Class 7 Science Chapter 11 Notes Odia Medium ଆଲୋକ : ଛାୟା ଓ ପ୍ରତିଫଳନ

Go through BSE Odisha Class 7 Science Notes Odia Medium and Class 7 Science Chapter 11 Notes Odia Medium ଆଲୋକ : ଛାୟା ଓ ପ୍ରତିଫଳନ to understand important concepts and topics more clearly.

7th Class Science Chapter 11 Notes Odia Medium

BSE Odisha Class 7 Science Chapter 11 Notes Odia Medium

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ :

ଆଲୋକର ଉତ୍ସ :
ଯେଉଁ ପୃଷ୍ଠରୁ ଆଲୋକ ଶକ୍ତି ନିର୍ଗତ ହୋଇଥାଏ, ତାହାକୁ ଆଲୋକର ଉତ୍ସ କୁହାଯାଏ ।

ଆମ ପୃଥ‌ିବୀରେ ସୂର୍ଯ୍ୟ ହିଁ ଏକମାତ୍ର ଆଲୋକର ଉତ୍ସ, ଯିଏ ନିଜର ଆଲୋକ ବିକିରଣ କରେ । ଏହା ସହ ତାରା, ବିଜୁଳି, ଘଡ଼ଘଡ଼ି, ପ୍ରାକୃତିକ ଅଗ୍ନି ଏବଂ କିଛି ପ୍ରାଣୀ ମଧ୍ୟ ଆଲୋକ ନିର୍ଗତ କରନ୍ତି ।
Class 7 Science Chapter 11 Notes Odia Medium ଆଲୋକ ଛାୟା ଓ ପ୍ରତିଫଳନ 1
ପ୍ରାଚୀନ କାଳରେ ଲୋକମାନେ ନିଆଁ ସୃଷ୍ଟି କରିଥିବାରୁ ଏହା ଆଲୋକୀକରଣର ଏକ ପ୍ରାଥମିକ ରୂପ ।

ଦୀପ୍ତିମାନ ଓ ଦୀପ୍ତିହୀନ ବସ୍ତୁ :

  • ନିଜସ୍ଵ ଆଲୋକ ସୃଷ୍ଟି କରୁଥିବା ବସ୍ତୁଗୁଡ଼ିକୁ ଦୀପ୍ତିମାନ ବସ୍ତୁ କୁହାଯାଏ । ଉଦାହରଣ – ସୂର୍ଯ୍ୟ ଗୋଟିଏ ଦୀପ୍ତିମାନ ବସ୍ତୁ ।
  • ଯେଉଁ ବସ୍ତୁଗୁଡ଼ିକ ନିଜସ୍ଵ ଆଲୋକ ନିର୍ଗତ କରନ୍ତି ନାହିଁ ସେମାନଙ୍କୁ ଦୀପ୍ତିହୀନ ବସ୍ତୁ କୁହାଯାଏ । ଉଦାହରଣ : ଚନ୍ଦ୍ର ଗୋଟିଏ ଦୀପ୍ତିହୀନ ବସ୍ତ କାରଣ ଏହା ନିଜସ୍ଵ ଆଲୋକ ନିର୍ଗତ କରିପାରେ ନାହିଁ

ଆଲୋକ ଏକ ସରଳ ରେଖାରେ ଗତିକରେ :

Class 7 Science Chapter 11 Notes Odia Medium ଆଲୋକ : ଛାୟା ଓ ପ୍ରତିଫଳନ

କାର୍ଯ୍ୟ–୧ : ଆସ, ଅନୁସନ୍ଧାନ କରିବା

  • ତିନୋଟି ଦିଆସିଲି ଖୋଳ ନିଆଯାଉ । ପ୍ରତ୍ୟେକ ଖୋଳ ଭିତର ଟ୍ରେରେ ସମାନ ସ୍ଥାନରେ ଗୋଟିଏ ଲେଖାଏଁ ଛିଦ୍ର କରାଯାଉ ।
  • ତିନୋଟି ଦିଆସିଲି ଖୋଳକୁ ସିଧା ଏକ ରେଖାରେ ଏପରି ସଜାଇ ରଖ ଯେପରି ଛିଦ୍ର ତିନୋଟି ଠିକ୍ ଭାବରେ ସମାନ ଉଚ୍ଚତାରେ ରହିବେ ।
  • ଦିଆସିଲି ଖୋଳ ଗୁଡ଼ିକର ଗୋଟିଏ ପାର୍ଶ୍ଵରେ ଏକ ଟର୍ଚ୍ଚ ଲାଇଟ୍ ଜଳାଇ ନିଶ୍ଚିତ କର ଯେ ଟର୍ଚ୍ଚ ଆଲୋକ ଛିଦ୍ରଗୁଡ଼ିକ ଦେଇ ଗତି କରିପାରୁଛି । ଏଠାରେ ଟର୍ଚ୍ଚ ଲାଇଟ୍‌ (ଆଲୋକ ଉତ୍ସ) ଛିଦ୍ରଗୁଡ଼ିକ ସହ ଏକା ଉଚ୍ଚତାରେ ରହୁଛି ।
  •  ଦିଆସିଲି ଖୋଳଗୁଡ଼ିକର ଅନ୍ୟ ପାର୍ଶ୍ଵରେ ଏକ କାର୍ଡ଼ବୋର୍ଡ଼ ପରଦା ରଖ । ଏହି ପରଦାରେ ଏକ ଉଜ୍ଜ୍ଵଳ ଆଲୋକ ଚିହ୍ନିତ ସ୍ଥାନ ପାଇବ । (ଏଠାରେ ଦିଆସିଲି ଖୋଳଗୁଡ଼ିକୁ ସମାନ ଉଚ୍ଚତାରେ ସଜାଡ଼ିବାକୁ ପଡ଼ିବ) ଦିଆସିଲି ଖୋଳଗୁଡ଼ିକ ମଧ୍ୟରୁ ଗୋଟିଏ ଖୋଳକୁ ଟିକିଏ ଏପଟ ସେପଟ, ଉପର ତଳ କର । ପରଦାରେ ଉଜ୍ଜ୍ଵଳ ଆଲୋକ ସ୍ଥାନ ପାଇପାରୁଛ କି ? ଯେତେବେଳେ ତିନୋଟି ଛିଦ୍ର ଏକ ରେଖାରେ ନ ଥାଏ, ଆମେ ପରଦାରେ ଟର୍ଚ୍ଚ ଲାଇଟ୍ ଆଲୋକକୁ ଦେଖୁ ପାରିବା ନାହିଁ ।
    Class 7 Science Chapter 11 Notes Odia Medium ଆଲୋକ ଛାୟା ଓ ପ୍ରତିଫଳନ 2
  • ଏଥୁରୁ ଆମେ ଜାଣିଲୁ ଆଲୋକ ଏକ ସରଳରେଖାରେ ଗତିକରେ ।

ଆଲୋକର ଉତ୍ସ

  • ଆମ ପୃଥ‌ିବୀରେ ସୂର୍ଯ୍ୟ ହିଁ ଏକମାତ୍ର ଆଲୋକର ଉତ୍ସ, ଯାହାର ଆଲୋକ ଚାରିଆଡ଼େ ବିକିରିତ ହୋଇଥାଏ ।
  • ତାରା, ବିଜୁଳି, ଘଡ଼ଘଡ଼ି, ପ୍ରାକୃତିକ ଅଗ୍ନି ଓ କିଛି ପ୍ରାଣୀ ମଧ୍ୟ ଆଲୋକ ନିର୍ଗତ କରିଥାନ୍ତି ।
  • ପ୍ରାଚୀନ କାଳରେ ମଣିଷମାନେ ନିଆଁ ସୃଷ୍ଟି କରିବା ଜାଣିଥିଲେ, ଯାହାକି କୃତ୍ରିମ ଆଲୋକୀକରଣ ପ୍ରାଥମିକ ରୂପ ଥିଲା ।
  • ବିଦ୍ୟୁତ୍ ଓ ବିଭିନ୍ନ ପ୍ରକାର ବୈଦ୍ୟୁତିକ ଆଲୋକ ଉତ୍ସର ଉଦ୍ଭାବନ ହେବା ଫଳରେ ମନୁଷ୍ୟର ବିଦ୍ୟୁତଦ୍ଵାରା ଆଲୋକର ଆବଶ୍ୟକତା ପୂରଣ ହୋଇପାରିଛି ।
  • ନିଜସ୍ଵ ଆଲୋକ ନିର୍ଗତ କରୁଥିବା ବସ୍ତୁଗୁଡ଼ିକୁ ଦୀପ୍ତିମାନ ବସ୍ତୁ କୁହାଯାଏ । ଯେଉଁ ବସ୍ତୁଗୁଡ଼ିକ ନିଜସ୍ଵ ଆଲୋକ ନିର୍ଗତ କରନ୍ତି ନାହିଁ ସେମାନଙ୍କୁ ଦୀପ୍ତିହୀନ ବସ୍ତ କୁହାଯାଏ । ଚନ୍ଦ୍ର ଗୋଟିଏ ଦୀପ୍ତିହୀନ ବସ୍ତୁ । ଏହା ନିଜସ୍ଵ ଆଲୋକ ନିର୍ଗତ କରିପାରେ ନାହିଁ । ସୂର୍ଯ୍ୟ ଦ୍ଵାରା ନିର୍ଗତ ଆଲୋକ ଚନ୍ଦ୍ରପୃଷ୍ଠରେ ପଡ଼ିଲେ ଏହା କେବଳ ତାହାକୁ ପ୍ରତିଫଳିତ କରେ ।

ଆଧୁନିକ LED (Light Emitting Diode) ଲ୍ୟାମ୍ପଗୁଡ଼ିକ ଉଜ୍ଜ୍ଵଳ ଓ ପାରମ୍ପରିକ ଲ୍ୟାମ୍ପ ତୁଳନାରେ ଦୀର୍ଘସ୍ଥାୟୀ । ଏହି LED ଲ୍ୟାମ୍ପ କମ୍ ଶକ୍ତି ବ୍ୟବହାର କରନ୍ତି, ମାତ୍ର ଖୁବ୍ ଉଜ୍ଜ୍ଵଳ । LED ଲାଇଟ୍ ବ୍ୟବହାର ଦ୍ଵାରା କେବଳ ବିଦ୍ୟୁତ୍ ବିଲ୍ କମ୍ ହୁଏନାହିଁ, ବରଂ ଏହା ପରିବେଶ ଅନୁକୂଳ ମଧ୍ୟ । ସେଗୁଡ଼ିକର ଉପକାରଗୁଡ଼ିକୁ ଉପଲବ୍ଧି କରି ଭାରତ ସରକାର ଦେଶବ୍ୟାପୀ LED ବଲ୍ ବ୍ୟବହାରକୁ ପ୍ରୋତ୍ସାହିତ କରିଛନ୍ତି । ବ୍ୟବହାର ପରେ LED ଲ୍ୟାମ୍ପଗୁଡ଼ିକୁ ଆବର୍ଜନାରେ ନ ଫିଙ୍ଗି ଉପଯୁକ୍ତ ଭାବରେ ନଷ୍ଟ କରିବା ଉଚିତ ବା ପୁନଃଚକ୍ରିତ କରାଯିବା ଉଚିତ ।

Class 7 Science Chapter 11 Notes Odia Medium ଆଲୋକ : ଛାୟା ଓ ପ୍ରତିଫଳନ

ଆଲୋକର ସରଳରେଖକ ଗତି :

କାର୍ଯ୍ୟ–୧ : ଆସ ଅବସନ୍ଧାନ କରିବା

  • ତିନୋଟି ଦିଆସିଲି ଖୋଳ ନିଆଯାଉ । ପ୍ରତ୍ୟେକ ଖୋଳ ଭିତର ଟ୍ରେରେ ସମାନ ସ୍ଥାନରେ ଗୋଟିଏ ଲେଖାଏଁ ଗୋଟିଏ ଲେଖାଏଁ ଛିଦ୍ର କରାଯାଉ ।
  • ତିନିଟି ଦିଆସିଲି ଖୋଳକୁ ସିଧା ଏକ ରେଖାରେ ଏପରି ସଜାଇ ରଖ ଯେପରି ଛିଦ୍ର ତିନୋଟି ଠିକ୍ ଭାବରେ ସମାନ ଉଚ୍ଚତାରେ ରହିବେ ।
  • ଦିଆସିଲି ଖୋଳଗୁଡ଼ିକର ଗୋଟିଏ ପାର୍ଶ୍ଵରେ ଏକ ଟର୍ଚ୍ଚ ଲାଇଟ୍ ଜଳାଇ ନିଶ୍ଚିତ କର ଯେ ଟର୍ଚ୍ଚ ଆଲୋକ ଛିଦ୍ରଗୁଡ଼ିକ ଦେଇ ଗତି କରିପାରୁଛି । ଏଠାର ଟର୍ଚ୍ଚ ଲଇଟ୍‌ (ଆଲୋକର ଉତ୍ସ) ଛିଦ୍ରଗୁଡ଼ିକ ସହ ଏକା ଉଚ୍ଚତାରେ ରହୁଛି ।
  • ଦିଆସିଲି ଖୋଳଗୁଡ଼ିକର ଅନ୍ୟ ପାର୍ଶ୍ଵରେ ଏକ କାର୍ଡ଼ବୋର୍ଡ଼ ପରଦା ରଖାଯାଉ । ଏହି ପରଦାରେ ଏକ ଉଜ୍ଜ୍ଵଳ ଆଲୋକ ଚିହ୍ନିତ ସ୍ଥାନ ପାଇବ । (ଏଠାରେ ଦିଆସିଲି ଖୋଳଗୁଡ଼ିକୁ ସମାନ ଉଚ୍ଚତାରେ ସଜାଡ଼ିବାକୁ ପଡ଼ିବ) ଦିଆସିଲି ଖୋଳଗୁଡ଼ିକ ମଧ୍ୟରୁ ଗୋଟିଏ ଖୋଳକୁ ଟିକିଏ ଏପଟ ସେପଟ, ଉପର ତଳ କଲେ ତିନୋଟି ଛିଦ୍ର ଏକ ରେଖାରେ ରହିବ ନାହିଁ ଓ ଆମେ ପରଦାରେ ଟର୍ଚ୍ଚ ଲାଇଟ୍ ଆଲୋକକୁ ଦେଖୁରିବା ନାହିଁ ।

ସିଦ୍ଧାନ୍ତ : ଏହି ପରୀକ୍ଷଣରୁ ଆମେ ଜାଣିଲୁ ଯେ ଆଲୋକ ଏକ ସରଳରେଖାରେ ଗତିକରେ ।

କାର୍ଯ୍ୟ-୨ : ପରୀକ୍ଷା କରିବା

ଏକ ନମନୀୟ ସଫା ଲମ୍ବା ସିଧା ନଳୀ ସାହାଯ୍ୟରେ ଜଳନ୍ତା ମହମବତୀର ଶିଖାକୁ ଦେଖିବାକୁ ଚେଷ୍ଟାକରାଯାଉ ।
ଏବେ ପାଇପକୁ ବଙ୍କା କରି ‘ମହମବତୀର ଶିଖାକୁ ଏହି ବଙ୍କା ପାଇପ୍ ମଧ୍ୟଦେଇ ଦେଖ‌ିବାକୁ ଚେଷ୍ଟା କଲେ ମହମବତୀର ଶିଖା ଦେଖପାରିବା ନାହିଁ ।
Class 7 Science Chapter 11 Notes Odia Medium ଆଲୋକ ଛାୟା ଓ ପ୍ରତିଫଳନ 3
ସିଧା ନଳୀ ମଧ୍ୟଦେଇ ତୁମେ ମହମବତୀ ଶିଖା ଦେଖିହେବ, କିନ୍ତୁ ବଙ୍କା ନଳୀ ମଧ୍ୟ ଦେଇ ଦେଖିହେବ ନାହିଁ ।

Class 7 Science Chapter 11 Notes Odia Medium ଆଲୋକ : ଛାୟା ଓ ପ୍ରତିଫଳନ

ସିଦ୍ଧାନ୍ତ : ଏହି ପରୀକ୍ଷଣରୁ ପ୍ରମାଣ ମିଳେ ଯେ, ଆଲୋକ ଏକ ସରଳରେଖାରେ ଗତିକରେ ।

ସତର୍କତା : କେବଳ ଶିକ୍ଷକଙ୍କ ତତ୍ତ୍ଵାବଧାନରେ ଲେଜର ବ୍ୟବହାର କରାଯାଇପାରେ । ଏହି କାର୍ଯ୍ୟ ପାଇଁ ଉଚ୍ଚ ଶକ୍ତିଯୁକ୍ତ ଲେଜର ବ୍ୟବହାର କର ନାହିଁ । ଏକ ନିମ୍ନଶକ୍ତି ଯୁକ୍ତ ଲେଜର ପଏଣ୍ଟର ଏହି କାର୍ଯ୍ୟ ସମ୍ପାଦନ ପାଇଁ ଯଥେଷ୍ଟ । ଲେଜର ବିମ୍ସକୁ ସିଧା ସଳଖ କୌଣସି ଲୋକର ଆଖରେ ପକାଅ ନାହିଁ, ଏହା ଆଖୁକୁ ଗଭୀର କ୍ଷତି ପହଞ୍ଚାଇପାରେ । ଏକ ଜଳପୂର୍ଣ୍ଣ ବିକରରେ କିଛି ବୁନ୍ଦା ନିକ୍ଷେପ କର । (କ୍ଷୀର ମିଶାଇବା ଦ୍ଵାରା ସ୍ପଷ୍ଟ ଦେଖାଯାଇଥାଏ) । ତୁମେ କ’ଣ ବିମ୍ ଏକ ସଳଖ ରାସ୍ତାରେ (ସିଧା) ଗତି କରେ ବୋଲି ତୁମେ ଦେଖୁଛ କି ? ତଥାପି, ବେଳେବେଳେ ଆଲୋକ ରଶ୍ମି ପାତ୍ରର କୌଣସି କୋଣ ପାଖରେ ବଙ୍କା ମଧ୍ୟ ହୋଇପାରେ । ଉଚ୍ଚଶ୍ରେଣୀରେ ଏହି ସମ୍ବନ୍ଧରେ ଅଧୂକ କଥା ଶିଖୁବ ।
Class 7 Science Chapter 11 Notes Odia Medium ଆଲୋକ ଛାୟା ଓ ପ୍ରତିଫଳନ 4
କ୍ଷୀର ନେଇ ତା’ ମଧ୍ୟକୁ ଲେଜର ରଶ୍ମି ଲେଜର ବିମ୍ ଜଳମିଶା କ୍ଷୀର ଦେଇ ଦେଖୁଛ ? ପାଣି ଭିତରେ ଲେଜର

ସ୍ଵଚ୍ଛ, ଅର୍ଦ୍ଧସ୍ଵଚ୍ଛ ଓ ଅସ୍ଵଚ୍ଛ ବସ୍ତୁ ମାଧ୍ୟମରେ ଆଲୋକ :

  • ବିଭିନ୍ନ ବସ୍ତ ଯଥା – କାର୍ଡବୋର୍ଡ, କାଗଜ, କାଚ, ଟ୍ରେସିଂପେପର ମୋଟା କପଡ଼ା ଇତ୍ୟାଦି ସଂଗ୍ରହ କରାଯାଉ । ଏହି ସବୁ ବସ୍ତ ମଧ୍ୟ ଦେଇ ଆଲୋକ କିପରି ଗତି କରେ ତାହା ପରୀକ୍ଷା କରାଯାଉ ।
  • ଏକ ଅନ୍ଧକାର କୋଠରୀକୁ ଯାଇ ଟର୍ଚ୍ଚ ଜଳାଇବା । ଏପରି ସ୍ଥାନରେ ଛିଡ଼ା ହୋଇ ଟର୍ଚ୍ଚ ପକାଇବା ଯେପରିକି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସ୍ପଷ୍ଟ ଆଲୋକ ଦେଖୁରିବା । କାନ୍ଥରେ ଏକ କାର୍ଡ଼ବୋର୍ଡ଼ ରଖ୍ ତାହାକୁ ପରଦା କରି ତା’ ଉପରେ ଆଲୋକ ପକାଇ ସ୍ପଷ୍ଟ ଆଲୋକ ବିନ୍ଦୁ ମଧ୍ୟ ପାଇପାରିବା ।
  • ଆମେ ଏଥର ଏହି ଦୁଇଟି ଭାଗରେ ସଂପାଦନ କରିବା । ଗୋଟିଏ ପୂର୍ବାନୁମାନ ଓ ଅନ୍ୟଟି ପର୍ଯ୍ୟବେକ୍ଷଣ ।
  • ଗୋଟିଏ ପରେ ଗୋଟିଏ ସମସ୍ତ ବସ୍ତୁକୁ ଟର୍ଚ୍ଚ ଓ ପରଦା ମଧ୍ୟରେ ରଖୁ ଆଲୋକ କେଉଁ ବସ୍ତୁ ଦେଇ ଗତି କରୁଛି ଓ କେଉଁ ବସ୍ତ ଦେଇ ଗତି କରୁନାହିଁ ତାହାକୁ ସାରଣୀରେ ଲିପିବଦ୍ଧ କରାଗଲା ।

Class 7 Science Chapter 11 Notes Odia Medium ଆଲୋକ : ଛାୟା ଓ ପ୍ରତିଫଳନ

ସାରଣୀ–୧ : ବିଭିନ୍ନ ସାମଗ୍ରୀ ମଧ୍ୟଦେଇ ଆଲୋକ

ସାମଗ୍ରୀ ସ୍ଵଳ୍ପ/ଅର୍ଦ୍ଧସ୍ଵଳ୍ପ/ଅସ୍ୱଚ୍ଛ ଆଲୋକ ଗତି କରିବ (ପୂର୍ଣ/ଆଂଶିକ/ଆଦୌ ନୁହେଁ)
ମୋର ଅନୁମାନ ମୋର ପର୍ଯ୍ୟବେକ୍ଷଣ
କାର୍ଡ଼ବୋର୍ଡ଼ ଅସ୍ବଚ୍ଛ ଆଲୋକ ଆଦୌ ଗତିକରିବ ନାହିଁ ଆଲୋକ ଗତି କରିବ ନାହିଁ
କାଗଜ ଅସ୍ବଚ୍ଛ ଆଲୋକ ଆଦୌ ଗତିକରିବ ନାହିଁ ଆଲୋକ ଗତି କରିବ ନାହିଁ
କାଚ ସ୍ୱଚ୍ଛ ଆଲୋକପୂର୍ଣ ଭାବରେ ଗତିକରିବ ଆଲୋକ ପୂର୍ଣ୍ଣ ଗତି କରିବ
ଟ୍ରେସିଂ ପେପର ଅର୍ବସ୍ୱଚ୍ଛ ଆଲୋକ ଆଂଶିକ ଗତି କରିବ ଆଲୋକ ଆଂଶିକ ଗତି କରିବ
ମୋଟା କପଡ଼ା ଅସ୍ବଚ୍ଛ ଆଲୋକ ଆଦୌ ଗତି କରିବ ନାହିଁ ଆଲୋକ ଗତି କରିବ ନାହିଁ

ସିଦ୍ଧାନ୍ତ : ଉକ୍ତ ପର୍ଯ୍ୟବେକ୍ଷଣରୁ ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେଲୁ ଯେ – ଆଲୋକ ସ୍ଵଚ୍ଛ ବସ୍ତୁ ମାଧ୍ୟମରେ ସଂପୂର୍ଣ୍ଣ ଭାବରେ ଗତି କରିଥାଏ । ଅର୍ଦ୍ଧସ୍ଵଚ୍ଛ ସାମଗ୍ରୀରେ ଆଲୋକ ଆଂଶିକ ଗତି କରିଥାଏ । ଅସ୍ୱଚ୍ଛ ମାଧ୍ୟମ ଦେଇ ଆଲୋକ ଆଦୌ ଗତି କରି ନଥାଏ ।

ଛାୟା ଗଠନ :

  • ଆଲୋକ ଏକ ସରଳରେଖାରେ ଗତି କରେ । ଯେତେବେଳେ ଏକ ଅସ୍ଵଚ୍ଛ ବସ୍ତ୍ର ଆଲୋକ ର ଗତିପଥରେ ରହିଯାଏ, ସେତେବେଳେ ଆଲୋକର ଏକ ଅବରୋଧୃତ ଅଂଚଳ ସୃଷ୍ଟିହୁଏ । ଏହି ସ୍ଥାନରେ ଆଲୋକ ପହଞ୍ଚିପାରେ ନାହିଁ । ଏହା ହିଁ ହେଉଛି ବସ୍ତର ଛାୟା ।
    Class 7 Science Chapter 11 Notes Odia Medium ଆଲୋକ ଛାୟା ଓ ପ୍ରତିଫଳନ 5
  • ଅସ୍ଵଚ୍ଛ ବସ୍ତୁଗୁଡ଼ିକ ଗାଢ଼ କଳା ରଙ୍ଗର ଛାୟା ସୃଷ୍ଟି କରନ୍ତି ।
  • ଅର୍ଦ୍ଧସ୍ଵଚ୍ଛ ବସ୍ତୁଗୁଡ଼ିକ ହାଲୁକା ଛାୟା ସୃଷ୍ଟି କରନ୍ତି ।
  • କିଛି ସ୍ଵଚ୍ଛ ବସ୍ତୁ ମଧ୍ଯ ଅସ୍ପଷ୍ଟ ଛାୟା ସୃଷ୍ଟି କରନ୍ତି ।

କାର୍ଯ୍ୟ-୪ : ଆସ ଅନୁସନ୍ଧାନ କରିବା

  • ବିଭିନ୍ନ ଆକୃତି ଓ ଆକାରର କିଛି ଅସ୍ଵଚ୍ଛ ବସ୍ତୁ ସଂଗ୍ରହ କରାଯାଉ ।
  • ଟର୍ଚ୍ଚ ଓ ପରଦା (ସ୍କ୍ରିନ) ମଧ୍ଯରେ ବସ୍ତୁଟିକୁ ରଖାଯାଇ ନିମ୍ନ ସାରଣୀର ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରାଯାଉ ।
  • ପ୍ରତ୍ୟେକ କ୍ରିୟା ପାଇଁ ପରଦାରେ ଛାୟାର ଆକୃତି ଓ ଆକାର ଅନୁସାରେ ନିଜର ପର୍ଯ୍ୟବେକ୍ଷଣକୁ ସାରଣୀରେ ଲିପିବଦ୍ଧ କରାଯାଉ ।

Class 7 Science Chapter 11 Notes Odia Medium ଆଲୋକ : ଛାୟା ଓ ପ୍ରତିଫଳନ

ସାରଣୀ : ଛାୟାର ପର୍ଯ୍ୟବେକ୍ଷଣ

କାର୍ଯ୍ୟ ଛାୟା ସମ୍ପର୍କରେ ପର୍ଯ୍ୟବେକ୍ଷଣ
ପରଦା ବାହାର କରି ଦିଆଯାଇଛି ଛାୟା ସୃଷ୍ଟି ହେବ ନାହିଁ
ବସ୍ତୁଟି ବାହାର କରି ଦିଆଯାଇଛି ଛାୟା ସୃଷ୍ଟି ହେବ ନାହିଁ
ଟର୍କଟିର ସୁଇଚ୍ ବନ୍ଦ ହୋଇଛି ଛାୟା ସୃଷ୍ଟି ହେବ ନାହିଁ
ଟର୍ଚ୍ଚ ଓ ପରଦା ସ୍ଥିର ଥ‌ିବାବେଳେ ବସ୍ତୁଟିକୁ ପରଦା ପାଖକୁ ଘୁଞ୍ଚାଅ ଛାୟାର ଆକୃତି ହ୍ରାସ ପାଇବ
ଟର୍ଚ୍ଚ ଓ ପରଦା ସ୍ଥିର ଥ‌ିବାବେଳେ ବସ୍ତୁଟିକୁ ଟର୍ଚ୍ଚ ପାଖକୁ ଘୁଞ୍ଚାଅ ଛାୟାର ଆକୃତି ବୃଦ୍ଧି ପାଇବ
ବସ୍ତୁଟି ଢଳି ରହଛି, ଟର୍ଚ୍ଚ ଓ ପରଦା ସ୍ଥିର ଅଛି ଛାୟାର ଆକୃତି ଓ ଆକାରରେ ପରିବର୍ତ୍ତନ ଘଟିବ
ବସ୍ତର ରଙ୍ଗ ବଦଳିଯାଇଛି ଛାୟାର ରଙ୍ଗ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ

ସିଦ୍ଧାନ୍ତ :

  • ଯେତେବେଳେ କୌଣସି ବସ୍ତୁ ଆଲୋକକୁ ପରଦା ଉପରେ ପଡ଼ିବାକୁ ବାଧାଦିଏ, ସେତେବେଳେ ବସ୍ତୁର ଛାୟା ସୃଷ୍ଟି ହୁଏ ।
  • ଛାୟା ସୃଷ୍ଟି ପାଇଁ ଆଲୋକ ଉତ୍ସ, ଏକ ଅସ୍ଵଚ୍ଛ ବସ୍ତୁ ଏବଂ ଏକ ପରଦା ଆବଶ୍ୟକ ।
  • ଅସ୍ଵଚ୍ଛ ବସ୍ତର ରଙ୍ଗ ବଦଳିଲେ, ଛାୟାର ରଙ୍ଗ ପରିବର୍ତ୍ତନ ହୁଏ ନାହିଁ ।

ଶତାବ୍ଦୀ ଶତାବ୍ଦୀ ଧରି ଛାୟା ପୁତ୍ତଳିକା ଆମ ଐତିହ୍ୟ ଓ ସଂସ୍କୃତିର ଅଂଶ ହୋଇ ଆସିଅଛି । ଏହି କଳାରେ ସମତଳ ଭାବରେ କଟା ହୋଇଥିବା ଚିତ୍ରଗୁଡ଼ିକ (ଯାହାକୁ ଛାୟାପିତୁଳା କୁହାଯାଏ ।) ଏକ ଆଲୋକ ଉତ୍ସ ଓ ପରଦା ମଧ୍ଯରେ ରଖାଯାଏ । ସଖୀ କଣ୍ଢେଇ ଓ ଆଲୋକକୁ ଏପଟ ସେପଟ କରି କଣ୍ଢେଇ ନଚାଉଥିବା ଲୋକଟି କଣ୍ଢେଇ ଓ ଆଲୋକକୁ ନେଇ ଜୀବନ୍ତ କଳାକୌଶଳ ପ୍ରଦର୍ଶନ କରନ୍ତି । ଏଠାରେ ଜୀବନ୍ତ ଅଭିନୟ ଦେଖୁ ଦର୍ଶକ ଆନନ୍ଦିତ ହୁଅନ୍ତି । ଭିନ୍ନ ଭିନ୍ନ ରାଜ୍ୟ, ଅଞ୍ଚଳରେ ଏହି ନୃତ୍ୟ ଭିନ୍ନ ଭିନ୍ନ ନାମରେ ପରିବେଷଣ କରାଯାଏ । ଏହି ଯେମିତିକି ମହାରାଷ୍ଟ୍ରର ‘ଚରମାବାହୁଳୀ ନାଟ୍ୟ’, ଆନ୍ଧ୍ରପ୍ରଦେଶର ‘କିଲୁ ବୋୱେ’ ଏବଂ ‘ଥୋଲୁ ବୋFଲତା’ କର୍ଣ୍ଣାଟକର ‘ତୋଗାଲୁ ଗୋୟେୟାଟା’, ଓଡ଼ିଶାର ‘ରାବଣ ଛାୟା’, କେରଳର ‘ଥୋଲପାକୋଠୁ’ ଏବଂ ତାମିଲନାଡୁର ‘ବୋମାଲାଟାମ୍’ ଇତ୍ୟାଦି । ଏହି ନାଟ୍ୟ ପରିବେଷଣ କେବଳ ଯେ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ, ତାହା ନୁହେଁ ବରଂ ଏହା ସମାଜକୁ ଗୁରୁତ୍ଵପୂର୍ଣ୍ଣ ବାର୍ତ୍ତା ପ୍ରଦାନ କରିଥାଏ ।
Class 7 Science Chapter 11 Notes Odia Medium ଆଲୋକ ଛାୟା ଓ ପ୍ରତିଫଳନ 6

ଆଲୋକର ପ୍ରତିଫଳନ :
ଅସ୍ଵଚ୍ଛ ବସ୍ତୁଟି ପଲିସ୍ ହୋଇଥିବା ଷ୍ଟିଲ୍‌ ପ୍ଲେଟ୍ ଭଳି ଏକ ଚକଚକିଆ ବସ୍ତ ହୋଇଥିଲେ ପରଦାରେ ଛାୟା ସୃଷ୍ଟି ହୁଏ, ମାତ୍ର କାନ୍ଥର ବିପରୀତ ପାର୍ଶ୍ବରେ ଏକ ଉଜ୍ଜ୍ଵଳ ଆଲୋକିତ ସ୍ଥାନ ଦେଖାଯାଏ । ଏପରି ହେବାର କାରଣ କ’ଣ ହୋଇପାରେ ?

Class 7 Science Chapter 11 Notes Odia Medium ଆଲୋକ : ଛାୟା ଓ ପ୍ରତିଫଳନ

କାର୍ଯ୍ୟ–୫ : ଆସ ଅନୁସନ୍ଧାନ କରିବା

  • ଚକ୍‌କ୍ କରୁଥିବା ଏକ ଷ୍ଟିଲ୍‌ ପ୍ଲେଟ କିମ୍ବା ସମତଳ ଦର୍ପଣଟିଏ ନି ଆଯାଉ ।
  • ଦର୍ପଣକୁ ସୂର୍ଯ୍ୟକିରଣ ଆଡ଼କୁ ଏପରିଭାବେ ଦେଖାଅ, ଯେଉଁ କାନ୍ଥରେ ସୂର୍ଯ୍ୟକିରଣ ପଡୁନାହିଁ, ସେହି କାନ୍ଥରେ ଆଲୋକ ରଶ୍ମି ପଡ଼ିବ ।
  • ସମତଳ ଦର୍ପଣକୁ ଏପଟ ସେପଟ ବୁଲାଇ ଆଲୋକ ରଶ୍ମିକୁ କାନ୍ଥ ଉପରେ ପକାଇବାକୁ ଚେଷ୍ଟା କରାଯାଉ । କାନ୍ଥରେ ଏକ ଆଲୋକିତ ଅଂଶ ଦେଖାଯିବ ।
  • ଏଥୁରୁ ଜଣାଯିବ ଯେ, ଚକଚକିଆ ପ୍ଲେଟ ବା ଦର୍ପଣ ଉପରେ ଆଲୋକ ପଡ଼ିଲେ, ଏହା ଦିଗ ପରିବର୍ତ୍ତନ କରୁଚି ।
    Class 7 Science Chapter 11 Notes Odia Medium ଆଲୋକ ଛାୟା ଓ ପ୍ରତିଫଳନ 7

ସିଦ୍ଧାନ୍ତ :
ଆଲୋକ ରଶ୍ମି ଚକଚକିଆ ପୃଷ୍ଠରେ ବା ଦର୍ପଣ ଉପରେ ପଡ଼ିଲେ ତା’ର ଦିଗ ପରିବର୍ତ୍ତନ କରିଥାଏ । ଦର୍ପଣଦ୍ଵାରା ଆଲୋକର ଏହି ଦିଗ ପରିବର୍ତ୍ତନକୁ ଆଲୋକର ପ୍ରତିଫଳନ କୁହାଯାଏ ।
ଆଲୋକର ପ୍ରତିଫଳନ ଯୋଗୁ ଦର୍ପଣରେ ଆମେ ନିଜର ମୁହଁ ଦେଖିପାରୁ ।

କାର୍ଯ୍ୟ–୬ : ଆସ ପରୀକ୍ଷା କରିବା

ଷ୍ଟାଣ୍ଡ ସହ ଲାଗିଥିବା ଏକ ସମତଳ ଦର୍ପଣ, ଗୋଟିଏ ଟର୍ଚ୍ଚ ଲାଇଟ୍, ଗୋଟିଏ ପାନିଆ, ଖଣ୍ଡିଏ ଧଳା କାଗଜ ଏବଂ ଖଣ୍ଡେ କଳାରଙ୍ଗର କାଗଜ ନିଆଯାଉ ।

କଳା କାଗଜ ନେଇ ପାନିଆର ଗୋଟିଏ ଖୋଲା ଧାର (ସରୁ ଛିଦ୍ର) ଛାଡ଼ି ବାକି ସମସ୍ତ ଧାରକୁ ଭଲ ଭାବେ କଳାକାଗଜରେ ଢାଙ୍କି ଦିଆଯାଉ ।

ଟେବୁଲ ଉପରେ ଧଳା କାଗଜଟିକୁ ଖୋଲି ଲଗାଯାଉ । କଳା କାଗଜ ଲଗା ପାନିଆକୁ ଏହି ଧଳା କାଗଜ ଉପରେ ଲମ୍ବ ଭାବରେ ଧରି ରଖାଯାଉ ଏବଂ ସରୁ ଛିଦ୍ର ଉପରେ ଟର୍ଚ୍ଚ ଆଲୋକ ପକାଯାଉ । ପାନିଆଁ ଓ ଟର୍ଚ୍ଚଲାଇଟକୁ ଏପରି ଏପଟ ସେପଟ କରି ଦେଖାଯାଉ ଯେପରି କଳାକାଗଜ ଢଙ୍କା ହୋଇ ନଥ‌ିବା ଛିଦ୍ର ଦେଇ ଟର୍ଚ୍ଚ ଆଲୋକ ଧଳା କାଗଜ ଉପରେ ପଡ଼ି ଏକ ରେଖା ଭଳି ଦୃଶ୍ୟମାନ ହେବ (ଚିତ୍ର-କ ଭଳି) ।
Class 7 Science Chapter 11 Notes Odia Medium ଆଲୋକ ଛାୟା ଓ ପ୍ରତିଫଳନ 8
ଆଲୋକ ରଶ୍ମିର ଗତିପଥରେ ଦର୍ପଣଟିକୁ ରଖ୍ ପାନିଆକୁ ସ୍ଥିର ରଖୁ ପାନିଆର ଫାଙ୍କ ଦେଇ ଟର୍ଚ୍ଚ ଲାଇଟ୍‌ରୁ ନିର୍ଗତ ଆଲୋକ ରଶ୍ମି ଦର୍ପଣ ଉପରେ ପଡ଼ୁଛି । ଏଥ‌ିରୁ ଜଣାପଡୁଛି ଯେ ଦର୍ପଣ ଉପରେ ପଡ଼ୁଥୁବା ଆଲୋକ ରଶ୍ମି ତା’ର ଦିଗ ବଦଳାଉଛି । ଦର୍ପଣରେ ଆଲୋକର ପ୍ରତିଫଳନ ଯୋଗୁଁ ଏପରି ହୋଇଥାଏ ।

Class 7 Science Chapter 11 Notes Odia Medium ଆଲୋକ : ଛାୟା ଓ ପ୍ରତିଫଳନ

ସମତଳ ଦର୍ପଣରେ ପ୍ରତିବିମ୍ବ ଗଠନ :

କାର୍ଯ୍ୟ-୭ : – ପରୀକ୍ଷଣ

ଗୋଟିଏ ସମତଳ ଦର୍ପଣ ଓ ଗୋଟିଏ କଲମ ନିଆଯାଉ ।

ଦର୍ପଣ ସମ୍ମୁଖରେ କଲମଟିଏ ଚିତ୍ରରେ ଦର୍ଶାଯାଇଥ‌ିବା ଭଳି ଧରି ରଖାଯାଉ । ଦର୍ପଣ ପଛ ପାଖରେ ସେହି କଲମ ଭଳି ଆଉ ଗୋଟିଏ କଲମ ଥ‌ିବାଭଳି ଦେଖାଯାଉଅଛି । ଦର୍ପଣ ପଛ ପାଖରେ ଦୃଶ୍ୟମାନ କଲମ ଦର୍ପଣ ସମ୍ମୁଖରେ ରଖୁଥୁବା କଲମର ଛବି ବା ପ୍ରତିବିମ୍ବ ଅଟେ ।

ଏବେ ଦର୍ପଣ ସମ୍ମୁଖରେ କଲମଟିର ସ୍ଥାନ ପରିବର୍ତ୍ତନ କରାଯାଉ । ପ୍ରତ୍ୟେକ ଥର କଲମର ପ୍ରତିବିମ୍ବ (ଛବି) ର ଆକାର ଦେଖ୍ ତୁଳନା କରାଯାଉ । ଦେଖାଯିବ ଯେ ସମତଳ ଦର୍ପଣରେ କୌଣସି ବସ୍ତର ସୃଷ୍ଟି ହେଉଥ‌ିବା ଛବିର ଆକୃତି ଓ ବସ୍ତୁର ଆକୃତି ସହ ସମାନ ଅଟେ ।
Class 7 Science Chapter 11 Notes Odia Medium ଆଲୋକ ଛାୟା ଓ ପ୍ରତିଫଳନ 9
ଏଥର ଦର୍ପଣ ସାମ୍ନାରେ ବିଭିନ୍ନ ସ୍ଥାନରେ କଲମ ରଖୁ ସୃଷ୍ଟି ହେଉଥ‌ିବା ଛବିକୁ ଦେଖ‌ିଲେ ଜଣାଯିବ ଯେ ପ୍ରତ୍ୟେକ ଅବସ୍ଥାରେ ସିଧା ଦେଖାଯାଉଛି । କଲମର ଅଗ୍ରଭାଗ ପ୍ରତ୍ୟେକ ଅବସ୍ଥାରେ ଉପରେ ଥିବାର ଦେଖାଯାଉଛି । ଏକ ଭୂଲମ୍ବ ସଳଖ ପ୍ରତିଛବିକୁ ସିଧା ପ୍ରତିବିମ୍ବ କୁହାଯାଏ । ସମତଳ ଦର୍ପଣରେ ସୃଷ୍ଟି ହେଉଥ‌ିବା ପ୍ରତିବିମ୍ବ ସିଧା ହୋଇଥାଏ ।

ଏବେ ଦର୍ପଣ ପଛରେ ଏକ ପରଦା ଭୂଲମ୍ବ ଭାବରେ ରଖାଯାଉ । ଏହାକୁ ଚାରି ପାଖରେ ଘୁଞ୍ଚାଯାଉ । ପରଦାରେ ପ୍ରତିଛବି ମିଳିବ ନାହିଁ । ଦର୍ପଣ ସମ୍ମୁଖରେ ପରଦା ରଖ୍ ଏହି କ୍ରିୟାର ପୁନରାବୃତ୍ତି କରାଯାଉ ସମତଳ ଦର୍ପଣରେ ସୃଷ୍ଟି ହେଉଥ‌ିବା ପ୍ରତିବିମ୍ବକୁ ପରଦାରେ ଧରି ହୁଏ ନାହିଁ । କାରଣ ଏହି ପ୍ରତିବିମ୍ବ ଅବାସ୍ତବ (Virtual) ଅଟେ ।
Class 7 Science Chapter 11 Notes Odia Medium ଆଲୋକ ଛାୟା ଓ ପ୍ରତିଫଳନ 10
ଦର୍ପଣଠାରୁ ଭିନ୍ନ ଭିନ୍ନ ଦୂରତାରେ ଠିଆ ହେଲେ ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବିମ୍ବ ମଧ୍ୟ ଦର୍ପଣ୍ଠଠାରୁ ଭିନ୍ନ ଭିନ୍ନ ଦୂରତାରେ ସୃଷ୍ଟି ହେବ । ଅର୍ଥାତ୍ ସମତଳ ଦର୍ପଣରେ ବସ୍ତୁର ଦୂରତା ଓ ପ୍ରତିବିମ୍ବ ଦୂରତା ସମାନ ହୋଇଥାଏ । ଦର୍ପଣ ସମ୍ମୁଖରେ ବାମହାତ ଟେକିଲେ ତୁମର ପ୍ରତିବିମ୍ବ ଡାହାଣ ହାତ ଟେକିବାର, ଅର୍ଥାତ୍ ତୁମର ବାମ ପାର୍ଶ୍ଵ ପ୍ରତିବିମ୍ବର ଡାହାଣ ପାର୍ଶ୍ଵପରି ହୋଇଥାଏ । ଏ ପ୍ରକାର ପରିବର୍ତ୍ତନକୁ ପାର୍ଶ୍ଵ ପରିବର୍ତ୍ତନ କୁହାଯାଏ ।

Class 7 Science Chapter 11 Notes Odia Medium ଆଲୋକ : ଛାୟା ଓ ପ୍ରତିଫଳନ

ସିଦ୍ଧାନ୍ତ :

  • ସମତଳ ଦର୍ପଣରେ ଗଠିତ ପ୍ରତିବିମ୍ବ ଆଭାସୀ ଓ ସଳଖ ହୋଇଥାଏ ।
  • ବସ୍ତୁର ଆକୃତି ସହ ପ୍ରତିବିମ୍ବର ଆକୃତି ସମାନ ହୋଇଥାଏ ।
  • ବସ୍ତୁର ଦୂରତା ସହ ପ୍ରତିବିମ୍ବର ଦୂରତା ସମାନ ହୋଇଥାଏ ।
  • ପ୍ରତିବିମ୍ବର ପାର୍ଶ୍ଵ ପରିବର୍ତ୍ତନ ହୋଇଥାଏ ।

କାର୍ଯ୍ୟ-୮ : ଆସ ପରୀକ୍ଷା କରିବା

  • ଚିତ୍ର ‘ଖ’ ଭଳି ଏକ ସମତଳ ଦର୍ପଣ ସାମ୍ନାରେ ଠିଆ ହୋଇ ନିଜର ପ୍ରତିଛବି ଦେଖାଯାଉ । ଏହା ଦର୍ପଣଠାରୁ କେତେ ଦୂରରେ ଦେଖାଯାଉଛି ଲକ୍ଷ୍ୟ କରାଯାଉ ।
  • ଏବେ ଦର୍ପଣର ଅତି ପାଖରେ ଠିଆ ହୋଇ ପ୍ରତିଛବିଟି କେତେ ଦୂରରେ ଦେଖାଯାଉଛି ଲକ୍ଷ୍ୟ କରାଯାଉ ।
  • ଦର୍ପଣଠାରୁ ଭିନ୍ନ ଭିନ୍ନ ଦୂରତାରେ ଠିଆ ହୋଇ ପ୍ରତ୍ୟେକ କ୍ଷେତ୍ରରେ ପ୍ରତିଛବି ଦର୍ପଣଠାରୁ କେତେ ଦୂରରେ ଦେଖାଯାଉଛି ଲକ୍ଷ୍ୟ କରାଯାଉ ।

ପର୍ଯ୍ୟବେକ୍ଷଣଗୁଡ଼ିକରୁ ଜଣାପଡ଼ିବ ଯେ ସମତଳ ଦର୍ପଣ ପାଖରେ ଠିଆ ହେଲେ ପ୍ରତିଛବିଟି ମଧ୍ୟ ଦର୍ପଣର ନିକଟରେ ଦେଖାଯାଏ ଏବଂ ଦୂରରେ ଠିଆହେଲେ ପ୍ରତିଛବିଟି ମଧ୍ୟ ସମତଳ ଦର୍ପଣଠାରୁ ଦୂରରେ ଦେଖାଯାଏ । ସମତଳ ଦର୍ପଣରେ ବସ୍ତର ଦୂରତା ଓ ପ୍ରତିବିମ୍ବର ଦୂରତା ସମାନ ହୋଇଥାଏ ।

ଏବେ ବାମହାତ ଉପରକୁ ଉଠାଇ ପ୍ରତିଛବିରେ କେଉଁ ହାତ ଉପରକୁ ଉଠୁଛି ଲକ୍ଷ୍ୟ କରାଯାଉ ।

ଡାହାଣ କାନକୁ ସ୍ପର୍ଶ କଲେ ପ୍ରତିଛବି କେଉଁ କାନକୁ ସ୍ପର୍ଶ କରୁଛି ଲକ୍ଷ୍ୟ କରାଯାଉ । ଦେଖାଯିବ ଯେ ବ୍ୟକ୍ତିର ବାମ ପାର୍ଶ୍ଵ ପ୍ରତିଛବିରେ ଡାହାଣ ପାର୍ଶ୍ଵ ପରି ଏବଂ ଡାହାଣ ପାର୍ଶ୍ଵ ପ୍ରତିଛବିର ବାମପାର୍ଶ୍ଵ ଭଳି ଜଣାପଡ଼ୁଛି । ଏ ପ୍ରକାର ପରିବର୍ତ୍ତନ ଉପଲବ୍ଧିକୁ ପାର୍ଶ୍ୱ ପରିବର୍ତ୍ତନ କୁହାଯାଏ । ସମତଳ ଦର୍ପଣଦ୍ଵାରା ପ୍ରତିବିମ୍ବ ଗଠନ ବେଳେ ପାର୍ଶ୍ଵପରିବର୍ତ୍ତନ ଘଟିଥାଏ ।

ଓ ! ଏଥର ମୁଁ ବୁଝିପାରୁଛି କାହିଁକି (ECNALUBMA) ଆମ୍ବୁଲାନ୍ସରେ ଅକ୍ଷର ସବୁ ଓଲଟା ଲେଖାଯାଇଛି । ଗାଡ଼ିର ସାମ୍ନା ଦର୍ପଣରେ ଅକ୍ଷରର ଓଟଲା ଛବି ସିଧା ଦେଖ‌ିଲେ ‘AMBULANCE’ ହିଁ ପଢ଼ିହେବ । ଆଗରେ ଥୁବା ଗାଡ଼ି ଚାଳକ ତାଙ୍କ ଗାଡ଼ିର ଦର୍ପଣରେ ‘AMBULANCE’ ହିଁ ପଢ଼ି ତାକୁ ପ୍ରଥମେ ଯିବାକୁ ବାଟ ଛାଡ଼ିଦେବ ।

ଦର୍ପଣ କେବେ ଉଦ୍ଭାବନ ହେଲା ତାହା ଜଣାନାହିଁ । ପୂର୍ବରୁ ପଥର କିମ୍ବା ଧାତୁକୁ ଚିକ୍କଣ କରି ଦର୍ପଣ ତିଆରି କରାଯାଉଥିଲା । ଯେତେବେଳେ କାଚ ଦର୍ପଣ ତିଆରି ହେବା ଆରମ୍ଭ ହେଲା ଧାତୁ ଦର୍ପଣ ତିଆରି ହେବାର କଳା ଧୀରେ ଧୀରେ ହଜିଗଲା । ତେବେ ଏବେବି ଏହା ବଞ୍ଚି ରହିଛି । ଉଦାହରଣସ୍ୱରୂପ ଶତାବ୍ଦୀ ଶତାବ୍ଦୀ ଧରି କେରଳ ରାଜ୍ୟରେ ଏକ ଅନନ୍ୟ ଧାତୁ ପୃଷ୍ଠ ଦର୍ପଣ ‘ଅରନମୂଲା କନ୍ନଡ଼ି’ ତିଆରି ଚାଲିଛି ।

Class 7 Science Chapter 11 Notes Odia Medium ଆଲୋକ : ଛାୟା ଓ ପ୍ରତିଫଳନ

ପିହୋଲ କ୍ୟାମେରା :
ପି ନ୍‌ ହୋଲ୍ କ୍ୟାମେରା। ଏକ ଉପକରଣ ଯେଉଁଥ୍ରେ ଆଲୋକ ରଶ୍ମି କ୍ଷୁଦ୍ର ରନ୍ଧ୍ର ଦେଇ ଗତିକରି ପରଦା ଉପରେ ପଡ଼େ ଓ ପରଦା ଉପରେ ପ୍ରତିବିମ୍ବ ସୃଷ୍ଟି ହୁଏ ।

କାର୍ଯ୍ୟ-୯ : ଆସ ଆସ ଅନୁସନ୍ଧାନ କରିବା

  • ଗୋଟିଏ କାର୍ଡବୋର୍ଡ ଓ ଗୋଟିଏ ମହମବତୀ ନିଆଯାଉ ।
  • ଏକ ମୃଦୁ ଆଲୋକିତ କୋଠରିରେ କାର୍ଡ଼ ବୋର୍ଡ଼କୁ ପରଦାଠାରୁ ଅଳ୍ପ ଦୂରରେ ରଖାଯାଉ । ଏହା ସମ୍ମୁଖରେ ଗୋଟିଏ ଜଳନ୍ତା ମହମବତୀ ରଖାଯାଉ ।
  • ଜଳନ୍ତା ମହମବତୀରୁ ଆସୁଥୁବା ଆଲୋକ ରଶ୍ମି କାର୍ଡ଼ବୋର୍ଡ଼ର ରନ୍ଧ୍ରଦେଇ ପରଦାରେ ମହମବତୀ ଶିଖାର ପ୍ରତିଛବି ସୃଷ୍ଟି କରିବ ଏବଂ ଏହି ପ୍ରତିଛବିଟି ଓଲଟା ଦେଖାଯିବ ।
  • ଏହା ଏକ ସରଳ ପିନ୍‌ହୋଲ କ୍ୟାମେରା ଅଟେ ।
    Class 7 Science Chapter 11 Notes Odia Medium ଆଲୋକ ଛାୟା ଓ ପ୍ରତିଫଳନ 12

Class 7 Science Chapter 11 Notes Odia Medium ଆଲୋକ : ଛାୟା ଓ ପ୍ରତିଫଳନ

କାର୍ଯ୍ୟ–୧୦ : ସ୍ଲାଇଡିଂ ପିନ୍‌ହୋଲ୍ କ୍ୟାମେରା ନିର୍ମାଣ

  • କମ୍ ବ୍ୟବଧାନରେ ଥ‌ିବା ଦୁଇଟି ସମାନ ଆକୃତିର କାର୍ଡ଼ବୋର୍ଡ଼ ବାକ୍ସ ନିଆଯାଉ, ଯେପରି ଗୋଟିଏ ମଧ୍ୟରେ ଅନ୍ୟଟି ସାମାନ୍ୟ ଶୂନ୍ୟସ୍ଥାନ ଥାଇ ଖସଡ଼ି ଯାଇପାରୁଥିବ । ପ୍ରତ୍ୟେକ ବାକ୍ସର ଗୋଟିଏ ପାଖ କାଟି ଦିଆଯାଉ ।
  • ବଡ଼ ବାକ୍ସର ବିପରୀତ ପାର୍ଶ୍ଵ ମଧ୍ୟଭାଗରେ ଗୋଟିଏ ଛୋଟ ରନ୍ଧ୍ର କରାଯାଉ ।
  • ଛୋଟ ବାକ୍ସର ଅପର ପାର୍ଶ୍ଵ କାନ୍ଥର ମଧ୍ୟ ଭାଗରୁ ୫–୬ ସେ.ମି. ଦୈର୍ଘ୍ୟର ଏକ ବର୍ଗାକୃତି ଅଂଶ କାଟି ଦିଆଯାଉ ।
  • ଏହି କଟାଯାଇଥ‌ିବା ଅଂଶକୁ ପରଦା ଭାବେ ବ୍ୟବହାର କରିବା ପାଇଁ ଏକ ପତଳା ସ୍ଵଚ୍ଛ କାଗଜ ଦେଇ ଘୋଡ଼ାଇ ଦିଆଯାଉ ।
  • ଛୋଟ ବାକ୍ସକୁ ବଡ଼ ବାକ୍ସ ଭିତରେ ଏପରି ଭାବେ ପୁରାଯାଉ (ସ୍ଲାଇଡ଼) ଯେପରି ଟ୍ରେସିଂ ପେପର ସହିତ ଥ‌ିବା ପାର୍ଶ୍ଵଟି ଭିତର ପଟେ ରହିବ । ଏଥର ପିନ୍‌ହୋଲ୍ କ୍ୟାମେରା ପ୍ରସ୍ତୁତ ହୋଇଗଲା ।
    Class 7 Science Chapter 11 Notes Odia Medium ଆଲୋକ ଛାୟା ଓ ପ୍ରତିଫଳନ 13
  • ପି ହୋଲ୍ କ୍ୟାମେରାକୁ ଏପରି ଧରାଯାଉ, ଯେପରି କ୍ଷୁଦ୍ରରନ୍ଧ୍ର ବସ୍ତୁ ଆଡ଼କୁ ମୁହଁ କରି ରହିବ ଏବଂ ଛୋଟ ବାକ୍ସର ଖୋଲାପଟ ଦେଇ ରଖାଯାଉ । ନିଜ ମୁଣ୍ଡ ଓ ପ୍ରସ୍ତୁତ କ୍ୟାମେରାକୁ ଏକ କଳା କପଡ଼ାରେ ଘୋଡ଼ାଯାଉ । ଦୂରରେ ଥବା କୌଣସି ବସ୍ତର (ଯେପରି ବଡ଼ କୋଠଘର, ଗଛ ଇତ୍ୟାଦି ଯାହା ଉଜ୍ଜ୍ଵଳ ସୂର୍ଯ୍ୟକିରଣରେ ଅଛି) ଛବି ପିନ୍‌ହୋଲ୍ କ୍ୟାମେରାରେ ଦେଖ‌ିବା ପାଇଁ ଛୋଟ ବାକ୍ସକୁ ବଡ଼ ବାକ୍ସ ଭିତରେ ଆଗକୁ ପଛକୁ କର, ଯେପରି ଟ୍ରେସିଂ ପେପର ଉପରେ ଦେଖୁଥ‌ିବା ବସ୍ତର ଛବି ଦେଖ‌ିହେବ ।)
  • ଗୋଟିଏ ପିନ୍‌ହୋଲ୍ କ୍ୟାମେରା ଆମକୁ ଓଲଟା ପ୍ରତିଛବି ଦେଖାଇଥାଏ । ସମତଳ ଦର୍ପଣରେ ଗଠିତ ପ୍ରତିବିମ୍ବ ଓଲଟା ନଥାଏ କିନ୍ତୁ ପାର୍ଶ୍ଵ ପରିବର୍ତ୍ତନ କରିଥାଏ ।

କେତେକ ଦରକାରୀ ଜିନିଷ ତିଆରି :

ଆଲୋକ ଏକ ସରଳରେଖାରେ ଗତି କରେ ଏବଂ ଦର୍ପଣରେ ପ୍ରତିଫଳନ ହୁଏ ବୋଲି ଜାଣିବା ପରେ ଏହି ଶିକ୍ଷଣକୁ ଆଧାର କରି କେତେକ ଦରକାରୀ ଜିନିଷ ତିଆରି କରିବା ।
Class 7 Science Chapter 11 Notes Odia Medium ଆଲୋକ ଛାୟା ଓ ପ୍ରତିଫଳନ 14
ପେରିସ୍କୋପ୍ : ଚିତ୍ର-୧ରେ ଦର୍ଶାଯାଇଥିବା ପରି ଏକ Z ଆକୃତିର ବାକ୍ସରେ ଦୁଇଟି ସମତଳ ଦର୍ପଣ ନେଇ ଆମେ ଗୋଟିଏ ସରଳ ପେରିସ୍କୋପ ତିଆରି କରିପାରିବା । ଦୁଇଟି ଦର୍ପଣରୁ ପ୍ରତିଫଳନ ଆମେ ଦେଖୁ ହେଉ ନଥିବା ବସ୍ତକୁ ଆମେ ଦେଖୁପାରିବା । ସଧାସଳଖ ଦୃଶ୍ୟମାନ ହେଉ ନଥ‌ିବା ବସ୍ତ ପେରି ସ୍କୋପ ସାହାଯ୍ୟରେ ଆମେ ସହଜରେ ଦେଖିପାରୁ । ବୁଡ଼ାଜାହାଜ, ଟ୍ୟାଙ୍କ ଓ ବଙ୍କର ଭିତରେ ଥ‌ିବା ସୈନ୍ୟମାନେ ବାହାର ବସ୍ତକୁ ଦେଖୁବା ପାଇଁ ‘ପେରିସ୍କୋପ’ ବ୍ୟବହାର କରନ୍ତି । ତୁମେ ଡେଙ୍ଗା ବନ୍ଧୁମାନଙ୍କ ପଛରେ ଥିଲାବେଳେ ଆଗକୁ ଦେଖୁବା ପାଇଁ ଏହି ଯନ୍ତ୍ରକୁ ବ୍ୟବହାର କରିପାରିବ ।

Class 7 Science Chapter 11 Notes Odia Medium ଆଲୋକ ଛାୟା ଓ ପ୍ରତିଫଳନ 15
କେଲି ଡ଼ୋସ୍କୋପ୍ : ଚିତ୍ର -୨ ଦର୍ଶାଯାଇଥିବା ଭଳି ତିନୋଟି ସମାନ ଆକୃତିର ସମାନ ପ୍ରସ୍ଥର ଆୟତାକାର ସମତଳ ଦର୍ପଣ ନିଆଯାଉ । ଦର୍ପଣଗୁଡ଼ିକୁ ଯୋଡ଼ି ତ୍ରିଭୁଜାକାର (ତ୍ରିକୋଣୀୟ) ଯନ୍ତ୍ରଟିଏ ତିଆରି କରାଯାଉ । ଦର୍ପଣ ବଦଳରେ ପ୍ରତିଫଳନ କାଗଜ ମଧ୍ୟ ବ୍ୟବହାର କରାଯାଇପାରିବ ।

ଏଗୁଡ଼ିକୁ ଗୋଟିଏ ଚାର୍ଟ କାଗଜରେ ତିଆରି ବୃତ୍ତାକାର ନଳୀରେ ସଜାଯାଉ (ଚିତ୍ର-୧ ‘ଖ’ ଭଳି) । ନଳୀର ଗୋଟିଏ ମୁଣ୍ଡରେ ରବର ବ୍ୟାଣ୍ଡ୍ ବା ଅଠାଳିଆ ଟେପ୍ ଦେଇ ଗୋଟିଏ ପ୍ଲାଷ୍ଟିକ୍ ସିଟ୍ ଲଗାଯାଉ । ରଙ୍ଗିନ ଚୂଡ଼ି ଖଣ୍ଡ ବା ରଙ୍ଗୀନ ମାଳି ଏହି ଯନ୍ତ୍ର ମଧ୍ୟକୁ ପକାଅ (ଚିତ୍ର-୧ ‘ଗ’ ଭଳି) ।

Class 7 Science Chapter 11 Notes Odia Medium ଆଲୋକ : ଛାୟା ଓ ପ୍ରତିଫଳନ

ରବର ବ୍ୟାଣ୍ଡ ବା ଅଠାଳିଆ ଟେପ୍ ସାହାଯ୍ୟରେ ଏହାକୁ ଏକ ଟ୍ରେସିଂ କାଗଜଦ୍ଵାରା ଗୁଡ଼ାଯାଉ । ତୁମେ ଯେତେବେଳେ ଏହାର ଖୋଲା ପାଖଦେଇ ଭିତରକୁ ଚାହିଁବ, ଏକ ସୁନ୍ଦର ଢାଞ୍ଚା ଯନ୍ତ୍ର ଭିତରେ ଦେଖୁବାକୁ ପାଇବ । ଚିତ୍ର-୨ (ଘ) ପ୍ରସ୍ତୁତ କେଲିଡୋସ୍କୋପ୍‌ର ଦୁଇ ମୁଣ୍ଡ ଖୋଲା ସ୍ଥାନରେ ଥ‌ିବା ଗଛ ବା ଅନ୍ୟ କୌଣସି ବସ୍ତୁକୁ ଦେଖ‌ିଲେ ତୁମେ ସୁନ୍ଦର ଆକୃତି ଦେଖିବାକୁ ପାଇବ । କେଲିଡୋସ୍କୋପ୍‌ର ଆକର୍ଷଣୀୟ ବୈଶିଷ୍ଟ୍ୟ ହେଉଛି, ତୁମେ ଯେତେଥର ଏହାକୁ ଏପଟ ସେପଟ ବୁଲାଇବ ସେତେଥର ନୂଆ ନୂଆ ଆକୃତି ଦେଖ‌ିବାକୁ ପାଇବ । ଯେହେତୁ ଏଠାରେ ତିନୋଟି ଦର୍ପଣ ଏବଂ ଏକାଧ୍ଯକ ପ୍ରତିଛବି ଅଛି । ପ୍ରତିଫଳନର ପ୍ରତିଫଳନ ପାଇବାପାଇଁ କେଲିଡ଼ୋସ୍କୋପ୍
ବ୍ୟବହାର କରାଯାଏ ।

ବିଷୟବସ୍ତୁର ସାରାଂଶ :

  • ଯେଉଁ ବସ୍ତୁଗୁଡ଼ିକ ନିଜସ୍ଵ ଆଲୋକ ନିର୍ଗତ କରନ୍ତି ସେମାନଙ୍କୁ ଦୀପ୍ତିମାନ୍ ବସ୍ତୁ କୁହାଯାଏ ।
  • ଆଲୋକ ଏକ ସରଳରେଖାରେ ଗତିକରେ ।
  • ଆଲୋକ ସ୍ୱଚ୍ଛ ସାମଗ୍ରୀ ମାଧ୍ୟମରେ ପ୍ରାୟ ସମ୍ପୂର୍ଣ୍ଣ ଗତି କରେ ।
  • ଆଲୋକ ଅସ୍ଵଚ୍ଛ ବସ୍ତ ମଧ୍ୟ ଦେଇ ଗତି କରିପାରେ ନାହିଁ ।
  • ଆଲୋକ ଗୋଟିଏ ଅସ୍ଵଚ୍ଛ ବସ୍ତଦ୍ୱାରା ବାଧାପ୍ରାପ୍ତ ହେଲେ ବସ୍ତୁ ପଛପଟେ ବସ୍ତୁ ଆକୃତିର ଛାୟା ସୃଷ୍ଟି ହୁଏ ।
  • କିଛି ଅର୍ଥସ୍ଵଚ୍ଛ ବସ୍ତ ଲଘୁ କ୍ଷୀଣଛାୟା ସୃଷ୍ଟି କରେ ।
  • କିଛି ସ୍ଵଚ୍ଛ ବସ୍ତୁ ଅସ୍ପଷ୍ଟ ଛାୟା ସୃଷ୍ଟି କରିଥା’ନ୍ତି ।
  • ଦର୍ପଣଦ୍ଵାରା ଆଲୋକର ଦିଗ ପରିବର୍ତ୍ତନକୁ ପ୍ରତିଫଳନ କୁହାଯାଏ ।
  • ଏକ ସମତଳ ଦର୍ପଣରେ ବସ୍ତର ସମାନ ଆକୃତିର ପ୍ରତିଛବି ସୃଷ୍ଟି ହୁଏ । ଏହି ପ୍ରତିଛବି ସଳଖ, ଏହାକୁ ପରଦାରେ ଧରି ହୁଏ ନାହିଁ ଏବଂ ପାର୍ଶ୍ଵ ପରିବର୍ଭନ କରେ ।
  • ପିନ୍‌ହୋଲ୍ କ୍ୟାମେରା ପରଦାରେ ବସ୍ତର ପ୍ରତିଛବି ଓଲଟା ଦେଖାଯାଏ ।

Class 7 Science Chapter 10 Notes Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା

Go through BSE Odisha Class 7 Science Notes Odia Medium and Class 7 Science Chapter 10 Notes Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା to understand important concepts and topics more clearly.

7th Class Science Chapter 10 Notes Odia Medium

BSE Odisha Class 7 Science Chapter 10 Notes Odia Medium

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ :

ସମସ୍ତ ଜୀବ ବୃଦ୍ଧି ହୋଇଥାନ୍ତି ଏବଂ ସେମାନେ ବୃଦ୍ଧି ପାଇଁ ଖାଦ୍ୟ ଆବଶ୍ୟକ କରିଥା’ନ୍ତି । ପ୍ରାଣୀମାନେ ଖାଦ୍ୟରୁ ଶ୍ଵେତସାର, ସ୍ନେହସାର, ପୁଷ୍ଟିସାର, ଜୀବସାର ଏବଂ ଖଣିଜ ପଦାର୍ଥ ଆଣି ପୋଷକତତ୍ତ୍ଵ ଗ୍ରହଣ କରି ଶରୀରର ବୃଦ୍ଧି ଓ ବିକାଶ କରାଇଥା’ନ୍ତି । ଉଭିଦଗୁଡ଼ିକୁ ସେମାନଙ୍କର ବୃଦ୍ଧି ପାଇଁ ଉଭୟ ସୂର୍ଯ୍ୟାଲୋକ ଓ ଜଳ ଆବଶ୍ୟକ ହୋଇଥାଏ ।

ଉଭିଦର ବୃଦ୍ଧି କିପରି ହୁଏ ?
ଉଭିଦ ବଢ଼ିବା ସହିତ ନୂଆ ପତ୍ର ଏବଂ ଡାଳ ବାହାରିଥାଏ, ତା’ର ଉଚ୍ଚତାରେ ବୃଦ୍ଧି ହୁଏ ଏବଂ ତା’ର କାଣ୍ଡ ମୋଟା ହୁଏ । ଏହି ପରିବର୍ତ୍ତନଗୁଡ଼ିକର କାରଣ କ’ଣ ହୋଇପାରେ ବୋଲି ତୁମେ ଭାବୁଛ ?

ଯେତେବେଳେ ଆମେ ନିୟମିତ ଭାବରେ ଗଛମୂଳରେ ପାଣି ଦେଉ, ସେମାନେ ଭଲ ଭାବରେ ବଢ଼ନ୍ତି । ତେଣୁ, ମୁଁ ପାଣି ମଧ୍ୟ ଉଭିଦର ବୃଦ୍ଧିରେ ସାହାଯ୍ୟ କରେ ।
ଗଛଗୁଡ଼ିକ ମୂଳଦ୍ଵାରା ମାଟିରୁ ଖାଦ୍ୟ ଗ୍ରହଣ କରନ୍ତି ।

ସୂର୍ଯ୍ୟକିରଣ ଗଛଗୁଡ଼ିକର ବୃଦ୍ଧିରେ କିଛି ଭୂମିକା ଗ୍ରହଣ କରେ ।

Class 7 Science Chapter 10 Notes Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା

କାର୍ଯ୍ୟ-୧ : ଆସ, କିଛି ବ୍ୟାଖ୍ୟାର ସତ୍ୟତା ପରୀକ୍ଷା କରିବା

ସମାନ ଆକାରର ତିନୋଟି ମାଟି ପାତ୍ର (କିମ୍ବା ବ୍ୟବହୃତ ବୋତଲ ବା ପାତ୍ର) ନିଆଯାଉ । ପ୍ରତ୍ୟେକ ପାତ୍ରକୁ ବଗିଚା ମାଟିରେ ଭର୍ତ୍ତି କରାଯାଉ । ସେଥ‌ିରେ ଲଙ୍କା କିମ୍ବା ଟମାଟୋ ପରି ଦ୍ରୁତ ବଢ଼ୁଥ‌ିବା ଗଛର ସମାନ ଆକାରର ଚାରା ଲଗାଯାଉ ।
Class 7 Science Chapter 10 Notes Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା 1
(a) ପାତ୍ର ‘କ’ କୁ ସିଧାସଳଖ ସୂର୍ଯ୍ୟାଲୋକରେ, ଜଳ ସହିତ ରଖାଗଲା ।
(b) ପାତ୍ର ‘ଖ’ କୁ ସିଧାସଳଖ ସୂର୍ଯ୍ୟାଲୋକରେ, ଜଳ ବିନା ରଖାଗଲା ।
(c) ପାତ୍ର ‘ଗ’ କୁ ଅନ୍ଧାରରେ, ଜଳ ସହିତ ରଖାଗଲା ।

  • ପାତ୍ରଗୁଡ଼ିକୁ ‘କ’, ‘ଖ’ ଏବଂ ‘ଗ’ ଭାବେ ନାମଙ୍କନ କରାଯାଉ ।
  • ପ୍ରତ୍ୟେକ ଚାରାରେ ପତ୍ର ସଂଖ୍ୟା ଗଣାଯାଉ ଏବଂ ପର୍ଯ୍ୟବେକ୍ଷଣକୁ ଲିପିବଦ୍ଧ କରାଯାଉ ।
  • ପାତ୍ର ‘କ’ କୁ ସିଧାସଳଖ ସୂର୍ଯ୍ୟାଲୋକରେ ରଖାଯାଉ । ଏହି କୁଣ୍ଡରେ ଥିବା ମାଟିକୁ ପ୍ରତିଦିନ ପର୍ଯ୍ୟାପ୍ତ ପରିମାଣର ଜଳ ଦେଇ ଟିକିଏ ଓଦା ରଖାଯାଉ ।
  • ପାତ୍ର ‘ଖ’ ମାଟିରେ ଜଳ ନ ଦେଇ ସିଧାସଳଖ ସୂର୍ଯ୍ୟାଲୋକରେ ରଖାଯାଉ ।
  • ପାତ୍ର ‘ଗ’ କୁ ଅନ୍ଧାରରେ ରଖାଯାଉ । ଏହି ପାତ୍ରରେ ଥ‌ିବା ଦେଇ ଅଳ୍ପ ଓଦା ରଖାଯାଉ ।
  • ଦୁଇ ସପ୍ତାହ ପାଇଁ ଗଛଗୁଡ଼ିକୁ ପର୍ଯ୍ୟବେକ୍ଷଣ କରାଯାଉ ଏବଂ ମାଟିକୁ ପ୍ରତିଦିନ ପର୍ଯ୍ୟାପ୍ତ ପରିମାଣର ଜଳ ସେମାନଙ୍କର ଉଚ୍ଚତା, ପତ୍ର ସଂଖ୍ୟା, ପତ୍ରର ରଙ୍ଗ ଏବଂ ଦେଖାଯାଉଥ‌ିବା ଅନ୍ୟ କୌଣସି ପରିବର୍ତ୍ତନକୁ ଲିପିବଦ୍ଧ କରାଯାଉ ।
  • ସାରଣୀରେ ପର୍ଯ୍ୟବେକ୍ଷଣଗୁଡ଼ିକୁ ଲିପିବଦ୍ଧ କରାଯାଉ ।

ଉଭିଦ ବୃଦ୍ଧି ଉପରେ ସୂର୍ଯ୍ୟକିରଣ ଏବଂ ଜଳର ପ୍ରଭାବ

ବିଭିନ୍ନ ଅବସ୍ଥାରେ ରଖାଯାଇଥ‌ିବା କୁଣ୍ଡ ଉପଲବ୍ଧତା ଉଭିଦର ଉଚ୍ଚତା (ସେ.ମି.) ପତ୍ର ସଂଖ୍ୟା ପ୍ରତ୍ରର ରଙ୍ଗ (ସବୁଜ / ହଳଦିଆ)
ସୂର୍ଯ୍ୟାଲୋକ ଜଳ ପ୍ରଥମ ଦିନ ଦୁଇ ସପ୍ତାହ ପରେ ପ୍ରଥମ ଦିନ ଦୁଇ ସପ୍ତାହ ପରେ
ପାତ୍ର ‘କ’ ସଧାସଳଖ ସୂର୍ଯ୍ୟାଲୋକରେ, ଜଳ ସହିତ ହିଁ ହଁ 5 15 4 12 ସବୁଜ
ପାତ୍ର ‘ଖ’ ସିଧାସଳଖ ସୂର୍ଯ୍ୟାଲୋକରେ, ଜଳ ବିନା ହଁ ନା 5 6 4 5 ସବୁଜ ରଙ୍ଗ ହଳଦିଆ ହେବାକୁ ଆରମ୍ଭ କରେ
ପାତ୍ର ‘ଗ’ ଅନ୍ଧାରରେ ଜଳ ସହିତ ନା ହଁ 5 7 4 6 ଫିକା ବା ହଳଦିଆ

ତିନୋଟି ପାତ୍ରରେ ଥିବା ଗଛଗୁଡ଼ିକ ମଧ୍ୟରେ ତୁମେ କେଉଁ ପାର୍ଥକ୍ୟ ଦେଖୁଛ ?
ଉ. କ – ବୃଦ୍ଧି ଉତ୍ତମ, ଖ – ବୃଦ୍ଧି ମଧ୍ଯମ (ବୃଦ୍ଧିରେ ବାଧା), ଗ – ବୃଦ୍ଧି ସ୍ଵଳ୍ପ (ସାମାନ୍ୟ)

Class 7 Science Chapter 10 Notes Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା

କେଉଁ ପାତ୍ରରେ ଗଛଟି ସର୍ବାଧ‌ିକ ବୃଦ୍ଧିପାଇଛି ?
ଉ. କ ପାତ୍ରରେ

କେଉଁ ପାତ୍ରରେ ଗଛଟି ସବୁଠାରୁ କମ୍ ବୃଦ୍ଧିପାଇଛି ?
ଉ. ଖ ପାତ୍ରରେ

ପର୍ଯ୍ୟାପ୍ତ ଜଳ ପାଇଥିବା କିନ୍ତୁ ଆଦୌ ସୂର୍ଯ୍ୟାଲୋକ ପାଇ ନଥିବା ପାତ୍ର ‘ଗ’ ରେ ଥ‌ିବା ଉଭିଦ ଅପେକ୍ଷା ପର୍ଯ୍ୟାପ୍ତ ଜଳ ସହିତ ସିଧାସଳଖ ସୂର୍ଯ୍ୟାଲୋକରେ ରଖାଯାଇଥିବା ପାତ୍ର ‘କ’ ରେ ଥିବା ଉଭିଦ, ଭଲ ବଢ଼ିଛି । ପାତ୍ର ‘ଖ’ ରେ ଥ‌ିବା ଉଦ୍ଭଦଟି ପର୍ଯ୍ୟାପ୍ତ ସୂର୍ଯ୍ୟାଲୋକ ପାଇଥିଲେ ମଧ୍ୟ ଜଳ ନ ପାଇବାରୁ ମରି ଯାଇପାରେ । ଉଭିଦଗୁଡ଼ିକୁ ସେମାନଙ୍କର ବୃଦ୍ଧି ପାଇଁ ସୂର୍ଯ୍ୟାଲୋକ ଏବଂ ଜଳ ଉଭୟ ଆବଶ୍ୟକ

‘‘ଫଳ କୁସୁମ ସମ୍ପଦୁଚିତା ରୋପଣତୋ ଭବତି କେବଳାନ୍ନ ଯତଃ ।’
‘‘କେବଳ ରୋପଣ କରାଯାଇଥିବାରୁ ଗଛଗୁଡ଼ିକରେ ଫୁଲ ଏବଂ ଫଳ ଉତ୍ପନ୍ନ ହୁଅନ୍ତି ନାହିଁ ।’’

ଏହି ଧାଡ଼ିଟି ‘ବୃକ୍ଷ ଆୟୁର୍ବେଦ’ ନାମକ ଏକ ପ୍ରାଚୀନ ଭାରତୀୟ ଗ୍ରନ୍ଥରୁ ଆସିଛି । ଏଥରେ ଫସଲର ସ୍ଵାସ୍ଥ୍ୟ, ବୃଦ୍ଧି ଏବଂ ଉତ୍ପାଦନକୁ ଉନ୍ନତ କରିବାରେ ସାହାଯ୍ୟ କରିବା ପାଇଁ ଉଭିଦର ବୃଦ୍ଧି, ମୃତ୍ତିକା ଏବଂ କୃଷି ପଦ୍ଧତି ବିଷୟରେ ଉପଯୋଗୀ ପର୍ଯ୍ୟବେକ୍ଷଣ ଲିପିବଦ୍ଧ ଅଛି । ଏଥ‌ିରେ ଥ‌ିବା ଲେଖାଗୁଡ଼ିକ ସମୟାନୁସାରେ ବ୍ୟବହାରିକ ଅଭିଜ୍ଞତା ଏବଂ ନମୁନା ଉପରେ ଆଧାରିତ ବୋଲି ମନେହୁଏ । ଏହି ଗ୍ରନ୍ଥଟି କୃଷି ପଦ୍ଧତିକୁ ମାର୍ଗଦର୍ଶନ ଦେବା ପାଇଁ ବ୍ୟବସ୍ଥିତ ଭାବରେ ଲିପିବଦ୍ଧ କରାଯାଇଥିଲା । ଉଦାହରଣ ସ୍ଵରୂପ, ଏଥରେ ଜୈବିକ ସାର ପ୍ରସ୍ତୁତିର ବିଭିନ୍ନ ପଦ୍ଧତି, ଯେପରିକି ଜଳ, ଯଅ, ସହିତ ବିଭିନ୍ନ ମଞ୍ଜି, ମୁଗ, ବିରି ଓ ବୁଟର ମିଶ୍ରଣ ବିଷୟରେ ଉଲ୍ଲେଖ ଅଛି ।

ଉଭିଦଗୁଡ଼ିକ ସେମାନଙ୍କର ବୃଦ୍ଧି ପାଇଁ ଖାଦ୍ୟ କିପରି ପାଆନ୍ତି ?
ଆମେ ଜାଣିଛୁ ଯେ ପ୍ରାଣୀମାନେ ଉଦ୍ଭଦଠାରୁ ସେମାନଙ୍କର ଖାଦ୍ୟ ପାଆନ୍ତି । କେତେକ ପ୍ରାଣୀ ସିଧାସଳଖ ଉଭିଦକୁ ଖାଦ୍ୟ ରୂପେ ଗ୍ରହଣ କରନ୍ତି ଆଉ କେତେକ ସେହି ସେହି ଉଭିଦ ଖାଇ ଜୀବନ ଧାରଣ କରିଥିବା (ତୃଣଭୋଜୀ) ପ୍ରାଣୀମାନଙ୍କୁ ଖାଆନ୍ତି ।

ପତ୍ର – ଉଭିଦର ‘ଖାଦ୍ୟ କାରଖାନା’ :
ଉଭିଦ ମଣ୍ଡଦ (ଏକ ପ୍ରକାର ଶ୍ଵେତସାର) ଆକାରରେ ଖାଦ୍ୟ ସଂରକ୍ଷଣ କରେ । ଏହା ଉଭିଦର ପତ୍ରରେ ଉତ୍ପାଦିତ ହୋଇଥାଏ । ଉଭିଦର ପତ୍ରଗୁଡ଼ିକ ସାଧାରଣତଃ ପ୍ରଶସ୍ତ ଓ ସମତଳ ଅଟନ୍ତି । ଏଥୁରେ ହରିତ୍ ଲବକ ବା ସବୁଜକଣା (କ୍ଲୋରୋଫିଲ୍) ନାମକ ଏକ ସବୁଜ ରଞ୍ଜକ ରହିଥିବାରୁ ଏଗୁଡ଼ିକ ପ୍ରାୟତଃ ସବୁଜ ରଙ୍ଗର ହୋଇଥା’ନ୍ତି । ପତ୍ରରେ ଥିବା ହରିତ୍ ଲବକ ସୂର୍ଯ୍ୟକିରଣକୁ ଧରି ରଖୁବାରେ ସାହାଯ୍ୟ କରେ ।

Class 7 Science Chapter 10 Notes Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା

କାର୍ଯ୍ୟ-୨ : ଆସ, ଅମେ ପରୀକ୍ଷା କରିବା (ପ୍ରଦର୍ଶନ ଦର୍ଶନ କାର୍ଯ୍ୟ କଳାପ)

  • ଗୋଟିଏ ପତ୍ରକୁ ନରମ କରିବା ପାଇଁ ଫୁଟୁଥ‌ିବା ଜଳରେ ପାଞ୍ଚ ମିନିଟ୍ ପର୍ଯ୍ୟନ୍ତ ବୁଡ଼ାଇ ରଖାଯାଉ ।
  • ଏହି ପତ୍ରକୁ ପରୀକ୍ଷା ନଳୀରେ ଥିବା ସୁରାସାର (Alcohol) ରେ ବୁଡ଼ାଯାଉ ।
  • ପରୀକ୍ଷା ନଳୀକୁ ଫୁଟୁଥିବା ଜଳ ଥ‌ିବା ଏକ ବିକରରେ ରଖ୍ ପତ୍ର ରଙ୍ଗହୀନ ହେବା ପର୍ଯ୍ୟନ୍ତ ଅପେକ୍ଷା କରାଯାଉ ।
  • ପତ୍ରଟିକୁ ଧୀରେ ବାହାର କରି ଏକ ପ୍ଲେଟ୍‌ରେ ରଖାଯାଉ ।
  • ଏବେ, ରଙ୍ଗହୀନ ପତ୍ର ଉପରେ ଡ୍ରପର ସାହାଯ୍ୟରେ କିଛି ଆୟୋଡ଼ିନ୍ ଦବ୍ରଣ ପକାଯାଉ ।
  • କିଛି ମିନିଟ୍ ଅପେକ୍ଷା କଲାପରେ ପର୍ଯ୍ୟବେକ୍ଷଣ କରାଯାଉ । ଯଦି ପତ୍ରର ରଙ୍ଗ ଗାଢ଼ ନୀଳ ହୋଇଯାଏ, ତେବେ ମଣ୍ଡଦର ଉପସ୍ଥିତି ସୂଚିତ ହୁଏ ।
    Class 7 Science Chapter 10 Notes Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା 2

ସତର୍କତା – ସୁରାସାର (Alcohol) କୁ କେବେବି ସିଧାସଳଖ ତାପ ଉତ୍ସ ପାଖରେ ରଖୁବା ଉଚିତ ନୁହେଁ, କାରଣ ଏହା ଅତ୍ୟନ୍ତ ଜ୍ଵଳନଶୀଳ ଏବଂ ସହଜରେ ନିଆଁ ଲାଗି ଜଳିଯାଇପାରେ ।

ଏହି କାର୍ଯ୍ୟର ଆରମ୍ଭରେ ପତ୍ରକୁ ରଙ୍ଗହୀନ କରାଯିବାର କାରଣ :
ପତ୍ରକୁ ରଙ୍ଗହୀନ କରାଯିବାର କାରଣ ହେଉଛି – ପତ୍ରର ପାକୃତିକ ରଙ୍ଗ ଉପସ୍ଥିତି ରହିଲେ ଆୟୋଡ଼ିନ୍ ଦ୍ଵାରା ହେଉଥ‌ିବା ରଙ୍ଗ ପରିବର୍ତ୍ତନକୁ ଠିକ୍ ଭାବରେ ଦେଖୁହେବ ନାହିଁ । ରଙ୍ଗହୀନ ପତ୍ର ଆମକୁ ମଣ୍ଡଦ ଅଛି କି ନାହିଁ ତାହା ସ୍ପଷ୍ଟ ଭାବେ ପର୍ଯ୍ୟବେକ୍ଷଣ କରିବାରେ ସାହାଯ୍ୟ କରେ ।

ଉଦ୍ଭିଦରେ ସବୁଜ ପତ୍ର ମଣ୍ଡଦ ଭାବରେ ଖାଦ୍ୟ ସଂରକ୍ଷଣ କରେ । ପତ୍ରର ଅଣସବୁଜ ଅଂଶରେ ପର୍ଯ୍ୟାପ୍ତ ପରିମାଣର ହରିତ୍ ଲବକ ନ ଥ‌ିବାରୁ ସେଠାରେ ଯଥେଷ୍ଟ ପରିମାଣରେ ମଣ୍ଡଦ ତିଆରି ହୋଇ ନଥାଏ । ଉଭିଦମାନଙ୍କରେ ମଣ୍ଡଦ ଉତ୍ପାଦନରେ ସୂର୍ଯ୍ୟକିରଣ କିପରି ସାହାଯ୍ୟ କରେ ?

କାର୍ଯ୍ୟ–୩ : ଆସ ଯାଞ୍ଚ କରିବା

ପରୀକ୍ଷଣ :

  1. ଦୁଇଟି ଅଲଗା ଅଲଗା କୁଣ୍ଡରେ ଲାଗିଥିବା ଲାଗିଥିବା କ୍ରୋଟୋନ ଗଛ ବଛାଯାଉ ।
  2. ଗୋଟିଏ ଗଛକୁ ସୂର୍ଯ୍ୟ କିରଣରେ ଓ ଅନ୍ୟଟିକୁ 36 ଘଣ୍ଟା
  3. ପ୍ରତ୍ୟେକ ଗଛରୁ ଗୋଟିଏ ଲେଖାଏଁ ପତ୍ର ନେଇ ଟ୍ରେନିଂ
  4. ପତ୍ରକୁ ପ୍ରଥମେ ସୁରାସାର ଓ ଆୟୋଡ଼ିନ ଦ୍ରବଣରେ ବୁଡ଼ାଯାଉ ।

Class 7 Science Chapter 10 Notes Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା

ପର୍ଯ୍ୟବେକ୍ଷଣ :

ଗଛର ପତ୍ରର ସବୁଜ ଏବଂ ଅଣ-ସବୁଜ ଅଂଶରେ ମଣ୍ଡଦର ଉପସ୍ଥିତି :
Class 7 Science Chapter 10 Notes Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା 3

  1. ସୂର୍ଯ୍ୟକିରଣରେ ରଖାଯାଇଥିବା ଗଛର ପତ୍ରରେ ସବୁଜ ଅଂଶରେ ଗାଢ଼ ନୀଳବର୍ଣ୍ଣର ଉପସ୍ଥିତି ମଣ୍ଡଦକୁ ସୂଚାଇଥାଏ ।
  2. ସୁତରାଂ ସବୁଜ ଉଭିଦର ଅଣ-ସବୁଜ ଅଂଶରେ ପର୍ଯ୍ୟାପ୍ତ ପରିମାଣର ହରିତ୍ ଲବକ ନ ଥିବାରୁ ଯଥେଷ୍ଟ ମଣ୍ଡଦ ତିଆରି ହୁଏ ନାହିଁ ।

ସିଦ୍ଧାନ୍ତ :
ଉପରୋକ୍ତ ପର୍ଯ୍ୟବେକ୍ଷଣରୁ ଆମେ ଜାଣିଲୁ ଯେ, ସବୁଜ ଉଭିଦର ଅଣ-ସବୁଜ ଅଂଶରେ ପର୍ଯ୍ୟାପ୍ତ ପରିମାଣର ହରିତ୍ ଲବକ ନଥିବାରୁ ଯଥେଷ୍ଟ ମଣ୍ଡଦ ତିଆରି ହୁଏ ନାହିଁ ।

ରଙ୍ଗୀନ ବର୍ଷକଣା ଦ୍ଵାରା ଆଲୋକଶ୍ଳେଷଣ ସମ୍ଭବ :
କିଛି ଉଭିଦର ପତ୍ର ଲାଲ, ବାଇଗଣୀ କିମ୍ବା ମାଟିଆ ଦେଖାଯାଏ କାରଣ ଏଥିରେ ସବୁଜ ରଙ୍ଗର ହରିତ୍‌ବକ ଅପେକ୍ଷା ଅନ୍ୟ ରଙ୍ଗୀନ ବର୍ଣ୍ଣକଣା ବା ଲବକ ଅଧିକ ଥାଏ । ଏହା ସବୁଜ ରଙ୍ଗକୁ ଲୁଚାଇ ଦିଏ । ଏହି ବର୍ଣ୍ଣକଣାଗୁଡ଼ିକ ମଧ୍ୟରୁ କିଛି ଆଲୋକ ସଂଶ୍ଳେଷଣରେ ମଧ୍ୟ ସାହାଯ୍ୟ କରନ୍ତି । ଏପରି ପତ୍ରରେ ପ୍ରକୃତରେ ଆଲୋକ ସଂଶ୍ଳେଷଣ ହୋଇଛି କି ନାହିଁ ତାହା ଆୟୋଡ଼ିନ୍ ପରୀକ୍ଷାଦ୍ଵାରା ଜାଣିପାରିବା । ଜଣାଯିବ ଯେ ଏଥରେ ଆଲୋକ ସଂଶ୍ଳେଷଣ ହେଉଛି
Class 7 Science Chapter 10 Notes Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା 4
ହରିଡ୍ ଲବକ (କ୍ଲୋରୋଫିଲ୍) ର ଉପସ୍ଥିତି ଯୋଗୁଁ ପତ୍ରଗୁଡ଼ିକ ପ୍ରାୟତଃ ସବୁଜ ଦେଖାଯାଆନ୍ତି । ପତ୍ରର ସବୁଜ ଅଂଶ ଥ‌ିବା ସ୍ଥାନରେ ହିଁ ମଣ୍ଡଦ ଉତ୍ପାଦିତ ହୋଇଥାଏ । ହରିତ୍ ଲବକ ସୂର୍ଯ୍ୟକିରଣ ଉପସ୍ଥିତିରେ ମଣ୍ଡଦ ପ୍ରସ୍ତୁତ କରିବାରେ ସାହାଯ୍ୟ କରେ । ଏଥିପାଇଁ ପତ୍ରଗୁଡ଼ିକୁ ଉଭିଦର ‘‘ଖାଦ୍ୟ କାରଖାନା’ ବା ‘‘ରୋଷେଇ ଘର’’ ମଧ୍ୟ କୁହାଯାଇଥାଏ ।

ଉଭିଦର ଖାଦ୍ୟ ପ୍ରସ୍ତୁତିରେ ବାୟୁର ଭୂମିକା :
ଉଭିଦମାନଙ୍କରେ ଖାଦ୍ୟ ପ୍ରସ୍ତୁତି ପ୍ରକ୍ରିୟା ପାଇଁ ବାୟୁରେ ଅଙ୍ଗାରକ ଆବଶ୍ୟକ ଯାହା ମଣ୍ଡଦ ପ୍ରସ୍ତୁତ କରିବାରେ ସହାୟକ ହୁଏ ।

Class 7 Science Chapter 10 Notes Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା

କାର୍ଯ୍ୟ-୪ : ଆସ ପରୀକ୍ଷା କରିବା (ପ୍ରଦର୍ଶନ କାର୍ଯ୍ୟ)

ଉ. ପରୀକ୍ଷଣ :

  1. କୁଣ୍ଡରେ ଥ‌ିବା ଗୋଟିଏ ସବୁଜ ଗଛ ନିଆଯାଉ ଓ ଏହାକୁ 2 ରୁ 3 ଦିନ ପର୍ଯ୍ୟନ୍ତ ଅନ୍ଧାରରେ ରଖାଯାଉ । ଏହାର ଗୋଟିଏ ପତ୍ରକୁ ପରୀକ୍ଷା ପାଇଁ ବଛାଯାଉ ।
  2. ଏକ ଚଉଡ଼ା ମୁହଁଥ‌ିବା ବୋତଲ ନେଇ ଏଥୁରେ କିଛି କଷ୍ଟିକ୍ ସୋଡ଼ା (ସୋଡ଼ିୟମ୍‌ ହାଇଡ୍ରକ୍‌ସାଇଡ଼) ନିଆଯାଉ ।
  3. ବୋତଲର କର୍କ ଠିପି ମଧ୍ୟରେ ଥ‌ିବା ଫାଟ ଦେଇ ପତ୍ରଟିର ଅଧା ଅଂଶକୁ ପ୍ରବେଶ କରାଯାଉ । ଅନ୍ୟ ଅର୍ଦ୍ଧେକ ଅଂଶ ବୋତଲ ବାହାରେ ରହୁ ।
  4. ଗଛଟିକୁ ଆଣି କିଛି ଘଣ୍ଟା ପାଇଁ ସୂର୍ଯ୍ୟକିରଣରେ ରଖାଯାଉ ।
  5. ପତ୍ରକୁ ବାହାରକୁ କାଢ଼ି ଆୟୋଡ଼ିନ୍ ପରୀକ୍ଷଣ କରାଯାଉ ।
    Class 7 Science Chapter 10 Notes Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା 5

ପର୍ଯ୍ୟବେକ୍ଷଣ :
ସାରଣୀ : ଉଭିଦ୍ରରେ ମଣ୍ଡଦ ପ୍ରସ୍ତୁତିରେ ବାୟୁର ଭୂମିକା

ପତ୍ରର ଏକ ଅଂଶ ଉପଲବ୍ଧତା ମଣ୍ଡଦ ଅଛି (ହଁ/ନା)
କଲ ସୂର୍ଯ୍ୟାଲୋକ ହରିଡ୍‌ଲବକ ଅଙ୍ଗାରକାମ୍ଳ
ବୋତଲ ଭିତରେ ଥ‌ିବା ପତ୍ରର ଅଂଶ ହଁ ହଁ ହଁ ନା ନା
ବୋତଲ ବାହାରେ ଥ‌ିବା ପତ୍ରର ଅଂଶ ହଁ ହଁ ହଁ ହଁ ହଁ

ଏହି ସାରଣୀରେ ଜଳ, ସୂର୍ଯ୍ୟକିରଣ, କ୍ଲୋରୋଫିଲ୍ ଏବଂ ଅଙ୍ଗାରକାମ୍ଳର ଉବଲବ୍ଧତା ସମ୍ବନ୍ଧରେ ଦର୍ଶାଯାଇଛି । ବୋତଲ ବାହାରେ ଥ‌ିବା ପତ୍ରର ଅଂଶ ଗାଢ଼ ନୀଳ ବର୍ଣ୍ଣ ଧାରଣ କରିଅଛି । ଏହା ମଣ୍ଡଦର ଉପସ୍ଥିତିକୁ ସୂଚିତ କରୁଅଛି । ବୋତଲ ଭିତରେ ଥ‌ିବା ପତ୍ରର ଅଂଶ ଗାଢ଼ ନୀଳ ହୋଇ ନଥାଏ କାରଣ କଷ୍ଟିକ ସୋଡ଼ା ବାୟୁରେ ଥ‌ିବା ଅଙ୍ଗାରକାମ୍ଳକୁ ଶୋଷଣ କରିଥାଏ ।

Class 7 Science Chapter 10 Notes Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା

ସିଦ୍ଧାନ୍ତ :
ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେଲୁ ଯେ, ବାୟୁରେ ଥ‌ିବା ଅଙ୍ଗାରକାମ୍ଳ ଉଦ୍ଭିଦ ପତ୍ରରେ ମଣ୍ଡଦ ତିଆରି କରିବା ପାଇଁ ଆବଶ୍ୟକ ହୋଇଥାଏ ।

ଆଲୋକଶ୍ଳେଷଣ :
ବାୟୁରେ ଥ‌ିବା ଅଙ୍ଗାରକାମ୍ଳ ଉଦ୍ଭିଦ ପତ୍ରରେ ମଣ୍ଡଦ ପାଇଁ ଆବଶ୍ୟକ ଅଟେ । ଉଭିଦମାନଙ୍କର ଖାଦ୍ୟ ସଂଶ୍ଳେଷଣ ପାଇଁ ସୂର୍ଯ୍ୟକିରଣ, ପାଣି, ହରିତ୍‌ବକ ଓ ଅଙ୍ଗାରକାମ୍ଳ ଅତ୍ୟାବଶ୍ୟକ ଅଟେ ।

ଯେଉଁ ପ୍ରକ୍ରିୟାରେ ସୂର୍ଯ୍ୟକିରଣ ଏବଂ ହରିତ୍‌ବକ ଉପସ୍ଥିତିରେ ଉଭିଦ ଖାଦ୍ୟ ପ୍ରସ୍ତୁତ କରେ, ସେହି ପ୍ରକ୍ରିୟାକୁ ଆଲୋକଶ୍ଳେଷଣ (Photosynthesis) କୁହାଯାଏ । ଆଲୋକଶ୍ଳେଷଣ ପାଇଁ ପତ୍ର ମୁଖ୍ୟ ସ୍ଥାନ ଅଟେ । ପତ୍ର ବ୍ୟତୀତ ଉଭିଦର ଅନ୍ୟ ଯେଉଁ ଅଂଶରେ ହରିଡ୍‌ବକ ଥାଏ, ସେଠାରେ ମଧ୍ୟ ଆଲୋକଶ୍ଳେଷଣ ହୋଇଥାଏ ।

“ ଆଲୋକ ସଂଶ୍ଳେଷଣ ସମୟରେ ଅମ୍ଳଜାନ ନିର୍ଗତ ହୁଏ’’ :

କାର୍ଯ୍ୟ-୫ : ଆସ, ଅନୁସନ୍ଧାନ କରିବା

ପରୀକ୍ଷଣ :
(i) ଗୋଟିଏ କାଚ ଫନେଲରେ କିଛି ଚିଙ୍ଗୁଡ଼ି ଆ ଦଳ ନେ ଇ ଏହାକୁ ଗୋଟିଏ କାଚ କାହାଳୀଦ୍ଵାରା ଘୋଡ଼ାଇ ରଖାଯାଉ । ଏହାକୁ ଜଳ ପୂର୍ଣ୍ଣ କରି ଏଥ‌ିରେ କି ଛି ସୋଡ଼ିୟମ ବାଇକାର୍ବେ ନେଟ୍ ମିଶାଯାଉ । ଗୋଟିଏ ଜଳ ପୂର୍ଣ୍ଣ ପରୀକ୍ଷାନଳୀକୁ ଓଲଟା ଭାବରେ ଫନେଲ ଉପରେ ରଖାଯାଉ ।
Class 7 Science Chapter 10 Notes Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା 6
(ii) ‘କ’ ଉପକରଣକୁ ସୂର୍ଯ୍ୟାଲୋକରେ ଓ ‘ଖ’ ଉପକରଣକୁ ଅନ୍ଧାରରେ ରଖାଯାଉ ।

ପର୍ଯ୍ୟବେକ୍ଷଣ :
‘କ’ ଉପକରଣର ପରୀକ୍ଷା ନଳୀରେ ଗ୍ୟାସ ଫୋଟକା ସଂଗୃହୀତ ହେଉଥ‌ିବା ବେଳେ ‘ଖ’ ପରୀକ୍ଷାଳନୀରେ ଏହା ହୋଇ ନଥାଏ । ଏହି ନିର୍ଗତ ଗ୍ୟାସ୍ ଦହନର ସହାୟକ ଅଟେ । ଏଣୁ ଏହି ଗ୍ୟାସ୍ ଅମ୍ଳଜାନ ଅଟେ ।

ସିଦ୍ଧାନ୍ତ :
ଉକ୍ତ ପରୀକ୍ଷାଟି କରି ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେଲୁ ଯେ, ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ଅମ୍ଳଜାନ ନିର୍ଗତ ହୋଇଥାଏ ।

ଆଲୋକସଂଶ୍ଳେଷଣ ସମୟରେ ଅମ୍ଳଜାନ ନିର୍ଗତ ହୁଏ ଶର୍କରା ଉତ୍ପାଦିତ ହୋଇଥାଏ । ଏହାକୁ ଗ୍ଲୁକୋଜ କୁହାଯାଏ । ଏହି ଗ୍ଲୁକୋଜ ଶକ୍ତିର ଏକ ତୁରନ୍ତ ଉତ୍ସ ଭାବେ କାର୍ଯ୍ୟ କରିବା ସହିତ ମଣ୍ଡଦରେ ରୂପାନ୍ତରିତ ହୋଇ ଉଭିଦରେ ସଂଚିତ ହୋଇ ରୁହେ ।

ଆଲୋକସଂଶ୍ଳେଷଣର ଶବ୍ଦ ସୀମକରଣ :
Class 7 Science Chapter 10 Notes Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା 7

Class 7 Science Chapter 10 Notes Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା

ରୁସ୍ତମ୍ ହର୍‌ମୁସ୍‌ ଦସ୍ତର : ବିଶ୍ଵର ଅନେକ ବୈଜ୍ଞାନିକ ଆଲୋକସଂଶ୍ଳେଷଣ ପ୍ରକ୍ରିୟା ବିଷୟରେ ତଥ୍ୟ ଓ ଜ୍ଞାନର ବିକାଶ କରିବାରେ ଅବଦାନ ରଖୁଛନ୍ତି । ଭାରତରେ ରୁସ୍ତମ୍ ହର୍‌ମୁସ୍‌ଜି ଦସ୍ତୁର (୧୮୯୬-୧୯୬୧) ଆଲୋକସଂଶ୍ଳେଷଣ ପ୍ରକ୍ରିୟା ଅଧ୍ୟୟନ କରିଥିଲେ । ସେ ଜଣେ ଉଭିଦ ବିଜ୍ଞାନୀ ଥିଲେ ଏବଂ ୧୯୨୧-୧୯୩୫ ପର୍ଯ୍ୟନ୍ତ ରୟାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ, ବମ୍ବେ (ବର୍ତ୍ତମାନ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ, ମୁମ୍ବାଇ) ରେ ଉଭିଦ ବିଜ୍ଞାନ ବିଭାଗର ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ । ସେ ଆଲୋକସଂଶ୍ଳେଷଣ ଉପରେ ଜଳ ଏବଂ ତାପମାତ୍ରାର ପରିମାଣର ପ୍ରଭାବ ଅଧ୍ୟୟନ କରିଥିଲେ । ସେ ଆଲୋକସଂଶ୍ଳେଷଣ ପ୍ରକ୍ରିୟାରେ ଜଳ, ତାପମାତ୍ରା ଏବଂ ଆଲୋକ ରଙ୍ଗର ଗୁରୁତ୍ଵ ପରୀକ୍ଷା କରିଥିଲେ ।
Class 7 Science Chapter 10 Notes Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା 8

ଆଲୋକସଂଶ୍ଳେଷଣ ସମୟରେ ପତ୍ରଗୁଡ଼ିକ କିପରି ଗ୍ୟାସ୍‌ ବିନିମୟ କରନ୍ତି ?
ଆଲୋକସଂଶ୍ଳେଷଣ ପାଇଁ ଅଙ୍ଗାରକାମ୍ଳ ଆବଶ୍ୟକ ହୁଏ ଏବଂ ଏହି ପ୍ରକ୍ରିୟାରେ ଅମ୍ଳଜାନ ନିର୍ଗତ ହୁଏ । ପତ୍ର ପୃଷ୍ଠରେ ଥିବା ସ୍ତୋମ (Stomata) ଦେଇ ଏହି ଗ୍ୟାସ ବିନିମୟ ପ୍ରକ୍ରିୟା ସମ୍ପାଦିତ ହୋଇଥାଏ ।

କାର୍ଯ୍ୟ-୬ ଆସ ପରୀକ୍ଷଣ କରିବା (ପ୍ରଦର୍ଶନ କାର୍ଯ୍ୟକଳାପ)

ପରୀକ୍ଷଣ :

  1. ରିଓ, ମନିପ୍ଲାଣ୍ଟ, ପିଆଜ, ମନ୍ଦାର କିମ୍ବା ଯେ କୌଣସି ପାସ ପରି ଗଛରୁ ଏକ ପତ୍ର ସଂଗ୍ରହ କରାଯାଉ । (ii) ପତ୍ରକୁ ଏକ ଜଳପୂର୍ଣ୍ଣ ବିକରରେ ରଖାଯାଉ ।
  2. ପତ୍ରର ତଳପୃଷ୍ଠରୁ ଏକ ପତଳା ସ୍ତରକୁ ବାହାର କରି ଦିଆଯାଉ ।
  3. ସେହି ପତଳା ସ୍ତରକୁ ପାଣି ସହ ଏକ ୱାଚ୍ ଗ୍ଲାସ୍‌ରେ ରଖାଯାଉ ।
  4. ଏକ ଅଣୁବୀକ୍ଷଣ ସ୍ଲାଇଡ୍ ନେଇ ଏଥୁରେ ପାଣିର ଏକ ବୁନ୍ଦା ରଖାଯାଉ ଏବଂ ୱାଚ୍ ଗ୍ଲାସ୍‌ରୁ ପତ୍ରର ପତଳା ସ୍ତରକୁ ସ୍ଲାଇଡ଼ ଉପରେ ରଖାଯାଉ ।
  5. ଡ୍ରପର୍ ସାହାଯ୍ୟରେ ପତଳା ପତ୍ର ସ୍ତର ଉପରେ କାଳି ବୁନ୍ଦାଟିଏ ପକାଇ ଆବରଣ କାଚ ଦ୍ୱାରା ଘୋଡ଼ାଯାଉ । ଏହାକୁ ଅଣୁବୀକ୍ଷଣ ଯନ୍ତ୍ର ତଳେ ପର୍ଯ୍ୟବେକ୍ଷଣ କରାଯାଉ ।
    Class 7 Science Chapter 10 Notes Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା 9

ପର୍ଯ୍ୟବେକ୍ଷଣ :
ଦେଖାଯିବ ଯେ, ପତ୍ରର ପତଳା ସ୍ତର ଉପରେ ଛୋଟ ଛୋଟ ଛିଦ୍ର ରହିଅଛି ।

Class 7 Science Chapter 10 Notes Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା

ସିଦ୍ଧାନ୍ତ :
ପତ୍ରର ପତଳା ସ୍ତରରେ ଥ‌ିବା ଏହି ଛିଦ୍ରଗୁଡ଼ିକୁ ସ୍ତୋମ୍ କୁହାଯାଏ । ଏହି ସୋମ୍ ଗ୍ୟାସ୍ ବିନିମୟରେ ସାହାଯ୍ୟ କରେ ।

ଉଭିଦରେ ପରିବହନ
ଉଭିଦରେ ଜଳ ଓ ଖଣିଜ ପଦାର୍ଥର ପରିବହନ :
ସମସ୍ତ ଜୀବ ବୃଦ୍ଧିପାଇଁ ଜଳ ଆବଶ୍ୟକ କରିଥା’ନ୍ତି । ଆଲୋକସଂଶ୍ଳେଷଣ ପ୍ରକ୍ରିୟାରେ ଉଭିଦ ଜଳ ବ୍ୟବହାର କରିଥାଏ । ଉଭିଦ ତା’ର ମୂଳଦ୍ଵାରା ମାଟିରେ ଥିବା ଖଣିଜ ପଦାର୍ଥ ଓ ଜଳ ଗ୍ରହଣ କରେ । ଖଣିଜ ପଦାର୍ଥଗୁଡ଼ିକ ଉଭିଦର ବୃଦ୍ଧି ପାଇଁ ଗୁରୁତ୍ଵପୂର୍ଣ୍ଣ ପୋଷକ ଅଟନ୍ତି । ମୂଳଦ୍ଵାରା ଗ୍ରହଣ କରାଯାଉଥିବା ଜଳ ଓ ଖଣିଜ ପଦାର୍ଥଗୁଡ଼ିକ ଉଭିଦର ସମସ୍ତ ଅଂଶକୁ ପରିବାହିତ ହୋଇଥା’ନ୍ତି ।

କାର୍ଯ୍ୟ-୭ : ଆସ ପରୀକ୍ଷା କରିବା

ପରୀକ୍ଷଣ :

  1. ଦୁଇଟି କାଚ ବିକରକୁ ‘କ’ ଓ ‘ଖ’ ନାମରେ ନାମିତ କରି ସେଗୁଡ଼ିକର ଏକ-ତୃତୀୟାଂଶ ଜଳ ପୂର୍ଣ୍ଣ କରାଯାଉ ।
  2. ‘ଖ’ ବିକରରେ କିଛି ବୁନ୍ଦା ଲାଲ୍ କାଳି ପକାଯାଉ ଓ ଦୁଇଟି ସଦାବିହାରୀ ଗଛର ଡାଳକୁ ତେରଛା ଭାବେ କାଟି ପ୍ରତ୍ୟେକ ବିକରରେ ଗୋଟିଏ କରି ରଖାଯାଉ ।
  3. ପରଦିନ ଏହି ଗଛଗୁଡ଼ିକୁ ପର୍ଯ୍ୟବେକ୍ଷଣ କରାଯାଉ ।
    Class 7 Science Chapter 10 Notes Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା 10
    Class 7 Science Chapter 10 Notes Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା 11

ପର୍ଯ୍ୟବେକ୍ଷଣ :

  1. ଏକ ଦିନ ପରେ ‘ଖ’ ବିକରରେ ଥ‌ିବା ଗଛର ଡାଳ, ପତ୍ର ଏବଂ ଫୁଲରେ ଲାଲ ରଙ୍ଗ ଦୃଶ୍ୟମାନ ହେଉଅଛି ।
  2. ଏହି ଡାଳର ଉପର ଅଂଶକୁ କାଟି ବର୍ଷକ କାଚ ସାହାଯ୍ୟରେ ଦେଖ‌ିଲେ ଜଣାପଡ଼ିବ ଯେ, ଜାଇଲେମ୍ ନାମକ ସରୁ ନଳୀର ଉପସ୍ଥିତି ଯୋଗୁଁ ଏହା ହୋଇଅଛି ।

Class 7 Science Chapter 10 Notes Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା

ସିଦ୍ଧାନ୍ତ :
ଉକ୍ତ ପରୀକ୍ଷଣଟିରୁ ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେଲୁ ଯେ, ଜଳ ଏବଂ ଖଣିଜ ପଦାର୍ଥ ଜାଇଲେ ମ୍ ମାଧ୍ୟମରେ ପତ୍ର ଏବଂ ଉଦ୍ଭଦର ଅନ୍ୟାନ୍ୟ ଅଂଶକୁ ପରିବାହିତ ହୋଇଥାଏ ।

ଉଭିଦର କାଣ୍ଡ, ଶାଖା ଏବଂ ପତ୍ରରେ ଥିବା ଜାଇଲେମ୍ ନାମକ ସରୁ ନଳୀର ଉପସ୍ଥିତି ଯୋଗୁଁ ଜଳ ଏବଂ ଖଣିଜ ପଦାର୍ଥ ପତ୍ର ଏବଂ ଉଭିଦର ବିଭିନ୍ନ ଅଂଶକୁ ପରିବାହିତ ହୋଇଥାଏ । ଆଲୋକସଂଶ୍ଳେଷଣର ମୁଖ୍ୟ ସ୍ଥାନ ପତ୍ର ଅଟେ । ଏଠାରୁ ପ୍ରସ୍ତୁତ ଖାଦ୍ୟ ପରିବହନ ଉଭିଦର ବିଭିନ୍ନ ଅଂଶକୁ ଫ୍ଲୋଏମ୍ ନାମକ ଅନ୍ୟ ଏକ ନଳୀଦ୍ଵାରା ହୋଇଥାଏ ।

ଉଦ୍ଭିଦରେ ଶ୍ଵାସକ୍ରିୟା :
ଉଭିଦମାନେ କ’ଣ ଆମ ପରି ଶ୍ଵାସକ୍ରିୟା କରନ୍ତି ?

