BSE Odisha 7th Class Maths Solutions Chapter 5 ପରିମେୟ ସଂଖ୍ୟା Ex 5.9

Odisha State Board BSE Odisha 7th Class Maths Solutions Chapter 5 ପରିମେୟ ସଂଖ୍ୟା Ex 5.9 Textbook Exercise Questions and Answers.

BSE Odisha Class 7 Maths Solutions Chapter 5 ପରିମେୟ ସଂଖ୍ୟା Ex 5.9

Question 1.
3 ଓ 4 ମଧ୍ୟରେ ତିନୋଟି ପରିମେୟ ସଂଖ୍ୟା ନିର୍ଣ୍ଣୟ କର ।
ସମାଧାନ:
BSE Odisha 7th Class Maths Solutions Chapter 5 ପରିମେୟ ସଂଖ୍ୟା Ex 5.9

Question 2.
-1 ଓ 1 ମଧ୍ୟରେ 3ଟି ପରିମେୟ ସଂଖ୍ୟା ନିର୍ଣ୍ଣୟ କର ।
ସମାଧାନ:
BSE Odisha 7th Class Maths Solutions Chapter 5 ପରିମେୟ ସଂଖ୍ୟା Ex 5.9 1

BSE Odisha 7th Class Maths Solutions Chapter 5 ପରିମେୟ ସଂଖ୍ୟା Ex 5.9

Question 3.
\(-\frac{2}{5}\) ଓ \(\frac{2}{5}\) ମଧ୍ୟରେ 4ଟି ପରିମେୟ ସଂଖ୍ୟା ନିର୍ଣ୍ଣୟ କର ।
ସମାଧାନ:
BSE Odisha 7th Class Maths Solutions Chapter 5 ପରିମେୟ ସଂଖ୍ୟା Ex 5.9 2
(ଏଠାରେ \(-\frac{2}{5}\) ଓ \(\frac{2}{5}\) ମଧ୍ୟରେ 7ଟି ପରିମେୟ ସଂଖ୍ୟା ଅଛି ସେଥୁରୁ ଯେ କୌଣସି 4ଟି ପରିମେୟ ସଂଖ୍ୟା ନେଇପାରିବା ।)

Question 4.
\(-\frac{1}{2}\) ଓ \(\frac{1}{2}\) ମଧ୍ୟରେ 3ଟି ପରିମେୟ ସଂଖ୍ୟା ନିର୍ଣ୍ଣୟ କର ।
ସମାଧାନ:
BSE Odisha 7th Class Maths Solutions Chapter 5 ପରିମେୟ ସଂଖ୍ୟା Ex 5.9 3

BSE Odisha 7th Class Maths Solutions Chapter 5 ପରିମେୟ ସଂଖ୍ୟା Ex 5.8

Odisha State Board BSE Odisha 7th Class Maths Solutions Chapter 5 ପରିମେୟ ସଂଖ୍ୟା Ex 5.8 Textbook Exercise Questions and Answers.

BSE Odisha Class 7 Maths Solutions Chapter 5 ପରିମେୟ ସଂଖ୍ୟା Ex 5.8

Question 1.
ନିମ୍ନଲିଖତ ପରିମେୟ ସଂଖ୍ୟାମାନଙ୍କର ପରମ ମାନ ନିଶ୍ଚୟ କର ।

(କ) \(\frac{1}{-5}\)
ସମାଧାନ:
\(\frac{1}{5}\)

(ଖ) \(\frac{1}{2}\)
ସମାଧାନ:
\(\frac{1}{2}\)

(ଗ) \(\frac{-3}{-2}\)
ସମାଧାନ:
\(\frac{3}{2}\)

(ଘ) \(\frac{-26}{21}\)
ସମାଧାନ:
\(\frac{26}{21}\)

Question 2.
x ର ନିମ୍ନ ମାନଗୁଡ଼ିକୁ ନେଇ ପ୍ରମାଣ କର ଯେ |x| = |-x|

(କ) 4
ସମାଧାନ:
ବାମପାର୍ଶ୍ଵ = |x| = |4| = 4, ଦକ୍ଷିଣ ପାର୍ଶ୍ଵ = |-x| = |-4| = 4
∴ |x| = |-x|  (ପ୍ରମାଣିତ)

(ଖ) -9
ସମାଧାନ:
ବାମପାର୍ଶ୍ଵ = |x| = |-9| = 9, ଦକ୍ଷିଣ ପାର୍ଶ୍ଵ = |-x| = |-(-9)| = |9| = 9
∴ |x| = |-x|  (ପ୍ରମାଣିତ)

(ଗ) \(\frac{-3}{7}\)
ସମାଧାନ:
ବାମପାର୍ଶ୍ଵ = |x| = |\(\frac{-3}{7}\)| = \(\frac{3}{7}\), ଦକ୍ଷିଣ ପାର୍ଶ୍ଵ = |-x| = |-(\(\frac{-3}{7}\))| = \(\frac{3}{7}\)
∴ |x| = |-x|  (ପ୍ରମାଣିତ)

(ଘ) \(\frac{3}{-8}\)
ସମାଧାନ:
ବାମପାର୍ଶ୍ଵ = |x| = |\(\frac{3}{-8}\)| = \(\frac{3}{8}\)
ଦକ୍ଷିଣ ପାର୍ଶ୍ଵ = |-x| = |-(\(\frac{3}{-8}\))| = \(\frac{3}{8}\)
∴ ବାମପାର୍ଶ୍ଵ= ଦକ୍ଷିଣ ପାର୍ଶ୍ଵ  (ପ୍ରମାଣିତ)

BSE Odisha 7th Class Maths Solutions Chapter 5 ପରିମେୟ ସଂଖ୍ୟା Ex 5.8

Question 3.
x ଓ y ର ନିମ୍ନ ମାନଗୁଡ଼ିକୁ ନେଇ ପ୍ରମାଣ କର ଯେ |x + y| = |x| + |y|

(କ) x = \(\frac{2}{3}\), y = \(\frac{1}{5}\)
ସମାଧାନ:
ବାମପାର୍ଶ୍ଵ = |x + y| = \(\frac{2}{3}+\frac{1}{5}=\frac{10+3}{15}=\frac{13}{15}\)
ଦକ୍ଷିଣ ପାର୍ଶ୍ଵ = |x| + |y| = \(\frac{2}{3}+\frac{1}{5}=\frac{10+3}{15}=\frac{13}{15}\)
∴ |x × y| = |x| × |y|  (ପ୍ରମାଣିତ)

(ଖ) x = \(\frac{-3}{4}\), y = \(\frac{-3}{2}\)
ସମାଧାନ:
ବାମପାର୍ଶ୍ଵ = |x + y| = \(\frac{-3}{4}+\left(-\frac{3}{2}\right)=-\frac{3}{4}-\frac{3}{2}=\frac{-3-6}{4}=-\frac{9}{4}=\frac{9}{4}\)
ଦକ୍ଷିଣ ପାର୍ଶ୍ଵ = |x| + |y| = \(-\frac{3}{4}+-\frac{3}{2}=\frac{3}{4}+\frac{3}{2}=\frac{3+6}{4}=\frac{9}{4}\)
∴ |x × y| = |x| × |y|  (ପ୍ରମାଣିତ)

Question 4.
x ଓ y ର ନିମ୍ନ ମାନଗୁଡ଼ିକୁ ନେଇ |x + y| < (|x| + |y|) ସତ୍ୟ କି ନାହିଁ ପରୀକ୍ଷା କର ।

(କ) x = -8, y = 5
ସମାଧାନ:
ବାମପାର୍ଶ୍ଵ = |x + y| = |-8 + 5| = |-3| = 3
ଦକ୍ଷିଣ ପାର୍ଶ୍ଵ = |x| + |y| = |-8| +|5| = 8 + 5 = 13
∴ |x + y| < (|x| + |y|)  (ସତ୍ୟ)

(ଖ) x = \(\frac{4}{3}\), y = \(\frac{-7}{9}\)
ସମାଧାନ:
BSE Odisha 7th Class Maths Solutions Chapter 5 ପରିମେୟ ସଂଖ୍ୟା Ex 5.8

Question 5.
x ଓ y ର ନିମ୍ନ ମାନଗୁଡ଼ିକୁ ନେଇ ପ୍ରମାଣ କର ଯେ |x × y| = |x| × |y|

(କ) x = \(\frac{-4}{5}\), y = \(\frac{2}{3}\)
ସମାଧାନ:
BSE Odisha 7th Class Maths Solutions Chapter 5 ପରିମେୟ ସଂଖ୍ୟା Ex 5.8 1

(ଖ) x = \(-\frac{5}{11}\), y = \(\frac{-3}{7}\)
ସମାଧାନ:
BSE Odisha 7th Class Maths Solutions Chapter 5 ପରିମେୟ ସଂଖ୍ୟା Ex 5.8 2

BSE Odisha 7th Class Maths Solutions Chapter 5 ପରିମେୟ ସଂଖ୍ୟା Ex 5.7

Odisha State Board BSE Odisha 7th Class Maths Solutions Chapter 5 ପରିମେୟ ସଂଖ୍ୟା Ex 5.7 Textbook Exercise Questions and Answers.

BSE Odisha Class 7 Maths Solutions Chapter 5 ପରିମେୟ ସଂଖ୍ୟା Ex 5.7

Question 1.
ଗୋଟିଏ ତ୍ରିଭୁଜର ବାହୁମାନଙ୍କର ଦୈର୍ଘ୍ୟର ପରିମାଣ ଯଥାକ୍ରମେ 2 \(\frac{1}{3}\) ସେ.ମି. 3 \(\frac{1}{2}\) ସେ.ମି. ଓ 4 \(\frac{2}{5}\) ସେ.ମି. ହେଲେ, ତ୍ରିଭୁଜଟିର ପରିସୀମା କେତେ ?
ସମାଧାନ:
{ତ୍ରିଭୁଜର ପରିସୀମା = ବାହୁ ତ୍ରୟର ଦୈର୍ଘ୍ୟର ସମଷ୍ଟି}
ତ୍ରିଭୁଜର ପରିସୀମା = 2 \(\frac{1}{3}\) ସେ.ମି., 3 \(\frac{1}{2}\) ସେ.ମି. ଓ 4 \(\frac{2}{5}\) ସେ.ମି. = \(\left(\frac{7}{3}+\frac{7}{2}+\frac{22}{5}\right)\) ସେ.ମି. 
= \(\frac{10 \times 7+15 \times 7+6 \times 22}{30}\) ସେ.ମି. = \(\frac{70+105+132}{30}\) ସେ.ମି.
= \(\frac{307}{30}\) ସେ.ମି. = 10 \(\frac{7}{30}\) ସେ.ମି.
ତ୍ରିଭୁଜର ପରିସୀମା 10 \(\frac{7}{30}\) ସେ.ମି.

Question 2.
କମଳବାବୁ ତାଙ୍କ ଘର ପାଖରୁ \(\frac{2}{5}\) କି.ମି. ଉତ୍ତର ଦିଗ ଆଡ଼କୁ ଯିବା ପରେ 1 \(\frac{3}{4}\) କି.ମି. ଦକ୍ଷିଣ ଦିଗ ଆଡ଼କୁ ଚାଲିଲେ । ତେବେ ସେ ତାଙ୍କ ଘରଠାରୁ କେଉଁ ଦିଗରେ କେତେ ଦୂରରେ ଅଛନ୍ତି?
BSE Odisha 7th Class Maths Solutions Chapter 5 ପରିମେୟ ସଂଖ୍ୟା Ex 5.7
ସମାଧାନ:
କମଳବାବୁ ଉତ୍ତରକୁ ଗଲେ \(\frac{2}{5}\) କି.ମି. । ସେଠାରୁ ଦକ୍ଷିଣକୁ ଗଲେ = 1 \(\frac{3}{4}\) ବା \(\frac{7}{4}\) କି.ମି.
ଘରଠାରୁ ଦକ୍ଷିଣ ଦିଗକୁ ଯାଇଥିବା ଅଧ‌ିକ ରାସ୍ତାର ଦୈର୍ଘ୍ୟ = \(\left(\frac{7}{4}-\frac{2}{5}\right)\) କି.ମି.
= \(\frac{35-8}{20}\) କି.ମି. = \(\frac{27}{20}\) ବା 1 \(\frac{7}{20}\) କି.ମି.
∴ କମଳବାବୁ ତାଙ୍କ ଘରଠାରୁ ଦକ୍ଷିଣ ଦିଗରେ 1 \(\frac{7}{20}\) କି.ମି. ଦୂରରେ ଅଛନ୍ତି ।

Question 3.
ଦୁଇଟି ପରିମେୟ ସଂଖ୍ୟାର ଯୋଗଫଳ -9 । ସେମାନଙ୍କ ମଧ୍ୟରୁ ଗୋଟିଏ \(\frac{15}{8}\) ହେଲେ ଅନ୍ୟଟି କେତେ?
ସମାଧାନ:
ଦୁଇଟି ପରିମେୟ ସଂଖ୍ୟାର ଯୋଗଫଳ = -9 । ସେମାନଙ୍କ ମଧ୍ୟରୁ ଗୋଟିଏ ସଂଖ୍ୟା = \(\frac{15}{8}\)
ଅନ୍ୟ ସଂଖ୍ୟାଟି = -9 – \(\frac{15}{8}=-\frac{9}{1}-\frac{15}{8}=\frac{-72-15}{8}=-\frac{87}{8}\)
∴ ଅନ୍ୟ ପରିମେୟ ସଂଖ୍ୟାଟି –\(\frac{87}{8}\) 

BSE Odisha 7th Class Maths Solutions Chapter 5 ପରିମେୟ ସଂଖ୍ୟା Ex 5.7

Question 4.
ମେରୀ ପ୍ରତିଦିନ 5 \(\frac{2}{3}\) ଘଣ୍ଟା ପଢ଼େ । ସେ ଯଦି 2 \(\frac{4}{5}\) ଘଣ୍ଟା ଗଣିତ ଓ ବିଜ୍ଞାନ ପଢୁଥାଏ, ତେବେ ସେ କେତେ ସମୟ ଅନ୍ୟ ବିଷୟ ଗୁଡ଼ିକୁ ପଢ଼ିଥାଏ?
ସମାଧାନ:
ମେରୀ ପ୍ରତିଦିନ ପଢ଼େ 5 \(\frac{2}{3}\) ବା \(\frac{17}{3}\)ଘଣ୍ଟା । ଗଣିତ ଓ ବିଜ୍ଞାନ ପଢ଼େ = 2 \(\frac{4}{5}\) ବା \(\frac{14}{5}\) ଘଣ୍ଟା
ଅନ୍ୟ ବିଷୟ ପଢ଼େ = \((\frac{17}{3}-\frac{14}{5})\) ଘଣ୍ଟା । = \(\frac{85-42}{15}\) ଘଣ୍ଟା । = \(\frac{43}{15}\) ବା 2 \(\frac{13}{15}\)ଘଣ୍ଟା ।
∴ ମେରୀ 2 \(\frac{13}{15}\) ଘଣ୍ଟା ଅନ୍ୟ ବିଷୟଗୁଡ଼ିକୁ ପଢ଼ିଥାଏ ।

Question 5.
9 \(\frac{4}{3}\) ଓ 5 \(\frac{5}{6}\) ର ଯୋଗଫଳ ଓ 11 \(\frac{2}{5}\) ଓ 7 \(\frac{1}{3}\) ର ଯୋଗଫଳ ମଧ୍ୟରେ ପାର୍ଥକ୍ୟ କେତେ?
ସମାଧାନ:
BSE Odisha 7th Class Maths Solutions Chapter 5 ପରିମେୟ ସଂଖ୍ୟା Ex 5.7 1

Question 6.
ଗୋଟିଏ ବର୍ଗାକୃତି ପଡ଼ିଆର ଗୋଟିଏ ବାହୁର ଦୈର୍ଘ୍ୟ 5 \(\frac{3}{4}\) ମି ହେଲେ ସେହି ପଡ଼ିଆର କ୍ଷେତ୍ରଫଳ ଓ ପରିସୀମା ନିର୍ଣ୍ଣୟ କର । ଏହି ପଡ଼ିଆର ଚାରିପାଖରେ ବାଡ଼ ତିଆରି କରିବା ପାଇଁ ମିଟରକୁ 8 ଟଙ୍କା ହିସାବରେ ମୋଟ କେତେ ଖର୍ଚ୍ଚ ହେବ?
ସମାଧାନ:
ବର୍ଗ କ୍ଷେତ୍ରର ପରିସୀମା = 4 × ବାହୁର ଦୈର୍ଘ୍ୟ
ବର୍ଗ କ୍ଷେତ୍ରର କ୍ଷେତ୍ରଫଳ = (ବାହୁର ଦୈର୍ଘ୍ୟ)2
ବର୍ଗାକାର ପଡ଼ିଆର ଦୈର୍ଘ୍ୟ = 5 \(\frac{3}{4}\) ବା \(\frac{23}{4}\) ମିଟର ।
ବର୍ଗାକାର କ୍ଷେତ୍ରର କ୍ଷେତ୍ରଫଳ = (ବାହୁର ଦୈର୍ଘ୍ୟ)2 = (\(\frac{23}{4}\) ମିଟର)2 = \(\frac{529}{16}\) ବର୍ଗମିଟର ।
= 33 \(\frac{1}{16}\) ବର୍ଗମିଟର ।
ପଡ଼ିଆର ପରିସୀମା = 4 × ପ୍ରତ୍ୟେକ ବାହୁର ଦୈର୍ଘ୍ୟ = 4 × \(\frac{23}{4}\) ମିଟର = 23 ମିଟର ।
ପଡ଼ିଆର ଚାରିପାଖରେ ବାଡ଼ଦେବାକୁ 1 ମିଟରକୁ ଖର୍ଚ୍ଚ ହୁଏ 8 ଟଙ୍କା । 
∴ 23 ମିଟରକୁ ଖର୍ଚ୍ଚ ହେବ = 23 × 8 ଟଙ୍କା = 184 ଟଙ୍କା ।

BSE Odisha 7th Class Maths Solutions Chapter 5 ପରିମେୟ ସଂଖ୍ୟା Ex 5.7

Question 7.
କେଉଁ ସଂଖ୍ୟାକୁ \(\frac{-8}{5}\) ଦ୍ଵାରା ଗୁଣିଲେ ଗୁଣଫଳ 36 ହେବ?
ସମାଧାନ:
ସଂଖ୍ୟାଦ୍ବୟର ଗୁଣଫଳ 36 । ଗୋଟିଏ ସଂଖ୍ୟା \(-\frac{8}{5}\)
ଅନ୍ୟ ସଂଖ୍ୟାଟି = 36 ÷ (\(\frac{-8}{5}\)) = 36 × (-\(\frac{5}{8}\)) = \(\frac{-36 \times 5}{8}=-\frac{45}{2}\) ବା -22 \(\frac{1}{2}\)
∴ -22 \(\frac{1}{2}\) କୁ \(\frac{-8}{5}\) ଦ୍ଵାରା ଗୁଣିଲେ ଗୁଣଫଳ 36 ହେବ ।

Question 8.
ଦୁଇଟି ପରିମେୟ ସଂଖ୍ୟାର ଗୁଣଫଳ \(\frac{-16}{9}\) । ସେମାନଙ୍କ ମଧ୍ୟରୁ ଗୋଟିଏ \(\frac{-4}{3}\) ହେଲେ ଅନ୍ୟଟି କେତେ?
ସମାଧାନ:
ଦୁଇଟି ପରିମେୟ ସଂଖ୍ୟାର ଗୁଣଫଳ = \(\frac{-16}{9}\) । ଗୋଟିଏ ସଂଖ୍ୟା = \(\frac{-4}{3}\)
ଅନ୍ୟ ସଂଖ୍ୟାଟି = \(\left(-\frac{16}{9}\right) \div\left(-\frac{4}{3}\right)=-\frac{16}{9} \times\frac{-3}{4}=\frac{(-16) \times(-3)}{9 \times 4}=\frac{48}{36}=\frac{4}{3}\)
ଅନ୍ୟ ପରିମେୟ ସଂଖ୍ୟାଟି \(\frac{4}{3}\)

BSE Odisha 7th Class Maths Solutions Chapter 5 ପରିମେୟ ସଂଖ୍ୟା Ex 5.6

Odisha State Board BSE Odisha 7th Class Maths Solutions Chapter 5 ପରିମେୟ ସଂଖ୍ୟା Ex 5.6 Textbook Exercise Questions and Answers.

