BSE Odisha 9th Class Odia Solutions Chapter 4 ମଣିଷ ଭାଇ

Odisha State Board BSE Odisha 9th Class Odia Solutions Chapter 4 ମଣିଷ ଭାଇ Textbook Exercise Questions and Answers.

BSE Odisha Class 9 Odia Solutions Chapter 4 ମଣିଷ ଭାଇ

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର
ସଂକ୍ଷିପ୍ତ ଉତ୍ତରମୂ ଳକ ପ୍ରଶ୍ନୋତ୍ତର

Question ୧।
ଚିନ୍ତାବା, ଝୋଲା ମାରିବା, ବୁଝିବା, ଝୁରିବା, ସ୍ମରଣ କରିବା –ଏହି ଶବ୍ଦଗୁଡ଼ିକ ମଧ୍ୟରୁ କେଉଁଟି ଶୋକ କରିବା ଅର୍ଥ ପ୍ରକାଶ କରୁଛି ?
Answer:
ଝୁରିବା ।

Question ୨।
ବନ୍ଧନୀ ମଧ୍ୟରେ ଥ‌ିବା ଶବ୍ଦଗୁଡ଼ିକରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
(ନିବିଡ଼, ଲାଞ୍ଛିତ, ନିୟତି, ଟୀକା, ପୀଡ଼ିତ)
(କ) ବ୍ୟକ୍ତି ନିଜର ଭବିଷ୍ୟତକୁ ___________________ ଉପରେ ଛାଡ଼ି ଦିଅନ୍ତି ।
(ଖ) ଗାନ୍ଧାରୀଙ୍କ ଆଶୀର୍ବାଦ ଲାଭ କରି ଦୁର୍ଯ୍ୟୋଧନ ମହାଭାରତ ଯୁଦ୍ଧରେ ବିଜୟର ________________ ହାସଲ କରିବେ ବୋଲି ଆଶାପୋଷଣ କରିଥିଲେ ।
(ଗ) ___________________ ବ୍ୟକ୍ତିଙ୍କ ଉନ୍ନତି ନିମନ୍ତେ ଗାନ୍ଧିଜୀ ସର୍ବଦା ଚେଷ୍ଟିତ ଥିଲେ ।
(ଘ) ପଦ୍ମ ଓ ସୂର୍ଯ୍ୟ ମଧ୍ୟରେ ________________________ ସମ୍ପର୍କ ଅଛି ।
(ଙ) ଉତ୍କଳମଣି ଗୋପବନ୍ଧୁ _________________ ଜନତାଙ୍କ ସେବା ପାଇଁ ନିଜକୁ ଉତ୍ସର୍ଗ କରିଥିଲେ ।
Answer:
(କ) ନିୟତି (ଖ) ଟୀକା (ଗ) ଲାଞ୍ଛିତ (ଘ) ନିବିଡ଼ (ଡ) ପୀଡ଼ିତ

Question ୩।
ନିମ୍ନଲିଖ ଶବ୍ଦଗୁଡ଼ିକର ଗଦ୍ୟରୂପ ଲେଖ ।
ଜନମି, ନୁହଇ, ଅରପି, କରମ, ପରାଣରେ
Answer:
ପଗଦ୍ୟରୂ – ଗଦ୍ୟରୂପ

ଜନମି – ଜନ୍ମି/ଜନ୍ମହୋଇ
ନୁହଇ – ନୁହେଁ
ଅରପି – ଅର୍ପି / ଅର୍ପଣ କରି
କରମ – କର୍ମ
ପରାଣରେ – ପ୍ର।ଣରେ

BSE Odisha 9th Class Odia Solutions Chapter 4 ମଣିଷ ଭାଇ

Question ୪।
ନିମ୍ନଲିଖତ ଶବ୍ଦଗୁଡ଼ିକ ମଧ୍ୟରୁ ଯେଉଁଗୁଡ଼ିକ ମାନବିକ ସୁଗୁଣର ମହତ୍ତ୍ବ ଦର୍ଶାଉଛି, ସେଗୁଡ଼ିକୁ ଚିହ୍ନଟ କର ।
କ୍ରୋଧ, କ୍ଷମା, ଲୋଭ, ସହନଶୀଳତା, ହତାଶ, ସେବା, ନମ୍ରତା, ପରଶ୍ରୀକାତରତା, ଭକ୍ତି, ହିଂସା ।
Answer:
କ୍ଷମା, ସହନଶୀଳତା, ସେବା, ନମ୍ରତା, ଭକ୍ତି ।

Question ୫।
କବିତା ଅନୁସରଣରେ ନିମ୍ନରେ ଦିଆଯାଇଥ‌ିବା ଉକ୍ତିଗୁଡ଼ିକ ମଧ୍ୟରୁ ଠିକ୍ ଉକ୍ତି ବାଛି ଲେଖ ।
(କ) ଦୁଃଖ ଆମର ଭାଗ୍ୟଲିପି ।
(ଖ) ଚାଲ, ଜୀବନକୁ ମଉଜ ମଜଲିସ୍‌ରେ ବିତେଇ ଦେବା ।
(ଗ) ମଣିଷ ତା’ ଭିତରେ ଲୁଚି ରହିଥ‌ିବା ଶତ୍ରୁକୁ ଦମନ କଲେ ଦେବତାର ଆସନ ଲାଭ କରିପାରିବ ।
(ଘ) ଏ ପୃଥ‌ିବୀ ନିରନ୍ତର ଧ୍ୱଂସ ପଥରେ ଆଗେଇ ଚାଲିଛି ।
(ଙ) ବିଧାତାର ବରପୁତ୍ରମାନେ ଦୀନହୀନ ଭାବରେ ଜୀବନ ଯାପନ କରନ୍ତି ।
Answer:
(ଗ) ମଣିଷ ତା’ ଭିତରେ ଲୁଚି ରହିଥ‌ିବା ଶତ୍ରୁକୁ ଦମନ କଲେ ଦେବତାର ଆସନ ଲାଭ କରିପାରିବ ।

Question ୬।
ବିପରୀତାର୍ଥବୋଧକ ଶବ୍ଦ ଲେଖ ।
ଅନ୍ଧାର, ଶୃଙ୍ଖଳିତ, ଅମୃତ, ମୃତ୍ୟୁ, ବିଚାର, ସୁନ୍ଦର, ଶୁଭ ।
Answer:
ପ୍ରଶ୍ନ।ପ୍ରଦତ୍ତ ଶବ୍ଦ – ବିପରୀତାର୍ଥବୋଧକ ଶବ୍ଦ

ଅନ୍ଧାର – ଆଲୋକ / ଆଲୁଅ
ଶୃଙ୍ଖଳିତ – ମୁକ୍ତ / ବିଶୃଙ୍ଖଳିତ
ଅମୃତ – ବିଷ
ମୃତ୍ୟୁ – ଜନ୍ମ
ବିଚାର – ଅବିଚାର
ସୁନ୍ଦର – ଅସୁଦର / କଦାକାର
ଶୁଭ – ଅଶୁଭ

BSE Odisha 9th Class Odia Solutions Chapter 4 ମଣିଷ ଭାଇ

Question ୭ ।
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ଉପଯୁକ୍ତ ଶବ୍ଦ ଯୋଗକରି ବାକ୍ୟ ଗଢ଼ ।
BSE Odisha 9th Class Odia Solutions Chapter 4 ମଣିଷ ଭାଇ 1
Answer:
BSE Odisha 9th Class Odia Solutions Chapter 4 ମଣିଷ ଭାଇ 2

ବାକ୍ୟ:

ନିବିଡ଼ ଅନ୍ଧାର ରାତି ମନରେ ଭୟ ସଞ୍ଚାର କରେ ।
ଏ ବିଶାଳ ଜଗତୀରେ ବହୁ ବିସ୍ମୟକର ଦୃଶ୍ୟ ପ୍ରତୀୟମାନ ହୁଏ ।
ଏ ସଂସାର ମାନବ ପାଇଁ ବିଳାସର ଲୀଳା ନିକେତନ ନୁହେଁ ।
ବିଧାତା-ବିଚାରରେ ପକ୍ଷପାତିତା ନ ଥାଏ ।
ମାନବର ଜୀବନ-ସୂତ୍ର ସର୍ବଦା ପରମେଶ୍ଵରଙ୍କ ହାତରେ ସୁରକ୍ଷିତ ରହିଛି ।

Question ୮।
ଅକ୍ଷରଗୁଡ଼ିକ ସଜାଇ ସାର୍ଥକ ଶବ୍ଦରେ ପରିଣତ କର ।
ଶୂଳିଙ୍ଖତ , ତନିକେନ, ବାଶ୍ଵସୀବି, ପନମାଅ, ରଚରାଚ ।
Answer:
ଶୂଳିଙ୍ଖତ – ଶୂଙ୍ଖଳିତ
ତନିକେନ – ନିକେତନ
ବାଶ୍ଵସୀବ – ବାଶ୍ଵବସୀ
ପନମାଅ – ଅପନମା
ରଚରାଚ – ଚରାଚର

Question ୯।
ଅଭିଧାନ ନିୟମ ଅନୁସାରେ ସଜେଇ ଲେଖ ।
ଜୀବନ, ଦେବତା, ଅରିନ୍ଦମ, ଅହମିକା, ନିକେତନ, ସନ୍ତାନ, ଜନମ ।
Answer:
ଅରିନ୍ଦମ, ଅହମିକା, ଜନମ, ଜୀବନ, ଦେବତା, ନିକେତନ, ସନ୍ତାନ ।

Question ୧୦ ।
ନିମ୍ନଲିଖତ ଶବ୍ଦଗୁଡ଼ିକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ ।
ମନୁଷ୍ୟ, ବିଧାତା, ଦେବତା, ଶୋଣତ, ନିକେତନ
Answer:
ମନୁଷ୍ୟ – ମାନବ,ନର
ବିଧାତା – ଦୈବ,ବିଧ୍
ଦେବତା – ସୁର,ତ୍ରିଦଶ,ବିବୁଧ
ଶୋଣତ – ରକ୍ତ, ଲହୁ, ରୁଧ୍ର
ନିକେତନ – ଗୃହ,ଘର

BSE Odisha 9th Class Odia Solutions Chapter 4 ମଣିଷ ଭାଇ

Question ୧୧ ।
ଅର୍ଥଗତ ପାର୍ଥକ୍ୟ ଦର୍ଶାଇ ନିମ୍ନୋକ୍ତ ସମୋଚ୍ଚାରିତ ଶବ୍ଦଗୁଡ଼ିକୁ ସାର୍ଥକ ବାକ୍ୟରେ ପରିଣତ କର ।
ଦୀନ-ଦିନ, କାଳି-କାଳୀ, ବଳି-ବଳୀ
Answer:
ଦୀନ – ଦରିଦ୍ର – ଗୋପବନ୍ଧୁ ବାସ୍ତବରେ ଥିଲେ ଦୀନଜନର ବନ୍ଧୁ ।
ଦିନ – ଦିବସ – ଦିନବେଳା ଶୋଇବା ସ୍ୱାସ୍ଥ୍ୟ ପକ୍ଷେ ଅହିତକର ।
କାଳି – ବାକି ସାଧୁ ସାହୁ କାଳିରେ ଜିନିଷ ଦିଏ ନାହିଁ ।
ସ୍ୟାହି-ଶିକ୍ଷକ ନାଲି କାଳିରେ ଖାତା ଦେଖନ୍ତି ।
କାଳୀ – ଦେବୀ ଆଦ୍ୟାଶକ୍ତି – ଦୀପାବଳି ଦିନ ମା’ କାଳୀଙ୍କର ପୂଜା ହୁଏ ।
ପ୍ରାଣୀ ହତ୍ୟା – ପୂର୍ବେ ଦେବୀ ପୀଠରେ ଛାଗ ବଳି ଦିଆଯାଉ ଥିଲା ।
ବଳି –ଦୈତ୍ୟରାଜ – ବାମନ ବଳିରାଜାଙ୍କୁ ତ୍ରିପାଦ ଭୂମି ଦାନ ମାଗିଥିଲେ ।
ବଳୀ – ବଳବାନ୍ – ଭୀମ ମହାବଳୀ ଥିଲେ ।

କ୍ଷୁଦ୍ର ଭତ୍ତରମୂଳକ ପ୍ରଶ୍ନୋତ୍ତର

Question ୧୨ ।
ମଣିଷ- ମଣିଷ ମଧ୍ୟରେ ବିଭିନ୍ନ ସମ୍ପର୍କ ଥିବା ସତ୍ତ୍ବେ ‘ଭାଇ’ ସମ୍ବୋଧନ କରାଯାଇଛି କାହିଁକି ?
Answer:
‘ବସୁଧୈବ କୁଟୁମ୍ବକମ୍’ ନ୍ୟାୟରେ ସମଗ୍ର ମାନବଜାତି ଗୋଟିଏ ପରିବାର । ସୁତରାଂ ଜଣେ ଅନ୍ୟ ଜଣଙ୍କର ଭାଇ । ତେଣୁ କବିତାରେ ମଣିଷକୁ ‘ଭାଇ’ ବୋଲି ସମ୍ବୋଧନ କରାଯାଇଛି ।

Question ୧୩ ।
କବି ‘ମଣିଷ ଭାଇ’ ବୋଲି କେଉଁମାନଙ୍କୁ ସମ୍ବୋଧନ କରିଛନ୍ତି ?
Answer:
ସମାଜରେ ଶୋଷିତ, ଲାଞ୍ଛିତ ଓ ନିଷ୍ପେଷିତ ମଣିଷମାନଙ୍କୁ କବି ‘ମଣିଷ ଭାଇ’‘ବୋଲି ସମ୍ବୋଧନ କରିଛନ୍ତି ।

Question ୧୪ ।
ମଣିଷ କେଉଁଥିପାଇଁ ଜନ୍ମଲାଭ କରିନାହିଁ ବୋଲି କବି କହିଛନ୍ତି ?
Answer:
ମଣିଷ ଝୁରି ମରିବାକୁ କିମ୍ବା ବୁଡ଼ି ମରିବାକୁ ଜନ୍ମଲାଭ କରିନାହିଁ ବୋଲି କବି କହିଛନ୍ତି ।

Question ୧୫ ।
ନୈରାଶ୍ୟକୁ ଅନ୍ଧାର ରୂପେ କବି କାହିଁକି ଦେଖୁଛନ୍ତି ?
Answer:
ମଣିଷ ଆଶାଶୂନ୍ୟ ହୋଇଗଲେ, ତାକୁ ଚାରିଆଡ଼ ଅନ୍ଧାର ଦେଖାଯାଏ, ତେଣୁ କବି ନୈରାଶ୍ୟକୁ ଅନ୍ଧାର ରୂପେ ବର୍ଣ୍ଣନା କରିଛନ୍ତି ।

Question ୧୬ ।
ମଣିଷର ଭାଗ୍ୟ କାହା ମଧ୍ୟରେ ସୀମାବଦ୍ଧ ନୁହେଁ ବୋଲି କବି କହିଛନ୍ତି ?
Answer:
ମଣିଷର ଭାଗ୍ୟ ଲାଞ୍ଛନା, ପ୍ରବଞ୍ଚନା ତଥା ଦୁଃଖଯନ୍ତ୍ରଣା ମଧ୍ଯରେ ସୀମାବଦ୍ଧ ନୁହେଁ ।

BSE Odisha 9th Class Odia Solutions Chapter 4 ମଣିଷ ଭାଇ

Question ୧୭ ।
ହତୋତ୍ସାହ ହୋଇପଡ଼ିଥ‌ିବା ମନୁଷ୍ୟ ପୃଥ‌ିବୀକୁ କେଉଁ ଦୃଷ୍ଟିରେ ଦେଖନ୍ତି ?
Answer:
ହତୋତ୍ସାହ ହୋଇପଡ଼ିଥି ମନୁଷ୍ୟ ଏ ପୃଥ‌ିବୀକୁ ‘ଧ୍ଵଂସର ଯାତ୍ରୀ ତଥା ମୃତ୍ୟୁର ଧାତ୍ରୀ’ ରୂପେ ଦେଖନ୍ତି ।

Question ୧୮।
‘ଅମୃତର ସନ୍ତାନ’ ବୋଲି କେଉଁମାନଙ୍କୁ କୁହାଯାଇଛି ?
Answer:
‘ଅମୃତର ସନ୍ତାନ’ ବୋଲି ମାନବମାନଙ୍କୁ କୁହାଯାଇଛି ।

Question ୧୯ ।
ବିଶାଳ ଜଗତର ସୃଷ୍ଟି କ’ଣ ପାଇଁ ନୁହେଁ ବୋଲି କବି କହିଛନ୍ତି ?
Answer:
ବିଶାଳ ଜଗତ କାହାରି ବିଳାସର ଲୀଳାକ୍ଷେତ୍ର ନିମନ୍ତେ ସୃଷ୍ଟି ନୁହେଁ ବୋଲି କବି କହିଛନ୍ତି ।

Question ୨୦ ।
କେଉଁ ଧରଣର ପିପାସା ମେଣ୍ଟେ ନାହିଁ ?
Answer:
ଦୁର୍ବଳକୁ ପଦଦଳିତ କରି ନିର୍ଦ୍ଦୟଭାବରେ ତା’ପ୍ରତି ଅତ୍ୟାଚାର କରି ତା`ର ରକ୍ତକ୍ଷୟ କରିବାର ପିପାସା କେବେହେଲେ ମେଣ୍ଟେ ନାହିଁ ।

Question ୨୧ ।
ବିଶ୍ୱ କେଉଁମାନଙ୍କ ପାଇଁ ସୁନ୍ଦର ନୁହେଁ ?
Answer:
ନୈରାଶ୍ୟଦଗ୍‌ଧ ହୋଇ ସଂସାରକୁ ଧ୍ବଂସାଭିମୁଖୀ ତଥା ଜୀବନକୁ ମୃତ୍ୟୁପଥର ଯାତ୍ରୀ ବୋଲି ବିବେଚନା କରୁଥିବା ମାନବ ପାଇଁ ଏ ବିଶ୍ଵ ସୁନ୍ଦର ନୁହେଁ ।

Question ୨୨ ।
ବିଧାତାଙ୍କ ବିଚାରରେ କେଉଁ କାର୍ଯ୍ୟ ଉଚିତ ନୁହେଁ ?
Answer:
ବିଶ୍ୱକୁ ବିଳାସ କ୍ଷେତ୍ର ମନେକରି ଦୁର୍ବଳକୁ ପଦଦଳିତ କରି ନିଜକୁ ନିଜେ ବିନାଶ କରିବା ବିଧାତାଙ୍କ ବିଚାର ନୁହେଁ ।

Question ୨୩ ।
କବି କିଭଳି ସଂସାରର ପରିକଳ୍ପନା କରିଛନ୍ତି ?
Answer:
କବି ସଂସାରକୁ କର୍ମର ଶୁଭ ଭୁବନ ଭାବେ ପରିକଳ୍ପନା କରିଛନ୍ତି ।

Question ୨୪ ।
ମଣିଷ କେତେବେଳେ ବୀରତ୍ବର ଟୀକା ଲାଭ କରିପାରିବ ?
Answer:
ଲଜ୍ଜା, ଭୟ, ଅପମାନ ଓ ଅହଂକାରକୁ ତ୍ୟାଗକରି ପଶୁତ୍ଵ-ଦେବତ୍ୱ ପରୀକ୍ଷାରେ ବିଜୟୀ ହେବାପରେ ମନୁଷ୍ୟ ବୀରତ୍ବର ଟୀକା ଲାଭ କରିପାରିବ ।

BSE Odisha 9th Class Odia Solutions Chapter 4 ମଣିଷ ଭାଇ

Question ୨୫ ।
କବି ଏହି ପୃଥ‌ିବୀକୁ କାହାର ଭୁବନ ବୋଲି ଦର୍ଶାଇଛନ୍ତି ?
Answer:
କବି ଏହି ପୃଥ‌ିବୀକୁ କର୍ମର ଶୁଭଭୁବନ ବୋଲି ଦର୍ଶାଇଛନ୍ତି ।

Question ୨୬ ।
ମଣିଷର କେଉଁ ପ୍ରବୃତ୍ତିଗୁଡ଼ିକୁ ତ୍ୟାଗ କରିବାପାଇଁ କବି ଆହ୍ବାନ ଦେଇଛନ୍ତି ?
Answer:
କବି ମଣିଷକୁ ଲଜ୍ଜା, ଭୟ, ଅପମାନ ଓ ଅହମିକା ପ୍ରଭୃତି କୁପ୍ରବୃତ୍ତିଗୁଡ଼ିକୁ ତ୍ୟାଗ କରିବାପାଇଁ ଆହ୍ୱାନ ଦେଇଛନ୍ତି ।

Question ୨୭ ।
ଭଗବାନଙ୍କୁ କେତେବେଳେ ଋଣୀ କରାଯାଇପାରିବ ?
Answer:
ବିଶ୍ୱଜୀବନର କଲ୍ୟାଣ ନିମନ୍ତେ ଆୟୋତ୍ସର୍ଗ କରିପାରିଲେ ହିଁ ଭଗବାନଙ୍କୁ ଋଣୀ କରାଯାଇପାରିବ ।

Question ୨୮ ।
ମଣିଷ ଭାଇକୁ କବି ‘ଅରିନ୍ଦମ’ ବୋଲି କାହିଁକି ସମ୍ବୋଧନ କରିଛନ୍ତି ?
Answer:
ମାନବ ହିଁ କାମ, କ୍ରୋଧ, ଲୋଭ, ମୋହ, ମଦ ଓ ମାସ୍କର୍ଯ୍ୟ ପ୍ରଭୃତି ଷଡ଼ରିପୁଙ୍କୁ ଜୟ କରିପାରେ ବୋଲି କବି ତାକୁ ‘ଅରିନ୍ଦମ’ ବୋଲି କହିଛନ୍ତି ।

Question ୨୯ ।
ମଣିଷ କେତେବେଳେ ଦେବତା ରୂପେ ପୂଜିତ ହୋଇପାରିବ ?
Answer:
ମାନବ ଯେତେବେଳେ କାମ-କ୍ରୋଧାଦି ଷଡ଼ରିପୁକୁ ଜୟକରି ବିଶ୍ୱଜୀବନର କଲ୍ୟାଣ ନିମନ୍ତେ ଆୟୋତ୍ସର୍ଗ କରିବାକୁ ସମର୍ଥ ହେବ, ସେତେବେଳେ ସେ ଦେବତାରୂପେ ପୂଜିତ ହୋଇପାରିବ ।

Question ୩୦ ।
ମଣିଷ ଦୀନ-ହୀନ ଭାବରେ କେତେବେଳେ ଜୀବନ ଯାପନ କରିଥାଏ ?
Answer:
ମାନବ ଯେତେବେଳେ ମାନବିକତାକୁ ଭୁଲି ପଶୁତ୍ୱର ଅଧିକାରୀ ହୋଇଯାଏ, ସେତେବେଳେ ସେ ଯାବତୀୟ ହିଂସାତ୍ମକ କାର୍ଯ୍ୟକରି ଆପଣାକୁ କଳୁଷ କାଳିମାରେ କଳଙ୍କିତ କରିବା ସହ ସଂସାରରେ ଦୀନହୀନ ଭାବରେ କାଳଯାପନ କରେ ।

Question ୩୧ ।
କବି ‘ବରପୁତ୍ର’ ସମ୍ବୋଧନ କାହାକୁ ଏବଂ କାହିଁକି କରିଛନ୍ତି ?
Answer:
କବି ମାନବକୁ ବିଧାତାର ବରପୁତ୍ର ବୋଲି ସମ୍ବୋଧନ କରିଛନ୍ତି, କାରଣ ମାନବ ହିଁ ଦିବ୍ୟ ମାନବୀୟ ଗୁଣାବଳୀରେ ଭୂଷିତ ହୋଇ ଦେବତ୍ୱର ଅଧିକାରୀ ହୋଇପାରେ ।

BSE Odisha 9th Class Odia Solutions Chapter 4 ମଣିଷ ଭାଇ

Question ୩୨ ।
ଜୀବନ କେତେବେଳେ ସୁରୁଖୁରୁରେ ଅତିବାହିତ ହୋଇପାରିବ ବୋଲି କବି କହିଛନ୍ତି ?
Answer:
ମୃତ୍ୟୁ ରଜ୍ଜୁକୁ ଛିନ୍ନ କରି ଜୀବନ ସୂତ୍ରକୁ ଧରି ସ୍ବକର୍ତ୍ତବ୍ୟ ପଥରେ ଗତିକଲେ ଜୀବନ ସୁରୁଖୁରୁରେ ଅତିବାହିତ ହୋଇପାରିବ ବୋଲି କବି କହିଛନ୍ତି ।

ସପ୍ରସଙ୍ଗ ସରଳାର୍ଥ ଲେଖ

Question ୩୩ ।
ଶୁଣ ହେ ମଣିଷ ଭାଇ !
ଅମୃତ ଦୀପ୍ତି ସନ୍ତାନ ତୁମେ ମରଣ ତୁମର କାହିଁ ?
Answer:
ଶୁଣ ହେ …………………………. ତୁମର କାହିଁ ?
ଶଂସିତ ପଦ୍ୟାଶଟି ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ରଚିତ ‘ସ୍ଫୁଲିଙ୍ଗ’ କବିତା ପୁସ୍ତକରୁ ସଂଗୃହୀତ ‘ମଣିଷ ଭାଇ’ ଶୀର୍ଷକ କବିତାରୁ ଉଦ୍ଧୃତ ।
ଜାଗରଣଧର୍ମୀ ଆହ୍ବାନ ଦେଇଛନ୍ତି ।
ବିଦେଶୀ ଶାସକବର୍ଗର ଅର୍ଥନୈତିକ ଶୋଷଣ, ନିପୀଡ଼ନ,ଦେଶବାସୀଙ୍କ ଉତ୍କଟ ଦାରିଦ୍ର୍ୟ, ଜମିଦାର ତଥା ବିଦେଶୀ
ଏଠାରେ କବୟିତ୍ରୀ ପରାଧୀନ ଓଡ଼ିଆ ଜାତିର ନୈରାଶ୍ୟଦଗ୍ଧ ପ୍ରାଣରେ ଆଶା ଓ ଆତ୍ମବିଶ୍ଵାସ ଭରିଦେବାପାଇଁ ଜାଗରଣଧର୍ମୀ ଆହ୍ବାନ ଦେଇଛନ୍ତି ।

ଶାସକଙ୍କ ପଦଲେହନକାରୀ ବିଶ୍ୱାସଘାତକଙ୍କ କୂଟ ଚକ୍ରାନ୍ତର ଶିକାର ହୋଇ ଓଡ଼ିଶାର ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲା । ଦୁଃଖ, ଯନ୍ତ୍ରଣା ଓ ଅନୁଶୋଚନାର ତୀବ୍ର ମାନସିକ ଜ୍ଵଳନ ମଧ୍ୟରେ ମଣିଷ ଭାଗ୍ୟକୁ ଧକ୍‌କାର କରି ଏଥୁରୁ ନିସ୍ତାର ପାଇବାପାଇଁ ମୃତ୍ୟୁକୁ ଶ୍ରେୟସ୍କର ବୋଲି ବିଚାର କରୁଥିଲା । ଦୁର୍ଦ୍ଦଶାଗ୍ରସ୍ତ ଜନତାଙ୍କ ପାଇଁ କବୟିତ୍ରୀଙ୍କ ମନର କୋମଳ କାରୁଣ୍ୟ କବିତାରେ ରୂପାୟିତ ହୋଇଛି । ତେଣୁ କବୟିତ୍ରୀ ମଣିଷର ଦୁଃଖରେ ବ୍ୟଥ୍‌ତ ହୋଇ ତା’ ମନରେ ଆଶାର ଅସରନ୍ତି ବିଶ୍ୱାସ ଭରିଦେବାକୁ ଯାଇ କହିଛନ୍ତି ଯେ ମଣିଷ ଈଶ୍ବରଙ୍କ ସୃଷ୍ଟିରେ ଅମୃତର ସନ୍ତାନ ।

ତେଣୁ ଭାଗ୍ୟକୁ ନିନ୍ଦାକରି ନିଜକୁ ମୃତ୍ୟୁପଥର ଯାତ୍ରୀ ବୋଲି ଚିନ୍ତା କରିବା ଆଦୌ ସମୀଚୀନ ନୁହେଁ । ସୁଖ-ଦୁଃଖ, ହସ-କାନ୍ଦ ମାନବ ଜୀବନର ଚିର ସହଚର । ଦୁଃଖ, ନିର୍ଯାତନା, ଦାରିଦ୍ର୍ୟ ଓ କଷଣରୁ ମୁକ୍ତି ପାଇବାପାଇଁ ମୃତ୍ୟୁକୁ ଶେଷ ପନ୍ଥା ବୋଲି ବିବେଚନା କରି କର୍ମବିମୁଖ ହେବା ଏବଂ ଏ ସଂସାରକୁ ଧ୍ବଂସପଥ ଅଭିମୁଖୀ ବୋଲି ବିବେଚନା କରିବା ଅବିବେକିତାର ପରିଚୟ । ମଙ୍ଗଳମୟ ପରମେଶ୍ୱରଙ୍କ ଦିବ୍ୟସୃଷ୍ଟିରେ ନିଜକୁ ଅମୃତର ସନ୍ତାନ ମନେକରି ସମସ୍ତ କର୍ମକୁ ଈଶ୍ବରୀୟ ବୋଲି ଗ୍ରହଣ କରିବାକୁ କବୟିତ୍ରୀ ଉପଦେଶ ଦେଇଛନ୍ତି ।

Question ୩୪ ।
ଏ ନୁହେଁ ବିଧାତା ବିଚାର,
ଧ୍ଵଂସର ଯାତ୍ରୀ, ମୃତ୍ୟୁର ଧାତ୍ରୀ ନୁହେଁ ଏ ସୁନ୍ଦର ସଂସାର ।
Answer:
ଏ ନୁହେଁ ………………….. ସୁନ୍ଦର ସଂସାର ।
ପ୍ରଦତ୍ତ” ପଦ୍ୟାଶଟି ପ୍ରଖ୍ୟାତ ନାରୀକବି କୁନ୍ତଳା କୁମାରୀ ସାବତଙ୍କ କବିତା ପୁସ୍ତକ ‘ସ୍କୁଲିଙ୍ଗ’ରୁ ସଂଗୃହୀତ ‘ମଣିଷ ଭାଇ’ ଶୀର୍ଷକ କବିତାରୁ ଆନୀତ ।

ଏଠାରେ କବୟିତ୍ରୀ ପରମେଶ୍ଵରଙ୍କ ଅମୃତମୟ ସୃଷ୍ଟିରେ ନିୟତିର ବିଚିତ୍ର ବିଧାନ ଉପରେ ଆଲୋକପାତ କରିଛନ୍ତି । ପ୍ରାକ୍ ସ୍ବାଧୀନତା କାଳରେ ବିଦେଶୀ ଶାସକଙ୍କ ରାଜନୈତିକ ସ୍ୱେଚ୍ଛାଚାରିତା, କ୍ଷମତାଧିକାରୀଙ୍କ ଶୋଷଣ ଓ ଅତ୍ୟାଚାରରେ ଅତିଷ୍ଠ ହୋଇପଡ଼ିଥିଲା ତତ୍‌କାଳୀନ ଜନଜୀବନ । ବିପର୍ଯ୍ୟସ୍ତ ହୋଇପଡ଼ିଥିଲା ଓଡ଼ିଶାର ସାମାଜିକ ଜୀବନ । ଏତଦ୍‌ଭିନ୍ନ ବନ୍ୟା ଓ ମରୁଡ଼ିର କରାଳ ଗ୍ରାସରେ ଓଡ଼ିଶାର ଜନସାଧାରଣଙ୍କ ଜୀବନ-ଜୀବିକା ବିପର୍ଯ୍ୟସ୍ତ ହୋଇପଡ଼ିଥିଲା ।

ଦୁଃଖ, ଯନ୍ତ୍ରଣା ଓ ଦାରିଦ୍ର୍ୟର କଷାଘାତରେ ଅତିଷ୍ଠ ହୋଇପଡ଼ିଥିଲା ଜନଜୀବନ । ଶୋଷଣ, କଷଣ, ଅତ୍ୟାଚାର ଓ ନିର୍ଯାତନା ଅସହ୍ୟ ହୋଇପଡ଼ିଥିଲା । ମଣିଷ ଏସବୁକୁ ଭାଗ୍ୟର ବିଡ଼ମ୍ବନା ବୋଲି ଧରିନେଇ ମୃତ୍ୟୁକୁ ଶ୍ରେୟସ୍କର ମଣିଥିଲା । କବୟିତ୍ରୀ କୁନ୍ତଳା କୁମାରୀ ମଣିଷର ଏତାଦୃଶ ଦୁରବସ୍ଥା ଦର୍ଶନରେ ମ୍ରିୟମାଣ ହୋଇପଡ଼ିଛନ୍ତି । ନିଜକୁ ଅସହାୟ ବୋଧ କରୁଥିବା ଚିର ନିଷ୍ପେଷିତ, ଲାଞ୍ଚ, ବଞ୍ଚତ ମାନବ ଜାତିର ଏ ଦୁର୍ଦ୍ଦିନରେ ସମ୍ବେଦନଶୀଳ ହୋଇ ତା’ର ନୈରାଶ୍ୟଦଗ୍ଧ ପ୍ରାଣରେ ଆଶା, ଆଶ୍ୱାସନା ସଞ୍ଚାର କରିବାକୁ ଯାଇ କବି କହିଛନ୍ତି ଯେ ବିଧାତାର ବିଚାର ସର୍ବଦା ନ୍ୟାୟୋଚିତ ଓ ମଙ୍ଗଳକାରକ । ଈଶ୍ୱରଙ୍କ ମହନୀୟ ସୃଷ୍ଟିରେ ମଣିଷ ହେଉଛି ଅମୃତର ସନ୍ତାନ ।

ପରମେଶ୍ବର ମଣିଷକୁ କର୍ମତତ୍ପୁର ରହି କର୍ତ୍ତବ୍ୟ ସମ୍ପାଦନରେ ବ୍ରତୀ ହେବା ନିମନ୍ତେ ଏ ସଂସାରକୁ ପଠାଇଛନ୍ତି । ସୁଖ-ଦୁଃଖ ଓ ହସ-କାନ୍ଦର ଚିର ପରିବର୍ତ୍ତନଶୀଳ ଦୁନିଆରେ ଦୁଃଖ, ଯନ୍ତ୍ରଣା, ଦାରିଦ୍ର୍ୟ, ଲଜ୍ଜା ଓ ଅପମାନରେ ମଣିଷ ଯେ ଚିରକାଳ ଦଗ୍ଧଭୂତ ହେଉଥ‌ିବ– ଏହା ନିୟତିର ବିଧାନ ନୁହେଁ । ଶୋଷଣ, କଷଣ, ଅଭାବ, ଅନଟନ ଯେତେ ଯନ୍ତ୍ରଣାଦାୟକ ହେଲେ ମଧ୍ୟ ତା’ର ଗତି ମୃତ୍ୟୁ ନୁହେଁ କି ଏ ସଂସାର କଦାପି ଧ୍ୱଂସାଭିମୁଖୀ ନୁହେଁ । ସମୟର ଚକ୍ର ଚିର ଘୂର୍ଣ୍ଣନଶୀଳ । ଦୁଃଖ ପରେ ସୁଖର ସମୟ ଅବଶ୍ୟ ଉପଗତ ହେବ । ଏଣୁ ମନରୁ ନୈରାଶ୍ୟ ଓ ହୀନମନ୍ୟତା ପରିହାର କରି କର୍ମରେ ନିଜକୁ ନିୟୋଜିତ କରିବାକୁ କବୟିତ୍ରୀ ଆହ୍ବାନ ଦେଇଛନ୍ତି ।

BSE Odisha 9th Class Odia Solutions Chapter 4 ମଣିଷ ଭାଇ

Question ୩୫ ।
ଶୁଣ ଶୁଣ ବିଶ୍ବବାସି !
କରମର ଶୁଭ ଭୁବନ ଏହିଟି, କରମରେ ଶ୍ରମ ନାଶି ।
Answer:
ଶୁଣ ଶୁଣ……………………….ଶ୍ରମ ନାଶି ।
ଶଂସିତ ପଦ୍ୟାଶଟି ନାରୀକବି କୁନ୍ତଳା କୁମାରୀ ସାବତଙ୍କ ରଚିତ ‘ସ୍ଫୁଲିଙ୍ଗ’ କବିତା ପୁସ୍ତକରୁ ସଂଗୃହୀତ ‘ମଣିଷ ଭାଇ’ ଶୀର୍ଷକ କବିତାରୁ ଉଦ୍ଧୃତ ।
ଏଠାରେ କବୟିତ୍ରୀ କର୍ମର ଜୟଗାନ କରି କର୍ମକୁ ଜୀବନର ମାନଦଣ୍ଡ ଭାବେ ଗ୍ରହଣ କରିବାକୁ ମନୁଷ୍ୟକୁ ଆହ୍ଵାନ ଦେଇଛନ୍ତି । ପରାଧୀନ ଦେଶବାସୀ ବିଦେଶୀ ଶାସକଙ୍କ ଶୋଷଣ, କଷଣ ଓ ଅତ୍ୟଚାରରେ ଅତିଷ୍ଠ ହୋଇ ଭାଗ୍ୟକୁ ଧିକ୍‌କାର କରିବା ପୂର୍ବକ ମୃତ୍ୟୁକୁ ଶ୍ରେୟସ୍କର ବୋଲି ବିବେଚନା କରୁଥିଲେ । କବୟିତ୍ରୀ କୁନ୍ତଳା କୁମାରୀ ମଣିଷର ନୈରାଶ୍ୟଦଗ୍ଧ ପ୍ରାଣରେ ଆଶା ଓ ଆତ୍ମବିଶ୍ଵାସ ସୃଷ୍ଟି କରିବାପାଇଁ ତାକୁ ଭାଗ୍ୟବାଦୀ ନ ହୋଇ କର୍ମରେ ନିୟୋଜିତ ହେବାକୁ ପରାମର୍ଶ ଦେଇଛନ୍ତି ।

ଈଶ୍ବର ମଣିଷକୁ କର୍ମ କରିବାପାଇଁ ଏ ଧରାଧାମରେ ଜନ୍ମ ଦେଇଛନ୍ତି । ଫଳ ବାଞ୍ଛା ନ କରି ସର୍ବଦା କର୍ମରତ ରହିଲେ ମନ ମଧ୍ୟକୁ କୁଭାବନା ପ୍ରବେଶ କରିପାରେ ନାହିଁ । ନିରାଶା, ଦୁଃଖ ଓ ଯନ୍ତ୍ରଣାରୁ ମୁକ୍ତି ପାଇବାର ଏକମାତ୍ର ପଥ ହେଉଛି କର୍ମତତ୍ପରତା । ଏ ସଂସାର ହେଉଛି ମାନବର କର୍ମଭୂମି । ତେଣୁ ନିଜକୁ ମଣିଷ କର୍ମରେ ଜଡ଼ିତ କରି ପରମେଶ୍ଵରଙ୍କ ଅମୃତମୟ ସୃଷ୍ଟିକୁ ମହନୀୟ କରିବାକୁ କବୟିତ୍ରୀ ପରାମର୍ଶ ଦେଇଛନ୍ତି । ବାସ୍ତବିକତା ଦୃଷ୍ଟିରୁ କର୍ମଠ ଜୀବନ ମାନସିକ ସନ୍ତୁଳନ ସୁରକ୍ଷା ଓ କାୟିକ ସୁସ୍ଥତା ରକ୍ଷାରେ ସହାୟକ ହୁଏ । ତେଣୁ ଜୀବନର ସବୁ ମାନ-ଅପମାନ, ଲଜ୍ଜା-ଭୟ, ଅଶ୍ରୁ-ଅଭିଳାଷ, ଦୁଃଖ-ଅବସୋସକୁ ବିଭୁ ପଦାରବିନ୍ଦରେ ସମର୍ପଣପୂର୍ବକ କର୍ମରେ ବିନିଯୁକ୍ତ ହେବାକୁ ମଣିଷ ଭାଇକୁ ନାରୀକବି ଆହ୍ୱାନ କରିଛନ୍ତି ।

Question ୩୬ ।
ବିଧାତାର ବରପୁତ୍ର
ଯୁଗାନ୍ତ-ମୃତ୍ୟୁ ରଜ୍ଜୁ ଛିଣ୍ଡାଇ ଧର ହେ ଜୀବନ ସୂତ୍ର ।
Answer:
ବିଧାତାର …………………..ଜୀବନ ସୂତ୍ର ।
ପ୍ରୋକ୍ତ ପଦ୍ୟାଶଟି ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ରଚିତ ‘ସ୍ଫୁଲିଙ୍ଗ’ କବିତା ପୁସ୍ତକ ଅନ୍ତର୍ଗତ ‘ମଣିଷ ଭାଇ’ ଶୀର୍ଷକ କବିତାରୁ ଉଦ୍ଧୃତ ।
ଏଠାରେ କବୟିତ୍ରୀ ଦୁଃଖ, ଯନ୍ତ୍ରଣା, ଦାରିଦ୍ର୍ୟ ଓ ଅପମାନରେ ବ୍ୟଥୂତ ମୃତ୍ୟୁକାମୀ ମଣିଷ ଭାଇକୁ ତା’ର ମହାର୍ଘ ଜୀବନର ମହତ୍ତ୍ବ ରକ୍ଷାରେ ପ୍ରୟାସୀ ହେବାକୁ ଆହ୍ଵାନ କରିଛନ୍ତି । ଅନନ୍ତ ମରଣ ଯେ ମଣିଷର କପାଳ ଲିଖନ ନୁହେଁ, ଜୀବନର ଶେଷ ଗତି ନୁହେଁ କବୟିତ୍ରୀ ଏହି ଭାବନା ମଣିଷ ମନରେ ଭରିଦେବାକୁ ତାଙ୍କ କବିତା ମାଧ୍ୟମରେ ଆହ୍ଵାନ କରିଛନ୍ତି । ମନର ସମସ୍ତ ନୈରାଶ୍ୟ ଓ ହତାଶବୋଧ ଦୂର କରିବାପାଇଁ କର୍ମରେ ନିମଜ୍ଜିତ ରହିବା ହିଁ ଶ୍ରେଷ୍ଠ ବିକଳ୍ପ । କବୟିତ୍ରୀଙ୍କ ମତରେ ମାନବ ହେଉଛି ବିଧାତାଙ୍କ ଶ୍ରେଷ୍ଠ ବରପୁତ୍ର ।

ଜୀବନ ଯୁଦ୍ଧରେ କ୍ଷତାକ୍ତ ହୋଇଗଲେ ମୃତ୍ୟୁକୁ ଶେଷ ଗତି ବୋଲି ଭାବି ନୀରବରେ ଅଶୁ ବିସର୍ଜନ କରିବା ବୀରତ୍ୱର ପରିଚାୟକ ନୁହେଁ । ସାମାନ୍ୟ ରକ୍ତପାତରେ ଜୀବନ କ୍ଷୀଣ ବା ଦୁର୍ବଳ ହୋଇଯାଏ ନାହିଁ କିମ୍ବା ଲଜ୍ଜା ଓ ଅପମାନର କଳଙ୍କ କାଳିମାରେ ମନୁଷ୍ୟ ଦୀନହୀନ ହୋଇଯାଏ ନାହିଁ । ବରଂ ସମସ୍ତ ବିଷାଦ-ବ୍ୟର୍ଥତା, ଦୁଃଖ-କାତରତା ଓ ହୀନମନ୍ୟତାର ବଳୟ ମଧ୍ୟରୁ ମୁକ୍ତି ପାଇବାର ପ୍ରକୃଷ୍ଟ ପନ୍ଥା ହେଉଛି କର୍ମତତ୍ପରତା । ସଂସାର ରୂପକ ଏହି ବିଶାଳ କର୍ମଭୂମିରେ ବିଭୁ ପ୍ରେରିତ କର୍ମୀ ବୋଲି ନିଜକୁ ମନେକରି କର୍ମରେ ନିୟୋଜିତ ରହିଲେ ମଣିଷ ଜୀବନ-ସୂତ୍ର ଧାରଣରେ ସମର୍ଥ ହୋଇପାରିବ । ମୃତ୍ୟୁକାମୀ ମାନବ ମନରେ ଆତ୍ମବିଶ୍ଵାସ ଭରିଦେବାରେ କବୟିତ୍ରୀଙ୍କ ଆଶାବାଦୀ ଆହ୍ବାନ ଓ ମାନବ ଦରଦୀ ଭାବୋଚ୍ଛାସ ପ୍ରଣିଧାନଯୋଗ୍ୟ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୩୭ ।
ହତୋତ୍ସାହିତ ହୋଇପଡ଼ିଥିବା ମଣିଷଙ୍କୁ କବି କି ପ୍ରକାର ପ୍ରେରଣା ଯୋଗାଇଛନ୍ତି, ପଠିତ କବିତା ଅନୁସରଣରେ ଆଲୋଚନା କର ।
କିମ୍ବା, ନୈରାଶ୍ୟବାଦୀ ମନରେ ଆଶାର ସଞ୍ଚାର କରିବା ଥିଲା ଉତ୍କଳ-ଭାରତୀ କୁନ୍ତଳା କୁମାରୀଙ୍କର ରଚନାର ବୈଶିଷ୍ଟ୍ୟ – ଏହା କେତେଦୂର ଯଥାର୍ଥ ଆଲୋଚନା କର ।
କିମ୍ବା, ଦୁଃଖ, ଦୈନ୍ୟ ଓ ଦୁର୍ଦ୍ଦଶା ପ୍ରପୀଡ଼ିତ ମାନବ ସମାଜ ପାଇଁ କବି କୁନ୍ତଳା କୁମାରୀଙ୍କର ଅକୁଣ୍ଠ ଦରଦ ସମ୍ପର୍କରେ ପଠିତ କବିତାରୁ ଏକ ସମୀକ୍ଷାମୂଳକ ତଥ୍ୟ ପ୍ରଦାନ କର।
Answer:
ଓଡ଼ିଆ ସାହିତ୍ୟର ବାଣୀ-ବିତାନରେ ଉତ୍କଳ-ଭାରତୀ କୁନ୍ତଳା କୁମାରୀଙ୍କ ସାହିତ୍ୟ ସାଧନା ଓ ସୃଷ୍ଟି ଓଡ଼ିଆ ସାହିତ୍ୟର ଇତିହାସ ପୃଷ୍ଠାରେ ଏକ ଉଲ୍ଲେଖନୀୟ ସ୍ଥାନ ଅଧିକାର କରିଛି । ଜୀବନର ସ୍ବଳ୍ପକାଳ ମଧ୍ୟରେ ପ୍ରତିଭାର ସୁବିନିଯୋଗ କରି ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ନିଜର ଅମଳିନ ପରିଚୟ ରଖୁ ଯାଇଛନ୍ତି ନାରୀକବି । କବୟିତ୍ରୀଙ୍କ କାବ୍ୟ ପରିକ୍ରମାରେ ପରିଣତ ପର୍ଯ୍ୟାୟରେ ତାଙ୍କୁ ବାସ୍ତବବାଦୀ ହୋଇପଡ଼ିଥିବା ଦେଖିବାକୁ ମିଳେ । ଭାଷା ଓ ଭାବର ପ୍ରାଞ୍ଜଳତାରେ, ବର୍ଣ୍ଣିତ କଥା- ବସ୍ତୁର ବାସ୍ତବବାଦୀ କାରୁଣ୍ୟରେ ତଥା ବର୍ଣ୍ଣନାଭଙ୍ଗୀର ନିରାଭରଣ ସାବଲୀଳତାରେ କବୟିତ୍ରୀଙ୍କ କବିତାମାନ ଅଧିକ ପ୍ରାଣବନ୍ତ ହୋଇଛି ।

ଅବିନଶ୍ବର ପ୍ରତିଭାଦୀପ୍ତ ଏହି ପ୍ରଜ୍ଞାପରିମିତାଙ୍କ ସୃଷ୍ଟିନିଚୟ ବାସ୍ତବବାଦ ସହ ଆଶାବାଦର ମଧୁର ସମନ୍ବୟରେ ଯେଭଳି ଅନୁରଣିତ ହୋଇଛି ତା’ର ପଟାନ୍ତର ନାହିଁ । କବୟିତ୍ରୀଙ୍କ ଲେଖନୀ ନିଃସୃତ ‘ଅଞ୍ଜଳି’, ‘ଉଲ୍ଲାସ’, ‘ଅର୍ଜନା’, ‘ସ୍ଫୁଲିଙ୍ଗ’ ଓ ‘ଆହ୍ବାନ’ ଆଦି କବିତା ପୁସ୍ତକ; ‘ଭ୍ରାନ୍ତି’, ‘ନ’ତୁଣ୍ଡୀ, ‘ପରଶମଣି, ‘ରଘୁ ଅରକ୍ଷିତ’, ‘କାଳୀବୋହୂ’ଆଦି ଉପନ୍ୟାସ ତାଙ୍କ ଅମଳିନ ବହୁମୁଖୀ ପ୍ରତିଭାର ବଳିଷ୍ଠ ନିଦର୍ଶନ । ଡାକ୍ତରୀ ବିଦ୍ୟା ତାଙ୍କର ବୃତ୍ତି ଥିଲେ ମଧ୍ୟ ସାହିତ୍ୟ ସାଧନକୁ ନିଜର ବ୍ରତ ଭାବେ ଗ୍ରହଣ କରି ନେଇଥିଲେ କବୟିତ୍ରୀ । ବିଶ୍ବଜନୀନତା, ସେବାପରାୟଣତା, ଭଗବତ୍ ବିଶ୍ଵାସ ଓ କର୍ତ୍ତବ୍ୟପରାୟଣତାକୁ ଆଧାର କରି କାବ୍ୟକବିତା ରଚନା କରିବାରେ କବୟିତ୍ରୀଙ୍କ ଲେଖନୀ ଶତମୁଖ ହୋଇଥିଲା ।

‘ମଣିଷ ଭାଇ ଶୀର୍ଷକ କବିତା କବୟିତ୍ରୀଙ୍କ ‘ସ୍ଫୁଲିଙ୍ଗ’କବିତା ପୁସ୍ତକରୁ ସଂଗୃହୀତ । ଏହି ପୁସ୍ତକର ରଚନାକାଳ ପ୍ରାକ୍- ସ୍ଵାଧୀନତାକାଳୀନ, ଯେତେବେଳେ ବିଦେଶୀ ଶାସକର ସ୍ବେଚ୍ଛାଚାରିତା, ଶୋଷଣ ଓ ଅତ୍ୟାଚାର, ଜମିଦାର ଶ୍ରେଣୀ ବ୍ୟକ୍ତି- ବିଶେଷଙ୍କ ଜୁଲମ ଓ ନାଲିଆଖୁ ଓଡ଼ିଶାର ସାଧାରଣ ଜନଜୀବନକୁ ଦୁର୍ବିସହ କରିଦେଇଥିଲା । ନିଷ୍ପେଷିତ, ଲାଞ୍ଛିତ ମଣିଷ ନିନ୍ଦା, ଅପମାନ, ଲଜ୍ଜା ଓ ଭୟରେ କାକୁସ୍ଥ ହୋଇ ଦୁଃଖ ଓ ଯନ୍ତ୍ରଣାରେ ଅତିଷ୍ଠ ହୋଇଉଠିଥିଲା ।

ଏତଦ୍‌ଭିନ୍ନ ବନ୍ୟା ଓ ମରୁଡ଼ି ପରି ପ୍ରାକୃତିକ ବିପର୍ଯ୍ୟୟ ରାଜ୍ୟବାସୀଙ୍କୁ ଦାରିଦ୍ର୍ୟ ମଧ୍ୟକୁ ଠେଲିଦେଇ ଏକ ହାହାକାରମୟ ପରିସ୍ଥିତି ସୃଷ୍ଟି କରିଥିଲା । ରାଜ- ପ୍ରପୀଡ଼ନର ଦୁଃଖ, ଦୁର୍ଦ୍ଦଶା ସହ ଦାରିଦ୍ର୍ୟର କଷାଘାତରେ ଜର୍ଜରିତ ମଣିଷର ଦୁର୍ବିପାକ ସନ୍ଦର୍ଶନରେ କବୟିତ୍ରୀଙ୍କ ମାନବ- ଦରଦୀ ମନ ଚହଲି ଯାଇଛି । ସାମାଜିକ ଜୀବନର ବିପର୍ଯ୍ୟସ୍ତ ପରିସ୍ଥିତି ଓ ମଣିଷ ଭାଇ ହୃଦୟରେ ବସା ବାନ୍ଧିଥ‌ିବା ନୈରାଶ୍ୟ ଅବଲୋକନରେ କବୟିତ୍ରୀ ମ୍ରିୟମାଣ ହୋଇପଡ଼ିଛନ୍ତି । ଉତ୍କଟ ବାସ୍ତବବାଦୀ କବିତାଟିରେ କୁନ୍ତଳା କୁମାରୀଙ୍କ ଓଡ଼ିଆ ଜାତିପ୍ରୀତି, ଦୁର୍ଦ୍ଦଶାଗ୍ରସ୍ତ ମଣିଷ ଭାଇ ପ୍ରତି ସମ୍ବେଦନଶୀଳତା ତଥା ଆଶାବାଦର ସୁମଧୁର ସମନ୍ୱୟ କବିତାକୁ ଅଧିକ ପ୍ରାଣବନ୍ତ ଓ ମନୋଜ୍ଞ କରିଛି ।

BSE Odisha 9th Class Odia Solutions Chapter 4 ମଣିଷ ଭାଇ

ରାଜନୈତିକ ତଥା ସାମାଜିକ ଜୀବନର ସମସ୍ତ ପ୍ରତିକୂଳତାର ସମ୍ମୁଖୀନ ହୋଇ ମଣିଷ ଭାଗ୍ୟବାଦୀ ହେବାକୁ ବାଧ୍ୟ ହୋଇଛି । ଦୁଃଖ, ଲାଞ୍ଛନା, ଅପମାନ ଓ ଅପବାଦକୁ ଭାଗ୍ୟଲିପି ବୋଲି ଧରିନେଇ ସଂସାରକୁ ଧ୍ବଂସପଥର ଯାତ୍ରୀ ଓ ମୃତ୍ୟୁ ପଥର ଧାତ୍ରୀ ବୋଲି ଚିନ୍ତା କରିଛି । ମୃତ୍ୟୁରେ ହିଁ ଦୁଃଖପୂର୍ଣ୍ଣ ଜୀବନର ପରିସମାପ୍ତି ବୋଲି ତା’ର ମନରେ ଦୃଢ଼ ଧାରଣା ସୃଷ୍ଟି ହୋଇଛି । ସେମାନଙ୍କ ନୈରାଶ୍ୟଦଗ୍ଧ ପ୍ରାଣରେ ଆଶା ଓ ଆତ୍ମବିଶ୍ଵାସ ଭରିଦେବା ପାଇଁ କବୟିତ୍ରୀଙ୍କ ଲେଖନୀରୁ ଝରିପଡ଼ିଛି କବିତା ‘ ମଣିଷ ଭାଇଁ । ସେମାନଙ୍କ ଦୁଃଖରେ ସମଦୁଃଖୀ ହୋଇ କବି ଗାଇ ଉଠିଛନ୍ତି –

‘‘ ଶୁଣ ହେ ମଣିଷ ଭାଇ ! ଝୁରି ମରିବାକୁ ବୁଡ଼ି ମରିବାକୁ
ମଣିଷ ଜନମି ନାହିଁ ।”

ହତୋତ୍ସାହିତ ମଣିଷ ଭାଇକୁ ବଞ୍ଚିବାର ରାହା ଦେଖାଇବାକୁ ଯାଇ କବୟିତ୍ରୀ କେତୋଟି ମୂଲ୍ୟବାନ୍ ପରାମର୍ଶ ଦେବା ସଙ୍ଗେ ସଙ୍ଗେ ଆଶାବାଦୀ ଅନୁପ୍ରେରଣାରେ ସେମାନଙ୍କ ମନରେ ଆତ୍ମବିଶ୍ଵାସ ଜାଗ୍ରତ କରିବାକୁ ପ୍ରୟାସ କରିଛନ୍ତି । ପ୍ରଥମେ ଦୁଃଖ ଦୁର୍ଦ୍ଦଶାକୁ ବିଧ ଅଭିପ୍ରେତ ବୋଲି ବିବେଚନା କରି ଭାଗ୍ୟକୁ ଧ୍କାର ନ କରିବାକୁ କି ଶତ ହତଶ୍ବାସରେ ଜୀବନକୁ ଅଧିକ ଯନ୍ତ୍ରଣା ଜର୍ଜରିତ ନ କରିବାକୁ କବୟିତ୍ରୀ ସମ୍ବେଦନଭରା ଆଶ୍ବାସନା ବାଣୀ ଶୁଣାଇଛନ୍ତି ।

କବୟିତ୍ରୀଙ୍କ ମତରେ ମାନବ ନିୟତିର ଅଧୀନ ହେଲେ ମଧ୍ୟ ଜଣେ ଯନ୍ତ୍ରଣାଦଗ୍ଧ ଅନ୍ଧକାର କାରାଗୃହରେ ଚିର ଶୃଙ୍ଖଳିତ, ଲାଞ୍ଛିତ ଓ ବଞ୍ଚିତ ଜୀବନ ଅତିବାହିତ କରୁଥୁବ; ଏହା ବିଧ୍ୱନିର୍ଦ୍ଦିଷ୍ଟ ନୁହେଁ । ମାନବ ଜାତି କଦାପି ଧ୍ୱଂସପଥର ଯାତ୍ରୀ ନୁହେଁ କି ଏ ସଂସାର ମୃତ୍ୟୁର ମରଣଯନ୍ତା ନୁହେଁ । ଈଶ୍ଵର ସୃଷ୍ଟ ଏ ନିଷ୍ଫଳ ବିଶ୍ବ ହେଉଛି ମାନବର କର୍ମଭୂମି । ଅମୃତର ସନ୍ତାନ ମନୁଷ୍ୟ ପରମେଶ୍ଵରଙ୍କ ମହନୀୟ ସୃଷ୍ଟି । ହସ- କାନ୍ଦ, ସୁଖ-ଦୁଃଖ, ଭଲ-ମନ୍ଦର ସଦା ପରିବର୍ତ୍ତିତ ସମୟକୁ ନେଇ ଏ ସଂସାରରେ ସବୁକିଛି ଆତଯାତ ହେଉଛି । ତେଣୁ ସୁଖ- ସ୍ଵପ୍ନଭରା ଅତୀତକୁ ଝୁରି ତଥା ସାମ୍ପ୍ରତିକ ଦୁଃଖ – ଯନ୍ତ୍ରଣାର କାରୁଣ୍ୟରେ ହୃଦୟକୁ ଭାରାକ୍ରାନ୍ତ କରି ପଳାୟନପନ୍ଥୀ ପରି ନୈରାଶ୍ୟଦଗ୍ଧ ଜୀବନ ଅତିବାହିତ କରିବା ବିବେକୀର ଲକ୍ଷଣ ନୁହେଁ ।

ନାରୀକବିଙ୍କ ମତରେ ଏ ସଂସାର ହେଉଛି ମାନବ ପାଇଁ କର୍ମଭୂମି । ସଦା କର୍ମତତ୍ପର ରହି କର୍ତ୍ତବ୍ୟ ସମ୍ପାଦନ କରିଯିବାକୁ ପରମେଶ୍ୱର ଏହି ସୁନ୍ଦର ସଂସାରକୁ ଆମକୁ ପଠାଇଛନ୍ତି । ଫଳ ବାଞ୍ଛା ନ କରି କର୍ମ ସମ୍ପାଦନ କରି ଚାଲିଲେ ଲାଞ୍ଛନା, ଅପମାନ, ଅପବାଦକୁ ବିସ୍ତୃତ ହେବା ସଙ୍ଗେ ସଙ୍ଗେ ମନରୁ କୁଭାବନା ଦୂରେଇ ରହିବ । ମନରେ ଅହମିକା ପୋଷଣ କରି କ୍ରୋଧଯୁକ୍ତ ହେଲେ କିମ୍ବା ପ୍ରତିଶୋଧପରାୟଣ ମନୋବୃତ୍ତି ପୋଷଣ କଲେ ତା’ର ବିଷକ୍ରିୟାରେ ମନକୁ ପାଶବିକତା ଗ୍ରାସ କରିବ । ଜୀବନର ସବୁ ମାନ – ଅପମାନ, ଦୁଃଖ-ଯନ୍ତ୍ରଣାକୁ ବିଭୁ ପଦାରବିନ୍ଦରେ ସମର୍ପଣ ପୂର୍ବକ ନିଜକୁ କର୍ମତତ୍ପର ରଖୁରିଲେ ହିଁ ଈଶ୍ୱରଙ୍କ ଆଶୀର୍ବାଦ ପ୍ରାପ୍ତ ହେବ ।

ପଶୁତ୍ଵ-ଦେବତ୍ୱର ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପାଇଁ ଅନ୍ତଃରିପୁ ଦମନ ପ୍ରତି ଯତ୍ନଶୀଳ ହେବାକୁ ମଧ୍ୟ କବୟିତ୍ରୀ ପରାମର୍ଶ ଦେଇଛନ୍ତି । ତାଙ୍କ ମତରେ କାମ, କ୍ରୋଧ, ଲୋଭ, ମୋହ, ମଦ, ମାସର୍ଯ୍ୟାଦି ଷଡ଼ରିପୁ ତଥା ଇନ୍ଦ୍ରିୟ ସୁଖ ଲାଳସା ମାନବାତ୍ମାକୁ କଳୁଷିତ କରି ପାପାତ୍ମାରେ ପରିଣତ କରିଥାଏ । ତେଣୁ ସେହି ଷଡ଼ରିପୁ ଦମନରେ ପ୍ରୟାସୀ ହେଲେ ମଣିଷ ଦିବ୍ୟଜୀବନ ଲାଭ କରିବାରେ ସମର୍ଥ ହୋଇ ଦେବତ୍ୱର ଅଧିକାରୀ ହୋଇପାରିବ । ପରମେଶ୍ବରଙ୍କୁ ଋଣୀ କରିବାପାଇଁ ମାନବୀୟ ଧର୍ମର ଯଥାଯଥ ପାଳନ ଅନିବାର୍ଯ୍ୟ । ତେଣୁ ଈଶ୍ବରଙ୍କ ଏହି ମହନୀୟ ସୃଷ୍ଟିର ସୌନ୍ଦର୍ଯ୍ୟ ବୃଦ୍ଧିରେ ନିଜକୁ ଉତ୍ସର୍ଗ କରି ଜୀବନକୁ ସତ୍ଵକର୍ମରେ ବିନିଯୁକ୍ତ କରିବାକୁ ନାରୀକବି ଆହ୍ୱାନ ଦେଇଛନ୍ତି । ତାଙ୍କ ଭାଷାରେ –

‘‘ଋଣୀ କର ଭବରାଣେ
ତା’ଙ୍କ ରଚା ଚରାଚର ପରାଣରେ ବଳି ଦିଅ ନିଜ ପ୍ରାଣେ ।’’

ମଙ୍ଗଳମୟ ପରମେଶ୍ବର ତାଙ୍କ ଅମୃତମୟ ସୃଷ୍ଟିର ଅଭିନବ ବିକାଶ ଦର୍ଶନରେ ଚିର ଆଗ୍ରହୀ । ସେ ହିଁ ମଣିଷର ସବୁ ବିଷାଦ -ବ୍ୟର୍ଥତା, ଦୁଃଖ – କାତରତା ତଥା ଯାବତୀୟ ହୀନମନ୍ୟତା ରୂପକ କଳଙ୍କ କାଳିମାକୁ ତାଙ୍କ ଦିବ୍ୟସ୍ପର୍ଶରେ ଧୋଇଦେଇ ତାକୁ ଅମୃତ ପିପାସୀ କରାଇବେ । ତେଣୁ ମୃତ୍ୟୁକାମୀ ମଣିଷ ଭାଇ ମନରୁ ସମସ୍ତ ନୈରାଶ୍ୟ ଓ ଅସହାୟବୋଧ ଭାବନାକୁ ପରିହାର କରି ଜୀବନ ସୂତ୍ର ଧାରଣ କରିବାକୁ ନାରୀକବି ଆହ୍ୱାନ ଦେଇଛନ୍ତି । ନାରୀକବିଙ୍କ ମାନବପ୍ରେମୀ ଆଭିମୁଖ୍ୟ ଆଶାବାଦିତାର ଉଜ୍ଜ୍ବଳ ମୟୂଖରେ ଯେ ଚିର ଦୀପ୍ତିମାନ, ଆଲୋଚ୍ୟ କବିତାରୁ ତାହା ସ୍ପଷ୍ଟ ପରିଦୃଷ୍ଟ ହୁଏ ।

Question ୩୮ ।
କବି ଜଣେ ମାନବବାଦୀ – ଏ ଭକ୍ତିର ଯଥାର୍ଥତା ‘ମଣିଷ ଭାଇ’ କବିତା ଅବଲମ୍ବନରେ ପ୍ରତିପାଦନ କର ।
କିମ୍ବା, ନାରୀକବି କୁନ୍ତଳାକୁମାରୀଙ୍କ ଲେଖନୀ ମୁନରେ ମାନବବାଦର ଯେଉଁ ଜ୍ଵଳନ୍ତ ସ୍ଫୁରଣ ଘଟିଛି, ତାହା ଆଲୋଚନା କର ।
କିମ୍ବା, କୁନ୍ତଳାକୁମାରୀଙ୍କର ‘ମଣିଷ ଭାଇ’ କବିତା ଆମୂଳଚୂଳ ମାନବବାଦର ଆଦର୍ଶରେ ଭରପୂର– ଏହାର ଯଥାର୍ଥତା ପ୍ରତିପାଦନ କର ।
Answer:
ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରବହମାନ କାଳ ବକ୍ଷରେ ସବୁଜ ଯୁଗ ଓ ପ୍ରଗତିବାଦର ସନ୍ଧିକ୍ଷଣରେ ବାସ୍ତବବାଦ, ଆତ୍ମଭୌତିକ ଚେତନା ଓ ରହସ୍ୟବାଦକୁ ଆଧାର କରି ସ୍ଵକୀୟ ଲେଖନୀ ଚାଳନା କରିଥିଲେ ମାନବବାଦୀ କବୟିତ୍ରୀ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ । ବିଶେଷତଃ ପ୍ରାକ୍-ସ୍ବାଧୀନତା କାଳରେ ଜଣେ ଏକକ ନାରୀକଣ୍ଠର ସ୍ବର – ସମ୍ଭାର ତତ୍‌କାଳୀନ ଓଡ଼ିଶାବାସୀଙ୍କୁ କେବଳ ଯେ ଚମତ୍କୃତ କରିଥିଲା ତାହା ନୁହେଁ, ବରଂ ପ୍ରତିଷ୍ଠିତ ସାହିତ୍ୟିକମାନଙ୍କୁ ତାଙ୍କ ସାରସ୍ବତ ସୃଷ୍ଟିନିଚୟ ବିସ୍ମିତ କରିଥିଲା ।

ବୃତ୍ତିରେ ଚିକିତ୍ସକ ଓ ପ୍ରବୃତ୍ତିରେ ସାହିତ୍ୟ ସାଧନା; କବୟିତ୍ରୀଙ୍କ ବହୁମୁଖୀ ପ୍ରତିଭାର ଉଜ୍ଜ୍ଵଳ ନିଦର୍ଶନ । ମାତ୍ର ୩୮ ବର୍ଷର ସ୍ୱଳ୍ପ ଜୀବନକାଳ ମଧ୍ୟରେ ପ୍ରତିଭାର ସୁବିନିଯୋଗ କରି ସେ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ନିଜର ଅମଳିନ ପରିଚୟ ରଖିଯାଇଛନ୍ତି । କବୟିତ୍ରୀଙ୍କ ସାରସ୍ବତ ସୃଷ୍ଟିସମ୍ଭାର ମଧ୍ୟରେ ‘ଅଞ୍ଜଳି, ‘ଉଲ୍ଲାସ, ‘ଅର୍ଜନା’, ‘ସ୍କୁଲିଙ୍ଗ ଓ ‘ ଆହ୍ୱାନ ପରି କବିତା ପୁସ୍ତକ; ‘ ଭ୍ରାନ୍ତି’, ‘ନ’ତୁଣ୍ଡୀ, ‘ ପରଶମଣି, ‘ରଘୁ ଅରକ୍ଷିତ ଓ ‘ କାଳୀବୋହୂ’ ଆଦି ଉପନ୍ୟାସ ନାରୀକବିଙ୍କ ସାରସ୍ବତ ପ୍ରତିଭାର ବଳିଷ୍ଠ ନିଦର୍ଶନ । ବିଶ୍ୱଜନୀନତା, ସେବାପରାୟଣତା, କର୍ତ୍ତବ୍ୟପରାୟଣତା, ଭଗବତ୍ ବିଶ୍ୱାସ ଓ ସର୍ବୋପରି ମାନବିକ ମୂଲ୍ୟବୋଧ କବିଙ୍କ କାବ୍ୟକବିତାର ବୈଶିଷ୍ଟ୍ୟ ।

ଆଲୋଚ୍ୟ ‘ମଣିଷ ଭାଇ କବିତାଟି କବୟିତ୍ରୀଙ୍କ କବିତାଗୁଚ୍ଛ ‘ସ୍ଫୁଲିଙ୍ଗ’ରୁ ସଂଗୃହୀତ । କବୟିତ୍ରୀଙ୍କ ପ୍ରାକ୍- ସ୍ଵାଧୀନତାକାଳୀନ ଏହି କବିତାରେ ତତ୍‌କାଳୀନ ସମାଜ ଓ ଜନଜୀବନର ନିଚ୍ଛକ ଚିତ୍ର ପ୍ରକାଶ ପାଇଛି । ପରାଧୀନ ଓଡ଼ିଶାରେ ବିକଟ ଦାରିଦ୍ର୍ୟ ଓ ନିପୀଡ଼ିତ ଜୀବନ ନେଇ ଓଡ଼ିଆ ଜାତି ନୈରାଶ୍ୟର ଘନ ଅନ୍ଧକାର ମଧ୍ଯରେ ସଢ଼ୁଥିଲାବେଳେ ସେମାନଙ୍କ ବ୍ୟର୍ଥିତ ପ୍ରାଣରେ ଆଶାର ସଞ୍ଜୀବନୀ ବାରି ବର୍ଷଣ କରିବାକୁ କୁନ୍ତଳା କୁମାରୀଙ୍କ କାଳଜୟୀ ଲେଖନୀ ଆଗେଇ ଆସିଛି। ସମ୍ବେଦନଶୀଳ କବି ହୃଦୟରୁ ମାନବ ପ୍ରୀତି ଝରିପଡ଼ିଛି କବିତା ‘ମଣିଷ ଭାଇ’ରେ ।

ଶୋଷିତ, ଲାଞ୍ଛିତ ଜନଜୀବନର ଦାରିଦ୍ର୍ୟ, କଷଣ, ରୋଗବ୍ୟାଧ୍ ଓ ଅଭାବ ଅନଟନଜନିତ ଅସହାୟବୋଧ, ନାରୀକବିଙ୍କ ଦରଦୀ ପ୍ରାଣରେ ବ୍ୟଥା ଓ ବିଷାଦ ଭରିଦେଇଛି । ତାଙ୍କ ଆୟୋପଲବ୍ଧି ଓ ମାନବୀୟ ମହତ୍ତ୍ଵ ଯେ ଗଭୀର ଆଶାବାଦିତାର ଉଜ୍ଜ୍ବଳ ମୟୂଖରେ ଦୀପ୍ତିମାନ ହୋଇଉଠିଛି ତାହା କବିତାର ପଂକ୍ତିଗୁଡ଼ିକରେ ସ୍ପଷ୍ଟ ରୂପାୟିତ । ମଣିଷ ଭାଇକୁ ହତାଶାବୋଧର ଘୂର୍ତ୍ତି ମଧ୍ୟରୁ ରକ୍ଷା କରିବାପାଇଁ କବୟିତ୍ରୀଙ୍କ ପ୍ରେରଣାପୂର୍ଣ ଆହ୍ବାନ ତଥା ଉପଯୁକ୍ତ ଦିଗ୍‌ଦର୍ଶନ ପ୍ରଦାନ, ତାଙ୍କ ଦୃଢ଼ ମାନସିକତା, ମାନବିକ ମୂଲ୍ୟବୋଧ ତଥା ପ୍ରଗାଢ଼ ଆଶାବାଦିତାର ପରିଚୟ ଦେଇଥାଏ ।

କବିତା ‘ ମଣିଷ ଭାଇ’ରେ ନୈରାଶ୍ୟଦଗ୍ଧ ମଣିଷକୁ କବୟିତ୍ରୀ ଯେଉଁ ପରାମର୍ଶଗୁଡ଼ିକ ଦେଇଛନ୍ତି, ସେଥୁରୁ ସ୍ପଷ୍ଟ ଭାବେ ପ୍ରତୀତ ହୁଏ ଯେ, ସେ ଥିଲେ ଜଣେ ସଫଳ ମନୋବିଜ୍ଞାନୀ । କବୟିତ୍ରୀ ଅନୁଭବ କରିଥିଲେ ଯେ ତତ୍‌କାଳୀନ ସାମାଜିକ ପରିସ୍ଥିତି ମଣିଷକୁ ମାନସିକ ଭାବେ ଦୁର୍ବଳ କରିଦେଇଛି । ତେଣୁ ତା’ ମନରେ ପ୍ରଥମେ ସାହସ ଓ ଧୈର୍ଯ୍ୟ ଭରିଦେବାକୁ ବାଣୀ ପ୍ରୟୋଗ କରିଛନ୍ତି । କବୟିତ୍ରୀଙ୍କ ଭାଷାରେ –

BSE Odisha 9th Class Odia Solutions Chapter 4 ମଣିଷ ଭାଇ

‘‘ଶୁଣ ହେ ମଣିଷ ଭାଇ ! ଝୁରି ମରିବାକୁ ବୁଡ଼ି ମରିବାକୁ
ମଣିଷ ଜନମି ନାହିଁ । ”
ଅମୃତ ଦୀପ୍ତି ସନ୍ତାନ ତୁମେ ମରଣ ତୁମର କାହିଁ ?”’

ତତ୍‌ପରେ କବୟିତ୍ରୀ ଅନୁଭବ କରିଛନ୍ତି ଯେ ଅସହାୟ ମଣିଷ ମନରେ କର୍ମମୁଖର ଜୀବନର ଜୟଗୀତି ଶୁଣାଇବାକୁ ହେବ । କର୍ମରେ ନିୟୋଜିତ ରହିଲେ ମଣିଷ ଯେ ଦୁଃଖ, ଅବସାଦ, ଅପମାନ, ଲଜ୍ଜା ଓ ଭୟ ଆଦି ମାନସିକ ଦୌର୍ବଲ୍ୟଜନିତ ବସ୍ତୁତ ହେବ, କବୟିତ୍ରୀ ଏହା ଆତ୍ମପଲବ୍ଧିରୁ ଅବଗତ ଥିଲେ । ତେଣୁ କର୍ମର ଜୟଗାନ କରି ସେ ଗାଇଛଠିଛନ୍ତି –

‘‘ ଶୁଣ ଶୁଣ ବିଶ୍ୱବାସୀ ! କରମର ଶୁଭ ଭୁବନ ଏହିଟି,
କରମରେ ଶ୍ରମ ନାଶି । ’’

କବିୟତ୍ରୀଙ୍କ ମତରେ ଏ ସଂସାର ହେଉଛି ମାନବର କର୍ମଭୂମି । ଫଳବାଞ୍ଛାବିହୀନ କର୍ମରେ ନିଯୁକ୍ତ ରହିବାକୁ ପରମେଶ୍ୱର ଆମକୁ ଏ ବିଶାଳ ସଂସାରକୁ ପ୍ରେରଣ କରିଛନ୍ତି । ମଣିଷ କର୍ମତତ୍ପର ରହି ସ୍ଵକର୍ତ୍ତବ୍ୟ ସମ୍ପାଦନ କରିଚାଲିଲେ ଈଶ୍ବର ସୃଷ୍ଟିର ସାର୍ଥକତାରେ ପରମ ପ୍ରୀତ ହେବେ । ଅନନ୍ତ ମରଣକୁ କପାଳଲିଖନ ବୋଲି ବିବେଚନା ନ କରି କର୍ମକୁ ଜୀବନର ମାନଦଣ୍ଡ ଭାବେ ଗ୍ରହଣ କରିବାକୁ କବୟିତ୍ରୀ ପରାମର୍ଶ ଦେଇଛନ୍ତି । ସମସ୍ତ ମାନସିକ ସ୍କାନିକୁ ଦୂର କରିବାପାଇଁ ଜଣେ ସଫଳ କର୍ମଯୋଗୀ ଭାବେ ଜୀବନ ଯାପନ କରିବାକୁ କବୟିତ୍ରୀଙ୍କ ଦିବ୍ୟ ପରାମର୍ଶ ହିଁ ବାସ୍ତବିକ ଉଲ୍ଲେଖଯୋଗ୍ୟ । ଦୁଃଖ, ଯନ୍ତ୍ରଣାକୁ କର୍ମହୀନ ଜୀବନ ବହୁଗୁଣିତ କରିଥାଏ ।

ଆଳସ୍ୟପୂର୍ଣ୍ଣ ଜୀବନ ମାନବକୁ ଅନ୍ତଃରିପୁମାନଙ୍କ ଦୌରାତ୍ମ୍ୟ ମଧ୍ୟକୁ ଠେଲି ଦେଇଥାଏ । କାମ, କ୍ରୋଧ, ଲୋଭ, ମୋହ, ମଦ ଓ ମାସର୍ଯ୍ୟାଦିର ଅଧୀନ ହୋଇଗଲେ ତା’ ମନରେ ପାଶବିକ ପ୍ରବୃତ୍ତିର ଅଭ୍ୟୁଦୟ ଘଟେ, ପରବର୍ତ୍ତୀ ସମୟରେ କ୍ରୋଧ ଓ ପ୍ରତିଶୋଧପରାୟଣ ମନୋବୃତ୍ତି ତା’ ପୁଣ୍ୟ ମାନବାତ୍ମାରେ କଳୁଷ କାଳିମାର କଳଙ୍କ ଲଗାଇ ପାପାତ୍ମାରେ ପରିଣତ କରେ । ସଂସାରକୁ ଧ୍ବଂସପଥର ଯାତ୍ରୀ ବୋଲି ଚିନ୍ତା କରୁଥିବା ଅସହାୟ ମଣିଷକୁ ଅମୃତର ସନ୍ତାନ ଭାବେ ବର୍ଣ୍ଣନା କରି ସକଳ କର୍ମ ମଧ୍ଯରେ ‘ଆଧାତ୍ମିକତାର ପୀୟୂଷ ପାନ କରିବାକୁ କବୟିତ୍ରୀଙ୍କ ମହାପରାମର୍ଶ ଲାଜ, ଭୟ, ଅପମାନ ଓ ଲାଞ୍ଛନା ପରି ମାନସିକ ଅସନ୍ତୁଳନତାର ମହାନ୍ ଦାନ କହିଲେ ଅତ୍ୟୁକ୍ତି ହେବ ନାହିଁ । ନାରୀକବିଙ୍କ ଭାଷାରେ –

‘‘ ଉଠ ଦେବ ତେଜେ ତେଜି ଲାଜ ଭୟ ଅପମାନ ଅହମିକା,
ପଶୁତ୍ବ ଦେବତ୍ୱ ପରୀକ୍ଷାରେ ଜୟୀ ଲଭ ବୀରତ୍ଵର ଟୀକା
ଋଣୀ କର ଭବରାଣେ
ତା’ଙ୍କ ରଚା ଚରାଚର ପରାଣରେ ବଳିଦିଅ ନିଜ ପ୍ରାଣେ ।’’

ଭାଗ୍ୟବାଦୀ ମଣିଷକୁ ନିୟତି ବିଚାରର ନିରପେକ୍ଷତା ତଥା ପରିବର୍ତ୍ତନଶୀଳ ଦୁନିଆର ବହମାନ ସ୍ରୋତରେ ସୁଖ- ଦୁଃଖ, ହସ-କାନ୍ଦ ଓ ସମ୍ପଦ– ଦାରିଦ୍ର୍ୟର ପଟ୍ଟ ପରିବର୍ତ୍ତନ ରୂପ ସ୍ମରଣ କରାଇଛନ୍ତି । ତେଣୁ ନିଜକୁ ହୀନମନ୍ୟ ଚିନ୍ତାଚେତନାରୁ ମୁକ୍ତ କରି ଜୀବନକୁ ଅମୃତଅନ୍ଵେଷୀ କରିବା ଯେ ମାନବୋଚିତ ଧର୍ମ ଏହି ପରାମର୍ଶ ଦେଇ ନିରାଶାନ୍ଧକାରରେ ପଥଚ୍ୟୁତ ମଣିଷକୁ ନାରୀକବି ଆହ୍ୱାନ ଦେଇଛନ୍ତି । ମୃତ୍ୟୁ ଯେ ଜୀବନର ଶେଷ ଗତି ନୁହେଁ ଏହି ଦିବ୍ୟ ଭାବନାକୁ ହୃଦୟରେ ଧାରଣ କରି କର୍ମପ୍ରବଣ ଜୀବନ ଯାପନରେ ପ୍ରୟାସୀ ହେଲେ ଜୀବନ ଅଧ୍ବକ ଉପଭୋଗ୍ୟ ହୋଇଉଠିବ ବୋଲି ନାରୀକବିଙ୍କ ମହାନ୍ ଉପଦେଶ ତାଙ୍କ ମାନବବାଦୀ ଦୃଷ୍ଟିଭଙ୍ଗୀର ବଳିଷ୍ଠ ପ୍ରମାଣ ପ୍ରଦାନ କରେ ।

Question ୩୯ ।
ଅମୃତର ସନ୍ତାନ ମଣିଷ କିପରି ତା’ର ଜୀବନକୁ ସରସ ସୁନ୍ଦର କରିପାରିବ ବୋଲି କବି ପ୍ରେରଣା ଦେଇଛନ୍ତି ?
କିମ୍ବା, ମଣିଷ, ଅମୃତର ସନ୍ତାନ– ଏହି ଆଶାବାଦମୂଳକ ଆୟୋପଲବ୍ଧିକୁ କବି ମଣିଷ ମନରେ ସଞ୍ଚାର କରିବାକୁ କି ଦିଗ୍‌ଦର୍ଶନ ଦେଇଛନ୍ତି, ପଠିତ କବିତା ଅବଲମ୍ବନରେ ବର୍ଣ୍ଣନା କର ।
Answer:
ଉତ୍କଳ ସାରସ୍ଵତ ଗଗନର ଅନ୍ୟତମ ଜ୍ୟୋତିର୍ମୟ ଜ୍ୟୋତିଷ୍କ, ଆଧ୍ୟାତ୍ମିକ ଚେତନାର ବାର୍ତ୍ତାବହ ତଥା ମାନବବାଦର ଯଥାର୍ଥ ରୂପକାର ନାରୀକବି ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ ପ୍ରାକ୍-ସ୍ଵାଧୀନତା କାଳର ଏକ ସୁଦୂରପ୍ରସାରୀ ନାମ । ବିପ୍ଳବର ଅନିର୍ବାଣ ଅଗ୍ନିଶିଖା ତଥା ମାନବତାର ପରିପୂର୍ଣ୍ଣ ଉତ୍ସ କୁନ୍ତଳା କୁମାରୀ ଉଭୟ ଗୁଣ ଓ ପରିଣାମରେ ପ୍ଲାବନ କଲାଭଳି ଏପରି ଏକ ସାହିତ୍ୟିକ ବ୍ୟକ୍ତିତ୍ବ, ଯାହା ଏ ପର୍ଯ୍ୟନ୍ତ ଓଡ଼ିଆ ନାରୀ ଜଗତରେ ଦେଖା ଦେଇନାହିଁ ।

କବିତା, ପ୍ରବନ୍ଧ ଓ ଉପନ୍ୟାସ ଆଦି ସାହିତ୍ୟର ବିଭିନ୍ନ ଦିଗକୁ ତାଙ୍କ ଲେଖନୀ ସ୍ପର୍ଶ କରିଛି । ପୂର୍ବଗୌରବାନୁଚିନ୍ତା, ଦେଶାତ୍ମବୋଧ, ପ୍ରେମ, ପ୍ରକୃତିପ୍ରାଣତା, ବିଭୁଚେତନା ପ୍ରଭୃତି କାବ୍ୟକବିତାର ବିଭିନ୍ନ ବିଭାଗ ମଧ୍ୟରେ ତାଙ୍କ ଲେଖନୀର ଜୟଯାତ୍ରା ପରିଲକ୍ଷିତ ହୁଏ । କବୟିତ୍ରୀଙ୍କ ସାରସ୍ବତ ସୃଷ୍ଟିନିଚୟ ମଧ୍ୟରେ ‘ଅଞ୍ଜଳି’, ‘ଉଲ୍ଲାସ’, ‘ଅର୍ଜନା’, ‘ସ୍କୁଲିଙ୍ଗ’, ‘ଆହ୍ବାନ’ ଆଦି କବିତା ପୁସ୍ତକ; ‘ଭ୍ରାନ୍ତି’, ‘ନ’ତୁଣ୍ଡୀ’, ‘ପରଶମଶି’, ‘ରଘୁ ଅରକ୍ଷିତ’, ‘କାଳୀବୋହୂ’ ଆଦି ଉପନ୍ୟାସ ତାଙ୍କ ସୃଷ୍ଟି ନୈପୁଣ୍ୟର ପରିଚାୟକ ।

କବିତା ‘ ମଣିଷ ଭାଇଁ ନାରୀକବିଙ୍କ କବିତା ପୁସ୍ତକା ‘ସ୍ଫୁଲିଙ୍ଗ’ ଅନ୍ତର୍ଭୁକ୍ତ ଏକ ଆହ୍ୱାନଧର୍ମୀ ସମ୍ବୋଧୀ କବିତା । ସ୍ଵାଧୀନତା ପ୍ରାପ୍ତି ପୂର୍ବରୁ ଦେଶବାସୀ ବିଦେଶୀ ଶାସକର ଶୋଷଣ, ଅତ୍ୟାଚାରରେ ଅତିଷ୍ଠ ହୋଇ ଦୟନୀୟ ଜୀବନ ଯାପନ କରୁଥିଲେ । ଭୂମିକା, ରୋଗବ୍ୟାଧ, ବନ୍ୟା ଓ ମରୁଡ଼ିଜନିତ ପ୍ରାକୃତିକ ବିପର୍ଯୟ ଆଦି ନାନାବିଧ ପ୍ରତିକୂଳ ପରିସ୍ଥିତି ମଧ୍ୟଦେଇ ଘୋର ନୈରାଶ୍ୟପୂର୍ଣ୍ଣ ଜୀବନ ଅତିବାହିତ କରୁଥିଲେ । ଅସହାୟ ମଣିଷ ନିଜ ଦୁରବସ୍ଥା ପାଇଁ ଭାଗ୍ୟକୁ ଦାୟୀ କରି ଓ ମୃତ୍ୟୁରେ ହିଁ ଜୀବନଯନ୍ତ୍ରଣାର ମଣିଷକୁ ମଣିଷପରି ବଞ୍ଚିବାପାଇଁ କବିତାଟିରେ ରହିଛି ନାରୀକବିଙ୍କର ଆଶାନ୍ବିତ ଆହ୍ୱାନ।

ଅମୃତର ସନ୍ତାନ ମଣିଷ ପାଇଁ ନାରୀ କବିଙ୍କର ଆତ୍ମବିଶ୍ବାସଭରା ଆଶା ଆଶ୍ବାସନାର ଦିବ୍ୟବାଣୀ ରହିଛି କବିତାଟିରେ । ଦୁଃଖ ଦୁର୍ଦ୍ଦଶାକୁ କପାଳ ଲିଖନ ବୋଲି ବିବେଚନା କପାଳ ଲିଖନ ବୋଲି ବିବେଚନା କରି ଶତ ହତଶ୍ଵାସରେ ଭାଗ୍ୟକୁ ଧିକ୍‌କାର କରି ଓ ଜୀବନକୁ ମୃତ୍ୟୁପଥର ଯାତ୍ରୀ ବୋଲି ଧରିନେଇ ଘୋର ନୈରାଶ୍ୟ ମଧ୍ୟରେ ଛଟପଟ ହେଉଥ‌ିବା ମଣିଷ ପ୍ରତି ନାରୀକବି ସମ୍ବେଦନଶୀଳ ହୋଇଛନ୍ତି । ତାଙ୍କ ମତରେ ମାନବ ଜୀବନ ନିୟତି ଅଧୀନ ହେଲେ ମଧ୍ୟ ଚିର ଶୃଙ୍ଖଳିତ ଜୀବନ ନେଇ ମାନବ ଯେ ଯନ୍ତ୍ରଣାର କାରାଗାରରେ ଚିର ବନ୍ଦୀ ହୋଇ ପଡ଼ିଥିବ ଏହା କଦାପି ଭାଗ୍ୟଲିପି ନୁହେଁ ମାନବ ଜାତି କଦାପି ହଂସପଥର ଯାତ୍ରୀ ନୁହେଁ କି ଏ ସଂସାର ମୃତ୍ୟୁଯନ୍ତା ନୁହେଁ ।

BSE Odisha 9th Class Odia Solutions Chapter 4 ମଣିଷ ଭାଇ

ଦୁଃଖ, ଯାତନା ଓ ଅନୁଶୋଚନାର ତୀବ୍ର ଜ୍ଵଳନକୁ ନତଶିର ହୋଇ ଚିରଦିନ ସହ୍ୟ କରିବା ମାନବର ନିୟତି ନୁହେଁ । ସେହିପରି ଧନୀ, ପୁଞ୍ଜିପତି ଓ କ୍ଷମତାଧ୍ୟାକାରୀ ଅତ୍ୟାଚାରୀ ଶାସକ ଦୁର୍ବଳ ନିରୀହ ଜନତା ଉପରେ ଚିର ଆଧୂପତ୍ୟ ବିସ୍ତାର କରି ଶୋଷଣ, କଷଣରେ ଜୀବନକୁ ଦୁର୍ବିଷହ କରିଚାଲିଥବ, ଏହା କଦାପି ବିଧାତା ବିଧାନ ନୁହେଁ । ନାରୀକବିଙ୍କ ଭାଷାରେ –

କୁର ଅତ୍ୟାଚାରେ ଦଳିବ ଦୁର୍ବଳେ ରକ୍ତ ପିପାସା ଶମିବ
ନତଶିରେ ସୁଖେ ଶ୍ରୀପାଦେ ଅରପି ଆପଣାକୁ ଆପେ ବଧୂବ
ଏ ନୁହେଁ ବିଧାତା ବିଚାର,
ଧ୍ଵଂସର ଯାତ୍ରୀ, ମୃତ୍ୟୁର ଧାତ୍ରୀ ନୁହେଁ ଏ ସୁନ୍ଦର ସଂସାର ।’’

ନାରୀକବିଙ୍କ ମତରେ ପରମେଶ୍ବରଙ୍କ ସୃଷ୍ଟ ଏ ସଂସାର ଚିର ଆନନ୍ଦମୟ ଓ ମଙ୍ଗଳମୟ । ସଂସାରବାସୀ ହେଉଛନ୍ତି ଅମୃତର ସନ୍ତାନ । ମଣିଷ ଚାହିଁଲେ ତା’ ଜୀବନକୁ ମଧୁମୟ, ସରସ ଓ ସୁନ୍ଦର କରିପାରିବ । ତେଣୁ ମୃତ୍ୟୁପଥର ଯାତ୍ରୀ ବୋଲି ଭାବି ମଣିଷ ସ୍ଵକର୍ତ୍ତବ୍ୟ ସମ୍ପାଦନରୁ ନିବୃତ୍ତ ରହିବା ଅବିବେକତାର ପରିଚୟ । ନାରୀକବି ବିଶ୍ବବାସୀଙ୍କୁ ସଦା କର୍ମତତ୍ପର ରହି କର୍ତ୍ତବ୍ୟ କରିଯିବାକୁ ଉପଦେଶ ଦେଇଛନ୍ତି । କର୍ମରେ ନିମଜ୍ଜିତ ରହିଲେ ମନ ଭିତରୁ ନୈରାଶ୍ୟ ଓ ହତାଶାବୋଧ ଦୂରକରିବା ସମ୍ଭବ ।

ମନ ମଧ୍ଯରୁ ଲଜ୍ଜା, ଭୟ, ଅପମାନ ଓ ଅପବାଦକୁ ବିସ୍ମୃତ ହେବାପାଇଁ କର୍ମଯୋଗ ହିଁ ଶ୍ରେଷ୍ଠ ଉପଚାର । ମନରେ ଅହମିକା ପୋଷଣ କରି କ୍ରୋଧଯୁକ୍ତ ହେଲେ ବା ପ୍ରତିଶୋଧପରାୟଣ ଭାବନା ମନରେ ଧାରଣ କଲେ ଆତ୍ମା କଳୁଷିତ ହୁଏ । କାମ, କ୍ରୋଧ, ଲୋଭ, ମୋହ, ମଦ, ମାସର୍ଯ୍ୟାଦି ଅନ୍ତଃରିପୁମାନଙ୍କୁ ଦୃଢ଼ ଭାବେ ଦମନ କରି ମାନବୀୟ ଗୁଣାବଳୀରେ ଭୂଷିତ ହେଲେ ପରମେଶ୍ୱରଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏ । ଇନ୍ଦ୍ରିୟଲାଳସା ପରିହାର କରି ମନରେ ଦିବ୍ୟଚେତନା ଜାଗ୍ରତ କଲେ ମାନବ ଦେବତ୍ୱର ଅଧିକାରୀ ହେବ । ନୈତିକତାପୂର୍ଣ୍ଣ ଜୀବନ ଶୈଳୀକୁ ପାଥେୟ କରି ଓ ମନରେ ଫଳପ୍ରାପ୍ତି ବାଞ୍ଛା ନ କରି କର୍ମରେ ନିୟୋଜିତ ରହିଲେ ସବୁ ସମସ୍ୟା ସହଜରେ ସମାହିତ ହୋଇପାରିବ ବୋଲି କବୟିତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

କର୍ମମୟ ସଂସାରରେ କର୍ତ୍ତବ୍ୟ ସମ୍ପାଦନରେ ବ୍ରତୀ ହେବା ହିଁ ମାନବିକତାର ଶ୍ରେଷ୍ଠ ପରିଚୟ । କର୍ମତତ୍ପରତାଦ୍ବାରା ଈଶ୍ଵରଙ୍କ ଇଚ୍ଛା ପୂର୍ଣ କରାଯାଇପାରିବ ଓ ପଶୁତ୍ଵ- ଦେବତ୍ୱର ଭୀଷଣ ପରୀକ୍ଷାରେ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇ ମଣିଷ ମାନବିକ ମୂଲ୍ୟବୋଧର ବିଜୟ ବୈଜୟନ୍ତୀ ଉଡ଼ାଇପାରିବ । ଫଳତଃ ପରମେଶ୍ଵର ତାଙ୍କ ସୃଷ୍ଟିର ସାର୍ଥକତା ଅବଲୋକନ କରି ଚିର ସନ୍ତୁଷ୍ଟ ହେବେ ଓ ମାନବ ନିକଟରେ ଚିର ଋଣୀ ରହିବେ । ତାଙ୍କ ଅମୃତମୟ ସୃଷ୍ଟିକୁ ସୁନ୍ଦରତର କରିବାରେ ମଣିଷ ନିଜକୁ ଉତ୍ସର୍ଗ କରିବାକୁ କବୟିତ୍ରୀ ଆହ୍ବାନ ଦେଇଛନ୍ତି । ତାଙ୍କ ଭାଷାରେ –

‘‘ଉଠ ଦେବ ତେଜେ ତେଜି ଲାଜ ଭୟ ଅପମାନ ଅହମିକା,
ପଶୁତ୍ଵ ଦେବତ୍ୱ ପରୀକ୍ଷାରେ ଜୟୀ ଲଭ ବୀରତ୍ଵର ଟୀକା
ଋଣୀ କର ଭବରାଣେ
ତା’ଙ୍କ ରଚା ଚରାଚର ପରାଣରେ ବଳି ଦିଅ ନିଜ ପ୍ରାଣେ ।’’

କବିଙ୍କ ମତରେ ମାନବ ହେଉଛି ବିଧାତାର ବରପୁତ୍ର । ଜୀବନ ଯୁଦ୍ଧରେ ସାମାନ୍ୟ କ୍ଷତାକ୍ତ ହୋଇଗଲେ ସେ ନିଜକୁ କ୍ଷୀଣ ବା ଦୁର୍ବଳ ମନେକରିବା ଅନୁଚିତ । ଦୁଃଖ, ଯନ୍ତ୍ରଣା, ଲଜ୍ଜା, ଅପମାନ, ଅପବାଦରେ ନିଜକୁ ଦୀନ-ହୀନ ମନେକରିବା ମଧ୍ୟ ଅନୁଚିତ । ଧୈର୍ଯ୍ୟ, ସାହସ ଓ ବିକ୍ରମ ସହ ଜୀବନ ସଂଗ୍ରାମର ସମ୍ମୁଖୀନ ହେବା ବୀରୋଚିତ ଲକ୍ଷଣ । କାରଣ ପରମେଶ୍ଵର ତାଙ୍କ ଅମୃତମୟ ସୃଷ୍ଟିର ଅଭିନବ ବିକାଶ ଦର୍ଶନରେ ଚିର ଆଗ୍ରହୀ, ଅମୃତ ସନ୍ତାନ ମାନବର ଆଧ୍ୟାତ୍ମିକ ବିକାଶ ଦର୍ଶନରେ ସେ ସଦା ସନ୍ତୁଷ୍ଟ ।

ତେଣୁ ମଣିଷର ସବୁ ବିଷାଦ – ବ୍ୟର୍ଥତା, ଦୁଃଖ – କାତରତା, ତଥା ଯାବତୀୟ ହୀନମନ୍ୟତା ରୂପକ କଳଙ୍କ କାଳିମାକୁ ଧୋଇଦେଇ କ୍ଷତାକ୍ତ ମାନବାତ୍ମାକୁ ସେ ତାଙ୍କ ସୁଧାସ୍ପର୍ଶରେ ନବରୂପ ପ୍ରଦାନ ପୂର୍ବକ ତାକୁ ପୀୟୂଷ ପିପାସୀ କରାଇବେ । ଫଳରେ ଜୀବନ ହୋଇଉଠିବ ସରସ, ସୁନ୍ଦର, ଆନନ୍ଦମୟ ଓ ଅମୃତମୟ । ମଣିଷ ମନରେ ଆତ୍ମଚୈତନ୍ୟ, ପ୍ରାଣପ୍ରାଚୁର୍ଯ୍ୟ ତଥା କର୍ମମୟ ଜୀବନରେ ଉନ୍ମାଦନା ଭରିଦେବାରେ ‘ମଣିଷ ଭାଇ’ କବିତା ଯେ ନାରୀକବିଙ୍କର ଏକ ସାର୍ଥକ ସୃଷ୍ଟି ଏଥରେ ଦ୍ବିରୁକ୍ତି ନାହିଁ ।

Question ୪୦ ।
ବିଷାଦଗ୍ରସ୍ତ ହୋଇପଡ଼ିଥିବା ତୁମର ଜଣେ ବନ୍ଧୁଙ୍କୁ କବିତା ଅନୁସରଣରେ ଆଶ୍ୱାସନାର ବାଣୀ ଦେଇ ପତ୍ରଟିଏ ଲେଖ ।
Answer:

କଟକ
ତା ୨୫.୩.୨୦୧୮

ପ୍ରିୟ ସାଥୀ ସ୍ବାତୀ,
ଶୁଭେଚ୍ଛା ନେବୁ । ମଉସା, ମାଉସୀଙ୍କୁ ମୋର ପ୍ରଣାମ ଜଣାଇବୁ ଓ ତୋ’ ଗେହ୍ଲା ଭାଇ ସୁମନକୁ ମୋର ସ୍ନେହ । କାଲି ତୋ’ ଚିଠି ପାଇଲି । ତୋ’ ଜେଜେଙ୍କ ମୃତ୍ୟୁରେ ତୁ’ ଯେ ଗଭୀର ଭାବେ ମର୍ମାହତ ତାହା ମୁଁ ଅନୁଭବ କଲି । ତୋ’ ଦୁଃଖରେ ସମବେଦନା ଜଣାଇବାକୁ ଦୁଇଧାଡ଼ି ଲେଖୁଛି । ତତେ ଉପଦେଶ ଦେଉଛି ବୋଲି ଭାବିବୁନି । ଏହା ଅବଶ୍ୟ ସତ ଯେ ମଣିଷ ଯାହାଠାରୁ ବେଶୀ ସ୍ନେହ ଆଦର ପାଇଥାଏ ତା’ ବିୟୋଗରେ ମନ ଭିତରେ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହୁଏ ତାହା ଅପୂରଣୀୟ। ତାଙ୍କର ସେହି ସ୍ନେହବୋଳା ଡାକ, ମମତାଭରା କଥାପଦେ ତୁ ଆଉ ଶୁଣିବୁନି ।

କିନ୍ତୁ ଏକଥା ମଧ୍ୟ ସତ ଯେ ‘ଜାତସ୍ୟ ହି ଧ୍ରୁବମୃତ୍ୟୁ ।’’ ମଣିଷ ଦିନେ ନା ଦିନେ ଧରାଧାମରୁ ବିଦାୟ ନେବ ଏବଂ ଏହା ବିଧ୍ଵନିର୍ଦ୍ଦିଷ୍ଟ । ସାର୍ କହୁଥିଲେ, ଆତ୍ମାର ମୃତ୍ୟୁ ନାହିଁ । ଜରାଜୀର୍ଣ୍ଣ ପୋଷାକ ପରିବର୍ତ୍ତନ କରି ଏକ ନୂତନ ପୋଷାକ ପରିଧାନ କରିବା ପରି ଆତ୍ମା କେବଳ ଘଟ ପରିବର୍ତ୍ତନ କରେ । ସ୍ୱର୍ଗରେ ଥାଇ ତାଙ୍କ ଆତ୍ମା ତୋ’ ଉପରେ ନିଶ୍ଚୟ ଆଶିଷ ବର୍ଷା କରିବେ ଏଥ‌ିରେ ସନ୍ଦେହ ନାହିଁ । ତା’ ଛଡ଼ା ତାଙ୍କ ପାଇଁ ମନକୁ ବିଷାଦିତ କରି ବସିରହିବା ମଧ୍ୟ ବିବେକୀର ଲକ୍ଷଣ ନୁହେଁ ।

ମନ ଭାରାକ୍ରାନ୍ତ ରହିଲେ କୌଣସି କାମରେ ଉତ୍ସାହ ଆସେନାହିଁ ସତ୍ୟ; ମାତ୍ର କର୍ତ୍ତବ୍ୟରେ ଅବହେଳା କଲେ ତା’ର ପରିଣାମ ଆମକୁ ହିଁ ଭୋଗିବାକୁ ପଡ଼ିବ । ଯିଏ ଯେତେଦିନ ପାଇଁ ଆସିଛନ୍ତି ସେଥୁରୁ ମୁହୂର୍ଭେ ଅଧିକ ସମୟ ରଖୁବା କଦାପି ସମ୍ଭବ ନୁହେଁ । ଜନ୍ମ ଓ ମୃତ୍ୟୁ ପରି ଜୀବନର ଦୁଇ ମହାସତ୍ୟକୁ ଆମକୁ ମାନିବାକୁ ହେବ । ଠିକ୍ ଅନୁରୂପଭାବେ ଆମ କର୍ମମୟ ଜୀବନକୁ କିପରି କର୍ତ୍ତବ୍ୟ ସମ୍ପାଦନ ପୂର୍ବକ ଅଧ୍ଵ ସାର୍ଥକ କରିହେବ ତାହା ଚିନ୍ତା କରିବାକୁ ହେବ । କର୍ମ ହିଁ ଜୀବନ । କର୍ମତତ୍ପର ରହିବାଦ୍ୱାରା ଆମେ ଆମ ମନର ସବୁ ଦୁଃଖ ଭୁଲିଯାଇ ପାରିବା ।

ତା’ ଛଡ଼ା ମନର ସୁସ୍ଥତା ରହିଲେ କର୍ମରେ ଉତ୍ସାହ ଆସେ । ତୁ’ ତ ଜାଣୁ, ଯେ ଆମେ ଯେତେବେଳେ କୌଣସି ଏକ କାମରେ ନିୟୋଜିତ ରହୁ, ସେତେବେଳେ ଅନ୍ୟକୌଣସି ଭାବନା ମନକୁ ଆସେନାହିଁ । ତୁମର ମଧ୍ଯ କୁନ୍ତଳା କୁମାରୀଙ୍କ ‘ମଣିଷ ଭାଇ’ କବିତା ପଢ଼ା ସରିଥିବ । ନାରୀକବି କର୍ମର ଜୟଗାନ କରି ଯେଉଁ ପରାମର୍ଶଗୁଡ଼ିକ ଦେଇଛନ୍ତି ସେଗୁଡ଼ିକ ବହୁତ ମନଛୁଆଁ ନା ! ଈଶ୍ବରଙ୍କ ଏହି ଚିରଶୋଭାମୟ ସଂସାର ହେଉଛି ମାନବର କର୍ମଭୂମି । ତାଙ୍କ ପଦାରବିନ୍ଦରେ ସବୁ ଦୁଃଖ, ଦୁର୍ଭାବନାକୁ ସମର୍ପଣ କରି କର୍ମରେ ନିୟୋଜିତ ରହିଲେ, ସେ ସବୁ ସମସ୍ୟାର ସମାଧାନ କରିଦେବେ ।

ସ୍ୱାତୀ, ତୋ’ ପଢ଼ାପଢ଼ି ବିଷୟରେ ଲେଖୁ ଜଣାଇବୁ । ମାସିକ ପରୀକ୍ଷାଗୁଡ଼ିକରେ କେମିତିସବୁ ନମ୍ବର ଆସୁଛି ଜଣାଇବୁ । ଗଲା ପରୀକ୍ଷାରେ ଗଣିତରେ ମୋର ଭଲ ହେଲା; କିନ୍ତୁ ବିଜ୍ଞାନରେ ଭଲ ପ୍ରସ୍ତୁତି ନ ଥିବାରୁ ବହୁତ ଖରାପ ନମ୍ବର ଆସିଲା । ଭଲ ମନ୍ଦ ଜଣାଇ ମଝିରେ ମଝିରେ ଚିଠି ଖଣ୍ଡେ ଖଣ୍ଡେ ଦେଉଥୁବୁ । ରହୁଛି ।

ତୋର ସାଙ୍ଗ

BSE Odisha 9th Class Odia Solutions Chapter 4 ମଣିଷ ଭାଇ

ଠିକଣା
ପ୍ରେରକ :

ପ୍ରାପ୍ତେଷୁ : [ଉ।କଟିକଟ]

ପୂଜା ପ୍ରିୟଦଶିନୀ
ମାଫିତ୍ – ସଂଗ୍ରାମ ପଟ୍ଟନାୟକ
ସେକ୍ଟର – ୬
ସି.ଡି.ଏ. ମର୍କତ ନଗର,
କଟକ – ୭୫୩୦୧୪
ସ୍ୱ।ତୀ ସ୍ୱ।ଗତିକା
ମାଫିତ – ପ୍ରବୀର ମହାପାତ୍ର
କ୍ବାଟର ନମ୍ବର – ସି ୯୫
ଛେଣ୍ଡ କଲୋନୀ
ରାଉରକେଲା – ୭୫୯୦୦୨

ତୁମପାଇଁ କାମ

୪୧ । କୁନ୍ତଳା କୁମାରୀଙ୍କ ରଚନାଗୁଡ଼ିକ ସଂଗ୍ରହ କରି ପଢ଼ ।
୪୨ । କୁନ୍ତଳା କୁମାରୀଙ୍କ ସମସାମୟିକ କବିମାନଙ୍କର ଏକ ତାଲିକା ପ୍ରସ୍ତୁତ କର ।
୪୩ । ମାନବିକ ମୂଲ୍ୟବୋଧ ପ୍ରକାଶ କରୁଥ‌ିବା ପଦଗୁଡ଼ିକୁ ବାଛି ଟିପାଖାତାରେ ଟିପି ରଖ ।

ପରୀଷା ଉପଯୋଗୀ ଅତିରିକ୍ତ ପ୍ରଶୋତ୍ତର
ଅତିସଂକ୍ଷିପ୍ତ ଓ ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
1. କବି ‘ବରପୁତ୍ର’ ବୋଲି ସମ୍ବୋଧନ କାହାକୁ କରିଛନ୍ତି ?
Answer:
କବି ମାନବକୁ ବିଧାତାର ବରପୁତ୍ର ବୋଲି ସମ୍ବୋଧନ କରିଛନ୍ତି ।

2. କବି ମାନବକୁ ‘ବରପୁତ୍ର’ ବୋଲି କାହିଁକି କହିଛନ୍ତି ?
Answer:
ମାନବ ଦିବ୍ୟ ମାନବୀୟ ଗୁଣାବଳୀରେ ଭୂଷିତ ହୋଇ ଦେବତ୍ୱର ଅଧିକାରୀ ହୋଇପାରେ । କବି ମାନବକୁ ବରପୁତ୍ର ବୋଲି କହିଛନ୍ତି ।

3. ହୋଇପାରିବ ବୋଲି କବି କହିଛନ୍ତି ?
Answer:
ମୃତ୍ୟୁରଜୁକୁ ଛିନ୍ନ କରି ଜୀବନ ସୂତ୍ରକୁ ଧରି ସ୍ଵକର୍ତ୍ତବ୍ୟ ପଥରେ ଅଗ୍ରସର ହେଲେ ଜୀବନ ସୁରୁଖୁରୁରେ ଅତିବାହିତ ହୋଇପାରିବ ବୋଲି କବି କହିଛନ୍ତି ।

4. କବି ‘ମଣିଷ ଭାଇ’ ବୋଲି କେଉଁମାନଙ୍କୁ ସମ୍ବୋଧନ କରିଛନ୍ତି ?
Answer:
ସମାଜରେ ଶୋଷିତ, ଲାଞ୍ଛିତ ଓ ନିଷ୍ପେଷିତ ମଣିଷମାନଙ୍କୁ କବି ‘ମଣିଷ ଭାଇ’ ବୋଲି ସମ୍ବୋଧନ କରିଛନ୍ତି ।

5. ମଣିଷ କେଉଁପାଇଁ ଜନ୍ମଲାଭ କରିନାହିଁ ବୋଲି କବି କହିଛନ୍ତି ?
Answer:
ମଣିଷ ଝୁରି ମରିବାକୁ କିମ୍ବା ବୁଡ଼ି ମରିବାକୁ ଜନ୍ମଲାଭ କରିନାହିଁ ବୋଲି କବି କହିଛନ୍ତି ।

6. ନୈରାଶ୍ୟକୁ ଅନ୍ଧାର ରୂପେ କବି କାହିଁକି ଦେଖୁଛନ୍ତି ?
Answer:
ମଣିଷ ଆଶାଶୂନ୍ୟ ହୋଇଗଲେ, ତାକୁ ଚାରିଆଡ଼ ଅନ୍ଧାର ଦେଖାଯାଏ, ତେଣୁ କବି ନୈରାଶ୍ୟକୁ ଅନ୍ଧାର ରୂପେ ବର୍ଣ୍ଣନା କରିଛନ୍ତି ।

7. ମଣିଷର ଭାଗ୍ୟ କାହା ମଧ୍ୟରେ ସୀମାବଦ୍ଧ ବୋଲି କବି କହିଛନ୍ତି ?
Answer:
ମଣିଷର ଭାଗ୍ୟ ଲାଞ୍ଛନା, ପ୍ରବଞ୍ଚନା ତଥା ଦୁଃଖଯନ୍ତ୍ରଣା ମଧ୍ୟରେ ସୀମାବଦ୍ଧ ନୁହେଁ ।

8. ହତୋତ୍ସାହ ହୋଇପଡ଼ିଥି ମନୁଷ୍ୟ ପୃଥ‌ିବୀକୁ କେଉଁ ଦୃଷ୍ଟିରେ ଦେଖେ ?
Answer:
ହତୋତ୍ସାହ ହୋଇପଡ଼ିଥି ମନୁଷ୍ୟ ଏ ପୃଥ‌ିବୀକୁ ‘ଧ୍ୱଂସର ଯାତ୍ରୀ ତଥା ମୃତ୍ୟୁର ଧାତ୍ରୀ’ ରୂପେ ଦେଖେ ।

୨. ‘ ଅମୃତର ସନ୍ତାନ’ ବୋଲି କେଉଁମାନଙ୍କୁ କୁହାଯାଇଛି ?
Answer:
‘ଅମୃତର ସନ୍ତାନ’ ବୋଲି ମାନବମାନଙ୍କୁ କୁହାଯାଇଛି ।

