CHSE Odisha Class 12 Political Science Chapter 7 Objective Questions in Odia Medium

Odisha State Board CHSE Odisha Class 12 Political Science Solutions Chapter 7 ଭାରତର ବୈଦେଶିକ ନୀତି Objective Questions.

CHSE Odisha 12th Class Political Science Chapter 7 Objective Questions in Odia Medium

ବସୁମିଷ୍ଠ ଓ ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧। ସମ୍ବିଧାନର କେଉଁ ଧାରାରେ ଭାରତର ବୈଦେଶିକ ନୀତି ବର୍ଣ୍ଣିତ ?
(i) ଧାରା ୪୮
(ii) ଧାରା ୫୧
(iii) ଧାରା ୫୧
(iv) ଧାରା ୫୨
Answer:
(iii) ଧାରା ୫୧

୨। ପଞ୍ଚଶୀଳ ନୀତିର ପ୍ରବକ୍ତା କିଏ ?
(i) ମହାତ୍ମା ଗାନ୍ଧି
(ii) ଜବାହରଲାଲ ନେହେରୁ
(iii) ଲାଲବାହାଦୂର ଶାସ୍ତ୍ରୀ
(iv) ଇନ୍ଦିରା ଗାନ୍ଧି
Answer:
(ii) ଜବାହରଲାଲ ନେହେରୁ

୩ । ନିମ୍ନୋକ୍ତ ମଧ୍ୟରୁ କେଉଁଟି ସାର୍କ ରାଷ୍ଟ୍ର ନୁହେଁ ?
(i) ଭାରତ
(ii) ନେପାଳ
(iii) ଭୁଟାନ
(iv) ଥାଇଲାଣ୍ଡ
Answer:
(iv) ଥାଇଲାଣ୍ଡ

୪ । ନିମ୍ନୋକ୍ତ ମଧ୍ଯରୁ ଭାରତ ଓ କେଉଁ ପଡ଼ୋଶୀ ରାଷ୍ଟ୍ର ମଧ୍ୟରେ ମୁକ୍ତ ସୀମାରେଖା ରହିଅଛି ?
(i) ପାକିସ୍ତାନ
(ii) ଚୀନ
(iii) ନେପାଳ
(iv) ବଙ୍ଗଳାଦେଶ
Answer:
(iii) ନେପାଳ

୫ । କାଶ୍ମୀରକୁ ନେଇ ଭାରତ ଓ କେଉଁ ଦେଶ ମଧ୍ୟରେ ସୀମା ବିବାଦ ରହିଅଛି ?
(i) ଚୀନ
(ii) ପାକିସ୍ତାନ
(iii) ବଙ୍ଗଳାଦେଶ
(iv) ନେପାଳ
Answer:
(ii) ପାକିସ୍ତାନ

CHSE Odisha Class 12 Political Science Chapter 7 Objective Questions in Odia Medium

୬ । ତିବ୍‌ବତ ଅଞ୍ଚଳକୁ ନେଇ ଭାରତ ଓ କେଉଁ ପଡ଼ୋଶୀ ରାଷ୍ଟ୍ର ମଧ୍ୟରେ ବିବାଦ ଦେଖାଯାଉଛି ?
(i) ଚୀନ
(ii) ପାକିସ୍ତାନ
(iii) ଶ୍ରୀଲଙ୍କା
(iv) ବଙ୍ଗଳାଦେଶ
Answer:
(i) ଚୀନ

୭ | କେଉଁ ମସିହାରେ ସିନ୍ଧୁନଦୀ ଜଳ ବଣ୍ଟନକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ରାଜିନାମା ସ୍ବାକ୍ଷରିତ ହୋଇଥିଲା ?
(i) ୧୯୫୨
(ii) ୧୯୫୬
(iii) ୧୯୮୫
(iv) ୧୯୬୦
Answer:
(iv) ୧୯୬୦

୮ । କେଉଁ ମସିହାରେ ପାକିସ୍ତାନ ପ୍ରଥମେ ଭାରତ ଆକ୍ରମଣ କରିଥିଲା ?
(i) ୧୯୬୨
(ii) ୧୯୬୫
(iii) ୧୯୬୭
(iv) ୧୯୭୦
Answer:
(ii) ୧୯୬୫

୯ | ତାସକେଣ୍ଟ ରାଜିନାମା କେଉଁ ମସିହାରେ ସାକ୍ଷରିତ ହୋଇଥିଲା ?
(i) ୧୯୬୨
(i) ୧୯୬୫
(ii) ୧୯୬୬
(iv) ୧୯୭୦
Answer:
(iii) ୧୯୬୬

୧୦ । କେଉଁ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ଵିତୀୟଥର ଯୁଦ୍ଧ ହୋଇଥିଲା ?
(i) ୧୯୬୫
(i) ୧୯୭୧
(iii) ୧୯୭୮
(iv) ୧୯୮୦
Answer:
(iii) ୧୯୭୮

CHSE Odisha Class 12 Political Science Chapter 7 Objective Questions in Odia Medium

୧୧ । ସିମଲା ରାଜିନାମା କେବେ ସାକ୍ଷରିତ ହୋଇଥିଲା ?
(i) ୧୯୭୦ ମସିହାରେ
(ii) ୧୯୭୨ ମସିହାରେ
(iii) ୧୯୭୫ ମସିହାରେ
(iv) ୧୯୯୦ ମସିହାରେ
Answer:
(ii) ୧୯୭୨ ମସିହାରେ

୧୨ । ନିମ୍ନୋକ୍ତ କାହା କାହା ମଧ୍ୟରେ ସିମଲା ରାଜିନାମା ସ୍ବାକ୍ଷରିତ ହୋଇଥିଲା ?
(i) ଭାରତ – ଚୀନ
(ii) ଭାରତ-ଶ୍ରୀଲଙ୍କା
(iii) ଭାରତ-ବଙ୍ଗଳାଦେଶ
(iv) ଭାରତ-ପାକିସ୍ତାନ
Answer:
(iv) ଭାରରତ-ପାକିସ୍ତାନ

୧୩ । ସିମଲା ରାଜିନାମାରେ କେଉଁ ଭାରତୀୟ ପ୍ରଧାନମନ୍ତ୍ରୀ ସାକ୍ଷର କରିଥିଲେ ?
(i) ପଣ୍ଡିତ ନେହେରୁ
(ii) ଲାଲ ବାହାଦୂର ଶାସ୍ତ୍ରୀ
(iii) ରାଜୀବ ଗାନ୍ଧି
(iv) ଶ୍ରୀମତୀ ଇନ୍ଦିରା ଗାନ୍ଧି
Answer:
(iv) ଶ୍ରୀମତୀ ଇନ୍ଦିରା ଗାନ୍ଧି

୧୪ । କାଗିଲ ଯୁଦ୍ଧ କେଉଁ ମସିହାରେ ହୋଇଥିଲା ?
(i) ୧୯୯୦
(ii) ୧୯୯୯
(ii) ୨୦୦୧
(iv) ୨୦୦୩
Answer:
(ii) ୧୯୯୯

୧୫ । ପଞ୍ଚଶୀଳ ନୀତିକୁ ଆଧାର କରି ନିମ୍ନୋକ୍ତ କେଉଁ ଦେଶ ସହିତ ଭାରତର ସମ୍ପର୍କ ପ୍ରତିଷ୍ଠିତ ?
(i) ପାକିସ୍ତାନ
(ii) ଚୀନ
(iii) ନେପାଳ
(iv) ଭୁଟାନ
Answer:
(i) ଚୀନ

୧୬ । ଭାରତର କେଉଁ ପ୍ରଧାନମନ୍ତ୍ରୀ ଦିଲ୍ଲୀରୁ ଲାହୋର ପର୍ଯ୍ୟନ୍ତ ବସ୍ ଯାତ୍ରୀ କରିଥିଲେ ?
(i) ରାଜୀବ ଗାନ୍ଧି
(ii) ବିଶ୍ଵନାଥ ପ୍ରତାପ ସିଂହ
(iii) ଅଟଳବିହାରୀ ବାଜପେୟୀ
(iv) ମନମୋହନ ସିଂହ
Answer:
(iii) ଅଟଳବିହାରୀ ବାଜପେୟୀ

CHSE Odisha Class 12 Political Science Chapter 7 Objective Questions in Odia Medium

୧୭ । କେଉଁ ଦେଶରେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତୀୟ ଶାନ୍ତିରକ୍ଷା ବାହିନୀ ଯାଇଥିଲା ?
(i) ଶ୍ରୀଲଙ୍କା
(ii) ଚୀନ
(iii) ପାକିସ୍ତାନ
(iv) ବଙ୍ଗଳାଦେଶ
Answer:
(i) ଶ୍ରୀଲଙ୍କା

୧୮ । ଚୀନ କେବେ ଭାରତ ଆକ୍ରମଣ କରିଥିଲା ?
(i) ୧୯୬୦ ମସିହାରେ
(ii) ୧୯୬୨ ମସିହାରେ
(i) ୧୯୬୮ ମସିହାରେ
(iv) ୧୯୭୦ ମସିହାରେ
Answer:
(ii) ୧୯୬୨ ମସିହାରେ

୧୯ । ମେକ୍‌ମୋହନ ରେଖାକୁ ନେଇ କେଉଁ କେଉଁ ଦେଶ ମଧ୍ୟରେ ସୀମାବିବାଦ ଦେଖାଯାଇଥାଏ ?
(i) ଭାରତ-ବଙ୍ଗଳାଦେଶ
(ii) ଭାରତ-ଚୀନ
(iii) ଭାରତ-ପାକିସ୍ତାନ
(iv) ଭାରତ-ନେପାଳ
Answer:
(ii) ଭାରତ-ଚୀନ

୨୦ । ଲାହୋର ଘୋଷଣା କେଉଁ ମସିହାରେ ହୋଇଥିଲା ?
(i) ୧୯୯୫
(ii) ୧୯୯୯
(iii) ୨୦୦୦
(iv) ୨୦୧୪
Answer:
(ii) ୧୯୯୯

B. ଶୂନ୍ୟସ୍ଥାନ ପୂରଣ କର ।

୧। ସମ୍ବିଧାନର ______________ ଧାରାରେ ଭାରତର ବୈଦେଶିକ ନୀତି ବର୍ଣ୍ଣିତ ହୋଇଅଛି ।
Answer:
୫୧

୨। ପଞ୍ଚଶୀଳ ନୀତି ଭାରତ ଏବଂ _____________ ମଧ୍ୟରେ ସ୍ବାକ୍ଷରିତ ହୋଇଥିଲା ।
Answer:
ଚୀନ

୩ । ପଞ୍ଚଶୀଳକୁ ଆଧାର କରି ଭାରତ ଓ ଚୀନ ମଧ୍ୟରେ ରାଜିନାମା _________________ ମସିହାରେ ସାକ୍ଷରିତ ହୋଇଥିଲା ।
Answer:
୧୯୫୪

CHSE Odisha Class 12 Political Science Chapter 7 Objective Questions in Odia Medium

୪ । _______________ ମସିହାରେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ଆରମ୍ଭ ହୋଇଥିଲା ।
Answer:
୧୯୬୧

୫। ଭାରତର ପ୍ରଧାନମନ୍ତ୍ରୀ ________________ ଙ୍କ ନେତୃତ୍ବରେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ହୋଇଥିଲା ।
Answer:
ପଣ୍ଡିତ ଜବାହରଲାଲ ନେହେରୁ

୬ | _______________ ମସିହାରେ ସିନ୍ଧୁ ନଦୀ ଜଳ ବଣ୍ଟନକୁ ନେଇ ଭାରତ-ପାକିସ୍ତାନ ଏକ ସନ୍ଧି ସ୍ବାକ୍ଷରିତ ହୋଇଥିଲା ।
Answer:
୧୯୬୧

୭। __________________ ମସିହାରେ ପାକିସ୍ତାନ ପ୍ରଥମ ଭାରତ ଆକ୍ରମଣ କରିଥିଲା ।
Answer:
୧୯୬୫

୮। ୧୯୬୬ ମସିହା ଜାନୁଆରୀ ୧୦ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ______________ ରାଜିନାମା ସ୍ବାକ୍ଷରିତ ହୋଇଥିଲା ।
Answer:
ତାସ୍ କେଶ

୯। _______________ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ଦ୍ବିତୀୟଥର ଯୁଦ୍ଧ ହୋଇଥିଲା ।
Answer:
୧୯୭୧

୧୦| _______________ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ସିମଲା ରାଜିନାମା ସ୍ବାକ୍ଷରିତ ହୋଇଥିଲା ।
Answer:
୧୯୭୨

୧୧। _______________ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ଅଟଳବିହାରୀ ବାଜପେୟୀ ବସ୍ ଯୋଗେ ପାକିସ୍ତାନ ଯାତ୍ରା କରିଥିଲେ ।
Answer:
୧୯୯୯

୧୨| _______________ ମସିହାରେ କାର୍ଗିଲ ଯୁଦ୍ଧ ହୋଇଥିଲା ।
Answer:
୧୯୯୯

CHSE Odisha Class 12 Political Science Chapter 7 Objective Questions in Odia Medium

୧୩। _______________ ମସିହାରେ ଚୀନ ଭାରତ ଆକ୍ରମଣ କରିଥିଲା ।
Answer:
୧୯୬୨

୧୪। ତିବ୍‌ବତ ସମସ୍ୟାକୁ ନେଇ ଭାରତ ଓ ______________ ମଧ୍ୟରେ ବିବାଦ ହୋଇଥିଲା ।
Answer:
ଚୀନ

୧୫। ଭାରତ ଓ ତିବ୍‌ବତ ମଧ୍ୟରେ ଟଣାଯାଇଥିବା _____________ ରେଖାକୁ ନେଇ ଭାରତ ଓ ଚୀନ ମଧ୍ୟରେ ବିବାଦ ରହିଅଛି ।
Answer:
ମେକ୍ ମୋହନ

୧୬| ____________ ମସିହାରେ ଭାରତ ଓ ଚୀନ ମଧ୍ଯରେ ତିବ୍ବତ ସମ୍ବନ୍ଧୀୟ ଏକ ରାଜିନାମା ସ୍ବାକ୍ଷରିତ ହୋଇଥିଲା ।
Answer:
୧୯୫୧

୧୭। କାଶ୍ମୀରକୁ ନେଇ ଭାରତ ଓ ତା’ର ପଡ଼ୋଶୀ ରାଷ୍ଟ୍ର ______________ ମଧ୍ୟରେ ସୀମାବିବାଦ ରହିଅଛି ।
Answer:
ପାକିସ୍ତାନ

୧୮। ଭାରତୀୟ ଶାନ୍ତିରକ୍ଷା ସେନା ଭାରତ ତା’ର ପଡ଼ୋଶୀ ରାଷ୍ଟ୍ର _______________ କୁ ପ୍ରେରଣ କରିଥିଲା ।
Answer:
ଶ୍ରୀଲଙ୍କା

୧୯। ୧୯୯୮ ମସିହା ଜାନୁଆରୀ ୧୫ ତାରିଖରେ ‘ବାଣିଜ୍ୟ ଶିଖର ସମ୍ମିଳନୀ’ ଭାରତ, ପାକିସ୍ତାନ ଓ ______________ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।
Answer:
ବଙ୍ଗଳାଦେଶ

CHSE Odisha Class 12 Political Science Chapter 7 Objective Questions in Odia Medium

୨୦ । ପଡ଼ୋଶୀ ରାଷ୍ଟ୍ର ______________ ସହିତ ଭାରତର ସାଂସ୍କୃତିକ, ବାଣିଜ୍ୟିକ, ଧାର୍ମିକ କ୍ଷେତ୍ରରେ ମୁକ୍ତ ଓ ସୌହାର୍ଦ୍ଦପୂର୍ଣ ରହିଅଛି ।
Answer:
ନେପାଳ

୨୧ । ପ୍ରାଚୀନ କାଳରୁ ଭାରତ ଓ ପଡ଼ୋଶୀ ରାଷ୍ଟ୍ର _______________ ମଧ୍ୟରେ ବାଣିଜ୍ୟ ପାଇଁ ରେଶମ ପଥ ରହିଥିଲା ।
Answer:
ଚୀନ

C. ଭ୍ରମ ସଂଶୋଧନ କର ।

୧। ପଞ୍ଚଶୀଳ ନୀତି ଗାନ୍ଧିଜୀଙ୍କଦ୍ବାରା ପ୍ରବର୍ତ୍ତିତ ହୋଇଥିଲା ।
Answer:
ପଞ୍ଚଶୀଳ ନୀତି ପଣ୍ଡିତ ଜବାହରଲାଲ ନେହେରୁଙ୍କଦ୍ଵାରା ପ୍ରବର୍ତ୍ତିତ ହୋଇଥିଲା ।

୨ । ସିମଲା ରାଜିନାମା ଭାରତ ଓ ଚୀନ ମଧ୍ୟରେ ସ୍ବାକ୍ଷରିତ ହୋଇଥିଲା ।
Answer:
ସିମଲା ରାଜିନାମା ଭାରତ ଓ ପାକିସ୍ତାନ ମଧ୍ୟରେ ସାକ୍ଷରିତ ହୋଇଥିଲା ।

୩ । ଦକ୍ଷିଣ ଏସିଆ ଆଞ୍ଚଳିକ ସହଯୋଗ ସମିତି ସାର୍କର ୬ଟି ରାଷ୍ଟ୍ର ସଦସ୍ୟ ଅଛନ୍ତି ।
Answer:
ସାର୍କରେ ପ୍ରଥମେ ସାତଟି ରାଷ୍ଟ୍ର ସଦସ୍ୟ ଥିବାବେଳେ ବର୍ତ୍ତମାନ ୮ଟି ରାଷ୍ଟ୍ର ସଦସ୍ୟ ଅଛନ୍ତି ।

୪ । ସମ୍ବିଧାନର ୬୫ ଧାରାରେ ଭାରତର ବୈଦେଶିକ ନୀତି ବର୍ଷିତ ହୋଇଅଛି |
Answer:
ସମ୍ବିଧାନର ୫୧ ଧାରାରେ ଭାରତର ବୈଦେଶିକ ନୀତି ବର୍ଣ୍ଣିତ ହୋଇଅଛି ।

୫ |ପଞ୍ଚଶୀଳ ନୀତି ଭାରତ ଏବଂ ଶ୍ରୀଲଙ୍କା ମଧ୍ଯରେ ସାକ୍ଷରିତ ହୋଇଥିଲା ।
Answer:
ପଞ୍ଚଶୀଳ ନୀତି ଭାରତ ଏବଂ ଚୀନ୍ ମଧ୍ଯରେ ସାକ୍ଷରିତ ହୋଇଥିଲା ।

୬ । ପଞ୍ଚଶୀଳକୁ ଆଧାର କରି ଭାରତ ଓ ଚୀନ ମଧ୍ୟରେ ରାଜିନାମା ୧୯୫୦ ମସିହାରେ ସାକ୍ଷରିତ ହୋଇଥିଲା ।
Answer:
ପଞ୍ଚଶୀଳକୁ ଆଧାରକରି ଭାରତ ଓ ଚୀନ୍ ମଧ୍ୟରେ ରାଜିନାମା ୧୯୫୪ ମସିହାରେ ସାକ୍ଷରିତ ହୋଇଥିଲା ।

CHSE Odisha Class 12 Political Science Chapter 7 Objective Questions in Odia Medium

୭ | ୧୯୪୮ ମସିହାରେ ସିନ୍ଧୁନଦୀ ଜଳ ବଣ୍ଟନକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଏକ ସନ୍ଧି ସ୍ବାକ୍ଷରିତ ହୋଇଥିଲା ।
Answer:
୧୯୬୦ ମସିହାରେ ସିନ୍ଧୁନଦୀ ଜଳ ବଣ୍ଟନକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଏକ ସନ୍ଧି ସାକ୍ଷରିତ ହୋଇଥିଲା ।

୮। ୧୯୬୦ ମସିହା ପାକିସ୍ତାନ ପ୍ରଥମେ ଭାରତ ଆକ୍ରମଣ କରିଥିଲା ।
Answer:
୧୯୬୫ ମସିହା ପାକିସ୍ତାନ ପ୍ରଥମେ ଭାରତ ଆକ୍ରମଣ କରିଥିଲା ।

୯ । ୧୯୬୨ ମସିହା ଜାନୁଆରୀ ୧୦ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ତାସ୍କେଣ୍ଟ ରାଜିନାମା ସ୍ବାକ୍ଷରିତ ହୋଇଥିଲା ।
Answer:
୧୯୬୬ ମସିହା ଜାନୁଆରୀ ୧୦ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ତାସ୍କେଣ୍ଟ ରାଜିନାମା ସ୍ବାକ୍ଷରିତ ହୋଇଥିଲା ।

୧୦ । ୧୯୭୦ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ଦ୍ବିତୀୟଥର ଯୁଦ୍ଧ ହୋଇଥିଲା ।
Answer:
୧୯୭୧ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ଦ୍ଵିତୀୟଥର ଯୁଦ୍ଧ ହୋଇଥିଲା ।

୧୧ । ୧୯୭୫ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ସିମଲା ରାଜିନାମା ସ୍ବାକ୍ଷରିତ ହୋଇଥିଲା ।
Answer:
୧୯୭୨ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ସିମଲା ରାଜିନାମା ସ୍ବାକ୍ଷରିତ ହୋଇଥିଲା ।

୧୨ । ୨୦୦୦ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ଅଟଳବିହରୀ ବାଜପେୟୀ ବସ୍ ଯୋଗେ ପାକିସ୍ତାନ ଯାତ୍ରା କରିଥିଲେ ।
Answer:
୧୯୯୯ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ଅଟଳବିହରୀ ବାଜପେୟୀ ବସ୍ ଯୋଗେ ପାକିସ୍ତାନ ଯାତ୍ରା କରିଥିଲେ ।

୧୩ । ୨୦୦୧ ମସିହାରେ କାଗିଲ ଯୁଦ୍ଧ ହୋଇଥିଲା ।
Answer:
୧୯୯୯ ମସିହାରେ କାର୍ରିଲ ଯୁଦ୍ଧ ହୋଇଥିଲା ।

୧୪ । ୧୯୬୬ ମସିହାରେ ଚୀନ ଭାରତ ଆକ୍ରମଣ କରିଥିଲା ?
Answer:
୧୯୬୨ ମସିହାରେ ଚୀନ ଭାରତ ଆକ୍ରମଣ କରିଥିଲା ।

୧୫ । ତିବ୍‌ବତ ସମସ୍ୟାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଦେଖାଯାଇଥାଏ ।
Answer:
ତିବ୍‌ବତ ସମସ୍ୟାକୁ ନେଇ ଭାରତ ଓ ଚୀନ ମଧ୍ୟରେ ବିବାଦ ଦେଖାଯାଇଥାଏ ।

CHSE Odisha Class 12 Political Science Chapter 7 Objective Questions in Odia Medium

୧୬ । ଭାରତ ଓ ତିବ୍ବତ ମଧ୍ୟରେ ଟଣାଯାଇଥିବା ମେଜ୍‌ମୋହନ ରେଖାକୁ ନେଇ ଭାରତ ବିବାଦ ରହିଅଛି ।
Answer:
ଭାରତ ଓ ତିବ୍‌ବତ ମଧ୍ୟରେ ଟଣାଯାଇଥିବା ମେକ୍‌ମୋହନ ରେଖାକୁ ନେଇ ଭାରତ ଓ ଚୀନ ମଧ୍ୟରେ ବିବାଦ ରହିଅଛି ।

D. ନିମ୍ନ ପ୍ରଦତ୍ତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ଶବ୍ଦରେ ଲେଖ ।

୧ । ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ କେବେ ଆରମ୍ଭ ହୋଇଥିଲା ?
Answer:
୧୯୬୧

୨ । ସମ୍ବିଧାନର କେଇଁ ଧାରାରେ ଭାରତର ବୈଦେଶିକ ନୀତି ବକ୍ଷିତ ହୋଇଅଛି ?
Answer:
୫୧

୩ । ପଞ୍ଚଶୀଳ ନୀତି ଭାରତ ଏବଂ ଅନ୍ୟ କେଉଁ ଦେଶ ମଧ୍ୟରେ ସାକ୍ଷରିତ ହୋଇଥିଲା ?
Answer:
ଚୀନ

୪। ପଞ୍ଚଶୀଳକୁ ଆଧାର କରି ଭାରତ ଓ ଚୀନ ମଧ୍ଯରେ ରାଜିନାମା କେଉଁ ମସିହାରେ ସାକ୍ଷରିତ ହୋଇଥିଲା ?
Answer:
୧୯୫୪

୫ । କେଉଁ ମସିହାରେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ଆରମ୍ଭ ହୋଇଥିଲା ?
Answer:
୧୯୬୧

୬ । ଭାରତର କେଉଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ହୋଇଥିଲା ?
Answer:
ପଣ୍ଡିତ ଜବାହରଲାଲ ନେହେରୁ

CHSE Odisha Class 12 Political Science Chapter 7 Objective Questions in Odia Medium

କେଉଁ ମସିହାରେ ସିନ୍ଧୁ ନଦୀ ଜଳ ବଣ୍ଟନକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଏକ ସନ୍ଧି ସ୍ବାକ୍ଷରିତ ହୋଇଥିଲା ?
Answer:
୧୯୬୦

୮। କେଉଁ ମସିହାରେ ପାକିସ୍ତାନ ପ୍ରଥମେ ଭାରତ ଆକ୍ରମଣ କରିଥିଲା ?
Answer:
୧୯୬୫

୯। ୧୯୬୬ ମସିହା ଜାନୁଆରୀ ୧୦ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ କେଉଁ ରାଜିନାମା ସ୍ବାକ୍ଷରିତ ହୋଇଥିଲା ?
Answer:
ତାସ୍ କେଶ

୧୦। କେଉଁ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ଦ୍ବିତୀୟଥର ଯୁଦ୍ଧ ହୋଇଥିଲା ?
Answer:
୧୯୭୧

୧୧। କେଉଁ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ସିମଲା ରାଜିନାମା ସ୍ବାକ୍ଷରିତ ହୋଇଥିଲା ?
Answer:
୧୯୭୨

୧୨। କେଉଁ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ଅଟଳବିହାରୀ ବାଜପେୟୀ ବସ୍ ଯୋଗେ ପାକିସ୍ତାନ ଯାତ୍ରା କରିଥିଲେ ?
Answer:
୧୯୯୯

୧୩। କେଉଁ ମସିହାରେ କାର୍ରିଲ ଯୁଦ୍ଧ ହୋଇଥିଲା ?
Answer:
୧୯୯୯

୧୪। କେଉଁ ମସିହାରେ ଚୀନ ଭାରତ ଆକ୍ରମଣ କରିଥିଲା ?
Answer:
୧୯୬୨

CHSE Odisha Class 12 Political Science Chapter 7 Objective Questions in Odia Medium

୧୫। ତିବ୍ବତ ସମସ୍ୟାକୁ ନେଇ ଭାରତ ଓ ଅନ୍ୟ କେଉଁ ଦେଶ ମଧ୍ୟରେ ବିବାଦ ଦେଖାଯାଇଥାଏ ?
Answer:
ଚୀନ

୧୬। ଭାରତ ଓ ତିବ୍‌ବତ ମଧ୍ୟରେ ଟଣାଯାଇଥିବା କେଉଁ ରେଖାକୁ ନେଇ ଭାରତ ଓ ଚୀନ ମଧ୍ୟରେ ବିବାଦ ରହିଅଛି ?
Answer:
ମେକ୍ଟୋମୋହନ

୧୭। କେଉଁ ମସିହାରେ ଭାରତ ଓ ଚୀନ ମଧ୍ୟରେ ତିବ୍ବବତ ସମ୍ବନ୍ଧୀୟ ଏକ ରାଜିନାମା ସ୍ବାକ୍ଷରିତ ହୋଇଥିଲା ?
Answer:
୧୯୫୧

୧୮। କାଶ୍ମୀରକୁ ନେଇ ଭାରତ ଓ ତା’ର କେଉଁ ପଡ଼ୋଶୀ ରାଷ୍ଟ୍ର ମଧ୍ୟରେ ସୀମାବିବାଦ ରହିଅଛି ?
Answer:
ପାକିସ୍ତାନ

୧୯। ଭାରତୀୟ ଶାନ୍ତିରକ୍ଷା ସେନା ଭାରତ ତା’ର କେଉଁ ପଡ଼ୋଶୀ ରାଷ୍ଟ୍ରକୁ ପ୍ରେରଣ କରିଥିଲା ?
Answer:
ଶ୍ରୀଲଙ୍କା

୨୦। ୧୯୯୮ ମସିହା ଜାନୁଆରୀ ୧୫ ତାରିଖରେ ‘ବାଣିଜ୍ୟ ଶିଖର ସମ୍ମିଳନୀ’, ଭାରତ, ପାକିସ୍ତାନ ଓ ଅନ୍ୟ କେଉଁ ରାଷ୍ଟ୍ର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ?
Answer:
ବଙ୍ଗଳାଦେଶ

୨୧। କେଉଁ ପଡ଼ୋଶୀ ରାଷ୍ଟ୍ର ସହିତ ଭାରତର ସାଂସ୍କୃତିକ, ବାଣିଜ୍ୟିକ, ଧାର୍ମିକ କ୍ଷେତ୍ରରେ ମୁକ୍ତ ଓ ସୌହାର୍ଘପୂର୍ଣ୍ଣ ସମ୍ପର୍କ ରହିଅଛି ?
Answer:
ନେପାଳ

୨୨ । ପ୍ରାଚୀନ କାଳରୁ ଭାରତ ଓ କେଉଁ ପଡ଼ୋଶୀ ରାଷ୍ଟ୍ର ମଧ୍ୟରେ ବାଣିଜ୍ୟ ପାଇଁ ରେଶମ ପଥ ରହିଥିଲା ?
Answer:
ଚୀନ

୨୩ । ସାର୍କର ପ୍ରଥମ ସମ୍ମିଳନୀ କେବେ ହୋଇଥିଲା ?
Answer:
୧୯୮୬

CHSE Odisha Class 12 Political Science Chapter 7 Objective Questions in Odia Medium

E. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

୧ । ପଞ୍ଚଶୀଳ ନୀତିର ପ୍ରବକ୍ତା କିଏ ?
Answer:
ପଣ୍ଡିତ ଜବାହରଲାଲ ନେହେରୁ ପଞ୍ଚଶୀଳ ନୀତିର ପ୍ରବକ୍ତା ଅଟନ୍ତି ।

ଦକ୍ଷିଣ ଏସିଆ ଆଞ୍ଚଳିକ ସହଯୋଗ ସମିତି ସାର୍କର କେତୋଟି ରାଷ୍ଟ୍ର ସଦସ୍ୟ ଅଛନ୍ତି ?
Answer:
ସାର୍କରେ ପ୍ରଥମେ ସାତଟି ରାଷ୍ଟ୍ର ସଦସ୍ୟ ଥିବାବେଳେ ବର୍ତ୍ତମାନ ୮ଟି ରାଷ୍ଟ୍ର ସଦସ୍ୟ ଅଛନ୍ତି ।

୩ । ସମ୍ବିଧାନର କେଉଁ ଧାରାରେ ଭାରତର ବୈଦେଶିକ ନୀତି ବର୍ଣ୍ଣିତ ହୋଇଅଛି ?
Answer:
ସମ୍ବିଧାନର ୫୧ ଧାରାରେ ଭାରତର ବୈଦେଶିକ ନୀତି ବର୍ଣ୍ଣିତ ହୋଇଅଛି ।

୪ । ପଞ୍ଚଶୀଳ ନୀତି ଭାରତ ଏବଂ ଅନ୍ୟ କେଉଁ ଦେଶ ମଧ୍ୟରେ ସାକ୍ଷରିତ ହୋଇଥିଲା ?
Answer:
ପଞ୍ଚଶୀଳ ନୀତି ଭାରତ ଏବଂ ଚୀନ୍ ମଧ୍ଯରେ ସାକ୍ଷରିତ ହୋଇଥିଲା ।

୫ । ପଞ୍ଚଶୀଳକୁ ଆଧାର କରି ଭାରତ ଓ ଚୀନ ମଧ୍ଯରେ ରାଜିନାମା କେଉଁ ମସିହାରେ ସାକ୍ଷରିତ ହୋଇଥିଲା ?
Answer:
ପଞ୍ଚଶୀଳକୁ ଆଧାର କରି ଭାରତ ଓ ଚୀନ ମଧ୍ୟରେ ରାଜିନାମା ୧୯୫୪ ମସିହାରେ ସାକ୍ଷରିତ ହୋଇଥିଲା ।

୬ । କେଉଁ ମସିହାରେ ସିନ୍ଧୁ ନଦୀ ଜଳ ବଣ୍ଟନକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଏକ ସନ୍ଧି ସାକ୍ଷରିତ ହୋଇଥିଲା ?
Answer:
୧୯୬୦ ମସିହାରେ ସିନ୍ଧୁ ନଦୀ ଜଳ ବଣ୍ଟନକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଏକ ସନ୍ଧି ସାକ୍ଷରିତ ହୋଇଥିଲା ।

CHSE Odisha Class 12 Political Science Chapter 7 Objective Questions in Odia Medium

୭ । କେଉଁ ମସିହାରେ ପାକିସ୍ତାନ ପ୍ରଥମେ ଭାରତ ଆକ୍ରମଣ କରିଥିଲା ?
Answer:
୧୯୬୫ ମସିହାରେ ପାକିସ୍ତାନ ପ୍ରଥମେ ଭାରତ ଆକ୍ରମଣ କରିଥିଲା ।

୮ । କେଉଁ ମସିହା ଜାନୁଆରୀ ୧୦ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ତାସ୍କେଣ୍ଟ ରାଜିନାମା ସ୍ବାକ୍ଷରିତ ହୋଇଥିଲା ?
Answer:
୧୯୬୬ ମସିହା ଜାନୁଆରୀ ୧୦ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ତାସ୍କେଣ୍ଟ ରାଜିନାମା ସ୍ବାକ୍ଷରିତ ହୋଇଥିଲା ।

୯ । କେଉଁ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ଦ୍ବିତୀୟଥର ଯୁଦ୍ଧ ହୋଇଥିଲା ?
Answer:
୧୯୭୧ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ଦ୍ବିତୀୟଥର ଯୁଦ୍ଧ ହୋଇଥିଲା ।

୧୦ । କେଉଁ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ସିମଲା ରାଜିନାମା ସ୍ବାକ୍ଷରିତ ହୋଇଥିଲା ?
Answer:
୧୯୭୧ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ସିମଲା ରାଜିନାମା ସ୍ବାକ୍ଷରିତ ହୋଇଥିଲା ।

୧୧ । କେଉଁ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ଅଟଳବିହରୀ ବାଜପେୟୀ ବସ୍ ଯୋଗେ ପାକିସ୍ତାନ ଯାତ୍ରା କରିଥିଲେ ?
Answer:
୧୯୯୯ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ଅଟଳବିହରୀ ବାଜପେୟୀ ବସ୍ ଯୋଗେ ପାକିସ୍ତାନ ଯାତ୍ରା କରିଥିଲେ ।

CHSE Odisha Class 12 Political Science Chapter 7 Objective Questions in Odia Medium

୧୨ । କେଉଁ ମସିହାରେ କାର୍ଗିଲ ଯୁଦ୍ଧ ହୋଇଥିଲା ?
Answer:
୧୯୯୯ ମସିହାରେ କାଗିଲ ଯୁଦ୍ଧ ହୋଇଥିଲା ।

୧୩ । କେଉଁ ମସିହାରେ ଚୀନ ଭାରତ ଆକ୍ରମଣ କରିଥିଲା ?
Answer:
୧୯୬୨ ମସିହାରେ ଚୀନ ଭାରତ ଆକ୍ରମଣ କରିଥିଲା ।

୧୪ । ତିବ୍‌ବତ ସମସ୍ୟାକୁ ନେଇ ଭାରତ ଓ ଅନ୍ୟ କେଉଁ ଦେଶ ମଧ୍ୟରେ ବିବାଦ ଦେଖାଯାଇଥାଏ ?
Answer:
ତିବ୍‌ବତ ସମସ୍ୟାକୁ ନେଇ ଭାରତ ଓ ଚୀନ ମଧ୍ୟରେ ବିବାଦ ଦେଖାଯାଇଥାଏ ।

୧୫ । ଭାରତ ଓ ତିବ୍‌ବତ ମଧ୍ଯରେ ଟଣାଯାଇଥିବା କେଉଁ ଲେଖାକୁ ନେଇ ଭାରତ ଓ କେଉଁ ଦେଶ ମଧ୍ୟରେ ବିବାଦ ରହିଅଛି ?
Answer:
ଭାରତ ଓ ତିବ୍‌ବତ ମଧ୍ୟରେ ଟଣାଯାଇଥିବା ମେଜ୍‌ମୋହନ ରେଖାକୁ ନେଇ ଭାରତ ଓ ଚୀନ ମଧ୍ୟରେ ବିବାଦ ରହିଅଛି ।

BSE Odisha 7th Class Geography Solutions Book Download Pdf

BSE Odisha Class 7 Geography Solutions Book Pdf Download

BSE Odisha 7th Class Geography Book Solutions

BSE Odisha 7th Class Text Book Solutions

BSE Odisha 9th Class Physical Science Notes Chapter 2 ଆମ ଚାରିପାଖରେ ଥ‌ବା ପଦାର୍ଥ ବିଶୁଦ୍ଧ କି ?

Odisha State Board BSE Odisha 9th Class Physical Science Notes Chapter 2 ଆମ ଚାରିପାଖରେ ଥ‌ବା ପଦାର୍ଥ ବିଶୁଦ୍ଧ କି ? will enable students to study smartly.

BSE Odisha Class 9 Physical Science Notes Chapter 2 ଆମ ଚାରିପାଖରେ ଥ‌ବା ପଦାର୍ଥ ବିଶୁଦ୍ଧ କି ?

→ ଉପକ୍ରମ (Introduction) :
(i) ଜଣେ ସାଧାରଣ ମଣିଷ ପାଇଁ ବିଶୁଦ୍ଧ ଅର୍ଥ ହେଉଛି କୌଣସି ଅପମିଶ୍ରଣ ନ ଥୁବା ପଦାର୍ଥ । ଶୁଦ୍ଧ ମହୁ, ଶୁଦ୍ଧ ତେଲ, ଶୁଦ୍ଧ କ୍ଷୀର, ଶୁଦ୍ଧ ଫଳରସ ଆଦି ଲେଖାଥ‌ିବା ପ୍ୟାକେଟ୍‌ର ବସ୍ତୁ ହେଉଛି ସେମାନଙ୍କ ପାଇଁ ବିଶୁଦ୍ଧ ।
(ii) ଜଣେ ବୈଜ୍ଞାନିକଙ୍କ ପାଇଁ ସମସ୍ତ ବସ୍ତୁଗୁଡ଼ିକ ପ୍ରକୃତପକ୍ଷେ ବିଭିନ୍ନ ପଦାର୍ଥର ମିଶ୍ରଣ ଏବଂ ବିଶୁଦ୍ଧ ନୁହେଁ । ଉଦାହରଣ ସ୍ଵରୂପ- କ୍ଷୀର ହେଉଛି ଜଳ, ସ୍ନେହସାର, ପୁଷ୍ଟିସାର ଆଦିର ମିଶ୍ରଣ ।
(iii) ବୈଜ୍ଞାନିକମାନଙ୍କ ମତରେ ବିଶୁଦ୍ଧ ବସ୍ତୁର ପ୍ରତ୍ୟେକ ଅଣୁଗୁଡ଼ିକର ରାସାୟନିକ ଗୁଣ ସମାନ । ବିଶୁଦ୍ଧ ବସ୍ତୁ କେବଳ ଏକ ପ୍ରକାରର ଅଣୁଗୁଡ଼ିକୁ ନେଇ ଗଠିତ।
(iv) ଅଧୁକାଂଶ ବସ୍ତୁ ଦୁଇ କିମ୍ବା ତତୋଽଧୂ ଶୁଦ୍ଧ ପଦାର୍ଥର ମିଶ୍ରଣକୁ ନେଇ ଗଠିତ ।

BSE Odisha 9th Class Physical Science Notes Chapter 2 ଆମ ଚାରିପାଖରେ ଥ‌ବା ପଦାର୍ଥ ବିଶୁଦ୍ଧ କି ?

→ ବିଶୁଦ୍ଧ ପଦାର୍ଥ (Pure Substance) :
(i) ବିଶୁଦ୍ଧ ବସ୍ତୁ କେବଳ ଏକପ୍ରକାର ଅଣୁଗୁଡ଼ିକୁ ନେଇ ଗଠିତ ଏବଂ ବସ୍ତୁର ପ୍ରତ୍ୟେକ ଅଣୁଗୁଡ଼ିକର ରାସାୟନିକ ଗୁଣ ସମାନ ।
(ii) ଲୁହା, ତମ୍ବା, ଅମ୍ଳଜାନ, ଉଦ୍‌ଜାନ, ଗନ୍ଧକ ଆଦି ମୌଳିକ ପ୍ରତ୍ୟେକ ଗୋଟିଏ ପ୍ରକାର କଣିକାକୁ ନେଇ ଗଠିତ ହୋଇଥିବାରୁ ବିଶୁଦ୍ଧ ପଦାର୍ଥ ଅଟନ୍ତି ।
(iii) ଜଳ, ଅଙ୍ଗାରକାମ୍ଳ, ମିଥେନ୍, ସୋଡ଼ିୟମ୍ କ୍ଲୋରାଇଡ୍ ଆଦି ଯୌଗିକ ମଧ୍ୟ ବିଶୁଦ୍ଧ । କାରଣ ପ୍ରତ୍ୟେକ ଯୌଗିକରେ ବିଭିନ୍ନ ମୌଳିକଗୁଡ଼ିକ ନିର୍ଦ୍ଦିଷ୍ଟ ଓଜନର ଅନୁପାତରେ ସଂଯୁକ୍ତ ଥାଆନ୍ତି ।

ବିଶୁଦ୍ଧ ପଦାର୍ଥର ବୈଶିଷ୍ଟ୍ୟ :
(i) ବିଶୁଦ୍ଧ ପଦାର୍ଥର ପ୍ରକୃତି ସମଜାତୀୟ ।
(ii) ଗୋଟିଏ ପଦାର୍ଥର ଧର୍ମ ଅନ୍ୟ ପଦାର୍ଥର ଧର୍ମଠାରୁ ଭିନ୍ନ ।
(iii) ଭୌତିକ ଉପାୟରେ ଏହାର ସଂଯୋଜନକୁ ପରିବର୍ତ୍ତନ କରିହୁଏ ନାହିଁ ।

→ ମିଶ୍ରଣ (Mixture):
(i) ମିଶ୍ରଣ ଏକାଧ୍ଵକ ପ୍ରକାରର ବିଶୁଦ୍ଧ ପଦାର୍ଥକୁ ନେଇ ଗଠିତ । ଏଥରେ ଉପାଦାନଗୁଡ଼ିକର ଅନୁପାତ ନିର୍ଦ୍ଦିଷ୍ଟ ନ ଥାଏ । କୌଣସି ଭୌତିକ ପ୍ରକ୍ରିୟାଦ୍ଵାରା ଗୋଟିଏ ବସ୍ତୁର ଉପାଦାନଗୁଡ଼ିକରୁ ଅନ୍ୟ ପ୍ରକାରର ପଦାର୍ଥ ଉତ୍ପନ୍ନ କରାଯାଇ ପାରିବ ନାହିଁ । ସମୁଦ୍ର ଜଳ, ଖଣିଜ ପଦାର୍ଥ, ମାଟି ଆଦି ଗୋଟିଏ ଗୋଟିଏ ମିଶ୍ରଣ ।
(ii) ଜଳରେ ଦ୍ରବୀଭୂତ ଲୁଣପାଣି (ସୋଡ଼ିୟମ୍‌ କ୍ଲୋରାଇଡ଼କୁ) ବାଷ୍ପୀଭବନ ଭଳି ଭୌତିକ ପ୍ରକ୍ରିୟାଦ୍ଵାରା ଲୁଣକୁ ଅଲଗା କରାଯାଇପାରିବ ।
(iii) କିନ୍ତୁ ଜଳ ଓ ଲୁଣ ପ୍ରତ୍ୟେକ ଗୋଟିଏ ଗୋଟିଏ ବସ୍ତୁ ଅଟନ୍ତି ଏବଂ ଭୌତିକ ପ୍ରକ୍ରିୟାଦ୍ଵାରା ଜଳ କିମ୍ବା ଲୁଣର ରାସାୟନିକ ଉପାଦାନଗୁଡ଼ିକୁ ରହିଥାଏ । ପୃଥକ କରିହେବ ନାହିଁ ।

BSE Odisha 9th Class Physical Science Notes Chapter 2 ଆମ ଚାରିପାଖରେ ଥ‌ବା ପଦାର୍ଥ ବିଶୁଦ୍ଧ କି ?

