BSE Odisha 9th Class Odia Solutions Chapter 5 ଗୋପ ପ୍ରୟାଣ

Odisha State Board BSE Odisha 9th Class Odia Solutions Chapter 5 ଗୋପ ପ୍ରୟାଣ Textbook Exercise Questions and Answers.

BSE Odisha Class 9 Odia Solutions Chapter 5 ଗୋପ ପ୍ରୟାଣ

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର
ସଂକ୍ଷିପ୍ତ ଉତ୍ତରମୂ ଳକ ପ୍ରଶ୍ନୋତ୍ତର

Question ୧।
ଗୋପବନ୍ଧୁଙ୍କ ଉଦ୍ଦେଶ୍ୟରେ କବିତାରେ ବ୍ୟବହୃତ ଶବ୍ଦଗୁଡ଼ିକ ଲେଖ ।
Answer:
ମହାବୀର, ଓଡ଼ିଆ ଜାତି ମଥାମଣି, ମହାଜନ, ଦରିଦ୍ର-ନାରାୟଣ, ପୂଜ୍ୟଜନ, କର୍ମବୀର ।

Question ୨।
‘ଖୋଳତାଳ’ ଏହି ଶବ୍ଦର ନିମ୍ନରେ ଚାରୋଟି ଅର୍ଥ ଲେଖାଯାଇଛି । ତନ୍ମଧ୍ୟରୁ ଠିକ୍ ଅର୍ଥଟି ବାଛି ଲେଖ ।
(କ) ଏକ ପ୍ରକାର ଯନ୍ତ୍ର
(ଖ) ତାଳ ଦେଇ ଖୋଳିବା
(ଗ) ତାଳର ଖୋଳ କରିବା
(ଘ) ବାଦ୍ୟଯନ୍ତ୍ର
Answer:
(ଘ) ବାଦ୍ୟଯନ୍ତ୍ର ।

Question ୩।
କବିତାଟିର ଅନୁସରଣରେ ନିମ୍ନରେ ଦିଆଯାଇଥ‌ିବା ବାକ୍ୟଗୁଡ଼ିକ ମଧ୍ୟରୁ ଗୋପବନ୍ଧୁଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ବାକ୍ୟଗୁଡ଼ିକୁ ବାଛ ।
(କ) ଗୋପବନ୍ଧୁଙ୍କ ମୃତ୍ୟୁରେ ଓଡ଼ିଆ ଜାତି ଭାଙ୍ଗିପଡ଼ିଲା ।
(ଖ) ଗୋପବନ୍ଧୁଙ୍କ ମୃତ୍ୟୁରେ ଓଡ଼ିଶାର ସବୁ ବିଜୁଳିବତି ଲିଭିଗଲା ।
(ଗ) ଗୋପବନ୍ଧୁ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସମସ୍ତଙ୍କର ପ୍ରିୟ ଥିଲେ ।
(ଘ) ଗୋପବନ୍ଧୁ ଦରିଦ୍ର, ପୀଡ଼ିତମାନଙ୍କର ସେବା କରୁଥିଲେ ।
(ଡି) ଗୋପବନ୍ଧୁଙ୍କ ମୃତ୍ୟୁରେ ବ୍ରାହ୍ମଣମାନେ ବିଜୟ ମନ୍ତ୍ର ଗାନ କରିବାପାଇଁ କୁହାଯାଇଛି ।
Answer:
(କ) ଗୋପବନ୍ଧୁଙ୍କ ମୃତ୍ୟୁରେ ଓଡ଼ିଆ ଜାତି ଭାଙ୍ଗିପଡ଼ିଲା ।
(ଗ) ଗୋପବନ୍ଧୁ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସମସ୍ତଙ୍କର ପ୍ରିୟ ଥିଲେ ।
(ଘ) ଗୋପବନ୍ଧୁ ଦରିଦ୍ର, ପୀଡ଼ିତମାନଙ୍କର ସେବା କରୁଥିଲେ ।

BSE Odisha 9th Class Odia Solutions Chapter 5 ଗୋପ ପ୍ରୟାଣ

Question ୪।
ନିମ୍ନଲିଖତ ଶବ୍ଦଗୁଡ଼ିକର ବ୍ୟାସବାକ୍ୟ ସହ ସମାସର ନାମ ଲେଖ ।
ମହାବୀର, କୁଳବଧୂ, ପୂଜ୍ୟଜନ, ଖୋଳତାଳ, ଅଶୁନୀର, ମଥାମଣି, ପ୍ରାଣପ୍ରିୟ
Answer:
BSE Odisha 9th Class Odia Solutions Chapter 5 ଗୋପ ପ୍ରୟାଣ 1

Question ୫।
ନିମ୍ନଲିଖ ଶବ୍ଦଗୁଡ଼ିକୁ ବ୍ୟବହାର କରି ଗୋଟିଏ ଗୋଟିଏ ସାର୍ଥକ ବାକ୍ୟ ଗଠନ କର ।
ଅଧର, ମଥାମଣି, ରାଜପଥ, ସ୍ବର୍ଗତ, ମନ୍ତ୍ର, ପ୍ରିୟ, ଧର୍ମ
Answer:
ଅଧର – ଝିଅଟିର ଅଧର ଜବାପୁଷ୍ପ ପରି ଲାଲ ।
ମଥାମଣି – ରାଣୀଙ୍କର ରତ୍ନଖଚିତ ମଥାମଣିଟି ହଜିଗଲା ।
ରାଜପଥ – ରାଜପଥ ପାର୍ଶ୍ବରେ ବୃକ୍ଷରୋପଣ କରିବାକୁ ରାଜା ନିର୍ଦ୍ଦେଶ ଦେଲେ ।
ସ୍ବର୍ଗତ – ସ୍ଵର୍ଗତ ପିତାଙ୍କ ସ୍ମୃତିରେ ରାମବାବୁ ଏକ ପାଠାଗାର ସ୍ଥାପନ କଲେ ।
ମନ୍ତ୍ର – ପଣ୍ଡିତମାନେ ସ୍ପଷ୍ଟଭାବେ ମନ୍ତ୍ର ଉଚ୍ଚାରଣ କରନ୍ତି ।
ପ୍ରିୟ – ଅର୍ଜୁନ ଶ୍ରୀକୃଷ୍ଣଙ୍କର ପ୍ରିୟ ସଖା ଥିଲେ ।
ଧର୍ମ – ପୃଥ‌ିବୀରେ ପ୍ରଚଳିତ ସମସ୍ତ ଧର୍ମ ମଧ୍ୟରେ ମାନବଧର୍ମ ହିଁ ଶ୍ରେଷ୍ଠ ।

Question ୬।
ନିମ୍ନଲିଖୂତ ଶବ୍ଦଗୁଡ଼ିକର ବିପରୀତାର୍ଥବୋଧକ ଶବ୍ଦ ଲେଖ ।
ସମ୍ମାନ, ଧର୍ମ, ଦରିଦ୍ର, ମରଣ, ପୁଣ୍ୟ
Answer:
ସମ୍ମାନ – ଅସମ୍ମାନ
ଧର୍ମ – ଅଧର୍ମ
ଦରିଦ୍ର – ଧନୀ
ମରଣ – ଜନ୍ମ
ପୁଣ୍ୟ – ପାପ

Question ୭।
ନିମ୍ନଲିଖ ପ୍ରତ୍ୟେକ ଶବ୍ଦର ଚାରିଗୋଟି ଅର୍ଥ ସୂଚିତ ହୋଇଛି । ତହିଁରୁ ଠିକ୍ ଅର୍ଥଟିକୁ ବାଛ
(କ) ଗବାକ୍ଷ– ଗାଈର ଆଖୁ, ଗବଗଛ, ଝରକା, ଖଡ଼ିକା
(ଖ) ମହାପ୍ରୟାଣ– ଦୀର୍ଘଯାତ୍ରା, ତୀର୍ଥସ୍ଥାନ, ବିରାଟ ଚେଷ୍ଟା, ମୃତ୍ୟୁ
(ଗ) ଅନୀକିନୀ– ଅନିକିଳି, ଏକୁଟିଆ, ପାଇକ, ଚତୁରଙ୍ଗ ସୈନ୍ୟ
(ଘ) ଜନପଦବାସୀ– ଜନତାଙ୍କ ପାଦରେ ବାସ କରୁଥିବା, ଜନପଦ ନାମକ ଗ୍ରାମରେ ବାସ କରୁଥିବା, ଜନତାଙ୍କ ପାଦ ବାସିବା, ଲୋକାଳୟ ବା ଗ୍ରାମବାସୀ ।
Answer:
(କ) ଝରକା, (ଖ) ମୃତ୍ୟୁ, (ଗ) ଚତୁରଙ୍ଗ ସୈନ୍ୟ, (ଘ) ଲୋକାଳୟ ବା ଗ୍ରାମବାସୀ

Question ୮।
ନିମ୍ନରେ ଲେଖାଯାଇଥିବା ପ୍ରତ୍ୟେକ ଶବ୍ଦଗୁଚ୍ଛରୁ ଅଲଗା ଶବ୍ଦଟିକୁ ବାଛ ।
(କ) ଅଧର, କପାଳ, ପାପୁଲି, ବଙ୍କୁଲି, ଚରଣ
(ଖ) ପତାକା, ନେତ, କାତ, ବାନା, କେତନ
(ଗ) ପାଣି, ଜଳ, ଅଶ୍ରୁ, ନୀର, ଜୀବନ
(ଘ) ଖୋଳ, ମୃଦଙ୍ଗ, ଢୋଲ, ଖଞ୍ଜଣୀ, ମହୁରି
(ଙ) କାଙ୍ଗାଳ, ଦରିଦ୍ର, ଅଭାବୀ, ଗପୁଡ଼ି, ନିର୍ଜନ
Answer:
(କ) ବଙ୍କୁଲି, (ଖ) କାତ, (ଗ) ଅଶ୍ରୁ, (ଘ) ମହୁରି, (ଡ) ଗପୁଡ଼ି

BSE Odisha 9th Class Odia Solutions Chapter 5 ଗୋପ ପ୍ରୟାଣ

Question ୯।
ଏପଟ ସେପଟ ହୋଇ ଲେଖା ଯାଇଥିବା ଅକ୍ଷରଗୁଡ଼ିକୁ ସଜାଇ ଅର୍ଥପୂର୍ଣ ଶବ୍ଦ ଗଠନ କର ।
ଅରକାନ୍ଧ, କିନୀଅନୀ, ନମଜହା, ତାରକଳ୍ପ, ଋକବୀର୍ମ
Answer:
ଅରକାନ୍ଧ – ଅନ୍ଧକାର
କିନୀଅନୀ – ଅନୀକିନୀ
ନମଜହା – ମହାଜନ
ତାରକଳ୍ପ – କରତାଳ
ଋକବୀର୍ମ – କର୍ମବୀଋ

କ୍ଷୁଦ୍ର ଭତ୍ତରମୂଳକ ପ୍ରଶ୍ନୋତ୍ତର

Question ୧୦ ।
କବି ମହାବୀର ବୋଲି କାହାକୁ କହିଛନ୍ତି ?
Answer:
କବି ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ‘ମହାବୀର’ ବୋଲି କହିଛନ୍ତି ।

Question ୧୧ ।
ଗୋପବନ୍ଧୁଙ୍କ ମୃତ୍ୟୁରେ ଓଡ଼ିଆ ଜାତିର କି କ୍ଷତି ଘଟିଲା ?
Answer:
ଗୋପବନ୍ଧୁଙ୍କ ମୃତ୍ୟୁରେ ଏ ଜାତିର ଗର୍ବ କ୍ଷୁଣ୍ଣ ହେବା ସହ ଜାତି ମଥାମଣି ଭୂ-ଲୁଣ୍ଠିତ ହୋଇ ଅପୂରଣୀୟ କ୍ଷତି ସୃଷ୍ଟି ହେଲା ।

Question ୧୨ ।
‘ଅନୀକିନୀ’ ବୋଲି ଏଠାରେ କାହାକୁ ଅଭିହିତ କରାଯାଇଛି ?
Answer:
କବିତାରେ ଗୋପବନ୍ଧୁଙ୍କୁ ଅନୁଗତମାନଙ୍କୁ କବି ‘ଅନୀକିନୀ’ ବା ଚତୁରଙ୍ଗ ସେନାନୀ ବୋଲି ଅଭିହିତ କରିଛନ୍ତି ।

Question ୧୩ ।
ଗୋପବନ୍ଧୁଙ୍କ ମର ଶରୀରକୁ କବି କିପରି ସମ୍ମାନ ଜଣାଇବାପାଇଁ ନିବେଦନ କରିଛନ୍ତି ?
Answer:
କବି ସମସ୍ତ ନାଗରିକଙ୍କୁ ରାଜରାସ୍ତାରେ ଉପସ୍ଥିତ ରହି ଖାଲିପାଦରେ ମଥାନତ ପୂର୍ବକ ଅଶ୍ରୁଳ ନୟନରେ ଗୋପବନ୍ଧୁଙ୍କ ମର ଶରୀରକୁ ସମ୍ମାନ ଜଣାଇବାକୁ ନିବେଦନ କରିଛନ୍ତି ।

Question ୧୪ ।
ଗୋପବନ୍ଧୁଙ୍କ ଶବ ସହିତ ଯିବାପାଇଁ କେଉଁମାନଙ୍କୁ କବି ଆହ୍ୱାନ କରିଛନ୍ତି ?
Answer:
ଗୋପବନ୍ଧୁଙ୍କ ଶବ ସହିତ ଯିବାପାଇଁ କବି ରାଜା, ଧନିକ, ବଣିକ, ସୌଦାଗର, ପୁରୋହିତ, କୃଷକ, କ୍ଷତ୍ରିୟ ଆଦି ସମସ୍ତଙ୍କୁ ଆହ୍ଵାନ କରିଛନ୍ତି ।

Question ୧୫ ।
ଗୋପବନ୍ଧୁଙ୍କ ମହାଯାତ୍ରାରେ ସାମିଲ ହୋଇଥିବା ବ୍ୟକ୍ତିମାନଙ୍କୁ କ’ଣ କରିବାପାଇଁ କବି କହିଛନ୍ତି ?
Answer:
ଗୋପବନ୍ଧୁଙ୍କ ମହାଯାତ୍ରାରେ ସାମିଲ୍ ହୋଇଥବା ବ୍ରାହ୍ମଣମାନେ ମରଣମନ୍ତ୍ର ଉଚ୍ଚାରଣ କରିବେ ଓ ଜନତା ତା’ର ପାଳି ଧରିବେ ଏବଂ ଜନପଦବାସୀ ଖୋଳ କରତାଳ ଧରି ସଂକୀର୍ତ୍ତନ କରିବା ସହିତ ତାଳି ମାରିବାକୁ କବି ନିବେଦନ କରିଛନ୍ତି ।

BSE Odisha 9th Class Odia Solutions Chapter 5 ଗୋପ ପ୍ରୟାଣ

Question ୧୬ ।
କୁଳବଧୂମାନେ ଗବାକ୍ଷ-ପୁଡ଼ା ଧରି ଠିଆ ହେବାପାଇଁ କହିବାର ଉଦ୍ଦେଶ୍ୟ କ’ଣି ?
Answer:
ତତ୍‌କାଳୀନ ରକ୍ଷଣଶୀଳ ସମାଜର ନାରୀର ସ୍ଵାଧୀନତା ନ ଥ‌ିବାରୁ କବି କୁଳବଧୂମାନଙ୍କୁ ଝରକା ଆଢୁଆଳରେ ଛିଡ଼ାହୋଇ ଅଶ୍ରୁବିସର୍ଜନ କରିବାକୁ ନିବେଦନ କରିଛନ୍ତି ।

Question ୧୭ ।
ଗୋପବନ୍ଧୁଙ୍କର ପ୍ରାଣଠାରୁ ପ୍ରିୟ କ’ଣ ଥିଲା ବୋଲି କବି କହିଛନ୍ତି ?
Answer:
ଜନ୍ମମାଟି ହିଁ ଗୋପବନ୍ଧୁଙ୍କର ପ୍ରାଣଠାରୁ ପ୍ରିୟ ଥିଲା ।

Question ୧୮ ।
କେଉଁ କଥା ଭୁଲି ସମସ୍ତେ ଗୋପବନ୍ଧୁଙ୍କ ମର ଶରୀରକୁ ସମ୍ମାନ ଜଣାଇବାପାଇଁ କବି ନିବେଦନ କରିଛନ୍ତି ?
Answer:
ଜାତି, ଧର୍ମ, ବର୍ଣ୍ଣ ତଥା ସଂପ୍ରଦାୟଗତ କ୍ଷୁଦ୍ରତାକୁ ଭୁଲି ସମସ୍ତେ ଗୋପବନ୍ଧୁଙ୍କ ମରଶରୀରକୁ ସମ୍ମାନ ଜଣାଇବାପାଇଁ କବି ନିବେଦନ କରିଛନ୍ତି ।

Question ୧୯ ।
କବି ଗୋପବନ୍ଧୁଙ୍କୁ ଦରିଦ୍ର-ନାରାୟଣ ରୂପେ ଅଭିହିତ କରିଛନ୍ତି କାହିଁକି ?
Answer:
ଗୋପବନ୍ଧୁ ଦରିଦ୍ର ଜନତାଙ୍କ ମେଳରେ ରହି ସେମାନଙ୍କ ମୁଖରେ ଅନ୍ନ ଦେବା ସହ ସମସ୍ତଙ୍କ ଦୁଃଖରେ ସମଭାଗୀ ହୋଇ ଅଶୁ ବିସର୍ଜନ କରୁଥିବାରୁ କବି ତାଙ୍କୁ ଦରିଦ୍ର-ନାରାୟଣ ବୋଲି ଅଭିହିତ କରାଯାଇଛି ।

Question ୨୦ ।
ଗୋପବନ୍ଧୁଙ୍କ ମର ଶରୀରକୁ ଓଡ଼ିଆ ଜାତି କାହିଁକି ସମ୍ମାନ ଦେବେ ?
Answer:
ଗୋପବନ୍ଧୁଙ୍କ ପୁଣ୍ୟକର୍ମ ବଳରେ ଓଡ଼ିଶାର ମାଟି ପବିତ୍ର ହୋଇଥିବାରୁ ଓଡ଼ିଆ ଜାତି ତାଙ୍କ ମର ଶରୀରକୁ ସମ୍ମାନ ଦେବେ ।

Question ୨୧ ।
ଓଡ଼ିଆ ଜାତି ଗୋପବନ୍ଧୁଙ୍କୁ କିପରି ସମ୍ମାନ ଜଣାଇବେ ?
Answer:
ଶବ ଶୋଭାଯାତ୍ରାରେ ସମ୍ମିଳିତ ହୋଇ ଓଡ଼ିଆ ଜାତି ନିଜର କୋଟି ମସ୍ତକକୁ ଅବନତ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ଗୋପବନ୍ଧୁଙ୍କୁ ସମ୍ମାନ ଜଣାଇବାକୁ କବି କହିଛନ୍ତି ।

Question ୨୨ ।
‘ମରଣ’ କେଉଁ କଥା ଜାଣିବା ଆବଶ୍ୟକ ବୋଲି କବି କହିଛନ୍ତି ?
Answer:
କର୍ମବୀର ଗୋପବନ୍ଧୁ ଆମର କେତେ ପ୍ରିୟ ଥିଲେ, ତାହା ମରଣ ଜାଣିବା ଆବଶ୍ୟକ ବୋଲି କବି କହିଛନ୍ତି ।

Question ୨୩ ।
କର୍ମବୀରଙ୍କ ପ୍ରତି ‘ପ୍ରିୟଭାବ’ ଜନତା କିପରି ପ୍ରକାଶ କରିପାରିବେ ?
Answer:
ଖୋଳତାଳର ସଂକୀର୍ତ୍ତନରେ ପରିବେଶକୁ ମୁଖରିତ କରି ବରବଧୂମାନେ ଅଶ୍ରୁ ବିସର୍ଜନ କରି ଶୋକାକୁଳ ପରିବେଷ ସୃଷ୍ଟି କରିବାଦ୍ୱାରା ହିଁ ଜନତା କର୍ମବୀରଙ୍କ ପ୍ରତି ପ୍ରିୟଭାବ ପ୍ରକାଶ କରିପାରିବେ ।

Question ୨୪ ।
କବି ଉକ୍ତ କବିତାରେ ଗୋପବନ୍ଧୁଙ୍କ ପାଇଁ କେଉଁ କେଉଁ ବିଶେଷଣ ପ୍ରୟୋଗ କରିଛନ୍ତି ?
Answer:
କବି ଉକ୍ତ କବିତାରେ ଗୋପବନ୍ଧୁଙ୍କପାଇଁ ମହାବୀର, ମହାଜନ, ଓଡ଼ିଆଜାତିର ମଥାମଣି, ଦରିଦ୍ର ନାରାୟଣ ଓ କର୍ମବୀର ପ୍ରଭୃତି ବିଶେଷଣମାନ ପ୍ରୟୋଗ କରିଛନ୍ତି ।

Question ୨୫ ।
କେଉଁ ଘଟଣା ପାଇଁ ଘରେ ଘରେ କ୍ରନ୍ଦନ-ରୋଳ ବାଜି ଉଠିଲା ?
Answer:
ଉତ୍କଳମଣି ଗୋପବନ୍ଧୁଙ୍କ ମହାପ୍ରୟାଣରେ ଓଡ଼ିଶାର ଘରେ ଘରେ କ୍ରନ୍ଦନ ରୋଳ ବାଜି ଉଠିଲା ।

Question ୨୬ ।
କବି ଗୋପବନ୍ଧୁଙ୍କୁ ‘ମହାଜନ’ ବୋଲି ସମ୍ବୋଧନ କରିବାର ତାତ୍ପର୍ଯ୍ୟ ବୁଝାଅ ।
Answer:
ଉତ୍କଳମଣି ଗୋପବନ୍ଧୁ ଥିଲେ ସତ୍ୟ, ସେବା, ତ୍ୟାଗ, ଅହିଂସାର ମୂର୍ତ୍ତିମନ୍ତ ବିଗ୍ରହ, ମାତୃଭୂମି ତଥା ଓଡ଼ିଆ ଜାତିର ଉନ୍ନତି ପାଇଁ ସଦା ବ୍ୟାକୁଳ ଥିବା ସେହି ମହାନ୍ ବ୍ୟକ୍ତିଙ୍କୁ କବି ଯଥାର୍ଥରେ ମହାଜନ ବୋଲି ସମ୍ବୋଧନ କରିଛନ୍ତି ।

BSE Odisha 9th Class Odia Solutions Chapter 5 ଗୋପ ପ୍ରୟାଣ

Question ୨୭ ।
ସମସ୍ତ ପ୍ରକାର ସଂକୀର୍ୟତାକୁ ଭୁଲି ଗୋପବନ୍ଧୁଙ୍କୁ ସମ୍ମାନ ଦେବାପାଇଁ କବି କେଉଁମାନଙ୍କୁ ଆହ୍ୱାନ କରିଛନ୍ତି ?
Answer:
ସମସ୍ତ ପ୍ରକାର ସଂକୀର୍ଣ୍ଣତାକୁ ଭୁଲି ଗୋପବନ୍ଧୁଙ୍କୁ ସମ୍ମାନ ଦେବାପାଇଁ କବି ସନାତନୀ, ଖ୍ରୀଷ୍ଟିୟାନ ତଥା ମୁସଲମାନ ସଂପ୍ରଦାୟର ଲୋକମାନଙ୍କୁ ଆହ୍ବାନ ଦେଇଛନ୍ତି ।

Question ୨୮ ।
ଧର୍ମର ଊର୍ଦ୍ଧ୍ବରେ ରହି ଗୋପବନ୍ଧୁ କାହା ମୁଖରେ ଅନ୍ନ ଦେଉଥିଲେ ?
Answer:
ଧର୍ମର ଊର୍ଦ୍ଧ୍ବରେ ରହି ଗୋପବନ୍ଧୁ ନିରନ୍ନ ଜନତା ମୁଖରେ ଅନ୍ନ ଦେଉଥିଲେ ।

Question ୨୯ ।
ଗୋପବନ୍ଧୁ ଦରିଦ୍ରଙ୍କ ମୁଖରେ ଅନ୍ନ ଦେଲାବେଳେ କ’ଣ ଭୁଲି ଯାଉଥିଲେ ?
Answer:
ଗୋପବନ୍ଧୁ ଦରିଦ୍ରଙ୍କ ମୁଖରେ ଅନ୍ନ ଦେଲାବେଳେ ଜାତି-ଧର୍ମ-ବର୍ଣ୍ଣ- ସଂପ୍ରଦାୟଗତ ସଂକୀର୍ୟ ଭେଦଭାବକୁ ଭୁଲିଯାଉଥିଲେ ।

Question ୩୦ ।
ଗୋପବନ୍ଧୁଙ୍କ ଶବାଧାରରେ ଜନତା ଚରଣ ନଗ୍ନ କରି ଯିବାପାଇଁ କବି କାହିଁକି ନିବେଦନ କରିଛନ୍ତି ?
Answer:
ପାଦରୁ ପାଦୁକା ବାହାର କରି ଦେବତାଙ୍କୁ ଭକ୍ତିର ଅର୍ଘ୍ୟ ଅର୍ପଣ କରାଯାଏ, ତେଣୁ ଦେବୋପମ ବ୍ୟକ୍ତି ଗୋପବନ୍ଧୁଙ୍କୁ ସମ୍ମାନ ଜଣାଇବାପାଇଁ କବି ଜନତାକୁ ଚରଣ ନଗ୍ନ କରିବାକୁ ନିବେଦନ କରିଛନ୍ତି ।

ସପ୍ରସଙ୍ଗ ସରଳାର୍ଥ ଲେଖ

Question ୩୧ ।
ମହାବୀର ମହାପ୍ରୟାଣ ରଚିଲା ଆଜି
ତା’ ମହାଜାତିର ଗର୍ବ ଯେ ଗଲା ଭାଜି !
ଅନୀକିନୀ ତା’ର ସ୍ତସ୍ଥିତେ ଅଛି ରହି
ପ୍ରତି କରେ କରେ ପତାକା ଯାଇଛି ନଇଁ ।
Answer:
ମହାବୀର ମହାପ୍ରୟାଣ……………………………ଯାଇଛି ନଇଁ ।
ଶଂସିତ ପଦ୍ୟାଶଟି ସବୁଜ ସମସାମୟିକ ରୋମାଣ୍ଟିକ୍ କବି ଡ. ମାୟାଧର ମାନସିଂହଙ୍କ ରଚିତ ‘ମାଟିବାଣୀ’ କବିତା ସଂକଳନ ଅନ୍ତର୍ଗତ ଦୀର୍ଘ କବିତାର ଅଂଶବିଶେଷ ‘ଗୋପ ପ୍ରୟାଣ’ ଶୀର୍ଷକ କବିତାରୁ ଉଦ୍ଧୃତ ।
ଏଠାରେ କବି ଉତ୍କଳମଣି ଗୋପବନ୍ଧୁଙ୍କ ତିରୋଧାନରେ ନିଜ ବ୍ୟଥାତୁର ହୃଦୟର କାରୁଣ୍ୟ ପ୍ରକାଶ କରିବା ସହ ଓଡ଼ିଆ ଜାତିର ଅପୂରଣୀୟ କ୍ଷତି ଉପରେ ଆଲୋକପାତ କରିଛନ୍ତି । ଗୋପବନ୍ଧୁ ଥିଲେ ଓଡ଼ିଶାବାସୀଙ୍କ ପାଇଁ ମୁକୁଟ ବିହୀନ ସମ୍ରାଟ, ଓଡ଼ିଆ ଜାତିର କର୍ଣ୍ଣଧାର ତଥା ପ୍ରପୀଡ଼ିତ, ଦୁଗ୍ଧ, ଦୁର୍ଗତ ଜନତାର ବନ୍ଧୁ । ତାଙ୍କ ବିୟୋଗରେ ମ୍ରିୟମାଣ ଓଡ଼ିଶାବାସୀଙ୍କ ହୃଦୟ ଦୁଃଖରେ ଭାଙ୍ଗିପଡ଼ିଥିଲା ।

କବିଙ୍କ ମତରେ ଏ ଜାତିର ମହାବୀରଙ୍କ ମହାପ୍ରୟାଣରେ ଓଡ଼ିଶାର ଶିକ୍ଷାବିତ୍, ବୁଦ୍ଧିଜୀବୀଙ୍କଠାରୁ ଆରମ୍ଭ କରି ଦୀନ-ଦୁର୍ଗତ, ସାଧାରଣ କୃଷକ ଓ ଶ୍ରମିକ ପର୍ଯ୍ୟନ୍ତ ତାଙ୍କ ଚତୁରଙ୍ଗ ସେନାନୀ ସ୍ତମ୍ବିତ ହୋଇ ଉଠିଥିଲେ । ଓଡ଼ିଆ ଜାତିର ଗର୍ବୋନ୍ନତ ପତାକା ଦୁଃଖରେ ନଇଁ ପଡ଼ିଥିଲା । ଗୋପବନ୍ଧୁ କେବଳ ଅସହାୟ ଦୁର୍ଗତ ଲୋକଙ୍କ ପାଇଁ ଦେବତୁଲ୍ୟ ନ ଥିଲେ, ସେ ଥିଲେ ସମଗ୍ର ଓଡ଼ିଶାର ଅଦ୍ବିତୀୟ ପ୍ରତିନିଧୂ । ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତିର ସ୍ୱପ୍ନ ତାଙ୍କୁ ସଦା ବିଚଳିତ କରୁଥିଲା ।

ନୀତିନିଷ୍ଠ ରାଜନୀତି, ସାହିତ୍ୟ, ସାମ୍ବାଦିକତା ଆଦି ସବୁ କ୍ଷେତ୍ରରେ ଓଡ଼ିଶାର ଟେକ ରଖ୍ ସେ ସବୁ ଓଡ଼ିଆଙ୍କ ହୃଦୟରେ ଏପରିଭାବେ ସ୍ଥାନିତ ହୋଇଥିଲେ ଯେ, ତାଙ୍କ ବିୟୋଗରେ ଓଡ଼ିଆ ଜାତି ଦୁଃଖରେ ଭାଙ୍ଗିପଡ଼ିଲା । ଜାତିର ଗର୍ବ ଭାଜିଗଲା ବୋଲି ରାଜ୍ୟବାସୀଙ୍କ ଆଖୁ ବହିଗଲା ଅମାନିଆ ଲୋତକର ଧାର ।

Question ୩୨ ।
ଧର୍ମ ଭୁଲି ସେ ଦରିଦ୍ର ମୁଖେ
ଅନ୍ନ ଦେଇଛି ଆଣି,
ସକଳ ଦୁଃଖକୁ ନିଜ ଦୁଃଖ କରି
ଚକ୍ଷୁ ଦେଇଛି ପାଣି ।
Answer:
ଧର୍ମ ଭୁଲି ସେ……………………………………….ଚକ୍ଷୁ ଦେଇଛି ପାଣି।
ପ୍ରଦତ୍ତ ପଦ୍ୟାଶଟି ପ୍ରଖ୍ୟାତ କବି ଡ. ମାୟାଧର ମାନସିଂହଙ୍କ ରଚିତ ‘ମାଟିବାଣୀ’ କବିତା ସଂକଳନ ଅନ୍ତର୍ଗତ ଏକ ଦୀର୍ଘ କବିତାର ଅଂଶବିଶେଷ ‘ଗୋପ ପ୍ରୟାଣ’ ଶୀର୍ଷକ କବିତାରୁ ଉଦ୍ଧୃତ ।
ଏଠାରେ କବି ମାନସିଂହ ଗୋପବନ୍ଧୁଙ୍କ ବିଶାଳ ହୃଦୟର ମାନବିକ ସମ୍ବେଦନଶୀଳତା, ସେବା, ତ୍ୟାଗର ମହାନତା ଏବଂ ଧର୍ମନିରପେକ୍ଷତା ଆଦି ସ୍ଵର୍ଗୀୟ ଗୁଣାବଳୀ ଉପରେ ଆଲୋକପାତ କରିଛନ୍ତି ।
ବନ୍ୟା, ବାତ୍ୟା ଓ ମରୁଡ଼ିର କରାଳଗ୍ରାସରେ ସଦା କବଳିତ ଓଡ଼ିଶାର ଦୁସ୍ଥ, ଦୁର୍ଗତ ଜନସାଧାରଣ ପ୍ରାୟ ପ୍ରତିବର୍ଷ ଚାହିଁ ରହିଥାଆନ୍ତି ଗୋପବନ୍ଧୁଙ୍କ ଉପସ୍ଥିତିକୁ ।

ପ୍ରପୀଡ଼ିତ ଜନତା ତାଙ୍କ ହାତରୁ ଆହାର ମୁଠିଏ ପାଇଲେ, ସମ୍ବେଦନଭରା କଥା ପଦିଏ ଶୁଣିଦେଲେ ସେମାନଙ୍କ ହୃଦୟରେ ଆଶା ଆଶ୍ବାସନା ଭରିଯାଏ । ନିରନ୍ନ, ଦରିଦ୍ର ଲୋକଙ୍କ ଦୁସ୍ଥ ଓ ଦୟନୀୟ ଅବସ୍ଥା ଦେଖୁ ଗୋପବନ୍ଧୁଙ୍କ ଚକ୍ଷୁରୁ ଧାର ଧାର ଅଶୁ ନିଗିଡ଼ିପଡ଼େ । ସେମାନଙ୍କ ଦୁଃଖରେ ସମଦୁଃଖୀ ହୋଇ ଆବଶ୍ୟକ ସମୟରେ ସେ ଯତ୍‌ପରୋନାସ୍ତି ସାହାଯ୍ୟ, ସହଯୋଗ ଓ ସହାନୁଭୂତି ଦେବାକୁ ଆଗେଇ ଆସନ୍ତି । ସାହାଯ୍ୟ ଦେଲାବେଳେ ଜାତି, ଧର୍ମ ଓ ବର୍ଣ୍ଣ ପ୍ରତି ପକ୍ଷପାତିତା କରିବା ଦୂରେ ଥାଉ; ସଭିଙ୍କୁ ସମଦୃଷ୍ଟି ଦେଇ ମଣିଷ ହୃଦୟ ମଧ୍ଯରେ ଥିବା ଈଶ୍ବରଙ୍କ ସେବା କରୁଛନ୍ତି ବୋଲି ସେ ଅନୁଭବ କରିଥାଆନ୍ତି ।

ସେଥ‌ିପାଇଁ ସେ ହୋଇଥା’ନ୍ତି ଦୀନ-ଦୁର୍ଗତର ବନ୍ଧୁ, ଅସହାୟ-ପୀଡ଼ିତ ଜନର ଭଗବାନ । ତାଙ୍କ ତିରୋଧାନରେ କବିଙ୍କ ବ୍ୟଥାତୁର ହୃଦୟରେ କାରୁଣ୍ୟ ଭରିଯାଇଛି । ତେଣୁ ସେହି ପୁଣ୍ୟାତ୍ମାଙ୍କ ଶବାଧାର ପାର୍ଶ୍ଵରେ ଉପସ୍ଥିତ ରହି ତାଙ୍କ ଅମର ଆତ୍ମା ପ୍ରତି ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରିବାକୁ କବି ସବୁବର୍ଗ, ସବୁ ସମ୍ପ୍ରଦାୟର ଜନତାଙ୍କୁ ଆହ୍ଵାନ କରିଛନ୍ତି ।

BSE Odisha 9th Class Odia Solutions Chapter 5 ଗୋପ ପ୍ରୟାଣ

Question ୩୩ ।
ଆସ ସନାତନୀ, ଆସ ଖ୍ରୀଷ୍ଟାନ,
ଆସ ହେ ମୁସଲମାନ
କର ଥରେ ସମ୍ମାନ ।
Answer:
ଆସ ସନାତନୀ,……………………..ଥରେ ସମ୍ମାନ ।
ଶଂସିତ ପଦ୍ୟାଶଟି ଡ. ମାୟାଧର ମାନସିଂହଙ୍କ ରଚିତ ‘ମାଟିବାଣୀ’ କବିତା ସଂକଳନ ଅନ୍ତର୍ଗତ ଏକ ଦୀର୍ଘ କବିତାର ଅଂଶବିଶେଷ ‘ଗୋପ ପ୍ରୟାଣ’ ଶୀର୍ଷକ କବିତାରୁ ଉଦ୍ଧୃତ ।
ଏଠାରେ କବି ମାନସିଂହ ଗୋପବନ୍ଧୁଙ୍କର ଉଦାର ମାନବିକତା ତଥା ଧର୍ମନିରପେକ୍ଷତାର ଜୟଗାନ କରି, ସେହି ମହାନ୍ ଆତ୍ମାଙ୍କ ପ୍ରତି ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରିବାକୁ ଜନତାଙ୍କୁ ଆହ୍ଵାନ କରିଛନ୍ତି ।
ଭଗବାନଙ୍କ ସୃଷ୍ଟିରେ ସବୁ ରକ୍ତ-ମାଂସ ଦେହଧାରୀ, ମଣିଷ ଭାବେ ପରିଚିତ ଏବଂ ସବୁ ନର କଳେବର ମଧ୍ୟରେ ଈଶ୍ବରସତ୍ତା ବିଦ୍ୟମାନ । ଏ

ହା ଅନୁଭବ କରିଥିଲେ ପୁଣ୍ୟାତ୍ମା ଉତ୍କଳମଣି । ଦୈବୀ ଦୁର୍ବିପାକବେଳେ ଅସହାୟ, ଦୁଗ୍ଧ, ଦୁର୍ଗତ, ନିରନ୍ନ, ବୁଭୁକ୍ଷୁ ଲୋକଙ୍କ ମୁଖରେ ଆହାର ଦେବାବେଳେ ସେ କିଏ କେଉଁ ଜାତିର, କେଉଁ ସମ୍ପ୍ରଦାୟର କି କେଉଁ ଧର୍ମର ତାହା ଦେଖୁ ନ ଥିଲେ । ତାଙ୍କ ପାଇଁ ସମଗ୍ର ମାନବ ଜାତି ଥିଲେ ତାଙ୍କର ଭାଇ । ଜାତି-ଭେଦ, ବର୍ଣ୍ଣ-ବୈଷମ୍ୟ ଓ ସାମ୍ପ୍ରଦାୟିକ ବିଶ୍ଳେଷ ସମାଜର ନ୍ୟସ୍ତସ୍ଵାର୍ଥ ତଥା ରକ୍ଷଣଶୀଳ ମନୋବୃତ୍ତିସମ୍ପନ୍ନ ବ୍ୟକ୍ତିଙ୍କର ଚକ୍ରାନ୍ତ ବୋଲି ସେ କହୁଥିଲେ । କବି ସେହି ମାନବବାଦୀ ଦିବ୍ୟାତ୍ମାଙ୍କ ଶବ ଶୋଭାଯାତ୍ରାରେ ସବୁ ବର୍ଗର ଓ ସବୁ ସମ୍ପ୍ରଦାୟର ବ୍ୟକ୍ତିବିଶେଷଙ୍କୁ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି । ପାର୍ଶ୍ବରେ ଲୋତକାପ୍ଲ ତ ନୟନରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ନିବେଦନ କରିବାକୁ କବି ସମସ୍ତଙ୍କୁ ଆହ୍ଵାନ କରିଛନ୍ତି ।

Question ୩୪ ।
ସେ ଥିଲା କୋଟିଏ ଦରିଦ୍ର ମେଳେ
ଛି କହ କିଏ ?
ତାହାଠାରୁ ବଳି ଅଛି କହ କିଏ ?
ତୁମର ପୂଜ୍ୟଜନ ?
Answer:
ସେ ଥୁଲା………………………………..…..ପୂଜ୍ଯଜନ ?
ପ୍ରୋକ୍ତ ପଦ୍ୟାଶଟି ଡ. ମାୟାଧର ମାନସିଂହଙ୍କ ରଚିତ ‘ମାଟିବାଣୀ’ କବିତା ସଂକଳନ ଅନ୍ତର୍ଗତ ଏକ ସୁଦୀର୍ଘ କବିତାର ଅଂଶବିଶେଷ ‘ଗୋପ ପ୍ରୟାଣ’ ଶୀର୍ଷକ କବିତାରୁ ଉଦ୍ଧୃତ ।
ଏଠାରେ କବି ଦରିଦ୍ରର ଭଗବାନ, ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ଅତୁଳନୀୟ ସେବା ଓ ତ୍ୟାଗର ମହତ୍ତ୍ବ ଉପସ୍ଥାପନ କରିବା ସହ ତାଙ୍କ ଅନନ୍ୟ ବ୍ୟକ୍ତିତ୍ଵର ମହନୀୟତା ଉପରେ ଆଲୋକପାତ କରିଛନ୍ତି ।
ପ୍ରପୀଡ଼ିତ, ଦୁଃସ୍ଥ, ଦୁର୍ଗତ ଜନତାର ବନ୍ଧୁ ଉତ୍କଳମଣି ଗୋପବନ୍ଧୁଙ୍କ ଆର୍ଥିକ ଅବସ୍ଥା ସେତେ ସ୍ଵଚ୍ଛଳ ନ ଥିଲା । କିନ୍ତୁ ଅସହାୟ, ଦରିଦ୍ର, ନିରନ୍ନ, ବୁଭୁକ୍ଷୁ ଜନତା ପ୍ରତି ତାଙ୍କ ପ୍ରାଣରେ ଭରି ରହିଥିଲା ଦରଦ । ବନ୍ୟା, ବାତ୍ୟା ପ୍ରପୀଡ଼ିତ ଲୋକଙ୍କ ଦୁଃଖ କଷ୍ଟ ଦେଖ‌ିଲେ ତାଙ୍କ ଆଖରେ ଲୋତକ ଭରି ଉଠୁଥିଲା ।

ଗାଁ ଗାଁ ବୁଲି ଭିକ୍ଷା କରି ସେ ଦୁସ୍ଥ, ଦୁର୍ଗତଙ୍କ ମୁଖରେ ଆହାର ଦେବାକୁ ବାହାରି ପଡୁଥିଲେ । ଏପରିକି ନିଜ ପରିବାରକୁ ଉପେକ୍ଷା କରି, ନିଜ ସ୍ବାସ୍ଥ୍ୟ ପ୍ରତି ଉଦାସୀନ ରହି ସେ ବନ୍ୟା ପ୍ରପୀଡ଼ିତ ଅଞ୍ଚଳରେ ରିଲିଫ୍ ବଣ୍ଟନ କରିବାକୁ ସାହସର ସହିତ ଆଗେଇ ଯାଉଥିଲେ । ତାଙ୍କ ହାତରୁ ଅନ୍ନ ମୁଠାଏ ପାଇବାକୁ ଓ ତାଙ୍କ ସମ୍ବେଦନାଭରା କଥା ପଦିଏ ଶୁଣିବାକୁ ଦରିଦ୍ର ଜନତା ଚାହିଁ ବସୁଥିଲେ । ତାଙ୍କ ମୁଖନିଃସୃତ ସ୍ନେହବୋଳା କଥାପଦିକ ସେମାନଙ୍କ ‘ମାନବ ସେବା ହିଁ ମାଧବ ସେବା’କୁ ଜୀବନର ବ୍ରତ କରିଥିବା ସେହି ଋଷିପ୍ରତିମ ବ୍ୟକ୍ତିଠାରୁ ଅଧ୍ବକ ପୂଜ୍ୟଜନ ଏ ଧରାଧାମରେ ନାହାନ୍ତି । ତେଣୁ ତାଙ୍କ ବିୟୋଗରେ ଏ ଜାତିର ଅପୂରଣୀୟ କ୍ଷତି ଘଟିଗଲା ବୋଲି କବି କହିଛନ୍ତି ।

Question ୩୫ ।
ମରଣ ଜାଣୁ ହେ, କେଡ଼େ ପ୍ରିୟ ଥିଲେ
ଆମର କର୍ମବୀର ।
Answer:
ମରଣ ଜାଣୁ ହେ, ………………………………କର୍ମବୀର ।
ଶଂସିତ ପଦ୍ୟାଶଟି ଡ. ମାୟାଧର ମାନସିଂହଙ୍କ ରଚିତ ‘ମାଟିବାଣୀ’ କବିତା ସଂକଳନ ଅନ୍ତର୍ଗତ ଏକ ଦୀର୍ଘ କବିତାର ଅଂଶବିଶେଷ ‘ଗୋପ ପ୍ରୟାଣ’ ଶୀର୍ଷକ କବିତାରୁ ଉଦ୍ଧୃତ ।
ଏଠାରେ କବି ଗୋପବନ୍ଧୁଙ୍କ ମରଶରୀରର ଶ୍ମଶାନଯାତ୍ରା ପଟୁଆରକୁ ଏକ ଅତୁଳନୀୟ ଶୋଭାଯାତ୍ରାରେ ପରିଣତ କରି ମୃତ୍ୟୁକୁ ଚକିତ କରିଦେବାକୁ ସମବେତ ଜନତାକୁ ଆହ୍ଵାନ କରିଛନ୍ତି ।
‘‘ପ୍ରାଣୀର ଭଲମନ୍ଦ ବାଣୀ, ମରଣ କାଳେ ତାହା ଜାଣି’’– ଭାଗବତ ମହାପୁରାଣରେ ଉଲ୍ଲିଖ୍ ଏ ପଦର ଯଥାର୍ଥତା ରହିଛି । ବ୍ୟକ୍ତିର ଜୀବନକାଳ ମଧ୍ୟରେ ଘଟିଥିବା ସମସ୍ତ କର୍ମଫଳ ତା’ର ମୃତ୍ୟୁ ସମୟରେ ପରିଦୃଷ୍ଟ ହୁଏ । ଗୋପବନ୍ଧୁଙ୍କ ମହାପ୍ରୟାଣ ସମ୍ବାଦରେ ସାରା ଓଡ଼ିଶାର ଅଗଣିତ ଜନତା ଶୋକାତୁର ହୋଇ ତାଙ୍କ ମରଶରୀରକୁ ଶେଷ ଦର୍ଶନ କରିବାକୁ ଧାଇଁ ଆସିଥିଲେ ।