BSE Odisha Class 7 Maths Solutions Chapter 5 ପରିମେୟ ସଂଖ୍ୟା Ex 5.6

Question 1.
ନିମ୍ନଲିଖତ ପରିମେୟ ସଂଖ୍ୟାଗୁଡ଼ିକର ହରକୁ 10 ର ଘାତରାଶିରେ ପ୍ରକାଶ କରି ଦଶମିକ ସଂଖ୍ୟାରେ ପରିଣତ କର

(କ) \(\frac{2}{5}\)
ସମାଧାନ:
= \(\frac{2 \times 2}{5 \times 2}=\frac{4}{10}\) = 0.4

(ଖ) \(\frac{21}{20}\)
ସମାଧାନ:
= \(\frac{21 \times 2}{20 \times 5}=\frac{4}{10}\) = 1.05

(ଗ) \(\frac{-5}{4}\)
ସମାଧାନ:
= \(\frac{-5 \times 25}{4 \times 25}=\frac{-125}{100}\) = -1.25

BSE Odisha 7th Class Maths Solutions Chapter 5 ପରିମେୟ ସଂଖ୍ୟା Ex 5.6

(ଘ) \(\frac{-16}{25}\)
ସମାଧାନ:
= \(\frac{-16 \times 4}{25 \times 4}=\frac{-64}{100}\) = -0.64

Question 2.
ନିମ୍ନଲିଖୂତ ପରିମେୟ ସଂଖ୍ୟାଗୁଡ଼ିକୁ ଭାଗକ୍ରିୟା ପ୍ରଣାଳୀରେ ଦଶମିକ ସଂଖ୍ୟାରେ ପ୍ରକାଶ କର ।

(କ) \(\frac{3}{5}\)
ସମାଧାନ:
BSE Odisha 7th Class Maths Solutions Chapter 5 ପରିମେୟ ସଂଖ୍ୟା Ex 5.6

(ଖ) \(\frac{7}{8}\)
ସମାଧାନ:
BSE Odisha 7th Class Maths Solutions Chapter 5 ପରିମେୟ ସଂଖ୍ୟା Ex 5.6 1

(ଗ) \(\frac{9}{16}\)
ସମାଧାନ:
BSE Odisha 7th Class Maths Solutions Chapter 5 ପରିମେୟ ସଂଖ୍ୟା Ex 5.6 2

(ଘ) \(\frac{10}{3}\)
ସମାଧାନ:
BSE Odisha 7th Class Maths Solutions Chapter 5 ପରିମେୟ ସଂଖ୍ୟା Ex 5.6 3

(ଙ) \(\frac{-11}{5}\)
ସମାଧାନ:
BSE Odisha 7th Class Maths Solutions Chapter 5 ପରିମେୟ ସଂଖ୍ୟା Ex 5.6 4

(ଚ) \(\frac{5}{11}\)
ସମାଧାନ:
BSE Odisha 7th Class Maths Solutions Chapter 5 ପରିମେୟ ସଂଖ୍ୟା Ex 5.6 5

(ଛ) \(\frac{2}{15}\)
ସମାଧାନ:
BSE Odisha 7th Class Maths Solutions Chapter 5 ପରିମେୟ ସଂଖ୍ୟା Ex 5.6 6

(ଜ) \(\frac{-2}{15}\)
ସମାଧାନ:
= -(\(\frac{2}{15}\)) = -0.13

BSE Odisha 7th Class Maths Solutions Chapter 5 ପରିମେୟ ସଂଖ୍ୟା Ex 5.6

Question 3. 
ଭାଗକ୍ରିୟା ନ କରି ନିମ୍ନ ପରିମେୟ ସଂଖ୍ୟାମାନଙ୍କ ମଧ୍ୟରୁ କେଉଁଗୁଡ଼ିକ ସସୀମ ଦଶମିକ ସଂଖ୍ୟା ଓ କେଉଁଗୁଡ଼ିକ ଅସୀମ ଦଶମିକ ସଂଖ୍ୟା ହେବ ଲେଖ । ତୁମର ଉତ୍ତର ସପକ୍ଷରେ କାରଣ ଲେଖ ।
(କ) \(\frac{9}{4}\)  (ଖ) \(\frac{17}{40}\)  (ଗ) \(\frac{15}{11}\)  (ଘ) \(\frac{22}{7}\) (ଙ) \(\frac{29}{250}\)  (ଚ) \(\frac{37}{21}\)  (ଛ) \(\frac{49}{14}\)  (ଜ) \(\frac{126}{45}\)
ସମାଧାନ:
{କୌଣସି ପରିମେୟ ସଂଖ୍ୟା ହରର ମୌଳିକ ଗୁଣନୀୟକମାନଙ୍କ ମଧ୍ୟରେ 2 ବା 5 ଭିନ୍ନ ଅନ୍ୟ କୌଣସି ଗୁଣନୀୟକ ନଥିଲେ, ଉକ୍ତ ପରିମେୟ ସଂଖ୍ୟାଟି ସସୀମ ଦଶମିକ ସଂଖ୍ୟା ହୁଏ ।}
\(\frac{3}{5}, \frac{17}{40}, \frac{29}{250}\) ଆଦି ପରିମେୟ ସଂଖ୍ୟାର ହର ଯଥାକ୍ରମେ 4, 40, 250 ର ଗୁଣନୀୟକ କେବଳ 2 ବା 5 ଅଟେ । ତେଣୁ \(\frac{3}{5}, \frac{17}{40}, \frac{29}{250}\) – ସସୀମ ଦଶମିକ ସଂଖ୍ୟା ।
\(\frac{15}{11}, \frac{22}{7}, \frac{37}{21}\) ଆଦି ପରିମେୟ ସଂଖ୍ୟାର ହର ଯଥାକ୍ରମେ 11, 7, 21 ର ଗୁଣନୀୟକ 11, 7, 3 । ତେଣୁ \(\frac{15}{11}, \frac{22}{7}, \frac{37}{21}\) – ଅସୀମ ଦଶମିକ ସଂଖ୍ୟା ।
\(\frac{49}{14}, \frac{7}{2}\) ଓ \(\frac{126}{45}, \frac{14}{4}\) ପରିମେୟ ସଂଖ୍ୟାୟର ହର ଯଥାକ୍ରମେ 2, ଓ 5 । ତେଣୁ \(\frac{49}{14}, \frac{126}{45}\) – ସସୀମ ଦଶମିକ ସଂଖ୍ୟା ।

Question 4.
\(\frac{1}{2}+\frac{1}{3}+\frac{1}{5}\) କୁ ଦଶମିକ ପରିପ୍ରକାଶ କରି ତାହା ସସୀମ କି ଅସୀମ ଲେଖ ।
ସମାଧାନ:
BSE Odisha 7th Class Maths Solutions Chapter 5 ପରିମେୟ ସଂଖ୍ୟା Ex 5.6 7

Question 5.
\(\frac{11}{135}\) ପରିମେୟ ସଂଖ୍ୟାର ଦଶମିକ ରୂପ ସସୀମ ବା ଅସୀମ ହେବ ଭାଗକ୍ରିୟା ନକରି କିପରି ନିର୍ଣ୍ଣୟ କରିବ ଲେଖ ।
ସମାଧାନ:
ପରିମେୟ ସଂଖ୍ୟା \(\frac{11}{135}\) ର ହର 135 । 135 = 3 × 3 × 3 × 5
ଏଠାରେ 135ର ମୌଳିକ ଗୁଣନୀୟକ ମାନ 3 ଓ 5 
ଦତ୍ତ ପରିମେୟ ସଂଖ୍ୟାର ହର 5 ବ୍ୟତୀତ 3 ମଧ୍ୟ ଏକ ମୌଳିକ ଗୁଣନୀୟକ ହେତୁ ପରିମେୟ ସଂଖ୍ୟାଟି ଏକ ଅସୀମ ଦଶମିକ ସଂଖ୍ୟା 

BSE Odisha 6th Class History Notes Chapter 2 ସର୍ବପ୍ରାଚୀନ ସମାଜ

Odisha State Board BSE Odisha 6th Class History Notes Chapter 2 ସର୍ବପ୍ରାଚୀନ ସମାଜ will enable students to study smartly.

BSE Odisha Class 6 History Notes Chapter 2 ସର୍ବପ୍ରାଚୀନ ସମାଜ

ବିଷୟ ବସ୍ତୁ :
ପ୍ରସ୍ତରଯୁଗ, ପୁରାତନ ପ୍ରସ୍ତରଯୁଗ, ହାତହତିଆର, ବସ୍ତ୍ର ଓ ବାସଗୃହ, ନିଆଁର ବ୍ୟବହାର, ଚିତ୍ରକଳା, ନୂତନ ପ୍ରସ୍ତର ଯୁଗ, ପଶୁପାଳନ, ଚକରବ୍ୟବହାର, ମାଟିପାତ୍ର, ହାତହତିଆର, ଧର୍ମବିଶ୍ବାସ.

→ (୧) ପ୍ରସ୍ତର ଯୁଗ :

  • ଆଜକୁ ପ୍ରାୟ ପନ୍ଦର ଲକ୍ଷ ବର୍ଷ ତଳେ ବଣମଣିଷ ସଦୃଶ ନୂବାନରରୁ ଆଦିମାନବ ସୃଷ୍ଟି ହୋଇଥିଲା ।
  • ଏହି ଆଦି ମାନବର ବୁଦ୍ଧି କେବଳ ଖାଦ୍ୟ ସଂଗ୍ରହ ଓ ନିଜର ସୁରକ୍ଷା ପର୍ଯ୍ୟନ୍ତ ସୀମିତ ଥିଲା । ସେ ଜୀବଜନ୍ତୁମାନଙ୍କ କଞ୍ଚାମାଂସ ଖାଉଥିଲା ।
  • ବସ୍ତ୍ରର ବ୍ୟବହାର ଏହି ଆଦିମାନବକୁ ଜଣାନଥିବାରୁ ସେମାନଙ୍କୁ ଉଲଗ୍ନ ହୋଇ ବୁଲିବାକୁ ପଡୁଥିଲା ।
  • ଏହି ଆଦିମାନବ କଥା କହି ଶିଖ୍ ନଥିବାରୁ ଠାର ମାଧ୍ୟମରେ ନିଜର ମନରଭାବ ଅନ୍ୟକୁ ପ୍ରକାଶ କରୁଥିଲା । ଏମାନେ ଯାଯାବର ଜୀବନଯାପନ କରୁଥିଲେ ।
  • ପ୍ରସ୍ତର ନିର୍ମିତ ହାତ ହତିଆର ବ୍ୟବହାରକୁ ନେଇ ଏ ଯୁଗକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ଯଥା (କ) ପୁରାତନ ପ୍ରସ୍ତର ଯୁଗ, (ଖ) ନୂତନ ପ୍ରସ୍ତର ଯୁଗ ।

BSE Odisha 6th Class History Notes Chapter 2 ସର୍ବପ୍ରାଚୀନ ସମାଜ

ମନେରଖ:
ଆଦି ମାନବ ନିଜ ଜୀବଜନ୍ତୁକୁ ସୁରକ୍ଷା ଦେବାପାଇଁ ପଥରକୁ ଅସ୍ତ୍ରରୂପେ ବ୍ୟବହାର କରୁଥିବାରୁ ଏହି ଯୁଗକୁ ‘ପ୍ରସ୍ତର ଯୁଗ’ କୁହାଯାଏ ।

→ (୨) ପୁରାତନ ପ୍ରସ୍ତର ଯୁଗ :

  • ପୁରାତନ ପ୍ରସ୍ତର ଯୁଗରେ ମନୁଷ୍ୟ ଖାଦ୍ୟ ସଂଗ୍ରହ ଓ ନିରାପତ୍ତା ପାଇଁ ପ୍ରସ୍ତରକୁ ପ୍ରଧାନ ଅସ୍ତ୍ରରୂପେ ବ୍ୟବହାର କରୁଥିଲା । ଏହି ଅସ୍ତ୍ରଶସ୍ତ୍ରଗୁଡ଼ିକ ଚିକ୍‌କଣ ବା ସୁନ୍ଦର ନଥିଲା । ତେଣୁ ଏଯୁଗକୁ ପୁରାତନ ପ୍ରସ୍ତର ଯୁଗ କୁହାଯାଏ ।
  • ଯାଯାବର ଜୀବନଯାପନ ପାଇଁ ଏହି ଯୁଗର ମନୁଷ୍ୟକୁ କେତୋଟି ଦିଗ ଦେଇ ଗତି କରିବାକୁ ପଡୁଥିଲା ।
  • ଏହି ଯୁଗର ମନୁଷ୍ୟ ଯେଉଁ ସ୍ଥାନରେ କିଛି ସମୟ ରହୁଥିଲେ ସେହି ସ୍ଥାନରେ ଫଳମୂଳ ଓ ଶିକାରର ଅଭାବ ହେଲେ ସେମାନେ ଅନ୍ୟତ୍ର ଚାଲିଯାଉଥିଲେ ।
  • ଋତୁ ଅନୁସାରେ ଏହି ଯୁଗର ମନୁଷ୍ୟ ବାସସ୍ଥାନ ପରିବର୍ତ୍ତନ କରୁଥିଲେ ।
  • ପଶୁ ଶିକାର ପାଇଁ ଏମାନେ ଗୋଟିଏ ନଦୀକୂଳରୁ ଅନ୍ୟ ନଦୀକଳକୁ ଯାଉଥିଲେ । କାରଣ, ପ୍ରଚୁର ଜଳ ଓ ଉର୍ବର ଚାରଣଭୂମି ପାଇଁ ନଦୀକୂଳ ପଶୁପକ୍ଷୀମାନଙ୍କ ବାସସ୍ଥଳ ହୋଇଥାଏ ।

→ (୩) ହାତ ହତିଆର

  • ପୁରାତନ ପ୍ରସ୍ତର ଯୁଗର ମନୁଷ୍ୟ ପଥର ନିର୍ମିତ କୁରାଢି, କାଙ୍କ, ବର୍ଚ୍ଛା ଓ ହାତୁଡ଼ି ଆଦି ହାତହତିଆର ବ୍ୟବହାର କରୁଥିଲା ।
  • ଏହି ହାତ ହତିଆର ଗୁଡ଼ିକୁ ସେମାନେ ଖୋଳିବା, କାଟିବା, ଛେଚିବା ଓ ଶିକାର କରିବା ଆଦି କାର୍ଯ୍ୟରେ ବ୍ୟବହାର କରୁଥିଲେ ।

ମନେରଖ :
ପୁରାତନ ପ୍ରସ୍ତର ଯୁଗର ଅସ୍ତ୍ରଶସ୍ତ୍ର ଗୁଡ଼ିକ ପଞ୍ଜାବର ସୋନନଦୀ, ଉତ୍ତର ପ୍ରଦେଶର ବିଲାନଦୀ ଉପତ୍ୟକା, ଦାକ୍ଷିଣାତ୍ୟ ମାଳଭୂମିର କେତେକ ସ୍ଥାନ ଓ ଚେନ୍ନାଇ ଆଦି ସ୍ଥାନରୁ ଆବିଷ୍କୃତ ହୋଇଛି ।

BSE Odisha 6th Class History Notes Chapter 2 ସର୍ବପ୍ରାଚୀନ ସମାଜ

→ (୪) ବସ୍ତ୍ର ଓ ବାସଗୃହ :

  • ପୁରାତନ ପ୍ରସ୍ତର ଯୁଗର ମନୁଷ୍ୟ ପ୍ରଥମେ ଲଙ୍ଗଳା ହୋଇ ରହୁଥିଲା ।
  • କାଳକ୍ରମେ ସେମାନେ ପଶୁର ଚମଡ଼ା ବା ଗଛର ବକ୍‌କଳକୁ ବସ୍ତ୍ରରୂପେ ବ୍ୟବହାର କରି ଶିଖୁଲା ।
  • ଜୀବଜନ୍ତୁଙ୍କ ଆକ୍ରମଣରୁ ନିଜକୁ ରକ୍ଷାକରିବା ପାଇଁ ଗଛର କୋରଡ଼ ଓ ପାହାଡ଼ର ପ୍ରାକୃତିକ ଗୁମ୍ଫାରେ ଆଶ୍ରୟ ନେଉଥିଲେ ।

→ (୫) ନିଆଁର ବ୍ୟବହାର :

  • ଏହି ଯୁଗର ମନୁଷ୍ୟ ପ୍ରଥମେ ପଥରରେ ପଥରକୁ ଘଷି ନିଆଁ ବାହାର କରିବା ଶିଖୁଲା ।
  • ଫଳରେ ନିଆଁର ବ୍ୟବହାର ତାର ଜୀବନ ପ୍ରଣାଳୀରେ ବହୁ ପରିବର୍ତ୍ତନ ଆଣିଲା ।
  • ନିଆଁ ଦ୍ବାରା ମନୁଷ୍ୟ ନିଜ ଶରୀରକୁ ଶୀତରୁ ରକ୍ଷା କରିବା, ହିଂସ୍ରଜନ୍ତୁଙ୍କ ଆକ୍ରମଣରୁ ରକ୍ଷା କରିବା ଓ କଞ୍ଚାମାଂସ ପୋଡ଼ି ଖାଇବା ଆଦି ସାହାଯ୍ୟ ପାଇଲା ।

→ (୬) ଚିତ୍ରକଳା :

  • ପୁରାତନ ପ୍ରସ୍ତୁର ଯୁଗର ଚିତ୍ରକଳାର ସନ୍ଧାନ ବିଭିନ୍ନ ପାହାଡ ଓ ଗୁମ୍ଫାରୁ ମିଳିଛି ।
  • ଓଡ଼ିଶାର ଗୁଡ଼ହାଣ୍ଡି, ବିକ୍ରମଖୋଲ, ମାଣିକପଡ଼ା ଓ ଯୋଗୀମଠ ଇତ୍ୟାଦି ପାହାଡ଼ରେ ଏହି ଚିତ୍ରକଳା ଦେଖିବାକୁ ମିଳେ ।
  • ଫ୍ରାନ୍ସ, ସ୍ପେନ୍, ଇଟାଲୀ ଓ ଜର୍ମାନୀର ବିଭିନ୍ନ ଗୁମ୍ଫା ଓ ପାହାଡ଼ରେ ବିଭିନ୍ନ ପଶୁପକ୍ଷୀ, ବଲ୍‌ଗା ହରିଣ ଶିକାର ଓ ଧାବମାନ ବଣ ମଇଁଷିର ଚିତ୍ର ଦେଖିବାକୁ ମିଳେ ।

BSE Odisha 6th Class History Notes Chapter 2 ସର୍ବପ୍ରାଚୀନ ସମାଜ

ମନେରଖ :
କେରଳରେ ବାସକରୁଥିବା ପାଣ୍ଡାରାମ ଓ ଓଡ଼ିଶାର କୋରାପୁଟର ବଣ୍ଡା ଜାତିର ଆଦିବାସୀମାନେ ସେହି ପ୍ରାଚୀନ ସଂସ୍କୃତିକୁ ନେଇ ଏବେ ମଧ୍ୟ ବଞ୍ଚି ରହିଛନ୍ତି ।

→ (୭) ନୂତନ ପ୍ରସ୍ତର ଯୁଗ :

  • ନୂତନ ପ୍ରସ୍ତର ଯୁଗରେ ମନୁଷ୍ୟ ସ୍ଥାୟୀ ବସବାସ ଆରମ୍ଭ କରିଲା ।
  • ମାଟି ଭିତରେ ପୋଡିହୋଇ ମଞ୍ଜି ଗଜାହୋଇ ପାଣିପାଇ ଗଛରେ ପରିଣତ ହେଉଥିବା ଲକ୍ଷ୍ୟକରି, ସେମାନେ କୃଷିକାର୍ଯ୍ୟ ଆରମ୍ଭ କଲେ ।
  • ନଦୀ କୂଳରେ ପ୍ରଚୁର ଜଳ ଓ କୃଷି ଉପଯୋଗୀ ଉର୍ବର ଚାରଣଭୂମି ଥିବାରୁ, ଏ ଯୁଗର ମନୁଷ୍ୟ ଯାଯାବର ଜୀବନଯାପନ ତ୍ୟାଗ କରି ଏହି ଅଞ୍ଚଳରେ ସ୍ଥାୟୀ ବସବାସ କରିବାକୁ ଲାଗିଲେ ।
  • ପରବର୍ତ୍ତୀ ସମୟରେ ଗହମ, ଯଅ, ଧାନ, ଫଳ ଓ ପନିପରିବା ଚାଷ କଲେ ।

→ (୮) ପଶୁପାଳନ :

  • ନୂତନ ପ୍ରସ୍ତରଯୁଗର ମନୁଷ୍ୟ କୃଷି କାର୍ଯ୍ୟରେ ସାହାଯ୍ୟ କରିବାପାଇଁ ପ୍ରଥମେ ପଶୁପାଳନ କଲା । ଏହି ସମୟରେ ସେମାନେ ଶିକାର କାର୍ଯ୍ୟରେ ସାହାଯ୍ୟ ପାଇଁ କୁକୁର ପାଳନ କଲା ।
  • ସେମାନେ ପଶୁମାନଙ୍କଠାରୁ ପାଉଥିବା କ୍ଷୀର ଓ ମାଂସକୁ ଖାଦ୍ୟ ରୂପେ ବ୍ୟବହାର କଲା ।
  • ପୋଷାକ ପ୍ରସ୍ତୁତ କରିବାପାଇଁ ସେମାନେ ପଶୁ ଚମଡ଼ା ଓ ମେଣ୍ଢାର ଲୋମ ବ୍ୟବହାର କଲେ ।
  • ସେମାନେ ଗଧ, ଘୋଡ଼ା ଓ ବଳଦମାନଙ୍କୁ ମାଲ ପରିବହନ ପାଇଁ ବ୍ୟବହାର କଲେ ।
  • ପଶୁମାନଙ୍କ ଗୋବରକୁ ସାରରୂପେ କୃଷି କ୍ଷେତ୍ରରେ ବ୍ୟବହାର କଲେ ।

BSE Odisha 6th Class History Notes Chapter 2 ସର୍ବପ୍ରାଚୀନ ସମାଜ

→ (୯) ଚକର ବ୍ୟବହାର :

  • ନୂତନ ପ୍ରସ୍ତର ଯୁଗର ଲୋକମାନେ ଚକର ବ୍ୟବହାର କରି ବିଭିନ୍ନ ପ୍ରକାରର ମାଟିପାତ୍ର ନିର୍ମାଣ କରିପାରିଲେ ।
  • କାଳକ୍ରମେ ସେମାନେ ଚକକୁ ଗାଡ଼ିରେ ବ୍ୟବହାର କରି ମାଲ ପରିବହନ କାର୍ଯ୍ୟ ଶୀଘ୍ର ଓ ସୁବିଧାରେ କରିପାରିଲେ ।
  • ପରବର୍ତ୍ତୀ ସମୟରେ ସେମାନେ ଚକକୁ ତନ୍ତ ପ୍ରସ୍ତୁତିରେ ବ୍ୟବହାର କରି ସୂତାକାଟି ଲୁଗା ବୁଣିପାରିଲେ ।

→ (୧୦) ମାଟିପାତ୍ର :

  • ନୂତନ ପ୍ରସ୍ତର ଯୁଗର ମନୁଷ୍ୟମାନେ ମାଟିପାତ୍ରକୁ ପ୍ରସ୍ତୁ କରୁଥିଲେ ଓ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିଲେ ।
  • ସେମାନେ ଏହି ମାଟିପାତ୍ରଗୁଡ଼ିକୁ ରାନ୍ଧିବା ଓ ଶସ୍ୟକୁ ସାଇତିରଖୁବା କାର୍ଯ୍ୟରେ ବ୍ୟବହାର କରୁଥିଲେ ।

→ (୧୧) ହାତହତିଆର

  • ନୂତନ ପ୍ରସ୍ତର ଯୁଗର ମନୁଷ୍ୟମାନେ ବ୍ୟବହାର ଅସ୍ତ୍ରଶସ୍ତ୍ରଗୁଡ଼ିକ ପୁରାତନ ପ୍ରସ୍ତର ଯୁଗର ଅସ୍ତ୍ରଶସ୍ତ୍ର ଅପେକ୍ଷା ଅଧିକ ଉନ୍ନତ, ସନ୍ଦର, ଧାରଆ ଓ ଚିକକଣ ଥିଲା ।
  • ପଥର ଓ ଅସ୍ଥିର କାଠବେଣ୍ଟ ଲଗାଯାଇଥିବା ଅସ୍ତ୍ରଶସ୍ତ୍ର, ବାଉଁଶର ଧନୁ, ପାତିଆର ଗୁଣ, ହାଡ଼ରୁ ତିଆରି ଛୁଞ୍ଚି ତିଆରି କରି ଚମଡ଼ା ଲୁଗା ସିଲେଇ କରୁଥିଲେ ।

ମନେରଖ :
ଓଡିଶାର ମୟୁରଭଞ୍ଜ ଜିଲ୍ଲାର କୁଚେଇ, କୁଳିଅଣା, ବଇଦିପୁର ପ୍ରଭୃତି କେତେକ ଯାଗାରୁ ନୂତନ ପ୍ରସ୍ତର ଯୁଗର ହାତ ହତିଆର ମିଳିଛି ।

BSE Odisha 6th Class History Notes Chapter 2 ସର୍ବପ୍ରାଚୀନ ସମାଜ

→ (୧୨) ଧର୍ମବିଶ୍ଵାସ :

  • ନୂତନପ୍ରସ୍ତର ଯୁଗର ଲୋକମାନେ ପ୍ରକୃତିର ଉପାସକ ଥିଲେ ।
  • ସେମାନେ ନଦୀ, ପର୍ବତ, ସୂର୍ଯ୍ୟ, ବୃକ୍ଷ ଆଦିକୁ ପୂଜା କରୁଥିଲେ ।
  • ଏହି ଯୁଗର ମନୁଷ୍ୟ ପରଜନ୍ମରେ ବିଶ୍ୱାସ କରୁଥିଲେ ।
  • ସେମାନେ ବ୍ୟକ୍ତି ମରିଗଲେ, ତା’ସହିତ ସେ ବ୍ୟବହାର କରୁଥିବା ଖାଦ୍ୟଦ୍ରବ୍ୟ ଓ ହାତହତିଆର ଆଦି ପୋତି ଦେଉଥିଲେ ।

BSE Odisha 6th Class History Notes Chapter 1 ଇତିହାସ ବିଷୟରେ ଧାରଣା

Odisha State Board BSE Odisha 6th Class History Notes Chapter 1 ଇତିହାସ ବିଷୟରେ ଧାରଣା will enable students to study smartly.