10. ବିଶାଳ ଜଗତର ସୃଷ୍ଟି କ’ଣ ପାଇଁ ନୁହେଁ ବୋଲି କବି କହିଛନ୍ତି ?
Answer:
ବିଶାଳ ଜଗତ କାହାରି ବିଳାସର ଲୀଳାକ୍ଷେତ୍ର ନିମନ୍ତେ ସୃଷ୍ଟି ନୁହେଁ ବୋଲି କବି କହିଛନ୍ତି ।

11. କେଉଁ ଧରଣର ପିପାସା ମେଣ୍ଟେ ନାହିଁ ?
Answer:
ଦୁର୍ବଳକୁ ପଦଦଳିତ କରି ନିର୍ଦ୍ଦୟଭାବରେ ତା’ପ୍ରତି ଅତ୍ୟାଚାର କରି ତା’ର ରକ୍ତକ୍ଷୟ କରିବାର ପିପାସା କେବେହେଲେ ମେଣ୍ଟେ ନାହିଁ ।

12. ବିଶ୍ବ କେଉଁମାନଙ୍କ ପାଇଁ ସୁନ୍ଦର ନୁହେଁ ?
Answer:
ନୈରାଶ୍ୟଦଗ୍‌ଧ ହୋଇ ସଂସାରକୁ ଧ୍ୱଂସାଭିମୁଖୀ ତଥା ଜୀବନକୁ ମୃତ୍ୟୁପଥର ଯାତ୍ରୀ ବୋଲି ବିବେଚନା କରୁଥିବା ମାନବ ପାଇଁ ଏ ବିଶ୍ଵ ସୁନ୍ଦର ନୁହେଁ ।

13. ବିଧାତାଙ୍କ ବିଚାରରେ କେଉଁ କାର୍ଯ୍ୟ ଉଚିତ ନୁହେଁ ?
Answer:
ବିଶ୍ବକୁ ବିଳାସ କ୍ଷେତ୍ର ମନେକରି ଦୁର୍ବଳକୁ ପଦଦଳିତ କରି ନିଜକୁ ନିଜେ ବିନାଶ କରିବା ବିଧାତାଙ୍କ ବିଚାର ନୁହେଁ ।

BSE Odisha 9th Class Odia Solutions Chapter 4 ମଣିଷ ଭାଇ

14. କବି କିଭଳି ସଂସାରର ପରିକଳ୍ପନା କରିଛନ୍ତି ?
Answer:
କବି ସଂସାରକୁ କର୍ମର ଶୁଭ ଭୁବନ ଭାବେ ପରିକଳ୍ପନା କରିଛନ୍ତି ।

15. ମଣିଷ କେତେବେଳେ ବୀରତ୍ଵର ଟୀକା ଲାଭ କରିପାରିବ ?
Answer:
ଲଜ୍ଜା, ଭୟ, ଅପମାନ ଓ ଅହଂକାରକୁ ତ୍ୟାଗକରି ପଶୁତ୍ଵ-ଦେବତ୍ଵ ପରୀକ୍ଷାରେ ବିଜୟୀ ହେବାପରେ ମନୁଷ୍ୟ ବୀରତ୍ଵର ଟୀକା ଲାଭ କରିପାରିବ ।

16. କବି ଏହି ପୃଥ‌ିବୀକୁ କାହାର ଭୁବନ ବୋଲି ଦର୍ଶାଇଛନ୍ତି ?
Answer:
କବି ଏହି ପୃଥ‌ିବୀକୁ କର୍ମର ଶୁଭ ଭୁବନ ବୋଲି

17. ମଣିଷକୁ କେଉଁ ପ୍ରବୃତ୍ତିଗୁଡ଼ିକୁ ତ୍ୟାଗ କରିବାପାଇଁ କବି ଆହ୍ୱାନ ଦେଇଛନ୍ତି ?
Answer:
କବି ଲଜ୍ଜା, ଭୟ, ଅପମାନ ଓ ଅହମିକା ପ୍ରଭୃତି କୁପ୍ରବୃତ୍ତିଗୁଡ଼ିକୁ ତ୍ୟାଗ କରିବାପାଇଁ ମଣିଷକୁ ଆହ୍ଵାନ ଦେଇଛନ୍ତି ।

18. ଭଗବାନଙ୍କୁ
ଋଣୀ କରାଯାଇପାରିବ ?
Answer:
ବିଶ୍ବ ଜୀବନର କଲ୍ୟାଣ ନିମନ୍ତେ ଆୟୋତ୍ସର୍ଗ କରିପାରିଲେ ହିଁ ଭଗବାନଙ୍କୁ ଋଣୀ କରାଯାଇପାରିବ ।

19. ମଣିଷ ଭାଇକୁ କବି ‘ଅରିନ୍ଦମ’ ବୋଲି କାହିଁକି ସମ୍ବୋଧନ କରିଛନ୍ତି ?
Answer:
ମାନବ ହିଁ କାମ, କ୍ରୋଧ, ଲୋଭ, ମୋହ, ମଦ ଓ ମାସ୍କର୍ଯ୍ୟ ପ୍ରଭୃତି ଷଡ଼ରିପୁଙ୍କୁ ଜୟ କରିପାରେ ବୋଲି କବି ତାକୁ ‘ଅରିନ୍ଦମ’ ବୋଲି କହିଛନ୍ତି ।

20. ମଣିଷ କେତେବେଳେ ଦେବତା ରୂପେ ପୂଜିତ ହୋଇପାରିବ ?
Answer:
ମାନବ ଯେତେବେଳେ କାମ-କ୍ରୋଧାଦି ଷଡ଼ରିପୁକୁ ଜୟକରି ବିଶ୍ୱଜୀବନର କଲ୍ୟାଣ ନିମନ୍ତେ ଆୟୋତ୍ସର୍ଗ କରିବାକୁ ସମର୍ଥ ହେବ, ସେତେବେଳେ ସେ ଦେବତାରୂପେ ପୂଜିତ ହୋଇପାରିବ ।

B ଗୋଟିଏ ଶବ୍ଦରେ ଉତ୍ତର ଲେଖ ।
1. ବ୍ୟକ୍ତି ନିଜର ଭବିଷ୍ୟତକୁ କାହା ଉପରେ ଛାଡ଼ିଦିଏ ?
Answer:
ନିୟତି ଉପରେ

2. କିଏ ଝୁରି ମରିବାକୁ ବୁଡ଼ି ମରିବାକୁ ଜନମି ନାହିଁ ବୋଲି କବି କହିଛନ୍ତି ?
Answer:
ମାନବ

3. ଏ ବିଶାଳ ଜଗତୀ କାହାର ଯାତ୍ରୀ ନୁହେଁ ?
Answer:
ଧ୍ବଂସର

4. ଏ ସଂସାରକୁ କବି କାହାର ଶୁଭ ଭୁବନ ବୋଲି ବର୍ଣ୍ଣନା କରିଛନ୍ତି ?
Answer:
କର୍ମର

5. କେଉଁ ପରୀକ୍ଷାରେ ବିଜୟୀ ହୋଇ ବୀରତ୍ଵର ଟୀକା ଲାଭ କରିବାକୁ କବି କହିଛନ୍ତି ?
Answer:
ପଶୁତ୍ଵ -ଦେବତ୍ୱ

6. ପଶଉତ୍ସ- ଦେବତ୍ୱ ପରୀକ୍ଷାରେ ବିଜୟୀ ହୋଇ କାହାକୁ ଋଣୀ କରିବାକୁ କବି କହିଛନ୍ତି ?
Answer:
ଈଶ୍ବରଙ୍କୁ

7. ଏ ସାରା ସଂସାରର ରଚୟିତା କିଏ ?
Answer:
ଈଶ୍ବର

BSE Odisha 9th Class Odia Solutions Chapter 4 ମଣିଷ ଭାଇ

8. କବି କାହାକୁ ବିଧାତାର ବରପୁତ୍ର ବୋଲି କହିଛନ୍ତି ?
Answer:
ମଣିଷକୁ

9. କବି ମଣିଷ ଭାଇକୁ କେଉଁ ରଜ୍ଜୁ ଛିଣ୍ଡାଇବାକୁ କହିଛନ୍ତି ?
Answer:
ଯୁଗାନ୍ତ-ମୃତ୍ୟୁ ରଜ୍ଜୁ

10. କେଉଁ ସୂତ୍ର ଧରିବାକୁ କବି ମଣିଷ ଭାଇକୁ ନିବେଦନ କରିଛନ୍ତି ?
Answer:
ଜୀବନ ସୂତ୍ର

11. ଅମୃତ ଦୀପ୍ତି ସନ୍ତାନ ଭାବେ କବି କାହାକୁ ବର୍ଣନା କରିଛନ୍ତି ?
Answer:
ମଣିଷମାନଙ୍କୁ

12. କାହାକୁ କବି ଅନ୍ଧକାର ରୂପେ ବର୍ଣ୍ଣନା କରିଛନ୍ତି ?
Answer:
ନୈରାଶ୍ୟ

13. ‘ନିକେତନ’ ଶବ୍ଦର ଅର୍ଥ କ’ଣ ?
Answer:
ଗୃହ

14. ବିଧାତାଙ୍କ ବିଚାରରେ କେଉଁ କାର୍ଯ୍ୟ ଉଚିତ ନୁହେଁ ?
Answer:
ଆପଣାକୁ ଆପେ ବଧୂ

15. ଏ ସଂସାର କେଉଁମାନଙ୍କ ପାଇଁ ସୁନ୍ଦର ନୁହେଁ ?
Answer:
ଧ୍ଵଂସର ଯାତ୍ରୀ ଓ ମୃତ୍ୟୁର ଧାତ୍ରୀ

16. କାହାକୁ ଋଣୀ କରିବାକୁ କବି ମନୁଷ୍ୟମାନଙ୍କୁ କହିଛନ୍ତି ?
Answer:
ଭବରାଣଙ୍କୁ

17. ‘ମଣିଷ ଭାଇ’ କବିତାର କବି କିଏ ?
Answer:
କୁନ୍ତଳାକୁମାରୀ ସାବତ୍

18. ‘ମଣିଷ ଭାଇ’ କବିତାଟି କବିଙ୍କର କେଉଁ କବିତା ପୁସ୍ତକରୁ ଆସିଅଛି ?
Answer:
ସ୍ଫୁଲିଙ୍ଗ

BSE Odisha 9th Class Odia Solutions Chapter 4 ମଣିଷ ଭାଇ

19. କୁନ୍ତଳାକୁ ମାରୀ କେଉଁ ଉପାଧ୍ଧରେ ଭୂଷିତ ହୋଇଥିଲେ ?
Answer:
ଉତ୍କଳ ଭାରତୀ

20. କବିତାରେ କବି କାହାକୁ ଭାଇଁ ବୋଲି ସମ୍ବୋଧନ କରିଛନ୍ତି ?
Answer:
ମଣିଷକୁ

C ଶୂନ୍ୟସ୍ଥାନ ପୂରଣ କର ।
1. କବିଙ୍କ ମତରେ ମଣିଷ ହେଉଛି ବିଧାତାର _______________।
Answer:
ବରପୁତ୍ର

2. କବିଙ୍କ ମତରେ ପରମେଶ୍ବରଙ୍କ ସୃଷ୍ଟ ଏ ସଂସାର ଚିର ଆନନ୍ଦମୟ ଓ ________________ ।
Answer:
ମଙ୍ଗଳମୟ

3. କର୍ମର ଶୁଭ ଭୁବନ ବୋଲି କବି ____________ କୁ କହିଛନ୍ତି ।
Answer:
ସଂସାର

4. କବି ଅରିନ୍ଦମ ବୋଲି __________________ କୁ ସମ୍ବୋଧନ କରିଛନ୍ତି ।
Answer:
ମଣିଷ

5. __________________ ର ଆସନ ତାରା ଦଳେ ବୋଲି କବି କହିଛନ୍ତି ।
Answer:
ମଣିଷ

6. _______________ ପ୍ରବୃତ୍ତିଗୁଡ଼ିକୁ ତ୍ୟାଗ କରିବାକୁ କବି ମଣିଷକୁ ଆହ୍ବାନ ଦେଇଛନ୍ତି ।
Answer:
ଲାଜ, ଭୟ, ଅପମାନ

7. ମଣିଷ ନିଜ ଭିତରେ ଥ‌ିବା _______________ ଗୁଡ଼ିକୁ ଦମନ କଲେ ଦେବତାର ଆସନ ଲାଭ କରିପାରିବ ।
Answer:
ଅନ୍ତଃଶତ୍ରୁ

8. ଏ ପୃଥ‌ିବୀ ନିରନ୍ତର ________________ ପଥରେ ଆଗେଇ ଚାଲିଛି ।
Answer:
ଧ୍ବଂସ

BSE Odisha 9th Class Odia Solutions Chapter 4 ମଣିଷ ଭାଇ

9. ‘ଚରାଚର’ କହିଲେ _____________________ କୁ ବୁଝାଏ ।
Answer:
ସାରା ସଂସାର

10. କୁନ୍ତଳାକୁମାରୀଙ୍କର ବୃତ୍ତି ______________ ଥିଲା ।
Answer:
ଡାକ୍ତରି

11. ଦେବତା ପୂଜିତ ______________ ରେ ତବାସନ ବୋଲି କବି ମଣିଷକୁ କହିଛନ୍ତି ।
Answer:
ଆକାଶ

12. ________________ କାଳିରେ ଦୀନହୀନ ନ ହେବାକୁ କବି ମଣିଷ ଭାଇକୁ କହିଛନ୍ତି ।
Answer:
କଳୁଷର କଳଙ୍କ

13. କବିତାରେ କବି ______________ କୁ ଭାଇ ବୋଲି ସମ୍ବୋଧନ କରିଛନ୍ତି ।
Answer:
ମଣିଷ

14. ମଣିଷ ______________ ପାଇଁ ଜନ୍ମଲାଭ କରିନାହିଁ ବୋଲି କବି କହିଛନ୍ତି ।
Answer:
ଝୁରି ମରିବାକୁ

15. କବି ନୈରାଶ୍ୟକୁ _____________ ରୂପରେ ବର୍ଣ୍ଣନା କରିଛନ୍ତି ।
Answer:
ଅନ୍ଧାର

16. ମଣିଷର ନିୟତି _____________ ମଣିଷର ନିୟତି ବୋଲି କବି କହିଛନ୍ତି ।
Answer:
କଷଣ କାରା

17. ହତୋତ୍ସାହ ହୋଇପଡ଼ିଥି ମନୁଷ୍ୟ ପୃଥ‌ିବୀକୁ ___________ ଦୃଷ୍ଟିରେ ଦେଖନ୍ତି ।
Answer:
ମୃତ୍ୟୁର ଧାତ୍ରୀ

18. କବି ______________ ମାନଙ୍କୁ ଅମୃତର ସନ୍ତାନ ବୋଲି କହିଛନ୍ତି ।
Answer:
ମଣିଷ

19. ଏ ବିଶାଳ ଜଗତୀ ______________ ର ଧାତ୍ରୀ ନୁହେଁ ।
Answer:
ମୃତ୍ୟୁ

20. କବିଙ୍କ ମତରେ _______________ ର ମରଣ ନାହିଁ ।
Answer:
ଅମୃତଦୀପ୍ତ ସନ୍ତାନ

D ଠିକ୍ କିମ୍ବା ଭୁଲ୍ ଲେଖ ।
1. ପଶୁ ଝୁରି ମରିବାକୁ ବୁଡ଼ି ମରିବାକୁ ଜନମି ନାହିଁ ବୋଲି
Answer:
ଭୁଲ୍

BSE Odisha 9th Class Odia Solutions Chapter 4 ମଣିଷ ଭାଇ

2. ଏ ସଂସାରକୁ କବି ଭାଗ୍ୟର ଶୁଭ ଭୁବନ ବୋଲି ବର୍ଣ୍ଣନା କରିଛନ୍ତି ।
Answer:
ଭୁଲ୍

3. ପଶୁତ୍ଵ-ଦେବତ୍ୱ ପରୀକ୍ଷାରେ ବିଜୟୀ ହୋଇ ମଣିଷକୁ ଋଣୀ କରିବାକୁ କବି କହିଛନ୍ତି ।
Answer:
ଭୁଲ୍

4. କବି ମଣିଷକୁ ବିଧାତାର ବରପୁତ୍ର ବୋଲି କହିଛନ୍ତି ।
Answer:
ଠିକ୍

5. ଜୀବନ ସୂତ୍ର ଧରିବାକୁ କବି ମଣିଷ ଭାଇକୁ ନିବେଦନ କରିଛନ୍ତି ।
Answer:
ଠିକ୍

6. ନୈରାଶ୍ୟକୁ କବି ଅନ୍ଧକାର ରୂପେ ବର୍ଣ୍ଣନା କରିଛନ୍ତି ।
Answer:
ଠିକ୍

7. ବିଧାତାଙ୍କ ବିଚାରରେ ଆପଣାକୁ ଆପେ ବାଧିବା କାର୍ଯ୍ୟ ଉଚିତ ନୁହେଁ ।
Answer:
ଠିକ୍

8. ଭବରାଣଙ୍କୁ ଋଣୀ କରିବାକୁ କବି ମନୁଷ୍ୟମାନଙ୍କୁ କହିଛନ୍ତି ।
Answer:
ଠିକ୍

9. କବିତାରେ କବି ଭଗବାନକୁ ଭାଇ ବୋଲି ସମ୍ବୋଧନ କରିଛନ୍ତି ।
Answer:
ଭୁଲ୍

10. କବିଙ୍କ ମତରେ ପରମେଶ୍ବରଙ୍କ ସୃଷ୍ଟି ଏ ସଂସାର ଚିର ଆନନ୍ଦମୟ ଓ ମଙ୍ଗଳମୟ ।
Answer:
ଠିକ୍

11. କବି ଅରିନ୍ଦମ ବୋଲି ଭଗବାନକୁ ସମ୍ବୋଧନ କରିଛନ୍ତି ।
Answer:
ଭୁଲ୍

12. ଲାଜ, ଭୟ, ଅପମାନ ପ୍ରବୃତ୍ତିଗୁଡ଼ିକୁ ତ୍ୟାଗ କରିବାକୁ କବି ମଣିଷକୁ ଆହ୍ଵାନ ଦେଇଛନ୍ତି ।
Answer:
ଠିକ୍

BSE Odisha 9th Class Odia Solutions Chapter 4 ମଣିଷ ଭାଇ

13. ଏ ପୃଥ‌ିବୀ ନିରନ୍ତର ଅଗ୍ରସର ପଥରେ ଆଗେଇ ଚାଲିଛି ।
Answer:
ଭୁଲ୍

14. କୁନ୍ତଳାକୁମାରୀଙ୍କର ବୃତ୍ତି ଚାକିରି ଥିଲା ।
Answer:
ଭୁଲ୍

E ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. ବ୍ୟକ୍ତି ନିଜର ଭବିଷ୍ୟତକୁ କାହା ଉପରେ ଛାଡ଼ି ଦିଅନ୍ତି ?
(A) କର୍ମ
(B) କର୍ତ୍ତବ୍ଯ
(C) ନିୟତି
(D) ଭଗବାନ୍
Answer:
(C) ନିୟତି

2. କିଏ ଝୁରି ମରିବାକୁ ବୁଡ଼ି ମରିବାକୁ ଜନମି ନାହିଁ ବୋଲି କବି କହିଛନ୍ତି ?
(A) ମାନବ
(B) ମହାମାନବ
(C) ପରମପୁରୁଷ
(D) ପୁରୁଷୋତ୍ତମ
Answer:
(A) ମାନବ

3. ଏ ବିଶାଳ ଜଗତୀ କାହାର ଯାତ୍ରୀ ନୁହେଁ ?
(A) ମୃତ୍ୟୁର
(B) ଧ୍ବଂସର
(C) ଦାରିଦ୍ର୍ୟର
(D) ଅନଟନର
Answer:
(B) ଧ୍ବଂସର

4. ଏ ସଂସାରକୁ କବି କାହାର ଶୁଭ ଭୁବନ ବୋଲି ବର୍ଣ୍ଣନା କରିଛନ୍ତି ?
(A) କର୍ମର
(B) ଧର୍ମର
(C) ତ୍ଯାଗର
(D) ଉପକାରର
Answer:
(A) କର୍ମର

5. କେଉଁ ପରୀକ୍ଷାରେ ବିଜୟୀ ହୋଇ ବୀରତ୍ଵର ଟୀକା ଲାଭ କରିବାକୁ କବି କହିଛନ୍ତି ?
(A) ପଶୁତ୍ଵ-ଦେବତ୍ଵ
(B) ଦେବତ୍ୱ-ମାନବତ୍ଵ
(C) ମାନବତ୍ବ-ପଶୁତ୍ଵ
(D) ଦେବତ୍ୱ-ଦାନବତ୍ୱ
Answer:
(A) ପଶୁତ୍ଵ-ଦେବତ୍ଵ

6. ପରୀକ୍ଷାରେ ବିଜୟୀ ହୋଇ କାହାକୁ ଋଣୀ କରିବାକୁ କବି କହିଛନ୍ତି ?
(A) ପୃଥିବୀବାସୀଙ୍କୁ
(B) ଦେବତାଙ୍କୁ
(C) ଈଶ୍ବରଙ୍କୁ
(D) ସଂସାରକୁ
Answer:
(C) ଈଶ୍ବରଙ୍କୁ

BSE Odisha 9th Class Odia Solutions Chapter 4 ମଣିଷ ଭାଇ

7. ଏ ସାରା ସଂସାରର ରଚୟିତା କିଏ ?
(A) ସୂର୍ଯ୍ୟ
(B) ଈଶ୍ବର
(C) କର୍ମ
(D) ଚନ୍ଦ୍ର
Answer:
(B) ଈଶ୍ବର

8. କବି କାହାକୁ ବିଧାତାର ବରପୁତ୍ର ବୋଲି କହିଛନ୍ତି ?
(A) ମହାପୁରୁଷମାନଙ୍କୁ
(B) ସଜ୍ଜନଙ୍କୁ
(C) ମଣିଷକୁ
(D) ଦେବତାଙ୍କୁ
Answer:
(C) ମଣିଷକୁ

9. କବି ମଣିଷ ଭାଇକୁ କେଉଁ ରଜ୍ଜୁ ଛିଣ୍ଡାଇବାକୁ କହିଛନ୍ତି ?
(A) ଜୀବନ ରଜ୍ଜୁ
(B) ବନ୍ଧୁତ୍ଵ ରଜୁ
(C) ଯୁଗାନ୍ତ-ମୃତ୍ୟୁ ରଜ୍ଜୁ
(D) ସମ୍ପର୍କ ରଜ୍ଜୁ
Answer:
(C) ଯୁଗାନ୍ତ-ମୃତ୍ୟୁ ରଜ୍ଜୁ

10. କେଉଁ ସୂତ୍ର ଧରିବାକୁ କବି ମଣିଷ ଭାଇକୁ ନିବେଦନ କରିଛନ୍ତି ?
(A) ସମ୍ପର୍କ ସୂତ୍ର
(B) ଜନ୍ମ ସୂତ୍ର
(C) ଜୀବନ ସୂତ୍ର
(D) ମୃତ୍ୟୁ ସୂତ୍ର
Answer:
(C) ଜୀବନ ସୂତ୍ର

11. କେଉଁ ଧରଣର ପିପାସା ମେଣ୍ଟେ ନାହିଁ ?
(A) ଜଳ ପିପାସା
(B) ସୁରା ପିପାସା
(C) ରକ୍ତ ପିପାସା
(D) କେଉଁଟି ନୁହେଁ
Answer:
(D) କେଉଁଟି ନୁହେଁ

12. କେଉଁଟି ମାନବର ଷଡ଼ରିପୁ ମଧ୍ୟରୁ ଏକ ଶତ୍ରୁ ନୁହେଁ ?
(A) କାମ
(B) କ୍ରୋଧ
(C) ଲୋଭ
(D) କ୍ଷମା
Answer:
(D) କ୍ଷମା

13. କର୍ମର ଶୁଭ ଭୁବନ ବୋଲି କବି କାହାକୁ କହିଛନ୍ତି ?
(A) ସଂସାରକୁ
(B) ପାତାଳକୁ
(C) ସ୍ବର୍ଗକୁ
(D) ତ୍ରିଲୋକକୁ
Answer:
(A) ସଂସାରକୁ

14. କବି ଅରିନ୍ଦମ ବୋଲି କାହାକୁ ସମ୍ବୋଧନ କରିଛନ୍ତି ?
(A) ଈଶ୍ବରଙ୍କୁ
(B) ସବଳକୁ
(C) ଦୁର୍ବଳକୁ
(D) ମଣିଷକୁ
Answer:
(D) ମଣିଷକୁ

BSE Odisha 9th Class Odia Solutions Chapter 4 ମଣିଷ ଭାଇ

15. ତାରା ଦଳେ କାହାର ଆସନ ବୋଲି କବି କହିଛନ୍ତି ?
(A) ଚନ୍ଦ୍ରଙ୍କର
(B) ସୂର୍ଯ୍ୟଙ୍କର
(C) ସପ୍ତର୍ଷିମଣ୍ଡଳର
(D) ମଣିଷର
Answer:
(D) ମଣିଷର

16. ମଣିଷର କେଉଁ ପ୍ରବୃତ୍ତିଗୁଡ଼ିକୁ ତ୍ୟାଗ କରିବାକୁ କବି ଆହ୍ବାନ ଦେଇଛନ୍ତି ?
(A) ସତ୍ୟ, ଧର୍ମ, ନ୍ୟାୟ
(B) କ୍ରୋଧ, ଲୋଭ, ମୋହ
(C) ଲାଜ, ଭୟ, ଅପମାନ
(D) ଦୟା, କ୍ଷମା, ସଂଯମ
Answer:
(C) ଲାଜ, ଭୟ, ଅପମାନ

17. ମଣିଷ କେତେବେଳେ ଦେବତାର ଆସନ ଲାଭ କରିପାରିବ ?
(A) ସ୍ଵର୍ଗଜୟ କଲେ
(B) ପୃଥ‌ିବୀର ରାଜା ହେଲେ
(C) ତା’ ଭିତରେ ଥ‌ିବା ଅନ୍ତଃ ଶତ୍ରୁଗୁଡ଼ିକୁ ଦମନ କଲେ
(D) ସୁକାର୍ଯ୍ୟ କଲେ
Answer:
(C) ତା’ ଭିତରେ ଥ‌ିବା ଅନ୍ତଃ ଶତ୍ରୁଗୁଡ଼ିକୁ ଦମନ କଲେ

18. ଏ ପୃଥ‌ିବୀ ନିରନ୍ତର କେଉଁ ପଥରେ ଆଗେଇ ଚାଲିଛି ?
(A) ଅବନତି ପଥରେ
(B) ଉନ୍ନତି ପଥରେ
(C) ଧ୍ବଂସପଥରେ
(D) ଗତିପଥରେ
Answer:
(C) ଧ୍ବଂସପଥରେ

19. ‘ରୋଚର’ କହିଲେ କ’ଣ ବୁଝ ?
(A) ଚାରଣ ଭୂମି
(B) ଗୋଚର ଭୂମି
(C) ମରୁଭୂମି
(D) ସାରା ସଂସାର
Answer:
(D) ସାରା ସଂସାର

20. କୁନ୍ତଳାକୁମାରୀଙ୍କର ବୃତ୍ତି କ’ଣ ଥିଲା ?
(A) ସାହିତ୍ୟ
(B) ସମାଜସେବା
(C) ଡାକ୍ତରି
(D) କାରିଗରି
Answer:
(C) ଡାକ୍ତରି

କବୟିତ୍ରୀଙ୍କ ସମ୍ବନ୍ଧରେ :
ଓଡ଼ିଆ ସାହିତ୍ୟରେ ନାରୀକବି ଉତ୍କଳଭାରତୀ କୁନ୍ତଳା କୁମାରୀ ସାବତ ଏକ ସୁଦୂରପ୍ରସାରୀ ନାମ । ଚିତ୍ତାକର୍ଷକ ବ୍ୟକ୍ତିତ୍ଵ, ବିପ୍ଳବର ଅନିର୍ବାଣ ଅଗ୍ନିଶିଖା, ମାନବିକତାର ଏକ ପରିପୂର୍ଣ୍ଣ ଉତ୍ସ ଏହି ମହୀୟସୀ କବୟିତ୍ରୀଙ୍କ ଲେଖନୀ କବିତା, ପ୍ରବନ୍ଧ, ଉପନ୍ୟାସ ପ୍ରଭୃତି ସାହିତ୍ୟର ବିଭିନ୍ନ ଦିଗକୁ ସ୍ପର୍ଶ କରିଛି । ପୂର୍ବ ଗୌରବାନୁଚିନ୍ତା, ଦେଶାତ୍ମବୋଧ ପ୍ରେମ, ପ୍ରକୃତି, ଭଗବାନ ପ୍ରଭୃତିଙ୍କୁ ଆଧାର କରି କାବ୍ୟ କବିତାର ବିଭିନ୍ନ ବିଭାଗ ମଧ୍ୟରେ ତାଙ୍କ ଲେଖନୀର ଜୟଯାତ୍ରା । ତାଙ୍କ କବିତାରେ ଓଡ଼ିଆ ପ୍ରୀତି ଓ ଓଡିଆ ଭାଷା ପ୍ରୀତିର ଅପୂର୍ବ ନମୁନା ପରିଦୃଷ୍ଟ ହୁଏ । କୁନ୍ତଳା କୁମାରୀଙ୍କ ଜନ୍ମ ୧୯୦୧ ଖ୍ରୀଷ୍ଟାବ୍ଦ ଫେବୃୟାରୀ ୮ ତାରିଖରେ ଓଡ଼ିଶାର ଏକ ବିଚ୍ଛିନ୍ନାଞ୍ଚଳ ବସ୍ତର ଗଡ଼ଜାତରେ ।

ସାରସ୍ଵତ ପ୍ରତିଭାର ଉଜ୍ଜଳତର ସ୍ବାକ୍ଷର ଦେବାକୁ ଯାଉଥିଲାବେଳେ ୧୯୩୮ ମସିହାରେ ସେ ଇହଧାମରୁ ବିଦାୟ ନେଇଥିଲେ । ତେରବର୍ଷ ପର୍ଯ୍ୟନ୍ତ ଓଡ଼ିଆ ବର୍ଣ୍ଣ ପରିଚୟ ପାଇ ନ ଥିବା ଏହି ଅସାଧାରଣ ଧୀଶକ୍ତିସମ୍ପନ୍ନା ଅଳ୍ପ କେତୋଟି ଦିନ ମଧ୍ୟରେ ଓଡ଼ିଆ ଭାଷା ଶିକ୍ଷା କରି ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଯେଉଁ ଗୌରବର ଅଧିକାରୀ ହୋଇପାରିଥିଲେ ତାହା ବାସ୍ତବିକ ବିସ୍ମୟକର । ବୃତ୍ତିରେ ଡାକ୍ତର ଥିଲେ ମଧ୍ୟ ତାଙ୍କ ପ୍ରବୃତ୍ତି ଥିଲା ସାରସ୍ବତ ସାଧନା । କେବଳ ଓଡ଼ିଆ ସାହିତ୍ୟ ନୁହେଁ ହିନ୍ଦୀ ସାହିତ୍ୟରେ ମଧ୍ୟ ତାଙ୍କର ଗଭୀର ପ୍ରବେଶ ଥିଲା । ହିନ୍ଦୀରେ ‘ବରମାଲା’ ନାମକ ଏକ ଗୀତିଗୁଚ୍ଛ ରଚନା କରି ତଥା ବହୁ ହିନ୍ଦୀ ପତ୍ରିକାର ସମ୍ପାଦନା ଦାୟିତ୍ଵରେ ରହି ସେ ହିନ୍ଦୀ ସାହିତ୍ୟ କ୍ଷେତ୍ରରେ ସୁପ୍ରତିଷ୍ଠିତା ହୋଇ ପାରିଥିଲେ ।

ଭାଷଣ ଦେବାର ଗୌରବ ଲାଭ କରିଥିଲେ ସେ । ପ୍ରତିଷ୍ଠାର ଉଚ୍ଚତମ ଶିଖରରେ ଥିଲାବେଳେ ତାଙ୍କୁ ସଂସାର ତ୍ୟାଗ କରିବାକୁ ପଡ଼ିଥିଲା । ମାତ୍ର ୩୮ ବର୍ଷର ସ୍ୱଳ୍ପ ଜୀବନକାଳ ମଧ୍ୟରେ ନିଜ ପ୍ରତିଭାର ସୁବିନିଯୋଗ କରି ସେ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ନିଜର ଅମଳିନ ପରିଚୟ ରଖ୍ଯାଇଛନ୍ତି । ‘ଅଞ୍ଜଳି’, ‘ଉଲ୍ଲାସ’, ‘ଅର୍ଜନା’, ‘ସ୍କୁଲିଙ୍ଗ’ ଓ ‘ଆହ୍ବାନ’ ଆଦି କବିତା ପୁସ୍ତକ; ‘ଭ୍ରାନ୍ତି’, ‘ନ’ ତୁଣ୍ଡୀ’, ‘ପରଶମଣି’, ‘ରଘୁ ଅରକ୍ଷିତ’, ‘କାଳୀବୋହୂ’ ଆଦି ଉପନ୍ୟାସ ତାଙ୍କ ଉଜ୍ଜ୍ଵଳ ପ୍ରତିଭାର ନିଦର୍ଶନ । ତାଙ୍କ ସାରସ୍ବତ କୃତି ପାଇଁ ପୁରୀର ‘ମହିଳା ବନ୍ଧୁ’ ଅନୁଷ୍ଠାନ ତାଙ୍କୁ ‘ଉତ୍କଳ ଭାରତୀ’ ଉପାଧ୍ ପ୍ରଦାନ କରିଥିଲେ । ବିଶ୍ୱଜନୀନତା, ସେବାପରାୟଣତା, ଭଗବତ୍ ବିଶ୍ଵାସ, ମାନବିକ ମୂଲ୍ୟବୋଧ ଓ କର୍ତ୍ତବ୍ୟପରାୟଣତାକୁ ଆଧାର କରି ସାହିତ୍ୟ ସୃଷ୍ଟିରେ ତାଙ୍କ ଲେଖନୀ ଶତମୁଖ ହୋଇଉଠିଛି ।

କବିତାର ପୃଷ୍ଠଭୂମି :
ଓଡ଼ିଶାର ସ୍ଵାଧୀନତା ଲୋପଠାରୁ ନବ ସ୍ଵାଧୀନତା ଲାଭ ପର୍ଯ୍ୟନ୍ତ ଉତ୍କଳୀୟମାନଙ୍କ ଜୀବନ ଥିଲା ଦୁର୍ଦ୍ଦିନ ରାତ୍ରିର ତିମିରିତ କାଳ । ବିକଟ ଦାରିଦ୍ର୍ୟ ଓ ନିପୀଡ଼ିତ ଜୀବନ ନେଇ ଓଡ଼ିଆ ଜାତି ନୈରାଶ୍ୟର ଘନ ଅନ୍ଧକାର ମଧ୍ଯରେ ହା-ହୁତାଶମୟ ଜୀବନ ଅତିବାହିତ କରୁଥିଲା । ଏହି ସମୟରେ କୁନ୍ତଳା କୁମାରୀ ଓଡ଼ିଆମାନଙ୍କ ମୁମୂର୍ଷୁ ଧମନୀକୁ ସ୍ପନ୍ଦିତ କରିବାପାଇଁ ଆଶାର ସଙ୍ଗୀତ ଶୁଣାଇଛନ୍ତି । ସେମାନଙ୍କ ନୈରାଶ୍ୟଦଗ୍ଧ ପ୍ରାଣରେ ଆଶାର ଅସୁମାରି ସ୍ବପ୍ନ ଭରିଦେଇ ଧୈର୍ଯ୍ୟ ଧାରଣପୂର୍ବକ କର୍ମମୟ ଜୀବନରେ ଉନ୍ମାଦନା ଓ ଆତ୍ମଚୈତନ୍ୟ ଜାଗରଣ କରିବାକୁ କବୟିତ୍ରୀ ଆହ୍ବାନ ଜଣାଇଛନ୍ତି ।

ବୀର ଓଡ଼ିଆଜାତିର ସ୍ମାରକୀ ବାରବାଟୀ ଭାଙ୍ଗି ପଡ଼ିଥିଲେ ମଧ୍ୟ, ଓଡ଼ିଆ ଶିଳ୍ପୀ ଓ ସ୍ଥପତିଙ୍କ ଅତୁଳନୀୟ କାରୁକଳାର ପ୍ରତୀକ କୋଣାର୍କ ମାଟିରେ ଲୋଟିଥିଲେ ମଧ୍ୟ, ଓଡ଼ିଆ ସାଧବ ପୁଅର ନୌବାଣିଜ୍ୟ ବିଭବ ଲୋପ ପାଇଯାଇଥିଲେ ମଧ୍ୟ, ଏପରିକି ବନ୍ୟା, ବାତ୍ୟା ଓ ଦୁର୍ଭିକ୍ଷ ପରି ପ୍ରକୃତିର କ୍ରୂର ପରିହାସରେ ଜନଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଥିଲେ ମଧ୍ୟ ଉତ୍କଳରୁ ମନୁଷ୍ୟତା ନିଃଶେଷ ହୋଇଯାଇ ନାହିଁ । ଜାତିର ମାନବିକ ମୂଲ୍ୟବୋଧ ଉପରେ କବୟିତ୍ରୀଙ୍କର ନିବିଡ଼ ଆସ୍ଥା ରହିଛି ।

ଅସହାୟ ଓଡ଼ିଆ ଜାତିପ୍ରାଣରେ ଆଶା ଓ ଉଦ୍ଦୀପନାର ସୁଧାବାରି ସିଞ୍ଚନ କରିବାକୁ ଯାଇ କବୟିତ୍ରୀ ସୃଷ୍ଟି କରିଛନ୍ତି କବିତା ‘ମଣିଷ ଭାଇ’। କବିତାଟି କବୟିତ୍ରୀଙ୍କ କବିତା ପୁସ୍ତକ ସ୍ଫୁଲିଙ୍ଗ ରୁ ଉଦ୍ଧୃତ ହୋଇଛି, ଯାହାର ରଚନାକାଳ ୧୯୨୯ ମସିହା । ତତ୍‌କାଳୀନ ରାଜନୈତିକ ଓ ସାମାଜିକ ପରିସ୍ଥିତି ଥିଲା ଉତ୍ତେଜନାପ୍ରବଣ । ବିଦେଶୀ ଶାସକଙ୍କ ଅର୍ଥନୈତିକ ଶୋଷଣ, ନିପୀଡ଼ନ, ଦେଶବାସୀଙ୍କ ଉତ୍କଟ ଦାରିଦ୍ର୍ୟ, ରୋଗବ୍ୟାଧ, ରାଜା ଜମିଦାରଙ୍କ ବିଳାସବ୍ୟସନ, ବିଦେଶୀ ପଦଲେହନକାରୀଙ୍କର ବିଶ୍ୱାସଘାତୀ ଭୂମିକା ପ୍ରଭୃତି ଦେଶର ଘୋର ଅସହାୟ ଅବସ୍ଥାରେ ସାଧାରଣ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲା ।

ଧନୀ-ନିର୍ଜନ, ଶୋଷକ ଓ ଶୋଷିତ ମଧ୍ୟରେ ଥ‌ିବା ଯୁଗ ‘ଯୁଗର ବ୍ୟବଧାନ ନାରୀକବିଙ୍କ ଦୃଷ୍ଟିକୁ ଏଡ଼ାଇ ଯାଇ ପାରି ନ ଥିଲା । ମଣିଷର ଦୁଃଖରେ କବୟିତ୍ରୀ କେଉଁଠାରେ ବ୍ୟଥ୍‌ତା ତ କେଉଁଠି ଜାତୀୟ ଜୀବନର ଦୁର୍ଗତି ଲକ୍ଷ୍ୟ କରି ଅବସାଦଗ୍ରସ୍ତା । ଶୋଷିତ, ଲାଞ୍ଛିତ ତଥା ଦାରିଦ୍ର୍ୟର କଷାଘାତରେ ଜର୍ଜରିତ ଜନତାର ଦୁର୍ଦ୍ଦଶା ମୋଚନ ପାଇଁ ତାଙ୍କ କାବ୍ୟସ୍ୱରରେ ଉଗ୍ରତା ନାହିଁ; ମାତ୍ର ଅଭିଯୋଗ ଅଛି । ଦୁର୍ଦ୍ଦଶାଗ୍ରସ୍ତ ଜନତାଙ୍କ ପାଇଁ କବୟିତ୍ରୀଙ୍କ ମନର କୋମଳ କାରୁଣ୍ୟ କବିତାରେ ରୂପାୟିତ ହୋଇଛି । ଏହି ଗ୍ଳାନିକର ପରିସ୍ଥିତି ଭିତରେ କବୟିତ୍ରୀଙ୍କ ଅନ୍ତରରେ ଆଶାର ଅସରନ୍ତି ବିଶ୍ବାସ ସୃଷ୍ଟି ହୋଇପାରିଛି ଓ ମଣିଷର ମହାନତାକୁ ଘୋଷଣା କରି ସେ ଗାଇଛନ୍ତି –

‘ଶୁଣ ହେ ମଣିଷ ଭାଇ !
ଝୁରି ମରିବାକୁ ବୁଡ଼ି ମରିବାକୁ
ମଣିଷ ଜନମି ନାହିଁ ।”

BSE Odisha 9th Class Odia Solutions Chapter 4 ମଣିଷ ଭାଇ

କବିତାର ସାରମମ :
ନାରୀକବି କୁନ୍ତଳା କୁମାରୀଙ୍କ କାବ୍ୟସ୍ୱରରେ ମଣିଷ ପାଇଁ ଅଶେଷ ସ୍ନେହ ଓ ଦିବ୍ୟାଶୀର୍ବାଦର ଧାରା ଉତ୍ସାରିତ ହୋଇଛି । ସମାଜର ଦଳିତ, ଲାଞ୍ଛିତ, ପତିତ ଓ ନିପୀଡ଼ିତ ମଣିଷ ଜାତି ପାଇଁ ତାଙ୍କ ଚିତ୍ତର କୋମଳ କାରୁଣ୍ୟ କବିତାରେ ଭରିଦେଇଛି ଅଫୁରନ୍ତ ପ୍ରାଣପ୍ରାଚୁର୍ଯ୍ୟ । ମାନବ ସମାଜର ଐକ୍ୟ, ପ୍ରୀତି ଓ କଲ୍ୟାଣ କାମନାରେ କବୟିତ୍ରୀଙ୍କ ସାହିତ୍ୟରେ ଅମୃତର ବାର୍ତ୍ତା ପରିବେଷିତ ହୋଇଛି ।
କୁନ୍ତଳା କୁମାରୀଙ୍କ ସମ୍ଭୋଧୀ କବିତା ‘ମଣିଷ ଭାଇ’ ଅମୃତର ସନ୍ତାନ ମଣିଷ ପାଇଁ ଆତ୍ମବିଶ୍ଵାସଭରା ଆଶା, ଆଶ୍ୱାସନାର ଦିବ୍ୟବାଣୀ ଶୁଣାଇଛି । ସୁଖସ୍ଵପ୍ନଭରା ଅତୀତ ସ୍ମୃତିର ରୋମନ୍ଥନ କରି ତଥା ସାମ୍ପ୍ରତିକ ଦୁଃଖ, ଯନ୍ତ୍ରଣାର କାରୁଣ୍ୟରେ ହୃଦୟକୁ ଅଯଥା ଭାରାକ୍ରାନ୍ତ ନ କରି ଉପସ୍ଥିତ ପରିସ୍ଥିତିକୁ ସାହସର ସହିତ ସାମନା କରିବା ବିବେକୀର କାର୍ଯ୍ୟ ।

ସମୟ ଚକ୍ରରେ ଚିର ଘୂର୍ଣ୍ଣନଶୀଳ ଦୁଃଖର ଅମାରାତ୍ରି ପରେ ନବ ପ୍ରଭାତର ନବୀନ ସୁଖ-ସୂର୍ଯ୍ୟର ଉଦୟ ଅବଶ୍ୟମ୍ଭାବୀ । ତେଣୁ ଦୁଃଖ-ଦୁର୍ଦ୍ଦଶାକୁ କପାଳ ଲିଖନ ବୋଲି ବିବେଚନା ନ କରି ଓ ଭାଗ୍ୟକୁ ସ୍ଵୀକାର କରି ଶତ ହତଶ୍ଵାସରେ ଜୀବନକୁ ଅଧିକ ଜନ୍ତ୍ରଣାଜର୍ଜର ନ କରିବାକୁ କବୟିତ୍ରୀ ସମ୍ବେଦନଶୀଳ ଆଶ୍ୱାସନା ବାଣୀ ଶୁଣାଇଛନ୍ତି । କାରଣ ଅନାଗତ ଭବିଷ୍ୟତ ନିଶ୍ଚିତଭାବେ ଜୀବନକୁ ନୂତନ ଆଶା ଓ ନିବ ଉନ୍ମାଦନାରେ ସ୍କନ୍ଦିତ କରିବ । ଯେହେତୁ ପରିବର୍ତ୍ତନ ଧାରାର ପ୍ରବହମାନତାରେ ବିଧାତାଙ୍କ ସୃଷ୍ଟି ଚିର ମଙ୍ଗଳମୟ, ମାନବ ଜୀବନ ,ଯେ ନିୟତିର ଅଧୀନ, ଏକଥା ସତ୍ୟ । ମାତ୍ର ଯନ୍ତ୍ରଣା ପରିପୂର୍ଣ୍ଣ କାରାଗାରରେ ଚିର ଶୃଙ୍ଖଳିତ ଜୀବନ ଧରି ମାନବ ଯେ କେବଳ । ଲାଞ୍ଛନା, ଦୁଃଖ, ଅପମାନ ଓ ଅତ୍ୟାଚାରକୁ ନୀରବରେ ସହ୍ୟ କରି ଚାଲିଥିବ ଏହା କଦାପି ନିୟତିର ବିଧାନ ନୁହେଁ । ମାନବ ଜାତି କେବେ ବି ଧ୍ୱଂସପଥର ଯାତ୍ରୀ ନୁହେଁ କି ଏ ସଂସାର ତା’ ପାଇଁ ମୃତ୍ୟୁର ମହାକାଳ ନୁହେଁ ।

ଈଶ୍ବର ସୃଷ୍ଟ ଏ ବିଶାଳ ଜଗତ ହେଉଛି ଅମୃତ ସନ୍ତାନ, ମାନବର ଲୀଲାକ୍ଷେତ୍ର, ଯେଉଁଠି ତା’ ଜୀବନର ସୁଖ -ଦୁଃଖ, ହସ – କାନ୍ଦ ଗୋଟିଏ ଘୂର୍ଣାୟମାନ ମୁଦ୍ରାର ଦୁଇପାର୍ଶ୍ଵ ସଦୃଶ । ସମୟାନୁକ୍ରମେ ମୁଦ୍ରାର ପଟ ପରିବର୍ତ୍ତନରେ ଦୁଃଖ – ଦୁର୍ଦ୍ଦଶାର ପତନ ଘଟିବ ଏବଂ ସୁଖ-ସମୃଦ୍ଧିର ପ୍ରାଚୁର୍ଯ୍ୟରେ ଜୀବନପାତ୍ର ଭରିଉଠିବ । ପରମେଶ୍ଵରଙ୍କ ଅମୃତମୟ ସୃଷ୍ଟିରେ ଏ ଜଗତ ମଧ୍ଯ କାହାରି ପାଇଁ ଚିର ବିଳାସର ମଧୁକୁଞ୍ଜ ନୁହେଁ । ଧନ, ସମ୍ପଦ ଓ କ୍ଷମତାରେ ମଦମତ୍ତ ହୋଇ ଦଳେ ବିଳାସ, ବ୍ୟସନ ଓ ସୁଖ ସମ୍ଭୋଗରେ ଚିର ମତୁଆଲା ହେଉଥ‌ିବେ ଅଥଚ ଅନ୍ୟ ଦଳକ ଶୋଷଣ, କଷଣ, ଅତ୍ୟାଚାର ଓ ଦାରିଦ୍ର୍ୟର କଷାଘାତରେ ଚିର ଜର୍ଜରିତ ହୋଇ ଭାଗ୍ୟ ଆଦରି ନୀରବରେ ସବୁ ସହ୍ୟ କରି ଚାଲିଥିବେ, ଏହା କଦାପି ନିୟତିର ବିଧାନ ନୁହେଁ ।

ଧନୀ, ପୁଞ୍ଜିପତି, ସ୍ୱେଚ୍ଛାଚାରୀ ଶାସକ ସଦାବେଳେ ଦୁର୍ବଳ, ନିରୀହ ମନୁଷ୍ୟ ଉପରେ ଚିର ଆଧୂପତ୍ୟ ବିସ୍ତାର କରି କଷଣ, ପେଷଣରେ ତା’ର ଜୀବନକୁ ଦୁର୍ବିଷହ କରି ଚାଲିଥିବ; ଏହାକୁ ବିଧ୍ଵନିର୍ଦ୍ଦିଷ୍ଟ ବୋଲି କଦାପି କୁହାଯାଇ ନ ପାରେ । ଦୁଃଖ, ବେଦନା ଓ ଅନୁଶୋଚନାର ତୀବ୍ର ତାଡ଼ନା ମଧ୍ୟରେ ସବୁ ଯନ୍ତ୍ରଣାକୁ ନତଶିରେ ସହ୍ୟ କରି ମନୁଷ୍ୟ କେବଳ ଲୋତକ ବର୍ଷଣ କରିଚାଲିଥବ ଓ ଜୀବନ ଯୁଦ୍ଧରେ ପରାଜିତ ସୈନିକ ପରି ହତଭାଗ୍ୟ ବୋଲି ନିଜକୁ ଶତ ଧକ୍‌କାର କରି ଚାଲିଥବ, ଏହାକୁ ଭାଗ୍ୟଲିପି ବୋଲି କହି ମୃତ୍ୟୁ ଅପେକ୍ଷାରେ ପଡ଼ିରହିବାକୁ ଶ୍ରେୟ ମନେକରୁଥିବା ମଣିଷ ମନରେ ଆଶା ଓ ବିଶ୍ୱାସ ଭରିଦେବାକୁ କବୟିତ୍ରୀ ଆପ୍ରାଣ ଉଦ୍ୟମ କରିଛନ୍ତି । କବୟିତ୍ରୀଙ୍କ ମତରେ ଈଶ୍ବରଙ୍କ ସୃଷ୍ଟି ଏ ସଂସାର ସଦା ଶୋଭାମୟ ଓ ଚିର ଆନନ୍ଦମୟ ।

ମଙ୍ଗଳମୟଙ୍କ ସୃଷ୍ଟିରେ ଏ ସଂସାରବାସୀ ହେଉଛନ୍ତି ବିଶ୍ଵନିୟନ୍ତାଙ୍କ ଅମୃତ ସନ୍ତାନ । ତେଣୁ ଭାଗ୍ୟକୁ ଆଦରି ମାନବ ନିଜକୁ କେବଳ ମୃତ୍ୟୁପଥର ଯାତ୍ରୀ ବୋଲି ଭାବି ସ୍ଵକର୍ତ୍ତବ୍ୟ ସମ୍ପାଦନରୁ ନିବୃତ୍ତ ରହିବା ସର୍ବାଦୌ ଅନୁଚିତ । କବୟିତ୍ରୀଙ୍କ ମତରେ ଏ ବିଶାଳ ଜଗତ କଦାପି ହଂସାଭିମୁଖୀ ନୁହେଁ ଏବଂ ଅମୃତର ସନ୍ତାନ ମନୁଷ୍ୟ ମୃତ୍ୟୁ-ପଥର ଯାତ୍ରୀ ନୁହେଁ । କବୟିତ୍ରୀଙ୍କ ମତରେ ଏ ବିଶାଳ ଜଗତ କଦାପି ଧ୍ୱଂସାଭିମୁଖୀ ନୁହେଁ ଏବଂ ଅମୃତର ସନ୍ତାନ ମନୁଷ୍ୟ ମୃତ୍ୟୁ-ପଥର ଯାତ୍ରୀ ନୁହେଁ । କବୟିତ୍ରୀଙ୍କ ଭାଷାରେ –

‘ନତଶିରେ ସୁଖେ ଶ୍ରୀପାଦେ ଅରପି ଆପଣାକୁ ଆପେ ବଧୂବ
ଏ ନୁହେଁ ବିଧାତା ବିଚାର,
ଧ୍ଵଂସର ଯାତ୍ରୀ, ମୃତ୍ୟୁର ଧାତ୍ରୀ ନୁହେଁ ଏ ସୁନ୍ଦର ସଂସାର ।’’

BSE Odisha 9th Class Odia Solutions Chapter 4 ମଣିଷ ଭାଇ

କବୟିତ୍ରୀ ବିଶ୍ବବାସୀଙ୍କୁ ସଦା କର୍ମତତ୍ପର ରହି କର୍ତ୍ତବ୍ୟ ସମ୍ପାଦନ କରିଯିବାପାଇଁ ଉପଦେଶ ଦେଇଛନ୍ତି । କବୟିତ୍ରୀଙ୍କ ମତରେ ଏ ଜଗତ ହେଉଛି କର୍ମମୟ । ଏହି କର୍ମମୟ ଜଗତରେ ମାନବ ନିଜକୁ ଜଣେ ସଟ କର୍ମୀ ମନେକରି କର୍ମକୁ ଜୀବନର ମାନଦଣ୍ଡ ଭାବେ ଗ୍ରହଣ କରିବା ଉଚିତ ବୋଲି କହି କବୟିତ୍ରୀ କର୍ମର ଜୟଗାନ କରିଛନ୍ତି । କର୍ମରେ ନିମଜ୍ଜିତ ରହିଲେ ମନରୁ ନୈରାଶ୍ୟ ଓ ହତାଶାବୋଧ ଆପେ ଦୂରେଇଯିବ । ମାନସିକ ଗ୍ଳାନିର ବିସ୍କରଣ ପାଇଁ କର୍ମତତ୍ପର ଜୀବନ ହିଁ ପ୍ରକୃଷ୍ଟ ମାର୍ଗ ବୋଲି କବୟିତ୍ରୀ କହିଛନ୍ତି ।

ନିଜକୁ ଅସହାୟ ମନେକରୁଥିବା ଚିର ନିଷ୍ପେଷିତ, ଲାଞ୍ଛିତ, ବଞ୍ଚିତ ମଣିଷ ଭାଇ ଯେତେବେଳେ ନିଜକୁ ଧ୍ବଂସ ପଥର ଯାତ୍ରୀ ବୋଲି ଚିନ୍ତାକରି ଆତ୍ମଗ୍ଳାନିରେ ମ୍ରିୟମାଣ ହୋଇପଡ଼ିଛି, ସେତେବେଳେ ମାନବିକ ଦରଦ ନେଇ ଭରିଦେବାକୁ କବି ମଣିଷ ଭାଇକୁ କର୍ତ୍ତବ୍ୟ କର୍ମରେ ବୁଡ଼ି ରହିବାକୁ ଉପଦେଶ ଦେଇଛନ୍ତି । ଅନନ୍ତ ମରଣ ଯେ ମାନବର ଶେଷଗତି ନୁହେଁ ଏହି ଭାବନାକୁ ମାନବ ହୃଦୟରେ ଭରିଦେବାକୁ କବୟିତ୍ରୀ ଆପ୍ରାଣ ଉଦ୍ୟମ କରିଛନ୍ତି । ତାଙ୍କ ମତରେ ସବୁ ଲାଜ, ଭୟ, ଅପମାନ ଆଦି ମାନସିକ ଗ୍ଳାନିର ବିସ୍କରଣ ପାଇଁ ତାକୁ କର୍ମଯୋଗୀର ଜୀବନ ଆଦରି ନେବାକୁ ହେବ ।

ମନରେ ଅହମିକା ପୋଷଣ କରି କ୍ରୋଧ ଓ ପ୍ରତିଶୋଧପରାୟଣ ହେବା ପଶୁତ୍ଵର ପରିଚାୟକ । ଅପରନ୍ତୁ ଜୀବନର ସବୁ ମାନ-ଅପମାନ, ଲଜ୍ଜା-ଭୟ, ଅଶ୍ରୁ-ଅଭିଳାଷ, ହା-ହତାଶ, ଦୁଃଖ – ଅବସୋସକୁ ବିଭୁଙ୍କ ପଦାରବିନ୍ଦରେ ସମର୍ପଣ କରିଦେଇ ପରମେଶ୍ଵରଙ୍କ କର୍ମମୟ ସଂସାରରେ କେବଳ କର୍ତ୍ତବ୍ୟ ସମ୍ପାଦନରେ ବ୍ରତୀ ହେବା ହିଁ ମାନବିକତାର ପରିଚାୟକ । ଫଳପ୍ରାପ୍ତିରେ ଆଶା ନ ରଖ୍ କର୍ମରେ ଲିପ୍ତ ହେବାରେ ଜୀବନର ସାର୍ଥକତା ବିଦ୍ୟମାନ ।

ତଦ୍ବାରା ହିଁ ଈଶ୍ଵରଙ୍କ ଇଚ୍ଛା ପୂର୍ଣ ହୋଇପାରିବ ଓ ମଣିଷ ପଶୁତ୍ଵ- ଦେବତ୍ଵର ଭୀଷଣ ପରୀକ୍ଷାରେ ସସମ୍ମାନେ ଉତ୍ତୀର୍ଣ୍ଣ ହୋଇ ମାନବିକ ମୂଲ୍ୟବୋଧର ବିଜୟ ବୈଜୟନ୍ତୀ ଉଡ଼ାଇ ପାରିବ । ପରମେଶ୍ଵର ମଧ୍ଯ ତାଙ୍କ ସୃଷ୍ଟିର ସାର୍ଥକତାରେ ଚିରସନ୍ତୁଷ୍ଟ ହୋଇ ମାନବ ଜାତି ନିକଟରେ ଚିର ଋଣୀ ରହିବେ । ତେଣୁ ତାଙ୍କ ରଚିତ ଅନୁପମ ସୃଷ୍ଟିକୁ ସୁନ୍ଦରତର କରିବାପାଇଁ ମଣିଷ ଭାଇ ନିଜକୁ ଉତ୍ସର୍ଗ କରୁ ବୋଲି କବୟିତ୍ରୀ କାମନା କରିଛନ୍ତି । କବୟିତ୍ରୀଙ୍କ ଭାଷାରେ –

‘‘ପଶୁତ୍ବ ଦେବତ୍ୱ ପରୀକ୍ଷାରେ ଜୟୀ ଲଭ ବୀରତ୍ଵର ଟୀକା
ଋଣୀ କର ଭବରାଣେ
ତା’ଙ୍କ ରଚା ଚରାଚର ପରାଣରେ ବଳି ଦିଅ ନିଜ ପ୍ରାଣେ ।’’

ବୁଦ୍ଧି ଓ ବିବେକର ଅଧିକାରୀ ମାନବ ହିଁ ବିଧାତାଙ୍କ ସୃଷ୍ଟିରେ ଶ୍ରେଷ୍ଠ ପ୍ରାଣୀ । ତା’ ଜୀବନର ଚିର ଶତ୍ରୁ କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟକୁ ଦୃଢ଼ତାର ସହ ଦମନ କଲେ ହିଁ ସେ ଜୀବନର ସାର୍ଥକତା ପ୍ରତିପାଦନ କରିପାରେ ଓ ତା’ ଜୀବନ ଧନ୍ୟ ହୁଏ । ଶତ୍ରୁଞ୍ଜୟ ଜୀବନ ତା’ର ଦିବ୍ୟତାରେ ଭରିଉଠେ, ଶାଶ୍ବତ ଜ୍ଞାନରେ ମାନବାତ୍ମା ତା’ର ଦୀପ୍ତିମନ୍ତ ହୋଇଉଠେ । ତା’ର ପ୍ରତିଟି କର୍ମରେ ସେ ଅନୁଭବ କରେ ଈଶ୍ବରସତ୍ତା । ସାତ୍ତ୍ଵିକ ଜୀବନାଦର୍ଶକୁ ପାଥେୟ କରୁଥିବା ମାନବାତ୍ମା ପରିଣତ ହୁଏ ଦିବ୍ୟାତ୍ମାରେ । ମୃତ୍ୟୁ ପରେ ସେହି ଜୀବାତ୍ମା ଅନନ୍ତ ଗଗନରେ ସୁଦୀପ୍ତ ତାରକାର ଆସନ ଅଳଙ୍କୃତ କରେ । କବୟିତ୍ରୀଙ୍କ ମତରେ –

‘ଶୁଣ ଶୁଣ ଅରିନ୍ଦମ ! ଷଡ଼ରିପୁଜିତ, ଦେବତା ପୂଜିତ
ତାରାଦଳେ ତବାସନ ।’’

କବୟିତ୍ରୀଙ୍କ ମତରେ ମାନବ ହେଉଛି ବିଧାତାର ବରପୁତ୍ର । ତେଣୁ କୌଣସି ପରିସ୍ଥିତିରେ ସେ ନିଜକୁ ପରାଜିତ ମନେକରିବା ଅନୁଚିତ୍ । ଜୀବନ ଯୁଦ୍ଧରେ କ୍ଷତାକ୍ତ ହୋଇଗଲେ ମଧ୍ଯ ସାହସ ଓ ବିକ୍ରମ ସହ ଶତ୍ରୁର ମୁକାବିଲା କରିବା ହେଉଛି ବୀରୋଚିତ କାର୍ଯ୍ୟ । ସାମାନ୍ୟ ରକ୍ତପାତରେ ସେ ନିଜକୁ କ୍ଷୀଣ ବା ଦୁର୍ବଳ ମନେକରିବା ଅନୁଚିତ । କଳୁଷିତ ଜୀବନର କଳଙ୍କ କାଳିମାରେ ଦୀନହୀନ ହୋଇଯାଏ ନାହିଁ । ଦେବତ୍ୱର ମହିମାରେ ଦୀପ୍ତିମନ୍ତ ହୋଇ ତା’ର ପୁନରୁତ୍‌ଥାନ ଅବଶ୍ୟ ଘଟିଥାଏ ।

BSE Odisha 9th Class Odia Solutions Chapter 4 ମଣିଷ ଭାଇ

କାରଣ ବିଶ୍ଵନିୟନ୍ତା ପରମେଶ୍ଵର ତାଙ୍କ ଅମୃତମୟ ସୃଷ୍ଟିର ଅଭିନବ ବିକାଶ ଦର୍ଶନରେ ତୃପ୍ତ ହୁଅନ୍ତି । ତେଣୁ ମଣିଷ ଜୀବନର ସମସ୍ତ ବିଷାଦ, ବ୍ୟର୍ଥତା, ଦୁଃଖ, କାତରତା ତଥା ଯାବତୀୟ ହୀନମନ୍ୟତାକୁ ଧୋଇଦେଇ କ୍ଷତାକ୍ତ ଶରୀରକୁ ତାଙ୍କ ସୁଧାସ୍ପର୍ଶରେ ନବ ରୂପ ପ୍ରଦାନପୂର୍ବକ ତାକୁ ଅମୃତପିପାସୀ କରାଇବେ । ତେଣୁ ଭାଗ୍ୟବାଦୀ ମୃତ୍ୟୁକାମୀ ମାନବ ନିଜ ମନରୁ ଅସହାୟବୋଧତାକୁ ପରିହାର କରି ଜୀବନ ସୂତ୍ର ଧାରଣରେ ବ୍ରତୀ ହେବାକୁ କବୟିତ୍ରୀ ଆହ୍ବାନ ଦେଇଛନ୍ତି । କବୟିତ୍ରୀଙ୍କ ଆୟୋପଲବ୍ଧି ଓ ଜୀବନ ଦର୍ଶନ ଯେ ଗଭୀର ଆଶାବାଦିତାର ଉଜ୍ଜ୍ବଳ ମୟୂଖରେ ଚିର ଦୀପ୍ତିମାନ, ଆଲୋଚ୍ୟ କବିତାରୁ ତାହା ସ୍ପଷ୍ଟ ପରିଦୃଷ୍ଟ ହୁଏ । ଆବେଗଧର୍ମୀ ପ୍ରାଣବନ୍ତ ଭାଷାବିନ୍ୟାସ କବୟିତ୍ରୀଙ୍କ ଭାବୋଚ୍ଛାସକୁ ଅଧିକ ଜୀବନ୍ତ କରିଛି ଏଥରେ ଦ୍ବିମତ ନାହିଁ ।

ବିଷୟଗତ ଶବ୍ଦ ଓ ଅର୍ଥ :

  • ଝୁରି ମରିବା – ଶୋକ କରିବା / ଗୁଣ ସ୍ମରଣ କରି ଦୁଃଖ
  • ନିରାଶେ – ଦୁଃଖରେ / ଆଶାଶୂନ୍ୟ ଭାବରେ ।
  • ଲାଞ୍ଛିତ – ଅପମାନିତ ।
  • ପୀଡ଼ିତ – ରୋଗଗ୍ରସ୍ତ / ଦୁଃଖୁତ ।
  • କାରାରେ – ବନ୍ଦୀଶାଳରେ / ଜେଲଖାନାରେ ।
  • ଧ୍ୱଂସର ଯାତ୍ର। – ନଷ୍ଟ ପଥର ପଥୁ ।
  • ବିଶାଳ ଜଗତ – ବିରାଟ ପୄଥ୍କ
  • ସନ୍ତ।ନ – ପୁତ୍ର ।
  • ବିଳାସ – ସୁଖ ଭୋଗ ।
  • ବିଶ୍ୱ – ପୃଥ‌ିବୀ ।
  • କୂ୍ର – ନିଷ୍ଠୁର ।
  • ଦଳିବ – ଚାପିଦେବା, ଦମନ କରିବା ।
  • ରକ୍ତପିପାସା – ରକ୍ତତୃଷ୍ଣା ।
  • ନତଶିରେ – ମଥା ନୁଆଇଁ ।
  • ବଧ୍ବ – ମାରିବ ।
  • ଭୁବନ – ଘର ।
  • ଦେବ ତେଜେ – ପରାକ୍ରମରେ
  • ଅହମିକା – ଅହଂଭାବ / ଗର୍ବ ।
  • ଦେବତ୍ୱ – ଦେବଭାବ ସ୍ବଭାବ ।
  • ଭବଗ।ଣ – ଈଶ୍ବର, ଭଗବାନ୍ ।
  • ରଚା – ସୃଷ୍ଟି ହୋଇଥବା, ରଚିତ ହୋଇଥିବା ।
  • ଚର।ଚର – ସାରା ସଂସାର ।
  • ଅରିଦମ – ଶତ୍ରୁ ଦମନକାରୀ ।
  • ପ୍ର।ଣ – ଜୀବନ ।
  • ଷଡ଼ରିପୁ – କାମ, କ୍ରୋଧ, ଲୋଭ, ମୋହ, ମଦ, ମାସ୍କର୍ଯ୍ୟ ପ୍ରଭୃତି ମାନବର ଛଅଗୋଟି ଶତ୍ରୁ ।
  • ତବାସନ – ତୁମରି ଆସନ ବା ସ୍ଥାନ ।
  • ଶୋଣିତ ଶ୍ରାବ – ରକ୍ତଧାର
  • ହତଶ୍ୱ।ସେ- ହତାଶ ଭାବରେ ।
  • ନିବିଡ଼ – ଘନ ।
  • ବୟତି – ବାଦ୍ ଯିବା, ଅପ୍ରାପ୍ତି ।
  • କଷଣ – କଷ୍ଟ ।
  • ନିୟତି – ଭାଗ୍ୟ ।
  • ମୃତ୍ୟୁର ଧାତ୍ରୀ – ମରଣର ସହଚରୀ ।
  • ଅମୃତ ଦୀପ୍ତି – ଅମୃତର ତେଜ, ଜ୍ୟୋତି, ଉଜ୍ଜ୍ବଳତା ।
  • ନର-ନାରୀ – ପୁରୁଷ -ସ୍ତ୍ରୀ ।
  • ନିକେତନ – ଗୃହ ।
  • ସତତ – ସବୁବେଳ ପାଇଁ ।
  • ଅତ୍ୟ।ଚାର – ଅମାନୁଷିକ ଆଚରଣ ।
  • ଦୁର୍ବଳେ – ବଳହୀନରେ ।
  • ଶମିବ – ଶାନ୍ତ ହେବ ।
  • ଅରପି – ଅର୍ପଣ କରି ।
  • ବିଧାତା ବିଚାର – ନିୟତିର ବିଚାର ବା ଇଚ୍ଛା ।
  • ବିଶ୍ୱବାସୀ- ପୃଥ‌ିବୀର ଜୀବଗଣ ।
  • ଶ୍ରମ – ପରିଶ୍ରମ ।
  • ଶୌର୍ଯ୍ୟ – ଶକ୍ତି, ବୀରତ୍ଵ।
  • ପଶୁତ୍ୱ – ପଶୁବୃତ୍ତି ବା ସ୍ଵଭାବ ।
  • ପୀକା – ସଙ୍କେତ, ଚିତା
  • ପରାଣେ – ପ୍ରାଣରେ ।
  • ବଳିଦିଅ – ଉତ୍ସର୍ଗ କରିବା ।
  • କ୍ଷତଶିରେ – ଖଣ୍ତିଆ ମଥାରେ
  • କ୍ଳୀଷ୍ନ – ଯନ୍ତ୍ରଣାପୀଡ଼ିତ, କ୍ଳେଶଜର୍ଜରିତ
  • କ୍ଷୀଣ – କମିଯିବା, ପତଳା ହେବା ।
  • କଳଙ୍କ – ଅପଯଶ
  • ଦୀନ – ଦରିଦ୍ର (ଏଠାରେ ଦୈନ୍ୟ -ନିକୃଷ୍ଟ) ।
  • ଯୁଗ।ନ୍ତ – ଯୁଗ ଯୁଗ ଧରି ।
  • ଛିଣ୍ଡ।ଇ – ନଷ୍ଟ କରି ।
  • କଳୁଷ – ପାପ ।
  • ହୀନ – ସାନ ।
  • ବିଧାତାର ବରପୁତ୍ର – ଈଶ୍ବରଙ୍କ ଶ୍ରେଷ୍ଠ ସନ୍ତାନ ।
  • ମୃତୁ୍ୟରତୁ – ମରଣର ଡୋରି ।
  • ଜୀବନସୂତ୍ର – ବଞ୍ଝାର ଡୋର ।
  • ନିୟତି – ଭାଗ୍ୟ ।
  • ଧାତ୍ରି – ଧାଈ / ଉପମାତା ।
  • ଜଗତୀ – ଅଟ୍ଟାଳିକା / ଭବନ । (ଏଠାରେ ଏ ଶବ୍ଦଟି ପୃଥ‌ିବୀ ଅର୍ଥରେ ବ୍ୟବହୃତ ହୋଇଛି ।)
  • ଦୀପ୍ତି – ତେଜ ।
  • ପିପ।ସା – ପିଇବାର ଇଚ୍ଛା/ଶୋଷ ।
  • ନତ – ନଇଁବା ।
  • ଭବରାଣ – ଈଶ୍ବର ।
  • ଯୁଗ।ନ୍ତ – ଯୁଗର ଅନ୍ତ ।
  • ରଜୁ – ଦଉଡ଼ି ।
  • ଶୃଙ୍ଖଳିତ – ଶୃଙ୍ଖଳରେ ବନ୍ଦୀ ।
  • ଶୋଣିତ – ରକ୍ତ ।
  • ନିରାଶେ – ଆଶାଶୂନ୍ୟ ଭାବରେ ।
  • ପୀଡ଼ିତ – ରୋଗଗ୍ରସ୍ତ, ଦୁଃଖ୍

CHSE Odisha Class 12 Economics Chapter 16 Long Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 16 ରାଷ୍ଟ୍ରବିତ୍ତ Long Answer Questions.

CHSE Odisha 12th Class Economics Chapter 16 Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ରାଷ୍ଟ୍ରବିତ୍ତ କ’ଣ ? ରାଷ୍ଟ୍ରବିତ୍ତ ଓ ବ୍ୟକ୍ତିବିତ୍ତ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:
ଆଧୁନିକ ରାଷ୍ଟ୍ରକୁ କଲ୍ୟାଣକାରୀ ରାଷ୍ଟ୍ର ଆଖ୍ୟା ଦିଆଯାଇଥାଏ । ଏକ ଆଧୁନିକ କଲ୍ୟାଣକାରୀ ରାଷ୍ଟ୍ରର କାର୍ଯ୍ୟାବଳୀ ବହୁଗୁଣରେ ବୃଦ୍ଧି ପାଇଛି । ଏହିସବୁ କାର୍ଯ୍ୟାବଳୀର ସୁଗ୍ଧ ସମ୍ପାଦନ ନିମନ୍ତେ ରାଷ୍ଟ୍ର ସମ୍ବଳ ଆବଶ୍ୟକ କରିଥାଏ । ତେଣୁ ରାଷ୍ଟ୍ରବିତ୍ତ କହିଲେ, କେନ୍ଦ୍ରୀୟ, ରାଜ୍ୟ ବା ସ୍ଥାନୀୟ ସ୍ତରରେ ବିଭିନ୍ନ ସର୍ବସାଧାରଣ ସଂସ୍ଥାମାନେ ଆବଶ୍ୟକ କରୁଥିବା ବିଭକୁ ବୁଝାଏ ।

ଏଠାରେ ସର୍ବସାଧାରଣ ସଂସ୍ଥା କହିଲେ କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ପୌରସଭା ବା ପଞ୍ଚାୟତ ସମିତି ପରି ସ୍ୱାୟତ୍ତଶାସନ ସଂସ୍ଥା ଇତ୍ୟାଦିକୁ ବୁଝାଏ ।

ରାଷ୍ଟ୍ରବିଭକୁ ଲୋକବିର ମଧ୍ୟ କୁହାଯାଏ । ‘ବିଭ’’ ଶବ୍ଦଟି ଏଠାରେ ଅର୍ଥସଂକ୍ରାନ୍ତୀୟ ପ୍ରଶାସନ ଓ ପରିଚାଳନାକୁ ମଧ୍ଯ ସୂଚୀତ କରିଥାଏ । ତେଣୁ ରାଷ୍ଟ୍ରବିତ୍ତ କହିଲେ ସର୍ବସାଧାରଣ କର୍ତ୍ତୃପକ୍ଷଙ୍କର ଆର୍ଥିକ କ୍ରିୟାକଳାପର ନିୟନ୍ତ୍ରଣ ଓ ପରିଚାଳନାକୁ ମଧ୍ୟ ସୂଚୀତ କରିଥାଏ ।

ତେଣୁ ରାଷ୍ଟ୍ରବିତ୍ତ କହିଲେ ସର୍ବସାଧାରଣ କର୍ତ୍ତୃପକ୍ଷଙ୍କର ଆର୍ଥିକ କ୍ରିୟାକଳାପର ନିୟନ୍ତ୍ରଣ ଓ ପରିଚାଳନାକୁ ବୁଝାଇଥାଏ । ଏହା ଅର୍ଥଶାସ୍ତ୍ରର ସେହି ବିଭାଗର ସୂଚନା ଦିଏ; ଯାହା ସର୍ବସାଧାରଣ କର୍ତ୍ତୃପକ୍ଷଙ୍କର ଆୟ, ବ୍ୟୟ ଓ ତତ୍ ସଂକ୍ରାନ୍ତୀୟ ନିୟମାବଳୀ ସମସ୍ୟା ଓ ନୀତି ଇତ୍ୟାଦି ସହିତ ସମ୍ପୃକ୍ତ ।

ଅନେକ ଆଧୁନିକ ଅର୍ଥଶାସ୍ତ୍ରୀ ରାଷ୍ଟ୍ରବିତ୍ତକୁ ସରକାରୀ ଚିର (Government finance) ଭାବରେ ମଧ୍ଯ ନାମିତ କରିଛନ୍ତି । ଏହି ସରକାର ଜାତୀୟ ସ୍ତରରେ, ରାଜ୍ୟସ୍ତରରେ ବା ସ୍ଥାନୀୟ ସ୍ତରରେ କାର୍ଯ୍ୟ କରିପାରେ । ପ୍ରତ୍ୟେକ ସରକାର ବିଭିନ୍ନ କାର୍ଯ୍ୟ ସମ୍ପାଦନ ନିମନ୍ତେ ବିପୁଳ ପରିମାଣ ଅର୍ଥ ଆବଶ୍ୟକ କରନ୍ତି । ଏହି ଅର୍ଥ ସଂଗ୍ରହର ଉପାୟ ଓ ଅର୍ଥବ୍ୟୟର ପଦ୍ଧତି ରାଷ୍ଟ୍ରବିତ୍ତର ପ୍ରଧାନ ଆଲୋଚ୍ୟ ବିଷୟବସ୍ତୁ ।

ବାଷ୍ଟାବଲଙ୍କ ମତରେ, ‘‘ରାଷ୍ଟ୍ରବିତ୍ତ ସର୍ବସାଧାରଣ କର୍ତ୍ତୃପକ୍ଷଙ୍କର ବ୍ୟୟ ଓ ଆୟ ଓ ସେମାନଙ୍କର ପାରସ୍ପରିକ ସମ୍ପର୍କ ଓ ଆର୍ଥିକ ପ୍ରଶାସନ ଓ ନିୟନ୍ତ୍ରଣକୁ ବୁଝାଏ ।’’

CHSE Odisha Class 12 Economics Chapter 16 Long Answer Questions in Odia Medium

ଶ୍ରୀମତୀ ଉତ୍ସୁଳା ହିକ୍‌ସ୍ କହିଛନ୍ତି ଯେ- ‘ଯେଉଁ ଉପାୟ ସାହାଯ୍ୟରେ ସରକାର ଅଭାବର ସମଷ୍ଟିଗତ ପରିତୃପ୍ତି ସାଧନ କରିଥାନ୍ତି ଓ ସେମାନଙ୍କ ଉଦ୍ଦେଶ୍ୟ ପୂରଣ ନିମନ୍ତେ ଆବଶ୍ୟକୀୟ ପାଣ୍ଠି ଆହରଣ କରନ୍ତି । ଅର୍ଥଶାସ୍ତ୍ର ପ୍ରଧାନତଃ ତାହାର ପର୍ଯ୍ୟାଲୋଚନା ଓ ମୂଲ୍ୟାୟନ ସହିତ ସମ୍ପୃକ୍ତ ।’’

ଅଧ୍ୟାପକ ଫିଣ୍ଡଲେ ସିରାଜଙ୍କ ମତରେ ସର୍ବସାଧାରଣ କର୍ତ୍ତୃପକ୍ଷଙ୍କ ଦ୍ୱାରା ପାଣ୍ଠି ସଂଗ୍ରହ ଓ ବ୍ୟୟ ସଂକ୍ରାନ୍ତୀୟ ନୀତିର ଅଧ୍ୟୟନ ହିଁ ରାଷ୍ଟ୍ରୀୟ କର୍ତ୍ତୃପକ୍ଷଙ୍କ ଆୟ ବ୍ୟୟ ଓ ସେଗୁଡ଼ିକର ପାରସ୍ପରିକ ସମଯୋଜକ ସହିତ ସମ୍ପୃକ୍ତ ।’’ (Public finance is concerned with the income and expenditure of public authorities and with the adjustment of one to the other).

ଉପରୋକ୍ତ ଆଲୋଚନାରୁ ଜଣାପଡ଼େ ଯେ ରାଷ୍ଟ୍ରବିତ୍ତ କେନ୍ଦ୍ରୀୟ, ରାଜ୍ୟ ଓ ସ୍ଥାନୀୟ ସମସ୍ତ ସ୍ତରରେ କାର୍ଯ୍ୟ କରୁଥିବା ସରକାରଙ୍କର ଆୟ ଓ ବ୍ୟୟ ସମ୍ପର୍କରେ ଅନୁଧ୍ୟାନ କରିଥାଏ ।

ରାଷ୍ଟ୍ରବିତ୍ତ ଓ ବ୍ୟକ୍ତିବିର :- ରାଷ୍ଟ୍ରବିତ୍ତ ବା ସରକାରଙ୍କ ବିର ସହିତ ବ୍ୟକ୍ତିବିତ୍ତ ବା ଘରୋଇବିତ୍ତର ତୁଳନାରୁ ରାଷ୍ଟ୍ରବିତ୍ତର ଅଧ୍ୟୟନ ଓ ଅନୁଧ୍ୟାନ ସହଜ ହୁଏ । ଏହି ତୁଳନାରୁ ଆମେ ରାଷ୍ଟ୍ରର ଓ ବ୍ୟକ୍ତିର ଆର୍ଥିକ ସମ୍ପର୍କରେ ଅବଗତ ହୋଇଥାଉ ।

ପାର୍ଥକ୍ୟ :
(୧) ବ୍ୟକ୍ତିବିଶେଷ ନିଜର ବ୍ୟୟକୁ ଆୟ ସହିତ ସମତୁଲ କରିବାକୁ ଚେଷ୍ଟା କରିଥାଏ । ତାହାର ବ୍ୟୟ, ଆୟ ଦ୍ବାରା ନିର୍ଦ୍ଧାରିତ ହୋଇଥାଏ । ତାହାର ଆୟ ଅଧ‌ିକ ହେଲେ, ସେ ଅଧିକ ବ୍ୟୟ କରିବାକୁ ସକ୍ଷମ ହୁଏ । ଅବଶ୍ୟ ସାମୟିକ ଭାବରେ ସେ ନିଜ ଆୟରୁ ଅଧିକ ବ୍ୟୟ କରିପାରେ । କିନ୍ତୁ ଅନିର୍ଦ୍ଦିଷ୍ଟ କାଳପର୍ଯ୍ୟନ୍ତ ଅଧ୍ବକ ବ୍ୟୟ କରି ଚାଲି ବା ତାଙ୍କ ପକ୍ଷରେ ସମ୍ଭବପର ନୁହେଁ । ତେଣୁ ସେ ନିଜର ସୀମିତ ସାଧନ ମଧ୍ଯରେ ଜୀବନ ନିର୍ବାହ କରନ୍ତି ।

ସେ ତାଙ୍କର କନାର ପରିମାଣ ଅନୁଯାୟୀ ଜାମାର ଆବର ସ୍ଥିର କରନ୍ତି । କିନ୍ତୁ ସରକାରଙ୍କ କ୍ଷେତ୍ରରେ ବ୍ୟୟ, ଆୟର ପରିମାଣ ନିର୍ଦ୍ଧାରଣ କରିଥାଏ । ସରକାର ପ୍ରଥମେ ସମ୍ଭାବ୍ୟ ବ୍ୟୟକୁ ଅଟକଳ କରି ତାହାପରେ ସେହି ବ୍ୟୟ ନିର୍ବାହ କରିବାପାଇଁ ସଂଗ୍ରହ କରନ୍ତି । ବ୍ୟକ୍ତି ବିଶେଷଙ୍କର ଆୟ ପ୍ରାୟ ସୀମିତ ହୋଇଥିବାରୁ, ଲଗାମଛଡ଼ା ବ୍ୟୟ ତାଙ୍କ ପକ୍ଷରେ ସମ୍ଭବପର ନୁହେଁ; କିନ୍ତୁ ସରକାର ଇଚ୍ଛା କଲେ ବିଭିନ୍ନ ସୂତ୍ରରୁ ଅତିରିକ୍ତ ସମ୍ବଳ ସଂଗ୍ରହ କରିପାରନ୍ତି ।

ଅବଶ୍ୟ ବେଳେବେଳେ ବ୍ୟକ୍ତିବିଶେଷ କରି ସରକାରଙ୍କୁ ମଧ୍ୟ ନିଜ ଆୟ ଅନୁସାରେ ବ୍ୟୟ କରିବାକୁ ପଡ଼େ । ସରକାର ଯେତେବେଳେ ଅନୁଭବ କରନ୍ତି ଯେ ବିଭିନ୍ନ ସୂତ୍ରରୁ ଅତିରିକ୍ତ ସମ୍ବଳ ସଂଗ୍ରହ ଆଉ ସମ୍ଭବପର ନୁହେଁ, ସେତେବେଳେ ସରକାରଙ୍କୁ ମଧ୍ୟ ଖର୍ଚ୍ଚ କାଟ କରିବାକୁ ପଡ଼େ । ଅନ୍ୟ ପକ୍ଷରେ ବ୍ୟକ୍ତିବିଶେଷ ମଧ୍ଯ ବେଳେବେଳେ ତାଙ୍କର ବ୍ୟୟ ନିର୍ଦ୍ଧାରଣ କରି ସେହି ଆର୍ଥିକ ଦାୟିତ୍ବ ତୁଲାଇବାପାଇଁ ଅଧିକ ଆୟ ଉପାର୍ଜନ କରିବାକୁ ଚେଷ୍ଟା କରିଥା’ନ୍ତି ।

କୌଣସି ବ୍ୟକ୍ତିଙ୍କର ଆର୍ଥିକ ଦାୟିତ୍ଵ ଅଧୂକ ହୋଇଥିଲେ, ସେ କଠିନ ପରିଶ୍ରମ କରି ଅଧୂକ ଉପାର୍ଜନ କରିବାକୁ ବ୍ରତୀ ହୁଅନ୍ତି । ଅବଶ୍ୟ ବେଳେବେଳେ ବ୍ୟକ୍ତିବିଶେଷ କରି ସରକାରଙ୍କୁ ମଧ୍ୟ ନିଜ ଆୟ ଅନୁସାରେ ବ୍ୟୟ କରିବାକୁ ପଡ଼େ । ସରକାର ଯେତେବେଳେ ଅନୁଭବ କରନ୍ତି ବିଭିନ୍ନ ସୂତ୍ରରୁ ଅତିରିକ୍ତ ସମ୍ବଳ ସଂଗ୍ରହ ଆଉ ସମ୍ଭବପର ନୁହେଁ, ସେତେବେଳେ ସରକାରଙ୍କୁ ମଧ୍ୟ ଖର୍ଚ୍ଚ କାଟ କରିବାକୁ ପଡ଼େ ।

ଅନ୍ୟପକ୍ଷରେ ବ୍ୟକ୍ତିବିଶେଷ ମଧ୍ଯ ବେଳେବେଳେ ତାଙ୍କର ବ୍ୟୟ ନିର୍ଦ୍ଧାରଣ କରି ସେହି ଆର୍ଥିକ ଦାୟିତ୍ଵ ଅଧ୍ଵ ହୋଇଥିଲେ, ସେ କଠିନ ପରିଶ୍ରମ କରି ଅଧ୍ବକ ଉପାର୍ଜନ କରିବାକୁ ବ୍ରତୀ ହୁଅନ୍ତି ।

(୨) ବେଳେବେଳେ ନିଅଣ୍ଟିଆ ଭରଣା କରିବାପାଇଁ ଉଭୟ ସରକାର ଓ ବ୍ୟକ୍ତିବିଶେଷଙ୍କୁ ଋଣର ଆଶ୍ରୟ ଗ୍ରହଣ କରିବାକୁ ପଡ଼ିଥାଏ । ତେଣୁ ଆର୍ଥିକ ଅସୁବିଧା ସୃଷ୍ଟି ହେଲେ ସରକାର ନିଜର ନାଗରିକମାନଙ୍କଠାରୁ ଆଭ୍ୟନ୍ତରୀଣ ଋଣ ସଂଗ୍ରହ କରିପାରନ୍ତି ।

ସେହିପରି ସରକାର ବିଦେଶରୁ ମଧ୍ୟ ବୈଦେଶିକ ଋଣ ନେଇପାରନ୍ତି, କିନ୍ତୁ ବ୍ୟକ୍ତିବିଶେଷଙ୍କ ପକ୍ଷରେ ଆଭ୍ୟନ୍ତରୀଣ ଋଣ ସଂଗ୍ରହ ସମ୍ଭବ ନୁହେଁ । ଅର୍ଥାତ୍ ସେ ନିଜେ ନିଜ ପାଖରୁ ଋଣ ନେଇପାରନ୍ତି ନାହିଁ । ସେ କେବଳ ଅନ୍ୟମାନଙ୍କ ନିକଟରୁ ଅର୍ଥାତ୍ ବାହ୍ୟିକ ଋଣ ଗ୍ରହଣ କରିପାରନ୍ତି ।

(୩) ସରକାର ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଲେ, ନୋଟ୍ ଛପାଇ ତାହାର ସମାଧାନ କରିପାରନ୍ତି । ଅଧ‌ିକ ନୋଟ ପ୍ରଚଳନ, ସରକାରୀ ଆୟର ଏକ ଅତିରିକ୍ତ ଉତ୍ସ ଭାବରେ କାର୍ଯ୍ୟ କରେ । ଯୁଦ୍ଧକାଳୀନ ଅବସ୍ଥାରେ ବା କ୍ରମାଗତ ନିଅଣ୍ଟିଆ ବଜେଟ୍ ଭରଣାପାଇଁ ସରକାର ଅତିରିକ୍ତ ମୁଦ୍ରା ପ୍ରଚଳନ କରି ଆର୍ଥିକ ସଙ୍କଟର ମୁକାବିଲା କରିଥା’ନ୍ତି । କିନ୍ତୁ ବ୍ୟକ୍ତିବିଶେଷଙ୍କ ପକ୍ଷରେ ଅତିରିକ୍ତ ମୁଦ୍ରା ପ୍ରଚଳନ ସମ୍ଭବ ନୁହେଁ ।

(୪) ସରକାର ତାଙ୍କ ବଜେଟ୍ ବା ଆୟବ୍ୟୟର ଅଟକଳ ବାର୍ଷିକ ଭିଭିରେ ପ୍ରସ୍ତୁତ କରନ୍ତି । ଏହି ବଜେଟ୍ ଏକ ଆର୍ଥିକ ବର୍ଷପାଇଁଉଦ୍ଦିଷ୍ଟ ହୋଇଥାଏ । କିନ୍ତୁ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ଏପରି କୌଣସି ସମୟ ସୀମା ନ ଥାଏ । ତାଙ୍କ ଆୟବ୍ୟୟର ଅଟକଳ ସ୍ଵଳ୍ପକାଳୀନ ଦୀର୍ଘକାଳୀନ ହୋଇପାରେ ।

(୫) ସରକାର ଓ ବ୍ୟକ୍ତିବିଶେଷଙ୍କର ବ୍ୟୟର ଉଦ୍ଦେଶ୍ୟରେ ମଧ୍ୟ ପାର୍ଥକ୍ୟ ଦେଖାଯାଏ । ପ୍ରତ୍ୟେକ ବ୍ୟକ୍ତି ଲାଭପାଇଁ ଲାଳାୟିତ । ବ୍ୟକ୍ତିଗତ ଲାଭକୁ ସର୍ବାଧ‌ିକ କରିବା ତାଙ୍କର ବ୍ୟବସାୟିକ କାର୍ଯ୍ୟାବଳୀର ପ୍ରଧାନ ଉଦ୍ଦେଶ୍ୟ । ଅନ୍ୟପକ୍ଷରେ ରାଷ୍ଟ୍ରୀୟ ବ୍ୟୟ ସାମୂହିକ କଲ୍ୟାଣ ବୃଦ୍ଧିର ଉଦ୍ଦେଶ୍ୟ ଦ୍ବାରା ପରିଚାଳିତ । ତେଣୁ ଯେଉଁ ସବୁ କ୍ଷେତ୍ରରେ ଦୀର୍ଘକାଳ ପରେ ଲାଭର ଉଦ୍ଭବ ହୁଏ; ସେ ସବୁ କ୍ଷେତ୍ରରେ ଘରୋଇ ବିନିଯୋଗରେ ସମ୍ଭାବନା କ୍ଷୀଣ ହୋଇଥାଏ ।

ବ୍ୟକ୍ତିବିଶେଷ କୌଣସି ଅନୁନ୍ନତ ଅଞ୍ଚଳରେ ରେଳରାସ୍ତା ନିର୍ମାଣ କରିବାକୁ ଆଦୌ ଆଗ୍ରହ ହେବ ନାହିଁ । କାରଣ ଏ ଧରଣର ପ୍ରକଳ୍ପରୁ ଲାଭର ପ୍ରତ୍ୟାଶା ଅତି କ୍ଷୀଣ । କିନ୍ତୁ ସାମାଜିକ ଦୃଷ୍ଟିକୋଣରୁ ସେହି ରେଳରାସ୍ତାର ଆବଶ୍ୟକତା ଥିଲେ ସରକାରଙ୍କୁ ତାହାର ନିର୍ମାଣ ଦାୟିତ୍ଵ ଗ୍ରହଣ କରିବାକୁ ପଡିପାରେ ।

(୬) ଲୋକମାନେ ସର୍ବଦା ନିଜ ଆୟ ବ୍ୟୟ ସମ୍ପର୍କରେ ଗୋପନୀୟତା ରକ୍ଷା କରିବାକୁ ଚାହାନ୍ତି । ଜଣେ ବ୍ୟକ୍ତି ସର୍ବଦା ନିଜର ଆୟର ପରିମାଣ ବା ଋଣ ପରିମାଣ ଅନ୍ୟମାନଙ୍କ ନିକଟରୁ ଗୋପନ ରଖୁବାକୁ ଚେଷ୍ଟା କରିଥାଏ । କିନ୍ତୁ ରାଷ୍ଟ୍ରବିତ୍ତ କ୍ଷେତ୍ରରେ ଗୋପନୀୟତା ରକ୍ଷାର କୌଣସି ପ୍ରଶ୍ନ ନ ଥାଏ । ସର୍ବସାଧାରଣଙ୍କ ଗୋଚରାର୍ଥେ ସରକାର ବାର୍ଷିକ ବଜେଟ୍ ଉପସ୍ଥାପିତ କରିଥା’ନ୍ତି ।

ସରକାରଙ୍କ ଆୟ ବ୍ୟୟ ସଂକ୍ରାନ୍ତରେ ସଂସଦରେ ବିଶଦ ଆଲୋଚନା ହୁଏ । ଖବରକାଗଜ, ଟି.ଭି. ଓ ରେଡ଼ିଓ ପ୍ରଭୃତି ମାଧ ଜରିଆରେ ବଜେଟ୍‌ର ବିଭିନ୍ନ ଦିଗକୁ ଘେରି ଆଲୋଚନା ହୋଇଥାଏ । ତେଣୁ ରାଷ୍ଟ୍ରବିତ୍ତଙ୍କୁ ସର୍ବସାଧାରଣ ବିତ୍ତ ଓ ବ୍ୟକ୍ତିବିରକୁ ଘରୋଇ (ଗୋପନୀୟ) ବିତ୍ତ ଆଖ୍ୟା ଦିଆଯାଇଥାଏ ।

(୭) ଜଣେ ସାଧାରଣ ବ୍ୟକ୍ତି ହାତରେ ମୋଟ୍ ବ୍ୟୟ ଉପରେ କିଛି ବଳକା ଆୟ ରହିଲେ, ତାହା ତାଙ୍କର ବିଜ୍ଞତା ବୋଲି ବିଚାର କରାଯାଏ । ସେ ଆୟଠାରୁ ବ୍ୟୟ କମ୍ କରିବାକୁ ଚେଷ୍ଟା କରେ । ଅଧ‌ିକ ସଞ୍ଚୟ କରି ଜଣେ ବ୍ୟକ୍ତି ବିତ୍ତଶାଳୀ ହୋଇ ନିଜ ସାମାଜିକ ପଦମର୍ଯ୍ୟାଦା ବୃଦ୍ଧି କରିପାରେ । କିନ୍ତୁ ରାଷ୍ଟ୍ରବିତ୍ତରେ ବଳକା ବଜେଟ୍ ସର୍ବଦା ଶୁଭପ୍ରଦ ବୋଲି ଗୃହୀତ ହୁଏନାହିଁ ।

ଉଦାହରଣସ୍ୱରୂପ ଦେଶରେ ମାନ୍ଦାବସ୍ଥା ବିଦ୍ୟମାନ ଥିଲେ ନିଅଣ୍ଟିଆ ବଜେଟ୍ ହିଁ ବାଞ୍ଛନୀୟ । ସରକାର ମୋଟ ବ୍ୟୟର ପରିମାଣ ବର୍ଷିତ କଲେ, ଅଧ୍ଵକ କ୍ରୟକ୍ଷମତା ସୃଷ୍ଟି ହୁଏ । ମୋଟ ଚାହିଦା ବୃଦ୍ଧି ପାଏ । ଅଧ୍ୟାପକ କେନସ୍ ମତ ଦେଇଥିଲେ ଯେ ସରକାର ସର୍ବଦା ନିଅଣ୍ଟିଆ ବଜେଟ୍ କରିବା ଉଚିତ୍ । ସାଧାରଣ ପରିସ୍ଥିତିରେ ସରକାର ବଳକା ବଜେଟ୍ କରିପାରନ୍ତି ।

(୮) ରାଷ୍ଟ୍ର ଏବଂ ବ୍ୟକ୍ତିବିଶେଷ ଉଭୟ ସେମାନଙ୍କ ବ୍ୟୟରୁ ଲବ୍‌ଧ ଉପଯୋଗିତାକୁ ସର୍ବାଧ୍ଵକ କରିବାକୁ ତତ୍ପର ହୋଇଥାଆନ୍ତି । ସମସୀମାନ୍ତ ଉପଯୋଗିତା ସୂତ୍ରର ନୀତିକୁ ଅନୁସରଣ କରି ପରିତୃପ୍ତିକୁ ସର୍ବାଧ୍ଵ କରାଯାଇପାରେ । ଜଣେ ବ୍ୟକ୍ତି ତାହାର ବ୍ୟୟକୁ ଏପରି ଭାବରେ ବିନ୍ୟାସ କରେ, ତଦ୍ବାରା ସେ ପ୍ରତ୍ୟେକ ପ୍ରକାର ବ୍ୟୟରୁ ସମାନ ଉପଯୋଗିତା ଲାଭ କରିଥାଏ । ଅର୍ଥାତ୍ ବ୍ୟକ୍ତି ପକ୍ଷରେ ସମସୀମାନ୍ତ ଉପଯୋଗିତା ସୂତ୍ରକୁ ଯଥାଯଥ ଭାବରେ ପାଳନ କରିବା ସମ୍ଭବପର ହୋଇଥାଏ ।

ସରକାର ମଧ୍ୟ ଏହି ନିୟମ ଅନୁସାରେ ଚଳୁଥିଲେ ସୁଦ୍ଧା, ସର୍ବଦା ଏହାକୁ ଯଥାଯଥ ଭାବରେ ମାନିବା ସମ୍ଭବ ହୁଏ ନାହିଁ । କାରଣ ସରକାର ଅନେକ ସମୟକ ହୁଏନାହିଁ । କାରଣ ସରକାର ଅନେକ ସମୟରେ ଅଣ-ଅର୍ଥନୈତିକ କାରଣ ଦ୍ଵାରା ପ୍ରଭାବିତ ହୋଇଥାନ୍ତି । ବିଭିନ୍ନ ରାଜନୈତିକ ଓ ଅର୍ଥନୈତିକ ଗୋଷ୍ଠୀର ଅଯୌକ୍ତିକ ଚାହିଦା ଆଗରେ ସରକାର ରେଲେଇଲେ ନୀରି ସ୍ଵୀକାର କରିବାକୁ ବାଧ୍ୟ ହୁଅନ୍ତି ।

(୯) ବ୍ୟକ୍ତିବିଶେଷ ଆୟ ସଂଗ୍ରହ ନିମନ୍ତେ କାହାକୁ ବାଧ୍ୟ କରିପାରନ୍ତି ନାହିଁ । କିନ୍ତୁ ସରକାରଙ୍କର ବଳପ୍ରୟୋଗର କ୍ଷମତା ରହିଛି । ସରକାର କାହାରି ଉପରେ କରଧାର୍ଯ୍ୟ କଲେ, ସେ କର ଦେବାକୁ ଅସ୍ବୀକାର କରିପାରିବେ ନାହିଁ ।

CHSE Odisha Class 12 Economics Chapter 16 Long Answer Questions in Odia Medium

(୧୦) ବ୍ୟକ୍ତିବିଶେଷଙ୍କ ପକ୍ଷରେ ଦେବାଳିଆ ହୋଇଯିବା ସମ୍ଭବ । ତାଙ୍କର ମୋଟ ଦେୟର ପରିମାଣ ଯଦି ମୋଟ ପରିସମ୍ପତ୍ତି ଠାରୁ ବଳିଯାଏ; ତେବେ ତାଙ୍କୁ ଦେବାଳିଆ ଘୋଷଣା କରାଯାଏ; କିନ୍ତୁ କୌଣସି ରାଷ୍ଟ୍ରର ପରିସମ୍ପତ୍ତିକୁ ଏତେ ସହଜରେ ନିର୍ଦ୍ଧାରିତ କରିହୁଏ ନାହିଁ । କୌଣସି ରାଷ୍ଟ୍ରର ମୋଟ ପରିସମ୍ପତ୍ତିର ପରିମାଣ ତାହାର ନାଗରିକମାନଙ୍କର ମୋଟ ପରିସମ୍ପତ୍ତି ସହିତ ସମାନ । ତେଣୁ ସାଧାରଣ ଅର୍ଥରେ କୌଣସି ରାଷ୍ଟ୍ରର ଦେବାଳିଆ ହେବା ସମ୍ଭବ ନୁହେଁ ।

(୧୧) ବ୍ୟକ୍ତିବିଶେଷଙ୍କ ପକ୍ଷରେ ଭବିଷ୍ୟତ ଅପେକ୍ଷା ବତ୍ତର୍ମାନ ଅଧିକ ଗୁରୁତ୍ଵପୂର୍ଣ୍ଣ । ଭବିଷ୍ୟତକୁ ସେମାନେ ଅବହେଳା କରିଥାଆନ୍ତି । ସେମାନେ ତେଣୁ ସତ୍ତ୍ବର ଲାଭ ପାଇବାକୁ ତତ୍ପର । ସେମାନଙ୍କ ନିକଟରେ ଭବିଷ୍ୟତର ଆୟ ଅପେକ୍ଷା ବର୍ତ୍ତମାନର ଆୟ ଅଧୁକ କାମ୍ୟ । କିନ୍ତୁ ରାଷ୍ଟ୍ରର କଥା ଅଲଗା । ରାଷ୍ଟ୍ର ଏକ ଚିରସ୍ଥାୟୀ ଅନୁଷ୍ଠାନ । ତେଣୁ ରାଷ୍ଟ୍ରର ଉଭୟ ବର୍ତ୍ତମାନ ଓ ଭବିଷ୍ୟତ ପିଢ଼ି ପ୍ରତି ସମାନ ଦାୟିତ୍ଵ ରହିଥାଏ । ତେଣୁ ଅନେକ ସମୟରେ ସରକାର କେବଳ ବର୍ତ୍ତମାନ ପାଇଁ ବ୍ୟୟ ନିର୍ବାହ ନ ଭାର ନ୍ୟସ୍ତ ହୁଏ ସତ, କିନ୍ତୁ ଭବିଷ୍ୟତରେ ତାହାର ସୁଫଳ ମିଳେ ।

2. ରାଷ୍ଟ୍ରୀୟ ଆୟର ବିଭିନ୍ନ ଉତ୍ସଗୁଡ଼ିକ ବର୍ଣ୍ଣନା କର ।
Answer:
ରାଷ୍ଟ୍ରୀୟ ଆୟ ବା ରାଜସ୍ବ ରାଷ୍ଟ୍ରବିତ୍ତର ଏକ ପ୍ରଧାନ ଅଂଶ । ସମୂହ କଲ୍ୟାଣ ଉଦ୍ଦେଶ୍ୟରେ ରାଷ୍ଟ୍ର ବିପୁଳ ପରିମାଣର ସମ୍ବଳ ବା ରାଜସ୍ବ ଦରକାର କରିଥାଏ । ସାଧାରଣଭାବେ ବର୍ଣ୍ଣନା କଲେ ସରକାର ନିଜର ଆର୍ଥିକ ଆବଶ୍ୟକତାର ପରିପୂରଣ ନିମନ୍ତେ ସମସ୍ତ ସୂତ୍ରରୁ ସଂଗୃହୀତ ଅର୍ଥକୁ ରାଷ୍ଟ୍ରୀୟ ଆୟର ଆଖ୍ୟା ଦିଆଯାଇଥାଏ । ବ୍ୟାପକ ଅର୍ଥରେ ସରକାରୀ ଋଣ, ଅଧିକ ନୋଟ୍ ପ୍ରଚଳନ, ସରକାରୀ ଉଦ୍ୟୋଗରୁ ମିଳୁଥିବା ଲାଭାଂଶ ଇତ୍ୟାଦି ରାଷ୍ଟ୍ରୀୟ ଆୟପ୍ରାପ୍ତିର ଅନ୍ତର୍ଭୁକ୍ତ । କିନ୍ତୁ ରାଷ୍ଟ୍ରୀୟ ରାଜସ୍ଵ ଏକ ସୀମିତ ଧାରଣ କାରଣ କେତେକ ବିଧ‌ିବଦ୍ଧ ସୂତ୍ରରୁ ମିଳୁଥିବା ଆୟ ହିଁ ରାଷ୍ଟ୍ରୀୟ ରାଜସ୍ବର ଅନ୍ତର୍ଭୁକ୍ତ ।

ସରକାରୀ ରାଜସ୍ବକୁ ସାଧାରଣଭାବେ ନିମ୍ନଲିଖ ଶ୍ରେଣୀରେ ବିଭକ୍ତ କରାଯାଇଥାଏ ।
(1) କର (Tax) – କର ହେଉଛି ସରକାରୀ ରାଜସ୍ବର ଏକ ସର୍ବବୃହତ୍ ଅଂଶ । ‘ଜଣେ ବ୍ୟକ୍ତି ବା ବ୍ୟକ୍ତସମୂହ ସରକାରଙ୍କ ସେବା ନିମନ୍ତେ ନିଜ ସମ୍ପରିରୁ ଯେଉଁ ବାଧ୍ୟତାମୂଳକ ଦେୟ ପ୍ରଦାନ କରନ୍ତି, ତାହାକୁ କର କୁହାଯାଏ ।’’ ଅନ୍ୟ ଅର୍ଥରେ, ‘କୌଣସି ବିଶେଷ ସୁବିଧା ସହ ସମ୍ପର୍କ ନ ଥାଇ ସର୍ବସାଧାରଣ ସ୍ଵାର୍ଥ ଦୃଷ୍ଟିରୁ ବ୍ୟୟ ନିର୍ବାହ ନିମନ୍ତେ ବ୍ୟକ୍ତିବିଶେଷ ସରକାରଙ୍କୁ ଯେଉଁ ବାଧ୍ୟତାମୂଳକ ଦେୟ ଦିଅନ୍ତି, ତାହାକୁ ‘କର’ କୁହାଯାଏ ।’’

କର ଏକ ବାଧ୍ୟତାମୂଳକ ଦେୟ ହୋଇଥିବାରୁ କରଦାତାଙ୍କର ଏହା ଏକ ଆଇନଗତ କର୍ତ୍ତବ୍ୟ ବୋଲି ବିଚାର କରାଯାଏ । ଏହାକୁ ପ୍ରତ୍ୟାଖ୍ୟାନ କଲେ ଆଇନ ଦୃଷ୍ଟିରେ ଏହା ଅପରାଧ ବୋଲି ବିବେଚିତ ହୋଇଥାଏ । କରରୁ ସଂଗୃହୀତ ଅର୍ଥ ସାମୂହିକ କଲ୍ୟାଣ ଉଦ୍ଦେଶ୍ୟରେ ବ୍ୟୟ କରାଯାଇଥାଏ । କର ପ୍ରଦାନ ବ୍ୟକ୍ତିମାନଙ୍କର ଏକ ନିଜସ୍ବ ଦାୟିତ୍ଵ ।

(2) ପ୍ରଶାସନିକ ରାଜସ୍ଵ (Administrative Revenue) – ପି, ଲାଇସେନ୍ସ ଫି, ଜୋରିମାନା, ବାଜ୍ୟାପ୍ତି, ବିଶେଷ ନିର୍ଦ୍ଧାରଣ (Special Assessment) ଆଦିକୁ ପ୍ରଶାସନିକ ରାଜସ୍ୱ କୁହାଯାଏ ।
(a) ଫିଜ୍ (Fees) – ସର୍ବସାଧାରଣ ସ୍ଵାର୍ଥ ନିହିତ ଥିବା ଏକ ନିର୍ଦ୍ଦିଷ୍ଟ ସେବା ନିମନ୍ତେ ଦିଆଯାଉଥିବା ବାଧ୍ୟତାମୂଳକ ଦେୟକୁ ଫିଜ୍ କୁହାଯାଏ । ଫିଦାତାଙ୍କୁ ଫିଜର ପ୍ରତିବଦଳରେ ପ୍ରତ୍ୟକ୍ଷ ସୁବିଧା, ପ୍ରାପ୍ତି ହୋଇଥାଏ । ଉଦାହରଣ ସ୍ଵରୂପ, କଲେଜ ଫି, କଲେଜରେ ପଢୁଥିବା ଛାତ୍ରଙ୍କ ନିମନ୍ତେ ଏକ ବାଧ୍ୟତାମୂଳକ ଦେୟ ଅଟେ ।

(b) ଲାଇସେନ୍ସ ଫିଜ୍ (Licence Fees) – ସରକାର ନିଜେ କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟ ସମ୍ପାଦନ ନ କରି ଫିଦାତାଙ୍କୁ କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟ ନିମନ୍ତେ ଅନୁମତି ବା ବିଶେଷ ସୁବିଧା ପ୍ରଦାନ କରିଥା’ନ୍ତି; ଯଥା – ଏକ ମୋଟରଚାଳକ ଗାଡ଼ି ଚଳାଇବା ପାଇଁ ଲାଇସେନ୍ସ ଫି ପ୍ରଦାନ କରି ସରକାରଙ୍କଠାରୁ ବିଶେଷ ଅନୁମତି ପ୍ରାପ୍ତ ହୋଇଥା’ନ୍ତି । କେତେକ ଧରଣର କାର୍ଯ୍ୟକଳାପ ନିୟନ୍ତ୍ରଣ କରିବା ଏହି ଫି’ର ପ୍ରଧାନ ଉଦ୍ଦେଶ୍ୟ । ମାଦକ ଦ୍ରବ୍ୟର ବିକ୍ରୟ ନିମନ୍ତେ ଲାଇସେନ୍ସ ପ୍ରଚଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା, ସେସବୁ ଦ୍ରବ୍ୟର କ୍ରୟ ବିକ୍ରୟ ଉପରେ ଯଥେଷ୍ଟ ନିୟନ୍ତ୍ରଣ ଜାରି କରିବା ।

(c) ଜୋରିମାନା (Penalty) କୌଣସି ବ୍ୟକ୍ତି ବା ଅନୁଷ୍ଠାନ ଆଇନର ବିରୁଦ୍ଧାଚରଣ କଲେ ତାହାର ଶାସ୍ତି ସ୍ବରୂପ କର୍ତ୍ତୃପକ୍ଷଙ୍କଦ୍ୱାରା ଅର୍ଥଦଣ୍ଡରେ ଦଣ୍ଡିତ ହୋଇଥା’ନ୍ତି । ଏହା ଜୋରିମାନା ନାମରେ ପରିଚିତ । ଏହାଦ୍ୱାରା ସରକାର କିଛି ରାଜସ୍ୱ ସଂଗ୍ରହ କରିଥା’ନ୍ତି ।

(d) ବାଜ୍ୟାପ୍ତି (Forleitures) – କେତେକ କ୍ଷେତ୍ରରେ ଚୁକ୍ତିଭଙ୍ଗ ଯୋଗୁଁ ବା ଦାୟିତ୍ୱ ପାଳନରେ ଅକ୍ଷମତା ଯୋଗୁଁ ଅର୍ଥଦଣ୍ଡ ଭାବରେ ବାଜ୍ୟାପ୍ତି କାର୍ଯ୍ୟ କରେ । ଏହା ରାଜସ୍ୱ ସଂଗ୍ରହର ଏକ ନଗଣ୍ୟ ଉତ୍ସ ।

(e) ବିଶେଷ ନିର୍ଦ୍ଧାରଣ (Special Assessment) – ସରକାରଙ୍କ ରାସ୍ତାଘାଟ ନିର୍ମାଣ, ନଦୀବନ୍ଧ ନିର୍ମାଣ ପରି କେତେକ ସ୍ଥାନୀୟ ଉନ୍ନତିମୂଳକ କାର୍ଯ୍ୟ ନିମନ୍ତେ ଉପକୃତ ହେଉଥିବା ସ୍ଥାନୀୟ ଅଧିବାସୀଙ୍କଠାରୁ ଏକ ସମୁନ୍ନତ କର ଆଦାୟ କରିଥା’ନ୍ତି ଯାହାକୁ ବିଶେଷ ନିର୍ଦ୍ଧାରଣ କୁହାଯାଏ । ଏହି ରାଜସ୍ବ ସାଧାରଣଭାବେ ସରକାରୀ କାର୍ଯ୍ୟକ୍ରମରୁ ଲାଭବାନ୍ ହେଉଥିବା ବ୍ୟକ୍ତିମାନଙ୍କଠାରୁ ସଂଗୃହୀତ ହୋଇଥାଏ ।

