରି ସେବା ନିଜ ପତ୍ନୀଙ୍କଠାରୁ ପାଇବା ଆଶାରେ ଘରେ ଅଶାନ୍ତର ଝଡ଼ ସୃଷ୍ଟି କରିଛନ୍ତି । କିନ୍ତୁ ପରେ ସେ ବନ୍ଧୁଙ୍କଠାରୁ ବନ୍ଧୁପତ୍ନୀଙ୍କ ପତିସେବାର ପ୍ରକୃତ ରହସ୍ୟ ଶୁଣି ଏବଂ ପ୍ରତ୍ୟକ୍ଷରେ ଉଚ୍ଚଶିକ୍ଷିତା ବନ୍ଧୁପତ୍ନୀ ଯେପରି ଭାବେ ତାଙ୍କ ଘରୁ ତାଙ୍କ ବନ୍ଧୁ ହରେନ୍ଦ୍ରବାବୁଙ୍କୁ ନେଇଯାଇଛନ୍ତି, ତାହା ସେ ବିଶ୍ଵାସ କରିପାରି ନାହାନ୍ତି । ଏହିପରି ଏକ କଥାବସ୍ତୁକୁ କେନ୍ଦ୍ରକରି ଏକାଙ୍କିକାଟି ରଚିତ ହୋଇଥିବାରୁ ଏକାଙ୍କିକାର ‘ଦୂର ପାହାଡ଼’ ନାମକରଣର ଯଥାର୍ଥତା ପ୍ରତିପାଦିତ ହୋଇଛି ।

ତୁମପାଇଁ କାମ

୧୭ । ପ୍ରାଣବନ୍ଧୁ କରଙ୍କ ଅନ୍ୟାନ୍ୟ ଏକାଙ୍କିକା ସଂଗ୍ରହ କରି ତୁମେ ପଢ଼ ଓ ଅନ୍ୟମାନଙ୍କୁ ଶୁଣାଅ ।
୧୮। ‘ଦୂରପାହାଡ଼’ ବ୍ୟତୀତ ଏହି ଏକାଙ୍କିକାର ଅନ୍ୟ କ’ଣ ନାମକରଣ କରାଯାଇପାରେ, ସେ ସମ୍ପର୍କରେ ତୁମ ସାଙ୍ଗମାନଙ୍କ ସହିତ ଆଲୋଚନା କର ।

ପରୀଷା ଉପଯୋଗୀ ଅତିରିକ୍ତ ପ୍ରଶୋତ୍ତର
ଅତିସଂକ୍ଷିପ୍ତ ଓ ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
1. ବିମଳବାବୁ ବୀଣାଙ୍କୁ ‘ଢିଙ୍କି ସ୍ବର୍ଗକୁ ଗଲେ ବି ଧାନ କୁଟେ’ ବୋଲି କହିଥିଲେ କାହିଁକି ?
Answer:
ସ୍ଵାମୀ ଆସିଷ୍ଟାଣ୍ଟ ସେକ୍ରେଟାରୀ ଓ ଘରେ ଚାକର ଚାକରାଣୀ ଥିଲେ ମଧ୍ୟ ବୀଣଶଦେବୀ ହାତରେ ପହଁରା ଧରି ଘରକାମରେ ବ୍ୟସ୍ତ ଥ‌ିବା ଦେଖି ବିମଳବାବୁ ଏକଥା କହିଥିଲେ ।

2. ହରେନ୍ଦ୍ରବାବୁ କ’ଣ କରିବାକୁ ଭଲ ପାଆନ୍ତି ?
Answer:
ମାସେ ହେଲା Additional District Magistrate ହୋଇ କଟକ ଆସିଥିବା ହରେନ୍ଦ୍ରବାବୁ କ୍ଲବ୍ ଯାଆନ୍ତି, ଚେସ୍ ଖେଳନ୍ତି ଏବଂ ସବୁବେଳେ ବୁଲିବାପାଇଁ ଭଲ ପାଆନ୍ତି ।

3. ହରେନ୍ଦ୍ରବାବୁ କିଏ ?
Answer:
ହରେ ନ୍ଦ୍ର ବାବୁ ଏକାଙ୍କିକାର ମୁଖ୍ୟ ଚରିତ୍ର ବିମଳବାବୁଙ୍କର ସହପାଠୀ ତଥା ଘନିଷ୍ଠ ବନ୍ଧୁ ।

4. ବିମଳବାବୁ ବୀଣାଦେବୀଙ୍କଠାରୁ କ’ଣ ଆଶା କରନ୍ତି ?
Answer:
ବିମଳବାବୁ ତାଙ୍କ ପତ୍ନୀ ଆଶାନୁରୂପ ସେବାଯତ୍ନ ଆଶା କରନ୍ତି ।

5. ରାଜୀବ ବିମଳବାବୁଙ୍କୁ କେଉଁଥୁଲାଗି ପ୍ରବର୍ତ୍ତାଇ ଥିଲେ ?
Answer:
ରାଜୀବ ବିମଳବାବୁଙ୍କୁ ବୀମା କରିବାକୁ ପ୍ରବର୍ତ୍ତାଇ ଥିଲେ ।

BSE Odisha 9th Class Odia Solutions Chapter 19 ଦୂର ପାହାଡ଼

6. ବିମଳବାବୁ ରାଜୀବଙ୍କୁ କି ଉପଦେଶ ଦେଇଛନ୍ତି ଓ କାହିଁକି ?
Answer:
ବିମଳବାବୁ ରାଜୀବଙ୍କୁ  ବିବାହ ନକରିବାକୁ ଉପଦେଶ ଦେବା ସହିତ ବିବାହ କଲେ ବହୁ ବିପଦରେ ପଡ଼ିବେ ବୋଲି ସତର୍କ କରାଇ ଦେଇଛନ୍ତି ।

7. ‘ଢିଙ୍କି ପଡ଼ିଛି ଆଠଗଣ୍ଡା, ଶୁଖେଇଦବାକୁ ଜଣେ ଭେଣ୍ଡା’ – ଏକଥା ପଦୀ କାହିଁକି କହିଲା ?
Answer:
ଘରର ଏତେଗୁଡ଼ିଏ କାମକୁ ପଦୀ ଏକୁଟିଆ ଆଉ କରିପାରିବ ନାହିଁ ବୋଲି ଘରର ଚାକର ଗୁରିଆକୁ ‘ଢିଙ୍କି ପଡ଼ିଛି ଆଠଗଣ୍ଡା, ଶୁଖେଇଦବାକୁ ଜଣେ ଭେଣ୍ଡା’ ବୋଲି କହିଥିଲା ।

8. ବିମଳବାବୁ ଝିଅ ମୀନା ଆଗରେ କି ଅଭିଯୋଗ କରିଛନ୍ତି ?
Answer:
ବିମଳବାବୁ ତାଙ୍କ ସାନଝିଅ ମୀନା ଆଗରେ ଅଭିଯୋଗ କରି କହିଛନ୍ତି ଯେ ଦୁଇଝିଅ ତାଙ୍କ କଥା ବୁଝିଲେ ମଧ୍ୟ ଯିଏ ବୁଝିବା କଥା ସେ ବୁଝୁନାହିଁ ।

9. ଝିଅମାନେ ବୋଉକୁ ସମର୍ଥନ କରୁଛନ୍ତି ବୋଲି ବିମଳବାବୁ କାହିଁକି କହିଲେ ?
Answer:
ବିମଳବାବୁ ଦୁଇ ଝିଅଙ୍କ ଆଗରେ ତାଙ୍କ ପତ୍ନୀଙ୍କ ବିରୋଧରେ ଆପରି କଲେ ମଧ୍ୟ ସେମାନେ ତା’ ଉପରେ ଗୁରୁତ୍ଵ ଦେଉନଥ‌ିବାରୁ ଝିଅମାନେ ବୋଉକୁ ସମର୍ଥନ କରୁଛନ୍ତି ବୋଲି କହିଛନ୍ତି ।

10. ଝିଅମାନଙ୍କ ପଢ଼ା ବନ୍ଦ କରିଦେବେ ବୋଲି ବିମଳବାବୁ ହଠାତ୍ କାହିଁକି କହିଲେ ?
Answer:
ନିମନ୍ତେ ଶିକ୍ଷା ଦିଆଯାଉନାହିଁ ସେ ପାଠ ପଢ଼ି କୌଣସି ଲାଭ ନାହିଁ, ତେଣୁ ସେମାନଙ୍କ ପଢ଼ା ବନ୍ଦ କରିଦେବାକୁ ସେ କହିଛନ୍ତି ।

B ଗୋଟିଏ ପଦରେ ଉତ୍ତର ଲେଖ ।
1. ବିମଳବାବୁ ତାଙ୍କ ପତ୍ନୀଙ୍କଠାରୁ ଅତି ବେଶି କ’ଣ ଆଶା କରୁଥିଲେ ?
Answer:
ସେବାଯତ୍ନ

2. ସ୍ତ୍ରୀଙ୍କୁ ଦୋଷ ନ ଦେଲେ ତୋ’ ପେଟର ଭାତ ହଜମ ହେଉନି – ଏକଥା କିଏ କାହାକୁ କହିଥିଲେ ?
Answer:
ହରେନ୍ଦ୍ରବାବୁ ବିମଳବାବୁଙ୍କୁ

3. ବିମଳବାବୁ କେଉଁମାନଙ୍କୁ ଦି ଆଖୁରେ ଦେଖିପାରନ୍ତିନି ବୋଲି କହିଥିଲେ ? କହିଥିଲେ ?
Answer:
ଜୀବନବୀମାବାଲାଙ୍କୁ

4. ଜୀବନବୀମାବାଲାଙ୍କୁ ବିମଳବାବୁ କ’ଣ ବୋଲି କହିଥିଲେ ?
Answer:
ଗୋଟାଏ ଗୋଟାଏ ଜୀବନ ବୋମା

5. ଆଜିକାଲି ଅଧିକାଂଶ ପାଠୋଇ ଝିଅମାନେ କ’ଣ କରୁନାହାନ୍ତି ?
Answer:
ସ୍ଵାମୀସେବା

6. ରୀନାର ରାତିରେ କି ଡ୍ୟୁଟି ଥିଲା ?
Answer:
ୱାର୍ଡ଼-ଡ୍ୟୁଟି

7. ଗୁରିଆ ବିମଳବାବୁଙ୍କ ଘରେ କାମ ନକରି ଚାଲିଯିବାକୁ କହିଲା କହିଥିଲା ?
Answer:
କାମକରି ନ ପାରିବାରୁ

BSE Odisha 9th Class Odia Solutions Chapter 19 ଦୂର ପାହାଡ଼

8. ଗୁରିଆ କାହା ପାଇଁ ପଇସା ସଞ୍ଚୁଛି ବୋଲି କହିଥିଲା ?
Answer:
ପଦୀ ପାଇଁ

9. ଗୁରିଆଠାରୁ ପଦୀ କେତେବର୍ଷ ବଡ଼ ବୋଲି କହିଲା ?
Answer:
୮/୧୦ ବର୍ଷ

10. ରସିକ ଯାଉଛି ବନ୍ଧରେ, ବଣମଲ୍ଲୀ ଫୁଲ ପାଚିଲା ଗାମୁଛା ପଶି ହଉନେଇଁ ____________ ।
Answer:
କନ୍ଦିରେ

11. ଯେଉଁ ଘରେ ପୁଅଝିଅମାନଙ୍କୁ ସ୍ୱାମୀସେବାର ମହତ୍ତ୍ବ ଶିକ୍ଷା ଦିଆଯାଉନି, ସେ ଘର ଘର ନୁହେଁ ନର୍କ ବୋଲି କିଏ କହିଛନ୍ତି ?
Answer:
ବିମଳବାବୁ

12. ପୁଅମାନଙ୍କୁ ସ୍ତ୍ରୀସେବା ଶିକ୍ଷା ଦିଆଗଲେ ସେମାନେ କ’ଣ ହୋଇଯିବେ ବୋଲି ବିମଳବାବୁ କହିଛନ୍ତି ?
Answer:
କୈଣ

13. ସୁମିତ୍ରା ଦେବୀ ବିମଳବାବୁଙ୍କ ଘରକୁ କାହିଁକି ଆସିଥିଲେ ?
Answer:
ସ୍ଵାମୀଙ୍କୁ ଖୋଜିବାକୁ

14. ପ୍ରାଣବନ୍ଧୁ କରଙ୍କ ପ୍ରଥମ ଏକାଙ୍କିକାର ନାମ କ’ଣ ?
Answer:
ପାଗଳ ଜନତାର ବାହାରେ

15. ଢିଙ୍କି ସ୍ବର୍ଗକୁ ଗଲେ ବି କ’ଣ କରେ ?
Answer:
ଧାନ କୁଟେ

C ଶୂନ୍ୟସ୍ଥାନ ପୂରଣ କର ।
1. କଟକକୁ ____________________ ନୂଆକରି ଏ. ଡି. ଏମ୍. ହୋଇ ଆସିଛନ୍ତି ।
Answer:
ହରେନ୍ଦ୍ରବାବୁ

2. ପିଲାଛୁଆ ଜଞ୍ଜାଳରୁ ଭଗବାନ୍ ପ୍ରଥମରୁ __________________ ଙ୍କୁ ମୁକ୍ତ କରିଦେଇଛନ୍ତି ।
Answer:
ସୁମିତ୍ରାଦେବୀ

3. କାରଣ ନଥାଇ _____________________ର ଉତ୍ପତ୍ତି ହୋଇପାରେନା ।
Answer:
କାର୍ଯ୍ୟ

BSE Odisha 9th Class Odia Solutions Chapter 19 ଦୂର ପାହାଡ଼

4. କାରଣ ନଥାଇ କାର୍ଯ୍ୟର ଉତ୍ପତ୍ତି ହେଲେ _______________ ଅଳଙ୍କାର ହୁଏ ।
Answer:
ବିଭାବନା

5. ସେମିତି ମନେହେବ ବାପା ! ଦୂର ପାହାଡ଼ ପରା ସୁନ୍ଦର !– ଏକଥା ____________________ କହିଥିଲେ ।
Answer:
ମୀନା

6. କାଣୀ ହେଲେ ବି _____________________।
Answer:
କଟକିଆଣୀ

7. ଘୁଷୁରି ପ୍ରକୃତି ____________________ଲୋଟେ ।
Answer:
ପଙ୍କେ

8. _________________ ପ୍ରକୃତି ମଲେ ତୁଟେ ।
Answer:
ମଣିଷ

9. ______________________ ମାନେ ଲୋକମାନଙ୍କ ମନ କଥା ଦେଲେ ?
Answer:
ମନୋବିଜ୍ଞାନୀ

10. ରାଜୀବବାବୁ ନିଜକୁ ______________ ବୋଲି ପରିଚୟ ଦେଇଛନ୍ତି ।
Answer:
ଜୀବନବୀମା ଏଜେଣ୍ଟ

11. _________________ ଙ୍କର ବୈଠକଖାନାର ଦୃଶ୍ୟ ଏକାଙ୍କିକାରେ ବର୍ଣ୍ଣିତ ।
Answer:
ବିମଳବାବୁ

12. ବିମଳ ବାବୁଙ୍କ ବୟସ ଅନ୍ଦାଜ ________________ ହେବ ।
Answer:
୪୫

13. ରାଜୀବ ବିମଳବାବୁଙ୍କୁ ______________ ଲାଗି ପ୍ରବର୍ତ୍ତାଉ ଥିଲେ ।
Answer:
ସ୍ତ୍ରୀଙ୍କ ନାମରେ ବୀମା କରିବାକୁ

14. ରାଜୀବ ____________________ କମ୍ପାନୀର ଓଡ଼ିଶା ଶାଖାର ଜେନେରାଲ ମ୍ୟାନେଜର ଥିଲେ ।
Answer:
ନର୍ଥ ବ୍ରିଟିଶ୍

BSE Odisha 9th Class Odia Solutions Chapter 19 ଦୂର ପାହାଡ଼

15. ରାଜୀବବାବୁ ପଦୀକୁ ପକେଟ୍‌ରୁ ____________________ ଟଙ୍କ। ବାହାର କରି ଦେଲେ ।
Answer:
ଗୋଟେ

D ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. ପ୍ରାଣବନ୍ଧୁ କରଙ୍କ ପ୍ରଥମ ଏକାଙ୍କିକାର ନାମ କ’ଣ ?
(A) ପେଟୁ
(B) ଦୂର ପାହାଡ଼
(C) ସ୍ନାୟୁସଂହାର
(D) ପାଗଳ ଜନତାର ବାହାରେ
Answer:
(D) ପାଗଳ ଜନତାର ବାହାରେ

2. ରୀନାବୋଉ କ’ଣ ହାତରେ ଧରି ପ୍ରବେଶ କଲେ ?
(A) ଗରା
(B) ପାନଡ଼ାଲା
(C) ପହଁରା
(D) ଝାଡ଼ୁ
Answer:
(C) ପହଁରା

3. ସୁମିତ୍ରା ଦେବୀଙ୍କୁ ଭଗବାନ୍ କେଉଁ ଜଞ୍ଜାଳରୁ ମୁକ୍ତ କରିଛନ୍ତି ବୋଲି ହରେନ୍ଦ୍ର କହିଛନ୍ତି ?
(A) ଘର ବୁଝିବା
(B) ଚାକିରି କରିବା
(C) ପିଲାଛୁଆ ଜଞ୍ଜାଳ
(D) ନେତ୍ରୀ ହେବା
Answer:
(C) ପିଲାଛୁଆ ଜଞ୍ଜାଳ

4. ହରେନ୍ଦ୍ର ସ୍ତ୍ରୀ କେଉଁଠି ବଢ଼ି ଆସିଥିଲେ ?
(A) କଟକରେ
(B) କଲିକତାରେ
(C) ମୁମ୍ବାଇରେ
(D) ପୁରୀରେ
Answer:
(B) କଲିକତାରେ

5. ବୀଣାଦେବୀଙ୍କ ବୟସ କେତେ ?
(A) ୨୫
(B) ୩୫
(C) ୩୬
(D) ୩୭
Answer:
(C) ୩୬

BSE Odisha 9th Class Odia Solutions Chapter 19 ଦୂର ପାହାଡ଼

6. ‘ଆପଣଙ୍କ ମିଜାଜ ଥଣ୍ଡା ଥିଲାବେଳେ ଆସିବ’ – ଏହା କିଏ କହିଛି ?
(A) ହରେନ୍ଦ୍ର
(B) ବିମଳ
(C) ରାଜୀବ
(D) ଗୋପାଳ
Answer:
(C) ରାଜୀବ

7. ପଦୀ ଗୁରିଆଠାରୁ କେତେ ବର୍ଷ ବଡ଼ ଥିଲା ?
(A) ସାତ କି ଆଠ
(B) ଆଠ କି ବାରବର୍ଷ
(C) ଆଠ କି ଦଶବର୍ଷ
(D) ଆଠ କି ନଅବର୍ଷ
Answer:
(C) ଆଠ କି ଦଶବର୍ଷ

8. ‘ମୁଁ ଘରେ ଜଳ ସ୍ପର୍ଶ କରିବିନି’ – ଏହା କିଏ କହିଛି ?
(A) ରାଜୀବ
(B) ଗୁରିଆ
(C) ହରେନ୍ଦ୍ର
(D) ବିମଳ
Answer:
(D) ବିମଳ

9. ବିମଳ କାହାଆଗରେ ରୀନାବୋଉକୁ ଭୀଷଣ ଅପମାନ ଦେଲେ ?
(A) ପଦୀ
(B) ହରେନ୍ଦ୍ର
(C) ସୁମିତ୍ରା ଦେବୀ
(D) ଦୁଇ ଝିଅ
Answer:
(B) ହରେନ୍ଦ୍ର

10. ‘ଦୂର ପାହାଡ଼ ସୁନ୍ଦର ପରା’ – ଏହା କିଏ କହିଲା ?
(A) ବୀଣା
(B) ମୀନା
(C) ରୀନା
(D) ପଦୀ
Answer:
(C) ରୀନା

11. କେଉଁମାନେ ଲୋକମାନଙ୍କ ମନ କଥା ଜାଣିପାରନ୍ତି ?
(A) ଜ୍ଯୋତିଷ
(C) ବୈଜ୍ଞାନିକ
(B) ମହାପୁରୁଷ
(D) ମନୋବିଜ୍ଞାନୀ
Answer:
(D) ମନୋବିଜ୍ଞାନୀ

BSE Odisha 9th Class Odia Solutions Chapter 19 ଦୂର ପାହାଡ଼

12. ରାଜୀବବାବୁ ନିଜକୁ କ’ଣ ବୋଲି ପରିଚୟ ଦେଇଛନ୍ତି ?
(A) ସାଇକୋଲୋଜିଷ୍ଟ
(B) ମେଡ଼ିସିନ୍ ଏଜେଣ୍ଟ
(C) ଜୀବନବୀମା ଏଜେଣ୍ଟ
(D) ଆକ୍ରାଗାର୍ଡ଼ ଏଜେଣ୍ଟ
Answer:
(C) ଜୀବନବୀମା ଏଜେଣ୍ଟ

13. ଅଜରାମରବତ୍ ପ୍ରାଜ୍ଞୀ ବିଦ୍ୟାମର୍ଥଞ୍ଚ ଚିନ୍ତୟେତ୍ – ଏହା କିଏ କହିଛନ୍ତି ?
(A) କାଳିଦାସ
(B) ବାଣଭଟ୍ଟ
(C) ଚାଣକ୍ୟ
(D) ଶଙ୍କରାଚାର୍ଯ୍ୟ
Answer:
(C) ଚାଣକ୍ୟ

14. କେଉଁମାନେ ହିନ୍ଦୀ ଫିଲିମ୍ ଦେଖୁ ଅତି ମାତ୍ରାରେ ଭାବପ୍ରବଣ ହୋଇପଡୁଛନ୍ତି ?
(A) ପାଠୋଇ ଝିଅ
(B) ପାଠୁଆ ପୁଅ
(C) ଛୋଟ ଛୁଆ
(D) ବୁଢ଼ାବୁଢ଼ୀ
Answer:
(A) ପାଠୋଇ ଝିଅ

15. କଂସା ଲୋଟା, ଯାହା ହାବୁଡୁଛି ______________ ଉଠା ।
(A) ଅଣ୍ଟାକୁ
(B) ଅଣ୍ଟିକି
(C) କାଖକୁ
(D) ମୁଣ୍ଡକୁ
Answer:
(B) ଅଣ୍ଟିକି

16. ବିମଳବାବୁଙ୍କ ପାଦ କ’ଣ ହେଉଥିଲା ?
(A) ବିନ୍ଧୁଥୁଲା
(B) ଦରଜ ହୋଇଥିଲା
(C) କଟ୍ କରୁଥିଲା
(D) କଟି ଯାଇଥିଲା
Answer:
(C) କଟ୍ କରୁଥିଲା

17. ବିମଳବାବୁଙ୍କ ପାଦ କାହିଁକି କଟ୍‌କଟ୍ ହେଉଥିଲା ?
(A) ଜୋତା ପିନ୍ଧିଥ‌ିବାରୁ
(B) ଜୋତାକୁ ଚାପି ଚାପି ଭିଡ଼ିଥିବାରୁ
(C) ଜୋତା ପିନ୍ଧି ନ ଥିବାରୁ
(D) ଜୋତା ଫିତାକୁ ଚାପି ଚାପି ଭିଡ଼ିଥ‌ିବାରୁ
Answer:
(D) ଜୋତା ଫିତାକୁ ଚାପି ଚାପି ଭିଡ଼ିଥ‌ିବାରୁ

BSE Odisha 9th Class Odia Solutions Chapter 19 ଦୂର ପାହାଡ଼

18. କିଏ ତାଙ୍କ ପାଦରୁ ଜୋତା ମୋଜା ଖୋଲି ଦେଉ ବୋଲି ବିମଳବାବୁ ଚାହୁଁଥିଲେ ?
(A) ମୀନା
(B) ରୀନା
(C) ବୀଣାଦେବୀ
(D) ପଦୀ
Answer:
(C) ବୀଣାଦେବୀ

19. ମୁଁ ତମ ସାଥ୍‌ରେ ଆଉ ଚଳିପାରିବିନି ବିମଳବାବୁ କାହାକୁ କହିଥିଲେ ?
(A) ମୀନାକୁ
(B) ରୀନାକୁ
(C) ହରେନ୍ଦ୍ରବାବୁଙ୍କୁ
(D) ତାଙ୍କ ପତ୍ନୀକୁ
Answer:
(D) ତାଙ୍କ ପତ୍ନୀକୁ

20. ବିମଳବାବୁଙ୍କ ସାନଝିଅ କ’ଣ ଶିଖୁଛି ?
(A) ଗୀତ
(B) ନାଚ
(C) ବାଦ୍ୟ
(D) ସିଲେଇ
Answer:
(B) ନାଚ

ଲେଖକ ପରିଚୟ :
ପ୍ରାଣବନ୍ଧୁ କର (୧୯୧୪-୧୯୯୮) ଜଣେ ଗାଳ୍ପିକ, ନାଟ୍ୟକାର ଏବଂ ଏକାଙ୍କିକା ଲେଖକ ଭାବରେ ଓଡ଼ିଆ ସାହିତ୍ୟରେ ସୁପରିଚିତ । ତାଙ୍କର ପ୍ରଥମ ଏକାଙ୍କିକା ‘ପାଗଳ ଜନତାର ବାହାରେ’ ୧୯୩୮ ମସିହାରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ‘ନବଭାରତ’ ପତ୍ରିକାରେ ଆତ୍ମପ୍ରକାଶ କରିଥିଲା । ‘ଶିଳ୍ପୀର ମୃତ୍ୟୁ’ ଓ ‘ପ୍ରବୀର ଦାସ’, ‘ଶ୍ଵେତପଦ୍ମା’ ପ୍ରଭୃତି ଏକାଙ୍କିକା ତାଙ୍କ ସାରସ୍ଵତ ପ୍ରସିଦ୍ଧିର ପରିଚାୟକ । ସେ ଯେପରି ତାଙ୍କର ଗଛମାନଙ୍କରେ ମୂଲ୍ୟବୋଧ ଓ ମାନବିକ ସମ୍ବେଦନଶୀଳତା ଉପରେ ଗୁରୁତ୍ବାରୋପ କରିଛନ୍ତି, ଅନୁରୂପ ଭାବରେ ଏକାଙ୍କିକା କ୍ଷେତ୍ରରେ ମଣିଷ ଜୀବନର ବହୁବିଧ ରହସ୍ୟକୁ ଉନ୍ମୋଚନ କରି ଜୀବନ ପ୍ରତି ରହିଥିବା ତାଙ୍କ ବ୍ୟାପକ ଦୃଷ୍ଟିକୋଣର ପରିଚୟ ପ୍ରଦାନ କରିପାରିଛନ୍ତି । ‘ସ୍ନାୟୁ ସଂହାର’ ନାଟକ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ଵାରା ନାଟ୍ୟକାର ଭାବେ ପୁରସ୍କୃତ ହୋଇଛନ୍ତି ।
ଏହି ଏକାଙ୍କିକାରେ ସେ ଚଳନ୍ତି ସମାଜର ଅନୁକରଣପ୍ରିୟତା ଓ ଦେଖାଣିଆ ଭାବକୁ ଚିତ୍ରଣ କରିବା ସଙ୍ଗେ ସଙ୍ଗେ ସମାଜ ପ୍ରତି ରହିଥିବା ତାଙ୍କର ଦୃଢ଼ ପ୍ରତିବଦ୍ଧତାକୁ ପ୍ରମାଣ କରିଛନ୍ତି । ଲଳିତ ବ୍ୟଙ୍ଗ ଓ ସାମାଜିକ ସଂସ୍କାର ‘ଦୂରପାହାଡ଼’ ଏକାଙ୍କିକାର ବୈଶିଷ୍ଟ୍ୟ |

ନାଟକର ପୃଷ୍ଠଭୂମି :
ଏକାଙ୍କିକାର ମୁଖ୍ୟ ଚରିତ୍ର ହେଉଛନ୍ତି ବିମଳବାବୁ । ବୟସ ଆନୁମାନିକ ପଇଁଚାଳିଶ, ଦେହର ରଙ୍ଗ କଳା, ମୁଣ୍ଡ ବାମପଟରୁ ଅଧେ ଚନ୍ଦା । କୋଡ଼ିଏ ବର୍ଷକାଳ କିରାଣୀଗିରିରେ ଅତିବାହିତ କରିବା ପରେ ମାସକେଇଟା ହେଲା ଆସିଷ୍ଟାଣ୍ଟ ସେକ୍ରେଟାରୀ ଭାବେ ପଦେନ୍ନତି ପାଇଛନ୍ତି । ପଦୋନ୍ନତି ପାଇବା ପରେ ଘରର କାମ ନିମନ୍ତେ ଚାକର ଚାକରାଣୀ ଖଞ୍ଜିଦେଇଛନ୍ତି । ଚାକରର ନାମ ଗୁରିଆ, ଚାକରାଣୀ ହେଲା ପଦୀ । ପଦୀ ଗୁରିଆଠାରୁ ଦଶବର୍ଷ ବଡ଼ ହେଲେ ମଧ୍ୟ ଗୁରିଆ ପଦୀକୁ ମନ ମଧ୍ୟରେ ଆପଣାର କରିବାକୁ ଚାହେଁ । କିନ୍ତୁ ନିଜ ବୟସ ସମ୍ପର୍କରେ ସଚେତନ ପଦୀ ଗୁରିଆର ପ୍ରସ୍ତାବକୁ ଏଡ଼ାଇ ଦିଏ ।

ବିଭିନ୍ନ କାରଣରୁ ଉଭୟଙ୍କ ମଧ୍ୟରେ କଳିଝଗଡ଼ା ଲାଗି ରହିଥାଏ । ବିମଳବାବୁଙ୍କ ସହଧର୍ମିଣୀ ହେଲେ ବୀଣାଦେବୀ, ଯିଏକି ଗୃହକର୍ମରେ ସୁନିପୁଣା । ଯାହାଙ୍କର ପ୍ରତିଟି ମୁହୂର୍ଭ ଗୃହର ପରିଷ୍କାର ପରିଚ୍ଛନ୍ନତା ପାଇଁ ଅତିବାହିତ ହୁଏ । ନଳା ଧୋଇବାଠାରୁ ଆରମ୍ଭକରି ଘରର ଯାବତୀୟ କର୍ମ ସେ ନିଜେ କରନ୍ତି । ତାଙ୍କର ଏପ୍ରକାର କର୍ମକୁ ବିମଳବାବୁ ଗ୍ରହଣ କରିପାରନ୍ତି ନାହିଁ ।

କାରଣ ସେ ଜଣେ ଆସିଷ୍ଟାଣ୍ଟ ସେକ୍ରେଟାରୀ । ଘରେ ଚାକର ଚାକରାଣୀ ଥାଉ ଥାଉ ସେମାନଙ୍କୁ ପେନ୍‌ସନ୍ ଦେଇ ଘରେ ବସାଇ ତାଙ୍କ ପତ୍ନୀ ଘରର ସବୁକାମ କରିବାଟା ତାଙ୍କ ମାନସମ୍ମାନକୁ ଭୂଲୁଣ୍ଠିତ କରୁଛି ବୋଲି ସେ ବିବେଚନା କରନ୍ତି । ବିମଳବାବୁ ଦୁଇଟି କନ୍ୟାସନ୍ତାନର ଜନକ । ବଡ଼ଝିଅର ନାମ ରୀନା, ଯିଏକି ଶେଷବର୍ଷର ଡାକ୍ତର ଛାତ୍ରୀ । ଉଚ୍ଚଶିକ୍ଷିତା ହୋଇ ମଧ୍ୟ ବିବାହ ନିମନ୍ତେ ପସନ୍ଦ କରିଛି ରାଜୀବ ନାମଧେୟ ଜଣେ ଯୁବକଙ୍କୁ । ବାପାଙ୍କ ସହିତ ଆଳାପ ପରିଚୟ ହେବା ସହିତ ବାପାଙ୍କୁ ପ୍ରଭାବିତ କରିବାପାଇଁ ସେ ସେହି ଯୁବକଙ୍କୁ ବାପାଙ୍କ ପାଖକୁ ପଠାଇଛି । ରାଜୀବ ଜଣେ ଜୀବନବୀମା ଏଜେଣ୍ଟ ବୋଲି ନିଜର ପରିଚୟ ଦେଇ ବିମଳବାବୁଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟାକରି ନିରାଶ ହୋଇଛି ।

ବିମଳବାବୁଙ୍କ ସାନଝିଅର ନାମ ମୀନା । ସେ ଆଇ. ଏ. ପଢୁଛି । ନାଚ ମଧ୍ଯ ଶିଖୁଛି । ସେ ଖୁବ୍ ଭଲ ନାଚେ । ବଡ଼ ବଡ଼ ଫଙ୍କସନ୍‌ରେ ନାଚି ଖୁବ୍ ନାଁ କରିଛି । ବିମଳବାବୁ ଆସିଷ୍ଟାଣ୍ଟ ସେକ୍ରେଟାରୀ ଭାବେ ଯେତେ ପରିଚିତ ନୁହଁନ୍ତି ମୀନାର ବାପା ହିସାବରେ ସେ ଅଧ୍ଯକ ପରିଚିତ । ସେପରି ଝିଅ ପାଇଁ ସେ ବେଶ୍ ଗର୍ବ ଅନୁଭବ କରନ୍ତି । ଈଶ୍ଵରଙ୍କ ଆଶୀର୍ବାଦରୁ ବିମଳବାବୁଙ୍କ ସଂସାର ଏକ ସୁଖର ସଂସାର ହୋଇଥିଲେ ମଧ୍ୟ ତାଙ୍କ ମନ ଥାଏ ସବୁବେଳେ ଅଶାନ୍ତ ।

BSE Odisha 9th Class Odia Solutions Chapter 19 ଦୂର ପାହାଡ଼

କାରଣ ସେ ଚାହାନ୍ତି ତାଙ୍କ ପତ୍ନୀ ଘରର ସମସ୍ତ କାର୍ଯ୍ୟ ଚାକର ଚାକରାଣୀଙ୍କ ଉପରେ ନ୍ୟସ୍ତ କରି କେବଳ ତାଙ୍କର ସେବାଯତ୍ନ କରନ୍ତୁ । ଅଫିସରୁ ହାଲିଆ ହୋଇ ଫେରିବାବେଳେ ତାଙ୍କ ପତ୍ନୀ ଦଉଡି଼ଆସି ପଙ୍ଖା କରି ଦିଅନ୍ତେ, ତାଙ୍କ ପାଖରେ ବସନ୍ତେ । ଗୋଡ଼ରୁ ଜୋତା ଓ ଦେହରୁ ଜାମାପଟା ଖୋଲିଦେଇ ଭଲମନ୍ଦ ପଚାରି ବୁଝନ୍ତେ । କିନ୍ତୁ ସେସବୁ ନପାଇ ତାଙ୍କ ମୁଣ୍ଡ ବିଗିଡ଼ିଯାଏ । ପତ୍ନୀଙ୍କୁ ଅପମାନିତ ହେବାପରି କଥା କହିବାକୁ ମଧ୍ଯ ପଛାନ୍ତି ନାହିଁ ସେ ।

କିନ୍ତୁ ସୁଗୃହିଣୀ ବୀଣାଦେବୀଙ୍କ ଚିନ୍ତାଧାରା ଥିଲା ସମ୍ପୂର୍ଣ୍ଣ ଭିନ୍ନ । ଏ ବୟସରେ ଦୁଇଟି ଯୁବତୀ ଝିଅଙ୍କ ଉପସ୍ଥିତିରେ ଆବଶ୍ୟକତାଠାରୁ ଅଧିକ ସ୍ବାମୀସେବାକୁ ସେ ପସନ୍ଦ କରନ୍ତି ନାହିଁ । ଦୁଇ ଝିଅ ମଧ ପିତାଙ୍କ ସେବା ତଥା ଯନ୍ତ୍ରରେ କୌଣସି ତ୍ରୁଟି କରନ୍ତି ନାହିଁ । ତେଣୁ ବୀଣାଦେବୀ ସ୍ଵାମୀଙ୍କର ଆକ୍ଷେପ କିମ୍ବା ଗାଳିକୁ ଶୁଣି ନ ଶୁଣିବା ପରି ନିଜ କାମରେ ଚାଲିଯାଆନ୍ତି । ଏକାଙ୍କିକାର ଅନ୍ୟ ଏକ ଚରିତ୍ର ହରେନ୍ଦ୍ରବାବୁ । ବୟସ ଚଉରାଳିଶ ପଇଁଚାଳିଶ ମଧ୍ଯରେ । ସୁନ୍ଦର ଚେହେରା, ରୁଚିସମ୍ପନ୍ନ ପୋଷାକ ପରିଚ୍ଛଦ । ସେ ବିମଳବାବୁଙ୍କ ସହପାଠୀ ତଥା ଘନିଷ୍ଠ ବନ୍ଧୁ । ମାସେ ହେଲା ଏ. ଡ଼ି. ଏମ୍. (Additional District Magistrate) ହୋଇ କଟକ ଆସିଛନ୍ତି । ତାଙ୍କ ପତ୍ନୀଙ୍କ ନାମ ସୁମିତ୍ରାଦେବୀ । ସେ ଅନର୍ସ ସହ ବି. ଏ. ପାଶ୍ କରିଛନ୍ତି । ପିଲାଛୁଆ ଜଞ୍ଜାଳରୁ ମୁକ୍ତ । ସ୍ଵଚ୍ଛଳ ଓ ଅତୁଟ ସ୍ୱାସ୍ଥ୍ୟ ମଧ୍ୟରେ ଆକଣ୍ଠ ସୁଖପାନ କରନ୍ତି।

ସାକ୍ଷାତ୍‌ରେ ଉଭୟ ବନ୍ଧୁଙ୍କ ମଧ୍ୟରେ ହୋଇଛି ଉଭୟଙ୍କ ସଂସାରକୁ ନେଇ ଆଳାପ ଆଲୋଚନା । ବିମଳବାବୁ ବନ୍ଧୁପତ୍ନୀ ସୁମିତ୍ରାଦେବୀଙ୍କର ପ୍ରଶଂସା କରିବା ସହ ନିଜ ପତ୍ନୀଙ୍କର ନିନ୍ଦା କରିଛନ୍ତି, ଯିଏକି ତାଙ୍କର ସେବା ନକରି ଦିନରାତି ନଳା ସଫା କରିବା, ଗାଈଗୋରୁଙ୍କୁ କୁଣ୍ଡାତୋରାଣି ଦେବା ପରି କର୍ମରେ ଲାଗିରହିଥା’ନ୍ତି । ନିହାତି ଅଯୋଗ୍ୟ ସେ । ତାଙ୍କ କପାଳ ମନ୍ଦ ବୋଲି ଏପରି ପତ୍ନୀ ପାଇଛନ୍ତି । ବିମଳବାବୁଙ୍କ କଥା ଶୁଣି ହରେନ୍ଦ୍ରବାବୁ ବୀଣାଦେବୀଙ୍କ ପ୍ରଶଂସା ଅନେକଙ୍କ ମୁଖରୁ ଶୁଣିବା କଥା ପ୍ରକାଶ କରିଛନ୍ତି ଏବଂ ବୀଣାଦେବୀଙ୍କ କର୍ମକୁ ସେ ମଧ୍ୟ ପ୍ରଶଂସା କରି ତାହା ସୁନିପୁଣା ପତ୍ନୀଙ୍କ କାର୍ଯ୍ୟ ବୋଲି କହିଛନ୍ତି । ବିବାହ ପରଠାରୁ ଦୀର୍ଘ କୋଡ଼ିଏ ବର୍ଷକାଳ ପତ୍ନୀଙ୍କ ବିରୋଧରେ ବିଭିନ୍ନ କଥା କହିବା ସହ ସମାଲୋଚନା କରିବାକୁ ହରେନ୍ଦ୍ରବାବୁ ପସନ୍ଦ କରିନାହାନ୍ତି ।

ବିଶେଷକରି ପତ୍ନୀଙ୍କଠାରୁ ଆଶାନୁରୂପ ସେବାଯତ୍ନ ଲାଭ କରିନପାରି ଅତିଷ୍ଠ ତଥା ଅସହିଷ୍ଣୁ ହୋଇପଡ଼ିଥିବା ବିମଳବାବୁ ନିଶ୍ଚିତରୂପେ ବନ୍ଧୁପତ୍ନୀ ଉଚ୍ଚଶିକ୍ଷିତା ସୁମିତ୍ରଦେବୀ ହରେନ୍ଦ୍ରବାବୁଙ୍କର ବହୁ ସେବାଯତ୍ନ କରୁଥିବେ ବୋଲି ଆଶାପ୍ରକାଶ କରିଛନ୍ତି । ବିମଳବାବୁଙ୍କ କଥା ଶୁଣି ହରେନ୍ଦ୍ରବାବୁ ସେଥ‌ିରେ ସମ୍ମତି ଜଣାଇ କହିଛନ୍ତି ଯେ ତାଙ୍କ ପତ୍ନୀ ତାଙ୍କ ଗୋଡ଼ରୁ ଜୋତା ମୋଜା କାଢ଼ିଦିଅନ୍ତି । ଅଫିସରୁ ଝାଳ ନାଳ ହୋଇ ଫେରିବାବେଳେ ସେ ଯେଉଁ ହାୱା କରନ୍ତି ସେଥ‌ିରେ ତାଙ୍କ ଦେହ ଶୀତେଇ ଉଠେ । ଦେହରୁ ଜାମାପଟା ଖୋଲି ଦିଅନ୍ତି, ଦେହ-ହାତ ମୋଡ଼ାମୋଡ଼ି କରିଦିଅନ୍ତି । ଏହିପରି ଅନେକ ସେବା ସେ ତାଙ୍କ ପତ୍ନୀଙ୍କଠାରୁ ପାଇଛନ୍ତି । ସେପରି ପତ୍ନୀଙ୍କୁ ପାଇ ତାଙ୍କ ଭାଗ୍ୟ ଖାଲି ଜଳୁଛି ।

ଏହାପରେ ସେ ତାଙ୍କର ଏକ ଜରୁରୀ କାମ ଅଛି ବୋଲି କହି ବନ୍ଧୁଙ୍କଠାରୁ ସିଗାରେଟ୍ ନେଇ ଚାଲିଯାଇଛନ୍ତି । ହରେନ୍ଦ୍ରବାବୁଙ୍କର ଏହି ବ୍ୟଙ୍ଗୋକ୍ତିକୁ ବିମଳବାବୁ ବୁଝିପାରି ନାହାନ୍ତି ବରଂ ବନ୍ଧୁପତ୍ନୀ ସୁମିତ୍ରାଦେବୀ ବନ୍ଧୁଙ୍କ ପାଦରୁ ଜୋତାମୋଜା ଖୋଲିବା କଥାଟା ତାଙ୍କୁ ବହୁ ପ୍ରଭାବିତ କରିଛି । ତେଣୁ ସେ ଷ୍ଟ୍ରାପ୍‌ବାଲା ଜୋତା ନ ପିନ୍ଧି ସେହିପରି ଜୋତା ପିନ୍ଧିବା ପାଇଁ ସଙ୍ଗେ ସଙ୍ଗେ ଦୋକାନକୁ ଯାଇ ନୂଆ ଜୋତା ହଳେ ଆଣି ପାଦକୁ କଷ୍ କରି ବାନ୍ଧି ଘରକୁ ଆସିଛନ୍ତି । ପାଦ୍ କଟ୍‌କଟ୍ ହୋଇଛି । କିନ୍ତୁ ସେ ନିଜେ ଖୋଲି ନାହାନ୍ତି କିମ୍ବା ଝିଅ ମୀନାକୁ ମଧ୍ୟ ଖୋଲିବାକୁ ଦେଇନାହାନ୍ତି ।

ତାଙ୍କର ଉଦ୍ଦେଶ୍ୟ ତାଙ୍କ ପତ୍ନୀ ହିଁ ଜୋତା ଖୋଲିବେ । ଜୋତା ଖୋଲିବା ନେଇ ପତ୍ନୀ ବୀଣାଦେବୀ ଓ ଝିଅ ମୀନା ସହିତ ବିମଳବାବୁଙ୍କର ବିବିଧ ଯୁକ୍ତି ଓ କଥା କଟାକଟି ଚାଲିଥିବା ବେଳେ ଘରକୁ ଆସିଛନ୍ତି ବନ୍ଧୁପତ୍ନୀ ସୁମିତ୍ରାଦେବୀ । ସେ ତାଙ୍କ ସ୍ଵାମୀ ହରେନ୍ଦ୍ରବାବୁଙ୍କୁ ଖୋଜୁଛନ୍ତି ବୋଲି କହିଛନ୍ତି । ଗାଡ଼ିଟା ତାଙ୍କୁ ନେଇ ଅଫିସରେ ଛାଡ଼ିଆସେ ପୁଣି ଯାଇ ନେଇଆସେ । ବାକି ସମୟତକ ଗାଡ଼ିଟା ତାଙ୍କ ଅଧିକାରରେ ରହେ । କାରଣ ବହୁ ସଭାସମିତିରେ ତାଙ୍କୁ ଯୋଗଦେବାକୁ ପଡ଼େ । ତେଣୁ ସେ ଗାଡ଼ି ଧରି ତାଙ୍କ ପତିଦେବଙ୍କୁ ଖୋଜିବାପାଇଁ ବାହାରିଛନ୍ତି । ଏହା କହି ସେ ଚାଲିଯାଇଛନ୍ତି କିନ୍ତୁ ଛାଡ଼ିଯାଇଛନ୍ତି ତାଙ୍କ ଭ୍ୟାନିଟି ବ୍ୟାଟିକୁ । ପତିଗତାପ୍ରାଣା ସୁମିତ୍ରାଦେବୀଙ୍କ ପତିଭକ୍ତିରେ ବିମୁଗ୍‌ଧ ବିମଳବାବୁ ନିଜକୁ ହରେନ୍ଦ୍ରବାବୁଙ୍କ ସହ ତୁଳନା କରି ହତାଶ ହୋଇପଡ଼ିଛନ୍ତି । ଘରଛାଡ଼ି ଚାଲିଯିବାକୁ ବାହାରିଛନ୍ତି ।

ଏହି ସମୟରେ ଆସିଛନ୍ତି ହରେନ୍ଦ୍ରବାବୁ । ସେ ମୀନାଠାରୁ ସବୁ ଶୁଣି ବିମଳବାବୁଙ୍କ ପାଦରେ ନୂଆ ଜୋତା ଓ ମୋଜା ଦେଖୁ ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ପୂର୍ବରୁ ବିମଳବାବୁଙ୍କୁ କହିଥିବା କଥାର ମର୍ମାର୍ଥ ବୁଝାଇଛନ୍ତି । ଗୋଡ଼ରୁ ଜୋତା ମୋଜା କାଢ଼ିଦେବାର ଅର୍ଥ ହେଲା ସେ କ୍ଲଟ୍‌କୁ ବାହାରିବାବେଳେ ତାଙ୍କ ସ୍ତ୍ରୀ ଜୋତା-ମୋଜା କାଢ଼ି ଲୁଚାଇ ଦିଅନ୍ତି । ଖାଲିପାଦରେ କ୍ଲବକୁ ବାହାରିଲେ ତାଙ୍କୁ ମାଡ଼ିବସି କୋଟ୍, କାମିଜ୍ ଓ ଗେଞ୍ଜି ଉତାରି ନେଇ ବାକ୍‌ସ ଭିତରେ ଲୋଚାକୋଚା କରି ରଖୁଦିଅନ୍ତି । ଆବଶ୍ୟକ ହେଲେ କାନ ମୋଡ଼ିଦେବା, ହାତମୋଡ଼ିଦେବା ପରି କର୍ମ କରିବାକୁ ମଧ୍ୟ ସେ ପଶ୍ଚାତ୍‌ପଦ ହୁଅନ୍ତି ନାହିଁ ।

ରାଗିଗଲା ବେଳେ ସେ ଭୁଲିଯାଆନ୍ତି ଯେ ହରେନ୍ଦ୍ରବାବୁ ତାଙ୍କ ସ୍ବାମୀ ବୋଲି । ଏହା ସତ୍ୟ ହେଲେ ମଧ୍ୟ ହରେନ୍ଦ୍ରବାବୁ କାହା ଆଗରେ ଏକଥା ପ୍ରକାଶ କରନ୍ତି ନାହିଁ । ଏହି ସମୟରେ ଛାଡ଼ିଯାଇଥିବା ଭ୍ୟାନିଟି ବ୍ୟାଟା ନେବାକୁ ସେଠାରେ ଝଡ଼ ପରି ଉପସ୍ଥିତ ହୋଇଛନ୍ତି ସୁମିତ୍ରା ଦେବୀ । ହରେନ୍ଦ୍ରବାବୁଙ୍କୁ ଦେଖ୍ ଯଥାଶୀଘ୍ର ଘରକୁ ଯିବାପାଇଁ ଉଠିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବାଜିଟିଏ ଚେସ୍ ଖେଳିବା ନିମନ୍ତେ ହରେନ୍ଦ୍ରବାବୁଙ୍କ ଅନୁରୋଧକୁ ମଧ୍ଯ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ତାଙ୍କୁ ବୁଲାରୋଗ ଧରିଛି । ତେଣୁ ତାଙ୍କ ଅନୁପସ୍ଥିତିରେ ସେ ଚାଲି ଆସିଛନ୍ତି ।

BSE Odisha 9th Class Odia Solutions Chapter 19 ଦୂର ପାହାଡ଼

ମିଟିଙ୍ଗୁରୁ ଫେରି ତାଙ୍କୁ ଘରେ ନ ଦେଖ୍ ସେ ଖୋଜିବାକୁ ଆସିଛନ୍ତି । ସୁମିତ୍ରା ଦେବୀଙ୍କର ଏହି କଡ଼ା ନିର୍ଦ୍ଦେଶରେ ବାଧ୍ୟ ଶିଶୁଟି ପରି ଅସହାୟ ଚାହାଣିରେ ଥରେ ବିମଳବାବୁଙ୍କ ଆଡ଼େ ଚାହିଁ ହରେନ୍ଦ୍ରବାବୁ ପତ୍ନୀଙ୍କ ସହିତ ଚାଲିଯାଇଛନ୍ତି । ଏହି ବାସ୍ତବ ସତ୍ୟକୁ ବିମଳବାବୁଙ୍କ ହୃଦୟ ବିଶ୍ଵାସ କରିପାରି ନାହିଁ । ତେଣୁ ମୀନା ତା’ର ବାପାଙ୍କୁ କହିଛି ‘ ବାପା ! ଦୂର ପାହାଡ଼ ସୁନ୍ଦର ପରା !’’

ବିମଳବାବୁ ନିଜର ଭୁଲ ବୁଝିପାରି ପତ୍ନୀ ବୀଣାଦେବୀଙ୍କୁ ମନ ଜିଣିବାପାଇଁ ଦୀର୍ଘ ଦଶ/ବାର ବର୍ଷ ପରେ ଓଡ଼ିଆ ସିନେମା ଦେଖ୍ ଯିବାପାଇଁ ଲୁଗାପଟା ପିନ୍ଧି ଆସିବାକୁ ଅନୁରୋଧ କରି କଟ୍‌କଟ୍ କରୁଥିବା ପାଦରୁ ଜୋତା ଖୋଲିବାକୁ ଆରମ୍ଭ କରିଛନ୍ତି ।

ବିଷୟଗତ ଶବ୍ଦ ଓ ଅର୍ଥ :

ଗଳା ଫଟେଇ ଡାକିବା – ବଡ଼ପାଟିରେ ଡାକିବା ।
ଏ. ଡି. ଏମ୍. – Additional District Magistrate |
ନାଷ୍ଟି (Nasty) – ଖରାପ, ଦୁଃଖଦାୟକ ।
ପ୍ରୌଢ଼ – ବୃଦ୍ଧ ।
ସାଇକୋଲୋଜିଷ୍ଟ(Psychologist) – ମନୋବିଜ୍ଞାନୀ ।
ଇସିଓର (Insure) – ବୀମା କରିବା ।
ବୋନସ୍ (Bonus) – ବୀମା ପତ୍ରଧାରୀର ପ୍ରାପ୍ୟ ଲାଭ ।
ଅଜରାମରବତ୍ ପ୍ରାଜ୍ଞ ବିଦ୍ୟାମର୍ଥଞ୍ଚ ଚିନ୍ତୟେତ୍ – (ଅଜର + ଅମରବତ୍ ବିଦ୍ୟାମ୍ + ଅର୍ଥମ୍ + ଚ) ବିଜ୍ଞବ୍ୟକ୍ତିମାନେ ନିଜକୁ ଅଜର ଓ ଅମର ବୋଲି ମନେକରି ବିଦ୍ୟା ଓ ଧନ ଚିନ୍ତା କରିବା ଉଚିତ ।
Sceptre and crown tumble down – ଯେତେବଡ଼ ସ୍ଥାପତ୍ୟ ବା ହେବ ।
ପ୍ରିମିୟମ୍ (Premium) – ବୀମାର କିସ୍ତି ।
ମିଛେଇ – ମିଛ କହିବା ଅଭ୍ୟାସ ଯେଉଁ ସ୍ତ୍ରୀଲୋକର ।
ପାଇଟି – କାମ ।
ଗାଞ୍ଜଆ – ପଇସା ରଖୁବା ଥଳି ବା ମୁଣି ।
ଗୋଇ – କରିଥିବା କାମ /ଦୁର୍ବଳତା ।
ଅବ୍ଭି – ବର୍ତ୍ତମାନ ।
ଡିସ୍ପୋଜାଲ (Disposal) — ଅଧିକାର ।
ମର୍କଟାମି – ମାଙ୍କଡ଼ ପ୍ରବୃତ୍ତି ।
ଆବସେନ୍ସ (Absence) – ଅନୁପସ୍ଥିତି ।

CHSE Odisha Class 12 Economics Chapter 13 Short Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 13 କେନ୍‌ସଙ୍କ ଆୟ ନିର୍ଦ୍ଧାରଣ ତତ୍ତ୍ବ Short Answer Questions.

CHSE Odisha 12th Class Economics Chapter 13 Short Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି / ତିନୋଟି ବାକ୍ୟରେ ଉତ୍ତର ଦିଅ ।

1. ଆୟ ନିର୍ଦ୍ଧାରଣ ତତ୍ତ୍ବ କାହିଁକି ଏକ ସ୍ଵଳ୍ପକାଳୀନ ତତ୍ତ୍ବ ?
Answer:
କେନ୍‌ସ୍‌ଙ୍କ ମତରେ ଅନ୍ୟାନ୍ୟ ବିଷୟ; ଯଥା – ପୁଞ୍ଜି, ଶ୍ରମ, ଯନ୍ତ୍ରପାତି, ଦକ୍ଷତା ଇତ୍ୟାଦି ଅପରିବର୍ତ୍ତିତ ଥାଇ ଯଦି ରାଷ୍ଟ୍ରର ନିୟୋଜନ ବୃଦ୍ଧିପାଏ ତାହେଲେ ଜାତୀୟ ଆୟ ଓ ଉତ୍ପାଦନ ବୃଦ୍ଧି ପାଇଥାଏ । ଅତଏବ, ସ୍ଵଳ୍ପ କାଳରେ ଅନ୍ୟାନ୍ୟ ବିଷୟ ଅପରିବର୍ତିତ ରହିଲେ ନିୟୋଜନ ସହ ଜାତୀୟ ଆୟର ପ୍ରତ୍ୟକ୍ଷ ସମ୍ପର୍କ ଦୃଷ୍ଟିଗୋଚର ହୋଇଥାଏ । ତେଣୁ କେନ୍‌ସ୍‌ଙ୍କ ଆୟ ନିର୍ଦ୍ଧାରଣ ତତ୍ତ୍ବ ଏକ ସ୍ବଳ୍ପକାଳନୀ ତତ୍ତ୍ବ ।

2. କେନ୍‌ସ୍‌ଙ୍କ ଉପଭୋଗ ଫଳନ ସ୍ଥିର କାହିଁକି ?
Answer:
ଅନ୍ୟାନ୍ୟ ସମସ୍ତ ଉପାଦାନ ଅପରିବର୍ତ୍ତିତ ଥାଇ ଜାତୀୟ ଆୟ ବୃଦ୍ଧି ସହିତ ସାମୂହିକ ଉପଭୋଗ ଚାହିଦା ବୃଦ୍ଧି ପାଏ କିନ୍ତୁ ଏହି ବୃଦ୍ଧି ଜାତୀୟ ଆୟ ବୃଦ୍ଧିଠାରୁ କମ୍ । ଅର୍ଥାତ୍ ସାମୂହିକ ଉପଭୋଗର ପରିବର୍ତ୍ତନ ସର୍ବଦା ଜାତୀୟ ଆୟର ପରିବର୍ତ୍ତନଠାରୁ କମ୍ ରହିଥାଏ । ସ୍ଵଳ୍ପକାଳରେ ଜାତୀୟ ଆୟ ବ୍ୟତୀତ ଉପଭୋଗକୁ ପ୍ରଭାବିତ କରୁଥିବା ସମସ୍ତ ଉପାଦାନ; ଯଥା – ଜନସଂଖ୍ୟା, ରୁଚି, ଅଭ୍ୟାସ ଇତ୍ୟାଦି ସ୍ଥିର ରହୁଥ‌ିବାରୁ ଉପଭୋଗ ପରିବର୍ତ୍ତନ ସର୍ବଦା ଜାତୀୟ ଆୟର ପରିବର୍ତ୍ତନଠାରୁ କମ୍ । ଆୟ ଓ ଉପଭୋଗର ଏହି ସ୍ଥିର ସମ୍ପର୍କକୁ ସ୍ଥିର ଉପଭୋଗ ଫଳନ କୁହାଯାଏ ।

3. ଉପଭୋଗ ପ୍ରବୃତ୍ତି କ’ଣ ?
Answer:
ଉପଭୋଗ ବ୍ୟୟ ଓ ସଞ୍ଚୟ ଆୟର ଦୁଇଟି ମୁଖ୍ୟ ଉପାଦାନ । ଉପଭୋଗ ପ୍ରବୃତ୍ତିର ସ୍ଵରୂପ, ହାରାହାରି ଉପଭୋଗ ପ୍ରବୃତ୍ତି ଓ ପ୍ରାନ୍ତୀୟ ଉପଭୋଗ ପ୍ରବୃଭିଦ୍ୱାରା ନିୟନ୍ତ୍ରଣ ହୋଇଥାଏ । ହାରାହାରି ଉପଭୋଗ ପ୍ରବୃତ୍ତି କହିଲେ ଉପଭୋଗ ବ୍ୟୟ ଓ ଆୟର ଅନୁପାତକୁ ସୂଚାଇଥାଏ ଏବଂ ପ୍ରାନ୍ତୀୟ ଉପଭୋଗ ପ୍ରବୃତ୍ତି କହିଲେ ବର୍ଦ୍ଧିତ ଉପଭୋଗ ବ୍ୟୟର (ଉପଭୋଗର ପରିବର୍ତ୍ତନ) ଓ ବର୍ଷିତ ଆୟର (ଆୟର ପରିବର୍ତ୍ତନ) ଅନୁପାତକୁ ବୁଝାଇଥାଏ ।

4. ସ୍ବୟଂକ୍ରିୟ ନିବେଶ କ’ଣ ?
Answer:
ଆୟ ପରିବର୍ତ୍ତନ ସହ ନିବେଶ ପରିମାଣରେ ପରିବର୍ତ୍ତନ ନ ହେଲେ ନିବେଶକୁ ସ୍ୱାୟତ୍ତ ନିବେଶ ବୋଲି କୁହାଯାଏ । ଏହି ନିବେଶ ସରକାର କରନ୍ତି ଏବଂ ଏହା ଲାଭକୁ ଭିଭିକରି କରାଯାଏ ନାହିଁ । ଜନହିତକର କାର୍ଯ୍ୟ ପାଇଁ ବିପୁଳ ପରିମାଣ ଅର୍ଥ ପୁଞ୍ଜି ଗଠନ (ରାସ୍ତାଘାଟ, ପୋଲ, କେନାଲ, ପ୍ରତିରକ୍ଷା ଓ ଆଶ୍ରୟସ୍ଥଳ ଇତ୍ୟାଦି ନିର୍ମାଣ)ରେ ସରକାର ଯେଉଁ ଦୀର୍ଘକାଳୀନ ନିବେଶ କରନ୍ତି ତାହାକୁ ସ୍ବୟଂକ୍ରିୟ ନିବେଶ କୁହାଯାଏ ।

CHSE Odisha Class 12 Economics Chapter 13 Short Answer Questions in Odia Medium

5. ପ୍ରରୋଚିତ ନିବେଶ କ’ଣ ?
Answer:
ଆୟ ଓ ନିବେଶ ସମଦିଗରେ ପରିବର୍ତ୍ତିତ ହେଲେ ନିବେଶକୁ ପ୍ରରୋଚିତ ନିବେଶ କୁହାଯାଏ । ପ୍ରରୋଚିତ ନିବେଶ ଲାଭଦ୍ବାରା ପ୍ରଭାବିତ ହୋଇଥାଏ । ଲାଭ ଯେତେ ଅଧିକ ହେବ ପ୍ରରୋଚିତ ନିବେଶ ସେତେ ଅଧ୍ବକ ହେବ ଏବଂ ଏହି ପ୍ରକାର ନିବେଶ ଆୟର ପରିବର୍ତ୍ତନଦ୍ଵାରା ପ୍ରଭାବିତ ହୋଇଥାଏ । ବଦ୍ଧିତ ଚାହିଦାକୁ ପୂରଣ କରିବାପାଇଁ ଅତିରିକ୍ତ ଦ୍ରବ୍ୟ ଓ ସେବାର ଉତ୍ପାଦନ ନିମନ୍ତେ ନୂତନ ପୁଞ୍ଜି ଗଠନ ବା ନିବେଶର ଆବଶ୍ୟକତା ଅନୁଭୂତ ହୁଏ । ଉକ୍ତ ନିବେଶକୁ ପ୍ରରୋଚିତ ନିବେଶ ବୋଲି କୁହାଯାଏ ।

6. ପୁଞ୍ଜିର ପ୍ରାନ୍ତୀୟ ଦକ୍ଷତା କହିଲେ କ’ଣ ବୁଝ ?
Answer:
ସ୍ଵଳ୍ପକାଳରେ ପ୍ରରୋଚିତ ନିବେଶର ବାସ୍ତବ ପରିମାଣ ପୁଞ୍ଜିର ଉତ୍ପନ୍ନ ଶକ୍ତି ଓ ସୁଧର ହାର ଉପରେ ନିର୍ଭର କରିଥାଏ । ପୁଞ୍ଜିର ଉତ୍ପନ୍ନ ଶକ୍ତି କହିଲେ ତାହାର ଉପାର୍ଜନ କ୍ଷମତାକୁ ହିଁ ବୁଝାଇଥାଏ । ପ୍ରାନ୍ତୀୟ ପୁଞ୍ଜି ଉତ୍ପନ୍ନ ହାରକୁ ପୁଞ୍ଜିର ପ୍ରାନ୍ତୀୟ ଦକ୍ଷତା ବୋଲି କୁହାଯାଏ । ସୁଧର ହାର ପୁଞ୍ଜିର ପ୍ରାନ୍ତୀୟ ଦକ୍ଷତାଠାରୁ କମ୍ ହେଲେ, ପୁଞ୍ଜିନିବେଶ ଲାଭଦାୟକ ହୁଏ ଓ ନିବେଶ ଚାହିଦାର ବୃଦ୍ଧି ଘଟେ ।

7. ନିବେଶ ଚାହିଦାରେଖା କାହିଁକି ନିମ୍ନଗାମୀ ହୋଇଥାଏ ?
Answer:
ନିମ୍ନଗାମୀ ନିବେଶ ଚାହିଦାରେଖା ପୁଞ୍ଜିର ପ୍ରାନ୍ତୀୟ ଦକ୍ଷତା ଓ ନିବେଶ ପରିମାଣ ମଧ୍ଯରେ ଥିବା ପ୍ରତିଲୋମୀ ସମ୍ପର୍କକୁ ସୂଚିତ କରିଥାଏ । ସୁଧର ହାର ହ୍ରାସ ପାଇଲେ ନିବେଶ ଚାହିଦା ବୃଦ୍ଧିପାଏ ଓ ସୁଧର ହାର ବୃଦ୍ଧି ହେଲେ ନିବେଶ ଚାହିଦା ହ୍ରାସ ପାଇଥାଏ । ସେହିପରି ସୁଧର ହାର ଅପରିବର୍ତ୍ତିତ ରହି ପୁଞ୍ଜିର ପ୍ରାନ୍ତୀୟ ଦକ୍ଷତା ବୃଦ୍ଧି ହେଲେ ନିବେଶ ଚାହିଦା ବୃଦ୍ଧି ପାଇଥାଏ ଓ ପୁଞ୍ଜିର ପ୍ରାନ୍ତୀୟ ଦକ୍ଷତା ହ୍ରାସ ହେଲେ ନିବେଶ ଚାହିଦା ହ୍ରାସ ପାଇଥାଏ ।

8. ପ୍ରଯୁଜ୍ୟ ଆୟ କ’ଣ ?
Answer:
ପାରିବାରିକ ଉପଭୋଗ ବସ୍ତୁତଃ ପାରିବାରିକ ପ୍ରଯୁଜ୍ୟ ଆୟ ଉପରେ ନିର୍ଭର କରେ । ପାରିବାରିକ ଆୟରୁ ପ୍ରତ୍ୟକ୍ଷ କର ବାଦଦେଲେ ଅବଶିଷ୍ଟାଶକୁ ପାରିବାରିକ ପ୍ରଯୁଜ୍ୟ ଆୟ କୁହାଯାଏ । ପୁନଶ୍ଚ ପାରିବାରିକ ପ୍ରଯୁଜ୍ୟ ଆୟ ଦୁଇଟି ଉପାଦାନର ସମଷ୍ଟି; ଯଥା – ଉପଭୋଗ ଓ ସଞ୍ଚୟ ।

9. ଉପଭୋଗ କୃତ୍ୟ କ’ଣ ?
Answer:
ପରିବାରର ଉପଭୋଗର ଖର୍ଚ୍ଚ ପରିବାରର ଖର୍ଚ୍ଚଯୋଗ୍ୟ ଆୟ ଉପରେ ନିର୍ଭର କରିଥାଏ । ପରିବାରର ମୋଟ ଆୟରୁ ପ୍ରତ୍ୟକ୍ଷ କରକୁ ବାଦେଲେ ଯାହା ରହିଥାଏ, ତାହାକୁ ବ୍ୟବହାରଯୋଗ୍ୟ ବା ଉପଭୋଗ କୃତ୍ୟ ଆୟ କୁହାଯାଏ ।

10. ଅବସ୍ତୀତି ବ୍ୟବଧାନ କ’ଣ ?
Answer:
ସାମୂହିକ ଚାହିଦା ପୂର୍ଣ୍ଣନିୟୋଗ ଯୋଗାଣଠାରୁ କମ୍ ହେଲେ ନିଅଣ୍ଟିଆ ଚାହିଦାଜନିତ ଅବସ୍ଥା ସୃଷ୍ଟି ହୁଏ । ଏହି ପରିସ୍ଥିତିରେ ଦାମ୍ ସ୍ତର ଓ ଲାଭ ହ୍ରାସ ପାଇ ତାହା କ୍ରମେ ଉତ୍ପାଦନ, ନିଯୁକ୍ତି ଓ ଆୟ ସ୍ତରର ହ୍ରାସ ଘଟାଏ । ଏହି ଅବସ୍ଥାକୁ ମାନ୍ଦାବସ୍ଥା କହନ୍ତି । ନିୟନ୍ତ୍ରଣ କରାଯାଇ ନ ପାରିଲେ ତାହା ଅର୍ଥବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଦିଏ ।

11. ସ୍ତ୍ରୀତି ବ୍ୟବଧାନ କ’ଣ ?
Answer:
ପୂର୍ଣ ନିୟୋଜନ ପ୍ରାପ୍ତି ହେଲେ ଅର୍ଥବ୍ୟବସ୍ଥାରେ ଉତ୍ପାଦନ ଓ ଆୟ ତଥା ନିଯୁକ୍ତି ଆଉ ଉଚ୍ଚସ୍ତରକୁ ବୃଦ୍ଧି ହୋଇପାରେ ନାହିଁ । ପୂର୍ଣ୍ଣନିୟୋଜନ ସନ୍ତୁଳନଠାରେ ସାମୂହିକ ଚାହିଦା ପୁନଶ୍ଚ ବୃଦ୍ଧି ପାଇଲେ ସ୍ତ୍ରୀତି ବ୍ୟବଧାନ ସୃଷ୍ଟି ହୁଏ ଓ ତାହା ଦାମ୍ ସ୍ତରକୁ ବୃଦ୍ଧି କରେ । ଅର୍ଥବ୍ୟବସ୍ଥା ମୁଦ୍ରାଙ୍ଗୀତି କବଳିତ ହୁଏ ଏବଂ ତାହା ନିୟନ୍ତ୍ରଣ ବାହାରକୁ ଗଲେ ଅର୍ଥବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼େ ।

12. ଫଳପ୍ରଦ ଚାହିଦା କ’ଣ ?
Answer:
ଯେଉଁ ବିନ୍ଦୁରେ ସାମୂହିକ ଯୋଗାଣ ଦର ରେଖା ଓ ସାମୂହିକ ଚାହିଦା ଦର ରେଖା ପରସ୍ପରକୁ ଛେଦ କରନ୍ତି, ସେହି ବିନ୍ଦୁକୁ ଫଳପ୍ରଦ ଚାହିଦା କୁହାଯାଏ । ଅର୍ଥାତ୍ ଫଳପ୍ରଦ ଚାହିଦା ଯେତେ ଅଧ୍ବକ ହୁଏ, ନିୟୋଜନ ଓ ଆୟ ସ୍ତର ସେତେ ଅଧିକ ହୁଏ ଏବଂ ଫଳପ୍ରଦ ଚାହିଦା କମ୍ ହେଲେ, ନିୟୋଜନ ଓ ଆୟ ସ୍ତର କମ୍ ହୋଇଥାଏ ।

13. ବଳକା ଚାହିଦା କ’ଣ ?
Answer:
ପୂର୍ଣ ନିୟୋଜନ ସ୍ତରରେ ସାମୂହିକ ଚାହିଦା ସାମୂହିକ ଯୋଗାଣଠାରୁ ଅଧିକ ହେଲେ “ଅଳକା ଚାହିଦାଜନିତ ପରିସ୍ଥିତି ସୃଷ୍ଟି ହୁଏ । ବଳକା ଚାହିଦା ସ୍ତ୍ରୀତି ବ୍ୟବଧାନ ସୃଷ୍ଟି କରେ ଏବଂ ବଳକା ଚାହିଦା ଜାତୀୟ ଆୟ, ସାମୂହିକ ଉତ୍ପାଦ, ସାଧାରଣ ଦାମ୍ ସ୍ତରର ବୃଦ୍ଧି ଘଟାଏ ।

14. ନିଅଣ୍ଟିଆ ଚାହିଦା କ’ଣ ?
Answer:
ପୂର୍ଣ୍ଣ ନିୟୋଜନ ସ୍ତରରେ ସାମୂହିକ ଚାହିଦା ସାମୂହିକ ଯୋଗାଣଠାରୁ କମ୍ ହେଲେ ନିଅଣ୍ଟିଆ ଚାହିଦା ସୃଷ୍ଟି ହୁଏ । ନିଅଣ୍ଟିଆ ଚାହିଦା ଅବସ୍ତୀତି ବ୍ୟବଧାନ ସୃଷ୍ଟି କରିଥାଏ ଏବଂ ନିଅଣ୍ଟିଆ ଚାହିଦା ଜାତୀୟ ଆୟ, ସାମୂହିକ ଉତ୍ପାଦ, ସାଧାରଣ ଦାମ୍ ସ୍ତରର ହ୍ରାସ ଘଟାଏ ।

15. ପୂର୍ଣ ନିୟୋଜନ ସନ୍ତୁଳନ କ’ଣ ?
Answer:
ଯେଉଁ ଅବସ୍ଥାରେ ଅର୍ଥବ୍ୟବସ୍ଥାରେ ସାମୂହିକ ଚାହିଦା ସହ ସାମୂହିକ ଯୋଗାଣ ସମାନ ହୁଏ, ସେହି ଅବସ୍ଥାକୁ ପୂର୍ଣ୍ଣନିୟୋଜନ ସନ୍ତୁଳନ ଅବସ୍ଥା କୁହାଯାଏ । ଏହି ସନ୍ତୁଳନ ଅବସ୍ଥା ସାମୂହିକ ଯୋଗାଣ ଓ ସାମୂହିକ ଚାହିଦା ପାରସ୍ପରିକ କ୍ରିୟାଫଳରେ ଲାଭ କରାଯାଏ ।

16. ସାମୂହିକ ଯୋଗାଣ କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ନିଯୁକ୍ତି ସ୍ତରରେ ଉତ୍ପାଦିତ ଦ୍ରବ୍ୟ ଓ ସେବାର ଉତ୍ପାଦନରେ ନିଯୁକ୍ତ ବିଭିନ୍ନ ଉପାଦାନ ଯେଉଁ ଆୟ – ଅଶେଷ, ମଜୁରି, ସୁଧ ଓ ଲାଭ-ଉପାର୍ଜନ କରନ୍ତି, ତାହାକୁ ସାମୂହିକ ଯୋଗାଣ କୁହାଯାଏ । କହିବାକୁ ଗଲେ ଏକବର୍ଷ ମଧ୍ୟରେ ଦେଶର ଅର୍ଥବ୍ୟବସ୍ଥାରେ ଦ୍ରବ୍ୟ ଓ ସେବାର ପ୍ରବାହ ହିଁ ସାମୁହିକ ଯୋଗାଣ ।

CHSE Odisha Class 12 Economics Chapter 13 Short Answer Questions in Odia Medium

17. ସାମୂହିକ ଚାହିଦା କ’ଣ ?
Answer:
ଗୋଟିଏ ଅର୍ଥବ୍ୟବସ୍ଥାରେ ଏକବର୍ଷ ମଧ୍ୟରେ ନିର୍ଘଣ୍ଟ ପରିମାଣର ନିଯୁକ୍ତି ଯୋଗୁଁ ଯେଉଁ ଅର୍ଥ ମିଳେ, ଯାହାକୁ କ୍ରେତାଗଣ ବିଭିନ୍ନ ପ୍ରକାରର ଦ୍ରବ୍ୟ ଓ ସେବା ଉପରେ ବ୍ୟୟ କରନ୍ତି, ତାହାକୁ ସାମୂହିକ ଚାହିଦା କୁହାଯାଏ । ଅନ୍ୟ ଅର୍ଥରେ କୌଣସି ନିର୍ଦ୍ଦିଷ୍ଟ ବର୍ଷରେ ଅର୍ଥବ୍ୟବସ୍ଥାରେ ଉତ୍ପାଦନକାରୀ ଉତ୍ପାଦିତ ଦ୍ରବ୍ୟ ଓ ସେବା ବିକ୍ରୟ କରି ଯେଉଁ ସର୍ବାଧ‌ିକ ଆୟର ପ୍ରତ୍ୟାଶା କରନ୍ତି, ତାହାକୁ ସାମୂହିକ ଚାହିଦା କୁହାଯାଏ ।

18. ନିଟ୍ ରପ୍ତାନି ଚାହିଦା କହିଲେ କ’ଣ ବୁଝ ?
Answer:
ଗୋଟିଏ ଦେଶର ରପ୍ତାନି ଆୟରୁ ଆମଦାନି ବ୍ୟୟ ବାଦ୍ ଦେଲେ ଯେଉଁ ଅବଶିଷ୍ଟ୍ୟଶ ରହେ, ତାହାକୁ ଦେଶର ନିଟ୍ ରପ୍ତାନି ଆୟ କୁହାଯାଏ । ଦେଶର ନିଟ୍ ରପ୍ତାନି ଚାହିଦାକୁ ସମ୍ପୃକ୍ତ ଦେଶର ସାମୂହିକ ଚାହିଦାର ଏକ ଅଂଶ ବୋଲି ବିବେଚନା କରାଯାଏ ।

19. ଆୟ ଓ ନିଯୁକ୍ତିର ସନ୍ତୁଳନ ସ୍ତର କ’ଣ ?
Answer:
ଉଭୟ ସାମୂହିକ ଚାହିଦା ଓ ସାମୂହିକ ଯୋଗାଣ ଅର୍ଥବ୍ୟବସ୍ଥାରେ ଆୟ ଓ ନିଯୁକ୍ତି ସ୍ତର ତଥା ଉତ୍ପାଦନକୁ ନିର୍ଦ୍ଧାରିତ କରିଥା’ନ୍ତି । ଆୟ ଓ ନିଯୁକ୍ତିର ଯେଉଁ ସ୍ତରରେ ଉଭୟ ପରସ୍ପର ସହିତ ସମାନ ହୁଅନ୍ତି, ତାହାକୁ ସନ୍ତୁଳନ ଆୟ ଓ ନିୟୋଜନ ସ୍ତର ବୋଲି କୁହାଯାଏ । ଏହି ଆୟ ସ୍ତରରେ ପ୍ରତ୍ୟାଶିତ ସଞ୍ଚୟ ଏବଂ ପ୍ରତ୍ୟାଶିତ ନିବେଶ ପରସ୍ପର ସହିତ ସମାନ ହୋଇଥାଏ ।

20. ପ୍ରତ୍ୟାଶିତ ନିବେଶ ପ୍ରତ୍ୟାଶିତ ସଞ୍ଚୟଠାରୁ ଅଧ‌ିକ ହେଲେ ଆୟ ଓ ନିୟୋଜନ ସ୍ତରରେ କ’ଣ ପରିବର୍ତ୍ତନ ହୁଏ ?
Answer:
ସନ୍ତୁଳନ ବିନ୍ଦୁରେ ଉଭୟ ସାମୂହିକ ଚାହିଦା ସାମୂହିକ ଯୋଗାଣ ସମାନ ରହେ । ପ୍ରତ୍ୟାଶିତ ନିବେଶ ପ୍ରତ୍ୟାଶିତ ସଞ୍ଚୟଠାରୁ ଅଧିକ ହେଲେ ଆୟ ଓ ନିୟୋଜନ ସ୍ତର ବୃଦ୍ଧି ପାଏ । ଅଧିକ ଆୟରେ ସଞ୍ଚୟର ପରିମାଣ ଅଧିକ ହୁଏ ଏବଂ ତାହା ନିବେଶ ସହିତ ସମାନ ହେବା ଫଳରେ ଅର୍ଥବ୍ୟବସ୍ଥାର ସନ୍ତୁଳନ ଅବସ୍ଥା ପୁନଃ ଅବସ୍ଥାପିତ ହୋଇଥାଏ ।

21. ପ୍ରତ୍ୟାଶିତ ସଞ୍ଚୟ ପ୍ରତ୍ୟାଶିତ ନିବେଶଠାରୁ ଅଧ‌ିକ ହେଲେ ଆୟ ଓ ନିୟୋଜନ ସ୍ତରରେ କ’ଣ ପରିବର୍ତ୍ତନହୁଏ ?
Answer:
ସନ୍ତୁଳନ ବିନ୍ଦୁରେ ଉଭୟ ସାମୂହିକ ଯୋଗାଣ ଏବଂ ‘ସାମୂହିକ ଚାହିଦାର ସମାନତା ରହେ । କିନ୍ତୁ ପ୍ରତ୍ୟାଶିତ ସଞ୍ଚୟ ପ୍ରତ୍ୟାଶିତ ନିବେଶଠାରୁ ଅଧିକ ହେଲେ ସାମୂହିକ ଚାହିଦା ହ୍ରାସ ପାଏ । ଆୟ ଓ ନିଯୁକ୍ତିର ହ୍ରାସ ଘଟେ । ଏହି ପରିସ୍ଥିତିରେ ସଞ୍ଚୟର ପରିମାଣ ହ୍ରାସ ପାଏ ଏବଂ ଅର୍ଥବ୍ୟବସ୍ଥା ଏକ ନିମ୍ନ ଆୟ ସ୍ତରରେ ପୁନଃ ସନ୍ତୁଳନ ଅବସ୍ଥାକୁ ଫେରିଆସେ ।