କାର୍ଯ୍ୟ-୮ : ଆସ ଜାଣିବା (ପ୍ରଦର୍ଶନ କାର୍ଯ୍ୟ)

ପରୀକ୍ଷଣ :

  1. କିଛି ମୁଗ ମଞ୍ଜିକୁ ରାତିସାରା ପାଣିରେ ବୁଡ଼ାଇ ରଖାଯାଉ ।
  2. ଗୋଟିଏ କୋନ୍ ଆକାର ଫ୍ଲାସ୍କ ମଧ୍ଯରେ ଓଦା ତୁଳା ରଖାଯାଉ ।
  3. ଓଦ। ତୁଳ। ଉପରେ ଭିଜା ମଞ୍ଜି ଗୁଡ଼ିକୁ କଟାହୋଇ
  4. ଦୁଇଟି ରନ୍ଧ୍ରଥିବା କର୍କ ଠିପିକୁ ଫ୍ଲାସ୍କ ଉପରେ ଲଗାଯାଉ ।
  5. ପ୍ରଥମ ଛିଦ୍ରରେ ‘କ’ ଓ ଦ୍ଵିତୀୟ ଛିଦ୍ରରେ ‘ଖ’ ପରୀକ୍ଷାନଳୀ ସଂଯୁକ୍ତ କରାଯାଉ ।
  6. ‘ଖ’ ପରୀକ୍ଷାନଳୀକୁ ରବର ପାଇପ୍ ଦ୍ଵାରା ଚୂନପାଣି ପୂର୍ଣ୍ଣ ପରୀକ୍ଷା ନଳୀ ମଧ୍ୟକୁ ପ୍ରବେଶ କରାଯାଉ ।
    Class 7 Science Chapter 10 Notes Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା 12

Class 7 Science Chapter 10 Notes Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା

ପର୍ଯ୍ୟବେକ୍ଷଣ :
କୋନାକାର ପ୍ଲାସ୍କ ସହ ସଂଯୁକ୍ତ ଚୂନପାଣି ପୂର୍ଣ୍ଣ ପରୀକ୍ଷାନଳୀ କ୍ଷୀର ଭଳି ରଙ୍ଗ ଧାରଣ କରେ କାରଣ ଏହା ଅଙ୍ଗାରକାମ୍ଳ ସଂସ୍ପର୍ଶର ଆସିଅଛି ।

ସିଦ୍ଧାନ୍ତ :

  • ଉକ୍ତ ପରୀକ୍ଷଣଟି କରି ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେଲୁ ଯେ, ଶ୍ଵାସକ୍ରିୟା ସମୟରେ, ଅମ୍ଳଜାନର ଉପସ୍ଥିତିରେ ଗ୍ଲୁକୋଜ୍ ଭାଙ୍ଗିଯାଏ ଏବଂ ଅଙ୍ଗାରକାମ୍ଳ ଗ୍ୟାସ୍‌ ନିର୍ଗତ ହୁଏ । ଉଭିଦର ସବୁଜ କିମ୍ବା ଶ୍ଵାସକ୍ରିୟା କରିଥାନ୍ତି ।
  • ଉଭିଦରେ ଶ୍ଵାସକ୍ରିୟା ସମୟରେ, ଅମ୍ଳଜାନ ଉପସ୍ଥିତିରେ ଗ୍ଲୁକୋଜ୍ ଭାଙ୍ଗିଯାଏ ଏବଂ ଅଙ୍ଗାରକାମ୍ଳ, ଜଳ ଓ ଶକ୍ତି ନିର୍ଗତ ହୋଇଥାଏ । ନିମ୍ନଲିଖୁତ ଶବ୍ଦ ସମୀକରଣଦ୍ଵାରା ଏହାକୁ ଦର୍ଶାଯାଇପାରିବ ।
    ଗ୍ଲୁକୋଜ୍ + ଅମ୍ଳଜାନ → ଅଙ୍ଗାରକାମ୍ଳ + ଜଳ + ଶକ୍ତି
  • ଶ୍ଵାସକ୍ରିୟା ସମୟରେ ଉତ୍ପାଦିତ ଶକ୍ତି ଉଭିଦମାନଙ୍କଦ୍ୱାରା ସେମାନଙ୍କର ବୃଦ୍ଧି ଏବଂ ବିକାଶ ପାଇଁ ବ୍ୟବହୃତ ହୋଇଥାଏ । ଉଭିଦର ସବୁଜ କିମ୍ବା ଅଣ-ସବୁଜ, ସମସ୍ତ ଅଂଶ ଶ୍ଵାସକ୍ରିୟା କରିଥା’ନ୍ତି ।

ବିଷୟବସ୍ତୁର ସାରାଂଶ :

  • ଜୀବଜଗତର ସମସ୍ତଙ୍କୁ ଏପରି ଖାଦ୍ୟ ଆବଶ୍ୟକ ଯାହା ସେମାନଙ୍କର ବୃଦ୍ଧି ଏବଂ ବିକାଶ ପାଇଁ ଶକ୍ତି ଯୋଗାଇଥାଏ ।
  • ଉଭିଦଗୁଡ଼ିକ ଗ୍ଲୁକୋଜ୍ ଏବଂ ଅମ୍ଳଜାନ ଉତ୍ପାଦନ କରିବା ପାଇଁ ସୂର୍ଯ୍ୟକିରଣ ଏବଂ ହରିତ୍ ଲବକ ଉପସ୍ଥିତିରେ ଅଙ୍ଗାରକାମ୍ଳ ଓ ଜଳ ବ୍ୟବହାର କରନ୍ତି ।
  • ଖାଦ୍ୟ ସଂଶ୍ଲେଷଣର ଏହି ପ୍ରକ୍ରିୟାକୁ ଆଲୋକସଂଶ୍ଳେଷଣ କୁହାଯାଏ ।
  • ପତ୍ରଗୁଡ଼ିକ ହେଉଛି ଉଭିଦର ଖାଦ୍ୟ କାରଖାନା ।
  • ଆଲୋକସଂଶ୍ଳେଷଣ ଏବଂ ଶ୍ଵାସକ୍ରିୟା ସମୟରେ ଅମ୍ଳଜାନ ଏବଂ ଅଙ୍ଗାରକାମ୍ଳ ବିନିମୟ ପ୍ରକ୍ରିୟାରେ ପତ୍ରପୃଷ୍ଠରେ ଥବା କ୍ଷୁଦ୍ର ଛିଦ୍ର ସ୍ତୋମ୍ ସାହାଯ୍ୟ କରେ ।
  • ଜାଇଲେମ୍ ମୂଳରୁ ଜଳ ଏବଂ ଖଣିଜ ପଦାର୍ଥ ପରିବହନ କରେ ଏବଂ ଫ୍ଲୋଏମ୍ ପତ୍ରରେ ପ୍ରସ୍ତୁତ ଖାଦ୍ୟ ଗଛର ସମସ୍ତ ଅଂଶକୁ ବହନ କରେ ।
  • ଉଭିଦଗୁଡ଼ିକ ଶ୍ୱସନ ନାମକ ପ୍ରକ୍ରିୟାରେ ଗ୍ଲୁକୋଜକୁ ଭାଙ୍ଗି ଶକ୍ତି ବାହାର କରନ୍ତି । ଏହି ପ୍ରକ୍ରିୟାରେ ସେମାନେ ଅମ୍ଳଜାନ ବ୍ୟବହାର କରନ୍ତି ଏବଂ ଅଙ୍ଗାରକାମ୍ଳ ତ୍ୟାଗ କରନ୍ତି ।

Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା

Students can use Class 6 Math Solution Odia Medium and Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା to check their answers after solving exercises.

6th Class Maths Chapter 1 Question Answer Odia Medium

Class 6 Maths Chapter 1 Odia Medium

1.1 ଗଣିତ କ’ଣ? (What is Mathematics?)

ଆସ ବୁଝିବା: (Page No. 2)

Question 1.
ଏକ ଉଦାହରଣ ବିଷୟରେ ଚିନ୍ତାକର, ଯେଉଁଠାରେ ଗଣିତ ଆମକୁ ଦୈନନ୍ଦିନ ଜୀବନରେ ସାହାଯ୍ୟ କରିଥାଏ।
Solution:
ଦୈନନ୍ଦିନ ଜୀବନରେ ଗଣିତ ଆମକୁ ବିଭିନ୍ନ କ୍ଷେତ୍ରରେ ସାହାଯ୍ୟ କରିଥାଏ। ଯଥା-

  • ସମୟ ଗଣନା କରିବାରେ
  • ବିଭିନ୍ନ ମାପ ବିଷୟରେ ଗଣନା କରିବା
  • ବଜେଟରେ ଖର୍ଚ୍ଚ ଓ ଆୟ ବିଷୟରେ ହିସାବ କରିବା ଇତ୍ୟାଦି।

Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା

Question 2.
ଗଣିତ କିପରି ମାନବିକତାକୁ ଆଗକୁ ବଢ଼ିବାରେ ସାହାଯ୍ୟ କରେ?
(ବିଜ୍ଞାନର ପରୀକ୍ଷଣ, ଆମର ଅର୍ଥନୀତି ଓ ଗଣତନ୍ତ୍ର ଚଳାଇବା, ପୋଲ, ଘର କିମ୍ବା ଅନ୍ୟାନ୍ୟ ଜଟିଳ ଗୃହନିର୍ମାଣ, ଟିଭି, ମୋବାଇଲ, କମ୍ପ୍ୟୁଟର, ସାଇକେଲ, ରେଳଗାଡ଼ି, ମୋଟର କାର୍, ଉଡ଼ାଜାହାଜ, କ୍ୟାଲେଣ୍ଡର, ଘଣ୍ଟା ଇତ୍ୟାଦି ତିଆରି କରିବା ସହ ସଂପୃକ୍ତ ଉଦାହରଣଗୁଡ଼ିକ ବିଷୟରେ ଚିନ୍ତା କରିପାର।)
Solution:
ଗଣିତ ସବୁଠାରେ ଓ ସବୁ ସମୟରେ ବିଭିନ୍ନ କ୍ଷେତ୍ରରେ ସାହାଯ୍ୟ କରି ମାନବିକତାକୁ ସଂଚାଳିତ କରି ଅର୍ଥନୀତିକୁ ବଢ଼ାଇଥାଏ। ଯଥା-

  • ଗୃହ ନିର୍ମାଣ କ୍ଷେତ୍ରରେ।
  • କମ୍ପ୍ୟୁଟର, ସାଇକେଲ, ରେଳଗାଡ଼ି, ମୋଟରକାର୍ ନିର୍ମାଣ, ବିଭିନ୍ନ ରୋଗର ନିରାକରଣ କ୍ଷେତ୍ରରେ ଇତ୍ୟାଦି।

1.2 ସଂଖ୍ୟାରେ ସଂରଚନା (Patterns in Numbers)

ଆସ ବୁଝିବା: (Page No. 3)

Question 1.
ଗଣିତ ପ୍ରକାଶ ସାରଣୀରେ ଥିବା ପ୍ରତ୍ୟେକ ଧାଡ଼ିର ସଂଖ୍ୟାକ୍ରମରେ ଥିବା ସଂରଚନାଗୁଡ଼ିକୁ ଚିହ୍ନଟ କରିପାରୁଛ?
Solution:
(a) 1, 1, 1, 1, 1, 1, 1, …
ଏହି ସଂରଚନାରେ ସମସ୍ତ ସଂଖ୍ୟାଗୁଡ଼ିକ ସମାନ ଓ 1

(b) 1, 2, 3, 4, 5, 6, 7, …
ଏହି ସଂଖ୍ୟା କ୍ରମଟି ଗଣନ ସଂଖ୍ୟା 1 ରୁ ଆରମ୍ଭ। ଏହା ପୂର୍ବସଂଖ୍ୟାଠାରୁ 1 ଲେଖାଏଁ ଅଧିକ। ଏଥିରେ 1 ଯୋଗ କରାଯାଇଛି।

(c) 1, 3, 5, 7, 9, 11, 13, …
ଏହି ସଂରଚନାମାନ 1 ରୁ ଆରମ୍ଭ ହେଉଥ‌ିବା କ୍ରମାଗତ ଅଯୁଗ୍ମ ସଂଖ୍ୟାର ଏକ କ୍ରମ। ପୂର୍ବ ସଂଖ୍ୟାରେ 2 ଲେଖାଏଁ ଯୋଗ କରି।

(d) -2, 4, 6, 8, 10, 12, 14, …
ଯୁଗ୍ମ ସଂଖ୍ୟା 2 ରୁ ଆରମ୍ଭ ହେଉଥ‌ିବା କ୍ରମାଗତ ଯୁଗ୍ମସଂଖ୍ୟାର ଏକ କ୍ରମ।

(e) 1, 3, 6, 10, 15, 21, 28, …
ତ୍ରିକୋଣୀୟ ସଂଖ୍ୟା 1 ରୁ ଆରମ୍ଭ।
2 ଯୋଗକର, 1 + 2 = 3
3 ଯୋଗକର, 3 + 3 = 6
4 ଯୋଗକର, 6 + 4 = 10
ଓ ଏହିପରି କ୍ରମରେ ପ୍ରତ୍ୟେକ ପଦ ହେଉଛି ପ୍ରଥମ n କ୍ରମାଗତ ଗଣନ ସଂଖ୍ୟାର ଯୋଗଫଳ।

(f) 1, 4, 9, 16, 25, 36, 49, …
ଏହି ସଂଖ୍ୟାଗୁଡ଼ିକ ପ୍ରତ୍ୟେକ ଗଣନସଂଖ୍ୟାର ବର୍ଗ।
ପ୍ରଥମ ବର୍ଗ ସଂଖ୍ୟା = 1 × 1 = 1
ଦ୍ଵିତୀୟ ବର୍ଗ ସଂଖ୍ୟା = 2 × 2 = 4
ତୃତୀୟ ବର୍ଗ ସଂଖ୍ୟା = 3 × 3 = 9
ଚତୁର୍ଥ ବର୍ଗ ସଂଖ୍ୟା = 4 × 4 = 16 ଓ ଏହିପରି।

(g) 1, 8, 27, 64, 125, 216, ….
ଏହା ପ୍ରତ୍ୟେକ ଗଣନ ସଂଖ୍ୟାର ତୃତୀୟ ଘାତ।
ପ୍ରଥମ ସଂଖ୍ୟା = 1 × 1 = 1
ଦ୍ଵିତୀୟ ସଂଖ୍ୟା = 2 × 2 × 2=8
ତୃତୀୟ ସଂଖ୍ୟା = 3 × 3 × 3 = 27
ଚତୁର୍ଥ ସଂଖ୍ୟା = 4 × 4 × 4 = 64 ଓ ଏହିପରି………

(h) 1, 2, 3, 5, 8, 13, 21, …
ବିରହାଙ୍କ ସଂଖ୍ୟା ପ୍ରଥମ ସଂଖ୍ୟା (ଶେଷ ଦୁଇଟି ସଂଖ୍ୟାର ଯୋଗ)
ତୃତୀୟ ସଂଖ୍ୟା = 1, ଦ୍ଵିତୀୟ ସଂଖ୍ୟା = 2
ତୃତୀୟ ସଂଖ୍ୟା = ଦ୍ଵିତୀୟ ସଂଖ୍ୟା + ପ୍ରଥମ ସଂଖ୍ୟା = 2 + 1 = 3
ଚତୁର୍ଥ ସଂଖ୍ୟା = ତୃତୀୟ ସଂଖ୍ୟା + ଦ୍ଵିତୀୟ ସଂଖ୍ୟା = 3 + 2 = 5
ପଞ୍ଚମ ସଂଖ୍ୟା = ଚତୁର୍ଥ ସଂଖ୍ୟା + ତୃତୀୟ ସଂଖ୍ୟା = 5 + 3 = 8
ଷଷ୍ଠ ସଂଖ୍ୟା = ପଞ୍ଚମ ସଂଖ୍ୟା + ଚତୁର୍ଥ ସଂଖ୍ୟା = 8 + 5 = 13 ଓ ଏହିପରି………

(i) 1, 2, 4, 8, 16, 32, 64,……
2 ର ବର୍ଗ
20 = 1, 21 = 2, 22 = 2 × 2 = 4, 23 = 2 × 2 × 2 = 8 ଓ ଏହିପରି………….

(j) 1, 3, 9, 27, 81, 243, 729,….
3 ର ବର୍ଗ
30 = 1, 31 = 3, 32 = 3 × 3 = 9, 33 = 3 × 3 × 3 = 27 ଓ ଏହିପରି………..

Question 2.
ପ୍ରତ୍ୟେକ ସଂଖ୍ୟାକ୍ରମ ପରେ, ଯେଉଁ ନିୟମରେ ସଂଖ୍ୟାକ୍ରମଟି ଲେଖାଯାଇଛି, ତାହାକୁ ନିଜ ଭାଷାରେ ଲେଖ।
Solution:
(a) 1, 1, 1, 1, 1, 1, 1, 1, 1, 1, … (ତିନିଥର 1 ପୁନରାବୃତ୍ତି ହୋଇଛି)

(b) 1, 2, 3, 4, 5, 6, 7, 8, 9, 10, … (ପରବର୍ତୀ ତିନୋଟି ଗଣନ ସଂଖ୍ୟା)

(c) 1, 3, 5, 7, 9, 11, 13, 15, 17, 19… (ପରବର୍ତୀ ତିନୋଟି ଅଯୁଗ୍ମ ସଂଖ୍ୟା)

(d) 2, 4, 6, 8, 10, 12, 14, 16, 18, 20, … (ପରବର୍ତୀ ତିନୋଟି ଯୁଗ୍ମ ସଂଖ୍ୟା)

(e) 1, 3, 6, 10, 15, 21, 28, 36, 45, 55, … (ପରବର୍ତ୍ତୀ ତିନୋଟି ତ୍ରିକୋଣୀୟ ସଂଖ୍ୟା)

(f) 1, 4, 9, 16, 25, 36, 49, 64, 81, 100, … (ପରବର୍ତୀ ତିନୋଟି ବର୍ଗ ସଂଖ୍ୟା)
8 × 8 = 64, 9 × 9 = 81, 10 × 10 = 100

(g) 1, 8, 27, 64, 125, 216, 343, 512, 729,… (ପରବର୍ତୀ ତିନୋଟି ଘନ ସଂଖ୍ୟା)
7 × 7 × 7 = 343, 8 × 8 × 8 = 512, 9 × 9 × 9 = 729

(h) 1, 2, 3, 5, 8, 13, 21, 34, 55, 89, … (ପରବର୍ତୀ ବିରହାଙ୍କ ସଂଖ୍ୟା)
13 + 21 = 34, 21 + 34 = 55, 34 + 55 = 89

(i) 1, 2, 4, 8, 16, 32, 64, 128, 256, 512,… (ପୂର୍ବବର୍ତୀ ସଂଖ୍ୟାକୁ 2 ସହ ଗୁଣନ)
64 × 2 = 128, 128 × 2 = 256, 256 × 2 = 512

(j) 1, 3, 9, 27, 81, 243, 729, 2187, 6561, 19863,… (ପୂର୍ବବର୍ତୀ ସଂଖ୍ୟାକୁ 3 ସହ ଗୁଣନ)
729 × 3 = 2187, 2187 × 3 = 6561, 6561 × 3 = 19863

1.3 ସଂଖ୍ୟାକ୍ରମର ଚିତ୍ରିତ ଉପସ୍ଥାପନା (Visualising Number Sequences)

ଆସ ବୁଝିବା: (Page No. 5)

Question 1.
ସାରଣୀ 2ରେ ଦିଆଯାଇଥିବା ସଂଖ୍ୟାକ୍ରମର ଚିତ୍ରିତ ଉପସ୍ଥାପନାକୁ ନିଜ ଖାତାରେ ଲେଖ ଏବଂ ପ୍ରତ୍ୟେକ କ୍ରମପାଇଁ ପରବର୍ତୀ ଚିତ୍ର ଅଙ୍କନ କର।
Solution:
Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା Page 5 Q1

Question 2.
(a) 1, 3, 6, 10, 15 …. କୁ କାହିଁକି ତ୍ରିକୋଣୀୟ ସଂଖ୍ୟା କୁହାଯାଏ?
Solution:
ଏହି ସଂଖ୍ୟାକ୍ରମରେ ବିନ୍ଦୁଗୁଡ଼ିକୁ ତ୍ରିକୋଣୀୟ ଆକାରରେ ସଜ୍ଜିତ କରାଯାଇ ଗୋଟିଏ ତ୍ରିଭୁଜ ଉତ୍ପନ୍ନ କରୁଥିବାରୁ ଏଗୁଡ଼ିକୁ ତ୍ରିକୋଣୀୟ ସଂଖ୍ୟା କୁହାଯାଏ।
1, 3, 6, 10, 15, …. ଇତ୍ୟାଦି ତ୍ରିକୋଣୀୟ ସଂଖ୍ୟା ଅଟନ୍ତି।
Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା Page 5 Q2

Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା

(b) 1, 4, 9, 16, 25 …. କୁ କାହିଁକି ବର୍ଗ ସଂଖ୍ୟା କୁହାଯାଏ?
Solution:
ଏହି ସଂଖ୍ୟାର ବିନ୍ଦୁଗୁଡ଼ିକ ବର୍ଗାକୃତି ଭାବରେ ସଜ୍ଜିତ ହୋଇଥିବାରୁ ଏହି ସଂଖ୍ୟା କ୍ରମକୁ ବର୍ଗସଂଖ୍ୟା କୁହାଯାଏ।
1, 4, 9, 16,……… ଇତ୍ୟାଦି ବର୍ଗସଂଖ୍ୟା ଅଟନ୍ତି।
Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା Page 5 Q2.1

(c) 1, 8, 27, 64, 125 …. କୁ କାହିଁକି ଘନ ସଂଖ୍ୟା କୁହାଯାଏ?
Solution:
ଏହି ସଂଖ୍ୟା କ୍ରମକୁ ଏକ ଘନାକାର ଭାବେ ସଜ୍ଜିତ କରି ସମଘନ ହୋଇଥାଏ।
ତେଣୁ ଏହି ସଂଖ୍ୟାକ୍ରମ 1, 8, 27, 64, 125 …. ଘନ ସଂଖ୍ୟା ଅଟନ୍ତି।
Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା Page 5 Q2.2

Question 3.
36 ଏକ ତ୍ରିକୋଣୀୟ ସଂଖ୍ୟା ଏବଂ ଏକ ବର୍ଗ ସଂଖ୍ୟା। ଅର୍ଥାତ୍ 3ଟି ବିନ୍ଦୁକୁ ନେଇ ଉଭୟ ତ୍ରିକୋଣୀୟ ଚିତ୍ର ଏବଂ ବର୍ଗ ଚିତ୍ରରେ ସଂପୂର୍ଣ୍ଣରୂପେ ସଜାଇ ପାରିବା। ତୁମ ଖାତାରେ ଚିତ୍ର କରି ଏହାକୁ ଦେଖାଅ।
Solution:
ଏହିପରି ଅନ୍ୟ ତିନୋଟି ତ୍ରିକୋଣୀୟ ସଂଖ୍ୟା ହେଉଛି 1, 1225 ଓ 41616.
1 ହେଉଛି 1 ତମ ତ୍ରିକୋଣୀୟ ସଂଖ୍ୟା। 1225 ହେଉଛି 49 ତମ ତ୍ରିକୋଣୀୟ ସଂଖ୍ୟା।
ଏହା ସହିତ 1225 ସଂଖ୍ୟାଟି ଏହାର ବାହୁରେ 36ଟି ଡଟଥିବା ଏକ ବର୍ଗାକୃତି ପାର୍ଶ୍ୱ।
Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା Page 5 Q3

Question 4.
ନିମ୍ନରେ ଦିଆଯାଇଥିବା ସଂଖ୍ୟାର କ୍ରମକୁ ତୁମେ କ’ଣ ନାମ ଦେବ?
Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା Page 5 Q4
ଏଗୁଡ଼ିକୁ ଷଡ଼ଭୁଜୀୟ ସଂଖ୍ୟା କୁହାଯାଏ। ଏହାକୁ ନିଜ ଖାତାରେ ଅଙ୍କନ କର। ଏହି ସଂଖ୍ୟାକ୍ରମର ପରବର୍ତୀ ସଂଖ୍ୟାଟି କେତେ ହେବ?
Solution:
Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା Page 5 Q4.1
ପ୍ରଥମ ସଂଖ୍ୟା = 1
ଦ୍ଵିତୀୟ ସଂଖ୍ୟା = 1 + 6 = 7 (ଦ୍ଵିତୀୟ ସଂଖ୍ୟା = ପ୍ରଥମ ସଂଖ୍ୟା + 6 × 1)
ତୃତୀୟ ସଂଖ୍ୟା = 7 + 12 = 19 (ତୃତୀୟ ସଂଖ୍ୟା = ଦ୍ଵିତୀୟ ସଂଖ୍ୟା + 6 × 2)
ଚତୁର୍ଥ ସଂଖ୍ୟା = 19 + 18 = 37 (ଚତୁର୍ଥ ସଂଖ୍ୟା = ତୃତୀୟ ସଂଖ୍ୟା + 6 × 3)
ପଞ୍ଚମ ସଂଖ୍ୟା = 37 + 24 = 61 (ପଞ୍ଚମ ସଂଖ୍ୟା = ଚତୁର୍ଥ ସଂଖ୍ୟା + 6 × 4)
ତେଣୁ ଏହି କ୍ରମର ପରବର୍ତ୍ତୀ ସଂଖ୍ୟାଟି 61।

Question 5.
2ର ଘାତ ବିଶିଷ୍ଟ ସଂଖ୍ୟାକ୍ରମକୁ ଚିତ୍ରରେ ଦର୍ଶାଇବା ପାଇଁ ତୁମେ ଉପାୟ ଚିନ୍ତା କରିପାରିବ କି? ସେହିପରି 3 ର ଘାତ ସଂଖ୍ୟାକ୍ରମର ଚିତ୍ରିତ ଉପସ୍ଥାପନା କର। ଏଠାରେ 2ର ଘାତ ସଂଖ୍ୟାର କ୍ରମକୁ ଦର୍ଶାଇବା ପାଇଁ ଏକ ସମ୍ଭାବ୍ୟ ଚିତ୍ର ଦିଆଯାଇଛି।
Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା Page 5 Q5
Solution:
ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ସହାୟତା ନେଇ ଅଭ୍ୟାସ କରନ୍ତୁ।

1.4 ସଂଖ୍ୟାକ୍ରମମାନଙ୍କ ମଧ୍ୟରେ ସମ୍ପର୍କ (Relations Among Number Sequences)

Page No. 6

Question 1.
ଏପରି କାହିଁକି ହୋଇଥାଏ? ଏପରି ସବୁବେଳେ ହେବ ବୋଲି ତୁମେ ଭାବୁଛ କି?
Solution:
ଏପରି ଘଟିବାର କାରଣ, ପ୍ରତ୍ୟେକ ଅଯୁଗ୍ମ ସଂଖ୍ୟା = (2n – 1)
ଯେତେବେଳେ ‘n’ ଏକ ଧନାତ୍ମକ ସଂଖ୍ୟା ହୋଇଥାଏ,
ପ୍ରଥମ ‘n’ ସଂଖ୍ୟାମାନଙ୍କର ସମଷ୍ଟି = 1 + 3 + 5 + ………. + (2n – 1) = n2
∴ ‘n’ ସଂଖ୍ୟକ ଅଯୁଗ୍ମ ସଂଖ୍ୟାମାନଙ୍କର ସମଷ୍ଟି = ମୋଟ ସଂଖ୍ୟକ ଅଯୁଗ୍ମ ସଂଖ୍ୟାର ବର୍ଗ।

Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା

Question 2.
1, 3, 5, 7, …….. ଅଯୁଗ୍ମ ସଂଖ୍ୟକ ବିନ୍ଦୁ (ଡଟ)କୁ ବର୍ଗ ଗ୍ରୀଡ଼ରେ କିପରି ଭାଗକରି ଉପସ୍ଥାପନ କରିବ?
Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା Page 6 Q2
Solution:
ଏହା କିପରି ସମ୍ଭବ, ତାହା ଚିତ୍ରରେ ଦର୍ଶାଯାଇଛି।
ଏହା ସ୍ପଷ୍ଟ ଯେ, 1 + 3 + 5 + 7 + 9 + 11 = 36
କାରଣ ଯେକୌଣସି ଆକାରର ବର୍ଗପାଇଁ ଏହିପରି ଚିତ୍ର ଅଙ୍କନ କରାଯାଇପାରିବ।
ଏହା ବର୍ଣ୍ଣନା କରୁଛି ଯେ କାହିଁକି ଅଯୁଗ୍ମ ସଂଖ୍ୟାଗୁଡ଼ିକୁ ଯୋଗକଲେ ଏକ ବର୍ଗସଂଖ୍ୟା ମିଳେ।

Page No. 7

Question 1.
ପ୍ରଥମ 10ଟି ଅଯୁଗ୍ମ ସଂଖ୍ୟାର ଯୋଗଫଳ କେତେ ହେବ, ତୁମେ କହିପାରିବ କି?
Solution:
ପ୍ରଥମ 10ଟି ଅଯୁଗ୍ମ ସଂଖ୍ୟାର ଯୋଗଫଳ = 1 + 3 + 5 + 7 + 9 + 11 + 13 + 15 + 17 + 19
= n2
= (10)2
= 10 × 10
= 100

Question 2.
ପ୍ରଥମ 100ଟି ଅଯୁଗ୍ମ ସଂଖ୍ୟାର ସମଷ୍ଟି କେତେ ହେବ ସ୍ଥିର କର।
Solution:
ପ୍ରଥମ 100ଟି ଅଯୁଗ୍ମ ସଂଖ୍ୟାର ସମଷ୍ଟି 1 + 3 + 5 ……………
= n2
= (100)2
= 100 × 100
= 10,000

ଆସ ବୁଝିବା: (Page No. 8-9)

Question 1.
ଗଣନ ସଂଖ୍ୟାକୁ ଆଗକୁ ଓ ପଛକୁ ଲେଖୁ ଯୋଗକଲେ ଯେପରି 1, 1 + 2 + 1, 1 + 2 + 3 + 2 + 1,…….. ବର୍ଗସଂଖ୍ୟା କାହିଁକି ହୁଏ, ଜାଣିବା ପାଇଁ ତୁମେ ଏକ ସମାନ ପ୍ରକାରର ଚିତ୍ର ଅଙ୍କନ କରିବ ତାହାକୁ ବର୍ଣ୍ଣନା କରିପାରିବ କି?
Solution:
Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା Page 8 Q1
ସମାଧାନ ପ୍ରଣାଳୀ:
1 = 1 = (1)2
1 + 2 + 1 = 4 = (2)2
1 + 2 + 3 + 2 + 1 = 9 = (3)2
1 + 2 + 3 + 4 + 3 + 2 + 1 = 16 = (4)2
1 + 2 + 3 + 4 + 5 + 4 + 3 + 2 + 1 = 25 = (5)2
1 + 2 + 3 + 4 + 5 + 6 + 5 + 4 + 3 + 2 + 1 = 36 = (6)2
ଏହିପରି ଭାବରେ କରାଯାଇପାରିବ।

Question 2.
ଆଙ୍କିଥୁବା ତୁମ ଚିତ୍ରର ଏକ ବୃହତ୍ ରୂପକୁ କଳ୍ପନା କରି କିମ୍ବା ଆବଶ୍ୟକ ଅନୁଯାୟୀ ଏହାକୁ ଆଂଶିକ ଅଙ୍କନ କରି ନିମ୍ନ ସଂରଚନାର ମୂଲ୍ୟ କେତେ ହେବ କହିପାରିବ କି?
1 + 2 + 3 + ………… + 99 + 100 + 99 + ……… + 3 + 2 + 1
Solution:
1 + 2 + 3 + …………. + 99 + 100 + 99 + ………. + 3 + 2 + 1 = 100 × 100 = 10000
∴ 1002 = 100 × 100 = 10,000

Question 3.
ସମସ୍ତ 1 କୁ କ୍ରମରେ ଯୋଗକରି ଆଗକୁ ବଢ଼ାଇଲେ ତୁମେ କେଉଁ ସଂରଚନା ପାଇବ? ଯେତେବେଳେ ତୁମେ ସମସ୍ତ 1 ର କ୍ରମକୁ ଆଗକୁ ଓ ପଛକୁ ଯୋଗ କରିବ, କେଉଁ ସଂରଚନା ପାଇବ?
Solution:
ସମସ୍ତ 1 ର କ୍ରମକୁ ଆଗକୁ ଯୋଗକଲେ: 1 + 1 + 1 + 1 = 4
ସମସ୍ତ 1 ର କ୍ରମକୁ ପଛକୁ ଯୋଗକଲେ: 1 + 1 + 1 + 1 = 4
∴ ଉଭୟ ଦୁଇଟି କ୍ରମରେ ଯୋଗଫଳ ସମାନ।

Question 4.
ତୁମେ ଗଣନ ସଂଖ୍ୟାର କ୍ରମକୁ ଆଗକୁ ବଢ଼ାଇ ଯୋଗକଲେ କେଉଁ କ୍ରମଟି ପାଇବ? ଏହାର ଏକ ଛୋଟ ଚିତ୍ରିତ ଉପସ୍ଥାପନ କରି ବର୍ଣ୍ଣନା କର।
Solution:
Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା Page 8 Q4
ସଂଖ୍ୟାଗୁଡ଼ିକୁ ଗଣନା କଲେ 1, 1 + 2 , 1 + 2 + 3, 1 + 2 + 3 + 4,…….
କିମ୍ବା, 1, 3, 6, 10…………

Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା

Question 5.
ତୁମେ କ୍ରମିକ ତ୍ରିକୋଣୀୟ ସଂଖ୍ୟାଯୋଡ଼ିକୁ ଯୋଗ କରିବା ଆରମ୍ଭ କଲେ, ଯଥା: 1 + 3, 3 + 6, 6 + 10, 10 + 15,…… ତୁମେ କେଉଁ କ୍ରମଟି ପାଇବ ଓ କାହିଁକି? ଏହାର ଚିତ୍ରିତ ଉପସ୍ଥାପନା କରିପାରିବ କି?
Solution:
1 + 3 = 4 = 2 × 2
3 + 6 = 9 = 3 × 3
6 + 10 = 16 = 4 × 4
10 + 15 = 25 = 5 × 5 …..
ଉପରୋକ୍ତ ତ୍ରିକୋଣୀୟ ସଂଖ୍ୟା ଯୋଡ଼ିର ଯୋଗଫଳରେ ଆମେ ବର୍ଗର ଏକ କ୍ରମ ପାଇବା।
Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା Page 8 Q5

Question 6.
1 ଠାରୁ ଆରମ୍ଭ କରି 2 ର ଘାତଗୁଡ଼ିକୁ ଯୋଗ କରିବା ଆରମ୍ଭ କଲେ ଯଥା- 1, 1 + 2, 1 + 2 + 4, 1 + 2 + 4 + 8,… କ’ଣ ପାଇବ? ଏହି କ୍ରମର ପ୍ରତ୍ୟେକ ସଂଖ୍ୟାରେ 1 ଯୋଗକର, ତୁମେ କେଉଁ ସଂଖ୍ୟା ପାଇବ? ଏପରି କାହିଁକି ହୋଇଥାଏ?
Solution:
ମନେକର 1 ରୁ ଆରମ୍ଭ କରି ଘାତ 2 ଥିବା ସଂଖ୍ୟାମାନଙ୍କୁ ଯୋଗ କରାଯାଉ।
1 = 1
1 + 2 = 3
1 + 2 + 4 = 7
1 + 2 + 4 + 8 = 15
1 + 2 + 4 + 8 + 16 = 31
ତେଣୁ ଅନୁକ୍ରମ 1, 3, 7, 15, 31, ….. ଗଠନ ହୋଇଛି।
ବର୍ତ୍ତମାନ ପ୍ରତ୍ୟେକ ସଂଖ୍ୟାରେ 1 ଯୋଗ କରାଯାଉ।
1 + 1 = 2 = 21
1 + 2 + 1 = 4 = 2 × 2 = 22
1 + 2 + 4 + 1 = 8 = 2 × 2 × 2= 23
1 + 2 + 4 + 8 + 1 = 16 = 2 × 2 × 2 × 2 = 24
ଏହିପରି ହେବାର କାରଣ ହେଉଛି ଆମେ (1 + 1 = 2) ଯୋଗ କରିଛୁ।
ତେଣୁ 2 ର ଘାତ ବୃଦ୍ଧି ହେବ।

Question 7.
ତ୍ରିକୋଣୀୟ ସଂଖ୍ୟାଗୁଡ଼ିକୁ 6 ଦ୍ଵାରା ଗୁଣନ କରି 1 ଯୋଗକଲେ, କ’ଣ ପାଇବ? ଏହାଦ୍ଵାରା ତୁମେ କେଉଁ କ୍ରମଟି ପାଇବ? ତୁମେ ଏହି କ୍ରମର ଚିହ୍ନିତ ଉପସ୍ଥାପନ କରି, ଏହାକୁ ବ୍ୟାଖ୍ୟା କର।
Solution:
ତ୍ରିକୋଣୀୟ ସଂଖ୍ୟାଗୁଡ଼ିକ ହେଉଛି 1, 3, 6, 10, 15, 21, …..
1 × 6 + 1 = 7
3 × 6 + 1 = 19 (12 ବୃଦ୍ଧି ପାଇଛି; ଅର୍ଥାତ୍‌, 6 × 2)
6 × 6 + 1 = 37 (18 ବୃଦ୍ଧି ପାଇଛି; ଅର୍ଥାତ୍‌, 6 × 3)
10 × 6 + 1 = 61 (24 ବୃଦ୍ଧି ପାଇଛି; ଅର୍ଥାତ୍, 6 × 4)
15 × 6 + 1 = 91 (30 ବୃଦ୍ଧି ପାଇଛି; ଅର୍ଥାତ୍‌, 6 × 5)
Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା Page 8 Q7
ଉତ୍ପନ୍ନ ଅନୁକ୍ରମଟି 1, 7, 19, 37, 81, ………. ହେବ।

Question 8.
ଷଡ଼ଭୁଜକାର ସଂଖ୍ୟାଗୁଡ଼ିକୁ ଆଗକୁ ଯୋଗ କରିବା ଆରମ୍ଭ କଲେ; ଯଥା : 1, 1 + 7, 1 + 7 + 19, 1 + 7 + 19 + 37, ……… କ’ଣ ହେବ? ତୁମେ କେଉଁ କ୍ରମଟି ପାଇବ? ଏକ ଘନର ଚିତ୍ର ବ୍ୟବହାର କରି ଏହାକୁ ବ୍ୟାଖ୍ୟା କର।
Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା Page 8 Q8
Solution:
ଷଡ଼ଭୁଜକାର ସଂଖ୍ୟାଗୁଡ଼ିକ ଆଗକୁ ଯୋଗକଲେ 1, 7, 19, 37, …..
ବତ୍ତର୍ମାନ ଯୋଗ କଲେ,
ପ୍ରଥମ ଷଡ଼ଭୁଜ ସଂଖ୍ୟା 1 ର ଯୋଗଫଳ = 1 = 13 (1 ର ତୃତୀୟ ଘାତ)
ପ୍ରଥମ ଦୁଇଟି ଷଡଭୁଜ ସଂଖ୍ୟାର ଯୋଗଫଳ = 1 + 7 = 8 = 2 × 2 × 2 = 23 (2 ର ତୃତୀୟ ଘାତ)
ପ୍ରଥମ ତିନୋଟି ଷଡ଼ଭୁଜ ସଂଖ୍ୟାର ଯୋଗଫଳ = 1 + 7 + 19 = 27 = 3 × 3 × 3 = 33 (3 ର ତୃତୀୟ ଘାତ)
ପ୍ରଥମ ଚାରୋଟି ଷଡ଼ଭୁଜ ସଂଖ୍ୟାର ଯୋଗଫଳ = 1 + 7 + 19 + 37 = 64 = 4 × 4 × 4 = 43 (4 ର ତୃତୀୟ ଘାତ)
ପ୍ରଥମ ପାଞ୍ଚୋଟି ଷଡ଼ଭୁଜ ସଂଖ୍ୟାର ଯୋଗଫଳ = 1 + 7 + 19 + 37 + 61 = 125 = 5 × 5 × 5 = 53 (5 ର ତୃତୀୟ ଘାତ)
ଏହି କ୍ରମଗୁଡ଼ିକ ହେଉଛି 1, 8, 27, 64 = 13, 23, 33, 43
Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା Page 8 Q8.1

Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା

Question 9.
ସାରଣୀ-1ରେ ଥିବା ସଂଖ୍ୟାମାନଙ୍କ ମଧ୍ୟରେ ସଂରଚନା ସମ୍ପକର୍କୁ ବାହାର କରି ସଂରଚନା ତିଆରି କର। ସେଗୁଡ଼ିକ କାହିଁକି ଏପରି ହୋଇଛି ତାହାକୁ ଚିତ୍ର ମାଧ୍ୟମରେ କିମ୍ବା ଅନ୍ୟ କୌଣସି ଉପାୟରେ ତୁମେ ବୁଝାଅ?
Solution:
3, 6, 9, 12, 15, 18, ……… (3 ର କ୍ରମିକ ଗୁଣିତକ ସଂଖ୍ୟା)
10, 15, 20, 25 ….. (ପ୍ରଥମ ସଂଖ୍ୟାଟି 10। ଉତ୍ପନ୍ନ ପ୍ରତ୍ୟେକ ସଂଖ୍ୟାରେ 5 ଯୋଗ କରାଯାଇଛି।)

1.5 ଆକୃତିରେ ସଂରଚନା (Pattern in Shapes)

ଆସ ବୁଝିବା: (Page No. 11)

Question 1.
ସାରଣୀ–3ର ପ୍ରତ୍ୟେକ କ୍ରମରେ ସଂରଚନାଗୁଡ଼ିକୁ ଚିହ୍ନଟ କରି କୁହ।
Solution:
(a) ସରଳ ବହୁଭୁଜ: ତ୍ରିଭୁଜ, ଚତୁର୍ଭୁଜ, ପଞ୍ଚଭୁଜ, ଷଡ଼ଭୁଜ, ସପ୍ତଭୁଜ, ଅଷ୍ଟଭୁଜ, ନଅଭୁଜ, ଦଶଭୁଜ….
ଏହି ସଂରଚନାରେ ୩ରୁ ଆରମ୍ଭ କରି ପ୍ରତ୍ୟେକ ବାହୁ ସଂଖ୍ୟାରେ ୧ ଯୋଗ କରାଯାଇଛି।
Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା Page 11 Q1

(b) ସଂପୂର୍ଣ୍ଣ ଲେଖଚିତ୍ର:
Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା Page 11 Q1.1
ଏଠାରେ ରେଖାଗୁଡ଼ିକର ସଂଖ୍ୟା ନିମ୍ନ ପ୍ରକାରର, ଯଥା–
K2 = 1, K3 = 3, K4 = 6, K5 = 10, K6 = 15
କ୍ରମାନ୍ୱୟରେ ହେବ: 1, 3, 6, 10, 15
ତେଣୁ ଏହା ଗୋଟିଏ ତ୍ରିକୋଣୀୟ ସଂଖ୍ୟାକ୍ରମ।

(c) ପ୍ରତ୍ୟେକ ଚିତ୍ରରେ ଏକାଧ୍ଵକ ଛୋଟ ବର୍ଗଚିତ୍ର:
Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା Page 11 Q1.2
ସଂଖ୍ୟା କ୍ରମଟି = 1, 4, 9, 16, 25, ……
∴ ଏହା ଏକ ବର୍ଗସଂଖ୍ୟା କ୍ରମର ଉପସ୍ଥାପନା।

(d) ଅନେକଗୁଡ଼ିଏ ତ୍ରିଭୁଜ:
Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା Page 11 Q1.3
∴ ଏହା ତ୍ରିଭୁଜଦ୍ଵାରା ଦର୍ଶାଯାଇଥିବା ଏକ ବର୍ଗସଂଖ୍ୟା କ୍ରମ।

(e) କଚ୍ ତୁଷାରକଣା:
Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା Page 11 Q1.4
∴ ପ୍ରତ୍ୟେକରେ ବାହୁର ସଂଖ୍ୟା 4 ଗୁଣ ହୁଏ।

Question 2.
ତୁମ ଖାତାରେ ସାରଣୀ–3ରେ ଦିଆଯାଇଥ‌ିବା ପ୍ରତ୍ୟେକ କ୍ରମର ଚିତ୍ର ଅଙ୍କନ କର। ପ୍ରତ୍ୟେକ କ୍ରମର ପରବର୍ତୀ ଆକୃତିକୁ ତୁମେ ଅଙ୍କନ କରିପାରିବ କି? ଯଦି ହଁ/ନା, ତେବେ କାହିଁକି? ପ୍ରତ୍ୟେକ କ୍ରମର ପରବର୍ତୀ ଆକୃତିଟି ତିଆରି ହେବାର ନିୟମ କିମ୍ବା ସଂରଚନାକୁ ନିଜ ଭାଷାରେ ବର୍ଣ୍ଣନା କର।
Solution:
(a) ସରଳ ବହୁଭୁଜ: ଏହା 11 ବାହୁ ବିଶିଷ୍ଟ ସରଳ ବହୁଭୂଜ କ୍ଷେତ୍ର।
Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା Page 11 Q2

(b) ସଂପୂର୍ଣ୍ଣ ଲେଖଚିତ୍ର: K7
Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା Page 11 Q2.1

(c) ଅନେକଗୁଡ଼ିଏ ବର୍ଗଚିତ୍ର:
Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା Page 11 Q2.2
ସମୁଦାୟ ଚତୁର୍ଭୁଜ ସଂଖ୍ୟା = 6 × 6 = 36

(d) ଅନେକଗୁଡ଼ିଏ ତ୍ରିଭୁଜ:
Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା Page 11 Q2.3
ସମୁଦାୟ ତ୍ରିଭୁଜ ସଂଖ୍ୟା = 1 + 3 + 5 + 7 + 9 + 11 = 36

(e) କଚ୍ ତୁଷାରକଣା:
Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା Page 11 Q2.4

1.6 ସଂଖ୍ୟାକ୍ରମ ସହିତ ସମ୍ପର୍କ (Relation to Number Sequences)

ଆସ ବୁଝିବା: (Page No. 11-12)

Question 1.
ସରଳ ବହୁଭୁଜ ଆକୃତି କ୍ରମରେ ଥିବା ପ୍ରତ୍ୟେକ ଆକୃତିର ବାହ୍ମସଂଖ୍ୟାକୁ ଗଣି ଲେଖ। ତୁମେ କେଉଁ ସଂଖ୍ୟା କ୍ରମ ପାଇବ? ସରଳ ବହୁଭୁଜର କ୍ରମରେ ଥିବା ପ୍ରତ୍ୟେକ ଆକୃତିର କୋଣ ସଂଖ୍ୟାକୁ ଗଣି ଲେଖ। ତୁମେ ସମାନ ସଂଖ୍ୟା କ୍ରମ ପାଇବ କି? ଏପରି କାହିଁକି ହେଉଛି ତୁମେ ବର୍ଣ୍ଣନା କରିପାରିବ କି?
Solution:
Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା Page 12 Q1
ଉଭୟର କ୍ରମ ସମାନ। କାରଣ ଗୋଟିଏ ସରଳ ବହୁଭୁଜର ବାହୁସଂଖ୍ୟା ଶୀର୍ଷ ସଂଖ୍ୟା ସହ ସମାନ।

Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା

Question 2.
ସଂପୂର୍ଣ୍ଣ ଲେଖଚିତ୍ର କ୍ରମରେ ଥିବା ପ୍ରତ୍ୟେକ ଆକୃତିର ରେଖା ସଂଖ୍ୟା ଗଣ। ତୁମେ କେଉଁ ସଂଖ୍ୟାକ୍ରମ ପାଇବ? ଏପରି କାହିଁକି ହେଉଛି, ତୁମେ ବର୍ଣ୍ଣନା କରିପାରିବ କି?
Solution:
Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା Page 12 Q2
ତେଣୁ ଆମେ ସଂଖ୍ୟାକ୍ରମ ପାଇଲୁ: 1, 3, 6, 10, 15,…….।
ଏହା ଗୋଟିଏ ତ୍ରିକୋଣୀୟ ସଂଖ୍ୟାକ୍ରମ।

Question 3.
ଅନେକଗୁଡ଼ିଏ ବର୍ଗଚିତ୍ରର କ୍ରମରେ ଥିବା ପ୍ରତ୍ୟେକ ଆକୃତିରେ କେତୋଟି ବର୍ଗଚିତ୍ର ଅଛି? ଏହା କେଉଁ ସଂଖ୍ୟାକ୍ରମକୁ ଦର୍ଶାଉଛି? ଏପରି କାହିଁକି ହେଉଛି, ତୁମେ ବର୍ଣ୍ଣନା କରିପାରିବ କି?
Solution:
Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା Page 12 Q3
ସଂଖ୍ୟାକ୍ରମ: 1, 4, 9, 16, 25, 36,……… ତେଣୁ ଆମେ ବର୍ଗସଂଖ୍ୟାକ୍ରମ ପାଇଲୁ।

Question 4.
ଅନେକଗୁଡ଼ିଏ ତ୍ରିଭୁଜର କ୍ରମରେ ଥିବା ପ୍ରତ୍ୟେକ ଆକୃତିରେ କେତୋଟି ଛୋଟ ତ୍ରିଭୁଜ ଅଛି? ଏହା କେଉଁ ସଂଖ୍ୟାକ୍ରମକୁ ଦର୍ଶାଉଛି? ଏପରି କାହିଁକି ହେଉଛି, ତୁମେ ବର୍ଣ୍ଣନା କରିପାରିବ କି? (ସୂଚନା: କ୍ରମରେ ଥିବା ପ୍ରତ୍ୟେକ ଆକୃତିର, ପ୍ରତ୍ୟେକ ଧାଡ଼ିରେ କେତୋଟି ତ୍ରିଭୁଜ ଅଛି?)
Solution:
Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା Page 12 Q4
ଆମେ ସଂଖ୍ୟାକ୍ରମ ପାଇଲୁ 1, 4, 9, 16, 25, 36, 49,……….
ଏହା ଗୋଟିଏ ବର୍ଗସଂଖ୍ୟା କ୍ରମ। ତଳେ ଏକ ଛୋଟ ତ୍ରିଭୁଜ ଯୋଡ଼ିବାଦ୍ଵାରା ବର୍ଗସଂଖ୍ୟାର ପରବର୍ତ୍ତୀ ସଂଖ୍ୟା ହେବ।

Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା

Question 5.
ତୁଷାରକଣା କ୍ରମରେ ଗୋଟିଏ ଆକୃତିରୁ ପରବର୍ତୀ ଆକୃତି ପାଇବା ପାଇଁ ପ୍ରତ୍ୟେକ ରେଖାଖଣ୍ଡ (—) କୁ ଏକ ଗତି ଅବରୋଧକ ଉଠାଣି (ହମ୍ପସ) (__/\__)ଦ୍ଵାରା ବଦଳାଯାଇଥାଏ। ଯେହେତୁ ପରବର୍ତ୍ତୀ ଆକୃତିଗୁଡ଼ିକରେ ଏହାକୁ ଅଧୁକରୁ ଅଧିକ କରାଯାଏ, ପରିବର୍ତ୍ତିତ ଆକୃତିଗୁଡ଼ିକ ଅତି କ୍ଷୁଦ୍ର ରେଖାଖଣ୍ଡଦ୍ଵାରା କ୍ଷୁଦ୍ରର କ୍ଷୁଦ୍ରତର ହୋଇଥାଏ। ଏହି ତୁଷାରକଣା ଚିତ୍ର କ୍ରମରେ ଥିବା ପ୍ରତ୍ୟେକ ଆକୃତିରେ କେତୋଟି ରେଖାଖଣ୍ଡ ଅଛି? ଏହାର ଅନୁରୂପ ସଂଖ୍ୟାକ୍ରମଟି କ’ଣ?
(ଏହାର ଉତ୍ତର ହେଉଛି 3, 12, 48,… ଅର୍ଥାତ୍ 4 ର ଘାତର 3 ଗୁଣ ଅର୍ଥାତ୍ 3 × 40, 3 × 41, 3 × 42 …….। ସାରଣୀ–1ରେ ଏହି କ୍ରମକୁ ଦର୍ଶାଯାଇନାହିଁ।
Solution:
Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା Page 12 Q5
ଆମେ କ୍ରମ ପାଇଲୁ: 3, 12, 48, 192, 768……..
ପ୍ରଥମ ପଦ 3 ତା’ ପରବର୍ତ୍ତୀ ପ୍ରତ୍ୟେକ ପଦ 4 ର ଘାତର 3ଗୁଣ।

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

Go through Class 8 Social Science Solutions Odia Medium and Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା to understand textbook questions more clearly.

8th Class Social Science Chapter 6 Question Answer Odia Medium

Class 8 Social Science Chapter 6 Odia Medium

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନ ଓ ଅଭ୍ୟାସ କାର୍ଯ୍ୟ

Question 1.
ସାଂସଦର ଉଭୟ ସଦନରେ ତୁମ ରାଜ୍ୟରୁ କେତେଜଣ ପ୍ରତିନିଧ୍ଵ ସ୍ଥାନ ପାଇଛନ୍ତି ?
Answer:
(i) ସଂସଦର ଉଭୟ ସଦନରେ ପ୍ରତ୍ୟେକ ରାଜ୍ୟରୁ ପ୍ରତିନିଧ୍ଵ ଯୋଗଦେବାର ବ୍ୟବସ୍ଥା ସମ୍ବିଧାନରେ କରାଯାଇଛି । ଲୋକସଭାରେ ଅଧିକ ସଭ୍ୟ ଥିବାବେଳେ ରାଜ୍ୟସଭାରେ କମ୍ ସଦସ୍ୟ ରହିଥା’ନ୍ତି ।

(ii) ମୋ ରାଜ୍ୟ ଓଡ଼ିଶା କଥା ବିଚାରକୁ ନେଲେ ଏଠାରୁ ଲୋକସଭାକୁ ୨୧ ଜଣ ସଦସ୍ୟ ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ ହୋଇ ଯାଇଥା’ନ୍ତି ।

(iii) ସଂସଦର ରାଜ୍ୟସଭା ପାଇଁ ଆମ ରାଜ୍ୟରୁ ମାତ୍ର ୧୦ ସଦସ୍ୟ ପରୋକ୍ଷ ଭାବରେ ନିର୍ବାଚିତ ହୋଇଥା’ନ୍ତି । ସେମାନଙ୍କୁ ଆମର ବିଧାନସଭାର ବିଧାୟକମାନେ ଭୋଟ ଦେଇ ଚୟନ କରିଥା’ନ୍ତି ।

(iv) ଏହି ୩୧ଜଣ ସାଂସଦ ଦେଶର ଆଇନ ପ୍ରଣୟନ କ୍ଷେତ୍ରରେ ଅଂଶଗ୍ରହଣ କରି ଆମ ରାଜ୍ୟର ଗୌରବ ବୃଦ୍ଧି କରିବାରେ ସହାୟକ ହୋଇଥା’ନ୍ତି । ଏ କ୍ଷେତ୍ରରେ ଉତ୍ତରପ୍ରଦେଶର ସର୍ବାଧ‌ିକ ୮୦ ଜଣ ଲୋକସଭାରେ ଓ ୩୧ ଜଣ ରାଜ୍ୟସଭାରେ ସାଂସଦ ରହିବାର ବ୍ୟବସ୍ଥା ଅଛି ।

Question 2.
ଭାରତର ସଂସଦ ‘‘ଲୋକଙ୍କ ମତ’’କୁ କିପରି ଦର୍ଶାଏ ? ଭିନ୍ନ ଭିନ୍ନ ମତ ଉପସ୍ଥାପନା ବୋଲି ଏହା କିପରି ସୁନିଶ୍ଚିତ କରେ ?
Answer:
(i) ଭାରତର ସଂସଦର ମତକୁ ‘ଲୋକଙ୍କ ମତ’ ବୋଲି କୁହାଯାଇଥାଏ- କାରଣ ଲୋକମାନେ ସିଧାସଳଖ ଭୋଟ ଦେଇ ଲୋକସଭାକୁ ସେମାନଙ୍କର ପ୍ରତିନିଧ୍ଵ ପଠାଇଥା’ନ୍ତି ଏବଂ ରାଜ୍ୟସଭାକୁ ପରୋକ୍ଷଭାବରେ ସେମାନଙ୍କର ପ୍ରତିନିଧୂ ଯାଇଥାନ୍ତି ।

(ii) ସେଠାରେ ଏହି ନିର୍ବାଚିତ ପ୍ରତିନିଧୂମାନେ ବିଭିନ୍ନ ସଂସଦୀୟ ବ୍ୟାପାରରେ ଅଂଶଗ୍ରହଣ କରି ଲୋକମାନଙ୍କର ଗୁରୁତ୍ଵପୂର୍ଣ୍ଣ ସମସ୍ୟାମାନ ଉପସ୍ଥାପନା କରିବା ସହିତ ତାହାର ସମାଧାନ ପାଇଁ ଉପଯୁକ୍ତ ପରାମର୍ଶ ପ୍ରଦାନ କରିବାରେ ସମର୍ଥ ହୋଇଥାନ୍ତି, ଯଥା-

(iii) (କ) ପ୍ରଶ୍ନୋତ୍ତର କାଳ – ପ୍ରଶ୍ନୋତ୍ତର କାଳରେ ସାଂସଦମାନେ ସେମାନଙ୍କର ସଂସଦୀୟ ନିର୍ବାଚନ ମଣ୍ଡଳୀର ସମସ୍ୟା ଉପରେ ବିଭାଗୀୟ ମନ୍ତ୍ରୀମାନଙ୍କୁ ପ୍ରଶ୍ନ ପଚାରି ଉତ୍ତର ମାଗିଥା’ନ୍ତି । ଯାହାଫଳରେ ଅନେକ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ଖୁବ୍ ଶୀଘ୍ର ସମାଧାନ ହୋଇଥାଏ ।

(ଖ) ଆଲୋଚନା ଓ ପର୍ଯ୍ୟାଲୋଚନା – କୌଣସି ଗୁରୁତ୍ଵପୂର୍ଣ୍ଣ ବିଧେୟକ, ଜାତୀୟ ସ୍ଵାର୍ଥ ସମ୍ବନ୍ଧୀୟ ବିଷୟ ଓ ରାଜ୍ୟମାନଙ୍କର ସମସ୍ୟାର ଆଲୋଚନାରେ ଅଂଶଗ୍ରହଣ କରିବା ସହିତ ଉପଯୁକ୍ତ ମତାମତ ଦେବାର ବ୍ୟବସ୍ଥା ରହିଛି । ଆଲୋଚନାରେ ସମସ୍ତଙ୍କର ମତାମତକୁ ସମ୍ମାନ ଦି ଆଯାଇଥାଏ ।

(ଗ) ସଂସଦୀୟ କମିଟି – ସଂସଦୀୟ ବ୍ୟାପାର କମିଟି ଗଠନ ବେଳେ ସବୁଦଳକୁ ସମାନ ପ୍ରତିନିଧ୍ଵ ପ୍ରଦାନ କରାଯାଇଥାଏ । ବିଭିନ୍ନ ବିଧେୟକ, ବଜେଟ୍ ଓ ଜାତୀୟ ନୀତି ନିର୍ଦ୍ଧାରଣ କମିଟିରେ ସଂସଦର ସଦସ୍ୟ ରହିବାର ବ୍ୟବସ୍ଥା ରହିଅଛି, ଯାହାଫଳରେ ଲୋକମାନଙ୍କର ମତାମତ ସଠିକ୍ ଭାବରେ ଉପସ୍ଥାପନା କରାଯାଇପାରିବ ।

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

Question 3.
ସମ୍ବିଧାନ କାର୍ଯ୍ୟପାଳିକାକୁ ବ୍ୟବସ୍ଥାପିକା ନିକଟରେ ଉତ୍ତରଦାୟୀ କରିଛି ବୋଲି ତୁମେ କାହିଁକି ଭାବୁଛ ?
Answer:
(i) ଆମ ସମ୍ବିଧାନରେ କାର୍ଯ୍ୟପାଳିକା କହିଲେ ମୁଖ୍ୟତଃ ପ୍ରଧାନମନ୍ତ୍ରୀ, ମନ୍ତ୍ରୀପରିଷଦ ଓ ସଚିବମାନଙ୍କୁ ବୁଝାଇଥାଏ । ଏମାନେ ସଂସଦରେ ଉତ୍ତରଦାୟୀ ହେବା ସହିତ ଲୋକମାନଙ୍କ ନିକଟରେ ଦାୟୀ ରୁହନ୍ତି । ଲୋକମାନଙ୍କର ଆଶା ଓ ଆକାଂକ୍ଷା ଠିକ୍ ଭାବରେ ପୁରଣ ହୋଇପାରୁଛି କି ନାହିଁ ତାହା ଲକ୍ଷ୍ୟ କରିଥା’ନ୍ତି ।

(ii) କ୍ଷମତାର ଅପବ୍ୟବହାର ଯେପରି ନ ହୁଏ, ସେଥୁପ୍ରତି ସେମାନେ ସଜାଗ ହୋଇଥା’ନ୍ତି ଓ ମନ୍ତ୍ରୀମାନେ ସେମାନଙ୍କର ପରିଧ୍ଵ ଭିତରେ କାର୍ଯ୍ୟ କରୁଛନ୍ତି କି ନାହିଁ ତାହା ତଦାରଖ କରିଥା’ନ୍ତି ।

(iii) ମନ୍ତ୍ରୀମାନଙ୍କର ନିଷ୍ପତ୍ତି ଯେପରି ଲୋକମାନଙ୍କର ମଙ୍ଗଳରେ ଲାଗିବ ସେଥୁପ୍ରତି ଧ୍ୟାନ ଦେଇଥା’ନ୍ତି ।

(iv) ଏହି ବ୍ୟବସ୍ଥା ଗଣତନ୍ତ୍ରର ସ୍ଵଚ୍ଛତା ଓ ଦାୟିତ୍ୱବୋଧତା ରକ୍ଷା କରିବା ସହିତ ନାଗରିକମାନଙ୍କର ସ୍ଵାର୍ଥପ୍ରତି ଯବାନ୍ ହୋଇଥାଏ ।

Question 4.
ଆମେ କେନ୍ଦ୍ର ସ୍ତରରେ ଦ୍ଵିସଦନୀୟ ବ୍ୟବସ୍ଥାପିକା କାହିଁକି ଗ୍ରହଣ କରିଛେ ?
Answer:
(i) ଭାରତର ସମ୍ବିଧାନ ନିର୍ମାତାମାନେ ସମ୍ବିଧାନ ତିଆରି କଲାବେଳେ ଚିନ୍ତା କରିଥିଲେ ଯେ ଭାରତ ଭଳି ଏତେ ବିଶାଳ ଦେଶରେ ଗୋଟିଏ ସଦନ ରହିଲେ ବିଭିନ୍ନ ସମ୍ପ୍ରଦାୟର ଲୋକମାନଙ୍କ ପ୍ରତିନିଧ୍ଵ ରହିପାରିବେ ନାହିଁ ଏବଂ ସେମାନଙ୍କର ମତାମତ, ଅଭିଯୋଗ ଓ ଉନ୍ନତମୂଳକ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇପାରିବ ନାହିଁ ।

(ii) ସେଥ୍‌ ପାଇଁ ସମ୍ବିଧାନ ପ୍ରଣେତାମାନେ ରାଜ୍ୟସଭା ରହିବାର ବ୍ୟବସ୍ଥା କରିଥିଲେ । ଯାହାଫଳରେ ଭାରତରେ ବସବାସ କରୁଥିବା ବିଭିନ୍ନ ଧର୍ମ ଓ ସମ୍ପ୍ରଦାୟର ଲୋକମାନଙ୍କର ମତାମତ ଓ ଇଚ୍ଛାକୁ ପୂରଣ କରିବା ସହିତ ରାଜ୍ୟଗୁଡ଼ିକର ବିକାଶ ସାଧୂ ହୋଇପାରିବ ।

(iii) ରାଜ୍ୟସଭାର ଗଠନ ଓ ନିର୍ବାଚନ ପ୍ରଣାଳୀ ଲୋକସଭାଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ ।

(iv) କେନ୍ଦ୍ର ଓ ରାଜ୍ୟ ତଥା ସ୍ଥାନୀୟ ଅଞ୍ଚଳ ଭିଭିରେ କ୍ଷମତା ବଣ୍ଟନ ଭିତ୍ତିକ ସଂଘୀୟ ବ୍ୟବସ୍ଥା ଭାରତ ଗ୍ରହଣ କରିଅଛି ।

(v) ଏହି ବ୍ୟବସ୍ଥାଦ୍ଵାରା ଜାତୀୟ ଏକତା ଓ ସ୍ଥାନୀୟ ସ୍ୱାର୍ଥ ମଧ୍ଯରେ ଏକ ଉତ୍ତମ ବୁଝାମଣା ସମ୍ଭବ ହୋଇପାରିଛି । ତେଣୁ ଆମର କେନ୍ଦ୍ର ସ୍ତରରେ ଦ୍ଵିସଦନୀୟ ବ୍ୟବସ୍ଥାପିକା ଗ୍ରହଣ କରାଯାଇଛି । ସମସ୍ତଙ୍କୁ ପ୍ରତିନିଧ୍ଵ କରିବାର ସୁଯୋଗ ପ୍ରଦାନ କରୁଛି ।

Question 5.
ସଂସଦରେ ନିକଟରେ ଗୃହୀତ ହୋଇଥିବା ଏକ ବିଧେୟକ କେଉଁ କେଉଁ ପଥ ଅତିକ୍ରମ କଲା ଅନୁଧ୍ୟାନ କର । ଏହା କେଉଁ ସଦନରେ ଉପସ୍ଥାପିତ ହେଲା ଚିହ୍ନଟ କର । ଏଥରେ କିଛି ପ୍ରମୁଖ ବିତର୍କ କିମ୍ବା ମତ ପାର୍ଥକ୍ୟ ଲକ୍ଷ୍ୟ କଲ କି ? ବିଧେୟକଟି ଆଇନ ହେବା ପାଇଁ କେତେଦିନ ଲାଗିଲା ? ସମ୍ବାଦପତ୍ର, ଅଭିଲେଖାଗାର, ସରକାରୀ ୱେବସାଇଟ୍ ଏବଂ ଲୋକସଭା ବିତର୍କ ଉପଯୋଗ କର କିମ୍ବା ତୁମ ଶିକ୍ଷକଙ୍କ ସହାୟତା ନିଅ ।
Answer:
(i) ନିକଟ ଅତୀତରେ ମହିଳା ସଂରକ୍ଷଣ ବିଧେୟକ ଲୋକସଭାରେ ଆଗତ କରାଯାଇଥିଲା । ଏଥିରେ ମହିଳାମାନଙ୍କ ପାଇଁ ୩୩ ଭାଗ ସଂରକ୍ଷଣ ବ୍ୟବସ୍ଥା ରଖାଯାଇଥିଲା । ଏହା ଲୋକସଭା ଓ ରାଜ୍ୟ ବିଧାନସଭାମାନଙ୍କ ପାଇଁ ଲାଗୁ ହେବାର ଥିଲା ।

(ii) ଏହି ବିଧେୟକଟି ଆଇନରେ ପରିଣତ ହେବାପାଇଁ ଦୀର୍ଘଦିନ ବିତିଯାଇଥିଲା । ଏହା ପ୍ରଥମେ ୧୯୯୬ରେ ଆଗତ କରାଯାଇଥିଲା କିନ୍ତୁ ଅନେକ ବିଳମ୍ବ ହେତୁ ଏହାକୁ ପୁନର୍ବାର ସେପ୍ଟେମ୍ବର ୧୯ ତାରିଖ ୨୦୨୩ ମସିହାରେ ଆଗତ କରାଯାଇଥିଲା ।

(iii) ଅନେକ ତର୍କ ଓ ବିତର୍କ ମଧ୍ୟରେ ଲୋକସଭାରେ ସେପ୍ଟେମ୍ବର ୨୧ ତାରିଖ ୨୦୨୩ରେ ଏହା ସପକ୍ଷରେ ୪୫୪ ଖଣ୍ଡ ଭୋଟ ଯାଇଥିବାବେଳେ ବିପକ୍ଷରେ ମାତ୍ର ୨ଖଣ୍ଡ ଭୋଟ ଯାଇଥିଲା ।

(iv) ଏହାପରେ ବିଧେୟକଟିକୁ ରାଜ୍ୟସଭାକୁ ୨୩ ସେପ୍ଟେମ୍ବର ୨୦୨୩ ପଠାଯାଇଥିଲା । ସେଠାରେ ୨୧୫ ଜଣ ସଭ୍ୟଙ୍କ ଭୋଟରେ ଅନୁମୋଦିତ ହୋଇଥିଲା ।

(v) ସଂସଦର ଉଭୟ ଗୃହରେ ଅନୁମୋଦନ ହେଲାପରେ ୨୮ ସେପ୍ଟେମ୍ବର ୨୦୨୩ରେ ରାଷ୍ଟ୍ରପତିଙ୍କଦ୍ୱାରା ସ୍ୱାକ୍ଷରିତ ହୋଇଥିଲା । ଏହା ଥିଲା ସମ୍ବିଧାନର ୧୦୬ ତମ ସଂଶୋଧନ ଅଧୁନିୟମ । ଏହି ବିଧେୟକଟିକୁ ଆଇନରେ ପରିଣତ କରିବାପାଇଁ ଦୀର୍ଘ ୨୭ ବର୍ଷ ଲାଗିଯାଇଥିଲା ।

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

Question 6.
ନିକଟରେ ସଂସଦଦ୍ଵାରା ଗୃହୀତ ଏକ ଆଇନ ବାଛିନିଅ । ତୁମେମାନେ ଭିନ୍ନ ଭିନ୍ନ ଦଳ ଗଢ଼ି ଏହି ପ୍ରକ୍ରିୟାର ବିଭିନ୍ନ ଭାବର ଅଭିନୟ କର – ବିତର୍କରତ ଲୋକସଭା ଏବଂ ରାଜ୍ୟସଭା ସାଂସଦ ଉତ୍ତର ଦେଉଥ‌ିବା ମନ୍ତ୍ରୀ ଏବଂ ସ୍ଵୀକୃତି ଦେଉଥ‌ିବା ରାଷ୍ଟ୍ରପତି । ବିଧେୟକ କିପରି ଆଇନରେ ପରିଣତ ହୁଏ ଦର୍ଶାଇବାପାଇଁ ଏକ ଲଘୁ ନାଟକ ଉପସ୍ଥାପନ ମାଧ୍ୟମରେ ଏକ ଆଦର୍ଶ ସଂସଦ ପରିବେଷଣ କର ।
Answer:
(i) ଏକ ‘ଆଦର୍ଶ ସଂସଦ’, ଯାହାର ବିଷୟବସ୍ତୁ ରହିଛି ‘ମହିଳା ସଂରକ୍ଷଣ ବିଲ୍’ ।
(ii) ଅଂଶଗ୍ରହଣ କରୁଥିବା ବ୍ୟକ୍ତି –
(କ) ଲୋକସଭାର ବାଚସ୍ପତି,
(ଖ) ଆଇନ ମନ୍ତ୍ରୀ,
(ଗ) ସହଯୋଗୀ ସାଂସଦ,
(ଘ) ବିରୋଧୀଦଳ ସାଂସଦ,
(ଙ) ରାଷ୍ଟ୍ରପତି

ଲୋକସଭାର ଦୃଶ୍ୟ –
ବାଚସ୍ପତି – ମାନନୀୟ ସାଂସଦଗଣ, ଆମେ ଆଜି ମହିଳାମାନଙ୍କ ପାଇଁ ୩୩ ଭାଗ ସ୍ଥାନ ସଂରକ୍ଷଣ ବିଲ ଉପରେ ଆଲୋଚନା କରିବାକୁ ଯାଉଛେ । ତେଣୁ ସମସ୍ତେ ନୀରବରେ ଓ ଶାନ୍ତିଶୃଙ୍ଖଳା ରକ୍ଷା କରି ଏଥରେ ଅଂଶଗ୍ରହଣ କରନ୍ତୁ ।

ଆଇନ ମନ୍ତ୍ରୀ – ଏହି ମହିଳା ସଂରକ୍ଷଣ ବିଲ୍ ଆଗତ ହେବାର ଉଦ୍ଦେଶ୍ୟ ହେଉଛି ଆମର ମହିଳାମାନଙ୍କୁ ଯଥେଷ୍ଟ ସମ୍ମାନ ଦେବା ସହିତ ରାଜନୀତି ସେମାନଙ୍କର ଅଂଶଗ୍ରହଣ ୩୩ ଭାଗ ବୃଦ୍ଧି କରିବାପାଇଁ ମୁଁ ପ୍ରସ୍ତାବ ରଖୁଅଛି । ମୋର ବିନମ୍ର ଅନୁରୋଧ ସମସ୍ତେ ଏହାକୁ ସମର୍ଥନ କରିବେ ।

ସହଯୋଗୀ ସାଂସଦ – ମୁଁ ଏହାକୁ ଦୃଢ଼ତାର ସହିତ ସମର୍ଥନ କରୁଅଛି । ମହିଳାମାନେ ସମାନ ପରିମାଣରେ ମର୍ଯ୍ୟାଦା ପାଇବା ଉଚିତ ।

ବିରୋଧୀ ଦଳ ସାଂସଦ – ମୁଁ ଏଥୁରେ ରାଜି ଅଛି, କିନ୍ତୁ ଏହାକୁ ସବୁରାଜ୍ୟମାନଙ୍କରେ ଲାଗୁ କରିବାର ବ୍ୟବସ୍ଥା ହେବା ଦରକାର ।

ବାଚସ୍ପତି – ଯଦି ସମସ୍ତ ସାଂସଦ ଏହି ବିଲକୁ ସମର୍ଥନ କରୁଛନ୍ତି, ତେବେ ଏକ ସ୍ଵରରେ ସମସ୍ତେ ହଁ ବୋଲି କହିବାକୁ ପଡ଼ିବ ।

ସମସ୍ତ ସାଂସଦ – ହଁ, ଆମେ ସମସ୍ତେ ଏଥରେ ଏକମତ ।
ବାଚସ୍ପତି – ବିଲ୍ଟି ଲୋକସଭାରେ ଅନୁମୋଦିତ ହୋଇସାରିଛି । ଏବେ ଏହାକୁ ଅନୁମୋଦନ ପାଇଁ

ରାଜ୍ୟସଭାର ଦୃଶ୍ୟ-

  1. ରାଜ୍ୟସଭାର ଅଧ୍ଯକ୍ଷ – ବର୍ତ୍ତମାନ ଗୃହରେ ମହିଳା ସଂରକ୍ଷଣ ବିଲ ବିଷୟରେ ଆଲୋଚନା ହେବାକୁ ଯାଉଅଛି । ସମସ୍ତେ ଏଥ‌ିରେ ଧୀର ଓ ସ୍ଥିର ମନରେ ବିଚାର କରି ଅଂଶଗ୍ରହଣ କରିବେ ।
  2. ସମର୍ଥନକାରୀ ସାଂସଦ – ମହିଳା ସଂରକ୍ଷଣ ବିଲକୁ ସମସ୍ତେ ସମର୍ଥନ କରନ୍ତୁ, କାରଣ ଏହା ଗଣତନ୍ତ୍ରକୁ ମଜବୁତ୍ କରିବ ।
  3. ବିରୋଧୀଦଳ ସାଂସଦ – ମାନନୀୟ ବାଚସ୍ପତି ମହୋଦୟ ଆମ୍ଭେମାନେ ଏହି ବିଲ୍‌କୁ ସମର୍ଥନ କରୁଅଛୁ । କିନ୍ତୁ ଏଥ‌ିରେ ସବୁ ଶ୍ରେଣୀର ମହିଳାମାନେ ଯେପରି ଅଂଶଗ୍ରହଣ କରିପାରିବେ ସେଥ‌ିପାଇଁ ବ୍ୟବସ୍ଥା କରାଯାଉ ।
  4. ଅଧ୍ଯକ୍ଷ ଯଦି ସମସ୍ତେ ଏଥରେ ଏକମତ ହେଲେ ସମସ୍ତେ ଏକ ସ୍ଵରରେ ହଁ କୁହନ୍ତୁ ।
  5. ସାଂସଦମାନେ – ହଁ, ଆମେ ସମସ୍ତେ ଏହାକୁ ସମର୍ଥନ କରୁଛୁ ।
  6. ରାଜ୍ୟସଭାର ଅଧ୍ଯକ୍ଷ – ଏଥର ଏହି ମହିଳା ସଂରକ୍ଷଣ ବିଲ୍‌ ଗୃହୀତ ହେଲା । ତେଣୁ ଏହାକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପାଇଁ ପଠାଯିବ ।
  7. ରାଷ୍ଟ୍ରପତି – ମୁଁ ମହିଳା ସଂରକ୍ଷିଣ ବିଲ୍‌ ଗ୍ରହଣ କରିଅଛି । ମୁଁ ଏହା ଉପରେ ମତାମତ ଦେବା ପୂର୍ବରୁ ଏହାକୁ ଭଲଭାବରେ ଅବଗତ ହେବ ।
  8. ରାଷ୍ଟ୍ରପତି – ବର୍ତ୍ତମାନ ମହିଳା ସଂରକ୍ଷଣ ବିଲ ଆଇନରେ ପରିଣତ ହେଲା ବୋଲି କହି ସେଥ‌ିରେ ନିଜର ସ୍ଵାକ୍ଷର କରିଥିଲେ ।

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

Question 7.
ପ୍ରବଳ ସମର୍ଥନରେ ମହିଳା ସଂରକ୍ଷଣ ବିଧେୟକ, ୨୦୨୩ ଗୃହୀତ ହେଲା । ଅନେକ ବର୍ଷ ଧରି ଆଲୋଚନା ହୋଇଥିଲେ ମଧ୍ୟ ଏହା ଗୃହୀତ ହେବାକୁ ୨୫ ବର୍ଷରୁ ଅଧ‌ିକ ସମୟ ନେବାର କାରଣ କ’ଣ ହୋଇପାରେ ?
Answer:
(i) ମହିଳା ସଂରକ୍ଷଣ ବିଧେୟକ ୨୦୨୩ ଗୃହୀତ ହେବାକୁ ପ୍ରାୟ ୨୫ ବର୍ଷରୁ ଅଧ‌ିକ ସମୟ ନେବାର ଅନେକ କାରଣ ଅଛି ।

(ii) ଭିନ୍ନ ଭିନ୍ନ ରାଜନୈତିକ ଦଳଙ୍କ ଭିନ୍ନ ମତ ପାଇଁ ଏହା ଗୃହୀତ ହୋଇପାରୁନଥିଲା । କେତେକ ସାଂସଦ OBCs (Other Backward Class) ଶ୍ରେଣୀପାଇଁ ୩୩ ଭାଗ ସଂରକ୍ଷଣ ପାଇଁ ଦାବି କରୁଥିଲେ । ଫଳରେ ଅନ୍ୟ ଦଳର ସାଂସଦମାନେ ଏହାକୁ ବିରୋଧ କରୁଥିଲେ ।

(iii) ମହିଳା ସଂରକ୍ଷଣ ବିଧେୟକ ଲାଗୁହେଲେ ଅନେକ ଟାଣୁଆ ପୁରୁଷ ରାଜନେତା ସେମାନଙ୍କର ସ୍ଥାନ ହରାଇବାକୁ ପଡ଼ିବ ବୋଲି ସେମାନେ ଏହାକୁ ବିରୋଧ କରୁଥିଲେ ।

(iv) ଯଦିଓ ସମସ୍ତେ ଉପର ମନରେ ସମର୍ଥନ କରୁଥିଲେ, କିନ୍ତୁ ବାସ୍ତବରେ ପୁରୁଷ ରାଜନେତାମାନଙ୍କ ଆନ୍ତରିକତାର ଅଭାବ ଥିଲା । ତେଣୁ ଏହାକୁ ଆଇନରେ ପରିଣତ କରିବାପାଇଁ ୨୫ ବର୍ଷ ପାଖାପାଖ୍ ଲାଗି ଯାଇଥିଲା ।

(v) ଶେଷରେ ବହୁଘାତ ପ୍ରତିଘାତ ମଧ୍ଯରେ ୨୦୨୩ ମସିହାରେ ବିଲ୍‌ ପାସ୍ ହୋଇ ଆଇନର ପରିଣତ ହୋଇଛି । ଏହା ଏକ ଖୁସିଖବର ଯେ ମହିଳାମନେ ଦେଶର ହିତପାଇଁ କାର୍ଯ୍ୟ କରିବା ସହିତ ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଅଧ୍ଵକମଜବୁତ୍ କରିବ ବୋଲି ଆଶା କରାଯାଏ ।

Question 8.
ବେଳେବେଳେ ସଂସଦୀୟ କାର୍ଯ୍ୟକଳାପରେ ବ୍ୟାଘାତ ଯୋଗୁଁ ଏହା ଧାର୍ଯ୍ୟ ଦିନ ପର୍ଯ୍ୟନ୍ତ କାର୍ଯ୍ୟ କରିପାରେ ନାହିଁ । ଆଇନର ଗୁଣବତ୍ତା ଏବଂ ଲୋକମାନେ ସେମାନଙ୍କ ପ୍ରତିନିଧୁଙ୍କ ଉପରେ ରଖୁଥ‌ିବା ଆସ୍ଥା ଏହାଦ୍ଵାରା କିପରି ପ୍ରଭାବିତ ହୋଇଥାଏ ବୋଲି ତୁମେ ଭାବୁଛ ?
Answer:
(i) ସଂସଦୀୟ କାର୍ଯ୍ୟକଳାପରେ ବ୍ୟାଘାତ ସୃଷ୍ଟି କରିବା, ସଂସଦକୁ ଚଳାଇ ନଦେବା ଏବଂ ଧାର୍ଯ୍ୟ ଦିନ ପୂର୍ବରୁ ଅଧୂବେଶନ ବନ୍ଦ କରିବା ଇତ୍ୟାଦି କାର୍ଯ୍ୟ ଅତି ଘୃଣ୍ୟ ପରମ୍ପରା ସୃଷ୍ଟି କରିଥାଏ । ଏହା ଆଇନର ଗୁଣବତ୍ତା ନଷ୍ଟ କରିବା ସହିତ ଲୋକମାନଙ୍କର ଆଶା ଓ ଆକାଂକ୍ଷାକୁ ଅପମାନିତ କରିଥାଏ ।

(ii) ଏହା ଫଳରେ ଗୁରୁତ୍ଵପୂର୍ଣ୍ଣ ବିଧେୟକଗୁଡ଼ିକ ବିନା ଆଲୋଚନାରେ ଗୃହୀତ ହୋଇଥାଏ । ସେଥୁରେ ଅନେକ ତ୍ରୁଟି ରହିଯାଇଥାଏ ।

(iii) କ୍ରମାଗତ ଭାବରେ ଅଧୂବେଶନ ବନ୍ଦ ହେବା ଫଳରେ ଲୋକପ୍ରତିନିଧିମାନଙ୍କ ଉପରୁ ଲୋକମାନଙ୍କର ଆଶା ଓ ଭରସା ତୁଟି ଯାଇଥାଏ । ମନରେ ପ୍ରଶ୍ନ ଉଠେ ପ୍ରତିନିଧ୍ଵ ଚୟନରେ ବୋଧ ହୁଏ ଭୁଲ ହେଲା ।

(iv) ସାଂସଦମାନଙ୍କରର ଏପରି ବ୍ୟବହାରରେ କ୍ଷୁବ୍ଧ ସାଂସଦମାନଙ୍କ ମନରେ ଘୃଣ୍ୟଭାବ ଜାଗ୍ରତ ହୁଏ । ସେମାନଙ୍କ ମନରେ ଥ‌ିବା ଉତ୍ସାହ ଓ ଆଗ୍ରହ ଧୂମା ପଡ଼ିଯାଇଥାଏ ।

(v) ଏହିଭଳି ଚାଲୁରହିଲେ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ଭୁଶୁଡ଼ି ପଡ଼ିବାର ସମ୍ଭାବନା ଦେଖାଯାଇଥାଏ । ଭବିଷ୍ୟତ ପଢ଼ିର ଲୋକମାନେ ଗଣତନ୍ତ୍ର ଉପରେ ରଖୁଥ‌ିବା ଅତୁଟ ବିଶ୍ଵାସ ଭାଙ୍ଗିଯାଇଥାଏ । ଦେଶର ଆଶା ଓ ଆକାଂକ୍ଷା ପୂରଣ ହୋଇପାରେ ନାହିଁ ।

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

Question 9.
ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ସ୍ଵାର୍ଥନ୍ୱେଷୀ ଗୋଷ୍ଠୀ ଗଠନ କରି ତୁମେ ତୁମ ସାଂସଦ କିମ୍ବା ବିଧାୟକଙ୍କୁ ପଚାରିବା ନିମନ୍ତେ କେତେକ ପ୍ରଶ୍ନର ତାଲିକା ପ୍ରସ୍ତୁତ କରିପାରିବ କି ? ଏହି ପ୍ରଶ୍ନ ସାଂସଦ କିମ୍ବା ବିଧାୟକଙ୍କ କ୍ଷେତ୍ରରେ କିପରି ଭିନ୍ନ ଭିନ୍ନ ହୋଇପାରିବ ?
Answer:
ଗ୍ରୁପ୍ ‘କ’ (ସାଂସଦଙ୍କୁ ପ୍ରଶ୍ନ)

  1. ଶିକ୍ଷା– କେନ୍ଦ୍ର ସରକାର ଉଚ୍ଚ ଶିକ୍ଷାର ମାନ ଉନ୍ନତ କରିବା ନିମନ୍ତେ ସାରା ଦେଶରେ କ’ଣସବୁ ନୂତନ ଓ ଅତ୍ୟାଧୁନିକ ବ୍ୟବସ୍ଥା ଗ୍ରହଣ କରିଛନ୍ତି ?
  2. ନିଯୁକ୍ତି କ୍ଷେତ୍ର – ବେକାର ଯୁବକ ଯୁବତୀମାନଙ୍କ ପାଇଁ ସରକାର କେଉଁ ସୁବିଧା ଓ ସୁଯୋଗ ସୃଷ୍ଟି କରିଅଛନ୍ତି ?
  3. ପରିବେଶ – ପରିବେଶ ପ୍ରଦୂଷଣ ରୋକିବାପାଇଁ ସରକାରୀ ସ୍ତରରେ କ’ଣସବୁ ପଦକ୍ଷେପ ନିଆଯାଉଛି ?
  4. ଗମନାଗମନ ରାସ୍ତାଘାଟର ଉନ୍ନତିପାଇଁ କେନ୍ଦ୍ର ସରକାର କେତୋଟି ନୂତନ ଜାତୀୟ ରାଜପଥ ନିର୍ମାଣ କରିଛନ୍ତି ?

ଗ୍ରୁପ୍ ‘ଖ’ (ବିଧାୟକଙ୍କୁ ପ୍ରଶ୍ନ)

  1. ଶିକ୍ଷା- ଆମ ଅଞ୍ଚଳରେ ସରକାର ବିଦ୍ୟାଳୟମାନଙ୍କରେ ଗୁଣାତ୍ମକ ଶିକ୍ଷା ଦେବାପାଇଁ କେଉଁସବୁ ପଦକ୍ଷେପ ଗ୍ରହଣ କରିଛନ୍ତି ।
  2. ନିଯୁକ୍ତି କ୍ଷେତ୍ର – ରାଜ୍ୟ ସରକାର ଆମ ଅଞ୍ଚଳର ବେକାରମାନଙ୍କପାଇଁ କ’ଣସବୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି ?
  3. ପରିବେଶ – ଆମ ଅଞ୍ଚଳରେ ପରିବେଶ ପ୍ରଦୂଷଣଜନିତ ସମସ୍ୟାକୁ ସମାଧାନ କରିବାପାଇଁ ନିଆଯାଇଥ‌ିବା ଆଦୃଶିଆ ପଦକ୍ଷେପ କ’ଣ ଅଟେ ?
  4. ଗମନାଗମନ –. ପ୍ରତି ଗ୍ରାମରେ ତିଆରି ହୋଇଥିବା ପକ୍କା ସଡ଼କର ମରାମତି କେବେ ହେବ ?