(3) ବାଣିଜ୍ୟିକ ରାଜସ୍ୱ (Commercial Revenue) – ବାଣିଜ୍ୟିକ ରାଜସ୍ଵ ଦୁଇଟି ଉତ୍ସରୁ ସୃଷ୍ଟି ହୋଇଥାଏ; ଯଥା – ସରକାରୀ ସମ୍ପତ୍ତି କିମ୍ବା ସରକାରୀ ଉଦ୍ୟୋଗ ।
(a) ସରକାରୀ ସମ୍ପରି ରାଜସ୍ବ – ପ୍ରତ୍ୟେକ ଦେଶରେ ଭୂମି, ଖଣି, ଜଙ୍ଗଲ ପରି କେତେକ ସମ୍ପରି ସରକାରଙ୍କ ଅଧିକାରଭୁକ୍ତ ହୋଇଥାଏ । ଏସବୁ ସମ୍ପତ୍ତି ବିକ୍ରୟ କରି କିମ୍ବା ଲିଜ୍ ପ୍ରଦାନ କରି ସରକାର ରାଜସ୍ୱ ଆହରଣ କରିଥା’ନ୍ତି ।

(b) ସରକାରୀ ଉଦ୍ୟୋଗ ରାଜସ୍ଵ – ଆଧୁନିକ ମିଶ୍ରିତ ଅର୍ଥନୀତିରେ ସରକାର ବିଭିନ୍ନ ଦ୍ରବ୍ୟ ସାମଗ୍ରୀ ଓ ସେବାର ଉତ୍ପାଦନ ଓ ବିକ୍ରୟ କରିଥା’ନ୍ତି । ଏହା ସରକାରୀ ଉଦ୍ୟୋଗଲବ୍‌ଧ ଆୟ ଭାବରେ ବିବେଚିତ ହୋଇଥାଏ । ରେଳବାଇ, ଡାକ ବ୍ୟବସ୍ଥା, ରାଷ୍ଟ୍ରୀୟ ପରିବହନ ଓ ଅନ୍ୟାନ୍ୟ ଶିକ୍ଷୋଦ୍ୟୋଗ ପ୍ରଭୃତିରୁ ଲାଭକୁ ସରକାରୀ ରାଜସ୍ବର ଅନ୍ତର୍ଭୁକ୍ତ କରାଯାଇଥାଏ ।

(4) ଦାନ ଏବଂ ଅନୁଦାନ (Gifts & Grants) – ବ୍ୟକ୍ତିବିଶେଷ, ଘରୋଇ ସଂସ୍ଥା କିମ୍ବା ଅନୁଷ୍ଠାନମାନଙ୍କ ନିକଟରୁ ଦାନ ମିଳିଥାଏ ଯାହା ସମ୍ପୂର୍ଣ ସ୍ବେଚ୍ଛାକୃତ ଅଟେ । ବାତ୍ୟା, ବନ୍ୟା, ମରୁଡ଼ି ପ୍ରପୀଡ଼ିତଙ୍କୁ ସହାୟତା ପ୍ରଦାନ ପ୍ରଭୃତି ନିର୍ଦ୍ଦିଷ୍ଟ କାରଣ ନିମନ୍ତେ ଏହି ଦାନ ମିଳିଥାଏ । ସେହିପରି ଜାତୀୟ ପ୍ରତିରକ୍ଷା ପାଣ୍ଠି, ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ମଧ୍ଯ ଦାନ ମିଳିଥାଏ । ଏହା ସରକାରୀ ରାଜସ୍ବର ଅନ୍ତର୍ଭୁକ୍ତ ।

କୌଣସି ସରକାର ଅନ୍ୟ ଏକ ସରକାରଙ୍କୁ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ପାଇଁ ଦେଇଥିବା ଆର୍ଥିକ ସହାୟତାକୁ ଅନୁଦାନ କୁହାଯାଏ । କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ କେତେକ କ୍ଷେତ୍ରରେ ଅନୁଦାନ ପ୍ରଦାନ କରିଥା’ନ୍ତି । ସେହିପରି ବିଦେଶୀ ରାଷ୍ଟ୍ର ବା ସଂସ୍ଥା ଅନୁଦାନ ପ୍ରଦାନ କରିଥା’ନ୍ତି ଯାହା ସରକାରୀ ରାଜସ୍ବର ଅଂଶବିଶେଷ ହୋଇଥାଏ ।

ଉପରୋକ୍ତ ଆଲୋଚନାରୁ ପ୍ରତୀୟମାନ ହୁଏ ଯେ, ସରକାରୀ ରାଜସ୍ବର ଶ୍ରେଣୀ ପ୍ରକରଣ କଠୋର ନୁହେଁ, ବରଂ ବିଭିନ୍ନ ରାଜସ୍ବ ମଧ୍ୟରେ ଥିବା ପାର୍ଥକ୍ୟ ଅତ୍ୟନ୍ତ କ୍ଷୀଣ ।

CHSE Odisha Class 12 Economics Chapter 16 Long Answer Questions in Odia Medium

3. ପ୍ରତ୍ୟକ୍ଷ କର କାହାକୁ କୁହାଯାଏ ? ପ୍ରତ୍ୟକ୍ଷ କରର ସୁବିଧା ଓ ଅସୁବିଧାଗୁଡ଼ିକ ସଂକ୍ଷେପରେ ବର୍ଣ୍ଣନା କର ।
Answer:
କୌଣସି କରର ସଂଘାତ (ପ୍ରାରମ୍ଭିକ ବୋଝ) ଓ ଆପାତ ( ଅନ୍ତିମ ବୋଝ) ଯେତେବେଳେ ଜଣେ ବ୍ୟକ୍ତିଙ୍କ ଉପରେ ପଡ଼େ, ସେତେବେଳେ ସେହି କରକୁ ପ୍ରତ୍ୟକ୍ଷ କର କୁହାଯାଏ । ପ୍ରକାରାନ୍ତରେ କହିଲେ, ଯେଉଁ କରର ବୋଝକୁ ହସ୍ତାନ୍ତର କରାଯାଇପାରେ ନାହିଁ, ତାହାକୁ ପ୍ରତ୍ୟକ୍ଷ କର କୁହାଯାଏ । ଅଧ୍ୟାପକ ଡାଲ୍‌ଟନ୍‌ ଏହି ପ୍ରକାର ଶ୍ରେଣୀବିଭାଜନକୁ ସମର୍ଥନ କରନ୍ତି ନାହିଁ । ତାଙ୍କ ମତରେ, ବ୍ୟକ୍ତିଗତ ସେବା ବ୍ୟତୀତ ଅନ୍ୟ ଯେଉଁସବୁ ଦ୍ରବ୍ୟ ଓ ସେବା କ୍ରୟବିକ୍ରୟ ଉପରେ କରଧାର୍ଯ୍ୟ କରାଯାଏ ତାହାକୁ ପରୋକ୍ଷ କର ଏବଂ ଅନ୍ୟ ସମସ୍ତ କରକୁ ପ୍ରତ୍ୟକ୍ଷ କର କୁହାଯାଏ ।

ପ୍ରତ୍ୟକ୍ଷ କରର ନିମ୍ନଲିଖ୍ ସୁବିଧାମାନ ପରିଲକ୍ଷିତ ହୁଏ :
(a) ନ୍ୟାୟୋଚିତ – ପ୍ରତ୍ୟକ୍ଷ କର ଧାର୍ଯ୍ୟ କଲାବେଳେ ବ୍ୟକ୍ତିବିଶେଷଙ୍କ ଆୟ ଓ ସଞ୍ଚୟକୁ ବିଚାର କରାଯାଇ କରଧାର୍ଯ୍ୟ କରାଯାଉଥିବାରୁ ଏହି କର ନ୍ୟାୟୋଚିତ ବିବେଚିତ ହୁଏ । ଏହାଫଳରେ ଧନୀଲୋକମାନଙ୍କ ଉପରେ ଅଧିକ ହାରରେ କର ଧାର୍ଯ୍ୟ କରାଯାଇପାରେ ଅଥବା କରମୁକ୍ତ କରାଯାଇପାରେ । ମୋଟ ଉପରେ କରଦାତାଙ୍କ ସାମର୍ଥ୍ୟ ଅନୁଯାୟୀ ଏହି କର ଧାର୍ଯ୍ୟ କରାଯାଉଥିବାରୁ ଏହାକୁ ନ୍ୟାୟୋଚିତ ବିବେଚନା କରାଯାଏ ।

(b) ନିଶ୍ଚିତତା – କର କର୍ତ୍ତୃପକ୍ଷ ଓ କରଦାତା ଉଭୟ କର ବିଷୟରେ ନିଶ୍ଚିତଭାବରେ ଜାଣିଥା’ନ୍ତି । ଅର୍ଥାତ୍ କେତେ କର ଦେବାକୁ ହେବ ତାହା କରଦାତାମାନଙ୍କୁ ଜଣାଥାଏ । ସେହିପରି ପ୍ରତ୍ୟକ୍ଷ କରସୂତ୍ରରୁ କେତେ ରାଜସ୍ୱ ଆଦାୟ ହେବ ତାହା ସରକାର ଜାଣିଥା’ନ୍ତି । ତେଣୁ କର ଦେୟ ଓ ଆଦାୟରେ ନିଶ୍ଚିତତା ପ୍ରତ୍ୟକ୍ଷ କରର ଏକ ପ୍ରଧାନ ସୁବିଧା ।

(c) ମିତବ୍ୟୟିତା – ପ୍ରତ୍ୟକ୍ଷ କର ଆଦାୟ କରିବାରେ ମିତବ୍ୟୟିତା ଆଚରଣ କରାଯାଇପାରେ । ଏହି ପ୍ରକାର କରକୁ ଆୟର ଉତ୍ପତ୍ତିସ୍ଥଳରୁ ଆଦାୟ କରାଯାଉଥିବାରୁ ଏଥୁ ନିମନ୍ତେ ପ୍ରଶାସନିକ ଖର୍ଚ୍ଚ ସ୍ଵଳ୍ପ ହୋଇଥାଏ ।

(d) ସ୍ଥିତିସ୍ଥାପକ – ପ୍ରତ୍ୟକ୍ଷ କର ସାହାଯ୍ୟରେ ସରକାରଙ୍କ ପକ୍ଷରେ ସହଜରେ ଅଧ୍ବକ ସମ୍ବଳ ସଂଗ୍ରହ କରିବା ସମ୍ଭବପର ହେଉଥିବାରୁ ଏହି କରକୁ ସ୍ଥିତିସ୍ଥାପକ ବୋଲି ବିଚାର କରାଯାଏ । ଉଦାହରଣସ୍ୱରୂପ, ଆୟ କର ବା ମୃତ୍ୟୁ କର ହାର ହ୍ରାସବୃଦ୍ଧି ହୁଏ । କର ହାର ବୃଦ୍ଧି ହେବା ଭୟରେ କେହି ଅଧୁକ ଆୟ କରିବାକୁ ସଙ୍କୁଚିତ ହୁଅନ୍ତି ନାହିଁ ।

(e) ନାଗରିକ ଚେତନାର ବିକାଶ – ପ୍ରତ୍ୟକ୍ଷ କର ନାଗରିକ ଚେତନାର ବିକାଶ ଘଟାଏ । କରଦାତା କରବୋଝ ପ୍ରତ୍ୟକ୍ଷଭାବରେ ବହନ କରୁଥିବାରୁ ସରକାରଙ୍କ ରାଜସ୍ୱ କିପରି ଭାବରେ ଓ କେଉଁ ଉଦ୍ଦେଶ୍ୟରେ ବ୍ୟୟିତ ହେଉଛି ସେଥ୍ୟପ୍ରତି ସଜାଗ ଦୃଷ୍ଟି ରଖୁ’ନ୍ତି ।

ଅସୁବିଧା – ପ୍ରତ୍ୟକ୍ଷ କରର ନିମ୍ନଲିଖତ ଅସୁବିଧାମାନ ଦୃଷ୍ଟିଗୋଚର ହୁଏ ।
(1) ଅସୁବିଧାଜନକ – ପ୍ରତ୍ୟକ୍ଷ କର ମୋଟା ଆକାରରେ ଦେବାକୁ ହୋଇଥାଏ । ଏକକାଳୀନ ବହୁପରିମାଣରେ କର ଦେବାକୁ ହେଉଥିବାରୁ କରଦାତାଙ୍କୁ ଏହି କର ସୁବିଧାଜନକ ମନେହୁଏ ନାହିଁ । ପୁନଶ୍ଚ କରଦାତାଙ୍କୁ କର ସମ୍ବନ୍ଧୀୟ ନିୟମ ବିଷୟରେ ଅବଗତ ହେବାକୁ ପଡ଼ିଥାଏ ଏବଂ ତଦନୁଯାୟୀ ଆୟର ବିବରଣୀ ସରକାରଙ୍କୁ ଦାଖଲ କରିବାକୁ ହୁଏ । ଏହା ମଧ୍ୟ କରଦାତାଙ୍କୁ କେତେକ ଅସୁବିଧାର ସମ୍ମୁଖୀନ କରାଇଥାଏ ।

(2) ସାଧୁତା ଉପରେ ଏକ କର – ଯେଉଁମାନେ ସରକାରଙ୍କୁ ଆୟ ସମ୍ବନ୍ଧୀୟ ଭୁଲ୍ ତଥ୍ୟ ଦେଇ କର ଫାଙ୍କିଦେବାକୁ ସମର୍ଥ ହୁଅନ୍ତି, ସେମାନେ କରବୋଝରୁ ନିସ୍ତାର ପାଆନ୍ତି । ମାତ୍ର ଯେଉଁମାନେ ଆୟର ସଠିକ୍ ବିବରଣୀ ସରକାରଙ୍କୁ ଦିଅନ୍ତି ଏବଂ କର ଦେବାରେ ସାଧୁତା ଆଚରଣ କରନ୍ତି ସେମାନଙ୍କୁ କରବୋଝ ବହନ କରିବାକୁ ହୁଏ । ଏହି କାରଣରୁ ସମାଲୋଚକମାନେ କରନ୍ତି, ତାହା ମନମୁଖୀ ହୋଇଥାଏ ।

(4) ପ୍ରୋତ୍ସାହନ ଅଭାବ – ଉଚ୍ଚ ହାରରେ ପ୍ରତ୍ୟକ୍ଷ କର ଆରୋପିତ ହେଉଥିବାରୁ ଲୋକମାନଙ୍କର ସଞ୍ଚୟ ଓ ବିନିଯୋଗ ଶକ୍ତି ହ୍ରାସପ୍ରାପ୍ତ ହୁଏ । ଫଳତଃ ଦେଶରେ ପୁଞ୍ଜି ଗଠନ ବାଧାପ୍ରାପ୍ତ ହୁଏ ଓ ଉତ୍ପାଦନ ହ୍ରାସ ପାଏ ।

(5) ଲୋକପ୍ରିୟତାର ଅଭାବ – ପ୍ରତ୍ୟକ୍ଷ କର କରଦାତାମାନଙ୍କ ମଧ୍ୟରେ ଆଦୃତ ହୁଏ ନାହିଁ । କାରଣ ସରକାର ବର୍ଦ୍ଧିଷ୍ଣୁ ଆବଶ୍ୟକତାକୁ ମେଣ୍ଟାଇବାପାଇଁ କର ହାର ବାରମ୍ବାର ପରିବର୍ତ୍ତନ କରିଥା’ନ୍ତି । ପ୍ରତିଥର କର ହାର ବୃଦ୍ଧି ପାଉଥିବାରୁ କରଦାତାଙ୍କ ତରଫରୁ ପ୍ରତିବାଦ ପ୍ରକାଶ ପାଏ । ତେଣୁ ପ୍ରତ୍ୟକ୍ଷ କର ଲୋକପ୍ରିୟ ହୋଇପାରେ ନାହିଁ ।

(6) ପାତରଅନ୍ତର ବିଚାର – ଆୟ ଓ ସମ୍ପଦ ଉପରେ କରଧାର୍ଯ୍ୟ କଲାବେଳେ ସରକାର କେତେକଙ୍କୁ କର ପରିସରଭୁକ୍ତ କଲାବେଳେ ଅନ୍ୟ କେତେକଙ୍କୁ କରମୁକ୍ତ କରିଥା’ନ୍ତି । ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ସମସ୍ତେ ସମାନ ସୁବିଧା ଓ ସୁଯୋଗର ଅଧିକାରୀ ହୋଇଥିବାରୁ ସମସ୍ତଙ୍କର କିଛି ନା କିଛି ତ୍ୟାଗ ସ୍ବୀକାର କରିବା ଉଚିତ ।

4. ପ୍ରତ୍ୟକ୍ଷ କର ଓ ପରୋକ୍ଷ କର ପରସ୍ପର ପ୍ରତିଯୋଗୀ ନୁହଁନ୍ତି, ସହଯୋଗୀ – ଆଲୋଚନା କର ।
Answer:
ପରୋକ୍ଷ କର ଓ ପ୍ରତ୍ୟକ୍ଷ କର ପରସ୍ପର ପ୍ରତିଯୋଗୀ ନୁହଁନ୍ତି । କର ବ୍ୟବସ୍ଥାରେ ସେମାନେ ପରସ୍ପରକୁ ସହାୟତା କରିଥା’ନ୍ତି । ପରୋକ୍ଷ କରର ସୁବିଧା ଓ ଅସୁବିଧା ସମୂହ ଆଲୋଚନା କଲେ ଏହି ଉକ୍ତିର ସତ୍ୟତା ପ୍ରତିପାଦନ ହୁଏ ।
(1) ସୁବିଧାଜନକ – ପରୋକ୍ଷ କର ସାଧାରଣତଃ ଦ୍ରବ୍ୟ ଓ ସାମଗ୍ରୀ ଉପରେ ଧାର୍ଯ୍ୟ କରାଯାଇଥାଏ । ବିକ୍ରେତା କରକୁ ଦ୍ରବ୍ୟର ଦାମ୍ରେ ଅନ୍ତର୍ଭୁକ୍ତ କରି ଦ୍ରବ୍ୟକୁ ବର୍ଦ୍ଧିତ ଦାମରେ ବିକ୍ରୟ କରିଥା’ନ୍ତି । କ୍ରେତାମାନେ ଦ୍ରବ୍ୟ କ୍ରୟ କଲାବେଳେ ବର୍ଣ୍ଣିତ ଦାମ୍ ଦେଇ କ୍ରୟ କରୁଥିବାରୁ ସେମାନେ କର ବୋଝ ବହନ କରୁଥିବା ଅନୁଭବ କରନ୍ତି ନାହିଁ; କିନ୍ତୁ ପ୍ରତ୍ୟକ୍ଷ କର ଦେବାରେ କରଦାତା କରର ବୋଝ ବିଷୟରେ ସଚେତନ ଥାଆନ୍ତି ।

(2) ପ୍ରଶସ୍ତ ଭିତ୍ତି – ପରୋକ୍ଷ କରର ଉତ୍ସ ବ୍ୟାପକ ଏବଂ ଭିଭି ପ୍ରଶସ୍ତ । କାରଣ ଦେଶରେ ଧନୀ, ଦରିଦ୍ର ସମସ୍ତେ ଏହି କର ପରିସରଭୁକ୍ତ ହୋଇଥା’ନ୍ତି । ଯେଉଁମାନେ ଅଧିକ ପରିମାଣରେ ଦ୍ରବ୍ୟ କ୍ରୟ କରନ୍ତି, ସେମାନଙ୍କୁ ଅଧିକ କରବୋଝ ବହନ କରିବାକୁ ହୋଇଥାଏ ଏବଂ ଯେଉଁମାନେ କମ୍ ପରିମାଣର ଦ୍ରବ୍ୟ କ୍ରୟ କରନ୍ତି, ସେମାନେ କମ୍ କର ଦେଇଥା’ନ୍ତି । ମାତ୍ର ଧନୀ, ଦରିଦ୍ର ସମସ୍ତଙ୍କୁ ଏହି କର ଦେବାକୁ ହୋଇଥାଏ ।

(3) ସ୍ଥିତିସ୍ଥାପକ – ପରୋକ୍ଷ କରରୁ ମିଳୁଥିବା ଆୟ ଅପେକ୍ଷାକୃତ ଅଧ୍ଵ ସ୍ଥିତିସ୍ଥାପକ । ସରକାର ଚାହିଁଲେ କର ପରିସର ବୃଦ୍ଧି କରି ବା କର ହାର ବୃଦ୍ଧି କରି ଅକ୍ଳେଶରେ ଅଧୂକ ସମ୍ବଳ ସଂଗ୍ରହ କରିପାରନ୍ତି । ଉଦାହରଣସ୍ୱରୂପ, ଅତ୍ୟାବଶ୍ୟକ ଦ୍ରବ୍ୟ ଉପରେ କର ବସାଇ ସରକାର ଅଧିକ ସମ୍ବଳ ସଂଗ୍ରହ କରିବାକୁ ସମର୍ଥ ହୋଇଥା’ନ୍ତି । କାରଣ ଅତ୍ୟାବଶ୍ୟକ ଦ୍ରବ୍ୟର ଚାହିଦା ଅସ୍ଥିତିସ୍ଥାପକ ହୋଇଥିବାରୁ କରଜନିତ ଦାମ୍ ବୃଦ୍ଧି ହେଲେ ସେସବୁର ଚାହିଦା ହ୍ରାସ ହୁଏ ନାହିଁ । ତେଣୁ ଅଧିକ ସମ୍ବଳ ସଂଗ୍ରହ କରିବାପାଇଁ ସରକାର ପରୋକ୍ଷ କର ଉପରେ ଭରସା କରିଥା’ନ୍ତି।

(4) କ୍ଷତିକାରକ ଦ୍ରବ୍ୟର ନିୟନ୍ତ୍ରଣ – ପରୋକ୍ଷ କର ସାହାଯ୍ୟରେ ସରକାର କ୍ଷତିକାରକ ମାଦକ ଦ୍ରବ୍ୟର ଉତ୍ପାଦନ ଓ ଉପଭୋଗକୁ ନିୟନ୍ତ୍ରଣ କରିଥା’ନ୍ତି । ମାଦକ ଦ୍ରବ୍ୟ ଉପରେ କର ହାର ବୃଦ୍ଧି ହେଲେ ତାହାର ଦାମ୍ ବୃଦ୍ଧି ହୋଇ ଚାହିଦାକୁ ହ୍ରାସ କରାଏ । ଏହି କାରଣରୁ ପରୋକ୍ଷ କରକୁ ବ୍ୟୟ ନିୟନ୍ତ୍ରଣକାରୀ କର କୁହାଯାଏ ।

CHSE Odisha Class 12 Economics Chapter 16 Long Answer Questions in Odia Medium

(5) କର ଫାଙ୍କିବା କଷ୍ଟକର – ପରୋକ୍ଷ କରକୁ ଫାଙ୍କିଦେବା ସହଜ ନୁହେଁ । ପରୋକ୍ଷ କର ଦ୍ରବ୍ୟସାମଗ୍ରୀ ଉପରେ ଆରୋପିତ ହେଉଥିବାରୁ କ୍ରେତା ଦ୍ରବ୍ୟ କ୍ରୟ କଲାବେଳେ କର ଦେବାକୁ ବାଧ୍ୟ ହୋଇଥା’ନ୍ତି । ଦ୍ରବ୍ୟ ଉପଭୋଗରୁ ଯେଉଁମାନେ ବିରତ ହୋଇପାରନ୍ତି କେବଳ ସେହିମାନେ କରରୁ ମୁକ୍ତି ପାଇଥା’ନ୍ତି । ସୁତରାଂ ପରୋକ୍ଷ କରକୁ ଫାଙ୍କିଦେବା ସହଜସାଧ୍ୟ ନୁହେଁ ।

(6) ଆୟ ବୈଷମ୍ୟ ହ୍ରାସ – ପ୍ରଗାମୀ ପରୋକ୍ଷ କରକୁ ଆୟ ବୈଷମ୍ୟ ଦୂର କରିବାପାଇଁ ଅସ୍ତ୍ରରୂପେ ବ୍ୟବହାର କରାଯାଇପାରେ । ଧନିକ ଶ୍ରେଣୀ ଉପଭୋଗ କରୁଥିବା ବିଳାସ ସାମଗ୍ରୀ ଉପରେ ଉଚ୍ଚହାରରେ କର ଆରୋପ କରି ଏବଂ ଅତ୍ୟାବଶ୍ୟକ ଦ୍ରବ୍ୟକୁ କରମୁକ୍ତ କରି ସରକାର ଧନୀ ଓ ଦରିଦ୍ର ମଧ୍ୟରେ ଥିବା ଆୟର ବୈଷମ୍ୟକୁ ଦୂର କରିଥା’ନ୍ତି ।

(7) ଦେଶଜ ଶିଳ୍ପର ସୁରକ୍ଷା – ଆମଦାନି କରାଯାଉଥିବା ଦ୍ରବ୍ୟ ଉପରେ କର ଧାର୍ଯ୍ୟ କରି ସରକାର ଦେଶୀୟ ଶିଳ୍ପକୁ ଉତ୍ସାହିତ କରିପାରନ୍ତି । ଆମଦାନୀ ଶୁଳ୍‌କ ଆରୋପିତ ହେବା ଫଳରେ ବିଦେଶାଗତ ଦ୍ରବ୍ୟର ଦାମ୍ ବୃଦ୍ଧି ହୋଇ ଚାହିଦାକୁ ହ୍ରାସ କରାଏ । ଏହାଫଳରେ ଦେଶଜ ଦ୍ରବ୍ୟର ଚାହିଦା ବୃଦ୍ଧି ହେବା ସଙ୍ଗେ ସଙ୍ଗେ ଉତ୍ପାଦନ ଓ ନିଯୁକ୍ତି କ୍ଷେତ୍ର ସାମ୍ପ୍ରସାରିତ ହୁଏ ।

ପରୋକ୍ଷ କରର ଅସୁବିଧା:
(1) ଅନ୍ୟାୟୋଚିତ – ପରୋକ୍ଷ କର ଧନୀ ଓ ଦରିଦ୍ର ନିର୍ବିଶେଷରେ ଆରୋପିତ ହେଉଥିବାରୁ ଅପେକ୍ଷାକୃତ ସ୍ଵଚ୍ଛ ଆୟକାରୀମାନେ ଅଧିକ ଆକ୍ରାନ୍ତ ହୁଅନ୍ତି । କରର ବାସ୍ତବ ବୋଝ ଦରିଦ୍ର ଲୋକମାନଙ୍କ ଉପରେ ଅଧିକ ପରିମାଣରେ ପଡୁଥିବାରୁ ଏହି କରକୁ ଅନ୍ୟାୟୋଚିତ ବୋଲି ସମାଲୋଚକମାନେ ମତ ଦେଇଥା’ନ୍ତି ।

(2) ଆୟ ଅନିଶ୍ଚିତ – ପରୋକ୍ଷ କରରୁ ମିଳୁଥିବା ଆୟ ଅନିଶ୍ଚିତ ହୋଇଥାଏ । କାରଣ ଏହି ସୂତ୍ରରୁ ମିଳୁଥିବା ଆୟ ଦ୍ରବ୍ୟ ପାଇଁ ଚାହିଦାର ସ୍ଥିତିସ୍ଥାପକତା ଉପରେ ନିର୍ଭର କରେ । ଦ୍ରବ୍ୟ ପାଇଁ ଚାହିଦା ଯଦି ସ୍ଥିତିସ୍ଥାପକ ହୋଇଥାଏ, ତେବେ କରଜନିତ ଯେଉଁ ଦାମ୍ ବୃଦ୍ଧି ହୁଏ ତାହା ଚାହିଦାକୁ ବହୁଳାଶରେ ଅଥବା ସମ୍ପୂର୍ଣ୍ଣଭାବରେ ହ୍ରାସ କରିଥାଏ । ଚାହିଦା ହ୍ରାସ ହେଲେ ସରକାରଙ୍କ ପରୋକ୍ଷ କର ସୂତ୍ରରୁ ଆୟ ଅନିଶ୍ଚିତ ହୋଇଥାଏ ।

(3) ଅମିତବ୍ୟୟିତା – ପରୋକ୍ଷ କର ପରିସର ଅତି ବ୍ୟାପକ ହୋଇଥିବାରୁ କରି ପ୍ରଶାସନ ବ୍ୟୟବହୁଳ ହୋଇଥାଏ । କାରଣ ବହୁସଂଖ୍ୟକ କର୍ମଚାରୀଙ୍କୁ କର ଆଦାୟ କରିବା ଓ କର ଫାଙ୍କିବାରୁ ନିରୁତ୍ସାହିତ କରିବାପାଇଁ ନିଯୁକ୍ତି କରିବାକୁ ହୁଏ । ସେମାନଙ୍କ ବେତନ ଓ ଭତ୍ତା ବାବଦ ସରକାରଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ହୁଏ । ଏପରି ଘୋଡ଼ା ଛ’ଟଙ୍କାକୁ ଦାନା ନ’ଟଙ୍କା ହେଲାଭଳି ଅବସ୍ଥା ସୃଷ୍ଟି ହୁଏ ।

(4) ସାମାଜିକ ଚେତନା – ପରୋକ୍ଷ କର ନାଗରିକମାନଙ୍କ ମଧ୍ୟରେ ସାମାଜିକ ଚେତନା ଓ ସ୍ଵଦେଶବତ୍ସଳତା ସୃଷ୍ଟି କରିପାରେ ନାହିଁ । କାରଣ କର ଦ୍ରବ୍ୟର ଦାମ୍‌ରେ ଲୁକ୍‌କାୟିତ ହୋଇ ରହିଥାଏ । ଦେଶବାସୀ କରି ଦେଉଥୁବାଜନିତ ବୋଝକୁ ଅନୁଭବ କରନ୍ତି ନାହିଁ । ତେଣୁ ସେମାନଙ୍କ ମଧ୍ୟରେ ସାମାଜିକ ଚେତନା ବିକାଶଲାଭ କରିପାରେ ନାହିଁ ।

(5) ସମ୍ବଳ ବଣ୍ଟନ କ୍ଷେତ୍ରରେ କୁଫଳ – ପରୋକ୍ଷ କର ଦେଶରେ ସମ୍ବଳ ବଣ୍ଟନର ଧାରାକୁ ବିଶୃଙ୍ଖଳିତ କରିବାର ଆଶଙ୍କା ରହିଥାଏ । ସେଥ୍ପାଇଁ ଏହି କରକୁ ବିଜ୍ଞତାର ସହିତ ପରିଚାଳନା କରିବା ଆବଶ୍ୟକ ହୁଏ । ସରକାର କରଧାର୍ଯ୍ୟ କଲାବେଳେ କେଉଁ ଦ୍ରବ୍ୟ କର ପରିସରଭୁକ୍ତ ହେବା ବାଞ୍ଛନୀୟ ଓ କେଉଁ ଦ୍ରବ୍ୟ ନୁହେଁ, ତାହା ବିଚାରକୁ ନେଇ ନ ଥା’ନ୍ତି । କରଧାର୍ଯ୍ୟ ହେବା ଫଳରେ କରଭୁକ୍ତ ଦ୍ରବ୍ୟର ଦାମ୍ ବୃଦ୍ଧି ହୋଇ ଚାହିଦା ହ୍ରାସ କରାଏ ।

ଚାହିଦା ହ୍ରାସ ହେଲେ ଉତ୍ପାଦନ ହ୍ରାସ ହୁଏ । ଉତ୍ପାଦନର ଉପାଦାନସମୂହ ନିଯୁକ୍ତି କ୍ଷେତ୍ରରୁ ବିତାଡ଼ିତ ହୋଇଥା’ନ୍ତି । ଫଳରେ ବେକାର ସମସ୍ୟା ଦେଖାଦିଏ । ଉପାଦାନସମୂହ ଅବାଞ୍ଛିତ ଦିଗକୁ ପରିଚାଳିତ ହେବା ଆଶଙ୍କା ମଧ୍ୟ ସର୍ବଦା ରହିଥାଏ ।

ଏହି ଦୁଇ ପ୍ରକାରର କର ମଧ୍ୟରେ ତୁଳନାତ୍ମକ ବିଚାର କଲେ ଜଣାଯାଏ ଯେ ପ୍ରତ୍ୟକ୍ଷ କର ସପକ୍ଷରେ ଯୁକ୍ତି ଖୁବ୍ ବଳିଷ୍ଠ । କାରଣ ପ୍ରତ୍ୟକ୍ଷ କର ବିପକ୍ଷରେ ଥିବା ଯୁକ୍ତି ସଂଶୋଧନକ୍ଷମ । ସରକାର ଅବଶ୍ୟ କେତେକ ଦୃଷ୍ଟିରୁ ପ୍ରତ୍ୟକ୍ଷ କର ଉପରେ ଗୁରୁତ୍ୱ ଆରୋପ କରିଥା’ନ୍ତି । ମାତ୍ର ଏହାର ତାତ୍ପର୍ଯ୍ୟ ନୁହେଁ ଯେ କେବଳ ପ୍ରତ୍ୟକ୍ଷ କର ଜରିଆରେ ଦେଶର ସମ୍ବଳ ବୃଦ୍ଧି କରାଯାଇପାରେ । ରାଜସ୍ୱ ସଂଗ୍ରହ ବ୍ୟତୀତ ଅନ୍ୟାନ୍ୟ ଦୃଷ୍ଟିକୋଣରୁ ପରୋକ୍ଷ କର ବାଞ୍ଛନୀୟ ବିବେଚିତ ହୁଏ ।

ଉଦାହରଣସ୍ୱରୂପ, ଆମଦାନିକୁ ନିୟନ୍ତ୍ରଣ କରିବା ଓ ରପ୍ତାନିକୁ ଉତ୍ସାହିତ କରିବା, କ୍ଷତିକାରକ ଦ୍ରବ୍ୟ ଉତ୍ପାଦନ ନିୟନ୍ତ୍ରଣ କରିବା ଓ ଦେଶୀୟ ଶିଳ୍ପକୁ ସୁରକ୍ଷା ପ୍ରଦାନ କରିବା ପ୍ରଭୃତି କାରଣରୁ ଦେଶରେ ପରୋକ୍ଷ କରର ଗୁରୁତ୍ଵ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ପରୋକ୍ଷ କର ଓ ପ୍ରତ୍ୟକ୍ଷ କର – ଉଭୟର ଦେଶ ପାଇଁ ଆବଶ୍ୟକତା ରହିଛି । ଏହି ଅର୍ଥବ୍ୟବସ୍ଥାରେ ପ୍ରତ୍ୟକ୍ଷ କର, ପରୋକ୍ଷ କର ପରସ୍ପର ସହଯୋଗୀ ରୂପେ କାର୍ଯ୍ୟ କରନ୍ତି ।

5. ସରକାରୀ ବ୍ୟୟ କହିଲେ କ’ଣ ବୁଝ ? ରାଜସ୍ଵ ବ୍ୟୟ (Revenue expenditure) ଓ ପୁଞ୍ଜି ବ୍ୟୟ (Capital expenditure) ସମ୍ପର୍କରେ ଆଲୋକପାତ କର ।
Answer:
ସରକାରୀ ବ୍ୟୟ କହିଲେ ସରକାରୀ କର୍ତ୍ତୃପକ୍ଷ, ଯଥା – କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ସ୍ଥାନୀୟ ସରକାର (ପୌର ପରିଷଦ, ଗ୍ରାମପଞ୍ଚାୟତ)ଙ୍କ ଦ୍ବାରା ସାମୁହିକ ଅଭାବ ବା ଆବଶ୍ୟକତାର ପରିତୃପ୍ତି ପାଇଁ କିମ୍ବା ଅର୍ଥନୈତିକ ଏବଂ ସାମାଜିକ କଲ୍ୟାଣ ସାଧନ ପାଇଁ କରାଯାଉଥିବା ଖର୍ଜଗୁଡ଼ିକୁ ହିଁ ବୁଝାଇଥାଏ ।

ସରକାରୀ ବ୍ୟୟ ରାଷ୍ଟ୍ରବିତ୍ତର ଏକ ପ୍ରମୁଖ ଅଂଶ ଯାହା ଆଧୁନିକ ଅର୍ଥବ୍ୟବସ୍ଥାର ସାମୂହିକ ଅର୍ଥନୈତିକ ତଥା ସାମାଜିକ କଲ୍ୟାଣ ସାଧନ ନିମନ୍ତେ ଉଦ୍ଦିଷ୍ଟ । ବର୍ତ୍ତମାନ ପରିସ୍ଥିତିରେ ରାଷ୍ଟ୍ରର ଅର୍ଥନୈତିକ କ୍ରିୟା ଦୃତଗତିରେ ବୃଦ୍ଧିପାଇ ଚାଲୁଥିବାରୁ ସରକାରୀ ବ୍ୟୟର ପ୍ରାଧାନ୍ୟ ବହୁଗୁଣିତ ହୋଇଛି; ଯଥା –
(1) ରାଷ୍ଟ୍ରଦ୍ୱାରା ସମ୍ପାଦିତ ଅର୍ଥନୈତିକ କ୍ରିୟାର ଦୃତ ସମ୍ପ୍ରସାରଣ ।
(2) ସରକାରୀ ବ୍ୟୟ ଅର୍ଥନୈତିକ ପ୍ରକ୍ରିୟାଗୁଡ଼ିକ; ଯଥା – ଉତ୍ପାଦନ, ବଣ୍ଟନ ଓ ସାଧାରଣ ଅର୍ଥନୈତିକ କାର୍ଯ୍ୟକଳାପକୁ ବହୁଭାବରେ ପ୍ରଭାବିତ କରୁଅଛି । ଉପରୋକ୍ତ କାରଣରୁ ସରକାରୀ ବ୍ୟୟର ଅର୍ଥ ପ୍ରକରଣ କରାଗଲେ କୁହାଯାଇ ପାରିବ ଯେ ସରକାରଙ୍କ ପରିଚାଳନା ନିମନ୍ତେ ଓ ସାମାଜିକ କଲ୍ୟାଣର ସୁରକ୍ଷା ନିମନ୍ତେ ଯେଉଁ ବ୍ୟୟ ସଂଘଟିତ ହୁଏ ତାହାହିଁ ସରକାରୀ ବ୍ୟୟ ।

ଏହି ବ୍ୟୟ ସାଧାରଣଭାବେ ସରକାରଙ୍କଦ୍ଵାରା କରାଯାଇଥାଏ ଏବଂ ଦ୍ଵିତୀୟରେ ଏହା ସାମୂହିକ କଲ୍ୟାଣ ସାଧନ ନିମନ୍ତେ ଉଦ୍ଦିଷ୍ଟ । ବାସ୍ତବରେ ସରକାର ନିଜର ସାମାଜିକ ଓ ଅର୍ଥନୈତିକ ପରିସୀମାର ପ୍ରଶସ୍ତୀକରଣ ନିମନ୍ତେ ଏହି ସରକାରୀ ବ୍ୟୟ ଘଟାଇଥା’ନ୍ତି ।

ମୁଖ୍ୟତଃ ସରକାରୀ ବ୍ୟୟକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଥାଏ ; ଯଥା –
(a) ରାଜସ୍ବ ହିସାବ ଫର୍ଦ୍ଦରେ ବ୍ୟୟ ( ରାଜସ୍ବ ବ୍ୟୟ)
(b) ପୁଞ୍ଜି ହିସାବ ଫର୍ଦ୍ଦରେ ବ୍ୟୟ (ପୁଞ୍ଜି ବ୍ୟୟ)

(a) ରାଜସ୍ଵ ହିସାବ ଫର୍ଦ୍ଦରେ ବ୍ୟୟ ରାଜସ୍ୱ ବ୍ୟୟ (Revenue Expenditure) – ଯେଉଁ ବ୍ୟୟ ସରକାରଙ୍କଦ୍ଵାରା ସଂଗୃହୀତ ଅର୍ଥଦ୍ଵାରା ସଂଘଟିତ ହୋଇଥାଏ, ତାହାକୁ ରାଜସ୍ୱ ବ୍ୟୟ କୁହାଯାଏ । ଏହି ବ୍ୟୟ ସାଧାରଣତଃ ସରକାରଙ୍କ ଚିରାଚରିତ ରାଜସ୍ବ ଉତ୍ସରୁ ପ୍ରାପ୍ତ ଅର୍ଥରୁ ହିଁ ବହନ କରାଯାଇଥାଏ । ସରକାରଙ୍କ ବିଭିନ୍ନ ବିଭାଗ ଓ ପ୍ରାଶାସନ ତଥା ଅନ୍ୟାନ୍ୟ ସ୍ଥାୟୀ ସେବା ପ୍ରଦାନକାରୀ କ୍ଷେତ୍ରର ସ୍ଵାଭାବିକ ପରିଚାଳନା ନିମନ୍ତେ ରାଜସ୍ବ ବ୍ୟୟ କରାଯାଇଥାଏ ।

ସଂକ୍ଷେପରେ କହିବାକୁ ଗଲେ, ସରକାରଙ୍କ ଯେଉଁ ବ୍ୟୟ ପରିସମ୍ପତ୍ତି ବା ସମ୍ପଦ ସୃଷ୍ଟି କରିବାରେ ଉପଯୋଗ ହୁଏ ନାହିଁ, ତାହାକୁ ରାଜସ୍ୱ ବ୍ୟୟ କୁହାଯାଏ । ସରକାରଙ୍କର ପରିଚାଳନା ବାବଦ ବ୍ୟୟ, ବିଭିନ୍ନ ସ୍ଥାୟୀ ସେବା କ୍ଷେତ୍ର ନିମନ୍ତେ ବ୍ୟୟ, ସରକାରୀ ଋଣ ଉପରେ ସୁଧ ପ୍ରଦାନଜନିତ ବ୍ୟୟ, ରାଜ୍ୟ ସରକାରଙ୍କୁ ଅନୁଦାନ ପ୍ରଦାନଜନିତ ବ୍ୟୟ ଆଦି ଏହି ରାଜସ୍ୱ ବ୍ୟୟର ଅନ୍ତର୍ଭୁକ୍ତ । ରାଜସ୍ବ ବ୍ୟୟର ଗଠନ – ନିମ୍ନଲିଖତ ସରକାରୀ କାର୍ଯ୍ୟ ସାଧନ ନିମନ୍ତେ ଏହି ରାଜସ୍ବ ବ୍ୟୟ କରାଯାଇଥାଏ ।

(1) ସାଧାରଣ ସେବା (General Services) – ପାର୍ଲାମେଣ୍ଟ ପରିଚାଳନା, ନ୍ୟାୟପାଳିକା, ନିର୍ବାଚନ, ମୁଖ୍ୟ ହିସାବ ନିରୀକ୍ଷକଙ୍କ ପରିଚାଳନା ଓ ସରକାଙ୍କଦ୍ୱାରା ନିୟନ୍ତ୍ରିତ ଓ ପରିଚାଳିତ ଅନୁଷ୍ଠାନମାନଙ୍କ ନିମନ୍ତେ ଖର୍ଚ୍ଚ ଏହି ଶ୍ରେଣୀର ଅନ୍ତର୍ଭୁକ୍ତ । ଅନ୍ୟ ସାଧାରଣ ସେବା ଅନ୍ତର୍ଭୁକ୍ତ ବ୍ୟୟଗୁଡ଼ିକ ହେଲା – କର ସଂଗ୍ରହଜନିତ ବ୍ୟୟ, ନୋଟ୍ ପ୍ରଚଳନଜନିତ ବ୍ୟୟ ଓ ସରକାରୀ ଋଣ ଉପରେ ସୁଧ ପ୍ରଦାନଜନିତ ବ୍ୟୟ । ଏତଦ୍‌ବ୍ୟତୀତ ପ୍ରଶାସନିକ ସେବା, ପୋଲିସ୍, ଜେଲ୍, ଯୋଗାଣ, ଜନସ୍ୱାସ୍ଥ୍ୟ ସେବା, ବୈଦେଶିକ ବ୍ୟାପାର ନିମନ୍ତେ ବ୍ୟୟ ଏହି ସାଧାରଣ ସେବାଜନିତ ବ୍ୟୟର ଅନ୍ତର୍ଭୁକ୍ତ ହୋଇଥାଏ ।

CHSE Odisha Class 12 Economics Chapter 16 Long Answer Questions in Odia Medium

(2) ପ୍ରତିରକ୍ଷା ବାବଦ ବ୍ୟୟ (Defence Expenditure) – ବାହ୍ୟଶକ୍ତିଙ୍କ ଆକ୍ରମଣରୁ ରାଷ୍ଟ୍ରକୁ ସୁରକ୍ଷା ଦେବା ନିମନ୍ତେ ପ୍ରତିରକ୍ଷା ବିଭାଗର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଜାତୀୟ ସମ୍ପତ୍ତିର ସୁରକ୍ଷା, ଦେଶ ଭିତରେ ଶୃଙ୍ଖଳା ରକ୍ଷା ପାଇଁ ପ୍ରତିରକ୍ଷା ବିଭାଗ ବାବଦ ଖର୍ଚ୍ଚ ଏକାନ୍ତ ଅପରିହାର୍ଯ୍ୟ । ଆଧୁନିକ ଯୁଦ୍ଧ ସରଞ୍ଜାମ କ୍ରୟ, ସ୍ଥଳସେନା, ଜଳସେନା ଓ ବାୟୁସେନା ବାହିନୀଙ୍କ ନିମନ୍ତେ ବିପୁଳ ବ୍ୟୟ ଏହି ଶ୍ରେଣୀଭୁକ୍ତ ହୋଇଥା’ନ୍ତି । ସେନାବାହିନୀରେ କାର୍ଯ୍ୟରତ ଯବାନମାନଙ୍କର ଦରମା, ଭତ୍ତା ବାବଦରେ ଖର୍ଚ୍ଚ ଏହି ବ୍ୟୟଭୁକ୍ତ ହୋଇଥାଏ ।

(3) ସାମାଜିକ ସେବା (Social Services) – ଏହି ବିଭାଗର ବ୍ୟୟ ସାଧାରଣଭାବେ ସଚିବାଳୟ, ଶିକ୍ଷା ଓ ସାମାଜିକ କଲ୍ୟାଣ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ, ଶ୍ରମ ଓ ନିଯୁକ୍ତି, ଆଣବିକ ଶକ୍ତି ଆଦି ମନ୍ତ୍ରଣାଳୟ ନିମନ୍ତେ ସଂଘଟିତ ହୋଇଥାଏ ।

(4) ଅର୍ଥନୈତିକ ସେବା (Economic Services) – ଅର୍ଥନୈତିକ ପ୍ରଗତି ତଥା ଅଭିବୃଦ୍ଧି ହାରକୁ ଦୃତଗତିରେ ତ୍ୱରାନ୍ବିତ କରିବା ନିମନ୍ତେ ସରକାର ଅର୍ଥନୈତିକ ସେବାକ୍ଷେତ୍ର ନିମନ୍ତେ ବ୍ୟୟବହନ କରିଥା’ନ୍ତି । ଏଥସହ ସଂପୃକ୍ତ ବିଭାଗଗୁଡ଼ିକ ହେଲା – ବାଣିଜ୍ୟ, ପରିବହନ, ଜାହାଜ ଚଳାଚଳ, ଜଳସେଚନ, ଶକ୍ତି, ରାସାୟନିକ ସାର, ଶିଳ୍ପ, କୃଷି, ଇଲେକ୍‌ଟ୍ରୋନିକ୍‌ସ । ଏହି ବିଭାଗ ନିମନ୍ତେ ବ୍ୟୟ ଅର୍ଥନୈତିକ ସେବା ଅନ୍ତର୍ଭୁକ୍ତ ହୋଇଥାଏ ।

(5) ରାଜ୍ୟମାନଙ୍କୁ ଅନୁଦାନ (Grants-in Aid to States) – ରାଜ୍ୟମାନଙ୍କର ପ୍ରଶାସନିକ ସୁପରିଚାଳନା ନିମନ୍ତେ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ଅନୁଦାନ ପ୍ରଦାନ କରିଥା’ନ୍ତି; ଯାହା ରାଜ୍ୟରେ କାର୍ଯ୍ୟରତ ସରକାରୀ ସର୍ମଚାରୀମାନଙ୍କ ବେତନ ଓ ଭତ୍ତା ନିମନ୍ତେ ବ୍ୟୟ କରାଯାଇଥାଏ ।

ଏତଦ୍‌ବ୍ୟତୀତ ସରକାରୀ ଋଣ ଉପରେ ସୁଧ ପ୍ରଦାନଜନିତ ବ୍ୟୟ ଓ କରସଂଗ୍ରହଜନିତ ବ୍ୟୟ ରାଜସ୍ବ ବ୍ୟୟର ଅନ୍ୟତମ ଉପାଂଶ ।

ପୁଞ୍ଜି ବ୍ୟୟ (Capital Expenditure) – ଯେଉଁ ବ୍ୟୟ ପୁଞ୍ଜି ସଂଗ୍ରହଜନିତ ପ୍ରାପ୍ତି (ଆୟ); ଯଥା – ଖୋଲାବଜାର ଋଣ, ରିଜର୍ଭ ବ୍ୟାଙ୍କଦ୍ୱାରା ସରକାରଙ୍କୁ ପ୍ରଦତ୍ତ ଋଣ ଏବଂ ଦେଶ ଭିତରେ ଓ ବାହାରେ ଥିବା ଅନୁଷ୍ଠାନମାନଙ୍କଦ୍ୱାରା ପ୍ରଦତ୍ତ ଋଣଦ୍ୱାରା ଭରଣା କରାଯାଇଥାଏ, ତାହାକୁ ପୁଞ୍ଜି ବ୍ୟୟ ବା ପୁଞ୍ଜି ହିସାବ ଫର୍ଦ୍ଦରେ ବ୍ୟୟ (Expenditure on Capital Account) କୁହାଯାଏ ।

ଏତଦ୍‌ବ୍ୟତୀତ ଏହି ବ୍ୟୟ ଭାର ବୈଦେଶିକ ଋଣ, ଆନ୍ତର୍ଜାତୀୟ ଅନୁଷ୍ଠାନମାନଙ୍କଦ୍ୱାରା ପ୍ରଦତ୍ତ ଋଣ ଓ ରାଜ୍ୟ ସରକାରଙ୍କଦ୍ବାରା ପରିଶୋଧ କରାଯାଇଥିବା ଋଣଦ୍ଵାରା ମଧ୍ୟ ବହନ କରାଯାଇଥାଏ । ଏହି ବ୍ୟୟ ସାଧାରଣଭାବେ ଭୂମି ଅଧ୍ଵକୃତ, କୋଠାବାଡ଼ି ନିର୍ମାଣ, ଯନ୍ତ୍ରପାତି ଓ କଳକବ୍‌ଜା କ୍ରୟ, ଅଂଶଧନରେ ବିନିଯୋଗ ଏବଂ ରାଜ୍ୟ ସରକାରଙ୍କ ଅଗ୍ରୀମ ନିମନ୍ତେ କରାଯାଇଥାଏ ।

(b) ପୁଞ୍ଜି ବ୍ୟୟର ଗଠନ :
(1) ସାଧାରଣ ସେବା (General Services) – କେନ୍ଦ୍ର ସରକାରଙ୍କଦ୍ୱାରା ପରିଚାଳିତ ମୁଦ୍ରା ପ୍ରସ୍ତୁତି, ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ଓ ଅନ୍ୟାନ୍ୟ ଆନ୍ତର୍ଜାତୀୟ ଅନୁଷ୍ଠାନମାନଙ୍କୁ ଚାନ୍ଦା ପ୍ରଦାନ ନିମନ୍ତେ କରାଯାଉଥିବା ବ୍ୟୟ ଏହି ସାଧାରଣ ସେବାଜନିତ ବ୍ୟୟର ଅଂଶବିଶେଷ ଅଟେ । ଅଧିକନ୍ତୁ ଏହି ବ୍ୟୟ କାର୍ଯ୍ୟାଳୟ, ପ୍ରଶାସନିକ ଗୃହ, ଜନସମ୍ପର୍କିତ କାର୍ଯ୍ୟ ନିମନ୍ତେ ମଧ୍ୟ କରାଯାଇଥାଏ ।

(2) ପ୍ରତିରକ୍ଷା ବାବଦ ଖର୍ଚ (Defence Expenditures) – କେନ୍ଦ୍ର ସରକାରଙ୍କଦ୍ଵାରା ପରିଚାଳିତ ସ୍ଥଳ, ଜଳ ଓ ଆକାଶ ବାହିନୀ ନିମନ୍ତେ ଖର୍ଜ ଏହି ଶ୍ରେଣୀଭୁକ୍ତ । ଏହାଛଡ଼ା ବିଭିନ୍ନ କାର୍ଯ୍ୟାଳୟ, ଗୋଳାବାରୁଦ କାରଖାନା, ମେସିନ୍, ଯନ୍ତ୍ରପାତି ଉଦ୍ଦେଶ୍ୟରେ ଏହି ବ୍ୟୟ ସଂଘଟିତ ହୋଇଥାଏ ।

(3) ସାମାଜିକ ସେବା (Social Services) – ମାନବ ସମ୍ବଳର ଦକ୍ଷତା ଓ ଉତ୍ପାଦନଶୀଳତାର ବୃଦ୍ଧି ନିମନ୍ତେ ସାମଜିକ ସେବା ଏକାନ୍ତ ଆବଶ୍ୟକ । ଏହା ମଧ୍ୟ ଜୀବନଧାରଣ ମାନର ଉନ୍ନତି ସାଧନ ନିମନ୍ଦେ ଉଦ୍ଦିଷ୍ଟ । ତେଣୁ ଶିକ୍ଷା, ସଂସ୍କୃତି, ସ୍ୱାସ୍ଥ୍ୟସେବା, ପରିବାର କଲ୍ୟାଣ, ଜଳଯୋଗାଣ , ପରିମଳ ବ୍ୟସସ୍ଥା, ଗୃହନିର୍ମାଣ, ନଗର ଉନ୍ନୟନ, ସାମଜିକ ନିରାପତ୍ତା, ବିଜ୍ଞାନର ବିକାଶ ଆଦି କ୍ଷେତ୍ରରେ ସରକାର ବ୍ୟୟ ବହନ କରିଥା’ନ୍ତି ।

(4) ଅର୍ଥନୈତିକ ସେବା (Economic Services) – ଏହି ବ୍ୟୟ ସାଧାରଣଭାବେ ବୈଦେଶିକ ବାଣିଜ୍ୟ, କୃଷି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସେବା; ଯଥା – କ୍ଷୁଦ୍ର ଜଳସେଚନ, ପଶୁପାଳନ, ମତ୍ସ୍ୟଚାଷ ନିମନ୍ତେ କରାଯାଇଥାଏ । ଏତଦ୍‌ଭିନ୍ନ ଶିଳ୍ପ ଓ ଖଣିଜଦ୍ରବ୍ୟର ବିକାଶ, ଡାକ ଓ ତାର ବିଭାଗ, ପରିବହନ ଓ ଯୋଗାଯୋଗ ଆଦି କ୍ଷେତ୍ରରେ ଏହି ବ୍ୟୟ କରାଯାଇଥାଏ । ଏହାବ୍ୟତୀତ ରାଜ୍ୟ ସରାକାରଙ୍କୁ କେନ୍ଦ୍ର ସରକାରଙ୍କଦ୍ଵାରା ପ୍ରଦତ୍ତ ଋଣ ମଧ୍ୟ ଏହି ବ୍ୟୟଭୁକ୍ତ ହୋଇଥାଏ ।

BSE Odisha 9th Class Physical Science Notes Chapter 4 ପରମାଣୁ ଗଠନ

Odisha State Board BSE Odisha 9th Class Physical Science Notes Chapter 4 ପରମାଣୁ ଗଠନ will enable students to study smartly.

BSE Odisha Class 9 Physical Science Notes Chapter 4 ପରମାଣୁ ଗଠନ

→ ପରିଚୟ (Introduction):
(i) ଡାଲ୍‌ନ୍‌ଙ୍କ ପରମାଣୁ ତତ୍ତ୍ବ ଅନୁଯାୟୀ, ‘‘ପରମାଣୁ ହେଉଛି ମୌଳିକର କ୍ଷୁଦ୍ରତମ, ଅବିଭାଜ୍ୟ, ଅବିଧ୍ୱଂସୀ କଣିକା ଏବଂ ଏହି କଣିକାଟି ରାସାୟନିକ ପରିବର୍ତ୍ତନରେ ଅଂଶ ଗ୍ରହଣ କରିଥାଏ ।
(ii) ଊନବିଂଶ ଶତାବ୍ଦୀରେ ପଦାର୍ଥର ବୈଦ୍ୟୁତିକ ପ୍ରକୃତିକୁ ଭିଭିକରି ବୈଜ୍ଞାନିକମାନେ ମତଦେଲେ ଯେ, ପରମାଣୁ କ୍ଷୁଦ୍ରତମ କଣିକା ନୁହେଁ, ପରମାଣୁ ମଧ୍ଯରେ କ୍ଷୁଦ୍ରତର କଣିକା ବା ଇଲେକ୍‌ଟ୍ରନ, ପ୍ରୋଟନ ଓ ନିଉଟ୍ରନ ପରି ଅବପରମାଣୁ କଣିକା (Subatomic particles) ଦ୍ଵାରା ଗଠିତ । ଏହି କଣିକାଗୁଡ଼ିକୁ

→ ପରମାଣୁର ଗଠନ (Structure of an Atom) :
(i) ପରମାଣୁ ଭିତରେ ଇଲେକ୍‌ଟ୍ରନ୍‌ ଓ ପ୍ରୋଟନ୍‌ ଗୁଡ଼ିକ କିପରି ସଜ୍ଜିତ ହୋଇ ରହିଛନ୍ତି ତାହା ଜାଣିବାପାଇଁ ଏବଂ ଏହାକୁ ବୁଝାଇବା ପାଇଁ ଅନେକ ବୈଜ୍ଞାନିକ ବିଭିନ୍ନ ପରମାଣୁ ମଡ଼େଲ ପ୍ରସ୍ତାବ କରିଥିଲେ ।
(ii) ବୈଜ୍ଞାନିକ ଜେ.ଜେ. ଟମସନ୍ ସର୍ବପ୍ରଥମେ ପରମାଣୁ ଗଠନର ଏକ ମଡ଼େଲର ପ୍ରସ୍ତାବ ଦେଇଥିଲେ ।

BSE Odisha 9th Class Physical Science Notes Chapter 4 ପରମାଣୁ ଗଠନ

→ ଥୋମସନ୍ ର ପରମାଣୁର ମଡେଲ୍  (Thomson’s Model of an Atom):
(i) ଟମ୍‌ସନ୍ ଙ୍କ ପରମାଣୁ ମଡ଼େଲ ଅନୁ ଯାୟୀ ପରମାଣୁଟି ଯୁକ୍ତାତ୍ମକ ଚାର୍ଜ ରହିଥ‌ିବା ଏକ ଗୋଲକ । ଇଲେକ୍‌ଟ୍ରଗୁଡ଼ିକ ଏହା ଭିତରେ ବାଣ୍ଟି ହୋଇ ରହିଥା’ନ୍ତି ।
(ii) ପରମାଣୁର ଯୁକ୍ତାତ୍ମକ ଚାର୍ଜ ବିସ୍ତାରିତ ହୋଇଥିବା ବେଳେ ପରମାଣୁରେ ଇଲେକ୍‌ଟ୍ରନ୍‌ ଗୁଡ଼ିକ ବିଚ୍ଛୁରିତ ହୋଇ ରହିଥାନ୍ତି ।

ଟମସନ୍‌ଙ୍କ ପ୍ରସ୍ତାବ ଅନୁ ସାରେ :
(i) ପରମାଣୁ ଏକ ଯୁକ୍ତାତ୍ମକ ଚାର୍ଜ ଧାରଣ କରିଥିବା ଗୋଲକ ଏବଂ ଏଥିରେ ଇଲେକ୍‌ଟ୍ରଗୁଡ଼ିକ ସବୁଆଡ଼େ ଦୃଢ଼ଭାବରେ ସଂଯୁକ୍ତ ହୋଇ ରହିଥା’ନ୍ତି ।
(ii) ପରମାଣୁରେ ଯୁକ୍ତାତ୍ମକ ଚାର୍ଜ ଓ ବିଯୁକ୍ତାତ୍ମକ ଚାର୍ଜ ସମାନ ପରିମାଣରେ ଥାଏ । ତେଣୁ ପରମାଣୁଟି ବିଦ୍ୟୁତ୍ ନିରପେକ୍ଷ (neutral) ।
BSE Odisha 9th Class Physical Science Notes Chapter 4 ପରମାଣୁ ଗଠନ - 1

→ ରଥରଫୋର୍ଡର ଏକ ପରମାଣୁର ମଡେଲ୍ । (Rutherford’s Model of an Atom) : ବୈଜ୍ଞାନିକ ରଦରଫୋର୍ଡ଼ ଏକ ପରୀକ୍ଷାର ପରିକଳ୍ପନା କରିଥିଲେ । ଏହି ପରୀକ୍ଷାରେ ଖଣ୍ଡିଏ ଅତି ପତଳା ସୁନାପାତିଆ ଉପରେ ତୀବ୍ର ବେଗରେ ଗତି କରୁଥିବା α କଣିକାକୁ ନିକ୍ଷେପ କରାଗଲା । α, କଣିକା ହେଉଛି । ହିଲିୟମ୍ ଆୟନ (He++) ଯାହା ଦ୍ଵି ଯୁକ୍ତାତ୍ମକ ଚାର୍ଜ (++) ବହନ କରେ ଏବଂ ଏହାର ବସ୍ତୁତ୍ଵ 4u ହୋଇଥିବାରୁ ଏଥିରେ ଯଥେଷ୍ଟ ପରିମାଣରେ ଶକ୍ତି ରହିଥାଏ।
ପର୍ଯ୍ୟବେକ୍ଷଣ :
(i) ଅଧିକାଂଶ -କଣିଳା ସନାପାନିଆ ମଧ୍ୟଦେଇ ସାଧାସଳଖ ଭାବରେ ଗତକଲା
(ii) କିଛି α-କଣିକାର ଗତିପଥ ବଙ୍କେଇ ହୋଇଗଲା ।
(iii) ଅଳ୍ପକିଛି α-କଣିକା ସୁନାପାତିଆକୁ ଭେଦ ନକରି ଯେଉଁ ଦିଗରେ ଯାଇଥିଲା ଠିକ୍ ତା’ର ବିପରୀତ ଦିଗରେ ପଛକୁ ଫେରିଆସଲା
BSE Odisha 9th Class Physical Science Notes Chapter 4 ପରମାଣୁ ଗଠନ - 2

ସିଦ୍ଧାନ୍ତ :
(i) ଅଧିକାଂଶ α- କ ଣିକ। ସୁନା ପାତିଆ ମଧ୍ୟଦେଇ ଗଳି ଯାଉଥ୍ ବା ରୁ ଭିତରେ ଅସ୍ଵୀକାଂଶ ସ୍ଥାନ ଫମ୍ପା (empty) ।
(ii) ଖୁବ୍ କମ୍ ସଂଖ୍ୟକ α-କଣିକା ଗତିପଥରେ ବଙ୍କାଇ ଯାଉଥିବାରୁ ପରମାଣୁର ଯୁକ୍ତାତ୍ମକ ଚାର୍ଜ କମ୍ ସ୍ଥାନ ଦଖଲ କରିଛି ।
(iii) ଅତି ଅଳ୍ପ ନଂ-କଣିକା ସୁନାପାତିଆକୁ ଭେଦକରି ନପାରି ପଛକୁ ଫେରିଆସିବାରୁ ସୂଚନା ମିଳୁଛି ଯେ, ସୁନା ପରମାଣୁର ସମସ୍ତ ଯୁକ୍ତାତ୍ମକ ଚାର୍ଜ ଓ ବସ୍ତୁତ୍ଵ କେନ୍ଦ୍ରୀଭୂତ ହୋଇ ପରମାଣୁ ମଧ୍ୟରେ ଖୁବ୍ କମ୍ ସ୍ଥାନ ଆଧ୍କାର କରିଛି ।

BSE Odisha 9th Class Physical Science Notes Chapter 4 ପରମାଣୁ ଗଠନ

ରଦରଫୋର୍ଡ଼ଙ୍କ ପ୍ରସ୍ତାବ ଅନୁସାରେ :
(i) ପରମାଣୁରେ ଏକ ଯୁକ୍ତାତ୍ମକ ଚାର୍ଜିତ କେନ୍ଦ୍ର ରହିଛି, ଯାହାକୁ ନ୍ୟୁକ୍ଲିୟସ୍ କୁହାଯାଏ । ପରମାଣୁର ପ୍ରାୟ ସମସ୍ତ ବସ୍ତୁତ୍ଵ ଏହି ନ୍ୟୁକ୍ଲିୟସ୍‌ରେ କେନ୍ଦ୍ରୀଭୂତ ହୋଇ ରହିଛି । ନ୍ୟୁକ୍ଲିୟସ୍ ଚାରିପଟେ ବହୁତ ଫାଙ୍କା
(ii) ଇଲେକ୍‌ଟ୍ରଗୁଡ଼ିକ ନ୍ୟୁକ୍ଲିୟସ୍ ଚାରିପଟେ ଥିବା ଫାଙ୍କା ସ୍ଥାନରେ ନିର୍ଦ୍ଦିଷ୍ଟ କକ୍ଷପଥରେ ଘୂରନ୍ତି ।
(iii) ପରମାଣୁର ଅକାର ତୁଳନାରେ ନ୍ୟୁକ୍ଲିୟସ୍‌ର ଆକାର ଖୁବ୍‌ ଛୋଟ ।

→ ରଥରଫୋର୍ଡର ମଡେଲର ପରମାଣୁର ତ୍ରୁଟି (Drawbacks of Rutherford’s Model of Atom):
(i) ପରମାଣୁ ମଧ୍ୟରେ ନ୍ୟୁକ୍ଲିୟସ୍ ଚାରିପଟେ ଘୂର୍ଣ୍ଣନ କରୁଥିବା ଇଲେକ୍‌ଟ୍ରନ୍‌ ତ୍ଵରଣ ଥିବାରୁ ଘୂର୍ଣ୍ଣନରତ ଇଲେକ୍‌ଟ୍ରନ୍ ଏକ ତ୍ଵରାନ୍ଵିତ ଚାର୍ଜିତ କଣିକା ।
(ii) ତ୍ଵରାନ୍ଵିତ ଚାର୍ଜିତ କଣିକାରୁ ଶକ୍ତି ବିକିରଣ ହୁଏ । ତେଣୁ ପରମାଣୁ ଭିତରେ ନ୍ୟୁକ୍ଲିୟସ୍ ଚାରିପଟେ ଘୂରି ବୁଲୁଥିବା ଇଲେକ୍‌ଟ୍ରନ୍‌ରୁ ଅନବରତ ଶକ୍ତି ବିକିରିତ ହେବା ଆଶା କରାଯାଏ । ଫଳରେ ଇଲେକ୍‌ଟ୍ରନ୍‌ର ଶକ୍ତିସ୍ତର ଅନବରତ ହ୍ରାସ ପାଇବ ।
(iii) ଏହି କାରଣରୁ ଇଲେକ୍‌ଟ୍ରନ୍ ବୃତ୍ତାକାର କକ୍ଷପଥରେ ନ ଘୂରି କୁଣ୍ଡଳାୟିତ ପଥରେ ଘୂରି ଘୂରି ଶେଷରେ ନ୍ୟୁକ୍ଲିୟସ୍‌ରେ ମିଶିଯିବ । ଏହାଦ୍ଵାରା ଇଳେକ୍‌ଟ୍ରନ୍ ବର୍ଭୁଳପଥରେ ସ୍ଥାୟୀ ହୋଇ ରହିବ ନାହିଁ ।
(iv) ମାତ୍ର ଇଲେକ୍‌ଟ୍ରନ୍ ପରମାଣୁ ମଧ୍ୟରେ କୁଣ୍ଡଳାୟିତ ପଥରେ ଘୂରି ଘୂରି ନ୍ୟୁକ୍ଲିୟସରେ ମିଶିଯାଏ ନାହିଁ । ରଦରଫୋର୍ଡ଼ ଏହାର କାରଣ ବୁଝାଇପାରିଲେ ନାହିଁ ।

→ ବୋ’ରଙ୍କ ପରମାଣୁ ମଡ଼େଲ (Bohr’s Model of Atom):
ରଦରଫୋର୍ଡ଼ଙ୍କ ମଡ଼େଲରେ ଥିବା ତ୍ରୁଟିକୁ ଦୂର କରିବାପାଇଁ 1913 ମସିହାରେ ବୈଜ୍ଞାନିକ ବୋ’ର ଏକ ନୂଆ ପରମାଣୁ ମଡ଼େଲ ଉପସ୍ଥାପନ କଲେ । ବୋ’ରଙ୍କ ପରମାଣୁ ମଡ଼େଲର ରଦରଫୋର୍ଡ଼ଙ୍କ ପରମାଣୁ ମଡ଼େଲ ସହିତ ଅନେକ ସାମଞ୍ଜସ୍ୟ ଥିଲା । ବୋ’ରଙ୍କ ମଡ଼େଲ୍ ଅନୁ ସାରେ ଏକ ଯକ୍ତା ମକ କେନ୍ଦ୍ର ସ୍ଥଳୀ ଥାଏ. ଏକ ଯୁକ୍ତାତ୍ମକ କେନ୍ଦ୍ର ସ୍ଥଳୀ ଥାଏ, ଯାହାକୁ ନ୍ୟୁକ୍ଲିୟସ୍ କୁହାଯାଏ । ନ୍ୟୁକ୍ଲ ୟସ୍ ଚାରି ପଟେ ଥିବ । ଶୂନ୍ୟସ୍ଥାନରେ ଇଲେକ୍ ଟ୍ରନ୍ ଗୁଡ଼ିକ କେ ବ ଳ କେ ତେ ଗୁ ଡ଼ିଏ ନି ର୍ଦ୍ଦିଷ୍ଟ କେତେ ବର୍ଭୁ ଳାକାର କକ୍ଷପଥରେ ନ୍ୟୁକ୍ଲିୟସ୍ଚାରିପଟେ ଘୂର୍ଣ୍ଣନ କରନ୍ତି ।’’

ବୋ’ରଙ୍କ ସ୍ଵୀକାର :
(i) ନ୍ୟୁକ୍ଲିୟସ୍ ଚାରିପଟେ କେବଳ କେତେକ ନିର୍ଦ୍ଦିଷ୍ଟ କକ୍ଷପଥରେ ଇଲେକ୍‌ଟ୍ରଗୁଡ଼ିକ ଘୂର୍ଣ୍ଣନ କରେ ।
(ii) କ କ୍ଷ ପଥରେ ଘୂରୁ ଥ୍ ବି । ବେ ଳେ ନିର୍ଦିଷ୍ଠ କପଥରେ ଘୁରୁଥ୍ଚାବେ କେ ଇଲେକ୍‌ଟ୍ରଗୁଡ଼ିକ ଶକ୍ତି ବିକିରଣ କରନ୍ତି ନାହିଁ । ତେଣୁ ସେହି କକ୍ଷପଥକୁ ବିକିରଣବିହୀନ (non-radiating) କକ୍ଷ କୁହାଯାଏ ।
(iii) ଏହି କକ୍ଷପଥ ବା ସେଲ୍ (shell) ଗୁଡ଼ିକୁ ଶକ୍ତିସ୍ତର (energy level) କୁହାଯାଏ ।
(iv) କକ୍ଷପଥ ବା ସେଲ୍‌ଗୁଡ଼ିକୁ ନ୍ୟୁକ୍ଲିୟସ୍ଠାରୁ ଦୂରତା କ୍ରମରେ ଯଥାକ୍ରମେ K, L, M, N ଇତ୍ୟାଦି ଅକ୍ଷରଦ୍ଵାରା ବା 1, 2, 3, 4 ଇତ୍ୟାଦି ସଂଖ୍ୟାଦ୍ଵାରା ସୂଚିତ କରାଯାଏ ।
BSE Odisha 9th Class Physical Science Notes Chapter 4 ପରମାଣୁ ଗଠନ - 3

→ ନିଉଟ୍ରନ୍ (Neutron):
(i) 1932 ମସିହାରେ ବ୍ରିଟିଶ୍ ବୈଜ୍ଞାନିକ ଜେମ୍‌ସ ଚାଦଉଇକ୍ ପରମାଣୁ ଭିତରେ ଥ‌ିବା ‘ନିଉଟ୍ରନ୍’ କଣିକାର ଆବିଷ୍କାର କରିଥିଲେ ।
(ii) ନିଉଟ୍ରନ୍ ଚାର୍ଜବିହୀନ ଏବଂ ଏହାର ବସ୍ତୁତ୍ଵ ପ୍ରୋଟନ୍‌ର ବସ୍ତୁତ୍ଵ ସହ ପ୍ରାୟ ସମାନ ।
(iii) ହାଇଡ୍ରୋଜେନ୍ ବ୍ୟତୀତ ଅନ୍ୟସବୁ ପରମାଣୁର ନ୍ୟୁକ୍ଲିୟସ୍ ଭିତରେ ନିଉଟ୍ରନ୍ ରହିଥାଏ ।
(iv) ପ୍ରୋଟନ୍‌ ବା ନିଉଟ୍ରନ୍‌ର ବସ୍ତୁତ୍ଵ ତୁଳନାରେ ଇଲେକ୍‌ଟ୍ରିନ୍‌ର ବସ୍ତୁତ୍ଵ ନଗଣ୍ୟ

BSE Odisha 9th Class Physical Science Notes Chapter 4 ପରମାଣୁ ଗଠନ

ପରମାଣୁରେ ଥିବା ମୁଖ୍ୟ କଣିକାର ପ୍ରତୀକ, ଚାର୍ଜ ଓ ବସ୍ତୁତ୍ଵ
BSE Odisha 9th Class Physical Science Notes Chapter 4 ପରମାଣୁ ଗଠନ - 4

କଷପଥ ମଧ୍ୟରେ ଇକେକ୍ଟ୍ରନ୍‌ ମାନଙ୍କର ସଜ୍ଵ ।
ପରମାଣୁର ବିଭିନ୍ନ କକ୍ଷପଥରେ ଇଲେକ୍‌ଟ୍ରନ୍ ଗୁଡ଼ିକ କିପରି ବାଣ୍ଟିହୋଇ ରହିବେ, ତାହା ବୋ’ର ଏବଂ ବରି ପ୍ରସ୍ତାବ ଦେଇଥିଲେ ।
(i) କୌଣସି ସେଲ୍‌ରେ ରହୁଥ‌ିବା ସର୍ବାଧ‌ିକ ଇଲେକ୍‌ଟ୍ରନ୍ ସଂଖ୍ୟା 2n2 ଅଟେ । n ହେଉଛି କକ୍ଷମାନଙ୍କର କ୍ରମିକ ସଂଖ୍ୟା ବା ଶକ୍ତିସ୍ତର ସୂଚନାଙ୍କ (n = 1, 2, 3…) ।
BSE Odisha 9th Class Physical Science Notes Chapter 4 ପରମାଣୁ ଗଠନ - 5
(ii) ପରମାଣୁର ବାହ୍ୟତମ କକ୍ଷରେ ସର୍ବାଧ‌ିକ 8ଟି ଇଲେକ୍‌ଟ୍ରନ୍ ରହିପାରିବ । ଯଦି ଗୋଟିଏ ପରମାଣୁର ତୃତୀୟ କକ୍ଷଟି ବାହ୍ୟତମ କକ୍ଷ ହୋଇଥାଏ, ତେବେ ସେଥ‌ିରେ ୫ଟିରୁ ଅଧୂକ ଇଲେକ୍‌ଟ୍ରନ୍ ରହିପାରିବ ନାହିଁ । ଚତୁର୍ଥ କକ୍ଷ ଯଦି ବାହ୍ୟତମ କକ୍ଷ ହୁଏ, ତେବେ ସେଥ‌ିରେ ମଧ୍ୟ ୫ଟି ଇଲେକ୍‌ଟ୍ରନ୍ ରୁ ଅଧିକ ରହିବ ନାହିଁ।
BSE Odisha 9th Class Physical Science Notes Chapter 4 ପରମାଣୁ ଗଠନ - 6

→ ସଂଯୋଜକ ଇଲେକ୍‌ଟ୍ରନ୍‌ (Valency Electron) :
(i) ଯେଉଁ ମୌଳିକଗୁଡିକର ପରମାଣୁର ବାହ୍ୟତମ ସେଲ୍‌ରେ ସର୍ବା ଧୂକ (୫ଟି) ଅର୍ଥାତ୍ ସଂପୂର୍ଣ୍ଣ ମାତ୍ରା । ରେ (completely filled) ଇଲେକ୍‌ଟ୍ରନ୍ ରହିଥାଏ, ସେଗୁଡ଼ିକ ନିଷ୍କ୍ରିୟ ଏବଂ ସେମାନଙ୍କର ସଂଯୋଜନ କ୍ଷମତା ବା ଯୋଗ୍ଯତା ହେଉଛି ଶୂନ ।
(ii) ଏହିପରି ନିଷ୍କ୍ରିୟ ମୌଳିକଗୁଡ଼ିକ ମଧ୍ୟରେ ହିଲିୟମ୍ ପରମାଣୁର ବାହ୍ୟତମ କକ୍ଷରେ ଦୁଇଟି ଇଲେକ୍‌ଟ୍ରନ୍ ରହିଛି ଏବଂ ଅନ୍ୟ ନିଷ୍କ୍ରିୟ ମୌଳିକ; ଯଥା-ନିୟନ, ଆରଗନ୍, କ୍ରିପ୍‌ଟନ୍, ଜେନନ୍, ରାଡ଼ନ୍ ଆଦି ପରମାଣୁର ବାହ୍ୟତମ କକ୍ଷରେ 8 ଟି ଇଲେକ୍‌ଟ୍ରନ୍ ରହିଥାଏ ।
(iii) ବାହ୍ୟତମ କକ୍ଷରେ ୫ଟି ଇଲେକ୍‌ଟ୍ରିନ୍ ରହିଲେ ତାକୁ ଅଗ୍ନେଟ (octet) ସ୍ଥିତି କୁହାଯାଏ ।
(iv) ଅଣୁ ଗଠନବେଳେ ପ୍ରତ୍ୟେକ ପରମାଣୁ ତାହାର ନିକଟତମ ନିଷ୍କ୍ରିୟ ମୌଳିକ ପରମାଣୁ ସଂରଚନାରେ ରହିବାକୁ ଚେଷ୍ଟା କରେ ।
କେତେକ ପରମାଣୁ ଇଲେକ୍‌ଟ୍ରନ୍ ତ୍ୟାଗକରି, କେତେକ ପରମାଣୁ ଇଲେକ୍‌ଟ୍ରନ୍‌ ଗ୍ରହଣ କରି ଏବଂ ଅନ୍ୟ କେତେକ ପରମାଣୁ ଭିନ୍ନ ପରମାଣୁ ସହ ମିଳିତ ଭାବେ ଇଲେକ୍‌ଟ୍ରନ୍ ସହଭାଗ (share) କରି ଅଣୁ ଗଠନ କରନ୍ତି ।
(vi) ନିକଟତମ ନିଷ୍କ୍ରିୟ ମୌଳିକ ପରମାଣୁର ସଂରଚନାପାଇଁ କିମ୍ବା ଅକ୍ଟିସ୍ଥିତି ପାଇଁ ପରମାଣୁ ତ୍ୟାଗ କରୁଥିବା, ଗ୍ରହଣ କରୁଥିବା କିମ୍ବା ଭାଗ କରୁଥିବା ଇଲେକ୍‌ଟ୍ରମ୍ ସଂଖ୍ୟାରୁ ସିଧାସଳଖ ମୌଳିକର ସଂଯୋଜନ କ୍ଷମତା ବା ଯୋଗ୍ୟତା ଜଣାପଡ଼େ ।

BSE Odisha 9th Class Physical Science Notes Chapter 4 ପରମାଣୁ ଗଠନ

ଉଦାହରଣ :
(a) ଲିଥ୍ୟମ୍ ଓ ସୋଡ଼ିୟମ୍ ପରମାଣୁ ପ୍ରତ୍ୟେକର’ ବାହ୍ୟତମ ସେଲ୍‌ରେ ଗୋଟିଏ ଇଲେକ୍‌ଟ୍ରିନ୍ ଥାଏ । ଲିଥୁମ୍ ପରମାଣୁ ହିଲିୟମ୍ ପରମାଣୁର ସଂରଚନାରେ ଏବଂ ସୋଡ଼ିୟମ୍ ପରମାଣୁ ନିୟନ ପରମାଣୁର ସଂରଚନାରେ ରହିବାକୁ ଚାହେଁ । ତେଣୁ ଲିଥୁମ୍ ଓ ସୋଡ଼ିୟମ୍ ମୌଳିକର ଯୋଗ୍ୟତା । ।
(b) ମ୍ୟାଗ୍ନେସିୟମ୍ ଓ ଏଲୁମିନିୟମ୍‌ର ବାହ୍ୟତମ ସେଲ୍‌ରେ ଯଥାକ୍ରମେ 2ଟି ଓ 3ଟି ଇଲେକ୍‌ଟ୍ରନ୍ ଥୁବାରୁ ଏମାନଙ୍କର ଯୋଗ୍ୟତା ଯଥାକ୍ରମେ 2 ଓ 3 ।
(vii) ଗୋଟିଏ ପରମାଣୁର ବାହ୍ୟତମ ସେଲ୍‌ର ଇଲେକ୍‌ଟ୍ରନ୍‌ ସଂଖ୍ୟା ତାହାର ପୂର୍ଣ୍ଣ (ସର୍ବାଧ‌ିକ) କ୍ଷମତାର ପାଖାପାଖୁ ବା ନିକଟତର ହୋଇଥାଏ, ତାହାର ଯୋଗ୍ୟତା ଭିନ୍ନ ପ୍ରକାରେ ନିର୍ଣ୍ଣୟ କରାଯାଏ ।

ଉଦାହରଣ :
କ୍ଲୋରିନ୍ ପରମାଣୁର ବାହ୍ୟତମ ସେଲ୍‌ରେ 7ଟି ଇଲେକ୍‌ଟ୍ରନ୍ ଅଛି । କ୍ଲୋରିନ୍ ପାଇଁ 7ଟି ଇଲେକ୍‌ଟ୍ରନ୍‌ ତ୍ୟାଗ କରିବା ଅପେକ୍ଷା ଗୋଟିଏ ଇଲେକ୍‌ଟ୍ରନ୍ ଗ୍ରହଣ କରିବା ସହଜ ହୋଇଥାଏ । ତେଣୁ ଅକ୍ଟେଟ୍ (8)ରୁ 7ଟି ଇଲେକ୍‌ଟ୍ରନ୍ ବିୟୋଗ କରି ଏହାର ଯୋଗ୍ୟତା ନିର୍ଣ୍ଣୟ କରାଯାଏ । ତେଣୁ କ୍ଲୋରିନ୍‌ର ଯୋଗ୍ୟତା l ହୋଇଥାଏ । ସେହିପରି ଅକ୍‌ସିଜେନ୍‌ର ଯୋଗ୍ୟତା 2 ଅଟେ ।
(viii) ପ୍ରତ୍ୟେକ ମୌଳିକର ପରମାଣୁର ଏକ ନିର୍ଦ୍ଦିଷ୍ଟ ସଂଯୋଜନ କ୍ଷମତା ରହିଛି । ଏହାକୁ ମୌଳିକର ଯୋଗ୍ଯତା
କୁହାଯାଏ ।

→ ପରମାଣୁ କ୍ରମାଙ୍କ (Atomic Number):
(i) ବିଭିନ୍ନ ପ୍ରକାର ପରମାଣର ନ୍ୟୁକ୍ଲିୟସରେ ପ୍ରୋଟନ ସଂଖ୍ୟା ଭିନ୍ନ ଭିନ୍ନ ହୋଇଥାଏ ।
(ii) ପରମାଣୁ କ୍ରମାଙ୍କକୁ Z ଦ୍ଵାରା ସୂଚିତ କରାଯାଏ ।
(iii) ପ୍ରତ୍ୟେକ ମୌଳିକର କେବଳ ଗୋଟିଏ ପରମାଣୁ କ୍ରମାଙ୍କ ଥାଏ I

BSE Odisha 9th Class Physical Science Notes Chapter 4 ପରମାଣୁ ଗଠନ

ଉଦାହରଣ :
(a) ହାଇଡ୍ରୋଜେନ୍ ପରମାଣୁର ନ୍ୟୁକ୍ଲିୟସ୍‌ରେ କେବଳ ଗୋଟିଏ ପ୍ରୋଟନ୍ ଥ‌ିବାରୁ ତାହାର ପରମାଣୁ କ୍ରମାଙ୍କ । ।
(b) କାର୍ବନ ପରମାଣୁର ନ୍ୟୁକ୍ଲିୟସ୍‌ରେ ଟେ ପ୍ରୋଟନ୍ ଥ‌ିବାରୁ କାର୍ବନର ପରମାଣୁ କ୍ରମାଙ୍କ 6 ।

ବିଭିନ୍ନ – ସେଲ୍‌ରେ ଇଲେକ୍‌ଟ୍ରନ୍ ବଣ୍ଟନ ସହ ପ୍ରଥମ କେତୋଟି ମୌଳିକର ପରମାଣୁ ଗଠନ
BSE Odisha 9th Class Physical Science Notes Chapter 4 ପରମାଣୁ ଗଠନ - 8

→ ବସ୍ତୁତ୍ୱ ସଂଖ୍ୟା (Mass Number) :
(i) ପରମାଣୁ ମଧ୍ୟରେ ପ୍ରୋଟନ୍, ନିଉଟ୍ରନ୍ ଓ ଇଲେକ୍‌ଟ୍ରିନ୍ ଥାଏ । ପ୍ରୋଟନ୍‌ ବା ନିଉଟ୍ରନ୍‌ର ବସ୍ତୁତ୍ଵ ତୁଳନାରେ ଇଲେକ୍‌ଟ୍ରିନ୍‌ର ବସ୍ତୁତ୍ଵ ନଗଣ୍ୟ ହୋଇଥିବାରୁ ପରମାଣୁର ବସ୍ତୁତ୍ଵ ନିଶ୍ଚୟ କଲାବେଳେ ଅନେକ କ୍ଷେତ୍ରରେ ଇଲେକ୍‌ଟ୍ରିନ୍‌ର ବସ୍ତୁତ୍ୱକୁ ଉପେକ୍ଷା କରାଯାଏ ।
(ii) ପରମାଣୁର ନ୍ୟୁକ୍ଲିୟସ୍‌ରେ ରହିଥ‌ିବାରୁ ପ୍ରୋଟନ୍ ଓ ନିଉଟ୍ରନ୍‌କୁ ନ୍ୟୁକ୍ଲିୟନ୍ (Neucleon) କୁହାଯାଏ ।
(iii) ପରମାଣୁର ବସ୍ତୁତ୍ଵ ଏହାର ନ୍ୟୁକ୍ଲିୟସ୍‌ରେ ନିହିତ ଥାଏ ।

BSE Odisha 9th Class Physical Science Notes Chapter 4 ପରମାଣୁ ଗଠନ

ଉଦାହରଣ :
(a) ନାଇଟ୍ରୋଜେନ୍‌ର ପ୍ରୋଟନ୍‌ ସଂଖ୍ୟା = 7 ଓ ନ୍ୟୁଟ୍ରନ୍‌ ସଂଖ୍ୟା = 7
∴ ନାଇଟ୍ରୋଜେନ୍ ର ବସ୍ତୁତ୍ଵ = 7u + 7u = 14u
(b) ସୋଡ଼ିୟମ୍‌ର ପ୍ରୋଟନ୍‌ ସଂଖ୍ୟା = 11 ଓ ନିଉଟ୍ରନ୍ ସଂଖ୍ୟା = 12
∴ସୋଡ଼ିୟମ୍‌ର ବସ୍ତୁତ୍ଵ = 11u + 12u = 23u
(v) ଗୋଟିଏ ପରମାଣୁ ପାଇଁ ସଙ୍କେତନ (notation) ରେ ମୌଳିକର ପରମାଣୁ କ୍ରମାଙ୍କ, ବସ୍ତୁତ୍ୱ ସଂଖ୍ୟା ଓ ପ୍ରତୀକ ନିମ୍ନ ପ୍ରକାରେ ପ୍ରକାଶ କରାଯାଏ ।
BSE Odisha 9th Class Physical Science Notes Chapter 4 ପରମାଣୁ ଗଠନ - 9

ଉଦାହରଣ :
(a) ସୋଡ଼ିୟମକୁ 2311Na ରୂପେ ପ୍ରକାଶ କରାଯାଏ । ଏଥୁରୁ ବୁଝାଯାଏ ସୋଡ଼ିୟମ୍‌ର ପରମାଣୁ କ୍ରମାଙ୍କ 11 ଓ ବସ୍ତୁତ୍ୱ ସଂଖ୍ୟା 23 1
(b) କାର୍ବନ ପରମାଣୁର ଟି ପ୍ରୋଟନ୍ ଓ ଟିଂ ନିଉଟ୍ରନ୍ ରହିଛି । ତେଣୁ କାର୍ବନର ବସ୍ତୁତ୍ଵ ସଂଖ୍ୟା 12 । ଏହାକୁ ସଂକ୍ଷେପରେ 126C ଲେଖାଯାଏ ।

ଏ ଆଇସୋଟୋପ୍ (Isotope) :
(i) ଅନେକ ମୌଳିକ ଆଜସେ ଟେ। ପଗୁଡ଼ିକର ମିଶ୍ରଣରେ ଗଠିତ ହୋଇଥାଏ । ଗୋଟିଏ ମୌଳିକର ପ୍ରତ୍ୟେକଟି ଆଇସୋଟୋପ୍ ଏକ ବିଶୁଦ୍ଧ ପଦାର୍ଥ ଅଟେ ।
(ii) ଆଇସୋଟୋପ୍‌ଗୁଡ଼ିକର ରାସାୟନିକ ଧର୍ମରେ ପାର୍ଥକ୍ୟ ଦେଖାଯାଏ ନାହିଁ, କିନ୍ତୁ ସେମାନଙ୍କର ଭୌତିକ ଧର୍ମଗୁଡ଼ିକ ଭିନ୍ନ ଅଟେ ।
(iii) ଯେଉଁ ମୌଳିକର ଆଇସୋଟୋପ୍ ନାହିଁ, ସେହି ମୌଳିକର ପାରମାଣବିକ ବସ୍ତୁତ୍ଵ, ଏହାର ପରମାଣୁରେ ଥିବା ପ୍ରୋଟନ୍ ସଂଖ୍ୟା ଓ ନିଉଟ୍ରନ୍ ସଂଖ୍ଯାର ସମଷ୍ଟି ସହିତ ସମାନ ।

ଉଦାହରଣ :
(a) ହାଇଡ୍ରୋଜେନ୍‌ର 3ଟି ଆଇସୋଟୋପ୍ ହେଲା- ହାଇଡ୍ରୋଜେନ୍ ବା ପ୍ରୋଟିୟମ୍ (11H), ଡିଉଟେରିୟମ୍ (21H ବା D) ଏବଂ ଟ୍ରାଇଟିୟମ୍ (31H ବା T) ।
(b) ନାଇଟ୍ରୋଜେନ୍ ର 2ଟି ଆଇସୋଟୋପ୍ ହେଲା – 147N ଏବଂ 157N ।
(c) ଅକ୍‌ସିଜେନ୍ ର 3ଟି ଆଇସୋଟୋପ୍ ହେଲା – 168O, 178O ଏବଂ 188O ।
(d) କ୍ଲୋରିନ୍‌ ର 2ଟି ଆଇସୋଟୋପ୍ ହେଲା – 3517Cl ଏବଂ 3717Cl ।
(e) ପୋଟାସିୟମ୍‌ର 3ଟି ଆଇସୋଟୋପ୍ ହେଲା – 3919K, 4019K ଏବଂ 4119K

BSE Odisha 9th Class Physical Science Notes Chapter 4 ପରମାଣୁ ଗଠନ

ଆଇସୋଟୋପ୍‌ର ବସ୍ତୁତ୍ଵ ନିରୂପଣ :
(i) ଯେଉଁ ମୌଳିକର ଆଇସୋଟୋପ୍ ରହିଛି, ତାହାର ବସ୍ତୁତ୍ଵ ନିରୂପଣ କରିବାପାଇଁ ଆଇସୋଟୋପ୍‌ଗୁଡ଼ିକର ଶତକଡ଼ା ଅନୁପାତ ଜାଣିବା ଆବଶ୍ୟକ ।
(ii) 3517Cl ଏବଂ 3717Cl ପ୍ରକୃତିରେ ଯଥାକ୍ରମେ 75% ଓ 25% ଅନୁପାତରେ ମିଳେ ।
(iii) କ୍ଲୋରିନ୍‌ ପରମାଣୁର ହାରାହାରି ପାରମାଣବିକ ବସ୍ତୁତ୍ଵ
= 35 × \(\frac{75}{00}+37 \times \frac{25}{100}=\frac{105}{4}+\frac{37}{4}=\frac{142}{4}\) = 35.5u
(iv) ଏକ ନିର୍ଦ୍ଦିଷ୍ଟ ପରିମାଣର କ୍ଲୋରିନ୍‌ରେ ଦୁଇଟିଯାକ ଆଇସୋଟୋପ୍ ରହିଥାଏ ଏବଂ କ୍ଲୋରିନ୍‌ ହାରାହାରି ବସ୍ତୁତ୍ଵ ହେଉଛି 35.5u ।

→ ଆଇସୋବାର୍ (Isobar):
ସମାନ ବସ୍ତୁତ୍ଵ ସଂଖ୍ୟା କିନ୍ତୁ ଭିନ୍ନ ପରମାଣୁ କ୍ରମାଙ୍କର ପରମାଣୁଗୁଡ଼ିକୁ ଆଇସୋବାର୍ କୁହାଯାଏ ।
ଉଦାହରଣ :
4019K ଓ 4020Ca ଆଇସୋବାର୍‌ ଅଟନ୍ତି ।

BSE Odisha 8th Class Odia Solutions Chapter 7 ଗୁରୁ-ଶିଷ୍ୟ ସମ୍ପର୍କ

Odisha State Board BSE Odisha 8th Class Odia Solutions Chapter 7 ଗୁରୁ-ଶିଷ୍ୟ ସମ୍ପର୍କ Textbook Exercise Questions and Answers.

BSE Odisha Class 8 Odia Solutions Chapter 7 ଗୁରୁ-ଶିଷ୍ୟ ସମ୍ପର୍କ

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧ ।
ଆସ, କଥାବାର୍ତ୍ତା ହେବା :
(କ) କେଉଁ ଭାବନାଟି ପୁରାଣ ଯୁଗରେ ଗୁରୁକୂଳ ଶିକ୍ଷାର ପ୍ରାଣସ୍ୱରୂପ ଥିଲା ?
Answer:
‘ଗୁରୁଙ୍କୁ ନମଣିବ ନର, ଗୁରୁହିଁ ସାକ୍ଷାତ୍‌ ଈଶ୍ବର ।’’ଏହି ଭାବନାଟି ପୁରାଣଯୁଗରେ ଗୁରୁକୁଳ ଶିକ୍ଷାର ପ୍ରାଣ ସ୍ବରୂପ ଥିଲା ।

(ଖ) ଗୁରୁଶିଷ୍ୟ ସମ୍ପର୍କ ଆଜି କିପରି ଅବସ୍ଥାରେ ଅଛି ?
Answer:
ଗୁରୁ ଶିଷ୍ୟର ସମ୍ପର୍କ ଆଜି ବଦଳି ଯାଇଛି । ଗୁରୁର ଗୁରୁ ପଦବାଚ୍ୟ ହେବାର ବାସନା ନାହିଁ ଏବଂ ଶିଷ୍ୟ ଶାସନ

(ଗ) ମୂଳ ପ୍ରକୃତି କେଉଁ ଦୁଇଟି କ୍ଷେତ୍ରରେ ଅତୁଟ ରହିଛି ?
Answer:
ମୂଳ ପ୍ରକୃତି ଦୁଇଟି କ୍ଷେତ୍ରରେ ଅତୁଟ ରହିଛି, ତାହା ହେଉଛି ସମ୍ପର୍କରେ ଅଭେଦତ୍ବ, ଅର୍ଥାତ୍ ଯେ ଗୁରୁ ସେ ଶିଷ୍ୟ ଓ ଯେ ଶିଷ୍ୟ ସେ ଗୁରୁ ।

(ଘ) ଶିକ୍ଷା କ୍ଷେତ୍ରରେ କାହାକୁ କେନ୍ଦ୍ରସ୍ଥାନ ଦିଆଯାଏ ?
Answer:
ଶିକ୍ଷାକ୍ଷେତ୍ରରେ ଶିଷ୍ୟକୁ କେନ୍ଦ୍ରସ୍ଥାନ ଦିଆଯାଏ ।

(ଙ) ପୁସ୍ତକ କୈନ୍ଦ୍ରିକ ଶିକ୍ଷାର ଅର୍ଥ କ’ଣ ?
Answer:
ପୁସ୍ତକ କୈନ୍ଦ୍ରିକ ଶିକ୍ଷାର ଅର୍ଥ ହେଉଛି, ମୁଖସ୍ଥ୍ୟକରଣଦ୍ୱାରା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ପ୍ରମାଣ ପତ୍ର ହାସଲ କରିବା, ଯାହାଦ୍ୱାରା ଶିକ୍ଷାର୍ଥୀ ଓ ଅଭିଭାବକ ନିଜକୁ ଶ୍ରେୟ ମନେକରିବ । ପୁସ୍ତକ ବିଦ୍ୟା ଭିନ୍ନ ଅନ୍ୟ ବିଷୟ ପ୍ରତି ଉଦାସୀନ ହେବା ।

BSE Odisha 8th Class Odia Solutions Chapter 7 ଗୁରୁ-ଶିଷ୍ୟ ସମ୍ପର୍କ

Question ୨ ।
ଆସ, ତଳଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦୁଇ ବା ତିନୋଟି ବାକ୍ୟରେ ଲେଖୁବା ।
(କ) ଶିକ୍ଷକଙ୍କ ଶିକ୍ଷା ଚିରନ୍ତନ – ଏପରି କାହିଁକି କୁହାଯାଇଛି ?
Answer:
ଶିକ୍ଷକ ଜୀବନ ବ୍ୟାପୀ କୋଟି କୋଟି ପ୍ରାଣକୁ ପ୍ରଭାବିତ କରୁଥିବାରୁ, ତାଙ୍କର ପ୍ରଭାବ ଅନନ୍ତ, କାଳଜୟୀ ଓ ଅସରନ୍ତି । ଏହା କାଳାତୀତ ଓ କାଳଲିପିକୁ ପ୍ରଭାବିତ କରେ । ତେଣୁ ଶିକ୍ଷକଙ୍କ ଶିକ୍ଷାକୁ ଚିରନ୍ତନ କୁହାଯାଇଛି ।

(ଖ) ‘ଗୋଟିଏ ଦୀପ ଅନ୍ୟ ଏକ ଦୀପକୁ ଜାଳିବାର’ ତାତ୍ପର୍ଯ୍ୟ କ’ଣ ?
Answer:
ଗୋଟିଏ ଜ୍ଵଳନ୍ତ ଦୀପରୁ ଅନ୍ୟ ଏକ ଦୀପ ପ୍ରଜ୍ଜ୍ୱଳିତ ହୋଇଥାଏ । ମାତ୍ର ମୂଳ ଦୀପର ଜ୍ୟୋତି କ୍ଷୀଣ ହୁଏ ନାହିଁ । ସେହିପରି ଶିକ୍ଷକଙ୍କ ଶିକ୍ଷା ଚିରନ୍ତନ ଯାହା କାଳାତୀତ ଓ କାଳଲିପିକୁ ପ୍ରଭାବିତ କରେ । ପଠନ ଓ ପାଠନର ସତ୍ୟନିଷ୍ଠ ସାଧନା ଶିକ୍ଷାର ଇତିହାସକୁ ମହିମାନ୍ବିତ କରିଥାଏ ।

(ଗ) ‘ଗୁରୁଙ୍କର ଜୀବନ ଜୀବନ୍ତ ହୁଏ’ କହିବାର କାରଣ କ’ଣ ?
Answer:
ପଠନ ଓ ପାଠନର ସତ୍ୟନିଷ୍ଠ ସାଧନା ଶିକ୍ଷାକୁ ମହିମାନ୍ଵିତ କରେ । ପ୍ରଭାବକାରୀ ପ୍ରାଣର ପ୍ରାଚୁର୍ଯ୍ୟ ଗୁରୁଜୀବନକୁ ଗରୀୟାନ୍ କରେ। କେବଳ ଏହି ଆଦର୍ଶଦ୍ବାରା ଗୁରୁର ଜୀବନ ଧନ୍ୟ ହୁଏ ଓ ଶିକ୍ଷାପ୍ରକ୍ରିୟା ସଂକ୍ରମଣରେ ସହାୟକ ହୋଇଥିବାରୁ, ଗୁରୁଙ୍କର ଜୀବନ ଜୀବନ୍ତ ହୋଇଥାଏ ।

(ଘ) ‘ତେଜସ୍ବିନାବାଧୀତମସ୍ତୁ’ ଉକ୍ତିରୁ ଗୁରୁଶିଷ୍ୟଙ୍କ ସମ୍ପର୍କରେ କ’ଣ ଜଣାପଡୁଛି ?
Answer:
ଏହା ‘କଠୋପନିଷଦ୍’ ଅନ୍ତର୍ଗତ ଶାନ୍ତିପାଠର ଏକ ଅଂଶ । ଯାହାର ଅର୍ଥ ଆମ ଗୁରୁ ଶିଷ୍ୟଙ୍କ ଦ୍ୱାରା ଅଧ୍ୟୟନ କରାଯାଉଥ‌ିବା ବିଦ୍ୟା ତେଜୋମୟୀ ହେଉ । ଏହି ଉକ୍ତିରୁ ଗୁରୁଶିଷ୍ୟଙ୍କ ସମ୍ପର୍କରେ ନିବିଡ଼ତା ରହିଥ‌ିବା ଜଣାପଡ଼ୁଛି ।

(ଙ‍) ଶିକ୍ଷାର ସାମାଜିକ ଲକ୍ଷ୍ୟ କ’ଣ ହେବା ଆବଶ୍ୟକ ?
Answer:
ପୁସ୍ତକକୈନ୍ଦ୍ରିକ ଶିକ୍ଷା ସମ୍ପ୍ରତି ଯୋଗ୍ୟତାର ମାପକାଠିଭାବେ ଗୃହୀତ ହେବା ଫଳରେ ଏହା ସାମାଜିକ ଲକ୍ଷ୍ୟଠାରୁ ଦୂରେଇ ଯାଉଛି । ଶିକ୍ଷା ସାମାଜିକ ତଥା ଆର୍ଥନୀତିକ ବିକାଶର ଅଙ୍ଗଭାବେ ପରିଗଣିତ ହେଲେ ଲକ୍ଷ୍ୟ ପୂରଣରେ ସଫଳ ସମାନ ସେବାର ଏକ ଅବିଚ୍ଛେଦ୍ୟ ଅଙ୍ଗଭାବେ ଗୃହୀତ ହେବା ଆବଶ୍ୟକ ।

(ଚ) ଏବେ ଗୁରୁଶିଷ୍ୟର ସମ୍ପର୍କ କିପରି ହେବା ଉଚିତ ବୋଲି ଲେଖକ କହିଛନ୍ତି ?
Answer:
ସମ୍ପ୍ରତି ଗୁରୁଶିଷ୍ୟଙ୍କର ସମ୍ପର୍କ ପ୍ରାଧ୍ୟାକାରଭିଭିକ ନ ହୋଇ, ସହଯୋଗୀ ଓ ଉତ୍ସାହପ୍ରଦ ହେବା ଉଚିତ । ଉଭୟ ଗୁରୁ ଓ ଶିଷ୍ୟ ପାଠ୍ୟତାଲିକା, ପାଠ୍ୟପୁସ୍ତକ ଓ ପରୀକ୍ଷାର ଦାସ ନହୋଇ ଏକ ଉନ୍ମ କ୍ତ ପରିବେଶରେ କାର୍ଯ୍ୟ କରିବାର ସୁଯୋଗ ଲାଭ କଲେ ଏ ସମ୍ପର୍କରେ ଉନ୍ନତି ସାଧୁ ହେବ । ଶିକ୍ଷାଳୟ ପାରମ୍ପରିକ କାର୍ଯ୍ୟଧାରାରୁ ମୁକ୍ତ ହୋଇ ଏକ ସାମାଜକ ଗବେଷଣାଗାରରେ ଗୁରୁ ଶିଷ୍ୟ ଉଭୟ ଯନ୍ତୀଭାବେ ପରସ୍ପର ସହଯୋଗୀ ହେବା ଉଚିତ୍ ବୋଲି ଲେଖକ କହିଛନ୍ତି ।

Question ୩ ।
ଆସ, ସରଳ ଭାଷାରେ ବୁଝାଇ ଲେଖୁ ।
(କ) ଏକଥା ସତ୍ୟ ଯେ କୌଣସି ଦେଶର ଗୌରବ, ସେ ଦେଶର ଲୋକ ଚରିତ୍ର ଉପରେ ନିର୍ଭର କରେ । ତଦ୍ବାରା ଦେଶ ବଳୀୟାନେ ହୁଏ ।
Answer:
“ଏକଥା ସତ୍ୟ ………………….. ବଳୀୟାନ୍ ହୁଏ ।’’
ଶଂସିତ ମୃଦ୍ୟାଶଟି ପ୍ରଫେସର ଶତ୍ରୁଘ୍ନ ନାଥଙ୍କ ରଚିତ ‘ଜୀବନ ଶିକ୍ଷା’ ପୁସ୍ତକରୁ ‘ଗୁରୁ-ଶିଷ୍ୟ ସମ୍ପକ ପ୍ରବନ୍ଧରୁ ଆନୀତ । ଏଠାରେ ଲେଖକ ଲୋକ ଚରିତ୍ର କିପରି ଦେଶର ଗୌରବ ବୃଦ୍ଧିରେ ସହାୟକ ହୁଏ ତାହା ଉପରେ ଆଲୋକପାତ କରିଛି୍ତି ।

ସମ୍ପ୍ରତି ଗୁରୁଶିଷ୍ୟ ସମ୍ପର୍କ ଯେପରିଭାବେ କଳୁଷିତ ହୋଇପଡ଼ିଛି ତାହାର କାରଣ ନିର୍ଦ୍ଧାରଣ କରିବାକୁ ପ୍ରାବନ୍ଧିକ ଶିକ୍ଷାର କେତୋଟି ଗୁରୁତ୍ଵପୂର୍ଣ୍ଣ ଦିଗ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ଆଜିକାଲି ଶିକ୍ଷକ ଗୁରୁଭାବେ ପରିଚିତ ହେବାକୁ ଇଚ୍ଛା କରୁନାହାନ୍ତି । ଶିଷ୍ୟ ମଧ୍ୟ ଆଜି ଶାସନ ବିରୋଧରେ ବିଦ୍ରୋହୀ ଓ ବିପ୍ଳବୀ ହୋଇଉଠିଛି । କାଳର କରାଳ ଗତିରେ ମୂଲ୍ୟବୋଧର ଅବକ୍ଷୟ ଘଟିଛି । ସମାଜରେ ପରିଦୃଷ୍ଟ ସ୍ଖଳନ ଓ ଭ୍ରଷ୍ଟାଚାର ଏଥିପାଇଁ ବହୁଭାବେ ଦାୟୀ । ବିକାଶମୂଳକ କାର୍ଯ୍ୟକ୍ରମଦ୍ୱାରା ସାମାଜିକ ଜୀବନ ବହୁଭାବେ ପ୍ରଭାବିତ ହେଉଅଛି । ସମାଜରେ ନୈତିକତା ଓ ଆଧ୍ୟାତ୍ମିକତା କ୍ରମଶଃ ବିଲୁପ୍ତ ହେବାକୁ ବସିଲାଣି । ଯଦ୍ଵାରା ଦେଶର ସଂସ୍କୃତି ଓ ପରମ୍ପରା ବିପର୍ଯ୍ୟସ୍ତ ହୋଇଉଠୁଛି ।

ଲୋକ ଚରିତ୍ର ଉପରେ ଦେଶ ଓ ଜାତିର ସମୃଦ୍ଧି ଓ ସୁନାମ ନିର୍ଭର କରିଥାଏ । ଏହା ଦେଶକୁ ବଳୀୟାନ୍ କରେ । ଲୋକ ଚରିତ୍ର କ୍ରମେ ମାନବିକ ମୂଲ୍ୟବୋଧରୁ ଦୂରେଇ ଯାଇ ସ୍ବାର୍ଥସର୍ବସ୍ଵ ଓ ଆତ୍ମକୈନ୍ଦ୍ରିକ ହୋଇଉଠୁଛି । ଏହା ପ୍ରଚଳିତ ଶିକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ପ୍ରଭାବ ପକାଉଛି । ଜୀବନ ସୌଧର ମୂଳଭିଭି ଶିକ୍ଷାଳୟରେ ପଡ଼ିଥାଏ । ଜାତିର ଜୟଗାଥାର ମୂଳପିଣ୍ଡ ହେଉଛି ଜୀବନ । କେବଳ ଲୋକ ଚରିତ୍ର ମର୍ଯ୍ୟାଦାପୂର୍ଣ୍ଣ ହେଲେ ହିଁ ଦେଶ ଓ ଜାତିର ଗୌରବ ବୃଦ୍ଧି ହେବା ସମ୍ଭବ ।

(ଖ) ‘ମୁଁ ମୋର ଜନ୍ମ ପାଇଁ ପିତାମାତାଙ୍କ ସମୀପରେ ଋଣୀ, କିନ୍ତୁ ମୋର ଜୀବନପାଇଁ ଗୁରୁଙ୍କ ସମୀପରେ ଋଣୀ ।
Answer:
‘ମୁଁ ମୋର ଜନ୍ମ …………………………….. ସମୀପରେ ଋଣୀ ।’’
ଶଂସିତ ଗଦ୍ୟାଂଶଟି ପ୍ରଫେସର ଶତ୍ରୁଘ୍ନ ନାଥଙ୍କ ରଚିତ ‘ଜାବନ ଶିକ୍ଷା’ ପୁସ୍ତକରୁ ସଂଗୃହାତ ‘ଗୁରୁ – ଶିଷ୍ୟ ସମ୍ପକ’ ଶୀର୍ଷକ ପ୍ରବନ୍ଧରୁ ଆନୀତ । ଏଠାରେ ପ୍ରାବନ୍ଧିକ ଜନୈକ ଗୁରୁପରାୟଣ ମହାମନୀଷୀଙ୍କ ମହନୀୟ ସ୍ବୀକାରୋକ୍ତି ଉପରେ ଥିଲେ।କପାତ କରିଛନ୍ତି। ପିତାମାତା ଆମକୁ ଜନ୍ମ ଦିଅନ୍ତି । ସେଥ‌ିପାଇଁ ଆମେ ତାଙ୍କଠାରେ କୃତଜ୍ଞ । ସଂସାରକୁ ଆଣିବାରେ ତାଙ୍କର ଅବଦାନ ପାଇଁ ଆମେ ସେମାନଙ୍କ ପାଖରେ ଋଣୀ । କିନ୍ତୁ ମଣିଷ ପରି ମଣିଷଟିଏ ଗଢ଼ିବାରେ ଶିକ୍ଷକଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ଅନସ୍ବୀକାର୍ଯ୍ୟ । ଜୀବନ ଗଠନରେ ଗୁରୁଙ୍କ ବିରଳ ଆତ୍ମତ୍ୟାଗ ଶିଷ୍ୟ ଜୀବନକୁ ଧନ୍ୟ କରେ । ଶିଷ୍ୟକୁ ଉପଯୁକ୍ତ ଜ୍ଞାନ ଦାନ କରି ସମାଜ ପାଇଁ ଜଣେ ଉପଯୋଗୀ ନାଗରିକ ଭାବେ ଗଢ଼ିଥାଆନ୍ତି ଗୁରୁ ।