22. ଦ୍ରବ୍ୟ ଓ ସେବା ପାଇଁ ସରକାରଙ୍କ ଚାହିଦା କହିଲେ କ’ଣ ବୁଝ ?
Answer:
ସରକାରଙ୍କୁ ଦ୍ରବ୍ୟ ଓ ସେବାର ଏକ ପ୍ରଧାନ କ୍ରେତା ହିସାବରେ ଅଭିହିତ କରାଯାଏ । ତେଣୁ ଦେଶର ସାମୂହିକ ଉନ୍ନତି ତଥା ନାଗରିକମାନଙ୍କର ମଙ୍ଗଳ ସକାଶେ ସରକାର ବିଦ୍ୟାଳୟ, ମହାବିଦ୍ୟାଳୟ, ସ୍ବାସ୍ଥ୍ୟକେନ୍ଦ୍ର, ରାସ୍ତାଘାଟ ତଥା ଗମନାଗମନ, ଜଳସେଚନ ତଥା ଶକ୍ତି ପ୍ରକଳ୍ପ ଇତ୍ୟାଦି ନିର୍ମାଣ କରନ୍ତି । ସୁତରାଂ ବହୁବିଧ ଦ୍ରବ୍ୟ ଓ ସେବା ପାଇଁ ସରକାରଙ୍କ ଚାହିଦା ଆଧୁନିକ ଅର୍ଥବ୍ୟବସ୍ଥାରେ ସାମୂହିକ ଚାହିଦାର ଏକ ପ୍ରଧାନ ଉପାଦାନ ହୋଇଥାଏ ।

23. ସ୍ଵଳ୍ପକାଳରେ ସମୁଦାୟ ଯୋଗାଣ ବୃଦ୍ଧି କିପରି ଅଧୂକରୁ ଅଧ‌ିକ ନିୟୋଜନଦ୍ୱାରା ସମ୍ଭବ ହୋଇଥାଏ ?
Answer:
ସମୁଦାୟ ଯୋଗାଣ କହିଲେ ଏକ ନିର୍ଦ୍ଦିଷ୍ଟ ବର୍ଷରେ ବିକ୍ରୟ ହେଉଥ‌ିବା ଦ୍ରବ୍ୟ ପରିମାଣକୁ ବୁଝାଏ । ଏହାକୁ ମଧ୍ୟ ନିଟ୍ ଜାତୀୟ ଉତ୍ପାଦ କୁହାଯାଏ । ଯୋଗାଣର ବୃଦ୍ଧି ଦୁଇଟି କାରଣରୁ ସମ୍ଭବ ହୋଇଥାଏ । ପ୍ରଥମଟି ହେଲା ଅଧ୍ଵରୁ ଅଧ୍ଵକ ନିୟୋଜନ ଓ ଦ୍ୱିତୀୟଟି ହେଲା ଉତ୍ପାଦନ କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ । କିନ୍ତୁ ସ୍ଵଳ୍ପକାଳରେ ଜ୍ଞାନକୌଶଳର ଉନ୍ନତି ସମ୍ଭବ ହୋଇପାରେ ନାହିଁ । ତେଣୁ ସ୍ଵଳ୍ପକାଳରେ ସମୁଦାୟ ଯୋଗାଣର ବୃଦ୍ଧି କେବଳ ଅଧ୍ଵରୁ ଅଧୂକ ନିୟୋଜନରୁ ସମ୍ଭବ ହୋଇଥାଏ ।

24. ସାମୂହିକ ଚାହିଦା ଓ ସାମୂହିକ ଯୋଗାଣ ନିୟୋଜନ ସ୍ତର କିପରି ନିର୍ଦ୍ଧାରଣ କରିଥା’ନ୍ତି ?
Answer:
ନିୟୋଜନ ଉଭୟ ଉତ୍ପାଦନ ଓ ଚାହିଦା ଉପରେ ନିର୍ଭର କରେ । ଉତ୍ପାଦନକାରୀ, ଉତ୍ପାଦନ ପରିମାଣ ନିର୍ଦ୍ଧାରଣ କରିବା ଲାଗି ବଜାର ଚାହିଦା ସ୍ଥିତିକୁ ବିଚାରକୁ ନେଇଥା’ନ୍ତି । ତେଣୁ ନିୟୋଜନ ନିର୍ଦ୍ଧାରଣ କ୍ଷେତ୍ରରେ ଉଭୟ ଉତ୍ପାଦନ ଓ ଚାହିଦାର ଭୂମିକା ଗୁରୁତ୍ଵପୂର୍ଣ୍ଣ । ସାମୂହିକ ଚାହିଦା ଓ ସାମୂହିକ ଯୋଗାଣ ସନ୍ତୁଳନ ଅବସ୍ଥାରେ ହିଁ କେବଳ ନିୟୋଜନ ନିର୍ଦ୍ଧାରଣ କରାଯାଏ । ସନ୍ତୁଳନ ଅବସ୍ଥାରେ ପରିବର୍ତ୍ତନ ମଧ୍ୟ ନିୟୋଜନ ନିର୍ଦ୍ଧାରଣ କରିଥାଏ । ସନ୍ତୁଳନ ଅବସ୍ଥାରେ ପରିବର୍ତ୍ତନ ମଧ୍ୟ ନିୟୋଜନ ସ୍ଥିତିରେ ପରିବର୍ତ୍ତନ ଆଣିଥାଏ ।

25. ସାମୁହିକ ଚାହିଦା କିପରି ଉତ୍ପାଦନକାରୀଙ୍କ ଆୟର ସମଷ୍ଟି ?
Answer:
ଗୋଟିଏ ଅର୍ଥବ୍ୟବସ୍ଥାରେ ଏକବର୍ଷ ମଧ୍ୟରେ ନିର୍ଦ୍ଦିଷ୍ଟ ପରିମାଣର ନିଯୁକ୍ତି ଯୋଗୁଁ ଯେଉଁ ଅର୍ଥ ମିଳେ, ତାହାକୁ କ୍ରେତାଗଣ ବିଭିନ୍ନ ପ୍ରକାରର ଦ୍ରବ୍ୟ ଓ ସେବା ଉପରେ ବ୍ୟୟ କରନ୍ତି | ଦ୍ରବ୍ୟ ପ୍ରତି ଯେତିକି ଚାହିଦା ସୃଷ୍ଟି ହୁଏ, ଉତ୍ପାଦନକାରୀ ସେତିକି ବିକ୍ରୟ କରି ଆୟ ଲାଭ କରନ୍ତି । ତେଣୁ ସାମୂହିକ ଚାହିଦା ଗୁଣନ ଦ୍ରବ୍ୟ ପ୍ରତି ଦର, ଉତ୍ପାଦନକାରୀଙ୍କ ଆୟ ସଙ୍ଗେ ସମାନ ହୋଇଥାଏ ।

26. କିପରି ସାମୂହିକ ଯୋଗାଣ ଦର ନିଯୁକ୍ତିର ଏକ ଫଳନ ?
Answer:
ସାମୂହିକ ଯୋଗାଣ ଦର ନିଯୁକ୍ତିର ପରିମାଣ ଉପରେ ନିର୍ଭରଶୀଳ । ଅର୍ଥାତ୍ ସାମୁହିକ ଯୋଗାଣ ଦର ନିଯୁକ୍ତିର ପରିମାଣ ଉପରେ ନିର୍ଭରଶୀଳ ଏବଂ ନିଯୁକ୍ତିର ବୃଦ୍ଧି ଓ ହ୍ରାସ ଯୋଗୁଁ ସାମୂହିକ ଯୋଗାଣ ଦରର ବୃଦ୍ଧି ଓ ହ୍ରାସ ହୁଏ । ସାମୂହିକ ଯୋଗାଣ ଦର ଅର୍ଥ ବ୍ୟବସ୍ଥାର ସମସ୍ତ ଉତ୍ପାଦନ ଉପାଦାନମାନଙ୍କର ଆୟ ।

B. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି| ଛଅଟି ବାକ୍ୟରେ ଦିଅ ।

1. ସାମୁହିକ ଚାହିଦା :
Answer:
ଏକ ନିର୍ଦ୍ଦିଷ୍ଟ ବର୍ଷରେ ଅର୍ଥବ୍ୟବସ୍ଥାରେ ଦ୍ରବ୍ୟ ଓ ସେବା ପାଇଁ ବ୍ୟୟ କରାଯାଉଥିବା ସାମଗ୍ରିକ ଖର୍ଚ୍ଚକୁ ସାମୂହିକ ଚାହିଦା କୁହାଯାଏ । ଅର୍ଥାତ୍‌ କୌଣସି ନିର୍ଦ୍ଦିଷ୍ଟ ବର୍ଷରେ ଅର୍ଥବ୍ୟବସ୍ଥାରେ ଉତ୍ପାଦନକାରୀମାନଙ୍କ ଉତ୍ପାଦିତ ଦ୍ରବ୍ୟ ଓ ସେବା ବିକ୍ରୟ କରି ଯେଉଁ ସର୍ବାଧ‌ିକ ଆୟର ପ୍ରତ୍ୟାଶା କରନ୍ତି ତାହାକୁ ସାମୁହିକ ଚାହିଦା କୁହାଯାଏ । ସାମୂହିକ ଚାହିଦା ଅର୍ଥବ୍ୟବସ୍ଥାରେ ନିୟୋଜନ ସ୍ତର ଉପରେ ନିର୍ଭର କରେ । ସାମୂହିକ ଚାହିଦାର ଉପାଂଶଗୁଡ଼ିକ ହେଲା ପାରିବାରିକ ଉପଭୋଗ ଚାହିଦା, ବିନିଯୋଗ ଚାହିଦା, ଦ୍ରବ୍ୟ ଓ ସେବା ପାଇଁ ସରକାରଙ୍କ ଚାହିଦା, ନିଟ୍ ରପ୍ତାନି । ଏସବୁର ସମଷ୍ଟିରୁ ସାମୁହିକ ଚାହିଦାର ଚିତ୍ର ପ୍ରତିଫଳିତ ହୋଇଥାଏ ।
ସାମୂହିକ ଚାହିଦା = ଉପଭୋଗ ଚାହିଦା + ବିନିଯୋଗ ଚାହିଦା !
ଉପଭୋଗ ଚାହିଦା ପରିବାର ମଧ୍ୟରୁ ସୃଷ୍ଟି ହୋଇଥାଏ ଏବଂ ବିନିଯୋଗ ଚାହିଦା ପ୍ରତିଷ୍ଠାନରୁ ସୃଷ୍ଟି ହୋଇଥାଏ ।

CHSE Odisha Class 12 Economics Chapter 13 Short Answer Questions in Odia Medium

2. ସାମୂହିକ ଯୋଗାଣ :
Answer:
କୌଣସି ଅର୍ଥବ୍ୟବସ୍ଥାରେ ଏକ ନିର୍ଦ୍ଦିଷ୍ଟ ବର୍ଷରେ ଉତ୍ପାଦନ କରାଯାଉଥ‌ିବା ସମସ୍ତ ଦ୍ରବ୍ୟ ଓ ସେବାର ସମଷ୍ଟିକୁ ସାମୂହିକ ଯୋଗାଣ କୁହାଯାଏ । ଏହିସବୁ ଦ୍ରବ୍ୟ ଓ ସେବା, ବ୍ୟକ୍ତିବିଶେଷ, ପ୍ରତିଷ୍ଠାନ ବା ସରକାରଙ୍କଦ୍ବାରା ଉତ୍ପାଦିତ ହୋଇଥାଏ । ତେଣୁ ସାମୂହିକ ଯୋଗାଣ କହିଲେ ଦେଶର ନିଟ୍ ଜାତୀୟ ଉତ୍ପାଦକୁ ବୁଝାଇଥାଏ । ଏହିସବୁ ଦ୍ରବ୍ୟ ଓ ସେବା ଉତ୍ପାଦନ କରିବାରେ ଯାହା ଖର୍ଚ୍ଚ ହୁଏ ତାହା ଉତ୍ପାଦନକାରୀ ବିକ୍ରୟ କରି ଆୟ ସ୍ୱରୂପ ଅର୍ଜନ କରିଥା’ନ୍ତି । ଏହି ଆୟରୁ ସେ ଅଶେଷ, ମଜୁରି, ସୁଧ ଓ ଲାଭ ପରିଶୋଧ କରିଥା’ନ୍ତି । ତେଣୁ ଅଶେଷ, ମଜୁରି, ସୁଧ ଓ ଲାଭର ସମାହାର ସାମୂହିକ ଯୋଗାଣର ପ୍ରତୀକ । ଏହି ପ୍ରକ୍ରିୟାରେ ସୃଷ୍ଟ ଆୟ ଉପଭୋଗ ଉଦ୍ଦେଶ୍ୟରେ ଖର୍ଚ୍ଚ ହୁଏ ବା ସଞ୍ଚୟ ହୋଇଥାଏ । ତେଣୁ ସାମୂହିକ ଯୋଗାଣକୁ ଉପଭୋଗ ଓ ସଞ୍ଚୟର ସମଷ୍ଟିରୂପେ ବ୍ୟାଖ୍ୟା କରାଯାଇପାରେ । ନିୟୋଜନ ସ୍ତର ସହିତ ସାମୂହିକ ଯୋଗାଣର ପ୍ରତ୍ୟକ୍ଷ ସମ୍ପର୍କ ରହିଥ‌ିବାରୁ ସାମୂହିକ ଯୋଗାଣରେଖା ବାମରୁ ଡାହାଣକୁ ଊର୍ଦ୍ଧ୍ୱଗାମୀ ହୋଇଥାଏ ।

3. ଉପଭୋଗ କୃତ୍ୟ :
Answer:
ପରିବାରର ଉପଭୋଗର ଖର୍ଚ୍ଚ ପରିବାରର ଖର୍ଜଯୋଗ୍ୟ ଆୟ ଉପରେ ନିର୍ଭର କରିଥାଏ । ପରିବାରର ମୋଟ ଆୟରୁ ପ୍ରତ୍ୟକ୍ଷ କରକୁ ବାଦ୍ ଦେଲେ ଯାହା ରହିଥାଏ ତାହାକୁ ବ୍ୟବହାର ଯୋଗ୍ୟ ବା ଖର୍ଚ୍ଚଯୋଗ୍ୟ ଆୟ କୁହାଯାଏ । ଏହି ବ୍ୟବହାରଯୋଗ୍ୟ ଆୟ ଓ ଉପଭୋଗ ମଧ୍ୟରେ ଥ‌ିବା ସମ୍ପର୍କକୁ ଉତ୍ପାଦନ ଫଳନ ବା ଉତ୍ପାଦନ କୃତ୍ୟ କୁହାଯାଏ । କୌଣସି ଅର୍ଥବ୍ୟବସ୍ଥାରେ ଆୟର ପରିମାଣ ବୃଦ୍ଧି ସହ ଉପଭୋଗର ପରିମାଣ ବୃଦ୍ଧି ହୋଇଥାଏ । ମାତ୍ର ଉପଭୋଗ ବୃଦ୍ଧିର ପରିମାଣ ଆୟର ବୃଦ୍ଧିର ପରିମାଣରୁ କମ୍ ହୋଇଥାଏ । ତେଣୁ ଉପଭୋଗ ବ୍ୟୟ ଓ ପାରିବାରିକ ଆୟ ମଧ୍ୟରେ ଥ‌ିବା ସମ୍ପର୍କକୁ ଉପଭୋଗ କୃତ୍ୟ ବା ଫଳନ କୁହାଯାଏ । ଏହି ଉପଭୋଗ କୃତ୍ୟ ଆୟ ନିର୍ଦ୍ଧାରଣ କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।

4. ପୂର୍ଣ୍ଣ ନିୟୋଜନ ସନ୍ତୁଳନ :
Answer:
ଯେଉଁ ଅବସ୍ଥାରେ ଅର୍ଥବ୍ୟବସ୍ଥାରେ ସାମୂହିକ ଚାହିଦା ସହ ସାମୂହିକ ଯୋଗାଣ ସମାନ ହୁଏ ସେହି ଅବସ୍ଥାକୁ ପୂର୍ଣ୍ଣ ନିୟୋଜନ ସନ୍ତୁଳନ ଅବସ୍ଥା କୁହାଯାଏ । ଏହି ସନ୍ତୁଳନ ଅବସ୍ଥା ସାମୂହିକ ଚାହିଦା ସାମୂହିକ ଯୋଗାଣର ପାରସ୍ପରିକ କ୍ରିୟା ଫଳରେ ଲାଭ କରାଯାଇଥାଏ । ଏହି ଅବସ୍ଥାରେ ନିର୍ଦ୍ଧାରିତ ମଜୁରି ହାରରେ କାର୍ଯ୍ୟ କରିବାକୁ ଆଗ୍ରହୀ ଶ୍ରମିକ କାର୍ଯ୍ୟ କରିବାର ସୁଯୋଗ ପାଇଥା’ନ୍ତି । ଅନ୍ୟ ଅର୍ଥରେ, ଯେଉଁ ଅବସ୍ଥା ବା ସ୍ତରରେ ଦେଶର ସମସ୍ତ ସମ୍ବଳର ଉପଯୋଗ ହୋଇଥାଏ ଏବଂ ଉତ୍ପାଦନ ସର୍ବାଧ‌ିକ ହୋଇଥାଏ ତାହାକୁ ପୂର୍ଣ୍ଣ ନିୟୋଜନ ସନ୍ତୁଳନ ଅବସ୍ଥା କୁହାଯାଏ । ପୂର୍ଣ୍ଣ ନିୟୋଜନ ସନ୍ତୁଳନ ପ୍ରାପ୍ତି ହେଲେ ଅର୍ଥବ୍ୟବସ୍ଥାରେ ଉତ୍ପାଦନ ଓ ଆୟ ତଥା ନିଯୁକ୍ତି ଆଉ ଉଚ୍ଚସ୍ତରକୁ ବୃଦ୍ଧି ହୋଇପାରେ ନାହିଁ । ପୂର୍ଣ୍ଣ ନିୟୋଜନ ସନ୍ତୁଳନ ପରେ ସାମୂହିକ ଚାହିଦା ପୁନଶ୍ଚ ବୃଦ୍ଧି ପାଇଲେ ସ୍ତ୍ରୀତି ବ୍ୟବଧାନ ସୃଷ୍ଟି ହୁଏ ।

5. ପାରିବାରିକ ଉପଭୋଗ ଚାହିଦା :
Answer:
ଏହା ସାମୂହିକ ଚାହିଦାର ଏକ ପ୍ରଧାନ ଉପାଦାନ । ପ୍ରତ୍ୟେକ ପରିବାରର ମୌଳିକ ଆବଶ୍ୟକତା, ଆରାମ ଓ ବିଳାସବ୍ୟସନ ପାଇଁ କେତେଗୁଡ଼ିଏ ଦ୍ରବ୍ୟ ଓ ସେବା ଦରକାର କରନ୍ତି । ସେହିସବୁ ଦ୍ରବ୍ୟ ଓ ସେବାଗୁଡ଼ିକର ମୂଲ୍ୟକୁ ପାରିବାରିକ ଉପଭୋଗ ଚାହିଦା କୁହାଯାଏ । ପରିବାରମାନେ ଉପଭୋଗ ବାବଦରେ ଯେଉଁ ବ୍ୟୟ କରନ୍ତି, ତାହାକୁ ପାରିବାରିକ ଉପଭୋଗ ବ୍ୟୟ ଓ କ୍ରୟ ହେଉଥ‌ିବା ଦ୍ରବ୍ୟ ଓ ସେବା ଆଦିକୁ ପାରିବାରିକ ଉପଭୋଗ ଚାହିଦା କୁହାଯାଏ । ପାରିବାରିକ ଉପଭୋଗ ପାରିବାରିକ୍ ପ୍ରଯୁଜ୍ୟ ଆୟ ଉପରେ ନିର୍ଭର କରେ । ପାରିବାରିକ ଆୟରୁ ପ୍ରତ୍ୟକ୍ଷ କର ବାଦ୍ ଦେଲେ ଅବଶିଷ୍ଟଶକୁ ପାରିବାରିକ ପ୍ରଯୁଜ୍ୟ ଆୟ କୁହାଯାଏ । ପାରିବାରିକ ପ୍ରଯୁଜ୍ୟ ଆୟ ଦୁଇଟି ଉପାଦାନର ସମଷ୍ଟି; ଯଥା – ଉପଭୋଗ ଓ ସଞ୍ଚୟ । ଆୟ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ଉପଭୋଗ ବ୍ୟୟ ମଧ୍ୟ ବୃଦ୍ଧି ହୁଏ, ମାତ୍ର ଉପଭୋଗ ବ୍ୟୟର ବୃଦ୍ଧିହାର ଆୟର ବୃଦ୍ଧିହାର ତୁଳନାରେ ସ୍ଵଳ୍ପତର ହୋଇଥାଏ ।

6. ପ୍ରାନ୍ତୀୟ ଉପଭୋଗ ପ୍ରବୃତ୍ତି :
Answer:
ଉପଭୋଗ ବ୍ୟୟ ଏବଂ ଆୟ ସମଦିଗରେ ଗତି କରୁଥିଲେ ମଧ୍ୟ ଆୟର ବୃଦ୍ଧିହାର ତୁଳନାରେ ଉପଭୋଗ ବ୍ୟୟର ବୃଦ୍ଧିହାର ସ୍ଵଳ୍ପତର ହୋଇଥାଏ । ଏହାକୁ ଉପଭୋଗ ପ୍ରବୃତ୍ତି କୁହାଯାଏ । ଉପଭୋଗ ପ୍ରବୃତ୍ତିର ସ୍ବରୂପ ପ୍ରାନ୍ତୀୟ ଉପଭୋଗ ପ୍ରବୃତ୍ତିଦ୍ଵାରା ପ୍ରଭାବିତ ହୋଇଥାଏ । ଉପଭୋଗ ପ୍ରବୃତ୍ତି ଆୟ ଏବଂ ଉପଭୋଗ ବ୍ୟୟ ମଧ୍ୟରେ ଥିବା ସମ୍ବନ୍ଧକୁ ଦର୍ଶାଇଥାଏ । ପରିବର୍ତ୍ତିତ ଉପଭୋଗ ବ୍ୟୟ ଏବଂ ପରିବର୍ତ୍ତିତ ଆୟର ଅନୁପାତକୁ ପ୍ରାନ୍ତୀୟ ଉପଭୋଗ ପ୍ରବୃତ୍ତି କୁହାଯାଏ । ସାଙ୍କେତିକ ଭାଷାରେ ପ୍ରାନ୍ତୀୟ ଉପଭୋଗ ପ୍ରବୃତ୍ତିକୁ \(\frac{\Delta \mathrm{C}}{\Delta \mathrm{Y}}\) ଭାବେ ଉଲ୍ଲେଖ କରାଯାଏ । ଯେଉଁଠାରେ ΔC – ଉପଭୋଗ ବ୍ୟୟର ପରିବର୍ତ୍ତନ ଏବଂ ΔY – ଆୟର ପରିବର୍ତ୍ତନ ।

7. ଘରୋଇ ନିବେଶ ଚାହିଦା :
Answer:
ଘରୋଇ ନିବେଶ ଚାହିଦା ସାମୂହିକ ଚାହିଦାର ଅନ୍ୟ ଏକ ପ୍ରଧାନ ଉପାଦାନ । ନୂତନ ପୁଞ୍ଜି ଗଠନ ନିମିତ୍ତ ଯେଉଁ ବ୍ୟୟ କରାଯାଏ, ତାହାକୁ ନିବେଶ କୁହାଯାଏ । ନିବେଶ ମାଧ୍ୟମରେ ଉଦ୍ୟୋକ୍ତା ଲାଭ ପାଇଥାଏ । ନିବେଶ ଚାହିଦା ଦୁଇଟି ଉପାଦାନ ଉପରେ ନିର୍ଭର କରେ; ଯଥା – ସୁଧ ହାର ଓ ପୁଞ୍ଜିର ଉତ୍ପନ୍ନ ଶକ୍ତି । କୌଣସି ପୁଞ୍ଜି ଦ୍ରବ୍ୟର ପ୍ରତ୍ୟାଶିତ ଉତ୍ପନ୍ନ ବା ଆଶା କରାଯାଉଥିବା ଲାଭକୁ ପୁଞ୍ଜିର ଉତ୍ପନ୍ନ ଶକ୍ତି ବୋଲି କୁହାଯାଏ । ଯଦି ନିବେଶର ବିକଳ୍ପ ପରିବ୍ୟୟ (ସୁଧହାର) ପୁଞ୍ଜିର ଉତ୍ପନ୍ନ ଶକ୍ତିଠାରୁ କମ୍ ହୁଏ, ତେବେ ନିବେଶ ଲାଭଦାୟକ ହୋଇଥାଏ । ତେଣୁ ନିବେଶ ଚାହିଦାର ବୃଦ୍ଧି ଘଟେ । ଅନ୍ୟପକ୍ଷରେ ଯଦି ସୁଧହାର ପୁଞ୍ଜିର ଉତ୍ପନ୍ନ ଶକ୍ତିଠାରୁ ଅଧିକ ହୁଏ, ତେବେ ନିବେଶଲାଭଦାୟକ ହୁଏ ନାହିଁ । ତେଣୁ ନିବେଶ ଚାହିଦା କମ୍ ହୁଏ । ସୁତରାଂ ନିବେଶ ଚାହିଦା ବୃଦ୍ଧି ହେବା ଫଳରେ ଅର୍ଥବ୍ୟବସ୍ଥାରେ ଉତ୍ପାଦନ, ଆୟ ଓ ନିଯୁକ୍ତିର ପରିମାଣ ବୃଦ୍ଧି ପାଏ ।

8. ନିଟ୍ ରପ୍ତାନି ଚାହିଦା :
Answer:
ବର୍ତ୍ତମାନ ସମୟରେ ପ୍ରତ୍ୟେକ ଦେଶର ଅର୍ଥବ୍ୟବସ୍ଥା ଉନ୍ମୁକ୍ତ । ଅର୍ଥାତ୍ ବିଶ୍ବର ଅନ୍ୟାନ୍ୟ ଦେଶମାନଙ୍କ ସହିତ ପ୍ରତ୍ୟେକ ଦେଶର ବାଣିଜ୍ୟ କାରବାର କରାଯାଇଥାଏ । ରପ୍ତାନି ଯୋଗୁଁ ଦେଶ ବୈଦେଶିକ ମୁଦ୍ରା ଅର୍ଜନ କରୁଥିବାବେଳେ ଆମଦାନି ଯୋଗୁଁ ଦେଶକୁ ବୈଦେଶିକ ମୁଦ୍ରା ବ୍ୟୟ କରିବାକୁ ପଡ଼ିଥାଏ । ଗୋଟିଏ ଦେଶର ରପ୍ତାନି ଆୟରୁ ଆମଦାନି ବ୍ୟୟ ବାଦ୍ ଦେଲେ ଯେଉଁ ଅବଶିଷ୍ଟ୍ୟଶ ରହେ, ତାହାକୁ ଦେଶର ନିଟ୍ ରପ୍ତାନି ଆୟ କୁହାଯାଏ । ଏହି ଆୟକୁ ରପ୍ତାନିକାରୀମାନେ ଉପଭୋଗ ବା ନିବେଶ ବାବଦରେ ବ୍ୟୟ କରିଥା’ନ୍ତି । ସେହି ଦୃଷ୍ଟିରୁ ଏହା ସାମୂହିକ ଚାହିଦାର ଏକ ଗୁରୁତ୍ଵପୂର୍ଣ୍ଣ ଉପାଦାନ ଭାବେ ପରିଗଣିତ ହୋଇଥାଏ । ଅବଶ୍ୟ ଏହା ସର୍ବଦା ଧନାତ୍ମକ ହୋଇ ନ ପାରେ ।

9. ଦ୍ରବ୍ୟ ଓ ସେବା ପାଇଁ ସରକାରଙ୍କର ଚାହିଦା :
Answer:
ଆଧୁନିକ ଅର୍ଥବ୍ୟବସ୍ଥାରେ ସରକାରଙ୍କ ଭୂମିକା ଉଲ୍ଲେଖଯୋଗ୍ୟ । କାରଣ ସରକାରଙ୍କୁ ଦ୍ରବ୍ୟ ଓ ସେବାର ଏକ ପ୍ରଧାନ କ୍ରେତା ହିସାବରେ ଅଭିହିତ କରାଯାଉଛି । ପୁନଶ୍ଚ ଦେଶର ସାମୂହିକ ଉନ୍ନତି ଏବଂ ଜନକଲ୍ୟାଣ ସରକାରଙ୍କ ମୂଳ ଆଭିମୁଖ୍ୟ । ତେଣୁ ଦେଶର ସାମୁହିକ ଉନ୍ନତି ତଥା ନାଗରିକମାନଙ୍କର ମଙ୍ଗଳ ପାଇଁ ସରକାର ବିଦ୍ୟାଳୟ, ମହାବିଦ୍ୟାଳୟ, ବୈଷୟିକ ଶିକ୍ଷାନୁଷ୍ଠାନ, ସ୍ୱାସ୍ଥ୍ୟକେନ୍ଦ୍ର, ରାସ୍ତାଘାଟ ତଥା ଗମନାଗମନ, ଜଳସେଚନ ତଥା ଶକ୍ତି ପ୍ରକଳ୍ପ ଇତ୍ୟାଦି ନିର୍ମାଣ କରନ୍ତି । ଏତଦ୍‌ବ୍ୟତୀତ, ଆଇନଶୃଙ୍ଖଳା ରକ୍ଷା ଓ ନ୍ୟାୟ ପ୍ରଦାନ କରିବା, ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା, ଦରଦାମ୍ ସ୍ଥିର ରଖ୍ ସୁଲଭ ମୂଲ୍ୟରେ ଦ୍ରବ୍ୟ ଯୋଗାଇଦେବା, କୃଷି ତଥା ଶିଳ୍ପର ଉନ୍ନତି ପାଇଁ ଭିତ୍ତିଭୂମି ଓ ଶକ୍ତି ପ୍ରକଳ୍ପ ନିର୍ମାଣ କରିବା ଇତ୍ୟାଦି ସରକାରଙ୍କର ବହୁବିଧ କାର୍ଯ୍ୟାବଳୀର ନମୁନା ମାତ୍ର । ସୁତରାଂ ବହୁବିଧ ଦ୍ରବ୍ୟ ଓ ସେବା ପାଇଁ ସରକାରଙ୍କ ଚାହିଦା ଆଧୁନିକ ଅର୍ଥବ୍ୟବସ୍ଥାରେ ସାମୂହିକ ଚାହିଦାର ଏକ ପ୍ରଧାନ ଉପାଦାନ ହୋଇଛି ।

CHSE Odisha Class 12 Economics Chapter 13 Short Answer Questions in Odia Medium

10. କେନ୍‌ସ୍‌ଙ୍କ ଆୟ ନିର୍ଦ୍ଧାରଣ ତତ୍ତ୍ବ :
Answer:
ପ୍ରଫେସର ଜେ.ଏମ୍.କେନ୍‌ସ୍ ତାଙ୍କ ସ୍ୱରଚିତ ପୁସ୍ତକ ‘ନିଯୁକ୍ତି, ସୁଧ ଓ ମୁଦ୍ରାର ସାଧାରଣ ତତ୍ତ୍ବ’ରେ ଏକ ଆୟ ତଥା ନିଯୁକ୍ତି ସମ୍ବନ୍ଧୀୟ ତତ୍ତ୍ଵ ରଚନା କରିଥିଲେ । ୧୯୩୦ ଦଶକରେ ବିଶ୍ବରେ ମହାସଙ୍କୋଚନ ସୃଷ୍ଟି ହେବା ଫଳରେ ବେକାର ସମସ୍ୟା ଉତ୍କଟତର ହେଲା ଓ ଦରଦାମ୍ ତଥା ଜାତୀୟ ଆୟ ହ୍ରାସ ପାଇଲା । ଫଳରେ ବିଶ୍ବରେ ମାନ୍ଦାବସ୍ଥା ଅନୁଭୂତ ହେଲା । ସଂସ୍ଥାପକ ଅର୍ଥଶାସ୍ତ୍ରୀଙ୍କଦ୍ୱାରା ଆହୂତ ମଜୁରି ଦର ନମନୀୟତା ଓ ସୁଧହାର ନମନୀୟତା ସତ୍ତ୍ଵେ ସମସ୍ୟାଗୁଡ଼ିକ ତୀବ୍ରତର ହେଲା । ଏହି ସମୟରେ ପ୍ରଫେସର କେନ୍ସ ତାଙ୍କ ସ୍ବରଚିତ ପୁସ୍ତକରେ ସଂସ୍ଥାପକ ନିଯୁକ୍ତି ତଥା ଆୟ ତତ୍ତ୍ଵକୁ କେବଳ ଯେ ଭୁଲ୍ ରୂପେ ପ୍ରମାଣିତ କଲେ ତା’ ନୁହେଁ ବରଂ ଏକ ସରଳ ଆୟ ତଥା ନିଯୁକ୍ତି ତତ୍ତ୍ଵ ରଚନା କରିଥିଲେ । ସାମୂହିକ ଚାହିଦାର ସ୍ଵଳ୍ପତା ଅର୍ଥବ୍ୟବସ୍ଥାରେ ମାନ୍ଦାବସ୍ଥା ଓ ତଦ୍ଵଜନିତ ଉତ୍ପାଦନ, ନିଯୁକ୍ତି ଓ ଆୟ ହ୍ରାସର ମୁଖ୍ୟ କାରଣ ବୋଲି ସେ ଅଭିହିତ କଲେ ଏବଂ ସାମୂହିକ ଚାହିଦା ବୃଦ୍ଧିରେ ଅର୍ଥବ୍ୟବସ୍ଥାରେ ସଂଘଟିତ ମାନ୍ଦାବାସ୍ଥା ଦୂରୀଭୂତ ହୋଇପାରିବ ବୋଲି ମତବ୍ୟକ୍ତ କଲେ । ବାସ୍ତବରେ ସାମୂହିକ ଚାହିଦାର ବୃଦ୍ଧିରେ ବିଶ୍ଵର ମହାସଙ୍କୋଚନ ଦୂରୀଭୂତ ହେଲା ।

C. ଛଅଟି ବାକ୍ୟରେ ସୀମିତ ରଖି ପାର୍ଥକ୍ୟ ଦର୍ଶାଅ ।

1. ନିଅଣ୍ଟିଆ ଚାହିଦା ଓ ବଳକା ଚାହିଦା :
Answer:
(a) ପୂର୍ଣ୍ଣ ନିୟୋଜନ ସ୍ତରରେ ସାମୂହିକ ଚାହିଦା ସାମୂହିକ ଯୋଗାଣଠାରୁ କମ୍ ହେଲେ ନିଅଣ୍ଟିଆ ଚାହିଦା ସୃଷ୍ଟି ହୁଏ । ଅନ୍ୟପକ୍ଷରେ, ପୂର୍ଣ ନିୟୋଜନ ସ୍ତରରେ ସାମୂହିକ ଚାହିଦା ସାମୂହିକ ଯୋଗାଣଠାରୁ ଅଧିକ ହେଲେ ‘ବଳକା ଚାହିଦା’ ଜନିତ ପରିସ୍ଥିତି ସୃଷ୍ଟି ହୁଏ ।
(b) ନିଅଣ୍ଟିଆ ଚାହିଦା ‘ ଅବସ୍ତୀତି ବ୍ୟବଧାନ’ ସୃଷ୍ଟି କରିଥାଏ । ଏହି ଅବସ୍ଥାକୁ ମାନ୍ଦାବସ୍ଥା କହନ୍ତି । ନିୟନ୍ତ୍ରିତ ନ ହେଲେ ତାହା ଅର୍ଥବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଦିଏ । ଅନ୍ୟପକ୍ଷରେ, ବଳକା ଚାହିଦା ସ୍ତ୍ରୀତି ବ୍ୟବଧାନ ସୃଷ୍ଟି କରେ, ଯାହାକି ଦାମ୍‌ସ୍ତରକୁ ବୃଦ୍ଧି କରେ ଓ ଅର୍ଥବ୍ୟବସ୍ଥା ମୁଦ୍ରାଷ୍ଟୀତିର କବଳିତ ହୁଏ ।
(c) ନିଅଣ୍ଟିଆ ଚାହିଦା, ଜାତୀୟ ଆୟ, ସାମୂହିକ ଉତ୍ପାଦ, ସାଧାରଣ ଦାମ୍ ସ୍ତରର ହ୍ରାସ ଘଟାଏ; ମାତ୍ର ବଳକା ବା ଅତ୍ୟଧ୍ଵକ ଚାହିଦା ମୁଦ୍ରାଙ୍ଗୀତି ଘଟାଏ ।

2. ପୂର୍ଣନିୟୋଗ ସନ୍ତୁଳନ ଓ ଅବନିୟୋଗ ସନ୍ତୁଳନ :
Answer:
ଉଭୟ ସାମୂହିକ ଚାହିଦା ଓ ସାମୂହିକ ଯୋଗାଣ ଅର୍ଥବ୍ୟବସ୍ଥାରେ ଆୟ ଓ ନିଯୁକ୍ତି ସ୍ତର ତଥା ଉତ୍ପାଦନକୁ ନିର୍ଦ୍ଧାରିତ କରିଥା’ନ୍ତି । ଆୟ ଓ ନିଯୁକ୍ତିର ଯେଉଁ ସ୍ତରରେ ଉଭୟ ପରସ୍ପର ସହିତ ସମାନ ହୁଅନ୍ତି, ତାହାକୁ ସନ୍ତୁଳିତ ଆୟ ଓ ନିୟୋଜନ ସ୍ତର ବୋଲି କୁହାଯାଏ । ଏହି ଆୟ ସ୍ତରରେ ପ୍ରତ୍ୟାଶିତ ସଞ୍ଚୟ ଏବଂ ପ୍ରତ୍ୟାଶିତ ନିବେଶ ପରସ୍ପର ସମାନ ହୋଇଥାଏ । ସାମୂହିକ ଯୋଗାଣ ଓ ଚାହିଦାରେଖା, ଉଭୟ ପରସ୍ପରକୁ ଯେଉଁ ବିନ୍ଦୁରେ ଛେଦ କରନ୍ତି, ତାହା ହେଉଛି ସନ୍ତୁଳନ ବିନ୍ଦୁ । ପୂର୍ଣ୍ଣ ନିୟୋଜନ ସନ୍ତୁଳନ ପ୍ରାପ୍ତହେଲେ ଅର୍ଥବ୍ୟବସ୍ଥାରେ ଉତ୍ପାଦନ ଓ ଆୟ ତଥା ନିଯୁକ୍ତି ଆଉ ଉଚ୍ଚସ୍ତରକୁ ବୃଦ୍ଧି ହୋଇପାରେ ନାହିଁ । ପୂର୍ଣ ନିୟୋଜନ ସନ୍ତୁଳନ ପରେ ସାମୂହିକ ଚାହିଦା ପୁନଶ୍ଚ ବୃଦ୍ଧି ପାଇଲେ ସ୍ତ୍ରୀତି ବ୍ୟବଧାନ ସୃଷ୍ଟି ହୁଏ ।

ମାତ୍ର ପୂର୍ଣନିୟୋଜନ ସନ୍ତୁଳନ ଆୟସ୍ତରରେ ଯଦି ସାମୂହିକ ଯୋଗାଣ ତୁଳନାରେ ସାମୂହିକ ଚାହିଦା ସ୍ଵଳ୍ପତର ହୁଏ, ତେବେ ଅବଡ୍ଡୀତି ଓ ମାନ୍ଦାବସ୍ଥା ଦେଖାଦିଏ, ଯାହାକୁ ଅବନିୟୋଗ ସନ୍ତୁଳନ ବୋଲି କୁହାଯାଏ । ଏହି ମାନ୍ଦାବସ୍ଥା ମଧ୍ୟଦେଇ ଗତିକରୁଥ‌ିବା ଅର୍ଥବ୍ୟବସ୍ଥାରେ ଉତ୍ପାଦନ, ନିଯୁକ୍ତି ଓ ଆୟସ୍ତର ହ୍ରାସପାଇ ଅର୍ଥବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିପକାଏ । ଉପଯୁକ୍ତ ମୁଦ୍ରାନୀତି, ରାଜକୋଷୀୟ ନୀତି ଏବଂ ବାଣିଜ୍ୟ ନୀତି ପ୍ରୟୋଗ କରି ଏହି ସମସ୍ୟାର ସମାଧାନ କରାଯାଇପାରେ ।

3. ସାମୂହିକ ଚାହିଦା ଓ ସାମୂହିକ ଯୋଗାଣ :
Answer:
ଏକ ନିର୍ଦ୍ଦିଷ୍ଟ ସମୟରେ କୌଣସି ଅର୍ଥବ୍ୟବସ୍ଥାରେ ଅନ୍ତିମ ଦ୍ରବ୍ୟ ଉଦ୍ଦେଶ୍ୟରେ କରାଯାଉଥିବା ସାମଗ୍ରିକ ବ୍ୟୟକୁ ସାମୂହିକ ଚାହିଦା କୁହାଯାଏ । ଅନ୍ୟ ଅର୍ଥରେ, କୌଣସି ଏକ ନିର୍ଦ୍ଦିଷ୍ଟ ସମୟରେ ନିର୍ଦ୍ଦିଷ୍ଟ ନିୟୋଜନ ସ୍ତରରେ ଉତ୍ପାଦନକାରୀଙ୍କ ଉତ୍ପାଦିତ ଦ୍ରବ୍ୟ ଓ ସେବା ଉପରେ ଅନ୍ୟମାନେ ଯେଉଁ ବ୍ୟୟ କରନ୍ତି, ତାହାକୁ ସାମୂହିକ ଚାହିଦା କୁହାଯାଏ । ସାମୂହିକ ଚାହିଦା ଚାରିଗୋଟି ଉପାଦାନର ସମଷ୍ଟିରେ ଗଠିତ, ଯଥା – ପାରିବାରିକ ଉପଭୋଗ ଚାହିଦା, ଘରୋଇ ନିବେଶ ଚାହିଦା, ଦ୍ରବ୍ୟ ଓ ସେବା ପାଇଁ ସରକାରଙ୍କ ଚାହିଦା ଓ ନିଟ୍ ରପ୍ତାନି ଚାହିଦା ।

ଏକ ନିର୍ଦ୍ଦିଷ୍ଟ ନିଯୁକ୍ତି ସ୍ତରରେ ଉତ୍ପାଦିତ ଦ୍ରବ୍ୟ ଓ ସେବାର ଉତ୍ପାଦନରେ ନିଯୁକ୍ତ ବିଭିନ୍ନ ଉପାଦାନ ଯେଉଁ ଆୟ-ଅଧିଶେଷ, ମଜୁରୀ, ସୁଧ ଓ ଲାଭ ଉପାର୍ଜନ କରନ୍ତି, ତାହାକୁ ସାମୂହିକ ଯୋଗାଣ କୁହାଯାଏ । ଏହା ଦେଶର ନିଟ୍ ଜାତୀୟ ଉତ୍ପାଦ ସହିତ ସମାନ ହୋଇଥାଏ । ଦେଶର ନାଗରିକମାନେ ଉପାର୍ଜନ କରୁଥିବା ଆୟର କିଛି ଅଂଶ ଉପଭୋଗରେ ବ୍ୟୟ କରୁଥିବାବେଳେ ଅବଶିଷ୍ଟ ବଳକା ଆୟକୁ ସଞ୍ଚୟ କରିଥା’ନ୍ତି । ତେଣୁ ଉପଭୋଗ ଜନିତ ବ୍ୟୟ ଓ ସଞ୍ଚୟର ସମଷ୍ଟିକୁ ସାମୂହିକ ଯୋଗାଣ ଦର କୁହାଯାଏ । କହିବାକୁ ଗଲେ ଏକବର୍ଷ ମଧ୍ୟରେ ଦେଶର ଅର୍ଥବ୍ୟବସ୍ଥାରେ ଦ୍ରବ୍ୟ ଓ ସେବାର ପ୍ରବାହ ହିଁ ସାମୂହିକ ଯୋଗାଣ ।

BSE Odisha 8th Class Odia Solutions Chapter 4 ଜାତୀୟ ପତାକା

Odisha State Board BSE Odisha 8th Class Odia Solutions Chapter 4 ଜାତୀୟ ପତାକା Textbook Exercise Questions and Answers.

BSE Odisha Class 8 Odia Solutions Chapter 4 ଜାତୀୟ ପତାକା

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୨।
ଆସ, କଥାବାର୍ତ୍ତା ହେବା ।
(କ) ଜାତୀୟ ପତାକା ପବନ ସ୍ରୋତରେ କିପରି ଉଡ଼ିଥାଏ ବୋଲି କବିତାରେ କୁହାଯାଇଛି ?
Answer:
ଜାତୀୟ ପତାକା ପବନ ସ୍ରୋତରେ ଫରଫର ହୋଇ ଉଡ଼ିଥାଏ ବୋଲି କବିତାରେ କୁହାଯାଇଛି ।

(ଖ) ଜାତୀୟ ପତାକାକୁ ଜାତିର ଅମୂଲ୍ୟ ସମ୍ପଦ ବୋଲି କୁହାଯିବାର କାରଣ କ’ଣ ?

ଯେହେତୁ ଜାତୀୟ ପତାକା ଆମ ଦେଶ ବା ଜାତିର ପ୍ରତୀକ, ସେଥ‌ିପାଇଁ ଜାତୀୟ ପତାକା ଆମ ଜାତିର ଅମୂଲ୍ୟ ସମ୍ପଦା

(ଗ) କେଉଁ କେଉଁ ସ୍ଥାନରେ ଜାତୀୟ ପତାକା ଉଡ଼ିଥାଏ ?
Answer:
ଆମର ଜାତୀୟ ସୌଧ ଓ ଉଚ୍ଚ ନ୍ୟାୟାଳୟ ଉପରେ ଜାତୀୟ ପତାକା ଉଡ଼ିଥାଏ । ସ୍ଥଳସେନାର ଯୁଦ୍ଧଯାନ, ବିମାନବାହିନୀର ଯୁଦ୍ଧବିମାନ ଏବଂ ଜଳବାହିନୀର ଯୁଦ୍ଧ ଜାହାଜରେ ମଧ୍ଯ ଜାତୀୟ ପତାକା ଉଡ଼ିଥାଏ । ଏହାବ୍ୟତୀତ ଆମର ଜାତୀୟ ଦିବସମାନଙ୍କରେ ସବୁ ସ୍ଥାନରେ ଜାତୀୟ ପତାକା ଉଡ଼ିଥାଏ ।

(ଘ) ଜାତୀୟ ପତାକା ଆମ ଜାତିର ଟେକ ରଖୁବ କିପରି ?
Answer:
ଜାତୀୟ ପତାକା ସାରା ସଂସାରରେ ଆମ ଦେଶ ଓ ଆମର ପରିଚୟ ବହନ କରି ତାହାର ମାନ ମର୍ଯ୍ୟାଦା ରଖ୍ ଆମ ଜାତିର ଟେକ ରଖୁ।

BSE Odisha 8th Class Odia Solutions Chapter 4 ଜାତୀୟ ପତାକା

Question ୨।
ଆସ, କବିତାରୁ ଭଲ ଲାଗୁଥ‌ିବା ପଦ କେତୋଟିକୁ ଆବୃତ୍ତି କରି ଶୁଣାଇବା ।
Answer:
ପିଲାମାନେ ନିଜେ ଆବୃତ୍ତି କରିବେ ।

Question ୩ ।
ଆସ, ଦୁଇ ବା ତିନୋଟି ବାକ୍ୟରେ ତଳ ପ୍ରଶ୍ନର ଉତ୍ତର ଲେଖିବା ?
(କ) ‘ବାଟ କାଟିଯିବ ସମୀର ସ୍ରୋତେ’- ଏହା କୁହାଯିବାର କାରଣ କ’ଣ ?
Answer:
ଜାତୀୟ ପତାକା ଉଡ଼ିବା ସମୟରେ ପବନର ବେଗ ତାହାକୁ ପ୍ରତିହତ କରିପାରିବ ନାହିଁ । ଏହି ଜାତୀୟ ପତାକା ଆମର ବ୍ୟୋମବାହିନୀର ଯୁଦ୍ଧଯାନରେ ଉଡ଼ି ପବନ ସ୍ରୋତକୁ କାଟି ଆଗେଇ ଆଗେଇ ଚାଲିବ ବୋଲି କବି ଏପରି କହିଛନ୍ତି । ଏହା ଆମ ଦେଶର ଗୌରବକୁ ଦେଶ ବିଦେଶରେ ପରିପ୍ରଚାର କରିବ ।

(ଖ) ଜାତୀୟ ପତାକାକୁ ପ୍ରଣାମ କରିବାପାଇଁ କବି କାହିଁକି କହିଛନ୍ତି ?
Answer:
ଜାତୀୟ ପତାକା ଆମ ଜାତିର ଅମୂଲ୍ୟ ସମ୍ପଦ । ଏହି ପତାକାର ମର୍ଯ୍ୟାଦା ପାଇଁ ଶହଶହ ବୀର ପ୍ରାଣ ଦେଇଛନ୍ତି ଏବଂ ସଂସାରରେ ଆମର ମାନ ରଖୁଛୁ । ପୁନଶ୍ଚ ଏହା ଜାତିର ଦେବତା ହୋଇଥିବାରୁ ତାହାକୁ ପ୍ରଣାମ କରିବାପାଇଁ କବି କହିଛନ୍ତି ।

(ଗ) ଜାତାୟ ପତାକା ଯେତେ ଫରଫର ଭଡ଼ିବ ଆମର ହୃଦୟ ନାଚିଉଠିବ ବୋଲି କହିବାର କାରଣ କ’ଣ?
ଯେଉଁ ଯେଉଁ ସ୍ଥାନରେ ଆମ ଜାତିର ମହତ୍ତ୍ଵ ପ୍ରକାଶ ପାଇବ ଏବଂ ଆମେ ଜୟଯୁକ୍ତ ହେବା, ସେଠାରେ ଜାତୀୟ ପତାକା ଫରଫର ଉଡ଼ିବ । ସେହି ଉଡ଼ିଥିବା ପତାକାକୁ ଦେଖ‌ିଲେ ଆମର ହୃଦୟ ଗର୍ବ ଓ ଗୌରବରେ ନାଚି ଉଠିବ ।

(ଘ) ଆମେ ସ୍ଵାଧୀନତା ହାସଲ କରିଛୁ କିପରି ?
Answer:
ଜାତୀୟ ସଂଗ୍ରାମରେ ଶହ ଶହ ବୀର ସଂଗ୍ରାମ କରି ଜାତିର ମର୍ଯ୍ୟାଦା ପାଇଁ ପ୍ରାଣ ଦେଇଥିଲେ । ବହୁ କଷ୍ଟ ସ୍ବୀକାର କରି ଆମେ ବିଦେଶୀମାନଙ୍କୁ ତଡ଼ି ସ୍ୱାଧୀନତା ହାସଲ କରିଛୁ ।

Question ୪।
ଆସ, ସରଳ ଭାଷାରେ ବୁଝାଇ ଲେଖୁବା ।
(କ) ଛାର କନା ଖଣ୍ଡେ ନମଣ ଏହାକୁ,
ଏ ତ ଆମ ପ୍ରିୟ ଜାତୀୟ ଧ୍ଵଜା ।
Answer:
ଛାର କନା ଖଣ୍ଡେ ……………………………. ପ୍ରିୟ ଜାତୀୟ ଧ୍ଵଜା ।
ଉକ୍ତ ପଦ୍ୟାଶଟି କବି ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ‘ଜାତୀୟ ପତାକା କବିତାରୁ ଆସିଅଛି । ଏଠାରେ କବି ଜାତାୟ ପତାକାର ବିଶେଷତାକୁ ବର୍ଣ୍ଣନା କରିବାକୁ ଯାଇ ଏପରି କାହିଛନ୍ତି ଆମର ଜାତୀୟ ପତାକା ହେଉଛି ତ୍ରିରଙ୍ଗା ପତକା । ଏହି ତିନୋଟି ରଙ୍ଗର ଜାତୀୟ ପତାକା ତ୍ରିରଙ୍ଗା ହେଉଛି ଆମ ଜାତିର ପ୍ରତାକା ଏହାର ମହତ୍ତ୍ୱ ଖୁବ୍ ବେଶି। ଆମ ଦେଶ ଓ ଜାତି ଯେ କୌଣସି ସ୍ଥାନକୁ ବିଜୟ ଲକ୍ଷ୍ୟ ନେଇ ଯାଇଥାଏ, ସାଙ୍ଗରେ ନେଇ ଯାଇଥାଏ ତା’ର ଜାତୀୟ ପତାକାକୁ । ବିଜୟ ସ୍ମାରକୀ ସ୍ବରୂପ ସେ ଜାତୀୟ ପତାକାକୁ ଫରଫର କରି ଉଡ଼ାଇଥାଏ । ଏହି ପତାକାର ମହତ୍ତ୍ବ ରଖୁବାପାଇଁ କେତେ କେତେ ଜାତୀୟ ବୀର ପ୍ରାଣବଳି ଦେଇଛନ୍ତି ।

କେତେ କେତେ ସ୍ଵାଧୀନତା ସଂଗ୍ରାମୀ ଦେଶକୁ ସ୍ଵାଧୀନ କରିବାପାଇଁ ଏହି ପତାକାତଳେ ବଜ୍ର ଶପଥ ନେଇଛନ୍ତି । ବୀର ଯବାନମାନେ ସେମାନଙ୍କ ଯୁଦ୍ଧଯାନରେ ଏହାକୁ ଉଡ଼ାଇ ଥାଆନ୍ତି । ସାରା ବିଶ୍ୱରେ ଆମ ଜାତିର ଚିହ୍ନ ବା ପ୍ରତୀକ ହେଉଛି ଜାତୀୟ ପତାକା । ଏତେ ବିଶେଷତା ଥିବା ଜାତୀୟ ପତାକାକୁ ଆମେ ସାଧାରଣ ଖଣ୍ଡେ ତିନିରଙ୍ଗର କନା ବୋଲି ଭାବିବା ଉଚିତ ନୁହେଁ । ଏହା ହେଉଛି ଆମର ଜାତିର ପ୍ରିୟ ପତାକା । ବାସ୍ତ୍ରବରେ ଏଥିରୁ କବଙ୍କର ଜାତାୟତାବୋଧ ପ୍ରକାଶ ପାଇଥାଏ।

(ଖ) କରିବ ନିଜର ଦେଶୁ ଦେଶେ ଯାହା,
କରିଅଛ ମର୍ତ୍ତ୍ୟେ ଜାତି ବୈରଖା
Answer:
କରିବ ନିଜର …………………. ଜାତି ବୈରଖା
ଶଂସିତ ପଦ୍ୟାଶଟି ଆମ ସାହିତ୍ୟ ବହିର କବି ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଲିଖ୍ ‘ ଜାତୀୟ ପତାକା କବିତାରୁ ଆସିଅଛି । ଏଠାରେ କବି ଜାତୀୟ ପତାକାର ମହତ୍ତ୍ବ ପ୍ରତିପାଦନ କରିବାକୁ ଯାଇ ଜଣାଇଛନ୍ତି ଯେ ଏହି ପତାକା ସବୁବେଳେ ଆମ ଜାତିର ସମ୍ମାନ ବଜାୟ ରଖୁ !

ଜାତୀୟ ପତାକା ଆମ ଜାତିର ଗର୍ବ ଗୌରବର ପ୍ରତୀକ । ସାରା ବିଶ୍ବରେ ଆମର ଜାତୀୟ ପତାକା ହିଁ ଆମର ସ୍ଥିତିକୁ ପରିପ୍ରଚାର କରେ । ତେଣୁ ଆମର ଜାତୀୟ ଦିବସମାନଙ୍କରେ ଜାତୀୟ ପତାକା ସାରା ଦେଶରେ ଉଡ଼ାଯାଏ । ସେହି ପତାକାତଳେ ସମଗ୍ର ଦେଶବାସୀ ଦେଶର ଗୌରବ ରକ୍ଷା ପାଇଁ ବଜ୍ର ଶପଥ ନିଅନ୍ତି । ଏହି ପତାକା ଦେଶବାସୀଙ୍କୁ ଦେଶର ଓ ଜାତିର ଉନ୍ନତି ପାଇଁ ପ୍ରେରଣା ଦେଇଥାଏ । ଏହା ଆମ ଦେଶର ମର୍ଯ୍ୟାଦା ବଢ଼ାଇଥାଏ ଓ ଗୌରବର ପରିପ୍ରଚାର କରିଥାଏ । ତେଣୁ ଏହି ଜାତୀୟ ପତାକାକୁ ଜାତିପ୍ରେମୀ କବି ଗୋଦାବରୀଶ ଶୁଭ ସଂକେତ ରୂପେ ଗ୍ରହଣ କରିଛନ୍ତି ।
ବାସ୍ତବିକ କବିଙ୍କର ଚିନ୍ତାଧାରା ବେଶ୍ ପ୍ରଭାବଶାଳୀ ମନେ ହୋଇଥାଏ ।

BSE Odisha 8th Class Odia Solutions Chapter 4 ଜାତୀୟ ପତାକା

Question ୫।
ଆସ, ଅସଜଡା ପଦକୁ ସଜାଡି ଲେଖିବା
(କ) ଅମୂଲ୍ୟ ଏ ଅଟେ ସମ୍ପଦ ଜାତିର
କେବଳ ଖଣ୍ଡେ ନୁହେଁ ଛେକା କନା
Answer:
ଜାତିର ଏ ଅଟେ ଅମୂଲ୍ୟ ସମ୍ପଦ,
କନା ଛେକା ଖଣ୍ଡେ କେବଳ ନୁହେ।

(ଖ) ସମରେ ଶତଶତ ବୀର ଜାତୀୟ
ମୁଣ୍ଡ ଲଢ଼ିତ ହରାଇ ଅଛନ୍ତି ।
Answer:
ଜାତାୟ ସମରେ ଶତଶତ ବାର
ଲଢ଼ି ତ ହରାଇ ଅଛନ୍ତି ମୁଣ୍ଡ

(ଗ) ତହୁଁ ରାଇଜେ ଆସିଛି ସ୍ବାଧୀନତା
ରାଜା ଯାଇଛନ୍ତି ବିଦେଶୀ ଚାଲି ।
Answer:
ତହୁଁ ସ୍ଵାଧୀନତା ଆସିଛି ରାଇଜେ,
ଯାଇଛନ୍ତି ଚାଲି ବିଦେଶୀ ରାଜା

Question ୫ ।
ଆସ, ‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ଉପଯୁକ୍ତ ପଦକୁ ଯୋଡି ଲେଖୁବା ପରେ ‘ଗ’ ସ୍ତମ୍ଭରେ ଥ‌ିବା ଗଦ୍ୟରୂପକୁ ଯୋଡିବା ।

‘କ’ ‘ଖ’ ‘ଗ’
ଲଢିତ ଦାରାଇ ଜାତିର ଟେକ ଏହାକୁ ମାମୁଲି କନା ଖଣ୍ଡେ ଭାବିବା ଭଚିତ ନୁହେଁ
ଛାର କନା ଖଣ୍ଡେ ମାନ ଏ ସଂସାରେ ଜାତିର ସମ୍ମାନ ବୃଦ୍ଧି କରିବା
ଚଢ଼ାଇବ ଆମ ଚାଲରେ ସର୍ବେ ଯୁଦ୍ଧିକରି ମୃତ୍ୟୁବରଣ କରିଛନ୍ତି
ରଖିବ ଏ ଆମ ନ ମଣ ଏହାକୁ ଏହା ସଂସାରରେ ଆମର ସମ୍ମାନ ରକ୍ଷା କରିବା
କୁହାରିବା ଆଜି ଅଛନ୍ତି ମୁଣ୍ଡ ଆଜି ଚାଲ ସମସ୍ତେ ମିଶି ପ୍ରଶାମ କରିବା

Answer:

‘କ’ ‘ଖ’ ‘ଗ’
ଲଢିତ ଦାରାଇ ଅଛନ୍ତି ମୁଣ୍ଡ ଆଜି ଚାଲ ସମସ୍ତେ ମିଶି ପ୍ରଶାମ କରିବା
ଛାର କନା ଖଣ୍ଡେ ନ ମଣ ଏହାକୁ ଏହା ସଂସାରରେ ଆମର ସମ୍ମାନ ରକ୍ଷା କରିବା
ଚଢ଼ାଇବ ଆମ ଜାତିର ଟେକ ଏହାକୁ ମାମୁଲି କନା ଖଣ୍ଡେ ଭାବିବା ଭଚିତ ନୁହେଁ
ରଖିବ ଏ ଆମ ମାନ ଏ ସଂସାରେ ଜାତିର ସମ୍ମାନ ବୃଦ୍ଧି କରିବା
କୁହାରିବା ଆଜି ଚାଲରେ ସର୍ବେ ଯୁଦ୍ଧିକରି ମୃତ୍ୟୁବରଣ କରିଛନ୍ତି

Question ୬।
ଆସ, ବନ୍ଧନା ମଧ୍ୟରୁ ଉପଯୁକ୍ତ ଶବ୍ଦବାଛି ମୁଖ୍ୟସ୍ଥାନ ପୂରଣ କରିବା।
(କ) ରଖି ଏ ଆମ _______ ଏ  _______
ବଢ଼ାଇବ ଆମ ଜାତିର _______
କରିବ ନିଜର ଦେଶୁ ଦେଶେ ଯାହା,
କରିଅଛି _______ ଜାତି _______।
(ଜଗତେ, ସଂସାରେ, ଯଶ, ମାନ, ମର୍ତ୍ତ୍ୟ, ମନ, ଟେକ, ପତାକା, ବୈରଖ)

(ଖ) ଆସ, ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦବାଛି ଶୂନ୍ୟସ୍ଥାନ ପୂରଣ କରିବା ।
ଯେତେ _______ଭଡିବ ଏ ସତେ,
_______ ଆମର ନାଚିବ ଗର୍ବେ।
(ଫୁର୍‌ଫୁର୍, ଫରଫର, ମନ, ପ୍ରାଣ, ହୃଦୟ)
Answer:
(କ)ରଖିବ ଏ ଆମ ମାନସଂସାରେ,
ବଢ଼ାଇବ ଆମ ଜାତିର ଟେକ;
କରିବ ନିକର ଦେଶୁ ଦେଶେ ଯାହା,
କରିଅଛ ମର୍ତ୍ତ୍ୟେ ଜାତି ବୈରଖା

(ଖ) ଯେତେ ଫରଫର ତ୍ତଡ଼ିବ ଏ ସତେ
ହୃଦୟ ଆମର ନାଚିକ ଗର୍ବେ ।

BSE Odisha 8th Class Odia Solutions Chapter 4 ଜାତୀୟ ପତାକା

Question ୭।
ତଳେ ଦିଆଯାଇଥବା ଶବ୍ଦପାଇଁ କବିତାରେ ପ୍ରୟୋଗ କରାଯାଇଥିବା ଶବ୍ଦବାଛି ଲେଖୁବା ।
(କ) ପତାକା _________
(ଖ) ଆକାଶ _________
(ଗ) ପବନ _________
(ଘ) ଜାହାଜ _________
(ଙ) ପୈନ୍ୟ _________
(ଚ) ଯୁଦ୍ଧ _________
Answer:
(କ) ପତାକା – ଧ୍ୱଜା / ବୈରଖ
(ଖ) ଆକାଶ – ବ୍ୟୋମ
(ଗ) ପବନ – ସମାର
(ଘ) ଜାହାଜ – ପୋତି
(ଙ) ପୈନ୍ୟ –
(ଚ) ଯୁଦ୍ଧ –

Question ୮ ।
ରଜା, ଧ୍ଵଜା, ଟେକ, ବୈରଖ, ସର୍ବେ, ଗର୍ବେ
ଏହି ଶବ୍ଦଗୁଡିକୁ ବ୍ୟବହାର କରି ‘ଜାତୀୟ ପତାକା’ ସମ୍ପର୍କରେ ଆସ ଛୋଟ କବିତାଟିଏ ଲେଖୁବା ।
Answer:
ଫରଫର ଉଡେ ତ୍ରିରଙ୍ଗା ଧ୍ଵଜା,,
ପ୍ରଣାମ କରିବା ସେ ଆମ ରାଜା ।
ରଖୁବା ଆମେରେ ତାହାରି ଟେକ,
ଦେଶ ବିଦେଶରେ ଜାତି ବୈରଖ ।
ଏହାର ମହିମା ବୁଝିବା ସର୍ବେ,
ସେନା ରଖୁଛନ୍ତି ଏହାକୁ ଗର୍ବେ ।

Question ୯ ।
ତଳେ ଦିଆଯାଇଥ‌ିବା ଶବ୍ଦଗୁଡିକର ବିପରୀତ ଅର୍ଥବୋଧକ ଶବ୍ଦଗୁଡିକୁ ଲେଖୁବା ।

ଶବ୍ଦ ବିପରାତ ଅର୍ଥବୋଧକ ଶବ୍ଦ
ବାଟ
ବାର
ସମ୍ପଦ
ମାନ
ପରିବେଶ।
ସ୍ଵାଧାନତା

Answer:

ଶବ୍ଦ ବିପରାତ ଅର୍ଥବୋଧକ ଶବ୍ଦ
ବାଟ ଅବାଟ
ବାର ଭାବୁ
ସମ୍ପଦ ବିପଦ
ମାନ ଅପମାନ
ପରିବେଶ। ସ୍ୱଦେଶୀ
ସ୍ଵାଧାନତା ପରାଧାନତା

Question ୧୦ ।
ଭୁଲଥିବା ଶବ୍ଦକୁ ତା’ ପାଖରେ ଠିକ୍ କରି ଲେଖୁବା-
ତିରାସ ___________
ରୂଣ୍ଡ ___________
ସ୍ୱାଧିିନତା ___________
ପରକା ___________
ଅମୂଲ୍ୟ ___________
ବିଦେଶି ___________
ସମିର  ___________
ପ୍ରାୟ ___________
Answer:
ତିରାସ – ତିରିଶ
ରୂଣ୍ଡ – ରୁଣ୍ଡ
ସ୍ୱାଧିିନତା – ସ୍ୱାଧାନତା
ପରକା – ପତାକା
ଅମୂଲ୍ୟ – ସମାଲ୍ୟ
ବିଦେଶି – ବିଦେଶା
ସମିର – ସମାର
ପ୍ରାୟ – ପ୍ରିୟ

ପରାକ୍ଷା ଉପଯେ।ଗା ଅତିରିକ୍ତ ପ୍ରଶ୍ନୋତ୍ତର

ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନେ।ତ୍ତର:

Question ୧।
ନିମ୍ନଲିଖତ ଶବ୍ଦଗୁଡ଼ିକର ଗଦ୍ୟରୂପ ଲେଖ ।
ସଇନ, ରାଇଜ, ବରଷ
Answer:

ପଦ୍ୟରୂପ ଗଦ୍ୟରୂପ
ସଇନ ସୈନ୍ୟ
ରାଇଜ ରାଜ୍ୟ
ବରଷ ବର୍ଷ

Question ୨।
ବିପରୀତ ଅର୍ଥବୋଧକ ଶବ୍ଦ ଲେଖ ।
ରାଜା, ଜାତୀୟ
Answer:

ଶବ୍ଦ ବିପରାତ ଅର୍ଥବୋଧକ ଶବ୍ଦ
ରାଜା ପ୍ରଜା
ଜାତାୟ ବିଜାତାୟ

Question ୩ ।
ଫରଫର ଗୋଟିଏ ଧ୍ୱନ୍ୟାତ୍ମକ ଶବ୍ଦ, ଏହିପରି ଆଉ ପାଞ୍ଚୋଟି ଧ୍ୱନ୍ୟାତ୍ମକ ଶବ୍ଦ ଲେଖ ।
Answer:
ସରସର, ଗରଗର, ଢକଢକ, ଦକଦକ, ସକସକ ।

BSE Odisha 8th Class Odia Solutions Chapter 4 ଜାତୀୟ ପତାକା

Question ୪।
ଜାତୀୟ ପତାକାକୁ ଆଧାର କରି ଛୋଟ କବିତାଟିଏ ଲେଖ । ତହିଁରେ କେତୋଟି ଧ୍ୱନ୍ୟାତ୍ମକ ଶବ୍ଦ ବ୍ୟବହା କରିବାପାଇଁ ଚେଷ୍ଟା କର ।
Answer:
ଜ଼ାତାୟ ପତାକା ଫରଫର
ଦେଶପ୍ରେମେ ଆମେ ଜରଜର
ଦେଶ ପାଇଁ ଆମେ ଜାବନ ଦେବାରେ
ଅରାତିକୁ ଆମ ନାହିଁ ଡର ।

ଜାତାୟ ପତାକା ତିନି ରଙ୍ଗ
ଆମ ଦେଶ ନୁହେଁ ଭଙ୍ଗାଭଙ୍ଗ
ଅରାତି ଗର୍ବକୁ ଦଳିଦେଇ ଯିବା
ଭୁଲିବାନି ଦେଖ୍ ତାଙ୍କ ଢଙ୍ଗ ।

ଜାତାୟ ପତାକା ଟେକ ରଖ
ମନରେ ରଖନା କେବେ ଦକ
କଳକଳ ନାଦେ ଦେଶପ୍ରେମ ସ୍ରୋତ
ବୀର ଶିଶୁ ତୁମେ ଶୁଣି ରଖ ।

ସଂକ୍ଷିପ୍ତ ତ୍ତରମୂଳକ ପ୍ରଶ୍ନୋତ୍ତର :

Question ୧।
‘ଜାତୀୟ ପତାକା’ ବର୍ଣ୍ଣନାରୁ କବିଙ୍କର କି ପ୍ରକାର ଭାବ ସୂଚିତ ହେଉଛି ?
Answer:
ଏପରି ବର୍ଣ୍ଣନାରୁ କବିଙ୍କର ସ୍ବଦେଶପ୍ରେମମୂଳକ ଭାବ ସୂଚିତ ହେଉଛି ।

Question ୨।
‘ଜାତୀୟ ପତାକା’ କବିତାର କବି କିଏ ? ସେ କେବେ ଓ କେଉଁଠାରେ ଜନ୍ମଗ୍ରହଣ କରିଥିଲେ ?
Answer:
ପଣ୍ଡିତ ଗୋଦାବରୀଶ ମିଶ୍ର ‘ଜାତୀୟ ପତାକା’ କବିତାର କବି । ସେ ୧୮୮୬ ମସିହାରେ ଖୋର୍ଦ୍ଧା ଜିଲ୍ଲାର ବାଣପୁରଠାରେ ଜନ୍ମଗ୍ରହଣ କରିଥିଲେ ।

Question ୩ ।
‘ଜାତୀୟ ପତାକା’ କବିତାଟିରେ କବିଙ୍କର କେଉଁ ମନୋଭାବ ପ୍ରକାଶ ପାଇଛି ?
Answer:
‘ଜାତୀୟ ପତାକା’ କବିତାରେ କବିଙ୍କର ଜାତୀୟ ପତାକା ପ୍ରତି ସମ୍ମାନ, ସ୍ବଦେଶପ୍ରେମ ଓ ସୌନ୍ଦର୍ଯ୍ୟ ଚେତନା ଆଦି ମନୋଭାବ ପ୍ରକାଶିତ ହୋଇଛି ।

Question ୪।
ଆମ ଦେଶର ସେନାବାହିନୀ କେତେ ଭାଗରେ ବିଭକ୍ତ ଓ ସେନାମାନଙ୍କର ବିଜୟର ପ୍ରତୀକ କିଏ ?
Answer:
ଆମ ଦେଶର ସେନାବାହିନୀ ତିନି ଭାଗରେ ବିଭକ୍ତ; ଯଥା- ସ୍ଥଳବାହିନୀ, ଜଳବାହିନୀ ଓ ଆକାଶ ବାହିନୀ । ସେମାନଙ୍କର ବିଜୟର ପ୍ରତାକ ହେଉଛି ଜାତାକା

Question ୫।
ଜାତୀୟ ପତାକା ଆମର ଜାତିର ପ୍ରତୀକ କିପରି ?
Answer:
ଆମ ଦେଶର ବୀର ଯବାନମାନେ ଜାତୀୟ ପତାକାର ମର୍ଯ୍ୟାଦା ରକ୍ଷା ନିମିତ୍ତ ଲଢ଼େଇ କରି ପ୍ରାଣବଳି ଦିଅନ୍ତି । ସ୍ଵାଧୀନତା ସଂଗ୍ରାମୀମାନେ ଏଇ ପତାକା ତଳେ ରୁଣ୍ଡହୋଇ ସ୍ଵାଧୀନତା ସଂଗ୍ରାମ ଆରମ୍ଭ କରିଥିଲେ । ତେଣୁ ଜାତୀୟ ପତାକାହିଁ ଯଥାର୍ଥରେ ଆମ ଜାତିର ପ୍ରତୀକ ଅଟେ ।

BSE Odisha 8th Class Odia Solutions Chapter 4 ଜାତୀୟ ପତାକା

Question ୬।
ଜାତୀୟ ପତାକା ଆମ ଜାତିର ଦେବତା କିପରି ?
Answer:
ଜାତୀୟ ପତାକା ଆମ ଦେଶ ଭାର ପ୍ରତୀକ । ଏହା ଆମକୁ ଭାରତୀୟଭାବେ ବିଦେଶରେ ପରିଚିତି ପ୍ରଦାନ କରେ । ତେଣୁ ଏହି ପତାକା ଆମ ଜାତିର ଦେବତା । ଆମେ ସମସ୍ତେ ଭକ୍ତିପୂତ ଭାବେ ଏହି ପତାକାକୁ ପ୍ରଣାମ କରିବା ଉଚିତ ।

ସରଳ ଭାଷାରେ ବୁଝାଇ ଲେଖ :

Question ୧।
ଯେତେ ଫରଫର ଉଡ଼ିବ ଏ ସତେ,
ହୃଦୟ ଆମର ନାଚିବ ଗର୍ବେ ।
Answer:
ଯେତେ ଫରଫର …………………………. ନାଚିବ ଗବେ ।
ଉକ୍ତ ପଦ୍ୟାଶଟି ଆମ ସାହିତ୍ୟ ବହିର ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କଦ୍ଵାରା ଲିଖ୍ ‘ ଜାତୀୟ ପତାକା କବିତାରୁ ଆସିଅଛି । ଏଠାରେ କବି ଜାତୀୟ ପତାକାର ମହତ୍ତ୍ବ ବର୍ଣନା କରିବା ସଙ୍ଗେ ସଙ୍ଗେ ଜାତୀୟ ପତାକା ଉଡ଼ିଲେ ଆମ ମନରେ ଆନନ୍ଦ ଭାବ ସୃଷ୍ଟି ହୋଇଥାଏ ବୋଲି କହିଛନ୍ତି ।

କବିଙ୍କ ବିଚାରରେ ଜାତୀୟ ପତାକା ହେଉଛି ଜାତିର ଗର୍ବ ଓ ଗୌରବର ପ୍ରତୀକ । ସମଗ୍ର ବିଶ୍ଵରେ ଆମ ଦେଶ ଓ ଜାତି ଜାତୀୟ ପତାକାକୁ ନେଇ ପରିଚିତ ହୋଇଥାଏ । ଯେ କୌଣସି ବିଜୟ ସ୍ଥଳରେ ଓ ବିଜୟ ଯାତ୍ରାରେ ଆମେ ଜାତୀୟ ପତାକାକୁ ଉଡ଼ାଇ ଉଡ଼ାଇ ଚାଲିଥାଉ । ସେହି ଜାତୀୟ ଧ୍ଵଜା ଯେତେ ଫରଫର ଉଡ଼ିବ, ଆମ ହୃଦୟ ସେତେ ଆନନ୍ଦରେ ନାଚି ଉଠିବ । ଅର୍ଥାତ୍ ବିଭିନ୍ନ ସ୍ଥାନରେ ଆମର ଜାତୀୟ ପତାକା ଉଡ଼ିଲେ, ଆମର ସ୍ଥିତି ଯେ ସୁଦୃଢ଼, ଆମେ ଯେ ସ୍ଵତନ୍ତ୍ର ତାହା ପ୍ରଚାରିତ ହେବ । ଯୁଦ୍ଧଠାରୁ ଆରମ୍ଭ କରି ଖେଳ ପର୍ଯ୍ୟନ୍ତ, ବିବାଦଠାରୁ ଆରମ୍ଭକରି ବୈଦେଶିକ ଚୁକ୍ତି ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଆମେ ଜାତୀୟ ପତାକା ଉଡ଼ାଇଥାଉ । ଜାତୀୟ ପତାକା ଉଡ଼ିଲେ ସମଗ୍ର ଦେଶବାସୀଙ୍କ ମନରେ ଅପୂର୍ବ ପ୍ରେରଣା ସୃଷ୍ଟି ହୁଏ ଏବଂ ସେମାନେ ଅପୂର୍ବ ଆନନ୍ଦରେ ବିଭୋର ହୋଇଉଠନ୍ତି । ସେମାନଙ୍କ ହୃଦ ତନ୍ତ୍ରୀରେ ଯେପରି ଜାତୀୟତାବୋଧ ସୃଷ୍ଟି ହୋଇଥାଏ । ବାସ୍ତବିକ ଏଭଳି ବର୍ଣ୍ଣନାରୁ କବିଙ୍କ ମନର ଜାତୀୟତାବୋଧ ଓ ଜାତିପ୍ରୀତି ସମ୍ପର୍କରେ ସ୍ପଷ୍ଟ ପରିଚୟ ମିଳିଥାଏ ।

ତ୍ତରମୂଳକ ପ୍ରଶ୍ନୋତ୍ତର :

Question ୧।
ଜାତୀୟ ପତାକାର ମହତ୍ତ୍ବ ପ୍ରତିପାଦନ କର ।
Answer:
‘ଜାତୀୟ ପତାକା କବିତାର କବି ଗୋଦାବରୀଶ ମିଶ୍ର । କବି ଥିଲେ ଜଣେ ଜାତୀୟତାବାଦୀ ଓ ସ୍ଵଦେଶପ୍ରେମୀ । ଦେଶପ୍ରେମ ଭାବଧାରାରେ ଉଦ୍‌ବୁଦ୍ଧ ହୋଇ ସେ ସତ୍ୟବାଦୀ ବନବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ସ୍ଵଚ୍ଛ ଦରମା ପାଉଥିଲେ ବି ସଚ୍ଚାମଣିଷ ଗଢ଼ିବାର ସଂକଳ୍ପ ସେ ନେଇଥିଲେ । ପରବର୍ତ୍ତୀ ସମୟରେ ସେ ସ୍ଵାଧୀନତା ସଂଗ୍ରାମରେ ଯୋଗଦେଇ ଦେଶକୁ ସ୍ୱାଧୀନ କରିବାପାଇଁ ଆଗଭର ହୋଇଥିଲେ । ଯେହେତୁ ସେ ଥିଲେ ସ୍ଵଦେଶପ୍ରେମୀ, ତେଣୁ ତାଙ୍କ ସାହିତ୍ୟରେ ଜାତୀୟତାବୋଧ ଥିଲା ମୁଖ୍ୟ ସ୍ୱର । ସେ ରଚନା କରିଥିଲେ ‘ଆଲେଖ୍କା’, ‘କିଶଳୟ’ ଓ ‘ଗୀତାୟନ’ ଆଦି କାବ୍ୟଗ୍ରନ୍ଥ ଓ ‘ ମୁକୁନ୍ଦଦେବ’, ‘ ପୁରୁଷୋତ୍ତମଦେବ ଭଳି ନାଟକ ଏବଂ ‘ ଅଭାଗିନୀ ଓ ‘ ୧୮୧୭ ପରି ଉପନ୍ୟାସ । ତାଙ୍କର ଆତ୍ମଜୀବନୀ ‘ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’ ପୁସ୍ତକ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ଲାଭ କରିଥିଲେ ।

ଆଲୋଚ୍ୟ କବିତା ‘ ଜାତୀୟ ପତାକା’ରେ ଜାତୀୟ ପତାକା ପ୍ରତି ମର୍ଯ୍ୟାଦାବୋଧ ଓ ସ୍ବଦେଶପ୍ରେମ ଭାବକୁ କବି ଅତି ଏକାଡେମୀ ପୁରସ୍କାର ଲାଭ କରିଥ୍ ଲୋ ଜାତୀୟ ପତାକା ହେଉଛି ଆମ ଜାତିର ଓ ଦେଶର ପ୍ରତୀକ । ଆମ ଦେଶ ଯେକୌଣସି ସ୍ଥାନରେ ବିଜୟଲାଭ କଲେ, ସେହି ସ୍ଥାନରେ ଆମ ଜାତୀୟ ଧ୍ଵଜା ଫରଫର ହୋଇ ଉଡ଼େ । ତେଣୁ କବି ଜାତୀୟ ପତାକାକୁ ସାଧାରଣ କନାଖଣ୍ଡେ ବୋଲି ବିଚାର ନ କରିବାପାଇଁ ଭାରତବାସୀଙ୍କୁ ପ୍ରେରଣା ଦେଇଛନ୍ତି । ଏହି ଜାତୀୟ ପତାକା ହେଉଛି ଆମର ଅମୂଲ୍ୟ ସମ୍ପଦ । କବିଙ୍କ ଭାଷାରେ