→ ମିଶ୍ରଣର ପ୍ରକାରଭେଦ (Types of Mixtures) :
ଗୋଟିଏ ମିଶ୍ରଣ ଯେଉଁ ପ୍ରକାରର ଉପାଦାନମାନଙ୍କୁ ନେଇ ଗଠିତ, ସେମାନଙ୍କ ଗୁଣକୁ ଭିଭିକରି ମିଶ୍ରଣକୁ ଭିନ୍ନ ଭିନ୍ନ ପ୍ରକାରରେ ବିଭକ୍ତ କରାଯାଇ ପାରିବ ।

→ ସମାଧାନ (Solution):
(i) ଦୁଇ ବା ତତୋଽଧ୍ଵକ ପଦାର୍ଥର ସମଜାତୀୟ ମିଶ୍ରଣକୁ ଦ୍ରବଣ କୁହାଯାଏ ।
(ii) ଦ୍ରବଣ କହିଲେ ତରଳରେ କଠିନ ବା ତରଳ ବା ଗ୍ୟାସ୍ ଜାତୀୟ ବସ୍ତୁ ଦ୍ରବୀଭୂତ ହୋଇଥାଏ ବୋଲି ଆମେ ଭାବୁ । ମାତ୍ର ଦ୍ରବଣ କଠିନ ଦ୍ରବଣ (ମିଶ୍ରଧାତୁ (Alloy)] ଓ ଗ୍ୟାସୀୟ ଦ୍ରବଣ (ବାୟୁ) ମଧ୍ୟ ହୋଇପାରେ । ଦ୍ରବଣରେ କଣିକା ସ୍ତରରେ ସମଜାତୀୟତା (homogeneity) ରହିଥାଏ ।

ଏଲୟ (Alay) ହେ ଏଲୟ (Alloy) ହେଉଛି ଦୁଇ ବା ତତୋଽଧ୍ଵକ ଧାତୁର ମିଶ୍ରଣ କିମ୍ବା ଧାତୁ ଓ ଅଧାତୁର ମିଶ୍ରଣ ଏବଂ କୌଣସି ଭୌତିକ ପ୍ରକ୍ରିୟାଦ୍ଵାରା ଏହାର ଉପାଦାନଗୁଡ଼ିକୁ ପରସ୍ପରଠାରୁ ଅଲଗା କରାଯାଇପାରିବ ନାହିଁ । ଏହା ଏକ ମିଶ୍ରଣ କାରଣ ଏହା ତାହାର ଉପାଦାନଗୁଡ଼ିକର ଧର୍ମ ପ୍ରଦର୍ଶନ କରେ ଏବଂ ଏହାର ପରିବର୍ତ୍ତନଶୀଳ (variable) ସଂଯୋଜନ ରହିପାରେ

(iii) ଦ୍ରବଣ ମଧ୍ୟରେ ଦ୍ରବ (solute) ଓ ଦ୍ରାବକ (solvent) ତାହାର ଉପାଦାନ ରୂପେ ରହିଥାଏ ।
(iv) ଦ୍ରାବକ : ଦ୍ରବଣ ମଧ୍ଯରେ ଯେଉଁ ଉପାଦାନଟି ସାଧାରଣତଃ ଅଧିକ ପରିମାଣରେ ଥାଏ ଏବଂ ଯାହା ମଧ୍ୟରେ ଅନ୍ୟ ଉପାଦାନଟି ଦ୍ରବୀଭୂତ ହୋଇଥାଏ, ତାହାକୁ ସ୍ରାବକ କୁହାଯାଏ ।
(v) ଦ୍ରବ : ଦ୍ରବଣ ମଧ୍ୟରେ ଯେଉଁ ଉପାଦାନଟି କମ୍ ପରିମାଣରେ ଥାଏ ଓ ଦ୍ରାବକ ଭିତରେ ଦ୍ରବୀଭୂତ ହୋଇଥାଏ ବା ମିଳାଇଯାଇଥାଏ ତାହାକୁ ଦ୍ରବ କୁହାଯାଏ ।

BSE Odisha 9th Class Physical Science Notes Chapter 2 ଆମ ଚାରିପାଖରେ ଥ‌ବା ପଦାର୍ଥ ବିଶୁଦ୍ଧ କି ?

→ ଦ୍ରବଣର ପ୍ରକାରଭେଦ :
(a) ଜଳୀୟ ଦ୍ରବଣ : ଯେଉଁ ଦ୍ରବଣରେ ବସ୍ତୁ ଜଳରେ ଦ୍ରବୀଭୂତ ହୋଇଥାଏ, ତାକୁ ଜଳୀୟ ଦ୍ରବଣ କୁହାଯାଏ ଜଳରେ ସାଧାରଣ ଅଜୈବ ଯୌଗିକ ଦ୍ରବୀଭୂତ ହୋଇଥାଏ । ଜଳରେ ବହୁ ପ୍ରକାରର ବସ୍ତୁ ଦ୍ରବୀଭୂତ ହୋଇପାରୁଥିବାରୁ ଏହାକୁ ‘ସାର୍ବଜନୀନ ଦ୍ରାବକ’ କୁହାଯାଏ ।

(i) କଠିନ ଓ ତରଳ ର ପ୍ରବଣ: ଚିନି ପାଣ ତ୍ରାବଶରେ ଚିନି କଳରେ ଦ୍ରବୀଭୂତ ହୋଇ ମିଶି ଯାଇଥାଏ । ତେଣୁ ଚିନିପାଣି ହେଉଛି ତରଳରେ କଠିନର ଏକ ଦ୍ରବଣ । ଏଠାରେ ଜଳ (ତରଳ) ଦ୍ରାବକ ଏବଂ ଚିନି (କଠିନ) ଦ୍ରବ ଅଟେ ।
(ii) ତରଳ ଓ ତରଳର ଦ୍ରବଣ: ଆଲକହଲ୍ ଜଳରେ କ୍ରବୀଭୂତ ହେଲେ ଆଲକହଲ୍‌ର ଏକ ଦ୍ରବଣ ମିଳେ । ଯଦି ମିଶ୍ରଣରେ 20% ଇଥାନଲ୍ ଓ 80% ଜଳ ଥାଏ, ତେବେ ଇଥାନଲ୍ ହେଉଛି ଦ୍ରବ ଓ ଜଳ ହେଉଛି ଦ୍ରାବକ । ଏହି ଦ୍ରବଣକୁ ଜଳରେ ଆଲକହଲ୍‌ ଦ୍ରବଣ କୁହାଯାଏ । ଯଦି ମିଶ୍ରଣରେ 20% ଜଳ ଓ 80% ଇଥାନଲ୍ ଥାଏ, ତେବେ ଜଳ ହେଉଛି ଦ୍ରବ ଓ ଇଥାନଲ୍ ହେଉଛି ଦ୍ରାବକ । ଏହି ଦ୍ରବଣକୁ ଆଲକହଲ୍‌ରେ ଜଳର ଦ୍ରବଣ କୁହାଯାଏ ।
(iii) ଗ୍ୟାସ୍ ଓ ତରଳର ଦ୍ରବଣ: ଘୋଡ଼ାପାଣି ଭଳି କାର୍ବନ ଡାଇଅକ୍ସାଇଡ୍ (CO2) ଗ୍ୟାସ୍ ମିଶିଥୁବା ପାନୀୟଗୁଡ଼ିକ ହେଉଛି ତରଳରେ ଗ୍ୟାସ୍‌ର ଦ୍ରବଣ । ଏଥୁରେ କାର୍ବନ ଡାଇଅକ୍‌ସାଇଡ୍ (ଗ୍ୟାସ୍) ଦ୍ରବ ଓ ଜଳ (ତରଳ) ଦ୍ରାବକ ଭାବେ ରହିଥାଏ ।

(a) ନିର୍ଜଳୀୟ ଦ୍ରବଣ : ଯେଉଁ ଦ୍ରବଣରେ ବସ୍ତୁ ଜଳ ବ୍ୟତୀତ ଅନ୍ୟ ସ୍ରାବକରେ ଦ୍ରବୀଭୂତ ହୋଇଥାଏ, ତାହାକୁ ନିର୍ଜଳୀୟ ଦ୍ରବଣ କୁହାଯାଏ ।

(i) କଠିନ ଓ ତରଳର ଦ୍ରବଣ : ଆଲକହଲ୍‌ରେ ଆୟୋଡିନ୍ ଦ୍ରବଣକୁ ଆୟୋଡିନ୍‌ ଅର୍କ କୁହାଯାଏ ଏଥିରେ ଆୟୋଡିନ୍ (କଠିନ) ହେଉଛି ଦ୍ରବ ଓ ଆଲକହଲ୍ (ତରଳ) ହେଉଛି ଦ୍ରାବକ ।
ତରଳ ଓ ତରଳର ଦ୍ରବଣ : ବ୍ରୋମିନ୍ କାର୍ବନ ଟେଟ୍ରାକ୍ଲୋରାଇଡ୍ (CCl4)ରେ ଦ୍ରବୀଭୂତ ହୁଏ ।
(iii) ଗ୍ୟାସ୍ ଓ ଗ୍ୟାସ୍‌ର ମିଶ୍ରଣ : ବାୟୁ ଅନେକ ସଂଖ୍ୟକ ଗ୍ୟାସ୍‌ ଏକ ସମଜାତୀୟ ମିଶ୍ରଣ । ଏହାର ଦୁଇଟି ମୁଖ୍ୟ ଉପାଦାନ ହେଲା-ଅମ୍ଳଜାନ (21%) ଓ ଯବକ୍ଷାରଜାନ (78%) ।
(iv) କଠିନ ଓ କଠିନର ଦ୍ରବଣ : ପିତ୍ତଳ ହେଉଛି ଗୋଟିଏ ଦ୍ରବଣ ଯେଉଁଥିରେ ପ୍ରାୟ 30% ଦସ୍ତା (Zn) ଓ 70% ତମ୍ବା (Cu) ରହିଥାଏ ।

BSE Odisha 9th Class Physical Science Notes Chapter 2 ଆମ ଚାରିପାଖରେ ଥ‌ବା ପଦାର୍ଥ ବିଶୁଦ୍ଧ କି ?

→ ଦ୍ରବଣର ଧର୍ମ (Properties of a Solution) :
(i) ଦ୍ରବଣ ହେଉଛି ଏକ ସମଜାତୀୟ ମିଶ୍ରଣ ।
(ii) ଦ୍ରବଣର କଣିକାଗୁଡ଼ିକର ବ୍ୟାସ ଏକ ନାନୋମିଟର (Inm ବା 10-9 m) ଠାରୁ ଛୋଟ ।
(iii) ଅତି କ୍ଷୁଦ୍ର ଆକାର ଯୋଗୁ ଦ୍ରବଣର କଣିକାମାନେ ଦ୍ରବଣ ମଧ୍ୟରେ ଗତି କରୁଥିବା ଆଲୋକ ରଶ୍ମିକୁ ବିଚ୍ଛୁରିତ (scatter) କରିପାରନ୍ତି ନାହିଁ । ତେଣୁ ଆଲୋକ ରଶ୍ମିର ଗତିପଥ ଦ୍ରବଣ ମଧ୍ଯରେ ଦୃଶ୍ୟମାନ ହୁଏ ନାହିଁ ।
(iv) ପରିସ୍ରବଣ ପଦ୍ଧତିଦ୍ଵାରା ଦ୍ରବଣରୁ ଦ୍ରବର କଣିକାମାନଙ୍କୁ ଅଲଗା କରାଯାଇପାରିବ ନାହିଁ । ଦ୍ରବଣକୁ ସ୍ଥିର ଭାବରେ ରଖୁଦେଲେ ଏହାର ଦ୍ରବର କଣିକାଗୁଡ଼ିକ ତଳେ ବସନ୍ତି ନାହିଁ । ତେଣୁ ଦ୍ରବଣ ସ୍ଥିର (stable) ଅଟେ ।

→ ଦ୍ରବଣର ଗାଢ଼ତା (Concentration of a Solution) :
ଗୋଟିଏ ଦ୍ରବଣରେ ଦ୍ରବ ଓ ଦ୍ରାବକର ଆପେକ୍ଷିକ ଅନୁପାତ ବଦଳିପାରେ । ଗୋଟିଏ ଦ୍ରବଣରେ ଥିବା ଦ୍ରବଣ ପରିମାଣ ଅନୁସାରେ ଦ୍ରବଣଟିକୁ ଗାଢ଼ କିମ୍ବା ଲଘୁ କିମ୍ବା ଯୁକ୍ତ ବୋଲି କୁହାଯାଏ ।

BSE Odisha 9th Class Physical Science Notes Chapter 1 ଆମ ଚତୁଃପାର୍ଶ୍ଵରେ ଥିବା ପଦାର୍ଥ

Odisha State Board BSE Odisha 9th Class Physical Science Notes Chapter 1 ଆମ ଚତୁଃପାର୍ଶ୍ଵରେ ଥିବା ପଦାର୍ଥ will enable students to study smartly.

BSE Odisha Class 9 Physical Science Notes Chapter 1 ଆମ ଚତୁଃପାର୍ଶ୍ଵରେ ଥିବା ପଦାର୍ଥ

→ ବିଷୟ ଏବଂ ସାମଗ୍ରୀ (Matter and Material):
(i) ଯାହା ସ୍ଥାନ ଅଧିକାର କରେ ଓ ଯାହାର ବସ୍ତୁତ୍ଵ ଅଛି, ତାହା ହେଉଛି ପଦାର୍ଥ । ପଦାର୍ଥରୁ ନିର୍ମିତ ଦ୍ରବ୍ୟକୁ ବସ୍ତୁ କୁହାଯାଏ ।
(ii) ବିଭିନ୍ନ ପ୍ରକାର ବସ୍ତୁର ଭିନ୍ନ ଭିନ୍ନ ଆକାର, ଆକୃତି ଓ ରୂପବିନ୍ୟାସ (texture) ଥାଏ ।
(iii) ବିଶ୍ଵରେ ଥିବା ସମସ୍ତ ବସ୍ତୁ ଯେଉଁ ଦ୍ରବ୍ୟକୁ ନେଇ ଗଢ଼ା, ତାହାକୁ ବୈଜ୍ଞାନିକମାନେ ପଦାର୍ଥ (Matter) ଭାବେ ନାମକରଣ କରିଛନ୍ତି ।
(iv) ବାୟୁ, ବିଭିନ୍ନ ପ୍ରକାର ଖାଦ୍ୟ, ପଥର, ମେଘ, ତାରା, ଉଭିଦ, ପଶୁପକ୍ଷୀ, ଜଳବିନ୍ଦୁ, ବାଲିର କ୍ଷୁଦ୍ର କଣିକା ଆଦି ସମସ୍ତେ ଗୋଟିଏ ଗୋଟିଏ ପଦାର୍ଥ ।
(v) ପ୍ରାଚୀନ ଭାରତୀୟ ଦାର୍ଶନିକମାନଙ୍କ ମତରେ ସମସ୍ତ ବସ୍ତୁ ପାଞ୍ଚଗୋଟି ମୌଳିକକୁ ନେଇ ଗଠିତ । ଏହାକୁ ପଞ୍ଚତତ୍ତ୍ଵ କୁହାଯାଏ ।
ସେଗୁଡ଼ିକ ହେଲା- ମାଟି (earth), ଜଳ (water), ବାୟୁ (air), ଅଗ୍ନି (fire) ଏବଂ ଆକାଶ (sky) । ପ୍ରାଚୀନ ଗ୍ରୀକ୍ ଦାର୍ଶନିକମାନେ ମଧ୍ୟ ପଦାର୍ଥର ଏହି ପ୍ରକାରର ଶ୍ରେଣୀବିଭାଗ କରିଥିଲେ ।
(vi) ଆଧୁନିକ ଯୁଗର ବୈଜ୍ଞାନିକମାନେ ସମସ୍ତ ପଦାର୍ଥକୁ ସେମାନଙ୍କ ଭୌତିକ ପ୍ରକୃତି ଓ ରାସାୟନିକ ଧର୍ମ ଅନୁସାରେ ଦୁଇଭାଗରେ ବିଭକ୍ତ କରିଛନ୍ତି ।

BSE Odisha 9th Class Physical Science Notes Chapter 1 ଆମ ଚତୁଃପାର୍ଶ୍ଵରେ ଥିବା ପଦାର୍ଥ

→ ପଦାର୍ଥର ଶାରୀରିକ ପ୍ରକୃତି (Physical Nature of Matter):
(i) ପଦାର୍ଥ କଣିକାକୁ ନେଇ ଗଠିତ (Matter is made up of Particles):

→ ପଦାର୍ଥର କଣିକାର ଧର୍ମ ବୈଶିଷ୍ଟ୍ୟ (Characteristics of Particles of Matter):

(i) ପଦାର୍ଥର କଣିକାମାନଙ୍କ ମଧ୍ୟରେ ଅନେକ ଫାଙ୍କା ସ୍ଥାନ ଅଛି ।
ତୁମପାଇଁ କାମ 1.1 ଏବଂ 1.2 ରୁ ଜଣାଯାଏ ଯେ, ଚିନି, ଲୁଣ କିମ୍ବା ପୋଟାସିୟମ୍ ପରମଙ୍ଗାନେଟ୍‌ର ଅର୍ଥାତ୍, କଫି କିମ୍ବା ଲେମ୍ବୁପାଣି ତିଆରି କରୁଥିବା ସମୟରେ ଗୋଟିଏ ପ୍ରକାର ପଦାର୍ଥର କଣିକାଗୁଡ଼ିକ ଅନ୍ୟ ପଦାର୍ଥର କଣିକା ମଧ୍ୟରେ ଥିବା ଫାଙ୍କାସ୍ଥାନ ମଧ୍ୟରେ ରହିଯାଆନ୍ତି ।
(ii) ପଦାର୍ଥର କଣିକାମାନ ଅନବରତ ଗତି କରିଥା’ନ୍ତି ।

→ ପଦାର୍ଥର ଅବସ୍ଥା (States of Matter):
(i) ଆମ ଚାରିପାଖରେ ଥିବା ପଦାର୍ଥଗୁଡ଼ିକ ମୁଖ୍ୟତଃ ତିନୋଟି ଅବସ୍ଥାରେ ରହିଥା’ନ୍ତି; ଯଥା- କଠିନ (solid), ତରଳ | (liquid) ଗ୍ୟାସୀୟ (gaseous)
(ii) ପଦାର୍ଥର ଏହି ଅବସ୍ଥା ତାହା ମଧ୍ୟରେ ଥିବା କଣିକାଗୁଡ଼ିକର ଗୁଣ ବା ଲକ୍ଷଣ ବୈଶିଷ୍ଟ୍ୟରେ ଥ‌ିବା ବିଭିନ୍ନତା ଉପରେ ନିର୍ଭର କରିଥାଏ

→ ପଦାର୍ଥ ତାହାର ଅବସ୍ଥାର ପରିବର୍ତ୍ତନ କରିପାରେ କି ? (Can Matter Change its State ?):
ପଦାର୍ଥର ଅବସ୍ଥାରେ ପରିବର୍ତ୍ତନ ହୁଏ । ଜଳ ତିନୋଟି ଅବସ୍ଥାରେ ରହିପାରେ । କଠିନ ରୂପରେ ବରଫ, ତରଳ ରୂପରେ ଜଳ ଓ ଗ୍ୟାସୀୟ ଅବସ୍ଥାରେ ଜଳୀୟବାଷ୍ପ ବା ବାମ୍ଫ ଆକାରରେ ରହିଥାଏ ।

→ ହୋଇଯାଆନ୍ତି । ଏହାକୁ ବାଷ୍ପୀଭବନ କୁହାଯାଏ । (Evaporation):
(i) ପଦାର୍ଥର ଅଣୁଗୁଡ଼ିକ ସର୍ବଦା ଗତି କରୁଥା’ନ୍ତି । ସେମାନେ କେବେହେଲେ ସ୍ଥିର ରହନ୍ତି ନାହିଁ ।
(ii) କୌଣସି ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଗ୍ୟାସ୍, ତରଳ ଅଥବା କଠିନ ପଦାର୍ଥରେ ରହିଥିବା କଣିକାଗୁଡ଼ିକ ଭିନ୍ନ ଭିନ୍ନ ପରିମାଣର ଗତିଜ ଶକ୍ତିର ଅଧିକାରୀ ହୋଇଥା’ନ୍ତି ।
(iii) ତରଳର ପୃଷ୍ଠଭାଗରେ ଥିବା ଅଳ୍ପ ସଂଖ୍ୟକ ଅଣୁର ଅଧ‌ିକ ଗତିଜ ଶକ୍ତି ଥାଏ । ସେମାନେ ଅନ୍ୟ କଣିକାମାନଙ୍କ ଆକର୍ଷଣ ବଳର ପ୍ରଭାବରୁ ମୁକ୍ତହୋଇ ତରଳରୁ ଅଲଗା ହୋଇ ବାଷ୍ପରେ ପରିଣତ ହୋଇଯାଆନ୍ତି । ଏହାକୁ ବାଷ୍ପୀଭବନ କୁହାଯାଏ ।

BSE Odisha 9th Class Physical Science Notes Chapter 1 ଆମ ଚତୁଃପାର୍ଶ୍ଵରେ ଥିବା ପଦାର୍ଥ

ଉଦାହରଣ :
(i) ଜଳକୁ ଘୋଡ଼ାଇ ନ ରଖୁଲେ ଏହାର ପରିମାଣ ଧୀରେ ଧୀରେ ତାପମାତ୍ରାରେ ତରଳ ପଦାର୍ଥ ଗ୍ୟାସ୍‌ରେ ପରିଣତ ହୋଇଥାଏ, ହ୍ରାସ ପାଏ ।
(ii) ଓଦା ଲୁଗା ଶୁଖାଯାଏ ।
ଉପରୋକ୍ତ ପ୍ରକ୍ରିୟାଦ୍ଵାରା ବାୟୁମଣ୍ଡଳୀୟ ତାପମାତ୍ରାରେ ଘଟିଥାଏ । ଏଥିପାଇଁ ସ୍ଫୁଟନାଙ୍କ ତାପମାତ୍ରା ଆବଶ୍ୟକ ହୁଏନାହିଁ ।

→ ବାଷ୍ପୀକରଣ ଥଣ୍ଡା ହୋଇଥାଏ | (Evaporation causes cooling) :
(i) ଗୋଟିଏ ଖୋଲା ପାତ୍ରରେ ତରଳ ପଦାର୍ଥ ରଖ‌ିଲେ ଏହା ନିରବଚ୍ଛିନ୍ନ ଭାବରେ ଧୀରେ ଧୀରେ ବାଷ୍ପୀଭୂତ ହୋଇଥାଏ ।
(ii) ଏହି ତରଳ ପଦାର୍ଥର ଅଣୁମାନେ ପରିପାର୍ଶ୍ବରୁ ଶକ୍ତି ଅବଶୋଷଣ କରି ବାଷ୍ପୀଭବନବେଳେ ହରାଇଥିବା ଶକ୍ତିକୁ ପୁନଃଭରଣ କରିଥା’ନ୍ତି । ପରିପାର୍ଶ୍ଵ ବା ଚାରିପାଖରୁ ଶକ୍ତି ଅବଶୋଷିତ ହେଉଥ‌ିବାରୁ ଏହା ପରିପାର୍ଶ୍ଵକୁ ଥଣ୍ଡା ରଖିଥାଏ ।
ଉଦାହରଣ :
ନଖ ପଲିସ୍ ଛଡ଼ାଇବା ପାଇଁ ବ୍ୟବହୃତ ହେଉଥ‌ିବା ଏସିଟୋନ୍ ଆମ ହାତ ପାପୁଲି ଉପରେ ଢାଳିଲେ, ଏହାର ଅଣୁ ହାତପାପୁଲିରୁ ଓ ପରିପାର୍ଶ୍ବରୁ ଶକ୍ତି ଗ୍ରହଣ କରିଥାଏ । ଏଥ୍ଗୁ ଏସିଟୋନ୍‌ ବାଷ୍ପୀଭବନ

ଆମେ ଖରାଦିନେ କାହିଁକି ସୂତା ପୋଷାକ ପିନ୍ଧୁ :
(i) ଖରାଦିନେ ଆମ ଦେହରୁ ବହୁତ ଝାଳ ବାହାରିବାରୁ ଦେହ ଥଣ୍ଡା ରହେ ।
(ii) ବାଷ୍ପୀଭବନ ସମୟରେ ତରଳର ପୃଷ୍ଠରେ ଥିବା କଣିକାମାନେ ପରିପାର୍ଶ୍ବରୁ କିମ୍ବା ଶରୀର ପୃଷ୍ଠରୁ ଶକ୍ତି ଆହରଣ କରି ବାଷ୍ପୀଭୂତ ହୋଇଥା’ନ୍ତି । ବାଷ୍ପୀଭବନର ଗୁପ୍ତତାପ ସହିତ ସମାନ ତାପଶକ୍ତି ଶରୀରରୁ ଅବଶୋଷିତ ହୁଏ, ଯାହାଫଳରେ ଶରୀର ଶୀତଳ ରହେ ।
(iii) ସୂତା ପୋଷାକ ଜଳର ଭଲ ଅବଶୋଷକ ହୋଇଥିବାରୁ ଏହା ଶରୀରର ଝାଳକୁ ଭଲରୂପେ ଅବଶୋଷଣ କରେ, ଯାହା ବାୟୁମଣ୍ଡଳର ସଂସ୍ପର୍ଶରେ ଆସେ ଓ ଶୀଘ୍ର ବାଷ୍ପୀଭୂତ ହୋଇଯାଏ ।

ଥଣ୍ଡା ବରଫ:
ଜଳ ନିଆଯାଇଥିବା ଗ୍ଲାସ୍‌ର ବାହାର ପୃଷ୍ଠରେ ଜଳର ବିନ୍ଦୁକ (Droplets) ସୃଷ୍ଟିର କାରଣ :
(i) ଗୋଟିଏ ଗ୍ଲାସ୍‌ କିଛି ଥଣ୍ଡା ବରଫ ନେଲେ ଅଳ୍ପ ସମୟ ପରେ ସେହି ଗ୍ଲାସ୍‌ର ବାହାର ପଟେ ଅନେକ ଜଳର ବିନ୍ଦୁକମାନ ଲାଗି ରହିଥିବା ଦେଖାଯାଏ ।
(ii) ବାୟୁରେ ଥିବା ଜଳୀୟବାଷ୍ପ କଣିକାମାନେ ଗ୍ଲାସ୍‌ ଶୀତଳ ପୃଷ୍ଠର ସଂସ୍ପର୍ଶରେ ଆସିଲେ ଶକ୍ତି ହରାଇଥାନ୍ତି । ତେଣୁ ସେଗୁଡ଼ିକ ଗ୍ୟାସୀୟ ଅବସ୍ଥାରୁ ତରଳ ଅବସ୍ଥାକୁ ପରିବର୍ତ୍ତିତ ହୋଇଥା’ନ୍ତି, ଯାହାକୁ ଗ୍ଲାସ୍‌ ବାହାର ପୃଷ୍ଠରେ ଜଳ ବିନ୍ଦୁକ ରୂପରେ ଦେଖୁବାକୁ ମିଳେ ।

BSE Odisha 9th Class Physical Science Notes Chapter 1 ଆମ ଚତୁଃପାର୍ଶ୍ଵରେ ଥିବା ପଦାର୍ଥ

ଅଧିକ ଜାଣିବା :
ଆଜିକାଲି ବୈଜ୍ଞାନିକମାନେ ପଦାର୍ଥର ପାଞ୍ଚଟି ଅବସ୍ଥା ଅଛି ବୋଲି ଜାଣିଲେଣି । ସେଗୁଡ଼ିକ ହେଲା – କଠିନ, ତରଳ, ଗ୍ୟାସୀୟ, ପ୍ଲାଜମା ଓ ବୋଷ-ଆଇନ୍ ଷ୍ଟାଇନ୍ ସଂଘନିତ (Condensate) ଅବସ୍ଥା ।

ପ୍ଲାଜମା :
ପଦାର୍ଥର ଏହି ଅବସ୍ଥା, ଅତି ଶକ୍ତଶାଳୀ ଓ ଅତି ଉତ୍ତେଜିତ କଣିକାମାନଦ୍ଵାରା ଗଠିତ ହୋଇଥାଏ । ଏହି କଣିକାଗୁଡ଼ିକ ଆୟନନ ହୋଇଥିବା ଗ୍ୟାସ୍‌ରେ (ionised gas) ଆୟନ ଅବସ୍ଥାରେ ଥାଆନ୍ତି । ନିୟନ ନିଦର୍ଶନ ବଲ୍‌ବ (sign lamp)ରେ ନିୟନ ଗ୍ୟାସ୍‌ ଥାଏ । ପ୍ରତିଦୀପ୍ତ (fluorescent tube) ନଳୀ ଭିତରେ ହିଲିୟମ୍ ବା ଅନ୍ୟ କିଛି ଗ୍ୟାସ୍ ରହିଥାଏ । ଏହି ଗ୍ୟାସ୍‌ମାନଙ୍କ ମଧ୍ୟରେ ଯେତେବେଳେ ବିଦ୍ୟୁତ୍ ଶକ୍ତି ପ୍ରବାହିତ ହୁଏ, ସେତେବେଳେ ସେମାନଙ୍କର କଣିକାମାନେ ଚାର୍ଜିତ ହୋଇଯାଆନ୍ତି ଓ ଗ୍ୟାସ୍‌ରେ ପ୍ଲାଜମା କଣିକାମାନେ ସୃଷ୍ଟି ହୁଅନ୍ତି । ପ୍ଲାଜମା କଣିକାମାନଙ୍କ ଉପସ୍ଥିତି ଯୋଗୁଁ ଆମେ ପ୍ରତିଦୀପ୍ତ ନଳୀରେ ଏକ ଶିଖାହୀନ ଆଲୋକ ଦିପ୍ତି (glow) ଦେଖିପାରୁ । ଏହି ଦିପ୍ତିର ରଙ୍ଗ ଗ୍ୟାସ୍‌ର ଗୁଣ ଉପରେ ନିର୍ଭର କରେ । ଭିନ୍ନ ଭିନ୍ନ ଗ୍ୟାସ୍‌ରେ ଏହି ଦିପ୍ତିର ରଙ୍ଗ ଭିନ୍ନ ଭିନ୍ନ ହୋଇଥାଏ । ସୂର୍ଯ୍ୟ ଓ ଅନ୍ୟାନ୍ୟ ତାରାମାନେ ଯେଉଁ ଦିପ୍ତି ପ୍ରକାଶ କରନ୍ତି ତାହା ସେଠାରେ ଥିବା ଅସଂଖ୍ୟ ପ୍ଲାଜ୍‌ମା କଣିକାମାନଙ୍କ ଉପସ୍ଥିତି ଯୋଗୁ ସମ୍ଭବପର ହୋଇଥାଏ । ତାରାମାନଙ୍କରେ ଅତି ଉଚ୍ଚ ତାପମାତ୍ରା ଯୋଗୁ ପ୍ଲାଜ୍‌ମା ସୃଷ୍ଟି ହୋଇଥାଏ ।

BSE Odisha 9th Class Physical Science Notes Chapter 1 ଆମ ଚତୁଃପାର୍ଶ୍ଵରେ ଥିବା ପଦାର୍ଥ

→ ବୋଷ-ଆଇନ୍ ଷ୍ଟାଇନ୍ ସଂଘନିତ ଅବସ୍ଥା (Bose-Einstein Condensate):
1920 ମସିହାରେ ଭାରତୀୟ ପଦାର୍ଥ ବିଜ୍ଞାନୀ ସତ୍ୟେନ୍ଦ୍ରନାଥ img କରିଥିଲେ । ତାଙ୍କର ସେହି ଗଣନାକୁ ଭିତ୍ତିକରି ଆଲବର୍ଟ ଆଇନ୍ ଷ୍ଟାଇନ୍ ପଦାର୍ଥର ଏକ ନୂତନ ଅବସ୍ଥା ବୋଷ -ଆଇନ୍‌ଷ୍ଟାଇନ୍ ସଂଘନିତ ଅବସ୍ଥା (BEC)ର ଭବିଷ୍ୟ ସୂଚନା (prediction) ଦେଇଥିଲେ ଯାହାକୁ ପଦାର୍ଥର ପଞ୍ଚମ ଅବସ୍ଥା କୁହାଗଲା । ଯୁକ୍ତରାଷ୍ଟ୍ର ଆମେରିକାର ଏରିକ୍.ଏ. କର୍ଣ୍ଣେଲ (Eric. A. Cornell), ୱାଲଫଗାଙ୍ଗ କେଟେଲି (Wolfgang Ketterle) ଏବଂ କାରଲ୍ ଇ. ଉଚ୍ଚନ୍ୟାନ୍ (Carl E. Wieman) ‘ବୋଷ୍-ଆଇନ୍ ଷ୍ଟାଇନ୍ ସଂଘନନ’ (Condensation) ଉପରେ ପରୀକ୍ଷାମୂଳକ ଗବେଷଣା କରି 2001 ମସିହାରେ ପଦାର୍ଥ ବିଜ୍ଞାନରେ ନୋବେଲ୍‌ ପୁରସ୍କାର ପାଇଥିଲେ । ଅତି କମ୍ ସାନ୍ଦ୍ରତାରେ (ସାଧାରଣ ବାୟୁର ଏକ-ଶତ-ସହସ୍ରାଶ ସାନ୍ଦ୍ରତା) କୌଣସି ଏକ ଗ୍ୟାସ୍‌କୁ ଅତ୍ୟଧିକ ଥଣ୍ଡା କରିଲେ ପଦାର୍ଥରେ ବୋଷ-ଆଇନ୍‌ଷ୍ଟାଇନ୍ ସଂଘନିତ ଅବସ୍ଥା (BEC) ସୃଷ୍ଟି ହୋଇଥାଏ ।

କେତେକ ଗୁରୁତ୍ଵପୂର୍ଣ୍ଣ ମାପ ଓ ଏହାର ଏକକ :

ମାପ ଏକକ ପ୍ରତୀକ
ତାପମାତ୍ରା କେଲ୍ଭି ନ୍ K
ଦୂରତା ମିଟର m
ଚପ୍ତୁତ୍ଵ କିକେଲ୍। ଗ୍ରାମ୍ kg
ଓଚ୍ଚନ ନିଉଟନ୍ N
ଆୟତନା ଘନ ମିଟର m3
ପାନ୍ଦ୍ରତା କି.ଗ୍ରା. ମି kg m-3
ଚ। ପ ପାସ କଲ୍ Pa

BSE Odisha 9th Class Physical Science Solutions Chapter 7 ମହାକର୍ଷଣ

Odisha State Board BSE Odisha 9th Class Physical Science Solutions Chapter 7 ମହାକର୍ଷଣ Textbook Exercise Questions and Answers.

BSE Odisha Class 9 Physical Science Solutions Chapter 7 ମହାକର୍ଷଣ

1. ଦୁଇଟି ବସ୍ତୁ ମଧ୍ୟରେ ଥ‌ିବା ଦୂରତାକୁ ଅଧା କରିଦେଲେ ସେମାନଙ୍କ ମଧ୍ୟରେ କାର୍ଯ୍ୟ କରୁଥିବା ମହାକର୍ଷଣ ବଳର ପରିମାଣରେ କି ପରିବର୍ତ୍ତନ ହୁଏ ?
ଉ –
ମନେକର ଦୁଇଟି ବସ୍ତୁର ବସ୍ତୁତ୍ଵ ଯଥାକ୍ରମେ m1 ଏକକ ଓ m2 ଏକକ ହେଉ ।
ସେମାନଙ୍କ ମଧ୍ୟରେ ଦୂରତା = 2d ଏକକ
ଓ ସେମାନଙ୍କ ମଧ୍ୟରେ କାର୍ଯ୍ୟ କରୁଥିବା ମହାକର୍ଷଣ ବଳର ପରିମାଣ = F1
ନିଉଟନ୍‌ଙ୍କ ମହାକର୍ଷଣ ନିୟମ ଅନୁଯାୟୀ, ଦୁଇଟି ବସ୍ତୁ ମଧ୍ୟରେ ଥିବା ଆକର୍ଷଣ ବଳର
ପରିମାଣ BSE Odisha 9th Class Physical Science Solutions Chapter 7 img-1 (G ମହାକର୍ଷଣଜନିତ ଧ୍ରୁବାଙ୍କ) = BSE Odisha 9th Class Physical Science Solutions Chapter 7 img-2 = \(\frac { 1 }{ 4 }\) BSE Odisha 9th Class Physical Science Solutions Chapter 7 img-3
ବର୍ତ୍ତମାନ ବସ୍ତୁତ୍ଵୟର ମଧ୍ୟବର୍ତ୍ତୀ ଦୂରତାକୁ ଅଧା କରିଦେଲେ ଦୂରତା ହେବ୍ = d ଏକକ
∴ F2 = BSE Odisha 9th Class Physical Science Solutions Chapter 7 img-3 (F2 = ବସ୍ତୁଦ୍ଵୟ ମଧ୍ଯରେ କାର୍ଯ୍ୟ କରୁଥିବା ମହାକର୍ଷଣ ବଳର ପରିମାଣ )
∴ F2 = BSE Odisha 9th Class Physical Science Solutions Chapter 7 img-3 = 4 x BSE Odisha 9th Class Physical Science Solutions Chapter 7 img-2 = 4F1
∴ ଦୁଇଟି ବସ୍ତୁ ମଧ୍ୟରେ ଥ‌ିବା ଦୂରତାକୁ ଅଧା କରିଦେଲେ ସେମାନଙ୍କ ମଧ୍ୟରେ କାର୍ଯ୍ୟ କରୁଥିବା ମହାକର୍ଷଣ ବଳର ପରିମାଣ 4 ଗୁଣ ହେବ ।

2. ପୃଥ‌ିବୀ ଓ ପୃଥ‌ିବୀ ପୃଷ୍ଠରେ ଥିବା ଏକ କି.ଗ୍ରା. ବସ୍ତୁତ୍ଵ ବିଶିଷ୍ଟ ବସ୍ତୁ ମଧ୍ୟରେ ଥିବା ମହାକର୍ଷଣ ବଳର ପରିମାଣ କେତେ ? (ପୃଥୁବୀର ବସ୍ତୁତ୍ଵ 6 x 1024 କି.ଗ୍ରା. ଓ ବ୍ୟାସାର୍ଦ୍ଧ 6.4 x 106 ମି.)
ଉ –
ଏଠାରେ ଏକ ବସ୍ତୁର ବସ୍ତୁତ୍ଵ (m1) = 1 kg, ପୃଥ‌ିବୀର ବସ୍ତୁତ୍ଵ (M) = 6 x 1024 kg
ପୃଥିବୀର ବ୍ୟାସାର୍ଦ୍ଧ (R) = 6.4 x 106m, ମହାକର୍ଷଣୀୟ ଧ୍ରୁବାଙ୍କ (G) = 6.7 x 10-11 n . BSE Odisha 9th Class Physical Science Solutions Chapter 7 img-4
∴ ମହାକର୍ଷଣୀୟ ବଳର ପରିମାଣ
BSE Odisha 9th Class Physical Science Solutions Chapter 7 img-5
∴ ମହାକର୍ଷଣ ବଳର ପରିମାଣ 9.8 ନିଉଟନ୍ ।

3. ପୃଥ‌ିବୀ ଚନ୍ଦ୍ରକୁ ଯେତିକି ବଳରେ ଆକର୍ଷଣ କରେ, ଚନ୍ଦ୍ର ପୃଥ‌ିବୀକୁ ସେତିକି ବଳରେ ଆକର୍ଷଣ କରେ କି ? କାରଣ ସହ ବୁଝାଅ ।
ଉ –
ମନେକର ଚନ୍ଦ୍ରର ବିସ୍ତୁତ୍ଵ = m1 ଓ ପୃଥ‌ିବୀର ବସ୍ତୁତ୍ଵ = m2 |
ସେମାନଙ୍କ କେନ୍ଦ୍ର ମଧ୍ୟରେ ବ୍ୟବଧାନ = R, ମହାକର୍ଷଣଜନିତ ଧୁବାଙ୍କ = G
ମହାକର୍ଷଣ ବଳର ନିୟମ ଅନୁଯାୟୀ,
F ବଳରେ ଚନ୍ଦ୍ର ପୃଥ‌ିବୀକୁ ଆକର୍ଷଣ କରିବ ଅର୍ଥାତ୍‌ F = BSE Odisha 9th Class Physical Science Solutions Chapter 7 img-6
F ବଳରେ ମଧ୍ୟ ପୃଥବୀ ଚନ୍ଦ୍ରକୁ ଆକର୍ଷଣ କରିବ ଅର୍ଥାତ୍ F = BSE Odisha 9th Class Physical Science Solutions Chapter 7 img-6
ତେଣୁ ଉଭୟ ବଳର ପରିମାଣ ସମାନ । ଅର୍ଥାତ୍ ପୃଥ‌ିବୀ ଚନ୍ଦ୍ରକୁ ଯେତିକି ବଳରେ ଆକର୍ଷଣ କରେ, ଚନ୍ଦ୍ର ପୃଥ‌ିବୀକୁ ସେତିକି ବଳରେ ଆକର୍ଷଣ କରିବ ।

4. ଯଦି ଚନ୍ଦ୍ର ପୃଥ‌ିବୀକୁ ଆକର୍ଷଣ କରେ, ତେବେ ପୃଥ‌ିବୀ ଚନ୍ଦ୍ରଆଡ଼କୁ ଗତି କରେ ନାହିଁ କାହିଁକି ?
ଉ –

  • ଚନ୍ଦ୍ର ପୃଥ‌ିବୀକୁ ଆକର୍ଷଣ କରିବା ସଙ୍ଗେ ସଙ୍ଗେ ପୃଥ‌ିବୀ ମଧ୍ଯ ଚନ୍ଦ୍ରକୁ ଆକର୍ଷଣ କରେ ।
  • ଚନ୍ଦ୍ର ତୁଳନାରେ ପୃଥ‌ିବୀର ବସ୍ତୁତ୍ଵ ବହୁତ ଅଧିକ । ତେଣୁ ପୃଥ‌ିବୀଠାରେ ଖୁବ୍ କମ୍ ପରିମାଣର ତ୍ଵରଣ ଉତ୍ପନ୍ନ ହୁଏ, ଯାହା ଜାଣିହୁଏ ନାହିଁ । ଫଳରେ ପୃଥ‌ିବୀ ଚନ୍ଦ୍ର ଆଡ଼କୁ ଗତିକରେ ନାହିଁ ।

5. ଦୁଇଟି ବସ୍ତୁ ମଧ୍ୟରେ ଥିବା ଆକର୍ଷଣ ବଳ ନିମ୍ନଲିଖୁତ ପରିସ୍ଥିତିରେ କିପରି ପରିବର୍ତ୍ତିତ ହେବ ?
(i) ଯଦି ଗୋଟିଏ ବସ୍ତୁର ବସ୍ତୁତ୍ଵ ଦ୍ଵିଗୁଣିତ ହୁଏ ।
(ii) ଯଦି ବସ୍ତୁଦ୍ଵୟ ମଧ୍ୟରେ ଥିବା ଦୂରତା ତ୍ରିଗୁଣିତ ହୁଏ ।
(iii) ଉଭୟ ବସ୍ତୁର ବସ୍ତୁତ୍ଵ ଦ୍ଵିଗୁଣିତ ହୁଏ ।
(iv) ଉଭୟ ବସ୍ତୁର ବସ୍ତୁତ୍ଵ ଦ୍ଵିଗୁଣିତ ହେବ ଓ ସେମାନଙ୍କ ମଧ୍ୟରେ ଥିବା ଦୂରତା ମଧ୍ଯ ଦ୍ଵିଗୁଣିତ ହେବ ।
ଉ –
ମନେକର ପ୍ରଥମ ବସ୍ତୁର ବସ୍ତୁତ୍ଵ = m1 kg ଓ ଦ୍ଵିତୀୟ ବସ୍ତୁର ବସ୍ତୁତ୍ଵ = m2kg
ବସ୍ତୁଦ୍ଵୟ ମଧ୍ୟରେ ବ୍ୟବଧାନ = R ନିଉଟନ୍ ଙ୍କ ମହାକର୍ଷଣ ନିୟମ ଅନୁଯାୟୀ, ବସ୍ତୁଦ୍ଵୟ ମଧ୍ଯରେ ଆକର୍ଷଣ ବଳ F = G \(\frac{m_1 m_2}{R^2}\)
(i) ଯଦି ଗୋଟିଏ ବସ୍ତୁର ବସ୍ତୁତ୍ଵ ଦ୍ଵିଗୁଣିତ ହୁଏ, ଅର୍ଥାତ୍ ବସ୍ତୁତ୍ଵ (m1) = 2m1
BSE Odisha 9th Class Physical Science Solutions Chapter 7 img-7
ଅର୍ଥାତ୍ ଗୋଟିଏ ବସ୍ତୁର ବସ୍ତୁତ୍ଵ ଦ୍ଵିଗୁଣିତ ହେଲେ ଆକର୍ଷଣ ବଳର ପରିମାଣ ମଧ୍ଯ ଦ୍ଵିଗୁଣିତ ହେବ ।

(ii) ଯଦି ବସ୍ତୁଦ୍ଵୟ ମଧ୍ୟରେ ଦୂରତା ତ୍ରିଗୁଣିତ ହୁଏ, ତେବେ ଦୂରତା (R) = 3R
BSE Odisha 9th Class Physical Science Solutions Chapter 7 img-8
ଅର୍ଥାତ୍ ବସ୍ତୁଦ୍ଵୟ ମଧ୍ୟରେ ଦୂରତା ତ୍ରିଗୁଣିତ ହେଲେ, ଆକର୍ଷଣ ବଳର ପରିମାଣ ପୂର୍ବ ବଳର ଏକ – ନଚମାଂଶ ହେବ

(iii) ଯଦି ଉଭୟ ବସ୍ତୁର ବସ୍ତୁତ୍ଵ ଦ୍ଵିଗୁଣିତ ହୁଏ, ତେବେ m1 = 2m1 ଓ m2 = 2m2
BSE Odisha 9th Class Physical Science Solutions Chapter 7 img-9
ଅର୍ଥାତ୍ ଉଭୟ ବସ୍ତୁର ବସ୍ତୁତ୍ଵ ଦ୍ଵିଗୁଣିତ ହେଲେ ଆକର୍ଷଣ ବଳର ପରିମାଣ ପୂର୍ବ ବଳର 4 ଗୁଣ ହେବ ।