BSE Odisha Class 6 History Notes Chapter 1 ଇତିହାସ ବିଷୟରେ ଧାରଣା

ବିଷୟବସ୍ତୁ :
ଇତିହାସର ଅର୍ଥ, ଇତିହାସ ପଠନର ଉପାଦେୟତା, ଇତିହାସ ଜାଣିବାର ଆବଶ୍ୟକୀୟ ଉପାଦାନ, ଇତିହାସର ଶ୍ରେଣୀ ବିଭାଗ, ଭାରତର ଭୌଗୋଳିକ ଅବସ୍ଥାସହ ଇତିହାସର ସମ୍ପର୍କ, ଭାରତର ପ୍ରାକୃତିକ ବିଭାଗ, ଭାରତର ଇତିହାସକୁ ପ୍ରଭାବିତ କରୁଥିବା ପ୍ରଧାନ ପ୍ରାକୃତିକ ଅଞ୍ଚଳ ।

  • ଅଜା ଲିପିକୁ ଗପଟିଏ ଶୁଣାଇ କହିଲେ, ଗ୍ରୀସ୍ ଦେଶର ଜଣେ ଶକ୍ତିଶାଳୀ ରାଜା ଆଲେକ୍‌ଜାଣ୍ଡାର ପୃଥିବୀର ଅନେକ ରାଜ୍ୟ ଜୟ କଲାପରେ ଭାରତ ଜୟ କରିବାକୁ ଇଚ୍ଛା କଲେ ।
  • ସେତେବେଳେ ଭାରତର ଉତ୍ତର-ପଶ୍ଚିମ ପଟେ ରାଜତ୍ଵ କରୁଥିବା ରାଜାମାନଙ୍କ ମଧ୍ୟରୁ ଅମ୍ବୀ ଓ ପୁରୁ ଦୁଇଜଣ ବିଖ୍ୟାତ ରାଜା ଥିଲେ ।
  • ଅମ୍ବୀ ଆଲେକ୍‌ଜାଣ୍ଡାରଙ୍କ ବୀରତ୍ୱ ଆଗରେ ମୁଣ୍ଡ ନୁଆଇଁ ତାଙ୍କ ଶରଣାପନ୍ନ ହେଲେ; ମାତ୍ର ପୁରୁ ବୀରତ୍ଵର ସହିତ ତାଙ୍କ ସହ ଯୁଦ୍ଧ କଲେ ।
  • ଯୁଦ୍ଧରେ ପୁରୁ ହାରିଗଲେ ଓ ଆଲେକ୍‌ଜାଣ୍ଡାରଙ୍କଦ୍ଵାରା ବନ୍ଦୀ ହେଲେ । ତାଙ୍କଠାରୁ ପୁରୁ କିପରି ବ୍ୟବହାର ଆଶା କରନ୍ତି ବୋଲି ଆଲେକ୍‌ଜାଣ୍ଡାର ପଚାରିଲେ ।
  • ଜଣେ ରାଜା ଅନ୍ୟ ଜଣେ ରାଜାଠାରୁ ଯେଉଁ ବ୍ୟବହାର ଆଶାକରେ, ତାହା ସେ ଆଶା କରନ୍ତି ବୋଲି ପୁରୁ ନିର୍ଭିକ ଭାବରେ ଉତ୍ତର ଦେଲେ ।
  • ଆଲେକ୍‌ଜାଣ୍ଡାର ପୁରୁଙ୍କ ଏଭଳି ଉତ୍ତରରେ ଖୁସି ହୋଇ ତାଙ୍କୁ ବନ୍ଦୀମୁକ୍ତ କରିବା ସହିତ ତାଙ୍କ ରାଜ୍ୟ ମଧ୍ୟ ଫେରାଇଦେଲେ ।

BSE Odisha 6th Class History Notes Chapter 1 ଇତିହାସ ବିଷୟରେ ଧାରଣା

  • ଏହିସବୁ କଥା ଅଜା କିପରି କେଉଁଠାରୁ ଜାଣିଲେ ବୋଲି ତାଙ୍କ ନାତୁଣୀ ଲିପିର ପ୍ରଶ୍ନର ଉତ୍ତରରେ ଅଜା ଏହିସବୁ କଥା ଇତିହାସରୁ ଜାଣିଛନ୍ତି ବୋଲି କହିଲେ । ପରେ ଲିପି ଇତିହାସ ସମ୍ବନ୍ଧୀୟ ବିଭିନ୍ନ ପ୍ରଶ୍ନ ପଚାରିଲା ଓ ଅଜା ସେସବୁର ଉତ୍ତର ଦେଲେ । ଅଜା କହିଲେ –
  • ଆଜକୁ ପ୍ରାୟ ପନ୍ଦର ଲକ୍ଷ ବର୍ଷ ପୂର୍ବେ ପୃଥ‌ିବୀରେ ମନୁଷ୍ୟର ସୃଷ୍ଟି ହୋଇଥିଲା ।
  • ନୃବାନରମାନଙ୍କର କ୍ରମବିକାଶ ଘଟି ମନୁଷ୍ୟ ସୃଷ୍ଟି ହୋଇଥିଲା । ବର୍ତ୍ତମାନ ପୃଥ‌ିବୀ ପୃଷ୍ଠରେ ସେହି ପ୍ରକାର ନୃ- ବାନର ନାହାନ୍ତି ।
  • ଆଜିକାଲି ଗିବନ୍, ଓରାଙ୍ଗଓଟାଙ୍ଗ, ଗରିଲା ଓ ସିମ୍ପାଞ୍ଜି– ଏ ଚାରିପ୍ରକାର ନୁ-ବାନର ଦେଖାଯାଉଛନ୍ତି । ଗରିଲା ସହ ମଣିଷର ଶାରୀରିକ ଓ ସିମ୍ପାଞ୍ଜି ସହ ବୌଦ୍ଧିକ ସାମଞ୍ଜସ୍ୟ ରହିଛି ।
  • ସାମାଜିକ ରୀତିନୀତି ଓ ଅସ୍ତ୍ରଶସ୍ତ୍ର ତିଆରିରୁ ମନୁଷ୍ୟ ସଂସ୍କୃତିର ଉଦ୍ଭବ ହୋଇଛି ।
  • ମନୁଷ୍ୟର ଅତୀତ ଘଟଣାଗୁଡ଼ିକର ନିରବଚ୍ଛିନ୍ନ ଅଗ୍ରଗତି ହେଉଛି ଇତିହାସ ।

→ (୧) ଇତିହାସର ଅର୍ଥ :

  • ଇତିହାସର ଅର୍ଥ ଅତୀତ ବିଷୟରେ ଜାଣିବା । ଏହା ଏକ ବାସ୍ତବ ଘଟଣାବଳୀ ଯାହା ଅତୀତରେ ବାସ କରୁଥିବା ମନୁଷ୍ୟମାନଙ୍କର ଜୀବନଯାପନ ପ୍ରଣାଳୀ ବିଷୟରେ ତଥ୍ୟ ପ୍ରଦାନକରେ ।
    ଇଂରାଜୀରେ ଇତିହାସକୁ (History) କୁହାଯାଏ । ଏହି ଶବ୍ଦଟି ଗ୍ରୀକ୍ ଶବ୍ଦ Histo (ହିଷ୍ଟୋ)ରୁ ଆସିଛି ।
  • ଇତିହାସ (History) ଶବ୍ଦଟି ଗ୍ରୀକ୍ ଶବ୍ଦ ହିଷ୍ଟୋ (Histo)ରୁ ଆସିଛି, ଯାହାର ଅର୍ଥ ହେଉଛି ‘ଅତୀତ ବିଷୟରେ ଜାଣିବା ।
  • ବୈଜ୍ଞାନିକମାନଙ୍କ ମତରେ ଆଜକୁ ପ୍ରାୟ ପନ୍ଦର ଲକ୍ଷ ବର୍ଷ ପୂର୍ବେ ପୃଥ‌ିବୀରେ ମନୁଷ୍ୟର ସୃଷ୍ଟି ହୋଇଥିଲା । ନୃବାନରମାନଙ୍କର କ୍ରମବିକାଶ ଘଟି ମନୁଷ୍ୟ ସୃଷ୍ଟି ହୋଇଥିଲା । ସେହି ଜାତିର ଗିବନ, ଓରାଙ୍ଗ ଓଟାଙ୍ଗ, ଗରିଲା ଓ ସିମ୍ପାଞ୍ଜିମାନେ ଏବେ ପୃଥ‌ିବୀରେ ଦେଖାଯାଉଛନ୍ତି ।

ମନେରଖ:

  • ଗରିଲାର ଦେହର ଗଠନ ଭଳି ମନୁଷ୍ୟର ଦେହର ଗଠନ ହୋଇଛି । ସିମ୍ଫାଜିର ବୁଦ୍ଧି ସହିତ ମନୁଷ୍ୟର ବୁଦ୍ଧି ମେଳ ଖାଇବାର ଦେଖାଯାଏ ।
  • ମନୁଷ୍ୟମାନଙ୍କର ସଂସ୍କୃତି, ସାମାଜିକ ରୀତିନୀତି, ଅସ୍ତ୍ରଶସ୍ତ୍ର ତିଆରି, କୃଷିକାର୍ଯ୍ୟ, ଅଗ୍ନିର ଆବିଷ୍କାର ଓ ବ୍ୟବହାର, ଚକର ଉଦ୍ଭାବନ, ବିଭିନ୍ନ ଧାତୁର ବ୍ୟବହାର, ଶାସନ ପ୍ରଣାଳୀ ଓ ପରିଚାଳନା ଇତ୍ୟାଦି ବିଭିନ୍ନ ଉପାଦାନ ଦେଇ ମନୁଷ୍ୟର ଏହି ଅତି ପ୍ରାଚୀନ ସଂସ୍କୃତି ଆଗକୁ ଆଗକୁ ଗତି କରିଚାଲିଛି ।
  • ଏଣୁ ମନୁଷ୍ୟର ଅତୀତ ଘଟଣାଗୁଡ଼ିକର ନିରବଚ୍ଛିନ୍ନ ଅଗ୍ରଗତିର ହେଉଛି ଇତିହାସ ।

BSE Odisha 6th Class History Notes Chapter 1 ଇତିହାସ ବିଷୟରେ ଧାରଣା

→ (୨) ଇତିହାସ ପଠନର ଉପାଦେୟତା :

  • ଆମେ ଇତିହାସ ପଠନଦ୍ୱାରା ଅତୀତର ଘଟଣାଗୁଡ଼ିକ ଜାଣିପାରୁ ।
  • ସଭ୍ୟତାର କ୍ରମ ବିକାଶ, କୁପ୍ରଥା, ଅନ୍ଧବିଶ୍ଵାସ ଆଦି ବିଷୟରେ ଇତିହାସ ପଠନ ସାହାଯ୍ୟ କରେ ।
  • ଅତୀତର ବିଭିନ୍ନ ପ୍ରଥା, ରାଜ୍ୟଗଠନ, ଶାସନପ୍ରଣାଳୀ ଆଦି ବିଷୟରେ ଜାଣି ସେଥୁରୁ ଦରକାରୀ ବିଷୟ ଗ୍ରହଣ କରିପାରିବା ।
  • ବର୍ତ୍ତମାନ ଓ ଭବିଷ୍ୟତକୁ ଠିକ୍ ଭାବରେ ଗଠନ କରିପାରିବା ।
  • ସୁଖ ଶାନ୍ତିରେ ରହିବାପାଇଁ ଅତୀତରେ ଘଟିଥିବା ଦରକାରୀଗୁଡ଼ିକୁ ବାଛିଗ୍ରହଣ କରିବା ।
  • ଇତିହାସ ହେଉଛି ଏକ ବାସ୍ତବ ଘଟଣାବଳୀ ଯାହା ଅତୀତରେ ବାସ କରୁଥିବା ମନୁଷ୍ୟମାନଙ୍କର ଜୀବନଯାପନ ପ୍ରଣାଳୀ ବିଷୟରେ ଆଲୋଚନା କରିଥାଏ ।

→ (୩) ଇତିହାସ ଜାଣିବାର ଆବଶ୍ୟକୀୟ ଉପାଦାନ :

  • ପ୍ରମାଣ କରାଯାଇପାରୁଥିବା ତଥ୍ୟ ଉପରେ ଇତିହାସ ଆଧାରିତ ।
  • ଦୁଇଟି ଉପାଦାନରୁ ଇତିହାସ ଜାଣିବା ସମ୍ଭବ ହୋଇଥାଏ । ଯଥା – (କ) ପ୍ରତ୍ନତାତ୍ତ୍ଵିକ ଉପାଦାନ, (ଖ) ସାହିତ୍ୟିକ ଉପାଦାନ ।
  • ପ୍ରତ୍ନତାତ୍ତ୍ଵିକ ଉପାଦାନ– ଭାରତର ବିଭିନ୍ନ ସ୍ଥାନରେ ମାଟିତଳେ ଓ ମାଟି ଉପରେ ଥ‌ିବା ପ୍ରାଚୀନ ଯୁଗର ବିଭିନ୍ନ ଐତିହାସିକ ବସ୍ତୁ ଓ ଅବଶେଷ ସମୂହକୁ ଇତିହାସ ଜାଣିବାରପ୍ରତ୍ନତାତ୍ତ୍ଵିକ ଉପାଦାନ କୁହାଯାଏ । ଏହାକୁ ଚାରିଭାଗରେ ବିଭକ୍ତ କରାଯାଇଛି । ଯଥା – (କ) ଖୋଦିତ ଲେଖା ବା ଲିପି, (ଖ) କୀର୍ତ୍ତି ଓ କଳା କୃତି, (ଗ) ଭୌତିକ ଅବଶେଷ, (ଘ) ମୁଦ୍ରା
  • (କ) ଖୋଦିତ ଲେଖା ବା ଲିପି – ଅତୀତର ବିଭିନ୍ନ ଘଟଣା, ଶାସନପ୍ରଣାଳୀ, ସାମାଜିକ ପ୍ରଥା, ପରମ୍ପରା ଓ ଚଳଣି ଆଦି ତମ୍ବା ପଟା, ପଶୁ ଚମଡ଼ା, ଲୁଗା, ସ୍ତମ୍ଭ, ମାଟିର ଟାଇଲ୍ ଓ ଇଟା, ମନ୍ଦିର କାନ୍ଥ, ପଥର, ଗଛର ପତ୍ରଓ ଛାଲ ତଥା ତାଳପତ୍ରରେ ଲେଖାଯାଉଥିଲା ।

ମନେରଖ :
ଓଡ଼ିଶାର ଭୁବନେଶ୍ଵର ନିକଟରେ ଧଉଳିପାହାଡ଼ ଓ ଗଞ୍ଜାମର ଜଉଗଡ଼ଠାରେ ପଥର ଉପରେ ଆଜକୁ ପ୍ରାୟ ବାଇଶିଶହ ବର୍ଷ ତଳର ଲେଖା ଦେଖିବାକୁ ମିଳେ । ପୁନଶ୍ଚ ଇରାନ୍, ଇରାକ୍, ମିଶର, ଚୀନ, ଗ୍ରୀସ ତଥା ଭାରତର ବିଭିନ୍ନ ସ୍ଥାନରେ ଅତୀତରେ ଲେଖାମାନ ଦେଖିବାକୁ ମିଳେ ।

BSE Odisha 6th Class History Notes Chapter 1 ଇତିହାସ ବିଷୟରେ ଧାରଣା

→ (ଖ) କୀର୍ତ୍ତି ଓ କଳାକୃତି :

  • ଆମ ଦେଶରେ ଅନେକ ଐତିହାସିକ କୀର୍ତ୍ତି, ଯଥା – ମନ୍ଦିର, ଦୁର୍ଗ, ରାଜପ୍ରସାଦ, ସ୍ତୁପ ଓ ମଠ ଇତ୍ୟାଦି ଦେଖାଯାଏ ।
  • ଏହିସବୁ କୀର୍ତ୍ତିରୁ ଆମେ ସେହି ସମୟର ସାମାଜିକ, ସାଂସ୍କୃତିକ, ଧାର୍ମିକ ଓ ବୈଜ୍ଞାନିକ ଚିନ୍ତାଧାରା ବିଷୟରେ ଜାଣିପାରୁ ।

→ (ଗ) ଭୌତିକ ଅବଶେଷ :
ପ୍ରତ୍ନତାତ୍ତ୍ୱିକ ଖନନରୁ ମିଳୁଥିବା ମାଟିପାତ୍ର, ଧାତୁପାତ୍ର, ହାତହତିଆର, ଅଳଙ୍କାର, ଅସ୍ତ୍ରଶସ୍ତ୍ର, ମୂର୍ତି ଆଦି ଆମକୁ ବହୁ ତଥ୍ୟ ଯୋଗାଇଥାଏ ।

→ (ଘ) ମୁଦ୍ରା :
ପ୍ରାଚୀନ ମୁଦ୍ରାରୁ ଏହାକୁ ପ୍ରଚଳିତ କରିଥିବା ଶାସକଙ୍କ ନାମ, ତାଙ୍କ ରାଜ୍ୟର ଅର୍ଥନୀତି, ବେପାର ବାଣିଜ୍ୟ, ରାଜ୍ୟର ବିସ୍ତୃତି ଇତ୍ୟାଦି ଅନେକ ତଥ୍ୟ ମିଳିବା ସହିତ ଏହା ଇତିହାସ ଜାଣିବାରେ ଅନେକ ସାହାଯ୍ୟ କରିଥାଏ ।

→ ସାହିତ୍ୟିକ ଉପାଦାନ :

  • ସାହିତ୍ୟିକ ଉପାଦନ ତିନି ଶ୍ରେଣୀରେ ବିଭକ୍ତ । ଯଥା – (କ) ଧର୍ମ ସମ୍ବନ୍ଧୀୟ ସାହିତ୍ୟ, (ଖ) ଐହିକ ସାହିତ୍ୟ, (ଗ) ବୈଦେଶିକ ବିବରଣୀ ।
  • (କ) ଧର୍ମ ସମ୍ବନ୍ଧୀୟ ସାହିତ୍ୟ – ଏହି ଗ୍ରନ୍ଥଗୁଡ଼ିକରେ ଧର୍ମ ବିଷୟରେ ଆଲୋଚନା ହୋଇଥାଏ । ଦେବ, ଉପନିଷଦ, ପୁରାଣ, ମହାଭାରତ ଓ ରାମାୟଣ ଇତ୍ୟାଦି ଏହି ଶ୍ରେଣୀର ଅଟନ୍ତି ।
  • ଐହିକ ସାହିତ୍ୟ – ପ୍ରାଚୀନ କାଳରେ ରଚିତ ସାହିତ୍ୟ ଗୁଡ଼ିକ ଐହିକ ସାହିତ୍ୟ କୁହାଯାଏ । ବିଭିନ୍ନ ଧର୍ମସୂତ୍ର ଓ ସ୍ତୁତି, ପାଣିନି ଓ ପତଞ୍ଜଳିଙ୍କ ଲିଖ୍ତ ବ୍ୟାକରଣ, କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର, କାଳିଦାସଙ୍କ ରଚନାବଳୀ, ବାଣଭଟ୍ଟଙ୍କ ହର୍ଷଚରିତଂ ଇତ୍ୟାଦି ଐହିକ ସାହିତ୍ୟ ଅଟେ ।
  • (ଗ) ଅନେକ ବୈଦେଶିକ ପରିବ୍ରାଜକ ଭାରତ ଭ୍ରମଣ ସମୟରେ ଭାରତ ସାମାଜିକ ଅବସ୍ଥା, ଧର୍ମ, ରାଜ୍ୟଶାସନ ପ୍ରଣାଳୀ, ଅର୍ଥନୀତି ଆଦି ବିଷୟରେ ଯେଉଁ ଭ୍ରମଣ ବିବରଣୀ ଲେଖିଯାଇଛନ୍ତି ତାହା ବୈଦେଶିକ ବିବରଣୀ ରୂପେ ପରିଚିତ । ଏଥୁରୁ ଇତିହାସ ବିଷୟରେ ଅନେକ ତଥ୍ୟ ଜଣାପଡ଼େ । ଏହିସବୁ ପରିବ୍ରାଜକମାନେ ହେଲେ ମେଗାସ୍ଥିନିସ୍, ଫା-ସିଆଁ, ଜୁଆଙ୍ଗ୍‌-ଜାଙ୍ଗ୍, ଆଲ୍‌ବେରୁଣୀ ଓ ଇବନ୍ ବହୁତା ଇତ୍ୟାଦି । ଏମାନଙ୍କ ମଧ୍ୟରୁ ଚୀନର ପରିବ୍ରାଜକ ଜୁଆଙ୍ଗ୍-ଜାଇଁ ଓଡ଼ିଶାକୁ ଆସିଥିଲେ ।

BSE Odisha 6th Class History Notes Chapter 1 ଇତିହାସ ବିଷୟରେ ଧାରଣା

→ (୪) ଇତିହାସର ଶ୍ରେଣୀବିଭାଗ :

  • ସମୟ ଅନୁସାରେ ଇତିହାସକୁ ତିନି ଭାଗରେ ବିଭକ୍ତ କରାଯାଏ । (କ) ପ୍ରାକ୍-ଐତିହାସିକ ଯୁଗ, (ଖ) ଆଦ୍ୟ ଐତିହାସିକ ଯୁଗ, (ଗ) ଐତିହାସିକ ଯୁଗ ।
  • (କ) ପ୍ରାକ୍-ଐତିହାସିକ ଯୁଗ – ବହୁ ପୁରାତନ କାଳରେ ମଣିଷ ଯେତେବେଳେ ଲେଖିପଢ଼ି ଜାଣିନଥିଲା, ସେହି ସ ମୟକୁ ପ୍ରାକ୍-ଐତିହାସିକ ଯୁଗ କୁହାଯାଏ । ସେ ସମୟରେ ଲୋକମାନଙ୍କର ମାଟିପାତ୍ର, ଅଳଙ୍କାର, ହାତହତିଆର, ଗୁମ୍ଫାରେ ଅଙ୍କିତ ଚିତ୍ରରୁ ଏହି ଯୁଗର ତଥ୍ୟ ମିଳେ ।
  • (ଖ) ଆଦ୍ୟ ଐତିହାସିକ ଯୁଗ – ମନୁଷ୍ୟ ଲେଖୁ ଶିଖୁବାପରେ ବିଭିନ୍ନ ଘଟଣାକୁ ଯେବେଠାରୁ ଲେଖାଦ୍ୱାରା ପ୍ରକାଶ କରିପାରିଲା, ସେହି ସମୟକୁ ଆଦ୍ୟ ଐତିହାସିକ ଯୁଗ କୁହାଯାଏ । ଏହି ସମୟରେ ସିନ୍ଧୁ ନଦୀ କୂଳରେ ଏକ ସଭ୍ୟତା ଗଢି ଉଠିଥିଲା ।
  • (ଗ) ଐତିହାସିକ ଯୁଗ – ଲେଖାର ଉନ୍ନତି ହେବାପରେ ମନୁଷ୍ୟ ବିଭିନ୍ନ ଘଟଣାକୁ ପଥର କାନ୍ଥ, ଖମ୍ବ, ତମ୍ବାପଟା, ତାଳପତ୍ର, ମାଟିପାତ୍ର ଇତ୍ୟାଦିରେ ଲେଖୁପାରିଲା | ଏହି ସମୟକୁ ଐତିହାସିକ ଯୁଗ କୁହାଯାଏ ।

→ (୫) ଭାରତର ଭୌଗୋଳିକ ଅବସ୍ଥା ସହ ଇତିହାସର ସମ୍ପର୍କ :