ଏହି ଯେ ଆମର ଜାତୀୟ ପତାକା,
ଉଡ଼େ ଫରଫର ପବନ ହୁଏ;
ଜାତିର ଏ ଅଟେ ଅମୂଲ୍ୟ ସମ୍ପଦ,
କନା ଛେକା ଖଣ୍ଡେ କେବଳ ନୁହେଁ ।’’

ଏହି ପତାକାର ସମ୍ମାନ ଓ ମର୍ଯ୍ୟାଦା ରକ୍ଷା ପାଇଁ ବହୁ ସୈନ୍ୟ ପ୍ରାଣପାତ ଉଦ୍ୟମ କରିଛନ୍ତି । ଜାତୀୟ ସମରରେ ପ୍ରାଣବଳି ମଧ୍ୟ ଦେଇଛନ୍ତି । ଫଳରେ ସେହିଭଳି ସଂଗ୍ରାମୀମାନଙ୍କ ତ୍ୟାଗ ପାଇଁ ଆମେ ଆଜି ପାଇଛୁ ସ୍ବାଧୀନତା । କଷ୍ଟଲବ୍ଧ ସ୍ଵାଧୀନତା ପ୍ରାପ୍ତି ପରେ ଆମର ଜାତୀୟ ଧ୍ଵଜା ଫରଫର ହୋଇଉଡୁଛି ।

ଆମର ସୈନ୍ୟମାନେ ଜାତୀୟ ପତାକାକୁ ତାଙ୍କର ସାମରିକ ଯାନ ଆଗରେ ଛଡ଼ାଇ ଆଗେଇ ଆଗେଇ ଚାଲନ୍ତି । ସ୍ଥଳଭାଗରେ ପଦାତିକ ସେନା, ଜଳଭାଗରେ ଜଳସେନା ଓ ମହାକାଶରେ ବ୍ୟୋମସେନାମାନଙ୍କର ଯୁଦ୍ଧଯାନରେ ଜାତୀୟ ପତାକାକୁ ଅତି ମର୍ଯ୍ୟାଦାଜନକଭାବରେ ଉଡ଼ାଯାଇଥାଏ । ତାହା ସେମାନଙ୍କ ମନରେ ଅପୂର୍ବ ପ୍ରେରଣା ସୃଷ୍ଟିକରେ । ସେମାନେ ସତେ ଯେପରି ତାହାରି ପ୍ରେରଣାରେ ଅନୁପ୍ରାଣିତ ହୋଇ ଆଗେଇ ଆଗେଇ ଚାଲନ୍ତି । କବି ଜାତୀୟ ପତାକାର ମହତ୍ତ୍ଵ ପ୍ରମାଣିତ କରି ଲେଖୁଛନ୍ତି

‘‘ ସ୍ଥଳେ ଉଡ଼ାଇଲେ ପଦାତିକ ସେନା,
ଉଡ଼ିବ ସାଗରେ ସମର-ପୋତେ,
ବ୍ୟୋମେ ଯୁଦ୍ଧ – ବ୍ୟୋମଯାନେ ଏ ଶୋଭିବ,
ବାଟ କାଟିଯିବ ସମୀର ସ୍ରୋତେ ।’’

କବି ଦୃଢ଼ତାର ସହିତ କହିଛନ୍ତି ଯେ ଏହି ଜାତୀୟ ଧ୍ଵଜାହିଁ ଆମର ମାନ ଏ ସଂସାରରେ ରଖୁ । ଆମେ ଏହାରି ପାଇଁ ବିଶ୍ବସ୍ତରରେ ସ୍ଵତନ୍ତ୍ର ମର୍ଯ୍ୟାଦା ନେଇ ପରିଚିତ ହେବା । ତେଣୁ ଜାତୀୟ ପତାକାକୁ କବି ଜାତୀୟ ଦେବତା ଭାବରେ ପରିଚିତ କରାଇଛନ୍ତି । ଏହାକୁ ସମସ୍ତେ ଭକ୍ତିର ସହିତ ପ୍ରଣାମ କରିବାପାଇଁ ପ୍ରେରଣା ଦେଇଛନ୍ତି । ଏହି ପତାକା ଯେତେ ଫରଫର ହୋଇ ଉଡ଼ିବ, ଆମର ହୃଦୟ ସେତେ ଆନନ୍ଦରେ ଉଲ୍ଲସିତ ହେବ ।

ଆମ ଜାତୀୟ ପତାକା ହେଉଛି ତ୍ରିରଙ୍ଗା ପତାକା । ଏହାର ଉପରେ ରହିଛି କେଶରୀ ରଙ୍ଗ, ମଧ୍ୟଭାଗରେ ଧଳା ଓ ତଳେ ରହିଛି ଗାଢ଼ ସବୁଜ ରଙ୍ଗ । ପତାକାର ମଧ୍ୟ ଭାଗରେ ରହିଛି ବାଇଗଣୀ ରଙ୍ଗର ଚକ୍ର ଚିହ୍ନଟିଏ । ଏହି ଚକ୍ରରେ ଚିବିଶଟି ଅର ରହିଛି । ଏହି ଚକ୍ରଚିହ୍ନ ଅଶୋକ ସ୍ତମ୍ଭର ଚକ୍ରଚିହ୍ନ । ଏହି ପତାକାର ଓସାର ଓ ଲମ୍ବର ପରିମାଣ ଯଥାକ୍ରମେ ଦୁଇଭାଗରେ ତିନିଭାଗ । ଅର୍ଥାତ୍‌ ଓସାର ଦୁଇଭାଗ ହେଲାବେଳେ ଲମ୍ବ ତିନିଭାଗ । ଆମର ଏହି ଜାତୀୟ ପତାକା ୧୯୪୭ ମସିହା ଜୁଲାଇ ୨୨ ତାରିଖଠାରୁ ସାମ୍ବିଧାନିକ ସ୍ୱୀକୃତି ଲାଭ କରିଛି । କବି ଗୋଦାବରୀଶ ଭାରତୀୟଙ୍କ ମନରେ ଜାତୀୟତାବୋଧ ସୃଷ୍ଟି କରିବାପାଇଁ ଜାତୀୟ ପତାକାର ମହତ୍ତ୍ବ ଦେଖାଇଛନ୍ତି । କବିଙ୍କ ମନରେ ଜାତୀୟ ପତାକା ପ୍ରତି ଯେଉଁ ସମ୍ମାନବୋଧ ରହିଛି, ତାହାକୁ ପ୍ରକାଶ କରିବାପାଇଁ ସେ ଏହି କବିତା ସୃଷ୍ଟି କରିଛନ୍ତି ।

BSE Odisha 8th Class Odia Solutions Chapter 4 ଜାତୀୟ ପତାକା

Question ୨ ।
ଆମେ କିପରି ସ୍ୱାଧୀନତା ପାଇଲୁ ଲେଖ ।
Answer:
ଆମ ଦେଶ ଭାରତ ମହାନ୍ତି । ଏହାର ଉତ୍ତର ଦିଗରେ ରହିଛି ହିମାଳୟ, ଦକ୍ଷିଣ ଦିଗରେ ରହିଛି ଭାରତ ମହାସାଗର, ପୂର୍ବଦିଗରେ ବଙ୍ଗୋପସାଗର ଓ ପଶ୍ଚିମ ଦିଗରେ ରହିଛି ଆରବ ସାଗର । ଭାରତୀୟ ସଭ୍ୟତା ବହୁ ପୁରାତନ ସଭ୍ୟତା । ଏହି ସଭ୍ୟତା ସିନ୍ଧୁନଦୀ କୂଳରେ ଗଢ଼ି ଉଠିଥିଲା । ଆର୍ଯ୍ୟମାନେ ଓ ଦ୍ରାବିଡ଼ମାନେ ମିଳିତଭାବେ ବସବାସ କଲାପରେ ଏହି ଭାରତୀୟ ସଭ୍ୟତାକୁ ପ୍ରଥମେ ଆକ୍ରମଣ କରିଥିଲେ ପାରସ୍ୟର ରାଜା ସାଇରସ୍ । ସେ ଭାରତକୁ ନିଜ ଶାସନରେ ରଖିଲେ ବି ଅଧ୍ଵ ଦିନ ତାଙ୍କର ଶାସନ ତିଷ୍ଠି ନଥିଲା । କ୍ରମେ ଭାରତ ସହିତ ବିଦେଶୀ ପାରସିକମାନେ ଏକାକାର ହୋଇଯାଇଥିଲେ । ଏହିପରି ଅନେକ ବୈଦେଶିକ ଭାରତକୁ ବିଭିନ୍ନ ସମୟରେ ଆକ୍ରମଣ କରି ସେମାନଙ୍କ ଅଧୀନରେ ଏହାକୁ ରଖୁବାକୁ ଚେଷ୍ଟା କରିଛନ୍ତି । ମାତ୍ର ସେମାନଙ୍କର ପ୍ରଭାବ ସ୍ଥାୟୀ ହୋଇ ରହିନାହିଁ । ପୁଣି ଭାରତ ହୋଇଛି ସ୍ବାଧୀନ ଦେଶ ।

ସର୍ବଶେଷରେ ଭାରତକୁ ଆସିଥିଲେ ଇଂରେଜ ଜାତି । ସେମାନେ ବାଣିଜ୍ୟ କରିବାକୁ ଆସିଥିଲେ ବି କୂଟନୀତି ପ୍ରୟୋଗକରି ଭାରତକୁ ଖଣ୍ଡ ଖଣ୍ଡ କରି ନିଜ ଅଧୀନକୁ ନେଇଯାଇଥିଲେ । ସମସ୍ତ ଭାରତକୁ ସେମାନେ ଅତ୍‌କାର କରି ନିଜର ସ୍ଵେଚ୍ଛାଚାରୀ ଶାସନ ଚଳାଇଥିଲେ । ଇଂରେଜମାନେ ୧୮୦୩ ମସିହାରେ ଓଡ଼ିଶାକୁ ଅଧିକାର କଲେ । ୧୮୧୭ ମସିହାରେ ଓଡ଼ିଶାର ପାଇକମାନେ ଓଡ଼ିଶାରୁ ଇଂରେଜମାନଙ୍କୁ ହଟାଇ ଦେବାକୁ ଚେଷ୍ଟା କରିଥିଲେ ବି ସେଥୁରେ ସଫଳ ହୋଇ ନଥିଲେ । ଭାରତର ବହୁତ ରାଜା ଇଂରେଜଙ୍କ ଅଧୀନରେ ରହି ନିଜ ନିଜ ରାଜ୍ୟ ଶାସନ କଲେ । ସେମାନଙ୍କ ଉପରେ ଇଂରେଜମାନଙ୍କ ଆଧ୍ୟତ୍ୟ ରହିଲା ।

ଭାରତରୁ ଇଂରେଜମାନଙ୍କୁ ତଡ଼ିବାପାଇଁ ୧୮୫୭ ମସିହାରେ ଭାରତରେ ଗୋଟିଏ ବଡ଼ ଲଢ଼େଇ ହୋଇଥିଲା । ଏହି ଲଢ଼େଇକୁ ଇଂରେଜମାନେ ‘ସିପାହୀ ବିଦ୍ରୋହ’ ନାମିତ କଲେ । ପ୍ରକୃତରେ ଏହା ଥିଲା ଭାରତର ‘ପ୍ରଥମ ସ୍ଵାଧୀନତା
କିନ୍ତୁ ଏହି ସଂଗ୍ରାମ ବେଶିଦିନ ଚାଲିପାରିଲା ନାହିଁ । ଇଂରେଜ ସେନାପତିମାନେ ପ୍ରାଣମୂର୍ଚ୍ଛା ଉଦ୍ୟମ କରି ଏହି ବିଦ୍ରୋହକୁ ଦମନ କରିଥିଲେ । ପରବର୍ତ୍ତୀ ସମୟରେ ଇଂରେଜ ସରକାର କମ୍ପାନୀ ହାତରୁ ଭାରତ ଶାସନଭାର କାଢ଼ିନେଲେ । ସେମାନେ ଭାରତକୁ କଡ଼ାକଡ଼ିଭାବେ ଶାସନ କଲେ । ଅସ୍ତ୍ର ଆଇନ ଜାରିକରି ଭାରତୀୟମାନଙ୍କ ହାତରୁ ସମସ୍ତ ଅସ୍ତ୍ର କାଢ଼ିନେଲେ ।

ଇଂରେଜମାନେ ଭାରତୀୟଙ୍କୁ ନିଜ ଶାସନରେ ରଖୁଥିଲେ ବି ତାଙ୍କର ଶିକ୍ଷା ବ୍ୟବସ୍ଥା ହେତୁ ଅନେକ ଜ୍ଞାନୀ ଓ ଗୁଣୀ ଲୋକ ଇଂରେଜଶାସନ ବିରୁଦ୍ଧରେ ସ୍ଵର ଉତ୍ତୋଳନ କଲେ । ଭାରତୀୟମାନଙ୍କୁ ପ୍ରଥମେ ସାହାଯ୍ୟ କରିଥିଲେ ଜଣେ ଇଂରେଜ । ସେ ହେଉଛନ୍ତି ଏ.ଓ.ହିଉମ୍ । ସେ ଭାବିଲେ ଭାରତୀୟମାନଙ୍କର ଦୁଃଖ ଦୁର୍ଦ୍ଦଶା, ଆପରି ଅଭିଯୋଗ ଇଂରେଜ

ସରକାରଙ୍କୁ ଜଣାଇବାପାଇଁ ଭାରତବାସୀଙ୍କର ଗୋଟିଏ ଅନୁଷ୍ଠାନ ରହିବା ଦରକାରା ହିଉମ୍ ଙ୍କ ଉଦ୍ୟମ ଓ ପରିଶ୍ରମ ଯୋଗୁଁ ୧୮୮୫ ମସିହାରେ ଗଠିତ ହେଲା ଜାତୀୟ କଂଗ୍ରେସ । ଜାତୀୟ କଂଗ୍ରେସର ପ୍ରଥମ ଅଧିବେଶନ ବମ୍ବେଠାରେ ଆରମ୍ଭ ହୋଇଥିଲା । ସରକାରଙ୍କୁ ଦରଖାସ୍ତ ଦେଇ ଭାରତୀୟମାନଙ୍କର ଦୁଃଖ ଲାଘବ କରାଇବା ସେତେବେଳେ କଂଗ୍ରେସର ଏକମାତ୍ର ଲକ୍ଷ୍ୟଥିଲା ।

ପରବର୍ତୀ ସମୟରେ କଂଗ୍ରେସର ଚିନ୍ତାଧାରା ପରିବ୍ୟାପ୍ତ ହେଲା । କଂଗ୍ରେସରେ ଯୋଗଦେଲେ ମହାତ୍ମା ଗାନ୍ଧୀ କରାଯିବ । ୧୯୨୦ ମସିହାରେ କଲିକତା ଅଧ୍ଵବେଶନରେ କଂଗ୍ରେସ ଗାନ୍ଧିଜୀଙ୍କର ଏହି ପ୍ରସ୍ତାବରେ ରାଜି ହେଲା । ଭାରତର ସ୍ଵାଧୀନତା ଲାଭ ପାଇଁ ଭାରତର କେତେକ ଲୋକ ୧୯୦୫ ମସିହାରୁ ଆତଙ୍କବାଦୀ ଆନ୍ଦୋଳନ କରାଯିବ । ୧୯୨୦ ମସିହାରେ କଲିକତା ଅଧୂବେଶନରେ କଂଗ୍ରେସ ଗାନ୍ଧିଜୀଙ୍କର ଏହି ପ୍ରସ୍ତାବରେ ରାଜି ହେଲା ।

ଭାରତର ସ୍ଵାଧୀନତା ଲାଭ ପାଇଁ ଭାରତର କେତେକ ଲୋକ ୧୯୦୫ ମସିହାରୁ ଆତଙ୍କବାଦୀ ଆନ୍ଦୋଳନ ଚଳାଇଥିଲେ । ଏମାନେ ଗୋରାକର୍ମଚାରୀଙ୍କୁ ଲୁଚିଛପି ମାରିପକାଉଥିଲେ । ଏମାନେ ହିଂସା ବଦଳରେ ହିଂସା କରିବାକୁ ଚାହୁଁଥିଲେ । ଏଥ‌ିପାଇଁ ବହୁ ସଂଗ୍ରାମୀମାନଙ୍କୁ ସହିଦ ହେବାକୁ ପଡ଼ିଥିଲା ।

କଂଗ୍ରେସକୁ ବାରମ୍ବାର ଇଂରେଜ ସରକାର ଆହ୍ଵାନ କରି ବୈଠକ କରାଇଥିଲେ । ମାତ୍ର ସେହି ବୈଠକ ପ୍ରାଥମିକ ସ୍ତରରେ ସଫଳ ହୋଇନଥିଲେ ମଧ୍ୟ ପରେ ସଫଳ ହୋଇଥିଲା । ଶେଷରେ ଇଂରେଜମାନେ ବାଧ୍ୟହୋଇ ଭାରତବାସୀଙ୍କୁ

କିଛି କ୍ଷମତା ଦେଇଥିଲେ । ଇଂରେଜ ସରକାରଙ୍କ ପ୍ରତି ହିଂସାନୀତି ଚଳେଇଲେ ଭାରତକୁ ଶୀଘ୍ର ସ୍ଵାଧୀନତା ମିଳିବ ବୋଲି ସୁଭାଷଚନ୍ଦ୍ର ବୋଷ ବିଶ୍ଵାସ କରୁଥିଲେ । ତେଣୁ ସେ ‘ଫରୱାର୍ଡ ବ୍ଲକ୍’ ନାମରେ ଗୋଟିଏ ଅଲଗା ଦଳ ଗଠନ କଲେ।

୧୯୪୨ ମସିହାରେ ଇଂରେଜମାନେ ଭାରତ ଛାଡ଼ି ଚାଲିଯିବାକୁ କଂଗ୍ରେସ ଦାବିକଲା । ଫଳରେ ବ୍ରିଟିଶ୍ ସରକାର କଂଗ୍ରେସ ନେତାମାନଙ୍କୁ ବନ୍ଦୀ କଲେ । ନେତାମାନଙ୍କୁ ହରାଇ ଲୋକମାନେ ତାତି ଉଠିଲେ । କଚେରୀ, ଥାନା, ଡାକଘର ସବୁ ପୋଡ଼ିଦେଲେ । ବହୁତ ଲୋକ ପୁଲିସ ଗୁଳିରେ ଜୀବନ ଦେଲେ । ଏହି ଆନ୍ଦୋଳନକୁ ‘ଭାରତଛାଡ଼ ଆନ୍ଦୋଳନ’ ନାମରେ ନାମିତ କରାଗଲା ।

ଏହିପରି ବହୁ ଶ୍ରମ କରି ସଂଗ୍ରାମୀମାନେ ସଂଗ୍ରାମ ଚଳାଇଲେ । ଶେଷରେ ୧୯୪୭ ମସିହା ଅଗଷ୍ଟ ମାସ ୧୫ ତାରିଖରେ ଭାରତ ସ୍ବାଧୀନତା ଲାଭକଲା । କବି ଗୋଦାବରୀଶ ଏହାକୁ ଲକ୍ଷ୍ୟକରି ଲେଖୁଛନ୍ତି

“ଏ ପତାକା ତଳେ ତିରିଶ ବରଷ,
ହୋଇଛନ୍ତି ଜାତି ସଇନେ ରୁଣ୍ଡ;
ଜାତୀୟ ସମରେ ଶତ ଶତ ବୀର,
ଲଢ଼ି ତ ହରାଇ ଅଛନ୍ତି ମୁଣ୍ଡ ।”

ମୋଟ ଉପରେ କହିବାକୁ ଗଲେ ବହୁ କଷ୍ଟ ଓ ସଂଗ୍ରାମ କରି ଭାରତ ସ୍ବାଧୀନତା ଲାଭ କରିଥିଲା ।

BSE Odisha 8th Class Odia Solutions Chapter 4 ଜାତୀୟ ପତାକା

Question ୩।
ଜାତୀୟ ପତାକାର ମହତ୍ତ୍ବ ପ୍ରକଟିତ ହେବାରେ ଜାତିର କି ଭୂମିକା ରହିଛି ଲେଖ ।
Answer:
କବି ପଣ୍ଡିତ ଗୋଦାବରୀଶ ଥିଲେ ଜଣେ ଜାତୀୟତାବାଦୀ କବି । ସେ ଓଡ଼ିଆମାନଙ୍କୁ ସ୍ବଦେଶପ୍ରେମ ଭାବରେ ଉଦ୍‌ବୁଦ୍ଧ କରିବାପାଇଁ ସାହିତ୍ୟ ସୃଷ୍ଟି କରିଥିଲେ । ସୁତରାଂ ତାଙ୍କର ସାହିତ୍ୟ ଥିଲା ଉଦ୍ଦେଶ୍ୟ ପ୍ରଣୋଦିତ । ପରାଧୀନ ଓଡ଼ିଆଙ୍କ ମନରେ ଜାତୀୟତାବୋଧ ସୃଷ୍ଟିକରି ଦେଶ ପାଇଁ ଓ ଜାତି ପାଇଁ ଉତ୍ସଗୀକୃତ ମନୋଭାବ ସୃଷ୍ଟି କରିବାପାଇଁ ସେ ପ୍ରକାରାନ୍ତରେ ଚେଷ୍ଟା କରିଥିଲେ । ଆଲୋଚ୍ୟ ‘ଜାତୀୟ ପତାକା’ କବିତାରେ କବିଙ୍କର ଅନୁରୂପ ଭାବଧାରା ପ୍ରକାଶ ପାଇଛିା

ଦେଶ ଓ ଜାତିର ଗୌରବର ସ୍ମାରକୀ ହେଉଛି ଜାତୀୟ ପତାକା । ଦେଶର ପ୍ରତୀକ ଭାବରେ ସେ ସବୁଠାରେ ନିଜର ସତ୍ତା ପ୍ରକାଶ କରିଥାଏ । ଏହି ପତାକାର ମର୍ଯ୍ୟାଦା ରକ୍ଷାକରିବାକୁ ହେଲେ ପ୍ରତ୍ୟେକ ଭାରତୀୟଙ୍କ ମନରେ ଦେଶପ୍ରେମଭାବ ଉଦ୍‌ବୁଦ୍ଧ ହେବା ଆବଶ୍ୟକ । ଆମ ଦେଶକୁ କୌଣସି ସମୟରେ ବିଦେଶୀ ରାଷ୍ଟ୍ର ଆକ୍ରମଣ କଲେ ତାହାକୁ ପ୍ରତିହତ କରିବାପାଇଁ ପ୍ରାଣପାତ ଉଦ୍ୟମ କରିବାକୁ ପଡ଼ିବ । ଆମକୁ ସବୁସ୍ଥାନରେ ଜାତୀୟ ପତାକାର ମହତ୍ତ୍ବ ପ୍ରତିଷ୍ଠା କରିବାକୁ ପଡ଼ିବ । ଆମେ ଯେ ସ୍ଵତନ୍ତ୍ର, ଆମର ଯେ ମହତ୍ତ୍ବ ରହିଛି, ତାହାର ପରିପ୍ରଚାରର ମାଧ୍ୟମ ହେଉଛି ଆମ ଜାତୀୟ ପତାକା ।

ଆନ୍ତର୍ଜାତିକ କ୍ଷେତ୍ରରେ ବା ବିଶ୍ବସ୍ତରରେ ଜାତୀୟ ପତାକାହିଁ ଆମର ସତ୍ତା ପ୍ରକାଶ କରେ । ତେଣୁ ରାଜନୀତିକ କ୍ଷେତ୍ରରେ, ସାଂସ୍କୃତିକ କ୍ଷେତ୍ରରେ ଓ ଆର୍ଥନୀତିକ କ୍ଷେତ୍ରରେ ଆମେ ସ୍ଵାବଲମ୍ବୀ ହେଲେ ଆମ ଜାତୀୟ ପତାକାର ମହତ୍ତ୍ଵ ପ୍ରକାଶିତ ହେବ । କବି ଜାତୀୟ ପତାକାର ଜୟଗାନ କରି କହିଛନ୍ତି–

“ ଏହି ଯେ ଆମର ଜାତୀୟ ପତାକା,
ଉଡ଼େ ଫରଫର ପବନ ସୁଏ;
ଜାତିର ଏ ଅଟେ ଆମୂଲ୍ୟ ସମ୍ପଦ,
ଜାତିର ଏ ଅଟେ ଅମୂଲ୍ୟ ସମ୍ପଦ,”

ଦେଶର ଯବାନମାନେ ସବୁ ସମୟ ପାଇଁ ଜାତୀୟ ପତାକାର ଟେକ ରଖିବାପାଇଁ ଯତ୍ନବାନ୍ ହେବା ଆବଶ୍ୟକ । ପୂର୍ବରୁ ଏହାର ଟେକ ରଖୁବାପାଇଁ ଶତ ଶତ ବୀର ସୈନିକ ପ୍ରାଣ ଦେଇଛନ୍ତି । ସେହିପରି କୃଷି କ୍ଷେତ୍ରରେ ଆମ ଦେଶ ସ୍ଵାବଲମ୍ବୀ ହେଲେ, ଆମ ଦେଶର ଆର୍ଥିକ ମାନଦଣ୍ଡ ବୃଦ୍ଧି ପାଇବ ଓ ଆମ ଦେଶର ଜାତୀୟ ଧ୍ଵଜା ସବୁସ୍ଥାନରେ ନିଜର ମର୍ଯ୍ୟାଦା ରକ୍ଷା କରିପାରିବ ।

ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆମ ଦେଶ ଉନ୍ନତ ହେଲେ, ଆମ ଜାତୀୟ ପତାକାର ମହତ୍ତ୍ବ ବଢ଼ିପାରିବ । ପୁନଶ୍ଚ କ୍ରୀଡ଼ା କ୍ଷେତ୍ରରେ ଆମେ ଯଦି ବିଶ୍ୱସ୍ତରରେ ଉନ୍ନତ ମାନର କ୍ରୀଡ଼ା ପ୍ରଦର୍ଶନ କରିବା, ତା’ହେଲେ ଆମ ଜାତୀୟ ଧ୍ଵଜାର ଶିର ଉନ୍ନତ ହେବ । ଆଧ୍ୟାତ୍ମିକ କ୍ଷେତ୍ରରେ ଏଯାବତ୍ ଭାରତ ସମଗ୍ର ବିଶ୍ଵରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବାରୁ ଆମେ ଆମର ଜାତୀୟ ଧ୍ଵଜାର ମହତ୍ତ୍ଵ ରଖିପାରିଛୁ । କବି ଉଦ୍‌ବୋଧନ ଦେଇ କବିତାର ଶେଷରେ କହିଛନ୍ତି

‘‘ ତେଣୁ ଏ ଯେ ଆମ ଜାତିର ଦେବତା,
ଜୁହାରିବା ଆଜି ଚାଲରେ ସର୍ବେ
ଯେତେ ଫରଫର ଉଡ଼ିବ ଏ ସତେ,
ହୃଦୟ ଆମର ନାଚିବ ଗର୍ବେ “

ମୋଟ ଉପରେ କହିବାକୁ ଗଲେ, ଆମେ ଯଦି ଭାରତମାତାର ଯୋଗ୍ୟ ସନ୍ତାନ ହେବା, ଦେଶ ଓ ଜାତିର ମହତ୍ତ୍ବ ବଜାୟ ରଖୁ, ସଂକୀର୍ଣ୍ଣତାକୁ ପରିହାର କରି ନିଜକୁ ଆମେ ସମସ୍ତେ ଏକ ବୋଲି ପ୍ରମାଣିତ କରିପାରିବା, ତା’ହେଲେ ଆମ ଜାତୀୟ ପତାକାର ମହତ୍ତ୍ବ ପ୍ରକଟିତ ହେବ ।

BSE Odisha 8th Class Odia Solutions Chapter 4 ଜାତୀୟ ପତାକା

Question ୪ ।
ଜାତୀୟ ପତାକାର ଟେକ ରଖୁବା ନିମନ୍ତେ ତୁମର ଅଭିଳାଷ ବର୍ଣ୍ଣନା କରି ସାଙ୍ଗ ନିକଟକୁ ପତ୍ର ଲେଖ ।

ପ୍ରିୟ ମନାଷା

ତା ୧୬-୦୫-୨୦୧୯
ସରକାରୀ ବାଳିକା ବିଦ୍ୟାଳୟ, କୁଜଙ୍ଗ ।

ମୋର ଶୁଭେଚ୍ଛା ନେବୁ । ମଉସା ମାଉସୀଙ୍କୁ ମୋର ପ୍ରଣାମ ଜଣାଇଦେବୁ । ସାନଭାଇ ମିଠୁକୁ ମୋର ହୃଦୟଭରା ସ୍ନେହ ଦେବୁ । ଗତ ସପ୍ତାହରେ ମୋ ପାଖକୁ ଚିଠିଟିଏ ଲେଖିଲୁ । ସେଥ‌ିରେ ଆମ ଜୀବନର ଭବିଷ୍ୟତ ସମ୍ପର୍କରେ କେତେ କଥା ଲେଖୁଥିଲୁ । ଜୀବନର ଯଥାର୍ଥ ମୂଲ୍ୟବୋଧକୁ ବୁଝିବାକୁ ମୋତେ ମଧ୍ୟ ଅନେକ ପରାମର୍ଶ ଦେଇଥୁଲୁ । ସେହି ଚିଠି ପାଇଲା ପରେ ମୋ ମନରେ ଅସୁମାରି ଅଭିଳାଷ ଦେଖାଦେଇଛି, ଯାହାକୁ ପୂରଣ କରିବା ମୁଁ ପ୍ରାଣପ୍ରଣେ ଚେଷ୍ଟାକରିବି ଓ ଲକ୍ଷ୍ୟପଥରେ ପହଞ୍ଚି ବୋଲି ମନରେ ବିଶ୍ଵାସ ରଖୁଛି ।

ତୁ ତ ଜାଣୁ, ମୋର ଖେଳରେ ଭାରି ଆଗ୍ରହ । ପାଠପଢ଼ା ସହିତ ଖେଳାଖେଳି କରିବାକୁ ମୋତେ ଭାରି ଭଲ ଲାଗେ । ଅବଶ୍ୟ ବେଳେବେଳେ ମୁଁ ମୋର ଦୌଡ଼ ଅଭ୍ୟାସ କରିବାକୁ ଯାଇ ଅନେକ ସମୟ ପଡ଼ିଆରେ ରହିଯାଏ । ସେଥ‌ିପାଇଁ ବାପା ଓ ମା’ଙ୍କଠାରୁ ବହୁ ଗାଳି ଶୁଣେ । ତଥାପି ମୁଁ ଖେଳକୁ ଛାଡ଼ିପାରେ ନାହିଁ । ରାତି ପାହିଲାମାତ୍ରେ ମୁଁ ମୋର ନିତ୍ୟକର୍ମ ସାରି ସକାଳୁ ଘଣ୍ଟାଏ ପାଇଁ ପଡ଼ିଆକୁ ଯାଏ । ଦୌଡ଼ାଦୌଡ଼ି କରେ । ସବୁଦିନ କେତେ ବେଗରେ ଦୌଡ଼ୁଛି ତାହାର ସମୟ ନିର୍ଦ୍ଧାରିତ କରେ । ସେହି ଅଭ୍ୟାସ ପାଇଁ ପ୍ରାଥମିକ ସ୍କୁଲଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ପ୍ରତିବର୍ଷ ଦୌଡ଼ରେ ମୁଁ ପ୍ରଥମ ସ୍ଥାନ ଅଧିକାର କରି ଆସିଛି ।

ଏପରିକି ବ୍ଲକ୍ ସ୍ତରରେ ଓ ଜିଲ୍ଲାସ୍ତରରେ ମୁଁ ମଧ୍ୟ ଦୌଡ଼ରେ ପ୍ରଥମ ସ୍ଥାନ ଅଧିକାର କରିଛି । ଏବର୍ଷ ମୋର ଅଷ୍ଟମ ଶ୍ରେଣୀ । ପାଠପଢ଼ାର ଗୁରୁତ୍ଵ ଟିକିଏ କମ୍ । ଏ ବର୍ଷ ମୁଁ ଦୌଡ଼ ପାଇଁ ପ୍ରାଦେଶିକ ସ୍ତରରେ ମନୋନୀତ ହୋଇଛି ଏବଂ ସେଥ‌ିରେ ଖେଳି ମୋର ସୁନାମ ବଜାୟ ରଖିବାକୁ ଇଚ୍ଛା ପ୍ରକାଶ କରୁଛି । ମନରେ ମଧ୍ୟ ସେହିଭଳି ଅଭିଳାଷ ରଖୁଛି । ବିଶ୍ୱସ୍ତରରେ ଖେଳି ସୁନାମ ରଖିଲେ, ମୋ ଜାତିର, ଦେଶର ଓ ସର୍ବୋପରି ଆମ ଜାତୀୟ ପତାକାର ଟେକ ।

ଦୌଡ଼ରାଣୀ ପି.ଟି. ଉଷାଙ୍କଠାରୁ ଆହୁରି ଅଧ‌ିକ ପରିଶ୍ରମ କଲେ ଏବଂ ଅଧ‌ିକ ବେଗରେ ଦୌଡ଼ିଲେ ମୁଁ ନିଶ୍ଚୟ ବିଶ୍ବସ୍ତରରେ ଆମ ଦେଶର ଜାତୀୟ ପତାକାର ଟେକ ରଖୁ । ଆମ ଦେଶର ଗର୍ବ ଓ ଗୌରବର କାରଣ ହେବି । ଜାତୀୟ ପତାକା ତଳେ ମୁଁ ମଧ୍ଯ ଏହିଭଳି ଶପଥ ରଖୁଛି । ସେଥ‌ିପାଇଁ ମୁଁ ଚେଷ୍ଟା ଚାଲୁ ରଖୁଛି, ତଥାପି ଜଗତର ନାଥ ଜଗନ୍ନାଥଙ୍କର କରୁଣା ଆଶା କରୁଛି । ତାଙ୍କ କରୁଣା ହେଲେ ନିଶ୍ଚୟ ମୁଁ ସଫଳ ହେବି ଓ ମୋର ଅଭିଳାଷ ପୂରଣ ହେବ ।

॥ଇତି॥
ତେ।ର ବାନ୍ଧିବା
ମୈତ୍ରେୟା

BSE Odisha 8th Class Odia Solutions Chapter 4 ଜାତୀୟ ପତାକା 1

କବି ପରିଚୟ :

ସତ୍ୟବାଦୀ ଯୁଗର ଅନ୍ୟତମ ସାରଥ, ପଣ୍ଡିତ ଗୋଦାବରୀଶ ମିଶ୍ର ଉତ୍କଳ ସାହିତ୍ୟ କାନନର ବିଚକ୍ଷଣ ରୂପକାର ଥିଲେ । ଏହି ପୁଣ୍ୟାତ୍ମାଙ୍କ ଆବିର୍ଭାବ ଘଟିଥିଲା ଖୋର୍ଦ୍ଧା ଜିଲ୍ଲାର ବାଣପୁରରେ ୧୮୮୬ ମସିହାରେ । ତାଙ୍କ ଯାଦୁକରୀ ଲେଖନୀର କାଉଁରୀ ସ୍ପର୍ଶରେ ଲୋକକଥା, କିମ୍ବଦନ୍ତୀ, ଗାଥାମାନ କବିତାର ରୂପ ପାଇ ଜନମାନସରେ ଆଦୃତ । ଗାଥାକବି ଭାବରେ ସମ୍ମାନିତ ଗୋଦାବରୀଶ ଏକାଧାରରେ ଜଣେ କବି, ଗାଳ୍ପିକ, ପ୍ରାବନ୍ଧିକ, ନାଟ୍ୟକାର ତଥା ଔପନ୍ୟାସିକ ଭାବେ ମଧ୍ୟ ସ୍ଵୀକୃତ । ଓଡ଼ିଆ ସାହିତ୍ୟକୁ ତାଙ୍କର ଦାନ ଅନବଦ୍ୟ, ଅତୁଳନୀୟ ଓ ଅବିସ୍ମରଣୀୟ । ସତ୍ୟବାଦୀ ବନବିଦ୍ୟାଳୟରେ ସେ ଜଣେ ଯଶସ୍ୱୀ, କୃତବିଦ୍ୟ ଶିକ୍ଷକ ଥିଲେ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ସହ ମିଶି ସେ ଉତ୍ତମ ମଣିଷ ସୃଷ୍ଟି କରିବାପାଇଁ ଚେଷ୍ଟିତ ଥିଲେ ।

କବି ଓ କବିତା :

କବିଙ୍କର ଆତ୍ମଜୀବନୀ ‘ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ ନିମିତ୍ତ ସେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଛନ୍ତି । ତାଙ୍କଦ୍ୱାରା ରଚିତ କବିତା ସଂକଳନ ମଧ୍ୟରେ ‘ଆଲେଖ୍’, ‘କିଶଳୟ’, ‘ଗୀତାୟନ ଆଦି ପ୍ରଧାନ । ସେ ‘ ମୁକୁନ୍ଦଦେବ ଓ ‘ ପୁରୁଷୋତ୍ତମଦେବ ନାମରେ ଦୁଇଟି ନାଟକ; ‘୧୮୧୭’, ‘ଅଭାଗିନୀ’, ‘ଘଟାନ୍ତର’ ଆଦି ଉପନ୍ୟାସ ମଧ୍ୟ ରଚନା କରିଛନ୍ତି । ଶିଶୁ ସାହିତ୍ୟିକ ହିସାବରେ ପିଲାଙ୍କ ପାଇଁ ‘ପିଲାଙ୍କ କାହାଣୀ’, ‘ରାମାୟଣ କଥା’, ‘ ମହାଭାରତ କଥା, ‘ଦକ୍ଷିଣ ଆଫ୍ରିକା’, ‘ଗ୍ରେଟ୍‌ବ୍ରିଟେନ୍’ ଓ ‘ ମଧ୍ୟ ଆମେରିକା ପ୍ରଭୃତି ପୁସ୍ତକ ରଚନା କରିଛନ୍ତି । ଆଲୋଚ୍ୟ କବିତା ‘ ଜାତୀୟ ପତାକାରେ ଜାତୀୟ ପତାକା ପ୍ରତି ସମ୍ମାନ, ସ୍ଵଦେଶପ୍ରେମ ଓ ସୌନ୍ଦର୍ଯ୍ୟ ଚେତନା ଭାବ ପ୍ରକାଶ ପାଇଛା

BSE Odisha 8th Class Odia Solutions Chapter 4 ଜାତୀୟ ପତାକା

କବିତାର ସାରକଥା :

(୧) ଜାତୀୟ ପତାକା ଆମର ଅମୂଲ୍ୟ ସମ୍ପଦ – କବି ଗୋଦାବରୀଶ ଥିଲେ ଜାତୀୟତାବାଦୀ କବି ।
ସତ୍ୟବାଦୀର ପ୍ରେରଣାରେ ଅନୁପ୍ରାଣିତ ହୋଇ ଦେଶ ଓ ଜାତିକୁ ଉଦ୍‌ବୋଧନ ଦେଲାଭଳି କବିତା ସେ ରଚନା କରିଥିଲେ । କବିଙ୍କ ବିଚାରରେ ଜାତୀୟ ପତାକା ସାମାନ୍ୟ ନୁହେଁ ବୋଲି ଏହାକୁ ଜାତି ବୁଝିବା ଉଚିତ । ଆମର ଉଡୁଥିବା ତ୍ରିରଙ୍ଗା ପତାକାକୁ ଦେଖ୍ କବିଙ୍କ ମନରେ ଆନନ୍ଦ ଜାତ ହୋଇଛି । ସେ ଜାତିପ୍ରେମରେ ଉତ୍‌ଫୁଲ୍ଲିତ ହୋଇ ଉଠିଛନ୍ତି । ଜାତୀୟ . ପତାକା, ଯାହାକି ପବନରେ ଫରଫର ଉଡୁଛି, ସେହି ପତାକା ହେଉଛି ଜାତିର ଅମୂଲ୍ୟ ସମ୍ପଦ । ସେ କପଡ଼ା ବା କନାରେ ତିଆରି ହେଲେ ମଧ୍ୟ ତାହାର ମୂଲ୍ୟ ଖଣ୍ଡେ କପଡ଼ା ସହିତ ତୁଳନୀୟ ନୁହେଁ ।

(୨) ଜାତୀୟ ପତାକା ଆମ ପ୍ରିୟ ଧ୍ଵଜା : ଏହି ଜାତୀୟ ପତାକା ତଳେ ସବୁ ଭାରତୀୟ ରୁଣ୍ଡ ହୋଇ ଦେଶ ପାଇଁ ଓ ଜାତି ପାଇଁ ଯଥାର୍ଥ କର୍ତ୍ତବ୍ୟ କରିବାର ଶପଥ ନିଅନ୍ତି । ଏ ଦେଶର ବୀର ଯବାନମାନେ ଜାତୀୟ ସମରରେ ଆଗଭର ହୋଇ ଏହାର ମର୍ଯ୍ୟାଦା ରକ୍ଷାକରି ପ୍ରାଣଘାତକ ଲଢ଼େଇ କରନ୍ତି । ଅନେକ ସମୟରେ ଏହି ପତାକାର ମହତ୍ତ୍ବ ବଜାୟ ରଖିବାପାଇଁ ଲଢ଼ାଇରେ ଜୀବନ ଦାନ କରିବାକୁ ହୁଏ । ଏହି ଜାତୀୟ ପତାକାକୁ ଜାତିର ପ୍ରତୀକ ରୂପେ ଗ୍ରହଣ କରି ସ୍ଵାଧୀନତା ସଂଗ୍ରାମୀମାନେ ସଂଗ୍ରାମ କରିବାକୁ ଆଗେଇ ଆସିଛନ୍ତି । ଜାତିର ସ୍ଵାଭିମାନ ରକ୍ଷା ପାଇଁ ଓ ପତାକାର ସମ୍ମାନ ରକ୍ଷା କରିବାପାଇଁ ବିଦେଶୀମାନଙ୍କ ସହିତ ସଂଗ୍ରାମ କରିଛନ୍ତି । ଶେଷରେ ଆମ ଜାତିର ଜୟ ହୋଇଛି । ବିଦେଶୀ ଶାସକମାନେ ବାଧ୍ୟହୋଇ ନିଜ ଦେଶକୁ ଫେରି ଯାଇଛନ୍ତି । ଯାହାକିଛି ହୋଇଛି, ସବୁ ଏହି ଜାତୀୟ ପତାକା ପାଇଁ । ସୁତରାଂ ଏହି ଜାତୀୟ ପତାକା ହେଉଛି ସମସ୍ତଙ୍କର ଅତି ପ୍ରିୟ ।

(୩) ସେନାମାନଙ୍କର ବିଜୟର ପ୍ରତୀକ ଜାତୀୟ ପତାକା : ଆମ ଦେଶକୁ ଶତ୍ରୁ କବଳରୁ ରକ୍ଷା କରିବା ପାଇଁ ସେନାମାନେ ବିଭିନ୍ନ ଭାବରେ ଜଗିରହିଛନ୍ତି । ସେହି ସେନାମାନଙ୍କୁ ତିନିଭାଗରେ ବିଭକ୍ତ କରାଯାଇଛି । ସେମାନେ ହେଲେ ସ୍ଥଳବାହିନୀ, ଜଳବାହିନୀ ଓ ଆକାଶବାହିନୀ । ସ୍ଥଳପଥରୁ, ଜଳପଥରୁ ଓ ଆକାଶପଥରୁ ଆକ୍ରମଣ କରି, ସୈନ୍ୟମାନେ ଶତ୍ରୁସୈନ୍ୟକୁ ପରାସ୍ତ କରିଥା’ନ୍ତି । ସେମାନେ ଯୁଦ୍ଧଯାନ ନେଇ ବାହାରିଲାବେଳେ ଆମ ଜାତିର ପ୍ରତୀକ ଜାତୀୟ ପତାକାକୁ ଆଗରେ ଉଡ଼ାଇ ଉଡ଼ାଇ ଚାଲିଥା’ନ୍ତି । କବି ଭାବପ୍ରବଣ ହୋଇ କହିଛନ୍ତି ଯେ ସେହି ପତାକା ପଦାତିକ ଯାନରେ, ଜଳ ଜାହାଜରେ ଓ ବ୍ୟୋମଯାନରେ ଫରଫର ହୋଇ ଉଡ଼ି ପବନ ବାଧାକୁ କାଟି ଆଗକୁ ଆଗକୁ ଚାଲିବ ।

(୪) ଜାତୀୟ ପତାକା ଆମ ଜାତିର ଦେବତା : କବିଙ୍କ ମନରେ ପୂର୍ଣ୍ଣ ଭରସା ଓ ଆତ୍ମବିଶ୍ଵାସ ଆସିଛି କେବଳ ଜାତୀୟ ପତାକା ପାଇଁ । ଏହି ଜାତୀୟ ପତାକା ଆମର ସମ୍ମାନ ନିଶ୍ଚୟ ରକ୍ଷାକରିବ । ଏହାରି ପାଇଁ ଆମେ ସଂସାରରେ ସ୍ୱତନ୍ତ୍ର ପରିଚୟ ପାଇବା । ଏହା ନିଶ୍ଚୟ ଆମକୁ ବିଭିନ୍ନ ଦେଶ ପାଖରେ ଉନ୍ନତ କରି ପରିଚିତ କରିବ । ସୁତରାଂ ଏହି ପତାକା ଆମ ପାଇଁ ହେବ ଜାତିର ଦେବତା । ଏହାରି ପାଖରେ ଆମେ ସମସ୍ତେ ପ୍ରଣାମ କରିବା । ଏହି ପତାକା ଉନ୍ନତ ମଥା ତୋଳି ଯେତିକି ଫରଫର ହୋଇ ଉଡ଼ିବ, ଆମ ହୃଦୟ ଗର୍ବ ଓ ଆନନ୍ଦରେ ସେତିକି ନାଚିଉଠିବ ।

ସୂଚନା ଓ କଠିନ ଶବ୍ଦାର୍ଥ :

  • ସୁଏ – ସ୍ରୋତରେ ।
  • ରୁଣ୍ଡ – ଏକାଠି ।
  • ପଦାତିକ ସେନା – ସ୍ଥଳବାହିନୀର ସେନା । ଯୁଦ୍ଧ ଜାହାଜ ।
  • ସମର ପୋତ – ଯୁଦ୍ଧ ଜାହାଜା
  • ବ୍ୟୋମ -ଆକାଶ ।
  • ସମାର – ପବନ / ବାୟୁ।
  • ଧୃଜା – ପତାକା ।
  • ଟେକ – ମର୍ଯ୍ୟାଦା ।
  • ନିକର – ନିଶୃୟା
  • ବୈରଖ – ପତାକା ।
  • ଜୁହାରିବା – ପ୍ରଣାମ କରିବା ।
  • ହୃଦୟ୍ଟ ନାଚିବ – ଆନନ୍ଦିତ ହେବ ।

କେତୋଟି ନୂତନ ଶବ୍ଦ ଓ ତା’ର ଅର୍ଥ :

  • ଛେକା – ସାମାନ୍ୟ / ସାଧାରଣ
  • ପୋତ – ଜଳଜାହାଜ
  • ଜୁହାରିବା – ପ୍ରଶାମ କରିବା
  • ପଦାତିକ – ପାଦରେ ଚାଲୁଥିବା / ସ୍ଥଳଭାଗରେ ରହିଥ୍ ବା
  • ବ୍ୟୋମ – ଆକାଶ
  • ଛାର – ମୂଲ୍ୟହାନ / ସାମାନ୍ୟ

CHSE Odisha Class 12 Economics Chapter 13 Objective Questions in Odia Medium

Odisha State Board CHSE Odisha Class 12 Economics Solutions Chapter 13 କେନ୍‌ସଙ୍କ ଆୟ ନିର୍ଦ୍ଧାରଣ ତତ୍ତ୍ବ Objective Questions.

CHSE Odisha 12th Class Economics Chapter 13 Objective Questions in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

1. ସାମୂହିକ ଯୋଗାଣ ଓ ଚାହିଦା ଦର ସମାନ ଥ‌ିବା ସନ୍ତୁଳିତ ଅବସ୍ଥାରେ କ’ଣ ନିର୍ଦ୍ଧାରଣ କରିହେବ ?
(A) ଜାତୀୟ ଆୟ
(B) ହାରାହାରି ଆୟ
(C) ସୀମାନ୍ତ ଆୟ
(D) ଉପରୋକ୍ତ ସମସ୍ତ
Answer:
(A) ଜାତୀୟ ଆୟ

2. ନିମ୍ନୋକ୍ତ କେଉଁଟି ସାମୂହିକ ଚାହିଦାର ଉପାଦନ ନୁହେଁ ?
(A) ଉପଭୋଗ
(B) ନିବେଶ
(C) ସଞ୍ଚୟ
(D) ଉପରୋକ୍ତ ସମସ୍ତ
Answer:
(C) ସଞ୍ଚୟ

3. ସାମୂହିକ ଚାହିଦା ଦର ସାମୂହିକ ଯୋଗାଣ ଦରଠାରୁ ଅଧ‌ିକ ହେଲେ ଜାତୀୟ ଆୟ ସ୍ତର :
(A) ବୃଦ୍ଧି ହୁଏ
(B) ଅପରିବର୍ତ୍ତିତ ରହେ
(C) ହ୍ରାସ ହୁଏ
(D) ନିର୍ଦ୍ଧାରଣ ସମ୍ଭବ ନୁହେଁ
Answer:
(A) ବୃଦ୍ଧି ହୁଏ

4. ନିମ୍ନୋକ୍ତ କେଉଁଟି ସାମୂହିକ ଯୋଗାଣର ଉପାଦାନ ନୁହେଁ ?
(A) ଉପଭୋଗ
(B) ନିବେଶ
(C) ସଞ୍ଚୟ
(D) ଉପରୋକ୍ତ ସମସ୍ତ
Answer:
(B) ନିବେଶ

5. ସାମୂହିକ ଚାହିଦା ସାମୂହିକ ଯୋଗାଣଠାରୁ କମ୍ ହେଲେ ଜାତୀୟ ଆୟ ସ୍ତର :
(A) ବୃଦ୍ଧି ହୁଏ
(B) ଅପରିବର୍ତ୍ତିତ ରହେ
(C) ହ୍ରାସ ହୁଏ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(C) ହ୍ରାସ ହୁଏ

CHSE Odisha Class 12 Economics Chapter 13 Objective Questions in Odia Medium

6. ନିମ୍ନୋକ୍ତ କେଉଁଟି ଆୟ ନିର୍ଦ୍ଧାରଣ ତତ୍ତ୍ଵର ସର୍ଭେ ନୁହେଁ ?
(A) ଦୁଇ କ୍ଷେତ୍ର ବିଶିଷ୍ଟ ଅର୍ଥବ୍ୟବସ୍ଥା
(B) ସ୍ଵୟଂକ୍ରିୟ ନିବେଶ
(C) ସ୍ଥିର ନିୟୋଜନ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(C) ସ୍ଥିର ନିୟୋଜନ

7. ସାମୂହିକ ଚାହିଦା ରେଖା :
(A) ନିମ୍ନଗାମୀ ହୋଇଥାଏ
(B) ଊର୍ଦ୍ଧ୍ୱଗାମୀ ହୋଇଥାଏ
(C) ଉଲ୍ଲମ୍ବ ହୋଇଥାଏ
(D) ଆନୁଭୂମିକ ହୋଇଥାଏ
Answer:
(B) ଊର୍ଦ୍ଧ୍ୱଗାମୀ ହୋଇଥାଏ

8. ‘ନିୟୋଜନ, ସୁଧ ଓ ମୁଦ୍ରାର ଏକ ସାଧାରଣ ତତ୍ତ୍ବ’ ପୁସ୍ତକର ରଚୟତା ହେଉଛନ୍ତି :
(A) ମାର୍ଶାଲ୍
(B) ରିକାର୍ଡୋ
(C) ଡ଼ାମ ସ୍ମିଥ୍
(D) ଜେ.ଏମ୍.କେସ୍
Answer:
(D) ଜେ.ଏମ୍.କେସ୍

9. ‘ନିୟୋଜନ, ସୁଧ ଓ ମୁଦ୍ରାର ଏକ ସାଧାରଣ ତତ୍ତ୍ବ’ ପୁସ୍ତକ କେଉଁ ମସିହାରେ ପ୍ରକାଶିତ ହେଲା ?
(A) 1930
(B) 1936
(C) 1934
(D) 1945
Answer:
(B) 1936

10. ଆୟ ବୃଦ୍ଧି ହେଲେ ଉପଭୋଗ :
(A) ହ୍ରାସ ପାଇଥାଏ
(B) ସ୍ଥିର ରହିଥାଏ
(C) ବୃଦ୍ଧି ହୋଇଥାଏ
(D) ଉପରୋକ୍ତ କୌଣସିଟି ନୁହେଁ,
Answer:
(C) ବୃଦ୍ଧି ହୋଇଥାଏ

11. ସନ୍ତୁଳନ ଆୟ ସ୍ତରରେ :
(A) ନିବେଶ ସଞ୍ଚୟଠାରୁ ଅଧ‌ିକ ହୋଇଥାଏ
(B) ସଞ୍ଚୟ ନିବେଶଠାରୁ ଅଧ‌ିକ ହୋଇଥାଏ
(C) ସଞ୍ଚୟ ସହ ନିବେଶ ସମାନ ହୋଇଥାଏ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(C) ସଞ୍ଚୟ ସହ ନିବେଶ ସମାନ ହୋଇଥାଏ

12. ସୀମାନ୍ତ ଉପଭୋଗ ପ୍ରବୃତ୍ତି ଆୟର ବିଭିନ୍ନ ସ୍ତରରେ :
(A) ସର୍ବଦା ଏକରୁ ଅଧ‌ିକ ହୋଇଥାଏ
(B) ସର୍ବଦା ଏକ ହୋଇଥାଏ
(C) ସର୍ବଦା ଏକରୁ କମ୍ ହୋଇଥାଏ’
(D) ଶୂନ୍ୟ ହୋଇଥାଏ
Answer:
(C) ସର୍ବଦା ଏକରୁ କମ୍ ହୋଇଥାଏ’

13. ଉତ୍ପାଦକମାନଙ୍କ ବାର୍ଷିକ ଆୟ କ’ଣ ସୂଚିତ କରେ ?
(A) ସାମୂହିକ ଚାହିଦା
(B) ସାମୂହିକ ଯୋଗାଣ
(C) ନିଟ୍ ରପ୍ତାନି
(D) ସଞ୍ଚୟ
Answer:
(B) ସାମୂହିକ ଯୋଗାଣ

14. ଏକ ନିର୍ଦ୍ଦିଷ୍ଟ ବର୍ଷରେ, ଦ୍ରବ୍ୟ ପ୍ରତି ମୋଟ ବ୍ୟୟ ପରିମାଣ କ’ଣ ସୂଚିତ କରେ ?
(A) ସାମୂହିକ ଚାହିଦା
(B) ସାମୂହିକ ଯୋଗାଣ
(C) ସରକାରୀ ଚାହିଦା
(D) ନିଟ୍ ରପ୍ତାନି
Answer:
(A) ସାମୂହିକ ଚାହିଦା

15. ମୋଟ ରପ୍ତାନି ପରିମାଣରୁ ମୋଟ ଆମଦାନିକୁ ଅନ୍ତର କଲେ କ’ଣ ମିଳେ ?
(A) ନିଟ୍ ଆମଦାନି
(B) ନିଟ୍ ସଞ୍ଚୟ
(C) ନିଟ୍ ରପ୍ତାନି
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(C) ନିଟ୍ ରପ୍ତାନି

16. ଚାହିଦା ଯେଉଁ ପରିମାଣରେ ପୂର୍ଣ ନିୟୋଜନ ସ୍ଥିତିଠାରୁ କମ୍, ତାହାକୁ କ’ଣ କୁହାଯାଏ ?
(A) ନିଅଣ୍ଟିଆ ଚାହିଦା
(B) ବଳକା ଚାହିଦା
(C) ସାମୂହିକ ଚାହିଦା
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ନିଅଣ୍ଟିଆ ଚାହିଦା

CHSE Odisha Class 12 Economics Chapter 13 Objective Questions in Odia Medium

17. ଯେଉଁ ଚାହିଦା ସ୍ତ୍ରୀତିଗତ ପ୍ରଭାବ ସୂଚିତ କରେ, ତାହା :
(A) ନିଅଣ୍ଟିଆ
(B) ସାମୂହିକ
(C) ବଳକା
(D) ଉପରୋକ୍ତ ସମସ୍ତ
Answer:
(C) ବଳକା

18. ସରକାରୀ ବ୍ୟୟ ପରିମାଣକୁ କିପରି ପ୍ରଭାବିତ କରି ନିଅଣ୍ଟିଆ ଚାହିଦାର ମୁକାବିଲା କରାଯାଏ ?
(A) ହ୍ରାସ ଘଟାଇ
(B) ଅପରିବର୍ତିତ ରଖୁ
(C) ବୃଦ୍ଧି ଘଟାଇ
(D) ଉପରୋକ୍ତ ସମସ୍ତ
Answer:
(C) ବୃଦ୍ଧି ଘଟାଇ

19. ସୁଧହାର ବୃଦ୍ଧି ଫଳରେ ବଳକା ଚାହିଦା କିପରି ପ୍ରଭାବିତ ହୁଏ ?
(A) ହ୍ରାସ ପାଏ
(B) ବୃଦ୍ଧି ପାଏ
(C) ଅପରିବର୍ତ୍ତିତ ରହେ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ହ୍ରାସ ପାଏ

20. ନୂତନ ପୁଞ୍ଜି ଗଠନ ନିମିତ୍ତ ଯେଉଁ ବ୍ୟୟ କରାଯାଏ, ତାହାକୁ କ’ଣ କୁହାଯାଏ ?
(A) ସଞ୍ଚୟ
(B) ଉପଭୋଗ
(C) ନିବେଶ
(D) ଉପରୋକ୍ତ ସମସ୍ତ
Answer:
(C) ନିବେଶ

21. ଉଭୟ ହାରାହାରି ସଞ୍ଚୟ ପ୍ରବୃତ୍ତି ଏବଂ ହାରାହାରି ଉପଭୋଗ ପ୍ରବୃତ୍ତି ପରସ୍ପର ଅନୁପୂରକ ଏବଂ ଉଭୟର ସମଷ୍ଟି ଯାହା ହୋଇଥାଏ :
(A) ଶୂନ୍ଯ
(B) ୧
(C) ୧ରୁ ଅଧ୍ଵ
(D) ୧ରୁ କମ୍
Answer:
(B) ୧

22. ପାରିବାରିକ ଆୟରୁ ପ୍ରତ୍ୟକ୍ଷ କର ବାଦେଲେ ଅବଶିକ୍ଷାଂଶକୁ କ’ଣ କୁହାଯାଏ ?
(A) ସଞ୍ଚୟ
(B) ଉପଭୋଗ
(C) ଆୟ
(D) ପ୍ରଯୁଜ୍ୟ ଆୟ
Answer:
(D) ପ୍ରଯୁଜ୍ୟ ଆୟ

23. ଆୟ ଏବଂ ଉପଭୋଗ ବ୍ୟୟ ମଧ୍ୟରେ ଥ‌ିବା ସମ୍ବନ୍ଧକୁ କ’ଣ କୁହାଯାଏ ?
(A) ହାରାହାରି ଉପଭୋଗ ପ୍ରବୃତ୍ତି
(B) ହାରାହାରି ସଞ୍ଚୟ ପ୍ରବୃତ୍ତି
(C) ପ୍ରାନ୍ତୀୟ ଉପଭୋଗ ପ୍ରବୃତ୍ତି
(D) ଉପଭୋଗ ପ୍ରବୃତ୍ତି
Answer:
(D) ଉପଭୋଗ ପ୍ରବୃତ୍ତି

24. ଆୟ ଓ ନିଯୁକ୍ତିର ଯେଉଁ ସ୍ତରରେ ଉଭୟ ପରସ୍ପର ସହିତ ସମାନ ହୁଅନ୍ତି, ତାହାକୁ କେଉଁ ସନ୍ତୁଳିତ ସ୍ତର ବୋଲି କୁହାଯାଏ :
(A) ଆୟ ଓ ନିୟୋଜନ
(B) ସାମୂହିକ ଯୋଗାଣ
(C) ସାମୂହିକ ଚାହିଦା
(D) ଉପରୋକ୍ତ ସମସ୍ତ
Answer:
(A) ଆୟ ଓ ନିୟୋଜନ

25. ନିମ୍ନୋକ୍ତ କେଉଁଟି ସାମୂହିକ ଚାହିଦାର ଉପାଦାନ ?
(A) ପାରିବାରିକ ଉପଭୋଗ ଚାହିଦା
(B) ଘରୋଇ ନିବେଶ ଚାହିଦା
(C) ଦ୍ରବ୍ୟ ଓ ସେବା ପାଇଁ ସରକାରଙ୍କର ଚାହିଦା ଓ ନିଟ୍ ରପ୍ତାନି ଚାହିଦା
(D) ଉପରୋକ୍ତ ସମସ୍ତ
Answer:
(D) ଉପରୋକ୍ତ ସମସ୍ତ

26. ନିମ୍ନୋକ୍ତ କେଉଁଟି ନିବେଶ ଚାହିଦାର ଉପାଦାନ ?
(A) ସୁଧ ହାର
(C) ମୋଟ ନିଯୁକ୍ତି
(B) ପୁଞ୍ଜିର ଉତ୍ପନ୍ନ ଶକ୍ତି
(D) ଡଭୟ (A) ଓ (B)
Answer:
(D) ଡଭୟ (A) ଓ (B)

27. ସାମୂହିକ ଚାହିଦା ଦର ସାମୂହିକ ଯୋଗାଣ ଦରଠାରୁ ଅଧିକ ହେଲେ ଜାତୀୟ ଆୟ ସ୍ତର :
(A) ହ୍ରାସ ପାଏ
(B) ବୃଦ୍ଧି ପାଏ
(C) ସ୍ଥିର ରହେ
(D) ନିର୍ଦ୍ଧାରଣ ସମ୍ଭବ ନୁହେଁ
Answer:
(B) ବୃଦ୍ଧି ପାଏ

28. ମୋଟ ରପ୍ତାନି ପରିମାଣକୁ ମୋଟ ଆମଦାନିରୁ ଅନ୍ତର କଲେ କ’ଣ ମିଳେ ?
(A) ନିଟ୍ ରପ୍ତାନି
(B) ନିଟ୍ ଉତ୍ପାଦ
(C) ନିଟ୍ ଆମଦାନି
(D) ନିଟ ସଂଚୟ
Answer:
(A) ନିଟ୍ ରପ୍ତାନି

29. ଏକ ନିର୍ଦ୍ଦିଷ୍ଟ ବର୍ଷରେ, ଦ୍ରବ୍ୟ ପ୍ରତି ମୋଟ ବ୍ୟୟ ପରିମାଣ କ’ଣ ସୂଚିତ କରେ :
(A) ସାମୂହିକ ଚାହିଦା
(B) ସାମୂହିକ ଯୋଗାଣ
(C) ସରକାରୀ ଚାହିଦା
(D) ସରକାରୀ ଯୋଗାଣ
Answer:
(A) ସାମୂହିକ ଚାହିଦା

30. ନୂତନ ପୁଞ୍ଜି ଗଠନ ନିମିତ୍ତ ଯେଉଁ ବ୍ୟୟ କରାଯାଏ, ତାହାକୁ କ’ଣ କୁହାଯାଏ ?
(A) ସଂଚୟ
(B) ଉପଯୋଗ
(C) ନିବେଶ
(D) ଉପରୋକ୍ତ ସମସ୍ତ
Answer:
(C) ନିବେଶ

CHSE Odisha Class 12 Economics Chapter 13 Objective Questions in Odia Medium

(B) ଶୂନ୍ୟସ୍ଥାନ ପୂରଣ କର ।

1. କେନ୍‌ସ୍‌ଙ୍କ ଆୟ ନିର୍ଦ୍ଧାରଣ ତତ୍ତ୍ବ ____________ କାଳନୀ ତତ୍ତ୍ବ ।
Answer:
ସ୍ଵଳ୍ପ

2. ସାମୂହିକ ଯୋଗାଣ ଦର ____________ ଓ ____________ ର ସମଷ୍ଟି ।
Answer:
ଉପଭୋଗ, ସଞ୍ଚୟ

3. ____________ ଉପଭୋଗ ଆୟଦ୍ଵାରା ପ୍ରଭାବିତ ହୋଇନଥାଏ ।
Answer:
ସ୍ୱାୟତ୍ତ

4. ଗୋଟିଏ ଅର୍ଥବ୍ୟବସ୍ଥାରେ ଏକ ବର୍ଷ ମଧ୍ୟରେ ନିର୍ଘଣ୍ଟ ପରିମାଣର ନିଯୁକ୍ତି ଯୋଗୁଁ ଯେଉଁ ଅର୍ଥ ମିଳେ, ଯାହାକୁ କ୍ରେତାଗଣ ବିଭିନ୍ନ ପ୍ରକାରର ଦ୍ରବ୍ୟ ଓ ସେବା କ୍ରୟ କରନ୍ତି, ____________ କୁହାଯାଏ ।
Answer:
ସାମୂହିକ ଚାହିଦା

5. ପ୍ରତ୍ୟେକ ପରିବାରର ମୌଳିକ ଆବଶ୍ୟକତା, ଆରାମ ଓ ବିଳାସମୂଳକ ଦ୍ରବ୍ୟ ଓ ସେବାଗୁଡ଼ିକର ମୂଲ୍ୟକୁ ____________ ଚାହିଦା କୁହାଯାଏ ।
Answer:
ପାରିବାରିକ ଉପଭୋଗ

6. ପାରିବାରିକ ଆୟରୁ ପ୍ରତ୍ୟକ୍ଷ କର ବାଦଦେଲେ ଅବଶିଷ୍ଟାଶକୁ ପାରିବାରିକ ____________ ଆୟ କୁହାଯାଏ ।
Answer:
ପ୍ରଯୁଜ୍ୟ

7. ଉପଭୋଗ ବ୍ୟୟ ଏବଂ ଆୟ ସମଦିଗରେ ଗତି କରୁଥିଲେ ମଧ୍ୟ ଆୟର ବୃଦ୍ଧିହାର ତୁଳନାରେ ଉପଯୋଗ ବ୍ୟୟର ବୃଦ୍ଧି ହାର ____________ ହୋଇଥାଏ ।
Answer:
ସ୍ୱଳ୍ପତର

8. ଅନ୍ୟାନ୍ୟ ସମସ୍ତ ଉପାଦାନ ଅପରିବର୍ତ୍ତିତ ଥାଇ ଜାତୀୟ ଆୟ ବୃଦ୍ଧି ସହିତ ସାମୂହିକ ଉପଭୋଗ ଚାହିଦା ବୃଦ୍ଧି ପାଏ, କିନ୍ତୁ ଏହି ବୃଦ୍ଧି ଜାତୀୟ ଆୟ ବୃଦ୍ଧିଠାରୁ କମ୍, ଏହାକୁ କେନ୍ସ ____________ ପ୍ରବୃତ୍ତି ଭାବେ ବର୍ଣ୍ଣନା କରିଛନ୍ତି ।
Answer:
ଉପଭୋଗ

9. ____________ ଉପଭୋଗ ପ୍ରବୃତ୍ତି ଆୟର ପ୍ରତ୍ୟେକ ସ୍ତରରେ ସମାନ ରହିଥାଏ ।
Answer:
ପ୍ରାନ୍ତୀୟ

10. ଉପଭୋଗ ବ୍ୟୟ ଓ ଆୟର ଅନୁପାତକୁ ____________ ଉପଭୋଗ ପ୍ରବୃତ୍ତି କୁହାଯାଏ ।
Answer:
ହାରାହାରି

11. ପରିବର୍ତ୍ତିତ ଉପଭୋଗ ବ୍ୟୟ ଏବଂ ପରିବର୍ତ୍ତିତ ଆୟର ଅନୁପାତକୁ ସଞ୍ଚୟ ଏବଂ ଆୟର ଅନୁପାତକୁ ____________ ଉପଭୋଗ ପ୍ରବୃତ୍ତି କୁହାଯାଏ ।
Answer:
ପ୍ରାନ୍ତୀୟ

12. ସଞ୍ଚୟ ଏବଂ ଆୟର ଅନୁପାତକୁ ____________ ପ୍ରବୃତ୍ତି କୁହାଯାଏ ।
Answer:
ସଞ୍ଚୟ

13. ଉଭୟ ହାରାହାରି ସଞ୍ଚୟ ପ୍ରବୃତ୍ତି ଏବଂ ହାରାହାରି ଉପଭୋଗ ପ୍ରବୃତ୍ତି ପରସ୍ପରର ଅନୁପୂରକ ଏବଂ ଉଭୟର ସମଷ୍ଟି ____________ ହୋଇଥାଏ ।
Answer:
୧ (ଏକ)

14. ସାମୂହିକ ଚାହିଦା ଦର ସାମୂହିକ ଉପଭୋଗ ଚାହିଦା ଓ ସାମୂହିକ ନିବେଶ ଚାହିଦାର ____________ ।
Answer:
ସମଷ୍ଟି

15. ନିବେଶ ଚାହିଦା ଦୁଇଟି ଉପାଦାନ ଉପରେ ନିର୍ଭର କରେ; ଯଥା – ସୁଧ ହାର ଓ ପୁଞ୍ଜିର ____________ ଶକ୍ତି ।
Answer:
ଉତ୍ପନ୍ନ

16. କୌଣସି ପୁଞ୍ଜି ଦ୍ରବ୍ୟର ପ୍ରତ୍ୟାଶିତ ଉତ୍ପନ୍ନ ବା ଆଶା କରାଯାଉଥିବା ପ୍ରତ୍ୟାଗମ ବା ଲାଭକୁ ____________ ଶକ୍ତି ବୋଲି କୁହାଯାଏ ।
Answer:
ଉତ୍ପନ୍ନ

17. ଯଦି ନିବେଶର ବିକଳ୍ପ ପରିବ୍ୟୟ (ସୁଧହାର) ପୁଞ୍ଜିର ଉତ୍ପନ୍ନ ଶକ୍ତିଠାରୁ କମ୍ ହୁଏ, ତେବେ ନିବେଶ ____________ ହୋଇଥାଏ ।
Answer:
ଲାଭଦାୟକ

18. ଯଦି ନିବେଶର ବିକଳ୍ପ ପରିବ୍ୟୟ (ସୁଧହାର) ପୁଞ୍ଜିର ____________ ଶକ୍ତିଠାରୁ ଅଧିକ ହୁଏ, ତେବେ ନିବେଶ ଲାଭଦାୟକ ହୁଏ ନାହିଁ ।
Answer:
ଉତ୍ପନ୍ନ

19. ____________ ଙ୍କୁ ଦ୍ରବ୍ୟ ଓ ସେବାର ଏକ ପ୍ରଧାନ କ୍ରେତା ହିସାବରେ ଅଭିହିତ କରାଯାଏ ।
Answer:
ସରକାର

20. ଗୋଟିଏ ଦେଶର ରପ୍ତାନି ଆୟରୁ ଆମଦାନି ବ୍ୟୟ ବାଦ୍ ଦେଲେ ଯେଉଁ ଅବଶିଷ୍ଟ୍ୟଶ ରହେ, ତାହାକୁ ଦେଶର, ____________ ଆୟ କୁହାଯାଏ ।
Answer:
ନିଟ୍ ରପ୍ତାନି

21. ଆୟ ଓ ନିଯୁକ୍ତି ସ୍ତର ସହିତ ସାମୁହିକ ଚାହିଦାର ପ୍ରତ୍ୟକ୍ଷ ସମ୍ପର୍କ ରହିଥ‌ିବା ହେତୁ ସାମୂହିକ ଚାହିଦାରେଖା ଦାମରୁ ଡାହାଣକୁ ____________ ହୋଇଥାଏ ।
Answer:
ଊର୍ଦ୍ଧ୍ୱଗାମୀ

22. ଏକ ନିର୍ଦ୍ଦିଷ୍ଟ ନିଯୁକ୍ତି ସ୍ତରରେ ଉତ୍ପାଦିତ ଦ୍ରବ୍ୟ ଓ ସେବାର ଉତ୍ପାଦନରେ ନିଯୁକ୍ତ ବିଭିନ୍ନ ଉପାଦାନ ଯେଉଁ ଆୟ-ଅଧୂଶେଷ, ମଜୁରୀ, ସୁଧ ଓ ଲାଭ-ଉପାର୍ଜନ କରନ୍ତି, ତାହାକୁ ସାମୂହିକ ____________ କୁହାଯାଏ ।
Answer:
ଯୋଗାଣ

CHSE Odisha Class 12 Economics Chapter 13 Objective Questions in Odia Medium

23. ମାନ୍ଦାବସ୍ଥା ମଧ୍ୟଦେଇ ଗତି କରୁଥିବା ଅର୍ଥବ୍ୟବସ୍ଥାରେ ଉତ୍ପାଦନ, ନିଯୁକ୍ତି ଓ ____________ ହ୍ରାସ ପାଇ ଅର୍ଥବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିପକାଏ ।
Answer:
ଆୟସ୍ତର

24. ଯେଉଁଠି ସାମୂହିକ ଯୋଗାଣ ତୁଳନାରେ ସାମୂହିକ ଚାହିଦା ସ୍ବଳ୍ପତର ହୋଇଥାଏ ସେହି ସନ୍ତୁଳନକୁ ____________ ସନ୍ତୁଳନ ବୋଲି କୁହାଯାଏ ।
Answer:
ଅବିନିୟୋଗ ସନ୍ତୁଳନ

C. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ୍ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

1. କେନ୍‌ସ୍‌ଙ୍କ ତତ୍ତ୍ବ ଏକ ଦୀର୍ଘକାଳୀନ ତତ୍ତ୍ବ ।
Answer:
ଭୁଲ୍ ।
ଠିକ୍ – କେନ୍‌ସ୍‌ଙ୍କ ତତ୍ତ୍ଵ ଏକ ସ୍ବଳ୍ପକାଳୀନ ତତ୍ତ୍ବ ।

2. ଉପଭୋଗ ଚାହିଦା ଦରଦ୍ଵାରା ପ୍ରଭାବିତ ହୁଏ ।
Answer:
ଭୁଲ୍ ।
ଠିକ୍ – ଉପଭୋଗ ଚାହିଦା ଆୟ ଦ୍ବାରା ପ୍ରଭାବିତ ହୁଏ ।

3. ସୀମାନ୍ତ ଉପଭୋଗ ପ୍ରବୃତ୍ତି ଆୟ ସହିତ ପରିବର୍ତ୍ତନ ହୋଇଥାଏ ।
Answer:
ଭୁଲ୍ ।
ଠିକ୍ – ସୀମାନ୍ତ ଉପଭୋଗ ପ୍ରବୃତ୍ତି ଆୟର ପ୍ରତ୍ୟେକ ସ୍ତରରେ ସମାନ ରହିଥାଏ ।

4. ଆୟର ବୃଦ୍ଧି ସହିତ ସାମୁହିକ ନିବେଶ ଚାହିଦା ବୃଦ୍ଧି ପାଏ ।
Answer:
ଭୁଲ୍ ।
ଠିକ୍ – ଆୟର ବୃଦ୍ଧି ସହିତ ସାମୂହିକ ନିବେଶ ଚାହିଦା ଅପରିବର୍ତ୍ତିତ ରହେ ।

5. ସାମୂହିକ ଚାହିଦା ରେଖା ‘Y’ ଅକ୍ଷରୁ ବାହାରେ ।
Answer:
ଠିକ୍ ।

6. ଆୟରେଖା ଉର୍ଦ୍ଧ୍ୱଗାମୀ ।
Answer:
ଭୁଲ୍ ।
ଠିକ୍ – ଆୟରେଖା ଉର୍ଦ୍ଧ୍ୱଗାମୀ ।

7. ସାମୂହିକ ଯୋଗାଣ ସାମୂହିକ ଚାହିଦାଠାରୁ କମ୍ ହେଲେ ଆୟ ସ୍ତର ବୃଦ୍ଧି ପାଏ ।
Answer:
ଠିକ୍ ।

8. ଆୟର ବୃଦ୍ଧି ଘଟିଲେ ସାମୂହିକ ଚାହିଦା ହ୍ରାସ ପାଏ ।
Answer:
ଭୁଲ୍ ।
ଠିକ୍ ଆୟର ବୃଦ୍ଧି ଘଟିଲେ ସାମୂହିକ ଚାହିଦା ବୃଦ୍ଧି ପାଏ ।

9. ଉପଭୋଗ ବ୍ୟୟ ଓ ଆୟ ମଧ୍ଯରେ ଥ‌ିବା ସମ୍ପର୍କକୁ ଉପଭୋଗ କୃତ୍ୟ କୁହାଯାଏ
Answer:
ଠିକ୍ ।

10. ଆୟ ବୃଦ୍ଧି ହେଲେ ଉପଭୋଗ ସମାନୁପାତିକ ହାରରେ ବୃଦ୍ଧି ପାଏ ।
Answer:
ଭୁଲ୍ ।
ଠିକ୍ – ଆୟ ବୃଦ୍ଧି ହେଲେ ଉପଭୋଗ ଅସମାନୁପାତିକ ହାରରେ ବୃଦ୍ଧି ପାଏ ।

11. ଫଳପ୍ରଦ ଚାହିଦାର ଉପଭୋଗଜନିତ ଚାହିଦା ଏକମାତ୍ର ଉପାଂଶ ।
Answer:
ଭୁଲ୍ ।
ଠିକ୍ – ଫଳପ୍ରଦ ଚାହିଦାର ଉପଭୋଗ ଚାହିଦା ଓ ବିନିଯୋଗ ଚାହିଦା ଆଦି ଦୁଇଟି ଉପାଂଶ ରହିଛି ।

12. ସନ୍ତୁଳନ ଅବସ୍ଥାରେ ସଞ୍ଚୟ ବିନିଯୋଗଠାରୁ ଅଧିକ ହୁଏ ।
Answer:
ଭୁଲ୍ ।
ଠିକ୍ – ସନ୍ତୁଳନ ଅବସ୍ଥାରେ ବିନିଯୋଗ ଓ ସଞ୍ଚୟ ପରସ୍ପର ସମାନ ହୁଅନ୍ତି ।

13. ଆୟର ସ୍ତର ଶୂନ୍ୟ ହେଲେ ଉପଭୋଗ ଶୂନ୍ୟ ହୋଇଥାଏ ।
Answer:
ଭୁଲ୍ ।
ଠିକ୍ – ଆୟର ସ୍ତର ଶୂନ୍ୟ ହେଲେ ଉପଭୋଗ ଧନାତ୍ମକ ହୋଇଥାଏ ।

14. ସ୍ତ୍ରୀତି ବ୍ୟବଧାନ ନିଅଣ୍ଟିଆ ଚାହିଦା ପରିସ୍ଥିତିରୁ ସୃଷ୍ଟି ହୁଏ ।
Answer:
ଭୁଲ୍ ।
ଠିକ୍ – ସ୍ତ୍ରୀତି ବ୍ୟବଧାନ ଅତ୍ୟଧ୍ଵକ ଚାହିଦା ପରିସ୍ଥିତିରୁ ସୃଷ୍ଟି ହୁଏ ।

15. ନିଅଣ୍ଟିଆ ଚାହିଦା ଦର ବୃଦ୍ଧି ଘଟାଏ ।
Answer:
ଭୁଲ୍ ।
ଠିକ୍ – ନିଅଣ୍ଟିଆ ଚାହିଦା ଦର ହ୍ରାସ ଘଟାଏ ।

16. ସାମୂହିକ ଯୋଗାଣ ଫଳନ ଆୟର ହ୍ରାସମାନ ଫଳନ ଅଟେ ।
Answer:
ଭୁଲ୍ ।
ଠିକ୍ – ସାମୂହିକ ଯୋଗାଣ ଫଳନ ଆୟର ବଦ୍ଧିଷ୍ଣୁ ଫଳନ ଅଟେ ।

17. ଆୟ ଓ ଉପଭୋଗ ମଧ୍ୟରେ ବିପରୀତମୁଖୀ ସମ୍ପର୍କ ରହିଛି ।
Answer:
ଭୁଲ୍ ।
ଠିକ୍ – ଆୟ ଓ ଉପଭୋଗ ମଧ୍ୟରେ ପ୍ରତ୍ୟକ୍ଷ ସମ୍ପର୍କ ରହିଛି ।