Question 10.
ଭାରତୀୟ ଗଣତନ୍ତ୍ରରେ ନ୍ୟାୟପାଳିକା କେଉଁ ଭୂମିକା ତୁଲାଇଥାଏ ? ଏକ ସ୍ଵାଧୀନ ନ୍ୟାୟପାଳିକା ନଥିଲେ ଆମ ପାଇଁ କ’ଣ ଅସୁବିଧା ହୋଇଥାନ୍ତା ?
Answer:
(i) ଭାରତୀୟ ଗଣତନ୍ତ୍ରରେ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ସମାନ ଭାବରେ କାର୍ଯ୍ୟ କରିଥା’ନ୍ତି, କିନ୍ତୁ ସେଥୁମଧ୍ଯରୁ ଗଣତନ୍ତ୍ରର ସୁରକ୍ଷାପାଇଁ ନ୍ୟାୟପାଳିକା ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

(ii) ନ୍ୟାୟପାଳିକା ସମ୍ବିଧାନର ରକ୍ଷାକର୍ତ୍ତାଭାବେ କାର୍ଯ୍ୟ କରିଥାଏ ଏବଂ ସରକାରଙ୍କ ସବୁ ବିଭାଗ ସମ୍ବିଧାନର ସିଦ୍ଧାନ୍ତ ଓ ମାପଦଣ୍ଡ ମଧ୍ୟରେ ରହି କାର୍ଯ୍ୟ କରିବା ସୁନିଶ୍ଚିତ କରିଥାଏ ।

(iii) ଆଇନର ବାଖ୍ୟା, ବିଭିନ୍ନ ବିବାଦର ସମାଧାନ ଓ ମୌଳିକ ଅଧୂକାରର ସୁରକ୍ଷା ମାଧ୍ୟମରେ ଏହା ସମାଜ ତଥା ସରକାରୀ ଅନୁଷ୍ଠାନଗୁଡ଼ିକର ସଫଳ କାର୍ଯ୍ୟାନ୍ଵୟନ ନିମନ୍ତେ ଆବଶ୍ୟକ ନିୟନ୍ତ୍ରଣ ଲାଗୁ କରିଥାଏ ।

(iv) ବିଧ୍ଵବଦ୍ଧ ଓ ଦାୟିତ୍ଵସମ୍ପନ୍ନ ଭାବେ ବ୍ୟବସ୍ଥାପିକା କ୍ଷମତାର କାର୍ଯ୍ୟକାରିତା ସୁନିଶ୍ଚିତ କରିବା ନିମନ୍ତେ ନ୍ୟାୟପାଳିକାକୁ ଏକ ଅଦ୍ୱିତୀୟ ଓ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯାଇଛି । ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ମାଧ୍ୟମରେ ସଂସଦ ତାହାର କାର୍ଯ୍ୟ ସମ୍ପାଦନ କରିବା ଭଳି ନ୍ୟାୟାଳୟ ମାଧ୍ୟମରେ ନ୍ୟାୟପାଳିକା କାର୍ଯ୍ୟ କରିଥାଏ ।

(v) ଦେଶରେ ଯଦି ନ୍ୟାୟପାଳିକା ନଥା’ନ୍ତା ତେବେ ସରକାର ମନମୁଖୀ ଆଇନ ପ୍ରଣୟନ କରିଥା’ନ୍ତା । ଲୋକମାନଙ୍କର ଅଧିକାରଗୁଡ଼ିକ ସୁରକ୍ଷିତ ହୋଇପାରିନଥା’ନ୍ତା । ସେମାନେ ନ୍ୟାୟ ପାଇବାରୁ ବଞ୍ଚିତ ହୋଇଥା’ନ୍ତେ । ନ୍ୟାୟପାଳିକା ନଥିଲେ ଭାରତରେ ଗଣତନ୍ତ୍ର ଉପରୁ ବିଶ୍ଵାସ ତୁଟିଯାଇଥାନ୍ତା ।

ଆସ ଚିନ୍ତା କରିବା (ପାଠ୍ୟପୁସ୍ତକସ୍ଥ ପ୍ରଶ୍ନୋତ୍ତର, ପୃଷ୍ଠା-୧୪୫) :

Question 1.
ଭାରତର ସଂସଦୀୟ ବ୍ୟବସ୍ଥା କ’ଣ ଏବଂ ଏହାର ଗଠନ ବିନ୍ୟାସ କିପରି ?
Answer:
(i) ଭାରତରରେ ସଂସଦୀୟ ବ୍ୟବସ୍ଥା ଏକ ଗଣତାନ୍ତ୍ରିକ ସରକାରର ରୂପ ଯେଉଁଠାରେ ଆଇନ ପ୍ରଣୟନ ଏବଂ ଦେଶକୁ ଶାସନ କରିବା ପାଇଁ ନିଜର ପ୍ରତିନିଧୁମାନଙ୍କୁ ନିର୍ବାଚିତ କରିଥାନ୍ତି ।

(ii) ସଂସଦରେ ଦୁଇଟି ଗୃହ ରହିଛି, ଯଥା- ଲୋକସଭା ବା ନିମ୍ନ ସଦନ ଏବଂ ରାଜ୍ୟସଭା ବା ଉଚ୍ଚ ସଦନ ।

(iii) ଏହି ଦ୍ୱି-ସଦନୀୟ ଗଠନ ଉଭୟ ଲୋକ ଓ ରାଜ୍ୟଗୁଡ଼ିକର ଉପସ୍ଥାପନକୁ ସୁନିଶ୍ଚିତ କରେ । ସରକାର ଲୋକମାନଙ୍କ ନିର୍ବାଚିତ ପ୍ରତିନିଧୁମାନଙ୍କ ମାଧ୍ୟମରେ ପର୍ଯ୍ୟବସିତ ନୀତିରେ ଏହି ବ୍ୟବସ୍ଥା କାର୍ଯ୍ୟ କରେ ।

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

Question 2.
ସଂସଦର ପ୍ରମୁଖ କାର୍ଯ୍ୟାବଳୀ କ’ଣ ଅଟେ ?
Answer:

  1. ସଂସଦର ଚାରିଗୋଟି ପ୍ରମୁଖ କାର୍ଯ୍ୟ ରହିଛି । ପ୍ରଥମତଃ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିବା ଏବଂ ସମ୍ବିଧାନ ସଂଶୋଧନ କରିବା ଭଳି ସାମ୍ବିଧାନିକ କାର୍ଯ୍ୟ ଏହା କରେ ।
  2. ଦ୍ଵିତୀୟତଃ ବିଲ୍ ଆଗତ, ବିଲ୍ ଉପରେ ଆଲୋଚନା ଏବଂ ବିଲ୍‌କୁ ପାସ୍‌ କରି ଆଇନରେ ପରିଣତ କରିବା କାର୍ଯ୍ୟ ଏହା କରିଥାଏ ।
  3. ତୃତୀୟତଃ କାର୍ଯ୍ୟନିର୍ବାହୀ ଦାୟିତ୍ଵ ଯେଉଁଥରେ ମନ୍ତ୍ରୀମାନେ ପ୍ରଶ୍ନର ଉତ୍ତର ଦିଅନ୍ତି ଏବଂ ସଂସଦରେ ସେମାନଙ୍କର କାର୍ଯ୍ୟକୁ ଯଥାର୍ଥ ପ୍ରତିପ୍ରଦାନ କରନ୍ତି ।
  4. ଚତୁର୍ଥତଃ ଆର୍ଥିକ ଦାୟିତ୍ଵ ଯେଉଁଥରେ ସଂସଦ ବାର୍ଷିକ ବଜେଟ୍ ମାଧ୍ୟମରେ ସରକାରୀ ଖର୍ଚ୍ଚକୁ ଅନୁମୋଦନ ଏବଂ ତଦାରଖ କରେ ।

Question 3.
ଭାରତୀୟ ସଂସଦୀୟ ଗଣତନ୍ତ୍ରରେ ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକାର ଭୂମିକା କ’ଣ ?
Answer:
(i) ବ୍ୟବସ୍ଥାପିକା ଆଇନ ପ୍ରଣୟନ କରେ ଏବଂ ପ୍ରଶ୍ନ ଏବଂ ସ୍ପଷ୍ଟୀକରଣ ମାଗି କାର୍ଯ୍ୟପାଳିକାର କାର୍ଯ୍ୟ ତଦାରଖ କରେ । ଏହା ଲୋକଙ୍କ ସ୍ଵରକୁ ପ୍ରତିନିଧ୍ଵ କରେ ଏବଂ ସରକାରୀ କାର୍ଯ୍ୟକଳାପ ଉପରେ ନଜର ରଖେ ।

(ii) କାର୍ଯ୍ୟପାଳିକା ବ୍ୟବସ୍ଥାପିକାଦ୍ଵାରା ପ୍ରଣୀତ ଆଇନଗୁଡ଼ିକୁ କାର୍ଯ୍ୟକାରୀ କରେ । ଏଥୁରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ ମନ୍ତ୍ରୀପରିଷଦ ଅନ୍ତର୍ଭୁକ୍ତ ।

(iii) କାର୍ଯ୍ୟପାଳିକା ଲୋକସଭା ନିକଟରେ ଉତ୍ତରଦାୟୀ ଏବଂ ଗଣତାନ୍ତ୍ରିକ ଶାସନରେ ଉତ୍ତରଦାୟିତ୍ଵ ବଜାୟ ରଖୁବାପାଇଁ ସମସ୍ତ ନିଷ୍ପତ୍ତି ଏବଂ କାର୍ଯ୍ୟକୁ ଯଥାର୍ଥ କରେ ।

Question 4.
କେନ୍ଦ୍ର ଓ କାର୍ଯ୍ୟ ସ୍ତରରେ ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା କିପରି ସଂଗଠିତ ହୋଇଥାଏ ?
Answer:

  1. କେନ୍ଦ୍ରସ୍ତରରେ ସଂସଦରେ ଲୋକସଭା ଏବଂ ରାଜ୍ୟସଭା ଅଛି । ରାଷ୍ଟ୍ରପତି ସାମ୍ବିଧାନିକ ମୁଖ୍ୟ ଏବଂ ପ୍ରଧାନମନ୍ତ୍ରୀ କାର୍ଯ୍ୟନିର୍ବାହୀ ମୁଖ୍ୟ ।
  2. ରାଜ୍ୟସ୍ତରରେ ବିଧାନସଭା ଏବଂ କିଛି ରାଜ୍ୟରେ ବିଧାନପରିଷଦ ଅଛି ।
  3. ରାଜ୍ୟପାଳ ରାଜ୍ୟର ସାମ୍ବିଧାନିକ ମୁଖ୍ୟ ଏବଂ ମୁଖ୍ୟମନ୍ତ୍ରୀ କାର୍ଯ୍ୟନିର୍ବାହୀ ମୁଖ୍ୟ ।
  4. ଉଭୟସ୍ତର ସମାନ ଗଠନ ପ୍ରଣାଳୀ ଅନୁସରଣ କରନ୍ତି ।

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

ଆସ ଅନୁସନ୍ଧାନ କରିବା :

Question 1.
ଏକ କ୍ଷୁଦ୍ର ପ୍ରବାହ ଚିତ୍ର ଅଙ୍କନ କରି ଆରଟିଇ କିପରି ଅଧୁନିୟମରେ ରୂପାନ୍ତରିତ ହୋଇଥିଲା ଦର୍ଶାଅ । ଯଦି ଏହା ଲୋକସଭାରେ ଆଲୋଚନା କରାଯାଇଥାନ୍ତା ତେବେ କେଉଁ ପଦ୍ଧତି ସବୁ ଅନୁସରଣ କରାଯାଇଥା’ନ୍ତା ?
Answer:
ଶିକ୍ଷା ଅଧିକାର ବା ଆର୍‌ଟିଇ ଅଧୁନିୟମରେ ରୂପାନ୍ତରିତ ହେବାର ପ୍ରବାହ :

  1. ସମ୍ବିଧାନ ସଂଶୋଧନ (୨୦୦୨) : ୮୬ ତମ ସଂଶୋଧନ ଧାରା ୨୧ (କ) ଯୋଡ଼ାଗଲା, ଯାହା ୬– ୧୪ ବର୍ଷ ବୟସର ପିଲାମାନଙ୍କ ପାଇଁ ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷାକୁ ଏକ ମୌଳିକ ଅଧିକାରରେ ପରିଣତ କଲା ।
  2. ଡ୍ରାଫ୍ଟ (୨୦୦୫) : CABE କମିଟି ବିଲ୍ ପ୍ରସ୍ତୁତ କରି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟକୁ ଦାଖଲ କଲା ।
  3. କ୍ୟାବିନେଟ୍ ଅନୁମୋଦନ (୨୦୦୯) : କେନ୍ଦ୍ର କ୍ୟାବିନେଟ୍ ୨ ଜୁଲାଇ, ୨୦୦୯ରେ ବିଲ୍‌କୁ ଅନୁମୋଦନ କଲେ ।
  4. ୨୦ ଜୁଲାଇ ୨୦୦୯ରେ ରାଜ୍ୟସଭାରେ ବିଲ୍ ପାସ୍‌ ହେଲା ।’
  5. ୪ ଅଗଷ୍ଟ ୨୦୦୯ରେ ବିଲ୍ ଲୋକସଭାରେ ପାସ୍ ହେଲା ।
  6. ୨୬ ଅଗଷ୍ଟ ୨୦୦୯ରେ ରାଷ୍ଟ୍ରପତି ବିଲ୍‌ରେ ସ୍ଵାକ୍ଷର କରି ଏହାକୁ ଆଇନରେ ପରିଣତ କଲେ ।
  7. ୧ ଏପ୍ରିଲ୍ ୨୦୧୦ରେ ଏହି ଆଇନ କାର୍ଯ୍ୟକାରୀ ହେଲା, ଯାହା ଶିକ୍ଷାକୁ ମୌଳିକ ଅଧିକାର ଭାବରେ ସାମିଲ କଲା ।

ଯଦି ଏହା ଲୋକସଭାରେ ଆଲୋଚନା କରାଯାଇଥାନ୍ତା ତେବେ ନିମ୍ନଲିଖ ପଦ୍ଧତି ସବୁ ଅନୁସରଣ କରାଯାଇଥାନ୍ତା । ମନ୍ତ୍ରୀଙ୍କ ଦ୍ଵାରା ପରିଚୟ (ପ୍ରଥମ ପାଠ) → ଆଲୋଚନା ଏବଂ ବିତର୍କ → କମିଟି ଯାଞ୍ଚ → ଧାରାଦ୍ଵାରା ବିଚାର → ଭୋଟଦାନ (ଦ୍ଵିତୀୟ ପାଠ) → ଉଭୟ ଗୃହରେ ପାସ୍ → ରାଷ୍ଟ୍ରପତିଙ୍କ ଅନୁମୋଦନ → ଆଇନରେ ପରିଣତ ।

Question 2.
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଂକ୍ରାନ୍ତୀୟ ସ୍ଥାୟୀ ସମିତି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର କେତେକ ଅସ୍ଵୀକାରୀଙ୍କ ମିଳିତ ବୈଠକର ବିବରଣୀର ଉଦ୍ଧୃତି ଏଠାରେ ପ୍ରକାଶ କରାଯାଇଛି । ଉପର ବର୍ଷିତ ସ୍କ୍ରିନ୍ ସଟ୍ ନିରୀକ୍ଷଣ କର ଓ ତୁମ ମଧ୍ଯରେ ଛୋଟଛୋଟ ଦଳ ଗଢ଼ି ଆଲୋଚନା କର । କିଏ କାହାକୁ ବିବରଣୀ ଦେଇଛନ୍ତି ? ସମୀକ୍ଷା ହୋଇଥିବା ବିଷୟଟି କ’ଣ ଅଟେ ? ସମିତି ସୁପାରିଶକୁ ଚିହ୍ନଟ କର । ସରକାରଙ୍କ ଉତ୍ତର କ’ଣ ଥିଲା ?
Answer:
(i) ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହିତ ଜଡ଼ିତ ସଂସଦୀୟ ସ୍ଥାୟୀ କମିଟି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ବିଶେଷକରି ଆୟୁଷ ମନ୍ତ୍ରଣାଳୟକୁ ବିବରଣୀ ଦେଇଛନ୍ତି । ସମୀକ୍ଷା ହୋଇଥ‌ିବା ବିଷୟଟି ହେଉଛି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଆୟୁଷ ସୁବିଧା କରିବା । ବିଶେଷ କରି ବିବରଣୀରେ ଆୟୁଷ ସ୍ଵାସ୍ଥ୍ୟସେବାର ଉତ୍ତମ କାର୍ଯ୍ୟାନ୍ଵୟନ ଏବଂ ସମନ୍ଵୟ ପାଇଁ କିଛି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଆୟୁଷର ପୃଥକ୍ ବିଭାଗର ଆବଶ୍ୟକତା ଉପରେ ଆଲୋଚନା କରାଯାଇଛି ।

(ii) କମିଟି ସୁପାରିଶ୍ କରିଛି ଯେ ଆୟୁଷ ମନ୍ତ୍ରଣାଳୟ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଉତ୍ସାହିତ ଏବଂ ରାଜି କରାଇବା ଉଚିତ ଯେ ସେମାନେ ଏପର୍ଯ୍ୟନ୍ତ ସ୍ଵତନ୍ତ୍ର ଆୟୁଷ ବିଭାଗ ପ୍ରତିଷ୍ଠା କରିପାରିଲେ ନାହିଁ । ଏହା ପ୍ରତିଷ୍ଠା ହେଲେ ଉତ୍ତମ ସ୍ଵାସ୍ଥ୍ୟସେବା ଯୋଗାଇ ଦିଆଯାଇପାରିବ ଓ ଆୟୁଷ ଯୋଜନାର ଦ୍ରୁତ ବିକାଶ ଓ କାର୍ଯ୍ୟକାରିତା ହୋଇପାରିବ ।

(iii) ସରକାରଙ୍କ ଉତ୍ତର ଥୁଲା ଯେ ଆୟୁଷ ବିଭାଗ ସୃଷ୍ଟି କରିବା ରାଜ୍ୟ | କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ଉପରେ ନିର୍ଭର କରେ, କାରଣ ସ୍ଵାସ୍ଥ୍ୟ ରାଜ୍ୟସ୍ତରୀୟ ବିଷୟ । ତଥାପି ଆୟୁଷ ମନ୍ତ୍ରଣାଳୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପୃଥକ୍ ଆୟୁଷ ନିର୍ଦ୍ଦେଶାଳୟ ସ୍ଥାପନ କରିବାକୁ ଏବଂ ଜାତୀୟ ଆୟୁ: ମିଶନର ଉତ୍ତମ କାର୍ଯ୍ୟାନ୍ଵୟାନ ପାଇଁ କର୍ମଚାରୀ ନିଯୁକ୍ତ କରିବାକୁ କହିଛି ।

(iv) ବର୍ତ୍ତମାନ ୨୪ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ନିଜସ୍ଵ ଆୟୁଷ ନିର୍ଦ୍ଦେଶାଳୟ ଅଛି ।

(v) ବାର୍ଷିକ ବଜେଟ୍‌ ପ୍ରସ୍ତୁତି ଏବଂ ବିଭିନ୍ନ ମନ୍ତ୍ରଣାଳୟ ନିମନ୍ତେ ବଣ୍ଟନ କରାଯାଇଥିବା ପୁଞ୍ଜି ଅନୁଧ୍ୟାନ ମାଧ୍ୟମରେ ସଂସଦ ସରକାରୀ ଖର୍ଚ୍ଚ ଅନୁମୋଦନ ଓ ନିୟନ୍ତ୍ରଣ କରେ ।

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

Question 3.
ତୁମେ କାହିଁକି ଭାବୁଛ ଯେ ସରକାରୀ ଖର୍ଜଗୁଡ଼ିକ ଉପରେ ସଂସଦ ତୀକ୍ଷ୍ଣ ନଜର ରଖୁଛି ? (ସୂତ୍ର : ସରକାର କାହାର ଅର୍ଥ ଖର୍ଚ୍ଚ କରିଥା’ନ୍ତି ?)
Answer:
ସମ୍ବିଧାନ ସଂସଦକୁ ସରକାରୀ ଖର୍ଜଗୁଡ଼ିକ ଉପରେ ନଜର ରଖିବା ପାଇଁ ଦାୟିତ୍ୱ ପ୍ରଦାନ କରିଛି ଯାହାଦ୍ଵାରା ସାଧାରଣ ଲୋକଙ୍କ ଅର୍ଥ ସଠିକ୍ ଭାବରେ ଦକ୍ଷତାର ସହିତ ଏବଂ ଦୁର୍ନୀତି ବିନା ବ୍ୟବହାର ହୋଇପାରିବ ଏବଂ ଏହା ଅପବ୍ୟବହାର ହେବା ପରିବର୍ତ୍ତେ ଲୋକମାନଙ୍କ ପାଖରେ ପହଞ୍ଚିପାରିବ ।

Question 4.
ଯଦି କାର୍ଯ୍ୟପାଳିକା, ବ୍ୟବସ୍ଥାପିକାର ଏକ ଅଂଶ, ତେବେ ଏଠାରେ କ୍ଷମତାର ବିଭାଜନ ହେଉଛି ବୋଲି ଆମେ କିପରି କହିପାରିବା ? (ସୂତ୍ର : ବ୍ୟବସ୍ଥାପିକା ବିଭାଗ ପୁନଃ ଅବଲୋକନ କର)
Answer:
(i) ଭାରତର ସଂସଦୀୟ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀପରିଷଦକୁ ନେଇ ଗଠିତ କାର୍ଯ୍ୟପାଳିକା ବିଧାନସଭା କିମ୍ବା ଲୋକସଭାରୁ ଆସିଥାଏ । ଯଦିଓ ଏହା କ୍ଷମତା ପୃଥକୀକରଣକୁ ଦୁର୍ବଳ କରୁଥିବା ପରି ମନେହୁଏ, ତଥାପି ଏହି ବ୍ୟବସ୍ଥା ଏକ ସନ୍ତୁଳନ ବଜାୟ ରଖେ ।

(ii) ବ୍ୟବସ୍ଥାପକ ସଭା ଆଇନ ତିଆରି କରେ ଏବଂ କାର୍ଯ୍ୟପାଳିକା ସେଗୁଡ଼ିକୁ କାର୍ଯ୍ୟକାରୀ କରେ ଏବଂ ନ୍ୟାୟପାଳିକା ନିଶ୍ଚିତ କରେ ଯେକୌଣସି ଶାଖା ଯେପରି ସୀମା ବାହାରକୁ ନଯାଏ । ଉଦାହରଣ ସ୍ୱରୂପ ପ୍ରଶ୍ନୋତ୍ତର ସମୟରେ ମନ୍ତ୍ରୀମାନଙ୍କୁ କାର୍ଯ୍ୟପାଳିକାକୁ ଦାୟୀ ରଖ୍ ସାଂସଦମାନଙ୍କ ପ୍ରଶ୍ନର ଉତ୍ତର ସଂସଦର ବିତର୍କରେ ସାଂସଦମାନଙ୍କୁ ସରକାରୀ ନୀତିଗୁଡ଼ିକୁ ପରୀକ୍ଷା ଏବଂ ଆଲୋଚନା କରିବାକୁ ଦିଏ, ଯାହାଦ୍ଵାରା କାର୍ଯ୍ୟପାଳିକାର କାର୍ଯ୍ୟଗୁଡ଼ିକୁ ଯାଞ୍ଚ କରାଯିବା ନିଶ୍ଚିତ ହୁଏ ।

(iii) ଆଉ ଏକ ଉଦାହରଣ ହେଉଛି ବଜେଟ୍ । ବଜେଟ୍ ଅନୁମୋଦନ ପାଇଁ କାର୍ଯ୍ୟପାଳିକା ଏହାକୁ ସଂସଦରେ ଉପସ୍ଥାପନ କରିଥାଏ ଏବଂ ପାଣ୍ଠିର ସଠିକ୍ ବ୍ୟବହାର ନିଶ୍ଚିତ କରିବାପାଇଁ ବିଧାନସଭା ସରକାରୀ ଖର୍ଚ୍ଚ ତଦାରଖ କରେ । ତେଣୁ ଯଦିଓ କାର୍ଯ୍ୟପାଳିକା ବିଧାନସଭାର ଅଂଶ, ସେମାନଙ୍କର ଭୂମିକା ଭିନ୍ନଭିନ୍ନ ହୋଇଥାଏ ।

Question 5.
ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ମଧ୍ୟରୁ କେବଳ ଗୋଟିଏକୁ ସମଗ୍ର କ୍ଷମତା ପ୍ରଦାନ କରାଗଲେ କ’ଣ ହେବ ? ଏହା ଲୋକମାନଙ୍କ ଅଧିକାରକୁ କିପରି ପ୍ରଭାବିତ କରିବ ? ତୁମ ସହପାଠୀଙ୍କ ସହିତ ଆଲୋଚନା କର ।
Answer:
(i) ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ମଧ୍ୟରୁ କେବଳ ଗୋଟିଏକୁ ସମସ୍ତ କ୍ଷମତା ପ୍ରଦାନ କରାଗଲେ ଏହା ସମ୍ବିଧାନର ଆତ୍ମା ବିରୁଦ୍ଧରେ ଯିବ ଏବଂ ଲୋକଙ୍କ ଅଧିକାର ଓ ସ୍ଵାଧୀନତାକୁ ପ୍ରଭାବିତ କରିବ ।

(ii) ଯଦି ସମସ୍ତ କ୍ଷମତା ଦିଆଯାଏ ତେବେ ନିଷ୍ପଭିଗୁଡ଼ିକ ଜନସାଧାରଣଙ୍କ ସେବା କରିବା ପରିବର୍ତ୍ତେ କେବଳ ଶାସକ ରାଜନୈତିକ ଦଳକୁ ଲାଭ ଦେବ ।

(iii) ଯଦି ନ୍ୟାୟପାଳିକାର ସମସ୍ତ କ୍ଷମତା ଥାଆନ୍ତା ତେବେ ବିଚାରପତିମାନେ ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକାର ହସ୍ତକ୍ଷେପ କରି ନିର୍ବାଚିତ ପ୍ରତିନିଧୂଙ୍କଠାରୁ ନିଷ୍ପତ୍ତି ନେବାର ଅଧିକାର ଛଡ଼ାଇ ନେଇପାରନ୍ତି ଯାହା ଗଣତାନ୍ତ୍ରିକ ନୀତିବିରୁଦ୍ଧ ଅଟେ ।

(iv) ଏହି ସମସ୍ତ ପରିସ୍ଥିତିରେ ଭାରତ ଆଉ ଏକ ପ୍ରକୃତ ଗଣତନ୍ତ୍ର ରହିବ ନାହିଁ ଏବଂ ଲୋକମାନେ ସେମାନଙ୍କର ଗଣତାନ୍ତ୍ରିକ ଅସ୍ଵୀକାର ହରାଇବେ ।

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

Question 6.
ପ୍ରତ୍ୟେକ ସଂସ୍ଥା ଅନ୍ୟକୁ କିପରି ନିୟନ୍ତ୍ରଣ କରନ୍ତି ? ଉଦାହରଣ ସ୍ୱରୂପ ; ବ୍ୟବସ୍ଥାପିକା କିପରି କାର୍ଯ୍ୟପାଳିକାର କାର୍ଯ୍ୟକୁ ପ୍ରଶ୍ନ କରିପାରିବ ? ନ୍ୟାୟପାଳିକା କିପରି ସୁନିଶ୍ଚିତ ହେବ ଯେ ଆଇନ ଓ ସରକାରୀ କାର୍ଯ୍ୟକଳାପ ସମ୍ବିଧାନ ଅନୁକୂଳ ହେଉଛି ? ନ୍ୟାୟପାଳିକା ନିଜ କାର୍ଯ୍ୟ ନିଜେ ହିଁ ସମୀକ୍ଷା କରିପାରିବେ ବୋଲି କିଛି ବିକଳ୍ପ ଅଛି ବୋଲି ଭାବୁଛ କି ?
Answer:
(i) ଗଣତନ୍ତ୍ରରେ ଏହା ଅତ୍ୟନ୍ତ ଜରୁରୀ ଯେକୌଣସି ଗୋଟିଏ ଅଙ୍ଗ ଶକ୍ତିଶାଳୀ ନହୁଏ । ବ୍ୟବସ୍ଥାପନକ ସଭା, କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକା ପରସ୍ପରକୁ ଯାଞ୍ଚ ଏବଂ ସନ୍ତୁଳିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି । କାର୍ଯ୍ୟପାଳିକାକୁ ଦାୟୀ ରଖୁବାପାଇଁ ଅନେକ ବ୍ୟବସ୍ଥା ରହିଛି । ଯେପରି ପ୍ରଶ୍ନକାଳରେ ସାଂସଦମାନେ ମନ୍ତ୍ରୀମାନଙ୍କୁ ସରକାରୀ କାର୍ଯ୍ୟ ଏବଂ ନୀତି ବିଷୟରେ ପ୍ରଶ୍ନ ପଚାରନ୍ତି ।

(ii) ଯଦି ସାଂସଦମାନେ ବିଶ୍ଵାସ କରନ୍ତି ଯେ ସରକାର ଠିକ୍ ଭାବରେ କାର୍ଯ୍ୟ କରୁନାହାନ୍ତି କିମ୍ବା ସରକାର ବହୁମତ ସମର୍ଥନ ହରାଉଛନ୍ତି, ତେବେ ସେମାନେ ଅନାସ୍ଥା ପ୍ରସ୍ତାବ ପାରିତ କରି ସରକାରକୁ ହଟାଇ ପାରିବେ ।

(iii) ସରକାର ସଂସଦର ଅନୁମୋଦନ ବିନା କୌଣସି ଟଙ୍କା ଖର୍ଚ୍ଚ କରିପାରିବେ ନାହିଁ, ଯାହା ଆର୍ଥିକ ନିଷ୍ପଭିର ତଦାରଖ ସୁନିଶ୍ଚିତ କରେ ।

(iv) ନ୍ୟାୟପାଳିକା ନିଶ୍ଚିତ କରେ ଯେ ଆଇନ ଏବଂ ସରକାରୀ କାର୍ଯ୍ୟ ସମ୍ବିଧାନ ପାଳନ କରେ ଏବଂ ଏହାକୁ ଉଲ୍ଲଙ୍ଘନ କରୁଥିବା ଆଇନକୁ ବାତିଲ କରିପାରିବ । ଏହା କୌଣସି ଶାଖାକୁ ଅତ୍ୟଧ୍ୱ ଶକ୍ତିଶାଳୀ ହେବାରୁ ରୋକିବାପାଇଁ ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକାକୁ ଯାଞ୍ଚ କରେ । ନ୍ୟାୟପାଳିକା ଲୋକଙ୍କ ଅଧିକାର ଏବଂ ଗଣତନ୍ତ୍ରକୁ ସୁରକ୍ଷା ଦେଇ କ୍ଷମତାର ସନ୍ତୁଳନକୁ ବଜାୟ ରଖେ ।

(v) ହଁ, ମୁଁ ଭାବୁଛି ନ୍ୟାୟପାଳିକାର କାର୍ଯ୍ୟଗୁଡ଼ିକର ସମୀକ୍ଷା କରିବାର କିଛି ଉପାୟ ଅଛି । ନ୍ୟାୟପାଳିକା ସ୍ଵାଧୀନ ହେଲେ ମଧ୍ୟ ବ୍ୟବସ୍ଥାପିକାଦ୍ଵାରା ଗୃହୀତ ଆଇନ ଏବଂ କାର୍ଯ୍ୟପାଳିକାର କାର୍ଯ୍ୟ ସମ୍ବିଧାନକୁ ଉଲ୍ଲଙ୍ଘନ ନକରିବା ପାଇଁ ଦାୟୀ । ଯଦି ନ୍ୟାୟପାଳିକା ଏହାର ଭୂମିକା ଅତିକ୍ରମ କରେ କିମ୍ବା ଏହାର କ୍ଷମତା ବାହାରେ ନିଷ୍ପତ୍ତି ନିଏ, ତେବେ ଏହାକୁ ଅନ୍ୟ ଶାଖାଗୁଡ଼ିକଦ୍ଵାରା ଯାଞ୍ଚ କରାଯାଇପାରିବ, ବିଶେଷକରି ନ୍ୟାୟିକ ସମୀକ୍ଷା ପ୍ରକ୍ରିୟା ମାଧ୍ୟମରେ ଏହା କରିପାରିବ । ଗୁରୁତର ଅପବ୍ୟବହାର କିମ୍ବା ଦୁର୍ନୀତି ମାମଲାରେ ବିଚାରପତିମାନଙ୍କୁ ମଧ୍ୟ ବ୍ୟବସ୍ଥାପିକାଦ୍ଵାରା ମହାଭିଯୋଗ କରାଯାଇପାରିବ । ଏହା ନ୍ୟାୟପାଳିକାକୁ ନିରପେକ୍ଷ ଓ ଉତ୍ତରଦାୟୀ ରଖୁବାରେ ସାହାଯ୍ୟ କରେ ।

Question 7.
ନ୍ୟାୟପାଳିକା ଆଇନ ପ୍ରଣେତାଙ୍କୁ ଆଇନର ସମୀକ୍ଷା କରିବାକୁ କହିବାର କିଛି ଉଦାହରଣ ତୁମେ ଦେଇପାରିବ କି ? ତୁମେ କେତେକ ଉଦାହରଣ ଦେଇ ପାରିବ କି ଯେଉଁଠି ଆଇନର କାର୍ଯ୍ୟକାରିତା ନେଇ ନ୍ୟାୟପାଳିକା ଉଠାଇଥ‌ିବା ପ୍ରଶ୍ନର କିଛି ଉଦାହରଣ ତୁମେ ଦେଇପାରିବ କି ?
Answer:
(I) ନ୍ୟାୟପାଳିକା ପ୍ରାୟତଃ ଆଇନ ସହିତ ଜଡ଼ିତ ସମସ୍ୟାଗୁଡ଼ିକୁ ସୂଚାଇଥାଏ ଏବଂ ପରିବର୍ତ୍ତନ ପାଇଁ ପରାମର୍ଶ ଦେଇଥାଏ । ଏହାର କିଛି ଉଦାହରଣ ହେଉଛି –

(i) ମୋଟର ଯାନ ଆଇନ ୧୯୮୮ : ୨୦୨୪ ମସିହାରେ ସର୍ବୋଚ୍ଚ ନ୍ୟାୟାଳୟ ହାଲୁକା ମୋଟରଯାନ (LMU) ବର୍ଗ ଅଧୀନରେ ପରିବହନ ଯାନ ପାଇଁ ଆବଶ୍ୟକ ଡ୍ରାଇଭିଂ ଲାଇସେନ୍ସ ପ୍ରକାର ସଂଶୋଧନ କରିବାକୁ ସରକାରଙ୍କୁ କହିଥିଲେ ।

(ii) ସମାନ ନାଗରିକ ସଂହିତା (UCC) : ସୁପ୍ରିମ୍‌କୋର୍ଟ ଏକ ସମାନ ନାଗରିକ ସଂହିତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ଯୁକ୍ତି ଦର୍ଶାଇଥିଲେ ଯେ ସମସ୍ତ ଧର୍ମପାଇଁ ଗୋଟିଏ ସାଧାରଣ ଆଇନ ସମାନତାକୁ ପ୍ରୋତ୍ସାହିତ କରିବ ଏବଂ ଭେଦଭାବକୁ ରୋକିବ ।

(II) ଆଇନ କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠିଥିବା ଅନେକ ମାମଲାରେ ନ୍ୟାୟପାଳିକା ହସ୍ତକ୍ଷେପ କରିଛି ।

(i) ବିଭିନ୍ନ ବିଭାଗର ବିଳମ୍ବ ଯୋଗୁଁ ୨୦୧୩ ମସିହାରେ ସର୍ବୋଚ୍ଚ ନ୍ୟାୟାଳୟ ସୂଚନା ଅଧିକାର ଆଇନର ପ୍ରଭାବଶାଳୀ କାର୍ଯ୍ୟାନ୍ଵୟନ ସୁନିଶ୍ଚିତ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

(ii) ୨୦୧୬ ମସିହାରେ ସୁପ୍ରିମ୍‌କୋର୍ଟ ମନରେଗା ଅଧୀନରେ ଶ୍ରମିକମାନଙ୍କୁ ସମୟାନୁସାରେ ମଜୁରି ପ୍ରଦାନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଏହାର କାର୍ଯ୍ୟାନ୍ଵୟନରେ ଉନ୍ନତି ଆଣିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

(iii) ୨୦୦୫ ମସିହାରେ ସୁପ୍ରିମ୍‌କୋର୍ଟ ଗଙ୍ଗା ଏବଂ ଯମୁନା ନଦୀରେ ପ୍ରଦୂଷଣର ମୁକାବିଲା ପାଇଁ କଠୋର ପଦକ୍ଷେପ ନେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ପରିବେଶଗତ ଆଇନର ସଠିକ୍ କାର୍ଯ୍ୟକାରିତା ସୁନିଶ୍ଚିତ କରିଥିଲେ ।

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

Question 8.
ଆମ ରାଜ୍ୟର ବ୍ୟବସ୍ଥାପିକା କିପରି ଅଟେ ?
Answer:
ଆମ ରାଜ୍ୟ ଓଡ଼ିଶାରେ ଏକ ସଦନ ବିଶିଷ୍ଟ ବ୍ୟବସ୍ଥାପିକା ରହିଛି ଯାହାକୁ ବିଧାନସଭା କୁହାଯାଏ । ଏଥିରେ ଆମ ରାଜ୍ୟର ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ପ୍ରତିନିଧ୍ଵ କରୁଥିବା ୧୪୭ ଜଣ ବିଧାୟକ ଅଛନ୍ତି ।

Question 9.
ନିମ୍ନ ସାରଣୀରେ ଦିଆଯାଇଥିବା ତଥ୍ୟ ଅନୁଶୀଳନ କର । ସଂସଦର ଅତିରିକ୍ତ ସମୟ କାର୍ଯ୍ୟ ନିର୍ଘଣ୍ଟ ସମ୍ବନ୍ଧରେ ତୁମେ କେଉଁ ନିଷ୍କର୍ଷରେ ପହଞ୍ଚିବ ? ନିକଟ ଅତୀତର କେତେକ ତଥ୍ୟ ସଂକଳନ କର ।
Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା-1
Answer:
ତଥ୍ୟ ଅନୁଯାୟୀ ସମୟକ୍ରମେ ଲୋକସଭା ବୈଠକ ସଂଖ୍ୟାରେ ନିରନ୍ତର ହ୍ରାସ ଘଟିଛି । ଅବେଶନ ସଂଖ୍ୟା ପ୍ରାୟତଃ ସ୍ଥିର ରହିଛି । ପ୍ରଥମ ଲୋକସଭାରେ ୬୭୭ଟି ବୈଠକ ହୋଇଥିଲା । ଦ୍ଵିତୀୟ ଲୋକସଭାରେ ୫୬୭, ଦଶମ ଲୋକସଭାରେ ୪୨୩ଟି ଏବଂ ତ୍ରୟୋଦଶ ଲୋକସଭାରେ ଏହା ୩୬୫କୁ ହ୍ରାସ ପାଇଥିଲା । ଏହା ସୂଚାଏ ଯେ ସଂସଦ ବର୍ତ୍ତମାନ ପୂର୍ବ ବର୍ଷଗୁଡ଼ିକ ତୁଳନାରେ ବିତର୍କ ଏବଂ ଆଲୋଚନାରେ କମ୍ ସମୟ ବିତାଉଛି ଯାହା ବ୍ୟବସ୍ଥାପିକା କାର୍ଯ୍ୟର ଗୁଣବତ୍ତା ଉପରେ ପ୍ରଭାବ ପକାଇପାରେ ।

Question 10.
ରାଜ୍ୟସଭାର ପୁର୍ବତନ ଅଧ୍ୟକ୍ଷ ଏମ୍.ଭେଙ୍କୟା ନାଇଡୁ ୨୦୨୧ ମସିହାରେ ଦେଇଥିବା ନିମ୍ନ ବକ୍ତବ୍ୟଟି ପାଠ କର : ‘…୨୦୦୪ ମସିହାଠାରୁ ୨୦୧୪ ମସିହା ମଧ୍ୟରେ ରାଜ୍ୟସଭାର ଉତ୍ପାଦିକତା ପାଖାପାଖୁ ୭୮ ପ୍ରତିଶତ ଥିଲା ଏବଂ ତାହା ପରଠାରୁ ହ୍ରାସ ପାଇ ଏହା ଏବେ ୬୫ ପ୍ରତିଶତରେ ପହଞ୍ଚିଲାଣି । (ସେ ସଭାପତିତ୍ୱ କରିଥିବା) ୧୧ଟି ଅଧୁବେଶନ ମଧ୍ୟରୁ ୪ଟି ନିମ୍ନ ଉତ୍ପାଦିକତା ୬.୮୦ ପ୍ରତିଶତ, ୨୭.୩୦ ପ୍ରତିଶତ, ୨୮.୯୦ ପ୍ରତିଶତ ଏବଂ ୨୯.୫୫ ପ୍ରତିଶତ ବିଶିଷ୍ଟ ଥିଲା । ୨୦୧୮ ମସିହାରେ ରାଜ୍ୟସଭା ସର୍ବନିମ୍ନ ଉତ୍ପାଦିକତା ୩୫.୭୫ ପ୍ରତିଶତ ରହିଥିଲା, ଯାହା ବିଭିନ୍ନ ବ୍ୟାଘାତଦ୍ଵାରା ପ୍ରଭାବିତ ।’’ ଏହି ବକ୍ତବ୍ୟରୁ ତୁମେ କେଉଁ ନିଷ୍ପଭିରେ ପହଞ୍ଚିଲ ?
Answer:
(i) ଏମ୍. ଭେଙ୍କେୟା ନାଇଡୁଙ୍କ ବକ୍ତବ୍ୟ ରାଜ୍ୟସଭାର ଉତ୍ପାଦିକତାରେ ନିରନ୍ତର ହ୍ରାସକୁ ଦର୍ଶାଉଛି । ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଏହା ହାରାହାରି ୭୮% ଥିଲା, କିନ୍ତୁ ସେବେଠାରୁ ଏହା ପ୍ରାୟ ୬୫%କୁ ହ୍ରାସ ପାଉଛି ।

(ii) ଏହି କ୍ରମାଗତ ହ୍ରାସ ଦର୍ଶାଉଛି ଯେ ରାଜ୍ୟସଭା ଆଇନଗୁଡ଼ିକର ବିତର୍କ ଏବଂ ସମୀକ୍ଷାର ଭୂମିକାକୁ ସଠିକ୍ ଭାବରେ ପାଳନ କରିବାରେ ସଂଘର୍ଷ କରୁଛି ।

(iii) ବାରମ୍ବାର ବାଧା ସୃଷ୍ଟି ହେବା କରିବା କଷ୍ଟକର କରୁଛି ଏବଂ ବାଧାଗୁଡ଼ିକୁ ହ୍ରାସ କରିବା ଏବଂ ଅର୍ଥପୂର୍ବ ଆଲୋଚନାକୁ ବାଧା ଦେଇଛି, ଯାହା ସରକାରଙ୍କୁ ଦାୟୀ ଜନସାଧାରଣଙ୍କ ବିଶ୍ୱାସକୁ କ୍ଷତି ପହଞ୍ଚାଉଛି । ଏଥ‌ିରେ ଉନ୍ନତି ପାଇଁ ଉତ୍ପାଦିକତା ବୃଦ୍ଧି କରିବା ପାଇଁ ସଂସ୍କାର ଆବଶ୍ୟକ ।

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

Question 11.
ଏହାଦ୍ଵାରା ରାଜ୍ୟସଭାର ସମ୍ଭାବ୍ୟ ଭୂମିକା ଉପରେ କି ପ୍ରଭାବ ପଡୁଛି ?
Answer:
(i) ରାଜ୍ୟସଭା ସ୍ଵାର୍ଥକୁ ପ୍ରତିଫଳିତ କରେ ଏବଂ ସଂଘୀୟତାର ଆତ୍ମାକୁ ବଜାୟ ରଖେ । ଏହା ଭାରତର ଗଣତନ୍ତ୍ରରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରେ ଯାହା ବିତର୍କର ଗୁଣବତ୍ତାକୁ ପ୍ରଭାବଶାଳୀ ଭାବରେ ବୃଦ୍ଧି କରିଥାଏ । ଉତ୍ପାଦକତାରେ ହ୍ରାସ ଏହି ଭୂମିକାକୁ ଅନେକ ଉପାୟରେ ପ୍ରଭାବିତ କରିଥାଏ ।

(ii) କମ୍ କାର୍ଯ୍ୟ ସମୟ ଜାତୀୟ ନୀତି ନିର୍ଦ୍ଧାରଣରେ ଆଞ୍ଚଳିକ ସ୍ଵର ଶୁଣିବାର ସୁଯୋଗକୁ ହ୍ରାସ କରେ । କମ୍ ଉତ୍ପାଦିକତା ଅର୍ଥ ହେଉଛି ଆଇନଗୁଡ଼ିକ ପର୍ଯ୍ୟାପ୍ତ ବିତର୍କ ମଧ୍ୟରେ ଗୃହୀତ ହୋଇପାରେ ଯାହାଦ୍ଵାରା ଲୋକଙ୍କ ସ୍ଵାର୍ଥର ସୁରକ୍ଷା ଦୁର୍ବଳ ହୋଇପାରେ ।

(iii) ବାରମ୍ବାର ବାଧା ସୃଷ୍ଟି ହେବା ଦ୍ଵାରା ପ୍ରତିଷ୍ଠାନର ପ୍ରଭାବଶାଳୀତା ଉପରୁ ବିଶ୍ଵାସ ତୁଟିଯାଇପାରେ । ଦୁର୍ବଳ ଏବଂ ପ୍ରଭାବହୀନ ରାଜ୍ୟସଭା ସୁସ୍ଥ ଗଣତନ୍ତ୍ରର ପରିଚାୟକ ନୁହେଁ ।

Question 12.
ମିଳିମିଶି ଏକ କ୍ଷୁଦ୍ର ପ୍ରକଳ୍ପ ନିଅ । ତୁମ ରାଜ୍ୟ ବ୍ୟବସ୍ଥାପିକାର କାର୍ଯ୍ୟକାରିତା ସମ୍ପର୍କିତ ତଥ୍ୟ ଏକାଠି କର ।
Answer:
ଏହି ପ୍ରକଳ୍ପ ପାଇଁ ମୁଁ ଆମ ରାଜ୍ୟ ଓଡ଼ିଶାର ବିଧାନସଭାର କାର୍ଯ୍ୟକାରିତା ଉପରେ ଅନୁସନ୍ଧାନ କରିଥିଲି ।

(i) ଓଡ଼ିଶା ବିଧାନସଭା ଏକ କକ୍ଷବିଶିଷ୍ଟ ଯେଉଁଥୁରୀ ୧୪୭ ଜଣ ନିର୍ବାଚିତ ସଦସ୍ୟ ଅଛନ୍ତି ।

(ii) ପ୍ରମୁଖ ପଦାଧିକାରୀମାନଙ୍କ ମଧ୍ୟରେ ବାଚସ୍ପତି, ଉପବାଚସ୍ପତି, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଏବଂ ବିରୋଧୀଦଳ ନେତା ଅନ୍ତର୍ଭୁକ୍ତ ।

(iii) ବିଧାନସଭା ଗଠନରେ ରାଜନୈତିକ ଦଳଦ୍ଵାରା ଆସନ ବିଭାଜନ ଅନ୍ତର୍ଭୁକ୍ତ, ଯାହାକୁ ସ୍ପଷ୍ଟତା ପାଇଁ ରଙ୍ଗ କୋଚିଂ ବ୍ୟବହାର କରି ପ୍ରତିନିଧ୍ଵତ୍ଵ କରାଯାଇପାରିବ ।

(iv) ଆଇନ ପ୍ରଣୟନ ପ୍ରକ୍ରିୟାରେ, ବିଲ୍ ଆଗତ, ଆଲୋଚନା / ବିତର୍କ, ମତଦାନ ଏବଂ ଶେଷର ବିଲ୍‌କୁ ଆଇନରେ ପରିଣତ କରିବା ପାଇଁ ରାଜ୍ୟପାଳଙ୍କ ସମ୍ମତ ଅନ୍ତର୍ଭୁକ୍ତ ।

(v) ପ୍ରମୁଖ ଅଧ୍ଶନଗୁଡ଼ିକରେ ୨୦୨୫ ବଜେଟ୍ ଅଷ୍ଟ୍ରେବେଶନ, ରାଜ୍ୟ କଲ୍ୟାଣ ଯୋଜନା ଉପରେ ଆଲୋଚନା, ଶିକ୍ଷା ଏବଂ ସ୍ଵାସ୍ଥ୍ୟନୀତି ଉପରେ ବିତର୍କ ରହିଥିଲା ।

(vi) ସାମ୍ପ୍ରତିକ ଅଧୂବେଶନଗୁଡ଼ିକ ଅର୍ଥନୈତିକ ବିକାଶ, ଭିତ୍ତିଭୂମି ପ୍ରକଳ୍ପ ଏବଂ ଶ୍ରମ ସଂସ୍କାର ଉପରେ ଧ୍ୟାନ ଦେଇଥିଲେ ।

(vii) ଏହି ପ୍ରକଳ୍ପ ପାଇଁ ବ୍ୟବହୃତ ଉତ୍ସଗୁଡ଼ିକ ହେଉଛି ଓଡ଼ିଶା ବିଧାନସଭାର ସରକାରୀ ୱେବ୍‌ସାଇଟ୍ ଓ ଖବର କାଗଜ ଲେଖା ।

Question 13.
କୌଣସି ବିଧାୟକଙ୍କୁ ଦେଖାକର ଏବଂ ବିଧାନସଭାର ଆହ୍ବାନ ସମ୍ପର୍କିତ ସୂଚନାଗୁଡ଼ିକ ତାଙ୍କଠାରୁ ସଂଗ୍ରହ କର ।
Answer:
ଉ ମୁଁ ଜଣେ ବିଧାୟକଙ୍କ ସହ କଥା ହୋଇ ରାଜ୍ୟ ବିଧାନସଭା ସମ୍ମୁଖରେ ଥିବା ଆହ୍ଵାନ ବିଷୟରେ ଜାଣିଲି । ଗୁରୁତ୍ଵପୂର୍ଣ୍ଣ ଆଲୋଚନା ସମୟରେ ସଦସ୍ୟମାନଙ୍କର ନିୟମିତ ଅନୁପସ୍ଥିତି, ଗୃହକାର୍ଯ୍ୟରେ ବାଧା ସୃଷ୍ଟି ହେବା, ବିଳମ୍ବ କିମ୍ବା ଉପଯୁକ୍ତ ଆଲୋଚନାର ଅଭାବ ଯୋଗୁଁ ବିଲ୍ ପାସ୍ ହେବାପାଇଁ ବର୍ଷବର୍ଷ ସମୟ ଲାଗିବା, ରାଜନୈତିକ ବିତର୍କ, ଜନସାଧାରଣଙ୍କ ଅସୁବିଧା ଉପରେ ଅଧ‌ିକ ଧ୍ୟାନ ନଦେବା ଆଦି ବିଧାନସଭାର ପ୍ରମୁଖ ଆହ୍ବାନ ବୋଲି ମୁଁ ଜାଣିବାକୁ ପାଇଲି ।

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

Question 1.
ସଂସଦରେ ବସୁଥ‌ିବା ତିନିଗୋଟି ଅବେଶନର ନାମ କ’ଣ ?
Answer:
ମୌସୁମୀ ଅଧୂବେଶନ, ଶୀତକାଳୀନ ଅଧ୍ଵବେଶନ, ବଜେଟ୍ ଅଧିବେଶନ

Question 2.
କେଉଁମାନଙ୍କୁ ନେଇ କାର୍ଯ୍ୟପାଳିକା ଗଠିତ ହୋଇଥାଏ ?
Answer:
ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀପରିଷଦ

Question 3.
ଆଇନର ବ୍ୟାଖ୍ୟା କରିବା ସହିତ ମୌଳିକ ଅଧିକାରକୁ କିଏ ସୁରକ୍ଷା ପ୍ରଦାନ କରିଥାଏ ?
Answer:
ନ୍ୟାୟପାଳିକା

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

Question 4.
ବିଧାନସଭାରେ ବିଧାୟକମାନେ କେଉଁ ଦୁଇଟି ତାଲିକାଭୁକ୍ତ ବିଷୟ ଉପରେ ଆଇନ ପ୍ରଣୟନ କରିଥା’ନ୍ତି ?
Answer:
ରାଜ୍ୟତାଲିକା ଓ ଯୁଗ୍ମ ତାଲିକା

Question 5.
ରାଜ୍ୟର ସାମ୍ବିଧାନିକ ମୁଖ୍ୟ କିଏ ?
Answer:
ରାଜ୍ୟପାଳ

Question 6.
ଦ୍ଵିସଦନ ବିଶିଷ୍ଟ ରାଜ୍ୟରେ ଦ୍ଵିତୀୟ ସଦନଟିକୁ କ’ଣ କୁହାଯାଏ ?
Answer:
ବିଧାନ ପରିଷଦ

Question 7.
ଭାରତର କେଉଁସବୁ ରାଜ୍ୟରେ ଦୁଇଟି ସଦନ ଅଛି ?
Answer:
ଆନ୍ଧ୍ରପ୍ରଦେଶ, ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲେଙ୍ଗାନା ଏବଂ ଉତ୍ତରପ୍ରଦେଶ

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

Question 8.
ଓଡ଼ିଶାର ବିଧାନ ସୌଧର ନିର୍ମାଣ କାର୍ଯ୍ୟ କେବେ ଆରମ୍ଭ କରାଯାଇଥିଲା ?
Answer:
୧୯୫୮ ମସିହା

Question 9.
ସାଧାରଣତଃ ସଂସଦ ଦୈନିକ ପ୍ରାୟ କେତେ ଘଣ୍ଟା କାର୍ଯ୍ୟ କରିଥାଏ ?
Answer:
୬ ଘଣ୍ଟା

Question 10.
ସରକାର ଆସିବେ ଓ ଯିବେ, ରାଜନୈତିକ ଦଳ ଗଢ଼ା ହେବେ, ନଷ୍ଟ ମଧ୍ୟ ହେବେ, କିନ୍ତୁ ଆମ ଦେଶ ରହିବା ଉଚିତ୍, ଏ ଦେଶର ଲୋକତନ୍ତ୍ର ଅମର ରହିବା ଉଚିତ୍ ? ଏକଥା କେଉଁ ପ୍ରଧାନମନ୍ତ୍ରୀ କହିଥିଲେ ?
Answer:
ଅଟଳ ବିହାରୀ ବାଜପେୟୀ ।

ଚାରୋଟି ବିକଳ୍ପ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

Question 1
ଆମ ଗଣତନ୍ତ୍ରର ସର୍ବୋଚ୍ଚ ଆଇନ ପ୍ରଣୟନ କାରୀ ସଂସ୍ଥା କାହାକୁ କୁହାଯାଇଥାଏ ?
(i) ଲୋକସଭା
(ii) ରାଜ୍ୟସଭା
(iii) ରାଜ୍ୟ ବିଧାନ ପରିଷଦ
(iv) ସଂସଦ
Answer:
(iv) ସଂସଦ

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

Question 2.
ପ୍ରଥମ ଲୋକସଭା ନିର୍ବାଚନ ଆମ ଦେଶରେ କେବେ କରାଯାଇଥିଲା ?
(i) ୧୯୫୦
(ii) ୧୯୫୧
(iii) ୧୯୫୨
(iv) ୧୯୫୩
Answer:
(iii) ୧୯୫୨

Question 3.
୨୦୨୪ ମସିହାରେ ଭାରତରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ କେତେ ତମ ଲୋକସଭା ଗଠିତ ହୋଇଥିଲା ?
(i) ୧୬ତମ
(ii) ୧୭ତମ
(iii) ୧୮ତମ
(iv) ୧୯ତମ
Answer:
(iii) ୧୮ତମ

Question 4.
ରାଜ୍ୟସଭା ବୈଠକରେ କିଏ ଅଧ୍ୟକ୍ଷତା କରିଥା’ନ୍ତି ?
(i) ରାଷ୍ଟ୍ରପତି
(ii) ଉପରାଷ୍ଟ୍ରପତି
(iii) ପ୍ରଧାନମନ୍ତ୍ରୀ
(iv) ଆଇନ ମନ୍ତ୍ରୀ
Answer:
(ii) ଉପରାଷ୍ଟ୍ରପତି

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

Question 5.
ବ୍ୟବସ୍ଥାପିକା ସଭାର ଅନ୍ୟତମ ପ୍ରାଥମିକ କାର୍ଯ୍ୟ କ’ଣ ?
(i) ଆଇନକୁ କାର୍ଯ୍ୟକାରୀ କରିବା
(ii) ଆଇନକୁ ତର୍ଜମା କରିବା
(iii) ଆଇନ ପ୍ରଣୟନ କରିବା
(iv) ଆଇନକୁ ପରିମାର୍ଜିତ କରିବା
Answer:
(iii) ଆଇନ ପ୍ରଣୟନ କରିବା

Question 6.
ସମ୍ବିଧାନର ୮୬ ତମ ସଂଶୋଧନ କେଉଁ ମସିହାରେ କରାଯାଇଥିଲା ?
(i) ୨୦୦୦
(ii) ୨୦୦୧
(iii) ୨୦୦୨
(iv) ୨୦୦୩
Answer:
(iii) ୨୦୦୨

Question 7.
ନିମ୍ନୋକ୍ତ ମଧ୍ୟରୁ କେଉଁଟି ସଂସଦରେ ଆଇନ ପ୍ରଣୟନ ପଦ୍ଧତିର ଅନ୍ତର୍ଗତ ନୁହେଁ ?
(i) ପଠନ
(ii) ଲିଖନ
(iii) ଖଣ୍ଡକାବ୍ୟ
(iv) ରାଜପତ୍ର
Answer:
(ii) ଲିଖନ

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

Question 8.
୧୯୫୬ ମସିହାରେ ଲାଲବାହାଦୁର ଶାସ୍ତ୍ରୀ କେଉଁ ବିଭାଗର ମନ୍ତ୍ରୀ ଥିଲେ ?
(i) ଶି କ୍ଷା
(ii) ସ୍ଵାସ୍ଥ୍ୟ
(iii) ରେଳବାଇ
(iv) ଜଳସେଚନ
Answer:
(iii) ରେଳବାଇ

Question 9.
ନିମ୍ନୋକ୍ତ ରାଜ୍ୟଗୁଡ଼ିକ ମଧ୍ୟରୁ କେଉଁଟିରେ ବିଧାନ ପରିଷଦ ନାହିଁ ?
(i) ଆନ୍ଧ୍ରପ୍ରଦେଶ
(ii) ଉତ୍ତର ପ୍ରଦେଶ
(iii) ମଧ୍ୟପ୍ରଦେଶ
(iv) ମହାରାଷ୍ଟ୍ର
Answer:
(iii) ମଧ୍ୟପ୍ରଦେଶ

Question 10.
ଲୋକସଭାର ସର୍ବାଧ‌ିକ କେତେ ସଭ୍ୟ ରହିବାପାଇଁ ସମ୍ବିଧାନ ସ୍ଥିର କରିଛି ?
(i) ୫୫୦
(ii) ୫୪୫
(iii) ୫୪୦
(iv) ୫୨୦
Answer:
(i) ୫୫୦

Question 11.
୨୦୦୨ ମସିହାରେ ସମ୍ବିଧାନର ____________ ତମ ସଂଶୋଧନ କରାଯାଇଥିଲା ।
(i) ୬୮
(ii) ୮୬
(iii) ୮୮
(iv) ୭୫
Answer:
(ii) ୮୬

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

Question 12.
ଆଇନ ପ୍ରଣୟନ __________ ସଭାର ଅନ୍ୟତମ ପ୍ରାଥମିକ କାର୍ଯ୍ୟ ।
(i) କାର୍ଯ୍ୟପାଳିକା
(ii) ନ୍ୟାୟପାଳିକା
(iii) ବ୍ୟବସ୍ଥାପିକ
(iv) ପୌରପାଳିକା
Answer:
(iii) ବ୍ୟବସ୍ଥାପିକ

Question 13.
୬ ରୁ ୧୪ ବର୍ଷ ବୟସର ସମସ୍ତ ବାଳକ ଓ ବାଳିକାମାନଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ସମ୍ବିଧାନର _______ ଧାରାରେ ଉଲ୍ଲେଖ କରାଯାଇଛି ।
(i) ୨୨ (କ)
(ii) ୨୩ (କ)
(iii) ୨୪ (କ)
(iv) ୨୧ (କ)
Answer:
(iv) ୨୧ (କ)

Question 14.
ଲୋକସଭାରେ ପ୍ରଶ୍ନକାଳ ସମୟ ମାତ୍ର ____________ ଘଣ୍ଟା ହୋଇଥାଏ ।
(i) ୨ ଘଣ୍ଟା
(ii) ୩ ଘଣ୍ଟା
(iii) ୧ ଘଣ୍ଟା
(iv) ୧ ଘଣ୍ଟା ୩୦ ମିନିଟ୍
Answer:
(iii) ୧ ଘଣ୍ଟା

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

Question 15.
ସଂସଦରେ ବଜେଟ୍ ୨୦୨୫ ମସିହାରେ __________ ମାସରେ ଆଗତ କରାଯାଇଥିଲା ।
(i) ମାର୍ଚ୍ଚ
(ii) ଏପ୍ରିଲ
(iii) ଫେବୃଆରୀ
(iv) ଜାନୁଆରୀ
Answer:
(iii) ଫେବୃଆରୀ

Question 16.
ଜନସ୍ୱାସ୍ଥ୍ୟ ବିଭାଗ ___________ ତାଲିକାଭୁକ୍ତ ଅଟେ ।
(i) ଯୁଗ୍ମ ତାଲିକା
(ii) କେନ୍ଦ୍ର ତାଲିକା
(iii) ରାଜ୍ୟ ତାଲିକା
(iv) ପଞ୍ଚାୟତ ତାଲିକା
Answer:
(iii) ରାଜ୍ୟ ତାଲିକା

Question 17.
ସଂସଦର ଭୂମିକା ଓ କାର୍ଯ୍ୟାବଳୀର ତାଲିକା ସମ୍ବିଧାନର ପଞ୍ଚମ ଭାଗର __________ ଅଧ୍ୟାୟରେ ବର୍ଣ୍ଣିତ ହୋଇଛି ।
(i) ପ୍ରଥମ
(ii) ଦ୍ଵିତୀୟ
(iii) ତୃତୀୟ
(iv) ଚତୁର୍ଥ
Answer:
(ii) ଦ୍ଵିତୀୟ

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

Question 18.
ବିଲ୍‌କୁ ___________ ଅନୁମୋଦନ କରି ଆଇନରେ ପରିଣତ କରିଥାନ୍ତି ।
(i) ପ୍ରଧାନମନ୍ତ୍ରୀ
(ii) ଆଇନମନ୍ତ୍ରୀ
(iii) ରାଷ୍ଟ୍ରପତି
(iv) ଉପରାଷ୍ଟ୍ରପତି
Answer:
(iii) ରାଷ୍ଟ୍ରପତି

Question 19.
ରାଷ୍ଟ୍ରପତି, ରାଜ୍ୟସଭା ଓ ଲୋକସଭାକୁ ନେଇ _________ ଗଠିତ ହୋଇଅଛି ।
(i) ମନ୍ତ୍ରୀପରିଷଦ
(ii) ବିଧାନ ପରିଷଦ
(iii) ସଂସଦ
(iv) ସାମ୍ବିଧାନିକ କମିଟି
Answer:
(ii) ବିଧାନ ପରିଷଦ

Question 20.
ଗଣତନ୍ତ୍ର ଶାସନରେ __________ କୁ ସମ୍ବିଧାନର ରକ୍ଷାକର୍ତ୍ତା ଭାବରେ କାର୍ଯ୍ୟ କରିଥାଏ ।
(i) କାର୍ଯ୍ୟପାଳିକା
(ii) ନ୍ୟାୟପାଳିକା
(iii) ବ୍ୟବସ୍ଥାପିକା
(iv) ରାଷ୍ଟ୍ରପତି
Answer:
(ii) ନ୍ୟାୟପାଳିକା

ଠିକ୍ ଉକ୍ତି ପାଖରେ ଠିକ୍ ( ✓) ଚିହ୍ନ ଓ ଭୁଲ୍ ଉକ୍ତି ପାଖରେ ଭୁଲ୍ (✗) ଚିହ୍ନ ଦିଅ ।

Question 1.
ଭାରତର ନାଗରିକମାନେ ଲୋକସଭାକୁ ସେମାନଙ୍କର ପ୍ରତିନିଧ୍ଵ ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ କରିଥା’ନ୍ତି ।
Answer:
✓

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

Question 2.
ଆମର ପୁରାତନ ସଂସଦ ଗୃହ ବର୍ତ୍ତମାନ ସମ୍ବିଧାନ ସୌଧ ଭାବରେ ନାମିତ ହୋଇଅଛି ।
Answer:
✗

Question 3.
ଲୋକସଭାର ସଭ୍ୟମାନେ ବାଚସ୍ପତିଙ୍କୁ ନିର୍ବାଚିତ କରିଥା’ନ୍ତି ।
Answer:
✓

Question 4.
ରାଜ୍ୟସଭା ବୈଠକରେ ଉପବାଚସ୍ପତି ଅଧ୍ୟକ୍ଷତା କରିଥା’ନ୍ତି ।
Answer:
✗

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

Question 5.
ମନ୍ତ୍ରୀପରିଷଦରେ ସ୍ଥାନ ପାଇଥିବା ମନ୍ତ୍ରୀଗଣ ରାଷ୍ଟ୍ରପତିଙ୍କଦ୍ୱାରା ସାଂସଦମାନଙ୍କ ମଧ୍ୟରୁ ଚୟନ କରାଯାଇଥାଏ ।
Answer:
✗

Question 6.
ସମ୍ବିଧାନରେ ୭୨ ତମ ସଂଶୋଧନ ପ୍ରସ୍ତାବ ମାଧ୍ୟମରେ ୬ ରୁ ୧୪ ବର୍ଷ ବୟସର ସମସ୍ତ ବାଳକ ଓ ବାଳିକାମାନଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ନିମନ୍ତେ ରାଷ୍ଟ୍ରକୁ ବାଧ୍ୟ କରିଥିଲା ।
Answer:
✗

Question 7.
ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀପରିଷଦ ହେଉଛନ୍ତି ରାଜ୍ୟ କାର୍ଯ୍ୟପାଳିକାର ଅଂଶବିଶେଷ ।
Answer:
✗

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

Question 8.
୨୦୨୫-୨୦୨୬ ଆର୍ଥିକ ବର୍ଷର ବଜେଟ୍ ଲୋକସଭାରେ ଶ୍ରୀମତୀ ସୁଷମା ସ୍ଵରାଜ ଆଗତ କରିଥିଲେ ।
Answer:
✗

Question 9.
ପ୍ରଧାନମନ୍ତ୍ରୀ ହେଉଛନ୍ତି ରାଷ୍ଟ୍ରର ମୁଖ୍ୟ ଏବଂ ସେ ନାମକୁ ମାତ୍ର କାର୍ଯ୍ୟପାଳିକାର ମୁଖ୍ୟ ଅଟନ୍ତି ।
Answer:
✗

Question 10.
ଲାଲବାହାଦୁର ଶାସ୍ତ୍ରୀ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ।
Answer:
✗

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

ସ୍ତମ୍ଭ ମିଳନ କର ।

Question 1.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ରାଷ୍ଟ୍ରପତି ରାଜ୍ୟସଭା
ପ୍ରଧାନମନ୍ତ୍ରୀ ଉଚ୍ଚ ସଦନ
ରାଜ୍ୟସଭା ପ୍ରତ୍ୟେକ୍ଷ ନିର୍ବାଚନ
ଲୋକସଭା ପରୋକ୍ଷ ନିର୍ବାଚନ
ଉପରାଷ୍ଟ୍ରପତି ନିମ୍ନ ସଦନ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ରାଷ୍ଟ୍ରପତି ପରୋକ୍ଷ ନିର୍ବାଚନ
ପ୍ରଧାନମନ୍ତ୍ରୀ ପ୍ରତ୍ୟେକ୍ଷ ନିର୍ବାଚନ
ରାଜ୍ୟସଭା ଉଚ୍ଚ ସଦନ
ଲୋକସଭା ନିମ୍ନ ସଦନ
ଉପରାଷ୍ଟ୍ରପତି ରାଜ୍ୟସଭା

 

Question 2.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ବ୍ୟବସ୍ଥାପିକା ଆଇନକୁ ଅନୁମୋଦନ କରିବା
କାର୍ଯ୍ୟପାଳିକା ଆଇନ ପ୍ରଣୟନ କରିବା
ନ୍ୟାୟପାଳିକା ଆଇନକୁ କାର୍ଯ୍ୟକାରୀ କରିବା
ଭାରତର ରାଷ୍ଟ୍ରପତି ଆଇନକୁ ଲୋକସଭାରେ ଆଗତ କରିବା
ଲୋକସଭାର ଆଇନ ମନ୍ତ୍ରୀ ଆଇନକୁ ତର୍ଜମା କରିବା

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ବ୍ୟବସ୍ଥାପିକା ଆଇନ ପ୍ରଣୟନ କରିବା
କାର୍ଯ୍ୟପାଳିକା ଆଇନକୁ କାର୍ଯ୍ୟକାରୀ କରିବା
ନ୍ୟାୟପାଳିକା ଆଇନକୁ ତର୍ଜମା କରିବା
ଭାରତର ରାଷ୍ଟ୍ରପତି ଆଇନକୁ ଅନୁମୋଦନ କରିବା
ଲୋକସଭାର ଆଇନ ମନ୍ତ୍ରୀ ଆଇନକୁ ଲୋକସଭାରେ ଆଗତ କରିବା

 

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ଭାରତର ନୂତନ ‘ସଂସଦ ସୌଧ’ କେଉଁଠାରେ ଓ କ’ଣ ପାଇଁ ନିର୍ମାଣ କରାଯାଇଛି ?
Answer:

  1. ଭାରତର ନୂତନ ‘ସଂସଦ ସୌଧ’ ନୂଆଦିଲ୍ଲୀଠାରେ ନିର୍ମାଣ କରାଯାଇଛି ।
  2. ଅଧିକ ସ୍ଥାନର ଆବଶ୍ୟକତା, ବୈଷୟିକ ଜ୍ଞାନକୌଶଳର ପ୍ରୟୋଜନୀୟତା, ସୁରକ୍ଷା ଓ ପୋଷଣୀୟତାର ଗୁରୁତ୍ଵ ଅନୁଭବ କରି ଏହା ନିର୍ମାଣ କରାଯାଇଛି ।

Question 2.
୧୯୫୨ ମସିହାଠାରୁ ୨୦୨୪ ମସିହା ପର୍ଯ୍ୟନ୍ତ କେତେଥର ଲୋକସଭା ପାଇଁ ନିର୍ବାଚନ କରାଯାଇଛି ଓ ଶେଷ ନିର୍ବାଚନଟି କେତେତମ ନିର୍ବାଚନ ?
Answer:

  1. ୧୯୫୨ ମସିହାଠାରୁ ୨୦୨୪ ମସିହା ପର୍ଯ୍ୟନ୍ତ ଲୋକସଭା ପାଇଁ ୧୮ ଥର ନିର୍ବାଚନ କରାଯାଇଛି ।
  2. ୨୦୨୪ ମସିହାର ଶେଷ ନିର୍ବାଚନଟି ୧୮ତମ ନିର୍ବାଚନ ।

Question 3.
ଭାରତର ସଂସଦ କେଉଁମାନଙ୍କୁ ନେଇ ଗଠନ କରାଯାଇଛି ?
Answer:

  1. ଭାରତର ସଂସଦ ଲୋକସଭା, ରାଜ୍ୟସଭା ଓ ରାଷ୍ଟ୍ରପତିଙ୍କୁ ନେଇ ଗଠିତ ହୋଇଅଛି ।
  2. ରାଜ୍ୟସଭାକୁ ଉଚ୍ଚ ସଦନ କୁହାଯାଉଥିବାବେଳେ ଲୋକସଭାକୁ ନିମ୍ନ ସଦନ କୁହାଯାଇଥାଏ । ଏହାକୁ ମଧ୍ୟ ଦ୍ୱି-ସଦନୀୟ ସଂସଦ କୁହାଯାଇଥାଏ ।

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

Question 4.
ପ୍ରତ୍ୟକ୍ଷ ନିର୍ବାଚନ କ’ଣ ? ଏହି ପଦ୍ଧତିରେ ଭାରତରେ କେଉଁମାନେ ନିର୍ବାଚିତ ହୋଇଥା’ନ୍ତି ?
Answer:

  1. ଯେଉଁ ନିର୍ବାଚନ ପଦ୍ଧତିରେ ସାର୍ବଜନୀନ ସାବାଳକ ମତବାନ ବ୍ୟବସ୍ଥାରେ ନାଗରିକମାନେ ସେମାନଙ୍କର ପ୍ରତିନିଧୁ ଚୟନ କରିଥା’ନ୍ତି, ତାହାକୁ ପ୍ରତ୍ୟକ୍ଷ ନିର୍ବାଚନ କୁହାଯାଏ ।
  2. ଏହି ପ୍ରଣାଳୀରେ ଲୋକସଭା ଓ ରାଜ୍ୟ ସବିଧାନସଭାର ସଦସ୍ୟମାନେ ନିର୍ବାଚିତ ହୋଇଥାନ୍ତି ।

Question 5.
ଭାରତର ସ୍ଵାଧୀନତା ପରେ କ୍ଷମତା ହସ୍ତାନ୍ତର ପ୍ରତୀକ ଭାବେ କାହାକୁ କେବେଠାରୁ ଗ୍ରହଣ କରାଯାଇଛି ?
Answer:

  1. ଭାରତର ସ୍ଵାଧୀନତା ପରେ କ୍ଷମତା ହସ୍ତାନ୍ତର ପ୍ରତୀକ ଭାବେ ଏକ ସ୍ଵର୍ଣ୍ଣାଚ୍ଛାଦିତ ରୂପାଦଣ୍ଡ-ସିଙ୍ଗୋଲ ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କୁ ପ୍ରଦାନ କରାଯାଇଥିଲା ।
  2. ଚୋଳବଂଶ ରାଜତ୍ଵ ସମୟରୁ ଶାସନରେ ନ୍ୟାୟିକତା ଓ ଧାର୍ମିକତାକୁ ନିଶ୍ଚିତରୂପେ ପାଳନ କରିବାର ପ୍ରତୀକ ରୂପେ ଏହା ଶାସକଙ୍କୁ ହସ୍ତାନ୍ତରର କରାଯାଇଥାଏ ।

Question 6.
ମନ୍ତ୍ରିପରିଷଦ କିପରି ଚୟନ କରାଯାଏ ଓ ଏହା କାହା ନିକଟରେ ଉତ୍ତରରଦାୟୀ ଅଟନ୍ତି ?
Answer:

  1. ମନ୍ତ୍ରୀପରିଷଦରେ ସ୍ଥାନ ପାଇଥିବା ମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ ସାଂସଦମାନଙ୍କ ମଧ୍ୟରୁ ଚୟନ କରିଥାନ୍ତି ।
  2. ଏହି ମନ୍ତ୍ରୀମାନେ ନିଜ କାର୍ଯ୍ୟ ନିମନ୍ତେ ବ୍ୟକ୍ତିଗତ ଓ ମିଳିତଭାବେ ଲୋକସଭା ନିକଟରେ ଉତ୍ତରଦାୟୀ ରହିଥାନ୍ତି ।

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

Question 7.
ଧାରା ୨୧ (କ) କ’ଣ ଗୁରୁତ୍ଵ ରହିଛି ?
Answer:

  1. ୨୦୦୨ ମସିହାରେ ସମ୍ବିଧାନରେ ୨୧(କ) ଯୋଗ କରାଯିବାପାଇଁ ୮୬ ତମ ସଂଶୋଧନ କରାଯାଇଥିଲା ।
  2. ଏଥ‌ିରେ ୬ ରୁ ୧୪ ବର୍ଷ ବୟସର ସମସ୍ତ ବାଳକ ଓ ବାଳିକାମାନଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ନିମନ୍ତେ ରାଷ୍ଟ୍ରକୁ ବାଧ୍ୟ କରାଯାଇଥିଲା ।

Question 8.
ଲୋକସଭା ଏହାର ଆର୍ଥିକ ଉତ୍ତରଦାୟିତ୍ଵକୁ କାହା ମାଧ୍ୟମରେ କିପରି ନିର୍ବାହ କରିଥାଏ
Answer:

  1. ଲୋକସଭା ପ୍ରତିବର୍ଷ ଫେବୃଆରୀ ମାସରେ ବାର୍ଷିକ ଆୟ ଓ ବ୍ୟୟର ଅଟକଳ ବା ବଜେଟ୍ ଆଗତ କରି ଥାଏ ।
  2. ଏହାର ପ୍ରସ୍ତୁତି ଏବଂ ବିଭିନ୍ନ ମନ୍ତ୍ରାଳୟ ନିମନ୍ତେ ବଣ୍ଟନ କରାଯାଇଥିବା ପୁଞ୍ଜି ଅନୁଧ୍ୟାନ ମାଧ୍ୟମରେ ସଂସଦ ସରକାରୀ ଖର୍ଚ୍ଚ ଅନୁମୋଦନ ଏବଂ ନିୟନ୍ତ୍ରଣ କରିଥାଏ ।

Question 9.
ସମ୍ବିଧାନର ପଞ୍ଚମ ଭାଗର ପ୍ରଥମ ଓ ଦ୍ଵିତୀୟ ଅଧ୍ୟାୟ ସଂସଦ ପାଇଁ କାହିଁକି ଗୁରୁତ୍ଵପୂର୍ଣ୍ଣ ଅଟେ ?
Answer:

  1. ସମ୍ବିଧାନର ପଞ୍ଚମ ଭାଗର ପ୍ରଥମ ଅଧ୍ୟାୟରେ କାର୍ଯ୍ୟପାଳିକା ବିଷୟରେ ବର୍ଣ୍ଣନା କରାଯାଇଛି । ସେଥ‌ିରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ମନ୍ତ୍ରୀ ପରିଷଦର ଭୂମିକା ଓ ଦାୟିତ୍ୱ ବିଷୟରେ ଆଲୋଚନା କରାଯାଇଛି ।
  2. ଦ୍ଵିତୀୟ ଅଧ୍ୟାୟରେ ସଂସଦର ଭୂମିକା ଓ କାର୍ଯ୍ୟାବଳୀ ବିଷୟରେ ବର୍ଣ୍ଣିତ ହୋଇଛି ।

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

Question 10.
ନ୍ୟାୟପାଳିକାକୁ ସମ୍ବିଧାନର ରକ୍ଷାକର୍ତ୍ତା କାହିଁକି କୁହାଯାଇଥାଏ ?
Answer:

  1. ନ୍ୟାୟପାଳିକା ସରକାରଙ୍କ ଏକ ଅଙ୍ଗ ଭାବରେ ନିର୍ଦ୍ଦିଷ୍ଟ ବିବାଦିତ ମାମଲା ବ୍ୟତୀତ ଆଇନର ତର୍ଜମା ଓ ପ୍ରଣୟନରେ ସହାୟତା କରିଥାଏ ।
  2. ସରକାରଙ୍କର ସବୁ ବିଭାଗକୁ ସମ୍ବିଧାନର ସିଦ୍ଧାନ୍ତ ଓ ମାପଦଣ୍ଡ ମଧ୍ୟରେ କାର୍ଯ୍ୟ କରିବାପାଇଁ ନ୍ୟାୟପାଳିକା ପରାମର୍ଶ ପ୍ରଦାନ କରିଥାଏ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ସ୍ତରରେ ବ୍ୟବସ୍ଥାପିକା କିପରି କାର୍ଯ୍ୟ କରିଥାଏ ?
Answer:
(i) ରାଜ୍ୟର ସୁଚାରୁ ଶାସନ ନିମନ୍ତେ ଆଇନ ପ୍ରଣୟନର ଆବଶ୍ୟକତା ରହିଛି । ସେଥ‌ିପାଇଁ ରାଜ୍ୟରେ ରାଜ୍ୟସ୍ତରୀୟ ବ୍ୟବସ୍ଥାପିକା ରହିଛି ।

(ii) କେନ୍ଦ୍ରରେ ସଂସଦ ଭଳି ରାଜ୍ୟମାନଙ୍କରେ ‘ରାଜ୍ୟ ବିଧାନସଭା’ ରହିଛି ଯାହା ରାଜ୍ୟର ବ୍ୟବସ୍ଥାପିକା ଭାବେ କାର୍ଯ୍ୟ କରିଥାଏ ।

(iii) କେନ୍ଦ୍ରୀୟ ସଂସଦର ସାଂସଦମାନଙ୍କଦ୍ଵାରା ଆଇନ ପ୍ରଣୟନ ପରି ବିଧାନସଭାରେ ବିଧାୟକମାନେ ‘ରାଜ୍ୟ ତାଲିକା’ ଏବଂ ‘ଯୁଗ୍ମ ତାଲିକା’ ବିଷୟ ଅନ୍ତର୍ଭୁକ୍ତ ଆଇନ ପ୍ରଣୟନ କରିଥା’ନ୍ତି ।

Question 2.
ଓଡ଼ିଶା ବିଧାନ ସୌଧର ନିର୍ମାଣ ବିଷୟରେ ସମ୍ୟକ୍ ସୂଚନା ପ୍ରଦାନ କର ।
Answer:
(i) ଓଡ଼ିଶାର ବିଧାନ ସୌଧ ନିର୍ମାଣ ନିମନ୍ତେ ୧୯୫୮ ମସିହାରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଡଃ. ହରେକୃଷ୍ଣ ମହତାବ ଶୁଭ ଦେଇଥିଲେ ।

(ii) ଏହାର ନିର୍ମାଣ କାର୍ଯ୍ୟ ଶେଷପରେ ୧୯୬୧ ମସିହା ଫେବୃଆରୀ ୧୨ ତାରିଖ ଦିନ ଭାରତର ତତ୍‌କାଳୀନ ଉପରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକୃଷ୍ଣନ୍ ଏହାର ଶୁଭ ଉଦ୍‌ଘାଟନ କରିଥିଲେ ।

(iii) ସେହି ସମୟରେ ଏହା ୨୫ ଲକ୍ଷ ଟଙ୍କାରେ ୪୭ ହଜାର ବର୍ଗଫୁଟ ଅଞ୍ଚଳରେ ନିର୍ମାଣ କରାଯାଇଥିଲା ।

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

Question 3.
ସଂସଦର ଅଧୂବେଶନ ବର୍ଷକୁ କେତେଥର ବସିଥାଏ ? ଏହାର କାର୍ଯ୍ୟଧାରା ବିଷୟରେ ଆଲୋଚନା କର ।
Answer:
(i) ସାଧାରଣତଃ ସଂସଦର ବୈଠକ ବର୍ଷକୁ ତିନିଥର ବସିଥାଏ । ଏହି ବୈଠକକୁ ଅଧ୍ଵବେଶନ କୁହାଯାଇଥାଏ, ଯଥା – ବଜେଟ୍ ଅଧିବେଶନ, ମୌସୁମୀ ଅଧୁବେଶନ ଏବଂ ଶୀତକାଳୀନ ଅଧୂବେଶନ ।

(ii) ପ୍ରତ୍ୟେକ ଅଧ‌ିବେଶନରେ ପ୍ରସ୍ତାବିତ ଆଇନରେ ବିଚାର ବିମର୍ଶ, ମୁଖ୍ୟ ଶାସନ ବିଷୟକ ଆଲୋଚନା ସହିତ କାର୍ଯ୍ୟପାଳିକାଠାରୁ ତାଙ୍କର ନିଷ୍ପତ୍ତି ଓ କାର୍ଯ୍ୟଧାରା ଉପରେ ସଂସଦ ସ୍ପଷ୍ଟୀକରଣ ମାଗିଥାଏ ।

(iii) ସାଧାରଣତଃ ସଂସଦ ଦୈନିକ ପ୍ରାୟ ୬ ଘଣ୍ଟା କାର୍ଯ୍ୟ କରିଥାଏ, କିନ୍ତୁ କେତେକ ଜରୁରୀ ଆଲୋଚନାର ପୂର୍ଣ୍ଣତା ପାଇଁ କାର୍ଯ୍ୟସୀମାକୁ ବୃଦ୍ଧି କରାଯାଇପାରେ ।

Question 4.
ସଂସଦୀୟ ଶାସନ ବ୍ୟବସ୍ଥାରେ ନ୍ୟାୟପାଳିକାକୁ ଏକ ଅଦ୍ଵିତୀୟ ଓ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯାଇଛି କାହିଁକି ?
Answer:
(i) ବ୍ୟବସ୍ଥାପିକାର ବିଧ୍ଵବଦ୍ଧ ଓ ଦାୟିତ୍ଵସମ୍ପନ୍ନ କ୍ଷମତାର କାର୍ଯ୍ୟକାରିତା ସୁନିଶ୍ଚିତ କରିବା ନିମନ୍ତେ ନ୍ୟାୟପାଳିକାକୁ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯାଇଛି ।

(ii) ଆଇନ କାର୍ଯ୍ୟକାରିତା ସମୟରେ କାର୍ଯ୍ୟପାଳିକା ଯଦି କୌଣସି ସାମ୍ବିଧାନିକ ବ୍ୟବସ୍ଥା ଭଙ୍ଗ କରେ, ସେଠାରେ ନ୍ୟାୟପାଳିକା ହସ୍ତକ୍ଷେପ କରିବା ପାଇଁ କ୍ଷମତାପ୍ରାପ୍ତ ହୋଇଛି ।

(iii) ଯେପରି ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ମାଧ୍ୟମରେ ସଂସଦ ତାହାର କାର୍ଯ୍ୟ ସମ୍ପାଦନ କରିଥାଏ, ସେହିପରି ନ୍ୟାୟାଳୟ ମାଧ୍ୟମରେ ନ୍ୟାୟପାଳିକା କାର୍ଯ୍ୟ କରିଥାଏ ।

Question 5.
ରାଷ୍ଟ୍ରପତି ଆମ ଦେଶର ନାମକୁ ମାତ୍ର କାର୍ଯ୍ୟପାଳିକାର ମୁଖ୍ୟ ହୋଇଥିଲେ ମଧ୍ୟ କେଉଁସବୁ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ସମ୍ପାଦନ କରିଥା’ନ୍ତି ?
Answer:
(i) ରାଷ୍ଟ୍ରପତି ହେଉଛନ୍ତି ରାଷ୍ଟ୍ରର ମୁଖ୍ୟ ଏବଂ ସେ ନାମକୁ ମାତ୍ର କାର୍ଯ୍ୟପାଳିକାର ମୁଖ୍ୟ ଅଟନ୍ତି ।

(ii) ତାଙ୍କର ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ମଧ୍ୟରେ ସେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀମାନଙ୍କୁ ନିଯୁକ୍ତ କରିବା ସହିତ ସଂସଦର ବୈଠକ ଆହ୍ୱାନ କରନ୍ତି ଓ ବିଧେୟକକୁ ଅନୁମୋଦନ କରି ଆଇନ ପ୍ରଣୟନ କରିଥା’ନ୍ତି ।

(iii) ଲୋକସଭା ନିର୍ବାଚନରେ କୌଣସି ଦଳ ସଂଖ୍ୟାଗରିଷ୍ଠତା ହାସଲ ନ କଲେ, ସରକାର ଗଠନ ନିମନ୍ତେ କୌଣସି ଦଳ ବା ମେଣ୍ଟଭୁକ୍ତ ଦଳକୁ ସରକାର ଗଠନ ସୁଯୋଗ ଦେବା ରାଷ୍ଟ୍ରପତିଙ୍କର ଏକ ସ୍ଵତନ୍ତ୍ର କ୍ଷମତା ରହିଛି ।

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

Question 6.
ଭାରତ ସଂସଦକୁ ଦ୍ଵି–ସଦନୀୟ କୁହାଯିବାର ଯଥାର୍ଥତା ପ୍ରତିପାଦନ କର ।
Answer:
(i) ଭାରତର ସଂସଦ ରାଷ୍ଟ୍ରପତି, ଲୋକସଭା ଓ ରାଜ୍ୟସଭାକୁ ନେଇ ଗଠିତ ହୋଇଥାଏ । ରାଜ୍ୟସଭାକୁ ଉଚ୍ଚ ସଦନ କୁହାଯାଉଥ‌ିବାବେଳେ ଲୋକସଭାକୁ ନିମ୍ନ ସଦନ କୁହାଯାଇଥାଏ ।

(ii) ପ୍ରତ୍ୟକ୍ଷ ନିର୍ବାଚନ ମାଧ୍ୟମରେ ସାର୍ବଜନୀନ ସାବଳକ ମତଦାନ ବ୍ୟବସ୍ଥା ମାଧ୍ୟମରେ ଭାରତର ନାଗରିକମାନେ ଲୋକସଭାର ସଭ୍ୟମାନଙ୍କୁ ନିର୍ବାଚିତ କରିଥା’ନ୍ତି । ଲୋକସଭାର ସର୍ବାଧ‌ିକ ସଦସ୍ୟ ସଂଖ୍ୟା ୫୫୦ ଅଟେ ।

(iii) ରାଜ୍ୟସଭାର ସାଂସଦମାନେ ରାଜ୍ୟ ବିଧାନସଭାଗୁଡ଼ିକର ବିଧାୟକମାନଙ୍କଦ୍ୱାରା ପରୋକ୍ଷ ଭାବରେ ନିର୍ବାଚିତ ହୋଇଥା’ନ୍ତି । ରାଜ୍ୟସଭାର ସର୍ବାଧିକ ସଦସ୍ୟ ସଂଖ୍ୟା ୨୫୦ । ଉଭୟ ସଦନର ସଭ୍ୟ ସଂଖ୍ୟା ରାଜ୍ୟଗୁଡ଼ିକର ଜନସଂଖ୍ୟା ଭିତ୍ତିରେ ସ୍ଥିର କରାଯାଇଥାଏ । ସଂସଦରେ ୨ଟି ସଦନ ଥ‌ିବାରୁ ଏହାକୁ ଦ୍ୱି-ସଦନୀୟ କୁହାଯାଏ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ନାଳନ୍ଦା ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ସଂସଦ ସୌଧ ବୁଲି ଦେଖିଲାପରେ ସେମାନଙ୍କର କ’ଣସବୁ ଅନୁଭବ ହୋଇଥବ ବୋଲି ତୁମେ ଭାବୁଛ ? ସଂକ୍ଷେପରେ ଲେଖ ।
Answer:
(i) ପ୍ରଥମେ ସେମାନେ ସଂସଦ ସୌଧର ଗଠନ ଶୈଳୀ ଦେଖୁ ଆଶ୍ଚର୍ଯ୍ୟ ହୋଇଯାଇଥ‌ିବେ । ଏହା ନା ଚତୁର୍ଭୁଜ ନା ଗୋଲାକାର ଥିଲା । ଏହାଥିଲା ଏକ ସୂକ୍ଷ୍ମ ତ୍ରିଭୁଜାକାରର ସୌଧ ।

(ii) ଏହାର ତିନୋଟି ପାର୍ଶ୍ଵ ସମତୁଲତା, ସମାବେଶିତା ଏବଂ ଉଦ୍ଦେଶ୍ୟକୁ ଦର୍ଶାଇଥାଏ ।

(iii) ଏହାର କାନ୍ଥଗୁଡ଼ିକ ମୟୂର, ଜନଜାତି କଳା, ମନ୍ଦିର ଏବଂ ସ୍ଵାଧୀନତା ସଂଗ୍ରାମୀ ଥିବା କାରୁକାର୍ଯ୍ୟରେ ଭରପୁର ଥିଲା । ସେମାନେ ସେଗୁଡ଼ିକୁ ଦେଖ୍ ନିଶ୍ଚିତଭାବେ ଭାବବିହ୍ଵଳ ହୋଇଥ‌ିବେ ।

(iv) ସବୁଜ ନିର୍ମାଣ ଶୈଳୀରେ ନିର୍ମିତ ଏହି ସୌଧ ବିଦ୍ୟୁତ୍ ଶକ୍ତିର ବ୍ୟବହାର ୩୦ ପ୍ରତିଶତ କମ୍ କରିବାର ବ୍ୟବସ୍ଥା କରାଯାଇଛି । ଏହା ଭାରତର ଏକ ସଂଗ୍ରାହାଳୟ ପରି ନିଶ୍ଚିତ ମନେ ହୋଇଥବ । ଏଥୁରେ ବୈଷୟିକ ଜ୍ଞାନକୌଶଳ, ସୁରକ୍ଷା ଓ ପୋଷଣୀୟତାକୁ ଗୁରୁତ୍ୱ ଦିଆଯାଇଛି ।

(v) ଏଥରେ ଅଶୋକ ସ୍ତମ୍ଭ ଶୋଭା ପାଇବା ସହିତ ଅନେକ ପ୍ରାଚୀନ କୀର୍ତ୍ତି ସ୍ଥାନିତ ହୋଇଥିଲା । ଅନେକ ଅତ୍ୟାଧୁନିକ ଡିଜିଟାଲ ବ୍ୟବସ୍ଥାମାନ ରଖାଯାଇ ବିଶ୍ଵରେ ଅଦ୍ଵିତୀୟ ହେବାର ଗୌରବ ହାସଲ କରିବା ଲକ୍ଷ୍ୟ ରଖାଯାଇଛି ।

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

Question 2.
ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଲୋକସଭାକୁ ଅଧିକ ଗୁରୁତ୍ଵ ପ୍ରଦାନ କରାଯାଇଥାଏ କାହିଁକି ବୋଲି ତୁମ ମନରେ ପ୍ରଶ୍ନ ଉଠୁଥ‌ିବ ? ଏକଥାରେ କେତେ ବାସ୍ତବତା ଅଛି ଆସ ଆଲୋଚନା କରିବା ।
Answer:
(i) ଆମର ସଂସଦ ଭବନକୁ ଗଣତନ୍ତ୍ରର ଏକ ମନ୍ଦିର ଭାବରେ ବିବେଚନା କରାଯାଉଥିବାବେଳେ ସେଥିରେ ଗୋଟିଏ ଗୃହ ହେଉଛି ଲୋକସଭା । ଭାରତର ନାଗରିକମାନେ ଲୋକସଭାକୁ ସାର୍ବଜନୀନା ସାବାଳକ ମତଦାନ ବ୍ୟବସ୍ଥାରେ ସେମାନଙ୍କର ପ୍ରତିନିଧିଙ୍କୁ ସିଧାସଳଖ ନିର୍ବାଚିତ କରିଥା’ନ୍ତି । ଏହି ଭାଗରେ ସଂଖ୍ୟାଗରିଷ୍ଠ ଦଳ ସରକାର ଗଠନ କରିଥାଏ ।

(ii) ସଂସଦ ହେଉଛି ଆମ ଗଣତନ୍ତ୍ରର ସର୍ବୋଚ୍ଚ ଆଇନ ପ୍ରଣୟନକାରୀ ସଂସ୍ଥା । ଏହା ସମଗ୍ର ଦେଶପାଇଁ ଆଇନ ପ୍ରଣୟନ କରିଥାଏ । ଲୋକସଭା ଅଧ୍ବକ ସଦସ୍ୟ ବିଶିଷ୍ଟ ହୋଇଥିବା ହେତୁ ଆଇନ ପ୍ରଣୟନରେ ଅଧ୍ଵକ ଭୂମିକା ଗ୍ରହଣ କରିଥାଏ ।

(iii) ଏହାର ନିର୍ବାଚିତ ଓ ମନୋନୀତ ସଭ୍ୟଗଣ ସରକାରଙ୍କ କାର୍ଯ୍ୟ ନିୟନ୍ତ୍ରଣ ଓ ମାର୍ଗଦର୍ଶନ କରିଥାନ୍ତି । ଏଣୁ ଲୋକମାନଙ୍କ ସହମତିରେ ସରକାର କାର୍ଯ୍ୟ କରନ୍ତି ବୋଲି ବିବେଚନା କରାଯାଏ ।

(iv) ୧୯୫୨ ମସିହାର ପ୍ରଥମ ଲୋକସଭା ନିର୍ବାଚନ ଆରମ୍ଭ ହୋଇଥିଲା । ଆଜି ପର୍ଯ୍ୟନ୍ତ ଏହା ତାହାର ଗରିମା ବଜାୟ ରଖୁଛି ।

(v) ୨୦୨୪ ମସିହା ସୁଦ୍ଧା ଲୋକସଭା ୧୮ ଥର ନିର୍ବାଚନର ସମ୍ମୁଖୀନ ହୋଇସାରିଲାଣି । ତେଣୁ ଏହାର ଅତୀତ ଓ ଭବିଷ୍ୟତ ଅତି ଗୌରବମୟ ହେବ ବୋଲି ଆଶା କରାଯାଉଛି । ନୂତନ ଯୁବ ପିଢ଼ିକୁ ଦିଗ୍‌ଦର୍ଶନ ପ୍ରଦାନ କରି ଆଗକୁ ବଢ଼ିଚାଲିବ ଓ ଭାରତକୁ ବିକଶିତ ରାଷ୍ଟ୍ର କରିବାରେ ସକ୍ଷମ ହେବ ।

Question 3.
ସଂସଦରେ ଆଇନ ପ୍ରଣୟନ ହେବାପାଇଁ କେତୋଟି ସୋପାନ ଅତିକ୍ରମ କରିବାକୁ ପଡ଼ିଥାଏ, ତାହାର ଏକ ସଂକ୍ଷିପ୍ତ ସୂଚନା ପ୍ରଦାନ କର ।
Answer:
(i) ସଂସଦରେ ଏକ ଆଇନ ପ୍ରର୍ଣୟନ କରିବାକୁ ହେଲେ ତାହାକୁ ସୋପାନ ଅତିକ୍ରମ କରିବାକୁ ପଡ଼ିଥାଏ ।

(ii) ପ୍ରଥମ ସୋପାନରେ ସଂସଦରେ ବିଲ୍‌ ଯେକୌଣସି ଗୃହରେ ଆଗତ କରାଯାଇପାରିବ । ପରବର୍ତ୍ତୀ ପାହାଚରେ ବିଲ୍‌ର ଉଦ୍ଦେଶ୍ୟ ପଠନ କରାଯାଇଥାଏ । ପଠନ ପରେ ସ୍ଥାୟୀ ସମିତିର ମତାମତ ନିମନ୍ତେ ପ୍ରେରଣ କରାଯାଇଥାଏ ।

(iii) ପରବର୍ତ୍ତୀ ପର୍ଯ୍ୟାୟରେ ବିଲ୍‌କୁ ଆଲୋଚନା ପାଇଁ ଗ୍ରହଣ କରାଯାଏ । ପରବର୍ତ୍ତୀ ପର୍ଯ୍ୟାୟରେ ବିସ୍ତୃତ ଆଲୋଚନା କରାଯାଇ ବିଲ୍‌ରେ ଆବଶ୍ୟକୀୟ ସଂଶୋଧନ ନିମନ୍ତେ ମତସଂଗ୍ରହ କରାଯାଏ ।

(iv) ତା’ପରେ ବିଧେୟକ ନିମନ୍ତେ ଭୋଟଗ୍ରହଣ କରାଯାଏ । ଗୋଟିଏ ସଦନରେ ବିଲ୍‌ ଗୃହୀତ ହୋଇସାରିବା ପରେ ଦ୍ଵିତୀୟ ସଦନକୁ ପଠାଯାଏ । ଦ୍ଵିତୀୟ ସଦନରେ ଏହି ସବୁ ପର୍ଯ୍ୟାୟ ଦେଇ ବିଲ୍‌ ଗୃହୀତ ହୁଏ ।

(v) ଦୁଇ ସଦନରେ ଗୃହୀତ ହେଲେ ରାଷ୍ଟ୍ରପତିଙ୍କ ପାଖକୁ ଅନୁମୋଦନ ପାଇଁ ପଠାଯାଏ । ରାଷ୍ଟ୍ରପତିଙ୍କଦ୍ୱାରା ଅନୁମୋଦିତ ହେବା ପରେ ଏହା ଆଇନରେ ପରିଣତ ହୋଇ ସରକାରୀ ରାଜପତ୍ରରେ ପ୍ରକାଶିତ ହୁଏ ।

Class 7 Science Chapter 9 Notes Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା

Go through BSE Odisha Class 7 Science Notes Odia Medium and Class 7 Science Chapter 9 Notes Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା to understand important concepts and topics more clearly.