(iv) ଯଦି ଉଭୟ ବସ୍ତର ବସ୍ତତ୍ଵ ଦ୍ଵିଗୁଣିତ ହେବ ଏବଂ ଦୂରତା ମଧ୍ଯ ଦ୍ଵିଗୁଣିତ ହେବ,
ତେବେ m1 = 2m1, m2, = 2m2, ଏବଂ R = 2R
BSE Odisha 9th Class Physical Science Solutions Chapter 7 img-10
ଅର୍ଥାତ୍ ଉଭୟ ବସ୍ତର ବସ୍ତୁତ୍ଵ ଦ୍ଵିଗୁଣିତ ହେଲେ ଓ ବସ୍ତୁଦ୍ଵୟ ମଧ୍ଯରେ ଦୂରତା ଦ୍ଵିଗୁଣିତ ହେଲେ ଆକର୍ଷଣ ବଳର ପରିମାଣ ପୂର୍ବ ବଳ ସହିତ ସମାନ ହେବ ।

BSE Odisha 9th Class Physical Science Solutions Chapter 7 ମହାକର୍ଷଣ

6. ମହାକର୍ଷଣ ବଳର ନିୟମର ଗୁରୁତ୍ଵ କ’ଣ ?
ଉ –
ମହାକର୍ଷଣ ବଳର ନିୟମର ଗୁରୁତ୍ଵ :

  • ଏହି ବଳ ଯୋଗୁଁ ଆମ୍ଭେମାନେ ପୃଥ‌ିବୀପୃଷ୍ଠରେ ଅବସ୍ଥାନ କରିଛୁ ।
  • ଏହି ବଳ ଯୋଗୁଁ ସୂର୍ଯ୍ୟ ଚାରିପଟେ ଗ୍ରହମାନେ ଓ ପୃଥ‌ିବୀ ଚାରିପଟେ ଚନ୍ଦ୍ର ଅହରହ ଘୂରୁଛି ।
  • ଚନ୍ଦ୍ର ଓ ସୂର୍ଯ୍ୟ ଯୋଗୁଁ ଜୁଆର ସୃଷ୍ଟି ହେଉଛି ।

7. ମୁକ୍ତ ପତନରେ ବସ୍ତୁର ତ୍ଵରଣ କେତେ ?
ଉ –

  • ବାୟୁ ମଧ୍ୟରେ ବସ୍ତୁଟିଏ ଗତିକଲାବେଳେ କିମ୍ବା ଖସିଲାବେଳେ ବାୟୁର ପ୍ରତିରୋଧ ବଳ ନଗଣ୍ୟ ହୁଏ । ତେଣୁ ବସ୍ତୁଟିଏ ତଳକୁ ଖସିଲାବେଳେ ତାହା କେବଳ ପୃଥ‌ିବୀର ମହାକର୍ଷଣ ବଳ ଯୋଗୁ ଖସେ । ବସ୍ତୁର ଏ ପ୍ରକାର ଗତିକୁ ମୁକ୍ତ ପତନ କୁହାଯାଏ ।
  • ମୁକ୍ତ ପତନ ବେଳେ ବସ୍ତୁର ତ୍ଵରଣ ପୃଥ‌ିବୀର ଆକର୍ଷଣ ବା ମାଧ୍ୟାକର୍ଷଣ ଯୋଗୁ ଜାତ ହୋଇଥାଏ । ତେଣୁ ଏହାକୁ ମାଧ୍ୟାକର୍ଷଣ ଜନିତ ତ୍ଵରଣ କୁହାଯାଏ ଓ g ଦ୍ଵାରା ସୂଚିତ କରାଯାଏ । ଅର୍ଥାତ୍ ମୁକ୍ତ ପତନରେ ବସ୍ତୁର ତ୍ୱରଣ (g) ର ମୂଲ୍ୟ = 9-8 m/s2 ।

8. ପୃଥ‌ିବୀ ଓ ଯେକୌଣସି ବସ୍ତୁ ମଧ୍ୟରେ ଥିବା ମହାକର୍ଷଣ ବଳକୁ କ’ଣ କୁହାଯାଏ ?
ଉ –
ପୃଥ‌ିବୀ ଓ ଯେକୌଣସି ବସ୍ତୁ ମଧ୍ୟରେ ଥିବା ମହାକର୍ଷଣ ବଳକୁ ଓଜନ କୁହାଯାଏ ।

9. ରାମ ଦକ୍ଷିଣ ମେରୁଠାରେ 5 ଗ୍ରାମ୍ ଓଜନର ସୁନା କିଣିଲା । ବିଷୁବ ବୃତ୍ତଠାରେ ସେ ସେହି ସୁନା ତା’ସାଙ୍ଗକୁ ଦେଲା । ସାଙ୍ଗଜଣକ ସୁନାର ଓଜନ ସହ ସମ୍ମତ ହେବ କି ? ଯଦି ନୁହେଁ କାହିଁକି ?
ଉ –
ଦକ୍ଷିଣ ମେରୁ ଠାରେ 5 ଗ୍ରାମ୍ ସୁନାର ଓଜନ (W) = mg = 5 ଗ୍ରାମ୍ x 983 . 2 cm/sec2 = 4916 ଡାଇନ୍
ବିଷୁବ ବୃତ୍ତଠାରେ 5 ଗ୍ରାମ୍ ସୁନାର ଓଜନ (W) = mg = 5 ଗ୍ରାମ୍ × 978 cm/s2 = 4890 ଡାଇନ୍
∴ ମେରୁ ଅପେକ୍ଷା ବିଷୁବ ବୃତ୍ତଠାରେ ସୁନାର ଓଜନ କମ୍ ହେବ । ତେଣୁ ବନ୍ଧୁ ଜଣକ ସୁନାର ଓଜନ ସହ ସମ୍ମତ ହେବ ନାହିଁ |

10. କାଗଜ ଗୁଳା ଅପେକ୍ଷା ଖଣ୍ଡିଏ ଫର୍ଦ୍ଦ କାଗଜ ଡ଼େରିରେ ତଳକୁ ପଡ଼େ କାହିଁକି ?
ଉ –

  • କାଗଜଗୁଳାର ପୃଷ୍ଠକ୍ଷେତ୍ରଫଳଠାରୁ ଫହେଁ କାଗଜର ପୃଷ୍ଠ କ୍ଷେତ୍ରଫଳ ଅଧିକ ଅଟେ ।
  • ପୃଷ୍ଠକ୍ଷେତ୍ରଫଳ ଅଧ‌ିକ ହୋଇଥିବାରୁ ଊର୍ଦ୍ଧ୍ଵଚାପ ଫର୍ଦ୍ଦେ କାଗଜରେ ବେଶୀ ହେବ । ତେଣୁ ଫର୍କେ କାଗଜ କାଗଜ ଗୁଳା ଅପେକ୍ଷା ଡେରିରେ ତଳକୁ ପଡ଼ିବ ।

11. 100 କି.ଗ୍ରା. ବସ୍ତୁତ୍ଵ ବିଶିଷ୍ଟ ଏକ ବସ୍ତୁର ଓଜନ ପୃଥ‌ିବୀ ଚନ୍ଦ୍ର ପୃଷ୍ଠରେ କେତେ ହେବ କଳନା କର ।
ଉ –
ପୃଥ‌ିବୀ ପାଇଁ ମାଧ୍ୟାକର୍ଷଣଜନିତ ତ୍ଵରଣ (g) = 9.8 m/s2, ବସ୍ତୁତ୍ଵ (m) = 100 କି.ଗ୍ରା.
ପୃଥ‌ିବୀ ପୃଷ୍ଠରେ ବସ୍ତୁର ଓଜନ (We) = mg2 = 100 କି.ଗ୍ରା. × 9.8 m/s2 = 980 ନିଉଟନ୍
ଚନ୍ଦ୍ରପୃଷ୍ଠରେ ବସ୍ତୁର ଓଜନ = \(\frac{\mathrm{W}_{\mathrm{e}}}{6}\) = \(\frac { 980 }{ 6 }\) ନିଉଟନ୍‌ = 163.33 ନିଉଟନ୍

12. ତୁମର ବସ୍ତୁତ୍ଵ କେତେ ? ଚନ୍ଦ୍ରରେ ତୁମ ଓଜନ କେତେ ହେବ ନିର୍ଣ୍ଣୟ କର । (ge = 10m / s2)
ଉ –
ମନେକର ତୁମର ବସ୍ତୁତ୍ଵ (m) = 54.6 kg, ge = 10 m/s2
∴ ତୁମର ପୃଥ‌ିବୀ ପୃଷ୍ଠରେ ଓଜନ = m x ge = 54.6 kg x 10 m/s2 = 546ନିଉଟନ୍
∴ ଚନ୍ଦ୍ର ପୃଷ୍ଠରେ ଓଜନ = \(\frac { w }{ 6 }\) = \(\frac { 546 }{ 6 }\) ନିଉଟନ୍‌ = 91 ନିଉଟନ୍

13. 19.6 ମିଟର ଉଚ୍ଚ ଏକ କୋଠାର ଛାତ ଉପରୁ ଗୋଡ଼ିଟିଏ ପକାଗଲା । ଏହା ଭୂମିରେ ଠିକ୍ ପଡ଼ିଲା ବେଳେ ଏହାର ପରିବେଗ କେତେ ହେବ ?
ଉ –
ଏଠାରେ ପ୍ରାରମ୍ଭିକ ପରିବେଗ (u) = 0, g = 9.8 m/s2, ହରତା (s) = 19.6 m
ଗତିର ତୃତୀୟ ସମୀକରଣ ଅନୁ ସାରେ v2 = u2 + 2 gs
∴ v2 = 02 + 2 x 9.8 m/s2 × 19.6 m = (19.6 m/s)2
⇒ v = 19.6 m/s
∴ ଭୂମିରେ ଠିକ୍ ପଡ଼ିଲାବେଳେ ଗୋଡ଼ିଟିର ପରିବେଗ 19.6 m/s ହେବ ।

14. 40 ମି. | ସେ. ପରିବେଗରେ ଏକ ବଲ୍‌କୁ ଭୂପୃଷ୍ଠରୁ ଉପରକୁ ଫିଙ୍ଗାହେଲା, (g 10 ମି / ସେ2 )

  • ଏହା ସର୍ବୋଚ୍ଚ କେତେ ଉଚ୍ଚତାକୁ ଉଠିବ ?
  • ସର୍ବୋଚ୍ଚ ସ୍ଥାନରେ ବଦ୍ଵାରା ଅତିକ୍ରାନ୍ତ ଦୂରତା ଓ ବଲ୍‌ର ବିସ୍ଥାପନ ତୁଳନା କର ।
  • ବଲ୍ଟି ଭୂମି ଉପରେ ଫେରିଆସି ପଡ଼ିଲା ପରେ ବଲ୍‌ର ବିସ୍ଥାପନ ଓ ବଦ୍ଵାରା ଅତିକ୍ରାନ୍ତ ଦୂରତା କେତେ ହେବ, ତାହା ନିର୍ଣ୍ଣୟ କର ।

ଉ –
ଏଠାରେ ପ୍ରାରମ୍ଭିକ ପରିବେଖ (u) = 40 m/s, g = – 10 m/s2
ସର୍ବୋଚ୍ଚ ଉଚ୍ଚତାକୁ ଉଡ଼ିଲେ ଅନ୍ତିମ ପରିବେଗ (v) = 0
ଗତିର ତୃତୀୟ ସମୀକରଣ ଅନୁ ସାରେ v2 = u2 + 2 gs
BSE Odisha 9th Class Physical Science Solutions Chapter 7 img-11

  • ବଲ୍ଟି ସର୍ବୋଚ୍ଚ 80 m ଉଚ୍ଚତାକୁ ଉଠିବ ।
  • ସର୍ବୋଚ୍ଚ ସ୍ଥାନରେ ବଲ୍‌ର ଅତିକ୍ରାନ୍ତ ଦୂରତା = 80m ଓ ବିସ୍ଥାପନ = 80 m
  • ବଲ୍ଟି ଭୂମିରେ ପଡ଼ିଲେ ବଲ୍‌ର ବିସ୍ଥାପନ = 80m + (-80 m) = 0
    ବଲ୍ଟିର ଅତିକ୍ରାନ୍ତ ଦୂରତା 80 m + 80 m = 160 m

BSE Odisha 9th Class Physical Science Solutions Chapter 7 ମହାକର୍ଷଣ

15. ପୃଥ‌ିବୀ ଓ ସୂର୍ଯ୍ୟ ମଧ୍ୟରେ ଥ‌ିବା ମହାକର୍ଷଣ ବଳର ପରିମାଣ କଳନା କର । ( ପୃଥ‌ିବୀର ବସ୍ତୁତ୍ଵ = 6 x 1024 କି.ଗ୍ରା., ସୂର୍ଯ୍ୟର ବସ୍ତୁତ୍ଵ = 2 × 1030 କି.ଗ୍ରା., ଉଭୟଙ୍କ ମଧ୍ୟରେ ଥିବା ହାରାହାରି ଦୂରତା = 1.5 × 1011 ମିଟର |)
ଉ –
ପୃଥ‌ିବୀର ବସ୍ତୁତ୍ଵ (m1) = 6 × 1024 kg, ସୂର୍ଯ୍ୟର ବସ୍ତୁତ୍ଵ (m2) = 2 x 1030 କି.ଗ୍ରା.
ଉଭୟଙ୍କ ମଧ୍ୟରେ ଥିବା ହାରାହାରି ଦୂରତା (R) = 1.5 x 1011 ମିଟର,
ମହାକର୍ଷଣୀୟ ଧ୍ରୁବାଙ୍କ (G) = 6.7 × 1011 n.m2/kg2
BSE Odisha 9th Class Physical Science Solutions Chapter 7 img-12

16. 100 ମିଟର ଉଚ୍ଚ ଏକ ଟାୱାର ଉପରୁ ପଥରଟିଏ ତଳକୁ ପକାଗଲା । ଏକା ସମୟରେ ଅନ୍ୟ ଏକ ପଥରକୁ 25 ମି./ସେ. ପରିବେଗରେ ଲମ୍ବଭାବେ ଉପରକୁ ଫିଙ୍ଗାଗଲା । ଦୁଇଟି ପଥର କେତେବେଳେ ଓ କେଉଁଠାରେ ପରସ୍ପରକୁ ଅତିକ୍ରମ କରିବେ ?
ଉ –
ଉପରୁ ଖସୁଥ‌ିବା ପଥର ପାଇଁ ପ୍ରାରମ୍ଭିକ ପରିବେଗ (u) = 0, ତ୍ଵରଣ (a) = g ଓ ସମୟ = t
∴ s1 = ut + \(\frac { 1 }{ 2 }\)at2 = 0 x t + \(\frac { 1 }{ 2 }\) gt2= \(\frac { 1 }{ 2 }\)gt2
ଉପରକୁ ଫିଙ୍ଗାଯାଇଥିବା ପଥର ପାଇଁ ପ୍ରାରମ୍ଭିକ ପରିବେଗ (u) = 25 m/s, ତ୍ଵରଣ (a) = – g ଓ ସମୟ = t
∴ s2 = ut + \(\frac { 1 }{ 2 }\)at2 = 25 t – \(\frac { 1 }{ 2 }\)gt2

କିନ୍ତୁ s1 + s2 = 100
⇒\(\frac { 1 }{ 2 }\) gt2 + 25t – \(\frac { 1 }{ 2 }\)gt2
⇒ 25 t = 100
⇒ t = \(\frac { 100 }{ 25 }\) = 4
∴ 4 ସେକେଣ୍ଡ ପରେ ଉଭୟେ ପରସ୍ପରକୁ ଅତିକ୍ରମ କରିବେ ।
s2 = 25t – \(\frac { 1 }{ 2 }\) gt2 (25 × 4 – \(\frac { 1 }{ 2 }\) x 10 x 16) m = (100 – 80) m = 20 m
∴ ଦୁଇଟି ପଥର 4 ସେକେଣ୍ଡ ପରେ ଓ 20 ମି. ଉଚ୍ଚରେ ପରସ୍ପରକୁ ଅତିକ୍ରମ କରିବେ ।

17. ଲମ୍ବଭାବେ ଉପରକୁ ଫୋପଡ଼ା ବଲ୍ 6 ସେକେଣ୍ଡ ପରେ ତଳକୁ ଫେରିଆସିଲା । ତେବେ –

  • କେତେ ପରିବେଗରେ ଏହାକୁ ଫୋପଡ଼ା ଯାଇଥିଲା ?
  • ଏହା ସର୍ବୋଚ୍ଚ କେତେ ଉଚ୍ଚତାକୁ ଉଠିଥ‌ିବ ?
  • 4 ସେକେଣ୍ଡ ପରେ ଏହା କେତେ ଦୂରତା ଅତିକ୍ରମ କରିଥିଲା ?

ଉ –

(i) ମନେକର u ପରିବେଗରେ ବଲ୍ଟିକୁ ଫୋପଡ଼ା ଯାଇଥିଲା ।
ଏହା ଉପରକୁ ଉଠିଲେ v = 0 ଓ a = – g ତ୍ଵେବ | v = u + at
⇒ 0 = u – gt
⇒ u = gt
ବଲ୍ଟି ଉପରକୁ ଉଠିବାକୁ ଯେତିକି ସମୟ ନେବ, ଖସିବାକୁ ସେତିକି ସମୟ ନେବ ।
ତେଣୁ t = 3 ସେକେଣ୍ଡ ।
∴ u = 10 m/s2 x 3s = 30 m/s
∴ 30 m/s ପରିବେଗରେ ବଲ୍‌ଟିକୁ ଫୋପଡ଼ା ଯାଇଥିଲା ।

(ii) s = ut + \(\frac { 1 }{ 2 }\) gt2 = 30 m/s x 3s + \(\frac { 1 }{ 2 }\) x (- 10 m/s2) × (3s)2
= 90 m – \(\frac { 1 }{ 2 }\) x 10 m/s2 x 9s2 = 90 m – 45 m = 45 m

(iii) ତଳକୁ ଫେରିବା ପାଇଁ u = 0, g = 10 m/s2, t = 1 sec.
∴ s = ut + \(\frac { 1 }{ 2 }\) gt2 = 0 x t + \(\frac { 1 }{ 2 }\) x 10 m/s2 × 1 s2 = 5m
∴ 4 sec ପରେ ବସ୍ତୁଟି ଭୂମିଠାରୁ 45 m – 5m = 40 m ଉଚ୍ଚରେ ଥ‌ିବ ।

18. ତରଳ ପଦାର୍ଥରେ ବୁଡ଼ିଥିବା ବସ୍ତୁ ଉପରେ ପ୍ଲବନ ବଳ କେଉଁ ଦିଗରେ କାର୍ଯ୍ୟ କରିଥାଏ ?
ଉ –
ତରଳ ପଦାର୍ଥରେ ବୁଡ଼ିଥୁବା ବସ୍ତୁ ଉପରେ ପ୍ଲବନ ବଳ ଉର୍ଦ୍ଧ୍ୱମୁଖୀ ବଳ ପ୍ରୟୋଗ କରିଥାଏ ।

19. ପାଣିରେ ଏକ ପ୍ଲାଷ୍ଟିକ୍ ବୋତଲକୁ ବୁଡ଼ାଇ ଛାଡ଼ିଦେଲେ ତାହା ଆପେ ଆପେ ପୃଷ୍ଠକୁ ଉଠିଆସେ କାହିଁକି ?
ଉ –

  • ପାଣିରେ ଏକ ପ୍ଲାଷ୍ଟିକ୍ ବୋତଲକୁ ବୁଡ଼ାଇ ଛାଡ଼ିଦେଲେ ପାଣି ବୋତଲ ଉପରେ ଏକ ଉବଳ ପ୍ରୟୋଗ କରେ । ତେଣୁ ବୋତଲଟି ଉପରକୁ ଉଠିଯାଏ ।
  • ପାଣି ଭିତରେ ଏକ ଊର୍ଦୁବଳର ପରିମାଣ ପୃଥୁବୀର ମାଧ୍ୟାକର୍ଷଣ ବଳର ପରିମାଣ ଅର୍ଥାତ୍ ବୋତଲଟିର ଓଜନଠାରୁ ଅଧିକ ହୁଏ । ତେଣୁ ବୋତଲଟି ଉପରକୁ ଉଠିଆସେ ।

20. 50 ଗ୍ରାମ୍ ବସ୍ତୁତ୍ଵ ବିଶିଷ୍ଟ ଏକ ବସ୍ତୁର ଆୟତନ 20 ଘନ ସେ.ମି. । ଏହାକୁ ଏକ ଜଳପୂର୍ଣ କୁଣ୍ଡରେ ପକାଇଲେ ଏହା ବୁଡ଼ିବ ନା ଭାସିବ ବୁଝାଅ । (ଜଳର ସାନ୍ଦ୍ରତା ଏକ ଗ୍ରାମ୍ | ସେ.ମି)3 ।
ଉ –
ବସ୍ତୁଟିର ବସ୍ତୁତ୍ଵ (m) = 50 ଗ୍ରାମ୍ ଓ ଆୟତନ (v) = 20 ଘନ ସେ.ମି.
∴ ସାନ୍ଦ୍ରତା (d) = \(\frac { m }{ v }\) = \(\frac { 50 }{ 20 }\) ଗ୍ରାମ୍/ଘନ ସେ.ମି. = 2.5 ଗ୍ରାମ୍/ଘନ ସେ.ମି. ।
ଜଳର ସାନ୍ଦ୍ରତା = 1 ଗ୍ରାମ୍/ଘନ ସେ.ମି.
∴ ଜଳର ସାନ୍ଦ୍ରତାଠାରୁ ବସ୍ତୁର ସାନ୍ଦ୍ରତା ଅଧିକ ହେତୁ ବସ୍ତୁଟିକୁ ଜଳପୂର୍ଣ୍ଣ କୁଣ୍ଡରେ ପକାଇଲେ ଏହା ପାଣିରେ ରୁଡ଼ିଯିବ |

BSE Odisha 9th Class Physical Science Solutions Chapter 7 ମହାକର୍ଷଣ

ପ୍ରଶାବଳୀ ଓ ଉତ୍ତର

1. ସାର୍ବଜନୀନ ମହାକର୍ଷଣ ନିୟମ କ’ଣ ଲେଖ । ଏହାର ଗାଣିତିକ ପରିପ୍ରକାଶଟି ଉଲ୍ଲେଖ କର । ସେଥୁରେ ବ୍ୟବହୃତ ସଂକେତମାନଙ୍କୁ ସୂଚିତ କର ।
ଉ –
(i) ବିଶ୍ଵର ପ୍ରତ୍ୟେକ ବସ୍ତୁ ଅନ୍ୟ ବସ୍ତୁକୁ ନିଜ ଆଡ଼କୁ ଆକର୍ଷଣ କରେ । ଏହି ଆକର୍ଷଣ ବଳର ପରିମାଣ ବସ୍ତୁଦ୍ଵୟର ବସ୍ତୁତ୍ଵର ଗୁଣଫଳ ସହ ସମାନୁପାତୀ ଓ ସେମାନଙ୍କ ବସ୍ତୁତ୍ଵ କେନ୍ଦ୍ର ମଧ୍ୟରେ ଥ‌ିବା ଦୂରତାର ବର୍ଗ ସହ ପ୍ରତିଲୋମାନୁପାତୀ ଅଟେ । ଏହି ବଳ ବସ୍ତୁତ୍ଵୟର ବସ୍ତୁତ୍ଵ କେନ୍ଦ୍ରକୁ ସଂଯୋଗ କରୁଥିବା ସରଳରେଖା ଦିଗରେ କାର୍ଯ୍ୟକାରୀ ହୁଏ ।

(ii) ଏହାର ଗାଣିତିକ ପରିପ୍ରକାଶ ହେଲା F = G \(\frac{\mathrm{Mm}}{\mathrm{d}^2}\)
(i) F = ମହାକର୍ଷଣ ବଳ, M = ପୃଥ‌ିବୀର ବସ୍ତୁତ୍ଵ, m = ବସ୍ତୁର ବସ୍ତୁତ୍ଵ ।
d = ପୃଥ‌ିବୀ ଓ ବସ୍ତୁ ମଧ୍ୟରେ ଥିବା ବ୍ୟବଧାନ ଓ G = ମହାକର୍ଷଣୀୟ ଧ୍ରୁବାଙ୍କ

2 ବସ୍ତୁତ୍ଵ ଓ ଓଜନ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
ଉ –
BSE Odisha 9th Class Physical Science Solutions Chapter 7 img-13

3. ଚନ୍ଦ୍ରପୃଷ୍ଠରେ କୌଣସି ବସ୍ତୁର ଓଜନ ପୃଥ‌ିବୀ ପୃରେ ବସ୍ତୁର ଓଜନର ଏକ ଷତାଂଶ କାହିଁକି ?
ଉ –
ଚନ୍ଦ୍ରପୃଷ୍ଠରେ ବସ୍ତୁର ଓଜନ Wm = m x gm
m = ବସ୍ତୁର ବସ୍ତୁତ୍ଵ ଓ gm = ଚନ୍ଦ୍ରପୃଷ୍ଠରେ ମାଧ୍ୟାକର୍ଷଣ ଜନିତ ତ୍ଵରଣ
gm = \(\frac { 1 }{ 6 }\) ge ଯେଉଁଠାରେ ge = ପୃଥ‌ିବୀର ମାଧ୍ୟାକର୍ଷଣ ଜନିତ ତ୍ଵରଣ
∴Wm = m x gm = m x \(\frac { 1 }{ 6 }\) ge = \(\frac { 1 }{ 6 }\) x m x ge = \(\frac { 1 }{ 6 }\) x ପୃଥ‌ିବୀପୃଷ୍ଠରେ ବସ୍ତୁର ଓଜନ ।

4.
(i) ମୋଟା ଫିତା ଥିବା ବ୍ୟାଗ୍ ଅପେକ୍ଷା ପତଳା ଫିତାଥିବା ବ୍ୟାଗକୁ କାନ୍ଧରେ ବୋହିବା କଷ୍ଟକର କାହିଁକି ?
(ii) ପ୍ଳବତା କ’ଣ ?
(iii) ଗୋଟିଏ ବସ୍ତୁକୁ ଜଳପୃଷ୍ଠରେ ରଖିଲେ ତାହା ଜଳରେ କେତେବେଳେ ବୁଡ଼ିଯାଏ ଓ କେତେବେଳେ ଭାସେ ?
ଉ –
(i)
(a) ମୋଟା ଫିତା ଥ‌ିବା ବ୍ୟାଗର ଫିତାର ପୃଷ୍ଠକ୍ଷତ୍ରଫଳ ଅଧ‌ିକ ହୋଇଥିବାରୁ ଚାପ କମ୍ ଅନୁଭୂତ ହୁଏ ।
(b) ପତଳା ଫିତା ଥ‌ିବା ବ୍ୟାଗ୍‌ର ଫିତାର ପୃଷ୍ଠକ୍ଷେତ୍ରଫଳ କମ୍ ହୋଇଥିବାରୁ ଚାପ ଅଧିକ ଅନୁଭୂତ ହୁଏ । ତେଣୁ ମୋଟା ଫିତା ଥ‌ିବା ବ୍ୟାଗ୍ ଅପେକ୍ଷା ପତଳା ଫିତା ଥ‌ିବା ବ୍ୟାଗକୁ କାନ୍ଧରେ ବୋହିବା କଷ୍ଟକର ହୋଇଥାଏ ।

(ii) କୌଣସି ଏକ ବସ୍ତୁକୁ ତରଳରେ ବୁଡ଼ାଇଲେ ବସ୍ତୁଟି ହାଲୁକା ଲାଗେ । ଅର୍ଥାତ୍ ତାହା ଓଜନ ହରାଇଲା ଭଳି ଜଣାଯାଏ; କାରଣ ତରଳ ବସ୍ତୁ ଉପରେ ଊର୍ଦ୍ଧ୍ୱସଂଘାତ ପ୍ରୟୋଗ କରେ । ଏହି ପ୍ରକ୍ରିୟାକୁ କ୍ଲବତା କୁହାଯାଏ ।

(iii) ବସ୍ତୁର ସାନ୍ଦ୍ରତା ଜଳର ସାନ୍ଦ୍ରତାଠାରୁ ଅଧିକ ହେଲେ ତାହା ଜଳରେ ବୁଡ଼ିଯାଏ ଏବଂ ବସ୍ତୁର ସାନ୍ଦ୍ରତା ଜଳର ସାନ୍ଦ୍ରତାଠାରୁ କମ୍ ହେଲେ ତାହା ଜଳରେ ଭାସେ ।

BSE Odisha 9th Class Physical Science Solutions Chapter 7 ମହାକର୍ଷଣ

କାର୍ଯ୍ୟାବଳୀ (Activity) :

ତୁମପାଇଁ କାମ – 7.1 :
ଖଣ୍ଡିଏ ସୂତା ନିଅ । ସୂତାର ଗୋଟିଏ ମୁଣ୍ଡରେ ଗୋଟିଏ ଛୋଟ ଗୋଲକଟିଏ ବାନ୍ଧି ଅନ୍ୟ ମୁଣ୍ଡଟିକୁ ହାତରେ ଧରି ଗୋଲକଟିକୁ ବୁଲାଅ । ଗୋଲକର ଗତିକୁ ଲକ୍ଷ୍ୟକର । ଏହାପରେ ଗୋଲକଟି ଘୂରୁଥିବା ସମୟରେ ହାତରୁ ସୂତାଟିକୁ ଛାଡ଼ିଦିଅ । ବର୍ତ୍ତମାନ ଗୋଲକଟିର ଗତିର ଦିଗକୁ ଲକ୍ଷ୍ୟକର । କ’ଣ ଦେଖ‌ିଲ ?
ଉ –
ଖଣ୍ଡିଏ ସୂତାର ଗୋଟିଏ ମୁଣ୍ଡରେ ଏକ ଛୋଟ ଲୌହଗୋଲକ ବାନ୍ଧି ଅନ୍ୟମୁଣ୍ଡଟିକୁ ହାତରେ ଧରି ଗୋଲକଟିକୁ ଘୂରାଇଲେ ତାହା ବୃତ୍ତାକାର ପଥରେ ଘୂରିବ । ଘୂରୁଥିବା ସମୟରେ ସୂତାଟିକୁ ଛାଡ଼ିଦେଲେ ସୂତାଟି ସେହି ସମୟର ଘୂରିବା ଦିଗରେ ଏକ ସରଳରେଖାରେ ଗତିକରି ଛିଟିକିଯାଏ ।
BSE Odisha 9th Class Physical Science Solutions Chapter 7 img-14

ତୁମପାଇଁ କାମ 7.2
ସମାନ ଉଚ୍ଚତାରୁ ଖଣ୍ଡିଏ ପର ଓ ଗୋଟିଏ ଗୋଡ଼ିକୁ ଏକା ସାଙ୍ଗରେ ତଳକୁ ପକାଅ ।

  • କେଉଁଟି ପ୍ରଥମେ ତଳେ ପଡୁଛି, ତାହା ଲକ୍ଷ୍ୟ କର ।
  • ପୁନଶ୍ଚ ଗୋଟିଏ ବାୟୁ ଶୂନ୍ୟ କାଚଘର ଭିତରେ ସେହି ପର ଓ ଗୋଡ଼ିକୁ ସମାନ ଉଚ୍ଚତାରୁ ଆଉ ଥରେ ତଳକୁ ପକାଅ ଓ ଦେଖି ସେମାନେ କିପରି ଭାବରେ ତଳେ ପଡୁଛନ୍ତି ।

ଉ –

  • ପ୍ରଥମେ ଗୋଡ଼ିଟି ତଳେ ପଡ଼ିବ ।
  • ଏକ ବାୟୁଶୂନ୍ୟ କାଚଘର ଭିତରେ ସେହି ପର ଓ ଗୋଡ଼ିକୁ ସମାନ ଉଚ୍ଚତାରୁ ଆଉ ଥରେ ତଳକୁ ପକାଇଲେ ଉଭୟେ ସମାନ ସମୟରେ ତଳେ ପଡ଼ିବେ ।

ସିଦ୍ଧାନ୍ତ : ପ୍ରଥମ ପରିସ୍ଥିତିରେ ମୁକ୍ତ ପତନବେଳେ ବାୟୁର ଘର୍ଷଣଜନିତ ପ୍ରତିରୋଧ ବଳ କାର୍ଯ୍ୟ କରେ, ତେଣୁ ହାଲୁକା ପରର ଗତି ବାଧାପ୍ରାପ୍ତ ହୁଏ । ତେଣୁ ପକ୍ଷୀର ପର ବିଳମ୍ବରେ ପଡ଼େ । ଦ୍ଵିତୀୟ ପରିସ୍ଥିତିରେ ବାୟୁ ନଥିବାରୁ
ବାୟୁସହ ଘର୍ଷଣଜନିତ ପ୍ରତିରୋଧ ବଳ ନଥାଏ । ତେଣୁ ଉଭୟ ସମାନ ସମୟରେ ତଳେ ପଡୁଛି ।

ତୁମପାଇଁ କାମ 7.3 :
ଗୋଟିଏ ଖାଲି ପ୍ଲାଷ୍ଟିକ୍ ବୋତଲର ଠିପି ବନ୍ଦକରି ଏକ ପାଣିଭର୍ତ୍ତି ବାଲ୍ଟିରେ ରଖ । ବୋତଲଟି ପାଣିରେ ଭାସିବ । ବୋତଲଟିକୁ ପାଣି ଭିତରକୁ ଠେଲିବାକୁ ଚେଷ୍ଟାକର । ତୁମେ ଏକ ଊର୍ଷ୍ଟବଳ ଅନୁଭବ କରିବ ଯାହା ବୋତଲଟିକୁ ପାଣିରେ ଠେଲି ତଳକୁ ପୂରାଇବା କାର୍ଯ୍ୟରେ ବାଧା ଦିଏ । ବୋତଲଟିକୁ ଜଳପୃଷ୍ଠରୁ ଯେତେ ଅଧିକ ଭିତରକୁ ଠେଲିବ, ବୋତଲ ଉପରେ ଜଳ ସେତେ ଅଧିକ ଊତ୍ସବଳ ପ୍ରୟୋଗ କରିବ । ବୋତଲଟିକୁ ପାଣିରେ ସମ୍ପୂର୍ଣ୍ଣ ବୁଡ଼ାଇ ଛାଡ଼ିଦେଲେ, ଏହା ଆପେ ଆପେ ଉପରକୁ ଉଠିଆସିବ ।
ଏଠାରେ କେତୋଟି ପ୍ରଶ୍ନ ମନକୁ ଆସେ, ଯେପରିକି

  • ପୃଥ‌ିବୀର ମାଧ୍ୟାକର୍ଷଣ ବଳ ବୋତଲ ଉପରେ କାର୍ଯ୍ୟକରେ କି ?
  • ଯଦି କରେ, ତେବେ ବୋତଲଟିକୁ ଜଳ ଭିତରେ ତଳକୁ ବୁଡ଼ାଇ ଛାଡ଼ିଦେଲେ ତାହା ସେହି ସ୍ଥାନରେ ରହିବା ପରିବର୍ତ୍ତେ ଉପରକୁ ଉଠିଆସେ କାହିଁକି ?
  • ବୋତଲଟିକୁ କିପରି ପାଣିରେ ବୁଡ଼ାଯାଇ ପାରିବ ?

ଉ –

  • ପୃଥ‌ିବୀର ମାଧ୍ୟାକର୍ଷଣ ବଳ ବୋତଲ ଉପରେ କାର୍ଯ୍ୟ କରେ ।
  • ଜଳ ବୋତଲ ଉପରେ ଏକ ଊର୍ଷ୍ଟବଳ ପ୍ରୟୋଗ କରେ ଯାହାଫଳରେ ବୋତଲଟି ଉପରକୁ ଠେଲିହୁଏ । ଯେତେବେଳେ ଜଳ ଭିତରେ ଏହି ଊର୍ଦ୍ଧବଳର ପରିମାଣ ପୃଥିବାର ମାଧ୍ୟାକର୍ଷଣ ବଳର ପରିମାଣ ଅର୍ଥାତ୍ ବୋତଲଟିର ଓଜନଠାରୁ ଅଧିକ ହୁଏ, ସେତେବେଳେ ବୋତଲଟି ଉପରକୁ ଉଠିଆସେ ।
  • ବୋତଲଟିକୁ ବୁଡ଼ାଇବାପାଇଁ ବୋତଲର ଓଜନ ବୋତଲ ଉପରେ କ୍ରିୟାଶୀଳ ଊର୍ଦ୍ଧବଳର ପରିମାଣଠାରୁ ଅଧିକ ହେବା ଆବଶ୍ୟକ । ବୋତଲ ଉପରେ ଏକ ଅତିରିକ୍ତ ନିମ୍ନମୁଖୀ ବାହ୍ୟବଳ ପ୍ରୟୋଗ କଲେ ବୋତଲଟିକୁ ଜଳ ମଧ୍ୟରେ ବୁଡ଼ାଇ ରଖୁବା ସମ୍ଭବ ହେବ ।

ଜଳରେ ବସ୍ତୁଟିଏ ବୁଡ଼େ ବା ଭାସେ କାହିଁକି ?
ପରୀକ୍ଷା : ଗୋଟିଏ ବିକର୍‌ରେ ପାଣି ରଖୁ ତାହାର ପୃଷ୍ଠରେ ଏକ ଲୁହାକଣ୍ଟା ରଖାଯାଉ । କଣ୍ଟାଟି ପାଣିରେ ବୁଡ଼ିଯିବ । ଏଠାରେ କଣ୍ଟା ଉପରେ ଦୁଇଟି ବଳ କାର୍ଯ୍ୟ କରେ । ପ୍ରଥମଟି ପୃଥ‌ିବୀର ମାଧ୍ୟାକର୍ଷଣ ବଳ ବା କଣ୍ଟାର ଓଜନ ଓ ଦ୍ୱିତୀୟଟି ପ୍ଲବନ ବଳ । ଏହି ଦୁଇଟି ବିପରୀତମୁଖୀ ବଳ ମଧ୍ୟରୁ ପ୍ରଥମଟିର ଅର୍ଥାତ୍ ମାଧ୍ୟାକର୍ଷଣ ବଳ ବା ଓଜନର ପରିମାଣ ପ୍ଲାବନ ବଳଠାରୁ ଅଧିକ ହେବାରୁ କଣ୍ଟାଟି ପାଣିରେ ବୁଡ଼ିଗଲା ।

ତୁମପାଇଁ କାମ 7.4 :

  • ଗୋଟିଏ ଜଳପୂର୍ଣ ବିକର୍‌ରେ ସମାନ ବସ୍ତୁତ୍ଵ ବିଶିଷ୍ଟ ଏକ ଲୁହାକଣ୍ଟା ଓ ଗୋଟିଏ କର୍କକୁ ରଖ ।
  • ଲୁହାକଣ୍ଟାଟି ବୁଡ଼ିଯିବ ମାତ୍ର କର୍କଟି ପାଣିରେ ଭାସିବ । ଏହା ବସ୍ତୁଦ୍ଵୟର ସାନ୍ଦ୍ରତାର ପାର୍ଥକ୍ୟ ଯୋଗୁ ଘଟିଥାଏ ।
  • ଲୁହାକଣ୍ଟାର ସାନ୍ଦ୍ରତା ଜଳର ସାନ୍ଦ୍ରତାଠାରୁ ବେଶୀ ହେତୁ ଲୁହାକଣ୍ଟାଟି ବୁଡ଼ିଗଲା । ମାତ୍ର କର୍କର ସାନ୍ଦ୍ରତା ଜଳର ସାନ୍ଦ୍ରତାଠାରୁ କମ୍ ହେତୁ କର୍କଟି ପାଣିରେ ଭାସିଲା ।

BSE Odisha 9th Class Physical Science Solutions Chapter 7 img-15
ସିଦ୍ଧାନ୍ତ : ଯେଉଁ ବସ୍ତୁର ସାନ୍ଦ୍ରତା ଜଳର ସାନ୍ଦ୍ରତାଠାରୁ କମ୍ ତାହା ଜଳରେ ଭାସେ ଓ ଯାହାର ସାନ୍ଦ୍ରତା ଜଳର ସାନ୍ଦ୍ରତାଠାରୁ ଅଧିକ ତାହା ଜଳରେ ବୁଡ଼ିଯାଏ ।

ତୁମପାଇଁ କାମ 7.5

  • ଗୋଟିଏ କମ୍ପାନୀ ନିକିତିରେ ନିଦା ଓଜନିଆ ବସ୍ତୁଟିଏ ଝୁଲାଇ କୌଣସି ତରଳରେ ବସ୍ତୁଟିକୁ ଆଂଶିକଭାବେ ବୁଡ଼ାଇବା ମାତ୍ରେ ନିକିତିର ସୂଚକ ଉପରକୁ ଠେଲି ହୋଇଯିବ ।
  • ବସ୍ତୁ ଉପରେ ଊର୍ଦ୍ଧ୍ୱମୁଖୀ ପ୍ଳବନ ବଳର ପ୍ରଭାବ ହେତୁ ତା’ର ଓଜନ ହ୍ରାସ ପାଏ ଏବଂ ସୂଚକ ଉପରକୁ 860 1
  • ବସ୍ତୁଟିକୁ ଆଉ ଅଧିକ ବୁଡ଼ାଇଲେ, ପ୍ଲବନ ବଳ ଆନୁପାତିକ ଭାବେ ବଢ଼ିବ ଏବଂ ସୂଚକଟି ଆହୁରି ଉପରକୁ ଉଠିବ । କାରଣ ବସ୍ତୁର ଓଜନ ଆହୁରି ହ୍ରାସ ପାଇବ ।
  • ବସ୍ତୁଟି ସଂପୂର୍ଣ୍ଣ ବୁଡ଼ିଗଲେ ପ୍ଲବନ ବଳ ସର୍ବାଧ୍ଵକ ହୁଏ ଓ ବସ୍ତୁଟି ଅତ୍ୟଧିକ ହାଲୁକା ଜଣାପଡ଼େ ଓ ସୂଚକ ସବୁଠାରୁ ଉଚ୍ଚସ୍ଥାନରେ ରହେ ।
  • ବସ୍ତୁ ଉପରେ ତରଳ ପ୍ରୟୋଗ କରୁଥିବା ପ୍ଳବନ ବଳ ତରଳ ମଧ୍ୟରେ ବସ୍ତୁର ବୁଡ଼ିରହିଥ‌ିବା ‘ଅଂଶର ଆୟତନ ଉପରେ ନିର୍ଭରଶୀଳ । ବୁଡ଼ିବା ଅଂଶର ଆୟତନ ବଢ଼ିଲେ ପ୍ଲବନ ବଳ ବଢ଼େ ।
  • ପ୍ରତ୍ୟେକ ବସ୍ତୁର ନିଜସ୍ଵ ପ୍ରକୃତ ଓଜନ ଅଛି । ଗୋଟିଏ ବସ୍ତୁ ଏକ ତରଳ ମଧ୍ୟରେ ବୁଡ଼ିଲେ ତାହାର ଓଜନ କିଛି କମିଗଲା ପରି ଜଣାପଡ଼େ । ଏହି ଓଜନ ହ୍ରାସକୁ ଆଭାସୀ (apparent) ହ୍ରାସ କୁହାଯାଏ ।
  • ଗୋଟିଏ ବସ୍ତୁକୁ ତରଳରେ ବୁଡ଼ାଇଲେ ତାହା ବୁଡ଼ିଥିବା ଅଂଶର ଆୟତନ ସହ ସମାନ ଆୟତନର ତରଳ ଅପସାରିତ କରିଥାଏ ।
  • ବସ୍ତୁଦ୍ଵାରା ଅପସାରିତ ତରଳର ଓଜନ ଏବଂ ବୁଡ଼ିଥିବା ବେଳେ ତାହାର ଓଜନର ଆଭାସୀ ହ୍ରାସ (apparent loss) ମଧ୍ୟରେ ଥିବା ସଂପର୍କ ବିଷୟରେ ଆକିମିଡ଼ିସ୍‌ ଅନୁଧ୍ୟାନ କରି ଯେଉଁ ସିଦ୍ଧାନ୍ତରେ ଉପନୀତ ହୋଇଥିଲେ ତାହା ତାଙ୍କ ନାମାନୁ ସାରେ ଆର୍କିମିଡ଼ିସ୍‌ଙ୍କ ସୂତ୍ର ନାମରେ ପରିଚିତ ।

ଆର୍କିମିଡ଼ିସ୍‌ଙ୍କ ସୂତ୍ରର ପ୍ରୟୋଗ :

  • ବସ୍ତୁର ଆପେକ୍ଷିକ ସାନ୍ଦ୍ରତା ନିର୍ଣ୍ଣୟ କରାଯାଏ ।
  • ଅଧିକାଂଶ ଭାସମାନ ଅନୁପ୍ରଯୁକ୍ତି (appliance) ର ନିର୍ମାଣରେ ଏହି ସୂତ୍ର ବ୍ୟବହାର କରାଯାଏ । ଜାହାଜ, ବୁଡ଼ାଜାହାଜ, ଡଙ୍ଗାର ନିର୍ମାଣ କୌଶଳ ଏହି ସୂତ୍ର ଉପରେ ପର୍ଯ୍ୟବସିତ ହୋଇଥାଏ ।
  • ଲାକ୍ଟୋମିଟର ଓ ହାଇଡ୍ରୋମିଟରର କାର୍ଯ୍ୟ ଏହି ତଥ୍ୟ ଉପରେ ପର୍ଯ୍ୟବସିତ ।

BSE Odisha 8th Class Odia Solutions Chapter 6 ରୋଗୀସେବା

Odisha State Board BSE Odisha 8th Class Odia Solutions Chapter 6 ରୋଗୀସେବା Textbook Exercise Questions and Answers.