CHSE Odisha Class 12 Economics Chapter 13 Objective Questions in Odia Medium

18. ଅର୍ଥବ୍ୟବସ୍ଥାରେ ନିଅଣ୍ଟିଆ ଚାହିଦା ପୂର୍ଣ୍ଣ ନିୟୋଗ ସନ୍ତୁଳନ ପରେ ସୃଷ୍ଟି ହୋଇଥାଏ
Answer:
ଭୁଲ୍ ।
ଠିକ୍ – ଅର୍ଥବ୍ୟବସ୍ଥାରେ ବଳକା ଚାହିଦା ପୂର୍ଣ ନିୟୋଗ ସନ୍ତୁଳନ ପରେ ସୃଷ୍ଟି ହୋଇଥାଏ ।

19. ବଳକା ଚାହିଦା ଅର୍ଥବ୍ୟବସ୍ଥାର ପୂର୍ଣ୍ଣ ନିୟୋଗ ସନ୍ତୁଳନ ପୂର୍ବରୁ ସୃଷ୍ଟି ହୋଇଥାଏ
Answer:
ଭୁଲ୍ ।
ଠିକ୍ – ନିଅଣ୍ଟିଆ ଚାହିଦା ଅର୍ଥବ୍ୟବସ୍ଥାର ପୂର୍ଣ୍ଣ ନିୟୋଗ ସନ୍ତୁଳନ ପୂର୍ବରୁ ସୃଷ୍ଟି ହୋଇଥାଏ ।

20. ନିଅଣ୍ଟିଆ ଚାହିଦା ସମୟରେ ସରକାରୀ ବ୍ୟୟ ହ୍ରାସ କରାଯିବା ଉଚିତ ।
Answer:
ଭୁଲ୍ ।
ଠିକ୍ – ନିଅଣ୍ଟିଆ ଚାହିଦା ସମୟରେ ସରକାରୀ ବ୍ୟୟ ବୃଦ୍ଧି କରାଯିବା ଉଚିତ ।

D. ଭ୍ରମ ସଂଶୋଧନ କର ।

1. ସ୍ୱାୟତ୍ତ ଉପଭୋଗ କ’ଣ ?
Answer:
ଜାତୀୟ ଆୟ ଶୂନ୍ୟ ଥିଲେ ମଧ୍ୟ ବଞ୍ଚିବା ପାଇଁ କେଉଁ ସର୍ବନିମ୍ନ ଉପଭୋଗ ବ୍ୟୟ କରିବାକୁ ହୋଇଥାଏ, ତାହା ହେଉଛି ସ୍ଵାୟତ୍ତ ଉପଭୋଗ ।

2. ସାମୂହିକ ଚାହିଦା ଦର କାହାକୁ କୁହାଯାଏ ?
Answer:
ଏକ ଅର୍ଥବ୍ୟବସ୍ଥାରେ ସମସ୍ତ ଉଦ୍ୟୋକ୍ତାଙ୍କ ପ୍ରତ୍ୟାଶିତ ଆୟର ସମଷ୍ଟିକୁ ସାମୂହିକ ଚାହିଦା ଦର କୁହାଯାଏ ।

3. ସୀମାନ୍ତ ଉପଭୋଗ ପ୍ରବୃତ୍ତି କ’ଣ ?
Answer:
ପରିବର୍ତ୍ତିତ ଉପଭୋଗ ବ୍ୟୟ ଏବଂ ପରିବର୍ତ୍ତିତ ଆୟର ଅନୁପାତକୁ ସୀମାନ୍ତ ଉପଭୋଗ ପ୍ରବୃତ୍ତି କୁହାଯାଏ ।

4. ସାମୂହିକ ଚାହିଦା ରେଖା କାହିଁକି ‘Y” ଅକ୍ଷରୁ ବାହାରେ ?
Answer:
ସାମୂହିକ ଚାହିଦା ରେଖା ‘Y’ ଅକ୍ଷରୁ ବାହାରେ କାରଣ ଏହା ସ୍ପଷ୍ଟ କରେ ଯେ ଆୟ ଶୂନ୍ୟ ଥିଲେ ମଧ୍ୟ ବଞ୍ଚିବା ପାଇଁ କିଛି ସର୍ବନିମ୍ନ ଉପଭୋଗ ବ୍ୟୟ କରିବାକୁ ହୋଇଥାଏ ।

5. ସାମୂହିକ ଚାହିଦା ଦର କେଉଁ ଦୁଇଟି ଉପାଦାନର ସମଷ୍ଟି ?
Answer:
ସାମୂହିକ ଚାହିଦା ଦର ସାମୂହିକ ଉପଭୋଗ ଚାହିଦା ଓ ସାମୂହିକ ନିବେଶ ଚାହିଦାର ସମଷ୍ଟି ।

6. ସ୍ୱାୟତ୍ତ ନିବେଶ କାହାକୁ କହନ୍ତି ?
Answer:
ନିବେଶ ଚାହିଦା ଜାତୀୟ ଆୟଦ୍ବାରା ପ୍ରଭାବିତ ହୋଇନଥାଏ, ଏହା ଅନ୍ୟାନ୍ୟ ଉପାଦାନ; ଯଥା – ଜନସଂଖ୍ୟା, ବଜାର, ଜ୍ଞାନ କୌଶଳ ଇତ୍ୟାଦିର ପରିବର୍ତ୍ତନଦ୍ୱାରା ପ୍ରଭାବିତ ହୋଇଥାଏ ଏବଂ ସାମୂହିକ ନିବେଶ ଚାହିଦା ଆୟ ନିରପେକ୍ଷ ହେଲେ ତାହାକୁ ସ୍ୱାୟତ୍ତ ନିବେଶ କୁହାଯାଏ ।

7. ବାସ୍ତବ ନିବେଶ କହିଲେ କ’ଣ ବୁଝ ?
Answer:
ନୂତନ ଉଦ୍ୟୋଗ, ନୂତନ ଯନ୍ତ୍ରପାତି, ନୂତନ ରାସ୍ତା ଇତ୍ୟାଦି ପାଇଁ ହେଉଥ‌ିବା ନିବେଶ ହିଁ ବାସ୍ତବ ନିବେଶ ।

8. ସନ୍ତୁଳିତ ଆୟ କେଉଁଠାରେ ନିର୍ବାରିତ ହୁଏ ?
Answer:
ସନ୍ତୁଳନ ବିନ୍ଦୁରେ ଉଭୟ ସାମୂହିକ ଯୋଗାଣ ଦର ଓ ସାମୂହିକ ଚାହିଦା ଦର ସମାନ, ଏହି ସନ୍ତୁଳନ ବିନ୍ଦୁରେ ସନ୍ତୁଳିତ ଆୟ ନିର୍ଦ୍ଧାରିତ ହୁଏ ।

9. ସାମୂହିକ ଯୋଗାଣ ଦର କ’ଣ ?
Answer:
ସାମୂହିକ ଯୋଗାଣ ଦର ହେଉଛି ସର୍ବନିମ୍ନ ବିକ୍ରୟ ଲବ୍ଧ ଆୟ ଯାହା ଉଦ୍ୟୋକ୍ତାମାନଙ୍କୁ ନିର୍ଦ୍ଦିଷ୍ଟ ଶ୍ରମ ନିଯୁକ୍ତି ପାଇଁ ପ୍ରୋତ୍ସାହିତ କରିଥାଏ ।

10. ସାମୂହିକ ଯୋଗାଣ କେଉଁ ଦୁଇଟି ଉପାଦାନକୁ ନେଇ ଗଠିତ ?
Answer:
ସାମୂହିକ ଯୋଗାଣ ଉପଭୋଗ ବ୍ୟୟ ଓ ସଞ୍ଚୟକୁ ନେଇ ଗଠିତ ।

11. ବ୍ୟବହାରଯୋଗ୍ୟ ଆୟ କାହାକୁ କୁହାଯାଏ ?
Answer:
ପାରିବାରିକ ମୋଟ ଆୟରୁ ପ୍ରତ୍ୟକ୍ଷ କରକୁ ବାଦ୍ ଦେଲେ ଯେଉଁ ବଳକା ଆୟ ରହିଥାଏ, ତାହାକୁ ବ୍ୟବହାରଯୋଗ୍ୟ ଆୟ କୁହାଯାଏ ।

12. ଉପଭୋଗ ନୃତ୍ୟ ବା ଫଳନ କ’ଣ ?
Answer:
ଉପଭୋଗ ବ୍ୟୟ ଓ ପାରିବାରିକ ଆୟ ମଧ୍ୟରେ ଥିବା ସମ୍ପର୍କକୁ ଉପଭୋଗ କୃତ୍ୟ ବା ଫଳନ କୁହାଯାଏ ।

13. ପୂର୍ଣ ନିୟୋଜନ ସନ୍ତୁଳନ ଅବସ୍ଥା କ’ଣ ?
Answer:
ଯେଉଁ ଅବସ୍ଥା ବା ସ୍ତରରେ ସାମୁହିକ ଚାହିଦା, ସାମୂହିକ ଯୋଗାଣ ସହ ସମାନ ହୁଏ ତାହାକୁ ପୂର୍ଣ ନିୟୋଜନ ସନ୍ତୁଳନ ଅବସ୍ଥା
କୁହାଯାଏ ।

14. ସାମୂହିକ ଚାହିଦାର ଉପାଂଶଗୁଡ଼ିକ କ’ଣ ?
Answer:
ପାରିବାରିକ ଉପଭୋଗ ଚାହିଦା, ବିନିଯୋଗ ଚାହିଦା, ସରକାରଙ୍କ ଦ୍ରବ୍ୟ ଓ ସେବା ପାଇଁ ଚାହିଦା ଓ ନିଟ୍ ରପ୍ତାନି ହେଉଛି ସାମୂହିକ ଚାହିଦାର ଉପାଂଶ।

15. ସନ୍ତୁଳନ ଦାମ୍ ଓ ନିଯୁକ୍ତି କିପରି ନିର୍ଦ୍ଧାରିତ ହୁଏ ?
Answer:
ସାମୁହିକ ଚାହିଦା ସାମୂହିକ ଯୋଗାଣ ସହ ସମାନ ହେଲେ ସନ୍ତୁଳନ ଦାମ୍ ଓ ନିୟୋଜନ ନିର୍ଦ୍ଧାରିତ ହୁଏ ।

16. ଫଳପ୍ରଦ ଚାହିଦା କାହାକୁ କୁହାଯାଏ ?
Answer:
ଯେଉଁ ଆୟ ସ୍ତରରେ ଚାହିଦା ଯୋଗାଣ ସହ ସମାନ ହୁଏ, ସେହି ଚାହିଦାକୁ ଫଳପ୍ରଦ ଚାହିଦା କୁହାଯାଏ ।

17. ମୋଟ ଯୋଗାଣକୁ କିପରି ବୃଦ୍ଧି କରାଯାଇ ପାରିବ ?
Answer:
ଅତିରିକ୍ତ ସମ୍ବଳର ଉପଯୋଗ ବୃଦ୍ଧିକରି ଏବଂ ପ୍ରବିଧ ଜ୍ଞାନର ବିକାଶ କରି ମୋଟ ଯୋଗାଣକୁ ବୃଦ୍ଧି କରାଯାଇପାରେ ।

CHSE Odisha Class 12 Economics Chapter 13 Objective Questions in Odia Medium

18. ମୋଟ ଚାହିଦା କିପରି ବୃଦ୍ଧି କରାଯାଇ ପାରିବ ?
Answer:
ଅତିରିକ୍ତ ସମ୍ବଳର ବିନିଯୋଗ କରି ଆୟ ଉପଭୋଗ ମଧ୍ୟରେ ଥିବା ବ୍ୟବଧାନ ଦୂର କରାଯାଇ ପାରିଲେ ମୋଟ ଚାହିଦା ବୃଦ୍ଧି ହୁଏ ।

19. ଅର୍ଥ ବ୍ୟବସ୍ଥାରେ ପୂର୍ଣ ନିୟୋଜନ ସ୍ତର କିପରି ନିର୍ଦ୍ଧାରିତ ହୁଏ ?
Answer:
ମୋଟ ଚାହିଦା କୃତ୍ୟ ଓ ମୋଟ ଯୋଗାଣ କୃତ୍ୟର ପାରସ୍ପରିକ କ୍ରିୟାଦ୍ଵାରା ପୂର୍ଣ ନିୟୋଜନ ସ୍ତର ନିର୍ଦ୍ଧାରିତ ହୁଏ ।

20. ଆୟ ଓ ବ୍ୟୟ ମଧ୍ୟରେ କି ସମ୍ପର୍କ ରହିଛି ?
Answer:
ଆୟର ବୃଦ୍ଧି ସହ ବ୍ୟୟ ଅସମାନୁପାତିକ ହାରରେ ବୃଦ୍ଧି ପାଏ ।

21. ସର୍ବନିମ୍ନ ଚାହିଦା କ’ଣ ?
Answer:
ଆୟର ସ୍ତର ଶୂନ୍ୟ ହେଲେ ଯେଉଁ ଚାହିଦା ପରିସ୍ଫୁଟ ହୋଇଥାଏ, ତାହାହିଁ ସର୍ବନିମ୍ନ ଚାହିଦା ।

22. ଅତିରିକ୍ତ ଚାହିଦା କ’ଣ ?
Answer:
ପୂର୍ଣ ନିୟୋଜନ ସ୍ତରରେ ସାମୂହିକ ଚାହିଦା ସାମୂହିକ ଯୋଗାଣଠାରୁ ଅଧିକ ହେଲେ ତାହାକୁ ଅତିରିକ୍ତ ଚାହିଦା କୁହାଯାଏ ।

23. ଉପଭୋଗ ସ୍ତର କାହା ଉପରେ ନିର୍ଭର କରେ ?
Answer:
ଉପଭୋଗ ସ୍ତର ଆୟ ସ୍ତର ଉପରେ ନିର୍ଭର କରେ ।

24. ସ୍ତ୍ରୀତି ବ୍ୟବଧାନ କେଉଁ ପରିସ୍ଥିତିରେ ସୃଷ୍ଟି ହୁଏ ?
Answer:
ପୂର୍ବ ନିୟୋଜନ ସ୍ତରରେ ସାମୂହିକ ଚାହିଦା ସାମୂହିକ ଯୋଗାଣଠାରୁ ଅଧିକ ହେଲେ ସ୍ତ୍ରୀତି ବ୍ୟବଧାନ ସୃଷ୍ଟି ହୁଏ ।

25. ନିଅଣ୍ଟିଆ ଚାହିଦା କେଉଁ ପରିସ୍ଥିତିରେ ସୃଷ୍ଟି ହୁଏ ?
Answer:
ସାମୂହିକ ଚାହିଦା ସାମୂହିକ ଯୋଗାଣଠାରୁ କମ୍ ହେଲେ ନିଅଣ୍ଟିଆ ଚାହିଦା ସୃଷ୍ଟି ହୁଏ ।

26. ଅବନିୟୋଗ ସନ୍ତୁଳନ କେଉଁ ଅବସ୍ଥାରେ ସୃଷ୍ଟି ହୁଏ ?
Answer:
ଯେଉଁଠି ସାମୂହିକ ଯୋଗାଣ ତୁଳନାରେ ସାମୂହିକ ଚାହିଦା ସ୍ଵଚ୍ଛତର ହୋଇଥାଏ, ତାହାକୁ ଅବନିୟୋଗ ସନ୍ତୁଳନ ବୋଲି କୁହାଯାଏ ।

BSE Odisha 8th Class Science Solutions Chapter 5 କୋଇଲା ଓ ପେଟ୍ରୋଲିୟମ୍

Odisha State Board BSE Odisha 8th Class Science Solutions Chapter 5 କୋଇଲା ଓ ପେଟ୍ରୋଲିୟମ୍ Textbook Exercise Questions and Answers.

BSE Odisha Class 8 Science Solutions Chapter 5 କୋଇଲା ଓ ପେଟ୍ରୋଲିୟମ୍

ଶୂନ୍ୟସ୍ଥାନ ପୂରଣ ପାଇଁ ଆବଶ୍ୟକୀୟ ଶବ୍ଦ ବା ଶବ୍ଦପୁଞ୍ଜକୁ ଲେଖ
1. ପ୍ରକୃତିରେ ………………….. ର ଅନ୍ତର୍ଧୂମ ପାତନର ଉତ୍ପାଦ ହେଉଛି କୋଇଲା ।
2. ………….. ର ଅନୁପସ୍ଥିତିରେ ସଂଘଟିତ ପାତନ ପ୍ରକ୍ରିୟାକୁ ……………… କୁହାଯାଏ ।
3. ଅତୀତରେ ପକ୍କାରାସ୍ତା ତିଆରିରେ …………………. ବ୍ୟବହାର କରାଯାଉଥିଲା; ଯାହାକି କୋଇଲାର ଏକ ଉତ୍ପାଦ ।
4. ବର୍ତ୍ତମାନ ପକ୍କାରାସ୍ତା ତିଆରିରେ …………………. ବ୍ୟବହାର କରାଯାଉଛି; ଯାହାକି ………………. ର ଏକ ଉତ୍ପାଦ ।

Answer:
1. ଉଦ୍ଭଦ
2. ଅମ୍ଳଜାନ, ଅନ୍ତର୍ଧୂମ ପାତନ
3. ପିଚୁ
4. ବିଟୁମେନ୍, ପେଟ୍ରୋଲିୟମ୍

BSE Odisha 8th Class Science Solutions Chapter 5 କୋଇଲା ଓ ପେଟ୍ରୋଲିୟମ୍

ପ୍ରଶ୍ନ 5-8 ରେ ଦିଆଯାଇଥିବା ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
5. କୋଇଲାର ଅନ୍ତର୍ଧୂମ ପାତନରୁ କେତୋଟି ଗ୍ୟାସୀୟ ପଦାର୍ଥ ମିଳିଥାଏ ?
(କ) ।
(ଖ) 2
(ଗ) 3
(ଘ) 4

6. କେଉଁଟି ପେଟ୍ରୋଲିୟମ୍‌ର ଏକ ଉତ୍ପାଦ ନୁହେଁ ?
(କ) ପେଟ୍ରୋଲ୍
(ଖ) ବିଟୁମେନ୍
(ଗ) ମହମ
(ଘ) କୋକ

7. ଭୂତଳ ନଳଦ୍ଵାରା କେଉଁ ଦୁଇଟି ଗ୍ୟାସ୍ ବିତରଣ କରାଯାଇଥାଏ ?
(କ) LPG ଓ CNG
(ଖ) ପ୍ରାକୃତିକ ଗ୍ୟାସ୍ ଓ CNG
(ଗ) କୋଲ୍ ଗ୍ୟାସ୍ ଓ ପ୍ରାକୃତିକ ଗ୍ୟାସ୍‌
(ଘ) କୋଲ୍ ଗ୍ୟାସ୍ ଓ LPG

8. ପେଟ୍ରୋଲିୟମ୍‌ର ଆଂଶିକ ପାତନରୁ କେତୋଟି ଇନ୍ଧନ ମିଳିଥାଏ ?
(କ) 2 ଟି
(ଖ) 3 ଟି
(ଗ) 4 ଟି
(ଘ) ଅନେକ

Answer:
5. 2
6. କୋକ୍
7. କୋଲ୍ ଗ୍ୟାସ୍ ଓ ପ୍ରାକୃତିକ ଗ୍ୟାସ୍‌
8. 4 ଟି

9. ଓଡ଼ିଶାର କେଉଁ କେଉଁ ଜିଲ୍ଲାର କେଉଁ କେଉଁ ସ୍ଥାନରେ କୋଇଲା ଖଣି ଅଛି, ଲେଖ ।
ଉ-
ଓଡ଼ିଶାର ଅନୁଗୁଳ ଜିଲ୍ଲାର ତାଳଚେରଠାରେ, ବୌଦ୍ଧ ଜିଲ୍ଲାର ରାମପୁରଠାରେ ଓ ଇବ୍ ଉପତ୍ୟକାରେ କୋଇଲା ଖଣିମାନ ଅଛି ।

10. ତାପଜ ବିଦ୍ୟୁତ୍ କେନ୍ଦ୍ର ଯୋଗୁଁ ପରିବେଶ କିଭଳି ଭାବେ ପ୍ରଦୂଷିତ ହୋଇଥାଏ, ବୁଝାଅ ।
ଉ-
(i) ଜଳବିଦ୍ୟୁତ୍ ଶକ୍ତିର ଅଭାବରେ ବିକଳ୍ପରୂପେ ଅଧିକରୁ ଅଧିକ ତାପଜ ବିଦ୍ୟୁତ୍ କେନ୍ଦ୍ରମାନ ପ୍ରତିଷ୍ଠା ହେଉଛି ।
(ii) ତାପଜ ବିଦ୍ୟୁତ୍ କେନ୍ଦ୍ରମାନଙ୍କରେ ଟର୍‌ବାଇନ୍ ଘୂରାଇବାପାଇଁ ଜଳକୁ ଉତ୍ତପ୍ତ କରିବାକୁ ପଡ଼େ । ଏଥ‌ିପାଇଁ କୋଇଲା ଆବଶ୍ୟକ ହୁଏ ।
(iii) କୋଇଲା ଜଳିଲେ ପ୍ରଚୁର ପରିମାଣରେ କାର୍ବନ୍ ଡାଇଅକ୍‌ସାଇଡ଼ ଓ କାର୍ବନ୍ ମନୋକ୍‌ସାଇଡ଼ ଗ୍ୟାସ୍ ସୃଷ୍ଟି ହୁଏ । ଏହା ବାୟୁମଣ୍ଡଳରେ ମିଶି ବାୟୁ ପ୍ରଦୂଷଣ କରିଥାଏ ।

11. ତାପଜ ବିଦ୍ୟୁତ୍ କେନ୍ଦ୍ରଦ୍ୱାରା ପରିବେଶ ପ୍ରଦୂଷଣ ହେଉଥିଲେ ମଧ୍ୟ ବର୍ଷକୁ ବର୍ଷ ଏଗୁଡ଼ିକର ସଂଖ୍ୟା ବଢ଼ିବାରେ ଲାଗିଛି – ଏହାର କାରଣ କ’ଣ ଆଲୋଚନା କର ।
ଉ-
(i) ଆମ ଦେଶରେ ଚିରସ୍ରୋତା ନଦୀର ଅଭାବ ରହିଛି । ଖରାଦିନେ ଓ ଶୀତଦିନେ ଜଳର ଅଭାବ ପରିଲକ୍ଷିତ ହେଉଛି । ତେଣୁ ଜଳବିଦ୍ୟୁତ୍ କେନ୍ଦ୍ରମାନଙ୍କରେ ଆବଶ୍ୟକ ପରିମାଣର ବିଦ୍ୟୁତ୍ ଉତ୍ପାଦନ କରାଯାଇପାରୁ ନାହିଁ ।
(ii) ଫଳରେ ବିଦ୍ୟୁତ୍‌ପାଇଁ ଆମକୁ ତାପଜ ବିଦ୍ୟୁତ୍ କେନ୍ଦ୍ର ଉପରେ ନିର୍ଭର କରିବାକୁ ପଡ଼ୁଛି । ପ୍ରଦୂଷଣ ହେଉଥିଲେ ମଧ୍ୟ ବର୍ଷକୁ ବର୍ଷ ଏଗୁଡ଼ିକର ସଂଖ୍ୟା ବଢ଼ିବାରେ ଲାଗିଛି ।

12. ପ୍ରକୃତିରେ କୋଇଲା କିପରି ସୃଷ୍ଟି ହୋଇଛି, ବୁଝାଅ ।
ଉ-
(i) ଜଙ୍ଗଲ, ବିସ୍ତୀର୍ଣ୍ଣ ସନ୍ତସନ୍ତିଆ ଅଞ୍ଚଳ ଓ ବଡ଼ ବଡ଼ ନଦୀ ଥିଲା । ଭୂଚଳନ, ଭୂମିକମ୍ପ ଓ ବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ଫଳରେ ଏଗୁଡ଼ିକ ମାଟିତଳେ ପୋତିହୋଇଗଲା । ବର୍ଷାନୁକ୍ରମେ ମାଟିର ସ୍ତର ବୃଦ୍ଧିହେତୁ ଚାପିହୋଇଥିବା ମୃତ ଉଭିଦ ଉପରେ ଚାପର ମାତ୍ରା କ୍ରମଶଃ ବୃଦ୍ଧିପାଇଲା ।
(ii) ମାଟିତଳେ ଅମ୍ଳଜାନର ଅଭାବ ଓ ଅଧୂକ ତାପମାତ୍ରାରେ ଉପରିସ୍ଥ ମାଟି ସ୍ତରର ପ୍ରବଳ ଚାପଯୋଗୁଁ ଉଭିଦଗୁଡ଼ିକର ଶକ୍ତ ଅଂଶଗୁଡ଼ିକ ରାସାୟନିକ ପ୍ରକ୍ରିୟାରେ ଅଙ୍ଗାରକ (Carbon) ରେ ପରିଣତ ହେଲା । ଏହି ଅଙ୍ଗାରକକୁ କୋଇଲା କୁହାଯାଏ ।
(iii) ପ୍ରାକୃତିକ ଉପାୟରେ ସଂଘଟିତ ଏହି ରାସାୟନିକ ପ୍ରକ୍ରିୟାକୁ କାର୍ବୋନାଇଜେସନ୍ ବା ଅଙ୍ଗାରୀଭବନ କୁହାଯାଏ । ଅମ୍ଳଜାନ ଅନୁପସ୍ଥିତିରେ ଏହି ପ୍ରକ୍ରିୟା ସଂଘଟିତ ହେଉଥ‌ିବା ହେତୁ ଏହାକୁ ପ୍ରାକୃତିକ ଅନ୍ତର୍ଧୂମ ପାତନ ମଧ୍ୟ କୁହାଯାଏ ।

13. କୋଇଲାର ଅନ୍ତର୍ଧୂମ ପାତନର ଉତ୍ପାଦଗୁଡ଼ିକର ନାମ ଲେଖ ଏବଂ ପ୍ରତ୍ୟେକର ଉପଯୋଗିତାଗୁଡ଼ିକ ଲେଖ ।
ଉ-
କୋଇଲାର ଅନ୍ତର୍ଧୂମ ପାତନରୁ ସୃଷ୍ଟ ଉତ୍ପାଦଗୁଡ଼ିକ ହେଲେ –
(a) କୋକ୍,
(b) କୋଲ୍ ଗ୍ୟାସ୍,
(c) କୋଲ୍‌ର ଓ
(d) ଏମୋନିଆ ଗ୍ୟାସ୍
ଉପଯୋଗିତା –

BSE Odisha 8th Class Science Solutions Chapter 5 କୋଇଲା ଓ ପେଟ୍ରୋଲିୟମ୍

(a) କୋକ୍ :
(i) ଲୁହା ନିଷ୍କାସନରେ କୋକ୍‌କୁ ବ୍ଲାଷ୍ଟଫର୍ମେସ୍‌ରେ ଇନ୍ଧନ ଓ ବିଜାରକରୂପେ ବ୍ୟବହାର କରାଯାଏ ।
(ii) ବିଶୁଦ୍ଧ ଲୁହାସହ ବିଭିନ୍ନ ଅନୁପାତରେ କୋକ୍ ମିଶାଇ ଇସ୍ପାତ ପ୍ରସ୍ତୁତ କରାଯାଏ ।
(iii) ତମ୍ବା, ଦସ୍ତା, ସୀସା, ଟିଣ ଆଦିର ଓର୍‌ରୁ ଧାତୁ ନିଷ୍କାସନ ପାଇଁ କୋକ୍ ବ୍ୟବହାର କରାଯାଏ ।

(b) କୋଲ୍ ଗ୍ୟାସ୍ :
(i) ଅତୀତରେ କୋଲ୍ ଗ୍ୟାସ୍‌ ଆଲୋକର ଉତ୍ସରୂପେ ବ୍ୟବହୃତ ହେଉଥିଲା
(ii) ବର୍ତ୍ତମାନ ଏହା କେବଳ ତାପଶକ୍ତିର ଉତ୍ସରୂପେ ବ୍ୟବହୃତ ହେଉଛି ।

(c) କୋଲ୍‌ଟାର :
(i) କୋଲ୍‌ଟାର ବା ଆଲକାତରାରୁ ଆଂଶିକ ପାତନ ପଦ୍ଧତିରେ ବିଭିନ୍ନ ପ୍ରକାର ରଙ୍ଗ, ପ୍ଲାଷ୍ଟିକ୍, କୃତ୍ରିମ ତନ୍ତୁ, ବିସ୍ଫୋରକ, ଔଷଧ, କୀଟନାଶକ ଔଷଧ, ଫଟୋଫିଲ୍ମ ଓ ସୁଗନ୍ଧଦ୍ରବ୍ୟ ଆଦି ପଦାର୍ଥମାନ ପ୍ରସ୍ତୁତ କରାଯାଏ ।
(ii) ପିଚୁ ପକ୍‌କା ରାସ୍ତା ତିଆରିରେ ଏବଂ କଂକ୍ରିଟ ଛାତରୁ ପାଣି ଗଳୁଥିଲେ ତାହା ବନ୍ଦ କରିବାପାଇଁ ବ୍ୟବହାର କରାଯାଏ ।

(d) ଏମୋନିଆ ଗ୍ୟାସ୍ :
ଏମୋନିଆ ଗ୍ୟାସ୍‌ ସଂଗ୍ରହ କରାଯାଇ ଏଥୁରୁ ୟୁରିଆ, ଏମୋନିୟମ୍ ସଲ୍‌ଫେଟ୍, ଏମୋନିୟମ୍ ଫସ୍‌ଫେଟ୍ ଆଦି ରାସାୟନିକ ସାର ପ୍ରସ୍ତୁତ କରାଯାଏ ।

14. ପ୍ରକୃତିରେ ପେଟ୍ରୋଲିୟମ୍ କିପରି ପ୍ରସ୍ତୁତ ହେଉଛି, ବୁଝାଅ ।
ଉ-
ପେଟ୍ରୋଲିୟମର ଉତ୍ପତ୍ତି :
(i) ଭୂତତ୍ତ୍ବବିତ୍‌ମାନଙ୍କ ମତରେ ପ୍ରାୟ 400 ନିୟୁତ ବର୍ଷପୂର୍ବେ କ୍ଷୁଦ୍ରକାୟ ସାମୁଦ୍ରିକ ଉଭିଦ ଓ ପ୍ରାଣୀଗୁଡ଼ିକର ମୃତଦେହ ସମୁଦ୍ରଶଯ୍ୟାରେ ପଡ଼ିରହି କାଳକ୍ରମେ ସେଗୁଡ଼ିକ ଉପରେ ବାଲି, ମାଟି ଓ ପଟୁର ସ୍ତର ଜମା ହେଲା । ଏହିଭଳି ହଜାର ହଜାର ବର୍ଷ ମଧ୍ୟରେ ଅନେକ ସ୍ତର ସୃଷ୍ଟି ହେଲା ।
(ii) ସମୁଦ୍ରର ନିମ୍ନଭାଗରେ ଅତ୍ୟଧ‌ିକ ତାପମାତ୍ରା ଓ ହଜାର ହଜାର ମିଟର ଉଚ୍ଚତା ବିଶିଷ୍ଟ ମାଟି ସ୍ତର ଓ ଜଳରାଶିର
(iii) ମୃତ ଜୀବଗୁଡ଼ିକର ଦେହାବଶେଷରୁ କେତେକ ରାସାୟନିକ ପ୍ରତିକ୍ରିୟା ମାଧ୍ୟମରେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ସୃଷ୍ଟିହୋଇ ସ୍ତରୀୟ ଶିଳାର ଛିଦ୍ରରେ ସଂଚିତ ହୋଇ ରହିଲା ।
(iv) ପରିଣତ ହୋଇଥିବା ହେତୁ ବର୍ତ୍ତମାନ ପେଟ୍ରୋଲିୟମ୍ ଜଳଭାଗରୁ ମଧ୍ୟ ମିଳିପାରୁଛି ।
(v) ଭୂପୃଷ୍ଠରୁ 1600 ବା 1700 ମିଟର ଗଭୀରତାରେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍‌ର ଭଣ୍ଡାରମାନ ଥାଏ । ସ୍ୱତନ୍ତ୍ର ଧରଣର ଖନନ ଯନ୍ତ୍ରଦ୍ୱାରା ଭୂତ୍ଵକ୍‌ରେ ରନ୍ଧ୍ରକରି ନଳସହ ନଳ ଯୋଡ଼ି ପେଟ୍ରୋଲିୟମ୍ ଗଚ୍ଛିତ ଭଣ୍ଡାରଯାଏ ପ୍ରବେଶ କରାଯାଏ । ଭଣ୍ଡାରରେ ନଳ ପ୍ରବେଶ ହେବା ମାତ୍ରେ ଅତ୍ୟଧିକ ଚାପ ଯୋଗୁଁ ଉଭୟ ତୈଳ ଓ ଗ୍ୟାସ୍ ଉପରକୁ ଉଠିଆସେ ।
(vi) ଭୂପୃଷ୍ଠରେ ସେଗୁଡ଼ିକୁ ସଂଗ୍ରହ କରାଯାଇ ବିରାଟକାୟ ଆବଦ୍ଧ ଭଣ୍ଡାରମାନଙ୍କରେ ରଖାଯାଏ । ପେଟ୍ରୋଲିୟମ୍ ଆପେ ଆପେ ଉପରକୁ ନ ଉଠିଲେ ବିଦ୍ୟୁତ୍‌ପମ୍ପଦ୍ବାରା ଉତ୍ତୋଳନ କରାଯାଏ ।

15. କେଉଁ କାରଣଯୋଗୁଁ ମୋଟର ଯାନଗୁଡ଼ିକରେ CNG ବ୍ୟବହାର କରାଯାଉଛି ବୁଝାଅ ।
ଉ-
(i) ମୋଟର ଯାନଗୁଡ଼ିକରେ LPG ବ୍ୟବହାର କଲେ ତାହା ପରିବେଶ ପ୍ରଦୂଷଣ କରେ ।
(ii) ମୋଟର ଯାନଗୁଡ଼ିକରେ ପେଟ୍ରୋଲ୍, ଡିଜେଲ୍ ଆଦି ଇନ୍ଧନ ବ୍ୟବହାର କଲେ ଏଥୁରୁ ପ୍ରଚୁର ପରିମାଣର ଅଙ୍ଗାରକାମ୍ଳ ନିର୍ଗତ ହୋଇ ପରିବେଶ ପ୍ରଦୂଷଣ କରେ ।
(iii) CNG ବ୍ୟବହାର ଫଳରେ ପ୍ରଦୂଷଣର ମାତ୍ରା କମ୍ ଯୋଗୁଁ ମୋଟରଯାନଗୁଡ଼ିକରେ ଏହାକୁ ବ୍ୟବହାର କରାଯାଉଛି ।

16. ପେଟ୍ରୋଲିୟମ୍ ଗ୍ୟାସ୍‌କୁ ଲୁହା ସିଲିଣ୍ଡର୍‌ରେ ଭର୍ତ୍ତି କରି ଯୋଗାଇ ଦିଆଯାଉଛି କାହିଁକି, ବୁଝାଅ ।
ଉ-
(i) ପେଟ୍ରୋଲିୟମ୍ ଗ୍ୟାସ୍ ମୁଖ୍ୟତଃ ମ୍ୟୁଟେନ୍ ଗ୍ୟାସ୍ । ଏଥରେ କମ୍ ପରିମାଣରେ ପ୍ରୋପେନ୍ ଓ ଇଥେନ୍ ଗ୍ୟାସ୍ ମିଶିଥାଏ ।
(ii) ପେଟ୍ରୋଲିୟମ୍ ଗ୍ୟାସ୍‌କୁ ସହଜରେ ତରଳ କରାଯାଇପାରୁଛି ।
(iii) ଏହାକୁ ରୋଷେଇ କାର୍ଯ୍ୟ ଓ କଳକାରଖାନାରେ ଇନ୍ଧନ ରୂପେ ବ୍ୟବହାର କରାଯାଉଛି ।
(iv) ଏହି ତରଳୀକୃତ ଗ୍ୟାସ୍‌କୁ ନେବା ଆଣିବା କରିବାପାଇଁ ଲୁହା ସିଲିଣ୍ଡରରେ ଭର୍ତ୍ତିକରି ଯୋଗାଇ ଦିଆଯାଉଛି ।

17. ପ୍ରାକୃତିକ ଗ୍ୟାସ୍‌କୁ ନଳଦ୍ଵାରା ଯୋଗାଇ ଦିଆଯାଏ କାହିଁକି, ବୁଝାଅ ।
ଉ-
(i) ପ୍ରାକୃତିକ ଗ୍ୟାସ୍‌ ସହଜରେ ତରଳୀକୃତ କରାଯାଇପାରେ ନାହିଁ ।
(ii) ଏହାକୁ ଅତ୍ୟଧ୍ଵ ଚାପରେ ସିଲିଣ୍ଡରରେ ଭର୍ତ୍ତିକଲେ ଏହାର ବ୍ୟବହାର ବେଳେ ଫାଟିଯିବାର ସମ୍ଭାବନା ଥାଏ । । ତେଣୁ ପ୍ରାକୃତିକ ଗ୍ୟାସ୍‌କୁ ନଳଦ୍ଵାରା ଯୋଗାଇ ଦିଆଯାଇଥାଏ ।

BSE Odisha 8th Class Science Solutions Chapter 5 କୋଇଲା ଓ ପେଟ୍ରୋଲିୟମ୍

18. କୋଇଲାର ସନ୍ଧାନ, ଖନନ ଆଦି କାର୍ଯ୍ୟ
ଉ-
କୋଇଲାର ସନ୍ଧାନ, ଖନନ ଆଦି କାର୍ଯ୍ୟ ତଦାରଖ କରୁଥିବା ରାଷ୍ଟ୍ରୀୟ ସଂସ୍ଥାର ପୂରାନାମ ଲେଖ । ତଦାରଖ କରୁଥିବା ରାଷ୍ଟ୍ରୀୟ ସଂସ୍ଥାର ପୂରାନାମ ‘କୋଲ୍ ଇଣ୍ଡିଆ’ (Coal India) ।

19. ପେଟ୍ରୋଲିୟମ୍ର ସନ୍ଧାନ, ଉତ୍ତୋଳନ ଆଦି କାର୍ଯ୍ୟ ତଦାରଖ କରୁଥ‌ିବା ସଂସ୍ଥାର ପୁରା ନାମ ଲେଖ ।
ଉ-
ପେଟ୍ରୋଲିୟମ୍‌ର ସନ୍ଧାନ, ଉତ୍ତୋଳନ ଆଦି କାର୍ଯ୍ୟ ତଦାରଖ କରୁଥିବା ସଂସ୍ଥାର ପୂରାନାମ ‘ତୈଳ ଓ ପ୍ରାକୃତିକ ଗ୍ୟାସ୍ ଆୟୋଗ’ (Oil and Natural Gas Commission) ।

ଆଉ କ’ଣ କରିହେବ ?
ପରୀକ୍ଷା :
(ନିମ୍ନୋକ୍ତ କାର୍ଯ୍ୟଗୁଡ଼ିକ ନିଜ ବିଦ୍ୟାଳୟରେ ଶିକ୍ଷକଙ୍କର ପରାମର୍ଶ ନେଇ ସଂପାଦନ କର ।) ବିଭିନ୍ନ ସୂତ୍ରରୁ ତଥ୍ୟ ସଂଗ୍ରହ କରି ଏବଂ ଶିକ୍ଷକଙ୍କୁ ପଚାରି ନିମ୍ନୋକ୍ତ ବିଷୟଗୁଡ଼ିକ ସମ୍ବନ୍ଧରେ ଲେଖ । ଏଥିପାଇଁ ଅଲଗା ଖାତାଟିଏ କର ଏବଂ ମଲାଟ ଉପରେ ‘ବିଜ୍ଞାନ ପ୍ରୋଜେକଟ୍ ଖାତା’ ଲେଖ ।

1. ଅଣପାରମ୍ପରିକ ଶକ୍ତିଉତ୍ସ କ’ଣ ଉଦାହରଣ ସହ ବୁଝାଅ ।
ଉ-
(i) ଯେଉଁ ଶକ୍ତିଉତ୍ସକୁ ଆମେ ବହୁକାଳରୁ ବ୍ୟବହାର କରୁନଥୁଲୁ; ମାତ୍ର ବର୍ତ୍ତମାନ ବ୍ୟବହାର କରୁଛୁ, ତାହାକୁ ଅଣପାରମ୍ପରିକ ଶକ୍ତିଉତ୍ସ କୁହାଯାଏ ।
(ii) ଅଣପାରମ୍ପରିକ ଶକ୍ତିର ଉତ୍ସଗୁଡ଼ିକ ହେଲା – ସୂର୍ଯ୍ୟ, ପବନ, ଭୂତାପ, ତରଙ୍ଗ, ଜୁଆର, ଜୈବପଦାର୍ଥ, ହାଇଡ୍ରୋଜେନ୍, ଆଲକହଲ ।

2. ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ କ’ଣ ଉଦାହରଣ ସହ ବୁଝାଅ ।
ଉ-
(i) ଯେଉଁ ଶକ୍ତିଉତ୍ସକୁ ଆମେ ବହୁକାଳରୁ ବ୍ୟବହାର କରୁନଥୁଲୁ; ମାତ୍ର ବର୍ତ୍ତମାନ ବ୍ୟବହାର କରୁଛୁ, ତାହାକୁ ଯୋଗ୍ୟ ଶକ୍ତି ଉତ୍ସ କହନ୍ତି ।
(ii) ଜଳ, ସୂର୍ଯ୍ୟ, ପବନ, ଭୂତାପ, ଜୁଆର, ତରଙ୍ଗ ଆଦିକୁ ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ କହନ୍ତି ।

3. ଜଳ-ବିଦ୍ୟୁତ୍ କେନ୍ଦ୍ରରେ ବିଦ୍ୟୁତ୍-ଶକ୍ତି କିପରି ଉତ୍ପନ୍ନ କରାଯାଉଛି, ବୁଝାଅ ।
ଉ-
(i) ପ୍ରଥମେ ଉଚ୍ଚବନ୍ଧ ନିର୍ମାଣ କରି ଜଳକୁ ଅଧ‌ିକ ଉଚ୍ଚତାରେ ଗଚ୍ଛିତ କରାଯାଏ ।
(ii) ଉଚ୍ଚପତ୍ତନରୁ ଜଳକୁ ନିମ୍ନପତ୍ତନକୁ ଅଧିକ ବେଗରେ ଛଡ଼ାଯାଏ । ଫଳରେ ଜଳର ସ୍ଥିତିଜ ଶକ୍ତି ଗତିଜ ଶକ୍ତିରେ ପରିଣତ ହୁଏ ।
(iii) ଜଳର ଗତିଜ ଶକ୍ତିରେ ଟର୍‌ବାଇନ୍ ଘୂରାଇଲେ ଟର୍‌ବାଇନ୍ ସହ ସଂଯୁକ୍ତ ଜେନେରେଟର ଘୂରି ବିଦ୍ୟୁତ୍ ଉତ୍ପାଦନ କରେ ।

4. ଆମ ଓଡ଼ିଶାରେ କେଉଁ କେଉଁ ସ୍ଥାନରେ ଜଳ-ବିଦ୍ୟୁତ୍ ପ୍ରକଳ୍ପ ଅଛି ଲେଖ ଏବଂ ସେଗୁଡ଼ିକୁ ତାରକା ଚିହ୍ନଦ୍ୱାରା ମାନଚିତ୍ରରେ ଦର୍ଶାଅ ।
ଉ-
ଓଡ଼ିଶାର ମାଛକୁଣ୍ଡ, ବାଲିମେଳା, ହୀରାକୁଦ, ରେଙ୍ଗାଲି, ଉପରକୋଲାବ ଓ ଉପର ଇନ୍ଦ୍ରାବତୀଠାରେ ଜଳବିଦ୍ୟୁତ୍ ପ୍ରକଳ୍ପ ରହିଛି ।

5. ଏକ ଅଞ୍ଚଳରେ କି କି ସୁବିଧା ଥିଲେ ଜଳ-ବିଦ୍ୟୁତ୍ ପ୍ରକଳ୍ପ ସ୍ଥାପନ କରାଯାଏ ଲେଖ ।
ଉ-
ଜଳବିଦ୍ୟୁତ୍ ପ୍ରକଳ୍ପ ସ୍ଥାପନ ପାଇଁ ନିମ୍ନଲିଖତ ସୁବିଧାମାନ ଥିବା ଆବଶ୍ୟକ ।
(i) ନିକଟରେ ପ୍ରଶସ୍ତ ଗଭୀର ନଦୀଥ‌ିବା ଆବଶ୍ୟକ ।
(ii) ନଦୀରେ ଆଡି଼ବନ୍ଧ ନିର୍ମାଣ ପାଇଁ ପ୍ରଶସ୍ତ ସ୍ଥାନ ଥିବା ଆବଶ୍ୟକ ।
(iii) ନଦୀଟି ଚିରସ୍ରୋତା ହେବା ଆବଶ୍ୟକ ।
(iv) ପ୍ରକଳ୍ପ ସ୍ଥାପନ କରିବା ସ୍ଥାନର ଅତିନିକଟରେ ଜନବସତି ନଥିବା ଆବଶ୍ୟକ ।

6. ସାଧାରଣତଃ ଖରାଦିନେ ବିଦ୍ୟୁତ୍ କାଟ କାହିଁକି କରାଯାଇଥାଏ, ବୁଝାଅ ।
ଉ-
(i) ଖରାଦିନେ ଜଳର ଅଭାବ ହେତୁ ଜଳବିଦ୍ୟୁତ୍ କେନ୍ଦ୍ରମାନଙ୍କରୁ ଆବଶ୍ୟକ ମୁତାବକ ବିଦ୍ୟୁତଶକ୍ତି ମିଳେ ନାହିଁ ।
(ii) ବିଦ୍ୟୁତ୍ ଶକ୍ତିର ଚାହିଦା ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି ।
(iii) ତାପଜ ବିଦ୍ୟୁତ୍‌କେନ୍ଦ୍ର ସଂଖ୍ୟା କମ୍ ହେତୁ ଆବଶ୍ୟକ ପରିମାଣର ବିଦ୍ୟୁତଶକ୍ତି ଉତ୍ପାଦନ ହୋଇପାରୁ ନାହିଁ ।
(iv) ତେଣୁ ବିଭିନ୍ନ ରାଜ୍ୟରେ ତଥା ରାଷ୍ଟ୍ରରେ ବିଦ୍ୟୁତ୍ କାଟ କରାଯାଉଛି ।

7. ଭାରତର କେଉଁ କେଉଁ ରାଜ୍ୟରେ କୋଇଲା ଦର୍ଶାଅ । ଖଣି ଅଛି ଲେଖ ଏବଂ ମାନଚିତ୍ରରେ ସେଗୁଡ଼ିକ ତାରକା ଚିହ୍ନଦ୍ୱାରା ଦର୍ଶାଅ ।
ଉ-
BSE Odisha 8th Class Science Solutions Chapter 5 କୋଇଲା ଓ ପେଟ୍ରୋଲିୟମ୍ 1

BSE Odisha 8th Class Science Solutions Chapter 5 କୋଇଲା ଓ ପେଟ୍ରୋଲିୟମ୍

8. କୋଇଲାକୁ ‘କଳା ହୀରା’ କାହିଁକି କୁହାଯାଏ, ବୁଝାଅ ।
ଉ-
(i) କୋଇଲାର ବହୁଳ ବ୍ୟବହାର ହେତୁ କୋଇଲା ରାଷ୍ଟ୍ରର ଅର୍ଥନୀତି ଉପରେ ପ୍ରଭାବ ପକାଇଥାଏ ।
(ii) ଶିଳ୍ପ କ୍ଷେତ୍ରରେ କୋଇଲାର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ତେଣୁ ଅର୍ଥନୀତିଜ୍ଞମାନେ କୋଇଲାକୁ ହୀରା ସହ ତୁଳନା କରି ଏହାକୁ କଳା ହୀରା (Black diamond) ଆଖ୍ୟା ଦେଇଛନ୍ତି ।

9. ଭାରତର କେଉଁ କେଉଁ ରାଜ୍ୟରେ ‘ତୈଳକୂପ’ ଅଛି ଲେଖ ଏବଂ ସେଗୁଡ଼ିକୁ ମାନଚିତ୍ରରେ ତାରକା ଚିହ୍ନଦ୍ଵାରା ଦର୍ଶାଅ ।
ଉ-
BSE Odisha 8th Class Science Solutions Chapter 5 କୋଇଲା ଓ ପେଟ୍ରୋଲିୟମ୍ 2

10. ପୃଥ‌ିବୀର କେଉଁ କେଉଁ ରାଷ୍ଟ୍ରରେ ପ୍ରଚୁର ତେଲ ଗଚ୍ଛିତ ଅଛି, ସେଗୁଡ଼ିକର ନାମ ଲେଖ ।
ଉ-
ଇରାକ୍, ଇରାନ୍, ସାଉଦିଆରବ, କୃତ୍, ଋଷିଆ, ଯୁକ୍ତରାଷ୍ଟ୍ର ଆମେରିକା, ଚୀନ, ଭାରତ ଆଦି ରାଷ୍ଟ୍ରରେ ପ୍ରଚୁର ପରିମାଣର ତୈଳ ଗଳିତ ଅଛି ।

11. ପେଟ୍ରୋଲିୟମ୍‌କୁ ‘କଳାସୁନା’ ବା ତରଳସୁନା’ କାହିଁକି କୁହାଯାଏ ?
ଉ-
(i) ପେଟ୍ରୋଲିୟମ୍ର ବହୁଳ ବ୍ୟବହାର ଯୋଗୁଁ ଏହା ରାଷ୍ଟ୍ରର ଅର୍ଥନୀତି ଉପରେ ପ୍ରଭାବ ପକାଏ ।
(ii) ଏହାର ବିବିଧ ଉପଯୋଗିତା ଓ କ୍ରମବର୍ଦ୍ଧିଷ୍ଣୁ ଚାହିଦା ଯୋଗୁଁ ପେଟ୍ରୋଲିୟମ୍‌କୁ ସୁନା ସହ ତୁଳନା କରି କଳାସୁନା ବା ତରଳ ସୁନା କୁହାଯାଏ ।

12. ଅନେକ ବଡ଼ ବଡ଼ ରେଳଷ୍ଟେସନ୍ ନିକଟରେ ବିରାଟକାୟ ଆବଦ୍ଧ ଇସ୍ପାତ୍ ଟାଙ୍କିମାନ ଅଛି । ସେଗୁଡ଼ିକରେ କ’ଣ ରଖାଯାଉଛି ଲେଖ ଏବଂ ସେଗୁଡ଼ିକ ରେଳ ଷ୍ଟେସନ୍ ପାଖରେ କାହିଁକି ଅଛି ବୁଝାଅ ।
ଉ-
(i) ବଡ଼ ବଡ଼ ରେଳଷ୍ଟେସନ୍ ନିକଟରେ ବିରାଟକାୟ ଆବଦ୍ଧ ଇସ୍ପାତ୍ ଟାଙ୍କିମାନଙ୍କରେ କୋଲ୍ ଗ୍ୟାସ୍ ଥାଏ ।
(ii) ସେଗୁଡ଼ିକୁ ରେଳଷ୍ଟେସନ୍‌ରେ ରଖାଯାଇଥାଏ; କାରଣ କୌଣସି କାରଣରୁ ବିଦ୍ୟୁତ୍ ଫେଲ୍ ହେଲେ ଏହାଦ୍ୱାରା ସମଗ୍ର ଷ୍ଟେସନ୍‌କୁ ଆଲୋକିତ କରାଯାଇପାରିବ ।
(iii) ଭୂତଳ ନଳ ଦ୍ଵାରା ଏଗୁଡ଼ିକ ବତିଖୁଣ୍ଟ ସହ ସଂଯୁକ୍ତ କରାଯାଇଥାଏ ।

13. କେତେକ ମାଲବାହୀ ରେଳଗାଡ଼ିରେ ସିଲିଣ୍ଡର୍ ଆକୃତିର ବଡ଼ ବଡ଼ ଡବା ଲାଗିଥାଏ । ଏଗୁଡ଼ିକରେ କ’ଣ ସବୁ ପରିବହନ କରାଯାଏ ଲେଖ ।
ଉ-
ମାଲବାହୀ ଟ୍ରେନ୍‌ଗୁଡ଼ିକରେ ସିଲିଣ୍ଡର ଆକୃତିର ବଡ଼ ବଡ଼ ଡବାରେ LPG ସିଲିଣ୍ଡର ପରିବହନ କରାଯାଏ ।

14. ଖଣ୍ଡେ ବିଟୁମିନସ୍ କୋଇଲାର ଚୂର୍ୟନେଇ କୋଇଲାର ଅନ୍ତର୍ଧୂମ ପାତନ ପରୀକ୍ଷାଟି କର ।
ଉ-
(କ) ଉପକରଣଗୁଡ଼ିକର ନାମ ଲେଖ ଏବଂ ସେଗୁଡ଼ିକ କିପରି ସଜାଇଲ ବର୍ଣନା କର । ତା’ ପରେ କ’ଣ କଲ ଲେଖ ।
(ଖ) ଉପକରଣ ସଜାର ନାମାଙ୍କିତ ଚିତ୍ର ଅଙ୍କନ କର ।
(ଗ) ପରୀକ୍ଷାଲବ୍‌ଧ ଉତ୍ପାଦଗୁଡ଼ିକର ନାମ ଲେଖ ଏବଂ ପ୍ରତ୍ୟେକକୁ କିପରି ସଂଗ୍ରହକଲ ବର୍ଣନା କର ।
ଉ-
ଆବଶ୍ୟକ ଉପକରଣ :
(i) ସ୍ପିରିଟ୍ ଲ୍ୟାମ୍ପ,
(ii) ଶକ୍ତ ପରୀକ୍ଷାନଳୀ,
(iii) ଷ୍ଟାଣ୍ଡ୍,
(iv) କୋନିକାଲ୍ ଫ୍ଲାସ୍କ,
(v) ନିର୍ଗମନଳୀ,
(vi) ଠିପି,
(vii) ଜଳପାତ୍ର,
(viii) କାଠଷ୍ଟାଣ୍ଡ ।

BSE Odisha 8th Class Science Solutions Chapter 5 କୋଇଲା ଓ ପେଟ୍ରୋଲିୟମ୍

ପରୀକ୍ଷା :
ପ୍ରଥମେ ଶକ୍ତ ପରୀକ୍ଷାନଳୀ ମଧ୍ଯରେ ବିଟୁମିନସ୍ କୋଇଲା ଚୂର୍ଣ୍ଣନେଇ ଏହା ମୁହଁରେ ଠିପିଦେଇ ଏକ ନିର୍ଗମନଳୀ ସଂଯୁକ୍ତ କରାଯାଉ । ପରୀକ୍ଷାନଳୀକୁ ଏକ ଷ୍ଟାଣ୍ଡରେ ସଂଯୋଗ କରାଯାଉ । ନି ର୍ଗ ମନଳୀର ମଧ୍ୟରେ ରଖ୍ କୋନିକାଲ ଫ୍ଲାସ୍କର ମୁହଁକୁ ଠିପିଦ୍ଵାରା ବନ୍ଦ କରାଯାଉ । ଠିପିର ଅନ୍ୟ ମୁହଁରେ ଆଉ ଏକ ନିର୍ଗମନଳୀ ସଂଯୁକ୍ତ | ବୁନ୍‌ସେନ୍ ବର୍ଷର କରାଯାଉ । ପରେ ପରୀକ୍ଷାନଳୀଟିକୁ ଉତ୍ତପ୍ତ କରାଯାଉ । କୋନିକାଲ୍ ଫ୍ଲସ୍କଟିକୁ ଜଳପାତ୍ର ମଧ୍ୟରେ ବୁଡ଼ାଇ ରଖାଯାଉ ଯେପରି ମୁହଁଟି ଜଳପାତ୍ରରେ ନ ବୁଡ଼ିବ । ଆଲକାତରାକୁ କୋନିକାଲ୍ ଫ୍ଲସ୍କରେ ତରଳ ଅବସ୍ଥାରେ ସଂଗ୍ରହ କରାଯାଏ । କୋକ୍‌କୁ ଶକ୍ତ ପରୀକ୍ଷାନଳୀ ମଧ୍ଯରେ ଉତ୍ପାଦ : କୋଲ ଗ୍ୟାସ୍, ଏମୋନିଆ ଗ୍ୟାସ୍ ।
ସଂଗ୍ରହ କରାଯାଏ । (ଗ୍ୟାସ୍ ବାହାରିସାରିବା ପରେ)

BSE Odisha 8th Class Science Solutions Chapter 5 କୋଇଲା ଓ ପେଟ୍ରୋଲିୟମ୍ 3

15. ଜଳ ଓ କିରୋସିନିର ଏକ ମିଶ୍ରଣ (50 ମି.ଲି. + 50 ମି.ଲି.) ନେଇ ଆଂଶିକ ପାତନ ପରୀକ୍ଷାଟି କର ।
(କ) ଉପକରଣ ଗୁଡ଼ିକର ନାମ ଲେଖ ଏବଂ ସେଗୁଡ଼ିକ କିପରି ସଜ୍ଜାଇଲ ବର୍ଣ୍ଣନା କର । ତା’ପରେ କ’ଣ କଲ ଲେଖ ।
(ଖ) ଉପକରଣ ସଜ୍ଜାର ନାମାଙ୍କିତ ଚିତ୍ର ଅଙ୍କନ କର ।
(ଗ) ପରୀକ୍ଷାଲବ୍‌ଧ ଉତ୍ପାଦଗୁଡ଼ିକର ନାମ ଲେଖ ଏବଂ ପ୍ରତ୍ୟେକକୁ କିପରି ସଂଗ୍ରହକଲ ବର୍ଣନା କର ।
ଉ- ପିଲାମାନେ ନିଜେ ସଂଗ୍ରହ କରିବେ ।

BSE Odisha 8th Class Science Solutions Chapter 5 କୋଇଲା ଓ ପେଟ୍ରୋଲିୟମ୍

16. କ୍ଷେତ୍ର ପରିଭ୍ରମଣ (Field trip)
ସୁଯୋଗ ମିଳିଲେ କୌଣସି ଏକ କୋଇଲା ଖଣି ଅଞ୍ଚଳକୁ ଯାଅ ଏବଂ ସେଠାକାର କର୍ମଚାରୀଙ୍କୁ ପଚାରି ନିମ୍ନମତେ ତଥ୍ୟ ସଂଗ୍ରହ କର ।
(କ) ପରିଦର୍ଶନ ତାରିଖ, ସମୟ, ସ୍ଥାନର ନାମ, ଜିଲ୍ଲା ଓ ରାଜ୍ୟ ।
(ଖ) ସେ ଅଞ୍ଚଳରେ କେତେ ମେଟ୍ରିକ୍ ଟନ୍ କୋଇଲା ଗଚ୍ଛିତ ଅଛି ?
(ଗ) ଦୈନିକ ହାରାହାରି କେତେ ମେଟ୍ରିକ୍ ଟନ୍ କୋଇଲା ସଂଗ୍ରହ କରାଯାଉଛି ?
(ଘ) ସେ ଅଞ୍ଚଳରେ କେଉଁ କେଉଁ ଶ୍ରେଣୀର କୋଇଲା ଉପଲବ୍‌ଧ ?
(ଙ) କେବେଠାରୁ ସେଠାରେ ଖନନ କାର୍ଯ୍ୟ ଆରମ୍ଭ ହେଲା ?
(ଚ) ସେଠାରୁ କେଉଁ କେଉଁ ସ୍ଥାନକୁ କୋଇଲା ପ୍ରେରଣ କରାଯାଏ ?
(ଛ) କେତେ ଜଣ କର୍ମଚାରୀ, ଶ୍ରମିକ ଆଦି ବ୍ୟକ୍ତି କାମ କରନ୍ତି ?
(ଜ) ଦୈନିକ କେତେ ଘଣ୍ଟା କାମ ହୁଏ ?
(ଝ) କର୍ମଚାରୀ ଓ ଶ୍ରମିକମାନଙ୍କର ପରିବାର ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ଆଲୋକ, ଜଳ, ପରିମଳ ଆଦି ପାଇଁ କି କି
(ଞ) ଏଭଳି ଆଉ କିଛି ଆନୁଷଙ୍ଗିକ ତଥ୍ୟଭିତ୍ତିକ କାର୍ଯ୍ୟ । ପରିଭ୍ରମଣ ପରେ ସଂଗୃହୀତ ତଥ୍ୟକୁ ଭିଭିକରି ଏକ ସନ୍ଦର୍ଭ (report) ଲେଖ ।

17. ସୁଯୋଗ ମିଳିଲେ କୌଣସି ଏକ ଜଳ-ବିଦ୍ୟୁତ୍ କେନ୍ଦ୍ର ପରିଦର୍ଶନ କର ଏବଂ ଉପରୋକ୍ତମତେ ‘ତଥ୍ୟ ସଂଗ୍ରହ ଫର୍ଦ୍ଦ’ (Data collection sheet ବା Information Bank) ପ୍ରସ୍ତୁତ କର । ଆବଶ୍ୟକ ହେଲେ ଶିକ୍ଷକଙ୍କୁ ଅନୁରୋଧ କର । ପରିଦର୍ଶନ ପରେ ସଂଗୃହୀତ ତଥ୍ୟକୁ ଭିତ୍ତି କରି ଏକ ସନ୍ଦର୍ଭ (Report) ଲେଖ ।
ଉ –
ପିଲାମାନେ ନିଜେ ସଂଗ୍ରହ କରିବେ ।

18. ସୁଯୋଗ ମିଳିଲେ କୌଣସି ଏକ ତାପଜ ବିଦ୍ୟୁତ୍ କେନ୍ଦ୍ର ପରିଦର୍ଶନ କର ଏବଂ ପୂର୍ବରୁ ପ୍ରସ୍ତୁତ କରାଯାଇଥିବା ତଥ୍ୟ ସଂଗ୍ରହ ଫର୍ଦ୍ଦ ଅନୁଯାୟୀ ତଥ୍ୟ ସଂଗ୍ରହ କର । ସଂଗୃହୀତ ତଥ୍ୟକୁ ଭିଭିକରି ଏକ ରିପୋର୍ଟ ଲେଖ ।
ଉ –
ପିଲାମାନେ ନିଜେ ସଂଗ୍ରହ କରିବେ ।

19. ସୁଯୋଗ ମିଳିଲେ କୌଣସି ଏକ ତୈଳ ଖଣି ଅଞ୍ଚଳ ଓ ତୈଳ ବିଶୋଧନାଗାର ପରିଦର୍ଶନ କର ଏବଂ ତଥ୍ୟ ସଂଗ୍ରହ ଫର୍ଦ୍ଦର ତଥ୍ୟକୁ ଭିଭିକରି ଏକ ରିପୋର୍ଟ ଲେଖ । ସେ ଅଞ୍ଚଳରେ ଆଉ କି କି କାରଖାନା ଅଛି ଲେଖ ।
ଉ-
ପିଲାମାନେ ନିଜେ ସଂଗ୍ରହ କରିବେ ।

20. ପ୍ରୋଜେକ୍‌ଟ (Projects) :
ବିଭିନ୍ନ ସୂତ୍ରରୁ ତଥ୍ୟ ସଂଗ୍ରହ କରି ତୈଳ କୂପଗୁଡ଼ିକରୁ ତେଲ ଓ ଗ୍ୟାସ କିପରି ସଂଗ୍ରହ କରାଯାଏ ଏବଂ ବିଶୋଧନାଗାରରେ କ’ଣ ସବୁ କରାଯାଏ ସବିଶେଷ ତଥ୍ୟସମ୍ବଳିତ ଏକ ପ୍ରବନ୍ଧ (ରିପୋର୍ଟ) ଲେଖ ।
ଉ-
ପିଲାମାନେ ନିଜେ ସଂଗ୍ରହ କରିବେ ।

21. ବିଗତ ପାଞ୍ଚ ବର୍ଷ ମଧ୍ୟରେ କୋଇଲା, କିରୋସିନି, ପେଟ୍ରୋଲ, ଡିଜେଲ ଓ LPG (ରନ୍ଧନ ଗ୍ୟାସ୍) ମୂଲ୍ୟ କିଭଳି ଭାବେ ବଢ଼ିଛି ତଥ୍ୟ ସଂଗ୍ରହ କର । ଲବ୍‌ଧ ତଥ୍ୟକୁ ନେଇ ପାଞ୍ଚଟି ଗ୍ରାଫ୍ ଅଙ୍କନ କର ।
ଉ-
ପିଲାମାନେ ନିଜେ ସଂଗ୍ରହ କରିବେ ।

22. ତୁମର ସାହି ବା ପଡ଼ା ବା ଗ୍ରାମର (ଆର୍ଥିକ ଦୃଷ୍ଟିରୁ ମଧ୍ୟବିତ୍ ଶ୍ରେଣୀଯୁକ୍ତ) ଦଶଟି ପରିବାରରୁ ନିମ୍ନମତେ ତଥ୍ୟ ସଂଗ୍ରହ କର ।
(କ) ମାସକୁ କେତେ କିଲୋଗ୍ରାମ୍ ଜାଳେଣି କାଠ କିଣନ୍ତି ?
(ଖ) ମାସକୁ କେତେ କିଲୋଗ୍ରାମ୍ କାଠ ଅଙ୍ଗାର କିଣନ୍ତି ?
(ଗ) ମାସକୁ କେତେ କିଲୋଗ୍ରାମ୍ କୋଇଲା କିଣନ୍ତି ?
(ଘ) ମାସକୁ କେତେ ଲିଟର କିରୋସିନି କିଣନ୍ତି ?
(ଙ) ମାସକୁ କେତେ ଲିଟର ପେଟ୍ରୋଲ କିଣନ୍ତି ଏବଂ କେଉଁ କେଉଁ କାମରେ ବ୍ୟବହାର କରନ୍ତି ?
(ଚ) ମାସକୁ କେତେ ଲିଟର ଡିଜେଲ କିଣନ୍ତି ଏବଂ କେଉଁ କେଉଁ କାମରେ ବ୍ୟବହାର କରନ୍ତି ?
(ଛ) ମାସକୁ କେତୋଟି LPG ସିଲିଣ୍ଡର ବ୍ୟବହାର କରନ୍ତି । ଲବ୍‌ଧ ତଥ୍ୟରୁ ଇନ୍ଧନଗୁଡ଼ିକର ବ୍ୟବହାର ଶତକଡ଼ାରେ ଲେଖ ।
ଉ –
ପିଲାମାନେ ନିଜେ ସଂଗ୍ରହ କରିବେ ।

23.( କ) କୋଇଲାର ମୂଲ୍ୟ ବୃଦ୍ଧି ହେଲେ କେଉଁ ଶିଳ୍ପଜାତ ଦ୍ରବ୍ୟଗୁଡ଼ିକର ମୂଲ୍ୟ ବୃଦ୍ଧି ହୁଏ ?
(ଖ) ଡିଜେଲର ମୂଲ୍ୟ ବୃଦ୍ଧି ହେଲେ ସାଧାରଣ ଜନଜୀବନ କିଭଳିଭାବେ ପ୍ରଭାବିତ ହୋଇଥାଏ -ଏକ ସନ୍ଦର୍ଭ ଲେଖ । ପିଲାମାନେ ନିଜେ ସଂଗ୍ରହ କରିବେ ।
ଉ –
ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

ବସ୍ତୁନିଷ୍ଠ ପ୍ରଶ୍ନେ। ଭର

1. ଶୂନ୍ୟସ୍ଥାନ ପୂରଣ କର ।
(i) ଜୀବ ଅବଶେଷରୁ ………………….. ଇନ୍ଧନ ମିଳେ ।
(ii) ପେଟ୍ରୋଲିୟମ୍‌ରୁ ସଂଗୃହୀତ ………………………. ଉତ୍ପାଦଟି ପିଚୁ ବଦଳରେ ବ୍ୟବହୃତ ହୁଏ ।
(iii) ଜେଟ୍ ଉଡ଼ାଜାହାଜରେ ……………………. କୁ ଇନ୍ଧନଭାବେ ବ୍ୟବହାର କରାଯାଏ ।
(iv) ସିଲିଣ୍ଡରରେ ଭର୍ତି ହେଉଥ‌ିବା ପ୍ରାକୃତିକ ଗ୍ୟାସକୁ …………………… କୁହାଯାଏ ।
(v) ପୃଥ‌ିବୀର ପ୍ରଥମ ତୈଳକୂପ ଖନନ ହୋଇଥିବା ଅଞ୍ଚଳର ନାମ ………………….. ।
(vi) ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସରୁ ପ୍ରସ୍ତୁତ ହେଉଥ‌ିବା ଉପଯୋଗୀ କୁହାଯାଏ ।
(vii) …………………. ର ଅନ୍ୟନାମ କଳାସୁନା ।
(viii) ପେଟ୍ରୋଲିୟମ୍ ……………………….. ର ଏକ ମିଶ୍ରଣ ।
(ix) ପ୍ରାକୃତିକ ଗ୍ୟାସର ମୁଖ୍ୟ ଉପାଦାନ …………………….. ।
(x) …………….. ର ଅନ୍ୟନାମ କଳାସୁନା ।
(xi) LPG ର ମୁଖ୍ୟ ଉପାଦାନ ………………… ।
(xii) ………………… ଉତ୍କୃଷ୍ଟ ମାନର କୋଇଲା ।
(xiii) ……………. କୋଇଲାରୁ ଅଳ୍ପ ଖର୍ଚ୍ଚରେ ଉନ୍ନତ ମାନର କୋକ୍ ପ୍ରସ୍ତୁତ କରାଯାଏ ।
(xiv) କୋଲ୍‌ଟାର୍ ପ୍ରାୟ …………………… ଟି କାର୍ବନ୍ ଯୌଗିକର ଏକ ମିଶ୍ରଣ ।
(xv) 1810 …………………. ମହାନଗରରେ ରାସ୍ତାକଡ଼ର ଆଲୋକ ବତିଗୁଡ଼ିକୁ ଜାଳିବାପାଇଁ କୋଲ୍ ଗ୍ୟାସ୍ ବ୍ୟବହୃତ ହେଉଥିଲା ।
(xvi) କୋଲ୍ ଗ୍ୟାସ୍ ମୁଖ୍ୟତଃ ହାଇଡ୍ରୋଜେନ୍, ମିଥେନ୍ ଓ …………………. ର ମିଶ୍ରଣ ।
(xvii) ପେଟ୍ରୋଲିୟମ୍‌ ଉପଜାତ ……………………. ପଦାର୍ଥଟି ଅଏଣ୍ଟମେଣ୍ଟ ପ୍ରସ୍ତୁତିରେ ଲାଗେ ।
(xviii)ଆମ ଭାରତବର୍ଷର ………………………… ଠାରେ ଆବିଷ୍କୃତ ପ୍ରଥମ ତୈଳ ଭଣ୍ଡାର ।
(xix) ବେଞ୍ଜନ୍ ……………….. ର ଆଂଶିକ ପାତନରୁ ମିଳେ ।

BSE Odisha 8th Class Science Solutions Chapter 5 କୋଇଲା ଓ ପେଟ୍ରୋଲିୟମ୍

Answers:
(i) ଜୀବାଶ୍ମ
(ii) ବିଟୁମେନ୍
(iii) କିରୋସିନି
(iv) CNG
(v) ପେନ୍‌ସିଲ୍ ଭାନିଆ
(vi) ପେଟ୍ରୋକେମିକାଲ୍‌
(vii) ପେଟ୍ରୋଲିୟମ୍
(viii) ଜୈବ ଯୌଗିକ
(ix) ମିଥେନ୍
(x) କେ।ଇଲା
(xi) ବ୍ୟଟେନ୍‌
(xii) ଆକ୍ରାସାଇଟ୍
(xiii) ଆନ୍ତଃସାଇଟ୍
(xiv) 200
(xv) ଲଶ୍ରନ
(xvi) କାର୍ବନ ମନୋକ୍‌ସାଇଡ୍
(xvii) ମତ୍ରମ
(xviii) ଆସାମର ମାକୁମ୍
(xix) କୋଲ୍‌ଟାର୍

2. ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦବାଛି ଶୂନ୍ୟସ୍ଥାନ ପୂରଣ କର ।
(i) ପେଟ୍ରୋଲିୟମ୍ ଗ୍ୟାସ୍‌ରେ ……………… ଅଧ୍ବକ ପରିମାଣରେ ଥା (ମିଥେନ୍, ଇଥେନ୍, ପ୍ରୋପେନ୍, ବ୍ୟୁଟେନ୍)
(ii) ପ୍ରାକୃତିକ ଗ୍ୟାସର ମୁଖ୍ୟ ଉପାଦାନ ………………….. । (ମିଥେନ୍, ଇଥେନ୍, ପ୍ରୋପେନ୍, ବ୍ୟୁଟେନ୍)
(iii) ……………………… କୋଲ୍ ଗ୍ୟାସ୍‌ର ଉପାଦାନ ନୁହେଁ । (Co, NH3 CH4, H2)
(iv) ଘରେ ବ୍ୟବହୃତ କୋଇଲାର ନାମ ………………………. (ଆଷ୍ଟ୍ରାସାଇଟ୍, ବିଟୁମିନସ୍, ଲିଗ୍‌ନାଇଟ୍, ପିଟ୍) –
(v) ………………. କୋଇଲାରୁ ଅଧ‌ିକ ପରିମାଣର ତାପଶକ୍ତି ମିଳେ । (ଆଷ୍ଟ୍ରାସାଇଟ୍, ବିଟୁମିନସ୍, ଲିଗ୍‌ନାଇଟ୍, ପିଟ୍)
(vi) …………….. ସବୁଠାରୁ ନିକୃଷ୍ଟ ମାନର କୋଇଲା । (ଆଷ୍ଟ୍ରାସାଇଟ୍‌, ବିଟୁମିନସ୍, ଲିଗ୍‌ନାଇଟ୍, ପିଟ୍)
(vii) ପେଟ୍ରୋଲିୟମ୍ ଗ୍ୟାସ୍‌ରେ …………………. ନଥାଏ । (ମିଥେନ୍, ପ୍ରୋପେନ୍, ଇଥେନ୍, ବ୍ଲୁଟେନ୍) –
(viii) ପେଟ୍ରୋଲିୟମ୍ ଭୂପୃଷ୍ଠରୁ ପ୍ରାୟ ……………….. ଗଭୀରତାରେ ମିଳେ ।
(2600-2700., 2800-3800., 2600-40009., 1600-17009.)

Answers:
(i) କ୍ୟୁଟେନ୍
(ii) ମିଥେନ୍
(iii) NH3
(iv) ବିଟୁମିନସ୍ ଆଷ୍ଟ୍ରାସାଇଟ୍
(v) ଆନ୍ତଃସାଇଟ୍
(vi) ପିଟ୍
(vii) ମିଥେନ୍
(viii) 1600-1700 ମି.

BSE Odisha 8th Class Science Solutions Chapter 5 କୋଇଲା ଓ ପେଟ୍ରୋଲିୟମ୍

3. ବାମ ପାର୍ଶ୍ୱସ୍ଥ ସମ୍ପର୍କକୁ ଅନୁଧ୍ୟାନ କରି ଦକ୍ଷିଣ ପାର୍ଶ୍ୱସ୍ଥ ଶୂନ୍ୟସ୍ଥାନ ପୂରଣ କର ।
(i) କୋଇଲା : ଅନ୍ତଧୂମ ପାତନ :: ପେଟ୍ରୋଲ : …………………….. ।
(ii) ଆମେରିକା : ପେନ୍‌ସିଲ୍‌ଭାନିଆ :: ଭାରତ : …………………….. ।
(iii) ବ୍ଲ୍ୟୁଟେନ୍ : CPG :: ମିଥେନ୍ : …………………….. ।
(iv) ପେଟ୍ରୋଲିୟମ୍ : 1 ରୁ 35 :: ପେଟ୍ରୋଲ : …………………….. ।
(v) ମିଥେନ୍ : ପ୍ରାକୃତିକ ଗ୍ୟାସ୍ :: ମ୍ୟୁଟେନ୍ : …………………….. ।
(vi) କୋଇଲା : କଳାହୀରା :: ପେଟ୍ରୋଲିୟମ୍ : …………………….. ।
(vii) ନିକୃଷ୍ଟ କୋଇଲା : ପିଟ୍ :: ଉତ୍କୃଷ୍ଟ କୋଇଲା : …………………….. ।
(viii) ଏମୋନିଆ ଗ୍ୟାସ୍‌ : ୟୁରିଆ : :: ………………… : ଷ୍ଟିଲ୍‌ ପ୍ରସ୍ତୁତି ।

Answers:
(i) ଆଂଶିକ ପାତନ
(ii) ଆଂସାମର ମାକୁମ୍
(iii) CNG
(v) 5 ରୁ 12
(iv) L.P.G.
(vi) ତରଳସୁନା
(vii) ଆନ୍ତଃସାଇଟ୍
(viii) କୋକ୍

4. ‘କ’ ସ୍ତମ୍ଭର ଶବ୍ଦଗୁଡ଼ିକ ସହ ‘ଖ’ ସ୍ତମ୍ଭରେ ଥିବା ସମ୍ପର୍କିତ ଶବ୍ଦକୁ ମିଳାଅ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(i) LPG କଳାହୀରା
(ii) ପେଟ୍ରୋଲ ରଙ୍ଗ ପ୍ରସ୍ତୁତି
(iii) କିରୋସିନି ଅଏଣ୍ଟମେଣ୍ଟ
(iv) ଡିଜେଲ କଳାସୁନା|ତରଳ ସୁନା
(v) ମହମ ଜେଟ ଉଡ଼ାଜାହାଜର ଇନ୍ଧନ
(vi) ବିଟୁମେନ ବସ୍ତ୍ରସଫା
(vii) ପେଟ୍ରୋଲିୟମ୍ ଭାରୀଯାନ
(viii) କୋଇଲା ଘରେ ରୋଷେଇ

Anawer:

‘କ’ ସ୍ତମ୍ଭ ଘରେ ରୋଷେଇ
(i) LPG ବସ୍ତ୍ରସଫା
(ii) ପେଟ୍ରୋଲ ଜେଟ ଉଡ଼ାଜାହାଜର ଇନ୍ଧନ
(iii) କିରୋସିନି ଭାରୀଯାନ
(iv) ଡିଜେଲ ଅଏଣ୍ଟମେଣ୍ଟ
(v) ମହମ ରଙ୍ଗ ପ୍ରସ୍ତୁତି
(vi) ବିଟୁମେନ କଳାସୁନା|ତରଳ ସୁନା
(vii) ପେଟ୍ରୋଲିୟମ୍ କଳାହୀରା
(viii) କୋଇଲା ଘରେ ରୋଷେଇ

 

BSE Odisha 9th Class Odia Solutions Chapter 16 ପତାକା ଉତ୍ତୋଳନ

Odisha State Board BSE Odisha 9th Class Odia Solutions Chapter 16 ପତାକା ଉତ୍ତୋଳନ Textbook Exercise Questions and Answers.