7th Class Science Chapter 9 Notes Odia Medium

BSE Odisha Class 7 Science Chapter 9 Notes Odia Medium

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ :

ଖାଦ୍ୟ କ’ଣ ?
ଯାହା ଶରୀରରେ ହଜମ ହୁଏ, ଶରୀର ପୁଷ୍ଟିସାଧନ କରେ, ଶରୀର ବୃଦ୍ଧି ଓ ବିକାଶରେ ସାହାଯ୍ୟ କରେ ଏବଂ ଶରୀରରେ ଅନିଷ୍ଟ ବା କିଛି ସମସ୍ୟା ସୃଷ୍ଟି କରେ ନାହିଁ ତାହାକୁ ଖାଦ୍ୟ (Food) କୁହାଯାଏ । ଖାଦ୍ୟ ହିଁ ଆମର ଔଷଧ ମାତ୍ର ଔଷଧ ଖାଦ୍ୟ ହୋଇ ନଥାଏ ।

ପ୍ରାଣୀମାନେ ବିଭିନ୍ନ ପ୍ରକାରର ଖାଦ୍ୟ ଗ୍ରହଣ କ ରି ଥାନ୍ତି କା ର ଣ ଖାଦ୍ୟରୁ ଉତ୍ପନ୍ନ ଶକ୍ତି ସେମାନଙ୍କରୁ ବିଭିନ୍ନ କାମ କରିବାରେ ସାହାଯ୍ୟ କରେ । ଖାଦ୍ୟରେ ଶ୍ଵେତସାର, ପୁଷ୍ଟିସାର ଓ ସ୍ନେହସାର ପରି ଜଟିଳ ଉପାଦାନମାନ ରହିଥାଏ । ଯେଉଁ ପ୍ରକ୍ରିୟାରେ ଏହି ଜଟିଳ ଉପାଦାନଗୁଡ଼ିକ ସରଳ ଉପାଦାନରେ ପରିଣତ ହୋଇଥା’ନ୍ତି, ତାହାକୁ ପରିପାକ ପ୍ରକ୍ରିୟା କୁହାଯାଏ ।
Class 7 Science Chapter 9 Notes Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା 1
ପରି ପାକ ପ୍ରକ୍ରିୟା ପାକନଳୀ ବା ଖାଦ୍ୟନଳୀ (Digestive Tract) ରେ ସମ୍ପାଦିତ ହୋଇଥାଏ । ଏହି ପ୍ରକ୍ରିୟା ପାଟିରୁ ଆରମ୍ଭ ହୋଇ ମଳଦ୍ଵାରରେ ଶେଷ ହୋଇଥାଏ । ଖାଦ୍ୟ ଏହି ନଳୀ ମଧ୍ୟଦେଇ ଗତି କରୁଥିବା ବେଳେ, ଏହାର ବିଭିନ୍ନ ଅଂଶରୁ ପାଚକ ରସ (Digestive Juice) କ୍ଷରିତ ହୋଇ ଜଟିଳ ଖାଦ୍ୟକୁ ସରଳ ଉପାଦାନରେ ପରି ଣତ କରେ ।

ଖାଦ୍ୟର ଏହି ସରଳୀକୃତ ଉପାଦାନଗୁଡ଼ିକ ପାକନଳୀର ବିଭିନ୍ନ ଅଂଶଦ୍ଵାରା ଶୋଷିତ ହୋଇ ଶରୀରର ବିଭିନ୍ନ ଅଂଶକୁ ପରିବାହିତ ହୋଇଥାଏ ଓ ଶରୀରର ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହୋଇଥାଏ । ଏହି ପ୍ରକ୍ରିୟା ସମସ୍ତ ପ୍ରାଣୀଙ୍କ କ୍ଷେତ୍ରରେ ସମାନ ହୋଇ ନଥାଏ ।

Class 7 Science Chapter 9 Notes Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା

ମନୁଷ୍ୟ ଶରୀରରେ ପରିପାକ

ମୁଖ ଗହ୍ଵର (Buccal cavity) :
ମନୁଷ୍ୟ ଶରୀରରେ ଖାଦ୍ୟ ପାଟି ବାଟ ଦେଇ ଭିତରକୁ ଯାଇଥାଏ । ଦାନ୍ତ ଏହାକୁ ଚୋବାଇ ଛୋଟ ଛୋଟ ଖଣ୍ଡରେ ପରିଣତ କରେ । ଖାଦ୍ୟକୁ ସୂକ୍ଷ୍ମ ଖଣ୍ଡରେ ପରିଣତ କରିବା ପ୍ରକ୍ରିୟାକୁ ଯାନ୍ତ୍ରିକ ପାଚନ କୁହାଯାଏ । ଏହି ପ୍ରକ୍ରିୟାରେ ଲାଳ ଖାଦ୍ୟ ସହିତ ମିଶିଥାଏ ।

ରୁଟି ଓ ଭାତରେ ମଣ୍ଡଦ (Starch) ନାମକ ଶ୍ଵେତସାର ରହିଥାଏ । ଲାଳରେ ଥିବା ପାଚକ ରସ ମଣ୍ଡଦକୁ ସରଳ ଶର୍କରାରେ ପରିଣତ କରେ । ଲାଳ ଖାଦ୍ୟର ଉପାଦାନଗୁଡ଼ିକୁ ସରଳ ଅଂଶରେ ଭାଙ୍ଗିବାରେ ସାହାଯ୍ୟ କରିଥାଏ । ପାଟି ସୁସ୍ଥ ରହିବା ପାଇଁ ମୁଖଗହ୍ଵରର ପରିଷ୍କାର ପରିଚ୍ଛନ୍ନତା ଆବଶ୍ୟକ । ଦାନ୍ତ କ୍ଷୟ ଏବଂ ପାଟିରେ ଦୁର୍ଗନ୍ଧ ରୋକିବା ପାଇଁ ଆମେ ଦିନକୁ ଦୁଇଥର ଦାନ୍ତ ଘଷିବା ଏବଂ ଜିଭ ସଫାକରିବା ଉଚିତ୍ ଏବଂ ପ୍ରତ୍ୟେକ ଥର ଖାଦ୍ୟ ଖାଇବା ପରେ ପାଣିରେ ମୁହଁ ଧୋଇବା ଉଚିତ୍ । ଆମ ପୂର୍ବଜମାନେ କିପରି ମୁଖଗହ୍ଵରର ପରିଷ୍କାର ପରିଚ୍ଛନ୍ନତା ରକ୍ଷା କରୁଥିଲେ ତାହା ଜାଣିବାକୁ ଚେଷ୍ଟା କର ।

କାର୍ଯ୍ୟ-୧ : ଆସ, ଅନୁସନ୍ଧାନ କରିବା

  • ଦୁଇଟି ଟେଷ୍ଟଟ୍ୟୁବ୍ ନିଆଯାଉ ଏବଂ ସେଗୁଡ଼ିକୁ ‘କ’ ଏବଂ ‘ଖ’ ଭାବରେ ନାମିତ କରାଯାଉ ।
  • ଟେଷ୍ଟଟ୍ୟୁବ୍ ‘କ’ ରେ ଗୋଟିଏ ଚାମଚ ଭାତ ନିଆଯାଉ, ଏବଂ ଟେଷ୍ଟଟ୍ୟୁବ୍ ‘ଖ’ ରେ ଚାମଚେ ଭାତକୁ ୩୦-୬୦ ସେକେଣ୍ଡ ଚୋବେଇବା ପରେ ନିଆଯାଉ ।
  • ଉଭୟ ଟେଷ୍ଟଟ୍ୟୁବ୍‌ରେ ୩-୪ ମି.ଲି. ପାଣି ମିଶାଯାଉ ।
  • ଟେଷ୍ଟଟ୍ୟୁବ୍‌ରେ ଭାତ ଓ ପାଣି ମିଶ୍ରଣର ପ୍ରାରମ୍ଭିକ ରଙ୍ଗ ଲକ୍ଷ୍ୟ କରାଯାଉ । ତାକୁ ସାରଣୀ-୧ ରେ ଲେଖ ।
  • ଡ୍ରପର ସାହାଯ୍ୟରେ ପ୍ରତ୍ୟେକ ଟେଷ୍ଟଟ୍ୟୁବ୍‌ରେ ୩-୪ ବୁନ୍ଦା ଆୟୋଡ଼ିନ୍ ଦ୍ରବଣ ପକାଯାଉ । ପ୍ରତ୍ୟେକ ଟେଷ୍ଟଟ୍ୟୁବ୍‌ରେ ଥିବା ଦ୍ରବ୍ୟକୁ ଭଲ ଭାବରେ ମିଶ୍ରଣକର ଏବଂ ତାହାକୁ ପୃଥକ୍ ଭାବରେ ପର୍ଯ୍ୟବେକ୍ଷଣ କରାଯାଉ ।
  • ମଣ୍ଡଦ ଉପରେ ଲାଳର କେଉଁ ପ୍ରକାର ପ୍ରଭାବ ରହିଥାଏ, ନିମ୍ନ ସାରଣୀରେ ଦର୍ଶାଯାଇଛି ।

ସାରଣୀ : ମଣ୍ଡଦ ଉପରେ ଲାଳର ପ୍ରଭାବ

ଟେଷ୍ଟଟ୍ୟୁବ ମିଶ୍ରଣର ରଙ୍ଗ (ଆୟୋଡ଼ିନ୍ ମିଶାଇବା ପୂର୍ବରୁ) ମିଶ୍ରଣର ରଙ୍ଗ (ଆୟୋଡ଼ିନ୍ ମିଶାଇବା ପରେ) ଯଦି ରଙ୍ଗ ପରିବର୍ତ୍ତନ ହୋଇଛି ତେବେ ତା’ର କାରଣ
କ ଧଳା ଗାଢ଼ ନୀଳ ଆୟୋଡି଼ନ ମଣ୍ଡଦ ସହ ପ୍ରତିକ୍ରିୟା କଲେ ନୀଳ ହୁଏ
ଖ ଧଳା ହାଲୁକା ନୀଳ ମଣ୍ଡଦ ନ ଥ‌ିବାରୁ ସାମାନ୍ୟ ରଙ୍ଗ ପରିବର୍ତ୍ତନ ହେଲା

ଲାଳର ଭାତ ସହିତ ରାସାୟନିକ କ୍ରିୟାଦ୍ଵାରା ମଣ୍ଡଦ ସରଳ ଶର୍କରାରେ ପରିଣତ ହୋଇଥାଏ । ଶରୀରରେ ଜଟିଳ ଖାଦ୍ୟ ଉପାଦାନଗୁଡ଼ିକୁ ସରଳ ରୂପରେ ଭାଙ୍ଗିବାର ଏହି ପ୍ରକ୍ରିୟାକୁ ପରିପାକ (Digestive) କୁହାଯାଏ । ଖାଦ୍ୟ ପାଟିରେ ଆଂଶିକଭାବେ ହଜମ ହୋଇଥାଏ ।

Class 7 Science Chapter 9 Notes Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା

ଖାଦ୍ୟନଳୀ / ଗ୍ରାସନଳୀ (Oesophagus) :
ଖାଦ୍ୟ ଚୋବାଇବା ବେଳେ ଲାଳ ମଣ୍ଡଦକୁ ହଜମ କରିବାରେ ସାହାଯ୍ୟ କରିବା ସହିତ ଏହାକୁ ଆର୍ଦ୍ର, ନରମ କରି ଗିଳିବାରେ ସହାୟତା କରିଥାଏ । ଜିଭ ଖାଦ୍ୟକୁ ଲାଳ ସହିତ ମିଶ୍ରଣ କରାଇଥାଏ ଓ ଏହି ନରମ ଖାଦ୍ୟକୁ ଖାଦ୍ୟନଳୀ ନାମକ ନମନୀୟ ନଳୀ ମଧ୍ୟକୁ ଆଗକୁ ଠେଲି ଦେଇଥାଏ ।
Class 7 Science Chapter 9 Notes Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା 2
ଖାଦ୍ୟନଳୀ କାନ୍ଥର ଧୀର ସଙ୍କୋଚନ ଓ ଶିଳନ ଯୋଗୁଁ ତରଙ୍କ ପରି ଏକ ଗତି ସୃଷ୍ଟି ହୁଏ । ଏହି ଗତି ଯୋଗୁଁ ଖାଦ୍ୟ ଆପେ ଆପେ ପାକସ୍ଥଳୀ ଭିତରକୁ ଠେଲି ହୋଇଯାଏ । ଏ ପ୍ରକାର ଗତି ସମଗ୍ର ଖାଦ୍ୟନଳୀରେ ଘଟେ ଏବଂ ଖାଦ୍ୟକୁ ଆଗକୁ ଆଗକୁ ଠେଲି ନେଇଯାଏ ।

ପାକସ୍ଥଳୀ (Stomach) :

  • ପାକସ୍ଥଳୀ କାନ୍ଥର ସଙ୍କୋଚନ ଓ ଶିକୂଳନ ଫଳରେ ଖାଦ୍ୟର ମନ୍ଥନ ଘଟିଥାଏ । ମଜ୍ଜିତ ଖାଦ୍ୟ ସହିତ ପାକସ୍ଥଳୀର ଭିତର ଆସ୍ତରଣରୁ କ୍ଷରିତ ପାଚନ ରସ (Digestive Juice), ଅମ୍ଳ (Acid) ଓ ଶ୍ଳେଷ୍ମ (Mucus) ଖାଦ୍ୟ ସହିତ ମିଶିଥାଏ ।
  • ପାଚକ ରସ ପୁଷ୍ଟିସାରକୁ ଭାଙ୍ଗି ସରଳ ଉପାଦାନରେ ପରିଣତ କରେ ଓ ଅନେକ କ୍ଷତିକାରକ ବୀଜାଣୁକୁ ମଧ୍ୟ ମାରିଦିଏ । ଶ୍ଳେଷ୍ମା ପାକସ୍ଥଳୀର ଆସ୍ତରଣରୁ କ୍ଷରିତ ଅମ୍ଳଜନିତ କ୍ଷୟରୁ ରକ୍ଷାକରେ ।
  • ପାକସ୍ଥଳୀରେ ଖାଦ୍ୟ ଆଂଶିକ ଭାବରେ ହଜମ ହୁଏ ଏବଂ ଏକ ଅର୍ଥ ତରଳ ପିଣ୍ଡରେ ରୂପାନ୍ତରିତ ହୁଏ । ଏହି ପିଣ୍ଡ ପରିପାକର ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ପ୍ରସ୍ତତ ହୁଏ ।
    Class 7 Science Chapter 9 Notes Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା 3

ଭାବନା ଓ ମାନସିକ ଆବେଗ ପରିପାକ ପ୍ରକ୍ରିୟାକୁ ପ୍ରଭାବିତ କରେ :
ମାନବ ଶରୀରରେ ପରିପାକ ପ୍ରକ୍ରିୟା ବିଷୟରେ ବୈଜ୍ଞାନିକମାନେ କିପରି ଜାଣିଲେ ? ପାକସ୍ଥଳୀ କିପରି କାମ କରେ ତାହାର ଆବିଷ୍କାର ଅକସ୍ମାତ୍ ଘଟିଥିଲା । ୧୮୨୨ ମସିହାରେ, ଆଲେକ୍ସି ସେଣ୍ଟ ମାର୍ଟିନ୍ ନାମକ ଜଣେ ବ୍ୟକ୍ତିଙ୍କ ପେଟରେ ଦୁର୍ଘଟଣାବଶତଃ ଗୁଳି ବାଜିଥିଲା । ଡାକ୍ତର ୱିଲିୟମ୍ ବିଉମଣ୍ଟଙ୍କଦ୍ଵାରା ତାଙ୍କର ଚିକିତ୍ସା କରାଯାଇଥିଲା । ତଥାପି, ତାଙ୍କର କ୍ଷତ କେବେ ସମ୍ପୂର୍ଣ୍ଣ ଭଲ ହୋଇ ନଥୁଲା, ଏକ ଛୋଟ ସ୍ଥାୟୀ ଛିଦ୍ର ରହିଯାଇଥିଲା । ଏହି ଛିଦ୍ର ଦେଇ ଡାକ୍ତର ବିଉମଣ୍ଟ ପାକସ୍ଥଳୀରେ ପରିପାକ କିପରି ଘଟୁଛି ତାହା ପର୍ଯ୍ୟବେକ୍ଷଣ କରି ପାରିଥିଲେ । ବିଭିନ୍ନ ଖାଦ୍ୟ କିପରି ସରଳୀକୃତ ହୁଏ ତାହା ସେ ପରୀକ୍ଷା କରିଥିଲେ ଏବଂ ଆମର ଭାବନା ବା ମାନସିକ ଆଲେକ୍ଟ୍ରି ସେଣ୍ଟ ମାର୍ଟିନ୍‌ଙ୍କ ଆବେଗ କିପରି ପରିପାକ ପ୍ରକ୍ରିୟାକୁ ପ୍ରଭାବିତ କରେ ତାହା ଅଧ୍ୟୟନ କରିଥିଲେ ।
Class 7 Science Chapter 9 Notes Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା 4

Class 7 Science Chapter 9 Notes Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା

କ୍ଷୁଦ୍ରାନ୍ତ (Small Intestine) :
ପାକସ୍ଥଳୀରୁ ଖାଦ୍ୟ ପିଣ୍ଡ ରୂପରେ କ୍ଷୁଦ୍ରାନ୍ତକୁ ଯାଇଥାଏ । ଏହାର ଲମ୍ବ ପ୍ରାୟ ୬ ମି. ଅଟେ । ଏଠାର କ୍ଷୁଦ୍ରାନ୍ତର ଭିତର ଆସ୍ତରଣ, ଯକୃତ ଓ ଅଗ୍ନାଶୟରୁ ରସ ନିର୍ଗତ ହୋଇ ଖାଦ୍ୟପିଣ୍ଡ ସହିତ ମିଶିଥାଏ ।

ଯକୃତରୁ ପିତ୍ତ କ୍ଷରିତ ହୋଇଥାଏ, ଏହା ଖାଦ୍ୟରେ ଥିବା ଅମ୍ଳକୁ ନିରପେକ୍ଷ କରେ ଏବଂ ସ୍ନେହସାରକୁ କ୍ଷୁଦ୍ର କଣିକାରେ ଭାଙ୍ଗି ଦେଇଥାଏ, ଫଳରେ ପରିପାକ ପ୍ରକ୍ରିୟା ସହଜ ହୋଇଥାଏ ।

ଅଗ୍ନାଶୟରୁ ଅଗ୍ନାଶୟ ରସ କ୍ଷରିତ ହୁଏ । ଏହା କ୍ଷାରୀୟ ପ୍ରକୃତିର ଅଟେ । ଖାଦ୍ୟରେ ଏହାର ଉପସ୍ଥିତି ଅମ୍ଳକୁ ନିରପେକ୍ଷ କରିବାରେ ସାହାଯ୍ୟ କରେ । ଅଗ୍ନାଶୟ ରସ ଶ୍ଵେତସାର, ପୁଷ୍ଟିସାର ଓ ସ୍ନେହସାରକୁ ଆହୁରି ସରଳ କରିଥାଏ ।
Class 7 Science Chapter 9 Notes Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା 5
ପରିପାକ ହୋଇଥିବା ପୋଷକତତ୍ତ୍ଵଗୁଡ଼ିକ କ୍ଷୁଦ୍ରାନ୍ତରୁ ଏହାର କାନ୍ଥରେ ଥିବା ରକ୍ତବାହୀ ନଳୀରେ ପ୍ରବାହିତ ରକ୍ତକୁ ପ୍ରବେଶ କରନ୍ତି । ଏହି ପ୍ରକ୍ରିୟାକୁ ପୋଷକତତ୍ତ୍ଵର ଅବଶୋଷଣ କୁହାଯାଏ ।

କ୍ଷୁଦ୍ରାନ୍ତର ଭିତର ଆସ୍ତରଣରେ ଥ‌ିବା ଆଙ୍ଗୁଠି ପରି ଉପରକୁ ଉଠିଥିବା ପ୍ରକ୍ଷେପଣ ଗୁଡ଼ିକଦ୍ଵାରା ହଜମ ହୋଇଥିବା ପୋଷକତତ୍ତ୍ଵ ଗୁଡ଼ିକ ରକ୍ତରେ ପ୍ରବେଶ କରେ । ରକ୍ତ ଏହାକୁ ଶରୀରର ବିଭିନ୍ନ ଅଂଶକୁ ପ୍ରେରଣ କରିଥାଏ । ଏଗୁଡ଼ିକ ଶରୀରକୁ ଶକ୍ତି ପ୍ରଦାନ କରିବା ସହିତ ବୃଦ୍ଧି ଓ ବିକାଶରେ ମଧ୍ୟ ସହାୟକ ହୋଇଥାନ୍ତି ।
Class 7 Science Chapter 9 Notes Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା 6

ସିଲିଆକ୍ ରୋଗ ଓ ଉତ୍ତମ ଖାଦ୍ୟ ବିକଳ୍ପ :
ସିଲିଆକ୍ (Celiac) ରୋଗରେ ଶରୀର ଗ୍ଲୁଟେନ୍ ନାମକ ପୁଷ୍ଟିସାର ସହିତ ପ୍ରତିକ୍ରିୟା କରେ । ଗହମ, ବାର୍ଲି ଏବଂ ରାଇ (Rye) ରେ ଗ୍ଲୁଟେନ୍ ଥାଏ । ଏହି ପ୍ରତିକ୍ରିୟାରେ କ୍ଷୁଦ୍ରାନ୍ତର ଭିତର ଆସ୍ତରଣ (ଯେଉଁଠାରେ ପୁଷ୍ଟିସାର ଜାତୀୟ ପଦାର୍ଥ ଶୋଷିତ ହୁଏ) କ୍ଷତିଗ୍ରସ୍ତ ହୁଏ । ଫଳସ୍ଵରୂପ, ଅନ୍ତନଳୀ ଠିକ୍ ଭାବରେ କାର୍ଯ୍ୟ କରିପାରେ ନାହିଁ । ସିଲିଆକ୍ ରୋଗ ପରିଚାଳନା କରିବାର ଏକମାତ୍ର ଉପାୟ ହେଉଛି, ଗ୍ଲୁଟେନଯୁକ୍ତ ଖାଦ୍ୟ ପରିତ୍ୟାଗ କରିବା । ଯଅ, ବାଜରା, ମାଣ୍ଡିଆ ପ୍ରଭୃତି ମିଲେଟ୍‌ ଜାତୀୟ ଶସ୍ୟ ସ୍ଵାଭାବିକ ଭାବରେ ଗ୍ଲୁଟେନ୍‌ମୁକ୍ତ ହୋଇଥିବାରୁ ଉତ୍ତମ ବିକଳ୍ପ ଖାଦ୍ୟ ଅଟନ୍ତି ।
Class 7 Science Chapter 9 Notes Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା 7

Class 7 Science Chapter 9 Notes Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା

ବୃହଦନ୍ତ୍ର (Large Intestine) :
ଅଧିକାଂଶ ପୋଷକତତ୍ତ୍ଵ କ୍ଷୁଦ୍ରାନ୍ତରେ ପାଚନ ଓ ଶୋଷଣ ହେଲାପରେ, ଅପାଚ୍ୟ ଖାଦ୍ୟଗୁଡ଼ିକ 1.5 ମିଟର ଲମ୍ବର ବୃହଦନ୍ତ୍ର ମଧ୍ୟକୁ ପ୍ରବେଶ କରିଥାଏ । ଏହା ଅପାଚ୍ୟ ଖାଦ୍ୟରୁ ପାଣି ଓ କିଛି ଲବଣ ଶୋଷଣ କରି ବର୍ଜ୍ୟପଦାର୍ଥକୁ ମଳ ଆକାରରେ ଅର୍ଦ୍ଧକଠିନ ପଦାର୍ଥରୂପେ ବାହାରକୁ ନିଷ୍କାସିତ କରିଥାଏ ।

ମଳ ବାହାରକୁ ନ ବାହାରିବା ପର୍ଯ୍ୟନ୍ତ ମଳାଶୟରେ ରହିଥାଏ । ଫଳ, ପନିପରିବା ଏବଂ ଅକାଣ୍ଡିଆ ଶସ୍ୟ ଭଳି ତନ୍ତୁଯୁକ୍ତ ଖାଦ୍ୟ ଖାଇବାଦ୍ୱାରା ବୃହଦନ୍ତ ଠିକ୍ ଭାବେ କାର୍ଯ୍ୟ କରେ ଓ ମଳ ସହଜରେ ବାହାରିଯାଏ ।

ମଳ ଯେଉଁ ପ୍ରକ୍ରିୟାରେ ମଳଦ୍ଵାର ଦେଇ ବାହାରକୁ ନିଷ୍କାସିତ ହୋଇଥାଏ, ତାହାକୁ ବହିଃଷ୍କରଣ (Egestion) କୁହାଯାଏ । ଖାଦ୍ୟରୁ ପୋଷକତତ୍ତ୍ୱ ଶୋଷଣ କରିବା ଏବଂ ବର୍ଜ୍ୟବସ୍ତୁକୁ ବାହାର କରିବା ପାଇଁ ପରିପାକ ତନ୍ତ୍ରର କାର୍ଯ୍ୟ ବାସ୍ତବରେ ଆକର୍ଷଣୀୟ ଅଟେ ।

ସୁସ୍ଥ ପାଚନ ପ୍ରଣାଳୀ ଓ ସାମଗ୍ରିକ ସୁସ୍ଥତା :
ବୃହଦନ୍ତ୍ରରେ ବିଭିନ୍ନ ଅଣୁଜୀବ ଥାଆନ୍ତି, ଯେପରିକି ବୀଜାଣୁ, ଯାହା ହଜମରେ ସାହାଯ୍ୟ କରେ । ସେମାନେ ଆମର ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରନ୍ତି । ସେମାନେ ହଜମ ହୋଇ ନଥ‌ିବା ଖାଦ୍ୟକୁ, ବିଶେଷକରି ତନ୍ତୁକୁ ଭାଙ୍ଗି ଦିଅନ୍ତି ଏବଂ ଆବଶ୍ୟକ ପୋଷକ ଉତ୍ପନ୍ନ କରନ୍ତି । ତନ୍ତୁଯୁକ୍ତ ଖାଦ୍ୟ ଏବଂ ବିଶେଷକରି ‘କିତ୍ସିତ ଖାଦ୍ୟ’ (ଯେପରିକି ଦହି, ଘୋଳଦହି, ଶ୍ରୀଖଣ୍ଡ, କାଞ୍ଜି, ଆଚାର, ଏଣ୍ଡୁରିପିଠା ଏବଂ ପାଖାଳ ଭାତ) ସୁସ୍ଥ ପାଚନ ପ୍ରଣାଳୀ ଏବଂ ସମାଗ୍ରିକ ସୁସ୍ଥତା ପାଇଁ ଉତ୍ତମ ଅଟେ ।

ଉତ୍ତମ ସ୍ଵାସ୍ଥ୍ୟ ଓ ପାତନର ଗୁରୁତ୍ଵ :
ଉତ୍ତମ ସ୍ଵାସ୍ଥ୍ୟ ବଜାୟ ରଖିବାରେ ପାଚନର ଗୁରୁତ୍ଵ ଶତାବ୍ଦୀ ଶତାବ୍ଦୀ ଧରି ସ୍ଵୀକୃତ । ଏକ ପ୍ରାଚୀନ ଆୟୁର୍ବେଦ ଗ୍ରନ୍ଥ, ‘ଚରକ ସଂହିତା’ରେ ସହଜରେ ପାଚନଯୋଗ୍ୟ ଖାଦ୍ୟ ଓ ପାଚନ ଶକ୍ତି ବୃଦ୍ଧି ପାଇଁ ଅଦା, ଗୋଲମରିଚ ଏବଂ ଜିରା ଭଳି ମସଲାର ସୁବିଚାରିତ ବ୍ୟବହାର ଉପରେ ଆଲୋକପାତ କରାଯାଇଛି । ପୋଷଣ କ୍ଷେତ୍ରରେ ବିଜ୍ଞାନର ଅଗ୍ରଗତି ମଧ୍ଯ ପାଚନ ସ୍ଵାସ୍ଥ୍ୟ ବଜାୟ ରଖିବାରେ ଯେଉଁଗୁଡ଼ିକୁ ମୁଖ୍ୟ କାରଣ ଭାବରେ ଗୁରୁତ୍ଵ ହେଉଛନ୍ତି ସେହି ବିଷୟଗୁଡ଼ିକ ହେଉଛି ମଧ୍ଯ ଠିକ୍ ସମୟରେ ଖାଦ୍ୟ ଖାଇବା, ସଚେତନ ଖାଦ୍ୟାଭ୍ୟାସ ଏବଂ ଅତ୍ୟଧ‌ିକ ଖାଦ୍ୟ ଗ୍ରହଣ ଏଡ଼ାଇବା ।

ରୋମନ୍ଥକ ପ୍ରାଣୀମାନଙ୍କ ପାଚନ ପ୍ରକ୍ରିୟା :
ଗାଈ ଏବଂ ମଇଁଷି ଭଳି ତୃଣଭୋଜୀ ପ୍ରାଣୀମାନେ ଘାସ, କୁଟା ଇତ୍ୟାଦି ଖାଇବା ସମୟରେ ଶୀଘ୍ର ଶୀଘ୍ର ଖାଦ୍ୟକୁ ଗିଳି ଦେଇଥା’ନ୍ତି । ଏହି ଖାଦ୍ୟ ପା କ ସ୍ଥଳୀ ର ପ୍ରଥମ ଭାଗ ରୁ ମେନ୍ (Rumen)ରେ ଆଂଶିକ ଭାବେ ପାଚିତ ହୁଏ ।
Class 7 Science Chapter 9 Notes Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା 8
ପରେ ଏହି ଆଂଶିକ ପାଚିତ ଖାଦ୍ୟ ଗୁଳାରେ ପରିଣତ ହୋଇ ପାଟିକୁ ‘ଫେରି ଆସେ ଓ ସେମାନେ ତାକୁ ପୁଣି ଥରେ ଚୋବାଇ ଚୋବାଇ ଖାଇଥା’ନ୍ତି । ଏହି ପ୍ରକ୍ରିୟାକୁ ରୋମନ୍ଥନ (ପାକୁଳି କରିବା) ଏବଂ ଏହି ପ୍ରାଣୀମାନଙ୍କୁ ରୋମନ୍ଥକ (Ruminant) କୁହାଯାଏ ।

Class 7 Science Chapter 9 Notes Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା

ଗୋଟିଏ ଗାଈ ଦିନକୁ ପ୍ରାୟ ୮ ଘଣ୍ଟା କେବଳ ଖାଦ୍ୟ ଚୋବାଇବାରେ ସମୟ ଅତିବାହିତ କରେ । ଭଲଭାବରେ ଚୋବାଯାଇଥିବା ଖାଦ୍ୟ ପୁନର୍ବାର ଅଧ୍ଵ ହଜମ ପାଇଁ ଗ୍ରାସନଳୀ ବା ଖାଦ୍ୟନଳୀ ଦେଇ ପାକସ୍ଥଳୀକୁ ଯାଇଥାଏ ।

ପକ୍ଷୀମାନଙ୍କର ପାଚନତନ୍ତ୍ର :
ପକ୍ଷୀମାନଙ୍କର ଦାନ୍ତ ନଥାଏ । ଏମାନଙ୍କର ପାକସ୍ଥଳୀ ତଳକୁ ଏକ କୋଠରି ରହିଥାଏ, ତାହାକୁ ଗିଜାର୍ଡ଼ (Gizzard) କୁହାଯାଏ । ଏହାର କାନ୍ଥର ସଙ୍କୋଚନ ଓ ଶିଥୁଳନ ଏବଂ ପକ୍ଷୀମାନେ ପ୍ରାୟତଃ ଗିଳି ଦେଉଥ‌ିବା ଛୋଟ ଗୋଡ଼ି ସାହାଯ୍ୟରେ ଛୋଟ ଛୋଟ ଖଣ୍ଡରେ ପରିଣତ ହୁଏ ।
Class 7 Science Chapter 9 Notes Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା 9
ବିଭିନ୍ନ ପ୍ରକାର ଖାଦ୍ୟ ହଜମ କରିବା ପାଇଁ ପ୍ରାଣୀମାନଙ୍କର ପାଚନ ନଳୀର ଗଠନ ଓ କାର୍ଯ୍ୟଧାରା ଭିନ୍ନ ଭିନ୍ନ ପ୍ରକାର ହୋଇଥାଏ । ପାଚିତ ହୋଇଥିବା ଖାଦ୍ୟରୁ ସଂଗୃହୀତ ପୋଷକ ଦ୍ରବ୍ୟ ଶରୀରର ବିଭିନ୍ନ ଅଂଶକୁ ଯାଇ ଶରୀର
ପକ୍ଷୀମାନଙ୍କରେ ପାଚନ ତନ୍ତ୍ର ଗଠନରେ ସହାୟକ ହୋଇଥାଏ ।

ପ୍ରାଣୀମାନଙ୍କର ଶ୍ୱସନ (ମଣିଷ) :
ବାୟୁ ନେବା ଏବଂ ବାୟୁ ଛାଡ଼ିବା ପ୍ରକ୍ରିୟାକୁ ଶ୍ଵାସକ୍ରିୟା କୁହାଯାଏ । ଶ୍ଵାସକ୍ରିୟା ବିନା ଆମେ ବଞ୍ଚିପାରିବା ନାହିଁ । କେବଳ ମଣିଷ ନୁହେଁ, ଉଦ୍ଭିଦ ଏବଂ ଅନ୍ୟ ପ୍ରାଣୀମାନେ ମଧ୍ୟ ଶ୍ଵାସକ୍ରିୟା କରିଥା’ନ୍ତି । ଆମ ଶରୀରରେ ଶ୍ଵାସକ୍ରିୟା ପାଇଁ ଏକ ନିର୍ଦ୍ଦିଷ୍ଟ ତନ୍ତ୍ର ରହିଅଛି, ଏହାକୁ ଶ୍ୱସନ ତନ୍ତ୍ର (Respiratory system) କୁହାଯାଏ ।
Class 7 Science Chapter 9 Notes Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା 10
ଶ୍ଵାସନ ତନ୍ତ୍ରରେ ଗ୍ୟାସ୍‌ଗୁଡ଼ିକର ବିନିମୟ ଏକ ନିର୍ଦ୍ଦିଷ୍ଟ ପଥ ଅନୁସରଣ କରେ । ଯେଉଁ ପଥରେ ବାୟୁ ଗ୍ରହଣ ଓ ନିଷ୍କାସନ ହୋଇଥାଏ, ତାହାର ବିଭିନ୍ନ ଅଂଶ ଶ୍ଵାସନ ତନ୍ତ୍ରର ଅନ୍ତର୍ଭୁକ୍ତ ଅଟେ । ଏହା ନାସାରନ୍ଧ୍ରଠାରୁ ଆରମ୍ଭ ହୋଇଥାଏ । ଏହା ମାଧ୍ୟମରେ ଆମେ ପ୍ରଶ୍ଵାସ ନେଉ ଓ ନିଃଶ୍ଵାସ ତ୍ୟାଗ କରିଥାଉ ।

ପ୍ରଶ୍ଵାସ ବାୟୁ ନାସାପଥ ଦେଇ ଭିତରକୁ ପ୍ରବେଶ କରେ, ନାସାରନ୍ଧ୍ରରେ ଥ‌ିବା ଛୋଟ କେଶ ଶ୍ଳେଷ୍ମା ସହିତ ମିଶି ପ୍ରଶ୍ଵାସ ବାୟୁରୁ ଧୂଳି ଏବଂ ମଇଳାକୁ ଧରିରଖେ । ଏଠାରୁ ବାୟୁନଳୀ ମାଧ୍ଯମରେ ବାୟୁ ଫୁସ୍‌ଫୁସ୍ (Lungs)କୁ ଯାଇଥାଏ ।

Class 7 Science Chapter 9 Notes Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା

ବାୟୁନଳୀ ଦୁଇଟି ଶାଖାରେ ବିଭକ୍ତ ହୋଇ ଦୁଇଟି ଫୁସ୍‌ଫୁସ୍ ମଧ୍ୟକୁ ପ୍ରବେଶ କରିଥାଏ । ଫୁସ୍‌ଫୁସ୍‌ରେ ଏହି ଦୁଇ ଶାଖା ଆହୁରି ଛୋଟ ଏବଂ ସୂକ୍ଷ୍ମ ଶାଖାରେ ବିଭକ୍ତ ହୋଇ କୋଟରିକା (alveoli) ନାମକ ଛୋଟ ଛୋଟ ବେଲୁନ୍ ପରି ଥଳିରେ ଶେଷ ହୁଏ । ଆମର ଫୁସ୍‌ଫୁସ୍ ଛାତିର ପଞ୍ଜରା ଦ୍ଵାରା ସୁରକ୍ଷିତ ହୋଇ ରହିଥାଏ ।

କରୋନା ଭୂତାଣୁ ଓ ଫୁସ୍‌ଫୁସ୍ ସମସ୍ୟା :
ଯଦିଓ ପ୍ରଶ୍ଵାସ ବାୟୁରୁ ଅନେକ ପରିମାଣରେ ଧୂଳି ଛାଣି ହୋଇ ରହିଯାଏ, ତଥାପି ଅନେକ ସମୟରେ ଛୋଟ ଛୋଟ ସଂକ୍ରାମକ ରୋଗ କଣିକା ଫୁସ୍‌ଫୁସ୍‌କୁ ପ୍ରବେଶ କରିପାରେ । ଉଦାହରଣ ସ୍ଵରୂପ, COVID – 19 ମହାମାରୀ ସମୟରେ, SARS-CoV-2 ଭୂତାଣୁ ବା ଭାଇରସ୍ ଶ୍ଵାସତନ୍ତ୍ରକୁ ପ୍ରଭାବିତ କରିଥିଲା, ଯାହା ଫଳରେ ଶ୍ଵାସକ୍ରିୟରେ ଅସୁବିଧା ହେଉଥିଲା ଏବଂ ପ୍ରାୟତଃ ଗୁରୁତର ଫୁସ୍‌ଫୁସ୍ ସମସ୍ୟା ସୃଷ୍ଟି ହୋଇଥିଲା ।

କାର୍ଯ୍ୟ–୨ : ଆସ, ଗୋଟିଏ ମଡ଼େଲ ତିଆରି କରିବା

ପରୀକ୍ଷଣ

  • ଢାଙ୍କୁଣି ଥ‌ିବା ଗୋଟିଏ ଚଉଡ଼ା ସ୍ଵଚ୍ଛ ପ୍ଲାଷ୍ଟିକ୍ ବୋତଲ ନିଆଯାଉ । ଏହାର ତଳ ଅଂଶ କାଟି ବାହାର କରି ଦିଆଯାଉ ଓ ବୋତଲର ଢାଙ୍କୁଣିରେ ଏକ ଛିଦ୍ର କରାଯାଉ ।
  • ଉପରୋକ୍ତ ଚିତ୍ରରେ ଦେଖାଯାଇଥ‌ିବା ପରି ଏକ ଆକାରର ଫାଙ୍କା ନଳୀ ନିଆଯାଉ । ନଳୀର ଦୁଇ କେନା ଶେଷରେ ଦୁଇଟି ଫୁଙ୍କାଯାଇ ନଥ‌ିବା ବେଲୁନ୍ ପୂରାଯାଉ । ଗୋଟିଏ ରବର ବ୍ୟାଣ୍ଡ୍ ସହିତ ସେଗୁଡ଼ିକୁ ଭଲ ଭାବରେ ବାନ୍ଧି ଦିଆଯାଉ ଯେପରିକି ତାହା ଭିତରକୁ ବାୟୁ ଯାଇପାରିବ ନାହିଁ ।
    Class 7 Science Chapter 9 Notes Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା 11
  • ନଳୀର ସିଧା ପାଖକୁ ଢାଙ୍କୁଣି ମଧ୍ଯରେ ଗୋଟିଏ କଣା କରି ବୋତଲ ଭିତରକୁ ପ୍ରବେଶ କରାଯାଉ ଓ ଢାଙ୍କୁଣିକୁ ମାଟି ଲଗାଇ ଭଲ ଭାବରେ ସିଲ୍ କରିଦିଆଯାଉ ଯାହା ଫଳରେ ଏହା ବାୟୁରୋଧୀ ହୋଇପାରିବ । ବୋତଲର ଖୋଲା ତଳ ଭାଗରେ ଏକ ପତଳା ରବର ଖଣ୍ଡ ବା ବେଲୁନ୍‌କୁ ବଡ଼ ରବର ବ୍ୟାଶ୍‌ରା ଭଲ ଭାବରେ ବାନ୍ଧିଦିଆଯାଉ ।

Class 7 Science Chapter 9 Notes Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା

ପର୍ଯ୍ୟବେକ୍ଷଣ :
ତଳ ଭାଗରେ ଲାଗିଥିବା ରବର ବା ବେଲୁନ୍‌କୁ ମଝିରୁ ତଳ ଆଡ଼କୁ ଟାଣି ପୁନଶ୍ଚ ଛାଡ଼ି ଦିଆଯାଉ ଯେତେବେଳେ ରବର ସିକୁ ତଳକୁ ଟଣାଯାଏ ବେଲୁନ୍‌ଗୁଡ଼ିକ ଫୁଲିଯାଏ ଓ ବିପରୀତ ଭାବରେ ଯେତେବେଳେ ରବର ସିଟ୍‌ ଉପରକୁ ଛାଡ଼ିଦିଆଯାଏ ସେତେବେଳେ ବେଲୁନ୍‌ଗୁଡ଼ିକ ସଂକୁଚିତ ହୋଇଯାଏ ।

ପ୍ରଶ୍ଵାସ (Inhalation) ନେବା ସମୟରେ ପଞ୍ଜରା ହାଡ଼ଗୁଡ଼ିକ ଉପରକୁ ଏବଂ ବାହାରକୁ ଠେଲି ହୋଇଯିବାରୁ ଛାତି ବିସ୍ତାରିତ ହୋଇଥାଏ ଅର୍ଥାତ୍ ଏହାର ଆୟତନ ବୃଦ୍ଧି ପାଏ । ଏହି ସମୟରେ ମଧ୍ୟଚ୍ଛଦ । (Diaphragm) ତଳକୁ ଗତିକରେ, ଫଳରେ ଛାତି ଭିତରେ ସ୍ଥାନ ବୃଦ୍ଧିପାଏ ଓ ବାୟୁ ଫୁସ୍‌ଫୁସ୍ ମଧ୍ୟକୁ ପ୍ରବେଶ କରିଥାଏ ।
Class 7 Science Chapter 9 Notes Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା 12
ନିଃଶ୍ଵାସ (Exhalation) ତ୍ୟାଗ କରିବା ସମୟରେ ପଞ୍ଜରାଗୁଡ଼ିକ ତଳକୁ ଏବଂ ଭିତରକୁ ଗତି କରେ । ଏହି ପ୍ରକ୍ରିୟାରେ ମଧ୍ଯଚ୍ଛଦା ଉପରକୁ ଉଠିଯାଏ ଓ ଛାତି ଭିତରେ ସ୍ଥାନ ହ୍ରାସ ପାଏ, ଫଳରେ ଫୁସ୍‌ଫୁସ୍‌ରୁ ବାୟୁ ବାହାରକୁ ଠେଲି ହୋଇଯାଏ ।

ସୁସ୍ଥ ଜୀବନ ପାଇଁ ଶ୍ଵାସକ୍ରିୟା ଅଭ୍ୟାସ :
ଭାରତ ତଥା ବିଶ୍ଵର ବିଭିନ୍ନ ସଂସ୍କୃତିରେ ଶହ ଶହ ବର୍ଷ ଧରି ଶ୍ଵାସକ୍ରିୟା ବ୍ୟାୟାମ (ପ୍ରାଣାୟାମ) ଅଭ୍ୟାସ କରାଯାଇ ଆସୁଅଛି । ଶ୍ଵାସନ ସ୍ଵାସ୍ଥ୍ୟ, ମାନସିକ ଶାନ୍ତି ଏବଂ ଏକାଗ୍ରତାକୁ ଉନ୍ନତ କରିବା ପାଇଁ ପ୍ରାଣାୟାମ ଏକ ଜଣାଶୁଣା ପଦ୍ଧତି । ଲଦାଖରେ, ଲୋକମାନେ ଟୁମୋ ଶ୍ଵାସକ୍ରିୟା ଅଭ୍ୟାସ କରନ୍ତି, ଏହି କୌଶଳ ଫୁସ୍‌ଫୁସ୍ କାର୍ଯ୍ୟକୁ ଉନ୍ନତ କରେ ଏବଂ ଥଣ୍ଡା ପାଗରେ ମଧ୍ଯ ଶରୀରକୁ ଉଷ୍ମ ରଖିବାରେ ସାହାଯ୍ୟ କରେ । ସେହିପରି, ସୁସ୍ଥତାକୁ ପ୍ରୋତ୍ସାହିତ କରିବା ପାଇଁ ଗଭୀର ଶ୍ଵାସକ୍ରିୟା
କୌଶଳ ବ୍ୟବହାର କରାଯାଏ । ଅନେକ ପାରମ୍ପରିକ ପ୍ରଥାରେ ଲୟବଦ୍ଧ ଶ୍ଵାସ ନିୟନ୍ତ୍ରଣ କରି ଗଭୀର ଶ୍ଵାସ ସହିତ ଜପକୁ ଯୋଡ଼ାଯାଇଛି । ଏହାଦ୍ଵାରା ଶାନ୍ତି, ସ୍ଥିରତା ଓ ମାନସିକ ସ୍ପଷ୍ଟତା ବଢ଼ିଥାଏ ।
Class 7 Science Chapter 9 Notes Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା 13
ଆମେ ନିଃଶ୍ଵାସରେ କ’ଣ ବାହାର କରୁ ?

Class 7 Science Chapter 9 Notes Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା

କାର୍ଯ୍ୟ–୩ : ଆସ, ଅନୁସନ୍ଧ।ନ କରିବା
(ଶିକ୍ଷକଙ୍କ ଦ୍ଵାରା ପ୍ରଦର୍ଶନ କରାଯିବ।)

  • ଚିତ୍ରରେ ଦିଆଯାଇଥିବା ପରି ଦୁଇଟି ପରୀକ୍ଷା ନଳୀ ‘କ’ ଓ ‘ଖ’ରେ ସମାନ ପରିମାଣରେ ସଦ୍ୟ ପ୍ରସ୍ତୁତ ଚୂନ ପାଣି ନିଆଯାଉ ।
    Class 7 Science Chapter 9 Notes Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା 14
  • ପରୀକ୍ଷା ନଳୀ ‘କ’ରେ ଏକ ସିରିଞ୍ଜ/ପିଚକାରୀ (ଚିତ୍ର ‘କ’) ବ୍ୟବହାର କରି ବାୟୁ ପ୍ରବେଶ କରାଯାଉ ଯାହା ସେହି ସମାନ ବାୟୁ ତୁମେ ପ୍ରଶ୍ଵାସରେ ନିଅ ।
  • ପରୀକ୍ଷା ନଳୀ ‘ଖ’ରେ ବାରମ୍ବାର ତୁମ ମୁହଁ ଦେଇ ବାୟୁକୁ ଫୁଙ୍କି ଭର୍ତ୍ତି କରାଯାଉ ।

ସିଦ୍ଧାନ୍ତ : ଚୂନ ପାଣି ଅଙ୍ଗାରକାମ୍ଳ ସହିତ ପ୍ରତିକ୍ରିୟା କଲେ କ୍ଷୀର ଭଳି ଧଳା ରଙ୍ଗ ହୋଇଯାଏ । ତେଣୁ ଏଥୁରୁ ପ୍ରମାଣିତ ହେଲା ଯେ ନିଃଶ୍ଵାସ ବାୟୁରେ ଆମେ ପ୍ରଶ୍ଵାସରେ ନେଇଥିବା ବାୟୁ ଅପେକ୍ଷା ଅଧିକ ଅଙ୍ଗାରକାମ୍ଳ ଥାଏ ।

ଗ୍ୟାସ ବିନିମୟ ପ୍ରକ୍ରିୟା :
ଶ୍ଵାସକ୍ରିୟା ମାଧ୍ଯମରେ ବାହାର ପବନ ଫୁସ୍‌ ଫୁସ୍‌ ରେ ପ୍ର ବେଶ କରେ ଏବଂ କୋଟରିକାକୁ ପୂର୍ଣ୍ଣ କରେ । କୋଟରିକାର ପତଳା ପ୍ରାଚୀର ରକ୍ତପୂର୍ଣ ସୂକ୍ଷ୍ମ ନଳୀଦ୍ଵାରା ଘେରି ର ହି ଥାଏ । ର କ୍ତ ଶ ରୀ ର ରୁ କୋଟରି କକୁ ଅଙ୍ଗାର କାମ୍ଳ (CO2) ଆଣିଥାଏ, ଯେଉଁଠାରେ ଏହା ବାୟୁ ମଧ୍ୟକୁ ମୁକ୍ତ ହୁଏ । ଏହି ସମୟରେ କୋଟରିକାରୁ ଅମ୍ଳଜାନ ଆସି ରକ୍ତରେ ପ୍ରବେଶ କରେ ଓ ଶରୀରର ସମସ୍ତ ଅଂଶକୁ ଯାଇଥାଏ ।
Class 7 Science Chapter 9 Notes Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା 15
ଯେତେବେଳେ ଆମେ ଖାଦ୍ୟ ଗ୍ରହଣ କରୁ, ଆମର ଶରୀର ଏହାକୁ ଶର୍କର (ଗ୍ଲୁକୋଜ୍)ରେ ପରିଣତ କରେ । ଶକ୍ତି ମୁକ୍ତ କରିବା ପାଇଁ ଅମ୍ଳଜାନ (୦) ଗ୍ଲୁକୋଜକୁ ଭାଙ୍ଗିବାରେ ସାହଯ୍ୟ କରେ । ଏହି ପ୍ରକ୍ରିୟାକୁ ଶ୍ୱସନ (Respiration) କୁହାଯାଏ ।
ଗ୍ଲୁକୋଜ୍ + ଅମ୍ଳଜାନ → ଅଙ୍ଗାରକାମ୍ଳ + ଜଳ + ଶକ୍ତି
Class 7 Science Chapter 9 Notes Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା 16
ଶ୍ଵାସକ୍ରିୟା ସମୟରେ ଆମେ ଆମ ଚାରିପାଖରୁ ଅଧିକ ଅମ୍ଳଜାନ ଥ‌ିବା ବାୟୁ ଗ୍ରହଣ କରୁ ଏବଂ ନିଶ୍ଵାସରେ ଅଧିକ ଅଙ୍ଗାରକାମ୍ଳ ଥ‌ିବା ବାୟୁ ବାହାର କରିଥାଉ । ଏଠାରେ ସମସ୍ତ ଅମ୍ଳଜାନ ବ୍ୟବହୃତ ହୁଏ ନାହିଁ । କେତେକ ପ୍ରାଣୀ ଶ୍ଵାସନ ସମୟରେ ଅମ୍ଳଜାନର ଏକ ବଡ଼ ଅଂଶ ବ୍ୟବହାର କରିଥା’ନ୍ତି ।

Class 7 Science Chapter 9 Notes Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା

ଗ୍ୟାସ୍‌ର ଏହି ବିନିମୟ ପ୍ରକ୍ରିୟା ଆମ ଶରୀରର ପ୍ରତ୍ୟେକ ଅଂଶରୁ ଶକ୍ତି ଉତ୍ପାଦିତ ହେବା ଓ ବର୍ଜ୍ୟ ପଦାର୍ଥଗୁଡ଼ିକୁ ନିଷ୍କାସନ କରିବାରେ ସହାୟତା ପ୍ରଦାନ କରେ । ସୁତରାଂ ଶ୍ଵାସକ୍ରିୟାଦ୍ଵାରା ଶରୀର ଭିତରକୁ ଅମ୍ଳଜାନ ଆସେ ଓ ଅଙ୍ଗାରକାମ୍ଳ ବାହାରି ଯାଇଥାଏ ।

ଶ୍ଵାସନଦ୍ୱାରା ଖାଦ୍ୟକୁ ଭାଙ୍ଗିବା ଓ ଶକ୍ତି ଉତ୍ପାଦନ ହେବା ସମ୍ଭବ ହୋଇଥାଏ । ଶ୍ଵାସକ୍ରିୟା ଏକ ଭୌତିକ ପ୍ରକ୍ରିୟା ଏବଂ ଶ୍ୱସନ ଏକ ରାସାୟନିକ ପ୍ରକ୍ରିୟା ଯାହା ଶରୀର ଅଭ୍ୟନ୍ତରରେ ସମ୍ପାଦିତ ହୋଇଥାଏ । ଉଭୟ ପ୍ରକ୍ରିୟା ଆମ ବଞ୍ଚିବାପାଇଁ ଏକାନ୍ତ ଆବଶ୍ୟକ ଅଟେ । କାରଣ ଶ୍ବସନ ପ୍ରକ୍ରିୟାରୁ ଉତ୍ପନ୍ନ ଶକ୍ତି ଆମକୁ ଚାଲିବା, ଦୌଡ଼ିବା, ଖେଳିବା ଏପରିକି ଚିନ୍ତା କରିବାରେ ମଧ୍ୟ ସହାୟକ ହୁଏ ।

ଆମ ଶରୀରରେ ପୋଷକ ପଦାର୍ଥ, ଅମ୍ଳଜାନ ଓ ଅନ୍ୟାନ୍ୟ ପଦାର୍ଥ ପରିବହନ ପାଇଁ ରକ୍ତ ସଞ୍ଚାଳନ ସଂସ୍ଥା (Circulatory System) ରହିଅଛି । ଏଥିରେ ହୃତ୍‌ପିଣ୍ଡ, ରକ୍ତ ଏବଂ ରକ୍ତବାହୀ ନଳୀ ଅନ୍ତର୍ଭୁକ୍ତ ।

ଧୂମପାନ ଓ ପରିବେଶ :
ଧୂମପାନ ସ୍ଵାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ । ଏହା ଫୁସ୍‌ଫୁସ୍‌କୁ କ୍ଷତି ପହଞ୍ଚାଏ ଏବଂ ଫୁସ୍‌ଫୁସ୍ କର୍କଟ ଏବଂ ଅନ୍ୟାନ୍ୟ ଶ୍ଵାସ ସମ୍ବନ୍ଧୀୟ ଅସୁସ୍ଥତା ସମେତ ଗୁରୁତର ରୋଗର ଆଶଙ୍କା ବୃଦ୍ଧିକରେ । ଏହା ଲଗାତାର କାଶ ଏବଂ ବାରମ୍ବାର ସଂକ୍ରମଣର କାରଣ ହୁଏ । ଏହା ଧୂମପାୟୀ ବ୍ୟକ୍ତିଙ୍କୁ କ୍ଷତି ପହଞ୍ଚାଇବା ସହିତ ବାୟୁରେ ବିଷାକ୍ତ ରାସାୟନିକ ପଦାର୍ଥ ନିର୍ଗତ କରେ, ଯାହା ଅନ୍ୟମାନଙ୍କୁ ବିପଦରେ ପକାଇଥାଏ । ଯେତେବେଳେ ଧୂମପାନ କରୁ ନଥିବା ବ୍ୟକ୍ତିମାନେ ଏହି ପ୍ରଦୂଷିତ ବାୟୁକୁ ପ୍ରଶ୍ଵାସରେ ନିଅନ୍ତି, ସେମାନେ ପରୋକ୍ଷ ଧୂମପାନ ଅନୁଭବ କରନ୍ତି, ଯାହା ବିଶେଷକରି ପିଲା, ଗର୍ଭବତୀ ମହିଳା ଏବଂ ବୟସ୍କମାନଙ୍କ ପାଇଁ ବିପଜ୍ଜନକ ହୋଇପାରେ । ତେଣୁ ଧୂମପାନ ଏଡ଼ାଇବାଦ୍ୱାରା ବ୍ୟକ୍ତିଗତ ସ୍ଵାସ୍ଥ୍ୟ ଏବଂ ଆମ ଚାରିପାଖର ଲୋକଙ୍କ ମଙ୍ଗଳ ହୁଏ ।

Class 7 Science Chapter 9 Notes Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା

ମାଛ, ବେଙ୍ଗ ଓ ଜିଆ ଶରୀରରେ ଶ୍ଵାସକ୍ରିୟା :
ପକ୍ଷୀ, ହାତୀ, ସିଂହ, ଗାଈ, ଛେଳି ଇତ୍ୟାଦି ପ୍ରାଣୀ ଫୁସ୍‌ଫୁସ୍ ମାଧ୍ୟମରେ ଶ୍ଵାସକ୍ରିୟା କରନ୍ତି । ଏହି ପ୍ରାଣୀମାନଙ୍କର ଫୁସ୍‌ଫୁସ୍‌ର ଗଠନ ଭିନ୍ନ ଭିନ୍ନ ଅଟେ । ମାଛ ଗାଲି (Gill) ଦ୍ଵାରା ଶ୍ଵାସକ୍ରିୟା କରେ । ଏଗୁଡ଼ିକରେ ପ୍ରଚୁର ପରିମାଣରେ ରକ୍ତବାହୀ ନଳୀ ଥାଏ । ରକ୍ତ ଏବଂ ପାଣିରେ ଦ୍ରବୀଭୂତ ଗ୍ୟାସ୍ ମଧ୍ୟରେ ଅମ୍ଳଜାନ ଓ ଅଙ୍ଗାରକାମ୍ଳର ବିନିମୟ ଗାଲିରେ ସଂଘଟିତ ହୋଇଥାଏ ।
Class 7 Science Chapter 9 Notes Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା 17

  • ବେଙ୍ଗ ଭଳି ଉଭୟଚର ପ୍ରାଣୀମାନେ ଉଭୟ ସ୍ଥଳଭାଗ ଏବଂ ଜଳଭାଗରେ ବାସ କରନ୍ତି । ସେମାନେ ଜୀବନର ବିଭିନ୍ନ ପର୍ଯ୍ୟାୟରେ ଶ୍ଵାସକ୍ରିୟା ପାଇଁ ଶରୀରର ବିଭିନ୍ନ ଅଂଶ ବ୍ୟବହାର କରିଥାନ୍ତି । ବେଙ୍ଗଫୁଲା ଗାଲି ମାଧ୍ୟମରେ ଶ୍ଵାସକ୍ରିୟା କରିଥାଏ ।
  • ବେଙ୍ଗମାନେ ସ୍ଥଳଭାଗରେ ଥିବାବେଳେ ଫୁସ୍‌ଫୁସ୍‌ରା ଓ ପାଣିରେ ଥ‌ିବାବେଳେ ଚର୍ମଦ୍ଵାରା ଶ୍ଵାସକ୍ରିୟା କରିଥାନ୍ତି ।
  • ଉପରୋକ୍ତ ଉପଯୋଜନ (Adoptation) ପ୍ରଣାଳୀ ସେମାନଙ୍କୁ ଉଭୟ ଜଳ ଓ ସ୍ଥଳଭାଗରେ ବଞ୍ଚିବାରେ ସହାୟକ ହୋଇଥାଏ । ସୁରରାଂ ପ୍ରାଣୀମାନେ ସମୟ ସହିତ ବିଭିନ୍ନ ପରିବେଶରେ ଉପଯୋଜିକ ହୋଇଥାନ୍ତି ।
  • ଅମ୍ଳଜାନ ଓ ଅଙ୍ଗାରକାମ୍ଳ ବିନିମୟ ପାଇଁ ଜିଆ ନିଜର ଆର୍ଦ୍ର ଚର୍ମ ବ୍ୟବହାର କରେ ।

ବିଷୟବସ୍ତୁର ସାରାଂଶ :

  • ପୋଷଣ, ରକ୍ତ ସଂଚାଳନ, ଶ୍ଵାସନ, ରେଚନ ଏବଂ ପ୍ରଜନନ ପ୍ରଭୃତି ଜୀବନ ପ୍ରକ୍ରିୟା ଜୀବଜନ୍ତୁଙ୍କ ବଞ୍ଚିବା ପାଇଁ ଅତ୍ୟାବଶ୍ୟକ । ଏହି ପ୍ରକ୍ରିୟାଗୁଡ଼ିକୁ ସାମୂହିକ ଭାବରେ ଜୀବନ ପ୍ରକ୍ରିୟା (Life process) କୁହାଯାଏ ।
  • ମାନବର ପରିପାକ ସଂସ୍ଥା ଏକ ପାକନଳୀକୁ ନେଇ ଗଠିତ । ମାଟି, ଗ୍ରାସନଳୀ, ପାକସ୍ଥଳୀ, କ୍ଷୁଦ୍ରାନ୍ତ୍ର, ବୃହଦନ୍ତ୍ର ଓ ମଳଦ୍ଵାର ଏବଂ ଏହା ସହ ସମ୍ପୃକ୍ତ ଯକୃତ ଏବଂ ଅଗ୍ନାଶୟ – ଏ ସମସ୍ତ ପାକନଳୀର ଅନ୍ତର୍ଭୁକ୍ତ ଅଟେ ।
  • ପାଚନ ହୋଇଥ‌ିବା ଖାଦ୍ୟ ମୁଖ୍ୟତଃ କ୍ଷୁଦ୍ରାନ୍ତ୍ରର କାନ୍ଥ ମାଧ୍ୟମରେ ଶୋଷିତ ହୁଏ ।
  • ଶୋଷିତ ପୋଷକ ପଦାର୍ଥ ରକ୍ତ ମାଧ୍ୟମରେ ଶରୀରର ବିଭିନ୍ନ ଅଂଶକୁ ପରିବାହିତ ହୁଏ । ସେଠାରେ ସେଗୁଡ଼ିକ ବିଭିନ୍ନ କାର୍ଯ୍ୟ କରିବାପାଇଁ ବ୍ୟବହୃତ ହୁଏ ।
  • ବୃହଦନ୍ତ୍ର ଅବଶିଷ୍ଟ ଜଳ ଏବଂ ପରିପାକ ନ ହୋଇଥିବା ଖାଦ୍ୟରୁ କିଛି ଲବଣ ଶୋଷଣ କରେ ।
  • ଗାଈ ଏବଂ ଛେଳି ଭଳି ତୃଣଭୋଜୀ ପ୍ରାଣୀଙ୍କୁ ରୋମନ୍ଥକ କୁହାଯାଏ । ସେମାନେ ଖାଦ୍ୟକୁ ଶୀଘ୍ର ଶୀଘ୍ର ଗିଳିଦିଅନ୍ତି ।
  • ପରେ, ଆଂଶିକ ଭାବରେ ପାଚନ ହୋଇଥିବା ଖାଦ୍ୟ ପାଟିକୁ ଫେରିଯାଏ ଏବଂ ପ୍ରାଣୀ ଏହାକୁ ଭଲ ଭାବରେ ଚୋବାଇଥାଏ ।
  • ଶ୍ଵାସକ୍ରିୟାରେ ଫୁସ୍‌ଫୁସ୍ ଭିତରକୁ ବାୟୁର ଯିବା (ପ୍ରଶ୍ଵାସ) ଓ ଫୁସ୍‌ଫୁସ୍‌ରୁ ବାହାରକୁ ଆସିବା (ନିଃଶ୍ୱାସ) ଅନ୍ତର୍ଭୁକ୍ତ ।
  • ଫୁସ୍‌ଫୁସ୍‌ର କୋଟରିକାରେ ଅମ୍ଳଜାନ ଏବଂ ଅଙ୍ଗାରକାମ୍ଳର ବିନିମୟ ଘଟିଥାଏ ।
  • ଶ୍ଵସନ ପ୍ରକ୍ରିୟାରେ ଗ୍ଲୁକୋଜକୁ ଭାଙ୍ଗି ଅଙ୍ଗାରକାମ୍ଳ ଓ ଜଳରେ ପରିଣତ କରିବା ପାଇଁ ପ୍ରଶ୍ଵାସରେ ନିଆଯାଇଥିବା ଅମ୍ଳଜାନ ବ୍ୟବହାର ହୁଏ । ଯେଉଁ ପ୍ରକ୍ରିୟାରେ ପୋଷକତତ୍ତ୍ଵ ବ୍ୟବହରଯୋଗ୍ୟ ଶକ୍ତିରେ ପରିଣତ ହୁଏ ତାହାକୁ ଶ୍ଵାସନ କୁହାଯାଏ ।
  • ରକ୍ତସଂଚାଳନ ସଂସ୍ଥା ଶରୀରର ସମସ୍ତ ଅଂଶକୁ ପୋଷକତତ୍ତ୍ଵ ଏବଂ ଅମ୍ଳଜାନ ପରିବହନ କରେ । ଏଥରେ ହୃତ୍‌ପିଣ୍ଡ ଅନ୍ତର୍ଭୁକ୍ତ, ଯାହା ରକ୍ତବାହୀ ନଳୀ ମାଧ୍ୟମରେ ରକ୍ତ ପମ୍ପକରେ,
  • ଶରୀରର ବିଭିନ୍ନ ଅଂଶକୁ ଅମ୍ଳଜାନ ଏବଂ ପୋଷକତତ୍ତ୍ଵ ପହଞ୍ଚାଏ ଏବଂ ଶରୀରରୁ ବର୍ଜ୍ୟବସ୍ତୁ ମଧ୍ଯ ଅପସାରଣ କରେ ।
  • ଶ୍ଵାସକ୍ରିୟା ଏକ ଭୌତିକ ପ୍ରକ୍ରିୟା ଏବଂ ଶ୍ଵାସନ ଏକ ରାସାୟନିକ ପ୍ରକ୍ରିୟା ।

Class 7 Science Chapter 9 Notes Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା

ବିଭିନ୍ନ ପ୍ରାଣୀମାନଙ୍କର ଶ୍ଵାସକ୍ରିୟାର କୌଶଳ ଭିନ୍ନ ଭିନ୍ନ ଓ ସେମାନଙ୍କର ବାସସ୍ଥାନ ସହିତ ଖାପଖାଇବା ପାଇଁ ଉପଯୋଜିତ ।

Class 7 Science Chapter 8 Notes Odia Medium ସମୟ ଏବଂ ଗତିର ପରିମାପ

Go through BSE Odisha Class 7 Science Notes Odia Medium and Class 7 Science Chapter 8 Notes Odia Medium ସମୟ ଏବଂ ଗତିର ପରିମାପ to understand important concepts and topics more clearly.

7th Class Science Chapter 8 Notes Odia Medium

BSE Odisha Class 7 Science Chapter 8 Notes Odia Medium

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ :

ସମୟର ପରିମାପ :
ପ୍ରକୃତିରେ ଅନେକ ଘଟଣା ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ପୁନରାବୃତ୍ତି ହୋଇଥାଏ । ଯଥା- ସୂର୍ଯ୍ୟଙ୍କ ଉଦୟ ଏବଂ ଅସ୍ତ, ଚନ୍ଦ୍ରକଳାରେ ହ୍ରାସବୃଦ୍ଧି ଏବଂ ଋତୁ ପରିବର୍ତ୍ତନ । ସେମାନେ ସମୟ ରକ୍ଷା କରିବାପାଇଁ ଏହି ଘଟଣାଗୁଡ଼ିକର ସମୟ-ଚକ୍ର ବ୍ୟବହାର କରିବା ଆରମ୍ଭ କରିଥିଲେ । ପ୍ରଥମେ, କ୍ୟାଲେଣ୍ଡର ପ୍ରସ୍ତୁତ କରିଥିଲେ । ସୂର୍ଯ୍ୟଙ୍କ ଉଦୟ ଏବଂ ଅସ୍ତ ଚକ୍ର ଦ୍ଵାରା ଏକ ‘ଦିନ’କୁ ଗଣନା କରାଯାଇଥିଲା ।

ଗୋଟିଏ ଦିନ ମଧ୍ୟରେ ସମୟର ସ୍ଵଳ୍ପ ବ୍ୟବଧାନ ମାପିବାରେ ସାହାଯ୍ୟ କରିଥିଲା । ସୂର୍ଯ୍ୟଘଡ଼ି, ଜଳଘଡ଼ି, ବାଲି ଘଡ଼ି (Hour-glass) ଏବଂ ମହମବତୀ ଘଣ୍ଟା ଇତ୍ୟାଦି ମାଧ୍ୟମରେ ସମୟ ଗଣନା ଆରମ୍ଭ ହୋଇଥିଲା ।

ସୂର୍ଯ୍ୟଘଡ଼ିରେ ଦିନବେଳେ ସୂର୍ଯ୍ୟଙ୍କ ଆଲୋକଦ୍ଵାରା ପଡ଼ିଥୁବା ବସ୍ତର ପରିବର୍ତ୍ତନଶୀଳ ସ୍ଥିତି ସହିତ ସମୟ ନିର୍ଣ୍ଣୟ କରାଯାଉଥିଲା ।

ଜଳଘଡ଼ିଗୁଡ଼ିକ ସମୟ ମାପ କରିବା ପାଇଁ ଏକ ପାତ୍ର ଭିତରକୁ କିମ୍ବା ବାହାରକୁ ଜଳର ନିୟନ୍ତ୍ରିତ ପ୍ରବାହ ବ୍ୟବହାର କରୁଥିଲେ । ଗୋଟିଏ ପ୍ରକାର ଘଡ଼ିରେ, ‘ସମୟ ପାଇଁ ଚିହ୍ନିତ ପାତ୍ରରୁ ପାଣି ବାହାରକୁ ଆସୁଥିଲା । ଅନ୍ୟ ପ୍ରକାରରେ, ନିମ୍ନରେ ସୂକ୍ଷ୍ମ ରନ୍ଧ୍ର ଥିବା ଏକ ପାତ୍ର ଜଳପୃଷ୍ଠରେ ଭାସମାନ ହେଉଥିଲା । ଏହା ଧୀରେ ଧୀରେ ଏକ ନିର୍ଦ୍ଦିଷ୍ଟ ସମୟରେ ପୂର୍ଣ୍ଣ ହେଉଥିଲା ଏବଂ ଶେଷରେ ବୁଡ଼ିଯାଉଥିଲା । ପୁନଃ ବ୍ୟବହାର ପାଇଁ ଏହାକୁ ଉପରକୁ ଉଠାଇ ପୁଣି ଭାସମାନ କରାଯାଉଥିଲା ।

ବାଲିଘଡ଼ିରେ, ଗୋଟିଏ ପାତ୍ରରୁ ଏହାର ନିମ୍ନରେ ସଂଯୁକ୍ତ ଅନ୍ୟ ଏକ ପାତ୍ରକୁ ବାଲି ପ୍ରବାହ ଆଧାରରେ ସମୟ ମାପ କରାଯାଉଥିଲା ।

Class 7 Science Chapter 8 Notes Odia Medium ସମୟ ଏବଂ ଗତିର ପରିମାପ

ମହମବତୀ ଘଣ୍ଟା ହେଉଛି ନିୟମିତ ବ୍ୟବଧାନରେ ଦାଗ ଦିଆ ହୋଇଥିବା ଏକ ମହମବତୀ ଯାହା ଜଳିବା ସମୟରେ ବିତିବା ସମୟ ସୂଚିତ କରୁଥିଲା ।
Class 7 Science Chapter 8 Notes Odia Medium ସମୟ ଏବଂ ଗତିର ପରିମାପ 1

ଚିତ୍ତାକର୍ଷକ ତଥ୍ୟ : ବିଶ୍ଵର ସର୍ବବୃହତ୍ ପଥର ସୂର୍ଯ୍ୟଘଡ଼ି, ‘‘ସମ୍ରାଟ ଯନ୍ତ୍ର’’ ପ୍ରାୟ ୩୦୦ ବର୍ଷ ପୂର୍ବେ ରାଜସ୍ଥାନର ଜୟପୁରସ୍ଥ ଜନ୍ତର ମନ୍ତରରେ ନିର୍ମିତ ହୋଇଥିଲା । ଏହା ଏକ ୟୁନେସ୍କୋ ବିଶ୍ଵ ଐତିହ୍ୟ ସ୍ଥଳ ଅଟେ, ଯେଉଁଥରେ ଅନେକ ଜ୍ୟୋତିର୍ବିଜ୍ଞାନ ଉପକରଣ ରହିଛି । ପଥର ଘଡ଼ିର ଉଚ୍ଚତା ୨୭ ମିଟର, ଏହାର ଛାଇ ପ୍ରତି ସେକେଣ୍ଡରେ ପ୍ରାୟ ୧ ମିଲିମିଟର ଗତି କରେ ଏବଂ ୨ ସେକେଣ୍ଡ ପର୍ଯ୍ୟନ୍ତ ସମୟ ବ୍ୟବଧାନ ମାପ କରିବା ପାଇଁ ସୂକ୍ଷ୍ମ ଭାବରେ ଚିହ୍ନିତ ସ୍କୁଲରେ ପଡ଼େ । ଯେକୌଣସି ସୂର୍ଯ୍ୟଘଡ଼ି ପରି, ଏହା ସ୍ଥାନୀୟ କିମ୍ବା ‘ସୌର ସମୟ’ ମାପ କରେ ।
Class 7 Science Chapter 8 Notes Odia Medium ସମୟ ଏବଂ ଗତିର ପରିମାପ 2

କାର୍ଯ୍ୟ-୧ : ଆସ ଜଳ ଘଡ଼ି ତିଆରି କରିବା

  • ଠିପି ଥ‌ିବା ଏକ ବ୍ୟବହୃତ ସ୍ୱଚ୍ଛ ପ୍ଲାଷ୍ଟିକ୍ ବୋତଲ ନିଆଯାଉ (୧/୨ ଲିଟର କିମ୍ବା ତା’ଠାରୁ ବଡ଼) ।
  • ଚିତ୍ର ‘କ’ ରେ ଦେଖାଯାଇଥ‌ିବା ପରି ଏହାକୁ ପ୍ରାୟ ମଝିରେ ଦୁଇ ଭାଗରେ କାଟି ଦିଆଯାଉ ।
  • ଏଇ ଡ୍ରଇଂ ପିନ୍ ବ୍ୟବହାର କରି, ବୋତଲର ଠିପିରେ ଏକ ଛୋଟ କଣା କରାଯାଉ (ଚିତ୍ର ‘ଖ’) ।
  • ବୋତଲର ଉପର ଅଂଶକୁ ତଳ ଅଧା ଅଂଶ ଉପରେ ଏକ ଓଲଟା ସ୍ଥିତିରେ ରଖାଯାଉ (ଚିତ୍ର ‘ଗ’) ।
    Class 7 Science Chapter 8 Notes Odia Medium ସମୟ ଏବଂ ଗତିର ପରିମାପ 3
  • ବୋତଲର ଉପର ଅଂଶକୁ ଜଳରେ ପୂର୍ଣ୍ଣ କର । ଜଳ ସ୍ତର ଚିହ୍ନଟ କରିବା ପାଇଁ ତୁମେ କିଛି ବୁନ୍ଦା କାଳି କିମ୍ବା ରଙ୍ଗ ବ୍ୟବହାର (ଚିତ୍ର ‘ଘ’) କରାଯାଉ ।
  • ବୋତଲର ତଳ ଅଂଶରେ ଜଳ ଟପ୍ ଟପ୍ କରି ପଡ଼ିବା ଆରମ୍ଭ କରିବ । ଏକ ଘଣ୍ଟା ବ୍ୟବହାର କରି ସମସ୍ତ ଜଳ ତଳ ପାତ୍ରରେ ପଡ଼ିବା ପର୍ଯ୍ୟନ୍ତ ପ୍ରତି ଗୋଟିଏ ମିନିଟ୍ ପରେ ଜଳର ସ୍ତର ଚିହ୍ନିତ କର । ଏବେ ତୁମର ଜଳ ଘଡ଼ି ପ୍ରସ୍ତୁତ ହୋଇଗଲା । ତୁମେ କ’ଣ ଏବେ ଅନୁମାନ କରିପାରିବ କି ଏହାକୁ କିପରି ବ୍ୟବହାର କରିପାରିବ ?
  • ତଳ ଅଂଶରୁ ଉପର ଅଂଶକୁ ଜଳ ଢାଳି ତଳ ଅଂଶରେ ଜଳ ପଡ଼ିବା ଦେଖିବାକୁ ପାଇବା । ପ୍ରତ୍ୟେକ ଥର ଏହା ଅଙ୍କିତ ଏକ ଚିହ୍ନରୁ ଅନ୍ୟ ଏକ ଚିହ୍ନକୁ ସ୍ପର୍ଶ କରିବା ପାଇଁ ଗୋଟିଏ ମିନିଟ୍ ନେବ ।

Class 7 Science Chapter 8 Notes Odia Medium ସମୟ ଏବଂ ଗତିର ପରିମାପ

ଚିତ୍ତାକର୍ଷକ ତଥ୍ୟ :
ପ୍ରାଚୀନ ଭାରତରେ ଛାୟା ଏବଂ ଜଳ ଘଡ଼ି ଉଭୟ ବ୍ୟବହାର କରି ସମୟ ମାପ କରାଯାଉଥିଲା । ଛାୟା-ଆଧାରିତ ସମୟ ମାପ ବିଷୟରେ ସୂଚନା ସର୍ବପ୍ରଥମେ କୌଟିଲ୍ୟଙ୍କଦ୍ଵାରା ରଚିତ ଅର୍ଥଶାସ୍ତ୍ରରୁ ମିଳିଥିଲା । (ଏହା ଖ୍ରୀଷ୍ଟପୂର୍ବ ଦ୍ଵିତୀୟ ଶତାବ୍ଦୀ-ଖ୍ରୀଷ୍ଟାବ୍ଦ ତୃତୀୟ ଶତାବ୍ଦୀ ମଧ୍ଯରେ ରଚିତ ଏବଂ ସଂଶୋଧ ହୋଇଥିଲା) । ଏକ ଭୂଲମ୍ବ ବାଡ଼ିର ଛାୟା ମାପ ବ୍ୟବହାର କରି ସମୟ ପାଇଁ ଏକ ଠିକ୍ ବ୍ୟଞ୍ଜକ ବରାହମିହିର ପ୍ରାୟ ୫୩୦ ଖ୍ରୀଷ୍ଟାବ୍ଦରେ ଦେଇଥିଲେ । ଜଳ ଘଡ଼ିର ବର୍ଣନା ଅର୍ଥଶାସ୍ତ୍ର, ସାର୍ଦ୍ଦୁଳକଣ୍ଠ ବାଦନ ଏବଂ ଅନ୍ୟ କିଛି ଗ୍ରନ୍ଥରେ (ଆଦ୍ୟ ଖ୍ରୀଷ୍ଟୀୟ ଶତାବ୍ଦୀଗୁଡ଼ିକରେ) କରାଯାଇଥିଲା । ଏହି ଘଡ଼ିଗୁଡ଼ିକ ସଂପୂର୍ଣ୍ଣ ଠିକ୍ ନଥିଲା କାରଣ ଜଳସ୍ତର ହ୍ରାସ ପାଇବା ସହିତ ପ୍ରବାହ ଗତିର ହାର ହ୍ରାସ ପାଇଥିଲା । ଏହି ଦୃଷ୍ଟିରୁ (ଚିତ୍ର-ଖ), ଘଟିକା-ଯନ୍ତ୍ରର ବିକାଶ ହୋଇଥିଲା, ଯାହା ପ୍ରଥମେ ଆର୍ଯ୍ୟଭଟ୍ଟ କହିଥିଲେ ଏବଂ ତା’ପରେ ପରେ ଅନେକ ଜ୍ୟୋତିର୍ବିଜ୍ଞାନ ଗ୍ରନ୍ଥରେ ଏହାର ବର୍ଣ୍ଣନା ମିଳେ । ବୌଦ୍ଧ ମଠ, ରାଜପ୍ରସାଦ, ନଗର-ଛକରେ ଘଟିବା-ଯନ୍ତ୍ରଦ୍ୱାରା ସମୟ ନିରନ୍ତର ମାପ କରାଯାଉଥିଲା ଏବଂ ପ୍ରତ୍ୟେକ ଥର ପାତ୍ର ବୁଡ଼ିବା ସମୟରେ ଢୋଲ, ଶଙ୍ଖ ବା ଘଣ୍ଟି ବାଜିବାଦ୍ଵାରା ସମୟର ସୂଚନା ଘୋଷଣା କରାଯାଉଥିଲା । ଯଦିଓ ଉନବିଂଶ ଶତାବ୍ଦୀର ଶେଷ ଭାଗରେ ଘଟିକା-ଯନ୍ତ୍ରକୁ ପେଣ୍ଡୁଲମ୍ ଘଣ୍ଟାଦ୍ଵାରା ଧୀରେ ଧୀରେ ବଦଳାଯାଇଥିଲା, ତଥାପି ଧାର୍ମିକ ସ୍ଥଳରେ ଏହାକୁ ବ୍ୟବହାର କରାଯାଉଥିଲା ।

ଜଣେ ବୈଜ୍ଞାନିକଙ୍କୁ ଜାଣିବା : ପେଣ୍ଡୁଲମ୍ ଘଣ୍ଟା ୧୬୫୬ ମସିହାରେ ଉଦ୍ଭାବିତ ହୋଇଥିଲା ଏବଂ ୧୬୫୭ ମସିହାରେ କ୍ରିଷ୍ଟିଆନ୍ ହାଇଜେନ୍ସ (୧୬୨୯–୧୬୯୫) ଦ୍ଵାରା ପେଟେଣ୍ଟ କରାଯାଇଥିଲା । ସେ ଗାଲିଲିଓ ଗାଲିଲି (୧୫୬୪- ୧୬୪୨)ଙ୍କ ପେଣ୍ଡୁଲମ୍ ବିଷୟରେ ଅନୁସନ୍ଧାନଦ୍ଵାରା ଅନୁପ୍ରାଣିତ ହୋଇଥିଲେ । କୁହାଯାଏ ଯେ ଥରେ ଏକ ଚର୍ଚ୍ଚରେ ବସିଥିବା ସମୟରେ, ଗାଲିଲିଓଙ୍କ ଦୃଷ୍ଟି ଛାତରୁ ଝୁଲି ରହିଥିବା ଏକ ଦୀପ ଉପରେ ପଡ଼ିଲା, ଯାହା ଆଗରୁ ପଛକୁ ଦୋଳାୟମାନ ହେଉଥିଲା । ସମୟ ମାପିବା ପାଇଁ ତାଙ୍କ ନାଡ଼ି ବ୍ୟବହାର କରି, ଗାଲିଲିଓ ଜାଣିଲେ ଯେ ଦୀପ ପ୍ରତ୍ୟେକ ଦୋଳାୟମାନ ପାଇଁ ସମାନ ସମୟ ନେଉଛି । ବିଭିନ୍ନ ପେଣ୍ଡୁଲମ୍ ସହିତ ପରୀକ୍ଷଣ କରିବା ପରେ ଗାଲିଲିଓ ଏହି ସିଦ୍ଧାନ୍ତରେ ପହଞ୍ଚିଲେ ଯେ ଗୋଟିଏ ଦୋଳନ ସମାପ୍ତ କରିବାକୁ ଲାଗୁଥିଲା ସମୟ ଏକ ନିର୍ଦ୍ଦିଷ୍ଟ ଲମ୍ବ ପେଣ୍ଡୁଲମ୍ ପାଇଁ ସର୍ବଦା ସମାନ ।

ଏକ ସରଳ ପେଣ୍ଡୁଲମ ଘଣ୍ଟା :
ଏକ ସରଳ ପେଣ୍ଡୁଲମ୍‌ରେ ଏକ ଛୋଟ ଧାତୁ ବଲ୍ ରହିଥାଏ । ଏହାକୁ ପେଣ୍ଡୁଲମ୍‌ର ‘ବଚ୍‌’ କୁହାଯାଏ । ଏକ ଲମ୍ବା ସୂତାଦ୍ଵାରା ଏହି ବବ୍ ଝୁଲି ରହିଥାଏ ।
Class 7 Science Chapter 8 Notes Odia Medium ସମୟ ଏବଂ ଗତିର ପରିମାପ 4
ସ୍ଥିର ଅବସ୍ଥାରେ ପେଣ୍ଡୁଲମ୍ ଏହାର ମଧ୍ୟମ ସ୍ଥିତିରେ ଥାଏ । ଯେତେବେଳେ ପେଣ୍ଡୁଲମ୍‌ର ବକ୍‌କୁ ଗୋଟିଏ ପାର୍ଶ୍ଵକୁ ଟିକିଏ ଘୁଞ୍ଚାଯାଏ ଏବଂ ଛାଡ଼ିଦିଆଯାଏ, ଏହା ଦୋଳନ ଗତି ଆରମ୍ଭ କରେ । ଏହାର ଗତି ଆବର୍ତ୍ତୀ ପ୍ରକୃତିର କାରଣ ଏହା ଏକ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନ ପରେ ଏହାର ପଥ ପୁନରାବୃତ୍ତି କରେ ।

ଯେତେବେଳେ ପେଣ୍ଡୁଲମ୍‌ର ବବ୍ ମଧ୍ଯମ ସ୍ଥିତି ‘୦’ ରୁ ଆରମ୍ଭ ହୋଇ ଚରମସ୍ଥିତି ‘କ’କୁ ଗତିକରେ, ଦିଗ ପରିବର୍ତ୍ତନ ପୂର୍ବକ ଅନ୍ୟ ଏକ ଚରମସ୍ଥିତି ‘ଖ’କୁ ଗତିକରେ, ଏବଂ ଦିଗ ପରିବର୍ତ୍ତନ କରି ‘୦’କୁ ଫେରିଆସେ ସେତେବେଳେ ଗୋଟିଏ ଦୋଳନ ସମାପ୍ତ ହୋଇଛି ବୋଲି କୁହାଯାଏ ।

Class 7 Science Chapter 8 Notes Odia Medium ସମୟ ଏବଂ ଗତିର ପରିମାପ

ଯେତେବେଳେ ଏହାର ବବ୍ ଏକ ଚରମ ସ୍ଥତି ‘କ’ ରୁ ଅନ୍ୟ ଏକ ଚରମ ସ୍ଥିତି ‘ଖ’ କୁ ଗତି କରେ ଏବଂ ଅନ୍ୟପ୍ରକାରେ ‘କ’ କୁ ଫେରି ଆସେ ସେତେବେଳେ ପେଣ୍ଡୁଲମ୍ ଗୋଟିଏ ଦୋଳନ ସମାପ୍ତ କରେ ।

ଗୋଟିଏ ଦୋଳନ ସମାପ୍ତ କରିବାକୁ ପେଣ୍ଡୁଲମ୍ ଯେଉଁ ସମୟ ନେଇଥାଏ ତାହାକୁ ଏହାର ‘ଆବର୍ଷ କାଳ’ କୁହାଯାଏ ।

କାର୍ଯ୍ୟ-୨ : ଆସ ପରୀକ୍ଷଣ କରିବା

  • ପ୍ରାୟ ୧୫୦ ସେ.ମି. ଲମ୍ବା ଖଣ୍ଡେ ସୂତା, ହୁକ ଲାଗିଥୁବା ଭାରୀ ଧାତୁ ବା ପଥର (ବବ୍), ଏକ ଷ୍ଟପଚ୍/ ଘଣ୍ଟା ଏବଂ ଏକ ରୁଲର ସଂଗ୍ରହ କରାଯାଉ ଓ ସୂତାର ଗୋଟିଏ ମୁଣ୍ଡରେ ‘ବଚ୍‌’ ବନ୍ଧାଯାଉ ।
  • ସୂତାରେ ଅନ୍ୟ ମୁଣ୍ଡକୁ ଏକ ଶକ୍ତ ଆଧାରରେ ବନ୍ଧାଯାଉ ଯେପରି ଆଧାର ଏବଂ ବବ୍ ମଧ୍ୟରେ ସୂତାର ଲମ୍ବ ପ୍ରାୟ ୧୦୦ ସେ.ମି. ରଖାଯାଉ ।
  • ବବୁକୁ ଧୀରେ ଧରି ରଖାଯାଉ, ଏହାକୁ ଗୋଟିଏ ପାର୍ଶ୍ଵକୁ ଟିକେ ଘୁଞ୍ଚାଇ ଛାଡ଼ି ଦିଆଯାଉ । ଏହାକୁ ଛାଡ଼ିବା ସମୟରେ ବବ୍ ଠେଲି ନ ହେବା ଏବଂ ସୂତା ଟାଣ ହେବା ପାଇଁ ଧ୍ୟାନ ଦିଆଯାଉ । ତୁମର ପେଣ୍ଡୁଲମ୍ ଏବେ ଦୋଳନ କରିବ ।
  • ଘଣ୍ଟା ବ୍ୟବହାର କରି, ପେଣ୍ଡୁଲମ୍‌ର ୧୦ ଟି ଦୋଳନ ସମାପ୍ତ କରିବାକୁ ଲାଗୁଥୁବା ସମୟ ମାପ କରାଯାଉ । ସାରଣୀରେ ସମୟ ଲେଖୁ ରଖାଯାଉ । ଏହି କାର୍ଯ୍ୟକୁ ୩ ରୁ ୪ ଥର ପୁନରାବୃତ୍ତି କରାଯାଉ ।
  • ପେଣ୍ଡୁଲମ୍‌ର ଆବର୍ତ୍ତ ସମୟ ଗଣନା କରିବା ପାଇଁ ୧୦ ଟି ଦୋଳନ ପାଇଁ ଲାଗୁଥିବା ସମୟକୁ ୧୦ ଦ୍ଵାରା ବିଭକ୍ତ କରି ସାରଣୀରେ ଏହାକୁ ଲେଖାଯାଉ ।

ସାରଣୀ ଏକ ସରଳ ପେଣ୍ଟଲମ୍ବର ସାରଣୀ
ସୂତାର ଲମ୍ବ = ୧୦୦ ସେ.ମି.

କ୍ର.ସଂ. ଦଶଟି ଦୋଳନ ପାଇଁ ଆବଶ୍ୟକ ସମୟ (ସେକେଣ୍ଡରେ) ଆବର୍ତ୍ତ ସମୟ (ସେକେଣ୍ଡରେ
୧. ୨୦.୫ ୨.୦୫
୨. ୨୦.୬ ୨.୦୬
୩. १०.४ ୨.୦୪
୪. ୨୦.୬ ୨.୦୬

ସିଦ୍ଧାନ୍ତ :
ପେଣ୍ଡୁଲମ୍‌ର ଆବର୍ତ୍ତ ସମୟ ପ୍ରାୟ ପ୍ରତ୍ୟେକ ଥର ସମାନ ହେଉଛି । ଏକ ସରଳ ପେଣ୍ଡୁଲମ୍‌ର ଆବର୍ତ୍ତ ସମୟ ଏହାର ଲମ୍ବ ଉପରେ ନିର୍ଭର କରେ କିନ୍ତୁ ବତ୍‌ର ବସ୍ତତ୍ଵ ଉପରେ ନୁହେଁ । ସମାନ ଲମ୍ବ ବିଶିଷ୍ଟ ସମସ୍ତ ପେଣ୍ଡୁଲମ୍‌ର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସମାନ ଆବର୍ଷରେ ରହିଥାଏ । ପେଣ୍ଡୁଲମ୍‌ର ଏହି ଗୁଣ ସମୟ ମାପ କରିବାରେ ବ୍ୟବହୃତ ହୋଇଥାଏ ।

Class 7 Science Chapter 8 Notes Odia Medium ସମୟ ଏବଂ ଗତିର ପରିମାପ

ନିୟମିତ ଭାବେ ପୁନରାବୃତ୍ତି ହେଉଥବା ପ୍ରକ୍ରିୟା ଏହି ସିଦ୍ଧାନ୍ତଟି ଆଧୁନିକ ଘଣ୍ଟାଗୁଡ଼ିକରେ ସମୟ ମାପିବା ପାଇଁ ମୌଳିକ ନୀତି ଭାବରେ ପ୍ରୟୋଗ କରାଯାଇଛି |

‘ନିୟମିତ ଭାବେ ପୁନରାବୃତ୍ତି ହେଉଥ‌ିବା ପ୍ରକ୍ରିୟା’’ – ଏହି ସିଦ୍ଧାନ୍ତଟି ଆଧୁନିକ ଘଣ୍ଟାଗୁଡ଼ିକରେ ସମୟ ମାପିବା ପାଇଁ ମୌଳିକନୀତି ଭାବରେ ପ୍ରୟୋଗ ହୋଇଥାଏ । କିନ୍ତୁ କ୍ୱାର୍ଟଡ୍ ଘଣ୍ଟା କ୍ୱାର୍ଟଜ୍ ସ୍ଫଟିକର କମ୍ପନ ତଥା ପରମାଣୁ ଘଣ୍ଟା କିଛି ନିର୍ଦ୍ଦିଷ୍ଟ ପରମାଣୁର ଅତି ଛୋଟ ଏବଂ ତୀବ୍ର କମ୍ପନକୁ ଆଧାର କରି ତିଆରି ହୋଇଥାଏ । ଯଦିଓ ହାଇଜେନ୍ସଙ୍କ ପ୍ରାରମ୍ଭିକ ପେଣ୍ଡୁଲମ୍ ଘଣ୍ଟା ପ୍ରତିଦିନ ୧୦ ସେକେଣ୍ଡ ବୃଦ୍ଧି କିମ୍ବା ହ୍ରାସ କରିପାରୁଥିଲା, ଆଜିର ପରମାଣୁ ବର୍ଷରେ କେବଳ ଗୋଟିଏ ସେକେଣ୍ଡ ହ୍ରାସ ପାଏ । ବୈଜ୍ଞାନିକମାନେ ଅଧିକ ପାଇଁ ଆହୁରି ଭଲ ଉନ୍ନତ ଖୋଜୁଛନ୍ତି ।
Class 7 Science Chapter 8 Notes Odia Medium ସମୟ ଏବଂ ଗତିର ପରିମାପ 5
ସମୟର ଆନ୍ତର୍ଜାତୀୟ SI ଏକକ :
ସମୟର SI ଏକକ ହେଉଛି ସେକେଣ୍ଡ୍ । ଏହାର ପ୍ରତୀକ ହେଉଛି s । ଏହାକୁ ମିନିଟ୍ (min) ଏବଂ ଘଣ୍ଟା (h) ଏକକରେ ମଧ୍ୟ ପ୍ରକାଶ କରାଯାଏ ।
୬୦ ସେକେଣ୍ଡ୍ = ୧ ମିନିଟ୍, ୬୦ ମିନିଟ୍ = ୧ ଘଣ୍ଟା

ସେକେଣ୍ଡ, ମିନିଟ୍ ଏବଂ ଘଣ୍ଟା ଭଳି ସମୟର ଏକକଗୁଡ଼ିକ ଲେଖୁଲା ବେଳେ ଇଂରାଜୀ ଛୋଟ ଅକ୍ଷର ସହିତ ଆରମ୍ଭ ହୁଏ । ସେମାନଙ୍କର ପ୍ରତୀକ ‘s’, ‘min’ ଏବଂ ‘h’ ମଧ୍ୟ ଛୋଟ ଅକ୍ଷର ଏବଂ ଏକବଚନରେ ଲେଖାଯାଏ । ବାକ୍ୟ ଶେଷ ବ୍ୟତୀତ ପରେ ପୂର୍ଣ୍ଣବିରାମ ଲେଖାଯାଏ ନାହିଁ । ସମୟ ଲେଖୁବା ସମୟରେ, ସର୍ବଦା ସଂଖ୍ୟା ଏବଂ ଏକକ ମଧ୍ୟରେ ଏକ ସ୍ଥାନ ଛାଡ଼ିବାକୁ ହୁଏ । ସେକେଣ୍ଡ୍ ପାଇଁ ‘sec’ ଏବଂ ଘଣ୍ଟା ପାଇଁ ‘hrs’ ଲେଖୁବା ଭୁଲ ।

ପୁରା କାଳରେ ଘଟିକା-ଯନ୍ତ୍ରର ପାତ୍ରରେ ଥିବା ଗାତ ପୂରଣ ହୋଇ ବୁଡ଼ିବାକୁ ୨୪ ମିନିଟ୍ ଲାଗୁଥିଲା । ଏହି ଘଣ୍ଟା ଦ୍ଵାରା ମାପ କରାଯାଇଥିବା ସମୟ ଏକକକୁ ଘଟିକା, ଘଟୀ ବା ଦଣ୍ଡ କୁହାଯାଉଥିଲା । ଏହା ସମୟ ମାପର ମାନକ ଏକକ ହୋଇଗଲା । ତେଣୁ, ଏକ ୨୪ ଘଣ୍ଟାର ଦିନକୁ ୬୦ ସମାନ ଦଣ୍ଡ ବା ଘଟିକାରେ ବିଭକ୍ତ କରାଯାଇଥିଲା । ଓଡ଼ିଶାରେ ପ୍ରଚଳିତ ପାଞ୍ଜିରେ ଏହି ‘ଦଣ୍ଡ’ ସମୟ ଏକକ ବ୍ୟବହୃତ ହୋଇଥାଏ ।

ଏକ ଘଣ୍ଟା ବ୍ୟବହାର କରି ଆମେ ମାପି ପାରୁଥିବା ସବୁଠାରୁ ଛୋଟ ସମୟ ବ୍ୟବଧାନ ହେଉଛି ଗୋଟିଏ ସେକେଣ୍ଡ ।

ବିଜ୍ଞାନ ଓ ସମାଜ
ଆଜିର ଦୁନିଆରେ, ଏକ ସେକେଣ୍ଡର କ୍ଷୁଦ୍ର ଅଂଶ ମାପିବା ବହୁତ ଗୁରୁତ୍ଵପୂର୍ଣ୍ଣ । ଯଥା : କ୍ରୀଡ଼ା ପ୍ରତିଯୋଗିତାରେ, ସମୟ ମାପିବା ଉପକରଣଗୁଡ଼ିକ, ଏକ ଦୌଡ଼ରେ କିଏ ଜିତିଲା ଜାଣିବା ପାଇଁ ଏକ ସେକେଣ୍ଡର ଏକ ଶତାଂଶ କିମ୍ବା ଏକ ହଜାର ଭାଗ (ମିଲି ସେକେଣ୍ଡ) ପର୍ଯ୍ୟନ୍ତ ଘଟଣାଗୁଡ଼ିକୁ ରେକର୍ଡ଼ କରିପାରିବ । ଇଲେକ୍ଟ୍ରୋକାର୍ଡିଓଗ୍ରାମ (ECG) ଉପକରଣ ପରି ଯନ୍ତ୍ରଗୁଡ଼ିକ ହୃସ୍ପନ୍ଦନ ମିଲି ସେକେଣ୍ଡରେ ମାପ କରନ୍ତି । ସଂଗୀତରେ, ଡିଜିଟାଲ୍ ରେକଡ଼ିଗୁଡ଼ିକର ସୁଗମ ପୁନର୍ବାଦନ ପାଇଁ ପ୍ରତି ସେକେଣ୍ଡରେ ହଜାର ହଜାର ଥର ଶବ୍ଦ ଧରି ରଖାଯାଏ । ଅନେକ ଉପକରଣ ଆହୁରି କମ୍ ସମୟ ବ୍ୟବଧାନରେ କାର୍ଯ୍ୟ କରିଥାଏ । ସ୍ମାର୍ଟଫୋନ୍ ଏବଂ କମ୍ପ୍ୟୁଟରଗୁଡ଼ିକ ମାଇକ୍ରୋସେକେଣ୍ଡରେ (ସେକେଣ୍ଡର ଦଶ ଲକ୍ଷ ଭାଗରୁ ଏକ ଭାଗ) ସଙ୍କେତ ପ୍ରକ୍ରିୟାକରଣ କରନ୍ତି ଯାହା ସେମାନଙ୍କୁ ବହୁତ ଦ୍ରୁତ ଗତିରେ କାର୍ଯ୍ୟ କରିବାକୁ ସକ୍ଷମ କରିଥାଏ । ବୈଜ୍ଞାନିକମାନେ ମହାକାଶ ଅନୁସନ୍ଧାନ, ସ୍ଵାସ୍ଥ୍ୟ ଏବଂ ଉନ୍ନତ ବିଜ୍ଞାନ ପରୀକ୍ଷଣ ପାଇଁ ଆହୁରି ସଠିକ୍ ସମୟ-ମାପ ଉପକରଣ ବିକଶିତ କରିଚାଲିଛନ୍ତି । ଆମର ଘଣ୍ଟାଗୁଡ଼ିକ ଯେତେ ଦ୍ରୁତ ଏବଂ ସଠିକ୍ ହେବ, ସେଗୁଡ଼ିକ ସମାଜକୁ ସେତେ ଅଧିକ ସାହାଯ୍ୟ କରିବ ।

Class 7 Science Chapter 8 Notes Odia Medium ସମୟ ଏବଂ ଗତିର ପରିମାପ

ଧୀର କିମ୍ବା ଦ୍ରୁତ :
ଯେତେବେଳେ ଆମେ କହିଥାଉ, ଯେ କୌଣସି ବସ୍ତୁ ଦ୍ରୁତ କିମ୍ବା ଧୀର ଭାବରେ ଗତି କରୁଛି, ଏହାର ଅର୍ଥ କ’ଣ ବୁଝିଥାଉ ? ମନେକର ଏକ ସିଧା ଟ୍ରାକରେ ୧୦୦ ମିଟର ଦୌଡ଼ରେ ସମସ୍ତ ଖେଳାଳି ଏକତ୍ର ଆରମ୍ଭ ରେଖାରୁ ଆରମ୍ଭ କରନ୍ତି, କିନ୍ତୁ କିଛି ସମୟ ପରେ ସେମାନେ ଅଲଗା ଅଲଗା ହୋଇ ଆଗ ଓ ପଛ ଭାବରେ ଦୌଡ଼ିଥାନ୍ତି ।
Class 7 Science Chapter 8 Notes Odia Medium ସମୟ ଏବଂ ଗତିର ପରିମାପ 6
ଯେଉଁ ବ୍ୟକ୍ତି ଅନ୍ୟମାନଙ୍କଠାରୁ ଆଗରେ ଥାଆନ୍ତି, ସେ ସେମାନଙ୍କଠାରୁ ଦ୍ରୁତ ଗତିରେ ଦୌଡୁଛି ବୋଲି କୁହାଯାଏ । ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଅଧ‌ିକ ଦୂରତା ଅତିକ୍ରମ କରିଥିବା ବ୍ୟକ୍ତି ଦ୍ରୁତ ଗତିରେ ଦୌଡୁଛନ୍ତି ବୋଲି କୁହାଯାଏ ।

ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ବସ୍ତଗୁଡ଼ିକ ଯେଉଁ ଦୂରତା ଅତିକ୍ରମ କରିଥାନ୍ତି ତାହା ଦ୍ରୁତ କିମ୍ବା ଧୀର ନିର୍ଣ୍ଣୟ ହୋଇଥାଏ ।

ବେଗ (Speed)
ଏକକ ସମୟ ବ୍ୟବଧାନରେ ଏକ ବସ୍ତ ଦ୍ଵାରା ଅତିକ୍ରମ ହୋଇଥିବା ଦୂରତାକୁ ବେଗ କୁହାଯାଏ ।
Class 7 Science Chapter 8 Notes Odia Medium ସମୟ ଏବଂ ଗତିର ପରିମାପ 7
ବେଗର SI ଏକକ ମିଟର/ସେକେଣ୍ଡ । ଏହାକୁ m/s ସଙ୍କେତ ମାଧ୍ୟମରେ ପ୍ରକାଶ କରାଯାଇଥାଏ ।

ବେଗର ଅନ୍ୟ ଏକ ପ୍ରଚଳିତ ଏକକ ହେଉଛି କି.ମି. ଘଣ୍ଟା । ଏହାକୁ km/hr ସଙ୍କେତ ମାଧ୍ୟମରେ ପ୍ରକାଶ କରାଯାଇଥାଏ ।

ଉଦାହରଣ : ସ୍ୱାତୀର ସ୍କୁଲ ତା’ ଘରଠାରୁ ୩.୬ କିଲୋମିଟର ଦୂରରେ ଅବସ୍ଥିତ । ସାଇକେଲରେ ଚଢ଼ି ତା’ର ସ୍କୁଲରେ ପହଞ୍ଚିବାକୁ ତାକୁ ୧୫ ମିନିଟ୍ ଲାଗିଥିଲା । ସାଇକେଲର ବେଗ ମିଟର/ ସେକେଣ୍ଡରେ ଗଣନା କର ।
ସମାଧାନ :
Class 7 Science Chapter 8 Notes Odia Medium ସମୟ ଏବଂ ଗତିର ପରିମାପ 8

Class 7 Science Chapter 8 Notes Odia Medium ସମୟ ଏବଂ ଗତିର ପରିମାପ

କାର୍ଯ୍ୟ-୪ : ଗଣନା କରିବା

  • ଇଣ୍ଟରନେଟ୍‌ରେ ରେଳ ସମୟସାରଣୀ ଦେଖାଯାଉ ।
  • ତୁମ ରହଣି ସ୍ଥାନର ନିକଟତମ ରେଳ ଷ୍ଟେସନରେ ଅଟକିଥିବା ଏକ ଟ୍ରେନ୍ ଚିହ୍ନଟ କରାଯାଉ ।
  • ଏହି ଟ୍ରେନ୍ ଯେଉଁଠାରେ ଅଟକିଛି ତା’ର ପରବର୍ତ୍ତୀ ଷ୍ଟେସନରେ ପହଞ୍ଚିବା ସମୟକୁ ଲେଖୁ ରଖାଯାଉ । ପରବର୍ତୀ ଷ୍ଟେସନ ପର୍ଯ୍ୟନ୍ତ ଦୂରତା ଅତିକ୍ରମ କରିବାକୁ ଟ୍ରେନ୍ ନେଇଥିବା
  • ସମୟ ଗଣନା କରିବା ପାଇଁ ଏଇ ଦୁଇ ସମୟର ପାର୍ଥକ୍ୟ ନିର୍ଣ୍ଣୟ କରାଯାଉ ।
  • ଦୁଇଟି ଷ୍ଟେସନ ମଧ୍ୟରେ ଟ୍ରେନର ବେଗ ଗଣନା କରାଯାଉ ଏବଂ ଏହାକୁ ସାରଣୀରେ ଲେଖୁ ରଖାଯାଉ ।
  • ୪-୫ ଟି ବିଭିନ୍ନ ପ୍ରକାରର ଟ୍ରେନ (ଯାତ୍ରୀ |ଏକ୍ସପ୍ରେସ/ସୁପରଫାଷ୍ଟ) ପାଇଁ ଏହି କାର୍ଯ୍ୟଟି ପୁନରାବୃତ୍ତି କରାଯାଉ ।
କ୍ର.ସଂ ଟ୍ରେନର ନାମ ପରବର୍ତ୍ତୀ ଷ୍ଟେସନର ନାମ ପରବର୍ତୀ ଷ୍ଟେସନ ପର୍ଯ୍ୟନ୍ତ ଦୂରତା (କି.ମି.) ପରବର୍ତ୍ତୀ ଷ୍ଟେସନ ପର୍ଯ୍ୟନ୍ତ ଲାଗିଥ‌ିବା ସମୟ (ଘଣ୍ଟା) ଏହି ଦୁଇଟି ଷ୍ଟେସନ ମଧ୍ୟରେ ଟ୍ରେନର ବେଗ (କି.ମି./ଘଣ୍ଟା)
୧. ଶତାବ୍ଦୀ ଏକ୍ସପ୍ରେସ୍ ଅମ୍ବାଲା ୫୦ ୦.୬ ୮୩
୨. ଅମୃତସର ଏକ୍ସପ୍ରେସ୍ ଲୁଧୂନା ୯୦ ୧.୮ ୫୦
୩. ହିମାଲୟାନ୍ କୁଇନ୍ କାଲ୍‌ ୩୦ ୧.୦ ୩୦
୪. SMVD Katra ଏକ୍ସପ୍ରେସ ଜଳନ୍ଧର କ୍ୟାଣ୍ଟନମେଣ୍ଟ ୧୨୦ ୧.୬ ୭୫

ସିଦ୍ଧାନ୍ତ : ଏହି ଚାରୋଟି ଟ୍ରେନ୍ ମଧ୍ୟରୁ ଶତାବ୍ଦୀ ଏକ୍ସପ୍ରେସର ବେଗ ସର୍ବାଧ‌ିକ ଅଟେ । ଏହାର ହାରାହାରି ବେଗ ୮୩ କି.ମି/ଘଣ୍ଟା ।

ବିଜ୍ଞାନ ଓ ସମାଜ
ସ୍କୁଟର, ମୋଟରବାଇକ୍, କାର ଏବଂ ବସ୍ ଭଳି ଯାନବାହାନରେ ଏକ ଉପକରଣ ଅଛି ଯାହା ଗାଡ଼ିର ଗତିକୁ କିମି/ଘଣ୍ଟାରେ ମାପକୁ ଦେଖାଇଥାଏ । ଏହାକୁ ସିଡ଼ୋମିଟର କୁହାଯାଏ । ଓଡ଼ୋମିଟର ନାମରେ ଅନ୍ୟ ଏକ ଉପକରଣ, ଯାନବାହାନରେ ରହିଥାଏ ଯାହା ଗାଡ଼ି ଦ୍ଵାରା ଯାତ୍ରା କରାଯାଇଥିବା ଦୂରତା କିଲୋମିଟରରେ ମାପ କରେ ।
Class 7 Science Chapter 8 Notes Odia Medium ସମୟ ଏବଂ ଗତିର ପରିମାପ 9

ବେଗ, ଦୂରତା ଏବଂ ସମୟ ମଧ୍ୟରେ ସମ୍ପର୍କ :

ଅତିକ୍ରାନ୍ତ ଦୂରତା = ବେଗ × ସମୟ
Class 7 Science Chapter 8 Notes Odia Medium ସମୟ ଏବଂ ଗତିର ପରିମାପ 10

Class 7 Science Chapter 8 Notes Odia Medium ସମୟ ଏବଂ ଗତିର ପରିମାପ

ଉଦାହରଣ-୧ : ରାଘବ ୫୦ କି.ମି./ ଘଣ୍ଟା ବେଗରେ ଯାଉଥିବା ଏକ ବସ୍‌ରେ ପଡ଼ୋଶୀ ସହରକୁ ଯାଉଛି । ଯଦି ତା’ର ସେହି ସହରରେ ପହଞ୍ଚିବାକୁ ୨ ଘଣ୍ଟା ଲାଗେ, ତେବେ ସେହି ସହର କେତେ ଦୂର ?