ତାଙ୍କ ଶବାଧାର ପାର୍ଶ୍ଵରେ ତଥା ଶବ ଶୋଭାଯାତ୍ରାରେ ସମବେତ ଜନସମୁଦ୍ର ଓ ସଭିଙ୍କ ବିକଳ କ୍ରନ୍ଦନରେ ଶୋକାକୁଳ ପରିବେଶ କାରୁଣ୍ୟରେ ଭରି ଉଠିଥିଲା । ଉପସ୍ଥିତ ଜନତାଙ୍କ ଉଦ୍ଦେଶ୍ୟରେ କବି କହିଛନ୍ତି ଯେ ସମସ୍ତେ ସେମାନଙ୍କ ପ୍ରାଣପ୍ରିୟ ନେତାଙ୍କ ଅମର ଆତ୍ମାର ସଦ୍‌ଗତି ନିମିତ୍ତ ଖୋଳ, କରତାଳ ଧରି ନାମ ସଂକୀର୍ତ୍ତନ କରିବା ପୂର୍ବକ ଲୋତକାପ୍ଲ ତ ନୟନରେ ପ୍ରାର୍ଥନା କରନ୍ତୁ । ଅପୂର୍ବ ପରିବେଶରେ ସେହି ଅଗଣିତ ଜନତାଙ୍କ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦର୍ଶନ କରି ମୃତ୍ୟୁ ବିସ୍ମିତ ହେଉ ଓ ପୁଣ୍ୟାତ୍ମାଙ୍କ ଲୋକପ୍ରିୟତା ତଥା ମହନୀୟ ମାନବତାକୁ ତିଳେ ତିଳେ ଅନୁଭବ କରୁ ବୋଲି କବିଙ୍କ ଶୋକାତୁର ହୃଦୟର ଆବେଗଭା ଆହ୍ବାନ ବାସ୍ତବିକ ପ୍ରଣିଧାନଯୋଗ୍ୟ ।

BSE Odisha 9th Class Odia Solutions Chapter 5 ଗୋପ ପ୍ରୟାଣ

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୩୬ ।
ଗୋପବନ୍ଧୁଙ୍କ ମହାପ୍ରୟାଣ ଓଡ଼ିଆ ଜାତିର ଗର୍ବକୁ କିପରି କ୍ଷୁଣ୍ଣ କଲା ବୁଝାଅ ।
କିମ୍ବା, ଗୋପବନ୍ଧୁଙ୍କ ପାର୍ଥିବ ଶରୀରର ଅବସାନ ଓଡ଼ିଆ ଜାତିର ଗର୍ବ ଓ ଗୌରବକୁ କିପରି ଆଘାତ କରିଥିଲା, ତାହା ଉଲ୍ଲେଖ କର ।
କିମ୍ବା, ଗୋପବନ୍ଧୁଙ୍କର ଦେହାବସାନ ଓଡ଼ିଆ ଜାତିର ଗର୍ବ ଓ ଗୌରବର ଅବସାନ – ପଠିତ ‘ଗୋପ ପ୍ରୟାଣ’ କବିତାରେ ଏହା କିପରି ଭାବରେ ପ୍ରତିଫଳିତ ହୋଇଛି, ତାହା ବର୍ଣ୍ଣନା କର ।
Answer:
ଓଡ଼ିଆ କାବ୍ୟକବିତାରେ ସବୁଜ ସମସାମୟିକ କବି ଡ. ମାୟାଧର ମାନସିଂହ ପ୍ରେମ-ପ୍ରଣୟର ଚିତ୍ରକାର ଭାବେ କାବ୍ୟାମୋଦୀ ପାଠକଙ୍କ ମାନସପଟରେ ସଦା ସ୍ମରଣୀୟ । ସାହିତ୍ୟର ଏପରି କୌଣସି ବିଭାଗ ନାହିଁ, ଯେଉଁଥରେ ସେ ଲେଖନୀ ଚାଳନା କରିନାହାନ୍ତି । ବହୁ କବିତା ସଂକଳନ ସହ ସେ କାବ୍ୟ, ନାଟକ, ଜୀବନୀ, ଆତ୍ମଜୀବନୀ, ପ୍ରବନ୍ଧ, ସାହିତ୍ୟ ସମାଲୋଚନା, ସାହିତ୍ୟର ଇତିହାସ, ଭ୍ରମଣ କାହାଣୀ ଏବଂ ଜଗନ୍ନାଥ ସଂସ୍କୃତି ଉପରେ ଗ୍ରନ୍ଥ ରଚନା କରି ତାଙ୍କ ଅନନ୍ୟ ସାରସ୍ଵତ ପ୍ରତିଭାର ସ୍ବାକ୍ଷର ରଖ୍ଯାଇଛନ୍ତି । ‘ଧୂପ’, ‘ହେମଶସ୍ୟ’, ‘ହେମପୁଷ୍ପ’, ‘କୋଣାର୍କ’, ‘ଉପେକ୍ଷିତା’, ‘ସାଧବ ଝିଅ’, ‘ପଶ୍ଚିମ ପଥକ’ ଓ ‘କବି ଓ କବିତା’ଆଦି ତାଙ୍କର କେତୋଟି ଉଲ୍ଲେଖଯୋଗ୍ୟ ସୃଷ୍ଟି ।

ମାନସିଂହ ହେଉଛନ୍ତି ଏକାଧାରରେ ପ୍ରେମ ଓ ସୌନ୍ଦର୍ଯ୍ୟର, ଜାତୀୟତା ଓ ମାନବିକତାର, ରୂପ ଓ ଅରୂପର ଏବଂ ଅଶ୍ରୁ ଓ ଆନନ୍ଦର କବି । ଆଲୋଚ୍ୟ କବିତା ‘ଗୋପ ପ୍ରୟାଣ’କବିଙ୍କ ‘ମାଟିବାଣୀ’କବିତା ସଂକଳନ ଅନ୍ତର୍ଗତ ଏକ ଦୀର୍ଘ କବିତାର ଅଂଶବିଶେଷ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ମହାପ୍ରୟାଣ କବି ମାନସିଂହଙ୍କ ମାନସପଟରେ ଯେଉଁ କ୍ଷତ ସୃଷ୍ଟି କରିଥିଲା ତା’ର କଳାତ୍ମକ ଅଭିବ୍ୟକ୍ତି କବିତାରେ ଆତ୍ମପ୍ରକାଶ କରିଛି । କବି ଉତ୍କଳମଣିଙ୍କ ମହନୀୟ ଆଦର୍ଶ ଓ ମାନବିକ ମୂଲ୍ୟବୋଧ ଉପରେ ଆଲୋକପାତ କରିବା ସହ ତାଙ୍କ ବିୟୋଗ ଉତ୍କଳବାସୀଙ୍କ ହୃଦୟରେ ଯେଉଁ ଶୋକୋକ୍ସାସର କାରୁଣ୍ୟ ଭରିଦେଇଛି ଓ ଓଡ଼ିଆ ଜାତିର ଯେଉଁ ଅପୂରଣୀୟ କ୍ଷତି ଘଟାଇଛି ତାହା ଅବତାରଣା କରିଛନ୍ତି ।

ଜାତିର କର୍ଣ୍ଣଧାର ଗୋପବନ୍ଧୁ ଥିଲେ ଓଡ଼ିଆ ଜାତିର ଗର୍ବ ଓ ଗୌରବ, ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ଅବତାର । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଜନଜାଗରଣ ସୃଷ୍ଟି କରିବାରେ ତାଙ୍କ ବଳିଷ୍ଠ ଭୂମିକାକୁ ଏ ଜାତି କଦାପି ଭୁଲିପାରିବ ନାହିଁ । ରାଜନୀତିକୁ ତ୍ୟାଗସର୍ବସ୍ଵ କରାଇବାପାଇଁ ତାଙ୍କର ପ୍ରଚେଷ୍ଟା ଉଲ୍ଲେଖଯୋଗ୍ୟ । ଜାତୀୟ ସ୍ତରରେ, ଜନ୍ମଭୂମି ଓଡ଼ିଶାର ସ୍ଵାତନ୍ତ୍ର୍ୟ ପ୍ରତିଷ୍ଠା କରାଇବାରେ ତାଙ୍କର ଅବଦାନ କମ୍ ନୁହେଁ । ସର୍ବୋପରି ବନ୍ୟା, ବାତ୍ୟା ଓ ମରୁଡ଼ି ଭଳି ପ୍ରାକୃତିକ ଦୁର୍ବିପାକର କରାଳ ଗ୍ରାସରେ ଓଡ଼ିଶା ଚିର ପ୍ରପୀଡ଼ିତ ହେଉଥିଲାବେଳେ ଦୁସ୍ଥ, ଅସହାୟ, ଦୁର୍ଗତ ଲୋକଙ୍କ ପାଖରେ ଉପସ୍ଥିତ ହୋଇ ସେ ଯେଉଁ ଅଯାଚିତ ସାହାଯ୍ୟ, ସହଯୋଗ ଓ ସହାନୁଭୂତିର ହସ୍ତ ପ୍ରସାରଣ କରିଥିଲେ ତାହା ତାଙ୍କ ଉଦାର ମାନବିକତାର ଉଜ୍ଜ୍ଵଳ ଦୃଷ୍ଟାନ୍ତ । ଏତଦ୍‌ଭିନ୍ନ ସାହିତ୍ୟ, ସଂସ୍କୃତି, ଶିକ୍ଷା, ସାମ୍ବାଦିକତା ଓ ଆଧ୍ୟାତ୍ମିକତା ସହ ଓତପ୍ରୋତ ଭାବେ ଜଡ଼ିତ ରହି ସେ ସାଜିଥିଲେ ଓଡ଼ିଆ ଜାତିର ମହାନାୟକ ।

ଗୋପବନ୍ଧୁଙ୍କ ମହାପ୍ରୟାଣରେ ଓଡ଼ିଆ ଜାତି ତା’ର ମହାନାୟକଙ୍କୁ ହରାଇ ଦୁଃଖରେ ହତବାକ୍ ହୋଇଯାଇଛି । ଜାତି ମହାବୀରର ମହାଯାତ୍ରାରେ ଶୋକାକୁଳ ହୋଇପଡ଼ିଛନ୍ତି ସାରା ଓଡ଼ିଶାର ଅଗଣିତ ଜନତା । ଓଡ଼ିଆ ଜାତିର ମଥାମଣି ଯେ ଭୂ- ଲୁଣ୍ଠିତ ହୋଇଯାଇଛି, ଏ ଦୁଃସମ୍ବାଦ ଶ୍ରବଣରେ ଓଡ଼ିଶାର ବୁଦ୍ଧିଜୀବୀ, ଶିକ୍ଷାବିତ୍‌ଙ୍କଠାରୁ ଆରମ୍ଭ କରି ସାଧାରଣ କୃଷକ, ଶ୍ରମଜୀବୀ ପର୍ଯ୍ୟନ୍ତ ସଭିଙ୍କ ହୃଦୟରେ ଭରିଯାଇଛି ଦୁଃଖର କାରୁଣ୍ୟ । ଓଡ଼ିଶାବାସୀ ତାଙ୍କ ମୁକୁଟବିହୀନ ସମ୍ରାଟଙ୍କୁ ହରାଇ ଶୋକରେ ଅଧୀର ହୋଇଉଠିଛନ୍ତି । କବି ମାନସିଂହ ଶୋକାତୁର ହୃଦୟରେ ରାଜ୍ୟର ସବୁବର୍ଗର ଲୋକଙ୍କୁ ଶବାଧାର ପାର୍ଶ୍ଵରେ ଉପସ୍ଥିତ ହେବାକୁ ଆହ୍ଵାନ ଦେଇଛନ୍ତି । ବିଷାଦଗ୍ରସ୍ତ ଓଡ଼ିଶାବାସୀଙ୍କୁ ରାଜପଥ ପାର୍ଶ୍ଵରେ ନଗ୍ନପାଦରେ ଦଣ୍ଡାୟମାନ ରହି ସଶ୍ରଦ୍ଧ ଶେଷ ପ୍ରଣାମ ଜଣାଇବାକୁ ଡାକରା ଦେଇଛନ୍ତି । କବିଙ୍କ କଣ୍ଠରୁ ଝରିପଡ଼ିଛି–

‘ମଥା ନତ କରି ସମ୍ମାନ କର,
ସ୍ଵର୍ଗତ ମହାଜନେ,
ତୁମ ମେଳେ କହ ଅଛି କିଏ ଆଉ
ତାହା ପରି ଆଉ ଜଣେ ?’

ବାସ୍ତବିକ ଗୋପବନ୍ଧୁଙ୍କ ପରି ଜଣେ ରକ୍ତ-ମାଂସ-ଦେହଧାରୀ ଦେବାତ୍ମା ଥିଲେ କୋଟିକରେ ଗୋଟିଏ ପରି । ମାନବ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିଲେ ସେ । ଅସହାୟର ସାହା, ଦୁର୍ଗତ, ପ୍ରପୀଡ଼ିତ ଜନତାର ସେବାରେ ସେ ନିଜକୁ ଉତ୍ସର୍ଗ କରି ମହନୀୟ ଆଦର୍ଶର ପରାକାଷ୍ଠା ପ୍ରଦର୍ଶନ କରିଯାଇଛନ୍ତି । ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ସେ ସବୁ ଓଡ଼ିଶାବାସୀଙ୍କର ଅତି ପ୍ରିୟ ଥିଲେ । ତାଙ୍କ ମନରେ ସଂକୀର୍ଣ୍ଣ ଜାତିଭେଦ କି ଛୁଆଁ-ଅଛୁଆଁ ଭେଦଭାବ ନ ଥିଲା । ତାଙ୍କ ପାଇଁ ସମଗ୍ର ମାନବ ସମାଜ ଥିଲା ଗୋଟିଏ ଜାତି ।

ସବୁ ମଣିଷ ଭିତରେ ସେ ଭଗବାନଙ୍କ ସ୍ୱରୂପ ଦର୍ଶନ କରୁଥିଲେ । ତେଣୁ ମାନବ ସେବାକୁ ସେ ମାଧବ ସେବା ବୋଲି ଧରିନେଇଥିଲେ । କୌଣସି ଏକ ନିର୍ଦ୍ଦିଷ୍ଟ ଧର୍ମ ବା ସମ୍ପ୍ରଦାୟ ମଧ୍ୟରେ ଆବଦ୍ଧ ନ ରହି ସବୁ ମଣିଷଙ୍କୁ ସମଦୃଷ୍ଟିରେ ଦେଖୁଥିଲେ ସେ । ତାଙ୍କ ପରି ଆଉ ଜଣେ ପୁଣ୍ୟାତ୍ମା ଯେ ଧରାପୃଷ୍ଠରେ ସମ୍ଭବ ହେବ ଏହି ସଂଶୟ କବି ମନରେ ଜାତ ହୋଇଛି । ତେଣୁ ଓଡ଼ିଆ ଜାତିର ଗର୍ବ, ଏହି ଦିବ୍ୟାତ୍ମାଙ୍କ ତିରୋଧାନରେ ମ୍ରିୟମାଣ ହୋଇ କବି ରାଜା, ପ୍ରଜା, ଧନିକ, ବଣିକ, ସୌଭାଗ୍ୟଶାଳୀ ସୌଦାଗର, କୃଷକ, ଶ୍ରମଜୀବୀ, କ୍ଷତ୍ରିୟ, ପୁରୋହିତ ସବୁ ଶ୍ରେଣୀର ଲୋକଙ୍କୁ ତାଙ୍କ ଶବ ଶୋଭାଯାତ୍ରାରେ ସାମିଲ ହେବାକୁ ଆହ୍ଵାନ ଦେଇଛନ୍ତି ।

BSE Odisha 9th Class Odia Solutions Chapter 5 ଗୋପ ପ୍ରୟାଣ

ଦିବଂଗତ ଆତ୍ମାର ସଦ୍‌ଗତି ପାଇଁ ମନ୍ତ୍ରାଚ୍ଚାରଣ କରିବାକୁ ବ୍ରାହ୍ମଣଙ୍କୁ କବି ଅନୁରୋଧ କରିଛନ୍ତି । ମୃଦଙ୍ଗ ଓ କରତାଳ ଧରି ସଂକୀର୍ତ୍ତନ କରିବାକୁ ସମବେତ ଜନତାକୁ କବି ନିବେଦନ କରିଛନ୍ତି । ମନରୁ ସବୁ ଭେଦ-ଭାବ, ବିଦ୍ବେଷ ଭୁଲି ସବୁ ସମ୍ପ୍ରଦାୟର ବ୍ୟକ୍ତିବିଶେଷଙ୍କୁ ଶବାଧାର ପାର୍ଶ୍ବରେ ଉପସ୍ଥିତ ହେବାକୁ କବି ନିବେଦନ କରିଛନ୍ତି । କବିଙ୍କ ଭାଷାରେ –

‘ଆସ ସନାତନୀ, ଆସ ଖ୍ରୀଷ୍ଟାନ,
ଆସ ହେ ମୁସଲମାନ
ଜାତିର ରାଜାକୁ କ୍ଷୁଦ୍ରତା ଭୁଲି
କର ଥରେ ସମ୍ମାନ ।’’

ଦରିଦ୍ର ଓ ପ୍ରପୀଡ଼ିତଙ୍କ ମୁଖରେ ଆହାର ଦେଲାବେଳେ ତାଙ୍କ ଚକ୍ଷୁ ଲୋତକାପ୍ଲୁତ ହୋଇଉଠୁଥିଲା । ଅନ୍ୟର ଦୁଃଖରେ ସମଦୁଃଖୀ ହୋଇ ସେ ସାହାଯ୍ୟ, ସହଯୋଗର ହାତ ବଢ଼ାଇ ଦେଉଥିଲେ । ତେଣୁ ତାଙ୍କ ପରି ଜଣେ ଦେବୋପମ, ଋଷିପ୍ରତିମ ବ୍ୟକ୍ତି ଯେ ସମସ୍ତଙ୍କର ପୂଜ୍ୟ ତଥା ବିଶେଷକରି ଓଡ଼ିଆ ଜାତିର ଗର୍ବ ଏଥ‌ିରେ ସନ୍ଦେହର ଅବକାଶ ନାହିଁ । ତେଣୁ ତାଙ୍କ ଶବାଧାର ପାର୍ଶ୍ଵରେ ଉପସ୍ଥିତ ଜନତା ନତମସ୍ତକ ପୂର୍ବକ ଅଶୁବିସର୍ଜନ କରିବାକୁ କବି ନିବେଦନ କରିଛନ୍ତି । ସଂକୀର୍ତ୍ତନର ଗୁରୁଗମ୍ଭୀର ନିନାଦ ଓ କୋଟି ଜନତାର ଅଶୁବର୍ଷଣ ଦେଖ୍ ଜୀବନର ମହାସତ୍ୟ ‘ମରଣ’ ବିସ୍ମିତ ହେଉ ବୋଲି ଶୋକାକୁଳ ଜନତାଙ୍କୁ ବାଷ୍ପରୁଦ୍ଧ କଣ୍ଠରେ କବି ଆହ୍ୱାନ କରି କହିଛନ୍ତି –

‘ବାଜୁ ଖୋଳତାଳ, ବରବଧୂ ସବୁ
ତେଜ ହେ ଅଶୁନୀର,
ମରଣ ଜାଣୁ ହେ, କେଡ଼େ ପ୍ରିୟ ଥିଲେ
ଆମର କର୍ମବୀର ।’

Question ୩୭ ।
ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଗୋପବନ୍ଧୁ ଥିଲେ ଜଣେ ମହାନାୟକ– ଏହାର ଯଥାର୍ଥତା ପ୍ରତିପାଦନ କର ।
କିମ୍ବା, ଜାତି, ଧର୍ମ, ବର୍ଣ୍ଣ ବିଚାରକୁ ପଛକୁ ଠେଲି ସମଗ୍ର ମଣିଷ ଜାତିର ବନ୍ଧୁ ସାଜିଥିଲେ ଗୋପବନ୍ଧୁ – ମାନସିଂହଙ୍କ ‘ଗୋପ ପ୍ରୟାଣ’ କବିତା ଆଧାରରେ ଏହାର ଆଲୋଚନା କର ।
କିମ୍ବା, ସେବା ଓ ତ୍ୟାଗ କ୍ଷେତ୍ରରେ ଜାତି, ଧର୍ମ, ବର୍ଣ୍ଣର ସ୍ଥାନ ନାହିଁ – ଏହା ଗୋପବନ୍ଧୁଙ୍କ ଜୀବନ କ୍ଷେତ୍ରରେ କିପରି ପ୍ରମାଣିତ ହୋଇଛି, ତାହା ଉଲ୍ଲେଖ କର ।
Answer:
କବି ଡ. ମାୟାଧର ମାନସିଂହ ଥିଲେ ଓଡ଼ିଆ ସାହିତ୍ୟରେ ଅନନ୍ୟ ପ୍ରତିଭାର ଅଧିକାରୀ । ତାଙ୍କ ଅମଳିନ କାଳଜୟୀ ସାରସ୍ବତ ସୃଷ୍ଟି ପାଇଁ ତାଙ୍କୁ ଭାରତ ସରକାର ୧୯୬୭ ମସିହାରେ ‘ପଦ୍ମଶ୍ରୀ’ ଉପାସ୍‌ରେ ଭୂଷିତ କରିଥିଲେ । ସେ ଥିଲେ ଏକାଧାରରେ ଜଣେ ସଫଳ କାବ୍ୟକାର, ଦରଦୀ କବି, ଦକ୍ଷ ପ୍ରାବନ୍ଧିକ, ସୁଯୋଗ୍ୟ ସାହିତ୍ୟ ସମ୍ପାଦକ ଓ ସମାଲୋଚକ ତଥା ପ୍ରଜ୍ଞାଦୀପ୍ତ ଭାଷା ଗବେଷକ । ଏତଦ୍‌ଭିନ୍ନ ଭ୍ରମଣ କାହାଣୀ ଲେଖକ ଓ ଜୀବନୀ ତଥା ଆତ୍ମଜୀବନୀ ଲେଖକ ଭାବେ ସେ ବହୁ ଗୌରବର ଅଧିକାରୀ ହୋଇଛନ୍ତି ।

ତାଙ୍କ ସାରସ୍ବତ ସୃଷ୍ଟିସମ୍ଭାର ମଧ୍ୟରେ ‘ଧୂପ’, ‘ହେମଶସ୍ୟ’, ‘ହେମପୁଷ୍ପ’, ‘ମାଟିବାଣୀ’, ‘ଅକ୍ଷତ’ ଓ ‘ଜୀବନଚିତା’ ପରି କବିତା ସଂକଳନ; ‘ଉପେକ୍ଷିତା’, ‘ନିକ୍କଣ’, ‘ସାଧବଝିଅ’, ‘ଶୁଭଦୃଷ୍ଟି’ ଓ ‘କମଳାୟନ’ ପରି କାବ୍ୟ; ‘ନଷ୍ଟନୀଡ଼’, ‘ବାରବାଟୀ’ ଓ ‘ପୂଜାରିଣୀ’ ପରି ନାଟକ ଏବଂ ଅନ୍ୟାନ୍ୟ ବହୁ ପ୍ରବନ୍ଧ ତାଙ୍କ ବହୁମୁଖୀ ପ୍ରତିଭାର ପରିଚାୟକ । ରୋମାଣ୍ଟିକ୍ ଚେତନା, ଜାତୀୟତାବାଦ, ସୌନ୍ଦର୍ଯ୍ୟାନୁଭୂତି, ଐତିହ୍ୟ ସଚେତନତା, ପୂଜ୍ୟପୂଜା ଓ ଉଦାର ମାନବିକତା ତାଙ୍କ କାବ୍ୟକବିତାର ମର୍ମବାଣୀ ।

କବିତା ‘ଗୋପ ପ୍ରୟାଣ’ କବିଙ୍କ ‘ମାଟିବାଣୀ’ କବିତା ସଂକଳନ ଅନ୍ତର୍ଗତ ଏକ ଦୀର୍ଘ କବିତାର ଅଂଶବିଶେଷ । ବ୍ୟକ୍ତି ନୀରାଜନା ପର୍ଯ୍ୟାୟରେ ପୂଜ୍ୟପୂଜା ପରମ୍ପରା ତଥା ଜାତୀୟତାବୋଧ ସୃଷ୍ଟି ପାଇଁ କବିତାଟିରେ ଅଜସ୍ର ପ୍ରେରଣା ଭରିରହିଛି । ଆଲୋକିତ ହେବା ସହ ତାଙ୍କ ବିୟୋଗରେ କବିପ୍ରାଣର ବିଷାଦ ଓ କାରୁଣ୍ୟ ରୂପାୟିତ ହୋଇଛି ।
କବି ମାନସିଂହଙ୍କ ମତରେ ଗୋପବନ୍ଧୁ ଥିଲେ ଓଡ଼ିଆ ଜାତିର କର୍ଣ୍ଣଧାର ଓ କୋଟି ଓଡ଼ିଆ ପ୍ରାଣର ଅପ୍ରତିଦ୍ବନ୍ଦୀ ମହାବୀର, ମୁକୁଟବିହୀନ ସମ୍ରାଟ । ତାଙ୍କ ବିୟୋଗରେ ଏ ମହାଜାତିର ଯେଉଁ ଅପୂରଣୀୟ କ୍ଷତି

ଘଟିଲା ତାହା ଚିର ଅପୂରଣୀୟ ରହିବ । ମାନବିକତାର ପୂଜାରୀ, ପୁଣ୍ୟାତ୍ମା ଗୋପବନ୍ଧୁ ଥିଲେ ଦୀନ-ଦୁର୍ଗତର ବନ୍ଧୁ । ତାଙ୍କ ପରି ଜଣେ ରକ୍ତ-ମାଂସ ଦେହଧାରୀ ଦେବାତ୍ମା କୋଟିକରେ ଗୋଟିଏ ମିଳିବା ଅସମ୍ଭବ । ତେଣୁ ତାଙ୍କ ତିରୋଧାନରେ ଓଡ଼ିଶାର ପୁରପଲ୍ଲୀ, ନଗର, ଜନପଦର ଆବାଳ- ବୃଦ୍ଧ-ବନିତାଙ୍କ ହୃଦୟରେ ଶୋକର ଛାୟା ଘୋଟିଯାଇଛି । ଓଡ଼ିଆ ଜାତିର ମଥାମଣି ଭୂ-ଲୁଣ୍ଠିତ ହେବା ସମ୍ବାଦ ଶ୍ରବଣରେ, ଓଡ଼ିଶାର କୋଣ ଅନୁକୋଣରୁ ଜନତାର ସୁଅ ଛୁଟିଛି ତାଙ୍କ ଶେଷଦର୍ଶନ ପାଇଁ । ଜାତିର ମହାନାୟକଙ୍କ ନାମୋଚ୍ଚାରଣ କରି ଉପସ୍ଥିତ ଜନତା ଉଚ୍ଚସ୍ବରରେ କ୍ରନ୍ଦନ କରିଛନ୍ତି । ଶୋକାଭିଭୂତ କବି ମଧ୍ୟ ବିଷାଦରେ ଭାଙ୍ଗିପଡ଼ି ସମବେତ ଜନତାଙ୍କୁ ଦିବଂଗତ ଆତ୍ମାର ସଦ୍‌ଗତି-ନିମିତ୍ତ ନଗ୍ନପାଦରେ ନତମସ୍ତକ ରହି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ଆହ୍ୱାନ ଦେଇଛନ୍ତି । ତାଙ୍କ ବାଷ୍ପକୁଳିତ କଣ୍ଠରୁ ଝରିପଡ଼ିଛି –

‘ମଥା ନତ କରି ସମ୍ମାନ କର
ସ୍ଵର୍ଗତ ମହାଜନେ,
ତୁମ ମେଳେ କହ ଅଛି କିଏ ଆଉ
ତାହା ପରି ଆଉ ଜଣେ ?’

ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ଦୀନ-ଦୁର୍ଗତର ବନ୍ଧୁ ଗୋପବନ୍ଧୁ । ବନ୍ୟା, ବାତ୍ୟା ଓ ମରୁଡ଼ିର କରାଳ ଗ୍ରାସରେ ଓଡ଼ିଶାର ବାସହରା, ବୁଭୁକ୍ଷୁ, ନିରନ୍ନ ଜନତାଙ୍କ ପାଖରେ ଅବିଳମ୍ବେ ଉପସ୍ଥିତ ହୋଇ ସେମାନଙ୍କ ମୁଖରେ ଆହାର ଦେଉଥିଲେ ସେ । ତାଙ୍କ ସହାନୁଭୂତିଭରା ସ୍ନେହପୂର୍ଣ୍ଣ କଥାପଦିକ ଦୁସ୍ଥ ଲୋକଙ୍କ ପ୍ରାଣରେ ଭରି ଦେଉଥିଲା ଆଶା ଓ ଆଶ୍ଵାସନା । ଦୈବୀ ଦୁର୍ବିପାକରେ କି ଧନୀ, କି ଦରିଦ୍ର ସମସ୍ତେ ସମଦଶାପନ୍ନ ହୋଇ ଗୋପବନ୍ଧୁଙ୍କ ଉପସ୍ଥିତିକୁ ବିକଳରେ ଚାହିଁ ବସୁଥିଲେ । ସାହାଯ୍ୟ ଦେଲାବେଳେ ଉତ୍କଳମଣି ଜାତି, ଧର୍ମ, ସମ୍ପ୍ରଦାୟର ବହୁ ଊରେ ରହି ଦୁର୍ଦ୍ଦଶାଗ୍ରସ୍ତ ମାନବକୁ ଗୋଟିଏ ଜାତିର ବୋଲି ଧରିନେଇ ସଭିଙ୍କ ପ୍ରତି ସମଦୃଷ୍ଟିପାତ କରୁଥିଲେ ।

BSE Odisha 9th Class Odia Solutions Chapter 5 ଗୋପ ପ୍ରୟାଣ

ଜାତିଭେଦ, ବର୍ଣ୍ଣବୈଷମ୍ୟ ତଥା ସାମ୍ପ୍ରଦାୟିକ ଭେଦାଭେଦର ସଂକୀର୍ଣ୍ଣତା ତାଙ୍କୁ ସ୍ପର୍ଶ କରୁ ନ ଥିଲା । ସବୁ ମଣିଷ ଯେ ଈଶ୍ୱରଙ୍କ ସନ୍ତାନ ଓ ‘ମାନବ ସେବା ହିଁ ମାଧବ ସେବା’ଏହି ଉଚ୍ଚାଦର୍ଶ ତାଙ୍କ ଉଦାର ମାନବିକତାର ପରିଚାୟକ । ଦୁର୍ଗତ ମଣିଷର ଦୁରବସ୍ଥା ଦର୍ଶନରେ ତାଙ୍କ ଚକ୍ଷୁରୁ ଧାର ଧାର ଅଶ୍ରୁ ନିର୍ଗତ ହେଉଥିଲା । ଦୁର୍ବିପାକ ଅଧୁଷିତ କ୍ଷୁଧାତୁର ଶିଶୁଙ୍କୁ କୋଳାଗ୍ରତ କରି ତାଙ୍କ ମୁଖରେ ଆହାର ଦେଉଥିଲେ ସେ । ସେତେବେଳେ ସେ କେଉଁ ଧର୍ମର କି କେଉଁ ଜାତିର ତାହା ତାଙ୍କ ମନକୁ ସ୍ପର୍ଶ କରୁ ନ ଥିଲା । ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ସବୁ ମଣିଷ ଥିଲେ ତାଙ୍କର ଭ୍ରାତୃପ୍ରତିମ । ସେଥ‌ିପାଇଁ କବି ତାଙ୍କ ଶବାଧାର ପାର୍ଶ୍ଵକୁ ସବୁବର୍ଗର ଲୋକଙ୍କୁ ଆହ୍ୱାନ କରି କହିଛନ୍ତି –

ଆସ ସନାତନୀ, ଆସ ଖ୍ରୀଷ୍ଟାନ,
ଆସ ହେ ମୁସଲମାନ
ଜାତିର ରାଜାକୁ କ୍ଷୁଦ୍ରତା ଭୁଲି
କର ଥରେ ସମ୍ମାନ ।’’

ତାଙ୍କ ଶବାଧାର ପାର୍ଶ୍ବରେ ଉପସ୍ଥିତ ହୋଇ ଶେଷ ଶ୍ରଦ୍ଧାଞ୍ଜଳି ବାଢ଼ିଦେବାକୁ ସେ ରାଜା, ପ୍ରଜା, ଧନିକ, ସୌଭାଗ୍ୟଶାଳୀ, ସୌଦାଗର, କୃଷକ, ଶ୍ରମଜୀବୀ, କ୍ଷତ୍ରିୟ, ପୁରୋହିତ ଓ ଶୂଦ୍ର ସବୁ ଶ୍ରେଣୀର ଲୋକଙ୍କୁ ଆହ୍ଵାନ କରିଛନ୍ତି । ସ୍ବର୍ଗତ ଆତ୍ମାର ସଦ୍‌ଗତି ପାଇଁ ବ୍ରାହ୍ମଣଙ୍କୁ ମନ୍ତ୍ରାଚ୍ଚାରଣ କରିବାକୁ କହିଛନ୍ତି । ସମବେତ ଜନତାକୁ ଖୋଳ-କରତାଳ ଧରି ନାମ ସଂକୀର୍ତ୍ତନ କରିବାକୁ କହିଛନ୍ତି । ପୁଣ୍ୟାତ୍ମାଙ୍କ ଶୁଭ ସ୍ୱର୍ଗବାସ ପାଇଁ ନଗ୍ନ ଚରଣରେ ନତମସ୍ତକ ହୋଇ ଅଶ୍ରୁଳ ଶ୍ରଦ୍ଧାସୁମନ ଅର୍ପଣ କରିବାକୁ କବିଙ୍କ ଆବେଗଭରା ଆହ୍ବାନ ବାସ୍ତବିକ ହୃଦୟସ୍ପର୍ଶୀ ହୋଇଛି । କବିଙ୍କ ଭାଷାରେ –

‘ଶବ ପଛେ ତା’ର କୋଟି ମସ୍ତକ
ନୁଆଁଇ ଓଡ଼ିଆ ଜାତି,
ସମ୍ମାନ କର ତା’ରେ ଯେ କରିଲା
ପୁଣ୍ୟ ତୋହର ମାଟି ।’’

ଧର୍ମନିରପେକ୍ଷ ଚେତନାରେ ଚିର ଉର୍ଜସ୍ବଳ ଗୋପବନ୍ଧୁଙ୍କ ଉଦାର ମାନବିକ ଆଦର୍ଶ ତାଙ୍କୁ ଚିର ନମସ୍ୟ କରିଛି । ତାଙ୍କ ମହାପ୍ରୟାଣ ଓଡ଼ିଶା ଓ ଓଡ଼ିଆ ଜାତିର ଯେଉଁ ଅପୂରଣୀୟ କ୍ଷତି ସାଧନ କରିଛି ତାହା ବର୍ଣ୍ଣନାତୀତ । ଉତ୍କଳମାତା ସେପରି ଜଣେ ଜଣେ ଯୋଗ୍ୟତମ ସନ୍ତାନଙ୍କୁ ଏ ସଂସାରକୁ ପ୍ରେରଣ କରି ଏ ମହାଜାତି ପ୍ରାଣରେ ମାନବିକ ମୂଲ୍ୟବୋଧ ଜାଗ୍ରତ କରାନ୍ତୁ ଓ ନେତୃବୃନ୍ଦଙ୍କ ମନରେ ସେବା ଓ ତ୍ୟାଗ ପ୍ରତି ଅଙ୍ଗୀକାରବଦ୍ଧତା ସୃଷ୍ଟି କରାନ୍ତୁ ।

Question ୩୮ ।
କବିତା ଆଧାରରେ ‘ଗୋପବନ୍ଧୁଙ୍କ ମହାପ୍ରୟାଣ’ ଦୃଶ୍ୟ ବର୍ଣ୍ଣନା କରି ଦୂରରେ ଥ‌ିବା ତୁମର ଜଣେ ବନ୍ଧୁଙ୍କ ନିକଟକୁ ପତ୍ରଟିଏ ଲେଖ ।
Answer:

ନେତାଜୀ ଛାତ୍ରାବାସ୍
ରେଭେନ୍ସା କଲିଜିଏଟ୍ ସ୍କୁଲ
୧୦ । ୧୨ ।୧୯

ପ୍ରିୟ ସଲିମ୍,
ଶୁଭେଚ୍ଛା ନେବୁ । ତୋ ମା’ ଓ ବାପାଙ୍କୁ ମୋର ଭୂମିଷ୍ଠ ପ୍ରଣାମ ଜଣାଇବୁ । ସାନଭଉଣୀ ରେଶ୍ମାକୁ ମୋର ସ୍ନେହ ଦେବୁ । ଗତକାଲି ତୋ’ ଚିଠି ପାଇଲି । ତମ ଷାଣ୍ଡାସିକ ପରୀକ୍ଷା ସରିଗଲାଣି ବୋଲି ଜାଣିଲି । ହେଲେ ଆମ ପରୀକ୍ଷା ହୋଇନି । ଗଲା ସପ୍ତାହରେ ଆମ ସାହିତ୍ୟ ବହିର ‘ଗୋପ ପ୍ରୟାଣ’ ବୋଲି ଗୋଟିଏ ପଦ୍ୟ ପଢ଼ାହେଲା । ତୁ’ ତ ପବ୍ଲିକ ସ୍କୁଲରେ ପଢୁଛୁ । ଏ ବିଷୟ ତୁମ ବହିରେ ନ ଥ‌ିବ । ସେହି କବିତାଟି ଡ. ମାୟାଧର ମାନସିଂହ, ଗୋପବନ୍ଧୁଙ୍କ ବିୟୋଗରେ ମ୍ରିୟମାଣ ହୋଇ ରଚନା କରିଛନ୍ତି । ସେହି କବିତାଟିରୁ ଉତ୍କଳମଣିଙ୍କ ମହନୀୟ ଆଦର୍ଶ, ସେବା, ତ୍ୟାଗ, ମାନବିକ ମୂଲ୍ୟବୋଧ ପ୍ରଭୃତି ବିଷୟରେ ଜାଣିହେବ ।

ସଲିମ୍, କବିତାଟି ଗୋପବନ୍ଧୁଙ୍କ ମହାପ୍ରୟାଣରେ ଓଡ଼ିଶାର ଶୋକସନ୍ତପ୍ତ ଜନତାଙ୍କ ଆବେଗ ଓ ପ୍ରତିକ୍ରିୟା ଉପରେ ଆଧାରିତ । ଦୀନ-ଦୁଃଖୀଙ୍କ ବନ୍ଧୁ ଗୋପବନ୍ଧୁଙ୍କ ତିରୋଧାନ ସମ୍ବାଦ ପ୍ରଚାରିତ ହେବା ପରେ ଓଡ଼ିଶାର କୋଣ ଅନୁକୋଣରୁ ଲୋକଙ୍କ ଧାଡ଼ି ସୁଆଣ୍ଡୋ ଗ୍ରାମ ଅଭିମୁଖେ ମାଡ଼ିଚାଲିଲା । ସମସ୍ତଙ୍କ ମୁଖମଣ୍ଡଳରେ ଥିଲା ବିଷାଦର କାରୁଣ୍ୟ । ତାଙ୍କ ଶବାଧାର ପାର୍ଶ୍ଵକୁ ଯାଇ ତାଙ୍କୁ ଶେଷ ସମ୍ମାନ ଜଣାଇବାକୁ ଲୋକଙ୍କ ମନରେ ଉତ୍କଣ୍ଠା ଭରି ରହିଥିଲା ।

ଅଧିକାଂଶ ଲୋକଙ୍କ ହାତରେ ଥିଲା ଫୁଲମାଳ, ଫୁଲତୋଡ଼ା । ଓଡ଼ିଶାର ବହୁ ବିଶିଷ୍ଟ ଶିକ୍ଷାବିତ୍, ବୁଦ୍ଧିଜୀବୀ, ରାଜନୀତିଜ୍ଞ ତାଙ୍କ ଶେଷ ଦର୍ଶନ ପାଇଁ ଧାଇଁ ଆସିଥିଲେ କାହିଁ କେତେ ଦୂରରୁ । ବିଶାଳ ଜନସମାଗମ ମଧ୍ଯରେ ଶବବାହକମାନେ ତାଙ୍କ ଶବାଧାର ଧରି ଶ୍ମଶାନ ଅଭିମୁଖେ ଯାତ୍ରା ଆରମ୍ଭ କଲେ । ଶବ ଶୋଭାଯାତ୍ରାରେ ବିଶାଳ ଜନତା ‘ହରିବୋଲ’ ଧ୍ୱନି ଦେଇ ରାଜରାସ୍ତାରେ ଆଗେଇ ଯାଉଥାଏ । ଶୋଭାଯାତ୍ରାରେ ଯୋଗ ଦେଇଥ‌ିବା ହିନ୍ଦୁ, ମୁସଲମାନ ଓ ଖ୍ରୀଷ୍ଟିୟାନ ସମସ୍ତେ ସମସ୍ତରରେ ‘ଗୋପବନ୍ଧୁ ଅମର ରହେ’, ‘ଉତ୍କଳମଣି ଜିନ୍ଦାବାଦ’ ଧ୍ୱନି ଦେଇ ଚାଲିଥାଆନ୍ତି । ରାଜପଥ ପାର୍ଶ୍ଵରେ ଅପେକ୍ଷାରତ ଆବାଳ-ବୃଦ୍ଧ-ବନିତା ଆଖ୍ ଛଳ ଛଳ କରି ନତମସ୍ତକ ହୋଇ ଠିଆ ହୋଇ ଅପେକ୍ଷା କରିଥାଆନ୍ତି ତାଙ୍କ ପ୍ରିୟ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ । ସଭିଏଁ ଖାଲିପାଦରେ ଠିଆ ହୋଇ ଉତ୍କଳମଣିଙ୍କ ଜୟ ଜୟ ନାଦରେ ଗଗନ ପବନ ନିନାଦିତ କରୁଥାଆନ୍ତି ।

ଗୋପବନ୍ଧୁ ଥିଲେ ଓଡ଼ିଆ ଜାତିର କର୍ଣ୍ଣଧାର, ଏ ଜାତିର ମଥାମଣି ତୁଲ୍ୟ । ତୁ’ ତ ଏକଥା ଜାଣିଥୁବୁ । ତୁ’ ମଧ୍ୟ ଜାଣିଥୁବୁ, ବନ୍ୟା ସମୟରେ ସେ ଘରେ ତାଙ୍କର ଏକମାତ୍ର ରୋଗାକ୍ରାନ୍ତ ପୁତ୍ରକୁ ପତ୍ନୀଙ୍କ ଦାୟିତ୍ଵରେ ଛାଡ଼ି ବନ୍ୟା ପ୍ରପୀଡ଼ିତ ଲୋକମାନଙ୍କୁ ରିଲିଫ୍ ଦେବାକୁ ବାହାରି ଯାଇଥିଲେ । ଏପରି ଜଣେ ଅଦ୍ବିତୀୟ ମାନବବାଦୀ ଓଡ଼ିଶା ମାଟିରେ ଆଉଥରେ ଜନ୍ମ ନେବେ ବୋଲି ବିଶ୍ଵାସ ହୁଏନା । ତାଙ୍କର ରଚିତ କବିତାର ଗୋଟିଏ ପଦ ମୋର ସବୁବେଳେ ମନେପଡ଼ିଯାଏ –

‘ମାନବ ଜୀବନ ନୁହଁଇ କେବଳ
ବର୍ଷ, ମାସ, ଦିନ, ଦଣ୍ଡ
କର୍ମେ ଜୀଏଁ ନର କର୍ମ ଏକା ତା’ର
ଜୀବନର ମାନଦଣ୍ଡ ।’’

ସେ କେବଳ ଯେ ଦୁଗ୍ଧ, ଦୁର୍ଗତ ଜନତାର ସେବା କରୁଥିଲେ ତାହା ନୁହେଁ, ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ ସେ ନିଜକୁ ଏତଦ୍‌ଭିନ୍ନ ସାହିତ୍ୟ ସାଧନାରେ, ନିର୍ମଳ ସାମ୍ବାଦିକତାରେ ତାଙ୍କର ସ୍ବାତନ୍ତ୍ର୍ୟ ଅନସ୍ବୀକାର୍ଯ୍ୟ । ସତ୍ୟବାଦୀ ବନବିଦ୍ୟାଳୟକୁ ସେ କରିଥିଲେ ‘ମଣିଷ ତିଆରି କାରଖାନା’ । ସେହି ଜାତୀୟ ବିଦ୍ୟାଳୟର ଶିକ୍ଷାନୀତି ନୈତିକ ମୂଲ୍ୟବୋଧ, ଦେଶପ୍ରେମ ଓ ସ୍ଵାବଲମ୍ବନ ଉପରେ ଆଧାରିତ ଥିଲା । ଏପରି ଜଣେ ବହୁମୁଖୀ ପ୍ରତିଭାବନ୍ତ ବ୍ୟକ୍ତିତ୍ୱଙ୍କ ବିୟୋଗରେ ଓଡ଼ିଶାର ଯେ ଅପୂରଣୀୟ କ୍ଷତି ସାଧୂ ହେଲା ତାହା ନିଃସନ୍ଦେହରେ କୁହାଯାଇପାରେ । ଡ. ମାନସିଂହଙ୍କ ରଚିତ କବିତାର ଶେଷପଦଟି ଲେଖ୍ ଜଣାଉଛି, ସେଥୁରୁ ତୁ ଜାଣିପାରିବୁ ଯେ ତାଙ୍କ ତିରୋଧାନରେ ଓଡ଼ିଶାର କୋଟି କୋଟି ହୃଦୟ କିପରି ଦୁଃଖରେ ଭାଙ୍ଗି ପଡ଼ିଥିଲା ।