BSE Odisha Class 9 Odia Solutions Chapter 16 ପତାକା ଉତ୍ତୋଳନ

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର

Question ୧।
ରାୟବାହାଦୁର ଘରର ଝରକା କବାଟ ବନ୍ଦ କରିଦେଲେ କାହିଁକି ?
Answer:
‘ପତାକା ଉତ୍ତୋଳନ’ ଗଳ୍ପଟି ଓଡ଼ିଆ କଥାସାହିତ୍ୟର ଅପ୍ରତିଦ୍ବନ୍ଦୀ ସ୍ରଷ୍ଟା ସୁରେନ୍ଦ୍ର ମହାନ୍ତିଙ୍କର ଏକ ସ୍ମରଣୀୟ ସୃଷ୍ଟି । ବ୍ରିଟିଶ୍ ସରକାରଙ୍କ ଏକାନ୍ତ ଅନୁଗତ କେତେକ କର୍ମଚାରୀ କିପରି ଭାରତର ସ୍ଵାଧୀନତା ପ୍ରାପ୍ତିକୁ ବିରୋଧ କରୁଥିଲେ ତା’ର ଏକ ନଗ୍ନରୂପ ଗାଳ୍ପିକ ଏଠାରେ ଉପସ୍ଥାପନ କରିଛନ୍ତି । ରାୟବାହାଦୁର ସୋମନାଥ ମହାପାତ୍ର ଥିଲେ ଏକାନ୍ତ ଅନୁଗତ ପୁଲିସ କର୍ମଚାରୀ । ବ୍ରିଟିଶ୍ ସିଂହାସନ ପ୍ରତି ତାଙ୍କର ଥିଲା ଅତିଶୟ ନିଷ୍ଠା ଓ ଅତୁଳନୀୟ ଅନୁରକ୍ତି । ଯାହାର ଦାନା ଖାଇ ସେ ମଣିଷ, ତାଙ୍କର ନିମକ୍‌ରାମି କରିବା ଅସମ୍ଭବ– ଏହା ଥିଲା ତାଙ୍କର ବିଚାରଧାରା । ସେହି ବ୍ରିଟିଶ୍ ସିଂହାସନ ପାଇଁ ସେ ନିଜ ଜ୍ୟେଷ୍ଠପୁତ୍ର ଅରୁଣକୁ ନିଜ ହାତରେ ଗୁଳି କରିଥିଲେ ।

ଭାରତବର୍ଷର ପବିତ୍ର ସ୍ଵାଧୀନତା ଦାବିକୁ ସେ ବିରୋଧ କରୁଥିଲେ । ତେଣୁ ସଦ୍ୟସ୍ଵାଧୀନ ଭାରତବର୍ଷ ଯେତେବେଳେ ସ୍ଵାଧୀନତା ପ୍ରାପ୍ତିର ମଙ୍ଗଳମୟ ମୁହୂର୍ତ୍ତକୁ ଶଙ୍ଖ, ଘଣ୍ଟା, ହୁଳହୁଳି ତଥା ତୋପର ମିଳିତଧ୍ଵନି ମଧ୍ୟରେ ‘ଜୟ ସ୍ବାଧୀନ ଭାରତ କୀ ଜୟ’ କହି ଉତ୍ସବ ପାଳନ କରୁଥିଲା, ସେତେବେଳେ ସେହି ଶବ୍ଦ ବ୍ରିଟିଶ୍ ସିଂହାସନ ପ୍ରତି ଅନୁରକ୍ତ ରାୟବାହାଦୁରଙ୍କ ପକ୍ଷେ ଅସହ୍ୟ ହୋଇ ଉଠିଥିଲା । ତେଣୁ ସେ ସେହି ଶବ୍ଦ ନ ଶୁଣିବାପାଇଁ ଘରର ଝରକା କବାଟ ବନ୍ଦ କରିଦେଇଥିଲେ ।

Question ୨।
ପଟୁଆରରେ ନେତୃତ୍ୱ କିଏ ନେଇଥିଲେ ?
Answer:
‘ପତାକା ଉତ୍ତୋଳନ’ ଗଳ୍ପଟି ଗାଳ୍ପିକ ସୁରେନ୍ଦ୍ର ମହାନ୍ତିଙ୍କର ଏକ ଅମ୍ଳାନ ସୃଷ୍ଟି । ଭାରତର ସ୍ବାଧୀନତାକୁ ବିରୋଧ କରି ବ୍ରିଟିଶ୍ ସିଂହାସନ ପ୍ରତି ଅତୁଳନୀୟ ଅନୁରକ୍ତି ପ୍ରଦର୍ଶନ କରୁଥିବା ଜଣେ ପୁଲିସ କର୍ମଚାରୀଙ୍କର ପୁତ୍ର ତଥା ନାତି ମଧ୍ଯ କିପରି ସ୍ଵାଧୀନତା ଆନ୍ଦୋଳନର କର୍ଣ୍ଣଧାର ହୋଇଛନ୍ତି ତାହା ଏଠାର ଗାଳ୍ପିକ ଉପସ୍ଥାପନ କରିଛନ୍ତି ।

ପଟୁଆରର ନେତୃତ୍ୱ ନେଇଥିଲେ ରାୟବାହାଦୁରଙ୍କ ପରଲୋକଗତ ଜ୍ୟେଷ୍ଠପୁତ୍ର ଅରୁଣର ପୁତ୍ର ବିଜୟ । ରାୟବାହାଦୁର ସୋମନାଥ ମହାପାତ୍ର ବ୍ରିଟିଶ୍ ସିଂହାସନ ପ୍ରତି ଏକାନ୍ତ ଅନୁଗତ ଥିଲେ ମଧ୍ୟ ତାଙ୍କ ଜ୍ୟେଷ୍ଠପୁତ୍ର ସ୍ୱାଧୀନତା ଆନ୍ଦୋଳନରେ ଯୋଗଦେଇ ଥାନା ଘେରାଉ କରିବାକୁ ଆସିଥିବା ଜନତାର ନେତୃତ୍ୱ ନେଇ ପିତାଙ୍କ ଗୁଳିରେ ଜୀବନ ଦେଇଥିଲା । ସେହି ପରଲୋକଗତ ସ୍ଵାଧୀନତା ଆନ୍ଦୋଳନର କର୍ଣ୍ଣଧାର ହୋଇଛନ୍ତି ତାହା ଏଠାର ଗାଳ୍ପିକ ଉପସ୍ଥାପନ କରିଛନ୍ତି । ହାତରେ ବିରାଟ ଜାତୀୟ ପତାକା ଧରି ‘ଜୟ ସ୍ବାଧୀନ ଭାରତ କୀ ଜୟ’ କହି ପଟୁଆରର ଆଗରେ ଚାଲୁଥିଲା ।

BSE Odisha 9th Class Odia Solutions Chapter 16 ପତାକା ଉତ୍ତୋଳନ

Question ୩ ।
ସୋମନାଥ ଡ୍ରୟାରଚେଷ୍ଟର ଚାବି କାହାକୁ ଦେଇ ନଥୁଲେ କାହିଁକି ?
Answer:
ଅପ୍ରତିଦ୍ବହୀ କଥାକାର ସୁରେନ୍ଦ୍ର ମହାନ୍ତିଙ୍କର ‘ପତାକା ଉତ୍ତୋଳନ’ ଏକ ସାର୍ଥକ ସୃଷ୍ଟି । ଗଳ୍ପର ପୁରୋଧା ରାୟବାହାଦୁର ସୋମନାଥ ମହାପାତ୍ର ଥିଲେ ଇଂରେଜମାନଙ୍କ ପ୍ରତି ଏକାନ୍ତ ଅନୁଗତ ଜଣେ ପୁଲିସ କର୍ମଚାରୀ । ବ୍ରିଟିଶ୍ ସିଂହାସନ ପ୍ରତି ଅତୁଳନୀୟ ଅନୁରକ୍ତି ପ୍ରଦର୍ଶନ କରିବାକୁ ଯାଇ ସେ ଗୃହସ୍ତରେ ନିଜ ପୁତ୍ର ସ୍ଵାଧୀନତା ସଂଗ୍ରାମୀ ଅରୁଣକୁ ଗୁଳି କରିଥିଲେ । ବିନିମୟରେ ସେ ବ୍ରିଟିଶ୍ ଶାସକଙ୍କଠାରୁ ଲାଭ କରିଥିଲେ ପଦୋନ୍ନତି, ଦରବାରରେ ସନନ୍ଦ, ମେଡ଼ାଲ ଓ ବହୁ ପ୍ରଶଂସାପତ୍ର । ସେସବୁକୁ ସେ ନିଜସ୍ବ ଡ୍ରୟାରଚେଷ୍ଟରେ ରଖୁଥିଲେ । କର୍ତ୍ତବ୍ୟର ନିର୍ମମ କଷାଘାତରେ ସେ ପୁତ୍ର ହତ୍ୟା କରିଥିଲେ ମଧ୍ୟ ତାଙ୍କ ପିତୃହୃଦୟର ଅନୁକୋଣରେ ବାତ୍ସଲ୍ୟ ମମତା ଗୁମୁରି ଗୁମୁରି କାନ୍ଦୁଥିଲା । ତେଣୁ ପୁତ୍ର ଅରୁଣର ଗୋଟିଏ ଫଟୋ ସେ ଅତିଯତ୍ନରେ ଭେଲ୍‌ଭେଟ୍‌ ବାକ୍‌ସରେ ଡ୍ରୟାରଚେଷ୍ଟ ଭିତରେ ଲୁଚାଇ ରଖୁଥିଲେ । ତେଣୁ ସେ ତା’ର ଚାବି କାହାକୁ ଦେଉ ନଥିଲେ ।

Question ୪।
୧୯୨୩ ସାଲରେ ସୋମନାଥଙ୍କୁ କାହିଁକି ସନନ୍ଦ ଦିଆଯାଇଥିଲା ?
Answer:
‘ପତାକା ଉତ୍ତୋଳନ’ ଗଳ୍ପଟି କଥାକାର ସୁରେନ୍ଦ୍ର ମହାନ୍ତିଙ୍କର ଏକ ମହାନ୍ ସୃଷ୍ଟି । ଗଳ୍ପର ପ୍ରମୁଖ ଚରିତ୍ର ହେଉଛନ୍ତି ରାୟବାହାଦୁର ସୋମନାଥ ମହାପାତ୍ର । ସେ ଥିଲେ ଇଂରେଜ ସରକାରଙ୍କର ଏକାନ୍ତ ଅନୁଗତ । ସ୍ଵାଧୀନତା ସଂଗ୍ରାମରେ ଯୋଗଦେଇ ଇଂରେଜ ସରକାରଙ୍କ ବିରୋଧରେ ଆନ୍ଦୋଳନ କରୁଥିବା ନିଜ ପୁତ୍ରକୁ ସେ ତାଜ୍ୟପୁତ୍ର କରିଥିଲେ । ଥାନା ଘେରାଉ କରିବାକୁ ଆସିଥିବା ବିରାଟ ଜନତାର ନେତୃତ୍ୱ ନେଇଥ‌ିବା ନିଜର ସେହି ପୁତ୍ର ଅରୁଣକୁ ନିଜ ଗୁଳିରେ ସେ ହତ୍ୟା କରିଥିଲେ । ଏହା ଥିଲା ରାୟବାହାଦୁର ସୋମନାଥ ମହାପାତ୍ରଙ୍କ ଇଂରେଜ ସିଂହାସନ ପ୍ରତି ଅତିଶୟ ନିଷ୍ଠା ଓ ଅତୁଳନୀୟ ଅନୁରକ୍ତି । ତେଣୁ ବ୍ରିଟିଶ ସରକାର ୧୯୨୩ ସାଲରେ ଦରବାର ଉପଲକ୍ଷ୍ୟରେ ତାଙ୍କୁ ସନନ୍ଦ ପ୍ରଦାନ କରିଥିଲେ ।

Question ୫।
‘’ସ୍ବାଧୀନତା ମନୁଷ୍ୟର ଜନ୍ମଗତ ଦାବି’’ – ଏକଥା କିଏ, କାହାକୁ ଓ କାହିଁକି କହିଥିଲେ ?
Answer:
ସ୍ବାଧୀନତା ମନୁଷ୍ୟର ଜନ୍ମଗତ ଦାବି – ଏହି ଶାଶ୍ୱତ ସତ୍ୟକୁ ଅପ୍ରତିଦ୍ଵନ୍ଦୀ କଥାକାର ସୁରେନ୍ଦ୍ର ମହାନ୍ତି ସ୍ବୀୟ ‘ପତାକା ଉତ୍ତୋଳନ’ ଗଳ୍ପ ମାଧ୍ୟମରେ ପ୍ରତିପାଦନ କରିଛନ୍ତି । ଗଳ୍ପରେ ଏହି ଉକ୍ତିଟି ପୁତ୍ର ଅରୁଣ ପିତା ରାୟବାହାଦୁର ସୋମନାଥ ମହାପାତ୍ରଙ୍କ ଉଦ୍ଦେଶ୍ୟରେ କହିଛନ୍ତି । ଜଣେ ସ୍ୱାଧନୀତା ସଂଗ୍ରାମୀ ବିଦେଶୀ ଶାସକଙ୍କ ଗୋଲାମଗିରି କରୁଥିବା ଦେଶଦ୍ରୋହୀକୁ ଏକଥା କହିଛନ୍ତି । ଅରୁଣ ଥିଲେ ଜଣେ ଦେଶଭକ୍ତ । ଭାରତର ସ୍ଵାଧୀନତା ସଂଗ୍ରାମରେ ଯୋଗଦେଇ ବ୍ରିଟିଶ୍ ସରକାରଙ୍କ ବିରୋଧରେ ଚାଲିଥିବା ଆନ୍ଦୋଳନରେ ସେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଅରୁଣଙ୍କ ଏହି କାର୍ଯ୍ୟକୁ ତାଙ୍କ ପିତା ସୋମନାଥ ମହାପାତ୍ର ବ୍ରିଟିଶ ସରକାରଙ୍କ ବିରୋଧରେ ଦ୍ରୋହାଚାର ତଥା ଅନ୍ୟାୟ ବୋଲି କହିଥିଲେ । ପ୍ରତ୍ୟୁତ୍ତରରେ ଅରୁଣ କହିଥିଲେ, ‘ସ୍ଵାଧୀନତା ମନୁଷ୍ୟର ଜନ୍ମଗତ ଦାବି । ତାହା ହେଉଛି ଭାରତର ପବିତ୍ରତମ ଦାବି ।’

Question ୬।
ଅରୁଣ ଘର ଛାଡ଼ିଲେ କାହିଁକି ?
Answer:
‘ପତାକା ଉତ୍ତୋଳନ’ ଗଳ୍ପଟି କଥାକାର ସୁରେନ୍ଦ୍ର ମହାନ୍ତିଙ୍କ ଏକ ସାର୍ଥକ ସୃଷ୍ଟି । ବ୍ରିଟିଶ୍ ସରକାରଙ୍କ ଏକାନ୍ତ ଅନୁଗତ ରାୟବାହାଦୁର ସୋମନାଥ ମହାପାତ୍ରଙ୍କ ଜ୍ୟେଷ୍ଠପୁତ୍ର ଥିଲେ ଅରୁଣ । ପିତା ସୋମନାଥ ବିଦେଶୀ ଶାସକଙ୍କ ଗୋଲାମଗିରି କରୁଥିବାବେଳେ ପୁତ୍ର ଅରୁଣ ଥିଲେ ଦେଶଭକ୍ତ । ଭାରତର ସ୍ବାଧୀନତା ସଂଗ୍ରାମରେ ଯୋଗଦେଇ ସେ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । କିନ୍ତୁ ତାଙ୍କର ଏହି କାର୍ଯ୍ୟକୁ ତାଙ୍କ ପିତା ବ୍ରିଟିଶ୍ ସରକାରଙ୍କ ବିରୋଧରେ ଏହା ଦ୍ରୋହାଚାର ତଥା ଅନ୍ୟାୟ ବୋଲି କହି ସେଥୁରୁ ନିବୃତ୍ତ ହେବାକୁ ଆଦେଶ ଦେଇଥିଲେ । ଅନ୍ୟାୟ ଅଦେଶକୁ ଅରୁଣ ପାଳନ ନ କରିବାରୁ ରାୟବାହାଦୁର ତାଙ୍କୁ ତ୍ୟଜ୍ୟପୁତ୍ର କରିଥିଲେ । ତେଣୁ ଅରୁଣ ଘର ଛାଡ଼ି ଦେଇଥିଲେ ।

Question ୭ ।
ପୁଲିସ ସାହେବ ରାୟବାହାଦୁରଙ୍କୁ କ’ଣ ହୁକୁମ ଦେଇଥିଲେ ?
Answer:
‘ପତାକା ଉତ୍ତୋଳନ’ ଗଛଟି ପ୍ରସିଦ୍ଧ କଥାକାର ସୁରେନ୍ଦ୍ର ମହାନ୍ତିଙ୍କ ଅନନ୍ୟ ପ୍ରତିଭାର ବଳିଷ୍ଠ ସ୍ବାକ୍ଷର ବହନ କରେ । ଗଳ୍ପର ପ୍ରମୁଖ ଚରିତ୍ର ରାୟବାହାଦୁର ସୋମନାଥ ମହାପାତ୍ର ଥିଲେ ଜଣେ ଅସ୍ଥାୟୀ ସବ୍‌ଇନ୍‌ସ୍ପେକ୍ଟର । ସେଦିନ ପୁଲିସ ସାହେବ ତାଙ୍କୁ ଆଦେଶ ଦେଇ କହିଲେ – “ ଦେଖ ମହାପାତ୍ର, ତୁମେ ଭାରି ପାରିବାର ଲୋକ । ଅନେକ ବଡ଼ ବଡ଼ କଥା ତୁମେ ଚଳେଇ ନେଇଛ । ଆଜି ଏକ ବିରାଟ ଜନତା ଆସୁଛି ସହରର ଥାନା, କଚେରୀ ଆକ୍ରମଣ କରିବାପାଇଁ । ସେମାନଙ୍କୁ ସାଫ୍ କରିବାର ଦାୟିତ୍ଵ ତୁମର ।’’ରାୟବାହାଦୁର ନାଟକୀୟ ଭଙ୍ଗୀରେ କୁଣ୍ଡିଶ୍ ଜଣାଇ ସାହେବଙ୍କ ଆଦେଶକୁ ସ୍ୱୀକାର କରିଥିଲେ ।

BSE Odisha 9th Class Odia Solutions Chapter 16 ପତାକା ଉତ୍ତୋଳନ

Question ୮ ।
କର୍ତ୍ତବ୍ୟର ନିଷ୍ଠା ନିମନ୍ତେ ବ୍ରିଟିଶ୍ ସରକାର କ’ଣ ପ୍ରଦାନ କରିଥିଲେ ?
Answer:
‘ପତାକା ଉତ୍ତୋଳନ’ ଗଳ୍ପଟି ଅପ୍ରତିଦ୍ବନ୍ଦୀ କଥାକାର ସୁରେନ୍ଦ୍ର ମହାନ୍ତିଙ୍କର ଏକ ଅମ୍ଳାନ ସୃଷ୍ଟି । ଗଳ୍ପର ମୁଖ୍ୟ ଚରିତ୍ର ରାୟବାହାଦୁର ସୋମନାଥ ମହାପାତ୍ର ଥିଲେ ବ୍ରିଟିଶ ସରକାରଙ୍କର ଏକାନ୍ତ ଅନୁଗତ ପୁଲିସ କର୍ମଚାରୀ । ବ୍ରିଟିଶ୍ ସିଂହାସନ ପ୍ରତି ତାଙ୍କର ଅତିଶୟ କର୍ତ୍ତବ୍ୟନିଷ୍ଠା ଓ ଅତୁଳନୀୟ ଅନୁରକ୍ତି ପ୍ରଦର୍ଶନ କରିବାକୁ ଯାଇ ସେ ନିଜ ପୁତ୍ରକୁ ନିଜ ପିସ୍ତଲରୁ ଗୁଳି କରିଥିଲେ । ଏହି କର୍ତ୍ତବ୍ୟନିଷ୍ଠା ନିମନ୍ତେ ତାଙ୍କର ପଦୋନ୍ନତି ହୋଇଛି, ଘରକୁ ଅର୍ଥ, ପ୍ରତିପରି ଓ ମର୍ଯ୍ୟାଦା ଆସିଛି ।

ଦରବାରରେ ତାଙ୍କୁ ବ୍ରିଟିଶ୍ ସରକାର ୧୯୨୩ ସାଲରେ ସନନ୍ଦ ପ୍ରଦାନ କରିଛନ୍ତି । ପୁରସ୍କାରସ୍ୱରୂପ ସେ ଲାଭ କରିଛନ୍ତି ସେହିପରି ଅନେକ ସନନ୍ଦପତ୍ର ଓ ମେଡ଼ାଲ, ଯାହା ତାଙ୍କ ଜୀବନର ବିଜୟୋଜ୍ଜ୍ବଳ ସ୍ମାରକରାଜି । ସେ ମଧ୍ୟ ସୋମନାଥ ମହାପାତ୍ରରୁ ହୋଇଛନ୍ତି ରାୟବାହାଦୁର ସୋମନାଥ ମହାପାତ୍ର, ଆଇ. ପି. (ରିଟାୟାର୍ଡ), ସି. ବି. ଇ., ଓ. ବି. ଇ., କେ. ସି. ଆଇ. ଇ. ।

Question ୯ ।
ଇନ୍ସପେକ୍ଟର ହେବା ଦିନର ଘଟଣା! ବର୍ଣ୍ଣନ କର ।
Answer:
‘ପତାକା ଉତ୍ତୋଳନ’ ଗଳ୍ପଟି ସୁରେନ୍ଦ୍ର ମହାନ୍ତିଙ୍କର ଏକ ମହନୀୟ ସୃଷ୍ଟି ।
ଗଳ୍ପର କେନ୍ଦ୍ର ଚରିତ୍ର ସୋମନାଥ ମହାପାତ୍ର ଥିଲେ ଜଣେ ଅସ୍ଥାୟୀ ପୁଲିସ ଇନ୍‌ସ୍ପେକ୍ଟର । ସେଦିନ ସହରର ଥାନା, କର। ଆକ୍ରମଣ କରିବାକୁ ଆସୁଥିବା ବିରାଟ ଜନତାକୁ ସାଫ୍ କରିବାର ଦାୟିତ୍ୱ ତାଙ୍କୁ ଦେଇଥିଲେ ପୁଲିସ ସାହେବ । ଥାନା ସମ୍ମୁଖରେ ବିରାଟ ନିରସ୍ତ୍ର ଜନତା । ଆଗରେ ସଶସ୍ତ୍ର ପୁଲିସ ବାହିନୀ । ଜନତାକୁ ଘଉଡ଼ାଇବାକୁ ଅସମର୍ଥ ହୋଇ ସୋମନାଥ ଲାଠିଚାର୍ଜର ହୁକୁମ ଦେଇଛନ୍ତି । ଏହି ସମୟରେ ତାଙ୍କ ପୁତ୍ର ଅରୁଣ ‘ବନ୍ଦେ ମାତରମ୍’ ଧ୍ଵନି ଦେଇ ଜନ୍‌ ଭିତରୁ ସମ୍ମୁଖକୁ ଆସି ‘‘ଲାଠିଚାର୍ଡ ଅନ୍ୟାୟ, କିନ୍ତୁ ଆତ୍ମରକ୍ଷା ଅନ୍ୟାୟ ନୁହେଁ ?? ବୋଲି ଚିତ୍କାର କରିଉଠିଛି ।

ଶତସିଂହର ଗର୍ଜନ କରି ଜନତା ମାଡ଼ିଆସିଛି । କେତେଜଣ ଫ୍ଲାର୍‌ଷ୍ଟାଫ୍ ଭାଙ୍ଗି ୟୁନିୟନ୍ ଜାକ୍‌କୁ ଚିରି ଦେଇଛନ୍ତି, ଯାହା ସୋମନାଥଙ୍କ ପକ୍ଷେ ଅସହ୍ୟ ହୋଇଉଠିଛି । ତାଙ୍କ ପିସ୍ତଲ ଉପରକୁ ଉଠିଛି । ସମ୍ମୁଖରେ ପୁତ୍ର ତଥା ବିରାଟ ଜନତାର ନେତୃତ୍ଵ ନେଉଥ‌ିବା ଅରୁଣ l ସୋମନାଥଙ୍କ ହାତର ପିସ୍ତଲ ଫୁଟିଛି । ଟଳିପଡ଼ିଛି ଅରୁଣର ରକ୍ତାକ୍ତ ଶବ । ବ୍ରିଟିଶ୍ ସିଂହାସନ ପ୍ରତି ଅତୁଳନୀୟ ଅନୁରକ୍ତି ପ୍ରଦର୍ଶନ କରି ସେ ହୋଇଛନ୍ତି ଇନ୍‌ସ୍ପେକ୍ଟର ।

Question ୧୦ ।
ହେମମାଳା କେଉଁ ପରିସ୍ଥିତିରେ ଶଙ୍ଖଧ୍ବନି କଲେ ?
Answer:
ପ୍ରସିଦ୍ଧ କଥାକାର ସୁରେନ୍ଦ୍ର ମହାନ୍ତିଙ୍କଦ୍ଵାରା ପ୍ରଣୀତ ‘ପତାକା ଉତ୍ତୋଳନ’ ଶୀର୍ଷକ ଗଳ୍ପ ଏକ ସାର୍ଥକ ଗଳ୍ପ । ୧୯୪୭ ମସିହା ଅଗଷ୍ଟ ୧୪ ତାରିଖ ରାତି ୧୨ଟା । ଭାରତବର୍ଷର ଚିର ଆକାଙ୍‌କ୍ଷିତ ମଙ୍ଗଳମୟ ମୁହୂର୍ତ୍ତ । ସ୍ଵାଧୀନତା ଶଙ୍ଖ, ଘଣ୍ଟା, ହୁଳହୁଳି ତଥା ତୋପର ଧ୍ଵନି ମଧ୍ୟରେ ରାତିର ଶାନ୍ତ ନୀରବ ମୁହୂର୍ତ୍ତକୁ ‘ଜୟ ସ୍ବାଧୀନ ଭାରତ କୀ ଜୟ’ ଧ୍ଵନିରେ ମୁଖରିତ ତଥା ଚଳଚଞ୍ଚଳ କରି ଦେଇଥିଲା । ସେତେବେଳେ ହେମମାଳା ଦୋତାଲା ବାରଣ୍ଡାରେ ଗୋଟିଏ ତ୍ରିରଙ୍ଗା ପତାକା ଉଡ଼ାଇ ତା’ର ପାଦତଳେ ପ୍ରଦୀପ ଜାଳି ଶଙ୍ଖଧ୍ବନି କରିଥିଲେ ।

Question ୧୧ ।
ସେ ଦର୍ପର ସହିତ କ’ଣ କହିଥିଲେ ?
Answer:
‘ପତାକା ଉତ୍ତୋଳନ’ ଗଛଟି ଗାଳ୍ପିକ ସୁରେନ୍ଦ୍ର ମହାନ୍ତିଙ୍କ ଏକ ଅମ୍ଳାନ ସୃଷ୍ଟି । ସ୍ଵାଧୀନତା ପ୍ରାପ୍ତିର ଶୁଭ ମୁହୂର୍ତ୍ତରେ ହେମମାଳା ଦୋତାଲା ବାରଣ୍ଡାରେ ତ୍ରିରଙ୍ଗା ଉଡ଼ାଇ ପାଦତଳେ ପ୍ରଦୀପ ଜାଳି ଶଙ୍ଖଧ୍ବନି କରିଛନ୍ତି । ସେ ଶଙ୍ଖଧ୍ୱନି ଶୁଣି ରାୟବାହାଦୁର ପାଗଳ ପରି ଧାଇଁ ଆସି ତାଙ୍କ ହାତରୁ ଶଙ୍ଖ ଛଡ଼େଇ ନେଇଛନ୍ତି । ତ୍ରିରଙ୍ଗା ପତାକାକୁ କାଢ଼ି ଫିଙ୍ଗିଦେଇ କହିଛନ୍ତି – ‘ଯେଉଁ ୟୁନିୟନ୍ ଜାକ୍ ପାଇଁ ଅରୁକୁ ଖୁନ୍ କରିଛି, େ ପତାକାର ପତନ ଅସମ୍ଭବ ।’’ ଏହା ଶୁଣି ହେମମାଳା ଦର୍ପର ସହିତ କହିଛନ୍ତି– ‘‘ଯୋଉ ପତାକା ପାଇଁ ଅରୁ ପ୍ରାଣବଳି ଦେଇଛି, ସେ ପତାକା ଯୁଗେ ଯୁଗେ ରହିବ ଉନ୍ନତ ହୋଇ ।’’ ଏହା ଥିଲା ସ୍ଵାଧୀନତା ସଂଗ୍ରାମରେ ପୁତ୍ର ହରାଇଥିବା ଏକ ମାତାର ଅତ୍ମସନ୍ତୋଷଭରା ଦୃପ୍ତବାଣୀ ।

BSE Odisha 9th Class Odia Solutions Chapter 16 ପତାକା ଉତ୍ତୋଳନ

Question ୧୨ ।
ସୋମନାଥ କାହିଁକି ରାତି ଅନିଦ୍ରା ରହିଥୁଲେ ?
Answer:
‘ପତାକା ଉତ୍ତୋଳନ’ ଶୀର୍ଷକ ଗଳ୍ପରେ ଅପ୍ରତିଦ୍ବନ୍ଦୀ କଥାକାର ସୁରେନ୍ଦ୍ର ମହାନ୍ତିଙ୍କ ଅମ୍ଳାନ ପ୍ରତିଭାର ସ୍ବାକ୍ଷର ନିହିତ । ସ୍ଵାଧୀନତା ପ୍ରାପ୍ତିର ଶୁଭ ସମୟକୁ ସ୍ବାଗତ କରିବାପାଇଁ ହେମମାଳା ବାରଣ୍ଡାରେ ତ୍ରିରଙ୍ଗା ଉଡ଼ାଇ, ପାଦତଳେ ପ୍ରଦୀପ ଜାଳି ଶଙ୍ଖଧ୍ବନି କରିଛନ୍ତି । ଶଙ୍ଖଧ୍ୱନି ଶୁଣି ରାୟବାହାଦୁର ପାଗଳ ପ୍ରାୟ ଧାଇଁ ଆସି ହେମମାଳାଙ୍କ ହାତରୁ ଶଙ୍ଖ ଛଡ଼ାଇ ନେଇଛନ୍ତି । ଯେଉଁ ୟୁନିୟନ୍ ଜାକ୍ ପାଇଁ ସେ ପୁତ୍ର ଅରୁଣକୁ ହତ୍ୟା କରିଛନ୍ତି, ସେ ପତାକାର ପତନ ଅସମ୍ଭବ କହି ତ୍ରିରଙ୍ଗାକୁ କାଢ଼ି ଫିଙ୍ଗି ଦେଇଛନ୍ତି । ଘର ଭିତରୁ ଅନେକ ଦିନର ସାଇତା ସିଲ୍‌କର ୟୁନିୟନ୍ ଜାକ୍‌କୁ ଆଣି ତ୍ରିରଙ୍ଗା ସ୍ଥାନରେ ଉଡ଼ାଇଛନ୍ତି ଏବଂ ସାରାରାତି ଚେଇଁ ବସିଛନ୍ତି ସେହି ପତାକା ପାଖରେ ସତର୍କ ପ୍ରହରୀଟି ପରି ।

Question ୧୩ ।
ବିଜୟ ଜେଜେଙ୍କ ଉପରେ ଉତ୍‌କ୍ଷିପ୍ତ ହେବାର କାରଣ କ’ଣ ?
Answer:
‘ପତାକା ଉତ୍ତୋଳନ’ ଗଳ୍ପଟି ସୁରେନ୍ଦ୍ର ମହାନ୍ତିଙ୍କର ଏକ ସାର୍ଥକ ସୃଷ୍ଟି ।
ସ୍ଵାଧୀନତା ପ୍ରାପ୍ତି ଉତ୍ସବକୁ ପାଳନ କରୁଥିବା ବିରାଟ ପଟୁଆରର ନେତୃତ୍ୱ ନେଇଥିଲା ରାୟବାହାଦୁରଙ୍କ ପରଲୋକଗତ ଜ୍ୟେଷ୍ଠପୁତ୍ରର ପୁତ୍ର ବିଜୟ । ସାରା ରାତି ଉତ୍ସବରେ ମାତି ଘରକୁ ଫେରି ଦେଖିଛି ତା’ର ଜେଜେ ବୋତାଲା ବାରଣ୍ଡାରେ ୟୁନିୟନ୍ ଜାକ୍ ଉଡ଼ାଇ ସତର୍କ ପ୍ରହରୀ ପରି ଜଗି ବସିଛନ୍ତି । ସ୍ତସ୍ଥିତ ବିଜୟ ମୁହୂର୍ତ୍ତକର ଜଡ଼ତା କଟିଯିବା ପରେ ସ୍ବାଧୀନତାର ପବିତ୍ର ଦିବସରେ ଉଡ଼ୁଥ‌ିବା ୟୁନିୟନ୍ ଜାକ୍ ସମ୍ପର୍କରେ ଜେଜେଙ୍କୁ ପ୍ରଶ୍ନ କରିଛି ।

କିନ୍ତୁ ରାୟବାହାଦୁର ‘ଦୁନିଆ ନିମକ୍‌ରାମ ହେଲେ ମଧ୍ୟ ସେ ହୋଇପାରିବେ ନାହିଁ ’ ବୋଲି ଉତ୍ତର ଦେଇଛନ୍ତି । ‘ସ୍ଵାଧୀନ ଭାରତବର୍ଷରେ ଇଂରେଜ ପତାକା ୟୁନିୟନ୍ ଜାକ୍ ଉଡ଼ିପାରିବ ନାହିଁ ବୋଲି କହି ବିଜୟ ପତାକାକୁ ଝାମ୍ପି ଉଠାଇ ନେଇଛି । ରାୟବାହାଦୁର ଅସ୍ବାଭାବିକ ଭାବେ ହିଂସ୍ର ହୋଇଉଠି ବିଜୟଠାରୁ ୟୁନିୟନ ଜାକ୍‌କୁ ଛଡ଼ାଇବାକୁ ଚେଷ୍ଟା କରିବାରୁ ବିଜୟ ଉତ୍‌କ୍ଷିପ୍ତ ହୋଇ ଜେଜେଙ୍କୁ ଠେଲିଦେଇଛି ।

Question ୧୪ ।
‘‘ବ୍ରିଟିଶ୍ ଗୋଲମ ପାଇଁ ସ୍ଥାନ ଏଠି ନାହିଁ? ‘ – କେଉଁ ପରିସ୍ଥିତିରେ ବିଜୟ ଏକଥା କହିଥିଲା ?
Answer:
‘ପତାକା ଉତ୍ତୋଳନ’ ଗଳ୍ପଟି ବିଶିଷ୍ଟ କଥାକାର ସୁରେନ୍ଦ୍ର ମହାନ୍ତିଙ୍କର ଏକ ଅନବଦ୍ୟ ସୃଷ୍ଟି ।
ରାତିସାରା ସ୍ଵାଧୀନତା ଉତ୍ସବରେ ମାତି ବିଜୟ ଘରକୁ ଫେରି ଦେଖୁଛି ତା’ର ଜେଜେ ଘର ଭିତରେ ୟୁନିୟନ୍ ଜାକ୍ ଉତ୍ତୋଳନ କରି ସତର୍କ, ପ୍ରହରୀ ପରି ଜଗି ବସିଛନ୍ତି । ବିସ୍ମିତ ବିଜୟ ‘ପବିତ୍ର ସ୍ଵାଧୀନତା ଦିବସରେ ଘର ମଧ୍ଯରେ ଇଂରେଜ ଜାତୀୟ ପତାକା କାହିଁକି’ ବୋଲି ଜେଜେଙ୍କୁ ପ୍ରଶ୍ନ କରିଛି । କିନ୍ତୁ ‘ଦୁନିଆଁ ନିମକ୍‌ରାମ ହେଲେ ମଧ୍ୟ ସେ ହୋଇପାରିବେ ନାହିଁ । ସେ ଘର ତାଙ୍କର, ସେ ବଞ୍ଚିଥିବା ଯାଏଁ ୟୁନିୟନ୍ ଜାକ୍ ନିଶ୍ଚୟ ଉଡ଼ିବ’ ବୋଲି ରାୟବାହାଦୁର ଉତ୍ତର ଦେଇଛନ୍ତି । ତେଣୁ ନାତି ବିଜୟ ଉତ୍‌କ୍ଷିପ୍ତ ହୋଇ ୟୁନିୟନ୍ ଜାକ୍‌କୁ ଝାମ୍ପି ଉଠାଇ ନେଇ କହିଛି – ‘ ଏ ଦେଶ ଆମର । ବ୍ରିଟିଶ୍ ଗୋଲମ ପାଇଁ ସ୍ଥାନ ଏଠି ନାହିଁ ।’

Question ୧୫ ।
‘‘ମୁଁ ଏଥର ଶାନ୍ତିରେ ମରିପାରିବି –” ଏକଥା କିଏ କାହିଁକି କହିଥିଲେ ?
Answer:
ଅପ୍ରତିଦ୍ବନ୍ଦୀ କଥାକାର ସୁରେନ୍ଦ୍ର ମହାନ୍ତିଙ୍କ ଅମ୍ଳାନ ପ୍ରତିଭାର ବଳିଷ୍ଠ ସ୍ବାକ୍ଷର ବହନ କରେ ‘ପତାକା ଉତ୍ତୋଳନ’ ଗଳ୍ପ । ‘ମୁଁ ଏଥର ଶାର୍ତ୍ତିରେ ମରିପାରିବି’ – ଏକଥା ରାୟବାହାଦୁର ସୋମନାଥ ମହାପାତ୍ର ତାଙ୍କ ନାତି ବିଜୟକୁ କହିଛନ୍ତି । ସୋମନାଥ ମହାପାତ୍ର ଥିଲେ ଇଂରେଜ ସରକାରଙ୍କର ଏକାନ୍ତ ଅନୁଗତ ପୁଲିସ କର୍ମଚାରୀ । ବ୍ରିଟିଶ ସିଂହାସନ ପ୍ରତି ‘ ଅନୁରକ୍ତି ପ୍ରଦର୍ଶନ କରିବାକୁ ଯାଇ କର୍ତ୍ତବ୍ୟର ନିର୍ମମ ତାଡ଼ନାରେ ସେ ପୁତ୍ରହତ୍ୟା ମଧ୍ୟ କରିଥିଲେ । ସ୍ଵାଧୀନତା ପ୍ରାପ୍ତିର ଶୁଭମୁହୂର୍ତ୍ତରେ ପତ୍ନୀ ହେମମାଳା ବାରଣ୍ଡାରେ ତ୍ରିରଙ୍ଗା ଉତ୍ତୋଳନ କରି ପ୍ରଦୀପ ଜାଳି ଶଙ୍ଖଧ୍ବନି କରୁଥିବା ଦେଖୁ ସେ ପାଗଳ ପ୍ରାୟ ହୋଇ ତ୍ରିରଙ୍ଗାକୁ ଫିଙ୍ଗି ଦେଇ ୟୁନିୟନ୍ ଜାକ୍ ଉଡ଼ାଇଥିଲେ ଏବଂ ତାକୁ ସାରାରାତି ସତର୍କ ପ୍ରହରୀ ପରି ଜଗି ବସିଥିଲେ ।

ନାତି ବିଜୟ ସାରାରାତି ଉତ୍ସବରେ ମାତି ସକାଳୁ ୟୁନିୟନ୍ ଜାକ୍ ତଳେ ଜେଜେଙ୍କୁ ଦେଖ୍ ସ୍ବାଧୀନ ଭାରତରେ ୟୁନିୟନ୍ ଜାକ୍ ଉଡ଼ିପାରିବ ନାହିଁ ବୋଲି ପ୍ରତିବାଦ କରିଥିଲା । କିନ୍ତୁ ସେ ଘର ତାଙ୍କର, ସେ ବଞ୍ଚୁଥିବା ଯାଏ ୟୁନିୟନ୍ ଜାକ୍ ନିଶ୍ଚିତ ଉଡ଼ିବ ବୋଲି ସୋମନାଥ ପ୍ରତ୍ୟୁତ୍ତର ଦେଇଥିଲେ । ବିଜୟ ଉତ୍‌କ୍ଷିପ୍ତ ହୋଇ ପତାକା ଝାମ୍ପିନେବାରୁ ରାୟବାହାଦୁର ଅସ୍ଵାଭାବିକ ଭାବେ ହିଂସ୍ର ହୋଇଉଠି ବିଜୟଠାରୁ ୟୁନିୟନ୍ ଜାକ୍‌କୁ ଛଡ଼େଇବାକୁ ଚେଷ୍ଟା କରିଥିଲେ । ଫଳରେ ବିଜୟ ତାଙ୍କୁ ଠେଲି ଦେବାରୁ ସେ ଶିଡ଼ିରେ ଗଡ଼ଗଡ଼ି ଯାଇ ତଳ ମହଲା ଚଟାଣରେ ପଡ଼ିଥିଲେ । ମୁଣ୍ଡ ଓ କାନ ଫାଟିଯାଇ ରକ୍ତଧାର ଛୁଟିଥିଲା । ସେ ଜାଣିପାରିଲେ ତାଙ୍କ ମୃତ୍ୟୁ ଆସନ୍ନ । ବଞ୍ଚିଥ‌ିବା ପର୍ଯ୍ୟନ୍ତ ସେ ୟୁନିୟନ୍ ଉଡ଼ାଇଛନ୍ତି । ନିମହାରାମ ହୋଇନାହାନ୍ତି । ତେଣୁ ବିଜୁକୁ ସେ କହିଥିଲେ – ‘ମୁଁ ଏଥର ଶାନ୍ତିରେ ମରିପାରିବି ।’

BSE Odisha 9th Class Odia Solutions Chapter 16 ପତାକା ଉତ୍ତୋଳନ

Question ୧୬ ।
ଗପଟିର ନାମ ‘ପତାତା ଉତ୍ତୋଳନ’ ରଖାଯାଇଛି କାହିଁକି ?
Answer:
ପ୍ରସିଦ୍ଧ କଥାକାର ସୁରେନ୍ଦ୍ର ମହାନ୍ତି ପତାକା ଉତ୍ତୋଳନକୁ କେନ୍ଦ୍ରକରି ‘ପତାକା ଉତ୍ତୋଳନ’ ଗଳ୍ପର ଭାବଧାରା
ପୁଲିସ ସାହେବଙ୍କ ନିର୍ଦ୍ଦେଶରେ ସେଦିନର ଅସ୍ଥାୟୀ ସବ୍‌ଇନ୍ସପେକ୍ଟର ସୋମନାଥ ମହାପାତ୍ର ଥାନା ଆକ୍ରମଣ କରିବାକୁ ଆସୁଥ‌ିବା ବିରାଟ ଜନତାକୁ ସାଫ୍ କରିବାର ଦାୟିତ୍ୱ ନେଇଛନ୍ତି । ଜନତା ଯେତେବେଳେ ଉତ୍‌କ୍ଷିପ୍ତ ହୋଇ ଥାନାର ଫ୍ଲାଗ୍ୟାଷ୍ଟାକୁ ଭାଙ୍ଗି ଉଡୁଥ‌ିବା ୟୁନିୟନ୍ ଜାକ୍‌କୁ ଚିରିଦେଇଛନ୍ତି ସେତେବେଳେ ସେମନାଥଙ୍କ ହାତର ପିସ୍ତଲ ପୁତ୍ରହତ୍ୟା କରିବାକୁ ପଶ୍ଚାତ୍‌ପଦ ହୋଇନାହିଁ । ସ୍ଵାଧୀନତା ପ୍ରାପ୍ତିର ଶୁଭ ସମୟକୁ ସ୍ବାଗତ ଜଣାଇ ହେମମାଳା ଯେତେବେଳେ ତ୍ରିରଙ୍ଗା ଉଡ଼ାଇ ଶଙ୍ଖଧ୍ବନି କରିଛନ୍ତି, ସେତେବେଳେ ରାୟବାହାଦୁର ତ୍ରିରଙ୍ଗାକୁ ଫିଙ୍ଗିଦେଇ ୟୁନିୟନ୍ ଜାକ୍ ଉଡ଼ାଇଛନ୍ତି ।

ନାତି ବିଜୟ ୟୁନିୟନ୍ ଜାକ୍ ଉଡ଼ିବାକୁ ପ୍ରତିବାଦ କରି ଝାମ୍ପିନେବାରୁ ରାୟବାହାଦୁର ନାତିଠାରୁ ପତାକାକୁ ଛଡ଼େଇବା ପାଇଁ ଚେଷ୍ଟାକରିଛନ୍ତି । ସେହି ପତାକା ଯୋଗୁଁ ସେ ନାତିଠାରୁ ଆଘାତ ପାଇ ସବୁଦିନ ପାଇଁ ଆଖୁ ବୁଜିଛନ୍ତି । ପତାକା ଉତ୍ତୋଳନକୁ ଭିଭିକରି ଗଳ୍ପର ମୁଖ୍ୟସ୍ରୋତ ପ୍ରବାହିତ ହୋଇଥିବାରୁ

ତୁମପାଇଁ କାମ

୧୭ । ସୁରେନ୍ଦ୍ର ମହାନ୍ତିଙ୍କ ଅନ୍ୟାନ୍ୟ ସୃଷ୍ଟି ସଂଗ୍ରହ କରି ପଢ଼ ।
୧୮ । ଏହାକୁ ସାହିତ୍ୟ ଶିକ୍ଷକଙ୍କ ସହାୟତାରେ ଶ୍ରେଣୀରେ ଅଭିନୟ କର ।

ପରୀଷା ଉପଯୋଗୀ ଅତିରିକ୍ତ ପ୍ରଶୋତ୍ତର
ଅତିସଂକ୍ଷିପ୍ତ ଓ ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
1. ସୋମନାଥଙ୍କୁ କାହିଁ କି ସନନ୍ଦ ପ୍ରଦାନ କରାଯାଇଥିଲା ?
Answer:
ସୋମନାଥଙ୍କୁ ବ୍ରିଟିଶ୍ ସିଂହାସନ ପ୍ରତି ଅନୁରକ୍ତି ପାଇଁ ସନନ୍ଦ ପ୍ରଦାନ କରାଯାଇଥିଲା ।

2. ଅରୁଣ ଘର ଛାଡ଼ିଲେ କାହିଁକି ?
Answer:
ଅରୁଣ ତ୍ୟଜ୍ୟପୁତ୍ର ହୋଇଥିବାରୁ ଘର ଛାଡ଼ିଲେ ।

3. ଝରକା କବାଟ ବନ୍ଦ କରି କାହାକୁ ରୁଦ୍ଧ କରିହୁଏ ନାହିଁ ?
Answer:
ଝରକା କବାଟ ବନ୍ଦ କରି କୋଳାହଳକୁ ରୁଦ୍ଧ କରିହୁଏ ନାହିଁ ।

4, ଏ ଦେଶ ଆମର । ବ୍ରିଟିଶ୍ ଗୋଲାମ ପାଇଁ ସ୍ଥାନ ଏଠି ନାହିଁ?’– ଏକଥା କିଏ କହିଥିଲେ ?
Answer:
ଏ ଦେଶ ଆମର । ବ୍ରିଟିଶ୍ ଗୋଲାମ ପାଇଁ ସ୍ଥାନ ଏଠି ନାହିଁ’– ଏକଥା ବିଜୟ କହିଥିଲେ ।

5. ଶଙ୍ଖ, ଘଣ୍ଟା, ହୁଳହୁଳି ଓ ତୋପର ମିଳିତ ଧ୍ଵନିରେ କାହାର ଛାଇ ନିଦ ଭାଙ୍ଗିଗଲା ?
Answer:
ଶଙ୍ଖ, ଘଣ୍ଟା, ହୁଳହୁଳି ଓ ତୋପର ମିଳିତ ଧ୍ଵନିରେ ରାୟବାହାଦୁରଙ୍କର ଛାଇ ନିଦ ଭାଙ୍ଗିଗଲା ।

6. ଜୟଧ୍ବନି କରି ଚାଲିଥିବା ବିରାଟ ପଟୁଆର ହାତରେ କ’ଣ ଧରିଥିଲା ?
Answer:
ଜୟଧ୍ବନି କରି ଚାଲିଥିବା ବିରାଟ ପଟୁଆର ହାତରେ ସ୍ବାଧୀନ ଭାରତର ତ୍ରିରଙ୍ଗା ଧରିଥିଲା ।

BSE Odisha 9th Class Odia Solutions Chapter 16 ପତାକା ଉତ୍ତୋଳନ

7. କାହା କଣ୍ଠର ହିଁ ହିଁ ସ୍ୱରରେ ରାତ୍ରିର ନୀରବ ମୁହୂର୍ତ୍ତଗୁଡ଼ିକ ଅନୁରଣିତ ହୋଇଉଠେ ?
Answer:
ଝିଙ୍କାରିର କଣ୍ଠର ଓଁ ଓଁ ସ୍ୱରରେ ରାତ୍ରିର ନୀରବ ମୁହୂର୍ତ୍ତଗୁଡ଼ିକ ଅନୁରଣିତ ହୋଇଉଠେ।

8. ସହରର ଥାନା କଚେରି ଆକ୍ରମଣ କରିବାକୁ ଆସୁଥ‌ିବା ବିରାଟ ଜନତାକୁ ସାଫ୍ କରିବାର ଦାୟିତ୍ବ ପୋଲିସ୍ ସାହେବ କାହାକୁ ଦେଇଥିଲେ ?
Answer:
ସହରର ଥାନା କଚେରି ଆକ୍ରମଣ କରିବାକୁ ଆସୁଥ‌ିବା ବିରାଟ ଜନତାକୁ ସାଫ୍ କରିବାର ଦାୟିତ୍ବ ପୋଲିସ ସାହେବ ରାୟବାହାଦୁରଙ୍କୁ ଦେଇଥିଲେ ।

9. ସୋମନାଥ ମହାପାତ୍ର ଇଂରେଜ ସରକାରଙ୍କ ପାଖରୁ କି ଉପାଧ୍ ପାଇଥିଲେ ?
Answer:
ସୋମନାଥ ମହାପାତ୍ର ଇଂରେଜ ସରକାରଙ୍କ ପାଖରୁ ରାୟବାହାଦୁର ଉପାଧ୍ ପାଇଥିଲେ ।

10. ରାତ୍ରିର ଶାନ୍ତ ନୀରବ ମୁହୂର୍ତ୍ତ କାହାର ଜୟଧ୍ୱନିରେ କ୍ଷୁବ୍ଧ ଓ ଚଞ୍ଚଳ ହୋଇଉଠିଲା ?
Answer:
ରାତ୍ରିର ଶାନ୍ତ ନୀରବ ମୁହୂର୍ଣ ସ୍ଵାଧୀନ ଭାରତର ଜୟଧ୍ୱନିରେ କ୍ଷୁବ୍ଧ ଓ ଚଞ୍ଚଳ ହୋଇ ଉଠିଲା ।

B ଗୋଟିଏ ପଦରେ ଉତ୍ତର ଲେଖ ।
1. କେଉଁ ଶବ୍ଦ ବନ୍ଧୁକର ଗୁଳି ପରି ରାୟବାହାଦୁରଙ୍କର ପ୍ରତ୍ୟେକ ଜୀର୍ଣ ଅସ୍ଥିକୁ ଚୂର୍ଣ କରିଦେଉଥ୍‌ଲା ?
Answer:
ଜୟଧ୍ବନିର ଶବ୍ଦ

2. ଜୟଧ୍ଵନି କରି ଚାଲିଥିବା ବିରାଟ ପଟୁଆର ହାତରେ କ’ଣ ଧରିଥିଲା ?
Answer:
ସ୍ଵାଧୀନ ଭାରତର ତ୍ରିରଙ୍ଗା

3. ପଟୁଆରର ଅଗ୍ରଣୀ କିଏ ଥିଲେ ?
Answer:
ନାତି ବିଜୟ

4. ରାୟବାହାଦୁର ତକିଆ ତଳୁ କ’ଣ ବାହାର କଲେ ?
Answer:
ଚାବିଲେଛା

5. ରାୟବାହାଦୁର ଡ୍ରୟାର ଭିତରୁ କ’ଣ ବାହାର କଲେ ?
Answer:
ଅରୁଣର ଫଟୋଗ୍ରାଫ୍

BSE Odisha 9th Class Odia Solutions Chapter 16 ପତାକା ଉତ୍ତୋଳନ

6. କାହା କଣ୍ଠର ଝି ଝି ସ୍ୱରରେ ରାତ୍ରିର ନୀରବ ମୁହୂର୍ତ୍ତଗୁଡ଼ିକ ଅନୁରଣିତ ହୋଇଉଠେ ?
Answer:
ଝିଙ୍କାରିର

7. ରାୟବାହାଦୁରଙ୍କ ପୁତ୍ରବଧୂଙ୍କ ନାମ କ’ଣ ?
Answer:
ଅପର୍ଣ୍ଣା

8. ସହରର ଥାନା କଚେରି ଆକ୍ରମଣ କରିବାକୁ ଆସୁଥ‌ିବା ବିରାଟ ଜନତାକୁ ସାଫ୍ କରିବାର ଦାୟିତ୍ଵ ପୋଲିସ୍ ସାହେବ କାହାକୁ ଦେଇଥିଲେ ?
Answer:
ରାୟବାହାଦୁରଙ୍କୁ

୨. ବନ୍ଧୁକର କେଉଁ ସ୍ଥାନରେ ଖରା ପଡ଼ି ଚକ୍ ଚକ୍ କରୁଥାଏ ?
Answer:
ବାୟୋନେଟ୍‌ରେ

10. ଜନତା କ’ଣ କହି କୁହାଟୁଥାଏ ?
Answer:
ବନ୍ଦେ ମାତରମ୍

11. ‘ପତାକା ଉତ୍ତୋଳନ’ ଗଳ୍ପର ରଚୟିତା କିଏ ?
Answer:
ସୁରେନ୍ଦ୍ର ମହାନ୍ତି

12. ସୋମନାଥ ମହାପାତ୍ର ଇଂରେଜ ସରକାରଙ୍କ ପାଖରୁ କି ଉପାଧ୍ ପାଇଥିଲେ ?
Answer:
ରାୟବାହାଦୁର

13. ରାତି କେତେଟା ପାଖାପାଖୁ ରାୟବାହାଦୂରଙ୍କ ଛାଇନିଦ ଭାଙ୍ଗିଗଲା ?
Answer:
ବାରଟା

14. ରାତ୍ରିର ଶାନ୍ତ ନୀରବ ମୁହୂର୍ଣ କାହାର ଜୟଧ୍ୱନିରେ କ୍ଷୁବ୍ଧ ଓ ଚଞ୍ଚଳ ହୋଇଉଠିଲା ?
Answer:
ସ୍ଵାଧୀନ ଭାରତର ଜୟଧ୍ବନିରେ

15. ସୋମନାଥଙ୍କୁ କାହିଁକି ସନନ୍ଦ ପ୍ରଦାନ କରାଯାଇଥିଲା ?
Answer:
ବ୍ରିଟିଶ୍ ସିଂହାସନ ପ୍ରତି ଅନୁରକ୍ତି ପାଇଁ

C ଶୂନ୍ୟସ୍ଥାନ ପୂରଣ କର ।
1. ଶ୍ରୀରାମଚନ୍ଦ୍ର ____________________ ରେ ଦେବୀ ଆରାଧନା କରିଥିଲେ ।
Answer:
କମଳନୟନର ନୀଳୋପ୍ଳରେ

BSE Odisha 9th Class Odia Solutions Chapter 16 ପତାକା ଉତ୍ତୋଳନ

2. ଜନତାର କୁହାଟରେ ସତେ ଯେପରି ___________________ ଗର୍ଜନ କରିଉଠିଲା ।
Answer:
ଶତସିଂହ

3. ସୋମନାଥଙ୍କ ହାତର ପିସ୍ତଲ ଫୁଟିବା ପରେ ________________ ର ରକ୍ତାକ୍ତ ଶବ ତଳେ ଖସିପଡ଼ିଲା ।
Answer:
ଅରୁଣ

4. ଘର ଭିତରେ ______________ କିଛି
ଚମକି ଉଠିଲେ ।
Answer:
ଶଙ୍ଖଧ୍ବନି

5. ___________________ ଶଙ୍ଖଧ୍ବନି କରୁଥିଲେ ।
Answer:
ହେମମାଳା

6. ‘ମୋ ଅରୁ ଫେରିଆସିଛି ମୋ କୋଳକୁ’– ଏ କଥା ________________ କହିଥିଲେ ।
Answer:
ହେମମାଳା

7. ବ୍ରିଟିଶ୍ ଶାସକଙ୍କ ଜାତୀୟ ପତାକାର ନାମ ____________________ ।
Answer:
ୟୁନିୟନ୍ ଜାକ୍

8. ଭାରତର ଜାତୀୟ ପତାକାର ନାମ _________________ ।
Answer:
ତ୍ରିରଙ୍ଗା ପତାକା

୨. ‘ଯେଉଁ ୟୁନିୟନ୍ ଜାକ୍ ପାଇଁ ଅରୁକୁ ଖୁନ୍ କରିଛି ସେ ପତାକାର ପତନ ଅସମ୍ଭବ’’– ଏ କଥା _________________ କହିଥିଲେ ।
Answer:
ରାୟବାହାଦୁର

10. ରାୟବାହାଦୁର ତ୍ରିରଙ୍ଗା ପତାକା ସ୍ଥାନରେ __________________ ପତାକା ଉଡ଼ାଇଥିଲେ ।
Answer:
ୟୁନିୟନ୍ ଜାକ୍

11. _____________________ ସତର୍କପ୍ରହରୀ ପରି ୟୁନିୟନ୍ ଜାକ୍ ପାଖରେ ରାତିସୀରା ଚେଇଁ ବସିଥିଲେ ।
Answer:
ରାୟବାହାଦୁର

12. ରାତି ସାରା ______________ ଉତ୍ସବରେ ମାତି ଘରକୁ ଫେରିଥିଲେ ବିଜୟ ।
Answer:
ସ୍ଵାଧୀନତା

BSE Odisha 9th Class Odia Solutions Chapter 16 ପତାକା ଉତ୍ତୋଳନ

13. ବିଜୟ ___________________ ଙ୍କୁ ଠେଲି ଦେଇଥିଲେ ।
Answer:
ତାଙ୍କ ଜେଜେ

D ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. କେଉଁ ଶବ୍ଦ ବନ୍ଧୁକର ଗୁଳି ପରି ରାୟବାହାଦୁରଙ୍କର ପ୍ରତ୍ୟେକ ଜୀର୍ଣ୍ଣ ଅସ୍ଥିକୁ ଚୂର୍ଣ କରିଦେଉଥ୍ଲା ?
(A) ବନ୍ଧୁକ ଫୁଟିବା ଶବ୍ଦ
(B) ଜୟଧ୍ବନିର ଶବ୍ଦ
(C) ଗଣ୍ଡଗୋଳର ଶବ୍ଦ
(D) କୋଳାହଳର ଶବ୍ଦ
Answer:
(B) ଜୟଧ୍ବନିର ଶବ୍ଦ

2. ଜୟଧ୍ବନି କରି ଚାଲିଥିବା ବିରାଟ ପଟୁଆର ହାତରେ କ’ଣ ଧରିଥିଲା ?
(A) ସ୍ଵାଧୀନ ଭାରତର ତ୍ରିରଙ୍ଗା
(B) ଲାଠି
(C) ବୋମା
(D) ବିଦ୍ରୋହର ଧ୍ଵଜା
Answer:
(A) ସ୍ଵାଧୀନ ଭାରତର ତ୍ରିରଙ୍ଗା

3. ପଟୁଆରର ଅଗ୍ରଣୀ କିଏ ଥିଲେ ?
(A) ପୁତ୍ର ବିଜୟ
(B) ନାତି ବିଜୟ
(C) ପୁତ୍ର ଅରୁଣ
(D) ପତ୍ନୀ ହେମମାଳା
Answer:
(B) ନାତି ବିଜୟ

4. ରାୟବାହାଦୁର ତକିଆ ତଳୁ କ’ଣ ବାହାର କଲେ ?
(A) ଟଙ୍କା
(B) ବନ୍ଧୁକ
(C) ଛୁରିକା
(D) ଚାବିଲେନ୍ଥା
Answer:
(D) ଚାବିଲେନ୍ଥା

5. ରାୟବାହାଦୁର ଡ୍ରୟାର ଭିତରୁ କ’ଣ ବାହାର କଲେ ?
(A) ବନ୍ଧୁକ
(B) ଅରୁଣର ଫଟୋଗ୍ରାଫ୍
(C) କିଛି ଟଙ୍କା
(D) ଚିଠି
Answer:
(B) ଅରୁଣର ଫଟୋଗ୍ରାଫ୍

6. କାହା କଣ୍ଠର ଓଁ ଓଁ ସ୍ୱରରେ ରାତ୍ରିର ନୀରବ ମୁହୂର୍ତ୍ତଗୁଡ଼ିକ ଅନୁରଣିତ ହୋଇଉଠେ ?
(A) ପେଚାର
(B) ଅଶରୀରୀର
(C) ଝିଙ୍କାରିର
(D) ବେଙ୍ଗର
Answer:
(C) ଝିଙ୍କାରିର

BSE Odisha 9th Class Odia Solutions Chapter 16 ପତାକା ଉତ୍ତୋଳନ

7. ରାୟବାହାଦୁରଙ୍କ ପୁତ୍ରବଧୂଙ୍କ ନାମ କ’ଣ ?
(A) ହେମମାଳା
(B) ଅପର୍ଣ୍ଣା
(C) ବିମଳା
(D) କମଳା
Answer:
(B) ଅପର୍ଣ୍ଣା

8. ସହରର ଥାନା କଚେରୀ ଆକ୍ରମଣ କରିବାକୁ ଆସୁଥ‌ିବା ବିରାଟ ଜନତାକୁ ସାଫ୍ କରିବାର ଦାୟିତ୍ଵ ପୋଲିସ ସାହେବ କାହାକୁ ଦେଇଥିଲେ ?
(A) ଅରୁଣକୁ
(B) ବିଜୟକୁ
(C) ପୋଲିସ୍‌ମାନଙ୍କୁ
(D) ରାୟବାହାଦୁରଙ୍କୁ
Answer:
(D) ରାୟବାହାଦୁରଙ୍କୁ

୨. ବନ୍ଧୁକର କେଉଁ ସ୍ଥାନରେ ଖରା ପଡ଼ି ଚକ୍ ଚକ୍ କରୁଥାଏ ?
(A) ଟ୍ରିଗାରରେ
(B) ମୂଳରେ
(C) ଉପରେ
(D) ବାୟୋନେଟ୍‌ରେ
Answer:
(D) ବାୟୋନେଟ୍‌ରେ

10. ଜନତା କ’ଣ କହି କୁହାଟୁଥାଏ ?
(A) ସ୍ବାଧୀନ ଭାରତ କୀ ଜୟ
(B) ବନ୍ଦେ ମାତରମ୍
(C) ସ୍ଵାଧୀନତା ଆମର ଦାବି
(D) ଭାରତ ଛାଡ଼
Answer:
(B) ବନ୍ଦେ ମାତରମ୍

11. ‘ପତାକା ଉତ୍ତୋଳନ’ ଗଳ୍ପର ରଚୟିତା କିଏ ?
(A) ଲକ୍ଷ୍ମୀକାନ୍ତ ମହାପାତ୍ର
(B) ସୁରେନ୍ଦ୍ର ମହାନ୍ତି
(C) ପ୍ରତିଭା ରାୟ
(D) ଗୋଦାବରୀଶ ମହାପାତ୍ର
Answer:
(B) ସୁରେନ୍ଦ୍ର ମହାନ୍ତି

12. ସୋମନାଥ ମହାପାତ୍ର ଇଂରେଜ ସରକାରଙ୍କ ପାଖରୁ କି ଉପାଧ୍ ପାଇଥିଲେ ?
(A) ପଦ୍ମଶ୍ରୀ
(C) ରାୟବାହାଦୂର
(B) ପରମବୀର
(D) ବୀରବାହାଦୂର
Answer:
(C) ରାୟବାହାଦୂର

13. ରାତି କେତେଟା ପାଖାପାଖୁ ରାୟବାହାଦୂରଙ୍କ ଛାଇନିଦ ଭାଙ୍ଗିଗଲା ?
(A) ବାରଟା
(C) ଏଗାରଟା
(B) ଗୋଟାଏ
(D) ଦଶଟା
Answer:
(A) ବାରଟା

14. ରାତ୍ରିର ଶାନ୍ତ ନୀରବ ମୁହୂର୍ତ୍ତ କାହିଁକି କ୍ଷୁବ୍ଧ ଓ ଚଞ୍ଚଳ ହୋଇ ଉଠିଲା ?
(A) ସ୍ଵାଧୀନ ଭାରତର ଜୟଧ୍ଵନିରେ
(B) ତୋପଧ୍ବନିରେ
(C) ବନ୍ଧୁକ ଶବ୍ଦରେ
(D) କୋଳାହଳରେ
Answer:
(A) ସ୍ଵାଧୀନ ଭାରତର ଜୟଧ୍ଵନିର

BSE Odisha 9th Class Odia Solutions Chapter 16 ପତାକା ଉତ୍ତୋଳନ

15. ସୋମନାଥଙ୍କୁ କାହିଁକି ସନନ୍ଦ ପ୍ରଦାନ କରାଯାଇଥିଲା ?
(A) ନିଜର ପାଣ୍ଡିତ୍ୟଯୋଗୁଁ
(B) ବ୍ରିଟିଶ ସିଂହାସନ ପ୍ରତି ଅନୁରକ୍ତି ପାଇଁ
(C) ବୀରତ୍ବ ପାଇଁ
(D) ଅତୁଳନୀୟ ବୃଦ୍ଧି ପାଇଁ
Answer:
(B) ବ୍ରିଟିଶ ସିଂହାସନ ପ୍ରତି ଅନୁରକ୍ତି ପାଇଁ

16. ସୋମନାଥ ମହାପାତ୍ର ପ୍ରଥମେ ପୁଲିସ୍ ବିଭାଗରେ କେଉଁ ପଦବୀରେ ଅବସ୍ଥାପିତ ଥିଲେ ?
(A) ସବ୍‌ଇନିସ୍ପେକ୍ଟର
(B) କନେଷ୍ଟବଲ୍‌
(C) ହାବିଲ୍ଦାର
(D) ସିପାହୀ
Answer:
(A) ସବ୍‌ଇନିସ୍ପେକ୍ଟର

17. ଅରୁଣ ଘର ଛାଡ଼ିଲେ କାହିଁକି ?
(A) ତ୍ୟଜ୍ୟପୁତ୍ର ହୋଇଥିବାରୁ
(B) ବିଦେଶରେ ପଢ଼ିବାକୁ
(C) ବନ୍ଧୁଙ୍କୁ ଭେଟିବା ପାଇଁ
(D) ଚାକିରି ପାଇଁ
Answer:
(A) ତ୍ୟଜ୍ୟପୁତ୍ର ହୋଇଥିବାରୁ

18. ରାତ୍ରିର ଶାନ୍ତ ନୀରବ ମୁହୂଉଁ କେଉଁ ଧ୍ଵନି ଭିତରେ କ୍ଷୁବ୍‌ଧ ଓ ଚଞ୍ଚଳ ହୋଇଉଠିଥିଲା ?
(A) ଜୟ ସ୍ଵାଧୀନ ଭାରତ କୀ ଜୟ
(B) ଭାରତ ମାତା କୀ ଜୟ
(C) ବ୍ରିଟିଶ୍ ଶାସକ କୀ ଜୟ
(D) ସତ୍ୟ କୀ ଜୟ
Answer:
(A) ଜୟ ସ୍ଵାଧୀନ ଭାରତ କୀ ଜୟ

19. କିଏ ବିଛଣା ଛାଡ଼ି ଉଠିଲେ ?
(A) ହେମମାଳା
(B) ବିଜୟ
(C) ଅରୁଣ
(D) ରାୟବାହାଦୁର
Answer:
(D) ରାୟବାହାଦୁର

20. ଝରକା କବାଟ ବନ୍ଦ କରି କାହାକୁ ରୁଦ୍ଧ କରିହୁଏ ନାହିଁ ?
(A) ଗଣ୍ଡଗୋଳକୁ
(B) କୋଳାହଳକୁ
(C) କଳହକୁ
(D) ମରାମରିକୁ
Answer:
(B) କୋଳାହଳକୁ

21. ‘ଏ ଦେଶ ଆମର । ବ୍ରିଟିଶ୍ ଗୋଲାମ ପାଇଁ ସ୍ଥାନ ଏଠି ନାହିଁ’– ଏକଥା କିଏ କହିଥିଲେ ?
(A) ଅରୁଣ
(B) ବିଜୟ
(C) ହେମମାଳା
(D) ଅପର୍ଣ୍ଣା
Answer:
(B) ବିଜୟ

BSE Odisha 9th Class Odia Solutions Chapter 16 ପତାକା ଉତ୍ତୋଳନ

22. ‘ମୁଁ ଏଥର ଶାନ୍ତିରେ ମରିପାରିବି’– ଏକଥା କିଏ କହିଥିଲେ ?
(A) ବିଜୟ
(B) ଅରୁଣ
(C) ହେମମାଳ
(D) ରାୟବାହାଦୁର
Answer:
(D) ରାୟବାହାଦୁର

23. ଶଙ୍ଖ, ଘଣ୍ଟା, ହୁଳହୁଳି ଓ ତୋପର ମିଳିତ ଧ୍ଵନିରେ କାହାର ଛାଇ ନିଦ ଭାଙ୍ଗିଗଲା ?
(A) ବିଜୟର
(C) ଅରୁଣର
(B) ହେମମାଳାଙ୍କର
(D) ରାୟବାହାଦୁରଙ୍କର
Answer:
(D) ରାୟବାହାଦୁରଙ୍କର

24. ରାୟବାହାଦୁର ଆଖ୍ ମଳିମଳି କେଉଁଠାରେ ଉଠି ବସିଲେ ?
(A) ଚେୟାରରେ
(C) ବିଛଣାରେ
(B) ବାରଣ୍ଡାରେ
(D) ବାଲ୍‌କୋନିରେ
Answer:
(C) ବିଛଣାରେ

25. କେଉଁଟି ଥୁଲା ରାୟବାହାଦୁରଙ୍କର ଏକାନ୍ତ ନିଜସ୍ବ ?
(A) ବନ୍ଧୁକଟି
(B) ସନନ୍ଦଟି
(C) ଚାବିଟି
(D) ଡ୍ରୟାର ଚେଷ୍ଟଟି
Answer:
(D) ଡ୍ରୟାର ଚେଷ୍ଟଟି

26. ଅରୁଣର ଫଟୋଟି କେଉଁଥ‌ିରେ ଅତି ଯତ୍ନରେ ଥିଲା ?
(A) ଗୋଟିଏ ଭେଲ୍‌ଭେଟ୍ ବାକ୍‌ସରେ
(B) ଗୋଟିଏ କାଠବାକ୍‌ସରେ
(C) ଟିଣବାକ୍ସରେ
(D) ଆଲମାରୀରେ
Answer:
(A) ଗୋଟିଏ ଭେଲ୍‌ଭେଟ୍ ବାକ୍‌ସରେ

27. ଫଟୋରେ ଅରୁଣ କେଉଁ ପୋଷାକ ପରିଧାନ କରିଥିଲା ?
(A) ସୈନିକର
(B) ସତ୍ୟାଗ୍ରହୀର
(C) ଜମିଦାରଙ୍କର
(D) ଯୁବକର
Answer:
(B) ସତ୍ୟାଗ୍ରହୀର

ଲେଖକ ପରିଚୟ :
ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଆ କଥା ସାହିତ୍ୟର ଅପ୍ରତିଦ୍ଵନ୍ଦୀ ସ୍ରଷ୍ଟା ସୁରେନ୍ଦ୍ର ମହାନ୍ତି (୧୯୨୦–୧୯୯୧) ମାନବ ଜୀବନର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ଦୀର୍ଘ ଅର୍ଦ୍ଧଶତାବ୍ଦୀ ଧରି ଲେଖନୀ ଚାଳନା କରିଥିଲେ । ତାଙ୍କ ଗଳ୍ପର ପରିସର ବୌଦ୍ଧଯୁଗର ଘଟଣାଠାରୁ ଆରମ୍ଭ କରି ଆଧୁନିକ ମାନବ ଜୀବନ ପର୍ଯ୍ୟନ୍ତ ବ୍ୟାପ୍ତ । ‘କୃଷ୍ଣଚୂଡ଼ା’, ‘ରୁଟି ଓ ଚନ୍ଦ୍ର’, ‘ସବୁଜପତ୍ର ଓ ଧୂସର ଗୋଲାପ’, ‘ମହାନଗରୀର ରାତ୍ରି’, ‘ମରାଳର ମୃତ୍ୟୁ’ ଏବଂ ‘ଓ କାଲକାଟା’ ପ୍ରଭୃତି ତାଙ୍କର ପୁସ୍ତକଗୁଡ଼ିକ ଗୋଟିଏ ଗୋଟିଏ ସାର୍ଥକ ଗଳ୍ପ ସଂକଳନ । ଗଳ୍ପ ବ୍ୟତୀତ ସେ ଅନେକ ଉପନ୍ୟାସର ସ୍ରଷ୍ଟା । ‘ବଧୂ ଓ ପ୍ରିୟା’, ‘ଅନ୍ଧ ଦିଗନ୍ତ’, ‘ନୀଳଶୈଳ’, ‘ନୀଳାଦ୍ରି ବିଜୟ’ ପ୍ରଭୃତି ଉପନ୍ୟାସ ତାଙ୍କୁ ବିଶେଷ ଜନପ୍ରିୟତା ଆଣି ଦେଇଥିଲା । ‘ନୀଳ ଶୈଳ’, ଉପନ୍ୟାସ ପାଇଁ ସେ କେନ୍ଦ୍ରସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୀବନ ଚରିତ ଉପରେ ଆଧାରିତ ‘ଶତାବ୍ଦୀର ସୂର୍ଯ୍ୟ’ ଓ ‘କୁଳବୃଦ୍ଧ’ ତାଙ୍କର ଦୁଇଟି ଉଲ୍ଲେଖଯୋଗ୍ୟ ଚରିତୋପନ୍ୟାସ । ଶେଷଟି ପାଇଁ ସେ ମର୍ଯ୍ୟାଦାଜନକ ‘ସାରଳା ପୁରସ୍କାର’ ଲାଭ କରିଥିଲେ । ଏସବୁ ବ୍ୟତୀତ ସେ ବହୁ ପ୍ରବନ୍ଧ, ଆଲୋଚନା, ନାଟକ ଆଦି ଲେଖ ଓଡ଼ିଆ ଗଦ୍ୟ ସାହିତ୍ୟକୁ ସମୃଦ୍ଧ କରିଛନ୍ତି । ‘ପଥ ଓ ପୃଥ‌ିବୀ’ ତାଙ୍କର ବହୁଚର୍ଚ୍ଚିତ ଆତ୍ମଚରିତ । ସେ ଥିଲେ ଜଣେ ସାମ୍ବାଦିକ । ମୂଲ୍ୟବୋଧଭିଭିକ ରାଜନୀତି କ୍ଷେତ୍ରରେ ତାଙ୍କର ଭୂମିକା ଉଲ୍ଲେଖଯୋଗ୍ୟ ଥିଲା । ସ୍ଵାଧୀନତା ମଣିଷର ଜନ୍ମଗତ ଅଧିକାର – ଏହି ବାର୍ତ୍ତାଟି ଶଂସିତ ଗଛର ଉପଜୀବ୍ୟ ଉପାଦାନ ।

ଗଚ୍ଛର ମର୍ମବାଣୀ :
ରାୟବାହାଦୁର ସୋମନାଥ ମହାପାତ୍ର ପ୍ରଥମେ ପୁଲିସ ବିଭାଗରେ ଥିଲେ ଜଣେ ଅସ୍ଥାୟୀ ସବ୍‌ଇନ୍‌ସ୍ପେକ୍ଟର । ବ୍ରିଟିଶ୍ ସିଂହାସନ ପାଇଁ ତାଙ୍କ ହୃଦୟରେ ଥିଲା ଅପରିସୀମ ନିଷ୍ଠା ଓ ଅତୁଳନୀୟ ଅନୁରକ୍ତି । ବ୍ରିଟିଶ୍ ସରକାରଙ୍କ ଗୋଲାମି ତାଙ୍କ ଶିରା ପ୍ରଶିରାରେ ପ୍ରବାହିତ ହେଉଥିଲା । ଯାହାର ଦାନା ସେ ଖାଉଛନ୍ତି, ତାଙ୍କର ନିମକହାରାମ କରିବା ସମ୍ପୂର୍ଣ୍ଣ ଅସମ୍ଭବ ବୋଲି ସେ ବିବେଚନା କରୁଥିଲେ । ସତେଯେପରି ବ୍ରିଟିଶ ଶାସକଙ୍କ ପାଇଁ ତାଙ୍କ ଜୀବନ ଥିଲା ସମ୍ପୂର୍ଣ ଉତ୍ସର୍ଗୀକୃତ । ତାଙ୍କ ଜ୍ୟେଷ୍ଠପୁତ୍ର ଥିଲେ ଅରୁଣ । ସେ ଥିଲେ ଭାରତର ସ୍ଵାଧୀନତା ଆନ୍ଦୋଳନର ଜଣେ ମୁଖ୍ୟ ପୁରୋଧା । ସ୍ଵାଧୀନତା ମନୁଷ୍ୟର ଜନ୍ମଗତ ଦାବି – ଭାରତର ପବିତ୍ରତମ ଦାବି – ଏହା ଥିଲା ଜ୍ୟେଷ୍ଠପୁତ୍ର ଅରୁଣ ଜୀବନର ମୂଳମନ୍ତ୍ର । ସ୍ଵାଧୀନତା ପାଇଁ ସ୍ବୀୟ ଜୀବନକୁ ଉତ୍ସର୍ଗ କରିବା ନିମନ୍ତେ ସେ ଥିଲା ସଦା ତତ୍ପର ।

BSE Odisha 9th Class Odia Solutions Chapter 16 ପତାକା ଉତ୍ତୋଳନ

ଜାଗ୍ରତ ପ୍ରହରୀ ଏବଂ ଅନ୍ୟ ଜଣେ ବ୍ରିଟିଶ୍ ଶାସକଙ୍କୁ ବିତାଡ଼ିତ କରି ମାତୃଭୂମିକୁ ସ୍ୱାଧୀନ କରିବାପାଇଁ ଚାଲିଥିବା ଆନ୍ଦୋଳନର ମୁଖ୍ୟ ପୁରୋଧା । ତେଣୁ ପିତା ପୁତ୍ରଙ୍କ ମଧ୍ୟରେ ଅନେକବାର ଯୁକ୍ତିତର୍କ ହୋଇଛି । ପିତାଙ୍କ ଚାବୁକ୍ ଆଘାତରେ ପୁତ୍ର ହୋଇଛି ଜର୍ଜରିତ । ଶେଷରେ ବ୍ରିଟିଶ୍ ଗୋଲାମିରେ ଅନ୍ଧ ପିତାଙ୍କଦ୍ଵାରା ସ୍ଵାଧୀନତା ସଂଗ୍ରାମୀ ପୁତ୍ର ହୋଇଛି ‘ତାଜ୍ୟପୁତ୍ର’ । ଚଉରୀ ଚଉରାର ବିପ୍ଳବ ପରେ ଭାରତୀୟ ଜାତୀୟ ଆନ୍ଦୋଳନ ମନ୍ଥର ହୋଇଯାଇଥିଲା । କିନ୍ତୁ ଜାତୀୟ ଆନ୍ଦୋଳନରେ ସନ୍ତ୍ରାସବାଦର ଯୋଗଦାନ ପରେ ଆନ୍ଦୋଳନର ଜଡ଼ନାଟିକାରେ ଜାଗି ଉଠିଛି ଏକ ନୂତନ ସ୍ପନ୍ଦନ । ସମଗ୍ର ଭାରତବର୍ଷରେ ଜନ ଆନ୍ଦୋଳନ ଭୟଙ୍କର ରୂପ ଧାରଣ କରିଛି ।

ସେଦିନ ପୁଲିସ ସାହେବ ମହାପାତ୍ରଙ୍କୁ ଆଦେଶ ଦେଲେ, ‘ଦେଖ ମହାପାତ୍ର, ତୁମେ ଭାରି ପାରିବାର ଲୋକ । ଅନେକ ବଡ଼ ବଡ଼ କଥା ତୁମେ ଚଳେଇ ନେଇଛ । ଆଜି ଏକ ବିରାଟ ଜନତା ଆସୁଛି ସହରର ଥାନା, କଚେରୀ ଆକ୍ରମଣ କରିବାପାଇଁ, ସେମାନଙ୍କୁ ସାଫ୍ କରିବା ଦାୟିତ୍ଵ ତୁମର। ’ ନାଟକୀୟ ଭଙ୍ଗୀରେ କୁଣ୍ଡିଶ୍ ଜଣାଇଥିଲେ ରାୟବାହାଦୁର ସୋମନାଥ ମହାପାତ୍ର । ପୁଲିସ ଥାନା ଆଗରେ ବିରାଟ ନିରସ୍ତ୍ର ଜନତା । ସମ୍ମୁଖରେ ସଶସ୍ତ୍ର ପୁଲିସ ବାହିନୀ । ବନ୍ଧୁକର ବାୟୋନଟ୍‌ରେ ଖରା ପଡ଼ି ଚକ୍ ଚକ୍ କରୁଥାଏ । ପୁଲିସ ବାହିନୀର ମୁଖ୍ୟ ଭାବେ ରାୟବାହାଦୁର ଚିତ୍କାର କରି ଲୋକମାନଙ୍କୁ ହଟିଯିବାକୁ କହିବା ସହିତ ଲଠିଚାର୍ଜର ଆଦେଶ ଦେଲେ ।