  • ପୃଥ‌ିବୀର ଉତ୍ତର ଗୋଲାର୍ଦ୍ଧରେ ଭାରତ ଅବସ୍ଥିତ । ଏହା ଏସିଆ ମହାଦେଶର ଦକ୍ଷିଣ ଉପକୂଳରେ ପ୍ରାୟ ମଧ୍ୟ ଭାଗରେ ଅବସ୍ଥିତ ।
  • ଭାରତର ଦକ୍ଷିଣ ଭାଗକୁ ତିନିଦିଗରୁ ସମୁଦ୍ର ଘେରି ରହିଛି । ତେଣୁ ଏହାକୁ ଉପଦ୍ୱୀପ ବୋଲି କୁହାଯାଏ ।
  • ଆଫ୍ରିକା, ଅଷ୍ଟ୍ରେଲିଆ ଓ ୟୁରୋପଠାରୁ ଭାରତର ଦୂରତା ପ୍ରାୟ ସମାନ ।

→ (୬) ଭାରତର ପ୍ରାକୃତିକ ବିଭାଗ :

  • ପ୍ରାକୃତିକ ଗଠନର ବିବିଧତା ଅନୁସାରେ ଭାରତକୁ ଛଅଟି ଅଞ୍ଚଳରେ ବିଭକ୍ତ କରାଯାଇଛି । ଯଥା – ହିମାଳୟ ପାର୍ବତ୍ୟଅଞ୍ଚଳ, ଉତ୍ତରସ୍ଥ ସମତଳ ଅଞ୍ଚଳ, କେନ୍ଦ୍ରସ୍ଥ ମାଳଭୂମି ଅଞ୍ଚଳ, ଉପକୂଳସ୍ଥ ସମତଳ ଅଞ୍ଚଳ, ସମୁଦ୍ର ମଧ୍ୟସ୍ଥ ଦ୍ବୀପସମୂହ, ପଶ୍ଚିମସ୍ଥ ମରୁଭୂମି ।
  • ଏଗୁଡ଼ିକ ମଧ୍ୟରୁ କେନ୍ଦ୍ରସ୍ଥ ମାଳଭୂମି ବୃହତ୍ତମ ପ୍ରାକୃତିକ ଅଞ୍ଚଳ ଓ ପଶ୍ଚିମସ୍ଥ ମରୁଭୂମି କ୍ଷୁଦ୍ରତମ ପ୍ରାକୃତିକ ଅଞ୍ଚଳ ଅଟେ ।

BSE Odisha 6th Class History Notes Chapter 1 ଇତିହାସ ବିଷୟରେ ଧାରଣା

→ (୭) ଭାରତର ପ୍ରାକୃତିକ ବୈଶିଷ୍ଟ୍ୟ :

  • ଭାରତର ଇତିହାସକୁ ଏହାର ପ୍ରାକୃତିକ ବିଭାଗଗୁଡ଼ିକ ଅନେକାଂଶରେ ପ୍ରଭାବିତ କରିଆସିଛି । ଭାରତର ଚାରିଟି ପ୍ରଧାନ ପ୍ରାକୃତିକ ଅଞ୍ଚଳ ରହିଛି । ସେଗୁଡ଼ିକ ହେଲା (କ) ପାର୍ବତ୍ୟ ଅଞ୍ଚଳ, (ଖ) ନଦୀ ଉପତ୍ୟକା ଅଞ୍ଚଳ, (ଗ) ଜଙ୍ଗଲ, (ଘ) ଉପକୂଳବର୍ତ୍ତୀ ସମତଳ ଅଞ୍ଚଳ ।
  • (କ) ପାର୍ବତ୍ୟ ଅଞ୍ଚଳ – ଭାରତର ଉତ୍ତର ସୀମାରେ ଅତ୍ୟଚ୍ଚ ହିମାଳୟ ପର୍ବତଶ୍ରେଣୀ ଭାରତକୁ କେନ୍ଦ୍ର ଏସିଆଠାରୁ ପୃଥକ କରୁଅଛି ।
  • ଏହି ପର୍ବତମାଳା ଅତିକ୍ରମ କରି ଉତ୍ତର ଦିଗରୁ ଭାରତ ମଧ୍ୟରେ ପ୍ରବେଶ କରିବା କଷ୍ଟ ସାଧ୍ୟ ।
  • ଉତ୍ତର ପଶ୍ଚିମ ପାର୍ଶ୍ଵରେ ଥିବା ପାର୍ବତ୍ୟ ଅଞ୍ଚଳରେ ଅନେକ ଗିରିପଥ ରହିଛି ।
  • ଫଳରେ ସେମାନଙ୍କ ଚଳଣି, ଦର୍ଶନ, ଭାଷା ଓ ସାହିତ୍ୟ ଆଦିଦ୍ୱାରା ଭାରତର ସଂସ୍କୃତି ପ୍ରଭାବିତ ହୋଇଛି ।
  • ହିମାଳୟ ପର୍ବତଶ୍ରେଣୀର ପାଦଦେଶୀୟ ଅଞ୍ଚଳ ଓ ଉପତ୍ୟକା ଅଞ୍ଚଳର ମୃତ୍ତିକା ଉର୍ବର ଓ ଜଳ ସମ୍ପଦରେ ପରିପୂର୍ଣ ଥିବାରୁ ଏହି ଅଞ୍ଚଳ କୃଷି ଉପଯୋଗୀ ଓ ଘନ ଜନବସତି ପରିପୂର୍ଣ୍ଣ ।
  • ଦକ୍ଷିଣ ଭାରତ ମାଳଭୂମିର ପୂର୍ବପାର୍ଶ୍ବରେ ପୂର୍ବଘାଟ ପର୍ବତମାଳା ଓ ପଶ୍ଚିମପାର୍ଶ୍ବରେ ପଶ୍ଚିମ ଘାଟ ପର୍ବତମାଳା ଅବସ୍ଥିତ ଓ ଏହି ପର୍ବତମାଳାଭାରତର ମଧ୍ୟ ଭାଗରୁ ଦକ୍ଷିଣ ପ୍ରାନ୍ତ ଯାଏ ବିସ୍ତୃତ ।
  • ନଦୀ ଉପତ୍ୟକା ସମୂହ – ଆମଦେଶରେ ହିମାଳୟ ଅଞ୍ଚଳର ଓ ଦକ୍ଷିଣ ଭାତର ମାଳଭୂମି ମଧ୍ୟରେ ଏକ ବିସ୍ତୀର୍ଣ୍ଣ ସମତଳ ଅଞ୍ଚଳ ପୂର୍ବ ପଶ୍ଚିମ ଭାବେ ବିସ୍ତୃତ ।
  • ସିନ୍ଧୁ, ଗଙ୍ଗା, ବ୍ରହ୍ମପୁତ୍ର ଆଦି ଚିରସ୍ରୋତା ନଦୀଗୁଡ଼ିକର ପଟୁମାଟି ଦ୍ଵାରା ଏହି ସମତଳ ଅଞ୍ଚଳ ସୃଷ୍ଟି ହୋଇଛି ।
  • ଏହି ଅଞ୍ଚଳର ମୃତ୍ତିକା ଉର୍ବର ଏବଂ ଏଠାରେ ପ୍ରଚୁର ଜଳ ମିଳୁଥିବାରୁ ବିଭିନ୍ନ ଶସ୍ୟ ଉତ୍ପାଦନ କରାଯାଇଥାଏ । ତେଣୁ ଏଠାରେ ପ୍ରାଚୀନ ସଭ୍ୟତାମାନ ଗଢି ଉଠିଥିଲା ।

→ ଜଙ୍ଗଲ :

  • ଭାରତର ହିମାଳୟ ପାର୍ବତ୍ୟାଞ୍ଚଳର ପାଦଦେଶ ଏବଂ ପଶ୍ଚିମଘାଟ ପର୍ବତମାଳାର ପଶ୍ଚିମ ପାର୍ଶ୍ଵରେ ପ୍ରଚୁର ବୃଷ୍ଟିପାତ ଯୋଗୁଁ ସେଠାରେ ଘଞ୍ଚ ଅରଣ୍ୟ ଦେଖାଯାଏ ।
  • ଦକ୍ଷିଣ ଭାରତର ଅଧୁକାଂଶ ଅଞ୍ଚଳ, ପୂର୍ବ ଓ ଉତ୍ତରପୂର୍ବ ଭାରତର କେତେକ ଅଞ୍ଚଳରେ ମଧ୍ଯ ଅରଣ୍ୟ ଦେଖାଯାଏ ।
  • ଏହି ଅରଣ୍ୟରେ ଶାନ୍ତ ପରିବେଶ ଆମ ଦେଶ ସଭ୍ୟତାର ଧର୍ମ, ଦର୍ଶନ ଏବଂ ସାହିତ୍ୟର ଉନ୍ନତି କରିବାରେ ସାହାଯ୍ୟ କରିଥିଲା ।

BSE Odisha 6th Class History Notes Chapter 1 ଇତିହାସ ବିଷୟରେ ଧାରଣା

→ (ଘ) ଉପକୂଳବର୍ତ୍ତୀ ଅଞ୍ଚଳ :

  • ଭାରତର ପଶ୍ଚିମ ପାର୍ଶ୍ବରେ ଆରବ ସାଗର ଓ ପୂର୍ବ ପାର୍ଶ୍ବରେ ବଙ୍ଗୋପସାଗର ଉପକୂଳରେ ସମତଳ ଅଞ୍ଚଳ ଦେଖାଯାଏ ।
  • ପଶ୍ଚିମ ଉପକୂଳସ୍ଥ ସମତଳଭୂମି ଗୁଜରାଟଠାରୁ କେରଳ ପର୍ଯ୍ୟନ୍ତ ବିସ୍ତୃତ । ଏହି ସମତଳଭୂମି ସାବରମତୀ, ମାହୀ, ନର୍ମଦା, ତାଷୀ ଆଦି ନଦୀ ଗୁଡ଼ିକର ପଟୁମାଟିଦ୍ୱାରା ଗଠିତ ।
  • ପୂର୍ବ ଉପକୂଳସ୍ଥ ସମତଳ ଭୂମି ଓଡ଼ିଶାରୁ ତାମିଲନାଡୁ ପର୍ଯ୍ୟନ୍ତ ବିସ୍ତୃତ ।
  • ମହାନଦୀ, କୃଷ୍ଣା, କାବେରୀ, ଗୋଦାବରୀ ଆଦି ନଦୀର ପଟୁ ମାଟିଦ୍ଵାରା ପୂର୍ବ ଉପକୂଳ ସମତଳ ଭୂମି ଗଠିତ ।
  • ସମୁଦ୍ର କୂଳବର୍ତ୍ତୀ ସମତଳଭୂମି ଅତ୍ୟନ୍ତ ଉର୍ବର ଓ କୃଷିପାଇଁ ବିଶେଷ ଉପଯୋଗୀ ହୋଇଥିବାରୁ ଏହି ଅଞ୍ଚଳରେ ଘନ ଜନବସତି ଦେଖାଯାଏ ।

ମନେରଖ :
ଉପକୂଳବର୍ତ୍ତୀ ସମତଳ ଅଞ୍ଚଳରେ ଅବସ୍ଥିତ ନଦୀ ମୁହାଣଗୁଡ଼ିକରେ ଅତୀତରେ ଅନେକ ସହର ଗଢି ଉଠିଥିଲା । ଏହାଦ୍ୱାରା ସାମୁଦ୍ରିକ ବାଣିଜ୍ୟର ଉନ୍ନତି ଘଟିଥିଲା ଓ ଏହି ଅଞ୍ଚଳଗୁଡ଼ିକରେ ଅନେକ ଐତିହାସିକ ସହର ମଧ୍ୟ ଦେଖାଯାଏ ।

BSE Odisha 7th Class Maths Solutions Chapter 5 ପରିମେୟ ସଂଖ୍ୟା Ex 5.5

Odisha State Board BSE Odisha 7th Class Maths Solutions Chapter 5 ପରିମେୟ ସଂଖ୍ୟା Ex 5.5 Textbook Exercise Questions and Answers.

BSE Odisha Class 7 Maths Solutions Chapter 5 ପରିମେୟ ସଂଖ୍ୟା Ex 5.5

Question 1.
ନିମ୍ନଲିଖତ ସଂଖ୍ୟାମାନଙ୍କର ଗୁଣନାତ୍ମକ ବିଲୋମୀ ନିର୍ଣୟ କର ।

(କ) \(\frac{5}{9}\)
ସମାଧାନ:
\(\frac{9}{5}\)

(ଖ) \(\frac{-4}{3}\)
ସମାଧାନ:
\(\frac{-3}{4}\)

(ଗ) -2
ସମାଧାନ:
\(-\frac{1}{2}\)

(ଘ) 8
ସମାଧାନ:
\(\frac{1}{8}\)

(ଙ) 1 \(\frac{1}{2}\)
ସମାଧାନ:
1 \(\frac{1}{2}\) = \(\frac{3}{2}\) ∴ ଗୁଣନାତ୍ମକ ବିଲୋମୀ = \(\frac{3}{2}\) 

(ଚ) \(\frac{11}{-12}\)
ସମାଧାନ:
\(\frac{-12}{11}\)

(ଛ) \(\frac{-2}{-19}\)
ସମାଧାନ:
\(\frac{-19}{-2}\) ଚା \(\frac{19}{2}\)

(ଜ) -2 \(\frac{1}{7}\)
ସମାଧାନ:
-2 \(\frac{1}{7}\) = \(\frac{-15}{7}\) ∴ ଗୁଣନାତ୍ମକ ବିଲୋମୀ = \(\frac{7}{15}\) 

BSE Odisha 7th Class Maths Solutions Chapter 5 ପରିମେୟ ସଂଖ୍ୟା Ex 5.5

Question 2.
ଭାଗଫଳ ଲେଖ ।

(କ) 3 ÷ \(\frac{4}{5}\)
ସମାଧାନ:
3 × (\(\frac{4}{5}\) ର ବ୍ୟୁତ୍‌କ୍ରମ) =  3 × \(\frac{5}{4}\) = \(\frac{15}{4}\)

(ଖ) \(\frac{-3}{5}\) ÷ 2
ସମାଧାନ:
= \(\frac{-3}{5}\) × (2 ର ବ୍ୟୁତ୍‌କ୍ରମ) = \(\frac{-3}{5}\) × \(\frac{1}{2}\) = –\(\frac{3}{10}\)

(ଗ) \(\frac{-4}{7}\) ÷ 3
ସମାଧାନ:
\(\frac{-4}{7}\) × (3 ର ବ୍ୟୁତ୍‌କ୍ରମ) = \(\frac{-4}{7}\) × \(\frac{1}{3}\) = –\(\frac{4}{21}\)

(ଘ) \(\frac{1}{5} \div \frac{6}{7}\)
ସମାଧାନ:
= \(\frac{1}{5}\) × (\(\frac{6}{7}\) ର ବ୍ୟୁତ୍‌କ୍ରମ) = \(\frac{1}{5}\) × \(\frac{7}{6}\) = \(\frac{7}{30}\)

(ଙ) \(\frac{-1}{8} \div \frac{3}{4}\)
ସମାଧାନ:
= \(\frac{-1}{8}\) × (\(\frac{3}{4}\) ର ବ୍ୟୁତ୍‌କ୍ରମ) = \(-\frac{1}{8} \times \frac{4}{3}=-\frac{4}{24}=-\frac{1}{6}\)

(ଚ) \(\frac{-7}{6} \div\left(\frac{-2}{3}\right)\)
ସମାଧାନ:
\(\frac{-7}{6}\) × (\(\frac{-2}{3}\) ର ବ୍ୟୁତ୍‌କ୍ରମ) = \(=-\frac{7}{6} \times\frac{-3}{2}=\frac{(-7) \times(-3)}{6 \times 2}=\frac{7}{4}\)

(ଛ) \(\frac{-5}{6} \div\left(\frac{-1}{4}\right)\)
ସମାଧାନ:
\(\frac{-5}{6}\) × (-\(\frac{1}{4}\) ର ବ୍ୟୁତ୍‌କ୍ରମ) = \(-\frac{5}{6} \times \frac{-4}{1}=\frac{(-5) \times(-4)}{6}=\frac{10}{3}\)

(ଜ) \(\frac{-3}{13} \div\left(\frac{-4}{65}\right)\)
ସମାଧାନ:
\(\frac{-3}{13}\) × (-\(\frac{4}{65}\) ର ବ୍ୟୁତ୍‌କ୍ରମ) = \(\left(-\frac{3}{13}\right) \times\left(-\frac{65}{4}\right)=\frac{(-3) \times(-65)}{13 \times 4}=\frac{3 \times 65}{13 \times 4}=\frac{3 \times 13 \times 5}{13 \times 4}=\frac{15}{4}=\frac{3}{4}\)

BSE Odisha 6th Class History Notes Chapter 3 ପ୍ରଥମ ଚାଷୀ ଓ ପଶୁପାଳନ

Odisha State Board BSE Odisha 6th Class History Notes Chapter 3 ପ୍ରଥମ ଚାଷୀ ଓ ପଶୁପାଳନ will enable students to study smartly.

BSE Odisha Class 6 History Notes Chapter 3 ପ୍ରଥମ ଚାଷୀ ଓ ପଶୁପାଳନ

ବିଷୟ ସାରାଂଶ
ବିଷୟ ବସ୍ତୁ :

ନୂତନ ପ୍ରସ୍ତର ଯୁଗର ଚାଷ ବା କୃଷି କାର୍ଯ୍ୟ, ପଶୁପାଳନ, ହାତ ହତିଆର, ମାଟିପାତ୍ର, ଧାତୁର ବ୍ୟବହାର, ମେହରଗଡ଼, ବୁର୍‌ଜାହମ୍, ଉତ୍ତରପୂର୍ବ ଭାରତରେ ନୂତନ ପ୍ରସ୍ତର ଯୁଗର ସୂଚନା ।

→ (୧) ନୂତନ ପ୍ରସ୍ତର ଯୁଗର ଚାଷ ବା କୃଷିକାର୍ଯ୍ୟ :

  • ପ୍ରାୟ ୧୦,୦୦୦ ବର୍ଷ ପୂର୍ବେ ଇସ୍ରାଏଲର ପ୍ରେରିନୋ ନାମକ ସ୍ଥାନରେ ଲୋକମାନେ ପ୍ରଥମେ ଚାଷକାର୍ଯ୍ୟ ଆରମ୍ଭ କରିଥିବାର ପ୍ରମାଣ ମିଳେ ।
  • ଆଜକୁ ପ୍ରାୟ ୧୨,୦୦୦ ବର୍ଷ ପୂର୍ବେ ପୃଥ‌ିବୀରେ ଜଳବାୟୁର ବିରାଟ ପରିବର୍ତ୍ତନ ଦେଖାଯାଇଥିଲା । ଫଳରେ ଏହି ସମୟରେ ଲୋକମାନେ ଯାଯାବର ଜୀବନ ପରିତ୍ୟାଗ କରି ଗୋଟିଏ ସ୍ଥାନରେ ସ୍ଥାୟୀ ଜୀବନଯାପନ ଆରମ୍ଭ କରିଥିଲେ ।
  • ଫଳରୁ ମଞ୍ଜି ମାଟିରେ ପଡ଼ି ଗଛ ହେବାର ଦେଖ୍ ଏହି ସମୟରେ ମଣିଷ ଚାଷ କାର୍ଯ୍ୟ ଆରମ୍ଭ କରିଥିବାର ଅନୁମାନ କରାଯାଏ ।
  • ମନୁଷ୍ୟ ଏହି ସମୟରେ ପ୍ରଥମେ ଗହମ ଓ ଯଅର ଚାଷ ଆରମ୍ଭ କରିଥିଲା ।
  • କୃଷିକାର୍ଯ୍ୟ ଯୋଗୁଁ ଲୋକମାନେ ଗୋଟିଏ ସ୍ଥାନରେ ନିଜର ଘର ତିଆରି କରି ଚାଷ ସହିତ ବନ୍ୟଜନ୍ତୁ ଶିକାର କଲେ ।

BSE Odisha 6th Class History Notes Chapter 3 ପ୍ରଥମ ଚାଷୀ ଓ ପଶୁପାଳନ

→ (୨) ପଶୁପାଳନ

  • ଜଳବାୟୁରେ ତାପମାତ୍ରା ବୃଦ୍ଧିଯୋଗୁଁ ଘାସ ଜାତୀୟ ଗଛ ଦେଖାଗଲା । ତେଣୁ ସେଠାରେ ହରିଣ, ଛେଳି, ମେଣ୍ଢା, ଗାଈଗୋରୁ ଆଦି ପଶୁମାନେ ବାସକଲେ ।
  • ଚାଷ କରିବା ସହିତ ସେମାନେ ପଶୁପାଳନ କଲେ । ପ୍ରଥମେ କୁକୁରକୁ ପୋଷା ପ୍ରାଣୀ ରୂପେ ରଖାଯାଇଥିଲା । ତା’ପରେ ମଣିଷମାନେ ଘୁଷୁରୀ, ଛେଳି, ମେଣ୍ଢା, ଗାଈ, ଗଧ ପ୍ରଭୃତି ପୋଷିଲେ ।
  • ପଶୁମାନଙ୍କର ଆବଶ୍ୟକତା ଜାଣି ସେମାନଙ୍କୁ ଦଳବଦ୍ଧ ଭାବରେ ରଖାଗଲା । ଗୃହପାଳିତ ପଶୁମାନଙ୍କୁ ହିଂସ୍ରଜନ୍ତୁମାନଙ୍କଠାରୁ ରକ୍ଷା କରିବାପାଇଁ ଚେଷ୍ଟା କରାଗଲା ।
  • ଫଳରେ ପଶୁପାଳନ ସେମାନଙ୍କର ଏକ ନିୟମିତ କାର୍ଯ୍ୟରୂପେ ପରିଗଣିତ ହେଲା ।

→ ହାତ ହତିଆର :

  • ଭାରତରେ ନୂତନ ପ୍ରସ୍ତର ଯୁଗ ବିଳମ୍ବରେ ଆରମ୍ଭ ହୋଇଥିଲା ବୋଲି ଅନୁମାନ କରାଯାଏ ।
  • ଦକ୍ଷିଣ ଭାରତ ଓ ପୂର୍ବ ଭାରତରେ ନୂତନ ପ୍ରସ୍ତର ଯୁଗ ଉତ୍ତର ଭାରତଠାରୁ ବିଳମ୍ବରେ ଆରମ୍ଭ ହୋଇଥିଲା ବୋଲି ବିଶ୍ଵାସ କରାଯାଏ ।
  • ଏହି ନୂତନ ପ୍ରସ୍ତର ଯୁଗର ହାତ ହତିଆର ଚିକ୍‌କଣ, ସୁନ୍ଦର ଓ ଧାରୁଆ ଥିଲା ।
  • ପଶୁମାନଙ୍କ ହାଡରେ ବେଣ୍ଟଥିବା ଅସ୍ତ୍ରଶସ୍ତ୍ର ଏହି ସମୟରେ ନିର୍ମାଣ କରାଯାଇଥିଲା ।

BSE Odisha 6th Class History Notes Chapter 3 ପ୍ରଥମ ଚାଷୀ ଓ ପଶୁପାଳନ

→ (୪) ମାଟିପାତ୍ର

  • ନୂତନ ପ୍ରସ୍ତର ଯୁଗରେ ମାଟିପାତ୍ର ନିର୍ମାଣ ଅନ୍ୟ ଏକ ବୃତ୍ତି ଥିଲା ।
  • ଏହି ମାଟି ପାତ୍ରକୁ ସେମାନେ କୁମ୍ଭାର ଚକ ସାହାଯ୍ୟରେ ଗଢ଼ି ଚିକ୍‌କଣ ଓ ସୁନ୍ଦର ରୂପେ ଚିତ୍ରିତ କରୁଥିଲେ ।
  • ଏହି ମାଟିପାତ୍ରକୁ ଲୋକମାନେ ଖାଦ୍ୟଶସ୍ୟ, ପିଇବାପାଣି, ପଶୁମାନଙ୍କର କ୍ଷୀର ସାଇତି ରଖୁବା ଓ ଖାଦ୍ୟ ରାନ୍ଧିବା ପାଇଁ ବ୍ୟବହାର କରୁଥିଲେ ।