ଜୀବନକୁ ସତ୍ୟ-ଶିବ-ସୁନ୍ଦର କରିବାରେ ଗୁରୁଙ୍କ ଅବଦାନର ମହତ୍ତ୍ବ ଯେ ଅପରିସୀମ ଏହା ଶିଷ୍ୟ ଆଜୀବନ ଅନୁଭବ କରିଥାଏ । ଗୁରୁଙ୍କର ଗୋଟିଏ ଗୋଟିଏ କଥା ଶିଷ୍ୟର ଜୀବନକୁ ମହିମାବନ୍ତ କରେ । ଗୁରୁଙ୍କ ଜ୍ଞାନ ପ୍ରଦୀପର ଶିଖାଦ୍ଵାରା ଶିଷ୍ୟର ଜୀବନଦୀପ ପ୍ରଜ୍ଜ୍ୱଳିତ ହୋଇ ତା’ ଅନ୍ତରର ଅଜ୍ଞାନ ଅନ୍ଧକାର ଦୂର କରିଥାଏ ଏବଂ ସେହି ଆଲୋକର ଦୀପ୍ତି ଆଜୀବନ ଜାଜ୍ୱଲ୍ୟମାନ ରହିଥାଏ । ସେଥ‌ିପାଇଁ ଗୁରୁଙ୍କଠାରେ ଚିରକୃତଜ୍ଞ ଜଣେ ମହାମନୀଷୀ ମୁକ୍ତକଣ୍ଠରେ ଏହି ମହାନ୍ ବାଣୀ ପ୍ରକାଶ କରି ନଜ ଗୁରୁଙ୍କ ଯଶଗାନ କରିଛନ୍ତି ।

(ଗ) ଗୁରୁ ଓ ଶିଷ୍ୟ ହେବେ ସାମାଜିକ ଇଞ୍ଜିନିୟର ।
Answer:
ଉକ୍ତ ଗଦ୍ୟାଂଶଟି ପ୍ରଫେସର ଶତ୍ରୁଘ୍ନ ନାଥଙ୍କ ରଚିତ ‘ଚ୍ଚାବନ ଶିକ୍ଷା’ ପୁସ୍ତକରୁ ସଂଗୃହାତ ‘ଗୁରୁ – ଶିଷ୍ୟ ସମ୍ପର୍କ’ ଶୀର୍ଷକ ପ୍ରବନ୍ଧରୁ ଗୃହିତ । ପ୍ରାବନ୍ଧିକ ଶିକ୍ଷାଳୟକୁ ପାରମ୍ପରିକ ଭୂମିକା ତ୍ୟାଗ କରି ଏକ ସାମାଜିକ ଗବେଷଣାଗାରର ଭୂମିକା ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି । ସେଠାରେ ଗୁରୁ ଓ ଶିଷ୍ୟ ଉଭୟେ ଯନ୍ତ୍ରୀରୂପେ କାର୍ଯ୍ୟ କରିବେ । ସେଠାରେ ଚିରାଚରିତ ଓ ଚିରନ୍ତନ ମୂଲ୍ୟବୋଧରେ ପୁନଃ ମୂଲ୍ୟାୟନ କରାଯିବ । ସାମଜର ସୁରକ୍ଷା ଓ ନୂତନ ସୃଷ୍ଟି ପାଇଁ ଉଭୟ ଦିଗରେ ଗରୁଶିଷ୍ୟ କାର୍ଯ୍ୟ କରିବେ ବୋଲି ଲେଖକ କହିଛନ୍ତି । ପାଠ୍ୟପୁସ୍ତ, ପାଠ୍ୟତାଲିକା ଆଦି ଏପରି ଭାବେ ପ୍ରସ୍ତୁତ ହେବ ଯେପରି ପରୀକ୍ଷାରୀ ଦାସ ନହୋଇ ଗୁରୁ ଓ ଶିଷ୍ୟ ଏକ ଉନ୍ମକ୍ତ ପରିବେଶରେ କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରିବେ ।

ସେ ସବୁର ସମାଧାନ ଦିଗରେ ଶିକ୍ଷାୟତନ ରୂପକ ଗବେଷଣାଗାରରେ ଚିନ୍ତା ଓ ସାମର୍ଥ୍ୟ ସଞ୍ଚାର କରାଯାଇପାରି । ଇଞ୍ଜିନିୟର ବା ଯନ୍ତ୍ରୀ ଯେପରି ଯୋଜନାବଦ୍ଧ ଭାବେ, ଦୂରଦୃଷ୍ଟି ସମ୍ପନ୍ନ ହୋଇ ସ୍ଥପତି ବା କରିଗରୀକୁ ପରିଚାଳନା କରେ, ଠିକ୍ ସେହିପରି ଉନ୍ନତ ସମାଜ ପାଇଁ ଗୁରୁଶିଷ୍ୟ ଅନୁରୂପ ଭୂମିକା ଗ୍ରହଣ କରିବେ । ଯାହା ଫଳରେ ସେମାନେ ହେବେ ସୁସ୍ଥ ସମାଜରେ କାରଣ ଓ ନିୟାମକ । ବାସ୍ତବିକ ପ୍ରାବନ୍ଧିକ ଅନୁଚିନ୍ତା ପ୍ରଣିଧାନ ଯୋଗ୍ୟ।

BSE Odisha 8th Class Odia Solutions Chapter 7 ଗୁରୁ-ଶିଷ୍ୟ ସମ୍ପର୍କ

Question ୪ ।
ତଳ ଲିଖ୍ତ ଅନୁଚ୍ଛେଦଟିକୁ ଉତ୍ତର ଭାବି ସେଥୁରୁ ପ୍ରଶ୍ନ ତିଆରି କରିବା ।
ସେଥ‌ିପାଇଁ ଗୁରୁଙ୍କ ସ୍ଥାନ ଉଚ୍ଚରେ । ଶିକ୍ଷା ପଦ୍ଧତିର ସର୍ବୋର୍ଡ଼ରେ । ଯୁଗେ ଯୁଗେ ସେ କେବଳ ଶିକ୍ଷାର୍ଥୀଙ୍କର ନୁହେଁ, ସମଗ୍ର ସମାଜର ନମସ୍ୟ, ଜଣେ ମନୀଷା ଏହି ଭାବନାକୁ ସ୍ୱୀୟ ବାଣୀରେ ପ୍ରକାଶ କରିଛନ୍ତି । ତାହା ହେଉଛି, ‘‘ମୁଁ ମୋର ଜନ୍ମ ପାଇଁ ପିତାମାତାଙ୍କ ସମୀପରେ ଋଣୀ, କିନ୍ତୁ ମୋର ଜୀବନ ପାଇଁ ଗୁରୁଙ୍କ ସମୀପରେ ଋଣୀ’’ । ଗୁରୁ ପ୍ରାଣ ପ୍ରତିଷ୍ଠା କରନ୍ତି । ଶ୍ରେଣୀ କୋଠରି ନଥାଇପାରେ । ଉପକରଣ ନଥାଉ ଆଡ଼ମ୍ବର ଦୂରେଇ ଯାଉ । ସେ ହିଁ ସବୁ । ଗୁରୁଙ୍କର ମାତ୍ର ପଦଟିଏ କଥା ଶିଷ୍ୟମାନଙ୍କର କୋଟି କୋଟି ପ୍ରାଣରେ କୋଟି କୋଟି ରୂପରେ ଉଦ୍ଭାସିତ ହୁଏ ।
Answer:
(କ) କାହାର ସ୍ଥାନ ଉଚ୍ଚରେ ?
(ଖ) ଶିକ୍ଷା ପଦ୍ଧତିର ସ୍ଥାନ କେଉଁଠାରେ ?
(ଗ) କେଉଁମାନେ ସମାଜର ନମସ୍ୟ ?
(ଘ) ସମଗ୍ର ସମାଜର ଗୁରୁ ନମସ୍ୟ ବୋଲି କିଏ କହିଥିଲେ ?
(ଙ‍) ମନୀଷୀ ନିଜର ଭାବନାକୁ ପ୍ରକାଶ କରି କ’ଣ କହିଥିଲେ ?
(ଚ) କିଏ ପ୍ରାଣ ପ୍ରତିଷ୍ଠା କରନ୍ତି ?
(ଛ) ଗୁରୁଙ୍କର ପଦୁଟିଏ କଥା କିପରି ଉଦ୍‌ଭାସିତ ହୋଇଥାଏ ।

Question ୫।
‘ରୂପାନ୍ତର’ ଶବ୍ଦଟିର ଅର୍ଥ ‘ରୂପ ପରିବର୍ତ୍ତନ’ ବା ‘ଅନ୍ୟରୂପ’ । ‘ରୂପାନ୍ତର’ ଶବ୍ଦ ପରି ଆଉ ଚାରୋଟି ଶବ୍ଦ ଲେଖୁ ଓ ସେଗୁଡ଼ିକୁ ବାକ୍ୟରେ ବ୍ୟବହାର କରିବା ।
Answer:
ଗ୍ରାମାନ୍ତର, ଦେଶାନ୍ତର, ଭାଷାନ୍ତର, ଘଟାନ୍ତର ।
ଗ୍ରାମାନ୍ତର – ମେଳା ଦେଖ‌ିବାକୁ ଗ୍ରାମ, ଗ୍ରାମାନ୍ତର ଲୋକେ ବହୁସଂଖ୍ୟାରେ ଆସିଥାଆନ୍ତି ।
ଦେଶାନ୍ତର – ଦେଶଦ୍ରୋହ ଅପରାଧ ପାଇଁ ତାଙ୍କୁ ଦେଶାନ୍ତର ହେବାର ଦଣ୍ଡ ପ୍ରଦାନ କରାଗଲା ।
ଭାଷାନ୍ତର – ଭାଷାନ୍ତର, ସାହିତ୍ୟ ସାଧନାର ଏକ ଅଙ୍ଗ ।
ଘଟାନ୍ତର – ମୃତ୍ୟୁ ପରେ ମଣିଷର ଘଟାନ୍ତର ହୋଇଥାଏ ବୋଲି ବିଶ୍ଵାସ କରାଯାଏ ।

Question ୬ ।
ଆସ, କୋଠରିରୁ ଅକ୍ଷର ନେଇ ଶବ୍ଦ ଗଢ଼ିବା ।
BSE Odisha 8th Class Odia Solutions Chapter 7 ଗୁରୁ-ଶିଷ୍ୟ ସମ୍ପର୍କ 1
Answer:
ସୌଧ, ଅବିର, ବଖାଣ, ଅପ୍ରାସଙ୍ଗିକ, ବିଭୋର, ଋଦ୍ଧିମନ୍ତ, ସ୍ୱାଧ୍ୟାୟ, କୁତ୍ସା, ନୈପୁଣ୍ୟ

Question ୭।
ଆରମ୍ଭରେ ‘ଅ’ ଅକ୍ଷର ଯୋଗକରି ପାଞ୍ଚଗୋଟି ଶବ୍ଦ ଲେଖୁବା ।
ନୂତନ ଶବ୍ଦ ଏଠାର ଲେଖୁ ।
୧._________
୨. _________
୩. _________
୪. _________
୫. _________
ସେହି ଶବ୍ଦଗୁଡ଼ିକୁ ନେଇ ବାକ୍ୟ ଗଠନ କରି ଲେଖୁବା ।
୧. _________
୨. _________
୩. _________
୪. _________
୫. _________
Answer:

ନୂତନ ଶବ୍ଦ : ବାକ୍ୟ :
୧. ଅବାସ୍ତବ ୧। ବିଜ୍ଞାନ ବଳରେ ଅନେକ ଅବାସ୍ତବ କଥା ସତ୍ୟରେ ପରିଣତ ହେଲାଣି ।
୨. ଅବିଭାଜ୍ୟ ୨। ବାପା ନିଜର ସମ୍ପତ୍ତିକୁ ଅବିଭାଜ୍ୟ କରି ରଖୁବାକୁ ଚାହିଁଥିଲେ ।
୩. ଅସଭ୍ୟ ୩ । ପ୍ରାଚୀନ ଯୁଗରେ ମଣିଷ ଅସଭ୍ୟ ଥିଲା ।
୪. ଅଭେଦ୍ୟ ୪। ରାଜାଙ୍କର ଅଭେଦ୍ୟ ଦୁର୍ଗକୁ ଶତ୍ରୁମାନେ ତଶିପାରୁନଥିଲେ।
୫. ଅକାଟ୍ୟ ୫। ଦାର୍ଶନିକଙ୍କର ଯୁକ୍ତି ଅକାଟ୍ୟ ଥିଲା ।

Question ୮।
କୋଠରି ଭିତରେ ଥ‌ିବା ଶବ୍ଦରେ ଇକ ପ୍ରତ୍ୟୟ ଯୋଗ କରାଯାଇଛି । ଆସ ମୂଳ ଶବ୍ଦଗୁଡ଼ିକୁ ଲେଖୁବା ।
_________ + ଇକ = ସାମାଜିକ
_________ + ଇକ = ଆର୍ଥନୀତିକ
_________ + ଇକ = ପ୍ରାସଙ୍ଗିକ
Answer:
ସମାଜ + ଇକ = ସାମାଜିକ
ଅର୍ଥନୀତି + ଇକ = ଆର୍ଥନୀତିକ
ପ୍ରସଙ୍ଗ + ଇକ = ପ୍ରାସଙ୍ଗିକ

BSE Odisha 8th Class Odia Solutions Chapter 7 ଗୁରୁ-ଶିଷ୍ୟ ସମ୍ପର୍କ

Question ୯।
ତଳେ ଦିଆଯାଇଥ‌ିବା ଶବ୍ଦମାନଙ୍କ ମଧ୍ୟରେ ‘ବିଶେଷ୍ୟ’ ଓ ‘ବିଶେଷଣ’ ପଦ ମିଶିକରି ରହିଛି । ସେମାନଙ୍କୁ ଅଲଗା କରି ବାକ୍ୟରେ ବ୍ୟବହାର କରିବା ।
ଜାଗ୍ରତ, ଶାସନ, ଯନ୍ତ୍ରଣାଦାୟକ, ଗୌରବ, ଅନୁରାଗୀ, ସମାଜ, ବିଭେଦ, ବ୍ୟବଧାନ, ଉପଯୋଗ
Answer:
ଏଥ‌ିରେ ଥ‌ିବା ବିଶେଷ୍ୟ ପଦ – ଶାସନ, ଗୌରବ, ସମାଜ,ବିଭେଦ, ବ୍ୟବଧାନ, ଉପଯୋଗ, ପରିବର୍ତ୍ତନ ।
ଶାସନ – ଶିଶୁମାନଙ୍କୁ ଅଯଥା ଶାସନ କର ନାହିଁ ।
ଗୌରବ – ପରିବାର ସମାଜର ଏକ ଅଂଶ ।
ସମାଜ – ସାମଜିକ ବିଭେଦ ବିଶୃଙ୍ଖଳାର କାରଣ ।
ବିଭେଦ – ପରିବାରରେ ପୁତ୍ରକନ୍ୟାମାନଙ୍କ ମଧ୍ୟରେ ବ୍ୟବଧାନ ରହିବା ଉଚିତ ନୁହେଁ ।
ଭରଯୋଗ – ନିଜର ଶକ୍ତିକୁ ଯଥାର୍ଥ ଉପଯୋଗ କର ।
ପରିବର୍ତ୍ତନ – ସୃଷ୍ଟି ସଦା ପରିବର୍ତ୍ତନଶୀଳ ।
ଏଥିରେ ଥିବା ବିଶେଷଣ ପଦ – ଜାଗ୍ରତ, ଯନ୍ତ୍ରଶାଦାୟକ, ଅନୁରାଗା ।
ଜାଗ୍ରତ – ସୈନିକମାନେ ଆମ ଦେଶର ଜାଗ୍ରତ ପ୍ରହରୀ ।
ଯନ୍ତ୍ରଣାଦାୟକ – ଶରୀର କଷ୍ଟ ଅପେକ୍ଷା ମନର କଷ୍ଟ ଅଧ୍ଵ ଯନ୍ତ୍ରଣାଦାୟକ ।
ଅନୁରାଗା – ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ଅନୁରାଗା ହେବା ଉଚିତ୍।

Question ୧୦ ।
ତଳେ ପ୍ରତ୍ୟେକ ଧାଡ଼ିରେ ଦିଆଯାଇଥ‌ିବା ଶବ୍ଦମାନଙ୍କ ମଧ୍ୟରେ ଗୋଟିଏ ଭିନ୍ନ ଜାତୀୟ ଶବ୍ଦ ରହିଛି । ସେହି ଶବ୍ଦଟିକୁ ବାଛି ଖାତାରେ ଲେଖ ।
(କ) ଶ୍ଵାସରୁଦ୍ଧ, ବାଷ୍ପରୁଦ୍ଧ, ଅବରୁଦ୍ଧ, ବାରୁଦ୍ଧ
Answer:
ଅବରୁଦ୍ଧ

(ଖ) ଦୃଷ୍ଟିପାତ, ବୃଷ୍ଟିପାତ, ଉଲ୍‌କାପାତ, ଅନୁପାତ
Answer:
ଅନୁପାତ

Question ୧୧।
ଆସ, ତଳଲିଖ୍ ଶବ୍ଦରୁ ନାମଧାତୁ କ୍ରିୟା ଗଠନ କରିବା ।
ଯେପରି ମନ – ମନେଇବା ହୁଏ ସେହିପରି କ’ଣ ହେବ ?
ଦୂର _________
ଫେଶ _________
ଫଳ _________
ଛୋଟ _________
ଗାତଳ _________
Answer:
ହରେଇବା
ଫେଣେଇବା
ଫଳାଇବା / ଫଳେଇବା
ଛେ।ଟେଇବା / ଛୋଟାଇବା
ଶାଢଳେଇବା / ଶାଢଳାଇବା

BSE Odisha 8th Class Odia Solutions Chapter 7 ଗୁରୁ-ଶିଷ୍ୟ ସମ୍ପର୍କ

Question ୧୨ ।
ଯାହାର ରୂପାନ୍ତର ଘଟି ନ ଥାଏ ତାହାକୁ ଭିନ୍ନ ରୂପରେ ପ୍ରକାଶ କରିବା କାମକୁ କୁହାଯାଏ ‘ରୂପାନ୍ତରୀକରଣ’ । ସେହିପରି
ହୃଦଭାବରେ ନଥ‌ିବା ବସ୍ତୁକୁ ଦୃଢ଼ କରିବା ଦୃଢ଼ୀକରଣ
(କ) ବନ ନ ଥ‌ିବା ସ୍ଥାନରେ ବନ ସୃଷ୍ଟି କରିବା ।
(ଖ) ବାଷ୍ପ ହୋଇ ନଥ‌ିବା ପଦାର୍ଥକୁ ବାଷ୍ପରେ ପରିଣତ କରିବା ।
(ଗ) ଦୃଷ ଭାବରେ ନଥ‌ି ବସ୍ତୁକୁ ଦୃଢ଼ କରିବା ।
(ଘ) ଭାଗଭାଗ ହୋଇ ନ ଥ‌ିବା ପଦାର୍ଥକୁ ବିଭିନ୍ନ ବିଭାଗରେ ପରିଣତ କରିବା ।
Answer:
(କ) ବନୀକରଣ
(ଖ) ବାଷ୍ଟାକରଶ
(ଘ) ବିଭାଗାକରଣ

Question ୧୩।
ଯାହାକୁ ବିଚ୍ଛେଦ କରି ହେବ ନାହିଁ ତାହାକୁ ଗୋଟିଏ ଶବ୍ଦରେ କୁହାଯାଏ । ‘ଅବିଚ୍ଛେଦ୍ୟ’ । ସେହିପରି ନିମ୍ନରେ ଦିଆଯାଇଥବା ପ୍ରତ୍ୟେକ ଉକ୍ତିକୁ ଗୋଟିଏ ଶବ୍ଦରେ ପ୍ରକାଶ କରି ଲେଖୁବା ।
(କ) ଯାହାକୁ ଭାଗଭାଗ କରିହେବ ନାହିଁ ।
(ଖ) ଯାହାକୁ କାଟି ହେବ ନାହିଁ ।
(ଗ) ଯାହାକୁ ଭେଦ କରି ହେବ ନାହିଁ ।
(ଘ) ଯାହାକୁ ଛେଦନ କରିହେବ ନାହିଁ ।
Answer:
(କ) ଅବିଭାଜ୍ୟ
(ଖ) ଅକାଟ୍ୟ
(ଗ) ଅଭେଦ୍ୟ
(ଘ) ଅଛେଦ୍ୟ

Question ୧୪ ।
ଭୁଲଥୁବା ଶବ୍ଦକୁ ଠିକ୍ କରି ଲେଖୁ ।

ଭୁଲ୍ ଶବ୍ଦ ଠିକ୍ ଶବ୍ଦ
ଗୁରୁକୂଳ ଗୁରୁକୁଳ
ମନୀଷି ମନୀଷା
ନୈପୂଣ୍ୟ ନୈପୁଣ୍ୟ
ପ୍ରାଧୀକାର ପ୍ରାଧିକାର
ପରିସିମା ପରିସାମା
କର୍ପୁର କର୍ପୁର
କାଳାତିତ କାକାତାତ
ପ୍ରତିଦ୍ବନ୍ଦିତା ପ୍ରତିଦ୍ୱନ୍ଦ୍ୱାତା

ତୁମ ପାଇଁ କାମ:

(କ) ଆସ ପ୍ରବନ୍ଧର ଗୋଟିଏ ଲେଖାଏ ଅନୁଚ୍ଛେଦ ଜଣ ଜଣ କରି ଶ୍ରେଣୀରେ ଉଚ୍ଚ ପଠନ କରିବା ।
(ଖ) ଶିକ୍ଷକଙ୍କ ସହିତ ଆଲୋଚନା କରି ଆସ ପୁରାଣରେ ବର୍ଣ୍ଣିତ ଦୁଇଜଣ ଗୁରୁଭକ୍ତ ଶିଷ୍ୟଙ୍କ କାହାଣୀ ସଂଗ୍ରହ କରିବା ଓ ଖାତାରେ ଲେଖୁ ।
(ଗ) ନିଜ ଶିକ୍ଷକଙ୍କ ସହିତ ଥ‌ି ତୁମର ସମ୍ପର୍କକୁ ଆଧାର କରି ଗୋଟିଏ ଅନୁଚ୍ଛେଦ ଲେଖିବା ।

ପରାକ୍ଷା ଉପଯେ।ଗା ଅତିରିକ୍ତ ପ୍ରଶ୍ନୋତ୍ତର

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନେ।ତ୍ତର

Question ୧ ।
କେଉଁ ନୀତି ଗୁରୁକୁଳର ଶିକ୍ଷାକୁ ପରିଚାଳିତ କରୁଥୁଲା ?
Answer:
ଶିକ୍ଷାଳୟକୁ ସତ୍ୟ, ଶିବ, ସୁନ୍ଦର କରିବାରେ ଶିକ୍ଷକଙ୍କର ଯେଉଁ ବଳିଷ୍ଠ ଦାୟିତ୍ଵ ରହିଛି ତାହାକୁ କର୍ମକ୍ଷେତ୍ରରେ ପ୍ରୟୋଗ କରିବା ଦରକାର । ଏହି ନୀତି ଆଧାରରେ ଗୁରୁକୁଳର ଶିକ୍ଷା ପରିଚାଳିତ ହେଉଥିଲା ।

Question ୨ ।
‘ଗୁରୁ-ଶିଷ୍ୟ ସମ୍ପର୍କ’ ପ୍ରବନ୍ଧର ପ୍ରାବନ୍ଧିକ କିଏ ? ତାଙ୍କ ଆତ୍ମଜୀବନୀର ନାମ କ’ଣ ?
Answer:
ପ୍ରଫେସର ଶତ୍ରୁଘ୍ନ ନାଥ ହେଉଛନ୍ତି ‘ଗୁରୁ-ଶିଷ୍ୟ ସଂପର୍କ’ ପ୍ରବନ୍ଧର ପ୍ରାବନ୍ଧିକ । ତାଙ୍କ ଆତ୍ମଜୀବନୀର ନାମ

BSE Odisha 8th Class Odia Solutions Chapter 7 ଗୁରୁ-ଶିଷ୍ୟ ସମ୍ପର୍କ

Question ୩ ।
ବିଦ୍ୟା ଆଉ ମୁକ୍ତିକାମୀ ବୋଲି ବିବେଚିତ ହେଉନାହିଁ କାହିଁକି ?
Answer:
ଅଧୁନା ‘ଗୁରୁ’ ଓ ‘ଶିଷ୍ୟ’ ଶବ୍ଦ ଦୁଇଟି ଆଭିଧାନିକ ଶବ୍ଦରେ ରୂପାନ୍ତରିତ ହୋଇଛି । ଏବେ ଗୁରୁ ଓ ଶିଷ୍ୟ ଉଭୟ ଶଠତା, ସଂକୀର୍ଣ୍ଣତା, ସ୍ୱାର୍ଥାନ୍ଧତା, ହିଂସା ଓ ହୁଙ୍କାର ଆଦି ଆଚରଣର ଭୂମିକା ଗ୍ରହଣ କରୁଛନ୍ତି । ଗୁରୁ ଆଉ ଶିଷ୍ୟର ପ୍ରାଣ ପରିଚାୟକ ହେଉନାହିଁ । ତେଣୁ ବିଦ୍ୟା ଆଉ ମୁକ୍ତିକାମୀ ଭାବେ ବିବେଚିତ ହେଉନାହିଁ ।

Question ୪।
ଗୁରୁ-ଶିଷ୍ୟ ସଂପର୍କର ମୂଳମନ୍ତ୍ର କିପରି ପ୍ରକାଶିତ ହେବ ?
Answer:
ଶିଷ୍ୟ ଶ୍ରଦ୍ଧାବାନ୍ ହେବା ସହ ସ୍ବାଧ୍ୟାୟୀ ହେବା ଆବଶ୍ୟକ । ସେମାନେ ବିଦ୍ୟାନୁରାଗୀ ହେବା ଆବଶ୍ୟକ । ଗୁରୁ ଶିଷ୍ୟପରାୟଣ ଓ ଶିଷ୍ୟ ଗୁରୁପରାୟଣ ହେବା ଆବଶ୍ୟକ । ଏପରି ହେଲେ ଗୁରୁ-ଶିଷ୍ୟ ସଂପର୍କର ମୂଳମନ୍ତ୍ର କାର୍ଯ୍ୟତଃ ପ୍ରକାଶିତ ହେବ ।

Question ୫।
ଶିଷ୍ୟତ୍ ଇଚ୍ଛେତ୍ ପରାଜୟମ୍ – ଏହା ଅର୍ଥ ବୁଝାଇଲେଖ ।
Answer:
ଜଣେ ଆଦର୍ଶ ଗୁରୁ ସବୁବେଳେ ନିଜ ଶିଷ୍ୟକୁ ଶୀର୍ଷତମ ସୋପାନରେ ପହଞ୍ଚାଇବାର ଅଭିଳାଷ ପୋଷଣ କରିଥାଏ । ଏକମାତ୍ର ଗୁରୁ ହିଁ ଶିଷ୍ୟଠାରୁ ପରାଜିତ ହେବାର ମନୋବାଞ୍ଛା ରଖୁଥାଏ । ଅନ୍ୟ କୌଣସି ବ୍ୟକ୍ତି କାହା ନିକଟରେ ପରାଜୟ ସ୍ୱୀକାର କରିବାକୁ ଆଗ୍ରହୀ ନଥାନ୍ତି । କେବଳ ଜଣେ ଆଦର୍ଶ ଗୁରୁ ହିଁ ଏଭଳି ମନୋବାଞ୍ଛା ପୋଷଣ କରିପାରେ ।

Question ୬ ।
‘ଅତୀତକୁ ଉଦ୍‌ବୋଧଇ ବୃଥା ଭାଳି ଭାଳି’ – ଏହା କେଉଁ କବିଙ୍କ କେଉଁ କବିତାର ଏକ ଅଂଶ ? ଏହାର ତାତ୍ପର୍ଯ୍ୟ କ’ଣ ?
Answer:
ଉପରୋକ୍ତ ଧାଡ଼ିଟି ମଧୁସୂଦନ ରାଓଙ୍କ ରଚିତ ବିଖ୍ୟାତ କବିତା ‘ଜୀବନ ଚିନ୍ତା’ କବିତାର ଏକ ଧାଡ଼ି । ଏହାର ଅର୍ଥ ହେଉଛି ଅତୀତ କାଳର ସୁଖସଂପଦ ବିଷୟରେ ବୃଥା ଚିନ୍ତା କରିବା । ଏହା ଏକ ଅମୂଳକ ଚିନ୍ତାଧାରା । ବର୍ତ୍ତମାନ କିପରି ସୁଖସଂପଦ ପ୍ରାପ୍ତି ହୋଇପାରିବ ସେଥ‌ିପାଇଁ ଉଦ୍ୟମ ନକରି ଅତୀତକୁ ଝୁରିହେବା ମୁର୍ଖମିର ପରିଚାୟକ ।

ଲେଖକ ପରିଚୟ :

ଜଣେ ସ୍ୱନାମଧନ୍ୟ ଶିକ୍ଷାବିତ୍ ଓ ପ୍ରାବନ୍ଧିକ ଭାବେ ପ୍ରଫେସର ଶତ୍ରୁଘ୍ନ ନାଥ ଓଡ଼ିଆ ଭାଷା ସାହିତ୍ୟ କ୍ଷେତ୍ରରେ ଉଚ୍ଚ ବ୍ୟକ୍ତିତ୍ୱର ଅଧିକାରୀ । ଭଦ୍ରକ ଜିଲ୍ଲାର ଉତ୍ତରବାହିନୀ ଗ୍ରାମରେ ୧୯୧୫ ମସିହାରେ ସେ ଜନ୍ମଗ୍ରହଣ କରିଥିଲେ । ଜଣେ ଉଚ୍ଚକୋଟୀର ଶିକ୍ଷା-ପ୍ରଶାସକ ଓ ଚିନ୍ତାମୂଳକ ପ୍ରବନ୍ଧ ଲେଖକଭାବେ ପ୍ରଫେସର ନାଥ ବହୁ ପ୍ରସିଦ୍ଧି ଅର୍ଜନ କରିଛନ୍ତି । ମୌଳିକ ଶିକ୍ଷା ସଂଗଠକ, ଶିକ୍ଷା ଅଧ୍ୟାପକ ତଥା ଶିକ୍ଷକ-ପ୍ରଶିକ୍ଷଣ ମହାବିଦ୍ୟାଳୟ ଏବଂ ରାଜ୍ୟ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରି ସେ ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ କରିଥିଲେ । ତାଙ୍କର ଲିଖ ପୁସ୍ତକଗୁଡ଼ିକ ମଧ୍ୟରେ ‘ଜଗତରେ ଭାରତ’, ‘ପିଲାଙ୍କ ବିଲାତ କଥା’, ‘ଆମ ଭାଷା ବିଭବ’, ‘ବିଶ୍ବ ଓ ବ୍ୟକ୍ତି’, ‘ଶିକ୍ଷାର ଧାରା’ ଓ ‘ଜୀବନ ‘ଶିକ୍ଷାର ଧାରା’ ଓ ‘ଜୀବନ ଶିକ୍ଷା’ ପ୍ରଭୃତି ପ୍ରଧାନ । ‘ଚରାଚୟ ହିତାୟ’ ପୁସ୍ତକଟି ପ୍ରଫେସର ନାଥଙ୍କ ଆତ୍ମଜୀବନୀ ।

BSE Odisha 8th Class Odia Solutions Chapter 7 ଗୁରୁ-ଶିଷ୍ୟ ସମ୍ପର୍କ

ପ୍ରବନ୍ଧର ପୃଷ୍ଠଭୂମି :

ସଂପ୍ରତି ସମାଜରେ ଗୁରୁ ଓ ଶିଷ୍ୟର ସମ୍ପର୍କ ମଧ୍ୟରେ ବ୍ୟବଧାନ ବଢ଼ିବାରେ ଲାଗିଛି । ପୂର୍ବର ସେହି ମମତ୍ୱବୋଧ କ୍ରମଶଃ ଲୋପ ହୋଇ ତାହା ବ୍ୟାବସାୟିକ ହୋଇଉଠୁଛି । ପ୍ରାବନ୍ଧିକ ଏହା ଉପରେ ଗୁରୁତ୍ଵ ଦେଇ ପ୍ରତିକାର ସ୍ବରୂପ କିଛି ମୂଲ୍ୟବାନ୍ ପରାମର୍ଶ ପ୍ରଦାନ କରିଛନ୍ତି । ଶିକ୍ଷାବିତ୍ ଓ ବୁଦ୍ଧିଜୀବୀମାନେ ମଧ୍ୟ ଗୁରୁ ଓ ଶିଷ୍ୟ ମଧ୍ୟରେ ଉତ୍ତମ ସମ୍ପର୍କର ଆବଶ୍ୟକତା ଓ ମହତ୍ତ୍ଵ ଉପରେ ଗୁରୁତ୍ବ ଆରୋପ କରୁଛନ୍ତି । ଯଦିଓ ପ୍ରାଚୀନ କାଳର ଗୁରୁ-ଶିଷ୍ୟ ପରମ୍ପରା ସାମ୍ପ୍ରତିକ ଯୁଗରେ ସମ୍ଭବ ନୁହେଁ; ତଥାପି ଆଜିର ବସ୍ତୁବାଦୀ ସମାଜରେ ଏ ଦିଗରେ କିଛି ଆଦୃଶିଆ ପଦକ୍ଷେପ ନିଆ ନଗଲେ ଶିକ୍ଷା ବ୍ୟବସ୍ଥା ନିମ୍ନମୁଖୀ ହୋଇପଡ଼ିବ । ଛାତ୍ରର ଅନ୍ତର୍ନିହିତ ପ୍ରତିଭା ବିକଶିତ କରାଇବାରେ ଶିକ୍ଷକ ଓ ଛାତ୍ର ମଧ୍ୟରେ ସମ୍ପର୍କରେ ଉନ୍ନତି ଅବଶ୍ୟମ୍ଭାବୀ ହୋଇପଡ଼ିଛି । ଏହି ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ପ୍ରବନ୍ଧଟି ଆଧାରିତ । ଏହା ପ୍ରାବନ୍ଧିକଙ୍କ ‘ଜୀବନ ଶିକ୍ଷା’ ଶୀର୍ଷକ ପୁସ୍ତକରୁ ଗୃହୀତ ।

ପ୍ରବନ୍ଧର ସାରକଥା :
ଗୁରୁଙ୍କୁ ଈଶ୍ବର ଜ୍ଞାନ କରିବା ଗୁରୁକୁଳ ପରମ୍ପରାର ଆଦର୍ଶ ଥିଲେ ମଧ୍ୟ ଆଜିର ଯୁଗରେ ଏହା ଅବାସ୍ତବ, ଅବାନ୍ତର ଓ ଅପ୍ରାସଙ୍ଗିକ ବିବେଚିତ ହେଉଅଛି । ବୟୋବୃଦ୍ଧମାନେ ପୂର୍ବକାଳର ଶିକ୍ଷା ବ୍ୟବସ୍ଥା ଓ ଗୁରୁ-ଶିଷ୍ୟ ସମ୍ପର୍କ ସ୍ମରଣ କରି ହତୋତ୍ସାହିତ ହୋଇପଡୁଛନ୍ତି । ସମ୍ପ୍ରତି ଶିକ୍ଷକମାନେ ଗୁରୁ ରୂପେ ପରିଚିତ ହେବା ପରି କାର୍ଯ୍ୟରେ ଆଗ୍ରହୀ ନୁହଁନ୍ତି କିମ୍ବା ଆଜିକାଲି ଶାସନ ବିରୋଧରେ ବିଦ୍ରୋହୀ ଓ ବିପ୍ଳବୀ ହୋଇ ଉଠୁଛନ୍ତି । ସେମାନଙ୍କ ପାଇଁ ଶାସନ ସମ୍ଭବତଃ ଅପ୍ରାସଙ୍ଗିକ ଓ ଆଜିକାଲି ଶାସନ ବିରୋଧରେ ବିଦ୍ରୋହୀ ଓ ବିପ୍ଳବୀ ହୋଇ ଉଠୁଛନ୍ତି । ସେମାନଙ୍କ ପାଇଁ ଶାସନ ସମ୍ଭବତଃ ଅପ୍ରାସଙ୍ଗିକ ଓ ପ୍ରଗତିର ପରିପନ୍ଥୀ ଭାବେ ଗୃହୀତ ହୋଇଛି ।

ଗୁରୁ ଓ ଶିଷ୍ୟ ଶବ୍ଦ ଦ୍ଵୟ ଏବେ କେବଳ ଅଭିଧାନର ଦୁଇଟି ଶବ୍ଦରେ ରୂପାନ୍ତରିତ ହୋଇଛି । ସମ୍ପ୍ରତି ଗୁରୁ ଓ ଶିଷ୍ୟ ଉଭୟ ଶଠତା, ସଂକୀର୍ଣ୍ଣତା, ସ୍ବାର୍ଥାନ୍ଧତା, ହିଂସା ଓ ହୁଙ୍କାର ଆଦି ଆଚରଣର ଭୂମିକା ଗ୍ରହଣ କରୁଛନ୍ତି । କାଳର କରାଳ ଗତିରେ ମୂଲ୍ୟବୋଧର ଅବକ୍ଷୟ ଘଟିଛି । ଗୁରୁ, ଶିଷ୍ୟର ପ୍ରାଣ ପରିଚାୟକ ହେଉନାହିଁ କି ବିଦ୍ୟା ମଧ୍ୟ ଆଉ ମୁକ୍ତିକାମୀ ବୋଲି ବିବେଚିତ ହେଉନାହିଁ । ଗୁରୁ-ଶିଷ୍ୟ ସମ୍ପର୍କର ଅଧୋଗତି ହେବାରେ ଲାଗିଛି ।

କୌଣସି ଦେଶର ଗୌରବ, ସେ ଦେଶର ଲୋକଚରିତ୍ର ଉପରେ ନିର୍ଭର କରେ । ଜାତିର ଜୟଗାଥାର ମୂଳପିଣ୍ଡ ହେଉଛି ଜୀବନ । ସେହି ଜୀବନର ନିର୍ମାଣ ବିଦ୍ୟାଳୟରେ ହିଁ ହୋଇଥାଏ । ଜୀବନ ସୌଧର ମୂଳଭିଭି ଶିକ୍ଷାଳୟରେ ପଡ଼ିଥାଏ । ସେଠାରେ ବିଧ୍ଵବଦ୍ଧ ଭାବେ ଚରିତ୍ର ଗଠନ ହୁଏ । ଶିକ୍ଷକ ହିଁ ଶିକ୍ଷାୟତନକୁ ସତ୍ୟ-ଶିବ-ସୁନ୍ଦରରେ ପରିଣତ କରନ୍ତି । ଏହି ନୀତି ଗୁରୁକୁଳର ଶିକ୍ଷାକୁ ପରଚାଳିତ କରୁଥିଲା । ସମ୍ପ୍ରତି ସମାଜ ଯେପରି ଜଟିଳତା ଦିଗକୁ ଅଗ୍ରସର ହେବାରେ ଲାଗିଛି, ଗୁରୁ-ଶିଷ୍ୟ ସମ୍ପର୍କର ପୁନଃସ୍ଥାପନ ଗୁରୁତ୍ଵପୂର୍ଣ୍ଣ ହୋଇଉଠିଛି ।

ପିତାମାତା ଜନ୍ମଦାତା । ଜନ୍ମଦାନ ପରେ ତାଙ୍କ କର୍ତ୍ତବ୍ୟର ସମାପ୍ତି । ମାତ୍ର ପରବର୍ତୀ ଦାୟିତ୍ଵ ଶିକ୍ଷକଙ୍କର । ଶିକ୍ଷକଙ୍କ ଶିକ୍ଷା ଚିରନ୍ତନ । ଜୀବନ-ବ୍ୟାପୀ କୋଟି କୋଟି ପ୍ରାଣ ଶିକ୍ଷକଙ୍କଦ୍ବାରା ଗଠିତ ଓ ପ୍ରଭାବିତ ହୁଏ । ଏହି କାଳଜୟୀ ପ୍ରଭାବ ବିଷୟରେ ଶିକ୍ଷାୟତନର ସଚେତନତା ସର୍ବାଦୌ ଆବଶ୍ୟକ । ପ୍ରାଚୀନ କାଳରୁ ଶିକ୍ଷକଙ୍କ ବିରଳ ଆତ୍ମତ୍ୟାଗର ଦୃଷ୍ଟାନ୍ତ ଶିକ୍ଷା ଓ ସେବା କ୍ଷେତ୍ରକୁ ବହୁଳ ଭାବେ ଋଦ୍ଧିମନ୍ତ କରିଛି । ପଠନ-ପାଠନର ସତ୍ୟନିଷ୍ଠ ସାଧନା ଶିକ୍ଷାର ଇତିହାସକୁ ମହିମାନ୍ବିତ କରିଛି । ଆଜିର ଦୁନିଆରେ ପଠନ ବିରହିତ ପାଠନ କେବଳ ଶୁଷ୍କ ବକ୍ତୃତା ବା ବଖାଣରେ ପରିଣତ ହୋଇଛି ।

ପ୍ରଭାବକାରୀ ପ୍ରାଣର ପ୍ରାଚୁର୍ଯ୍ୟ ଗୁରୁ ଜୀବନକୁ ଗରୀୟାନ କରେ । ଆଦର୍ଶର ମହିମାରେ ତାହା ଜୀବନ୍ତ ହୁଏ । ସେଥ‌ିପାଇଁ ଗୁରୁଙ୍କ ସ୍ଥାନ ବହୁ ଉଚ୍ଚରେ, ଶିକ୍ଷାପଦ୍ଧତିର ବହୁ ଊର୍ଦ୍ଧ୍ବରେ । ତେଣୁ ଯୁଗେ ଯୁଗେ ସେ କେବଳ ଶିକ୍ଷାର୍ଥୀଙ୍କର ନୁହଁନ୍ତି, ସମଗ୍ର ସମାଜର ନମସ୍ୟ । ଗୁରୁଙ୍କର ମାତ୍ର ପଦୁଟିଏ କଥା ଶିଷ୍ୟ ପ୍ରାଣରେ ବହୁଭାବେ ଉଦ୍ଭାସିତ ହୁଏ । ଗୁରୁଙ୍କର ସତ୍ୟ ପ୍ରତି ସମର୍ପଣ ଓ ନିଷ୍ଠାପର ଜ୍ଞାନଦାନରେ ଶିଷ୍ୟର ଜ୍ଞାନପିପାସା ବୃଦ୍ଧି ପାଏ । ଶିକ୍ଷା ପ୍ରକ୍ରିୟାର କେନ୍ଦ୍ରରେ ଅବସ୍ଥିତ ଶିଷ୍ୟର ଶିକ୍ଷା ପ୍ରତି ଶ୍ରଦ୍ଧା ରହିବା ଆବଶ୍ୟକ । ତେଣୁ କୁହାଯାଇଛି

‘ଶ୍ରଦ୍ଧାବାନ ଲଭତେ ଜ୍ଞାନମ୍’’

ଶିଷ୍ୟ ଶ୍ରଦ୍ଧାବାନ ହେବା ସହ ସ୍ୱାଧ୍ୟାୟୀ ହେବେ ଓ ବିଦ୍ୟାନୁରାଗୀ ହେବେ । ଏହାଦ୍ଵାରା ଗୁରୁ-ଶିଷ୍ୟ ସମ୍ପର୍କର ମୂଳମନ୍ତ୍ର କାର୍ଯ୍ୟତଃ ପ୍ରକାଶ ପାଇବ । ଗୁରୁ ‘ଶିଷ୍ୟପରାୟଣ’ ହେବେ ଓ ଶିଷ୍ୟ ମଧ୍ୟ ‘ଗୁରୁପରାୟଣ’ ହେବେ । ଉଭୟ ଗୁରୁ ଓ ଶିଷ୍ୟ ‘ବିଦ୍ୟାପରାୟଣ’ ହେବେ ଓ ସେମାନଙ୍କ ବିଦ୍ୟା ‘ସେବାପରାୟଣ’ ହେବ । କାରଣ ଅଧ୍ୟୟନ ବିନା ଅଧ୍ୟାପନା କଦାପି ସଫଳ ହୋଇପାରିବ ନାହିଁ । ଏହି ଶିକ୍ଷାରେ ଗୁରୁ, ଶିଷ୍ୟ, ଅଭିଭାବକ ଓ ସମାଜ ଜଡ଼ିତ ହେବା ବାଞ୍ଛନୀୟ ।

ସାମ୍ପ୍ରତିକ ଯୁଗରେ ଗୁରୁ-ଶିଷ୍ୟ ସମ୍ପର୍କର ନିବିଡ଼ତା କ୍ରମକ୍ଷୟିଷ୍ଣୁ ହୋଇ କଳୁଷିତ ହେବାରେ ଲାଗିଛି । ସନ୍ଦେହ, ଶଙ୍କା, କୁତ୍ସା ଓ କଳଙ୍କ-କାଳିମାରେ ଶିକ୍ଷାର ସ୍ବରୂପ କୁରୂପ ଧାରଣ କରୁଛି । ଶିକ୍ଷାର ପ୍ରସାର ଓ ଶିକ୍ଷାୟତନର ସଂଖ୍ୟା ବୃଦ୍ଧି ସଙ୍ଗେ ସଙ୍ଗେ ଗୁରୁ ଓ ଶିଷ୍ୟ ମଧ୍ୟରେ ଦୂରତ୍ବ ବୃଦ୍ଧି ପାଉଛି । ଫଳରେ ବ୍ୟକ୍ତିର ପ୍ରତିଭା ଓ ଜାତୀୟ ନୈପୁଣ୍ୟର ବିକାଶ ହୋଇପାରୁ ନାହିଁ । ଶିକ୍ଷାଳୟ ସମାଜଠାରୁ ଦୂରେଇଯାଉଛି । ବିଦ୍ୟା ପ୍ରତି ଶ୍ରଦ୍ଧା ପରିବର୍ତ୍ତେ ଜୀବନ, ସମୟ, ଶକ୍ତି ଓ ଅର୍ଥ ଶ୍ରାଦ୍ଧ ହିଁ ସାର ହେଉଛି । ଆଧ୍ୟାତ୍ମିକ ଶକ୍ତିର ସଞ୍ଚାର ଘଟିବା ପରିବର୍ତ୍ତେ ଆସୁରିକ ଶକ୍ତିର ତାଣ୍ଡବଲୀଳା ସଂଗଠିତ ହେଉଛି । ଛାତ୍ର, ଶିକ୍ଷକ, ଅଭିଭାବକ ଓ ସମାଜ ମଧ୍ୟରେ ସହଯୋଗ ସୂତ୍ର କ୍ରମେ ବିଲୁପ୍ତ ହେଉଛି । ବରଂ ସଂକୀର୍ଣ୍ଣ ସ୍ବାର୍ଥ ସାଧନ ପାଇଁ ପ୍ରତିଦ୍ବନ୍ଦିତା ଚାଲିଛି । ଶିକ୍ଷା ଆଉ ଗଣପ୍ରକ୍ରିୟା ନ ହୋଇ ମୁଷ୍ଟିମେୟ ଲୋକଙ୍କ ବ୍ୟବସାୟରେ ପରିଣତ ହେଉଛି ।

ସମ୍ପ୍ରତି ଶିକ୍ଷା ପୁସ୍ତକ-କୈନ୍ଦ୍ରିକ ହୋଇଉଠିଛି । ମୁଖସ୍ଥକରଣ ଖୁବ୍ ଗୌରବ ଅର୍ଜନ କରିଛି । ଏହା ଗୁରୁ-ଶିଷ୍ୟ ସମ୍ପର୍କ ସ୍ଥାପନର ପରିପନ୍ଥୀ ଅଟେ । କାମର ଜଗତ ଓ ପାଠର ଜଗତ ମଧ୍ୟରେ ବ୍ୟବଧାନ ବଢ଼ି ବଢ଼ି ଚାଲିଛି । ଶିକ୍ଷାୟତନର ସୌଧ ସମାଜଠାରୁ କ୍ରମେ ବିଚ୍ଛିନ୍ନ ହେବାରେ ଲାଗିଛି । ଶିକ୍ଷା ପ୍ରଣାଳୀ, ପରୀକ୍ଷା ଓ ପ୍ରଶାସନ ଆଦି ସକଳ କ୍ଷେତ୍ର ଗୁରୁ ଓ ଶିଷ୍ୟ

ମଧ୍ୟରେ ସମ୍ପର୍କ ପ୍ରତିଷ୍ଠାରେ ସହାୟକ ହେଉନାହିଁ । ସବୁ କ୍ଷେତ୍ରରେ ରାଜନୀତିର କଳୁଷିତ ଅନୁପ୍ରବେଶ ଏ କ୍ଷେତ୍ରରେ ପ୍ରଧାନ ଅନ୍ତରାୟ ସାଜିଛି । ଶିକ୍ଷା ଯେ ଏକ ସହଯୋଗୀ ବିକାଶମୂଳକ କାର୍ଯ୍ୟକ୍ରମ – ଏହା ସାବ୍ୟସ୍ତ ହୋଇପାରୁନାହିଁ । କେବଳ କାଗଜପତ୍ରରେ ବିକାଶ ରୂପ ନେଉଛି; ମାତ୍ର ପ୍ରତିଭା ପରିପୂର୍ଣ୍ଣ ପରିପ୍ରକାଶ କ୍ଵଚିତ୍ ଦେଖାଯାଉଚ୍ଛା

ଗୁରୁ-ଶିଷ୍ୟ ସମ୍ପର୍କରେ ଉନ୍ନତି ଆଜିର ଚରମ ଆବଶ୍ୟକତା । ଏ ଦୃଷ୍ଟିରୁ ପ୍ରତ୍ୟେକ ଅନୁଷ୍ଠାନକୁ ସାମାଜିକ ଦାୟିତ୍ୱ ବହନ କରିବାକୁ ପଡ଼ିବ । ଏକ ସାମାଜିକ ଲକ୍ଷ୍ୟ ନେଇ ଶିକ୍ଷା ବ୍ୟବସ୍ଥାର ପରିବର୍ତ୍ତନ ଆବଶ୍ୟକ, ଯେପରି ଶିକ୍ଷା ପ୍ରତ୍ୟେକ ସ୍ତରରେ ସମାଜସେବାର ଏକ ଅଙ୍ଗଭାବେ ପରିଗଣିତ ହେବ । ଶିକ୍ଷାନୁଷ୍ଠାନରେ ଶ୍ରେଣୀ ଅନ୍ତର୍ଗତ ଓ ବହିର୍ଭୂତ କାର୍ଯ୍ୟଗୁଡ଼ିକ ସାମାଜିକ ସମସ୍ୟା ଓ ପ୍ରସଙ୍ଗ ସହ ସମ୍ପର୍କୀକୃତ ହେବ । ଫଳତଃ ସମସ୍ତ କାର୍ଯ୍ୟ ଗତିଶୀଳ ହେବ । ଶିକ୍ଷାୟତନର ସମସ୍ତ ସମୟ ଯଦି କେତେ ଖଣ୍ଡ ପାଠ୍ୟପୁସ୍ତକକୁ ବାରମ୍ବାର ପୁନରାବୃତ୍ତି କରିବାରେ ଆବଦ୍ଧ ହେବ ତେବେ ସମସାମୟିକ ସମାଜ ପ୍ରତି ଏହା ଅର୍ଥହୀନ ହୋଇପଡ଼ିବ ।

ପରିବର୍ତ୍ତନଶୀଳ ସମାଜରେ ବିକାଶମୂଳକ କାର୍ଯ୍ୟକ୍ରମଦ୍ୱାରା ସାମାଜିକ ଜୀବନ ନିରନ୍ତର ପ୍ରଭାବିତ ହେବାରେ ଲାଗିଛି । ଜ୍ଞାନର ପରିସୀମା ଦ୍ରୁତଗତିରେ ବିସ୍ତାରିତ ହେଉଛି । ସଂସ୍କୃତିର ସ୍ଵରୂପ ସମୃଦ୍ଧ ହେବାରେ ଲାଗିଛି । ତେଣୁ ଗୁରୁ- ଶିଷ୍ୟ ଓ ଅଭିଭାବକଙ୍କ ସମ୍ମିଳିତ ଉଦ୍ୟମରେ ବିଭିନ୍ନ ପ୍ରକଳ୍ପ ପ୍ରସ୍ତୁତ କରି ତାହା ଯେପରି ସାମାଜିକ ପ୍ରଗତିରେ ସହାୟକ ହେବ ଏବଂ ଛାତ୍ରର ଅନ୍ତର୍ନିହିତ ଗୁଣାବଳୀ ତଥା ପ୍ରତିଭାର ପୂର୍ଣ୍ଣ ବିକାଶ ହେବା ସହ ଶିକ୍ଷାର ଲକ୍ଷ୍ୟ ସାଧୂତ ହେବ ସେ ଦିଗରେ ଦୃଷ୍ଟି ଦିଆଯିବା ଆବଶ୍ୟକ । ସମ୍ପ୍ରତି ବିଜ୍ଞାନ ଓ କାରିଗରୀ ବିଦ୍ୟାର ଦ୍ରୁତ ବିକାଶର ପ୍ରଭାବରେ ରେଡ଼ିଓ, ଟେଲିଭିଜନ ଓ ଚଳଚ୍ଚିତ୍ର ଆମୋଦ ଓ ଆନନ୍ଦ ପ୍ରଦାନରେ ସହାୟକ ହେବା ସହ ଶିକ୍ଷାର ଏକ ଅଭିନବ ଉତ୍ସଭାବେ କାର୍ଯ୍ୟ କରୁଛି । ପୂର୍ବଭଳି ଗୁରୁ ଏକ ମାତ୍ର ଜ୍ଞାନଦାତା ହୋଇ ରହିନାହାନ୍ତି କିମ୍ବା ଶ୍ରେଣୀଗୃହ ଜ୍ଞାନାର୍ଜନର ଏକମାତ୍ର ପରିସର ହୋଇ ରହିନାହିଁ ।

ତେଣୁ ଏପରିସ୍ଥଳେ ଗୁରୁ-ଶିଷ୍ୟ ମଧ୍ୟରେ ସମ୍ପର୍କ ଶିକ୍ଷାଲାଭରେ ପ୍ରାସ୍କାର-ଭିଭିକ ନହୋଇ ସହାୟକ ଓ ସହଯୋଗୀ ହେବା ବାଞ୍ଛନୀୟ । ଶିକ୍ଷାଳୟ କେବଳ ଏକ ପାରମ୍ପରିକ ଅନୁଷ୍ଠାନ ନହୋଇ ଏକ ସାମାଜିକ ଗବେଷଣାଗାର ହୋଇଉଠିବା ଆବଶ୍ୟକ । ଫଳତଃ ସମାଜର ସୁରକ୍ଷା ଓ ନୂତନ ସମାଜର ସୃଷ୍ଟି କରିବା ଦିଗରେ ଏହା କାର୍ଯ୍ୟ କରିଚାଲିବ । ପାଠ୍ୟପୁସ୍ତକ, ପାଠ୍ୟ ତାଲିକା ଓ ପରୀକ୍ଷାର ଦାସ ନ ହୋଇ ଗୁରୁ ଓ ଶିଷ୍ୟ ଉଭୟ କିପରି ଉନ୍ମୁକ୍ତ ପରିବେଶରେ ସାମାଜିକ ସମସ୍ୟା ସମାଧାନରେ ସହାୟକ ହୋଇପାରିବେ ସେ ଦିଗରେ ଦୃଷ୍ଟିଦେବା ଆବଶ୍ୟକ, ଯଦ୍ବାରା ଉଭୟ ଗୁରୁ ଓ ଶିଷ୍ୟ ଶିକ୍ଷାର ପୁନର୍ଗଠନରେ ସହାୟକ ହୋଇପାରିବୋ

ସୂଚନା ଓ କଠିନ ଶବ୍ଦାର୍ଥ :

  • ଗୁରୁକୁଳ – ପ୍ରାଚାନ ସମୟର ଶିକ୍ଷାଳୟ। ପୂର୍ବେ ଜଣେ ଜଣେ ଗୁରୁଙ୍କ ଦତ୍ତାବଧାନରେ ଥାଇ ଶିଷ୍ୟମାନେ ଶିକ୍ଷା ପ୍ରରୁଥ୍ ଲୋ
  • କାଳାତାତ – ଯାହା କୌଶସି ନିର୍ଦ୍ଦିଷ୍ଟ ସମୟର ସାମା ମଧ୍ୟରେ ଆବଦ୍ଧ ହୋଇ ରହିଥାଏ।
  • ଇତିବୃତ୍ତ – ଇତିହାସ / ପ୍ରାଚୀନ କଥା ।
  • ସମାପ – ନିକଟା
  • ଉନୁଖ – ଉସ୍କୁକ / ତାପର / ଆଗ୍ରହା ।
  • ପରିପନ୍ଥା – ବିରୋଧୀ / ବିପକ୍ଷ / ପ୍ରତିରୋଧକା
  • ଘ।ତକ – ହତ୍ୟାକାରା ।
  • ଚିରନ୍ତନ – ଅତି ଉତ୍ଵଳା
  • ବିରହିତ – ବିହାନ / ବିଯୁକ୍ତ
  • ମୂଲ୍ୟବୋଧ – ଗୁରୁକୁଳ – ପ୍ରାଚାନ ସମୟର ଶିକ୍ଷାଳୟ। ପୂର୍ବେ ଜଣେ ଜଣେ ଗୁରୁଙ୍କ ତତ୍ତ୍। ବଧାନରେ ଥାଇ ଶିଷ୍ୟମାନେ ଶିକ୍ଷା ଗ୍ରହଣ କରୁଥ୍ଲେ।
  • ଅବିଛେଦ୍ୟ – ଯାହାକୁ ବିଚ୍ଛିନ୍ନ ବା ଅଲଗା କରିହୁଏ ନାହିଁ ।
  • ନିୟାମକ – ଯେ ନିୟମ ନିର୍ଦ୍ଧାରଣ କରେ | ପରିଚାଳକ ।
  • ସୃଷ୍ଟିମେୟ -ଅଳ୍ପ ସଂଖ୍ୟକ / ଗୋଟିଏ ମୁଠା ଭିତରେ ମାପି ହେଉଥୁବା ଭଳି ପରିମାଣ ।
  • ସଂସୃତି – ଲୋକ ଚଳଣି (ଭାଷା, ରୁଚି, ନୀତି, ଖାଦ୍ୟପେୟ, ବେଶଭୂଷା, କଳା, ଭାସ୍କର୍ଯ୍ୟ, ଧର୍ମଧାରା ଇତ୍ୟାଦି ସଂସ୍କୃତିର ଅନ୍ତଭୁକ୍ତ ।)
  • ‘‘ଅତୀତକୁ ଉଦ୍‌ବୋଧଇ ବୃଥା ଭାଳି ଭାଳି’’– ଅତୀତର ପ୍ରାପ୍ତି ବା ସୁଖସମ୍ପଦ ସମ୍ବନ୍ଧରେ ଭାଳିହେବା । ଏହି ଅଂଶଟି ମଧୁସୂଦନ ରାଓଙ୍କ ବିଖ୍ୟାତ କବିତା ‘ଜୀବନ ଚିନ୍ତା ର ଏକ ଧାଡ଼ି ।
  • ଶିଷ୍ୟତ୍ ଇଚ୍ଛେତ୍ ପରାଜୟମ୍ – ଶିଷ୍ୟଠାରୁ ଗୁରୁ ନିଜର ପରାଜୟ ଇଚ୍ଛା କରିବା ଆବଶ୍ୟକ । ଏହା ହେଉଛି ଜଣେ ଆଦର୍ଶ ଗୁରୁର ଅର୍ଭିଳାଷା
  • ତେଜସ୍ବିନାବଧୀତମସ୍ତୁ – ‘କଠୋପନିଷଦ୍’ ଅନ୍ତର୍ଗତ ଶାନ୍ତିପାଠର ଅଂଶବିଶେଷ । (ନୌ ଅଧୀତମ୍ ତେଜସ୍ୱ ଅସ୍ତୁ) ଆମ ଗୁରୁ ଓ ଶିଷ୍ୟଙ୍କ ଦ୍ଵାରା ଅଧ୍ୟୟନ କରାଯାଇଥ‌ିବା ବିଦ୍ୟା ତେଜୋମୟୀ ହେଉ । ପୂରାକାଳରେ ଗୁରୁ ଓ ଶିଷ୍ୟ ଶାନ୍ତିପାଠ
  • କରିବା ସମୟରେ ମିଳିତ ଭାବରେ ଏହି ବାଣୀ ଉଚ୍ଚାରଣ କରୁଥିଲେ ।

କେତୋଟି ନୂତନ ଶବ୍ଦ ଓ ଏହାର ଅର୍ଥ :

  • ବିଭୋର – କୌଣସି ଚିନ୍ତାରେ ବୁଡ଼ି ରହିବା / ନିମଜ୍ଜିତ ହୋଇ ରହିବା
  • ଅପ୍ରାସଙ୍ଗକ – ଯାହା ପ୍ର।ସଙ୍ଗିକ ନୁହେଁ / ମୂଲ୍ୟହାନ
  • ବିଭୋର – କୌଶସି ଚିନ୍ତ୍ର।ରେ ଚୁଡି ରହିବା / ନିମଜ୍ଜିତ ହୋଇ ରହିବା
  • ରଦ୍ଧିମନ୍ତ – ଭାଗ୍ୟବାନ୍ / ସମୃଦ୍ଧିଶାଳା
  • ମାନାଷା – ମହାପୁରୁଷ / ବିଜ୍ଞ ବ୍ୟକ୍ତି
  • କୁତ୍ସା – ନିନ୍ଦା / ଗାଳି
  • ପ୍ରାଧ୍ କାର – ଅଧିକାର
  • ଅଭେଦତ୍ଵ ସୌଧ – ଏକତା ବା ସମତାର ସୌଧ
  • ବଖାଣ – କହିବା / ମୁଖରେ ଆବୃତ୍ତି କରିବା
  • ସ୍ଵାଧଧ୍ୟ୍ୟାୟ – ନିଜେ ଅଧ୍ୟୟନ
  • ନୈପୁଣ୍ୟ – ନିପୁଣଭାବ / ସିଦ୍ଧହସ୍ତ

CHSE Odisha Class 12 Economics Chapter 16 Short Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 16 ରାଷ୍ଟ୍ରବିତ୍ତ Short Answer Questions.

CHSE Odisha 12th Class Economics Chapter 16 Short Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି / ତିନୋଟି ବାକ୍ୟରେ ଉତ୍ତର ଦିଅ ।

1. ରାଷ୍ଟ୍ରବିତ୍ତ କାହାକୁ କୁହାଯାଏ ?
Answer:
ସମସ୍ତ ସରକାରୀ ସଂସ୍ଥାର ଆୟ-ବ୍ୟୟ ସମ୍ବନ୍ଧୀୟ ବିଜ୍ଞାନ ହିଁ ରାଷ୍ଟ୍ରବିତ୍ତ । ଅତଏବ ରାଷ୍ଟ୍ରୀୟ ବିତ୍ତ କହିଲେ ସରକାରୀ କର୍ତ୍ତୃପକ୍ଷଙ୍କ ସମ୍ପଦ ବିନିଯୋଗ, ଏହାର ବଣ୍ଟନ, ଆର୍ଥିକ ସ୍ଥିରତା ଏବଂ ଜନକଲ୍ୟାଣ କାର୍ଯ୍ୟକୁ ବୁଝାଏ । ଅର୍ଥାତ୍ ଏହା ସରକାରଙ୍କ ଆୟବ୍ୟୟ କାର୍ଯ୍ୟାବଳୀର ଆଲୋଚନା କରେ ।

2. ଉନ୍ନୟନ ବ୍ୟୟ କ’ଣ ?
Answer:
ଯେଉଁ ସରକାରୀ ବ୍ୟୟ ଅର୍ଥନୈତିକ ବିକାଶ ନିମନ୍ତେ ସହାୟତା ପ୍ରଦାନ କରେ, ତାହା ଉନ୍ନୟନ ବ୍ୟୟ । ଜାତୀୟ ଆୟ ବୃଦ୍ଧି ସହିତ ସାମାଜିକ ଓ ଅର୍ଥନୈତିକ ବିକାଶ ଉନ୍ନୟନ ବ୍ୟୟର ପ୍ରମୁଖ ଆଭିମୁଖ୍ୟ । କୃଷି, ଶିଳ୍ପ, ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନ ଇତ୍ୟାଦିର ଉନ୍ନତି ପାଇଁ ହେଉଥ‌ିବା ସରକାରୀ ବ୍ୟୟକୁ ଉନ୍ନୟନ ବ୍ୟୟ କୁହାଯାଏ ।

3. ଅଣଉନ୍ନୟନ ବ୍ୟୟ କ’ଣ ?
Answer:
ସରକାର ଏପରି କେତେକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ବ୍ୟୟ କରିଥା’ନ୍ତି ଯେଉଁଗୁଡ଼ିକ ଅତ୍ୟାବଶ୍ୟକ ହୋଇଥିଲେ ମଧ୍ୟ ବିକାଶ କ୍ଷେତ୍ରରେ ସହାୟତା ପ୍ରଦାନ କରନ୍ତି ନାହିଁ । ଏପରି ସମସ୍ତ ସରକାରୀ ବ୍ୟୟକୁ ଅଣଉନ୍ନୟନ ବ୍ୟୟ କୁହାଯାଏ । ଆଇନ ଓ ଶୃଙ୍ଖଳା, ପ୍ରତିରକ୍ଷା, ପ୍ରଶାସନ ଇତ୍ୟାଦି ପାଇଁ ସରକାର କରୁଥିବା ବ୍ୟୟ ଅଣଉନ୍ନୟନ ବ୍ୟୟରେ ଅନ୍ତର୍ଭୁକ୍ତ ।

CHSE Odisha Class 12 Economics Chapter 16 Short Answer Questions in Odia Medium

4. ରାଜସ୍ବ ବ୍ୟୟ କ’ଣ ?
Answer:
ରାଷ୍ଟ୍ରର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ନିମନ୍ତେ କରାଯାଉଥ‌ିବା ରାଷ୍ଟ୍ରୀୟ ବ୍ୟୟକୁ ରାଜସ୍ୱ ବ୍ୟୟ କୁହାଯାଏ । କୌଣସି ପରିସମ୍ପତ୍ତି ସୃଷ୍ଟି ଏହାର ଉଦ୍ଦେଶ୍ୟ ନୁହେଁ । ବିଭିନ୍ନ ସରକାରୀ ବିଭାଗର ସାଧାରଣ କାର୍ଯ୍ୟ ସମ୍ପାଦନ ପାଇଁ ରାଜସ୍ଵ ବ୍ୟୟ କରାଯାଏ ।

5. ପୁଞ୍ଜି ବ୍ୟୟ କ’ଣ ?
Answer:
ରାଷ୍ଟ୍ର ପରିସମ୍ପତ୍ତି ସୃଷ୍ଟି ପାଇଁ ଯେଉଁ ବ୍ୟୟ କରିଥାଏ, ତାହାକୁ ପୁଞ୍ଜି ବ୍ୟୟ କୁହାଯାଏ । ଏହି ବ୍ୟୟ ରାଷ୍ଟ୍ରର ଉତ୍ପାଦନ କ୍ଷମତା ବୃଦ୍ଧି କରିବା ପାଇଁ ସହାୟତା ପ୍ରଦାନ କରେ । ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ପାଇଁ ରାଷ୍ଟ୍ର ଯେଉଁ ବ୍ୟୟ ବରାଦ କରିଥାଏ, ତାହା ପୁଞ୍ଜି ବ୍ୟୟରେ   ଅନ୍ତର୍ଭୁକ୍ତ ।

6. ଯୋଜନା ବ୍ୟୟ କ’ଣ ?
Answer:
ଯେଉଁ ବ୍ୟୟ ପାଇଁ ରାଷ୍ଟ୍ରୀୟ ଯୋଜନାର ଅନୁମୋଦନ ଆବଶ୍ୟକ, ତାହା ଯୋଜନା ବ୍ୟୟ । ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ଆବଶ୍ୟକତା ଅନୁସାରେ ନୂତନ ଭାବେ ପ୍ରସ୍ତାବିତ ଓ ଅନୁମୋଦିତ ବ୍ୟୟକୁ ଯୋଜନା ବ୍ୟୟ କୁହାଯାଏ । ନୂତନ ରାସ୍ତା, ବନ୍ଧ ଇତ୍ୟାଦିର ନିର୍ମାଣଜନିତ ବ୍ୟୟ ହେଉଛି ଯୋଜନା ବ୍ୟୟ ।

7. ଅଣଯୋଜନା ବ୍ୟୟ କ’’ଣ ?
Answer:
ଯେଉଁ ସରକାରୀ ବ୍ୟୟ ନିମନ୍ତେ ରାଷ୍ଟ୍ରୀୟ ଯୋଜନାର ଅନୁମୋଦନ ଆବଶ୍ୟକ ହୋଇନଥାଏ, ତାହା ଅଣଯୋଜନା ବ୍ୟୟ । ଏହି ବ୍ୟୟଭାର ବହନ କରିବାପାଇଁ ସରକାର ବାଧ୍ୟ । ସ୍ଥାୟୀ କର୍ମଚାରୀମାନଙ୍କ ଦରମା ଓ ପେନ୍‌ସନ୍, ସୁଧ, ପରିଶୋଧ, ଦେଶରକ୍ଷା ପାଇଁ ହେଉଥ‌ିବା ବ୍ୟୟ ହେଉଛି ଅଣଯୋଜନା ବ୍ୟୟ ।

8. କରାଘାତ କ’ଣ ?
Answer:
କରାଘାତ ହେଉଛି କରର ମୂଳ ବୋଝ । ଏହା ମୂଳ କର ଧାର୍ଯ୍ୟ ବିନ୍ଦୁ । ଯେଉଁ ବ୍ୟକ୍ତି ପ୍ରଥମେ କରର ବୋଝ ବହନ କରେ କିମ୍ବା ସରକାରଙ୍କୁ ପ୍ରତ୍ୟକ୍ଷ ଭାବେ କର ପ୍ରଦାନ କରେ, ତାଙ୍କ ଉପରେ କରାଘାତ ହେଲା ବୋଲି କୁହାଯାଏ ।

9. କରାପାତ କ’ଣ ?
Answer:
ପରିଶେଷରେ କର ବୋଝ ବହନ କରୁଥିବା ବ୍ୟକ୍ତିଙ୍କ ଉପରେ କରାପାତ ହୋଇଥାଏ । ଏହା କର ସ୍ଥାନାନ୍ତରଣର ଅନ୍ତିମ ପରିଣାମ । କରାନ୍ତକରଣର ଶେଷ ବିନ୍ଦୁ ହେଉଛି କରାପାତ ।

10. କର ସ୍ଥାନାନ୍ତରଣ କ’ଣ ?
Answer:
ଯେଉଁ ପ୍ରକ୍ରିୟାରେ କରଭାର ବାରମ୍ବାର ସ୍ଥାନାନ୍ତର ଘଟେ, ତାହାକୁ କର ସ୍ଥାନାନ୍ତରଣ କୁହାଯାଏ । କ୍ରୟ-ବିକ୍ରୟ ମାଧ୍ୟମରେ ସ୍ଥାନାନ୍ତରଣ ସମ୍ଭବ ହୋଇଥାଏ । ଯଦି କରଭାର ଉତ୍ପାଦନକାରୀଠାରୁ ଖାଉଟି ନିକଟକୁ ସ୍ଥାନାନ୍ତର ଘଟେ, ତାହାକୁ ଅଗ୍ରଗାମୀ ସ୍ଥାନାନ୍ତରଣ କୁହାଯାଏ । ଯେତେବେଳେ କରଭାର ଉତ୍ପାଦନକାରୀଠାରୁ କଞ୍ଚାମାଲ ମାଲିକ ନିକଟକୁ ସ୍ଥାନାନ୍ତର ଘଟେ, ତାହାକୁ ପଶ୍ଚାତ୍ମାମୀ ସ୍ଥାନାନ୍ତରଣ
କୁହାଯାଏ ।

11. ପ୍ରତ୍ୟକ୍ଷ କର କ’ଣ ?
Answer:
ଯେଉଁ କରର କରାଘାତ ଓ କରାପାତ ଜଣେ ବ୍ୟକ୍ତି ହିଁ ବହନ କରନ୍ତି, ତାହାକୁ ପ୍ରତ୍ୟକ୍ଷ କର କୁହାଯାଏ । ଏଠାରେ କର ସ୍ଥାନାନ୍ତରଣ ସମ୍ଭବ ନୁହେଁ । ପ୍ରତ୍ୟକ୍ଷ କରର ଦାତା ଓ ବୋଝ ବହନକାରୀ ଜଣେ । ଆୟକର ପ୍ରତ୍ୟକ୍ଷ କରର ଉଦାହରଣ ।

12. ପରୋକ୍ଷ କର କ’ଣ ?
Answer:
ଯେଉଁ କରର କରାଘାତ ଓ କରାପାତ ବିଭିନ୍ନ ବ୍ୟକ୍ତି ବହନ କରିଥା’ନ୍ତି, ତାହାକୁ ପରୋକ୍ଷ କର କୁହାଯାଏ । ଏଠାରେ ‘କରଦାତା’ ଓ କରଭାର ବହନକାରୀ ଭିନ୍ନ ବ୍ୟକ୍ତି ଅଟନ୍ତି । ପରୋକ୍ଷ କର ସ୍ଥାନାନ୍ତରକ୍ଷମ । ତେଣୁ ଜଣେ ବ୍ୟକ୍ତି ଉପରେ କରାଘାତ ହେଲାବେଳେ ଅନ୍ୟ ଜଣେ ବ୍ୟକ୍ତି ଉପରେ କରାପାତ ହୋଇଥାଏ ।

13. ପ୍ରଗାମୀ କର କ’ଣ ?
Answer:
ଯେଉଁ କ୍ଷେତ୍ରରେ ଆୟର ବୃଦ୍ଧି ସଙ୍ଗେ ସଙ୍ଗେ କରର ହାର ବୃଦ୍ଧି ହୁଏ, ସେହି କରକୁ ପ୍ରଗାମୀ କର କୁହାଯାଏ । ଆୟକର ପ୍ରଗାମୀ କରର ଏକ ଜ୍ଵଳନ୍ତ ଉଦାହରଣ । ଏଠାରେ ବିଭିନ୍ନ ଆୟ ସ୍ତର ପାଇଁ ବିଭିନ୍ନ କର ହାର ପ୍ରଚଳିତ ହୋଇଥାଏ ।

CHSE Odisha Class 12 Economics Chapter 16 Short Answer Questions in Odia Medium

14. ପ୍ରତିଗାମୀ କର କ’ଣ ?
Answer:
ଆୟ ବୃଦ୍ଧି ହେଲେ ଯଦି କରର ହାର ହ୍ରାସ ହୁଏ, ତେବେ ଏହି କରକୁ ପ୍ରତିଗାମୀ କର କୁହାଯାଏ । ପ୍ରତିଗାମୀ କର କ୍ଷେତ୍ରରେ କରଦାତାଙ୍କର ଆୟ ବୃଦ୍ଧି ହେବାଫଳରେ କରର ହାର ହ୍ରାସ ହୁଏ ଏବଂ ଆୟ ହ୍ରାସ ହେବା ଫଳରେ କରର ହାର ବୃଦ୍ଧି ହୁଏ । ଏହି କରର ବୋଝ ଧନୀମାନଙ୍କ ଉପରେ କମ୍ ଓ ଦରିଦ୍ରମାନଙ୍କ ଉପରେ ବେଶି ପଡ଼ିଥାଏ । ବିକ୍ରିକର, ଅବକାରୀ ଶୁଳ୍‌କ ପ୍ରଭୃତି ପ୍ରତିଗାମୀ କରର ଉଦାହରଣ ।

15. ଆନୁପାତିକ କର କ’ଣ ?
Answer:
ଯେତେବେଳେ କରହାର ଆୟର ହ୍ରାସ ଓ ବୃଦ୍ଧି ସହିତ ସମ୍ପର୍କିତ ନ ହୋଇ ଏକ ନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥିର ରହେ, ସେହି ପ୍ରକାର କରକୁ ଆନୁପାତିକ କର କୁହାଯାଏ । ଏ କ୍ଷେତ୍ରରେ କରଦାତାଙ୍କୁ ଏକ ନିର୍ଦ୍ଦିଷ୍ଟ ହାରରେ କର ଦେବାକୁ ହୋଇଥାଏ । ବ୍ୟକ୍ତିବିଶେଷଙ୍କର ଆୟ ବୃଦ୍ଧି ସଙ୍ଗେ ସଙ୍ଗେ କର ଆଦାୟ ବୃଦ୍ଧି ହୁଏ; କିନ୍ତୁ କରର ହାରରେ କୌଣସି ପରିବର୍ତ୍ତନ ହୁଏ ନାହିଁ ।

16. ଫିଡ୍ କ’ଣ ?
Answer:
କୌଣସି ନିର୍ଦ୍ଦିଷ୍ଟ ସେବା ନିମନ୍ତେ ସରକାରଙ୍କୁ ଦିଆଯାଉଥିବା ବାଧ୍ୟତାମୂଳକ ଦେୟକୁ ଫିଜ୍ କୁହାଯାଏ । ଫିଦାତାଙ୍କୁ ବିଶେଷ ସୁବିଧା ଦେବାପାଇଁ ହେଉଥ‌ିବା ବ୍ୟୟର କିଛି ଅଂଶ ସରକାର ଫିଜ୍ ଆକାରରେ ଆଦାୟ କରିଥା’ନ୍ତି । କୋର୍ଟ ଫିଡ୍ ରେଜିଷ୍ଟ୍ରୀକରଣ ଫିଜ୍, ଲାଇସେନ୍ସ ଫିଜ୍ ଇତ୍ୟାଦି ଫିଜ୍‌ର ଉଦାହରଣ ।

17. ଜୋରିମାନା କ’ଣ ?
Answer:
ନ୍ୟାୟପ୍ରଦାନ ଓ ସୁସ୍ଥ ପ୍ରଶାସନ ପାଇଁ ସରକାର ଜୋରିମାନା ଆଦାୟ କରିଥା’ନ୍ତି । ଏହା ଆଇନ ଭଙ୍ଗକାରୀଙ୍କ ପାଇଁ ଅର୍ଥଦଣ୍ଡ । ଜୋରିମାନା ରାଷ୍ଟ୍ରୀୟ ରାଜସ୍ବର ଏକ ଅଂଶ ହେଲେ ମଧ୍ୟ ମୋଟ ରାଜସ୍ୱରେ ଏହାର ଅଂଶ ଖୁବ୍ କମ୍ ।

18. ବାଜ୍ୟାପ୍ତି କ’ଣ ?
Answer:
ଚୁକ୍ତିଭଙ୍ଗ କିମ୍ବା ସ୍ଥିରୀକୃତ କାର୍ଯ୍ୟ ସମ୍ପାଦନ କରିନଥିବା ବ୍ୟକ୍ତିବିଶେଷଙ୍କଠାରୁ ସରକାର ଦଣ୍ଡସ୍ଵରୂପ ସେମାନେ ଅମାନତ ରୂପେ ରଖୁଥ‌ିବା ଅର୍ଥ ଫେରସ୍ତ କରନ୍ତି ନାହିଁ । ତାହାକୁ ବାଜ୍ୟାପ୍ତି କୁହାଯାଏ । ଉଦାହରଣସ୍ୱରୂପ, ସାଧାରଣ ନିର୍ବାଚନରେ ପ୍ରତ୍ୟେକ ପ୍ରାର୍ଥୀ କିଛି ଅମାନତ ଜମା ଦିଅନ୍ତି । ସର୍ଭେ ମୁତାବକ ଯଦି ଜଣେ ପ୍ରାର୍ଥୀ ମୋଟ ଭୋଟର ଏକ ନିର୍ଦ୍ଦିଷ୍ଟ ଶତାଂଶ ଭୋଟ ଆକାରରେ ପାଆନ୍ତି ନାହିଁ, ତେବେ ରଖୁଥ‌ିବା ଅମାନତରୁ ସେ ବଞ୍ଚତ ହୁଅନ୍ତି ଏବଂ ଉକ୍ତ ଅମାନତ ରାଷ୍ଟ୍ରୀୟ ରାଜସ୍ବର ଏକ ଅଂଶରେ ପରିଣତ ହୁଏ ।

19. ରାଜଭୁକ୍ତି କ’ଣ ?
Answer:
ଆଇନାନୁମୋଦିତ ଉତ୍ତରାଧିକାରୀ ନଥ‌ିବା କୌଣସି ବ୍ୟକ୍ତିର ମୃତ୍ୟୁ ଘଟିଲେ ତାଙ୍କ ସମ୍ପରି ସରକାରଙ୍କଦ୍ୱାରା ଅଧିକୃତ ହୋଇଥାଏ । ଏହାକୁ ରାଜଭୁକ୍ତି କୁହାଯାଏ । ଆଇନ ଶୃଙ୍ଖଳା ରକ୍ଷା ପାଇଁ ସରକାର ଉତ୍ତରାଧ୍ୟାକାରୀ ବିହୀନ ସମ୍ପରିକୁ ନିଜ ମାଲିକାନାକୁ ଆଣନ୍ତି ।

20. କର କ’ଣ ?
Answer:
କର ରାଷ୍ଟ୍ରୀୟ ରାଜସ୍ବର ସର୍ବବୃହତ୍ ଉତ୍ସ । କୌଣସି ବିଶେଷ ସୁବିଧା ସହ ସମ୍ପର୍କ ନଥାଇ, ସର୍ବସାଧାରଣଙ୍କ ସ୍ବାର୍ଥରେ ବ୍ୟୟ କରିବାପାଇଁ ବ୍ୟକ୍ତିବିଶେଷ ସରକାରଙ୍କୁ ଦେଉଥ‌ିବା ବାଧ୍ୟତାମୂଳକ ଦେୟକୁ କର କୁହାଯାଏ । ତେଣୁ, କୌଣସି ପ୍ରତ୍ୟକ୍ଷ ସୁବିଧାର ଆଶା ନରଖ୍ ଜନସାଧାରଣ ସରକାରଙ୍କୁ ଦେଉଥ‌ିବା ବାଧ୍ୟତାମୂଳକ ଦେୟକୁ କର କହନ୍ତି ।

B. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି| / ଛଅଟି ବାକ୍ୟରେ ଦିଅ ।

1. ବିଶେଷ ନିର୍ଦ୍ଧାରଣ କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ଜନସାଧାରଣଙ୍କୁ ସ୍ୱତନ୍ତ୍ର ସୁବିଧା ପ୍ରଦାନ କରି ସରକାର ସେମାନଙ୍କଠାରୁ ଯେଉଁ ଦେୟ ଆଦାୟ କରନ୍ତି, ତାହାକୁ ବିଶେଷ ନିର୍ଦ୍ଧାରଣ କୁହାଯାଏ । ରାସ୍ତା ନିର୍ମାଣ, ଜଳଯୋଗାଣ, ନଦୀବନ୍ଧ ନିର୍ମାଣ ଇତ୍ୟାଦି ଉନ୍ନୟନମୂଳକ କାର୍ଯ୍ୟକ୍ରମଦ୍ୱାରା ନିର୍ଦ୍ଦିଷ୍ଟ ଅଞ୍ଚଳର ବିକାଶ ଘଟେ । କେତେକ ନିର୍ଦ୍ଦିଷ୍ଟ ସମ୍ପତ୍ତି ମାଲିକ ସ୍ଵତନ୍ତ୍ର ସୁବିଧା ପାଆନ୍ତି ।

ସେମାନଙ୍କ ସମ୍ପତ୍ତିର ମୂଲ୍ୟରେ ହଠାତ୍‌ ବୃଦ୍ଧି ଘଟେ । ସ୍ଵତନ୍ତ୍ର ସୁବିଧା ପାଉଥବା ସମ୍ପଭି ମାଲିକଙ୍କଠାରୁ ସରକାର ଆନୁପାତିକ ହାରରେ ସ୍ୱତନ୍ତ୍ର ନିର୍ଦ୍ଧାରଣ ଆଦାୟ କରନ୍ତି । ଏହା ଉନ୍ନୟନମୂଳକ କାର୍ଯ୍ୟରେ ହୋଇଥିବା ସରକାରୀ ବ୍ୟୟର ଏକ ଅଂଶ । ଏହାକୁ ସମନ୍ବିତ କର ମଧ୍ୟ କୁହାଯାଏ ।

2. ପ୍ରତ୍ୟକ୍ଷ କର କ’ଣ ?
Answer:
ଯେଉଁ କରର କରାଘାତ ଓ କରାପାତ ଜଣେ ବ୍ୟକ୍ତି ହିଁ ବହନ କରନ୍ତି, ତାହାକୁ ପ୍ରତ୍ୟକ୍ଷ କର କୁହାଯାଏ । ଏଠାରେ କର ସ୍ଥାନାନ୍ତରଣ ସମ୍ଭବ ନୁହେଁ । ପ୍ରତ୍ୟକ୍ଷ କରର ଦାତା ଓ ବୋଝ ବହନକାରୀ ଜଣେ । ତେଣୁ ଯେଉଁ ବ୍ୟକ୍ତିବିଶେଷଙ୍କ ଉପରେ ସରକାର ପ୍ରତ୍ୟକ୍ଷ କର ଧାର୍ଯ୍ୟ କରନ୍ତି ସେ ନିଜେ କରଦାତା ଓ କରଭାର ବହନକାରୀ ।

ଆୟକର, ସମ୍ପରି କର, ବୃତ୍ତି କର ଇତ୍ୟାଦି ପ୍ରତ୍ୟକ୍ଷ କରର ଉଦାହରଣ । ପ୍ରତ୍ୟକ୍ଷ କର କ୍ଷେତ୍ରରେ ନାଗରିକ ମୂଲ୍ୟବୋଧର ବିକାଶ ସାଧୂ ହୋଇଥାଏ । ଫଳରେ ସେ ସରକାରଙ୍କ କାର୍ଯ୍ୟକଳାପ୍ ପ୍ରତି ସଚେତନ ରହେ ।

3. ପ୍ରତ୍ୟକ୍ଷ କର ସାଧୁତା ଉପରେ ଏକ କର – ଏପରି କାହିଁକି କୁହାଯାଏ ?
Answer:
ପ୍ରତ୍ୟକ୍ଷ କର କ୍ଷେତ୍ରରେ କରାଘାତ ଓ କରାପାତ ଜଣେ ବ୍ୟକ୍ତି ବହନ କରନ୍ତି । ପ୍ରତ୍ୟକ୍ଷ କରର ଦାତା ଓ ବୋଝ ବହନକାରୀ ଜଣେ । ପ୍ରତ୍ୟକ୍ଷ କର କରଦାତାଙ୍କ ନିଜସ୍ୱ ଆୟ ଓ ସମ୍ପତ୍ତି ସମ୍ବନ୍ଧୀୟ ସ୍ଵେଚ୍ଛାକୃତ ଘୋଷଣା ଉପରେ ପର୍ଯ୍ୟବସିତ । ତେଣୁ ଅସାଧୁ ବ୍ୟକ୍ତିଙ୍କ ପାଇଁ କର ଠକେଇର ସମ୍ଭାବନା ଅଧିକ ।

ପ୍ରକୃତରେ, ଜଣେ ସାଧୁ ଓ ସଟ କିମ୍ବା ନିଜ ଆୟ ବା ସମ୍ପତ୍ତି ଲୁଚାଇ ପାରୁନଥିବା ବ୍ୟକ୍ତି ପ୍ରତ୍ୟକ୍ଷ କର ଦେଇଥାନ୍ତି । ତେଣୁ, କୁହାଯାଏ ଯେ ପ୍ରତ୍ୟକ୍ଷ କର ସାଧୁତା ଉପରେ ଏକ କର ।

4. ବିନିଯୋଗରେ ରାଷ୍ଟ୍ରର ଆଭିମୁଖ୍ୟ କିପରି ହୋଇଥାଏ ?
Answer:
ଜଣେ ବ୍ୟକ୍ତି ପାଇଁ ଭବିଷ୍ୟତ ସର୍ବଦା ଅନିଶ୍ଚିତ । ତାଙ୍କ ପାଇଁ ବର୍ତ୍ତମାନର ଗୁରୁତ୍ଵ ଅଧିକ । ଭବିଷ୍ୟତର ଆୟ ଅପେକ୍ଷା ବର୍ତ୍ତମାନର ଆୟ ଅଧିକ କାମ୍ୟ । କିନ୍ତୁ, ରାଷ୍ଟ୍ରର ଆଭିମୁଖ୍ୟ ସ୍ୱତନ୍ତ୍ର । ରାଷ୍ଟ୍ର ଚିରସ୍ଥାୟୀ । ଏହାର ଉଭୟ ବର୍ତ୍ତମାନ ଓ ଭବିଷ୍ୟତ ପିଢ଼ୀ ପ୍ରତି ସମାନ ଦାୟିତ୍ୱ ରହିଛି । ତେଣୁ ରାଷ୍ଟ୍ର କେବଳ ବର୍ତ୍ତମାନ ପାଇଁ ବିନିଯୋଗ ନ କରି ଭବିଷ୍ୟତ ପାଇଁ ମଧ୍ଯ ବିନିଯୋଗ କରିଥାଏ । ରାଷ୍ଟ୍ରୀୟ ବିନିଯୋଗ ଉଭୟ ସ୍ଵଳ୍ପକାଳୀନ ଓ ଦୀର୍ଘକାଳୀନ ହୋଇପାରେ ।

5. କିପରି ରାଷ୍ଟ୍ରୀୟ ରାଜସ୍ବ ରାଷ୍ଟ୍ରୀୟ ଆୟର ଏକ ଅଂଶବିଶେଷ ।
Answer:
ଆଧୁନିକ ରାଷ୍ଟ୍ର ଜନକଲ୍ୟାଣକାରୀ । ଜନକଲ୍ୟାଣ ପାଇଁ ପ୍ରତ୍ୟେକ ରାଷ୍ଟ୍ର ପ୍ରଚୁର ଆୟ ଆବଶ୍ୟକ କରିଥାଏ । ଯେଉଁ ରାଷ୍ଟ୍ରର ଆୟ ଯେତେ ଅଧ୍ଯକ, ସେହି ରାଷ୍ଟ୍ରର ବ୍ୟୟ ପରିସୀମା ସେତେ ବ୍ୟାପକ । ରାଷ୍ଟ୍ରୀୟ ରାଜସ୍ଵ, ରାଷ୍ଟ୍ରୀୟ ଆୟର ଏକ ଅଂଶ । ରାଷ୍ଟ୍ରୀୟ ଆୟ ସରକାରଙ୍କ ସମସ୍ତ ପ୍ରାପ୍ତିକୁ ବୁଝାଏ ।

ରାଜସ୍ୱ ସହିତ ରାଷ୍ଟ୍ରୀୟ ଋଣ, ଅଧ‌ିକ ନୋଟ୍ ପ୍ରଚଳନ, ସରକାରୀ ଉଦ୍ୟୋଗରୁ ହେଉଥ‌ିବା ଲାଭ ଇତ୍ୟାଦି ରାଷ୍ଟ୍ରୀୟ ଆୟର ଅନ୍ତର୍ଭୁକ୍ତ । ସରକାର କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରୁ କରୁଥିବା ଆୟ ହିଁ ରାଷ୍ଟ୍ରୀୟ ରାଜସ୍ବ । ଏହା ଏକ ସୀମିତ ଧାରଣା । ରାଷ୍ଟ୍ରୀୟ ରାଜସ୍ବର ବିଭିନ୍ନ ଉତ୍ସ ରହିଛି ।

6. କର କ’ଣ ?
Answer:
କର ରାଷ୍ଟ୍ରୀୟ ରାଜସ୍ବର ସର୍ବବୃହତ୍ ଉତ୍ସ । ସର୍ବସାଧାରଣଙ୍କ ସ୍ବାର୍ଥରେ ବ୍ୟୟ କରିବାପାଇଁ ବ୍ୟକ୍ତିବିଶେଷ ସରକାରଙ୍କୁ ଦେଉଥ‌ିବା ବାଧ୍ୟତାମୂଳକ ଦେୟକୁ କର କୁହାଯାଏ । କର ସରକାରଙ୍କ ପ୍ରତି ଜନସାଧାରଣଙ୍କ ଏକ ବାଧ୍ୟତାମୂଳକ ଦେୟ । କର ନ ଦେବା ଆଇନତଃ ଏକ ଦଣ୍ଡନୀୟ ଅପରାଧ । କର ପ୍ରଦାନ କରି କରଦାତା କୌଣସି ସ୍ଵତନ୍ତ୍ର ସୁବିଧା ପାଇନଥାଏ । ଅର୍ଥାତ୍, କର ବିନିମୟରେ ସରକାର କରଦାତାଙ୍କୁ କୌଣସି ପ୍ରତ୍ୟକ୍ଷ ସୁବିଧା ପ୍ରଦାନ କରନ୍ତି ନାହିଁ । କରପ୍ରଦାନ ଏକ ବ୍ୟକ୍ତିଗତ ଦାୟିତ୍ଵ ।

CHSE Odisha Class 12 Economics Chapter 16 Short Answer Questions in Odia Medium

7. ରାଷ୍ଟ୍ରୀୟ ବ୍ୟୟ କ’ଣ ?
Answer:
ଆଧୁନିକ ରାଷ୍ଟ୍ର ଏକ ଜନକଲ୍ୟାଣକାରୀ ରାଷ୍ଟ୍ର । ଜନସାଧାରଣଙ୍କ କଲ୍ୟାଣ ନିମନ୍ତେ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଅନ୍ତି ଏବଂ ସେଥ‌ିପାଇଁ ବ୍ୟୟ କରିଥା’ନ୍ତି । ଏହାକୁ ରାଷ୍ଟ୍ରୀୟ ବ୍ୟୟ ବା ସରକାରୀ ବ୍ୟୟ କୁହାଯାଏ । ସୁତରାଂ, ସର୍ବସାଧାରଣଙ୍କ ସାମାଜିକ ଓ ଅର୍ଥନୈତିକ କଲ୍ୟାଣ ନିମନ୍ତେ ରାଷ୍ଟ୍ର ଯେଉଁ ବ୍ୟୟ କରେ, ତାହାକୁ ରାଷ୍ଟ୍ରୀୟ ବ୍ୟୟ କୁହାଯାଏ ।

ରାଷ୍ଟ୍ରୀୟ ବ୍ୟୟ ସମୟରେ ପ୍ରତ୍ୟେକ ସରକାର ବିଚାରବନ୍ତ ହେବା ଉଚିତ । ତେଣୁ ରାଷ୍ଟ୍ର ନିଜସ୍ଵ ସମ୍ବଳକୁ ଏପରି ବାଣ୍ଟିବା ଆବଶ୍ୟକ ଯଦ୍ବାରା ଜନସାଧାରଣଙ୍କର ମୋଟ ସୁବିଧା ସର୍ବାଧ‌ିକ ହୋଇପାରିବ ।

8. ବାଣିଜ୍ୟିକ ରାଜସ୍ୱ କ’ଣ ?
Answer:
ସରକାର ଏକ ଉଦ୍ୟୋକ୍ତା ମଧ୍ୟ । ସରକାରୀ ଉଦ୍ୟୋଗରେ ଉତ୍ପାଦିତ ବିଭିନ୍ନ ଦ୍ରବ୍ୟ ଓ ସେବା! ବିକ୍ରୟ କରି ସରକାର ଯେଉଁ ରାଜସ୍ଵ ପାଇଥା’ନ୍ତି, ତାହାକୁ ବାଣିଜ୍ୟିକ ରାଜସ୍ୱ କୁହାଯାଏ । ସରକାରୀ ଦ୍ରବ୍ୟ ଓ ସେବା ପ୍ରତିବଦଳରେ ଜନସାଧାରଣ ଦର ଦେଇଥା’ନ୍ତି । ତେଣୁ ଦର ବାଣିଜ୍ୟିକ ରାଜସ୍ବର ଅନ୍ୟ ନାମ ।

ରେଳବାଇ, ଡାକ ବ୍ୟବସ୍ଥା, ରାଷ୍ଟ୍ରୀୟ ପରିବହନ ବ୍ୟବସ୍ଥା, ସରକାରୀ ଉଦ୍ୟୋଗ,ଖଣି ଜଙ୍ଗଲ ଇତ୍ୟାଦିରୁ ମିଳୁଥିବା ରାଜସ୍ବ ବାଣିଜ୍ୟିକ ରାଜସ୍ଵର ଅଂଶବିଶେଷ । ଏହା ରାଷ୍ଟ୍ରୀୟ ରାଜସ୍ବର ଏକ ପ୍ରମୁଖ ଉତ୍ସ ।

9. ଫିଜ୍ କ’ଣ ?
Answer:
କୌଣସି ନିର୍ଦ୍ଦିଷ୍ଟ ସେବା ନିମନ୍ତେ ସରକାରଙ୍କୁ ଦିଆଯାଉଥ‌ିବା ବାଧ୍ୟତାମୂଳକ ଦେୟକୁ ଫିଜ୍ କୁହାଯାଏ । ଫିଦାତାଙ୍କୁ ବିଶେଷ ସୁବିଧା ଦେବାପାଇଁ ହେଉଥ‌ିବା ବ୍ୟୟର କିଛି ଅଂଶ ସରକାର ଫିଜ୍ ଆକରରେ ଆଦାୟ କରିଥା’ନ୍ତି ! ଫିଜ୍ ପ୍ରଦାନକାରୀ ପ୍ରତ୍ୟକ୍ଷ ସୁବିଧା ପାଇଥା’ନ୍ତି । ସୁବିଧା ଓ ଫିଜ୍ ସମାନୁପାତିକ ନୁହଁନ୍ତି ।

ଫିଲ୍ମ୍ ଅପେକ୍ଷା ସୁବିଧାର ମୂଲ୍ୟ ଅଧିକ । କେବଳ ବିଶେଷ ସୁବିଧା ଲାଭ କରୁଥିବା ବ୍ୟକ୍ତିଙ୍କ ପାଇଁ ଫିଜ୍ ଏକ ବାଧ୍ୟତାମୂଳକ ଦେୟ । କୋର୍ଟ ଫିଜ୍, ରେଜିଷ୍ଟ୍ରୀକରଣ ଫିଜ୍, ଲାଇସେନ୍ସ ଫିଜ୍ ଇତ୍ୟାଦି ଫିଜ୍‌ର ଉଦାହରଣ ।

10. ପ୍ରତ୍ୟକ୍ଷ କର କ’ଣ ?
Answer:
ଯେଉଁ କରର କରାଘାତ ଓ କରାପାତ ଜଣେ ବ୍ୟକ୍ତି ହିଁ ବହନ କରନ୍ତି ତାହାକୁ ପ୍ରତ୍ୟକ୍ଷ କର କୁହାଯାଏ । ପ୍ରତ୍ୟକ୍ଷ କରର ଦାତା ଓ ବୋଝ ବହନକାରୀ ଜଣେ । ପ୍ରତ୍ୟକ୍ଷ କର କରାଦାତାର ଦେଇ ପାରିବାର ସାମର୍ଥ୍ୟ ଉପରେ ପର୍ଯ୍ୟବସିତ । ତେଣୁ ଧନୀକ ଶ୍ରେଣୀ ଅଧ୍ଵ କର ଦେଇଥା’ନ୍ତି । ଫଳରେ ପ୍ରତ୍ୟକ୍ଷ କର ସମାନତା ସହିତ ସାମାଜିକ ନ୍ୟାୟ ପ୍ରତିଷ୍ଠା କ୍ଷେତ୍ରରେ ସହାୟତା ପ୍ରଦାନ କରେ ।

ପ୍ରତ୍ୟକ୍ଷ କର କ୍ଷେତ୍ରରେ କରଦାତା ଓ ସରକାରଙ୍କ ମଧ୍ୟରେ ପ୍ରତ୍ୟକ୍ଷ ସମ୍ପର୍କ ରହିଥାଏ । ସେ ସରକାରଙ୍କ କାର୍ଯ୍ୟକଳାପ ପ୍ରତି ସଚେତନ ରହେ । ଫଳରେ ନାଗରିକ ମୂଲ୍ୟବୋଧର ବିକାଶ ସାଧୂତ ହୋଇଥାଏ ।

11. ପରୋକ୍ଷ କର କ’ଣ ?
Answer:
ଯେଉଁ କରର କରାଘାତ ଓ କରାପାତ ବିଭିନ୍ନ ବ୍ୟକ୍ତି ବହନ କରିଥା’ନ୍ତି; ତାହାକୁ ପରୋକ୍ଷ କର କୁହାଯାଏ । ଏଠାରେ କରଦାତା ଓ କରଭାର ବହନକାରୀ ଭିନ୍ନ ବ୍ୟକ୍ତି ଅଟନ୍ତି । ପରୋକ୍ଷ କର ସ୍ଥାନାନ୍ତରଣକ୍ଷମ । ତେଣୁ ଜଣେ ବ୍ୟକ୍ତି ଉପରେ କରାଘାତ ହେଲାବେଳେ ଅନ୍ୟ ଜଣେ ବ୍ୟକ୍ତି ଉପରେ କରାପାତ ହୋଇଥାଏ ।

ଦ୍ରବ୍ୟକର ଉତ୍ପାଦନକାରୀ ପ୍ରଥମେ ସରକାରଙ୍କ ନିକଟରେ ପଇଠ କରିଥା’ନ୍ତି । କିନ୍ତୁ, ତତ୍ପରେ ଦ୍ରବ୍ୟର ଦାମ୍‌ରେ କର ମିଶାଇ ଖାଉଟିକୁ ଅଧିକ ଦରରେ ବିକ୍ରି କରିବାଦ୍ୱାରା କର ସ୍ଥାନାନ୍ତରଣ ହୋଇଥାଏ । ତେଣୁ ଦ୍ରବ୍ୟକର ଏକ ପରୋକ୍ଷ କର । ବିକ୍ରିକର, ଉତ୍ପାଦନ ଶୁଳ୍‌କ, ସୀମା ଶୁଳ୍‌କ, ପ୍ରମୋଦ କର, ମୂଲ୍ୟଯୁକ୍ତ କର ଇତ୍ୟାଦି ପରୋକ୍ଷ କରର ଉଦାହରଣ ।

12. ରାଜସ୍ବ ବ୍ୟୟ କ’ଣ ?
Answer:
ସରକାର ନିଜର ଦୈନନ୍ଦିନ କାର୍ଯ୍ୟନିର୍ବାହ ସକାଶେ ଯେଉଁ ବ୍ୟୟ ବରାଦ କରିଥା’ନ୍ତି, ତାହାକୁ ରାଜସ୍ବ ବ୍ୟୟ ବୋଲି କୁହାଯାଏ । ଉକ୍ତ ବ୍ୟୟଦ୍ବାରା ରାଷ୍ଟ୍ରର କୌଣସି ପରିସମ୍ପତ୍ତି ସୃଷ୍ଟି ହେବାର ସମ୍ଭାବନା ନଥାଏ । ସରକାରଙ୍କ ଅନ୍ତିମ ଉପଭୋଗ ବ୍ୟୟ ଏହି ଶ୍ରେଣୀଭୁକ୍ତ ହୋଇଥାଏ । ବିଭିନ୍ନ ସରକାରୀ ବିଭାଗର ସାଧାରଣ କାର୍ଯ୍ୟ ସମ୍ପାଦାନ ପାଇଁ ରାଜସ୍ବ ବ୍ୟୟ କରାଯାଏ ।

ଅତଏବ ଲୋକମାନଙ୍କୁ ବିଭିନ୍ନ ପ୍ରକାର ସେବା ଯୋଗାଇବାପାଇଁ ସରକାରୀ ବିଭାଗଗୁଡ଼ିକ ଯେଉଁ ଦୈନନ୍ଦିନ ବ୍ୟୟ କରିଥା’ନ୍ତି, ତାହାକୁ ରାଜସ୍ବ ବ୍ୟୟ ବୋଲି କୁହାଯାଏ । ଏହି ରାଜସ୍ବ ବ୍ୟୟ, ରାଜସ୍ବ ଆୟରୁ ଭରଣା କରାଯାଇଥାଏ ।

13. ଉନ୍ନୟନ ବ୍ୟୟ କ’ଣ ?
Answer:
ଯେଉଁ ସରକାରୀ ବ୍ୟୟଦ୍ୱାରା ଦେଶରେ ଉତ୍ପାଦନ ଓ ବାସ୍ତବ ଆୟ ବୃଦ୍ଧି ହୋଇ ଆର୍ଥନୀତିକ ଅଭିବୃଦ୍ଧି ହୋଇଥାଏ, ସେହି ବ୍ୟୟକୁ ଉନ୍ନୟନ ବ୍ୟୟ କୁହାଯାଏ । ଏହାକୁ ମଧ୍ୟ ଉତ୍ପାଦୀ ବ୍ୟୟ କୁହାଯାଇଥାଏ । ଭାରତ ଭଳି ଏକ ବିକାଶମୁଖୀ ରାଷ୍ଟ୍ରରେ ଉନ୍ନୟନ ବ୍ୟୟର ଗୁରୁତ୍ଵ ସର୍ବାଧ‌ିକ ।

ମୋଟ ଜାତୀୟ ଆୟ ଓ ମୁଣ୍ଡପିଛା ଆୟ ବୃଦ୍ଧିର ଲକ୍ଷ୍ୟ ଆମ ଦେଶର ଆର୍ଥିକ ନୀତିର ମୁଖ୍ୟ ଉଦ୍ଦେଶ୍ୟ । ୧୯୫୧ ମସିହାଠାରୁ ଆମ ଦେଶରେ ଏହି ବ୍ୟୟର ଗୁରୁତ୍ବ ବୃଦ୍ଧି ପାଇଅଛି । ଶିକ୍ଷା, ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ, ଶ୍ରମ ଓ ନିଯୁକ୍ତି, କୃଷି, ଶିଳ୍ପ, ପରିବହନ ଇତ୍ୟାଦି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ବହନ କରାଯାଉଥ‌ିବା ସରକାରୀ ଖର୍ଚ୍ଚକୁ ଉନ୍ନୟନ ବ୍ୟୟ ବୋଲି ବିଚାର କରାଯାଇଥାଏ ।

C. ପାଞ୍ଚଟି/ଛଅଟି ବାକ୍ୟରେ ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

1. ଦାନ ଓ ଅନୁଦାନ :
Answer:
ବ୍ୟକ୍ତିବିଶେଷ କୌଣସି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ସ୍ୱେଚ୍ଛାକୃତ ଭାବେ ସରକାରଙ୍କୁ ଦେଉଥ‌ିବା ଅର୍ଥ ବା ସମ୍ପତ୍ତିକୁ ଦାନ କୁହାଯାଏ । ସାଧାରଣତଃ କୌଣସି ବିପତ୍ତିର ମୁକାବିଲା ପାଇଁ ବଦାନ୍ୟ ବ୍ୟକ୍ତିବିଶେଷ ସରକାରଙ୍କୁ ଦାନ ଦେଇଥା’ନ୍ତି । ଯୁଦ୍ଧ, ବାତ୍ୟା, ବନ୍ୟା ଇତ୍ୟାଦିର ମୁକାବିଲା ପାଇଁ ଦାନ ସରକାରଙ୍କୁ ସହାୟତା ଯୋଗାଇଥାଏ । ଅବଶ୍ୟ, ରାଷ୍ଟ୍ରୀୟ ରାଜସ୍ୱରେ ଦାନର ଗୁରୁତ୍ଵ ନଗଣ୍ୟ ।

ଅନ୍ୟପକ୍ଷରେ ଗୋଟିଏ ସରକାର ଅନ୍ୟ ଏକ ସରକାରଙ୍କୁ କୌଣସି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ହେଉଥ‌ିବା ସହାୟତାକୁ ଅନୁଦାନ କୁହାଯାଏ । ଆମ ଦେଶରେ କେନ୍ଦ୍ର ସରକାର ସ୍ବାସ୍ଥ୍ୟ ଓ ଶିକ୍ଷାର ବିକାଶ, ରାସ୍ତା ଓ ଗୃହ ନିର୍ମାଣ ଇତ୍ୟାଦି ନିମନ୍ତେ ରାଜ୍ୟମାନଙ୍କୁ ଅନୁଦାନ ଦେଇଥା’ନ୍ତି । ଆମ ଦେଶ ମଧ୍ୟ ବିଦେଶରୁ ଅନୁଦାନ ପାଇପାରେ । ଏହାକୁ ବିଦେଶୀ ଅନୁଦାନ କୁହାଯାଏ । ଅନୁଦାନ ରାଷ୍ଟ୍ରୀୟ ରାଜସ୍ଵରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ ।

2. କର ଓ ସ୍ୱତନ୍ତ୍ର ନିର୍ଦ୍ଧାରଣ :
Answer:
କର ସମସ୍ତଙ୍କ ପାଇଁ ଏକ ବାଧ୍ୟତାମୂଳକ ଦେୟ; କିନ୍ତୁ ସ୍ୱତନ୍ତ୍ର ନିର୍ଦ୍ଧାରଣ କେବଳ ସ୍ବତନ୍ତ୍ର ସୁବିଧା ପାଉଥ‌ିବା ବ୍ୟକ୍ତିବିଶେଷଙ୍କ ପାଇଁ ବାଧ୍ୟତାମୂଳକ ଦେୟ । କର କରଦାତାଙ୍କୁ କୌଣସି ପ୍ରତ୍ୟକ୍ଷ ସୁବିଧା ଦେଇନଥାଏ; କିନ୍ତୁ ବିଶେଷ ନିର୍ଦ୍ଧାରଣରୁ ସ୍ୱତନ୍ତ୍ର ସୁବିଧା ମିଳିଥାଏ । କରର ପରିସର ସମଗ୍ର ରାଷ୍ଟ୍ର । ସରକାର ସମଗ୍ର ରାଷ୍ଟ୍ରରୁ କର ଆଦାୟ କରନ୍ତି; କିନ୍ତୁ ସ୍ବତନ୍ତ୍ର କରିଥା’ନ୍ତି । କର ସର୍ବଦା ସମାନୁପାତୀ ହୋଇନଥାଏ; କିନ୍ତୁ ସ୍ବତନ୍ତ୍ର ନିର୍ଦ୍ଧାରଣ ସର୍ବଦା ସମାନୁପାତୀ ହୋଇଥାଏ । କର ବାରମ୍ବାର ଧାର୍ଯ୍ୟ କରାଯାଏ କିନ୍ତୁ ସ୍ବତନ୍ତ୍ର ନିର୍ଦ୍ଧାରଣ ଥରେ ମାତ୍ର ଧାର୍ଯ୍ୟ କରାଯାଏ ।

CHSE Odisha Class 12 Economics Chapter 16 Short Answer Questions in Odia Medium

3. ଫିଜ୍ ଓ ସ୍ଵତନ୍ତ୍ର ନିର୍ଦ୍ଧାରଣ :
Answer:
ଫିଲ୍ମର ପରିଚାଳନା କ୍ଷେତ୍ର ବ୍ୟାପକ । ଏକ ନିର୍ଦ୍ଦିଷ୍ଟ ସେବା ପାଇଁ ଯେକୌଣସି ସ୍ଥାନରେ ଏହା ଧାର୍ଯ୍ୟ କରାଯାଏ; କିନ୍ତୁ ସ୍ବତନ୍ତ୍ର ନିର୍ଦ୍ଧାରଣର ପରିଚାଳନା କ୍ଷେତ୍ର ସୀମିତ । ଏହା ଆଞ୍ଚଳିକ ଉନ୍ନୟନ ନିମନ୍ତେ ଧାର୍ଯ୍ୟ କରାଯାଇଥାଏ । ନିର୍ଦ୍ଦିଷ୍ଟ ସୁବିଧା ଉପଭୋଗ ପାଇଁ ପ୍ରତ୍ୟେକ ଥର ଫିଜ୍ ଦେବାକୁ ହୋଇଥାଏ । ତେଣୁ ଫିଜ୍ ବାରମ୍ବାର ଦିଆଯାଏ; କିନ୍ତୁ ବିଶେଷ ନିର୍ଦ୍ଧାରଣ ଥରେ ମାତ୍ର ଦେବାକୁ ହୋଇଥାଏ ।

ଯେକୌଣସି ବ୍ୟକ୍ତିବିଶେଷ ନିର୍ଦ୍ଦିଷ୍ଟ ସେବାପାଇଁ ସରକାରଙ୍କଦ୍ଵାରା ଧାର୍ଯ୍ୟ ଫିଜ୍ ଦେଇଥା’ନ୍ତି; କିନ୍ତୁ ସ୍ବତନ୍ତ୍ର ନିର୍ଦ୍ଧାରଣ କେବଳ ବିଶେଷ ସୁବିଧା ଲାଭ କରିଥିବା ବ୍ୟକ୍ତିମାନଙ୍କ ପାଇଁ ଧାର୍ଯ୍ୟ କରାଯାଏ ।