‘‘ବାଜୁ ଖୋଳତାଳ, ବରବଧୂ ସବୁ
ତେଜ ହେ ଅଶୂନୀର,
ମରଣ ଜାଣୁ ହେ, କେଡ଼େ ପ୍ରିୟ ଥିଲେ
ଆମର କର୍ମବୀର ।’

ସଲିମ୍, ଲେଖୁ ଲେଖୁ ବହୁତ କଥା ଲେଖୁଦେଲି । ହଁ, ପରୀକ୍ଷା ସରିଯାଇଥିଲେ ମଧ୍ୟ ପାଠପଢ଼ା ଚାଲୁ ରଖୁ । ତୁ ତ ମେଧାବୀ ପିଲା । ତୋତେ ସେ ବିଷୟରେ ଅଧ‌ିକ କ’ଣ ବା କହିବି । ଚିଠି ପାଇ ଚିଠି ଦେବୁ । ରହୁଛି ।

ତୋର ସାଙ୍ଗ ସୁନୀଲ

ଠିକଣା
ପ୍ରେରକ : ପ୍ରାପ୍ତେଷୁ : [ଉ।କଟିକଟ]
ସୁନୀଲ ରଥ
ମାଫିତ୍ – ସନ୍ତଷ ରଥ ଛେଣ୍ତ ଲୋନୀ
ବକିବଜାର, କଟକ
ପିନ୍ – ୭୫୩୦୦୧
ସଲିମି ହମମ୍ମଦ
ରାରକେଲା
ପିନ୍ – ୭୮୩୦୨୫

ତୁମପାଇଁ କାମ

୩୯ । ମାୟାଧର ମାନସିଂହଙ୍କ ଅନ୍ୟ ସାହିତ୍ୟକୃତିଗୁଡ଼ିକ ସଂଗ୍ରହ କରି ପଢ଼ ।
୪୦ । ଓଡ଼ିଶାର ବିଭିନ୍ନ କବିଙ୍କୁ ମିଳିଥିବା ଉପାଧ୍ଗୁଡ଼ିକ ଟିପାଖାତାରେ ଲେଖ ।
୪୧ । ଗୋପବନ୍ଧୁଙ୍କ ମହାନତା ପ୍ରକାଶ ପାଉଥିବା ପଦଗୁଡ଼ିକ ଟିପାଖାତାରେ ଲେଖୁ ରଖ ।
୪୨ । ‘ଗୋପ ପ୍ରୟାଣ’ କବିତାଟିର ଅନ୍ୟ ଅଂଶଗୁଡ଼ିକ ସଂଗ୍ରହ କରି ପଢ଼ ।

ପରୀଷା ଉପଯୋଗୀ ଅତିରିକ୍ତ ପ୍ରଶୋତ୍ତର
ଅତିସଂକ୍ଷିପ୍ତ ଓ ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

1. କବି ମହାବୀର ବୋଲି କାହାକୁ କହିଛନ୍ତି ?
Answer:
କବି ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ‘ମହାବୀର’ ବୋଲି କହିଛନ୍ତି ।

BSE Odisha 9th Class Odia Solutions Chapter 5 ଗୋପ ପ୍ରୟାଣ

2. ଗୋପବନ୍ଧୁଙ୍କ ମୃତ୍ୟୁରେ ଓଡ଼ିଆ ଜାତିର କି କ୍ଷତି ଘଟିଲା ?
Answer:
ଗୋପବନ୍ଧୁଙ୍କ ମୃତ୍ୟୁରେ ଏ ଜାତିର ଗର୍ବ କ୍ଷୁଣ୍ଣ ହେବା ସହ ଜାତି ମଥାମଣି ଭୂ-ଲୁଣ୍ଠିତ ହୋଇ ଅପୂରଣୀୟ କ୍ଷତି ସୃଷ୍ଟି ହେଲା ।

3.‘ଅନୀକିନୀ’ ବୋଲି ଏଠାରେ କାହାକୁ ଅଭିହିତ କରାଯାଇଛି ?
Answer:
କବିତାରେ ଗୋପବନ୍ଧୁଙ୍କ ଅନୁଗତ ମାନଙ୍କୁ କବି ‘ଅନୀକିନୀ’ ବା ଚତୁରଙ୍ଗ ସେନାନୀ ବୋଲି ଅଭିହିତ କରିଛନ୍ତି ।

4. ଗୋପବନ୍ଧୁଙ୍କ ମର ଶରୀରକୁ କବି କିପରି ସମ୍ମାନ ଜଣାଇବାପାଇଁ ନିବେଦନ କରିଛନ୍ତି ?
Answer:
ଗୋପବନ୍ଧୁଙ୍କ ମର ଶରୀରକୁ ସମ୍ମାନ ଜଣାଇବାକୁ ନିବେଦନ କରିଛନ୍ତି ।

5. ଗୋପବନ୍ଧୁଙ୍କ ଶବ ସହିତ ଯିବାପାଇଁ କେଉଁମାନଙ୍କୁ କବି ଆହ୍ୱାନ କରିଛନ୍ତି ?
Answer:
ଗୋପବନ୍ଧୁଙ୍କ ଶବ ସହିତ ଯିବାପାଇଁ କବି ସମସ୍ତ ରାଜା, ଧନିକ, ବଣିକ, ସୌଦାଗର, ପୁରୋହିତ, କୃଷକ, କ୍ଷତ୍ରିୟଙ୍କୁ ଆହ୍ଵାନ କରିଛନ୍ତି ।

6. ବ୍ୟକ୍ତିମାନଙ୍କୁ କ’ଣ କରିବାପାଇଁ କବି କହିଛନ୍ତି ?
Answer:
ଗୋପବନ୍ଧୁଙ୍କ ମହାଯାତ୍ରାରେ ସାମିଲ ହୋଇଥିବା ବ୍ରାହ୍ମଣମାନେ ମରଣମନ୍ତ୍ର ଉଚ୍ଚାରଣ କରିବେ ଓ ଜନତା ତା’ର ପାଳି ଧରିବେ ଏବଂ ଜନପଦବାସୀ ଖୋଳ କରତାଳ ଧରି ସଂକୀର୍ତ୍ତନ କରିବା ସହିତ ତାଳି ମାରିବାକୁ କବି ନିବେଦନ କରିଛନ୍ତି ।

7. କୁଳବଧୂମାନେ ଗବାକ୍ଷ-ପୁଡ଼ା ଧରି ଠିଆ ହେବାପାଇଁ କହିବାର ଉଦ୍ଦେଶ୍ୟ କ’ଣ ?
Answer:
ତତ୍‌କାଳୀନ ରକ୍ଷଣଶୀଳ ସମାଜର ନାରୀର ସ୍ବାଧୀନତା ନ ଥ‌ିବାରୁ କବି କୁଳବଧୂମାନଙ୍କୁ ଝରକା ଆଢୁଆଳରେ ଛିଡ଼ାହୋଇ ଅଶ୍ରୁବି ସର୍ଜନ କରିବାକୁ ନିବେଦନ କରିଛନ୍ତି ।

8. ଗୋପବନ୍ଧୁଙ୍କର ପ୍ରାଣଠାରୁ ପ୍ରିୟ କ’ଣ ଥିଲା ବୋଲି କବି କହିଛନ୍ତି ?
Answer:
ଜନ୍ମମାଟି ହିଁ ଗୋପବନ୍ଧୁଙ୍କର ପ୍ରାଣଠାରୁ ପ୍ରିୟ ଥିଲା ବୋଲି କବି କହିଛନ୍ତି।

9. କେଉଁ କଥା ଭୁଲି ସମସ୍ତେ ଗୋପବନ୍ଧୁଙ୍କ ମର ଶରୀରକୁ ସମ୍ମାନ ଜଣାଇବାପାଇଁ କବି ନିବେଦନ କରିଛନ୍ତି ?
Answer:
ଜାତି, ଧର୍ମ, ବର୍ଣ୍ଣ ତଥା ସଂପ୍ରଦାୟଗତ କ୍ଷୁଦ୍ରତାକୁ ଭୁଲି ସମସ୍ତେ ଗୋପବନ୍ଧୁଙ୍କ ମର ଶରୀରକୁ ସମ୍ମାନ ଜଣାଇବାପାଇଁ କବି ନିବେଦନ କରିଛନ୍ତି ।

10. କବି ଗୋପବନ୍ଧୁଙ୍କୁ ଦରିଦ୍ର-ନାରାୟଣ ରୂପେ ଅଭିହିତ କରିଛନ୍ତି କାହିଁକି ?
Answer:
ଗୋପବନ୍ଧୁ ଦରିଦ୍ର ଜନତାଙ୍କ ମେଳରେ ରହି ସେମାନଙ୍କ ମୁଖରେ ଅନ୍ନ ଦେବା ସହ ସମସ୍ତଙ୍କ ଦୁଃଖରେ ସମଭାଗୀ ହୋଇ ଅଶ୍ରୁ ବିସର୍ଜନ କରୁଥିବାରୁ କବି ତାଙ୍କୁ ଦରିଦ୍ର-ନାରାୟଣ ବୋଲି ଅଭିହିତ

11. ଗୋପବନ୍ଧୁଙ୍କ ମର ଶରୀରକୁ ଓଡ଼ିଆ ଜାତି କାହିଁକି ସମ୍ମାନ ଦେବେ ?
Answer:
ଗୋପବନ୍ଧୁଙ୍କ ପୁଣ୍ୟକର୍ମ ବଳରେ ଓଡ଼ିଶାର ମାଟି ପବିତ୍ର ହୋଇଥିବାରୁ ତାଙ୍କ ମର ଶରୀରକୁ ଓଡ଼ିଆ ଜାତି ସମ୍ମାନ ଦେବେ ।

12. ଓଡ଼ିଆ ଜାତି ଗୋପବନ୍ଧୁଙ୍କୁ କିପରି ସମ୍ମାନ ଜଣାଇବେ ?
Answer:
ଶବ ଶୋଭାଯାତ୍ରାରେ ସମ୍ମିଳିତ ହୋଇ ଓଡ଼ିଆ ଜାତି ନିଜର କୋଟି ମସ୍ତକକୁ ଅବନତ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ଗୋପବନ୍ଧୁଙ୍କୁ ସମ୍ମାନ ଜଣାଇବାକୁ କବି କହିଛନ୍ତି ।

13. ‘ମରଣ’ କେଉଁ କଥା ଜାଣିବା ଆବଶ୍ୟକ ବୋଲି କବି କହିଛନ୍ତି ?
Answer:
କର୍ମବୀର ଗୋପବନ୍ଧୁ ଆମର କେତେ ପ୍ରିୟ ଥିଲେ, ତାହା ମରଣ ଜାଣିବା ଆବଶ୍ୟକ ବୋଲି କବି କହିଛନ୍ତି ।

BSE Odisha 9th Class Odia Solutions Chapter 5 ଗୋପ ପ୍ରୟାଣ

14. କର୍ମବୀରଙ୍କ ପ୍ରତି ‘ପ୍ରିୟଭାବ’ ଜନତା କିପରି ପ୍ରକାଶ କରିପାରିବେ ?
Answer:
ଖୋଳତାଳର ସଂକୀର୍ତ୍ତନରେ ପରିବେଶକୁ ମୁଖରିତ କରି ବରବଧୂମାନେ ଅଶ୍ରୁ ବିସର୍ଜନ କରି ଶୋକାକୁଳ ପରିବେଶ ସୃଷ୍ଟି କରିବାଦ୍ୱାରା ହିଁ ଜନତା କର୍ମବୀରଙ୍କ ପ୍ରତି ପ୍ରିୟଭାବ ପ୍ରକାଶ କରିପାରିବେ ।

15. କବି ଉକ୍ତ କବିତାରେ ଗୋପବନ୍ଧୁଙ୍କ ପାଇଁ କେଉଁ କେଉଁ ବିଶେଷଣ ପ୍ରୟୋଗ କରିଛନ୍ତି ?
Answer:
କବି ଉକ୍ତ କବିତାରେ ଗୋପବନ୍ଧୁଙ୍କ ପାଇଁ ମହାବୀର, ମହାଜନ, ଓଡ଼ିଆଜାତିର ମଥାମଣି, ଦରିଦ୍ର ନାରାୟଣ ଓ କର୍ମବୀର ପ୍ରଭୃତି ବିଶେଷଣମାନ ପ୍ରୟୋଗ କରିଛନ୍ତି ।

16. କେଉଁ ଘଟଣା ପାଇଁ ଘରେ ଘରେ କ୍ରନ୍ଦନ-ରୋଳ ବାଜି ଉଠିଲା ?
Answer:
ଉତ୍କଳମଣି ଗୋପବନ୍ଧୁଙ୍କ ମହାପ୍ରୟାଣରେ ଓଡ଼ିଶାର ଘରେ ଘରେ କ୍ରନ୍ଦନ ରୋଳ ବାଜି ଉଠିଲା ।

17. କରିବାର ତାତ୍ପର୍ଯ୍ୟ ବୁଝାଅ ।
Answer:
ଉତ୍କଳମଣି ଗୋପବନ୍ଧୁ ଥିଲେ ସତ୍ୟ, ସେବା, ତ୍ୟାଗ, ଅହିଂସାର ମୂର୍ତ୍ତିମନ୍ତ ବିଗ୍ରହ, ମାତୃଭୂମି ତଥା ଓଡ଼ିଆ ଜାତିର ଉନ୍ନତି ପାଇଁ ସଦା ବ୍ୟାକୁଳ ଥ‌ିବା ସେହି ମହାନ୍ ବ୍ୟକ୍ତିଙ୍କୁ କବି ଯଥାର୍ଥରେ ମହାଜନ ବୋଲି ସମ୍ବୋଧନ କରିଛନ୍ତି ।

18. ସମସ୍ତ ପ୍ରକାର ସଂକୀର୍ଣ୍ଣତାକୁ ଭୁଲି ଗୋପବନ୍ଧୁଙ୍କୁ ସମ୍ମାନ ଦେବାପାଇଁ କବି କେଉଁମାନଙ୍କୁ ଆହ୍ବାନ କରିଛନ୍ତି ?
Answer:
ସମସ୍ତ ପ୍ରକାର ସଂକୀର୍ଣ୍ଣତାକୁ ଭୁଲି ଗୋପବନ୍ଧୁଙ୍କୁ ସମ୍ମାନ ଦେବାପାଇଁ କବି ସନାତନୀ, ଖ୍ରୀଷ୍ଟିୟାନ ତଥା ମୁସଲମାନ ସଂପ୍ରଦାୟର ଲୋକମାନଙ୍କୁ ଆହ୍ବାନ ଦେଇଛନ୍ତି ।

19. ଧର୍ମର ଊର୍ଦ୍ଧ୍ବରେ ରହି ଗୋପବନ୍ଧୁ କାହା ମୁଖରେ ଅନ୍ନ ଦେଉଥିଲେ ?
Answer:
ଧର୍ମର ଊର୍ଦ୍ଧ୍ବରେ ରହି ଗୋପବନ୍ଧୁ ନିରନ୍ନ ଜନତା ମୁଖରେ ଅନ୍ନ ଦେଉଥିଲେ ।

20. ଗୋପବନ୍ଧୁ ଦରିଦ୍ରଙ୍କ ମୁଖରେ ଅନ୍ନ ଦେଲାବେଳେ କ’ଣ ଭୁଲି ଯାଉଥିଲେ ?
Answer:
ଗୋପବନ୍ଧୁ ଦରିଦ୍ରଙ୍କ ମୁଖରେ ଅନ୍ନ ଦେବାବେଳେ ଜାତି – ଧର୍ମ -ବଣ୍ଠ – ସଂପ୍ରଦାୟଗତ ସଂକୀର୍ଣ ଭେଦଭାବକୁ ଭୁଲିଯାଉଥିଲେ ।

B ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

1. ପଦାତିକ, ଅଶ୍ଵାରୋହୀ, ଗଜାରୋହୀ, ରଥାରୋହୀ ପ୍ରଭୃତି ସେନାକୁ କ’ଣ କୁହାଯାଏ ?
Answer:
ଅନୀକିନୀ

2. କରତାଳ ନାମକ ବାଦ୍ୟଯନ୍ତ୍ର କେଉଁଥିରେ ତିଆରି ହୋଇଥାଏ ?
Answer:
କଂସା

3. ଯଜ୍ଞର ପୁରୋହିତଙ୍କୁ କ’ଣ କୁହାଯାଏ ?
Answer:
ଋତ୍ତିକ୍

4. କାହାକୁ ସମ୍ମାନ ଜଣାଇବାକୁ କବି ନିବେଦନ କରିଛନ୍ତି ?
Answer:
ଗୋପବନ୍ଧୁଙ୍କ ମରଶରୀରକୁ

5. ଗୋପବନ୍ଧୁଙ୍କ ସମ୍ମାନାର୍ଥେ କ’ଣ ନଗ୍ନ କରି ରାଜପଥକୁ ଆସିବାକୁ କବି କହିଛନ୍ତି ?
Answer:
ଚରଣ

6. ସ୍ଵର୍ଗତ ମହାଜନଙ୍କୁ କ’ଣ ନତ କରି ସମ୍ମାନ ଜଣାଇବାକୁ କବି କହିଛନ୍ତି ?
Answer:
ମଥା

7. ବ୍ରାହ୍ମଣମାନଙ୍କୁ କ’ଣ କରିବାପାଇଁ କବି କହିଛନ୍ତି ?
Answer:
ମନ୍ତ୍ର ଗାଇବାପାଇଁ

BSE Odisha 9th Class Odia Solutions Chapter 5 ଗୋପ ପ୍ରୟାଣ

8. ବ୍ରାହ୍ମଣମାନେ ମନ୍ତ୍ର ଗାଇବାବେଳେ ଜନତାକୁ କ’ଣ କରିବାପାଇଁ କବି ନିବେଦନ କରିଛନ୍ତି ?
Answer:
ପାଳି ଧରିବାକୁ

9. ଖୋଳତାଳ – କହିଲେ କ’ଣ ବୁଝ ?
Answer:
ବାଦ୍ୟଯନ୍ତ୍ର

10. କୁଳବଧୂମାନଙ୍କୁ କେଉଁ ସ୍ଥାନରେ ଆସି ଛିଡ଼ା ହେବାକୁ କବି ନିବେଦନ କରିଛନ୍ତି ?
Answer:
ଗବାକ୍ଷ ନିକଟରେ

11. କାହାର ମହାପ୍ରୟାଣରେ ‘ଗୋପ ପ୍ରୟାଣ’ କବିତାଟି ରଚିତ ?
Answer:
ଗୋପବନ୍ଧୁ ଦାସ

12. ପ୍ରତିଟି ନଗରରେ ନାଗରିକମାନେ ଗୋପବନ୍ଧୁ ଙ୍କ ବିୟୋଗରେ କ’ଣ ବିସର୍ଜନ କରିବାକୁ କବି ଆହ୍ଵାନ ଦେଇଛନ୍ତି ?
Answer:
ଅଶୁ

13. କୁଳବଧୂମାନେ କ’ଣ ଧରି ଠୁଳ ହେବାପାଇଁ କବିତାରେ କୁହାଯାଇଛି ?
Answer:
ଗବାକ୍ଷ ପୁଡ଼ା

14. କେଉଁ କଥା ଭୁଲି ସମସ୍ତେ ଗୋପବନ୍ଧୁଙ୍କ ମରଶରୀରକୁ ସମ୍ମାନ ଜଣାଇବାକୁ କବି ନିବେଦନ କରିଛନ୍ତି ?
Answer:
ସକଳ କ୍ଷୁଦ୍ରତା

15. ଗୋପବନ୍ଧୁ କାହା ମୁଖରେ ଅନ୍ନ ଦେଉଥିଲେ ବୋଲି କବି ମନେ କରିଛନ୍ତି ?
Answer:
ଦରିଦ୍ର

16. ଗୋପବନ୍ଧୁ କ’ଣ ଥିଲେ ବୋଲି ‘ମରଣ’ ଜାଣିବା ଆବଶ୍ୟକ ବୋଲି କବି କହିଛନ୍ତି ?
Answer:
କେତେ ଲୋକପ୍ରିୟ

17. ‘ଗୋପ ପ୍ରୟାଣ’ କବିତାର କବି କିଏ ?
Answer:
ମାୟାଧର ମାନସିଂହ

18. ‘ଗୋପ ପ୍ରୟାଣ’ କବିତାଟି କବିଙ୍କର କେଉଁ କବିତା ସଂକଳନରୁ ଆସିଅଛି ?
Answer:
ମାଟିବାଣୀ

19. ‘ଗୋପ ପ୍ରୟାଣ’ କବିତାରେ ‘ଗୋପ’ କିଏ ?
Answer:
ଗୋପବନ୍ଧୁ

20. ‘ମହାପ୍ରୟାଣ’ କହିଲେ କ’ଣ ବୁଝ ?
Answer:
ମୃତ୍ୟୁ

C ଶୂନ୍ୟସ୍ଥାନ ପୂରଣ କର ।

1. _______________ ଙ୍କ ପରି ଦୁନିଆରେ ଆଉ ଜଣେ ନାହାନ୍ତି ବୋଲି କବି କହିଛନ୍ତି ।
Answer:
ଗୋପବନ୍ଧୁ

2. କବି ରାଜା, ଧନିକ, ବଣିକମାନଙ୍କୁ. _____________________ ସାଥ୍ରେ ଚାଲିବାପାଇଁ ନିଦେଦନ କରିଛନ୍ତି ।
Answer:
ଗୋପବନ୍ଧୁଙ୍କ ଶବ

BSE Odisha 9th Class Odia Solutions Chapter 5 ଗୋପ ପ୍ରୟାଣ

3. ଗୋପବନ୍ଧୁଙ୍କ ପ୍ରାଣପ୍ରିୟ ମାଟି ଉପରେ ଅଶ୍ରୁ ଝରାଇବାକୁ କବି ____________________ ମାନଙ୍କୁ ନିବେଦନ କରିଛନ୍ତି ।
Answer:
କୁଳବଧୂ

4. କବି _______________ ଙ୍କୁ ଜାତିର ରାଜା ବୋଲି ଅଭିହିତ କରିଛନ୍ତି ।
Answer:
ଗୋପବନ୍ଧୁ

5. କବି କବିତାରେ ଗୋପବନ୍ଧୁଙ୍କୁ ______________ ବୋଲି ଅଭିହିତ କରିଛନ୍ତି ।
Answer:
ଜାତିର ରାଜା

6. ସନାତନ ଧର୍ମ।ବଲମ୍ୱମାନଙ୍କୁ ______________ କୁହାଯାଏ ।
Answer:
ସନାତନୀ

7. _________________ ଭୁଲି ଜାତିର ରାଜାଙ୍କୁ ସମ୍ମାନ ଜଣାଇବାକୁ କବି ହିନ୍ଦୁ, ଖ୍ରୀଷ୍ଟାନ ଓ ମୁସଲମାନମାନଙ୍କୁ ନିବେଦନ କରିଛନ୍ତି ।
Answer:
ସକଳ ଷୁଦ୍ରତା

8. ଗୋପବନ୍ଧୁ ଦରିଦ୍ରଙ୍କ ମୁଖରେ ଅନ୍ନ ଦେଲାବେଳେ _______________ ଭୁଲିଯାଉଥିଲେ ।
Answer:
ଧର୍ମ

9. ଗୋପବନ୍ଧୁଙ୍କ ଶବ ଶୋଭାଯାତ୍ରାରେ ସାମିଲ ହୋଇଥିବା ବ୍ୟକ୍ତିବର୍ଗଙ୍କୁ କବି _________________ ବୋଲି ଅଭିହିତ କରିଛନ୍ତି ।
Answer:
ବ୍ରାହ୍ମଣ

10. ଆତ୍ମାର ଅମରତ୍ୱ ଲାଭ ପାଇଁ କରାଯାଉଥିବା ପ୍ରାର୍ଥନାକୁ _______________ କୁହାଯାଏ
Answer:
ମରଣ ମନ୍ତ୍ର

11. ଜାତି ଧର୍ମ ନିର୍ବିଶେଷରେ ଗୋପବନ୍ଧୁ ________________ ମୁଖରେ ଅନ୍ନ ଆଣି ଦେଇଥିଲେ ।
Answer:
ଦରିଦ୍ର

12. ଗୋପବନ୍ଧୁ କୋଟିଏ ଦରିଦ୍ର ମେଳରେ _________________ ଥିଲେ ।
Answer:
ଦରିଦ୍ର-ନାରାୟଣ

13. କବି ____________________ ଙ୍କୁ ଆମର ପ୍ରିୟ କର୍ମବୀର ବୋଲି ହୋଇଛି ।
Answer:
ଗୋପବନ୍ଧୁଙ୍କୁ

14. ______________ ଙ୍କର ମହାପ୍ରୟାଣରେ ଓଡ଼ିଆ ଜାତିର ଗର୍ବ ଭାଙ୍ଗିଗଲା ବୋଲି କବି କହିଛନ୍ତି ।
Answer:
ଗୋପବନ୍ଧୁ

BSE Odisha 9th Class Odia Solutions Chapter 5 ଗୋପ ପ୍ରୟାଣ

15. _________________ ଙ୍କର ମହାପ୍ରୟାଣରେ ‘ଗୋପ ପ୍ରୟାଣ’ କବିତାଟି ରଚିତ ହୋଇଛି ।
Answer:
ଗୋପବନ୍ଧୁ

16. ଗୋପବନ୍ଧୁଙ୍କ ମହାପ୍ରୟାଣରେ ଘରେ ଘରେ ___________________ ଶବ୍ଦ ଶୁଭିଛି ।
Answer:
କ୍ରନ୍ଦନ

17. ଗୋପବନ୍ଧୁଙ୍କ ବିୟୋଗରେ ___________________ ଜାତିର ମଥାମଣି ଭୂତଳେ ଖସିପଡ଼ିଲା ବୋଲି କବି କହିଛନ୍ତି ।
Answer:
ଓଡ଼ିଆ

18. ନୟନରେ ______________ ଭରି ଦେଶକୁ କବି ଗୋରିକମାନଙ୍କୁ ଆହ୍ୱ।ନ ଜଣାଇଛନ୍ତି ।
Answer:
ଅଶ୍ରୁ

19. ଚରଣ ନଗ୍ନ କରି ______________ କୁ ଆସିବାକୁ କବି ସମସ୍ତଙ୍କୁ ନିବେଦନ କରିଛନ୍ତି ।
Answer:
ରାଜପଥ

20. ମଥା ନତ କରି _________________ କୁ ସମ୍ମାନ ଜଣାଇବାକୁ କବି ନିବେଦନ କରିଛନ୍ତି ।
Answer:
ଗୋପବନ୍ଧୁଙ୍କ ମରଶରୀର

D ଠିକ୍ କିମ୍ବା ଭୁଲ୍ ଲେଖ ।
1. କରତାଳ ନାମକ ବାଦ୍ୟଯନ୍ତ୍ର ପିତଳରେ ତିଆରି ହୋଇଥାଏ ?
Answer:
ଠିକ୍

2. ଗୋପବନ୍ଧୁଙ୍କ ମରଶରୀରକୁ ସମ୍ମାନ ଜଣାଇବାକୁ କବି ନିବେଦନ କରିଛନ୍ତି ।
Answer:
ଠିକ୍

3. ସ୍ଵର୍ଗତ ମହାଜନଙ୍କୁ ମଥାନତ କରି ସମ୍ମାନ ଜଣାଇବାକୁ କବି କହିଛନ୍ତି ।
Answer:
ଠିକ୍

4. ବ୍ରାହ୍ମଣମାନେ ମନ୍ତ୍ର ଗାଇବାବେଳେ ଜନତାକୁ ପାଳି ଧରିବାପାଇଁ କବି ନିବେଦନ କରିଛନ୍ତି ।
Answer:
ଠିକ୍

5. କୁଳବଧୂମାନଙ୍କୁ ଗବାକ୍ଷ ନିକଟରେ ଆସି ଛିଡ଼ା ହେବାକୁ କବି ନିବେଦନ କରିଛନ୍ତି ।
Answer:
ଠିକ୍

6. ପ୍ରତିଟି ନଗରରେ ନାଗରିକମାନେ ଗୋପବନ୍ଧୁଙ୍କ ବିୟୋଗରେ ଅଶ୍ରୁ ବିସର୍ଜନ କରିବାକୁ କବି ଆହ୍ଵାନ ଦେଇଛନ୍ତି ।
Answer:
ଠିକ୍

7. ସକଳ କ୍ଷୁଦ୍ରତା କଥା ଭୁଲି ସମସ୍ତେ ଗୋପବନ୍ଧୁଙ୍କ ମରଶରୀରକୁ ସମ୍ମାନ ଜଣାଇବାକୁ କବି ନିବେଦନ କରିଛନ୍ତି ।
Answer:
ଠିକ୍

8. ଗୋପବନ୍ଧୁ କେତେ ଲୋକପ୍ରିୟ ଥିଲେ ବୋଲି ‘ମରଣ’ ଜାଣିବା ଆବଶ୍ୟକ ବୋଲି କବି କହିଛନ୍ତି ।
Answer:
ଠିକ୍

BSE Odisha 9th Class Odia Solutions Chapter 5 ଗୋପ ପ୍ରୟାଣ

9. ‘ଗୋପ ପ୍ରୟାଣ’ କବିତାଟି କବିଙ୍କର ‘ମାଟିବାଣୀ’ କବିତା ସଂକଳନରୁ ଆସିଅଛି ।
Answer:
ଠିକ୍

10. କବି ରାଜା, ଧନିକ, ବଣିକମାନଙ୍କୁ ଗୋପବନ୍ଧୁଙ୍କ ଶବ ସାଥ୍‌ରେ ଚାଲିବାପାଇଁ ନିବେଦନ କରିଛନ୍ତି ।
Answer:
ଠିକ୍

11. କବି ଭଗବାନଙ୍କୁ ଜାତିର ରାଜା ବୋଲି ଅଭିହିତ କରିଛନ୍ତି ।
Answer:
ଠିକ୍

12. ସନାତନ ଧର୍ମାବଲମ୍ବୀମାନଙ୍କୁ ହିନ୍ଦୁ କୁହାଯାଏ ।
Answer:
ଭୁଲ୍

13. ଗୋପବନ୍ଧୁ ଦରିଦ୍ରଙ୍କ ମୁଖରେ ଅନ୍ନ ଦେଲାବେଳେ କର୍ମ ଭୁଲିଯାଉଥିଲେ ।
Answer:
ଭୁଲ୍

14. ଆତ୍ମାର ଅମରତ୍ୱ ଲାଭ ପାଇଁ କରାଯାଉଥିବା ପ୍ରାର୍ଥନାକୁ ମରଣ ମନ୍ତ୍ର କୁହାଯାଏ ।
Answer:
ଠିକ୍

15. ଗୋପବନ୍ଧୁ କୋଟିଏ ଦରିଦ୍ର ମେଳରେ ଦରିଦ୍ର ନାରାୟଣ ଥିଲେ ।
Answer:
ଠିକ୍

E ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. ପଦାତିକ, ଅଶ୍ଵାରୋହୀ, ଗଜାରୋହୀ, ରଥାରୋହୀ ପ୍ରଭୃତି ସେନାକୁ କ’ଣ କୁହାଯାଏ ?
(A) ଅନିକିନୀ
(B) ଅନୀକିନୀ
(C) ଅନୀକୀନୀ
(D) ଅନିକୀନୀ
Answer:
(A) ଅନିକିନୀ

2. ନିମ୍ନପ୍ରଦତ୍ତ ମଧ୍ୟରୁ କେଉଁଟି ଏକ ପ୍ରକାର କଂସାରେ ତିଆରି ବାଦ୍ୟଯନ୍ତ୍ର ?
(A) କରତାଳ
(B) ପଖଉଜ
(C) ଖୋଳ
(D) ବେହେଲା
Answer:
(B) ପଖଉଜ

BSE Odisha 9th Class Odia Solutions Chapter 5 ଗୋପ ପ୍ରୟାଣ

3. ଯଜ୍ଞର ପୁରୋହିତଙ୍କୁ କ’ଣ କୁହାଯାଏ ?
(A) ଆଚାର୍ଯ୍ୟ
(B) ବ୍ରହ୍ମା
(C) ଋତ୍ବିକ୍
(D) କର୍ରା
Answer:
(C) ଋତ୍ବିକ୍

4. କାହାକୁ ସମ୍ମାନ ଜଣାଇବାକୁ କବି ନିବେଦନ କରିଛନ୍ତି ?
(A) ଗୋପବନ୍ଧୁଙ୍କୁ
(B) ଉତ୍କଳମଣିଙ୍କୁ
(C) ଗୋପବନ୍ଧୁଙ୍କ ମରଶରୀରକୁ
(D) ଉତ୍କଳର ମଥାମଣିଙ୍କୁ
Answer:
(A) ଗୋପବନ୍ଧୁଙ୍କୁ

5. ଗୋପବନ୍ଧୁଙ୍କ ସମ୍ମାନାର୍ଥେ କ’ଣ ନଗ୍ନ କରି ରାଜପଥକୁ ଆସିବାକୁ କବି କହିଛନ୍ତି ?
(A) ହସ୍ତ
(B) ଚରଣ
(C) ଆନନ
(D) ନୟନ
Answer:
(A) ହସ୍ତ

6. ସ୍ଵର୍ଗତ ମହାଜନ କୁ କ’ଣ ନତ କରି ସମ୍ମାନ ଜଣାଇବାକୁ କବି କହିଛନ୍ତି ?
(A) ଶରୀର
(B) ମଥା
(C) ଆଣ୍ଠୁ
(D) ନୟନ
Answer:
(A) ଶରୀର

7. ବ୍ରାହ୍ମଣମାନଙ୍କୁ କ’ଣ କରିବାପାଇଁ କବି କହିଛନ୍ତି ?
(A) ଯଜ୍ଞ କରିବାପାଇଁ
(B) ପୂଜା କରିବାପାଇଁ
(C) ମନ୍ତ୍ର ଗାଇବାପାଇଁ
(D) ହୋମ କରିବାପାଇଁ
Answer:
(B) ପୂଜା କରିବାପାଇଁ

8. ବ୍ରାହ୍ମଣମାନେ ମନ୍ତ୍ର ଗାଇବାବେଳେ ଜନତାକୁ କ’ଣ କରିବାପାଇଁ କବି ନିବେଦନ କରିଛନ୍ତି ?
(A) ବାଦ୍ୟ ବଜାଇବାକୁ
(B) ଗୀତ ଗାଇବାକୁ
(C) ପାଳି ଧରିବାକୁ
(D) ନୀରବରେ ଯିବାକୁ
Answer:
(D) ନୀରବରେ ଯିବାକୁ

9. ଖୋଳତାଳ – କହିଲେ କ’ଣ ବୁଝ ?
(A) ଏକ ପ୍ରକାର ଯନ୍ତ୍ର
(B) ଏକ ପ୍ରକାର ବାଦ୍ୟଯନ୍ତ୍ର
(C) ତାଳରେ ଖୋଳ କରିବା
(D) ଖୋଳ ଓ ତାଳ
Answer:
(D) ଖୋଳ ଓ ତାଳ

BSE Odisha 9th Class Odia Solutions Chapter 5 ଗୋପ ପ୍ରୟାଣ

10. କୁଳବଧୂମାନଙ୍କୁ କେଉଁ ସ୍ଥାନରେ ଆସି ଛିଡ଼ା ହେବାକୁ କବି ନିବେଦନ କରିଛନ୍ତି ?
(A) ରାଜମାର୍ଗରେ
(C) ସଭାସ୍ଥଳରେ
(B) ଦ୍ଵାରଦେଶରେ
(D) ଗବାକ୍ଷ ନିକଟରେ
Answer:
(D) ଗବାକ୍ଷ ନିକଟରେ

11. କାହା ପରି ଦୁନିଆରେ ଆଉ ଜଣେ ନାହାନ୍ତି ବୋଲି କବି କରିଛନ୍ତି ?
(A) ଗୋପବନ୍ଧୁଙ୍କ ପରି
(B) ରାଜାଙ୍କ ପରି
(C) ସେନାପତିଙ୍କ ପରି
(D) ମନ୍ତ୍ରୀଙ୍କ ପରି
Answer:
(A) ଗୋପବନ୍ଧୁଙ୍କ ପରି

12. କବି ରାଜା, ଧନିକ, ବଣିକମାନଙ୍କୁ କାହା ସାଥ୍‌ରେ ଚାଲିବାପାଇଁ ନିବେଦନ କରିଛନ୍ତି ?
(A) ଗୋପବନ୍ଧୁଙ୍କ ସହିତ
(B) ଗୋପବନ୍ଧୁଙ୍କ ଶବ ସହିତ
(C) ଜନତାଙ୍କ ସହ
(D) ଏକାକୀ
Answer:
(C) ଜନତାଙ୍କ ସହ

13. ଗୋପବନ୍ଧୁଙ୍କ ପ୍ରାଣପ୍ରିୟ ମାଟି ଉପରେ ଅଶ୍ରୁ ଝରାଇବାକୁ କବି କାହାକୁ ନିବେଦନ କରିଛନ୍ତି ?
(A) ଓଡ଼ିଆମାନଙ୍କୁ
(B) ନାଗରିକମାନଙ୍କୁ
(C) କୁଳବଧୂମାନଙ୍କୁ
(D) ସୈନ୍ୟମାନଙ୍କୁ
Answer:
(D) ସୈନ୍ୟମାନଙ୍କୁ

14. କବି କାହାକୁ ଜାତିର ରାଜା ବୋଲି ଅଭିହିତ କରିଛନ୍ତି ?
(A) ମଧୁବାବୁଙ୍କୁ
(B) ଫକୀରମୋହନଙ୍କୁ
(C) ଗୌରୀଶଙ୍କରଙ୍କୁ
(D) ଗୋପବନ୍ଧୁଙ୍କୁ
Answer:
(A) ମଧୁବାବୁଙ୍କୁ

15. କବି କବିତାରେ ଗୋପବନ୍ଧୁଙ୍କୁ କ’ଣ ବୋଲି ଅଭିହିତ କରିଛନ୍ତି ?
(A) ଜାତିର ଜନକ
(B) ଜାତିର ରାଜା
(C) ଜାତିର ସ୍ରଷ୍ଟା
(D) ଜାତିର କର୍ତ୍ତା
Answer:
(B) ଜାତିର ରାଜା

16. ସନାତନ ଧର୍ମାବଲମ୍ବୀମାନଙ୍କୁ କ’ଣ କୁହାଯାଏ ?
(A) ସନାତନି
(B) ସନାନ୍ତନି
(C) ସନନ୍ତନୀ
(D) ସନାତନୀ
Answer:
(A) ସନାତନି

BSE Odisha 9th Class Odia Solutions Chapter 5 ଗୋପ ପ୍ରୟାଣ

17. କ’ଣ ଭୁଲି ଜାତିର ରାଜାଙ୍କୁ ସମ୍ମାନ ଜଣାଇବାକୁ କବି ହିନ୍ଦୁ, ଖ୍ରୀଷ୍ଟାନ ଓ ମୁସଲମାନମାନଙ୍କୁ ନିବେଦନ କରିଛନ୍ତି ?
(A) ରାଗ
(B) ଲୋଭ
(C) ପରଶ୍ରୀକାତରତା
(D) ସକଳ କ୍ଷୁଦ୍ରତା
Answer:
(D) ସକଳ କ୍ଷୁଦ୍ରତା

18. ଗୋପବନ୍ଧୁ ଦରିଦ୍ରଙ୍କ ମୁଖରେ ଅନ୍ନ ଦେଲାବେଳେ କ’ଣ ଭୁଲିଯାଉଥିଲେ ?
(A) ସ୍ଵାର୍ଥ
(B) ଧର୍ମ
(C) ଶତ୍ରୁତା
(D) ଜାତି
Answer:
(B) ଧର୍ମ

19. ଗୋପବନ୍ଧୁ ଙ୍କ ଶବର ଶୋଭାଯାତ୍ରାରେ ସାମିଲ ହୋଇଥିବା ବ୍ୟକ୍ତିବର୍ଗଙ୍କୁ କବି କ’ଣ ବୋଲି ଅଭିହିତ କରିଛନ୍ତି ?
(A) ଶବଯାତ୍ରୀ
(B) ଶୋଭାଯାତ୍ରୀ
(C) ବ୍ରାହ୍ମଣ
(D) ବରଯାତ୍ରୀ
Answer:
(C) ବ୍ରାହ୍ମଣ

20. ଆତ୍ମାର ଅମରତ୍ୱ ଲାଭ ପାଇଁ କରାଯାଉଥିବା ପ୍ରାର୍ଥନାକୁ କ’ଣ କୁହାଯାଏ ?
(A) ଅମର ମନ୍ତ୍ର
(B) ମରଣ ମନ୍ତ୍ର
(C) ବିଜୟ ମନ୍ତ୍ର
(D) ଜୟ ମନ୍ତ୍ର
Answer:
(B) ମରଣ ମନ୍ତ୍ର

21. ଜାତି ଧର୍ମ ନିର୍ବିଶେଷରେ ଗୋପବନ୍ଧୁ କାହା ମୁଖରେ ଆଣି ଅନ୍ନ ଦେଇଥିଲେ ?
(A) ଦରିଦ୍ରର
(B) ଦୁଃଖୀର
(C) ଧନିକର
(D) ଜାତିର
Answer:
(A) ଦରିଦ୍ରର

22. ଗୋପବନ୍ଧୁ କୋଟିଏ ଦରିଦ୍ର ମେଳରେ କ’ଣ ଥିଲେ ?
(A) ଜଣେ ଦରିଦ୍ର
(B) ଏକମାତ୍ର ଧନୀ ବ୍ୟକ୍ତି
(C) ଦରିଦ୍ର-ନାରାୟଣ
(D) ଦରିଦ୍ରଜନ
Answer:
(B) ଏକମାତ୍ର ଧନୀ ବ୍ୟକ୍ତି

23. କବି କାହାକୁ ଆମର ପ୍ରିୟ କର୍ମବୀର ବୋଲି କହିଛନ୍ତି ?
(A) ଗୌରୀଶଙ୍କର ରାୟଙ୍କୁ
(B) ବିଜୁ ପଟ୍ଟନାୟକଙ୍କୁ
(C) ଗୋଦାବରୀଶଙ୍କୁ
(D) ଗୋପବନ୍ଧୁଙ୍କୁ
Answer:
(C) ଗୋଦାବରୀଶଙ୍କୁ

24. କାହାର ମହାପ୍ରୟାଣରେ ଓଡ଼ିଆ ଜାତିର ଗର୍ବ ଭାଙ୍ଗିଗଲା ବୋଲି କବି କହିଛନ୍ତି ?
(A) ଗୋପବନ୍ଧୁଙ୍କର
(B) ରାଜାଙ୍କର
(C) ସୌଦାଗରଙ୍କର
(D) ମହାଜନଙ୍କର
Answer:
(D) ମହାଜନଙ୍କର

25. ମହାବୀରଙ୍କ ମହାପ୍ରୟାଣରେ ପ୍ରତିଟି ଅଧରରେ କାହାର ନାମ ଉଚ୍ଚାରିତ ହେଉଥିଲା ?
(A) ଭଗବାନଙ୍କର
(B) ଗୋପବନ୍ଧୁ ଙ୍କର
(C) ରାମଙ୍କର
(D) କୃଷ୍ଣଙ୍କର
Answer:
(B) ଗୋପବନ୍ଧୁ ଙ୍କର

BSE Odisha 9th Class Odia Solutions Chapter 5 ଗୋପ ପ୍ରୟାଣ

26. କେଉଁ କଥା ଭୁଲି ସମସ୍ତେ ଗୋପବନ୍ଧୁଙ୍କ ମରଶରୀରକୁ ସମ୍ମାନ ଜଣାଇବାକୁ କବି ନିବେଦନ କରିଛନ୍ତି ?
(A) କ୍ଷୁଦ୍ରତ
(B) ସାମ୍ପ୍ରଦାୟିକତା
(C) ଦୁଃଖ ଓ ଯନ୍ତ୍ରଣା
(D) ଭାଷା
Answer:
(C) ଦୁଃଖ ଓ ଯନ୍ତ୍ରଣା

27. ଗୋପବନ୍ଧୁଙ୍କ ମରଶରୀରକୁ ଓଡ଼ିଆ ଜାତି କାହିଁକି ସମ୍ମାନ ଦେବା ଉଚିତ ବୋଲି କବି ମନେ କରିଛନ୍ତି ?
(A) ଦରିଦ୍ର ମୁଖରେ ଅନ୍ନ ଦେଇଥ‌ିବାରୁ
(B) ଓଡ଼ିଆ ଭାଷାର ଉନ୍ନତି କରିଥିବାରୁ
(C) ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିଥିବାରୁ
(D) ଦେଶ ସ୍ଵାଧୀନ କରିଥିବାରୁ
Answer:
(B) ଓଡ଼ିଆ ଭାଷାର ଉନ୍ନତି କରିଥିବାରୁ