→ (୫) ଧାତୁର ବ୍ୟବହାର

  • ନୂତନ ପ୍ରସ୍ତର ଯୁଗର ଶେଷଭାଗରେ ମନୁଷ୍ୟ ପଥର ନିର୍ମିତ ଓ ପଶୁମାନଙ୍କର ଅସ୍ଥିରେ ପ୍ରସ୍ତୁତ ବିଭିନ୍ନ ପ୍ରକାରର ଅସ୍ତ୍ରଶସ୍ତ୍ର ବ୍ୟବହାର ସହିତ ଧାତୁର ବ୍ୟବହାର ମଧ୍ୟ ଜାଣିଥିଲେ ।
  • ପ୍ରଥମେ ମନୁଷ୍ୟ ତମ୍ବାଧାତୁ ବ୍ୟବହାର କରିଥିଲା ।
  • ପରେ ତମ୍ବା ସହିତ ଟିଣ ଓ ଦସ୍ତା ମିଶାଯାଇ ବ୍ରୋଞ୍ଜ ବା କଂସା ଧାତୁ ତିଆରି କଲା ।
  • ତେଣୁ ଏହି ଯୁଗକୁ ତାମ୍ର-ପ୍ରସ୍ତର ଯୁଗ କୁହାଯାଏ ।

ମନେରଖ:
କର୍ଣ୍ଣାଟକର ମହୀଶୂର ନିକଟସ୍ଥ ବ୍ରହ୍ମଗିରିଠାରେ ଏହି ଧାତୁ ନିର୍ମିତ ଛୁରୀ ଓ ହାତୁଡ଼ି ଦେଖିବାକୁ ମିଳିଛି ।

BSE Odisha 6th Class History Notes Chapter 3 ପ୍ରଥମ ଚାଷୀ ଓ ପଶୁପାଳନ

→ (୬) ମେହରଗଡ଼

  • ପ୍ରାୟ ଖ୍ରୀଷ୍ଟପୂର୍ବ ୭୦୦୦ ବର୍ଷ ପୂର୍ବେ ପାକିସ୍ଥାନର ମେହରଗଡ଼ଠାରେ ଲୋକମାନେ ପ୍ରଥମ ଥର ପାଇଁ ଚାଷ କାର୍ଯ୍ୟ ଓ ସ୍ଥାୟୀ ବସବାସ ପାଇଁ ଗ୍ରାମ ସ୍ଥାପନ କରିଥିଲେ ।
  • ମେହରଗଡ଼ର ଗୃହଗୁଡ଼ିକ ବର୍ଗାକାର ଅଥବା ସମକୋଣୀ ଚତୁର୍ଭୁଜ ଆକାରରେ ମାଟିରେ ତିଆରି ହୋଇଥିଲା ।
  • ସେଠାରୁ ପଥର ହାତୁଡ଼ି, ଶାମୁକା ତିଆରି ଅଳଙ୍କାର, ଚୂନପଥର, ନୀଳକାନ୍ତ ମଣି, ଗାଢ ନୀଳବର୍ଣ୍ଣ ପଥର ଓ ବାଲିପଥର ଆଦି ଆବିଷ୍କୃତ କରାଯାଇଛି ।
  • ସେମାନେ କାଚର ମାଳି ଓ ଚିତ୍ରିତ ମାଟିପାତ୍ର ଗୁଡ଼ିକର ବ୍ୟବହାର କରୁଥିଲେ ।
  • ଏଠାରୁ ପୋଡାଶସ୍ୟ, ହରିଣ, ଘୁଷୁରୀ, ଛେଳି, ମେଣ୍ଢା ଆଦି ପଶୁମାନଙ୍କର ଅସ୍ଥି ଉଦ୍ଧାର କରାଯାଇଛି ।
  • ମୃତ୍ୟୁପରେ ଜୀବନ ଫେରି ଆସିବ ବୋଲି ସେମାନଙ୍କର ଦୃଢ଼ ବିଶ୍ୱାସ ଥିଲା ।
  • ତେଣୁ ସେମାନେ ମୃତ ଶରୀରକୁ ଯତ୍ନର ସହିତ ସମାଧ୍ ଦେଉଥିଲେ ।

→ (୭) ବୁରଜାହମ୍

  • ଜାମ୍ମୁ କାଶ୍ମୀରର ଶ୍ରୀନଗରଠାରୁ ପ୍ରାୟ ୨୦ କି.ମି. ଦୂରରେ ବୁର୍‌ଜାହମଠାରେ ନୂତନ ପ୍ରସ୍ତର ଯୁଗର ଏକ ବସତି ଥିଲା ।
  • ଏଠାରେ ଲୋକମାନେ ଗାତକରି ଘର ତିଆରି କରି ରହୁଥିଲେ । ଏହାକୁ ଗର୍ଭଗୃହ କୁହାଯାଉଥିଲା ।
  • ଗୃହର ଗୋଲାକାର ପ୍ରବେଶ ଦ୍ବାର ଥିଲା ଓ ପାହାଚ ସାହାଯ୍ୟରେ ଗର୍ଭଗୃହ ଭିତରକୁ ଯିବାର ବ୍ୟବସ୍ଥା ଥିଲା ।
  • ପୋଡ଼ା ପାଉଁଶ, କାଠ କୋଇଲା, ଚିକ୍‌କଣ ପାତ୍ରର ଭଗ୍ନାବଶେଷ ଓ ଅସ୍ଥିରେ ନିର୍ମିତ ହୋଇଥିବା ବିଭିନ୍ନ ହାତହତିଆର ଏଠାରୁ ମିଳିଛି ।

BSE Odisha 6th Class History Notes Chapter 3 ପ୍ରଥମ ଚାଷୀ ଓ ପଶୁପାଳନ

→ (୮) ଉତ୍ତରପୂର୍ବ ଭାରତରେ ନୂତନ ପ୍ରସ୍ତର ଯୁଗର ସୂଚନା :

  • ଭାରତର ଉତ୍ତର-ପୂର୍ବ ଭାଗରେ କିଛି ସ୍ଥାନରେ ନୂତନ ପ୍ରସ୍ତର ଯୁଗର ବସତିମାନ ଆବିଷ୍କାର କରାଯାଇଛି । ସେଥୁମଧ୍ୟରୁ ଆସାମର ପାର୍ବତ୍ୟାଞ୍ଚଳ ଅନ୍ୟତମ ।

ମନେରଖ :
ଆସାମର ଦୁଜାଲି ହାଡିଂ ନୂତନ ପ୍ରସ୍ତର ଯୁଗର ଏକ ପ୍ରସିଦ୍ଧ ସ୍ଥାନ ।

  • ଏଠାରୁ ଚିକ୍‌କଣ ପଥରରେ ନିର୍ମିତ ହାତହତିଆର, ମାଟିପାତ୍ର, ରୋଷେଇ ସାମଗ୍ରୀ ଆଦି ଜିନିଷ ଆବିଷ୍କାର କରାଯାଇଛି ।
  • ଜେଡ୍ ନାମକ ଏକ ମୂଲ୍ୟବାନ ପଥର ଚୀନ ଦେଶରୁ ଆସିଥିବା ଅନୁମାନ କରାଯାଏ ।
  • ଜୀବାବଶେଷରୁ ତିଆରି ବିଭିନ୍ନ ହାତହତିଆର, ପେଷଣଯନ୍ତ୍ର ଏଠାରୁ ଆବିଷ୍କାର କରାଯାଇଛି ।
  • ମେଘାଳୟରେ ଥିବା ଗାରୋ ପର୍ବତମାଳା ଏବଂ ତ୍ରିପୁରାର କିଛି ସ୍ଥାନରେ ନୂତନ ପ୍ରସ୍ତର ଯୁଗର ଅବଶେଷ ଦେଖିବାକୁ ମିଳେ ।
  • ରୋଷେଇ କରିବା ଓ ଶସ୍ୟକୁ ସାଇତି ରଖୁବା ପାଇଁ ଅନେକ ମାଟିପାତ୍ର ବ୍ୟବହାର କରାଯାଉଥିଲା ।

ମନେରଖ:
ଭାରତ ଓ ପାକିସ୍ଥାନର କେତେକ ସ୍ଥାନରେ ଏକ ଗ୍ରାମୀଣ ସଭ୍ୟତା ବିକାଶଲାଭ କରିଥିଲା । ପରେ ଏହା ସହରୀ ସଭ୍ୟତାରେ ପରିଣତ ହେଲା ।

BSE Odisha 6th Class History Notes Chapter 4 ଭାରତରେ ପ୍ରଥମ ନଗରୀକରଣ

Odisha State Board BSE Odisha 6th Class History Notes Chapter 4 ଭାରତରେ ପ୍ରଥମ ନଗରୀକରଣ will enable students to study smartly.

BSE Odisha Class 6 History Notes Chapter 4 ଭାରତରେ ପ୍ରଥମ ନଗରୀକରଣ

→ (୧) ଉପକ୍ରମ

  • ଭାରତ ଉପ ମହାଦେଶର ନୂତନ ପ୍ରସ୍ତର ଯୁଗର ବସତିଗୁଡ଼ିକ ପ୍ରଥମେ ସିନ୍ଧୁ ନଦୀର ପଶ୍ଚିମ ପାର୍ଶ୍ଵରେ ଆରମ୍ଭ ହେଲା ଓ ପରେ ଅନ୍ୟ ଅଞ୍ଚଳରେ ଗଢି ଉଠିଲା ।
  • ପାକିସ୍ଥାନର ମେହରଗଡ଼ଠାରେ ନୂତନ ପ୍ରସ୍ତର ଯୁଗର ସଂସ୍କୃତି ପ୍ରଥମେ ବିକାଶ ଲାଭ କରିଥିବାର ପ୍ରତ୍ନତତ୍ତ୍ବବିତ୍‌ମାନେ ବିଶ୍ବାସ କରନ୍ତି ।
  • ମୁଖ୍ୟତଃ କୃଷିର ବିକାଶ କଂସା ଧାତୁର ବହୁଳ ବ୍ୟବହାର ଦ୍ବାରା ଏହି ସମୟରେ ଭାରତର ଉତ୍ତର ପଶ୍ଚିମ ଦିଗରେ କେତେକ ନଗର ଗଢ଼ି ଉଠିଥିଲା ।
  • କାଳକ୍ରମେ ସେହି ନଗରଗୁଡ଼ିକ ଧ୍ଵଂସପାଇ ମାଟିତଳେ ପୋତି ହୋଇପଡ଼ିଲା ।
  • ପ୍ରତ୍ନତତ୍ତ୍ବବିତ୍‌ମାନେ ମାଟି ଖୋଳି ସିନ୍ଧୁ ନଦୀର ଉପତ୍ୟକାରୁ ଦୁଇଟି ପ୍ରାଚୀନ ସହର ଉଦ୍ଧାର କରିଥିଲେ । ସେହି ସହର ଦୁଇଟି ବର୍ତ୍ତମାନ ପାକିସ୍ଥାନର ହରପ୍‌ପା ଓ ମହେଞ୍ଜୋଦାରୋରେ ଅବସ୍ଥିତ ।

ମନେରଖ :
୧୯୨୧ ଖ୍ରୀଷ୍ଟାବ୍ଦରେ ପ୍ରତ୍ନତତ୍ତ୍ବବିତ୍ ହୟାରାମ୍ ସାହାଣୀ ମାଟିତଳୁ ହରପ୍‌ପା ସହରକୁ ଆବିଷ୍କାର କରିଥିଲେ । ଏହା ସିନ୍ଧୁନଦୀର ଉପନଦୀ ରାବୀନଦୀ କୂଳରେ ଅବସ୍ଥିତ । ସେହିପରି ୧୯୨୨ ଖ୍ରୀଷ୍ଟାବ୍ଦରେ ପ୍ରତ୍ନତତ୍ତ୍ୱବିତ୍ ରାଖାଲ ଦାସ ବାନାର୍ଜୀ ସିନ୍ଧୁନଦୀ କୂଳରେ ଥ‌ିବା ମହେଞ୍ଜୋଦାରୋ ସହରକୁ ମାଟିତଳୁ ଆବିଷ୍କାର କରିଥିଲେ ।

BSE Odisha 6th Class History Notes Chapter 4 ଭାରତରେ ପ୍ରଥମ ନଗରୀକରଣ

→ (୨) ସିନ୍ଧୁ ସଭ୍ୟତା

  • ସିନ୍ଧୁ ନଦୀ ଉପତ୍ୟକାରେ ହରପ୍‌ପା ଓ ମହେଞ୍ଜୋଦାରୋ ସହର ଦୁଇଟି ଅବସ୍ଥିତ ହେତୁ ଏହାକୁ ସିନ୍ଧୁ ସଭ୍ୟତା କୁହାଯାଏ ।
  • ଏହି ସଭ୍ୟତା ଖ୍ରୀ.ପୂ. ୫୦୦୦ ବର୍ଷ ତଳେଆରମ୍ଭ ହୋଇଥିଲା ବୋଲି ଅନୁମାନ କରାଯାଏ ।
  • ମହେଞ୍ଜୋଦାରୋର ଅର୍ଥ ‘ମୃତ ନଗରୀ’। ହରପପାଠାରୁ ଏହାର ଦୂରତା ପ୍ରାୟ ୩୫୦ ମାଇଲ ଅଟେ ।
  • ଐତିହାସିକଙ୍କ ମତାନୁସାରେ ମେସୋପଟାମିଆ ସଭ୍ୟତା ପୂର୍ବରୁ ହରପ୍‌ପା ସଭ୍ୟତା ବିକାଶ ଲାଭ କରିଥିଲା । କାରଣ ହରପ୍‌ପାର ସିଲ୍ ବା ମୋହର ମେସୋପଟାମିଆର ‘ଉର୍’ ଓ ‘କିଚ୍’ ସ୍ଥାନରେ ଦେଖିବାକୁ ମିଳିଛି ।
  • ପ୍ରତ୍ନତତ୍ତ୍ବବିତ୍‌ଙ୍କ ମତ ଅନୁସାରେ ଏହି ସଭ୍ୟତା ଖ୍ରୀ. ପୂ. ୨୫୦୦ରୁ ଖ୍ରୀ.ପୂ. ୧୫୦୦ ମଧ୍ଯରେ ବିକାଶ ଲାଭ କରିଥିଲା ।

ମନେରଖ :
ପ୍ରତ୍ନତତ୍ତ୍ବବିତ୍‌ମାନେ ଭାରତର କେତେକ ଅଞ୍ଚଳରୁ ହରପ୍‌ପା ସଭ୍ୟତାର ଧ୍ବଂସାବଶେଷ ଉଦ୍ଧାର କରିଛନ୍ତି । ସେଗୁଡ଼ିକ ହେଲା– ପଞ୍ଜାବର ରୋପଡ଼, ଗୁଜରାଟର ଲୋଥାଲ ଏବଂ ଧୋଲାବୀରା, ରାଜସ୍ଥାନର କାଳିବଗାଁ, ହରିୟାଣାର ବନୱାଲି ।

→ (୩) ନଗର ପରିକଳ୍ପନା :

  • ହରପ୍‌ପା ସଭ୍ୟତାର ମୁଖ୍ୟ ବୈଶିଷ୍ଟ୍ୟ ହେଉଛି ନଗର ନିର୍ମାଣ ।
  • ଭୂଖୋଦନରୁ ଜଣାଯାଇଛି ଯେ ହରପ୍‌ପା ନଗରଟିକୁ ଯୋଜନାବଦ୍ଧ ଭାବେ ନିର୍ମାଣ କରାଯାଇଥିଲା ଓ ତା’ର ରକ୍ଷଣାବେକ୍ଷଣର ସୁବନ୍ଦୋବସ୍ତ କରାଯାଇଥିଲା ।
  • ନଗରଟି ଦୁଇଗୋଟି ଭାଗରେ ବିଭକ୍ତ ଥିଲା; ଯଥା— ଉଚ୍ଚ ଭାଗ ଓ ତଳଭାଗ । ଦୁର୍ଗପରି ସୁରକ୍ଷିତ ଉଚ୍ଚଭାଗରେ ଶାସକ, ରାଜକର୍ମଚାରୀ, ଧର୍ମଯାଜକ ଓ ବଣିକମାନେ ବାସ କରୁଥିଲାବେଳେ ତଳଭାଗରେ ସାଧାରଣ ଲୋକ, କୃଷକ ଓ ଶ୍ରମିକମାନେ ବାସ କରୁଥିଲେ ।
  • ସହରର ମଧ୍ୟଭାଗରେ ଦୀର୍ଘ ଓ ପ୍ରଶସ୍ତ ରାସ୍ତା ସିଧା ଭାବରେ ରହିଥିଲା ।

BSE Odisha 6th Class History Notes Chapter 4 ଭାରତରେ ପ୍ରଥମ ନଗରୀକରଣ

→ (୪) ବାସଗୃହ :

  • ରାସ୍ତାର ଉଭୟ ପାର୍ଶ୍ଵରେ ବାସଗୃହଗୁଡ଼ିକ ଯୋଜନାବଦ୍ଧ ଭାବରେ ନିର୍ମାଣ କରାଯାଇଥିଲା ।
  • ଘରଗୁଡ଼ିକ ଏକ ମହଲା ବା ଦୁଇ ମହଲା ବିଶିଷ୍ଟ ଥିଲା ଏବଂ ସେଗୁଡ଼ିକ ପୋଡ଼ା ଇଟାରେ ନିର୍ମିତ ହୋଇଥିଲା । ଘରକୁ ଆଲୋକ ଓ ବାୟୁ ପ୍ରବେଶ କରିବା ପାଇଁ ଦ୍ଵାର ଓ ଝରକା ରଖାଯାଇଥିଲା । ଉପର ମହଲାକୁ ଯିବା ପାଇଁ କାଠରେ ତିଆରି ସିଡ଼ି ରହୁଥିଲା । କାଠରେ ନିର୍ମିତ ଘରର ଛାତ ସମତଳ ଥିଲା ।
  • ଘରର ମଇଳା ପାଣି ଓ ଆବର୍ଜନା ଯିବା ପାଇଁ ଘର ଭିତରେ ଛୋଟ ନାଳ ରହୁଥିଲା ଓ ସେହି ନାଳକୁ ରାସ୍ତାର ମୁଖ୍ୟ ନାଳ ସହିତ ସଂଯୋଗ କରାଯାଇଥିଲା ।

→ (୫) ସ୍ନାନାଗାର :

  • ହରପ୍‌ପା ସଭ୍ୟତାର ମୁଖ୍ୟ ଆକର୍ଷଣ ଥିଲା ଏକ ବୃହତ୍ ସ୍ନାନାଗାର ।
  • ମହେଞ୍ଜୋଦାରୋରୁ ଆବିଷ୍କୃତ ସ୍ନାନଗୃହର ଦୈର୍ଘ୍ୟ ୫୫ ମିଟର, ପ୍ରସ୍ଥ ୩୩ ମିଟର ଓ ଗଭୀରତା ୮ ମିଟର ଥିଲା ଓ ଏହାର ଭିତରକୁ ପ୍ରବେଶ କରିବା ପାଇଁ ପୋଡ଼ା ଇଟାରେ ତିଆରି ପାହାଚ ଜଳର ତଳଭାଗ ପର୍ଯ୍ୟନ୍ତ ଲମ୍ବି ରହିଥିଲା । ସ୍ନାନାଗାର ଉପରିଭାଗରେ ଏକ ବିଶାଳ କୂଅରୁ ସ୍ନାନାଗାର ମଧ୍ୟକୁ ପାଣି ଆସିବାର ବ୍ୟବସ୍ଥା ଥିଲା ଓ ସ୍ନାନାଗାରରୁ ଦୂଷିତ ପାଣି ନିଷ୍କାସନର ବ୍ୟବସ୍ଥା ଥିଲା ।

→ (୬) ଶସ୍ୟ ଭଣ୍ଡାର :

  • ହରପ୍‌ପାର ସୁରକ୍ଷିତ ଭାଗର ଉତ୍ତର ଦିଗକୁ ଗୋଟିଏ ଶସ୍ୟାଗାର ଆବିଷ୍କୃତ ହୋଇଥିଲା ।
  • ଏହାର ଲମ୍ବ ୬୬ ମିଟର ଓ ଚଉଡ଼ା ୧୬ ମିଟର । ଏହା ମଧ୍ୟରେ ଦୁଇଟି ପ୍ରକୋଷ ଥିଲା ଏବଂ ପ୍ରକୋଷ୍ଠ ମଝିରେ ଯାତାୟାତ ପାଇଁ ବାଟ ଥିଲା ।
  • ଏହି ବୃହତ୍ ଶସ୍ୟାଗାରର ଦକ୍ଷିଣ ଦିଗରେ କେତେକ ଗୋଲାକାର ଚଟାଣ ଶସ୍ୟ ଅମଳ ପାଇଁ ନିର୍ମିତ ହୋଇଥିଲା ।
  • ମହେଞ୍ଜୋଦାରୋଠାରେ ମଧ୍ୟ ଏକ ବିଶାଳ ଶସ୍ୟଭଣ୍ଡାର ଦେଖିବାକୁ ମିଳେ । ଏହାର ଲମ୍ବ ୪୮ ମିଟର ଓ ଚଉଡ଼ା ୧୫ ମିଟର ଥିଲା ।
  • ରାଜସ୍ଥାନର କାଳିବ ଠାରେ ମଧ୍ୟ ଗୋଟିଏ ଶସ୍ୟ ଭଣ୍ଡାର ଦେଖିବାକୁ ମିଳେ ।

BSE Odisha 6th Class History Notes Chapter 4 ଭାରତରେ ପ୍ରଥମ ନଗରୀକରଣ

→ (୭) ସଭାଗୃହ :

  • ମହେଞ୍ଜୋଦାରୋ ନଗର ମଧ୍ଯରେ ୭୦ ମିଟର ଲମ୍ବ ଓ ୨୩ ମିଟର ଚଉଡ଼ା ଏବଂ ୨୫ ଗୋଟି ଖମ୍ବ ବିଶିଷ୍ଟ ପୋଡ଼ାଇଟାରେ ତିଆରି ଏକ ପ୍ରକାଣ୍ଡ ଗୃହ ଦେଖ‌ିବାକୁ ମିଳେ ।
  • ଏହି ଗୃହ ପାଞ୍ଚଟି କୋଠରି ବିଶିଷ୍ଟ ଥିଲା ଏବଂ ଏହି ଗୃହକୁ ସଭା କିମ୍ବା ପ୍ରାର୍ଥନା ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିଲା ବୋଲି ବିଶ୍ଵାସ କରାଯାଏ ।

→ (୮) କୃଷିକାର୍ଯ୍ୟ :

  • ହରପ୍ପା ସଭ୍ୟତାର ଅଧିବାସୀମାନେ କୃଷିକୁ ମୁଖ୍ୟ ଜୀବିକାରୂପେ ଗ୍ରହଣ କରିଥିଲେ ।
  • ଏମାନେ ପ୍ରଧାନତଃ ଗହମ, ଯଅ, କପା ଚାଷ କରୁଥିଲେ ।
  • ଗହମ ଓ ଯଅରୁ ଅଟା ପ୍ରସ୍ତୁତ କରି ରୁଟି ଖାଉଥିଲେ । ଏହାଛଡ଼ା ସେମାନେ ଫଳ, ମାଛ, ମାଂସ, ଅଣ୍ଡା ଖାଉଥିଲେ । ଖଜୁରିକୋଳି ଏମାନଙ୍କର ପ୍ରିୟ ଖାଦ୍ୟ ଥିଲା ।