ଜନତା କୁହାଟୁଥାଏ – ‘ବନ୍ଦେ ମାତରମ୍’। ଅପର ପକ୍ଷରେ ଭିଡ଼ ଭିତରୁ ତାଙ୍କ ଜ୍ୟେଷ୍ଠପୁତ୍ର ଅରୁଣ ବାହାରିଆସି ଲାଠିମାଡ଼ ଅନ୍ୟାୟ, କିନ୍ତୁ ଆତ୍ମରକ୍ଷା ଅନ୍ୟାୟ ନୁହେଁ କହି ଚିତ୍କାର କରି କହିଲା – ବନ୍ଦେ ମାତରମ୍ । ଅରୁଣର ଆହ୍ଵାନରେ ଝଞ୍ଜାକ୍ରାନ୍ତ ସମୁଦ୍ର ପରି ଜନତା ଭୟଙ୍କର ହୋଇଉଠିଲା । ସୋମନାଥଙ୍କ ହାତର ପିସ୍ତଲ ଉପରକୁ ଉଠିଲା । ହେଲା ପିତା- ପୁତ୍ରର ଶେଷ ସାକ୍ଷାତ । ତଳେ ଖସିପଡ଼ିଲା ଅରୁଣର ରକ୍ତାକ୍ତ ଶବ । ତା’ପରଦିନ ସୋମନାଥ ମହାପାତ୍ର ହୋଇଛନ୍ତି ଇନ୍ସପେକ୍ଟର । ତା’ପରଠାରୁ ସୋମନାଥ ମହାପାତ୍ରଙ୍କ ଘରକୁ ଅର୍ଥ ଆସିଛି, ପ୍ରତିପରି ଆସିଛି, ମର୍ଯ୍ୟାଦା ଆସିଛି ।

ଅନେକ ସନନ୍ଦ, ପୁରସ୍କାର ଓ ମେଡ଼ାଲର ସେ ହୋଇଛନ୍ତି ଅଧିକାରୀ । ୧୯୨୩ ସାଲରେ ବ୍ରିଟିଶ୍ ସମ୍ରାଟଙ୍କଦ୍ୱାରା ଦରବାର ଉପଲକ୍ଷ୍ୟରେ ପ୍ରାପ୍ତ ହୋଇଥିବା ସନନ୍ଦରେ ଲେଖାଥିଲା – ‘ବ୍ରିଟିଶ୍ ସିଂହାସନ ପ୍ରତି ଆପଣଙ୍କର ନିଷ୍ଠା ଏବଂ ଅନୁରକ୍ତି ମହାମହିମ ବ୍ରିଟିଶ୍ ସମ୍ରାଟଙ୍କୁ ମୁଗ୍‌ଧ କରିଛି I ବ୍ରିଟିଶ୍ ସିଂହାସନ ପ୍ରତି ଏ ଅତୁଳନୀୟ ଅନୁରକ୍ତି ପାଇଁ ଆପଣ ନିଜର …”

ବ୍ରିଟିଶ୍ ସିଂହାସନ ପ୍ରତି ଅତିରିକ୍ତ ଆନୁଗତ୍ୟ ପ୍ରଦର୍ଶନ କରି ସୋମନାଥ ମହାପାତ୍ର ହୋଇଛନ୍ତି ରାୟବାହାଦୁର ଶ୍ରୀ ସୋମନାଥ ମହାପାତ୍ର, ଆଇ. ପି. (ରିଟାୟାର୍ଡ଼) ସି. ବି. ଇ, ଓ. ବି.ଇ., କେ. ସି. ଆଇ. ଇ. ।
ସମୟର ଅବିରାମ ଗତି ଭିତରେ ଭାରତର ଭାଗ୍ୟାକାଶରୁ ଦୂରେଇ ଯାଇଛି ପରାଧୀନତାର ଅମା ଅନ୍ଧକାର । ଉଦୟ ହୋଇଛନ୍ତି ସ୍ଵାଧୀନତାର ନବସୂର୍ଯ୍ୟ । ଉପସ୍ଥିତ ହୋଇଛି ୧୯୪୭ ମସିହା ଅଗଷ୍ଟ ୧୪-୧୫ ତାରିଖର ମିଳନ କାଳ (ରାତି ବାରଟା) । ରାୟବାହାଦୁରଙ୍କ ଆସ୍‌ରେ ଛାଇନିଦ ଲାଗିଆସିଛି । ସ୍ଵାଧୀନତାକୁ ସ୍ଵାଗତ ଜଣେଇ ଭାସିଆସିଛି ଶଙ୍ଖ, ଘଣ୍ଟା, ହୁଳହୁଳି ଓ ତୋପର ସମ୍ମିଳିତ ଧ୍ଵନି । ରାତିର ଶାନ୍ତ ନୀରବ ମୁହୂର୍ଭ ‘ଜୟ ସ୍ବାଧୀନ ଭାରତ କୀ ଜୟ’ ଧ୍ଵନିରେ କ୍ଷୁବ୍‌ଧ ଓ ଚଞ୍ଚଳ ହୋଇଉଠିଛି ।

କିନ୍ତୁ ସେ ଶବ୍ଦରେ ଅତିଷ୍ଠ ରାୟବାହାଦୁର ବିଛଣାରୁ ଉଠି ଘରର ସମସ୍ତ ଝରକା କବାଟ ବନ୍ଦ କରିଦେଇଛନ୍ତି । ତଥାପି କୋଳାହଳ ଶବ୍ଦରୁ ରକ୍ଷାପାଇ ନପାରି ଦୁଇକାନରେ ଦୁଇ ଆଙ୍ଗୁଠି ଚାପି ଧରିଛନ୍ତି । ତଥାପି ସେ ସେଥୁରୁ ନିସ୍ତାର ପାଇପାରି ନାହାନ୍ତି । ବନ୍ଧୁକର ଗୁଳି ପରି ଜୟଧ୍ୱନିରେ ସେ ଶବ୍ଦଗୁଡ଼ିକ ସତେ ଯେପରି ବୃଦ୍ଧ ରାୟବାହାଦୁରଙ୍କ ପ୍ରତ୍ୟେକ ଜୀର୍ଣ୍ଣ ଅସ୍ଥିଖଣ୍ଡକୁ ଚୂର୍ଣ୍ଣ କରିଦେଉଛି । କ୍ଷିପ୍ରବେଗରେ ରାୟବାହାଦୁର ଘରର ସମସ୍ତ ଝରକାକୁ ଖୋଲି ଦେଇ ଝରକାବାଟେ ତଳ ରାସ୍ତାକୁ ଚାହିଁଲେ । ଦେଖ‌ିଲେ ରାସ୍ତାରେ ଏକ ବିରାଟ ପଟୁଆର ସ୍ବାଧୀନ ଭାରତର ତ୍ରିରଙ୍ଗା ପତାକା ଧରି ଜୟଧ୍ଵନି କରି ଚାଲିଛି । ସେହି ପଟୁଆରର ଅଗ୍ରଣୀଭାବେ ହାତରେ ସ୍ବାଧୀନ ଭାରତର ଏକ ପ୍ରକାଣ୍ଡ ତ୍ରିରଙ୍ଗା ପତାକା ଧରି ଜୟଧ୍ବନି କରି ଚାଲିଛି ତାଙ୍କ ପରଲୋକଗତ ଜ୍ୟେଷ୍ଠପୁତ୍ରର ପୁତ୍ର ବିଜୟ ।

ବିଜୟକୁ ଦେଖ୍ ରାୟବାହାଦୁରଙ୍କ ଆଗରେ ଭାସି ଉଠିଛି ପରଲୋକଗତ ପୁତ୍ର ଅରୁଣର ଛବି । ଅତୀତର ଘଟଣାବଳୀ ସେ ରୋମନ୍ଥନ କରିଚାଲିଛନ୍ତି । ଜୀବନର ଗତ ପଚିଶବର୍ଷ ମଧ୍ୟରେ ସେ ନିଜକୁ ନିଜେ କ୍ଷମା ଦେଇ ଆସିଛନ୍ତି । ଏ ପୁତ୍ରହତ୍ୟା- କର୍ତ୍ତବ୍ୟର ସାଧନା ନିର୍ମମ ହୋଇପାରେ; ମାତ୍ର ଅନ୍ୟାୟ ନୁହେଁ । ହଠାତ୍ ନିଜ ଘର ମଧ୍ୟରେ ଶଙ୍ଖଧ୍ଵନି ଶୁଣି ସେ ଚମକି ଉଠିଛନ୍ତି । ବୋତାଲା ବାରଣ୍ଡାରେ ତ୍ରିରଙ୍ଗା ପତାକା ଉଡ଼ାଇ, ପାଦତଳେ ପ୍ରଦୀପ ଜାଳି ଶଙ୍ଖଧ୍ବନି କରୁଥିବା ତାଙ୍କ ପତ୍ନୀ ହେମମାଳାଙ୍କ ହାତରୁ ସେ ପାଗଳ ପରି ଯାଇ ଶଙ୍ଖଟି ଛଡ଼େଇ ଆଣିଛନ୍ତି।

ଦର୍ପିତାର କଣ୍ଠରେ ହେମମାଳା କହିଛନ୍ତି – ‘ଯୋଉ ପତାକା ପାଇଁ ଅରୁ ପ୍ରାଣବଳି ଦେଇଛି, ସେ ପତାକା ଯୁଗେ ଯୁଗେ ରହିବ ଉନ୍ନତ ହୋଇ।’’ ଅତ୍ୟଧିକ ଆବେଗ ଓ ଉତ୍ତେଜନାରେ ହେମମାଳା ତଳେପଡ଼ି ମୂର୍ତ୍ତିତା ହୋଇଗଲେ । ରାୟବାହାଦୁର ଅନେକଦିନରୁ ସାଇତା ହୋଇଥ‌ିବା ସିଲ୍‌କର ଗୋଟିଏ ୟୁନିୟନ୍ ଜାକ୍ ପତାକା କାଢି ତ୍ରିରଙ୍ଗା ସ୍ଥାନରେ ଉଡ଼ାଇଛନ୍ତି । ସତର୍କ ପ୍ରହରୀ ଧରି ସାରାରାତି ଚେଇଁ ବସିଛନ୍ତି ସେହି ୟୁନିୟନ୍ ଜାକ୍ ପତାକା ପାଖରେ ।

ବିଜୟ ସାରାରାତି ଉତ୍ସବରେ ମାତିସାରି ଘରକୁ ଫେରି ଦେଖୁଛି ଜେଜେଙ୍କର ଅଦ୍ଭୁତ କାଣ୍ଡ । କିଛି ସମୟର ଜଡ଼ତା କଟିଯିବା ପରେ ବିଜୟ ଜେଜେଙ୍କୁ ଉଡୁଥ‌ିବା ୟୁନିୟନ୍ ଜାକ୍ ସମ୍ପର୍କରେ ପଚାରିଛି । ଉତ୍ତରରେ ରାୟବାହାଦୁର କହିଛନ୍ତି – “ ଦୁନିଆ ନିମକହାରାମ୍ ହୋଇପାରେ ବିଜୁ, କିନ୍ତୁ ମୁଁ ନୁହେଁ ।’’ ବିଜୟ ପ୍ରତିବାଦ କରିବା ସହିତ ଝାମ୍ପି ଉଠାଇ ନେଇଛି ୟୁନିୟନ ଜାକ୍‌କୁ । କିନ୍ତୁ ଏ ଘର ମୋର, ମୁଁ ବଞ୍ଚିବା ଯାଏ ଏ ଘରେ ୟୁନିୟନ୍ ଜାକ୍ ଉଡ଼ିବ ବୋଲି କହି ଅତି ଅସ୍ଵାଭାବିକ ଭାବରେ ହିଂସ୍ର ଓ ଉତ୍‌କ୍ଷିପ୍ତ ହୋଇଉଠି ରାୟବାହାଦୁର ବିଜୟ ହାତରୁ ପତାକାଟିକୁ ଛଡ଼ାଇନେବାକୁ ଚେଷ୍ଟାକଲେ । ବିଜୟ ଜେଜେଙ୍କୁ ଠେଲି ଦେଇଛି । ସେ ଶିଡ଼ିରେ ଗଡ଼ି ଗଡ଼ି ଯାଇ ତଳ ମହଲାର ଚଟାଣରେ ପଡ଼ିଛନ୍ତି ।

ମୁଣ୍ଡ ଓ କାନ ଫାଟି ରକ୍ତର ସୁଅ ଛୁଟିଛି । କ୍ଷୀଣ କଣ୍ଠରେ ବିଜୁକୁ ଆଶୀର୍ବାଦ କରି କହିଛନ୍ତି, ‘ଯେଉଁ ପତାକା ପାଇଁ ବୁଢ଼ାଜେଜେକୁ ଆଘାତ କରିଛୁ, ସେହି ପତାକାର ଜୟ ହେଉ ।’’ ଦୁଇଜଣ ଚାକର ରାୟବାହାଦୁରଙ୍କୁ ଉପରକୁ ଟେକି ନେଲାବେଳେ ପ୍ରାଣହୀନ ପାଷାଣ ପରି ବିଜୟ ଚାହିଁ ରହିଥିଲା ପ୍ରଭାତର ଆକାଶ ଆଡ଼େ । ଭାଦ୍ର ଆକାଶର ମେଘହୀନ ସୁନୀଳ ପଟ୍ଟଭୂମିରେ ସ୍ଵାଧୀନ ଭାରତର ତ୍ରିରଙ୍ଗା ଉଡୁଥିଲା ଫର ଫର ହୋଇ ।

BSE Odisha 9th Class Odia Solutions Chapter 16 ପତାକା ଉତ୍ତୋଳନ

ବିଷୟଗତ ଶବ୍ଦ ଓ ଅର୍ଥ :
ନିଷୃତି – ନିସ୍ତାର / ରକ୍ଷା ।
ଅସ୍ଥି- ହାଡ଼ ।
ଚୂର୍ଣଓ – ଚୂନା ।
କ୍ଷିପ୍ତ ପରି – ପାଗଳ ପରି ।
ଅଗଣୀ – ଆଗୁଆ ।
ପରଳୋକ – ମୃତ୍ୟୁଲୋକ ।
ସନଦ ପତ୍ର- ବ୍ରିଟିଶ୍ ସରକାରଙ୍କଦ୍ବାରା ପ୍ରଦତ୍ତ ପ୍ରଶଂସାମୂଳକ ପତ୍ର ।
ମୁହୂର୍ତ୍ତକ ପାଇ‍‍ଁ- ଅଳ୍ପ ସମୟ ପାଇଁ ।
ୟୁନିଅନ୍ ଜାକ୍ – ଇଂଲଣ୍ଡର ଜାତୀୟ ପତାକା ।
ଅବିଚଳିତ – ବିଚଳିତ ନ ହୋଇ ।
କୁହାଟିବା – ବଡ଼ପାଟିରେ କହିବା ।
ବାୟୋନେଟ୍ – ବନ୍ଧୁକର ଅଗ୍ରଭାଗରେ ଲାଗିଥିବା ଛୁରି ।
ସାଫ୍ କରିବାର ଦାୟିତ୍ୱ – ଘଉଡ଼ାଇ ଦେବାର ଦାୟିତ୍ଵ ।
ମୁମୂର୍ଷୁ – ମୃତ୍ୟୁକୁ ପ୍ରାପ୍ତ ହେବାକୁ ଯାଉଥିବା ବ୍ୟକ୍ତି ।
ସୂର୍ଯ୍ୟଦ୍ଦୀପ୍ତ – ସୂର୍ଯ୍ୟଙ୍କ କରିଣରେ ଉଜ୍ଜ୍ଵଳିତ
ଶେତା ହୋଇ ଆସୁଥ‌ିବା – ଧଳା ପଡ଼ି ଆସୁଥିବା ।
ସାଇତା – ଯତ୍ନ ସହକାରେ ରଖା ଯାଇଥିବା ।
ଅତୁଳନୀୟ – ଯାହାର ତୁଳନା ନାହିଁ ।
ନିମକ୍ହାରାମ – ଦାନା ଦେଉଥ‌ିବା ବା ସାହାଯ୍ୟ କରୁଥ୍ବା ବ୍ୟକ୍ତିର ବିରୋଧାଚରଣ କରିବା କିମ୍ବା କ୍ଷତି କରିବା ।

CHSE Odisha Class 12 Economics Chapter 12 Objective Questions in Odia Medium

Odisha State Board CHSE Odisha Class 12 Economics Solutions Chapter 12 ଜାତୀୟ ଆୟ Objective Questions.

CHSE Odisha 12th Class Economics Chapter 12 Objective Questions in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

1. ନିମ୍ନୋକ୍ତ କେଉଁଟି କାର୍ଯ୍ୟକାରୀ ଉଦ୍‌ବୃତ୍ତ ?
(A) ଅଧିଶେଷ
(B) ବୋନସ୍
(C) ମଜୁରି
(D) ଉପରୋକ୍ତ ସମସ୍ତ
Answer:
(A) ଅଧିଶେଷ

2. ନିମ୍ନୋକ୍ତ କେଉଁଟି ଅନ୍ତରଣ ଦେୟ ନୁହେଁ ?
(A) ବାର୍ଦ୍ଧକ୍ୟ ଭତ୍ତା
(B) ଛାତ୍ରବୃତ୍ତି
(C) ବେକାରୀ ଭତ୍ତା
(D) ଲଟେରି ପାଇଁ ଦେୟ
Answer:
(D) ଲଟେରି ପାଇଁ ଦେୟ

3. ଜାତୀୟ ଉତ୍ପାଦ ଆକଳନ ବେଳେ କେଉଁ ଦ୍ରବ୍ୟ ଅନ୍ତର୍ଭୁକ୍ତ ହେବା ଉଚିତ ନୁହେଁ ?
(A) ଚୂଡାନ୍ତ ଦ୍ରବ୍ୟ
(B) ଅନ୍ତର୍ବର୍ତୀ ଦ୍ରବ୍ୟ
(C) ଖାଉଟି ଦ୍ରବ୍ୟ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(B) ଅନ୍ତର୍ବର୍ତୀ ଦ୍ରବ୍ୟ

4. ନିମ୍ନୋକ୍ତ କେଉଁଟିକୁ କର୍ମଚାରୀଙ୍କ କ୍ଷତିପୂରଣ କୁହାଯାଏ ?
(A) ସୁଧ
(B) ଅଧିଶେଷ
(C) ମଜୁରି
(D) ଲାଭ
Answer:
(C) ମଜୁରି

5. ନିମ୍ନୋକ୍ତ କେଉଁଟି ଜାତୀୟ ଆୟର ଏକ ଉପାଦାନ ?
(A) ଅନ୍ତରଣ ଦେୟ
(B) ଅବିତରିତ ଲାଭାଂଶ
(C) ଅପ୍ରତ୍ୟାଶିତ ଲାଭ
(D) ପୁରାତନ ଦ୍ରବ୍ୟ ବିକ୍ରୟଲବ୍ଧ ଆୟ
Answer:
(B) ଅବିତରିତ ଲାଭାଂଶ

CHSE Odisha Class 12 Economics Chapter 12 Objective Questions in Odia Medium

6. ନିମ୍ନଲିଖୁ ଉପାଦାନମାନଙ୍କ ମଧ୍ୟରୁ କେଉଁ ଉପାଦାନ ବ୍ୟକ୍ତିଗତ ଆୟରୁ ଅନ୍ତର କଲେ ହସ୍ତଗତ ଆୟ ମିଳିଥାଏ ?
(A) ପ୍ରତ୍ୟକ୍ଷ କର
(B) ସରକାରକୁ ପ୍ରଦତ୍ତ ବିବିଧ ଦେୟ
(C) ଅନ୍ତରଣ ଆୟ
(D) ଉଭୟ (A) ଏବଂ (B)
Answer:
(D) ଉଭୟ (A) ଏବଂ (B)

7. ମୂଲ୍ୟ ସଂଯୋଗ ପଦ୍ଧତିରେ ଉତ୍ପାଦର ମୂଲ୍ୟ ହେଉଛି :
(A) କଞ୍ଚାମାଲର ମୂଲ୍ୟ + ମୋଟ ସଂଯୋଗିତ ମୂଲ୍ୟ
(B) କଞ୍ଚାମାଲର ମୂଲ୍ୟ + ଆମଦାନି ମୂଲ୍ୟ
(C) କଞ୍ଚାମାଲର ମୂଲ୍ୟ + ରପ୍ତାନି ମୂଲ୍ୟ
(D) କଞ୍ଚାମାଲର ମୂଲ୍ୟ – ମୋଟ ସଂଯୋଗିତ ମୂଲ୍ୟ
Answer:
(A) କଞ୍ଚାମାଲର ମୂଲ୍ୟ + ମୋଟ ସଂଯୋଗିତ ମୂଲ୍ୟ

8. ଜାତୀୟ ଉତ୍ପାଦ ହେଉଛି :
(A) ନିଟ୍ ଜାତୀୟ ଉତ୍ପାଦ + ପରୋକ୍ଷ କର – ସବ୍‌ସିଡ଼ି
(B) ନିଟ୍ ଜାତୀୟ ଉତ୍ପାଦ – ପରୋକ୍ଷ କର + ସବ୍‌ସିଡ଼ି
(C) ନିଟ୍ ଜାତୀୟ ଉତ୍ପାଦ – ପ୍ରତ୍ୟକ୍ଷ କର – ସବ୍‌ସିଡ଼ି
(D) ମୋଟ ଜାତୀୟ ଉତ୍ପାଦ – ପ୍ରତ୍ୟକ୍ଷ କର + ସବ୍‌ସିଡ଼ି
Answer:
(B) ନିଟ୍ ଜାତୀୟ ଉତ୍ପାଦ – ପରୋକ୍ଷ କର + ସବ୍‌ସିଡ଼ି

9. ବ୍ୟବହାରଯୋଗ୍ୟ ବ୍ୟକ୍ତିଗତ ଆୟ ହେଉଛି :
(A) ବ୍ୟକ୍ତିଗତ ଆୟ – ପରୋକ୍ଷ କର
(B) ବ୍ୟକ୍ତିଗତ ଆୟ – ବୀମା ଦେୟ
(C) ବ୍ୟକ୍ତିଗତ ଆୟ – ପ୍ରତ୍ୟକ୍ଷ କର
(D) ବ୍ୟକ୍ତିଗତ ଆୟ – ଅବକ୍ଷୟଜନିତ ବ୍ୟୟ
Answer:
(C) ବ୍ୟକ୍ତିଗତ ଆୟ – ପ୍ରତ୍ୟକ୍ଷ କର

10. ମୋଟ ଜାତୀୟ ଉତ୍ପାଦରୁ କ’ଣ ବାଦ୍ ଦେଲେ ନିଟ୍ ଉତ୍ପାଦ ମିଳେ ?
(A) ନିଟ୍ ବିଦେଶାଗତ ଆୟ
(B) ଅବକ୍ଷୟ ମୂଲ୍ୟ
(C) ରପ୍ତାନି ମୂଲ୍ୟ
(D) ଆମଦାନି ମୂଲ୍ୟ
Answer:
(B) ଅବକ୍ଷୟ ମୂଲ୍ୟ

11. ମୋଟ ଜାତୀୟ ଉତ୍ପାଦରୁ କ’ଣ ବାଦ୍ ଦେଲେ ମୋଟ ଘରୋଇ ଉତ୍ପାଦ ମିଳିଥାଏ ?
(A) ନିଟ୍ ବିଦେଶାଗତ ଆୟ
(B) ଅବକ୍ଷୟ ମୂଲ୍ୟ
(C) ରପ୍ତାନି ମୂଲ୍ୟ
(D) ଉପରୋକ୍ତ ସମସ୍ତ
Answer:
(A) ନିଟ୍ ବିଦେଶାଗତ ଆୟ

12. ବଜାର ଦରରେ ମୋଟ ଘରୋଇ ଉତ୍ପାଦ (GDPMP) ହେଉଛି ।
(A) ଉତ୍ପାଦନ ବ୍ୟୟରେ ମୋଟ ଘରୋଇ ଉତ୍ପାଦ (GDPFC) + ନିଟ୍ ପରୋକ୍ଷ କର
(B) ଉତ୍ପାଦନ ବ୍ୟୟରେ ନିଟ୍ ଘରୋଇ ଉତ୍ପାଦ (NDPFu) + ପରୋକ୍ଷ କର
(C) ଉତ୍ପାଦନ ବ୍ୟୟରେ ମୋଟ ଘରୋଇ ଉତ୍ପାଦ (GDPfc) – ସରକାରୀ ଅର୍ଥାନୁକୂଲ୍ୟ
(D) ଉପରୋକ୍ତ କୌଣସିଟି ନୁହେଁ ।
Answer:
(A) ଉତ୍ପାଦନ ବ୍ୟୟରେ ମୋଟ ଘରୋଇ ଉତ୍ପାଦ (GDPFC) + ନିଟ୍ ପରୋକ୍ଷ କର

13. ବଜାର ଦରରେ ମୋଟ ଜାତୀୟ ଉତ୍ପାଦ (GNPMP) ହେଉଛି :
(A) ବଜାର ଦରରେ ମୋଟ ଘରୋଇ ଉତ୍ପାଦ (GDPMP) + ବିଦେଶାଗତ ନିଟ୍ ସାଧନ ଆୟ
(B) ବଜାର ଦରରେ ମୋଟ ଘରୋଇ ଉତ୍ପାଦ (GDPMP) – ନିଟ୍ ପରୋକ୍ଷ କର ।
(C) ଉତ୍ପାଦନ ବାୟୁରେ ନିଟ୍ ଜାତୀୟ ଉତ୍ପାଦ (NNPfc) + ବିଦେଶାଗତ ନିଟ୍ ସାଧନ ଆୟ
(D) ଉପରୋକ୍ତ କୌଣସିଟି ନୁହେଁ ।
Answer:
(A) ବଜାର ଦରରେ ମୋଟ ଘରୋଇ ଉତ୍ପାଦ (GDPMP) + ବିଦେଶାଗତ ନିଟ୍ ସାଧନ ଆୟ

CHSE Odisha Class 12 Economics Chapter 12 Objective Questions in Odia Medium

14. ନିଟ୍ ପରୋକ୍ଷ କର ହେଉଛି :
(A) ବଜାର ଦରରେ ମୋଟ ଘରୋଇ ଉତ୍ପାଦ (GDPMP) + ବିଦେଶାଗତ ନିଟ୍ ସାଧନ ଆୟ
(B) ବଜାର ଦରରେ ମୋଟ ଘରୋଇ ଉତ୍ପାଦ (GDPMP) – ବିଦେଶାଗତ ନିଟ୍ ସାଧନ ଆୟ
(C) ଉତ୍ପାଦନ ବ୍ୟୟରେ ନିଟ୍ ଜାତୀୟ ଉତ୍ପାଦ (NNPFC) – ବିଦେଶାଗତ ନିଟ୍ ସାଧନ ଆୟ
(D) ପରୋକ୍ଷ କର – ସରକାରୀ ଅର୍ଥାନୁକୂଲ୍ୟ
Answer:
(D) ପରୋକ୍ଷ କର – ସରକାରୀ ଅର୍ଥାନୁକୂଲ୍ୟ

15. ଆୟ ଯୁଗ୍ମଭଙ୍ଗୀ ସ୍ତରରେ :
(A) ଆୟ ଓ ଉପଭୋଗ ସମାନ
(B) ଆୟ ଉପଭୋଗଠାରୁ କମ୍ ହୁଏ
(C) ଆୟ ଉପଭୋଗଠାରୁ ଅଧିକ ହୁଏ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ଆୟ ଓ ଉପଭୋଗ ସମାନ

16. ସନ୍ତୁଳନ ଆୟ ସ୍ତରରେ :
(A) ସଂଚୟ ନିବେଶଠାରୁ ଅଧିକ ହୋଇଥାଏ
(B) ସଂଚୟ ସହ ନିବେଶ ସମାନ ହୋଇଥାଏ
(C) ନିବେଶ ସଂଚୟଠାରୁ ଅଧିକ ହୋଇଥାଏ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(B) ସଂଚୟ ସହ ନିବେଶ ସମାନ ହୋଇଥାଏ

17. ଜାତୀୟ ଉତ୍ପାଦ ଘରୋଇ ଉତ୍ପାଦ ସହ ସମାନ ହୁଏ, ଯେତେବେଳେ :
(A) ବିଦେଶାଗତ ନିଟ୍ ସାଧନ ଆୟ ଋଣାତ୍ମକ ହୁଏ
(B) ବିଦେଶାଗତ ନିଟ୍ ସାଧନ ଆୟ ଧନାତ୍ମକ ହୁଏ
(C) ବିଦେଶାଗତ ନିଟ୍ ସାଧନ ଆୟ ଶୂନ୍ୟ ହୁଏ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(C) ବିଦେଶାଗତ ନିଟ୍ ସାଧନ ଆୟ ଶୂନ୍ୟ ହୁଏ

18. ନିମ୍ନୋକ୍ତ ସାଧନ ମଧ୍ୟରୁ କେଉଁଟି ବଜାର ଦରରେ ମୋଟ ଜାତୀୟ ଉତ୍ପାଦନର ଅନ୍ତର୍ଭୁକ୍ତ ହୋଇଥାଏ ?
(A) ଅନ୍ତରଣ ପାଉଣା
(B) ପୁଞ୍ଜିଲାଭ
(C) ଅବକ୍ଷୟଜନିତ ପାଉଣା
(D) ଉପରୋକ୍ତ ସମସ୍ତ ସମାନ
Answer:
(C) ଅବକ୍ଷୟଜନିତ ପାଉଣା

B. ଶୂନ୍ୟସ୍ଥାନ ପୂରଣ କର ।

1. ବର୍ଷକ ମଧ୍ୟରେ ଗୋଟିଏ ଅର୍ଥ ବ୍ୟବସ୍ଥାରେ ଯେତେସବୁ ନିଟ୍ ଦ୍ରବ୍ୟ ଓ ସେବା ଉତ୍ପାଦନକ୍ଷେତ୍ରରୁ ଉପଭୋକ୍ତାଙ୍କ ହାତକୁ ପ୍ରବାହିତ ହୁଏ କିମ୍ବା ପୁଞ୍ଜିଦ୍ରବ୍ୟ ଆକାରରେ ଯୋଗହୁଏ, ତାହାକୁ __________ କୁହାଯାଏ ।
Answer:
ଜାତୀୟ ଆୟ

2. ଜାତୀୟ ଆୟ କହିଲେ ବର୍ଷକ ମଧ୍ୟରେ ଗୋଟିଏ ଅର୍ଥବ୍ୟବସ୍ଥାରେ ସମସ୍ତ ଉତ୍ପନ୍ନ ଦ୍ରବ୍ୟ ଓ ସେବାଗୁଡ଼ିକର __________ ମୂଲ୍ୟକୁ ବୁଝାଏ ।
Answer:
ମୁଦ୍ରାଭିଭିକ

3. ଗୋଟିଏ ଦେଶରେ ବସବାସ କରୁଥିବା ଯେଉଁ ବ୍ୟକ୍ତିବିଶେଷଙ୍କର ଆର୍ଥିକ ସ୍ୱାର୍ଥ ସେହି ଦେଶରେ ନିହିତ ଥାଏ, ସେମାନଙ୍କୁ ଦେଶର ସ୍ଵାଭାବିକ __________ କହନ୍ତି ।
Answer:
ଅସ୍ଵାସୀ

4. ଗୋଟିଏ ଗଣନ ବର୍ଷରେ କୌଣସି ଅର୍ଥବ୍ୟବସ୍ଥାର ଘରୋଇ ଭୂଖଣ୍ଡରେ ଉତ୍ପାଦନକାରୀମାନଙ୍କଦ୍ୱାରା ଉତ୍ପାଦିତ ସମସ୍ତ __________ ଓ ସେବାର ବଜାର ମୂଲ୍ୟକୁ ବଜାର ଦରଭିଭିକ ମୋଟ ଘରୋଇ ଉତ୍ପାଦ କୁହାଯାଏ ।
Answer:
ଅନ୍ତିମ ଦ୍ରବ୍ୟ

5. ଗୋଟିଏ ଗଣନ ବର୍ଷରେ କୌଣସି ଏକ ଅର୍ଥବ୍ୟବସ୍ଥାର ଘରୋଇ ଭୂଖଣ୍ଡରେ ସମସ୍ତ ଉତ୍ପାଦନକାରୀମାନଙ୍କଦ୍ୱାରା ଉତ୍ପାଦିତ ଅନ୍ତିମ ଦ୍ରବ୍ୟ ଓ ସେବାର ବଜାର ମୂଲ୍ୟରୁ ସ୍ଥାୟୀ ପୁଞ୍ଜିର ଉପଭୋଗ ମୂଲ୍ୟ ବାଦଦେଲେ ବଜାର ଦରଭିଭିକ ନିଟ୍ __________ ମିଳିଥାଏ ।
Answer:
ଘରୋଇ ଉତ୍ପାଦ

CHSE Odisha Class 12 Economics Chapter 12 Objective Questions in Odia Medium

6. ଗୋଟିଏ ଗଣନ ବର୍ଷରେ ଏକ ଅର୍ଥବ୍ୟବସ୍ଥାର ଘରୋଇ ଭୂଖଣ୍ଡରେ ସ୍ବାଭାବିକ ଅଧିବାସୀମାନଙ୍କଦ୍ୱାରା ଉତ୍ପାଦିତ ସମସ୍ତ ଅନ୍ତିମ ଦ୍ରବ୍ୟ ଓ ସେବାର ବଜାର ମୂଲ୍ୟ ସହିତ ବିଦେଶରୁ ଅର୍ଜିତ __________ ଆୟର ସମଷ୍ଟିକୁ ବଜାର ଦରଭିଭିକ ମୋଟ ଜାତୀୟ ଉତ୍ପାଦ ରୂପେ ଅଭିହିତ କରାଯାଏ ।
Answer:
ନିଟ୍ ସାଧନ

7. ଗୋଟିଏ ଗଣନ ବର୍ଷରେ ଏକ ଅର୍ଥବ୍ୟବସ୍ଥାର ଘରୋଇ ଭୂଖଣ୍ଡରେ ସ୍ଵାଭାବିକ ଅଧୂବାସୀମାନଙ୍କଦ୍ୱାରା ଉତ୍ପାଦିତ ସମସ୍ତ ଅନ୍ତିମ ଦ୍ରବ୍ୟ ଓ ସେବାର ବଜାର ମୂଲ୍ୟରୁ __________ ର ଉପଭୋଗ ମୂଲ୍ୟ ବାଦ୍ ଦେଇ ବିଦେଶରୁ ଅର୍ଜିତ ନିଟ୍ ସାଧନ ଆୟକୁ ଯୋଗ କଲେ, ବଜାରଭିଭିକ ନିଟ୍ ଜାତୀୟ ଆୟ ମିଳିଥାଏ ।
Answer:
ସ୍ଥାୟୀ ପୁଞ୍ଜି

8. ଉପାଦାନ ବ୍ୟୟଭିଭିକ ମୋଟ ଘରୋଇ ଉତ୍ପାଦ = ନିଟ୍ __________ – ସ୍ଥାୟୀ ପୁଞ୍ଜିର ଉପଭୋଗ ମୂଲ୍ୟ ।
Answer:
ସଂଯୋଗିତ ମୂଲ୍ୟ

9. ଉପାଦାନ ବ୍ୟୟଭିତ୍ତିକ ମୋଟ ଘରୋଇ ଉତ୍ପାଦ = ମୋଟ ଘରୋଇ ସାଧନ ଆୟ + __________ ର ଉପଭୋଗ ।
Answer:
ସ୍ଥାୟୀ ପୁଞ୍ଜି

10. ଉପାଦାନ ବ୍ୟୟଭିତ୍ତିକ ମୋଟ ଘରୋଇ ଉତ୍ପାଦ = ବଜାର ଦରଭିଭିକ ମୋଟ ଘରୋଇ ଉତ୍ପାଦ – ନିଟ୍ __________ ।
Answer:
ପରୋକ୍ଷ କର

11. ବଜାର ଦରଭିଭିକ ନିଟ୍ ଘରୋଇ ଉତ୍ପାଦରୁ ନିଟ୍ ପରୋକ୍ଷ କର ବାଦ୍ ଦେଲେ ଆମେ ସାଧନଜନିତ ପରିବ୍ୟୟଭିତ୍ତିକ ନିଟ୍ __________ ପାଇଥାଉ ।
Answer:
ଘରୋଇ ଉତ୍ପାଦ

12. ଗୋଟିଏ ଗଣନ ବର୍ଷରେ ଏକ ଅର୍ଥବ୍ୟବସ୍ଥାର ମୋଟ ଘରୋଇ ସାଧନ ଆୟ ଓ ବିଦେଶରୁ ଅର୍ଜିତ ନିଟ୍ ସାଧନ ଆୟର ସମଷ୍ଟିକୁ ସାଧନଜନିତ ପରିବ୍ୟୟଭିତ୍ତିକ ମୋଟ ଜାତୀୟ ଆୟ କିମ୍ବା ମୋଟ __________ କୁହାଯାଏ ।
Answer:
ଜାତୀୟ ଉତ୍ପାଦ

13. ଗୋଟିଏ ଗଣନ ବର୍ଷରେ ଏକ ଅର୍ଥବ୍ୟବସ୍ଥାର ଭୂ-ଖଣ୍ଡର ସ୍ଵାଭାବିକ ଅଧିବାସୀମାନଙ୍କର ଉପାଦାନ ବ୍ୟୟଭିତ୍ତିକ ନିଟ୍ ସଂଯୋଗିତ ମୂଲ୍ୟ ଓ ବିଦେଶରୁ ଅର୍ଜିତ ନିଟ୍ ସାଧନ ଆୟର ସମଷ୍ଟିକୁ __________ ବ୍ୟୟଭିତ୍ତିକ ନିଟ୍ ଜାତାୟ ଉପ୍‍।ଦ କିମ୍ବା ଜାତୀୟ ଆୟ କୁହାଯାଏ ।
Answer:
ଉପାଦାନ

14. ବେସରକାରୀ ଉଦ୍ୟୋଗକୁ ମିଳୁଥିବା ଘରୋଇ ଭୂଖଣ୍ଡର ଓ ବିଦେଶର ସମସ୍ତ ଉତ୍ସଗୁଡ଼ିକରୁ ସାଧନ ଆୟ ଏବଂ ସରକାର ଓ ଅବଶିଷ୍ଟ ବିଶ୍ବରୁ ଚଳନ୍ତି ଅନ୍ତରଣ ଦେୟକୁ __________ ଆୟ କୁହାଯାଏ ।
Answer:
ବେସରକାରୀ

15. ସାଧନ ଆୟ ଓ __________ ଆୟଦ୍ୱୟ ବେସରକାରୀ ଆୟରେ ଅନ୍ତର୍ଭୁକ୍ତ ହୋଇଥାଏ ।
Answer:
ଅନ୍ତରଣ

16. ସମସ୍ତ ଉତ୍ସଗୁଡ଼ିକରୁ ବ୍ୟକ୍ତି କିମ୍ବା ପରିବାରବର୍ଗମାନଙ୍କୁ ମିଳୁଥିବା ଚଳନ୍ତି ଆୟକୁ __________ ଆୟ ରୂପେ ଅଭିହିତ କରାଯାଏ ।
Answer:
ବ୍ୟକ୍ତିଗତ

17. ଜାତୀୟ ଆୟ ଆକଳନରେ ଯେଉଁ ପଦ୍ଧତି ଏକ ନିର୍ଦ୍ଦିଷ୍ଟ ବର୍ଷରେ ମୋଟ ଘରୋଇ ଉତ୍ପାଦ ପାଇଁ ହେଉଥ‌ିବା ଅନ୍ତିମ ବ୍ୟୟକୁ ବଜାର ଦରରେ ପରିମାପ କରାଯାଏ, ତାହାକୁ __________ କୁହାଯାଏ ।
Answer:
ବ୍ୟୟ ପଦ୍ଧତି

18. ଲଟେରିରୁ ଲବ୍‌ଧ ଧନ ଭଳି ଅପ୍ରତ୍ୟାଶିତ ଆୟକୁ ଜାତୀୟ ଆୟ ଆକଳନରୁ __________ ବିଧେୟ ।
Answer:
ବାଦ୍ ଦେବା

CHSE Odisha Class 12 Economics Chapter 12 Objective Questions in Odia Medium

19. ଅବଶିଷ୍ଟ ବିଶ୍ବରେ ନିୟୋଜିତ ସ୍ବଦେଶୀ ସାଧନଗୁଡ଼ିକର ଆୟରୁ ଦେଶର ଆଞ୍ଚଳିକ ସୀମା ମଧ୍ୟରେ କାର୍ଯ୍ୟରତ ବିଦେଶୀ ସାଧନ ଆୟ ବିୟୋଗ କଲେ, ବିୟୋଗଫଳକୁ __________ କୁହାଯାଏ ।
Answer:
ବିଦେଶାଗତ ନିଟ୍ ସାଧନ ଆୟ

20. ଯେଉଁ ପଦ୍ଧତିରେ ଏକ ନିର୍ଦ୍ଦିଷ୍ଟ ସମୟରେ, ଉତ୍ପାଦର ସାଧନମାନଙ୍କଦ୍ୱାରା ଅନ୍ତିମ ଦ୍ରବ୍ୟାଦିର ମୁଦ୍ରାଗତ ମୂଲ୍ୟ ଆକଳନ କରି ଏକାଠି ମିଶାଇ ଜାତୀୟ ଆୟର ଆକଳନ କରାଯାଏ, ତାହାକୁ __________ କୁହାଯାଏ ।
Answer:
ଆୟ ପଦ୍ଧତି

21. ଆୟ ଆକଳନରେ ଯେଉଁ ପଦ୍ଧତି ଦ୍ରବ୍ୟ ଓ ସେବା ଉତ୍ପାଦନରେ ପ୍ରତ୍ୟେକ ଉତ୍ପାଦନକାରୀ ପ୍ରତିଷ୍ଠାନର ଅବଦାନର ମୂଲ୍ୟକୁ ପରିମାପ କରିଥାଏ, ତାହାକୁ __________ କୁହାଯାଏ ।
Answer:
ସଂଯୋଗିତ ମୂଲ୍ୟ ପଦ୍ଧତି

22. ନିଟ୍ ପରୋକ୍ଷ କର = ପରୋକ୍ଷ କର – __________ ।
Answer:
ସରକାରୀ ଅର୍ଥାନୁକୂଲ୍ୟ

23. ବ୍ୟକ୍ତିଗତ ଆୟରୁ ପ୍ରତ୍ୟକ୍ଷ କର ଓ ଅନ୍ୟାନ୍ୟ ସରକାରୀ ପାଉଣା ବାଦ୍ ଦେଲେ ଅବଶିଷ୍ଟ ଆୟକୁ __________ ଆୟ କୁହାଯାଏ ।
Answer:
ବ୍ୟକ୍ତିଗତ ପ୍ରଯୁଜ୍ୟ ଆୟ

24. ପ୍ରଯୁଜ୍ୟ ଆୟ ଏକ __________ ଅବଧାରଣା ।
Answer:
ନିଟ୍

25. ପ୍ରଯୁଜ୍ୟ ଆୟ ବ୍ୟକ୍ତିଗତ ଆୟର ଏକ __________ ।
Answer:
ଅଂଶ ।

C. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ୍ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

1. ସରକାରୀ କର୍ମଚାରୀମାନଙ୍କୁ ଦିଆଯାଉଥବା ବେତନ ଜାତୀୟ ଆୟର ଅଂଶବଶେଷ
Answer:
ଠିକ୍ ।

2. ଅନ୍ତର୍ବର୍ତୀ ଦ୍ରବ୍ୟ ଜାତୀୟ ଆୟ ଆକଳନର ଅନ୍ତର୍ଭୁକ୍ତ
Answer:
ଭୁଲ୍ ।
ଠିକ୍ – ଚୂଡ଼ାନ୍ତ ଦ୍ରବ୍ୟ ଜାତୀୟ ଆୟ ଆକଳନର ଅନ୍ତର୍ଭୁକ୍ତ ।

3. ବ୍ୟବହାରଯୋଗ୍ୟ ଆୟରେ ପ୍ରତ୍ୟକ୍ଷ କର ଅନ୍ତର୍ଭୁକ୍ତ ହୋଇଥାଏ ।
Answer:
ଭୁଲ୍ ।
ଠିକ୍ – ବ୍ୟବହାରଯୋଗ୍ୟ ଆୟରେ ପ୍ରତ୍ୟକ୍ଷ କର ଅନ୍ତର୍ଭୁକ୍ତ ହୋଇନଥାଏ ।

4. ନିଟ୍ ଜାତୀୟ ଉତ୍ପାଦ (NNP) = ମୋଟ ଜାତୀୟ ଉତ୍ପାଦ (GNP) – ପ୍ରତ୍ୟକ୍ଷ କର ।
Answer:
ଭୁଲ୍ ।
ଠିକ୍ – ନିଟ୍ ଜାତୀୟ ଉତ୍ପାଦ (NNP) = ମୋଟ ଜାତୀୟ ଉତ୍ପାଦ (GNP) – ଅବକ୍ଷୟ ମୂଲ୍ୟ ।

5. ମୋଟ ଜାତୀୟ ଉତ୍ପାଦ (GNP) ର ଅବକ୍ଷୟ ମୂଲ୍ୟ ବାଦ୍ କରି ନିଟ୍ ଜାତୀୟ ଉତ୍ପାଦ (NNP) ହିସାବ କରାଯାଏ ।
Answer:
ଠିକ୍ ।

6. ଷ୍ଟକ୍ ଦଲାଲର ଆୟ ଜାତୀୟ ଆୟର ଅଂଶ ଅଟେ ।
Answer:
ଠିକ୍ ।

7. ବ୍ୟକ୍ତିର ଆୟକୁ ସ୍ଵକୀୟ ଆୟ କୁହାଯାଏ ।
Answer:
ଠିକ୍ ।

8. ଜଣେ ଭାରତୀୟ ଆମେରିକାରେ ଅର୍ଜନ କରୁଥିବା ଆୟ ଭାରତର ଜାତୀୟ ଆୟର ଅଂଶ ନୁହେଁ ।
Answer:
ଭୁଲ୍ ।
ଠିକ୍ – ଜଣେ ଭାରତୀୟ ଆମେରିକାରେ ଅଜର୍ନ କରୁଥିବା ଆୟ ଭାରତର ଜାତୀୟ ଆୟର ଅଂଶ ।

9. ଗୋଟିଏ ପୁରୁଣା ସ୍କଟର ବିକ୍ରିରୁ ମିଳୁଥ‌ିବା ଆୟକୁ ଜାତୀୟ ଆୟରେ ଅନ୍ତର୍ଭୁକ୍ତ କରାଯାଇଥାଏ ।
Answer:
ଭୁଲ୍ ।
ଠିକ୍ – ଗୋଟିଏ ପୁରୁଣା ସ୍କୁଟର ବିକ୍ରିରୁ ମିଳୁଥିବା ଆୟକୁ ଜାତୀୟ ଆୟରେ ଅନ୍ତର୍ଭୁକ୍ତ କରାଯାଇନଥାଏ ।

10. କୌଣସି ଉତ୍ପାଦ, ତାହା ବିକ୍ରି ହୋଇଥ‌ିବା ବର୍ଷର ମୋଟ ଦେଶୀୟ ଉତ୍ପାଦ (GDP) ର ଅଂଶ
Answer:
ଭୁଲ୍ ।
ଠିକ୍ – କୌଣସି ଉତ୍ପାଦ, ତାହା ଉତ୍ପାଦିତ ହୋଇଥିବା ବର୍ଷର ମୋଟ ଦେଶୀୟ ଉତ୍ପାଦ (GDP) ର ଅଂଶ ।

CHSE Odisha Class 12 Economics Chapter 12 Objective Questions in Odia Medium

11. ଏକ ମୁକ୍ତ ଅର୍ଥବ୍ୟବସ୍ଥାରେ ମୋଟ ଦେଶୀୟ ଉତ୍ପାଦ ଓ ମୋଟ ଜାତୀୟ ଉତ୍ପାଦ ମଧ୍ଯରେ ପାର୍ଥକ୍ୟ ପରିଲକ୍ଷିତ ହୁଏ ନାହିଁ
Answer:
ଭୁଲ୍ ।
ଠିକ୍ – ଏକ ଅବରୁଦ୍ଧ ଅର୍ଥବ୍ୟବସ୍ଥାରେ ମୋଟ ଦେଶୀୟ ଉତ୍ପାଦ ଓ ମୋଟ ଜାତୀୟ ଉତ୍ପାଦ ମଧ୍ଯରେ ପାର୍ଥକ୍ୟ ପରିଲକ୍ଷିତ ହୁଏ ନାହିଁ ।

12. ବିଜ୍ଞାପନ ପାଇଁ ଖର୍ଚ୍ଚ ଚୂଡ଼ାନ୍ତ ଉପଭୋଗ ଖର୍ଚ୍ଚର ଏକ ଅଂଶ
Answer:
ଭୁଲ୍ ।
ଠିକ୍ – ବିଜ୍ଞାପନ ପାଇଁ ଖର୍ଚ୍ଚ ମଧ୍ୟବର୍ତ୍ତୀ ଉପଭୋଗ ଖର୍ଚ୍ଚର ଏକ ଅଂଶ ।

13. ଗୋଟିଏ ସ୍କୁଟରର ଚକ ବଦଳାଇବା ଖର୍ଚ୍ଚକୁ ଅନ୍ତର୍ବର୍ତୀ ଉପଭୋଗ କୁହାଯାଏ
Answer:
ଭୁଲ୍ ।
ଠିକ୍ – ଗୋଟିଏ ସ୍କୁଟର୍‌ର ଚକ ବଦଳାଇବା ଖର୍ଚ୍ଚକୁ ପୁଞ୍ଜି ଉପଭୋଗ କୁହାଯାଏ ।

14. ଦାତବ୍ୟ ଚିକିତ୍ସାଳୟରେ ରୋଗୀର ଚିକିତ୍ସା ଜାତୀୟ ଆୟର ଅଂଶ ଅଟେ ।
Answer:
ଭୁଲ୍ ।
ଠିକ୍ – ଦାତବ୍ୟ ଚିକିତ୍ସାଳୟରେ ରୋଗୀର ଚିକିତ୍ସା ଜାତୀୟ ଆୟର ଅଂଶ ନୁହେଁ ।

15. ଗ୍ରହ ମାଲିକ ନିଜ ଘରେ ରହୁଥିଲେ ସେହି ଘରର ଆରୋପିତ ଭଡ଼ା ଜାତୀୟ ଆୟ ହିସାବରୁ ବାଦ୍ ଦିଆଯାଇଥାଏ ।
Answer:
ଭୁଲ୍ ।
ଠିକ୍ – ଗୃହ ମାଲିକ ନିଜ ଘରେ ରହୁଥ‌ିଲେ ସେହି ଘରର ଆରୋପିତ ଭଡ଼ା ଜାତୀୟ ଆୟ ହିସାବରେ ଅନ୍ତର୍ଭୁକ୍ତ ଦିଆଯାଇଥାଏ ।

16. ମୋଟ ଜାତୀୟ ଉତ୍ପାଦ ହେଉଛି ମୋଟ ଘରୋଇ ଉତ୍ପାଦ ଓ ବିଦେଶରୁ ଆସୁଥିବା ନିଟ୍ ଆୟରୁ ଅନ୍ତରଫଳ ।
Answer:
ଭୁଲ୍ ।
ଠିକ୍ – ମୋଟ ଜାତୀୟ ଉତ୍ପାଦ ହେଉଛି ମୋଟ ଘରୋଇ ଉତ୍ପାଦ ଓ ବିଦେଶରୁ ଆସୁଥିବା ନିଟ୍ ଆୟର ଯୋଗଫଳ ।

17. ପରିବାରଦ୍ଵାରା ପ୍ରଦତ୍ତ ଘରଭଡ଼ା ମଧ୍ୟବର୍ତ୍ତୀ ଉପଭୋଗର ଅନ୍ତର୍ଭୁକ୍ତ ।
Answer:
ଭୁଲ୍ ।
ଠିକ୍ – ପରିବାରଦ୍ଵାରା ପ୍ରଦତ୍ତ ଘରଭଡ଼ା ଚୂଡ଼ାନ୍ତ ଉପଭୋଗର ଅଂଶବିଶେଷ ।

18. ବ୍ୟକ୍ତିଗତ ଆୟରୁ ପରୋକ୍ଷ କର ବାଦ୍ ଦେଲେ ବ୍ୟବହାରଯୋଗ୍ୟ ଆୟ ମିଳିଥାଏ
Answer:
ଭୁଲ୍ ।
ଠିକ୍ – ବ୍ୟକ୍ତିଗତ ଆୟରୁ ପ୍ରତ୍ୟକ୍ଷ କର ବାଦ୍ ଦେଲେ ବ୍ୟବହାର ଯୋଗ୍ୟ ଆୟ ମିଳିଥାଏ ।

19. ରୟାଲିଟି କର୍ମଚାରୀଙ୍କ ପ୍ରତିଦାନର ଏକ ଅଂଶ
Answer:
ଭୁଲ୍ ।
ଠିକ୍ – ରୟାଲିଟି ସମ୍ପତ୍ତି ଆୟର ଏକ ଅଂଶ ।

20. ସରକାରୀ ଋଣ ଉପରେ ସୁଧ ଏକପ୍ରକାର ଉପାଦାନ ଆୟ ।
Answer:
ଭୁଲ୍ ।
ଠିକ୍ – ସରକାରୀ ଋଣ ଉପରେ ସୁଧ ଏକପ୍ରକାର ହସ୍ତାନ୍ତରଣ ଦେୟ ।

21. କାର୍ଯ୍ୟରୁ ମିଳୁଥ‌ିବା ଆୟକୁ ମିଶ୍ରିତ ଆୟ କୁହାଯାଏ
Answer:
ଭୁଲ୍ ।
ଠିକ୍ – ଆତ୍ମନିଯୁକ୍ତି ଲାଭ କରିଥିବା ବ୍ୟକ୍ତିଙ୍କର ଆୟକୁ ମିଶ୍ରିତ ଆୟ କୁହାଯାଏ ।

22. ଅନ୍ତର୍ବର୍ତୀ ଦ୍ରବ୍ୟର ମୂଲ୍ୟ ଜାତୀୟ ଆୟର ଅଂଶବିଶେଷ ନୁହେଁ ।
Answer:
ଠିକ୍ ।

23. ମୋଟ ଓ ନିଟ୍ ଉତ୍ପାଦର ଅନ୍ତରଫଳ ସର୍ବଦା ଅବକ୍ଷୟଜନିତ ବ୍ୟୟ ସହ ସମାନ ହୋଇଥାଏ ।
Answer:
ଠିକ୍ ।

24. ଜାତୀୟ ଓ ଘରୋଇ ଉତ୍ପାଦର ଅନ୍ତରଫଳ ବିଦେଶାଗତ ମୋଟ ସାଧନ ଆୟ ସହ ସମାନ ।
Answer:
ଭୁଲ୍ ।
ଠିକ୍ – ଜାତୀୟ ଓ ଘରୋଇ ଉତ୍ପାଦର ଅନ୍ତରଫଳ ବିଦେଶାଗତ ନିଟ୍ ସାଧନ ଆୟ ସହ ସମାନ ।

25. ବଜାର ଦର ଓ ସାଧନ ବ୍ୟୟର ଅନ୍ତରଫଳ ଅବକ୍ଷୟଜନିତ ବ୍ୟୟ ସହ ସମାନ
Answer:
ଭୁଲ୍ ।
ଠିକ୍ – ବଜାର ଦର ଓ ସାଧନ ବ୍ୟୟର ଅନ୍ତରଫଳ ନିଟ୍ ପରୋକ୍ଷ କର ସହ ସମାନ ।

26. କାର୍ଯ୍ୟକାରୀ ଉଦ୍‌ବୁତ୍ତ ହେଉଛି ଅଧଶେଷ, ସୁଧ ଓ ଲାଭର ଯୋଗଫଳ ।
Answer:
ଠିକ୍ ।

CHSE Odisha Class 12 Economics Chapter 12 Objective Questions in Odia Medium

27. ଆମଦାନି ଓ ରପ୍ତାନୀର ପାର୍ଥକ୍ୟକୁ ବିଦେଶାଗତ ନିଟ୍ ସାଧନ ଆୟ ବୋଲି କୁହାଯାଏ ।
Answer:
ଭୁଲ୍ ।
ଠିକ୍ – ଆମଦାନି ଓ ରପ୍ତାନିର ପାର୍ଥକ୍ୟକୁ ନିଟ୍ ରପ୍ତାନି ବୋଲି କୁହାଯାଏ ।

28. ବଣ୍ଡ ଓ ଡିବେଞ୍ଚର ବିକ୍ରିରୁ ମିଳୁଥିବା ଆୟ ଜାତୀୟ ଆୟର ଅଂଶବିଶେଷ ।
Answer:
ଭୁଲ୍ ।
ଠିକ୍ – ବଣ୍ଡ ଓ ଡିବେଞ୍ଚର ବିକ୍ରିରୁ ମିଳୁଥିବା ଆୟ ଜାତୀୟ ଆୟର ଅଂଶବିଶେଷ ନୁହେଁ ।

D. ଭ୍ରମ ସଂଶୋଧନ କର ।

1. ମୋଟ ଘରୋଇ ଉତ୍ପାଦ (GDP) କ’ଣ ?
Answer:
କୌଣସି ଏକ ରାଷ୍ଟ୍ରରେ ଉତ୍ପାଦିତ ହୋଇଥ‌ିବା ସମସ୍ତ ଚୂଡ଼ାନ୍ତ ଦ୍ରବ୍ୟ ଓ ସେବା ସମୂହର ବଜାର ମୂଲ୍ୟକୁ ମୋଟ ଘରୋଇ ଉତ୍ପାଦ କୁହାଯାଏ ।

2. ଜାତୀୟ ଆୟ କାହାକୁ କହନ୍ତି ?
Answer:
ବର୍ଷକ ମଧ୍ୟରେ ଏକ ଅର୍ଥବ୍ୟବସ୍ଥାର ଅଧିବାସୀ ଯେଉଁ ସମସ୍ତ ଆୟ ଉପାର୍ଜନ କରିଥା’ନ୍ତି, ତାହାର ସମଷ୍ଟି ହିଁ
ଜାତୀୟ ଆୟ ।

3. ମିଶ୍ରିତ ଆୟ କ’ଣ ?
Answer:
ଜଣେ ବ୍ୟକ୍ତି ନିଜ ଘରେ ନିଜ ପୁଞ୍ଜି ନିବେଶ କରି ଯଦି କୌଣସି ବ୍ୟାବସାୟିକ ପ୍ରତିଷ୍ଠାନ କରିଥାନ୍ତି, ତାହାକୁ ମିଶ୍ରିତ ଆୟ କୁହାଯାଏ ।

4. ଅବକ୍ଷୟଜନିତ ବ୍ୟୟ କ’ଣ ?
Answer:
ଉତ୍ପାଦନ କାଳରେ ଯନ୍ତ୍ରପାତି, କଳକାରଖାନା ଇତ୍ୟାଦିର ପୁଞ୍ଜି ଦ୍ରବ୍ୟ କ୍ଷୟପ୍ରାପ୍ତ ହୋଇଥାନ୍ତି । ଏହି କ୍ଷୟକ୍ଷତି ପରିପୂରଣ ପାଇଁ ହେଉଥିବା ବ୍ୟୟକୁ ଅବକ୍ଷୟଜନିତ ବ୍ୟୟ କୁହାଯାଏ ।

5. ପ୍ରଚଳିତ ଦାମ୍‌ରେ ଜାତୀୟ ଆୟ କହିଲେ କ’ଣ ବୁଝାଯାଏ ?
Answer:
ପ୍ରଚଳିତ ଦାମ୍‌ରେ ଦ୍ରବ୍ୟ ଓ ସେବାର ମୌଦ୍ରିକ ମୂଲ୍ୟକୁ ପ୍ରଚଳିତ ଦାମ୍‌ରେ ଜାତୀୟ ଆୟ କୁହାଯାଏ ।

6. ମୁଣ୍ଡପିଛା ଆୟ କ’ଣ ?
Answer:
ବର୍ଷକୁ ଲୋକମାନଙ୍କର ହାରାହାରି ଆୟକୁ ମୁଣ୍ଡପିଛା ଆୟ କୁହାଯାଏ ଯାହାକି ଦେଶର ମୋଟ ଜାତୀୟ ଆୟକୁ ଦେଶର ମୋଟ ଜନସଂଖ୍ୟାଦ୍ଵାରା ଭାଗକରି ନିର୍ଣ୍ଣୟ କରାଯାଏ ।

7. ପେନ୍‌ସନ୍ କାହିଁକି ଜାତୀୟ ଆୟରେ ଅନ୍ତର୍ଭୁକ୍ତ ହୁଏ ନାହିଁ ?
Answer:
ପେନ୍‌ସନ୍ ଏକ ହସ୍ତାନ୍ତରଣ ଆୟ ହୋଇଥିବାରୁ ତାହା ଜାତୀୟ ଆୟ ପରିମାପରେ ଅନ୍ତର୍ଭୁକ୍ତ ହୁଏ ନାହିଁ ।

8. ଅବରୁଦ୍ଧ ଅର୍ଥବ୍ୟବସ୍ଥା କ’ଣ ?
Answer:
ଯେଉଁ ଦେଶର ପୃଥ‌ିବୀର ଅନ୍ୟ କୌଣସି ଦେଶ ସହିତ ଅର୍ଥନୈତିକ ସଂପର୍କ ନଥାଏ ସେହି ଦେଶର ଅର୍ଥବ୍ୟବସ୍ଥାକୁ ଅବରୁଦ୍ଧ ଅର୍ଥବ୍ୟବସ୍ଥା କୁହାଯାଏ ।

9. ମୁକ୍ତ ଅର୍ଥବ୍ୟବସ୍ଥା କ’ଣ ?
Answer:
ଯେଉଁ ଦେଶ ପୃଥ‌ିବୀର ଅନ୍ୟାନ୍ୟ ଦେଶମାନଙ୍କ ସହ ଅର୍ଥନୈତିକ ସମ୍ପର୍କ ରଖୁଥାଏ, ସେହି ଦେଶର ଅର୍ଥବ୍ୟବସ୍ଥାକୁ ମୁକ୍ତ ଅର୍ଥବ୍ୟବସ୍ଥା କୁହାଯାଏ ।

10. ମଧ୍ୟବର୍ତୀ ଦ୍ରବ୍ୟ କ’ଣ ?
Answer:
ମାଧ୍ୟମିକ ନିବେଶକୁ ମଧ୍ୟବର୍ତ୍ତୀ ଦ୍ରବ୍ୟ କୁହାଯାଏ ଯାହାକି ପୁନଃ ଉତ୍ପାଦନ ବା ପୁନଃ ବିକ୍ରୟ କରାଯାଇଥାଏ ।

11. ଚୂଡ଼ାନ୍ତ ଦ୍ରବ୍ୟ କ’ଣ ?
Answer:
ଯେଉଁ ଦ୍ରବ୍ୟ ଚୂଡ଼ାନ୍ତଭାବେ ଓ ବିନିଯୋଗ ପାଇଁ ଉଦ୍ଦିଷ୍ଟ ତାହାକୁ ଚୂଡ଼ାନ୍ତ ଦ୍ରବ୍ୟ କୁହାଯାଏ ।

CHSE Odisha Class 12 Economics Chapter 12 Objective Questions in Odia Medium

12. ଜାତୀୟ ଆୟ ପରିମାପରେ ଚୂଡ଼ାନ୍ତ ଦ୍ରବ୍ୟକୁ କାହିଁକି ବିଚାରକୁ ନିଆଯାଏ ?
Answer:
ଦ୍ୱୈତ ଗଣନାର ସମ୍ଭାବନାକୁ ଦୂର କରିବାପାଇଁ ଜାତୀୟ ଆୟ ପରିମାଣରେ ଚୂଡ଼ାନ୍ତ ଦ୍ରବ୍ୟକୁ ବିଚାରକୁ ନିଆଯାଏ ।

13. ସ୍ୱ-ଉପଭୋଗ ଦ୍ରବ୍ୟ କାହିଁକି ଜାତୀୟ ଆୟରେ ସ୍ଥାନ ପାଏ ନାହିଁ ?
Answer:
ପରିବାର ସ୍ତରରେ ଉତ୍ପାଦନ ଓ ଉପଭୋଗ ପାଇଁ ଏହି ଦ୍ରବ୍ୟ ବଜାରକୁ ପ୍ରେରିତ ହେଉ ନଥିବାରୁ ତାହାର ବଜାର ମୂଲ୍ୟ ସ୍ଥିର କରି ଜାତୀୟ ଆୟରେ ଅନ୍ତର୍ଭୁକ୍ତ କରିବା ସମ୍ଭବ ନୁହେଁ ।

14. ଦେଶୀୟ ଉତ୍ପାଦନ ଆୟ କ’ଣ ?
Answer:
ଦେଶ ଭିତରେ ସମସ୍ତ ଉତ୍ପାଦନକାରୀଙ୍କଦ୍ୱାରା ସୃଷ୍ଟି କରାଯାଉଥ‌ିବା ଆୟକୁ ଦେଶୀୟ ଉତ୍ପାଦନ ଆୟ କୁହାଯାଏ ।

15. ଦେଶୀୟ ଉପାଦାନ ଆୟର ଉପାଦାନଗୁଡ଼ିକ କ’ଣ ?
Answer:
କର୍ମଚାରୀଙ୍କ ପ୍ରତିଦାନ, କାର୍ଯ୍ୟକାରୀ ଉଦ୍‌ବୃତାଂଶ, ଆତ୍ମନିଯୁକ୍ତଙ୍କ ମିଶ୍ରିତ ଆୟର ସମାହାରରେ ଦେଶୀୟ ଉପାଦାନ ଆୟ ଗଠିତ ହୋଇଥାଏ ।

16. ବିଦେଶରୁ ମିଳୁଥ‌ିବା ନିଟ୍ ଉପାଦାନ ଆୟ କାହାକୁ କୁହାଯାଏ ?
Answer:
ଉପାଦାନ ସେବା ଯୋଗାଇ ବିଦେଶରୁ ମିଳୁଥ‌ିବା ଆୟ ଏବଂ ଦେଶର ଅଣଅଧିବାସୀଙ୍କଠାରୁ ମିଳୁଥିବା ସେବାକାର୍ଯ୍ୟ ଦେୟ ମଧ୍ୟରେ ଥ‌ିବା ପାର୍ଥକ୍ୟକୁ ବିଦେଶରୁ ମିଳୁଥିବା ନିଟ୍ ଉପାଦାନ ଆୟ କୁହାଯାଏ ।

17. ବଜାର ଦାମ୍‌ରେ ଜାତୀୟ ଆୟ କହିଲେ କ’ଣ ବୁଝାଯାଏ ?
Answer:
କୌଣସି ନିର୍ଦ୍ଦିଷ୍ଟ ବର୍ଷରେ ବଜାର ଦାମ୍‌ରେ ମୋଟ ଦେଶୀୟ ଉତ୍ପାଦର ମୂଲ୍ୟ ଏବଂ ବିଦେଶରୁ ମିଳୁଥ‌ିବା ନିଟ୍ ଉପାଦାନ ଆୟକୁ ବଜାର ଦାମ୍‌ରେ ଜାତୀୟ ଆୟ କୁହାଯାଏ ।

18. ହସ୍ତାନ୍ତରଣ ଦେୟ କାହାକୁ କୁହାଯାଏ ?
Answer:
ଦ୍ରବ୍ୟ ସେବା ପ୍ରବାହକୁ କୌଣସି ଅବଦାନ ନ ଥାଇ ଯେଉଁ ପ୍ରାପ୍ୟ ପରିଶୋଧ କରାଯାଏ, ତାହାକୁ ହସ୍ତାନ୍ତରଣ ଦେୟ କୁହାଯାଏ ।

19. ମୋଟ ଜାତୀୟ ଉତ୍ପାଦ (GNP) କ’ଣ ?
Answer:
ଗୋଟିଏ ବର୍ଷରେ ଦେଶରେ ଉତ୍ପାଦିତ ଦ୍ରବ୍ୟ ଓ ସେବାର ସମଷ୍ଟି ସହିତ ନିଟ୍ ରପ୍ତାନି ଯୋଗ କଲେ ମୋଟ ଜାତୀୟ ଉତ୍ପାଦ (GNP) ଉପଲବ୍ଧ ହୋଇଥାଏ ।

20. ମୋଟ ପୁଞ୍ଜି ଗଠନର ଉପାଦାନଗୁଡ଼ିକ କ’ଣ ?
Answer:
ମୋଟ ସ୍ଥାୟୀ ପୁଞ୍ଜି ଗଠନ ଓ ଭଣ୍ଡାର ପରିବର୍ତ୍ତନ ହେଉଛି ମୋଟ ପୁଞ୍ଜି ଗଠନର ଦୁଇଟି ଉପାଦାନ ।

21. ପ୍ରଯୋଜ୍ୟ ଆୟ କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ବର୍ଷରେ ଦେଶର ପରିବାରବର୍ଗ ଗ୍ରହଣ କରୁଥିବା ସମସ୍ତ ଚଳନ୍ତି ଆୟର ସମଷ୍ଟିକୁ ବ୍ୟକ୍ତିଗତ ଆୟ କୁହାଯାଏ । ଏହି ବ୍ୟକ୍ତିଗତ ଆୟରୁ ପ୍ରତ୍ୟକ୍ଷ କରକୁ ବିୟୋଗ କଲେ ଖର୍ଜଯୋଗ୍ୟ ଆୟ ବା ପ୍ରଯୋଜ୍ୟ ଆୟ ମିଳେ।

22.ବଜାର ଦରରେ ନିଟ୍ ଘରୋଇ ଉତ୍ପାଦ କିପରି ହିସାବ କରାଯାଏ ?
Answer:
ବଜାର ଦରରେ ମୋଟ ଘରୋଇ ଉତ୍ପାଦ (GDPMP) ରୁ ଅବକ୍ଷୟଜନିତ ପାଉଣା ବା ମୂଲ୍ୟହ୍ରାସ ବିୟୋଗ କରି ବଜାର ଦରରେ ନିଟ୍ ଘରୋଇ ଉତ୍ପାଦ (NDPMP) ମିଳେ ।

23. ବଜାର ଦରରେ ମୋଟ ଜାତୀୟ ଉତ୍ପାଦ (GNPMP) ର ଉପାଦାନଗୁଡ଼ିକ କ’ଣ ?
Answer:
ବଜାର ଦରରେ ମୋଟ ଜାତୀୟ ଉତ୍ପାଦର ଉପାଦାନଗୁଡ଼ିକ ହେଉଛି ବଜାର ଦରରେ ମୋଟ ଘରୋଇ ଉତ୍ପାଦ ଓ ବହିରାଗତ ନିଟ୍ ସାଧନ ଆୟ ।

24. ଉପାଦାନ ମୂଲ୍ୟରେ ମୋଟ ଘରୋଇ ଉତ୍ପାଦ (GDPFC) କିପରି ହିସାବ କରାଯାଏ ?
Answer:
ବଜାର ଦରରେ ମୋଟ ଘରୋଇ ଉତ୍ପାଦରୁ ନିଟ୍ ପରୋକ୍ଷ କର ବିୟୋଗ କଲେ ଉପାଦାନ ମୂଲ୍ୟରେ ମୋଟ ଘରୋଇ ଉତ୍ପାଦ (GDPFC) ଉପଲବ୍ଧ ହୋଇଥାଏ ।

25. କାର୍ଯ୍ୟକାରୀ ଉଦ୍‌ବୃତ୍ତ କିପରି ପ୍ରାପ୍ତ ହୁଏ ?
Answer:
ଅଧିଶେଷ, ସୁଧ ଓ ଲାଭର ସମାହାରରୁ କାର୍ଯ୍ୟକାରୀ ଉଦ୍‌ବୃତ୍ତ ପ୍ରାପ୍ତ ହୁଏ ।

26. ବିଦେଶାଗତ ମୋଟ ଆୟ କିପରି ହିସାବ କରାଯାଏ ?
Answer:
ଜାତୀୟ ଓ ଘରୋଇ ଉତ୍ପାଦର ଅନ୍ତରଫଳ ହେଉଛି ବିଦେଶାଗତ ମୋଟ ଆୟ ।

CHSE Odisha Class 12 Economics Chapter 12 Objective Questions in Odia Medium

27. ଅନ୍ତରଣ ଉପାର୍ଜନ କ’ଣ ?
Answer:
ଯେଉଁ ଉପାର୍ଜନ କୌଣସି ଉତ୍ପାଦନଶୀଳ ଅବଦାନ ବିନା ଅର୍ଜନ କରାଯାଇଥାଏ ତାହାକୁ ଅନ୍ତରଣ ଉପାର୍ଜନ କୁହାଯାଏ ।

28. ଘରୋଇ ଉପଭୋଗ ବ୍ୟୟ କ’ଣ ?
Answer:
ଲୋକମାନେ ସେମାନଙ୍କର ଅଭାବର ପ୍ରତ୍ୟକ୍ଷ ପରିପୂରଣ ପାଇଁ କ୍ରୟ କରାଯାଇଥିବା ଦ୍ରବ୍ୟ ଓ ସେବା ବାବଦରେ ଯେଉଁ ଅର୍ଥ ବ୍ୟୟ କରନ୍ତି ତାହାକୁ ଘରୋଇ ଉପଭୋଗ ବ୍ୟୟ କୁହାଯାଏ ।

29. ଜାତୀୟ ଆୟ ଆକଳନର ଉତ୍ପାଦ ପଦ୍ଧତିର ଅନ୍ୟ ନାମ କ’ଣ ?
Answer:
ଜାତୀୟ ଆୟ ଆକଳନର ଉତ୍ପାଦ ପଦ୍ଧତିର ଅନ୍ୟନାମ ହେଉଛି ସଂଯୋଗତି ମୂଲ୍ୟ ପଦ୍ଧତି ।

30. ମୋଟ ଉତ୍ପାଦରୁ ନିଟ୍ ଉତ୍ପାଦ ବାଦ୍ ଦେଲେ କ’ଣ ମିଳେ ?
Answer:
ମୋଟ ଉତ୍ପାଦରୁ ନିଟ୍ ଉତ୍ପାଦ ବାଦ୍ ଦେଲେ ଅବକ୍ଷୟଜନିତ ପାଉଣା ମିଳେ ।

31. ଜାତୀୟ ଆୟ ଆକଳନର ବ୍ୟୟ ପଦ୍ଧତି କ’ଣ ?
Answer:
ଏହି ପଦ୍ଧତିରେ କୌଣସି ଏକ ବର୍ଷରେ ଦେଶର ସୀମା ମଧ୍ୟରେ ଉତ୍ପାଦିତ ଅନ୍ତିମ ଦ୍ରବ୍ୟ ଓ ସେବା ପାଇଁ ବହନ କରାଯାଉଥ‌ିବା ସମସ୍ତ ବ୍ୟୟକୁ ଯୋଗକରି ଜାତୀୟ ଆୟ ଅଟକଳ କରାଯାଏ ।

32. ଜାତୀୟ ଆୟ ଆକଳନର ଆୟ ପଦ୍ଧତି କ’ଣ ?
Answer:
ଏହି ପଦ୍ଧତିରେ ଉତ୍ପାଦନରେ ବ୍ୟବହୃତ ସାଧନମାନଙ୍କୁ ମିଳୁଥିବା ଆୟ ଭିଭିରେ ଜାତୀୟ ଉତ୍ପାଦ ଅଟକଳ କରାଯାଏ ।

33. ନିଟ୍ ପରୋକ୍ଷ କର କିପରି ହିସାବ କରାଯାଏ ?
Answer:
ପରୋକ୍ଷ କରରୁ ସରକାରୀ ସହାୟତା ବାଦ୍ ଦେଲେ ନିଟ୍ ପରୋକ୍ଷ କର ଉପଲବ୍ଧ ହୋଇଥାଏ ।

34. ନିଟ୍ ରପ୍ତାନି ମୂଲ୍ୟ କିପରି ହିସାବ କରାଯାଏ ?
Answer:
ରପ୍ତାନି ଓ ଆମଦାନି ମୂଲ୍ୟ ମଧ୍ୟରେ ଥ‌ିବା ପାର୍ଥକ୍ୟ ହିଁ ନିଟ୍ ରପ୍ତାନି ମୂଲ୍ୟ ।

CHSE Odisha Class 12 Political Science Chapter 10 Long Answer Questions in Odia Medium

Odisha State Board CHSE Odisha Class 12 Political Science Solutions Chapter 10 ପରିବେଶ ଓ ପ୍ରାକୃତିକ ସମ୍ପଦ Long Answer Questions.