4. କର ଓ ଦର :
Answer:
କରି ସମସ୍ତଙ୍କ ପାଇଁ ଏକ ବାଧ୍ୟତାମୂଳକ ଦେୟ; କିନ୍ତୁ ଦର ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ । କେବଳ ସରକାରଙ୍କଦ୍ଵାରା ପ୍ରସ୍ତୁତ ଦ୍ରବ୍ୟ ଓ ସେବା କ୍ରୟ କରୁଥିବା ବ୍ୟକ୍ତିବିଶେଷ ଦର ଦେଇଥା’ନ୍ତି । ଏହା ସ୍ୱେଚ୍ଛାକୃତ । କର କରଦାତାଙ୍କୁ କୌଣସି ପ୍ରତ୍ୟକ୍ଷ ସୁବିଧା ଦେଇନଥାଏ; କିନ୍ତୁ ଦର ପ୍ରତ୍ୟକ୍ଷ ସୁବିଧା ଦେଇଥାଏ । ସେବା ପରିବ୍ୟୟ ସହ କରର କୌଣସି ସମ୍ପର୍କ ନଥାଏ, କିନ୍ତୁ ସେବା ପରିବ୍ୟୟ ସହିତ ଦରର ପୂର୍ଣ ସମ୍ପର୍କ ରହିଛି । ସର୍ବସାଧାରଣଙ୍କ କଲ୍ୟାଣ ନିମନ୍ତେ କର ଦିଆଯାଏ; କିନ୍ତୁ କେବଳ ବ୍ୟକ୍ତିଗତ ସନ୍ତୋଷ ନିମନ୍ତେ ଦର ଦିଆଯାଏ ।

5. କର ଓ ଫିଜ୍ :
Answer:
କର ସମସ୍ତଙ୍କ ପାଇଁ ଏକ ବାଧ୍ୟତାମୂଳକ ଦେୟ; କିନ୍ତୁ, ଅନ୍ୟପକ୍ଷରେ କୌଣସି ନିର୍ଦ୍ଦିଷ୍ଟ ସେବା ଉପଭୋଗ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଫିଜ୍ ଏକ ବାଧ୍ୟତାମୂଳକ ଦେୟ । ସରକାରଙ୍କ ବ୍ୟୟ ତୁଲାଇବା ନିମନ୍ତେ କର ଆଦାୟ କରାଯାଏ; କିନ୍ତୁ ପ୍ରଶାସନିକ ନିୟନ୍ତ୍ରଣ ଫିଜ୍ ଆଦାୟର ମୁଖ୍ୟ ଉଦ୍ଦେଶ୍ୟ । ସାଧାରଣ ସୁବିଧା ପାଇଁ କର ଧାର୍ଯ୍ୟ କରାଯାଇଥାଏ; କିନ୍ତୁ ଏକ ନିର୍ଦ୍ଦିଷ୍ଟ ସୁବିଧା ପାଇଁ ଫିଜ୍ ଧାର୍ଯ୍ୟ କରାଯାଏ । ସରକାରଙ୍କଦ୍ୱାରା ପ୍ରଦତ୍ତ ସେବା ପାଇଁ ଦେଉଥ‌ିବା ବ୍ୟୟ ସହିତ କରର କୌଣସି ସମ୍ପର୍କ ନଥିଲାବେଳେ ସେବା ପରିବ୍ୟୟ ସହିତ ଫିଡ୍‌ର ସମ୍ପର୍କ ଦେଖ‌ିବାକୁ ମିଳେ ।

6. ରାଜସ୍ଵ ବ୍ୟୟ ଓ ପୁଞ୍ଜି ବ୍ୟୟ :
Answer:
ଯେଉଁ ବ୍ୟୟ ସରକାରଙ୍କଦ୍ଵାରା ସଂଗୃହୀତ ରାଜସ୍ୱ; ଯଥା – କର, ରେଳବାଇ, ଡାକ ଓ ତାର, ଅନ୍ୟାନ୍ୟ ସରକାରୀ କାର୍ଯ୍ୟରୁ ସଂଗୃହୀତ ଅର୍ଥଦ୍ଵାରା ସଂଘଟିତ ହୋଇଥାଏ, ତାହାକୁ ରାଜସ୍ବ ବ୍ୟୟ କୁହାଯାଏ । ସରକାରଙ୍କ ବିଭିନ୍ନ ବିଭାଗ ଓ ପ୍ରଶାସନ ତଥା ଅନ୍ୟାନ୍ୟ ସ୍ଥାୟୀ ସେବା ପ୍ରଦାନକାରୀ କ୍ଷେତ୍ରରେ ସ୍ଵାଭାବିକ ପରିଚାଳନା ନିମନ୍ତେ ରାଜସ୍ୱ ବ୍ୟୟ କରାଯାଇଥାଏ ।

ସଂକ୍ଷେପରେ କହିବାକୁ ଗଲେ ସରକାରଙ୍କ ଯେଉଁ ବ୍ୟୟ ପରିସମ୍ପତ୍ତି ବା ସମ୍ପଦ ସୃଷ୍ଟି କରିବାରେ ଉପଯୋଗ ହୁଏ ନାହିଁ, ତାହାକୁ ରାଜସ୍ବ ବ୍ୟୟ କୁହାଯାଏ । ସରକାରଙ୍କର ପରିଚାଳନା ବାବଦ ବ୍ୟୟ, ବିଭିନ୍ନ ସ୍ଥାୟୀ ସେବାକ୍ଷେତ୍ର ନିମନ୍ତେ ବ୍ୟୟ, ସରକାରୀ ଋଣ ଉପରେ ସୁଧ ପ୍ରଦାନଜନିତ ବ୍ୟୟ, ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଉଥ‌ିବା ଅନୁଦାନ ଏହାର ଅନ୍ତର୍ଭୁକ୍ତ ।

ଯେଉଁ ବ୍ୟୟ, ପୁଞ୍ଜି ସଂଗ୍ରହଜନିତ ପ୍ରାପ୍ତି; ଯଥା – ଖୋଲାବଜାର ରଣ, ରିଜର୍ଭ ବ୍ୟାଙ୍କଦ୍ୱାରା ସରକାରଙ୍କୁ ପ୍ରଦତ୍ତ ଋଣ ଓ ଦେଶ ଭିତରେ ଓ ବାହାରେ ଥ‌ିବା ଅନୁଷ୍ଠାନମାନଙ୍କଦ୍ଵାରା ପ୍ରଦତ୍ତ ଋଣଦ୍ବାରା ଭରଣା କରାଯାଇଥାଏ, ତାହାକୁ ପୁଞ୍ଜି ବ୍ୟୟ କୁହାଯାଏ । ଏହି ବ୍ୟୟଭାର ବୈଦେଶିକ ଋଣ, ଆନ୍ତର୍ଜାତୀୟ ଅନୁଷ୍ଠାନମାନଙ୍କଦ୍ୱାରା ପ୍ରଦତ୍ତ ଋଣ ଓ ରାଜ୍ୟ ସରକାରଙ୍କଦ୍ବାରା ପରିଶୋଧ କରାଯାଉଥ‌ିବା ଋଣଦ୍ଵାରା ମଧ୍ୟ ବହନ କରାଯାଇଥାଏ । ଏହି ବ୍ୟୟ ସାଧାରଣଭାବେ ଭୂମି ଅଧୃତ, କୋଠାବାଡ଼ି ନିର୍ମାଣ, ଯନ୍ତ୍ରପାତି ଓ କଳକବ୍‌ଜା କ୍ରୟ, ଅଂଶଧନରେ ବିନିଯୋଗ ଏବଂ ରାଜ୍ୟ ସରକାରଙ୍କ ଅଗ୍ରିମ ନିମନ୍ତେ କରାଯାଇଥାଏ ।

7. ପ୍ରତ୍ୟକ୍ଷ କର ଓ ପରୋକ୍ଷ କର :
Answer:
ଯେଉଁ ବ୍ୟକ୍ତି ଉପରେ କର ଧାର୍ଯ୍ୟ କରାଯାଇଥାଏ ସେ ଯଦି କରଭାର ବହନ କରେ, ତାହାହେଲେ ସେ ପ୍ରକାର କର ଏକ ପ୍ରତ୍ୟକ୍ଷ କର । ସେ ଅନ୍ୟ କୌଣସି ବ୍ୟକ୍ତିଙ୍କୁ କରଭାର ହସ୍ତାନ୍ତର କରିପାରେ ନାହିଁ । ଆୟକର ଏକ ପ୍ରତ୍ୟକ୍ଷ କରର ଦୃଷ୍ଟାନ୍ତ । ଏହାର କରାଘାତ ଓ କରାପାତ ସମାନ ବ୍ୟକ୍ତି ଉପରେ ପଡ଼େ । ଡାଲଟନ୍‌ଙ୍କ ଭାଷାରେ, ‘ପ୍ରତ୍ୟକ୍ଷ କର ତାହାକୁ କୁହାଯାଏ ଯେଉଁ କ୍ଷେତ୍ରରେ, ଆଇନ ଅନୁଯାୟୀ ଯେଉଁ ବ୍ୟକ୍ତି ଉପରେ ଟିକସ ଧାର୍ଯ୍ୟ କରାଯାଏ, ସେହିଁ ପ୍ରକୃତରେ ଏହା ଭରଣା କରେ ।’

ଯେଉଁ କରଗୁଡ଼ିକ ପ୍ରଥମେ ଜଣେ ବ୍ୟକ୍ତି ଦେଇଥା’ନ୍ତି; କିନ୍ତୁ ପରେ ଅନ୍ୟ କୌଣସି ଜଣେ ବ୍ୟକ୍ତିଙ୍କ ଉପରକୁ ଖସାଇ ଦିଆଯାଇଥାଏ, ସେଗୁଡ଼ିକୁ ପରୋକ୍ଷ କର କୁହାଯାଏ । ଏଠାରେ କରାଘାତ ପ୍ରଥମ ବ୍ୟକ୍ତି ଉପରେ ପଡ଼ିଥାଏ ଓ କରାପାତ ଦ୍ବିତୀୟ ବ୍ୟକ୍ତିଙ୍କ ଉପରେ ପଡ଼ିଥାଏ । କେତେକ କ୍ଷେତ୍ରରେ ମୋଟ କରାପାତ ଦ୍ବିତୀୟ ବ୍ୟକ୍ତି ଉପରେ ପୂରା ଭାବରେ ପଡ଼ିନଥାଏ ।

ଡାଲଟନ୍‌ଙ୍କ ମତରେ, ‘ପରୋକ୍ଷ କର ଜଣେ ବ୍ୟକ୍ତି ଉପରେ ବସାଯାଏ, କିନ୍ତୁ ପ୍ରକୃତ କରଦାତା ଓ ଅନ୍ୟାନ୍ୟ ସମ୍ପର୍କୀୟ ପୂର୍ବ ସର୍ଭାବଳୀରେ ଏକ ଆନୁଷଙ୍ଗିକ ପରିବର୍ତ୍ତନ ଯୋଗୁଁ ନିର୍ଦ୍ଧାରିତ କରର ପୁରା ଭାଗ ବା ଏହାର କିଛି ଅଂଶ ପ୍ରକୃତରେ ଅନ୍ୟକୁ ଦେବାକୁ ପଡ଼ିଥାଏ ।’

8. କରାଘାତ ଓ କରାପାତ :
Answer:
କରଧାର୍ଯ୍ୟ ହେବା ପରେ ଯେଉଁମାନଙ୍କୁ ପ୍ରଥମେ କର ଦେବାକୁ ହୋଇଥାଏ ସେମାନଙ୍କ ଉପରେ କରାଘାତ ହେଲା ବୋଲି କୁହାଯାଏ । ଅନ୍ୟପକ୍ଷରେ ଯେଉଁମାନେ ପରିଶେଷରେ କର ଭାର ବହନ କରନ୍ତି ସେମାନଙ୍କ ଉପରେ କରାପାତ ହୋଇଥାଏ । କରାଘାତ କହିଲେ କରର ଧାର୍ଯ୍ୟ ବିନ୍ଦୁକୁ ବୁଝାଉଥିବାବେଳେ କରାଘାତ କହିଲେ କରର ଅନ୍ତିମ ଭାରବିନ୍ଦୁକୁ ବୁଝାଇଥାଏ । କରାପାତ କର ସ୍ଥାନାନ୍ତରଣ ଅନ୍ତିମ ପରିଣାମ ।

ଯେଉଁ ଲୋକମାନଙ୍କ ଉପରେ କରାଘାତ ହୁଏ, ସେମାନେ କରର ପ୍ରାଥମିକ ଭାର ବହନ କରନ୍ତି । ଅନ୍ୟ ପକ୍ଷରେ ଯେଉଁମାନଙ୍କ ଉପରେ କରାପାତ ହୁଏ ସେମାନେ କରର ଅନ୍ତିମ ଭାର କରଥା’ନ୍ତି ।

9. ଉପାର୍ଜିତ ରାଜସ୍ଵ ଓ ଅନୁପାର୍ଜିତ ରାଜସ୍ଵ :
Answer:
ରାଷ୍ଟ୍ର ନିଜ ମାଲିକାନାରେ ଥିବା ପ୍ରାକୃତିକ ସମ୍ବଳଗୁଡ଼ିକର ଉପଯୋଗ କରି ଯେଉଁ ରାଜସ୍ୱ ସଂଗ୍ରହ କରିଥାଏ, ତାହାକୁ ଉପାର୍ଜିତ ରାଜସ୍ୱ ଆଖ୍ୟା ଦିଆଯାଇଥାଏ । ଏତଦ୍‌ବ୍ୟତୀତ ରାଷ୍ଟ୍ରାୟତ୍ତ ବାଣିଜ୍ୟିକ ଓ ଔଦ୍ୟୋଗିକ ସଂସ୍ଥାମାନଙ୍କରୁ ରାଷ୍ଟ୍ର ଯେଉଁ ଆୟ ଅର୍ଜନ କରିଥାଏ, ତାହାକୁ ଉପାର୍ଜିତ ରାଜସ୍ୱ କୁହାଯାଏ । ସରକାର ମଧ୍ୟ ଏକ ଉଦ୍ୟୋକ୍ତା । ସରକାରୀ ଉଦ୍ୟୋଗରେ ଉତ୍ପାଦିତ ବିଭିନ୍ନ ଦ୍ରବ୍ୟ ଓ ସେବା ବିକ୍ରୟ କରି ସରକାର ଯେଉଁ ରାଜସ୍ବ ପାଇଥା’ନ୍ତି, ତାହାକୁ ଉପାର୍ଜିତ ରାଜସ୍ୱ କୁହାଯାଏ ।

ଅନ୍ୟପକ୍ଷରେ ରାଷ୍ଟ୍ରର ଅନୁପାର୍ଜିତ ରାଜସ୍ବ ମୁଖ୍ୟତଃ ବ୍ୟକ୍ତି, ପରିବାର ଓ ପ୍ରତିଷ୍ଠାନମାନଙ୍କଠାରୁ ମିଳିଥାଏ । କର, ପ୍ରଶାସନିକ ଆୟ, ଉପହାର ଓ ଅନୁଦାନ ଆଦିକୁ ସରକାରଙ୍କ ଅନୁପାର୍ଜିତ ଆୟ ବୋଲି କୁହାଯାଇଥାଏ ।

CHSE Odisha Class 12 Economics Chapter 16 Short Answer Questions in Odia Medium

10. ରାଷ୍ଟ୍ରବିତ୍ତ ଓ ବ୍ୟକ୍ତିବିର :
Answer:
ଜଣେ ବ୍ୟକ୍ତିଙ୍କ ଆୟ ପ୍ରାୟତଃ ସ୍ଥିର, ତେଣୁ ତାଙ୍କୁ ଆୟ ଅନୁସାରେ ବ୍ୟୟ କରିବାକୁ ପଡ଼େ; କିନ୍ତୁ ରାଷ୍ଟ୍ର ପ୍ରଥମେ ବ୍ୟୟ ପରିମାଣ ଆକଳନ କରି ବ୍ୟୟ ଭରଣା ପାଇଁ ବିଭିନ୍ନ ଆୟର ପନ୍ଥା ନିର୍ଦ୍ଧାରଣ କରେ ।

ଜଣେ ବ୍ୟକ୍ତି ପାଇଁ ଲାଭ ବ୍ୟୟର ମୁଖ୍ୟ ଉଦ୍ଦେଶ୍ୟ; କିନ୍ତୁ ଲାଭ ପ୍ରତ୍ୟାଶା ରାଷ୍ଟ୍ରର ମୁଖ୍ୟ ଆଭିମୁଖ୍ୟ ନୁହେଁ । ସର୍ବାଧିକ ଜନକଲ୍ୟାଣ ରାଷ୍ଟ୍ର ବ୍ୟୟର ଲକ୍ଷ୍ୟ ।

ଜଣେ ବ୍ୟକ୍ତିର ବଜେଟ୍ ତା’ର ନିଜସ୍ବ । ଏହା ସାଧାରଣରେ ପ୍ରକାଶିତ ହୋଇନଥାଏ ଏବଂ ଗୋପନ ରହିଥାଏ; କିନ୍ତୁ ସରକାରୀ ବଜେଟ୍ ଗୋପନୀୟ ନୁହେଁ ଏବଂ ଏହା ସର୍ବସାଧାରଣ ପାଇଁ ଖୋଲା ।

11. ଯୋଜନା ବ୍ୟୟ ଓ ଅଣଯୋଜନା ବ୍ୟୟ :
Answer:
ଯେଉଁ ବ୍ୟୟ ପାଇଁ ରାଷ୍ଟ୍ରୀୟ ଯୋଜନାର ଅନୁମୋଦନ ଆବଶ୍ୟକ, ତାହା ଯୋଜନା ବ୍ୟୟ । ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ଆବଶ୍ୟକତା ଅନୁସାରେ ନୂତନ ଭାବେ ପ୍ରସ୍ତାବିତ ଓ ଅନୁମୋଦିତ ବ୍ୟୟକୁ ଯୋଜନା ବ୍ୟୟ କୁହାଯାଏ । ନୂତନ ରାସ୍ତା, ବନ୍ଧ ଇତ୍ୟାଦିର ନିର୍ମାଣଜନିତ ବ୍ୟୟ ହେଉଛି ଯୋଜନା ବ୍ୟୟ ଅଟେ ।

ଯେଉଁ ସରକାରୀ ବ୍ୟୟ ନିମନ୍ତେ ରାଷ୍ଟ୍ରୀୟ ଯୋଜନାର ଅନୁମୋଦନ ଆବଶ୍ୟକ ହୋଇନଥାଏ ତାହା ଅଣଯୋଜନା ବ୍ୟୟ । ଏହି ବ୍ୟୟଭାର ବହନ କରିବାପାଇଁ ସରକାର ବାଧ୍ୟ । ସ୍ଥାୟୀ କର୍ମଚାରୀମାନଙ୍କ ଦରମା ଓ ପେନ୍‌ସନ୍, ସୁଧ ପରିଶୋଧ, ଦେଶରକ୍ଷା ଇତ୍ୟାଦି ପାଇଁ ହେଉଥିବା ବ୍ୟୟ ହେଉଛି ଅଣଯୋଜନା ବ୍ୟୟ ।

12. ଉନ୍ନୟନ ବ୍ୟୟ ଓ ଅଣଉନ୍ନୟନ ବ୍ୟୟ :
Answer:
ଯେଉଁ ସରକାରୀ ବ୍ୟୟ ଅର୍ଥନୈତିକ ବିକାଶ ନିମନ୍ତେ ସହାୟତା ପ୍ରଦାନ କରେ, ତାହା ଉନ୍ନୟନ ବ୍ୟୟ । ଜାତୀୟ ଆୟ ବୃଦ୍ଧି ସହିତ ସାମାଜିକ ଓ ଅର୍ଥନୈତିକ ବିକାଶ ଉନ୍ନୟନ ବ୍ୟୟର ପ୍ରମୁଖ ଆଭିମୁଖ୍ୟ । କୃଷି, ଶିଳ୍ପ, ସ୍ବାସ୍ଥ୍ୟ, ଗମନାଗମନ ଇତ୍ୟାଦିର ଉନ୍ନତି ପାଇଁ ହେଉଥ‌ିବା ସରକାରୀ ବ୍ୟୟକୁ ଉନ୍ନୟନ ବ୍ୟୟ କୁହାଯାଏ ।

ସରକାର ଏପରି କେତେକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ବ୍ୟୟ କରିଥା’ନ୍ତି ଯେଉଁଗୁଡ଼ିକ ଅତ୍ୟାବଶ୍ୟକ ହୋଇଥିଲେ ମଧ୍ୟ ବିକାଶ କ୍ଷେତ୍ରରେ ସହାୟତା ପ୍ରଦାନ କରନ୍ତି ନାହିଁ । ଏପରି ସମସ୍ତ ସରକାରୀ ବ୍ୟୟକୁ ଅଣଉନ୍ନୟନ ବ୍ୟୟ କୁହାଯାଏ । ଆଇନ୍ ଓ ଶୃଙ୍ଖଳା, ପ୍ରତିରକ୍ଷା, ପ୍ରଶାସନ ଇତ୍ୟାଦି ପାଇଁ ସରକାର କରୁଥିବା ବ୍ୟୟ ଅଣଉନ୍ନୟନ ବ୍ୟୟର ଅନ୍ତର୍ଭୁକ୍ତ ।

BSE Odisha 8th Class Science Solutions Chapter 15 କେତେକ ପ୍ରାକୃତିକ ଘଟଣା

Odisha State Board BSE Odisha 8th Class Science Solutions Chapter 15 କେତେକ ପ୍ରାକୃତିକ ଘଟଣା Textbook Exercise Questions and Answers.

BSE Odisha Class 8 Science Solutions Chapter 15 କେତେକ ପ୍ରାକୃତିକ ଘଟଣା

Question 1.
ନିମ୍ନୋକ୍ତ ପ୍ରତ୍ୟେକ ପ୍ରଶ୍ନର ଠିକ୍ ଉତ୍ତର ବାଛି ଲେଖ ।
(i) କେଉଁଟି ଘର୍ଷଣ ଦ୍ବାରା ସହଜରେ ଚାର୍ଜିତ ହୁଏ ନାହିଁ ?
(a) ଏକ ପ୍ଲାଷ୍ଟିକ୍ ସ୍କେଲ୍
(b) ଏକ ତମ୍ବା ଦଣ୍ଡ
(c) ଏକ ଫୁଙ୍କା ହୋଇଥ‌ିବା ବେଲୁନ୍
(d) ଏକ ପଶମ କପଡ଼ା
ଉ-
(b) ଏକ ତମ୍ବା ଦଣ୍ଡ

BSE Odisha 8th Class Science Solutions Chapter 15 କେତେକ ପ୍ରାକୃତିକ ଘଟଣା

(ii) ଏକ କାଚଦଣ୍ଡକୁ ଛୋଟ ରେଶମ କପଡ଼ାରେ ଘଷିଲେ ।
(a) ଦଣ୍ଡ ଏବଂ କପଡ଼ା ଉଭୟ ଯୁକ୍ତଚାର୍ଜ ଗ୍ରହଣକରନ୍ତି ।
(b) ଦଣ୍ଡଟି ଯୁକ୍ତଭାବେ ଚାର୍ଜିତ ଓ କପଡ଼ାଟି ବିଯୁକ୍ତ ଭାବେ ଚାର୍ଜିତ ହୁଏ ।
(c) ଦଣ୍ଡ ଏବଂ କପଡ଼ା ଉଭୟ ବିଯୁକ୍ତ ଭାବେ ଚାର୍ଜିତ ହୁଅନ୍ତି ।
(d) ଦଣ୍ଡଟି ବିଯୁକ୍ତ ଭାବେ ଚାର୍ଜିତ ହୁଏ ଓ କପଡ଼ା ଯୁକ୍ତଭାବେ ଚାର୍ଜିତ ହୁଏ ।
ଉ-
(b) ଦଣ୍ଡଟି ଯୁକ୍ତ ଭାବେ ଚାର୍ଜିତ ହୁଏ ଓ କପଡ଼ା ବିଯୁକ୍ତଭାବେ ଚାର୍ଜିତ ହୁଏ ।

Question 2.
ନିମ୍ନ ଉକ୍ତିଗୁଡିକ ଠିକ୍ ଥିଲେ T, ଭୁଲ୍ ଥିଲେ I ଲେଖ ।
(a) ସମ ଚାର୍ଜ ପରସ୍ପରକୁ ଆକର୍ଷଣ କରନ୍ତି ।
(b) ଏକ ଚାର୍ଜିତ କାଚଦଣ୍ଡ ଏକ ଚାର୍ଜିତ ପ୍ଲାଷ୍ଟିକ୍ ଷ୍ଟ୍ରକୁ ଆକର୍ଷଣ କରେ ।
(c) ବିଜୁଳି ପରିଚାଳକ ଏକ କୋଠାଘରକୁ ବିଜୁଳି ଆଘାତରୁ ରକ୍ଷା କରି ପାରିବ ନାହିଁ ।
(d) ଭୂକମ୍ପର ପୂର୍ବାନୁମାନ କରି ହେବ ।

Answers
(a) F
(b) T
(c) F
(d) F

Question 3.
ଶୀତଦିନେ ସ୍ଟେଟର ଓହ୍ଲାଇବା ବେଳେ କାହିଁକି ଚଡ୍ ଚଡ୍ ଶବ୍ଦ ହୁଏ, ବୁଝାଅ ।
ଉ-
ସ୍ଵେଟର ପଶମରେ ନିର୍ମିତ ହୋଇଥାଏ । ଏହାକୁ ଓହ୍ଲାଇବା ସମୟରେ ଏହା ଶରୀରରେ ଲୋମସହ ଘର୍ଷଣ ହୋଇ ସ୍ପାର୍କ ସହ ଚଡ଼ ଚଡ଼ ଶବ୍ଦ ହୋଇଥାଏ ।

Question 4.
ଚାର୍ଜିତ ବସ୍ତୁକୁ ହାତରେ ଛୁଇଁଲେ ଏହା କାହିଁକି ଚାର୍ଜ ହରାଇ ଥାଏ, ବୁଝାଅ ।
ଉ-
ଆମ ଶରୀର ବିଦ୍ୟୁତ୍ ସୁପରିବାହୀ ହୋଇଥିବାରୁ ଚାର୍ଜିତ ବସ୍ତୁକୁ ହାତରେ ଛୁଇଁଲେ ଚାର୍ଜ ଆମ ଶରୀର ମଧ୍ୟରେ ଭୂପୃଷ୍ଠକୁ ସ୍ଥାନାନ୍ତରିତ ହୁଏ; ଫଳରେ ଚାର୍ଜିତ ବସ୍ତୁ ଚାର୍ଜ ହରାଇଥାଏ ।

Question 5.
ବିଜୁଳି ଆଘାତରୁ ରକ୍ଷାପାଇବାପାଇଁ ତିନୋଟି ପ୍ରତିକାର ବ୍ୟବସ୍ଥା ଲେଖ ।
ଉ-
(a) ବଡ଼ ବଡ଼ କୋଠାଘରମାନଙ୍କରେ ବିଦ୍ୟୁତ୍ ଚାଳକ ସଂଯୁକ୍ତ କରିବା ଆବଶ୍ୟକ ।
(b) ବିଜୁଳି ଘଡ଼ଘଡ଼ି ହେଉଥ‌ିବାବେଳେ ନିରାପଦ ସ୍ଥାନରୁ ବାହାରକୁ ନ ଯାଇ କିଛି ସମୟ ଅପେକ୍ଷା କରିବା ଉଚିତ ।
(c) ଏ ସମୟରେ କୌଣସି ଘର କିମ୍ବା କୋଠାଘର ନିରାପଦ ସ୍ଥାନ ।

Question 6.
ଏକ ଚାର୍ଜିତ ବେଲୁନ୍ ଆଉ ଏକ ଚାର୍ଜିତ ବେଲୁନ୍‌କୁ କାହିଁକି ବିକର୍ଷଣ କରେ ଏବଂ ଏକ ଚାର୍ଜ ନଥ‌ିବା ବେଲୁନ୍ ଆଉ ଏକ ଚାର୍ଜିତ ବେଲୁକୁ କାହିଁକି ଆକର୍ଷଣ କରେ, ବୁଝାଅ ।
ଉ-
ଏକା ଚାର୍ଜଥିବା ଦୁଇଟି ବେଲୁନ ପରସ୍ପରକୁ ବିକର୍ଷଣ କରନ୍ତି, କାରଣ ‘ସମପ୍ରକାର ଚାର୍ଜ ପରସ୍ପରକୁ ବିକର୍ଷଣ କରନ୍ତି’ ଓ ‘ଏକା ଚାର୍ଜ ହୀନ ଦୁଇଟି ବେଲୁନ ଚାର୍ଜ ଗ୍ରହଣ କରିବା ପାଇଁ ଆଉ ଏକ ଚାର୍ଜିତ ବେଲୁନ୍‌କୁ ଆକର୍ଷଣ କରନ୍ତି’ ।

Question 7.
ଚାର୍ଜିତ ବସ୍ତୁ ବିଷୟରେ ଜାଣିହେଉଥ‌ିବା ଯନ୍ତ୍ରଟିର ନାମ ଲେଖ ଓ ଚିତ୍ରସହ ଏହାର ଗଠନ ବର୍ଣ୍ଣନା କର ।
ଉ-
ଚାର୍ଜିତ ବସ୍ତୁ ବିଷୟରେ ଜାଣିହେଉଥ‌ିବା ଯନ୍ତ୍ରଟିର ନାମ ‘ସରଳ ଇଲେକ୍ଟ୍ରୋସ୍କୋପ୍’ ।
ଗଠନ :

  • ଗୋଟିଏ ଖାଲି କାଚ ବୋତଲ ଉପରେ ଏହାର ମୁହଁଠାରୁ ସାମାନ୍ୟ ବଡ଼ ଗୋଟିଏ କାର୍ଡ଼ବୋର୍ଡ଼ ରଖାଯାଇଥାଏ ।
  • କାର୍ଡ଼ବୋର୍ଡ଼ ମଝିରେ ଗୋଟିଏ ରନ୍ଧ୍ର କରାଯାଇଥାଏ ।
  • ରନ୍ଧ୍ର ବାଟେ ଗୋଟିଏ ଧାତବ କ୍ଲିପରେ ଦୁଇଟି ପତଳା ଆଲୁମିନିୟମ୍ ଫଏଲ ଝୁଲାଇ ରଖାଯାଇଥାଏ ।
  • ଆଲୁମିନିୟମ୍ ଫଏଲର ଦୈର୍ଘ୍ୟ 4 ସେ.ମି. ଓ ପ୍ରସ୍ଥ । ସେ.ମି. ହୋଇଥାଏ ।
  • ଧାତବ କ୍ଲିପଟି କାର୍ଡ଼ବୋର୍ଡ଼ ସହ ଲମ୍ବ ଭାବରେ ଅବସ୍ଥାନ କରିଥାଏ ।
  • କ୍ଲିପ୍‌ର ଯେଉଁ ପ୍ରାନ୍ତରେ ଫଏଲ ଝୁଲାଯାଏ ତାହା ବୋତଲ ଭିତରକୁ ଓ ଅନ୍ୟ ପ୍ରାନ୍ତଟି କାର୍ଡ଼ବୋର୍ଡ଼ ଉପରକୁ ରହିଥାଏ ।

BSE Odisha 8th Class Science Solutions Chapter 15 କେତେକ ପ୍ରାକୃତିକ ଘଟଣା 1

BSE Odisha 8th Class Science Solutions Chapter 15 କେତେକ ପ୍ରାକୃତିକ ଘଟଣା

Question 8.
ଭାରତର ତିନୋଟି ଭୂକମ୍ପ ପୀଡ଼ିତ ରାଜ୍ୟର ନାମ ଲେଖ ।
ଉ-
ଜାମ୍ମୁ ଓ କାଶ୍ମୀର, ରାଜସ୍ଥାନ, ଗୁଜରାଟ

Question 9.
ମନେକର ତୁମେ ଘର ବାହାରେ ଅଛ । ହଠାତ୍‌ ଭୂମିକମ୍ପ ହେଲା, ନିଜର ସୁରକ୍ଷା ପାଇଁ କି ପ୍ରକାର ପ୍ରତିକାର ବ୍ୟବସ୍ଥା ଗ୍ରହଣକରିବ, ଲେଖ ।
ଉ-

  • ଖୋଲାଜାଗା ଦେଖୁ ରହିବୁ; ଗଛ, କୋଠାଘର ଏବଂ ଉପରେ ଯାଇଥିବା ବିଦ୍ୟୁତ୍ ଲାଇନ୍ ଇତ୍ୟାଦିଠାରୁ ଦୂରରେ ରହିବୁ, ଯଥାସମ୍ଭବ ଦୂରରେ ଭୂମି ଉପରେ ଆଣ୍ଠୁ ମଝିରେ ମୁହଁ ପୋତି ବସିରହିବୁ ।
  • ବସ୍ କିମ୍ବା କାରରେ ଥିଲେ ଭିତରୁ ବାହାରକୁ ଆସିବା ଉଚିତ ନୁହେଁ । ଧୀରେ ଗାଡ଼ି ଚଳାଇ ନିକଟସ୍ଥ କୌଣସି ଖୋଲାଜାଗାକୁ ଯିବୁ ଏବଂ ଭୂମିକମ୍ପ ବନ୍ଦ ନହେବା ପର୍ଯ୍ୟନ୍ତ ଗାଡ଼ି ଖୋଲିବା ଉଚିତ ନୁହେଁ ।

Question 10.
ପାଣିପାଗ ବିଭାଗ ଦ୍ବାରା ସୂଚନା ଦିଆଗଲା ଯେ ଏକ ନିର୍ଦ୍ଦିଷ୍ଟ ଦିନରେ ଝଡ଼ ହେବ, ତୁମକୁ ସେଦିନ ବାହାରକୁ ଯିବାକୁ ଅଛି, ତୁମେ ସାଥୀରେ ଛତା ନେଇ ଯିବ କି, ବୁଝାଅ ।
ଉ-
ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷାବେଳେ ଛତାଧରି ଯିବା ବିପଦ ଅଟେ; କାରଣ

  • ଛତାର ମଧ୍ୟଭାଗରେ ଥ‌ିବା ବେଣ୍ଟ ସାଧାରଣତଃ ଲୁହାରେ ତିଆରି ହୋଇଥାଏ ।
  • ଛତାର ଗୋଟିଏ ପ୍ରାନ୍ତକୁ ଆମେ ହାତରେ ଧରୁଥିବାବେଳେ ଅନ୍ୟ ପ୍ରାନ୍ତଟି ଗୋଜିଆ ହୋଇ ଉପର ଆଡ଼କୁ ରହିଥାଏ ।
  • ଛତାର ଏହି ମୁନ ବାଟ ଦେଇ ବିଦ୍ୟୁତ୍ ବିସର୍ଜନ ପ୍ରକ୍ରିୟା ସହଜ ହୁଏ ଓ ବାୟୁମଣ୍ଡଳରୁ ବିଦ୍ୟୁତ୍ ଚାର୍ଜ ଶରୀରକୁ  ଆସିବାର ସମ୍ଭାବନା ରହିଥ‌ିବା ସହ ଦୂର୍ଘଟଣା ଘଟିବାର ମଧ୍ୟ ଆଶଙ୍କା ରହିଥାଏ ।

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

ବସ୍ତୁନିଷ୍ଠ ପ୍ରଶ୍ନେ। ଭର

1. ଶୂନ୍ୟସ୍ଥାନ ପୂରଣ କର ।

(i) ବିଜୁଳି ଓ ଘଡ଼ଘଡ଼ି ପ୍ରକୃତିରେ ଘଟୁଥ‌ିବା ଏକପ୍ରକାର ………………….. ଅଟେ ।
(ii) ଅମ୍ବର ଏକପ୍ରକାର ପ୍ରାକୃତିକ ପଲିମର୍ ବା …………………… ଅଟେ ।
(iii) ଘର୍ଷଣଦ୍ଵାରା ପଦାର୍ଥକୁ …………………. କରାଯାଇପାରେ ।
(iv) ସମପ୍ରକାର ଚାର୍ଜ ପରସ୍ପରକୁ …………………… କରନ୍ତି ।
(v) ଅସମ ପ୍ରକାରର ଚାର୍ଜ ପରସ୍ପରକୁ ………………….. କରନ୍ତି ।
(vi) କାଚଦଣ୍ଡକୁ ରେଶମ କନାରେ ଘଷିଲେ କାଚଦଣ୍ଡରେ ……………………… ଚାର୍ଜ ସୃଷ୍ଟି ହୁଏ ।
(vii) କାଚଦଣ୍ଡକୁ ରେଶମ କନାରେ ଘଷିଲେ ରେଶମ କନାରେ …………………….. ଚାର୍ଜ ସୃଷ୍ଟି ହୁଏ ।
(viii) ଘର୍ଷଣଜନିତ ପଦାର୍ଥରେ ସୃଷ୍ଟ ଚାର୍ଜକୁ …………………… ଚାର୍ଜ କୁହାଯାଏ ।
(ix) ଯେଉଁ ସାଧନ ଦ୍ଵାରା ବସ୍ତୁଟି ଚାର୍ଜ ହୋଇଛି …………………. କୁହାଯାଏ ।
BSE Odisha 8th Class Science Solutions Chapter 15 କେତେକ ପ୍ରାକୃତିକ ଘଟଣା
(xi) ବିଜୁଳି ଦେଖାଯିବାର କିଛି ସମୟପରେ …………………… ଶବ୍ଦ ଶୁଭେ ।
(xii) ବିଜୁଳି ଘଡ଼ଘଡ଼ି ସହ ବର୍ଷାବେଳେ …………………. ଧରି ଯିବା ବିପଦ ଅଟେ ।
(xiii) ବଜ୍ରପାତର ପ୍ରଭାବରୁ ସୁରକ୍ଷାପାଇଁ କୋଠାଘରଗୁଡ଼ିକରେ ……………………. ସଂଯୁକ୍ତ କରାଯାଇଥାଏ ।
(xiv) ବର୍ତ୍ତମାନ ସୁଦ୍ଧା ……………………… ପରି ପ୍ରାକୃତିକ ବିପର୍ଯ୍ୟୟ ବିଷୟରେ କୌଣସି ପୂର୍ବାନୁମାନ କରାଯାଇପାରୁ ନାହିଁ ।
(xv) 2005 ମସିହା ଅକ୍ଟୋବର ……………………….. ତାରିଖରେ ଉତ୍ତର କାଶ୍ମୀରରେ ବଡ଼ଧରଣର ଭୂମିକମ୍ପ ହୋଇଥିଲା ।
(xvi) 2001 ମସିହା ଜାନୁଆରୀ …………………….. ତାରିଖରେ ଉତ୍ତର କାଶ୍ମୀରରେ ବଡ଼ଧରଣର ଭୂମିକମ୍ପ ହୋଇଥିଲା ।
(xvii) ପୃଥ‌ିବୀପୃଷ୍ଠ ହଠାତ୍ ଥରିବାକୁ ଆରମ୍ଭକଲେ ………………….. ଅନୁଭୂତ ହୁଏ ।
(xviii) ବନ୍ୟା, ଭୂସ୍ଖଳନ ଓ ସୁନାମି …………………… ର ପ୍ରଭାବରେ ହୋଇଥାଏ ।
(xix) ପୃଥ‌ିବୀର ବାହ୍ୟ ଆବରଣ ଅନେକ ସ୍ତରରେ ଗଠିତ । ପ୍ରତ୍ୟେକ ସ୍ତରକୁ ………………….. କୁହାଯାଏ ।
(xx) ଭୂକମ୍ପ ତରଙ୍ଗକୁ …………………. ଲିପିବଦ୍ଧ କରାଯାଏ ।

BSE Odisha 8th Class Science Solutions Chapter 15 କେତେକ ପ୍ରାକୃତିକ ଘଟଣା

Answer:
(i) ଷ୍ଟାର୍କ
(ii) ରେ ଚ୍ଚିନ୍
(iii) ଚାର୍ଜିତ
(iv) ବିକର୍ଷଣ
(v) ଆକର୍ଷଣ
(vi) ଯୁକ୍ତ
(vii) ବିଯୁକ୍ତ
(viii) ସ୍ଥିର ବିଦ୍ୟୁତ୍
(ix) ଇଲେକ୍‌ଷ୍ଟୋପ
(xiii) ବିଜୁଳି ଚାଳକ
(xii) ଭୂକମ୍ପ
(x) 212
(xi) ଘଡ଼ଘଡ଼ି
(xii) ଛତା
(Xiv) ଭୂମିକମ୍ପ ଓ ସୁନାମି
(xv) 8
(xvi) 26
(xviii) ଭୂମିକମ୍ପ
(xix) ପ୍ଲେଟ୍
(xx) ସେସ୍‌ମୋଗ୍ରାଫ୍

2. ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।

(i) ……………….. ଗୋଟିଏ ପ୍ରାକୃତିକ ଘଟଣା ନୁହେଁ ! (ବନ୍ୟା, ବାତ୍ୟା, ଭୂମିକମ୍ପ, ପରମାଣୁ ବୋମା ପରୀକ୍ଷଣ )
(ii) ବିଜୁଳି ଓ ଘଡ଼ଘଡ଼ି ଯୋଗୁଁ କୋଠାଘର ଫାଟିଗଲେ ଏହାକୁ ……………………….. କୁହାଯାଏ । (ଭୂମିକମ୍ପ, ସୁନାମି, ବଜ୍ରପାତ, ବାତ୍ୟା)
(iii) ର୍କ ଓ ବିଜୁଳି ପ୍ରାୟ ଏକାପ୍ରକାରର । ଏହା ବୈଜ୍ଞାନିକ …………………. ଦର୍ଶାଇଥିଲେ । (ଫ୍ରାଙ୍କ୍‌ଲିନ୍, ଆଇନ୍‌ଷ୍ଟାଇନ୍, ନିଉଟନ୍, ବ୍ଲାକ୍‌ମ୍ୟାନ୍)
(iv) ସମପ୍ରକାର ଚାର୍ଜ ପରସ୍ପରକୁ …………………… କରନ୍ତି । (ଆକର୍ଷଣ, ବିକର୍ଷଣ, ନିରପେକ୍ଷ, କୌଣସିଟି ନୁହେଁ)
(v) ଅସମ ପ୍ରକାର ଚାର୍ଜ ପରସ୍ପରକୁ …………………. କରନ୍ତି । ( ଆକର୍ଷଣ, ବିକର୍ଷଣ, ନିରପେକ୍ଷ, କୌଣସିଟି ନୁହେଁ )
(vi) କାଚଦଣ୍ଡକୁ ରେଶମ କନାରେ ଘଷିଲେ କାଚଦଣ୍ଡରେ …………………….. ଚାର୍ଜ ସୃଷ୍ଟି ହୁଏ । (ଧନାତ୍ମକ, ରଣାତ୍ମକ, ନିରପେକ୍ଷ, କୌଣସିଟି ନୁହେଁ)
(vii) କାଚଦଣ୍ଡକୁ ରେଶମ କନାରେ ଘଷିଲେ ରେଶମ କନାରେ ………………….. ଚାର୍ଜ ସୃଷ୍ଟି ହୁଏ । (ଧନାତ୍ମକ, ଋଣାତ୍ମକ, ନିରପେକ୍ଷ, କୌଣସିଟି ନୁହେଁ)
(viii) ଘର୍ଷଣଜନିତ ପଦାର୍ଥରେ ସୃଷ୍ଟ ଚାର୍ଜକୁ …………………… ଚାର୍ଜ କୁହାଯାଏ । (ଧନାତ୍ମକ, ଋଣାତ୍ମକ, ସ୍ଥିର ବିଦ୍ୟୁତ୍ ଚାର୍ଜ, କୌଣସିଟି ନୁହେଁ)
(ix) ଇଲେକ୍ଟ୍ରୋସ୍କୋପ୍‌ରେ ……………………. ସମ୍ବକ୍ଷରେ ପରୀକ୍ଷଣ କରାଯାଏ । (ଚାର୍ଜ, ବିଦ୍ୟୁତ୍ ସ୍ରୋତ, ବିଭବ ପାର୍ଥକ୍ୟ, ପ୍ରତିରୋଧ )
(x) ଗୋଟିଏ ଚାର୍ଜ ହୋଇଥ‌ିବା ବସ୍ତୁରୁ ପୃଥ‌ିବୀମଧ୍ୟକୁ ଚାର୍ଜର ସ୍ଥାନାନ୍ତରଣକୁ …………………… କୁହାଯାଏ । (ବିଦ୍ୟୁତ୍ ବିସର୍ଜନ, ସ୍ଥର ବିଦ୍ୟୁତ୍, ବଜ୍ରପାତ, ଆଣ୍ଟିଂ)

Answer:
(i) ପରମାଣୁ ବୋମା ପରୀକ୍ଷଣ
(ii) ବଜ୍ରପାତ
(iii) ଫ୍ରାଙ୍କ୍‌ଲିନ୍‌
(iv) ବିକର୍ଷଣ
(v) ଆକର୍ଷଣ
(vi) ଧନାତ୍ମକ
(vii) ଋଣାତ୍ମକ
(viii) ସ୍ଥିର ବିଦ୍ୟୁତ୍ ଚାର୍ଜ
(ix) ଚାର୍ଜ
(x) ଆର୍ଥି

3. ବାମ ପାର୍ଶ୍ୱସ୍ଥ ଶବ୍ଦପୁଞ୍ଜକୁ ଲକ୍ଷ୍ୟ କରି ଦକ୍ଷିଣ ପାର୍ଶ୍ଵରେ ଥ‌ିବା ଶୂନ୍ୟସ୍ଥାନ ପୂରଣ କର ।

(i) ମେଘ : ବିଯୁକ୍ତାତ୍ମକ :: ଭୂପୃଷ୍ଠ : …………………….।
(ii) ଆଲୋକ : ବିଜୁଳି :: ଶବ୍ଦ : …………………….।
(iii) ଆଲୋକ : ଶୀଘ୍ର :: ଶବ୍ଦ : …………………….।
(iv) ଯୁକ୍ତାତ୍ମକ ଚାର୍ଜ : ମେଘର ଉପର ସ୍ତର :: ବିଯୁକ୍ତାତ୍ମକ ଚାର୍ଜ : …………………….।
(v) 2005 : କାଶ୍ମୀରର ୟୁରି :: 2001 : …………………….।
(vi) ବିଦ୍ୟୁତ୍ ଚାର୍ଜ : ଇଲେକ୍‌ଟ୍ରୋସ୍କୋପ୍ :: ସେସ୍‌ମିକ୍ ତରଙ୍ଗ : …………………….।
(vii) କ୍ଷୟକ୍ଷତି କମ୍ : ରୁ କମ୍ :: କ୍ଷୟକ୍ଷତି ଅଧୂକ : …………………….।
(viii) ସମ ପ୍ରକାର ଚାର୍ଜ : ବିକର୍ଷଣ :: ଅସମ ପ୍ରକାର ଚାର୍ଜ :
(ix) ଯୁକ୍ତାତ୍ମକ : କାଚଦଣ୍ଡ :: ଋଣାତ୍ମକ : …………………….।
(x) ପେନ୍‌ସିଲ : ପଶମକନା :: ପ୍ଲାଷ୍ଟିକ୍ ପାନିଆ : …………………….।

BSE Odisha 8th Class Science Solutions Chapter 15 କେତେକ ପ୍ରାକୃତିକ ଘଟଣା

Answer:
(i) ଧନ। ମୂକ
(ii) ଘଡ଼ଘଡ଼ି
(iii) ଡେରି
(iv) ମେଘର ତଳ ସ୍ତର
(v) ଗୁଜରାଟର ଭୁଜ୍
(vi) ସେସ୍‌ମୋଗ୍ରାଫ୍
(vii) ରୁ ଅଧିକ
(viii) ଆକର୍ଷଣ
(ix) ରେଶମ କନା
(x) ଶୁଷ୍କ କେଶ

4. ‘କ’ସ୍ତମ୍ଭରେ ଥ‌ିବା ଶବ୍ଦ ସହିତ ‘ଖ’ ସ୍ତମ୍ଭରେ ଥିବା ସମ୍ପର୍କିତ ଶବ୍ଦକୁ ମିଳାଅ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(i) ଆମ୍ବର (i) ଇଲେକ୍‌ଟ୍ରୋସ୍କୋପ୍
(ii) ର୍କ – ବିଜୁଳି (ii) ପଣମକନା
(iii) ବ୍ୟବହୃତ ରିଫିଲ (iii) ବିଜୁଳି ଚାଳକ
(iv) ଚାର୍ଜର ସ୍ଥାନାନ୍ତରଣ (iv) ଚୁର୍ କି
(v) ବଜ୍ରପାତ (v) ଆଣବିକ ବୋମା ବିସ୍ଫୋରଣ
(vi) ଭୂମିକମ୍ପର ମାତ୍ରା (vi) ପ୍ଲେଟ୍
(vii) C.B.R.I. (vii) ସେସ୍‌ମିକ୍ ଜୋନ୍
(viii) ପୃଥ‌ିବୀ ବାହ୍ୟ ଆବରଣ ସ୍ତର (viii) ଫ୍ରାଙ୍କଲିନ୍
(ix) ଭୂକମ୍ପନ (ix) ରେଜିନ୍
(x) ଦୁର୍ବଳ ଜୋନ୍ (x) ରିକ୍ଟର

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(i) ଆମ୍ବର (ix) ରେଜିନ୍
(ii) ର୍କ – ବିଜୁଳି (viii) ଫ୍ରାଙ୍କଲିନ୍
(iii) ବ୍ୟବହୃତ ରିଫିଲ (ii) ପଣମକନା
(iv) ଚାର୍ଜର ସ୍ଥାନାନ୍ତରଣ (i) ଇଲେକ୍‌ଟ୍ରୋସ୍କୋପ୍
(v) ବଜ୍ରପାତ (iii) ବିଜୁଳି ଚାଳକ
(vi) ଭୂମିକମ୍ପର ମାତ୍ରା (x) ରିକ୍ଟର
(vii) C.B.R.I. (iv) ଚୁର୍ କି
(viii) ପୃଥ‌ିବୀ ବାହ୍ୟ ଆବରଣ ସ୍ତର (vi) ପ୍ଲେଟ୍
(ix) ଭୂକମ୍ପନ (v) ଆଣବିକ ବୋମା ବିସ୍ଫୋରଣ
(x) ଦୁର୍ବଳ ଜୋନ୍ (vii) ସେସ୍‌ମିକ୍ ଜୋନ୍

BSE Odisha 9th Class Odia Solutions Chapter 15 ବୁଢ଼ା ଶଙ୍ଖାରି

Odisha State Board BSE Odisha 9th Class Odia Solutions Chapter 15 ବୁଢ଼ା ଶଙ୍ଖାରି Textbook Exercise Questions and Answers.

BSE Odisha Class 9 Odia Solutions Chapter 15 ବୁଢ଼ା ଶଙ୍ଖାରି

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର

Question ୧।
ଶଙ୍ଖାରି ବୁଢ଼ାର ଶାରୀରିକ ଅବସ୍ଥା କିପରି ଥିଲା ?
Answer:
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ‘ବୁଢ଼ା ଶଙ୍ଖାରି’ ଗଳ୍ପର ପ୍ରଣେତା । ଗଳ୍ପର ଆରମ୍ଭରେ ଗାଳ୍ପିକ ଗଳ୍ପର ମୁଖ୍ୟ ଚରିତ୍ର ଶଙ୍ଖାରି ବୁଢ଼ାର ଶାରୀରିକ ଅବସ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି । ସରି ଆସୁଥିବା ଫଗୁଣ ମାସର ଉଦୁଉଦିଆ ଖରାବେଳେ ଗାଁ ମଝିରେ ଯାଉଥ‌ିବା ଶଙ୍ଖାରିଟି ଥିଲା ଷାଠିଏ ବରଷର ବୁଢ଼ା । ତା’ର ଦାନ୍ତଗୁଡ଼ିକ ପଡ଼ିଯାଇଥିଲା । ମୁଣ୍ଡବାଳ ଓ ଛାତିବାଳ ସବୁ ପାଚି ଧଳା ଫରଫର ଦିଶୁଥିଲା । ବାଟି ଚାଲିଚାଲି ଗାଁ ଦାଣ୍ଡ ଧୂଳିରେ ବୁଢ଼ାର ପାଦଠାରୁ ଆଣ୍ଠୁ ପର୍ଯ୍ୟନ୍ତ ବୁଡ଼ିଯାଇଥିଲା । ସମଗ୍ର ଶରୀରକୁ ଭିଜାଇ ସାରିବା ପରେ ଗୋଡ଼ବାଟ ଦେଇ ତଳକୁ ବୋହିଯାଉଥୁଲା ଗମ୍‌ଗମ୍ ଝାଳ । ବୁଢ଼ାଟି ମୁଣ୍ଡରେ ଶଙ୍ଖାବୋଝଟି ଧରି ଡାକି ଡାକି ଯାଉଥିଲା ।

Question ୨।
ବୁଢ଼ା ହାଲିଆ ହୋଇ ବିଶ୍ରାମ ନେଇଥିବା ଘରଟି କିପରି ଥିଲା ?
Answer:
‘ବୁଢ଼ା ଶଙ୍ଖାରି’ ଗଳ୍ପଟି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଅମ୍ଳାନ ସୃଷ୍ଟି । ଏଠାରେ ଗାଳ୍ପିକ ତତ୍‌କାଳୀନ ସମାଜର ଏକ ସମ୍ଭ୍ରାନ୍ତ ପରିବାରର ବାସଭବନ ଉପରେ ଆଲୋକପାତ କରିଛନ୍ତି । ଘରଟି ଗାଁର ଗୋଟିଏ ମୁଣ୍ଡରେ ଅବସ୍ଥିତ । ସାତସେଣିଆ ଛପର ଘର । ଯାଉଁଳି କବାଟ । ପକ୍‌କା ପିଣ୍ଡା । ସଦର ଦରଜା ପାରି ହୋଇ ଭିତରକୁ ଗଲେ ବାଆଁ ପାଖକୁ ରହିଛି ଭିତରେ ଆଡ଼ ଦୁଆର । ଭିତର ପଟ ମଧ୍ୟ ପକ୍‌କା । ବାହାର ସାମ୍‌ନାରେ ରହିଛି ଚଉପାଢ଼ି । ଘରର ସ୍ତ୍ରୀଲୋକମାନେ ସେହି ଭିତର ଆଡ଼ ଦୁଆର ପର୍ଯ୍ୟନ୍ତ ଆସନ୍ତି । ଶଙ୍ଖାରି ପରି ବୁଲା ବିକାଳିମାନେ ଅନୁମତି କ୍ରମେ ଜିନିଷ ଦେଖାଇବା ପାଇଁ ଦୁଆର ପର୍ଯ୍ୟନ୍ତ ଯାଇଥା’ନ୍ତି । ଏହା ଥିଲା ତତ୍‌କାଳୀନ ସମ୍ଭ୍ରାନ୍ତ ପରିବାରର ଗୃହନିର୍ମାଣର ବିଧ୍ଵବଦ୍ଧ ପରମ୍ପରା ।

Question ୩।
ବୋହୂଟିର ଗଢ଼ଣ କିପରି ଥିଲା ?
Answer:
‘ବୁଢ଼ା ଶଙ୍ଖାରି’ ଗଳ୍ପଟି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଏକ କାଳଜୟୀ ସୃଷ୍ଟି । ଏହି ଗଳ୍ପରେ ଗାଳ୍ପିକଙ୍କ ଲେଖନୀ ନାୟିକାର ସୌନ୍ଦର୍ଯ୍ୟକୁ ଅତି ନିଖୁଣ ଭାବରେ ପରିସ୍ଫୁଟିତ କରିଛି । ବୋହୂ ସାଆନ୍ତାଣୀ ହେଉଛନ୍ତି ଏହି ଗଳ୍ପର ନାୟିକା । ବୟସର ଶେଷ ସୋପାନରେ ପହଞ୍ଚିଥ‌ିବା ଷାଠିଏ ବର୍ଷର ବୁଢ଼ା ଥିଲା ଶଙ୍ଖାରିଟି । ଶଙ୍ଖା ଦେଖାଇବାକୁ ଯାଇ ସେ ଦେଖୁଛି ବୋହୂଟିର ମୁଖମଣ୍ଡଳ । ନିର୍ବାକ୍ ହୋଇଯାଇଛି । ସତେ ଯେପରି ସେ ତା’ଜୀବନରେ ଏପରି ସୁନ୍ଦର ବୋହୂଟିଏ ଦେଖୁନଥିଲା ।

ଚକି କାଟିଦେଲା ପରି ଗୋଲ ସୁନ୍ଦର ମୁହଁ । ଚମ୍ପାଫୁଲ ପରି ଗୋରା ଦେହ । ଚାରି ଆଙ୍ଗୁଳି ଓସାର ନାଲି ତହିଁରି ମୟୂରକଣ୍ଠିରି କସ୍ତା ଖଣ୍ଡକ ଗୋଇଠିଯାଏ ଲମ୍ବିଛି । ତା’ଭିତର ଦେଇ ଫୁଟିଉଠୁଛି କଞ୍ଚା ସୁନା ପରି ଗୋରା ଗୋଟିଏ ଚାଉଳରେ ଗଢ଼ା ଦେହଟି l ପୂରି ଉଠିଛି ବୁଢ଼ାର ଆଖ୍ ଓ ମନ । ଏକ ଧ୍ୟାନରେ ସେ ଚାହିଁ ରହିଛି ବୋହୂର ମୁଖମଣ୍ଡଳକୁ ।

Question ୪।
ବୋହୂଟି କି ଶଙ୍ଖା ଖୋଜୁଥିଲା ଓ ବୁଢ଼ା ପାଖରେ କି କି ଶଙ୍ଖା ଥିଲା ?
Answer:
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଏକ ସାର୍ଥକ ସୃଷ୍ଟି ହେଉଛି ‘ବୁଢ଼ା ଶଙ୍ଖାରି’ ଗଳ୍ପ । ଉକ୍ତ ଗଳ୍ପରେ ଗାଳ୍ପିକ ତତ୍‌କାଳୀନ ସମାଜରେ ସ୍ତ୍ରୀଲୋକମାନେ ବ୍ୟବହାର କରୁଥିବା ଶଙ୍ଖା ସମ୍ପର୍କରେ ଆଲୋଚନା କରିଛନ୍ତି । ଗାଳ୍ପିକଙ୍କ ମତରେ ତତ୍‌କାଳୀନ ସମାଜରେ ସବୁଠାରୁ ଆକର୍ଷଣୀୟ ଓ ମୂଲ୍ୟବାନ୍ ଶଙ୍ଖା ଥିଲା ଆସ୍‌ମାନ୍ ତାରା ଶଙ୍ଖା, ଯେଉଁ ଶଙ୍ଖାକୁ କିଣିବାପାଇଁ ଚାହୁଁଥିଲେ ବୋହୂ ସାଆନ୍ତାଣୀ । ବୋଧହୁଏ ବେହୂମାନଙ୍କ ପାଇଁ ସେହି ଶଙ୍ଖାଟି ଥଲା ସର୍ବୋତ୍କୃଷ୍ଟ ।

କିନ୍ତୁ ବୁଢ଼ା ଶଙ୍ଖାରି ନିକଟରେ ସେହି ଆସ୍‌ମାନ୍ ତାରା ଶଙ୍ଖା ନଥିଲା । ତା’ପାଖରେ ରଙ୍ଗଝିଲିରି, ବଉଳଫୁଲିଆ, ବିଛାମାଳିଆ, ଚୂନଟିପି ପ୍ରଭୃତି ସାଧାରଣ ଶଙ୍ଖା ଥିଲା । ତେଣୁ ଶଙ୍ଖାରି ବୁଢ଼ା ଆସ୍‌ମାନ୍ ତାରା ଶଙ୍ଖା ତିଆରି କରି ଆଣିଦେବ ବୋଲି କହିଥିଲା । ନାୟିକା ସୌନ୍ଦର୍ଯ୍ୟ ବର୍ଣ୍ଣନାରେ ଗାଳ୍ପିକଙ୍କ ଲେଖନୀ ସିଦ୍ଧହସ୍ତ ।

BSE Odisha 9th Class Odia Solutions Chapter 15 ବୁଢ଼ା ଶଙ୍ଖାରି

Question ୫।
ବୋହୂଟି ପ୍ରଥମେ ଶଙ୍ଖା ପିନ୍ଧିବାକୁ ହାତ ବଢ଼େଇ ନଥୁଲା କାହିଁକି ?
Answer:
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ‘ବୁଢ଼ା ଶଙ୍ଖାରି’ ଗଳ୍ପରେ ତତ୍‌କାଳୀନ ସମାଜରେ ପ୍ରଚଳିତ ଥ‌ିବା ରମଣୀସୁଲଭ ଗୁଣ ଉପରେ ଆଲୋକପାତ କରିଛନ୍ତି । ଷାଠିଏ ବରଷର ବୁଢ଼ା ଶଙ୍ଖାରି ଶଙ୍ଖା ଆଣିଛି ଦେଖାଇବାପାଇଁ । ବୋହୂ ସାଆନ୍ତାଣୀ ଶଙ୍ଖା ମୁଠାଏ ବାଛିବା ପରେ ସେହି ଶଙ୍ଖା ହାତକୁ ହେବ କି ନାହିଁ ବୋଲି ସନ୍ଦେହ କଲେ । ଶଙ୍ଖାରି ବୁଢ଼ା ଶଙ୍ଖା କଛିଦେବା ପାଇଁ ହାତ ବଢ଼ାଇବାକୁ କହିବାରୁ ବୋହୂ ସାଆନ୍ତାଣୀ ଇତସ୍ତତ ହେଲେ । ଯାହାହେଲେ ବି ସେ ଓଡ଼ିଆ ଘରର ବୋହୂ । ଶଙ୍ଖାରି ବୁଢ଼ା ହେଲେ ମଧ୍ୟ ବାହାର ଲୋକ । ତେଣୁ ଘରର ବୋହୂ ହୋଇ ହାତ ବଢ଼ାଇ ଦେବାକୁ ଉଚିତ ମନେକଲେ ନାହିଁ । କାରଣ ଲଜ୍ଜା ହିଁ ନାରୀର ଭୂଷଣ । ସେହି ଲଜ୍ଜାବଶତଃ ବୋହୂଟି ଶଙ୍ଖାରି ବୁଢ଼ାକୁ ହାତ ବଢ଼େଇଦେଇ ନଥିଲେ ।

Question ୬।
ବୋହୂଟି ହାତ ନ ଦେଖାଇବାରୁ ବୁଢ଼ା କ’ଣ କହିଲା ?
Answer:
‘ବୁଢ଼ା ଶଙ୍ଖାରି’ ଗଳ୍ପଟି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଏକ ସ୍ମରଣୀୟ ସୃଷ୍ଟି । ଏଠାରେ ଗାଳ୍ପିକ ଶଙ୍ଖାରି ବୁଢ଼ା ତା’ ହୃଦୟର ପୁଞ୍ଜୀଭୂତ ବାତ୍ସଲ୍ୟ ମମତା କିପରି ବୋହୂ ଉପରେ ଅଜାଡ଼ି ଦେଇଛି ତାହା ଉପସ୍ଥାପନ କରିଛନ୍ତି । ଶଙ୍ଖା ଟୋକେଇରୁ ପସନ୍ଦ ଅନୁସାରେ ମୁଠାଏ ଶଙ୍ଖା ବାଛିବା ପରେ ସେହି ଶଙ୍ଖା ହାତକୁ ହେବ କି ନାହିଁ ବୋଲି ବୋହୂ ସନ୍ଦେହ କରିଛି । ତେଣୁ ବୁଢ଼ା ଶଙ୍ଖାରି ଶଙ୍ଖା ବାଛିବା ନିମନ୍ତେ ହାତ ବଢ଼ାଇ ଦେବାକୁ କହିଛି ।

କିନ୍ତୁ ଲଜ୍ଜାଶୀଳା ବୋହୂଟି ବାହାର ମଣିଷକୁ ହାତ ବଢ଼ାଇବାକୁ କୁଣ୍ଠିତା ହୋଇଛି । କିନ୍ତୁ ଗୋଟିଏ ଚାଉଳରେ ଗଢ଼ା ବୋହୂଟିକୁ ଦେଖ୍ ବୁଢ଼ାର ଆଖୁ ପୂରିଉଠିଛି । ତାକୁ ମା’ବୋଲି ଡାକିବାମାତ୍ରେ ତା’ ଛାତି କୁଣ୍ଢେମୋଟ ହୋଇଯାଇଛି । ତା’ହୃଦୟରୁ ଝରି ଆସିଛି ବାତ୍ସଲ୍ୟ ସ୍ନେହର ଧାରା । ତେଣୁ ସେ କହିଛି, ‘ମା’ ମୋତେ ଲାଜ କରୁଛୁ ? ମୁଁ ପରା ତୋ ପୁଅ । ପୁଅକୁ ମାଆ ଲାଜ କରେନା ।’ ଗାଳ୍ପିକଙ୍କ ଲେଖନୀ ଷାଠିଏ ବର୍ଷର ବୁଢ଼ା ହୃଦୟରୁ ଝରାଇ ଦେଇଛି ମମତାର ଫଲ୍‌ଗୁ ।

Question ୭ ।
ବୋହୂର ହାତ ଦେଖୁ ଶଙ୍ଖାରି ବୁଢ଼ା ମନରେ କ’ଣ ପ୍ରତିକ୍ରିୟା ସୃଷ୍ଟି ହେଲା ?
Answer:
‘ବୁଢ଼ା ଶଙ୍ଖାରି’ ଗଳ୍ପରେ ଗାଳ୍ପିକ ଲକ୍ଷ୍ମୀକାନ୍ତ ମହାପାତ୍ର ସୌନ୍ଦର୍ଯ୍ୟ କିପରି ବୃଦ୍ଧ ହୃଦୟରେ ମଧ୍ୟ ପ୍ରତିକ୍ରିୟା ସୃଷ୍ଟି କରେ, ତାହା ଉପସ୍ଥାପନ କରିଛନ୍ତି । ଦେଖୁ ବୁଢ଼ା ଅଭିଭୂତ ହୋଇପଡ଼ିଛି । ପାପୁଲିଟି ଟୁଳଟୁଳ ହେଉଛି । ଚମ୍ପାକଢ଼ି ପରି ଗୋଲ ଗୋଲ ସୁନ୍ଦର ଆଙ୍ଗୁଠିଗୁଡ଼ିକ ଦେଖ୍ ଭାବବିହ୍ଵଳ ହୋଇ ବୁଢ଼ା ଭାବିଛି, ସେ ହାତ ଜଣେ ମଣିଷର ନୁହେଁ । ସତେ ଯେପରି କେହି ଠାକୁର ସେହି ହାତକୁ ଗଢ଼ିଛନ୍ତି । ତା’ ରୁକ୍ଷ ମଳିନ ହାତରେ ସେହି ହାତକୁ ଧରିବାକୁ ବୁଢ଼ା ସାହସ କରି ନପାରି ଆସ୍ତେ ଧରି କଟିଯିବା ଭୟରେ ଅତି ସନ୍ତର୍ପଣରେ ସାବଧାନତାର ସହିତ ଶଙ୍ଖା କଛିଦେଇଛି । ସେହି ହାତ ଧରିଥିବାବେଳେ ବୁଢ଼ା ଜୀବନର ସକଳ ସୁଖ ଓ ସମସ୍ତ ଆଶା ପରିତୃପ୍ତି ଲାଭ କରିଛି ।

Question ୮ ।
ଶଙ୍ଖାରି ବୁଢ଼ା ପ୍ରଥମେ ବୋହୂ ହାତରେ ଶଙ୍ଖା ପିନ୍ଧାଇବାକୁ ଭରସି ପାରୁନଥିଲା କାହିଁକି ?
Answer:
‘ବୁଢ଼ା ଶଙ୍ଖାରି’ ଗଳ୍ପରେ ଗାଳ୍ପିକ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ସୌନ୍ଦର୍ଯ୍ୟର ପୂଜାରୀ ମଣିଷ ସୌନ୍ଦର୍ଯ୍ୟର ସୁରକ୍ଷା ନିମନ୍ତେ କିପରି ସଚେତନଶୀଳ ତାହା ବର୍ଣ୍ଣନା କରିଛନ୍ତି । ଷାଠିଏ ବର୍ଷର ବୁଢ଼ା ଶଙ୍ଖାରି ହାତରେ ଶଙ୍ଖା ଧରି କ କିଛିଦେବାପାଇଁ ବୋହୂକୁ ହାତ ଦେଖାଇବାକୁ କହିଛି । ଦାସୀ କଥାରେ ଲଜ୍ଜାଶୀଳା ବୋହୂଟି ଲାଜ ଛାଡ଼ି ହାତ ବଢ଼ାଇଦେଇଛି । ସେହି ସୁନ୍ଦର ହାତକୁ ଦେଖ୍ ବୁଢ଼ା ଶଙ୍ଖାରି ଆନନ୍ଦରେ ଆତ୍ମହରା ହୋଇଉଠିଛି । ଗୋଲ ସୁନ୍ଦର ହାତ । ଚମ୍ପାକଢ଼ି ପରି ଆଙ୍ଗୁଠି । ଟୁଳଟୁଳ ହେଉଥୁବା ପାପୁଲିକୁ ଦେଖ୍ ବୁଢ଼ା ଭାବବିହ୍ଵଳ ହୋଇଉଠିଛି । ସେହି ହାତଟି ଜଣେ ମଣିଷର ନା କେହି କାରିଗର ଠାକୁର ତାକୁ ଗଢ଼ିଛି ସେ ସ୍ଥିର କରିପାରିନି । ଏଡ଼େ ସୁନ୍ଦର ହାତକୁ ଶଙ୍ଖାରି ବୁଢ଼ା ନିଜର ମଳିନ ରୁକ୍ଷ ହାତରେ ଧରିବାକୁ ସାହସ କରିପାରି ନାହିଁ ।

Question ୯ ।
ବୁଢ଼ା ତା’ର ଜୀବନର ସମସ୍ତ ସୁଖ, ତୃପ୍ତି କେତେବେଳେ ପାଇଲା ?
Answer:
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ସୌନ୍ଦର୍ଯ୍ୟର କୋମଳ ସ୍ପର୍ଶରେ ମାନବ ମନର ସକଳ ଆଶା କିପରି ପରିତୃପ୍ତି ଲାଭ କରେ ତାହା ପ୍ରସଙ୍ଗକ୍ରମେ ‘ବୁଢ଼ା ଶଙ୍ଖାରି’ ଗଳ୍ପରେ ଉପସ୍ଥାପନ କରିଛନ୍ତି । ବୋହୂ ସାଆନ୍ତାଣୀଙ୍କ ସୁନ୍ଦର ହାତକୁ ଦେଖ୍ ଶଙ୍ଖାରି ବୁଢ଼ାର ହୃଦୟ ଆନ୍ଦୋଳିତ ହୋଇଉଠିଛି । ଟୁଳଟୁଳ ହେଉଥ‌ିବା ପାପୁଲି, ଚମ୍ପାକଢ଼ି ପରି ସୁନ୍ଦର ଆଙ୍ଗୁଠିଗୁଡ଼ିକ ଦେଖ୍ ଭାବବିହ୍ୱଳ ହୋଇ ବୁଢ଼ା ସେ ହାତ କୌଣସି ମଣିଷର ନା କେହି ଠାକୁର ଗଢ଼ିଛନ୍ତି ବୋଲି ସ୍ଥିର କରିପାରି ନାହିଁ ।

ସେପରି ନିଜ ହାତକୁ ବୁଢ଼ା ତା’ର ମଳିନ ରୁକ୍ଷ ହାତରେ ଧରିବାକୁ ସାହସ କରି ନପାରି ବାଁ ହାତରେ ଆସ୍ତେ ଧରି ଶଙ୍ଖା କଛିବାକୁ ଆରମ୍ଭ କରିଛି । କଟିଯାଇ ରକ୍ତ ବାହାରିବା ଭୟରେ ଅତ ସନ୍ତର୍ପଣରେ ସାବଧାନ ହୋଇ ଶଙ୍ଖା କଛିଛି । ସେହି ହାତକୁ ଧରିଥିବା ବେଳେ ବୁଢ଼ାର ଆନନ୍ଦର ସୀମା ରହୁ ନଥାଏ । ସେହି ହାତର କୋମଳ ସ୍ପର୍ଶ ଲାଭକରି ସତେ ଯେପରି ତା’ଜୀବନର ସକଳ ସୁଖ ଓ ସମସ୍ତ ଆଶା ପରିତୃପ୍ତି ଲାଭ କରୁଥିଲା ।

BSE Odisha 9th Class Odia Solutions Chapter 15 ବୁଢ଼ା ଶଙ୍ଖାରି

Question ୧୦ ।
ଶଙ୍ଖା ପିନ୍ଧେଇ ସାରି ବୁଢ଼ା ଦାମ୍ ନେଲା ନାହିଁ କାହିଁକି ?
Answer:
ସୌନ୍ଦର୍ଯ୍ୟାଭିଭୂତ ମାନବ କିପରି ପରକୁ ଆପଣାର ମନେ କରିଥାଏ ତାହା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ‘ବୁଢ଼ା ଶଙ୍ଖାରି’ ଗଳ୍ପରେ ପ୍ରସଙ୍ଗକ୍ରମେ ଶଙ୍ଖାରି ବୁଢ଼ା ଚରିତ୍ର ମାଧ୍ୟମରେ ପ୍ରତିପାଦନ କରିଛନ୍ତି । ଗୋଟିଏ ଚାଉଳରେ ଗଢ଼ା ବୋହୂଟିକୁ ଦେଖ୍ ବୁଢ଼ାର ଆଖୁ ପୂରି ଉଠିଥିଲା । ବୋହୂଟିକୁ ମା’ବୋଲି ଡାକିଦେବା ମାତ୍ରେ ବୁଢ଼ାର ଛାତି କୁଣ୍ଢେମୋଟ ହୋଇଯାଇଥିଲା । ଶଙ୍ଖା କଛିବାବେଳେ ବୋହୂର ସୁନ୍ଦର ହାତର କୋମଳ ସ୍ପର୍ଶ ଲାଭକରି ଶଙ୍ଖାରି ବୁଢ଼ା ଜୀବନର ସକଳ ସୁଖ ଓ ସମସ୍ତ ଆଶା ପରିତୃପ୍ତି ଲାଭ କରିଥିଲା । ହୃଦୟରେ ସେ ବୋହୂକୁ ମା’ର ଆସନରେ ବସାଇ ତା’ର ପୁଅ ହୋଇ ସାରିଥିଲା । ହୃଦୟରୁ ତା’ର ବାତ୍ସଲ୍ୟ ସ୍ନେହର ଧାରା ପ୍ରବାହିତ ହୋଇଥିଲା । ତେଣୁ ଶାଶୁ ସାଆନ୍ତାଣୀ ଶଙ୍ଖାର ଦାମ୍ ପଚାରିବାରୁ ସେ ପୁଅ ହୋଇ ମାଆଠାରୁ ଦାମ୍ ନେବାପାଇଁ ମନା କରିଦେଇଥିଲା ।

Question ୧୧ ।
ବୁଢ଼ାଟି ସେହି ଗାଁକୁ ଦୁଇ, ତିନି ଦିନରେ ଥରକୁ ଥର କାହିଁକି ଆସେ ?
Answer:
ଦୃଢ଼ ତାହା ଶଙ୍ଖାରି ବୁଢ଼ା ଚରିତ୍ର ମାଧ୍ୟମରେ ପ୍ରତିପାଦନ କରିଛନ୍ତି । ‘ବୁଢ଼ା ଶଙ୍ଖାରି’ ଗଳ୍ପରେ ଗାଳ୍ପିକ ଲକ୍ଷ୍ମୀକାନ୍ତ ମହାପାତ୍ର ରକ୍ତର ବନ୍ଧନ ଅପେକ୍ଷା ମମତାର ବନ୍ଧନ କିପରି ଅତ୍ୟନ୍ତ ବୋହୂର ସୁନ୍ଦର ରୂପକୁ ଦେଖୁ ଶଙ୍ଖାରି ବୁଢ଼ାର ଆଖୁ ପୂରି ଉଠିଥିଲା । ତା’ର ସୁନ୍ଦର କୋମଳ ହାତର ସ୍ପର୍ଶ ପାଇ ବୁଢ଼ା ‘ ଜୀବନର ସକଳ ସୁଖ ଓ ଆଶା ପରିତୃପ୍ତି ଲାଭ କରିଥିଲା । ବୋହୂକୁ ମା’ବୋଲି ଡାକିଦେବା ମାତ୍ରେ ବୁଢ଼ାର ଛାତି କୁଣ୍ଢେମୋଟ ହୋଇଯାଇଥିଲା । ବୁଢ଼ାର ହୃଦୟରେ ପ୍ରବାହିତ ହୋଇଥିଲା ବାତ୍ସଲ୍ୟ ମମତାର ଏକ ପବିତ୍ର ଧାରା ।

ପ୍ରତିଟି ମୁହୂର୍ତ୍ତରେ ତା’ଆଖ୍ ଆଗରେ ନାଚି ଉଠୁଥିଲା ବୋହୂଟିର କମନୀୟ ମୁଖମଣ୍ଡଳ । ସେହି ସୁନ୍ଦର ହାତରେ ଶଙ୍ଖା କଛିଦେଇ କୋମଳ ସ୍ପର୍ଶ ଲାଭ କରିବାର ଇଚ୍ଛା ତା’ର ପ୍ରବଳ ହୋଇ ଉଠୁଥିଲା । ମମତାର ବନ୍ଧନରେ ସେ ଏପରି ବାନ୍ଧି ହୋଇଥିଲା ଯେ ବୋହୁରୂପୀ ତା’ମାଆକୁ ଦେଖିବାପାଇଁ ତା’ର ହୃଦୟ ବ୍ୟାକୁଳ ହୋଇଉଠୁଥିଲା । ତେଣୁ ଶଙ୍ଖା ଏକ ନିତ୍ୟାନି ଦ୍ରବ୍ୟ ନ ହେଲେ ମଧ୍ୟ ଶଙ୍ଖା ବିକ୍ରିକରିବା ନାମରେ ତା’ ମାଆକୁ ଟିକେ ଦେଖିବାପାଇଁ ସେ ଦୁଇ ତିନି ଦିନରେ ଥରେ ସେହି ଗାଁକୁ ଆସୁଥିଲା ।

Question ୧୨ ।
ଆସ୍‌ମାନ୍ ତାରା ଶଙ୍ଖା ବୁଢ଼ା କି ପରିସ୍ଥିତିରେ ଓ କିପରି ତିଆରି କଲା ?
Answer:
ସ୍ନେହର ଉପହାର ପ୍ରଦାନ କରିବା ନିମନ୍ତେ ସ୍ନେହରଙ୍କା ମଣିଷ କିପରି ସକଳ ଦୁଃଖ ଯନ୍ତ୍ରଣାକୁ ଅତିକ୍ରମ କରିଯାଏ, ତାହା ‘ବୁଢ଼ା ଶଙ୍ଖାରି’ ଗଳ୍ପର ଶଙ୍ଖାରି ବୁଢ଼ା ଚରିତ୍ର ମାଧ୍ୟମରେ ଗାଳ୍ପିକ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ପ୍ରତିପାଦନ କରିଛନ୍ତି । ଆସ୍‌ମାନ୍ ତାରା ଶଙ୍ଖା ପ୍ରତି ବୋହୂମା’ଙ୍କର ଆଗ୍ରହ ଜାଣି ରଜ ସଂକ୍ରାନ୍ତିକୁ ନିଜ ହାତରେ ଆସ୍‌ମାନ୍ ତାରା ଶଙ୍ଖା ତିଆରି କରି ଆଣିଦେବ ବୋଲି ଶଙ୍ଖାରି ବୁଢ଼ା ସ୍ଥିର କରିଥିଲା । କିନ୍ତୁ ପ୍ରତିଦିନ ଖରାରେ ବୁଲି ବୁଲି, ପାଣି ପିଇ ବୁଢ଼ା ଜ୍ୱରାକ୍ରାନ୍ତ ହେଲା । ଗୋଡ଼ହାତ ଫୁଲିଗଲା ।

ବଞ୍ଚିବାର ଆଶା ମଧ୍ୟ ରହିଲାନି । କ୍ରମେ ରଜ ସଂକ୍ରାନ୍ତି ନିକଟତର ହେଲା । ମା’କୁ ଦେଖିବାକୁ ବୁଢ଼ାର ମନ ବ୍ୟାକୁଳ ହୋଇଉଠିଲା । ହେଲେ ଆସ୍‌ମାନ୍ ତାରା ଶଙ୍ଖା ନେବାକୁ ପଡ଼ିବ । ତେଣୁ ବୁଢ଼ା ବହୁକଷ୍ଟରେ ଉଠି ନିଜ ହାତରେ ଶଙ୍ଖା ତିଆରି କଲା । ଷାଠିଏ ବର୍ଷକାଳ ଶଙ୍ଖା ଗଢ଼ି ଗଢ଼ି ସେ ଯେତେ ଅଭିଜ୍ଞତା ହାସଲ କରିଥିଲା, ଯେତେ ହାତସଫେଇ ଜାଣିଥିଲା, ସେସବୁକୁ ପୁଞ୍ଜି କରି ଦିନକ କାମକୁ ଚାରିଦିନ ଲଗେଇ ରଜ ଦୁଇଦିନ ଥାଇ ଶଙ୍ଖା ଗଢ଼ିବା କାମ ଶେଷକଲା । ସେପରି ଶଙ୍ଖା ତା’ ଜୀବନରେ କେବେ ସେ ତିଆରି କରିନଥିଲା । ସେହି ଶଙ୍ଖାକୁ ଦେଖୁ ବୁଢ଼ାର ମନ ଆନନ୍ଦରେ ନାଚି ଉଠିଲା ।

Question ୧୩ ।
ସେଥର ବୁଢ଼ା ଡାକିଲା କିନ୍ତୁ ଭିତରୁ ଉତ୍ତର ଆସିଲାନି କାହିଁକି ?
Answer:
ଦୁଃଖୀ କେବେ ନିଜ ଦୁଃଖର ଚିତ୍ର ଅନ୍ୟକୁ ଦେଖାଇ ତାକୁ ଦୁଃଖଜର୍ଜର କରିବାକୁ ଚାହେଁ ନାହିଁ । ଏହି ଭକ୍ତିର ସତ୍ୟତା ଗାଳ୍ପିକ ଲକ୍ଷ୍ମୀକାନ୍ତ ମହାପାତ୍ର ‘ବୁଢ଼ା ଶଙ୍ଖାରି’ ଗଳ୍ପରେ ପ୍ରତିପାଦନ କରିଛନ୍ତି । ପ୍ରତିଥର ପରି ସେଥର ମଧ୍ୟ ଗାମୁଛାରେ ଆସ୍‌ମାନ୍ ତାରା ଶଙ୍ଖା ବାନ୍ଧି ଯଥାସ୍ଥାନରେ ଛିଡ଼ାହୋଇ ଶଙ୍ଖାରି ବୁଢ଼ା ଡାକ ଛାଡ଼ିଛି । କିନ୍ତୁ ଭିତରୁ କିଛି ଉତ୍ତର ଆସିନି । କାରଣ ସେ ଘରର ସମସ୍ତେ ଜାଣନ୍ତି ଯେ ଶଙ୍ଖାରି ବୁଢ଼ା ଶଙ୍ଖା ବିକିବା ନାମରେ କେବଳ ଆସେ ବୋହୂକୁ ଦେଖ‌ିବାପାଇଁ ।

ଥରେ ଦେଖିଦେଲେ ତା’ମନ ଶାନ୍ତ ହୋଇଯାଏ । ରଜ ପାଇଁ ନିଶ୍ଚିତ ଆସ୍‌ମାନ୍ ତାରା ଶଙ୍ଖା ଆଣି ଆସିଥବ । ତା’ର ଆଗ୍ରହ ଆଉ ପୂର୍ଣ ହୋଇପାରିବ ନାହିଁ । ସେ କାହାରିକୁ ଶଙ୍ଖା ପିନ୍ଧାଇ ପାରିବ ନାହିଁ କିମ୍ବା ତା’ମା’ର ବିଧବା ରୂପକୁ ଦେଖୁ ସହ୍ୟ କରିପାରିବ ନାହିଁ । ବୋହୂ ପ୍ରତି ତା’ମନରେ ଥିବା ଗଭୀର ବାତ୍ସଲ୍ୟ ମମତା ବୋହୂର ଧଳା ଶାଢ଼ି, ଲଙ୍ଗଳା ହାତ ଓ ଗୋଡ଼କୁ କେବେ ସ୍ବୀକାର କରିପାରିବ ନାହିଁ । ତେଣୁ ଷାଠିଏ ବର୍ଷର ବୁଢ଼ା ହୃଦୟରେ ଆଘାତ ଦେବାପାଇଁ ତଥା ଏପରି ଦୁଃଖଦାୟକ ଘଟଣାକୁ ବୁଢ଼ା ଆଗରେ ବର୍ଣ୍ଣନା କରିବାପାଇଁ କାହା ପାଖରେ ଧୈର୍ଯ୍ୟ ନଥିଲା । ତେଣୁ ବୁଢ଼ା ଯେତେ ଡାକିଲେ ବି କେହି ଉତ୍ତର ଦେଉନଥିଲେ ।

Question ୧୪ ।
ବୁଢ଼ା ନିଜେ ନ ମରି ମାଆକୁ ଦେଖିବାକୁ ଆସିଲା ବୋଲି କହିବାର ଉଦ୍ଦେଶ୍ୟ କ’ଣ ?
Answer:
ଆପଣା ଲୋକର ଦୁଃଖରେ ହୃଦୟ କିପରି ବିଦୀର୍ଣ୍ଣ ହୋଇଯାଏ, ତାହା ଗାଳ୍ପିକ ଲକ୍ଷ୍ମୀକାନ୍ତ ମହାପାତ୍ର ‘ବୁଢ଼ା ଶଙ୍ଖାରି’ ଗଳ୍ପରେ ଉପସ୍ଥାପନ କରିଛନ୍ତି । ନକରି ବହୁ କଷ୍ଟରେ ତା’ମା’ପାଇଁ ଆସ୍‌ମାନ୍ ତାରା ଶଙ୍ଖା ତିଆରି କରି ଆଣିଥିଲା । କିନ୍ତୁ ଯେତେବେଳେ ସେ ଦେଖୁଲା ତା’ର ମା’ନିଃଶବ୍ଦରେ ଆସି ଛିଡ଼ା ହୋଇଛି, ପାଦରେ ଝୁମୁରୁ ଝୁମୁରୁ ଶବ୍ଦ ନାହିଁ, ଦେହରେ କୁମ୍ଭକିନାରା ଦକ୍ଷିଣା ପାଟ ନାହିଁ, ଗୋଡ଼ ଦୁଇଟା ଲଙ୍ଗଳା, ପିନ୍ଧିଛି ଖଣ୍ଡେ ଧଳା ଥାନ ଲୁଗା, ସେତେବେଳେ ବୁଢ଼ାର ଦେହ ଥରିଉଠିଲା, ମୁଣ୍ଡ ଘୂରିଗଲା, ତା’ର ଖାଲି ହାତ ଦୁଇଟାକୁ ଦେଖ୍ ବୁଢ଼ା ଭୋ ଭୋ କରି ରଡ଼ି କରି କହିଲା, ‘ମା’ ଲୋ ! ମୁଁ ନ ମରି କାହିଁକି ତୋତେ ଦେଖୁବାକୁ ଆସିଲି ।’’ ବୋହୂର ବୈଧବ୍ୟରୂପ ଦେଖିବା ପୂର୍ବରୁ ନିଜର ମୃତ୍ୟୁକୁ ବୁଢ଼ା ଶତଗୁଣରେ ଶ୍ରେୟସ୍କର ମନେ କରୁଥିଲା ।

BSE Odisha 9th Class Odia Solutions Chapter 15 ବୁଢ଼ା ଶଙ୍ଖାରି

Question ୧୫ ।
ବେହୂଟିର ବର୍ତ୍ତମାନ ପରିଧେୟ କିପରି ଥିଲା, ଯାହାକୁ ଦେଖୁ ବୁଢ଼ା ଶଙ୍ଖାରି ନିଜକୁ ସମ୍ଭାଳି ପାରିଲା ନାହିଁ ?
Answer:
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ‘ବୁଢ଼ା ଶଙ୍ଖାରି’ଗଳ୍ପରେ ବିଧବା ନାରୀର ପରିଧେୟ ସମ୍ପର୍କରେ ଆଲୋଚନା କରିଛନ୍ତି । ଗୋଟିଏ ଚାଉଳରେ ଗଢ଼ା ବୋହୂଟିର ଚାରି ଆଙ୍ଗୁଳ ଓସାର ନାଲି ମୟୂରକଣ୍ଡିରି ଶାଢ଼ି ଭିତରେ ଫୁଟିଉଠୁଥ‌ିବା କଞ୍ଚାସୁନା ପରି ଗୋରା ଦେହକୁ ଦେଖି ବୁଢ଼ାର ଆଖୁ ପୂରି ଉଠିଥିଲା । ତାକୁ ମା’ବୋଲି ସ୍ଵୀକାର କରିଥିଲା । ଜ୍ୱରରେ ପୀଡ଼ିତ ହୋଇ ମଧ୍ୟ ବହୁ କଷ୍ଟରେ ତା’ପାଇଁ ଆସ୍‌ମାନ୍ ତାରା ଶଙ୍ଖା ତିଆରି କରି ଆଣିଥିଲା । କିନ୍ତୁ ଯେତେବେଳେ ସେ ଦେଖୁଲା ବୋହୂଟି କୁମ୍ଭକିନାରା ଦକ୍ଷିଣା ପାଟ ପରିବର୍ତ୍ତେ ପିନ୍ଧିଛି ଖଣ୍ଡେ ଧଳା ଥାନ ଲୁଗା, ଗୋଡ଼ ଦୁଇଟା ଲଙ୍ଗଳା, ହାତ ଦୁଇଟା ଶୂନ୍ୟ, ସେତେବେଳେ ବୁଢ଼ା ନିଜକୁ ସମ୍ଭାଳି ପାରିନଥିଲା ।

Question ୧୬ ।
ବୁଢ଼ା ଆଣିଥିବା ଶଙ୍ଖା କାନ୍ଦି କାନ୍ଦି ବାହାରେ ଚୂନା କରିଦେଲା କାହିଁକି ?
Answer:
‘ବୁଢ଼ା ଶଙ୍ଖାରି’ ଗଛଟି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କଦ୍ଵାରା ପ୍ରଣୀତ । ରଜ ସଂକ୍ରାନ୍ତିକୁ ଆସ୍‌ମାନ୍ ତାରା ଶଙ୍ଖା ତିଆରି କରି ଆଣିଦେବ ବୋଲି କହିଥିଲା ବୁଢ଼ା ଶଙ୍ଖାରି । ତେଣୁ ସେ ଜ୍ଵରପୀଡ଼ିତ ହୋଇ ମଧ୍ୟ ଯତ୍ନର ସହିତ ଷାଠିଏ ବର୍ଷର ସକଳ ହାତସଫେଇକୁ ପ୍ରୟୋଗ କରି ଆସ୍‌ମାନ୍ ତାରା ଶଙ୍ଖା ତିଆରି କରି ଆଣିଥିଲା । ମା’କୁ ପିନ୍ଧାଇଦେବ ବୋଲି ମନରେ ଥିଲା ତା’ର ଅସୀମ ଉତ୍ସାହ ଓ ଆନନ୍ଦ । କିନ୍ତୁ ଯେତେବେଳେ ଦେଖିଲା, ମା’ତାର ପିନ୍ଧିଛି ଧଳା ଲୁଗା, ହାତ ଓ ଗୋଡ଼ ଲଙ୍ଗଳା, ସେତେବେଳେ ସେ ନିଜକୁ ସମ୍ଭାଳି ପାରିନାହିଁ । ଯେଉଁ ମା’ ପାଇଁ ସେ ଶଙ୍ଖା ତିଆରି କରିଥିଲା, ସେ ହିନ୍ଦୁଘରର ପ୍ରଥାନୁଯାୟୀ ଆଉ କେବେ ବି ଶଙ୍ଖା ପିନ୍ଧିପାରିବ ନାହିଁ । ସେ ଶଙ୍ଖା ନିରର୍ଥକ ହୋଇଗଲା । ତେଣୁ ବୁଢ଼ା ଶଙ୍ଖାରି କାନ୍ଦି କାନ୍ଦି ଶଙ୍ଖାକୁ ବାହାରେ କଚାଡ଼ି ଚୂନା କରିଦେଲା ।

ତୁମପାଇଁ କାମ

୧୭ । ଗାଳ୍ପିକଙ୍କର ଜାତୀୟ ଭାବନାମୂଳକ କବିତା ସଂଗ୍ରହ କରି ପଢ଼ ।
୧୮। ମଣିଷ ପ୍ରତି ସମ୍ବେଦନଶୀଳତା ଓ ଗଭୀର ଆପଣାପଣ କାନ୍ତକବିଙ୍କ ସୃଷ୍ଟିକୁ କିପରି ସର୍ବକାଳୀନ କରିପାରିଛି, ସୂଚନା ପ୍ରଦାନ କର ।

ପରୀଷା ଉପଯୋଗୀ ଅତିରିକ୍ତ ପ୍ରଶୋତ୍ତର
ଅତିସଂକ୍ଷିପ୍ତ ଓ ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

1. ଗାଁ ମୁଣ୍ଡରେ ଥିବା ଘରଟି କିପରି ଘର ଥିଲା ?
Answer:
ଗାଁ ମୁଣ୍ଡରେ ଥ‌ିବା ଘରଟି ସାତଶେଣିଆ ଛପର ଘର ଥିଲା ।

2. ବୋହୂଟିର ଗୋଇଠିଯାଏ ଲମ୍ବିଥିବା କସ୍ତା ଖଣ୍ଡିକର ନାମ କ’ଣ ?
Answer:
ବୋହୂଟିର ଗୋଇଠିଯାଏ ଲମ୍ବିଥିବା କସ୍ତା ଖଣ୍ଡିକର ନାମ ମୟୂରକଣ୍ଠିରି ।

3. କେତେବେଳେ ବୁଢ଼ାଟି ତା’ ଜୀବନର ସମସ୍ତ ସୁଖ ଓ ଆଶାର ପରିତୃପ୍ତି ହେଲା ବୋଲି ମନେ କରୁଥୁଲା ?
Answer:
ବୋହୂଟିର ହାତ ଧରିଥ‌ିବା ସମୟରେ ବୁଢ଼ାଟି ତା’ ଜୀବନର ସମସ୍ତ ସୁଖ ଓ ଆଶାର ପରିତୃପ୍ତି ହେଲା ବୋଲି ମନେ କରୁଥିଲା ।

4. ବୁଢ଼ାର ଛାତି ବାଳଗୁଡ଼ାକ କିପରି ଦେଖାଯାଉଥିଲା ?
Answer:
ବୁଢ଼ାର ଛାତି ବାଳଗୁଡ଼ାକ ଧୋବ ଫରଫର ଦେଖାଯାଉଥିଲା ।

5. ‘ଶଙ୍ଖାମୁଠାକ ଲାଗି ମୁଁ ଗରିବ ହୋଇଯିବି ନାହିଁ??- ଏକଥା କିଏ କହିଥିଲେ ?
Answer:
‘ଶଙ୍ଖାମୁଠାକ ଲାଗି ମୁଁ ଗରିବ ହୋଇଯିବି ନାହିଁ ‘ ଏକଥା ଶଙ୍ଖାରି ବୁଢ଼ା କହିଥିଲେ ।

6. ବୋହୂଟି ବୁଢ଼ାକୁ କେଉଁ ଶଙ୍ଖା ବିଷୟରେ ପଚାରିଥିଲା ?
Answer:
ବୋହୂଟି ବୁଢ଼ାକୁ ଆସ୍‌ନତାରା ଶଙ୍ଖା ବିଷୟରେ ପଚାରିଥିଲା ।

BSE Odisha 9th Class Odia Solutions Chapter 15 ବୁଢ଼ା ଶଙ୍ଖାରି

7. ଶଙ୍ଖାରି ବୁଢ଼ା ବୋହୂକୁ ହାତ ବଢ଼ାଇଦେବାକୁ କାହିଁକି କହିଲା ?
Answer:
ଶଙ୍ଖାରି ବୁଢ଼ା ବୋହୂକୁ ହାତ ବଢ଼ାଇଦେବାକୁ କହିଲା କାରଣ ସେ ଶଙ୍ଖା କଛିବାକୁ ଚାହୁଁଥିଲା ।

8. କେଉଁ ଦିନ ଶଙ୍ଖାରି ବୁଢ଼ା ତା’ ମାଆ ପାଇଁ ଆସ୍‌ମାନ୍ତାରା ଶଙ୍ଖା ଆଣିବ ବୋଲି ସ୍ଥିର କଲା ?
Answer:
ରଜ ସଂକ୍ରାନ୍ତି ଦିନ ଶଙ୍ଖାରି ବୁଢ଼ା ତା’ ମାଆ ପାଇଁ ଆସ୍‌ମାନ୍‌ତାରା ଶଙ୍ଖା ଆଣିବ ବୋଲି ସ୍ଥିର କଲା ।

9. ରୋଜ ରୋଜ ପାଣିପିଆ, ବାଟଚଲା ଯୋଗୁଁ ବୁଢ଼ାର କ’ଣ ହେଲା ?
Answer: ରୋଜ ରୋଜ ପାଣିପିଆ, ବାଟଚଲା ଯୋଗୁଁ ବୁଢ଼ାକୁ ଜ୍ଵର ହେଲା ।

10. ଶଙ୍ଖାରି ବୁଢ଼ା କେଉଁ ସମୟରେ ଗାଁ ମଝିରେ ଯାଉଥିଲା ?
Answer:
ଶଙ୍ଖାରି ବୁଢ଼ା ଉଦୁଉଦିଆ ଖରା ସମୟରେ ଗାଁ ମଝିରେ ଯାଉଥିଲା ।

11. ବୋହୂଟି ପ୍ରଥମେ ଶଙ୍ଖା ପିନ୍ଧିବାକୁ ହାତ ବଢ଼େଇ ନଥୁଲା କାହିଁକି ?
Answer:
ବୋହୂଟି ଲଜ୍ଜା ହେତୁ ପ୍ରଥମେ ଶଙ୍ଖା ପିନ୍ଧିବାକୁ ହାତ ବଢ଼େଇ ନଥିଲା ।

B ଗୋଟିଏ ପଦରେ ଉତ୍ତର ଲେଖ ।
1. ଶଙ୍ଖା ଦେଖିବାକୁ କିଏ ଡାକୁଛନ୍ତି ବୋଲି ଦାସୀ ବୁଢ଼ାକୁ କହିଲା ?
Answer:
ବୋହୂ ସାଆନ୍ତାଣୀ

2. ବୋହୂଟି କାହାପରି ଗୋରା ?
Answer:
ଚମ୍ପାଫୁଲ ପରି

3. ବୋହୂଟିର ଦେହଟି କେଉଁଥରେ ଗଢ଼ା ?
Answer:
ଗୋଟିଏ ଚାଉଳରେ

4. କ’ଣ ବୋଲି ଡାକି ଦେବାମାତ୍ରେ ବୁଢ଼ାର ଛାତି କୁଣ୍ଢେମୋଟ ହୋଇଗଲା ?
Answer:
ମା’ ବୋଲି

5. ବୋହୂଟି ବୁଢ଼ାକୁ କେଉଁ ଶଙ୍ଖା ବିଷୟରେ ପଚାରିଥିଲା ?
Answer:
ଆତ୍ମାମାନତାରା

6. ବୋହୂଟି ଲାଜ କରିବାରୁ ଶଙ୍ଖାରି ବୁଢ଼ା କ’ଣ କହିଲା ?
Answer:
ମୁଁ ପରା ତୋର ପୁଅ

7. ଶଙ୍ଖାରି ବୁଢ଼ା ବୋହୂକୁ ହାତ ବଢ଼ାଇଦେବାକୁ କାହିଁକି କହିଲା ?
Answer:
ଶଙ୍ଖ। କଛିବାକୁ

BSE Odisha 9th Class Odia Solutions Chapter 15 ବୁଢ଼ା ଶଙ୍ଖାରି

8. ତାର ମା’ର କେଉଁ ଶଙ୍ଖା ଉପରେ ମନ ବୋଲି ବୁଢ଼ାଟି ଭାବିଲା ?
Answer:
ଆସ୍‌ମାନ୍ତରା

୨. କେଉଁ ଦିନ ଶଙ୍ଖାରି ବୁଢ଼ା ତା’ ମାଆ ପାଇଁ ଆତ୍ମାମାନ୍ତାରା ଶଙ୍ଖା ଆଣିବ ବୋଲି ସ୍ଥିର କଲା ?
Answer:
ରଜ ସଂକ୍ରାନ୍ତି

10. ରୋଜ ରୋଜ ପାଣିପିଆ, ବାଟଚଲା ଯୋଗୁଁ ବୁଢ଼ାର କ’ଣ ହେଲା ?
Answer:
ଜ୍ଵର ହେଲା

11. ‘ବୁଢ଼ା ଶଙ୍ଖାରି’ ଗଳ୍ପର ରଚୟିତା କିଏ ?
Answer:
ଲକ୍ଷ୍ମୀକାନ୍ତ ମହାପାତ୍ର

12. ଶଙ୍ଖାରି ବୁଢ଼ା କେଉଁ ସମୟରେ ଗାଁ ମଝିରେ ଯାଉଥିଲା ?
Answer:
ଉଦୁଉଦିଆ ଖରାବେଳେ

13. ବୁଢ଼ା ମୁଣ୍ଡରେ କ’ଣ ଧରିଥିଲା ?
Answer:
ଟୋକେଇ

14. ବୋହୂଟି ପ୍ରଥମେ ଶଙ୍ଖା ପିନ୍ଧିବାକୁ ହାତ ବଢ଼େଇ ନଥୁଲା କାହିଁକି ?
Answer:
ଲଜ୍ଜା ହେତୁ

15. ଶଙ୍ଖା ପିନ୍ଧେଇ ସାରି ବୁଢ଼ା ଦାମ୍ ନେଲାନାହିଁ କାହିଁକି ?
Answer:
ବୋହୂଟିକୁ ମା’ ବୋଲି ଡାକିଥିବାରୁ

C ଶୂନ୍ୟସ୍ଥାନ ପୂରଣ କର ।
1. ବୁଢ଼ା ଅନେକ କଷ୍ଟରେ ଉଠି ନିଜ ହାତରେ ________________ ତିଆରି କଲା ।
Answer:
ଶଙ୍ଖ।

2. ଦିନ ___________________ ଥାଇ ବୁଢ଼ା ଶଙ୍ଖା ତିଆରି କାମ ଶେଷ କଲା ।
Answer:
ଦୁଇ

3. ___________________ ଦିନକୁ ପହିଲି ରଜ କୁହାଯାଏ ।
Answer:
ରଜ ଆଗ

4. ବୁଢ଼ା ଆସ୍‌ମାନ୍‌ତାରା ଶଙ୍ଖା ନେଇ ବହୁଥର ଡାକିବା ପରେ ଶେଷରେ ____________________ ବାହାରି ଆସିଲେ ।
Answer:
ଶାଶୁ

5. ବୁଢା ଆଣିଥିବା ଶଙ୍ଖା __________________ ବାହାରେ କଚାଡି ଚୂନା କରିଦେଲା ।
Answer:
କାନ୍ଦି କାନ୍ଦି

6. କାନ୍ତକବି ଜାତୀୟ ଗୀତିକା ___________________ ର ସ୍ରଷ୍ଟା ।
Answer:
ବନ୍ଦେ ଉତ୍କଳ ଜନନୀ

BSE Odisha 9th Class Odia Solutions Chapter 15 ବୁଢ଼ା ଶଙ୍ଖାରି

7. ଶଙ୍ଖାରି ବୁଢ଼ାର ବୟସ ________________ ଥିଲା ।
Answer:
ଷାଠିଏ

8. ଶଙ୍ଖାରି ବୁଢ଼ାର ଦାନ୍ତଗୁଡ଼ାକ ______________________ ।
Answer:
ପଡ଼ିଯାଇଥିଲା

9. ଶଙ୍ଖାରି ବୁଢ଼ାର ପାଦଠାରୁ ଆଣ୍ଠୁପର୍ଯ୍ୟନ୍ତ ________________ ରେ ବୁଡ଼ିଥିଲା ।
Answer:
ଧୂଳି

10. ବୁଢ଼ାର ଛାତି ବାଳଗୁଡ଼ାକ ___________________ ଦେଖାଯାଉଥିଲା ।
Answer:
ଧୋବ ଫରଫର

11. ଶଙ୍ଖା କେହି ନେବେ ନାହିଁ– ଏକଥା ବୁଢ଼ାକୁ _____________________ କହିଲେ ।
Answer:
ସାଆନ୍ତାଣୀ

12. ବୋହୂ ସହିତ ଦେଖା ହୋଇପାରିବ ନାହିଁ ଶୁଣିବା ପରେ ବୁଢ଼ାର ଆଖ୍ __________________ ହୋଇଉଠିଲା ।
Answer:
ଛଳଛଳ

13. ‘ଥରଟିଏ ଦେଖିବି— ମୁଁ ଆଉ ବଞ୍ଚିବି ନାହିଁ’– ଏକଥା ________________ କହିଥିଲା ।
Answer:
ଶଙ୍ଖାରି ବୁଢ଼ା

14. ବୋହୂଟି ଆସିବା ବେଳକୁ __________________ ପରି ଶବ୍ଦ ଶୁଭେ ।
Answer:
ଝୁମୁରୁ ଝୁମୁରୁ

15. ସେଦିନ ବୋହୂଟି ବୁଢ଼ା ପାଖରେ _______________ ଆସି ଛିଡ଼। ହେଲା ।
Answer:
ନିଃଶବ୍ଦରେ

D ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. ଶଙ୍ଖା ଦେଖିବାକୁ କିଏ ଡାକୁଛନ୍ତି ବୋଲି ଦାସୀ ବୁଢ଼ାକୁ କହିଲା ?
(A) ଶାଶୂ ସାଆନ୍ତାଣୀ
(B) ବୋହୂ ସାଆନ୍ତାଣୀ
(C) ଜେମାରାଣୀ
(D) ସମସ୍ତେ
Answer:
(B) ବୋହୂ ସାଆନ୍ତାଣୀ

BSE Odisha 9th Class Odia Solutions Chapter 15 ବୁଢ଼ା ଶଙ୍ଖାରି

2. ବୋହୂଟି _________________ ପରି ଗୋରା ।
(A) ଚମ୍ପାଫୁଲ
(B) ଟଗର ଫୁଲ
(C) ମଲ୍ଲୀଫୁଲ
(D) ପଦ୍ମଫୁଲ
Answer:
(A) ଚମ୍ପାଫୁଲ

3. ବୋହୂଟିର ଦେହଟି ________________ ଗଢ଼ା ।
(A) କଞ୍ଚାସୁନାରେ
(B) ଗୋଟିଏ ଚାଉଳରେ
(C) ନବରତ୍ନରେ
(D) ମଣିମାଣିକ୍ୟରେ
Answer:
(B) ଗୋଟିଏ ଚାଉଳରେ

4. କ’ଣ ବୋଲି ଡାକି ଦେବାମାତ୍ରେ ବୁଢ଼ାର ଛାତି
(A) ଝିଅ ବୋଲି
(B) ମା’ବୋଲି
(C) ବୋହୂ ବୋଲି
(D) ଭଉଣୀ ବୋଲି
Answer:
(B) ମା’ବୋଲି

5. ବୋହୂଟି ବୁଢ଼ାକୁ କେଉଁ ଶଙ୍ଖା ବିଷୟରେ ପଚାରିଥିଲା ?
(A) ରଙ୍ଗଝିଲିରି
(B) ବଉଳମାଳିଆ
(C) ଚୂନଟିପି
(D) ଆସ୍‌ମାନତାରା
Answer:
(D) ଆସ୍‌ମାନତାରା

6. ବୋହୂଟି ଲାଜ କରିବାରୁ ଶଙ୍ଖାରି ବୁଢ଼ା କ’ଣ କହିଲା ?
(A) ଓ ମୁଁ ପରା ତୋର ବାପା
(B) ମୁଁ ପରା ତୋର ଶଶୁର
(C) ମୁଁ ପରା ତୋର ଭାଇ
(D) ମୁଁ ପରା ତୋର ପୁଅ
Answer:
(D) ମୁଁ ପରା ତୋର ପୁଅ

7. ଶଙ୍ଖାରି ବୁଢ଼ା ବୋହୂକୁ ହାତ ବଢ଼ାଇଦେବାକୁ କାହିଁକି କହିଲା ?
(A) ହାତ ଦେଖୁବାକୁ
(B) ଶଙ୍ଖା କାଛିବାକୁ
(C) ହାତମାପ ନେବାକୁ
(D) ମୁଦି ପିନ୍ଧେଇବାକୁ
Answer:
(B) ଶଙ୍ଖା କାଛିବାକୁ

8. ତାର ମା’ର କେଉଁ ଶଙ୍ଖା ଉପରକୁ ମନ ବୋଲି ବୁଢ଼ାଟି ଭାବିଲା ?
(A) ଚୂନଟିପି
(B) ବିଛାମାଳିଆ
(C) ବଉଳଫୁଲିଆ
(D) ଆସ୍‌ମାନ୍ତରା
Answer:
(D) ଆସ୍‌ମାନ୍ତରା

BSE Odisha 9th Class Odia Solutions Chapter 15 ବୁଢ଼ା ଶଙ୍ଖାରି

୨. କେଉଁ ଦିନ ଶଙ୍ଖାରି ବୁଢ଼ା ତା’ ମାଆ ପାଇଁ ଆସ୍‌ମାନ୍‌ତାରା ଶଙ୍ଖା ଆଣିବ ବୋଲି ସ୍ଥିର କଲା ?
(A) ମକର ସଂକ୍ରାନ୍ତି
(B) ରଜ ସଂକ୍ରାନ୍ତି
(C) ପଣା ସଂକ୍ରାନ୍ତି
(D) ଧନୁ ସଂକ୍ରାନ୍ତି
Answer:
(B) ରଜ ସଂକ୍ରାନ୍ତି

10. ରୋଜ ରୋଜ ପାଣିପିଆ,ବାଟଚଲା ଯୋଗୁଁ ବୁଢ଼ାର କ’ଣ ହେଲା ?
(A) ଗୋଡ଼ ଭାଙ୍ଗିଗଲା
(B) ଥଣ୍ଡା
(C) ଜ୍ଵର ହେଲା
(D) ହାଡ଼ ଭାଙ୍ଗିଗଲା
Answer:
(C) ଜ୍ଵର ହେଲା

11. ‘ବୁଢ଼ା ଶଙ୍ଖାରି’ ଗଳ୍ପର ରଚୟିତା କିଏ ?
(A) ସୁରେନ୍ଦ୍ର ମହାନ୍ତି
(B) ଲକ୍ଷ୍ମୀକାନ୍ତ ମହାପାତ୍ର
(C) ଅଳମୋହନ ପଟ୍ଟନାୟକ
(D) ରାଜକିଶୋର ରାୟ
Answer:
(B) ଲକ୍ଷ୍ମୀକାନ୍ତ ମହାପାତ୍ର

12. ଶଙ୍ଖାରିବୁଢ଼ା କେଉଁ ସମୟରେ ଗାଁ ମଝିରେ ଯାଉଥିଲା ?
(A) ସଞ୍ଜବେଳେ
(B) ଉଦୁଉଦିଆ ଖରାବେଳେ
(C) ପ୍ରାତଃ ସମୟରେ
(D) ଅପରାହ୍ନରେ ମୁଣ୍ଡରେ କ’ଣ
Answer:
(B) ଉଦୁଉଦିଆ ଖରାବେଳେ

13. ବୁଢ଼ା ମୁଣ୍ଡରେ କ’ଣ ଧରିଥିଲା ?
(A) ବୋଝ
(B) ଗଣ୍ଠିଲି
(C) ଟୋକେଇ
(D) କାଠ
Answer:
(C) ଟୋକେଇ

14. ବୋହୂଟି ପ୍ରଥମେ ଶଙ୍ଖା ପିନ୍ଧିବାକୁ ହାତ ବଢ଼େଇ ନଥୁଲା କାହିଁକି ?
(A) ଭୟରେ
(B) ଲଜ୍ଜାହେତୁ
(C) ଅପସନ୍ଦ ହେବାରୁ
(D) ଶାଶୂଙ୍କ ସମ୍ମତି ନଥିବାରୁ
Answer:
(B) ଲଜ୍ଜାହେତୁ

15. ଶଙ୍ଖା ପିନ୍ଧେଇ ସାରି ବୁଢ଼ା ଦାମ୍ ନେଲାନାହିଁ କାହିଁକି ?
(A) ବୋହୂଟିକୁ ମା’ବୋଲି ଡାକିଥିବାରୁ
(B) ଦାମ୍ କମ୍ ଥିବାରୁ
(C) ଟଙ୍କାର ଆବଶ୍ୟକତା ନଥିବାରୁ
(D) ଏଥ୍ ମଧ୍ୟରୁ କେଉଁଟି ନୁହେଁ
Answer:
(A) ବୋହୂଟିକୁ ମା’ବୋଲି ଡାକିଥିବାରୁ