→ (୯) ପୋଷାକ ପରିଚ୍ଛଦ ଓ ଅଳଙ୍କାର :

  • ହରପ୍‌ପା ସଭ୍ୟତାର ଲୋକମାନେ କପା ଓ ପଶମର ଲୁଗା ପିନ୍ଧୁଥିଲେ ।
  • ପୁରୁଷମାନେ ଲୁଙ୍ଗି ପରି ଲୁଗା ଓ ସ୍ତ୍ରୀଲୋକମାନେ ଘାଗରା ପରି ଲୁଗା ପିନ୍ଧୁଥିଲେ ।
  • ନାରୀ ଓ ପୁରୁଷ ଉଭୟ ଦେହରେ ବିଭିନ୍ନ ପ୍ରକାର ଅଳଙ୍କାର ପିନ୍ଧୁଥିଲେ । ହାର, ମୁଦି, ଅଣ୍ଟାସୂତା, ବାଜୁବନ୍ଧ, ବଳା, କାନଫୁଲ, ନାକଫୁଲ ଇତ୍ୟାଦି ଅଳଙ୍କାର ପିନ୍ଧୁଥିଲେ ।
  • ଧନୀ, ବଣିକ ଓ ବ୍ୟବସାୟୀମାନେ ସୁନା, ରୁପା, ହାଡ଼ରେ ତିଆରି ଅଳଙ୍କାର ଓ ଗରିବ ଶ୍ରେଣୀର ଲୋକମାନେ ତମ୍ବା, ହାଡ଼, ପୋହଳା, ମାଟି ତିଆରି ଅଳଙ୍କାରମାନ ପିନ୍ଧୁଥିଲେ ।
  • ପୁରୁଷମାନେ ଲମ୍ବା କେଶ ଓ ଦାଢ଼ି ରଖୁଥିଲେ ।
  • ସ୍ତ୍ରୀଲୋକମାନେ ହାତୀଦାନ୍ତ ଓ ଶିଙ୍ଗ ତିଆରି ପାନିଆ ତଥା ମୁଣ୍ଡକଣ୍ଟା ବ୍ୟବହାର କରୁଥିଲେ ।

BSE Odisha 6th Class History Notes Chapter 4 ଭାରତରେ ପ୍ରଥମ ନଗରୀକରଣ

→ (୧୦) ଶିଳ୍ପକଳା :

  • ହରପ୍‌ପା ସଭ୍ୟତାର ଲୋକମାନେ ମୃତ୍ତିକା ଶିଳ୍ପ ଓ ଧାତୁଶିଳ୍ପରେ ନିପୁଣ ଥିଲେ ।
  • ସେମାନେ ସୁନା, ରୁପା, ତମ୍ବା, ଟିଣ ଏବଂ ଦସ୍ତା ଧାତୁର ବିଭିନ୍ନ ପଦାର୍ଥ ତିଆରି କରୁଥିଲେ । ବିଭିନ୍ନ ଗୃହୋପକରଣ; ଯଥା— ଥାଳି, ପାତ୍ର, ଗରା, କୁଣ୍ଡ, କ୍ଷୁର, ଛୁଞ୍ଚୁ, ଦାଆ, ଖଣ୍ଡା, ତୀର, ବର୍ଚ୍ଛା ପ୍ରଭୃତି ବିଭିନ୍ନ ଧାତୁରେ ତିଆରି କରୁଥିଲେ ।
  • କେତେକ କାରିଗର କଂସାର ମୂର୍ତ୍ତି ଓ ଅଳଙ୍କାରମାନ ତିଆରି କରୁଥିଲେ ।
  • ହରପ୍‌ପା ସଭ୍ୟତାର ପ୍ରଧାନ ଶିଳ୍ପ ଥିଲା ମାଟିପାତ୍ର ନିର୍ମାଣ ।
  • ଚକ ବ୍ୟବହାର କରି ସେମାନେ ସୁନ୍ଦର ସୁନ୍ଦର ମାଟିପାତ୍ର ନିର୍ମାଣ କରିଥିଲେ ।
  • ଚକଥିବା ଛୋଟ ଛୋଟ ଗାଡ଼ି, ବିଭିନ୍ନ ପଶୁ ଓ ପକ୍ଷୀ, ମଣିଷ, ହୁଇସିଲ ଇତ୍ୟାଦି ମାଟିରେ ତିଆରି କରାଯାଉଥିଲା ।

→ ମୋହର :

  • ହରପ୍‌ପା ସଭ୍ୟତାର ବିଭିନ୍ନ ସ୍ଥାନରୁ ବହୁସଂଖ୍ୟକ ପୋଡ଼ା ମାଟିର ମୋହର ମିଳିଛି ।
  • ଏହି ମୋହରଗୁଡ଼ିକରୁ ସେମାନଙ୍କ ଜୀବନଧାରା ବିଷୟରେ ଅନେକ କଥା ଜଣାପଡ଼େ ।
  • ଏହି ମୋହରଗୁଡ଼ିକରେ ବୃଷଭ, ମଇଁଷି, ଗୟଳ, ହସ୍ତୀ, ସର୍ପ, କୁମ୍ଭୀର, ବିଭିନ୍ନ ବୃକ୍ଷ, ବହୁ ନାରୀ ମୂର୍ତ୍ତି, ଯୋଗାସନ ମୂର୍ତ୍ତି ଦେଖିବାକୁ ମିଳେ ।
  • ମୋହରରେ ଏକ ପ୍ରକାର ଲିପି ଖୋଦିତ ହୋଇଛି । ଏଗୁଡ଼ିକ ସେମାନଙ୍କର ଧର୍ମ, ବାଣିଜ୍ୟ ଓ ସାମାଜିକ ବ୍ୟବସ୍ଥାର ସୂଚନା ପ୍ରଦାନ କରେ ।

→ ବାଣିଜ୍ୟ :

  • ହରପ୍‌ପା ସଭ୍ୟତାର କେତେକ ମୋହରରେ ଥିବା ଡଙ୍ଗାର ଛବିରୁ ସେମାନେ ନୌବାଣିଜ୍ୟ କରୁଥିବାର ସୂଚନା ମିଳେ ।
  • ସେମାନେ ସେମାନଙ୍କର ବଳକା ଶସ୍ୟ, ମାଟିପାତ୍ର ଇତ୍ୟାଦିକୁ ନେଇ ବାଣିଜ୍ୟ କାରବାର କରୁଥିଲେ ।
  • ଗୁଜରାଟର ଲୋଥାଠାରେ ପୋତାଶ୍ରୟର ଅବଶେଷ ମିଳିଛି ।
  • ସେମାନେ ଭାରତ ଭିତରେ ଏବଂ ବାହାର ଦେଶ ଯଥା : ଆଫଗାନିସ୍ଥାନ ଓ ମେସୋପଟାମିଆ ସହିତ ବାଣିଜ୍ୟ କରୁଥିବାର ପ୍ରମାଣ ମିଳିଛି ।

BSE Odisha 6th Class History Notes Chapter 4 ଭାରତରେ ପ୍ରଥମ ନଗରୀକରଣ

→ ଲିପି :

  • ହରପ୍‌ପା ସଭ୍ୟତାର ଅଧିବାସୀମାନଙ୍କର ଭାଷା ଓ ଲିପି ବିଷୟରେ ସଠିକ୍ ଜଣା ନଥିଲେ ମଧ୍ୟ ଆବିଷ୍କାର କରାଯାଇଥିବା ମୋହରମାନଙ୍କରୁ ସେମାନେ ଛବିଲିପି ବ୍ୟବହାର କରୁଥିଲେ ବୋଲି କୁହାଯାଇପାରେ ।
  • ଏହି ଛବିଦ୍ୱାରା ସେମାନେ ମନର ଭାବ ପ୍ରକାଶ କରୁଥିଲେ । ଏବେ ୪୦୦ରୁ ଅଧ‌ିକ ଚିହ୍ନ ବା ଛବି ଆବିଷ୍କାର କରାଯାଇଛି ।

→ ଧର୍ମ :

  • ହରପ୍‌ପା ସଭ୍ୟତାରେ କୌଣସି ମନ୍ଦିର ଦେଖିବାକୁ ମିଳିନାହିଁ ।
  • ପଥର ମୂର୍ତ୍ତି, ତମ୍ବା କିମ୍ବା ପୋଡ଼ାମାଟିର ମୋହର ଉପରେ ଖୋଦିତ ହୋଇଥିବା ବିଭିନ୍ନ ମୂର୍ତ୍ତିକୁ ଦେଖ୍ ଅନୁମାନ କରାଯାଏ ଯେ ସେମାନେ ପଶୁପତି, ଦେବୀ, ବୃଷଭ, ସର୍ପ, ବୃକ୍ଷ ଆଦିକୁ ପୂଜା କରୁଥିଲେ ।
  • କେତେକ ମୋହରରେ ଖୋଦିତ ମାତୃକା ମୂର୍ତ୍ତିରୁ ଅନୁମାନ କରାଯାଏ ଯେ ସେମାନେ ଦେବୀ ପୂଜା କରୁଥିଲେ ।
  • ହରପ୍‌ପା ସଭ୍ୟତାର ଲୋକମାନେ ମୃତ ବ୍ୟକ୍ତିର ଜୀବନ ରହିଥାଏ ବୋଲି ବିଶ୍ୱାସ କରୁଥିଲେ । ତେଣୁ ସେମାନେ ମୃତବ୍ୟକ୍ତିର ମୁଣ୍ଡ ଉତ୍ତରଦିଗକୁ ରଖ୍ ସମାଧ୍ ଦେଉଥିଲେ ଏବଂ ତା’ ସହିତ ତା’ର ଅଳଙ୍କାର, ବ୍ୟବହାର କରୁଥିବା ପାତ୍ର, ଦର୍ପଣ, ବାଡ଼ି ଆଦି ଜିନିଷଗୁଡ଼ିକୁ ପୋତି ଦେଉଥିଲେ ।

BSE Odisha 6th Class History Notes Chapter 4 ଭାରତରେ ପ୍ରଥମ ନଗରୀକରଣ

→ ହରପ୍ପା ସଭ୍ୟତାର ପତନ :
ପ୍ରାୟ ଖ୍ରୀ.ପୂ. ୨୦୦୦ ବର୍ଷ ବେଳକୁ ହରପ୍‌ପା ସଭ୍ୟତାର ପତନ ଆରମ୍ଭ ହୋଇଥିଲା ।

  1. ବିଶେଷଜ୍ଞମାନଙ୍କ ମତରେ ପ୍ରାକୃତିକ ଦୁର୍ଘଟଣା ଯଥା ସିନ୍ଧୁନଦୀରେ ବନ୍ୟା ଆସିବା ଫଳରେ ଲୋକମାନେ ନଗର ଛାଡ଼ି ଅନ୍ୟସ୍ଥାନକୁ ପଳାୟନ କଲେ ଓ ସେମାନେ ଯେଉଁ ସ୍ଥାନକୁ ଗଲେ ସେ ସ୍ଥାନରେ ଏ ସଭ୍ୟତା ଆରମ୍ଭ କରିଥିଲେ ।
  2. କେତେକ ଐତିହାସିକଙ୍କ ମତରେ ବାରମ୍ବାର ଭୂମିକମ୍ପଦ୍ବାରା ଏ ସଭ୍ୟତା ମାଟିତଳେ ପୋତି ହୋଇଯାଇଥିଲା ।
  3. ଅନେକଙ୍କ ମତରେ ଆର୍ଯ୍ୟମାନଙ୍କ ଆକ୍ରମଣଦ୍ୱାରା ଏହି ସଭ୍ୟତା ଲୋପ ପାଇଛି । ମହେଞ୍ଜୋଦାରୋର ଖନନରୁ ମିଳିଥିବା କଙ୍କାଳଗୁଡ଼ିକରେ ତୀକ୍ଷ୍ଣ ଅସ୍ତ୍ରର ଆଘାତ ଦାଗ ଥିବାରୁ ଏହା ଆନୁମାନ କରାଯାଉଛି ।
  4. ରାସ୍ତାମାନଙ୍କରେ ପଡ଼ିଥିବା କଙ୍କାଳକୁ ଅନୁଧ୍ୟାନ କରି କେତେକ ଐତିହାସିକ ମତ ଦିଅନ୍ତି ଯେ ମହାମାରୀ ପ୍ଲେଗ ହରପ୍‌ପା ସଭ୍ୟତାର ପତନ ପାଇଁ ଦାୟୀ ।

BSE Odisha 6th Class History Notes Chapter 5 ବିଭିନ୍ନ ଜୀବନଧାରଣ ପ୍ରଣାଳୀ

Odisha State Board BSE Odisha 6th Class History Notes Chapter 5 ବିଭିନ୍ନ ଜୀବନଧାରଣ ପ୍ରଣାଳୀ will enable students to study smartly.

BSE Odisha Class 6 History Notes Chapter 5 ବିଭିନ୍ନ ଜୀବନଧାରଣ ପ୍ରଣାଳୀ

ବିଷୟ ବସ୍ତୁ

ବୈଦିକ ଯୁଗ, ଋକ୍‌ବେଦ, ସାମବେଦ, ଯଜୁବେଦ, ଅଥର୍ବବେଦ, ଶାସନ ବ୍ୟବସ୍ଥା, ଗ୍ରାମ୍ୟ ଜୀବନ, ସମସାମୟିକ ତାମ୍ର-ପ୍ରସ୍ତର ଯୁଗର ମାନବ ବସତି, ବୈଦିକ ଯୁଗର ଜନପଦ ଓ ମହାଜନ ପଦ ।

→ (କ) ବୈଦିକ ଯୁଗ :

  • ଆମ ଦେଶର ସର୍ବପ୍ରାଚୀନ ଗ୍ରନ୍ଥ ହେଉଛି ବେଦ । ଏହାର ଅର୍ଥ ହେଉଛି ଜ୍ଞାନ ।
  • ବେଦ ହେଉଛି ଆର୍ଯ୍ୟମାନଙ୍କର ଗ୍ରନ୍ଥ । ଏହାର ମନ୍ତ୍ରଗୁଡ଼ିକ ମୁନି ଋଷିମାନେ ସଂସ୍କୃତ ଭାଷାରେ ମୌଖୁକ ଭାବରେ ରଚନା କରିଥିଲେ ।
  • ପ୍ରଥମରେ ବେଦକୁ ଲୋକମାନେ ଶୁଣିଶୁଣି ମନେରଖୁଥିବାରୁ ଏହାର ଅନ୍ୟନାମ ‘ଶ୍ରୁତି’ ଅଟେ ।
  • ବେଦ ଚାରିଭାଗରେ ବିଭକ୍ତ ଅଟେ । ଯଥା – ରଗ୍‌ବେଦ, ସାମବେଦ, ଯଜୁର୍ବେଦ, ଅଥର୍ବ ବେଦ ।

BSE Odisha 6th Class History Notes Chapter 5 ବିଭିନ୍ନ ଜୀବନଧାରଣ ପ୍ରଣାଳୀ

→ ୧. ଋକ୍‌ବେଦ :
ପ୍ରାୟ ଖ୍ରୀଷ୍ଟପୂର୍ବ ୧୫୦୦ ମସିହା ଅର୍ଥାତ ପ୍ରାୟ ୩୫୦୦ ବର୍ଷପୂର୍ବେ ଋବେଦ ରଚନା କରାଯାଇଥିବାର ବିଶ୍ଵାସ କରାଯାଏ । ଏହା ଦଶଟି ଭାଗ ବା ମଣ୍ଡଳରେ ବିଭକ୍ତ ଏବଂ ଏଥିରେ ଇନ୍ଦ୍ର, ବରୁଣ, ଅଗ୍ନି, ମିତ୍ର ଆଦି ଦେବତାଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା ରହିଛି ।

ମନେରଖ :
ଋକ୍‌ବେଦ ସହିତ ଇରାନ୍‌ର ସର୍ବପ୍ରାଚୀନ ଗ୍ରନ୍ଥ ‘ଆସ୍ତାର’ର ଅନେକ ସାମଞ୍ଜସ୍ୟ ରହିଛି । ଖ୍ରୀ. ପୂ. ୧୫୦୦ରୁ ୧୦୦ ମସିହା ସମୟରୁ ଋକ୍‌ବେଦୀୟ ଯୁଗ କୁହାଯାଏ ଏବଂ ଗ୍ରୀ.ପୂ. ୧୦୦୦ରୁ ୬୦୦ ମସିହା ସମୟକୁ ପରବର୍ତ୍ତୀ ବା ଉତ୍ତର ବୈଦିକ ଯୁଗ କୁହାଯାଏ ।

→ ୨. ସାମବେଦ :
‘ସାମ’ ଶବ୍ଦର ଅର୍ଥ ଗାନ । ଏହି ବେଦରେ ଅନେକ ସଙ୍ଗୀତମୟ ପ୍ରାର୍ଥନା ରହିଛି ।

→ ୩. ଯର୍ଜୁବେଦ :
ଯର୍ଜୁବେଦରେ ଧର୍ମ ଓ ପୂଜା କର୍ମର ପଦ୍ଧତି ରହିଛି ।

→ ୪. ଅଥର୍ବବେଦ :
ଅଥର୍ବବେଦରେ ଭୂତ ପ୍ରେତ ଦୂର କରିବାପାଇଁ ମନ୍ତ୍ର, ଗୁଣି ଗାରେଡ଼ି ଆଦି ରହିଛି ।

ମନେରଖ :
ଉପନିଷଦ ହେଉଛି ବେଦର ଏକ ଅଂଶ । ଯେଉଥରେ ଆତ୍ମା, ପରମାତ୍ମା ବା ବ୍ରହ୍ମ, ମୋକ୍ଷ ଆଦି ବିଷୟରେ ଉଲ୍ଲେଖ ରହିଛି ।

→ (ଖ) ଶାସନ ବ୍ୟବସ୍ଥା :

  • ଆର୍ଯ୍ୟମାନଙ୍କର ସାମାଜିକ ଜୀବନ, ଅର୍ଥନୀତି, ଧର୍ମ ଓ ଶାସନ ବ୍ୟବସ୍ଥା ଆଦି ବୈଦିକ ସାହିତ୍ୟରୁ ଜଣାଯାଏ । ଆର୍ଯ୍ୟମାନେ ଅନେକଗୁଡ଼ିଏ ଦଳରେ ବହୁ ସଂଖ୍ୟକ ଗାଈଗୋରୁ, ଯୋଡ଼ା ଆଦି ପଶୁଙ୍କ ସହିତ ଭାରତରେ ପ୍ରବେଶ କରିଥିଲେ । ପ୍ରଥମେ ସେମାନେ ଯାଯାବର ଜୀବନ ଯାପନ କଲାପରେ କୃଷିକାର୍ଯ୍ୟ କରି ସ୍ଥାୟୀ ବାସିନ୍ଦା ହେଲେ ।
  • ଦଳରେ ଥ‌ିବା ସମସ୍ତ ଲୋକଙ୍କୁ ‘ଜନ’ ରୂପେ ଗ୍ରହଣ କରାଗଲା ଓ ‘ବିଶ୍’ ଦଳର କେତେକ ସଂଗଠନକୁ ବୁଝାଉଥିଲା ।
  • ଦଳର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତିଙ୍କୁ ‘ରାଜନ’ କୁହାଯାଉଥିଲା ।
  • କେତେଗୁଡ଼ିଏ ପରିବାର ବା କୁଳକୁ ନେଇ ନେଇ ଗ୍ରାମ ସୃଷ୍ଟି ହୋଇଥିଲା ଏବଂ ପରିବାରର ମୁଖ୍ୟଙ୍କୁ ‘କୁଳପ’ କୁହାଯାଉଥିଲା ।
  • ଏହି ସମୟରେ ମୁଖ୍ୟ ଶାସନ ବ୍ୟବସ୍ଥା ‘ରାଜତନ୍ତ୍ର’ ଥିଲା ଓ ରାଜା ବହୁ କ୍ଷମତାଶାଳୀ ଥିଲେ ।

BSE Odisha 6th Class History Notes Chapter 5 ବିଭିନ୍ନ ଜୀବନଧାରଣ ପ୍ରଣାଳୀ

ମନେରଖ :
ଗ୍ରାମର ମୁଖ୍ୟଙ୍କୁ ‘ବ୍ରଜପତି’ ବା ‘ଗ୍ରାମୀଣ’ କୁହାଯାଉଥିଲା ।

→ (ଗ) ଗ୍ରାମ୍ୟ ଜୀବନ :

  • କେତୋଟି ପରିବାରକୁ ନେଇ ଗଠିତ ବିଭିନ୍ନ ଗ୍ରାମରେ ଆର୍ଯ୍ୟମାନେ ଦଳଦଳ ହୋଇ ରହୁଥିଲେ । ପରିବାରର ସମସ୍ତ ସଦସ୍ୟ ଏକତ୍ର ରହୁଥିଲେ ।
  • ଆର୍ଯ୍ୟମାନଙ୍କର ପ୍ରଧାନ ଜୀବିକା ଥିଲା କୃଷି । ଏହା ସହିତ ସେମାନେ ପଶୁ ପାଳନ ମଧ୍ୟ କରୁଥିଲେ । ‘ଗାଈ’ ସେମାନଙ୍କର ସମ୍ପତ୍ତି ରୂପେ ବିବେଚନା କରାଯାଉଥିଲା ।
  • ବୈଦିକ ସମାଜରେ ଉଚ୍ଚ ସ୍ଥାନରେ ରହିଥିବା ନାରୀମାନେ ପୁରୁଷମାନଙ୍କ ସହିତ ବିଭିନ୍ନ କାର୍ଯ୍ୟ ଓ ଯାଗଯଜ୍ଞରେ ଯୋଗ ଦେଉଥିଲେ ।
  • ଆର୍ଯ୍ୟ ସମାଜକୁ ତିନି ଶ୍ରେଣୀରେ ବିଭକ୍ତ କରାଯାଇଥିଲା । ପ୍ରଥମ ଶ୍ରେଣୀରେ ଶାସକ ଶ୍ରେଣୀ ଯଥା – ରାଜା, ତାଙ୍କର କର୍ମଚାରୀ ଓ ଯୋଦ୍ଧା ରହୁଥିଲେ । ଦ୍ୱିତୀୟ ଶ୍ରେଣୀରେ ଥିଲେ ପୁରୋହିତମାନେ ଏବଂ ତୃତୀୟ ଶ୍ରେଣୀରେ ସାଧାରଣ ଲୋକ ରହୁଥିଲେ ।
  • ଋକ୍‌ବେଦୀୟ ଯୁଗର ଶେଷ ଭାଗରେ ସମାଜ ଗରିବର୍ଷରେ ବିଭକ୍ତ ଥୁଲା ଯଥା – ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଏବଂ ଶୁଦ୍ର ।

ମନେରଖ :
ଘୋଷା, ଲୋପାମୁଦ୍ରା ଆଦି ନାରୀମାନେ ବୈଦିକ ମନ୍ତ୍ର ରଚନା କରି ପ୍ରସିଦ୍ଧି ଲାଭ କରିଥିଲେ ।