BSE Odisha Class 8 Odia Solutions Chapter 6 ରୋଗୀସେବା

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧ ।
ଆସ, କଥାବାର୍ତ୍ତା ହେବା ।
(କ) ସେ ସମୟରେ ଗ୍ରାମବାସୀମାନଙ୍କର ଡାକ୍ତର ବିଷୟରେ କ’ଣ ଧାରଣା ଥିଲା ?
Answer:
ସେ ସମୟରେ ଗ୍ରାମବାସୀଙ୍କର ଧାରଣାଥିଲା, ଡାକ୍ତରମାନେ କେବଳ କଟାକଟି କରନ୍ତି । ତେଣୁ ରୋଗ ହେଲେ କେହି ଡାକ୍ତରଙ୍କ ପାଖକୁ ନଯାଇ ବୈଦ୍ୟ ପାଖକୁ ଯାଆନ୍ତି ।

(ଖ) ଛୋଟ ପିଲାମାନେ କାହିଁକି ବୈଦ୍ୟଙ୍କୁ ଦେଖ୍ ଡରୁଥିଲେ ?
Answer:
ଛୋଟ ପିଲାମାନଙ୍କୁ ରୋଗ ହେଲେ, ଅନେକ ସମୟରେ ବୈଦ୍ୟମାନେ, ପିଠିପାଖ ବେକରେ ଲୁହା ତତାଇ ଚଡୁ ଦେଉଥିଲେ ଓ ସେହି ସ୍ଥାନ ପାଚି ଘାଆ ହୋଇଯାଉଥିଲା । ସେଥ‌ିପାଇଁ ଛୋଟ ପିଲାମାନେ ବୈଦ୍ୟକୁ ଦେଖୁ ଡରୁଥିଲେ ।

(ଗ) କଟାଘା’ର ଚିକିତ୍ସା ବିଷୟରେ ସ୍ଵାସ୍ଥ୍ୟରକ୍ଷା ବହିରେ କ’ଣ ଲେଖାଥିଲା ?
Answer:
ପାଠ୍ୟପୁସ୍ତକର ସ୍ବାସ୍ଥ୍ୟରକ୍ଷା ବହିରେ ଉଲ୍ଲେଖ ଥିଲା ଯେ କଟା ଘା’ରେ ଦୂବକୁ ଛେଚି ବା ପାଟିରେ ଚୋବାଇ ଲଗାଇଦେଲେ ରକ୍ତ ବୋହିବା ସଙ୍ଗେ ସଙ୍ଗେ ବନ୍ଦ ହୋଇଯାଏ ଓ ଘା’ ମଧ୍ୟ ଶୀଘ୍ର ଶୁଖ୍ଯାଏ ।

(ଘ) ବୈଦ୍ୟ ଗୋଡ଼ର କଟାଘାଆ ଶୁଖାଇବା ପାଇଁ କେଉଁ ଜିନିଷର ବ୍ୟବହାର କରୁଥିଲେ ?
Answer:
ବୈଦ୍ୟ ଗୋଡର କଟା ଘା’ ଶୁଖାଇବା ପାଇଁ, କୌଣସି ଏକ ଗଛର ଗୁଡିଏ ପତ୍ର ଛେଦି ପୂରାଇ ଦେଉଥିଲେ ଓ ଖଣ୍ଡିଏ କନାରେ କଟାସ୍ଥାନକୁ ଜୋରରେ ବାନ୍ଧି ଦେଉଥ‌ିଲେ । ପ୍ରତିଦିନ କିଛି କଅଁଳ ଦୁବଘାସ ଛିଡାଇ ତାକୁ ଛେଚି ଗୋଟିଏ ପତ୍ର ପୁଡ଼ିଆରେ ବାନ୍ଧି ଔଷଧରୂପେ ଦେଉଥିଲେ ।

(ଙ) ‘ସୁଦୁରିଆନା’ କିଏ ?
Answer:
‘ସୁଦୁରିଆନା’ ହେଉଛନ୍ତି ମହାନ ଜନସେବକ ସୁଦର୍ଶନ ପ୍ରହରାଜ । ସେ ସାଇକେଲରେ ବୁଲିବୁଲି ଖରାବର୍ଷାକୁ ଖାତିର ନକରି ଅକୁଣ୍ଠ ଚିତ୍ତରେ ରୋଗୀ ଓ ଦୁଃଖୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ ।

BSE Odisha 8th Class Odia Solutions Chapter 6 ରୋଗୀସେବା

Question ୨ ।
ଦୁଇ ବା ତିନୋଟି ଧାଡ଼ିରେ ଆସ ଉତ୍ତର ଲେଖିବା ।
(କ) ‘ଯାହା କରିବେ ସାଇଁ, ତାହା କାହାରି ହାତରେ ନାହିଁ? ଲେଖକଙ୍କ ବାପା ଏକଥା କାହିଁକି କହିଥିଲେ ?
Answer:
ଲେଖକଙ୍କ ବାପା ରୋଗ ଶଯ୍ୟାରେ ପଡ଼ିଥିବା ବେଳେ, ଈଶ୍ଵରଙ୍କ ଉପରେ ଭରସା କରି ଏହା କହିଥିଲେ । ବିଧୂର ବିଧାନକୁ କେହି ଅଟକାଇପାରିବେ ନାହିଁ, ଯାହା ହେବାର ଥିବ ତାହା ନିଶ୍ଚୟ ହେବ ।

(ଖ) ବୋଉଙ୍କର ସ୍ନେହପୂର୍ଣ ଆଦେଶ ଲେଖକ ଭାଙ୍ଗି ନ ପାରିବାର କାରଣ କ’ଣ ?
Answer:
ଦିନକ ପାଇଁ ଛୁଟି ନେଇ ଲେଖକ ଘରକୁ ଆସିଥିଲେ ଓ ବୋଉଙ୍କର ଅସୁସ୍ଥତା ହେତୁ ତାଙ୍କୁ ତିନିଦିନ ଅଟକିଯିବାକୁ ପଡ଼ିଲା । କର୍ମକ୍ଷେତ୍ର କଟକ ଫେରିବାକୁ ବୋଉଠାରୁ ଅନୁମତି ମାଗିଲାରୁ, ବୋଉ ସ୍ନେହପୂର୍ଣ ଦୃଷ୍ଟିରେ ଚାହିଁ ଆଉ ଦୁଇଦିନ ରହିଯିବାକୁ କହିଲେ । ଲେଖକଙ୍କର ବୋଉଙ୍କ ପ୍ରତି ଗଭୀର ଭଲପାଇବା ବା ଅସୁସ୍ଥ ଅବସ୍ଥାରେ ତାହା ଛାଡିଯିବା ଉଚିତ୍ ନୁହେଁ ବୋଲି ବିଚାରକରି, ବୋଉଙ୍କର ସ୍ନେହପୂର୍ଣ୍ଣ ଆଦେଶକୁ ସେ ଭାଙ୍ଗି ପାରି ନଥିଲେ ।

(ଗ) ସୁଦର୍ଶନ ପ୍ରହରାଜଙ୍କର ବ୍ୟକ୍ତିତ୍ଵ କିପରି ଥୁଲା ?
Answer:
ସୁଦର୍ଶନ ପ୍ରହରାଜ ଜଣେ ମହାନ୍ ଜନସେବକ ଥିଲେ, ଯିଏ କି ଗାଁ ଗାଁ ବୁଲି ରୋଗୀଙ୍କର ସେବା କରୁଥିଲେ । ସେ ଥିଲେ ବଳିଷ୍ଠ, କର୍ମଠ ଓ ପରଦୁଃଖକାତର, ନିରଳସ ବ୍ୟକ୍ତି । ଶୀତ, ଖରା, ବର୍ଷାକୁ ଖାତିର ନକରି ଭୋକ ଶୋଷ ଭୁଲି ସେ ଅକୁଣ୍ଠ ଚିତ୍ତରେ ରୋଗୀ ଓ ଦୁଃଖୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ ।

(ଘ) ସତ୍ୟବାଦୀ ବିଦ୍ୟାଳୟର ଛାତ୍ରମାନେ କିପରି ରୋଗୀସେବା କରୁଥିଲେ ?
Answer:
ସତ୍ୟବାଦୀ ବିଦ୍ୟାଳୟରେ ରୋଗୀସେବା ପାଠ୍ୟନ୍ତର୍ଭୁକ୍ତ ଥିଲା ଏବଂ ଆଚାର୍ଯ୍ୟ ମହାଶୟଙ୍କ ତତ୍ତ୍ୱାବଧାନରେ ଅନ୍ତେବାସୀଙ୍କୁ ପାଳିକରି ଏହି ସେବାକାର୍ଯ୍ୟ କରିବାକୁ ହେଉଥିଲା । ଛାତ୍ରାବାସରେ କୌଣସି ପିଲା ଜ୍ଵର କିମ୍ବା ବେମାରରେ ପଡ଼ିଲେ, ତାହାର ସେବା କରିବା ଓ ପଥକରାଇବା ଏବଂ ଡାକ୍ତରଖାନାରୁ ଔଷଧ ଆଣି ଦେବା ବ୍ୟବସ୍ତା କରିବାକୁ ହେଉଥିଲା । ଝାଡା ପରିସ୍ରା ହୋଇଗଲେ ବିଛଣା ଧୋଇ ପରିଷ୍କାର କରିବା ଆଦି କାର୍ଯ୍ୟ ରୋଗୀ ସେବା କରୁଥିବା ଛାତ୍ରକୁ ହିଁ କରିବାକୁ ପଡୁଥିଲା ।

Question ୩ ।
ଆସ, ମନେ ପକାଇ ଉତ୍ତର ଲେଖୁ ।
(କ) ଲେଖକ ଉଦୟନାଥ ଷଡ଼ଙ୍ଗୀ ତାଙ୍କ ବାପା ବୋଉଙ୍କର କିପରି ସେବା କରିଥିଲେ ?
Answer:
ଲେଖକ ସତ୍ୟବାଦୀ ବିଦ୍ୟାଳୟରେ ଜଣେ ଆଦର୍ଶ ଛାତ୍ରଭାବେ ଅଧ୍ୟୟନ କରି ରୋଗୀସେବା ସମ୍ପର୍କରେ ଉପଯୁକ୍ତ ଜ୍ଞାନ ଆହରଣ କରିଥିଲେ । ମାଟ୍ରିକ୍ୟୁଲେସନ୍ ପରୀକ୍ଷା ପରେ ଘରେ ଥିଲାବେଳେ ତାଙ୍କ ବାପା ଗ୍ରହଣୀ ଝାଡା ରୋଗରେ ଆକ୍ରାନ୍ତ ହୋଇଥିଲେ । ଲେଖକ ପିତାଙ୍କ ରୋଗଶଯ୍ୟା ନିକଟରେ ଦିନରାତି ବସି ସେବା କରିଥିଲେ । ଝାଡା ରୋଗ ହେତୁ ବାପାଙ୍କ ବିଛଣା ଚାଦର ବାରମ୍ବାର ମଇଳା ହୋଇଯାଉଥିଲା । ତେଣୁ ଘନଘନ ବିଛଣା ଚାଦର ବଦଳାଇବା, ପଥ୍ ଖୁଆଇ ଦେବା, ଉଠି ବସାଇବାରେ ସହାୟତା ପ୍ରଦାନ କରିବା ଆଦି କାର୍ଯ୍ୟ ଲେଖକ ନିଜେ କରୁଥିଲେ । ସାରାରାତି ଅନିଦ୍ରା ହୋଇ ସେ ବାପାଙ୍କ ଦେହ ହାତ ଆଉଁଶି ଦେଉଥିଲେ । ଲେଖକଙ୍କ ସେବାଶୈଳୀ ଏହିପରି ଥିଲା ଯେ ନିଦରୁ ଉଠିଲାମାତ୍ରେ ବାପା ପ୍ରଥମେ ତାଙ୍କୁ ହିଁ ଖୋଜୁଥିଲେ ।

ବାପାଙ୍କ ପରି ବୋଉଙ୍କ ଶେଷ ସମୟରେ ମଧ୍ୟ ଲେଖକ ତାଙ୍କ ପାଖେପାଖେ ରହି ସେବା କରିବାର ସୁଯୋଗ ପାଇଥିଲେ । କଟକରେ ଚାକିରି କରିଥିବା ସମୟରେ ସେଥ‌ିଲେ ଦିନକ ପାଇଁ ଛୁଟି ନେଇ ଘରକୁ ଆସି ଦେଖନ୍ତି ତ ବୋଉ ଜ୍ଵର ରୋଗରେ ଶଯ୍ୟାଶାୟୀ ହୋଇଛନ୍ତି । ଲେଖକ ବୋଉଙ୍କ ପାଖରେ ବସିରହି ତାଙ୍କ ପିଠି ଆଉଁସି ଦେଉଥିଲେ । ତିନିଦିନ ରହିଲା ପରେ, କର୍ମକ୍ଷେତ୍ରକୁ ଯିବା ପାଇଁ ଲେଖକ ବୋଉଙ୍କର ଅନୁମତି ମାଗିଥିଲେ । କିନ୍ତୁ ବୋଉ ହୁଏତ ଆଉ ବେଶିଦିନ ବଞ୍ଚେ ନାହିଁ ବୋଲି ଅନୁଭବ କରି ପୁଅକୁ ଆଉ ଦୁଇଦିନ ରହିଯିବାକୁ କହିଲେ ।

ବୋଉଙ୍କ କଥାରେ ଲେଖକ କଟକ ଯିବା କାର୍ଯ୍ୟକ୍ରମ ବାତିଲି କଲେ । ବୋଉଙ୍କର ବିଛଣାରେ ହିଁ ମଳମୂତ୍ର ହୋଇଯାଉଥିଲା । ଲେଖକ ନିଜେ ସେ ସବୁ ବଦଳାଇ ନିଜ ହାତରେ ବିଛଣା ଚାଦର ସଫାକରି ଦେଉଥିଲେ । ଏହି ପରି ଭାବରେ ଲେଖକ ପିତୃମାତୃ ସେବାକରି ନିଜ ଜୀବନକୁ ଧନ୍ଯକରି ପାରିଥିଲେ ଓ ସେମାନଙ୍କ ଆଶୀର୍ବାଦପ୍ରାପ୍ତ ହୋଇ ଜୀବନର ଉନ୍ନତି ପଥରେ ଅଗ୍ରସର ହୋଇଥିଲେ।

(ଖ) ସତ୍ୟବାଦୀ ବିଦ୍ୟାଳୟରେ ଛାତ୍ରମାନଙ୍କୁ ରୋଗୀସେବା କାହିଁକି ଶିକ୍ଷା ଦିଆଯାଉଥିଲା ?
Answer:
ସତ୍ୟବାଦୀ ବନବିଦ୍ୟାଳୟ, ସାଧାରଣ ବିଦ୍ୟାଳୟ ନଥିଲା, ତାହା ଥିଲା ମଣିଷ ତିଆରି କାରଖାନା । ସେଠାକାର ଛାତ୍ରମାନେ ପ୍ରତ୍ୟେକ ବିଷୟରେ ଶିକ୍ଷାଲାଭ କରୁଥିଲେ । ସ୍ବାବଲମ୍ବୀ ହେବା ଓ ସେବା ମନୋବୃତ୍ତି ପ୍ରକାଶ କରିବା ତାଙ୍କ ବିଦ୍ୟଳୟର ଅନ୍ୟତମ ଉଦ୍ଦେଶ୍ୟ ଥିଲା । ଏପରିକି ସେଠାରେ ରୋଗୀସେବା ପାଠ୍ୟନ୍ତର୍ଭୁକ୍ତ ଥିଲା । ଆଚାର୍ଯ୍ୟ ମହାଶୟଙ୍କ ଦାୟିତ୍ଵ ଓ ତତ୍ତ୍ୱାବଧାନରେ ଅନ୍ତେବାସୀଙ୍କୁ ପାଳିକରି ରୋଗୀସେବଂ କାର୍ଯ୍ୟ କରିବାକୁ ପଡୁଥିଲା ।

ରୋଗୀସେବା ପାଳି ଦାୟିତ୍ଵରେ ଥ‌ିବା ପିଲା ପ୍ରତିଦିନ ସକାଳେ ଗୋଟିଏ ଛୋଟ କ୍ଲାସରେ କିଛିକିଛି ନିମ ଛେଲି ବା ଚିରେଇତା ସିଝାପାଣି ପ୍ରତି ପିଲାଙ୍କୁ ଦେଉଥିଲେ । ଯେତେ ଅରୁଚିକର ହେଲେ ମଧ୍ୟ ସମସ୍ତେ ତାହା ପିଇବାକୁ ବାଧ୍ୟ ଥିଲେ । କାରଣ ରୋଗୀସେବ କାଳେ ଆଚାର୍ଯ୍ୟ ମହାଶୟଙ୍କୁ କହିଦେବ, ସେହି ଭୟରେ କେହି ପିଇବାକୁ ବାରଣ କରିପାରୁ ନଥିଲେ ।

ଛାତ୍ରାବାସର କୌଣସି ପିଲା ଜ୍ଵର ବା କିଛି ବେମାରରେ ପଡ଼ିଲେ ତା’ ପାଖରେ ରାତିଦିନ ବସି ରହିବାକୁ ପଡ଼ୁଥିଲା । ଡାକ୍ତରଖାନାରୁ ଔଷଧ ଆଣି ଠିକ୍ ସମୟରେ ଖୁଆଇବା, ନିର୍ଦ୍ଦିଷ୍ଟ ବେଳାରେ ଦେହରେ ଉତ୍ତାପ ମାପି ଚାର୍ଟରେ ଲେଖୁବା, ଦୁଧ, ସାଗୁ, ବାଲି, ପସାରୁଣି ପତ୍ର ସଂଗ୍ରହ କରିଆଣି ପଥ୍ କରାଇବା ଆଦି ଦାୟିତ୍ୱ ରୋଗୀ-ସେବକ ଉପରେ ନ୍ୟସ୍ତ ଥିଲା । ଏପରିକି ରୋଗୀର ମୁଣ୍ଡ, ଗୋଡ ଚିପିଦେବା, ଝାଡା, ପରିସ୍ରା ହୋଇଗଲେ ବିଛଣା ଧୋଇ ପରିଷ୍କାର କରିବା ଆଦି କାର୍ଯ୍ୟ ରୋଗୀ ସେବକକୁ ହିଁ କରିବାକୁ ପଡୁଥିଲା । ଏହାହିଁ ଥିଲା ସତ୍ୟବାଦୀ ବିଦ୍ୟାଳୟର ବିଶେଷତ୍ଵ ।

(ଗ) ଆଚାର୍ଯ୍ୟ ମହାଶୟ ଛାତ୍ରାବାସରେ ଶିକ୍ଷାର୍ଥୀମାନଙ୍କର ସେବା କରିବାର କାରଣ କ’ଣ ଥିଲା ?
Answer:
ଆଚାର୍ଯ୍ୟ ମହାଶୟ ଛାତ୍ରାବାସ ଦାୟିତ୍ଵରେ ରହିଥିଲେ । ପ୍ରତ୍ୟେକ ପିଲା କିପରି ସୁସ୍ଥ ଓ ନୀରୋଗ ରହିବେ, ତାହା ତାଙ୍କର ମୂଳଲକ୍ଷ୍ୟ ଥିଲା ( ସେଥିପାଇଁ ସେ ଥିଲେ ଋଷି ପ୍ରତିପ, ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ । ସେତେବେଳେ ସେହି ବିଦ୍ୟାଳୟରେ ରୋଗୀସେବା ପାଠର ଏକ ଅଙ୍ଗ ଥିଲା । ଛାତ୍ରାବାସରେ ରହୁଥ‌ିବା ଛୋଟ ପିଲାମାନଙ୍କ ଦେହରେ କାଛୁ ପୂରି ଯାଇଥାଏ । ଆଚାର୍ଯ୍ୟ ମହାଶୟ ନିଜେ ସକାଳେ ନିମପତ୍ର ସିଝା ଚରମ ପାଣିରେ ପିଲାମାନଙ୍କ କାଛୁକୁ ଧୋଇ ଦେଉଥିଲେ । କଷ୍ଟ ହେଉଥିଲେ ମଧ୍ୟ ଆଚାର୍ଯ୍ୟ ମହାଶୟଙ୍କ ଆଗରେ କୌଣସି ପିଲା ମୁଖ ବିକୃତ କରିବାକୁ ସାହସ କରୁ ନଥିଲେ । ପିଲାଙ୍କ ଯନ୍ତ୍ରଣା ଲାଘବ କରିବାକୁ ସେ ସରସ ମଜାଳିଆ କଥା କହି ଏପରି ମଜାଇ ଦେଉଥିଲେ ଯେ, ପିଲା କାଛୁଧୁଆ କଷ୍ଟ ଜାଣିପାରୁ ନଥିଲେ ।

BSE Odisha 8th Class Odia Solutions Chapter 6 ରୋଗୀସେବା

Question ୪।
ଆସ, ସରଳ ଭାଷାରେ ବୁଝାଇ ଲେଖୁ ।
(କ) ବଡ଼ ସ୍ନେହଭରା ଅଥଚ କରୁଣ ସେ ଚାହାଁଣୀ ।
Answer:
ବଡ଼ ସ୍ନେହଭରା ……………………………. ସେ ଚାହାଣି ।
ପ୍ରୟତ୍ତ ଗଦ୍ଦ୍ୟାଂଶଟି ଉଦୟନାଥ ଷଡ଼ଙ୍ଗାଙ୍କ ଆମ୍ଚରିତ ‘ଗାନ୍ଧି ମହାରାଜାଙ୍କ ଶିଷ୍ୟ’ ରୁ ସଂଗୃହୀତ ‘ରୋଗା ସେବା’ ଶୀର୍ଷକ ବିଷୟରୁ ଆନୀତ । ଏଠାରେ ଲେଖକ ନିଜ ରୋଗାକ୍ରାନ୍ତ ବୋଉଙ୍କର ମୃତ୍ୟୁର ଅବ୍ୟବହିତ ପୂର୍ବ ଚାହାଣିରେ ଭରିରହିଥ‌ିବା କାରୁଣ୍ୟ ଉପରେ ଆଲୋକପାତ କରିଛନ୍ତି । ପିତାଙ୍କ ମୃତ୍ୟୁର ଠିକ୍ ପାଞ୍ଚବର୍ଷ ପରେ ଲେଖକଙ୍କ ବୋଉ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ । ସେ ସମୟକୁ ଲେଖକ କଟକର ଦତ୍ତ ପ୍ରେସରେ ଚାକିରି କରୁଥିଲେ । ଦିନକ ପାଇଁ ଛୁଟି ନେଇ ଘରକୁ ଆସି ସେ ବୋଉଙ୍କୁ ଜ୍ଵର ରୋଗରେ ପୀଡ଼ିତ ଥ‌ିବା ଅବସ୍ଥାରେ ଦେଖିଲେ । ବାଧ୍ୟ ହୋଇ ଦୁଇଦିନ ଛୁଟି ବଢ଼ାଇ ବୋଉଙ୍କ ସେବା ଶୁଶ୍ରୂଷା କଲେ । ବୋଉ ସାମାନ୍ୟ ସୁସ୍ଥ ହେବାପରେ କର୍ମକ୍ଷେତ୍ରକୁ ବାହାରିବାକୁ ଅଗ୍ରସର ହେବାରୁ ଆଉ ଦୁଇଦିନ ରହିଯିବାକୁ ବୋଉ ଅତି ବିକଳ ଭାବେ ପୁଅକୁ କହିଲେ ।

ବୋଉଙ୍କ ସ୍ନେହପୂର୍ଣ କଥା କାଟି ନପାରି ଲେଖକ ରହିବାକୁ ବାଧ୍ୟ ହେଲେ । କିନ୍ତୁ ସେଦିନ ରାତିକୁ ହଠାତ୍ ବୋଉ ସଂଜ୍ଞାହୀନ ହୋଇପଡ଼ିଲେ । ଡାକ୍ତର ଔଷଧର ବ୍ୟବସ୍ଥା କରିବାର ଦିନକ ପରେ ସେ ପ୍ରକୃତିସ୍ଥ ହେଲେ । ମାତ୍ର ରାତିକୁ ଅବସ୍ଥାରେ ଅବନତି ଘଟିଲା । ପାହାନ୍ତା ପହରକୁ ଦୁଆରକୁ ଉଠାଇ ନେବାକୁ ବୋଉ ଲେଖକଙ୍କୁ କହିଲେ । ସେତେବେଳକୁ ତାଙ୍କ ଶେଷ ସମୟ ଆସି ସାରିଥିଲା । ଅନ୍ତିମ ଆଶୀର୍ବାଦ ଦେବାକୁ ଅତି କରୁଣ ଦୃଷ୍ଟିରେ ପୁଅକୁ ଚାହିଁ ହାତ ‘ଉଠାଇବାକୁ ଚେଷ୍ଟା କରି ମଧ୍ୟ ଉଠାଇ ପାରିଲେ ନାହିଁ । ଏହା ଜାଣିପାରି ଲେଖକ ବୋଉଙ୍କ ହାତକୁ ଧରି ଟେକିବାକୁ ଚେଷ୍ଟା କଲେ । ଲେଖକଙ୍କ ହାତକୁ ଧରି ବୋଉ ଆଖବୁଜିଲେ । ସେହି ସମୟରେ ବୋଉଙ୍କ ଆଖୁର ଚାହାଣିରେ ଭରି ରହିଥୁଲା ଆକୁଳତା ଯାହାକୁ ଲେଖକ ଶ୍ରେଷ୍ଠ ଆର୍ଶୀବାଦ ବୋଲି ପରବର୍ତ୍ତୀ ସମୟରେ ଅନୁଭବ କରିଥିଲେ ।

(ଖ) ଯଦି ଚିତ୍ରକର ହୋଇଥାଆନ୍ତି, ତେବେ ତା’ର ଗୋଟିଏ ଅପରୂପ ଛବି ଆଙ୍କି ଦେଇପାରନ୍ତି ।
Answer:
ଯଦି ଚିତ୍ରକର …………………….. ଆଙ୍କି ଦେଇପାରନ୍ତି ।
ଶଂସିତ ଗଦ୍ୟାଂଶଟି ଉଦୟନାଥ ଷଡଙ୍ଗାଙ୍କ ରଚିତ ଆମ୍ଚରିତ ‘ଗାନ୍ଧି ମହାରାଜାଙ୍କ ଶିଷ୍ୟ’ରୁ ସଂଗୃହାତ ‘ରୋଗୀସେବା’ ଶୀର୍ଷକ ବିଷୟରୁ ଆନୀତ । ଏଠାରେ ଲେଖକ ନିଜ ପିତାଙ୍କ ମୃତ୍ୟୁ ପୂର୍ବର ସ୍ନେହପୂର୍ଣ ଢଳଢ଼ଳ ମୁହଁ ଓ ଆବେଗଭରା ଚାହାଣି ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ଲେଖକଙ୍କ ପିତା ୭୨ ବର୍ଷ ବୟସରେ ଇହଲୀଳା ସାଙ୍ଗ କରିଥିଲେ । ମୃତ୍ୟୁ ପୂର୍ବରୁ ସେ ଗ୍ରହଣୀ ଝାଡ଼ା ରୋଗରେ ପୀଡ଼ିତ ଥିଲେ । ଶେଷ ମୁହୂର୍ଭ ପର୍ଯ୍ୟନ୍ତ ଲେଖକ ତାଙ୍କର ସେବା ଶୁଶ୍ରୂଷା କରିଥିଲେ । ଡାକ୍ତର ଡାକିବାକୁ କହିଥିଲେ ମଧ୍ୟ ତାଙ୍କ ପିତା ବାରଣ କରିଥିଲେ । ହୁଏତ ସେହି ରୋଗରେ ସେ ଶେଷନିଃଶ୍ୱାସ ତ୍ୟାଗ କରିବାକୁ ଚାହିଁଥିଲେ । ଲେଖକ ଗାଁ ବୈଦ୍ୟଙ୍କ ନିକଟରୁ ଔଷଧ ଆଣିଥିଲେ ମଧ୍ୟ ସେ ଖାଇନଥିଲେ ।

ମୃତ୍ୟୁ ପୂର୍ବରୁ ଶେଷ ତିନିଦିନ ସେ ଅଚୈତନ୍ୟ ଅବସ୍ଥାରେ ରହିଥିଲେ । ଯେତେବେଳେ ଚେତନା ଫେରିଆସେ, ଅତି ଆଦରରେ ସେ ଲେଖକଙ୍କ ମୁହଁ ଓ ପିଠିରେ ହାତ ବୁଲାଇ ଆଣନ୍ତି, ସ୍ନେହପୂର୍ଣ ଚକ୍ଷୁରେ ଚାହିଁ ରହନ୍ତି । ସେହି ଆଖୁର ଢଳଢଳ ଚାହାଣିରୁ ସତେଯେପରି ଆଶୀର୍ବାଦର କିରଣ ଝରି ଆସୁଥିବା ପରି ଲେଖକ ଚକ୍ଷୁରେ ଚାହିଁ ରହନ୍ତି । ସେହି ଆଖୁର ଢଳଢଳ ଚାହାଣିରୁ ସତେଯେପରି ଆଶୀର୍ବାଦର କିରଣ ଝରି ଆସୁଥିବା ପରି ଲେଖକଅନୁଭବ କରୁଥିଲେ । ପରବର୍ତ୍ତୀ ସମୟରେ ବାପାଙ୍କର ସେହି ମୁହଁ ଲେଖକଙ୍କ ମାନସପଟରେ ନାଚି ଉଠେ । କୌଣସି ଏକ ମନୋମୁଗ୍ଧକାରୀ ଦୃଶ୍ୟକୁ କେବଳ ଚିତ୍ରକର ହିଁ ରଙ୍ଗତୂଳୀରେ ରୂପ ଦେଇପାରେ । ଲେଖକ ଜଣେ ଚିତ୍ରଶିଳ୍ପୀ ହୋଇ ନଥିବାରୁ ପିତାଙ୍କର ସେହି ରୂପକୁ କେବଳ ସ୍ମରଣ ମାତ୍ର କରିପାରନ୍ତି, ମାତ୍ର ଆଙ୍କି ପାରନ୍ତି ନାହିଁ ।

Question ୫।
ଆସ, ତଳେ ଦିଆଯାଇଥ‌ିବା ଅନୁଚ୍ଛେଦଟି ପଢ଼ିବା ଓ ତାକୁ ଉତ୍ତର ମନେକରି ତା’ ପାଇଁ କିଛି ପ୍ରଶ୍ନ ତିଆରି କରିବା । ଘରଘର ବୁଲି ରୋଗୀଙ୍କ ଅବସ୍ଥା ଦେଖୁ । ଡାକ୍ତରଖାନାରୁ ଔଷଧ ନେଇ ଖାଇବାକୁ ଦେଉ । ଗୁରୁତର ରୋଗୀମାନଙ୍କୁ ଡାକ୍ତରଖାନାକୁ ଆଣିବାର ବ୍ୟବସ୍ଥା କରୁ । ସାନିଟାରୀ ଇନ୍ସପେକ୍ଟରଙ୍କୁ ଧରି କୂଅ, ପୋଖରୀ ବିଶୋଧନ କରାଉ । ଅନେକ ସମୟରେ ସାଗୁପାଣି ତିଆରି କରି ସଙ୍ଗରେ ନେଇଥାଉ । ଗରିବମାନଙ୍କର ତାହା ପଥ୍ ହୁଏ, ଆଶ୍ରମରୁ ସକାଳୁ ବାହାରିଗଲେ ଦିନେ ଦିନେ ଫେରିବାକୁ ରାତି ବେଶି ହୋଇଯାଏ । କିନ୍ତୁ ଶ୍ରୀଯୁକ୍ତ ଗୋପବନ୍ଧୁ ଚୌଧୁରୀଙ୍କର କଡ଼ା ତାଗିଦା ଥାଏ, ସନ୍ଧ୍ୟା ପୂର୍ବରୁ ଫେରିବ । ଆଶ୍ରମ ଭିତରକୁ ଯିବା ପୂର୍ବରୁ ଗୋଡ଼ହାତ ଫିନାଇଲ୍ ପାଣିରେ ଧୋଇବ, ଗରମ ପାଣିରେ ଗାଧୋଇବ ।
Answer:
(କ) ଗୁରୁତର ରୋଗୀମାନଙ୍କ ପାଇଁ କିପରି ବ୍ୟବସ୍ଥା କରିବାକୁ ହୋଇଥାଏ ?
(ଖ) କାହାକୁ ଧରି କୂଅ ପୋଖରୀ ବିଶୋଧନ କରାଯାଏ ?
(ଗ) ସାନିଟାରୀ ଇନିସ୍‌କ୍ଲେରଙ୍କୁ ଧରି କ’ଣ କରାଯାଏ ?
(ଘ) ସାଗୁପାଣି କାହିଁକି ସାଙ୍ଗରେ ନେବାକୁ ହୋଇଥାଏ ?
(ଙ) ଅନେକ ସମୟରେ କ’ଣ ତିଆରି କରି ସାଙ୍ଗରେ ନେବାକୁ ହୋଇଥାଏ ?
(ଚ) ସକାଳୁ ବାହାରି ଗଲେ, ଆଶ୍ରମକୁ କେତେବେଳେ ଫେରିବାକୁ ହୋଇଥାଏ ?
(ଛ) ଗୋପବନ୍ଧୁ ଚୌଧୁରୀଙ୍କର କଡ଼ା ତାଗିଦା କ’ଣ ଥାଏ ?
(ଜ) ସଂନ୍ଧ୍ୟା ପୂର୍ବରୁ ଫେରିବା ପାଇଁ କିଏ ତାଗିଦ କରିଥାନ୍ତି ?
(ଝ) ଆଶ୍ରମ ଭିତରକୁ ଯିବା ପୂର୍ବରୁ କିପରି ପରିଷ୍କାର ହେବାକୁ ପଡ଼ିଥାଏ ?

Question ୬।
ଆସ, ତଳେ ଥ‌ିବା କୋଠରୀରୁ ଅକ୍ଷର ନେଇ ଶବ୍ଦ ଗଢ଼ିବା ।
BSE Odisha 8th Class Odia Solutions Chapter 6 ରୋଗୀସେବା 1
Answer:
ତାଲିମ, ସମାଗମ, ସ୍ଵେଚ୍ଛାସେବକ, ପ୍ରଖର, ବିକୃତି, ଛେଉଣ୍ଡ, ତାଗିଦା, ଖଞ୍ଜା ପ୍ରକୃତି, ଛେଲି, ବଚ୍ଛା, ସେବା ।

Question ୭ ।
ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କରିବା ।
(କ) ବାପା ଶେଷ ତିନି ଦିନ ________ ଅବସ୍ଥାରେ ପଡ଼ି ରହିଲେ । (ଅଚତୈନ, ଅନୌତନ, ଅଚୈତନ୍ୟ)
(ଖ) ବୋତର ଶରାରରେ ରୋଗ ________ ଶକ୍ତି ନଥିଲା । (ପ୍ରତିଶେଧକ, ପ୍ରତିଷେଧକ, ପ୍ରତିସେଧକ)
(ଗ) ମା’ ପୁଅକୁ ________କଲେ । (ଆଶ୍ରିବାଦ, ଆଶୀର୍ବାଦ, ଆର୍ଶୀବାଦ)
(ଘ) ଶୁଭ ________ ଆସିଗଲା । (ମୁହୂର୍ଭ, ମୂହୁର୍ତ୍ତ, ମୁହୂର୍ର)
(ଙ) ରୋଗା ପାଇଁ ଉପଯୁକ୍ତ ________ ଆବଶ୍ୟକ । (ଶୁଶ୍ରୂଷା, ଶୁଶ୍ରୂଷା, ସୁଶ୍ରୂଷା)
Answer:
(କ) ବାପା ଶେଷ ତିନି ଦିନ ଅବସ୍ଥାରେ ପଡ଼ି ରହିଲେ ।
(ଖ) ବୋତର ଶରାରରେ ରୋଗ ପ୍ରତିଷେଧକ ଶକ୍ତି ନଥିଲା ।
(ଗ) ମା’ ପୁଅକୁ ଆଶୀର୍ବାଦ କଲେ ।
(ଘ) ଶୁଭ ମୁହୂର୍ଭ ଆସିଗଲା ।
(ଙ) ରୋଗା ପାଇଁ ଉପଯୁକ୍ତ ଶୁଶ୍ରୂଷା ଆବଶ୍ୟକ ।

Question ୮।
ଆରମ୍ଭରେ ‘ଅ’ ଅକ୍ଷର ଯୋଗ କରି ପାଞ୍ଚଟି ଶବ୍ଦ ଗଢ଼ିବା ।
ନୂତନ ଶବ୍ଦଗୁଡ଼ିକୁ ଏଠାରେ ଲେଖୁବା ।
BSE Odisha 8th Class Odia Solutions Chapter 6 ରୋଗୀସେବା 2
Answer:
ଅଚୈତନ୍ୟ, ଅସାମାନ୍ୟ, ଅହିତକର, ଅଗୋଚର, ଅନୈତିକ ସେହି ଶବ୍ଦଗୁଡ଼ିକୁ ନେଇ ବାକ୍ୟ ଗଠନ କରିବା ।
ଅଚୈତନ୍ୟ – ରୋଗୀଟି ରୋଗରେ ଅଚୈତନ୍ୟ ହୋଇଯାଇଛି ।
ଅସାମାନ୍ଯ – ଗଙ୍ଗାଧର ମେହେର ଅସାମାନ୍ୟ କବି ପ୍ରତିଭାର ଅଧିକାରୀ ଥିଲେ ।
ଅହିତକର – ଅତ୍ୟଧ୍ୟ ତେଲମସଲାଯୁକ୍ତ ଖାଦ୍ୟ ସ୍ୱାସ୍ଥ୍ୟପ୍ରତି ଅହିତକର ।
ଅଗୋଚର – ବିଶ୍ୱକବିଙ୍କ ପୂରାନାମ କାହାକୁ ଅଗୋଚର ନଥ‌ିବ ।
ଅନୈତିକ – ଅନୈତିକ କାର୍ଯ୍ୟରେ ଲିପ୍ତ ହେଲେ ଅବଶ୍ୟ ଦଣ୍ଡ ଭୋଗିବାକୁ ପଡ଼ିଥାଏ ।

Question ୯।
ଆସ, ଉପଯୁକ୍ତ ବିପରୀତ ଅର୍ଥବୋଧକ ଶବ୍ଦଗୁଡ଼ିକୁ ବଡ଼ କୋଠରିରୁ ବାଛି ସାନ କୋଠରିରେ ଲେଖୁବା ।
ଆସହଯୋଗ, ରୋଗାକ୍ରାନ୍ତ,  ପ୍ରତ୍ୟୁଷ, ଅଶାର୍ବାଦ, ଆସମ୍ଭବ,
BSE Odisha 8th Class Odia Solutions Chapter 6 ରୋଗୀସେବା 3
Answer:
ଆସହଯୋଗ – ସହଯୋଗ
ରୋଗାକ୍ରାନ୍ତ – ରୋଗ ମୁକ୍ତ
ପ୍ରତ୍ୟୁଷ – ପ୍ରଦେ।ଷ
ଅଶାର୍ବାଦ – ଅଭିଶାପ
ଆସମ୍ଭବ – ସମ୍ଭବ

Question ୧୦ ।
ଏକଥା କିଏ କାହାକୁ କହିଛନ୍ତି ପାଖ ବନ୍ଧନୀ ମଧ୍ଯରେ ଲେଖୁବା ।
(କ) ‘‘ଯାହା କରିବେ ସାଇଁ, ତାହା
(ଖ) ‘‘ପିଲାଟା କାଲି ରାତିରେ ଜମା ଶୋଇ ନାହିଁ ।
(ଗ) ‘‘ମୋ ଧନକୁ କିଏ ଆଣିଲାଟି। !!
(ଘ) ‘‘ଆସିଛୁ ଯେତେବେଳେ ଆଉ ଦୁଇଟାଦିନ ରହିଯା’’ ।
Answer:
(କ) ଲେଖକଙ୍କ ବାପା, ଲେଖକଙ୍କୁ କହିଥିଲେ ।
(ଖ) ଲେଖକଙ୍କ ବାପା, ଲେଖକଙ୍କ ବୋଉକୁ କହିଥିଲେ ।
(ଗ) ଲେଖକଙ୍କ ବୋଉ ଲେଖକଙ୍କୁ କହିଥିଲେ ।
(ଘ) ଲେଖକଙ୍କ ବୋଉ ଲେଖକଙ୍କୁ କହିଥିଲେ ।

BSE Odisha 8th Class Odia Solutions Chapter 6 ରୋଗୀସେବା

Question ୧୧ ।
ତଳେ ଦିଆଯାଇଥିବା ଶବ୍ଦଗୁଡ଼ିକୁ ସନ୍ଧିବିଚ୍ଛେଦ କରି ଲେଖୁବା
ପ୍ରଶ୍ନୋତ୍ତର ________ + ________
ଅଧିକାଂଶ ________ + ________
ଛାତ୍ର।ବାସ ________ + ________
ଜରନ୍ନ।ଥ ________ + ________
ସ୍ଵେଚ୍ଛା ________ + ________
Answer:
ପ୍ରଶ୍ନୋତ୍ତର = ପ୍ରଶ୍ନ + ଉତ୍ତର
ଅଧିକାଂଶ = ଅଧିକ + ଅଂଶ
ଛାତ୍ରାବାସ = ଛାତ୍ର + ଆବାସ
ଜଗନ୍ନାଥ = ଜଗତ୍ + ନାଥ = ସ୍ୱ + ଇଚ୍ଛା

Question ୧୨ ।
ଭୁଲ୍ ଲେଖାଥିବା ଶବ୍ଦକୁ ତା’ ପାଖରେ ଠିକ୍ କରି ଲେଖୁବା ।

ଭୁଲ୍‌ ଶବ୍ଦ ଠିକ୍ ଶବ୍ଦ
ଶିଘ୍ର
ଆଶ୍ୱାଶନା
ବିକ୍ରୁତି
ସ୍ନେହପୁର୍ଣ୍ଣ
ଯିଦ୍
ଚାଟଷାଳୀ
ଅସ୍ପଷ୍ଟ
ସ୍ନେହପୁର୍ଣ୍ଣ
ସଂଜ୍ଞାହିନ
ସଂଜ୍ଞାହିନ
ଯିଦ୍
ଅସ୍ପଷ୍ଟ
ଶୁଶ୍ରୂଷା

Answer:

ଭୁଲ୍‌ ଶବ୍ଦ ଠିକ୍ ଶବ୍ଦ
ଶିଘ୍ର ଶାଘ୍ର
ଆଶ୍ୱାଶନା ଆଶ୍ୱାସନା
ବିକ୍ରୁତି ବିକୃତି
ସ୍ନେହପୁର୍ଣ୍ଣ ଆଶାର୍ବାଦ
ଯିଦ୍ ଚାଟଶାଳା
ଚାଟଷାଳୀ ପ୍ରଭୂତି
ଅସ୍ପଷ୍ଟ ସ୍ନେହପୂର୍ଣ୍ଣ
ସ୍ନେହପୁର୍ଣ୍ଣ ସଂଜ୍ଞାହାନ
ସଂଜ୍ଞାହିନ ଜିଦ୍‌
ଯିଦ୍ ବ୍ୟବସ୍ଥା
ଅସ୍ପଷ୍ଟ ଅସ୍ତଷ୍କ
ଶୁଶ୍ରୂଷା ଶୁଶ୍ରୂଷା

Question ୧୩ ।
କୌଣସି ସେବାମୂଳକ କାର୍ଯ୍ୟରେ ଅଂଶଗ୍ରହଣ ମାଧ୍ୟମରେ ତୁମେ ଲାଭ କରିଥିବା ଅନୁଭୂତିକୁ ବର୍ଣନା କରି ବନ୍ଧୁଙ୍କ ନିକଟକୁ ଚିଠିଟିଏ ଲେଖ ।
Answer:

ତା ୨୫.୪.୨୦୧୯
ସୁଜନପୁର

ପ୍ରିୟ ସୁରେଶ,

ଶୁଭେଚ୍ଛା ନେବୁ । ଗତ ଶନିବାର ଦିନ ତୋ’ ଚିଠି ପାଇଲି । ହଷ୍ଟେଲ ଜୀବନ ତୋତେ ଭଲ ଲାଗୁଛି ଜାଣି ଖୁସି ହେଲି । ଆଜି ତୋତେ ଗୋଟିଏ ଗୁରୁତ୍ବପୂର୍ଣ୍ଣ ଖବର ଜଣାଉଛି । ତୁ ଜାଣି ଖୁସି ହେବୁ ଯେ ମୁଁ ରେଭେନ୍ସା କଲିଜିଏଟ୍ ସ୍କୁଲ୍‌ର ନେତାଜୀ ସ୍ଵେଚ୍ଛାସେବକ ବାହିନୀରେ ଯୋଗ ଦେଇଛି । ଆମ ସ୍କାଉଟ୍ ଶିକ୍ଷକଙ୍କ ତତ୍ତ୍ୱାବଧାନରେ ଆମେ ଗତିରାଉତପାଟଣାଠାରେ ଅନୁଷ୍ଠିତ ଝାମୁ ଯାତ୍ରାରେ ସେବାକାର୍ଯ୍ୟ କରିବାପାଇଁ ଯାଇଥିଲୁ ।