କବିଙ୍କ ସମ୍ବନ୍ଧରେ :
ପ୍ରେମ ଓ ପ୍ରଣୟର ସାର୍ଥକ ରୂପକାର କବି ଡ. ମାୟାଧର ମାନସିଂହ ଏକାଧାରରେ ଜଣେ କବି, ପ୍ରାବନ୍ଧିକ, ଜୀବନୀ, ଆତ୍ମଜୀବନୀ ଓ ଭ୍ରମଣ କାହାଣୀ ଲେଖକ, ସାହିତ୍ୟ ସମାଲୋଚକ ଏବଂ ଜଗନ୍ନାଥ ସଂସ୍କୃତି ଗବେଷକ ଭାବେ ବହୁମୁଖୀ ପ୍ରତିଭାସମ୍ପନ୍ନ ବ୍ୟକ୍ତିତ୍ଵ । ଏତଦ୍‌ଭିନ୍ନ ବିଭିନ୍ନ ପତ୍ରପତ୍ରିକାର ସମ୍ପାଦକ ତଥା ‘ଓଡ଼ିଆ ସାହିତ୍ୟର ଇତିହାସ ର ଲେଖକ ଭାବେ ସେ ଅସାଧାରଣ ଗୌରବର ଅଧିକାରୀ । ସାହିତ୍ୟର ଏପରି କୌଣସି ବିଭାଗ ନାହିଁ ଯେଉଁଥରେ ସେ ଲେଖନୀ ଚାଳନା କରିନାହାନ୍ତି । ଓଡ଼ିଆ ସାହିତ୍ୟରେ ଏକ ସ୍ଵତନ୍ତ୍ର ସମ୍ମାନର ଅଧିକାରୀ ମାନସିଂହ ଅବିଭକ୍ତ ପୁରୀ ଜିଲ୍ଲା ଉତ୍କଳ-କମଳା-ବିଳାସ-ଦୀର୍ଘକା -ମରାଳମାଳିନୀ – ନୀଳାମ୍ବୁ ଚିଲିକା ଗର୍ଭସ୍ଥିତ ପାରିକୁଦ ଦ୍ଵୀପରେ ୧୯୦୫ ମସିହା ନଭେମ୍ବର ମାସ ୧୩ ତାରିଖରେ ଜନ୍ମଗ୍ରହଣ କରିଥିଲେ ।

ତାଙ୍କ ପିତା ଥିଲେ ପଦ୍ମଚରଣ ମାନସିଂହ ଓ ମାତା ସୁଭଦ୍ରା ଦେବୀ । କବିଙ୍କ ପରିବାରର ଆର୍ଥିକ ଅବସ୍ଥା ସେତେ ସ୍ବଚ୍ଛଳ ନ ଥିଲା । ମାତ୍ର ତାଙ୍କ ସାଧନା, ଅଧ୍ୟବସାୟ ଓ ଉଚ୍ଚାଭିଳାଷ ତଥା ବିଦ୍ୟାତ୍ସାହିତା ତାଙ୍କୁ ଅଖ୍ୟାତ ପାରିକୁଦରୁ ନେଇ ବିଖ୍ୟାତ ଡରହାମ୍ ବିଶ୍ବବିଦ୍ୟାଳୟରେ ପହଞ୍ଚାଇ ଦେଇଥିଲା । କବି ଖୋର୍ଦ୍ଧା ଓ ବାଣପୁରରୁ ସ୍କୁଲ ଶିକ୍ଷା ସମାପ୍ତ କରି ରେଭେନ୍ସା କଲେଜ ଓ ପାଟଣା ବିଶ୍ଵବିଦ୍ୟାଳୟରୁ ଇଂରାଜୀ ସାହିତ୍ୟରେ ଏମ୍.ଏ. ଡିଗ୍ରୀ ହାସଲ କରିଥିଲେ । ସେକସ୍‌ପିଅର ଓ କାଳିଦାସଙ୍କ ଉପରେ ତୁଳନାତ୍ମକ ଗବେଷଣା କରି ସେ ୧୯୩୯ ମସିହାରେ ଡରହାମ୍ ବିଶ୍ଵବିଦ୍ୟାଳୟରୁ ସମ୍ମାନଜନକ ପି.ଏଚ୍.ଡ଼ି. ଉପାଧ୍ ଲାଭ କରିଥିଲେ ।

ଶିକ୍ଷା ସମାପ୍ତି ପରେ ସେ ପ୍ରଥମେ ଗୋଟିଏ ମାଧ୍ୟମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଓ ପରେ ଶିକ୍ଷା ପରିଦର୍ଶକ ଚାକିରି କରି ପ୍ରାୟ ପ୍ରୌଢ଼ ବୟସରେ ଅଧ୍ୟାପକ ଚାକିରିରେ ଯୋଗ ଦେଇଥିଲେ । ଅଧ୍ୟାପକ ପଦରେ ତାଙ୍କର ଦକ୍ଷତା ଥିଲା ସର୍ବାଧିକ ।ପରେ ସେ ସମ୍ବଲପୁରର ଗଙ୍ଗାଧର ମେହେର ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ସୂଚାରୁରୂପେ ଦାୟିତ୍ଵ ନିର୍ବାହ କରି ପରିଶେଷରେ ଉତ୍କଳ ବିଶ୍ଵବିଦ୍ୟାଳୟ ଜ୍ଞାନକୋଷର ସମ୍ପାଦକ ପଦବୀ ମଣ୍ଡନ କରି ଚାକିରିରୁ ଅବସର ଗ୍ରହଣ କରିଥିଲେ । ଡ. ମାନସିଂହ ଉତ୍କଳ ବିଶ୍ଵବିଦ୍ୟାଳୟର ସିନେଟ୍ ସଭ୍ୟ ଥିଲେ ଓ କେନ୍ଦ୍ର ସାହିତ୍ୟ ଏକାଡ଼େମୀର ସଭ୍ୟ ମଧ୍ଯ ଥିଲେ । ୧୯୬୭ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ଉପାଧିରେ ଭୂଷିତ କରିଥିଲେ । ୧୯୭୩ ମସିହାରେ ଏହି ମହାକବିଙ୍କର ମହାପ୍ରୟାଣ ହୋଇଥିଲା ।

କବି ଡ. ମାନସିଂହ ଥିଲେ ଓଡ଼ିଆ ସାହିତ୍ୟରେ ଅନନ୍ୟ ପ୍ରତିଭାର ଅଧିକାରୀ । ତାଙ୍କ ସାରସ୍ବତ ସୃଷ୍ଟି ମଧ୍ୟରେ ‘ଉପେକ୍ଷିତ’, ‘ନିକ୍କଣ’, ‘ଶୁଭଦୃଷ୍ଟି’, ‘ସାଧବ ଝିଅ’, ‘ଜେମା’, ‘କମଳାୟନ’ପରି କାବ୍ୟ; ‘ଧୂପ’, ‘ହେମଶସ୍ୟ’, ‘ହେମପୁଷ୍ପ’, ‘କୋଣାର୍କ’, ‘ପ୍ରେମପୁଷ୍ପ’, ‘ପ୍ରେମଶସ୍ୟ’, ‘ମାଟିବାଣୀ’, ‘ଜୀବନଚିତା’, ‘ବାପୁତର୍ପଣ’, ‘ଅକ୍ଷତ’, ‘କୁଶ’, ‘ସିନ୍ଧୁ’ ଓ ‘ବିନ୍ଦୁ’ପରି କବିତା ସଂକଳନ; ‘ରାଜକବି’, ‘ପୁଷିତା’, ‘ପୂଜାରିଣୀ’, ‘ନଷ୍ଟନୀଡ଼’, ‘ବାରବାଟୀ’, ‘ବୁଦ୍ଧ’, ‘ଶାସନଚକ୍ର’, ‘ଦୁର୍ଭିକ୍ଷ’ପରି ନାଟକ- ନାଟିକା, ‘କବି ଓ କବିତା’, ‘ଜୀବନପଥ’, ‘ଓଡ଼ିଆ ସମାଜ ଓ ସାହିତ୍ୟ’, ‘ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନ’, ‘ମାଟିର ମହାକବି ସାରଳା ଦାସ’ ଓ ‘ଗୀତା ମାହାତ୍ମ୍ୟ’ ପରି ପ୍ରବନ୍ଧ ଓ ସମାଲୋଚନା ସାହିତ୍ୟ; ‘ପଶ୍ଚିମ ପଥକ’ ପରି ଭ୍ରମଣ କାହାଣୀ ଓ ଉପନ୍ୟାସ ‘ଅନ୍ଵେଷଣ’ କବିଙ୍କ ଅନନ୍ୟ ବହୁମୁଖୀ ସାରସ୍ବତ ପ୍ରତିଭାର ପରିଚାୟକ । ଏତଦ୍‌ଭିନ୍ନ ‘ସାହିତ୍ୟର ଇତିହାସ’ ଓ ‘ଜଗନ୍ନାଥ ସଂସ୍କୃତି ଗ୍ରନ୍ଥ’ ଏହି କବିଙ୍କର ଦୁଇଟି ଅନନ୍ୟ କୃତି । କବିଙ୍କ ସାହିତ୍ୟରେ ଜାତୀୟତାବାଦ, ରୋମାଣ୍ଟିକ୍ ଚେତନା, ଐତିହ୍ୟ ସଚେତନତା, ସଂସ୍କୃତି ସୁରକ୍ଷା, ସଂସ୍କାରଧର୍ମିତା, ମାନବ ବନ୍ଦନା ତଥା ପୂଜ୍ୟପୂଜା ପରମ୍ପରା ବଳିଷ୍ଠ ଭୂମିକା ଗ୍ରହଣ କରିଛି ।

କବିତାର ପୃଷ୍ଠଭୂମି :
ଧରାଧାମରେ ଅନେକ ମଣିଷ ଜନ୍ମ ନିଅନ୍ତି ଓ ସ୍ଵାଭାବିକ ଭାବେ ଜୀବନ ସମ୍ପାଦନ କରି ମୃତ୍ୟୁବରଣ କରନ୍ତି । ମାତ୍ର ଏପରି କେତେଜଣ ଯୋଗଜନ୍ମା ଥାଆନ୍ତି, ସେମାନେ ଇହଲୀଳା ସମ୍ବରଣ କଲାପରେ ସାଧାରଣ ମଣିଷ ବିଶ୍ବାସ କରିପାରେନା ଯେ ଏପରି ରକ୍ତ-ମାଂସ ଦେହଧାରୀ ମଣିଷ ସେମାନଙ୍କ ମଧ୍ୟରେ ବିଚରଣ କରୁଥିଲେ । କାରଣ ସେମାନେ ଥାଆନ୍ତି ସାଧାରଣଙ୍କ ମଧ୍ୟରେ ଅସାଧାରଣ । ସେମାନେ ନିଜ ଜୀବନର ଉତ୍ତାପରେ ଅନ୍ୟର ଶୀତଳତା ଦୂର କରନ୍ତି । ନିଜେ ଜଳି ଅନ୍ୟ ପାଇଁ ସାଜନ୍ତି ଆଲୋକବର୍ତ୍ତିକା ।

ନିଜର କର୍ମ ମାଧ୍ୟମରେ ଅପର ପାଇଁ ସିଞ୍ଚି ଯାଆନ୍ତି ବଞ୍ଚି ରହିବାର ସ୍ଵପ୍ନ । ସବୁ ଶୁକ୍ତି ମଧ୍ୟରେ ମିଳେନା ମୁକ୍ତାର ସନ୍ଧାନ । ମୁକ୍ତାଭର ଶୁକ୍ତି କେବଳ ଏକ ଦୈବୀ ସଂଯୋଗ । ପ୍ରକୃତିର ନିର୍ମମ ଅତ୍ୟାଚାରରେ ଚିରନିପୀଡ଼ିତ ତଥା ଦାରିଦ୍ର୍ୟର କଷାଘାତରେ ସଦା ଜର୍ଜରିତ ଓଡ଼ିଶା ପାଇଁ ଏମିତି ଏକ ରତ୍ନ ଥିଲେ ଦୀନ ଦୁର୍ଗତର ବନ୍ଧୁ ଉତ୍କଳ ଜନତାର ମଉଡ଼ମଣି ପଣ୍ଡିତ ଗୋପବନ୍ଧୁ । ତାଙ୍କ ବିୟୋଗରେ ସ୍ତସ୍ଥିତ ହୋଇଯାଇଥିଲା ଉତ୍କଳ ଭୂଇଁର ପାଣି ପବନ ।

ଶୋକରେ ଅଧୀର ହୋଇଥିଲେ ଓଡ଼ିଶାର ଅଗଣିତ ଜନତା । ଅସହାୟ ଓଡ଼ିଆ ଜାତି ହରାଇ ବସିଥିଲା ତା’ର ପ୍ରାଣର ସୋଦର । ତା’ ମୁଖର ସ୍ନେହବୋଳା କରୁଣା ଶବ୍ଦ ଓ ସଦିଚ୍ଛା, ସହଯୋଗର ପ୍ରସାରିତ ହସ୍ତ ଶୂନ୍ୟରାଜ୍ୟରେ ମିଶିଗଲା । ସମାଜର ଦୁଃସ୍ଥ, ପୀଡି଼ତ, ବେସାହାରା, ଦୁର୍ଗତ ମଣିଷ ପାଇଁ ଦେବତାର ଆସନ-ଅଳଂକୃତ କରିଥିବା ଗୋପବନ୍ଧୁଙ୍କ ତିରୋଧାନରେ ଦରଦୀ କବି ମାନସିଂହଙ୍କ ହୃଦୟର ଗଭୀର ଶୋକ ରୂପ ପାଇଛି ତାଙ୍କ କବିତା ‘ଗୋପ ପ୍ରୟାଣ ରେ । କବିଙ୍କ ବିଷାଦିତ ହୃଦୟରୁ ଝରିପଡ଼ିଛି –

‘ମହାବୀର ମହାପ୍ରୟାଣ ରଚିଲା ଆଜି
ତା’ ମହାଜାତିର ଗର୍ବ ଗଲା ଯେ ଭାଜି !
ଅନୀକିନୀ ତା’ର ସ୍ତମ୍ଭତେ ଅଛି ରହି
ପ୍ରତି କରେ କରେ ପତାକା ଯାଇଛି ନଇଁ ।’’

BSE Odisha 9th Class Odia Solutions Chapter 5 ଗୋପ ପ୍ରୟାଣ

କବି ମାନସିଂହ ବିଚାରରେ ଉତ୍କଳମଣି ଗୋପବନ୍ଧୁ ଥୁଲେ ଜାତିର କର୍ଣ୍ଣଧାର, କୋଟି ଓଡି଼ଆଙ୍କ ମଧ୍ୟରେ ମହାବୀର । ତାଙ୍କ ବିୟୋଗରେ ଏ ମହାଜାତିର ଯେଉଁ ଅପୂରଣୀୟ କ୍ଷତି ଘଟିଲା ତାହା ଅବର୍ଣ୍ଣନୀୟ । ଓଡ଼ିଆ ଜାତି ତା’ ପ୍ରାଣର ମୁକୁଟବିହୀନ ସମ୍ରାଟଙ୍କୁ ହରାଇ ଦୁଃଖରେ ସତେ ଯେପରି ନିର୍ବାକ୍ ହୋଇ ପଡ଼ିଥିବାର ଅନୁଭବ କରିଛନ୍ତି କବି । ଜାତିର ଗର୍ବୋନ୍ନତ ପତାକା ସ୍ଵତଃ ଅର୍ଦ୍ଧନମିତ ହୋଇଯାଇଛି । ମହାବୀରର ମହାଯାତ୍ରା ଦର୍ଶନରେ ତା’ର ଚତୁରଙ୍ଗ ସେନାନୀ ସ୍ତମ୍ବିତ ହୋଇପଡ଼ିଛି । ଦୁର୍ଗତ, ପ୍ରପୀଡ଼ିତ ମାନବର ବନ୍ଧୁଙ୍କ ଚିର ବିଦାୟରେ ସାଧାରଣ ଜନତାର ହୃଦୟ କାରୁଣ୍ୟରେ ଭରିଉଠିଛି ।ସଭିଙ୍କ ବୁକୁଫଟା କ୍ରନ୍ଦନ-ରୋଳରେ ପରିବେଶ ଶିହରି ଉଠିଛି ।

ବିରାଟ ଓଡ଼ିଆ ଜାତିର ମଥାମଣି ଯେ ଭୂ-ଲୁଣ୍ଠିତ, ଏହି ସମ୍ବାଦ ଶ୍ରବଣରେ ଦୁନିଆ ହତବାକ୍ ହୋଇଉଠିଛି । କୋଟି ପ୍ରାଣରେ ଭରିଯାଇଛି ଦୁଃଖର କାରୁଣ୍ୟ । ଜାତି ମହାବୀର ନାମୋଚ୍ଚାରଣ କରି ପଲ୍ଲୀ, ନଗର, ଜନପଦର ଆବାଳ-ବୃଦ୍ଧ-ବନିତା ଉଚ୍ଚସ୍ୱରରେ ବିକଳଭାବେ ବାହୁନି ଉଠିଛନ୍ତି । ସଭିଙ୍କ ଆଖୁରୁ ବହିଯାଇଛି ଅମାନିଆ ଲୁହଧାର । ଶୋକାଭିଭୂତ କବି ବିଷାଦରେ ଭାଙ୍ଗିପଡ଼ି ଓଡ଼ିଶାବାସୀଙ୍କୁ ରାଜରାସ୍ତାକୁ ଓହ୍ଲାଇ ଆସି ସଶ୍ରଦ୍ଧ ଶେଷ ପ୍ରଣାମ ଜଣାଇବାକୁ ଆହ୍ଵାନ ଦେଇଛନ୍ତି । ସ୍ୱର୍ଗତ ମହାନାୟକଙ୍କୁ ଅନ୍ତିମ ସମ୍ମାନ ଜଣାଇବାପାଇଁ ଖାଲିପାଦରେ ରାଜପଥ ପାର୍ଶ୍ଵରେ ମଥାନତ କରି ଏକତ୍ର ଉପସ୍ଥିତ ହେବାପାଇଁ ଡାକରା ଦେଇଛନ୍ତି କବି । ଦିବଂଗତ ଆତ୍ମାର ସଦ୍ଗତି ନିମନ୍ତେ ଈଶ୍ବରଙ୍କ ନିକଟରେ ସମ୍ମିଳିତ ଭାବେ ପ୍ରାର୍ଥନା କରିବାକୁ କବି ଅନୁରୋଧ କରିଛନ୍ତି । କବିଙ୍କ ଭାଷାରେ

‘ମଥା ନତ କରି ସମ୍ମାନ କର
ସ୍ଵର୍ଗତ ମହାଜନେ,
ତୁମ ମେଳେ କହ ଅଛି କିଏ ଆଉ
ତାହା ପରି ଆଉ ଜଣେ ?’’

ଗୋପବନ୍ଧୁଙ୍କ ପରି ରକ୍ତ-ମାଂସ ଦେହଧାରୀ ଦେବାତ୍ମା ଯେ କୋଟିକରେ ଗୋଟିଏ ଥୁଲେ, ତାହା ଏ ଓଡ଼ିଆଜାତି ବଞ୍ଚୁଥୁବା ପର୍ଯ୍ୟନ୍ତ ଅସ୍ବୀକାର କରିପାରିବ ନାହିଁ । ଅସହାୟର ସାହା, ଦୀନ, ଦୁର୍ଗତର ବନ୍ଧୁ ଭାବେ ସେ ଥିଲେ ମହନୀୟ ଆଦର୍ଶର ମୂର୍ତ୍ତିମନ୍ତ ପ୍ରତୀକ । ବନ୍ୟା, ବାତ୍ୟା ଓ ମରୁଡ଼ିର କରାଳ କବଳରେ ନିଷ୍ପେଷିତ ରାଜ୍ୟର ପ୍ରତିଟି ବ୍ୟକ୍ତି ସେହି କୃଷ୍ଣ ଶ୍ମଶ୍ରୁଧାରୀ ବ୍ୟକ୍ତିଟିର ଛଳଛଳ ଆଖ୍ ଓ ସମ୍ବେଦନାଭରା ଶବ୍ଦ କେତୋଟି ଶୁଣି ଆଶ୍ଵାସନା ପାଉଥିଲା ।

ତ୍ୟାଗ ଓ ସେବାକୁ ଜୀବନର ଆଦର୍ଶଭାବେ ବାଛି ନେଇଥିବା ସେହି ପୁଣ୍ୟାତ୍ମାଙ୍କ ଶବାଧାର ପାର୍ଶ୍ଵରେ ଉପସ୍ଥିତ ରହି ଶେଷ ଶ୍ରଦ୍ଧାଞ୍ଜଳି ବାଢ଼ିଦେବାକୁ କବି ରାଜା, ପ୍ରଜା, ଧନୀକ, ବଣିକ, ସୌଭାଗ୍ୟଶାଳୀ ସୌଦାଗର, କ୍ଷତ୍ରିୟ, ପୁରୋହିତ, କୃଷକ, ଶ୍ରମିକ ସଭିଙ୍କୁ ଆହ୍ୱାନ କରିଛନ୍ତି । ରାଜା, ପ୍ରଜା, ଧନୀକ, ବଣିକ, ସୌଭାଗ୍ୟଶାଳୀ ସୌଦାଗର, କ୍ଷତ୍ରିୟ, ପୁରୋହିତ, କୃଷକ, ଶ୍ରମିକ ସଭିଙ୍କୁ ଆହ୍ଵାନ କରିଛନ୍ତି । ବାହାରି ଗବାକ୍ଷଧାରରେ ଉପସ୍ଥିତ ହେବା ସହ ପରମପ୍ରିୟ, ଜାତିର କର୍ଣ୍ଣଧାର, ମହାନାତ୍ମା ଦେଶବନ୍ଧୁଙ୍କୁ ସଶ୍ରଦ୍ଧ ସମ୍ମାନ ପ୍ରଦର୍ଶନ କରିବାପାଇଁ ଅନ୍ତତଃ ଦୁଇଧାର ଲୋତକ ବର୍ଷଣ କରିବାପାଇଁ କବି ବ୍ୟଥାଭରା

ସ୍ବରରେ ମିନତି କରିଛନ୍ତି । ଜାତି-ଧର୍ମ-ବର୍ଣ୍ଣ କରିବାପାଇଁ ଅନ୍ତତଃ ଦୁଇଧାର ଲୋତକ ବର୍ଷଣ କରିବାପାଇଁ କବି ଆହ୍ବାନ କରିଛନ୍ତି । କାରଣ ଜାତି-ଭେଦ, ବର୍ଣ୍ଣ-ବୈଷମ୍ୟ, ଧର୍ମ-ସମ୍ପ୍ରଦାୟର ଊର୍ଦ୍ଧ୍ବରେ ଥାଇ ସେହି ଦିବ୍ୟାତ୍ମା ପ୍ରପୀଡ଼ିତ ମଣିଷ ଜାତିର ସେବାରେ ନିଜକୁ ଉତ୍ସର୍ଗ କରିଥିଲେ । ସଭିଙ୍କ ଦୁଃଖରେ ସମଦୁଃଖୀ ହୋଇ ଦୀନ ଦୁର୍ଗତଙ୍କ ମୁଖରେ ଆହାର ଦେବାକୁ ଯାଇ ସେ ନିଜ ସୁଖ ସୁବିଧାକୁ ଜଳାଞ୍ଜଳି ଦେଇଥିଲେ । କବିଙ୍କ ଭାଷାରେ–

‘ଧର୍ମ ଭୁଲି ସେ ଦରିଦ୍ର ମୁଖେ
ଅନ୍ନ ଦେଇଛି ଆଣି,
ସକଳ ଦୁଃଖକୁ ନିଜ ଦୁଃଖ କରି
ଚକ୍ଷୁ ଦେଇଛି ପାଣି ।’’

ଗୋପବନ୍ଧୁଙ୍କ ପରି ଜଣେ ଦେବୋପମ ବ୍ୟକ୍ତି ଯେ ସମସ୍ତଙ୍କ ପାଇଁ ପୂଜ୍ୟ ଓ ନମସ୍ୟ ଏଥିରେ ତିଳେମାତ୍ର ସନ୍ଦେହଜ ଅବକାଶ ନାହିଁ । ସେହି ପୁଣ୍ୟାତ୍ମା ଆମ ଏ ଓଡ଼ିଶା ମାଟିକୁ ପବିତ୍ର କରିଯାଇଛନ୍ତି ଓ ଓଡ଼ିଆ ଜାତିକୁ ଯେପରି ଭାବେ ଧନ କରିଯାଇଛନ୍ତି, ତା’ର ପ୍ରତିଦାନରେ ତାଙ୍କ ଅମର ଆତ୍ମାଙ୍କ ଉଦ୍ଦେଶ୍ୟରେ କେବଳ ଦୁଇବୁନ୍ଦା ଅଶ୍ରୁଜଳ ବ୍ୟତୀତ କ’ଣ ବ ଦିଆଯାଇପାରେ ! ତେଣୁ ତାଙ୍କ ଶବାଧାର ପାର୍ଶ୍ବରେ ନତମସ୍ତକ ହୋଇ କେବଳ ନୀରବରେ ଅଶ୍ରୁ ବିସର୍ଜନ କରିବାକୁ ଆବେଗଭର କଣ୍ଠରେ ଉପସ୍ଥିତ ଜନତାକୁ କବି ନିବେଦନ କରିଛନ୍ତି । ହରିବୋଲ, ସଂକୀର୍ତ୍ତନର ଗୁରୁଗମ୍ଭୀର ନିନାଦ ଓ କୋଟି ଜନତା ଅଶ୍ରୁବର୍ଷଣ ଦେଖ୍ ଜୀବନର ମହାସତ୍ୟ ମୃତ୍ୟୁ ବିସ୍ମିତ ହୋଇଉଠୁ ବୋଲି ଉପସ୍ଥିତ ଜନତାଙ୍କ ଉଦ୍ଦେଶ୍ୟରେ ବାଷ୍ପକୁଳିତ ସ୍ୱର ବିଳପି ଉଠିଛି ।

‘‘ବାଜୁ ଖୋଳତାଳ, ବରବଧୂ ସବୁ
ତେଜ ହେ ଅଶୁନୀର,
ମରଣ ଜାଣୁ ହେ, କେଡ଼େ ପ୍ରିୟ ଥିଲେ
ଆମର କର୍ମବୀର ।’

BSE Odisha 9th Class Odia Solutions Chapter 5 ଗୋପ ପ୍ରୟାଣ

ବିଷୟଗତ ଶବ୍ଦ ଓ ଅର୍ଥ :

  • ମହାବାର – ମହାନ୍ ବ୍ୟକ୍ତିତ୍ଵ ।
  • ମହାଜାନୀ – ବିରାଟ ଜାତି ।
  • ଭାଜି – ଭାଙ୍ଗିଯିବା ।
  • ଅନୀକିନୀ – ପଦାତିକ, ଅଶ୍ଵାରୋହୀ, ଗଜାରୋହୀ, ରଥାରୋହୀ ପ୍ରଭୃତି ସେନା ।
  • ସ୍ତମିତ – ଚକିତ
  • ହିୟା – ହୃଦୟ ।
  • ଅଧରେ – ଓଷ୍ଠରେ ।
  • ଅଶ୍ରୁ – ଲୁହ ।
  • ଚରଣ ନଗ୍ନ – ଖାଲି ପାଦରେ ।
  • ମହାଜନ – ମହାପୁରୁଷ ।
  • ଧନିକ – ଧନୀଲୋକ ।
  • ସୌଦାଗର – ବଣିକ ।
  • କୃଷକ – ଚାଷୀ ।
  • ଜନପଦ – ଦେଶ/ଲୋକାଳୟ ।
  • ଗମୀରେ – ହୃଦୟ ଅନ୍ତଃପ୍ରଦେଶରୁ, ହୃଦୟକୁ ଭେଦକରି ।
  • କୁଳବଧୂ – କୁଳର ବୋହୂ, ପୁରନାରୀ ।
  • ଗବାକ୍ଷ – ଝରକା
  • ତବ – ତୁମର ।
  • ମହାପ୍ରୟାଣ – ମହାଯାତ୍ର। ।
  • ଗର୍ବ – ଟାଣ ।
  • ନଇଁ – ନତହେବା ।
  • ଘୋଟିଛି – ବ୍ୟ।ପି ଯାଇଛି
  • ଉଚ୍ଚାର – ଉଚ୍ଚାରଣ କର ।
  • ମଥାମଣି – ମସ୍ତକର ମୁକ୍ତ। ବା ମୁକୁଟ
  • ନୟନେ – ଆଖୁର ।
  • ଭରି – ପୂର୍ଣ୍ଣକରି ।
  • ସ୍ବର୍ଗତ – ସ୍ବର୍ଗଗାମୀ ।
  • ବଣିକ – ବ୍ୟବସାୟୀ ।
  • ସୁଭଗ – ଭାଗ୍ୟବାନ ।
  • ୠତ୍ୱିକ – ଯଜ୍ଞ ପୁରୋହିତ ।
  • କ୍ଷତ୍ରୀ – କ୍ଷତ୍ରିୟ ।
  • କରତାଳ – ଝାଞ୍ଜ
  • ଠୁଳ – ଏକାଠି ।
  • କ୍ଷୁଦ୍ରତା – ହୀନମନ୍ୟତା
  • ଜାତିର ରାଜା – ଜାତିର ନାୟକ ମଉଡ଼ମଣି ।
  • ଧର୍ମ ଭୁଲି – ଜାତିଭେଦ ନ ମାନି ।
  • ଚକ୍ଷୁ – ଆଖ୍ ।
  • କୋଟି – ସଂଖ୍ୟାର ଗରିଷ୍ଠତା, ଅଧ୍ଵ ପରିମାଣ ।
  • ଦରିଦ୍ର-ନାରାୟଣ – ଗରିବର ବନ୍ଧୁ ।
  • ଶବ – ମରଶରୀର
  • ପୁଣ୍ୟ – ପବିତ୍ର ।
  • ବନବଧୂ – ବନକନ୍ୟା ।
  • ପ୍ରିୟ – ଆଦରର ।
  • ସମ୍ମ।ନ – ମାନ୍ୟଦେବା
  • ଅନ୍ମ – ଭାତ ।
  • ପାଣି – ଜଳ (ଏଠାରେ ଲୁହ)
  • ପୂଜ୍ୟଜନ – ସମ୍ମ।ନନୀୟ ବ୍ୟକ୍ତି
  • ନୁଆଇଁ – ନତ କରି ।
  • ଅଶ୍ରୁନୀର – ଆଖୁ ଲୁହ ।
  • କର୍ମବାର – କର୍ତ୍ତବ୍ୟପରାୟଣ ।
  • ଗୋପ – ପଣ୍ଡିତ ଗୋପବନ୍ଧୁ ଦାସ ।
  • ପୁଡ଼। – ଦୁଇପାଖ ଥ‌ିବା ବସ୍ତୁର ଏକ ଫାଳ (ଏଠାରେ ଝରକାର ଏକ ଫାଳ) ।
  • ବ୍ର।ହ୍ନଣ – (ଏଠାରେ) ଶବ ଶୋଭାଯାତ୍ରାରେ ସାମିଲ ହୋଇଥ‌ିବା ବ୍ୟକ୍ତିବର୍ଗ ।
  • ମରଣ-ମନ୍ତ – ଆତ୍ମାର ଅମରତ୍ଵ ଲାଭପାଇଁ କରାଯାଉଥିବା ପ୍ରାର୍ଥନା ।
  • ସନାତନୀ – ସନାତନ ଧର୍ମାବଲମ୍ବୀ/ହିନ୍ଦୁ ।

BSE Odisha 9th Class Physical Science Notes Chapter 9 ଧ୍ଵନି

Odisha State Board BSE Odisha 9th Class Physical Science Notes Chapter 9 ଧ୍ଵନି will enable students to study smartly.

BSE Odisha Class 9 Physical Science Notes Chapter 9 ଧ୍ଵନି

→ ଉପକ୍ରମ (Introduction) :
(i) ଧ୍ଵନି ହେଉଛି ଶକ୍ତିର ଏକ ରୂପ । ଧ୍ଵନି ଶକ୍ତି କାନରେ ଶୁଣିବାର ଏକ ଇନ୍ଦ୍ରିୟାନୁ ଭୂତି ସୃଷ୍ଟିକରେ, ଫଳରେ ଆମେ ଧ୍ଵନିକୁ ଶୁଣିପାରୁ ।
(ii) ଧ୍ଵନି ବ୍ୟତୀତ ଅନ୍ୟ ଶକ୍ତିଗୁଡ଼ିକ ହେଲା- ଯାନ୍ତ୍ରିକ ଶକ୍ତି, ତାପ ଶକ୍ତି, ଆଲୋକ ଶକ୍ତି ଓ ବିଦ୍ୟୁତ୍ ଶକ୍ତି ବତ୍ୟାଦି ।
(iii) ଶକ୍ତି ସଂରକ୍ଷଣର ନିୟମ ହେଲା-ଶକ୍ତିକୁ ସୃଷ୍ଟି କରାଯାଇ ପାରିବ ନାହିଁ କି ବିନାଶ କରାଯାଇ ପାରିବ ନାହିଁ । ଏହା କେବଳ ଗୋଟିଏ ରୂପରୁ ଅନ୍ୟ ଏକ ରୂପକୁ ରୂପାନ୍ତରିତ ହୋଇଥାଏ ।

→ ଧ୍ବନିର ସୃଷ୍ଟି (Production of Sound) :
(i) ବିଭିନ୍ନ ବସ୍ତୁର କମ୍ପନରୁ ଧ୍ୱନି ସୃଷ୍ଟି ହୁଏ ।
(ii) ସିତାର, ଗିଟାର ଆଦି ବାଦ୍ୟଯନ୍ତ୍ରରେ ତାରକୁ ଟାଣି କମ୍ପନ ସୃଷ୍ଟିକରି ଧ୍ଵନି ସୃଷ୍ଟି କରାଯାଏ । ତବଲା, ଡ୍ରମ ଇତ୍ୟାଦି ବାଦ୍ୟଯନ୍ତ୍ରର ଚମଡ଼ା ପଟ୍ଟଳକୁ ଘଷି କିମ୍ବା ହାତରେ ବାଡ଼େଇ କମ୍ପିତ କରି ସେଥୁରୁ ଧ୍ଵନି ସୃଷ୍ଟି କରାଯାଏ । ବଂଶୀ, ସାହାନାଇ, କାହାଳୀ ଧ୍ଵନି ନିଃସୃତ ହୁଏ ।
(iii) ଗୋଟିଏ ବସ୍ତୁ ଦ୍ରୁତଗତିରେ ଏକ ମାଧ୍ଯ ଅବସ୍ଥାନର ଏକଡ଼-ସେକଡ଼ (to & fro) ହେବାକୁ କମ୍ପନ କୁହେଯାଏ ।
(iv) ଦୁଇ ପାର୍ଶ୍ଵ ଟାଣି ହୋଇ ବନ୍ଧା ହୋଇଥବା ରବର ବ୍ୟାଣ୍ଡକୁ ମଝିରୁ ଟାଣି ଛାଡ଼ିଦେଲେ ରବର ବ୍ୟାଣ୍ଡଟି କମ୍ପିତ ହୁଏ । ସେହି କମ୍ପନ ବାୟୁ ମାଧ୍ୟମରେ ସଞ୍ଚାରିତ ହୋଇ ବାୟୁରେ କମ୍ପନ ସୃଷ୍ଟି କରେ । ତେଣୁ ଆମେ ଧ୍ଵନି ଶୁଣିପାରୁ ।
BSE Odisha 9th Class Physical Science Notes Chapter 9 ଧ୍ଵନି - 1

BSE Odisha 9th Class Physical Science Notes Chapter 9 ଧ୍ଵନି

→ ଧ୍ୱନିର ସଞ୍ଚାରଣ (Propagation of Sound):
(i) ବସ୍ତୁର କମ୍ପନରୁ ଧ୍ଵନି ସୃଷ୍ଟି ହୁଏ । ଧ୍ଵନି ଯେଉଁ ପଦାର୍ଥ ବା ବସ୍ତୁ ମଧ୍ୟଦେଇ ସଞ୍ଚାରିତ ହୁଏ, ତାହାକୁ ମାଧ୍ୟମ (medium) କୁହାଯାଏ । ଏହି ମାଧ୍ଯମ କଠିନ, ତରଳ କିମ୍ବା ଗ୍ୟାସୀୟ ହୋଇପାରେ ।
(ii) ଯେତେବେଳେ କୌଣସି ବସ୍ତୁ ବାୟୁ ମାଧ୍ୟମରେ କମ୍ପିତ ହୁଏ, ସେତେବେଳେ କମ୍ପିତ ବସ୍ତୁର କମ୍ପନ ତାହାର ଚତୁଃପାର୍ଶ୍ଵରେ ଥ‌ିବା ବାୟୁ ମାଧ୍ୟମକୁ ପ୍ରସାରିତ ହୋଇଥାଏ । ଏହି କମ୍ପନର ଶକ୍ତି (vibrational energy) ଯୋଗୁ ବାୟୁର କଣିକାମାନେ ଦୋଳାୟିତ ହୁଅନ୍ତି ।
(iii) ଏହି କଣିକାମାନଙ୍କ ଦୋଳନ ଶକ୍ତି ଧ୍ଵନି ତରଙ୍ଗ ରୂପରେ ବାୟୁ ମାଧ୍ୟମରେ ସଞ୍ଚାରିତ ହୁଏ । ଧ୍ଵନି ସଞ୍ଚାରଣବେଳେ ମାଧ୍ୟମର କଣିକାମାନେ ମାଧ୍ଯମର ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଗତି କରନ୍ତି ନାହିଁ । ସେମାନେ କେବଳ ନିଜ ସ୍ଥାନରେ ଦୋଳିତ ହୁଅନ୍ତି । ଧ୍ଵନି ତରଙ୍ଗ, କମ୍ପିତ ବସ୍ତୁ ନିକଟରୁ ଶ୍ରୋତାର କାନ ପର୍ଯ୍ୟନ୍ତ ଗତି କରିଥାଏ ।
(iv) ଧ୍ଵନି ହେଉଛି, ମାଧ୍ୟମରେ ସୃଷ୍ଟି ହେଉଥିବା ଏକ ବିଚଳନ (disturbance) ଯାହା ଗୋଟିଏ ବିନ୍ଦୁରୁ ଆରମ୍ଭ ହୋଇ ଆଗକୁ ଆଗକୁ ଗତିକରେ । ମାଧ୍ୟମରେ ଏହି ବିଚଳନର ଗତିକୁ ତରଙ୍ଗ ଗତି (wave motion) କୁହାଯାଏ ।
(v) ଗୋଟିଏ ମାଧ୍ୟମରେ ଧ୍ଵନି ଏହିପରି ଭାବରେ ତରଙ୍ଗ ରୂପରେ ସଞ୍ଚାରିତ ହୁଏ । ଧ୍ଵନିକୁ ଯାନ୍ତ୍ରିକ ତରଙ୍ଗ (mechanical wave) କୁହାଯାଏ ।
(vi) ବାୟୁ ମାଧ୍ୟମରେ ଦେ।ଳ। ୟିତ କଣି କାମ ନେ ହେ ଉଥ୍ ଲ। ବେ ଳେ ନିକଟବର୍ତ୍ତୀ ହୋଇଥା’ନ୍ତି । ଏହା ଫଳରେ ମାଧ୍ୟମରେ ସମ୍ପୀଡ଼ନ (Compression- C) ହୁଏ ।
(vii) ଯେତେବେଳେ କଣିକ।ମନେ ପରସ୍ପରଠାରୁ ଦୂରେଇ ଯା”ନ୍ତି ସେତେବେଳେ ସେହି ଅଞ୍ଚଳରେ ବିରଳନ (Rarefaction – R) ସୃଷ୍ଟି ହୁଏ ।
(viii) ସମ୍ପୀଡ଼ନ ଓ ବିରଳନ ଗୋଟିଏ ଅଞ୍ଚଳରେ ଏକାନ୍ତର ଭାବରେ ସୃଷ୍ଟି ହୁଏ ।
(ix) ମାଧ୍ୟମର ସମ୍ପୀଡ଼ନ ଅଞ୍ଚଳରେ କଣିକାମାନେ ପରସ୍ପର ଆଡ଼କୁ ଗତି କରି ନିକଟବର୍ତ୍ତୀ ହେବା ଫଳରେ ସେଠାରେ ସାନ୍ଦ୍ରତା ଓ ଚାପ ବୃଦ୍ଧି ହୁଏ ।
(x) ବିରଳନ ଅଞ୍ଚଳରେ କଣିକାମାନେ ପରସ୍ପରଠାରୁ ଦୂରେଇ ଯିବା ଫଳରେ ସେଠାରେ ସାନ୍ଦ୍ରତା କମିଯାଏ। ଓ ଚାପ ମଧ୍ଯ ହ୍ରାସ ପାଏ ।

BSE Odisha 9th Class Physical Science Notes Chapter 9 ଧ୍ଵନି

→ ଧ୍ୱନି ଗତି କରିବାପାଇଁ ଏକ ମାଧ୍ୟମ ଆବଶ୍ୟକ (Sound needs a medium to travel) :
(i) ଧ୍ଵନି ଏକ ଯାନ୍ତ୍ରିକ ତରଙ୍ଗ (mechanical wave) । ଏହା ସଞ୍ଚାରିତ ହେବାପାଇଁ ଏକ ଜଡ଼ୀୟ ମାଧ୍ୟମନ୍ତ ଯଥା-ଜଳ, ବାୟୁ, ଷ୍ଟିଲ୍ ଇତ୍ୟାଦି ପରି ମାଧ୍ୟମବ ଆବଶ୍ୟକ କରେ ।
(ii) ଧ୍ଵନି ଶୂନ୍ୟ (vacuum) ରେ ଗତି କରିପାରେ ନାହିଁ ।

ପରୀକ୍ଷା :
(i) ଗୋଟିଏ ବିଦ୍ୟୁତ୍ ବେଲ୍‌ ଏବଂ ଗୋଟିଏ ବାୟୁରୁଦ୍ଧ (air tight) ବେଲ୍‌ଜାର୍ ନିଆଯାଉ ।
(ii) ଚିତ୍ରରେ ଦେଖାଯାଇଥିବା ଭଳି ବିଦ୍ୟୁତ୍ ବେଲ୍‌କୁ ବେଲ୍‌ଜାର୍ ମଧ୍ଯରେ ଝୁଲାଇ ରଖାଯାଉ ।
(iii) ବେଲ୍‌ର ଦୁଇ ଶେଷାଗ୍ରକୁ ବେଲ୍‌ଜାର୍ ମୁହଁରେ ଥ‌ିବା କର୍କ ବାଟେ ବାହାରକୁ କାଢ଼ି ଏକ ବାହ୍ୟ ବିଦ୍ୟୁତ୍ ପରିପଥ ସହ ସଂଯୁକ୍ତ କରାଯାଉ ।
(iv) ବିଦ୍ୟୁତ୍ ପରିପଥକୁ ସଂପୂର୍ଣ୍ଣ କଲେ ବିଦ୍ୟୁତ୍ ବେଲ୍ ବାଜିବ ଓ ଧ୍ଵନି ଶୁଣାଯିବ । ବେଲ୍‌ ଜାର୍ ମଧ୍ଯରେ ବାୟୁ ଥିବାରୁ ଧ୍ଵନି ଶୁଣାଗଲା ।
(v) ବିଦ୍ୟୁତ୍ ବେଲ୍‌ରୁ ଧ୍ଵନି ନିଃସୃତ ହେଉଥିଲାବେଳେ ବାୟୁ ନିଷ୍କାସନ ପମ୍ପ୍ ସାହାଯ୍ୟରେ ବେଲ୍‌ଜାର୍‌ରୁ ବାୟୁ ନିଷ୍କାସନ କରାଯାଉ ।
(vi) ବେଲ୍‌ର୍‌ରୁ ବାୟୁ କମି ଆସୁଥିଲାବେଳେ ଧ୍ଵନିର ପ୍ରବଳତା (loudness) ମଧ୍ଯ କ୍ଷୀଣ ହୋଇ ଆସିବ । ଯେତେବେଳେ ବେଲ୍‌ ଜାର୍‌ଟି ସମ୍ପୂର୍ଣ୍ଣ ବାୟୁଶୂନ୍ୟ ହୋଇଯିବ, ସେତେବେଳେ ଧ୍ଵନି ଆଉ ଶୁଣାଯିବ ନାହିଁ । ଏହି ପରୀକ୍ଷାରୁ ଜଣାଗଲା ଯେ-ଧ୍ବନି ସଞ୍ଚାରଣ ପାଇଁ ଏକ ମାଧ୍ୟମ ଆବଶ୍ୟକ ହୁଏ ।
BSE Odisha 9th Class Physical Science Notes Chapter 9 ଧ୍ଵନି - 2