  • ଆର୍ଯ୍ୟମାନଙ୍କ ଖାଦ୍ୟ ଥିଲା କ୍ଷୀର ଓ କ୍ଷୀର ଜାତ ଦ୍ରବ୍ୟ, ବିଭିନ୍ନ ଫଳମୂଳ, ପନିପରିବା, ଡାଲିଜାତୀୟ ପଦାର୍ଥ ଓ ମାଂସ ଇତ୍ୟାଦି ।
  • ଗହମ ଓ ଯଅ ସେମାନଙ୍କର ପ୍ରଧାନ ଖାଦ୍ୟ ଥିଲା । ପରବର୍ତୀ ବୈଦିକ ଯୁଗରେ ସେମାନେ ଧାନ ଉତ୍ପାଦନ କରି ଶିଖୁଥିଲେ । ପାନୀୟ ରୂପେ ସୋମରସ ଓ ସୁରାକୁ ବ୍ୟବହାର କରୁଥିଲେ ।
  • ପ୍ରକୃତିର ବିଭିନ୍ନ ଶକ୍ତିକୁ ଆର୍ଯ୍ୟମାନେ ପୂଜା କରୁଥିଲେ ଏବଂ ପ୍ରକୃତିର ଦୃଶ୍ୟାବଳୀ ପଛରେ ଦେବଦେବୀଙ୍କ ସଭା ଅଛି ବୋଲି ସେମାନେ ବିଶ୍ବାସ କରୁଥିଲେ ।
  • ଦେବଦେବୀଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ସେମାନେ ଯଜ୍ଞାନୁଷ୍ଠାନର ଆୟୋଜନ କରୁଥିଲେ ଏବଂ ଘିଅ, ଦୁଧ ଆଦି ଦ୍ରବ୍ୟ ନିଆଁରେ ସମର୍ପଣ କରୁଥିଲେ ।

BSE Odisha 6th Class History Notes Chapter 5 ବିଭିନ୍ନ ଜୀବନଧାରଣ ପ୍ରଣାଳୀ

→ (ଘ) ସମସାମୟିକ ତାମ୍ର-ପ୍ରସ୍ତର ଯୁଗର ମାନବ ବସତି ।

  • ମହାରାଷ୍ଟ୍ର ପ୍ରଦେଶର ଭୀମା ନଦୀର ଶାଖାନଦୀ ଘୋଦ ନିକଟରେ ଇନାମ୍ ଗାଓଁ ଅବସ୍ଥିତ । ଏହି ଇନାମ୍ ଗାଓଁଠାରେ ତାମ୍ର-ପ୍ରସ୍ତର ଯୁଗର ମାନବ ସଭ୍ୟତା ଆବିଷ୍କାର କରାଯାଇଛି । ଏହି ସଭ୍ୟତା ପ୍ରାୟ ଖ୍ରୀ.ପୂ. ୧୫୦୦ରୁ ୬୦୦ ଅର୍ଥାତ ୯୦୦ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ଦିଗରେ ବିକାଶ ଲାଭ କରିଥିଲା ।
  • ପ୍ରତ୍ନତାତ୍ତ୍ଵିକ ଖନନରୁ ସେଠାରେ ପ୍ରାୟ ୧୩୪ଟି ମାଟିର ଚାରିକୋଣିଆ ଘର ଆବିଷ୍କୃତ ହୋଇଛି । ଏକ ବା ଦୁଇଟି କୋଠରି ସର୍ବସାଧାରଣଙ୍କର ଘର ଥିଲାବେଳେ ଶାସକମାନେ ୫ଟି କୋଠରି ବିଶିଷ୍ଟ ଘରେ ରହୁଥିଲେ ।
  • ହରପ୍‌ପା ଭଳି ସେଠାରେ ମଧ୍ୟ ଶସ୍ୟାଗାର ଦେଖିବାକୁ ମିଳେ । ଲୋକମାନେ ଗାତଖୋଳି ମାଟି ଭିତରେ ଶସ୍ୟକୁ ସାଇତି ରଖୁଥିଲେ ।
  • ଅଣ୍ଡାକୃତି ବା ଦୀର୍ଘ ବୃତ୍ତାକାର ଗାତକୁ ସେମାନେ ଚୁଲି ଭାବରେ ବ୍ୟବହାର କରୁଥିଲେ । ଘର ଭିତରେ ଓ ବାହାରେ ଏହି ପ୍ରକାର ଚୁଲି ଦେଖିବାକୁ ମିଳେ ।
  • ସେମାନେ ଲାଲ ଓ କଳାରଙ୍ଗର ମାଟି ଓ ତମ୍ବାର ହାତହତିଆର ବ୍ୟବହାର କରୁଥିଲେ । ସେମାନେ ମଧ୍ୟ ପ୍ରସ୍ତର ନିର୍ମିତ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିଲେ ।
  • ଇନାମଗାଓଁରୁ ଆବିଷ୍କାର କରାଯାଇଥିବା ଚିମୁଟା, ବଂଶୀକଣ୍ଟା, ତୀରମୁନ, ମାଳି, ଚୁଡ଼ି, ପାଉଁଜି ପ୍ରଭୃତି ଅଳଙ୍କାର ତମ୍ବାରେ ନିର୍ମିତ ହୋଇଥିବାର ପ୍ରମାଣ ମିଳିଛି ।
  • ସେହିପରି ବାଦାମୀରଙ୍ଗର ମାଟିପାତ୍ର, ହାତୀଦାନ୍ତ, ଶାମୁକାର ମାଳି ଓ ପୋଡ଼ା ଇଟାରେ ଓ ମାଟିରେ ତିଆରି ମୂର୍ତ୍ତି ଓ ପଶୁମାନଙ୍କର ଛୋଟ ଛୋଟ ମୂର୍ତ୍ତି ଆବିଷ୍କାର ହୋଇଛି । ଏହିସବୁ ମୂର୍ତ୍ତି ଖେଳନା ଅଥବା ଧର୍ମକାର୍ଯ୍ୟରେ ବ୍ୟବହୃତ କରାଯାଉଥିବାର ପ୍ରମାଣ ମିଳେ ।

ମନେରଖ :
ଇନାମ୍‌ଗାଓଁର ଲୋକମାନେ ତମ୍ବା ତିଆରି ହାତ ହତିଆର ବ୍ୟବହାର କରୁଥିଲେ । ସେମାନେ ରାଜସ୍ଥାନରୁ ତମ୍ବା ଆଣୁଥିଲେ ।

  • ଇନାମ୍‌ଗାଓଁଠାରେ କିଛି ସମାଧୂର ସନ୍ଧାନ ମିଳିଛି । ଅଧିକାଂଶ ସମାଧୁରେ ପୁରୁଷ ଲୋକମାନଙ୍କର ଅସ୍ଥି ମିଳିଛି ଏବଂ ସେମାନଙ୍କର ମୃତଶରୀରର ମସ୍ତକକୁ ଉତ୍ତର ଦିଗକୁ ରଖାଯାଉଥିଲା । ଘର ଭିତରେ ମଧ୍ୟ ସମାଧ୍ ଦିଆଯାଉଥିଲା ଏବଂ ଖାଦ୍ୟ ଓ ପାଣିଥୁବା ପାତ୍ରକୁ ମୃତଶରୀର ସହିତ ରଖାଯାଉଥିଲା । ଲୋକମାନେ ମାତୃ ଉପାସନା କରୁଥିବାର ବିଶ୍ଵାସ କରାଯାଏ ।
  • ସେହି ସମୟରେ ଲୋକମାନେ ଗହମ, ଯଅ, ମସୁର, ମଟର, ବାଜରା, ଧାନ, ଶିମ୍ବ, ଆଦି ଖାଦ୍ୟଶସ୍ୟ ଉତ୍ପାଦନ କରୁଥିବାର ପ୍ରମାଣ ମିଳିଛି । ଗୋରୁ, ମଇଁଷି, ଛେଳି, ମାଛ ମାଂସ, ଗାଈ କ୍ଷୀର, ଜାମୁ, ଖଜୁରୀ ଓବିଭିନ୍ନ ପ୍ରକାର କୋଳି ମଧ୍ୟ ସେମାନେ ଖାଉଥିଲେ । ସେମାନଙ୍କର କୃଷିର ମଧ୍ୟ ଯଥେଷ୍ଟ ଉନ୍ନତି ହୋଇଥିଲା ।
  • ପ୍ରାୟ ଖ୍ରୀ. ପୂ. ୧୮୦୦ରୁ ୧୨୦୦ ମଧ୍ଯରେ ବେବିଲୋନ ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଲୁହା ପଥରକୁ ତରଳାଇ ଲୁହା ବାହାର କରିବାର କୌଶଳ ସେମାନେ ଜାଣିପାରିଥିଲେ । ଏହି କୌଶଳକୁ କାଳକ୍ରମେ ପାରସିକମାନେ ଜାଣିଲେ । ପରବର୍ତୀ ବୈଦିକ ଯୁଗରେ ଲୁହାର ବ୍ୟବହାର ଗଙ୍ଗା ନଦୀର ଅବବାହିକା ଅଞ୍ଚଳକୁ ପ୍ରସାର ଲାଭ କରିଥିଲା ।

BSE Odisha 6th Class History Notes Chapter 5 ବିଭିନ୍ନ ଜୀବନଧାରଣ ପ୍ରଣାଳୀ

ମନେରଖ :
ଖ୍ରୀ.ପୂ. ୧୦୦୦ ମସିହା ବେଳକୁ ଭାରତରେ ଉତ୍ତର ପଶ୍ଚିମାଞ୍ଚଳ ବିଶେଷକରି ଗାନ୍ଧାର ଅଞ୍ଚଳରେ ଲୁହାର ବ୍ୟବହାର ହେଉଥିବାର ପ୍ରମାଣ ମିଳିଛି ।

  • ଲୁହାର ଅସ୍ତ୍ରଶସ୍ତ୍ର ଦ୍ବାରା ଆର୍ଯ୍ୟମାନେ କୃଷ୍ଣକାୟ ମୂଳ ଭାରତୀୟମାନଙ୍କୁ ସହଜରେ ପରାସ୍ତ କଲେ ଏବଂ କୁରାଢ଼ି ଦ୍ଵାରା ଜଙ୍ଗଲ ସଫାକରି ଅଧ୍ବକ ଜମି ଚାଷ କରିପାରିଲେ । ଫଳରେ ଶସ୍ୟ ଅଧିକ ଉତ୍ପାଦନ ହୋଇପାରିଲା ।

→ (ଙ) ବୈଦିକ ଯୁଗର ଜନପଦ ଓ ମହାଜନ ପଦ ।

  • ଏସିଆର କେନ୍ଦ୍ରାଞ୍ଚଳ ଆର୍ଯ୍ୟମାନଙ୍କର ପ୍ରଥମ ବାସସ୍ଥାନ ବୋଲି ବିଶ୍ଵାସ କରାଯାଏ । କାଳକ୍ରମେ ସେମାନଙ୍କ ମଧ୍ୟରୁ ଗୋଟିଏ ଦଳ ପଶ୍ଚିମ ଦିଗକୁ ଯାଇ ଇଉରୋପରେ ବିଭିନ୍ନ ସ୍ଥାନରେ ଓ ଅନ୍ୟ ଏକ ଦଳ ପାରସ୍ୟ ବା ବର୍ତ୍ତମାନର ଇରାନରେ ପ୍ରବେଶ କଲେ । ପାରସ୍ୟର ଆର୍ଯ୍ୟମାନେ ବିଭିନ୍ନ ଦଳରେ ବିଭକ୍ତ ହୋଇ ଉତ୍ତର- ପଶ୍ଚିମରେ ଥିବା ଗିରିପଥ ଦେଇ ଭାରତକୁ ଆସିଥିଲେ ।
  • ଭାରତରେ ପ୍ରବେଶ କରିଥିବା ଆର୍ଯ୍ୟଦଳ ‘ଭାରତୀୟ ଆର୍ଯ୍ୟ’’ ନାମରେ ପରିଚିତ ହେଲେ ଓ ସଂସ୍କୃତ ଭାଷାରେ ସେମାନେ ଭାବର ଆଦାନ ପ୍ରଦାନ କଲେ । ଆର୍ଯ୍ୟମାନେ ସପ୍ତସିନ୍ଧୁ ଅଞ୍ଚଳରେ ବସବାସ କରି ତାହାର ନାମ ବ୍ରହ୍ମାବର୍ତ୍ତ ଦେଇଥିଲେ ।

ମନେରଖ :
ସିନ୍ଧୁ, ବିସ୍ତା (ଝେଲମ୍), ଚନ୍ଦ୍ରଭାଗା (ଚେନାବ୍), ଇରାବତୀ(ରାବୀ), ବିପାଶ (ବେଆସ) ଓ ଶତକ୍ର (ଶତଲେଜ୍) ଆଦି ନଦୀର ନିକଟ ବତ୍ତୀ ସ୍ଥାନରେ ରହିବାକୁ ଆରମ୍ଭ କଲେ । ଏହି ନଦୀଗୁଡ଼ିକୁ ସେମାନେ ‘ସପ୍ତସିନ୍ଧୁ’ ବୋଲି କହିଲେ ।

  • ଆର୍ଯ୍ୟମାନଙ୍କର ରାଜ୍ୟଗୁଡ଼ିକ ଯେଉଁ ଭୌଗୋଳିକ ସୀମା ମଧ୍ୟରେ ଆବଦ୍ଧ ରହିଲା, ତାହାକୁ ‘ଜନପଦ’ କୁହାଯାଏ । ପ୍ରମୁଖ ଜାତିର ନାମ ଅନୁସାରେ ‘ଜନପଦ’ଗୁଡ଼ିକ ନାମିତ ହେଲା । ଏହି ଯୁଗରେ ରାଷ୍ଟ୍ରର ମୁଖ୍ୟଙ୍କୁ ‘ରାଜନ୍’ କୁହାଯାଉଥିଲା । ଏହି ରାଜନ୍ ପଦ ବଂଶାନୁକ୍ରମିକ ଥୁଲା ଓ ତାଙ୍କର କ୍ଷମତା ସୀମିତ ଥିଲା । ସଭା, ସମିତି, ବିଧାତା ଓ ଗଣ ଆଦି ଜନଜାତି ପରିଷଦ ଯୋଗୁଁ ରାଜନ କ୍ଷମତା ସୀମିତ ଥିଲା । କିନ୍ତୁ ପରବର୍ତୀ ବୈଦିକ ଯୁଗରେ ରାଜନର ଶକ୍ତ ବୃଦ୍ଧି ପାଇଲା ।
  • ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀ ବେଳକୁ ଜନପଦଗୁଡ଼ିକର ସୀମା ବୃଦ୍ଧିପାଇ ‘ମହାଜନପଦ’ ସୃଷ୍ଟି ହେଲା ।

BSE Odisha 6th Class History Notes Chapter 5 ବିଭିନ୍ନ ଜୀବନଧାରଣ ପ୍ରଣାଳୀ

ମନେରଖ :
ବୌଦ୍ଧ ଗ୍ରନ୍ଥରୁ ଖ୍ରୀ.ପୂ ୬୦୦ ମସିହା ବେଳକୁ ଉତ୍ତର ଭାରତରେ ୧୬ଟି ମହାଜନପଦ ଥିବାର ସୂଚନା ମିଳେ । ସେମାନଙ୍କ ମଧ୍ୟରେ କୋଶଳ, ମଗଧ, ବସୁ ଓ ଅବନ୍ତୀ ଅଧ୍ବକ ଶକ୍ତିଶାଳୀ ଥିଲେ ।

  • ପରବର୍ତ୍ତୀ କାଳରେ ବିମ୍ବିସାର ଓ ଅଜାତଶତ୍ରୁଙ୍କ ଅଧୀନରେ ମଗଧରାଜ୍ୟ ଥିଲା । ଅନ୍ୟ ମହାଜନପଦଗୁଡ଼ିକୁ ଅଧିକାର କରି ମଗଧ ଏକ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ ହେଲା । ପ୍ରତ୍ୟେକ ମହାଜନପଦର ରାଜଧାନୀ ସହିତଆଉ କେତେକ ପ୍ରମୁଖ ସ୍ଥାନ ବା ସହର ଥିଲା । ଏହି ମହାଜନପଦରେ ଦୁର୍ଗ ସ୍ଥାପିତ ହୋଇଥିଲା ଓ ଶକ୍ତିଶାଳୀ ସୈନ୍ୟବାହିନୀ ମଧ୍ୟ ଗଠିତ ହୋଇଥିଲା ।
  • ମହାଜନପଦର ରାଜାମାନେ ଆଡ଼ମ୍ବର ସହକାରେ ରାଜସ୍ବୟ ଓ ଅଶ୍ଵମେଧ ପ୍ରଭୃତି ଯଜ୍ଞ କରୁଥିଲେ । ଏହା ମାଧ୍ୟମରେ ସେମାନେ ନିଜର ଶକ୍ତି ବୃଦ୍ଧି କରିବାକୁ ଚେଷ୍ଟା କରୁଥିଲେ ।

BSE Odisha 6th Class History Notes Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

Odisha State Board BSE Odisha 6th Class History Notes Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ will enable students to study smartly.

BSE Odisha Class 6 History Notes Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

ବିଷୟ ବସ୍ତୁ

ଉପନିଷଦ, ଉପନିଷଦର ବିଷୟବସ୍ତୁ, ମହାବୀର ଓ ଜୈନଧର୍ମ, ମହାବୀରଙ୍କ ଜୀବନୀ, ଧର୍ମ ପ୍ରଚାର, ଧର୍ମନୀତି, ଜୈନଧର୍ମର ପ୍ରସାର, ଜୈନ ଧର୍ମର କୀର୍ତ୍ତି, ଗୌତମ ବୁଦ୍ଧ ଓ ବୌଦ୍ଧ ଧର୍ମ, ଧର୍ମ ପ୍ରଚାର, ବୌଦ୍ଧଧର୍ମର ନୀତି, ବୌଦ୍ଧ ସଂଘ, ଧର୍ମ ପ୍ରସାର ।

→ (କ) ଉପନିଷଦ :

  • ଭାରତୀୟ ଦର୍ଶନର ମୌଳିକ ତଥ୍ୟ ଗୁଡ଼ିକ ଉପନିଷଦରେ ଆଲୋଚନା କରାଯାଇଛି ।
  • ବହୁ ଜଟିଳ ତଥ୍ୟ, ଜୀବାତ୍ମା, ପରମାତ୍ମା, ପୃଥିବୀ ସୃଷ୍ଟିର ରହସ୍ୟ ଆଦି ବିଷୟରେ ଏଥରେ ଆଲୋଚନା କରାଯାଇଛି ।
  • ବ୍ରହ୍ମ ହେଉଛି ପରମାତ୍ମା ବା ପରମେଶ୍ଵର । ଏହି ବ୍ରହ୍ମ ଜ୍ଞାନ ବିଷୟରେ ଉପନିଷଦରେ ସବିଶେଷ ଆଲୋଚନା କରାଯାଇଛି ।
  • ଉପନିଷଦ ହେଉଛି ବେଦର ଏକ ଅଂଶ । ବୈଦିକ ଯୁଗର ଶେଷଭାଗରେ ଏହା ରଚନା କରାଯାଇଛି ।

BSE Odisha 6th Class History Notes Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

ମନେରଖ :
ଶ୍ରୀମଦ୍ ଭାଗବଦ ଗୀତା ଗ୍ରନ୍ଥରେ ଅର୍ଜୁନ ନିଜଗୁରୁ ଶ୍ରୀକୃଷ୍ଣଙ୍କ ଠାରୁ ବ୍ରହ୍ମଜ୍ଞାନ ଲାଭ କରିଥିଲେ । ସେହିପରି କଠୋପନିଷଦରେ ନଚିକେତା ଉପାଖ୍ୟାନରେ ନଚିକେତା ନିଜର ଶ୍ରଦ୍ଧା, ଭକ୍ତି, ନିଷ୍ଠା ଓ ସେବା ବଳରେ ଧର୍ମରାଜ ଯମଙ୍କଠାରୁ ବ୍ରହ୍ମଜ୍ଞାନ ଲାଭ କରିଥିଲେ ବୋଲି ବର୍ଣ୍ଣନା କରାଯାଇଛି ।

→ (ଖ) ଉପନିଷଦର ବିଷୟବସ୍ତୁ

  • ଗୁରୁ ଓ ଶିଷ୍ୟ ମଧ୍ୟରେ କଥୋପକଥନ ମାଧ୍ୟମରେ ବ୍ରହ୍ମତତ୍ତ୍ୱର ଗୂଢ଼ ରହସ୍ୟ ଉପନିଷଦରେ ବର୍ଣ୍ଣନା କରାଯାଇଛି ।
  • ଉପନିଷଦର ସଂଖ୍ୟା ଅନେକ । ମାତ୍ର ବର୍ତ୍ତମାନ ମିଳୁଥିବା ଉପନିଷଦ ସଂଖ୍ୟା ୨୦୦ ଏବଂ ସେଗୁଡ଼ିକ ମଧ୍ୟରୁ ୧୬ଗୋଟି ଉପନିଷଦ ପ୍ରଧାନ ଅଟେ । ପ୍ରତ୍ୟେକ ଉପନିଷଦରେ ଭିନ୍ନଭିନ୍ନ ବିଷୟବସ୍ତୁ ରହିଛି ।
  • ଭାରତୀୟ ଦାର୍ଶନିକମାନେ ଉପନିଷଦକୁ ବିଭିନ୍ନ ଚିନ୍ତାଧାରାରେ ବ୍ୟଖ୍ୟା କରିଛନ୍ତି ।
  • ଭାରତୀୟ ଦର୍ଶନଶାସ୍ତ୍ରର ପଣ୍ଡିତମାନେ ଶଙ୍କରାଚାର୍ଯ୍ୟଙ୍କ ଅଦ୍ୱୈତବାଦମୂଳକ ବ୍ୟାଖ୍ୟାକୁ ଅଧିକ ସମ୍ମାନ ଦେଉଥାନ୍ତି ।
  • ବଲ୍ଲଭାଚାର୍ଯ୍ୟ, ମାଧୁଚାର୍ଯ୍ୟ, ରାମାନୁଜ ପ୍ରଭୃତି ଭାରତୀୟ ଦାର୍ଶନିକ ଉପନିଷଦକୁ ଭିନ୍ନ ଭିନ୍ନ ଭାବରେ ଉପସ୍ଥାପନ କରିଛନ୍ତି ।

→ (ଗ) ମହାବୀର ଓ ଜୈନଧର୍ମ

  • ଆଜକୁ ପ୍ରାୟ ୨୫୦୦ ବର୍ଷ ତଳେ ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରେ ମହାବୀର ଜୈନ ଓ ଗୌତମ ବୁଦ୍ଧ ନାମକ ଦୁଇଜଣ ମହାପୁରୁଷ ଜନ୍ମଗ୍ରହଣ କରିଥିଲେ । ସେମାନେ ଯଥାକ୍ରମେ ଜୈନଧର୍ମ ଓ ବୌଦ୍ଧଧର୍ମ ପ୍ରଚାର କରିଥିଲେ ।
  • ଜୈନଧର୍ମର ପ୍ରଚାରକ ମହାବୀର ୨୪ ତମ ତୀର୍ଥଙ୍କର ଥିଲେ ଓ ଜୈନଧର୍ମର ପରମ୍ପରା ଅନୁସାରେ ତାଙ୍କ ପୂର୍ବରୁ ୨୩ ଜଣ ତୀର୍ଥଙ୍କର ସେମାନଙ୍କର ବାଣୀ ପ୍ରଚାର କରିଥିଲେ । ଋଷ୍ଟ୍ରନାଥ ହେଉଛନ୍ତି ପ୍ରଥମ ତୀର୍ଥଙ୍କର ।
  • ମହାବୀରଙ୍କ ପୂର୍ବବର୍ତ୍ତୀ ତୀର୍ଥଙ୍କର ପାର୍ଶ୍ଵନାଥ କାଶୀରାଜା ଅଶ୍ଵସେନଙ୍କ ପୁତ୍ର ଥିଲେ । ସେ ଜୈନଧର୍ମର ଚାରିଗୋଟି ନୀତି ପ୍ରଚାର କରିଥିଲେ । ଏହାକୁ ‘ଚତୁର୍ଯ୍ୟାମ ଧର୍ମ’’ କୁହାଯାଉଥିଲା ।
  • ମହାବୀର ଏହି ‘ଚତୁର୍ଯ୍ୟ’ ଧର୍ମରେ ଆଉ ଏକ ନୀତି ବ୍ରହ୍ମଚର୍ଯ୍ୟ ଯୋଗ କରି ଏହାକୁ ‘ପଞ୍ଚଯାମ ଧର୍ମ’ରେ ପରିଣତ କରିଥିଲେ ।
  • ଏହି ପାଞ୍ଚଟି ନୀତିକୁ ଜୈନମାନେ ‘ପଞ୍ଚମହାବ୍ରତ’ ଭାବରେ ପାଳନ କରନ୍ତି ।