ସଙ୍ଗରେ ଗୋଟିଏ ତମ୍ବୁ, ଦରି ଓ ବ୍ୟାନର ନେଇଥିଲୁ । ପହଞ୍ଚିଲା ପରେ ସ୍ଥାନୀୟ ୱାର୍ଡମେମ୍ବର ଓ କେତେଜଣ ଯୁବକ ଆମକୁ ସ୍ଵାଗତ କରିଥିଲେ । ନିକଟସ୍ଥ ଏକ ଆମ୍ବତୋଟାରେ ତମ୍ବୁ ପକାଇଲା ପରେ ସଙ୍ଗରେ ନେଇଥ‌ିବା ପାନୀୟ ଜଳ ଯୋଗାଣର ସରଞ୍ଜାମ ଧରି ଯାତ୍ରାସ୍ଥଳକୁ ବାହାରିଲୁ । ପୂର୍ବରୁ ଆମ ପାଇଁ ସେଠାରେ ଜଳଖୁର ବନ୍ଦୋବସ୍ତ କରାଯାଇଥିଲା । ଜଳଖୁଆ ଖାଇସାରିଲା ପରେ ପରେ ସ୍ଥାନୀୟ ସରପଞ୍ଚ ଆସି ମଧ୍ୟାହ୍ନ ଭୋଜନ ପାଇଁ ନିମନ୍ତ୍ରଣ କରିଗଲେ । ତମ୍ବୁରେ ଥିବା ଆମ ଜିନିଷପତ୍ର ଦାୟିତ୍ବରେ ବିଦ୍ୟାଳୟର ପିଅନ ରବି ଭାଇ ରହିଲେ ।

ମଧ୍ୟାହ୍ନରେ ଯାତ୍ରା ଆରମ୍ଭ ହେବାର ଥିଲା । ଗ୍ରୀଷ୍ମର ପ୍ରାଦୁର୍ଭାବ କ୍ରମେ ବଢ଼ିବାକୁ ଲାଗିଲା । ଯାତ୍ରୀସଂଖ୍ୟା ମଧ୍ୟ ଧୀରେ ଧୀରେ ବୃଦ୍ଧି ପାଇବାକୁ ଲାଗିଲା । ସ୍ଥାନୀୟ ନଳକୂପରୁ ପାଣି ଆଣି ଚାରିଗୋଟି ଡ୍ରମରେ ରଖୁ । ଖରାତାତି ବଢ଼ିବା ସହିତ ଆମ କାର୍ଯ୍ୟର ତତ୍ପତା ବୃଦ୍ଧି ପାଇଲା । ଚାରିଜଣ ଜଳ ଯୋଗାଣ ଦାୟିତ୍ଵରେ ରହିଲେ, ଦୁଇଜଣ ପିଲା ନଳକୂପରୁ ପାଣି ଆଣି ଡ୍ରମରେ ଭରିବା ଦାୟିତ୍ୱରେ ଥିଲେ । ଆଉ ଦୁଇଜଣ ଯାତ୍ରୀମାନଙ୍କୁ ଶୃଙ୍ଖଳିତଭାବେ ଯାତ୍ରା ଦେଖିବା କାର୍ଯ୍ୟରେ ସାହାଯ୍ୟ କରିବାକୁ ମୁତୟନ ହେଲେ । ଆମ ଗୁରୁଜୀ ଆମମାନଙ୍କର କାର୍ଯ୍ୟ କିପରି ସୁପରିଚାଳିତ ହେବ ତାହା ବୁଝାବୁଝି କରୁଥିଲେ । ଖରା ତେଜ ସହି ନପାରି ଦୁଇ ତିନିଜଣ ବୃଦ୍ଧା ଅଚେତ ହୋଇ ପଡ଼ିଥିଲେ । ସେମାନଙ୍କୁ ଟେକିଆଣି ଶିବିରରେ ପ୍ରାଥମିକ ଚିକିତ୍ସା ପ୍ରଦାନ କରିଥିଲୁ । ଆମର କାମ ଦେଖି ସ୍ଥାନୀୟ ଲୋକେ ପ୍ରଶଂସା କରୁଥିଲେ ବୟସ୍କ ଲୋକମାନେ ଆମକୁ କଲ୍ୟାଣ କରୁଥିଲେ ।

ସୁରେଶ, ତୁ ବିଶ୍ଵାସ କରିପାରିବୁନି, ସେଦିନର ସେ ଅନୁଭୂତି ଆମକୁ ଏତେ ଆନନ୍ଦ ଦେଇଥିଲା ଯେ ଆମେ ଜୀବନରେ ତାହା ଭୁଲିପାରିବୁନି । ମଧ୍ୟାହ୍ନ ଭୋଜନ ଆମ କ୍ୟାମ୍ପକୁ ଆସିଲାପରେ ଜଣ ଜଣ କରି ଯାଇ ଖାଇଆସି କାମରେ ଲାଗିପଡ଼ିଥିଲୁ । ଅପରାହ୍ନକୁ ଗହଳି ଧୀରେ ଧୀରେ କମିବାକୁ ଲାଗିଲା। ୫ଟା ପରେ ଆମେ ଶିବିରକୁ ଫେରିଲୁ । ସ୍ଥାନୀୟ କିଛି ଭଦ୍ରବ୍ୟକ୍ତି ଜଳଖୁ ଆଣି ଆମକୁ ଖାଇବାକୁ ଦେଲେ । ସନ୍ଧ୍ୟାରେ ଜିନିଷପତ୍ର ଗାଡ଼ିରେ ଲଦି ହଷ୍ଟେଲକୁ ଫେରିଲୁ । ପରଦିନ ପ୍ରଧାନଶିକ୍ଷକ ପ୍ରାର୍ଥନା ସଭାରେ ଆମକୁ ଗୋଟିଏ ଗୋଟିଏ ପ୍ରଶଂସାପତ୍ର ଦେଇ ପୁରସ୍କୃତ କଲେ । ମୁଁ ପୁରୀ ଗଲେ ତମ ହଷ୍ଟେଲକୁ ନିଶ୍ଚୟ ଯିବି । କାଲି ମୁଁ ବାପାଙ୍କ ସହ ଘରକୁ ଆସିଥୁଲି । ସୋମବାର ସକାଳୁ ହଷ୍ଟେଲ ଚାଲିଯିବି । ଚିଠି ପାଇ ଚିଠି ଦେବୁ । ଏତିକିରେ ରହୁଛି । । ଇତି ।

ତୋର ମମତାବଦ୍ଧ ରଘୁ

BSE Odisha 8th Class Odia Solutions Chapter 6 ରୋଗୀସେବା 4

ତୁମ ପାଇଁ କାମ

କୌଣସି ସେବାମୂଳକ କାର୍ଯ୍ୟରେ ଅଂଶଗ୍ରହଣ ମାଧ୍ୟମରେ ତୁମେ ଲାଭ କରିଥିବା ଅନୁଭୂତିକୁ ବର୍ଣନା କରି ଏକ ବିବରଣୀ ଲେଖ ।

ପରାକ୍ଷା ଉପଯେ।ଗା ଅତିରିକ୍ତ ପ୍ରଶ୍ନୋତ୍ତର

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନେ।ତ୍ତର

Question ୧।
ଲେଖକଙ୍କ ବାପାଙ୍କ ପାଦରୁ ରକ୍ତ କାହିଁକି ଝରୁଥୁଲା ?
Answer:
ଲେଖକଙ୍କ ବାପା ବାଡ଼ିରେ କାମ କରୁଥିଲାବେଳେ ଖଣ୍ଡେ ଭଙ୍ଗାକାଚ ପାଦରେ ପଶିଯିବାରୁ ତାଙ୍କ ପାଦରୁ ରକ୍ତ ଝରୁଥିଲା ।

Question ୨।
ଲେଖକଙ୍କ ବାପାଙ୍କର ମୃତ୍ୟୁ କିପରି ହୋଇଥିଲା ?
Answer:
ଲେଖକଙ୍କ ବାପା ଗ୍ରହଣୀ ଝାଡ଼ା ରୋଗରେ ଆକ୍ରାନ୍ତ ହୋଇଥିଲେ । ଲେଖକ ଡାକ୍ତର ଡାକିବା କଥା କହିବାରୁ ସେ ବାରଣ କଲେ । ଗ୍ରାମର ବୈଦ୍ୟଙ୍କଠାରୁ ଆଣିଥିବା ଔଷଧ ମଧ୍ଯ ସେ ଖାଇନଥିଲେ । ଦଶ ବାର ଦିନ ଶଯ୍ୟାଶାୟୀ ହେବା ପରେ ସେହି ରୋଗରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

Question ୩ ।
ଲେଖକଙ୍କ ବୋଉଙ୍କର ଦେହାନ୍ତ କେବେ ହୋଇଥିଲା ?
Answer:
୧୯୨୭ ମସିହାରେ ଲେଖକଙ୍କ ବାପା ଦେହତ୍ୟାଗ କରିବାର ପାଞ୍ଚବର୍ଷ ପରେ ତାଙ୍କ ବୋଉଙ୍କ ଦେହାନ୍ତ ହୋଇଥୁଲା, ଅର୍ଥାତ୍ ୧୯୩୨ ମସିହାରେ ତାଙ୍କ ବୋଉ ଇହଧାମ ତ୍ୟାଗ କରିଥିଲେ ।

BSE Odisha 8th Class Odia Solutions Chapter 6 ରୋଗୀସେବା

Question ୪ ।
ସେତେବେଳେ ଲେଖକ କେଉଁଠାରେ ଚାକିରି କରୁଥିଲେ ?
Answer:
ଲେଖକଙ୍କ ବୋଉ ରୋଗଗ୍ରସ୍ତ ହୋଇ ମୃତ୍ୟୁବରଣ କଲା ସମୟରେ ଲେଖକ କଟକର ଦତ୍ତ ପ୍ରେସରେ ଚାକିରୀ କରୁଥିଲେ ।

Question ୫ ।
୧୯୨୨ ମସିହାରେ କେଉଁଠାରେ ହଇଜା ବ୍ୟାପିଥିଲା ?
Answer:
୧୯୨୨ ମସିହାରେ ଜଗତ୍‌ସିଂହପୁରର ଅଳକାଶ୍ରମ ଆଖପାଖ କେତୋଟି ଗ୍ରାମରେ ହଇଜା ବ୍ୟାପିଥିଲା ।

Question ୬।
ସୁଦର୍ଶନଙ୍କ ସହିତ ମିଶି ଲେଖକ କିପରି ରୋଗୀସେବା କରୁଥିଲେ ?
Answer:
ଲେଖକ ସୁଦର୍ଶନ ପ୍ରହରାଜଙ୍କୁ ଗୁରୁଜ୍ଞାନ କରୁଥିଲେ । ଶ୍ରଦ୍ଧାରେ ସେ ତାଙ୍କୁ ସୁଦୁରିଆନା ବୋଲି ଡାକୁଥିଲେ । ତାଙ୍କ ସହିତ ଘର ଘର ବୁଲି ଲେଖକ ରୋଗୀମାନଙ୍କ ଅବସ୍ଥା ଦେଖିବା, ଡାକ୍ତରଖାନାରୁ ଔଷଧ ଆଣିଦେବା, ସାନିଟାରୀ ଇନିସ୍ପେକ୍ଟରଙ୍କ ସହାୟତାରେ କୂଅ, ପୋଖରୀ ବିଶୋଧନ କରାଇବା ଆଦି କାର୍ଯ୍ୟ କରୁଥିଲେ । ଅନେକ ସମୟରେ ସାରୁପାଣି ତିଆରି କରି ଗରିବ ଲୋକଙ୍କୁ ପଥ ଯୋଗାଇବା କାର୍ଯ୍ୟ ମଧ୍ୟ କରୁଥିଲେ । ଆଶ୍ରମରୁ ବେଳେବେଳେ ବାହାରିଗଲେ ଫେରିବାକୁ ବେଶି ରାତି ହୋଇଯାଏ ।

Question ୭ ।
ଲେଖକ କେଉଁଠାରୁ ରୋଗୀସେବା ଶିକ୍ଷା କରିଥିଲେ ?
Answer:
ପାଠ୍ୟନ୍ତର୍ଭୁକ୍ତ ବିଷୟ ସହ ରୋଗୀସେବାର ଶିକ୍ଷା ଦେଉଥଲେ ଆଚାର୍ଯ୍ୟ ହରିହର । ଆଚାର୍ଯ୍ୟ ମହାଶୟ ସେବା କରିବାକୁ କେବଳ ଶିକ୍ଷା ଦେଉନଥିଲେ, ବରଂ ନିଜେ ତାହା କରି ଦେଖାଇ ଦେଉଥିଲେ । ଲେଖକ ତାଙ୍କଠାରୁ ରୋଗୀସେବା ଶିକ୍ଷା କରିଥିଲେ ।

Question ୮।
‘ରୋଗୀସେବା’ ପ୍ରବନ୍ଧର ଲେଖକ କିଏ ? ତାଙ୍କର କେଉଁ ଉପନ୍ୟାସ ଓଡ଼ିଆ ପାଠକମାନଙ୍କ ମଧ୍ୟରେ ସୁପରିଚିତ?
Answer:
‘ରୋଗୀସେବା’ ପ୍ରବନ୍ଧର ଲେଖକ ହେଉଛନ୍ତି ଶିଶୁ ସାହିତ୍ୟିକ ଉଦୟନାଥ ଷଡ଼ଙ୍ଗୀ । ତାଙ୍କ ଅନୁବାଦ ଉପନ୍ୟାସ ‘ଟମକକାଙ୍କ କୁଟୀର’ ଓଡ଼ିଆ ସାହିତ୍ୟର ପାଠକ ମହଲରେ ବେଶ୍ ସୁପରିଚିତ ।

Question ୯।
ବାପାଙ୍କ ପାଦରୁ ରକ୍ତ ଝରୁଥ‌ିବା ଦେଖୁ ଲେଖକ କ’ଣ କରିଥିଲେ ?
Answer:
ବାପାଙ୍କ ପାଦରୁ ରକ୍ତ ଝରୁଥ‌ିବା ଦେଖୁ ଲେଖକ ପ୍ରଥମେ ବିଚଳିତ ହୋଇ ପଡ଼ିଥିଲେ । ତଥାପି ସାହସର ସହ କ୍ଷତ ସ୍ଥାନରେ ଗାମୁଛା ବାନ୍ଧି ଗ୍ରାମର ବୈଦ୍ୟଙ୍କ ନିକଟକୁ ନେଇ ଚିକିତ୍ସା ବ୍ୟବସ୍ଥା କରିଥିଲେ । ବୈଦ୍ୟଙ୍କଠାରୁ ଚିକିତ୍ସା ପଦ୍ଧତି ଶିଖ୍ ବାଡ଼ିର କଅଁଳ ଦୂବଘାସ ଛେଚି କ୍ଷତସ୍ଥାନରେ ବାନ୍ଧିବା କାର୍ଯ୍ୟ କରିଥିଲେ । ବାପା କଷ୍ଟ ପାଉଥିବାବେଳେ ସେ ପାଦ ଓ ଆଉଁଶି ଦେଇଥିଲେ ।

Question ୧୦।
ଲେଖକ କେବେ ସତ୍ୟବାଦୀ ବନବିଦ୍ୟାଳୟର ଛାତ୍ରାବାସରୁ ଘରକୁ ଫେରିଥିଲେ ? ସେହି ସମୟରେ କି ଘଟଣା ଘଟିଲା ?
Answer:
୧୯୨୭ ମସିହାରେ ମାଟ୍ରିକ୍ୟୁଲେସନ ପରୀକ୍ଷା ଘରକୁ ଫେରିଥିଲେ । ସେହି ସମୟରେ ତାଙ୍କ ବାପା ଗ୍ରହଣୀ କରିଥିଲେ । ଦେଇସାରି ଲେଖକ ସତ୍ୟବାଦୀ ବନବିଦ୍ୟାଳୟର ଛାତ୍ରାବାସରୁ ରୋଗରେ ଆକ୍ରାନ୍ତ ହୋଇ ୭୨ ବର୍ଷ ବୟସରେ ଦେହତ୍ୟାଗ

Question ୧୧ ।
ଲେଖକ ଗ୍ରହଣୀ ଝାଡ଼ା ରୋଗରେ ଆକ୍ରାନ୍ତ ତାଙ୍କ ପିତାଙ୍କର କିପରି ସେବା ଶୁଶ୍ରୂଷା କରିଥିଲେ ?
Answer:
ଲେଖକ ଗ୍ରହଣୀ ଝାଡ଼ା ରୋଗରେ ଆକ୍ରାନ୍ତ ବାପାଙ୍କ ପାଇଁ ବୈଦ୍ୟଙ୍କଠାରୁ ଔଷଧ ଆଣିଦେବା ଓ ବାପାଙ୍କ ସେବାଶ୍ରୁଶୁଷା କରିବାରେ ଅବହେଳା କରିନଥିଲେ । ବାପାଙ୍କ ଶେଷ ସମୟକୁ ସେ ତାଙ୍କ ପାଖେ ପାଖେ ରହି ମଇଳା ବିଛଣା ସଫା କରିବା, ପଥ୍ ଖୋଇଦେବା, ରାତି ଅନିଦ୍ରା ହୋଇ ଜଗି ବସିବା ପରି ସେବାକାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ ।

Question ୧୨ ।
ଆଚାର୍ଯ୍ୟ ମହାଶୟ କିଏ ? ତାଙ୍କୁ ଲୋକେ ଆଚାର୍ଯ୍ୟ ମହାଶୟ ବୋଲି କହିଥିଲେ ?
Answer:
ଋଷିପ୍ରତିମ ହରିହର ଦାସ ଥିଲେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସାଥୀ ଏବଂ ସତ୍ୟବାଦୀ ବନବିଦ୍ୟାଳୟର ଅନ୍ୟତମ ଶିକ୍ଷକ । ଶ୍ରଦ୍ଧାରେ ଲୋକେ ତାଙ୍କୁ ଆଚାର୍ଯ୍ୟ ହରିହର ଅଥବା ଆଚାର୍ଯ୍ୟ ମହାଶୟ ବୋଲି କହୁଥିଲେ । ସେ ୧୮୭୯ ମସିହାରେ ଜନ୍ମଗ୍ରହଣ କରି ୧୯୭୧ ମସିହାରେ ମୃତ୍ୟୁବରଣ କରିଥିଲେ ।

ସରଳ ଭାଷାରେ ଚୁଝାଇ ଲେଖ :

Question ୧୩ ।
ସତ୍ୟବାଦୀ ସ୍କୁଲରେ ରୋଗୀସେବା କରିବା ତାଲିମ ପାଇଥିଲି, ତାହା ହିଁ କାର୍ଯ୍ୟରେ ଲଗାଇଲି ।
Answer:
ସତ୍ୟବାଦୀ ସ୍କୁଲରେ ………. କାର୍ଯ୍ୟରେ ଲଗାଇଲି ।
ଶଂସିତ ଗଦ୍ୟାଶଟି ଉଦୟନାଥ ଷଡ଼ଙ୍ଗୀଙ୍କ ଆତ୍ମଜୀବନୀ ‘ଗାନ୍ଧି ମହାରାଜାଙ୍କ ଶିଷ୍ୟ’ ଶୀର୍ଷକ ପୁସ୍ତକରୁ ସଂଗୃହୀତ ‘ରୋଗୀସେବା’ବିଷୟରୁ ଆନୀତ । ଏଠାରେ ଲେଖକ ନିଜ ରୋଗଗ୍ରସ୍ତ ବୃଦ୍ଧ ପିତାଙ୍କ ସେବା ଶୁଶ୍ରୂଷା କରିବାରେ ସତ୍ୟବାଦୀ ବିଦ୍ୟାଳୟର ସେବା ତାଲିମ କିପରି ସହାୟକ ହୋଇଥିଲା ତାହା ବର୍ଣ୍ଣନା କରିଛନ୍ତି । ୧୯୨୭ ମସିହାରେ ମାଟ୍ରିକ୍ୟୁଲେସନ୍ ପରୀକ୍ଷା ପରେ ଘରେ ଅବସ୍ଥାନ କରୁଥିବା କାଳରେ ଲେଖକଙ୍କ ପିତା ଦଶ ବାର ଦିନ ଧରି ରୋଗଗ୍ରସ୍ତ ହୋଇ ଶଯ୍ୟାଶାୟୀ ହୋଇଥିଲେ । ଗ୍ରହଣୀ ଝାଡ଼ା ରୋଗରେ ପୀଡ଼ିତ ହୋଇଥ‌ିବା ପିତାଙ୍କୁ ସେ ସୁଚାରୁରୂପେ ସେବା ପ୍ରଦାନ କରିଥିଲେ। ସତ୍ୟବାଦୀ ସ୍କୁଲ ଛାତ୍ରାବାସରେ ଲେଖକ ରୋଗୀସେବା କରିବା ତାଲିମ ପାଇଥିଲେ । ତେଣୁ ପିତାଙ୍କ ସେବା କରିବାରେ ତାଙ୍କର କୌଣସି ଅସୁବିଧା ହୋଇନଥିଲା ।

ରାତିଦିନ ପାଖରେ ବସିରହି ମଇଳା ବିଛଣା ଚାଦର ଘନ ଘନ ପରିବର୍ତ୍ତନ କରିବା, ଦୁର୍ବଳ, କ୍ଷୀଣ ଶରୀର ବିଶିଷ୍ଟ ପିତାଙ୍କୁ କାଖ ପାଖରେ ଓ ଅଣ୍ଟାରେ ହାତ ଦେଇ ଉଠାଇ ବିଛଣା ବଦଳାଇବା କାର୍ଯ୍ୟ କରିବାରେ ତାଙ୍କୁ କଷ୍ଟକର ଲାଗିନଥିଲା । ଦିନସାରା ପାଖରେ ରହିବା ସହ ରାତି ସାରା ଅନିଦ୍ରା ରହି ସେ ପିତାଙ୍କର ସେବା କରିଥିଲେ । ରାତିରେ ବାପାଙ୍କ ନିଦ ଟିକେ ଭାଙ୍ଗିଗଲେ ସେ ଲେଖକଙ୍କୁ ହିଁ ଖୋଜୁଥିଲେ । ଲେଖକ ମଧ୍ଯ ଜଣେ ଦକ୍ଷ ତାଲିମପ୍ରାପ୍ତ ସେବକ ପରି ନିର୍ବିକାର ଚିତ୍ତରେ ପିତାଙ୍କ ସେବା କରିପାରିଥିଲେ ଓ ରୋଗଗ୍ରସ୍ତ ପିତାଙ୍କର ଅନ୍ତର ଖୋଲା ଆର୍ଶୀବାଦ ଲାଭ କରିଥିଲେ ।

BSE Odisha 8th Class Odia Solutions Chapter 6 ରୋଗୀସେବା

Question ୧୪ ।
ମୋର ଜୀବନକାଳ ମଧ୍ୟରେ ସବୁ କାର୍ଯ୍ୟରେ, ପିତାମାତାଙ୍କର ସେହି ଅନ୍ତିମ ଆର୍ଶୀବାଦ ହିଁ ତା’ ପଛରେ ରହି ପ୍ରେରଣା ଦେଉଅଛି।
Answer:
ମେର ଜାବନକାଳ ………………… ପ୍ରେରଣା ନ୍ଦେଉଅଛା
ପ୍ରୋକ୍ତ ଗଦ୍ୟାଶଟି ଉଦୟନାଥ ଷଡ଼ଙ୍ଗୀଙ୍କ ରଚିତ ଆତ୍ମଜୀବନୀ ‘ଗାନ୍ଧି ମହାରାଜାଙ୍କ ଶିଷ୍ୟ’ ପୁସ୍ତକରୁ ସଂଗୃହୀତ ‘ରୋଗୀସେବା’ ଶୀର୍ଷକ ବିଷୟରୁ ଆନୀତ । ଏଠାରେ ଲେଖକ ପିତାମାତାଙ୍କ ଆଶୀର୍ବାଦଦ୍ଵାରା ମାନବ କିପରି ଜୀବନ ଯୁଦ୍ଧରେ ସର୍ବତ୍ର ବିଜୟଲାଭ କରିଥାଏ ତାହା ବର୍ଣ୍ଣନା କରିଛନ୍ତି । ବାଲ୍ୟକାଳରୁ ସେବାକୁ ଜୀବନର ମହାନ୍ ବ୍ରତଭାବେ ଗ୍ରହଣ କରିଥିଲେ ଲେଖକ । ଏପରିକି ଚାଟଶାଳୀର ଛାତ୍ର ଥିଲାବେଳେ ମଧ୍ୟ ସେ ବାପାଙ୍କ କଟା ଘା’ର ଚିକିତ୍ସାରେ ସହାୟତା କରିଥିଲେ । ସତ୍ୟବାଦୀ ବନବିଦ୍ୟାଳୟରେ ଶିକ୍ଷାଲାଭ କରି ରୋଗୀସେବା ସମ୍ପର୍କରେ ସେ ଆଚାର୍ଯ୍ୟ ହରିହରଙ୍କଠାରୁ ତାଲିମ ପାଇଥିଲେ । ନିଜ ପିତାମାତାଙ୍କ ଶେଷ ସମୟରେ

ସେମାନଙ୍କ ରୋଗଶଯ୍ୟା ନିକଟରେ ରହି ସେ ଉପଯୁକ୍ତ ସେବା ପ୍ରଦାନ କରିଥିଲେ । ପିତାମାତା ଯେ ଜୀବନ୍ତ ଦେବତା ଓ ତାଙ୍କୁ ସେବା କରିବାଦ୍ଵାରା ଯେଉଁ ଧର୍ମ ଅର୍ଜନ କରାଯାଏ ତାହା ହିଁ ପରବର୍ତ୍ତୀ ସମୟରେ ମଣିଷକୁ ସବୁକ୍ଷେତ୍ରରେ ସଫଳତା ଆଣିଦିଏ । ଏହା ମର୍ମେ ମର୍ମେ ଲେଖକ ଅନୁଭବ କରିଛନ୍ତି । ଜୀବନରେ ପାଇଥିବା ସମସ୍ତ ସାଫଲ୍ୟ ଅନ୍ତରାଳରେ ଯେ ପିତାମାତାଙ୍କର ଆର୍ଶୀବାଦ ରହିଥିଲା, ଏହା ଲେଖକ ମୁକ୍ତକଣ୍ଠରେ ସ୍ୱୀକାର କରିଛନ୍ତି । ‘ମାନବ ସେବା ହିଁ ମାଧବ ସେବା’ ଏହି ମହାମନ୍ତ୍ରରେ ଦୀକ୍ଷିତ ହୋଇ ପ୍ରତ୍ୟେକ ବ୍ୟକ୍ତି ପ୍ରଥମେ ନିଜ ପିତାମାତାଙ୍କୁ ସେବା ପ୍ରଦାନ କଲେ ଈଶ୍ବରଙ୍କ ଆଶିଷ ଲାଭ କରିପାରିବେ, ଲେଖକ ଏହାହିଁ କହିବାକୁ ଚାହିଁଛନ୍ତି ।

Question ୧୫ ।
‘ସେବା କାମେ ମନ ନ ଥିଲେ ମାତି
ସଇତାନ ତହିଁ କରେ ରାଜୁତି ।’
ଏହି କବିତାଂଶର ଭାବ ସମ୍ପ୍ରସାରଣ କରି ଗୋଟିଏ ଅନୁଚ୍ଛେଦ ଲେଖ ।
Answer:
‘ମାନବ ସେବା ହିଁ ମାଧବ ସେବା’ – ଏହି ଉକ୍ତିଟିର ଯଥାର୍ଥତା ରହିଛି । ସେବାଦ୍ୱାରା ମଣିଷ ଆତ୍ମପ୍ତି ଲାଭ କରିବା ସହ ସେବା ପାଉଥ‌ିବା ବ୍ୟକ୍ତିର କଲ୍ୟାଣ ପ୍ରାପ୍ତ ହୋଇଥାଏ । ପ୍ରତ୍ୟେକ ଜୀବ ମଧ୍ଯରେ ଭଗବାନଙ୍କ ସତ୍ତା ନିହିତ ଅଛି । ତେଣୁ ସେବକ ଉପରେ ଭଗବାନଙ୍କ ଅପାର ଆଶୀର୍ବାଦ ଝରିପଡ଼େ । ଭଗବାନ ଯେଉଁ ସ୍ଥାନରେ ନଥା’ନ୍ତି ସେଠାରେ ସଇତାନ ରାଜୁତି କରେ । ଅର୍ଥାତ୍ ମନ ମଧ୍ୟକୁ କୁଭାବନା ପ୍ରବେଶ କରି ମନ ଓ ଶରୀରକୁ ଗ୍ରାସ କରେ । ଈର୍ଷା, ଦ୍ବେଷ, ପରଶ୍ରୀକାତରତା ଆଦି କୁ-ପ୍ରବୃତ୍ତି ମନରେ ଜାଗରିତ ହୁଏ । ସେବାକାର୍ଯ୍ୟରେ ମନୋନିବେଶ କରୁଥିବା ବ୍ୟକ୍ତି ମଧ୍ୟକୁ ଏପରି ଭାବନା ପ୍ରବେଶ କରିପାରେ ନାହିଁ । ଶାସ୍ତ୍ର ପୁରାଣାଦିରେ ସେବାର ମହତ୍ତ୍ବ ସମ୍ପର୍କରେ ବହୁଳଭାବେ ବର୍ଣ୍ଣନା କରାଯାଇଛି ।

ସେହି ସେବା ମାଧ୍ୟମରେ ମନୁଷ୍ୟ ପିତା-ମାତା, ଗୁରୁ-ଗୁରୁଜନଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ସେବାକାର୍ଯ୍ୟ ପ୍ରତି ବୀତସ୍ପୃହ ବ୍ୟକ୍ତିର ଅନ୍ତର କର୍କଶତାରେ ଭରିଯାଏ ଯେଉଁଠାରେ କି ଆସୁରିକ ପ୍ରବୃଷ୍ଟି ଜନ୍ମନିଏ । ଗାନ୍ଧି, ଗୋପବନ୍ଧୁ, ମଦର ଟେରେସା ଆଦି ମହାମିନୀଷୀମାନେ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରି ଜୀବନକୁ ଧନ୍ୟ କରିପାରିଛନ୍ତି । ପୁରାଣରୁ ଆମେ ଆରୁଣି, ଉପମନ୍ୟୁ ଓ ଏକଲବ୍ୟଙ୍କ କଥା ଶୁଣିଛେ । ତେଣୁ ସେହି ମହନୀୟ ଆଦର୍ଶର ଅନୁଗାମୀ ହେବା ସର୍ବାଦୌ ଉଚିତ । ସେମାନଙ୍କ ଭଳି ମାନବ ସେବାରେ ନିଜକୁ ନିୟୋଜିତ କରି ଭଗବାନ୍‌ଙ୍କ କରୁଣାରେ ନିଜ ଚଲାପଥକୁ କୁସୁମିତ କରିବା ସମସ୍ତଙ୍କ ଲକ୍ଷ୍ୟ ହେବା ବିଧେୟ ।

Question ୧୬ ।
ତୁମ ବିଦ୍ୟାଳୟରେ ସ୍ଵେଚ୍ଛାସେବକ ବାହିନୀଟିଏ ଗଠନ କରିବା ନିମନ୍ତେ ଅନୁରୋଧ ଜଣାଇ ପ୍ରଧାନ ଶିକ୍ଷକଙ୍କ ନିକଟକୁ ଦରଖାସ୍ତ ଲେଖ ।
Answer:
ମାନନାୟ

ଶ୍ରାଯୁକ୍ତ ଅସୁରେଶ୍ଵର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ
ମହୋଦୟ ……………………………… ସମାପେକ୍ଷୁ ।
ମହାଶୟା,

ବିହିତ ସମ୍ମାନ ଓ ଆନୁଗତ୍ୟ ସହକାରେ ଆମ୍ଭେ ଅଷ୍ଟମ ଶ୍ରେଣୀର ନିମ୍ନ ସ୍ଵାକ୍ଷରକାରୀ ମନିଟରମାନେ ଆପଣଙ୍କ ନିକଟରେ ନିମ୍ନଲିଖ୍ ନିବେଦନ କରି ଆପଣଙ୍କ ସ୍ବୀକୃତି ନିମିତ୍ତ ଅନୁରୋଧ ଜଣାଉଛୁ । ନିବେଦ୍ୟ ଏହିକି ଆମ୍ଭ ଅଷ୍ଟମ ଶ୍ରେଣୀର ‘କ’, ‘ଖ’ ଓ ‘ଗ’ ବିଭାଗର ଛାତ୍ରମାନେ ଏକ ସ୍ୱେଚ୍ଛାସେବକ ବାହିନୀ ଗଠନକରି ଆସନ୍ତା ରାମଜନ୍ମୋତ୍ସବରେ ରଘୁନାଥଜୀଉଙ୍କ ମନ୍ଦିର ନିକଟରେ ଯାତ୍ରୀମାନଙ୍କୁ ପାନୀୟ ଜଳ ଯୋଗାଣ ତଥା ସେବାକାର୍ଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରିଅଛୁ ।

ଏ ଦିଗରେ ଆମକୁ ସାହାଯ୍ୟ ଓ ସହଯୋଗ ପ୍ରଦାନ କରିବାପାଇଁ ଆମ ବିଦ୍ୟାଳୟର ସ୍କାଉଟ ଶିକ୍ଷକ ମହାଶୟ ସଦୟ ପ୍ରତିଶ୍ରୁତି ଦେଇଛନ୍ତି । ମାତ୍ର ଆପଣଙ୍କ ଅନୁମତି ବିନା ଏହି ବାହିନୀ ଗଠନ କରିବା ଅସମ୍ଭବ । ଏଣୁ ଆପଣଙ୍କୁ ସବିନୟ ନିବେଦନ କରୁଅଛୁ କି ଆପଣ ଦୟାପରବଶ ହୋଇ ସ୍ଵେଚ୍ଛାସେବକ ବାହିନୀ ଗଠନ କରିବାପାଇଁ ଅନୁମତି ପ୍ରଦାନ ପୂର୍ବକ ଆବଶ୍ୟକ ଅର୍ଥ ବିଦ୍ୟାଳୟ ସ୍କାଉଟ ଫଣ୍ଡରୁ ମଞ୍ଜୁର କଲେ ଆମେ ଆପଣଙ୍କ ନିକଟରେ ଚିର ଉପକୃତ ରହିବୁ ।

BSE Odisha 8th Class Odia Solutions Chapter 6 ରୋଗୀସେବା 5

ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନେ।ତ୍ତର :

Question ୧୭ ।
ନିମ୍ନଲିଖ ଶବ୍ଦଗୁଡ଼ିକୁ ବାକ୍ୟରେ ବ୍ୟବହାର କର । ଅବାଞ୍ଛିତ, ପ୍ରତିଷେଧକ, ରୋଗାକ୍ରାନ୍ତ, ପାଠ୍ୟପୁସ୍ତକ, ପଟ୍ଟଶିଷ୍ୟ
Answer:
ଅବାଞ୍ଛିତ – ଅବାଞ୍ଛିତ ଆର୍ଥିକ ସାହାଯ୍ୟ ଓ ସହଯୋଗ ଯୋଗୁଁ ଆମ ଗ୍ରାମର ପାଠାଗାର ପାଇଁ ଏକ ପକ୍କା ଗୃହ ନିର୍ମାଣ ସମ୍ଭବ ହେଲା ।
ପ୍ରତିଷେଧକ – ଗତକାଲି ହାଇଜା ପ୍ରତିଷେଧକ ଇୱୈକ୍ସନ୍‌ ଦେବାକୁ ଟାକାଦାର ଆମ ବିଦ୍ୟାଳୟକୁ ଆସିଥ୍ ଲୋ
ରୋଗାକ୍ରାନ୍ତ – ରୋଗାକ୍ରାନ୍ତ ବ୍ୟକ୍ତିର ସେବା କରିବା ମାନବ ଜୀବନର ପରମ ଧର୍ମ ।
ପାଠ୍ୟପୁସ୍ତକ – ଛାତ୍ରଛାତ୍ରାମାନଙ୍କୁ ପାଠ୍ୟପୁସ୍ତକ ସମୟରେ ଯୋଗାଇବା ନିମନ୍ତେ ସରକାର ସମସ୍ତ୍ର ପଦଷେପ ନେଉଛନ୍ତି।
ପଟ୍ଟଶିଷ୍ୟ – ଗୋପବନ୍ଧୁ ଗାନ୍ଧିଜାଙ୍କ ପଟ୍ଟଶିଷ୍ୟ ଭାବେ ଦାନଦୁଃଖା ସେବାରେ ନିଜ କାବନକୁ ଉତ୍ସର୍ଗ କରିଥିଲେ।

Question ୧୮।
‘ଭୋକଶୋଷ’, ‘ଛଟପଟ’ ଗୋଟିଏ ଗୋଟିଏ ଯୁଗ୍ମ ଶବ୍ଦ । ପଠିତ ପ୍ରବନ୍ଧରେ ଥ‌ିବା ଯୁଗ୍ମଶବ୍ଦଗୁଡ଼ିକୁ ବାଛି ଲେଖ ।
Answer:
ଧରାଧରି, କଟାକଟି, ସେବାଶୁଶ୍ରୂଷା, ବୁଲାଉ ବୁଲାଉ, ଖନେଇ ଖନେଇ, ସଙ୍ଗେ ସଙ୍ଗେ, ଜୀବନକାଳ, ଆପଦବିପଦ, ଦୁଃଖସୁଖ, ରୋଗଯନ୍ତ୍ରଣା, ଯୁକ୍ତିତର୍କ, ପଟ୍ଟଶିଷ୍ୟ, ଶାଗୁପାଣି, ଗୋଡ଼ହାତ, ରୋଗୀସେବା, ରୋଗୀ-ସେବକ, ରାତିଦିନ, ଲକ୍ଷଲକ୍ଷ, ଖାଦ୍ୟପେୟ, ରଥଯାତ୍ରା, ସ୍ଵେଚ୍ଛାସେବକ ।

Question ୧୯ ।
ତଳ ବାକ୍ୟମାନଙ୍କରେ ଥ‌ିବା’ରେଖାଙ୍କିତ ଶବ୍ଦଗୁଡ଼ିକର ଅର୍ଥ ଲେଖ ।
(କ) ଗାଡ଼ିରେ ବହୁତ ଭିଡ ହୋଇଛି ।
(ଖ) ତାଙ୍କ ଘରେ କାମର ଭିଡ଼ ନ ଥାଏ
(ଗ) ସେପାଖରେ ଠିଆ ହୋଇ ତୁମେ ଦଉଡ଼ିକୁ ଭିଡ଼ ।
Answer:
(କ) ଭିଡ଼ – ଗହଳି
(ଗ) ଭିଡ଼ – ଟାଣ ଓଟାର
(ଗ) ଭିଡ଼ – ଟାଣ / ଓଟାର

BSE Odisha 8th Class Odia Solutions Chapter 6 ରୋଗୀସେବା

Question ୨୦ ।
‘ଶୁଆଇବା’ ଗୋଟିଏ ପ୍ରେରଣାର୍ଥକ କ୍ରିୟା । ସେହିପରି ଆଉ ଚାରୋଟି ପ୍ରେରଣାର୍ଥକ କ୍ରିୟା ଲେଖ ।
Answer:
ଖୁଆଇବା, ଖେଳାଇବା, ହସାଇବା, କନ୍ଦାଇବା ।

Question ୨୧ ।
‘ମାରିବା’ଗୋଟିଏ କ୍ରିୟାପଦ, କିନ୍ତୁ ଘୁଙ୍ଗୁଡ଼ି ମାରିବା’ ଗୋଟିଏ କ୍ରିୟାଯୁକ୍ତ ରୂଢ଼ି । କାରଣ ଏଠାରେ ‘ମାରିବା’ର ଅର୍ଥ ଅଲଗା । ‘ମାରିବା’ ଶବ୍ଦକୁ ନେଇ ୫ଟି କ୍ରିୟାଯୁକ୍ତ ରୂଢ଼ି ଲେଖ ।
Answer:
ଠାସୁକ ମାରିବା, ଫୁଟୁକି ମାରିବା, ହାତ ମାରିବା, ମୁହଁ ମାରିବା, ଦାନା ମାରିବା

ଲେଖକ ପରିଚୟ :

ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଶିଶୁ ସାହିତ୍ୟ ରଚୟିତାଭାବେ ଯେଉଁ କେତେଜଣ ସ୍ୱନାମଧନ୍ୟ ସାରସ୍ଵତ ସାଧକ ପ୍ରସିଦ୍ଧି ଲାଭ କରିଛନ୍ତି, ସେମାନଙ୍କ ମଧ୍ୟରେ ଉଦୟନାଥ ଷଡ଼ଙ୍ଗୀ ଅନ୍ୟତମ । କେବଳ ଶିଶୁ ସାହିତ୍ୟ ନୁହେଁ ଅନୁବାଦ କ୍ଷେତ୍ରରେ ମଧ୍ୟ ତାଙ୍କର ପାରଦର୍ଶିତା ରହିଛି । ତାଙ୍କ ରଚିତ ‘ଟୁଉକୁ ମୂଷି’, ‘ଚକାଚକା ଭଉଁରୀ’, ‘ଜହ୍ନମାମୁ’, ‘ବିଲୁଆନନାର ବାହାଘର’, ‘ମିନିର ମନକଥା’, ‘ଆମ ଗ୍ରହ ଉପଗ୍ରହ’, ‘ଜଳଜନ୍ତୁ ସିରିଜ୍’ ଓ ‘ଆଦିବାସୀ କଥା’ ଆଦି ଉଲ୍ଲେଖଯୋଗ୍ୟା ତାଙ୍କ ଅନୁବାଦ ଭପନ୍ୟାସ ‘ଟମକକାଙ୍କ କୁଟାର’ ଓଡ଼ିଆ ସାହିତ୍ୟର ପାଠକମାନଙ୍କ ମଧ୍ୟରେ ସୁପରିଚିତ । ତାଙ୍କ ଆତ୍ମଜୀବନୀ ‘ଗାନ୍ଧି ମହାରାଜାଙ୍କ ଶିଷ୍ୟ’ ପୁସ୍ତକଟି ବହୁଭାବେ ଶିକ୍ଷଣୀୟ ବିଷୟବସ୍ତୁରେ ପରିପୂର୍ଣ୍ଣ ।

ପ୍ରବନ୍ଧର ପୃଷ୍ଠଭୂମି :

ମଣିଷ ତିଆରି କାରଖାନା । ସେହି ବିଦ୍ୟାଳୟର ଛାତ୍ର ଥିଲେ ଲେଖକ ଉଦୟନାଥ ଷଡ଼ଙ୍ଗୀ । ଏହି ଆବାସିକ ବିଦ୍ୟାଳୟରେ ସେବାକାର୍ଯ୍ୟ ଥିଲା ପାଠ୍ୟର ଏକ ଅଙ୍ଗ । ସେହି ଆଦର୍ଶରେ ଅନୁପ୍ରାଣିତ ହୋଇ ଲେଖକ ଛାତ୍ରାବସ୍ଥାରୁ ‘ମାନବସେବା ହିଁ ମାଧବ ସେବା’ ମନ୍ତ୍ରରେ ଦୀକ୍ଷିତ ହୋଇଥିଲେ । ପିତାମାତା ହିଁ ଜୀବନ୍ତ ଦେବତା ଓ ତାଙ୍କରି ସେବାଦ୍ୱାରା ହିଁ ମାନବ ଜୀବନ ଧନ୍ୟ ହୁଏ, ଏହି ଶିକ୍ଷା ଲେଖକ ତାଙ୍କ ବିଦ୍ୟାଳୟରୁ ଲାଭ କରିଥିଲେ । ସେବା କରିବାରେ ଯେଉଁ ଶାଶ୍ବତ ଆନନ୍ଦ ମିଳେ ତାହା ଅନୁଭବୀ ହିଁ ଜାଣେ । ଏହି ରଚନାଟିରେ ଲେଖକ ନିଜ ଜୀବନର ଅନୁଭୂତିକୁ ଅତି ଆବେଗପୂର୍ଣ ଭାଷାରେ ବର୍ଣ୍ଣନା କରିଛନ୍ତି । ଲେଖକଙ୍କ ଆତ୍ମଜୀବନୀ ‘ଗାନ୍ଧି ମହାରାଜାଙ୍କ ଶିଷ୍ୟ’ ଶୀର୍ଷକ ପୁସ୍ତକରୁ ଆଲୋଚ୍ୟ ପ୍ରବନ୍ଧଟି ସଂଗୃହୀତ ।

ପ୍ରବନ୍ଧର ସାରକଥା :

ସେବା ମଣିଷର ପରମ ଧର୍ମ । ବାଲ୍ୟାବସ୍ଥାରୁ ଏହି ମହାନ୍ ଆଦର୍ଶରେ ଲେଖକ ଅନୁପ୍ରାଣିତ ହୋଇଥିଲେ । ଚାଟଶାଳୀର ଛାତ୍ର ଥିଲାବେଳେ ବାପାଙ୍କ ଗୋଡ଼ରୁ ରକ୍ତ ଝରିପଡ଼ୁଥ‌ିବା ଦେଖ୍ ଯଦିଓ ସେ ବିଚଳିତ ହୋଇ ପଡ଼ିଥିଲେ, ତଥାପି ସାହସର ସହିତ କ୍ଷତ ସ୍ଥାନରେ ଗାମୁଛା ବାନ୍ଧି ଗ୍ରାମର ବୈଦ୍ୟଙ୍କ ନିକଟରେ ଚିକିତ୍ସା ବ୍ୟବସ୍ଥା କରିଥିଲେ । ବୈଦ୍ୟଙ୍କଠାରୁ ଚିକିତ୍ସା ପଦ୍ଧତି ଶିଖ୍ ନିଜେ ବାଡ଼ିର କଅଁଳ ଦୂବଘାସ ଛେଚି କ୍ଷତ ସ୍ଥାନରେ ବାନ୍ଧିବା କାର୍ଯ୍ୟ କରିଥିଲେ । ସେ ସମୟରେ ଯନ୍ତ୍ରଣାର ଉପଶମ ପାଇଁ କୌଣସି ଡାକ୍ତରୀ ଔଷଧ ମଫସଲ ଗାଁରେ ମିଳୁନଥିଲା । ବାପା ଯନ୍ତ୍ରଣାରେ କଷ୍ଟ ପାଉଥ‌ିବା ଲକ୍ଷ୍ୟ