BSE Odisha 9th Class Odia Solutions Chapter 15 ବୁଢ଼ା ଶଙ୍ଖାରି

16. ବୁଢ଼ା କେତେମାସ ଧରି ବୋହୂକୁ ଦେଖିବାକୁ ଯାଇ
(A) ତିନି
(B) ଚାରି
(C) ଛଅ
(D) ଦୁଇ
Answer:
(D) ଦୁଇ

17. ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ କେଉଁ କବି ବୋଲି ସମ୍ବୋଧନ କରାଯାଏ ?
(A) ପଲ୍ଲୀକବି
(B) ସବୁଜକବି
(C) କାନ୍ତକବି
(D) ବିପ୍ଳବୀ କବି
Answer:
(C) କାନ୍ତକବି

18. କେଉଁ ମାସରେ ଶଙ୍ଖାରି ବୁଢ଼ା ମୁଣ୍ଡରେ ଶଙ୍ଖା ବୋଝ ଧରି ଗାଁ ଦାଣ୍ଡରେ ଯାଉଥିଲା ?
(A) ବୈଶାଖ
(B) ଜ୍ୟେଷ୍ଠ
(C) ଚୈତ୍ର
(D) ଫଗୁଣ
Answer:
(D) ଫଗୁଣ

19. ‘‘କିହୋ ଶଙ୍ଖାରି ପୁଅ, ଶଙ୍ଖା ଆଣିଛ କି’’– ଏକଥା କିଏ ବୁଢ଼ାକୁ ପଚାରିଲା ?
(A) ଘରର ମାଲିକାଣୀ
(B) ଦାସୀ
(C) ବୋହୂ
(D) ଚାକର
Answer:
(B) ଦାସୀ

20. ଦାସୀ ଶଙ୍ଖାରି ବୁଢ଼ା ପାଖରେ କ’ଣ ଆଣି ଥୋଇଦେଲା ?
(A) ଗରାଏ ପାଣି
(B) ଗିଲାସେ ପାଣି
(C) ଲୋଟାଏ ପାଣି
(D) ବାଲ୍ଟିଏ ପାଣି
Answer:
(C) ଲୋଟାଏ ପାଣି

21. ଗାଁ ମୁଣ୍ଡରେ ଥିବା ଘରଟି କିପରି ଘର ଥିଲା ?
(A) ପକ୍‌କା ଘର
(B) ଛାତି ଘର
(C) ଟାଇଲି ଘର
(D) ସାତ ଶେଣିଆ ଛପର ଘର
Answer:
(D) ସାତ ଶେଣିଆ ଛପର ଘର

22. ଶଙ୍ଖାରି ବୁଢ଼ା ଦାସୀକୁ କ’ଣ ମାଗିଥିଲା ?
(A) ପାଣି
(B) ପାନ
(C) ପଇସା
(D) ଖାଦ୍ୟ
Answer:
(A) ପାଣି

BSE Odisha 9th Class Odia Solutions Chapter 15 ବୁଢ଼ା ଶଙ୍ଖାରି

23. ଶଙ୍ଖାରି ବୁଢ଼ା ଉପରକୁ ଆକରି କିପରି ଲୋଟାଏ ପାଣି ଟେକିଦେଲା ?
(A) ଥରଥର କରି
(B) ଢକଢକ କରି
(C) କୁଳୁକୁଳୁ କରି
(D) ତରତର କରି
Answer:
(B) ଢକଢକ କରି

ଲେଖକ ପରିଚୟ :
କାନ୍ତକୋମଳ ପଦାବଳୀରେ ଲକ୍ଷ୍ମୀକାନ୍ତ(୧୮୮୮-୧୯୫୩)ଙ୍କର ରଚନାଗୁଡ଼ିକ ସମୃଦ୍ଧ ହେତୁ ତାଙ୍କୁ ଯଥାର୍ଥରେ “କାନ୍ତକବି” ବୋଲି ସମ୍ବୋଧନ କରାଯାଇଛି । ବ୍ୟଙ୍ଗ ବିଦ୍ରୂପ ମଧ୍ଯରେ ପାଠକ ମନରେ ବିମଳ ହାସ୍ୟ ସଞ୍ଚାର କରିବା ସହିତ ସମାଜସଂସ୍କାର ଭାବନା ତାଙ୍କ ସୃଷ୍ଟିର ମୁଖ୍ୟ ବିଭବ। କଥାସାହିତ୍ୟ ଓ କାବ୍ୟକବିତା କ୍ଷେତ୍ରରେ ତାଙ୍କର ସିଦ୍ଧି କାଳଜୟୀ । ‘ଜୀବନ ସଂଗୀତ’, ‘ଜାତୀୟ ସଂଗୀତ’, ‘କଲ୍ଲୋଳ ‘ଓ ‘ଚଟକ ଚନ୍ଦ୍ରହାସ ଚଂପୂ’ ବିବିଧ କବିତା ମଧ୍ୟରେ ଲକ୍ଷ୍ମୀକାନ୍ତଙ୍କ କବି ପ୍ରତିଭାର ସ୍ବାକ୍ଷର ନିହିତ । ‘କଣାମାମୁ’ ଉପନ୍ୟାସ ଓ ‘ବୁଢ଼ା ଶଙ୍ଖାରି’ ଗଳ୍ପ କାନ୍ତକବିଙ୍କର ଅମ୍ଳାନ ସୃଷ୍ଟି । ହାସ୍ୟ ମଧୁର ବେଦନାର ଜୀବନ୍ତ ରୂପାୟନ ତାଙ୍କର କ୍ଷୁଦ୍ର ଗଳ୍ପ । ‘ବନ୍ଦେ ଉତ୍କଳ ଜନନୀ’ ଜାତୀୟ ଗୀତିକାର ସେ ସ୍ମରଣୀୟ ସ୍ରଷ୍ଟା । ରକ୍ତର ସଂପର୍କ ନ ଥାଇ ମଧ୍ୟ କିପରି ଅନାବିଳ ବାତ୍ସଲ୍ୟ ପ୍ରେମର ମହାନତା ପ୍ରଦର୍ଶନ କରାଯାଇଛି ତାହା ହିଁ ଉକ୍ତ ଗଳ୍ପର କଥାବସ୍ତୁ ।

ଗଚ୍ଛର ମର୍ମବାଣୀ :
ଷାଠିଏ ବର୍ଷର ବୁଢ଼ା ଶଙ୍ଖାରିଟିଏ । ସରି ଆସୁଥ୍‌ ଫଗୁଣ ମାସର ଉଦୁଉଦିଆ ଖରାବେଳେ ସେ ଶଙ୍ଖା ଟୋକେଇଟି ମୁଣ୍ଡରେ ଧରି ଗାଁ ଦାଣ୍ଡରେ ଡାକି ଡାକି ଯାଉଥାଏ । ଗୋଡ଼ ଆଣ୍ଠୁଯାକେ ଧୂଳି ଓ ଶରୀର ଝାଳରେ ବୁଡ଼ି ଗୋଡ଼ ପର୍ଯ୍ୟନ୍ତ ବୋହି ଯାଉଛି । ଗାଁ ମୁଣ୍ଡରେ ଥିବା ସାତଶେଣିଆ ଛପର ଘରର ପକ୍କା ପିଣ୍ଡା ଉପରେ ଶଙ୍ଖାବୋଝଟି ରଖ୍ ବସିପଡ଼ିଛି । ଘରର ଦାସୀଠାରୁ ପାଣି ମାଗି ପିଇ କଲ୍ୟାଣ କରିଛି । ଦାସୀ କହିବାନୁଯାୟୀ ବୋହୂ ସାଆନ୍ତାଣୀଙ୍କୁ ଶଙ୍ଖା ଦେଖାଇବାପାଇଁ ବୋଝଟି ନେଇ ଭିତର ଦୁଆରକୁ ଯାଇଛି । ମୁଖରା ଦାସୀ କଥାରେ ଲାଜ ଛାଡ଼ି ବୋହୂଟି ହସି ହସି ଓଢ଼ଣା ଅଧେ ଟେକିଦେଇ ଟୋକେଇ ପାଖରେ ଆସି ଛିଡ଼ା ହୋଇଛି । ଶଙ୍ଖାରି ବୁଢ଼ାକୁ ଦେଖାଯାଇଛି ବୋହୂଟିର ସୁନ୍ଦର ମୁଖମଣ୍ଡଳ ।

ଚକି କାଟିଦେଲା ପରି ଗୋଲ ସୁନ୍ଦର ମୁହଁ । ଚମ୍ପାଫୁଲ ପରି ଗୋରାଦେହକୁ ଚାରିଆଙ୍ଗୁଳ ଓସାର ନାଲି ତହିଁରି ମୟୂରକଣ୍ଠିରି କସ୍ତାଖଣ୍ଡିକ ଗୋଇଠିଯାଏ ଲମ୍ବି ଆହୁରି ସୁନ୍ଦର ଦେଖାଯାଉଛି । ତା’ ଭିତର ଦେଇ ଫୁଟି ଉଠୁଥ‌ିବା ଗୋଟିଏ ଚାଉଳରେ ଗଢ଼ା କଞ୍ଚା ସୁନାପରି ଗୋରା ଦେହଟିକୁ ଦେଖ୍ ଶଙ୍ଖାରି ବୁଢ଼ାର ଆଖ୍ ପୂରି ଉଠିଛି । ବୁଢ଼ା ଆଖ୍ ଫେରାଇ ନ ପାରି ଏକ ଧାନରେ ଚାହିଁ ରହିଛି । କିଛି କହିବାକୁ ଇଚ୍ଛା ଥିଲେ ମଧ୍ୟ ତା’ ପାଟିରୁ କଥା ବାହାରିନାହିଁ । କିଛି ସମୟ ପରେ ବୁଢ଼ା ପାଟି ଖୋଲି କହିଛି- ‘ମା’, କି ଶଙ୍ଖା ନେବୁ ନେ ।’ ‘ମା’ ବୋଲି ଡାକିଦେବା ମାତ୍ରେ ବୁଢ଼ାର ଛାତି କୁଣ୍ଢେମୋଟ ହୋଇଯାଇଛି । ବୋହୂଟି ଲାଜ ଛାଡ଼ି କୋମଳ କଣ୍ଠରେ ‘ଆସ୍‌ମାନ୍ ତାରା’ ଶଙ୍ଖା ଅଛି କି’ ବୋଲି ପ୍ରଶ୍ନ କରିଛି ।

ବୁଢ଼ାଟି କହିଛି ଯେ ତା’ ପାଖରେ ‘ଆସ୍‌ମାନ୍ ତାରା’ ଶଙ୍ଖା ବ୍ୟତୀତ ରଙ୍ଗଝିଲିରି, ବଉଳଫୁଲିଆ, ଚୂନଟିପି ପ୍ରଭୃତି ଶଙ୍ଖା ଅଛି । ଆସ୍‌ମାନ୍ ତାରା ଶଙ୍ଖା ତିଆରି କଲେ ଆଣିଦେବ ବୋଲି କହିଛି । ବୋହୂଟି ମୁଠାଏ ଶଙ୍ଖା ପସନ୍ଦ କରିବାରୁ ବୁଢ଼ା ସେହି ଶଙ୍ଖାମୁଠାକୁ କିଛିବାପାଇଁ ବୋହୂକୁ ହାତ ବଢ଼ାଇବାକୁ କହିଲା । ବୋହୂଟି ଲାଜ କରିବାରୁ ଶଙ୍ଖାରି ବୁଢ଼ା କହିଲା, ‘ମା’, ମୋତେ ଲାଜ କରୁଛ ? ମୁଁ ପରା ତୋ ପୁଅ । ପୁଅକୁ ମା’ ଲାଜ କରେନା ।’

ଏହି କଥାପଦକ ଭିତରେ ପୂରି ରହିଥିଲା ଶଙ୍ଖାରି ବୁଢ଼ା ହୃଦୟର ମୁଠା ମୁଠା ସ୍ନେହ, ମମତା ଓ ଆପଣାର ଭାବ । ଯାହା ଶୁଣି ଦାସୀ ମଧ୍ୟ ବୋହୂକୁ ହସି ହସି କହିଥିଲା, ‘ବୋହୂ ସାଆନ୍ତାଣୀଏ ! ଆଚ୍ଛା ବୁଢ଼ାପୁଅଟିଏ ପାଇଲ ଏକା; କପାଳ ତ !”’ ବୋହୂଟିର ସୁନ୍ଦର ହାତକୁ ନିଜର ରୁକ୍ଷ ମଇଳା ହାତରେ ଧରି କଟିଯିବା ଭୟରେ ସନ୍ତର୍ପଣରେ ଶଙ୍ଖା କଛିବାବେଳେ ବୁଢ଼ା ମନରେ ଆନନ୍ଦର ସୀମା ନଥାଏ । ସତେ ଯେପରି ତା’ଜୀବନର ସମସ୍ତ ସୁଖ, ସକଳ ଆଶା ସେଠାରେ ପରିତୃପ୍ତି ଲାଭ କରିଛି ।

ଶାଶୁ ସାଆନ୍ତାଣୀ ଆସି ଶଙ୍ଖାର ଦାମ୍ ପଚାରିଛନ୍ତି । କିନ୍ତୁ ବୋହୂ ସାଆନ୍ତାଣୀଙ୍କର ପୁଅ ହୋଇ ସାରିଥିବା ବୁଢ଼ା ଶଙ୍ଖାରି ମା’ଠାରୁ ଦାମ୍ ନେବ ନାହିଁ, ଶଙ୍ଖା ମୁଠାକ ପାଇଁ ସେ ଗରିବ ହୋଇଯିବ ନାହିଁ ବୋଲି କହି ଶଙ୍ଖାବୋଝ ଧରି ଚାଲିଯାଇଛି । ଆଉ ଡାକିଲେ ମଧ୍ୟ ଶୁଣିନାହିଁ । ଶଙ୍ଖା ଗୋଟିଏ ନିତ୍ୟାନି ଦରବ ନୁହେଁ । ଲୋକେ ତାକୁ ପୁନେଇଁ ପରବରେ କିଣନ୍ତି । ଏହା ଜାଣି ମଧ୍ଯ ବୁଢ଼ା ଶଙ୍ଖାରି ଦୁଇ ତିନିଦିନେ ଥରେ ଲେଖାଏଁ ସେ ଗାଁକୁ ଆସେ । କାରଣ ଶଙ୍ଖା ବିକ୍ରି ତା’ର ଉଦ୍ଦେଶ୍ୟ ନୁହେଁ । ତା’ ମା’କୁ ଦେଖୁବା ହିଁ ତା’ର ଉଦ୍ଦେଶ୍ୟ ।

ତେଣୁ ଦୁଆର ପର୍ଯ୍ୟନ୍ତ ଯାଇ ପାଟି କରି ଡାକିଦେଲେ ବୋହୂଟି ଆସି ଛିଡ଼ା ହୁଏ । ତାକୁ ଚାହିଁଦେଲାକ୍ଷଣି ବୁଢ଼ାର ମନ ପୂରିଉଠେ । ବୋହୂ ଆସିବାର ଡେରି ହେଲେ ଦାସୀ ମଧ୍ଯ ହୁରି କରିଦିଏ, ‘ବୋହୂ ସାଆନ୍ତାଣୀଏ, ତମ ପୁଅ ଆଇଲାଣି ।’ ବୋହୂ ଆସି ଛିଡ଼ା ହୁଏ, ବୁଢ଼ା ତାକୁ ମନ ପୂରାଇ ଦେଖେ । ‘ଶଙ୍ଖା ନେବୁ’ ବୋଲି ପଚାରେ, ବୋହୂଟି ମୁଣ୍ଡ ହଲାଇ ଦେଲେ ବୁଢ଼ା ଚାଲିଯାଏ । ମନରେ ଭାବେ’ ‘ମା’ର ଆସ୍‌ମାନ୍ ତାରା ଶଙ୍ଖା ଉପରକୁ ମନ ।’

ଶେଷରେ ସେ ସ୍ଥିର କଲା ରଜ ସଂକ୍ରାନ୍ତି ବେଳକୁ ତା’ ମା’ପାଇଁ ଆସମାନ୍ ତାରା ଶଙ୍ଖା ମୁଠାଏ ଆଣିବ । ବୈଶାଖ ମାସ ଖରାରେ ପ୍ରତିଦିନ ବାଟଚଲା, ପାଣିପିଆ ବୁଢ଼ା ଦେହରେ ଗଲାନାହିଁ । ବୁଢ଼ା ଜ୍ଵରରେ ପଡ଼ିଲା । ହାତଗୋଡ଼ ଫୁଲିଗଲା । କିନ୍ତୁ ବୁଢ଼ା ସେଥ୍ୟପ୍ରତି ଚିନ୍ତା ନକରି ବହୁ କଷ୍ଟରେ ଉଠି ତା’ ମା’ପାଇଁ ଆସ୍‌ମାନ୍ ତାରା ଶଙ୍ଖା ତିଆରି କଲା । ଶଙ୍ଖା ଗଢ଼ିବାର ଷାଠିଏ ବର୍ଷର ଅନୁଭୂତିକୁ ନେଇ ହାସଲ କରିଥିବା ସକଳ ପ୍ରକାର ହାତସଫେଇକୁ ପ୍ରୟୋଗ କରି ଶଙ୍ଖାରି ବୁଢ଼ା ଯେଉଁ ଶଙ୍ଖା ଗଢ଼ିଲା- ସେପରି ଶଙ୍ଖା ତା’ ଜୀବନରେ କେବେ ସେ ତିଆରି କରିନଥିଲା ।

BSE Odisha 9th Class Odia Solutions Chapter 15 ବୁଢ଼ା ଶଙ୍ଖାରି

ଖୁସି ମନରେ ବୁଢ଼ା ସେ ଶଙ୍ଖା ଧରି ପହିଲି ରଜଦିନ ତା’ ମା’କୁ ଦେଖିବାକୁ ତଥା ଶଙ୍ଖା ପିନ୍ଧାଇବାକୁ ବାହାରିଲା । ଶରୀର ଅସୁସ୍ଥ ଥିଲେ ମଧ୍ୟ ମା’କଥା ମନେ ପଡ଼ିଯିବା ମାତ୍ରେ ତା’ ମନରେ ଗଦାଏ ବଳ ଆସିଲା । ବୁଢ଼ା ଗାମୁଛାରେ ଶଙ୍ଖା ବାନ୍ଧି ପାଞ୍ଚକୋଶ ବାଟି ଚାଲି ଚାଲି ଯାଇ ବେଳ ଗଡ଼ିଲା ବେଳକୁ ପହଞ୍ଚିଲା । ମନରେ ଅନେକ ଆନନ୍ଦ ଓ ଉତ୍ସାହ ନେଇ ସବୁଦିନ ଛିଡ଼ା ହେଉଥ‌ିବା ଜାଗାରେ ଛିଡ଼ା ହୋଇ ଡାକ ଛାଡ଼ିଲା । ଯେତେ ଡାକିଲେ ମଧ୍ୟ କେହି ଆସିଲେ ନାହିଁ କିମ୍ବା କୌଣସି ଉତ୍ତର ମିଳିଲା ନାହିଁ । କିଛି ସମୟ ପରେ ସାଆନ୍ତାଣୀ ବାହାରି ଆସି ଆବଶ୍ୟକ ନାହିଁ, ଶଙ୍ଖା କେହି ନେବେ ନାହିଁ ବୋଲି କହିଲେ । ବୁଢ଼ା ଶଙ୍ଖା ଶଙ୍ଖାରି ତା’ ମାଆକୁ ଟିକିଏ ଦେଖିବାକୁ କହିବାରୁ ଶାଶୁ ସାଆନ୍ତାଣୀ ଦେଖା ହୋଇପାରିବ ନାହିଁ ବୋଲି ଶୁଣାଇଦେଲେ ।

ବୁଢ଼ା କାନ୍ଦ କାନ୍ଦ ହୋଇ ଜୀବନର ଶେଷ ସମୟରେ ଥରଟିଏ ଦେଖିବାକୁ ଅନୁରୋଧ କରିବାକୁ ସାଆନ୍ତାଣୀ ଦାସୀକୁ ବୋହୂକୁ ଡାକିଦେବାପାଇଁ ନିର୍ଦ୍ଦେଶ ଦେଲେ । କିଛି ସମୟ ପରେ ବୋହୂ ଆସି ଦୁଆର ପାଖେ ଛିଡ଼ାହେଲା । ଆସିଲାବେଳେ ଝୁମୁରୁ ଝୁମୁରୁ ଶବ୍ଦ ନଥିଲା କିମ୍ବା କୁମ୍ଭକିନାରା ଦକ୍ଷିଣାପାଟ ନଥିଲା । ଗୋଡ଼ ଦୁଇଟା ଥିଲା ଲଙ୍ଗଳା । ପିନ୍ଧିଥିଲା ଖଣ୍ଡେ ଧଳାଲୁଗା । ବୋହୂକୁ ଦେଖୁ ବୁଢ଼ାର ଦେହ ଥରି ଉଠିଲା । ମୁଣ୍ଡ ଘୂରିଗଲା । ଖାଲି ହାତଟାକୁ ଦେଖ୍ ନେଇ ବୁଢ଼ା ଭୋ ଭୋ କରି ରଡ଼ି କରି ଉଠିଲା । ଗାମୁଛାରେ ବନ୍ଧାଥୁବା ଶଙ୍ଖା ମୁଠାକ ଫିଟାଇ ବାହାରେ କଚାଡ଼ି ଦେଇ ଏକମୁହାଁ ହୋଇ ଚାଲିଗଲା । ରକ୍ତର ସମ୍ପର୍କ ନଥାଇ ମଧ୍ୟ ବୁଢ଼ା ଯେଉଁ ଅନାବିଳ ବାତ୍ସଲ୍ୟ ମମତା ଦେଖାଇଗଲା, ତାହା ବାସ୍ତବିକ ଯୁଗ ଯୁଗ ଧରି ଜନମାନସରେ ଉଦାହରଣ ହୋଇରହିବ – ଏହା ନିଃସନ୍ଦେହ ।

ବିଷୟଗତ ଶବ୍ଦ ଓ ଅର୍ଥ :

  • ଲୋଟାଏ – ଢାଳେ । ଗଡ଼ୁଏ ।
  • ଗୋଟିଏ ଚାଉଳରେ ଗଢ଼ା – ଅତି ସୁନ୍ଦର ।
  • ମଳିଆ – ଅପରିଷ୍କାର ।
  • ଥର କରି – ଆସ୍ତେ କରି ।
  • ନିତ୍ୟାନି – ସବୁଦିନିଆ ।
  • ହୁରି କରିବା – ବଡ଼ ପାଟିରେ ଡାକିବା ।
  • ରୋଜ ରୋଜ – ପ୍ରତିଦିନ ।
  • ନିକାଶ କରିବା – ଶେଷ କରିବା ।
  • ଶଙ୍ଖା ଚୂନା ହେବା – ଶଙ୍ଖା ଭାଙ୍ଗି ଗୁଣ୍ଡ ହୋଇଯିବା ।
  • ଚଉରସ ନିଃଶ୍ବାସ – ଦୀର୍ଘଶ୍ଵାସ ।
  • ନିକ ବୋହୂ – ଅତି ସୁନ୍ଦର ବୋହୂ ।
  • ରୁକ୍ଷ – କର୍କଶ/ଟାଣ ।
  • ଶଙ୍ଖା କଛିବା – ଶଙ୍ଖା ମାପିବା (ଶଙ୍ଖା ହାତକୁ ହେବକି ନାହିଁ ବୋଲି ମାପି କରି ଦେଖୁବା) ।
  • ଅନାଏ – ଚାହେଁ ।
  • ନାଇବ – ପିନ୍ଧିବ ।
  • ଆଉଟି ପାଉଟି ହେବା – ବ୍ୟାକୁଳ ହେବା ।
  • ଅଧୀର ହେବା – ଧୈର୍ଯ୍ୟହରା ହେବା ।
  • ଏକମୁହାଁ ହୋଇ ଯିବା – ଅନ୍ୟ କୁଆଡ଼କୁ ନଚାହିଁ ଏକ ଦିଗରେ ଚାଲିଯିବା ।

CHSE Odisha Class 12 Economics Chapter 16 Objective Questions in Odia Medium

Odisha State Board CHSE Odisha Class 12 Economics Solutions Chapter 16 ରାଷ୍ଟ୍ରବିତ୍ତ Objective Questions.

CHSE Odisha 12th Class Economics Chapter 16 Objective Questions in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

1. କେଉଁ ରାଜସ୍ବ ଉତ୍ସକୁ ସମୁନ୍ନତ କର ମଧ୍ୟ କୁହାଯାଏ ?
(A) କର
(B) ଅନୁଦାନ
(C) ଫିଜ୍
(D) ବିଶେଷ ନିଦ୍ଧାରଣ
Answer:
(D) ବିଶେଷ ନିଦ୍ଧାରଣ

2. ନିମ୍ନୋକ୍ତ କେଉଁଟି ରାଷ୍ଟ୍ରବିତ୍ତର ବିଷୟବସ୍ତୁରେ ଅନ୍ତର୍ଭୁକ୍ତ ନୁହେଁ ?
(A) ସରକାରୀ ଆୟ
(B) ସରକାରୀ ଋଣ
(C) ମୌଦ୍ରିକ ପ୍ରଶାସନ
(D) ରାଜକୋଷୀୟ ପ୍ରଶାସନ
Answer:
(C) ମୌଦ୍ରିକ ପ୍ରଶାସନ

3. ନିମ୍ନୋକ୍ତ କେଉଁଟି ରାଷ୍ଟ୍ରୀୟ ରାଜସ୍ବର ଅଂଶବିଶେଷ ନୁହେଁ ?
(A) କର
(B) ରାଷ୍ଟ୍ରୀୟ ଋଣ
(C) ଫିଜ୍
(D) ସରକାରୀ ଉଦ୍ୟୋଗରୁ ଲାଭ
Answer:
(B) ରାଷ୍ଟ୍ରୀୟ ଋଣ

4. ନିମ୍ନୋକ୍ତ କେଉଁ ରାଜସ୍ଵ ଉତ୍ସରେ ପ୍ରତ୍ୟକ୍ଷ ପ୍ରତିଦାନ ନଥାଏ ?
(A) କର
(B) ଫିଜ୍
(C) ବିଶେଷ ନିଦ୍ଧାରଣ
(D) ଅନୁଦାନ
Answer:
(A) କର

5. କେଉଁ ରାଜସ୍ଵ ଉତ୍ସ ରାଷ୍ଟ୍ର ପ୍ରଦତ୍ତ ସୁବିଧା ସହ ସମାନୁପାତୀ ?
(A) କର
(B) ଫିଜ୍
(C) ବିଶେଷ ନିଦ୍ଧାରଣ
(D) ଅନୁଦାନ
Answer:
(C) ବିଶେଷ ନିଦ୍ଧାରଣ

CHSE Odisha Class 12 Economics Chapter 16 Objective Questions in Odia Medium

6. ନିମ୍ନୋକ୍ତ କେଉଁଟି ପ୍ରତ୍ୟକ୍ଷ କର ?
(A) ଆୟକର
(B) ବୃଦ୍ଧିକର
(C) ସମ୍ପତ୍ତି କର
(D) ଉପରୋକ୍ତ ସମସ୍ତ
Answer:
(D) ଉପରୋକ୍ତ ସମସ୍ତ

7. ନିମ୍ନୋକ୍ତ କେଉଁଟି ପ୍ରତ୍ୟକ୍ଷ କର ନୁହେଁ ?
(A) ପ୍ରମୋଦ କର
(B) ଆୟକର
(C) ବୃଦ୍ଧିକର
(D) ସମ୍ପଭି କର
Answer:
(A) ପ୍ରମୋଦ କର

8. କେଉଁ ବ୍ୟୟ ଉଭୟ ପୁଞ୍ଜି ଓ ରାଜସ୍ୱ ବ୍ୟୟର ଅନ୍ତର୍ଭୁକ୍ତ ?
(A) ସାଧାରଣ ବ୍ୟୟ
(B) ପ୍ରତିରକ୍ଷା ବ୍ୟୟ
(C) ଅନୁଦାନ
(D) ସାମାଜିକ ସେବା
Answer:
(B) ପ୍ରତିରକ୍ଷା ବ୍ୟୟ

9. କେଉଁ ବ୍ୟୟ ଚଳନ୍ତି ରାଜସ୍ଵରୁ ଭରଣା କରାଯାଏ ?
(A) ରାଜସ୍ବ ବ୍ୟୟ
(B) ପ୍ରତିରକ୍ଷା ବ୍ୟୟ
(C) ସାଧାରଣ ବ୍ୟୟ
(D) ସୁଧ ପ୍ରଦାନ
Answer:
(A) ରାଜସ୍ବ ବ୍ୟୟ

10. ନିମ୍ନୋକ୍ତ କେଉଁଟି ପରୋକ୍ଷ କର ?
(A) ବିକ୍ରିକର
(B) ସମ୍ପଭି କର
(C) ପ୍ରମୋଦ କର
(D) ଉଭୟ (A) ଓ (C)
Answer:
(D) ଉଭୟ (A) ଓ (C)

11. ରାଷ୍ଟ୍ରୀୟ ଆୟର ଉତ୍ସ ହେଲା :
(A) ରାଷ୍ଟ୍ରାୟତ୍ତ ସମ୍ପତ୍ତି
(B) ବାଣିଜ୍ୟିକ ଆୟ
(C) ପ୍ରଶାସନିକ ଆୟ
(D) ଉପରୋକ୍ତ ସମସ୍ତ
Answer:
(D) ଉପରୋକ୍ତ ସମସ୍ତ

12. କଲେଜ ଟିଉସନ୍ ଫିସ୍ ହେଉଛି ଏକ :
(A) କର
(B) ବିଶେଷ ନିଦ୍ଧାରଣ
(C) ଫିଜ୍
(D) ଉପରୋକ୍ତ ସମସ୍ତ
Answer:
(C) ଫିଜ୍

13. ସରକାରଙ୍କଦ୍ୱାରା ପ୍ରଚଳିତ ଆଇନକାନୁନ ଭଙ୍ଗ କଲେ ଯେଉଁ ଆର୍ଥିକ ଦଣ୍ଡ ଦିଆଯାଏ, ତାହା ହେଲା :
(A) କର
(B) ବାଜ୍ଯାପ୍ତି
(C) ଜୋରିମାନା
(D) ରାଜଭୁକ୍ତି
Answer:
(C) ଜୋରିମାନା

14. ସରକାରଙ୍କଠାରୁ ଅନୁମତି ପାଇବାପାଇଁ ଯେଉଁ ପାଉଣା ପୈଠ କରାଯାଏ, ତାହାକୁ କ’ଣ କୁହାଯାଏ ?
(A) ରାଜଭୁକ୍ତି
(B) ଫିକ୍
(C) କର
(D) ଲାଇସେନ୍ସ ଫିଜ୍
Answer:
(D) ଲାଇସେନ୍ସ ଫିଜ୍

CHSE Odisha Class 12 Economics Chapter 16 Objective Questions in Odia Medium

15. ସର୍ବସାଧାରଣଙ୍କ ସ୍ବାର୍ଥ ପାଇଁ ହେଉଥିବା ବ୍ୟୟର ଭରଣା ନିମିତ୍ତ ଏବଂ କୌଣସି ବିଶେଷ ସୁବିଧା ସହିତ ସମ୍ପର୍କ ନଥାଇ ବ୍ୟକ୍ତିବିଶେଷ ସରକାରଙ୍କୁ ଯେଉଁ ବାଧ୍ୟତାମୂଳକ ଦେୟ ଦିଅନ୍ତି, ତାହାକୁ କ’ଣ କୁହାଯାଏ ?
(A) ଜୋରିମାନା
(B) କର
(C) ଫିକ୍
(D) ବିଶେଷ ନିଦ୍ଧାରଣ
Answer:
(B) କର

16. ଆଇନାନୁମୋଦିତ ଉତ୍ତରାଧ୍ଵରୀ ବିନା ମୃତ୍ୟୁ ହୋଇଥିବା ଲୋକମାନଙ୍କର ସମ୍ପତ୍ତି ଉପରେ ରାଷ୍ଟ୍ରର ଦାବିକୁ ଯାହା କୁହାଯାଏ :
(A) ବାଜ୍ୟାପ୍ତି
(B) ଜୋରିମାନା
(C) ବିଶେଷ ନିର୍ଧାରଣ
(D) ରାଜଭୁକ୍ତି
Answer:
(D) ରାଜଭୁକ୍ତି

17. ଚୁକ୍ତି ଭଙ୍ଗ କିମ୍ବା ସ୍ଥିରୀକୃତ କାର୍ଯ୍ୟ ସମ୍ପାଦନ କରିନଥିବା ବ୍ୟକ୍ତିବିଶେଷଙ୍କଠାରୁ ସରକାର ଦଣ୍ଡ ସ୍ଵରୂପ ସେମାନେ ଅମାନତ ରୂପେ ରଖୁଥିବା ଅର୍ଥ ଫେରସ୍ତ କରନ୍ତି ନାହିଁ, ତାହାକୁ କ’ଣ କୁହାଯାଏ ?
(A) ବାଜ୍ଯାପ୍ତି
(B) ଜୋରିମାନା
(C) ରାଜଭୁକ୍ତି
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ବାଜ୍ଯାପ୍ତି

18. ରାଷ୍ଟ୍ରୀୟର କ୍ଷେତ୍ରରୁ ସରକାର ଯେଉଁ ରାଜସ୍ୱ ଅର୍ଜନ କରନ୍ତି, ତାହାକୁ କ’ଣ କୁହାଯାଏ ?
(A) ଜାତୀୟ ଆୟ
(B) ବାଣିଜ୍ୟିକ ଆୟ
(C) ମୁଣ୍ଡପିଛା ଆୟ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(B) ବାଣିଜ୍ୟିକ ଆୟ

(B) ଶୂନ୍ୟସ୍ଥାନ ପୂରଣ କର ।

1. ସମସ୍ତ ସରକାରୀ ସଂସ୍ଥାର ଆୟ-ବ୍ୟୟ ସମ୍ବନ୍ଧୀୟ ବିଜ୍ଞାନ ହିଁ ____________ ।
Answer:
ରାଷ୍ଟ୍ରବିତ୍ତ

2. ଜଣେ ବ୍ୟକ୍ତିର ଆୟ ତା’ର ବ୍ୟୟ ନିର୍ଦ୍ଧାରଣ କଲାବେଳେ ଏକ ରାଷ୍ଟ୍ରର ବ୍ୟୟ ତାହାର ____________ ନିର୍ଦ୍ଧାରଣ କରିଥାଏ ।
Answer:
ଆୟ

3. ସରକାରଙ୍କ କ୍ଷେତ୍ରରେ ବଜେଟ୍ ____________ ହୋଇଥିବା ସ୍ଥଳେ ବ୍ୟକ୍ତିବିଶେଷଙ୍କ ପକ୍ଷେ ଏହା ବଳକା ହେବା ଏକ ଶୁଭସୂଚନା ।
Answer:
ନିଅଣ୍ଟିଆ

4. ବେସରକାରୀ ବଜେଟ୍ କ୍ଷେତ୍ରରେ ଅନ୍ୟ କାହାର ଅନୁମୋଦନ ଆବଶ୍ୟକ ନଥାଏ, କିନ୍ତୁ, ସରକାରୀ ବଜେଟ୍ ପାଇଁ ____________ ର ଅନୁମୋଦନ ଆବଶ୍ୟକ ।
Answer:
ପାର୍ଲିଆମେଣ୍ଟ

5. କର ଏକ ____________ ମୂଳକ ଦେୟ ।
Answer:
ବାଧ୍ୟତା

CHSE Odisha Class 12 Economics Chapter 16 Objective Questions in Odia Medium

6. ସରକାରଙ୍କଦ୍ବାରା ପ୍ରଚଳିତ ଆଇନକାନୁନ ଭଙ୍ଗକଲେ ଯେଉଁ ଆର୍ଥିକ ଦଣ୍ଡ ଦିଆଯାଏ, ତାହାକୁ ____________ କୁହାଯାଏ ।
Answer:
ଜୋରିମାନା

7.ଜନସାଧାରଣ ପାଉଥିବା ସ୍ଵତନ୍ତ୍ର ସୁବିଧା ପାଇଁ ____________ ଦେଇଥା’ନ୍ତି ।
Answer:
ଫିଜ୍

8. ବିଶେଷ ନିର୍ଦ୍ଧାରଣ କରଦାତାଙ୍କ ____________ ସୁବିଧା ଉପରେ ନିର୍ଦ୍ଧାରଣ ହୁଏ ।
Answer:
ବିଶେଷ

9. ଦ୍ରବ୍ୟ ଓ ସେବା ବିକ୍ରୟରୁ ସରକାର ପାଉଥିବା ରାଜସ୍ୱକୁ ____________ କୁହାଯାଏ ।
Answer:
ଦର

10. ଫିଜ୍, ସରକାରୀ ରାଜସ୍ବର ____________ ଉତ୍ସ ।
Answer:
ପ୍ରଶାସନିକ

11. ମିତବ୍ୟୟିତ ଦୃଷ୍ଟିକୋଣରୁ ବା ଖର୍ଚ୍ଚଭାର ଦୃଷ୍ଟିରୁ ____________ କର ଉତ୍ତମ ।
Answer:
ପରୋକ୍ଷ

12. ବଦାନ୍ୟ ଅନୁଷ୍ଠାନମାନଙ୍କଠାରୁ ସରକାରଙ୍କୁ ମିଳୁଥିବା ସ୍ଵେଚ୍ଛାକୃତ ଅବଦାନକୁ ____________ କୁହାଯାଏ ।
Answer:
ଦାନ

13. ଆଇନାନୁମୋଦିତ ଉତ୍ତରାଧିକାରୀ ବିନା ମୃତ୍ୟୁ ହୋଇଥିବା ଲୋକମାନଙ୍କର ସମ୍ପତ୍ତି ଉପରେ ରାଷ୍ଟ୍ରର ଦାବିକୁ ____________ କୁହାଯାଏ ।
Answer:
ରାଜଭୁକ୍ତ

14. ଆବଶ୍ୟକ ସ୍ଥଳେ ରାଷ୍ଟ୍ର ଉଭୟ ଆଭ୍ୟନ୍ତରୀଣ ଋଣ ଓ ____________ ଋଣ କରିପାରେ ।
Answer:
ବହିରାଗତ

15. ରାଷ୍ଟ୍ର କ୍ଷେତ୍ରରେ ବ୍ୟୟ ସ୍ଥଗିତ ରଖୁବାର ସମ୍ଭାବନା ____________ ।
Answer:
କ୍ଷୀଣ

16. ରାଷ୍ଟ୍ରୀୟ ରାଜସ୍ବ, ରାଷ୍ଟ୍ରୀୟ ____________ ର ଏକ ଅଂଶ ।
Answer:
ଆୟ

17. କୌଣସି ବିଶେଷ ସୁବିଧା ସହ ସମ୍ପର୍କ ନଥାଇ, ସର୍ବସାଧାରଣଙ୍କ ସ୍ୱାର୍ଥରେ ସ୍ୱାର୍ଥରେ ବ୍ୟୟ କରିବାପାଇଁ ବ୍ୟକ୍ତିବିଶେଷ ସରକାରଙ୍କୁ ଦେଉଥିବା ବାଧ୍ୟତାମୂଳଜ ଦେୟକୁ ____________ କୁହାଯାଏ ।
Answer:
କର

18. କରର ମୂଳ ବୋଝକୁ ____________ କୁହାଯାଏ ।
Answer:
କରାଘାତ

19. ପରିଶେଷରେ କର ବୋଝ ବହନ କରୁଥିବା ବ୍ୟକ୍ତିଙ୍କ ଉପରେ ____________ ହୋଇଥାଏ ।
Answer:
କରାପାତ

20. ଯେଉଁ ପ୍ରକ୍ରିୟାରେ କରଭାର ବାରମ୍ବାର ସ୍ଥାନାନ୍ତର ଘଟେ ତାହାକୁ କରର ____________ କୁହାଯାଏ ।
Answer:
ସ୍ଥାନାନ୍ତରଣ

19. ପରିଶେଷରେ କର ବୋଝ ବହନ କରୁଥିବା ବ୍ୟକ୍ତିଙ୍କ ଉପରେ ____________ ହୋଇଥାଏ ।
Answer:
କରାପାତ

20. ଯେଉଁ ପ୍ରକ୍ରିୟାରେ କରଭାର ବାରମ୍ବାର ସ୍ଥାନାନ୍ତର ଘଟେ ତାହାକୁ କରର ____________ କୁହାଯାଏ ।
Answer:
ସ୍ଥାନାନ୍ତରଣ

21. କରାଘାତ ସ୍ଥାନାନ୍ତରକ୍ଷମ ହୋଇଥିବାବେଳେ ____________ ସ୍ଥାନାନ୍ତରକ୍ଷମ ନୁହେଁ ।
Answer:
କରାପାତ

22. ସର୍ବସାଧାରଣଙ୍କ ସାମାଜିକ ଓ ଅର୍ଥନୈତିକ କଲ୍ୟାଣ ନିମନ୍ତେ ରାଷ୍ଟ୍ର ଯେଉଁ ବ୍ୟୟ କରେ, ତାହାକୁ ରାଷ୍ଟ୍ରୀୟ ____________ କୁହାଯାଏ ।
Answer:
ବ୍ୟୟ

23. ମୁଦ୍ରାଷ୍ଟୀତି ସମୟରେ ଜନସାଧାରଣଙ୍କଠାରେ ଆୟ ଅଧ‌ିକ ଥିବାରୁ ଏହାର ନିୟନ୍ତ୍ରଣ ପାଇଁ ଅନ୍ୟାନ୍ୟ ପଦକ୍ଷେପ ସହିତ ରାଷ୍ଟ୍ର ବ୍ୟୟ ____________ କରିଥାଏ ।
Answer:
ହ୍ରାସ

24. ଅବସ୍କ୍ରୀତିର ସଠିକ୍ ମୁକାବିଲା ପାଇଁ ଅନ୍ୟାନ୍ୟ ପଦକ୍ଷେପ ସହିତ ରାଷ୍ଟ୍ରୀୟ ବ୍ୟୟ ____________ କରାଯାଏ ।
Answer:
ବୃଦ୍ଧି

25. ରାଷ୍ଟ୍ରର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ନିମନ୍ତେ କରାଯାଉଥିବା ରାଷ୍ଟ୍ରୀୟ ବ୍ୟୟକୁ ____________ କୁହାଯାଏ ।
Answer:
ରାଜସ୍ଵ ବ୍ୟୟ

CHSE Odisha Class 12 Economics Chapter 16 Objective Questions in Odia Medium

26. ରାଜସ୍ୱ ବ୍ୟୟ ରାଷ୍ଟ୍ରର ____________ ରାଜସ୍ବରୁ ଭରଣା କରାଯାଏ ।
Answer:
ଚଳନ୍ତି

27. ରାଷ୍ଟ୍ର ପରିସମ୍ପତ୍ତି ସୃଷ୍ଟି ପାଇଁ ଯେଉଁ ବ୍ୟୟ କରିଥାଏ, ତାହାକୁ ____________ ବ୍ୟୟ କୁହାଯାଏ ।
Answer:
ପୁଞ୍ଜି

28. ଯେଉଁ ବ୍ୟୟ ପାଇଁ ରାଷ୍ଟ୍ରୀୟ ଯୋଜନାର ଅନୁମୋଦନ ଅବାଶ୍ୟକ, ତାହା ____________ ବ୍ୟୟ ।
Answer:
ଯୋଜନା

29. ଯେଉଁ ସରକାରୀ ବ୍ୟୟ ନିମନ୍ତେ ରାଷ୍ଟ୍ରୀୟ ଯୋଜନାର ଅନୁମୋଦନ ଆବଶ୍ୟକ ହୋଇନଥାଏ, ତାହା ____________ ବ୍ୟୟ ।
Answer:
ଅଣଯୋଜନା

30. ଯେଉଁ ଯୋଜନା ବ୍ୟୟ କେବଳ ଚଳନ୍ତି ଆବଶ୍ୟକତା ପୂରଣ ପାଇଁ ନିୟୋଜିତ ହୁଏ, ତାହାକୁ ଯୋଜନା ବ୍ୟୟ ଅନ୍ତର୍ଗତ ____________ କୁହାଯାଏ ।
Answer:
ରାଜସ୍ୱ ହିସାବ

31. ରାଷ୍ଟ୍ରରେ ପୁଞ୍ଜି ସୃଷ୍ଟି ପାଇଁ ବିନିଯୋଗ ହେଉଥିବା ଯୋଜନା ବ୍ୟୟକୁ ଯୋଜନା ବ୍ୟୟ ଅନ୍ତର୍ଗତ ____________ କୁହାଯାଏ ।
Answer:
ପୁଞ୍ଜି ହିସାବ

32. ଯେଉଁ ସରକାରୀ ବ୍ୟୟ ଅର୍ଥନୈତିକ ବିକାଶ ନିମନ୍ତେ ସହାୟତା ପ୍ରଦାନ କରେ, ତାହାକୁ ____________ ବ୍ୟୟ କୁହାଯାଏ ।
Answer:
ଉନ୍ନୟନ ବ୍ୟୟ

33. ଉନ୍ନୟନ ବ୍ୟୟକୁ ମଧ୍ୟ ____________ ବ୍ୟୟ କୁହାଯାଏ ।
Answer:
ଉତ୍ପାଦୀ ବ୍ୟୟ

34. ସରକାର ଏପରି କେତେକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ବ୍ୟୟ କରିଥାନ୍ତି, ଯେଉଁଗୁଡ଼ିକ ଅତ୍ୟାବଶ୍ୟକ ହୋଇଥିଲେ ମଧ୍ୟ ବିକାଶ କ୍ଷେତ୍ରରେ ସହାୟତା ପ୍ରଦାନ କରନ୍ତି ନାହିଁ, ଏପରି ସମସ୍ତ ସରକାରୀ ବ୍ୟୟକୁ ____________ ବ୍ୟୟ କୁହାଯାଏ ।
Answer:
ଅଣଉନ୍ନୟନ

C. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ୍ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

1. ପ୍ରଶାସନିକ ଆୟ ଏକ ବାଧ୍ୟତାମୂଳକ ଗୁଣ ପ୍ରକାଶ କରେ ।
Answer:
ଭୁଲ୍ ।
ଠିକ୍ – ପ୍ରଶାସନିକ ଆୟ ଏକ ଇଚ୍ଛାଧୀନ ଗୁଣ ପ୍ରକାଶ କରେ ।

2. ରାଷ୍ଟ୍ରବିତ୍ତ, ସର୍ବସାଧାରଣ ସଂସ୍ଥାଗୁଡ଼ିକର ବିତ୍ତୀୟ କାର୍ଯ୍ୟକ୍ରମ ।
Answer:
ଠିକ୍ ।

3. କର, କରଦାତାଙ୍କୁ ପ୍ରତ୍ୟକ୍ଷ ସେବା ପ୍ରଦାନ କରେ ।
Answer:
ଭୁଲ୍ ।
ଠିକ୍ – ପ୍ରଶାସନିକ ରାଜସ୍ବ, ରାଜସ୍ଵ ପ୍ରଦାନକାରୀଙ୍କୁ ପ୍ରତ୍ୟକ୍ଷ ସେବା ପ୍ରଦାନ କରେ ।

4. କରର ସଂଘାତ ଓ ଆଘାତ ଜଣେ ବ୍ୟକ୍ତି ଉପରେ ନ୍ୟସ୍ତ ହେଲେ, ତାହାକୁ ପରୋକ୍ଷ କର କୁହାଯାଏ ।
Answer:
ଭୁଲ୍ ।
ଠିକ୍ – କରର ସଂଘାତ ଓ ଆପାତ ଜଣେ ବ୍ୟକ୍ତି ଉପରେ ନ୍ୟସ୍ତ ହେଲେ, ତାହାକୁ ପ୍ରତ୍ୟକ୍ଷ କର କୁହାଯାଏ ।

5. ସମପରିମାଣର କର ସ୍ଥଳେ ପ୍ରତ୍ୟକ୍ଷ କରଦ୍ଵାରା ସ୍ଵୟ ପରୋକ୍ଷ କରଠାରୁ ଅଧିକ ହ୍ରାସ ପାଏ ।
Answer:
ଠିକ୍ ।

6. ସମପରିମାଣର କର ସଂଗ୍ରହ ଲାଗି ପ୍ରତ୍ୟକ୍ଷ କରର ପରୋକ୍ଷ କରଠାରୁ ସାମାଜିକ ତ୍ୟାଗ କମ୍ ଅଟେ ।
Answer:
ଭୁଲ୍ ।
ଠିକ୍ – ସମପରିମାଣର କର ସଂଗ୍ରହ ଲାଗି ପ୍ରତ୍ୟକ୍ଷ କରର ପରୋକ୍ଷ କରଠାରୁ ସାମାଜିକ ତ୍ୟାଗ ଅଧ‌ିକ ଅଟେ ।

7. ସରକାରୀ ବ୍ୟୟ ପରିମାଣ ପୃଥବୀର ସମସ୍ତ ରାଷ୍ଟ୍ରମାନଙ୍କରେ ଦିନକୁ ଦିନ ହ୍ରାସ ପାଉଅଛି ।
Answer:
ଭୁଲ୍ ।
ଠିକ୍ – ସରକାରୀ ବ୍ୟୟ ପରିମାଣ ପୃଥିବୀର ସମସ୍ତ ରାଷ୍ଟ୍ରମାନଙ୍କରେ ଦିନକୁ ଦିନ ବୃଦ୍ଧି ପାଉଅଛି ।

8. ପରୋକ୍ଷ କରର କରାଘାତ ଓ କରାପାତ୍ର ଏକ ବ୍ୟକ୍ତି ଉପରେ ପଡ଼େ ।
Answer:
ଭୁଲ୍ ।
ଠିକ୍ – ପ୍ରତ୍ୟକ୍ଷ କରର କରାଘାତ ଓ କରାପାତ ଏକ ବ୍ୟକ୍ତି ଉପରେ ପଡ଼େ ।

CHSE Odisha Class 12 Economics Chapter 16 Objective Questions in Odia Medium

9. ଆୟକର ଏକ ପ୍ରତ୍ୟକ୍ଷ କର ।
Answer:
ଠିକ୍ ।

10. ଗୋଟିଏ ନୂଆ ରାସ୍ତା ତିଆରିରେ କରାଯାଉଥିବା ବ୍ୟୟ ଅଣଯୋଜନା ବ୍ୟୟର ଉଦାହରଣ ।
Answer:
ଭୁଲ୍ ।
ଠିକ୍ – ଗୋଟିଏ ନୂଆ ରାସ୍ତା ତିଆରିରେ କରାଯାଉଥିବା ବ୍ୟୟ ଯୋଜନା ବ୍ୟୟର ଉଦାହରଣ ।

11. ମିଳୁଥିବା ବିଶେଷ ସୁବିଧା ଅନୁପାତରେ ଧାର୍ଯ୍ୟ କରାଯାଉଥିବା ବାଧ୍ୟତାମୂଳକ ଦେୟକୁ ଟିକସ କୁହନ୍ତି ।
Answer:
ଭୁଲ୍ ।
ଠିକ୍ – ମିଳୁଥିବା ବିଶେଷ ସୁବିଧା ଅନୁପାତରେ ଧାର୍ଯ୍ୟ କରାଯାଉଥିବା ବାଧ୍ୟତାମୂଳକ ଦେୟକୁ ବିଶେଷ ନିର୍ଦ୍ଧାରଣ କୁହନ୍ତି ।

12. ସରକାର ଆୟକୁ ଦେଖ୍ ବ୍ୟୟ କରିଥା’ନ୍ତି ।
Answer:
ଭୁଲ୍ ।
ଠିକ୍ – ସରକାର ବ୍ୟୟକୁ ଦେଖ୍ ଆୟ କରିଥା’ନ୍ତି ।

13. ପ୍ରମୋଦ କର ପ୍ରତ୍ୟକ୍ଷ କରର ଏକ ଉଦାହରଣ ।
Answer:
ଭୁଲ୍ ।
ଠିକ୍ – ପ୍ରମୋଦ କର ପରୋକ୍ଷ କରର ଏକ ଉଦାହରଣ ।

14. ଯୁଦ୍ଧ ବାବଦ ଖର୍ଜ ଉନ୍ନୟନ ବ୍ୟୟର ଏକ ଉଦାହରଣ ।
Answer:
ଭୁଲ୍ ।
ଠିକ୍ – ଜଳସେଚନ ବାବଦ ଖର୍ଜ ଉନ୍ନୟନ ବ୍ୟୟର ଏକ ଉଦାହରଣ ।

15. ପରୋକ୍ଷ କରକୁ ଅପସାରଣ କରାଯାଇପାରେ ।
Answer:
ଭୁଲ୍ ।
ଠିକ୍ – ପରୋକ୍ଷ କରକୁ ଅପସାରଣ କରାଯାଇପାରେ ।

16. ସମ୍ପଦ କର ଏକ ପରୋକ୍ଷ କର ।
Answer:
ଭୁଲ୍ ।
ଠିକ୍ – ବିକ୍ରି କର ଏକ ପରୋକ୍ଷ କର ।

17. ପରୋକ୍ଷ କର କ୍ଷେତ୍ରରେ କରାଘାତ ଓ କରାପାତ ଜଣେ ବ୍ୟକ୍ତି ହିଁ ବହନ କରନ୍ତି ।
Answer:
ଭୁଲ୍ ।
ଠିକ୍ – ପ୍ରତ୍ୟକ୍ଷ କର କ୍ଷେତ୍ରରେ କରାଘାତ ଓ କରାପାତ ଜଣେ ବ୍ୟକ୍ତି ହିଁ ବହନ କରନ୍ତି ।

18. ଦୂର ଏକ ପ୍ରଶାସନିକ ରାଜସ୍ଵ ।
Answer:
ଭୁଲ୍ ।
ଠିକ୍ – ଦର ଏକ ବାଣିଜ୍ୟିକ ରାଜସ୍ବ ।

19. ଦୂର ଏକ ବାଧ୍ୟତାମୂଳକ ଦେୟ ।
Answer:
ଭୁଲ୍ ।
ଠିକ୍ – ଦର ଏକ ସ୍ବେଚ୍ଛାକୃତ ଦେୟ ।

20. ରାଷ୍ଟ୍ରବିତ୍ତ କାର୍ଯ୍ୟକଳାପର ଉଦ୍ଦେଶ୍ୟ ହେଉଛି ଲାଭ ଅର୍ଜନ ।
Answer:
ଭୁଲ୍ ।
ଠିକ୍ – ରାଷ୍ଟ୍ରବିତ୍ତ କାର୍ଯ୍ୟକଳାପର ଉଦ୍ଦେଶ୍ୟ ହେଉଛି ଜନକଲ୍ୟାଣ ସାଧନ ।

CHSE Odisha Class 12 Economics Chapter 16 Objective Questions in Odia Medium

21. କରାପାତ କରର ପ୍ରାଥମିକ ବୋଝ ଅଟେ ।
Answer:
ଭୁଲ୍ ।
ଠିକ୍ – କରାପାତ କରର ଅନ୍ତିମ ବୋଝ ଅଟେ ।

22. ପରୋକ୍ଷ କରର କାର୍ଯ୍ୟ ପରିସର ସୀମିତ ।
Answer:
ଭୁଲ୍ ।
ଠିକ୍ – ପରୋକ୍ଷ କରର କାର୍ଯ୍ୟ ପରିସର ସୀମିତ ।

D. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. କିଏ ବ୍ୟୟ ଦେଖ୍ ଆୟ କରନ୍ତି ।
Answer:
ରାଷ୍ଟ୍ର ବ୍ୟୟ ଦେଖ୍ ଆୟ କରନ୍ତି ।

2. କର କ’ଣ ?
Answer:
ସରକାରଙ୍କ ବାଧ୍ୟତାମୂଳକ ରାଜସ୍ବ ଉତ୍ସକୁ କର କୁହାଯାଏ ।

3. ପ୍ରଶାସନିକ ରାଜସ୍ଵର ଏକ ଉଦାହରଣ ଦିଅ ।
Answer:
ଫିଜ୍, ପ୍ରଶାସନିକ ରାଜସ୍ଵର ଏକ ଉଦାହରଣ ।

4. ପ୍ରତ୍ୟକ୍ଷ କର କାହାକୁ କୁହାଯାଏ ?
Answer:
ଯେଉଁ କରର ସଂଘାତ ଓ ଆଘାତ ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତି ଉପରେ ନ୍ୟସ୍ତ ହୁଏ, ତାହାକୁ ପ୍ରତ୍ୟକ୍ଷ କର କୁହାଯାଏ ।

5. ଆର୍ଥନୀତିକ ଅସମାନତା ହ୍ରାସ ଲାଗି କେଉଁ କର, ପ୍ରତ୍ୟକ୍ଷ ବା ପରୋକ୍ଷ, ଅଧ୍ବକ ଉପଯୋଗୀ ?
Answer:
ଆର୍ଥନୀତିକ ଅସମାନତା ହ୍ରାସ ଲାଗି ପ୍ରତ୍ୟକ୍ଷ କର ବିଶେଷ ଉପଯୋଗୀ ।

6. ରାଜସ୍ୱ ସଂଗ୍ରହ ସ୍ଥଳେ କେଉଁ କର, ପ୍ରତ୍ୟକ୍ଷ ବା ପରୋକ୍ଷ, ଅଧ୍ବକ ଉପଯୋଗୀ ?
Answer:
ରାଜସ୍ୱ ସଂଗ୍ରହ ସ୍ଥଳେ ପରୋକ୍ଷ କର ମିତବ୍ୟୟିତା ଅବଲମ୍ବନ କରୁଥିବାରୁ ଅଧିକ ଉପଯୋଗୀ ଅଟେ ।

7. ମୁଦ୍ରାଙ୍ଗୀତି ଫଳରେ ସରକାରଙ୍କ ବ୍ୟୟ ପରିମାଣ ବୃଦ୍ଧି ପାଏ କାହିଁକି ?
Answer:
ଦରଦାମ୍ ବୃଦ୍ଧି କାରଣରୁ ମୁଦ୍ରାନ୍ତୀତି କାଳରେ ସରକାରଙ୍କ ବ୍ୟୟ ବୃଦ୍ଧି ଘଟିଥାଏ ।

8. ରାଜସ୍ବ ବ୍ୟୟ କ’ଣ ?
Answer:
ସରକାରଙ୍କ ଯେଉଁ ବ୍ୟୟ ପ୍ରତିବଦଳରେ କୌଣସି ପରିସମ୍ପତ୍ତି ସୃଷ୍ଟି ହୁଏ ନାହିଁ, ତାହାକୁ ରାଜସ୍ୱ ବ୍ୟୟ କୁହାଯାଏ ।

9. ରାଷ୍ଟ୍ର ବିତ୍ତ କାହାକୁ କୁହାଯାଏ ?
Answer:
ସମସ୍ତ ସରକାରୀ ସଂସ୍ଥାର ଆୟ-ବ୍ୟୟ ସମ୍ବନ୍ଧୀୟ ବିଜ୍ଞାନ ହିଁ ରାଷ୍ଟ୍ରବିତ୍ତ ।

10. ରାଷ୍ଟ୍ରବିତ୍ତ କ’ଣ ଅଧ୍ୟୟନ କରେ ?
Answer:
ରାଷ୍ଟ୍ରବିତ୍ତ ଜନକଲ୍ୟାଣ ପାଇଁ ରାଷ୍ଟ୍ର କିପରି ଆୟ ଓ ବ୍ୟୟ କରିଥାଏ, ତାହା ଅଧ୍ୟୟନ କରେ ।

11. ରାଷ୍ଟ୍ରୀୟ ଆୟ କହିଲେ କ’ଣ ବୁଝ ?
Answer:
ସରକାରଙ୍କ ସମସ୍ତ ପ୍ରାପ୍ତିକୁ ରାଷ୍ଟ୍ରୀୟ ଆୟ କୁହାଯାଏ ।

12. ଫିଜ୍‌ର ଦୁଇଟି ଉଦାହରଣ ଦିଅ ।
Answer:
କୋର୍ଟ ଫିଡ୍ ଏବଂ ଲାଇସେନ୍ସ ଫିଜ୍, ଫିଜ୍‌ର ଦୁଇଟି ଉଦାହରଣ ଅଟେ ।

CHSE Odisha Class 12 Economics Chapter 16 Objective Questions in Odia Medium

13. କରଠାରୁ ଫିଜ୍ କିପରି ଅଲଗା ?
Answer:
କର ସମସ୍ତଙ୍କ ପାଇଁ ଏକ ବାଧ୍ୟତାମୂଳକ ଦେୟ; କିନ୍ତୁ ଅନ୍ୟପକ୍ଷରେ କୌଣସି ନିର୍ଦ୍ଦିଷ୍ଟ ସେବା ଉପଭୋଗ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଫିଜ୍ ଏକ ବାଧ୍ୟତାମୂଳକ ଦେୟ ।

14. ବିଶେଷ ନିଦ୍ଧାରଣ କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ଜନସାଧାରଣଙ୍କୁ ସ୍ୱତନ୍ତ୍ର ସୁବିଧା ପ୍ରଦାନ କରି ସରକାର ସେମାନଙ୍କଠାରୁ ଯେଉଁ ଦେୟ ଆଦାୟ କରନ୍ତି, ତାହାକୁ ସ୍ବତନ୍ତ୍ର ବିଶେଷ ନିର୍ଦ୍ଧାରଣ କୁହାଯାଏ ।

15. ରାଜଭୁକ୍ତି (Escheat) କ’ଣ ?
Answer:
ଅଧିକୃତ ହୋଇଥାଏ, ଏହାକୁ ରାଜଭୁକ୍ତି କୁହାଯାଏ ।

16. ରାଷ୍ଟ୍ରୀୟ ବିତ୍ତ ଓ ବ୍ୟକ୍ତିଗତ ବିତ୍ତ ମଧ୍ଯରେ ଗୋଟିଏ ପାର୍ଥକ୍ୟ ଦର୍ଶାଅ ।
Answer:
ରାଷ୍ଟ୍ରୀୟ ବିତ୍ତ କ୍ଷେତ୍ରରେ ସରକାର ବ୍ୟୟ ଦେଖ୍ ଆୟ କରନ୍ତି; ମାତ୍ର ବୃକ୍ତିଗତ ବିତ୍ତ କ୍ଷେତ୍ରରେ ବ୍ୟକ୍ତିବିଶେଷ ଆୟ ଦେଖୁ ବ୍ୟୟ କରନ୍ତି ।

17. ବାଜ୍ୟାପ୍ତି କେଉଁ ପ୍ରକାରର ରାଜସ୍ଵ ?
Answer:
ବାଜ୍ୟାପ୍ତି ଏକ ପ୍ରଶାସନିକ ରାଜସ୍ବ ।

18. ସରକାରଙ୍କଦ୍ୱାରା ନିର୍ମିତ ରାସ୍ତାର ବ୍ୟବହାର ପାଇଁ ଦେୟ କି ପ୍ରକାର ରାଜସ୍ୱ ?
Answer:
ସରକାରଙ୍କଦ୍ୱାରା ନିର୍ମିତ ରାସ୍ତାର ବ୍ୟବହାର ପାଇଁ ଦେୟ ହେଉଛି ବିଶେଷ ନିର୍ଦ୍ଧାରଣ ।

19. ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦତ୍ତ ଦେୟ କେଉଁ ଶ୍ରେଣୀର ରାଜସ୍ୱ ?
Answer:
ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦତ୍ତ ଦେୟ ହେଉଛି ଦାନ ।

20. ଆମ ଦେଶରେ କେଉଁ ସରକାର ଆୟକର ଧାର୍ଯ୍ୟ କରିଥା’ନ୍ତି ।
Answer:
ଆମ ଦେଶରେ କେନ୍ଦ୍ର ସରକାର ଆୟକର ଧାର୍ଯ୍ୟ କରିଥା’ନ୍ତି ।

21.ସରକାରୀ ବ୍ୟୟ କାହାକୁ କୁହାଯାଏ ?
Answer:
ସରକାରଙ୍କ ଯେଉଁ ବ୍ୟୟଦ୍ବାରା ସମାଜର କଲ୍ୟାଣ ସାଧନ ହୁଏ, ତାହାକୁ ସରକାରୀ ବ୍ୟୟ କୁହାଯାଏ !

22. ଅଣ ଉନ୍ନୟନମୂଳକ ପରିବ୍ୟୟର ଏକ ଉଦାହରଣ ଦିଅ ।
Answer:
ଦେଶରକ୍ଷା ପାଇଁ କରାଯାଉଥିବା ବ୍ୟୟ ଅଣଉନ୍ନୟନମୂଳକ ପରିବ୍ୟୟର ଏକ ଉଦାହରଣ ।

23. ବାଣିଜ୍ୟିକ ରାଜସ୍ଵର ଦୁଇଟି ଉଦାହରଣ ଦିଅ ।
Answer:
ଭାରତୀୟ ରେଳବାଇରୁ ମିଳୁଥିବା ରାଜସ୍ବ ଓ ଭାରତୀୟ ଡାକ ତା’ର ବିଭାଗରୁ ମିଳୁଥିବା ରାଜସ୍ୱ ବାଣିଜ୍ୟିକ ରାଜସ୍ବର ଦୁଇଟି ଉଦାହରଣ ।

24. ଉନ୍ନୟନ ପରିବ୍ୟୟ କ’ଣ ?
Answer:
ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟକଳାପ ପାଇଁ ଯେଉଁ ବ୍ୟୟ କରାଯାଇଥାଏ, ତାହାକୁ ଉନ୍ନୟନ ପରିବ୍ୟୟ କୁହାଯାଏ ।

25. ଉନ୍ନୟନ ପରିବ୍ୟୟର ଗୋଟିଏ ଉଦାହରଣ ଦିଅ ।
Answer:
ଶିକ୍ଷା ପାଇଁ କରାଯାଉଥିବା ବ୍ୟୟ ଉନ୍ନୟନ ପରିବ୍ୟୟର ଏକ ଉଦାହରଣ ।

26. କରାଘାତ କ’ଣ ?
Answer:
ଯେଉଁ ବ୍ୟକ୍ତି ପ୍ରଥମେ କରର ବୋଝ ବହନ କରେ କିମ୍ବା ସରକାରଙ୍କୁ ପ୍ରତ୍ୟକ୍ଷ ଭାବେ କର ପ୍ରଦାନ କରେ, ତାଙ୍କ ଉପରେ କରାଘାତ ହେଲା ବୋଲି କୁହାଯାଏ ।

27. କରାପାତ କ’ଣ ?
Answer:
ଯିଏ ସର୍ବଶେଷରେ କର ବହନ କରନ୍ତି, ତାଙ୍କରି ଉପରେ କରାପାତ ବୋଝ ପତିତ ହୁଏ, ସୁତରାଂ କରାପାତ କହିଲେ କରର ପ୍ରତ୍ୟକ୍ଷ ମୌଦ୍ରିକ ବୋଝକୁ ବୁଝାଏ ।

28. କର ସ୍ଥାନାନ୍ତରଣ କ’ଣ ?
Answer:
ଯେଉଁ ପ୍ରକ୍ରିୟାରେ କରଭାର ବାରମ୍ବାର ସ୍ଥାନାନ୍ତର ଘଟେ ତାହାକୁ କର ସ୍ଥାନାନ୍ତରଣ କୁହାଯାଏ ।

CHSE Odisha Class 12 Economics Chapter 16 Objective Questions in Odia Medium

29. ପରୋକ୍ଷ କର କ’ଣ ?
Answer:
ଯେଉଁ କରର ଆଘାତ ଓ ଆପାତ ବିଭିନ୍ନ ବ୍ୟକ୍ତି ବହନ କରିଥା’ନ୍ତି, ତାହାକୁ ପରୋକ୍ଷ କର କୁହାଯାଏ, ଅର୍ଥାତ୍ କରଦାତା ଓ କରଭାର ବହନକାରୀ ଭିନ୍ନ ବ୍ୟକ୍ତି ଅଟନ୍ତି ।

30. କେଉଁ କରକୁ ଅନ୍ଧାରୀ କର ବୋଲି କୁହାଯାଏ ?
Answer:
ପରୋକ୍ଷ କରକୁ ଅନ୍ଧାରୀ କର ବୋଲି କୁହାଯାଏ ।

BSE Odisha 8th Class Odia Solutions Chapter 3 ଶିକ୍ଷାଦୀକ୍ଷା

Odisha State Board BSE Odisha 8th Class Odia Solutions Chapter 3 ଶିକ୍ଷାଦୀକ୍ଷା Textbook Exercise Questions and Answers.

BSE Odisha Class 8 Odia Solutions Chapter 3 ଶିକ୍ଷାଦୀକ୍ଷା

ପାଠ୍ୟପୁସ୍ତ୍ରକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
ଆସ, କଥାବାର୍ତ୍ତା ହେବା ।
(କ) ଶ୍ରୀରାମଙ୍କ ପିତାଙ୍କ ନାମ କ’ଣ ?
Answer:
ଶ୍ରୀରାମଙ୍କ ପିତାଙ୍କ ନାମ ଦଶରଥ ।

(ଖ) ରାମଙ୍କ ସହିତ ଆଉ କିଏ କିଏ ବନବାସକୁ ଯାଇଥିଲେ ?
Answer:
ରାମଙ୍କ ସହିତ ତାଙ୍କର ପତ୍ନୀ ସୀତା ଓ ଅନୁଜ ଲକ୍ଷଣ ବନବାସକୁ ଯାଇଥିଲେ ।

(ଗ) ଭରତଙ୍କୁ ପ୍ରବୋଧନା ଦେବାପାଇଁ ରାମ କ’ଣ କରିଥିଲେ ? .
Answer:
ଭରତଙ୍କୁ ପ୍ରବୋଧନା ଦେବାପାଇଁ ରମଚନ୍ଦ୍ର ତାଙ୍କୁ ନିଜର ପାଦୁକୀ ପ୍ରଦାନ କରିଥିଲେ।

(ଘ) ଦଶରଥଙ୍କ ପ୍ରାଣତ୍ୟାଗ ଘଟଣାରୁ କେଉଁ ବିଷୟର ସୂଚନା ମିଳେ ?
Answer:
ପୁତ୍ର ପ୍ରତି ପିତାର କେତେ ସ୍ନେହ ଓ ଆନ୍ତରିକତା ରହିଥାଏ, ଦଶରଥଙ୍କ ପ୍ରାଣତ୍ୟାଗ ଘଟଣାରୁ ସେହି ବିଷୟର ସୂଚନା ମିଳେ ।

(ତଂ) ‘ସେ ପଦପଙ୍କଜେ ଧ୍ୟାୟି କରକୁ ଯୋଡ଼ି’ – ଏହା କିଏ କହିଛନ୍ତି ?
Answer:
‘ସେ ପଦପଙ୍କଜେ ଧ୍ୟାୟି କରକୁ ଯୋଡ଼ି – ଏହା ଗଣକବି ବୈଷ୍ଣବ ପାଣି ‘ରାମ ବନବାସ’ ଗୀତିନାଟ୍ୟସ୍ଥ ‘ଶିକ୍ଷାଦାକ୍ଷା’ କବିତାରେ କହିଛନ୍ତ୍ରି।

BSE Odisha 8th Class Odia Solutions Chapter 3 ଶିକ୍ଷାଦୀକ୍ଷା

Question ୨।
ଆସ, ଦୁଇଟି ବାକ୍ୟରେ ତଳ ପ୍ରଶ୍ନର ଉତ୍ତର ଲେଖିବା ।
(କ) ‘ଶିକ୍ଷାଦୀକ୍ଷା’ କବିତାରେ ରାମାୟଣ ବର୍ଣ୍ଣିତ କେଉଁ ଘଟଣାର ପରବର୍ତ୍ତୀ ପ୍ରସଙ୍ଗ ବର୍ଣ୍ଣନ କରାଯାଇଛି?
Answer:
‘ଶିକ୍ଷାଦୀକ୍ଷା’ କବିତାରେ ରାମାୟଣ ବର୍ଣ୍ଣିତ ରାମ ବନବାସ ଘଟଣାର ପରବର୍ତ୍ତୀ ପ୍ରସଙ୍ଗ ବର୍ଣ୍ଣନ। କରାଯାଇଛି

(ଖ) ‘ଭାଇରେ ଭାଇରେ ସ୍ନେହ, କେମନ୍ତେ ଦେଖୁଲ କହ’ – ଏଠାରେ କେଉଁ କେଉଁ ଭାଇଙ୍କ ବିଷୟରେ କୁହାଯାଇଛି ?
Answer:
‘ଭାଇରେ ଭାଇରେ ସ୍ନେହ, କେମନ୍ତେ ଦେଖୁଲ କହ,’- ପ୍ରସଙ୍ଗରେ ରାମ ଓ ଲକ୍ଷ୍ମଣ, ରାମ ଓ ଭରତ ମଧ୍ୟରେ ରହିଥ‌ିବା ଅପୂର୍ବ ଭ୍ରାତୃସ୍ନେହ ବିଷୟରେ କୁହାଯାଇଛି ।

(ଗ) ଚିତ୍ତ ଦୃଢ଼ କରିବା ନିମନ୍ତେ କବି ପରାମର୍ଶ ଦେବାର କାରଣ କ’ଣ ?
Answer:
ଚିତ୍ତ ଦୃଢ଼ କଲେ ସାଂସାରି ମଣିଷ ଆଉ ମୋହମାୟାରେ ଦୁଃଖକଷ୍ଟ ପାଇବ ନାହିଁ । ପ୍ରତ୍ୟେକ ଦୁଃଖକୁ ସହିଯିବାର ଶକ୍ତି ମନରେ ଆସିବ । ତେଣୁ କବି ଚିତ୍ତକୁ ଦୃଢ଼ କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି ।

(ଘ) କବି କାହାର ଦାସ ହେବାପାଇଁ ଅଭିଳାଷ ପୋଷଣ କରିଛନ୍ତି ?
Answer:
କବି ବୈଷ୍ଣବ ପାଣି ମର୍ଯ୍ୟାଦା ପୁରୁଷୋତ୍ତମ ତଥା ତାଙ୍କର ଆରାଧ ଶ୍ରୀରାମଙ୍କର ଦାସ ହେବାପାଇଁ ଅଭିଳାଷ ପୋଷଣ କରିଛନ୍ତି ।

(ଙ) କାହା କରୁଣାରୁ ହନୁମାନ ସୁବର୍ଷ ଗଡ଼କୁ ଜିଣିପାରିଥିଲେ ?
Answer:
ପ୍ରଭୁ ରାମଚନ୍ଦ୍ରଙ୍କ କରୁଣାରୁ ହନୁମାନ ସୁବର୍ଣ୍ଣ ଗଡ଼କୁ ଜିଣିପାରିଥିଲେ । କାରଣ ହନୁମାନ ସଦାସର୍ବଦା ନିଜର ପ୍ରଭୁ ରାମଚନ୍ଦ୍ରଙ୍କୁ ସ୍ମରଣ କରୁଥିଲେ ।

Question ୩ ।
ଆସ, ୧୦୦ ରୁ ୧୨୦ ଶବ୍ଦ ମଧ୍ଯରେ ତଳ ପ୍ରଶ୍ନଗୁଡିକର ଉତ୍ତର ଲେଖା ।
(କ) ‘ଶିକ୍ଷାଦୀକ୍ଷା’ କବିତାରୁ ଆମର ଯାହା ଯାହା ଶିକ୍ଷା କରିବାର ଅଛି ବର୍ଣ୍ଣନା କରି ଲେଖୁବା ।
Answer:
ଗଣକବି ବୈଷ୍ଣବ ପାଣି ଓଡ଼ିଶାର ନୃତ୍ୟ, ସଙ୍ଗୀତ ଓ ଲୋକକଳାକୁ ଅପୂର୍ବ ଛନ୍ଦରେ ରୁଦ୍ଧିମନ୍ତ କରିଥିଲେ । ନିଜର ଦୁଃଖ ଯାତନାକୁ ସେ ପଛରେ ପକାଇ ରଙ୍ଗମଞ୍ଚରେ ଗୀତିନାଟ୍ୟ ଉପସ୍ଥାପନ କରିବାର ଗୌରବ ଅର୍ଜନ କରିଥିଲେ । ନିଜର ପ୍ରତିଭା ଓ ସାଧନା ବଳରେ ସେ ବହୁ ଗୀତିନାଟ୍ୟ, ପାଲା, ଭଜନ, ଜଣାଣ ଇତ୍ୟାଦି ରଚନା କରିଥିଲେ । ତାଙ୍କର ରଚନାର ଲାଳିତ୍ୟ ଓ ଅପୂର୍ବ ଶବ୍ଦ ସଂଯୋଜନା ଉଭୟ ପାଠକ ଓ ଦର୍ଶକଙ୍କୁ ବିମୋହିତ କରିଥାଏ। ତାଙ୍କ ରଚିତ ଗୀତିନାଟ୍ୟଗୁଡ଼ିକ ମଧ୍ୟରେ ‘ମେଘନାଦ ବଧ’, ‘ରଙ୍ଗସଭା’, ‘କାର୍ଲବୀର୍ଯ୍ୟ ସଂହାର’, ‘ପ୍ରହ୍ଲାଦ ଚରିତ’, ‘ରାମବନବାସ’, ‘କଣ୍ଣବଧ’, ‘ଦକ୍ଷଯଜ୍ଞ’ ଇତ୍ୟାଦି ବହୁ ଜନପ୍ରିୟ ।

ଆଲୋଚ୍ୟ କବିତାଟି ‘ରାମ ବନବାସ’ ଗୀତିନାଟ୍ୟର ଅଂଶବିଶେଷ । କବି ବୈଷ୍ଣବ ପାଣି ପୌରାଣିକ କଥାବସ୍ତୁ ଉପସ୍ଥାପନ କରିବାକୁ ଯାଇ ସମାଜକୁ ସୁସ୍ଥ ସୁନ୍ଦର ହେବାପାଇଁ ପରାମର୍ଶ ଦେଇଛନ୍ତି । ଏକ ନୈତିକ ଜୀବନ ଯାପନ କରିବାକୁ ସେ ବିଭିନ୍ନ ଉଦାହରଣ ମାଧ୍ୟମରେ ଦେଇଥ‌ିବା ଶିକ୍ଷାକୁ ଆହୁରି ପ୍ରାଞ୍ଜଳ ଓ ସ୍ପଷ୍ଟ କରିଛନ୍ତି। ଉକ୍ତ କବିତାରେ କବି ପ୍ରସଙ୍ଗକ୍ରମେ ପିତୃଭକ୍ତି, ଭ୍ରାତୃସ୍ନେହ, ଶେଷରେ ମୋହମାୟାର ବନ୍ଧନରେ ବାନ୍ଧିହୋଇଥ ମଶିଷକୁ ଚେତାବନା ଶୁଶାଇଛନ୍ତି।

ପିତୃଭକ୍ତି : ରଘୁବୀର ରାମଚନ୍ଦ୍ର ପିତୃଭକ୍ତିର ଅମଳିନ ସ୍ଵାକ୍ଷର ଥିଲେ । ସେ ପିତୃଆଜ୍ଞାକୁ ଯଥାର୍ଥ ଭାବରେ ପାଳନ କରିବାପାଇଁ ଚଉଦ ବର୍ଷ ବନବାସ ଯାଇଥିଲେ । ରାଜ୍ୟାଭିଷେକ ଆୟୋଜନବେଳେ, ସେ ପିତାଙ୍କ ସତ୍ୟରକ୍ଷା ଉପରେ ଅଧିକ ଗୁରୁତ୍ଵ ଦେଇଥିଲେ । ପିତୃସତ୍ୟ ରକ୍ଷା କରିବାକୁ ଯାଇ ସେ ବନଗମନ କରିଥିଲେ । ରାମଚନ୍ଦ୍ରଙ୍କ ନିକଟରେ ପିତୃଭକ୍ତି ଓ ନିଜ ବଂଶର ମର୍ଯ୍ୟାଦା ଅଧ‌ିକ ଗୁରୁତ୍ଵପୂର୍ଣ୍ଣ ଥିଲା । ପିତାଙ୍କର ସତ୍ୟରକ୍ଷା କରିବା ତାଙ୍କ ଜୀବନର ବ୍ରତ ଥିଲା । ଗଣକବି ରାମଚନ୍ଦ୍ରଙ୍କ ପରି ପିତୃଭକ୍ତ ହେବାପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ପିତାଙ୍କ କଥାର ମର୍ଯ୍ୟାଦା ରକ୍ଷା କରିବାକୁ ଯାଇ ଯଦି ଭିକ୍ଷା କରିବାକୁ ପଡ଼େ, ତା’ହେଲେ ସେଥ‌ିରେ ଦ୍ବିଧା ପ୍ରକାଶ କରିବା ଉଚିତ ନୁହେଁ । ପିତା ହେଉଛନ୍ତି ସମସ୍ତ ଧର୍ମର ନିୟାମକ । ପିତା ହେଉଛନ୍ତି ସ୍ୱର୍ଗ । ସେହି ପିତାଙ୍କର ସେବା ପୂଜା କଲେ, ସବୁ ଦେବତାଙ୍କର ଆଶୀର୍ବାଦ ଲାଭ ହୋଇପାରିବ । ତେଣୁ ସମାଜକୁ ପରାମର୍ଶ ଦେଇ କବି କହିଛନ୍ତି ଯେ ପିତୃଭକ୍ତି ରୂପକ ଧାର୍ମିକ ପଥରୁ କେବେହେଲେ ବିଚ୍ୟୁତ ହୁଅନାହିଁ ।

ଭ୍ରାତୃସ୍ନେହ : ଅଯୋଧ୍ୟା ରାଜପରିବାରରେ ଭାଇ ଭାଇର ସ୍ନେହ ଥିଲା ଅତୁଟ । ବଡ଼ଭାଇ ରାମଚନ୍ଦ୍ରଙ୍କୁ ସାନଭାଇ ଲକ୍ଷ୍ମଣ ଓ ଭରତ ଆଜ୍ଞାବହ ଭାବରେ ସେବା କରି ଆସୁଥିଲେ । ରାମ ବନବାସ ଯିବାକୁ ବାହାରିବାରୁ ଲକ୍ଷ୍ମଣ ତାଙ୍କ ସହିତ ବନକୁ ଯାଇଥିଲେ । ସେହିପରି ରାମଚନ୍ଦ୍ରଙ୍କୁ ବନରୁ ଫେରାଇ ଆଣିବାପାଇଁ ଭରତ ଚେଷ୍ଟା କରିଥିଲେ । ଶେଷରେ ସେ ରାମଙ୍କଠାରୁ ପାଦୁକା ଆଣି ତାହାକୁ ସିଂହାସନ ଉପରେ ସ୍ଥାପନ କରି ତାଙ୍କର ସେବକ ରୂପେ ରାଜ୍ୟଶାସନ କରିଥିଲେ । କବିଙ୍କ ମତରେ, ଅଯୋଧ୍ୟାର ରାଜକୁମାରଙ୍କ ପରି ଭାଇ ଭାଇ ମଧ୍ୟରେ ସ୍ନେହ ଓ ଭକ୍ତିର ସମ୍ପର୍କ ସ୍ଥାପନ କର । ବୃଥା ଅହଂକାର ନକରି ଭାଇଭାଇର ଦୁଃଖରେ ସମଦୁଃଖୀ ହୁଅ ।

ପତିବ୍ରତା : ସୀତା ଥିଲେ ରାଜନନ୍ଦିନୀ ଓ ରାଜବଧୂ; ମାତ୍ର ସ୍ଵାମୀ ପିତୃସତ୍ୟ ରକ୍ଷା ପାଇଁ ବନକୁ ଯିବା ସମୟରେ ସେ ତାଙ୍କ ସହିତ ବନକୁ ଯାଇଥିଲେ । ସ୍ଵାମୀଙ୍କୁ ଛାଡ଼ି ରାଜପୁରୀର କୌଣସି ସୁଖକୁ ସେ କାମନା କରିନଥିଲେ । ବରଂ ପତିବ୍ରତା ଧର୍ମ ପାଳନ କରି ସେ ସ୍ଵାମୀଙ୍କର ଅନୁଗାମିନୀ ହୋଇଥିଲେ। କବି ସୀତାଙ୍କର ଉଦାହରଣ ଦେଇ ମହିଳାମାନଙ୍କୁ ଉପଦେଶ ଦେଇ ସୀତାଙ୍କ ପରି ପତିବ୍ରତା ହେବାପାଇଁ ପରାମର୍ଶ ଦେଇଛନ୍ତି । ପତିବ୍ରତା ହେଲେ ମହିଳାମାନେ ଯେ ଯଶସ୍ବିନୀ ହୋଇପାରିବେ, ଏହାକୁ କବି ଉପଦେଶ ଛଳରେ ବୁଝାଇଛନ୍ତି ।

ପୁତ୍ରସ୍ନେହ : ଦଶରଥ ପୁତ୍ରସ୍ମେହରେ ଅନ୍ଧି ହୋଇ ନିଜର ସତ୍ୟପଥରୁ ଦୂରେଇଯିବାକୁ ଚାର୍ହିଥ୍ଲୋ ମାତ୍ର ରାମଚନ୍ଦ୍ର ପିତାଙ୍କ ସତ୍ୟରକ୍ଷା ପାଇଁ ବନଗମନ କରିଥିଲେ । ରାମଚନ୍ଦ୍ର ବନକୁ ଯିବା ପରେ ଦଶରଥ ପୁତ୍ରଶୋକରେ ଅଧୀର ହୋଇ ପ୍ରାଣତ୍ୟାଗ କରିଥିଲେ । କବି ଚେତାବନୀ ଶୁଣାଇ କହିଛନ୍ତି, ସଂସାରୀ ମଣିଷ ମୋହମାୟର ବନ୍ଧନରେ ବାନ୍ଧିହୋଇ ବହୁ ଦୁଃଖ ଭୋଗକରେ।

ସଂସାରୀ ମଣିଷ ଜାଗତିକ ବନ୍ଧନରୁ ଦୂରେଇ ଯାଇପାରେ ନାହିଁ । ସେ ଯେତେ ସତର୍କତାର ସହିତ ପାଦପକାଇ ଚାଲିଲେ ବି ସଂସାର ରୂପକ ଖସଡ଼ା ରାସ୍ତାରେ ପାଦ ଖସିଯିବାର ବହୁତ ସମ୍ଭାବନା ରହିଥାଏ । ଏହି ପରିପ୍ରେକ୍ଷୀରେ ମନକୁ ଦୃଢ଼ କରିବାପାଇଁ କବି କରାମର୍ଶ ଦେଇଛନ୍ତି । କାରଣ ମନକୁ ସ୍ଥିର ଓ ଦୃଢ଼ ନ ରଖିଲେ ସଂସାରୀ ମଣିଷ କେବେହେଲେ ନିଜକୁ ଯଥାର୍ଥ ବାଟରେ ପରିଚାଳିତ କରିପାରିବ ନାହିଁ । କବି ପୌରାଣିକ କଥାବସ୍ତୁ ମାଧ୍ୟମରେ ସାମାଜିକ ଜୀବନ ଅତିବାହିତ କରୁଥିବା ମଣିଷମାନଙ୍କୁ ଉପରୋକ୍ତ ପରାମର୍ଶ ଦେଇଛନ୍ତି । କବିଙ୍କର ସେହି ଶିକ୍ଷଣୀୟ ପରାମର୍ଶ କାଳୋତୀର୍ଣ୍ଣ ପରି ମନେହୋଇଥାଏ ।

(ଖ) ରାମାୟଣର ବର୍ଣ୍ଣନା ଅନୁସାରେ ପିତାପୁତ୍ରର ସମ୍ପର୍କ୍ ଏବଂ ଭାଇଭାଇର ସମ୍ପର୍କ ର୍ବଷୟରେ ଆଲୋଚନା କରି ଲେଖିବା
Answer:
ଗଣକବି ବୈଷ୍ଣବ ପାଣି ଉତ୍କଳ ଭାରତୀଙ୍କର ଜଣେ ସୁଯୋଗ୍ୟ ସନ୍ତାନ । ସେ ନିଜର ପ୍ରତିଭା ବଳରେ ବହୁ ପାଲା, ଗୀତିନାଟ୍ୟ, ଭଜନ ଓ ଜଣାଣ ଲେଖୁଛନ୍ତି । ତାଙ୍କଦ୍ବାରା ରଚିତ ଗୀତିନାଟ୍ୟଗୁଡ଼ିକ ମଧ୍ୟରେ ‘ମେଘନାଦ ବଧ’, ‘ରଙ୍ଗସଭା’, ‘କାଉଁବୀର୍ଯ୍ୟ ସଂହାର’, ‘ପ୍ରହ୍ଲାଦ ଚରିତ’, ‘ରାମ ବନବାସ’, ‘କର୍ଣ୍ଣବଧ’, ‘ଦକ୍ଷଯଜ୍ଞ’ ଇତ୍ୟାଦି କୃତି ଅର୍ବସ୍ଥରଶାୟା ସେହିସବୁ ଗାତିନାଟ୍ୟରେ ଗୌରାଶିକ କଥାବସ୍ତୁର ବର୍ଣ୍ଣନା ରହିଥଲେ ମଧ୍ୟ ସେ ସମାଜର ସର୍ବକାଳାନ ଦିଗକୁ ବର୍ଣନା କରିଥିଲେ । ଉନ୍ନତ ସମାନ ଗଠନ ପାଇଁ ସେ ପ୍ରକାରାନ୍ତରେ ପରାମର୍ଶ ଦେଇଥିଲେ ।

‘ରାମାୟଣ ହେଉଛି ଆମ ସମାଜ ଓ ସଂସ୍କୃତିର ଆଦର୍ଶ ଧର୍ମଗ୍ରନ୍ଥ । ଏଥ‌ିରେ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କର ମାନବୀୟ ଲୀଳାକୁ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି । ଗଣକବି ବୈଷ୍ଣବ ପାଣି ‘ରାମାୟଣ ର ଅଯୋଧ୍ୟାକାଣ୍ଡର ରାମ ବନବାସ କଥାବସ୍ତୁକୁ ତାଙ୍କର ଗୀତିନାଟ୍ୟ କଥାବସ୍ତୁରୂପେ ଗ୍ରହଣ କରି ସେଥ‌ିରେ ପିତାପୁତ୍ର ମଧ୍ୟରେ ରହିଥ‌ିବା ନବଡ଼ ସମ୍ପର୍କ ଓ ଭାଇ ଭାଇ ମଧ୍ୟରେ ରହିଥ‌ିବା ଅନାବିଳ ସ୍ନେହର ଅତି ହୃଦୟଗ୍ରାହୀ ବର୍ଣ୍ଣନା କରିଛନ୍ତି ।

ପିତାପୁତ୍ରର ସମ୍ପର୍କ – ‘ରାମାୟଣ’ରେ ପିତାପୁତ୍ରର ସମ୍ପର୍କ କେତେ ନିବିଡ଼ ତାହାକୁ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି । ସେ ରାଜା ହେଉ ବା ସାଧାରଣ ପ୍ରଜା ହେଉ ସମସ୍ତେ ସାଂସାରିକ ଜୀବନରେ ପତ୍ନୀ ଗ୍ରହଣ କଲାପରେ ପୁତ୍ର କାମନା କରିଥା’ନ୍ତି। ସମସ୍ତଙ୍କର ବିଶ୍ୱାସ ଥାଏ, ପୁତ୍ର ହିଁ ତାଙ୍କ ପିଣ୍ଡପାଣିର କାରଣ ହେବ । ପୁତ୍ ନାମକ ନର୍କରୁ ଉଦ୍ଧାର କରିବ । ପତ୍ରହିଁ ହେବ ତାଙ୍କର ଭାଗ୍ୟ ଓ ଭବିଷ୍ୟତ । ପୁତ୍ର ପାଇଁ ତାଙ୍କର ବଂଶ ଓ କୁଳର ମର୍ଯ୍ୟାଦା ବଢ଼ିପାରିବ । ରାଜା ଦଶରଥଙ୍କର ବିବାହର ବହୁଦିନ ପର୍ଯ୍ୟନ୍ତ କୌଣସି ପୁତ୍ର ଜନ୍ମ ହୋଇନଥିଲେ। ତେଣୁ ସେ ପୁତ୍ରେଷ୍ଟି ଯଜ୍ଞ କରାଇ ଚାରୁ ଚରୁଅନ୍ନର ପ୍ରଭାବରେ ପୁତ୍ରସନ୍ତାନ ଲାଭ କରିଥିଲେ । ସେ ରାମ, ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନ ନାମରେ ଚାରୋଟି ପୁତ୍ର ଲାଭ କରିଥିଲେ । ପୁତ୍ର ଜନ୍ମ ପରେ ଦଶରଥ ବେଶ୍ ଆନନ୍ଦିତ ହୋଇଥିଲେ । ସେହି ପୁତ୍ରମାନଙ୍କୁ ବେଶ୍ ଯତ୍ନରେ ଉପଯୁକ୍ତ ଶିକ୍ଷା ଦେଇ ଲାଳନ ପାଳନ କରିଥିଲେ । ପିତାପୁତ୍ରର ସମ୍ପର୍କ ହେଉଛି ଜନ୍ମଜନ୍ମର ସମ୍ପର୍କ । ପୁତ୍ରହିଁ ପିତାଙ୍କୁ ଯଶସ୍ବୀ କରିଥାଏ ।

କୌଣସି ଏକ ଦୁର୍ବଳ ମୁହୂର୍ଭରେ ରାଜା ଦଶରଥ ତାଙ୍କର ମଝିଆଁ ରାଣୀ କୈକେୟୀଙ୍କୁ ଦୁଇଟି ବର ଦେବାପାଇଁ ସତ୍ୟ ହେଉଥିଲା, ସେହି ସମୟରେ ରାଣୀ କୈକେୟୀ କୁମନ୍ତ୍ରଣାର ବଶବର୍ତ୍ତୀ ହୋଇ ରାଜଙ୍କୁ ବରଦୁଇଟି ମାଗିବସିଲେ । ପ୍ରଥମ ବର ଅନୁସାରେ ରାମଚନ୍ଦ୍ର ଚଉଦବର୍ଷ ବନବାସ ଯିବେ ଏବଂ ଦ୍ଵିତୀୟ ବରରେ ତାଙ୍କ ପୁତ୍ର ଭରତ ସିଂହାସନ ଆରୋହଣ କରିବେ । ଏଭଳି କଥା ଶୁଣି ରାଜା ଦଶରଥ ଦୁଃଖରେ ଭାଙ୍ଗି ପଡ଼ିଥିଲେ । ତାଙ୍କର କଥାକୁ ଫେରାଇ ନେବାପାଇଁ ସେ ରାଣୀ କୈକେୟୀଙ୍କୁ ଅନୁରୋଧ କରିଥିଲେ । କାରଣ ରାମଙ୍କୁ ଛାଡ଼ି, ରାମଙ୍କ ପ୍ରତି ଏଭଳି ଅବିଚାର କରି ସେ କେବେହେଲେ ବଞ୍ଚିପାରିବେ ନାହିଁ । ପୁତ୍ର ପାଇଁ ସେ ସତ୍ୟଭଗ୍ନ ହେବାପାଇଁ ମଧ୍ୟ ପ୍ରସ୍ତୁତ ହେଲେ ।

କାରଣ ସତ୍ୟଭଗ୍ନ ହେଲେ ହୁଏତ ତାଙ୍କର କ୍ଷତି ହୋଇପାରେ, ମାତ୍ର ରାମଙ୍କୁ ସେ କେବେହେଲେ ପାଖରୁ ଛାଡ଼ିପାରିବେ ନାହିଁ । ବାସ୍ତବରେ ରାଜା ହୋଇ ମଧ୍ୟ ଦଶରଥ ପୁତ୍ର ପାଇଁ ବିକଳରେ କ୍ରନ୍ଦନ କରିଥିଲେ । ମାତ୍ର କୌଣସି କଥାରେ କୈକେୟୀ ରାଜି ହୋଇ ନଥିଲେ । ରାମଚନ୍ଦ୍ରଙ୍କ ନିକଟରେ ଏହି ଖବର ପହଞ୍ଚି ଯାଇଥିଲା । ସେ ପିତାଙ୍କର ସତ୍ୟପାଳନ ପାଇଁ ଚଉଦବର୍ଷ ବନବାସ ଯିବାପାଇଁ ପ୍ରସ୍ତୁତ ହେଲେ। ସେ କାହାରି ପରାମର୍ଶକୁ ନ ମାନି, କେବଳ ପିତାଙ୍କର ମର୍ଯ୍ୟାଦାକୁ ରକ୍ଷା କରିବାପାଇଁ ଦୃଢ଼ ଶପଥ କରି ଅରଣ୍ୟକୁ ଯାଇଥିଲେ । କବି ଏହି ପରିପ୍ରେକ୍ଷୀରେ ସମାଜକୁ ଦିଗ୍‌ଦର୍ଶନ ଦେଇ କହିଛନ୍ତି ପିତାଙ୍କର କଥା ରକ୍ଷାକରିବାକୁ ଯାଇ ଭିକ୍ଷା କରିବାକୁ ପଡ଼ିଲେ ମଧ୍ୟ ପୁତ୍ର ତାହା କରିବା ଉଚିତ । କବିଙ୍କ ଭାଷାରେ

‘‘ଶିକ୍ଷା କର ପିତୃଭକ୍ତି, ଦୀକ୍ଷା କର ଏହି ନୀତି,
ଭିକ୍ଷା କର ପଛେ ସତ୍ୟ ବାଟ ନଛାଡ଼ ।’’

ପୁତ୍ର ନିକଟରେ ପିତା ହେଉଛି ଧର୍ମ, ପିତା ହେଉଛି ସ୍ବର୍ଗ । ତେଣୁ ସେହି ପିତାଙ୍କୁ ସନ୍ତୁଷ୍ଟ କଲେ, ପୁତ୍ର ସବୁ ଦେବତାଙ୍କର ଆଶୀର୍ବାଦ ଲାଭ କରିପାରିବ । ସେହିପରି ପୁତ୍ର ସ୍ନେହକୁ ସାଧାରଣ ସଂସାରୀ ମଣିଷ ପରି ରାଜା ଦଶରଥ ଉପେକ୍ଷା କରି ପାରିନାହାଁନ୍ତି । ବରଂ ରାମଚନ୍ଦ୍ର ବନକୁ ଗମନ କଲାପରେ ଦଶରଥ ମାନସିକ ଯନ୍ତ୍ରଣାରେ ଘାରି ଦେବତାଙ୍କର ଆଶୀର୍ବାଦ ଲାଭ କରିପାରିବ । ସେହିପରି ପୁତ୍ର ସ୍ନେହକୁ ସାଧାରଣ ସଂସାରୀ ମଣିଷ ପରି ରାଜା ଦଶରଥ କେତେ ନିବିଡ଼ ତାହା କେହି କହିପାରିବେ ନାହିଁ । କବି ଏହାକୁ ବୁଝାଇ କହିଛନ୍ତି –

‘ପୁତ୍ରେ ପିତା -ସ୍ନେହ କେଡ଼େ, ପୁତ୍ର ବିନେ ପ୍ରାଣ ଛାଡ଼େ,
ଭାଙ୍ଗି କେ,ପାରିବ ଗୁଢ଼ ସ୍ନେହର ବାଡ଼ ।’’

ପୁତ୍ର ସ୍ନେହ ରୂପକ ବାଡ଼କୁ କୌଣସି ପିତା ଭାଙ୍ଗିପାରିବ ନାହିଁ କିମ୍ବା ପୁତ୍ରକୁ ଛାଡ଼ି କୌଣସି ସମୟରେ ପିତା ସୁଖୀ ହୋଇପାରିବ ନାର୍ହି

ଭାଇଭାଇର ସମ୍ପର୍କ : ‘ରାମାୟଣ’ରେ ଭାଇଭାଇର ଅନାବିଳ ସ୍ନେହର ବର୍ଣ୍ଣନା ରହିଛି । ସେହି ସ୍ନେହ ଓ ଅପରପକ୍ଷରେ ରାମଚନ୍ଦ୍ର ମଧ୍ୟ ତାଙ୍କର ଅନୁଜମାନଙ୍କୁ ପ୍ରାଣରୁ ଅଧିକ ପ୍ରିୟ ମନେକରୁଥିଲେ । ଅଯୋଧ୍ୟା ରାଜପୁରୀରେ ଭାଇଭାଇର ସ୍ନେହ ଥୁଲା ନିବିଡ଼ । ରାମ, ଲକ୍ଷ୍ମଣ ଓ ଭରତ, ଶତ୍ରୁଘ୍ନ କେହି କାହାକୁ ମୁହୂର୍ରେ ଛାଡ଼ି ରହିପାରୁ ନଥିଲେ । ସତେଯେପରି କାୟା ପଛରେ ଛାୟା ଲାଗିରହିଲାପରି ରାମଙ୍କ ପାଖେ ପାଖେ ଲକ୍ଷ୍ମଣ ଏବଂ ଭରତଙ୍କ ପାଖେ ପାଖେ ଶତ୍ରୁଘ୍ନ, ରହିଥିଲେ । ତଥାପି ସମସ୍ତେ ଜ୍ୟେଷ୍ଠଭ୍ରାତା ରାମଙ୍କୁ ଅଧିକ ଭକ୍ତି ଓ ମର୍ଯ୍ୟାଦା ଦେଖାଇଥିଲେ । ଅପରପକ୍ଷରେ ରାମଚନ୍ଦ୍ର ମଧ୍ୟ ତାଙ୍କର ଅନୁଜମାନଙ୍କୁ ପ୍ରାଣରୁ ଅଧିକ ପ୍ରିୟ ମନେକରୁଥିଲେ ।

ରାମଚନ୍ଦ୍ର ଯେତେବେଳେ ପିତୃସତ୍ୟ ପାଇଁ ବନଗମନ କରିବାକୁ ବାହାରିଲେ, ତାଙ୍କ ସହିତ ଅନୁଜ ଲକ୍ଷ୍ମଣ ବନକୁ ଯିବାପାଇଁ ଇଚ୍ଛା କରିଥିଲେ । ବଡ଼ଭାଇ ରାମଙ୍କୁ ଛାଡ଼ି ସେ ରାଜପୁରୀରେ ରହିପାରିବେ ନାହିଁ ବୋଲି ନିଷ୍ପଭି ନେଇଥିଲେ । ଲକ୍ଷ୍ମଣ ବନକୁ ଯିବାପାଇଁ ଅଗ୍ରଜ ରାମଚନ୍ଦ୍ରଙ୍କୁ ଅନୁରୋଧ କରିଥିଲେ । ରାମଙ୍କ ସୁଖଦୁଃଖର ସାଥୀ ହେବାପାଇଁ ସେ ଚାହିଁଥିଲେ । ପୁନଶ୍ଚ ରାମଚନ୍ଦ୍ର ବନକୁ ଯିବା ସମୟରେ ଭରତ ମାମୁଘରେ ରହିଥିଲେ । ସେ ରାଜପୁରୀକୁ ଫେରି ସବୁ ବିଷୟ ଅବଗତ ହେଲା ପରେ ଗଭୀର ଦୁଃଖ ପ୍ରକାଶ କରିଥିଲେ । ମା’ କରିଥିବା ଭୁଲକୁ ସୁଧାରିବାପାଇଁ ସେ ଚେଷ୍ଟା କରିଥିଲେ ।

ରାମଚନ୍ଦଙ୍କ ବନର ଫେରାଇ ଆଣିବାପାଇଁ ସେ ଅରଣ୍ୟକୁ ଯାଇଥିଲେ । ଭରତଙ୍କର ଚିତ୍ରକୂଟ ନାମକ ସ୍ଥାନରେ ବଡ଼ଭାଇ ରାମଙ୍କ ସହିତ ସାକ୍ଷାତ୍ ହୋଇଥିଲା । ଅଯୋଧ୍ୟା ଫେରିବାଲାଗି ଭରତ ରାମଚନ୍ଦ୍ରଙ୍କୁ ବହୁତ ଅନୁରୋଧ କରିଥିଲେ । ରାମଚନ୍ଦ୍ର ଅରଣ୍ୟରୁ ଆଉ ରାଜପୁରୀକୁ ଫେରିବେ ନାହିଁ ବୋଲି ଭରତଙ୍କୁ ବୁଝାଇ କହିଥିଲେ । ତଥାପି ନିଜ ସାନଭାଇ ପ୍ରତି ତାଙ୍କର ଅଧ‌ିକ ସ୍ନେହ ଥ‌ିବାରୁ ଶ୍ରୀରାମ ତାଙ୍କୁ ନିଜର ପାଦୁକା ଦେଇଥିଲେ । ପ୍ରବୋଧନା ଦେଇ ସେ ଭରତଙ୍କୁ ଅଯୋଧ୍ୟାକୁ ପଠାଇ ଦେଇଥିଲେ । ଶ୍ରୀରାମଙ୍କ ପାଦୁକା ଦୁଇଟିକୁ ସିଂହାସନ ଉପରେ ସ୍ଥାପନ କରି ଭରତ ଶ୍ରୀରାମଙ୍କ ସେବକ ଭାବରେ ଚଉଦବର୍ଷକାଳ ରାଜ୍ୟଶାସନ କରିଥିଲେ । ସୁତରାଂ ରାମ, ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନଙ୍କ ଭିତରେ ଯେପରି ଭାଇଭାଇର ପବିତ୍ର ସ୍ନେହ ସମ୍ପର୍କ ରହିଥିଲା, ତାହା ସାଧାରଣ ମଣିଷ ପାଇଁ ଆଦର୍ଶ ବୋଲି କବି କହିଛନ୍ତି । ଭ୍ରାତୃଭାବକୁ ବଜାୟ ରଖିବା ପାଇଁ ମନରୁ ଅହଂକାର ଦୂରେଇ ଦେବାକୁ କବି ପରାମର୍ଶ ଦେଇଛନ୍ତି । କବିଙ୍କ ଭାଷାରେ-

‘‘ଭାଇରେ ଭାଇରେ ସ୍ନେହ, କେମନ୍ତେ ଦେଖିଲ କହ
ବୃଥା ଅହଂକାର ନରେ ଆଉ ନ ପଡ଼ ।”

ବାସ୍ତବରେ ‘ରାମାୟଣ’ରେ ଭାଇଭାଇର ସ୍ନେହ ଏବଂ ପିତାପୁତ୍ରର ସମ୍ପର୍କକୁ ଯେଭଳି ବର୍ଣ୍ଣନା କରାଯାଇଛି, ତାହା ଯୁଗ ଯୁଗ ପାଇଁ ଅମଳିନ ରହିବ, ଏଥ‌ିରେ ସନ୍ଦେହ ନାହିଁ ।

BSE Odisha 8th Class Odia Solutions Chapter 3 ଶିକ୍ଷାଦୀକ୍ଷା

Question ୪ ।
ଆସ, ସରଳ ଭାଷାରେ ବୁଝାଇ ଲେଖୁବା ।
(କ) ଭାଇରେ ଭାଇରେ ସ୍ନେହ କେମନ୍ତ ଦେଖୁଲ କହ,
ବୃଥା ଅହଂକାର ନରେ ଆଉ ନ ପଡ଼ ।
Answer:
ଭାବରେ ଭାରତରେ …………………….ନ ପଢ଼ା
ଶଂସିତ ପଦ୍ୟାଶଟି ଗଣକବି ବୈଷ୍ଣବ ପାଣିଙ୍କ ‘ରାମ ବନବାସ’ ଗୀତିନାଟ୍ୟସ୍ଥ ‘ଶିକ୍ଷାଦୀକ୍ଷା’ କବିତାରୁ ଆସିଅଛି । ଏଠାରେ କବି ଅଯୋଧ୍ୟାପୁରରେ ରହିଥ‌ିବା ଭ୍ରାତୃପ୍ରେମର ଉଦାହରଣ ଦେଇ ତାହାକୁ ସମସ୍ତେ ଅନୁସରଣ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି । ପରାମର୍ଶ ଦେଇଛନ୍ତି।

କବି ବୈଷ୍ଣବ ପାଣି ରାମ ବନବାସ କଥାବସ୍ତୁ ବର୍ଣନା କରିବା ଅବକାଶରେ ଏଭଳି କହିଛନ୍ତି । ପିତୃସତ୍ୟ ରକ୍ଷା ପାଇଁ ରାମଚନ୍ଦ୍ର ଚଉଦବର୍ଷ ବନବାସ କରିବାକୁ ବାହାରିଲେ । ଅଗ୍ରଜ ରାମଚନ୍ଦ୍ରଙ୍କ ବନବାସ ଯିବା କଥା ଶୁଣି ଅନୁଜ ଲକ୍ଷ୍ମଣ ତାଙ୍କ ସହିତ ବନକୁ ଯିବାକୁ ବାହାରିଲେ । ସେମାନଙ୍କ ମଧ୍ୟରେ ଅର୍ଥାତ୍ ରାମଚନ୍ଦ୍ର ଓ ଲକ୍ଷ୍ମଣଙ୍କ ଭିତରେ ଭ୍ରାତୃପ୍ରେମ ଏତେ ଅଧିକ ଥିଲା ଯେ ରାମ ବିନା ଲକ୍ଷ୍ମଣ ରାଜପୁରୀରେ ରହିବାକୁ ଇଚ୍ଛା କରିନଥିଲେ । ବଡ଼ଭାଇଙ୍କୁ ଅରଣ୍ୟରେ ସଦାବେଳେ ସାହାଯ୍ୟ କରିବାକୁ ଲକ୍ଷ୍ମଣ ମଧ୍ୟ ବନକୁ ଯାଇଥିଲେ । ସେହିପରି ଭରତ ମାମୁଘରୁ ଫେରିଲା ପରେ ବଡ଼ଭାଇ ରାମଚନ୍ଦ୍ର ବନକୁ ଯିବା ଘଟଣା ଅବଗତ ହୋଇଥିଲେ । ଏହି କପଟ ପାଇଁ ସେ ମାତା କୈକେୟୀଙ୍କୁ ଧ୍ୟାର କରିଥିଲେ ।

କାଳବିଳମ୍ବ ନକରି ରାମଚନ୍ଦ୍ରଙ୍କ ରାଜପୁରୀକୁ ଫେରାଇ ଆଣିବାପାଇଁ ଭରତ ବନକୁ ଯାଇଥିଲେ । ଚିତ୍ରକୂଟ ନାମକ ସ୍ଥାନରେ ସେ ରାମଚନ୍ଦ୍ରଙ୍କୁ ଅଯୋଧ୍ୟାକୁ ପଠାଇ ଦେଇଥିଲେ । ଭରତ ବାଧ୍ୟ କରିବାରୁ ରାମଚନ୍ଦ୍ର ତାଙ୍କୁ ନିଜର ପାଦୁକା ଦୁଇଟି ପ୍ରଦାନ କରିଥିଲେ । ଅଯୋଧ୍ୟାକୁ ଫେରିବା ପରେ ଭରତ ଶ୍ରୀରାମଙ୍କ ପାଦୁକାକୁ ସିଂହାସନରେ ସ୍ଥାପନ କରି ଶ୍ରୀରାମଙ୍କ ସେବକ ଭାବରେ ଚଉଦବର୍ଷକାଳ ରାଜ୍ୟଶାସନ କରିଥ୍ ଲୋ ଗଣକବି ଲକ୍ଷ୍ମଣ ଓ ଭାରତ ମାଧ୍ୟମରେ ଭ୍ରାତୃଭକ୍ତିର ଯଥାର୍ଥ ଉଦାହରଣ ଦେଇ ଭାଇ ଭାଇର ସମ୍ପର୍କକୁ ଯଥାର୍ଥ ଭାବରେ ବର୍ଣ୍ଣନା କରିଛନ୍ତି । ପୁନଶ୍ଚ ରାମଚନ୍ଦ୍ରଙ୍କର ମଧ୍ୟ ତାଙ୍କ ସାନଭାଇ ଲକ୍ଷ୍ମଣ ଓ ଭରତଙ୍କ ପ୍ରତି ଅନୁରୂପ ସ୍ନେହଭାବ ରହିଥିଲା । ଭାଇ ପାଇଁ ଭାଇ ମନରେ ଅପୂର୍ବ ତ୍ୟାଗଭାବ ଥିଲା । କବିଙ୍କ ମତରେ ମନରୁ ବୃଥା ବଡ଼ିମା ବା ଅହଂଭାବକୁ ଦୂରେଇ ଦେଇ ଭ୍ରାତୃତ୍ଵ ଭାବରେ ବୁଡ଼ିରହିଲେ ଜୀବନରେ ଆଉ କୌଣସି ପ୍ରକାର ଦୁଃଖ ଆଶାନ୍ତି ରହିବ ନାର୍ହିଁ। ବାପ୍ତବିକ କବିଙ୍କର ଚିପ୍ରାଧାରା ସର୍ବକାଳାନ ମୂଲ୍ୟବୋଧକୁ ଅନୁସରଣ କରିଛି ।