CHSE Odisha 12th Class Political Science Chapter 10 Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ପ୍ରାକୃତିକ ସମ୍ପଦ କହିଲେ କ’ଣ ବୁଝ ? ପ୍ରାକୃତିକ ସମ୍ପଦର ପ୍ରକାରଭେଦ ବିଷୟରେ ଉଲ୍ଲେଖ କର ।
Answer:
ପ୍ରାକୃତିକ ସମ୍ପଦ କହିଲେ ପ୍ରକୃତିରେ ଦେଖାଯାଉଥ‌ିବା ବିଭିନ୍ନ ଜିନିଷକୁ ବୁଝାଏ, ଯାହା ମଣିଷର ଦୈନନ୍ଦିନ ବ୍ୟବହାରରେ ଆସିଥାଏ । ବାୟୁ, ବଣଜଙ୍ଗଲ, ଜଳ, ମୃତ୍ତିକା, ବନ୍ୟଜନ୍ତୁ, ପଶୁପକ୍ଷୀ ଆଦିଙ୍କୁ ପ୍ରାକୃତିକ ସମ୍ପଦର ଆଖ୍ୟା ଦିଆଯାଇଅଛି । ସମସ୍ତ ପ୍ରକାରର ପ୍ରାକୃତିକ ସମ୍ପଦର ସମାହାରରେ ପରିବେଶର ସନ୍ତୁଳନ ଅବସ୍ଥା ସମ୍ଭବ ହୋଇଥାଏ । କାଳକ୍ରମେ ମନୁଷ୍ୟର ଉପଯୋଗରେ ଏହି ପ୍ରାକୃତିକ ସମ୍ପଦ ଆସୁଥ‌ିବାରୁ ଏହାର କାଳକ୍ରମେ ବିଲୟ ଘଟୁଛି, ଯାହା ପରିବେଶକୁ ଅସନ୍ତୁଳିତ କରୁଅଛି । ପ୍ରାକୃତିକ ସମ୍ପଦକୁ ସାଧାରଣତଃ ଦୁଇ ପ୍ରକାରରେ ବିଭକ୍ତ କରାଯାଇପାରେ; ଜୀବନ୍ତ ସମ୍ପଦ, ଯାହା ବଣ, ଜଙ୍ଗଲ, ବନ୍ୟଜନ୍ତୁ ଇତ୍ୟାଦିକୁ ବୁଝାଇଥାଏ, ସେହିପରି ଅନ୍ୟଟି ହେଲା ଅଜୈବ ସମ୍ପଦ, ଯାହା ଜଳ, ବାୟୁ, ମୃତ୍ତିକା, ଖଣିଜ ଲବଣ ଇତ୍ୟାଦିକୁ ବୁଝାଇଥାଏ । ପ୍ରାକୃତିକ ସମ୍ପଦକୁ ମୁଖ୍ୟତଃ ଦୁଇଭାଗରେ ବିଭକ୍ତ କରାଯାଇଛି; ଯଥା—

  • ନବୀକରଣଯୋଗ୍ୟ ସମ୍ପଦ
  • ନବୀକରଣ ଅଯୋଗ୍ୟ ସମ୍ପଦ

(୧) ନବୀକରଣଯୋଗ୍ୟ ସମ୍ପଦ:
ଯେଉଁ ପ୍ରାକୃତିକ ସମ୍ପଦକୁ ବାରମ୍ବାର ବ୍ୟବହାରକଲେ ମଧ୍ୟ ତାହାର ସମ୍ପୂର୍ଣ୍ଣ ବିଲୟ ହୋଇ ନଥାଏ, ତାହାକୁ ନବୀକରଣଯୋଗ୍ୟ ସମ୍ପଦ କୁହାଯାଏ । ଏହାର ବାରମ୍ବାର ବ୍ୟବହାର ହେଲେ ମଧ୍ୟ ଏହା ବିଭିନ୍ନ ଚକ୍ର ପ୍ରକ୍ରିୟାରେ ଏହା ପୂର୍ବାବସ୍ଥାକୁ ଫେରିଆସିଥାଏ । ଜଳ, ବାୟୁ, ମୃତ୍ତିକା ଆଦି ପ୍ରାକୃତିକ ଉପାୟରେ କ୍ଷୟ ହେଉଥିଲେ ମଧ୍ୟ ଏହା ପ୍ରାକୃତିକ ଉପାୟରେ ଏହାର ପୂର୍ବସ୍ଥିତିକୁ ଫେରିଆସିଥାଏ । ସେହିପରି ସୌରଶକ୍ତି, ତାପଜଶକ୍ତି, ବିଦ୍ୟୁତ୍ ଶକ୍ତି ଆଦି ନବୀକରଣଯୋଗ୍ୟ ସମ୍ପଦ ।

(୨) ନବୀକରଣ ଅଯୋଗ୍ୟ ସମ୍ପଦ:
ଯେଉଁ ପ୍ରାକୃତିକ ସମ୍ପଦର ବାରମ୍ବାର ବ୍ୟବହାରଦ୍ଵାରା ଏହାର ବିଲୟ ସମ୍ପୂର୍ଣ୍ଣରୂପେ ହୋଇଥାଏ, ତାହାକୁ ନବୀକରଣ ଅଯୋଗ୍ୟ ସମ୍ପଦ କୁହାଯାଏ । ଏହି ପ୍ରାକୃତିକ ସମ୍ପଦଗୁଡ଼ିକ ବିଭିନ୍ନ ଚକ୍ର ପ୍ରକ୍ରିୟା ଦ୍ବାରା ପ୍ରକୃତିରେ ପୁନର୍ବାର ଭରଣା ହୋଇପାରେ ନାହିଁ । ବିଭିନ୍ନ ଖଣିଜ ପଦାର୍ଥ, କୋଇଲା, ପେଟ୍ରୋଲିୟମ୍, ଲୁହାଦସ୍ତା, ସୁନା, ସୀସା, ତମ୍ବା ଆଦି ଏହି ଶ୍ରେଣୀର ସମ୍ପଦ । ଏଗୁଡ଼ିକର ବ୍ୟବହାର ହେଲେ ଏହାର ପରିମାଣ କ୍ରମାଗତଭାବେ ହ୍ରାସପାଏ । ପୁନର୍ବାର ଏହାର ଭରଣା ସମ୍ଭବପର ହୋଇ ନଥାଏ ।
ପ୍ରାକୃତିକ ସମ୍ପଦଗୁଡ଼ିକୁ ମଧ୍ୟ ଦୁଇଭାଗରେ ବିଭକ୍ତ କରାଯାଇପାରେ; ଯଥା

  • ଅସରନ୍ତି ସମ୍ପଦ
  • ସରନ୍ତି ସମ୍ପଦ

(୧) ଅସରନ୍ତି ସମ୍ପଦ:
ଯେଉଁ ସମ୍ପଦଗୁଡ଼ିକ ମନୁଷ୍ୟସମାଜଦ୍ବାରା ବହୁଳ ଭାବରେ ବ୍ୟବହାର ହେଲେ ମଧ୍ୟ ଉକ୍ତ ସମ୍ପଦଗୁଡ଼ିକର ବିଲୟ ହୋଇ ନଥାଏ, ସେଗୁଡ଼ିକୁ ଅସରନ୍ତି ସମ୍ପଦ କୁହାଯାଏ । ଏହି ଅସରନ୍ତି ସମ୍ପଦଗୁଡ଼ିକ ନବୀକରଣଯୋଗ୍ୟ ସମ୍ପଦର ଅନ୍ତର୍ଭୁକ୍ତ । ସୌରରଶ୍ମି, ବାୟୁ, ଆଣବିକ ଶକ୍ତି ଇତ୍ୟାଦି ଏହି ଶ୍ରେଣୀର ସମ୍ପଦ । ଏଗୁଡ଼ିକର ବାରମ୍ବାର ବ୍ୟବହାର ହେଲେ ମଧ୍ୟ ଏହାର ବିଲୟ ହୋଇ ନଥାଏ । ସମୁଦ୍ର ଲହଡ଼ି ମଧ୍ଯ ଏହି ଶ୍ରେଣୀର ସମ୍ପଦ ।

(୨) ସରକ୍ତି ସମ୍ପଦ:
ଯେଉଁ ପ୍ରାକୃତିକ ସମ୍ପଦର ବହୁଳ ବ୍ୟବହାର ଦ୍ବାରା ଏହାର ବିଲୟ ଘଟିଥାଏ, ଏହାକୁ ସରନ୍ତି ସମ୍ପଦ କୁହାଯାଏ । ଜନସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି; ଯାହାଫଳରେ ଏହି ସରନ୍ତି ପ୍ରାକୃତିକ ସମ୍ପଦର ବହୁଳ ବ୍ୟବହାର ଦେଖାଯାଉଛି । ମନୁଷ୍ୟ ଏହି ସମ୍ପଦର ବହୁଳ ବ୍ୟବହାର କରି ଏହାର ବିଲୟ ଘଟାଉଛି | ଯାନବାହାନ ଓ କଳକାରଖାନା ଆଦିର ଦୃଢ଼ ବିକାଶ ଦ୍ଵାରା ଏହି ପ୍ରାକୃତିକ ସମ୍ପଦର ବିଲୟ ଘଟୁଛି । ମନୁଷ୍ୟକୃତ କାରଣରୁ ପରିବେଶ ଦୂଷିତ ହେଉଛି । ବର୍ତ୍ତମାନ ପରିସ୍ଥିତିରେ ମନୁଷ୍ୟ ଏହା ହୃଦୟଙ୍ଗମ କରି ଏହି ସମ୍ପଦର ସୁରକ୍ଷା କରିବା ଆବଶ୍ୟକ ।

ପ୍ରାକୃତିକ ସମ୍ପଦ ଓ ପରିବେଶ ସନ୍ତୁଳନ:
ପରିବେଶ ସନ୍ତୁଳନ ପ୍ରାକୃତିକ ସମ୍ପଦର ଉଚିତ ରକ୍ଷଣାବେକ୍ଷଣ ଉପରେ ନିର୍ଭର କରେ । ବାୟୁ, ଜଳ, ମୃତ୍ତିକା ଆଦି ସୁରକ୍ଷା ଅଭାବରୁ ପ୍ରଦୂଷିତ ହେଉଅଛି । କଳକାରଖାନାରୁ ବାହାରୁଥିବା ବିଷାକ୍ତ ବାଷ୍ପ, କାଗଜକଳରୁ ବାହାରୁଥିବା ବର୍ଜ୍ୟବସ୍ତୁ ଓ ଜଙ୍ଗଲକଟାଦ୍ୱାରା କ୍ରମାନ୍ୱୟରେ ବାୟୁ, ଜଳ, ପ୍ରଦୂଷିତ ହେଉଥୁବାସୁଳେ ମୃଭିକା କ୍ଷୟ ହେଉଛି, ଯାହାକୁ କି (Soil pollution) କୁହାଯାଇପାରେ । ମନୁଷ୍ୟସମାଜର ଦ୍ରୁତ ବୃଦ୍ଧିଦ୍ୱାରା ସଂରକ୍ଷିତ ପ୍ରାକୃତିକ ସମ୍ପଦ; ଯଥା- କୋଇଲା, ଖଣିଜ ସମ୍ପଦ ଓ ପେଟ୍ରୋଲିୟମ୍ ଆଦିର ବହୁଳ ବ୍ୟବହାର ହେଉଅଛି । ଦିନ ଆସିବ ଯାହାକି ଦିନେ ପ୍ରକୃତିରେ ଚିରଦିନପାଇଁ ବିଲୁପ୍ତ ହୋଇଯିବ । ତେଣୁ ଏହି ସମ୍ପଦର ଉଚିତ ସୁରକ୍ଷା କରିବା ନିହାତି ଦରକାର, କାରଣ ପରିବେଶର ସନ୍ତୁଳନ ରକ୍ଷାକରିବାରେ ଏହା ବିଶେଷ ସହାୟକ ହୋଇଥାଏ ।

ତେଣୁ ଏହି ପ୍ରାକୃତିକ ସମ୍ପଦର ସଂରକ୍ଷଣ ଆଜି ନିହାତି ଜରୁରୀ ହୋଇଯାଇଛି । କେତୋଟି ବିଷୟପ୍ରତି ଧ୍ୟାନଦେଲେ ଏହି ପାକତିକ ସମ୍ପଦର ସଂରକ୍ଷଣ ସମ୍ଭବ ହୋଇପାରିବ । ଜନସଂଖ୍ୟା ନିୟନ୍ତ୍ରଣ କରିବା, ପରିବେଶର ସୁରକ୍ଷା ନିମନ୍ତେ ସ୍କୁଲ, କଲେଜରେ ପରିବେଶ ବିଷୟରେ ଶିକ୍ଷାଦାନ କରିବା, ସରନ୍ତି ସମ୍ପଦର ବ୍ୟବହାର ଯଥାସମ୍ଭବ ରୋକିବା, ପ୍ରାକୃତିକ ସମ୍ପଦର ଅଯଥା ବିନଷ୍ଟକୁ ନିୟନ୍ତ୍ରଣ କରିବା, କଳକାରଖାନା ପ୍ରସାର ରୋକିବା ଓ ଏଥୁନିମନ୍ତେ ଆଇନ ପ୍ରଣୟନ କରିବା । ସର୍ବଶେଷରେ ପ୍ରାକୃତିକ ସମ୍ପଦର ଗୁରୁତ୍ଵ ସମ୍ପର୍କରେ ଜନସଚେତନତା ସୃଷ୍ଟିଦ୍ଵାରା ଏହାର ସୁରକ୍ଷା ସମ୍ଭବ ହୋଇପାରିବ ।

CHSE Odisha Class 12 Political Science Chapter 10 Long Answer Questions in Odia Medium

୨ । ଜଳବାୟୁ ପରିବର୍ତ୍ତନର କାରଣଗୁଡ଼ିକ ଉଲ୍ଲେଖ କର ।
Answer:
ପୃଥ‌ିବୀପୃଷ୍ଠରେ ଦେଖାଯାଉଥ‌ିବା ଦୁଇଗୋଟି ଉପାଦାନ ମଧ୍ୟରେ ଅଜୈବିକ ଉପାଦାନର ଅଂଶ ଅଧୂକ, ଯାହାମଧ୍ୟରୁ ବାୟୁମଣ୍ଡଳ ଏକ ମୁଖ୍ୟ ଅଂଶ ଧାରଣ କରିଛି । ଏହି ବାୟୁମଣ୍ଡଳ ବିଭିନ୍ନ ଗ୍ୟାସ୍ ଓ ତରଳ ପଦାର୍ଥର ସମାହାର । ଏହି ତରଳ ଅବସ୍ଥା ପୃଥୁବୀର ଚାରିପଟରେ ଏକ ଗ୍ୟାସୀୟ ଆବରଣ ସୃଷ୍ଟି କରୁଛି । ବାୟୁମଣ୍ଡଳର ଗଠନକୁ ଦୃଷ୍ଟିରେ ନେଲେ ଆମେ ଅବଗତ ହେବା ଯେ ବିଭିନ୍ନ ପ୍ରକାରର ଗ୍ୟାସ୍‌; ଯଥା- ଯବକ୍ଷାରଜାନ, ଅମ୍ଳଜାନ, ଉଦ୍‌ଜାନ, ଆଇରନ୍, କାର୍ବନ୍ ଡାଇଅକ୍‌ସାଇଡ୍ ଏବଂ ଜଳକଣାଗୁଡ଼ିକ ହିଁ ବାୟୁର ମୁଖ୍ୟ ଉପାଦାନ । ବାୟୁମଣ୍ଡଳର ଅବସ୍ଥା ପ୍ରତିକ୍ଷଣରେ ବଦଳିଥାଏ ।

ବାୟୁମଣ୍ଡଳର ଉପରକୁ ଉପରକୁ ଗତିକଲେ ବିଭିନ୍ନ ସ୍ତର ଦେଖାଯାଏ । ଭୂପୃଷ୍ଠକୁ ଲାଗିରହିଥିବା ପ୍ରଥମ ସ୍ତରଟିକୁ ଟ୍ରପୋସ୍ପିୟର ବୋଲି କୁହାଯାଏ ଓ ଏହାର ଉପରିଭାଗକୁ ଷ୍ଟ୍ରାଟୋସ୍ପିୟର ବୋଲି କୁହାଯାଏ । ପାଣିପାଗ ଓ ଜଳବାୟୁ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଏହି ସ୍ତରମାନଙ୍କରେ ଘଟିଥାଏ । ପାଣିପାଗ ଓ ଜଳବାୟୁ ଦୁଇଟି ଭିନ୍ନ ଭିନ୍ନ ଶବ୍ଦ ଅଟେ । କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସଚ୍ଛସମୟ ମଧ୍ୟରେ ବାୟୁମଣ୍ଡଳର ପରିବର୍ତ୍ତିତ ଅବସ୍ଥାକୁ ପାଣିପାଗ ବୋଲି ଧରାଯାଏ । ଉତ୍ତାପ ହ୍ରାସ ଓ ବୃଦ୍ଧି, ବୃଷ୍ଟିପାତ, ଆର୍ଦ୍ରତା ଇତ୍ୟାଦି ପାଣିପାଗ ସମ୍ବନ୍ଧୀୟ ଗୋଟିଏ ଗୋଟିଏ ପରିମାପକ ହୋଇଥିବାବେଳେ କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନର ପାଣିପାଗର ହାରାହାରି ଅବସ୍ଥାକୁ ୨୦ ବର୍ଷ ବ୍ୟବଧାନରେ ପ୍ରକାଶ କରିବାକୁ ସେହି ସ୍ଥାନର ଜଳବାୟୁ ବୋଲି କୁହାଯାଏ ।

ଏକବିଂଶ ଶତାବ୍ଦୀରେ ମନୁଷ୍ୟର ଚାଲିଚଳନି ଏବଂ ବିଳାସପୂର୍ଣ୍ଣ ଜୀବନଚର୍ଯ୍ୟା ଯୋଗୁଁ ବାୟୁମଣ୍ଡଳର ଉପାଦାନଗୁଡ଼ିକ ପ୍ରଭାବିତ ହେଉଛନ୍ତି, ଯାହାକି ପରୋକ୍ଷରେ ଦୈନନ୍ଦିନ ପାଣିପାଗ ଓ ଜଳବାୟୁର ପରିବର୍ତ୍ତନ ପରି ବିପଦମାନ ସୃଷ୍ଟି ହେଉଛି । ବର୍ତ୍ତମାନ ଜନସଂଖ୍ୟାର ଦ୍ରୁତବୃଦ୍ଧି, କଳକାରଖାନାର ଅହେତୁକ ବୃଦ୍ଧି ଏବଂ ଅନ୍ୟାନ୍ୟ ମାନବକୃତ କାରଣ ଯୋଗୁଁ ଆମର ଗ୍ରହ ଉତ୍ତପ୍ତ ହେବାରେ ଲାଗିଛି; ଯାହାକି ଜଳବାୟୁ ପରିବର୍ତ୍ତନ ହେବାର ମୁଖ୍ୟ କାରଣ ହୋଇଥାଏ ।
ତିନୋଟି ସୂଚକ ଯାହା ଜଳବାୟୁର ପରିବର୍ତ୍ତନକୁ କମ୍ କରିଥା’ନ୍ତି । ସେଗୁଡ଼ିକ ହେଲା-

  • ହିମସ୍ରୋତ
  • ବରଫର ଆବରଣ
  • ସାମୁଦ୍ରିକ ବରଫ

ପାଗ ପରିବର୍ତ୍ତନ :
ପାଣିପାଗ ବା ସଂକ୍ଷେପରେ ପାଗ ପରିବର୍ତ୍ତନ କହିଲେ ଦୀର୍ଘକାଳୀନ ଭିତ୍ତିରେ ପାଣିପାଗର ଦଶନ୍ଧି ଦଶନ୍ଧି ଧରି ବା ନିୟୁତ ନୟୁତ ବର୍ଷ ଧରି ପରିସଂଖ୍ୟାନଗତ ବିସ୍ତୃତିରେ ପରିବର୍ତ୍ତନକୁ ବୁଝାଏ । ପରିବର୍ତ୍ତନ ବା ପାଗସମ୍ବନ୍ଧୀୟ ଘଟଣାବଳୀର ପରିବର୍ତ୍ତନ ମଧ୍ୟ ହୋଇପାରେ । ଉଦାହରଣତଃ ଅଧିକ ବା ସନ୍ଧ୍ୟା ଆଶାତୀତ (extreme) ପାଗ ସମ୍ବନ୍ଧିତ ଘଟଣାବଳୀ ଯେପରି ନିକଟରେ ଓଡ଼ିଶା ସମୁଦ୍ର ଉପକୂଳରେ ମୃତ ତିମିମାନଙ୍କୁ ଠାବକରାଯିବା ବା ପୁରୀ ସାମୁଦ୍ରିକ ବେଳାଭୂମିର କ୍ଷୟ । ପୃଥୁବୀର ବାୟୁମଣ୍ଡଳରେ ସବୁଜଗୃହ ବାଷ୍ପର ମାତ୍ରାଧ୍ଵକ ଉପସ୍ଥିତି ଏହାର କାରଣ ଅଟେ । ଏହା ମୋଟାମୋଟିଭାବେ ମନୁଷ୍ୟକୃତ ।

ପୃଥ‌ିବୀର ଜନସଂଖ୍ୟାରେ ବ୍ୟାପକ ଅଭିବୃଦ୍ଧି ଯେପରି ୧୯୯୦ ମସିହାରେ ୫.୨ ବିଲିଅନ୍ ଜନସଂଖ୍ୟା ଥିବା ପୃଥ‌ିବୀ ୨୧୦୦ ମସିହା ବେଳକୁ ୧୧.୩ ବିଲିଅନ୍ ଯାଏ ବୃଦ୍ଧିପାଇବା ସମ୍ଭାବ୍ୟ କାରଣଯୋଗୁଁ ପ୍ରକୃତି ଉପରେ ମାତ୍ରାଧ‌ିକ ଚାପ ସୃଷ୍ଟି ହୋଇଛି । ପାଗ ପରିବର୍ତ୍ତନ ଯୋଗୁଁ ମାତ୍ରାତ୍ଵିକ ପାଣିପାଗ ଘଟଣାବଳୀ ବିଗତ ୧୦୦ ବର୍ଷ ମଧ୍ୟରେ ବୃଦ୍ଧି ପାଇଛି ଓ ଆଗାମୀ ଦିନରେ ଏହା ବହୁ ପରିମାଣରେ ବୃଦ୍ଧିପାଇବ । ୧୯୦୦-୧୯୦୯ ମଧ୍ଯରେ ୨.୫ଟି ମାତ୍ରାତ୍ଵିକ ପାଣିପାଗ ଘଟଣା ତାଲିକାଭୁକ୍ତ କରାଯାଇଥିବାବେଳେ ୨୦୦୦-୨୦୦୯ ମଧ୍ଯରେ ଏହି ସଂଖ୍ୟା ୩୫୦-୪୦୦କୁ ବୃଦ୍ଧିପାଇଛି । ପାଗ ପରିବର୍ତ୍ତନ ଯୋଗୁଁ ଅସାଭାବିକ ବୃଷ୍ଟିପାତ ଅନେକ ଅଞ୍ଚଳରେ ଦେଖିବାକୁ ମିଳୁଛି ।

୨୦୦୬ ମସିହାରେ ୨୪ ଘଣ୍ଟା ମଧ୍ୟରେ ଭାରତର ବାଣିଜ୍ୟିକ ରାଜଧାନୀ ମୁମ୍ବାଇରେ ୯୯୪ ମିଲିମିଟର ବର୍ଷା ହୋଇଥିଲା । ୨୦୧୪ ମସିହାରେ ଭାରତର ଜାମ୍ମୁ ଓ କାଶ୍ମୀରରେ ଗୋଟିଏ ଦିନରେ ୨୦୦ ମିଲିମିଟର ବର୍ଷା ହେବାରୁ ଭୂସ୍ଖଳନ ଘଟି ବ୍ୟାପକ ଧନଜୀବନ ନଷ୍ଟ ହୋଇଥିଲା । ୨୦୦୧ରୁ ୨୦୦୬ ମଧ୍ୟରେ ମାତ୍ରାଧୁକ ପାଣିପାଗ ଘଟଣାବଳୀ ଯୋଗୁଁ ଉନ୍ନତଶୀଳ ଦେଶଗୁଡ଼ିକ ସେମାନଙ୍କ GDPର ୧% କ୍ଷତି ରହିବାବେଳେ ଉନ୍ନତ ରାଷ୍ଟ୍ରଗୁଡ଼ିକ ୦.୧% କ୍ଷତି ସହିଛନ୍ତି । କାରଣ ଉନ୍ନତ ରାଷ୍ଟ୍ରଗୁଡ଼ିକ ପ୍ରଯୁକ୍ତି ବିଦ୍ୟାର ସୀମାବଦ୍ଧ କରିବାକୁ ସକ୍ଷମ ହୋଇଥିଲେ ।

ପାଣିପାଗ ପରିବର୍ତ୍ତନର ପ୍ରଭାବ :
ବିଶ୍ୱ ତାପାୟନ ଓ ପାଣିପାଗ ପରିବର୍ତ୍ତନ ପରସ୍ପର ସମ୍ପର୍କିତ ହୋଇଥୁବାରୁ ସେମାନଙ୍କର ପ୍ରଭାବ କ୍ଷେତ୍ରରେ ମଧ୍ୟ ଅନେକ ସାମଞ୍ଜସ୍ୟ ଦେଖୁବାକୁ ମିଳେ; ତଥାପି ନିର୍ଦ୍ଦିଷ୍ଟ ଭାବେ ପାଣିପାଗ ପରିବର୍ତ୍ତନର ନିମ୍ନୋକ୍ତ ପ୍ରଭାବ ରହିଛି ।

  • ସମୁଦ୍ର ଜଳ ସ୍ତର ବୃଦ୍ଧି ଯୋଗୁଁ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ, ଶୈବାଳ ପ୍ରାଚୀର ଓ ଆର୍ଦ୍ର ଭୂମି (Wet land) ପ୍ରଭାବିତ ହେବ । ଗ୍ଲାସିଅର ତରଳିବା ଓ ସମୁଦ୍ର ଜଳର ଉତ୍ତାପ ବୃଦ୍ଧି ଏହାର କାରଣ ଅଟେ ।
  • ସୁମେରୁ ଅଞ୍ଚଳରେ ବରଫ ତରଳିବା ଯୋଗୁଁ ମହାସାଗରଗୁଡ଼ିକରେ ଜଳ ପ୍ରବାହ ପ୍ରଭାବିତ ହେଉଛି । ସୁମେରୁ ଅଞ୍ଚଳ ଅଧ‌ିକ ଉତ୍ତପ୍ତ ହେବାରେ ଲାଗିଛି ।
  • ସମୁଦ୍ର ଜଳ ସ୍ତର ଉତ୍ତପ୍ତ ହେବା ଯୋଗୁଁ ଶୈବାଳ ବଂଶ ଲୋପପାଇଯିବ । ଶୈବାଳ ଉପରେ ନିର୍ଭରଶୀଳ ଅନେକ ଜଳଜୀବ ମୃତ୍ୟୁର ଦ୍ବାରଦେଶରେ ।
  • ପୃଥ‌ିବୀର ବଡ଼ ବଡ଼ ଜଳାଶୟ ଓ ହ୍ରଦଗୁଡ଼ିକର ଉତ୍ତାପ ବୃଦ୍ଧି ପାଇବାରେ ଲାଗିଛି । ହ୍ରଦଗୁଡ଼ିକରେ ଅଦରକାରୀ ଦଳ ପ୍ରଜାତି ବୃଦ୍ଧି ସହ ଏଗୁଡ଼ିକର ସ୍ତର ବିନ୍ୟାସରେ ପରିବର୍ତ୍ତନ ଆସିଛି ।
  • ଋତୁଚକ୍ରରେ ପରିବର୍ତ୍ତନ ଅନୁଭୂତ ହେଉଛି । ଖାଦ୍ୟଶସ୍ୟ ଉପଯୋଗୀ ତୃଣ, ବୃକ୍ଷଲତା ଆଦିର ବୃଦ୍ଧି ଓ ତହିଁରୁ ଖାଦ୍ୟଶସ୍ୟ | ଫଳ ପାଇବାରେ ବ୍ୟତିକ୍ରମ ଲକ୍ଷ୍ୟ କରାଗଲାଣି ।
  • ସମୁଦ୍ର ଜଳର କ୍ଷୀର ଅଂଶ ବୃଦ୍ଧି ପାଇବା ଯୋଗୁଁ ଜଳଜୀବଙ୍କ ଜୀବନଯାପନ ଉପରେ ପ୍ରଭାବ ବୃଦ୍ଧିପାଉଛି । ସମୁଦ୍ରରେ କ୍ଷାର ଅଂଶ ବୃଦ୍ଧି ପାଇଁ ଅଙ୍ଗାରକାମ୍ଳ ବାଷ୍ପ ଦାୟୀ ।
  • ଆମାଜନ, ବ୍ରହ୍ମପୁତ୍ର ଆଦି ନଦୀର ତ୍ରିକୋଣଭୂମିରେ ଥିବା କ୍ରାନ୍ତୀୟ ଜଙ୍ଗଲ ଗଭୀରଭାବେ ପ୍ରଭାବିତ ହେବା ଯୋଗୁଁ ଜୈବ ବିବିଧତା ନଷ୍ଟ ହେବା, ଗଛର ଗଣ୍ଡି ଓ ଡାଳପତ୍ରରେ ସଞ୍ଚିତ ଅଙ୍ଗାରକାମ୍ଳ ଗ୍ୟାସ୍ ଜଙ୍ଗଲ ଧ୍ଵଂସ ଯୋଗୁଁ ବାୟୁମଣ୍ଡଳରେ ମିଳୁଛି ।

CHSE Odisha Class 12 Political Science Chapter 10 Long Answer Questions in Odia Medium

୩। ପରିବେଶ କ’ଣ ? ଏହାର ପ୍ରକାରଭେଦ ଆଲୋଚନା କର ।
Answer:
କୌଣସି ଜୀବର ଚତୁଃପାର୍ଶ୍ଵରେ ଘେରିରହିଥ‌ିବା ଜୈବିକ ଓ ଅଜୈବିକ ଉପାଦାନଗୁଡ଼ିକର ସମଷ୍ଟିଗତ ଉପସ୍ଥିତି ଓ ପ୍ରଭାବକୁ ପରିବେଶ କୁହାଯାଏ । ଆକ୍ଷରିକ ଅର୍ଥରେ କୌଣସି ସ୍ଥାନର ବେଷ୍ଟିତ ଅବସ୍ଥାକୁ ପରିବେଶ କୁହାଯାଏ । ସି.ସି.ପାର୍କଙ୍କ ମତରେ ‘‘କୌଣସି ନିର୍ଦ୍ଦିଷ୍ଟ ସ୍ଥାନ ଓ ନିର୍ଦ୍ଦିଷ୍ଟ ସମୟରେ ମଣିଷର ଚତୁଃପାର୍ଶ୍ଵରେ ଥ‌ିବା ସର୍ବମୋଟ ଅବସ୍ଥିତିକୁ ପରିବେଶ କୁହାଯାଏ ।’’ ଏହି ପରିବେଶ ଜୀବକୁ କେନ୍ଦ୍ର କରି ଘେରିରହିଥୁବା ଉଭୟ ସଜୀବ ଓ ନର୍ଜୀବ କାରକର ସମାହାର ଅଟେ ।

ପରିବେଶର ମୁଖ୍ୟ ନିର୍ଜୀବ ଉପାଦାନଗୁଡ଼ିକ ବାୟୁମଣ୍ଡଳ, ଅଶ୍ମମଣ୍ଡଳ ବା ଭୂମଣ୍ଡଳ ଓ ବାରିମଣ୍ଡଳରେ ବିଭକ୍ତ ହୋଇଥିବାବେଳେ ଏହାର ସଜୀବ ଉପାଦାନଗୁଡ଼ିକ ଉଭୟ ପ୍ରାଣୀ ଓ ଉଦ୍ଭଦକୁ ନେଇ ଗଠିତ । ପରିବେଶ ଜୀବ ସୃଷ୍ଟିର କାରଣ, ତା’ର କ୍ରମ ବିବର୍ତ୍ତନ ଓ ତା’ର ଜୀବନଧାରଣର ମୁଖ୍ୟ ମାଧ୍ୟମ ଅଟେ । ପରିବେଶ କୌଣସି ପରିସ୍ଥିତିରେ ସ୍ଥାଣୁ ନ ହୋଇ ଗତିଶୀଳ ହୋଇଥାଏ । ପ୍ରାକୃତିକ ଅବସ୍ଥାର ଯେ କୌଣସି ସ୍ଥାନରେ ପରିବେଶ ସକ୍ରିୟ-ଭାରସାମ୍ୟାବସ୍ଥା (Dynamic Equilibrium) ରକ୍ଷାକରିଥାଏ । ଏହାକୁ ପ୍ରାକୃତିକ ଭାରସାମ୍ୟ କୁହାଯାଏ ।

ପରିବେଶର ପ୍ରକାରଭେଦ :
ଭୌଗୋଳିକ ପଦ୍ଧତି ଅନୁସାରେ ପରିବେଶକୁ ଦୁଇ ଭାଗରେ ବିଭକ୍ତ କରାଯାଇଥାଏ; ଯଥା –

  • ପ୍ରାକୃତିକ ପରିବେଶ ଓ
  • ମାନବୀୟ ପରିବେଶ

(୧) ପ୍ରାକୃତିକ ପରିବେଶ (Natural Environment):
ପ୍ରାକୃତିକ ଅବସ୍ଥାକୁ ନେଇ ପୃଥ‌ିବୀକୁ ଚାରିଗୋଟି ମଣ୍ଡଳରେ ବିଭକ୍ତ କରାଯାଇଛି; ଯଥା –

(କ) ଅଶ୍ମମଣ୍ଡଳ ବା ଭୂମଣ୍ଡଳ (Lithosphere):
ଏହା ଭୂପୃଷ୍ଠ ଓ ଭୂଅଭ୍ୟନ୍ତରର ସମସ୍ତ ଶିଳା ଓ ମୃଭିକାକୁ ନେଇ ଗଠିତ । ଏହା କଠିନ ପଦାର୍ଥରେ ଗଠିତ ଏବଂ ଜୀବମଣ୍ଡଳର ଆଶ୍ରୟସ୍ଥଳ ଅଟେ ।

(ଖ) ବାରିମଣ୍ଡଳ (Hydrosphere):
ଭୂପୃଷ୍ଠସ୍ଥ ସମସ୍ତ ଜଳଭାଗକୁ ନେଇ ଏହା ଗଠିତ । ନଦୀ, ହ୍ରଦ, ଝରଣା, ଜଳାଶୟ, ସାଗର, ମହାସାଗର ତଥା ବରଫ ଆଦି ଏହାର ଅନ୍ତର୍ଗତ ଅଟନ୍ତି । ଏହା ମୁଖ୍ୟତଃ ମଧୁର ଜଳ ଓ ଲବଣାକ୍ତ ଜଳ ଭାବରେ ବିଭକ୍ତ । ଜଳବିନା ଜୀବନ ଅସମ୍ଭବ ।

(ଗ) ବାୟୁମଣ୍ଡଳ (Atmosphere):
ଭୂପୃଷ୍ଠରୁ ପ୍ରାୟ ୩୫୦ କି.ମି. ଉଚ୍ଚତା ପର୍ଯ୍ୟନ୍ତ ବାୟୁମଣ୍ଡଳ ପରିବ୍ୟାପ୍ତ ହୋଇଛି । ଏହା କେତେକ ଗ୍ୟାସ୍‌ର ଏକ ସାଧାରଣ ମିଶ୍ରଣ ଅଟେ । ଏହାଦ୍ୱାରା ପୃଥ‌ିବୀପୃଷ୍ଠରେ ଜୀବଜଗତର ସତ୍ତା ସମ୍ଭବପର ହୋଇପାରିଛି । ସମୁଦ୍ର ପତ୍ତନଠାରେ ବାୟୁର ଘନତା ସର୍ବାଧ୍ଵ । ଭୂପୃଷ୍ଠରୁ ୮୦ କି.ମି. ଉଚ୍ଚତା ପର୍ଯ୍ୟନ୍ତ ବାୟୁମଣ୍ଡଳକୁ ସମମଣ୍ଡଳ (Homosphere) ଓ ୮୦ କି.ମି.ଠାରୁ ଉପରକୁ ଥିବା ବାୟୁମଣ୍ଡଳକୁ ବିଷମମଣ୍ଡଳ (Heterosphere) କୁହାଯାଏ ।

(ଘ) ଜୀବମଣ୍ଡଳ (Biosphere):
ସମସ୍ତ ବୃକ୍ଷଲତା, ପ୍ରାଣୀ ଓ ଅଣୁଜୀବମାନଙ୍କୁ ନେଇ ଏହି ଜୀବମଣ୍ଡଳ ଗଠିତ ହୋଇଥାଏ । ଜୀବମଣ୍ଡଳ ଅନ୍ତର୍ଗତ ଉଭିଦ ଓ ପ୍ରାଣୀ ପରସ୍ପର ଉପରେ ନିର୍ଭରଶୀଳ ଅଟନ୍ତି । ଏହି ମଣ୍ଡଳ ଅନ୍ୟ ତିନିଗୋଟି ମଣ୍ଡଳ ଉପରେ ନିର୍ଭର କରିଥାଏ । ଏଥୁମଧ୍ଯରୁ ପ୍ରଥମ ତିନିଗୋଟିକୁ ଅଜୈବିକ ପରିବେଶ (Abiotic Environment) ଓ ଶେଷଟିକୁ ଜୈବିକ ପରିବେଶ (Biotic Environmerit) କୁହାଯାଏ ।

(୨) ମାନବୀୟ ପରିବେଶ (Human Environment):
ପ୍ରାକୃତିକ ପରିବେଶରେ ପରିବର୍ତ୍ତନ ଆଣି ଏହାକୁ ନିଜର ସୁଖ, ସ୍ଵାଚ୍ଛନ୍ଦ୍ୟ ଓ ବିକାଶରେ ବ୍ୟବହାର କରିବାପାଇଁ ମଣିଷ ଯେଉଁ ନୂତନ ପରିବେଶ ସୃଷ୍ଟି କରେ, ତାହାକୁ ମାନବୀୟ ପରିବେଶ କୁହାଯାଏ । ମଣିଷଦ୍ବାରା ସୃଷ୍ଟ ବିଭିନ୍ନ କଳକାରଖାନା, ଯାନବାହାନ, ସହର, ବଜାର, ରାସ୍ତା, ନାଳ, ନର୍ଦ୍ଦମା, କୋଠାବାଡ଼ି, ଜନବସତି, ଜନସଂଖ୍ୟା, ସାମାଜିକ ବ୍ୟବସ୍ଥା, ଅନୁଷ୍ଠାନ ଓ ଚଳଣି, ରାଜନୀତିକ ବ୍ୟବସ୍ଥା ଆଦି ପ୍ରତ୍ୟେକ ଉପାଦାନ ମାନବୀୟ ପରିବେଶର ଅଂଶବିଶେଷ ଅଟନ୍ତି । ଏଣୁ ମାନବୀୟ ପରିବେଶ ମୁଖ୍ୟତଃ (କ) ଜନସଂଖ୍ୟା ଓ ଜନବସତି ଏବଂ (କ) ସାମାଜିକ ଓ ରାଜନୀତିକ ଅବସ୍ଥାକୁ ବୁଝାଇଥାଏ ।

(କ) ଜନସଂଖ୍ୟା ଓ ଜନବସତି:
ପ୍ରଥମ ଅବସ୍ଥାରେ ମଣିଷ ଯାଯାବର ଭାବରେ ଜୀବନଯାପନ କରୁଥିଲା । ସ୍ଥାୟୀ ବସତି କୃଷି ଉପରେ ନିର୍ଭର କରି ଗଢ଼ିଉଠିଲା । ଜନବସତିର ପ୍ରକାରଭେଦ ଶିକ୍ଷା, ଆର୍ଥିକ ଅବସ୍ଥା, ସାଂସ୍କୃତିକ ମୂଲ୍ୟବୋଧ, କୃଷି ଓ ଶିଳ୍ପର ଅଭିବୃଦ୍ଧି ଆଦି ଉପରେ ନିର୍ଭର କରିଥାଏ ।

(ଖ) ସାମାଜିକ ଓ ରାଜନୀତିକ ଅବସ୍ଥା:
ପ୍ରତ୍ୟେକ ଦେଶର ମାନବୀୟ ପରିବେଶ, ସାମାଜିକ ଓ ରାଜନୀତିକ ଅବସ୍ଥା ଉପରେ ନିର୍ଭର କରିଥାଏ । ରାଷ୍ଟ୍ରର ରାଜନୀତିକ ବ୍ୟବସ୍ଥା, ପ୍ରକୃତି ଓ କାର୍ଯ୍ୟକାରିତା ମାନବୀୟ ପରିବେଶକୁ ଗଭୀରଭାବେ ପ୍ରଭାବିତ କରିଥାଏ । ଦେଶର ସାମାଜିକ ବ୍ୟବସ୍ଥା ରାଜନୀତିକ ବ୍ୟବସ୍ଥାକୁ ପ୍ରଭାବିତ କରିଥାଏ ଏବଂ ଏହାଦ୍ଵାରା ସୁବ୍ୟବସ୍ଥିତ ହୋଇଥାଏ । ପ୍ରତ୍ୟେକ ଦେଶର ଶିକ୍ଷା, ଧାର୍ମିକ ବ୍ୟବସ୍ଥା, ଲୋକ ଚରିତ୍ର, ସଂସ୍କୃତି ଆଦି ଲୋକମାନଙ୍କର ସାମାଜିକ ଚଳଣି ଓ ରାଜନୀତିକ ଚରିତ୍ରଦ୍ୱାରା ନିର୍ଦେଶିତ ହୋଇଥାଏ ।

ସମ୍ପୂର୍ଣ୍ଣ ପରିବେଶ (Total Environment):
ପ୍ରାକୃତିକ ଓ ମାନବୀୟ ପରିବେଶର ସାମଗ୍ରିକ ଅବସ୍ଥାକୁ ସମ୍ପୂର୍ଣ୍ଣ ପରିବେଶ କୁହାଯାଏ । ଏକ ସମ୍ପୂର୍ଣ୍ଣ ପରିବେଶ ଜୈବିକ, ଅଜୈବିକ ଓ ମନୁଷ୍ୟସୃଷ୍ଟ ଉପାଦାନର ସମାହାର ହୋଇଥିବାରୁ ଏହା ମଧ୍ୟରେ ସଦା ଅନୁପ୍ରକ୍ରିୟା ସଂଘଟିତ ହୋଇଥାଏ ଏବଂ ଏହାର ସାମଗ୍ରିକ ପ୍ରଭାବ ଜୀବଜଗତ ଉପରେ ପଡ଼ିଥାଏ ।

CHSE Odisha Class 12 Political Science Chapter 10 Long Answer Questions in Odia Medium

୪ | ଜଙ୍ଗଲ ଅବକ୍ଷୟ (Deforestation) କ’ଣ ? ଏହାର କାରଣ ଓ ଫଳାଫଳ ଆଲୋଚନା କର ।
Answer:
କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳରେ ଲଗାତର ଭାବରେ ଜଙ୍ଗଲ କାଟିବା ବା ଧ୍ବଂସ କରିବା ଏବଂ ନୂତନ ଜଙ୍ଗଲ ସୃଷ୍ଟି ନ କରିବାକୁ ଜଙ୍ଗଲ ଅବକ୍ଷୟ କୁହାଯାଏ । ଯଦି ଏପରିଭାବେ ନିୟମିତ ଜଙ୍ଗଲ କ୍ଷୟ ହୁଏ; ତେବେ ଚଳିତ ଶତାବ୍ଦୀ ଶେଷକୁ ପ୍ରାୟ ୧୫% ରୁ ୨୦% ଜାତିର ଉଭିଦ ପୃଥ‌ିବୀପୃଷ୍ଠରୁ ଲୋପପାଇଯିବ ।
କାରଣ :
ଜଙ୍ଗଲ କ୍ଷୟର ମୁଖ୍ୟ କାରଣଗୁଡ଼ିକ ହେଉଛି –

  • ଗ୍ରାମାଞ୍ଚଳରେ ଢାଳେଣିକାଠର ଚାହିଦା ପୂରଣ ନିମନ୍ତେ ଗଛ କାଟିବା ଦ୍ଵାରା ଜଙ୍ଗଲ କ୍ଷୟ ହୁଏ ।
  • ଘର ନିର୍ମାଣ ଓ ବ୍ୟାବହାରିକ ଆସବାବପତ୍ର ନିମନ୍ତେ କାଠ ବ୍ୟବହାର ଜଙ୍ଗଲକ୍ଷୟର କାରଣ ହୋଇଥାଏ ।
  • ସାଧାରଣ ଲୋକଙ୍କ ମଧ୍ୟରେ ଜନସଚେତନତାର ଅଭାବ ଯୋଗୁଁ ଅବାରିତ ଭାବେ ଜଙ୍ଗଲ କ୍ଷୟ ହୁଏ ।
  • ବିଭିନ୍ନ ଜଳ ବିଦ୍ୟୁତ୍ ପ୍ରକଳ୍ପ ଓ ନଦୀବନ୍ଧ ନିର୍ମାଣ ନିମନ୍ତେ ଅନେକ ଜଙ୍ଗଲ ଜମି ବ୍ୟବହାର ହୁଏ ।
  • କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାର ବାସସ୍ଥାନ ଦାବିକୁ ପୂରଣ କରିବା ନିମନ୍ତେ ଜଙ୍ଗଲ କ୍ଷୟ ହୁଏ ।
  • ନୂଆ ଜନବସତି, ସହର, ଶିଳ୍ପସଂସ୍ଥା ସ୍ଥାପନ, ରାସ୍ତା, କେନାଲ ନିର୍ମାଣ ନିମନ୍ତେ ଜଙ୍ଗଲ କାଟି ସ୍ଥାନ ନିରୂପଣ କରାଯାଏ ।
  • ସ୍ଵାର୍ଥାନ୍ଵେଷୀ ଜଙ୍ଗଲ କର୍ମଚାରୀ, ମୁନାଫାଖୋର, ନ୍ୟସ୍ତସ୍ଵାର୍ଥ ଅସାମାଜିକ ଲୋକମାନଙ୍କଦ୍ଵାରା ମଧ୍ୟ ଜଙ୍ଗଳ ଅବିଚାରିତ ଭାବେ କଟାଯାଉଛି ।

ଜଙ୍ଗଲ ଧ୍ଵଂସର କୁପରିଣାମ :
ଜଙ୍ଗଲ ଧ୍ଵଂସର ଅନେକ କୁପରିଣାମ ସମାଜ ଓ ପରିବେଶ ଉପରେ ପଡ଼ିଥାଏ । ଜୀବଜଗତ ତିଷ୍ଠିରିହିବା ନିମନ୍ତେ ଏବଂ ପରିବେଶ ସନ୍ତୁଳିତ ରହିବା ନିମନ୍ତେ ଜଙ୍ଗଲର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଅନେକ ପ୍ରକାର ସଜୀବ ରାସାୟନିକ ପଦାର୍ଥ ସୃଷ୍ଟି କରି ଏବଂ ଶୋଷଣ କରି ଜଙ୍ଗଲ ପ୍ରକୃତିରେ ସନ୍ତୁଳନ ସ୍ଥାପିତ କରିଥାଏ । ଏହାବ୍ୟତୀତ ମୃତ୍ତିକା ସଂରକ୍ଷଣ, ବନ୍ୟା ଓ ମରୁଡ଼ି ନିୟନ୍ତ୍ରଣରେ ମଧ୍ଯ ଜଙ୍ଗଲର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ ।

  • ଜଙ୍ଗଲ କ୍ଷୟ ଯୋଗୁଁ ସେହି ସ୍ଥାନରେ ନୂତନ ଜଙ୍ଗଲ ସୃଷ୍ଟି ନ ହେଲେ ସେଠାରେ ଖାଲ ଖମା ହୋଇ ପାଣି ଜମିରୁହେ ଓ ମଶା, ମାଛି ସୃଷ୍ଟି ହୋଇ ପରିବେଶର କ୍ଷତି କରନ୍ତି ।
  • ଜଙ୍ଗଲ ଯୋଗୁଁ ଠିକ୍ ସମୟରେ ମୌସୁମୀ ପ୍ରବାହିତ ହୋଇ ବର୍ଷା କରାଏ । ଜଙ୍ଗଲ କ୍ଷୟଯୋଗୁଁ ବୃଷ୍ଟିପାତର ପରିମାଣ ହ୍ରାସ ପାଇଥାଏ । ଜଳଚକ୍ର ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଥାଏ ।
  • ପ୍ରାଣୀମାନଙ୍କର ଶ୍ଵାସକ୍ରିୟା ଓ ବିଭିନ୍ନ ଇନ୍ଧନର ଦହନ ଫଳରେ ଯେଉଁ ଅଙ୍ଗାରକାମ୍ଳ ଉତ୍ପନ୍ନ ହୁଏ ବୃକ୍ଷ ଖାଦ୍ୟ ଗ୍ରହଣ ନିମନ୍ତେ ତାହାକୁ ଶୋଷଣ କରିବା ଫଳରେ ବାୟୁମଣ୍ଡଳରେ ଅମ୍ଳଜାନ-ଅଙ୍ଗାରକାମ୍ଳର ସନ୍ତୁଳନ ରକ୍ଷାହୁଏ । ଦ୍ରୁତ ଜଙ୍ଗଲ ଅବକ୍ଷୟ ଫଳରେ ବାୟୁମଣ୍ଡଳରେ ଅମ୍ଳଜାନ-ଅଙ୍ଗାରକାମ୍ଳର ପରିମାଣ ବୃଦ୍ଧି ହୋଇ ସନ୍ତୁଳନ ନଷ୍ଟ ହୋଇଛି ଏବଂ ଏହାର ସମ୍ଭାବନା ରହିଛି |
  • ଦ୍ରୁତ ଜଙ୍ଗଲ ଅବକ୍ଷୟ ବନ୍ୟଜନ୍ତୁମାନଙ୍କ ନିମନ୍ତେ ଅନେକ ବିପଦ ସୃଷ୍ଟି କରିଛି । ବନ୍ୟଜନ୍ତୁମାନେ ସେମାନଙ୍କର ବାସସ୍ଥାନ ଓ ଖାଦ୍ୟ ହରାଉଛନ୍ତି । ଏହାଫଳରେ ଅନେକ ଜାତି|ପ୍ରଜାତି ଧ୍ୱଂସ ପାଇଯାଉଛନ୍ତି । ପରିସଂସ୍ଥାରେ ଅସନ୍ତୁଳନ ଦେଖାଯାଉଛି ।
  • ଜଙ୍ଗଲ ଅବକ୍ଷୟ ଫଳରେ ଅନେକ ଆଦିବାସୀ ସମ୍ପ୍ରଦାୟ ସେମାନଙ୍କ ଜୀବିକା ହରାଉଛନ୍ତି ।
  • ଜଙ୍ଗଲରୁ ଅନେକ ଅମୂଲ୍ୟ ସମ୍ପଦ ମିଳିଥାଏ । ଅନେକପ୍ରକାର ବଣ୍ୟ ଔଷଧ, ଗୁଳ୍ମ, ଫଳ ମଧ୍ୟ ମିଳିଥାଏ । ଜଙ୍ଗଲ ଧ୍ଵଂସ ହେବାରୁ ଏପରି ଅନେକ ଆୟୁର୍ବେଦିକ ଔଷଧ ମିଳିବା କଷ୍ଟକର ହୋଇପଡ଼ୁଛି ।

CHSE Odisha Class 12 Political Science Chapter 10 Long Answer Questions in Odia Medium

୫। ବାୟୁ ପ୍ରଦୂଷଣ (Air Pollution) କ’ଣ ? ବାୟୁ ପ୍ରଦୂଷକ, ବାୟୁ ପ୍ରଦୂଷଣର ପ୍ରଭାବ ଓ ଏହା ନିୟନ୍ତ୍ରଣପାଇଁ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କର ।
Answer:
ବାୟୁ ଏକ ମିଶ୍ରଣ । ବାୟୁରେ ଥିବା ତିନୋଟି ମୁଖ୍ୟ ଗ୍ୟାସ୍ ହେଲେ, ଅମ୍ଳଜାନ (୨୧%), ଯବକ୍ଷାରଜାନ (୭୮%) ଓ ଅଙ୍ଗାରକାମ୍ଳ (୦.୦୩%) । ଏହାବ୍ୟତୀତ ଜଳୀୟବାଷ୍ପ (୦.୧%) ଏବଂ ଅନ୍ୟ କେତେକ ବିରଳ ଗ୍ୟାସ୍ ମଧ୍ଯ ରହିଥାଏ । ଅମ୍ଳଜାନ ଜୀବଜଗତର ଶ୍ଵାସକ୍ରିୟା ଓ ଦହନ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ । ଯବକ୍ଷାରଜାନ ଜୀବଜଗତ ବଦ୍ଧିରେ ସାହାଯ୍ୟ କରିଥାଏ ଏବଂ ଅଙ୍ଗାରକାମ୍ଳ ଉଭିଦଜଗତର ଖାଦ୍ୟ ପ୍ରସ୍ତୁତି କରିଥାଏ । ବାୟୁରେ ଥ‌ିବା ଉପରୋକ୍ତ ବିଭିନ୍ନ ଉପାଦାନମାନଙ୍କ ମଧ୍ୟରୁ ଗୋଟିକର ସ୍ଥିତିରେ ବିଚ୍ୟୁତି ଘଟିଲେ ବାୟୁ ପ୍ରଦୂଷିତ ହୋଇଥାଏ । ବାୟୁମଣ୍ଡଳରେ ପ୍ରାକୃତିକ ଓ କୃତ୍ରିମ ଉପାୟରେ ଦୂଷିତ ଓ ବିଷାକ୍ତ ଗ୍ୟାସ୍ ମିଶିଥାଏ । ଏହାଫଳରେ ଗ୍ରାମ, ସହର ତଥା ଶିଳ୍ପାଞ୍ଚଳର ବାୟୁ ପ୍ରଦୂଷିତ ହୋଇଥାଏ । ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ବାୟୁ ପ୍ରଦୂଷଣ ଅଧିକ ହୋଇଥାଏ ।

ମୁଖ୍ୟ ବାୟୁ ପ୍ରଦୂଷକ :
(୧) ଅଙ୍ଗାରକାମ୍ଳ:
ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ପ୍ରାୟ ଶତକଡ଼ା ୦.୦୩ ଅଂଶ ରହି ସବୁଜ ଉଭିଦର ଭାଶ୍ଳେଷଣ ପ୍ରକ୍ରିୟାରେ ସହାୟକ ହୋଇଥାଏ । ପରନ୍ତୁ ଏହାର ପରିମାଣ ବୃଦ୍ଧିଦ୍ୱାରା ଜୀବଜଗତର କ୍ଷତି ଘଟିଥାଏ । କାଠ, କୋଇଲା, ପେଟ୍ରୋଲ, ଘାସ, ପତ୍ର ଆଦି ଜାଳିବାଦ୍ଵାରା ଏବଂ ବିଭିନ୍ନ କଳକାରଖାନାରୁ ନିର୍ଗତ ଧୂମଦ୍ୱାରା ଅଙ୍ଗାରକାମ୍ଳ ବାୟୁମଣ୍ଡଳରେ ପ୍ରବେଶ କରିଥାଏ । ବହୁ ପ୍ରାଣୀ ଅନେକ ସମୟରେ ଏହାଦ୍ଵାରା ଘୋର କ୍ଷତିର ସମ୍ମୁଖୀନ ହୋଇଥାଆନ୍ତି ।

(୨) କାର୍ବନ ମନୋକ୍‌ସାଇଡ୍:
ଏହା ଏକ ବିଷାକ୍ତ ବାୟୁ ପ୍ରଦୂଷକ ଅଟେ । ଅଙ୍ଗାରର ଅସମ୍ପୂଣ୍ଡି ଜାରଣଦ୍ୱାରା କାର୍ବନ ମନୋକ୍‌ସାଇଡ୍ ଗ୍ୟାସ୍ ନିର୍ଗତ ହୋଇଥାଏ । ଯାନବାହାନରୁ ନିର୍ଗତ ଧୂଆଁ, ରୁଦ୍ଧ ଅଞ୍ଚଳ ମଧ୍ୟରେ ଅବସ୍ଥିତ ପ୍ରାକୃତିକ ଗ୍ୟାସ୍ (Natural Gases) ବନ୍ଦ ହୋଇ ରହିଥିବା କୋଠରିରୁ ଏହି ଗ୍ୟାସ୍ ବାହାରିଥାଏ । ପ୍ରତ୍ୟେକ ବର୍ଷ ଏହାଦ୍ଵାରା ବହୁ ମନୁଷ୍ୟ ଏବଂ ପ୍ରାଣୀ ମୃତ୍ୟୁମୁଖରେ ପଡ଼ିଥାଆନ୍ତି ।

(୩) ହାଇଡ୍ରୋଜେନ ସଲଫାଇଡ୍:
ହାଇଡ୍ରୋଜେନ ସଲଫାଇଡ଼ ଏକ ବର୍ଣ୍ଣହୀନ ବିଷାକ୍ତ ବାଷ୍ପ । ମୃତପ୍ରାଣୀ ଏବଂ ପଚାସଢ଼ା ଉଭିଦର ବିଭିନ୍ନ ଅଂଶରୁ ବିଭିନ୍ନ ଗନ୍ଧକଯୁକ୍ତ ପ୍ରସ୍ରବଣରୁ, ଆଗ୍ନେୟଗିରିର ଲାର୍ଭାରୁ, କୋଇଲା ଗଦାରୁ ଏବଂ ଘଞ୍ଚ ଉଭିଦଯୁକ୍ତ ସନ୍ତସନ୍ତିଆ ଅଞ୍ଚଳରୁ ଏହି ବାଷ୍ପ ନିର୍ଗତ ହୋଇଥାଏ । ଏହାଦ୍ଵାରା ବିଭିନ୍ନ ଶ୍ଵାସରୋଗ ହୋଇଥାଏ । ଉଭିଦମାନଙ୍କର ବୃଦ୍ଧି, ବଂଶବିସ୍ତାର ଆଦି ଏହି ବାଷ୍ପଦ୍ବାରା ବାଧାପ୍ରାପ୍ତ ହୋଇଥାଏ ।

(୪) ସଲ୍‌ଫର୍ ଅକ୍‌ସାଇଡ୍‌:
ସଲ୍‌ଫର୍‌ ଡାଇଅକ୍‌ସାଇଡ୍ (SO.) ଓ ସଲ୍‌ଫର୍‌ ଟ୍ରାଇଅକ୍‌ସାଇଡ୍‌ (SO) ବାୟୁ ପ୍ରଦୂଷଣ ଘଟାଇଥାଆନ୍ତି । ବିଭିନ୍ନ କଳକାରଖାନାରୁ ନିର୍ଗତ ସଲ୍‌ଫର୍‌ ଡାଇଅକ୍‌ସାଇଡ୍ ବାୟୁମଣ୍ଡଳରେ ଅବସ୍ଥିତ ଜଳୀୟବାଷ୍ପର ସମ୍ପର୍କରେ ଆସି ଗନ୍ଧକାମ୍ଳ ସୃଷ୍ଟି କରିଥାଏ, ଯାହାକି ଅମ୍ଳବର୍ଷା ରୂପେ ଉଭିଦମଣ୍ଡଳ ଓ ପ୍ରାଣୀଜଗତର କ୍ଷତିସାଧନ ସହ ବହୁ ମୂଲ୍ୟବାନ୍ ପ୍ରାଚୀନ କୀର୍ତ୍ତି, କୋଠାବାଡ଼ି ଓ ଧାତୁଦ୍ରବ୍ୟର ନଷ୍ଟ ସାଧନ କରିଥାଏ ।

(୫) ନାଇଟ୍ରୋଜେନ୍ ଅକ୍‌ସାଇଡ୍:
ନଗରାଞ୍ଚଳ ବାୟୁମଣ୍ଡଳରେ ନାଇଟ୍ରିକ୍ ଅକ୍‌ସାଇଡ୍ (NO) ଏବଂ ନାଇଟ୍ରୋଜେନ୍ ଡାଇଅକ୍‌ସାଇଡ୍ (NO ) ବିଭିନ୍ନ ଯାନବାହାନ, କଳକାରଖାନାରୁ ନିର୍ଗତ ହେବାଦ୍ଵାରା ବାୟୁ ପ୍ରଦୂଷଣ ଘଟାଇଥାଆନ୍ତି । ନାଇଟ୍ରୋଜେନ୍ ଅକ୍‌ସାଇଡ୍, ଯବକ୍ଷାରଜାନ ଓ ଅମ୍ଳଜାନର ଅତି ଉଚ୍ଚତାପ (1100C) ରେ ମିଶ୍ରଣ ଏବଂ ଶୀତଳୀକରଣଦ୍ବାରା ସୃଷ୍ଟି ହୋଇଥାଏ । ଏହି ବିଷାକ୍ତ ବାଷ୍ପଦ୍ବାରା ମନୁଷ୍ୟ ଶରୀରସ୍ଥ କିଡ୍‌ନୀ, କଲିଜା, ଫୁସ୍‌ଫୁସ୍, ହୃଦ୍‌ଜନିତ ମାରାତ୍ମକ ଦୁରାରୋଗ୍ୟ ବ୍ୟାଧର ଶିକାର ହୋଇଥାଏ । ଉଭିଦମାନଙ୍କର ଶାରୀରିକ ପ୍ରକ୍ରିୟା, ଅଙ୍ଗଜ ପ୍ରଜନନ ଆଦି ନାଇଟ୍ରୋଜେନ୍ ଅକ୍‌ସାଇଡ୍ଦ୍ୱାରା ବାଧାପ୍ରାପ୍ତ ହୋଇଥାଏ ।

(୬) ଏମୋନିଆ:
ଏନ୍‌ହାଇଡ୍ରେସ (An-hydrous) ଏମୋନିଅମ୍ ସାର ଏବଂ ନାଇଟ୍ରିକ୍ ଅମ୍ଳ ପ୍ରସ୍ତୁତି ସମୟରେ ଏମୋନିଆ ବାଷ୍ପ ଏକ ଅପମିଶ୍ରକ ଭାବରେ ବାୟୁରେ ପ୍ରବେଶ କରିଥାଏ । ଏମୋନିଆର ଆଧ୍ୟାକ୍ୟଦ୍ଵାରା ଉଭିଦର ମୂଳ, କାଣ୍ଡ ଓ ପତ୍ର ଆଦି ବିଭିନ୍ନ ଶାରୀରିକ ପ୍ରକ୍ରିୟାଜନିତ ରୋଗଗ୍ରସ୍ତ ହୋଇଥାଆନ୍ତି । ବୀଜ ଅଙ୍କୁରୋଦ୍‌ଗମ୍, ମୂଳ ଓ କାଣ୍ଡର ଅଭିବୃଦ୍ଧିରେ ଏହା ପ୍ରତିବନ୍ଧକ ହୋଇଥାଏ । ପୁଷ୍ପ ଏବଂ ଫଳହାନି ଘଟିଥାଏ । ମନୁଷ୍ୟ ସହ ବିଭିନ୍ନ ପ୍ରାଣୀମାନଙ୍କର ବିଭିନ୍ନ ଚର୍ମରୋଗର ଏହା କାରଣ ହୋଇଥାଏ ।

(୭) ହାଇଡ୍ରୋଜେନ୍ କ୍ଲୋରାଇଡ୍:
ଏହି ବିଷାକ୍ତ ବାଷ୍ପ ଅପମିଶ୍ରକ ଭାବରେ ବିଭିନ୍ନ ରାସାୟନିକ ଦ୍ରବ୍ୟ ପ୍ରସ୍ତୁତିଦ୍ୱାରା ଉପଜାତ ପଦାର୍ଥରୁ ବାୟୁମଣ୍ଡଳରେ ପ୍ରବେଶ କରିଥାଏ । କ୍ଲୋରିନେଟେଡ୍ ହାଇଡ୍ରୋକାର୍ବନ, କୋଇଲା, ପେଟ୍ରୋଲ, ଡିଜେଲ ଆଦି ବିଭିନ୍ନ ଖଣିଜ ତୈଳର ଜାରଣଦ୍ଵାରା ମଧ୍ୟ ହାଇଡ୍ରୋଜେନ୍ କ୍ଲୋରାଇଡ୍ ନିର୍ଗତ ହୋଇଥାଏ । ପତ୍ରପୋଡ଼ା, କ୍ଲୋରୋସିସ୍ ଆଦି ରୋଗ ଏହି ଗ୍ୟାସ୍‌ର ପ୍ରଭାବରୁ ଉଭିଦରେ ଦେଖାଦେଇଥାଏ । ପ୍ରାଣୀମାନେ ମଧ୍ୟ ଏହାଦ୍ୱାରା ବିଭିନ୍ନ ରୋଗଗ୍ରସ୍ତ ହୋଇଥାଆନ୍ତି ।

(୮) ହାଇଡ୍ରୋଜେନ୍ ଫ୍ଲୋରାଇଡ୍:
ସକ୍ରିୟ ଆଗ୍ନେୟଗିରି, ଇଲେକ୍ଟ୍ରୋ ରାସାୟନିକ ରିଡ଼କ୍‌ସନ୍ କାରଖାନା, ସାର କାରଖାନା ଏବଂ କୋଇଲାର ଖଣିଜ ତୈଳ ସହ ଦହନ ପ୍ରକ୍ରିୟାରୁ ଏହି ବାଷ୍ପ ନିର୍ଗତ ହୋଇ ବାୟୁ ସହ ମିଶ୍ରଣ ଘଟିଥାଏ । ଉଭିଦମଣ୍ଡଳ ହାଇଡ୍ରୋଜେନ୍ ଫ୍ଲୋରାଇଡ଼ଦ୍ୱାରା ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଥାଏ । ପତ୍ର, ପୁଷ୍ପ ଏବଂ ଫଳରେ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି ହୋଇ ଉଭିଦର ଉତ୍ପାଦିକା ଶକ୍ତିରେ ହ୍ରାସ ଏହି ବାଷ୍ପ ପ୍ରଭାବରେ ଘଟିଥାଏ ।

(୯) ଫୋଟୋକେମିକାଲ ସ୍ମଗ୍ (Photochemical Smog):
ପ୍ରାକୃତିକ ଅବସ୍ଥାରେ ସୌର ରଶ୍ମି ସମୟେ ସମୟେ ଅମ୍ଳଜାନ ସହ ଯବକ୍ଷାରଜାନ ଜାତୀୟ ରାସାୟନିକ ପଦାର୍ଥ ଏବଂ ମିଥେନ୍, ଇଥେନ୍, ଟୋଲୁଇନ୍ ଆଦି ହାଇଡ୍ରୋକାର୍ବନଗୁଡ଼ିକ ସହ ରାସାୟନିକ ପ୍ରକ୍ରିୟାଦ୍ଵାରା କେତେକ ମାଧ୍ୟମିକ (Secondary) ରେଡ଼ିକାଲ୍ ସୃଷ୍ଟି କରିଥାଏ । ଏହି ରେଡ଼ିକାଲ୍‌ଗୁଡ଼ିକ ପେରୋକ୍ସି ଏସେଟିଲ ନାଇଟ୍ରେଟ (PAN) ପରି କେତେକ ମାରାତ୍ମକ ପ୍ରଦୂଷକ ପ୍ରସ୍ତୁତ କରି ବାୟୁମଣ୍ଡଳକୁ ବିଷାକ୍ତ କରିଥାଆନ୍ତି । ପ୍ରାଣୀ ଓ ଉଦ୍ଭିଦ ନିମନ୍ତେ ଏହି ମାଧ୍ୟମିକ ପ୍ରଦୂଷକଗୁଡ଼ିକ ବିଶେଷ ମାରାତ୍ମକ ଅଟନ୍ତି । ଏହାଦ୍ଵାରା ବିଭିନ୍ନ ରୋଗରେ ପଡ଼ି ଜୀବମାନେ ମୃତ୍ୟୁବରଣ କରିଥାଆନ୍ତି ।

(୧୦) ଓଜୋନ୍‌:
ପରିବେଶରେ ସୂର୍ଯ୍ୟାଲୋକରେ ଥ‌ିବା ଅତି-ବାଇଗଣି ରଶ୍ମିର ଯବକ୍ଷାରଜାନ ସହ ରାସାୟନିକ ପ୍ରକ୍ରିୟା ଘଟି ଓଜୋନ୍‌ର ସୃଷ୍ଟି ହୋଇଥାଏ । ବାୟୁମଣ୍ଡଳରେ ଅମ୍ଳଜାନ ନାଇଟ୍ରିକ୍ ଅକ୍‌ସାଇଡ଼ର ଜାରଣ ଘଟାଇ ନାଇଟ୍ରୋଜେନ୍ ଡାଇଅକ୍‌ସାଇଡ୍‌ରେ ପରିଣତ କରିଥାଏ । ଅତି-ବାଇଗଣି ରଶ୍ମି ପୁନର୍ବାର ନାଇଟ୍ରୋଜେନ୍ ଡାଇଅକ୍‌ସାଇଡ୍‌କୁ ନାଇଟ୍ରିକ୍ ଅକ୍‌ସାଇଡ୍ ଓ ଅମ୍ଳଜାନ ପରମାଣୁରେ ପରିବର୍ତ୍ତନ କରିଥାଏ । ଏହି ଅମ୍ଳଜାନ ପରମାଣୁ ବାୟୁମଣ୍ଡଳର ଅମ୍ଳଜାନ ଅଣୁ ସହ ମିଶ୍ରଣ ଘଟି ଓଜୋନ୍‌ ସୃଷ୍ଟି ହୁଏ । ମନୁଷ୍ୟମାନଙ୍କର କାଶ, ମୁଣ୍ଡବ୍ୟଥା, ଫୁସ୍‌ଫୁସ୍ ରୋଗ ବିଭିନ୍ନ ହେମୋରେଜ ଜନିତ ଦୁରାରୋଗ୍ୟ ବ୍ୟାଧ ଆଦି ଓଜୋନ୍‌ଦ୍ୱାରା ହୋଇଥାଏ । ପତ୍ରପୋଡ଼ା, ମୁକୁଳ ରୋଗ, ପୁଷ୍ପପୋଡ଼ି ଆଦି ବିଭିନ୍ନ ଉଦ୍ଭଦ୍ର ରୋଗ ଓଜୋନ୍‌ଦ୍ୱାର ହୋଇଥାଏ ।

(୧୧) ଧୂଆଁପତ୍ର ଧୂମ:
ବିଡ଼ି, ସିଗାରେଟ୍, ହୁକା ଇତ୍ୟାଦି ସେବନଦ୍ୱାରା ନିର୍ଗତ ଧୂଆଁପତ୍ର ଧୂମ ବାୟୁ ପ୍ରଦୂଷଣର କାରଣ ହୋଇଥାଏ । ରେଳଗାଡ଼ି, ବସ୍, ପ୍ରେକ୍ଷାଳୟ ଆଦି ରୁଦ୍ଧ ସ୍ଥାନମାନଙ୍କରେ ଧୂମପାନଦ୍ୱାରା ବିଭିନ୍ନ ଫୁସ୍‌ଫୁସ୍ ଓ ଶ୍ଵାସଜନିତ ରୋଗ ଘଟିଥାଏ । ଦୀର୍ଘଦିନଧରି ଏହି ଧୂମ ସମ୍ପର୍କରେ ଆସି ମନୁଷ୍ୟ ଯକ୍ଷ୍ମା, କର୍କଟ ଆଦି ରୋଗରେ ପଡ଼ିଥାଏ ।

(୧୨) ଧୂଳିକଣା:
ବିଭିନ୍ନ ପଦାର୍ଥର କ୍ଷୁଦ୍ର କ୍ଷୁଦ୍ର ଅଂଶ, କଳକାରଖାନାରୁ ନିର୍ଗତ ଅତି କ୍ଷୁଦ୍ର ବସ୍ତୁ ଓ ଧୂଳି ଆଦି ବାୟୁ ପ୍ରଦୂଷକ ଅଟନ୍ତି । ବାୟୁମଣ୍ଡଳରେ ଏହି କଣିକାଗୁଡ଼ିକ ଶହଶହ ମାଇଲ ପର୍ଯ୍ୟନ୍ତ ବ୍ୟାପିଯାଆନ୍ତି । ସହର ଓ ନଗରାଞ୍ଚଳରେ ଏହି ଧୂଳିକଣାର ପ୍ରଭାବ ବିଶେଷ ଅନୁଭୂତ ହୋଇଥାଏ । ଏହାଦ୍ଵାରା ପ୍ରାଣୀମାନଙ୍କର ନାନା ଚର୍ମ ଏବଂ ଶ୍ଵାସଜନିତ ରୋଗ ଘଟିଥାଏ । ଏହାଦ୍ଵାରା ଉଭିଦର ଆଲୋକଶ୍ଳେଷଣ, ଉମ୍ବେଦନ ଆଦି କ୍ରିୟାରେ ବ୍ୟାଘାତ ଘଟିଥାଏ ।

(୧୩) ସୀସା ପ୍ରଦୂଷକ (Lead Pollutants):
ସୀସା ଆରସେନେଟ (Arsenate) କୀଟନାଶକ, ପ୍ଲାଷ୍ଟିକ୍, ବାର୍ନିସ୍ ଆଦି କାରଖାନାରେ ବହୁଳ ପରିମାଣରେ ବ୍ୟବହୃତ ହୋଇ ପ୍ରଦୂଷକ ଭାବରେ ବାୟୁରେ ପ୍ରବେଶ କରିଥାଏ । ଏହାବ୍ୟତୀତ ଯାନବାହାନରୁ ନିର୍ଗତ ଧୂମରେ ଏବଂ ଟାୟାରର ଘର୍ଷଣ କ୍ରିୟାଦ୍ଵାରା ମଧ୍ୟ ବାୟୁ ସୀସାଦ୍ଵାରା ପ୍ରଦୂଷିତ ହୋଇଥାଏ । ସୀସା ବିଷ (Lead Poison) ମନୁଷ୍ୟ ସହ ପ୍ରାଣୀ ଏବଂ ଉଭିଦମାନଙ୍କର ବିଭିନ୍ନ ରୋଗ ଘଟାଇ ପ୍ରଭୂତ କ୍ଷତି କରିଥାଏ ।

(୧୪) କୃଷି ସମ୍ପୃକ୍ତ ରାସାୟନିକ ଦ୍ରବ୍ୟ:
କୀଟନାଶକ, ତୃଣନାଶକ, ବାଳୁଙ୍ଗାନାଶକ, କବକନାଶକ, ଅନିଷ୍ଟକାରୀ ଜୀବନାଶକ ଇତ୍ୟାଦି କୃଷି ସମ୍ପୃକ୍ତ ରାସାୟନିକ ଦ୍ରବ୍ୟଗୁଡ଼ିକଦ୍ୱାରା ବାୟୁ ଦୂଷିତ ହୋଇଥାଏ । ଏହି ପ୍ରଦୂଷକଗୁଡ଼ିକ ମନୁଷ୍ୟ ସହ ବହୁ ପ୍ରାଣୀ ଓ ଉଭିଦମାନଙ୍କଠାରେ ବିଭିନ୍ନ ରୋଗ ସୃଷ୍ଟି କରି ଦାରୁଣ ବିପର୍ଯ୍ୟୟ ଘଟାଇଥାଆନ୍ତି ।

(୧୫) ହାଇଡ୍ରୋକାର୍ବନ:
ଉଦ୍‌ଜାନ ଓ ଅଙ୍ଗାରକର ମିଶ୍ରଣଦ୍ଵାରା ହାଇଡ୍ରୋକାର୍ବନ୍‌ର ସୃଷ୍ଟି ହୋଇଥାଏ । ମିଥେନ୍, ବେଞ୍ଜୋପାଇରିନ (Benzopyrene) ଏବଂ ବେଞ୍ଜିନ୍ ଆଦି କେତେକ ସାଧାରଣ ହାଇଡ୍ରୋକାର୍ବନ୍ ବିଭିନ୍ନ ପେଟ୍ରୋଲଜାତ ପଦାର୍ଥର ଅସମ୍ପୂର୍ଣ୍ଣ ଦହନଦ୍ୱାରା ବାୟୁ ପ୍ରଦୂଷଣ ଘଟିଥାଏ । ହାଇଡ୍ରୋକାର୍ବନ ଯୋଗୁଁ ଫୁସ୍‌ଫୁସ୍ କର୍କଟ, ପେଶୀ ରୋଗ ଆଦି ହୋଇଥାଏ । ଏହାଯୋଗୁଁ ମଧ୍ଯ ପତ୍ରହରିତ୍ ରୋଗ, କାଣ୍ଡବଙ୍କା ରୋଗଦ୍ଵାରା ଉଭିଦମାନେ ଆକ୍ରାନ୍ତ ହୋଇଥାଆନ୍ତି ।

(୧୬) ଏଇରୋସଲ୍ (Aerosol):
ଆଗ୍ନେୟ ଉଦ୍‌ଗୀରଣ, ଜଙ୍ଗଲପୋଡ଼ି, ସମୁଦ୍ର ସିଞ୍ଚନ (Sea Spray) ଏବଂ ବିଭିନ୍ନ କଳକାରଖାନାରୁ ନିର୍ଗତ କ୍ଷୁଦ୍ର କ୍ଷୁଦ୍ର ଆଜବେସଟସ୍ ଓ କୋଇଲାଗୁଣ୍ଡଦ୍ୱାରା ବାୟୁମଣ୍ଡଳ ପ୍ରଦୂଷିତ ହୋଇଥାଏ । ଏଇରୋସଲ୍ ପ୍ରଦୂଷଣଦ୍ଵାରା ଶ୍ଵାସରୋଗ, ଫୁସ୍‌ଫୁସ୍ କର୍କଟ ଇତ୍ୟାଦି ମାରାତ୍ମକ ରୋଗରେ ମଣିଷ ପଡ଼ିଥାଏ । ଅନ୍ୟ ପ୍ରାଣୀ ଓ ଉଭିଦମାନଙ୍କ ଜୀବନ ପ୍ରକ୍ରିୟା ମଧ୍ୟ ଏହି ପ୍ରଦୂଷକଦ୍ବାରା ବାଧାପ୍ରାପ୍ତ ହୋଇଥାଏ ।

(୧୭) ବିସ୍ଫୋରକ ଦ୍ରବ୍ୟ:
ପାହାଡ଼ ପର୍ବତକୁ ଭାଙ୍ଗିବା ଏବଂ ଯୁଦ୍ଧକ୍ଷେତ୍ରରେ ବ୍ୟବହୃତ ବିସ୍ଫୋରକ ଦ୍ରବ୍ୟଗୁଡ଼ିକଦ୍ୱାର ବାୟୁମଣ୍ଡଳ ଦୂଷିତ ହୋଇଥାଏ । ବିଭିନ୍ନ ଯୁଦ୍ଧାସ୍ତ୍ର ଏବଂ ରାସାୟନିକ ଦ୍ରବ୍ୟର ବିସ୍ଫୋରଣ ଯୋଗୁଁ ଜୀବଜଗତ କ୍ଷତିଗ୍ରସ୍ତ ହୋଇଥାଏ ।

(୧୮) କ୍ଲୋରୋଫ୍ଲୋରୋ କାର୍ବନ (CFC):
ଶୀତଳୀକରଣ କାରଖାନା, ବିଭିନ୍ନ ରାସାୟନିକ ଦ୍ରବ୍ୟ ପ୍ରକରଣ କାରଖାନାର ଯନ୍ତ୍ରପାତି ଆଦିରେ ବ୍ୟବହୃତ କ୍ଲୋରୋଫ୍ଲୋରୋ କାର୍ବନ, ଏମୋନିଆ ଆଦି ବାୟୁସହ ମିଶି ଷ୍ଟ୍ରାଟୋସ୍ଫିୟରରେ ଅବସ୍ଥିତ ଓଜୋନ୍ ସ୍ତରକୁ ବିନଷ୍ଟ କରିଦେଇ ଥାଆନ୍ତି; ଫଳରେ ସୂର୍ଯ୍ୟଠାରୁ ନିର୍ଗତ ଅତି-ବାଇଗଣି ରଶ୍ମି ପୃଥ‌ିବୀପୃଷ୍ଠରେ ପଡ଼ି ଚର୍ମରୋଗ ଏବଂ ଅନ୍ୟାନ୍ୟ ଦୁଃସାଧ୍ୟ ପ୍ରାଣୀ ଓ ଉଦ୍ଭଦ ରୋଗ ଘଟାଇ ଜୀବଜଗତର କ୍ଷତି ସାଧନ କରିଥାଏ ।

(୧୯) ବାୟୁଯାନ ପ୍ରଭାବ (Air Craft Effect):
ଉଡ଼ାଜାହାଜ, ରକେଟ୍‌, ଜେଟ୍‌ପ୍ଲେନ ମହାକାଶଯାନ ଆଦିରେ ବ୍ୟବହୃତ ଜାଳେଣିର ଦହନ ଯୋଗୁଁ ନିର୍ଗତ ଧୂମଦ୍ୱାରା ବାୟୁମଣ୍ଡଳ ପ୍ରଦୂଷିତ ହୋଇଥାଏ । ଏହାର ପ୍ରଭାବ ସ୍ଵଳ୍ପ ହେଲେ ମଧ୍ୟ ଉଭିଦମଣ୍ଡଳର କ୍ଷତି ଘଟାଇଥାଏ ।

(୨୦) ତାପଜ ବିଦ୍ୟୁତ୍-କେନ୍ଦ୍ରର ପ୍ରଭାବ (Effect to Thermal Power Plants):
ଏହି କେନ୍ଦ୍ରଗୁଡ଼ିକରେ ମୁଖ୍ୟତଃ କୋଇଲାକୁ ଜାଳେଣିରୂପେ ବ୍ୟବହାର କରାଯାଇଥାଏ । ଅଙ୍ଗାରକାମ୍ଳ, କାର୍ବନ୍ ମନୋକ୍‌ସାଇଡ୍ ସଲ୍‌ଫର୍‌ ଡାଇଅକ୍‌ସାଇଡ୍ ପାଉଁଶ (Fly ash), ବିଭିନ୍ନ ପ୍ରକାରର ହାଇଡ୍ରୋକାର୍ବନ ଆଦି ତାପଜ ବିଦ୍ୟୁତ୍ କେନ୍ଦ୍ରରୁ ନିର୍ଗତ ହୋଇ ବାୟୁମଣ୍ଡଳକୁ ପ୍ରଦୂଷିତ କରନ୍ତି । ଏହାର ପ୍ରଭାବରେ ସମ୍ପୃକ୍ତ ଅଞ୍ଚଳର ଉଦ୍ଭଦମଣ୍ଡଳ ବୃଦ୍ଧିରେ ବିଶେଷ ବାଧା ସୃଷ୍ଟି ହୋଇଥାଏ । ପ୍ରାଣୀ ଓ ଉଦ୍ଭିଦମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି ।

ବାୟୁ ପ୍ରଦୂଷଣର କୁପ୍ରଭାବ (Effects of Air Pollution) :

  • ବାୟୁମଣ୍ଡଳରେ ଅଧିକ ଅଙ୍ଗାରକାମ୍ଳ ସୃଷ୍ଟି ହେଲେ ଜୀବଜଗତ ମୃତ୍ୟୁମୁଖରେ ପଡ଼ିଥାଏ ।
  • ବାୟୁ ପ୍ରଦୂଷଣ ଅମ୍ଳ ବୃଷ୍ଟିର ପ୍ରଧାନ କାରଣ ଅଟେ । ଏହା ପନିପରିବାର ପତ୍ରକୁ ରୋଗାକ୍ରାନ୍ତ କରିଦିଏ ଓ ଧାତବ କ୍ଷୟ ହୁଏ ।
  • ଭୌଗୋଳିକ-ଉତ୍ତସ୍ତୀକରଣ (Global Warming) ଏହାଦ୍ଵାରା ଘଟିଥାଏ ।
  • ଓଜୋନ୍ ସ୍ତରର କ୍ଷୟ ଓ ଗର୍ଭ ସୃଷ୍ଟିରେ ବାୟୁ ପ୍ରଦୂଷଣ ମୁଖ୍ୟ ଭୂମିକା ନେଇଥାଏ ।
  • ସୂତା, ଲୁଗା ଓ ସାର କାରଖାନାରୁ ନିର୍ଗତ ଗ୍ୟାସ୍‌ରା କାଶ, ଶ୍ଵାସ, ଯକ୍ଷ୍ମା, ଚକ୍ଷୁ ଆଦି ରୋଗ ହୋଇଥାଏ । ହିମୋଗ୍ଲୋବିନ୍‌ରେ ପରିଣତ ହୋଇ ହୃଦ୍‌ରୋଗ କରାଇଥାଏ ।
  • ପୁରାତନ ଶିଳ୍ପ, ଚାରୁକଳା, ଭାସ୍କର୍ଯ୍ୟ ଆଦି ବାୟୁ ପ୍ରଦୂଷଣଦ୍ବାରା ନଷ୍ଟ ହୋଇଥାଏ ।
  • ବଡ଼ ବଡ଼ ମହାନଗରୀଗୁଡ଼ିକରେ ସ୍କଗ୍ ବା ଧୂମକୁହୁଡ଼ିଦ୍ୱାରା ବାୟୁ ପ୍ରଦୂଷଣ ଘଟିଥାଏ ।
  • ମୂଲ୍ୟବାନ୍ ଧାତୁର ପ୍ରସ୍ତୁତ କାରୁକାର୍ଯ୍ୟ, ସ୍ତମ୍ଭ ଆଦି ନଷ୍ଟ ହୋଇଥାଏ ।
  • ବାୟୁ ପ୍ରଦୂଷଣଦ୍ଵାରା ପରିବେଶୀ କାରକ ବିଶେଷଭାବରେ ଆବହୀ କାରକଗୁଡ଼ିକର ପରିବର୍ତ୍ତନ ଘଟାଇଥାଏ !
  • ବାୟୁ ପ୍ରଦୂଷଣ ନାନାଦି ଦୁଃସାଧ୍ୟ ରୋଗର କାରଣ ହୋଇ ମନୁଷ୍ୟକୁ ମୃତ୍ୟୁମୁଖରେ ପକାଇଥାଏ ।
  • ଏହା ଅନ୍ୟାନ୍ୟ ପ୍ରାଣୀ ଏବଂ ଉଭିଦମାନଙ୍କର ବହୁ ରୋଗର କାରଣ ହୋଇ ଜୀବଜଗତର ଧ୍ବଂସ ସାଧନ କରିଥାଏ ।

ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ବା ପ୍ରତିହତ ବ୍ୟବସ୍ଥା (Control of Air Pollution) :

  • ଉପଯୁକ୍ତ ଆଇନକାନୁନ ପ୍ରଣୟନ ଏବଂ ଏହାର ପ୍ରକରଣଦ୍ବାରା ବାୟୁ ପ୍ରଦୂଷଣ ନିୟନ୍ତ୍ରିତ ହୋଇପାରେ ।
  • ଜଙ୍ଗଲ ନଷ୍ଟ ନକରି ସବୁଆଡ଼େ ଯୋଜନାବଦ୍ଧ ଭାବରେ ଅଧିକ ବୃକ୍ଷରୋପଣ କରିବା ଉଚିତ ।
  • ଯନ୍ତ୍ରଚାଳିତ ଯାନରେ ଗ୍ୟାସ୍ ନିର୍ଗତ ପାଇପ୍‌ରେ ଏଣ୍ଟି-ବାୟୁ ପ୍ରଦୂଷଣ ବ୍ୟବସ୍ଥା ଖଞ୍ଜି ବାୟୁ ପ୍ରଦୂଷଣ ରୋକାଯାଇପାରିବ ।
  • ଜୀବାଶ୍ମ ଇନ୍ଧନ ବ୍ୟବହାରକରୁଥିବା ଶିଳ୍ପ କାରଖାନାଗୁଡ଼ିକରେ ଅଧ‌ିକ ଉଚ୍ଚ କ୍ଷମତା ବିଶିଷ୍ଟ ଚିମିନି ବ୍ୟବହାର କରିବା ଉଚିତ । କଳକାରଖାନାରୁ ବାହାରୁଥିବା ଗ୍ୟାସ୍‌ଗୁଡ଼ିକୁ ବାୟୁମଣ୍ଡଳକୁ ନଛାଡ଼ି କୌଣସି ଦ୍ଭାବକ ସାହାଯ୍ୟରେ ଦ୍ରବୀଭୂତ କରାଯିବା ଉଚିତ ।
  • ଘରେ ରୋଷେଇ କରିବା ବେଳେ ଉନ୍ନତ ମାନର ଚୁଲା ବ୍ୟବହାର କରି ବାୟୁମଣ୍ଡଳକୁ ଅଧିକ ଧୂଆଁ ନ ଛାଡ଼ିବାର ବ୍ୟବସ୍ଥା ହେବା ଉଚିତ ।
  • ଆବର୍ଜନା ସବୁ ଖୋଲାରେ ନରଖ୍ କିମ୍ବା ନାଳରେ ନପକାଇ ମାଟିତଳେ ପୋତାଯିବା ଉଚିତ ।
  • ଖଣିଜ ତୈଳ ତଥା ଜୈବିକ ଦ୍ରବ୍ୟଗୁଡ଼ିକ ଶକ୍ତି ସଂଗ୍ରହର ମାଧ୍ୟମରୂପେ ବ୍ୟବହାର ନକରି ସୌରଶକ୍ତି କିମ୍ବା ଅନ୍ୟ ବିକଳ୍ପ ଅନୁସରଣଦ୍ଵାରା ପ୍ରଦୂଷଣ କରାଯାଇ ପାରିବ ।

CHSE Odisha Class 12 Political Science Chapter 10 Long Answer Questions in Odia Medium

୬। ପୃଥ‌ିବୀର ଉତ୍ତାପ ବୃଦ୍ଧି (Global Warming) କହିଲେ କ’ଣ ବୁଝ ? ଏହାର କୁପ୍ରଭାବ ଓ ପ୍ରତିକାର ସମ୍ବନ୍ଧରେ ଆଲୋଚନା କର ।
Answer:
ପୃଥ‌ିବୀପୃଷ୍ଠରେ ତାପମାତ୍ରା ବୃଦ୍ଧି ବିଭିନ୍ନ ଭୌଗୋଳିକ ପରିବେଶ, ବାୟୁମଣ୍ଡଳରେ ବିଭିନ୍ନ ରାସାୟନିକ ଗ୍ୟାସ୍‌ ପରିମାଣ ବୃଦ୍ଧି, ସବୁଜ କୋଠରି ପ୍ରଭାବ, ଜୀବାଶ୍ମ ଇନ୍ଧନର ଦହନ ଆଦି ଯୋଗୁଁ ହୋଇଥାଏ । ଏହାକୁ ‘ଉତ୍ତପ୍ତ ପୃଥ‌ିବୀ’ (Global Warming) କୁହାଯାଏ । ତାପମାତ୍ରା ବୃଦ୍ଧି ଯୋଗୁଁ ମେରୁ ଅଞ୍ଚଳର ବରଫ ତରଳେ । ଏହା ସମୁଦ୍ରର ଜଳ ପତ୍ତନ ବୃଦ୍ଧି କରିଥାଏ । ଏହାଫଳରେ କୃଷି ଉତ୍ପାଦନ କମିଯାଏ ।

ଉତ୍ତାପ ବୃଦ୍ଧିର କାରଣ ଓ କୁପ୍ରଭାବ :
ବିଶ୍ଵର ଉତ୍ତାପ ବୃଦ୍ଧି ସମ୍ଭବତଃ ଏକବିଂଶ ଶତାବ୍ଦୀର ମାନବସମାଜ ସମ୍ମୁଖୀନ ହେଉଥ‌ିବା ସବୁଠାରୁ ବଡ଼ ପରିବେଶ ସମସ୍ୟାଗୁଡ଼ିକ ମଧ୍ୟରୁ ଅନ୍ୟତମ । ଏହି ଉତ୍ତାପ ବୃଦ୍ଧିଯୋଗୁଁ ବିଶ୍ବର ପାଣିପାଗରେ ନାଟକୀୟ ପରିବର୍ତ୍ତନ ହେବ ବୋଲି ବୈଜ୍ଞାନିକମାନେ ମତ ଦିଅନ୍ତି । ଏହାର ପ୍ରଭାବ ଯୋଗୁଁ ବନ୍ୟା, ବାତ୍ୟା, ମରୁଡ଼ି, ଅନାବୃଷ୍ଟି ଆଦି ପ୍ରାକୃତିକ ଦୁର୍ବିପାକ ଦେଖାଯିବ । ବିଶ୍ୱର ବିଭିନ୍ନ ପ୍ରାକୃତିକ ଉତ୍ପାଦନ କେନ୍ଦ୍ର; ଯଥା – କୃଷି, ମାଛଚାଷ, ବନୀକରଣ ଆଦି ପ୍ରଭାବିତ ହେବ । ମେରୁ ଅଞ୍ଚଳରେ ବରଫଖଣ୍ଡ ତରଳିବା ଯୋଗୁଁ ଦ୍ବୀପଗୁଡ଼ିକ ସହ ନିମ୍ନଭୂମି ଜଳମଗ୍ନ ହେବ ଓ ଉପକୂଳବର୍ତ୍ତୀ ଅଞ୍ଚଳରେ ନିୟମିତ ବନ୍ୟା ହେବ । ଜୀବାଶ୍ମ ଇନ୍ଧନ; ଯଥା –

କୋଇଲା ଓ ପେଟ୍ରୋଲ ଇତ୍ୟାଦିର ଦହନ ଫଳରେ ବାୟୁମଣ୍ଡଳକୁ ବହୁ ପରିମାଣର ଅଙ୍ଗାରକାମ୍ଳ ଗ୍ୟାସ୍ ନିର୍ଗତ ହେଉଛି; ଫଳରେ ସବୁଜ କୋଠରି ପ୍ରଭାବ (Green house Effect) ପଡ଼ି ବିଶ୍ଵର ଉତ୍ତାପବୃଦ୍ଧି ହେଉଛି । ପରିବେଶ ପ୍ରଦୂଷଣର ଏକ ସକରାତ୍ମକ ଦିଗ ହେଉଛି ‘ଗ୍ଲୋବାଲ୍ ଡିମାଂ’ ବା ବିଶ୍ବ ଅନ୍ଧାରୀକରଣ । ଏହାର ଫଳସ୍ବରୂପ ବାୟୁମଣ୍ଡଳ ପ୍ରଦୂଷିତ ହେବାଦ୍ଵାରା ପୃଥ‌ିବୀପୃଷ୍ଠକୁ ସୂର୍ଯ୍ୟାଲୋକର ପ୍ରବେଶ କମିଯିବ । ଏହାଦ୍ଵାରା ବିଶ୍ଵ କ୍ରମଶଃ ଅନ୍ଧାରୁଆ ହୋଇଯାଉଛି । ୧୯୮୫ ମସିହାରେ ସର୍ବପ୍ରଥମେ ଠାବକରାଯାଇଥିବା ଏହି ପ୍ରକ୍ରିୟାଦ୍ୱାରା ବିଶ୍ଵ ଜଳବାୟୁରେ ପରିବର୍ତ୍ତନ, ସୌରଶକ୍ତି ଓ ଆଲୋକ ସଂଶ୍ଳେଷଣ ଆଦି ପ୍ରକ୍ରିୟା ପ୍ରଭାବିତ ହେବାର ସମ୍ଭାବନା ରହିଛି ।

ପ୍ରତିକାର :

  • ବିଭିନ୍ନ ସବୁଜ କୋଠରି ଗ୍ୟାସ୍, କ୍ଲୋରୋଫ୍ଲୋରୋ କାର୍ବନର ପରିମାଣ ହ୍ରାସ କରିବା ଆବଶ୍ୟକ ।
  • ଜୀବାଶ୍ମ ଇନ୍ଧନର ବ୍ୟବହାର ବନ୍ଦ କରି ଅନ୍ୟାନ୍ୟ ବିକଳ୍ପ ଉତ୍ସରୁ ଶକ୍ତି ସଂଗ୍ରହ କରିବାଦ୍ୱାରା ଏହାକୁ ପ୍ରତିରୋଧ କରିହେବ ।
  • ବନୀକରଣଦ୍ବାରା ପୃଥ‌ିବୀର ଉତ୍ତାପ ବୃଦ୍ଧିକୁ ରୋକାଯାଇ ପାରିବ ।

CHSE Odisha Class 12 Political Science Chapter 10 Long Answer Questions in Odia Medium

୭ | ଓଜୋନ୍‌ ସ୍ତର କ୍ଷୟ (Ozone depletion) କ’ଣ ? ଏହାର ପ୍ରଭାବ ଆଲୋଚନା କର ।
Answer:
ଶାନ୍ତମଣ୍ଡଳ ବା ଷ୍ଟ୍ରାଟୋସ୍ପିୟରରେ ଭୂପୃଷ୍ଠଠାରୁ ୧୫ରୁ ୩୫ କି.ମି. ଉଚ୍ଚରେ ଓଜୋନ୍‌ ବା ଘନୀଭୂତ ଅମ୍ଳଜାନ ଥାଏ । ଏହି ଘନୀଭୂତ ଅମ୍ଳଜାନ ବା ଓଜୋନ୍‌ ସମସ୍ତ ଜୀବଜଗତକୁ ରକ୍ଷାକରିଥାଏ । କାରଣ ଏହି ଶାନ୍ତମଣ୍ଡଳ ସମସ୍ତ ପ୍ରକାରର କ୍ଷତିକାରକ ରଶ୍ମିକୁ ବାନ୍ଧିରଖେ । ଏହି କ୍ଷତିକାରକ ରଶ୍ମି ସୂର୍ଯ୍ୟଙ୍କ ପାଖରୁ ବା ଶୂନ୍ୟ ଆକାଶରୁ ଆସିଥାଏ । ଶାନ୍ତମଣ୍ଡଳ ନଥିଲେ ଏହିସବୁ କ୍ଷତିକାରକ ରଶ୍ମି ଜୀବମଣ୍ଡଳରେ ପଶି ଜୀବଜଗତର ଅନେକ କ୍ଷତି କରିଥା’ନ୍ତା । ଓଜୋନ୍‌ ସୂର୍ଯ୍ୟ କିରଣରେ ଥ‌ିବା ଅତିବାଇଗଣି ରଶ୍ମି ‘କ’ ଓ ‘ଖ’ କୁ ଶୋଷଣ କରିନିଏ । ଓଜୋନ୍‌ ସ୍ତରର ସୁରକ୍ଷା ଏବଂ ପୃଥ‌ିବୀବାସୀଙ୍କ ଅଙ୍ଗାଙ୍ଗୀଭାବେ ବାୟୁମଣ୍ଡଳର ବିଭିନ୍ନ ବାଷ୍ପୀୟ ପଦାର୍ଥମାନଙ୍କ ମଧ୍ୟରୁ ଓଜୋନ୍ ଅନ୍ୟତମ ଓ ଏହା ଖୁବ୍ କମ୍ ପରିମାଣରେ ଥାଏ । ତିନିଗୋଟି ଅମ୍ଳଜାନ ପରମାଣୁର ସମଷ୍ଟିରେ ଗୋଟିଏ ଓଜୋନ୍‌ ଅଣୁ ତିଆରି ହୁଏ ।

ସୌରମଣ୍ଡଳରୁ ବାହାରୁଥିବା ଅତି ବାଇଗଣି ରଶ୍ମିକୁ ଏହା ଛାଣି ଭୂପୃଷ୍ଠକୁ ଛାଡ଼ିଥାଏ । ଏହି ଓଜୋନ ସ୍ତର ପୃଥ‌ିବୀପୃଷ୍ଠରେ ଏକ ଆବରଣ ଭାବରେ ଥାଏ । ଏହାକୁ ଓଜୋନ୍ ଆସ୍ତରଣ ବା ଓଜୋନ୍‌ ଛତା ବୋଲି କହିଥାଉ । ଏହା ଏକ କଟୁ ଗନ୍ଧମୟ ଈଷତ୍ ନୀଳବର୍ଣ୍ଣର ବାଷ୍ପ । ଏହା ପ୍ରାୟ ୩୦୦ କୋଟି ବର୍ଷ ହେଲା ଗଠିତ ହୋଇଛି । ବାୟୁମଣ୍ଡଳରେ ଓଜୋନ୍ ଦୁଇଟି ଉତ୍ସରୁ ପ୍ରାକୃତିକ ଭାବରେ ତିଆରି ହୁଏ । ଷ୍ଟ୍ରାଟୋସ୍ପିୟରରେ ଅମ୍ଳଜାନର ବିଘ୍ନଟନରୁ ଦୁଇଟି ଅମ୍ଳଜାନ ପରମାଣୁରେ ବିଭକ୍ତ ହୁଏ । ପରେ ଏହି ପରମାଣୁମାନେ ଉପର ସ୍ତରରେ ଥ‌ିବା ଅମ୍ଳଜାନ ସହ ମିଳିତ ହୋଇ ଓଜୋନ୍‌ ସ୍ତର ସୃଷ୍ଟି ହୋଇଥାଏ । ଏହି ବିଶ୍ଳେଷଣ ପ୍ରକ୍ରିୟା ଉପର ସ୍ତରରେ ହୋଇଥାଏ । ଅମ୍ଳଜାନରେ ବିଘଟନ ଏବଂ କାର୍ବନ ମନୋକ୍‌ସାଇଡ୍ (CO) ହାଇଡ୍ରୋକାର୍ବନ ଉପସ୍ଥିତିରେ ନାଇଟ୍ରୋଜେନ୍ ଡାଇଅକ୍‌ସାଇଡ୍ (NO)) ର ଆଲୋକ ବିଘଟନରୁ ଏହା ତିଆରି ହୁଏ ।

ଅମ୍ଳଜାନର ଆଲୋକଜନିତ ପୃଥକୀକରଣ :

ଅମ୍ଳଜାନର ଆଲୋକଜନିତ ପୃଥକୀକରଣ
ଓଜୋନ୍‌ (O3) hu (ଫୋଟନ) (O2) (ଅମ୍ଳଜାନ ଅଣୁ) + ତାପ ଏହି ବିଶ୍ଳେଷଣ ଉପର ସ୍ତରରେ କାର୍ଯ୍ୟକାରୀ ହୋଇଥାଏ । ଏହାଦ୍ଵାରା ଓଜୋନ୍ ବାଷ୍ପ ତାହାର ଭାରସାମ୍ୟ ହରାଏ ନାହିଁ । ସୂର୍ଯ୍ୟଠାରୁ ଆସୁଥ‌ିବା ବୈଦ୍ୟୁତିକ ଚୁମ୍ବକୀୟ ବର୍ଣ୍ଣାଳୀ ମଧ୍ୟରେ ସମସ୍ତ ସୌରଶକ୍ତି ରହିଥାଏ । ଏହି ଶକ୍ତିକୁ ଫୋଟନ ବହନ କରିଥାଏ । ଶକ୍ତିଶାଳୀ ଫୋଟନକୁ ନେଇ ଅତିବାଇଗଣି ରଶ୍ମି (UV rays) କେବଳ ଅଣୁମାନଙ୍କୁ ଯେ ଉତ୍ତେଜିତ କରିଥାଏ ତାହା ନୁହେଁ; ବରଂ ଏହାକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଦେଇଥାଏ । ଫୋଟନ ଯଦି ଅମ୍ଳଜାନ ଅଣୁକୁ ଆଘାତ କରେ; ତେବେ ଅମ୍ଳଜାନ ଭାଙ୍ଗିଯାଇ ଦୁଇଟି ଅମ୍ଳଜାନ ପରମାଣୁରେ ପରିଣତ ହୁଏ । ଅମ୍ଳଜାନ ପରମାଣୁ ଏବଂ ଅମ୍ଳଜାନ ଅଣୁର ମିଶ୍ରଣରେ ଓଜୋନ୍ ତିଆରି ହୁଏ । ଏହିପରି ଅମ୍ଳଜାନ ଓ ଓଜୋନ୍‌ର ଭାରସାମ୍ୟ ରକ୍ଷା ହୋଇଥାଏ ।

ଓଜୋନ୍‌ ସ୍ତର ପ୍ରତି ବିପଦ ଓଜୋନ୍‌ ଗର୍ଭ – ୧୯୩୦ ମସିହାରେ ସର୍ବପ୍ରଥମେ ପଦାର୍ଥବିଜ୍ଞାନୀ ଚାପମେନ ଓଜୋନ୍‌ର ସୃଷ୍ଟି ଓ ବିଭାଜନ ସମ୍ବନ୍ଧରେ ତଥ୍ୟ ପ୍ରଦାନ କରିଥିଲେ । ୧୯୭୦ ମସିହାରେ ବୈଜ୍ଞାନିକ କ୍ରସେନ୍‌ ଯବକ୍ଷାରୀୟ ଅମ୍ଳଜାନଦ୍ୱାରା ଓଜୋନ୍‌ର ବିଭାଜନ ପ୍ରକ୍ରିୟା ଦର୍ଶାଇଥିଲେ । ଓଜୋନ୍‌ ସ୍ତର ଅବକ୍ଷୟ ଅନେକ କାରଣମାନ ମଧ୍ୟରୁ ମନୁଷ୍ୟକୃତ କାରଣ ହେଉଛି କ୍ଲୋରୋଫ୍ଲୋରୋ କାର୍ବନ (CFC), ହେଲନ୍ସ (Holons), ଯାହାକି ଶୀତତାପ ନିୟନ୍ତ୍ରକ ବା ଶୀତଳୀକରଣ ଯନ୍ତ୍ରରେ ବ୍ୟବହାର ହୁଏ । ଏଇରୋସଲ୍ (Aerosol) ବିଦ୍ୟୁତ୍ ତଥା ଧାତୁ ପରିଷ୍କୃତ କରିବାରେ, ଆଧୁନିକ ଅଗ୍ନିଯୁଦ୍ଧ ଇତ୍ୟାଦିରେ ବ୍ୟବହୃତ ହୁଏ । ଏହାର ଏକ ସଂସ୍କରଣ CFC, ଏବଂ CF.,CI, ବା ପ୍ରିୟନର ବ୍ୟବହାର ଓଜୋନ ସ୍ତରକୁ ନଷ୍ଟ କରିଥାଏ ।

ଓଜୋନ୍ ପ୍ରକ୍ରିୟା ଉପରେ କ୍ଲୋରିନ୍ (C) ଅଣୁର ପ୍ରଭାବ ପଡ଼ିଥାଏ । ହାଇଡ୍ରୋକ୍ଲୋରିକ୍ ଅମ୍ଳରେ ଥିବା କ୍ଲୋରିନ୍ ପରମାଣୁ ଅତି ବାଇଗଣି ରଶ୍ମି (UV rays) ସହଜରେ ଭାଙ୍ଗିଦେଇ ମୁକ୍ତ କରେ । ଏହି କ୍ଲୋରିନ୍‌ ପରମାଣୁ ଓଜୋନ୍ ସହ ମିଶି କ୍ଲୋରିନ୍ ଅକ୍‌ସାଇଡ୍ ଅଣୁ ଏବଂ ଏକ ଅମ୍ଳଜାନ ଅଣୁ ତିଆରି କରେ । ଏହି କ୍ଲୋରିନ୍ ପରମାଣୁ ପୁଣି ମୁକ୍ତ ହୋଇ ଓଜୋନ୍‌କୁ ଭାଙ୍ଗେ । ଏହା ଫଳରେ ଓଜୋନ୍‌ ସ୍ତରରେ ସ୍ଥାନେ ସ୍ଥାନେ ରନ୍ଧ୍ର ବା ଛିଦ୍ର ଦେଖାଦିଏ । ଏହାକୁ ଓଜୋନ୍‌ ଗର୍ଭ (Ozone Hole) କୁହାଯାଏ । ଏହିପରି କେତେକ ଛିଦ୍ର ପ୍ରଥମେ ଦକ୍ଷିଣମେରୁ ଉପରେ ୧୯୭୮ ମସିହାରେ ଦେଖାଯାଇଥିଲା । ୧୯୮୫-୮୬ ମସିହାରେ ଭିଏନା ଆନ୍ତର୍ଜାତୀୟ ସମ୍ମିଳନୀରେ ଆମେରିକାର ବୈଜ୍ଞାନିକମାନେ ଓଜୋନ୍‌ ସ୍ତରର କ୍ଷୟ ଏବଂ ଏହା ସହିତ CFCର ପ୍ରତ୍ୟକ୍ଷ ସମ୍ବନ୍ଧ ଥ‌ିବା ବିଷୟରେ ଆଲୋକପାତ କରିଥିଲେ । ଏହାକୁ ଓଜୋନ ଗର୍ଭ ଆଖ୍ୟା ଦିଆଗଲା । ୧୯୮୭ରେ ‘ମଣ୍ଟ୍ରିଲ ପ୍ରୋଟୋକଲ’ ନାମରେ ଓଜୋନ୍‌ର ସଂରକ୍ଷଣ ନିମନ୍ତେ ଏକ ଆନ୍ତର୍ଜାତିକ ରାଜିନାମା ସ୍ବାକ୍ଷରିତ ହେଲା ।

୧୯୯୦ରେ ଏହି ରାଜିନାମାର ସଂଶୋଧନ ହୋଇ ୨୦୦୦ ମସିହା ସୁଦ୍ଧା ଧ୍ୱଂସକାରୀ ରାସାୟନିକ ଦ୍ରବ୍ୟ ଉତ୍ପାଦନ ବନ୍ଦପାଇଁ ପ୍ରସ୍ତାବ ଗୃହୀତ ହେଲା । ଏହି ଗର୍ଭ କ୍ରମଶଃ ବୃଦ୍ଧି ପାଉଛି । କାରଣ CFC ଏବଂ ହେଲୁନର ପ୍ରଚୁର ବ୍ୟବହାର ସହ ଜେଟ୍ ଉଡ଼ାଜାହାଜରୁ ନିର୍ଗତ ନାଇଟ୍ରୋଜେନ୍ ଅକ୍‌ସାଇଡ୍ ଅଣୁ ମଧ୍ୟ ଓଜୋନ୍‌ କ୍ଷୟପାଇଁ ଦାୟୀ । ସିଏଫ୍‌ସି ଏକ ନିଷ୍କ୍ରିୟ ବାଷ୍ପ ହୋଇଥିବାରୁ ଏହା ଅପରିବର୍ତ୍ତନୀୟ ଭାବେ ୫୦ରୁ ୧୦୦ ବର୍ଷ ପର୍ଯ୍ୟନ୍ତ ବାୟୁମଣ୍ଡଳରେ ରହିପାରେ । ଏହାଛଡ଼ା ୧, ୧, ୧ ଟ୍ରାଇକ୍ଲୋରୋଇଥେନ୍, କାର୍ବନ ଟେଟ୍ରାକ୍ଲୋରାଇଡ୍ (CCI) ମିଥାଇଲ କ୍ଲୋରାଇଡ଼ ଓ ମିଥାଇଲ କ୍ଲୋରଫର୍ମ ମଧ୍ୟ ଓଜୋନ୍‌ କ୍ଷୟ କରିଥାଆନ୍ତି ।

ଓଜୋନ୍‌ ସ୍ତରର ଅବକ୍ଷୟ ଏବଂ ଏହାର ପ୍ରଭାବ :

  • ଓଜୋନ୍‌ ସ୍ତରର ହ୍ରାସ ଯୋଗୁଁ ସୂର୍ଯ୍ୟଙ୍କଠାରୁ ଆସୁଥ‌ିବା ବିଷାକ୍ତ ଅତିବାଇଗଣି ରଶ୍ମି ଆମ ଶରୀର ମଧ୍ୟରେ ପ୍ରବେଶ କରି ଚର୍ମ କର୍କଟରୋଗ କରିଥାଏ । ଏହାଛଡ଼ା ଫୁସ୍‌ଫୁସ୍‌ରେ କର୍କଟ, ସ୍ତନରେ କର୍କଟ ଏବଂ ରକ୍ତ କର୍କଟ ରୋଗ ସୃଷ୍ଟି କରିଥାଏ ।
  • ଅତିବାଇଗଣି ରଶ୍ମି (UV rays) ଗୁଣସୂତ୍ରରେ ଅବ୍ୟବସ୍ଥା (Genetic disorder) ଆଦି ମାରାତ୍ମକ ବ୍ୟାଧୁମାନ କରାଇଥାଏ ।
  • ଅତିବାଇଗଣି ରଶ୍ମିର ବିକିରଣଦ୍ଵାରା ସମୁଦ୍ର ଜଳରୁ ଅମ୍ଳଜାନ ହ୍ରାସ ପାଇବ ଏବଂ ଏହାର ପ୍ରତିକୂଳ ପ୍ରଭାବ ସମୁଦ୍ରକୂଳ ଅଞ୍ଚଳରେ ରହୁଥ‌ିବା ପ୍ରାଣୀ ବା ଉଭିଦମାନଙ୍କ ଉପରେ ପଡ଼ିବ ।
  • ଓଜୋନ୍‌ ସ୍ତରର କ୍ଷୟ ହେତୁ ପୃଥ‌ିବୀପୃଷ୍ଠର ତାପମାତ୍ରା ବୃଦ୍ଧି ପାଇଥାଏ ।
  • ପରିବେଶର ଭାରସାମ୍ୟ ଏବଂ ସନ୍ତୁଳନ ବିଗିଡ଼ିବାର ସମ୍ଭାବନା ଦେଖାଯିବ । ଏହାଦ୍ଵାରା ଖାଦ୍ୟ ଉତ୍ପାଦନ ପାଇଥାଏ ।
  • ପ୍ରାଣୀର ଚକ୍ଷୁର ଲେନ୍ସ ଏବଂ କଣ୍ଡିଆ ନଷ୍ଟ ହୁଏ ।
  • ଫଟୋକେମିକାଲ ସ୍କଗ (Smog) ବା ଧୂଆଁ ଏବଂ କୁହୁଡ଼ିଜନିତ ଅନ୍ଧକାର ମଧ୍ୟ ଦେଖାଦେଇଥାଏ ।
  • ଓଜୋନ୍ କ୍ଷୟଯୋଗୁଁ ଅନ୍ଧତ୍ବ, ସ୍ନାୟବିକ ଦୁର୍ବଳତା ଦେଖାଯାଏ ଓ ଦେହର ପ୍ରତିରୋଧକାରୀ ଶକ୍ତି କମିଯାଏ । ପ୍ଲୀହା ଏବଂ ଯକୃତ ବଢ଼େ ।
  • ଓଜୋନ୍‌ଦ୍ୱାରା ଗୁଣସୂତ୍ର (DNA) ଭାଙ୍ଗେ, ଏହା ବହୁଗୁଣିତ କ୍ରିୟା ବାଧାପ୍ରାପ୍ତ ହୋଇଥାଏ ।
  • ଅତିବାଇଗଣି ରଶ୍ମି ଯୋଗୁଁ ସୂକ୍ଷ୍ମ ଅଣୁ ଉଭିଦମାନେ ମୃତ୍ୟୁମୁଖରେ ପଡ଼ନ୍ତି ।
  • ଏହା ଖାଦ୍ୟଶୃଙ୍ଖଳ ଏବଂ ଖାଦ୍ୟଜାଲିରେ ବିଶୃଙ୍ଖଳା ଏବଂ ବ୍ୟତିକ୍ରମ ଘଟାଇଥାଏ ।
  • ଅତ୍ୟଧିକ ଅତିବାଇଗଣି ରଶ୍ମିଯୋଗୁଁ ଅଧିକ ଜଳ ବାଷ୍ପୀଭୂତ ହୁଏ । ମାଟିର ଜଳଂଶ କମିଯାଏ ।
  • ଓଜୋନ୍‌ କଟନ, ନାଇଲନ୍ ଓ ପଲିଷ୍ଟର କନା ଉପରେ ମଧ୍ଯ କୁ ପ୍ରଭାବ ପକେଇଥାଏ ।
  • ଅତିବାଇଗଣି ରଶ୍ମି ଏବଂ ଓଜୋନ୍‌ ଜଳବାୟୁ ଉପରେ କୁ ପ୍ରଭାବ ପକାଇଥାଏ ।
  • ଓଜୋନ୍‌ ସ୍ତର ହ୍ରାସ ଯୋଗୁଁ ଅତିବାଇଗଣି ରଶ୍ମି ସବୁଜ ଗୃହ ପ୍ରଭାବ (Green House Effect) କୁ ବଢ଼େଇଥାଏ l

ଓଜୋନ୍ ସ୍ତରର ହ୍ରାସ ଶିଳ୍ପାନ୍ନତ ଦେଶଗୁଡ଼ିକଦ୍ବାରା ବହୁଳ ପରିମାଣରେ ହୋଇଥାଏ । ଏହି ଓଜୋନ୍ ବିନଷ୍ଟକାରୀ ରାସାୟନିକ ଦ୍ରବ୍ୟଗୁଡ଼ିକର ମାରାତ୍ମକ ଅବସ୍ଥା ଆଣ୍ଟାର୍କଟିକାରେ ସର୍ବାଧୁକ ଅଟେ । ଓଜୋନ୍‌ ସ୍ତରର ହ୍ରାସଦ୍ବାରା ଯେଉଁ ବିପଦଜ୍ଜନକ ଅବସ୍ଥା ସୃଷ୍ଟି ହେବାକୁ ଯାଉଛି, ବୈଜ୍ଞାନିକମାନେ ଏଥ‌ିନିମନ୍ତେ ସତର୍କ ରହି ଅନ୍ୟ ବିକଳ୍ପ ବ୍ୟବସ୍ଥା ନିମନ୍ତେ ଉଦ୍ୟମରତ ଅଛନ୍ତି । ଜାପାନରେ ଶୀତଳୀକରଣ ନିମନ୍ତେ ବ୍ୟବହୃତ କ୍ଲୋରୋପ୍ଟୋରୋ କାର୍ବନ ସ୍ଥାନରେ ଅନ୍ୟ ରାସାୟନିକ ପଦାର୍ଥ ବ୍ୟବହାର କରାଗଲାଣି । ଜନସଚେତନତା ବୃଦ୍ଧିପାଇଁ ବିଶ୍ବବ୍ୟାପୀ ପ୍ରତିବର୍ଷ ସେପ୍ଟେମ୍ବର ମାସ ୧୬ ତାରିଖକୁ ‘‘ବିଶ୍ବ ଓଜୋନ୍ ଦିବସ’’ ରୂପେ ପାଳନ କରାଯାଉଛି ।

CHSE Odisha Class 12 Political Science Chapter 10 Long Answer Questions in Odia Medium

୮ | ସବୁଜ ଗୃହର ପ୍ରଭାବ (Green House Effect) କହିଲେ କ’ଣ ବୁଝ ? ଏହାର ପ୍ରତ୍ୟକ୍ଷ ଓ ପରୋକ୍ଷ ପ୍ରଭାବ ବା ବିପର୍ଯ୍ୟୟଗୁଡ଼ିକ ଆଲୋଚନା କର ।
Answer:
ବାୟୁମଣ୍ଡଳୀୟ ପ୍ରଭାବରୁ ସୂର୍ଯ୍ୟଙ୍କର ପ୍ରଖର ରଶ୍ମି ବିକିରଣଦ୍ବାରା ଭୂ-ପୃଷ୍ଠ ଉପରେ ପଡ଼ି ଉଷ୍ଣହେବା ପ୍ରତିକ୍ରିୟାକୁ ସବୁଜ ଗୃହର ପ୍ରଭାବ କୁହାଯାଏ । ଏହାକୁ ମଧ୍ୟ ଉତ୍ତପ୍ତ ଭୂପୃଷ୍ଠ, ଅଙ୍ଗାରକାମ୍ଳ ବୃଦ୍ଧିଜନିତ ସମସ୍ୟା ଏବଂ ବାୟୁମଣ୍ଡଳର ପ୍ରଭାବ ମଧ୍ୟ କୁହାଯାଏ ।

ସବୁଜ ଗୃହର ପ୍ରଭାବ – ସବୁଜ ଗୃହ ଏକ କାଚନିର୍ମିତ କୋଠରି ଯାହା ମଧ୍ୟଦେଇ ସୌରରଶ୍ମି ପ୍ରବେଶ କରେ । କୌଣସି ଏକ କାଚ କୋଠରିରେ ସୂର୍ଯ୍ୟଙ୍କଠାରୁ ଆସୁଥିବା ଆଲୋକ ରଶ୍ମି କାଚଦେଇ ପ୍ରବେଶ କରି, କୋଠରି ଗଛପତ୍ର ଏବଂ ମାଟିକୁ ଉତ୍ତପ୍ତ କରିଦେଇଥାଏ । ଏହି କୋଠରିମଧ୍ୟକୁ ସୂର୍ଯ୍ୟରଶ୍ମି ପଶିପାରେ ନାହିଁ । ଏହି ରଶ୍ମି ମାଟି, ଗଛ ଇତ୍ୟାଦିରେ ବାଜିଲା ପରେ, ଛୋଟ ତରଙ୍ଗଗୁଡ଼ିକ ଦୀର୍ଘତରଙ୍ଗ ଆକାରରେ ଫେରିଆସେ । ଏହି ଦୀର୍ଘ ତରଙ୍ଗଗୁଡ଼ିକ ହେଲା ଇନ୍‌ଫ୍ରା ରେଡ଼ (Infra red radiation) ବିକିରଣ । କାଚଦେଇ ଏହି ତରଙ୍ଗଗୁଡ଼ିକ କାଚ ଭିତରକୁ ଯାଇପାରେ; କିନ୍ତୁ ଦୀର୍ଘ ତରଙ୍ଗ କାଚକୁ ଭେଦ କରି ଆସିପାରେ ନାହିଁ । କାଚ ଏହି ବିକିରଣକୁ ନିଜ ଦେହରେ ଚପାଇରଖେ ଏବଂ ବଳକା ତରଙ୍ଗକୁ ପ୍ରତି-କ୍ଷପଣ କରେ ।

ଏହାଦ୍ୱାରା ସବୁଜ କୋଠରି ଗରମ ରୁହେ । ୧୯୯୪ ମସିହାରେ ପରିବେଶବିତ୍ ଶର୍ମା ଓ କାଉରଙ୍କ ଭାଷାରେ ସବୁଜ କୋଠରି ହେଉଛି ଏକ ନିବୁଜ କାଚ କୋଠରି, ଯାହା ଭିତରକୁ ଛୋଟ ତରଙ୍ଗ ପଶିପାରେ; କିନ୍ତୁ ଦୀର୍ଘ ତରଙ୍ଗ ବାହାରକୁ ଆସିପାରେ ନାହିଁ । ଏହିପରି ପ୍ରଣାଳୀରେ ଶୀତ ତଥା ଥଣ୍ଡା ଦେଶମାନଙ୍କରେ ଉଚ୍ଚ ତାପମାତ୍ରା ଆବଶ୍ୟକ କରୁଥ‌ିବା ଉଭିଦଗୁଡ଼ିକୁ ସ୍ବତନ୍ତ୍ର କାଚଘରେ ରଖାଯାଇ ଚାଷ କରାଯାଏ । ଏହାକୁ ସବୁଜ ଗୃହ ବା ସବୁଜ କୋଠରି କୁହାଯାଏ । ୧୯୨୭ ମସିହାରେ ବୈଜ୍ଞାନିକ ଫିଉରିୟର ଏହି ସବୁଜ ଗୃହ ନାମକରଣ କରିଥିଲେ । ଏହି ଘରର ଉତ୍ତାପ ବାହାରର ଉତ୍ତାପଠାରୁ ବହୁତ ବେଶି । ଏହି ପ୍ରଣାଳୀ ଯୋଗୁଁ ବାୟୁମଣ୍ଡଳରେ ଥ‌ିବା ଅଙ୍ଗାରକାମ୍ଳ ଗ୍ୟାସ୍‌ଗୁଡ଼ିକ ଏକମୁହାଁ ପରଦା ଭାବରେ କାର୍ଯ୍ୟ କରନ୍ତି । ଏହା ଦୃଶ୍ୟମାନ ସୂର୍ଯ୍ୟରଶ୍ମିପାଇଁ ସ୍ବଚ୍ଛ ।

ସୂର୍ଯ୍ୟ ରଶ୍ମିର ଅଧିକାଂଶ କିରଣ ଏହି ଅଂଶରେ ଥାଏ । ଅଙ୍ଗାରକାମ୍ଳ ଗ୍ୟାସ ଅଣସମୂହ ଓ ଜଳୀୟ କଣାଗୁଡ଼ିକ ସୂର୍ଯ୍ୟାଲୋକର ଅବଲୋହିତ ରଶ୍ମିକୁ ଶୋଷଣ କରି ପୃଥ‌ିବୀପୃଷ୍ଠକୁ ବିକିରଣ କରିଥାଆନ୍ତି । ଏହି ରଶ୍ମି ସାଧାରଣତଃ ଭୂପୃଷ୍ଠରେ ସିଧା ପଡ଼ି ମହାକାଶକୁ ପୁଣି ପ୍ରତିଫଳିତ ହୁଏ । ବଳକା ଶତକଡ଼ା ୬୯ ଭାଗ କ୍ଷୋଭମଣ୍ଡଳସ୍ଥିତ ଜଳକଣା, ମେଘ, ଛୋଟ ଛୋଟ ଧୂଳିକଣା ଏବଂ ଭୂପୃଷ୍ଠଦ୍ଵାରା ଅବଶୋଷିତ ହୋଇଥାଏ । ଶୋଷିତ ରଶ୍ମିର ଅଧିକାଂଶ ଭାଗ ଭୂପୃଷ୍ଠକୁ ଅବଲୋହିତ ରଶ୍ମି ଆକାରରେ ପ୍ରତିଫଳିତ ହୋଇଥାଏ । ସବୁଜ ଗୃହ ଗ୍ୟାସ୍ ଓ ମେଘ ଏହି ରଶ୍ମିକୁ ଶୋଷଣ କରି ବିଭିନ୍ନ ଦିଗରେ ବିଚ୍ଛୁରିତ କରିଥାଆନ୍ତି । ଏହାର ବହୁଭାଗ ପୁଣିଥରେ ଭୂପୃଷ୍ଠକୁ ଆସିଥାଏ, ଯାହାଦ୍ବାରା ଭୂପୃଷ୍ଠ ଅବଲୋହିତ ରଶ୍ମିକୁ ଉଚ୍ଚ ତାପମାତ୍ରାରେ ପ୍ରତିଫଳନ କରେ । ଏଣୁ ଏହି ସବୁଜ ଗୃହ ପ୍ରଭାବ ପ୍ରକ୍ରିୟାଦ୍ବାରା ହିଁ ଭୂପୃଷ୍ଠ ଅଧିକ ଉତ୍ତାପ ବହନ କରିଥାଏ ।

ପୃଥ‌ିବୀକୁ ମଧ୍ୟ ଏକ ସବୁଜ କୋଠରି ସହ ତୁଳନା କରାଯାଇଥାଏ । ସବୁଜ ଗୃହର କାଚକାନ୍ଥ ଓ ଛାତ ସଦୃଶ ବାୟୁମଣ୍ଡଳ ପୃଥ‌ିବୀର ଚତୁଃପାର୍ଶ୍ବରେ ରହିଛି । କାଚ କାନ୍ଥ ଓ ଛାତ ଦେଇ ସୌରରଶ୍ମି ସବୁଜ କୋଠରି ମଧ୍ୟରେ ପ୍ରବେଶ କଲାପରି ବାୟୁମଣ୍ଡଳ ଦେଇ କ୍ଷୁଦ୍ର ତରଙ୍ଗ ବିଶିଷ୍ଟ ସୌରରଶ୍ମି ପୃଥ‌ିବୀପୃଷ୍ଠରେ ପଡ଼ିଥାଏ । ଏହା ଦୀର୍ଘ ତରଙ୍ଗବିଶିଷ୍ଟ ଅବଲୋହିତ ରଶ୍ମିରୂପେ ପୃଥ‌ିବୀପୃଷ୍ଠକୁ ଫେରିଆସେ । ଅବଲୋହିତ ରଶ୍ମି ବାୟୁମଣ୍ଡଳ ଦେଇ ପଦାକୁ ନ ଯାଇପାରି ପୁନର୍ବାର ବାୟୁମଣ୍ଡଳଦ୍ଵାରା ପ୍ରତିଫଳିତ ହୋଇ ପୃଥ‌ିବୀପୃଷ୍ଠକୁ ଫେରିଥାଏ; ଫଳରେ ପୃଥ‌ିବୀର ପୃଷ୍ଠଭାଗ ଉଷ୍ଣ ରହିଥାଏ । ବାୟୁମଣ୍ଡଳ ନଥିଲେ ଦିନରେ ପୃଥ‌ିବୀପୃଷ୍ଠ ଅତ୍ୟଧିକ ଗରମ ଓ ରାତିରେ ଅତ୍ୟଧ୍ଵ ଥଣ୍ଡା ହୋଇଥା’ନ୍ତା ।

ଏହି ପ୍ରାକୃତିକ ପ୍ରକ୍ରିୟାରେ ପୃଥ‌ିବୀପୃଷ୍ଠ ବାୟୁମଣ୍ଡଳଦ୍ଵାରା ଉଷ୍ଣ ରହୁଥିବା ଅବସ୍ଥାକୁ ‘ସବୁଜ ଗୃହ’ ଜନିତ ପ୍ରଭାବ କୁହାଯାଏ ।ବାୟୁମଣ୍ଡଳରେ ଥିବା ଅଙ୍ଗାରକାମ୍ଳ ବାଷ୍ପଦ୍ବାରା ପୃଥ‌ିବୀ ବିଶେଷ ଭାବରେ ସବୁଜ ଗୃହ ହିସାବରେ କାର୍ଯ୍ୟ କରିଥାଏ; ଅର୍ଥାତ୍‌ ବାୟୁମଣ୍ଡଳସ୍ଥ ଅଙ୍ଗାରକାମ୍ଳ ପୃଥ‌ିବୀପୃଷ୍ଠରେ ତାପ ବୃଦ୍ଧିର ନିର୍ଣ୍ଣାୟକ ହୋଇଥାଏ । ଏହି ସବୁଜ କୋଠରି ପ୍ରଭାବ ଏକ ମନୁଷ୍ୟକୃତ ଫଳ । ଥଣ୍ଡା ଦେଶରେ ଗରମ କୋଠରି ତିଆରି କରି ଗଛ ବଞ୍ଚେଇବା ଉଦାହରଣ ଦେଇ ନିଜେ ଏହି ପୃଥ‌ିବୀକୁ ଏକ ସବୁଜ କୋଠରିରୂପେ ତିଆରି କରି ସାରିଲେଣି । ଏହି ଭୂପୃଷ୍ଠରେ ଅଙ୍ଗାରକାମ୍ଳ ଓ ଜଳୀୟବାଷ୍ପ ପରିମାଣ ବାୟୁମଣ୍ଡଳରେ ଦିନକୁ ଦିନ ବଢୁଛି । ଯାହକି ଭୂ-ପୃଷ୍ଠର ସାମୁଦ୍ରିକ ଚାପ ବଢ଼େଇବାରେ ସାହାଯ୍ୟ- କରୁଛି ।

ଏହି ଅଙ୍ଗାରକାମ୍ଳର ପରିମାଣ ବୃଦ୍ଧି ବର୍ତ୍ତମାନ ଚିନ୍ତାର ବିଷୟ ହୋଇଛି । ଆଶା କରାଯାଉଛି ୨୦୩୦ ମସିହା ସୁଦ୍ଧା ଅଙ୍ଗାରକାମ୍ଳର ପରିମାଣ ୧୯୮୮ ମସିହାର ପରିମାଣର ଦୁଇଗୁଣ ହେବ ଏବଂ ଏହି ଅଙ୍ଗାରକାମ୍ଳ ବୃଦ୍ଧି ଭୂପୃଷ୍ଠର ଉତ୍ତାପ ବୃଦ୍ଧି ନିମନ୍ତେ ଦାୟୀ ହେବ । ଅଙ୍ଗାରକାମ୍ଳ ଗ୍ୟାସ୍ ସହିତ ଅନେକଗୁଡ଼ିଏ ରାସାୟନିକ ପଦାର୍ଥ ମଧ୍ୟ ସବୁଜ ଗୃହ ପ୍ରଭାବ ସୃଷ୍ଟି କରନ୍ତି । ସେଗୁଡ଼ିକ ହେଲା– କ୍ଲୋରୋଫ୍ଲୋରେ ଅଙ୍ଗାରକ (CFC), ମିଥେନ୍, ନାଇଟ୍ରସ୍ ଅକ୍‌ସାଇଡ୍, ଓଜୋନ୍‌ । ଏଗୁଡ଼ିକୁ ସବୁଜ ଗୃହ ଗ୍ୟାସ୍ କହନ୍ତି ।

ସବୁଜ ଗୃହର ପ୍ରତ୍ୟକ୍ଷ ଓ ପରୋକ୍ଷ ପ୍ରଭାବ ଓ ବିପର୍ଯ୍ୟୟ :

  • ଉପଯୁକ୍ତ ସବୁଜ ଗୃହ ଗ୍ୟାସ୍‌ମୂହ ଆକାଶରେ ଏକ ଆସ୍ତରଣ ହୋଇ ଆବରଣ ଆକାରରେ ରହନ୍ତି । ଏହି ଆବରଣ ଏକ ଛତାଭଳି ଦେଖାଯାଏ । ଏହି ଛତା ଛୋଟ ଛୋଟ ରଶ୍ମି ତରଙ୍ଗକୁ ଭିତରକୁ ଛାଡ଼େ ଏବଂ ଦୀର୍ଘ ବା ଲମ୍ବା ତରଙ୍ଗକୁ ବାହାରକୁ ଛାଡ଼େ ନାହିଁ ଏବଂ ଏହାକୁ ସବୁଜ ଗୃହର କାଚ କୋଠରିର କାଚକାନ୍ଥ ସହ ତୁଳନା କରାଯାଇପାରେ । ଏହି ଲମ୍ବା ତରଙ୍ଗ ପ୍ରତିଫଳିତ ହୋଇ ଫେରିବା ସମୟରେ ସବୁଜଗୃହ ଗ୍ୟାସ୍‌ରା ଶୋଷିତ ହୋଇ ଉତ୍ତପ୍ତ ହୋଇଥାଏ । ଏହି ଆବରଣକୁ ଉତ୍ତାପ ଫାଳ କୁହନ୍ତି । ଏହାଦ୍ଵାରା ତାପମାତ୍ରା ବୃଦ୍ଧିପାଏ । ଯଦି ପୃଥ‌ିବୀର ଅଙ୍ଗାରକାମ୍ଳ ଅଂଶ ଦ୍ଵିଗୁଣିତ ହୁଏ; ତେବେ ୨° ସେଣ୍ଟିଗ୍ରେଡ଼୍ ତାପମାତ୍ରା ବଢ଼ିବାରେ ସାହାଯ୍ୟ କରିବ । ଏଣୁ ଏହା ତାପମାତ୍ରାକୁ ବଢ଼େଇଥାଏ – ଯାହାଦ୍ୱାରା ପୃଥିବୀରେ ଦାରୁଣ ବିପରି ଦେଖାଯିବ ।
  • ସଦାସର୍ବଦା ଆକାଶ ମେଘାଚ୍ଛନ୍ନ ରହିବ – ‘ଯାହାଫଳରେ ଆଲୋକ ରଶ୍ମି ପୃଥ‌ିବୀପୃଷ୍ଠକୁ ଆସିପାରିବ ନାହିଁ ।
  • ଯାହାଫଳରେ ଗଛପତ୍ର, ବଣପାହାଡ଼ ଦେଖାଯିବ ନାହିଁ; ଫଳରେ ବର୍ଷା ହେବ ନାହିଁ । ମାଟିର ଜଳଂଶ କମିବ ।
  • ଭୂମଣ୍ଡଳ ଓ ଜୀବମଣ୍ଡଳର ଉତ୍ତାପ ବୃଦ୍ଧି ପାଇବା ଯୋଗୁଁ ବରଫ ପାହାଡ଼ଗୁଡ଼ିକ ତରଳିବ । ଏହାଦ୍ଵାରା ସମୁଦ୍ରର ଦେଖାଯିବ ।
  • ଅଙ୍ଗାରକାମ୍ଳ ଜଳରେ ମିଶି ଅମ୍ଳ ଅଂଶ ବୃଦ୍ଧି ପାଇବ । ଯାହାଦ୍ୱାରା ସମୁଦ୍ରରୁ ଉତ୍ପାଦନ କମିବ ।
  • ଏହାଫଳରେ ଏମାନେ ଓଜୋନ ସ୍ତରକୁ ନଷ୍ଟ କରିବେ; ଫଳରେ ଅନେକ କ୍ଷତିକାରକ ରଶ୍ମି ପୃଥ‌ିବୀପୃଷ୍ଠକୁ ଆସିବ – ଯାହାଦ୍ବାରା ଭୂ-ମଣ୍ଡଳରେ ଜୀବ ଓ ଉଭିଦଜଗତ ତିଷ୍ଠିବା କଷ୍ଟକର ହୋଇପଡ଼ିବ ।
  • କାଳକ୍ରମେ ପଶ୍ଚିମ ଆଣ୍ଟାର୍କଟିକାରେ ଥିବା ବରଫ ପାହାଡ଼ ତରଳିବାଦ୍ଵାରା ସମୁଦ୍ରର ଜଳ ସ୍ତର ବୃଦ୍ଧି ଘଟି କୂଳ ଫଳରେ ଆସ୍ତେ ଆସ୍ତେ ସ୍ଥଳଭାଗ ସମୁଦ୍ର ଗର୍ଭରେ ବିଲୀନ ହୋଇଯିବ ।
  • ଉତ୍ତାପର ତାରତମ୍ୟ ଯୋଗୁଁ ଘନ ଘନ ତୋଫାନ, ପ୍ରବଳ ଝଡ଼ ଓ ବାତ୍ୟା ସମ୍ଭାବନା ଦେଖାଯିବ । ଯାହାଦ୍ୱାରା ଜୀବମଣ୍ଡଳ ଛାରଖାର ହୋଇ ଧ୍ଵଂସମୁଖକୁ ଠେଲିହୋଇଯିବ ।

ତେଣୁ ଏଠାରେ ଜୁନ୍ ୫, ୧୯୮୯ ବିଶ୍ୱ ପରିବେଶ ଦିବସର ସ୍ଲୋଗାନ ସ୍ୱତଃ ମନେପଡ଼େ ଓ ଚେତେଇଦିଏ ଯେ ବେଳହୁଁ ସାବଧାନ । ତାହା Global Warming, Global Warming…. । ପୃଥ‌ିବୀକୁ ସବୁଜ ଗୃହ ପ୍ରଭାବରୁ ମୁକ୍ତରଖୁବା ଏକାନ୍ତ ହୋଇଯିବ । ଏଣୁ ଏବେଠାରୁ ସମସ୍ତେ ଅଙ୍ଗାରକାମ୍ଳ ପରିମାଣ କମାଇବାକୁ ହିଁ ଚେଷ୍ଟାକରିବା ଦରକାର । ଏଥ‌ିପାଇଁ କେତେଗୁଡ଼ିଏ ପଦକ୍ଷେପ ନେବାକୁ ହେବ; ଯଥା –

  • ଜୀବାଶ୍ମ ଇନ୍ଧନର ବ୍ୟବହାର କମେଇବା ଉଚିତ ।
  • କଳକାରଖାନାଗୁଡ଼ିକ ଅଙ୍ଗାରକାମ୍ଳ ଗ୍ୟାସ୍ ନାଇଟ୍ରୋଜେନ୍ ଅକ୍‌ସାଇଡ୍ ଆଦି ବିଷାକ୍ତ ଗ୍ୟାସ୍ ବାହାରକୁ ଛାଡ଼ିବା ହୋଇଯିବ ।
  • ନୂତନ ଜଙ୍ଗଲ ସୃଷ୍ଟି କରିବାପାଇଁ ବୃକ୍ଷରୋପଣ ଓ ବନୀକରଣ ଉପରେ ଗୁରୁତ୍ଵଦେବା ଉଚିତ ।
  • ଗାଡ଼ିରେ ସୀସାବିହୀନ ଇନ୍ଧନ ବ୍ୟବହାର କରିବା ।
  • ଜୈବିକ ଗ୍ୟାସ୍ ଇନ୍ଧନ ରୂପେ ବ୍ୟବହାର କରିବା ଇତ୍ୟାଦି ।
  • କ୍ଲୋରୋଫ୍ଲୋରୋ କାର୍ବନ (CFC) ର ବ୍ୟବହାର ହ୍ରାସ କରିବା ।
  • ଧୂମବିହୀନ ଜାଳେଣି ରୋଷେଇ ନିମନ୍ତେ ବ୍ୟବହାର କରିବା ।
  • ସୌର ଶକ୍ତିକୁ ପ୍ରତ୍ୟକ୍ଷ ଭାବରେ ତାପଶକ୍ତିକୁ ପରିବର୍ତ୍ତନ କରି ଜୈବିକ ଦହନ ପ୍ରକ୍ରିୟା ହ୍ରାସକରିବା ଆବଶ୍ୟକ ।
  • ସବୁଜ ଗୃହର କୁପ୍ରଭାବ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ।

CHSE Odisha Class 12 Political Science Chapter 10 Long Answer Questions in Odia Medium

୯ । ବ୍ୟକ୍ତି ଓ ପରିବେଶ ମଧ୍ୟରେ ଆନ୍ତଃସମ୍ପର୍କର ବିଭିନ୍ନ ଦିଗ ଆଲୋଚନା କର କିମ୍ବା, ପରିବେଶ ସଂକ୍ରାନ୍ତୀୟ କ୍ଷେତ୍ରରେ ଜଣେ ଯୁକ୍ତିଶାଳୀ ସାମାଜିକ ଅଂଶୀଦାର ରୂପେ ବ୍ୟକ୍ତିର ଭୂମିକା ଆଲୋଚନା କର ।
Answer:
କେବଳ ପୃଥ‌ିବୀପୃଷ୍ଠରେ ହିଁ ଜୀବସତ୍ତାର ସ୍ଥିତି ଦେଖିବାକୁ ମିଳିଥାଏ। ଏଣୁ ଏହାର ବିକାଶରେ ଅନ୍ତରାୟ ହେଉଥ‌ିବା କୌଣସି ଉପାଦାନକୁ ପ୍ରତିରୋଧ କରିବା ଆମର ନୈତିକ ଦାୟିତ୍ଵ ଅଟେ । ମଣିଷ ପ୍ରକୃତିର ବିଭିନ୍ନ ସମ୍ବଳର ଉପଯୁକ୍ତ ନିୟନ୍ତ୍ରଣ ଓ ବିନିଯୋଗ କରୁଛି । ବିଜ୍ଞାନର ଅଗ୍ରଗତି ସହ ଦୂରତ୍ବକୁ ଜୟ କରାଯାଇପାରିଛି ଓ ଶିଳ୍ପ ତଥା କୃଷିକ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିଛି । ଦାରିଦ୍ର୍ୟ ଦୂରୀକରଣପାଇଁ ବିଜ୍ଞାନ ଓ କାରିଗରୀ କୌଶଳକୁ ପ୍ରୟୋଗ କରାଯାଉଛି । ମଣିଷ ମାଧ୍ୟାକର୍ଷଣର ଚୁମ୍ବକୀୟ ପ୍ରଭାବକୁ ପ୍ରତିହତ କରି ମହାକାଶ ଯାତ୍ରାକୁ ସଫଳ କରିପାରିଛି ।

ଶିକ୍ଷାର ପ୍ରସାର ଘଟିବା ସଙ୍ଗେ ସଙ୍ଗେ ଗୁଣାତ୍ମକ ମାନ ମଧ୍ୟ ବୃଦ୍ଧିପାଇଛି; ତଥାପି ମଣିଷ ଓ ପ୍ରକୃତି ମଧ୍ୟରେ ଏକ ସୁସନ୍ତୁଳିତ ସମ୍ପର୍କ ପ୍ରତିଷ୍ଠା ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ଭବ ହୋଇପାରି ନାହିଁ । ବିଜ୍ଞାନ ଯେତିକି ସମସ୍ୟା ସମାଧାନରେ ସହଯୋଗ କରିଛି ତା’ଠାରୁ ଅଧିକ ଗୁରୁତର ସମସ୍ୟା ମାନବସମାଜପାଇଁ ସୃଷ୍ଟିକରିଛି । ପ୍ରାକୃତିକ ସମ୍ବଳର ସଂରକ୍ଷଣ, ପରିବେଶ ଦୂଷିତୀକରଣ, ସହରାଞ୍ଚଳ ସମସ୍ୟାର କୁପ୍ରଭାବ ଆଦି ବିଜ୍ଞାନର ଅପପ୍ରୟୋଗରୁ ସୃଷ୍ଟ କେତେଗୋଟି ମୁଖ୍ୟ ସମସ୍ୟା ଅଟେ । ମଣିଷକୁ ତା’ର ପରିବେଶଠାରୁ ଅଲଗା କରି ଚିନ୍ତା କରାଯାଇ ନପାରେ । ପୁରାତନ ପ୍ରସ୍ତର ଯୁଗରେ ମଣିଷ ନିଜର ପରିବେଶ ସହ ଅତ୍ୟନ୍ତ ଅନ୍ତରଙ୍ଗ ହିସାବରେ ରହିଥୁଲା | କିନ୍ତୁ ସେହି ସମୟରେ ମଧ୍ୟ ଯାଯାବର ଓ ଶିକାରପ୍ରିୟ ମଣିଷ ପରିବେଶକୁ ନଷ୍ଟ କରିବାରେ ସଫଳ ହୋଇଥିଲା ।

ମଣିଷ ଅପପୁଷ୍ଟିକର ଖାଦ୍ୟ, କ୍ଷୁଧା ଓ ବିଭିନ୍ନ ରୋଗର ଶିକାର ହେଉଥିଲା । ବ୍ରୋଞ୍ଜ ଓ ଲୌହ ଯୁଗରେ ପରିବେଶର ରୂପଲାବଣ୍ୟକୁ ନଷ୍ଟ କରାଯାଇଥିଲା । ଜଙ୍ଗଲ ସଫା, ଚାରଣଭୂମିର ଲୋପ ଓ ମୋଟଉପରେ ପ୍ରକୃତିର ସୁନ୍ଦର ଦୃଶ୍ୟପଟକୁ ନଷ୍ଟ କରାଯାଇ ପ୍ରକୃତି ଓ ମଣିଷର ସମ୍ପର୍କରେ ତିକ୍ତତା ସୃଷ୍ଟି କରାଗଲା । ଆଧୁନିକ ସାମାଜିକ ଓ ଆର୍ଥିକ ଉନ୍ନତି ମଣିଷ ଓ ପରିବେଶର ସମ୍ପର୍କ ପରିପ୍ରେକ୍ଷୀରେ ଅନେକ ବିପଦ ସୃଷ୍ଟି କରୁଛି । ବର୍ତ୍ତମାନ ମଣିଷ ନିଜର ସମ୍ପୂର୍ଣ୍ଣ ପରିଚୟକୁ ନିଜ ହାତରେ ଦଳି ନଷ୍ଟ କରିଦେବାର କରୁଛି । ମଣିଷର ମୁଖ୍ୟ ସମସ୍ୟା ହେଉଛି ସେ ବାସକରୁଥିବା ଗ୍ରହକୁ ଏକ ସୁନ୍ଦର ପରିବେଶ ପ୍ରଦାନ କରିବା ।

ତା’ଚାରିପାଖର ପୃଥିବୀ ଭୌତିକ, ସାମାଜିକ, ରାଜନୀତିକ ଆଦି ଦୃଷ୍ଟିକୋଣରୁ ଏକ ସଭ୍ୟ ଓ ମାନବ-ଅନୁକୂଳ ପରିବେଶ ପ୍ରଦାନ କରି ପାରିଲେ ଏବଂ ମଣିଷ ଓ ପ୍ରକୃତି ମଧ୍ୟରେ ସୁନ୍ତୁଳନ ରକ୍ଷା କରାଯାଇ ପାରିଲେ ଏହି ଗ୍ରହରେ ରହିବା ସର୍ବାପେକ୍ଷା ସୁଖପ୍ରଦ ହୋଇପାରିବ । ମଣିଷ ନିଜର ଜ୍ଞାନସହ ବିଜ୍ଞତାର ସମ୍ମିଶ୍ରଣ କରି ନିଜର ଅହଂଭାବକୁ ନିୟନ୍ତ୍ରଣ କରି ଏକ ସହଯୋଗିତାଭିଭିକ ସମବାୟିକ ଦୃଷ୍ଟିଭଙ୍ଗୀ ପ୍ରକାଶକଲେ ହିଁ ଏହା ସମ୍ଭବ ହୋଇପାରିବ । ଦୁଇଟି ବିଶ୍ବଯୁଦ୍ଧର ଭୟାବହତା ଦେଖସାରିବା ପରେ ଯୁଦ୍ଧକୁ ପ୍ରତ୍ୟେକ ରାଷ୍ଟ୍ର ନିଜର ଜାତୀୟ ନୀତିରୁ ବାଦେଇ ସାରିଛନ୍ତି ସତ; ମାତ୍ର ଶୀତଳ ଯୁଦ୍ଧର ପ୍ରଭାବ ଓ ଭୟଙ୍କର ଅସ୍ତ୍ରଶସ୍ତ୍ରର ଉପସ୍ଥିତି ମଣିଷକୁ ଯୁଦ୍ଧ ଭୟରୁ ସମ୍ପୂର୍ଣ୍ଣ ମୁକ୍ତ କରି ନାହିଁ । ଜାତିସଂଘର ସନନ୍ଦରେ ଘୋଷଣା କରାଯାଇଛି ଯେ ଯୁଦ୍ଧ ମଣିଷର ମନ ମଧ୍ୟରେ ସୃଷ୍ଟି ହୁଏ; ଏଣୁ ମଣିଷର ମନ ମଧ୍ୟରୁ ଯୁଦ୍ଧ ପ୍ରତି ଅନୁରକ୍ତିକୁ ପୋଛିଦେବାକୁ ପଡ଼ିବ ।

ଏହି କାରଣରୁ ସାମାଜିକ, ଆର୍ଥନୀତିକ, ସାଂସ୍କୃତିକ, ସାଂସ୍ଥ୍ୟଗତ ଆଦି ବିବିଧ କାର୍ଯ୍ୟପନ୍ଥା ଗ୍ରହଣ ମାଧ୍ୟମରେ ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ ଥ‌ିବା ଅବିଶ୍ଵାସର ବାତାବରଣ ଦୂରକରିବାର ପ୍ରୟାସ କରାଯାଉଛି । ଆଣବିକ ପରୀକ୍ଷଣ ଏହି ଗ୍ରହରେ ଜୀବସତ୍ତା ପ୍ରତି ଅଧ‌ିକ ବିପଦର କାରଣ ହୋଇଥିବାରୁ ଏହାକୁ ନିଷେଧ କରାଯାଇଛି; କିନ୍ତୁ ଏହାର ବାସ୍ତବ ଉପଯୋଗିତାପାଇଁ ରାଷ୍ଟ୍ରମାନଙ୍କ ମଧ୍ୟରେ ପ୍ରକୃତ ଆନ୍ତରିକତା ପ୍ରକାଶପାଇବା ଉଚିତ । ମଣିଷ ଏହି ବଂଶ ଧ୍ଵଂସକାରୀ ମାରାତ୍ମକ ଅସ୍ତ୍ରର ପ୍ରତିରୋଧ କରି ନ ପାରିଲେ ନିଜର ବିନାଶପାଇଁ ବାଟ ପରିଷ୍କାର ହୋଇଯିବ । ବିଶ୍ୱଶାନ୍ତର ସଂରକ୍ଷଣପାଇଁ ଏକ ବିଶ୍ବ-ରାଷ୍ଟ୍ରର ଆବଶ୍ୟକତା ଉପରେ ଗୁରୁତ୍ବ ଦିଆଯାଉଛି । ମଣିଷସମାଜ ମାଲ୍‌ସ୍‌ଙ୍କ ଭୂତଦ୍ବାରା ଆକ୍ରାନ୍ତ ହୋଇଛି । ମଣିଷ ନିଜର ଆବଶ୍ୟକତା ଅନୁଯାୟୀ ପ୍ରାକୃତିକ ସମ୍ପଦର ବିକାଶ କରି ପାରିବ ନାହିଁ, ମାଲ୍‌ସ ସ୍ପଷ୍ଟ ମତ ଉପସ୍ଥାପନ କରିଥିଲେ ।

ଏଣୁ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଓ ସୀମିତ ପ୍ରାକୃତିକ ସମ୍ପଦ ମଧ୍ୟରେ ସୁସନ୍ତୁଳନ ରକ୍ଷାକରାଯିବା ଆବଶ୍ୟକ । ଭୂମି ଉପରେ ଅତ୍ୟଧିକ ଚାପ ପ୍ରୟୋଗ ଗ୍ରହଣୀୟ ନୁହେଁ । ଖାଦ୍ୟଶସ୍ୟର ଉତ୍ପାଦନ ଜନସଂଖ୍ୟା ବୃଦ୍ଧି ଅନୁପାତରେ ବୃଦ୍ଧିହେବା ଉଚିତ । କ୍ଷୁଧା, ଶିକ୍ଷା, ଅସ୍ବାସ୍ଥ୍ୟକର ପରିବେଶ, ବେରୋଜଗାରୀ ଆଦି ବ୍ୟବସ୍ଥାର କୁପ୍ରଭାବରୁ ମଣିଷ ମୁକ୍ତ ହେଲେ ଯାଇ ଏକ ମର୍ଯ୍ୟାଦାପୂର୍ଣ ପୂର୍ବ ବିକଶିତ ଜୀବନ ନିର୍ବାହ କରି ପାରିବ । ଆର୍ଥନୀତିକ ସ୍ଥିରତା ଓ ବିକାଶ ସମ୍ଭବ ହୋଇପାରିବ । ଜଗତୀକରଣର କୁପ୍ରଭାବକୁ ଦମନ କରି ଏହାର ବିକାଶ ମାଧ୍ୟମରେ ଏକ ‘ବିଶ୍ଵ-ଗ୍ରାମ’ ପ୍ରତିଷ୍ଠାର ମୂଳ ଲକ୍ଷ୍ୟକୁ ହାସଲ କରିବା ଦିଗରେ ଅସ୍ତିସୂଚକ ପଦକ୍ଷେପ ଗ୍ରହଣକରାଯିବା ଆବଶ୍ୟକ ।

ଆର୍ଥନୀତିକ ସମୃଦ୍ଧିପାଇଁ ବିକାଶଶୀଳ ରାଷ୍ଟ୍ରମାନେ ନିଜର ଭୌତିକ, ସାମାଜିକ ଓ ମନସ୍ତାତ୍ତ୍ଵିକ ପରିବେଶକୁ ଯେପରି କ୍ଷତବିକ୍ଷତ କରୁଛନ୍ତି ତାହା ସମର୍ଥନଯୋଗ୍ୟ ନୁହେଁ । ବାସଚ୍ୟୁତ ଲୋକଙ୍କ ସମସ୍ୟା, ସହରତଳି ବସ୍ତିର ଅବାସ୍ଥ୍ୟକର ପରିବେଶ, ସର୍ବନିମ୍ନ ମୌଳିକ ସୁବିଧାସୁଯୋଗର ଅନୁପସ୍ଥିତି, ସହରାଞ୍ଚଳ ସମସ୍ୟା ବୃଦ୍ଧି ଆଦି ମଣିଷର ବାଚ୍ଛନ୍ଦ୍ୟପୂର୍ଣ୍ଣ ବିକଶିତ ଜୀବନ ପ୍ରକ୍ରିୟାକୁ ପ୍ରତିରୋଧ କରୁଛି । ଦାରିଦ୍ର୍ୟ ପରିବେଶ ପ୍ରଦୂଷଣକୁ ଗଭୀରମାତ୍ରାରେ ପ୍ରଭାବିତ କରିଛି । ବାୟୁ ପ୍ରଦୂଷଣ ସମ୍ପର୍କରେ ମଣିଷ ସଚେତନ ହେବା ଆବଶ୍ୟକ ହୋଇପଡ଼ିଛି ।

ପୃଥିବୀର ମାନବୀୟ ପରିବେଶ ନଷ୍ଟପାଇଁ ଉପନିବେଶିକବାଦ, ନବ୍ୟ-ଉପନିବେଶିକବାଦ, ବର୍ଣ୍ଣବୈଷମ୍ୟ ନୀତି, ଆତଙ୍କବାଦ, ସାଂପ୍ରଦାୟିକ ବିଦ୍ବେଷଭାବ ଆଦି ଅନ୍ୟତମ ମୁଖ୍ୟ କାରଣ ଅଟେ । ଏଣୁ ଏକ ଉଦାରବାଦୀ ସାମାଜିକ ବ୍ୟବସ୍ଥାର ପରିବେଶ ମଧ୍ୟରେ ମାନବିକ ଅଧିକାରର ପୂର୍ଣ୍ଣ ଉପଭୋଗ କରାଯାଇପାରିଲେ ଏହି ଲକ୍ଷ୍ୟ ହାସଲ କରାଯାଇ ପାରିବ । ମାନବ ସମାଜର ପରିବେଶ ଘଣା ଓ ସନ୍ଦେହଦ୍ବାରା ଆକ୍ରାନ୍ତ; ଏଣୁ ମଣିଷର ଦୃଷ୍ଟିଭଙ୍ଗୀରେ ପରିବତ୍ତନ ଓ ସଚେତନଶୀଳତାରେ ଉନ୍ନତି ଘଟିପାରିଲେ ହିଁ ଏହି ଯନ୍ତ୍ରଣା ଉପଶମ ହୋଇପାରିବ ।

ବିଜ୍ଞାନର ଅଗ୍ରଗତି ସହ ସୃଷ୍ଟି ହେଉଥ‌ିବା ବିଭିନ୍ନ ଯନ୍ତ୍ର, କଳକାରଖାନା, ଯାନବାହାନ ଆଦି ଶବ୍ଦ ପ୍ରଦୂଷଣର ବାହକ ଅଟନ୍ତି । ଶବ୍ଦ କୋଳାହଳର କୁପ୍ରଭାବ ଯୋଗୁଁ ଶୁଣିବାରେ ବିରକ୍ତିଭାବ ସହ ବିଭିନ୍ନ ରୋଗର ଆଶଙ୍କା ସୃଷ୍ଟି ହୋଇଥାଏ । ଶବ୍ଦ ପ୍ରଦୂଷଣର କୁପ୍ରଭାବ ବିଷୟରେ ଜନସାଧାରଣଙ୍କୁ ଶିକ୍ଷା ଦିଆଯିବା ଉଚିତ । ପ୍ରଚଳିତ ବିଧ ବ୍ୟବସ୍ଥାକୁ କଡ଼ାକଡ଼ି ଭାବେ ପ୍ରୟୋଗ କରାଯାଇ ଶବ୍ଦ ପ୍ରଦୂଷଣକୁ ସୀମିତ ରଖାଯାଇପାରିବ । ଡାକ୍ତରଖାନା, ବିଦ୍ୟାଳୟ ଆଦି ନିକଟରେ ଡାକବାଜି ଯନ୍ତ୍ରର ବ୍ୟବହାର ନିଷେଧ କରାଯାଇଛି । ମଣିଷ ଓ ପରିବେଶର ଅନ୍ତଃସମ୍ପର୍କକୁ ନିମ୍ନମତେ ପ୍ରକାଶ କରାଯାଇପାରେ ।

ପ୍ରତିକ୍ରିୟା ସଂଯୋଗ (Feedback loop)

ଅଧୁଗ୍ରହଣ କରିବାକ୍ଷେତ୍ରରେ ମଣିଷର ପାଶବିକ ଇଚ୍ଛାର ପ୍ରତିଫଳନ ଆଧୁନିକ ମଣିଷର ସ୍ଥିତି ଓ ତା’ର ସଭ୍ୟତାର ପରମ ଶତ୍ରୁ ଅଟେ । ପ୍ରାକୃତିକ ସମ୍ବଳର ବ୍ୟବହାରକ୍ଷେତ୍ରରେ ମଣିଷ ନିଜର ଯୁକ୍ତିଶୀଳତା ଓ ମାନବିକତାର ଉପଯୋଗ କରୁନଥିବାରୁ ଏହା ପରିବେଶଜନିତ ବିପଦ ସୃଷ୍ଟି କରୁଛି । ପ୍ରାକୃତିକ ସମ୍ବଳର ସଂରକ୍ଷଣ ଏକ ମୁଖ୍ୟ ଆବଶ୍ୟକତା ଅଟେ । ମଣିଷର ଜୀବନପାଇଁ ଜଙ୍ଗଲ ସମ୍ପଦର ସଂରକ୍ଷଣ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ହୋଇଯାଇଛି । ଏହାର କ୍ଷୟ ଜଳବାୟୁ ଉପରେ କୁପ୍ରଭାବ ପକାଉଛି । ବୃଷ୍ଟିପାତ ହ୍ରାସହେବା, ନଦୀ ଜଳ ପ୍ରବାହ ହ୍ରାସ ଓ ତଦ୍ଵଜନିତ ଜଳସେଚନ ଓ ବିଦ୍ୟୁତଶକ୍ତି ଉତ୍ପାଦନ ବାଧାପ୍ରାପ୍ତ ହେବା, ମଣିଷର ଶ୍ଵାସକ୍ରିୟାପାଇଁ ଅମ୍ଳଜାନର ଅଭାବ ଆଦି ଏହାର କୁପ୍ରଭାବ ମଧ୍ୟରୁ ଅନ୍ୟତମ ଅଟେ । ଏହାପ୍ରତି ମଣିଷ ସଚେତନଶୀଳଭାବେ କାର୍ଯ୍ୟପନ୍ଥା ଗ୍ରହଣ ନକଲେ ମଣିଷସମାଜ ସାମଗ୍ରିକଭାବେ କ୍ଷତିଗ୍ରସ୍ତ ହେବ ।

CHSE Odisha Class 12 Political Science Chapter 10 Long Answer Questions in Odia Medium

ବହୁ ପରିମାଣରେ ଉଭିଦ ଓ ପ୍ରାଣୀ ପ୍ରଜାତିର ଧ୍ୱଂସ ହେତୁ ଜୈବବିବିଧତା (Biodiversity) ରେ ବାଧା ଓ ଅସନ୍ତୁଳନ ସୃଷ୍ଟି ହେଉଛି । କ୍ରମେ ଏହି ଅବସ୍ଥା ଅଧ୍ବକ ଉତ୍କଟ ହେଉଥ‌ିବାର ତଥ୍ୟ ବିଶ୍ବ ସଂରକ୍ଷଣ ସଂଘଦ୍ବାରା କରାଯାଇଥିବା ଏକ ଅଧ୍ୟୟନରୁ ସ୍ପଷ୍ଟ ହୋଇଛି । ଜୈବିକ ବିବିଧତା ମଣିଷର ଖାଦ୍ୟ, ବାସଗୃହ ଆଦି ନିମନ୍ତେ ଏକମାତ୍ର ଆଧାର ହୋଇଥିବାରୁ ଏପରି ପରିସ୍ଥିତି ମଣିଷର ସ୍ଥିତି ନିମନ୍ତେ ପ୍ରଶ୍ନବାଚୀ ସୃଷ୍ଟି କଲାଣି । ପ୍ରାକୃତିକ ଖାଦ୍ୟସଂଗ୍ରହ, ନିର୍ଦ୍ଦିଷ୍ଟ ଜୀବଙ୍କର ଅବିଚାରିତ ଶିକାର, ଜଙ୍ଗଲୀ ପ୍ରାଣୀଙ୍କୁ ପୋଷାକରିବା, ଚିଡ଼ିଆଖାନା ପ୍ରତିଷ୍ଠା, ଡାକ୍ତରୀ ଗବେଷଣା ଆଦି କାର୍ଯ୍ୟ ଯୋଗୁଁ ଜୈବବିବିଧତା ଅସନ୍ତୁଳିତ ହୋଇ ଅବକ୍ଷୟର ସମ୍ମୁଖୀନ ହେଉଛି । ଏଣୁ ଜୈବ ବିବିଧତାର ସଂରକ୍ଷଣପାଇଁ ସଚେତନତା ସୃଷ୍ଟିସହ ଆଇନଗତ ବ୍ୟବସ୍ଥାର ଦେଶରେ ‘ଉନ୍ନୟନ କାର୍ଯ୍ୟକ୍ରମ’ ସହ ପରିବେଶ ସମସ୍ୟାର ଅଧ୍ୟୟନ ଓ କାର୍ଯ୍ୟପନ୍ଥା ଗ୍ରହଣ ସଂଯୋଜିତ ହେବାର ଆବଶ୍ୟକତା ଉପରେ ଗୁରୁତ୍ଵ ଦିଆଯାଇଛି ।

ଏଣୁ ମାନବ ଓ ତା’ର ପରିବେଶ ମଧ୍ୟରେ ସୁସନ୍ତୁଳନ ରହିବା ଆବଶ୍ୟକ । ଏଥିପାଇଁ ମଣିଷ ନିଜର ଯୁକ୍ତିଶାଳୀ ମାନବିକତାର ଉପଯୋଗ କରିବା ଉଚିତ । ପ୍ରାକୃତିକ ସମ୍ବଳର ବ୍ୟବହାର, ଜୈବବିବିଧତାର ସଂରକ୍ଷଣ, ଜନସଂଖ୍ୟା ନିୟନ୍ତ୍ରଣ, ଶକ୍ତିଉତ୍ସର ଉପଯୁକ୍ତ ପ୍ରୟୋଗ ଆଦି କ୍ଷେତ୍ରରେ ମଣିଷ ଏକ ଯୁକ୍ତିଶୀଳ ତଥା ସାମାଜିକ ଜୀବ ହିସାବରେ ବ୍ୟବହାର ପ୍ରଦର୍ଶନ କରିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି । ଏଣୁ ଯଥାର୍ଥରେ କୁହାଯାଇଛି, ‘ତୁମେ ପରିବେଶର ସୁରକ୍ଷା କର; ପରିବେଶ ତୁମର ସୁରକ୍ଷା କରିବ ।”?