ସମାଧାନ :
ବସ୍‌ରା ଅତିକ୍ରମ କରାଯାଇଥିବା ଦୂରତା = ବେଗ × ସମୟ = ୫୦ Class 7 Science Chapter 8 Notes Odia Medium ସମୟ ଏବଂ ଗତିର ପରିମାପ 11 × ୨ ଘଣ୍ଟା = ୧୦୦ କି.ମି.

ଉଦାହରଣ-୨ : ଏକ ଟ୍ରେନ୍ ୯୦ କି.ମି./ ଘଣ୍ଟା ବେଗରେ ଯାତ୍ରା କରୁଛି । ୩୬୦ କି.ମି. ଦୂରତା ଅତିକ୍ରମ କରିବାକୁ କେତେ ସମୟ ଲାଗିବ ?

ସମାଧାନ :
Class 7 Science Chapter 8 Notes Odia Medium ସମୟ ଏବଂ ଗତିର ପରିମାପ 12

ସମାନ ଓ ଅସମାନ ରୈଖ୍ୟକ ଗତି :

  • ଏକ ସରଳରେଖାରେ ଗତି କରୁଥିବା ବସ୍ତର ଗତିକୁ ରେଖକ ଗତି କୁହାଯାଏ । ଦୁଇଟି ଷ୍ଟେସନ ମଧ୍ୟରେ ଟ୍ରେନ୍‌ର ଗତି ଏକ ରେଖକ ଗତିର ଉଦାହରଣ।
  • ଏକ ସରଳରେଖାରେ ସ୍ଥିର ବେଗରେ ଗତି କରୁଥିବା ବସ୍ତର ଗତିକୁ ‘ସମାନ ରୈଖ୍ୟକ ଗତି’’ କୁହାଯାଏ ।
  • ଏକ ସରଳରେଖାରେ ଗତି କରୁଥିବା ବସ୍ତର ବେଗ ପରିବର୍ତ୍ତିତ ହେଲେ ତାହାର ଗତିକୁ ‘ଅସମାନ ରୈଖ୍ୟକ ଗତି’’ କୁହାଯାଏ ।
  • ସାରଣୀରେ ସକାଳ ୧୦.୦୦ ଏବଂ ୧୧.୦୦ ମଧ୍ୟରେ ଦୁଇଟି ଟ୍ରେନ X ଏବଂ Y ଦ୍ଵାରା ଯାତ୍ରା କରାଯାଇଥିବା ଦୂରତା ପାଇଁ ତଥ୍ୟ ଦିଆଯାଇଛି ।

ସାରଣୀ : ୧୦ ମିନିଟ୍‌ ସମାନ ସମୟ ବ୍ୟବଧାନରେ ଦୁଇଟି ଟ୍ରେନ୍‌ଦ୍ୱାରା ଯାତ୍ରା କରାଯାଇଥିବା ଦୂରତା

Class 7 Science Chapter 8 Notes Odia Medium ସମୟ ଏବଂ ଗତିର ପରିମାପ

ସମୟ (AM) Train X Train Y
କେଉଁଠି ଅଛି (ସ୍ଥାନ) (km) ପୂର୍ବ ସ୍ଥାନରୁ ଦୂରତା (km) କେଉଁଠି ଅଛି (ସ୍ଥାନ) (km) ପୂର୍ବ ସ୍ଥାନରୁ ଦୂରତା (km)
୧୦.୦୦ ୦ ୦ ୦ ୦
୧୦.୧୦ १० ୨୦ ୨୦ ୨୦
୧୦.୨୦ ୪୦ १० ୩୫ ୨୦
୧୦.୩୦ ୬୦ ୨୦ ୫୦ ୧୫
୧୦.୪୦ ୮୦ ୨୦ ୭୫ ୨୫
୧୦.୫୦ ୧୦୦ ୨୦ ୨୫ ୨୦
୧୧,୦୦ ୧୨୦ ୨୦ ୧୨୦ ୨୫

ସିଦ୍ଧାନ୍ତ :

  • ଟ୍ରେନ୍ X ସମାନ ସମୟ ବ୍ୟବଧାନରେ ସମାନ ଦୂରତା ଅତିକ୍ରମ କରୁଥିବାରୁ ଏହା ସମାନ ରୈଖ୍ ଗତିରେ ଅଛି ।
  • ଟ୍ରେନ୍ Y ସମାନ ସମୟ ବ୍ୟବଧାନରେ ଅସମାନ ଦୂରତା ଅତିକ୍ରମ କରୁଥିବାରୁ ଏହା ଅସମାନ ରୈଖକ ଗତିରେ ରହିଛି ।

ବିଷୟବସ୍ତୁର ସାରାଂଶ :

  • ପେଣ୍ଡୁଲମ୍ ଗୋଟିଏ ଦୋଳନ ସମାପ୍ତ କରିବାକୁ ଯେଉଁ ସମୟ ନିଏ ତାହାକୁ ଏହାର ‘ଆବର୍ଷ କାଳ’ କୁହାଯାଏ । ଗୋଟିଏ ସ୍ଥାନରେ ଏକ ନିର୍ଦ୍ଦିଷ୍ଟ ଦୈର୍ଘ୍ୟ ବିଶିଷ୍ଟ ଏକ ସରଳ
  • ପେଣ୍ଡୁଲମ୍‌ର ଆବର୍ଷ କାଳ ସ୍ଥିର ରହିଥାଏ । ସମୟର SI ଏକକ ହେଉଛି ସେକେଣ୍ଡ । ଏହାର ପ୍ରତୀକ ହେଉଛି ‘s’ ବା ‘ସେ’ ।
  • ଏକ ବସ୍ତର ହାରାହାରି ବେଗ ହେଉଛି ଦୁଇଟି ସ୍ଥାନ ମଧ୍ୟରେ ଏହାକୁ ଅତିକ୍ରମ କରିବାକୁ ଲାଗିଥିବା ମୋଟ ଅତିକ୍ର।ନ୍ତ କରିଥିବା ମୋଟ ଦୂରତା
  • ସମୟ ଦ୍ଵାରା ଭାଗ କରାଯାଇଥିବା ମୋଟ ଦୂରତା ।
    ବେଗ = Class 7 Science Chapter 8 Notes Odia Medium ସମୟ ଏବଂ ଗତିର ପରିମାପ 13
  • ଏକ ସରଳରେଖାରେ ସ୍ଥିର ବେଗ ସହିତ ଗତି କରୁଥିବା ଏକ ବସ୍ତ ସମାନ ରୈଖ୍ୟକ ଗତିରେ ଅଛି ବୋଲି କୁହାଯାଏ ।
  • ଯଦି ଏକ ସରଳରେଖାରେ ଗତି କରୁଥିବା ଏକ ବସ୍ତୁର ବେଗ ପରିବର୍ତ୍ତନ ହୁଏ, ତେବେ ଏହା ଅସମାନ ବୈଖ୍ୟକ ଗତିରେ ଅଛି ବୋଲି କୁହାଯାଏ ।
  • ବେଗର SI ଏକକ ହେଉଛି ମିଟର/ ସେକେଣ୍ଡ ବା m/s ।
  • ଗତିଶୀଳ ଯାନର ବେଗ ମାପିବା ପାଇଁ ବ୍ୟବହୃତ ଯନ୍ତ୍ରକୁ ସ୍ବିଡ଼ୋମିଟର ଓ ଅତିକ୍ରାନ୍ତ ଦୂରତା ମାପିବା ପାଇଁ ବ୍ୟବହୃତ ଯନ୍ତ୍ରକୁ ଓଡୋମିଟର କୁହାଯାଏ ।

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Go through Class 8 Social Science Solutions Odia Medium and Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା to understand textbook questions more clearly.

8th Class Social Science Chapter 5 Question Answer Odia Medium

Class 8 Social Science Chapter 5 Odia Medium

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନ ଓ ଅଭ୍ୟାସ କାର୍ଯ୍ୟ

Question 1.
ଏକ ସୁସ୍ଥ ଗଣତନ୍ତ୍ର ନିମନ୍ତେ ସାର୍ବଜନୀନ ସାବାଳକ ମତଦାନ ବ୍ୟବସ୍ଥା କାହିଁକି ଗୁରୁତ୍ଵପୂର୍ଣ୍ଣ ?
Answer:
(i) ସାର୍ବଜନୀନ ସାବାଳକ ମତଦାନ ବ୍ୟବସ୍ଥାକୁ ଭାରତୀୟ ଗଣତନ୍ତ୍ରରେ ଏକ ଉପାଦାନ ଭାବରେ ବିବେଚନା କରାଯାଏ । ଏହା ହେଉଛି ଭାରତୀୟ ଗଣତନ୍ତ୍ରର ମୂଳଦୁଆ ।

(ii) ଏହି ମତଦାନ ବ୍ୟବସ୍ଥାରେ ୧୮ ବର୍ଷ ତଦୁର୍ଦ୍ଧ୍ଵ ପ୍ରତ୍ୟେକ ଭାରତୀୟ ନାଗରିକ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ଓ ଶିକ୍ଷାଗତ ଯୋଗ୍ୟତା ଓ ଆର୍ଥିକ ସ୍ଥିତି ଇତ୍ୟାଦି ନିର୍ବିଶେଷରେ ମତଦାନ କରିଥାନ୍ତି ।

(iii) ଏକ ସୁସ୍ଥ ଗଣତନ୍ତ୍ର ନିମନ୍ତେ ଏହା ଜରୁରୀ । ଏଥୁରେ ପ୍ରତ୍ୟେକ ନାଗରିକମାନଙ୍କୁ ସମାନ ଦୃଷ୍ଟିରେ ଦେଖାଯାଇଥାଏ ।

(iv) ଏହା ଆମ ସମ୍ବିଧାନରେ ୩୨୬ ‘ଧାରା ସେ ଉଲ୍ଲେଖ କରାଯାଇଛି । ସମ୍ବିଧାନର ପ୍ରଣେତାମାନେ ପ୍ରଥମରୁ ଏହା ଉପରେ ଗୁରୁତ୍ଵ ପ୍ରଦାନ କରିଆସିଛନ୍ତି ।

Question 2.
ଗୁପ୍ତ ମତଦାନର ଅର୍ଥ କ’ଣ ? ଏହା ଗଣତନ୍ତ୍ର ନିମନ୍ତେ କାହିଁକି ଆବଶ୍ୟକ ?
Answer:
(i) ସମସ୍ତ ମତଦାତାମାନଙ୍କୁ ସେମାନଙ୍କ ମତଦାନକୁ ଗୁପ୍ତ ରଖୁବାପାଇଁ ପରାମର୍ଶ ଦିଆଯାଇଥାଏ ।
(ii) ଯାହାଫଳରେ ନିର୍ବାଚନ ପ୍ରକ୍ରିୟା ସ୍ଵଚ୍ଛ ହୋଇପାରିବ । ଏହା ଏକ ଗଣତାନ୍ତ୍ରିକ ବ୍ୟବସ୍ଥା ।

(iii) ସେଥ‌ିପାଇଁ ପ୍ରତ୍ୟେକ ମତଦାନ କେନ୍ଦ୍ରମାନଙ୍କରେ ଗୋଟିଏ ଗୋଟିଏ ଆବଦ୍ଧ ମତଦାନ ଗୃହର ବ୍ୟବସ୍ଥା କରାଯାଇଥାଏ । କିଏ କେଉଁ ପ୍ରାର୍ଥୀଙ୍କୁ ମତଦାନ କଲେ ତାହା ଅନ୍ୟମାନେ ଜାଣିପାରିବେ ନାହିଁ ।

(iv) ଏହି ବ୍ୟବସ୍ଥାଦ୍ଵାରା ଗଣତନ୍ତ୍ର ଗୁପ୍ତ ଓ ସ୍ୱଚ୍ଛଳ ହୋଇପାରିବ । ମତଦାତାମାନେ ନିର୍ଭୟରେ ଭୋଟ ଦେଇପାରିବେ ।

Question 3.
ପ୍ରତ୍ୟକ୍ଷ ଓ ପରୋକ୍ଷ ମତଦାନର ଉଦାହରଣ ଦିଅ ।
Answer:
(i) ନିର୍ବାଚନ ସାଧାରଣତଃ ଦୁଇପ୍ରକାର ଯଥା- ପ୍ରତ୍ୟକ୍ଷ ଓ ପରୋକ୍ଷ ।

(ii) ଯେଉଁ ନିର୍ବାଚନରେ ଜନସାଧାରଣ ସିଧାସଳଖ ପ୍ରତିନିଧିମାନଙ୍କୁ ଭୋଟ ଦେଇ ନିର୍ବାଚିତ କରନ୍ତି । ସେ ବ୍ୟବସ୍ତାକୁ ପ୍ରତ୍ୟକ୍ଷ ନିର୍ବାଚନ କୁହାଯାଏ । ଏହି ବ୍ୟବସ୍ଥା ଅନୁସାରେ ଆମ ଦେଶରେ ଲୋକସଭା ଓ ରାଜ୍ୟ ବିଧାନସଭା, ଗ୍ରାମପଞ୍ଚାୟତ ଓ ସହରାଞ୍ଚଳ ମୁନିସିପାଲ କର୍ପୋରେସନର ସଦସ୍ୟମାନେ ନିର୍ବାଚିତ ହୁଅନ୍ତି ।

(iii) ପରୋକ୍ଷ ନିର୍ବାଚନରେ ନିର୍ବାଚିତ ପ୍ରତିନିଧୂମାନେ ଭୋଟ ଦେଇ ଅନ୍ୟମାନଙ୍କୁ ବାଛିବାର ବ୍ୟବସ୍ଥା ରହିଅଛି, ଯଥା- ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ରାଜ୍ୟସଭାର ସଦସ୍ୟ ଏହି ପ୍ରଣାଳୀରେ ନିର୍ବାଚିତ ହୁଅନ୍ତି ।

(iv) ପରୋକ୍ଷ ନିର୍ବାଚନରେ ସାଂସଦ ଓ ବିଧାୟକମାନେ ଲୋକମାନଙ୍କ ତରଫରୁ ଭୋଟ ଦେଇଥାନ୍ତି ।

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 4.
ଲୋକସଭା ସାଂସଦ ନିର୍ବାଚନ । ରାଜ୍ୟସଭା ସାଂସଦ ନିର୍ବାଚନଠାରୁ କିପରି ଭିନ୍ନ ?
Answer:
(i) ଲୋକସଭା ସାଂସଦ ନିର୍ବାଚନ – ଲୋକସଭାର ସାଂସଦମାନେ ସିଧାସଳକ ଲୋକମାନଙ୍କଦ୍ଵାରା ନିର୍ବାଚିତ ହୋଇଥା’ନ୍ତି ।

(ii) ସମସ୍ତ ୧୮ ବର୍ଷ ବା ତଦୂର୍ଖ ବ୍ୟକ୍ତିମାନେ ଭୋଟଦେଇ ସେମାନଙ୍କର ମନପସନ୍ଦର ପ୍ରାର୍ଥୀମାନଙ୍କୁ ଚୟନ କରିଥା’ନ୍ତି । ସେମାନଙ୍କୁ ଏମ୍.ପି. (M.P.) ଅର୍ଥାତ୍ Member of Parliament କୁହାଯାଏ ।

(iii) ରାଜ୍ୟସଭା ସାଂସଦ – ରାଜ୍ୟସଭାର ସାଂସଦମାନେ ସାଧାରଣତଃ ପରୋକ୍ଷ ଭାବରେ ନିର୍ବାଚିତ ହୁଅନ୍ତି । ସେମାନେ ରାଜ୍ୟ ବିଧାନସଭାର ନିର୍ବାଚିତ ପ୍ରାର୍ଥୀ ବା MLA (Member of Legislative Assembly) ଙ୍କଦ୍ଵାରା ନିର୍ବାଚନ ହୋଇଥାନ୍ତି । କିନ୍ତୁ ସେମାନେ ଲୋକମାନଙ୍କଦ୍ୱାରା ସିଧାଳନକ ଭୋଟରେ ନିର୍ବାଚିତ ହୁଅନ୍ତି ନାହିଁ ।

(iv) ଆହୁରି ମଧ୍ୟ ଆମ ଦେଶର ରାଷ୍ଟ୍ରପତି ୧୨ ଜଣଙ୍କୁ ସାହିତ୍ୟ, ବିଜ୍ଞାନ, କଳା ଓ ସାମାଜ ସେବା କ୍ଷେତ୍ରରେ କୃତିତ୍ୱ ହାସଲ କରିବା ବ୍ୟକ୍ତିମାନଙ୍କ ମଧ୍ୟରୁ ମନୋନୀତ କରିଥା’ନ୍ତି ।

Question 5.
ତୁମ ମତରେ କାଗଜ ବାଲଟ୍‌ଠାରୁ ଇଭିଏମ୍ କାହିଁକି ଅଧୁକ ଗ୍ରହଣୀୟ ?
Answer:
(i) କାଗଜ ବାଲାଙ୍‌ଠାରୁ ଇଭିଏମ୍ ଅଧୂକ ସୁବିଧାଜନ ଅଟେ । ଏହାର କାରଣ ନିମ୍ନରେ ବର୍ଣ୍ଣନା କରାଗଲା- ଶୀଘ୍ର ଗଣତି – ଏହି ବ୍ୟବସ୍ତାରେ EVM (Electronic (i) voting machine) ରେ ନିର୍ବାଚନ ଫଳାଫଳ ଅତିଶୀଘ୍ର ଜଣାପଡ଼ିଥାଏ । ବହୁତ ସମୟ ଅପେକ୍ଷା କରିବାକୁ ପଡ଼ିନଥାଏ ।

(ii) କମ୍ ଖର୍ଚ୍ଚ – ଇ.ଭି.ମ୍ ଦ୍ଵାରା ଭୋଟ କରାଗଲେ ଖର୍ଚ୍ଚ କମ୍ ହୋଇଥାଏ । ଏଥିରେ କାଗଜ, ଛପା ଖର୍ଚ୍ଚ ଏବଂ ଯାନବାହନରେ ନେବା ଆଣିବା ପ୍ରକ୍ରିୟା ଖର୍ଚ୍ଚ କମ୍ ହୋଇଥାଏ ।

(iii) ବହୁଳାର ବ୍ୟବହାର – ଏହି ମେସିନ୍‌ଗୁଡ଼ିକୁ ଅନେକ ଥର ବ୍ୟବହାର କରାଯାଇପାରିବ । ସବୁପ୍ରକାର ନିର୍ବାଚନ ସମୟରେ ଏହାକୁ କାର୍ଯ୍ୟରେ ଲଗାଯାଇପାରିବ ।

(iv) ତ୍ରୁଟିଶୂନ୍ୟ – ଲୋକମାନଙ୍କଦ୍ଵାରା ଭୋଟ ଗଣତି ସମୟରେ ଅନେକ ଭୁଲ୍ ହୋଇଥାଏ । କିନ୍ତୁ ଏଥୁରେ କୌଣସି ପ୍ରକାର ତ୍ରୁଟି ପରିଲକ୍ଷିତ ହୋଇ ନଥାଏ ।

(v) ପରିବେଶ ଅନୁକୂଳ – ଏଥୁରେ ବିଶେଷ କାଗଜ ଦରକାର ପଡ଼ିନଥାଏ କି ଅଧ‌ିକ ଗଛ କାଟି ସେଥୁରୁ କାଗଜ ପ୍ରସ୍ତୁତ କରିବାକୁ ପଡ଼ି ନଥାଏ ।

(vi) ନାକଚ ଭୋଟ ଏହି ବ୍ୟବସ୍ଥାରେ ଭୋଟ୍ ନାକଚ ବା କ୍ୟାନସେଲ ହେବାର ଆଶଙ୍କା ନଥାଏ । କୌଣସି ପ୍ରକାରରେ ଏଥରେ ଭୋଟରର ଭୋଟ୍ ନଷ୍ଟ ହେବାର ନଥାଏ ।

Question 6.
ଭାରତର କେତେକ ସହରାଞ୍ଚଳରେ ମତଦାତାଙ୍କ ଉପସ୍ଥିତ କମିବାରେ ଲାଗିଛି । ଏହାର କାରଣ କ’ଣ ହୋଇପାରେ ? ଅଧ‌ିକ ମତଦାତାଙ୍କୁ ଉତ୍ସାହିତ କରିବାକୁ କେଉଁସବୁ ପଦକ୍ଷେପ ନେବାକୁ ପଡ଼ିବ ?
Answer:
(i) ଭାରତରେ କେତେକ ସହରାଞ୍ଚଳରେ ମତଦାତାଙ୍କ ଉପସ୍ଥିତ କମିବାର ଅନେକ କାରଣ ରହିଅଛି । ସେଥୁମଧ୍ୟରୁ ଅନ୍ୟତମ ହେଉଛି ମତଦାତାଙ୍କ ବୀତସ୍ଵ ହ ମନୋଭାବ ।

(ii) ସହରାଞ୍ଚଳରେ ମତଦାନ ପ୍ରତି ଲୋକମାନଙ୍କ ମଧ୍ୟରେ ସଚେତନତାର ଅଭାବ ପରିଲକ୍ଷିତ ହୋଇଥାଏ ।

(iii) ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ଯରେ ସେମାନେ ମତଦାନ କରିବାକୁ ଭୁଲିଯାଇଥାନ୍ତି । ଦେଖାଯାଇଥାଏ ଯେ ସେମାନେ କାମରେ ଏତେ ବ୍ୟସ୍ତଥାନ୍ତି ଭୋଟ ଦେବାପାଇଁ ସମୟ ବାହାର କରିପାରନ୍ତି ନାହିଁ ।

(iv) ସେମାନେ ଭାବନ୍ତି ଯେ ମୋର ଖଣ୍ଡିଏ ଭୋଟ କ’ଣ ସରକାର ବଦଳାଇ ଦେଇ ପାରିବ, ମୋର ଅସୁବିଧାକୁ ଦୂର କରିପାରିବ । ଦେଖାଯାଇଛି ଅନେକ ଲୋକ ରାଜନୀତିରୁ ମୁହଁ ଫେରାଇ ନେଉଛନ୍ତି ।

(v) ଅଧିକରୁ ଅଧ‌ିକ ମତଦାତାଙ୍କୁ ଉତ୍ସାହିତ କରିବାପାଇଁ ହେଲେ ସେଭଳି କିଛି ଆଦୃଶିଆ ପଦକ୍ଷେପ ନେବାକୁ ପଡ଼ିବ, ଯଥା— ଭୋଟଗ୍ରହଣ କେନ୍ଦ୍ରମାନ ଅତି ନିକଟରେ ହେବା ଆବଶ୍ୟକ ଓ କେନ୍ଦ୍ରଗୁଡ଼ିକର ସଂଖ୍ୟା କଢ଼ାଇବାକୁ ପଡ଼ିବ ।

(vi) ଭୋଟଗ୍ରହଣ କେନ୍ଦ୍ରମାନଙ୍କରେ ଘଣ୍ଟାଘଣ୍ଟା ଧରି ଧାଡ଼ିରେ ଠିଆ ହେବାକୁ ଯେପରି ପଡ଼ିବାକୁ ନପଡ଼େ ତା’ର ବ୍ୟବସ୍ଥା କରିବାକୁ ହେବ । ଅନ୍‌ଲାଇନ ଭୋଟିଙ୍ଗ୍ ବ୍ୟବସ୍ଥା କରିବା ଦରକାର । ଯୁବକମାନଙ୍କୁ ଅଧ୍ଵକମାତ୍ରାରେ ଏଥରେ ଶଂଶ୍ଳିଷ୍ଟ କରିବାକୁ ପଡ଼ିବ । ମତବାନ ପ୍ରତି ଲୋକମାନଙ୍କର ମନରେ ଆଗ୍ରହ ସୃଷ୍ଟି ପାଇଁ ରାଜନୈତିକ ସନ୍ତୋଟତା ଓ ସାଧୁତାଭାବ ଆଣିବାକୁ ପଡ଼ିବ ।

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 7.
ଲୋକସଭା ସଦସ୍ୟ ସଂଖ୍ୟାର ଏକ ନିର୍ଦ୍ଦିଷ୍ଟ ଅଂଶ ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଜନଜାତି ନିମନ୍ତେ କାହିଁକି ସଂରକ୍ଷିତ ରହିବ ବୋଲି ତୁମେ ଭାବୁଛ ? ସଂକ୍ଷେପରେ ଲେଖ ।
Answer:
(i) ଆମ ସମ୍ବିଧାନର ୩୩୦ ଧାରାରେ ଲୋକସଭାରେ ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଜନଜାତିଙ୍କ ନିମନ୍ତେ ଆସନ ସଂରକ୍ଷଣର ବ୍ୟବସ୍ଥା କରାଯାଇଛି ।

(ii) ସେଥୁମଧ୍ୟରୁ ୮୪ଟି ଆସନ ତଫସିଲଭୁକ୍ତ ଜାତି ଏବଂ ୪୭ଟି ଆସନ ତଫସିଲଭୁକ୍ତ ଜନଜାତିଙ୍କ ପାଇଁ ସଂରକ୍ଷିତ ରଖାଯାଇଛି ।

(iii) ସେମାନଙ୍କୁ ରାଜନୀତିରେ ଓ ଦେଶର ନୀତିନିୟମ ପ୍ରଣୟନରେ ଅଧ୍ବକ ମାତ୍ରାରେ ସଂଶ୍ଳିଷ୍ଟ କରିବା ପାଇଁ ସେମାନଙ୍କର ସମ୍ପ୍ରଦାୟକୁ ଉପଯୁକ୍ତ ମାନ୍ୟତା ପ୍ରଦାନ କରିବା ପାଇଁ ସେମାନଙ୍କ ନିମନ୍ତେ ଆସନ ସଂରକ୍ଷଣ କରାଯାଇଛି ।

(iv) ସେମାନଙ୍କ ମଧ୍ୟରେ ଥ‌ିବା ଅନ୍ଧବିଶ୍ଵାସ ହୀନମନ୍ୟତାକୁ ଦୂର କରିବା ଓ ସେମାନଙ୍କୁ ଦେଶର ମୁଖ୍ୟ ଏହାର ଉଦ୍ଦେଶ୍ୟ । ସ୍ରୋତରେ ସାମିଲ କରିବା

(v) ସେମାନେ ନିଜକୁ ପଛୁଆ ବୋଲି ଯେପରି ନ ଭାବନ୍ତି, ସେଥ‌ିପାଇଁ ଲୋକସଭା ଓ ବିଧାନସଭାମାନଙ୍କରେ ସେମାନଙ୍କ ପାଇଁ ଆସନ ସଂରକ୍ଷଣର ବ୍ୟବସ୍ଥା କରାଯାଇଛି ।

(vi) ଆସନ ସଂରକ୍ଷଣ ବ୍ୟବସ୍ଥାଦ୍ୱାରା ସେମାନଙ୍କୁ ଅନ୍ୟ ଜାତିର ଲୋକମାନଙ୍କ ସହିତ ସମାନ କରିବାପାଇଁ ବ୍ୟବସ୍ଥା କରାଯାଇଛି । ଏହାଦ୍ଵାରା ସେମାନେ ଅନ୍ୟମାନଙ୍କ ସହ ସମାନ ମର୍ଯ୍ୟାଦା ପାଇପାରୁଛନ୍ତି ।

Question 8.
ଆମେ ଅନୁଭବ କରୁଥ‌ିବା ନିର୍ବାଚନକୁ ସାମାଜିକ ଗଣମାଧ୍ୟମ କେତେକାଂଶରେ ପରିବର୍ତ୍ତନ କରୁଛି । ହୃଦୟଗ୍ରାହୀ ନିର୍ବାଚନ ପ୍ରଚାର ରିଲ୍ ଏବଂ ଭାଷଣଠାରୁ ଇନଷ୍ଟାଗ୍ରାମ୍ ଓ ଟୁଇଟର୍‌ର ରାଜନୈତିକ ତର୍କ ପର୍ଯ୍ୟନ୍ତ । ମାତ୍ର ଏହା କ’ଣ ଗଣତନ୍ତ୍ରକୁ ସମୃଦ୍ଧ କରୁଛି ନା ଅଧ୍ବକ ଗୋଳମାଳିଆ କରୁଛି ? ତୁମ ମଧ୍ଯରେ ଦୁଇଜଣିଆ ଦଳ ହୋଇ ଆଲୋଚନା କର । ଆଜିର ଡିଜିଟାଲ ଦୁନିଆରେ ନିର୍ବାଚନ ବ୍ୟବସ୍ଥାର ସୁଫଳ ସବୁ କ’ଣ ? ଏସବୁର କ’ଣ ପ୍ରତିବନ୍ଧକ ରହିଛି ଏବଂ ଏହାର ଭବିଷ୍ୟତ କିପରି ରହିବ ?
Answer:
ସାମାଜିକ ଗଣମାଧ୍ୟମ ଦ୍ଵାରା ନିର୍ବାଚନ ସମୟରେ ମିଳୁଥିବା ସୁବିଧା ଓ ସୁଯୋଗ ବିଷୟରେ ପ୍ରଥମେ ଆଲୋଚନା କରିବା –
(କ) ଦ୍ରୁତ ପ୍ରଚାର – ସାମାଜିକ ଗଣମାଧ୍ୟମଗୁଡ଼ିକ ଅତି ସହଜରେ ଓ କମ୍ ସମୟ ମଧ୍ୟରେ ସାରା ଦେଶରେ ବାର୍ତ୍ତା ପହଞ୍ଚାଇ ଦେଇଥାଏ । ଏହା ମଧ୍ଯ ଅତି କମ୍ ଖର୍ଚ୍ଚରେ ହୋଇପାରିଥାଏ ।

(ଖ) ରାଜନୀତିରେ ଅଂଶଗ୍ରହଣ – ଗଣମାଧ୍ୟମ ଯଥା ଇନଷ୍ଟାଗ୍ରାମ ଓ ଟୁଇଟ୍‌ର ମାଧ୍ୟମରେ ଅନେକ ଯୁବଗୋଷ୍ଠୀ ଭାଗନେଇ ପାରିବାର ସୁବିଧା ସୁଯୋଗ ଥାଏ । ରାଜନୈତିକ ଆଲୋଚନା ଓ ପର୍ଯ୍ୟାଲୋଚନାରେ ମଧ୍ୟ ଭାଗ ନେଇ ପାରନ୍ତି ।

(ଗ) ରିଲ୍ସ ପ୍ରଚାର – ରିଲ୍‌ ମାଧ୍ୟମରେ ରାଜନେତାମାନେ ସିଧାସଳକ ଜନସାଧାରଣଙ୍କ ସହିତ ବାର୍ତ୍ତାଳାପ କରିଥା’ନ୍ତି, ଯାହାଫଳରେ ସେମାନଙ୍କର ସୁବିଧା ଓ ଅସୁବିଧା ବିଷୟରେ ଅବଗତ ହୋଇଥା’ନ୍ତି । ଏହା ପୁରାତନ ପ୍ରଚାର ମାଧ୍ୟମଠାରୁ ଖୁବ୍ ଉନ୍ନତ ଅଟେ ।

(ଘ) ସ୍ଵଚ୍ଛତା ଓ ସାଧୁତା – ଗଣମାଧ୍ୟମଗୁଡ଼ିକ ସେମାନଙ୍କର ତଥ୍ୟ ପ୍ରଦାନ କ୍ଷେତ୍ରରେ ସ୍ୱଚ୍ଛତା ଓ ସାଧୁତା ପ୍ରତି ଧ୍ୟାନ ଦେଇଥା’ନ୍ତି । ସମାଜରେ ଘଟୁଥ‌ିବା ଦୁର୍ନୀତି ବିଷୟରେ ଲୋକମାନଙ୍କୁ ଅବଗତ କରାଇଥାନ୍ତି ।

(ii) ଗଣମାଧ୍ୟମର ଅସୁବିଧା ଓ ପ୍ରତିବନ୍ଧକ ବିଷୟରେ ଆଲୋଚନା କରିବା

(କ) ଭ୍ରମାତ୍ମକ ସୂଚନା ପ୍ରଦାନ ଗଣମାଧ୍ୟମଗୁଡ଼ିକରେ ବେଳେବେଳେ ଅନେକ ଭ୍ରମାତ୍ମକ ସୂଚନା ଦେଇ ଲୋକମାନଙ୍କ ମଧ୍ୟରେ ଭୟ ସଞ୍ଚାର କରିଥାଏ । ଏହା ଖୁବ୍ କମ୍ ସମୟରେ ଅନେକ ବାର୍ତ୍ତାକୁ ବା ଘଟଣାକୁ ଅତିରଂଜିତ କରିଥାଏ ।

(ଖ) ହତାଶ ଓ ନିରାଶଭାବ ସୃଷ୍ଟି କରିବା – ଏହି ଗଣମାଧ୍ୟମଗୁଡ଼ିକରୁ ସମ୍ବାଦ ଶୁଣିଲାପରେ ଅନେକଙ୍କ ମଧ୍ୟରେ ହତାଶ ଓ ନିରାଶଭାବ ଜାଗ୍ରତ ହୋଇଥାଏ । କାରଣ ସେଥ‌ିରେ କେତେକ ଭୁଲ୍ ତଥ୍ୟ ପ୍ରଦାନ କରି ଲୋକମାନଙ୍କୁ ଆକର୍ଷିତ କରାଯାଇଥାଏ ।

(iii) ଗଣମାଧ୍ୟମଗୁଡ଼ିକର ଭବିଷ୍ୟତ ଯୋଜନା ବିଷୟରେ ଆଲୋଚନା –

(କ) ଅନ୍‌ଲାଇନ୍‌ରେ ଭୋଟଦାନ ବ୍ୟବସ୍ଥା – ଅନ୍‌ଲାଇନ୍‌ରେ ଭୋଟଦାନ ବ୍ୟବସ୍ଥା କରାଗଲେ ବର୍ତ୍ତମାନ ଡିଜିଟାଲ ଯୁଗରେ ନିର୍ବାଚନ ଅତି ସୁଗମ ଓ ସ୍ୱଚ୍ଛ ହୋଇପାରିବ ।

(ଖ) ଅଧିକ ପ୍ରଭାବଶାଳୀ କରିବା – ଡିଜିଟାଲ ମାଧ୍ୟମଗୁଡ଼ିକୁ ଅତି ପ୍ରଭାବଶାଳୀ ହୋଇପାରିଲେ ଲୋକମାନେ ସହଜରେ ଏହାକୁ ବ୍ୟବହାର କରିପାରିବେ ।

(ଗ) ନିର୍ବାଚନରେ ନୂତନ ପଦ୍ଧତି ଅବଲମ୍ବନ – ଯୁଗ ବଦଳିବା ସହିତ ନିର୍ବାଚନର ମାଧ୍ୟମ ମଧ୍ଯ ବଦଳିବା ଜରୁରୀ, ବାଲଟ୍‌ରୁ ଇ.ଭି.ଏମ୍ ଯେପରି କରାଯାଇଛି, ଠିକ୍ ସେହିପରି ଇ.ଭି.ଏମ୍. ରୁ ଡିଜିଟାଲ ଭୋଟିଙ୍ଗ୍ ବ୍ୟବସ୍ଥା କରାଗଲେ ନିର୍ବାଚନରେ ସ୍ୱଚ୍ଛତା, ସାଧୁତା ଓ ସଟ୍ଟତା ବଜାୟ ରହିପାରିବ ।

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 9.
https/www.indiavotes.com ୱେବସାଇଟ୍ ଖୋଜି ତନ୍ମଧ୍ୟରେ ଏକ ସଂସଦୀୟ କ୍ଷେତ୍ର ମଣ୍ଡଳୀର କୌଣସି ଏକ ନିର୍ବାଚନ ବାଛ, ତାହାକୁ ଅନୁସନ୍ଧାନକର । ସେହିପରି ତୁମ ରାଜ୍ୟର ଏକ ବିଧାନସଭା କ୍ଷେତ୍ର/ ମଣ୍ଡଳୀର ତଥ୍ୟ ସଂଗ୍ରହ କରି ଅନୁସନ୍ଧାନ କର ।
Answer:
(i) https/www.indiavotes.com ୱେବସାଇଟ୍ ଖୋଜି ମୁଁ ଏକ ସଂସଦୀୟ କ୍ଷେତ୍ର/ମଣ୍ଡଳୀ ଏବଂ ରାଜା ବିଧାନସଭା ମଣ୍ଡଳୀ ବାଛିଅଛି । ତାହା ହେଉଛି ବଲାଙ୍ଗୀର ଲୋକସଭା ନିର୍ବାଚନମଣ୍ଡଳୀ, ଯାହାର ଗତ ୨୦୨୪ ମସିହା ନିର୍ବାଚନର ଫଳାଫଳ ନିମ୍ନପ୍ରକାର ଅଟେ ।

(ii) ଏହି ନିର୍ବାଚନ ମଣ୍ଡଳୀରୁ ସଙ୍ଗୀତା କୁମାରୀ ସିଂହଦେଓ ବିଜେପି ପ୍ରାର୍ଥୀ ହିସାବରେ ବିଜୟଲାଭ କରିଥିଲେ । ସେ ତାଙ୍କର ବିପକ୍ଷ ଦଳର ପାର୍ଥୀ ସୁରେନ୍ଦ୍ର ସିଂହ ଭୋଇଙ୍କୁ (ବି.ଜେ.ଡ଼ି.) ହରାଇ ସେ ନିର୍ବାଚନରେ ଜୟଯୁକ୍ତ ହୋଇଥିଲେ ।

(iii) ୨୦୨୧ ମସିହାର ପଶ୍ଚିମବଙ୍ଗର ଭାବନଗର ରାଜ୍ୟ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ମମତା ବାନାର୍ଜୀ ତୃଣମୂଳ କଂଗ୍ରେସ ପ୍ରାର୍ଥୀ (TMC) ଭାବରେ ବିଜୟଲାଭ କରିଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ତାଇବଇୱାଲଙ୍କୁ ଅଧିକ ଭୋଟରେ ହରାଇ ଦେଇଥିଲେ । ପରବର୍ତୀ ସମୟରେ ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ ।

(iv) ଏହି ନିର୍ବାଚନ ଫଳାଫଳଗୁଡ଼ିକ ମଧ୍ୟରୁ ଆମେ ଜାଣିପାରୁଛୁ ଯେ ଆମର ଗଣତନ୍ତ୍ରରେ ନାଗରିକମାନେ କେତେ ସଚେତନ ଅଛନ୍ତି, ସେ କେନ୍ଦ୍ର ନିର୍ବାଚନ ହେଉ ବା ରାଜ୍ୟ ନିର୍ବାଚନ ହେଉ । ଏହା ଆମ ଗଣତନ୍ତ୍ର ବ୍ୟବସ୍ଥାର ସିଧାସଳଖ ମତଦାନର ମହତ୍ତ୍ଵ ଓ ଗୁରୁତ୍ଵ ପ୍ରତିପାଦନ କରୁଅଛି । ଆମ ଦେଶ ସାରା ବିଶ୍ଵରେ ଏକ ମହାନ୍ ଗଣତାନ୍ତ୍ରିକ ରାଷ୍ଟ୍ରଭାବରେ ଉଭା ହୋଇଅଛି ।

(v) ଗତ ୨୦୨୪ ନିର୍ବାଚନରେ ଆମ ରାଜ୍ୟର ମାହାଙ୍ଗା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନାଙ୍କୁ ଜଣେ ସ୍ଵାଧୀନ ପ୍ରାର୍ଥୀ ଶାରଦା ପ୍ରସାଦ ପ୍ରଧାନ ଅନେକ ଭୋଟରେ ହରାଇ ଦେଇଥିଲେ ଯାହାକି ସେ ଅଞ୍ଚଳରେ ଏକ ଚାଞ୍ଚଲ୍ୟ ସୃଷ୍ଟିକରିଥିଲା ।

ଆସ ଚିନ୍ତା କରିବା (ପାଠ୍ୟପୁସ୍ତକସ୍ଥ ପ୍ରଶ୍ନୋତ୍ତର, ପୃଷ୍ଠା-୧୨୩) :

Question 1.
ସାର୍ବଜନୀନ ସାବାଳକ ମତଦାନ କ’ଣ ?
Answer:

  1. ଜାତି, ବର୍ଣ୍ଣ, ଧର୍ମ, ଲିଙ୍ଗ, ଶିକ୍ଷାଗତ ଯୋଗ୍ୟତା, ଆର୍ଥିକ ସ୍ଥିତି ଇତ୍ୟାଦି ନିର୍ବିଶେଷରେ ସମସ୍ତ ନାଗରିକ ମତଦାନ କରିବାରେ ଅଧୁକାର ପ୍ରାପ୍ତ ହେବାକୁ ସାର୍ବଜନୀନ ସାବାଳକ ମତଦାନ କୁହାଯାଏ ।
  2. ଏହାର ଅର୍ଥ ହେଉଛି ନିର୍ବାଚନ ସମୟରେ ସମସ୍ତ ସାବାଳକ ମତଦାତା ବା ନାଗରିକ ନିଜର ଗୋଟିଏ ମତ ପ୍ରଦାନ ପରିପାରିବେ ଏବଂ ସମସ୍ତ ମତଦାନର ମୂଲ୍ୟ ସମାନ ଅଟେ ।
  3. ଭାରତରେ ୧୮ ବର୍ଷ ବା ତଦୂର୍ଣ୍ଣ ପ୍ରତ୍ୟେକ ନାଗରିକ ମତଦାନ କରିବାର ଅଧୂକାର ପାଇଥାନ୍ତି ।

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 2.
ନିର୍ବାଚନ ବ୍ୟବସ୍ଥା କ’ଣ ?
Answer:

  1. ଗଣତନ୍ତ୍ରରେ ପ୍ରତିନିଧୁମାନଙ୍କୁ ଚୟନ କରିବା ପାଇଁ ଏକ ପଦ୍ଧତି ହେଉଛି ନିର୍ବାଚନ ବ୍ୟବସ୍ଥା ।
  2. ଲୋକମାନେ କିପରି ମତଦାନ କରନ୍ତି, ଭୋଟ କିପରି ଗଣନା କରାଯାଏ, ବିଜେତାମାନଙ୍କୁ କିପରି ଚୟନ କରାଯାଏ ତାହା ନିର୍ବାଚନ ବ୍ୟବସ୍ଥାର ଅନ୍ତର୍ଭୁକ୍ତ ।
  3. ନିର୍ବାଚନ ଲୋକମାନଙ୍କୁ ସେମାନଙ୍କର ନେତା ବାଛିବାରେ ଅଂଶଗ୍ରହଣ କରିବାକୁ ସୁଯୋଗ ଦିଏ ।

Question 3.
ଭାରତର ନିର୍ବାଚନ ବ୍ୟବସ୍ଥା କିପରି କାର୍ଯ୍ୟ କରେ ?
Answer:

  1. ଭାରତରେ ନିର୍ବାଚନ ବ୍ୟବସ୍ଥା ମୁକ୍ତ ଏବଂ ନିରପେକ୍ଷ ଅଟେ । ଏଠାରେ ଜନସାଧାରଣ ଗୁପ୍ତ ମତଦାନ ବ୍ୟବସ୍ଥାକୁ ବ୍ୟବହାର କରି ପ୍ରତିନିଧୂମାନଙ୍କୁ ନିର୍ବାଚିତ କରନ୍ତି ।
  2. ଭାରତରେ ନିର୍ବାଚନ ସାର୍ବଜନୀନ ସାବାଳକ ମତଦାନ ବ୍ୟବସ୍ଥା ଉପରେ ଆଧାରିତ ଅର୍ଥାତ୍ ପ୍ରତ୍ୟେକ ବୟସ୍କ ନାଗରିକର ଭୋଟ ଦେବାର ଅଧିକାର ଅଛି । ଏହି ପ୍ରଣାଳୀ ନିଶ୍ଚିତ କରେ ଯେ ନିର୍ବାଚନ ନିରପେକ୍ଷ ଏବଂ ସମସ୍ତଙ୍କ ମତଦାନକୁ ଗୁପ୍ତ ରଖାଯାଏ ।

ଆସ ଅନୁସନ୍ଧାନ କରିବା :

Question 1.
୧୯୮୮ ମସିହାରେ ଭାରତରେ ସର୍ବନିମ୍ନ ମତଦାନ ବୟସକୁ ୨୧ ବର୍ଷରୁ କମାଇ ୧୮ ବର୍ଷ କରାଯାଇଥିଲା । ଏହା ଭଲ ପଦକ୍ଷେପ ଥିଲା ନା ନୁହେଁ ଆଲୋଚନା କର ।
Answer:
(i) ୧୯୮୮ ମସିହାରେ ଭାରତରେ ସର୍ବନିମ୍ନ ମତଦାନ ବୟସକୁ ୨୧ ବର୍ଷରୁ କମାଇ ୧୮ ବର୍ଷ କରିବାର ପଦକ୍ଷେପ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ଥିଲା । ଏହା ଯୁବପିଢ଼ିକୁ ନିର୍ବାଚନରେ ଅଂଶଗ୍ରହଣ କରିବାର ଅଧିକାର ପ୍ରଦାନ କରିଥିଲା ।

(ii) ଏହା ସେମାନଙ୍କ ଭବିଷ୍ୟତକୁ ପ୍ରଭାବିତ କରୁଥିବା ନିଷ୍ପତ୍ତି ନେବାକୁ ସ୍ୱୀକୃତି ପ୍ରଦାନ କରିଥିଲା । ଶିକ୍ଷା, ନିଯୁକ୍ତି ଆଦି କ୍ଷେତ୍ରରେ ଗ୍ରହଣ କରାଯାଉଥ‌ିବା ନୀତି ପ୍ରସ୍ତୁତ କରିବାରେ ଏହା ଯୁବବର୍ଗଙ୍କ ମତାମତକୁ ଗ୍ରହଣ କରିବାର ମାର୍ଗ ଉନ୍ମୁକ୍ତ କରିଥିଲା ।

(iii) ଯଦିଓ ରାଜନୈତିକ ପରିପକ୍ଵତାକୁ ନେଇ ପ୍ରଶ୍ନ ଉଠିଥିଲା, ଦୀର୍ଘକାଳୀନ ଭିତ୍ତିରେ ଏହାର ଲାଭ ଏହି ପ୍ରଶ୍ନକୁ ପଛରେ ପକାଇ ଦେଇଥିଲା । ତେଣୁ ଭାରତୀୟ ଗଣତନ୍ତ୍ର ପାଇଁ ଏହା ଏକ ସାକାରାତ୍ମକ ପରିବର୍ତ୍ତନ ଆଣିଥିଲା ।

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 2.
୧୯୪୭ ମସିହାରେ ଭାରତର ସାକ୍ଷରତା ହାର ପାଖାପାଖୁ ୧୪ ପ୍ରତିଶତ ଥିଲା, ତନ୍ମଧ୍ୟରୁ ମହିଳା ସାକ୍ଷରତା ହାର ସଂଖ୍ୟା ମାତ୍ର ୮ ପ୍ରତିଶତ ଥିଲା । କେତେକ ମତ ଦିଅନ୍ତି ଯେ, ମତଦାନ ଅଧିକାର କେବଳ ଶିକ୍ଷିତ ଲୋକଙ୍କୁ ଦେବା ଉଚିତ । ଆମ ସମ୍ବିଧାନ ପ୍ରଣେତାମାନେ ସ୍ଵାଧୀନତା ସମୟରୁ ହିଁ କାହିଁକି ସାର୍ବଜନୀନ ମତଦାନ ବ୍ୟବସ୍ଥା ସପକ୍ଷରେ ମତ ରଖୁଥୁଲେ ତୁମ ଦଳ ମଧ୍ୟରେ ଆଲୋଚନା କର ।
Answer:
ସ୍ଵାଧୀନତା ସମୟରୁ ଆମ ସମ୍ବିଧାନ ପ୍ରଣେତାମାନେ ସାର୍ବଜନୀନ ମତଦାନ ବ୍ୟବସ୍ଥା ସପକ୍ଷରେ ମତ ରଖୁଥିଲେ ।
କାରଣ-
(i) ସେମାନେ ଜାତି, ଲିଙ୍ଗ, ଧର୍ମ, ବର୍ଣ୍ଣ, ଆୟ କିମ୍ବା ଶିକ୍ଷା ନିର୍ବିଶେଷରେ ପ୍ରତ୍ୟେକ ବୟସ୍କ ନାଗରିକଙ୍କୁ ମତଦାନ କରିବାର ଅଧୁକାର ଦେଇ ସମାନତା ଏବଂ ନିରପେକ୍ଷତାକୁ ସୁନିଶ୍ଚିତ କରିବାକୁ ଚାହୁଁଥିଲେ ।

(ii) ସେମାନେ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସମସ୍ତ ନାଗରିକଙ୍କୁ ସାମିଲ କରି ଗଣତନ୍ତ୍ରକୁ ସୁଦୃଢ଼ କରିବାକୁ ଚାହୁଁ ଥିଲେ ।

(iii) ଭାରତ ଭଳି ଏକ ବିବିଧତାପୂର୍ଣ୍ଣ ଦେଶରେ ସେମାନେ ସାମାଜିକ ସ୍ତରୀକୃତ ବ୍ୟବସ୍ଥାକୁ ଭାଙ୍ଗି ସାମାଜିକ ନ୍ୟାୟ ପ୍ରଦାନ କରିବା ଏବଂ ଏକ ଅନ୍ତର୍ଭୁକ୍ତିମୂଳକ ଓ ଭାଗିଦାରୀ ଗଣତନ୍ତ୍ରରେ ଭାରତ ବିଶ୍ଵାସ କରେ ବୋଲି ସେମାନେ ପ୍ରତିପାଦନ କରିବାକୁ ଚାହୁଁଥିଲେ ।

Question 3.
ସାର୍ବଜନୀନ ମତଦାନ କାହିଁକି ଏତେ ଗୁରୁତ୍ଵପୂର୍ଣ୍ଣ ତାହାର ଅନେକ କାରଣମାନ ରହିଛି । ତନ୍ମଧ୍ୟରୁ କେତେକ ନିମ୍ନରେ ଦର୍ଶାଗଲା । ତୁମେ ଅନ୍ୟ କିଛି ଚିନ୍ତା କରିପାରିବ କି ?
Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା-1
Answer:
ଖାଲିଥିବା ସ୍ଥାନରେ ଅନ୍ୟ ଦୁଇଟି କାରଣ

  1. ସମସ୍ତଙ୍କୁ ନିର୍ବାଚନରେ ପ୍ରତିଦ୍ଵନ୍ଦିତା କରିବାର ଅଧିକାର ଥାଏ ।
  2. ଚାକିରୀ କ୍ଷେତ୍ରରେ ସମସ୍ତଙ୍କୁ ସମାନ ସୁବିଧାସୁଯୋଗ ଦିଆଯାଏ ।

Question 4.
ଦଳଗତ ଭାବରେ ଆଲୋଚନା କର – ଏହି ପ୍ରଣାଳୀଗୁଡ଼ିକ ଗଣତନ୍ତ୍ରରେ କିପରି ଭୂମିକା ନିର୍ବାହ କରେ ? ଏହି ଉନ୍ନତ ସୁବିଧାଗୁଡ଼ିକର ସୁଯୋଗ କେହି ଉପଲବ୍ଧ କରିଥିବା ତୁମେ ଜାଣିଛ କି ? ଏହା ତୁମ ଅଞ୍ଚଳର ନିର୍ବାଚନ (ଭୋଟର) ଅଂଶଗ୍ରହଣରେ ବୃଦ୍ଧି ଘଟାଇପାରିଛ କି ? ବୈଷିୟକ ଜ୍ଞାନକୌଶଳ ଏଠାରେ କିପରି ହାଯ୍ୟ କରିବ ? ଯଦି ତୁମ ପାଖରେ ଇଣ୍ଟରନେଟ୍ ଯୋଗାଯୋଗ ସୁବିଧା ଥିବା ଇସିଆଇ ୱେବ୍‌ସାଇଟ୍ (https://www.eci.gov.in/persons with disabilities) ସର୍ଜ କର । ଇସିଆଇ ଗ୍ରହଣ କରିଥିବା ଅନେକ ସୁବିଧା ଯାହା ଭିନ୍ନକ୍ଷମଙ୍କୁ ସୁବିଧା ପ୍ରଦାନ କରେ ତାହା ପଢ଼ ଏବଂ ଚିହ୍ନଟ କର ।
Answer:
(i) ଏହି ପଦକ୍ଷେପ ନିଶ୍ଚିତ କରେ ଯେ ପ୍ରତ୍ୟେକ ଯୋଗ୍ୟ ନାଗରିକ, ବୟସ୍କ, ଦିବ୍ୟାଙ୍ଗ ଏବଂ ଦୁର୍ଗମ ଅଞ୍ଚଳର ଲୋକମାନେ ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ । ଏହା ସାର୍ବଜନୀନ ସାବାଳକ ମତାଧ୍ଵର ନୀତିକୁ ବଜାୟ ରଖିବାରେ ସାହାଯ୍ୟ କରେ ଏବଂ ଗଣତନ୍ତ୍ରକୁ ସୁଦୃଢ଼ କରେ ।

(ii) ହଁ, ମୁଁ ଜଣେ ବୟସ୍କ ପଡ଼ୋଶୀଙ୍କୁ ଜାଣେ ଯିଏ ୨୦୨୪ ସାଧାରଣ ନିର୍ବାଚନରେ ପୋଷ୍ଟାଲ ଭୋଟିଂ ବିକଳ୍ପ ବ୍ୟବହାର କରି ଘରୁ ଭୋଟ ଦେଇପାରିଥିଲେ ।

(iii) ଏହି ପଦକ୍ଷେପଗୁଡ଼ିକ ପ୍ରକ୍ରିୟାକୁ ସହଜ ଏବଂ ସୁଲଭ କରି ଅଧିକ ଲୋକଙ୍କୁ ବିଶେଷ କରି ଶାରୀରିକ ଦିବ୍ୟାଙ୍ଗ କିମ୍ବା ଯାତାୟାତ କରିପାରୁ ନଥିବା ଲୋକଙ୍କୁ ଭୋଟ ଦେବାକୁ ଉତ୍ସାହିତ କରିପାରିଛି ।

(iv) ବୈଷୟିକ ଜ୍ଞାନକୌଶଳ, ଯଥା- ବ୍ରେଲି–ସକ୍ଷମ ଭୋଟର କାର୍ଡ଼, ସହାୟତା ଅନୁରୋଧ ପାଇଁ ମୋବାଇଲ୍ ଆପ୍ ପ୍ରଦାନ କରି ଏବଂ ମତଦାନ କେନ୍ଦ୍ରଗୁଡ଼ିକରେ ରାମ୍ପ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ସହାୟତା ଭଳି ଉପକରଣ ସହିତ ସଜ୍ଜିତ ନିଶ୍ଚିତ କରି ସହାୟତା କରିପାରିବ । ଏହି ପ୍ରତିବନ୍ଧକଗୁଡ଼ିକୁ ଦୂର କରିବାରେ ସାହାଯ୍ୟ କରେ ଏବଂ ଅଧ‌ିକ ନାଗରିକଙ୍କୁ ଅନ୍ତର୍ଭୁକ୍ତ କରି ଅଂଶଗ୍ରହଣକୁ ସକ୍ଷମ କରିପାରେ ।

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 5.
ପାଖାପାଖୁ ୩୪ ପ୍ରତିଶତ ଯୋଗ୍ୟ ମତଦାନା ୨୦୨୪ ମସିହା ନିର୍ବାଚନରେ ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରି ନଥିଲେ । ଏପରି ଘଟିବାର କାରଣ କ’ଣ ବୋଲି ତୁମେ ଅନୁମାନ କରୁଛ ? ନିଜ ଅଧୁକାର ସାବ୍ୟସ୍ତ ନିମନ୍ତେ ଲୋକମାନେ କେଉଁସବୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ? ତୁମ ପରିବାର ଓ ପାଖ ପଡ଼ୋଶୀରେ ଥିବା ସାବାଳକମାନଙ୍କୁ ନେଇ ଏକ (ଅନୁସନ୍ଧାନ) ସର୍ଭେ କର । ଗୃହୀତ ତଥ୍ୟକୁ ଅନୁଶୀଳନ କରି ଏକ ରିପୋର୍ଟ ଲେଖ ଏବଂ ସମସ୍ତଙ୍କ ମତଦାନ କିପରି ସୁନିଶ୍ଚିତ ହୋଇପାରିବ ମତାମତ ଦିଅ ।
Answer:
(i) ଭୋଟ ଦେଇ ନଥିବା ଯୋଗ୍ୟ ଭୋଟରଙ୍କ ମଧ୍ୟରୁ ୩୪ ପ୍ରତିଶତ ସଚେତନତାର ଅଭାବ, ରାଜନୀତି ପ୍ରତି ଅନାଗ୍ରହ କିମ୍ବା ସେମାନଙ୍କ ଭୋଟ କୌଣସି ପରିବର୍ତ୍ତନ ଆଣିବ ନାହିଁ ବୋଲି ବିଶ୍ଵାସ ହେତୁ ଉଦାସୀନତାର ସମ୍ମୁଖୀନ ହୋଇପାରିଥାନ୍ତି ।

(ii) ଏହା ସହିତ ମତଦାନ କେନ୍ଦ୍ରର ଦୀର୍ଘ ଦୂରତା, ସ୍ୱାସ୍ଥ୍ୟ ସମସ୍ୟା କିମ୍ବା ଉପଯୁକ୍ତ ପରିଚୟପତ୍ରର ଅଭାବ ଭଳି ବ୍ୟବହାରିକ ଅସୁବିଧା ମଧ୍ୟ ସେମାନଙ୍କୁ ଭୋଟ ଦେବାକୁ ବାଧା ଦେଇପାରିଥାଏ ।

(iii) ଲୋକମାନେ ସେମାନଙ୍କ ଅଧିକାର ସାବ୍ୟସ୍ତ ନିମନ୍ତେ ସମ୍ମୁଖୀନ ହେଉଥ‌ିବା ସମସ୍ୟାଗୁଡ଼ିକ ହେଲା- ଶାରୀରିକ ଅକ୍ଷମତା କିମ୍ବା ବାର୍ଦ୍ଧକ୍ୟ, ଅପହଞ୍ଚ ଭୋଟଗ୍ରହଣ କେନ୍ଦ୍ର, ଭୋଟର ପରିଚୟ ପତ୍ରର ଅଭାବ, ଭୋଟଦାନ ପ୍ରକ୍ରିୟା ବିଷୟରେ କମ୍ ସଚେତନତା, ଦୁର୍ଗମ ଅଞ୍ଚଳରେ ଖରାପ ପରିବହନ ବ୍ୟବସ୍ଥା, ଭୋଟଦାନ ଦିନ ଅନ୍ୟ କୌଣସି କାମ କିମ୍ବା ପ୍ରତିବଦ୍ଧତା ।

(iv) ସର୍ଭେରୁ ଜଣାଯାଇଛି ଯେ ଅନେକ ମତଦାତାଙ୍କୁ ପରିବହନ ସମସ୍ୟା ଏବଂ ଭୋଟଗ୍ରହଣ କେନ୍ଦ୍ରରେ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିଥିଲା ।

(v) କେତେକଙ୍କ ପାଖରେ ପ୍ରାର୍ଥୀ ଏବଂ ମତଦାନ ପ୍ରକ୍ରିୟା ସମ୍ବନ୍ଧରେ ପର୍ଯ୍ୟାପ୍ତ ସୂଚନାର ଅଭାବ ଥିଲା । ଏହାକୁ ଆଧାର କରି ଦୂରଦୂରାନ୍ତ ଅଞ୍ଚଳ ପାଇଁ ମୋବାଇଲ ମତଦାନ କେନ୍ଦ୍ର ବ୍ୟବସ୍ଥା କରିବା ପାଇଁ ପରାମର୍ଶ ଦିଆଯାଇଛି ।

Question 6.
ଏହି ନିର୍ବାଚନ ବ୍ୟବସ୍ଥାର ଗୁରୁତ୍ଵପୂର୍ଣ୍ଣ ବିଷୟଗୁଡ଼ିକ କ’ଣ ଥିଲା ?
Answer:
ଏହି ନିର୍ବାଚନ ବ୍ୟବସ୍ଥାର ଗୁରୁତ୍ଵପୂର୍ଣ୍ଣ ବିଷୟଗୁଡ଼ିକ ଥିଲା –

  1. କୌଣସି ପ୍ରଭାବ କିମ୍ବା ଚାପ ବିନା ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ,
  2. ଭୋଟରଙ୍କ ଗୋପନୀୟତାକୁ ସୁରକ୍ଷା ଦେବା ପାଇଁ ଗୁପ୍ତ ମତଦାନ
  3. ନିର୍ବାଚନ ପରିଚାଳନା ଓ ତଦାରଖ କରିବା ପାଇଁ ସ୍ଵାଧୀନ ନିର୍ବାଚନ ଅଧିକାରୀ
  4. ଭୋଟର ସଚେତନତା ଏବଂ ଅଂଶଗ୍ରହଣ ।

Question 7.
ଗୁପ୍ତ ମତଦାନର ଆବଶ୍ୟକତା କ’ଣ ?
Answer:
ଗୁପ୍ତମତଦାନ ନିଶ୍ଚିତ କରେ ଯେ ଭୋଟରମାନେ ସେମାନଙ୍କର ଭୟ, ଚାପ କିମ୍ବା ପ୍ରଭାବ ବିନା ସ୍ଵାଧୀନ ଭାବରେ ନିଜର ପ୍ରାର୍ଥୀ ପସନ୍ଦ କରିପାରିବେ । ଏହା ଭୋଟରଙ୍କ ଗୋନୀୟତାକୁ ସୁରକ୍ଷା ପ୍ରଦାନ କରେ ,ବଂ ନିର୍ବାଚନର ନିରପେକ୍ଷତା ଓ ଅଖଣ୍ଡତା ବଜାୟ ରଖିବାରେ ସାହାଯ୍ୟ କରେ ।

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 8.
ନିଜ ମତଦାନ ସମୟରେ ଛାତ୍ରୀମାନେ କେଉଁ ସବୁଦିଗଗୁଡ଼ିକୁ ଗୁରୁତ୍ଵ ଦେଇଥ‌ିବେ ?
Answer:
ନିଜ ମତଦାନ ସମୟରେ ଛାତ୍ରୀମାନେ ଯେଉଁସବୁ ଦିଗଗୁଡ଼ିକୁ ଗୁରୁତ୍ୱ ଦେଇଥ‌ିବେ, ସେଗୁଡ଼ିକ ହେଲା- (୧) ପ୍ରାର୍ଥୀଙ୍କ ପୃଷ୍ଠଭୂମି ଏବଂ ସନ୍ତୋଟତା (୨) ପ୍ରାର୍ଥୀମାନେ କେଉଁସବୁ ସମସ୍ୟାଗୁଡ଼ିକର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ (୩) ବ୍ୟକ୍ତିଗତ ବିଶ୍ଵାସ କିମ୍ବା ମୂଲ୍ୟବୋଧ ।

Question 9.
ତୁମେ ଭାବୁଛ କି ପୂଜା ନିର୍ବାଚିତ ହେବା ପରେ ମଧ୍ୟ ଅନ୍ୟ ଛାତ୍ରୀମାନଙ୍କର ଅନେକ ଦାୟିତ୍ଵ ରହିଛି ? ଯଦି ହଁ ସେଗୁଡ଼ିକ କ’ଣ ?
Answer:
ହଁ, ପୂଜା ନିର୍ବାଚିତ ହେବା ପରେ ମଧ୍ୟ ଅନ୍ୟ ଛାତ୍ରୀମାନଙ୍କର ଅନେକ ଦାୟିତ୍ଵ ଅଛି । ସେମାନେ ତାଙ୍କ ପ୍ରଚାର ସମୟରେ ଦେଇଥ‌ିବା ପ୍ରତିଶ୍ରୁତି ପୂରଣ କରିବାରେ ତାଙ୍କୁ ସହଯୋଗ କରିବା ଉଚିତ ଯଦିଓ ସେମାନେ ତାଙ୍କଚ୍ଛ ଭୋଟ ଦେଇ ନଥିଲେ । ପୂଜାଙ୍କୁ ସମର୍ଥନ କରିଥିବା ନିର୍ଦ୍ଦିଷ୍ଟ ଛାତ୍ରୀମାନଙ୍କୁ ଛାଡ଼ି ଅନ୍ୟ ସମସ୍ତ ଛାତ୍ରୀମାନଙ୍କୁ ଲାଭ ଦେବା ପାଇଁ ସେ ନିର୍ବାଚନରେ ପ୍ରତିଶ୍ରୁତି ଦେଇଥିଲେ ।

Question 10.
ଉଷା କୁମାରୀ କେଉଁ ଭୂମିକା ତୁଲାଇ ଥିଲେ ? ତାହା କାହିଁକି ଗୁରୁତ୍ଵପୂର୍ଣ୍ଣ ?
Answer:
ଶ୍ରେଣୀ ପ୍ରତିନିଧୁ ନିର୍ବାଚନ ସମୟରେ ଉଷା କୁମାରୀଙ୍କୁ ନିର୍ବାଚନ ଅଧିକାରୀ ଭାବରେ ନିଯୁକ୍ତ କରାଯାଇଥିଲା । ନିର୍ବାଚନ ପ୍ରକ୍ରିୟାକୁ ନିରପେକ୍ଷ, ସ୍ଵଚ୍ଛ ଏବଂ କୌଣସି ପକ୍ଷପାତିତା ବିନା ନିୟମ ଅନୁଯାୟୀ କଡ଼ାକଡ଼ି ଭାବରେ ପରିଚାଳିତ ହେବା ନିଶ୍ଚିତ କରିବା ଅତ୍ୟନ୍ତ ଜରୁରୀ ।

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 11.
ନେହା ପାଇଁ ବ୍ରେଲି ବାଲାଟ କାଗଜ ପ୍ରସ୍ତୁତ କରିବା ଉଷା କୁମାରୀଙ୍କ ପାଇଁ କାହିଁକି ଗୁରୁତ୍ଵପୂର୍ଣ୍ଣ ଥିଲା ?
Answer:
ଉଷାକୁମାରୀଙ୍କ ପାଇଁ ନେହାର ବ୍ରେଲି ବାଲାଟ କାଗଜ ପ୍ରସ୍ତୁତ କରିବା ଗୁରୁତ୍ଵପୂର୍ଣ୍ଣ ଥିଲା କାରଣ ନେହା ଦୃଷ୍ଟିହୀନ ଥିଲେ । ଏହା ବିନା ନେହା ତାଙ୍କର ଭୋଟ ଦେଇପାରି ନଥାନ୍ତେ । ଗଣତନ୍ତ୍ରରେ ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତିଙ୍କର ମତଦାନର ଅଧିକାର ଅଛି । ଯେହେତୁ ନେହା ଶ୍ରେଣୀର ଜଣେ ଛାତ୍ରୀ ଥିଲେ ଏବଂ ମାନଦଣ୍ଡ ପୂରଣ କରିଥିଲେ, ସେ ମତଦାନର ଯୋଗ୍ୟତା ହାସଲ କରିଥିଲେ । ଯଦି ଉଷାକୁମାରୀ ଆବଶ୍ୟକୀୟ ବ୍ୟବସ୍ଥା କରି ନଥାନ୍ତେ, ତେବେ ନେହାଙ୍କୁ ମତଦାନ ପ୍ରକ୍ରିୟାରୁ ଅନ୍ୟାୟ ଭାବେ ବଞ୍ଚିତ କରାଯାଇଥାନ୍ତା ।

Question 12.
ଯଦି ଅନେକ ଛାତ୍ରୀ କାହାକୁ ବାଛି ନଥା’ନ୍ତେ କ’ଣ ହୋଇଥା’ନ୍ତା ?
Answer:
ଯଦି ଅନେକ ଛାତ୍ରୀ କାହାକୁ ବାଛି ନଥାନ୍ତେ ତେବେ ବୈଧ ଭୋଟସଂଖ୍ୟା ହ୍ରାସ ପାଇଥାନ୍ତା, ଯାହା ନିର୍ବାଚନର ଫଳାଫଳର ବିଶ୍ଵସନୀୟତାକୁ କ୍ଷୁଣ୍ଣ କରିଥା’ନ୍ତା । ନିର୍ବାଚିତ ପ୍ରତିନିଧ୍ ଏକ ସଂକୀର୍ଣ୍ଣ ବ୍ୟବଧାନରେ ବିଜୟୀ ହୋଇଥାନ୍ତେ ଯାହା ସଂଖ୍ୟାଗରିଷ୍ଠତା ପସନ୍ଦ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥାନ୍ତା ।

Question 13.
ତୁମ ବିଦ୍ୟାଳୟରେ କିମ୍ବା ଆଖପାଖ ଅଞ୍ଚଳରେ ଥ‌ିବା ସେହି ଶିକ୍ଷକମାନଙ୍କୁ ଠାକବ କର ଯେଉଁମାନେ ନିର୍ବାଚନ ଦାୟିତ୍ଵରେ ନିୟୋଜିତ ଥିଲେ । ସେମାନଙ୍କୁ ତୁମ ଶ୍ରେଣୀକୁ ନିମନ୍ତ୍ରଣ କରି ତାଙ୍କ ଅନୁଭୂତି ସବୁ ଶୁଣିବା ସହିତ ନିଜ ଜ୍ଞାନ ପରିସର ବୃଦ୍ଧି କର ।
Answer:
ଶିକ୍ଷକଙ୍କ ସହାୟତାରେ ଛାତ୍ରଛାତ୍ରୀମାନେ ନିଜେ କରିବେ ।

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 14.
ଭାରତରେ ଇଲେକ୍‌ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ଏବଂ ଭିଭିପାଟ୍ ବ୍ୟବସ୍ଥା ନାମିବିୟା ଏବଂ ଭୁଟାନ ଆଦି ଦେଶରେ ଆମ ନିର୍ବାଚନ ଆୟୋଗଙ୍କ ସହଯୋଗରେ ବ୍ୟବହୃତ ହେଉଛି । ଅନ୍ୟ କେତେକ ଦେଶ ମଧ୍ୟ ଆମର ଏହି ବୈଷୟିକ ଜ୍ଞାନକୌଶଳ ଅଧ୍ୟୟନ କରିବାକୁ ଭାରତ ଆସି ତାଲିମ୍ ନେବାପାରେ ତାଙ୍କ ଦେଶରେ କାର୍ଯ୍ୟକାରୀ କରିବାକୁ ସ୍ଥିର କରିଛନ୍ତି ।
Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା-2
ଭିଭିପାଟ୍ (Voter verifiable paper audit trail) ହେଉଛି ଏକ କାଗଜ ଦସ୍ତାବିଜ୍ ମୁଦ୍ରଣ କରୁଥ‌ିବା ମାଧ୍ୟମ ଯାହା ମତଦାତାଙ୍କ ସେ ଇଭିଏମ୍‌ରେ ପ୍ରଦାନ କରିଥିବା ମତ ସହିତ ମିଳାଇଥାଏ । ମତଦାତା ପ୍ରଦାନ କରିଥିବା ମତର ସଙ୍କେତ ସହିତ ଭିଭିପାଟ୍‌ରୁ ସଂଗୃହୀତ ମତ ମେଳ ଖାଇବା ନିତାନ୍ତ ଆବଶ୍ୟକ । ଏହା ମଧ୍ୟ ଆବଶ୍ୟକସ୍ଥଳେ ପରବର୍ତ୍ତୀ ସମୟରେ ସତ୍ୟ ଉନ୍ମୋଚନ କିମ୍ବା ପୁନଃଗଣନା ସମୟରେ ସହାୟକ ହୋଇଥାଏ ।

Question 15.
ନିର୍ବାଚନ ଆୟୋଗ ବିବେଚନା କରିଥିବା କେତେକ ଅଭିଯୋଗ ଏଠାରେ ଦିଆଯାଇଛି ।

  • ମହିଳା ମତତାତାଙ୍କୁ ଶାଢ଼ୀ ଓ ଘରୋଇ ଉପକରଣ ବାଣ୍ଟୁଥିବା ଜଣେ ପ୍ରାର୍ଥୀ ।
  • ଅନ୍ୟ ଦଳ ପ୍ରାର୍ଥୀ ବିରୋଧରେ ଅଶାଳୀନ ଶବ୍ଦ ପ୍ରୟୋଗ କରୁଥିବା ଜଣେ ପ୍ରାର୍ଥୀ ।
  • ଶାସକ ଦଳ ସପକ୍ଷରେ ନିର୍ବାଚନ ପ୍ରଚାର କରୁଥିବା ସରକାରୀ କର୍ମଚାରୀ ।
  • ନିରୀକ୍ଷଣ ସମୟରେ ଜଣେ ପ୍ରାର୍ଥୀଙ୍କ କାରରୁ ଉଦ୍ଧାର କରାଯାଇଥିବା ୫୦୦ ଟଙ୍କା ବିଡ଼ା ।

ତୁମେ କାହିଁକି ଅନୁଭବ କରୁଛ ଯେ ଏସବୁ ଆଦର୍ଶ ନିୟମାବଳୀ ବା ଆଚରଣବିଧ ଉଲ୍ଲଙ୍ଘନ କରୁଛି ବୋଲି ?
Answer:
ଏହି କାର୍ଯ୍ୟଗୁଡ଼ିକ ଆଦର୍ଶ ନିୟମାବଳୀ ବା ଆଚରଣବିଧ୍ଵ ଉଲ୍ଲଙ୍ଘନ କରୁଛି । କାରଣ-

(i) ବଣ୍ଟାଯାଉଥ‌ିବା ଶାଢ଼ୀ : ଭୋଟରମାନଙ୍କୁ ଉପହାର ଦେବା ଲାଞ୍ଜ ଭାବରେ ବିବେଚନା କରାଯାଏ । ଏହା ଅନ୍ୟାୟ ଏବଂ ଭୋଟରଙ୍କ ପସନ୍ଦକୁ ପ୍ରଭାବିତ କରେ ।

(ii) ଅନ୍ୟ ଦଳ ପ୍ରାର୍ଥୀଙ୍କ ବିରୋଧରେ ଅଶାଳୀନ ଶବ୍ଦ ପ୍ରୟୋଗ : ଖରାପ କିମ୍ବା ଅସମ୍ମାନଜନକ ଭାଷା ବ୍ୟବହାର କରିବା ସମ୍ମାନଜନକ ପ୍ରଚାର ନୀତି ବିରୁଦ୍ଧ ଏବଂ ଏହା ଘୃଣା କିମ୍ବା ହିଂସାକୁ ପ୍ରୋତ୍ସାହିତ କରିପାରେ ।

(iii) ଶାସକ ଦଳ ସପକ୍ଷରେ ନିର୍ବାଚନ ପ୍ରଚାର କରୁଥିବା ସରକାରୀ କର୍ମଚାରୀ : ନିର୍ବାଚନ ସମୟରେ ସରକାରୀ କର୍ମଚାରୀମାନେ ନିରପେକ୍ଷତା ରହିବା ଉଚିତ । ସେମାନଙ୍କ ସମ୍ପୃକ୍ତି ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନକୁ ଦୁର୍ବଳ କରେ ।

(iv) କାରରୁ ମିଳିଥିବା ୫୦୦ ଟଙ୍କା ବିଡ଼ା : ନିର୍ବାଚନ ସମୟରେ ବିପୁଳ ପରିମାଣର ଟଙ୍କା ମିଳିବା ଭୋଟ କିଣିବାର ପ୍ରୟାସକୁ ସୂଚାଇଥାଏ ଯାହା ବେଆଇନ ଏବଂ ଅନୈତିକ ।

ଏହି କାର୍ଯ୍ୟଗୁଡ଼ିକ ନିରପେକ୍ଷତା, ସ୍ଵଚ୍ଛତା ଏବଂ ସମାନତାର ଭାବନା ବିରୁଦ୍ଧ ଏବଂ ଗଣତନ୍ତ୍ରରେ ନିର୍ବାଚନ ଆଚରଣ ବିଧ୍ଵ ଉଲ୍ଲଙ୍ଘନର ଉଦାହରଣ |

Question 16.
ତୁମେ ବାସ କରୁଥିବା ଅଞ୍ଚଳରେ ପରବର୍ତ୍ତୀ ନିର୍ବାଚନ କେବେ ଅନୁଷ୍ଠିତ ହେବ ? ଏହା ରାଜ୍ୟ, ସହରାଞ୍ଚଳ ସ୍ଥାନୀୟ ଶାସନ କିମ୍ବା ପଞ୍ଚାୟତ ନିର୍ବାଚନ ମଧ୍ୟରୁ କେଉଁଟି ?
Answer:
ମୁଁ ବାସ କରୁଥିବା କଟକ ଅଞ୍ଚଳରେ ପରବର୍ତ୍ତୀ ନିର୍ବାଚନ ୨୦୨୯ ମସିହାରେ ଅନୁଷ୍ଠିତ ହେବ । ଏହା ରାଜ୍ୟ ବିଧାନସଭା ନିର୍ବାଚନ ଅଟେ ।

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 17.
ଆଞ୍ଚଳିକ ଭାଷାରେ ବ୍ୟବସ୍ଥାପିକା ସଭା ଅନେକ ନାମରେ ପରିଚିତ ହୋଇଥାଏ, ଯେପରି ବିଧାନସଭା କିମ୍ବା ନିୟମ ପ୍ରଣୟନ ସଭା ଆଦି । ଆମ ରାଜ୍ୟରେ ଏହାକୁ କ’ଣ କୁହାଯାଏ ?
Answer:
ଆମ ରାଜ୍ୟରେ ଏହାକୁ ‘ବିଧାନସଭା’ କିମ୍ବା ‘ରାଜ୍ୟ ବିଧାନସଭା’ କିମ୍ବା ‘ଶାସନ ସଭା’ କୁହାଯାଏ ।

ନିର୍ବାଚନ ପ୍ରକ୍ରିୟା ପରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଥାଏ । ଏକାକୀ କିମ୍ବା ମେଣ୍ଟ ଭାବରେ ଜୟଯୁକ୍ତ ରାଜନୈତିକ ଦଳ ସରକାର ଗଠନ କରିଥାନ୍ତି । ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ରାଜନୈତିକ ଦଳର ନେତା ପ୍ରଧାନମନ୍ତ୍ରୀ ହୋଇଥାନ୍ତି । ସେହିପରି ରାଜ୍ୟ ସ୍ତରରେ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ରାଜନୈତିକ ଦଳର ନେତା ରାଜ୍ୟରେ ମୁଖ୍ୟମନ୍ତ୍ରୀ ହୋଇଥାନ୍ତି ।

ସାଂସଦ ଓ ବିଧାୟକଙ୍କ ମଧ୍ୟରେ ପାର୍ଥକ୍ୟ : ସାଂସଦମାନେ ଆମ ଜାତୀୟ ସଂସଦରେ ଆମ ପ୍ରତିନିଧ୍ଵ ଅଟନ୍ତି, ମାତ୍ର ବିଧାୟକମାନେ ଆମର ବିଧାନସଭା ନିମନ୍ତେ ପ୍ରତିନିଧୂ ଅଟନ୍ତି । ଉଭୟେ ସମାନ ପଦ୍ଧତିରେ ନିର୍ବାଚିତ ହେଲେ ମଧ୍ୟ ଭିନ୍ନ ଭିନ୍ନ ସ୍ତରରେ ଶାସନ କରିଥା’ନ୍ତି ।

Question 18.
ତୁମେ ବାସ କରୁଥିବା ଅଞ୍ଚଳର ସାସଂଦ ବା ବିଧାୟକ/ବିଧାୟିକା କେଉଁମାନେ ଅଛନ୍ତି ? (ଏକ ଲୋକସଭା ନିର୍ବାଚନ ମଣ୍ଡଳୀ ମଧ୍ଯରେ ଅନେକ ବିଧାନସଭା ନିର୍ବାଚିତ ମଣ୍ଡଳୀ ରହିଥାଏ)
Answer:
ମୁଁ ବାସ କରୁଥିବା କଟକ ଲୋକସଭା ନିର୍ବାଚନମଣ୍ଡଳୀ ସାଂସଦ ଭର୍ତ୍ତୃହରି ମହତାବ ଅଛନ୍ତି ଏବଂ ବାରବାଟୀ – କଟକ ନିର୍ବାଚନ ମଣ୍ଡଳୀର ବିଧାୟିକା ସୋଫିଆ ଫିଦୋଷ ଅଛନ୍ତି ।

Question 19.
ସେମାନେ ସମସ୍ତେ କେଉଁ ଦଳର ସଦସ୍ୟ ଅଛନ୍ତି ?
Answer:
ସାଂସଦ ଭର୍ତ୍ତୃହରି ହତବା ଭାରତୀୟ ଜନତା ପାର୍ଟିର ସଦସ୍ୟ ଏବଂ ବିଧାୟିକା ସୋଫିଆ ଫିଘୋଷ ଜାତୀୟ କଂଗ୍ରେସ ଦଳର ସଦସ୍ୟା ଅଟନ୍ତି ।

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 20.
ସାଂସଦ ଓ ବିଧାୟକଙ୍କ କାର୍ଯ୍ୟ ସବୁ କ’ଣ ?
Answer:
ସାଂସଦ ତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀର ସମସ୍ୟାଗୁଡ଼ିକୁ ସଂସଦ ଗୃହରେ ଉପସ୍ଥାପନ କରନ୍ତି । ଜାତୀୟ ସ୍ତରର ନିୟମ ପ୍ରଣୟନରେ ଅଂଶଗ୍ରହଣ କରନ୍ତି । ତାଙ୍କ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଜନହିତକର ପ୍ରକଳ୍ପ କାର୍ଯ୍ୟକାରୀ କରନ୍ତି । ଦେଶର ଜାତୀୟ ବଜେଟ୍‌ର ବିତର୍କ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରନ୍ତି । ବିଧାୟକ ରାଜ୍ୟ ପାଇଁ ଆଇନ ତିଆରିରେ ଅଂଶଗ୍ରହଣ କରନ୍ତି । ରାଜ୍ୟ ବଜେଟ୍ ଅନୁମୋଦନ ପ୍ରକ୍ରିୟାରେ ଭାଗ ନିଅନ୍ତି । ନିଜ ନିର୍ବାଚନ ମଣ୍ଡଳୀର ସମସ୍ୟା ବିଧାନସଭାରେ ଉପସ୍ଥାପନ କରନ୍ତି । ନିଜ ନିର୍ବାଚନ ମଣ୍ଡଳୀରେ ଜନହିତକର କାର୍ଯ୍ୟ ନିମନ୍ତେ ସରକାର ଉପରେ ଚାପ ପକାନ୍ତି । ନିର୍ବାଚନ ମଣ୍ଡଳୀର ଲୋକମାନଙ୍କ ଅଭାବ ଅସୁବିଧା ଦୂର କରିବାକୁ ଉଦ୍ୟମ କରନ୍ତି ।

ଏହା ବିଷୟରେ ଚିନ୍ତା କର :

Question 1.
ଉପର ବର୍ଦ୍ଧିତ ପ୍ରତିନିଧୁଗଣ କେଉଁ କାରଣ ପାଇଁ ରାଷ୍ଟ୍ରପତିଙ୍କ ନିର୍ବାଚନରେ ଭାଗ ନିଅନ୍ତି ନାହିଁ ବୋଲି ତୁମେ ଭାବୁଛ ? ଭାରତର ସାଧାରଣ ନାଗରିକ କାହିଁକି ଏହି ନିର୍ବାଚନରେ ଭାଗ ନେଇ ନଥାନ୍ତି ?
Answer:
ଏହା ସୁନିଶ୍ଚିତ କରେ ଯେ, କେବଳ ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ପ୍ରତିନିଧ୍ଵ ହିଁ ଭୋଟ ଦେବାକୁ ଯୋଗ୍ୟ । ଏହା ଗଣତାନ୍ତ୍ରିକ ଅଙ୍ଗୀକାରତା ବଜାୟ ରଖେ, ଯେହେତୁ ରାଷ୍ଟ୍ରପତି ଲୋକଙ୍କ ଇଚ୍ଛାର ପ୍ରତିନିଧ୍ଵ କରନ୍ତି ।

ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

Question 1.
ଭାରତର କେଉଁ ସର୍ବୋଚ୍ଚ ପଦାସୀନ ବ୍ୟକ୍ତି ଦେଶର ସାଧାରଣ ମତଦାତାଙ୍କ ଦ୍ଵାରା ନିର୍ବାଚିତ ହୁଅନ୍ତି ନାହିଁ ?
Answer:
ରାଷ୍ଟ୍ରପତି

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 2.
ଦିଲ୍ଲୀ ଓ ପଣ୍ଡିଚେରୀ କେନ୍ଦ୍ରଶାସିତ ଅଞ୍ଚଳରେ କେଉଁ ସ୍ଵତନ୍ତ୍ର ବ୍ୟବସ୍ଥା ରଖାଯାଇଛି ?
Answer:
ବିଧାନସଭା ରହିବାର ବ୍ୟବସ୍ଥା କରାଯାଇଛି

Question 3.
ଭାରତର ଉପରାଷ୍ଟ୍ରପତିଙ୍କର କାର୍ଯ୍ୟକାଳ କେତେ ବର୍ଷ ହୋଇଥାଏ ?
Answer:
୬ ବର୍ଷ

Question 4.
ଆମ ସଂସଦର ଉଚ୍ଚ ସଦନରେ କିଏ ଅଧ୍ୟକ୍ଷ ରୂପେ କାର୍ଯ୍ୟ କରିଥା’ନ୍ତି ?
Answer:
ଉପରାଷ୍ଟ୍ରପତି

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 5.
ଲୋକସଭା ଓ ରାଜ୍ୟସଭାର କେଉଁ ସଦସ୍ୟମାନେ ରାଷ୍ଟ୍ରପତି ନିର୍ବାଚନରେ ଅଂଶଗ୍ରହଣ କରନ୍ତି ନାହିଁ ?
Answer:
ଉଭୟ ଗୃହର ମନୋନୀତ ସଦସ୍ୟମାନେ

Question 6.
ଭାରତର କେଉଁ ରାଜ୍ୟରୁ ସବୁଠାରୁ ଅଧିକ ସଭ୍ୟ ରାଜ୍ୟସଭାକୁ ନିର୍ବାଚିତ ହୋଇଥା’ନ୍ତି ?
Answer:
ଉତ୍ତରପ୍ରଦେଶ

Question 7.
ରାଜ୍ୟସଭାରେ ପ୍ରତି ଦୁଇବର୍ଷରେ କେତେ ସଦସ୍ୟ ଅବସର ନିଅନ୍ତି ?
Answer:
ଏକ ତୃତୀୟାଂଶ

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 8.
ସାରା ଭାରତବର୍ଷକୁ କେତେଗୋଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ଭାଗ କରାଯାଇଛି ?
Answer:
୫୪୩ଟି

Question 9.
ଲୋକସଭାକୁ ନିର୍ବାଚିତ ହେଉଥ‌ିବା ବ୍ୟକ୍ତିଙ୍କୁ କ’ଣ କୁହାଯାଇଥାଏ ?
Answer:
ସାଂସଦ/ ସଂସଦ ସଦସ୍ୟ

Question 10.
ବିଧାନ ସଭାକୁ ନିର୍ବାଚିତ ହେଉଥ‌ିବା ବ୍ୟକ୍ତିମାନଙ୍କୁ କ’ଣ କୁହାଯାଇଥାଏ ?
Answer:
ବିଧାୟକ/ବିଧାନସଭା ସଦସ୍ୟ

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 11.
ନିର୍ବାଚନରେ ସର୍ବାଧ‌ିକ ମତ ପାଇଥିବା ପ୍ରାର୍ଥୀ ଜୟଯୁକ୍ତ ଘୋଷିତ ହେବାକୁ ଇଂରାଜୀରେ କ’ଣ କୁହାଯାଇଥାଏ ?
Answer:
‘ଫାଷ୍ଟ-ପାଷ୍ଟ-ଦି-ପୋଷ୍ଟ

Question 12.
ଭାରତର କେଉଁ ନିର୍ବାଚନ ଆୟୁକ୍ତ ପ୍ରଥମ କରି ନିର୍ବାଚନ ପରିଚୟ ପତ୍ର ବ୍ୟବସ୍ଥା ପ୍ରଚଳନ କରିଥିଲେ ।
Answer:
ଶ୍ରୀଯୁକ୍ତ ଟି.ଏନ୍.ଶେଷାନ୍

Question 13.
ନିର୍ବାଚନ ସମୟରେ ନିର୍ବାଚନ କମିଶନ କାହିଁକି ଆଦର୍ଶ ଆଚରଣ ବିଧ୍ଵ ଲାଗୁ କରିଥା’ନ୍ତି ?
Answer:
ନିର୍ବାଚନକୁ ସ୍ଵାଧୀନ ଓ ସ୍ୱଚ୍ଛ ରଖୁବା ନିମନ୍ତେ

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 14.
ଭିଭିପାଟ୍‌ ଇଂରାଜୀରେ ପୂର୍ଣ୍ଣନାମ କ’ଣ ?
Answer:
Voter verifiable paper audit trail

Question 15.
କେଉଁ ଦେଶ ଆମର ଇଭିଏମ୍ ଓ ଭିଭିପାଟ୍ ବ୍ୟବସ୍ଥାକୁ ଆପଣେଇ ନେଇଛନ୍ତି ?
Answer:
ଭୁଟାନ ଓ ନାମିବିୟା

Question 16.
ଭାରତରେ ନିର୍ବାଚନ ସମୟରେ କେଉଁ ଆଙ୍ଗୁଠିରେ କାଳି ଲଗାଯାଇଥାଏ ?
Answer:
ବାମହାତର ବିଶି ଆଙ୍ଗୁଳିରେ ।

ଚାରୋଟି ବିକଳ୍ପ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

Question 1.
ଭାରତର ନିର୍ବାଚନ ବ୍ୟବସ୍ଥା ସମ୍ପୂର୍ଣ୍ଣରୂପେ କାହା ଉପରେ ନିର୍ଭର କରିଥାଏ ?
(i) ସାର୍ବଜନୀନ ମତଦାନ
(ii) ରାଜନୈତିକ ଦଳ
(iii) ନିର୍ବାଚନ ଆୟୋଗ
(iv) ରାଜନୈତିକ ନେତୃବୃନ୍ଦ
Answer:
(i) ସାର୍ବଜନୀନ ମତଦାନ

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 2.
ନିମ୍ନୋକ୍ତ ମଧ୍ଯରୁ କେଉଁ ନିର୍ବାଚନରେ ସାର୍ବଜନୀନ ମତଦାନ ବ୍ୟବସ୍ଥା ଗ୍ରହଣ କରାଯାଏ ନାହିଁ ?
(i) ଲୋକସଭା
(ii) ରାଜ୍ୟସଭା
(iii) ରାଜ୍ୟ ବିଧାନସଭା
(iv) ସ୍ଵାୟତ୍ତ ଶାସନ ନିର୍ବାଚନ
Answer:
(ii) ରାଜ୍ୟସଭା

Question 3.
ତୁମକୁ କେତେବର୍ଷ ହେଲେ, ତୁମେ ଭୋଟ ଦେବାକୁ ଯୋଗ୍ୟ ବିବେଚିତ ହେବ ?
(i) ୨୦
(ii) ୨୧
(iii) ୧୮
(iv) ୧୯
Answer:
(iii) ୧୮

Question 4.
ଭାରତୀୟ ଗଣତନ୍ତ୍ରର ମୁଳଦୁଆ ଭାବରେ କାହାକୁ ଅଧ‌ିକ ଗୁରୁତ୍ଵ ପ୍ରଦାନ କରାଯାଇଥାଏ ?
(i) ରାଜନୈତିକ ଗୋଷ୍ଠୀ
(ii) ଦକ୍ଷ ପ୍ରଶାସନ
(iii) ସାର୍ବଜନୀନ ମତଦାନ
(iv) ଜନସାଧାରଣଙ୍କ ଅଂଶଗ୍ରହଣ
Answer:
(iii) ସାର୍ବଜନୀନ ମତଦାନ

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 5.
ତୁମେ କହିପାରିବ କି ୨୦୨୪ ମସିହା ଭାରତର ସାଧାରଣ ନିର୍ବାଚନ ସମୟରେ କେଉଁ ଋତୁ ହେଉଥିଲା ?
(i) ଗ୍ରୀଷ୍ମ
(ii) ବର୍ଷା
(iii) ଶୀତ
(iv) ଶରତ
Answer:
(i) ଗ୍ରୀଷ୍ମ

Question 6.
ଆମ ସମ୍ବିଧାନରେ ମତଦାନ ଅଧିକାରକୁ କେଉଁ ପ୍ରକାରର ଅଧିକାର ଭାବରେ ଗଣାଯାଇଥାଏ ?
(i) ସାମାଜିକ ଅସ୍ଵୀକାର
(ii) ଅର୍ଥନୈତିକ ଅସ୍ଵୀକାର
(iii) ମୌଳିକ ଅଧ୍ୟାର
(iv) ରାଜନୈତିକ ଅଧିକାର
Answer:
(iii) ମୌଳିକ ଅଧ୍ୟାର

Question 7.
ଭାରତର ଆୟତନ କେଉଁ ଦେଶର ଆୟତନର ଛ’ଗୁଣ ଅଟେ ?
(i) ଇଟାଲୀ
(ii) ଫ୍ରାନ୍ସ
(iii) ନରୱେ
(iv) ସୁଇଜରଲ୍ୟାଣ୍ଡ
Answer:
(ii) ଫ୍ରାନ୍ସ

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 8.
ବ୍ରେଲିଯୁକ୍ତ ଭୋଟର କାର୍ଡ଼ରେ କେଉଁମାନେ ମତଦାନ କରିଥା’ନ୍ତି ?
(i) ଅନ୍ଧ
(ii) ମୁକ
(iii) ବଧୂର
(iv) ପଙ୍ଗୁ
Answer:
(i) ଅନ୍ଧ

Question 9.
୨୦୨୪ ମସିହାର ଗଣତନ୍ତ୍ର ମହାପର୍ବରେ ଶତକଡ଼ା କେତେ ପ୍ରତିଶତ ଲୋକ ମତଦାନ ଅଧିକାର ସାବ୍ୟସ୍ତ କରିପାରି ନଥିଲେ ?
(i) ୩୦
(ii) ୩୨
(iii) ୩୪
(iv) ୩୬
Answer:
(iii) ୩୪

Question 10.
ରେଭେନ୍ସା ବାଳିକା ବିଦ୍ୟାଳୟ ଶ୍ରେଣୀ ପ୍ରତିନିଧୁ ନିର୍ବାଚନରେ କିଏ ନିର୍ବାଚନ ଅଧିକାରୀ ରୂପେ କାର୍ଯ୍ୟ କରିଥିଲେ ?
(i) ମିସ୍ ଉମା
(ii) ମିସ୍ ରିନା
(iii) ମିସ୍ ଉଷା
(iv) ମିସ୍ ଶିବା କୁମାରୀ
Answer:
(iii) ମିସ୍ ଉଷା

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 11.
ସ୍ଵାଧୀନ ଭାରତର ପ୍ରଥମ ସାଧାରଣ ନିର୍ବାଚନ କେଉଁ ମସିହାରେ ଅନୁଷ୍ଠିତ ହୋଇଥିଲା ?
(i) ୧୯୫୦-୫୧
(ii) ୧୯୫୧–୫୨
(iii) ୧୯୫୨-୫୩
(iv) ୧୯୫୩-୫୪
Answer:
(ii) ୧୯୫୧–୫୨

Question 12.
ନିମ୍ନୋକ୍ତ ମଧ୍ୟରୁ କେଉଁଟି ନିର୍ବାଚନ ଆୟୋଗର ପ୍ରମୁଖ କାର୍ଯ୍ୟ ନୁହେଁ ?
(i) ନିର୍ବାଚନ ତାରିଖ ଘୋଷଣା
(ii) ନିର୍ବାଚନ ଖର୍ଚ୍ଚର ବ୍ୟୟ ବରାଦ
(iii) ନିର୍ବାଚନ ମଣ୍ଡଳୀ ସ୍ଥିର କରିବା
(iv) ମତଦାତା ତାଲିକା ପ୍ରସ୍ତୁତ କରିବା
Answer:
(ii) ନିର୍ବାଚନ ଖର୍ଚ୍ଚର ବ୍ୟୟ ବରାଦ

Question 13.
ଲୋକସଭାରେ ମୋଟ କେତେଗୋଟି ଆସନରେ ତଫସିଲଭୁକ୍ତ ଜାତି ଓ ଜନଜାତିଙ୍କ ପାଇଁ ସ୍ଥାନ ସଂରକ୍ଷିତ କରାଯାଇଛି ?
(i) ୧୩୦
(ii) ୧୩୧
(iii) ୧୩୨
(iv) ୧୨୦
Answer:
(ii) ୧୩୧

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 14.
‘ଏକକ ହସ୍ତାନରୀୟ ମତଦାନ’ ପଦ୍ଧତି କେଉଁ ନିର୍ବାଚନରେ ବ୍ୟବହୃତ ହୋଇଥାଏ ?
(i) ଲୋକସଭା
(ii) ରାଜ୍ୟସଭା
(iii) ରାଜ୍ୟ ବିଧାନସଭା
(iv) ଗ୍ରାମପଞ୍ଚାୟତ
Answer:
(ii) ରାଜ୍ୟସଭା

Question 15.
ସଂସଦରେ ମୋଟ ମନୋନୀତ ସଭ୍ୟମାନଙ୍କ ସଂଖ୍ୟା କେତେ ବୋଲି ତୁମେ ଅନୁମାନ କରୁଛ ?
(i) ୧୦
(ii) ୧୨
(iii) ୧୪
(iv) ୧୬
Answer:
(iii) ୧୪

Question 16.
ରାଜ୍ୟ ସଭାରେ କିଏ ସଭାପତିତ୍ଵ କରିଥାନ୍ତି ?
(i) ରାଷ୍ଟ୍ରପତି
(ii) ଉପରାଷ୍ଟ୍ରପତି
(iii) ବରିଷ୍ଠ ସାଂସଦ
(iv) ଗୃହମନ୍ତ୍ରୀ
Answer:
(ii) ଉପରାଷ୍ଟ୍ରପତି

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 17.
ଭାରତରେ ଜଣେ ଲୋକ ___________ ବର୍ଷରେ ସାବାଳକ ହୋଇଥାଏ ।
(i) ୧୮
(ii) ୧୯
(iii) ୨୦
(iv) ୨୧
Answer:
(i) ୧୮

Question 18.
___________ ମସିହାରେ ଭାରତରେ ସର୍ବନିମ୍ନ ମତଦାନ ବୟସକୁ ୨୧ ବର୍ଷରୁ ୧୮ ବର୍ଷ କରାଯାଇଥିଲା ।
(i) ୧୯୭୫
(ii) ୧୯୮୮
(iii) ୧୯୯୮
(iv) ୨୦୧୪
Answer:
(ii) ୧୯୮୮

Question 19.
ସାବାଳକ ମତଦାନ ବ୍ୟବସ୍ଥା ସମ୍ବିଧାନର ____________ ଧାରାରେ ଉଲ୍ଲେଖ କରାଯାଇଛି ।
(i) ୩୩୦
(ii) ୩୩୨
(iii) ୩୨୪
(iv) ୩୨୬
Answer:
(iv) ୩୨୬

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 20.
୨୦୨୪ ନିର୍ବାଚନରେ ଲୋକସଭାର ___________ ଗୋଟି ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ ଗ୍ରହଣ କରାଯାଇଥିଲା ।
(i) ୫୪୩
(ii) ୫୪୪
(iii) ୫୪୫
(iv) ୫୪୬
Answer:
(i) ୫୪୩

Question 21.
ସୁଇଜରଲ୍ୟାଣ୍ଡରେ _____________ ମସିହାରେ ପ୍ରଥମେ ମହିଳାମାନଙ୍କୁ ମତଦାନ ଅଧିକାର ପ୍ରଦାନ କରାଯାଇଥିଲା ।
(i) ୧୯୭୦
(ii) ୧୯୭୧
(iii) ୧୯୭୨
(iv) ୧୯୭୩
Answer:
(ii) ୧୯୭୧

Question 22.
୧୯୪୭ ମସିହାରେ ଭାରତରେ ସାକ୍ଷରତା ହାର ପାଖାପାଖୁ ______________ ପ୍ରତିଶତ ଥିଲା ।
(i) ୧୩
(ii) ୧୫
(iii) ୧୪
(iv) ୧୬
Answer:
(iii) ୧୪

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 23.
ଭାରତରେ ନିର୍ବାଚନ ଆୟୋଗ __________ ମସିହାରେ ସ୍ଥାପିତ ହୋଇଥିଲା ।
(i) ୧୯୪୭
(ii) ୧୯୪୮
(iii) ୧୯୫୦
(iv) ୧୯୫୧
Answer:
(iii) ୧୯୫୦

Question 24.
ଲୋକସଭାରେ ___________ ଗୋଟି ଆସନ ତଫସିଲଭୁକ୍ତ ଜାତି ପାଇଁ ସ୍ଥାନ ସଂରକ୍ଷିତ ରଖାଯାଇଛି ।
(i) ୪୭
(ii) ୪୮
(iii) ୪୯
(iv) ୮୪
Answer:
(ii) ୪୮

Question 25.
୧୯୯୦ ମସିହାରେ __________ ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଭାବରେ ନିଯୁକ୍ତ ହୋଇଥିଲେ ।
(i) ଏନ୍.ଟି. ଶେଷାନ
(ii) ଟି.ଏନ୍.ଶେଷାନ
(iii) ଟି.ପି. ଆଚାର୍ଯ୍ୟା
(iv) ପି. ରାଜୀବ୍ କୁମାର
Answer:
(ii) ଟି.ଏନ୍.ଶେଷାନ

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 26.
ଆମ ଓଡ଼ିଶା ବିଧାନ ସଭାର ଆସନ ସଂଖ୍ୟା _________ ଅଟେ ।
(i) ୧୪୫
(ii) ୧୪୬
(iii) ୧୪୭
(iv) ୧୪୮
Answer:
(iii) ୧୪୭

ଠିକ୍ ଉକ୍ତି ପାଖରେ ଠିକ୍ ( ✓) ଚିହ୍ନ ଓ ସ୍କୁଲ୍ ଉକ୍ତ ପାଖରେ ଭୁଲ୍ (✗) ଚିହ୍ନ ଦିଅ ।

Question 1.
ଭାରତରେ କେବଳ ୨୧ ବର୍ଷର ବା ତଦୂର୍ଣ୍ଣ ବୟସର ବ୍ୟକ୍ତିମାନେ ଭୋଟ ଦେବାର ଅଧିକାର ପାଇଥାନ୍ତି ।
Answer:
✗

Question 2.
ମୁକ୍ତ ଅବାଧ ଓ ସ୍ଵଚ୍ଛ ନିର୍ବାଚନ ପରିଚାଳନା କରିବା ଦାୟିତ୍ଵ ନିର୍ବାଚନ ଆୟୋଗର ।
Answer:
✓

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 3.
ଲୋକସଭାକୁ ଉଚ୍ଚ ସଦନ କୁହାଯାଏ, କାରଣ ଏହାର ସଭ୍ୟ ସଂଖ୍ୟା ୫୪୩ ଅଟେ ।
Answer:
✗

Question 4.
ଭାରତୀୟ ମହିଳାମାନେ ୧୯୭୧ ମସିହାଠାରୁ ଭୋଟ ଦେବାର ଅଧିକାର ପାଇଥିଲେ ।
Answer:
✗

Question 5.
ଭାରତର ଉପରାଷ୍ଟ୍ରପତି ସିଧାସଳକ ଲୋକମାନଙ୍କଦ୍ଵାରା ନିର୍ବାଚିତ ହୋଇଥା’ନ୍ତି ।
Answer:
✗

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 6.
ରାଜ୍ୟସଭାର ସଦସ୍ୟମାନେ ପରୋକ୍ଷ ନିର୍ବାଚନ ମାଧ୍ୟମରେ ନିର୍ବାଚିତ ହୋଇଥା’ନ୍ତି ।
Answer:
✓

Question 7.
ଆଦର୍ଶ ଆଚରଣ ବିଧୂ ନିର୍ବାଚନ ପରେ ଲାଗୁ କରାଯାଇଥାଏ ।
Answer:
✗

Question 8.
ଭୋଟଦାନ ଅଧିକାର ଆମ ସମ୍ବିଧାନର ୩୨୪ ଧାରାରେ ଉଲ୍ଲେଖ କରାଯାଇଛି ।
Answer:
✗

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 9.
୧୯୮୦ ମସିହାରେ ଶ୍ରୀଯୁକ୍ତ ଟି.ଏନ୍.ଶେଷାନ୍ ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଭାବରେ ନିଯୁକ୍ତ ହୋଇଥିଲେ ।
Answer:
✗

Question 10.
ବିଧାନସଭାକୁ ନିର୍ବାଚିତ ହୋଇଥ‌ିବା ସଦସ୍ୟମାନଙ୍କୁ ବିଧାୟକ କୁହାଯାଇଥାଏ ।
Answer:
✓

ସ୍ତମ୍ଭ ମିଳନ କର ।

Question 1.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଲୋକସଭା ଉପରାଷ୍ଟ୍ରପତି
ବିଧାନସଭା ସରପଞ୍ଚ
ରାଜ୍ୟସଭା ପ୍ରଧାନମନ୍ତ୍ରୀ
ମୁନିସିପାଲ କର୍ପୋରେସନ ମୁଖ୍ୟମନ୍ତ୍ରୀ
ଗ୍ରାମପଞ୍ଚାୟତ ମେୟର

Answer:

‘କ’ ସ୍ତମ୍ଭ

‘ଖ’ ସ୍ତମ୍ଭ

ଲୋକସଭା ପ୍ରଧାନମନ୍ତ୍ରୀ
ବିଧାନସଭା ମୁଖ୍ୟମନ୍ତ୍ରୀ
ରାଜ୍ୟସଭା ଉପରାଷ୍ଟ୍ରପତି
ମୁନିସିପାଲ କର୍ପୋରେସନ ମେୟର
ଗ୍ରାମପଞ୍ଚାୟତ ସରପଞ୍ଚ

 

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 2.