→ ଧ୍ୱନି ତରଙ୍ଗର ଲକ୍ଷଣ (Characteristics of a Sound wave):
ଧ୍ୱନି ତରଙ୍ଗର ଲକ୍ଷଣଗୁଡ଼ିକ ହେଲା-ଆବୃତ୍ତି (frequency), ଆୟାମ (amplitude), ତରଙ୍ଗର ଦୈର୍ଘ୍ୟ (wave length) 16° 666 666 (speed of wave) ।
BSE Odisha 9th Class Physical Science Notes Chapter 9 ଧ୍ଵନି - 4
(i) ସମ୍ପୀଡ଼ନ ଅଞ୍ଚଳରେ କଣିକାମାନେ ପରସ୍ପରର ନିକଟବର୍ତ୍ତୀ ହୋଇଥା’ନ୍ତି । ଚିତ୍ର (c) ରେ ଏହାକୁ ପାହାଡ଼ (hill) ସଦୃଶ ଦର୍ଶାଯାଇଛି । ଏହି ଉପର ଅଂଶର ଶୀର୍ଷବିନ୍ଦୁ ସର୍ବାଧ‌ିକ ସମ୍ପୀଡ଼ନର ସୂଚନା ଦିଏ । ଏହି ସମ୍ପୀଡ଼ନ ଅଞ୍ଚଳରେ ସାନ୍ଦ୍ରତା ଏବଂ ଚାପ ଅଧିକ ହୋଇଥାଏ ।
(ii) ବିରଳନ ଅଞ୍ଚଳରେ ଚାପ କମ୍ ଥାଏ ଏବଂ କଣିକାଗୁଡ଼ିକ ପରସ୍ପରଠାରୁ ଦୂରେଇ ରହିଥା’ନ୍ତି । ଚିତ୍ର (c)ରେ ଏହାକୁ ଉପତ୍ୟକା (valley) ସଦୃଶ ଦର୍ଶାଯାଇଛି । ଗ୍ରାଫ୍‌ର ଉପର ଅକ୍ଷାଂଶକୁ ଶିଖର (crest) ଏବଂ ନିମ୍ନ ଅକ୍ଷାଂଶକୁ ଗହ୍ଵର (trough) କହନ୍ତି ।

→ ତରଙ୍ଗ ଦୈର୍ଘ୍ୟ (Wave length):
(i) ଦୁଇଟି କ୍ରମିକ ସମ୍ପୀଡ଼ନ (C) ବା ଦୁଇଟି କ୍ରମିକ ବିରଳନ (R) ର ମଧ୍ୟବିନ୍ଦୁ ମଧ୍ୟରେ ଥିବା ଦୂରତାକୁ ତରଙ୍ଗ ଦୈର୍ଘ୍ୟ କୁହାଯାଏ ।
(ii) ଏହାକୁ ଗ୍ରୀକ୍ ଅକ୍ଷର ଲାମ୍ବଡ଼ା ( λ) ଦ୍ଵାରା ସୂଚିତ କରାଯାଏ ।
(iii) SI ପଦ୍ଧତିରେ ତରଙ୍ଗ ଦୈର୍ଘ୍ୟର ଏକକ ହେଉଛି ମିଟର (m) ।

→ ଆବୃତ୍ତି (Frequency):
(i) ଧ୍ଵନି ଗତି କରୁଥ‌ିବା ମାଧ୍ୟମରେ ଗୋଟିଏ କଣିକା ଏକକ ସମୟରେ ଯେତେଥର ଦୋଳିତ ହୁଏ, ତାହାକୁ ଧ୍ଵନି ତରଙ୍ଗର ଆବୃତ୍ତି କୁହାଯାଏ ।
(ii) ଧ୍ଵନି ଏକ ମାଧ୍ୟମରେ ଗତି କଲାବେଳେ, ସର୍ବନିମ୍ନ ମୂଲ୍ୟ ମଧ୍ଯରେ ଦୋଳିତ ହୁଏ ।
(iii) ମାଧ୍ୟମର ଏକ ସ୍ଥାନରେ ସାନ୍ଦ୍ରତା ସର୍ବୋଚ୍ଚ – ମୂଲ୍ୟରୁ ସର୍ବନିମ୍ନ ମୂଲ୍ୟକୁ ପରିବର୍ତ୍ତିତ ହୋଇ ଏକ ସଂପୂର୍ଣ୍ଣ ଦୋଳନ କହନ୍ତି ।
(iv) ଆବୃତ୍ତିକୁ ଗ୍ରୀକ୍ ଅକ୍ଷର ନିଉ (v) ଦ୍ଵାରା ପ୍ରକାଶ କରାଯାଏ । କିନ୍ତୁ ଏଠାରେ f ଦ୍ଵାରା ପ୍ରକାଶ କରାଯାଇଛି ।
(v) S.I. ପଦ୍ଧତିରେ ଆବୃତ୍ତିର ଏକକ ହେଉଛି ହର୍ଜ (Hertz) ବା ହର୍ସ (H2) ।

BSE Odisha 9th Class Physical Science Notes Chapter 9 ଧ୍ଵନି

→ ଆବର୍ଷକାଳ (Time period):
(i) ମାଧ୍ୟମରେ ତରଙ୍ଗ ଗତି କରୁଥିବା ସମୟରେ ମାଧ୍ୟମର ଏକକ କଣିକା ଗୋଟିଏ ଥର ପୂର୍ଣ୍ଣ ଦୋଳନ କରିବାକୁ ଯେତିକି ସମୟ’ନିଏ, ତାହାକୁ ତରଙ୍ଗର ଆବର୍ଷକାଳ କୁହାଯାଏ । ଅର୍ଥାତ୍ ଦୁଇଟି କ୍ରମିକ ସମ୍ପୀଡ଼ନ ବା ବିରଳନ ମାଧ୍ୟମର ଏକ ନିର୍ଦ୍ଦିଷ୍ଟ ବିନ୍ଦୁକୁ ଅତିକ୍ରମ କରିବାର ସମୟକୁ ତରଙ୍ଗର ଆବର୍ତ୍ତକାଳ କୁହାଯାଏ।
(ii) ଏହାକୁ T ସଙ୍କେତଦ୍ଵାରା ପ୍ରକାଶ କରାଯାଏ ।
(iii) S.I. ପଦ୍ଧତିରେ ଆବର୍ତ୍ତକାଳର ଏକକ ହେଉଛି ସେକେଣ୍ଡ (s) ।

→ ତାରତ୍ଵ (Pitch):
(i) ଆମର ମସ୍ତିଷ୍କ ଧ୍ଵନି ତରଙ୍ଗର ଆବୃତ୍ତିକୁ ଯେଉଁ ପ୍ରକାର ବ୍ୟାଖ୍ୟା (interpret) କରେ, ତାହାକୁ ପିଚ୍ କୁହାଯାଏ ।
ଉଦାହରଣ-ମନେକର ଅର୍କେଷ୍ଟ୍ରାରେ ଏକ ସମୟରେ ବେହେଲା (violin) ଏବଂ ବଂଶୀ (flute) ବାଜୁଛି । ସେମାନଙ୍କ ଧ୍ଵନି ବାୟୁ ମାଧ୍ୟମରେ ସମାନ ବେଗରେ ଗତିକରି କାନ ପାଖରେ ଏକା ସମୟରେ ପହଞ୍ଚିଲେ ମଧ୍ୟ ଉଭୟର ଧ୍ଵନି ଭିନ୍ନ ଭିନ୍ନ ଲାଗେ । ଧ୍ଵନି ସହିତ ସଂପୃକ୍ତ ବିଭିନ୍ନ ଲକ୍ଷଣ ହେତୁ ଏମିତି ଲାଗେ । ତାରତ୍ଵ ବା ପିଚ୍ (pitch) ଏହି ଲକ୍ଷଣମାନଙ୍କ ମଧ୍ୟରୁ ଗୋଟିଏ ଅଟେ ।
(ii) ଉତ୍ସର କମ୍ପନ କ୍ଷିପ୍ରତର ହେଲେ ଧ୍ଵନିର ଆବୃତି ଅଧ୍ଯକ ହୁଏ ଏବଂ ପିଚ୍ ମଧ୍ୟ ଅଧିକ ହୁଏ ।
(iii) ଏକ ଅଧ୍ବକ ପିଚ୍ ବିଶିଷ୍ଟ ଧ୍ଵନିରେ ଅଧିକ ଅତିକ୍ରମ କରିଥା’ନ୍ତି ।
(iv) ବିଭିନ୍ନ ଆକାରର ବସ୍ତୁ ଭିନ୍ନ ଭିନ୍ନ ଅବସ୍ଥାରେ ଭିନ୍ନ ଭିନ୍ନ ଆବୃତ୍ତିରେ କମ୍ପିତ ହୋଇ ଭିନ୍ନ ଭିନ୍ନ ପ୍ରକାର ପିଚ୍‌ ଧ୍ଵନି ସୃଷ୍ଟି କରନ୍ତି ।
BSE Odisha 9th Class Physical Science Notes Chapter 9 ଧ୍ଵନି - 5

→ ଆୟାମ (Amplitude):
(i) ଗୋଟିଏ ମାଧ୍ୟମରେ ଥବ। କଣି କାର ମାଧ୍ୟାବସ୍ଥାର ଉଭୟ ପଟେ ଦୋଳନରତ କଣିକାର ସର୍ବୋଚ୍ଚ ବିସ୍ଥାପନକୁ ତରଙ୍ଗର ଆୟାମ କହାଯାଏ ।
(ii) ଏହାକୁ ଇଂରାଜୀ ‘A’ ଅକ୍ଷରଦ୍ଵାରା ସୂଚିତ କରାଯାଏ ।
(iii) SJ, ପଦ୍ଧତିରେ ଆୟାମର ଏକକ ମିଟର (m) ଅଟେ ।
BSE Odisha 9th Class Physical Science Notes Chapter 9 ଧ୍ଵନି - 6

BSE Odisha 9th Class Physical Science Notes Chapter 9 ଧ୍ଵନି

ଧ୍ୱନିର ପ୍ରବଳତା :
(i) ଧ୍ୱନିର ପ୍ରବଳତା ବା କୋମଳତା ଧ୍ଵନି ତରଙ୍ଗର ଆୟାମ ଉପରେ ନିର୍ଭର କରେ । ଧ୍ୱନି ସୃଷ୍ଟିକାରୀ ବସ୍ତୁ ଯେଉଁ ବଳଦ୍ଵାରା କମ୍ପିତ ହୁଏ, ତାହା ଉପରେ ଧ୍ଵନି ତରଙ୍ଗର ଆୟାମ ନିର୍ଭର କରେ ।
(ii) ଉଚ୍ଚ ସ୍ୱରର ଧ୍ଵନି ଅଧୂକ ଶକ୍ତି ସଂପନ୍ନ ହୋଇଥ‌ିବାରୁ ଏକ ମାଧ୍ୟମରେ ଅଧୂକ ଦୂରତା ପର୍ଯ୍ୟନ୍ତ ଗତି କରିବ । ଏହାର ଆୟାମ ଅଧିକ ।
(iii) ଧ୍ଵନି ତରଙ୍ଗ ତାହାର ଉତ୍ସରୁ ବାହାରି ସବୁ ଦିଗକୁ ବ୍ୟାପି ଯାଏ । ଏହି ତରଙ୍ଗ ତାହାର ଉତ୍ସରୁ ଦୂରକୁ ଗଲେ ତାହାର ଶକ୍ତ ଓ ଆୟାମ କମିଯାଏ ।
BSE Odisha 9th Class Physical Science Notes Chapter 9 ଧ୍ଵନି - 7

→ ଟିମ୍ବ୍ରେ (Timbre) ଗୁଣବତ୍ତା (Quality):
(i) ଟିମ୍ବର ବା ସ୍ଵରବୈଶିଷ୍ଟ୍ୟ ଏବଂ ଗୁଣାତ୍ମକ ବୈଶିଷ୍ଟ୍ୟ ବା ଗୁଣବତ୍ତା, ଧ୍ଵନିର ଅନ୍ୟ ଦୁଇଟି ଲକ୍ଷଣ ଅଟେ । ଏହାଦ୍ଵାରା ଦୁଇଟି ସମାନ ତାରତ୍ଵ ଓ ସମାନ ପ୍ରବଳତା ବିଶିଷ୍ଟ ଧ୍ଵନି ମଧ୍ୟରେ ପ୍ରଭେଦ ଜଣାଯାଏ ।
(ii) ଯେଉଁ ଧ୍ଵନି କାନକୁ ପ୍ରୀତିକର (pleasant) ଲାଗେ ତାହାର ଗୁଣାତ୍ମକ ବୈଶିଷ୍ଟ୍ୟ ଉଚ୍ଚମାନର (rich) ହୋଇଥାଏ ।
(iii) ଗୋଟିଏ ଆବୃତ୍ତି ବିଶିଷ୍ଟ ଧ୍ଵନିକୁ ଟୋନ୍ (tone) କୁହାଯାଏ । ବିଭିନ୍ନ ଆବୃତ୍ତିର ମିଶ୍ରଣରେ ସୃଷ୍ଟି ହୋଇଥିବା ଧ୍ଵନିକୁ ନୋଟ୍ (note) କୁହାଯାଏ । ଏହା କାନ ପାଇଁ ପ୍ରୀତିକର ଓ ଶ୍ରୁତିମଧୁର ଅଟେ । କର୍କଶ ଶବ୍ଦ (noise) ଶ୍ରୁତିକଟୁ ଅଟେ ।

ତରଙ୍ଗ ବେଗ, ତରଙ୍ଗ ଆବୃତ୍ତି ଓ ତରଙ୍ଗ ଦୈର୍ଘ୍ୟ ମଧ୍ୟରେ ସଂପର୍କ :
(i) ଏକକ ସମୟରେ ଧ୍ଵନି ତରଙ୍ଗ ଅତିକ୍ରାନ୍ତ କରୁଥିବା ଦୂରତାକୁ ତାହାର ବେଗ କୁହାଯାଏ ।
(ii) ଧ୍ଵନି ତରଙ୍ଗ ଏକ ଆବର୍ତ୍ତକାଳ ମଧ୍ୟରେ ଯେତିକି ଦୂରତା ଅତିକ୍ରମ କରେ ତାହାକୁ ଧ୍ୱନି ତରଙ୍ଗର ତରଙ୍ଗ ଦୈର୍ଘ୍ୟ କୁହାଯାଏ ।
(iii) ଦୁଇଟି କ୍ରମିକ ସମ୍ପୀଡ଼ନ ବା ବିରଳନର ମଧ୍ୟବିନ୍ଦୁ ମଧ୍ୟରେ ଥିବା ଦୂରତ୍ଵକୁ ତରଙ୍ଗ ଦୈର୍ଘ୍ୟ କୁହାଯାଏ । ତରଙ୍ଗ ଦୈର୍ଘ୍ୟ λ, ତରଙ୍ଗର ଆବର୍ତ୍ତକାଳ T, ତରଙ୍ଗ ବେଗ v ଓ ତରଙ୍ଗର ଆବୃତ୍ତି ମୁଁ ହେଲେ –
BSE Odisha 9th Class Physical Science Notes Chapter 9 ଧ୍ଵନି - 8
ଅର୍ଥାତ୍ ‘ତରଙ୍ଗ ବେଗ = ତରଙ୍ଗ ଆବୃତ୍ତି × ତରଙ୍ଗ ଦୈର୍ଘ୍ୟ

→ ଶବ୍ଦର ତୀବ୍ରତା (Intensity of Sound):
(i) ମାଧ୍ୟମର ଗୋଟିଏ ବିନ୍ଦୁ ଚାରିପଟେ ତରଙ୍ଗ ଗତିର ଅଭିଲମ୍ବ ଦିଗରେ ଏକକ କ୍ଷେତ୍ରଫଳବିଶିଷ୍ଟ କ୍ଷେତ୍ର ମଧ୍ୟଦେଇ ପ୍ରତି ସେକେଣ୍ଡରେ ଯେତିକି ଧ୍ଵନି ଶକ୍ତି ଅତିକ୍ରମ କରେ ତାହାର ପରିମାଣକୁ ସେହି ବିନ୍ଦୁରେ ଧ୍ଵନିର ତୀବ୍ରତା କୁହାଯାଏ ।
(ii) ବେଳେବେଳେ ଧ୍ଵନି ପ୍ରବଳତା (loudness) ଓ ଧ୍ଵନିର ତୀବ୍ରତାକୁ ଅଦଳବଦଳ କରି ବ୍ୟବହାର କରାଯାଏ । ମାତ୍ର ସେମାନେ ସମାନ ନୁ ହଁନ୍ତି ।
(iii) ଧ୍ଵନି ପ୍ରବଳତା କାନ ଉପରେ ପଡୁଥୁବା ଧ୍ଵନିର ପ୍ରଭାବର ଏକ ମାପକ ଭାବରେ ଗ୍ରହଣ କରାଯାଇଥାଏ । ଗୋଟିଏ ଧ୍ଵନିର ପ୍ରବଳତା ଭିନ୍ନ ଭିନ୍ନ ଶ୍ରୋତାଙ୍କ କାନ ପାଇଁ ଅଲଗା ଅଲଗା ହୋଇପାରେ ।
(iv) ଦୁଇଟି ଧ୍ଵନିର ତୀବ୍ରତା ସମାନ ହୋଇଥିଲେ କାନ ଗୋଟିଏ ଧ୍ଵନିକୁ ଅନ୍ୟଠାରୁ ଅଧ‌ିକ ପ୍ରବଳ (loud) ଭାବରେ ଶୁଣିପାରେ ।

→ ବିଭିନ୍ନ ମାଧ୍ୟମରେ ଧ୍ଵନିର ବେଗ (Speed of Sound in different Media):
(i) ଧ୍ଵନି ଗୋଟିଏ ମାଧ୍ୟମରେ ଏକ ନିର୍ଦ୍ଦିଷ୍ଟ ବେଗରେ ସଞ୍ଚାରିତ ହୁଏ ।
(ii) ଧ୍ଵନି ଗତିର ବେଗ ମାଧ୍ୟମର ଧର୍ମ ଓ ମାଧ୍ୟମର ତାପମାତ୍ରା ଉପରେ ଧ୍ୱନି ର ନିର୍ଭର କରେ ।
(iii) ବାୟୁରେ ଧ୍ଵନିର ବେଗ ୦°C ତାପମାତ୍ରାରେ 331 m/s ହେଲାବେଳେ 22°C ତାପମାତ୍ରାରେ ଏହା ପ୍ରାୟ 344 m/s ହୋଇଥାଏ ।
BSE Odisha 9th Class Physical Science Notes Chapter 9 ଧ୍ଵନି - 10

BSE Odisha 9th Class Physical Science Notes Chapter 9 ଧ୍ଵନି

→ ସୋନିକ୍ ବୁମ୍ (Sonic boom):
(i) କୌଣସି ବସ୍ତୁର ଗତିର ବେଗ ଧ୍ଵନିର ବେଗଠାରୁ ଅଧିକ ହେଲେ, ବସ୍ତୁର ସେହି ବେଗକୁ ସୁପରସୋନିକ୍ ବେଗ କୁହାଯାଏ ।
(ii) ଜେଟ୍ ବିମାନ, ବନ୍ଧୁକର ଗୁଳି ଇତ୍ୟାଦି ଅନେକ ସମୟରେ ସୁପରସୋନିକ୍ ବେଗରେ ଗତିକରିଥା’ନ୍ତି ।
(iii) କୌଣସି ଧ୍ୱନି ସୃଷ୍ଟିକାରୀ ଉତ୍ସ ଧ୍ଵନିର ବେଗଠାରୁ ଅଧ‌ିକ ବେଗରେ ଗତିକଲେ ଏହା ବାୟୁରେ ସକ୍ ତରଙ୍ଗ (shock wave) ସୃଷ୍ଟିକରେ । ଏହି ସକ୍ ତରଙ୍ଗ ସମୂହରେ ପ୍ରଚୁର ଶକ୍ତି ରହିଥାଏ ।
(iv) ଏହି ତରଙ୍ଗ ସହିତ ଜଡ଼ିତ ବାୟୁ ଚାପରେ ପରିବର୍ତ୍ତନ ଅନୁ ସାରେ ଏହି ସକ୍ ତରଙ୍ଗ ଏକ ପ୍ରକାର ତୀବ୍ର ଏବଂ ଉଚ୍ଚ ଶବ୍ଦ ସୃଷ୍ଟି କରେ, ତାହାକୁ ସୋନିକ୍ ବୁମ୍ କୁହାଯାଏ ।

→ ଶବ୍ଦର ପ୍ରତିଫଳନ (Reflection of Sound):
(i) ଧ୍ଵନି କଠିନ ବା ତରଳ ପୃଷ୍ଠରେ ବାଧାପାଇ ଫେରିଆସେ । ଆଲୋକ ପରି ଧ୍ଵନି ମଧ୍ୟ କଠିନ ଓ ତରଳ ପୃଷ୍ଠରୁ ପ୍ରତିଫଳିତ ହୁଏ ଏବଂ ପ୍ରତିଫଳନର ନିୟମକୁ ମାନିଥାଏ ।
ଧ୍ଵନି ପ୍ରତିଫଳନ ନିୟମଗୁଡ଼ିକ ହେଲା –
(ii) ଧ୍ଵନି ତରଙ୍ଗର ପ୍ରତିଫଳନ ପାଇଁ ପ୍ରତିଫଳକ ବନ୍ଧୁର ବା ମସୃଣ ହୋଇପାରେ ମାତ୍ର ତାହାର ଆକାର ବଡ଼ ହେବା ଆବଶ୍ୟକ ।

BSE Odisha 9th Class Physical Science Notes Chapter 9 ଧ୍ଵନି

→ ପ୍ରତିଧ୍ଵନି (Echo) :
(i) କୌଣସି ପ୍ରତିଫଳକ ନିକଟରେ ଉପଯୁକ୍ତ ସ୍ଥାନରେ ଠିଆହୋଇ ତାଳି ମାରିଲେ ବା ଜୋର୍‌ରେ ଚିତ୍କାର କଲେ, ସେହି ଧ୍ଵନିକୁ ପୁଣି କିଛି ସମୟ ପରେ ଶୁଣାଯାଏ । ଏହାକୁ ପ୍ରତିଧ୍ଵନି କୁହାଯାଏ ।
(ii) ଧ୍ଵନି ଶୁଣିବାର ଇନ୍ଦ୍ରିୟାନୁଭୂତି (sensation) ଆମ ମସ୍ତିଷ୍କରେ 01 ସେକେଣ୍ଡ ପର୍ଯ୍ୟନ୍ତ ରହେ । ସେହି ସମୟ ମଧ୍ୟରେ ଯଦି ପ୍ରତିଫଳିତ ଧ୍ଵନି ଆମ କାନରେ ପହଁଞ୍ଚେ, ତେବେ ମୂଳ ଧ୍ଵନିରୁ ପ୍ରତିଧ୍ଵନିକୁ ଅଲଗା କରି ଜାଣିହେବ ନାହିଁ ।
(iii) ଏକ ନିର୍ଦ୍ଦିଷ୍ଟ ତାପମାତ୍ରା 22°C ରେ 1 ସେକେଣ୍ଡରେ ଧ୍ଵନିର ଅତିକ୍ରାନ୍ତ ଦୂରତା = 34.4 ମି
0.1 ସେକେଣ୍ଡରେ ଧ୍ଵନିର ଅତିକ୍ରାନ୍ତ ଦୂରତା
BSE Odisha 9th Class Physical Science Notes Chapter 9 ଧ୍ଵନି - 16
ଧ୍ୱନି ସୃଷ୍ଟି ହେବା ସ୍ଥାନରୁ ଫେରି ଆସିବା ଦୂରତା = 34.4 ମିଟର
BSE Odisha 9th Class Physical Science Notes Chapter 9 ଧ୍ଵନି - 15
(iv) ପ୍ରତିଫଳକର ଦୂରତା ବାୟୁ ମାଧ୍ୟମର ତାପମାତ୍ରା ଉପରେ ନିର୍ଭର କରେ ।
(v) ବହୁ ପ୍ରତିଫଳନ ଯୋଗୁଁ ଏକାଧ୍ଵକ ପ୍ରତିଧ୍ଵନି ମଧ୍ୟ ଶୁଣାଯାଏ ।
(vi) ବେଳେବେଳେ ଘଡ଼ଘଡ଼ି ଶବ୍ଦ ଥରେ ଆରମ୍ଭ ହେଲେ ଅନେକ ସମୟ ପର୍ଯ୍ୟନ୍ତ ବାରମ୍ବାର ଶୁଣାଯାଏ । ଏହା ବାଦଲ ଓ ପୃଥିବୀ ପୃଷ୍ଠ ମଧ୍ଯରେ ଘଡ଼ଘଡ଼ି ଧ୍ୱନିର (ଏକାତ୍ମକ) ବହୁ ପ୍ରତିଫଳନ ଯୋଗୁ ହୋଇଥାଏ ।

→ ପ୍ରତ୍ୟାବର୍ତ୍ତନ (Reverberation):
(i) ପ୍ରତିଫଳକରୁ ପ୍ରତିଫଳନର ପୁନରାବୃତି ଯୋଗୁ ଯେଉଁ ପୁନଃ ପୁନଃ ପ୍ରତିଧ୍ୱନି ସୃଷ୍ଟିହୁଏ, ତାହାକୁ ପ୍ରତିବାଦ କୁହାଯାଏ ।
ଉଦାହରଣ –
କୌଣସି ବଡ଼ ହଲ୍‌ରେ ଧ୍ଵନି ସୃଷ୍ଟିହେଲେ ଏହା ବାରମ୍ବାର ପ୍ରତିଫଳିତ ହୋଇ କ୍ଷୀଣ ନହେବା ପର୍ଯ୍ୟନ୍ତ କିଛି ସମୟ ଧରି ବାରମ୍ବାର ସେହି ହଲ୍‌ରେ ଶୁଭେ । ଏହା ହିଁ ପ୍ରତିନାଦ ।
(ii) ଅଡ଼ିଟୋରିୟମ୍ ବା ବଡ଼ ହଲ୍‌ରେ ଅତ୍ୟଧ୍ଵ ପ୍ରତିନାଦ କେହି ଚାହାଁନ୍ତି ନାହିଁ, କାରଣ ଏହାଦ୍ଵାରା ଧ୍ଵନି ସ୍ପଷ୍ଟ ଭାବରେ ଶୁଣାଯାଏ ନାହିଁ ।

ପୁତିନାଚକୁ କମ୍ କରିବାର ଉପାୟ :
(i) ଅଡ଼ିଟୋରିୟମ୍ ବା ବଡ଼ ହଲ୍‌ର ଛାତ ଏବଂ ଭିତର କାନ୍ଥକୁ ଧ୍ଵନି ଶୋଷଣ କରିପାରୁଥିବା ପଦାର୍ଥ; ଯଥା-ସଙ୍କୁଚିତ ଫାଇବର, ବନ୍ଧୁର ପ୍ଲାଷ୍ଟର କିମ୍ବା କନାର ବସ୍ତୁଦ୍ଵାରା ଆଚ୍ଛାଦିତ କରାଯାଇଥାଏ ।
(ii) ଏହି ହଲ୍ ବା ଅଡ଼ିଟୋରିୟମ୍ ଚୌକି ଗୁଡ଼ିକ ମଧ୍ୟ ଧ୍ଵନି ଶୋଷଣକାରୀ ପଦାର୍ଥଦ୍ଵାରା ପ୍ରସ୍ତୁତ କରାଯାଇଥାଏ ।

BSE Odisha 9th Class Physical Science Notes Chapter 9 ଧ୍ଵନି

→ ଧ୍ୱନିର ବହୁ ପ୍ରତିଫଳନର ବ୍ୟବହାର (Uses of Multiple Reflection of Sound) :
(i) ଲାଉଡ୍ ସ୍ପିକର, ମେଗାଫୋନ୍, କାହାଳୀ (horn) ଓ କେତେକ ବାଦ୍ୟଯନ୍ତ୍ର; ଯଥା – ସାହାନାଇ, ଟ୍ରମ୍ପ୍ଲେଟ୍ ଇତ୍ୟାଦିରୁ ନିଃସୃତ ଧ୍ଵନି ବିଚ୍ଛୁରିତ ନ ହୋଇ କେବଳ ଗୋଟିଏ ଦିଗରେ ଗତିକରେ । ଏହିସବୁ ବାଦ୍ୟଯନ୍ତ୍ରମାନଙ୍କରେ ଶଙ୍ଖ (conicat) ସଦୃଶ ମୁହଁ ଥାଏ । ଏହା ମଧ୍ୟଦେଇ ଧ୍ଵନି ବାରମ୍ବାର ପ୍ରତିଫଳିତ ହୋଇ ଆଗକୁ ଅଗ୍ରସର ହୋଇ ଶ୍ରୋତାମାନଙ୍କ ପାଖରେ ପହଁଞ୍ଚିଥାଏ ।
(ii) ଡାକ୍ତରମାନେ ଶରୀର ଭିତରେ ଥ‌ିବା ହୃତ୍‌ପିଣ୍ଡର ସ୍ପନ୍ଦନ ବା ଫୁସ୍‌ଫୁସ୍‌ର କ୍ଷୀଣ ଧ୍ଵନିକୁ ସ୍ପଷ୍ଟ ଜାଣିବାପାଇଁ ଷ୍ଟେଥୋସ୍କୋପ୍ (stethoscope) ବ୍ୟବହାର କରନ୍ତି । ଏହି ଷ୍ଟେଥୋସ୍କୋପ୍ ନଳୀଭିତରେ ଏକାଧ୍ଵକୁ ପ୍ରତିଫଳନ ଯୋଗୁ କ୍ଷୀଣ ଧନି ସଂଳାବରେ ବାରରଙ୍କ କାନରେ ଶୁଭେ ।
(iii) ବକ୍ତୃତା କକ୍ଷ, କନଫରେନ୍ସ ହଲ୍ ଏବଂ ସିନେମାହଲ୍‌ର ଛାତକୁ ବକ୍ର (curved) ଆକୃତିର କରାଯାଇଥିବା ଯୋଗୁ ଧ୍ଵନି ପ୍ରତିଫଳିତ ହୋଇ ହଲ୍‌ର ସବୁ ସ୍ଥାନରେ ପହଞ୍ଚିପାରେ । ଅନେକ ସମୟରେ ବକ୍ତାର ପଛପଟେ ଅବତଳ ଧ୍ଵନି ପ୍ରତିଫଳକ ରଖାଯାଇଥାଏ । ଅବତଳ ପୃଷ୍ଠର ଫୋକସ୍‌ରେ ବକ୍ତା ଛିଡ଼ାହୋଇ କହିଲେ ତାଙ୍କ ଧ୍ଵନିର ଉପଯୁକ୍ତ ପ୍ରତିଫଳନ ଯୋଗୁ ଧ୍ଵନି ତରଙ୍ଗ ବିଭିନ୍ନ ଦିଗରେ ବିକ୍ଷିପ୍ତ ନ ହୋଇ ଶ୍ରୋତାଙ୍କ ଦିଗରେ ସଞ୍ଚାରିତ ହୋଇଥାଏ ।

(i) ଶ୍ରବଣର ଫ୍ରିକ୍ୱେନ୍ସି ପରିସର (Frequency Range of Hearing):
ମନୁ ଷ୍ୟ 20Hzରୁ 20 kHz ଆବୃତ୍ତିର ସୀମା ମଧ୍ୟରେ ଥ‌ିବା ଧ୍ଵନି ତରଙ୍ଗକୁ ଶୁଣିପାରୁଥିବାରୁ ଏହି ଆବୃତ୍ତି ସୀମା ମଧ୍ୟରେ କୌଣସି କମ୍ପନ ଯୋଗୁ ସୃଷ୍ଟ ତରଙ୍ଗକୁ ଶ୍ରାବ୍ୟ ‘ଧ୍ୱନି ତରଙ୍ଗ (audible sound wave) କୁହାଯାଏ ।
(ii) 5 ବର୍ଷରୁ କମ୍ ପିଲା ଏବଂ କୁକୁର ପରି କେତେକ ପଶୁ 25 kHz ପର୍ଯ୍ୟନ୍ତ ଆବୃତ୍ତିର ଧ୍ଵନି ତରଙ୍ଗକୁ ଶୁଣିପାରନ୍ତି । ବୟସ ଅଧ‌ିକ ହେଲେ ଶ୍ରାବ୍ୟ ଆବୃତ୍ତିର ଉଚ୍ଚ ସୀମା 20 kHz ରୁ ତଳକୁ କମି ଆସେ ।

→ ଇନ୍‌ଫ୍ରାସୋନିକ୍ ଧ୍ଵନି (Infrasonic Sound):
(i) ଧ୍ଵନି ତରଙ୍ଗର ଆବୃତ୍ତି 20Hz ରୁ କମ୍ ହେଲେ ତାହାକୁ ଇନଫ୍ରାସୋନିକ୍ ଧ୍ଵନି କୁହାଯାଏ ।
(ii) ହାତୀ, ଗଣ୍ଡା ଓ ତିମି ଆଦି ପ୍ରାଣୀମାନେ ଇନ୍‌ଫ୍ରାସୋନିକ୍ ଆବୃତ୍ତିର ଧ୍ଵନି ତରଙ୍ଗ ସୃଷ୍ଟି କରନ୍ତି ।
(iii) ଭୂମିକମ୍ପ ଆରମ୍ଭବେଳେ କମ୍ ଆବୃତ୍ତିର ଇନ୍‌ଫ୍ରାସୋନିକ୍ ଧ୍ଵନି ସଞ୍ଚାରିତ ହୁଏ ।

→ ଅଲଟ୍ରାସୋନିକ୍ ଧ୍ଵନି (Ultrasonic Sound):
(i) ଧ୍ୱନି ତରଙ୍ଗର ଆବୃଦ୍ଧି 20 kHz ରୁ ଅଧ‌ିକ ହେଲେ ତାହାକୁ ଅଲଟ୍ରାସୋନିକ୍ ବା ପାରସ୍ଵନିକ୍ ଧ୍ବନି କୁହାଯାଏ । ଏହାକୁ ମଧ୍ୟ ଅଲଟ୍ରାସାଉଣ୍ଡ୍ କୁହାଯାଏ ।
(ii) ଉଲ୍‌ଫିନ୍, ପରପଏମ୍, ବାଦୁଡ଼ି, କେତେକ ପକ୍ଷୀ ଓ କୀଟପତଙ୍ଗ ଅଲଟ୍ରାସାଉଣ୍ଡ୍ ଧ୍ୱନି ସୃଷ୍ଟି କରିପାରନ୍ତି ।
(iii) ମୂଷାମାନେ ମଧ୍ଯ ଅଲଟ୍ରାସାଉଣ୍ଟ୍ ଧ୍ଵନି ଉତ୍ପନ୍ନ କରି ପରସ୍ପର ସହିତ ଖେଳନ୍ତି ।

BSE Odisha 9th Class Physical Science Notes Chapter 9 ଧ୍ଵନି

→ ଶ୍ରବଣ ସହାୟକ ଯନ୍ତ୍ର (Hearing aid):
(i) ଶ୍ରବଣ ଶକ୍ତି ହରାଇଥିବା ବ୍ୟକ୍ତିମାନେ ଶ୍ରବଣ ସହାୟକ ଯନ୍ତ୍ର (hearing aid) ବ୍ୟବହାର କରନ୍ତି । ଏହା ବ୍ୟାଟେରୀ ଚାଳିତ ଗୋଟିଏ ଇଲେକ୍ଟ୍ରୋନିକ ଯନ୍ତ୍ର ।
(ii) ଶ୍ରାବଣ ସଚ୍ଛାୟନ ଯନ୍ତ୍ର ଏକ କ୍ଷୁଦ୍ର ମାଇକ୍ରୋଫୋନ୍ ସାହାଯ୍ୟରେ ଧ୍ଵନି ଗ୍ରହଣ କରେ । ମାଇକ୍ରୋଫୋନ୍ ଧ୍ଵନି ତରଙ୍ଗକୁ ବୈଦ୍ୟୁତିକ ସିଗ୍‌ନାଲ୍‌ରେ ରୂପାନ୍ତରିତ କରେ ।
(iii) ଏହି ବୈଦ୍ୟୁତିକ ସିଗ୍‌ନାଲ୍‌କୁ ଆପ୍ଲିଫାୟାର ସାହାଯ୍ୟରେ ବହୁଗୁଣିତ କରାଯାଏ ଓ ଏହି ବର୍ଷିତ ସିଗ୍‌ନାଲକୁ ଶ୍ରବଣ ସହାୟକ ଯନ୍ତ୍ରର ସ୍ପିକର ନିକଟକୁ ପ୍ରେରଣ କରାଯାଏ । ସ୍ପିକର ବିଦ୍ୟୁତ ସିଗ୍‌ନାଲ୍‌କୁ ପୁଣି ଧ୍ଵନିରେ ପରିଣତ କରେ ଯାହା ବ୍ୟକ୍ତି ସ୍ପଷ୍ଟ ଭାବରେ ଶୁଣିପାରେ ।

→ ଅଲଟ୍ରାସାଉଣ୍ଡର ପ୍ରୟୋଗଗୁଡ଼ିକ (Applications of Ultrasound):
(i) ଭିତରକୁ ହାତ ପଶିପାରୁନଥିବା ସ୍ପାଇରାଲ କୁଣ୍ଡଳୀ ପରି କେତେକ ଇଲେକ୍ଟ୍ରୋନିକ୍‌ ସାମଗ୍ରୀକୁ ସହଜରେ ସଫା କରିହୁଏ ନାହିଁ । ସେସବୁ ସାମଗ୍ରୀକୁ ଅଲଟ୍ରାସାରଣ ସାହାଯ୍ୟରେ ସଫା କରାଯାଏ । ସେହି ଯନ୍ତ୍ରକୁ ସଫା କରାଯାଉଥିବା ଦ୍ରବଣ ମଧ୍ଯରେ ରଖ୍ ଅଲଟ୍ରାସାଉଣ୍ଡ ତରଙ୍ଗ ଏହା ମଧ୍ୟକୁ ପ୍ରବେଶ କରାଯାଏ । ଅଲଟ୍ରାସାଉଣ୍ଡର ଉଚ୍ଚ ଆବୃତ୍ତି ହେତୁ ଗ୍ରୀଜ୍, ଧୂଳିକଣା କିମ୍ବା ମଇଳା ଇତ୍ୟାଦି ବସ୍ତୁ ମଧ୍ୟରୁ ବାହାରି ଆସି ଦ୍ରବଣ ମଧ୍ଯରେ ମିଶିଯାଏ । ଫଳରେ ଯନ୍ତ୍ରପାତି ସାମଗ୍ରୀଗୁଡ଼ିକ ଭଲଭାବରେ ସଫା ହୋଇଯାଏ ।

(ii) ଅଲଟ୍ରାସାଉଣ୍ଡ ପ୍ରୟୋଗ କରି ବଡ଼ ବଡ଼ ଧାତବ ବ୍ଳକ ମଧ୍ୟରେ ଫାଟ ଚିହ୍ନଟ କରଯାଏ । ବାହାରକୁ ଭାବରେ ଚିହ୍ନଟ ନ ହେଲେ ଏହି ଧାତବ ବ୍ଲକ୍ ଗୁଡ଼ିକ ଦ୍ଵାର। ନିର୍ମିତ ବଡ଼ ଆଦି ବିପଦଗ୍ରସ୍ତ ହେବ । ଧାତବ ବ୍ଲକ୍ ଠିକ୍ ଭାବେ ନିର୍ମିତ ହୋଇଛି କି ନା ଜାଣିବା ପାଇଁ ପ୍ରଥମେ ଅଲଟ୍ରାସାଉଣ୍ଡକୁ ଧାତବ ଖଣ୍ଡ ମଧ୍ଯରେ ପ୍ରବେଶ କରାଯାଏ ଏବଂ ଡିଟେକ୍‌ଟର ସାହାଯ୍ୟରେ ତ୍ରୁଟିଟି ଜଣାପଡ଼େ । ସାମାନ୍ୟ ଫାଟ ବା ତ୍ରୁଟି ଥିଲେ ଅଲଟ୍ରାସାଉଣ୍ଡ ତରଙ୍ଗ ସେହି ସ୍ଥାନରୁ ପ୍ରତିଫଳିତ ହୋଇ ଫେରି ଆସେ ଯାହା ସେହି ଫାଟର ସୂଚନା ଦିଏ ।
BSE Odisha 9th Class Physical Science Notes Chapter 9 ଧ୍ଵନି - 11

(iii) ହୃତ୍‌ପିଣ୍ଡର ବିଭିନ୍ନ ଅଂଶରୁ ଅଲଟ୍ରାସୋନିକ୍ ତରଙ୍ଗର ପ୍ରତିଫଳନ କରାଇ ସେହି ଅଂଶମାନଙ୍କର ପ୍ରତିବିମ୍ବ ତିଆରି କରାଯାଏ । ଏହି ଫଟୋ ଦେଖୁ ଡାକ୍ତରମାନେ ଚିକିତ୍ସା କରନ୍ତି । ଏହି ପ୍ରକାର ପଦ୍ଧତିକୁ ଚିକିତ୍ସା ବିଜ୍ଞାନରେ ‘ଇକୋକାର୍ଡିଓଗ୍ରାଫି’ (echocardiography) କୁହାଯାଏ ।

(iv) ଅଲଟ୍ରାସାଉଣ୍ଡ ସ୍କାନର ଯନ୍ତ୍ର ସାହାଯ୍ୟରେ ମନୁଷ୍ୟ ଶରୀରର ଆଭ୍ୟନ୍ତର ଅଙ୍ଗପ୍ରତ୍ୟଙ୍ଗକୁ ଯାଞ୍ଚ କରି (scanning) ଫଟୋ ଉତ୍ତୋଳନ କରାଯାଇଥାଏ । ରୋଗୀର ଲିଭର୍‌, ଗଲବ୍ଲାଡ଼ର, ଇଉଟେରସ୍ ଏବଂ କିଡ଼ନି ଇତ୍ୟାଦିର ତ୍ରି-ବିତ୍ତୀୟ ଛବି କମ୍ପ୍ୟୁଟରର ମନିଟର୍‌ରେ ଦେଖୁହୁଏ । ଏହି ଛବି ଦେଖୁ ଡାକ୍ତରମାନେ ରୋଗ ନିର୍ଣ୍ଣୟ କରି ଚିକିତ୍ସା କରନ୍ତି । ଏହି ଚିକିତ୍ସା ପଦ୍ଧତିକୁ ଅଲଟ୍ରାସୋନୋଗ୍ରାଫି (Ultrasonography) କୁହାଯାଏ ।

(v) ଅଲଟ୍ରାସାଉଣ୍ଡ ତରଙ୍ଗ ସାହାଯ୍ୟରେ କିଡ୍‌ନିରେ ସୃଷ୍ଟି ହୋଇଥ‌ିବା ଛୋଟ ଛୋଟ ପଥରକୁ ଛୋଟ ଛୋଟ ଦାନାରେ ଭାଙ୍ଗି ଦିଆଯାଏ । ଯାହା ପରେ ମୂତ୍ରରେ ମିଶି ପଦାକୁ ବାହାରି ଆସେ ।

BSE Odisha 9th Class Physical Science Notes Chapter 9 ଧ୍ଵନି

→ ଶବ୍ଦ ନାଭିଗେସନ୍ ଏବଂ ରେଙ୍ଗିଙ୍ଗ୍ – SONAR (Sound Navigation And Ranging – SONAR):
ସୋନାର ଯନ୍ତ୍ର ସାହାଯ୍ୟରେ ଜଳ ମଧ୍ୟରେ ଥିବା ବସ୍ତୁର ଉପସ୍ଥିତି, ଦୂରତ୍ଵ, ଦିଗ ଓ ବେଗ ଜାଣିହୁଏ । ଏହାର କାର୍ଯ୍ୟକାରିତା ଧ୍ଵନି ପ୍ରତିଫଳନର ମୌଳିକ ନିୟମ ଉପରେ ପର୍ଯ୍ୟବସିତ । ସୋନାର୍‌ରେ ଅଲଟ୍ରାସୋନିକ୍ ତରଙ୍ଗ ବ୍ୟବହୃତ ହୁଏ ।
କାର୍ଯ୍ୟପ୍ରଣାଳୀ :
(i) ସୋନାର୍‌ରେ ଗୋଟିଏ ଟ୍ରାନ୍ ସମିଟର (transmitter) ଏବଂ ଗୋଟିଏ ଡିଟେକ୍ଟର (ditector) ଥାଏ । ଏହା ବଡ଼ ବଡ଼ ଶକ୍ତିଚାଳିତ ଡଙ୍ଗା (power boat), ସବ୍‌ମାରିନ୍ ବା ଜାହାଜରେ ଖଞ୍ଜା ହୋଇଥାଏ ।
(ii) ଟ୍ରାନ୍ ସମିଟରରୁ ଶକ୍ତିଶାଳୀ ଅଲଟ୍ରାସୋନିକ୍ ତରଙ୍ଗ ପଲ୍ ସ (pulse) ପାଣି ଭିତର କୁ ପଠାଯାଏ । ସେହି ପଲ୍‌ ସମୁଦ୍ର ଶଯ୍ୟାରେ କିମ୍ବା ସମୁଦ୍ର ଜଳରେ ବୁଡ଼ିରହିଥିବା ଜାହାଜ, ପାହାଡ଼ ବା ଅନ୍ୟ ବଲ୍ଲମାନଙ୍କଦ୍ୱାରା ବାଧାପ୍ରାପ୍ତ ତହୋଇ ପ୍ରତିଫଳିତ ହେବା ପରେ ଫେରିଆସେ ।
(iii) ଡିଟେକ୍ଟର ଦ୍ଵାରା ଅଲଟ୍ରାସୋନିକ୍ ପ୍ରତିଧ୍ଵନି ଗ୍ରହଣ କରାଯାଏ । ଏହା ଅଲଟ୍ରାସୋନିକ୍ ତରଙ୍ଗକୁ ବିଦ୍ୟୁତ୍ ସଙ୍କେତ (signal)ରେ ପରି ଣତ କରେ ଯାହାର ବିଶ୍ଳେଷଣ କରାଯାଏ ।
(iv) ଧ୍ଵନିର ପ୍ରେରଣ ଓ ପ୍ରତିଧ୍ଵନି ଗ୍ରହଣ ମଧ୍ୟରେ ଥ‌ିବା ସମୟ ବ୍ୟବଧାନ = t ସମୁଦ୍ର ଜଳରେ ଅଲଟ୍ରାସୋନିକ୍ ତରଙ୍ଗର ବେଗ = v ଓ ଜାହାଜଠାରୁ ପ୍ରତିବନ୍ଧକର ଦୂରତା = d ହେଲେ ଅଲଟ୍ରାସାଉଣ୍ଡ 2d ଦୂରତା ଅତିକ୍ରମ କରିଥାଏ ।
BSE Odisha 9th Class Physical Science Notes Chapter 9 ଧ୍ଵନି - 12
(v) 2 ଏହି ସୂତ୍ର ବ୍ୟବହାର କରି ଜଳ ମଧ୍ଯରେ ବୁଡ଼ି ରହିଥ‌ିବା ଅଦୃଶ୍ୟ ବସ୍ତୁମାନଙ୍କର ଜଳପୃଷ୍ଠଠାରୁ ଦୂରତା ହିସାବ କରାଯାଏ । ଏହି ପଦ୍ଧତିକୁ ଇକୋ ରେଜିଂ (Echo ranging) ପଦ୍ଧତି କୁହାଯାଏ ।