କରି ସେ ତାଙ୍କ ପାଦ ଓ ଦେହକୁ ଆଉଁଶି ଦେଇଥିଲେ । ପନ୍ଦର ଦିନ ଧରି ଏହିପରି ସେବା କଲାପରେ ବାପା ସୁସ୍ଥ ହୋଇଥିଲେ । ବାପାଙ୍କ ପାଦର ଘା’ ଭଲ ହେଲାପରେ ମଧ୍ୟ ତାଙ୍କର ସେହି ଅଭ୍ୟାସ ଦୈନନ୍ଦିନ କର୍ତ୍ତବ୍ୟରେ ପରିଣତ ହୋଇଥିଲା । ଏପରିକି ବାର୍ଷିକ ପରୀକ୍ଷା ପାଇଁ ରାତି ଅନିଦ୍ରା ହୋଇ ପାଠ ପ୍ରସ୍ତୁତ କଲାବେଳେ ମଧ୍ୟ ବାପାଙ୍କ ବାରଣ ସତ୍ତ୍ଵେ ସେ ତାଙ୍କ ଗୋଡ଼ ଘଷିଦେବାରେ ଏକ ଘଣ୍ଟା ସମୟ ବ୍ୟୟ କରୁଥିଲେ । ପ୍ରତିଦିନ ରାତିରେ କିଛି ସମୟ ପାଇଁ ବାପାଙ୍କ ଅଣ୍ଟା, ପିଠି, ଗୋଡ଼ ଚିପି ଦେଲାପରେ ସେ ଶୋଇବାକୁ ଯାଉଥିଲେ ।

ଲେଖକ ସତ୍ୟବାଦୀ ବନବିଦ୍ୟାଳୟରେ ମାଟ୍ରିକ୍ୟୁଲେସନ ପର୍ଯ୍ୟନ୍ତ ଶିକ୍ଷାଲାଭ କରିଥିଲେ । ୧୯୨୭ ମସିହାରେ ମାଟ୍ରିକ ପରୀକ୍ଷା ପରେ ସେ ଛାତ୍ରାବାସରୁ ଘରକୁ ଆସିଲେ । ସେହି ସମୟକୁ ତାଙ୍କ ବାପା ଗ୍ରହଣୀ ଝାଡ଼ା ରୋଗରେ ଆକ୍ରାନ୍ତ ହୋଇ ୭୨ ବର୍ଷ ବୟସରେ ଦେହତ୍ୟାଗ କରିଥିଲେ । ରୋଗଗ୍ରସ୍ତ ଅବସ୍ଥାରେ ଥିଲାବେଳେ ସେ ବାପାଙ୍କ ପାଇଁ ବୈଦ୍ୟଙ୍କଠାରୁ ଔଷଧ ଆଣିଦେବା ଓ ବାପାଙ୍କ ସେବାଶୁଶ୍ରୁଷା କରିବାରେ ଅବହେଳା କରିନଥିଲେ । ପିଲାଦିନୁ ସେବା କାର୍ଯ୍ୟରେସେ ଯେପରି ଆଗ୍ରହୀ ଥିଲେ, ପରେ ସତ୍ୟବାଦୀ ବନ ବିଦ୍ୟାଳୟରେ ତାହା ଅଧିକ ଶୃଙ୍ଖଳିତ ହୋଇପାରିଥିଲା ।

କାରଣ ସେଠାରେ ରୋଗୀସେବା କରିବାର ତାଲିମ ତାଙ୍କୁ ସେହି କାର୍ଯ୍ୟରେ ଅଧିକ ପରିପକ୍ବ କରାଇଥିଲା । ବାପାଙ୍କ ଶେଷ ସମୟକୁ ସେ ତାଙ୍କ ପାଖେ ପାଖେ ରହି ମଇଳା ବିଛଣା ସଫା କରିବା, ପଥ୍ ଖୋଇଦେବା, ରାତି ଅନିଦ୍ରା ହୋଇ ଜଗି ରହିବା ପରି ସେବାକାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ ।
ପିତାଙ୍କ ଦେହତ୍ୟାଗର ପାଞ୍ଚବର୍ଷ ପରେ ଲେଖକଙ୍କର ମାତୃବିୟୋଗ ହୋଇଥିଲା । ସେ ସମୟକୁ ସେ ଦତ୍ତ ପ୍ରେସରେ ଚାକିରି କରିସାରିଥିଲେ ।

ଘରୋଇ ସଂସ୍ଥାରେ ଚାକିରି କରୁଥିବାରୁ ତାଙ୍କୁ ଖୁବ୍ କମ୍ ଛୁଟି ମିଳୁଥିଲା । ଦିନକ ପାଇଁ ଘରକୁ ଆସି, ଘରେ ବୋଉ ବେମାର ଥ‌ିବାରୁ ଆଉ ଦୁଇଦିନ ଘରେ ରହିବାକୁ ବାଧ୍ୟ ହୋଇଥିଲେ । ମାତ୍ର ବୋଉଙ୍କ ଜ୍ଵର ରୋଗ ବଢ଼ିବାରେ ଲାଗିଥିଲା । ବୋଉଙ୍କ ଶଯ୍ୟାପାଖରେ ବସି ରହି ଦେହହାତ ଆଉଁଶି ଦେବା, ପଥ୍ ଖୋଇଦେବା, ଦେହର ଉତ୍ତାପ ମାପିବା ଆଦି କାର୍ଯ୍ୟ କରି ଦେଉଥିଲେ । ଶେଷ ସମୟ ଆସିବା ପୂର୍ବରୁ ବୋଉ ପୁଅକୁ ସ୍ନେହପୂର୍ଣ ଆସ୍‌ରେ ଚାହିଁ ସତେ ଯେପରି କଲ୍ୟାଣ କରୁଥିଲେ । ଶେଷରେ ଲେଖକଙ୍କ ହାତକୁ ମୁଠାଇ ଧରି ଶେଷନିଃଶ୍ୱାସ ତ୍ୟାଗ କରିଥିଲେ ।

୧୯୨୨ ମସିହାରେ ଜଗତ୍‌ସିଂହପୁର ଅଳକାଶ୍ରମ ଆଖପାଖ ଅଞ୍ଚଳରେ ପ୍ରବଳ ହଇଜା ବ୍ୟାପିଥିଲା । ସୁଦର୍ଶନ ପ୍ରହରାଜଙ୍କ ସହ ମିଶି ଲେଖକ ଗାଁ ଗାଁ ବୁଲି ରୋଗୀଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ । ଘର ଘର ବୁଲି ରୋଗୀଙ୍କ ଅବସ୍ଥା ଦେଖ୍, ଡାକ୍ତରଖାନାରୁ ଔଷଧ ନେଇ ରୋଗୀଙ୍କୁ ଖୁଆଇବା, ଗୁରୁତର ଅବସ୍ଥାରେ ଥ‌ିବା ରୋଗୀଙ୍କୁ ଡାକ୍ତରଖାନାକୁ ଆଣିବା ଏବଂ ସାନିଟାରୀ ଇନସ୍ପେକ୍ଟରଙ୍କୁ ଧରି କୂଅ, ପୋଖରୀ ବିଶୋଧନ କରାଇବା ଆଦି କାର୍ଯ୍ୟରେ ଲେଖକ ବ୍ୟସ୍ତ ରହୁଥିଲେ । ଆଶ୍ରମରୁ ସକାଳୁ ବାହାରି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଅକୁଣ୍ଠ ଚିତ୍ତରେ ରୋଗୀମାନଙ୍କର ସେବା କରିବାରେ ସେ ବ୍ୟସ୍ତ ରହୁଥିଲେ । ସୁଦର୍ଶନ ପ୍ରହରାଜ ଜଣେ କର୍ମଠ, ବଳିଷ୍ଠ ଓ ପରଦୁଃଖକାତର ବ୍ୟକ୍ତି ଥିଲେ । କାମରେ ଲାଗିଗଲେ ସେ ଭୋକଶୋଷ, ଖରାବର୍ଷା, ଶୀତକାକର ଭୁଲିଯା’ନ୍ତି । ଏଭଳି ଗୁରୁଙ୍କ ପାଖରେ ଥ‌ିବାରୁ ତାଙ୍କୁ ସେବାକାର୍ଯ୍ୟରୁ ତ୍ରାହି ମିଳୁ ନଥିଲା ।

ସତ୍ୟବାଦୀ ବନବିଦ୍ୟାଳୟରେ ପଢୁଥିବାବେଳେ ରୋଗୀସେବା କିପରି ପାଠ୍ୟର ଗୋଟିଏ ଅଙ୍ଗ ଥିଲା ସେ ବିଷୟରେ ଲେଖକ ଉଲ୍ଲେଖ କରିଛନ୍ତି । ଆଚାର୍ଯ୍ୟ ହରିହର ଥିଲେ ବିଦ୍ୟାଳୟର ଜଣେ ଆଦର୍ଶ ଛାତ୍ରବତ୍ସଳ ଶିକ୍ଷକ । ରୋଗୀମାନଙ୍କୁ କିପରି ସେବା କରାଯାଏ ସେହି ଶିକ୍ଷା ଲେଖକ ତାଙ୍କରିଠୁ ଶିଖୁଥିଲେ । ନିମ୍ବପତ୍ର ସିଝା ପାଣିରେ କାଛୁ କୁଣ୍ଡିଆକୁ ଆଚାର୍ଯ୍ୟ ମହାଶ୍ରୟ ନିଜ ହାତରେ ଧୋଇ ସଫା କରୁଥିଲେ । ନିର୍ବିକାର ଭାବେ ଏ କାର୍ଯ୍ୟ କରିବାକୁ ପିଲାମାନେ ତାଙ୍କଠାରୁ ଶିଖୁଥିଲେ । ପାଳି ଅନୁସାରେ ପ୍ରତ୍ୟେକ ପିଲାଙ୍କୁ ଏ କାର୍ଯ୍ୟ କରିବାକୁ ପଡ଼େ । ଚର୍ମରୋଗ ନ ବ୍ୟାପିବାପାଇଁ ସବୁ ଛାତ୍ରମାନଙ୍କୁ ନିମଛେଲି ବା ଚିରେଇତା ସିଝା ପାଣି ପିଇବାକୁ ପଡ଼ିଥାଏ । ଛାତ୍ରାବାସରେ କେହି ପିଲା ଜ୍ଵର ବା ଅନ୍ୟ କିଛି ବେମାରରେ ପଡ଼ିଲେ ତା’ ପାଖରେ ସାରା ରାତି ଜଗି ରହିବାକୁ ପଡ଼ିଥାଏ । ଯେଉଁ ପିଲାର ପାଳି ଥାଏ ସେ କାର୍ଯ୍ୟଟିକୁ ନିଷ୍ଠାର ସହିତ କରିଥାଏ । ପାଠପଢ଼ା ସଙ୍ଗେ ସଙ୍ଗେ ପ୍ରତ୍ୟେକ ପିଲା ଏହି ସେବାକାର୍ଯ୍ୟରେ ଅଭ୍ୟସ୍ତ ହୋଇପଡ଼ନ୍ତି । ଅନ୍ୟାନ୍ୟ ସ୍କୁଲଠାରୁ ସତ୍ୟବାଦୀ ବିଦ୍ୟାଳୟର ଏହି ବିଶେଷତ୍ଵ ରହିଥିଲା ।

ସେ ସମୟରେ ପୁରୀ ରଥଯାତ୍ରାବେଳେ ଯାତ୍ରୀ ସମାଗମ ହେତୁ ବେଳେବେଳେ ହଇଜାର ପ୍ରାଦୁର୍ଭାବ ଦେଖାଯାଉଥିଲା । ପୁରୀ ଯାଇ ରୋଗୀମାନଙ୍କ ସେବା କରିବା ଦାୟିତ୍ଵ ସତ୍ୟବାଦୀ ବିଦ୍ୟାଳୟର ଛାତ୍ରମାନଙ୍କ ଉପରେ ନ୍ୟସ୍ତ କରାଯାଉଥିଲା । ଏଥ୍‌ପାଇଁ ଜିଲ୍ଲା ମାଜିଷ୍ଟ୍ରେଟ୍ ସ୍ବତନ୍ତ୍ର ଭାବେ ସତ୍ୟବାଦୀ ସ୍କୁଲର ଛାତ୍ରମାନଙ୍କୁ ନିମନ୍ତ୍ରଣ କରୁଥିଲେ । ଛାତ୍ରମାନେ ମଧ୍ୟ ଆନନ୍ଦ ମନରେ ସ୍ଵେଚ୍ଛାସେବୀ ଭାବେ ଶିବିରରେ ଯୋଗଦେଇ ଥାଆନ୍ତି । ଲେଖକଙ୍କୁ କେବଳ ଦୁଇଟି ରଥଯାତ୍ରାରେ ସ୍ୱେଚ୍ଛାସେବକ ହେବାର ସୁଯୋଗ ମିଳିଥିଲା ବୋଲି ଲେଖକ ଆତ୍ମଜୀବନୀରେ ଉଲ୍ଲେଖ କରିଛନ୍ତି ।

BSE Odisha 8th Class Odia Solutions Chapter 6 ରୋଗୀସେବା

ସୂଚନା ଓ କଠିନ ଶବ୍ଦାର୍ଥ :

  • ଚଉତିବା – ଚାରିଭାଇ କରିବା ।
  • ଚଡ଼ୁ ଦେବା – ଲୁହାକୁ ଗରମ କରି ଦେହରେ ଚିଆଁ ଦେବା, ଯାହା ବାତ ରୋଗର ଚିକିତ୍ସାରେ ଦିଆଯାଇଥାଏ ।
  • ଯାହା କରିବେ ସାଇଁ, ତାହା କାହାରି ହାତରେ ନାହିଁ – ଏହା ଏକ ଲୋକବାଣୀ । ବିଧାତାଙ୍କ ବିଧାନକୁ କେହି ଅଟକାଇ ପାରିବେ ନାହିଁ । (ଯାହା ଘଟିବାର ଥବ, ତାହା ଅବଶ୍ୟ ଘଟିବ ।)
  • ଅଚୈତନ୍ୟ ଅବସ୍ଥା – ଚେତାଶୂନ୍ୟ ଅବସ୍ଥା ।
  • ଅପରୂପ – ଅତ୍ୟନ୍ତ ସୁନ୍ଦର / ଯାହାର ତୁଳନା ନଥାଏ ।
  • ସଂଜ୍ଞାହୀନ – ଚେତାଶୂନ୍ୟ ।
  • ଆଚାର୍ଯ୍ୟ ମହାଶୟ – ଋଷିପ୍ରତିମ ହରିହର ଦାସ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସାଥୀ ଏବଂ ସତ୍ୟବାଦୀ ବନବିଦ୍ୟାଳୟର ଅନ୍ୟତମ ଶିକ୍ଷକ । ଶ୍ରଦ୍ଧାରେ ଲୋକେ ତାଙ୍କୁ ଆଚାର୍ଯ୍ୟ ହରିହର ଅଥବା ଆଚାର୍ଯ୍ୟ ମହାଶୟ କହନ୍ତି । ସେ
  • ୧୮୭୯ ମସିହାରେ ଜନ୍ମଗ୍ରହଣ କରି ୧୯୭୧ ମସିହାରେ ମୃତ୍ୟୁବରଣ କରିଥିଲେ ।
  • ଅଳକାଶ୍ରମ – ଜଗତ୍‌ସିଂହପୁର ଜିଲ୍ଲାର ଆଶ୍ରମ । ସ୍ଵାଧୀନତା ଆନ୍ଦୋଳନ ସମୟରେ ଏହାର ଏକ ପ୍ରମୁଖ ଭୂମିକା ଥିଲା
  • ସ୍ଵେଚ୍ଛାସେବକ – ବିନା ପାରିଶ୍ରମିକରେ ଯିଏ ସେବାକାର୍ଯ୍ୟରେ ଆଗଭର ହୋଇଥାଏ ।

କେତୋଟି ନୂତନ ଶବ୍ଦ ଓ ଏହାର ଅର୍ଥ :

  • ସମାଗମ – ମିଳିତ ହେବା ।
  • ଠୁଳ ହେବା ପ୍ରଖର – ତିବ୍ର । ଅଧ୍ଵ
  • ବିକୃତି – ବିକାରଭାବ ।
  • ଯନ୍ତ୍ରଣାକ୍ତ ଭାବ ତାଗିଦା – ଟାଣକରି କହିବା
  • ତାଲିମ୍ – କୌଶଳ | କାମ କରିବାର ଉପାୟ
  • ସ୍ଵେଚ୍ଛାସେବକ – ନିଜ ଇଚ୍ଛାରେ ଓ ନିଜ ପାରିଶ୍ରମିକରେ ସେବା
  • ଛେଉଣ୍ଡ – ବାପା ଓ ମା’ଙ୍କୁ ହରାଇଥ୍ବା ପିଲା
  • ଖଞ୍ଜା – ନିଯୁକ୍ତ ହେବା

BSE Odisha 9th Class Physical Science Notes Chapter 5 ଗତି

Odisha State Board BSE Odisha 9th Class Physical Science Notes Chapter 5 ଗତି will enable students to study smartly.

BSE Odisha Class 9 Physical Science Notes Chapter 5 ଗତି

→ ଉପକ୍ରମ (Introduction):
(i) ବସ୍ତୁର ଅବସ୍ଥାନରେ ପରିବର୍ତ୍ତନ ଘଟିଲେ ବସ୍ତୁ ଗତି କରୁଛି ବୋଲି କୁହାଯାଏ ।
(ii) ଗୋଟିଏ ସ୍ଥିର ବସ୍ତୁକୁ ଭିଭିକରି ଅନ୍ୟ ଗୋଟିଏ ବସ୍ତୁର ଅବସ୍ଥିତି ନିର୍ଣ୍ଣୟ କରାଯାଏ ।

→ ବିଶ୍ରାମ ଏବଂ ଗତି (Rest and Motion):
(i) ଘର, ବାଡ଼ି, ଗଛଲତା, ପାହାଡ଼ ପର୍ବତ, ନଦୀ, ନାଳ ଓ ସମୁଦ୍ର ଆଦିକୁ ସ୍ଥିର ବସ୍ତୁ କୁହାଯାଏ; କାରଣ ଏକ ନିର୍ଦ୍ଦିଷ୍ଟ ବିନ୍ଦୁଠାରୁ ସେମାନଙ୍କର ଅବସ୍ଥାନର ପରିବର୍ତ୍ତନ ହୋଇ ନଥାଏ ।
(ii) ରାସ୍ତାଘାଟରେ ଯା’ଆସ କରୁଥିବା ଯାନବାହନ, ମନୁ ଷ୍ୟ, ନଈ, ନାଳ, ଝରଣା ଇତ୍ୟାଦିରେ ବହିଯାଉଥ‌ିବା ପାଣି; ପାଣିରେ ପହଁରୁଥ‌ିବା ମାଛ ଓ ହଂସ, ଅକାଶରେ ଉଡୁଥ‌ିବା ପକ୍ଷୀ ଆଦିକୁ ଗତିଶୀଳ କୁହାଯାଏ ।
(iii) କେତେକ କ୍ଷେତ୍ରରେ ଗତିକୁ ପରୋକ୍ଷ ଭାବରେ ଜାଣିହୁଏ ।

ଉଦାହରଣ :
(a) ବାଲିକଣା ଉଡ଼ିଲେ ତାହାର ଗତିରୁ ବାୟୁର ଗତି ଜଣାପଡ଼େ ।
(b) ବାଲିକଣା ଉଡ଼ିଲେ ତାହାର ଗତିରୁ ବାୟୁର ଗତି ଜଣାପଡ଼େ ।
(c) ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଏବଂ ଋତୁ ପରିବର୍ତ୍ତନ ପୃଥ‌ିବୀର ଗତି ଯୋଗୁଁ ହୋଇଥାଏ । କିନ୍ତୁ ପୃଥ‌ିବୀର ଗତିକୁ ଦେଖୁହୁଏ ନାହିଁ ।
(iv) ଅନ୍ୟ କ୍ଷେତ୍ରରେ ଗୋଟିଏ ବସ୍ତୁ ଜଣକୁ ଗତିଶୀଳ ଜଣାଯାଉଥିଲେ ମଧ୍ୟ ଆଉ ଜଣକୁ ତାହା ସ୍ଥିର ବୋଲି ସବୁ ପୃଥ‌ିବୀର ଗତିକୁ ଦେଖୁହୁଏ ନାହିଁ ଗତି କରୁଥିବାର ଦେଖେ କିନ୍ତୁ ବସ୍‌ରେ ଯାଉଥିବା ତା’ର ସହଯାତ୍ରୀମାନଙ୍କୁ ସ୍ଥିର ଥିବାର ଦେଖେ ।
(v) ବସ୍ତୁର ଅବସ୍ଥାନର ପରିବର୍ତ୍ତନ ହେଲେ, ତାହାକୁ ଗତିଶୀଳ ବୋଲି କୁହାଯାଏ ।
(i) ବସ୍ତୁର ବିଭିନ୍ନ ପ୍ରକାର ଗତି ଥାଏ; ଯଥା-ସରଳରୈଖ୍ୟକ ଗତି, ଘୂର୍ଣ୍ଣନ ଗତି, ଦୋଳନ ଗତି, କମ୍ପନ ଗତି ଇତ୍ୟାଦି ।
(ii) ସଳଖ ପଥରେ ଗତି କରୁଥିବା ବସ୍ତୁଗୁଡ଼ିକୁ ସରଳରେଖକ ଗତି କୁହାଯାଏ ।

BSE Odisha 9th Class Physical Science Notes Chapter 5 ଗତି

ବସ୍ତୁର ଅବସ୍ଥାନ : ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥିର ବିନ୍ଦୁଠାରୁ ବସ୍ତୁର ଅବସ୍ଥାନକୁ ଏହାର ଦୂରତା କୁହାଯାଏ । ଏହି ବିନ୍ଦୁକୁ ମୂଳ ବିନ୍ଦୁ କୁହାଯାଏ । ମୂଳ ବିନ୍ଦୁକୁ ନେଇ ବସ୍ତୁର ଅବସ୍ଥାନ ଜାଣିହୁଏ ।

→ ଗତି (Motion):
ସମୟ ଅନୁ ସାରେ ବସ୍ତୁର ଅବସ୍ଥାନର ପରିବର୍ତ୍ତନକୁ ବସ୍ତୁର ଗତି କୁହାଯାଏ । ବସ୍ତୁର ଅବସ୍ଥାନ ହେଉଛି ଏକ ନିର୍ଦ୍ଦିଷ୍ଟ ବିନ୍ଦୁଠାରୁ ଏହାର ଦୂରତା । ଏହି ବିନ୍ଦୁକୁ ନିର୍ଦ୍ଦେଶକ ବିନ୍ଦୁ (Reference point) ବା ମୂଳବିନ୍ଦୁ (origin) କୁହାଯାଏ । ଏହି ମୂଳବିନ୍ଦୁକୁ ଭିଭିକରି ଅନ୍ୟ ବସ୍ତୁର ଅବସ୍ଥିତି ନିର୍ଣ୍ଣୟ କରାଯାଏ ।

→ ଏକ ସରଳରେଖାରେ ଗତି (ସରଳରେଖକ ଗତି) (Motion along a straight line):
ବସ୍ତୁ ସରଳରେଖାରେ ଗତି କଲେ, ବସ୍ତୁର ସେହି ଗତିକୁ ସରଳରେଖ୍ୟକ ଗତି କୁହାଯାଏ ।
ଉଦାହରଣ :
ଚଟାଣରେ ବଲ୍‌ର ଗତି; ବସ୍, ଟ୍ରକ୍, ସ୍କୁଟର, ମଟର ସାଇକେଲ୍‌ର ଗତି; ଗଛରୁ ପଡୁଥିବା ଳର ଗତି ଆଦି ସରଳରେଖ୍ୟକ ଗତିର ଅନ୍ତର୍ଗତ ।

→ ଦୂରତା (Distance):
ଗୋଟିଏ ବସ୍ତୁ ପ୍ରାରମ୍ଭିକ ବିନ୍ଦୁରୁ ବାହାରି କୌଣସି ଏକ ପଥରେ ଗତିକରି ଅନ୍ତିମ ବିନ୍ଦୁରେ ପହଞ୍ଚିଲେ ବସ୍ତୁଟି ଅତିକ୍ରମ କରିଥିବା ପଥର ପ୍ରକୃତ ଦୈର୍ଘ୍ୟ (Length) କୁ ଦୂରତା
(i) ଦୂରତା ଏକ ଅଦିଶ ରାଶି (scalar quantity) କାରଣ ଏହାର ଦିଗ ନଥାଏ ।
(ii) ଏହି ଭୌତିକ ‘ରାଶିର ପରିମାଣକୁ କେବଳ ସଂଖ୍ୟାଦ୍ଵାରା ପ୍ରକାଶ କରାଯାଏ ।
ଏକକ : S.I. ପଦ୍ଧତିରେ ଦୂରତାର ଏକକ କି.ମି. ବା ମି. । CGS ପଦ୍ଧତିରେ ଦୂରତାର ଏକକ ସେ.ମି. ।
ଉଦାହରଣ :
BSE Odisha 9th Class Physical Science Notes Chapter 5 ଗତି - 1

ମନେକର ଗୋଟିଏ ବସ୍ତୁ ଏକ ସରଳରେଖାରେ ଏକ ନିର୍ଦ୍ଦିଷ୍ଟ ବିନ୍ଦୁ ( ଠାରୁ ତାହାର ଗତି ଆରମ୍ଭ କଲା । ଭିନ୍ନ ଭିନ୍ନ ସମୟରେ A, B ଓ C ବସ୍ତୁର ବିଭିନ୍ନ ଅବସ୍ଥାନର ତିନୋଟି ବିନ୍ଦୁ । ବସ୍ତୁଟି C ଓ B ବିନ୍ଦୁ ଦେଇ A ଆଡ଼କୁ ଯାଇଛି । ସେଠାରୁ ପୁନଶ୍ଚ ସେ B ବିନ୍ଦୁ ଦେଇ C ବିନ୍ଦୁକୁ ଫେରିଆସିଛି ।
ବସ୍ତୁଟି ଅତିକ୍ରାନ୍ତ କରିଥିବା ମୋଟ ଦୂରତା = OA+ AC = 70 କି.ମି. + 50 କି.ମି. = 120 କି.ମି.।

BSE Odisha 9th Class Physical Science Notes Chapter 5 ଗତି

→ ବିସ୍ଥାପନ (Displacement):
(i) ଗୋଟିଏ ବସ୍ତୁ ଏକ ପ୍ରାରମ୍ଭିକ ବିନ୍ଦୁରୁ ତା’ର ଗତି ଆରମ୍ଭ କରି ଏକ ଅନ୍ତିମ ବିନ୍ଦୁରେ ପହଞ୍ଚିଲା ପରେ ସେହି ବିନ୍ଦୁଦ୍ଵୟ ମଧ୍ୟରେ ଥ‌ିବା ସର୍ବନିମ୍ନ ଦୂରତାକୁ ବସ୍ତୁର ବିସ୍ଥାପନ କୁହାଯାଏ । ଅର୍ଥାତ୍ ପ୍ରାରମ୍ଭିକ ବିନ୍ଦୁରୁ ଅନ୍ତିମ ବିନ୍ଦୁପର୍ଯ୍ୟନ୍ତ ବସ୍ତୁର ଅତିକ୍ରମ ଦୂରତାକୁ ବିସ୍ଥାପନ କୁହାଯାଏ ।
(ii) ବିସ୍ଥାପନ ଏକ ସଦିଶ ରାଶି (Vector quantity) କାରଣ ଏହାର ଉଭୟ ପରିମାଣ ଓ ଦିଗ ରହିଥାଏ ।
(iii) ବିସ୍ଥାପନର ଦିଗ ସର୍ବଦା ପ୍ରାରମ୍ଭିକ ବିନ୍ଦୁରୁ ଅନ୍ତିମ ବିନ୍ଦୁ ଆଡ଼କୁ ହୋଇଥାଏ ।

ଉଦାହରଣ :
(i) ଉପରିସ୍ଥ ଚିତ୍ରରେ ବସ୍ତୁଟି ଠ ଠାରୁ A ପର୍ଯ୍ୟନ୍ତ ଏକ ସରଳରେଖାରେ 70 କି.ମି. ଦୂରତା ଯାଇଛି । = 70 କି.ମି. ଏଠାରେ ବିସ୍ଥପନର ପରିମାଣ = ଦୂରତା = 70 କି.ମି
(ii) ବସ୍ତୁଟି ଠ ଠାରୁ A ପର୍ଯ୍ୟନ୍ତ ଯାଇ ପୁନଶ୍ଚ Bକୁ ଫେରି ଆସିଲେ ଅତିକ୍ରାନ୍ତ ଦୂରତା OA + AB = 70 କି.ମି.+ 20 କି.ମି. = 90 କି.ମି. ମାତ୍ର B ସ୍ଥାନରେ ମୂଳବିନ୍ଦୁ ( ଠାରୁ ବସ୍ତୁର ବିସ୍ଥାପନ 50 କି.ମି. । ତେଣୁ ବିସ୍ଥାପନର ପରିମାଣ (50 କି.ମି.) ଅତିକ୍ରାନ୍ତ ଦୂରତାର ପରିମାଣ (90 କି.ମି.) ସହ ସମାନ ନୁହେଁ ।
(iii) ଯଦି ବସ୍ତୁଟି ମୂଳବିନ୍ଦୁ ୦ ଠାରୁ ବାହାରି A ପର୍ଯ୍ୟନ୍ତ ଯାଇ ପୁଣି ଠ କୁ ଫେରି ଆସିଲେ, ଅତିକ୍ରାନ୍ତ ଦୂରତା = 70 କି.ମି. + 70 କି.ମି. = 140 କି.ମି. ।
କିନ୍ତୁ ବସ୍ତୁର ପ୍ରାରମ୍ଭିକ ବିନ୍ଦୁ ଓ ଅନ୍ତିମ ବିନ୍ଦୁ ସମାନ ହୋଇଯିବାରୁ ବସ୍ତୁର ବିସ୍ଥାପନ ଶୂନ ହେବ ।

  • ଗୋଟିଏ ବିନ୍ଦୁରେ ବସ୍ତୁର ବିସ୍ଥାପନ ଶୂନ ହୋଇପାରେ, ମାତ୍ର ଅତିକ୍ରାନ୍ତ ଦୂରତା ଶୂନ ହେବ ନାହିଁ ।
  • ଦୂରତାର ଏକକ ବିସ୍ଥାପନର ଏକକ ସହ ସମାନ ।
  • ମୋଟରଯାନ ଗତି କରୁଥିବାବେଳେ ଅତିକ୍ରମ କରୁଥିବା ଦୂରତା ମାପିବା ପାଇଁ ସେଥୁରେ ଓଡ଼ୋମିଟର (Odometer) ଲାଗିଥାଏ ।

→ ୟୁନିଫର୍ମ ଗତି ଏବଂ ଅଣ ୟୁନିଫର୍ମ ଗତି। (Uniform Motion & Non-Uniform Motion) :
ସମଗତି :
(i) ଗୋଟିଏ ବସ୍ତୁ ସମାନ ସମୟ ଅନ୍ତରାଳରେ ସମାନ ଦୂରତା ଅତିକ୍ରମ କଲେ, ତାହାର ଗତିକୁ ସମଗତି କୁହାଯାଏ ।
(ii) ସମଗତି କ୍ଷେତ୍ରରେ ସମୟର ଅନ୍ତରାଳ କମ୍ ହେବା ଉଚିତ । ସମଗତି କ୍ଵଚିତ୍ ଦେଖାଯାଏ ।

BSE Odisha 9th Class Physical Science Notes Chapter 5 ଗତି

ଉଦାହରଣ:
ମନେକର ଗୋଟିଏ ବସ୍ତୁ ଏକ ସରଳ ପଥରେ ପ୍ରଥମ ଘଣ୍ଟାରେ 5 କି.ମି., ଦ୍ଵିତୀୟ ଘଣ୍ଟାରେ 5 କି.ମି., ତୃତୀୟ ଘଣ୍ଟାରେ 5 କି.ମି. ଏବଂ ଚତୁର୍ଥ ଘଣ୍ଟାରେ ମଧ୍ଯ 5 କି.ମି. ଦୂରତା ଅତିକ୍ରମ କରୁଛି; ଅର୍ଥାତ୍ ପ୍ରତି ଏକ ଘଣ୍ଟା ସମୟ ଅନ୍ତରାଳ (interval)ରେ ଏହା 5 କି.ମି. ଯାଉଅଛି । ଏଠାରେ ବସ୍ତର ଗତି ସମଗତି ଅଟେ ।
ଅସମ ଗତି :
(i) ଗୋଟିଏ ବସ୍ତୁ ସମାନ ସମୟ ଅନ୍ତରାଳରେ ଅସମାନ ଦୂରତା ଅତିକ୍ରମ କଲେ ତାହାର ଗତିକୁ ଅସମ’ ଗତି କୁହାଯାଏ ।
(ii) ପ୍ରକୃତିରେ ଅଧୁକାଂଶ ଗତି ଅସମ ଅଟେ ।

ଉଦାହରଣ:
(ii)ଜନଗହଳି ରାସ୍ତାରେ ଯାନର ଗତି ଓ ଉଠାଣି ବା ଗଡ଼ାଣି ସ୍ଥାନରେ ଯାନର ଗତି ଅସ ଅଟେ ।
(i) ମନେକର ଗୋଟିଏ ବସ୍ତୁ ପ୍ରଥମ ଘଣ୍ଟାରେ 5′ କି.ମି., ଦ୍ଵିତୀୟ ଘଣ୍ଟାରେ 3 କି.ମି. ଓ ତୃତୀୟ ଘଣ୍ଟାରେ 7 କି.ମି ଦୂରତା ଅତିକ୍ରମ କରୁଛି । ଏଠାରେ ପ୍ରତି ଏକ ଘଣ୍ଟା ସମୟ ଅନ୍ତରାଳରେ ଅସମାନ ଦୂରତା ଅତିକ୍ରମ କରୁଛି । ଏଠାରେ ବସ୍ତୁର ଗତି ଅସମ ଅଟେ ।

→ ଗତି (Speed):
(i) ଏକକ ସମୟ ବ୍ୟବଧାନରେ ଏକ ବସ୍ତୁ ଅତିକ୍ରାନ୍ତ କରିଥିବା ଦୂରତାକୁ ସେହି ବସ୍ତୁର ବେଗ କୁହାଯାଏ ।
(ii) ଏକ ବସ୍ତୁ t ସମୟରେ s ଦୂରତା ଅତିକ୍ରମ କଲେ, ତାହାର ବେଗ BSE Odisha 9th Class Physical Science Notes Chapter 5 ଗତି - 2
BSE Odisha 9th Class Physical Science Notes Chapter 5 ଗତି - 3
ବେଗର ପରିମାଣ ଥାଏ କିନ୍ତୁ ଦିଗ ନଥାଏ, ତେଣୁ ଏହା ଏକ ଅଦିଶ ରାଶି ।

BSE Odisha 9th Class Physical Science Notes Chapter 5 ଗତି

→ ୟୁନିଫର୍ମ ସ୍ପିଡ୍ ଏବଂ ଅଣ ୟୁନିଫର୍ମ ସ୍ପିଡ୍। (Uniform Speed and Non-Uniform Speed):
(i) ଗତିଶୀଳ ବସ୍ତୁ ସମାନ ସମୟ ଅନ୍ତରାଳରେ ସମାନ ଦୂରତା ଅତିକ୍ରମ କରୁଥିଲେ, ତାହା ସମବେଗରେ ଗତି କରୁଛି ବୋଲି କୁହାଯାଏ ।
(ii) ଗତିଶୀଳ ବସ୍ତୁ ସମାନ ସମୟ ଅନ୍ତରାଳରେ ଅସମାନ ଦୂରତା ଅତିକ୍ରମ କରୁଥିଲେ, ତାହାର ବେଗକୁ ଅସମ ବେଗ କୁହାଯାଏ । ଅସମ ବେଗରେ ଯାଉଥିବା ଗତିଶୀଳ ବସ୍ତୁର ହାରାହାରି ବେଗ ଅନେକ କ୍ଷେତ୍ରରେ ନିର୍ଣ୍ଣୟ କରାଯାଏ ।
BSE Odisha 9th Class Physical Science Notes Chapter 5 ଗତି - 4
BSE Odisha 9th Class Physical Science Notes Chapter 5 ଗତି - 20 ଯେଉଁଠି u = ବସ୍ତୁର ହାରାହାରି ବେଗ
s = ବସ୍ତୁ ଅତିକ୍ରମ କରିଥିବା ମୋଟ ଦୂରତା, t = ବସ୍ତୁ ନେଇଥ‌ିବା ମୋଟ ସମୟ

→ ପରିବେଗ (Velocity):
(i) ଏକ ନିର୍ଦ୍ଦିଷ୍ଟ ଦିଗରେ ଗତିଶୀଳ ବସ୍ତୁର ବେଗକୁ ପରିବେଗ (velocity) କୁହାଯାଏ ।
(ii) ବସ୍ତୁର ଏହି ପରିବେଗ ସମପରିବେଗ କିମ୍ବା ପରିବର୍ତୀ (variable) ପରିବେଗ ହୋଇପାରେ । ବସ୍ତୁର ବେଗ କିମ୍ବା ତାହାର ଗତିର ଦିଗ କିମ୍ବା ଉଭୟର ପରିବର୍ତ୍ତନ ହେଲେ ପରିବେଗର ପରିବର୍ତ୍ତନ ହୁଏ ।
(iii) ବସ୍ତୁର ପରିବେଗ ସମୟ ଅନୁସାରେ ସମାନ ହାରରେ ପରିବର୍ତ୍ତିତ ହେଲେ :
BSE Odisha 9th Class Physical Science Notes Chapter 5 ଗତି - 5
BSE Odisha 9th Class Physical Science Notes Chapter 5 ଗତି - 6
ଯେଉଁଠାରେ vav = ବସ୍ତୁର ହାରାହାରି ପରିବେଗ
u = ବସ୍ତୁର ପ୍ରାରମ୍ଭିକ ପରିବେଗ
v = ବସ୍ତୁର ଅନ୍ତିମ ପରିବେଗ

→ ତ୍ୱରଣ (Acceleration):
(i) ପରି ବେଗର ପରିବର୍ତ୍ତନ ହାରକୁ ତ୍ଵରଣ (Acceleration) ତ୍ଵରଣ କୁହାଯାଏ ।
କିମ୍ବା, ଏକକ ସମୟ ଅବଧ୍ଧରେ ବସ୍ତୁର ପରିବେଗର ପରିବର୍ତ୍ତନକୁ ବସ୍ତୁର ତ୍ଵରଣ କୁହାଯାଏ
(ii) ଯଦି ଗୋଟିଏ ବସ୍ତୁର ପରିବେଗ t ସମୟ ମଧ୍ୟରେ uରୁ vକୁ ପରିବର୍ତ୍ତିତ ହୁଏ, ତେବେ ତ୍ଵରଣ BSE Odisha 9th Class Physical Science Notes Chapter 5 ଗତି - 21
(iii) ତ୍ଵରଣ ଗୋଟିଏ ସଦିଶ ରାଶି । ଏହାର ଉଭୟ ପରିମାଣ ଓ ଦିଗ ଥାଏ ।
(iv) ଗତିଶୀଳ ବସ୍ତୁର ତ୍ଵରଣ ଥିଲେ, ବସ୍ତୁର ଗତିକୁ ତ୍ୱରାନ୍ବିତ (accelerated) ଗତି କୁହାଯାଏ ।
(v) ପରିବେଗ ଦିଗରେ ତ୍ଵରଣ ହେଲେ ତାହାକୁ ଯୁକ୍ତାତ୍ମକ (Positive) ତ୍ଵରଣ ଏବଂ ପରିବେଗର ବିପରୀତ ଦିଗରେ ତ୍ଵରଣ ହେଲେ ତାହାକୁ ବିଯୁକ୍ତାତ୍ମକ ତ୍ଵରଣ ବା ମନ୍ଦନ (Retardation) କୁହାଯାଏ ।
(vi) ଏକ ସରଳରେଖାରେ ଗତି କରୁଥିବା ବସ୍ତୁର ପରିବେଗ ସମାନ ସମୟ ଅନ୍ତରାଳରେ ସମାନ ପରିମାଣରେ ବୃଦ୍ଧି କିମ୍ବା ହ୍ରାସ ପାଉଥିଲେ ବସ୍ତୁଟି ସମତ୍ଵରଣରେ ଗତି କରୁଛି ବୋଲି କୁହାଯାଏ ।
(vii) ବସ୍ତୁର ପରିବେଗ ଅସମ ହାରରେ ପରିବର୍ତ୍ତିତ ହେଲେ ତାହାର ତ୍ଵରଣ ଅସୀମ ଅଟେ ।
ଉଦାହରଣ:
ଜନଗହଳିପୂର୍ଣ୍ଣ ରାସ୍ତାରେ ଗତିଶୀଳ କାର୍‌ର ଗତି ଅସମ-ତ୍ଵରଣ ଅଟେ ।

BSE Odisha 9th Class Physical Science Notes Chapter 5 ଗତି

→ ଗତିର ଲୈଖକ ବା ଗ୍ରାଫିକାଲ୍ ପରିପ୍ରକାଶ (Graphical Representation of Motion):
(i) ଆଲେଖ (Graph) ଦ୍ୱାରା ବିଭିନ୍ନ ପ୍ରକାର ଗତିର ତଥ୍ୟକୁ ସହଜରେ ଓ ସୁବିଧାରେ ଜାଣିହୁଏ ।
(ii) ରେଖା ଗ୍ରାଫ୍‌ରୁ ଗୋଟିଏ ବସ୍ତୁର ଗତି ସମ୍ପର୍କରେ ଅନେକ ତଥ୍ୟ ସହଜରେ ଜାଣିହୁଏ ।
(iii) ରେଖା ଗ୍ରାଫ୍‌ରେ ଗତିର ସାଧାରଣ ସମୟକୁ X-ଅକ୍ଷରେଖାରେ ଓ ବସ୍ତୁର ବେଗ ବା ପରିବେଗ ବା ଦୂରତା ବା ବିସ୍ଥାପନ ଇତ୍ୟାଦିକୁ Y-ଅକ୍ଷରେଖାରେ ନିଆଯାଏ । ଅନେକ କ୍ଷେତ୍ରରେ ଭୌତିକ ରାଶିଗୁଡ଼ିକୁ ଅଲଗା ଅକ୍ଷରେ ମଧ୍ୟ ନିଆଯାଏ ।
(iv) ଗ୍ରାଫ୍ ପାଇଁ ଯେଉଁ ଦୁଇଟି ରାଶିକୁ ନିଆଯାଏ ତାହା ମଧ୍ୟରୁ ସ୍ଵାଧୀନ ଚଳ (Independent variable)କୁ x-ଅକ୍ଷରେଖାରେ ଓ ନିର୍ଭରଶୀଳ ଚଳ (Dependent variable) କୁ Y-ଅକ୍ଷରେଖାରେ ନିଆଯାଇଥାଏ ।

→ ସମୟ-ଦୂରତା ଗ୍ରା ଫ୍ (Distance-Time Graph):
ବସ୍ତୁଟି ସମ-ବେଗରେ ବା ଅସମ ବେଗରେ ଗତି କରୁଥିଲେ ବା ସ୍ଥିର ହୋଇ ରହିଥିଲେ ତାହାର ସମୟ- ଦୂରତା ଗ୍ରାଫ୍ ଅଙ୍କନ କରାଯାଇ ପାରିବ ।