‘କ’ ସ୍ତମ୍ଭ

‘ଖ’ ସ୍ତମ୍ଭ

ରାଜ୍ୟସଭାରେ ମନୋନୀତ ସଦସ୍ୟ ୧୦ ଜଣ
ଲୋକସଭାରେ ମନୋନୀତ ସଦସ୍ୟ ୨୧ ଜଣ
ଲୋକସଭାରେ ଓଡ଼ିଶାର ସଭ୍ୟସଂଖ୍ୟା ୧୪୭ ଜଣ
ରାଜ୍ୟସଭାରେ ଓଡ଼ିଶାରୁ ସଭ୍ୟସଂଖ୍ୟା ୧୨ ଜଣ
ଆମ ରାଜ୍ୟ ବିଧାନସଭାର ଆସନସଂଖ୍ୟା ୦୨ ଜଣ

Answer:

‘କ’ ସ୍ତମ୍ଭ

‘ଖ’ ସ୍ତମ୍ଭ

ରାଜ୍ୟସଭାରେ ମନୋନୀତ ସଦସ୍ୟ ୧୨ ଜଣ
ଲୋକସଭାରେ ମନୋନୀତ ସଦସ୍ୟ ୦୨ ଜଣ
ଲୋକସଭାରେ ଓଡ଼ିଶାର ସଭ୍ୟସଂଖ୍ୟା ୨୧ ଜଣ
ରାଜ୍ୟସଭାରେ ଓଡ଼ିଶାରୁ ସଭ୍ୟସଂଖ୍ୟା ୧୦ ଜଣ
ଆମ ରାଜ୍ୟ ବିଧାନସଭାର ଆସନସଂଖ୍ୟା ୧୪୭ ଜଣ

 

Question 3.

‘କ’ ସ୍ତମ୍ଭ

‘ଖ’ ସ୍ତମ୍ଭ

୧୯୫୦ ମସିହା ଟି.ଏନ୍. ଶେଷାନ ନିର୍ବାଚନ ଆୟୁକ୍ତ ହେଲେ
୧୯୮୮ ମସିହା ଭାରତରେ ନିର୍ବାଚନ ଆୟୋଗର ପ୍ରତିଷ୍ଠା
୧୯୭୧ ମସିହା ଭୋଟଦେବା ବୟସ ୧୮ ହେଲା
୧୯୯୦ ମସିହା ଗୃହ ମତଦାନ ବ୍ୟବସ୍ଥା ପ୍ରଚଳନ
୨୦୨୪ ମସିହା ସୁଇଜରଲ୍ୟାଣ୍ଡର ମହିଳାମାନେ ଭୋଟ ଦେବାର ଅଧିକାର ପାଇଲେ

Answer:

‘କ’ ସ୍ତମ୍ଭ

‘ଖ’ ସ୍ତମ୍ଭ

୧୯୫୦ ମସିହା ଭାରତରେ ନିର୍ବାଚନ ଆୟୋଗର ପ୍ରତିଷ୍ଠା
୧୯୮୮ ମସିହା ଭୋଟଦେବା ବୟସ ୧୮ ହେଲା
୧୯୭୧ ମସିହା ସୁଇଜର ଲ୍ୟାଣ୍ଡର ମହିଳାମାନେ ଭୋଟଦେବାର ଅଧିକାର ପାଇଲେ
୧୯୯୦ ମସିହା ଟି.ଏନ୍. ଶେଷାନ ନିର୍ବାଚନ ଆୟୁକ୍ତ ହେଲେ
୨୦୨୪ ମସିହା ଗୃହ ମତଦାନ ବ୍ୟବସ୍ଥା ପ୍ରଚଳନ

 

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ସାର୍ବଜନୀନ ସାବାଳକ ମତଦାନର ଅର୍ଥ କ’ଣ ? ଏହାକୁ କେଉଁମାନେ ନିର୍ବାଚନ ବ୍ୟବସ୍ଥାରେ ସ୍ଥାନିତ କରିଥିଲେ ?
Answer:

  1. ସାର୍ବଜନୀନ ସାବାଳକ ମତଦାନର ଅର୍ଥ ହେଉଛି, ନିର୍ବାଚନ ସମୟରେ ସମସ୍ତ ସାବାଳକ ମତଦାତା ବା ନାଗରିକ ନିଜର ଗୋଟିଏ ମତ ପ୍ରଦାନ କରିପାରିବେ ଏବଂ ସମସ୍ତ ମତଦାନର ମୂଲ୍ୟ ସମାନ ରହିବ ।
  2. ଭାରତର ସମ୍ବିଧାନ ପ୍ରଣେତାମାନେ ଏହି ବ୍ୟବସ୍ଥାକୁ ଭାରତୀୟ ଗଣତନ୍ତ୍ରରେ ଏକ ଉପାଦାନ ବା ବୈଶିଷ୍ଟ୍ୟ ରୂପେ ବିବେଚନା କରି ନିର୍ବାଚନରେ ସ୍ଥାନିତ କରିଥିଲେ ।

Question 2.
ଗତ ୨୦୨୪ ମସିହା ସାଧାରଣ ନିର୍ବାଚନର ଦୁଇଟି ଗୁରୁତ୍ଵପୂର୍ଣ୍ଣ ତଥ୍ୟ ପ୍ରଦାନ କର ।
Answer:

  1. ଗତ ୨୦୨୪ ମସିହା ସାଧାରଣ ନିର୍ବାଚନ ଭାରତରେ ଗ୍ରୀଷ୍ମକାଳରେ ଅନୁଷ୍ଠିତ ହୋଇଥିବା ସମୟରେ ଏଥ‌ିରେ ୯୮୦ ନିୟୁତ ମତଦାତା କରିବାକୁ ଯୋଗ୍ୟ ବିବେଚିତ ହୋଇଥିଲେ ।
  2. ଏମାନେ ଆମ ଲୋକସଭାର ୫୪୩ ଗୋଟି ନିର୍ବାଚନମଣ୍ଡଳୀ ନିମନ୍ତେ ମତଦାନ କରିବାକୁ ଯୋଗ୍ୟ ବିବେଚିତ ହୋଇଥିଲେ ।

Question 3.
ଭାରତକୁ ଏକ ବିବିଧତା ଓ ଜଟିଳତା ଭରା ବୃହତ୍ ଦେଶ କୁହାଯାଏ ନାହିଁକି ?
Answer:

  1. ଭାରତକୁ ଏକ ବିବିଧତା ଓ ଜଟିଳତା ଭରା ବୃହତ ଦେଶ କୁହାଯିବାର ଦୁଇଟି ଯଥାର୍ଥତା ରହିଛି । ପ୍ରଥମତଃ ଆୟତନରେ ଭାରତ ଫ୍ରାନ୍ସ ଦେଶର ଆୟତନର ଛ’ଗୁଣ ଅଟେ ।
  2. ଦ୍ଵିତୀୟତଃ ଏହାର ମତଦାତାଙ୍କ ସଂଖ୍ୟା ଯୁକ୍ତରାଜ୍ୟ ଜନସଂଖ୍ୟାର ପ୍ରାୟ ୧୫ ଗୁଣ ଅଟେ ।

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 4.
ଭାରତରେ ନିର୍ବାଚନ ଆୟୋଗ କେବେଠାରୁ ଓ କ’ଣପାଇଁ ଗଠନ କରାଯାଇଛି ?
Answer:

  1. ଭାରତର ନିର୍ବାଚନ ଆୟୋଗ ବା ଇ.ସି.ଆଇ ଏକ ସ୍ଵାଧୀନ ସାମ୍ବିଧାନିକ ଅନୁଷ୍ଠାନ । ଏହା ଆମ ଦେଶରେ ସ୍ଵାଧୀନ ଓ ସ୍ୱଚ୍ଛ ନିର୍ବାଚନ ପରିଚାଳନା ଭାର ବହନ କରିଥା’ନ୍ତି ।
  2. ଏହା ୧୯୫୦ ମସିହାରେ ଗଠନ ହେବାପରେ କାର୍ଯ୍ୟ କରି ଆସୁଅଛି ।

Question 5.
ନିର୍ବାଚନର ଆଦର୍ଶ ନିୟମାବଳୀ ବା ଆଚରଣ ବିଧୁର ଦୁଇଟି ଗୁରୁତ୍ଵ ଉଲ୍ଲେଖ କର ।
Answer:

  1. ପ୍ରଥମତଃ– ଭାରତର ନିର୍ବାଚନକୁ ସ୍ଵାଧୀନ ଓ ସ୍ୱଚ୍ଛ ରଖୁବା ଆଦର୍ଶ ଆଚରଣ ବିଧୂର ମୁଖ୍ୟ ଉଦ୍ଦେଶ୍ୟ ।
  2. ଦ୍ଵିତୀୟତଃ ଏହା ନେତା, ରାଜନୈତିକ ଦଳ ଏବଂ ପ୍ରାର୍ଥୀମାନଙ୍କୁ କେତେକ କାର୍ଯ୍ୟରୁ ବାରଣ କରିବା ସହିତ ଅନ୍ୟ କେତକେ ଗ୍ରହଣଯୋଗ୍ୟ ପଦକ୍ଷେପ ନେବାକୁ ଉତ୍ସାହିତ କରିଥାଏ ।

Question 6.
୧୯୯୦ ମସିହାର ଜଣେ ନିର୍ବାଚନ ଆୟୁକ୍ତଙ୍କୁ ଭାରତୀୟମାନେ ଏବେ ସୁଦ୍ଧା ମନେରଖୁଛନ୍ତି କାହିଁକି ?
Answer:
(i) ୧୯୯୦ ମସିହାରେ ଶ୍ରୀଯୁକ୍ତ ଟି.ଏନ୍. ଶେଷାନ୍ ନିର୍ବାଚନ ଆୟୁକ୍ତ ଭାବରେ ନିଯୁକ୍ତ ହେବାପରେ ସେ ନିର୍ବାଚନ କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲେ । ପ୍ରଥମତଃ ସେ ସମସ୍ତ ମତବାଦପାଇଁ ଗୋଟିଏ ଲେଖାଁ ନିର୍ବାଚନ ପରିଚୟ ପତ୍ର ପ୍ରଦାନ କରାଯିବାର ବ୍ୟବସ୍ଥା କରିଥିଲେ ।

(ii) ପ୍ରାର୍ଥୀମାନଙ୍କର ନିର୍ବାଚନ ଖର୍ଚ୍ଚ ଉପରେ ତୀକ୍ଷ୍ଣ ନଜର ରଖିବା ସହିତ ଅନେକ କଟକଣା ଲାଗୁ କରିଥିଲେ । ସେ ଭାରତୀୟ ନିର୍ବାଚନକୁ ଅବାଧ, ଭୟଶୂନ୍ଯ ଓ ସ୍ୱଚ୍ଛ କରିବା ନିମନ୍ତେ ଅନେକ ପଦକ୍ଷେପ ନେଇଥିବାରୁ ଭାରତୀୟମାନେ ତାଙ୍କୁ ଏବେ ସୁଦ୍ଧା ମନେ ରଖୁଛନ୍ତି ।

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 7.
ଭାରତର ଲୋକସଭା ଓ ଓଡ଼ିଶା ବିଧାନସଭାର ଦୁଇଟି ତୁଳନାତ୍ମକ ପରିଚୟ ପ୍ରଦାନ କର ।
Answer:

  1. ଭାରତର ଲୋକସଭାକୁ ୫୪୩ ଗୋଟି ନିର୍ବାଚନ ମଣ୍ଡଳୀରେ ବିଭକ୍ତ କରାଯାଇଅଛି । ଏହାର ସଦସ୍ୟମାନଙ୍କୁ ସାଂସଦ (MP) କୁହାଯାଇଥାଏ ।
  2. ଓଡ଼ିଶାକୁ ୧୪୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ବିଭକ୍ତ କରାଯାଇଛି । ଏହାର ନିର୍ବାଚିତ ସଦସ୍ୟମାନଙ୍କୁ ବିଧାୟକ ବା (MLA) କୁହାଯାଇଥାଏ ।

Question 8.
ଲୋକସଭା ଓ ରାଜ୍ୟସଭା ମଧ୍ୟରେ ସାଧାରଣତଃ କ’ଣ ପାର୍ଥକ୍ୟ ତୁମେ ଅନୁଭବ କରିଥାଅ ?
Answer:

  1. ଲୋକସଭା ଏକ ଅସ୍ଥାୟୀ ସଭା । ଏହାର ସଦସ୍ୟମାନେ ସିଧାସଳଖ ଲୋକମାନଙ୍କଦ୍ୱାରା ନିର୍ବାଚିତ ହୋଇଥା’ନ୍ତି । ଏମାନଙ୍କୁ ସାଂସଦ କୁହାଯାଇଥାଏ । ଏହାକୁ ଅନ୍ୟଭାବରେ ନିମ୍ନ ସଦନ କୁହାଯାଇଥାଏ । ଏହାର ସଭ୍ୟମାନଙ୍କ କାର୍ଯ୍ୟକାଳ ୫ ବର୍ଷ ହୋଇଥାଏ ।
  2. ରାଜ୍ୟସଭା ଏକ ସ୍ଥାୟୀ ଗୃହ । ଏହାର ସଦସ୍ୟମାନେ ପରୋକ୍ଷ ଭାବରେ ନିର୍ବାଚିତ ହୁଅନ୍ତି । ଏହାକୁ ଉଚ୍ଚ ସଦନ କୁହାଯାଇଥାଏ । ଏହାର ସଦସ୍ୟମାନଙ୍କ କାର୍ଯ୍ୟକାଳ ୬ ବର୍ଷ ହୋଇଥାଏ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ଭାରତର ନିର୍ବାଚନ ଆୟୋଗ ୨୦୨୪ ମସିହା ନିର୍ବାଚନରେ ଗ୍ରହଣ କରିଥିବା ନୂତନ ପଦକ୍ଷେପମାନ ଉଲ୍ଲେଖ କର ।
Answer:

  1. ୨୦୨୪ ମସିହା ନିର୍ବାଚନରେ ପ୍ରଥମଥର ନିମନ୍ତେ ବୟସ୍କ ଓ ଦିବ୍ୟାଙ୍ଗ ନାଗରିକମାନେ ନିଜ ଘରେ ବସି ମତଦାନ ସାବ୍ୟସ୍ତ କରିବାର ସୁଯୋଗ ପାଇଥିଲେ ।
  2. ଏଥୁ ସହିତ କେତେକ ବିଶେଷ ବର୍ଗ ମତଦାତାଙ୍କ ନିମନ୍ତେ ଡାକଦ୍ଵାରା ମଧ୍ୟ ମତଦାନ ବ୍ୟବସ୍ଥା କରାଯାଇଥିଲା ।
  3. ସହାୟକ ଯନ୍ତ୍ର ଭାବରେ ବ୍ରେଲିଯୁକ୍ତ ଭୋଟର କାର୍ଡ଼, ଆପ୍‌ଯୁକ୍ତ ସହାୟତା ଅନୁରୋଧ, ସ୍କିଲ୍ ବା ଚକଲଗା ଚୌକି ଓ ରାମ୍ ବା ଖସଡ଼ା ଆଦି ଅନେକ ସୁବିଧା ପ୍ରଦାନ କରାଯାଇଥିଲା ।

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 2.
ନିର୍ବାଚନର ଆଦର୍ଶ ଆଚରଣ ବିଧରେ କେଉଁସବୁ କାର୍ଯ୍ୟ କରିବାପାଇଁ କଟକଣା ଲାଗୁ କରାଯାଇଥାଏ ।
Answer:

  1. ନିର୍ବାଚନ ତାରିଖ ଘୋଷଣା ପରେ ସରକାର ମତଦାତାଙ୍କୁ ପ୍ରଲୋଭିତ କରିବାପାଇଁ କୌଣସି ନୂତନ ଯୋଜନା କିମ୍ବା ପ୍ରକଳ୍ପ ଘୋଷଣା କରିପାରିବେ ନାହିଁ ।
  2. ଶାନ୍ତିପୂର୍ଣ୍ଣ ନିର୍ବାଚନକୁ ସୁନିଶ୍ଚିତ କରିବା ନିମନ୍ତେ ପ୍ରତ୍ୟେକ ପାର୍ଥୀ କେତେକ ସୁବିଧା ହାସଲ କରିବା ସହିତ କେତେକ କଟକଣାକୁ ମାନିବାକୁ କୁହାଯାଇଥାଏ ।
  3. ଉପହାର ପ୍ରଦାନ ମାଧ୍ୟମରେ ମତଦାତାଙ୍କୁ ପ୍ରଭାବିତ କରିବାକୁ ଦଣ୍ଡନୀୟ ବିବେଚନା କରାଯାଇଥାଏ ।

Question 3.
ରାଜ୍ୟସଭା ନିର୍ବାଚନ ସମ୍ପର୍କରେ ସଂକ୍ଷିପ୍ତ ସୂଚନା ପ୍ରଦାନ କର ।
Answer:
(i) ରାଜ୍ୟସଭା ନିର୍ବାଚନ ପରୋକ୍ଷ ଭାବରେ କରାଯାଇଥାଏ । ଏହି ସଭାର ସର୍ବାଧୂକ ୨୫୦ଜଣ ସାଂସଦ ରହିବାର ବ୍ୟବସ୍ଥା ଥିଲେ ମଧ୍ୟ ବାସ୍ତବରେ ୨୪୫ ଜଣ ସାଂସଦ ରହିଛନ୍ତି ।

(ii) ସେମାନଙ୍କ ମଧ୍ୟରୁ ୨୩୩ ଜଣ ରାଜ୍ୟ ବିଧାନସଭାର ବିଧାୟକମାନଙ୍କଦ୍ଵାରା ନିର୍ବାଚିତ ହୋଇଥା’ନ୍ତି ଏବଂ ୧୨ ଜଣ ସାଂସଦ ରାଷ୍ଟ୍ରପତିଙ୍କଦ୍ଵାରା ମନୋନୀତ ହୋଇଥାନ୍ତି ।

(iii) ଜନସଂଖ୍ୟା ଭିଭିରେ ପ୍ରତ୍ୟେକ ରାଜ୍ୟ ଭିନ୍ନ ଭିନ୍ନ ସଂଖ୍ୟକ ସାଂସଦ ରାଜ୍ୟସଭାକୁ ନିର୍ବାଚିତ କରିଥା’ନ୍ତି । ଉତ୍ତର ପ୍ରଦେଶରେ ସର୍ବାଧ‌ିକ ଓ ଅରୁଣାଚଳ ପ୍ରଦେଶରେ ସର୍ବନିମ୍ନ ସାଂସଦ ନିର୍ବାଚିତ ହୋଇଥା’ନ୍ତି ।

Question 4.
ଭାରତର ରଷ୍ଟପତିଙ୍କ ନିର୍ବାଚନ ପଦ୍ଧତି ବିଷୟରେ ସମ୍ୟକ୍ ସୂଚନା ପ୍ରଦାନ କର ।
Answer:
(i) ଭାରତର ରାଷ୍ଟ୍ରପତି ଦେଶର ସାଧାରଣ ମତଦାତାଙ୍କଦ୍ୱାରା ନିର୍ବାଚିତ ହୋଇନଥା’ନ୍ତି । ସେ ପରୋକ୍ଷ ଭାବରେ ଏକ ନିର୍ବାଚନ ମଣ୍ଡଳୀ (Electoral College) ଦ୍ଵାରା ନିର୍ବାଚିତ ହୋଇଥା’ନ୍ତି ।

(ii) ତାଙ୍କ ନିର୍ବାଚନରେ ସଂସଦର ଉଭୟ ଗୃହ ଯଥା ରାଜ୍ୟସଭା ଓ ଲୋକସଭାର ନିର୍ବାଚିତ ପ୍ରତିନିଧୁ ବା ସାଂସଦମାନେ ଅଂଶ ଗ୍ରହଣ କରିଥା’ନ୍ତି ।

(iii) ଭାରତର ସମସ୍ତ ରାଜ୍ୟ ବିଧାନସଭା ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀ ଓ ପଣ୍ଡିଚେରୀ ବିଧାନସଭା ନିର୍ବାଚିତ ସଦସ୍ୟମାନେ ଏହି ନିର୍ବାଚନରେ ଭାଗ ନେଇଥା’ନ୍ତି ।

(iv) ଏହି ନିର୍ବାଚନରେ ଏକକ ହସ୍ତାନ୍ତରୀୟ ମତଦାନ ବ୍ୟବସ୍ଥା ଗ୍ରହଣ କରାଯାଇଥାଏ ।

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 5.
ବର୍ତ୍ତମାନ ନିର୍ବାଚନ ଇଭିଏମ୍ରେ ନୋଟା (NOTA – None of the above) ବ୍ୟବହାର କରାଯିବାର ଉଦ୍ଦେଶ୍ୟ କି ପ୍ରକାର ସୂଚନା ପ୍ରଦାନ କରିଥାଏ ?
Answer:

  1. ଇଭିଏମ୍‌ରେ ନୋଟା ଶବ୍ଦ ବ୍ୟବହାର ଉଦ୍ଦେଶ୍ୟ ହେଉଛି ‘କେହି ପସନ୍ଦ ନୁହନ୍ତି’ ବୋଲି ଏକ ବିକଳ୍ପ ବ୍ୟବସ୍ଥା ରଖାଯାଇଛି ।
  2. ଏହା ସମସ୍ତ ପ୍ରତିଦ୍ଵନ୍ଦୀଙ୍କୁ ତ୍ୟାଗ କରିବାକୁ ମତଦାତାଙ୍କୁ ସୁଯୋଗ ପ୍ରଦାନ କରିଥାଏ ।
  3. ଯଦିଓ ଏହା ଫଳାଫଳକୁ ପ୍ରଭାବିତ କରିନଥାଏ, ତଥାପି ଏକ ବାର୍ତ୍ତା ଦେଇଥାଏ ଯେ ମତଦାତା ଅଧିକ ବିକଳ୍ପ ଚାହାଁନ୍ତି ।
  4. ‘ନୋଟା’ ବା ‘କେହି ପସନ୍ଦ ନୁହନ୍ତି’ ଭାରତୀୟ ଗଣତନ୍ତ୍ରର ଏକ ଶକ୍ତିଶାଳୀ ଚିନ୍ତନ ଅଟେ ।

Class 7 Science Chapter 7 Notes Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ

Go through BSE Odisha Class 7 Science Notes Odia Medium and Class 7 Science Chapter 7 Notes Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ to understand important concepts and topics more clearly.

7th Class Science Chapter 7 Notes Odia Medium

BSE Odisha Class 7 Science Chapter 7 Notes Odia Medium

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ :

କୋରାପୁଟ ତୁଳନାର ପୁରୀରେ ଶୀତ କମ୍ । କିଛି ସ୍ଥାନରେ ବହୁତ ଥଣ୍ଡା ଓ କିଛି ସ୍ଥାନରେ ବହୁତ ଗରମ ହୁଏ କାହିଁକି ? ପୁରୀ ସମୁଦ୍ରର ନିକଟତର ଏବଂ ଏହାର ଏକ ଲମ୍ବା ଉପକୂଳ ମଧ୍ୟ ଅଛି, ଯାହା ଫଳରେ ସେଠାରେ ଗରମ ହୁଏ ଏବଂ ଅଧିକ ଆର୍ଦ୍ର ଅନୁଭବ ହୁଏ ।

ଆମେ ସାଧାରଣତଃ କିଛି ସ୍ଥାନରେ ବହୁତ ଥଣ୍ଡା ଓ କିଛି ସ୍ଥାନରେ ବହୁତ ଗରମ ଅନୁଭବ କରିଥାଉ । ପୃଥ‌ିବୀରେ ଆମ ପାଇଁ ସୂର୍ଯ୍ୟ ହେଉଛି ତାପ ଏବଂ ଆଲୋକର ମୁଖ୍ୟ ଉତ୍ସ । ପରିବେଶର ଜଳବାୟୁ ସାଧାରଣତଃ ସୂର୍ଯ୍ୟଙ୍କ ଉପସ୍ଥିତିଦ୍ଵାରା ହିଁ ଥଣ୍ଡା ଓ ଗରମ ହୋଇଥାଏ ।

ତାପ ପରିବହନ (Heat Transfer) :
ଗରମ ଅଂଶରୁ ଥଣ୍ଡା ଅଂଶକୁ ତାପ ସ୍ଥାନାନ୍ତର ପ୍ରକ୍ରିୟାକୁ ତାପ ପରିବହନ (Heat transfer) କୁହାଯାଏ । ଏହି ପ୍ରକ୍ରିୟାରେ, ଯେଉଁ କଣିକା ଉତ୍ତପ୍ତ ହୁଏ, ତାହା ତାପକୁ ଅନ୍ୟ ଏକ କଣିକା ପାଖକୁ ପଠାଇଥାଏ । କଣିକାଗୁଡ଼ିକ ନିଜେ ଗତି କରନ୍ତି ନାହିଁ । ଏମାନଙ୍କର ସ୍ଥିତି ସ୍ଥିର ଥାଏ ।

Class 7 Science Chapter 7 Notes Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ

କାର୍ଯ୍ୟ-୧ : ଆସ ପରୀକ୍ଷଣ କରିବା

ସତର୍କତା : ଏହି କାର୍ଯ୍ୟ ଜଣେ ଶିକ୍ଷକ କିମ୍ବା ବୟସ୍କ ବ୍ୟକ୍ତିଙ୍କ ତତ୍ତ୍ଵାବଧାନରେ କରାଯିବା ଉଚିତ ।
Class 7 Science Chapter 7 Notes Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ 1

  • ପ୍ରାୟ ୧୫ ସେ.ମି. ଲମ୍ବର ଆଲୁମିନିୟମ କିମ୍ବା ଲୁହା ଭଳି ଏକ ଧାତୁର ପାତ ନିଆଯାଉ ।
  • ମହମ ସାହାଯ୍ୟରେ ପାତରେ ଚାରୋଟି ପିନ୍ ଲଗାଯାଉ । ସେଗୁଡ଼ିକୁ ଏପରି ଭାବରେ ସଜାଯାଉ ଯେପରି ସେଗୁଡ଼ିକ ପ୍ରାୟ ସମାନ ଦୂରତା (ପ୍ରାୟ ୨ ସେ.ମି. ବ୍ୟବଧାନରେ), ଚିତ୍ରରେ ଦେଖାଯାଉଥ‌ିବା ପରି ରହିବେ ।
  • ଚିତ୍ରରେ ଦେଖାଯାଇଥିବା ପରି ପାତକୁ ଏକ ଷ୍ଟାଣ୍ଡରେ ସ୍ଥିର ରଖ୍ ଏବଂ ପିଗୁଡ଼ିକ I, I, II ଏବଂ IV ଭାବରେ ନାମାଙ୍କନ କରାଯାଉ । ଯଦି ଷ୍ଟାଣ୍ଡ୍ ଉପଲବ୍ଧ ନଥାଏ, ତେବେ ପାତଟିକୁ ଦୁଇଟି ଇଟା ମଧ୍ଯରେ ରଖାଯାଉ ।
  • ମହମବତୀ କିମ୍ବା ସ୍ପିରିଟ୍ ଲ୍ୟାମ୍‌ ସାହାଯ୍ୟରେ ପାତର ଶେଷ ଭାଗକୁ ଗରମ କରାଯାଉ ।
  • ପିନ୍‌ଗୁଡ଼ିକର କ’ଣ ହେବ ? ସେଗୁଡ଼ିକ କ’ଣ ଲାଗି ରହିବେ କି ?
  • ପାତରୁ ପିନ୍‌ଗୁଡ଼ିକ କେଉଁ କ୍ରମରେ ଖସିବ ତାହା ଅନୁମାନ କର ।

ସାରଣୀ –୧ ରେ ତୁମ ପର୍ଯ୍ୟବେକ୍ଷଣଗୁଡ଼ିକୁ ଲେଖୁ

ସାରଣୀ-୧ : ପିନ୍ ଖସିବା ପ୍ରଥମେ ଖସିବା ପିନ୍ ତୁମେ ଯାହା ପର୍ଯ୍ୟବେକ୍ଷଣ ତାହାର କାରଣ
ପୂର୍ବାନୁମାନ ପର୍ଯ୍ୟବେକ୍ଷଣ
ପିନ୍ – I ପିନ୍ – I ପ୍ରଥମେ ଖସିଲା ଏହା ମହମବତୀର ଶିଖା ନିକଟରେ ଥିବାରୁ ପ୍ରଥମେ ଉତ୍ତପ୍ତ ହୋଇ ମହମ ତରଳିଯିବାରୁ ଖସିପଡ଼ିଲା
ପିନ୍ – II ପିନ୍ – II ଦ୍ଵିତୀୟରେ ଖସିଲା ପ୍ରଥମ ପିନ୍ ପଡ଼ିବା ପରେ ଦ୍ଵିତୀୟ ପିନ୍ ନିକଟରେ ତାପ ପହଞ୍ଝାରୁ ମହମ ତରଳିବାରୁ ଏହା ଖସିପଡ଼ିଲା
ପିନ୍ – III ପିନ୍ – III ଦ୍ଵତୀୟରେ ଖସିଲା ଦ୍ଵିତୀୟ ପିନ୍ ପଡ଼ିବା ପରେ ତୃତୀୟ ପିନ୍ ପାଖରେ ତାପ ପହଞ୍ଚିବାରୁ ମହମ ତରଳିବାରୁ ଏହା ଖସିପଡ଼ିଲା
ପିନ୍ – IV ପିନ୍ – IV ଶେଷରେ ଖସିଲା ଚତୁର୍ଥ ପିନ୍ ନିକଟରେ ତାପ ଶେଷରେ ପହଞ୍ଚିବାରୁ ଏହା ଶେଷରେ ଖସିଲା

Class 7 Science Chapter 7 Notes Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ

ମହମବତୀର ସବୁଠାରୁ ନିକଟତମ (ପିନ୍ I) ପ୍ରଥମେ ପଡ଼ିଲା । ତା’ପରେ ପିନ୍ II, III ଏବଂ IV ପଢୁଛି । ଏପରି କାହିଁକି ହେଲା ? କାହିଁକି ସମସ୍ତ ପିନ୍ ଏକା ସମୟରେ ପଡ଼ିଲା ନାହିଁ ? ତୁମର ପର୍ଯ୍ୟବେକ୍ଷଣରୁ, ତୁମେ କ’ଣ ଅନୁମାନ କରିପାରୁଛ ?

ତୁମେ ଭାବୁଛ କି, ଧାତବ ପାତରେ ତାପ ସ୍ଥାନାନ୍ତରିତ ହେଉଛି ? ତାପ ଯେତେବେଳେ ପାତ ଦେଇ ସଂଚରିତ ହୁଏ ଏବଂ ପିନ୍ I ପାଖକୁ ଯାଏ, ଏହାକୁ ଧରିଥିବା ମହମ ତରଳିଯାଏ ଏବଂ ପିନ୍ ଖସିଯାଏ । ଏଠାରେ ପାତର ଗରମ ପ୍ରାନ୍ତରୁ ତାପ ଥଣ୍ଡା ପ୍ରାନ୍ତକୁ ସ୍ଥାନାନ୍ତର ହୁଏ । ଗରମ ଅଂଶକୁ ଥଣ୍ଡା ଅଂଶକୁ ତାପ ସ୍ଥାନାନ୍ତର ପ୍ରକ୍ରିୟାକୁ ତାପ ପରିବହନ କୁହାଯାଏ ।
Class 7 Science Chapter 7 Notes Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ 2
ଧାତୁ ଭଳି ପଦାର୍ଥ ମଧ୍ୟଦେଇ ତାପ ସହଜରେ ଗତି କରେ । ସେଥ‌ିପାଇଁ ଧାତୁକୁ ତାପର ସୁପରିବାହୀ କୁହାଯାଏ । ଉଦାହରଣ – ଲୁହା, ତମ୍ବା, ଷ୍ଟିଲ ଇତ୍ୟାଦି । ଯେଉଁ ପଦାର୍ଥ ମଧ୍ୟଦେଇ ତାପ ସହଜରେ ଗତି କରିପାରେ ନାହିଁ, ତାହାକୁ ତାପର କୁପରିବାହୀ (Insulator) କୁହାଯାଏ । ଉଦାହରଣ – କାଠ, କାଚ, ପ୍ଲାଷ୍ଟିକ୍ ।

ସାରଣୀ – ୨ : ତାପ କୁପରିବାହୀ ଓ ସୁପରିବାହୀମାନଙ୍କର ତାଲିକା

କ୍ରମ ସଂଖ୍ୟା ପଦାର୍ଥ ତାପ ସୁପରିବାହୀ / କୁପରିବାହୀ
୧. ଇସ୍ପାତ କୁପରିବାହୀ
୨. କାଠ କୁପରିବାହୀ
୩. ବାୟୁ କୁପରିବାହୀ
୪. ତମ୍ବା କୁପରିବାହୀ
୫. କାଚ କୁପରିବାହୀ
୬. ଆଲୁମିନିୟମ କୁପରିବାହୀ
୭. ପ୍ଲାଷ୍ଟିକ୍ କୁପରିବାହୀ
୮. ଲୁହା କୁପରିବାହୀ
୯. ରବର କୁପରିବାହୀ
୧୦. ଜଳ କୁପରିବାହୀ

Class 7 Science Chapter 7 Notes Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ

ବର୍ତ୍ତମାନ ଯୁଗରେ ଏପରି ଗୃହ ନିର୍ମାଣ କରିବା ସମ୍ଭବ ହେଲାଣି ଯାହା ବିଶେଷକରି ଗ୍ରୀଷ୍ମ ଦିନର ଗରମ ଓ ଶୀତ ଦିନର ଥଣ୍ଡା ସମୟରେ ଅଧ‌ିକ ପ୍ରଭାବିତ ହୁଏ ନାହିଁ । ତାପ ସ୍ଥାନାନ୍ତରଣର ମୌଳିକ ଧାରଣା ପ୍ରୟୋଗ କରି ଏହି ପ୍ରକାର ଗୃହ ନିର୍ମାଣ କରାଯାଉଛି ।

ଚିତ୍ତାକର୍ଷକ ତଥ୍ୟ : ଆମ ରାଜ୍ୟର ମହେନ୍ଦ୍ରଗିରି ଅଞ୍ଚଳରେ, ଯେପରିକି ଗଜପତି ଜିଲ୍ଲାରେ ଶୀତ ଦିନରେ ଅତ୍ୟନ୍ତ ଥଣ୍ଡା ଅନୁଭୂତ ହୁଏ ଏବଂ ବେଳେବେଳେ ତୁଷାରପାତ ହୁଏ । ଏଠାରେ ଘରଗୁଡ଼ିକ ପ୍ରାୟତଃ ଉଷ୍ମ ରହିବା ପାଇଁ ତିଆରି ହୋଇଥାଏ । ଦୁଇଟି କାଠ ସ୍ତର ମଧ୍ଯରେ କିଛି ପଦାର୍ଥକୁ ଦେଇ କାନ୍ଥ ତିଆରି ହୁଏ । ସେଥୁରେ ଗୋବର ଏବଂ କାଦୁଅ ସହ କୁଟାକାଠି ମଧ୍ଯ ମିଶାଯାଇଥାଏ । ଯେହେତୁ କାଠ ଏବଂ କାଦୁଅ ତାପ କୁପରିବାହୀ, ଏହା ତାପ ପ୍ରବାହକୁ ରୋକିଥାଏ ଏବଂ ଶୀତଦିନରେ ଘରଗୁଡ଼ିକୁ ଉଷ୍ମ ରଖିବାରେ ସାହାଯ୍ୟ କରେ । ଖରାଦିନେ ମଧ୍ୟ ଏହି ଘରଗୁଡ଼ିକ ଅପେକ୍ଷାକୃତ ଥଣ୍ଡା ରହିଥାଏ ।

ପରିଚଳନ :
ଧୂଆଁ କାହିଁକି ଉପରକୁ ଉଠୁଛି, ତାହା ବୁଝିବା ପାଇଁ ଆସ ଏକ କାର୍ଯ୍ୟ କରିବା । କାଙ୍କ ଦାନ କରିବା

କାର୍ଯ୍ୟ-୨ : ଆସ ଅନୁସନ୍ଧାନ

Class 7 Science Chapter 7 Notes Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ 3

  • ଦୁଇଟି ଏକାଭଳି କାଗଜ କପ୍ ନିଆଯାଉ ।
  • ସମାନ ଲମ୍ବ ବିଶିଷ୍ଟ ସୂତା ବ୍ୟବହାର କରି ସେଗୁଡ଼ିକୁ ଓଲଟା ସ୍ଥିତିରେ କାଠର ଦୁଇ ମୁଣ୍ଡରେ ଝୁଲାଇ ଦିଆଯାଉ ।
  • ବର୍ତ୍ତମାନ, କପ୍ ଦୁଇଟିକୁ ସଜଡ଼ାଯାଉ ଯାହାଦ୍ଵାରା କାଠଟି ଭୂସମାନ୍ତର ରହିବ ।
  • ସେଥୁରୁ ଗୋଟିଏ କପ୍ ତଳେ ଏକ ଜଳନ୍ତା ମହମବତୀ ରଖାଯାଉ (ଚିତ୍ର ଖ ଭଳି) ।
  • କପ୍‌ର ସ୍ଥିତିରେ କ’ଣ ପରିବର୍ତ୍ତନ ହେଉଛି ତାହା ଦେଖ ।
  • ବାୟୁ ଗରମ ହେଲେ ବିସ୍ତାରିତ ହୁଏ ଏବଂ ଅଧ‌ିକ ସ୍ଥାନ ଅସ୍ଵୀକାର କରେ । ଫଳରେ ଏହା ହାଲୁକା ହୋଇ ଉପରକୁ ଉଠିଥାଏ ।
  • ଧୂପ କାଠି ଜଳିଲେ ଧୂଆଁ ଉପରକୁ ଉଠିଥାଏ ।
  • ଧୂଆଁ ହେଉଛି ଏକ ଉତ୍ତପ୍ତ ଗ୍ୟାସ ଏବଂ କ୍ଷୁଦ୍ର କଣିକାରେ ମିଶ୍ରଣ ଯାହା ଜଳିବାଦ୍ଵାରା ବାହାରକୁ ବାହାରିଥାଏ ।
  • ଏହା ଚାରି ପାଖର ପବନ ଅପେକ୍ଷା ଧୂଆଁ ଉଷ୍ମ ହୋଇଥ‌ିବାରୁ ଉପରକୁ ଉଠିଥାଏ ।
  • ଜଳ, ବାୟୁ ପରି ଯେଉଁ ପ୍ରକ୍ରିୟାଦ୍ଵାରା ଗରମ ହୋଇଥାଏ, ତାହାକୁ ପରିଚଳନ (Convection) କୁହାଯାଏ ।
  • ଜଳକୁ ଗରମ କଲେ ତଳେ ଥିବା ପାଣି ଗରମ ହୋଇ ବିସ୍ତାରିତ ହୁଏ, ହାଲୁକା ହୁଏ ଓ ଉପରକୁ ଉଠେ ।
    Class 7 Science Chapter 7 Notes Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ 4

କାର୍ଯ୍ୟ–୩ : ଆସ ଖୋଜି ବାହାର କରିବା

ସତର୍କତା – ଏହି କାର୍ଯ୍ୟ ଜଣେ ଶିକ୍ଷକ କିମ୍ବା ଜଣେ ବୟସ୍କ ବ୍ୟକ୍ତିଙ୍କ ତତ୍ତ୍ଵାବଧାନ କରାଯିବା ଉଚିତ ।
Class 7 Science Chapter 7 Notes Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ 5

Class 7 Science Chapter 7 Notes Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ

  • ଚିତ୍ରରେ ଦର୍ଶାଯାଇଥିବା ପରି ଏକ ୫୦୦ ମି.ଲି. ବିକରରେ ଅଧାପର୍ଯ୍ୟନ୍ତ ପାଣି ନିଆଯାଉ (ଚିତ୍ର-କ) ।
  • ଏକ କାଠି ସାହାଯ୍ୟରେ ପୋଟାସିୟମ ପରମାଙ୍ଗାନେଟ୍‌ର ଏକ ଦାନା ପାଣି ଭିତରେ ରଖାଯାଉ ।
  • ବିକର ତଳେ ଏକ ଜଳନ୍ତା। ମହମବ ତୀ ର ଖ୍ ପର୍ଯ୍ୟବେକ୍ଷଣ କର (ଚିତ୍ର-କ) ।
  • ଜଳର ଉପର ସ୍ତରର ପରିବର୍ତ୍ତନକୁ ପର୍ଯ୍ୟବେକ୍ଷଣ କରାଯାଉ । ବିକର ଭିତରେ ରଙ୍ଗୀନ ପାଣି ଧାରକୁ ଲକ୍ଷ୍ୟ କରାଯାଉ ।
  • ରଙ୍ଗୀନ ପାଣି ଧାର ଉପରକୁ ଉଠୁଛି ଓ ତଳକୁ ଖସୁଛି । (ଚିତ୍ର-କ) ଗରମ କଲେ ରଙ୍ଗୀନ ପାଣିଧାର ବିକର ମଧ୍ୟଦେଇ ତଳୁ ଉପରକୁ ଉଠେ ଏବଂ ପାର୍ଶ୍ଵଦେଇ ତଳକୁ ଖସେ କାହିଁକି ?
  • ବିକରକୁ ଗରମ କଲେ ତଳେ ଥିବା ପାଣି ମଧ୍ୟ ଗରମ ହୁଏ । ବିକର ଗରମ ହେଲାପରେ ତଳେ ଥ‌ିବା ପାଣି ଗରମ ହୋଇ ବିସ୍ତାରିତ ହୁଏ, ହାଲୁକା ହୁଏ ଏବଂ ଉପରକୁ ଉଠିଥାଏ ।
  • ବିକରରେ ପାର୍ଶ୍ଵରେ ଥିବା ପାଣି ତୁଳନାତ୍ମକ ଭାବରେ ଥଣ୍ଡା ଏବଂ ଭାରୀ, ଏବଂ ସେଥ୍ପାଇଁ ଉପରକୁ ଉଠୁଥ‌ିବା ପାଣିର ଖାଲି ସ୍ଥାନ ନେବାକୁ ତଳକୁ ଆସେ । ତା’ପରେ, ଏହି ପାଣି ଗରମ ହୁଏ ଏବଂ ପୁଣି ଉପରକୁ ଉଠିଥାଏ ।
  • ଏହି ଚକ୍ର ଜଳ ସମ୍ପୂର୍ଣ୍ଣ ଗରମ ହେବା ପର୍ଯ୍ୟନ୍ତ ଚାଲିଥାଏ । ଏହି କ୍ଷେତ୍ରରେ, ଜଳକଣିକାଗୁଡ଼ିକର ଗତିଦ୍ଵାରା ଜଳ ସମ୍ପୂର୍ଣ୍ଣ ଗରମ ହୁଏ । ଏହାକୁ ପରିଚଳନ କୁହାଯାଏ ।

ସ୍ଥଳ ଓ ସମୁଦ୍ର ପବନ :
ମାଟି ଓ ପାଣି ମଧ୍ୟରୁ ମାଟିର ତାପମାତ୍ରା ଶୀଘ୍ର ବୃଦ୍ଧି ପାଇଥାଏ । ମାଟି ଓ ପାଣିର ତାପମାତ୍ରା ସମାନ ସମୟରେ ସମାନ ଭାବରେ ବୃଦ୍ଧି ପାଇ ନଥାଏ । ମାଟି ପାଣି ଅପେକ୍ଷା ଦ୍ରୁତ ଗତିରେ ଗରମ ହୋଇଥାଏ, ସେହିପରି ପାଣି ଅପେକ୍ଷା ମାଟି ଶୀଘ୍ର ଥଣ୍ଡା ହୋଇଥାଏ ।

କାର୍ଯ୍ୟ-୪ : ଆସ ଅନୁସନ୍ଧାନ କରିବା

ସତର୍କତା – ଏହି କାର୍ଯ୍ୟ ଗୋଟିଏ ଶୁଖୁଲା ପାଗରେ ଜଣେ ଶିକ୍ଷକ କିମ୍ବା ଜଣେ ବୟସ୍କ ବ୍ୟକ୍ତିଙ୍କ ତତ୍ତ୍ଵାବଧାନରେ କରାଯିବା ଉଚିତ ।
Class 7 Science Chapter 7 Notes Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ 6

  • ଚିତ୍ରରେ ଦେଖାଯାଇଥିବା ପରି ଦୁଇଟି ସମାନ ସମାନ ପାତ୍ର ନିଆଯାଉ ।
  • ଗୋଟିଏ ପାତ୍ରକୁ ମାଟିରେ ଅଧା ପୂରଣ କରାଯାଉ ଏବଂ ଅନ୍ୟ ପାତ୍ରରେ ଅଧା ପାଣି ନିଆଯାଉ ।
  • ଚିତ୍ରରେ ଦେଖାଗଲା ପରି ପ୍ରତ୍ୟେକ ପାତ୍ରରେ ଏକ ବିଜ୍ଞାନଗାର ଥର୍ମୋମିଟର ରଖାଯାଉ, ଯେପରି ଥର୍ମୋମିଟର ବଲ୍‌ବଗୁଡ଼ିକ ମାଟି ଏବଂ ପାଣିରେ ବୁଡ଼ି ରହିଥ୍ବ ଏବଂ ପାତ୍ରଗୁଡ଼ିକର ତଳ କିମ୍ବା ପାର୍ଶ୍ଵକୁ ସ୍ପର୍ଶ କରୁ ନଥିବ ।
  • ପରୀକ୍ଷଣଟିକୁ ସୂର୍ଯ୍ୟାଲୋକ ପଡୁଥ‌ିବା ସ୍ଥାନରେ ରଖ ।
  • ପ୍ରତ୍ୟେକ ୫ ମିନିଟ୍ ବ୍ୟବଧାନରେ ମାଟି ଏବଂ ପାଣିର ତାପମାତ୍ରା ମାପି ସାରଣୀରେ ଲେଖ

Class 7 Science Chapter 7 Notes Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ

ସାରଣୀ : ଉତ୍ତପ୍ତ ମାଟି ଏବଂ ପାଣିର ତାପମାତ୍ରା

କ୍ରମିକ ସଂଖ୍ୟା ସମୟ (ମିନିଟ୍‌ରେ) ମାଟିର ତାପମାତ୍ରା (°C ରେ) ଜଳର ତାପମାତ୍ରା (C ରେ)
୧. ୦ ୨୫ ୨୫
୨. ୫ ୨୭ ୨୬
୩. ୧୦ ୨୯ ୨୭
୪. ୧୫ ୩୨ ୨୮
୫. ୨୦ ୩୫ ୨୯

୨୦ ମିନିଟ୍‌ରେ, ପରୀକ୍ଷଣଟିକୁ ଘର ଭିତରକୁ ଆଣିଲେ, ତୁମେ ଜାଣିପାରିବ ଯେ ମାଟି ପାଣି ଅପେକ୍ଷା ଅଧିକ ଗରମ ହେଲା । ଏହା ସୂଚିତ କରେ ଯେ ମାଟି ପାଣି ଅପେକ୍ଷା ଦ୍ରୁତ ଗତିରେ ଗରମ ହୁଏ ।

ମାଟି ପାଣି ଅପେକ୍ଷା ଶୀଘ୍ର ଥଣ୍ଡା ଭିତରକୁ ଆଣ ଏବଂ ଏହାକୁ ଥଣ୍ଡା ଶୀଘ୍ର ଥଣ୍ଡା ହୋଇଛି, ଯେପରି ଏହା ଉପକୂଳବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ହୁଏ କି ? ମାଟି ଏବଂ ପାଣି ଗରମ ହେଲାପରେ, ପରୀକ୍ଷଣଟିକୁ ଘର ହେବାକୁ ଦିଅ । ୨୦ ମିନିଟ୍‌ରେ ତୁମେ ଦେଖୁବ ଯେ ପାଣି ଅପେକ୍ଷା ମାଟି ଶୀଘ୍ର ଗରମ ହୋଇଥିଲା ।

ଲୋକମାନେ ଜଳଭାଗ ଓ ସ୍ଥଳଭାଗର ଗରମ ଓ ଥଣ୍ଡା ହେବା ପ୍ରକ୍ରିୟା ଭିନ୍ନ ଭିନ୍ନ ହାରରେ ହେଉଥ‌ିବା ଅନୁଭବ କରିଥା’ନ୍ତି ।
Class 7 Science Chapter 7 Notes Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ 7
ଦିନବେଳେ ଜଳଭାଗ ଅପେକ୍ଷା ସ୍ଥଳଭାଗ ଶୀଘ୍ର ଗରମ ହୋଇଥାଏ । ଏହା ସ୍ଥଳଭାଗର ବାୟୁକୁ ଉପରକୁ ଉଠାଇଥାଏ, ତେଣୁ ଜଳଭାଗର ଶୀତଳ ବାୟୁ ସ୍ଥଳଭାଗରେ ପ୍ରବେଶ କରେ । ଏହି ଶୀତଳ ବାୟୁକୁ ସମୁଦ୍ର ପବନ (See Breeze) କୁହାଯାଏ ।

ଗରମ ସ୍ଥାନଗୁଡ଼ିକରେ ସମୁଦ୍ର ପବନ ଲୋକଙ୍କୁ ଗରମରୁ ରକ୍ଷାକରେ ଓ ସେଥ‌ିପାଇଁ ଉପକୂଳବର୍ତ୍ତୀ ଅଞ୍ଚଳର ଘରଗୁଡ଼ିକର ଝରକାଗୁଡ଼ିକୁ ସମୁଦ୍ର ଆଡ଼କୁ ମୁହଁକରି ରଖାଯାଇଥାଏ ।
Class 7 Science Chapter 7 Notes Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ 8
ରାତିହେଲେ ସୂର୍ଯ୍ୟଙ୍କ ଅନୁପସ୍ଥିତିରେ ସ୍ଥଳଭାଗ, ଜଳଭାଗ ଅପେକ୍ଷା ଶୀଘ୍ର ଥଣ୍ଡା ହୋଇଥାଏ, ଯାହାଫଳରେ ଜଳଭାଗର ବାୟୁ ଉତ୍ତପ୍ତ ହୋଇ ଉପରକୁ ଉଠିଥାଏ ଏବଂ ସ୍ଥଳଭାଗର ଥଣ୍ଡା ବାୟୁ, ସମୁଦ୍ର ଆଡ଼କୁ ବହିଥାଏ । ଏହି ବାୟୁକୁ ସ୍ଥଳ ବାୟୁ (Land Breeze) କୁହାଯାଏ ।

ସମୁଦ୍ର ବାୟୁ ଓ ସ୍ଥଳବାୟୁର ଚଳନ ଯୋଗୁଁ ଉପକୂଳ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ଅନୁଭବ କରିଥାନ୍ତି ଯେ, ଦିନ ଓ ରାତିରେ ବାୟୁ ବିପରୀତ ଦିଗରେ ପ୍ରବାହିତ ହୋଇଥାଏ ।

Class 7 Science Chapter 7 Notes Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ

ବିକିରଣ (Radiation) :
ଯେତେବେଳେ ତାପ ସ୍ଥାନାନ୍ତରଣ ପ୍ରକ୍ରିୟା ସିଧାସଳଖ ବା ଗରମ୍ ବସ୍ତୁରୁ ଆମ ପାଖକୁ ହୋଇଥାଏ, ସେହି ପ୍ରକ୍ରିୟାକୁ ବିକିରଣ (Radiation) କୁହାଯାଏ । ଏହି ପ୍ରକ୍ରିୟାଦ୍ଵାରା ତାପର ସ୍ଥାନାନ୍ତର ପାଇଁ କୌଣସି ମାଧ୍ଯମର ଆବଶ୍ୟକତା ନଥାଏ । ସମସ୍ତ ବସ୍ତ୍ର ତାପ ବିକିରଣ କରିଥା’ନ୍ତି ।

ଖରାଦିନେ ଧଳା କିମ୍ବା ହାଲୁକା ରଙ୍ଗର ପୋଷାକ ଓ ଶୀତ ଦିନରେ ଗାଢ଼ ରଙ୍ଗର ପୋଳ କାହିଁକି ଆରାମଦାୟକ ଲାଗେ ?
ଉ. ହାଲୁକା ରଙ୍ଗର ପୋଷାକ ଉପରେ ପଡୁଥ‌ିବା ଅଧିକାଂଶ ତାପ ପ୍ରତିଫଳିତ ହୋଇଯାଏ ଏବଂ ସେଗୁଡ଼ିକୁ ପିନ୍ଧିଲେ ଆମକୁ ଅଧିକ ଆରାମ ଅନୁଭବ ହୁଏ । ଅନ୍ୟପକ୍ଷରେ, ଗାଢ଼ ରଙ୍ଗର ପୃଷ୍ଠଗୁଡ଼ିକ ଅଧ୍ବକ ତାପ ଶୋଷଣ କରେ, ତେଣୁ ଆମେ ଶୀତଦିନରେ ଏଗୁଡ଼ିକଦ୍ଵାରା ଅଧ୍ବକ ଆରାମ ଅନୁଭବ କରୁ ।

ଆମ ଦୈନନ୍ଦିନ ଜୀବନରେ ଘଟୁଥ‌ିବା ଅନେକ ଉଦାହରଣ ଅଛି, ଯେଉଁଠାରେ ଏକସାଙ୍ଗରେ ପରିବହନ, ପରିଚଳନ ଏବଂ ବିକିରଣ ଇତ୍ୟାଦି ପ୍ରକ୍ରିୟା ଦେଖିବାକୁ ମିଳିଥାଏ ।

ପାଣି ଗରମ ହେଉଥ‌ିବାବେଳେ ପରିବହନଦ୍ଵାରା ତାପ ନିଆଁରୁ ପାତ୍ରକୁ ସ୍ଥାନାନ୍ତରିତ ହୋଇଥାଏ । ପରବର୍ତୀ ସମୟରେ ପରିଚଳନଦ୍ୱାରା ପାତ୍ରରେ ପାଣି ଗରମ ହୁଏ । ଏଠାରେ ନିଆଁ ଓ ପାତ୍ରକୁ ଆମେ ଯେଉଁ ଉଷ୍ମତ ଅନୁଭବ କରିଥାଉ ତାହା ବିକିରଣ ଦ୍ଵାରା ହିଁ ହୋଇଥାଏ ।

ସିଦ୍ଧାନ୍ତ :
ସାଧାରଣତଃ ୩ ଟି ପ୍ରକ୍ରିୟାଦ୍ଵାରା ତାପ ସ୍ଥାନାନ୍ତରିତ ହୋଇଥାଏ ଯଥା :
I. ପରିବହନ (Conduction) : ଏହି ପ୍ରକ୍ରିୟାରେ ଗୋଟିଏ କଣିବା ତାପ ଗ୍ରହଣ କରି ଗରମ ହୁଏ ଓ ନିକଟସ୍ଥ କଣିକାକୁ ତାପ ସଂଚାରଣ କରେ ।
II. ପରିଚଳନ (Convection) : ଏହି ପ୍ରକ୍ରିୟାରେ ତାପମାତ୍ରାର ସ୍ଥାନାନ୍ତରଣ କଣିକାଗୁଡ଼ିକର ପ୍ରକୃତ ଗତିଦ୍ଵାରା ସମ୍ପାଦିତ ହୋଇଥାଏ ।
III, ବିକିରଣ (Radiation) : ଏହି ପ୍ରକ୍ରିୟାରେ ତାପ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରେ ଏବଂ ଏଥ‌ିରେ ସ୍ଥାନାନ୍ତର ପାଇଁ କୌଣସି ଭୌତିକ ମାଧ୍ୟମର ଆବଶ୍ୟକତା ନଥାଏ ।

ଚିତାକର୍ଷକ ତଥ୍ୟ – ବୁଖାରି :
ହିମାଳୟ ଭଳି ଅତ୍ୟଧ୍ୱକ ଶୀତ ଅଞ୍ଚଳରେ ଶୀତଦିନେ ଘରକୁ ଗରମ ରଖୁବା ପାଇଁ ପାରମ୍ପରିକ ‘ବୁଖାରି’’ର ବ୍ୟବହାର କରାଯାଏ । ସେଥୁରେ ଏକ ଲମ୍ବା ପାଇପ ଯୋଡ଼ି ହୋଇ ରହିଥାଏ ଏବଂ ନିର୍ଗତ ଧୂଆଁକୁ ବାହାରକୁ ଛାଡ଼ିଥାଏ । ଏହା ସହିତ ବୁଖାରି ରୋଷେଇ କରିବା ପାଇଁ ବ୍ୟବହାର ହୁଏ । ଏହାର ଉପର ପାର୍ଶ୍ଵଟି ଚଟାଣ ଭଳି ହୋଇଥ‌ିବାରୁ ବାସନକୁସନ ରଖ୍ ହୁଏ । ଏହା ଘରକୁ ଗରମ ରଖିବା ଓ ରୋଷେଇ କରିବା ସମୟରେ ତାପ ସ୍ଥାନାନ୍ତରର ତନୋଟିଯାକ ପ୍ରକ୍ରିୟା ପରିବହନ, ପରିଚଳନ ଓ ବିକିରଣ ପ୍ରଦର୍ଶନ କରେ ।
Class 7 Science Chapter 7 Notes Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ 9

Class 7 Science Chapter 7 Notes Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ

ପୃଥ‌ିବୀରେ ଥ‌ିବା ମହାସାଗର, ନଦୀ, ହ୍ରଦ ଓ ଜଳାଶୟଗୁଡ଼ିକରେ ଜଳ ତରଳ ଅବସ୍ଥାରେ ରହିଥାଏ । ପର୍ବତ ଓ ମେରୁ ଅଞ୍ଚଳରେ ତୁଷାର, ବରଫ ଚାଦର ଏବଂ ହିମବାହ ରୂପରେ କଠିନ ଅବସ୍ଥାରେ ରହିଥାଏ ଏବଂ ପୃଥ‌ିବୀର ବାୟୁମଣ୍ଡଳରେ ଏହା ଜଳୀୟବାଷ୍ପ ଆକାରରେ ରହିଥାଏ ।

ସୂର୍ଯ୍ୟକିରଣ ଦ୍ଵାରା ସମୁଦ୍ର, ନଦୀ, ହ୍ରଦ ଇତ୍ୟାଦିରୁ ଜଳ ବାଷ୍ପୀଭୂତ ହୋଇ ଜଳୀୟବାଷ୍ପ ଆକାରରେ ବାୟୁମଣ୍ଡଳକୁ ଯାଇଥାଏ । ଏହି ପ୍ରକ୍ରିୟାଟି ମଧ୍ୟ ଉଭିଦମାନଙ୍କରେ ଉଵେଦନ (Transpiration) ଦ୍ଵାରା ସମ୍ପାଦିତ ହୋଇଥାଏ ।

ଯେତେବେଳେ ଜଳୀୟ ବାଷ୍ପ ଉପରକୁ ଉଠିଯାଏ, ଏହା ଥଣ୍ଡା ହୋଇ ଘନୀଭୂତ ହୁଏ ଓ ମେଘରେ ପରିଣତ ହୋଇଥାଏ । ବୃଷ୍ଟିପାତ ରୂପରେ ମେଘରୁ ଏହା ମାଧ୍ୟାକର୍ଷଣ ଶକ୍ତି ଦ୍ଵାରା ତଳକୁ ଆସିଥାଏ ।

ଜଳର ନିରନ୍ତର ଗତି ଯାହାକି ଜଳୀୟ ବାଷ୍ପ ଆକାରରେ ଉପରକୁ ଉଠିବା ଏବଂ ବୃଷ୍ଟିପାତ ମାଧ୍ୟମରେ ତଳକୁ ପ୍ରକ୍ରିୟାକୁ ଜଳଚକ୍ର ଆସି ମାଟି, ପଥର ଓ ଉଭିଦ ଦେଇ ଗତିକରି ଶେଷରେ ଜଳାଶୟକୁ ଫେରିଯିବା (Water Cycle) କୁହାଯାଏ ।

ଜଳଚକ୍ର ଜଳର ପୁନଃ ଭରଣରେ ସାହାଯ୍ୟ କରେ ଏବଂ ନଦୀ, ହ୍ରଦ ଓ ସମୁଦ୍ରରେ ଜଳ ପୂରଣ କରିବାରେ ମଧ୍ୟ ଏହା ସାହାଯ୍ୟ କରିଥାଏ । ଏହି ପ୍ରକ୍ରିୟା ଦ୍ଵାରା ପୃଥ‌ିବୀରେ ଥ‌ିବା ମୋଟ ଜଳର ପରିମାଣ ସଂରକ୍ଷିତ ହୋଇଥାଏ । ପୃଥ‌ିବୀ ପୃଷ୍ଠରେ ପଡୁଥିବା ବର୍ଷାଜଳ, ପୋଖରୀ, ହ୍ରଦ, ନଦୀ ଓ ପରିଶେଷରେ ସମୁଦ୍ରରେ ମିଶିଯାଏ କିମ୍ବା ଭୂମି ଭିତରକୁ ପ୍ରବେଶ କରେ ।

ଜଣେ ବୈଜ୍ଞାନିକଙ୍କୁ ଜାଣିବା
ବରାହମିହିର ଷଷ୍ଠ ଶତାବ୍ଦୀର ଉଜ୍ଜୟିନୀ (ମଧ୍ୟପ୍ରଦେଶ) ର ଜଣେ ଜ୍ୟୋତିର୍ବିଜ୍ଞାନୀ ଏବଂ ଗଣତଜ୍ଞ ଥିଲେ । ତାଙ୍କର ବହି ‘ବୃହତ୍ ସଂହିତା’ରେ ସେ ଋତୁକାଳୀନ ବର୍ଷାର ପୂର୍ବାନୁମାନ ପାଇଁ ବିଭିନ୍ନ ପଦ୍ଧତି ଦେଇଥିଲେ । ଋତୁକାଳୀନ ବର୍ଷା ବିଷୟରେ ତାଙ୍କର ପୂର୍ବାନୁମାନ କେତେକ ଉପାଦାନ ଉପରେ ଆଧାରିତ ଥୁଲା, ଯେପରିକି ମେଘ ଗଠନ, ପବନର ଶୈଳୀ, ଚନ୍ଦ୍ର ଓ ତାରାମାନଙ୍କର ସ୍ଥିତି ଏବଂ ଅନ୍ୟାନ୍ୟ ପ୍ରାକୃତିକ ଘଟଣା ।

ଜଳ କିପରି ପୃଥ‌ିବୀ ପୃଷ୍ଠରୁ ଭିତରକୁ ପ୍ରବେଶ କରିଥାଏ :

କାର୍ଯ୍ୟ–୫ : ଆସ ଅନୁସନ୍ଧାନ କରିବା

Class 7 Science Chapter 7 Notes Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ 10

  • ୧ ଲିଟର କ୍ଷମତା ବିଶିଷ୍ଟ ତିନୋଟି ସ୍ଵଚ୍ଛ, ବ୍ୟବହୃତ ପ୍ଲାଷ୍ଟିକ୍ ବୋତଲ ନିଆଯାଉ, ।
  • ସେଗୁଡ଼ିକୁ ମଝିରୁ କାଟି ଛୋଟ କରାଯାଉ ଏବଂ ବୋତଲ ଠିପିରେ ଏକ ଛିଦ୍ର କରାଯାଉ ।
  • ସେଗୁଡ଼ିକୁ ଓଲଟା ରଖାଯାଉ । ଚି ତ୍ର ରେ ଦେଖାଯାଇଥ‌ିବା ପରି ଗୋଟିଏ ବୋତଲରେ କିଛି କାଦୁଅ ନିଆଯାଉ, ଦ୍ଵିତୀୟଟିରେ ବାଲି ଏବଂ ତୃତୀୟଟିରେ ପଥର ନିଆଯାଉ ।
  • ପ୍ରତ୍ୟେକ ବୋତଲରେ ୨୦୦ ମି.ଲି. ଜଳ ମିଶାଯାଉ ।
  • ପ୍ରତ୍ୟେକ ବୋତଲରୁ କେତେ ଜଳ ବାହାରୁଛି ତାହା ଅନୁମାନ କରାଯାଉ ।
  • ପ୍ରତ୍ୟେକ ବୋତଲ ଦେଇ ବହିଯାଉଥ‌ିବା ଜଳକୁ ୧୦ ମିନିଟ୍ ପାଇଁ ସଂଗ୍ରହ କରାଯାଉ ।
  • ପ୍ରତ୍ୟେକ ବୋତଲ ଦେଇ ଆସୁଥ‌ିବା ଜଳର ପରିମାଣକୁ ତୁଳନା କରାଯାଉ ।

Class 7 Science Chapter 7 Notes Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ

ସାରଣୀ : ଭୁପୃଷ୍ଠକୁ ଜଳ କିପରି ମାଟି ଭିତରେ ପଶେ

ବୋତଲ ଭିତରେ ଥବା ପଦାର୍ଥ ପୂର୍ବାନୁମାନ ଜଳର ଝରିବା ପ୍ରଣାଳୀ (ଅତି ଧୀର/ଧୀର/ଦ୍ରୁତ) ପର୍ଯ୍ୟବେକ୍ଷଣ ଜଳର ଝରିବା ପ୍ରଣାଳୀ (ଅତି ଧୀର|ଧୀର/ଦ୍ରୁତ)
ବୋତଲ ୧ (କାଦୁଅ) ଅତି ଧୀର ଅତି ଧୀର
ବୋତଲ ୨ (ବାଲି) ଧୀର ଦ୍ରୁତ
ବୋତଲ ୩ (ଗୋଡ଼ି) ଧୀର ଦ୍ରୁତ

ଉପରୋକ୍ତ ପରୀକ୍ଷଣରୁ ଆମେ ଦେଖିବାକୁ ପାଇବା ଯେ, ପାଣି, ଗୋଡ଼ି ବା ପଥର ଦେଇ ସବୁଠାରୁ ଶୀଘ୍ର ଏବଂ ବାଲି ଦେଇ ଧୀରେ ଓ ମାଟି ଦେଇ ସବୁଠାରୁ ଧୀରେ ପାଣି ତଳକୁ ଝରିଥାଏ ।
Class 7 Science Chapter 7 Notes Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ 11
ଏଠାରେ ପଥର ବା ଗୋଡ଼ି ମଧ୍ଯରେ ଖାଲି ସ୍ଥାନ ଅଧ୍ଵକ ହୋଇଥାଏ, କିନ୍ତୁ ବାଲି ଏବଂ ମାଟିରେ କମ୍ ରହିଥାଏ, ତେଣୁ ପଥର ନା ଗୋଡ଼ି ଦେଇ ଅଧୂକ ସହଜରେ ପାଣି ଝରିପାରେ । ପୃଥ‌ିବୀ ପୃଷ୍ଠରୁ ମାଟି ଅନୁଯାୟୀ ତଳକୁ ତଳକୁ ପାଣିର ପ୍ରବାହ ପ୍ରକ୍ରିୟାକୁ ଅବଶୋଷଣ (Infiltration) କୁହାଯାଏ ।

ଯଦି ମାଟି ଏବଂ ପଥର ମଧ୍ଯରେ ଖାଲିସ୍ଥାନ ଅଧିକ ରହିଥାଏ, ତେବେ ଜଳପ୍ରବାହ ସହଜ ହୋଇଥାଏ । ଯେଉଁ ପାଣି ଛିଦ୍ର ଦେଇ ପ୍ରବେଶ କରେ ଗୋଡ଼ି ତାହା ଛିଦ୍ର ସ୍ଥାନରେ ସଂରକ୍ଷିତ ହୋଇଯାଏ । ପୃଷ୍ଠ ତଳେ ଥିବା ପଥରଗୁଡ଼ିକରେ ଥ‌ିବା ଅବଶିଷ୍ଟାଶ ଏବଂ ଖୋଲା ସ୍ଥାନଗୁଡ଼ିକରେ ଏହା ଭୂତଳ ଜଳ ଭାବରେ ସଂଗୃହୀତ ହୋଇରହେ ।

ଜଳର ଭୂତଳ ସ୍ତର ଏବଂ ଛିଦ୍ର ସ୍ଥାନରେ ଓ ପଥର ମଧ୍ଯରେ ଜମି ରହୁଥିବା ଜଳକୁ ଭୂତଳ ସ୍ତର କୁହାଯାଏ । ଏହି ଜଳକୁ ଆମେ କିମ୍ବା ନଳକୂପ ଖୋଳି ବ୍ୟବହାର କରିଥାଉ । ସ୍ଥାନ ଅନୁଯାୟୀ ଏହି ଜଳସ୍ତର ଅଳ୍ପ କେତେ ମିଟରରୁ ଶହ ଶହ ମିଟର ହୋଇଥାଏ ।
Class 7 Science Chapter 7 Notes Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ 12
ଭୂତଳ ଜଳ ଅସୀମ ନୁହେଁ । ବଢୁଥ‌ିବା ଜନସଂଖ୍ୟାର ଆବଶ୍ୟକତା ପୂରଣ କରିବା ପାଇଁ ଭୂତଳ ଜଳ ଶୋଷଣ ପ୍ରକ୍ରିୟା ଦ୍ରୁତବେଗରେ ବୃଦ୍ଧି ପାଉଅଛି । ଉଭିଦ ଆଚ୍ଛାଦନ ହ୍ରାସ ପାଇବା ଓ ସହରାଞ୍ଚଳରେ ବର୍ଦ୍ଧିତ କଂକ୍ରିଟ ପୃଷ୍ଠ ଜଳର ଅନୁପ୍ରବେଶକୁ ସୀମିତ କରୁଅଛି, ଫଳରେ ଭୂତଳ ଜଳ ହ୍ରାସ ପାଉଅଛି ।

ଭୂତଳ ଜଳ ହ୍ରାସ ସମସ୍ୟାର ସମାଧାନ ପାଇଁ ବର୍ଷାଜଳ ଅମଳ ଏବଂ ପୁନଃଭରଣ ପିଟ୍ ବ୍ୟବହୃତ କରାଯିବାର ଆବଶ୍ୟକତା ରହିଅଛି । ସୁତରାଂ ଜଳଚକ୍ରଦ୍ଵାରା ଭୂଗର୍ଭ ଜଳର ପୁନଃଭରଣ ହୁଏ ଓ ଏହାଦ୍ଵାରା ଭୂଗର୍ଭରେ ସ୍ଥାୟୀ ଯୋଗାଣ ନିଶ୍ଚିତ ହୋଇଥାଏ ।

ଜଳର ଅଭାବରେ ଜୀବଜନ୍ତୁ ବଞ୍ଚିବା କଷ୍ଟକର ହୋଇଥାଏ, ତେଣୁ ଲୋକମାନେ ଜଳ ସଂରକ୍ଷଣ ପାଇଁ ବିଭିନ୍ନ ଉପାୟ ବିକଶିତ କରୁଛନ୍ତି । ଲଦାଖରେ ଲୋକମାନେ ବରଫ ସ୍ତପ ତିଆରି କରି ସେଥୁରେ ଜଳ ସଂଗ୍ରହ କରୁଛନ୍ତି ।

Class 7 Science Chapter 7 Notes Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ

ବିଜ୍ଞାନ ଓ ସମାଜ ବରଫ ସ୍ତୁପ :
ବସନ୍ତ ଋତୁରେ ଲାଦାଖରେ ଝରଣାଗୁଡ଼ିକ ପ୍ରାୟତଃ ଶୁଝାଏ । ଜଳର ଅଭାବ ଭରଣା କରିବା ପାଇଁ ସୂର୍ଯ୍ୟ କିରଣ ବରଫ ତରଳାଇବା ପର୍ଯ୍ୟାପ୍ତ ହୋଇ ରହେନାହିଁ । ସେଥ‌ିପାଇଁ ଶୀତଦିନେ ଉପରେ ଥ‌ିବା ପର୍ବତରୁ ପାଣି ଝରଣା ଆକାରରେ କିମ୍ବା ପାଇପ୍ ଦେଇ ତଳକୁ ଅଣାଯାଏ । ଏହି ପାଣି ଉପରେ ଶୀତଳ ବାୟୁ ସିଞ୍ଚନ କରାଯାଏ । ଯେତେବେଳେ ଥଣ୍ଡାପବନ ଏହା ଉପରେ ପଡ଼େ, ଅତ୍ଯନ୍ତ କମ୍ ତାପ ଯୋଗୁଁ ଏହା ବରଫ ଆକାରରେ ଜମାଟ ବାନ୍ଧିଯାଏ । ଏହି ବରଫ ସ୍ତର ପରେ ସ୍ତର ଜମା ହୋଇ ଏକ ଉଚ୍ଚ, କୋଣ ଆକୃତି ସୃଷ୍ଟି କରେ, ଯାହାକୁ ବରଫ ସ୍ତୁପ କୁହାଯାଏ । ବରଫ ସ୍ତୁପ ବସନ୍ତ ଋତୁରେ ଧୀରେ ତରଳିଯାଏ ଚାଷ ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ସାରା ଗ୍ରୀଷ୍ମ ଋତୁରେ ପାଣି ଯୋଗାଇଥାଏ ।
Class 7 Science Chapter 7 Notes Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ 13

ବିଷୟବସ୍ତୁର ସାରାଂଶ :

  • ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ତାପ ସ୍ଥାନାନ୍ତରିତ ହେବାର ତିନୋଟି ଉପାୟ ଅଛି – ପରିବହନ, ପରିଚଳନ ଏବଂ ବିକିରଣ ।
  • ବସ୍ତର ଉତ୍ତପ୍ତ ଅଂଶରୁ ଥଣ୍ଡା ଅଂଶକୁ ତାପ ସ୍ଥାନାନ୍ତର ପ୍ରକ୍ରିୟାକୁ ପରିବହନ କୁହାଯାଏ । ଏହି ପ୍ରକ୍ରିୟାରେ, କଣିକାଗୁଡ଼ିକ ସେମାନଙ୍କର ସ୍ଥାନରୁ ଘୁଞ୍ଚନ୍ତି ନାହିଁ ।
  • ଯେଉଁ ପଦାର୍ଥଗୁଡ଼ିକ ସହଜରେ ତାପକୁ ସେମାନଙ୍କ ମଧ୍ୟ ଦେଇ ଗତି କରିବାକୁ ଦିଏ, ସେଗୁଡ଼ିକୁ ତାପର ସୁପରିବାହୀ କୁହାଯାଏ ।
  • ଯେଉଁ ପଦାର୍ଥଗୁଡ଼ିକ ସହଜରେ ତାପକୁ ସେମାନଙ୍କ ମଧ୍ୟ ଦେଇ ଗତି କରିବାକୁ ଦିଏ ନାହିଁ, ସେମାନଙ୍କୁ ତାପର କୁପରିବାହୀ କୁହାଯାଏ ।
  • କଠିନ ପଦାର୍ଥରେ ତାପ ପରିବହନ ପ୍ରକ୍ରିୟା ମାଧ୍ୟମରେ ସ୍ଥାନାନ୍ତରିତ ହୁଏ । କିନ୍ତୁ ତରଳ ଏବଂ ଗ୍ୟାସରେ ପରିଚଳନଦ୍ଵାରା ତାପ ସ୍ଥାନାନ୍ତରିତ ହୁଏ ।
  • ପରିଚଳନରେ ତାପ ସ୍ଥାନାନ୍ତର କଣିକାଗୁଡ଼ିକର ଗତିଦ୍ଵାରା ହୋଇଥାଏ । ପରିଚଳନର ଉଦାହରଣ ହେଲା ସ୍ଥଳ ପବନ ଏବଂ ସମୁଦ୍ର ପବନ ।
  • ସୂର୍ଯ୍ୟର ଉତ୍ତାପ ବିକିରଣ ମାଧ୍ୟମରେ ପୃଥିବୀରେ ପହଞ୍ଚେ ।
  • ସମସ୍ତ ବସ୍ତ୍ର ସେମାନଙ୍କ ପରିବେଶ ସହିତ ତାପ ବିନିମୟ ବିକିରଣ ପ୍ରକ୍ରିୟାଦ୍ଵାରା କରନ୍ତି ।
  • ପରିବହନ ଏବଂ ପରିବହନ ପ୍ରକ୍ରିୟାରେ ତାପ ସ୍ଥାନାନ୍ତର ପାଇଁ ଏକ ମାଧ୍ୟମ ଆବଶ୍ୟକ କିନ୍ତୁ ବିକିରଣ ପାଇଁ କୌଣସି ମାଧ୍ୟମର ଆବଶ୍ୟକତା ନାହିଁ ।
  • ଘର ଓ ପୋଷାକ ପ୍ରସ୍ତୁତିରେ ତାପ ସ୍ଥାନାନ୍ତରଣର ନୀତି ବ୍ୟବହାର କରାଯାଏ ।
  • ଜଳର ନିରନ୍ତର ଗତି – ବାଷ୍ପ ଭାବରେ ଉପରକୁ ଏବଂ ଅବପାତ ମାଧ୍ୟମରେ ତଳକୁ, ଜଳ ଅତିକ୍ରମ କରି ମାଟି, ପଥର ଏବଂ ଗଛଲତା ମାଧ୍ୟମରେ ଏବଂ ଶେଷରେ ଜଳ ଉତ୍ସକୁ ଫେରିଯିବା ପ୍ରକ୍ରିୟାକୁ ଜଳଚକ୍ର କୁହାଯାଏ ।
  • ମାଟି ଏବଂ ପଥର ଦେଇ ଭୂପୃଷ୍ଠ ଜଳ ମାଟି ଭିତରକୁ ପ୍ରବେଶ କରିବାର ପ୍ରକ୍ରିୟାକୁ ଅନ୍ତଃପ୍ରବେଶ କୁହାଯାଏ ।
  • ଭୂତଳ ତଳ ହେଉଛି ସେହି ଜଳ ଯାହା ମାଟି ଭିତରକୁ ପ୍ରବେଶ କରି ପଥର ଛିଦ୍ରରେ ସଞ୍ଚିତ ହୁଏ ।
  • ଭୂତଳ ସ୍ତର ଏବଂ ପଥର ଛିଦ୍ର ସ୍ଥାନରେ ଗଚ୍ଛିତ ଥିବା ଜଳକୁ ଭୂଗର୍ଭ ଜଳସ୍ତର କୁହାଯାଏ ।

Class 7 Science Chapter 6 Notes Odia Medium କିଶୋରାବସୁ : ବୃଦ୍ଧି ଓ ପରିବର୍ତ୍ତନ

Go through BSE Odisha Class 7 Science Notes Odia Medium and Class 7 Science Chapter 6 Notes Odia Medium କିଶୋରାବସୁ : ବୃଦ୍ଧି ଓ ପରିବର୍ତ୍ତନ to understand important concepts and topics more clearly.

7th Class Science Chapter 6 Notes Odia Medium

BSE Odisha Class 7 Science Chapter 6 Notes Odia Medium

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ :

ଉଭିଦର ଜୀବନଚକ୍ର : ଉଭିଦର ଜୀବନଯାତ୍ରା ମଞ୍ଜିର ଅଙ୍କୁରୋଦ୍‌ଗମରୁ ଆରମ୍ଭ ହୋଇଥାଏ । ଜଳ, ସୂର୍ଯ୍ୟାଲୋକ ଏବଂ ଅନ୍ୟ ପୋଷକ ତତ୍ତ୍ଵ ଯଥେଷ୍ଟ ପରିମାଣରେ ମିଳିଲେ ଚାରା ଉଭିଦ ତରୁଣ ଉଭିଦରେ ପରିଣତ ହୁଏ ।

ଉଭିଦ ବଢ଼ିବା ସହିତ ସେଥ‌ିରେ କେତେକ ଦୃଶ୍ୟମାନ ପରିବର୍ତ୍ତନ ଘଟିଥାଏ, ଯଥା – ଏହାର ଉଚ୍ଚତା, ପତ୍ରସଂଖ୍ୟା, ଫୁଲ ଓ ଫଳ ସଂଖ୍ୟା ବୃଦ୍ଧି ପାଇଥାଏ । ଫଳ ମଧ୍ୟରେ ଥିବା ବିହନରୁ ପୁନଶ୍ଚ ନୂତନ ଉଭିଦ ଜନ୍ମ ନେଇଥାଏ ।

ପ୍ରାଣୀର ଜୀବନଚକ୍ର : ଜନ୍ମ ପରେ ପ୍ରାଣୀମାନେ ବଢ଼ନ୍ତି ଓ ପରିପକ୍ଵ ହୋଇଥା’ନ୍ତି । ପରିପକ୍ବ ହେବାପରେ ପ୍ରଜନନକ୍ଷମ ହୋଇଥା’ନ୍ତି । କିଛି ପ୍ରାଣୀ ଅଣ୍ଡା ଦିଅନ୍ତି ଓ ଅଣ୍ଡାରୁ ଛୁଆ ଫୁଟି ବାହାରିଥାଏ । ମଣିଷ ପରି ସ୍ତନ୍ୟପାୟୀମାନେ ସିଧାସଳଖ ଛୁଆ ଜନ୍ମ କରିଥା’ନ୍ତି । ଏମାନେ ସମୟ ସହ ବଢ଼ି ପରିପକ୍ଵ ହୋଇଥା’ନ୍ତି ।

ମଣିଷର ଜୀବନଯାତ୍ରା : ଏହାକୁ କେତେକ ପ୍ରମୁଖ ପର୍ଯ୍ୟାୟରେ ବିଭକ୍ତ କରାଯାଇପାରେ; ଯଥା – ଶୈଶବ, ବାଲ୍ୟକାଳ, କିଶୋରାବସ୍ଥା, ଯୌବନ(ବସ୍ଥା ଓ ବୃଦ୍ଧାବସ୍ଥା । ପ୍ରତ୍ୟେକ ବ୍ୟକ୍ତି ଏହି ପର୍ଯ୍ୟାୟଗୁଡ଼ିକୁ ନିଜ ଜୀବନକାଳରେ ଅନୁଭବ କରିଥା’ନ୍ତି ।

ବୟସ ସହିତ ବୃଦ୍ଧି : କିଶୋରାବସ୍ଥାର ଦିନଗୁଡ଼ିକ :
କିଶୋରାବସ୍ଥା : ଶୈଶବରୁ ଯୌବନାବସ୍ଥା ପର୍ଯ୍ୟନ୍ତ ଆମ ଶରୀରରେ ଧୀରେ ଧୀରେ ଅନେକ ପରିବର୍ତ୍ତନ ଘଟିଥାଏ । କିଶୋରାବସ୍ଥା ହେଉଛି ଦ୍ରୁତ ବୃଦ୍ଧି ଓ ବିକାଶର ଏକ ଅଭିନବ ପର୍ଯ୍ୟାୟ, ଯାହା ସାଧାରଣତଃ 10 ର 19 ବର୍ଷ ମଧ୍ୟରେ ଦେଖାଯାଇଥାଏ । ଏହା ମାନବ ଶରୀରକୁ ଯୌବନାବସ୍ଥା ପାଇଁ ପ୍ରସ୍ତୁତ କରିଥାଏ ।

Class 7 Science Chapter 6 Notes Odia Medium କିଶୋରାବସୁ : ବୃଦ୍ଧି ଓ ପରିବର୍ତ୍ତନ

କାର୍ଯ୍ୟ – ୧ : ଆସ ଆଲୋଚନା କରିବା

ଗୋଟିଏ ଜାର୍ ଏବଂ କିଛି ଛୋଟ କାଗଜ ନିଆଯାଉ ।

ପଞ୍ଚମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦେଖିପାରୁଥିବା ପରିବର୍ତ୍ତନଗୁଡ଼ିକୁ ସେଥ‌ିରେ ଲେଖାଯାଉ । ଏହି ପରିବର୍ତ୍ତନ ସେମାନଙ୍କର ଉଚ୍ଚତା, ବଳ, ବ୍ୟବହାର କିମ୍ବା ଅନ୍ୟ କୌଣସି ଦିଗ ସହିତ ସମ୍ପୃକ୍ତ ହୋଇପାରେ । ଦୟାକରି କୌଣସି କାଗଜରେ ତୁମ ନାମ ଲେଖୁବ ନାହିଁ ।

କାଗଜଗୁଡ଼ିକ ମୋଡ଼ି ଜାରେ ରଖାଯାଉ ।

କାଗଜଗୁଡ଼ିକ ମିଶିଯିବା ପାଇଁ ଜାର୍‌କୁ ଭଲ ଭାବରେ ହଲେଇ ଦିଅ । ଗୋଟିଏ ଗୋଟିଏ ଛୋଟ କାଗଜ କାଢ଼ି ଖୋଲି ଦେଖ । କାଗଜରେ ଥ‌ିବା ସୂଚନା ଅନୁଯାୟୀ ପରିବର୍ତ୍ତନଗୁଡ଼ିକ ବିଷୟରେ ଆଲୋଚନା କରାଯାଉ । କାଗଜଗୁଡ଼ିକରେ ଦେଖାଯାଇଥିବା ପରିବର୍ତ୍ତନମାନଙ୍କ ମଧ୍ୟରୁ ସବୁଠାରୁ ସାଧାରଣ ଭାବେ ଦେଖାଯାଉଥ‌ିବା ପରିବର୍ତ୍ତନଗୁଡ଼ିକ କ’ଣ ଥିଲା ।

ସାରଣୀ : ବୃଦ୍ଧି ସମୟରେ ଅତି ସାଧାରଣ ପରିବର୍ତ୍ତନ

କ୍ରମିକ ସଂଖ୍ୟା ପରିବର୍ତ୍ତନ ତୁମର ପର୍ଯ୍ୟବେକ୍ଷଣ
୧. ଉଚ୍ଚତା ବୃଦ୍ଧି ଦ୍ରୁତ ହୋଇଥାଏ
୨. ଓଜନ ଓ ଶକ୍ତି ଚେହେରା
୩. ବୃଦ୍ଧି ପାଇଥାଏ ପରିବର୍ତ୍ତନ ହୁଏ

କିଶୋରାବସ୍ଥା ସାଧାରଣତଃ ଶୈଶବ ଓ ଯୌବନାବସ୍ଥା ମଧ୍ଯରେ ବିକାଶର ଏକ ପର୍ଯ୍ୟାୟ ଅଟେ । ଏହି ଅବସ୍ଥାରେ ଉଚ୍ଚତା ବୃଦ୍ଧି ଦ୍ରୁତ ହୋଇଥାଏ । ଶରୀରର ଗଠନ, ଓଜନ ବୃଦ୍ଧି ଏବଂ ଶକ୍ତିରେ ମଧ୍ୟ ପରିବର୍ତ୍ତନ ହୋଇଥାଏ ।

କିଶୋରାବସ୍ଥାରେ ଦେଖାଯାଉଥିବା ଶରୀର ଗଠନ, ଓଜନ ବୃଦ୍ଧି ଏବଂ ଶକ୍ତିରେ ପରିବର୍ତ୍ତନ :
ପୁଅମାନଙ୍କର ବୟସ ବଢ଼ିବା ସମୟରେ ଏମିତି ଅନେକ ପରିବର୍ତ୍ତନ ଦେଖାଯାଇପାରେ ଯଥା – ଉଚ୍ଚତା ବୃଦ୍ଧି ସହିତ, ସେମାନଙ୍କର ଓଜନ ବୃଦ୍ଧି ପାଇପାରେ, ସେମାନଙ୍କ କାନ୍ଧ ଟିକେ ପ୍ରଶସ୍ତ ହୋଇପାରେ ଏବଂ ସେମାନଙ୍କ ଛାତି ପ୍ରଶସ୍ତ ହୋଇପାରେ । ଝିଅମାନଙ୍କର ମଧ୍ୟ ଉଚ୍ଚତା ଏବଂ ଓଜନରେ ବୃଦ୍ଧି ସହିତ ସ୍ତନର ବିକାଶ ଭଳି ଅନ୍ୟାନ୍ୟ ଶାରୀରିକ ପରିବର୍ତ୍ତନ ହୋଇଥାଏ ।
Class 7 Science Chapter 6 Notes Odia Medium କିଶୋରାବସୁ ବୃଦ୍ଧି ଓ ପରିବର୍ତ୍ତନ 1

Class 7 Science Chapter 6 Notes Odia Medium କିଶୋରାବସୁ : ବୃଦ୍ଧି ଓ ପରିବର୍ତ୍ତନ

ସ୍ଵରରେ ପରିବର୍ତ୍ତନ :
କିଶୋରାବସ୍ଥାରେ ପୁଅମାନଙ୍କର ଗଳାରେ ଥିବା ସ୍ଵର ପେଟିକା ବୃଦ୍ଧି ପାଏ । ଏହା ଯୋଗୁଁ ସେମାନଙ୍କ ସ୍ଵର କର୍କଶ ହୁଏ । ଗଳାରେ ଥ‌ିବା ଏହି ସ୍ୱରପେଟିକା ଆମକୁ କଥା କହିବାରେ ସାହାଯ୍ୟ କରେ । ଏହାର ବୃଦ୍ଧି ଗଳାରେ ଏକ ଗଣ୍ଠି ଭାବେ ଦେଖାଯାଏ, ଯାହାକୁ ଆଦମଙ୍କ ଆପଲ ବୋଲି କୁହାଯାଏ । ତେବେ ଏହା ସମସ୍ତଙ୍କଠାରେ ସ୍ପଷ୍ଟ ଭାବେ ଦେଖାଯାଏ ନାହିଁ । କିଶୋରୀ ଝିଅମାନଙ୍କର ମଧ୍ୟ ସ୍ଵର ପେଟିକାର ବୃଦ୍ଧି ହୁଏ, କିନ୍ତୁ ଏହା ପୁଅମାନଙ୍କ ପରି ବଡ଼ ନ ହେବାରୁ ସେମାନଙ୍କ ସ୍ଵରରେ କେବଳ ସାମାନ୍ୟ ପରିବର୍ତ୍ତନ ହୁଏ ।
Class 7 Science Chapter 6 Notes Odia Medium କିଶୋରାବସୁ ବୃଦ୍ଧି ଓ ପରିବର୍ତ୍ତନ 2

ଶରୀରର ବିଭିନ୍ନ ସ୍ଥାନରେ କେଶ ବୃଦ୍ଧି :
କିଶୋରାବସ୍ଥାରେ ଉଭୟ ଓ ଝିଅମାନଙ୍କର ଶରୀରର ବିଭିନ୍ନ ସ୍ଥାନ ଯେପରିକି କାଖ ଓ ଜନନାଙ୍ଗ ପାର୍ଶ୍ଵଦେଶରେ କେଶ ବୃଦ୍ଧି ହୋଇଥାଏ, ପୁଅମାନଙ୍କ ମୁହଁରେ ଉଠିଥିବା କେଶ ବୟସ ବଢ଼ିବା ସହିତ ନିଶ ଏବଂ ଦାଢ଼ିରେ ପରିଣତ ହୁଏ । କିଛି ପୁଅଙ୍କ ଛାତି ଓ ପିଠିରେ ବି କେଶ ବୃଦ୍ଧି ହୋଇପାରେ, ପୁଣି କିଛି ପୁଅଙ୍କର ଶରୀରରେ କେଶର କୌଣସି ଗୁରୁତ୍ଵପୂର୍ଣ୍ଣ ବୃଦ୍ଧି ହୋଇ ନଥାଏ । ଏ ସବୁ ପରିବର୍ତ୍ତନ ସମ୍ପୂର୍ଣ୍ଣ ସ୍ଵାଭାବିକ ଅଟେ ।
Class 7 Science Chapter 6 Notes Odia Medium କିଶୋରାବସୁ ବୃଦ୍ଧି ଓ ପରିବର୍ତ୍ତନ 3

ମୁହଁ ଚର୍ମରେ ପରିବର୍ତ୍ତନ :
ବ୍ରଣ କିଶୋରାବସ୍ଥାରେ ମୁହଁ ଚର୍ମରେ ବ୍ରଣ ଦେଖାଯିବା ଏକ ସାଧାରଣ ଘଟଣା । ମୁହଁରେ ଦେଖାଯାଉଥ‌ିବା ଛୋଟ ଲାଲ ଚିହ୍ନ ବା ଗଣ୍ଠି ହେଉଛି ବ୍ରଣ । ଏହି ବୟସରେ ଚର୍ମରୁ ଅଧୂକ ତୈଳାକ୍ତ ପଦାର୍ଥ ସ୍ରବଣ ହୁଏ ଯାହା ଚର୍ମର ଛିଦ୍ର ବନ୍ଦ କରିଦିଏ ଏବଂ ସଂକ୍ରମଣ ହୋଇ ପରେ ବ୍ରଣ ସୃଷ୍ଟିର କାରଣ ହୁଏ । ବାସ୍ତବରେ କେତେଗୁଡ଼ିଏ ଚର୍ମରୋଗର ବ୍ରଣ ଏକ ଲକ୍ଷଣ ମାତ୍ର ।
Class 7 Science Chapter 6 Notes Odia Medium କିଶୋରାବସୁ ବୃଦ୍ଧି ଓ ପରିବର୍ତ୍ତନ 4

ଆମେ ଜାଣି ରଖୁବା ଉଚିତ ଯେ ଉଚ୍ଚତା ବୃଦ୍ଧି, ସ୍ଵର ପରିବର୍ତ୍ତନ କିମ୍ବା ମୁହଁର କେଶ ପରିବର୍ତ୍ତନ ଯେଉଁ ପ୍ରକାର ବି ହେଉ, ତା’ର ସମୟ, ପ୍ରକୃତି ଏବଂ ପରିସର ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଭିନ୍ନ ହୋଇଥାଏ । ଏହି ପରିବର୍ତ୍ତନଗୁଡ଼ିକ ସମ୍ପୂର୍ଣ୍ଣ ସ୍ଵାଭାବିକ ।

Class 7 Science Chapter 6 Notes Odia Medium କିଶୋରାବସୁ : ବୃଦ୍ଧି ଓ ପରିବର୍ତ୍ତନ

ସ୍ଵାଭାବିକ ପରିବର୍ତ୍ତନ : କିଶୋରାବସ୍ଥାରେ ଉଚ୍ଚତା ବୃଦ୍ଧି, ସ୍ଵର ପରିବର୍ତ୍ତନ କିମ୍ବା ମୁହଁର କେଶ ପରବର୍ତ୍ତନ ବ୍ୟକ୍ତିର ସମୟ, ପ୍ରକୃତି ଏବଂ ପରିସରକୁ ନେଇ ଭିନ୍ନ ହୋଇଥାଏ । ପ୍ରତ୍ୟେକ ବ୍ୟକ୍ତି ନିଜର ଜୀବନକାଳ ମଧ୍ୟରେ ଏଗୁଡ଼ିକୁ ଅନୁଭବ କରିଥା’ନ୍ତି । ଏହାର ଅବଧୂ ବ୍ୟକ୍ତି ଅନୁଯାୟୀ ପୃଥକ ହୋଇଥାଏ ।

ଗୌଣ ଲିଙ୍ଗୀୟ ବୈଶିଷ୍ଟ୍ୟ : କିଶୋରାବସ୍ଥାରେ ସ୍ଵର ପରିବର୍ତ୍ତନ, ପୁଅମାନଙ୍କ ମୁହଁ ଏବଂ ଛାତିରେ କେଶ ବୃଦ୍ଧି, ଏବଂ ଝିଅମାନଙ୍କ ସ୍ତନ ବୃଦ୍ଧି ପ୍ରଜନନ ପ୍ରକ୍ରିୟା ସହିତ ସିଧାସଳଖ ଜଡ଼ିତ ନହେଲେ ମଧ୍ୟ ଏହା ପୁରୁଷମାନଙ୍କୁ ମହିଳାମାନଙ୍କଠାରୁ ପୃଥକ କରିବାରେ ସାହାଯ୍ୟ କରେ ।

ଗୌଣ ଲିଙ୍ଗୀୟ ବୈଶିଷ୍ଟ୍ୟଗୁଡ଼ିକ ଶରୀର ଯୌବନାବସ୍ଥା ପାଇଁ ପ୍ରସ୍ତୁତ ହେଉଥିବାର ପ୍ରାକୃତିକ ସଂକେତ ଅଟେ । ଏଗୁଡ଼ିକ ବୟଃସଦ୍ଧି ଆରମ୍ଭକୁ ଚିହ୍ନଟ କରିଥାଏ । ଏହା ଏପରି ଏକ ପର୍ଯ୍ୟାୟ ଯେଉଁଠାରେ କିଶୋର କେତେକ ବାହ୍ୟ ଓ ଅଭ୍ୟନ୍ତରୀଣ ପରିବର୍ତ୍ତନ ମଧ୍ୟଦେଇ ପ୍ରସ୍ତୁତି ଆରମ୍ଭ କରିଥାଏ ।

ପ୍ରଜନନ କ୍ଷମତା ସୂଚିତ କରୁଥିବା ପରିବର୍ତ୍ତନ :
ପ୍ରଜନନ କ୍ଷମତା : ମନୁଷ୍ୟ ଏକକୋଷୀ ପ୍ରାଣୀମାନଙ୍କ ପରି ତୁରନ୍ତ ପ୍ରଜନନ କରେନାହିଁ; ଏଥ‌ିପାଇଁ ଶରୀରରେ ବୃଦ୍ଧି ଓ ପରିପକ୍ଵତା ଆବଶ୍ୟକ ହୋଇଥାଏ । ମନୁଷ୍ୟର ବୃଦ୍ଧି ଓ ବିକାଶ ଘଟିବା ସହିତ ସେ ପ୍ରଜନନକ୍ଷମ ହୁଏ । ଅନେକ ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନ ଯଥା – ଶାରୀରିକ, ଭାବନାତ୍ମକ ଓ ବ୍ୟବହାରିକ ପରିବର୍ତ୍ତନ ଅନୁଭବ କରିଥାଏ ।