BSE Odisha 9th Class Physical Science Notes Chapter 9 ଧ୍ଵନି

ବ୍ୟବହାର :
(i) ସୋନାର୍ ସାହାଯ୍ୟରେ ସମୁଦ୍ର ଜଳ ମଧ୍ୟରେ ବୁଡ଼ି ରହିଥିବା ଜାହାଜ, ପାହାଡ଼, ବଡ଼ ବଡ଼ ଶିଳାଖଣ୍ଡ, ବରଫସ୍ତୂପ ଇତ୍ୟାଦି ବସ୍ତୁମାନଙ୍କ ଉପସ୍ଥିତି ଓ ଜଳପୃଷ୍ଠତଳେ ସେମାନଙ୍କ ଦୂରତା ନିର୍ଣ୍ଣୟ କରିହୁଏ ।
(ii) ଏହାଦ୍ଵାରା ସମୁଦ୍ର ଜଳର ସଜାଗତା ନିର୍ଣ୍ଣୟ କରିହୁଏ ।

→ ବାହୁଡ଼ିର ଅଲ୍‌ଟ୍ରାସାଉଣ୍ଡ ପ୍ରେରଣ ଓ ଗ୍ରହଣ :
(i) ବାଦୁଡ଼ି ରାତିର ଅନ୍ଧକାରରେ ଗତି କରିପାରେ ଏବଂ ତାହାର ଖାଦ୍ୟ ସଂଗ୍ରହ କରିପାରେ ।
(ii) ବାଦୁଡ଼ି ରାତିରେ ଉଡ଼ିଲାବେଳେ ଅବିରତ ଭାବରେ ଅଲଟ୍ରାସୋନିକ୍ ତରଙ୍ଗ ନିର୍ଗତ କରେ ଓ ତାହାର ପ୍ରତିଧ୍ଵନିକୁ ଗ୍ରହଣ କରି ତା’ର ଚତୁଃପାର୍ଶ୍ଵ ରେ ଥ‌ିବା ବସ୍ତୁମାନଙ୍କୁ ଜାଣିପାରେ ।
(iii) ବାଦୁଡ଼ି ଉଚ୍ଚ ତାରତ୍ଵ (high pitch) ଅଲଟ୍ରାସୋନିକ୍ ପଲ୍‌ସମାନଙ୍କୁ ନିର୍ଗତ କରି ପ୍ରେରଣ କରେ ଯାହା ପ୍ରତିବନ୍ଧକଦ୍ଵାରା ପ୍ରତିଫଳିତ ହୋଇ ବାଦୁଡ଼ି କାନ ପାଖକୁ ଫେରିଆସେ ।
BSE Odisha 9th Class Physical Science Notes Chapter 9 ଧ୍ଵନି - 13
(iv) ପ୍ରତିଫଳିତ ଅଲଟ୍ରାସୋନିକ୍ ତରଙ୍ଗର ଲକ୍ଷଣରୁ ବାଦୁଡ଼ି ପ୍ରତିବନ୍ଧକ ବା ପ୍ରତିଫଳକର ଉପସ୍ଥିତି, ଆକୃତି ଓ ପ୍ରକୃତି ଜାଣିପାରେ । ତେଣୁ ନିଜ ଖାଦ୍ୟ ପାଖରେ ସେ ଅନ୍ଧାର ରାତିରେ ବିନା ବାଧାରେ ପହଞ୍ଚିଯାଏ ।
(v) ପ୍ରାକୃତିକ ଉପାୟରେ ବାଦୁଡ଼ି ପ୍ରୟୋଗ କରୁଥିବା ଏହି କୌଶଳ ହିଁ ସୋନାର୍‌ରେ ପ୍ରୟୋଗ ହୋଇଛି ।

→ ମାନବ କର୍ପୂର ଗଠନ (Structure of Human Ear):
(i) ବାହ୍ୟ କଣ୍ଠକୁ ପିନା (pinna) କୁହାଯାଏ । ଏହା ଚତୁଃ ପାର୍ଶ୍ଵ ର ଧ୍ଵନିକୁ ଗ୍ରହଣ କରି ଶ୍ରୁତିନାଳୀ (auditory canal) ବାଟଦେଇ ଭିତରକୁ ପଠାଏ ।
(ii) କର୍ଷ ଭିତରେ ଥିବା କ୍ଷୁଦ୍ର ଓ ପତଳା ଝିଲ୍ଲୀକୁ କର୍ଣ୍ଣପଟହ (ear drum) ବା ଟିମ୍ପାନିକ୍ ଝିଲ୍ଲୀ କୁହାଯାଏ ।
(iii) ବାୟୁ ମାଧ୍ୟମର ସମ୍ପାଳନ ବର୍ଷ ପରେ ପହଞ୍ଚିଲେ, କର୍ଣ୍ଣପଟହର ବାହାର ପଟେ ବାଘ ହୃଦ୍ଧି ହୁଏ ଏବଂ ତାହା କର୍ଷପଟକୁ ଭିତରକୁ ବୃଦ୍ଧି ହୁଏ ଏବଂ ତାହା କର୍ଣ୍ଣପଟହକୁ ଭିତରକୁ ଠେଲେ।
(iv) ସେହିଭଳି ବିଚଳନ କର୍ଣ୍ଣପଟହ ନିକଟରେ ପହଞ୍ଚିଲେ, କର୍ଣ୍ଣପଟହ ଉପରେ ଚାପ ହ୍ରାସ ପାଏ, ତେଣୁ କର୍ଣ୍ଣପଟହ ବିପରୀତ ଦିଗରେ ବାହାରକୁ ଚାଲିଆସେ । ଏହାଦ୍ଵାରା କର୍ଣ୍ଣପଟହ ବାରମ୍ବାର ଆଗପଛ ହୋଇ କମ୍ପିତ ହୁଏ ।
BSE Odisha 9th Class Physical Science Notes Chapter 9 ଧ୍ଵନି - 14
(v) ଏହି କମ୍ପନ କଣ୍ଠରେ ଥ‌ିବା ତିନୋଟି ହାଡ଼; ଯଥା-ହାମର, ଆନ୍ ଭିଲ୍ ଓ ଷ୍ଟିରପ୍‌ରା ବହୁଗୁଣିତ ହୋଇଥାଏ ।
(vi) ମଧ୍ଯକର୍ଣ୍ଣ ଏହି ଚାପର ପରିବର୍ତ୍ତନକୁ ଅନ୍ତଃକର୍ଣ୍ଣ (inner ear) କୁ ପଠାଏ । ସେଠାରେ କର୍ଣ୍ଣକନ୍ତୁକ (cochlea) ଚାପର ପରିବର୍ତ୍ତନକୁ ବୈଦ୍ୟୁତିକ ସିଗ୍‌ନାଲ୍ସରେ ପରିଣତ କରେ ।
(vii) ଏହି ସିଗ୍‌ନାଲ୍‌ ଶ୍ରୁତିସ୍ନାୟୁ (auditory nerve) ବାଟଦେଇ ମସ୍ତିଷ୍କକୁ ଯାଏ ଏବଂ ମସ୍ତିଷ୍କ ଏହାକୁ ବ୍ୟାଖ୍ୟାକରି ଧ୍ଵନିଭାବରେ ବୁଝିପାରେ ।

BSE Odisha 9th Class Physical Science Notes Chapter 9 ଧ୍ଵନି

CHSE Odisha Class 12 Economics Chapter 15 Long Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 15 ବ୍ୟାଙ୍କ Long Answer Questions.

CHSE Odisha 12th Class Economics Chapter 15 Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ବାଣିଜ୍ୟିକ ବ୍ୟାଙ୍କର କାର୍ଯ୍ୟାବଳୀ ବର୍ଣ୍ଣନା କର ।
Answer:
ବାଣିଜ୍ୟିକ ବ୍ୟାଙ୍କ୍ ଏକ ଋଣ ପ୍ରଦାନକାରୀ ସଂସ୍ଥା । ଏହା ସ୍ୱଳ୍ପକାଳୀନ ଋଣ କାରବାର କରିଥାଏ । ଏହା ସର୍ବସାଧାରଣଙ୍କର ଉଦ୍‌ବୃତ୍ତ ଅର୍ଥ ସଂଗ୍ରହ କରି ବାଣିଜ୍ୟିକ ଓ ଔଦ୍ୟୋଗିକ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକର ଅସ୍ଥାୟୀ ଆବଶ୍ୟକତାର ବିତ୍ତୀୟନ କରିଥାଏ । ଏହା ଏକ ଲାଭ ଅର୍ଜନକାରୀ ସଂସ୍ଥା ହୋଇଥିବାରୁ ସାଧାରଣ ବ୍ୟାଙ୍କ କାରବାର କରି ତଥା ଅନ୍ୟ କେତେକ ବିବିଧ କାର୍ଯ୍ୟ କରି ଏହା ଲାଭ ଅର୍ଜନ କରିଥାଏ । ବାଣିଜ୍ୟିକ ବ୍ୟାଙ୍କର ଚାରିଗୋଟି ପ୍ରଧାନ କାର୍ଯ୍ୟ ରହିଛି ।

ସେଗୁଡ଼ିକ ହେଲା – ସର୍ବସାଧାରଣଙ୍କଠାରୁ ଜମା ଗ୍ରହଣ, ଋଣ ପ୍ରଦାନ, ଋଣମୁଦ୍ରା କାରବାର ଓ ମୁଦ୍ରା ସୃଷ୍ଟି ।

(i) ଜମା ଗ୍ରହଣ – ବାଣିଜ୍ୟିକ ବ୍ୟାଙ୍କର ଗୋଟିଏ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ହେଲା ସର୍ବସାଧାରଣଙ୍କଠାରୁ ଜମା ଗ୍ରହଣ କରିବା । ସେମାନଙ୍କ ଜମାର ନିରାପତ୍ତା ଓ ଜମା ଉପରେ ଦିଆଯାଉଥିବା ସୁଧ ଗ୍ରାହକମାନଙ୍କୁ ବ୍ୟାଙ୍କରେ ଜମା ରଖୁବାକୁ ପ୍ରରୋଚିତ କରିଥାଏ । ଜମା ବିଭିନ୍ନ ପ୍ରକାରର; ଯଥା – ଚାହିଦା ଜମା ବା ଚଳନ୍ତି ଜମା (Demand deposit or Current deposit), (Savings deposit) & all (Fixed or Time deposit) ।

ଚାହିଦା ଜମା ବା ଚଳନ୍ତି ଜମା ହାତରେ ରଖୁଥିବା ମୁଦ୍ରା ସଙ୍ଗେ ସମାନ । ଜମାକାରୀ ପୂର୍ବରୁ କୌଣସି ନୋଟିସ୍ ନ ଦେଇ ଯେକୌଣସି କାର୍ଯ୍ୟକାରୀ ଦିନରେ ଏହି ହିସାବରୁ ମୁଦ୍ରା ଉଠାଇପାରିବ । ଏହିଭଳି ଜମାକୁ ଅନ୍ୟ କୌଣସିଠାରେ ଲାଭଜନକଭାବେ ବିନିଯୋଗ କରାଯାଇ ନ ଥାଏ । କାରଣ ଚାହିଁବାମାତ୍ରେ ଜମାକାରୀଙ୍କୁ ମୁଦ୍ରା ଦେଇଦେବାପାଇଁ ବ୍ୟାଙ୍କ ସବୁବେଳେ ଏହାକୁ ନିଜ ପାଖରେ ନଗଦ ମୁଦ୍ରା ଆକାରରେ ରଖୁଥାଏ ।

ତେଣୁ ବ୍ୟାଙ୍କ ସାଧାରଣତଃ ଏହି ଜମା ଉପରେ ଅତି ସାମାନ୍ୟ ସୁଧ ଦେଇଥାଏ ବା ଆଦୌ କୌଣସି ସୁଧ ଦେଇ ନଥାଏ । ଯଦି ଏହି ଜମା ଏକ ନିର୍ଦ୍ଦିଷ୍ଟ ସର୍ବନିମ୍ନ ପରିମାଣରୁ କମ୍ ହୋଇଥାଏ ବ୍ୟାଙ୍କ ନିଜର କମିଶନ ଆକାରରେ ଗ୍ରାହକମାନଙ୍କଠାରୁ ସାମାନ୍ୟ କିଛି ଆଦାୟ କରିଥାଏ । ଚେଦ୍ଵାରା ଏହି ହିସାବରେ ପ୍ରଚଳନ କରାଯାଇଥାଏ ।

ମିଆଦି ଜମା ଏକ ନିର୍ଦ୍ଧାରିତ ସମୟକାଳ ପାଇଁ କରାଯାଇଥାଏ । ଏହି ନିର୍ଦ୍ଧାରିତ ସମୟସୀମା ଅବ୍ୟବହିତ ହେବା ପୂର୍ବରୁ ଏହାକୁ ଉଠାଯାଇ ପାରିବ ନାହିଁ । ବ୍ୟାଙ୍କ ଏହି ଜମାକୁ କେତେକ ଲାଭଜନକ ଉଦ୍ୟୋଗରେ ବିନିଯୋଗ କରି କିଛି ଲାଭ ଅର୍ଜନ କରିଥାଏ । ଅନ୍ୟାନ୍ୟ ହିସାବ ଉପରେ ମିଳୁଥିବା ସୁଧହାର ଅପେକ୍ଷା ଏହି ହିସାବ ଉପରେ ମିଳୁଥିବା ସୁଧହାର ଅଧିକ । ସମୟକାଳ ଯେତିକି ଦୀର୍ଘତର ହୋଇଥାଏ ସୁଧହାର ସେତିକି ଅଧ‌ିକ ହୋଇଥାଏ ।

CHSE Odisha Class 12 Economics Chapter 15 Long Answer Questions in Odia Medium

ସଞ୍ଚୟ ବ୍ୟାଙ୍କ ଜମାରୁ ଚାହିଁବାମାତ୍ରେ ଟଙ୍କା ଉଠାଇ ଅଣାଯାଇ ପାରିବ; କିନ୍ତୁ ଗୋଟିଏ ସପ୍ତାହରେ ସୀମିତ ଦିନରେ; କୁହାଯାଉ ସପ୍ତାହକୁ ଦିନେ ବା ଦୁଇଦିନ ଏହି ଉଠାଣ କରାଯାଇପାରିବ । କେତେକ ବ୍ୟାଙ୍କ ସପ୍ତାହକୁ ଦିନେ ଓ ଆଉ କେତେକ ବ୍ୟାଙ୍କ ସପ୍ତାହକୁ ଦୁଇଦିନ ଉଠାଣ ପାଇଁ ଅନୁମତି ଦେଇଥା’ନ୍ତି । ପୁଣି ଯଦି ବଡ଼ ପରିମାଣର ଉଠାଣ ଥାଏ ତାହାହେଲେ ବ୍ୟାଙ୍କକୁ ପୂର୍ବରୁ ନୋଟିସ୍ ଦେବା ଆବଶ୍ୟକ ହୋଇପାରେ । ଏହି ହିସାବ ଉପରେ ଏକ ପରିମିତ ସୁଧହାର ଦିଆଯାଇଥାଏ ଏବଂ ଏହା କ୍ଷୁଦ୍ର ସଞ୍ଚୟକୁ ଉତ୍ସାହିତ କରିଥାଏ ।

(ii) ଋଣ ପ୍ରଦାନ – ବାଣିଜ୍ୟିକ ବ୍ୟାଙ୍କର ଦ୍ୱିତୀୟ ପ୍ରଧାନ କାର୍ଯ୍ୟ ହେଲା, ସର୍ବସାଧାରଣରୁ ଜମା ଆକାରରେ ପାଉଥିବା ଅର୍ଥରୁ ଋଣ ଓ ଅଗ୍ରିମ ଋଣ ଦେବା । ବ୍ୟାଙ୍କ ନିଜର ଅଭିଜ୍ଞତାରୁ ଜାଣେ ଯେ, ସର୍ବସାଧାରଣଙ୍କଠାରୁ ମିଳିଥିବା ମୋଟ ଜମାର କେବଳ ଗୋଟିଏ କ୍ଷୁଦ୍ର ଅଂଶ ନିଜ ପାଖରେ ସଞ୍ଚିତ ଆକାରରେ ରଖୁଲେ ନଗଦୀ ପାଇଁ ହେଉଥିବା ସମସ୍ତ ଚାହିଦା ସେ ପୂରଣ କରିପାରିବ ।

ତେଣୁ ସେ ଜମାର ଏକ ନିର୍ଦ୍ଦିଷ୍ଟ ଶତାଂଶକୁ ନିଜର ନଗଦ ସଞ୍ଚ ଆକାରରେ ରଖୁଥାଏ ଏବଂ ବାକିତକ ଲାଭ ଉପାର୍ଜନ ପାଇଁ ସରକାରୀ ପ୍ରତିଭୂତିରେ ହେଉ ବା ଅନ୍ୟ କୌଣସି ଲାଭଜନକ ସଂସ୍ଥାରେ ହେଉ ବିନିଯୋଗ କରିଥାଏ । ଏହା ବ୍ୟବସାୟୀ ଓ ବେପାରୀମାନଙ୍କୁ ମଧ୍ୟ ଅଗ୍ରୀମ ଋଣ ଦେଇପାରେ । ଋଣଦାନ ବ୍ୟାଙ୍କ ଆୟର ଅନ୍ୟତମ ମୂଳ ଉତ୍ସ । ବ୍ୟାଙ୍କ ନିମ୍ନୋକ୍ତ ଉପାୟରେ ଋଣ ଦେଇଥାଏ ।

(a) ଋଣ ବ୍ୟବସ୍ଥା – ଏହା ଏକ ସରଳ ବ୍ୟବସ୍ଥା । ଏହାକୁ ମଧ୍ୟ ସ୍ପଷ୍ଟ ଅଗ୍ରୀମ ବ୍ୟବସ୍ଥା (clean advance system) କୁହାଯାଇଥାଏ । ବ୍ୟାଙ୍କ କେତେକ ସାପାର୍ଶିକ ପ୍ରତିଭୂତି (collateral securities) ଦେଇଥାଏ । ଋଣ ଗ୍ରହଣକାରୀ ଅନୁମୋଦିତ ଋଣମୁଦ୍ରା ବ୍ୟାଙ୍କରୁ ଉଠାଇ ଆଣି ନିଜ କାର୍ଯ୍ୟରେ ଲଗାଇ ପାରନ୍ତି କିମ୍ବା ଏହି ଋଣକୁ ଋଣଗ୍ରହୀତାର ହିସାବରେ ଜମା ଦିଆଯାଇଥାଏ ଏବଂ ସେ ନିଜର ଆବଶ୍ୟକ ସମୟରେ ଚେକ୍ ମାଧ୍ୟମରେ ତା’ର ହିସାବରୁ ମୁଦ୍ରା ଉଠାଇଥା’ନ୍ତି ।

ଏହି ଧରଣର ଋଣ ଦିଆଗଲାବେଳେ ଋଣଗ୍ରହୀତାର ପରିଶୋଧ କ୍ଷମତା ଓ ସାଧୁତା ପ୍ରତି ବିଶେଷ ଦୃଷ୍ଟି ଦିଆଯାଇଥାଏ । ତେଣୁ ଏହି ଉଦ୍ଦେଶ୍ୟରେ ବ୍ୟକ୍ତିଗତ ପ୍ରତିଶ୍ରୁତି, ଅଙ୍ଗୀକାର ବା ପ୍ରତିଭୂତିକୁ ଯଥେଷ୍ଟ ବୋଲି ବିଚାର କରାଯାଇଥାଏ ।

(b) ଓଭର ଡ୍ରାଫ୍‌ଟ ବ୍ୟବସ୍ଥା – ଓଭର ଡ୍ରାଫ୍‌ଟ ବ୍ୟବସ୍ଥା ଗୋଟିଏ ପ୍ରକାର ବିଶେଷ ସୁବିଧା । ଏହି ସୁବିଧା ବ୍ୟାଙ୍କ ତା’ର ଜମାକାରୀମାନଙ୍କୁ ଦେଇଥାଏ । ଏହି ସୁବିଧା ଦିଆଗଲେ ଜମାକାରୀମାନେ ବ୍ୟାଙ୍କ ପାଖରେ ରଖିଥିବା ସେମାନଙ୍କ ଜମା ପରିମାଣ ଅପେକ୍ଷା ସେମାନଙ୍କ ହିସାବରୁ ଅଧିକ ମୁଦ୍ରା ଉଠାଣର ସୁବିଧା ପାଇଥା’ନ୍ତି । ଏହାର ଅର୍ଥ ବ୍ୟାଙ୍କ ପାଖେ ଥିବା ସେମାନଙ୍କ ଜମା ପରିମାଣ ବାହାରେ ଓଭର ଡ୍ରାଫ୍‌ଟ ବ୍ୟବସ୍ଥାରେ ଦର୍ଶାଯାଇଥିବା ନିର୍ଦ୍ଦିଷ୍ଟ ସୀମା ପର୍ଯ୍ୟନ୍ତ ଚେକ୍ କାଟିବାକୁ ବ୍ୟାଙ୍କ ଏହାର କେତେକ ଗ୍ରାହକଙ୍କୁ ଅନୁମତି ଦେଇଥାଏ ।

ଅନୁମତିପ୍ରାପ୍ତ ଅତିରିକ୍ତ ଉଠାଣ ପରିମାଣ ଗ୍ରାହକମାନଙ୍କୁ ଦିଆଯାଇଥିବା ଏକ ବ୍ୟକ୍ତିଗତ ଋଣ ବୋଲି ଧରିନିଆଯାଇଥାଏ ଏବଂ ସେମାନେ ଏହା ଉପରେ ସୁଧ ଦେଇଥା’ନ୍ତି ।

(c) ନଗଦ ମୁଦ୍ରା ଋଣ – ବ୍ୟାଙ୍କ ଋଣଗ୍ରହୀତାଙ୍କ ବଚନପତ୍ର ଉପରେ ସେମାନଙ୍କୁ ନଗଦ ମୁଦ୍ରାର ଋଣ (Cash Credit) ଦେଇଥାଏ । ଏହି ବଚନପତ୍ରରେ ଅନ୍ତତଃ ଦୁଇଜଣ ଜାମିନ୍ଦାର ଗ୍ୟାରେଣ୍ଟି ଦେଇଥା’ନ୍ତି ଏବଂ ଅନେକ ସମୟରେ ପ୍ରତିଭୂତି ବା ବିଭିନ୍ନ ଦ୍ରବ୍ୟକୁ ଅଙ୍ଗୀକାରରୂପେ ବନ୍ଧକ ଦିଆଯାଇଥାଏ । ଋଣ ମଞ୍ଜୁର କରାଯାଇ ଋଣଗ୍ରହୀତାଙ୍କ ନାମରେ ବ୍ୟାଙ୍କରେ ଗୋଟିଏ ହିସାବ ଖୋଲାଯାଏ ଏବଂ ଅନୁମତିପ୍ରାପ୍ତ ଋଣ ସୀମାକୁ ଅତିକ୍ରମ ନ କରି ବେଳକୁ ବେଳ ତା’ର ଆବଶ୍ୟକତା ଅନୁସାରେ ସେଥୁରୁ ମୁଦ୍ରା ଉଠାଣ କରିବାକୁ ତାକୁ କୁହାଯାଏ ।

ବ୍ୟାଙ୍କ ଯେତେବେଳେ ଚାହିଁବ ଏହି ସୁବିଧାକୁ ପ୍ରତ୍ୟାହାର କରି ନେଇଯାଇପାରିବ ବା ଋଣ ସୀମାକୁ ହ୍ରାସ କରିଦେଇପାରିବ । ଋଣଗ୍ରହୀତା ପ୍ରକୃତରେ ଉଠାଇ ସାରିଥିବା ପରିମାଣର ମୁଦ୍ରା ଉପରେ ସୁଧ ଦେଇଥା’ନ୍ତି ।

(d) ବିନିମୟ ପତ୍ର ଅପହାର କରିବା ବ୍ୟବସ୍ଥା – ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ଦେଶ ଭିତରେ ଏବଂ ବିଭିନ୍ନ ଦେଶ ମଧ୍ୟରେ ଦ୍ରବ୍ୟଗୁଡ଼ିକର ଚଳନର ବିତ୍ତୀୟନ ବ୍ୟବସ୍ଥା କରିଥା’ନ୍ତି । ବିନିମୟ ପତ୍ର ଅପହାର କରିବା ବ୍ୟବସ୍ଥା (Discounting bills of exchange) ମାଧ୍ୟମରେ ଏହା କରାଯାଇଥାଏ ।

ଆଧୁନିକ ବ୍ୟବସାୟ ଅନେକାଂଶରେ ଋଣ କାରବାର ଉପରେ ନିର୍ଭର କରିଥାଏ । ବିନିମୟ ପତ୍ର ଏକ ବ୍ୟବସାୟ ଋଣର ସ୍ବୀକୃତିପତ୍ର ହୋଇଥାଏ । ବିଲ୍‌ଧାରକଙ୍କୁ ବିଲ୍‌ ପରିଣତ ଅବସ୍ଥାକୁ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥାଏ । କିନ୍ତୁ ସେ ଯଦି ସଙ୍ଗେ ସଙ୍ଗେ ମୁଦ୍ରା ଆବଶ୍ୟକ କରୁଥା’ନ୍ତି, ତାହାହେଲେ ସେ ଗୋଟିଏ ବାଣିଜ୍ୟିକ ବ୍ୟାଙ୍କ୍‌କୁ ଏହି ବିଲ୍‌କୁ ଭଙ୍ଗାଇବାପାଇଁ ଅନୁରୋଧ କରିଥା’ନ୍ତି । ବାଣିଜ୍ୟିକ ବ୍ୟାଙ୍କ ଅପହାର ସୂତ୍ରରେ ଏହି ବିଲ୍‌କୁ କିଣିନେଇଥା’ନ୍ତି ।

ବିନିମୟ ପତ୍ର ଅପହାର ବ୍ୟବସ୍ଥାଦ୍ୱାରା ବ୍ୟାଙ୍କ ଆଭ୍ୟନ୍ତରୀଣ ଓ ବୈଦେଶିକ ବ୍ୟାପାରର ବିତ୍ତୀୟନ କରିଥାଏ । ପୁଣି ଏହି ବ୍ୟବସ୍ଥା ବ୍ୟାଙ୍କ ଋଣ ଦେବାର ଅନ୍ୟ ଏକ ବ୍ୟବସ୍ଥା । ପ୍ରକୃତରେ ଯେଉଁ ବ୍ୟକ୍ତିଙ୍କ ନାମରେ ବିଲ୍‌ କଟାଯାଇଥାଏ ବ୍ୟାଙ୍କ ତାଙ୍କୁ ଗୋଟିଏ ଋଣ ଦେଇଥାଏ ଏବଂ ମିଆଦ ପୂରିଗଲେ ତାଙ୍କଠାରୁ ସୁଧ ସହ ଏହାକୁ ଅସୁଲ କରିଥାଏ । ତେଣୁ ଅପହାର ବ୍ୟବସ୍ଥା ଏକ ଋଣଦାନ ପଦ୍ଧତି । ଏହା ଉଭୟ ଆଭ୍ୟନ୍ତରୀଣ ଓ ଆନ୍ତର୍ଜାତିକ ବାଣିଜ୍ୟର ବିତ୍ତୀୟନ କରିଥାଏ ।

(iii) ଅର୍ଥନୈତିକ ବିକାଶ – ବାଣିଜ୍ୟିକ ବ୍ୟାଙ୍କ ଦେଶର ଅର୍ଥନୈତିକ ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଅଷ୍ଟାଦଶ ଓ ଉନବିଂଶ ଶତାବ୍ଦୀରେ ବାଣିଜ୍ୟିକ ବ୍ୟାଙ୍କର ଜନ୍ମ ବିନା ଇଂଲଣ୍ଡରେ ଶିଳ୍ପବିପ୍ଳବ ସଫଳ ହୋଇପାରି ନଥା’ନ୍ତା । ବଳିଷ୍ଠ ବ୍ୟାଙ୍କ କାରବାରର ବିକାଶବିନା ବିକାଶଶୀଳ ଦେଶମାନେ ଅର୍ଥନୈତିକ ବିକାଶ ପାଇଁ ସେମାନଙ୍କ ଉଦ୍ୟମକୁ ତ୍ବରାନ୍ବିତ କରିପାରିବେ ନାହିଁ । ଭାରତର ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକୁ ଗ୍ରାମାଞ୍ଚଳ ବିକାଶ ଦାୟିତ୍ୱ ଦିଆଯାଇଛି ।

କେତେକ ବାଣିଜ୍ୟିକ ବ୍ୟାଙ୍କ ଅଗ୍ରଣୀ ବ୍ୟାଙ୍କ ବ୍ୟବସ୍ଥା ମାଧ୍ୟମରେ ବିଭିନ୍ନ ଜିଲ୍ଲାକୁ ପୋଷ୍ୟ ଜିଲ୍ଲାରୂପେ ଗ୍ରହଣ କରିନେଇଛନ୍ତି ଏବଂ ସେହି ଜିଲ୍ଲାଗୁଡ଼ିକର ଗ୍ରାମାଞ୍ଚଳର ସର୍ବବିଧ ବିକାଶ ପାଇଁ ପଦକ୍ଷେପମାନ ନେଉଛନ୍ତି । ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ଏବେ ଅଧ୍ଵକଭାବେ ବିକାଶମୂଳକ କାର୍ଯ୍ୟକଳାପ ସହିତ ସଂପୃକ୍ତ ।

(iv) ଏଜେଣ୍ଟରୂପେ ସେବାଦାନ – ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ସେମାନଙ୍କ ଗ୍ରାହକମାନଙ୍କର ଏଜେଣ୍ଟରୂପେ ସେମାନଙ୍କ ତରଫରୁ ଅନେକ କାର୍ଯ୍ୟ କରିଥା’ନ୍ତି । ସେମାନେ ସେମାନଙ୍କ ଗ୍ରାହକମାନଙ୍କ ତରଫରୁ ପ୍ରତିଭୂତି କ୍ରୟ -ବିକ୍ରୟ କରିଥା’ନ୍ତି, ଲାଭାଂଶ ଓ ସୁଧ ଅସୁଲ କରିଥା’ନ୍ତି ଏବଂ ସେମାନଙ୍କପାଇଁ ନ୍ୟାସଧାରୀ (trustee), ତତ୍ତ୍ୱାବଧାରକ (executor) ଓ ଅନୁମୋଦିତ ପ୍ରତିନିଧ (attorney) ଭାବେ କାର୍ଯ୍ୟ କରିଥା’ନ୍ତି ।

CHSE Odisha Class 12 Economics Chapter 15 Long Answer Questions in Odia Medium

ଚେକ୍, ବିଲ୍, ଦେୟ ଓ ବୀମା କିସ୍ତି ଆଦି ଆଦାୟ କରିବାରେ ଓ ଦେବାରେ ସେମାନେ ମଧ୍ୟ ସେମାନଙ୍କ ଗ୍ରାହକମାନଙ୍କର ଏଜେଣ୍ଟରୂପେ କାର୍ଯ୍ୟ କରିଥା’ନ୍ତି । ମୂଲ୍ୟବାନ୍ ଜିନିଷ ଓ ଗୁରୁତ୍ଵପୂର୍ଣ୍ଣ ଦଲିଲକୁ ନିରାପଦରେ ରଖୁବାର ସୁବିଧା ମଧ୍ୟ ସେମାନେ ଯୋଗାଇ ଦେଇଥା’ନ୍ତି ।

(v) ମୁଦ୍ରା ଅନ୍ତରଣ – ବାଣିଜ୍ୟିକ ବ୍ୟାଙ୍କମାନେ ବ୍ୟାଙ୍କ ଡ୍ରାଫ୍‌ଟ ମାଧ୍ୟମରେ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ମୁଦ୍ରା ପ୍ରେରଣ କରିବାରେ ସାହାଯ୍ୟ କରିଥା’ନ୍ତି । ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ମୁଦ୍ରା ପ୍ରେରଣ କରିବାର ଏହା ସବୁଠାରୁ ଶସ୍ତା ବ୍ୟବସ୍ଥା ।

(vi) ମୁଦ୍ରା ସୃଷ୍ଟି – ଅଧୁନାତନ ବିଶ୍ବରେ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ହେଲା ବ୍ୟାଙ୍କ ଜମା ସୃଷ୍ଟି କରିବା । ଉନ୍ନତ ଦେଶମାନଙ୍କରେ ବ୍ୟାଙ୍କ ମୁଦ୍ରା ହିଁ ମୁଦ୍ରା ଯୋଗାଣର ବଡ଼ ଅଂଶ ହୋଇଥ୍‌ବାର ଦେଖାଯାଇଥାଏ । ବ୍ୟାଙ୍କ ଗୋଟିଏ ଋଣ ମଞ୍ଜୁର କଲାବେଳେ ଋଣଗ୍ରହୀତାଙ୍କ ନାମରେ ବ୍ୟାଙ୍କରେ ଗୋଟିଏ ଜମା ହିସାବ ଖୋଲିଦେଇଥାଏ ଏବଂ ଏହି ହିସାବ ଉପରେ ଚେକ୍ କାଟି ମୁଦ୍ରା ଉଠାଣ କରିବାକୁ ଅନୁମତି ଦେଇଥାଏ ।

ଋଣଗ୍ରହୀତା ଚେକ୍ ଦେଇଚାଲେ । ଏହି ଚେକ୍‌ଗୁଡ଼ିକ ଭଙ୍ଗାଣ ପାଇଁ ବ୍ୟାଙ୍କ୍‌କୁ ଆସିବା ପୂର୍ବରୁ ଅନେକ ହାତଦେଇ ଗତି କରିଥା’ନ୍ତି । ଚେକ୍‌ଗୁଡ଼ିକର ପ୍ରଚଳନ ବିସ୍ତୃତି ପର୍ଯ୍ୟନ୍ତ ସେଗୁଡ଼ିକ ବିନିମୟ ମାଧ୍ୟମ ସୃଷ୍ଟି କରିଥା’ନ୍ତି । ଏହାହିଁ ବ୍ୟାଙ୍କ ମୁଦ୍ରା ।

2. ଗୋଟିଏ ବାଣିଜ୍ୟିକ ବ୍ୟାଙ୍କର ଦେଣା -ପାଉଣା ସନ୍ତୁଳନ ଫର୍ଦ ପ୍ରସ୍ତୁତ କରି ଉଭୟ ପାଖରେ ଥିବା ବିଷୟଗୁଡ଼ିକୁ ବୁଝାଅ ।
Answer:
ବାଣିଜ୍ୟିକ ବ୍ୟାଙ୍କର ସନ୍ତୁଳନ ଫର୍ଦ୍ଦ ଏକ ନିର୍ଦ୍ଦିଷ୍ଟ ସମୟପାଇଁ ଏହାର ଦେଣା – ପାଉଣାର ଏକ ବିବରଣୀ ମାତ୍ର । ଏହା ସେହି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବ୍ୟାଙ୍କର ବିତ୍ତୀୟ ଅବସ୍ଥାର ସୂଚନା ଦେଇଥାଏ ଏବଂ ବ୍ୟାଙ୍କ କିପରି ଅର୍ଥ ସଂଗ୍ରହ କରିଛି ଓ କେଉଁ ଉପାୟରେ ଏହାର ବିନିଯୋଗ କରିଛି ତାହା ଦର୍ଶାଇଥାଏ । ଋଣଗ୍ରହୀତା ହିସାବରେ ବ୍ୟାଙ୍କର କାର୍ଯ୍ୟକଳାପ ସନ୍ତୁଳନ ଫର୍ଦ୍ଦର ଦେୟତା ପାଖେ ଦର୍ଶାଯାଇଥାଏ । ପାଉଣା ପାଖ ବା ପରିସମ୍ପତ୍ତି ପାଖ ହେଲା ଋଣଦେବା ପାଖ ଏବଂ ପରିସମ୍ପରି ବା ପାଉଣା ବ୍ୟାଙ୍କର ସମ୍ପଦର ସୂଚନା ଦେଇଥାଏ ।

ବାଣିଜ୍ୟିକ ବ୍ୟାଙ୍କର ସନ୍ତୁଳନ ଫର୍ଦ ସାଧାରଣତଃ ପ୍ରତ୍ୟେକ ଆର୍ଥିକ ବର୍ଷ ଶେଷରେ ପ୍ରସ୍ତୁତ କରାଯାଇଥାଏ । ଏହା ଏକ ଦର୍ପଣ ସଦୃଶ । ଏଥିରେ ବ୍ୟାଙ୍କର ସାଧାରଣ ସ୍ୱାସ୍ଥ୍ୟ ଅବସ୍ଥା ଓ ବ୍ୟବସାୟ କାରବାର ପ୍ରତିଫଳନ ହୋଇଥାଏ । ଏହି ବାର୍ଷିକ ଆର୍ଥକ ବିବରଣୀରୁ ବ୍ୟାଙ୍କର ଆର୍ଥିକ ସ୍ଥିତି ବା ଋଣ ପରିଶୋଧ କ୍ଷମତା ଏବଂ ନଗଦୀ ଅବସ୍ଥା ନିରୂପଣ କରାଯାଇପାରିବ । ବ୍ୟାଙ୍କର ସମଗ୍ର ବ୍ୟବସାୟ ସର୍ବସାଧାରଣଙ୍କ ଆସ୍ଥା ଉପରେ ପ୍ରତିଷ୍ଠିତ ।

ଯଦି ସନ୍ତୁଳନ ଫର୍ଦ୍ଦ ବ୍ୟାଙ୍କର ସୁଦୃଢ଼ ଆର୍ଥିକ ସ୍ଥିତିର ପ୍ରତିଫଳନ କରେ, ବ୍ୟାଙ୍କ ଉପରେ ସର୍ବସାଧାରଣଙ୍କ ଆସ୍ଥା ବୃଦ୍ଧିପାଏ; କିନ୍ତୁ ଏହାର ଯଦି କୌଣସି ସନ୍ତୋଷଜନକ ଆର୍ଥିକ ସ୍ଥିତିର ସୂଚନା ନ ଦିଏ, ତେବେ ସର୍ବସାଧାରଣ ବ୍ୟାଙ୍କ ଉପରୁ କ୍ରମେ ଆସ୍ଥା ହରାଇବାକୁ ଆରମ୍ଭ କରନ୍ତି । ଶେଷରେ ବ୍ୟାଙ୍କ ବ୍ୟବସାୟ ଭୁଶୁଡ଼ି ପଡ଼େ । ସମଗ୍ର ସମାଜ ବ୍ୟାଙ୍କର ସନ୍ତୁଳନ ଫର୍କରେ ଆଗ୍ରହ ପ୍ରକାଶ କରିଥାଏ । ନିମ୍ନରେ ଗୋଟିଏ ବାଣିଜ୍ୟିକ ବ୍ୟାଙ୍କର ସନ୍ତୁଳନ ଫର୍ଦର ଏକ ନମୁନା ଆଲୋଚନା କରାଗଲା –

ସନ୍ତୁଳନ ଫର୍ଦ୍ଦ

ଦେୟତା ପାଉଣା ବା ପରିସମ୍ପତ୍ତି
1. ପ୍ରଦତ୍ତ ପୁଞ୍ଜି 1. ହାତରେ ଓ କେନ୍ଦ୍ରୀୟ ବ୍ୟାଙ୍କରେ ଥିବା ନଗଦ ମୁଦ୍ରା
2. ସଞ୍ଚ୍ତ ନିଧି ଓ ଅନ୍ୟାନ୍ୟ ସଞ୍ଚ୍ତି 2. ଚାହିଦା ମାତ୍ରେ ଓ ଅଳ୍ପ ସମୟ ନୋଟିସ୍‌ରେ ମିଳୁଥିବା ମୁଦ୍ରା
3. ଜମା ଓ ଅନ୍ୟାନ୍ୟ ହିସାବ, ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ୍ କମ୍ପାନୀ ଏଜେଣ୍ଟ ଆଦିଙ୍କଠାରୁ ଋଣ 3. ଅପହ୍ରାସିତ ବିଲ୍
4. ଦେୟଯୋଗ୍ୟ ବିଲ୍ 4. ଆଦାୟ ହେଉଥିବା ଚେକ୍
5. ସ୍ବୀକୃତି ଓ ପୃଷ୍ଠାଙ୍କନ 5. ବିନିଯୋଗ
6. ଅନ୍ୟାନ୍ୟ ଦେୟତା 6. ଋଣ ଓ ଅଗ୍ରିମ
7. ସ୍ଵୀକୃତି ଓ ପୃଷ୍ଠାଙ୍କନ
8. ଅନ୍ୟାନ୍ୟ ପାଉଣା

ଦେଣା ବା ଦେୟତା (Liabilities) :
ସର୍ବସାଧାରଣ ସେମାନଙ୍କ ଅଂଶ ଉପରେ ମୁଦ୍ରା ଆକାରରେ ବ୍ୟାକୁ ଦେଇଥିବା ପରିମାଣ ଅର୍ଥକୁ ପ୍ରଦତ୍ତ ପୁଞ୍ଜି (Paid – up capital) କୁହାଯାଏ । ତେଣୁ ଏହା ଅଂଶୀଦାରମାନଙ୍କୁ ବ୍ୟାଙ୍କର ଦେଣା ଅଟେ ।

ବ୍ୟାଙ୍କର ବଣ୍ଟାଯାଇ ନ ଥିବା ଲାଭରୁ ଆରକ୍ଷିତ ନିଧୁ (Reserve fund) ସୃଷ୍ଟି କରାଯାଇଥାଏ । ଭବିଷ୍ୟତ ଦୁର୍ଘଟଣା ଏବଂ ଅଦୃଷ୍ଟପୂର୍ବ କ୍ଷୟକ୍ଷତିର ସମ୍ମୁଖୀନ ହେବାପାଇଁ ବର୍ଷ ପରେ ବର୍ଷ ଲାଭର ଏକ ଅଂଶକୁ ସଞ୍ଚୟ କରି ରଖାଯାଇଥାଏ । ବ୍ୟାଙ୍କ ତା’ର ଲାଭର ଶତକଡ଼ା 20 ଭାଗ ଆରକ୍ଷିତ ନିସ୍‌ରେ ରଖିବାପାଇଁ ବ୍ୟବସ୍ଥା ଭାରତୀୟ ଆଇନରେ ଅଛି । ଆରକ୍ଷିତ ନିଧୁର ସୃଷ୍ଟି ବ୍ୟାଙ୍କ ପ୍ରତି ସର୍ବସାଧାରଣଙ୍କର ଆସ୍ଥା ଜନ୍ମାଇଥାଏ ।

ବ୍ୟାଙ୍କର ବଣ୍ଟା ହୋଇ ନଥିବା ଲାଭରୁ ଆରକ୍ଷିତ ନିଧୁର ସୃଷ୍ଟି ହୋଇଥିବାରୁ ବ୍ୟାଙ୍କ ପ୍ରତି ସର୍ବସାଧାରଣଙ୍କର ଆସ୍ଥା ଜନ୍ମାଇଥାଏ । ବ୍ୟାଙ୍କର ବଣ୍ଟା ହୋଇ ନଥୁବା ଲାଭରୁ ଆରକ୍ଷିତ ନିସ୍‌ର ସୃଷ୍ଟି ହୋଇଥବାରୁ ଏଥୁରେ ସଞ୍ଚିତ ହୋଇ ରହିଥିବା ଅର୍ଥ ଅଂଶୀଦାରମାନଙ୍କର ଏବଂ ଏହା ବ୍ୟାଙ୍କର ଅଂଶୀଦାରଙ୍କ ପ୍ରତି ଏକ ଦେଣା । ଯେକୌଣସି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ପାଇଁ ଆରକ୍ଷିତ ନିଜ୍ ଭଳି ଅନ୍ୟାନ୍ୟ ନିଧୁ ରଖାଯାଇପାରେ । ସେଗୁଡ଼ିକ ମଧ୍ୟ ଅଂଶୀଦାରମାନଙ୍କ ପ୍ରତି ବ୍ୟାଙ୍କର ଦେଣାରୁ ସୂଚନା ଦେଇଥା’ନ୍ତି ।