(a) ସମ ବେଗରେ ଗତିଶୀଳ ବସ୍ତୁର ସମୟ-ଦୂରତା ଗ୍ରାଫ୍:
(i) ମନେକର ଗୋଟିଏ ବସ୍ତୁ ସରଳରେଖାରେ ସମ ବେଗରେ ଗତି କରୁଛି । ଏହି ଗତିରେ ବସ୍ତୁଦ୍ଵାରା ଅତିକ୍ରାନ୍ତ ଦୂରତା ସମାନ ସମୟ ଅନ୍ତରାଳରେ ସମାନ ପରିମାଣରେ ବୃଦ୍ଧିପାଏ ।
(ii) ସମ ବେଗରେ ଗତିଶୀଳ ବସ୍ତୁର ସମୟ-ଦୂରତା ଗ୍ରାଫ୍ ତୀର୍ଯ୍ୟକ ସରଳରେଖା ହୁଏ ଓ ଏଥିରୁ ଜଣାଯାଏ ଦୂରତା ସମହାରରେ ବୃଦ୍ଧି ପାଉଛି ।
(iii) ସମୟ-ଦୂରତା ଗ୍ରାଫ୍‌ରେ ଦୁଇଟି ବିନ୍ଦୁ A ଓ B ନିଆଯାଉ । À ସ୍ଥାନରେ ସମୟର ପାଠ୍ୟଙ୍କ t1 ଏବଂ B ସ୍ଥାନରେ ସମୟର ପାଠ୍ୟାଙ୍କ ହେଉ । A ବିନ୍ଦୁ ର ପାଠ୍ୟଙ୍କ s1 ଏବଂ ଦୂର ତାର B ବି ନ୍ଦୁ ର s2 ହେଉ ।
BSE Odisha 9th Class Physical Science Notes Chapter 5 ଗତି - 9
(iv) A ବିନ୍ଦୁରୁ X-ଅକ୍ଷରେଖା କରି ଅନ୍ୟ ଏକ ରେଖା ସହ ସମାନ୍ତର କରି ଏକ ରେଖା ଏବଂ B ବିନ୍ଦୁରୁ Y-ଅକ୍ଷରେଖା ସହ ସମାନ୍ତର ଟାଣ । ରେଖାଦ୍ଵୟ ପରସ୍ପରକୁ ୯ ବିନ୍ଦୁରେ ଛେଦ କରନ୍ତୁ ।
(v) ∆ ABC ରେ AC = ସମୟ ବ୍ୟବଧାନ = t2 – t1 ଓ BC = ଦୂରତାର ବ୍ୟବଧାନ = s2 – S1
 BSE Odisha 9th Class Physical Science Notes Chapter 5 ଗତି - 22
(b) ଅସମ ବେଗରେ ଗତିଶୀଳ ବସ୍ତୁର ସମୟ-ଦୂରତା ଗ୍ରାଫ୍ :
(i) ଗୋଟିଏ ଗତିଶୀଳ କାରର ପ୍ରତି ଦୁଇ ସେକେଣ୍ଡ ଅନ୍ତରାଳରେ ଅତିକ୍ରାନ୍ତ ଦୂରତାକୁ ଦର୍ଶାଯାଇଛି
BSE Odisha 9th Class Physical Science Notes Chapter 5 ଗତି - 10
(ii) ଅସମ ବେଗରେ ଗତି ଶୀଳ ବସ୍ତୁଦ୍ୱାରା ଅତିକ୍ରାନ୍ତ ଦୂରତା ସମାନ ସମୟ ଅନ୍ତରା କରେ ଅପମାନ ପରିମାଣରେ ବୃଦ୍ଧି ପାଏ ।
(iii) ଏ ପ୍ରକାର ଗତି ପାଇଁ ସମୟ-ଦୂରତା ଗ୍ରାଫ୍ ଏକ ବକ୍ରରେଖା ହୋଇଥାଏ । ଏହି ଗ୍ରାଫରୁ ସୂଚନା ମିଳେ ଯେ ଦୂରତା ଅସମ ହାରରେ ବୃଦ୍ଧି ପାଉଛି ।

(c) ସ୍ଥିର ବସ୍ତୁର ସମୟ-ଦୂରତା ଗ୍ରାଫ୍ :
ଯଦି ବସ୍ତୁ ର ଅବସ୍ଥାନ ସମୟ ଅନୁ ସାରେ ନ ବଦଳେ, ତେବେ ଗ୍ରାଫ୍‌ର ଅନୁ ରେଖ ଏକ ଭୂସମାନ୍ତର ସରଳରେଖା ହେବ ।
BSE Odisha 9th Class Physical Science Notes Chapter 5 ଗତି - 11

→ ସମୟ-ପରିବେଗ ଗ୍ରାଫ୍ (Velocity-Time Graph) : (କାରର ସମୟ-ଦୂରତା ଗ୍ରାଫ୍)
ସମୟ- ପରିବେଗ ଗ୍ରାଫ୍‌ରେ ସମୟକୁ X-ଅକ୍ଷରେଖାରେ ଏବଂ ପରିବେଗକୁ Y-ଅକ୍ଷରେଖାରେ ନିଆଯାଏ।
(a) ସମ ପରିବେଗରେ ଗତିଶୀଳ ବସ୍ତୁର ସମୟ-ପରିବେଗ ଗ୍ରାଫ୍ଟ :
(i) ଯଦି ବସ୍ତୁଟି ସମ ପରିବେଗରେ ଗତି କରୁଥାଏ ତେବେ ସମୟ-ପରିବେଗ ଗ୍ରାଫ୍ ସମୟ ଅକ୍ଷରେଖା ସମାନ୍ତର ଏକ ସରଳରେଖା ସହି ତ ହୁଏ । ଏହି। ରଉଚ୍ଚତା ସମୟ ଅକ୍ଷରେଖା ସହ ପରିବର୍ତ୍ତନ ହେବ ନାହିଁ ।
(ii) ସମୟ-ପରିବେଗ ଗ୍ରାଫ୍ AB ଦ୍ଵାରା ସୂଚିତ ହୋଇଛି । ଚିତ୍ରରେ ପ୍ରଦର୍ଶିତ ସ୍ଥିର ପରିବେଗ 40km/h ରେ ଗତି ପାଉଛି ।
(iii) A ଓ B ବିନ୍ଦୁରୁ ଦୁଇଟି ଲମ୍ବ AC ଓ BD ଅଙ୍କନ କଲେ ତାହା X-ଅକ୍ଷରେଖାକୁ ଯଥାକ୍ରମେ C ଓ D ବିନ୍ଦୁରେ ଛେଦ କରିବ ।
BSE Odisha 9th Class Physical Science Notes Chapter 5 ଗତି - 12
(iv) A ବିନ୍ଦୁ ଓ B ବିନ୍ଦୁଠାରେ ସମୟର ପାଠ୍ୟଙ୍କ ଯଥାକ୍ରମେ
t, ଓ t2 ହେର୍ତ୍ତ । AC = BD = 40 km/h 10° AB = CD = t2 – t1।
(v) କାର୍‌ଟି (t1 – t2) ସମୟ ମଧ୍ୟରେ ଅତିକ୍ରାନ୍ତ କରିଥିବା ଦୂରତା / ପରିବେଗକୁ s ଦ୍ଵାରା ପ୍ରକାଶ କଲେ,
ବିସ୍ଥାପନ (s) = ABDCର କ୍ଷେତ୍ରଫଳ = AC × CD
BSE Odisha 9th Class Physical Science Notes Chapter 5 ଗତି - 23
(vi) ଯଦି ବସ୍ତୁଟି ସମ ପରିବେଗରେ ଗତି କରୁଥାଏ, ତେବେ ପରିବେଗ ଓ ସମୟର ଗୁଣଫଳ ବିସ୍ଥାପନକୁ ସୂଚାଏ ।

BSE Odisha 9th Class Physical Science Notes Chapter 5 ଗତି

(b) ସମ ତ୍ଵରାନ୍ଵିତ ବେଗରେ ଗତିଶୀଳ ବସ୍ତୁର ସମୟ-ପରିବେଗ ଗ୍ରାଫ୍ :
(i) ମନେକର ଗୋଟିଏ କାର୍ ସଳଖ ପଥରେ ସମ ତ୍ଵରାନ୍ଵିତ ବେଗରେ ଗତିକରୁଛି । ନିମ୍ନ ସାରଣୀରେ ପ୍ରତି 5 ସେକେଣ୍ଡରେ ତାହାର ଗତିକୁ m/s ଏକକରେ ଦର୍ଶାଯାଇଛି ।
BSE Odisha 9th Class Physical Science Notes Chapter 5 ଗତି - 8
(ii) ଏଠାରେ ଗତ ଶୀଳ ବସ୍ତୁର ପର ବେଗ ସମାନ ସମୟ ଅନ୍ତରାଳରେ ପରିବର୍ତ୍ତିତ ହେଉଛି । ଦତ୍ତ ସାରଣୀଦ୍ଵାରା ସୂଚିତ ସମ ତ୍ଵରାନ୍ଵିତ ଗତି ସମୟ-ପରିବେଗ ଗ୍ରାଫ୍ ଗୋଟିଏ ତୀର୍ଯ୍ୟକ୍ ସରଳରେଖା ହେବ ।
(iii) ସମୟ-ପରିବେଗ ଗ୍ରାଫ୍ ଓ ସମୟ ଅକ୍ଷ ମଧ୍ୟରେ ଦୁଇଟି ସମୟ ମୁହୂର୍ତ୍ତ ମଧ୍ୟରେ ଆବଦ୍ଧ କ୍ଷେତ୍ରଫଳ, କାର୍‌ଟି ଅତିକ୍ରାନ୍ତ କରୁଥିବା ମୋଟ ଦୂରତାକୁ ସୂଚାଏ । ଦୂରତା (s) = ABCDE କ୍ଷେତ୍ର ର କ୍ଷେତ୍ରଫଳ = ଆୟତକ୍ଷେତ୍ରର = ABCD ag
କ୍ଷେତ୍ରଫଳ + A ADE ର କ୍ଷେତ୍ରଫଳ
= AB × BC + \(\frac {1}{2}\) (AD × ED)

(c) ଅସମ ତ୍ଵରାନ୍ଵିତ ବେଗରେ ଗତିଶୀଳ ବସ୍ତୁର ସମୟ-ପରିବେଗ ଗ୍ରାଫ୍ :
(i) ଅସମ ତ୍ଵରାନ୍ଵିତ ବେଗରେ ଗତିଶୀଳ ବସ୍ତୁର ସମୟ-ପରିବେଗ ଗ୍ରାଫ୍ ପରିବେଗ ଗ୍ରାଫ୍ ଯେକୌଣସି ଆକୃତିର ହୋଇପାରେ ।
(ii) ସମୟ-ପରିବେଗ ଗ୍ରାଫ୍ (a)ରେ ବସ୍ତୁର ପରିବେଗ ସମୟ ଅନୁ ସାରେ ହ୍ରାସ ପାଇଛି ।
(iii) ଗ୍ରାଫ୍ (b)ରେ ବସ୍ତୁ ଅସମ ପରିବର୍ତ୍ତୀ ପରିବେଗରେ ଗତି କରୁଛି ।

→ ଲୈଖୁକ ପଦ୍ଧତିରେ ଗତି ସମୀକରଣଗୁଡ଼ିକର ବ୍ୟୁତ୍ପତ୍ତି (Derivation of Equations of Motion by Graphical Methods):
(i) ମନେକର ଗୋଟିଏ ବସ୍ତୁ ଏକ ସରଳରେଖାରେ ସମ ତ୍ଵରଣରେ ଗତି କରୁଛି । ବସ୍ତୁଟି ଗୋଟିଏ ବିନ୍ଦୁରୁ ବାହାରି । ସମୟ ପରେ ଆଉ ଗୋଟିଏ ସ୍ଥାନରେ ପହଞ୍ଚୁଛି । t = 0 ସମୟରେ ବସ୍ତୁର ପ୍ରାରମ୍ଭିକ ପରିବେଗ = u
t ସମୟରେ ବସ୍ତୁର ଅନ୍ତିମ ପରିବେଗ = v
ଗତି କରୁଥିବା ସମୟ ଅବଧୂ = t
ବସ୍ତୁର ତ୍ଵରଣ = a
t ସମୟ ପରେ ବସ୍ତୁଦ୍ଵାରା ଅତିକ୍ରାନ୍ତ ଦୂରତା = s
(ii) X-ଅକ୍ଷରେଖାରେ ସମୟକୁ ଏବଂ Y-ଅକ୍ଷରେଖାରେ ଗତି କରୁଥ‌ିବାରୁ ସମୟ-ପରି ବେଗ ଗ୍ରା, AB ସରଳରେଖାଦ୍ଵାରା ଦର୍ଶାଯାଇଛି ।
(iii) B ବିନ୍ଦୁରୁ X-ଅକ୍ଷରେଖା ପ୍ରତି BC ଲମ୍ବ ଅଙ୍କନ କରାଯାଉ ଯାହା À ବିନ୍ଦୁରୁ X-ଅକ୍ଷରେଖା ପ୍ରତି ଅଙ୍କିତ AD ସମାନ୍ତର ରେଖା BCକୁ D ବିନ୍ଦୁରେ ଛେଦ କରିବ ।

(iv) ଏହି ରାଶିମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ତିନୋଟି ସମୀକରଣ ମାଧ୍ୟମରେ ପ୍ରକାଶ କରିହେବ । ଏମାନଙ୍କୁ ଗତି ସମୀକରଣ (Equation of Motion) କୁହାଯାଏ । ଏହି ସମୀକରଣଗୁଡ଼ିକ ହେଲା –

BSE Odisha 9th Class Physical Science Notes Chapter 5 ଗତି

→ ପ୍ରଥମ ଗତି ସମୀକରଣ
ସମୟ-ପରିବେଗ ସମ୍ପର୍କିତ ସମୀକରଣ (Equation for Velocity-Time Relation):
A ବିନ୍ଦୁ t = 0 ସମୟରେ ବସ୍ତୁର ପ୍ରାରମ୍ଭିକ ଅବସ୍ଥାନ ଏବଂ ଏହାର ନିର୍ଦ୍ଦେଶାଙ୍କଦ୍ଵୟ (0, u) । B ବିନ୍ଦୁ t = t ସମୟରେ ବସ୍ତୁର ଅନ୍ତିମ ଅବସ୍ଥାନ ଏବଂ ଏହାର ନିର୍ଦ୍ଦେଶାଙ୍କ ଦ୍ଵୟ (t, v) ।
OA = DC = u, BC = v, AD = t, BD = BC – DC = v – u

∴ v = u + at ଏହା ପ୍ରଥମ ଗତି ସମୀକରଣ ଅଟେ ।

ଦ୍ଵିତୀୟ ଗତି ସମୀକରଣ :
→ ସମୟ-ଅବସ୍ଥାନ ସମ୍ପର୍କ ସମୀକରଣ (Equation for Position-Time Relation):
(i) ଗୋଟିଏ ବସ୍ତୁର ବିସ୍ଥାପନ ଓ ସମୟ ମଧ୍ୟରେ ଥିବା ସମ୍ପର୍କର ସମୀକରଣକୁ ଦ୍ୱିତୀୟ ଗତି ସମୀକରଣ କୁହାଯାଏ ।
(ii) ଦତ୍ତ ଚିତ୍ରରେ ଲେଖ AB ଏକ ସମ ତ୍ଵରାନ୍ଵିତ ବସ୍ତୁର ସରଳରେଖ୍ୟକ ଗତି ପାଇଁ ଅଙ୍କିତ ହୋଇଛି ।
(iii) ମନେକର ବସ୍ତୁଟି ମୂଳବିନ୍ଦୁରୁ ଯାତ୍ରା ଆରମ୍ଭ କରି ଏକ ସରଳରେଖାରେ ତ୍ଵରଣ ଥରେ ଗତିକରି । ସମୟ ମଧ୍ୟରେ s ଦୂରତା ଅତିକ୍ରମ କରିଛି ।
(iv) ଲେଖ AB ଓ X-ଅକ୍ଷରେଖା ମଧ୍ଯରେ t ସମୟ OABCର କ୍ଷେତ୍ର ଳ t ସମୟ ମଧ୍ୟରେ ବସ୍ତୁଦ୍ଵାରା ଅତିକ୍ରାନ୍ତ ଦୂରତା s ର ପରିମାଣ ସହ ସମାନ ।
s = OABC କ୍ଷେତ୍ରର କ୍ଷେତ୍ରଫଳ
= OADC ଆୟକ୍ଷେତ୍ରର କ୍ଷେତ୍ରଫଳ + ∆ ABDର କ୍ଷେତ୍ରଫଳ
= (OA × OC) + \(\frac {1}{2}\) (AD × BD) = u x t + \(\frac {1}{2}\) t × at (∵ BD = v – u = at) = ut + \(\frac {1}{2}\) at2
s = ut + \(\frac {1}{2}\) at2 ଏହା ଦ୍ଵିତୀୟ ଗତି ସମୀକରଣ ଅଟେ।

BSE Odisha 9th Class Physical Science Notes Chapter 5 ଗତି

ତୃତୀୟ ଗତି ସମୀକରଣ :
ପରିବେଗ-ଅବସ୍ଥାନ ସମ୍ପର୍କିତ ସମୀକରଣ (Equation for Position-Velocity Relation):
ବସ୍ତୁର ସମୟ-ପରିବେଗ ଗ୍ରାଫ୍‌ରେ ବସ୍ତୁଟି t ସମୟ ମଧ୍ୟରେ ଅତିକ୍ରାନ୍ତ କରୁଥିବା ଦୂରତା sକୁ ଅନ୍ୟ ଏକ ସମୀକର ଦ୍ଵାରା ପ୍ରକାଶ କରାଯାଇପାରିବ

→ ସମବୃତ୍ତୀୟ ଗତି (Uniform Circular Motion):
(i) ବୃତ୍ତକାର ପଥରେ ଗୋଟିଏ ବସ୍ତୁ ସମବେଗରେ ଗତି କରିବାକୁ ସମବୃତ୍ତୀୟ ଗତି କୁହାଯାଏ ।
(ii) କୌଣସି ବସ୍ତୁର ପରିବେଗରେ ପରିବର୍ତ୍ତନ ହେଲେ ବସ୍ତୁଟି ତ୍ଵରାନ୍ଵିତ ଗତି କରୁଛି ବୋଲି କୁହାଯାଏ । ପରିବେଗରେ ପରିବର୍ତ୍ତନ ପରିବେଗର ପରିମାଣ କିମ୍ବା ଦିଗ କିମ୍ବା ଉଭୟର ପରିବର୍ତ୍ତନ ଯୋଗୁଁ ହୋଇଥାଏ ।
(iii) ବୃତ୍ତାକାର ପଥରେ ଗତି କରିବା ଏକ ତ୍ଵରାନ୍ଵିତ ଗତି ଅଟେ ।
(iv) ମନେକର ଗୋଟିଏ ବୃତ୍ତର ବ୍ୟାସାର୍ଦ୍ଧ = r
∴ ବୃତ୍ତର ପରିଧ୍ଵ = 2πr
ଯଦି ଜଣେ ଧାବକ ଗୋଟିଏ ଥର ବୃତ୍ତାକାର ପଥରେ ଗତି କରିବାକୁ t ସେକେଣ୍ଡ ସମୟ ନିଏ, ଧାବକର ବେଗ BSE Odisha 9th Class Physical Science Notes Chapter 5 ଗତି - 19

BSE Odisha 6th Class Maths Solutions Chapter 10 ବୀଜଗଣିତ ସହିତ ପରିଚିତ Ex 10.6

Odisha State Board BSE Odisha 6th Class Maths Solutions Chapter 10 ବୀଜଗଣିତ ସହିତ ପରିଚିତ Ex 10.6 Textbook Exercise Questions and Answers.

BSE Odisha Class 6 Maths Solutions Chapter 10 ବୀଜଗଣିତ ସହିତ ପରିଚିତ Ex 10.6

Question 1.
ନିମ୍ନଲିଖ୍ ପଦଗୁଡ଼ିକର ସଂଖ୍ୟାତ୍ମକ ସହଗ ଲେଖ । 3y, \(\frac{5}{7}\)p, -4ab, y2, -abc, 23x3y2
ସମାଧାନ:
3y ର ସଂଖ୍ୟାତ୍ମକ ସହଗ 3 ।
\(\frac{1}{2}\)p ର ସଂଖ୍ୟାତ୍ମକ ସହଗ \(\frac{1}{2}\)।
-4ab ର ସଂଖ୍ୟାତ୍ମକ ସହଗ -4 ।
y2 ର ସଂଖ୍ୟାତ୍ମକ ସହଗ 1 ।
-abc ର ସଂଖ୍ୟାତ୍ମକ ସହଗ -1 ।
23x3y2 ର ସଂଖ୍ୟାତ୍ମକ ସହଗ 23 ।

Question 2.
ନିମ୍ନଲିଖୂତ ବୀଜଗାଣିତିକ ରାଶିଗୁଡ଼ିକରେ ଥିବା ଭିନ୍ନ ଭିନ୍ନ ପଦମାନଙ୍କର ସଂଖ୍ୟା ସହଗ ଲେଖ ।
(କ) ab – 2bc + 7ca
ସମାଧାନ:
ab – 2bc + 7ca ରେ ab ର ସଂଖ୍ୟା ସହଗ 1
-2bc ର ସଂଖ୍ୟା ସହଗ -2
7ca ର ସଂଖ୍ୟା ସହଗ 7

(ଖ) x – \(\frac{x y}{3}\) + \(\frac{3y z}{4}\)
ସମାଧାନ:
x – \(\frac{x y}{3}\) + \(\frac{3y z}{4}\) ରେ x ର ସଂଖ୍ୟା ସହଗ 1
–\(\frac{x y}{3}\) ର ସଂଖ୍ୟା ସହଗ –\(\frac{1}{3}\)
\(\frac{3y z}{4}\) ର ସଂଖ୍ୟା ସହଗ \(\frac{3}{4}\)

BSE Odisha 6th Class Maths Solutions Chapter 10 ବୀଜଗଣିତ ସହିତ ପରିଚିତ Ex 10.6

Question 3.
କାରଣ ସହ କେଉଁ ଯୋଡ଼ା ପଦ ସଦୃଶ ବା ଅସଦୃଶ ଲେଖ ।
(କ) 3x, 7x
ସମାଧାନ:
3x, 7x → ସଦୃଶ ପଦ (ଏକ ପ୍ରକାର ବୀଜ ଥିବାରୁ)

(ଖ) 5y, 5z
ସମାଧାନ:
5y, 5z → ଅସଦୃଶ ପଦ (ବିଭିନ୍ନ ପ୍ରକାର ବୀଜ ଥିବାରୁ) 

(ଗ) 2ab, \(\frac{2}{3}\)ba
ସମାଧାନ:
2ab, \(\frac{2}{3}\)ba → ସଦୃଶ ପଦ (ଏକ ପ୍ରକାର ବୀଜ ଥିବାରୁ) 

(ଘ) 6pq, 6q
ସମାଧାନ:
6pq, 6q → ଅସଦୃଶ ପଦ (ବିଭିନ୍ନ ପ୍ରକାର ବୀଜ ଥିବାରୁ)

(ଙ) \(\frac{1}{2}\)a3, a3
ସମାଧାନ:
\(\frac{1}{2}\)a3, a3 → ସଦୃଶ ପଦ (ଏକା ପ୍ରକାର ବୀଜ ଥିବାରୁ)

Question 4.
ସଦୃଶ ପଦଗୁଡ଼ିକୁ ଏକତ୍ର କରି ନିମ୍ନଲିଖତ ରାଶିକୁ ସଜାଇ ଲେଖ ।
(କ) a – 3b – 4a + 2b + 7a
ସମାଧାନ:
a – 3b – 4a + 2b + 7a
= a – 4a + 7a – 3b + 2b

(ଖ) 5p + 2pq – 4p + 7qr – 3pq + 5rq – \(\frac{1}{2}\)qp
ସମାଧାନ:
5p + 2pq – 4p + 7qr – 3pq + 5rq – \(\frac{1}{2}\)qp
= 5p – 4p + 2pq – 3pq – \(\frac{1}{2}\)qp + 7qr + 5rq

(ଗ) xyz – xy + yz + zxy – 35yzx – 3zy
ସମାଧାନ:
xyz – xy + yz + zxy – 35yzx – 3zy 
= xyz + zxy – 35yzx + yz – 3zy – xy

BSE Odisha 10th Class Life Science Important Questions Chapter 10 ପ୍ରାକୃତିକ ସମ୍ପଦର ସଂରକ୍ଷଣ

Odisha State Board BSE Odisha 10th Class Life Science Important Questions Chapter 10 ପ୍ରାକୃତିକ ସମ୍ପଦର ସଂରକ୍ଷଣ Important Questions and Answers.

BSE Odisha Class 10 Life Science Important Questions 10 ପ୍ରାକୃତିକ ସମ୍ପଦର ସଂରକ୍ଷଣ

A ଗୋଟିଏ ବାକ୍ୟରେ ଉତ୍ତର ଦିଅ

1. ସମ୍ବରଣ ନୀତି କ’ଣ ?
ଉ-
ଆବଶ୍ୟକତାକୁ ଦୃଷ୍ଟିରେ ରଖ୍ କମ୍ ସମ୍ପଦ ବ୍ୟବହାର କରିବା ସମ୍ବରଣ ଅଟେ ।

2. ପୁନଶ୍ଚ କ୍ରଣ ନୀତି କ’ଣ ?
ଉ-
ଏହାଦ୍ୱାରା ଆମେ କିଛିମାତ୍ରାରେ ବର୍ଜ୍ୟବସ୍ତୁକୁ କଞ୍ଚାମାଲ ଭାବରେ ବ୍ୟବହାର କରିପାରିବା । ଏହି ପଦ୍ଧତିରେ ଜୈବ ଆବର୍ଜନାରୁ କମ୍ପୋଷ୍ଟ ପ୍ରସ୍ତୁତ ହୋଇପାରୁଛି ।

3. ଜୈବ ବିବିଧତା କହିଲେ କ’ଣ ବୁଝ ?
ଊ-
ଜୈବ ବିବିଧତା କହିଲେ ସାଧାରଣତଃ ଗୋଟିଏ ସ୍ଥାନରେ ବାସ କରୁଥିବା ସମସ୍ତ ପ୍ରକାରର ପ୍ରାଣୀ, ଉଭିଦ ଓ ଅଣୁଜୀବଙ୍କୁ ବୁଝାଇଥାଏ । ଜଙ୍ଗଲ ହେଉଛି ଜୈବ ବିବିଧତାର ପ୍ରମୁଖ ଉତ୍ସ ।

BSE Odisha 10th Class Life Science Important Questions Chapter 10 ପ୍ରାକୃତିକ ସମ୍ପଦର ସଂରକ୍ଷଣ

4. ସାମାଜିକ ବନ ପ୍ରକଳ୍ପର ଉଦ୍ଦେଶ୍ୟ କ’ଣ ?
ଉ-
ଅଣଜଙ୍ଗଲ ଜମିରେ ଜନସାଧାରଣଙ୍କ ସହଯୋଗରେ ସାମାଜିକ ବନ ସୃଷ୍ଟି କରିବା ସାମାଜିକ ବନ ପ୍ରକଳ୍ପର ଉଦ୍ଦେଶ୍ୟ ଅଟେ ।

5. ସାମାଜିକ ବନପ୍ରକଳ୍ପର ସୁଫଳ କେଉଁଠାରେ ଦେଖିବାକୁ ମିଳୁଛି ?
ଊ-
ଏହି ପ୍ରକଳ୍ପର କାର୍ଯ୍ୟକାରିତା ତଥା ସଫଳତା ସ୍କୁଲ, କଲେଜ୍, ସରକାରୀ ଅନୁଷ୍ଠାନ ହତାରେ, ରାସ୍ତାକଡ଼ରେ ଓ କେନାଲ ବନ୍ଧମାନଙ୍କରେ ଦେଖିବାକୁ ମିଳୁଛି ।

6. ଯୁଗ୍ମ ଜଙ୍ଗଳ ପଇଁଚାଳନା କିପରି କାର୍ଯ୍ୟ ମାନା ହୋଇଛି ?
ଉ-
ସମସ୍ତ ଅଂଶୀଦାରମାନଙ୍କୁ ସାମିଲ କରି ଜଙ୍ଗଲ ସମ୍ପଦର ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ ଯୁଗ୍ମ ଜଙ୍ଗଲ ପରିଚାଳନା ଯୋଜନା କାର୍ଯ୍ୟକ୍ଷମ କରାଯାଇଛି ।

7. IUCN ସଂସ୍ଥା କାହିଁକି ଗଠିତ ହୋଇଛି ?
ଉ-
ଅସୁର କ୍ଷି ତ ଓ ଲୁ ପ୍ତପ୍ରାୟ ଅବସ୍ଥାରେ ର ହି ଥ‌ିବା ଜୀବମାନଙ୍କ ସୁରକ୍ଷାପାଇଁ IUCN ନାମକ ଆନ୍ତର୍ଜାତିକ ସଂସ୍ଥା ଗଠିତ ହୋଇଛି ।

8. IUCN ଅନୁଯାୟୀ ଜୀବମାନଙ୍କର ଶ୍ରେଣୀ ବିଭାଗ କର ।
ଉ-

  • ବିଲୁପ୍ତ ଜାତି,
  • ଲୁପ୍ତପ୍ରାୟ ଜାତି,
  • ଅସୁରକ୍ଷିତ ଜାତି,
  • ଦୁର୍ଲଭ ଜାତି

9. କେଉଁମାନଙ୍କୁ ଅସୁରକ୍ଷିତ ବା ଭେଦ୍ୟ ଜାତି କୁହାଯାଏ ?
ଉ-
ଯେଉଁ ଜୀବମାନଙ୍କର ଶିକାର ଓ ବ୍ୟବହାର ଅତିମାତ୍ରାରେ କରାଯାଇଛି, ସେମାନଙ୍କର ସଂରକ୍ଷଣ ପାଇଁ କୌଣସି ପଦକ୍ଷେପ ନିଆଯାଉନଥ‌ିବାରୁ ଏହି ଜାତିମାନଙ୍କୁ ଅସୁରକ୍ଷିତ ବା ଭେଦ୍ୟ ଜାତି ବୋଲି କୁହାଯାଏ ।

B ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

1. କେଉଁ ମସିହାରେ ଭାରତରେ ‘Wild Life Protection Act.” ପ୍ରଣୟନ କରାଯାଇଛି ?
2. ଜୀବକୋଷର ଶତକଡ଼ା କେତେ ଭାଗ ଜଳ ଅଟେ ?
3. ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜଙ୍ଗଲ ଓଡ଼ିଶାର ପ୍ରଥମ ସଂସ୍ଥା ଅଛି ?
4, ଆମ ଦେଶରେ 1927 ମସିହାରେ ‘ଜାତୀୟ ଜଙ୍ଗଲ ନୀତି’ ପ୍ରଣୟନ କରାଯାଇଛି ।
5. କେଉଁ ମସିହାରେ ‘Wild Life Protection Act.’ ର ସଂଶୋଧନ କରାଯାଇଛି ?
6. କେଉଁ ମସିହାରୁ ‘Red Data Book’ ପ୍ରସ୍ତୁତ img
7. ଭୂତଳ ଓ ଭୂପୃଷ୍ଠ ଜଳ ସଂରକ୍ଷଣ ଦ୍ୱାରା ମାଟିର କେଉଁ ଗୁଣ ବୃଦ୍ଧିପାଏ ?
8. କେଉଁ ମସିହାରୁ ଭାରତରେ ‘National Forest Policy’ ପ୍ରଣୟନ କରାଯାଇଛି ?
9. ଆମ ଦେଶରେ ମୌସୁମୀ ବାୟୁର ପ୍ରଭାବରେ ପ୍ରାୟ ଶତକଡ଼ା କେତେ ଭାଗ ବୃଷ୍ଟିପାତ ହୁଏ ?
10. ଆସାମର କେଉଁଠାରେ ଗଣ୍ଡା ସଂରକ୍ଷଣ ସଂସ୍ଥା ଅଛି ?
11. କେଉଁ ମସିହାରେ ଚିପ୍‌ ଆନ୍ଦୋଳନର ସୂତ୍ରପାତ ହୋଇଥିଲା ?
12. କେରଳର କେଉଁ ଅଞ୍ଚଳରେ ଜଙ୍ଗଲ ସଂରକ୍ଷଣ
ସଚେତନତା ଦ୍ଵାରା କାର୍ଯ୍ୟକାରୀ କରାଯାଇଛି ?
13. ଗୁଜରାଟର କେଉଁଠାରେ ଚଢ଼େଇ ସଂରକ୍ଷଣ ସଂସ୍ଥା
14. ଆମ ରାଜ୍ୟର କେଉଁ ଜିଲ୍ଲାରେ ଥ‌ିବା ଭିତରକନିକା
15. ପରିବ୍ରାଜୀ ବିଦେଶୀ ପକ୍ଷୀମାନଙ୍କ ସମାଗମ ପାଇଁ କେଉଁ ଅଞ୍ଚଳ ଖୁବ୍ ପ୍ରସିଦ୍ଧି ଲାଭ କରିଛି ?

Answers:
1. 1972 3. ସୁନ୍ଦରବନ
2. 85-90
3. img
4. ଆରାବରି
5. 1991
6. 1966
7. ଆର୍ଦ୍ରତା
8. 1988
9. 85
10. କାଜିରଙ୍ଗା
11. 1970
12. ପେରିୟାର
13. ଭରତପୁର
14. କେନ୍ଦ୍ରାପଡ଼ା
15. 96.

C ଶୂନ୍ୟସ୍ଥାନ ପୂରଣ କର ।

1. ପରିବେଶ ତଥା ପ୍ରାକୃତିକ ସମ୍ପଦର ସଂରକ୍ଷଣ ପାଇଁ ………………… ନୀତିକୁ ଏକ ମାଧ୍ୟମ ଭାବରେ ପରିଗଣିତ କରାଯାଇଛି ।
2. ଆବଶ୍ୟକତାକୁ ଦୃଷ୍ଟିରେ ରଖ୍ କମ୍ ସମ୍ପଦ ବ୍ୟବହାର …………………. କରିବାକୁ କୁହାଯାଏ ।
3. ଜୈବ ଆବର୍ଜନାକୁ କମ୍ପୋଷ୍ଟ କରିବା ଏକ ………………….. ପ୍ରକ୍ରିୟା ।
4. କୌଣସି ପଦାର୍ଥକୁ ବାରମ୍ବାର ବ୍ୟବହାର କରିବା ପ୍ରକ୍ରିୟାକୁ ……………….. କୁହାଯାଏ ।
5. ଜଙ୍ଗଲ ହେଉଛି …………………. ର ଏକ ପ୍ରମୁଖ ଉତ୍ସ ।
6. ଅସୁରକ୍ଷିତ ଓ ଲୁପ୍ତପ୍ରାୟ ଅବସ୍ଥାରେ ରହି ଥିବା ଜୀବ ମାନଙ୍କ ସୁରକ୍ଷା ପାଇଁ ……………… ନାମକ ଆନ୍ତର୍ଜାତିକ ସଂସ୍ଥା ଗଠିତ ହୋଇଛି ।
7. ଯେଉଁ ଜୀବମାନେ 50 ବର୍ଷ ହେଲା ଅଦୃଶ୍ୟ ହୋଇଯାଇଛନ୍ତି ଓ ପୃଥ‌ିବୀପୃଷ୍ଠରୁ ଅପସରି ଗଲେଣି ସେମାନଙ୍କୁ ………………… କୁହାଯାଏ ।
8. ଯେଉଁ ଜୀବମାନଙ୍କ ସଂଖ୍ୟା ଅତିମାତ୍ରାରେ କମିଗଲାଣି ଓ ନିକଟ ଭବିଷ୍ୟତରେ ବିଲୁପ୍ତ ହେବାର ଆଶଙ୍କା ସୃଷ୍ଟି ହେଲାଶି ସେମାନଙ୍କୁ …………. କୁହାଯାଏ ।
୨. ସୁବର୍ଣ୍ଣ ମର୍କଟ …………………. ଜାତିର ଜୀବ ଅଟେ ।
10. ସୁବର୍ଣ୍ଣ ମର୍କଟ …………………. କେବଳ ଜାତୀୟ ଉଦ୍ୟାନରେ ଦେଖାଯାଏ ।
11. ଉତ୍ତରପ୍ରଦେଶର ……………………. ଜାତୀୟ ଉଦ୍ୟାନରେ ବ୍ୟାଘ୍ର କୁହାଯାଏ । ସଂରକ୍ଷଣ ସଂସ୍ଥା କାର୍ଯ୍ୟ କରୁଛି ।
12. ଜୈବ ଆବର୍ଜନାକୁ …………………….. ରେ ପରି ଣତ କରାଯାଇପାରିବ ।
13. ଯେଉଁ ଜୀବମାନେ ଅନ୍ୟୁନ 50 ବର୍ଷ ହେଲା ଅଦୃଶ୍ୟ ହେ।ଲଗଲେଶି ସେମାନଙ୍କୁ ……………. ଜାତି କୁହାଯାଏ ।
14. ଗ୍ରେଟ୍ ଇଣ୍ଡିଆନ୍ ବୁଷ୍ଟାର୍ଡ଼ ……………………. ଜାତିର ଅନ୍ତଭୁକ୍ତ ଅଟେ ।
15. ସୁବର୍ଣ୍ଣ ମର୍କଟ ………………….. ଜାତିର ଅନ୍ତର୍ଭୁକ୍ତ ଅଟେ ।
16. ଏକ ଶିଙ୍ଗ ବିଶିଷ୍ଟ ଗଣ୍ଡା ………………. ଜାତୀୟ ଉଦ୍ୟାନରେ ଦେଖାଯାଏ ।
17. ରେଡ ଡାଟା ବୁକ୍ …………………… ମସିହାରୁ ପ୍ରସ୍ତୁତ କରାଗଲାଣି
18. ଜାତୀୟ ଜୈବ ବିବିଧତା ଆଇନ ……………… ମସିହାରୁ ପ୍ରଣୟନ କରାଯାଇଛି ।
19. ବନ୍ୟଜୀବ ସୁରକ୍ଷା ଆଇନ ………………. ମସିହାରୁ ପ୍ରଶୟନ ହୋଇଛି ।
20. କେନ୍ଦ୍ରାପଡ଼ା ଜିଲ୍ଲାରେ ………………….. ଜାତୀୟ ଉଦ୍ୟାନ ଅବସ୍ଥିତ ।
21. ………………… ଓଡ଼ିଶାର ପ୍ରଥମ ଜାତୀୟ ଉଦ୍ୟାନ ଅଟେ ।

BSE Odisha 10th Class Life Science Important Questions Chapter 10 ପ୍ରାକୃତିକ ସମ୍ପଦର ସଂରକ୍ଷଣ

Answers:
1. 3R
2. ସମ୍ବରଣ
3. ପୁନଶ୍ଚ କ୍ରଣ
4. ପୁନର୍ବ୍ଯବହାର
6. IUCN
7. ବିଲୁପ୍ତଜାତି
8. ଲୁପ୍ତପ୍ରାୟ ଜାଳି
9. ଦୁର୍ଲଭ
10. ମାନସ
11. କର୍ନେଟ୍
12. କମ୍ପୋଷ୍ଟ
13. ବିଲୁପ୍ତ
14. ଲୁପ୍ତପ୍ରାୟ
15. ଦୁର୍ଲଭ
16. କାଜିରଙ୍ଗା
17. 1966
18. 2004
19. 1972
20. ଭିତରକନିକା
21. ଶିମିଳିପାଳ

(D) ନିମ୍ନସ୍ଥ ଉକ୍ତିଗୁଡିକରୁ କେଉଁଟି ଠିକ୍ (✓ ) ବା ଭୁଲ୍ (✗) ଦର୍ଶାଅ ।

1. ସମତଳ ଅଞ୍ଚଳ ଗୁଡ଼ିକରେ ଜଳଛାୟା ପରିଚାଳନା କରାଯାଏ ।
2. ମେଧା ପାଟେକରଙ୍କ ନେତୃଘ୍ନରେ ‘ନର୍ମଦା ବାଞ୍ଛାଅ” ଆନ୍ଦୋଳନ ଏବେ ବି ଚାଲିଛି ।
3. ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜଙ୍ଗଲ ଓଡ଼ିଶାର ପ୍ରଥମ ଜାତୀୟ ଉଦ୍ୟାନ ।
4. ଆମ ଦେଶରେ 1927 ମସିହାରେ ‘ଜାତୀୟ ଜଙ୍ଗଲ ନୀତି’ ପ୍ରଣୟନ କରାଯାଇଛି ।
5. ଉତ୍ତର ପ୍ରଦେଶର କର୍ନେଟ୍ ଜାତୀୟ ଉଦ୍ୟାନ ଗଣ୍ଡା ସଂରକ୍ଷଣ ପାଇଁ ପ୍ରସିଦ୍ଧ ।
6. ରେଡ୍ଡାଟା ବୁକ୍‌ରେ ବିପନ୍ନ ଜାତିମାନଙ୍କର ଏକ ଚିଠା ଅଛି ।
7. ବିଭିନ୍ନ ଜାତିର ପ୍ରାଣୀଙ୍କୁ ବିଲୁପ୍ତ ଜାତି, ଲୁପ୍ତପ୍ରାୟ ଜାତି, ଅସୁରକ୍ଷିତ ଜାତି, ଦୁର୍ଲଭ ଜାତି ଓ କମ୍ ଜଣାଶୁଣା ଜାତିଭାବେ IUCN ଦ୍ଵାରା ଶ୍ରେଣୀଭୁକ୍ତ କରାଯାଇଛି ।
8. ସମତଳ ଅଞ୍ଚଳରେ ବର୍ଷାଜଳ ସଂରକ୍ଷଣ ପାଇଁ ଆଡ଼ିବନ୍ଧ ବା ଅଟକବନ୍ଧ କରାଯାଇପାରିବ ।
9. ଜଳ ଛାୟା ପରିଚାଳନା ସମତଳ ଅଞ୍ଚଳରେ କରାଯାଇପାରିବ ।
10. ଆମ ରାଜ୍ୟର ହୀରାକୁଦଠାରେ ଏକ ବୃହତ୍ ନଦୀବନ୍ଧ ରହିଛି ।

Answers:
1. (✗)
2. (✓)
3. (✓)
4. (✗)
5. (✗)
6. (✓)
7. (✓)
8. (✓)
9. (✗)
10. (✓)

E ‘କ’ ସ୍ତମ୍ଭରେ ପ୍ରଥମ ଯୋଡାର ସମ୍ପର୍କକୁ ଲକ୍ଷ୍ୟକରି ‘ଖ’ ସ୍ତମ୍ଭରେ ଦ୍ଵିତୀୟଟିରେ ଶୂନ୍ୟସ୍ଥାନ ପୂରଣ କର ।

1. ‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
1970 : ଚିପ୍‌ ଆନ୍ଦୋଳନ 1983:
ପଶ୍ଚିମବଙ୍ଗ : ଆରାବରି ଜଙ୍ଗଲ କେରଳ :
ସୁନ୍ଦରବନ : ମହାବଳବାଘ କାଜିରଙ୍ଗୀ :
କର୍ପେଟ୍ : ବାଘ ଭରତପୁର :
ମୟୂରଭଞ୍ଜ : ଖଇଖାଇ କଟକ :

Answer:

ଉ ‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
1970 : ଚିପ୍‌ ଆନ୍ଦୋଳନ 1983 : ଆଖିକୋ ଆନ୍ଦୋଳନ
ପଶ୍ଚିମବଙ୍ଗ : ଆରାବରି ଜଙ୍ଗଲ କେରଳ : ପେରିୟାରଜଲ
ସୁନ୍ଦରବନ : ମହାବଳବାଘ କାଜିରଙ୍ଗୀ : ଗଣ୍ଡା
କର୍ପେଟ୍ : ବାଘ ଭରତପୁର : ଚଢ଼େଇ
ମୟୂରଭଞ୍ଜ : ଖଇଖାଇ କଟକ : ନରାଜ

 

2. ‘କ’ ସ୍ତମ୍ଭ ‘ଖ  ସ୍ତମ୍ଭ
ଆଠଗଡ଼ : ମୁଣ୍ଡୁଳି ଭୁବନେଶ୍ୱର :
ଆଠଗଡ଼ : ମୁଣ୍ଡୁଳି ବାଣପୁର :
ଡୋଡ଼ୋପକ୍ଷୀ : ବିଲୁପ୍ତ ଜାତି କମଣ୍ଡଳୁଗଛ :
ସରୀସୃପ : ଅସୁରକ୍ଷିତଜାତି ସୁବର୍ଣ୍ଣମର୍କଟ :
ଭିତରକନିକା : କେନ୍ଦ୍ରାପଡ଼ା ଶିମିଳିପାଳ :

Answer:

ଉ ‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଆଠଗଡ଼ : ମୁଣ୍ଡୁଳି ଭୁବନେଶ୍ୱର : ଡେରାସ
ଆଠଗଡ଼ : ମୁଣ୍ଡୁଳି ବାଣପୁର : ସାଳିଆ
ଡୋଡ଼ୋପକ୍ଷୀ : ବିଲୁପ୍ତ ଜାତି କମଣ୍ଡଳୁଗଛ : ଲସ୍ତପ୍ରାୟ ଜାତି
ସରୀସୃପ : ଅସୁରକ୍ଷିତଜାତି ସୁବର୍ଣ୍ଣମର୍କଟ : ଦୁର୍ଲଭ ଜାତି
ଭିତରକନିକା : କେନ୍ଦ୍ରାପଡ଼ା ଶିମିଳିପାଳ : ମୟରଭଞ୍ଜ

 

3. ‘କ’ ସ୍ତମ୍ଭ ‘ଖ  ସ୍ତମ୍ଭ
1927 : ଜଙ୍ଗଲ ଆଇନ 1988:
1972 : ବନ୍ୟଜୀବ ସୁରକ୍ଷା ଆଇନ 2004:
କେନାଲ ଓ ନଦୀବନ୍ଧ : ସାମାଜିକ ବନ ପ୍ରକଳ୍ସ ଜଙ୍ଗଲ ସମ୍ପଦର ରକ୍ଷଣାବେକ୍ଷଣ :
ପଶ୍ଚିମବଙ୍ଗ : ଆରାବରି ଜଙ୍ଗଲ କେରଳ :
ଏକ ଶିଙ୍ଗ ବିଶିଷ୍ଟ ଗଣ୍ଡା : ଲୋମଶ ହସ୍ତୀ ଲୁପ୍ତପ୍ରାୟଜାତି :

Answer:

ଉ ‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
1927 : ଜଙ୍ଗଲ ଆଇନ 1988 : ଜଙ୍ଗଲ ନୀତି
1972 : ବନ୍ୟଜୀବ ସୁରକ୍ଷା ଆଇନ 2004 : ଜୈବ ବିବିଧତା ଆଇନ
କେନାଲ ଓ ନଦୀବନ୍ଧ : ସାମାଜିକ ବନ ପ୍ରକଳ୍ସ ଜଙ୍ଗଲ ସମ୍ପଦର ରକ୍ଷଣାବେକ୍ଷଣ : ୟଗଜଚ୍ଚଲପରିଚାଳନା
ପଶ୍ଚିମବଙ୍ଗ : ଆରାବରି ଜଙ୍ଗଲ କେରଳ : ପେରିୟାର ଜଙ୍ଗଲ
ଏକ ଶିଙ୍ଗ ବିଶିଷ୍ଟ ଗଣ୍ଡା : ଲୋମଶ ହସ୍ତୀ ଲୁପ୍ତପ୍ରାୟଜାତି : ବିଲୁପ୍ତ ଜାତି

BSE Odisha 10th Class Life Science Important Questions Chapter 10 ପ୍ରାକୃତିକ ସମ୍ପଦର ସଂରକ୍ଷଣ

Multiple Choice Questions (Mcqs) With Answers

1. କେଉଁ ଜାତୀୟ ଉଦ୍ୟାନ ଆମ ରାଜ୍ୟରେ ଅବସ୍ଥିତ ?
(A) ଚିଲିକା
(B) ପେରିୟାର
(C) ଭିତର କନିକା
(D) କାଜିରଙ୍ଗା
Answer
(C) ଭିତର କନିକା

2. ଜୈବ ବିବିଧତା ଆଇନ୍ ଆମ ଦେଶରେ କେବେ ପ୍ରଣୀତ ହୋଇଥିଲା ?
(A) 1927
(B) 1988
(C) 1972
(D) 2004
Answer
(D) 2004

3. ଜୈବ ବିବିଧତା ଆଇନ୍ ଆମ ଦେଶରେ କେବେ ପ୍ରଣୀତ ଜୀବ ?
(A) ଚିତାବାଘ
(C) ଟାସ୍‌ମାନିଆନ୍ ଉଲ୍‌
(D) ଲୋମଶ ହସ୍ତୀ
(B) ଡୋଡ଼ୋ
Answer
(B) ଡୋଡ଼ୋ

4. ପରିପ୍କୋ‌ ଆନ୍ଦୋଳନ କ’ଣ ପାଇଁ ଉଦ୍ଦିଷ୍ଟ ଥିଲା ?
(A) ଜଙ୍ଗଲ ସୁରକ୍ଷା
(B) ହସ୍ତୀ ସୁରକ୍ଷା
(C) ବ୍ୟାଘ୍ର ସୁରକ୍ଷା
(D) ପକ୍ଷୀ ସୁରକ୍ଷା
Answer
(A) ଜଙ୍ଗଲ ସୁରକ୍ଷା

5. କେଉଁଟି ଅନ୍ୟମାନଙ୍କଠାରୁ ଭିନ୍ନ ?
(A) ଅଭୟାରଣ୍ୟ
(B) ଉଦ୍ଭିଦ ଉଦ୍ୟାନ
(C) ସଂରକ୍ଷିତ ଜୀବମଣ୍ଡଳ
(D) ଜାତୀୟ ଉଦ୍ୟାନ
Answer
(B) ଉଦ୍ଭିଦ ଉଦ୍ୟାନ

6. ‘ବିଶ୍ଵ ଏଡ୍‌ସ ଦିବସ’ କେବେ ପାଳନ କରାଯାଏ ?
(A) ଜୁନ୍ 22
(B) ସେପ୍ଟେମ୍ବର 8
(C) ଅକ୍ଟୋବର 29
(D) ଡିସେମ୍ବର !
Answer
(D) ଡିସେମ୍ବର !