ମାସିକ ଋତୁଚକ୍ର : ଏହା କିଶୋରୀମାନଙ୍କ ସହିତ ଜଡ଼ିତ ଏକ ଗୁରୁତ୍ଵପୂର୍ଣ୍ଣ ଅଭ୍ୟନ୍ତରୀଣ ପରିବର୍ତ୍ତନ । ଏହା ସାଧାରଣତଃ 28 ରୁ 30 ଦିନରେ ପୁନରାବୃତ୍ତି ହୋଇଥାଏ । ଅନେକ ସୁସ୍ଥ ଝିଅଙ୍କର ଏହା 21 ରୁ 35 ଦିନ ବ୍ୟବଧାନରେ ମଧ୍ୟ ହୋଇଥାଏ ।

ଏହା ଏକ ଗୁରୁତ୍ଵପୂର୍ଣ୍ଣ ପ୍ରାକୃତିକ ପ୍ରକ୍ରିୟା ଏବଂ ଉତ୍ତମ ପ୍ରଜନନ ସ୍ଵାସ୍ଥ୍ୟର ଲକ୍ଷଣ ଅଟେ । ଋତୁଚକ୍ରର ଯେଉଁ ପର୍ଯ୍ୟାୟରେ ଶରୀରରୁ ରକ୍ତ ନିର୍ଗତ ହୋଇଥାଏ, ତାହାକୁ ଋତୁସ୍ରାବ କୁହାଯାଏ । ଏହା 3 ରୁ 7 ଦିନ ପର୍ଯ୍ୟନ୍ତ ରହିପାରେ । 45 ରୁ 55 ବର୍ଷ ବୟସ ସୁଦ୍ଧା ଏହା ସ୍ଵାଭାବିକ ଭାବେ ବନ୍ଦ ହୋଇଯାଏ ।

ଋତୁସ୍ରାବ ବିଷୟରେ ଭ୍ରମ ଧାରଣା :
ଋତୁସ୍ରାବ ବିଷୟରେ ଅନେକ ଭୁଲ ଧାରଣା (ଅନ୍ଧବିଶ୍ଵାସ) ଅଛି ଯାହା ପ୍ରାୟତଃ ମନରେ ଅନାବଶ୍ୟକ ଭୟ, ଲଜ୍ଜା, ଏପରିକି ଅପରାଧୀ ଭାବନା ସୃଷ୍ଟି କରେ । ଏପରିକି (ଧାରଣା) ବିଶ୍ଵାସଗୁଡ଼ିକ କିଛି ଭ୍ରମ ଏବଂ ନିଷେଧକୁ ଜନ୍ମ ଦେଇଛି । ଏହି ଭ୍ରମ ଏବଂ ନିଷେଧ ଯୋଗୁଁ ଋତୁସ୍ରାବ ହେଉଥ‌ିବା ଝିଅମାନଙ୍କୁ ଶାରୀରିକ ଭାବରେ ଅଲଗା ରଖୁବା ପ୍ରଥା ଏବେ ବି ପ୍ରଚଳିତ । ଋତୁସ୍ରାବ ଏକ ପ୍ରାକୃତିକ ପ୍ରକ୍ରିୟା ଏବଂ ଏପରି ଭ୍ରମଗୁଡ଼ିକର କୌଣସି ବୈଜ୍ଞାନିକ ଆଧାର ନାହିଁ । ଋତୁସ୍ରାବ ପ୍ରତି ଆମେ ବୈଜ୍ଞାନିକ ଦୃଷ୍ଟିକୋଣ ଉନ୍ମୁକ୍ତ କଲେ ହିଁ ସମାଜ ମହିଳାମାନଙ୍କର ଉତ୍ତମ ପ୍ରଜନନ ସ୍ଵାସ୍ଥ୍ୟ ଆବଶ୍ୟକତା ଉପଲବ୍ଧି କରିବା ଏବଂ ଏହା ଦ୍ଵାରା ମହିଳାମାନଙ୍କୁ ଏକ ସୁସ୍ଥ ଜୀବନଶୈଳୀ ଦିଆଯାଇପାରିବ ।

କିଶୋରାବସ୍ଥା କେବଳ ଶାରୀରିକ କିମ୍ବା ପ୍ରଜନନ କ୍ଷମତା ସହିତ ଜଡ଼ିତ ପରିବର୍ତ୍ତନ ନୁହେଁ ବରଂ ମାନସିକ ଏବଂ ଆଚରଣଗତ ପରିବର୍ତ୍ତନ ସହ ମଧ୍ଯ ସଂପୃକ୍ତ ଅଟେ ।

ଆସ ସାରଣୀରେ କିଛି ଆବେଗାତ୍ମକ ପରିବର୍ତ୍ତନ ତାଲିକାଭୁକ୍ତ କରିବା । ତା’ସହିତ ଆଚରଣ ଉପରେ ସେମାନଙ୍କର ପ୍ରଭାବ ଓ ସକାରାତ୍ମକ ଅଭିବୃଦ୍ଧି ଏବଂ ବିକାଶ ପାଇଁ ଉପାୟଗୁଡ଼ିକୁ ତାଲିକା କରିବା ।

Class 7 Science Chapter 6 Notes Odia Medium କିଶୋରାବସୁ : ବୃଦ୍ଧି ଓ ପରିବର୍ତ୍ତନ

କିଶୋରମାନଙ୍କଠାରେ ଆବେଗାତ୍ମକ ଓ ଆଚରଣଗତ ପରିବର୍ତ୍ତନ :

କାର୍ଯ୍ୟ-୨ : ଆସ ମ ତାଲିକା କରିବା

ସାରଣୀ-୨ : ଆବେଗାତ୍ମକ ପରିବର୍ତ୍ତନ, ଆଚରଣ ଉପରେ ସେମାନଙ୍କର ସମ୍ଭାବ୍ୟ ପ୍ରଭାବ ଏବଂ ସକାରାତ୍ମକ ଅଭିବୃଦ୍ଧି ଏବଂ ବିକାଶର ଉପାୟ

କ୍ରମିକ ସଂଖ୍ୟା ପ୍ରମୁଖ ଆବେଗାତ୍ମକ ପରିବର୍ତ୍ତନ ଆଚରଣ ଉପରେ ସମ୍ଭାବ୍ୟ ପ୍ରଭାବ ସକାରାତ୍ମକ ଅଭିବୃଦ୍ଧି ଏବଂ ବିକାଶର ଉପାୟ
୧. ମନୋଭାବ ପରିବର୍ତ୍ତନ ସଂଗୀତ, ନୃତ୍ୟ, କିମ୍ବା କ୍ରୀଡ଼ା ପରି ବିବିଧ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବା ଆତ୍ମ-ଅନ୍ଵେଷଣ ସହିତ ସୃଜନଶୀଳତା ଓ ନବୋଦ୍ଭାବନ ପ୍ରବୃଦ୍ଧିକୁ ବୃଦ୍ଧି କରିପାରିବା କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବା
୨. ତୀବ୍ର ଆବେଗ ବର୍ଦ୍ଧିତ ସମ୍ବେଦନଶୀଳତା ସହାନୁଭୂତି ଓ ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ
୩. ଅନ୍ୟ ଯେକୌଣସି ସାମାଜିକ ବ୍ୟବହାର ସାଙ୍ଗମାନଙ୍କ ସ୍ଵୀକୃତି ଲାଭ କରିବା, ବନ୍ଧୁତା ସୃଷ୍ଟି କରିବା ଓ ଦଳ ଗଠନ କରିବା । ସୁସ୍ଥ ବନ୍ଧୁତ୍ଵକୁ ପ୍ରୋତ୍ସାହନ ଦେବା, ଯୋଗାଯୋଗ ଦକ୍ଷତା ଓ ଦଳଗତ କାର୍ଯ୍ୟ କରିବା

ଶୈଶବ ତୁଳନାରେ କିଶୋରାବସ୍ଥାରେ ଆବେଗ ତୀବ୍ର ହୋଇଥାଏ । ଏହା କିଶୋରମାନଙ୍କ ଆଚରଣକୁ ପ୍ରଭାବିତ କରିଥାଏ । ଆମର ଭାବନା ବା ଆବେଗ ଆମର ଆଚରଣ କାମକୁ କିପରି ପ୍ରଭାବିତ କରେ, ଆମେ ଯଦି ବୁଝିପାରିବା, ତେବେ ଆମେ ଉତ୍ତମ ନିଷ୍ପତ୍ତି ନେଇପାରିବା ଓ ପରିସ୍ଥିତି ଅନୁଯାୟୀ ଚିନ୍ତାଶୀଳ ଭାବରେ ପ୍ରତିକ୍ରିୟା ଦେଇପାରି ବା ।

କିଶୋରାବସ୍ଥାକୁ ଏକ ଆନନ୍ଦମୟ ଅନୁଭବରେ ପରିଣତ କରିବା :
କିଶୋରାବସ୍ଥାରେ ଯାତ୍ରା ଏକ ଅନନ୍ୟ ଅଭିଜ୍ଞତା ଅଟେ । ଜୀବନର ଏହି ପର୍ଯ୍ୟାୟରେ ବୃଦ୍ଧି ପାଉଥ‌ିବା କୌତୂହଳ ଏବଂ ଉତ୍ସାହ ସେମାନଙ୍କ ଚାରିପାଖରେ ଥ‌ିବା ପ୍ରାୟ ସବୁକିଛିକୁ ଏକ ନୂଆ ଦୃଷ୍ଟିକୋଣରେ ଦେଖ‌ିବାର ସାମର୍ଥ୍ୟ ପ୍ରଦାନ କରିଥାଏ ।

ପୌଷ୍ଟିକ ଆବଶ୍ୟକତା ପୂରଣ କରିବା :
ସୁଷମ ଖାଦ୍ୟ – ସୁସ୍ଥ ଶରୀରର ଉପାୟ : ଯେହେତୁ କିଶୋରାବସ୍ଥାରେ ଅନେକ ପରିବର୍ତ୍ତନ ସହିତ ବୃଦ୍ଧି ଓ ବିକାଶ ଘଟିଥାଏ, ତେଣୁ ଏହି ସମୟରେ ପୋଷଣଯୁକ୍ତ ଖାଦ୍ୟାହାର ଅତି ଗୁରୁତ୍ଵପୂର୍ଣ୍ଣ ଅଟେ ।

ଉପଯୁକ୍ତ ବୃଦ୍ଧି ପାଇଁ ଏବଂ ଖେଳପଡ଼ିଆରେ ଭଳ ଖେଳ ପ୍ରଦର୍ଶନ ପାଇଁ ଆମକୁ ପୁଷ୍ଟିସାର ଏବଂ ଶ୍ଵେତସାର ଆବଶ୍ୟକ ହୋଇଥାଏ । ଏହା ବ୍ୟତୀତ ଆମକୁ ପର୍ଯ୍ୟାପ୍ତ ପରିମାଣର ସ୍ନେହସାର, ଭିଟାମିନ୍ ଏବଂ ଖଣିଜ ପଦାର୍ଥ ମଧ୍ୟ ଆବଶ୍ୟକ ହୋଇଥାଏ ।

Class 7 Science Chapter 6 Notes Odia Medium କିଶୋରାବସୁ : ବୃଦ୍ଧି ଓ ପରିବର୍ତ୍ତନ

କାର୍ଯ୍ୟ-୪ : ଆସ, ତାଲିକା କରିବା

ତୁମ ଅଞ୍ଚଳରେ ଉପଲବ୍ଧ ଖାଦ୍ୟ ଏବଂ ଏହି ପୋଷକ ତତ୍ତ୍ଵଗୁଡ଼ିକ ଉପରେ ଆଧାର କରି, ସ୍ୱାସ୍ଥ୍ୟକର ଖାଦ୍ୟ ଉତ୍ସ, ସେଥ‌ିରେ ଥ‌ିବା ପୋଷକ ତତ୍ତ୍ଵ ଆମର ବୃଦ୍ଧି ଏବଂ ବିକାଶରେ କିପରି ସାହାଯ୍ୟ କରନ୍ତି ତାହାକୁ ସାରଣୀରେ ପୂରଣ କର ।

ସାରଣୀ-୩ : ଖାଦ୍ୟ ଉତ୍ସ, ଏଥିରେ ଥିବା ପୋଷକ ତତ୍ତ୍ଵ ଏବଂ ଏହି ପୋଷକ ତତ୍ତ୍ଵର କାର୍ଯ୍ୟ

କ୍ରମିକ ସଂଖ୍ୟା ଖାଦ୍ୟ ଉତ୍ସ ଆମେ ପାଉଥିବା ପୋଷକ ତତ୍ତ୍ବ ପୋଷକ ତତ୍ତ୍ଵର କାର୍ଯ୍ୟ
୧. କ୍ଷୀର, ବାଜରା, ଦହି, ଛେନା ଓ ପନିର ….. କ୍ୟାଲସିୟମ, ପୁଷ୍ଟିସାର, ସ୍ନେହସାର …… ଅସ୍ଥିମାନଙ୍କର ସର୍ବୋତ୍ତମ ବୃଦ୍ଧିରେ ସାହାଯ୍ୟ କରିବା …….
୨. ଅଣ୍ଡା, ମାଂସ, ଡାଲି, ସୋୟା ଏବଂ ଡାଲିଜାତୀୟ ଶସ୍ୟ ପୁଷ୍ଟିସାର, ଦରକାରୀ ଆମିନୋ ଅମ୍ଳ, ଜୀବସାର ‘ଖ’ ଉପଯୁକ୍ତ ଶରୀର ବୃଦ୍ଧି, ଶକ୍ତି ଲାଭ ଓ ଶକ୍ତି ସ୍ତରରେ ଉନ୍ନତ କରିବାରେ ସାହାଯ୍ୟ କରିବା …..
୩. ପାଳଙ୍ଗ, ଶିମ୍ବ, କିସ୍‌ମିସ୍‌ ଓ ଡିମିରି ଭଳି ଶୁଖୁଲା ଫଳ ଲୌହ, ମ୍ୟାଗ୍ନେସିୟମ, ପୋଟାସିୟମ ଓ ଜୀବସାର ରକ୍ତ ତିଆରି କରିବାରେ ସାହାଯ୍ୟ କରିବା

ବିଜ୍ଞାନ ଏବଂ ସମାଜ :
କିଶୋର, ବିଶେଷ କରି ଝିଅମାନେ, କେବେ କେବେ ଲୌହ କିମ୍ବା ଭିଟାମିନ୍ B12 ଅଭାବ ଯୋଗୁଁ ରକ୍ତ ସମ୍ବନ୍ଧୀୟ ସ୍ଵାସ୍ଥ୍ୟ ସମସ୍ୟାରେ ପୀଡ଼ିତ ହୋଇପାରନ୍ତି ।

  1. ଏହି ପ୍ରକାରର ସ୍ଵାସ୍ଥ୍ୟ ସମସ୍ୟା ବିଷୟରେ ଅନ୍ଵେଷଣ କର ।
  2. ଆମ ଶରୀରରେ ଲୌହ ଅଭାବକୁ କିପରି ଦୂର କରିପାରିବା ?
  3. ଲୌହ ଅଭାବ ଦୂରୀକରଣ ପାଇଁ ଅବଲମ୍ବନ କରାଯାଇଥିବା ସରକାରୀ ଯୋଜନାଗୁଡ଼ିକ ବିଷୟର ଅନୁଧ୍ୟାନ କର ।

Class 7 Science Chapter 6 Notes Odia Medium କିଶୋରାବସୁ : ବୃଦ୍ଧି ଓ ପରିବର୍ତ୍ତନ

ବୈଜ୍ଞାନିକଙ୍କୁ ଜାଣିବା :
ଡୋରୋଥ ହଜକିନ୍ ଜଣେ ପ୍ରସିଦ୍ଧ ବୈଜ୍ଞାନିକ ଥିଲେ । ସେ ଭିଟାମିନ୍ B12 ର ଗଠନ ବିଷୟରେ ଅଧ୍ୟୟନ କରିଥିଲେ । ସେ ୧୯୬୪ ମସିହାରେ ରସାୟନ ବିଜ୍ଞାନରେ ନୋବେଲ୍‌ ପୁରସ୍କାର ପାଇଥିଲେ ଓ ରସାୟନ ବିଜ୍ଞାନରେ ଏହି ପୁରସ୍କାର ପାଇବାରେ ସେ ତୃତୀୟ ମହିଳା ଅଟନ୍ତି । ତୁମେ କ’ଣ ଜାଣ କି ଯେ ମାନବ ଶରୀର ଠିକ୍ କାର୍ଯ୍ୟ କରିବା ପାଇଁ ଭିଟାମିନ୍ B12 ଆବଶ୍ୟକ । ଅସ୍ଵୀକାଂଶ ଭିଟାମିନ୍ ପରି, ଏହା ମାନବ ଶରୀରରେ ତିଆରି ହୋଇପାରେ ନାହିଁ । ଆମେ ବାହାରୁ ଖାଉଥ‌ିବା ଖାଦ୍ୟରୁ ହିଁ ଏହାକୁ ପାଇବାକୁ ହୋଇଥାଏ । ଏବେ ଭିଟାମିନ୍ B12 ର ଉତ୍ସ ବିଷୟରେ ତୁମ ଶିକ୍ଷକଙ୍କ ସହିତ ଆଲୋଚନା କର ।
Class 7 Science Chapter 6 Notes Odia Medium କିଶୋରାବସୁ ବୃଦ୍ଧି ଓ ପରିବର୍ତ୍ତନ 5

ବ୍ୟକ୍ତିଗତ ପରିଚ୍ଛନ୍ନତା : ପୋଷଣ ବ୍ୟତୀତ, କିଶୋରାବସ୍ଥାରେ ବ୍ୟକ୍ତିଗତ ପରଷ୍କାର ପରିଚ୍ଛନ୍ନତାର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଅଟେ । ଶରୀରର ବିଭିନ୍ନ ଅଂଶ ବିଶେଷକରି କାଖ ଏବଂ ଜନନେନ୍ଦ୍ରିୟର ପରିଚ୍ଛନତା ଆମକୁ ସମ୍ଭାବ୍ୟ ରୋଗ ସଂକ୍ରମଣରୁ ରକ୍ଷା କରିଥାଏ ।

ଝିଅମାନଙ୍କ ପାଇଁ ଋତୁସ୍ରାବ ସମୟରେ ଉପଯୁକ୍ତ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖୁବା ଉଭୟ ଆରାମ ଓ ସ୍ଵାସ୍ଥ୍ୟପାଇଁ ଜରୁରୀ ଅଟେ । ଏହି ସମୟରେ ସାନିଟାରୀ ପ୍ୟାଡ୍ ବ୍ୟବହାର କରି ପରିଷ୍କାର ପରିଚ୍ଛନ୍ନତା ବଜାୟ
ରଖାଯାଇପାରିବ ।

ଋତୁସ୍ରାବକାଳୀନ ସ୍ଵଚ୍ଛତାକୁ ନିଶ୍ଚିତ କରିବା ପାଇଁ, ସରକାର ନିମ୍ନ ପଦକ୍ଷେପ ନେଇଛନ୍ତି :
(i) ଋତୁସ୍ରାବକାଳୀନ ସ୍ଵଚ୍ଛତା ଯୋଜନା (MHS) : ଭାରତ ସରକାରଙ୍କ ଏହି ଯୋଜନା ଅଧୀନରେ, ଗ୍ରାମାଞ୍ଚଳରେ କିଶୋରୀ ଝିଅମାନଙ୍କୁ ମାଗଣାରେ କିମ୍ବା ରିହାତି ମୂଲ୍ୟରେ ସାନିଟାରୀ ପ୍ୟାଡ୍ ଯୋଗାଇ ଦିଆଯାଏ । ଏହି ଯୋଜନାରେ ଝିଅମାନଙ୍କୁ ଋତୁସ୍ରାବକାଳୀନ ସ୍ଵଚ୍ଛତା ଏବଂ ସ୍ଵାସ୍ଥ୍ୟ ବିଷୟରେ ଶିକ୍ଷା ଦେବା ପାଇଁ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ପରିଚାଳନା କରାଯାଏ ।

(ii) ରାଷ୍ଟ୍ରୀୟ କିଶୋର ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମ (RKSK) : କିଶୋର-କିଶୋରୀମାନଙ୍କ ସମାଟ୍ରିକ ସ୍ଵାସ୍ଥ୍ୟକୁ ଉନ୍ନତ କରିବା ଏହି ଯୋଜନାର ଲକ୍ଷ୍ୟ । ଏହି କାର୍ଯ୍ୟକ୍ରମରେ ଋତୁସ୍ରାବକାଳୀନ ସ୍ଵାସ୍ଥ୍ୟ ଏବଂ ସ୍ଵଚ୍ଛତା ମଧ୍ଯ ଅନ୍ତର୍ଭୁକ୍ତ । ଏହା ସହପାଠୀ ଶିକ୍ଷାକୁ ଉତ୍ସାହିତ କରେ, ଯେଉଁଠାରେ ବରିଷ୍ଠ ଛାତ୍ରମାନେ କନିଷ୍ଠ ଛାତ୍ରମାନଙ୍କୁ ଏହି ବିଷୟଗୁଡ଼ିକୁ ଶିଖୁବାରେ ସାହଯ୍ୟ କରନ୍ତି !

(iii) ସୁବିଧା ସାନିଟାରୀ ନାପକିନ ପ୍ରୟାସ : ଏହି ପ୍ରୟାସ ଅଧୀନରେ, ଜନ ଔଷଧ କେନ୍ଦ୍ର ମାଧ୍ୟମରେ ସୁଲଭ ମୂଲ୍ୟରେ ଜୈବବିଘଟନଶୀଳ ସାନିଟାରୀ ପ୍ୟାଡ୍ ଯୋଗାଇ ଦିଆଯାଏ । ମହିଳା ଏବଂ କିଶୋରୀମାନଙ୍କ ପାଇଁ ଋତୁସ୍ରାବକାଳୀନ ସ୍ଵଚ୍ଛତା ଉତ୍ପାଦଗୁଡ଼ିକୁ ସହଜରେ ଉପଲବ୍ଧ କରାଇବା ଏହି ପ୍ରୟାସର ଲକ୍ଷ୍ୟ ।

(iv) ରାଜ୍ୟସ୍ତରୀୟ ପଦକ୍ଷେପ : ବିଭିନ୍ନ ରାଜ୍ୟ ସରକାରଙ୍କର ଏହି ଉଦ୍ଦେଶ୍ୟରେ ନିଜସ୍ଵ କାର୍ଯ୍ୟକ୍ରମମାନ ଅଛି, ଯେପରିକି କର୍ଣ୍ଣାଟକରେ ‘ଶୁଚି ଯୋଜନା’ ଏବଂ ତାମିଲନାଡୁ ଏବଂ ଓଡ଼ିଶା ଭଳି ରାଜ୍ୟରେ ମାଗଣା ସାନିଟାରୀ (ଖୁସି) ନାପକିନ ଯୋଜନା । ଏହି କାର୍ଯ୍ୟକ୍ରମଗୁଡ଼ିକ ସରକାରୀ ବିଦ୍ୟାଳୟଗୁଡ଼ିକରେ ମାଗଣା ସାନିଟାରୀ ପ୍ୟାଡ୍ ବଣ୍ଟନ କରିବା ଲକ୍ଷ୍ୟରେ ପରିଚାଳିତ ହେଉଅଛି ।

Class 7 Science Chapter 6 Notes Odia Medium କିଶୋରାବସୁ : ବୃଦ୍ଧି ଓ ପରିବର୍ତ୍ତନ

ଶାରୀରିକ କାର୍ଯ୍ୟକଳାପ : କିଶୋର ଅବସ୍ଥାରେ ନିୟମିତ ବ୍ୟାୟାମ ଏବଂ ଶାରୀରିକ କାର୍ଯ୍ୟକଳାପ ଉତ୍ତମ ସ୍ଵାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଅଟେ । ବିଭିନ୍ନ ପ୍ରକାର ଖେଳ ଓ କ୍ରୀଡ଼ା ପ୍ରତିଯୋଗିତା ଶରୀର ଓ ମନକୁ ସୁସ୍ଥ ରଖୁବା ସହ ସହନଶକ୍ତି ତିଆରି କରେ ଓ ମାନସିକ ଭାବନାକୁ ବୃଦ୍ଧି କରେ ।
Class 7 Science Chapter 6 Notes Odia Medium କିଶୋରାବସୁ ବୃଦ୍ଧି ଓ ପରିବର୍ତ୍ତନ 6

ସନ୍ତୁଳିତ ସାମାଜିକ ଜୀବନ : କିଶୋରାବସ୍ଥା ହେଉଛି ଅଭିଜ୍ଞତା ଓ ଭାବନାଦ୍ଵାରା ଚିହ୍ନିତ ଜୀବନର ଏକ ନୂତନ ପର୍ଯ୍ୟାୟ, ତେଣୁ ଏହି ସମୟରେ ଅନ୍ୟମାନଙ୍କ ସହିତ ଯୋଗଯୋଗ କରିବା ବେଳେ ଆମେ ଚିନ୍ତାଶୀଳ ଓ ଦାୟିତ୍ଵବାନ ହେବା ଆବଶ୍ୟକ ।
Class 7 Science Chapter 6 Notes Odia Medium କିଶୋରାବସୁ ବୃଦ୍ଧି ଓ ପରିବର୍ତ୍ତନ 7
ଆଧୁନିକ ପ୍ରଯୁକ୍ତି ବିଦ୍ୟା ସମସ୍ତଙ୍କ ପାଇଁ ସୂଚନା ପାଇବା, ସଂଯୋଗ ସ୍ଥାପନ କରିବା, ପରସ୍ପର ଭାବ ବିନିମୟ କରିବା ଏବଂ ତଥ୍ୟ ବିନିମୟ କରିବା ପାଇଁ ଅନ୍‌ଲାଇନ୍ ପ୍ଲାଟଫର୍ମ ଉପଲବ୍ଧ କରାଇଛି । ସାମୂହିକ ମଙ୍ଗଳ ପାଇଁ ଆମେ ଏହି ପ୍ଲାଟଫର୍ମଗୁଡ଼ିକୁ ଦାୟିତ୍ଵର ସହ ବ୍ୟବହାର କରିବା ଆବଶ୍ୟକ ଅଟେ ।

Class 7 Science Chapter 6 Notes Odia Medium କିଶୋରାବସୁ : ବୃଦ୍ଧି ଓ ପରିବର୍ତ୍ତନ

ବିଜ୍ଞାନ ଏବଂ ସମାଜ :
ସାଇବର ବୁଲିଂ ବା ସାଇବର ଧମକ ହେଉଛି ଡିଜିଟାଲ୍ ଉପକରଣ ଯଥା : ଫୋନ୍, କମ୍ପ୍ୟୁଟର କିମ୍ବା ଅନଲାଇନ୍ ପ୍ଲାଟଫର୍ମ ବ୍ୟବହାର କରି ଅନ୍ୟମାନଙ୍କୁ ଭ୍ରାମକ ବାର୍ତ୍ତା ପଠାଇ, ମିଥ୍ୟା ଖବର ପ୍ରସାରଣ କରି କିମ୍ବା ବିନା ସମ୍ମତିରେ ବ୍ୟକ୍ତିଗତ ତଥ୍ୟ ଚୋରି ଓ ବିନିମୟ କରି ହଇରାଣ କରିବା । ଯଦି କେହି ତୁମକୁ ଏହିପରି ଧମକ ଦେବାକୁ ଚେଷ୍ଟାକରେ, ତେବେ ତୁମେ ଭୟଭୀତ କିମ୍ବା ଅସହାୟ ହେବନାହିଁ । ବରଂ, ବୁଦ୍ଧିମାନ ଭାବେ ନିଜର ପ୍ରତିକ୍ରିୟା ପ୍ରକାଶ କରିବା ତଥା ଅଭିଭାବକ ଓ ଶିକ୍ଷକଙ୍କ ସାହାଯ୍ୟ ନେବା ଆବଶ୍ୟକ ।
Class 7 Science Chapter 6 Notes Odia Medium କିଶୋରାବସୁ ବୃଦ୍ଧି ଓ ପରିବର୍ତ୍ତନ 8
ସେହିପରି, ଅନଲାଇନରେ କୌଣସି ଫଟୋ ଅପଲୋଡ଼ କରିବା କିମ୍ବା ଅପରିଚିତ ବ୍ୟକ୍ତିଙ୍କ ସହ ବ୍ୟକ୍ତିଗତ ସୂଚନା ବିନିମୟ କରିବା ସମୟରେ ତୁମେ ସତର୍କ ରହିବା ଉଚିତ୍ ।

କାର୍ଯ୍ୟ–୫ : ଆସ ସଚେତନତା ପ୍ରସାର କରିବା

ସୋସିଆଲ୍ ମିଡ଼ିଆ ବ୍ୟବହାର ସମ୍ପର୍କରେ ସେଗୁଡ଼ିକୁ ବିଦ୍ୟାଳୟର ବିଭିନ୍ନ ସ୍ଥାନରେ ଦଳ ହିସାବରେ କାମ କରି ସାମ୍ପ୍ରତିକ ସାମାଜିକ ଗଣମାଧ୍ୟମ ବା ବିଭିନ୍ନ ପ୍ରସଙ୍ଗରେ ପୋଷ୍ଟର ଏବଂ ପାମ୍ପଲେଟ୍‌ ଡିଜାଇନ୍ କର ଏବଂ ଲଗାଅ । ଏହାପରେ ସାମୂହିକ ପର୍ଯ୍ୟବେକ୍ଷଣ ଆଧାରରେ ସାରଣୀରେ ପୂରଣ କର ।

ସାରଣୀ−୪ : ସୋସିଆଲ୍ ମିଡ଼ିଆରେ କ’ଣ କରିବା ଓ କ’ଣ କରିବା ନାହିଁ

କ୍ରମିକ ସଂଖ୍ୟା କରିବା କରିବା ନାହିଁ
୧. ଶ୍ରଦ୍ଧାଶୀଳ ଓ ସଦୟ ହେବା ଅପରିଚିତ ଆଭାସୀ ବନ୍ଧୁମାନଙ୍କ ସହିତ ବ୍ୟକ୍ତିଗତ ଫଟୋ ସେୟାର କରିବା ନାହିଁ
୨. ପୋଷ୍ଟ କରିବା ପୂର୍ବରୁ ଚିନ୍ତା କରିବା ଅପମାନସୂଚକ ତଥା ଆଘାତ ଦେଉଥ‌ିବା ଭଳି ମନ୍ତବ୍ୟ ପୋଷ୍ଟ କରିବା ନାହିଁ ।
୩. ଗୋପନୀୟତାକୁ ସୁରକ୍ଷିତ ରଖୁବା ନିଜର ପାସ୍ୱାର୍ଡ଼ କିମ୍ବା ସ୍ପର୍ଶକାତର ବ୍ୟକ୍ତିଗତ ତଥ୍ୟ କାହାକୁ ଦେବା ନାହିଁ ।

କ୍ଷତିକାରକ ପଦାର୍ଥଠାରୁ ଏଡ଼ାଇ ରହିବା – ‘ନା’ କହିବାକୁ ଶିଖିବା

Class 7 Science Chapter 6 Notes Odia Medium କିଶୋରାବସୁ : ବୃଦ୍ଧି ଓ ପରିବର୍ତ୍ତନ

କିଶୋରାବସ୍ଥାରେ କିଛି ଲୋକ ମାଦକ ଦ୍ରବ୍ୟ ସେବନ କରାଇବା ପାଇଁ ପ୍ରଲୋଭନ ଦେଖାଇଥା’ନ୍ତି । ଏହି ଅବସ୍ଥା ଜିଜ୍ଞାସା ଓ ଉତ୍ତେଜନାର ସମୟ ହୋଇଥିବାରୁ କିଶୋର-କିଶୋରୀମାନେ ଏପରି ଲୋକମାନଙ୍କ ଦ୍ଵାରା ପ୍ରଭାବିତ ହୋଇ ମାଦକ ଦ୍ରବ୍ୟ ସେବନ କରିବାକୁ ଇଚ୍ଛା କରନ୍ତି ।

ମାଦକ ଦ୍ରବ୍ୟ କେବଳ ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ପାଇଁ କ୍ଷତିକାରକ ନୁହେଁ ବରଂ ନିଶା ମଧ୍ଯ ସୃଷ୍ଟି କରିଥାଏ । ମାଦକ ଦ୍ରବ୍ୟ ପ୍ରତି ଆସକ୍ତ ହେବା ପ୍ରକ୍ରିୟାକୁ ଦୁର୍ବ୍ଯସନ କୁହାଯାଏ । ଏଣୁ ପ୍ରଥମ ଥର ଏବଂ ପ୍ରତ୍ୟେକ ଥର ମାଦକ ପଦାର୍ଥକୁ ନା କହିବା ଆବଶ୍ୟକ ।
Class 7 Science Chapter 6 Notes Odia Medium କିଶୋରାବସୁ ବୃଦ୍ଧି ଓ ପରିବର୍ତ୍ତନ 9
ବିଡ଼ି/ସିଗାରେଟ୍ ଧୂଆଁ ସହିତ ଦୀର୍ଘ ସମୟ ଧରି ସଂସ୍ପର୍ଶରେ ରହିବା ପୂର୍ବରୁ ଏବଂ ପରେ ଫୁସ୍‌ଫୁସ୍‌ର ଅବସ୍ଥା

ତୁମ ସ୍ୱାସ୍ଥ୍ୟ ଏବଂ ତୁମର ଭବିଷ୍ୟତ ତୁମ ହାତରେ : ମାଦକ ପଦାର୍ଥଗୁଡ଼ିକ ବ୍ୟବହାର କରିବାଦ୍ଵାରା ଶ୍ଵାସକ୍ରିୟାରେ ଅସୁବିଧା, ଶକ୍ତିହ୍ରାସ ଏବଂ ଫୁସ୍‌ଫୁସ୍‌ରେ କ୍ଷତି ଭାଳି ଗୁରୁତର ସ୍ଵାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇପାରେ ।

ନିଶା ଅଭ୍ୟାସ ଦୂର କରିବାର ପ୍ରଥମ ପଦକ୍ଷେପ ହେଉଛି ପରିବାର ଏବଂ ବନ୍ଧୁମାନଙ୍କଠାରୁ ସାହାଯ୍ୟ ଏବଂ ସମର୍ଥନ ଲୋଡ଼ିବା ଏବଂ ବିଶ୍ୱସ୍ତ ଲୋକ ଯଥା ପିତା, ମାତା କିମ୍ବା ଶିକ୍ଷକଙ୍କ ସହିତ ପରାମର୍ଶ କରିବା ସର୍ବଦା ବିଜ୍ଞତାର ସହିତ ନିଷ୍ପତ୍ତି ନେବା ଆବଶ୍ୟକ ।

ନିଶାମୁକ୍ତ ଭାରତ ଅଭିଯାନ : ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟଦ୍ଵାରା ନିଶାମୁକ୍ତ ଭାରତ ଅଭିଯାନ ଆରମ୍ଭ କରାଯାଇଥିଲା । ଏହି ଅଭିଯାନର ଲକ୍ଷ୍ୟ ହେଉଛି ଯୁବପିଢ଼ି, ମହିଳା ଏବଂ ଗୋଷ୍ଠୀର ସକ୍ରିୟ ଅଂଶଗ୍ରହଣ ମାଧ୍ୟମରେ ନିଶାଦ୍ରବ୍ୟ ଅପବ୍ୟବହାରକୁ ଏଡ଼ାଇବା ପ୍ରସଙ୍ଗରେ ବାର୍ତ୍ତା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଏବଂ ସଚେତନତା ପ୍ରସାର କରିବା । ବିଶେଷକରି, ପ୍ରାରମ୍ଭିକ ବୟସର ଶିଶୁମାନଙ୍କ ମଧ୍ୟରେ ଏହି ଅପବ୍ୟବହାର ରୋକିବା ଉପରେ ଗୁରୁତ୍ଵ ଦିଆଯାଇଛି । ସରକାର ନିଶାଦ୍ରବ୍ୟ ନିବାରଣ ଏବଂ ନିଶାଦ୍ରବ୍ୟ ବ୍ୟକ୍ତିଙ୍କ ନିଶାମୁକ୍ତିରେ ସାହାଯ୍ୟ କରିବା ପାଇଁ ଏକ ଜାତୀୟ ନିଶାମୁକ୍ତି ହେଲ୍ପଲାଇନ୍‌ ୧୪୪୪୬ ଆରମ୍ଭ କରିଛନ୍ତି ।

ହରମୋନ୍ : ମନ ଏବଂ ଆଚରଣକୁ ପ୍ରଭାବିତ କରେ : କିଶୋରାବସ୍ଥାରେ ଯେଉଁସବୁ ପରିବର୍ତ୍ତନ ହୋଇଥାଏ, ତାହା ମୁଖ୍ୟତଃ ହରମୋନ୍ ଯୋଗୁଁ ସମ୍ଭବ ହୁଏ । ହରମୋନ୍‌ଗୁଡ଼ିକ ଆମ ଶରୀରରେ ଉତ୍ପାଦିତ ହେଉଥ‌ିବା କିଛି ରାସାୟନିକ ପଦାର୍ଥ ଅଟନ୍ତି । ଏହା ବୃଦ୍ଧି ଓ ବିକାଶର ବିଭିନ୍ନ ଦିଗକୁ ନିୟନ୍ତ୍ରଣ କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ବହନ କରେ ।

ହରମୋନ୍ ଶରୀରର ବିଭିନ୍ନ ଅଂଶରେ ଉତ୍ପାଦିତ ହୁଏ ଓ ମସ୍ତଷ୍କରୁ ଆସୁଥିବା ସଙ୍କେତର ପ୍ରତିକ୍ରିୟାରେ ନିର୍ଗତ ହୋଇଥାଏ । କିଛି ହରମୋନ୍ ମନ ଏବଂ ଆଚରଣକୁ ପ୍ରଭାବିତ କରିଥାଏ ।

କିଶୋରାବସ୍ଥା ସମ୍ପର୍କରେ ଅବଗତ ରହି, ଉପଯୁକ୍ତ ମାର୍ଗଦର୍ଶନ ଖୋଜି ଏବଂ ସୁସ୍ଥ ନିଷ୍ପତ୍ତି ନେଇ କିଶୋରାବସ୍ଥାରେ ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ଏକ ଦୃଢ଼ ମୂଳଦୁଆ ପ୍ରତିଷ୍ଠା କରାଯାଇପାରିବ ।

Class 7 Science Chapter 6 Notes Odia Medium କିଶୋରାବସୁ : ବୃଦ୍ଧି ଓ ପରିବର୍ତ୍ତନ

ବିଷୟବସ୍ତୁର ସାରାଂଶ :

  • କିଶୋରାବସ୍ଥା ହେଉଛି ଶୈଶବରୁ ଯୌବନ ମଧ୍ୟରେ ପରିବର୍ତ୍ତନର ସମୟ । ଏହା ସାଧାରଣତଃ ୧୦ ବର୍ଷରେ ଆରମ୍ଭ ହୁଏ ଏବଂ ପ୍ରାୟତଃ ୧୯ ବର୍ଷ ପର୍ଯ୍ୟନ୍ତ ଚାଲିଥାଏ ।
  • କିଶୋରବସ୍ଥା ଅନେକ ଗୁରୁତ୍ଵପୂର୍ଣ୍ଣ ଏବଂ ବୈଶିଷ୍ଟ୍ୟପୂର୍ଣ୍ଣ ଶାରୀରିକ, ଜୈବିକ ଏବଂ ଆବେଗିକ ପରିବର୍ତ୍ତନଦ୍ଵାରା ଚିହ୍ନିତ ।
  • ପୁରୁଷ ଏବଂ ସ୍ତ୍ରୀ ମଧ୍ୟରେ ପୃଥକ୍ କରିବାରେ ସାହାଯ୍ୟ କରୁଥିବା କିନ୍ତୁ ପ୍ରଜନନରେ ସିଧାସଳଖ ଜଡ଼ିତ ନଥିବା ବୈଶିଷ୍ଟଗୁଡ଼ିକୁ ଗୌଣ ଲିଙ୍ଗୀୟ ବୈଶିଷ୍ଟ୍ୟ କୁହାଯାଏ ।
  • ବୟଃସନ୍ଧି (Puberty) ସମୟରେ ଏକ ଶିଶୁର ଶରୀର ପ୍ରଜନନକ୍ଷମ ଯୁବାବସ୍ଥା ପ୍ରାପ୍ତ ହୁଏ । ସେଥ‌ିପାଇଁ ଶରୀରକୁ ଉଭୟ ବାହ୍ୟ ଚେହେରା ଏବଂ ଆଭ୍ୟନ୍ତରୀଣ ପରିବର୍ତ୍ତନ ଦେଇ ଗତି କରିବାକୁ ପଡ଼େ ।
  • ଝିଅମାନଙ୍କ ମଧ୍ୟରେ କିଶୋରାବସ୍ଥା ମଧ୍ୟ ଋତୁଚକ୍ର ଆରମ୍ଭଦ୍ଵାରା ସୂଚିତ ହୁଏ, ଯେଉଁ ସମୟରେ ସାଧାରଣତଃ ପ୍ରତି ୨୮–୩୦ ଦିନରେ ଶରୀରରୁ ରକ୍ତ ନିର୍ଗତ ହୁଏ, ଏହି ପ୍ରକ୍ରିୟାକୁ ଋତୁସ୍ରାବ କୁହାଯାଏ । ଋତୁସ୍ରାବ ଯୌବନ ସମୟରେ ଆରମ୍ଭ ହୁଏ ଏବଂ ସାଧାରଣତଃ ୪୫-୫୫ ବର୍ଷ ବୟସ ମଧ୍ୟରେ ଶେଷ ହୁଏ ।
  • କିଶୋରୀମାନେ ଅନେକ ଆବେଗାତ୍ମକ ଏବଂ ଆଚରଣଗତ ପରିବର୍ତ୍ତନର ସମ୍ମୁଖୀନ ହୁଅନ୍ତି ।
  • ସନ୍ତୁଳିତ ଏବଂ ସ୍ଵାସ୍ଥ୍ୟକର ଖାଦ୍ୟ ଖାଇବା, ଉତ୍ତମ ବ୍ୟକ୍ତିଗତ ପରିଚ୍ଛନ୍ନତା ବଜାୟ ରଖୁବା ଏବଂ ଶାରୀରିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବା କିଶୋରମାନଙ୍କୁ ସୁସ୍ଥ ରହିବାରେ ସାହାଯ୍ୟ କରେ ।
  • ତମାଖୁ, ମଦ୍ୟ ଏବଂ ନିଶା ଔଷଧ ଭଳି ମାଦକଦ୍ରବ୍ୟଗୁଡ଼ିକ ଶରୀର ଏବଂ ମନ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ । ଏହି ପଦାର୍ଥଗୁଡ଼ିକୁ ‘ନା’ କହିବା ଏବଂ ସେଗୁଡ଼ିକଠାରୁ ଦୂରେଇ ରହିବା ବୁଦ୍ଧିମାନର କାର୍ଯ୍ୟ ।
  • କିଶୋରାବସ୍ଥାରେ ଶରୀରରେ ଘଟୁଥ‌ିବା ପରିବର୍ତ୍ତନଗୁଡ଼ିକ ମୁଖ୍ୟତଃ ଶରୀରରେ ଉତ୍ପାଦିତ କିଛି ରାସାୟନିକ ପଦାର୍ଥଦ୍ଵାରା ନିୟନ୍ତ୍ରିତ ହୁଏ । ଏହି ରାସାୟନିକ ପଦାର୍ଥଗୁଡ଼ିକୁ ହରମୋନ୍ କୁହାଯାଏ ।
  • ଉପଯୁକ୍ତ ମାର୍ଗଦର୍ଶନ ଏବଂ ସଚେତନତା କିଶୋରମାନଙ୍କୁ ଶାରୀରିକ, ଆବେଗିକ ଏବଂ ଆଚରଣଗତ ପରିବର୍ତ୍ତନଗୁଡ଼ିକୁ ପ୍ରଭାବଶାଳୀ ଢଙ୍ଗରେ ପରିଚାଳନା କରିବାରେ ସାହାଯ୍ୟ କରେ ।

Class 7 Science Chapter 5 Notes Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ

Go through BSE Odisha Class 7 Science Notes Odia Medium and Class 7 Science Chapter 5 Notes Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ to understand important concepts and topics more clearly.

7th Class Science Chapter 5 Notes Odia Medium

BSE Odisha Class 7 Science Chapter 5 Notes Odia Medium

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ :

ଆମ ଦୈନନ୍ଦିନ ଜୀବନରେ ଅନେକ ପ୍ରକାର ପରିବର୍ତ୍ତନ ଦେଖିବାକୁ ପାଇଥାଉ ।
ଯଥା :

  1. ବରଫରୁ ଜଳ : କଠିନ ବରଫ ତରଳରେ ପରିଣତ ହେବା ।
  2. କଢ଼ରୁ ଫୁଲ : ଫୁଲ ଗଛରେ କଢ଼ରୁ ଫୁଲ ଫୁଟିବା ।
  3. ପାଣି ଥଣ୍ଡାରୁ ଗରମ : ଥଣ୍ଡା ପାଣିର ଥଣ୍ଡା କମିଯିବା ।
  4. କଦଳୀ ପୋକ ଲାଗି ନଷ୍ଟ ହେବା : ଫଳ କିଛିଦିନ ପରେ ପଚିଯିବା ଇତ୍ୟାଦି ।

Class 7 Science Chapter 5 Notes Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ

କାର୍ଯ୍ୟ–୧ : ଆସ ଚିନ୍ତା କରିବା ଓ ପୁନର୍ବିଚାର କରିବା

ଆମ ଚାରିପାଖରେ ଘଟୁଥିବା ଅନେକ ପରିବର୍ତ୍ତନକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ପଦାର୍ଥ ବା ବସ୍ତର ଆକାର, ଆକୃତି, ରଙ୍ଗ, ଗନ୍ଧ କିମ୍ବା ଅନ୍ୟ ଗୁଣରେ ପରିବର୍ତ୍ତନ ହେଉଅଛି । ପର୍ଯ୍ୟବେକ୍ଷଣକୁ ସାରଣୀରେ ଲେଖି ।

ସାରଣୀ, ଆମ ଚାରିପାଖରେ ପରିଲକ୍ଷିତ କେତେକ ପରିବର୍ତ୍ତନ

କ୍ରମିକ ସଂଖ୍ୟା ପରିବର୍ତ୍ତନ ପର୍ଯ୍ୟବେକ୍ଷଣ (ଆକାର, ଆକୃତି, ଗନ୍ଧ କିମ୍ବା ଅନ୍ୟ ଗୁଣ)
୧. ବରଫ ଖଣ୍ଡ ତରଳିବା ଆକୃତିରେ ପରିବର୍ତ୍ତନ
୨. ପନିପରିବା କାଟିବା ଆକୃତିରେ ପରିବର୍ତ୍ତନ
୩. ପାଣି ପୁଟାଇବା ଆୟତନ ହ୍ରାସ ପାଇବା
୪. ଚାଉଳରୁ ମୁଢ଼ି ତିଆରି କରିବା ଆୟତନ ବୃଦ୍ଧି ପାଇବା
୫. କାଗଜ ଖଣ୍ଡିଏ କାଟିବା ଆକୃତିରେ ପରିବର୍ତ୍ତନ
୬. ବିଟ୍ ରସକୁ ପାଣିରେ ମିଶାଇବା! ରଙ୍ଗରେ ପରିବର୍ତ୍ତନ
୭. କାଠ ଜଳିବା ଆକାରରେ ପରିବର୍ତ୍ତନ
୮. ଓଦା ଲୁଗା ଶୁଖାଇବା ଓଜନରେ ପରିବର୍ତ୍ତନ
୯. ଛୋଟ ଛୋଟ ଅଟା ଗୁଳା ତିଆରି କରିବା ଆକୃତିରେ ପରିବର୍ତ୍ତନ
୧୦. ଅଟା ଗୁଳାକୁ ବେଲି ରୁଟି ତିଆରି କରିବା ଆକାରରେ ପରିବର୍ତ୍ତନ

ଯଥା – ଆମ ଚତୁଃପାର୍ଶ୍ଵରେ ଘଟୁଥ‌ିବା ପରିବର୍ତନଗୁଡ଼ିକୁ ଆମେ ଆମର ପଞ୍ଚ ଇନ୍ଦ୍ରିୟ (ଦର୍ଶନ, ଶ୍ରବଣ, ଘ୍ରାଣ, ସ୍ପର୍ଶ ଓ ସ୍ଵାଦ) ମାନଙ୍କଦ୍ୱାରା ପର୍ଯ୍ୟବେକ୍ଷଣ କରିଥାଉ ।

ଏକ ପଦାର୍ଥର ରୂପରେ ପରିବର୍ତ୍ତନ ହୋଇପାରେ କିନ୍ତୁ ମୂଳ ପଦାର୍ଥ ସମାନ ରହିପାରେ

କାର୍ଯ୍ୟ-୨: ଆସ ତିଆରି କରିବା ଓ ଆଲୋଚନା କରିବା

(କ) କାଗଜ ସାହାଯ୍ୟରେ କିଛି ବସ୍ତୁ ତିଆରି କରିବା :

  • କିଛି କାଗଜ ଫର୍ଦ୍ଦ ନିଆଯାଉ ଓ ସେଗୁଡ଼ିକୁ ଭାଙ୍ଗି ନୂଆ ନୂଆ ବସ୍ତୁ ତିଆରି କରାଯାଉ (ଚିତ୍ର ଭଳି) ।
  • ଏହି ବସ୍ତଗୁଡ଼ିକୁ ଖୋଲିଦେବା ପରେ ସେହି ସମାନ କାଗଜ ମିଳିବ ନାହିଁ ।
    Class 7 Science Chapter 5 Notes Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ 1

(ଖ) ବେଲୁନ୍ ସହିତ ଖେଳିବା :

  • ବେଲୁନ୍‌ଟିଏ ନେଇ ତାକୁ ଫୁଙ୍କି ଫୁଲାଯାଉ । ବର୍ତ୍ତମାନ ଏଥୁରୁ ପବନ ବାହାରକୁ ଛାଡ଼ିଦିଆଯାଉ ।
  • ସେହି ପୂର୍ବର ଫୁଲି ନଥୁବା ବେଲୁନ ମିଳିବ ?
  • ଆଉ ଏକ ବେଲୁନ ନେଇ ଫୁଙ୍କି ଫୁଲାଯାଉ ତା’ର ମୁହଁକୁ ଦୃଢ଼ ଭାବରେ ବାନ୍ଧିଦିଆଯାଉ ଯେପରି ଏଥୁରୁ ପବନ ବାହାରି ଯିବନାହିଁ । ଏବେ ଏହାକୁ ଏକ ପିନ୍ ଦ୍ଵାରା ଫୁଟାଅ ।
    ସତର୍କତା – ପିନ୍ ବ୍ୟବହାର ସମୟରେ ସାବଧାନ ରହିବ ପୂର୍ବର ସେହି ଫୁଲି ନଥୁବା

(ଗ) ଚକ୍ ଖଣ୍ଡକୁ ଗୁଣ୍ଡ କରିବା :

  • ବେଲୁନ୍‌ ଫେରି ପାଇବାକୁ ସକ୍ଷମ ହେଉଛି ।
  • ଛୋଟ ଚକ୍ ଖଣ୍ଡେ ନେଇ ପାଉଡ଼ର ପରି ଗୁଣ୍ଡ କରିଦିଆଯାଉ ।
  • ଏହି ଚକ୍ ପାଉଡ଼ରରୁ ପୂର୍ବର ସେହି ଚକ୍ ଖଣ୍ଡକୁ ଫେରାଇ ଆଣିପାରିବା ନାହିଁ ।

Class 7 Science Chapter 5 Notes Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ

ଉପରୋକ୍ତ କ, ଖ ଓ ଗ ତାଲିକାଭୁକ୍ତ ପରିବର୍ତ୍ତନଗୁଡ଼ିକ ମଧ୍ୟରେ କିଛି ସାମଞ୍ଜସ୍ୟ ଅଛି କି ?
ଉ. ଏ ସମସ୍ତ ପରିବର୍ତ୍ତନ କ୍ଷେତ୍ରରେ ଯେପରି କାଗଜ, ବେଲୁନ୍‌ର ରବର ଓ ଚକ୍ ପୂର୍ବପରି ସମାନ ରହିଲେ, ଯଦିଓ ସେମାନଙ୍କର ରୂପ (ଆକାରା ବା ଆକୃତି)ରେ ପରିବର୍ତ୍ତନ ହୋଇଥିଲା । ଜଳ କଠିନ, ତରଳ ଓ ବାଷ୍ପ ଏପରି ତିନୋଟି ଅବସ୍ଥାରେ ରହିପାରିବ ଏବଂ ଗୋଟିଏ ଅବସ୍ଥାରୁ ଅନ୍ୟ ଅବସ୍ଥାକୁ ପରିବର୍ତ୍ତନ ହୋଇପାରିବ ।

ଏକ ପଦାର୍ଥର ରୂପରେ ପରବର୍ତ୍ତନ ହୋଇପାରେ, କିନ୍ତୁ ମୂଳ ପଦାର୍ଥ ସମାନ ରହିପାରେ । ଯେଉଁ ପରିବର୍ତ୍ତନରେ ପଦାର୍ଥର କେବଳ ଆକାର, ଆକୃତି, ଅବସ୍ଥା ଭଳି ଭୌତିକ ଧର୍ମଗୁଡ଼ିକର ପରିବର୍ତ୍ତନ ହୋଇଥାଏ, ତାହାକୁ ଭୌତିକ ପରିବର୍ତ୍ତନ (Physical Change) କୁହାଯାଇଥାଏ ।

ଏକ ପଦାର୍ଥ ରୂପରେ ପରିବର୍ତ୍ତନ ହୋଇପାରେ ଏବଂ ମୂଳ ପଦାର୍ଥ ସମାନ ନ ରହିପାରେ !

କାର୍ଯ୍ୟ-୩ : ଆସ ଅନୁସନ୍ଧାନ କରିବା

  • ଦୁଇଟି କାଚ ପାତ୍ର କିମ୍ବା ଛୋଟ ସ୍ଵଚ୍ଛ ବୋତଲ ନିଆଯାଉ । ସେମାନଙ୍କୁ ‘କ’ ଓ ‘ଖ’ ରୂପେ ଚିହ୍ନିତ କରାଯାଉ ।
  • ‘କ’ ପାତ୍ରର ଏକ ଚତୁର୍ଥାଂଶକୁ କଳପାଣି ଏବଂ ‘ଖ’ ପାତ୍ରର ଏକ ଚତୁର୍ଥାଂଶକୁ ଚୂନପାଣିରେ ପୂର୍ଣ୍ଣ କରାଯାଉ ।
  • ବର୍ତ୍ତମାନ ଦୁଇଟି ଅଲଗା ଅଲଗା ନଳୀ ସାହାଯ୍ୟରେ ପାତ୍ର ଦୁଇଟି ଭିତରକୁ ଫୁଙ୍କି ପବନ ଭର୍ତ୍ତି କରାଯାଉ ଓ ପର୍ଯ୍ୟବେକ୍ଷଣ କରାଯାଉ ।
    ସତର୍କତା – ଏହା କରିବା ସମୟରେ ପାଣି ବା ଚୂନପାଣିକୁ ଶୋଷିନିଅ ନାହିଁ ।
    Class 7 Science Chapter 5 Notes Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ 2

Class 7 Science Chapter 5 Notes Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ

ତୁମେ କିଛି ପରିବର୍ତ୍ତନ ଲକ୍ଷ୍ୟ କରୁଛ କି ?
ଉ. କାଚ ପାତ୍ର ‘କ’ରେ ପାଣି ଭିତରେ ପବନ ଭରିବା ବେଳେ କେବଳ ଫୋଟକାଗୁଡ଼ିକ ସୃଷ୍ଟି ହେଉଛି ଏବଂ ପାଣିର ରୂପରେ କୌଣସି ପରିବର୍ତ୍ତନ ହେଉନାହିଁ । କାଚ ପାତ୍ର ‘ଖ’ରେ ଚୂନପାଣି ଭିତରକୁ ପବନ ପଶିବାରୁ ଫୋଟକା ସବୁ ସୃଷ୍ଟି ହେଉଛି ଏବଂ ଚୂନପାଣିର ରଙ୍ଗ ବଦଳି ଦୁଧୂ ରଙ୍ଗ ହୋଇଯାଇଛି । ଆମେ ଯଦି ଏହାକୁ କିଛି ସମୟ ସ୍ଥିର ଭାବରେ ରଖ୍ ଦେଉଛେ ଏକ ଧଳାରଙ୍ଗର ପଦାର୍ଥ ପାତ୍ର ଭିତରେ ତଳକୁ ବସିଯାଇଛି, ଯାହା କିଛି ନୂତନ ପଦାର୍ଥ ସୃଷ୍ଟି ହୋଇଥିବାର ସୂଚନା ଦେଉଛି ।

ଯେଉଁ ପରିବର୍ତ୍ତନ ଗୁଡ଼ିକରେ ଏକ ବା ଏକାଧ୍ଯକ ନୂତନ ପଦାର୍ଥ ସୃଷ୍ଟି ହୋଇଥାଏ, ତାହାକୁ ରାସାୟନିକ ପରିବର୍ତ୍ତନ (Chemical Change) କୁହାଯାଏ ।

ଯେଉଁ ପ୍ରକ୍ରିୟାରେ ନୂତନ ପଦାର୍ଥ ସବୁ ସୃଷ୍ଟି ହୁଅନ୍ତି, ତାହାକୁ ରାସାୟନିକ ପ୍ରତିକ୍ରିୟା (Chemical Reaction) କୁହାଯାଏ । ଏକ ପ୍ରତିକ୍ରିୟାରୁ ନୂତନ ପଦାର୍ଥ ସୃଷ୍ଟି ହେବା ଏକ ରାସାୟନିକ ପରିବର୍ତ୍ତନର ସୂଚନା ଦେଇଥାଏ । ରାସାୟନିକ ପରିବର୍ତ୍ତନ ସହ ସମ୍ପୃକ୍ତ ରାସାୟନିକ ପ୍ରତିକ୍ରିୟାକୁ ସଂକ୍ଷେପରେ ରାସାୟନିକ ସମୀକରଣ (Chemical Equation) ରେ ଦର୍ଶାଯାଇଥାଏ ।

ଚୂନପାଣିରେ ଅଙ୍ଗାରକାମ୍ଳ ଗ୍ୟାସ୍ ପ୍ରବେଶ କରାଇଲେ, ଏକ ଧଳା ରଙ୍ଗର ଅଦ୍ରବଣୀୟ ପଦାର୍ଥ ପାତ୍ର ଭିତରେ ତଳେ ବସିଯାଏ । ଏହି ରାସାୟନିକ ପ୍ରତିକ୍ରିୟାକୁ ନିମ୍ନ ପ୍ରକାରରେ ଦର୍ଶାଯାଇ ପାରିବ ।

କ୍ୟାଲସିୟମ୍ ହାଇଡ୍ରକ୍‌ସାଇଡ୍ (ଚୂନପାଣି) + କାର୍ବନ ଡାଇଅକ୍ସାଇଡ୍ (ଅଙ୍ଗାରକାମ୍ଳ) → କ୍ୟାଲସିୟମ୍ କାର୍ବୋନେଟ୍ + ଜଳ (ଅଦ୍ରବଣୀୟ ପଦାର୍ଥ)

ଚୁନପାଣିର ରଙ୍ଗ ବଦଳି ଦୁଧୂ ରଙ୍ଗ ହେବାକୁ ମଧ୍ୟ ଅଙ୍ଗାରକାମ୍ଳର ଉପସ୍ଥିତି ପରୀକ୍ଷା ପାଇଁ ବ୍ୟବହାର କରାଯାଇଥାଏ । ଏକ ଚାମଚ ଭିନେଗାରରେ ଚିମୁଟାଏ ଖାଇବା ସୋଡ଼ା (ସୋଡ଼ିୟମ୍ ହାଇଡ୍ରୋଜେନ୍ କାର୍ବୋନେଟ) ମିଶାଇଲେ ଗ୍ୟାସ ଫୋଟକା ସୃଷ୍ଟି ହୋଇଥାଏ ।

କାର୍ଯ୍ୟ-୪ : ଆସ୍ତ୍ର ପରୀକ୍ଷଣ କରିବା

  • ଏକ ଚାମଚ ଭିନେଗାର କିମ୍ବା ଲେମ୍ବୁରସ ଗୋଟିଏ ପରୀକ୍ଷାନଳରୀ (Test tube) ରେ ନିଆଯାଉ ।
  • ଏଥ‌ିରେ ଚିମୁଟାଏ ଖାଇବାସୋଡ଼ା (ସୋଡ଼ିୟମ୍ ହାଇଡ୍ରୋଜେନ୍ କାର୍ବୋନେଟ୍) ମିଶାଯାଉ ।

ତୁମେ କ’ଣ ଦେଖୁଛ ?
ଉ. ଫିସ୍‌ଫିସ୍ ଶବ୍ଦ ଶୁଣିବା ସହ ବୁଦ୍‌ବୁଦ୍ ହୋଇ ଗ୍ୟାସ୍ ଫୋଟକାଗୁଡ଼ିଏ ସୃଷ୍ଟି ହୋଇଥିବାର ଦେଖିବାକୁ ପାଇବ ।
ଅନ୍ୟ ଏକ ଟେଷ୍ଟଟ୍ୟୁବରେ ସଦ୍ୟ ପ୍ରସ୍ତୁତ ଚୂନପାଣି ନେଇ ତା’ ମଧ୍ୟରେ ଏହି ଗ୍ୟାସକୁ ପ୍ରବେଶ କରାଅ ।

Class 7 Science Chapter 5 Notes Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ

କ’ଣ ଦେଖୁଛ ?
ଉ. ଚୂନପାଣିର ରଙ୍ଗ ବଦଳି ଦୁଧୁଆ ହୋଇଯାଇଛି । ଯାହା ଭିନେଗାର ଓ ଖାଇବା ସୋଡ଼ା (ବେକିଙ୍ଗସୋଡ଼ା)ର ମିଶ୍ରଣରୁ ସୃଷ୍ଟି ହେଲା ।

ଏହି ଗ୍ୟାସ୍ ବିଷୟରେ ତୁମେ କ’ଣ ଅନୁମାନ କରୁଛ ?
ଉ. ଏହା ସୂଚନା ଦିଏ ଯେ, ସୃଷ୍ଟି ହୋଇଥିବା ଗ୍ୟାସ୍ ହେଉଛି ଅଙ୍ଗାରକାମ୍ଳ । ଏହି କାର୍ଯ୍ୟକୁ ମଧ୍ୟ ଟେଷ୍ଟଟ୍ୟୁବ୍‌ ପରିବର୍ତ୍ତେ ଦୁଇଟି ବ୍ୟବହୃତ ଛୋଟ ପ୍ଲାଷ୍ଟିକ୍ ବୋତଲ ଓ ନମନୀୟ ନଳୀ ବ୍ୟବହାର କରି କରାଯାଇପାରିବ (ଚିତ୍ର ‘ଖ’) ।
Class 7 Science Chapter 5 Notes Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ 3
ଏହି ଗ୍ୟାସ୍‌କୁ ଚୂନପାଣି ମଧ୍ୟରେ ପ୍ରବେଶ କରାଇଲେ, ଚୂନପାଣିର ରଙ୍ଗରେ ପରିବର୍ତ୍ତନ ଅର୍ଥାତ୍ ଦୁଗ୍ଧ ବର୍ଣ୍ଣ ଧାରଣ କରିଥାଏ । ଏଥିରୁ ସ୍ପଷ୍ଟ ହୁଏ ଯେ, ଏହି ଗ୍ୟାସ୍ ଅଙ୍ଗାରକାମ୍ଳ ଅଟେ । ଏହି ପ୍ରତିକ୍ରିୟାକୁ ନିମ୍ନ ସମୀକରଣ ଦ୍ଵାରା ଦର୍ଶାଯାଇପାରିବ ।

ଭିନେଗାର + ବେକିଙ୍ଗ ସୋଡ଼ା → ଅଙ୍ଗାରକାମ୍ଳ ଗ୍ୟାସ୍ + ଅନ୍ୟ ପଦାର୍ଥ । ଏହା ଏକ ରାସାୟନିକ ପରିବର୍ତ୍ତନର ଉଦାହରଣ ଅଟେ ।

ରାସାୟନିକ ପରିବର୍ତ୍ତନ ସହ ସମ୍ପୃକ୍ତ ଅନ୍ୟ କେତେକ ପ୍ରତିକ୍ରିୟା କଳଙ୍କି ଧରିବା :
କଳଙ୍କି (Rusting) ହେଉଛି ଏକ ରାସାୟନିକ ପ୍ରତିକ୍ରିୟା ଯାହା ଲୌହ ଧାତୁଗୁଡ଼ିକର ପୃଷ୍ଠରେ ଲାଲ କିମ୍ବା କମଳା ରଙ୍ଗର ଆବରଣ ସୃଷ୍ଟି କରିଥାଏ । ଏହାର ରାସାୟନିକ ନାମ ଆଇରନ୍ ଅକ୍‌ସାଇଡ୍ ଅଟେ । କଳଙ୍କି ସୃଷ୍ଟି ହେବା ପାଇଁ ବାୟୁ ଏବଂ ଆର୍ଦ୍ରତା ଉଭୟ ରହିବା ଆବଶ୍ୟକ ଅଟେ ।
Class 7 Science Chapter 5 Notes Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ 4

ଦହନ :
ମ୍ୟାଗ୍ନେସିୟମ୍ ଫିତା ଜଳିଲେ ମ୍ୟାଗ୍ନେସିୟମ୍ ଅକ୍ସାଇଡ୍ ନାମକ ଏକ ନୂତନ ପଦାର୍ଥ ସୃଷ୍ଟି ହୋଇଥାଏ । ଏହି ରାସାୟନିକ ପରିବର୍ତ୍ତନରେ ଏକ ନୂତନ ପଦାର୍ଥ ସୃଷ୍ଟି ହେବା ସହିତ ତାପ ଓ ଆଲୋକ ସୃଷ୍ଟି ହୋଇଥାଏ ।
ମ୍ୟାଗ୍ନେସିୟମ୍ + ଅକ୍ସିଜେନ୍ (ବାୟୁ) → ମ୍ୟାଗ୍ନେସିଅମ୍ ଅକ୍‌ସାଇଡ୍ + ତାପ (ଧଳା ପାଉଡ଼ର) + ଆଲୋକ
Class 7 Science Chapter 5 Notes Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ 5
ଯେଉଁ ରାସାୟନିକ ପ୍ରତିକ୍ରିୟାରେ ଗୋଟିଏ ପଦାର୍ଥ ଅମ୍ଳଜାନ ସହିତ ପ୍ରତିକ୍ରିୟା କରି ତାପ କିମ୍ବା ଆଲୋକ କିମ୍ବା ଉଭୟ ତାପ ଓ ଆଲୋକ ଉତ୍ପନ୍ନ କରେ, ତାହାକୁ ଦହନ (Combustion) କୁହାଯାଏ । ଯେଉଁ ପଦାର୍ଥଗୁଡ଼ିକ ଦହନ ପ୍ରତିକ୍ରିୟା କରନ୍ତି, ସେମାନଙ୍କୁ ଦହନଶୀଳ (Combustible) ପଦାର୍ଥ କୁହାଯାଇଥାଏ ।

Class 7 Science Chapter 5 Notes Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ

କାଠ, କାଗଜ, ତୁଳା, କିରୋସିନ୍ ଇତ୍ୟାଦି ଦହନଶୀଳ ପଦାର୍ଥ ଅଟନ୍ତି । ବାୟୁରେ ଥ‌ିବା ଅମ୍ଳଜାନ ଦହନ ପାଇଁ ସହାୟକ ହୋଇଥାଏ । ଜଣେ ବ୍ୟକ୍ତିଙ୍କ ପିନ୍ଧିଥିବା ପୋଷାକରେ ନିଆଁ ଲାଗିଗଲେ, ସେହି ନିଆଁକୁ ଲିଭାଇବା ପାଇଁ ଗୋଟିଏ ମୋଟା କପଡ଼ା ଘୋଡ଼ାଇ ଦିଆଯାଏ, ଏହା ବାୟୁ ଯୋଗାଣକୁ ବିଚ୍ଛିନ୍ନ କରେ ଓ ନିଆଁ ଲିଭାଇ ଦିଏ ।

କାର୍ଯ୍ୟ–୫ : ଆସ ଅନୁସନ୍ଧାନ କରିବା

  • ଦୁଇଟି ଏକା ପ୍ରକାର ମହମବତୀ ଅଲଗା ଦୁଇଟି ଚଟକା ପାତ୍ରରେ ରଖ୍ ଜଳାଯାଉ ।
  • ଗୋଟିକୁ ଚିତ୍ରରେ ପ୍ରଦର୍ଶିତ ହେବାପରି ଏକ କାଚପାତ୍ରରେ ଢାଙ୍କି ଦିଆଯାଉ (ଚିତ୍ର ‘ଖ’) ।

ମହମବତୀ ଦୁଇଟିର ଜଳୁଥିବା ଶିଖାରେ କ’ଣ ଘଟୁଛି ?
ଉ. ଆମେ ଦେଖୁଛେ ଯେ, ଯେଉଁ ମହମବତୀ ଢଙ୍କା ଯାଇ ନଥିଲା (ଚିତ୍ର ‘କ’) ତାହା ନିରନ୍ତର ଜଳୁଛି, ଯେତେବେଳେ କି ଢଙ୍କା ଯାଇଥିବା ମହମବତୀ (ଚିତ୍ର ‘ଖ’) କିଛି ସମୟ ପରେ ଲିଭିଯାଇଛି ।
Class 7 Science Chapter 5 Notes Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ 6
ଏମିତି କାହିଁକି ହୁଏ ?
ଉ. ଯେହେତୁ କାଚପାତ୍ରଦ୍ଵାରା ଢଙ୍କା ଯାଇଥ୍ ମହମବତୀ ନିରନ୍ତର ବାୟୁ ପାଉନାହିଁ, ଜଳୁଥିବା ଶିଖା ଶୀଘ୍ର ଲିଭିଗଲା । ଦହନରେ ସହାୟକ ହେଉଥ‌ିବା ବାୟୁର ସେହି ଉପାଦାନଟି ହେଉଛି ଅମ୍ଳଜାନ ।

  • ଢଙ୍କାଯାଇଥିବା ମହମବତୀର ପାତ୍ରରେ ଅଙ୍ଗାରକାମ୍ଳର ଉପସ୍ଥିତିଦ୍ଵାରା ଏହାକୁ ନିଶ୍ଚିତ କରିହେବ । ତୁମେ କିପରି ଅଙ୍ଗାରକାମ୍ଳ ଗ୍ୟାସ୍‌ର ଉପସ୍ଥିତି ପରୀକ୍ଷା କରିପାରିବ ?
  • ସେହି ପେଟ୍ରି ଡିସ୍‌ରେ ଅଳ୍ପ ପରିମାଣରେ ଚୂନପାଣି ମିଶାଇ ତୁମେ ଅଙ୍ଗାରକାମ୍ଳ ଗ୍ୟାସ୍‌ର ଉପସ୍ଥିତି ପରୀକ୍ଷା କରିପାରିବ । ତୁମେ ଲକ୍ଷ୍ୟ କରିବ ଯେ ତାହା ଦୁଧୂଆ ରଙ୍ଗକୁ ବଦଳି ଯାଇଛି । ମହମରେ ଥିବା ଅଙ୍ଗାରକ (କାର୍ବନ) ଓ ବାୟୁର ଅମ୍ଳଜାନଦ୍ଵାରା ଏହି ଅଙ୍ଗାରକାମ୍ଳ ସୃଷ୍ଟି ହୋଇଥିଲା । ଅନ୍ୟକଥାରେ, ଦହନ ପାଇଁ ଅମ୍ଳଜାନ ଆବଶ୍ୟକ ।

Class 7 Science Chapter 5 Notes Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ

ବିଜ୍ଞାନ ଓ ସମାଜ : ଯଦି ଜଣେ ବ୍ୟକ୍ତିଙ୍କ ପିନ୍ଧିଥିବା ପୋଷାକରେ ନିଆଁ ଲାଗିଯାଏ ତେବେ ଜଣେ ସେହି ନିଆଁକୁ ଲିଭାଇବା ପାଇଁ ସର୍ବୋତ୍ତମ ଉପାୟଟି କ’ଣ ?
ଉ. ସେହି ବ୍ୟକ୍ତିଙ୍କ ଉପରେ ଗୋଟିଏ କମ୍ବଳ କିମ୍ବା ମୋଟା କପଡ଼ା ଘୋଡ଼ାଇ ଦିଅ । ଏହା ବାୟୁ ଯୋଗାଣକୁ ବିଚ୍ଛିନ୍ନ କରିଦିଏ ଏବଂ ନିଆଁ ଲିଭିଯାଏ ।

ସତର୍କତା : କୃତ୍ରିମତନ୍ତୁ ନିର୍ମିତ କମ୍ବଳ (ସିନଥେଟିକ୍ କମ୍ବଳ) ବା ସିନଥେଟିକ୍ କପଡ଼ା କେବେବି ନିଆଁ ଲିଭେଇବା ପାଇଁ ବ୍ୟବହାର ହେବା ଉଚିତ ନୁହେଁ । କାରଣ ଏଗୁଡ଼ିକ ତରଳି ଚର୍ମରେ ଲାଗିଯିବ ।

ପ୍ରକୃତିର ବିସ୍ମୟ : ଜୈବଦୀପ୍ତି
ବିଳମ୍ବିତ ସନ୍ଧ୍ୟାରେ ଏକ ଉଦ୍ୟାନ ବା ପ୍ରାନ୍ତରରେ କିଛି କୀଟଙ୍କଠାରୁ ଆଲୋକ ବାହାରୁଥୁବାର ତୁମେ ହୁଏତ ଦେଖୁଥ‌ିବ । ଏହି କୀଟଗୁଡ଼ିକୁ ଖଦ୍ୟୋତ (ଜୁଳୁଜୁଳିଆ ପୋକ) କହନ୍ତି । ସେମାନଙ୍କ ଆଲୋକ ଏକ ରାସାୟନିକ ପରି ବ ର୍ଷ ନ ଦ୍ଵାର। ଉତ୍ପନ୍ନ ହୋଇଥାଏ । ସଜୀବଙ୍କଠାରେ ଏହି ପ୍ରକାର ତାପ ବିନା ଆଲୋକ ଉତ୍ପାଦନକୁ ଜୈବଦୀପ୍ତି (Bioluminescence) କହନ୍ତି ।
Class 7 Science Chapter 5 Notes Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ 7
ଦହନ ପାଇଁ ବାୟୁର ଉପସ୍ଥିତି ଯଥେଷ୍ଟ କି ?

କାର୍ଯ୍ୟ–୬ : ଆସ ଅନୁସନ୍ଧାନ କରିବା

ସତର୍କତା – ଏହି କାର୍ଯ୍ୟକୁ ତୁମ ଶିକ୍ଷକ କିମ୍ବା ବ୍ୟକ୍ତିଙ୍କ ତତ୍ତ୍ଵାବଧାନରେ କରିବା ଉଚିତ ।
ଚିମୁଟାରେ ଖଣ୍ଡେ କାଗଜ ଧରି ଜଳୁଥିବା ଦିଆସିଲି କାଠି ନିକଟକୁ ଅଣାଯାଉ । ଏଥିରେ ସଙ୍ଗେ ସଙ୍ଗେ ନିଆଁ ଲାଗିଯିବ । ତୁମେ କହିପାରିବ କି ଜ୍ଵଳନ ପ୍ରକ୍ରିୟା ପାଇଁ ଆମେ ନିଆଁ ଆବଶ୍ୟକ କରୁ ?

Class 7 Science Chapter 5 Notes Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ

‘ଆଉ ଖଣ୍ଡିଏ କାଗଜ ନିଆଯାଉ’ ଗୋଟିଏ ପରିବର୍ଦ୍ଧକ କାଚ ସାହାଯ୍ୟରେ ଏହା ଉପରେ ସୂର୍ଯ୍ୟକିରଣକୁ ସବୁଠାରୁ ଉଜ୍ଜ୍ଵଳ ବିନ୍ଦୁ ସଦୃଶ ଚିହ୍ନ ଆସିବା ପରି କେନ୍ଦ୍ରୀଭୂତ କର (ଚିତ୍ର- କ) । କିଛି ସମୟ ସେଠାରେ ଏହାକୁ ଧରି ରଖ ।
Class 7 Science Chapter 5 Notes Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ 8
ତୁମେ କ’ଣ ଦେଖୁଛ ?
ଉ. ଆମେ ଦେଖୁଛୁ ଯେ, ସେହି କାଗଜକୁ ଧୂଆଁ ନିର୍ଗତ ହେବା ଆରମ୍ଭ ହେ ଉଛି ଏବଂ ତା ପରେ ଏଥିରେ ନି ଆଁ ଲାଗିଯାଉଛି (ଚିତ୍ର-ଖ) । ଏଣୁ ଆମେ ଜାଣିଲେ ଯେ, ଗୋଟିଏ ପଦାର୍ଥ ବିନା ନିଆଁରେ ମଧ୍ଯ ଜଳିପାରିବ ।

ଦହନ ପାଇଁ ଦହନଶୀଳ ପଦାର୍ଥ ଓ ଅମ୍ଳଜାନ ଆବଶ୍ୟକ ହୋଇଥାଏ । କାଗଜ ଉପରକୁ ସୂର୍ଯ୍ୟାଲୋକ ଜବକାଚ (ପରିବର୍ଦ୍ଧକ କାଚ) ଦ୍ଵାରା କେନ୍ଦ୍ରୀଭୂତ କରି ପକାଇଲେ କାଗଜରେ ନିଆଁ ଲାଗିଯାଇଥାଏ, ସୁତରାଂ ଗୋଟିଏ ଦହନଶୀଳ ପଦାର୍ଥ ବିନା ନିଆଁରେ ମଧ୍ୟ ଜଳିପାରିବ ।

ଯେଉଁ ସର୍ବନିମ୍ନ ତାପମାତ୍ରାରେ କୌଣସି ପଦାର୍ଥ ଜଳିବାକୁ ଆରମ୍ଭ କରେ ତାହାକୁ ସେହି ପଦାର୍ଥର ପ୍ରଜ୍ଜଳନ ତାପମାତ୍ରା (Ignition temperature) କୁହାଯାଇଥାଏ ।

ଦହନ ପ୍ରକ୍ରିୟା ଘଟିବା ପାଇଁ 3 ଟି କାରକ ଆବଶ୍ୟକ ହୋଇଥାଏ, ଯଥା –

  1. ଏକ ଦହନଶୀଳ ପଦାର୍ଥ ବା ଇନ୍ଧନ (Fuel),
  2. ଅମ୍ଳଜାନ,
  3. ପ୍ରଜ୍ଜ୍ୱଳନ ତାପମାତ୍ରା (ଆବଶ୍ୟକ ତାପ)

Class 7 Science Chapter 5 Notes Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ

ମହମବତୀର ଜ୍ଵଳନ ସମୟରେ ମହମବତୀର ମହମ ତରଳିଯାଏ ଓ ବତୀ ଉପରକୁ ଉଠିଥାଏ । ଶିଖାର ଉତ୍ତାପ ଯୋଗୁଁ ମହମ ବାଷ୍ପୀଭୂତ ହୋଇଯାଏ । ମହମର ବାଷ୍ପ ଜଳି ଶିଖା ସୃଷ୍ଟିହୋଇଥାଏ ।

ସମାନ ପ୍ରତିକ୍ରିୟାରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ ଘଟିପାରିବ କି ?
ମହମବତୀଟିଏ ଜଳିବା ବେଳେ କ’ଣ ସବୁ ପରିବର୍ତ୍ତନ ହୁଏ ? ଆସ ଅନୁସନ୍ଧାନ କରିବା ।

କାର୍ଯ୍ୟ–୭ : ଚିନ୍ତା କର, ଯୁଗ୍ମ ଭାବରେ ଆଲୋଚନା କର କର ଓ ବିନିମୟ କର ।

ଚିତ୍ରକୁ ଦେଖ । ଛାତ୍ରଛାତ୍ରୀମାନେ ଜଳୁଥିବା ମହମବତୀ ବିଷୟରେ କ’ଣ ସବୁ ଆଲୋଚନା କରୁଛନ୍ତି ବିଶ୍ଲେଷଣ କର ।
Class 7 Science Chapter 5 Notes Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ 9
ମହମ ତରଳିବା, ଘନୀଭୂତ ହେବା ଏବଂ ବାଷ୍ପୀଭୂତ ହେବା ଭୌତିକ ପରିବର୍ତ୍ତନ ଅଟେ । ଅନ୍ୟ ପକ୍ଷରେ ମହମର ବାଷ୍ପ ଜଳିବା ଏକ ରାସାୟନିକ ପରିବର୍ତ୍ତନ ଅଟେ । ଏଥୁରୁ ସ୍ପଷ୍ଟ ହେଲୁ ଯେ, ମହମବଦୀ ଜଳିବାରେ ଉଭୟ ଭୌତିକ ଓ ରାସାୟନିକ ପରିବର୍ତ୍ତନ ସମ୍ପୃକ୍ତ ଅଟେ ।

Class 7 Science Chapter 5 Notes Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ

ମାଇକେଲ୍ ଫାରାଡ଼େ :
ମାଇକେଲ୍ ଫାରାଡ଼େଙ୍କର ବିଜ୍ଞାନର ବିଭିନ୍ନକ୍ଷେତ୍ରରେ ଅନେକ ଗୁରୁତ୍ଵପୂର୍ଣ୍ଣ ଅବଦାନ ରହିଛି । ସେ ଉନବିଂଶ ଶତାବ୍ଦୀରେ ମହମବତୀର ରାସାୟନିକ ଇତିହାସ ସମ୍ବନ୍ଧରେ ଏକ ବକ୍ତୃତାମାଳା ପ୍ରଦାନ କରିଥିଲେ । ଫାରାଡ଼େ ବିଶ୍ଵାସ କରୁଥିଲେ ଯେ, ବୈଜ୍ଞାନିକ ଅଧ୍ୟୟନ ନିମନ୍ତେ ମହମବତୀ ହେଉଛି ଏକ ଉପଯୁକ୍ତ ବସ୍ତ । ସେ ଏହା ମାଧ୍ୟମରେ ଗଳନ, ବାଷ୍ପୀଭବନ ଓ ଦହନ ମଧ୍ୟରେ ଥ‌ିବା ପାର୍ଥକ୍ୟଗୁଡ଼ିକୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ ।
Class 7 Science Chapter 5 Notes Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ 10

ପରିବର୍ତ୍ତନଗୁଡ଼ିକ ସ୍ଥାୟୀ ଅଟନ୍ତି କି ?
ଥରେ କୌଣସି ଜିନିଷର କିଛି ପରିବର୍ତ୍ତନ ହୋଇଗଲା ପରେ ଆମେ କ’ଣ ଏହାକୁ ତାହାର ମୂଳ ରୂପରେ ଫେରି ପାଇବା କି ?

କାର୍ଯ୍ୟ–୮ : ଆସ ଅନୁସନ୍ଧାନ ସନ୍ଧାନ କରିବା

ଆମେ ଏ ପର୍ଯ୍ୟନ୍ତ ଯେତେସବୁ ପରିବର୍ତ୍ତନ ବିଷୟରେ ଆଲୋଚନା କରିଛେ ସେସବୁକୁ ଆଉଥରେ ଚିନ୍ତା କରାଯାଉ । ଏମାନଙ୍କ ମଧ୍ୟରୁ କେଉଁ ବସ୍ତ ବା ପଦାର୍ଥକୁ ଆମେ ଆରମ୍ଭରେ ଯେଉଁ ରୂପରେ ଦେଖୁଥିଲେ ସେହି ରୂପରେ ଫେରିପାଇବା ? ତୁମର ପର୍ଯ୍ୟବେକ୍ଷଣକୁ ସାରଣୀରେ ଲେଖାଯାଉ ।

ସାରଣୀ : ପରିବର୍ତ୍ତନଗୁଡ଼ିକ ପ୍ରତ୍ୟାବର୍ତ୍ତୀ ହୋଇପାରିବ କି ?

କ୍ରମିକ ସଂଖ୍ୟା ପରିବର୍ତ୍ତନ ମୂଳ ଅବସ୍ଥା ଫେରି ପାରିବ (ହଁ/ନା)
୧. ପନିପରିବା କାଟିବା ହଁ
୨. ପାଣି ଫୁଟାଇବା ନା
୩. ଗନ୍ଧକ ହଁ
୪. ଚାଉଳରୁ ମୁଢ଼ି ତିଆରି କରିବା ନା
୫. ଗୋଟିଏ ଉଭିଦର ବୃଦ୍ଧି ନା
୬. ପାଣିରେ ଚିନି ଦ୍ରବୀଭୂତ ହେବା ହଁ
୭. ପଥର ହଁ

Class 7 Science Chapter 5 Notes Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ 11
ଯେଉଁ ପରିବର୍ତ୍ତନରେ ଆମ ପଦାର୍ଥର ମୂଳ ଅବସ୍ଥାକୁ ଫେରି ପାଇଥାଉ ତାହା ପ୍ରତ୍ୟାବର୍ତୀ ଅଟେ ।
ଉଦାହରଣ : ବରଫରୁ ପାଣି ଓ ପୁନଶ୍ଚ ବରଫରେ ପରିଣତ ହେବା ।

Class 7 Science Chapter 5 Notes Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ

ଯେଉଁ ପରିବର୍ତ୍ତନ ପରେ ଆମ ପଦାର୍ଥକୁ ଆଉ ତାହାର ମୂଳ ରୂପରେ ଫେରି ପାଇପାରିବା ନାହିଁ ତାହାକୁ ଅପ୍ରତ୍ୟାବର୍ତ୍ତୀ କୁହାଯାଏ । ଉଦାହରଣ : କଟାଯାଇଥିବା ପନିପରିବା ତାହାର ପୂର୍ବ ଆକୃତିକୁ ଫେରି ପାରିବ ନାହିଁ ।

ସମସ୍ତ ପରିବର୍ତ୍ତନ ଆବଶ୍ୟକ କି ?
Class 7 Science Chapter 5 Notes Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ 12
ଆମ ଦୈନନ୍ଦିନ ଜୀବନରେ ଅନେକ ପରିବର୍ତ୍ତନ ଅତ୍ୟାବଶ୍ୟକ ବା ଉପଯୋଗୀ ହୋଇଥାଏ ।
ଉଦାହରଣ : (a) କ୍ଷୀର ଦହିରେ ପରିଣତ ହେବା, (b) ଗଛରେ ଫଳ ପାଚିବା, (c) ଖାଦ୍ୟ ରନ୍ଧନ କରିବା ଇତ୍ୟାଦି ।

କେତେକ ପରିବର୍ତ୍ତନ ଆମ ପାଇଁ ଅନାବଶ୍ୟକ ଅଟେ ।
ଉଦାହରଣ : (a) ଲୁହାରେ କଳଙ୍କି ଲାଗିବା, (b) ସଂରକ୍ଷଣ ବେଳେ ଖାଦ୍ୟ ନଷ୍ଟ ହେବା, (c) ରୂପା ଗହଣା କଳା ପଡ଼ିଯିବା ।

ବର୍ଷ ବର୍ଷ ଧରି ମାନବର କାର୍ଯ୍ୟକଳାପ ଯୋଗୁଁ କିଛି ପରିବର୍ତ୍ତନ ଏକ ଦୀର୍ଘକାଳୀନ ପରିବେଶଗତ ପ୍ରଭାବ ସୃଷ୍ଟି କରିଥାଏ । ଉଦାହାରଣ : (a) ଜୀବାଶ୍ମ ଇନ୍ଧନର ଦହନରୁ ବାୟୁ ପ୍ରଦୂଷଣ, (b) ଶିଳ୍ପଜାତ ଆବର୍ଜନାରୁ ଜଳ ପ୍ରଦୂଷଣ ଇତ୍ୟାଦି ।

କେତେକ ମନ୍ଥର ପ୍ରାକୃତିକ ପରିବର୍ତ୍ତନ :
Class 7 Science Chapter 5 Notes Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ 13

ଶିଳାର ଅବକ୍ଷୟ :

  • ପର୍ବତ ପାଦଦେଶରେ ଜମା ହେଉଥ‌ିବା ବାଲି, ମାଟି, ପଥର ସମୂହକୁ ଅପକ୍ଷେପ କୁହାଯାଏ ।
  • ଭୌତିକ ପରିବର୍ତ୍ତନ ଦ୍ଵାରା ବଡ଼ ବଡ଼ ଶିଳା ଭାଙ୍ଗି ଛୋଟ ଛୋଟ ଖଣ୍ଡରେ ପରିଣତ ହୁଏ ।
  • ଜଳବାୟୁର ଅବସ୍ଥା ଯୋଗୁ ତାପମାତ୍ରାରେ ପରିବର୍ତ୍ତନ, ଗଛମାନଙ୍କର ଚେର ବୃଦ୍ଧି, ଏପରିକି ଶିଳା ଫାଟରେ ଜଳ ବରଫ ହୋଇ ଜମିବା କାରଣରୁ ଶିଳା ସବୁ ଭାଙ୍ଗିଯାଇଥାଏ ।
  • ଜଳ ଓ ଜଳରେ ଥିବା ରାସାୟନିକ ପଦାର୍ଥ ମଧ୍ୟ ଶିଳା ସହ ପ୍ରତିକ୍ରିୟା କରିଥାଏ ।
  • ରାସାୟନିକ ପ୍ରତିକ୍ରିୟା ଯୋଗୁ ଶିଳାର ରାସାୟନିକ ସଂଗଠନରେ ପରବର୍ତ୍ତନ ହୋଇଥାଏ । ଶିଳାରେ ସୃଷ୍ଟି ହେଉଥ‌ିବା ଭୌତିକ ଓ ରାସାୟନିକ ପରିବର୍ତ୍ତନ ସମୂହକୁ ଶିଳା ଅବକ୍ଷୟ କୁହାଯାଏ, ଯାହା ଶେଷର ମୃତ୍ତିକା ତିଆରି କରେ ।

କ୍ଷୟ (Erosion) :
ଶିଳାଗୁଣ୍ଡ ମୃତ୍ତିକା ଓ ଅବକ୍ଷେପ ସବୁ ଭାଙ୍ଗି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପବନ, ଜଳସ୍ରୋତ ଆଦି ପ୍ରାକୃତିକ ଜଳଦ୍ଵାରା ସ୍ଥାନାନ୍ତରିତ ହୋଇ ବାଲି ସୃଷ୍ଟି ହୋଇଥାଏ । ଏହି ପ୍ରକ୍ରିୟାକୁ କ୍ଷୟ (Erosion) କୁହାଯାଏ ।

ଭୂସ୍ଖଳନ ସମୟରେ ମୁଭିକା କ୍ଷୟ ଏକ ଭୌତିକ ପରିବର୍ତ୍ତନର ଉଦାହରଣ ଅଟେ । ନଦୀର ପଥର ଓ ବାଲିଗରଡ଼ା ସବୁ ଜଳସ୍ରୋତରେ କ୍ରମାଗତ କ୍ଷୟଯୋଗୁଁ ଚିକ୍କଣ ଦେଖାଯାଆନ୍ତି ।

ଯେତେବେଳେ ପବନ ବା ଜଳସ୍ରୋତର ବେଗ ହ୍ରାସ ପାଏ, ଶିଳାକ୍ଷୟ ଯୋଗୁ ଏସବୁ ବାହିତ ହୋଇ ଆସିଥିବା ପଦାର୍ଥ ସାଗର ବା ହ୍ରଦର ନମ୍ନ ଶଯ୍ୟାରେ ବସିଯାଆନ୍ତି । ବର୍ଷ ବର୍ଷ ଧରି ଜମାହୋଇ ଏହା ନୂତନ ଶିଳାରେ ପରିଣତ ହୁଏ । ଏହା ଅପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ ଅଟେ ।

Class 7 Science Chapter 5 Notes Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ

ବିଷୟବସ୍ତୁର ସାରାଂଶ :

  • ଏକ ଭୌତିକ ପରିବର୍ତ୍ତନରେ ଗୋଟିଏ ପଦାର୍ଥ ବା ବସ୍ତର ଭୌତିକ ଗୁଣରେ ପରିବର୍ତ୍ତନ ହୋଇଥାଏ ଓ କୌଣସି ନୂତନ ପଦାର୍ଥ ସୃଷ୍ଟି ହୋଇ ନଥାଏ ।
  • ଏକ ରାସାୟନିକ ପରିବର୍ତ୍ତନ ହେଉଛି ଯେଉଁଥ‌ିରେ ଏକ ବା ଏକାଧ୍ଵକ ନୂତନ ପଦାର୍ଥ ସୃଷ୍ଟି ହୁଏ । ଏହା ଏକ ରାସାୟନିକ ପ୍ରତିକ୍ରିୟାଦ୍ଵାରା ହୋଇଥାଏ, ଯାହାକୁ ରାସାୟନିକ ସମୀକରଣ ମାଧ୍ୟମରେ ଦର୍ଶାଯାଇଥାଏ ।
  • ଦହନ, ରନ୍ଧନ ଓ କଳଙ୍କି ଧରିବା ରାସାୟନିକ ପରିବର୍ତ୍ତନର ଉଦାହରଣ ।
  • ଯେଉଁ ପଦାର୍ଥଗୁଡ଼ିକର ଦହନ ହୋଇଥାଏ, ସେମାନେ ଦହନଶୀଳ ପଦାର୍ଥ ଅଟନ୍ତି । ତାପ କିମ୍ବା ଆଲୋକ ବା ଉଭୟ ଦହନ ସମୟରେ ନିର୍ଗତ ହୋଇଥା’ନ୍ତି ।
  • ଯେଉଁ ସର୍ବନିମ୍ନ ତାପମାତ୍ରାରେ ଗୋଟିଏ ପଦାର୍ଥ ନିଆଁ ଧରିପାରେ, ତାହାକୁ ସେହି ପଦାର୍ଥର ପ୍ରଜ୍ଜ୍ୱଳନ ତାପମାତ୍ରା କୁହାଯାଏ ।
  • କେତେକ ପରିବର୍ତ୍ତନ ପ୍ରତ୍ୟାବର୍ତ୍ତୀ ଓ କେତେକ ଅପ୍ରତ୍ୟାବର୍ତ୍ତୀ ଅର୍ଥାତ୍ ପ୍ରତ୍ୟାବର୍ତ୍ତୀ ନୁହଁନ୍ତି
  • କେତେକ ପରିବର୍ତ୍ତନ ଉପଯୋଗୀ ଓ ଅନ୍ୟ କେତେକ ଯେପରି ନୁହଁନ୍ତି ।
  • ଭୌତିକ ଓ ରାସାୟନିକ ପରିବର୍ତ୍ତନ ଦେଇ ଗତିକରି ଶିଳା ବିଭାଜିତ ହୁଏ ଓ ମୃତ୍ତିକା ଗଠିତ ହୁଏ ।
  • ଜଳସ୍ରୋତ ଓ ପବନଦ୍ୱାରା ହେଉଥ‌ିବା କ୍ଷୟ ଏକ ଭୌତିକ ପରିବର୍ତ୍ତନ ।

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Go through Class 8 Social Science Solutions Odia Medium and Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ to understand textbook questions more clearly.