(ଖ) ପୀଡ଼ନା ମନକୁ କେଭେ ଜଡ଼ି ମାୟା-ମୋହ ଲୋଭେ,
ସବୁ ସୁଖ ମିଳେ ଚିତ୍ତ କରିଲେ ଦୃଢ଼ ।”
Answer:
ପୀଡ଼ନା ମନକୁ………………………..କରିଲେ ଦୃଢ଼ା
ଶଂସିତ ପଦ୍ୟାଶଟି ଗଣକବି ବୈଷ୍ଣବ ପାଣିଙ୍କ ଜନପ୍ରିୟ ଗୀତିନାଟ୍ୟ ‘ରାମ ବନବାସ’ରେ ସଂଯୋଜିତ ‘ଶିକ୍ଷାଦୀକ୍ଷା କବିତାରୁ ଆସିଅଛି । ଏଠାରେ କବି ସଂସାରର ମୋହମାୟାରେ ବୁଡ଼ିରହି ଦୁଃଖ ଭୋଗ କରୁଥିବା ମଣିଷମାନଙ୍କୁ ସର୍ବକାଳୀନ ଚେତାବନା ଶୁଶାଇଛନ୍ତି।

ସଂସାରୀ ମଣିଷ, ସଂସାରର ସୁଖ ପାଇଁ ବହୁ କଷ୍ଟବରଣ କରେ । ସଂସାରର ପ୍ରତ୍ୟେକ ସଦସ୍ୟଙ୍କର ଦୁଃଖକଷ୍ଟକୁ ନିଜ ହୃଦୟରେ ସେ ଅନୁଭବ କରେ । ଫଳରେ ସେହି ମୋହମାୟା ହେତୁ ତା’ ଜୀବନରେ ଦୁଃଖ ଅଶାନ୍ତି ଲାଗି ରହିଥାଏ । ଏହି ପ୍ରସଙ୍ଗରେ କବି କହିଛନ୍ତି ଯେ ଯଦି ଦେବତା ଧରାପୃଷ୍ଠରେ ଜନ୍ମନେଇ ସଂସାରୀ ହୁଅନ୍ତି, ତା’ହେଲେ ସେ ମଧ୍ୟ ଦୁଃଖ ଅଶାନ୍ତି ଭୋଗ କରିଥା’ନ୍ତି । ଯେତେ ସାବଧାନତାର ସହିତ ପାଦ ପକାଇଲେ ମଧ୍ୟ ଯେକୌଣସି ସମୟରେ ସଂସାରରୂପକ ଖସଡ଼ା ରାସ୍ତାରେ ପାଦ ଖସିଯିବାର ସମ୍ଭାବନା ଥାଏ । ତେଣୁ କବି ସଂସାରୀ ମଣିଷମାନଙ୍କୁ ମୋହମୟାରେ ଜଡ଼ିତ ରହି ମନକୁ ପୀଡ଼ିତ ନ କରିବାପାଇଁ ପରାମର୍ଶ ଦେଇଛନ୍ତି । ନିଜର କର୍ମ ଉପରେ ଦୃଢ଼ତା ଓ ଭଗବାନଙ୍କ ଉପରେ ଅଖଣ୍ଡ ବିଶ୍ୱାସ ରଖୁଲେ ଆଉ କୌଣସି ପ୍ରକାର ଦୁଃଖ ରହିବ ନାହିଁ । ତେଣୁ ମନକୁ ଦୃଢ଼ କରିବା ଉପରେ କବି ବିଶେଷ ଗୁରୁତ୍ୱ ଦେଇଛନ୍ତି । ବାସ୍ତବିକ କବିଙ୍କର ପରାମର୍ଶ ଯଥାର୍ଥ ମନେହୋଇଥାଏ ।

BSE Odisha 8th Class Odia Solutions Chapter 3 ଶିକ୍ଷାଦୀକ୍ଷା

Question ୫ ।
ଆସ, କବିତାଟିକୁ ଆବୃରି କରିବା ।
‘ଶିକ୍ଷାଦୀକ୍ଷା’ କବିତାରେ କବି ଏପରି କିଛି ଶବ୍ଦ ବ୍ୟବହାର କରିଛନ୍ତି ଯେଉଁମାନଙ୍କ ଯୋଗୁଁ କବିତାଟି ଶ୍ରୁତିମଧୁର ହୋଇପାରିଛି । କବିତାଟିକୁ ମନଦେଇ ପଢ଼ି ସେହି ଶବ୍ଦଗୁଡିକୁ ବାଛି ଲେଖୁବା । ଉଦାହରଣ : ଶିକ୍ଷା, ଦୀକ୍ଷା
Answer:
(୧) ଭକ୍ତି, ନୀତି (୨) କେଡେ, ଛାଡେ (୩) ଗୂଢ଼, ବାଡ (୪) ସୁଦ୍ଧା, ବିଘ୍ନ-ବାଧା (୫) କେଭେ, ଲୋଭେ, (୬) ଛାଡ, ପଡ (୭) ଲୋଡ, ବାଡ (୮) ଦେଖୁ, ସୁଖୀ (୯) ଆଶ, ଦାସ (୧୦) ଯୋଡ, ଗଡ ।

Question ୬।
ଅସା, ଶୂନ୍ୟସ୍ଥାନ ପୂରଣ କରିବା ।
(କ) ଶିକ୍ଷାକର ପିତୃଭକ୍ତି, ______________
ଭିକ୍ଷା କର ପଛେ ସତ୍ୟ ବାଟ ନ ଛାଡ
Answer:
ଶିକ୍ଷାକର ପିତୃଭକ୍ତି, ଦୀକ୍ଷାକର ଏହି ନୀତି
ଭିକ୍ଷା କର ପଛେ ସତ୍ୟ ବାଟ ନ ଛାଡ

(ଖ) ଦେବତା ହୋଇଲେ ସୁଦ୍ଧା, ______________
ଯେତେ ସାବଧାନେ ଗଲେ ଖସଇ ଗୋଡ ।
Answer:
(ଖ) ଦେବତା ହୋଇଲେ ସୁଦ୍ଧା, ନ ଛାଡ଼ଇ ବିଘ୍ନ-ବାଧା
ଯେତେ ସାବଧାନେ ଗଲେ ଖସଇ ଗୋଡ ।

Question ୭ ।
ବଡ଼ କୋଠରିରେ କେତେଗୁଡିଏ ଶବ୍ଦ ରହିଛି । ଯେଉଁ ଶବ୍ଦଗୁଡିକ ଗୁଣକୁ ବୁଝାଉ ନାହିଁ, ସେଗୁଡିକୁ ବାଛି ସାନ କୋଠରିରେ ଲେଖୁ । (ପ୍ରଶ୍ନ ସହିତ ଉତ୍ତର)
(ସତ୍ୟ, ଭକ୍ତ,  ଦାସ, ଭକ୍ତି, ସ୍ନେହ,  ସୁଖ, ଯଶ, ପୀଡା, ଶିକ୍ଷା, ଦୀକ୍ଷା)
Answer:
ଭକ୍ତ, ଦାସ, ସୁଖ, ପୀଡା, ଯଶ

Question ୮ ।
ତଳେ ଦିଆଯାଇଥିବା ଉକ୍ତି ମଧ୍ୟରୁ ଯେଉଁଟି କବିଙ୍କର ପରାମର୍ଶ ନୁହେଁ ବୋଲି ଭାବୁଛ, ତାକୁ କୋଠରି ମଧ୍ୟରେ ଲେଖ । (ପଶ୍ନ ସହ ଉତ୍ତର)
(କ) ସତ୍ୟର ବାଟ ନ ଛାଡିବା ପାଇଁ
(ଖ) ଅହଂକାରରେ ନ କରିବା ପାଇଁ
(ଗ) ଚିତ୍ତ ଦୃଢ଼ ନ କରିବା ପାଇଁ
(ଘ) ସୁଯଶ ଲୋଡିବା ପାଇଁ
Answer:
(ଗ) ଚିତ୍ତ ଦୃଢ଼ ନ କରିବା ପାଇଁ

Question ୯।
ସ୍ନେହର ବାଡ, ମମତାର ଡୋର, ସ୍ନେହର ସୂତା, ବିଘ୍ନବାଧା, ଭାଇଭାଇ, ପିତାପୁତ୍ର, ମାୟାମୋହ, ଦୃଢ଼, ଚିତ୍ତ, ଭକ୍ତି, ସତ୍ୟ, ଶବ୍ଦ|ଶବ୍ଦପୁଞ୍ଜିକୁ ନେଇ କବିତାଟିଏ ରଚନା କରିବା ।
Answer:
ସ୍ନେହର ବାଡ଼ ପରିବାର । ଲାଗିଛି ମମତାର ଡୋର॥
ସ୍ନେହର ସୂତା ପିତାମାତା । ସଭିଙ୍କୁ କହି ପ୍ରିୟକଥା ॥
ନଦେଇ ମନେ ବିଘ୍ନବାଧା । ଭାଇ ଭାଇରେ ପ୍ରିୟ ସଦା ।
ପିତା ପୁତ୍ରରେ ଥାଏ ପ୍ରିୟ । ସଂସାରେ ଏହା ମାୟାମୋହ !
ମନଚିତ୍ତକୁ ଦୃଢ଼କରି । କପଟ ଭାବ ପରିହର !!
ଗୁରୁଜନରେ ଭକ୍ତି କରି । ସତ୍ୟରେ ଦିନନେବ ହରି ॥

୧୦ । ‘ଲୋଭ’ ଶବ୍ଦରୁ ନାମଧାତୁ କ୍ରିୟା ଗଠନ କଲେ ହୁଏ ‘ଲୋଭାଇବା ବା ଲୋଭେଇବା’ । ନିମ୍ନରେ ପ୍ରଦତ୍ତ ଶବ୍ଦରୁ ନାମଧାତୁ କ୍ରିୟା ଗଠନ କରି ସେମାନଙ୍କୁ ବାକ୍ୟରେ ବ୍ୟବହାର କରିବା ।

ଶବ୍ଦ ନାମଧାତୁ କ୍ରିୟା ବାକ୍ୟ ବାକ୍ୟ
ଗାଟ
ଗୋଡ
ମନ
ଆଖି
ହାତ

Answer:

ଶବ୍ଦ ନାମଧାତୁ କ୍ରିୟା ବାକ୍ୟ ବାକ୍ୟ
ଗାଟ ବାଟୋଇବା ନୂଆ ପିଲାଙ୍କୁ ବାଟୋଇବା ପାଇଁ, ମୁଁ ହରିକୁ ପଠାଇଛି ।
ଗୋଡ ଗୋଡ଼େଇବା କାହାରି ପଛରେ ଗୋଡ଼େଇଲେ କେହି ବଡ଼ ହୁଏ ନାହିଁ ।
ମନ ମନେଇବା ପିଲାଙ୍କୁ ମନେଇବା ଲାଗି ଶିକ୍ଷକ ବହୁତ ଚେଷ୍ଟା କଲେ ।
ଆଖି ଆଖେଇବା ପର ଦ୍ରବ୍ୟକୁ ଆଖେଇବା ଉତ୍ତମ ବ୍ୟକ୍ତିର ଲକ୍ଷଣ ନୁହେଁ ।
ହାତ ହାତେଇବା ନିଜର କାର୍ଯ୍ୟ ସିଦ୍ଧି ପାଇଁ ସେ ତୁମକୁ ହାତେଇଛି ।

Question ୧୧ ।
ଏକାଭଳି ଶୁଭୁଥ‌ିବା ଅଲଗା ଅର୍ଥଥିବା କେତେଗୁଡିଏ ଶବ୍ଦ ତଳେ ଲେଖାଯାଇଛି । ସେମାନଙ୍କର ସ୍ପଷ୍ଟ ଅର୍ଥ ପ୍ରକାଶ କରିବା ନିମନ୍ତେ ସେମାନଙ୍କୁ ବାକ୍ୟରେ ବ୍ୟବହାର କରିବା ।
ସୁଧା __________।
ସୁଦ୍ଧା __________।
ଆଶ __________।
ଆସ __________।
ନିତି ___________।
ନାତି ___________।
Answer:
ସୁଧା – ଦେବତାମାନେ ସୁଧା ପାନ କରି ଅମର ହୋଇଛନ୍ତି ।
ସୁଦ୍ଧା – ତୁମେ କାଲି ସୁଦ୍ଧା କଟକ ପଳାଇଯିବା ଭଲ ।
ଆଶ – ପିଲାଟିର ଖାଇବା ଜିନିଷରେ ଆଶ ରହିଛି ।
ଆସ – ଆସ, ଘରକୁ ଯିବା ।
ନିତି – ସେ ନିତିଦିନ ବ୍ୟାୟାମ କରେ ।
ନାତି – ନୀତିରେ ଚାଲିଲେ ତୁମର କ୍ଷତି ହେବ ନାହିଁ ।

BSE Odisha 8th Class Odia Solutions Chapter 3 ଶିକ୍ଷାଦୀକ୍ଷା

Question ୧୨ ।
ମୋହମାୟା, ବାଧାବିଘ୍ନ ଭଳି ଆଉ ଚାରୋଟି ଯୁଗ୍ମଶବ୍ଦ ଲେଖୁବା ।
Answer:
ଦୁଃଖଯନ୍ତ୍ରଣା, ମୁଖସମ୍ପଦ, କ୍ରିୟାକର୍ମ, କଳକୌଶଳ

Question ୧୩ ।
ଲକ୍ଷ୍ମଣଙ୍କ ମା’ଙ୍କ ନାଁ ସୁମିତ୍ରା । ସୁମିତ୍ରାଙ୍କ ପୁଅ ହୋଇଥିବାରୁ ଲକ୍ଷ୍ମଣଙ୍କର ଗୋଟିଏ ନାଁ ହେଉଛି ‘ସୁମିତ୍ରାନନ୍ଦନ’ ବା ‘ସୌମିତ୍ର’ । ନିଜ ମା’ଙ୍କ ନାମ ଅନୁସାରେ ନାମ ଧାରଣ କରିଥିବା ଆଉ ପାଞ୍ଚଜଣ ପୌରାଣିକ ଚରିତ୍ରଙ୍କ ନାମ ଲେଖ ।
କୁନ୍ତୀଙ୍କ ପୁତ୍ର _____________
ପୃଥାଙ୍କ ପୁତ୍ର _____________
ବିନତାଙ୍କ ପୁତ୍ର ___________
ରାଧାଙ୍କ ପୁତ୍ର ____________
ଗଙ୍ଗଙ୍କ ପୁତ୍ର _____________
Answer:
କୁନ୍ତୀଙ୍କ ପୁତ୍ର – କୌନ୍ତେୟ
ପୃଥାଙ୍କ ପୁତ୍ର – ପାର୍ଥ
ବିନତାଙ୍କ ପୁତ୍ର – ବୈନତୟ
ରାଧାଙ୍କ ପୁତ୍ର – ରାଧେୟ
ଗଙ୍ଗଙ୍କ ପୁତ୍ର – ଗାଙ୍ଗେୟ

Question ୧୪ ।
‘ଭିକ୍ଷା କର ପଛେ ସତ୍ୟ ବାଟ ନ ଛାଡ଼ ।’
ଏହି ଧାଡ଼ିଟିର ପ୍ରକୃତ ଅର୍ଥକୁ ନିମ୍ନରେ ପ୍ରଦତ୍ତ ଉତ୍ତର ମଧ୍ୟରୁ ବାଛି ଲେଖ ।
(କ) ପରେ ଭିକ୍ଷା ମାଗିବ ଆଗ ସତ୍ୟକୁ ବାଟ ଛାଡ଼ିଦିଅ ।
(ଖ) ପରେ ଭିକ୍ଷା ମାଗିବ କିନ୍ତୁ ସତ୍ୟର ବାଟ ଛାଡ଼ ନାହିଁ ।
(ଗ) ଯେତେ ଅସୁବିଧା ହେଲେ ବି ସତ୍ୟପଥରୁ ଘୁଞ୍ଚ ନାହିଁ ।
(ଘ) ଭିକ ମାଗି ବଞ୍ଚିବାକୁ ହେଲେ ମଧ୍ୟ ସତ୍ୟପଥକୁ ଛାଡ଼ ନାହିଁ ।
Answer:
(ଘ) ଭିକ ମାଗି ବଞ୍ଚିବାକୁ ହେଲେ ମଧ୍ୟ ସତ୍ୟପଥକୁ ଛାଡ଼ ନାହିଁ ।

ପରାକ୍ଷା ଉପଯେ।ଗା ଅତିରିକ୍ତ ପ୍ରଶ୍ନୋତ୍ତର

ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନେ।ତ୍ତର :

Question ୧।
‘ଶିକ୍ଷାଦୀକ୍ଷା’ କବିତାରେ କବି ଏପରି କିଛି ଶବ୍ଦ ବ୍ୟବହାର କରିଛନ୍ତି ଯେଉଁମାନଙ୍କ ଯୋଗୁଁ କବିତାଟି ଶ୍ରୁତମଧୁର ହୋଇପାରିଛି । କବିତାଟିକୁ ମନଦେଇ ପଢ଼ି ସେହି ଶବ୍ଦଗୁଡ଼ିକ ବାଛି ଲେଖ । (ଉଦାହରଣ : ଶିକ୍ଷା, ଦୀକ୍ଷା)
Answer:
ଶିକ୍ଷା, ଦୀକ୍ଷା, ଭିକ୍ଷା
ଭକ୍ତି, ନୀତି
ପତିବ୍ରତା, ଏହି କଥା
କେଡ଼େ, ଛାଡ଼େ
ଗୂଢ଼, ବାଡ଼
ସୁଦ୍ଧା, ବାଧା
କେଭେ, ଲେ।ଭେ
ଦେଖ୍, ସୁଖୀ
ଆଶ, ଦାସ
ଯୋଡ଼, ଗଡ଼

ସଂକ୍ଷିପ୍ତ ଭରମୂଳକ ପ୍ରଶ୍ନୋତ୍ତର :

Question ୧।
‘ଶିକ୍ଷାଦୀକ୍ଷା’ କବିତାଟି ବୈଷ୍ଣବ ପାଣିଙ୍କ କେଉଁ ଗୀତିନାଟ୍ୟର ଅନ୍ତର୍ଗତ ?
Answer:
‘ଶିକ୍ଷାଦୀକ୍ଷା’ କବିତାଟି ଗଣକବି ବୈଷ୍ଣବ ପାଣିଙ୍କ ‘ରାମ ବନବାସ’ ଗୀତିନାଟ୍ୟର ଅନ୍ତର୍ଗତ ।

Question ୨।
କାହାର ଆଜ୍ଞା ପାଳନ କରି ରାମ ବନବାସ ଯାଇଥିଲେ ?
Answer:
ପିତାଙ୍କ ଆଜ୍ଞା ପାଳନ କରି ରାମ ବନବାସ ଯାଇଥିଲେ ।

Question ୩।
ଭରତ କିଏ ?
Answer:
ଭାରତ ରାମଚନ୍ଦ୍ରଙ୍କର ସାନଭାଇ ଓ ଦଶରଥଙ୍କର ଦ୍ୱିତୀୟ ପୁତ୍ରା ଭାରତଙ୍କୁ ରାଜସିଂହାସନରେ ଅଧ୍ କାରା କରିବାପାଇଁ ତାଙ୍କ ମାତା କୈକେୟୀ ଦଶରଥଙ୍କୁ ବର ମାଗିଥିଲେ ।

Question ୪ ।
ରାମ ବନକୁ ଯିବାବେଳେ ଭରତ କେଉଁଠାରେ ଥିଲେ ?
Answer:
ରାମ ବନକୁ ଯିବାବେଳେ ଭରତ ତାଙ୍କ ମାମୁଘରେ ଥିଲେ ।

Question ୫।
କେଉଁ ପରିସ୍ଥିତିରେ ରାଜା ଦଶରଥ ପରଲୋକ ଗମନ କରିଥିଲେ ?
Answer:
ପୁତ୍ରର ବନବାସ ଗମନ ଦୁଃଖରେ ତାଙ୍କୁ ଝୁରିଝୁରି ଅତି ଅସହାୟ ପରିସ୍ଥିତିରେ ରାଜା ଦଶରଥ ପରଲୋକ ଗମନ

Question ୬।
ଭରତ ଅଯୋଧ୍ୟାକୁ ଫେରି କ’ଣ ଦେଖ‌ିଲେ ?
Answer:
ଭରତ ମାମୁଘରୁ ଅଯୋଧ୍ୟାକୁ ଫେରି ଦେଖିଲେ ଗିତୃସତ୍ୟ ପାଳନ ପାଇଁ ବଡ଼ଦବର୍ଷ ପାଇଁ ବନକୁ ଯାଇଛନ୍ତି ଏବଂ ସେହି ଦୁଃଖରେ ପିତା ଦଶରଥ ପ୍ରାଣତ୍ୟାଗ କରିଛନ୍ତି । ସମଗ୍ର ଅଯୋଧ୍ୟା ଯେପରି ହତଶ୍ରୀ ହୋଇଯାଇଛି।

Question ୭ ।
ରାମଙ୍କୁ ଫେରାଇ ଆଣିବାପାଇଁ ଭରତ କ’ଣ କଲେ ?
Answer:
ରାମଙ୍କୁ ଫେରାଇ ଆଣିବାପାଇଁ ଭରତ ରାମଙ୍କ ଅନ୍ଵେଷଣରେ ବନକୁ ଯାଇଥିଲେ ।

Question ୮।
ରାମଙ୍କ ସହିତ ଭରତଙ୍କର କେଉଁ ସ୍ଥାନରେ ସାକ୍ଷାତ୍ ହୋଇଥିଲା ?
Answer:
ରାମଙ୍କ ସହିତ ଭରତଙ୍କର ଚିତ୍ରକୂଟ ନାମକ ସ୍ଥାନରେ ସାକ୍ଷାତ୍ ହୋଇଥିଲା ।

Question ୯।
ଅଯୋଧ୍ୟାକୁ ଫେରିବାପାଇଁ ରାମ ନାସ୍ତି କଲେ କାହିଁକି ?
ଯେହେତୁ ରାମଚନ୍ଦ୍ର ପିତୃସତ୍ୟ ପାଳନ ପାଇଁ ବନକୁ ଯାଇଥିଲେ ଏବଂ ଅଯୋଧ୍ୟାକୁ ଫେରିଲେ ପିତାଙ୍କର ସତ୍ୟଭଗ୍ନ ହେବ, ସେଥୂପାଇଁ ଅଯୋଧ୍ୟାକୁ ଫେରିବାପାଇଁ ସେ ନାସ୍ତି କରିଥିଲେ ।

Question ୧୦ ।
ଅଯୋଧ୍ୟାକୁ ଫେରି ଭରତ କିପରି ଭାବରେ ରାଜ୍ୟଶାସନ କଲେ ?
Answer:
ଅଯୋଧ୍ୟାକୁ ଫେରି ଶ୍ରୀରାମଙ୍କ ପାଦୁକାକୁ ସିଂହାସନରେ ସ୍ଥାପନ କରି ଭରତ ଶ୍ରୀରାମଙ୍କ ସେବକ ଭାବରେ ଚଉଦବର୍ଷକାଳ ରାଜ୍ୟଶାସନ କରିଥ୍ ଲୋ

Question ୧୧ ।
‘ଶିକ୍ଷା କର ପିତୃଭକ୍ତି, ଦୀକ୍ଷା କରି ଏହି ନୀତି’– ଏ କଥା କିଏ କହିଛନ୍ତି ?
Answer:
‘ଶିକ୍ଷା କର ପିତୃଭକ୍ତି, ଦୀକ୍ଷା କର ଏହି ନୀତି’କବିତାଂଶଟି ଗଣକବି ବୈଷ୍ଣବ ପାଣି ‘ରାମ ବନବାସ’ ଗୀତିନାଟ୍ୟରେ କହିଛନ୍ତି।

Question ୧୨ ।
କବିତାର ପ୍ରଥମ ଚାରିଧାଡ଼ି ମଧ୍ଯରେ କେଉଁ କେଉଁ ବିଷୟ ଶିକ୍ଷା
Answer:
କବିତାର ପ୍ରଥମ ଚାରିଧାଡ଼ିରେ ପିତୃଭକ୍ତି ଓ ଭ୍ରାତୃସ୍ନେହ ବିଷୟ ଶିକ୍ଷା

BSE Odisha 8th Class Odia Solutions Chapter 3 ଶିକ୍ଷାଦୀକ୍ଷା

Question ୧୩ ।
ଅହଙ୍କାରର ବଶବର୍ତ୍ତୀ ନହେବାପାଇଁ କୁହାଯାଇଛି କାହିଁକି ?
Answer:
ଅହଙ୍କାରର ବଶବର୍ତ୍ତୀ ହେଲେ ଭାଇ ଭାଇର ସ୍ନେହ ରହିବ ନାହିଁ ବୋଲି ସେହି ଭାବର ବଶବର୍ତ୍ତୀ ନହେବାପାଇଁ କୁହାଯାଇଛି ।

Question ୧୪ ।
ସୀତାଙ୍କଠାରୁ ଆମ ଦେଶର ମହିଳାମାନେ କେଉଁ ଗୁଣ ଶିଖୁବାପାଇଁ କବି କହିଛନ୍ତି ?
Answer:
ସାତାଙ୍କଠାରୁ ଆମ ଦେଶର ମହିଳାନେ ପତିବ୍ରତା ଗୁଶ ଶିଖ୍ ବାପାଇଁ କବି କହିଛନ୍ତି।

Question ୧୫ ।
ମାୟାମୋହରେ ଜଡ଼ିତ ନହେବାପାଇଁ କବି କାହିଁକି କହିଛନ୍ତି ?
Answer:
ମାୟାମୋହରେ ଜଡ଼ିତ ହେଲେ ମଣିଷ ମନରେ ବହୁ ଦୁଃଖକଷ୍ଟ ପାଇ କାଳାତିପାତ କରି ଥାଏ । ତେଣୁ ମାୟାମୋହରେ ଜଡ଼ିତ ନହେବାପାଇଁ କବି କହିଛନ୍ତି।

Question ୧୬ ।
କାହାର ପଦପଙ୍କଜ ବିଷୟରେ ଏଠାରେ କୁହାଯାଇଛି ?
Answer:
ଏଠାରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କର ପଦପଙ୍କଜ ବିଷୟରେ କୁହାଯାଇଛିା

Question ୧୭ ।
କବିତାରେ ବର୍ଣ୍ଣିତ ହନୁ କିଏ ?
Answer:
କବିତାରେ ବର୍ଣ୍ଣିତ ହନୁ ହେଉଛି ରାମଭକ୍ତ ମହାବୀର ହନୁମାନ ।

Question ୧୮ ।
କାହାକୁ ସୁବର୍ଣ୍ଣ ଗଡ଼ କୁହାଯାଇଛି ?
Answer:
ରାବଣର ରାଜ୍ୟ ସୁବର୍ଣ୍ଣ ଲଙ୍କାକୁ ସୁବର୍ଣ୍ଣ ଗଡ଼ ବୋଲି କୁହାଯାଇଛି ।

Question ୧୯।
ଭରତ କିଏ ? ତାଙ୍କର ମାଆଙ୍କ ନାମ କ’ଣ ?
Answer:
ଭରତ ଅଯୋଧ୍ୟା ନରପତି ଦଶରଥଙ୍କ ଦ୍ବିତୀୟ ପୁତ୍ର । ତାଙ୍କ ମାଆଙ୍କ ନାମ କୈକେୟୀ ।

Question ୨୦ ।
କେଉଁ ବିଶେଷ କାରଣ ଯୋଗୁଁ ରାଜା ଦଶରଥ ପ୍ରାଣତ୍ୟାଗ କଲେ ?
Answer:
ଜ୍ୟେଷ୍ଠପୁତ୍ର ରାମଚନ୍ଦ୍ରଙ୍କ ବିରହ ବିଚ୍ଛେଦ ସହ୍ୟ କରି ନପାରି ରାଜା ଦଶରଥ ତାଙ୍କୁ ଝୁରି ଝୁରି ପ୍ରାଣତ୍ୟାଗ କଲେ।

Question ୨୧।
ହନୁମାନ କିଏ ? ସେ କାହାର ଭକ୍ତ ଥିଲେ ?
Answer:
ହନୁମାନ ହେଉଛନ୍ତି ତ୍ରେତୟା ଯୁଗର ସୁ-ପ୍ରସିଦ୍ଧ ବୀର ଯିଏ କି ଯୁଗ ଯୁଗ ନିମିତ୍ତ ଅମରତ୍ୱ ଲାଭ କରିଛନ୍ତି । ସେ ମହାପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଭକ୍ତ ଥିଲେ ।

Question ୨୨ ।
ସଂସାରୀ ମଣିଷ କାହାପାଇଁ ସୁଖ ଓ ଦୁଃଖ ଭୋଗ କରେ ?
Answer:
ସଂସାରୀ ମଣିଷ ପାଇଁ ସଂସାର ହେଉଛି ସବୁକିଛି । ସେ ପିତାମାତା, ସ୍ତ୍ରୀ ଓ ପୁତ୍ରକନ୍ୟାଙ୍କ ସୁଖ ଓ ଦୁଃଖ ଭୋଗ କରିଥାଏ ।

ସରଳ ଭାଷାରେ ଚୁଝାଇ ଲେଖ :

Question ୧।
ସାତାଠାରୁ ପତିବ୍ରତା ଶିକ୍ଷା କାର ଏହି କଥା,
ଶିଖାଇ ମହିଳାଗଶେ ସୁଯଶ ଲୋଡ଼ା
Answer:
ପାଣଠାରୁ …………………………… ସୁଯଶ ଲୋଡ଼ା
ଉକ୍ତ ପଦ୍ୟାଶଟି ଗଣକବି ବୈଷ୍ଣବ ପାଣିଙ୍କ ଲୋକପ୍ରିୟ ଗୀତିନାଟ୍ୟ ‘ରାମ ବନବାସ’ରେ ସଂଯୋଜିତ ‘ଶିକ୍ଷାଦୀକ୍ଷା’ କବିତାରୁ ଆସିଅଛି । ଏଠାରେ କବି ସତୀ ସୀତାଙ୍କର ପତିବ୍ରତା ଭାବର ମହତ୍ତ୍ଵକୁ ସୁନ୍ଦରଭାବରେ ବୁଝାଇଛନ୍ତି । ପିତୃସତ୍ୟ ରକ୍ଷା ପାଇଁ ରାମଚନ୍ଦ୍ର ବନକୁ ଯିବାକୁ ପ୍ରସ୍ତୁତ ହେଲେ । ବନକୁ ଯିବା ପୂର୍ବରୁ ସେ ସମସ୍ତଙ୍କଠାରୁ ବିଦାୟ ନେଲେ । ବନକୁ ନଯିବା ପାଇଁ ସମସ୍ତେ ରାମଙ୍କୁ ଅନୁନୟ ବିନୟ କରି କହିଲେ । ମାତ୍ର ନିଜ ପିତାଙ୍କର ସତ୍ୟରକ୍ଷା ପାଇଁ ରାମଚନ୍ଦ୍ର ବନକୁ ଯିବାକୁ ବାହାରିଲେ। ପତ୍ନୀ ସୀତା ମଧ୍ୟ ରାମଙ୍କ ସହିତ ବନକୁ ଯିବାପାଇଁ ବାହାରିଲେ । ରାମଚନ୍ଦ୍ରଙ୍କର କୌଣସି ପ୍ରକାର ବାରଣ ସୀତା ମାନିଲେ ନାହିଁ । ତାଙ୍କ ବିଚାରରେ ସେ ସ୍ଵାମୀଙ୍କର ଅର୍ଦ୍ଧାଙ୍ଗିନୀ । ସ୍ଵାମୀଙ୍କ ସୁଖଦୁଃଖରେ ସେ ସମଭାଗୀ ହେବାକୁ ଚାହାଁନ୍ତି। ସ୍ଵାମୀ ବନସ୍ତକୁ ଗଲେ ସେ ରାଜପୁରୀରେ ରହିପାରିବେ ନାହିଁ ।

ରାଜସୁଖ ତାଙ୍କୁ ଅସହ୍ୟ ମନେହେବ । ବରଂ ସ୍ବାମୀଙ୍କ ପାଖେ ପଖେ ରହି ପଦସେବା କଲେ ସ୍ୱାମୀଙ୍କର ବନଗମନ କଷ୍ଟ ଲାଘବ ହେବ । ପତିବ୍ରତାଭାବରେ ସ୍ୱାମୀଙ୍କର ଦୁଃଖରେ ସେ ସମଦୁଃଖୀ ହୋଇଛନ୍ତି । ସୀତା ରାଜନନ୍ଦିନୀ ଓ ରାଜବଧୂ ହୋଇ ମଧ୍ୟ ସ୍ଵାମୀଙ୍କ ପାଇଁ ସ୍ୱଇଚ୍ଛାରେ ବନବାସ କଷ୍ଟକୁ ଆଦରି ନେଇଥିଲେ । ସୀତାଙ୍କର ଏହି ଅପୂର୍ବ ତ୍ୟାଗକୁ ମହିଳାମାନେ ଗ୍ରହଣ କରି ସ୍ଵାମୀଙ୍କ ସୁଖଦୁଃଖରେ ସମଭାଗୀ ହେବାପାଇଁ କବି ପ୍ରକାରାନ୍ତରେ ପରାମର୍ଶ ଦେଇଛନ୍ତି । ମହିଳାମାନେ ନିଜେ ପତିବ୍ରତା ହେବା ସହ ଅନ୍ୟମାନଙ୍କୁ ଏହା ଶିକ୍ଷାଦେଇ ସୁଯଶରେ ଅଧିକାରୀ ହେବାକୁ କବି କହିଛନ୍ତି । ବାସ୍ତବରେ କବିଙ୍କର ଚିନ୍ତାଧାରା ମାର୍ମିକ ମନେହୋଇଥାଏ ।

BSE Odisha 8th Class Odia Solutions Chapter 3 ଶିକ୍ଷାଦୀକ୍ଷା

Question ୨ ।
ପୁତ୍ରେ ପିତା ସ୍ନେହ କେଡ଼େ,
ପୁତ୍ରବିନା ପ୍ରାଣ ଛାଡ଼େ,
ପୁତ୍ରବିନା ପ୍ରାଣ ଛ।ଡେ,
ଭାଙ୍ଗି କେ ପାରିବ ଗୂଢ଼ ସ୍ନେହର ବାଡ଼ ।
Answer:
ପୁତ୍ରେ ପିତା ……………………….. ସ୍ନେହର ବାଡ଼ା
ଶଂସିତ ପଦ୍ୟାଶଟି ପଠିତ ସାହିତ୍ୟ ପୁସ୍ତକର ସ୍ଵର୍ଗତ ଗଣକବି ବୈଷ୍ଣବ ପାଣିଙ୍କ ଲେଖନୀ ନିଃସୃତ ‘ରାମ ବନବାସ’ ଗୀତିନାଟ୍ୟର କିୟଦଂଶ କବିତା “ଶିକ୍ଷାଦୀକ୍ଷା”ରୁ ସଂଗୃହୀତ। ଆଲୋଚ୍ୟ ପ୍ରସଙ୍ଗରେ କବି ପିତାପୁତ୍ରର ନିବିଡ଼ ସ୍ନେହ ବନ୍ଧନ ସଂପର୍କରେ ବିଶଦ ବ୍ୟାଖ୍ୟା ପ୍ରଦାନ କରି ଜନସମାଜକୁ ସୁଚିନ୍ତିତ ନୀତିଶିକ୍ଷା ପ୍ରଦାନ କରିଛନ୍ତି ।

ଅଯୋଧ୍ୟାଧୂପତି ଦଶରଥଙ୍କର ନିର୍ମଳ, ନିବିଡ଼ ପୁତ୍ର ସ୍ନେହ ସଂପର୍କରେ କବି ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ପିତାଙ୍କ ପ୍ରତି ରାମଚନ୍ଦ୍ରଙ୍କର ଗଭୀର, ଅସାଧାରଣ ପିତୃଭକ୍ତି ସଂପର୍କରେ ସ୍ପଷ୍ଟ ସୂଚନା ପ୍ରଦାନ କରିଛନ୍ତି। ସତ୍ୟସନ୍ଧ ଦଶରଥ ଓ ସତ୍ୟବ୍ରତ ପାଳନରେ ଦୃଢ଼ ପରିକର ରାମଚନ୍ଦ୍ର ଉଭୟେ ଆଦର୍ଶର ଶୀର୍ଷସ୍ଥାନ ଲାଭ କରିଛନ୍ତି । ପୁତ୍ର ରାମଚନ୍ଦ୍ରଙ୍କ ବିରହ ବିଚ୍ଛେଦ ସହ୍ୟ କରି ନପାରି ଝୁରିଝୁରି ସ୍ଵର୍ଗଗାମୀ ହୋଇଛନ୍ତି ଦଶରଥ । ଏହାଦ୍ଵାରା ପିତାଙ୍କର ପୁତ୍ର ପ୍ରତି ଅନାବିଳ ନିଗୂଢ଼ ସ୍ନେହ ପରିପ୍ରକାଶ ହୋଇଛି । ତେଣୁ ଆଲୋଚ୍ୟ ପ୍ରସଙ୍ଗଟି ଭାବଗର୍ଭକ ଓ ଶିକ୍ଷାପ୍ରଦ ।

ଦୀର୍ଘ ତ୍ତରମୂଳକ ପ୍ରଶ୍ନୋତ୍ତର :

Question ୧।
କବିତାଟିର ନାମ ‘ଶିକ୍ଷାଦୀକ୍ଷା’ ରଖାଯିବାର ଯଥାର୍ଥତା ପ୍ରତିପାଦନ କର ।
Answer:
କବିତା କବି ହୃଦୟର ମାନସ କନ୍ୟା । କବି ବହୁ ଆବେଗରେ କବିତା ରଚନା କରେ । କଥାବସ୍ତୁକୁ ନେଇ ସେ ତା’ର ନାମକରଣ କରେ । ଆଲୋଚ୍ୟ କବିତା ‘ଶିକ୍ଷାଦୀକ୍ଷା’ କବିଙ୍କର ନାମକରଣ ନୁହେଁ । ଏହା ‘ରାମ ବନବାସ ଗୀତିନାଟ୍ୟର ଅଂଶବିଶେଷ । ଯେହେତୁ କବିତାରେ ସମାଜକୁ ଦିଗ୍‌ଦର୍ଶନ ଦେଲାଭଳି ଅନେକ ପ୍ରସଙ୍ଗ ରହିଛି ଏବଂ ଏହା ପାଠ୍ୟଶ ରୂପେ ସନ୍ନିବେଶିତ ହୋଇଛି, ତେଣୁ କବିତାଟିରେ ଏଭଳି ନାମକରଣ କରାଯାଇଛି । କଥାବସ୍ତୁ ଦୃଷ୍ଟିରୁ ବିଚାର କରି ଦେଖିଲେ ‘ଶିକ୍ଷାଦୀକ୍ଷା ନାମକରଣ ସାର୍ଥକ ହୋଇଛି ।

ରାମ ବନବାସ’ ଗୀତିନାଟ୍ୟର କବି ବୈଷ୍ଣବ ପାଣି । ସେ ଏକାଧାରରେ ଥିଲେ ଗୀତିନାଟ୍ୟର ନାଟ୍ୟକାର, ପାଲାର ସ୍ରଷ୍ଟା ଓ ଭଜନ ଜଣାଣର ରଚୟିତା । ତାଙ୍କ ରଚିତ ଗୀତିନାଟ୍ୟଗୁଡ଼ିକ ମଧ୍ୟରେ, ‘ମେଘନାଦ ବଧ’, ‘ରଙ୍ଗସଭା’, ‘ରାମ ବନବାସ’, ‘କାର୍ଲବୀର୍ଯ୍ୟ ସଂହାର’, ‘ପ୍ରହ୍ଲାଦ ଚରିତ’, ‘କର୍ଷବଧ’, ‘ଦକ୍ଷ ଯଜ୍ଞ’ ଇତ୍ୟାଦି ପ୍ରଧାନ । ନାଟ୍ୟକୃତିରେ ପୌରାଣିକ କଥାବସ୍ତୁର ଅବତାରଣ କରାଯାଇଥିଲେ ମଧ୍ୟ ଏଥୁରେ ଦ୍ବାରି, ଡଗର ଇତ୍ୟାଦି ଚରିତ୍ର ସଂଯୋଜିତ କରି ସେମାନଙ୍କ ମାଧ୍ୟମରେ ସମାଜର ବିଭିନ୍ନ ଦିଗକୁ ବର୍ଣ୍ଣନା କରିବାର କୌଶଳ ପ୍ରୟୋଗ କରାଯାଇଛି । ଆଲୋଚ୍ୟ କବିତାରେ ମଧ୍ଯ ସମାଜକୁ ଦିଗ୍‌ଦର୍ଶନ ଦେଲାଭଳି ପ୍ରସଙ୍ଗକୁ ଅତି ଚତୁରତାର ସହିତ ଉପସ୍ଥାପନ କରାଯାଇଛି । ଏଥ‌ିରେ ଅନେକ ଚଳଣିକୁ ଶିକ୍ଷା କରିବା ଏବଂ ତାହାକୁ ଦୀକ୍ଷାରୂପେ ଗ୍ରହଣ କରିବାପାଇଁ ପ୍ରେରଣା ଦିଆଯାଇଛି ।

ସୁତରାଂ କବିତାର ‘ଶିକ୍ଷାଦୀକ୍ଷା’ ନାମକରଣ ଯଥାର୍ଥ ମନେ ହୋଇଥାଏ । ପିତା ବହୁ ଆବେଗରେ ନିଜର ଭବିଷ୍ୟତର ସୁରକ୍ଷା ଓ ବୃଦ୍ଧ ସମୟର ସହାୟ ପାଇଁ ପୁତ୍ରକୁ ପାଳିପୋଷି ବଡ଼ କରେ । ମାତ୍ର ଅନେକ ସମୟରେ ପୁତ୍ର ବଡ଼ ହେଲାପରେ ପିତାକୁ ମର୍ଯ୍ୟାଦା ଦିଏ ନାହିଁ । ପିତାର ସୁଖଦୁଃଖର ସାଥୀ ନହୋଇ ସ୍ୱେଚ୍ଛାଚାରୀ ହୋଇଯାଏ । ସମାଜର ଏହି ଦୁର୍ବଳ ଦିଗକୁ କବି ରାମଚନ୍ଦ୍ରଙ୍କ ଚରିତ୍ରର ଉଦାହରଣ ଦେଇ ସୁଧାରିବାକୁ ଚାହିଁଛନ୍ତି । ରାମଚନ୍ଦ୍ରଙ୍କର ପିତୃଭକ୍ତି ଯେ ଅତୁଳନୀୟ ଏହା କବି ସ୍ଵୀକାର କରିଛନ୍ତି । ପିତାଙ୍କର ସତ୍ୟରକ୍ଷା ପାଇଁ ସେ ଚଉଦବର୍ଷ ବନକୁ ଯାଇଛନ୍ତି । ପିତାଙ୍କ କଥାର ମର୍ଯ୍ୟାଦା ରକ୍ଷାକରି ସେ ରାଜସିଂହାସନକୁ ଉପେକ୍ଷା କରି ବନବାସ କଷ୍ଟକୁ ଆଦରି ନେଇଛନ୍ତି । ସୁତରାଂ କବି ରାମଚନ୍ଦ୍ରଙ୍କ ପରି ପିତୃଭକ୍ତ ହେବାପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । କବି ଏହା ବୁଝାଇବାକୁ ଯାଇ କହିଛନ୍ତି-

‘‘ଶିକ୍ଷା କର ପିତୃଭକ୍ତି, ଦୀକ୍ଷା କର ଏହି ନୀତି,
ଭିକ୍ଷା କର ପଛେ ସତ୍ୟ ବାଟ ନ ଛାଡ଼ ।’’

କବି ଅଯୋଧ୍ୟା ରାଜପୁରୀରେ ଯେପରି ଭ୍ରାତୃସ୍ନେହ ରହିଥିଲା, ସେହିପରି ଭ୍ରାତୃଭାବରେ ରହିଲେ ସମାଜରେ ଆଉ କୌଣସି ବିଶୃଙ୍ଖଳା ରହିବ ନାହିଁ ବୋଲି କହିଛନ୍ତି । ମାତ୍ର ସମାଜରେ ଭାଇ ଭାଇ ମଧ୍ୟରେ ପିଲାଦିନର ସ୍ନେହ, ପରବର୍ତ୍ତୀ ସମୟରେ ସ୍ଵାର୍ଥପରତାର ପ୍ରଭାବରେ ହଜି ଯାଇଥାଏ । ଭାଇ ହୁଏ ଭାଇର ଶତ୍ରୁ । କବି ରାମ, ଲକ୍ଷ୍ମଣ ଓ ଭରତଙ୍କ ଉଦାହରଣ ମାଧ୍ୟମରେ ପବିତ୍ର ଭ୍ରାତୃଭାବକୁ ଶିକ୍ଷା କରି ଏହାକୁ ଦୀକ୍ଷାରୂପେ ଗ୍ରହଣ କରିବାପାଇଁ ମାନବ ସମାଜକୁ ପରାମର୍ଶ ଦେଇ କହିଛନ୍ତି ।

ନାରୀ ହେଉଛି ପୁରୁଷର ପ୍ରେରଣାଦାତ୍ରୀ ଓ ସୁଖଦୁଃଖର ସାଥୀ । ପୁରୁଷକୁ ଦୁଃଖ ସମୟରେ ନାରୀହିଁ ସାହସ ଓ ଧୈର୍ଯ୍ୟ ଦେଇଥାଏ । ମାତ୍ର ବେଳେବେଳେ ସମାଜରେ ନାରୀ ସ୍ଵାର୍ଥସର୍ବସ୍ଵ ହୋଇ ପୁରୁଷକୁ ବିପଥଗାମୀ କରାଏ । କାନକୁହା କଥା କହି ପୁରୁଷକୁ ନିଜର କରିବାକୁ ଚେଷ୍ଟାକରେ । କୌଣସି ସମୟରେ ସେହି ପୁରୁଷ ଯଦି ଅସମର୍ଥ ହୋଇଯାଏ, ତା’ହେଲେ ନାରୀ ତାହାକୁ ଉପେକ୍ଷା କରିବାର ବହୁ ଉଦାହରଣ ରହିଛି । ପୁରୁଷର ଦୁଃଖରେ ସେ ସମଦୁଃଖୀ ନହୋଇ ବରଂ ନିଜ ସ୍ୱାର୍ଥ କଥା ଚିନ୍ତାକରେ । ସମାଜରେ ଏଭଳି ସ୍ବାର୍ଥସର୍ବସ୍ଵ ନାରୀମାନଙ୍କୁ ଶିକ୍ଷା ଦେବାପାଇଁ କବି ଜନକନନ୍ଦିନୀ ପତିବ୍ରତା ସୀତାଙ୍କର ଉଦାହରଣ ଦେଇଛନ୍ତି । ସୀତାଙ୍କ ଚିନ୍ତାଧାରାକୁ ଆପଣାର କରିପାରିଲେ ନାରୀମାନେ ଯେ ଯଶସ୍ବିନୀ ହେବେ, ଏହାକୁ କବି ପ୍ରକାରାନ୍ତରେ ସ୍ବୀକାର କରିଛନ୍ତି । କବିଙ୍କ ଭାଷାରେ-

“ସାତାଠାରୁ ପତିବ୍ରତା, ଶିକ୍ଷା କର ଏହି କଥା,
ଶିଖାଇ ମହିଳାଗଶେ ସୁଯଶ ଲୋଡ଼ା”

ପିତାପୁତ୍ରର ଅନାବିଳ ସମ୍ପର୍କକୁ କବି ରାଜା ଦଶରଥ ଓ ରାମଚନ୍ଦ୍ରଙ୍କ ମାଧ୍ୟମରେ ଶିକ୍ଷା ଦେଇଛନ୍ତି । ପୁତ୍ରକୁ ଛାଡ଼ି ପିତା କେବେହେଲେ ବଞ୍ଚୁରିବ ନାହିଁ । କାରଣ ପୁତ୍ର ହିଁ ପିତାର ଭାଗ୍ୟ ଓ ଭବିଷ୍ୟତ । ପୁତ୍ରର ସୁଖରେ ପିତା ସୁଖୀ ହୁଏ । ପୁତ୍ରର ଗୌରବରେ ପିତା ଗୌରବାନ୍ବିତ ହୁଏ । ଏହି ସମ୍ପର୍କକୁ କେହି ଉପେକ୍ଷା କରିପାରିବେ ନାହିଁ । ସେହିପରି ସାଂସାରିକ ଜୀବନରେ ଅନେକ ବାଧାବିଘ୍ନ ରହିଥାଏ । ମାତ୍ର ବିପଦ ସମୟରେ କେବେହେଲେ ଧୈର୍ଯ୍ୟହରା ନ ହେବାକୁ କବି ପରାମର୍ଶ ଦେଇଛନ୍ତି । ଜାଗତିକ ମୋହମାୟାର ବଶବର୍ତ୍ତୀ ହୋଇ ରହିଲେ, ସର୍ବଦା ଦୁଃଖରେ ସମୟ ଅତିବାହିତ କରିବାକୁ ହେବ । ସେଥ‌ିପାଇଁ ଚିତ୍ତ ଦୃଢ଼ କରିବାପାଇଁ କବି ପରାମର୍ଶ ଦେଇଛନ୍ତି । ଏହିପରି ବିଭିନ୍ନ ପ୍ରସଙ୍ଗ ମାଧ୍ୟମରେ କବି ସମାଜକୁ ଶିକ୍ଷା ଦେଇଥ୍ବାରୁ କବିତାର ‘ଶିକ୍ଷାଦାକ୍ଷା’ ନାମକରଣ ସାର୍ଥକ ମନେ ହୋଇଥାଏ।

BSE Odisha 8th Class Odia Solutions Chapter 3 ଶିକ୍ଷାଦୀକ୍ଷା

Question ୨।
ମନରେ ଅହଂକାର ରହିଲେ ଜଣେ କି କି ଅସୁବିଧାର ସମ୍ମୁଖୀନ ହେବ ସେ ସମ୍ପର୍କରେ ଅନୁଚ୍ଛେଦଟିଏ ଲେଖ ।
Answer:
ଆମର ପାପକଳୁଷିତ ସଂସାରକୁ ଯେଉଁସବୁ ବିକାର ପ୍ରଭାବିତ କରି ରଖୁଛି, ସେସବୁ ମଧ୍ୟରୁ ଅହଙ୍କାର ଅନ୍ୟତମ । ଅହଙ୍କାର ହେଉଛି, ନିଜକୁ ଅନ୍ୟଠାରୁ ବଡ଼କରି ଭାବିବା ଓ ସେହିପରି ଭାବ ନେଇ ଦେଖାଇହେବା ପ୍ରବୃତ୍ତି । ଅହଂକାରୀ ଦୃଷ୍ଟିରେ ସେ ସବୁଠାରୁ ଜ୍ଞାନୀ, ମାନୀ, ବଳଶାଳୀ ଓ ବୁଦ୍ଧିମାନ । ତା’ ମନର ଏହି ସଂକୀର୍ଣ୍ଣଭାବ ତାହାକୁ ଅହଙ୍କାରୀ କରାଇଥାଏ । ସେ କାହାକୁ ମର୍ଯ୍ୟାଦା ଦିଏ ନାହିଁ କିମ୍ବା କାହା ପାଖରେ ମୁଣ୍ଡ ନୁଆଁଇବାକୁ ଇଚ୍ଛା କରେ ନାହିଁ । ବରଂ ସେ ଭାବେ ତାହାକୁ ସମସ୍ତେ ମର୍ଯ୍ୟାଦା ଦେବେ ଏବଂ ତାହା କଥା ଅନୁସାରେ ପରିଚାଳିତ ହେବେ । ଏହା ଏକ ପ୍ରକାର

ଆସୁରୀ ସ୍ଵଭାବ । ସେହି ସ୍ଵଭାବନେଇ ଲଙ୍କାର ରାବଣ ବିପଦକୁ ବରଣ କରିଥିଲା । ତା’ର ସ୍ଵର୍ଣ୍ଣମୟ ଲଙ୍କା ଧ୍ବଂସ ହୋଇଯାଇଥିଲା । ସେହିପରି ଅତି ଅହଙ୍କାର ପ୍ରକାଶକରି କୌରବ ଶିରୋମଣି ଦୁର୍ଯ୍ୟୋଧନ ନିଜ ବଂଶନାଶର କାରଣ ହୋଇଥିଲା । ଅତି ଦାନୀଭାବ ଦେଖାଇ ହୋଇ, ଦାନୀର ଅହଙ୍କାର ପ୍ରତିପୋଷଣ କରି ବଳୀ ରାଜା ପାତାଳକୁ ଚାପି ହୋଇଯାଇଥିଲେ । ସୁତରାଂ ଅହଙ୍କାର ଆସିଲେ ମଣିଷ ଜୀବନରେ ଅବକ୍ଷୟ ଘଟିଥାଏ । ଅହଙ୍କାର ମଣିଷକୁ ଅବନତି ଆଡ଼କୁ ବାଟ କଢ଼ାଇ ଆଣେ । ପ୍ରତ୍ୟେକ କ୍ଷେତ୍ରରେ ଅହଂକାର ହିଁ ସର୍ବନାଶର କାରଣ ହୋଇଥାଏ ।

ଅହଂକାରୀ ମଣିଷ ସାମୟିକ ଭାବେ ନିଜର ପ୍ରତିଷ୍ଠା ପ୍ରକାଶ କରିପାରେ । ମାତ୍ର ତାହା ସର୍ବକାଳୀନ ମୂଲ୍ୟବୋଧ ହୋଇ ରହେନାହିଁ । ସାମାଜିକ କ୍ଷେତ୍ରରେ, ପାରିବାରିକ କ୍ଷେତ୍ରରେ ରାଜନୀତିକ କ୍ଷେତ୍ରରେ ଅହଙ୍କାର ମଣିଷକୁ ବହୁ ବିପଦରେ ପକାଇଥାଏ । ଅହଙ୍କାରୀ ମଣିଷକୁ ସାମାଜିକ କ୍ଷେତ୍ରରେ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଥାଏ । ପାରିବାରିକ କ୍ଷେତ୍ରରେ ଅହଙ୍କାରୀ ବ୍ୟକ୍ତି, କେବେହେଲେ କାହାରି ମନକୁ ଜିଣିପାରି ନଥାଏ । ସେହିପରି ସମ୍ପର୍କ ସ୍ଥାପନ କ୍ଷେତ୍ରରେ, ପାରସ୍ପରିକ ବୁଝାମଣା କ୍ଷେତ୍ରରେ ଦୁଃଖପୂର୍ଣ୍ଣ ହୋଇଥାଏ । ଅହଂକାରୀର ପତନ ସୁନିଶ୍ଚିତ । ଏହା ଧ୍ରୁବ ସତ୍ୟ ।

କବି ପରିଚୟ :

ପ୍ରସିଦ୍ଧ ଗୀତିନାଟ୍ୟ ସ୍ରଷ୍ଟା ବୈଷ୍ଣବ ପାଣି କଟକ ଜିଲ୍ଲା ଅନ୍ତର୍ଗତ ମାହାଙ୍ଗା ଅଞ୍ଚଳରେ ଥିବା କୋଠପଦା ଗାଁରେ ୧୮୮୨ ମସିହାରେ କୁମାର ପୂର୍ଣ୍ଣମୀ ଦିନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ସୁଦର୍ଶନ ପାଣି ଓ ମାତାଙ୍କ ନାମ ଚାନ୍ଦ ଦେବୀ । ବୈଷ୍ଣବ ପାଣିଙ୍କ ପିଲାଦିନର ନାମ ଥିଲା ଶତ୍ରୁଘ୍ନ । ପିଲାକାଳରେ ସେ ସାଂଘାତିକ ରୋଗରେ ପୀଡ଼ିତ ହୋଇଥିଲେ । ସେହି ରୋଗରୁ ମୁକ୍ତି କାମନା କରି ତାଙ୍କର ପିତାମାତା ତାଙ୍କୁ ଜଗନ୍ନାଥଙ୍କ ବଡ଼ଛତା ତଳେ ବୈଷ୍ଣବ କରିଦେଇଥିଲେ । ସେ ପରବର୍ତ୍ତୀ ସମୟରେ ସେହି ବୈଷ୍ଣବ ନାମରେ ପରିଚିତ ହୋଇଥିଲେ । ସେ ପିଲାଦିନରୁ ବହୁତ ଅଭାବ ଅସୁବିଧାରେ ଚଳିଥିଲେ ।

ତାଙ୍କର ପରିବାରର ଆର୍ଥିକ ଅବସ୍ଥା ତାଙ୍କର ଭଲ ନଥିଲା । ଦାରିଦ୍ର୍ୟ ହେତୁ ସେ କିଛିଦିନ ଫୁଲତୋଳା ଓ ଫୁଲଗୁନ୍ଥା କାମ କରିଥିଲେ । ସିଂହଙ୍କ ତତ୍ତ୍ୱାବଧାନରେ ରହିଥିଲେ । ସେ କିଛିଦିନ ସେଠାକାର ବିଦ୍ୟାଳୟରେ ପାଚକ ଭାବରେ କାର୍ଯ୍ୟ କରିଥିଲେ । ତାଙ୍କର ଠାଇନାଲରେ ସନ୍ତୁଷ୍ଟ ହୋଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତାଙ୍କୁ ବିନା ଦରମାରେ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବାର ସୁଯୋଗ ଦେଇଥିଲେ । ଦାରିଦ୍ର୍ୟ ହେତୁ ସେ ୧୭ ବର୍ଷ ବୟସରୁ ଷଷ୍ଠ ଶ୍ରେଣୀରୁ ଶିକ୍ଷା ପରିସମାପ୍ତି କରିଥିଲେ । ପରବର୍ତ୍ତୀ ସମୟରେ ସେ ନୃତ୍ୟଗୀତ ଓ ଯାତ୍ରା ଦଳରେ ରହି ବହୁ ପ୍ରସିଦ୍ଧି ଅର୍ଜନ କରିଥିଲେ। ସେ ୧୯୫୬ ମସିହା ବୈଶାଖ ଅମାବାସ୍ୟାରେ ଅମର ପଥର ଯାତ୍ରୀ ହୋଇଥିଲେ ।

କବି ଓ କବିତା :

ନିଜର ପ୍ରତିଭା ଓ ସାଧନା ବଳରେ ସେ ବହୁ ଗୀତିନାଟ୍ୟ, ପାଲା, ଭଜନ, ଜଣାଣ ଇତ୍ୟାଦି ରଚନା କରିଯାଇଛନ୍ତି । ତାଙ୍କ ରଚନାର ଲାଳିତ୍ୟ, ଉପଯୁକ୍ତ ଶବ୍ଦ ସଂଯୋଜନା ପାଠକ ତଥା ଦର୍ଶକଙ୍କୁ ବିମୋହିତ କରିଥାଏ । ଓଡ଼ିଆ ସାହିତ୍ୟରେ ବୈଷ୍ଣବ ପାଣି ‘ଗଣକବି’ ଭାବରେ ପରିଚିତ । ‘ମେଘନାଦ ବଧ’ ତାଙ୍କର ପ୍ରଥମ ଓ ସଫଳ ଗୀତିନାଟ୍ୟ । ପରବର୍ତ୍ତୀ ସମୟରେ ସେ ‘ରଙ୍ଗସଭା’, ‘କାର୍ଲବୀର୍ଯ୍ୟ ସଂହାର’, ‘ପ୍ରହ୍ଲାଦ ଚରିତ’, ‘ରାମ ବନବାସ’, ‘କର୍ଣ୍ଣବଧ’, ‘ଦକ୍ଷଯଜ୍ଞ’ ପ୍ରଭୃତି ଲୋକପ୍ରିୟ ଗୀତିନାଟ୍ୟମାନ ରଚନା କରିଥିଲେ । ଉକ୍ତ କବିତାଟି କବିଙ୍କର ‘ରାମ ବନବାସ’ ଗୀତିନାଟ୍ୟରୁ ସଂଗୃହୀତ । ଏଥିରେ ପିତାପୁତ୍ର, ଭାଇଭାଇର ସମ୍ପର୍କ, ସତ୍ୟନିଷ୍ଠା, ଅହଙ୍କାରଶୂନ୍ୟତା, ନାରୀର ପତିଭକ୍ତି ଓ ଭଗବତ୍ ପ୍ରେମର ମହିମା ବର୍ଣ୍ଣିତ । ସତ୍ୟନିଷ୍ଠା, ଅହଙ୍କାରଶୂନ୍ୟତା, ନାରୀର ପତିଭକ୍ତି ଓ ଭଗବତ୍ ପ୍ରେମର ମହିମା ବଣ୍ଠତ ।

କବିତାର ପୃଷ୍ଠଭୂମି:

ମର୍ଯ୍ୟାଦା ପୁରୁଷୋତ୍ତମ ରଘୁବାର ରାମଚନ୍ଦ୍ରଙ୍କର ମାନବାୟ ଲାଳା ବର୍ଣ୍ଣନା କରିବା ଅବକାଶରେ ‘ଶିକ୍ଷାଦାକ୍ଷା’ କବିତାରେ ଅବତାରଣା କରାଯାଇଛି। ଅଯୋଧ୍ୟାର ରାଜା ଦଶରଥଙ୍କର କୋଷ୍ଠପୁତ୍ର ରାମଚନ୍ଦ୍ର ପିତୃସତ୍ୟ ପାଳନ ପାଇଁ ବନଗମନ କରିଥିଲେ । ତାଙ୍କ ସଙ୍ଗରେ ଥିଲେ ଜନକନନ୍ଦିନୀ ପତିବ୍ରତା ସୀତା ଓ ଆଜ୍ଞାବହ ଅନୁଜ ଲକ୍ଷ୍ମଣ । ରାମଚନ୍ଦ୍ର ଯେତେବେଳେ ବନଗମନ କରିଥିଲେ, ସେତେବେଳେ ଭରତ ମାମୁଘରେ ଥିଲେ । ରାମଙ୍କର ବନଗମନ ଦୁଃଖକୁ ଦଶରଥ ସହ୍ୟ କରିପାରି ନଥିଲେ ।

ସେ ଦୁଃଖରେ ଭାଙ୍ଗିପଡ଼ି ରାମଚନ୍ଦ୍ରଙ୍କ ଗୁଣ ସ୍ମରଣ କରି ମୃତ୍ୟୁବରଣ କରିଥିଲେ । ପିତାଙ୍କ ମୃତ୍ୟୁ ସମ୍ବାଦ ଶୁଣି ଭରତ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଅଯୋଧ୍ୟାରେ ପହଞ୍ଚି ଭରତ ସବୁକଥା ଜାଣିବାକୁ ପାଇଲେ । ଶ୍ରୀରାମଙ୍କୁ ଫେରାଇ ଆଣିବାପାଇଁ ସେ ତାଙ୍କ ଅନ୍ଵେଷଣରେ ବନକୁ ଗମନ କରିଥିଲେ । ଚିତ୍ରକୂଟ ନାମକ ସ୍ଥାନରେ ଭରତଙ୍କର ଭାଇମାନଙ୍କ ସହିତ ଦେଖା ହୋଇଥିଲା । ଅଯୋଧ୍ୟା ଫେରିବା ଲାଗି ଭରତ, ରାମଚନ୍ଦ୍ରଙ୍କୁ ବହୁପ୍ରକାର ଅନୁନୟ ବିନୟ କରିଥିଲେ ।

ମାତ୍ର ରାମଚନ୍ଦ୍ର ପିତୃ ସତ୍ୟ ରକ୍ଷାକରି ବନକୁ ଆସିଥିବାରୁ କୌଣସି ପ୍ରକାରେ ଅଯୋଧ୍ୟାକୁ ଫେରିପାରିବେ ନାହିଁ ବୋଲି କହିଥିଲେ । ନିଜ ସାନଭାଇ ଭରତଙ୍କ ପ୍ରତି ରାମଚନ୍ଦ୍ରଙ୍କ ଅନ୍ତରରେ ବହୁତ ସ୍ନେହ ଥିଲା । ସେଥିପାଇଁ ସେ ବାଧ୍ୟହୋଇ ସାନଭାଇ ଭରତଙ୍କୁ ନିଜର ପାଦୁକା ପ୍ରଦାନ କରିଥିଲେ । ବହୁପ୍ରକାର ବୁଝାଇ ଶୁଝାଇ ସେ ବାଧ୍ୟହେ।ଇ ସାନଭାଇ ଭରତଙ୍କୁ ନିଜର ପାଦୁକା ପ୍ରଦାନ କରିଥିଲେ । ବହୁପ୍ରକାର ବୁଝାଇ ଶୁଝାଇ ସେ ଭରତଙ୍କୁ ଅଯୋଧ୍ୟା ଫେରାଇ ଦେଇଥିଲେ । ରାମଚନ୍ଦ୍ରଙ୍କ ପାଦୁକାକୁ ସିଂହାସନରେ ସ୍ଥାପନ କରି ଭରତ ରାମଚନ୍ଦ୍ରଙ୍କର ସେବକ ଭାବରେ ଚଉଦ ବର୍ଷକାଳ ରାଜ୍ୟଶାସନ କରିଥିଲେ । ରାମାୟଣ ବର୍ଣ୍ଣିତ ଏହି ଶିକ୍ଷଣୀୟ କଥାବସ୍ତୁ ଉପରେ କବିତାଟି ରଚନା କରାଯାଇଛି ।

BSE Odisha 8th Class Odia Solutions Chapter 3 ଶିକ୍ଷାଦୀକ୍ଷା

କବିତାର ସାରକଥା :

କବି ପୌରାଣିକ କଥାବସ୍ତୁର ବର୍ଣନା କରିଥିଲେ ହେଁ ଅଯୋଧାର ପାରିବାରିକ ସ୍ନେହ, ପ୍ରେମ, ଆନ୍ତରିକତା ଆଦିର ମୂଲ୍ୟବୋଧକୁ ଯଥାର୍ଥ ଭାବରେ ମୂଲ୍ୟାୟନ କରିଛନ୍ତି ।

(୧) ପିତୃଭକ୍ତି : ରଘୁବୀର ରାମଚନ୍ଦ୍ରଙ୍କର ପିତୃଭକ୍ତି ଥିଲା ଅତୁଳନୀୟ । ପିତାଙ୍କର ସତ୍ୟ ରକ୍ଷା କରିବାପାଇଁ ସେ. ଚଉଦବର୍ଷ ବନକୁ ଯାଇଥିଲେ । ରାମଚନ୍ଦ୍ର ରାଜସିଂହାସନରେ ଅଭିଷିକ୍ତ ହେବା ପୂର୍ବରୁ ମାତା କୈକେୟୀ, ଦାସୀ ମନ୍ଥରାର ପ୍ରରୋଚନାରେ ଦଶରଥଙ୍କୁ ସତ୍ୟପାଳନ କରିବାପାଇଁ ବାଧ୍ୟ କରିଥିଲେ । ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ସେ ଦଶରଥଙ୍କୁ ଦୁଇଟି ବର ମାଗିଥିଲେ । ପ୍ରଥମ ବରରେ ରାମଚନ୍ଦ୍ର ଚଉଦବର୍ଷ ବନବାସ ଯିବେ ଏବଂ ଦ୍ବିତୀୟ ବରରେ ତାଙ୍କ ପୁତ୍ର ଭରତ ସିଂହାସନ ଆରୋହଣ କରିବେ । ଦଶରଥଙ୍କ ସତ୍ୟ ପାଳନ ପାଇଁ ରାମଚନ୍ଦ୍ର ପ୍ରସ୍ତୁତ ହୋଇଥିଲେ । ସେ କାହାରି କଥାକୁ ନମାନି ବନକୁ ଆରୋହଣ କରିବେ । ଦଶରଥଙ୍କ ସତ୍ୟ ପାଳନ ପାଇଁ ରାମଚନ୍ଦ୍ର ପ୍ରସ୍ତୁତ ହୋଇଥିଲେ ।

ସେ କାହାରି କଥାକୁ ନମାନି ବନକୁ ଯିବ।ପାଇଁ ପ୍ରସ୍ତୁତ ହୋଇଥିଲେ । ରାମଚନ୍ଦ୍ରଙ୍କ ପରି ପିତୃଭକ୍ତ ହେବାପାଇଁ କବି ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । ପିତୃଭକ୍ତି ପାଇଁ ଆବଶ୍ୟକ ହେଲେ ଭିକ୍ଷା କରିବାକୁ ବି ସେ ପଛେଇବ ନାହିଁ । କାରଣ ପିତା ହେଉଛନ୍ତି ସମସ୍ତ ଧର୍ମର ନିୟାମକ, ପିତା ହେଉଛନ୍ତି ସ୍ୱର୍ଗ । ସେହି ପିତାଙ୍କର ସେବା କଲେ, ପିତାଙ୍କୁ ଭକ୍ତିକଲେ ଓ ତାଙ୍କ ପାଇଁ ଜୀବନ ଉତ୍ସର୍ଗ କଲେ, ସବୁ ଦେବତାଙ୍କ ଆଶୀର୍ବାଦ ସେ ଲାଭ କରିପାରିବ । ସୁତରାଂ ସେ ପିତୃଭକ୍ତି ରୂପକ ବାଟରୁ କେବେହେଲେ ବିଚ୍ୟୁତ ହେବ ନାହିଁ କିମ୍ବା ଜୀବନରେ କେବେ ସତ୍ୟପଥରୁ ବିଚ୍ୟୁତ ହେବ ନାହିଁ ।

(୨) ଭ୍ରାତୃସ୍ନେହ : ଅଯୋଧ୍ୟା ରାଜପରିବାରରେ ଭାଇ ପ୍ରତି ଭାଇର ସ୍ନେହ ଥିଲା ଅଧ୍ଵ । ରଘୁବୀର ରାମଚନ୍ଦ୍ର ଯେତେବେଳେ ରାଜପୁରୀ ଓ ରାଜସୁଖକୁ ଉପେକ୍ଷାକରି ପିତୃସତ୍ୟ ପାଳନ ପାଇଁ ଚଉଦବର୍ଷ ବନକୁ ଯିବାକୁ ବାହାରିଲେ, ତାଙ୍କ ସହିତ ଅନୁଜ ଲକ୍ଷ୍ମଣ ବନକୁ ଯିବାପାଇଁ ଇଚ୍ଛା କରିଥିଲେ । ତାଙ୍କୁ ସାଙ୍ଗରେ ବନକୁ ନେବାପାଇଁ ଅଗ୍ରଜ ରାମଚନ୍ଦ୍ରଙ୍କୁ ସେ ଅନୁରୋଧ କରିଥିଲେ । ତାଙ୍କ ସୁଖଦୁଃଖର ସାଥୀ ହୋଇ ରହିବାକୁ ସେ ଚାହିଁଥିଲେ । ପୁନଶ୍ଚ ରାମଚନ୍ଦ୍ର ବନକୁ ଯିବା ସମୟରେ ଭରତ ମାମୁଘରେ ଥିଲେ । ସେ ରାଜପୁରୀକୁ ଫେରି ସବୁବିଷୟ ଜାଣିବା ପରେ ଦୁଃଖ ପ୍ରକାଶ କରିଥିଲେ । ରାମଚନ୍ଦ୍ରଙ୍କୁ ବନରୁ ଫେରାଇ ଆଣିବାପାଇଁ ସେ ଅରଣ୍ୟକୁ ଯାଇଥିଲେ । ଚିତ୍ରକୂଟ ନାମକ ସ୍ଥାନରେ ତାଙ୍କର ଭାଇଙ୍କ ସହିତ ଦେଖାହୋଇଥିଲା ।

ଅଯୋଧ୍ୟା ଫେରିବା ଲାଗି ଭରତ ରାମଚନ୍ଦ୍ରଙ୍କୁ ବହୁତ ଅନୁରୋଧ କରିଥିଲେ । ମାତ୍ର ରାମଚନ୍ଦ୍ର ଅରଣ୍ୟରୁ ଆଉ ରାଜପୁରୀକୁ ଫେରି ନଥିଲେ । ତଥାପି ନିଜ ସାନଭାଇ ଭରତ ପ୍ରତି ଅଧ୍ବକ ସ୍ନେହ ଥ‌ିବାରୁ ଶ୍ରୀରାମ ନିଜର ପାଦୁକା ଦୁଇଟି ତାଙ୍କୁ ଦେଇଥିଲେ । ଶ୍ରୀରାମଙ୍କ ପାଦୁକାକୁ ସିଂହାସନରେ ସ୍ଥାପନକରି ଭରତ ଶ୍ରୀରାମଙ୍କ ସେବକ ଭାବରେ ଚଉଦବର୍ଷ କାଳ ରାଜ୍ୟଶାସନ କରିଥିଲେ । ସୁତରାଂ ରାମ, ଲକ୍ଷ୍ମଣ ଓ ଭରତଙ୍କ ଭିତରେ ଯେଭଳି ପବିତ୍ର ଭ୍ରାତୃସ୍ନେହ ରହିଥିଲା, ସେହିଭଳି ସ୍ନେହ ସୂତ୍ରରେ ଭାଇ ଭାଇ ସମ୍ପର୍କକୁ ଦୃଢ଼ କରିବାକୁ କବି ମନୁଷ୍ୟକୁ ପରାମର୍ଶ ଦେଇଛନ୍ତି । ନିଜ ମନରୁ ଅହଂଭାବ ଦୂର ହେଲେ ଏଭଳି ଭ୍ରାତୃସ୍ନେହ ସମ୍ଭବ ବୋଲି କବି ପ୍ରକାରାନ୍ତରେ କହିଥିଲେ ।

(୩) ପତିବ୍ରତାଭାବ : ସୀତା ଥିଲେ ପତିବ୍ରତା ରମଣୀ । ପତିଙ୍କୁ ସୁଖଦୁଃଖକୁ ସେ ନିଜର ମନ, ବଚନ ଓ କର୍ମରେ ମିଶାଇ ଦେବାକୁ ଚାହିଁଥିଲେ । ଜନକ ରାଜାଙ୍କର ଝିଅ ଭାବରେ ଅତି ଅଲିଅଳୀ ହୋଇଥିଲେ ବି ସେ ସ୍ଵାମୀଙ୍କ ସହିତ ବନକୁ ଯିବାକୁ ଇଚ୍ଛା କରିଥିଲେ। ପିତୃସତ୍ୟ ପାଳନପାଇଁ ରାମଚନ୍ଦ୍ର ଚାମଚନ୍ଦ୍ର ଚଉଦବର୍ଷ ବନବାସ ଯିବାକୁ ବାହାରିଥ୍ଲାବେଳେ ସାତା ତାଙ୍କ ସହିତ ବନକୁ ଯିବାପାଇଁ ଆଗ୍ରହ ପ୍ରକାଶ କରିଥିଲେ । ସେ ସ୍ଵାମୀଙ୍କୁ ଅନୁରୋଧ କରିଥିଲେ ତାଙ୍କୁ ସାଙ୍ଗରେ ନେବାପାଇଁ । ରାମଚନ୍ଦ୍ର ସୀତାଙ୍କୁ ବହୁତ ବୁଝାଇଥିଲେ ବି ସୀତା କୌଣସିଥ୍‌ରେ ରାଜି ହୋଇନଥିଲେ । ସ୍ଵାମୀଙ୍କ ବିନା ରାଜପୁରୀରେ ରହିବା ତାଙ୍କ ପାଇଁ ଅସମ୍ଭବ ଥିଲା । ସ୍ଵାମୀଙ୍କ ବ୍ୟତୀତ ରାଜପୁରୀ ସୁଖ ତାଙ୍କୁ ତୁଚ୍ଛ ମନେ ହୋଇଥିଲା ।

ପତିବ୍ରତା ଭାବରେ ସେ ସ୍ଵାମୀଙ୍କ ସହିତ ବନଗମନ କରିଥିଲେ । ସ୍ଵାମୀଙ୍କର ପାଖେ ପାଖେ ରହି ସ୍ଵାମୀଙ୍କ ବନବାସ ଦୁଃଖ ଦୂର କରିବାପାଇଁ ଚାହିଁଥିଲେ । ସୀତାଙ୍କ ପତିବ୍ରତା ଭାବକୁ ମହିଳାମାନେ ଅନୁସରଣ କରିବେ ବୋଲି କବି ପରାମର୍ଶ ଦେଇଛନ୍ତି । ସେଭଳି ଭାବ ପ୍ରକାଶଦ୍ୱାରା ମହିଳାମାନେ ନିଶ୍ଚୟ ଯଶସ୍ବିନୀ ହେବେ ବୋଲି କବି କହିଛନ୍ତି । ସମାଜରେ କିପରି ନାରୀମାନେ ସ୍ୱାମୀଙ୍କ ସୁଖଦୁଃଖରେ ଭାଗୀ ହୋଇ ନିଜର ଜୀବନ ଧନ୍ୟ କରିବେ ସେ ସମ୍ପର୍କରେ କବି ପରମର୍ଶ ଦେଇଛନ୍ତି।

(୪) ପୁତ୍ର ସ୍ନେହ : ରାଜା ଦଶରଥ କୌଣସି ଏକ ଦୁର୍ବଳ ମୁହୂର୍ଭରେ ରାଣୀ କୈକେୟୀଙ୍କ ଉପରେ ସନ୍ତୁଷ୍ଟ ହୋଇ ତାଙ୍କୁ ଦୁଇଟି ବର ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । କୈକେୟୀ ସେହି ସୁବିଧାକୁ ଆଧାର କରି ଦାସୀ ମନ୍ଥରାର କୁପରାମର୍ଶରେ ରାଜାଙ୍କୁ ବର ମାଗିଥିଲେ । ପ୍ରଥମ ବରରେ ରାମଚନ୍ଦ୍ର ଅଯୋଧ୍ୟାର ରାଜା ନହୋଇ ଚଉଦବର୍ଷ ବନବାସ ଯିବେ ଏବଂ ଦ୍ଵିତୀୟ ବରରେ ତାଙ୍କ ପୁତ୍ର ଭରତ ଅଯୋଧ୍ୟାର ରାଜା ହୋଇପଡ଼ିଲେ । ଦଶରଙ୍କ ହୃଦୟ ବିଦୀର୍ଣ୍ଣ ହୋଇଗଲା । ଏଭଳି ବର ସେ । ଦେଇପାରିବେ ନାହିଁ ବୋଲି ରାଣୀ କୈକେୟୀଙ୍କୁ ଅନୁରୋଧ କଲେ । ମାତ୍ର କୈକେୟୀ ରାଜା ଦଶରଥଙ୍କ କୌଣସି କଥା ଶୁଣିବାକୁ ରାଜିହେଲେ ନାହିଁ । ଏହି ଖବର ପୁତ୍ର ସେ ପ୍ରସ୍ତୁତ ହେଲେ । ରାମଙ୍କ ସହିତ ପତ୍ନୀ ସୀତା ଓ ଭ୍ରାତା ଲକ୍ଷ୍ମଣ ମଧ୍ୟ ବନକୁ ଯିବାକୁ ବାହାରିଲେ । ଏଭଳି ଖବର ପାଇ ଦଶରଥ ଅସୁସ୍ଥ ହୋଇପଡ଼ିଲେ । ରାମ ବିନା ବଞ୍ଚିପାରିବେ ନାହିଁ ବୋଲି କୈକେୟୀଙ୍କୁ କହିଲେ । ମାତ୍ର ତାଙ୍କ ହୃଦୟର ବ୍ୟଥାକୁ କେହି ବୁଝିବାକୁ ଚେଷ୍ଟା କରିନଥିଲେ ।

ପୁତ୍ର ପାଇଁ ଯଜ୍ଞ କରାଇ ସେ ବହୁ ଦିନ ପରେ ପୁତ୍ର ପାଇଥିଲେ । ସେହି ପୁତ୍ରକୁ ବନକୁ ପଠାଇ ସେ ଆଉ ଧୈର୍ଯ୍ୟ ଧରି ପାରିନଥିଲେ । ପିତା ପାଇଁ ପୁତ୍ର ହେଉଛି ସବୁକିଛି । ପୁତ୍ରପ୍ରାପ୍ତି ନିମନ୍ତେ ସେ ପତ୍ନୀ ଗ୍ରହଣ କରେ । ପୁତ୍ର ପାଇଁ ତା’ର ସାଂସାରିକ ଜୀବନ ପୂର୍ଣାଙ୍ଗ ହୁଏ । ସେହି ପୁତ୍ରକୁ ଛାଡ଼ି ଦଶରଥ ମାନସିକ ଯନ୍ତ୍ରଣାରେ ଘାରିହେଲେ । ଶେଷରେ ସେହି ପୁତ୍ରକୁ ଝୁରି ଝୁରି ଓ ପୁତ୍ର ସ୍ନେହକୁ ସ୍ମରଣ କରି ସେ ପରପାରିକୁ ଚାଲିଗଲେ । କବିଙ୍କ ମତରେ ପିତା ପୁତ୍ରର ସ୍ନେହ କେତେ ନିବିଡ଼ ତାହା କେହି କହିପାରିବେ ନାହିଁ । ସ୍ନେହରୂପକ ବାଡ଼କୁ ଭାଙ୍ଗି ଦେଇ ପୁତ୍ରହୀନ ଭାବରେ କେହି ବଞ୍ଚିପାରିବେ ନାହିଁ । ବାସ୍ତବରେ କବିଙ୍କର ଏଭଳି ଚିନ୍ତାଧାରା ବେଶ୍ ହୃଦୟଗ୍ରାହୀ ।

(୫) ସଂସାରୀଙ୍କ ପାଇଁ ଚେତାବନୀ : ସଂସାରୀ ମଣିଷ ପାଇଁ ସଂସାର ହେଉଛି ସବୁକିଛି । ସେ ସ୍ତ୍ରୀ, ପୁତ୍ର ପାଇଁ ସବୁବେଳେ ସୁଖ ବା ଦୁଃଖ ଭୋଗକରେ । ସେମାନଙ୍କୁ ସୁଖରେ ରଖିବାପାଇଁ ଯେକୌଣସି ଦୁଃଖକଷ୍ଟକୁ ସେ ବରଣ କରିନେବାପାଇଁ ପ୍ରସ୍ତୁତ ହୋଇଥାଏ । ଯଦି ଦେବତା ଧରାପୃଷ୍ଠରେ ଜନ୍ମନେଇ ସାଂସାରିକ ଜୀବନଯାପନ କରନ୍ତି, ତା’ହେଲେ ସେ ମଧ୍ଯ ଜାଗତିକ ବାଧା ବନ୍ଧନରୁ ଦୂରେଇ ରହିପାରିବେ ନାହିଁ । ସମୟାନୁସାରେ ତାଙ୍କୁ ମଧ୍ୟ ଦୁଃଖ ବା ସୁଖ ଭୋଗ କରିବାକୁ ହୋଇଥାଏ। ଯେତେ ସାବଧାନରେ ପାଦ ପକାଇ ଆଗକୁ ଆଗକୁ ଚାଲିଲେ ବି ଯେକୌଣସି ସମୟରେ ସଂସାର

ରୂପକ ଖସଡ଼ା ରାସ୍ତାରେ ତାଙ୍କ ପାଦ ଖସିଯିବାର ସମ୍ଭାବନା ରହିଥାଏ । ଏହି ପରିପ୍ରେକ୍ଷୀରେ ମନକୁ ଦୃଢ଼ କରିବାକୁ ହେବ। ପରିସ୍ଥିତିକୁ ସମ୍ମୁଖୀନ ହେବାପାଇଁ ସାହସ ସଞ୍ଚୟ କରିବାକୁ ପଡ଼ିବ । ମନ ଦୃଢ଼ ନକଲେ ମନରେ ଅଶାନ୍ତି ଲାଗିରହିବ । ମାୟାମୋହ ଜାଲରେ ଛନ୍ଦି ହୋଇ ଜୀବନ ହା ହୁତାଶରେ ସନ୍ତୁଳିତ ହେବ । କବି ଏପରି ପରିସ୍ଥିତିରେ ନିଜ ଚିତ୍ତକୁ ଦୃଢ଼ କରିବାପାଇଁ ଚେତାବନୀ ଶୁଣାଇଛନ୍ତି । କାରଣ ମନକୁ ସ୍ଥିର ଓ ଚିତ୍ତକୁ ଦୃଢ଼ ନକଲେ ସଂସାରୀ ମଣିଷ କେବେହେଲେ ନିଜକୁ ଯଥାର୍ଥ ବାଟରେ ପରିଚାଳିତ କରିପାରିବ ନାହିଁ ।

(୬) କବିଙ୍କର ଭକ୍ତିଭାବ : ବୈଷ୍ଣବ ପାଣି ପିଲାଦିନରୁ ବୈଷ୍ଣବ ହୋଇଥିଲେ । ଜଗନ୍ନାଥ, ରାମ, କୃଷ୍ଣଙ୍କ ପାଖରେ ତାଙ୍କ ମନ ଥିଲା ସମର୍ପିତ । ତାଙ୍କର ପ୍ରାଣକୁ ସେ ଉତ୍ସର୍ଗ କରିଥିଲେ ସେହି ବିଷ୍ଣୁଙ୍କ ପାଦକମଳରେ । କବିତାର ଶେଷରେ ସେ ଦର୍ଶକମାନଙ୍କୁ ସମ୍ବୋଧନ କରିଛନ୍ତି । ଦର୍ଶକମାନେ ରାମରସରେ ତଲ୍ଲୀନ ହେଲେ ତାଙ୍କର ଶ୍ରମ ଯେ ସାର୍ଥକ ହେବ, ଏହା ସେ ସ୍ୱୀକାର କରିଛନ୍ତି । ରାମଙ୍କର ପଦପଙ୍କଜରେ କର ଯୋଡ଼ିଲେ ଜୀବନରେ କୌଣସି ଦୁଃଖ ଅବସାଦ ରହିବ ନାହିଁ ବୋଲି କବି ପ୍ରକାରାନ୍ତରେ ସ୍ବୀକାର କରିଛନ୍ତି । ସ୍ୱାଭାବିକ ଭାବେ କବିର ବିନୟ ଭାବ ନେଇ ବୈଷ୍ଣବ ପାଣି ନିଜକୁ ମୂଢ଼ ବୋଲି କହିଛନ୍ତି । ସେହି ରାମଚନ୍ଦ୍ରଙ୍କ ନିକଟରେ ସେ ଦାସ ବା ସେବାକାରୀ ହେବାପାଇଁ ଆଶା କରିଛନ୍ତି । ଯେଉଁ ରାମ ନାମକୁ ସ୍ମରଣ କରି ମହାବୀର ହନୁମାନ ଲଙ୍କାର ଅଭେଦ୍ୟ ଦୁର୍ଗକୁ ଜୟ କରିପାରିଲା, ସେହି ରାମନାମ ହିଁ ତାଙ୍କ ପାଇଁ ସବୁକିଛି ବୋଲି କବି ଦୃଢ଼ଭାବରେ କହିଛନ୍ତି ।

ସୂଚନା ଓ କଠିନ ଶବ୍ଦାର୍ଥ :

  • ଣିତୃଭକ୍ତ – ପିତାଙ୍କ ପ୍ରତି ଉତ୍ସର୍ଗ ଭାବ ।
  • ଦ।କ୍ଷା – ଦୃଢ଼ ସଂକଳ୍ପ / ଯାହାକୁ ଧେୟ ରୂପେ ଗ୍ରହଣ କରାଯାଏ ।
  • କେମନ୍ତେ – କିପରି
  • ବୃଥା – ମୂଲ୍ୟହୀନ / ଅଯଥା ।
  • ଅହଂକାର – ଗର୍ବ / ନିଜକୁ ବଡ଼ ବୋଲି ମନେକରିବା ।
  • ନରେ – ଲୋକମାନେ ।
  • ପତିବ୍ରତା – ଯେଉଁ ନାରୀ ପତି କୁ ଖୁବ୍ ଭଲପାଏ ଓ ନିଜର ହୃଦୟକୁ ପତି ସୁଖ ପାଇଁ ଉତ୍ସର୍ଗ କରେ / ବ୍ରତ ଆଚରଣ କଲା ପରି ପତିକୁ ସଦା ଭକ୍ତି କରୁଥିବା ନାରା
  • ମହଳା – ନାରା।
  • ସୁଯଶ – ସୁଖ୍ୟାତି ।
  • ଲୋଡ଼ – ଅନୁସରଣ କର | ଖୋଜ ।
  • ବିନେ – ବ୍ୟତୀତ ।
  • ଗୂଢ଼ – ଅପ୍ରକାଶିତ | ଗୁପ୍ତ ।
  • ସ୍ନେହବାଢ଼ – ସ୍ନେହରୂପକ ସନ୍ଧନା
  • ପାଡ଼ନା – ଦୁଃଖ ଦିଅ ନାହିଁ ।
  • କଡ଼ି – ସାମିଲ୍ କରି / ମିଶାଇ ଦେଇ ।
  • ମାୟା – ଭ୍ରାନ୍ତି / ଛଳନା
  • ମୋହ – ଆସକ୍ତି ।
  • ଦୃଢ଼ – ସ୍ଥିର / ଟାଣ ।
  • ତଦତଙ୍କଜ – ସଦରୂପକ କମଲା
  • ମୂଢ଼ – ଜ୍ଞାନହୀନ / ନିର୍ବୋଧ ।
  • ଆଶ – ଆଶା / ଅଭିଳାଷ ।
  • ଦାସ – ସେବକ ।
  • ହନୁ – ହନୁମାନ, ରାମଙ୍କ ଦୂତ ।
  • ସୁବର୍ଣ୍ଣଗଡ଼ – ସୁନାରେ ତିଆରି ଲଙ୍କା ନଗରୀ ।.

କେତୋଟି ନୂତନ ଶବ୍ଦ ଓ ତା’ର ଅର୍ଥ :

  • କେଡେ – କେତେ ଅଧ୍ଵ
  • ବିଘ୍ନ – ଅନ୍ତରାୟ /ଅସୁବିଧା
  • ଧ୍ୟାୟି – ଧ୍ୟାନ କରି / ମନରେ ଚିନ୍ତାକରି
  • ସୁଯଶ – ଯଶସ୍ଵା
  • ଚିତ୍ତ – ମନରେ

CHSE Odisha Class 12 Economics Chapter 12 Short Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 12 ଜାତୀୟ ଆୟ Short Answer Questions.

CHSE Odisha 12th Class Economics Chapter 12 Short Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି / ତିନୋଟି ବାକ୍ୟରେ ଉତ୍ତର ଦିଅ ।

1. ଜାତୀୟ ଆୟ କ’ଣ ?
Answer:
କୌଣସି ଏକ ନିର୍ଦ୍ଦିଷ୍ଟ ବର୍ଷରେ ଏକ ଅର୍ଥବ୍ୟବସ୍ଥାରେ ଉତ୍ପାଦିତ ହେଉଥ‌ିବା ସମସ୍ତ ଦ୍ରବ୍ୟ ଓ ସେବାର ମୌଦ୍ରିକ ମୂଲ୍ୟକୁ ଉକ୍ତ ଅର୍ଥବ୍ୟବସ୍ଥାର ଜାତୀୟ ଆୟ କୁହାଯାଏ । ପ୍ରକାରାନ୍ତରେ ଜାତୀୟ ଆୟ ମଜୁରି, ଅଧୂଶେଷ, ସୁଧ ଓ ଲାଭର ସମଷ୍ଟି । ଅର୍ଥାତ୍ ଏକ ଦେଶରେ ଏକ ଗଣନ ବର୍ଷର ଦ୍ଵୈତ ଗଣନା ନ ହୋଇ ଉତ୍ପାଦିତ ହେଉଥ‌ିବା ସମସ୍ତ ଅନ୍ତିମ ଦ୍ରବ୍ୟ ଓ ସେବାର ବଜାର ମୂଲ୍ୟକୁ ଜାତୀୟ ଆୟ କୁହାଯାଏ ।

2. ମୋଟ ଦେଶୀୟ ଉତ୍ପାଦ କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ସମୟର ଅବଧି ମଧ୍ଯରେ ଚୂଡ଼ାନ୍ତ ଭାବେ ଉତ୍ପାଦନ କରାଯାଉଥ‌ିବା ଦ୍ରବ୍ୟ ଓ ସେବାର ମୌଦ୍ରିକ ମୂଲ୍ୟକୁ ମୋଟ ଦେଶୀୟ ଉତ୍ପାଦ କୁହାଯାଏ । ଅତଏବ ମୋଟ ଦେଶୀୟ ଉତ୍ପାଦ କହିଲେ କୌଣସି ରାଷ୍ଟ୍ର ମଧ୍ୟରେ ରାଷ୍ଟ୍ରର ନାଗରିକ ଓ ବିଦେଶୀମାନଙ୍କଦ୍ୱାରା ଉତ୍ପାଦିତ ସମସ୍ତ ଚୂଡ଼ାନ୍ତ ଦ୍ରବ୍ୟ ଓ ସେବାସମୂହର ବଜାର ମୂଲ୍ୟକୁ ବୁଝାଏ । କେତେକ ଦେଶରେ ଜାତୀୟ ଆୟ ମୋଟ ଜାତୀୟ ଉତ୍ପାଦ ମଧ୍ଯରେ ପାର୍ଥକ୍ୟ ବିଚାର କରାଯାଏ ନାହିଁ ।

3. ଅବକ୍ଷୟ ପରିବ୍ୟୟ ବ୍ୟବସ୍ଥା କ’ଣ ?
Answer:
ସ୍ଵାଭାବିକ କ୍ଷୟକ୍ଷତି ଏବଂ ଅପ୍ରଚଳନଜନିତ ଉତ୍ପାଦନ କ୍ଷେତ୍ରରେ ସ୍ଥିର ପୁଞ୍ଜି ରୂପକ ପରିସମ୍ପତ୍ତିର ମୂଲ୍ୟ ହ୍ରାସ ପାଏ । ପ୍ରତ୍ୟେକ ଉତ୍ପାଦନକାରୀ ସ୍ଥିର ପୁଞ୍ଜି ପରିସମ୍ପତ୍ତିକୁ ଅକ୍ଷତ ରଖିବାପାଇଁ ଯନ୍ତ୍ରପାତି, କଳକବ୍‌ଜା ଆଦିର କ୍ଷୟକ୍ଷତି ଭରଣା କରିବାପାଇଁ ପଦକ୍ଷେପ ନେଇଥା’ନ୍ତି । ଏଥ‌ିପାଇଁ ଉଦ୍ୟୋକ୍ତା କିଛି ବ୍ୟୟ କରିଥା’ନ୍ତି ଯାହା ଅବକ୍ଷୟ ପରିବ୍ୟୟ ନାମରେ ପରିଚିତ ।

4. ଘରୋଇ ଆୟ କ’ଣ ?
Answer:
ଦେଶର ସମସ୍ତ ନ୍ୟାୟୋଚିତ ସୂତ୍ରରୁ ଅର୍ଜନ କରାଯାଉଥିବା ଆୟ ବା ସମସ୍ତ ବ୍ୟକ୍ତିଙ୍କର ଆୟକୁ ଘରୋଇ ଆୟ କୁହାଯାଏ । ଉତ୍ପାଦନ ପରିବ୍ୟୟରେ ନିଟ୍ ଦେଶୀୟ ଉତ୍ପାଦ, ହସ୍ତାନ୍ତରଣ ପ୍ରାପ୍ୟ, ବିଦେଶରୁ ଅର୍ଜନ କରାଯାଉଥୁବା ନିଟ୍ ଉତ୍ପାଦନ ଆୟ ଏବଂ ଆଭ୍ୟନ୍ତରୀଣ ଋଣ ଉପରେ ମିଳୁଥିବା ସୁଧ, ସାମାଜିକ ନିରାପତ୍ତା ଖର୍ଜ, ଲାଭାଂଶ ଏବଂ ରାଷ୍ଟ୍ରାୟତ୍ତ ସଂସ୍ଥାରୁ ମିଳୁଥ‌ିବା ଉଦ୍‌ବୃତ୍ତ ଅଂଶକୁ ବାଦେଇ ଘରୋଇ ଆୟ ସ୍ଥିର କରାଯାଇଥାଏ ।

CHSE Odisha Class 12 Economics Chapter 12 Short Answer Questions in Odia Medium

5. ବ୍ୟବହାରଯୋଗ୍ୟ ଆୟ କ’ଣ ?
Answer:
ସମସ୍ତ ବ୍ୟକ୍ତିଗତ ଆୟ ଉପଭୋଗ ଓ ସଞ୍ଚୟ ନିମନ୍ତେ ବ୍ୟବହାର ହୋଇନଥାଏ । ବ୍ୟକ୍ତିବିଶେଷ ଓ ପରିବାର ସେମାନଙ୍କ ପ୍ରକୃତ ଆୟରୁ କିଛି ଅଂଶ ପ୍ରତ୍ୟକ୍ଷ କର ଆକାରରେ ସରକାରଙ୍କୁ ପ୍ରଦାନ କରିଥା’ନ୍ତି । ଆୟକର, ସମ୍ପତ୍ତି କର ଇତ୍ୟାଦିକୁ ପ୍ରତ୍ୟକ୍ଷ `କର କହନ୍ତି ଯାହା ସରକାରଙ୍କୁ ସିଧାସଳଖ ପ୍ରଦାନ କରାଯାଏ । ବ୍ୟକ୍ତିଗତ ଆୟରୁ ପ୍ରତ୍ୟକ୍ଷ କର ଅନ୍ତର କଲାପରେ ଯେଉଁ ଉଦ୍‌ବୃତ୍ତ ରହେ, ତାହାକୁ ବ୍ୟବହାରଯୋଗ୍ୟ ଆୟ କୁହାଯାଏ । ଏହି ଆୟକୁ ପରିବାର ପ୍ରକୃତ ବ୍ୟକ୍ତିଗତ ଉପଯୋଗ ନିମନ୍ତେ ବ୍ୟବହାର କରିପାରେ ।

6. ବ୍ୟକ୍ତିଗତ ଆୟ କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ବର୍ଷରେ, ରାଷ୍ଟ୍ରର ବ୍ୟକ୍ତିବିଶେଷ ବାସ୍ତବରେ ଯେଉଁ ମୌଦ୍ରିକ ଆୟ କରିଥା’ନ୍ତି ତାହାକୁ ବ୍ୟକ୍ତିଗତ ଆୟ କୁହାଯାଏ । ଜାତୀୟ ଆୟ ଆକଳନବେଳେ ଏଭଳି କିଛି ଆୟ ହିସାବକୁ ନିଆଯାଏ ଯେଉଁଗୁଡ଼ିକ ଅର୍ଜିତ ହୋଇଥିଲେ ମଧ୍ୟ ପ୍ରାପ୍ତ ହୋଇ ନଥାଏ । ସେଗୁଡ଼ିକ ହେଲା ସାମାଜିକ ନିରାପତ୍ତା ଦେୟ, ଆବଣ୍ଟିତ ଲାଭ, କର୍ପୋରେଟ କର ଇତ୍ୟାଦି । ପୁନଶ୍ଚ, ଜାତୀୟ ଆୟରେ କେତେକ ଆୟ ସାମିଲ ହୋଇ ନଥାଏ ଯେଉଁଗୁଡ଼ିକ ଅର୍ଜିତ ହୋଇନଥିଲେ ମଧ୍ୟ ପ୍ରାପ୍ତ ହୋଇଥାଏ । ସେଗୁଡ଼ିକ ହେଲା ବାର୍ଦ୍ଧକ୍ୟ ଭତ୍ତା, ବେକାରୀ ଭତ୍ତା ଇତ୍ୟାଦି ଭଳି ଅନ୍ତରଣ ଦେୟ । ତେଣୁ ବ୍ୟକ୍ତିଗତ ଆୟ ଆକଳନବେଳେ ଜାତୀୟ ଆୟରୁ ଅର୍ଜିତ ଅପ୍ରାପ୍ତ ଆୟ ବାଦ୍ ଦେଇ ଅର୍ଜିତ ନ ହୋଇ ପ୍ରାପ୍ତ ହୋଇଥିବା ଆୟ ଯୋଗ କରାଯାଏ ।

7. ହସ୍ତାନ୍ତରଣ ଦେୟ କ’ଣ ?
Answer:
କେତେକ କ୍ଷେତ୍ରରେ ସରକାର କୌଣସି ଦ୍ରବ୍ୟ ଓ ସେବାର ଆଶା ନ ରଖ୍ ପରିବାର, ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ଲାଭ ରହିତ ସଂସ୍ଥାମାନଙ୍କୁ ଏକତରଫା ଭାବେ ଯେଉଁ ପ୍ରାପ୍ୟସବୁ ପ୍ରଦାନ କରନ୍ତି ତାହାକୁ ହସ୍ତାନ୍ତରଣ ଦେୟ କୁହାଯାଏ । ହସ୍ତାନ୍ତରରଣ ଦେୟର ଉଦାହରଣ ହେଲା ବାର୍ଦ୍ଧକ୍ୟ ଭତ୍ତା, ବୃତ୍ତି ଭତ୍ତା ଓ ବେକାରୀ ଭତ୍ତା । ତେଣୁ ଯେଉଁସବୁ ପ୍ରାପ୍ତି ବା ପାଉଣା ହିତାଧ୍ୟାକାରୀମାନେ ଉତ୍ପାଦନଶୀଳ ଅଂଶ ବିନା ପ୍ରାପ୍ତ ହୁଅନ୍ତି, ସେସବୁକୁ ହସ୍ତାନ୍ତରଣ ଦେୟ କୁହାଯାଏ ଏବଂ ଏହା ଜାତୀୟ ଆୟରେ ଅନ୍ତର୍ଭୁକ୍ତ ହୋଇ ନଥାଏ ।

8. ଅବରୁଦ୍ଧ ଅର୍ଥବ୍ୟବସ୍ଥା କ’ଣ ?
Answer:
ବିଶ୍ବର ଅନ୍ୟ କୌଣସି ଦେଶ ସହ ଅର୍ଥନୈତିକ ସମ୍ପର୍କ ନଥୁଲେ, ଅର୍ଥବ୍ୟବସ୍ଥାକୁ ଅବରୁଦ୍ଧ ଅର୍ଥବ୍ୟବସ୍ଥା କୁହାଯାଏ । ଅର୍ଥାତ୍ ଏହି ଅର୍ଥବ୍ୟବସ୍ଥାରେ ବୈଦେଶିକ ବାଣିଜ୍ୟ ଦେଖାଯାଏ ନାହିଁ । ତେଣୁ ଯାହା ଦେଶରେ ଉତ୍ପାଦନ କରାଯାଏ ତାହା ଉପଭୋଗ ଓ ସଞ୍ଚୟ ହୋଇଥାଏ ।

9. ମୁକ୍ତ ଅର୍ଥବ୍ୟବସ୍ଥା କ’ଣ ?
Answer:
ବର୍ତ୍ତମାନ ପୃଥ‌ିବୀର ପ୍ରତ୍ୟେକ ଦେଶରେ ମୁକ୍ତ ଅର୍ଥବ୍ୟବସ୍ଥା ପ୍ରଚଳିତ । ମୁକ୍ତ ଅର୍ଥବ୍ୟବସ୍ଥାରେ ବିଶ୍ବର ଅନ୍ୟାନ୍ୟ ଅର୍ଥବ୍ୟବସ୍ଥା ସହିତ ଅର୍ଥନୈତିକ ସମ୍ପର୍କ ରହିଥାଏ । ମୁକ୍ତ ଅର୍ଥବ୍ୟବସ୍ଥାରେ ଅନ୍ୟ ଦେଶ ସହିତ କ୍ରୟ ବିକ୍ରୟ, ଋଣ ଆଦାନପ୍ରଦାନ କରାଯାଉଥ‌ିବାରୁ ମୋଟ ଜାତୀୟ ଆୟ ମୋଟ ଦେଶୀୟ ଆୟଠାରୁ ଭିନ୍ନ ହୋଇଥାଏ ।

10. ମୁଣ୍ଡପିଛା ଆୟ କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ବର୍ଷର ଜାତୀୟ ଆୟକୁ ଦେଶର ମୋଟ ଜନସଂଖ୍ୟାଦ୍ଵାରା ଭାଗକରି ମୁଣ୍ଡପିଛା ଆୟ ନିର୍ଦ୍ଧାରଣ
କରାଯାଏ । ମୁଣ୍ଡପିଛା ଆୟକୁ ସ୍ଥିର ଦାମ୍‌ରେ ଏବଂ ପ୍ରଚଳିତ ଦାମ୍‌ରେ କଳନା କରାଯାଇପାରେ । ଜାତୀୟ ଆୟର ଅଭିବୃଦ୍ଧି ଯଦି ଜନସଂଖ୍ୟା ବୃଦ୍ଧିଠାରୁ କମ୍ ହୁଏ, ତାହାହେଲେ ମୁଣ୍ଡପିଛା ଆୟ ହ୍ରାସ ପାଇଥାଏ । ସ୍ଥିର ଦରରେ ସୂଚିତ ମୁଣ୍ଡପିଛା ଆୟ ଅର୍ଥନୈତିକ ଅଭିବୃଦ୍ଧିର ଓ ଜୀବନଯାପନ ମାନର ସଠିକ୍ ମାପକାଠି ହୋଇଥାଏ ।

11. ମଧ୍ୟବର୍ତୀ (ଅନ୍ତବର୍ତ୍ତୀ) ଦ୍ରବ୍ୟ କ’ଣ ?
Answer:
ଯେଉଁସବୁ ଦ୍ରବ୍ୟଉତ୍ପାଦନକାରୀଙ୍କ ମଧ୍ୟରେ ବିନିମୟ ହୋଇଥାଏ, ସେସବୁ ଦ୍ରବ୍ୟକୁ ମଧ୍ୟବର୍ତ୍ତୀ ଦ୍ରବ୍ୟରୂପେ ବିଚାର କରାଯାଏ । କୌଣସି ଦ୍ରବ୍ୟ ଅଧ‌ିକ ଉତ୍ପାଦନ କରିବାପାଇଁ ଜଣେ ଉତ୍ପାଦନକାରୀ ଅନ୍ୟ ଜଣେ ଉତ୍ପାଦନକାରୀଙ୍କଠାରୁ ଏହି ପ୍ରକାର ଦ୍ରବ୍ୟ କ୍ରୟ କରିଥା’ନ୍ତି । ମଧ୍ୟବର୍ତ୍ତୀ ଦ୍ରବ୍ୟର ମୂଲ୍ୟକୁ ଜାତୀୟ ଆୟ ଆକଳନରେ ଅନ୍ତର୍ଭୁକ୍ତ ହୋଇନଥାଏ ।

12. ଚୂଡ଼ାନ୍ତ ଦ୍ରବ୍ୟ କ’ଣ ?
Answer:
ଚୂଡ଼ାନ୍ତ ଦ୍ରବ୍ୟ ଉତ୍ପାଦନ ପ୍ରକ୍ରିୟାରେ ଉପଯୋଗ ପାଇଁ ଉଦ୍ଦିଷ୍ଟ ନୁହେଁ କି ପୁନଃ ବିକ୍ରୟକ୍ଷମ ନୁହେଁ । ଏହି ପ୍ରକାର ଦ୍ରବ୍ୟଗୁଡ଼ିକ ମୁଖ୍ୟତଃ ଉପଯୋଗ ପାଇଁ ବା ଅଭାବକୁ ପ୍ରତ୍ୟକ୍ଷଭାବେ ପରିତୃପ୍ତ କରିବାପାଇଁ ଉଦ୍ଦିଷ୍ଟ । ଚୂଡ଼ାନ୍ତ ଦ୍ରବ୍ୟର ମୂଲ୍ୟକୁ ଜାତୀୟ ଆୟ ଆକଳନରେ ଅନ୍ତର୍ଭୁକ୍ତ କରାଯାଇଥାଏ ।

CHSE Odisha Class 12 Economics Chapter 12 Short Answer Questions in Odia Medium

13. ମୋଟ ଜାତୀୟ ଉତ୍ପାଦ (GNP) କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ଗଣନ ବର୍ଷରେ ଉତ୍ପାଦିତ ହୋଇଥିବା ସମସ୍ତ ଚୂଡ଼ାନ୍ତ ଦ୍ରବ୍ୟ ଓ ସେବା ସମୂହର ମୋଟ ବଜାର ମୂଲ୍ୟକୁ ମୋଟ ଜାତୀୟ ଉତ୍ପାଦ କୁହାଯାଏ । ତେଣୁ ଏହାର ଅନ୍ୟ ନାମ ବଜାର ଦରଭିଭିକ ଜାତୀୟ ଉତ୍ପାଦ । କୌଣସି ରାଷ୍ଟ୍ରରେ ନାଗରିକ ଉପାର୍ଜନ କରୁଥିବା ଆୟ ଜାତୀୟ ଉତ୍ପାଦର ଅଂଶବିଶେଷ । ତେଣୁ ବିଦେଶରୁ ଅର୍ଜିତ ଆୟ ମଧ୍ୟ ମୋଟ ଜାତୀୟ ଉତ୍ପାଦ ଆକଳନ କଲାବେଳେ ବିଚାରକୁ ନିଆଯାଏ । କିନ୍ତୁ ଜଣେ ବିଦେଶୀ ରାଷ୍ଟ୍ର ମଧ୍ୟରେ କରୁଥିବା ଆୟ ମୋଟ ଜାତୀୟ ଉତ୍ପାଦର ପରିସରଭୁକ୍ତ ନୁହେଁ ।

14. ମୋଟ ଘରୋଇ ଉତ୍ପାଦ (GDP) କାହାକୁ କହନ୍ତି ?
Answer:
କୌଣସି ଏକ ରାଷ୍ଟ୍ରରେ ଉତ୍ପାଦିତ ହୋଇଥ‌ିବା ସମସ୍ତ ଚୂଡ଼ାନ୍ତ ଦ୍ରବ୍ୟ ଓ ସେବାସମୂହର ବଜାର ମୂଲ୍ୟକୁ ମୋଟ ଘରୋଇ ଉତ୍ପାଦ କୁହାଯାଏ । ଏହା ରାଷ୍ଟ୍ରର ଭୌଗୋଳିକ ପରିସୀମା ମଧ୍ୟରେ ଉତ୍ପାଦିତ ଓ ବଜାର ଦରକୁ ଭିଭିକରି ଆକଳନ ହୋଇଥ‌ିବା ମୋଟ ଉତ୍ପାଦର ମୁଦ୍ରାଗତ ମୂଲ୍ୟ । ଏଥରେ ସାଧନ ବିଦେଶରୁ କରୁଥିବା ଆୟ ଅନ୍ତର୍ଭୁକ୍ତ ହୁଏ ନାହିଁ ।

15. ସାଧାରଣ ଅସ୍ଵାସୀ କାହାକୁ କୁହାଯାଏ ?
Answer:
ଅସ୍ଵାସୀ କହିଲେ ଆମେ କୌଣସି ସ୍ଥାନରେ ବସବାସ କରି ରହୁଥ‌ିବା ବ୍ୟକ୍ତିବିଶେଷଙ୍କୁ ବୁଝିଥାଉ । ତେଣୁ ଗୋଟିଏ ଦେଶରେ ବସବାସ କରୁଥିବା ଯେଉଁ ବ୍ୟକ୍ତିବିଶେଷଙ୍କର ଆର୍ଥିକ ସ୍ବାର୍ଥ ସେହି ଦେଶରେ ନିହିତ ଥାଏ, ସେମାନଙ୍କୁ ଦେଶର ସାଧାରଣ ଅସ୍ଵାସୀ କହନ୍ତି । ସେହି ଅଧ୍ୟାବାସୀଗଣ ଯେଉଁ ଆୟ ଉତ୍ପାଦନ କ୍ଷେତ୍ରରେ ସାଧନ ବାବଦରେ ଅର୍ଜନ କରନ୍ତି, ଯଥା – ମଜୁରି, ଅଶେଷ, ସୁଧ ଓ ଲାଭ, ତାକୁ ଜାତୀୟ ଆୟ କୁହାଯାଏ ।

16. ବିଦେଶାଗତ ନିଟ୍ ସାଧନ ଆୟ କିପରି ଆକଳନ କରାଯାଏ ?
Answer:
ଉତ୍ପାଦନରୁ ସାଧନ ସେବା ପ୍ରଦାନ ବାବଦରେ ବିଦେଶରୁ ପ୍ରାପ୍ୟ ଆୟରୁ ସାଧନ ସେବା ପ୍ରଦାନ ବାବଦରେ ଅଣ ଅଧିବାସୀମାନଙ୍କୁ ଦେୟ ଆୟକୁ ବାଦ୍ ଦେଲେ, ଆମେ ବିଦେଶରୁ ଅର୍ଜିତ ନିଟ୍ ସାଧନ ଆୟ ପାଉ । ନିଟ୍ ଘରୋଇ ଆୟ ସହିତ ବିଦେଶରୁ ଅର୍ଜିତ ସାଧନ ଆୟକୁ ଯୋଗକଲେ ଆମେ ଜାତୀୟ ଆୟ ପାଇଥାଉ । ଅର୍ଥାତ୍ ଜଣେ ଭାରତୀୟ ଆମେରିକାରେ ନିବେଶ କରି ଉପାର୍ଜନ କରୁଥିବା ଆୟ ଭାରତୀୟ ଜାତୀୟ ଆୟର ଏକ ଅଂଶବିଶେଷ । କିନ୍ତୁ ଜଣେ ଆମେରିକୀୟ ଭାରତରୁ କରୁଥିବା ଆୟ ଭାରତୀୟ ଜାତୀୟ ଆୟରେ ଅନ୍ତର୍ଭୁକ୍ତ ହୋଇନଥାଏ ।