ଜମା ଅର୍ଥ ବ୍ୟାଙ୍କର ଏକ ପ୍ରଧାନ ଦେଣା । ଜମା ସାଧାରଣତଃ 3 ପ୍ରକାରର – ଚାହିଦା ଜମା, ସଞ୍ଚୟ ଜମା ଓ ମିଆଦି ଜମା । ଚାହିଦା ଜମା ମୁଦ୍ରା ଅଟେ ଏବଂ ମିଆଦି ଜମା ପ୍ରାୟତଃ ମୁଦ୍ରା, କାରଣ ଏହା ଚାହିଁବା ମାତ୍ରେ ମିଳେ ନହିଁ ଏବଂ ଏହାକୁ ଚେଦ୍ଵାରା ହସ୍ତାନ୍ତର କରାଯାଇ ପାରିନଥାଏ । ବିଭିନ୍ନ ପ୍ରକାର ଜମାରେ ମଧ୍ୟ ଭିନ୍ନ ଭିନ୍ନ ସୁଧହାର ମିଳିଥାଏ । ସାଧାରଣତଃ ଚାହିଦା ଜମା ଉପରେ କୌଣସି ସୁଧ ଦିଆଯାଏ ନାହିଁ । କିନ୍ତୁ ଅନ୍ୟ ଜମା ଉପରେ ମିଳୁଥିବା ସୁଧହାର ଜମାର ସମୟକାଳର ଦୀର୍ଘତା ଅନୁସାରେ ଭିନ୍ନ ଭିନ୍ନ ହୋଇଥାଏ ।

ସ୍ବୀକୃତି ଓ ପୃଷ୍ଠାଙ୍କନ (Acceptances and Endorsements) : ସ୍ବୀକୃତି ଓ ପୃଷ୍ଠାଙ୍କନ ବ୍ୟାଙ୍କର ଏକ ଦେଣା । ନିଜ ଗ୍ରାହକମାନଙ୍କ ପକ୍ଷରୁ ବିନିମୟ ପତ୍ର ସ୍ଵୀକାର କରି ଓ ପୃଷ୍ଠାଙ୍କନ କରି ବ୍ୟାଙ୍କ ଏହି ଦେୟତା ଗ୍ରହଣ କରିଥାଏ । ଏହାଦ୍ଵାରା ବ୍ୟାଙ୍କ ଆକସ୍ମିକ ଦେୟତା ସୃଷ୍ଟି କରିଥାଏ । ଏହା କରିବାଦ୍ଵାରା ତା’ର ଗ୍ରାହକମାନେ ତା’ର ନାଆଁକୁ ବ୍ୟବହାର କରିଥା’ନ୍ତି ଏବଂ ବିଲ୍ଵ ଭଙ୍ଗାଇବା ଦିନ ଆସିଗଲେ ସେମାନେ ବିଲ୍ ଭଙ୍ଗାଇଥା’ନ୍ତି ।

ତେଣୁ ଏହି ବିଷୟଟି ସନ୍ତୁଳନ ଫର୍ଦରେ ଉଭୟ ଦେଣା ଓ ପାଉଣା ପାଖରେ ଦେଖାଯାଇଥାଏ । ଯଦି ବିଲ୍‌ର ସମୟ ପୂରିଯାଇଥିବା ଦିନ ଗ୍ରାହକ ବିଲ୍ ପରିମାଣ ଅର୍ଥ ଦେବାକୁ ଅକ୍ଷମ ହୁଏ, ବ୍ୟାଙ୍କ ଏହି ଦେୟତା ଗ୍ରହଣ କରିଥାଏ । ତେଣୁ ଏ ବିଷୟଟି ଦେୟତା ପାଖରେ ଦେଖିବାକୁ ମିଳିଥାଏ । ସ୍ବୀକୃତିରେ କ୍ଷତିଭୟ ଥିବାରୁ ସ୍ବୀକୃତି ଦାନକାରୀ ବ୍ୟାଙ୍କ ଏକ କମିଶନ୍ ଅସୁଲ କରିଥାଏ । ଏହାକୁ ପାଉଣା ବା ପରିସମ୍ପତ୍ତି ପାଖରେ ଦେଖାଇବାର କାରଣ ହେଲା – ଏହି ଦାୟିତ୍ବ ଭରଣାପାଇଁ ଅର୍ଥ ଯୋଗାଇଦେବା ଗ୍ରାହକମାନଙ୍କ ଦାୟିତ୍ଵ ।

ଅନ୍ୟାନ୍ୟ ଦେୟତା ମଧ୍ୟରେ ଅନ୍ୟକୁ ଦେବାକୁ ଥିବା ବିଲ୍ ଅନ୍ୟ ବ୍ୟାଙ୍କରୁ ଆଣିଥିବା ଋଣ ଏବଂ ଆକସ୍ମିକ ଦେୟତା ଅନ୍ତର୍ଭୁକ୍ତ ।

ପାଉଣା ବା ପରିସମ୍ପରି (Assets) :
ବ୍ୟାଙ୍କର ଅର୍ଥକୁ କେଉଁ ଉପାୟରେ ଉପଯୋଗ କରାଯାଇଛି, ପାଉଣା ପାଖରୁ ତାହା ଜଣାପଡ଼େ । ପାଉଣା ପାଖରେ ଥିବା ବିଷୟଗୁଡ଼ିକର ଆଲୋଚନା ନିମ୍ନରେ କରାଗଲା –

(i) ହାତରେ ଥିବା ନଗଦ ମୁଦ୍ରା – ଜମାକାରୀମାନଙ୍କଦ୍ୱାରା କରାଯାଉଥିବା ଉଠାଣ ନିମନ୍ତେ ଏକ ପ୍ରଥମ ଶ୍ରେଣୀୟ ସଞ୍ଚ୍ତି ବ୍ୟବସ୍ଥା କରିବାପାଇଁ ହାତରେ ମୁଦ୍ରା ରଖାଯାଇଥାଏ । ପ୍ରତ୍ୟେକ ବ୍ୟାଙ୍କ ଗ୍ରାହକମାନଙ୍କର ଚାହିଦାମାତ୍ରକେ ସେମାନଙ୍କ ଆବଶ୍ୟକତା ପୂରଣ କରିବାପାଇଁ ନିଜ ପାଖରେ କିଛି ନଗଦ ମୁଦ୍ରା ସଞ୍ଜୁତ ରଖୁଥାଏ । ଅନ୍ୟାନ୍ୟ ବ୍ୟାଙ୍କମାନଙ୍କ ପାଖରେ ମଧ୍ୟ କିଛି ଅର୍ଥ ରଖାଯାଇପାରେ । ହାତରେ ଥିବା ନଗଦ ମୁଦ୍ରା କିଛି ଲାଭ ଅର୍ଜନ କରିନଥାଏ ।

ତେଣୁ ଗ୍ରାହକମାନଙ୍କର ଚାହିଦା ପୂରଣ କରିବାପାଇଁ ଯାହା ଆବଶ୍ୟକ ବ୍ୟାଙ୍କ ତା’ଠାରୁ ଅଧିକ ଅର୍ଥ ନଗଦ ମୁଦ୍ରା ଆକାରରେ ନିଜ ପାଖରେ ରଖୁନଥାଏ । ହାତରେ ଥିବା ନଗଦ ମୁଦ୍ରାକୁ ହସ୍ତସ୍ଥ ମୁଦ୍ରା (till money) କହନ୍ତି ।

(ii) ଚାହିଦା ଓ ଅଳ୍ପ ସମୟ ନୋଟିସ୍‌ରେ ମିଳୁଥିବା ମୁଦ୍ରା – ଅତି ଅଳ୍ପ ସମୟ ନୋଟିସ୍‌ରେ ପରିଶୋଧଯୋଗ୍ୟ ସ୍ଵଳ୍ପକାଳୀନ ଋଣକୁ ଏହା ବୁଝାଇଥାଏ । ଏହି ଋଣଗୁଡ଼ିକ ଉପରେ ଅତି ଅଳ୍ପ ସୁଧ ହାର ମିଳିଥାଏ । କାରଣ ଅତି କମ୍ ସମୟ ନୋଟିସ୍‌ରେ ଏଗୁଡ଼ିକୁ ଫେରାଇ ଅଣାଯାଇପାରିବ । ଏହି ପାଉଣାକୁ ଅତି ସହଜରେ ନଗଦ ମୁଦ୍ରାରେ ପରିଣତ କରାଯାଇପାରିବ ।

ଯେତେବେଳେ ବ୍ୟାଙ୍କର ସଞ୍ଚି ଅପ୍ରତ୍ୟାଶିତ ଭାବେ ହ୍ରାସ ପାଇଯାଇଥାଏ ଏହା ତତ୍‌କ୍ଷଣାତ୍‌ ଏହି ସ୍ଵଳ୍ପକାଳୀନ ଋଣରୁ କିଛି ପ୍ରତ୍ୟାହାର କରି ଆଣିଥାଏ କିମ୍ବା ସେଗୁଡ଼ିକର ନବୀକରଣ କରିବାକୁ ମନା କରିଦେଇଥାଏ ଯାହାକି ସାଧାରଣ ପରିସ୍ଥିତିରେ ନବୀକରଣ କରାଯାଇ ପାରିଥା’ନ୍ତା । ଏହା ବ୍ୟାଙ୍କର ପ୍ରତିରକ୍ଷା ବ୍ୟବସ୍ଥା ।

CHSE Odisha Class 12 Economics Chapter 15 Long Answer Questions in Odia Medium

(iii) ଅପହ୍ରାସିତ ବିଲ୍‌ – ଏହାର ପ୍ରକୃତି ପୂର୍ବରୁ ବୁଝାଇ ଦିଆଯାଇଛି । ବିଲ୍‌ଗୁଡ଼ିକ ସ୍ଵୟଂ ସମାପନୀୟ (Self liquidating) ହୋଇଥିବାରୁ ଏଥୁରୁ ବିନିଯୋଗ ଆକର୍ଷଣୀୟ ହୋଇଥାଏ । ପୁଣି, ନିର୍ଦ୍ଦିଷ୍ଟ ସମୟକାଳ ପୂରିବା ପୂର୍ବରୁ ସେଗୁଡ଼ିକ ପୁନଃ ଅପହ୍ରାସିତ କରାଯାଇପାରିବ ଏବଂ ଋଣଦେବା ଅପେକ୍ଷା ସେଗୁଡ଼ିକୁ ଅଧ‌ିକ ନିରାପଦ ବୋଲି ମନେକରାଯାଇଥାଏ ।

(iv) ଆଦାୟ ଅବସ୍ଥାରେ ଥିବା ଚେକ୍ – ଏହା ଆଦାୟ କରାଯାଉଥିବା ଚେକ୍‌ଗୁଡ଼ିକୁ ବୁଝାଇଥାଏ । ସେଗୁଡ଼ିକ ଅତି ନଗଦ, କାରଣ ଚେକ୍‌ଗୁଡ଼ିକ ଆଦାୟ କରାଯିବା ମାତ୍ରେ ନଗଦ ମୁଦ୍ରା ସଞ୍ଜୁର ପରିମାଣ ବୃଦ୍ଧି ପାଏ ।

(v) ବିନିଯୋଗ – ବାଣିଜ୍ୟିକ ବ୍ୟାଙ୍କମାନେ ସରକାରୀ ପ୍ରତିଭୂତି ଏବଂ ଘରୋଇ କମ୍ପାନୀମାନଙ୍କର ଅଂଶ ଓ ଡିବେଞ୍ଚରେ ଅର୍ଥ ବିନିଯୋଗ କରିଥା’ନ୍ତି । ଏହି ବିନିଯୋଗଗୁଡ଼ିକ କମ୍ ନଗଦୀ ହୋଇଥିବାରୁ ସାଧାରଣତଃ ବିଲ୍ ଅପେକ୍ଷା ଅଧିକ ସୁଧହାର ବହନ କରିଥା’ନ୍ତି । ସେଥୁରୁ ଏକ ନିର୍ଦ୍ଧାରିତ ଆୟ ମିଳିଥାଏ ଏବଂ ବ୍ୟାଙ୍କ ଏଥୁରୁ ନିରବଚ୍ଛିନ୍ନଭାବେ ଲାଭ ପାଇଚାଲିଥାଏ ।

(vi) ଅଗ୍ରୀମ ଋଣ – ବ୍ୟାଙ୍କ ଏହାର ଗ୍ରାହକମାନଙ୍କୁ ଏବଂ ବିଭିନ୍ନ ଉଦ୍ୟୋଗକୁ ଋଣ ଦେଇଥାଏ । ବ୍ୟାଙ୍କ ବ୍ୟବସାୟର ଏହି ଋଣ ହିଁ ପ୍ରଧାନ ଅଂଶ ହୋଇଥାଏ ।

(vii) ସ୍ୱୀକୃତି ଓ ପୃଷ୍ଠାଙ୍କନ – ଏହି ବିଷୟଟି ସନ୍ତୁଳନ ଫର୍ଦର ଉଭୟ ପାଖରେ ରହିଥାଏ । ବ୍ୟାଙ୍କଦ୍ଵାରା ସ୍ବୀକୃତ ବିଲ୍ ଦଲିଲ୍ ଏହାର ଅନ୍ତର୍ଭୁକ୍ତ । ବିଲ୍‌ଗୁଡ଼ିକର ସମୟ ପୂରିଗଲେ ବିଲ୍ ପରିମାଣ ଅର୍ଥ ବ୍ୟାଙ୍କ ଏହାର ଗ୍ରାହକମାନଙ୍କଠାରୁ ଆଦାୟ କରିବ । ତେଣୁ ସେଗୁଡ଼ିକ ଏହାର ପାଉଣା ।

ବ୍ୟାଙ୍କର କୋଠାବାଡ଼ି, ଆସବାବପତ୍ର ଓ ଅନ୍ୟାନ୍ୟ ସମ୍ପତ୍ତି ଆଦି ମଧ୍ୟ ପରିସମ୍ପତ୍ତି ଅନ୍ତର୍ଭୁକ୍ତ । ଏହା ବ୍ୟାଙ୍କର ସ୍ଥାବର – ଅସ୍ଥାବର ସମସ୍ତ ସମ୍ପତ୍ତିର ମୋଟ ମୂଲ୍ୟକୁ ବୁଝାଇଥାଏ । ଏଗୁଡ଼ିକ ବ୍ୟାଙ୍କର ସ୍ଥାୟୀ ପରିସମ୍ପତ୍ତି ।

3. କେନ୍ଦ୍ରୀୟ ବ୍ୟାଙ୍କର କାର୍ଯ୍ୟାବଳୀ ବର୍ଣ୍ଣନା କର ।
Answer:
କେନ୍ଦ୍ରୀୟ ବ୍ୟାଙ୍କ ଦେଶର ବ୍ୟାଙ୍କ କାରବାର ବ୍ୟବସ୍ଥାର ଶୀର୍ଷସ୍ଥାନରେ ରହିଥାଏ । ଏହା ସରକାରଙ୍କର ମୁଦ୍ରା ନୀତିକୁ କାର୍ଯ୍ୟକାରୀ କରିଥାଏ ଏବଂ ଦେଶର ସାଧାରଣ ଅର୍ଥନୈତିକ ସ୍ଥିରତା ରକ୍ଷା କରିଥାଏ । ଭାରତର କେନ୍ଦ୍ରୀୟ ବ୍ୟାଙ୍କ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ନାମରେ ପରିଚିତ । ଏହା 1935 ମସିହାରେ ପ୍ରତିଷ୍ଠା କରାଯାଇଥିଲା ।

କେନ୍ଦ୍ରୀୟ ବ୍ୟାଙ୍କର କାର୍ଯ୍ୟାବଳୀ :
ସଙ୍ଗଠନ, ଢାଞ୍ଚା, ନୀତି ଓ ପ୍ରବିଧ୍ ଦୃଷ୍ଟିରୁ ବିଚାର କଲେ ଦେଶ ଦେଶ ମଧ୍ୟରେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଭିନ୍ନ ଭିନ୍ନ ହୋଇଥିବାର ଦେଖାଯାଇଥାଏ । କିନ୍ତୁ ସେମାନଙ୍କର କେତେଗୁଡ଼ିଏ କାର୍ଯ୍ୟ ସମାନ ରହିଥିବାର ଦେଖାଯାଏ । କେନ୍ଦ୍ରୀୟ ବ୍ୟାଙ୍କର ପ୍ରଧାନ କାର୍ଯ୍ୟଗୁଡ଼ିକ ନିମ୍ନରେ ଆଲୋଚନା କରାଗଲା ।

(i) ନୋଟ୍ ପ୍ରଚଳନକାରୀ ବ୍ୟାଙ୍କ (Bank of Issue) – କେନ୍ଦ୍ରୀୟ ବ୍ୟାଙ୍କର ନୋଟ୍ ପ୍ରଚଳନ କରିବାର ଏକାଧ୍ୟାକାର ରହିଛି । ଏହି ନୋଟଗୁଡ଼ିକ ଦେଶରେ ଆଇନାନୁମୋଦିତ ମୁଦ୍ରାରୂପେ ପ୍ରଚଳନ ହୋଇଥାଏ ଏବଂ ତାହାହିଁ ବ୍ୟାଙ୍କର ନଗଦ ମୁଦ୍ରା ସଞ୍ଚ୍ତି । ପ୍ରାୟ ପ୍ରତ୍ୟେକ ଦେଶରେ କେନ୍ଦ୍ରୀୟ ବ୍ୟାଙ୍କକୁ ନୋଟ୍ ପ୍ରଚଳନ ଏକାଧିକାର ଦିଆଯିବା ମୂଳରେ କେତେକ ଗୁରୁତ୍ଵପୂର୍ଣ୍ଣ କାରଣ ରହିଛି । ପ୍ରଥମତଃ, ନୋଟ୍ ପ୍ରଚଳନର କେନ୍ଦ୍ରୀକରଣ ନୋଟ୍ ପ୍ରଚଳନରେ ସମରୂପତା ଆଣିଥାଏ ।

ଅତୀତର ଅନେକ ସରକାରଙ୍କଦ୍ବାରା କରାଯାଇଥିବା ଅତିରିକ୍ତ ନୋଟ୍ ପ୍ରଚଳନ ସରକାରୀ ମୁଦ୍ରା ପ୍ରଚଳନ ବ୍ୟବସ୍ଥା ଉପରେ ଅନାସ୍ଥା ଭାବ ସୃଷ୍ଟି କରିଥିଲା । ସରକାରଙ୍କଦ୍ବାରା ପ୍ରତ୍ୟକ୍ଷଭାବେ ନୋଟ୍ ପ୍ରଚଳନ କରାଯାଇ ଯଦିଓ ସମରୂପତା ରକ୍ଷା କରାଯାଇପାରିଥା’ନ୍ତା ତଥାପି କେନ୍ଦ୍ରୀୟ ବ୍ୟାଙ୍କକୁ ଏହି କାରଣରୁ ନୋଟ୍ ପ୍ରଚଳନର ସ୍ବତନ୍ତ୍ର ଏକାତ୍‌କାର ଦିଆଯାଇଛି । ଦ୍ୱିତୀୟତଃ, ନୋଟ୍ ପ୍ରଚଳନ ଏକାଧିକାର ବାଣିଜ୍ୟିକ ବ୍ୟାଙ୍କମାନଙ୍କଦ୍ୱାରା ସୃଷ୍ଟି କରାଯାଉଥିବା ଋଣର ନିୟନ୍ତ୍ରଣ କରିବାପାଇଁ କେନ୍ଦ୍ରୀୟ ବ୍ୟାଙ୍କକୁ ଫଳପ୍ରଦ କ୍ଷମତା ଦେଇଥାଏ ।

ତୃତୀୟତଃ, କେନ୍ଦ୍ରୀୟ ବ୍ୟାଙ୍କଦ୍ୱାରା ପ୍ରଚଳନ କରାଯାଉଥିବା ନୋଟ୍ ପଛରେ ରାଷ୍ଟ୍ରର ସମର୍ଥନ ରହିଥିବାରୁ ନୋଗୁଡ଼ିକ ସ୍ଵତନ୍ତ୍ର ମର୍ଯ୍ୟାଦା ପାଇଥା’ନ୍ତି । ଚତୁର୍ଥତଃ, ନୋଟ୍ ପ୍ରଚଳନ ଏକାଧିକାର ଯୋଗୁଁ ଅନେକ ବ୍ୟାଙ୍କଦ୍ୱାରା ନୋଟ୍ ପ୍ରଚଳନଜନିତ ଗୁରୁତର ଦରଦାମ୍ ହ୍ରାସ ଓ ବୃଦ୍ଧି ଭୟକୁ କେନ୍ଦ୍ରୀୟ ବ୍ୟାଙ୍କ ଦୂର କରିଥାଏ ।

(ii) ସରକାରଙ୍କ ବ୍ୟାଙ୍କ (Banker to Government) – କେନ୍ଦ୍ରୀୟ ବ୍ୟାଙ୍କ ସରକାରଙ୍କ ବ୍ୟାଙ୍କ, ଏଜେଣ୍ଟ ଓ ପରାମର୍ଶଦାତାରୂପେ କାର୍ଯ୍ୟ କରିଥାଏ । ସରକାରଙ୍କ ବ୍ୟାଙ୍କ ହିସାବରେ ଏହା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କର ବ୍ୟାଙ୍କ କାରବାରର ହିସାବ ରଖୁଥାଏ ଏବଂ ସରକାରଙ୍କ ତରଫରୁ ଅର୍ଥ ଗ୍ରହଣ ଓ ଅର୍ଥଦାନ କରିଥାଏ । ଅସ୍ଥାୟୀ ଅସୁବିଧା ଦୂର କରିବାପାଇଁ ଏହା ସରକାରଙ୍କୁ ସ୍ଵଳ୍ପକାଳୀନ ଋଣ ଓ ଅଗ୍ରିମ ଋଣ ଦେଇ ସାହାଯ୍ୟ କରିଥାଏ ।

ଏହି ଋଣକୁ କାମଚଳା ଋଣ (Ways and means advances) କୁହାଯାଏ । କେନ୍ଦ୍ରୀୟ ବ୍ୟାଙ୍କ ମାଧ୍ୟମରେ ସବୁ ସରକାରୀ ଋଣ ଉଠାଣ ହୋଇଥାଏ । ଏହି ବ୍ୟାଙ୍କ ମଧ୍ୟ ସରକାରୀ ଋଣର ପରିଚାଳନା କରିଥାଏ ଏବଂ ସରକାରଙ୍କୁ ମୁଦ୍ରା ଓ ଅର୍ଥନୈତିକ ବ୍ୟାପାର ଉପରେ ପରାମର୍ଶ ଦେଇଥାଏ ।

(iii) ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକର ନଗଦ ମୁଦ୍ରା ସଞ୍ଚିର ତତ୍ତ୍ୱାବଧାରକ (Custodian of the Cash Reserves of Commercial Banks) – ପ୍ରତ୍ୟେକ ବାଣିଜ୍ୟିକ ବ୍ୟାଙ୍କ ସେମାନଙ୍କ ନଗଦ ମୁଦ୍ରା ସଞ୍ଚିତିର ଏକ ଅଂଶ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ପାଖେ ଜମା ଆକାରରେ ରଖୁ’ନ୍ତି । ତେଣୁ ଏହା ବ୍ୟାଙ୍କମାନଙ୍କର ବ୍ୟାଙ୍କ (Banker’s Bank) ହୋଇଥାଏ । ବ୍ୟାଙ୍କମାନଙ୍କର ବ୍ୟାଙ୍କ ହିସାବରେ ଏହା ବାଣିଜ୍ୟିକ ବ୍ୟାଙ୍କମାନଙ୍କର ନଗଦ ମୁଦ୍ରା ସଞ୍ଚର ତତ୍ତ୍ୱାବଧାରକରୂପେ କାର୍ଯ୍ୟ କରିଥାଏ ।

ନଗଦ ମୁଦ୍ରା ସଞ୍ଚିର କେନ୍ଦ୍ରୀକରଣ ଦେଶର ବ୍ୟାଙ୍କ କାରବାର ବ୍ୟବସ୍ଥାର ଦୃଢ଼ତାର ଏକ ପ୍ରଧାନ ଉତ୍ସ । ପ୍ରଥମତଃ, ଏହା ଆନ୍ତଃବ୍ୟାଙ୍କ ହିସାବ ନିକାଶ କରିବାରେ କେନ୍ଦ୍ରୀୟ ବ୍ୟାଙ୍କକୁ ସମର୍ଥ କରାଇଥାଏ । ଦ୍ବିତୀୟତଃ, ବିଭିନ୍ନ ବ୍ୟାଙ୍କରେ ବିକ୍ଷିପ୍ତଭାବେ ନଗଦ ମୁଦ୍ରା ସଞ୍ଚି ରଖୁ ଅପେକ୍ଷା କେନ୍ଦ୍ରୀଭୂତ ନଗଦ ମୁଦ୍ରା ସଞ୍ଚି ଦେଶର ଏକ ବୃହତ୍ତର ଓ ଅଧ୍ଵକ ସ୍ଥିତିସ୍ଥାପକ ଋଣ ଢାଞ୍ଚା ଭିତ୍ତିରୂପ କାର୍ଯ୍ୟ କରିବ । ଏହାଦ୍ଵାରା ଋଣ ସମ୍ପ୍ରସାରଣ ପାଇଁ ରହିଥିବା ସେମାନଙ୍କ ସାମର୍ଥ୍ୟ ହ୍ରାସ ପାଇଥା’ନ୍ତା ।

ତୃତୀୟତଃ, କେନ୍ଦ୍ରୀଭୂତ ନଗଦ ମୁଦ୍ରା ସମ୍ପ୍ର ବାଣିଜ୍ୟିକ ବ୍ୟାଙ୍କମାନଙ୍କୁ ବିଭିନ୍ନ ସଙ୍କଟ ଓ ଜରୁରୀ ପରିସ୍ଥିତିର ସମ୍ମୁଖୀନ ହେବାକୁ ସମର୍ଥ କରାଇଥାଏ । ଚତୁର୍ଥତଃ, ବାଣିଜ୍ୟିକ ବ୍ୟାଙ୍କମାନଙ୍କର ନଗଦ ମୁଦ୍ରା ସଞ୍ଚତିକୁ ବୃଦ୍ଧି କରି ବା ହ୍ରାସ କରି ସେମାନଙ୍କ ଋଣ ସୃଷ୍ଟି କ୍ଷମତାକୁ ନିୟନ୍ତ୍ରିତ କରିବାରେ ଏହା କେନ୍ଦ୍ରୀୟ ବ୍ୟାଙ୍କ୍‌କୁ ସମର୍ଥ କରାଇଥାଏ ।

(iv) ଋଣଦାନର ଶେଷ ଆଶ୍ରୟସ୍ଥଳ (Lender of last resort) – କେନ୍ଦ୍ରୀୟ ବ୍ୟାଙ୍କ ବ୍ୟାଙ୍କମାନଙ୍କର ବ୍ୟାଙ୍କ୍ ହିସାବରେ ବିତ୍ତୀୟ ଆବଶ୍ୟକତା ସମୟରେ ବାଣିଜ୍ୟିକ ବ୍ୟାଙ୍କମାନଙ୍କୁ ସହାୟତା ପ୍ରଦାନ କରିଥାଏ । କେନ୍ଦ୍ରୀୟ ବ୍ୟାଙ୍କ କାରବାରର ଗୋଟିଏ ମୌଳିକ ନୀତି ହେଲା ଯେ ବ୍ୟାଙ୍କମାନଙ୍କର ବ୍ୟାଙ୍କ ଓ ସର୍ବୋଚ୍ଚ ବ୍ୟାଙ୍କ କାରବାରର କର୍ତ୍ତା ହିସାବରେ କେନ୍ଦ୍ରୀୟ ବ୍ୟାଙ୍କ କୌଣସି ଉପଯୁକ୍ତ ଋଣଗ୍ରହୀତାକୁ ଋଣ ଦେବାପାଇଁ କେବେ ମନାକରି ନଥାଏ ।

ଏହା ଜରୁରିକାଳୀନ ଋଣର ଅନ୍ତିମ ଉତ୍ସ । ଯଦି ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ଅନ୍ୟାନ୍ୟ ସୂତ୍ରରୁ ଋଣ ସୁବିଧା ପାଇବାକୁ ସମର୍ଥ ନ ହୁଅନ୍ତି ତେବେ ଶେଷ ଆଶ୍ରୟସ୍ଥଳ ବା ଅନ୍ତମ ଋଣଦାତା ହିସାବରେ ସେମାନେ ଆବଶ୍ୟକ ଋଣ ସୁବିଧା ଯୋଗାଇଦେବାପାଇଁ କେନ୍ଦ୍ରୀୟ ବ୍ୟାଙ୍କକୁ ଅନୁରୋଧ କରିଥା’ନ୍ତି । କେନ୍ଦ୍ରୀୟ ବ୍ୟାଙ୍କ ସେହି ସମୟରେ ଉପଯୁକ୍ତ ସରକାରୀ ପ୍ରତିଭୂତି ରଖ୍ ବାଣିଜ୍ୟିକ ବ୍ୟାଙ୍କମାନଙ୍କୁ ଋଣ ଯୋଗାଇ ଦେଇଥାଏ ।

ଋଣଦାତା ହିସାବରେ କେନ୍ଦ୍ରୀୟ ବ୍ୟାଙ୍କ ବାଣିଜ୍ୟିକ ବ୍ୟାଙ୍କମାନଙ୍କର ଶେଷ ଆଶ୍ରୟସ୍ଥଳ କହିବାର ଅର୍ଥ ହେଲା, ଅସୁବିଧା ସମୟରେ ଓ ସଙ୍କଟଜନକ ପରିସ୍ଥିତିରେ କେନ୍ଦ୍ରୀୟ ବ୍ୟାଙ୍କ ବାଣିଜ୍ୟିକ ବ୍ୟାଙ୍କମାନଙ୍କର ଋଣ ପାଇଁ ଥିବା ସମସ୍ତ ଯୁକ୍ତିଯୁକ୍ତ ଚାହିଦାକୁ ପ୍ରତ୍ୟକ୍ଷଭାବେ ବା ପରୋକ୍ଷଭାବେ ପୂରଣ କରିବାର ଦାୟିତ୍ଵ ଗ୍ରହଣ କରିଥାଏ । ଟ୍ରେଜେରୀ ବିଲ୍‌ଗୁଡ଼ିକର ପୁନଃ ଅପହାର ବ୍ୟବସ୍ଥାଦ୍ୱାରା କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟ ବାଣିଜ୍ୟିକ ବ୍ୟାଙ୍କମାନଙ୍କପାଇଁ ଋଣ ବ୍ୟବସ୍ଥା କରିଥାଏ । ତେଣୁ ଏହାକୁ ପୁନଃ ଅପହାର ବ୍ୟାଙ୍କ (Bank of rediscount) ବୋଲି କୁହାଯାଏ ।

(v) ଋଣ ନିୟନ୍ତ୍ରକ (Controller of Credit) – ଋଣ ନିୟନ୍ତ୍ରଣ ହେଲା କେନ୍ଦ୍ରୀୟ ବ୍ୟାଙ୍କର ଅନ୍ୟତମ ଅତି ଗୁରୁତ୍ଵପୂର୍ଣ କାର୍ଯ୍ୟ । କେନ୍ଦ୍ରୀୟ ବ୍ୟାଙ୍କ ଚଳନ୍ତି ମୁଦ୍ରା ଓ ରଣର ପରିମାଣକୁ ନିୟନ୍ତ୍ରଣ କରି ଦେଶରେ ଅର୍ଥନୈତିକ ସ୍ଥିରତା ରକ୍ଷା କରିଥାଏ । ନୋଟ୍ ପ୍ରଚଳନ କରିବାର ଏକାଧିକାର ଚଳନ୍ତ ମୁଦ୍ରାର ନିୟନ୍ତ୍ରଣ ସହିତ ସମ୍ପୃକ୍ତ । ଦୁଇ ପ୍ରକାରର ଋଣ ନିୟନ୍ତ୍ରଣ ବ୍ୟବସ୍ଥା ରହିଛି; ଯଥା – ପରିମାଣାତ୍ମକ ଋଣ ନିୟନ୍ତ୍ରଣ (Quantitative credit control) ଏବଂ ଗୁଣାତ୍ମକ ବା ନିର୍ବାଚିତ ଋଣ ନିୟନ୍ତ୍ରଣ (Qualitative or selective credit control) ।

CHSE Odisha Class 12 Economics Chapter 15 Long Answer Questions in Odia Medium

ପରିମାଣାତ୍ମକ ଋଣ ନିୟନ୍ତ୍ରଣ ପ୍ରୟୋଗ କରିବାପାଇଁ କେନ୍ଦ୍ରୀୟ ବ୍ୟାଙ୍କ ହାତରେ ଥିବା ପ୍ରଧାନ ଅସ୍ତ୍ର ହେଲା – ବ୍ୟାଙ୍କ ସୁଧ ହାର ନୀତି (Bank rate policy), ଖୋଲା ବଜାର କାରବାର (Open market operation) ଏବଂ ନଗଦ ମୁଦ୍ରା ସଞ୍ଚିର ପରିବର୍ତ୍ତନ (Variation of cash reserve) ଗୁଣାତ୍ମକ ଋଣ ନିୟନ୍ତ୍ରଣ ଋଣର ବିଭିନ୍ନ ବ୍ୟବହାର ଏହାର ନିୟନ୍ତ୍ରଣ କରିଥାଏ । ଉଦାହରଣ – ସୀମାନ୍ତ ଆବଶ୍ୟକତା ନିର୍ଦ୍ଧାରଣ, ଖାଉଟୀ ଋଣ ନିୟନ୍ତ୍ରଣ, ବ୍ୟାଙ୍କ ଋଣ ନିୟନ୍ତ୍ରଣ ଏବଂ ଋଣ ପଡ଼ିପ୍ରଥା ପ୍ରଚଳନ, ନୈତିକ ପ୍ରରୋଚନା ଏବଂ ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ଋଣ ନିୟନ୍ତ୍ରଣ କରିଥାଏ ।

ଉଦାହରଣ – ସୀମାନ୍ତ ଆବଶ୍ୟକତା ନିର୍ଦ୍ଧାରଣ, ଖାଉଟୀ ଋଣ ନିୟନ୍ତ୍ରଣ, ବ୍ୟାଙ୍କ ଋଣ ନିୟନ୍ତ୍ରଣ ଏବଂ ଋଣ ପଡ଼ିପ୍ରଥା ପ୍ରଚଳନ, ନୈତିକ ପ୍ରରୋଚନା ଏବଂ ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ଋଣ ନିୟନ୍ତ୍ରଣ । କିନ୍ତୁ ରଣ ନିୟନ୍ତ୍ରଣର ପରିମାଣାତ୍ମକ ପଦ୍ଧତି ସମସ୍ତ ପଦ୍ଧତି ମଧ୍ୟରେ ସବୁଠାରୁ ଅଧିକ ଫଳପ୍ରଦ । କେନ୍ଦ୍ରୀୟ ବ୍ୟାଙ୍କ ଦେଶର ଚଳନ୍ତି ମୁଦ୍ରା ଓ ଋଣ ପରିମାଣ ନିୟନ୍ତ୍ରଣ କରିବାରେ ବ୍ୟାଙ୍କ ସୁଧ ହାର ନୀତି, ଖୋଲା ବଜାର କାରବାର ଏବଂ ନଗଦ ମୁଦ୍ରାର ସଞ୍ଚିରେ ପରିବର୍ତ୍ତନ ଆଦି ଅସ୍ତ୍ରକୁ ବ୍ୟବହାର କରିଥାଏ ।

କେନ୍ଦ୍ରୀୟ ବ୍ୟାଙ୍କ ଯେଉଁ ସର୍ବନିମ୍ନ ସରକାରୀ ହାରରେ ପ୍ରଥମ ଶ୍ରେଣୀୟ ବିନିମୟ ପତ୍ରକୁ ପୁନଃଅପହ୍ରାସ କରିବାକୁ ଏବଂ ଅନୁମୋଦିତ ପ୍ରତିଭୂତି ଉପରେ ଅଗ୍ରିମ ଋଣ ଦେବାପାଇଁ ପ୍ରସ୍ତୁତ ଥାଏ ଏହାକୁ ବ୍ୟାଙ୍କ ସୁଧହାର କୁହାଯାଏ । ଏହି ହାରକୁ କମ୍ ବା ବେଶି କରି କେନ୍ଦ୍ରୀୟ ବ୍ୟାଙ୍କ ଋଣକୁ ଶସ୍ତା ବା ବେଶି ମହଙ୍ଗା କରିଦେଇଥାଏ । ବ୍ୟାଙ୍କ ସୁଧହାର ବୃଦ୍ଧି ପାଇଲେ ଋଣ ଆଣିବା ଅଧିକ ବ୍ୟୟସାପେକ୍ଷ ହୋଇଥାଏ । ବ୍ୟାଙ୍କ ସୁଧହାର ହ୍ରାସ ପାଇଲେ ଅନ୍ୟାନ୍ୟ ସୁଧହାର ହ୍ରାସ ପାଇଥାଏ ଏବଂ ଋଣ ଆଣିବା ଅଧିକ ବ୍ୟୟସାପେକ୍ଷ ହୋଇଥାଏ । ବ୍ୟାଙ୍କ ସୁଧହାର ହ୍ରାସ ପାଇଲେ ଅନ୍ୟାନ୍ୟ ସୁଧହାର ହ୍ରାସ ପାଇଥାଏ ଏବଂ ଋଣ ଆଣିବା ଅପେକ୍ଷାକୃତ ଶସ୍ତା ହୁଏ ।

ଖୋଲା ବଜାର କାରବାର ହେଲା କେନ୍ଦ୍ରୀୟ ବ୍ୟାଙ୍କଦ୍ଵାରା ଖୋଲା ବଜାରରେ ପ୍ରତିଭୂତିଗୁଡ଼ିକର କ୍ରୟବିକ୍ରୟ କରିବା । ଯଦି କେନ୍ଦ୍ରୀୟ ବ୍ୟାଙ୍କ ଦେଶରେ ଋଣ ପରିମାଣକୁ ହ୍ରାସ କରିବାକୁ ଇଚ୍ଛା କରୁଥାଏ ତେବେ ଏହା ବାଣିଜ୍ୟିକ ବ୍ୟାଙ୍କମାନଙ୍କ ପ୍ରତିଭୂତି ବିକ୍ରୟ କରେ । ଜନସାଧାରଣଙ୍କଦ୍ବାରା ଓ ବ୍ୟାଙ୍କମାନଙ୍କଦ୍ଵାରା ପ୍ରତିଭୂତି କ୍ରୟ ସେମାନଙ୍କ ହାତରେ ଥିବା ନଗଦ ମୁଦ୍ରା ପରିମାଣକୁ ହ୍ରାସ କରିବ । ନଗଦ ମୁଦ୍ରା ସଞ୍ଚି ହ୍ରାସ ପାଇଲେ ବ୍ୟାଙ୍କମାନଙ୍କଦ୍ୱାରା ସୃଷ୍ଟି କରାଯାଉଥବା ଋଣ ପରିମାଣ ହ୍ରାସ କରିବାପାଇଁ ସେମାନେ ବାଧ୍ୟ ହେବେ ।

ଯଦି କେନ୍ଦ୍ରୀୟ ବ୍ୟାଙ୍କ ଋଣ ପରିମାଣ ବୃଦ୍ଧି କରିବାକୁ ଇଚ୍ଛା କରେ, ଏହା ବଜାରରୁ ଅନୁମୋଦିତ ପ୍ରତିଭୂତି କ୍ରୟ କରିଥାଏ । ଏହାର ପରିଣାମରେ ଲୋକମାନଙ୍କ ହାତରେ ଓ ବାଣିଜ୍ୟିକ ବ୍ୟାଙ୍କମାନଙ୍କ ହାତରେ ଥିବା ନଗଦ ମୁଦ୍ରା ପରିମାଣ ବୃଦ୍ଧି ପାଇବ । ବ୍ୟାଙ୍କମାନଙ୍କର ନଗଦ ମୁଦ୍ରା ସଞ୍ଜୁ ବୃଦ୍ଧିପାଇଲେ ସେମାନେ ଅଧ‌ିକ ଋଣ ସୃଷ୍ଟି କରିବାପାଇଁ ଉତ୍ସାହିତ ହେବେ ।

କେନ୍ଦ୍ରୀୟ ବ୍ୟାଙ୍କ ନଗଦ ମୁଦ୍ରା ସମ୍ପ୍ରତି ହାରର ପରିବର୍ତ୍ତନ କରି ବାଣିଜ୍ୟିକ ବ୍ୟାଙ୍କମାନଙ୍କର ନଗଦ ମୁଦ୍ରା ସଞ୍ଚିକୁ ପ୍ରତ୍ୟକ୍ଷଭାବେ ପରିବର୍ତ୍ତନ କରିପାରିବ ଏବଂ ଋଣ ସୃଷ୍ଟି କରିବାପାଇଁ ଥିବା ସେମାନଙ୍କ ସାମର୍ଥ୍ୟକୁ ପ୍ରଭାବିତ କରିପାରିବ । କେନ୍ଦ୍ରୀୟ ବ୍ୟାଙ୍କ ଉଚ୍ଚତର ନଗଦ ମୁଦ୍ରା ସଞ୍ଚିତି ହାର ପ୍ରବର୍ତ୍ତନ କଲେ ବାଣିଜ୍ୟିକ ବ୍ୟାଙ୍କମାନେ ସେମାନଙ୍କ ଋଣ ପରିମାଣ ହ୍ରାସ କରିବାକୁ ବାଧ୍ୟ ହେବେ । ଅନ୍ୟପକ୍ଷରେ ନଗଦ ମୁଦ୍ରା ସମ୍ପ୍ରତି ହାର ହ୍ରାସ ପାଇଲେ ବାଣିଜ୍ୟିକ ବ୍ୟାଙ୍କମାନେ ସତର୍କତାମୂଳକ ଋଣ ନୀତି ଅନୁସରଣ କରିବେ ନାହିଁ ଏବଂ ଋଣ ସମ୍ପ୍ରସାରଣ କରିବାପାଇଁ ଉତ୍ସାହିତ ହେବେ ।

(vi) ଦେଶର ବୈଦେଶିକ ମୁଦ୍ରା ସଞ୍ଚିତିର ତତ୍ତ୍ୱାବଧାରକ (Custodian of Nation’s Foreign Currency Reserves) – ଦେଶର ସ୍ବର୍ଣ୍ଣ ଓ ବୈଦେଶିକ ମୁଦ୍ରା ସଞ୍ଚିର ସୁରକ୍ଷା ଓ ପରିଚାଳନା ଦାୟିତ୍ଵ କେନ୍ଦ୍ରୀୟ ବ୍ୟାଙ୍କ ଉପରେ ନ୍ୟସ୍ତ କରାଯାଇଥାଏ । ଦରଦାମ୍ର ସ୍ଥିରତା ବଜାୟ ରଖ୍ବା ଏବଂ ପୂର୍ଣ ନିୟୋଜନ ଲକ୍ଷ୍ୟ ହାସଲ କରିବା ଆଦି ଜାତୀୟ ଲକ୍ଷ୍ୟଗୁଡ଼ିକ ହାସଲ କରିବାପାଇଁ ଦେଶର ମୁଦ୍ରା ଯୋଗାଣର ପରିଚାଳନା କରିବା କେନ୍ଦ୍ରୀୟ ବ୍ୟାଙ୍କର କର୍ତ୍ତବ୍ୟ ।

ବିଶ୍ବବ୍ୟାଙ୍କକୁ ସଭ୍ୟ ଦେଶମାନଙ୍କରେ ଥିବା କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଉପରେ ବିନିମୟ ହାର ସ୍ଥିରତା ରକ୍ଷା କରିବାର ଦାୟିତ୍ୱ ଦିଆଯାଇଛି । ସଂକ୍ଷେପରେ, କେନ୍ଦ୍ରୀୟ ବ୍ୟାଙ୍କ ଦେଶର ଚଳନ୍ତି ମୁଦ୍ରାର ଉଭୟ ଆଭ୍ୟନ୍ତରୀଣ ଓ ବହିରାଗତ ମୂଲ୍ୟର ରକ୍ଷକ ।

(vii) ବିକାଶର ବାହକ (Agent of Development) – ଭାରତ ଭଳି ସ୍ଵଳ୍ପ ବିକଶିତ ଦେଶରେ ଅର୍ଥନୈତିକ ବିକାଶଧାରାରେ ସାହାଯ୍ୟ କରିବାପାଇଁ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ କ୍ରମେ ଅଧ୍ଯକ ଆଗ୍ରହ ପ୍ରକାଶ କରୁଛନ୍ତି । ଏହି ଦେଶଗୁଡ଼ିକରେ କେନ୍ଦ୍ରୀୟ ବ୍ୟାଙ୍କକୁ ବିକାଶର ବାହକ ବା ଅର୍ଥନୈତିକ ବିକାଶର ଏକ ପ୍ରଧାନ ଅସ୍ତ୍ରରୂପେ ବିଚାର କରାଯାଉଛି ।

4. “ବାଣିଜ୍ୟିକ ବ୍ୟାଙ୍କମାନେ କେବଳ ଋଣ ବ୍ୟବସାୟ କରନ୍ତି ନାହିଁ, ସେମାନେ ମଧ୍ୟ ମୁଦ୍ରା ସର୍ଜନା କରନ୍ତି ।” – ଏହି ଉକ୍ତିର ତାତ୍ପର୍ଯ୍ୟ ଆଲୋଚନା କର ।
Answer:
ବାଣିଜ୍ୟିକ ବ୍ୟାଙ୍କମାନେ ଚଳନ୍ତି ଜମା ସୃଷ୍ଟି କରି ଦେଶର ମୁଦ୍ରା ଯୋଗାଣକୁ ପ୍ରଭାବିତ କରିଥା’ନ୍ତି । ସେହି କାରଣରୁ ବ୍ୟାଙ୍କମାନେ କେବଳ ଋଣ ବ୍ୟବସାୟୀ ନୁହଁନ୍ତି, ଋଣ ସୃଷ୍ଟିକର୍ତ୍ତା ବୋଲି କୁହାଯାଏ । ବର୍ତ୍ତମାନ ଋଣମୁଦ୍ରା କିପରି ସୃଷ୍ଟି କରାଯାଏ ତାହା ଏକ ଉଦାହରଣ ସାହାଯ୍ୟରେ ବୁଝାଇ ଦିଆଯାଇପାରେ ।