7. ‘କଳ୍ପବୃଷ’ କ’ଣ ?
(A) ସ୍ଵେଚ୍ଛାସେବୀ ସଙ୍ଗଠନ
(B) ଇକୋସିଷ୍ଟମ୍
(C) ପରିସ୍ଥାନ
(D) ପ୍ଲବ୍ ଉଦ୍ଭଦ
Answer
(A) ସ୍ଵେଚ୍ଛାସେବୀ ସଙ୍ଗଠନ

8. ବିବିଧତା’ ଆଇନ ପ୍ରଣୟନ କରିଥିଲେ ?
(A) 1988
(B) 1972
(C) 2004
(D) 2010
Answer
(C) 2004

9. ସୁବର୍ଣ୍ଣ ମର୍କଟ କେଉଁ ଜାତିର ପ୍ରାଣୀ ?
(A) ବିଲୁପ୍ତ ଜାତି
(C) ଲୁପ୍ତପ୍ରାୟ ଜାତି
(B) ଦୁର୍ଲଭ ଜାତି
(D) ଅସୁରକ୍ଷିତ ଜାତି
Answer
(B) ଦୁର୍ଲଭ ଜାତି

10. କେଉଁଟି ଏକ ବୃହତ୍ ନଦୀବନ୍ଧ ଯୋଜନା ନୁହେଁ ?
(A) ହୀରାକୁଦ
(B) ବିଶ୍ଵେଶ୍ଵରାୟା
(C) ସର୍ଦ୍ଦାର ସରୋବର
(D) ନରାଜ
Answer
(D) ନରାଜ

BSE Odisha 10th Class Life Science Important Questions Chapter 10 ପ୍ରାକୃତିକ ସମ୍ପଦର ସଂରକ୍ଷଣ

11. କେଉଁଟି ଜୈବ ଅବନମିତକ୍ଷମ ?
(A) ପ୍ଲାଷ୍ଟିକ୍ ନିର୍ମିତ ପଦାର୍ଥ
(B) ପାରଦ
(C) କାଠ
(D) ରାସାୟନିକ ପଦାର୍ଥ
Answer
(C) କାଠ

12. 1979 ମସିହାଠାରୁ ସବୁଜ ବଳୟ ସୃଷ୍ଟିପାଇଁ କେଉଁ ସଂସ୍ଥା କାର୍ଯ୍ୟ କରୁଛି ?
(A) ବମ୍ବେ ନାଚୁରାଲ୍ ହିଷ୍ଟ୍ରି ସୋସାଇଟି
(B) କଳ୍ପବୃକ୍ଷ
(C) ବନ୍ୟଜୀବ ସମିତି
(D) ଜୈବ ବିବିଧତା ପରିଷଦ
Answer
(B) କଳ୍ପବୃକ୍ଷ

13. କେଉଁ ମସିହାରୁ ଭାରତରେ ‘National Forest Policy’ ପ୍ରଣୟନ କରାଯାଇଛି ?
(A) 1986
(B) 1988
(C) 1990
(D) 1992
Answer
(B) 1988

14. ଆମ ଦେଶରେ ମୌସୁମୀ ବାୟୁର ପ୍ରଭାବରେ ପ୍ରାୟ ଶତକଡ଼ା କେତେ ଭାଗ ବୃଷ୍ଟିପାତ ହୁଏ ?
(A) 70
(B) 80
(C) 85
(D) 90
Answer
(C) 85

15. ମୟୂରଭଞ୍ଜର କେଉଁଠାରେ ଛୋଟ ନଦୀବନ୍ଧ ଅଛି ?
(A) ଡେରାସ୍
(B) ମୁଣ୍ଡୁଳି
(C) ନରାଜ
(D) ଗଡ଼ଖାଇ
Answer
(D) ଗଡ଼ଖାଇ

16. ଆସନ୍ତା ପ୍ରାୟ କେତେ ବର୍ଷ ମଧ୍ୟରେ କୋଇଲା ସମ୍ପଦ ଶେଷ ହୋଇଯିବ ?
(A) 70
(B) 80
(C) 90
(D) 100
Answer
(D) 100

17. 1966 ମସିହାରୁ କେଉଁ ସଂସ୍ଥା ତରଫରୁ ରେଡ୍ ଡାଟା
(A) IUCN
(B) ICNU
(C) INUC
(D) CNIU
Answer
(A) IUCN

18. କେଉଁ ମସିହାଠାରୁ ଆମ ଦେଶରେ ‘Forest Act.’ IMG
(A) 1925
(B) 1926
(C) 1927
(D) 1928
Answer
(C) 1927

19. ଆସାମର କେଉଁଠାରେ ଗଣ୍ଡା ସଂରକ୍ଷଣ ସଂସ୍ଥା ଅଛି ?
(A) ସୁନ୍ଦରବନ
(B) ଭରତପୁର
(C) କର୍ନେଟ୍
(D) କାଜିରଙ୍ଗା
Answer
(D) କାଜିରଙ୍ଗା

20. କେଉଁ ମସିହାରେ ଚିପ୍‌ ଆନ୍ଦୋଳନର ସୂତ୍ରପାତ
(A) 1968
(B) 1970
(C) 1972
(D) 1974
Answer
(B) 1970

BSE Odisha 10th Class Life Science Important Questions Chapter 10 ପ୍ରାକୃତିକ ସମ୍ପଦର ସଂରକ୍ଷଣ

21. କେଉଁ ସଂସ୍ଥା ବନ୍ୟ ସମ୍ପଦ ଓ ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଏ ନାହିଁ ?
(A) NBC
(B) IBW
(C) WWF
(D) CRRI
Answer
(D) CRRI

22. କେରଳର କେଉଁ ଅଞ୍ଚଳରେ ଜଙ୍ଗଲ ସଂରକ୍ଷଣ ସଚେତନତା ଦ୍ଵାରା କରାଯାଇଛି ?
(A) ପେରିୟାର୍
(B) ଆରାବରି
(C) ରେନି
(D) ପୁରୁଲିଆ
Answer
(A) ପେରିୟାର୍

23. କେଉଁ ମସିହାରେ ଭାରତରରେ ‘National Boidervisity Act.’ ପ୍ରଣୟନ ହୋଇଛି ?
(A) 2000
(B) 2002
(C) 2004
(D) 2006
Answer
(C) 2004

24. ଗୁଜରାଟର କେଉଁଠାଣର ଚଢ଼େଇ ସଂରକ୍ଷଣ ସଂସ୍ଥା କାର୍ଯ୍ୟ କରୁଛି ?
(A) କାଜିରଙ୍ଗା
(B) ଭରତପୁର
(C) କର୍ନେଟ୍
(D) ସୁନ୍ଦରବନ
Answer
(B) ଭରତପୁର

25. 1983 ମସିହାରେ କେଉଁ ରାଜ୍ୟରେ ଆପ୍ଲିକେ ଆନ୍ଦୋଳନର ସୂତ୍ରପାତ ହେଲା ?
(A) କେରଳ
(B) ମଧ୍ୟପ୍ରଦେଶ
(C) କର୍ଣାଟକ
(D) ଉତ୍ତରପ୍ରଦେଶ
Answer
(C) କର୍ଣାଟକ

26. ଆସନ୍ତା ପ୍ରାୟ କେତେ ବର୍ଷ ମଧ୍ୟରେ ପେଟ୍ରୋଲିୟମ୍ ସମ୍ପଦ ଶେଷ ହୋଇଯିବ ?
(A) 20
(C) 40
(B) 30
(D) 50
Answer
(D) 50

27. କେଉଁ ମସିହାରେ ଆକ୍ସିକୋ ଆନ୍ଦୋଳନର ସୂତ୍ରପାତ ହୋଇଥିଲା ?
(A) 1980
(B) 1983
(C) 1984
(D) 1986
Answer
(B) 1983

28. ଆମ ରାଜ୍ୟର କେଉଁ ଜିଲ୍ଲାରେ ଥ‌ିବା ଭିତରକନିକା ପ୍ରସ୍ତାବ ରହିଛି ?
(A) ଜଗତ୍‌ସିଂହପୁର
(B) କଟକ
(C) କେନ୍ଦ୍ରାପଡ଼ା
(D) ବାଲେଶ୍ବର
Answer
(C) କେନ୍ଦ୍ରାପଡ଼ା

29. କେଉଁଟି ଓଡ଼ିଶାର ପ୍ରଥମ ଜାତୀୟ ଉଦ୍ୟାନ ଓ ଏକ ସଂରକ୍ଷିତ ଜୀବମଣ୍ଡଳ ଭାବରେ ଚିହ୍ନିତ ହୋଇଛି ?
(A) ଶିମିଳିପାଳ
(B) ଭିତରକନିକା
(C) ଚନ୍ଦକା
(D) ନଳବଣ
Answer
(A) ଶିମିଳିପାଳ

BSE Odisha 10th Class Life Science Important Questions Chapter 10 ପ୍ରାକୃତିକ ସମ୍ପଦର ସଂରକ୍ଷଣ

30. ପରିବ୍ରାଜୀ ବିଦେଶୀ ପକ୍ଷୀମାନଙ୍କ ସମାଗମ ପାଇଁ କେଉଁ ଅଞ୍ଚଳ ପ୍ରସିଦ୍ଧି ଲାଭ କରିଛି ?
(A) ଚନ୍ଦକା
(B) ନଳବଣ
(C) ଭିତରକନିକା
(D) ଶିମିଳିପାଳ
Answer
(B) ନଳବଣ

31. କେଉଁଟି ତାପଜ ବିଦ୍ୟୁତ୍ କେନ୍ଦ୍ରରେ ଇନ୍ଧନ ଭାବରେ ବ୍ୟବହୃତ ହୁଏ ?
(A) କାଠ
(B) ପେଟ୍ରୋଲ୍
(C) କୋଇଲା
(D) ଡିଜେଲ୍
Answer
(C) କୋଇଲା

32. SO, କେଉଁ ପଦାର୍ଥ ଜଳିବା ଦ୍ବାରା ସୃଷ୍ଟି ହୋଇଥାଏ ?
(A) ପେଟ୍ରୋଲିୟମ୍
(B) କାଠ
(C) ଘିଅ
(D) ପତ୍ର
Answer
(A) ପେଟ୍ରୋଲିୟମ୍

33. କେଉଁଟି ଏକ ଜୀବାଶ୍ମ ଇନ୍ଧନ ଅଟେ ?
(A) କାଠ,
(B) ଘିଅ
(C) କୋଇଲା
(D) ପତ୍ର
Answer
(C) କୋଇଲା

38. ରେଡ୍‌ଡାଟା ବୁକ୍‌ରେ କ’ଣ ଅଛି ?
(A) ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ଆଇନ୍ ବ୍ୟବସ୍ଥା
(B) ବନ୍ୟପ୍ରାଣୀ ସଂରକ୍ଷଣର ଉପାୟ
(C) ଜୈବବିବିଧତା ଆଇନ୍
(D) ବିପନ୍ନଜାତିମାନଙ୍କର ଏକ ଚିଠା
Answer
(D) ବିପନ୍ନଜାତିମାନଙ୍କର ଏକ ଚିଠା

BSE Odisha 10th Class Life Science Important Questions Chapter 10 ପ୍ରାକୃତିକ ସମ୍ପଦର ସଂରକ୍ଷଣ 1

1. ପ୍ରାକୃତିକ ସମ୍ପଦର ସୁପରିଚାଳନା ଓ ସଂରକ୍ଷଣ କିପରି କରାଯାଇ ପାରିବ, ସେ ସମ୍ବନ୍ଧରେ 3R ନୀତି ଆଲୋଚନା କର ।
ଊ-
(i) ପ୍ରତ୍ୟକ୍ଷ ତଥା ପରୋକ୍ଷ ଏବଂ ସ୍ୱତଃସ୍ଫୁ ର୍ର ଯୋଗଦାନଦ୍ୱାରା ଆମେ ପରିବେଶର ସୁରକ୍ଷା କରିବା ସହ ପ୍ରାକୃତିକ ସମ୍ପଦର ସୁପରିଚାଳନା ଓ ସଂରକ୍ଷଣ ମଧ୍ୟ କରିପାରିବା ।।
(ii) ପରିବେଶ ତଥା ପ୍ରାକୃତିକ ସମ୍ପଦର ସଂରକ୍ଷଣ ପାଇଁ ତିନି ‘R’ ନୀତିକୁ ଏକ ମାଧ୍ୟମ ଭାବରେ ପରିଗଣିତ କରାଯାଇଛି ।
(iii) ଏଗୁଡ଼ିକ ହେଲା- ସମ୍ବରଣ (Reduce), ପୁନଶ୍ଚ କ୍ରଣ (Recycle) ଓ ପୁନବ୍ୟବହାର (Reuse) ।

(A) ସମ୍ବରଣ :
(iv) ସମ୍ବରଣ ଅର୍ଥ ଆବଶ୍ୟକତାକୁ ଦୃଷ୍ଟିରେ ରଖ୍ କମ୍ ସମ୍ପଦ ବ୍ୟବହାର କରିବା ।
(v) ଅନେକ ସମୟରେ ଆମେ ଆବଶ୍ୟକଠାରୁ ଅଧିକ ସମ୍ପଦ ବ୍ୟବହାର କରିଥାଉ ଓ ନଷ୍ଟ ମଧ୍ୟ କରିଥାଉ ।
(vi) ଆମେ ସଚେତନ ହେଲେ ଏହି ଅପଚୟକୁ ରୋକି ହେବ ।

(B) ପୁନଶ୍ଚ କ୍ରଣ :
(vii) ପୁନଶ୍ଚ କ୍ରଣ ଦ୍ଵାରା ଆମେ କିଛି ମାତ୍ରାରେ ବର୍ଜ୍ୟବସ୍ତୁକୁ କଞ୍ଚାମାଲ ଭାବରେ ବ୍ୟବହାର
(viii) ପୁନଶ୍ଚକ୍ରଣ ଦ୍ୱାରା କଳକାରଖାନାର କଞ୍ଚାମାଲର ଆବଶ୍ୟକତା କିଛିମାତ୍ରାରେ ମେଣ୍ଟାଯାଇପାରିବ ।
(ix) ସେହିପରି ଜୈବ ଆବର୍ଜନାକୁ ଆମେ କମ୍ପୋଷ୍ଟରେ ପରିଣତ କରି ବଗିଚାରେ ବା ଚାଷ ଜମିରେ ବ୍ୟବହାର କରିପାରିବା ।

BSE Odisha 10th Class Life Science Important Questions Chapter 10 ପ୍ରାକୃତିକ ସମ୍ପଦର ସଂରକ୍ଷଣ

(C) ପୁନର୍ବ୍ଯବହାର :
(x) କୌଣସି ପଦାର୍ଥକୁ ବାରମ୍ବାର ବ୍ୟବହାର କରିବା ସବୁଠାରୁ ଉନ୍ନତ ଓ ପରିବେଶ ଅନୁକୂଳ ପଦ୍ଧତି । ବ୍ୟବହାରଯୋଗ୍ୟ ପଦାର୍ଥ ଗୁଡ଼ିକୁ ଥରେ ବ୍ୟବହାର କରିବା ପରେ ବର୍ଜନ ନକରି ବାରମ୍ବାର ବ୍ୟବହାର କଲେ ସେହି ପଦାର୍ଥର ଠିକ୍
ହୋଇଥାଏ ।

BSE Odisha 10th Class Life Science Important Questions Chapter 10 ପ୍ରାକୃତିକ ସମ୍ପଦର ସଂରକ୍ଷଣ 2

1. ସମତଳ ଆଳରେ ଛଳ ସଂରକ୍ଷଣ କିପରି କରାଯାଇପାରିବ ?
ଊ-
ସମତଳ ଅଞ୍ଚଳରେ ବର୍ଷାଜଳ ସଂରକ୍ଷଣ ପାଇଁ ନୂତନ ଜ୍ଞାନକୌଶଳ ପ୍ରୟୋଗ କରାଯାଉଛି ।

  • ମାଟି କିମ୍ବା କଂକ୍ରିଟ୍ ସାହାଯ୍ୟରେ ଛୋଟ ଛୋଟ ଅଟଳବନ୍ଧ ବା ଆଡ଼ିବନ୍ଧ କରାଯାଇ ବର୍ଷାଜଳକୁ ରଖାଯିବାଦ୍ୱାରା ଏହି ଜଳ ତଳକୁ ଗତିକରି ଭୂତଳ ଜଳସ୍ତରରେ ବୃଦ୍ଧି ଘଟିଥାଏ ।
  • ଖାଲୁଆ ଅଞ୍ଚଳରେ ଏହି ଜଳ ଭୂପୃଷ୍ଠ ଜଳ ଅଟଳବନ୍ଧ ବା ଆଡ଼ିବନ୍ଧ କରାଯାଇ ବର୍ଷାଜଳକୁ ରହୁଥ‌ିବା ସ୍ଥାନରେ ଖରାଦିନେ ଚାଷକାର୍ଯ୍ୟ ଜଳସ୍ତରରେ ବୃଦ୍ଧି ଘଟିଥାଏ ।
  • ଛାତ ଉପରେ ପଡୁଥ‌ିବା ବର୍ଷାଜଳକୁ ବାଲିଶଯ୍ୟା ଥ‌ିବା କମ୍ ଗଭୀର ଗର୍ଭକୁ ଛାଡ଼ିଦେଲେ ଏହି ଜଳ ଭୂତଳ ଜଳସ୍ତର ସହିତ ମିଶିଥାଏ । ଏହା ବ୍ୟତୀତ ଟାଙ୍କି ସାହାଯ୍ୟରେ ମଧ୍ୟ ବର୍ଷାଜଳକୁ ସିଧାସଳଖ ସଂରକ୍ଷଣ କରି ବ୍ୟବହାର କରାଯାଇଥାଏ ।

2. ନିରନ୍ତର ଜଙ୍ଗଲ ସମ୍ପଦ ପରିଚାଳନା ପାଇଁ ଗ୍ରହଣ କରାଯାଇଥ‌ିବା ଆବଶ୍ୟକ ପଦକ୍ଷେପଗୁଡ଼ିକ ଲେଖ ।
ଊ-

  • ସାମାଜିକ ବନପ୍ରକଳ୍ପ ଦ୍ବାରା ବୃକ୍ଷରୋପଣ ଓ ଅଣଜଙ୍ଗଲ ଜମିରେ ଜଙ୍ଗଲ ସୃଷ୍ଟିକରିବା ପାଇଁ ଫଳରେ ସ୍କୁଲ, କଲେଜ, ସରକାରୀ ଅନୁଷ୍ଠାନ, ଫଳରେ ସ୍କୁଲ, କଲେଜ, ସରକାରୀ ଅନୁଷ୍ଠାନ, ରାସ୍ତାକଡ଼ ଇତ୍ୟାଦି ରେ ବୃକ୍ଷରୋପଣ କରାଯାଉଛି ।
  • ଯୁଗ୍ମ ଜଙ୍ଗଲ ପରିଚାଳନା ହାତକୁ ନିଆଯାଇ ଜଙ୍ଗଲ ସମ୍ପଦର ରକ୍ଷଣାବେକ୍ଷଣ ପାଇଁ ସ୍ଥାନୀୟ ଲୋକ ଓ ପ୍ରତ୍ୟକ୍ଷ ଅଂଶୀଦାରମାନଙ୍କୁ ନେଇ ବୃକ୍ଷରୋପଣ, ଜଙ୍ଗଲ ସମ୍ପଦ ସଂଗ୍ରହ ଓ ଶୁଳ୍କ ଆଦାୟ ଇତ୍ୟାଦି କ୍ଷେତ୍ରରେ ସିଧାସଳଖ ଜଡ଼ିତ କରାଯାଇପାରୁଛି ।
  • ଆଦିବାସୀ ଓ ଜଙ୍ଗଲତଳି ଅଞ୍ଚଳରେ ବସବାସ କରୁ ଥ‌ିବା ଲୋକଙ୍କୁ ଜଙ୍ଗଲ ସୁରକ୍ଷା କାର୍ଯ୍ୟକ୍ରମରେ ସାମିଲ କରି ଓ ଜଙ୍ଗଲ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରି ଜଙ୍ଗଲ ସମ୍ପଦର ହାତକୁ ନିଆଯାଇଛି – ଯୁଗ୍ମ ଜଙ୍ଗଲ ପରିଚାଳନା ଓ ସାମାଜିକ ପ୍ରକଳ୍ପ ।

3. ଜଙ୍ଗଲ ସମ୍ପଦର ସୁରାରେ ବନବାସୀମାନଙ୍କର ଭୂମିକା ଆଲୋଚନା କର ।
ଊ-

  • ଜଙ୍ଗଲ ସୁରକ୍ଷା ପାଇଁ ବନବାସୀମାନଙ୍କଦ୍ୱାରା ଗତାନୁ ଗତିକ ଭାବେ ଜଙ୍ଗଲ ସମ୍ପଦର ବ୍ୟବହାରକୁ ସୀମିତ ରଖୁବାକୁ ଚେଷ୍ଟା କରାଯାଉଛି ।
  • ଜଙ୍ଗଲ ଅଧିବାସୀମାନଙ୍କର ଅର୍ଥନୈତିକ ସାମାଜିକ ଓ ଦୈନନ୍ଦିନ ଜୀବନ ଜଙ୍ଗଲ ଦ୍ବାରା ପ୍ରଭାବିତ ହେଉଥିବାରୁ ସେମାନଙ୍କୁ ବିକଳ୍ପ ଆୟର ପନ୍ଥା ନ ଯୋଗାଇ ଜଙ୍ଗଲରେ ସେମାନଙ୍କର ପ୍ରବେଶ ଓ ଜଙ୍ଗଲଜାତ ପଦାର୍ଥର ସଂଗ୍ରହ ବନ୍ଦ କରିଦେଲେ ବହୁ ଅସୁବିଧା ହେବ ।
  • ତେଣୁ ଜଙ୍ଗଲ ବିଭାଗ ବନବାସୀମାନଙ୍କୁ ଜଙ୍ଗଲ ସମ୍ପଦ ଭାଗୀଦାର ଭାବେ ବିବେଚନା କରି ଦୀର୍ଘମିଆଦୀ ସୂତ୍ରରେ ଜଙ୍ଗଲ ସମ୍ପଦର ସୁରକ୍ଷା କରାଯାଇପାରିବ ।

4. ବୃହତ୍ ନଦୀବନ୍ଧ ଯୋଜନାରେ କି କି ଅସୁବିଧା ରହିଛି ?
ଊ-

  • ବଣ୍ଟନ ସମୟରେ କେନାଲ୍ ବନ୍ଧରେ ଅନେକ ସମୟରେ ଘାଇ ସୃଷ୍ଟିହୋଇ ବହୁପରିମାଣର ଜଳ ନଷ୍ଟହୋଇ ସେହି ଅଞ୍ଚଳରେ ବନ୍ୟାସ୍ଥିତି ସୃଷ୍ଟି କରୁଛି ।
  • ସେହିପରି କେତେକ କେନାଲ୍‌ରେ ଆବଶ୍ୟକ ପରି ମାଣର ଜଳ ପ୍ରବାହ ହେଉନଥ‌ିବାରୁ ଲୋକମାନେ କେନାଲ ବନ୍ଧଗୁଡ଼ିକୁ କାଟିଦେଇ ଜଳଭଣ୍ଡାର ସୃଷ୍ଟି ହେବାଦ୍ୱାରା ଯେଉଁସବୁ ଗାଁ ଓ ଜମି ଜଳାଏଁ ବ ହେଉଛି ସେଠାକାର ଲୋକମାନଙ୍କୁ ସେହିସ୍ଥାନ ଛାଡ଼ି ଅନ୍ୟସ୍ଥାନକୁ ଯିବାକୁ ପଡ଼ୁଛି ।
  • ଫଳରେ ବିସ୍ଥାପିତ ଲୋକମାନେ ସେମାନଙ୍କର ଘରଦ୍ୱାର, ଜମିବାଡ଼ି ଓ ବେପାରବଣିଜ ସବୁ ହରାଇ ନିଃସ୍ବ ହୋଇଯାଉଛନ୍ତି । ସେମାନଙ୍କୁ ଉଚିତ କ୍ଷତିପୂରଣ ଓ ଚାକିରି ନ ମିଳିବାଦ୍ଵାରା ପ୍ରୀତିକର ସାମାଜିକ ତଥା ଅର୍ଥନୈକ ପରିସ୍ଥିତି ସୃଷ୍ଟି ହେଉଛି ।

BSE Odisha 10th Class Life Science Important Questions Chapter 10 ପ୍ରାକୃତିକ ସମ୍ପଦର ସଂରକ୍ଷଣ 3

1. 5R କହିଲେ କ’ଣ ବୁଝ ? ଏଗୁଡ଼ିକ ଲେଖ ।
ଊ-

  • ପରିବେଶ ତଥା ପ୍ରାକୃତିକ ସଂପଦର ସଂରକ୍ଷଣ ପାଇଁ 3R ନୀତି ଏକ ମାଧ୍ୟମ ଅଟେ ।
  • ଏହି 5R ନୀତିଗୁଡ଼ିକ ହେଉଛି – ସମ୍ବରଣ (Reduce) ପୁନଶ୍ଚ କ୍ରଣ (Recycle) ଓ ପୁନର୍ବ୍ଯବହାର (Reuse)

2. କେନାଲ ଦ୍ଵାରା ଜଳସମ୍ପଦର ବିକାଶ କିପରି କରାଯାଇଛି ?
ଊ-

  • କେନାଲ ନିର୍ମାଣ ଦ୍ଵାରା ଅନେକ ଅଞ୍ଚଳରେ ଜଳସେଚନ ଓ ପାନୀୟ ଜଳ ଉପଲବ୍ଧ ହେଉଛି ।
  • ମେରୁ ଅଞ୍ଚଳକୁ ଜଳ ଯୋଗାଇବା ସମ୍ଭବ ତଥ ଜଳାଭାବଗ୍ରସ୍ତ ସ୍ଥାନକୁ ସୋଗାଇ ହେଉଛି ।

ଉଦାହରଣ : ଇନ୍ଦି ରାଗାନ୍ଧି କେନାଲ୍ ମେରୁଅଞ୍ଚଳକୁ ଜଳ ଯେ।ଗାଇବା ସମ୍ଭବ ମେରୁ ଅଞ୍ଚଳକୁ ଜଳ ଯୋଗାଇବା ସମ୍ଭବ ହେଉଛି ।

3. ନଦୀବନ୍ଧ ଯୋଜନାର ଦୁଇଟି ମୁଖ୍ୟ ଅସୁବିଧା ଲେଖ ।
ଊ-

  • ବୃହତ୍ ଜଳଭଣ୍ଡାର ଅଞ୍ଚଳରେ ଜଙ୍ଗଲ ଜମି ଜଳାର୍ଣ୍ଣବ ହୋଇ ଜଙ୍ଗଲ କ୍ଷୟ ଘଟୁଛି ।
  • ପରିବେଶ କ୍ଷତି ଘଟିବାସହ ପରିସ୍ଥାନ ନଷ୍ଟହୋଇ ଜୈବ ବିବିଧତାର ଅପୂରଣୀୟ କ୍ଷତି ଘଟୁଛି ।

4. ଆଖିକୋ ଆନ୍ଦୋଳନ କ’ଣ ?
ଉ-

  • ଆଖିକୋର ଅର୍ଥ ମଧ୍ଯ କୁଣ୍ଢେଇ ଧରିବା । ଏହି ଆନ୍ଦୋଳନ 1983 ମସିହାରେ କର୍ଣ୍ଣାଟକରେ ସୂତ୍ରପାତ ହୋଇଥିଲା ।
  • ଏହି ଆନ୍ଦୋଳନ କ୍ରମଶଃ ଦେଶର ବିଭିନ୍ନ ଅଞ୍ଚଳକୁ ବ୍ୟାପିଲା ଓ ଲା କମା ନେ ସେମାନଙ୍କର ଅଞ୍ଚଳର ଜଙ୍ଗଳ ସୂଚ ନିମନ୍ତେ ଆଗରଙ୍କ ହେଲେ ।

BSE Odisha 10th Class Life Science Important Questions Chapter 10 ପ୍ରାକୃତିକ ସମ୍ପଦର ସଂରକ୍ଷଣ

5. ଭୂତଳ ଜଳସ୍ତର କମିବାର କାରଣ କ’ଣ ?
ଉ-

  • ଆମ ଦେଶରେ ଜନସଂଖ୍ୟା ବୃଦ୍ଧି ଯୋଗୁଁ କୃଷି ଓ ଶିଳ୍ପର ଅଭିବୃଦ୍ଧିର ଆବଶ୍ୟକତା ଉପଲବ୍ଧ ହେଉଅଛି । ଏଥ‌ିପାଇଁ ଅଧ‌ିରୁ ଅଧ୍ଵ ଜଳ ବ୍ୟବହାର ସଙ୍ଗେ ସଙ୍ଗେ ନଳକୂପ ଓ ଉଠା ଜଳସେଚନ ଦ୍ବାରା ଭୂତଳ ଜଳର ଅତ୍ୟଧୂଳ ବ୍ୟବହାର ହେଉଛି ।
  • ପାହାଡ଼ ଓ ପର୍ବତମାନଙ୍କରୁ ଜଙ୍ଗଲ ସଫା ହୋଇଯିବା ଦ୍ଵାରା ଭୂତଳକୁ ଜଳର ଗତି କମିଯିବାରେ ଲାଗିଛି ଓ ଭୂତଳ ଜଳର ପରିମାଣ ଦିନକୁ ଦିନ କମିବାରେ ଲାଗିଛି ।

6. ଭୂତଳ ଜଳସ୍ତରକୁ ସମୃଦ୍ଧ କରିବାପାଇଁ ଦୁଇଟି ଉପାୟ ସମ୍ବନ୍ଧରେ ଲେଖ ।
ଉ-

  • ପାହାଡ଼ର ଗଡ଼ାଣିଆ ଅଞ୍ଚଳରେ ଜଙ୍ଗଲ ସୃଷ୍ଟି କରି, ପଥର ଅଟକ ବନ୍ଧଦେଇ ଜଳପ୍ରବାହର କ୍ଷିପ୍ରଗତିକୁ କମାଇବା ଓ ଜଳର ଭୂତଳକୁ ପ୍ରବେଶର ମାତ୍ରା ବୃଦ୍ଧି କରିବା ଦ୍ବାରା ବର୍ଷାଜଳ ଭୂତଳ ଜଳଭାବେ ସଂରକ୍ଷିତ ହୋଇଥାଏ । ଏହି ପ୍ରକ୍ରିୟାକୁ ଜଳଛାୟା ପରିଚାଳନ କୁହାଯାଏ ।
  • ପାହାଡ଼ର ଶିଖରରୁ ପାଦଦେଶ ପର୍ଯ୍ୟନ୍ତ ସ୍ଥାନେ ସ୍ଥାନେ ଛୋଟ ଛୋଟ ପଥର ବନ୍ଧ ନିର୍ମାଣକରି ବର୍ଷାଜଳ ଆସ୍ତେ ଆସ୍ତେ ପାହାଡ଼ ତଳକୁ ଗତିକରିବ ଓ ତଳେ ପହଞ୍ଝାପାଇଁ ଜଳକୁ ଅଧିକ ସମୟ ଲାଗିବ । ଫଳରେ ପର୍ଯ୍ୟାପ୍ତ ପରିମାଣ ବୃଦ୍ଧି ଘଟିବ ।

7. ଜଳଛାୟା ପରିଚାଳନା କ’ଣ ?
ଭ-
ପାହାଡ଼ର ଗଡ଼ାଣିଆ ଅଞ୍ଚଳରେ ଜଙ୍ଗଲ ସୃଷ୍ଟିକରି, ପଥର ଅଟକ ବନ୍ଧଦେଇ ଜଳପ୍ରବାହର କ୍ଷିପ୍ରତାକୁ କମାଇବା ଓ ଜଳର ଭୂତଳକୁ ପ୍ରବେଶର ମାତ୍ରା ବୃଦ୍ଧି କରିବାଦ୍ୱାରା ବର୍ଷାଜଳ ଭୂତଳ ଜଳ ଭାବରେ ସଂରକ୍ଷିତ ହୋଇପାରିବ । ଏହି ପରିଚାଳନା ପାଇଁ ନିମ୍ନୋକ୍ତ ପଦକ୍ଷେପ ନିଆଯାଏ ।

8. କ୍ଷୁଦ୍ର ନଦୀବନ୍ଧ ଯୋଜନା କିପରି ଉପଯୋଗୀ ହୋଇଥାଏ ଉଦାହରଣ ସହ ଲେଖ ।
ଭ-

  • ବୃହତ୍ ନଦୀବନ୍ଧ ପରିବର୍ତ୍ତେ ଜଳସଞ୍ଚୟପାଇଁ ଆମକୁ ବିକଳ୍ପ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଦରକାର ।
  • ଛୋଟ ଛୋଟ ନଦୀବନ୍ଧ ଜରିଆରେ ଅନେକ ସ୍ଥାନରେ ଜଳସଞ୍ଚୟ ହୋଇପାରିଲେ ଏହା ସବୁ ସ୍ଥାନ କୁ ସମପରି ମାଣରେ ଉପଲବ୍‌ଧ ହୋଇପାରିବ ଓ ବଣ୍ଟନ ଜନିତ କ୍ଷୟ ତଥା ଅସୁବିଧା ଦୂର ହୋଇପାରିବ ।
  • ଆମ ରାଜ୍ୟରେ ଏହିପରି ଅନେକ ଛୋଟ ଛୋଟ ନଦୀବନ୍ଧ, ଯଥା- ଖଇଖାଇ (ମୟୁରଭଞ୍ଜ, ନରାଜ (କଟକ), ମୁଣ୍ଡୁଳି (ଆଠଗଡ଼) ଡେରାସ (ଭୁବନେଶ୍ଵର) ଓ ସାଳିଆ (ବାଣପୁର) ଆଦି ଜଳଯୋଗାଣ କରାଯାଇପାରୁଛି ।

9. ସମତଳ ଅଞ୍ଚଳରେ ଜଳ ସଂରକ୍ଷଣ କିପରି କରାଯାଏ ?
ଭ-

  • ନୂତନ ଜ୍ଞାନକୌଶଳର ପ୍ରୟୋଗ କରାଯାଉଛି ।
  • ମାଟି କିମ୍ବା` କଂକ୍ରିଟ୍ ସାହାଯ୍ୟରେ ଛୋଟ ଛୋଟ ଅଟକବନ୍ଧ ବା ଆଡ଼ିବନ୍ଧ କରାଯାଇ ବର୍ଷାଜଳକୁ ରଖାଯିବାଦ୍ୱାରା ଏହି ଜଳ ତଳକୁ ଗତି କରି ଭୂତଳ ଜଳ ସ୍ତରର ବୃଦ୍ଧି ଘଟାଇ ପାରୁଛି ।

BSE Odisha 6th Class Maths Solutions Chapter 10 ବୀଜଗଣିତ ସହିତ ପରିଚିତ Ex 10.5

Odisha State Board BSE Odisha 6th Class Maths Solutions Chapter 10 ବୀଜଗଣିତ ସହିତ ପରିଚିତ Ex 10.5 Textbook Exercise Questions and Answers.

BSE Odisha Class 6 Maths Solutions Chapter 10 ବୀଜଗଣିତ ସହିତ ପରିଚିତ Ex 10.5

Question 1.
କେଉଁ ଉକ୍ତିଟି ଠିକ୍ ଓ କେଉଁଟି ଭୁଲ୍ ବନ୍ଧନୀ ମଧ୍ୟରେ ଲେଖ ।
(କ) a × b + c ରେ
a × b ଗୋଟିଏ ପଦ 
ସମାଧାନ:
ଠିକ୍

b ଗୋଟିଏ ପଦ
ସମାଧାନ:
ଭୁଲ୍

c ଗୋଟିଏ ପଦ
ସମାଧାନ:
ଠିକ୍

a × b + c ଗୋଟିଏ ପଦ
ସମାଧାନ:
ଭୁଲ୍

(ଖ) a ÷ b – p ରେ
a ÷ b ଗୋଟିଏ ପଦ
ସମାଧାନ:
ଠିକ୍

b – p ଗୋଟିଏ ପଦ
ସମାଧାନ:
ଭୁଲ୍

a ଗୋଟିଏ ପଦ ଓ – p ଅନ୍ୟ ପଦ
ସମାଧାନ:
ଭୁଲ୍

a ÷ b ଗୋଟିଏ ପଦ ଓ – p ଅନ୍ୟ ପଦ
ସମାଧାନ:
ଠିକ୍

a ÷ b ପ୍ରଥମ ପଦ ଓ p ଦ୍ୱିତୀୟ ପଦ
ସମାଧାନ:
ଭୁଲ୍

BSE Odisha 6th Class Maths Solutions Chapter 10 ବୀଜଗଣିତ ସହିତ ପରିଚିତ Ex 10.5

Question 2.
ପ୍ରତ୍ୟେକ ରାଶିର ପଦଗୁଡ଼ିକୁ ପୃଥକ୍ କରି ଲେଖ ।
(କ) p + q
ସମାଧାନ:
p, q

(ଖ) p + q ÷ r
ସମାଧାନ:
p, q ÷ r

(ଗ) -p + r
ସମାଧାନ:
-p, r

(ଘ) a ÷ x × b – c × d ÷ y
ସମାଧାନ:
a ÷ x × b, – c × d ÷ y

(ଙ) p × b + c
ସମାଧାନ:
p × b, c

(ଚ) a2b + 2xy – bc2
ସମାଧାନ:
a2b, 2xy, -bc2

BSE Odisha 6th Class Maths Solutions Chapter 10 ବୀଜଗଣିତ ସହିତ ପରିଚିତ Ex 10.4

Odisha State Board BSE Odisha 6th Class Maths Solutions Chapter 10 ବୀଜଗଣିତ ସହିତ ପରିଚିତ Ex 10.4 Textbook Exercise Questions and Answers.

BSE Odisha Class 6 Maths Solutions Chapter 10 ବୀଜଗଣିତ ସହିତ ପରିଚିତ Ex 10.4

Question 1.
ଶୂନ୍ୟ ସ୍ଥାନ ପୂରଣ କର ।
(କ) x4 ରେ ଆଧାର ______ ଓ ଘାତାଙ୍କ ______ ।
ସମାଧାନ:
x, 4

(ଖ) 3y10 ରେ ଆଧାର ______ ଓ ଘାତାଙ୍କ ______ ।
ସମାଧାନ:
y, 10

(ଗ) mn ରେ ଆଧାର ______ ଓ ଘାତାଙ୍କ ______ ।
ସମାଧାନ:
m, n

(ଘ) \(\frac{2}{5}\)p4q3 ରେ ଆଧାର ______ ଓ ଘାତାଙ୍କ ______ ଏବଂ ଆଧାର ______ ର ଘାତାଙ୍କ ______ ।
ସମାଧାନ:
p, 4, q, 3

BSE Odisha 6th Class Maths Solutions Chapter 10 ବୀଜଗଣିତ ସହିତ ପରିଚିତ Ex 10.4

Question 2.
ମୌଳିକ ଉତ୍ପାଦକମାନଙ୍କ ଗୁଣଫଳ ରୂପେ ପ୍ରକାଶ କର ।
(କ) 8a3
ସମାଧାନ:
2 × 2 × 2 × a × a × a

(ଖ) a5x3
ସମାଧାନ:
a × a × a × a × a × x × x × x

(ଗ) 9xy3
ସମାଧାନ:
3 × 3 × x × y × y × y

(ଘ) 25a2x4y2
ସମାଧାନ:
5 × 5 × a × a × x × x × x × x × y × y

Question 3.
ଘାତାନ୍ତ୍ରିତ ରାଶିରେ ପ୍ରକାଶ କର ।
(କ) x × x × x × x
ସମାଧାନ:
x4

(ଖ) a × a × × a × b × b × b
ସମାଧାନ:
a3 × b3

(ଗ) p × p × p × ……… 10 ଥର
ସମାଧାନ:
p10

(ଘ) 20 × (m × m × ……… 7 ଥର) × (n × n × ……… 25 ଥର) 
ସମାଧାନ:
20 m7n25

(ଙ) 32 × (x × x × ……… 5 ଥର) × (y × y × ……… 8 ଥର) × z
ସମାଧାନ:
32x5y8z

BSE Odisha 6th Class Maths Solutions Chapter 10 ବୀଜଗଣିତ ସହିତ ପରିଚିତ Ex 10.4

Question 4.
4a3 ଓ 3a4 ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
ସମାଧାନ:
4a = 4 × a ର ତୃତୀୟ ଘାତ ଅର୍ଥାତ୍ a ର ତୃତୀୟ ଘାତର 4 ଗୁଣ ।
ଏବଂ 3at = 3 × a ର 4ର୍ଥ ଘାତ ଅର୍ଥାତ୍ a ର ଚତୁର୍ଥ ଘାତର 3 ଗୁଣ ।

Question 5.
ବର୍ତ୍ତମାନ ଏକ ପ୍ରକାର କୀଟଙ୍କ ସଂଖ୍ୟା x । ସପ୍ତାହକ ପରେ ସେମାନଙ୍କ ସଂଖ୍ୟା y ଗୁଣ ହୋଇଯାଏ । ସେହି ହାରରେ ସେମାନଙ୍କ ସଂଖ୍ୟା ବୃଦ୍ଧିପାଇଲେ, ତିନି ସପ୍ତାହ ଶେଷ ବେଳକୁ କୀଟଙ୍କ ସଂଖ୍ୟା କେତେ ହେବ ?
ସମାଧାନ:
ବର୍ତ୍ତମାନ କୀଟଙ୍କ ସଂଖ୍ୟା = x 
ପ୍ରଥମ ସପ୍ତାହ ଶେଷରେ କୀଟଙ୍କ ସଂଖ୍ୟା ହେବ = x × y
ଦ୍ବିତୀୟ ସପ୍ତାହ ଶେଷରେ କୀଟଙ୍କ ସଂଖ୍ୟା ହେବ = x × y × y
ତୃତୀୟ ସପ୍ତାହ ଶେଷରେ କୀଟଙ୍କ ସଂଖ୍ୟା ହେବ = x × y × y × y = xy3
∴ ତିନି ସପ୍ତାହ ଶେଷବେଳକୁ କୀଟଙ୍କ ସଂଖ୍ୟା xy3 ହେବ ।