17. ଉତ୍ପାଦନ ବ୍ୟୟରେ ମୋଟ ଜାତୀୟ ଉତ୍ପାଦ କିପରି ଆକଳନ କରାଯାଏ ?
Answer:
ଗୋଟିଏ ଗଣନ ବର୍ଷରେ ଏକ ଅର୍ଥବ୍ୟବସ୍ଥାରୁ ମୋଟ ଘରୋଇ ସାଧନ ଆୟ ଓ ବିଦେଶରୁ ଅର୍ଜିତ ନିଟ୍ ସାଧନ ଆୟର ସମଷ୍ଟିକୁ ସାଧନଜନିତ ପରିବ୍ୟୟଭିଭିକ ମୋଟ ଜାତୀୟ ଉତ୍ପାଦ । ଅର୍ଥାତ୍ ଉପାଦାନଭିତ୍ତିକ ମୋଟ ଜାତୀୟ ଉତ୍ପାଦ = ଉପାଦାନ ବ୍ୟୟଭିତ୍ତିକ ମୋଟ ଘରୋଇ ଉତ୍ପାଦ + ବିଦେଶରୁ ଅର୍ଜିତ ନିଟ୍ ସାଧନ ଆୟ । ପୁନଶ୍ଚ, ବଜାର ଦରଭିଭିକ ମୋଟ ଜାତୀୟ ଉତ୍ପାଦରୁ ନିଟ୍ ପରୋକ୍ଷ କର ବାଦ୍ ଦେଲେ ଆମେ ମଧ୍ୟ ଉପାଦାନ ବ୍ୟୟଭିଭିକ ମୋଟ ଜାତୀୟ ଉତ୍ପାଦ ପାଇଥାଉ ।

18. ବ୍ୟକ୍ତିଗତ ଆୟ କ’ଣ ?
Answer:
ସମସ୍ତ ଉତ୍ସଗୁଡ଼ିକରୁ ବ୍ୟକ୍ତି କିମ୍ବା ପରିବାରବର୍ଗମାନଙ୍କୁ ମିଳୁଥିବା ଚଳନ୍ତି ଆୟକୁ ବ୍ୟକ୍ତିଗତ ଆୟରୂପେ ଅଭିହତ କରାଯାଏ । ବ୍ୟକ୍ତିଗତ ଆୟ କେବଳ ସେହି ଆୟକୁ ଅନ୍ତର୍ଭୁକ୍ତ କରେ, ଯେଉଁ ଆୟକୁ ପରିବାରମାନେ ପ୍ରକୃତରେ ପାଇଥାଆନ୍ତି । ବେସରକାରୀ ଆୟରୁ ପ୍ରତିଷ୍ଠାନମାନଙ୍କର ଅବିତରିତ ଲାଭ ଓ ନିଗମ କର ବାଦ୍ ଦେଲେ ବ୍ୟକ୍ତିଗତ ଆୟ ମିଳିଥାଏ ।

19. ପ୍ରଯୁଜ୍ୟ ଆୟ କ’ଣ ?
Answer:
ପରିବାରଗୁଡ଼ିକ ଅର୍ଜନ କରୁଥିବା ସମସ୍ତ ବ୍ୟକ୍ତିଗତ ଆୟ ଖଯୋଗ୍ୟ ହୋଇ ନଥାଏ । କାରଣ ପରିବାରଗୁଡ଼ିକ ବ୍ୟକ୍ତିଗତ ଆୟ ପ୍ରତ୍ୟକ୍ଷ କର ଯଥା ଆୟକର ଆକାରରେ ସରକାରଙ୍କୁ ଦେଇଥା’ନ୍ତି । ତେଣୁ ବ୍ୟକ୍ତିଗତ ଆୟରୁ ପ୍ରତ୍ୟକ୍ଷ କର ବାଦେଲେ ବ୍ୟକ୍ତିଗତ ପ୍ରଯୁଜ୍ୟ ଆୟ ମିଳିଥାଏ ।

20. ଅନ୍ତରଣ ଦେୟ କାହାକୁ କହନ୍ତି ?
Answer:
ଉତ୍ପାଦନ କ୍ଷେତ୍ରକୁ କୌଣସି ଅବଦାନ ନ ଥାଇ ମଧ୍ୟ କେତେକ ବ୍ୟକ୍ତିବିଶେଷଙ୍କୁ ସରକାର ଯେଉଁ ପ୍ରାପ୍ୟ ଦେଇଥା’ନ୍ତି ତାହାକୁ ଅନ୍ତରଣ ଦେୟ କୁହାଯାଏ । ବାର୍ଦ୍ଧକ୍ୟ ଭତ୍ତା, ବେକାରୀ ଭତ୍ତା, ଛାତ୍ରବୃତ୍ତି ଇତ୍ୟାଦି ପ୍ରଭୃତି ଅନ୍ତରଣ ଦେୟ, କାରଣ ସେଗୁଡ଼ିକ ଉତ୍ପାଦନ ସହିତ ସମ୍ପୃକ୍ତ ନୁହନ୍ତି । ଏହିପରି ଆୟକୁ ଜାତୀୟ ଆୟ ଆକଳନବେଳେ ବିଚାରକୁ ନିଆଯାଏ ନାହିଁ ।

21. ହସ୍ତାନ୍ତରଣ ଦେୟ କାହାକୁ କୁହାଯାଏ ?
Answer:
ଦ୍ରବ୍ୟ ଓ ସେବା ପ୍ରବାହକୁ କୌଣସି ଅବଦାନ ନ ଥାଇ ଯେଉଁ ପ୍ରାପ୍ୟ ପରିଶୋଧ କରାଯାଏ, ତାହାକୁ ହସ୍ତାନ୍ତରଣ ଦେୟ କୁହାଯାଏ । ହସ୍ତାନ୍ତରଣ ଦେୟ; ଯଥା – ବାର୍ଦ୍ଧକ୍ୟ ଭତ୍ତା, ବେକାରୀ ଭତ୍ତା, ଗରିବ ଛାତ୍ରପାଣ୍ଠି ଇତ୍ୟାଦି ସାଧନ ଆୟରେ ଅନ୍ତର୍ଭୁକ୍ତ ହୋଇନଥାଏ । ତେଣୁ ଯେଉଁସବୁ ପାଉଣା ହିତାଧିକାରୀମାନେ ଉତ୍ପାଦନଶୀଳ ଅଂଶଦାନ ବିନା ପ୍ରାପ୍ତ ହୁଅନ୍ତି, ସେସବୁକୁ
ହସ୍ତାନ୍ତରଣ ଦେୟ କୁହାଯାଏ ।

22. ମିଶ୍ରିତ ଆୟ କ’ଣ ?
Answer:
ଆତ୍ମନିଯୁକ୍ତ ବ୍ୟକ୍ତିଗଣ ସେମାନଙ୍କର ଭୂମି, ଶ୍ରମ, ପୁଞ୍ଜି ଓ ସଙ୍ଗଠନଗୁଡ଼ିକୁ ବ୍ୟବହାର କରି ଯେଉଁ ଆୟ ଅର୍ଜନ କରନ୍ତି, ତାହାକୁ ସେମାନଙ୍କର ମିଶ୍ରିତ ଆୟ କୁହାଯାଏ । ଏହି ଆୟ ମଜୁରି, ଅଶେଷ, ସୁଧ ଓ ଲାଭର ସମ୍ମିଶ୍ରଣରେ ସୃଷ୍ଟି ହୋଇଥାଏ । ତେଣୁ ଏହି ଆୟ ଜାତୀୟ ଆୟର ଏକ ଅଂଶ ରୂପେ ବିବେଚନା କରାଯାଏ ।

23. ଅବକ୍ଷୟଜନିତ ବ୍ୟୟ କାହାକୁ କହନ୍ତି ?
Answer:
ଉତ୍ପାଦନକାଳରେ ଯନ୍ତ୍ରପାତି, କାରଖାନା ଇତ୍ୟାଦିର ମୂଲ୍ୟ ହ୍ରାସ ପାଇବା ସ୍ଵାଭାବିକ । ମୂଲ୍ୟର ଏହି ଅବମୂଲ୍ୟାୟନକୁ ଅବକ୍ଷୟଜନିତ ବ୍ୟୟ କୁହାଯାଏ । ଅଧ୍ଵନ୍ତୁ ଉଦ୍ଭାବନ ଓ ନୂତନ ପ୍ରଯୁକ୍ତି ଜ୍ଞାନର ଅଭ୍ୟୁଦୟ ଯୋଗୁଁ ଅନେକ କଳକାରଖାନା ନିଜର ପ୍ରାସଙ୍ଗିକତା ହରାଇଥାନ୍ତି । ତେଣୁ ନିଟ୍ ଜାତୀୟ ଆୟ ନିର୍ଣ୍ଣୟ କରିବାପାଇଁ ମୋଟ ଜାତୀୟ ଆୟରୁ ଅବକ୍ଷୟଜନିତ ବ୍ୟୟ ବାଦ୍ ଦେବାକୁ ହୋଇଥାଏ ।

24. ପୁଞ୍ଜି ଉପଭୋଗ ଭତ୍ତା (Capital Consumption Allowance) କ’ଣ ?
Answer:
ଦରଦାମ୍ ବୃଦ୍ଧି ପାଇବାଦ୍ୱାରା ଦ୍ରବ୍ୟ ଓ ସେବାର ମୌଦ୍ରିକ ମୂଲ୍ୟ ବୃଦ୍ଧି ପାଏ । ଏଠାରେ ମୌଦ୍ରିକ ଆୟ ବୃଦ୍ଧି ପାଇଥିଲେ ମଧ୍ୟ ବାସ୍ତବ ଆୟର କୌଣସି ପରିବର୍ତ୍ତନ ଘଟିନଥାଏ । ତେଣୁ ମୌଦ୍ରିକ ଆୟରେ ହୋଇଥିବା ଅଯଥା ବୃଦ୍ଧିକୁ ବାଦ୍ ଦେବା ଉଚିତ ଯଦ୍ବାରା ବାସ୍ତବ ଆୟ ଜାଣିହେବ । ଠିକ୍ ସେହିପରି ମୋଟ ଜାତୀୟ ଆୟରେ ହେଉଥ‌ିବା ଅଯଥା ବୃଦ୍ଧିକୁ ଅବକ୍ଷୟଜନିତ ବ୍ୟୟ ମାଧ୍ୟମରେ ଅନ୍ତର କରି ନିଟ୍ ଜାତୀୟ ଆୟ ଆକଳନ କରିହେବ । ଅବକ୍ଷୟଜନିତ ବ୍ୟୟକୁ ପୁଞ୍ଜି ଉପଭୋଗ ଭତ୍ତା ମଧ୍ୟ କୁହାଯାଏ ।

CHSE Odisha Class 12 Economics Chapter 12 Short Answer Questions in Odia Medium

25. ମୋଟ ଘରୋଇ ଉତ୍ପାଦ (GDP) କାହାକୁ କହନ୍ତି ?
Answer:
କୌଣସି ଏକ ରାଷ୍ଟ୍ରରେ ଉତ୍ପାଦିତ ହୋଇଥ‌ିବା ସମସ୍ତ ଚୂଡ଼ାନ୍ତ ଦ୍ରବ୍ୟ ଓ ସେବାସମୂହର ବଜାର ମୂଲ୍ୟକୁ ମୋଟ ଘରୋଇ ଉତ୍ପାଦ କୁହାଯାଏ । ଏହା ଦେଶର ଭୌଗୋଳିକ ପରିସୀମା ମଧ୍ୟରେ ଉତ୍ପାଦିତ ଓ ବଜାର ଦରକୁ ଭିତ୍ତିକରି ଆକଳନ ହୋଇଥ‌ିବା ମୋଟ ଉତ୍ପାଦର ମୁଦ୍ରାଗତ ମୂଲ୍ୟ । ଏଥରେ ସାଧନ ବିଦେଶରୁ କରୁଥିବା ଆୟ ଅନ୍ତର୍ଭୁକ୍ତ ହୁଏନାହିଁ ।

26. ନିଟ୍ ପରୋକ୍ଷ କର କିପରି ନିର୍ଦ୍ଧାରଣ କରାଯାଏ ?
Answer:
ନିଟ୍ ରପ୍ତାନି ମୂଲ୍ୟ ମୋଟ ଜାତୀୟ ଉତ୍ପାଦର ଅଂଶବିଶେଷ । ରାଷ୍ଟ୍ର ବିଦେଶକୁ ରପ୍ତାନି କରି ଯେଉଁ ଆୟ କରିଥାଏ ତାହାକୁ ରପ୍ତାନି ମୂଲ୍ୟ କହନ୍ତି । ଠିକ୍ ସେହିପରି ଅନ୍ୟ ରାଷ୍ଟ୍ରରୁ ଆମଦାନୀ କରି ରାଷ୍ଟ୍ର ଆମଦାନି ଦ୍ରବ୍ୟର ଯେଉଁ ମୂଲ୍ୟ ପ୍ରଦାନ କରିଥାଏ, ତାହାକୁ ଆମଦାନି ମୂଲ୍ୟ କୁହାଯାଏ l ରପ୍ତାନି ଓ ଆମଦାନି ମୂଲ୍ୟ ମଧ୍ୟରେ ଥିବା ପାର୍ଥକ୍ୟ ହିଁ ନିଟ୍ ରପ୍ତାନି ମୂଲ୍ୟ ।

B. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି| ଛଅଟି ବାକ୍ୟରେ ଦିଅ ।

1. ମୋଟ ଜାତୀୟ ଉତ୍ପାଦ (GNP) କ’ଣ ?
Answer:
ଗୋଟିଏ ଗଣନ ବର୍ଷରେ ଏକ ଅର୍ଥବ୍ୟବସ୍ଥାର ଘରୋଇ ଭୂ-ଖଣ୍ଡରେ ସ୍ଵାଭାବିକ ଅଧିବାସୀମାନଙ୍କଦ୍ୱାରା ଉତ୍ପାଦିତ ସମସ୍ତ ଅନ୍ତିମ ଦ୍ରବ୍ୟ ଓ ସେବାର ବଜାର ମୂଲ୍ୟ ସହିତ ବିଦେଶରୁ ଅର୍ଜିତ ନିଟ୍ ସାଧନ ଆୟର ସମଷ୍ଟିରୁ ବଜାର ଦରଭିଭିକ ମୋଟ ଜାତୀୟ ଉତ୍ପାଦ ମିଳିଥାଏ । ତେଣୁ ଦୋହରା ଓ ବହୁବିଧ ଗଣନା ସମସ୍ୟାରୁ ମୁକ୍ତ ହେବାପାଇଁ ମୋଟ ଜାତୀୟ ଉତ୍ପାଦ କଳନା କଲାବେଳେ ଚୂଡ଼ାନ୍ତ ଦ୍ରବ୍ୟ ଓ ସେବାକୁ ଅନ୍ତର୍ଭୁକ୍ତ କରାଯାଏ ଏବଂ ବିଦେଶରୁ ଅର୍ଜିତ ଆୟ ମଧ୍ଯ ମୋଟ ଜାତୀୟ ଉତ୍ପାଦ ଆକଳନ କଲାବେଳେ ବିଚାରକୁ ନିଆଯାଏ ।

କିନ୍ତୁ ଜଣେ ବିଦେଶୀ ରାଷ୍ଟ୍ର ମଧ୍ୟରେ କରୁଥିବା ଆୟ ମୋଟ ଜାତୀୟ ଉତ୍ପାଦର ପରିସରଭୁକ୍ତ ନୁହେଁ । ପୁନଶ୍ଚ ନିଟ୍ ରପ୍ତାନି ମୂଲ୍ୟ ମୋଟ ଜାତୀୟ ଉତ୍ପାଦର ଅଂଶବିଶେଷ । ମୋଟ ଜାତୀୟ ଉତ୍ପାଦକୁ ଅର୍ଥନୈତିକ ବିକାଶର ମାନଦଣ୍ଡ ଭାବରେ ଗ୍ରହଣ କରାଯାଏ ।

2. ବ୍ୟବହାରଯୋଗ୍ୟ ବ୍ୟକ୍ତିଗତ ଆୟ କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ହିସାବ ବର୍ଷରେ ଦେଶର ପରିବାରବର୍ଗ ଗ୍ରହଣ କରୁଥିବା ସମସ୍ତ ଚଳନ୍ତି ଆୟର ସମଷ୍ଟିକୁ ବ୍ୟକ୍ତିଗତ ଆୟ କୁହାଯାଏ । ସମସ୍ତ ବ୍ୟକ୍ତିଗତ ଆୟ ଉପଭୋଗ ଓ ସଞ୍ଚୟ ନିମନ୍ତେ ବ୍ୟବହାର ହୋଇନଥାଏ । ବ୍ୟକ୍ତିବିଶେଷ ଓ ପରିବାର ସେମାନଙ୍କ ପ୍ରକୃତ ଆୟରୁ କିଛି ଅଂଶ ପ୍ରତ୍ୟକ୍ଷ କର ଆକାରରେ ସରକାରଙ୍କୁ ପ୍ରଦାନ କରିଥା’ନ୍ତି । ଆୟକର, ସମ୍ପତ୍ତି କର ଇତ୍ୟାଦିକୁ ପ୍ରତ୍ୟକ୍ଷ କର କହନ୍ତି ଯାହା ସରକାରଙ୍କୁ ସିଧାସଳଖ ପ୍ରଦାନ କରାଯାଏ ।

ବ୍ୟକ୍ତିଗତ ଆୟରୁ ପ୍ରତ୍ୟକ୍ଷ କର ଅନ୍ତର କଲାପରେ ଯେଉଁ ଉଦ୍‌ବୃତ୍ତ ରହେ, ତାହାକୁ ବ୍ୟବହାରଯୋଗ୍ୟ ବ୍ୟକ୍ତିଗତ ଆୟ କୁହାଯାଏ । ଏହି ଆୟକୁ ପରିବାର ପ୍ରକୃତ ବ୍ୟକ୍ତିଗତ ଉପଯୋଗ ନିମନ୍ତେ ବ୍ୟବହାର କରିପାରେ । ତେଣୁ ବ୍ୟବହାରଯୋଗ୍ୟ ବ୍ୟକ୍ତିଗତ ଆୟ ହେଉଛି = ବ୍ୟକ୍ତିଗତ ଆୟ – ପ୍ରତ୍ୟକ୍ଷ କର ।

3. ମୂଲ୍ୟ ସଂଯୋଗ ପଦ୍ଧତି କ’ଣ ?
Answer:
ମୂଲ୍ୟ ସଂଯୋଗ ପଦ୍ଧତି ଉତ୍ପାଦ ପଦ୍ଧତିର ଅନ୍ୟ ଏକ ବିକଳ୍ପ । ଏହି ପଦ୍ଧତି ସାଧାରଣତଃ ସେହି ପଦ୍ଧତିକୁ ବୁଝାଏ ଯାହା ଦ୍ରବ୍ୟ ଓ ସେବାର ଉତ୍ପାଦନରେ ପ୍ରତ୍ୟେକ ଉତ୍ପାଦନକାରୀ ପ୍ରତିଷ୍ଠାନର ଅବଦାନର ମୂଲ୍ୟକୁ ପରିମାପ କରିଥାଏ । ଉତ୍ପାଦନର ପ୍ରତ୍ୟେକ ସ୍ତରରେ ସଂଯୁକ୍ତ ହେଉଥ‌ିବା ମୂଲ୍ୟର ଗଣନା ଏହି ପଦ୍ଧତିରେ କରାଯାଇଥାଏ । ଅର୍ଥାତ୍ ଉତ୍ପାଦନ କାଳରେ ଉତ୍ପାଦନର ପ୍ରତ୍ୟେକ ସ୍ତରରେ କଞ୍ଚାମାଲ ସହିତ ମୂଲ୍ୟ ସଂଯୁକ୍ତ ହୋଇଥାଏ । ତେଣୁ, ଏକ ଉତ୍ପାଦର ମୂଲ୍ୟ କଞ୍ଚାମାଲର ମୂଲ୍ୟ ଏବଂ ପ୍ରତ୍ୟେକ ସ୍ତରରେ ସଂଯୋଗ ହୋଇଥିବା ମୋଟ ମୂଲ୍ୟର ସମଷ୍ଟି ।

ମୂଲ୍ୟ ସଂଯୋଗ ପଦ୍ଧତି ଅବଲମ୍ବନରେ ରାଷ୍ଟ୍ରର ମୋଟ ଉତ୍ପାଦ ମୂଲ୍ୟ ଆକଳନ କରାଯାଇପାରେ । ଏଥରେ ନିଟ୍ ବିଦେଶାଗତ ଆୟ ବା ରପ୍ତାନି ମୂଲ୍ୟ ଓ ଆମଦାନି ମୂଲ୍ୟର ଅନ୍ତରକୁ ଏକତ୍ର କରି ଜାତୀୟ ଉତ୍ପାଦ ନିର୍ଦ୍ଧାରଣ କରାଯାଏ ।

4. ବିଦେଶାଗତ ନିଟ୍ ସାଧନ ଆୟ କ’ଣ ?
Answer:
ଜାତୀୟ ଆୟର ଆକଳନର ଶେଷ ପର୍ଯ୍ୟାୟରେ ବିଦେଶାଗତ ନିଟ୍ ସାଧନ ଆୟର ଆକଳନ କରାଯାଇଥାଏ । ଏକ ରାଷ୍ଟ୍ରର ଅଧ୍ୟାବାସୀ ଅନ୍ୟ ରାଷ୍ଟ୍ରରୁ ମଧ୍ଯ ଆୟ କରିଥା’ନ୍ତି । ଜାତୀୟ ଆୟ ଗଣନା କଲାବେଳେ ଏହି ଆୟକୁ ହିସାବକୁ ନିଆଯାଏ । କିନ୍ତୁ ଜଣେ ବିଦେଶୀ ରାଷ୍ଟ୍ର ମଧ୍ୟରେ ଯେଉଁ ଆୟ କରିଥାଏ ତାହା ଜାତୀୟ ଆୟର ଏକ ଉପାଦାନ ରୂପେ ବିବେଚନା କରାଯାଏ ନାହିଁ । ତେଣୁ ରାଷ୍ଟ୍ରର ଅଧିବାସୀ ବିଦେଶରୁ କରୁଥିବା ଆୟ ଏବଂ ବିଦେଶୀମାନଙ୍କ ସେବା ଓ ନିବେଶର ପ୍ରାପ୍ୟର ପାର୍ଥକ୍ୟ ଜାତୀୟ ଆୟର ଏକ ଉପାଦାନ । ଏହାକୁ ବିଦେଶାଗତ ନିଟ୍ ସାଧନ ଆୟ କୁହାଯାଏ । ଏହା ଧନାତ୍ମକ ବା ଋଣାତ୍ମକ ହୋଇପାରେ ।

5. ବ୍ୟୟ ପଦ୍ଧତି କ’ଣ ?
Answer:
ଜଣଙ୍କ ଆୟ ଅନ୍ୟଜଣଙ୍କ ବ୍ୟୟ ସହିତ ସମାନ । ଅର୍ଥାତ୍, ମୋଟ ଉତ୍ପାଦର ମୂଲ୍ୟ ମୋଟ ବ୍ୟୟ ସହିତ ସମାନ । ତେଣୁ ଜାତୀୟ ଆୟ ବ୍ୟୟ ପଦ୍ଧତିରେ ମଧ୍ୟ ଆକଳନ କରାଯାଇପାରିବ । ଏଥିରେ ଏକ ଅର୍ଥବ୍ୟବସ୍ଥାର ପ୍ରତ୍ୟେକ ଏକକର ବ୍ୟୟକୁ ଏକତ୍ରକରି ଜାତୀୟ ଆୟ ଆକଳନ କରାଯାଇଥାଏ । ବ୍ୟୟ ପଦ୍ଧତିରେ ସମସ୍ତ ଉତ୍ପାଦିତ ପଦାର୍ଥ ବିକ୍ରୟ ହୋଇସାରିଛି ବୋଲି ଧରି ନିଆଯାଏ । କେବଳ ଏକ ଗଣନ ବର୍ଷ ମଧ୍ୟରେ ଉତ୍ପାଦିତ ସମସ୍ତ ପଦାର୍ଥ ଓ ସେବାପାଇଁ ହୋଇଥିବା ବ୍ୟୟକୁ ଆଧାର କରି ଏହି ପଦ୍ଧତିରେ ଜାତୀୟ ଆୟ ନିର୍ଣ୍ଣୟ କରାଯାଏ ।

ଅତଏବ ବ୍ୟୟ ପଦ୍ଧତିରେ ଜାତୀୟ ଆୟ ନିର୍ଦ୍ଦିଷ୍ଟ ସମୟ ସୀମାରେ ସମସ୍ତ ଅଧିବାସୀଙ୍କ ମୋଟ ବ୍ୟୟକୁ ହିଁ ବୁଝାଇଥାଏ । ଯେଉଁଠାରେ ସମସ୍ତ ଦ୍ରବ୍ୟ ଓ ସେବା ବିକ୍ରି ହୋଇଛି ବୋଲି ମନେ କରିବାକୁ ହୁଏ । ଏହି ପଦ୍ଧତିକୁ ଚୂଡ଼ାନ୍ତ ବ୍ୟୟ ପଦ୍ଧତି ବା ଉପଭୋଗ ଓ ବିନିଯୋଗ ପଦ୍ଧତି ମଧ୍ୟ କୁହାଯାଏ ।

CHSE Odisha Class 12 Economics Chapter 12 Short Answer Questions in Odia Medium

6. ବଜାର ଦରରେ ମୋଟ ଘରୋଇ ଉତ୍ପାଦ (GDP) କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ବର୍ଷରେ ଦେଶର ଆଞ୍ଚଳିକ ସୀମା ମଧ୍ୟରେ ଉତ୍ପାଦିତ ସମସ୍ତ ଅନ୍ତିମ ଦ୍ରବ୍ୟ ଓ ସେବାର ମୋଟ ମୌଦ୍ରିକ ମୂଲ୍ୟକୁ ବଜାର ଦରରେ ମୋଟ ଘରୋଇ ଉତ୍ପାଦ କୁହାଯାଏ । ଉତ୍ପାଦନକାରୀମାନେ ସ୍ବଦେଶୀ ବାସିନ୍ଦା ବା ପ୍ରବାସୀ ହୋଇପାରନ୍ତି, କିନ୍ତୁ ସେମାନେ ସମସ୍ତେ ଦେଶର ଆଞ୍ଚଳିକ ସୀମା ମଧ୍ୟରେ ଅର୍ଥନୈତିକ କାର୍ଯ୍ୟ ସମ୍ପାଦନ କରୁଥିବା ଆବଶ୍ୟକ । ଦୋହରା ଗଣନାରୁ ନିବୃତ୍ତି ପାଇଁ କେବଳ ଅନ୍ତିମ ଦ୍ରବ୍ୟ ଓ ସେବା ଅନ୍ତର୍ଭୁକ୍ତ କରାଯାଇଥାଏ ।

ନୂତନ ଦ୍ରବ୍ୟ ଓ ସେବାକୁ ଅନ୍ତର୍ଭୁକ୍ତ କରେ; ମାତ୍ର ପୁରୁଣା ଦ୍ରବ୍ୟର ମୂଲ୍ୟକୁ ଅନ୍ତର୍ଭୁକ୍ତ କରାଯାଏ ନାହିଁ । ଏଠାରେ ସ୍ଵକୀୟ ଉପଭୋଗ ପାଇଁ ବ୍ୟବହୃତ ଦ୍ରବ୍ୟ ଓ ସେବା ଅନ୍ତର୍ଭୁକ୍ତ ହୋଇ ନଥାଏ ଏବଂ କେତେଗୁଡ଼ିଏ ଦ୍ରବ୍ୟ ବଜାରକୁ ବିକ୍ରି ପାଇଁ ନ ଆସିଲେ ମଧ୍ୟ ସେମାନଙ୍କର ଆରୋପିତ ମୂଲ୍ୟ ଏଥ‌ିରେ ଅନ୍ତର୍ଭୁକ୍ତ କରାଯାଇଥାଏ ।

7. ଉତ୍ପାଦନ ବ୍ୟୟରେ ମୋଟ ଘରୋଇ ଉତ୍ପାଦ (GDPFC) ।
Answer:
ଭୂମି, ପୁଞ୍ଜି, ଶ୍ରମ ଓ ସଙ୍ଗଠନ ଭଳି ଉତ୍ପାଦନର ସାଧନମାନଙ୍କର ସମ୍ମିଳିତ ଉଦ୍ୟମରେ ଉତ୍ପାଦନ ସମ୍ଭବ ହୋଇଥାଏ । ଉତ୍ପାଦନ ପ୍ରକ୍ରିୟାରେ ଅବଦାନ ଯୋଗୁଁ ପ୍ରତିବଦଳରେ ସାଧନଗୁଡ଼ିକ ସେମାନଙ୍କର ପାରିତୋଷିକ ଅଶେଷ, ମଜୁରି, ସୁଧ ଓ ଲାଭ ଆକାରରେ ଗ୍ରହଣ କରିଥା’ନ୍ତି । ସାଧନମାନଙ୍କର ଏହି ପାଉଣାକୁ ଉତ୍ପାଦନ ବ୍ୟୟ ବା ସାଧନ ବ୍ୟୟ କୁହାଯାଏ । ପ୍ରତିଷ୍ଠାନ ଦୃଷ୍ଟିକୋଣରୁ ଏହାକୁ ବ୍ୟୟଭାବରେ ଗ୍ରହଣ କରାଯାଉଥ‌ିବାବେଳେ ସାଧାନମାନଙ୍କ ଦୃଷ୍ଟିକୋଣରୁ ଏହା ସେମାନଙ୍କର ଆୟ ହିସାବରେ ପରିଗଣିତ ହୋଇଥାଏ ।

ଅତଏବ ଉତ୍ପାଦନ ବ୍ୟୟରେ ମୋଟ ଘରୋଇ ଉତ୍ପାଦ କହିଲେ, ମୋଟ ଘରୋଇ ଆୟକୁ ମଧ୍ୟ ବୁଝାଇଥାଏ । ଏହା ଉତ୍ପାଦନ ବ୍ୟୟରେ ମୋଟ ସଂଯୋଗିତ ମୂଲ୍ୟ ସହ ସମାନ ହୋଇଥାଏ । ବଜାର ଦରରେ ମୋଟ ଘରୋଇ ଉତ୍ପାଦରୁ ନିଟ୍ ପରୋକ୍ଷ କର ବିୟୋଗ କଲେ, ବିୟୋଗଫଳକୁ ଉତ୍ପାଦନ ବ୍ୟୟରେ ମୋଟ ଘରୋଇ ଉତ୍ପାଦ ବୋଲି କୁହାଯାଏ ।

8. ନିଟ୍ ପରୋକ୍ଷ କର କ’ଣ ?
Answer:
ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ନିର୍ଦ୍ଧାରଣ କରିବାରେ ପରୋକ୍ଷ କର ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ନିଟ୍ ପରୋକ୍ଷ କର କହିଲେ, ପରୋକ୍ଷ କର ଓ ସରକାରୀ ସହାୟତା (Subsidy)ର ଅନ୍ତରଫଳକୁ ବୁଝାଏ । ପରୋକ୍ଷ କର କହିଲେ, ଦ୍ରବ୍ୟ ଓ ସେବା ଉପରେ ଧାର୍ଯ୍ୟ କରାଯାଉଥ‌ିବା ବିକ୍ରୟ କର, ଉତ୍ପାଦନ କର ପ୍ରଭୃତିକୁ ବୁଝାଏ । ସରକାର କେତେକ ଦ୍ରବ୍ୟ ଓ ସେବାର ଉତ୍ପାଦନକୁ ପ୍ରୋତ୍ସାହନ ଦେବାପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇଥା’ନ୍ତି ।

ଏହାକୁ ସରକାରୀ ସହାୟତା କୁହାଯାଏ । ଏହି ଆର୍ଥିକ ସହାୟତା ବଜାର ଦରକୁ ହ୍ରାସ କରିଥାଏ । ବଜାର ଦରର ନିଟ୍ ଅଭିବୃଦ୍ଧି ଜାଣିବାକୁ ହେଲେ କରର ପରିମାଣରୁ ସରକାରୀ ସହାୟତା ବିୟୋଗ କରିବାକୁ ହୋଇଥାଏ । ଏହି ବିୟୋଗଫଳକୁ ନିଟ୍ ପରୋକ୍ଷ କର କୁହାଯାଏ ।

9. ନିଟ୍ ରପ୍ତାନି କ’ଣ ?
Answer:
ରପ୍ତାନିର ମୂଲ୍ୟ ଓ ଆମଦାନିର ମୂଲ୍ୟର ପାର୍ଥକ୍ୟକୁ ନିଟ୍ ରପ୍ତାନି କୁହାଯାଏ । ବିଦେଶରେ ଦ୍ରବ୍ୟ ଓ ଅଣସାଧନ ସେବାର ବିକ୍ରୟକୁ ରପ୍ତାନି କୁହାଯାଏ । ରପ୍ତାନି ହେଉଥ‌ିବା ସମସ୍ତ ଦ୍ରବ୍ୟ ଓ ଅଣସାଧନ ସେବା ଦେଶର ଘରୋଇ ଭୂ-ଖଣ୍ଡରେ ଉତ୍ପାଦିତ ହୋଇଥାଏ ଏବଂ ସେଥ‌ିପାଇଁ ରପ୍ତାନି ଘରୋଇ ଉତ୍ପାଦର ଏକ ଅଂଶ ରୂପେ ବିବେଚନା କରାଯାଏ । ଅନ୍ୟପକ୍ଷରେ ଆମଦାନି ହେଉଥ‌ିବା ସମସ୍ତ ଦ୍ରବ୍ୟ ଓ ଅଣସାଧନ ସେବା ବିଦେଶରେ ଉତ୍ପାଦିତ ହୋଇଥାଏ ଏବଂ ସେଥୂପାଇଁ ଆମଦାନି ଘରୋଇ ଉତ୍ପାଦର ଏକ ଅଂଶ ହୋଇନଥାଏ ।

ତେଣୁ ଗୋଟିଏ ଗଣନ ବର୍ଷରେ କୌଣସି ରପ୍ତାନି ମୂଲ୍ୟରୁ ଆମଦାନି ମୂଲ୍ୟକୁ ବାଦ୍ ଦେଲେ ଅବଶିକ୍ଷାଂଶକୁ ନିଟ୍ ରପ୍ତାନି କୁହାଯାଏ ଏବଂ ନିଟ୍ ରପ୍ତାନିକୁ ଘରୋଇ ଉତ୍ପାଦର ଏକ ଅଂଶ ରୂପେ ବିବେଚନା କରାଯାଏ । କିନ୍ତୁ ଏହା ଧନାତ୍ମକ କିମ୍ବା ଋଣାତ୍ମକ କିମ୍ବା ଶୂନ୍ୟ ହୋଇପାରେ ।

10. ଜାତୀୟ ଆୟ = ଜାତୀୟ ଉତ୍ପାଦ = ଜାତୀୟ ବ୍ୟୟ – କିପରି ?
Answer:
ଜାତୀୟ ଆୟ, ଜାତୀୟ ଉତ୍ପାଦ ଓ ଜାତୀୟ ବ୍ୟୟ ଏକ ଓ ଅଭିନ୍ନ । ତେଣୁ ଆୟ ଆକଳନ ପାଇଁ ବ୍ୟବହୃତ ବିଭିନ୍ନ ପଦ୍ଧତି ଜାତୀୟ ଆୟ ସଂଯୋଗିତ ମୂଲ୍ୟ ଓ ବ୍ୟୟମାନଙ୍କ ମଧ୍ୟରେ ଭାରସାମ୍ୟ ରକ୍ଷା କରିଥାଏ । ଗୋଟିଏ ଅର୍ଥବ୍ୟବସ୍ଥାରେ ବାର୍ଷିକ ଉତ୍ପାଦିତ ଦ୍ରବ୍ୟ ଓ ସେବାର ମୂଲ୍ୟ ଅଶେଷ, ମଜୁରି, ସୁଧ ଓ ଲାଭ ଆକାରରେ ମୋଟ ସାଧନ ଦେୟ ସହିତ ସମାନ ହୋଇଥାଏ । ଏହିସବୁ ଉତ୍ପାଦିତ ଦ୍ରବ୍ୟ, ସାଧନ ସେବା ଯୋଗୁଁ ସମ୍ଭବ ହୋଇଥାଏ ଏବଂ ତଦ୍ଵଜନିତ ପ୍ରାପ୍ୟ ଆୟ ଉପଭୋଗ କିମ୍ବା ନିବେଶ ଉପରେ ବ୍ୟୟ କରାଯାଏ ।

ତେଣୁ ଉତ୍ପାଦ ପଦ୍ଧତି, ଆୟ ପଦ୍ଧତି ଓ ବ୍ୟୟ ପଦ୍ଧତି ଏକା ବିଷୟକୁ ତିନୋଟି ଦିଗରେ ଦେଖାଯାଇଥାଏ । ଅର୍ଥାତ୍ ପ୍ରତ୍ୟେକ ପଦ୍ଧତିରେ ଯେଉଁ ମୋଟ ସଂଖ୍ୟାରେ ପହଞ୍ଚାଉ ତାହା ସମାନ ହୋଇଥାଏ ।

C. ଛଅଟି ବାକ୍ୟରେ ସୀମିତ ରଖି ପାର୍ଥକ୍ୟ ଦର୍ଶାଅ ।

1. ମଧ୍ୟବର୍ତ୍ତୀ ଦ୍ରବ୍ୟ ଏବଂ ଚୂଡ଼ାନ୍ତ ଦ୍ରବ୍ୟ :
Answer:
ମଧ୍ୟବର୍ତ୍ତୀ ଦ୍ରବ୍ୟ ଉତ୍ପାଦନ ପ୍ରକ୍ରିୟାରେ ଉପଭୋଗ ହେଉଥିବାରୁ ତାହା ଉତ୍ପାଦନକାରୀଙ୍କ ମଧ୍ୟରେ କାରବାର ହୋଇଥାଏ । ମଧ୍ୟବର୍ତ୍ତୀ ଦ୍ରବ୍ୟକୁ ମାଧ୍ୟମିକ ନିବେଶ ମଧ୍ୟ କୁହାଯାଏ । ମଧ୍ୟବର୍ତ୍ତୀ ଦ୍ରବର ମୂଲ୍ୟକୁ ଜାତୀୟ ଆୟରେ ଅନ୍ତର୍ଭୁକ୍ତ କରାଯାଇନଥାଏ । ଚୂଡ଼ାନ୍ତ ଦ୍ରବ୍ୟ ଅନ୍ତିମ ଉପଭୋଗ ପାଇଁ ଉଦ୍ଦିଷ୍ଟ । ଏହି ପ୍ରକାର ଦ୍ରବ୍ୟର ଉପଭୋଗରୁ ପ୍ରତ୍ୟକ୍ଷ ପରିତୃପ୍ତ ମିଳିଥାଏ ।

ଚୂଡ଼ାନ୍ତ ଦ୍ରବ୍ୟକୁ ଦୁଇଭାଗରେ ବିଭକ୍ତ କରାଯାଇଥାଏ; ଯଥା – ଚୂଡ଼ାନ୍ତ ପୁଞ୍ଜିଦ୍ରବ୍ୟ ଓ ଚୂଡ଼ାନ୍ତ ଉପଭୋଗ୍ୟ ଦ୍ରବ୍ୟ ! ଚୂଡ଼ାନ୍ତ ପୁଞ୍ଜିଦ୍ରବ୍ୟ ଉତ୍ପାଦନ ପ୍ରକ୍ରିୟାରେ ସହଯୋଗୀ ହୋଇଥାଏ; ମାତ୍ର ଚୂଡ଼ାନ୍ତ ଉପଭୋଗ୍ୟ ଦ୍ରବ୍ୟ ପ୍ରତ୍ୟକ୍ଷ ପରିତୃପ୍ତି ପ୍ରଦାନ ନିମନ୍ତେ ଉଦ୍ଦିଷ୍ଟ । ଚୂଡ଼ାନ୍ତ ଦ୍ରବ୍ୟର ମୂଲ୍ୟକୁ ଜାତୀୟ ଆୟ କଳନାରେ ଅନ୍ତର୍ଭୁକ୍ତ କରାଯାଇଥାଏ ।

2. ମୋଟ ଦେଶୀୟ ଉତ୍ପାଦ ଏବଂ ମୋଟ ଜାତୀୟ ଉତ୍ପାଦ :
Answer:
ଏକ ନିର୍ଦ୍ଦିଷ୍ଟ ବର୍ଷରେ ଦେଶରେ ଉତ୍ପାଦିତ ହେଉଥ‌ିବା ମୌଦ୍ରିକ ମୂଲ୍ୟକୁ ମୋଟ ଦେଶୀୟ ଉତ୍ପାଦ କୁହାଯାଏ । ବିଦେଶରୁ ମିଳୁଥ‌ିବା ନିଟ୍ ଉପାଦାନ ଆୟ ଏହାର ଅନ୍ତର୍ଭୁକ୍ତ ହୋଇ ନଥାଏ । ମୋଟ ଜାତୀୟ ଉତ୍ପାଦରୁ ବିଦେଶରୁ ମିଳୁଥିବା ନିଟ୍ ଉପାଦାନ ଆୟକୁ ବିୟୋଗ କଲେ ମୋଟ ଦେଶୀୟ ଉତ୍ପାଦ ମିଳିଥାଏ ।

ଏକ ନିର୍ଦ୍ଦିଷ୍ଟ ବର୍ଷରେ ଦେଶ ଭିତରେ ଓ ଦେଶ ବାହାରେ ଉତ୍ପାଦିତ ଦ୍ରବ୍ୟ ଓ ସେବାର ମୌଦ୍ରିକ ମୂଲ୍ୟକୁ ମୋଟ ଜାତୀୟ ଉତ୍ପାଦ କୁହାଯାଏ । ବିଦେଶରୁ ଅର୍ଜନ କରାଯାଉଥ‌ିବା ନିଟ୍ ଉପାଦାନ ଆୟ ମୋଟ ଜାତୀୟ ଆୟର ଅଂଶ ହୋଇଥାଏ । ସୁତରାଂ ମୋଟ ଜାତୀୟ ଆୟର ପରିସୀମା ମୋଟ ଦେଶୀୟ ଉତ୍ପାଦର ପରିସୀମାଠାରୁ ପ୍ରଶସ୍ତ ବୋଲି ବିଚାର କରାଯାଏ ।

3. ବଜାର ଦାମ୍‌ରେ ଜାତୀୟ ଉତ୍ପାଦ ଏବଂ ଉତ୍ପାଦନ ପରିବ୍ୟୟରେ ମୋଟ ଜାତୀୟ ଉତ୍ପାଦ :
Answer:
ମୋଟ ଜାତୀୟ ଉତ୍ପାଦ ଏକ ବ୍ୟାପକ ଧାରଣା । ଏହା ଦେଶର ଆଞ୍ଚଳିକ ସୀମା ମଧ୍ୟରେ ସୀମିତ ନୁହେଁ । ଅବଶିଷ୍ଟ ବିଶ୍ଵରେ ନିୟୋଜିତ ଶ୍ରମ ଓ ସମ୍ପତ୍ତିରୁ ପ୍ରାପ୍ତ ମୋଟ ଘରୋଇ ଉତ୍ପାଦର ସମସ୍ତ ଉପାଦାନ ଏଥ‌ିରେ ଅନ୍ତର୍ଭୁକ୍ତ ହୋଇଥାଏ । ଅର୍ଥାତ୍ ମୋଟ ଘରୋଇ ଉତ୍ପାଦ ମୋଟ ଜାତୀୟ ଉତ୍ପାଦର ଏକ ଅଂଶବିଶେଷ ଅଟେ । ଅର୍ଥାତ୍ ଗୋଟିଏ ଗଣନ ବର୍ଷରେ ଏକ ଅର୍ଥବ୍ୟବସ୍ଥାର ଘରୋଇ ଭୂଖଣ୍ଡରେ ସ୍ଵାଭାବିକ ଅଧିବାସୀମାନଙ୍କଦ୍ବାରା ଉତ୍ପାଦିତ ସମସ୍ତ ଅନ୍ତିମ ଦ୍ରବ୍ୟ ଓ ସେବାର ବଜାର ମୂଲ୍ୟ ସହିତ ବିଦେଶାଗତ ନିଟ୍ ସାଧନ ଆୟ ଯୋଗକଲେ ଯୋଗଫଳକୁ ବଜାର ଦରରେ ମୋଟ ଜାତୀୟ ଉତ୍ପାଦ କୁହାଯାଏ ।

ଉତ୍ପାଦନ ପରିବ୍ୟୟରେ ମୋଟ ଜାତୀୟ ଉତ୍ପାଦ କହିଲେ ସମସ୍ତ ଅନ୍ତିମ ଦ୍ରବ୍ୟ ଓ ସେବାର ମୋଟ ଉପାଦାନ ପରିବ୍ୟୟ ସମେତ କର୍ମଚାରୀଙ୍କ ପ୍ରତିଦାନ, ଆତ୍ମନିଯୁକ୍ତଙ୍କ ମିଶ୍ରିତ ଆୟ, କର୍ମଚାରୀଙ୍କ ଉଦ୍‌ବୃରାଂଶ ଏବଂ ସ୍ଥିର ପୁଞ୍ଜି ଉପଭୋଗକୁ ବୁଝାଏ । ଅନ୍ୟ ଅର୍ଥରେ ଉପାଦାନ ପରିବ୍ୟୟରେ ନିଟ୍ ଜାତୀୟ ଉତ୍ପାଦ ଏବଂ ଅବକ୍ଷୟ ପରିବ୍ୟୟର ମିଶ୍ରଣ ସହିତ ଉପାଦାନ ପରିବ୍ୟୟରେ ମୋଟ ଜାତୀୟ ଉତ୍ପାଦ ସମାନ ହୋଇଥାଏ ।

CHSE Odisha Class 12 Economics Chapter 12 Short Answer Questions in Odia Medium

4. ମୁକ୍ତ ଅର୍ଥବ୍ୟବସ୍ଥା ଏବଂ ଅବରୁଦ୍ଧ ଅର୍ଥବ୍ୟବସ୍ଥା :
Answer:
ମକ୍ତ ଅର୍ଥବ୍ୟବସ୍ଥାରେ ବିଶ୍ବର ଅନ୍ୟାନ୍ୟ ଅର୍ଥବ୍ୟବସ୍ଥା ସହିତ ଅର୍ଥନୈତିକ ସଂପର୍କ ରହିଥାଏ । ମାତ୍ର ଅବରୁଦ୍ଧ ଅର୍ଥବ୍ୟବସ୍ଥା ହେଉଛି ଏକ ରୁଦ୍ଧ ପ୍ରକୋଷ୍ଠ ସଦୃଶ । ଏହାର ଅନ୍ୟ ଦେଶ ସହିତ ସଂପର୍କ ନଥାଏ । ଏପରି ଅର୍ଥବ୍ୟବସ୍ଥାରେ ମୋଟ ଦେଶୀୟ ଉତ୍ପାଦ ଏବଂ ଜାତୀୟ ଆୟ ସମାନ ହୋଇଥାଏ । ମୁକ୍ତ ଅର୍ଥବ୍ୟବସ୍ଥାରେ ଅନ୍ୟ ଦେଶ ସହିତ କ୍ରୟ ବିକ୍ରୟ, ଋଣ ଆଦାନ ପ୍ରଦାନ କରାଯାଉଥିବାରୁ ମୋଟ ଜାତୀୟ ଅୟ ମୋଟ ଦେଶୀୟ ଆୟଠାରୁ ଭିନ୍ନ ହୋଇଥାଏ । ମୁକ୍ତ ଅର୍ଥବ୍ୟବସ୍ଥାରେ ଆନ୍ତର୍ଜାତୀୟ ବାଣିଜ୍ୟ କ୍ଷେତ୍ର ପ୍ରଶସ୍ତ ହୋଇଥିବାବେଳେ ଅବରୁଦ୍ଧ ଅର୍ଥବ୍ୟବସ୍ଥାରେ ଆନ୍ତର୍ଜାତୀୟ ବାଣିଜ୍ୟ କାରବାର ସମ୍ଭବ ହୁଏ ନାହିଁ ।

5. ମୁଣ୍ଡପିଛା ଆୟ ଏବଂ ବାସ୍ତବ ମୁଣ୍ଡପିଛା ଆୟ :
Answer:
ମୁଣ୍ଡପିଛା ଆୟ କହିଲେ ବର୍ଷକ ମଧ୍ୟରେ ବ୍ୟକ୍ତି ମାନଙ୍କର ଅର୍ଜିତ ହାରାହାରି ଆୟକୁ ବୁଝାଏ । ଏହା ସାଧାରଣତଃ ମୁଦ୍ରା ଆକାରରେ ପ୍ରକାଶିତ ହୋଇଥାଏ ଏବଂ ଜାତୀୟ ଆୟକୁ ଦେଶର ମୋଟ ଜନସଂଖ୍ୟାଦ୍ଵାରା ଭାଗ କରାଯାଇ ଏହା କଳନା କରାଯାଏ । ମୁଣ୍ଡପିଛା ଆୟରୁ ଦେଶର ଲୋକମାନଙ୍କର ପ୍ରକୃତ ଆୟର ଚିତ୍ର ମିଳେନାହିଁ ! କାରଣ ଦରଦାମ୍ ପରିବର୍ତ୍ତନ ସହିତ ମୌଦ୍ରିକ ମୁଣ୍ଡପିଛା ଆୟ ପରିବର୍ତ୍ତିତ ହୋଇଥାଏ । ଉତ୍ପାଦନ ବୃଦ୍ଧି ନହୋଇ ଦରଦାମ୍ ଯେତେବେଳେ ହ୍ରାସ ବା ବୃଦ୍ଧି ହୁଏ, ମୁଣ୍ଡପିଛା ଆୟ ହ୍ରାସ ପାଇପାରେ ବା ବୃଦ୍ଧି ପାଇପାରେ । ମୁଣ୍ଡପିଛା ବାସ୍ତବ ଆୟକୁ ଦ୍ରବ୍ୟ ସେବା ଆକାରରେ ପ୍ରକାଶ କରାଯାଏ ଏବଂ ସ୍ଥିର ଦାମରେ ପରିମାପ କରାଯାଏ । ବାସ୍ତବ ମୁଣ୍ଡପିଛା ଆୟରୁ ଲୋକମାନଙ୍କର ଜୀବନଧାରଣର ମାନ ଜଣାଯାଏ ।

6. ବେସରକାରୀ ଆୟ ଏବଂ ଜାତୀୟ ଆୟ :
Answer:
ବେସରକାରୀ ଆୟରେ କେବଳ ବେସରକାରୀ କ୍ଷେତ୍ରରେ ଉତ୍ପନ୍ନ ହେଉଥିବା ଆୟକୁ ଅନ୍ତର୍ଭୁକ୍ତ କରାଯାଇଥାଏ । ବେସରକାରୀ ଆୟରେ ରାଷ୍ଟ୍ରୀୟ ଋଣ ବାବଦକୁ ପ୍ରାପ୍ୟ ସୁଧ ଅନ୍ତର୍ଭୁକ୍ତ ହୋଇଥାଏ । ବେସରକାରୀ ଆୟରେ ଚଳନ୍ତି ଅନ୍ତରଣ ଆୟ ଅନ୍ତର୍ଭୁକ୍ତ ହୋଇଥାଏ । ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରୁ ଉପାର୍ଜିତ ଆୟ ଜାତୀୟ ଆୟରେ ଅନ୍ତର୍ଭୁକ୍ତ ହୋଇଥାଏ । ଜାତୀୟ ଆୟରେ ରାଷ୍ଟ୍ରୀୟ ଋଣ ବାବଦକୁ ପ୍ରାପ୍ୟ ସୁଧ ଅନ୍ତର୍ଭୁକ୍ତ ହୋଇନଥାଏ । ଜାତୀୟ ଆୟ ଆକଳନରେ ଅନ୍ତରଣ ଆୟକୁ ବାଦ୍ ଦିଆଯାଇଥାଏ ।

7.ବ୍ୟକ୍ତିଗତ ଆୟ ଓ ଜାତୀୟ ଆୟ :
Answer:
ବ୍ୟକ୍ତିଗତ ଆୟରେ ଉଭୟ ସାଧନ ଆୟ ଓ ଅନ୍ତରଣ ଦେୟ ଅନ୍ତର୍ଭୁକ୍ତ ହୋଇଥାଏ । ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକର ଅବିତରିତ ଲାଭ ବ୍ୟକ୍ତିଗତ ଆୟରେ ଅନ୍ତର୍ଭୁକ୍ତ ହୋଇନଥାଏ । ବ୍ୟକ୍ତିଗତ ଆୟକୁ ଆୟ ଗ୍ରହଣ ଦୃଷ୍ଟିରୁ ବିଚାର କରାଯାଇଥାଏ । ରାଷ୍ଟ୍ରୀୟ ଋଣର ସୁଧ ବ୍ୟକ୍ତିଗତ ଆୟରେ ଅନ୍ତର୍ଭୁକ୍ତ ହୋଇଥାଏ । ବ୍ୟକ୍ତିଗତ ଆୟ ଏକ ସଂକୀର୍ଣ୍ଣ ଧାରଣା । ଜାତୀୟ ଆୟ କେବଳ ସାଧନ ଆୟକୁ ବିଚାରକୁ ନେଇଥାଏ । ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକର ଅବିତରିତ ଲାଭ ଜାତୀୟ ଆୟର ଅନ୍ତର୍ଭୁକ୍ତ ହୋଇଥାଏ । ଜାତୀୟ ଆୟକୁ ‘ଆୟ ସର୍ଜନ’ ଦୃଷ୍ଟିରୁ ବିଚାର କରାଯାଇଥାଏ । ରାଷ୍ଟ୍ରୀୟ ଋଣର ସୁଧ ଜାତୀୟ ଆୟରେ ବାଦ୍ ପଡ଼ିଥାଏ । ଜାତୀୟ ଆୟ ଏକ ବ୍ୟାପକ ଧାରଣା ।

8. ବ୍ୟକ୍ତିଗତ ଆୟ ଓ ବ୍ୟକ୍ତିଗତ ପ୍ରଯୋଜ୍ୟ ଆୟ :
Answer:
ଏକ ନିର୍ଦ୍ଦିଷ୍ଟ ଗଣନ ବର୍ଷରେ ଦେଶର ପରିବାରବର୍ଗ ଗ୍ରହଣ କରୁଥିବା ସମସ୍ତ ଚଳନ୍ତି ଆୟର ସମଷ୍ଟିକୁ ବ୍ୟକ୍ତିଗତ ଆୟ କୁହାଯାଏ । ବ୍ୟକ୍ତିଗତ ଆୟ ଏକ ବ୍ୟାପକ ଧାରଣା । ପ୍ରତ୍ୟକ୍ଷ କର, ଫିସ୍ ଓ ଜୋରିମାନା ଇତ୍ୟାଦି ବ୍ୟକ୍ତିଗତ ଆୟରେ ଅନ୍ତର୍ଭୁକ୍ତ ହୋଇଥାଏ । ବ୍ୟକ୍ତିଗତ ଆୟ ଏକ ମୋଟ ଧାରଣା । ବ୍ୟକ୍ତିଗତ ପ୍ରଯୋଜ୍ୟ ଆୟ ବ୍ୟକ୍ତିଗତ ଆୟର ଏକ ଅଂଶ ହୋଇଥିବାରୁ ଏହା ଏକ ସଂକୀର୍ଣ୍ଣ ଧାରଣା । ପ୍ରତ୍ୟକ୍ଷ କର, ଫିସ୍ ଓ ଜୋରିମାନା ଇତ୍ୟାଦିକୁ ବ୍ୟକ୍ତିଗତ ଆୟରୁ ବାଦ୍ ଦେଲାପରେ ବ୍ୟକ୍ତିଗତ ପ୍ରଯୋଜ୍ୟ ଆୟ ମିଳିଥାଏ । ବ୍ୟକ୍ତିଗତ ପ୍ରଯୋଜ୍ୟ ଆୟ ଏକ ନିଟ୍ ଧାରଣା ।

9. ଜାତୀୟ ଆୟ ଓ ଜାତୀୟ ଉତ୍ପାଦ :
Answer:
ଦେଶର ସାଧାରଣ ଅଧିବାସୀମାନଙ୍କୁ ମିଳୁଥିବା ସାଧନ ଆୟକୁ ଜାତୀୟ ଆୟ କୁହାଯାଏ । ଏଥ‌ିରେ ଉଭୟ ଘରୋଇ ସାଧନ ଆୟ ଓ ବିଦେଶାଗତ ନିଟ୍ ସାଧନ ଆୟ ମିଶିକରି ରହିଥାଏ । ଜାତୀୟ ଆୟ ମଧ୍ୟ ଉପାଦାନ ବ୍ୟୟରେ ନିଟ୍ ଜାତୀୟ ଉତ୍ପାଦ ସହିତ ସମାନ ଅଟେ । ଗୋଟିଏ ଗଣନ ବର୍ଷରେ ଏକ ଅର୍ଥବ୍ୟବସ୍ଥାର ଅର୍ଥବ୍ୟବସ୍ଥାର ଘରୋଇ ଭୂଖଣ୍ଡରେ ସ୍ଵାଭାବିକ ଅଧିବାସୀମାନଙ୍କଦ୍ବାରା ଉତ୍ପାଦିତ ସମସ୍ତ ଅନ୍ତିମ ଦ୍ରବ୍ୟ ଓ ସେବାର ବଜାର ମୂଲ୍ୟର ସମଷ୍ଟିକୁ ଜାତୀୟ ଉତ୍ପାଦ ବୋଲି କୁହାଯାଏ । ବିଭିନ୍ନ ଦ୍ରବ୍ୟ ଓ ସେବାର ପରିମାଣକୁ ସେମାନଙ୍କର ଦରରେ ଗୁଣନ କରି ଜାତୀୟ ଉତ୍ପାଦ ଆକଳନ କରାଯାଏ । ମୋଟ ଜାତୀୟ ଆୟ ଆକଳନ କଲାବେଳେ ମୂଲ୍ୟହ୍ରାସଜନିତ ପରିବ୍ୟୟ, ଅନ୍ତରଣ ଦେୟ, ପୁଞ୍ଜିଲାଭ ଓ ଅନ୍ତର୍ବର୍ତ୍ତୀ ଦ୍ରବ୍ୟର ମୂଲ୍ୟକୁ ବାଦ୍ ଦିଆଯାଏ ।

BSE Odisha 9th Class Odia Solutions Chapter 17 ଲକ୍ଷ୍ମୀର ଅଭିସାର

Odisha State Board BSE Odisha 9th Class Odia Solutions Chapter 17 ଲକ୍ଷ୍ମୀର ଅଭିସାର Textbook Exercise Questions and Answers.

BSE Odisha Class 9 Odia Solutions Chapter 17 ଲକ୍ଷ୍ମୀର ଅଭିସାର

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର

Question ୧।
ପଣ୍ଡିତ ମନ୍ଦିର ଆଖପାଖରୁ ପିଲାମାନଙ୍କୁ କାହିଁକି ତଡ଼ି ଦେଇଥ‌ିଲେ ?
Answer:
ପଣ୍ଡିତଙ୍କ ବିଚାରରେ ସେ ଥିଲେ ଠାକୁରଙ୍କର ନିଜ ଲୋକ । ପିଲାମାନେ ଆସିଲେ କାଳେ କିଛି ଅସୁବିଧା ହେବ, ସେଥ‌ିପାଇଁ ନିଜ ଲୋକ ହିସାବରେ ପିଲାମାନଙ୍କୁ ତଡ଼ିବା ତାଙ୍କର ଅନ୍ୟତମ କାମ ହୋଇଥୁବାରୁ, ସେ ମନ୍ଦିର ଆଖପାଖରୁ ପିଲାମାନଙ୍କୁ ତଡ଼ି ଦେଉଥିଲେ ।

Question ୨।
ଲକ୍ଷ୍ମୀ ଠାକୁରଙ୍କୁ ଦେଖ୍ କ’ଣ କହିଲା ?
Answer:
ଲକ୍ଷ୍ମୀ ଠାକୁରଙ୍କୁ ନିଜର ପରିଚୟ ଦେଇ ସାରିଲା ପରେ କହିଲା, ସେ ମାସେ ହେଲା ଚେଷ୍ଟା କରୁଛି ତାଙ୍କ ପାଖକୁ ଆସିବାପାଇଁ । ମାତ୍ର ପଣ୍ଡିତ ବାଟ ଓଗାଳି ବସୁଥ‌ିବାରୁ ସେ ଆସିପାରୁ ନାହିଁ । ଆଜି ପଣ୍ଡିତ ଶୋଇ ଘୁଙ୍ଗୁଡ଼ି ମାରୁଥ‌ିବାରୁ ସେ ଚାଲି ଆସିଛି । ପଣ୍ଡିତ ଘୁଙ୍ଗୁଡ଼ି ମାରୁଥିବାରୁ ଠାକୁରଙ୍କୁ କିପରି ନିଦ ହୁଏ ବୋଲି ସେ ପଚାରିଛି । ସ୍କୁଲ ପଣ୍ଡିତ ବି ଘୁଙ୍ଗୁଡ଼ି ମାରନ୍ତି । ଛୋଟ ପିଲା ହିସାବରେ ଲକ୍ଷ୍ମୀ ବିଚାରିଛି, ସବୁ ପଣ୍ଡିତମାନେ ଘୁଙ୍ଗୁଡ଼ି ମାରନ୍ତି । ଲକ୍ଷ୍ମୀ ଦେଖୁଥ‌ିବା ସ୍ଵପ୍ନକଥା ପଚାରିବାପାଇଁ ମନ୍ଦିରକୁ ଆସିଥିବା କଥା ସେ ଠାକୁରଙ୍କୁ କହିଛି।

Question ୩ ।
ଅଙ୍କ ବିଷୟକୁ ସମସ୍ତେ ଭୁଲିଯାଆନ୍ତେ ବୋଲି ଲକ୍ଷ୍ମୀ କାହିଁକି ଠାକୁରଙ୍କୁ କହିଛି ?
Answer:
ଲକ୍ଷ୍ମୀ ପାଚିଲା କଦଳୀକୁ ଗଣି ହିସାବ କଲାବେଳେ, ତାହାର ହିସାବ ଗୋଳମାଳ ହୋଇଯାଉଥିଲା । ତାକୁ ଅଙ୍କ ଆସୁନଥିବା କଥା ସେ ଠାକୁରଙ୍କୁ କହି ଦେଇଛି । ଯେହେତୁ ତାକୁ ଅଙ୍କ ମୋଟେ ଆସୁ ନାହିଁ, ସେଥ‌ିପାଇଁ ଅଙ୍କ ବିଷୟକୁ ସମସ୍ତେ ଭୁଲି ଯାଆନ୍ତେ ବୋଲି ଲକ୍ଷ୍ମୀ ଠାକୁରଙ୍କୁ କହିଛି । ଅଙ୍କ ବିଷୟ ପାଇଁ ସେ ଅସୁବିଧାରେ ପଡୁଥ‌ିବାରୁ ଏପରି କହିଛି ।

BSE Odisha 9th Class Odia Solutions Chapter 17 ଲକ୍ଷ୍ମୀର ଅଭିସାର

Question ୪।
ଲକ୍ଷ୍ମୀ କାହିଁକି ପୋଖରୀ ଭିତରକୁ ପଶିଗଲା ?
Answer:
ମନ୍ଦିର ଭିତରୁ ଦୁଇଟି ପାଚିଲା କଦଳୀ ଧରି ଲକ୍ଷ୍ମୀ ବାହାରକୁ ଆସି ଦେଖୁଲା ପଣ୍ଡିତଙ୍କୁ । ପଣ୍ଡିତେ ବଡ଼ ପାଟି କରି, ଲକ୍ଷ୍ମୀ ଆଡ଼କୁ ଦୌଡ଼ି ଆସିବାରୁ, ସେ ବାଟ ଘାଟ ନ ମାନି ଆଗକୁ ଦୌଡ଼ି ପୋଖରୀ ଭିତରକୁ ଛାନିଆରେ ପଶିଗଲା ।

Question ୫।
ଲକ୍ଷ୍ମୀଙ୍କୁ ପୋଖରୀ ଭିତରେ ପଶିବାର ଦେଖ୍ ଲୋକେ କ’ଣ କହିଲେ ?
Answer:
ଲକ୍ଷ୍ମୀଙ୍କୁ ପୋଖରୀ ଭିତରେ ପଶିବାର ଦେଖ୍, ପଣ୍ଡିତେ ରଡ଼ି ଛାଡ଼ି ବାହାରି ଆସିବାକୁ କହିଲେ । ପଣ୍ଡିତଙ୍କ କଥାରେ ସ୍ବର ମିଳାଇ ଅନ୍ୟ ଲୋକେ ତାଗିଦ୍ କଲାଭଳି ବାହାରି ଆସିବାକୁ କହିଲେ ।

Question ୬।
ଠାକୁରଙ୍କ ପାଖରେ କଦଳୀ କାନ୍ଦି ଦେଖ୍ ଇକ୍ଷ୍ମୀ କ’ଣ କହିଲା ?
Answer:
ଠାକୁରଙ୍କ ପାଖରେ କଦଳୀ କାନ୍ଦି ଦେଖ୍ ଲକ୍ଷ୍ମୀ ନିଜର ଶିଶୁସୁଲଭ ଭାବ ନେଇ କହିଲା, ‘‘ସାବଧାନ ଠାକୁର, ସବୁ କଦଳୀ ଏକାଥରକେ ଖାଇଦେବ ନାହିଁ । ସବୁ କଦଳୀ ଖାଇଦେଲେ ଦେହ ଖରାପ ହେବ । ଦିନକୁ ଚାରିଟା କରି ଖାଇଲେ ଚଳିବ ।’’

Question ୭ ।
ଚୁଙ୍ଗା ଲଗାଇ ବଡ଼ ପାଟିରେ ଭଗବାନଙ୍କୁ ଡାକିବା ବିଷୟରେ ଲକ୍ଷ୍ମୀ କ’ଣ ଭାବିଲା ?
Answer:
ଚୁଙ୍ଗା ଲଗାଇ ବଡ଼ ପାଟିରେ ଭଗବାନଙ୍କୁ ଡାକିବା ଲକ୍ଷ୍ମୀର ପସନ୍ଦ ନଥୁଲା; କାରଣ ସେପରି ବଡ଼ପାଟି ଶୁଣି ସେ ଛାନିଆ ହୋଇଯାଉଥିଲା । ବଡ଼ ପାଟି କରି ଯନ୍ତ୍ର ଚୁଙ୍ଗା ଲଗାଇ ଭଗବାନଙ୍କୁ ଡାକିବା ଅପେକ୍ଷା, ଧୀର ଭାବରେ ଡାକିବା କଥା ଲକ୍ଷ୍ମୀ ଭାବିଲା ।

Question ୮ ।
ବାପା ତାଙ୍କ କାନ ଦୁଇଟିକୁ ଚାପି ଧରିବାପାଇଁ ଲକ୍ଷ୍ମୀର ହାତ ଦୁଇଟିକୁ କାହିଁକି ଟାଣୁଥା’ନ୍ତି ?
Answer:
ଲକ୍ଷ୍ମୀର ବାପାଙ୍କୁ ଜର ହୋଇଥିବା ଦିନ, ପଡ଼ିଶା ଘର କୌଣସି ଏକ ଉତ୍ସବ ପାଇଁ ଯନ୍ତ୍ର ଚୁଙ୍ଗା ଲଗାଇଥିଲେ । ସେହି ଯନ୍ତ୍ର ଚୁଙ୍ଗାର ଶବ୍ଦ ଲକ୍ଷ୍ମୀର ବାପାଙ୍କୁ ଅସହ୍ୟ ହୋଇଥିଲା ଓ ସେ ବିଛଣାରେ ଛଟପଟ ହୋଇଥିଲେ । ସେହି ଚୁଙ୍ଗାର ଭୀଷଣ ଶବ୍ଦରୁ ରକ୍ଷା ପାଇଁ, ବାପା ତାଙ୍କ କାନ ଦୁଇଟିକୁ ଚାପି ଧରିବାପାଇଁ ଲକ୍ଷ୍ମୀର ହାତ ଦୁଇଟିକୁ ଟାଣିଥିଲେ ।

Question ୯ ।
ବାପା ଲକ୍ଷ୍ମୀ ପାଇଁ କ’ଣ କିଣିଦେବେ ବୋଲି କାହାକୁ କହିଥିଲେ ?
Answer:
ଲକ୍ଷ୍ମୀର ବାପା ଲକ୍ଷ୍ମୀ ପାଇଁ ଫ୍ରକ୍ କିଣିଦେବେ ବୋଲି ଲକ୍ଷ୍ମୀର ବୋଉକୁ କହିଥିଲେ ।

Question ୧୦ ।
କଦଳୀ ଧରି ଲକ୍ଷ୍ମୀ କାହିଁକି ଦଉଡ଼ିଲା ?
Answer:
ପଣ୍ଡିତଙ୍କ ବଡ଼ ପାଟି ଶୁଣି ଲକ୍ଷ୍ମୀ ଡରି ଯାଇଥିଲା । ପଣ୍ଡିତଙ୍କ ପାଖରୁ କିପରି ମୁକ୍ତି ପାଇବ, ସେଥୂପାଇଁ କଦଳୀ ଧରି ଲକ୍ଷ୍ମୀ ବାଟଘାଟ ଜ୍ଞାନ ନ କରି ଦଉଡ଼ିଲା ।

Question ୧୧ ।
ଲକ୍ଷ୍ମୀ ପୋଖରୀ ଭିତରକୁ ପଶି କ’ଣ କରୁଥିଲା ?
Answer:
ଲକ୍ଷ୍ମୀ ପଣ୍ଡିତଙ୍କ ପାଟି ଶୁଣି ଛାନିଆ ହୋଇ ପୋଖରୀକୁ ପଶିଯାଇଥିଲା । ପୋଖରୀ ଭିତରେ ଅଣ୍ଟାଏ ପାଣିରେ ପଶିଥିଲେ ବି ଛାତିରେ କଦଳୀ ଦୁଇଟିକୁ ଭିଡ଼ି ଧରିଥଲା । ପଣ୍ଡିତଙ୍କ ପାଟିରେ ଲୋକମାନେ ଆସିବାରୁ, ଲକ୍ଷ୍ମୀ ବିସ୍ତାରିତ ନୟନରେ ସମସ୍ତଙ୍କୁ କେବଳ ଅନାଇଥିଲା।

BSE Odisha 9th Class Odia Solutions Chapter 17 ଲକ୍ଷ୍ମୀର ଅଭିସାର

Question ୧୨ ।
ପୋଖରୀ ଭିତରୁ ଲକ୍ଷ୍ମୀକୁ ବାପା କାହିଁକି ନେଲେ ?
Answer:
ପଣ୍ଡିତ ଓ ଲୋକମାନଙ୍କୁ ଦେଖ୍ ଲକ୍ଷ୍ମୀ ଛାନିଆଁ ହୋଇ ସମସ୍ତଙ୍କ ଚାହିଁଥିଲା । ଲୋକମାନଙ୍କ ଭିତରୁ ଲକ୍ଷ୍ମୀକୁ ଉଦ୍ଧାର କରିବାପାଇଁ ଲକ୍ଷ୍ମୀର ବାପା, ପୋଖରୀ ଭିତରକୁ ପଶିଯାଇଥିଲେ । ବାପାଙ୍କୁ ଦେଖ୍ ଲକ୍ଷ୍ମୀ କାନ୍ଦି ଉଠିଥିଲା । ସେହି ଅସହ୍ୟ ପରିସ୍ଥିତିରୁ ରକ୍ଷା କରିବାପାଇଁ, ପୋଖରୀ ଭିତରୁ ଲକ୍ଷ୍ମୀର ବାପା ତାକୁ ନେଇ ଯାଇଥିଲେ ।

Question ୧୩ ।
ଠାକୁରଙ୍କୁ ଲୋକେ ପ୍ରତ୍ୟକ୍ଷ ଦେବତା ବୋଲି କାହିଁକି କହିଲେ ?
Answer:
ଲୋକମାନେ ସ୍ଥୂଳବୁଦ୍ଧିରେ ବିଚାରିଥିଲେ, ଠାକୁରଙ୍କ ସିଂହାସନ ପାଖରୁ ଲକ୍ଷ୍ମୀ ତାଙ୍କର ଆହାର ଚୋରି କରିଥିବାରୁ, ତାହାକୁ ଠାକୁର ମୃତ୍ୟୁ ଦଣ୍ଡ ଦେଇଥିଲେ । ଏଭଳି କର୍ମ ପାଇଁ ଠାକୁର ତାହାକୁ ନିସ୍ତାର କରି ନଥିଲେ । ଏହି ଘଟଣା ପାଇଁ ଠାକୁରଙ୍କୁ ଲୋକେ ପ୍ରତ୍ୟକ୍ଷ ଦେବତା ବୋଲି କହିଥିଲେ ।

Question ୧୪ ।
ବିମର୍ଷ ଭାବରେ ପଣ୍ଡିତେ କାହିଁକି ବସି ରହିଥୁଲେ ?
Answer:
ଯେତେବେଳେ ଦିଅଁଙ୍କ ପ୍ରତ୍ୟକ୍ଷତାର ପ୍ରମାଣରେ ଉଦ୍‌ବୁଦ୍ଧ ହୋଇ ଲୋକମାନେ ହରିବୋଲ ଧ୍ଵନି ଦେଉଥିଲେ, ସେତେବେଳେ ପଣ୍ଡିତ ଅନୁଭବ କରିଥିଲେ, ଦିଅଁଙ୍କ ବିଭୂତି ସିଂହାସନ ଛାଡ଼ି ଚାଲିଯାଇଛି ଏବଂ ପଡ଼ି ରହିଛି ଦୀପ୍ତିହୀନ, ଅର୍ଥହୀନ ରୂପ । ପଣ୍ଡିତଙ୍କ ସେହି ଅନୁଭବ ପାଇଁ ସେ ବିମର୍ଷ ଭାବରେ ବସି ରହିଥିଲେ ।

Question ୧୫ ।
ପଣ୍ଡିତେ ଠାକୁରଙ୍କୁ କ’ଣ ପ୍ରାର୍ଥନା କଲେ ?
Answer:
ଲକ୍ଷ୍ମୀ ଭଳି ସରଳ ଶିଶୁକୁ ସମସ୍ତଙ୍କ ନିକଟରେ ଚୋରଣୀ ଭାବରେ ପରିଚିତ କରାଇ ଥିବାରୁ, ପଣ୍ଡିତେ ଅନୁତାପ କରିଥିଲେ । ଲକ୍ଷ୍ମୀର ମୃତ୍ୟୁ ପାଇଁ ସେ ନିଜକୁ ଦାୟୀ କରିଥିଲେ । ତେଣୁ ଠାକୁରଙ୍କ ନିକଟରେ ପ୍ରାର୍ଥନା କରିଥିଲେ, ପର ଜନ୍ମରେ ତାଙ୍କୁ ଯେପରି ଜିହ୍ବାହୀନ ଭାବରେ ଜନ୍ମଦେବେ ।

ତୁମପାଇଁ କାମ

୧୬ । ‘ଲକ୍ଷ୍ମୀର ଅଭିସାର’ ଗଳ୍ପ ପଢ଼ି ତୁମ ଭିତରେ ଯେଉଁ ଭାବ ଆସୁଛି ସେ ବିଷୟରେ ସାଙ୍ଗମାନଙ୍କ ସହିତ ଆଲୋଚନା କର ।
୧୭ । ମନୋଜ ଦାସଙ୍କ ଅନ୍ୟାନ୍ୟ ଗଳ୍ପ ଓ ଉପନ୍ୟାସ ପଢ଼ ଓ ତାହାଙ୍କୁ ମନେ ରଖିବାକୁ ଚେଷ୍ଟା କର ।

ପରୀଷା ଉପଯୋଗୀ ଅତିରିକ୍ତ ପ୍ରଶୋତ୍ତର
ଅତିସଂକ୍ଷିପ୍ତ ଓ ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
1. ‘ଲକ୍ଷ୍ମୀର ଅଭିସାର’ ଗଳ୍ପରେ କାହାର କରୁଣ ଚିତ୍ର ରହିଛି ?
Answer:
‘ଲକ୍ଷ୍ମୀର ଅଭିସାର’ ଗଳ୍ପରେ କାହାର ବାସଲ୍ୟବୋଧର କରୁଣ ଚିତ୍ର ରହିଛି ।

2. ବୁଢ଼ା ପୂଜାରୀ ଦେଖୁବାମାତ୍ରେ କ’ଣ ପଚାରିବେ ?
Answer:
ବୁଢ଼ା ପୂଜାରୀ ଦେଖୁମାତ୍ରେ ମାନସାଙ୍କ ଓ ସାଧୁ ଶବ୍ଦର ଅର୍ଥ ପଚାରିବେ ।

3. ପଣ୍ଡିତଙ୍କୁ ଦେଖ୍ ଲକ୍ଷ୍ମୀର ଅବସ୍ଥା କ’ଣ ହେଲା ?
Answer:
ପଣ୍ଡିତଙ୍କୁ ଦେଖ୍ ଲକ୍ଷ୍ମୀ କାଠପିତୁଳା ଭଳି ସ୍ତମ୍ଭୀଭୂତ ହୋଇଗଲା ।

BSE Odisha 9th Class Odia Solutions Chapter 17 ଲକ୍ଷ୍ମୀର ଅଭିସାର

4. ଲକ୍ଷ୍ମୀ ହାତରୁ କ’ଣ ନେଇ ବାପା ପଣ୍ଡିତଙ୍କୁ ଦେଲେ ?
Answer:
ଲକ୍ଷ୍ମୀ ହାତରୁ ଦୁଇଟା କଦଳୀ ନେଇ ବାପା ପଣ୍ଡିତଙ୍କୁ ଦେଲେ ।

5. ଭୟରେ ଲକ୍ଷ୍ମୀ କେଉଁଠି ଛିଡ଼ା ହୋଇଥିଲା ?
Answer:
ଭୟରେ ଲକ୍ଷ୍ମୀ ପୋଖରୀ ମଝିରେ ଛିଡ଼ା ହୋଇଥିଲା ।

6. ସନ୍ଧ୍ୟାରେ ଲକ୍ଷ୍ମୀର ଅବସ୍ଥା କ’ଣ ହେଲା ?
Answer:
ସନ୍ଧ୍ୟାରେ ଲକ୍ଷ୍ମୀକୁ ଜ୍ଵର ହେଲା ଓ ସେ ତିନି ଦିନ ପରେ ପରପାରିକୁ ଚାଲିଗଲା ।

7. ସାପ୍ତାହିକ ପୁରାଣ ପାଠ କେବେ ହୁଏ ?
Answer:
ସାପ୍ତାହିକ ପୁରାଣ ପାଠ ରବିବାର ଦିନ ସନ୍ଧ୍ୟାରେ ହୋଇଥାଏ ।

8. ଲକ୍ଷ୍ମୀ ଠାକୁରଙ୍କୁ କି ବର ମାଗିଲା ?
Answer:
ଲକ୍ଷ୍ମୀ ଠାକୁରଙ୍କୁ ଏହି ବର ମାଗିଲା ଯେ ଲୋକେ ଯେମିତି ତାଙ୍କୁ ଧୀର ଭାବରେ ଭକ୍ତି କରିବେ ।

୨. ବୋଉକୁ ଲକ୍ଷ୍ମୀ କ’ଣ ପଚାରିଲା ?
Answer:
ଧ୍ରୁବ, ପ୍ରହଲାଦ କ’ଣ ଚୁଙ୍ଗା ବଜାଇ ଭଗବାନ୍‌ ଙ୍କୁ ଡାକୁଥିଲେ ବୋଲି ଲକ୍ଷ୍ମୀ ବୋଉକୁ ପଚାରିଲା ।

10. ଲକ୍ଷ୍ମୀ ଠାକୁରଙ୍କୁ କ’ଣ ଅନୁରୋଧ କରି ଜଣାଇଲା ?
Answer:
ପଣ୍ଡିତେ ଘୁଙ୍ଗୁଡ଼ି ମାରି ଶୋଇଯିବା ପାଇଁ ଲକ୍ଷ୍ମୀ ଠାକୁରଙ୍କୁ ଅନୁରୋଧ କଲା ।

B ଶୂନ୍ୟସ୍ଥାନ ପୂରଣ କର ।
1. ଲେଖକ ମନୋଜ ଦାସ __________________ ଗ୍ରାମରେ ଜନ୍ମ ହୋଇଥିଲେ ।
Answer:
ଭୋଗରାଇ

2. ___________________ ସମୟ ପରେ ପୂଜାରୀ ଶୋଇ ପଡ଼ିଥିଲେ ।
Answer:
ଦ୍ବିପ୍ରହର

3. _________________ ସମୟ ଧରି ସବୁଦିନ ଆସିବାକୁ ଚେଷ୍ଟା କରୁଛି ।
Answer:
ମାସଟିଏ

BSE Odisha 9th Class Odia Solutions Chapter 17 ଲକ୍ଷ୍ମୀର ଅଭିସାର

4. _________________ ବାଟ ଓଗାଳି ବସୁଛି ।
Answer:
ପଣ୍ଡିତ

5. ଆମର __________________ ଏମିତି ଘୁଙ୍ଗୁଡ଼ି ମାରନ୍ତି ।
Answer:
ସ୍କୁଲ ପଣ୍ଡିତ

6. ମୁଁ ଯଦି ଘୁଙ୍ଗୁଡ଼ି ମାରିବି ତେବେ __________________ ହୋଇଯିବି ।
Answer:
ପଣ୍ଡିତ

7. ସକାଳେ ଉଠି ଲାବେଳକୁ ସମସ୍ତେ ________________ ଭୁଲିଯା’ନ୍ତେ ।
Answer:
ଅଙ୍କ

8. ଲୋକେ ଯେମିତି ଧୀର ଭାବରେ ତୁମକୁ ___________________ କରିବେ ।
Answer:
ଭକ୍ତି

9. _________________ ଲଗାଇ ସେମାନେ ଭଗବାନଙ୍କୁ ଡାକନ୍ତି ।
Answer:
ଚୁଙ୍ଗା

10. ପଡ଼ିଶା ଘରେ ସାରାଦିନ ____________________ ରେ ଗୀତ ବାଜିଲା ।
Answer:
ଯନ୍ତ୍ରଚୁଙ୍ଗା

C ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. ଲେଖକ ମନୋଜ ଦାସ କେଉଁ ଜିଲ୍ଲାରେ ଜନ୍ମ ହୋଇଥିଲେ ?
(A) ବାଲେଶ୍ବର
(B) କଟକ
(C) କେନ୍ଦ୍ରାପଡ଼ା
(D) ପୁରୀ
Answer:
(A) ବାଲେଶ୍ବର

BSE Odisha 9th Class Odia Solutions Chapter 17 ଲକ୍ଷ୍ମୀର ଅଭିସାର

2. ଝିଅଟି ବାପା ପାଇଁ ଭଗବାନ୍‌ଙ୍କୁ କ’ଣ ମାଗିଲା ?
(A) ସୁନା
(B) ଜମିବାଡ଼ି
(C) ରୂପା
(D) ଟଙ୍କା
Answer:
(D) ଟଙ୍କା

3. ଝିଅଟି ବାପାଙ୍କୁ କ’ଣ ମାଗିଥିଲା ?
(A) ଟଙ୍କା
(B) କଣ୍ଢେଇ
(C) ଚାବି
(D) ଫ୍ରକ୍
Answer:
(D) ଫ୍ରକ୍

4. ଲକ୍ଷ୍ମୀ ଭଗବାନ୍‌ଙ୍କୁ କ’ଣ ଖାଇବାକୁ ବାରଣ କଲା ?
(A) ଆମ୍ବ
(B) କଦଳୀ
(C) ପଣସ
(D) ନଡ଼ିଆ
Answer:
(B) କଦଳୀ

5. ଲକ୍ଷ୍ମୀ ପଣ୍ଡିତଙ୍କୁ ଆଗରେ ଦେଖୁ କୁଆଡ଼କୁ ଗଲା ?
(A) ନଦୀ
(B) ନାଳ
(C) ପୋଖରୀ
(D) ହ୍ରଦ
Answer:
(C) ପୋଖରୀ

6. ବାପା ବିଚରା କେଡ଼େ __________________ ନ ହେଲା ।
(A) ବ୍ୟସ୍ତ
(B) ବିବ୍ରତ
(C) ଛଟପଟ
(D) ଅଶ୍ବସ୍ତି
Answer:
(C) ଛଟପଟ

7. ବାପାକୁ ଆଉ ମୋତେ ତୁମେ ଟିକିଏ ____________ କରିଦିଅ ।
(A) ସାହସୀ
(B) ବୁଦ୍ଧିମାନ
(C) ବୋକା
(D) ଭୟାଳୁ
Answer:
(A) ସାହସୀ

BSE Odisha 9th Class Odia Solutions Chapter 17 ଲକ୍ଷ୍ମୀର ଅଭିସାର

8. ଆଜି ମୁଁ ତାକୁ ଜରୁର୍ ______________ କିଣିଦେବି ।
(A) ବହି
(B) କଣ୍ଢେଇ
(C) କଲମ
(D) ଫ୍ରକ୍
Answer:
(D) ଫ୍ରକ୍

୨. ହଠାତ୍ ଏକ ପ୍ରଚଣ୍ଡ କଣ୍ଠ ତାକୁ _________________ କଲା ।
(A) ହତଚକିତ
(B) ଠାର
(C) ଭ୍ରମିତ
(D) ଆଶ୍ବସ୍ତ
Answer:
(A) ହତଚକିତ

10. ଲକ୍ଷ୍ମୀ _____________________ ଭିତରେ ଛିଡ଼ା ହୋଇଛି ।
(A) ନଦୀ
(B) ନାଳ
(C) ପୋଖରୀ
(D) ହ୍ରଦ
Answer:
(C) ପୋଖରୀ

କଥାକାରଙ୍କ ସମ୍ୱକ୍ଷରେ :
ଓଡ଼ିଆ କଥା ସାହିତ୍ୟରେ କଥାକାର ମନୋଜ ଦାସ ହେଉଛନ୍ତି ସ୍ବତନ୍ତ୍ର ପ୍ରତିଭା । ସେ ତାଙ୍କର ସାରସ୍ବତ ଜୀବନ ଛାତ୍ର ବୟସରୁ ଆରମ୍ଭ କରିଥିଲେ । ସେ ସାହିତ୍ୟର ବିଭିନ୍ନ ବିଭାଗରେ ଲେଖୁଲେ ମଧ୍ୟ, ତାଙ୍କର ଗଳ୍ପ ସୃଷ୍ଟି ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଓ ଓଡ଼ିଶା ସାହିତ୍ୟ ଏକାଡ଼େମୀଦ୍ଵାରା ପୁରସ୍କୃତ ଓ ସମ୍ମାନିତ ହୋଇଛନ୍ତି । ପ୍ରାନ୍ତୀୟ ସାରଳା ପୁରସ୍କାରଦ୍ଵାରା ସେ ମଧ୍ୟ ସମ୍ମାନିତ । ପୁନଶ୍ଚ ସେ ମଧ୍ୟ ବିଦ୍ୟାଭାରତୀ ସମ୍ମାନ ଓ ସରସ୍ବତୀ ସମ୍ମାନ ଲାଭ କରିଛନ୍ତି ।

ମନୋଜ ଦାସଙ୍କ ଗଳ୍ପଗୁଡ଼ିକ ବିଶେଷ ଭାବରେ କାହାଣୀଧର୍ମୀ ଓ ସୁଖପାଠ୍ୟ । ସେ ଗଳ୍ପ ଉପସ୍ଥାପନରେ ନିଜେ ଦୂରରେ ରହି ଗଭୀର ସମ୍ବେଦନଶୀଳତା ସହ ଅନ୍ୟମାନଙ୍କୁ କାହାଣୀ ଶୁଣାଇଲା ଭଳି ଗଳ୍ପକୁ ଲେଖୁ’ନ୍ତି । ଗଳ୍ପ ଭିତରେ ସେ ଉପସ୍ଥାପିତ କରିଥିବା ଲୌକିକ, ଅଲୌକିକ, ଇହଲୋକ ଓ ପରଲୋକର ପରିବେଶ ପାଠକଙ୍କୁ ମୁଗ୍‌ଧଚକିତ କରିଥାଏ । ସେ କେବଳ ଚରିତ୍ରମାନଙ୍କ ପ୍ରତି ସମ୍ବେଦନଶୀଳତା ସୃଷ୍ଟି କରନ୍ତି ତାହା ନୁହେଁ, ସେ ମଧ୍ୟ ହାସ ପରିହାସ ମାଧ୍ୟମରେ ନିଜର ଚିନ୍ତାଧାରାକୁ ପ୍ରକାଶ କରିଥା’ନ୍ତି । ସମାଜର ଯାହାକିଛି ଦୋଷତ୍ରୁଟି ରହିଛି, ସେ ତାକୁ ମନୋମୁଗ୍‌ଧକର ଭାବେ ଗଳ୍ପରେ ପ୍ରକାଶ କରିଥା’ନ୍ତି ।

ଗାଳ୍ପିକ ଦାସ ବାଲେଶ୍ଵର ଜିଲ୍ଲାର ଭୋଗରାଇଠାରେ ୧୯୩୪ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ଇଂରାଜୀ ଭାଷା ଓ ସାହିତ୍ୟରେ ଏମ୍.ଏ.ପାସ୍ କରିବା ପରେ ଅଧ୍ୟାପକ ଭାବେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ । ସେ ପ୍ରଥମେ ଖ୍ରୀଷ୍ଟ ମହାବିଦ୍ୟାଳୟରେ କିଛି ବର୍ଷ ପାଇଁ ଇଂରାଜୀ ଅଧ୍ୟାପକ ଭାବେ ଅଧ୍ୟାପନା କରିଥିଲେ । ପରବର୍ତୀ ସମୟରେ ସେ ଶ୍ରୀମା’ଙ୍କ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ପଣ୍ଡିଚେରୀର ଶ୍ରୀଅରବିନ୍ଦ ଆନ୍ତର୍ଜାତିକ ଶିକ୍ଷାକେନ୍ଦ୍ରରେ ଅଧ୍ୟାପନା କରିବାକୁ ଚାଲିଯାଇଥିଲେ ।

ସାହିତ୍ୟର ବିଭିନ୍ନ ବିଭାଗ ଯଥା – କବିତା, କ୍ଷୁଦ୍ରଗଳ୍ପ, ନିବନ୍ଧ, ଉପନ୍ୟାସ, ସାହିତ୍ୟ ସମାଲୋଚନା, ଭ୍ରମଣ ସାହିତ୍ୟ ଆଦି ପ୍ରତ୍ୟେକ କ୍ଷେତ୍ରରେ ସେ ଲେଖନୀ ଚାଳନା କରି ସଫଳ ହୋଇଛନ୍ତି । ତାଙ୍କଦ୍ୱାରା ରଚିତ ପୁସ୍ତକଗୁଡ଼ିକ ହେଉଛି- ‘ମନୋଜ ଦାସଙ୍କ କଥା ଓ କାହାଣୀ’, ‘ଲକ୍ଷ୍ମୀର ଅଭିସାର’, ‘ଆବୁ ପୁରୁଷ ଓ ଅନ୍ୟାନ୍ୟ କାହାଣୀ’, ‘ବିଷକନ୍ୟାର କାହାଣୀ’, ‘ଧୂମାଭ ଦିଗନ୍ତ ଓ ଅନ୍ୟାନ୍ୟ କାହାଣୀ’, ‘ଶେଷ ବସନ୍ତର ଚିଠି’, ‘ଆରଣ୍ୟକ’, ‘ସମୁଦ୍ରର କ୍ଷୁଧା’, ‘ନନ୍ଦାବତୀର ମାଝି’, ‘ପଦଧ୍ଵନି, ‘ଜୀବନର ସ୍ଵାଦ’, ‘ସରଳ ରାମାୟଣ’, ‘ଦୂରଦୂରାନ୍ତ’।

BSE Odisha 9th Class Odia Solutions Chapter 17 ଲକ୍ଷ୍ମୀର ଅଭିସାର

ଗଛର ଅନ୍ତଃସ୍ଵର :
ଗଳ୍ପଟିର ଛୋଟ ପିଲାର ସରଳ ବିଶ୍ୱାସକୁ ଯଥାର୍ଥ ଭାବରେ ପ୍ରକାଶ କରାଯାଇଛି । ସାଧାରଣ ବିବେକହୀନ ମଣିଷ ନିଜର ସ୍ଥୂଳ ଚିନ୍ତାଧାରା ପାଇଁ ଲକ୍ଷ୍ମୀ ପରି ସରଳ ଝିଅକୁ ବୁଝିପାରି ନାହିଁ । ଫଳରେ ତା’ର ବିଚାରହୀନ ସ୍ବଭାବ ପାଇଁ, ସରଳ ଝିଅଟି ସମସ୍ତଙ୍କ ଦୃଷ୍ଟିରେ ଚୋରଣୀ ବୋଲି ସାବ୍ୟସ୍ତ ହୋଇଛି । ପରିଣତିରେ ସେ ମୃତ୍ୟୁପଥର ଯାତ୍ରୀ ହୋଇଛି ।

ଗଛର ସାରମର୍ମ :
ସହରତଳି ବସ୍ତିର ଛୋଟ ଝିଅଟିଏ । ନାଁ ତା’ର ଲକ୍ଷ୍ମୀ । ଦିନେ ଦୁଇ ପ୍ରହର ନିରୋଳାବେଳେ ଆସିଛି ମନ୍ଦିରକୁ, ଠାକୁରଙ୍କୁ ତା’ର ମନ କଥା କହିବାପାଇଁ । ତା’ ହୃଦୟର ସବୁକିଛି ଭଲମନ୍ଦ ତାଙ୍କ ନିକଟରେ ପ୍ରକାଶ କରିବାପାଇଁ । ତାକୁ ସବୁ ଦିନ ଏହି ସୁଯୋଗ ମିଳେ ନାହିଁ । କାରଣ ସବୁବେଳେ ବୁଢ଼ା ପୂଜାରୀଟା ଜଗି ରହିଥାଏ । ଲକ୍ଷ୍ମୀର ପୂଜାରୀକୁ ଭାରି ଡର । ସେ ଅନୁମାନ କରେ ପୂଜାରୀ ଗୋଟିଏ ପଣ୍ଡିତ । ତା’କୁ ହୁଏତ ପାଠ ସମ୍ବନ୍ଧୀୟ ଜଟିଳ ପ୍ରଶ୍ନ ପଚାରି ହଇରାଣ କରିବ କିମ୍ବା ତାକୁ ପିଲା ମନେକରି ସେଠାରୁ ତଡ଼ିଦେବ ।

ତେଣୁ ଲକ୍ଷ୍ମୀ ସବୁଦିନ ଦ୍ବିପହରେ ମନ୍ଦିର ନିକଟକୁ ଆସେ, ମାତ୍ର ପୂଜାରୀକୁ ଦେଖ୍ ଫେରିଯାଏ । ଆଜି ପୂଜାରୀ ଶୋଇ ଘୁଙ୍ଗୁଡ଼ି ମାରୁଥିବାରୁ ଲକ୍ଷ୍ମୀକୁ ବେଶ୍ ସୁଯୋଗ ମିଳିଛି ମନ୍ଦିର ଭିତରେ ପଶି ଠାକୁରଙ୍କ ସହିତ ଟିକେ ଦୁଃଖ ସୁଖ ହେବାପାଇଁ । ଲକ୍ଷ୍ମୀର ପିଲା ମନ । ମା’ ଠାରୁ ଶୁଣିଛି ଶିଶୁଭକ୍ତ ଧ୍ରୁବ, ପ୍ରହ୍ଲାଦଙ୍କ କଥା । ସେମାନେ ଠାକୁରଙ୍କୁ ଦେଖା କରି, ସେମାନଙ୍କର ମନକଥା କହିଥିଲେ । ସେହି ବିଚାରଧାରା ଲକ୍ଷ୍ମୀ ମନରେ ରହିଛି । ଅତି ସତର୍କତାର ସହିତ ସେ ମନ୍ଦିର ଭିତରେ ପ୍ରବେଶ କରିଛି । ଭିତରକୁ ଯାଇ ଠାକୁରଙ୍କୁ ମୁଣ୍ଡିଆ ମାରିଛି ।

ଖୁସି ମନରେ ପ୍ରାୟ ଦୁଇ ମିନିଟ୍ ଠାକୁରଙ୍କ ବେଶ ପୋଷାକକୁ ଚାହିଁଛି । ତା’ପରେ ସରଳ ଭାବରେ ଠାକୁରଙ୍କ ପାଖରେ ନିଜର ପରିଚୟ ଦେଇଛି । କହିଛି, ମୁଁ ହେଉଛି ଲକ୍ଷ୍ମୀ । ମାସେ ହେବ ତୁମ ପାଖକୁ ଆସିବାକୁ ଚେଷ୍ଟା କରୁଛି, ମାତ୍ର ଆସିପାରୁ ନାହିଁ । ପୂଜାରୀ ବୁଢ଼ା ବାଟ ଓଗାଳି ବସେ । ଆଜି ପୂଜକ ବୁଢ଼ା ଶୋଇ ଘୁଙ୍ଗୁଡ଼ି ମାରୁଛି । ରାତିରେ ଏମିତି ଶୋଇ ଘୁଙ୍ଗୁଡ଼ି ମାରିଲେ ତୁମକୁ କିପରି ନିଦ ହୁଏ ବୋଲି ଲକ୍ଷ୍ମୀ ପଚାରିଛି । ତାଙ୍କ ସ୍କୁଲର ପଣ୍ଡିତ ମଧ୍ଯ ଘୁଙ୍ଗୁଡ଼ି ମାରନ୍ତି । ତେଣୁ ସେ ଭାବିଛି, କେବଳ ପଣ୍ଡିତମାନେ ଘୁଙ୍ଗୁଡ଼ି ମାରନ୍ତି । ସେ ଯଦି ଘୁଙ୍ଗୁଡ଼ି ମାରିବା ଶିଖୁଯିବ, ତା’ହେଲେ ସେ ବି ପଣ୍ଡିତ ହୋଇଯିବ । ହେଲେ ସେପରି ଘୁଙ୍ଗୁଡ଼ିମରା ପଣ୍ଡିତ ନ ହେବାକୁ ଠାକୁରଙ୍କୁ ପ୍ରାର୍ଥନା କରିଛି।

ଲକ୍ଷ୍ମୀ ଠାକୁରଙ୍କ ନିକଟରେ ତାହାର ସ୍ଵପ୍ନକଥା କହିଛି । ସେ ପଚାରିଛି ମାସକ ତଳେ ଠାକୁର ତାଙ୍କୁ ପଚାରୁଥିଲେ, ସେ କାହିଁକି ତାଙ୍କ ସହିତ ଖେଳୁ ନାହିଁ । ଠାକୁରଙ୍କ ସେହି ସ୍ବପ୍ନ ପରେ, ସେ ତାଙ୍କ ପାଖକୁ ଆସିବାକୁ ଚେଷ୍ଟା କରିଛି । ଠାକୁରଙ୍କ ସହିତ କଥା ହେଲାବେଳେ, ଲକ୍ଷ୍ମୀର ଆଖ୍ ପଡ଼ିଯାଇଛି ମନ୍ଦିରରେ ରହିଥ‌ିବା କଦଳୀ ଉପରେ । ଭୋଗ ପାଇଁ ଥୁଆ ହୋଇଥିବା କଦଳୀ କାନ୍ଦିର ଉପର ଫେଣା ପାଚିଥିବା ସେ ଦେଖୁଛି । ପାଚିଲା କଦଳୀକୁ ସେ ଗଣି ନେଇଛି । ଚବିଶଟା କଦଳୀକୁ ଦୈନିକ ଚାରିଟା ଲେଖା ଖାଇଲେ କେତେ ଦିନ ଯିବ ଲକ୍ଷ୍ମୀ ତାକୁ ହିସାବ କରିଛି । ହିସାବ କରିବାରେ ଲକ୍ଷ୍ମୀର ଗୋଳମାଳ ହୋଇଯାଇଛି । ତା’ର ଅଙ୍କ ଭଲ ହୁଏ ନାହିଁ ବୋଲି ସେ ଠାକୁରଙ୍କ ନିକଟରେ ମାନିଯାଇଛି ।

ଲକ୍ଷ୍ମୀ ଠାକୁରଙ୍କୁ ବର ମାଗିଛି । ସମସ୍ତେ କେମିତି ତାଙ୍କୁ ଧୀର ଭାବରେ ଭକ୍ତି କରିବେ, ସେ କଥା କହିଛି । କାରଣ, ତାଙ୍କ ମନ୍ଦିରରେ ଲାଗିଥିବା କଳ ଗାଉଣା ଓ ଯନ୍ତ୍ରଚୁଙ୍ଗାକୁ ସେ ପସନ୍ଦ କରିନାହିଁ । ମସ୍‌ଜିଦରେ ଯନ୍ତ୍ରଚୁଙ୍ଗା ଲଗାଇ ଠାକୁରଙ୍କୁ ଡାକିବାଦ୍ଵାରା ସେ ଚମକି ପଡ଼େ ବୋଲି କହିଛି । ତେଣୁ ସେ ତା’ ମା’ଙ୍କୁ ପଚାରିଛି, ‘‘ଯନ୍ତ୍ରଚୁଙ୍ଗା ଲଗାଇ କ’ଣ ଧ୍ରୁବ, ପ୍ରହ୍ଲାଦ ଭଗବାନଙ୍କ ସ୍ତବ ଗାଉଥିଲେ ।’ ବୋଉ ତା’ର ଭାବିଚିନ୍ତି ମନା କରିଛି । ତେଣୁ ସେ ଠାକୁରଙ୍କୁ ଧୀରେ ଧୀରେ ଡାକିଛି ।

BSE Odisha 9th Class Odia Solutions Chapter 17 ଲକ୍ଷ୍ମୀର ଅଭିସାର

ଲକ୍ଷ୍ମୀ କହିଛି, ସେ ଭାରି ଡରକୁଳୀ । ଯନ୍ତ୍ରବୁଙ୍ଗାର ଚିତ୍କାର ଶୁଣିଲେ ସେ ହଠାତ୍ ଛାନିଆ ହୋଇଯାଏ । ତା’ ବାପା ମଧ୍ୟ ଡରକୁଳା । କାରଣ ଦିନେ ବାପାଙ୍କୁ ଜ୍ଵର ହୋଇଥିଲା । ପଡ଼ିଶା ଘର ସାରାଦିନ ଯନ୍ତ୍ରଚୁଙ୍ଗା ବଜାଉ ଥିବାରୁ ବାପା ତା’ର ଛଟପଟ ହେଉଥିଲେ। ତେଣୁ ବାପାଙ୍କୁ ଟିକିଏ ସାହସୀ କରିଦେବାକୁ ଲକ୍ଷ୍ମୀ ପ୍ରାର୍ଥନା କରିଛି। ବାପାଙ୍କ କଥା ମନେପଡ଼ିବାରୁ, ତା’ ବାପାଙ୍କୁ କିଛି ଟଙ୍କା କରାଇ ଦେବାପାଇଁ ଲକ୍ଷ୍ମୀ ଠାକୁରଙ୍କୁ ଜଣାଇଛି । ସେହି ପ୍ରସଙ୍ଗରେ ବାପା କିପରି ପଇସା ଧାର କରିଥିଲେ, ତା’ ଫ୍ରକ୍ କିଣିବା ପାଇଁ ଯାଉଥିବାବେଳେ କରଜ ଦେଇଥିବା ଲୋକଟି କିପରି ଆସି ପଇସାଯାକ ନେଇଗଲା ସେ କଥା କହିଛି । ଠେଙ୍ଗା, ହାତରେ ଧରି ମୋଟା ଡେଙ୍ଗା ବଡ଼ ବଡ଼ ନିଶ ଥ‌ିବା ସେହି କରଜ ଦେବା ଲୋକଟିକୁ ଦେଖ‌ିଲେ ଲକ୍ଷ୍ମୀ ଡରିଯାଏ ।

ତା’ର ବାପା କହୁଥିଲେ, ସେ କରଜ କରିଥିବା ପଇସାର ଦେଢ଼ଗୁଣ ନେଇ ସାରିଲାଣି। ତେଣୁ ଲକ୍ଷ୍ମୀ ବାପାଙ୍କୁ କହିଛି, ସେପରି ଭୟଙ୍କର ଚେହେରାଯୁକ୍ତ ଲୋକଠାରୁ ଆଉ କେବେ ପଇସା କରଜ ନ କରିବାକୁ। ଲୋକଟି ପଇସା ନେଇଯିବାରୁ ଲକ୍ଷ୍ମୀର ଆଉ ଫ୍ରକ୍ କିଣା ହୋଇପାରିଲା ନାହିଁ। କାଳେ ତା’ର ବାପା ବୋଉ ମନ ଦୁଃଖ କରିବେ, ସେଥୂପାଇଁ ମା’ର ପୁରୁଣା ଶାଢ଼ି କାଟି ଫ୍ରକ୍ କରିଦେବାକୁ ମା’କୁ କହିଛି। ମା’ ତା’ର ସେହି ଫ୍ରକ୍ କରୁଥିବାବେଳେ କାନ୍ଦୁଥ‌ିବାର ଦେଖୁଛି । ପୁଣି ଥରେ ମା’ କିପରି ତା’ ଆଗରେ କରଜ ଦେଇଥ‌ିବା ଲୋକଙ୍କୁ ମିଛ କହିଛି ଏବଂ ପରେ ମିଛ କହିଥିବାରୁ କାନ୍ଦିଛି, ସେ କଥା ମଧ୍ୟ ଠାକୁରଙ୍କୁ କହିଛି । ଲକ୍ଷ୍ମୀର ଉଦ୍ଦେଶ୍ୟ ହେଉଛି, ତାଙ୍କ ଅଭାବ ଦୂରେଇ ଯାଆନ୍ତା, ଠାକୁର ତା’ ବାପାଙ୍କୁ କିଛି ପଇସା ଦେଇଦିଅନ୍ତେ ।

ଲକ୍ଷ୍ମୀ ଠାକୁରଙ୍କୁ କହିଛି, ସେ ବହୁତ କଥା ତାଙ୍କୁ କହିଲାଣି । ମାତ୍ର ଅସଲ କଥା କହିବାକୁ ସେ ଭୁଲିଯାଇଛି । ଠାକୁର ସ୍ଵପ୍ନରେ ତା’ ପାଖକୁ ଯାଇଥୁବା ଦିନ ଯାହାସବୁ କହିଥିଲେ, ସେ କିଛି ବୁଝିପାରି ନାହିଁ । ତେଣୁ ସ୍ୱପ୍ନରେ ଆଉଥରେ ଯିବାପାଇଁ କହିଛି । ଲକ୍ଷ୍ମୀ ଶୁଣିଛି, ଆଉ କାହିଁକି ପଣ୍ଡିତଙ୍କ ଘୁଙ୍ଗୁଡ଼ି ଶୁଭୁ ନାହିଁ । କାଳେ ସେ ଉଠି ପଡ଼ିବେ, ସେଥ‌ିପାଇଁ ସେ ତର ତର ହୋଇଛି, ତା’ର ଅଭିସାରକୁ ସାରି ଦେବାପାଇଁ । ଫେରିବାକୁ ଯିବାବେଳେ ତା’ର ଆଖ୍ ପଡ଼ିଛି କଦଳୀ ଉପରେ । ସେ ଜାଣିଛି, ଠାକୁର ଯେପରି କଦଳୀ ଦୁଇଟି ନେଇଯିବା ପାଇଁ କହିଛନ୍ତି । ତେଣୁ ସେ କଦଳୀ ଦୁଇଟି ଆଣିଛି ।

ବାହାରକୁ ଯିବାବେଳେ ଲକ୍ଷ୍ମୀକୁ ଦେଖୁଛି ପୂଜକ ବୁଢ଼ା-। ଦିନ ଦ୍ବିପହରେ ଲକ୍ଷ୍ମୀ କଦଳୀ ଚୋରି କରିଛି ବୋଲି ଚିତ୍କାର କରିଛି । ପୂଜକଙ୍କ ପାଟି ଶୁଣି ଲକ୍ଷ୍ମୀ କାଠପିତୁଳା ଭଳି ସ୍ତମ୍ଭୀଭୂତ ହୋଇଯାଇଛି । ପରେ ନିଜକୁ ରକ୍ଷା କରିବାପାଇଁ ସେ ବାଟ ଘାଟ ନ ମାନି ଆଗକୁ ଦୌଡ଼ିଛି । ଆଗରେ ଥିବା ପୋଖରୀ ଭିତରେ ଅଣ୍ଟାକ ପାଣିରେ ପଶିଯାଇଛି । ଛାତିରେ ଭିଡ଼ି ଧରିଛି କଦଳୀ ଦୁଇଟିକୁ । ପୂଜକର ଚିତ୍କାର ଶୁଣି ଅନେକ ଲୋକ ଆସିଛନ୍ତି । ପାଣିରୁ ବାହାରି ଆସିବାକୁ ତାହାକୁ ତାଗିଦ୍ କରିଛନ୍ତି । ଏହି ସମୟରେ ଲକ୍ଷ୍ମୀର ବାପା ଆସି ଲକ୍ଷ୍ମୀକୁ ପାଣିରୁ ନେଇ ଯାଇଛନ୍ତି । ସେଠାକାର ଲୋକମାନେ ଲକ୍ଷ୍ମୀକୁ ଚୋରଣୀ ବୋଲି ଆକ୍ଷେପ କରୁଥା’ନ୍ତି । ଲକ୍ଷ୍ମୀର ବାପା, ଲକ୍ଷ୍ମୀ ହାତରୁ କଦଳୀ ନେଇ ପୂଜକଙ୍କ ହାତରେ ଧରାଇ ଦେଇ ତା’କୁ କାନ୍ଧରେ ବସାଇ ଘରକୁ ଫେରିଛନ୍ତି ।

ଲକ୍ଷ୍ମୀ ଆଉ କଥା କହି ନାହିଁ । ସନ୍ଧ୍ୟାକୁ ତାକୁ ଆସିଛି ଜର । ତିନି ଦିନ ଜର ପରେ ସେ ପରପାରିକୁ ବାଟ କାଟିଛି । ସେହି ମନ୍ଦିର ବେଢ଼ାରେ ରବିବାର ସନ୍ଧ୍ୟାରେ ସାପ୍ତାହିକ ପୁରାଣ ପାଠ ହୋଇଛି । ସମସ୍ତେ ଠାକୁରଙ୍କ ପ୍ରଶଂସା କରିଛନ୍ତି । ତାଙ୍କ ଖାଇବା ଆହାର ଯେ ଚୋରି କରି ନେଇଛି ତାକୁ ସେ ଉଚିତ ଦଣ୍ଡ ଦେଇଛନ୍ତି ବୋଲି ସମସ୍ତେ କଥାବାର୍ତ୍ତା ହୋଇଛନ୍ତି । ମାତ୍ର ଏହି ଆଲୋଚନାରେ ଅଂଶଗ୍ରହଣ କରିଥିବା ସ୍ଥାନୀୟ ନେତା ଭାବିଛି, ମନ୍ଦିର ପୁନଃନିର୍ମାଣ ବେଳେ ଅନେକ ଅର୍ଥ ଆତ୍ମସାତ୍ କରିଥିବା କଥା ଠାକୁର ଜାଣିନାହାଁନ୍ତି ।

ସେହିପରି ମନ୍ଦିର ସେବାରେ ନିଯୁକ୍ତ ଦୁଇଜଣ ସେବକ ବିଭିନ୍ନ ବିଭାଗରୁ କ୍ରମାଗତ ଚୋରି କରୁଥିଲେ ମଧ୍ୟ ଠାକୁର କାହିଁକି ତାଙ୍କୁ ଦଣ୍ଡ ଦେଇ ନାହାଁନ୍ତି, ସେଥ୍‌ପାଇଁ ଦୁଃଶ୍ଚିନ୍ତାରେ ପଡ଼ିଯାଇଛନ୍ତି । ଏହିପରି ଆଲୋଚନା ଚାଲିଥିବା ବେଳେ ପୂଜାରୀ ପଣ୍ଡିତେ ଅନୁଭବ କରିଛନ୍ତି, ଯେପରି ଦିଅଁଙ୍କ ବିଭୂତି ସିଂହାସନ ଛାଡ଼ି ଚାଲିଯାଇଛି । ଆଉ ସେଠାରେ କେବଳ ପଡ଼ି ରହିଛି ଦୀପ୍ତିହୀନ, ଅର୍ଥହୀନ ରୂପ ।