BSE Odisha 6th Class History Notes Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

ମନେରଖ :
ପାର୍ଶ୍ଵନାଥଙ୍କ ପ୍ରଚାରିତ ‘ଚତୁର୍ଯ୍ୟାମ ଧର୍ମ’ର ଚାରିଗୋଟି ନୀତି ହେଲା – (୧) ଜୀବପ୍ରତିହିଂସା ଆଚରଣ ନ କରିବା, (୨) ମିଥ୍ୟା ନ କହିବା, (୩) ଚୋରି ନକରିବା ଓ (୪) ସମ୍ପଭି ପ୍ରତି ଅନାଗ୍ରହ ହେବା ।

→ (ଘ) ମହାବୀରଙ୍କ ଜୀବନୀ

  • ମହାବୀର ବୈଶାଳୀ ନଗରର କୁନ୍ଦଗ୍ରାମର ଏକ କ୍ଷତ୍ରୀୟ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ବାଲ୍ୟନାମ ‘ବର୍ଷମାନ’ ଥିଲା ।
  • ତାଙ୍କ ପିତାଙ୍କ ନାମ ସିଦ୍ଧାର୍ଥ ଓ ମାତାଙ୍କ ନାମ ତ୍ରିଶଳା ଥିଲା । ‘ଯଶୋଦା’ ନାମରେ ଏକ କନ୍ୟାକୁ ବର୍ଷମାନ ବିବାହ କରିଥିଲେ ।
  • ସତ୍ୟର ସନ୍ଧାନ ପାଇଁ ସେ ୩୦ ବର୍ଷ ବୟସରେ ଗୃହତ୍ୟାଗ କରି ଦୀର୍ଘ ୧୨ ବର୍ଷ କଠୋର ସାଧନା କରିଥିଲେ । ସେ ୪୨ ବର୍ଷ ବୟସରେ ଦିବ୍ୟଜ୍ଞାନ ଲାଭ କରିଥିଲେ ।
  • ପ୍ରକୃତ ଜ୍ଞାନର ଅଧିକାରୀ ହୋଇଥିବାରୁ ତାଙ୍କୁ ‘ଜିନ’ କୁହାଯାଏ ।
  • ଏହି ଜିନ୍ ଶବ୍ଦରୁ ତାଙ୍କ ପ୍ରଚାରିତ ଧର୍ମକୁ ‘ଜୈନଧର୍ମ’ କୁହାଯାଏ ।

ମନେରଖ :
ମହାବୀର ଇନ୍ଦ୍ରିୟ ମାନଙ୍କ ଉପରେ ଜୟଲାଭ କରିଥିବାରୁ ସେ ‘ମହାବୀର’ ନାମ ଧାରଣ କରିଥିଲେ ।

→ (ଙ) ଧର୍ମପ୍ରଚାର

  • ମହାବୀର ମଗଧର ରାଜା ବିମ୍ବିସାର ଓ ଅଜାତଶତ୍ରୁଙ୍କୁ ଜୈନଧର୍ମ ପ୍ରତି ଆକୃଷ୍ଣ କରାଇଥିଲେ ।
  • ସେ ମଗଧ, ଅବନ୍ତୀ, ବୈଶାଳୀ, ମିଥୁଳା ଓ ଶ୍ରୀବସ୍ତି ଆଦି ସ୍ଥାନରେ ନିଜର ଧର୍ମ ପ୍ରଚାର କରି ୭୨ ବର୍ଷ ବୟସରେ ପାନା ନାମକ ସ୍ଥାନରେ ଦେହତ୍ୟାଗ କରିଥିଲେ ।

→ (ଚ) ଧର୍ମନୀତି

  • ମହାବୀର ଈଶ୍ବରଙ୍କ ସ୍ଥିତି, ଧର୍ମବିଧ୍ର, ଯାଗଯଜ୍ଞ, ପଶୁବଳି ଜାତି ଭେଦରେ ବିଶ୍ୱାସ କରୁନଥିଲେ । ସେ ସରଳ ଓ ନିରାଡ଼ମ୍ବର ଜୀବନଯାପନ ଉପରେ ବିଶ୍ଵାସ କରୁଥିଲେ ।
  • ଜୈନଧର୍ମର ମୂଳମନ୍ତ୍ର ଥିଲା ଅହିଂସା । ମହାବୀର ପୁନର୍ଜନ୍ମରେ ବିଶ୍ବାସ କରୁଥିଲେ ।
  • ମହାବୀର କର୍ମବାଦ ଉପରେ ଅଧ‌ିକ ଗୁରୁତ୍ଵ ଦେଉଥିଲେ । ସୁକର୍ମ କଲେ ପୁନର୍ଜନ୍ମ ହେବନାହିଁ ବୋଲି ସେ ବିଶ୍ବାସ କରୁଥିଲେ ।
  • ଆତ୍ମାର କର୍ମ ବନ୍ଧନରୁ ମୁକ୍ତି ହେଉଛି ନିର୍ବାଣ ଓ ଜୈନ ଧର୍ମାବଲମ୍ବୀଙ୍କ ପ୍ରଧାନ ଲକ୍ଷ୍ୟ ହେଲା ନିର୍ବାଣ ପ୍ରାପ୍ତି । ଏହା କେବଳ ଉପବାସ, ଧ୍ୟାନ ଓ କଠୋର ସଂଯମ ଦ୍ବାରା ସମ୍ଭବ ହୋଇପାରିବ ।

BSE Odisha 6th Class History Notes Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

ମନେରଖ :
ମହାବୀର ଉପଦେଶ ଦେଉଥିଲେ ଯେ ପୁନର୍ଜନ୍ମରୁ ମୁକ୍ତିଲାଭ କରିବାପାଇଁ ସତ୍ଵବିଶ୍ଵାସ, ସଜ୍ଞାନ ଓ ସତ୍‌କାର୍ଯ୍ୟ ଆଦି ତିନୋଟି ମାର୍ଗ ଅବଲମ୍ବନ କରିବାକୁ ହେବ । ଏହାକୁ ଜୈନ ‘ତ୍ରିରତ୍ନ’ କୁହାଯାଏ ।

→ (ଛ) ଜୈନଧର୍ମର ପ୍ରସାର

  • ଜୈନଧର୍ମର ନୀତିଗୁଡ଼ିକ ଅତି ସରଳ ପାଲି ଓ ପ୍ରାକୃତ ଭାଷାରେ ଲେଖାଯାଇଥିବାରୁ ଲୋକମାନେ ସହଜରେ ଜାଣିପାରୁଥିଲେ । ଫଳରେ ଏହା ଭାରତର ବିଭିନ୍ନ ଅଞ୍ଚଳକୁ ପ୍ରସାରିତ ହୋଇଥିଲା ।
  • ଏହି ଧର୍ମ କେବଳ ଭାରତବର୍ଷ ମଧ୍ୟରେ ସୀମିତ ହୋଇ ରହିଲା । ବର୍ତ୍ତମାନ ଗୁଜରାଟ ଓ ରାଜସ୍ଥାନ ରାଜ୍ୟରେ ଜୈନଧର୍ମୀ ବଲମ୍ବୀ ଲୋକ ଅଧ‌ିକ ସଂଖ୍ୟାରେ ବାସ କରୁଛନ୍ତି ।
  • ଏହି ଧର୍ମ କେବଳ ଭାରତବର୍ଷ ମଧ୍ୟରେ ହିଁ ସୀମିତ ହୋଇ ରହିଥିଲା । ବର୍ତ୍ତମାନ ସୁଦ୍ଧା ରାଜସ୍ଥାନ ଓ ଗୁଜରାଟ ରାଜ୍ୟରେ ଅଧ‌ିକ ଜୈନ ଧର୍ମାବଲମ୍ବୀମାନେ ରହିଛନ୍ତି ।

ମନେରଖ :
ମଗଧର ସମ୍ରାଟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଓ କଳିଙ୍ଗର ରାଜା ଖାରବେଳ ଜୈନଧର୍ମ ଗ୍ରହଣ କରି ଏହାର ପୃଷ୍ଠପୋଷକତା ଲାଭ କରିଥିଲେ ।

→ (ଜ) ଜୈନଧର୍ମର କୀର୍ତ୍ତି :

  • ଭାରତରେ ଅବସ୍ଥିତ ଜୈନଧର୍ମର କୀର୍ତ୍ତି ମଧ୍ୟରେ ପ୍ରସିଦ୍ଧ ହେଉଛି କର୍ଣାଟକ ଶ୍ରାବଣ ବେଲଗୋଲା, ମହାରାଷ୍ଟ୍ରର ଏଲୋରା ପାହାଡ଼ରେ ଥିବା ଜୈନଗୁମ୍ଫା ଏବଂ ରାଜସ୍ଥାନର ଆବୁ ପର୍ବତରେ ଥିବା ଜୈନ ମନ୍ଦିର ।
  • ଓଡିଶାର ଭୁବନେଶ୍ଵରରେ ଉଦୟଗିରି ଓ ଖଣ୍ଡଗିରି ପାହଡ଼ରେ ଜୈନ ମନ୍ଦିର ଏବଂ ରାଣୀ ଓ ହାତୀ ଗୁମ୍ଫା ରହିଛି ।
  • ମହାବୀରଙ୍କ ଦେହତ୍ୟାଗ ପରେ ଜୈନ ଧର୍ମାବଲମ୍ବୀମାନେ ଶ୍ୱେତାମ୍ବର ଓ ଦିଗମ୍ବର ନାମକ ଦୁଇଟି ଶ୍ରେଣୀରେ ବିଭକ୍ତ ହୋଇଥିଲେ ।
  • ଯେଉଁ ଜୈନ ସନ୍ୟାସୀମାନେ ଧଳା ବସ୍ତ୍ର ପରିଧାନ କଲେ ସେମାନଙ୍କୁ ଶ୍ଵେତାମ୍ବର ଓ ଯେଉଁମାନେ କୌଣସି ବସ୍ତ୍ର ପରିଧାନ କଲେ ନାହିଁ ସେମାନଙ୍କୁ ଦିଗମ୍ବର କୁହାଗଲା ।

→ (ଝ) ଗୌତମ ବୁଦ୍ଧ ଓ ବୌଦ୍ଧଧର୍ମ

  • ଗୌତମ ବୁଦ୍ଧ ନେପାଳ ଦେଶର ହିମାଳୟର ପାଦଦେଶରେ ଅବସ୍ଥିତ କପିଳବାସ୍ତୁ ନଗରୀ ନିକଟବର୍ତ୍ତୀ ଲୁମ୍ବିନୀ ଉଦ୍ୟାନରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଥିଲେ ଶାକ୍ୟ ବଂଶୀୟ କ୍ଷତ୍ରୀୟ ଶୁଦ୍ଧୋଦନ ଓ ତାଙ୍କ ମାତା ଥିଲେ ରାଣୀମାୟାଦେବୀ ।
  • ମାୟାଦେବୀଙ୍କ ମୃତ୍ୟୁଯୋଗୁଁ ମାଉସୀ ଗୌତମୀଙ୍କ ଦ୍ୱାରା ଲାଳିତ ପାଳିତ ହୋଇ ଥିବାରୁ ମାଉସୀ ନାମାନୁସାରେ ତାଙ୍କର ନାମ ଗୌତମ ରଖାଯାଇଥିଲା । ଗୌତମଙ୍କର ଅନ୍ୟନାମ ଥିଲା ସିଦ୍ଧାର୍ଥ ।
  • ତାଙ୍କର ଯଶୋଧାରା ନାମ୍ନୀ ପତ୍ନୀ ଓ ରାହୁଳ ନାମକ ପୁତ୍ର ଥିଲେ ।
  • ଗୌତମ ମାତ୍ର ୨୯ ବର୍ଷ ବୟସରେ ଏକ ଗଭୀର ରାତିରେ ସ୍ତ୍ରୀ, ପୁତ୍ର ଓ ରାଜପ୍ରାସାଦକୁ ପରିତ୍ୟାଗ କରି ସତ୍ୟର ସନ୍ଧାନରେ ଗୃହତ୍ୟାଗ କରିଥିଲେ । ଏହି ସଂସାର ତ୍ୟାଗକୁ ବୌଦ୍ଧ ଗ୍ରନ୍ଥରେ ‘ମହାଭିନିଷ୍କ୍ରମତା’ କୁହାଯାଇଛି ।
  • ଗୃହତ୍ୟାଗ କରି ଛଅବର୍ଷ ଧରି ଗୌତମ ଜ୍ଞାନ ଆହରଣର ମାର୍ଗ ଖୋଜିଥିଲେ ।
  • ଶେଷରେ ଗୟାର ନିରଞ୍ଜନା ନଦୀ କୂଳରେ ଥିବା ଏକ ଅଶ୍ୱତ୍‌ଥ ଗଛ ମୂଳରେ ଧ୍ୟାନମଗ୍ନ ରହିବାପରେ ତାଙ୍କର ଜ୍ଞାନ ପ୍ରାପ୍ତି ହେଲା । ତେଣୁ ସେ ‘ବୁଦ୍ଧ’ ନାମରେ ପରିଚିତ ହେଲେ ।

BSE Odisha 6th Class History Notes Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

ମନେରଖ :
ଗୌତମ ଯେଉଁ ଅଶ୍ୱତ୍‌ଥ ବୃକ୍ଷ ମୂଳରେ ଧ୍ୟାନ କରୁଥିଲେ ସେହି ବୃକ୍ଷକୁ ‘ବୋଧଦ୍ରୁମ’ ଓ ସେ ସ୍ଥାନକୁ ‘ବୁଦ୍ଧଗୟା’ କୁହାଗଲା ।

→ (ଞ୍ଜ) ବୁଦ୍ଧଦେବଙ୍କ ଧର୍ମପ୍ରଚାର

  • ଜ୍ଞାନ ଲାଭପରେ ବୁଦ୍ଧଦେବ ପ୍ରଥମେ ସାରନାଥର ହରିଣ ଉଦ୍ୟାନରେ ନିଜର ପାଞ୍ଚଜଣ ଶିଷ୍ୟଙ୍କୁ ତାଙ୍କର ଧର୍ମବାଣୀ ଶୁଣାଇଥିଲେ । ଏହାକୁ ‘ଧର୍ମଚକ୍ର’ ପ୍ରବର୍ତନ କୁହାଯାଏ ।
  • ସେ ମଗଧକୁ ଯାତ୍ରା କରି ରାଜା ବିମ୍ବିସାର ଓ ଅଜାତଶତ୍ରୁଙ୍କୁ ବୌଦ୍ଧଧର୍ମରେ ଦୀକ୍ଷିତ କରାଇଥିଲେ ଏବଂ କୋଶଳ ଯାତ୍ରା କରି ରାଜା ପ୍ରସେନଜିତ୍‌ ଓ ରାଣୀ ମଲ୍ଲିକାଙ୍କୁ ବୌଦ୍ଧଧର୍ମରେ ଦୀକ୍ଷିତ କରାଇଥିଲେ । କପିଳବାସ୍ତୁକୁ ଯାଇଁ ନିଜ ପିତା ଶୁଦ୍ଧୋଦନ ଓ ପୁତ୍ର ରାହୁଳଙ୍କୁ ସେ ବୌଦ୍ଧଧର୍ମରେ ଦୀକ୍ଷିତ କରିଥିଲେ ।
  • ଏହାପରେ ସେ ଶ୍ରାବସ୍ତୀ, ନାଳନ୍ଦା, କୌଶାୟୀ, ଚମ୍ପା, ପାବା, କୁଶୀନଗର ଆଦି ସ୍ଥାନ ଭ୍ରମଣ କରି ନିଜର ଧର୍ମମତ ସରଳ ଭାଷାରେ ପ୍ରଚାର କରିଥିଲେ ।
  • ଏହିପରି ୪୫ ବର୍ଷ ବୁଦ୍ଧଦେବ ତାଙ୍କର ଧର୍ମପ୍ରଚାର କରି ୮୦ ବର୍ଷ ବୟସରେ ଉତ୍ତରପ୍ରଦେଶର କୁଶୀନଗରଠାରେ ଦେହତ୍ୟାଗ କରିଥିଲେ ।

→ (ଟ) ବୌଦ୍ଧଧର୍ମର ନୀତି

  • ବୁଦ୍ଧଦେବ ଯେଉଁ ଚାରୋଟି ସତ୍ୟ ପ୍ରଚାର କରିଥିଲେ ତାହାକୁ ‘ଚତୁଃ ଆର୍ଯ୍ୟ ସତ୍ୟ’ କୁହାଯାଏ I

ମନେରଖ :
ବୁଦ୍ଧଦେବଙ୍କ ‘ଚତୁଃଆର୍ଯ୍ୟ ସତ୍ୟ’ ହେଲା – (୧) ମନୁଷ୍ୟ ଜୀବନ ଦୁଃଖପୂର୍ଣ୍ଣ, (୨) ଦୁଃଖର କାରଣ ହେଉଛି | କାମନା, (୩) କାମନାର ବିନାଶରେ ଦୁଃଖର ବିନାଶ, (୪) କାମନାର ବିନାଶ ହେଲେ ନିର୍ବାଣ ପ୍ରାପ୍ତି ହେବ ।

  • ବୁଦ୍ଧଦେବଙ୍କ ମତରେ ‘ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗ’ ମାଧ୍ୟମରେ ଏହି କାମନାର ବିନାଶ ହୋଇପାରିବ ।

ମନେରଖ :
ବୁଦ୍ଧଦେବଙ୍କ ‘ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗ’ ହେଲା – (୧) ସତ୍ ବିଶ୍ଵାସ, (୨) ସତ୍ ଚିନ୍ତା, (୩) ସତ୍ କର୍ମ, (୪) ସତ୍ ବାକ୍ୟ, (୫) ସତ୍ ଆଚାର, (୬) ସତ୍ ଉଦ୍ୟମ, (୭) ସତ୍ ଜୀବିକା, (୮) ସତ୍ ସଂକଳ୍ପ ।

  • ବୌଦ୍ଧ ଧର୍ମ ବ୍ରାହ୍ମଣ ଧର୍ମର କୋମଳତା ଓ ଜୈନଧର୍ମର କଠୋର ତାର ମଧ୍ୟବର୍ତ୍ତୀ ହୋଇଥିବାରୁ ଏହାକୁ ‘ମଧ୍ୟମ ପଥ’ କୁହାଯାଏ ।
  • ମହାବୀର ଜୈନଙ୍କ ପରି ଗୌତମ ସମସ୍ତ କ୍ଷେତ୍ରରେ ଅହିଂସା ଆଚରଣ ଉପରେ ଗୁରୁତ୍ଵ ଦେଉଥିଲେ ।
  • ବୁଦ୍ଧଦେବ ନୀତିମୟ ଜୀବନଯାପନ ଉପରେ ଗୁରୁତ୍ୱାରୋପ କରିବା ସହିତ ମୂର୍ତ୍ତିପୂଜା, ଯାଗଯଜ୍ଞ ଓ ବଳିପ୍ରଥାକୁ ବାରଣ କରିଥିଲେ ।

BSE Odisha 6th Class History Notes Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

→ (୦) ବୌଦ୍ଧ ସଂଘ

  • ବୁଦ୍ଧଦେବ ସଂଘ ଗଠନକୁ ଅଧିକ ଗୁରୁତ୍ୱ ଦେଉଥିଲେ । ତେଣୁ ସେ ନିଜର ଶିଷ୍ୟମାନଙ୍କୁ ନେଇ ବୌଦ୍ଧ ସଂଗଠନ ଗଢିଥିବା ବୌଦ୍ଧ ସଂଘ ଭୁକ୍ତ ସନ୍ୟାସୀମାନେ ସଂଘବଦ୍ଧ ଭାବରେ ବୌଦ୍ଧ ବିହାର ମାନଙ୍କରେ ରହୁଥିଲେ ।
  • ବୌଦ୍ଧ ବିହାର ଗୁଡ଼ିକରେ ବୌଦ୍ଧସନ୍ୟାସୀମାନେ ଧର୍ମ ଚର୍ଚ୍ଚା ଓ ଧ୍ୟାନ କରୁଥିଲେ । ଏହି ବୌଦ୍ଧବିବହାର ଗୁଡ଼ିକ ମଧ୍ୟ ଶିକ୍ଷାଦାନର କେନ୍ଦ୍ରରୂପେ କାର୍ଯ୍ୟ କରୁଥିଲେ ।
  • ବୌଦ୍ଧ ଧର୍ମଗ୍ରନ୍ଥକୁ ‘ତ୍ରିପିଟକ’ କୁହାଯାଏ ।

ମନେରଖ :
ବୌଦ୍ଧ ସଂଘରେ ଯୋଗଦେବାପାଇଁ ଜତାକୁ ମସ୍ତକ ଲଣ୍ଡିତ ହୋଇ ଗୈରିକ ବସ୍ତ୍ର ପରିଧାନ କରି ତ୍ରିବାର ଉଚ୍ଚାରଣ କରିବାକୁ ହେଉଥୁଲା –
‘ବୃଦ୍ଧ ଶରଣଂ ଗଚ୍ଛାମି,
ଧର୍ମ ଶରଣଂ ଗଚ୍ଛାମି
ସଂଘ ଶରଣଂ ଗଚ୍ଛାମି ।’’

ମନେରଖ :
ଭାରତର ସାରନାଥ, ସାଞ୍ଚ, ବୋଧଗୟା ଏବଂ ଓଡ଼ିଶାର ଧଉଳି, ରତ୍ନଗିରି, ଲଳିତଗିରି, ଉଦୟଗିରି, ଲାଙ୍ଗୁଡ଼ି ପ୍ରଭୃତି ପାହାଡ଼ରେ ବୌଦ୍ଧସ୍ତୁପ ଏବଂ ବିହାର ମାନ ରହିଛି । ବୌଦ୍ଧଶିଳ୍ପ କଳାର ଏକ ମୁଖ୍ୟ ନିଦର୍ଶନ ହେଉଛି ସ୍ତୁପ ।

→ (ଙ) ବୌଦ୍ଧଧର୍ମର ପ୍ରସାର

  • ବୌଦ୍ଧଧର୍ମ ସମଗ୍ର ଭାରତ ଓ ଭାରତ ବାହାରେ ତିବ୍ଦତ, ଚୀନ, ଜାପାନ, ଶ୍ରୀଲଙ୍କା, ମିଆଁମାର, ଇଣ୍ଟେନେସିଆ, କୋରିଆ ପ୍ରଭୃତି ଦେଶମାନଙ୍କରେ ପ୍ରସାରିତ ହୋଇଥିଲା ।
  • ପରବର୍ତ୍ତୀ ସମୟରେ ବୌଦ୍ଧଧର୍ମାବଲମ୍ବୀମାନେ ହୀନଯାନ ଓ ମହାଯାନ ନାମକ ଦୁଇଟି ସମ୍ପ୍ରଦାୟରେ ବିଭକ୍ତ ହୋଇଥିଲେ ।