ବ୍ୟୁତ୍ପନ୍ନ ଜମା ସୃଷ୍ଟି କରିବାପାଇଁ ବ୍ୟାଙ୍କମାନଙ୍କୁ ସେମାନଙ୍କ ଅନୁଭୂତି ଓ ଅଭିଜ୍ଞତା ଉପରେ ନିର୍ଭର କରିବାକୁ ହୋଇଥାଏ । ଅଭିଜ୍ଞତାରୁ ସେମାନେ ଜାଣନ୍ତି ଯେ, ଜମାକାରୀମାନେ ଏକସମୟରେ ଜମା ପ୍ରତ୍ୟାହାର କରନ୍ତି ନାହିଁ । ବ୍ୟାଙ୍କ ନିକଟରେ ଥିବା ଜମାରୁ କିଛି ସୁଧ ଆକାରରେ ଆୟ ମିଳୁଥିବାରୁ ଏବଂ ଜମା ନିରାପଦ ରହୁଥିବାରୁ ବିଶେଷ ଆବଶ୍ୟକତା ବ୍ୟତୀତ ଅନ୍ୟ ସମୟରେ ସେମାନେ ମୁଦ୍ରା ପ୍ରତ୍ୟାହାର କରିବାକୁ ଚାହିଁ ନଥା’ନ୍ତି ।

ଏହାଛଡ଼ା ପ୍ରତ୍ୟାହାର କରାଯାଉଥିବା ଜମାର ବହୁଳାଶ ନଗଦ ମୁଦ୍ରା ଆକାରରେ କରା ନ ଯାଇ ହିସାବ ହସ୍ତାନ୍ତର ଆକାରରେ ହୋଇଥାଏ । ଏହି ଦୁଇଟି ଅନୁଭୂତିରୁ କୁହାଯାଇପାରେ ଯେ, ଜମାର କିୟଦଂଶ ମାତ୍ର ନଗଦ ମୁଦ୍ରା ଆକାରରେ ଉଠାଯାଏ ଏବଂ ଅବଶିତାଂଶ ବ୍ୟାଙ୍କରେ ରହିଥାଏ । ତେଣୁ ବ୍ୟାଙ୍କମାନେ ମୋଟ ଜମାର କିଛି ଅଂଶ ଗଚ୍ଛିତ ରଖ୍ ଅବଶିଷ୍ଟ ଋଣ ଓ ଅଗ୍ରୀମ ସ୍ବରୂପ ଦେଇଥା’ନ୍ତି । ଉଦାହରଣସ୍ୱରୂପ, ମନେକରାଯାଉ ଜମାକାରୀମାନେ ଜମାର ମାତ୍ର ଶତକଡ଼ା ଦଶଭାଗ ନଗଦ ଆକାରରେ ପ୍ରତ୍ୟାହାର କରନ୍ତି ।

ତେଣୁ ବ୍ୟାଙ୍କମାନେ ଏହି ପରିମାଣ ମୁଦ୍ରା ଗଚ୍ଛିତ ରଖ୍ ଅବଶିଷ୍ଟକୁ ଋଣ ଆକାରରେ ଦିଅନ୍ତି । ପୁନଶ୍ଚ, ମନେକରାଯାଉ, ଏକ ନିର୍ଦ୍ଦିଷ୍ଟ ଦିନ 1000 ଟଙ୍କା ‘କ’ ବ୍ୟାଙ୍କରେ ପ୍ରାଥମିକ ଜମା ଆକାରରେ ରଖାଯାଏ । ‘କ’ ବ୍ୟାଙ୍କ ବର୍ତ୍ତମାନ ଏହି ଜମାର ଦଶ ଶତାଂଶ ଅର୍ଥାତ୍ 100 ଟଙ୍କା ମୁଦ୍ରା ଆକାରରେ ରଖ୍ ଅବଶିଷ୍ଟ 900 ଟଙ୍କା ଋଣ ଆକାରରେ ଦେଇପାରନ୍ତି ।

ଏହି 900 ଟଙ୍କା ବର୍ତ୍ତମାନ ‘ଖ’ ବ୍ୟାଙ୍କ୍‌ରେ ପ୍ରାଥମିକ ଜମା ରଖାଯାଏ । ‘ଖ’ ବ୍ୟାଙ୍କ ବର୍ତ୍ତମାନ 90 ଟଙ୍କା ସଂରକ୍ଷିତ ଅନୁପାତ ଆକାରରେ ରଖ୍ 810 ଟଙ୍କାକୁ ଋଣ ସ୍ୱରୂପ ଦେଇପାରନ୍ତି ଯାହାକି ‘ଗ’ ବ୍ୟାଙ୍କକୁ ପ୍ରାଥମିକ ଜମାସ୍ବରୂପ ଆସେ ।

‘ଗ’ ବ୍ୟାଙ୍କ ଏହାର ଦଶମାଂଶ ଅର୍ଥାତ୍ 81 ଟଙ୍କା ନଗଦ ଆକାରରେ ରଖ୍ 729 ଟଙ୍କା ଋଣ ଆକାରରେ ଦେଇପାରନ୍ତି । ଏହିପରି ଭାବରେ ମୋଟ ଜମା ପ୍ରାଥମିକ ଜମାର ଦଶଗୁଣ ଅର୍ଥାତ୍ 10,000 ଟଙ୍କା ହେବା ପର୍ଯ୍ୟନ୍ତ ଜମା ସୃଷ୍ଟି ଚାଲିଥାଏ ।

ଏହି ଉଦାହରଣରୁ ଜଣାଯାଏ ଯେ, ଋଣ ମୁଦ୍ରା ସୃଷ୍ଟିର ପରିମାଣ ପ୍ରାଥମିକ ଜମା ଓ ସର୍ବନିମ୍ନ ସଂରକ୍ଷିତ ଅନୁପାତ ଉପରେ ନିର୍ଭର କରେ । ପ୍ରାଥମିକ ଜମା ଅଧ୍ବକ ହୋଇ ସଂରକ୍ଷିତ ଅନୁପାତ କମ୍ ହେଲେ ଋଣ ପରିଶୋଧ ଅଧ୍ଯକ ହୁଏ । ଏହାର ବିପରୀତ ଅବସ୍ଥାରେ ଋଣ ସୃଷ୍ଟି କମ୍ ହୋଇଥାଏ ।

ଋଣ ମୁଦ୍ରା ସୃଷ୍ଟି ପରିପ୍ରେକ୍ଷୀରେ ସ୍ମରଣ ରଖୁବାକୁ ହେବ ଯେ, କୌଣସି ଗୋଟିଏ ବ୍ୟାଙ୍କର ଋଣମୁଦ୍ରା ସୃଷ୍ଟି କରିବା କ୍ଷମତା ସୀମିତ । ଋଣମୁଦ୍ରା ସୃଷ୍ଟି ବ୍ୟାଙ୍କ ବ୍ୟବସ୍ଥାର ସବୁ ବାଣିଜ୍ୟିକ ବ୍ୟାଙ୍କମାନଙ୍କ ସହଯୋଗରେ ସମ୍ଭବ ହୋଇଥାଏ । ଏହିପ୍ରକାର ଋଣ ସୃଷ୍ଟିକୁ ଗୁଣିତକ ସର୍ଜନା କୁହାଯାଏ ।

ଋଣ ସୃଷ୍ଟି କରିବାରେ ସୀମାବଦ୍ଧତା – ବାଣିଜ୍ୟିକ ବ୍ୟାଙ୍କମାନେ ଋଣମୁଦ୍ରା ସୃଷ୍ଟି କରନ୍ତି ସତ, ମାତ୍ର ସେମାନଙ୍କର ଋଣ ସୃଷ୍ଟି କରିବା ଶକ୍ତି ଅସୀମ ନୁହେଁ । ସେମାନଙ୍କର ଋଣମୁଦ୍ରା ସୃଷ୍ଟି କରିବା ଶକ୍ତି ନଗଦ ମୁଦ୍ରାର ପରିମାଣ ଓ ସଂରକ୍ଷିତ ଅନୁପାତ ପ୍ରଭୃତି ଉପାଦାନ ଉପରେ ନିର୍ଭର କରେ । ସେ ସବୁର ଆଲୋଚନା ନିମ୍ନୋକ୍ତ ପ୍ରକାରେ କରାଯାଇପାରେ ।

(a) ସଂରକ୍ଷଣ ଅନୁପାତ – ବାଣିଜ୍ୟିକ ବ୍ୟାଙ୍କମାନେ ଆଇନତଃ ବା ପରମ୍ପରାଗତଭାବେ ମୋଟ ଜମାର ଏକ ନିର୍ଦ୍ଦିଷ୍ଟ ଅଂଶ ସଂରକ୍ଷଣ କରି ରଖୁବାକୁ ବାଧ୍ୟ ହୋଇଥା’ନ୍ତି । ତେଣୁ ଯେଉଁ ଦେଶରେ ସଂରକ୍ଷଣ ଅନୁପାତ ଅଧିକ ସେ ଦେଶରେ ବ୍ୟାଙ୍କମାନଙ୍କର ଋଣ ସୃଜନଶକ୍ତି ଅଧ‌ିକ ହୋଇଥାଏ । ସୁତରାଂ ବ୍ୟାଙ୍କମାନଙ୍କର ଋଣ ସୃଜନଶକ୍ତି ସଂରକ୍ଷଣ ଅନୁପାତଦ୍ୱାରା ନିୟନ୍ତ୍ରିତ ହୋଇଥାଏ ।

CHSE Odisha Class 12 Economics Chapter 15 Long Answer Questions in Odia Medium

(b) ବିହ୍ୟ ଅନୁପାତ – ବ୍ୟାଙ୍କମାନଙ୍କ ପାଖରେ ଥିବା ନଗଦ ମୁଦ୍ରାର ପରିମାଣ ଦେଶର ବିଧ୍ୱଂଗ୍ରାହ୍ୟ ମୁଦ୍ରା ପରିମାଣ ଉପରେ ନିର୍ଭର କରେ । ଦେଶର ଅଧ‌ିକ ପରିମାଣ ମୁଦ୍ରା ପ୍ରଚଳିତ ହେଉଥିଲାବେଳେ ଅଧିକ ମୁଦ୍ରା ଜମା ଆକାରରେ ବ୍ୟାଙ୍କକୁ ଆସିଥାଏ । ବ୍ୟାଙ୍କମାନଙ୍କରେ ନଗଦ ଜମା ବୃଦ୍ଧି ହେବାଫଳରେ ଋଣମୁଦ୍ରା ପରିମାଣ ବୃଦ୍ଧି ପାଏ ଓ ଜମା ହ୍ରାସ ହେଲେ ଋଣମୁଦ୍ରା ହ୍ରାସ ହୁଏ । ସୁତରାଂ ବ୍ୟାଙ୍କମାନଙ୍କର ଋଣ ସୃଷ୍ଟି କରିବା ଶକ୍ତି ମୁଦ୍ରା ଯୋଗାଣଦ୍ୱାରା ନିୟନ୍ତ୍ରିତ ହୋଇଥାଏ ।

(c) ନଗଦ ମୁଦ୍ରା ପାଇଁ ମାନ୍ୟତା – ସାଧାରଣତଃ ଲୋକମାନେ ନିଜ ନିଜର ସଞ୍ଚୟକୁ ବ୍ୟାଙ୍କ ମାର୍ଫିତରେ ନରଖ୍ ନିଜ ପାଖରେ ରଖୁବାକୁ ପସନ୍ଦ କରନ୍ତି । ସେମାନଙ୍କର ଏହି ପ୍ରବୃତ୍ତି ଦେଶର ଆର୍ଥିକ ଅବସ୍ଥା ଓ ବ୍ୟକ୍ତିଗତ ପସନ୍ଦ ଉପରେ ନିର୍ଭର କରେ । ଲୋକମାନେ ଯଦି ବ୍ୟାଙ୍କ ମାର୍କତରେ ତାଙ୍କ ଜମା ନରଖ୍ ନିଜ ନିଜ ପାଖରେ ରଖିବାକୁ ଚାହାନ୍ତି, ତେବେ ବ୍ୟାଙ୍କର ଜମା ପରିମାଣ ବୃଦ୍ଧି ପାଇପାରେ ନାହିଁ କି ଋଣ ମୁଦ୍ରା ଯୋଗାଣ ବୃଦ୍ଧି ହୋଇପାରେ ନାହିଁ ।

(d) ପ୍ରତିଭୂତିର ସୁଲଭତା – ବ୍ୟାଙ୍କମାନେ ଋଣ ବା ଅଗ୍ରୀମ ଦେବାପାଇଁ ଋଣକର୍ତ୍ତାଙ୍କଠାରୁ ପ୍ରତିଭୂତି ଚାହିଁଥା’ନ୍ତି । ଏହି ପ୍ରତିଭୂତି ଦ୍ରବ୍ୟ ଆକାରରେ ହୋଇପାରେ ବା ବ୍ୟକ୍ତିକ ହୋଇପାରେ । ଉପଯୁକ୍ତ ପ୍ରତିଭୂତିର ଅଭାବରୁ ଋଣ ସୃଷ୍ଟି ସୀମିତ ହୋଇଥାଏ । ବ୍ରାଉଦର ଏହି କାରଣରୁ ମତ ଦେଇଛନ୍ତି ଯେ, ବ୍ୟାଙ୍କ ଶୂନ୍ୟରୁ ମୁଦ୍ରା ସୃଷ୍ଟି କରେନାହିଁ । ଏହା କେବଳ ଅନ୍ୟଧରଣର ପରିସମ୍ପତ୍ତିକୁ ମୁଦ୍ରାରେ ପରିଣତ କରିଥାଏ । ସୁତରାଂ, କୁହାଯାଇପାରେ ଯେ, ବ୍ୟାଙ୍କମାନଙ୍କର ଋଣ ସର୍ଜନାଶକ୍ତି ପ୍ରତିଭୂତିର ସୁଲଭତାଦ୍ବାରା ନିୟନ୍ତ୍ରିତ ହୋଇଥାଏ ।

(e) ମୁଦ୍ରାର ସ୍ଖଳନ – ମୁଦ୍ରା ସୃଜନ ପ୍ରକ୍ରିୟାରେ ଗୋଟିଏ ବ୍ୟାଙ୍କରୁ ଋଣ ନେଇ ଅନ୍ୟ ବ୍ୟାଙ୍କରେ ଜମା କରୁଥିବା ଅନୁମାନ କରିବାକୁ ହୁଏ; କିନ୍ତୁ ସେ ଯେ ରଣକୁ ଅନ୍ୟ ବ୍ୟାଙ୍କରେ ଜମା ରଖୁବେ ସେ ବିଷୟରେ କୌଣସି ନିଶ୍ଚିତତା ନାହିଁ । ସେ ଯଦି ଋଣକୁ ଜମା ଆକାରରେ ନ ରଖ୍ ନିଜ ନିକଟରେ ରଖନ୍ତି ତେବେ ବ୍ୟାଙ୍କ ଜମା ବୃଦ୍ଧି ହୁଏ ନାହିଁ କି ଋଣ ମୁଦ୍ରାରେ ଯୋଗାଣ ବୃଦ୍ଧି ହୁଏ ନାହିଁ ।

(f) ଋଣ ଗ୍ରହଣ ଓ ଋଣଦାନ ଅଭିପ୍ରାୟ – ଋଣ ସୃଷ୍ଟି, ଋଣଦାତା ଓ ଋଣଗ୍ରହୀତାଙ୍କ ଇଚ୍ଛା ଉପରେ ନିର୍ଭର କରେ । ଋଣଦାତା ଋଣ ଦେବାପାଇଁ ଆଗ୍ରହ ପ୍ରକାଶ କରୁଥିଲାବେଳେ ଯଦି ଋଣକର୍ତ୍ତା ଋଣ ନେବାପାଇଁ ଆଗ୍ରହୀ ନ ହୁଅନ୍ତି ତେବେ ବ୍ୟାଙ୍କ ପକ୍ଷରେ ଋଣ ସୃଷ୍ଟି କରିବା ସମ୍ଭବପର ହୁଏ ନାହିଁ । ସେହି ଯୁକ୍ତି ଋଣଦାତାମାନଙ୍କପାଇଁ ମଧ୍ୟ ପ୍ରଯୁଜ୍ୟ । ଏଣୁ ଋଣଦାତା ଓ ଋଣକର୍ତ୍ତା ଇଚ୍ଛା ଉପରେ ଋଣ ସୃଷ୍ଟି ନିର୍ଭର କରେ ।

(g) ବ୍ୟବସାୟର ଅବସ୍ଥା – ଦେଶର ବ୍ୟାବସାୟିକ ଅବସ୍ଥା ଓ ଆର୍ଥନୀତିକ ସ୍ଥିରତା ଋଣ ମୁଦ୍ରାର ଯୋଗାଣକୁ ପ୍ରଭାବିତ କରେ । ବ୍ୟାବସାୟିକ ଉତ୍‌ଥାନ ଅବସ୍ଥାରେ ଋଣ ମୁଦ୍ରା ଯୋଗାଣ ବୃଦ୍ଧି ହୋଇଥାଏ ଓ ପତନାବସ୍ଥାରେ ଋଣ ଯୋଗାଣ ହ୍ରାସ ହୋଇଥାଏ । ପୂର୍ବୋକ୍ତ ଅବସ୍ଥାରେ ବ୍ୟବସାୟୀମାନେ ଆଶାବାଦୀ ହୋଇ ଉତ୍ପାଦନ ବୃଦ୍ଧି କରନ୍ତି ଏବଂ ଏଥିପାଇଁ ଅଧିକ ଋଣ ମୁଦ୍ରା ଆବଶ୍ୟକ କରନ୍ତି । ତେଣୁ ବ୍ୟାଙ୍କମାନେ ଋଣ ସୃଷ୍ଟି କରିବା ସୁଯୋଗ ଲାଭ କରନ୍ତି ।

ବିପରୀତ ଅବସ୍ଥାରେ ଯେତେବେଳେ ଦରଦାମ୍ ହ୍ରାସ ହେଉଥାଏ ଓ ଲାଭ ଆଶା ମଉଳି ଯାଉଥାଏ, ସେତେବେଳେ ଋଣ ପାଇଁ ଚାହିଦା କମିଯାଏ ଓ ବ୍ୟାଙ୍କମାନେ ଋଣ ସମ୍ପ୍ରସାରଣ କରନ୍ତି ନାହିଁ ।

(h) କେନ୍ଦ୍ରୀୟ ବ୍ୟାଙ୍କ ନୀତି – ବାଣିଜ୍ୟିକ ବ୍ୟାଙ୍କମାନେ ଋଣ ସୃଷ୍ଟି କରନ୍ତି । କେନ୍ଦ୍ରୀୟ ବ୍ୟାଙ୍କ ସେମାନଙ୍କର ଋଣ ସର୍ଜନା କାର୍ଯ୍ୟକୁ ନିୟନ୍ତ୍ରଣ କରେ । ସେତେବେଳେ ବାଣିଜ୍ୟିକ ବ୍ୟାଙ୍କମାନେ ଅତ୍ୟଧ୍ଵ ଋଣ ସୃଷ୍ଟି କରୁଥିବା ସୂଚନା ମିଳେ ଏବଂ ଏପରି ଋଣ ସର୍ଜନା ଦେଶର ସାମୂହିକ ହିତର ପରିପନ୍ଥୀ ବିବେଚିତ ହୁଏ, ସେତେବେଳେ କେନ୍ଦ୍ରୀୟ ବ୍ୟାଙ୍କ ବିଭିନ୍ନ ପନ୍ଥାର ଆଶ୍ରୟ ନେଇ ସେମାନଙ୍କ ଋଣ ସର୍ଜନା ଶକ୍ତି ହ୍ରାସ କରେ ।

(i) ଋଣ ସୃଷ୍ଟି- ଋଣ ସୃଷ୍ଟି କରିବା ଗୋଟିଏ ବାଣିଜ୍ୟିକ ବ୍ୟାଙ୍କଦ୍ୱାରା ସମ୍ଭବପର ହୁଏ ନାହିଁ । ସେଥିପାଇଁ ଏକାଧ୍ଵକ ବ୍ୟାଙ୍କ ଏପରିକି ସମଗ୍ର ବ୍ୟାଙ୍କ ବ୍ୟବସ୍ଥା ଜଡ଼ିତ ହେବା ଆବଶ୍ୟକ ହୋଇଥାଏ ।

ଏହିସବୁ କାରଣରୁ ବ୍ୟାଙ୍କମାନଙ୍କର ଋଣ ସୃଜନ ଶକ୍ତି ଅସୀମ ନୁହେଁ ବୋଲି କୁହାଯାଏ ।

5. ବାଣିଜ୍ୟିକ ବ୍ୟାଙ୍କ ଓ କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
Answer:
କେନ୍ଦ୍ରୀୟ ବ୍ୟାଙ୍କ ଓ ବାଣିଜ୍ୟିକ ବ୍ୟାଙ୍କ ମଧ୍ୟରେ କେତେକ କାର୍ଯ୍ୟଗତ ପାର୍ଥକ୍ୟ ପରିଲକ୍ଷିତ ହୁଏ ।
ସେଗୁଡ଼ିକ ହେଲା –
(i) ବାଣିଜ୍ୟିକ ବ୍ୟାଙ୍କମାନେ ଲାଭ ପ୍ରତ୍ୟାଶା ରଖ୍ କାର୍ଯ୍ୟ କରନ୍ତି | ଲାଭ ନ ପାଇଲେ, ସେମାନେ ତିଷ୍ଠି ରହିପାରନ୍ତି ନାହିଁ; କିନ୍ତୁ ଲାଭ ଅର୍ଜନ କରିବା କେନ୍ଦ୍ରୀୟ ବ୍ୟାଙ୍କର ମୁଖ୍ୟ ଉଦ୍ଦେଶ୍ୟ ନୁହେଁ । ଏହାର ପ୍ରଧାନ ଉଦ୍ଦେଶ୍ୟ ହେଲା – ମୁଦ୍ରା ବ୍ୟବସ୍ଥା ଓ ବ୍ୟାଙ୍କ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ଏବଂ ଦେଶରେ ଆର୍ଥନୀତିକ ସ୍ଥିରତା ରକ୍ଷା କରିବା ।

(ii) ଦେଶରେ ବହୁସଂଖ୍ୟକ ବ୍ୟାଙ୍କ ପରସ୍ପର ସହଯୋଗିତାରେ କାର୍ଯ୍ୟ କରନ୍ତି । ସେମାନେ ଜନସାଧାରଣଙ୍କ ସହିତ ସମ୍ପର୍କ ରଖ୍ କାର୍ଯ୍ୟ କରନ୍ତି । ମାତ୍ର ପ୍ରତି ଦେଶରେ ଗୋଟିଏ ମାତ୍ର କେନ୍ଦ୍ରୀୟ ବ୍ୟାଙ୍କ କାର୍ଯ୍ୟ କରେ । ଏହା ଲୋକମାନଙ୍କ ସହିତ ବ୍ୟାବସାୟିକ ସମ୍ପର୍କ ରଖେ ନାହିଁ ।

(iii) ବାଣିଜ୍ୟିକ ବ୍ୟାଙ୍କମାନଙ୍କର ସରକାରଙ୍କ ସହିତ ଘନିଷ୍ଠ ସମ୍ପର୍କ ନଥାଏ । ସେମାନେ କେନ୍ଦ୍ରୀୟ ବ୍ୟାଙ୍କ ମାଧ୍ୟମରେ ସରକାରୀ କର୍ତ୍ତୃପକ୍ଷଙ୍କ ସହିତ ସମ୍ପର୍କ ସ୍ଥାପନ କରନ୍ତି; କିନ୍ତୁ କେନ୍ଦ୍ରୀୟ ବ୍ୟାଙ୍କ ଜାତୀୟ ସ୍ବାର୍ଥର ସୁରକ୍ଷାକଳ୍ପେ ସରକାରଙ୍କ ସହିତ ଘନିଷ୍ଠ ସମ୍ପର୍କ ରକ୍ଷା କରେ ।

(iv) ଜନସାଧାରଣ ହେଉଛନ୍ତି ବାଣିଜ୍ୟିକ ବ୍ୟାଙ୍କମାନଙ୍କ ଗ୍ରାହକ । ସେମାନେ ଏହି ବ୍ୟାଙ୍କରେ ପାଣ୍ଠି ଜମା ରଖନ୍ତି । ବାଣିଜ୍ୟିକ ବ୍ୟାଙ୍କମାନେ ଗ୍ରାହକମାନଙ୍କୁ ଆବଶ୍ୟକତା ବିଚାରରେ ଋଣ ଦେଇଥା’ନ୍ତି । ସେମାନେ କେନ୍ଦ୍ରୀୟ ବ୍ୟାଙ୍କର ଗ୍ରାହକ । ସେମାନେ କେନ୍ଦ୍ରୀୟ ବ୍ୟାଙ୍କ ନିକଟରେ ସେମାନଙ୍କ ସମ୍ବଳର କିଛି ଅଂଶ ସଂରକ୍ଷଣ କରନ୍ତି । ଏହା ସାହାଯ୍ୟରେ ଆନ୍ତଃବ୍ୟାଙ୍କ ଦେୟତା ପରିଶୋଧ ହୁଏ ।

କେନ୍ଦ୍ରୀୟ ବ୍ୟାଙ୍କ ସେମାନଙ୍କୁ ଆପଦ ବିପଦରେ ଋଣ ଆକାରରେ ସାହାଯ୍ୟ କରେ । ମୋଟ ଉପରେ କହିବାକୁ ଗଲେ ଜନସାଧାରଣଙ୍କର ବାଣିଜ୍ୟିକ ବ୍ୟାଙ୍କମାନଙ୍କ ସହିତ ଯେଉଁ ସମ୍ପର୍କ ଥାଏ ବାଣିଜ୍ୟିକ ବ୍ୟାଙ୍କମାନଙ୍କର କେନ୍ଦ୍ରୀୟ ବ୍ୟାଙ୍କ ସହିତ ସେହି ସମ୍ପର୍କ ଥାଏ ।

(v) ବାଣିଜ୍ୟିକ ବ୍ୟାଙ୍କମାନେ ଋଣ ମୁଦ୍ରା ସୃଷ୍ଟି କରନ୍ତି । ମାତ୍ର କେନ୍ଦ୍ରୀୟ ବ୍ୟାଙ୍କ ଋଣ ମୁଦ୍ରା ସୃଷ୍ଟି କରେ ନାହିଁ । କେନ୍ଦ୍ରୀୟ ବ୍ୟାଙ୍କ ଯେଉଁ ନୋଟ୍ ପ୍ରଚଳନ କରନ୍ତି, ତାହା ଦେଶରେ ବିଗ୍ରାହ୍ୟ ମୁଦ୍ରା ରୂପେ ପ୍ରଚଳିତ ହୁଏ । କେନ୍ଦ୍ରୀୟ ବ୍ୟାଙ୍କ ବାଣିଜ୍ୟିକ ବ୍ୟାଙ୍କମାନେ ସୃଷ୍ଟି କରୁଥିବା ରଣମୁଦ୍ରାକୁ ନିୟନ୍ତ୍ରଣ କରେ । ଏହି ଦୃଷ୍ଟିରୁ କେନ୍ଦ୍ରୀୟ ବ୍ୟାଙ୍କ ବାଣିଜ୍ୟିକ ବ୍ୟାଙ୍କମାନଙ୍କ ସହିତ ପ୍ରତିଯୋଗିତା କରେ ନାହିଁ ।

(vi) ବାଣିଜ୍ୟିକ ବ୍ୟାଙ୍କମାନେ କେନ୍ଦ୍ରୀୟ ବ୍ୟାଙ୍କର ନିର୍ଦ୍ଦେଶ ମାନି ଚଳିବାକୁ ବାଧ୍ୟ ହୋଇଥା’ନ୍ତି । କେନ୍ଦ୍ରୀୟ ବ୍ୟାଙ୍କ ବାଣିଜ୍ୟିକ ବ୍ୟାଙ୍କମାନଙ୍କ କାର୍ଯ୍ୟାକଳାପକୁ ନିୟନ୍ତ୍ରଣ କରେ ।

6. କେନ୍ଦ୍ରୀୟ ବ୍ୟାଙ୍କର ପରିମାଣାତ୍ମକ ଋଣ ନିୟନ୍ତ୍ରଣ ପଦ୍ଧତି ବର୍ଣ୍ଣନା କର ।
Answer:
ବାଣିଜ୍ୟିକ ବ୍ୟାଙ୍କମାନଙ୍କଦ୍ୱାରା ସୃଷ୍ଟି କରାଯାଉଥିବା ଋଣ ମୁଦ୍ରାର ଯୋଗାଣକୁ ନିୟନ୍ତ୍ରଣ କରିବା କେନ୍ଦ୍ରୀୟ ବ୍ୟାଙ୍କର ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରୂପେ ବିବେଚିତ ହୁଏ । ଏଥିପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଦୁଇଟି ପନ୍ଥାର ଆଶ୍ରୟ ନେଇଥାଏ; ଯଥା- ପରିମାଣାତ୍ମକ ଋଣ ନିୟନ୍ତ୍ରଣ ଓ ଗୁଣାତ୍ମକ ଋଣ ନିୟନ୍ତ୍ରଣ । ମୁଦ୍ରାର ପରିମାଣ ନିୟନ୍ତ୍ରଣ କରିବାପାଇଁ କେନ୍ଦ୍ରୀୟ ବ୍ୟାଙ୍କ ମୁଖ୍ୟତଃ ତିନୋଟି ଅସ୍ତ୍ର ପ୍ରୟୋଗ କରିଥାଏ ।
ସେଗୁଡ଼ିକ ହେଲା-
(i) ସୁଧହାର
(ii) ଖୋଲାବଜାର କାରବାର
(iii) ନଗଦ ମୁଦ୍ରା ସଂରକ୍ଷଣ ହାର ।

(i) ବ୍ୟାଙ୍କହାର ବା ସୁଧହାର ନୀତି- ବ୍ୟାଙ୍କହାର କହିଲେ କେନ୍ଦ୍ରୀୟ ବ୍ୟାଙ୍କ ସରକାରୀ ପ୍ରତିଭୂତି ଏବଂ ପ୍ରଥମ ଶ୍ରେଣୀୟ ବିନିମୟପତ୍ରର ଅବମୂଲ୍ୟନ ହାରକୁ ବୁଝାଯାଏ । ଯେତେବେଳେ ବ୍ୟାଙ୍କହାର ପରିବର୍ତ୍ତନ କରାଯାଏ, ସେତେବେଳେ ବଜାରରେ ପ୍ରଚଳିତ ସୁଧହାର ମଧ୍ୟ ପରିବର୍ତ୍ତିତ ହୋଇଥାଏ । ବ୍ୟାଙ୍କ ହାର ଓ ସୁଧହାର ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଛି । ଅର୍ଥାତ୍ ବ୍ୟାଙ୍କହାର ବୃଦ୍ଧି ହେଲେ ସୁଧହାର ଅଧ‌ିକ ହେବା ଯୋଗୁଁ ଋଣ କରିବା ନିରୁତ୍ସାହିତ ହୁଏ ଏବଂ ଏହାଫଳରେ ଋଣ ପରିମାଣ ହ୍ରାସ ହୁଏ । ସେହିପରି ବ୍ୟାଙ୍କହାର ହ୍ରାସ ହେଲେ ବଜାର ସୁଧହାର ହ୍ରାସ ହୁଏ ଏବଂ ଋଣ କାରବାର ବୃଦ୍ଧି ହୁଏ ।

(ii) ଖୋଲାବଜାର କାରବାର- ବ୍ୟାଙ୍କହାର ପରି ଖୋଲାବଜାର କାରବାର ହେଉଛି କେନ୍ଦ୍ରୀୟ ବ୍ୟାଙ୍କର ପାରମ୍ପରିକ ଅସ୍ତ୍ର । ଖୋଲାବଜାର କାରବାରରେ କେନ୍ଦ୍ରୀୟ ବ୍ୟାଙ୍କ ସରକାରୀ ପ୍ରତିଭୂତି କ୍ରୟ ବିକ୍ରୟ କରିଥାଏ । ବଜାରରେ ଋଣ କାରବାର ହ୍ରାସ କରିବା ଆବଶ୍ୟକ ହେଲେ କେନ୍ଦ୍ରୀୟ ବ୍ୟାଙ୍କ ଜନସାଧାରଣଙ୍କୁ ଓ ବାଣିଜ୍ୟିକ ବ୍ୟାଙ୍କମାନଙ୍କୁ ପ୍ରତିଭୂତି ବିକ୍ରୟ କରିଥାଏ । ଏହାଫଳରେ ଲୋକମାନଙ୍କଠାରୁ ଓ ବ୍ୟାଙ୍କମାନଙ୍କଠାରୁ ନଗଦ ମୁଦ୍ରା କେନ୍ଦ୍ରୀୟ ବ୍ୟାଙ୍କକୁ ହସ୍ତାନ୍ତର ହୋଇଥାଏ ।

CHSE Odisha Class 12 Economics Chapter 15 Long Answer Questions in Odia Medium

ନଗଦ ମୁଦ୍ରା ସଂରକ୍ଷଣ ହ୍ରାସ ହେବା କାରଣରୁ ବ୍ୟାଙ୍କସମୂହ ଋଣ ପରିମାଣ ହ୍ରାସ କରିଥା’ନ୍ତି । ସେହିପରି ଋଣ ଯୋଗାଣ ବୃଦ୍ଧି କରିବା ଆବଶ୍ୟକ ହେଲେ କେନ୍ଦ୍ରୀୟ ବ୍ୟାଙ୍କ ଖୋଲାବଜାରରୁ ପ୍ରତିଭୂତି କ୍ରୟ କରି ନେଇଥାଏ । ଏହାଫଳରେ ଜନସାଧାରଣ ଓ ବ୍ୟାଙ୍କମାନଙ୍କର ନଗଦ ମୁଦ୍ରା ପରିମାଣ ବୃଦ୍ଧି ହୋଇଥାଏ । ବାଣିଜ୍ୟିକ ବ୍ୟାଙ୍କମାନେ ଅଧ‌ିକ ଋଣ ସୃଷ୍ଟି କରିବାପାଇଁ ସମର୍ଥ ହୋଇଥା’ନ୍ତି । ଏହିପରି ଭାବରେ କେନ୍ଦ୍ରୀୟ ବ୍ୟାଙ୍କ ଋଣ ମୁଦ୍ରା ଯୋଗାଣକୁ ନିୟନ୍ତ୍ରଣ କରିଥା’ନ୍ତି ।

(iii) ନଗଦ ମୁଦ୍ରା ସଂରକ୍ଷଣ ହାର ପରିବର୍ତ୍ତନ- ପରମ୍ପରାଗତଭାବେ ହେଉ ବା ଆଇନତଃ ହେଉ, ବାଣିଜ୍ୟିକ ବ୍ୟାଙ୍କସମୂହ ସେମାନଙ୍କ ଜମାର ଏକ ନିର୍ଦ୍ଦିଷ୍ଟ ଅନୁପାତ କେନ୍ଦ୍ରୀୟ ବ୍ୟାଙ୍କ ନିର୍ଦେଶରେ ନଗଦ ମୁଦ୍ରା ଆକାରରେ ଗଚ୍ଛିତ ରଖୁଥା’ନ୍ତି । ଯେତେବେଳେ କେନ୍ଦ୍ରୀୟ ବ୍ୟାଙ୍କ ନଗଦ ସଂରକ୍ଷଣ ଅନୁପାତକୁ ପରିବର୍ତ୍ତନ କରନ୍ତି, ସେତେବେଳେ ବାଣିଜ୍ୟିକ ବ୍ୟାଙ୍କମାନେ ତାହା ପାଳନ କରିଥା’ନ୍ତି ।

ଋଣ ସଂକୋଚନ କରିବା ଆବଶ୍ୟକ ମନେକଲେ କେନ୍ଦ୍ରୀୟ ବ୍ୟାଙ୍କ ନିକଟରେ ଥିବା ନଗଦ ସଂରକ୍ଷଣ ହ୍ରାସ ହୁଏ ଏବଂ ସେମାନଙ୍କ ଋଣ ସୃଷ୍ଟି କରିବା ସାମର୍ଥ୍ୟ ହ୍ରାସ ପାଇଥାଏ । ସେହିପରି ସଂରକ୍ଷଣ ଅନୁପାତ ହ୍ରାସ କରି କେନ୍ଦ୍ରୀୟ ବ୍ୟାଙ୍କ ଋଣ ସୃଷ୍ଟିକୁ ଉତ୍ସାହିତ କରିଥାଏ ।

7.କେନ୍ଦ୍ରୀୟ ବ୍ୟାଙ୍କର ଗୁଣାତ୍ମକ ଋଣ ନିୟନ୍ତ୍ରଣ ପଦ୍ଧତି ବର୍ଣ୍ଣନା କର ।
Answer:
କେନ୍ଦ୍ରୀୟ ବ୍ୟାଙ୍କ ଗୁଣାତ୍ମକ ଋଣ ନିୟନ୍ତ୍ରଣ କଲାବେଳେ ନିମ୍ନଲିଖତ କୌଶଳ ଅବଲମ୍ବନ କରିଥାଏ ।
(i) ଉପଭୋକ୍ତାଙ୍କ ଋଣ ନିୟନ୍ତ୍ରଣ- ଏହି ପଦ୍ଧତିରେ ଅପେକ୍ଷାକୃତ ସ୍ଥାୟୀ ଉପଭୋଗ ଦ୍ରବ୍ୟର ବ୍ୟବହାରକୁ ଋଣ ଜରିଆରେ ନିୟନ୍ତ୍ରଣ କରାଯାଇଥାଏ । ରେଡ଼ିଓ, ଟେଲିଭିଜନ, ମଟରଗାଡ଼ି ଓ ରେଫ୍ରିଜିରେଟର ପ୍ରଭୃତି କ୍ରୟ ପାଇଁ ବ୍ୟାଙ୍କମାନେ ଋଣ ଯୋଗାଇଥା’ନ୍ତି । କାରଣ ଏହିସବୁ ଦ୍ରବ୍ୟର ମୂଲ୍ୟ ଅଧ‌ିକ ହୋଇଥିବାରୁ ଲୋକମାନେ ଦାମ୍ ଏକକାଳୀନ ଦେଇ କ୍ରୟ କରିପାରନ୍ତି ନାହିଁ । ତେଣୁ ବ୍ୟାଙ୍କ ଗ୍ରାହକମାନଙ୍କ ପାଇଁ ଦ୍ରବ୍ୟର ମୂଲ୍ୟ ପରିଶୋଧ କରେ ଏବଂ ସେମାନଙ୍କଠାରୁ ସହଜ କିସ୍ତିରେ ପରିଶୋଧ ପାଇଥାଏ ।

ଯେତେବେଳେ ବ୍ୟାଙ୍କ ଅନୁଭବ କରେ ଯେ, ଏହିପ୍ରକାର ଋଣ ଉତ୍ସାହିତ କରାଯିବା ଆବଶ୍ୟକ, ସେତେବେଳେ କିସ୍ତି ସଂଖ୍ୟା ଅଧ୍ବକ କରିଥାଏ ଏବଂ ଯେତେବେଳେ ଏହିସବୁ ଦ୍ରବ୍ୟର ଉପଭୋଗକୁ ନିରୁତ୍ସାହିତ କରିବା ଆବଶ୍ୟକ ହୁଏ, ସେତେବେଳେ କିସ୍ତି ସଂଖ୍ୟା ହ୍ରାସ କରିଥାଏ । କେନ୍ଦ୍ରୀୟ ବ୍ୟାଙ୍କର ନିର୍ଦ୍ଦେଶକ୍ରମେ ବାଣିଜ୍ୟିକ ବ୍ୟାଙ୍କମାନେ ପରିଚାଳିତ ହୋଇ ଏହିପ୍ରକାର ନିୟନ୍ତ୍ରଣ ଜାରି କରନ୍ତି ।

(ii) ପ୍ରୟୋଜନୀୟ ନଗଦଂଶ ନିରୂପଣ – ଆବଶ୍ୟକ ଅନୁଯାୟୀ କେନ୍ଦ୍ରୀୟ ବ୍ୟାଙ୍କ ପ୍ରୟୋଜନୀୟ ନଗତାଂଶକୁ ପରିବର୍ତ୍ତନ କରି ଋଣ ପରିମାଣକୁ ନିୟନ୍ତ୍ରଣ କରିଥାଏ । ଏହାଦ୍ୱାରା ପରିକଳ୍ପିତ ଉଦ୍ଦେଶ୍ୟରେ ବ୍ୟବହୃତ ଋଣକୁ ନିୟନ୍ତ୍ରଣ କରାଯାଇପାରେ । ଉଦାହରଣସ୍ୱରୂପ, 1000 ଟଙ୍କା ପ୍ରତିଭୂତି ବଦଳରେ ଯଦି ଟ,800.00 ଙ୍କା ଋଣ ମିଳେ ତେବେ ପ୍ରୟୋଜନୀୟ ନଗତାଂଶ 200 ଟଙ୍କା ବୁଝିବାକୁ ହୁଏ । ପ୍ରୟୋଜନୀୟ ନଗତାଂଶ ଅଧ୍ଵ ହେଲେ ଋଣ ଚାହିଦା ହ୍ରାସ ହୁଏ ଏବଂ ତାହା କମ୍ ହେଲେ ଋଣ ଚାହିଦା ବୃଦ୍ଧି ପାଏ ।

(iii) ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନ – ଆବଶ୍ୟକ ମନେକଲେ କେନ୍ଦ୍ରୀୟ ବ୍ୟାଙ୍କ ବାଣିଜ୍ୟିକ ବ୍ୟାଙ୍କମାନଙ୍କ ଋଣ ନିୟନ୍ତ୍ରଣ ଉପରେ ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ । ଯଦି କୌଣସି ବ୍ୟାଙ୍କ କେନ୍ଦ୍ରୀୟ ବ୍ୟାଙ୍କର ନିର୍ଦ୍ଦେଶକୁ ଅମାନ୍ୟ କରେ ବା ଋଣନୀତିର ବିରୁଦ୍ଧାଚରଣ କରେ, ତେବେ କେନ୍ଦ୍ରୀୟ ବ୍ୟାଙ୍କ ସେହି ବ୍ୟାଙ୍କର ବିନିମୟପତ୍ର ପୁନଃ ଅବମୂଲ୍ୟାୟନ କରିବାକୁ ଅସ୍ଵୀକାର କରିପାରେ ଏବଂ ଋଣ ଆବେଦନ ପ୍ରତ୍ୟାଖ୍ୟାନ କରିପାରେ ।

(iv) ରଣ ପଢ଼ି ପ୍ରଥା- ଋଣ ପଡ଼ି ପ୍ରଥା ପ୍ରଚଳନ କରି କେନ୍ଦ୍ରୀୟ ବ୍ୟାଙ୍କ ଋଣର ସୁଷମ ବଣ୍ଟନ କରିଥାଏ । ଶିଳ୍ପମାନଙ୍କୁ ଏହାଫଳରେ ଆବଶ୍ୟକତା ଓ ବାଞ୍ଛନୀୟତା ବିଚାରରେ ଋଣ ଯୋଗାଇପାରେ । ଏ ବିଷୟରେ କେନ୍ଦ୍ରୀୟ ବ୍ୟାଙ୍କ ନିଷ୍ପତ୍ତି ଗ୍ରହଣ କରେ ଏବଂ ତଦନୁଯାୟୀ ବାଣିଜ୍ୟିକ ବ୍ୟାଙ୍କମାନଙ୍କୁ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଏ ।

(v) ନୈତିକ ଚାପ – ବାଣିଜ୍ୟିକ ବ୍ୟାଙ୍କ ଓ କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିବାରୁ କେନ୍ଦ୍ରୀୟ ବ୍ୟାଙ୍କ ଏହାର ରଣନୀତି ଅନୁସରଣ ପାଇଁ ବାଣିଜ୍ୟିକ ବ୍ୟାଙ୍କମାନଙ୍କ ଉପରେ ନୈତିକ ଚାପ ପକାଇଥାଏ । କେଉଁ କ୍ଷେତ୍ରକୁ ଋଣ ଦେବା ଆବଶ୍ୟକ ଓ କେଉଁ କ୍ଷେତ୍ରକୁ ଋଣ ଦେବା ଆବଶ୍ୟକ ନୁହେଁ, ସେ ବିଚାର କେନ୍ଦ୍ରୀୟ ବ୍ୟାଙ୍କ କରିଥାଏ ଏବଂ ତଦନୁଯାୟୀ ବାଣିଜ୍ୟିକ ବ୍ୟାଙ୍କମାନଙ୍କୁ କାର୍ଯ୍ୟ କରିବାପାଇଁ ଉପଦେଶ ଦେଇଥାଏ ।

ବାଣିଜ୍ୟିକ ବ୍ୟାଙ୍କମାନେ ଏହି ନୈତିକ ଚାପର ବଶବର୍ତ୍ତୀ ହୋଇ କେନ୍ଦ୍ରୀୟ ବ୍ୟାଙ୍କର ନିର୍ଦ୍ଦେଶକ୍ରମେ କାର୍ଯ୍ୟ କରନ୍ତି ।

ଏହିପରି ଭାବରେ କେନ୍ଦ୍ରୀୟ ବ୍ୟାଙ୍କ ଋଣର ଗୁଣାତ୍ମକ ନିୟନ୍ତ୍ରଣ କରିଥାଏ ।