8th Class Social Science Chapter 4 Question Answer Odia Medium

Class 8 Social Science Chapter 4 Odia Medium

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନ ଓ ଅଭ୍ୟାସ କାର୍ଯ୍ୟ

Question 1.
ଉପନିବେଶବାଦର ? ଏହି ଅଧ୍ୟାୟକୁ ଭିଭିକରି କିମ୍ବା ତୁମ ନିଜ ଜ୍ଞାନରୁ ଏ ସମ୍ପର୍କିତ ତିନୋଟି ସଂଜ୍ଞା ସ୍ଥାପନ କରି|
Answer:
(i) ଉପନିବେଶବାଦର ସଂଜ୍ଞା – ଗୋଟିଏ ଦେଶ ଅନ୍ୟ ଏକ ଦେଶର ଅଞ୍ଚଳକୁ ଅଧିକାର କରି ସେଠାରେ ବସତି ସ୍ଥାପନ କରିବା ସହିତ ନିଜର ରାଜନୈତିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ବିଚାରଧାରାକୁ ପ୍ରୟୋଗ କରିବାକୁ ଉପନିବେଶବାଦ କୁହାଯାଏ ।

(ii) ଏହି ଉପନିବେଶବାଦ ସଂଜ୍ଞାଟିକୁ ଆମେ ତିନିଗୋଟି ଦୃଷ୍ଟିକୋଣରୁ ବିଚାର କରିପାରିବା, ଯଥା- ଐତିହାସିକ, ରାଜନୈତିକ ଓ ଅର୍ଥନୈତିକ ।

(iii) ଐତିହାସିକ ହିସାବରେ ଦେଖିବାକୁ ଗଲେ ଏକ ବିଦେଶୀ ଶକ୍ତି ଅନ୍ୟ ଏକ ଦେଶରେ ବସତି ସ୍ଥାପନ କରିବା ସହିତ ସେ ଦେଶର ପ୍ରାକୃତିକ ସମ୍ବଳଗୁଡ଼ିକୁ ନିଜ ଦେଶର ପ୍ରଗତି ପାଇଁ ବ୍ୟବହାର କରିଥାଏ । ସେଥ‌ିରେ ସେମାନେ ନିଜ ମାତୃଦେଶର ମଙ୍ଗଳ ବା ଲାଭ ଆଶାରେ କାର୍ଯ୍ୟ କରିବାରେ ଲାଗିପଡ଼ିଥା’ନ୍ତି ।

(iv) ରାଜନୈତିକ ଦୃଷ୍ଟିରେ ବିଚାର କଲେ ବିଦେଶୀ ଶକ୍ତିମାନେ ଅନ୍ୟ ଏକ ଦେଶରେ ରାଜନୈତିକ ବ୍ୟବସ୍ଥାରେ ହସ୍ତକ୍ଷେପ କରି ସେମାନଙ୍କ ରାଜ୍ୟକୁ ଦଖଲ କରି, ସେମାନଙ୍କୁ ଶୋଷଣ କରିବା ସହିତ ନିଜର ଆଧୂପତ୍ୟ ବିସ୍ତାର କରିବାରେ ଲାଗିପଡ଼ିଥା’ନ୍ତି ।

(v) ଅର୍ଥନୈତିକ ଚିନ୍ତାଧାରାରେ ଦେଖ‌ିଲେ ବିଦେଶୀ ଶାସକମାନେ ଉପନିବେଶମାନଙ୍କରୁ ପ୍ରାକୃତିକ ସମ୍ପଦ ଲୁଣ୍ଠନ କରିବା ସହିତ ସେମାନଙ୍କର ଅର୍ଥନୈତିକ ମାନଦଣ୍ଡକୁ ଦୁର୍ବଳ କରିଦେବାକୁ ପଛାଇ ନଥା’ନ୍ତି । ସେଠାରେ ସେମାନଙ୍କର ସୁବିଧା ପାଇଁ ଉପନିବେଶର ଭାଷା, ଶିକ୍ଷା ଓ ସଂସ୍କୃତିକୁ ନଷ୍ଟ କରିଦେଇଥା’ନ୍ତି । ମୋଟ ଉପରେ କହିବାକୁ ଗଲେ ସେମାନେ ନିଜ ମାତୃଦେଶର ମଙ୍ଗଳ କାମନାରେ ଲାଗି ପଡ଼ିଥା’ନ୍ତି ।

Question 2.
ଉପନିବେଶବାଦୀ ଶାସକମାନେ ପ୍ରାୟତଃ ଦାବି କରୁଥିଲେ ଯେ ଉପନିବେଶର ଶାସିତ ଲୋକମାନଙ୍କୁ ‘ସଭ୍ୟ’ କରିବା ଆମର ଲକ୍ଷ୍ୟ । ଏହି ଅଧ୍ୟାୟ ଆଧାରରେ ତୁମେ ଚିନ୍ତାକର ଯେ ଏହି ଉକ୍ତି କ’ଣ ଭାରତ ପାଇଁ ଠିକ୍ ଥୁଲା ? କାହିଁକି ବା କାହିଁକି ନୁହେଁ ?
Answer:
(i) ଉପନିବେଶବାଦୀ ଶାସକମାନେ ଦାବି କରୁଥିଲେ ଯେ ଉପନିବେଶର ଶାସିତ ଲୋକମାନଙ୍କୁ ‘ସଭ୍ୟ’ କରିବା ଆମର ଲକ୍ଷ୍ୟ । ଏହା ଆଦୌ ଠିକ୍ ନଥିଲା । ଇଂରେଜମାନେ ଆମକୁ ସଭ୍ୟ କରିବା ମୂଳରେ ଯେଉଁ ନୂତନ ଶିକ୍ଷାବ୍ୟବସ୍ଥା ଓ ରେଳ ଚଳାଚଳ ପ୍ରଚଳନ କରିଥିଲେ, ତାହାର ମୂଳ ଉଦ୍ଦେଶ୍ୟ ଥିଲା ସେମାନଙ୍କଋର ଶାସନ ବ୍ୟବସ୍ଥାକୁ ମଜବୁତ୍ କରିବା ଓ ଭାରତକୁ ଶୋଷଣ କରିବା ।

(ii) ଏହି ଅଧ୍ୟାୟରେ ଅର୍ଥନୈତିକ ଶୋଷଣ ଆଧାରରେ ଦେଖିବାକୁ ଗଲେ ଇଂରେଜମାନେ ଆମ ଦେଶରୁ ତୁଳା, ନୀଳ ଓ ମସଲା ଇତ୍ୟାଦି ନେଇ ତାଙ୍କ ଦେଶରେ ଦ୍ରବ୍ୟ ଉତ୍ପାଦନ କରି ଆମକୁ ବିକ୍ରିକରି ଲାଭବାନ ହେଉଥିଲେ । ଯାହାଫଳରେ ଆମର କାର୍ପାସ ଶିଳ୍ପ ଧ୍ୱଂସାଭିମୁଖୀ ହୋଇପଡ଼ିଥିଲା ।

(iii) ଅତ୍ୟଧ‌ିକ କରବ୍ୟବସ୍ଥା ଓ ମହାଦୁର୍ଭିକ୍ଷ ଫଳରେ ଭାରତୀୟମାନଙ୍କର ଅର୍ଥନୈତିକ ମେରୁଦଣ୍ଡ ଦୋହଲି ଯାଇଥିଲା । ଆମର ଆର୍ଥିକ ସ୍ଥିତିକୁ ସୁଧାରିବାପାଇଁ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଗଲା ନାହିଁ । ଲୋକମାନେ ପୋକମାଛି ପରି ଖାଦ୍ୟାଭାବରେ ମୃତ୍ୟୁବରଣ କଲେ ।

(iv) ଇଂରେଜମାନେ ଆମର ପ୍ରାଦେଶିକ ଶାସନ ବ୍ୟବସ୍ଥାରେ ହସ୍ତକ୍ଷେପ କରି ଶାସକମାନଙ୍କୁ ଦୁର୍ବଳ କରିଦେଇଥିଲେ । ବିଭିନ୍ନ ଆଳ ଦେଖାଇ ଗୋଟିଏ ଲେଖାଏଁ ରାଜ୍ୟ ନିଜର ଦଖଲଭୁକ୍ତ କରିବାରେ ଲାଗିପଡ଼ିଥିଲେ । ଯାହାଫଳରେ ଆମର ଦେଶର ଶାସନ ବ୍ୟବସ୍ଥା କ୍ରମଶଃ ଲୋପ ପାଇଯାଇଥିଲା ।

(v) ନୂତନ ଇଂରାଜୀ ଶିକ୍ଷା ବ୍ୟବସ୍ଥା ପ୍ରଚଳନ କରି ଭାରତୀୟ ସାଂସ୍କୃତିକ ପରମ୍ପରାଗୁଡ଼ିକୁ ନଷ୍ଟ କରିଦେଇଥିଲେ । ସେମାନଙ୍କର ଶାସନ ବ୍ୟବସ୍ଥାରେ ସାହାଯ୍ୟ କରିବାପାଇଁ ଆମ ଦେଶରେ ଇଂରାଜୀ ଶିକ୍ଷା ପ୍ରଚଳନ କରାଇଥିଲେ । ସର୍ବୋପରି ଦେଖିବାକୁ ଗଲେ ୟୁରୋପୀୟମାନେ ଆମକୁ ଶୋଷଣ କରିବା ସହିତ ତାଙ୍କର ରାଜନୈତିକ ସ୍ଵାର୍ଥକୁ ଚରିତାର୍ଥ କରିବାରେ ଲାଗିପଡ଼ିଥିଲେ ।

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 3.
ଭାରତକୁ ଉପନିବେଶ କରିବାରେ କିପରି ବ୍ରିଟିଶ ଆଭିମୁଖ୍ୟ, ପର୍ତ୍ତୁଗୀଜ ଓ ଫରାସୀମାନଙ୍କଠାରୁ ଭିନ୍ନ ଥିଲା ?
Answer:
(i) ଭାରତକୁ ଉପନିବେଶ କରିବାରେ ବ୍ରିଟିଶ ଆଭିମୁଖ୍ୟ ସମ୍ପୂର୍ଣ୍ଣରୂପେ ପର୍ତ୍ତୁଗୀଜ ଓ ଫରାସୀମାନଙ୍କଠାରୁ ଅଲଗା ଥିଲା । ବ୍ରିଟିଶମାନଙ୍କର ଉପନିବେଶ ସ୍ଥାପନ କରିବାର କଳା ଓ କୌଶଳ ଫରାସୀ ଓ ପର୍ତ୍ତୁଗୀଜମାନଙ୍କଠାରୁ ଉନ୍ନତ ଥିଲା । ବ୍ରିଟିଶରମାନେ ଉପକୂଳ ଅଞ୍ଚଳମାନଙ୍କରେ ବାଣିଜ୍ୟ କାରବାରକୁ ପ୍ରାଧାନ୍ୟ ଦେଉଥିଲେ ।

(ii) ପର୍ତ୍ତୁଗୀଜ ଓ ଫରାସୀ ଉପନିବେଶଗୁଡ଼ିକ ସୀମିତ ଅଞ୍ଚଳରେ ଥ‌ିବାବେଳେ ବ୍ରିଟିଶ ଉପନିବେଶଗୁଡ଼ିକ ବିଶାଳ ଅଞ୍ଚଳକୁ ବ୍ୟାପି ଯାଇଥିଲା ।

(iii) ବ୍ରିଟିଶରମାନେ ଉପନିବେଶମାନଙ୍କରେ ସ୍ଥିର ସରକାର ଗଠନ କରି ଶିକ୍ଷା, ଜମିଜମା ସଂକ୍ରାନ୍ତୀୟ ବିଷୟ ଉପରେ ଗୁରୁତ୍ଵ ପ୍ରଦାନ କରୁଥିଲେ । କିନ୍ତୁ ଫରାସୀ ଓ ପର୍ତ୍ତୁଗୀଜମାନେ ସାମାନ୍ୟ କେତେଗୋଟି ଦ୍ଵୀପ ବା ଅଞ୍ଚଳକୁ ଶାସନ କରିପାରିଥିଲେ ।

(iv) ଫରାସୀ ଓ ପର୍ତ୍ତୁଗୀଜମାନଙ୍କର ଶାସନ ବ୍ୟବସ୍ଥା ସେତେ ଦକ୍ଷ ବା ସୁଦୃଢ଼ ନଥିଲା । ସେମାନେ ଏକ ଛୋଟ ସୈନ୍ୟବାହିନୀ ଉପରେ ନିର୍ଭର କରୁଥିଲେ । ବ୍ରିଟିଶରମାନେ ଏକ ବିଶାଳ ସୈନ୍ୟବାହିନୀ ଗଠନ କରି ବିରାଟ ସାମ୍ରାଜ୍ୟ ଗଠନ କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ।

(v) ଫରାସୀ ଓ ପର୍ତ୍ତୁଗୀଜମାନେ ଏକ ଛୋଟ ଅଞ୍ଚଳରେ ଧାର୍ମିକ ପ୍ରଭାବ ବିସ୍ତାର କରିବାପାଇଁ ଚେଷ୍ଟା କରୁଥୁଲେ । ବିଶେଷକରି ସେମାନେ ଖ୍ରୀଷ୍ଟଧର୍ମ ପ୍ରଚାରରେ ବ୍ୟସ୍ତ ରହୁଥିଲେ । କିନ୍ତୁ ବ୍ରିଟିଶ ଉପନିବେଶବାଦୀମାନେ ସେମାନଙ୍କର ସାଂସ୍କୃତିକ ପ୍ରଭାବ ବିସ୍ତାର କରିବା ସହିତ ଅନେକ ରାଜ୍ୟରେ ଶିକ୍ଷା ଓ ରେଳପଥ ଓ ଡାକ ବ୍ୟବସ୍ଥାର ପ୍ରଚଳନ କରିବାରେ ସକ୍ଷମ ହୋଇଥିଲେ ।

Question 4.
ଭାରତୀୟମାନେ ସେମାନଙ୍କର ନିଜସ୍ଵ ପରାଧୀନତା ପାଇଁ ଇଂରେଜମାନଙ୍କୁ ପାଣ୍ଠି ଯୋଗାଇଥିଲେ । ବ୍ରିଟିଶମାନଙ୍କର ଭାରତରେ ରେଳ ଓ ଟେଲିଗ୍ରାଫ୍ ପରି ଭିତ୍ତିଭୂମି ଓ ପ୍ରକଳ୍ପର ଅର୍ଥ କ’ଣ ?
Answer:
(i) ବ୍ରିଟିଶରମାନେ ଭାରତରେ ଉପନିବେଶ ସ୍ଥାପନ କରି ଶାସନ କରୁଥିବା ସମୟରେ ଏଠାରେ ଅନେକ ବିଭାଗର ଭିତ୍ତିଭୂମି ସୁଦୃଢ଼ କରିଥିଲେ ଯଥା- ରେଳପଥ, ଟେଲିଗ୍ରାଫ ଏବଂ ଡାକ ବ୍ୟବସ୍ଥା । ଏହି ଭିଭିଭୂମି ସୁଦୃଢ଼ କରିବା ମୁଖ୍ୟ ଉଦ୍ଦେଶ୍ୟ ଥିଲା ତାଙ୍କର ଶାସନ ଓ ସୈନ୍ୟବାହିନୀକୁ ସୁବ୍ୟବସ୍ଥିତ କରିବା । ସେମାନେ ଆମର ମଙ୍ଗଳ ପାଇଁ ଏହା କେବେବି କରିନଥିଲେ ।

(ii) ଆମ ଦେଶରେ ଭିଭିଭୂମିର ବିକାଶ ପାଇଁ ଗରିବ, ଖଟିଖ୍ ଓ କୃଷକମାନଙ୍କ ଉପରେ ଅତ୍ୟଧିକ କର ବସାଇବାକୁ ପଛାଉନଥିଲେ । କରଭାରରେ ଆକ୍ରାନ୍ତ ହୋଇ ଅନେକ ଜୀବନ ହରାଉଥିଲେ ।

(iii) ଭାରତରେ ରେଳପଥ ପ୍ରଚଳନ କରି ଆମ ଦେଶର କୋଣ ଅନୁକୋଣରୁ କଞ୍ଚାମାଲ ଯଥା- କପା, କୋଇଲା ଓ ନୀଳ ନେଇ ସେମାନଙ୍କର କଳକାରଖାନାକୁ ଯୋଗାଉଥିଲେ । ଏଥିରେ ଆମର ଅନେକ କ୍ଷତି ହେଉଥିଲା ।

(iv) ସେମାନେ ଆମ ଦେଶରେ ନୂତନ କରି ଟେଲିଗ୍ରାଫ୍ ବ୍ୟବସ୍ଥା ପ୍ରଚଳନ କରିଥିଲେ, ଯାହାକି ସେମାନଙ୍କର ଯୋଗାଯୋଗ ବ୍ୟବସ୍ଥାକୁ ସୁଗମ କରିବାପାଇଁ ଉଦ୍ଦିଷ୍ଟ ଥିଲା । ଭାରତୀୟମାନଙ୍କର ସଂଗ୍ରାମକୁ କିପରି ଦମନ କରିହେବ ଓ ସହଜରେ ଓ ଅତିଶୀଘ୍ର କିପରି ସୈନ୍ୟବାହିନୀ ସେଠାରେ ପହଞ୍ଚିପାରିବ ତାହା ନିଶ୍ଚିତ ହୋଇପାରୁଥିଲା ।

(v) ଭାରତର ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଗୁରୁତ୍ଵ ଦିଆନଯାଇ, ସେମାନେ ସେମାନଙ୍କର ବାଣିଜ୍ୟ କାରବାରପାଇଁ ଜମିଜମା କର ଓ ବାଣିଜ୍ୟ କର ଲାଗୁ କରିଥିଲେ । ଆମର ଅର୍ଥନୈତିକ ଅବସ୍ଥା ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଥିଲା । ଆମ ଦେଶର ଅର୍ଥରେ ସେମାନଙ୍କର ଅର୍ଥନୈତିକ ବ୍ୟବସ୍ଥା ଓ ସୈନ୍ୟବାହିନୀ ଶକ୍ତିଶାଳୀ ହେବାରେ ଲାଗିଥିଲା । ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଭାରତକୁ ଶୋଷଣ କରିବା ଓ ଇଂଲଣ୍ଡକୁ ମଜବୁତ୍ କରିବା ।

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 5.
ବିଭାଜନ ଓ ଶାସନ ବାକ୍ୟାଶର ଅର୍ଥ କ’ଣ ? ଭାରତରେ ବ୍ରିଟିଶମାନେ କିପରି ଏହାର ବ୍ୟବହାର କରିଥିଲେ ଉଦାହରଣ ଦିଅ ।
Answer:
(i) ବିଭାଜନ ଓ ଶାସନ ଏକ ପ୍ରକାର କୁଟନୀତିକ ଶାସନ ପ୍ରଣାଳୀ ଯାହାକି ବ୍ରିଟିଶରମାନେ ଆମ ଦେଶରେ ପ୍ରୟୋଗ କରି ସଫଳତା ହାସଲ କରିପାରିଥିଲେ ।

(ii) ଆମ ଦେଶରେ ଜାତି, ଧର୍ମ ଓ ଗୋଷ୍ଠୀ ମଧ୍ୟରେ ବିଭେଦ ସୃଷ୍ଟିକରି ସେମାନେ ତାଙ୍କର ଶାସନ ଜାରି ରଖୁଥିଲେ । ଦେଶର ଲୋକମାନେ ଏକାଠି ହୋଇ ସେମାନଙ୍କର ନିରଙ୍କୁଶ ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାପାଇଁ ଆନ୍ଦୋଳନମାନ କରିଥିଲେ ।

(iii) ବିଶେଷକରି ସେମାନେ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି କରିଥିଲେ ଶେଷରେ ଭାରତ ଓ ପାକିସ୍ତାନକୁ ଅଲଗା କରିଦେଇଗଲେ । ଯାହାର କୁପରିଣାମ ଆମକୁ ଏବେସୁଦ୍ଧା ଭୋଗିବାକୁ ପଡୁଛି । ଭାରତରେ ଦେଶୀୟ ରାଜାମାନଙ୍କୁ ପ୍ରୋତ୍ସାହିତ କରି ଆମର ଏକତ୍ରୀକରଣ ବ୍ୟବସ୍ଥାକୁ ପ୍ରତିହତ କରିଥିଲେ ।

(iv) ବ୍ରିଟିଶରମାନେ ଆମ୍ଭମାନଙ୍କ ମଧ୍ୟରେ ଧାର୍ମିକ, ସାମାଜିକ ଓ ରାଜନୈତିକ ବିଭେଦ ସୃଷ୍ଟିକରି ବିଭିନ୍ନ ଗୋଷ୍ଠୀକୁ ଅଲଗା କରି ରଖୁଥିଲେ । ଦେଶର ଲୋକମାନଙ୍କୁ ବିଭିନ୍ନ ଆଳରେ ଅଲଗାକରି ରଖ୍ ନିର୍ବିଘ୍ନନରେ ଏକ ବିରାଟ ଦେଶକୁ ବହୁଦିନ ଧରି ଶାସନ କରି ଚାଲିଥିଲେ ।

(v) ‘ବିଭାଜନ ଓ ଶାସନ’ ନୀତି ଅନୁସାରେ ନିଜର ଫାଇଦା ହାସଲ କରିବା କୌଶଳ ସେମାନଙ୍କୁ ଖୁବ୍ ଭଲଭାବରେ ଜଣାଥିଲା । ୧୭୫୭ ମସିହାର ଲର୍ଡ କ୍ଲାଇବ ପଲାସୀ ଯୁଦ୍ଧରେ ମିରଜାଫର୍‌ଙ୍କୁ ହାତ କରିବା, ଡେଲହାଇସୀଙ୍କର ‘ରାଜସ୍ଵତ୍ଵଲୋପନୀତି’ ଓ ୱେଲସେଲିଙ୍କ ‘ସାମନ୍ତ ସନ୍ଧି’ ଯାହାର ଗୋଟିଏ ଲେଖାଏଁ ଜ୍ଵଳନ୍ତ ଉଦାହରଣ ଥିଲା ।

Question 6.
କୃଷି, ଶିକ୍ଷା, ବାଣିଜ୍ୟ କିମ୍ବା ଗ୍ରାମୀଣ ଜୀବନ ମଧ୍ୟରୁ ଭାରତୀୟ ଜୀବନର ଯେକୌଣସି ଗୋଟିଏ କ୍ଷେତ୍ରକୁ ବାଛ । ଉପନିବେଶିକ ଶାସନଦ୍ୱାରା ଏହା କିପରି ଭାବରେ ପ୍ରଭାବିତ ହୋଇଥିଲା ? ସେହି ପରିବର୍ତ୍ତନ ଆଜି ମଧ୍ୟ ସମାଜରେ ଦେଖିପାରୁଛ କି ? ଗୋଟିଏ ଛୋଟ ପ୍ରବନ୍ଧ, କବିତା ବା ଚିତ୍ର ମଧ୍ୟରେ ତୁମ ମନର ଭାବ ପ୍ରକାଶ କର ।
Answer:
(i) ବ୍ରିଟିଶ ଉପନିବେଶିକ ଶାସନ କାଳରେ କୃଷିକ୍ଷେତ୍ରରେ ଭାରତରେ ଅନେକ ପରିବର୍ତ୍ତନ ଦେଖାଯାଇଥିଲା, ଯାହାକି ଭାରତୀୟ କୃଷକମାନଙ୍କର ମଙ୍ଗଳରେ ‍ଆସି ବ୍ରିଟିଶରମାନଙ୍କର ଶିଳ୍ପର ଅଭିବୃଦ୍ଧିରେ ସହାୟକ ହୋଇଥିଲା ।

(ii) ସେମାନେ ଆମର କୃଷକମାନଙ୍କୁ କପା, ଅଫିମ ଓ ନୀଳ ଚାଷ କରିବାପାଇଁ ବାଧ୍ୟ କରାଇଥିଲେ, କାରଣ ଏହାଦ୍ଵାରା ସେମାନଙ୍କର ଶିଳ୍ପକୁ କଞ୍ଚାମାଲ ଯୋଗାଣ ବାଧାପ୍ରାପ୍ତ ହେବ ନାହିଁ । ଫଳରେ ଆମର କୃଷକମାନେ ଉତ୍ପାଦନ କରୁଥିବା ଖାଦ୍ୟ ପଦାର୍ଥ ସଠିକମାତ୍ରାରେ ଉତ୍ପାଦିତ କରିପାରି ନଥିଲେ । ଫଳରେ ଦୁର୍ଭିକ୍ଷର ଭୟଙ୍କର ରୂପ ଦେଖ‌ିବାକୁ ମିଳିଥିଲା ।

(iii) ବ୍ରିଟିଶରମାନେ ୧୭୯୩ ମସିହାରେ ଚିରସ୍ଥାୟୀ ବନ୍ଦୋବସ୍ତ ବ୍ୟବସ୍ଥା ପ୍ରଚଳନ କରି ଅତ୍ୟଧିକ କର ଆଦାୟ କରି କୃଷକମାନଙ୍କୁ ଶୋଷଣ କରିବାଫଳରେ ସେମାନଙ୍କର ଆର୍ଥିକ ମେରୁଦଣ୍ଡ ଦୁର୍ବଳ ହେବାରେ ଲାଗିଲା, ଫଳରେ ୧୭୭୦ ମସିହା ମହାଦୁର୍ଭିକ୍ଷରେ ଖାଦ୍ୟଭାବ ଯୋଗୁଁ ଅନେକ ଲୋକ ମୃତ୍ୟୁବରଣ
କଲେ ।

(iv) ଆମ ଦେଶରେ ରେଳ ଚଳାଚଳ ବ୍ୟବସ୍ଥା ପ୍ରଚଳନ କରି ଉତ୍ପାଦିତ ହେଉଥ‌ିବା କଞ୍ଚାମାଲକୁ ବିଭିନ୍ନ ବନ୍ଦରଦେଇ ଇଂଲଣ୍ଡକୁ ରପ୍ତାନି କରାଗଲା । ଭାରତୀୟ କୃଷି ସମ୍ପୂର୍ଣ୍ଣରୂପେ ସେମାନଙ୍କରର ଅଧୀନକୁ ଚାଲି ଯାଇଥିଲା ।

(v) ବର୍ଭମାନ ସୁଦ୍ଧା କୃଷକମାନଙ୍କର ଅବସ୍ଥାରେ ସେପରି କିଛି ଆଦୃଶିଆ ପରିବର୍ତ୍ତନ ହେବାର ଲକ୍ଷ୍ୟ କରାଯାଉନାହିଁ । ଏବେବି କୃଷକମାନଙ୍କର ଅନେକ ସମସ୍ୟା ରହିଛି ଯାହାକି ସମାଧାନ କରିବାପାଇଁ ଅନେକ ସମୟ ଲାଗିବ । ଆମ ଦେଶର ପ୍ରତ୍ୟେକ କୃଷିକ୍ଷେତ୍ରକୁ ଜଳସେଚନର ସୁବିଧା ଏଯାଏ କରାଯାଇପାରିନାହିଁ । କୃଷକମାନେ ଋଣଯନ୍ତାରେ ପଡ଼ି ସେମାନଙ୍କର ଚାଷଜମି ବିକ୍ରି କରିବାପାଇଁ ବାଧ୍ୟ ହେଉଛନ୍ତି । ଅନ୍ୟ ଏକ ସମସ୍ୟା ରହିଛି ଅଭାବି ବିକ୍ରି ସମସ୍ୟା । ଉତ୍ପାଦିତ ଦ୍ରବ୍ୟକୁ ସରକାର ଉଚିତ ମୂଲ୍ୟରେ କୃଷକମାନଙ୍କଠାରୁ କ୍ରୟକରୁନାହାଁନ୍ତି । ଫଳରେ ସେମାନେ କୃଷିରୁ ଲାଭ ପାଇପାରୁ ନାହାଁନ୍ତି ।

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 7.
କଳ୍ପନା କର ଯେ ତୁମେ ୧୮୫୭ର ଜଣେ ସମ୍ବାଦଦାତା, ଝାନ୍ସୀ ରାଣୀ ଲକ୍ଷ୍ମୀବାଈଙ୍କ ପ୍ରତିରୋଧ ସମ୍ପର୍କରେ ଏକ ଛୋଟ ସମ୍ବାଦ ଲେଖ । ମୁଖ୍ୟ ଘଟଣାବଳୀ ଏବଂ ନେତାମାନଙ୍କୁ ଗୁରୁତ୍ଵ ଦେଇ ବିଦ୍ରୋହ କିପରି ଆରମ୍ଭ, ପ୍ରସାରିତ ଓ ସମାପ୍ତ ହେଲା, ଏକ ସମୟରେଖା ବା ଷ୍ଟୋରି ବୋର୍ଡ଼ (ଗଳ୍ପ ଫଳକ) ମାଧ୍ୟମରେ ଦର୍ଶାଅ ।
Answer:
(i) ସମ୍ବାଦର ଶୀର୍ଷକ– ‘ଝାନ୍ସୀ ଝଲକ’ ତାରିଖ- ୧୮୫୮ ମସିହା ଜୁନ୍ ମାସ । ଝାନ୍ସୀର ରାଣୀ ଲକ୍ଷ୍ମୀବାଈଙ୍କ ବୀରତ୍ୱର ଗାଥା- ‘ଉତ୍କଳ ପ୍ରସଙ୍ଗର’’ ସାମ୍ବାଦିକ ମନୋଜ ମିଶ୍ର । ୧୮୫୭ ଖ୍ରୀଷ୍ଟାବ୍ଦରେ ଘଟିଥିବା ଘଟଣାମାନଙ୍କ ମଧ୍ୟରେ ଝାନ୍ସୀ ରାଣୀ ଲକ୍ଷ୍ମୀବାଈଙ୍କର ବୀରତ୍ଵର ଗାଥା ଇତିହାସ ପୃଷ୍ଠାରେ ସବୁଦିନପାଇଁ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଯାଇଛି । ଜଣେ ମହିଳା ହୋଇ ବିଶାଳ ଇଷ୍ଟଇଣ୍ଡିଆ କମ୍ପାନୀ ବିରୋଧରେ ସାହସର ସହିତ ଲଢ଼େଇ କରି ସେ ଆଜିବି ଅମର ହୋଇ ରହିଯାଇଛନ୍ତି ।

(ii) ସେତେବେଳେ ଇଂରେଜ ସରକାର ଝାନ୍ସୀକୁ ରାଜସ୍ଵତ୍ତ୍ଵ ଲୋପ ନୀତି ଅନୁସାରେ ଅଧିକାର କରି ତାଙ୍କର ପୋଷ୍ୟପୁତ୍ର ଦାମୋଦର ରାଓଙ୍କୁ ରାଜା ହେବାପାଇଁ ଦେଇନଥିଲେ । ଏହାର ପ୍ରତିବାଦ କରି ରାଣୀ ନିଜେ ଯୁଦ୍ଧକ୍ଷେତ୍ରରେ ଅବତୀର୍ଣ୍ଣ ହୋଇଥିଲେ ।

(iii) ଇଂରେଜ ସରକାରଙ୍କ ନିକଟରେ ସେ ମୁଣ୍ଡ ନୁଆଇଁ ନଥିଲେ । ସେ ଏକ ମହିଳା ସଶସ୍ତ୍ରବାହିନୀ ଗଠନ କରି ବିଦ୍ରୋହରେ ସାମିଲ ହୋଇ ଅନ୍ୟାୟକୁ ପ୍ରତିରୋଧ କରିବାକୁ ପଛାଇ ଯାଇନଥିଲେ । ଯୁଦ୍ଧକ୍ଷେତ୍ରରେ ତାଙ୍କର ଅଶୀଚାଳନା ଓ ରଣକୌଶଳ ସେତେବେଳେ ସମସ୍ତଙ୍କୁ ଚକିତ କରିଦେଇଥିଲା ।

(iv) ଯୁଦ୍ଧକ୍ଷେତ୍ରରେ ଇଂରେଜମାନଙ୍କର ପ୍ରବଳ ଆକ୍ରମଣକୁ ମୁକାବିଲା ନ କରିପାରି ସେ ବନ୍ଦୀ ହୋଇଯିବା ଭୟରେ ସେଠାରୁ ପଳାୟନକରି ତାନ୍ତିଆ ତେପେ ଓ ନାନାସାହେବଙ୍କ ସହିତ ଯୋଗ ଦେଇଥିଲେ । ସେଠାରେ ସେ ପୁନର୍ବାର ସଂଗ୍ରାମ କରିବାପାଇଁ ନିଜକୁ ପ୍ରସ୍ତୁତ କରିଥିଲେ ।

(v) ଜୀବନର ଶେଷ ପର୍ଯ୍ୟନ୍ତ ସେ ଇଂରେଜମାନଙ୍କ ବିରୋଧରେ ଲଢ଼େଇ ଜାରି ରଖୁଥିଲେ । ୧୮୫୭ ମସିହାର ଏକ ଚର୍ଚ୍ଚିତ ଘଟଣାବଳୀ ମଧ୍ଯରେ ଏହା ସ୍ଥାନ ପାଇଅଛି ।

Question 8.
ଭାରତ କେବେ ୟୁରୋପୀୟ ଶକ୍ତିମାନଙ୍କଦ୍ୱାରା ଉପନିବେଶିତ ହୋଇନଥୁଲା ମନେକରି ଏକ ବିକଳ୍ପ ଇତିହାସ କଳ୍ପନା କର । ଭାରତ କିପରି ନିଜ ବାଟରେ ବିକଶିତ ହୋଇଥାଇ ପାରିଥା’ନ୍ତା, ସେ ସମ୍ପର୍କରେ ୩୦୦ ଶବ୍ଦ ମଧ୍ୟରେ ଏକ ସଂକ୍ଷିପ୍ତ କାହାଣୀ ଲେଖ ।
Answer:
‘‘ପଙ୍କରେ ପଦ୍ମ ଫୁଟିଥାଏ’’
(i) ଭାରତ କେବେ ୟୁରୋପୀୟ ଶକ୍ତିମାନଙ୍କଦ୍ଵାରା ଉପନିବେଶିତ ହୋଇନଥା’ନ୍ତା ଯଦି ୧୪୯୮ରେ ପର୍ତ୍ତୁଗୀଜ ଜାହାଜ ଭାରତର କାପଜ ବନ୍ଦରରେ ପହଞ୍ଚିନଥା’ନ୍ତା । ୟୁରୋପୀୟମାନେ ହୁଏତ ଅନ୍ୟ କେଉଁଠାରେ ସେମାନଙ୍କର ଉପନିବେଶ ସ୍ଥାପନ କରିପାରିଥାଆନ୍ତେ । ଭାରତ ଉପନିବେଶବାଦରୁ ରକ୍ଷାପାଇଥା’ନ୍ତା । ଆମର ସଭ୍ୟତା, ସଂସ୍କୃତି ଓ ବାଣିଜ୍ୟ ସିମୀତ ହୋଇ ରହିଯାଇଥା’ନ୍ତା ।

(ii) ୧୭୦୦ ଖ୍ରୀଷ୍ଟାବ୍ଦର ମଧ୍ୟଭାଗରେ ଭାରତରେ ମରହଟ୍ଟା ଶକ୍ତିର ଉତ୍ଥାନ, ରାଜପୁତ୍ମାମାନଙ୍କର ବିଶାଳ ସାମ୍ରାଜ୍ୟ ଧୀରେ ଧୀରେ ଅଗ୍ରଗତିର ଚରମସୀମାରେ ପହଞ୍ଚିପାରିଥା’ନ୍ତା । ସଂସ୍କୃତ ଓ ପର୍ସିଆନ ଭାଷାରେ ଆମେ ଅଧିକରୁ ଅଧିକ ଗବେଷଣା କରିପାରିଥା’ନ୍ତେ, ଭାରତ ସାଂସ୍କୃତିକ କ୍ଷେତ୍ରରେ ବିଶ୍ଵସ୍ତରରେ ଆହୁରି ଅଗ୍ରଗତି କରିପାରିଥା’ନ୍ତି । ୟୁରୋପୀୟମାନଙ୍କ ଉପନିବେଶ ସ୍ଥାପନ ହେବା ଫଳରେ ବିକାଶର ଧାରା ଯେଉଁ ଦିଗରେ ଗତି କରୁଥିଲା, ତାହା ଅନ୍ୟ ସମସ୍ତ ଦେଶ ତୁଳନାରେ ଖୁବ୍ ଅଧିକ ରଚନାତ୍ମକ ହୋଇପାରିଥା’ନ୍ତା ।

(iii) ଇଂରେଜମାନେ ଆମ ଦେଶରେ ରେଳ ଚଳାଚଳ ବ୍ୟବସ୍ଥା ପ୍ରଚଳନ କରି ଆମ ଦେଶରେ ଥିବା ଖଣିଜ ସମ୍ପଦକୁ ଲୁଟିନେଇ ସେମାନେ ଶିଳ୍ପ କ୍ଷେତ୍ରରେ ଅଗ୍ରଗତି ଲାଭ କଲେ । ଭାରତରେ ଉତ୍ପାଦିତ ହେଉଥ‌ିବା କପା, ସିଲ୍କ ଓ ଧାତବ ପଦାର୍ଥ ୟୁରୋପକୁ ରପ୍ତାନି ହେବା ଫଳରେ ଭାରତୀୟ ଶିଳ୍ପ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିଲା । ଏହା ନହୋଇଥିଲେ କ୍ଷେତ୍ରରେ ଆମ୍ଭେମାନେ ଉଚ୍ଚସ୍ତରରେ ମଧ୍ୟ ପହଞ୍ଚିପାରିଥା’ନ୍ତୁ । ଆମର ନାଳନ୍ଦା ଓ ତକ୍ଷଶିଳାରେ ଥ‌ିବା ବିଶ୍ଵବିଦ୍ୟାଳୟମାନଙ୍କରେ ପ୍ରାଚୀନ ସଂସ୍କୃତି ଓ ଆଧୁନିକ ବିଜ୍ଞାନର ବିଷୟରେ ଅଧ‌ିକ ଗବେଷଣା କରାଯାଇପାରିଥା’ନ୍ତା, କିନ୍ତୁ ତାହା ହୋଇପାରି ନଥିଲା ।

(iv) ଖ୍ରୀଷ୍ଟାବ୍ଦ ୧୯୦୦ ବେଳକୁ ଭାରତ ଜ୍ୟୋତିର୍ବିଜ୍ଞାନ, ଆୟୁର୍ବିଜ୍ଞାନ ଓ ଗଣିତ ଶାସ୍ତ୍ରରେ ଏକ ସ୍ଵତନ୍ତ୍ର ସ୍ଥାନ ହାସଲ କରିପାରିଥିଲା । ସେତେବେଳକୁ ବାରଣାସୀକୁ ‘ପୂର୍ବର ଆଲୋକ ବର୍ତିକା’ ଭାବରେ ଆଖ୍ୟା ଦିଆଯାଇଥିଲା । ଆମ ଦେଶରେ ଜାତିପ୍ରଥାକୁ ସଂସ୍କାରବାଦୀ ନେତାମାନେ ପ୍ରତିରୋଧ କରିବା ସହିତ ଏକ ନୂତନ ଆଲୋକବର୍ତ୍ତିକା ସଦୃଶ କାର୍ଯ୍ୟ କରିଯାଇଛନ୍ତି । ଜାତିପ୍ରଥା ଓ ଛୁଆଁ ଅଛୁଆଁ ଭେଦଭାବ ଉଠାଇ ଦିଆଯାଇଥିଲା । ସେଥ‌ିରେ ସାବିତ୍ରୀବାଈ ହୋଲକର ଓ ମୌଲାନା ଆଜାଦ ଖାନ୍‌ଙ୍କର ସାର୍ବଜନୀନ ଶିକ୍ଷା ଓ ସମାନତା ବିଶେଷ ସହାୟକ ହୋଇଥିଲା ।

(v) ୧୯୪୭ ମସିହା ବେଳକୁ ସାରା ବିଶ୍ଵରେ ଯୁଦ୍ଧର ଘନଘଟା ଚାଲିଥିଲାବେଳେ ଭାରତୀୟମାନେ ଜାତୀୟ କଂଗ୍ରେସ ଗଠନ କରି ଦେଶକୁ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ କରିପାରିଥିଲେ । ଭାରତୀୟ ନେତୃବୃନ୍ଦ ୟୁରୋପୀୟମାନଙ୍କର ବିଶାଳ ଉପନିବେଶକୁ ଧୂଳିସାତ କରିଦେଇଥିଲେ । ଆମର ଜାତୀୟ ପତାକା ତାହାର ଏକ ଜ୍ଵଳନ୍ତ ପ୍ରତୀକ ଅଟେ । ଏଥ‌ିରେ ବିଭିନ୍ନତା ମଧ୍ୟରେ ଏକତାଭାବ ପରିସ୍ଫୁଟ ହୋଇପାରିଛି । ପଙ୍କରେ ଯେପରି ପଦ୍ମ ବିକଶିତ ହୋଇଥାଏ, ଠିକ୍ ସେହିପରି ଭାରତ ତା’ର ନିଜ ଗୋଡ଼ରେ ଠିଆ ହୋଇପାରିଥା’ନ୍ତା ଓ ବିଶ୍ଵଦରବାରରେ ଏକ ସ୍ଵତନ୍ତ୍ର ମର୍ଯ୍ୟାଦା ବଜାୟ ରଖ୍ଯାରିଥା’ନ୍ତା । ଏହା ନିଃସନ୍ଦେଗୃହରେ କୁହାଯାଇପାରେ ।

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 9.
ଅଭିନୟ ମାଧ୍ୟମରେ : ଭାରତରେ ବ୍ରିଟିଶ ଉପନିବେଶବାଦୀ ଶାସନ ଉପରେ ଜଣେ ବ୍ରିଟିଶ ଅଧ୍ବକାରୀ ଏବଂ ଦାଦାଭାଇ ନାରୋଜୀଙ୍କ ପରି ଜଣେ ଭାରତୀୟ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଏକ ଐତିହାସିକ କଥୋପକଥନ ପ୍ରଦର୍ଶନ କରେ ।
Answer:
(i) ‘‘ଏକ ଐତିହାସିକ କଥୋପକଥନ’’ ଭାରତର ଦାଦାଭାଇ ନାରୋଦୀ ଓ ଇଂରେଜ ଅଧିକାରୀ ସାର୍ ଏଡଓ୍ୱାଡ଼ ହାରିଙ୍ଗଟନ୍‌ ମଧ୍ଯରେ କଥୋପକଥନ । ୧୮୯୦ ମସିହା ପରବର୍ତ୍ତୀ ସମୟର କଥା ।

(ii) ସାର୍ ଏଡଓ୍ୱାଡ଼ ହାରିଙ୍ଗ୍‌ଟନ – ମୁଁ ଭାରତୀୟମାନଙ୍କର ଜ୍ଞାନକୁ ଖୁବ୍ ସମ୍ମାନ କରେ । ତୁମର ‘ବିତ୍ତର ବହିଃ ପ୍ରବାହ’ ନୀତି ଅତିରଞ୍ଜିତ ଅଟେ । ଆମେ ତୁମ ଦେଶରେ ରେଳପଥ, ଶିକ୍ଷା ଓ ଟେଲିଗ୍ରାମ ପ୍ରଚଳନ କରି ତୁମର ଅନେକ ଉପକାର କରିଅଛୁ । ତା’ ବଦଳରେ ଆମେ ପାଇଛୁ କ’ଣ ?

(iii) ଦାନାଭାଇ ନାରୋଦୀ ମହାଶୟ, ମୁଁ ଆପଣଙ୍କୁ ସମ୍ମାନର ସହ ଜଣାଇଦେବାକୁ ଚାହେଁ ଯେ ଆପଣମାନେ ଆମ ଦେଶର ଖର୍ଚ୍ଚରେ ଯେଉଁସବୁ ନୂତନ ବ୍ୟବସ୍ଥାମାନ ପ୍ରଚଳନ କରିଛନ୍ତି ସେଥ‌ିରେ ଇଂଲଣ୍ଡର ଅଧ୍ୟକ ପରିମାଣରେ ହିତସାଧନ ହୋଇଅଛି । ଭାରତରେ ମହଜୁଦ୍ ଥ‌ିବା କଞ୍ଚାମାଲଗୁଡ଼ିକୁ ସହଜରେ ବନ୍ଦରଗୁଡ଼ିକ ସ୍ଥାନାନ୍ତରିତ ହୋଇପାରିଛି । ଯାହାଫଳରେ ଭାରତରୁ ଅନେକ ପରିମାଣର ଦ୍ରବ୍ୟ ଅର୍ଥ ବିଦେଶକୁ ଚାଲିଯାଇଛି ।

(iv) ହାରିଙ୍ଗଟନ୍‌ – ଯଦି ଆମ୍ଭେମାନେ ତୁମ ଦେଶକୁ ଆସି ନଥା’ନ୍ତୁ ତେବେ ତୁମ୍ଭେମାନେ ଅନେକ ନୂତନ ସୁଖସୁବିଧାରୁ ବଞ୍ଚିତ ହୋଇଥା’ନ୍ତ । ତୁମର ସଭ୍ୟତା ସାମାଜିକ ବିକାଶ ସେତେ ସହଜରେ ଉନ୍ନତ ହୋଇପାରିନଥା’ନ୍ତା । ଆମର ଉପନିବେଶବାଦ ତୁମ୍ଭମାନଙ୍କର ଆଖୁ ଖୋଲିଦେଇଛି ।

(v) ଦାଦାଭାଇ ନାରେଜୀ – ତୁମ୍ଭମାନଙ୍କର ସାହାଯ୍ୟ ଆମର ଉପକାର ନକରି ଅଯଥା ଶୋଷଣ କରିବାରେ ବ୍ୟସ୍ତ ରହିଛି । ରେଳ ଚଳାଚଳ କରାଇବା ଆମ ଦେଶ ପାଇଁ ନକରି ବରଂ ଆପଣ ଆମ ଦେଶରୁ କଞ୍ଚାମାଲ ବନ୍ଦରକୁ ପଠାଇବା ଓ ସୈନ୍ୟମାନଙ୍କୁ ବିଭିନ୍ନ ସ୍ଥାନକୁ ପଠାଇବାରେ ବ୍ୟବହାର କରିଛନ୍ତି । ଖାଦ୍ୟଶସ୍ୟ ଉତ୍ପାଦନ ବନ୍ଦ କରିଦେବା ଫଳରେ ଆମ ଦେଶରେ ଅନେକ ମହାଦୁର୍ଭିକ୍ଷକୁ ସାମନା କରିବାକୁ ପଡ଼ିଛି । ଏଥିପାଇଁ ଇଂରେଜ ସରକାର ହିଁ ଦାୟୀ ।

(vi) ହାରିଙ୍ଗଟନ୍‌ – ଏହା କିଛି ନୂଆ କଥା ନୁହେଁ । ଯେକୌଣସି ଶାସନ ବ୍ୟବସ୍ଥାରେ ଏହାହିଁ ଘଟିଥାଏ । ଯେଉଁମାନେ ଶାସନ କରିବେ ସେମାନେ ସେମାନଙ୍କର ସୁଖସୁବିଧା ପାଇଁ ସବୁକିଛି କରିଥା’ନ୍ତି ।

(vii) ଦାଦାଭାଇ ନାରୋଗୀ – ତାହାହେଲେ ଆମକୁ ଓ ଆମର ଶାସନ ବ୍ୟବସ୍ଥାକୁ କାବୁ କରିନେଇ ଆମର ଲୋକମାନଙ୍କୁ ଅକଥନୀୟ ଭାବରେ ଅତ୍ୟାଚାର କରିଛନ୍ତି । ଆମର କ୍ଷମତା, ପ୍ରତି ପଢି ମାଟିରେ ମିଶିଯାଇଛି ।

(viii) ହାରିଙ୍ଗଟନ୍ – ଇଂଲଣ୍ଡ ପାର୍ଲିଆମେଣ୍ଟରେ ତୁମ ସପକ୍ଷରେ କହିବାକୁ କେହି ଭାରତୀୟ ନଥିଲେ । ସେଥ‌ିପାଇଁ ତୁମର ଅସୁବିଧାଗୁଡ଼ିକୁ ଆମ ପାର୍ଲିଆମେଣ୍ଟରେ ଉପସ୍ଥାପନ କରାଯାଇ ପାରିନଥିଲା । କିନ୍ତୁ ବାସ୍ତବରେ ତୁମେ ତୁମର ଦେଶକୁ ଶାସନ କରିପାରିଥା’ନ୍ତ ।

(ix) ଦାଦାଭାଇ ନାରୋଜୀ – ବହୁ ପୂର୍ବରୁ ଭାରତୀୟମାନେ ଖୁବ୍ ଭଲଭାବରେ ସେମାନଙ୍କରର ଶାସନ ପଦ୍ଧତି ଠିକ୍ ଭାବରେ ବଜାୟ ରଖୁଥିଲେ । ସେମାନଙ୍କର ଜ୍ଞାନ ଓ ଗରିମା ଅନ୍ୟମାନଙ୍କ ତୁଳନାରେ କମ୍ ନଥିଲା । ଆମକୁ ଆମର ସ୍ଵାଧୀନତା ଫେରାଇଦେଲେ ଠିକ୍ ଭାବରେ ଆମେ ସ୍ଵର ଉତ୍ତୋଳନ କରିପାରିବୁ ଓ ଆମର ସମ୍ପଦକୁ ବିନିଯୋଗ କରିପାରିବୁ ।

Question 10.
ଉପନିବେଶବାଦୀ ଶାସନ ସମୟରେ ତୁମ ରାଜ୍ୟ ବା ଅଞ୍ଚଳର ଏକ ପ୍ରତିରୋଧ ଆନ୍ଦୋଳନ (ଆଦିବାସୀ, କୃଷକ କିମ୍ବା ରାଜକୀୟ) ବିଷୟରେ ଚିନ୍ତା କର । ନିମ୍ନଲିଖ ବିଷୟଗୁଡ଼ିକ ଉପରେ ବର୍ଣ୍ଣନା କରି ଏକ ବିବରଣୀ ପ୍ରସ୍ତୁତ କର ।

  • ପ୍ରମୁଖ କାରଣ କ’ଣ ଥିଲା (ଯଦି ଥାଏ) ?
  • ଆନ୍ଦୋଳନର ନେତୃତ୍ଵ କିଏ ନେଇଥିଲେ ?
  • ସେମାନଙ୍କର ଦାବୀ କ’ଣ ଥିଲା ?
  • ଏଥୁପ୍ରତି ବ୍ରିଟିଶମାନଙ୍କର ପ୍ରତିକ୍ରିୟା କିପରି ଥିଲା ?
  • ଆଜି ଏହି ଘଟଣାକୁ କିପରି ମନେରଖାଯାଇଛି । (ଯଥା- ସ୍ଥାନୀୟ ପର୍ବପର୍ବାଣି, ନୃତ୍ୟ, ଗୀତ ବା ସ୍ମାରକୀ ମାଧ୍ୟମରେ)

Answer:
(i) ବର୍ତ୍ତମାନ ଆମେ ଏଠାରେ ‘‘ସାନ୍ତାଳମାନଙ୍କର ବିଦ୍ରୋହ’? ସମ୍ପର୍କରେ ଆଲୋଚନା କରିବା । ୧୮୫୫ -୫୬ ମସିହାରେ ଏହି ବିଦ୍ରୋହଟି ବର୍ତ୍ତମାନର ଝାଡ଼ଖଣ୍ଡରେ ସଙ୍ଗଠିତ ହୋଇଥିଲା । ଏଥ‌ିରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ସାନ୍ତାଳମାନେ ।

(ii) ପ୍ରମୁଖ କାରଣ – ସାନ୍ତଳମାନେ ଅଧ୍ଵକମାତ୍ରାରେ ଜମିଦାର, ମହାଜନ ଓ ଇଂରେଜମାନନେ ରାଜସ୍ଵ ଅଧିକାରୀମାନଙ୍କଦ୍ୱାରା ବିଶେଷ ଭାବରେ ଅତ୍ୟାଚାରିତ ହେଉଥିଲେ । ଜମିଜମା ବିବାଦ ଓ ଅଧୂକ କର ପ୍ରଦାନ ଫଳରେ ସେମାନେ ଦିନକୁ ଦିନ ଦାରିଦ୍ର୍ୟର କଷାଘାତରେ ପ୍ରପୀଡ଼ିତ ହେବାକୁ ଲାଗିଲେ । ଶାନ୍ତଶୀତଳ ସାନ୍ତାଳମାନେ ଧୀରେ ଧୀରେ ବିଦ୍ରୋହ କରିବାପାଇଁ ଅଣ୍ଟା ଭିଡ଼ିଥିଲେ ।

(iii) ଆନ୍ଦୋଳନର ନେତୃତ୍ୱ – ୧୮୫୫ ମସିହା ଜୁନ୍ ମାସରେ ସିଧୁ ମୁର୍ମୁ ଓ କାହ୍ନୁ ମୁର୍ମୁଙ୍କ ନେତୃତ୍ଵରେ ଏକ ସାନ୍ତାଳୀ ଦଳ ବିଦ୍ରୋହ କରିବା ଆରମ୍ଭ କରିଦେଇଥିଲେ । ହଜାର ହଜାର ସଂଖ୍ୟାରେ ସାନ୍ତାଳୀ ଜାତିର ଲୋକମାନେ ଏକତ୍ରିତ ହୋଇ ଇଂରେଜ ବିରୋଧୀ ସ୍ଲୋଗାନ ଦେବା ସହିତ ଇଂରେଜ ସରକାରଙ୍କ ନୀତି ଓ କର ବ୍ୟବସ୍ଥାକୁ ବିରୋଧ କରିଥିଲେ । ଏହା ସେତେବେଳେ ସେ ଅଞ୍ଚଳରେ ଏକ ପ୍ରମୁଖ ଘଟଣା ଥିଲା । ଇଂରେଜମାନଙ୍କର ମନୋମୁଖୀ ଶାସନ ବ୍ୟବସ୍ଥାକୁ ସେମାନେ ଖୋଲାଖୋଲି ଭାବରେ ବିରୋଧ କରିଥିଲେ ।

(iv) ସେମାନଙ୍କର ଦାବି – ବ୍ରିଟିଶ ସମର୍ଥନରେ ସେମାନଙ୍କ ପୈତୃକ ଜମି ଛଡ଼ାଇ ନେଉଥୁବା ମହାଜନ ଓ ଜମିଦାରଙ୍କ ବିରୋଧରେ ସାନ୍ତାଳମାନେ ସଂଗ୍ରାମ ଚାଲୁରଖୁଲେ । ସେମାନଙ୍କର ପୈତୃକ ଜମିକୁ ଫେରାଇବା ଓ ଅତ୍ୟଧିକ କରପ୍ରଦାନ ବ୍ୟବସ୍ଥାକୁ ରଦ୍ଦ କରିବାପାଇଁ ସେମାନେ ଦାବି କରିଥିଲେ ।

(v) ବ୍ରିଟିଶରମାନଙ୍କର ପ୍ରତିକ୍ରିୟା – ସାନ୍ତାଳମାନେ ଶେଷ ରକ୍ତ ବିନ୍ଦୁଥ‌ିବା ଯାଏ ସରକାରଙ୍କ ବିରୋଧରେ ସଂଗ୍ରାମ କରିବାକୁ ଶପଥ ନେଇଥିଲେ । କିନ୍ତୁ ବ୍ରିଟିଶରମାନଙ୍କର ପ୍ରତିକ୍ରିୟା ଥୁଲା ଅମାନୁଷିକ ଓ ପାଶବିକ । ସେମାନଙ୍କର ଗାଁଗୁଡ଼ିକୁ ପୋଡ଼ିଦିଆଗଲା ଓ ଅନେକ ସାନ୍ତଳୀ ନେତାମାନଙ୍କୁ ହତ୍ୟା କରିଦିଆଗଲା । ତଥାପି ସେମାନେ ହାରିଯାଇ ନଥିଲେ ।

ଏହି ଘଟଣାଟି ପରବର୍ତ୍ତୀ ସମୟରେ ଆଲୋକବର୍ତ୍ତିକା ସଦୃଶ ଅନେକ ଜନଜାତିର ଲୋକମାନଙ୍କୁ ସଂଗ୍ରାମ କରିବାକୁ ପ୍ରେରଣା ଯୋଗାଇଥିଲା । ଏହି ଘଟଣାପରେ ଅନେକ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଇଂରେଜ ସରକାରଙ୍କ ବିରୋଧରେ ଆନ୍ଦୋଳନ କରି କାରାବରଣ ମଧ୍ଯ କରିଥିଲେ । ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଫାସୀ ଖୁଣ୍ଟରେ ଝୁଲିବାକୁ ପଡ଼ିଥିଲା । ଉଦାହରଣ ସ୍ଵରୂପ ପ୍ରଥମ ସହିଦ ମଙ୍ଗଲ ପାଣ୍ଡେ ଥ୍ଲେ ଅନ୍ୟତମ ।

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

ଆସ ଚିନ୍ତା କରିବା (ପାଠ୍ୟପୁସ୍ତକସ୍ଥ ପ୍ରଶ୍ନୋତ୍ତର, ପୃଷ୍ଠା-୮୫) :

Question 1.
ଉପନିବେଶବାଦ କ’ଣ ?
Answer:

  1. ଗୋଟିଏ ଦେଶ ଅନ୍ୟ ଏକ ଦେଶର ଅଞ୍ଚଳକୁ ଅଧିକାର କରି ସେଠାରେ ନିଜର ବସତି ସ୍ଥାପନ କରିବା ସହିତ ନିଜର ରାଜନୈତିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ବିଚାରଧାରାକୁ ପ୍ରୟୋଗ କରିବାକୁ ଉପନିବେଶବାଦ କୁହାଯାଏ ।
  2. ଖ୍ରୀଷ୍ଟପୂର୍ବ ପ୍ରଥମ ସହସ୍ରାବ୍ଦରୁ ଆରମ୍ଭ କରି ଖ୍ରୀଷ୍ଟୀୟ ପ୍ରଥମ ସହସ୍ରାବ୍ଦ ମଧ୍ୟରେ ଏହାର ପରିପ୍ରକାଶ ଦେଖିବାକୁ ମିଳିଥିଲା ।

Question 2.
କ’ଣ ଇଉରୋପୀୟ ଶକ୍ତିଗୁଡ଼ିକୁ ଭାରତକୁ ଆକର୍ଷିତ କରିଥିଲା ?
Answer:

  1. ଇଉରୋପୀୟମାନେ ଯେତେବେଳେ ଭାରତୀୟ ଉପମହାଦେଶକୁ ଜଳଯାତ୍ରା ଆରମ୍ଭ କଲେ, ସେତେବେଳେ ଭାତ ଏକ ସକ୍ରିୟ ଅର୍ଥନୈତିକ ଓ ସାଂସ୍କୃତିକ କେନ୍ଦ୍ର ରୂପେ ଉଭା ହୋଇଥିଲା ।
  2. ସେତେବେଳେ ଭାରତ ଚୀନ ସହିତ ବିଶ୍ଵର ଦୁଇ ଅର୍ଥନୀତି ମଧ୍ୟରୁ ଗୋଟିଏ ଥିଲା । ଭାରତର ଉତ୍ପାଦନ କ୍ଷମତା, ବିବିଧ କୃଷି ଉତ୍ପାଦନ ଏବଂ ବ୍ୟାପକ ଅନ୍ତଃ ଓ ବହିର୍ବାଣିଜ୍ୟ ଯୋଗୁଁ ଏହା ଅର୍ଥନୈତିକ ଦୃଷ୍ଟିରୁ ସମୃଦ୍ଧ ଥିଲା ଯାହା ଇଉରୋପୀୟ ଶକ୍ତିଗୁଡ଼ିକୁ ଭାରତକୁ ଆକର୍ଷିତ କରିଥିଲା ।

Question 3.
ଔପନିବେଶିକ ଯୁଗ ସମୟରେ ଏବଂ ପୂର୍ବରୁ ଭାରତର ଅର୍ଥନୈତିକ ଓ ଭୌଗୋଳିକ ସ୍ଥିତି କ’ଣ ଥିଲା ?
Answer:
(i) ଔପନିବେଶିକ ଯୁଗ ପୂର୍ବରୁ ଭାରତ ରାଜ୍ୟ ଏବଂ ସାମ୍ରାଜ୍ୟର ଏକ ଗୋଷ୍ଠୀ ଥିଲା । ମୋଗଲ, ମରାଠା, ରାଜପୁତ ଏବଂ ଦକ୍ଷିଣ ରାଜ୍ୟ ଭଳି ସ୍ଥାନୀୟ ଶାସକଙ୍କ ମଧ୍ୟରେ କ୍ଷମତା ବଣ୍ଟନ କରାଯାଇଥିଲା ।

(ii) ଭାରତ ଆନ୍ତର୍ଜାତୀୟ ବାଣିଜ୍ୟ ମାର୍ଗରେ ଏକ ଗୁରୁତ୍ଵପୂର୍ଣ୍ଣ କେନ୍ଦ୍ର ଥିଲା । ମଣି, ବସ୍ତ୍ର ଏବଂ ମସଲା ପାଇଁ ଏହା ମଧ୍ୟପ୍ରାଚ୍ୟ, ଇଉରୋପ ଏବଂ ଦକ୍ଷିଣ-ପୂର୍ବ ଏସିଆର ବ୍ୟବସାୟୀମାନଙ୍କୁ ଆକର୍ଷିତ କରୁଥିଲା ।

(iii) ଏହାର ଅର୍ଥନୈତିକ ସ୍ଥିତି ଅତ୍ୟନ୍ତ ଉଚ୍ଚମାନର ଥିଲା ଏବଂ ଏହା ଚୀନ୍ ସହିତ ବିଶ୍ଵର ଦ୍ଵିତୀୟ ସର୍ବବୃହତ୍ ଅର୍ଥନୀତି ଥିଲା । ଉପନିବେଶ ସମୟରେ ବ୍ରିଟିଶ୍ଵାନେ ଭାରତର ଅର୍ଥନୀତିକୁ ଏପରି ରୂପ ଦେଲେ ଯାହା ବ୍ରିଟେନ୍‌କୁ କଞ୍ଚାମାଲ ଯୋଗାଇଥିଲା ଏବଂ ସ୍ଥାନୀୟ ଶିଳ୍ପ ଓ ହସ୍ତଶିଳ୍ପକୁ କ୍ଷତି ପହଞ୍ଚାଇଥିଲା ଏବଂ ଭାରତ ବ୍ରିଟିଶ୍ ସାମଗ୍ରୀ କିଣିବାକୁ ବାଧ୍ୟ ହୋଇଥିଲା ।

(iv) ଭାରତର ପ୍ରତିରକ୍ଷା ଏବଂ ବୈଦେଶିକ ନୀତି ବ୍ରିଟିଶ୍ୟାମାନଙ୍କଦ୍ଵାରା ନିୟନ୍ତ୍ରିତ ହେଲା । ଭାରତୀୟ ଗଡ଼ଜାତ ରାଜ୍ୟଗୁଡ଼ିକ ସ୍ଵାଧୀନ ଥିଲେ କିନ୍ତୁ ସେମାନଙ୍କୁ ବୈଦେଶିକ ବ୍ୟାପାର ସମ୍ବନ୍ଧରେ କାର୍ଯ୍ୟ କରିବାକୁ ଅନୁମତି ନଥିଲା ।

(v) ଉପନିବେଶବାଦୀ ଆବଶ୍ୟକତା ଅନୁଯାୟୀ ଭାରତର ସୀମା ପରିବର୍ତ୍ତନ କରାଯାଇଥିଲା ଏବଂ ଏହାଦ୍ଵାରା ସାଂସ୍କୃତିକ ଏବଂ ଐତିହାସିକ ତଥ୍ୟକୁ ଅଣଦେଖା କରାଯାଇଥିଲା ।

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 4.
ଭାରତର ବ୍ରିଟିଶ ଔପନିବେଶିକ ଆଧୂପତ୍ୟ କିପରି ଦେଶକୁ ପ୍ରଭାବିତ କରିଥିଲା ?
Answer:
(i) ଭାରତରେ ବ୍ରିଟିଶ୍ ଔପନିବେଶିକ ଆଧୂପତ୍ୟ ଦେଶ ଉପରେ ଗୁରୁତର ପ୍ରଭାବ ପକାଇଥିଲା । ଏହା ଭାରତର ସମ୍ପତ୍ତିକୁ ନଷ୍ଟ କରିଦେଇଥିଲା, ଭୟଙ୍କର ଦୁର୍ଭିକ୍ଷ ସୃଷ୍ଟି କରିଥିଲା ଏବଂ ସ୍ଥାନୀୟ ଶିଳ୍ପଗୁଡ଼ିକୁ ନଷ୍ଟ କରିଦେଇଥିଲା ।

(ii) ଏହା ପାରମ୍ପରିକ ଶାସନ ଏବଂ ଶିକ୍ଷା ବ୍ୟବସ୍ଥାକୁ ଭାଙ୍ଗି ଦେଇଥିଲା ।

(iii) ବ୍ରିଟିଶ୍ ସ୍ଵାର୍ଥ ପୂରଣ କରିବା ପାଇଁ ଅର୍ଥନୀତିକୁ ପୁନଃଗଠିତ କରାଯାଇଥିଲା । ବ୍ରିଟିଶ୍ ବିରୋଧୀ ଆନ୍ଦୋଳନଗୁଡ଼ିକୁ ନିଷ୍ଠୁର ଭାବେ ଦମନ କରାଯାଇଥିଲା ।

(iv) ସ୍ଵାଧୀନତା ବେଳକୁ ଭାରତ ଦରିଦ୍ର ଏବଂ ଶୋଷିତ ହୋଇଯାଇଥିଲା । ଉପନିବେଶବାଦୀ ଶାସନ ମଧ୍ୟ ସ୍ଥାୟୀ ସାମାଜିକ ଏବଂ ଅର୍ଥନୈତିକ ବିଭାଜନ ସୃଷ୍ଟି କରିଥିଲା ।

ଆସ ଅନୁସନ୍ଧାନ କରିବା :

Question 1.
କାର୍ଟୁନ ଚିତ୍ରଟି କ’ଣ ପ୍ରକାଶ କରିବାକୁ ଚାହୁଁଛି ବୋଲି ତୁମେ ଭାବୁଛ ? (ମନେରଖ, ଟେଲିଗ୍ରାଫ ପ୍ରଥମ ଥର ପାଇଁ ତୁରନ୍ତ ଯୋଗାଯୋଗ କରିବାରେ ସକ୍ଷମ ହୋଇଥିଲା। ଏବଂ ସେତେବେଳର ସମୟ ପାଇଁ ତାହା ଏକ ନୂତନ ଉଦ୍ଭାବନ ଥିଲା ।) ଚିତ୍ରଟିର ବିଭିନ୍ନ ଉପାଦାନ ବିଷୟରେ ବିଶ୍ଳେଷଣ କର ।
Answer:
ଚିତ୍ରଟିର ବିଭିନ୍ନ ଉପାଦାନ :
(i) ଯୋଗାଯୋଗର ଗତି : ଟେଲିଗ୍ରାଫ୍ ଉଦ୍ଭାବନ ହେବା ପୂର୍ବରୁ ବାର୍ତ୍ତାଗୁଡ଼ିକ ସପ୍ତାହ କିମ୍ବା ମାସ ମଧ୍ୟରେ ବିଭିନ୍ନ ଦେଶ ମଧ୍ୟରେ ପହଞ୍ଚାଯାଇ ପାରୁଥିଲା । କାର୍ଟୁନ୍‌ରେ ଥିବା ଚରିତ୍ର ଏବେ ପବନ ଅପେକ୍ଷା ଦ୍ରୁତ ବାର୍ତ୍ତା ପଠାଇ ପାରିବେ ।

(ii) ପରିବର୍ତ୍ତନଶୀଳ ଶକ୍ତି : ଏହି କାର୍ଟୁନ୍ ଟେଲିଗ୍ରାଫ୍‌ ଏକ ଶକ୍ତିଶାଳୀ ପୁସ୍ତକ ବିଦ୍ୟା ଭାବରେ ଦର୍ଶାଉଛି ଯାହା ବିଶ୍ଵର ପୂର୍ବ ଦୂରବର୍ତ୍ତୀ କ୍ଷେତ୍ରଗୁଡ଼ିକୁ ସଂଯୋଗ କରି ଚାଲିଛି । ଏହା ଏକ ବିଶ୍ଵକୁ ସଂକୁଚିତ ହେଉଥୁବା ଚିତ୍ରଣ କରିପାରେ ।

(iii) ଉପନିବେଶବାଦୀ : ଉପନିବେଶବାଦ ଦୃଷ୍ଟିକୋଣରୁ ଟେଲିଗ୍ରାଫ୍ ବ୍ରିଟିଶ୍ ଏବଂ ଅନ୍ୟାନ୍ୟ ସାମ୍ରାଜ୍ୟଗୁଡ଼ିକ ଉପନିବେଶଗୁଡ଼ିକ ଉପରେ ସେମାନଙ୍କର ନିୟନ୍ତ୍ରନ୍ତ୍ରଣ ଜାହିର କରିବାକୁ ଅଧ‌ିକ ସହଜ କରିଥିଲା । ଏହି କାର୍ଟୁନ୍‌ରେ ଜଣେ ବ୍ରିଟିଶ୍ ଅଧିକାରୀଙ୍କୁ ଲଣ୍ଡନରୁ ଭାରତରେ ଥିବା ଅଧିକାରୀଙ୍କୁ ତୁରନ୍ତ ନିର୍ଦ୍ଦେଶ ବିଷୟରେ ଚିତ୍ରଣ କରାଯାଇପାରେ, ଯେଉଁଥରେ କମାଣ୍ଡିଂ ଅଫିସର ହସିବାର ଅର୍ଥ ହେଉଛି ତାଙ୍କର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଥିଲା

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 2.
ଭାରତର ଅଣବ୍ରିଟିଶ ଶାସନ ବୋଲି ଦାନାଭାଇ ନାରୋଜୀ କାହାକୁ ଲକ୍ଷ୍ୟକରି କହିଥିଲେ ବୋଲି ତୁମେ ଭାବୁଛ ? (ସୂଚନା ସେ ୧୮୯୨ ମସିହାରେ ଯୁକ୍ତରାଜ୍ୟର ହାଉସ୍ ଅଫ୍ କମନସ୍‌ର ସଦସ୍ୟ ଥିଲେ ।)
Answer:
(i) ଦାଦାଭାଇ ନାରୋଜୀ ‘ଭାରତରେ ଅଣବ୍ରିଟିଶ୍ ଶାସନ’ ବାକ୍ୟାଶ ବ୍ୟବହାର କରି ବ୍ରିଟିଶ୍ ଉପନିବେଶବାଦୀ ଶାସନ କିପରି ନ୍ୟାୟ ଏବଂ ଉଦାରବାଦର ନୀତିଗୁଡ଼ିକୁ ଉଲ୍ଲଙ୍ଘନ କରିଥିଲା ତାହା ଉପରେ ଆଲୋକପାତ କରିଥିଲେ ।

(ii) ସେ ଯୁକ୍ତି ବାଢ଼ିଥିଲେ ଯେ ଉପରୁ ବ୍ରିଟିଶ୍ ଶାସନ ନ୍ୟାୟବାନ ଏବଂ ପ୍ରଗତିଶୀଳ ଦେଖାଯାଉଥିଲେ ମଧ୍ୟ ଏହା ମୌଳିକ ଭାବରେ ଶୋଷଣମୂଳକ ଥିଲା ଏବଂ ଅନ୍ୟାୟ କାର୍ଯ୍ୟ କରୁଥିଲା ।

(iii) ହାଉସ୍ ଅଫ୍ କମନ୍ସରେ ଜଣେ ସଦସ୍ୟ ଭାବେ ସେ ବିଶ୍ୱାସ କରୁଥିଲେ ଯେ ବ୍ରିଟିଶ୍ମାନେ ଭାରତୀୟମାନଙ୍କୁ ବ୍ରିଟେନ୍‌ରେ ଲୋକଙ୍କୁ ଦିଆଯାଇଥ‌ିବା ସମାନ ସମ୍ମାନ ଓ ଅଧିକାର ଭାରତୀୟମାନଙ୍କୁ ପ୍ରଦାନ କରୁନାହାନ୍ତି ।

Question 3.
ଭାରତୀୟ ବୟନ ଶିଳ୍ପକୁ ବର୍ଣ୍ଣନା କରିବା ନିମନ୍ତେ ଉପରେ ବର୍ଣ୍ଣିତ ତାଲିକାଗୁଡ଼ିକୁ ତୁମେ ବୁଝି ପାରିଲ କି ? ଯଦି ନୁହେଁ, ତେବେ ଚାରି ବା ପାଞ୍ଚଟି ଦଳରେ ବିଭାଜିତ ହୋଇ ଏହାକୁ ଆଲୋଚନା କର ଏବଂ ପରସ୍ପରର ଆବିଷ୍କାରକୁ ତୁଳନା କର । ଦରକାର ପଡ଼ିଲେ ଶିକ୍ଷକଙ୍କ ସାହାଯ୍ୟ ନିଅ ।
Answer:
(i) କପା : କପା ଏକ ନରମ ଫୁଲିଥିବା ତନ୍ତୁ ଯାହା କପା ଫଳର ମଞ୍ଜି ଚାରିପାଖରେ ଥାଏ । ଏହାକୁ ପୋଷାକ ତିଆରି କରିବା ପାଇଁ ବ୍ୟବହାର କରାଯାଏ ।

(ii) ଝୋଟ : ଝୋଟ ଏକ ଦୃଢ଼ ତନ୍ତୁ ମାତ୍ର ଏହା ଅମସୃଣ । ଏଥିରୁ ବସ୍ତା, ରସି, ଗାଲିଚା ଏବଂ ମ୍ୟାଟ୍ ତିଆରି କରିବାରେ ବ୍ୟବହାର କରାଯାଏ ।

(iii) ରେଶମ ରେଶମ ଏକ ସୂକ୍ଷ୍ମ ଏବଂ ବିଳାସପୂର୍ଣ୍ଣ ତନ୍ତୁ ଯାହା ସାଧାରଣତଃ ଶାଢ଼ି, ସୁଟ୍, ସାଲୱାର ଏବଂ କୁର୍ତ୍ତା ଇତ୍ୟାଦି ତିଆରି କରିବାରେ ବ୍ୟବହୃତ ହୁଏ ।

(iv) ପଶମ : ପଶମ ହେଉଛି ମେଣ୍ଢା ଭଳି ପ୍ରାଣୀଙ୍କ ଲୋମରୁ ତିଆରି ଏକ ନରମ, ଉଷ୍ଣ ତନ୍ତୁ । ଏହାକୁ ଶୀତଦିନେ ପିନ୍ଧା ଯାଉଥ‌ିବା ବସ୍ତ୍ର, ଯଥା- ସ୍ଵେଟର, ଶାଲ୍, ମଫଲର ଇତ୍ୟାଦି ତିଆରି କରିବା ପାଇଁ ବ୍ୟବହାର କରାଯାଏ ।

(v) କତା : କତା ନଡ଼ିଆରୁ ବାହାରୁଥିବା ତନ୍ତୁ । ଏଥବରେ ରସି, ପାପୋଛ ଇତ୍ୟାଦି ତିଆରି କରାଯାଏ ।
(vi) ଛଣପଟ : ଛଣପଟ ଏକ ଅତ୍ୟନ୍ତ ଶକ୍ତିଶାଳୀ ପ୍ରାକୃତିକ ତନ୍ତୁ । ଏହାକୁ ବ୍ୟାଗ୍ ଏବଂ ରସି ତିଆରି କରିବାରେ ବ୍ୟବହାର କରାଯାଏ । .

Question 4.
ମାନଚିତ୍ରକୁ ଦେଖ । ସୀମା ଏବଂ ନାମ ଉଭୟ ଦୃଷ୍ଟିରୁ ଆଜିର ଭାରତର ମାନଚିତ୍ର ସହିତ ଏହି ମାନଚିତ୍ରର ମୁଖ୍ୟ ପାର୍ଥକ୍ୟ କ’ଣ ?
Answer:
(i) ଭାରତର ଏହି ଐତିହାସିକ ମାନଚିତ୍ର ଆଜିର ଭାରତର ମାନଚିତ୍ରଠାରୁ ଅନେକ ପାର୍ଥକ୍ୟ ଦର୍ଶାଉଛି । ସୀମା ଦୃଷ୍ଟିରୁ ବିଚାର କଲେ ୧୯୦୯ ମସିହାରେ ବ୍ରିଟିଶ୍ ଶସାନ ସମୟରେ ଭାରତରେ ପାକିସ୍ତାନ, ବାଂଲାଦେଶ ଏବଂ ମିଆଁମାର (ବର୍ମା) ମଧ୍ୟ ସାମିଲ ଥିଲା ।

(ii) ଏହି ଦେଶଗୁଡ଼ିକ ଏବେ ପୃଥକ୍ ରାଷ୍ଟ୍ର ହୋଇଗଲେଣି । ଉତ୍ତର-ପଶ୍ଚିମ ସୀମାରେ ବେଲୁଚିସ୍ତାନ ଏବଂ ଉତ୍ତର-ପଶ୍ଚିମ ସୀମାନ୍ତ ପ୍ରଦେଶ ବର୍ତ୍ତମାନ ପାକିସ୍ତାନରେ ଅନ୍ତର୍ଭୁକ୍ତ ।

(iii) ସେତେବେଳର ମାନଚିତ୍ରରେ ଥ‌ିବା କିଛି ସ୍ଥାନର ନାମ ବର୍ତ୍ତମାନ ଭିନ୍ନ ଅଟେ । ଉଦାହରଣ ସ୍ୱରୂପ – କଲିକତା ବର୍ତମାନ କୋଲକାତା, ବମ୍ବେ ବର୍ତ୍ତମାନ ମୁମ୍ବାଇ, ମାଡ୍ରାସ ବର୍ତ୍ତମାନ ଚେନ୍ନାଇ, ବର୍ମା ବର୍ତ୍ତମାନ ମିଆଁମାର । ବ୍ରିଟିଶ୍ ଶାସନ ସମୟରେ ଏହି ଅଞ୍ଚଳଗୁଡ଼ିକୁ ପ୍ରଦେଶ, ଏଜେନ୍ସି କିମ୍ବା ଦେଶୀୟ ରାଜ୍ୟ କୁହାଯାଉଥିଲା ।

(iv) ମାନଚିତ୍ରରେ ଗୋଲାପୀ ରଙ୍ଗରେ ‘ବ୍ରିଟିଶ୍ ଇନ୍’ (ସିଧାସଳଖ ବ୍ରିଟିଶ୍‌ଙ୍କଦ୍ଵାରା ଶାସନ) ଭାବରେ ଅଞ୍ଚଳଗୁଡ଼ିକୁ ଦର୍ଶାଯାଇଛି । ହଳଦିଆ ରଙ୍ଗର ଅଞ୍ଚଳଗୁଡ଼ିକ ବ୍ରିଟିଶ୍ ନିୟନ୍ତ୍ରଣରେ ଭାରତୀୟ ରାଜାମାନଙ୍କଦ୍ଵାରା ଶାସିତ ‘ସ୍ଥାନୀୟ ରାଜ୍ୟ’ ଥିଲା । ବର୍ତ୍ତମାନ ସମସ୍ତ ଅଞ୍ଚଳ ଭାରତୀୟ ଗଣରାଜ୍ୟର ଅଂଶ ।

(v) ପରେ ଗଠିତ ପଡ଼ୋଶୀ ଦେଶ ପାକିସ୍ତାନ, ବାଂଲାଦେଶ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଏହି ମାନଚିତ୍ରରେ ରହିଥିଲା ଯାହା

(vi) ମାନଚିତ୍ରରେ ପରିବହନ ଓ ନିୟନ୍ତ୍ରଣ ପାଇଁ ବ୍ରିଟିଶ୍ ଶାସନ ସମୟରେ ଗୁରୁତ୍ଵପୂର୍ଣ୍ଣ ରେଳଲାଇନ୍‌ଗୁଡ଼ିକୁ ମଧ୍ଯ ଦର୍ଶାଯାଇଛି ।

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 5.
ଜଣେ କଳାକାରଙ୍କ କଳ୍ପନାରୁ ଉତ୍ପନ୍ନ ୧୫୮୬ ମସିହାର ଏକ ସ୍କେଚ୍‌ (ଚିତ୍ରରେ) ସାନ୍ତାଳମାନଙ୍କୁ କିପରି ଚିତ୍ରିତ କରାଯାଇଛି ତାହା ଲକ୍ଷ୍ୟକର । ସେମାନଙ୍କର ରଙ୍ଗ, ପୋଷାକ, ଅସ୍ତ୍ରଶସ୍ତ୍ରକୁ ପର୍ଯ୍ୟବେକ୍ଷଣ କର ଏବଂ ଏହି ଚିତ୍ରଟି ବ୍ରିଟେନ୍‌ର ଲୋକମାନଙ୍କ ମନରେ କି ପ୍ରକାର ପ୍ରତିଛବି ସୃଷ୍ଟି କରିଥବ, ତା’ର ନିଷ୍କର୍ଷ ଆଲୋଚନା କରି ପ୍ରକାଶ କର ।
Answer:
୧୮୫୬ ମସିହାର ଏହି ସ୍କେଟ୍‌ରେ ସାନ୍ତାଳମାନଙ୍କୁ କଳା ଚର୍ମ, ସର୍ବନିମ୍ନ ପୋଷାକ, ପାରମ୍ପରିକ ଧନୁ ଏବଂ ତୀର ସହିତ ଦର୍ଶାଯାଇଛି । ସେମାନେ ବଣୁଆ, ଆଦିମ ଏବଂ ହିଂସାତ୍ମକ ଦେଖାଯାଉଛନ୍ତି । ସେମାନଙ୍କର ହସ୍ତ ନିର୍ମିତ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହିତ ବ୍ରିଟିଶ୍ ସୈନିକମାନେ ଲଢ଼େଇ କରୁଛନ୍ତି । ଏହି କାଳ୍ପନିକ ଚିତ୍ରଟି ସମ୍ଭବତଃ ବ୍ରିଟିଶ୍ ଜନସାଧାରଣଙ୍କ ମନରେ ଏକ ନକାରାତ୍ମକ ଏବଂ ଭୟଙ୍କର ଚିତ୍ର ସ୍ପଷ୍ଟ କରିଥିଲା । ଯେଉଁଥିରେ ସାନ୍ତାଳମାନଙ୍କୁ ଅନ୍ୟାୟ ପ୍ରତିରୋଧ କରିବା ପରିବର୍ତ୍ତେ ଅସଭ୍ୟ ଓ ନିଷ୍ଠର ଭାବରେ ଚିତ୍ରଣ କରାଯାଇଥିଲା । ଏହା ବ୍ରିଟିଶ୍ ଶାସନକୁ ଏକ ‘ସଭ୍ୟ ମିଶନ୍’ ଭାବରେ ପ୍ରମାଣିତ କରିବା ପାଇଁ ସାହାଯ୍ୟ କରିଥିଲା ଏବଂ ଜମି ହରାଇବା ଜନିତ କ୍ଷତି ଭଳି ଆଦିବାସୀ ବିଦ୍ରୋହର ପ୍ରକୃତ କାରଣଗୁଡ଼ିକୁ ଲୁଚାଇ ରଖୁଥଲା ।

Question 6.
ନୀଳ ହେଉଛି କପଡ଼ା ରଙ୍ଗାଇବାରେ ବ୍ୟବହୃତ ହେଉଥ‌ିବା ଏକ ଗାଢ଼ ନୀଳ ରଙ୍ଗର ଦ୍ରବ୍ୟ । ତୁମେ ଅନ୍ୟ ପ୍ରାକୃତିକ ପଦାର୍ଥ ବିଷୟରେ ଚିନ୍ତା କର ଯାହା ଭାରତର ପାରମ୍ପରିକ ଭାବରେ କପଡ଼ା ରଙ୍ଗ କରିବା ପାଇଁ ବ୍ୟବହୃତ ହୋଇ ଆସୁଛି ?
Answer:
(i) ଭାରତରେ ପାରମ୍ପରିକ ଭାବରେ ହଳଦୀ, ମେହେନ୍ଦି, ମଞ୍ଜିଷ୍ଠା ଚେର, ଡାଳିମ୍ବ ଚୋପା, ନୀଳ, ନିମପତ୍ର, ଗଛର ଛାଲ, ଲାଖ କୀଟ, ଝୁଣା ଇତ୍ୟାଦି ଅନେକ ପ୍ରାକୃତିକ ପଦାର୍ଥ ବ୍ୟବହାର କରାଯାଏ ଏବଂ ଏହି ପଦାର୍ଥଗୁଡ଼ିକ ହଳଦିଆ, ଲାଲ-ବାଦାମୀ, ଲାଲ, ଗୋଲାପୀ, ସବୁଜ, ଧୂସର, ବାଇଗଣୀ ଇତ୍ୟାଦି ବିଭିନ୍ନ ରଙ୍ଗ ଦେଇଥାଏ ।

(ii) ଏହି ରଙ୍ଗଗୁଡ଼ିକ ପରିବେଶ ଅନୁକୂଳ ଥିଲା ଏବଂ ବ୍ଲକ୍ ପ୍ରିଣ୍ଟିଂ, କଳାକାରି ଏବଂ ବନ୍ଧନୀଭଳି ପାରମ୍ପରିକ ବସ୍ତ୍ରକଳାରେ ବ୍ୟବହୃତ ହୋଇ ଆସୁଛି ।

Question 7.
ଭାରତ ସ୍ଵାଧୀନତା ଲାଭ କରିବା ପରେ ‘ସିପାହୀ ବିଦ୍ରୋହ’ ଶବ୍ଦକୁ କାହିଁକି ପ୍ରତ୍ୟାଖ୍ୟାନ କରାଯାଇଥିଲା ବୋଲି ତୁମେ ଭାବୁଛ ? ଏହାର କାରଣ ବ୍ୟାଖ୍ୟା କରି ତୁମେ ଏକ ଅନୁଚ୍ଛେଦ ଲେଖ ।
Answer:
(i) ଭାରତ ସ୍ଵାଧୀନତା ଲାଭ କରିବା ପରେ ଐତିହାସିକମାନେ ‘ସିପାହୀ ବିଦ୍ରୋହ’ ଶବ୍ଦଟିକୁ ପ୍ରତ୍ୟାଖ୍ୟାନ କରିଥିଲେ କାରଣ ଏହା ଏକ ଭୁଲ୍ ଧାରଣା ପ୍ରଦାନ କରେ ଯେ କେବଳ କିଛି ଭାରତୀୟ ସୈନିକ ବ୍ୟକ୍ତିଗତ କିମ୍ବା ସାମରିକ କାରଣରୁ ବିଦ୍ରୋହ କରିଥିଲେ ।

(ii) ବାସ୍ତବରେ ୧୮୫୭ର ବିଦ୍ରୋହ ଏକ ବନ ଏବଂ ବ୍ୟାପକ ବିଦ୍ରୋହ ଥୁଲା ଯେଉଁଥ‌ିରେ କେବଳ ଭାରତୀୟ ସୈନିକମାନେ ନଥିଲେ, ବରଂ ଭାରତର ବିଭିନ୍ନ ସ୍ଥାନରୁ କୃଷକ, ଜମିଦାର, ଆଞ୍ଚଳିକ ରାଜା ଏବଂ ନାଗରିକମାନେ ମଧ୍ୟ ସାମିଲ ଥିଲେ ।

(iii) ଏହା ବ୍ରିଟିଶ୍ ଶାସନ ଏବଂ ଅତ୍ୟାଚାର ବିରୁଦ୍ଧରେ ଏକ ମିଳିତ ଲଢ଼େଇ ଥିଲା । ଏହାକୁ କେବଳ ଏକ ‘ବିଦ୍ରୋହ’ ବୋଲି କହିବାଦ୍ଵାରା ଏହାର ଜାତୀୟ ଚରିତ୍ର ଏବଂ ଏହା ପ୍ରତିନିଧ୍ଵ କରୁଥିବା ସ୍ଵାଧୀନତା ସଂଗ୍ରାମକୁ ଲୁଚାଇଦିଏ ।

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 8.
ଏହା ଉନ୍ମୁକ୍ତ କଲା (ପୁନଃ ଉନ୍ମୁକ୍ତ କଲା) ଭାରତକୁ ବିଶ୍ଵ ପାଇଁ ଓ ବିଶ୍ୱକୁ ଭାରତ ପାଇଁ ବାକ୍ୟରେ ‘ପୁନଃ ଉନ୍ମୁକ୍ତ କଲା’ ଯୋଡ଼ିଛୁ ବୋଲି ତୁମେ କାହିଁକି ଭାବୁଛ ?
Answer:
(i) ‘ପୁନଃ ଉନ୍ମୁକ୍ତ କଲା’ ଶବ୍ଦଟି ବ୍ୟବହାର କରାଯାଇଥିଲା କାରଣ ଭାରତ ଉପନିବେଶବାଦର ବହୁ ପୂର୍ବରୁ ବାଣିଜ୍ୟ, ଏହାର ସାଂସ୍କୃତିକ ଐତିହ୍ୟ ଏବଂ ଦର୍ଶନ ମାଧ୍ଯମରେ ବିଶ୍ଵ ସହିତ ଯୋଡ଼ି ହୋଇସାରିଥିଲା ।

(ii) ଭାରତ ରେଶମ ମାର୍ଗ ମାଧ୍ୟମରେ ବାଣିଜ୍ୟରେ ଏକ ମୁଖ୍ୟ ଭାଗିଦାର ଥିଲା ଏବଂ ଏହାର ଏକ ସୁପ୍ରତିଷ୍ଠିତ ସାମୁଦ୍ରିକ ବନ୍ଦର ଏବଂ ବାଣିଜ୍ୟ ବ୍ୟବସ୍ଥା ଥିଲା, ଯାହା ମସଲା, ମଣି, କପା, ନୀଳ ଏବଂ ଆହୁରି ଅନେକ ଦ୍ରବ୍ୟ ରପ୍ତାନୀ କରୁଥିଲା ।

(iii) ବ୍ରିଟିଶ୍ମାନଙ୍କ ପୂର୍ବରୁ ବୌଦ୍ଧ ଓ ହିନ୍ଦୁଧର୍ମ ସାରା ବିଶ୍ଵରେ ବ୍ୟାପକ ଭାବରେ ପ୍ରସାରିତ ହୋଇଥିଲା । ତେଣୁ ବ୍ରିଟିଶ୍ମାନେ ଭାରତକୁ ବିଶ୍ଵ ସହିତ ଯୋଡ଼ି ନଥିଲେ କାରଣ ଏହା ପୂର୍ବରୁ ଭାରତ ବିଶ୍ଵ ସହିତ ଯୋଡ଼ି ହୋଇସାରିଥିଲା ।

Question 9.
କେତେକ ଯୁକ୍ତି କରନ୍ତି ଯେ ଅପହୃତ ବା ଚୋରି ହୋଇଥିବା ସାଂସ୍କୃତିକ ଐତିହ୍ୟଗୁଡ଼ିକ ଭାରତ ଅପେକ୍ଷା ବିଦେଶରେ ଭଲ ଭାବରେ ସୁରକ୍ଷିତ ରହିଛି । ଏଗୁଡ଼ିକର ପ୍ରତ୍ୟର୍ପଣ ସମ୍ପର୍କରେ ତୁମର ମତ କ’’ଣ ? ତୁମ ଦଳ ଭିତରେ ଆଲୋଚନା କର ।
Answer:
(i) କେତେକ ଯୁକ୍ତି କରନ୍ତି ଯେ ଅପହୃତ ବା ଚୋରି ହୋଇଥିବା ସାଂସ୍କୃତିକ ଐତିହ୍ୟଗୁଡ଼ିକ ଭାରତ ଅପେକ୍ଷା ବିଦେଶରେ ଭଲଭାବରେ ସୁରକ୍ଷିତ । ମୁଁ ଭାବୁଛି ଏହି ଚୋରି ହୋଇଥ‌ିବା ଜିନିଷଗୁଡ଼ିକ ଭାରତର ଏବଂ ସେଗୁଡ଼ିକୁ ଭାରତକୁ ପ୍ରତ୍ୟର୍ପଣ କରାଯିବା ଉଚିତ ।

(ii) ଏଗୁଡ଼ିକ ଆମର ଇତିହାସ, ପରିଚୟ ଏବଂ ଗର୍ବର ଏକ ଅଂଶ । ବିଦେଶୀ ସଂଗ୍ରହାଳୟରେ ସେଗୁଡ଼ିକ ରଖୁବାଦ୍ଵାରା ସେଗୁଡ଼ିକୁ କିପରି ଅପହରଣ କରାଯାଇଥିଲା ତାହାଯର ଅନ୍ୟାୟକୁ ଅଣଦେଖା କରାଯାଏ ।

(iii) ଭାରତ ଏବେ ସେଗୁଡ଼ିକୁ ସଠିକ୍ ଭାବେ ସଂରକ୍ଷଣ କରିବାକୁ ଏବଂ ଏହାର ଲୋକଙ୍କ ସହିତ ବାଣ୍ଟିବାକୁ ସକ୍ଷମ । ତେଣୁ ସେଗୁଡ଼ିକ ପ୍ରତ୍ୟର୍ପଣ କରାଯିବ।
ଆବଶ୍ୟକ ।

ଏହା ବିଷୟରେ ଚିନ୍ତା କର :

Question 1.
ଚିତ୍ରରେ ବ୍ରି ଟାନି ଆ କିପରି ନିଜ ବ୍ରିଟାନିଆ ଉପନିବେଶଠାରୁ ଉଚ୍ଚ ସ୍ଥାନରେ ବସିଅଛି । ଉପନିବେଶଗୁଡ଼ିକର ନିମ୍ନ ଅବସ୍ଥିତି ଓ ନଇଁବା ଅବସ୍ଥା ଦର୍ଶାଉଛି ଯେ ବ୍ରିଟାନିଆ
ଉଚ୍ଚ କ୍ଷମତାସମ୍ପନ୍ନ ଅଟେ । ସେମାନେ କ’ଣ ସତରେ ସେମାନଙ୍କର ସମ୍ପତ୍ତି ପ୍ରଦାନ କରି ଦେଉଥ୍ଲେ ? ଅଥବା ବ୍ରିଟେନ୍ ସେଗୁଡ଼ିକୁ ବଳପୂର୍ବକ ଅକ୍ତିଆର କରୁଛି ? ଆହୁରି ମଧ୍ୟ ଭାରତୀୟମାନଙ୍କ କଳା ଶରୀରକୁ ଦେଖ (ଯାହା ବ୍ରିଟାନିଆଠାରୁ ପୃଥକ) ଏହା ଗୋରା ଲୋକମାନଙ୍କର, କଳା ଲୋକମାନଙ୍କ ଅପେକ୍ଷା ଉତ୍କୃଷ୍ଟ ଅବସ୍ଥାର ବିଶ୍ଵାସ ଜନ୍ମାଉଛି ।
Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ-1
Answer:
(i) ନା, ଭାରତୀୟମାନେ ସ୍ଵେଚ୍ଛାକୃତ ଭାବେ ସେମାନଙ୍କର ସମ୍ପତ୍ତି ପ୍ରଦାନ କରି ନଥିଲେ । ଅଧିକାଂଶ କ୍ଷେତ୍ରରେ ବ୍ରିଟେନ୍ ଏହାକୁ ବଳପୂର୍ବକ, ବେଆଇନ, କିମ୍ବା ଅତ୍ୟାଚାରଦ୍ଵାରା ହଡ଼ପ କରିଥିଲା ।

(ii) ବ୍ରିଟିଶ୍ ମାନେ ଜମି, ସମ୍ପଦ ଏବଂ ଅର୍ଥକୁ ନିୟନ୍ତ୍ରଣରେ ରଖୁବା ପାଇଁ ଅତ୍ୟଧ୍ଵକ କର, ଅନୁଚିତ ବାଣିଜ୍ୟ ଆଇନ ଏବଂ ସାମରିକ ଶକ୍ତି ବ୍ୟବହାର କରିଥିଲେ ।

(iii) ଭାରତୀୟ କୃଷକ, କାରିଗର ଏବଂ ଶାସକମାନଙ୍କ ପାଖରେ ସେମାନଙ୍କର ସମ୍ପଭି ତ୍ୟାଗ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିଲା । ତେଣୁ ଏହା ଏକ ଉପହାର ନଥିଲା ବରଂ ଏହାକୁ ଶୋଷଣ ଏବଂ ନିୟନ୍ତ୍ରଣ ମାଧ୍ୟମରେ ନିଆଯାଇଥିଲା ।

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 2.
ସେ ଲେଖୁଥ‌ିବା ‘ୟୁରୋପର ଏକ ଭଲ ଲାଇବ୍ରେରୀର ଏକ ଥାକର ମହତ୍ତ୍ଵ ଭାରତ ଓ ଆରବୀୟ ସମସ୍ତ ଲେଖନକୃତୀ ସହିତ ସମାନ’ ମାଧ୍ୟମରେ ମାକଲେ କ’ଣ ଦର୍ଶାଇବାକୁ ଚାହୁଁଥିଲେ ? ସେ କାହିଁକି ଭାରତୀୟମାନଙ୍କୁ, ‘‘ଜ୍ଞାନ, ମତାମତ, ନୈତିକତା ଓ ଗ୍ରହଣୀୟତାରେ ଇଂରେଜ ପରି’ ହେବାକୁ ଚାହୁଁ ନଥୁଲେ ? ଏହା କିପରି ସଭ୍ୟତା ମିଶନ୍ ସହିତ ଜଡ଼ିତ ହୋଇପାରିବ ? ତୁମ ଶ୍ରେଣୀ ଶିକ୍ଷକଙ୍କୁ କହି ଏକ ତର୍କର ଆୟୋଜନ କର ।
Answer:
(i) ମାକ୍‌ଙ୍କ ମତ ଥିଲା ଯେ ୟୁରୋପୀୟ ପୁସ୍ତକଗୁଡ଼ିକ ସମସ୍ତ ଭାରତୀୟ ଏବଂ ଆରବିକ୍ ପୁସ୍ତକ ଅପେକ୍ଷା ଭଲ । ସେ ଭାବୁଥିଲେ ଯେ ବ୍ରିଟିଶ୍ ଶିକ୍ଷା ତୁଳନାରେ ଭାରତୀୟ ଜ୍ଞାନ ଓ ବିଚାରଧାରର କୌଣସି ମୂଲ୍ୟ ନାହିଁ ।

(ii) ଏହା ତାଙ୍କର ଉପନିବେଶବାଦୀ ମାନସିକତାକୁ ଦର୍ଶାଏ । ସେ ଭାରତୀୟ ସଂସ୍କୃତି ଏବଂ ଶିକ୍ଷାକୁ କିପରି ତୁଚ୍ଛ ଦୃଷ୍ଟିରେ ଦେଖୁଥୁଲେ ତାହା ମଧ୍ୟ ଏଥିରୁ ଜଣାଯାଏ ।

(iii) ସେ ଚାହୁଁଥିଲେ ଯେ ଭାରତୀୟମାନଙ୍କର ଚିନ୍ତାଧାରା, ଜୀବନଧାରଣ ଶୈଳୀ ଏବଂ ସେମାନଙ୍କର ବିଶ୍ଵାସ ବ୍ରିଟିଶ୍ମାନଙ୍କ ଭଳି ହେଉ ଯଦ୍ଵାରା ସେମାନେ ବ୍ରିଟିଶ୍ୟାମାନଙ୍କୁ ଭାରତ ଶାସନ କରିବାରେ ସହଜରେ ସାହାଯ୍ୟ କରିପାରିବେ ।

(iv) ବ୍ରିଟିଶ୍ମାନେ ଦାବି କରିଥିଲେ ଯେ ଭାରତୀୟମାନଙ୍କୁ ଶିକ୍ଷିତ କରିବା ତଥା ସେମାନଙ୍କର ଉନ୍ନତି କରିବା ପାଇଁ ଆସିଥିଲେ । କିନ୍ତୁ ବାସ୍ତବରେ ଏହା ଭାରତୀୟମାନଙ୍କୁ ନିୟନ୍ତ୍ରଣ କରିବା ଏବଂ ସେମାନଙ୍କ ସଂସ୍କୃତି ଓ ପରିଚୟକୁ ଦୁର୍ବଳ କରିବାକୁ ଉଦ୍ଦିଷ୍ଟ ଥିଲା ।

Question 3.
‘‘ବ୍ରିଟିଶ ସାମ୍ରାଜ୍ୟରେ ସୂର୍ଯ୍ୟ କେବେ ଅସ୍ତ ହୁଏ ନାହିଁ’’ର ଅର୍ଥ କ’ଣ ? ତୁମେ କ’ଣ ଭାବୁଛ ଏ ଉକ୍ତିଟି ଠିକ୍ ?
Answer:
‘ବ୍ରିଟିଶ୍ ସାମ୍ରାଜ୍ୟରେ ସୂର୍ଯ୍ୟ କେବେ ଅସ୍ତ ହୁଏ ନାହିଁ’’ ଅର୍ଥାତ୍ ସେମାନଙ୍କର ସାମ୍ରାଜ୍ୟ ଏତେ ବିଶାଳ ଥିଲା ଯେ ଏହା ସାରା ବିଶ୍ଵକୁ ବ୍ୟାପିଥିଲା । ସୂର୍ଯ୍ୟ ସର୍ବଦା ଅତି କମ୍‌ରେ ଏହାର ଗୋଟିଏ ଦେଶରେ ଦୃଶ୍ୟମାନ ହେଉଥିଲା । ହଁ, ମୁଁ ଭାବୁଛି ଏହି ଉକ୍ତିଟି ସେହି ସମୟରେ ସତ୍ୟ ଥିଲା କାରଣ ବ୍ରିଟେନ୍ ଏସିଆ, ଆଫ୍ରିକା, ୟୁରୋପ ଏବଂ ଆମେରିକାର ଅନେକ ଦେଶ ଉପରେ ଶାସନ କରିଥିଲା ।
Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ-2

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

ଚାରୋଟି ବିକଳ୍ପ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

Question 1.
ଭାସ୍କୋଡ଼ାଗାମା ଭାରତର କେଉଁ ବନ୍ଦରରେ ପ୍ରଥମେ ପଦାର୍ପଣ କରିଥିଲେ ?
(i) କାପଡ଼
(ii) କଲିକତା
(iii) ପାଣାଜୀ
(iv) ଚେନ୍ନାଇ
Answer:
(i) କାପଡ଼

Question 2.
ପର୍ତ୍ତୁଗୀଜମାନେ କେବେ ଗୋଆରେ ଉପନିବେଶୀକରଣର ମୂଳଦୁଆ ପକାଇଥିଲେ ?
(i) ୧୪୯୮
(ii) ୧୫୧୦
(iii) ୧୦୧୫
(iv) ୧୭୫୭
Answer:
(ii) ୧୫୧୦

Question 3.
କେଉଁ ଯୁଦ୍ଧରେ ଏକ ଏସୀୟ ଶକ୍ତି ସଫଳତାର ସହିତ ଏକ ୟୁରୋପୀୟ ଉପନିବେଶବାଦୀ ଶକ୍ତିକୁ ପ୍ରତିହତ କରି ପାରିଥିଲା ?
(i) ପଲାସୀ ଯୁଦ୍ଧ
(ii) ବକ୍‌ସାର ଯୁଦ୍ଧ
(iii) କୋଲାଚେଲ ଯୁଦ୍ଧ
(iv) ଇଣ୍ଡୋ ଡଚ୍ ଯୁଦ୍ଧ
Answer:
(iii) କୋଲାଚେଲ ଯୁଦ୍ଧ

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 4.
ଫରାସୀମାନେ ଭାରତର କେଉଁ ସ୍ଥାନକୁ ସାମ୍ରାଜ୍ୟ ଗଠନପାଇଁ ଉପଯୁକ୍ତ ବୋଲି ମନେକରିଥିଲେ ?
(i) ମାହେ
(ii) ଚନ୍ଦନ ନଗର
(iii) କରାଇକଲ
(iv) ପୁଦିଚେରୀ
Answer:
(iv) ପୁଦିଚେରୀ

Question 5.
‘ବିଭାଜନ ଓ ଶାସନ’ ନୀତି ପ୍ରୟୋଗକରି କେଉଁ ବିଦେଶୀ ଶକ୍ତି ଭାରତରେ ଶାସନ ଜାରି ରଖୁଥିଲେ ?
(i) ଡଚ୍
(ii) ଫରାସୀ
(iii) ଇଂରେଜ
(iv) ପର୍ତ୍ତୁଗୀଜ
Answer:
(iii) ଇଂରେଜ

Question 6.
ଭାରତ ଇତିହାସରେ କାହାକୁ ବିଶ୍ଵାସଘାତକ ପୁରୁଷ ଭାବରେ ଅଭିହିତ କରାଯାଇଛି ?
(i) ଲର୍ଡ଼କ୍ଲାଇବ
(ii) ସିରାଜଦୌଲା
(iii) ମିରଜାଫର
(iv) ମିରକାଶୀମ୍
Answer:
(iii) ମିରଜାଫର

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 7.
‘ଭାରତର ଅର୍ଥନୈତିକ ଇତିହାସ’ ନାମକ ଏକ ପୁସ୍ତକ କେଉଁ ଐତିହାସିକ ରଚନା କରିଥିଲେ ?
(i) ରମେଶ ଚନ୍ଦ୍ର ଦତ୍ତ
(ii) ଉମେଶ ଚନ୍ଦ୍ର ଦତ୍ତ
(iii) ଦାଦାଭାଇ ନାରୋଜୀ
(iv) ପି.ସି. ଦତ୍ତ
Answer:
(i) ରମେଶ ଚନ୍ଦ୍ର ଦତ୍ତ

Question 8.
କେଉଁ ଉପନ୍ୟାସରେ ‘ବନ୍ଦେ ମାତରମ୍’ ଗୀତ ରଚନା କରାଯାଇଥିଲା ?
(i) ଯାଜ୍ଞସେନୀ
(ii) ମାମୁ
(iii) ପ୍ରାୟଶ୍ଚିତ୍ତ
(iv) ଆନନ୍ଦମଠ
Answer:
(iv) ଆନନ୍ଦମଠ

Question 9.
ସିଧୁ ମୁର୍ମୁ ଓ କାହ୍ନୁ ମୁର୍ମୁ ଦୁଇ ଭାଇ କେଉଁ ବିଦ୍ରୋହର ନେତୃତ୍ଵ ନେଇଥିଲେ ?
(i) କନ୍ଧ ବିଦ୍ରୋହ
(ii) ସାନ୍ତାଳୀ ବିଦ୍ରୋହ
(iii) କୋହ୍ଲ ବିଦ୍ରୋହ
(iv) ଜୁଆଙ୍ଗ ବିଦ୍ରୋହ
Answer:
(ii) ସାନ୍ତାଳୀ ବିଦ୍ରୋହ

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 10.
ଓଡ଼ିଶାରେ ଜନଜାତିର ରକ୍ତତୀର୍ଥ କାହାକୁ କୁହାଯାଇଥାଏ ?
(i) ଗୁଡ଼ହାଣ୍ଡି
(ii) ଚନ୍ଦାହାଣ୍ଡି
(iii) ପାପଡ଼ାହାଣ୍ଡି
(iv) ଝୁରୀ ନଦୀ
Answer:
(iii) ପାପଡ଼ାହାଣ୍ଡି

Question 11.
କଉଡ଼ି ବଦଳରେ ଟଙ୍କା ଆକାରରେ ଜମିର କର ଦେବାପାଇଁ କେଉଁ ଇଂରେଜ ଅଫିସର ବାଧ୍ୟ କରିଥିଲେ ?
(i) ଫ୍ଲେଚର
(ii) ହାର୍‌ କୋଟ
(iii) ଉଇଲିୟମ ଜୋନସ
(iv) ଲର୍ଡ଼ ହାଡ଼ିଙ୍ଗ୍‌ସ
Answer:
(i) ଫ୍ଲେଚର

Question 12.
ଇଂରେଜମାନେ କେବେ ଓଡ଼ିଶା ଅଧିକାର କରିଥିଲେ ?
(i) ୧୮୦୩
(ii) ୧୮୦୪
(iii) ୧୮୦୫
(iv) ୧୮୦୬
Answer:
(i) ୧୮୦୩

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 13.
ସିପାହୀ ବିଦ୍ରୋହର ପ୍ରଥମ ସହିଦ ଭାବରେ କାହାକୁ ବିବେଚନା କରାଯାଇଥାଏ ?
(i) ଲକ୍ଷ୍ମଣ ନାୟକ
(ii) ସୁରେନ୍ଦ୍ର ସାଏ
(iii) ମଙ୍ଗଳ ପାଣ୍ଡେ
(iv) ଜୟୀ ରାଜଗୁରୁ
Answer:
(iii) ମଙ୍ଗଳ ପାଣ୍ଡେ

Question 14.
ଭାରତର କେଉଁ ବୀରା ରମଣୀ ଇଂରେଜମାନଙ୍କ ସହିତ ଲଢ଼େଇକରି ଗ୍ଲାଲିୟର ଦୁର୍ଗକୁ ଅଧିକାର କରିଥିଲେ ?
(i) ରାଣୀ ଦୁର୍ଗାବତୀ
(ii) ରାଣୀ ପାର୍ବତୀବାଈ
(iii) ରାଣୀ ଲକ୍ଷ୍ମୀବାଈ
(iv) ବେଗମ୍ ହଜରତ ମହଲ
Answer:
(iii) ରାଣୀ ଲକ୍ଷ୍ମୀବାଈ

Question 15.
ଜର୍ଜ ହେଗେଲ କେଉଁ ଦେଶର ଦାର୍ଶନିକ ଥିଲେ ?
(i) ଇଂଲଣ୍ଡ
(ii) ଫ୍ରାନ୍ସ
(iii) ଜର୍ମାନୀ
(iv) ଇଟାଲୀ
Answer:
(i) ଇଂଲଣ୍ଡ

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 16.
୧୭୫୭ ମସିହା ପଲାସୀ ଯୁଦ୍ଧରେ _______________ ବିଜୟଲାଭ କରିଥିଲେ ।
(i) ଡେଲହାଉସି
(ii) ଲର୍ଡ଼ କ୍ଲାଇବ
(iii) ଇବ୍ରାହିମ ଲୋଦୀ
(iv) ମିରଜାଫର
Answer:
(ii) ଲର୍ଡ଼ କ୍ଲାଇବ

Question 17.
କର୍ଣ୍ଣାଟ ସମରଗୁଡ଼ିକ _______ ଓ __________ ଙ୍କ ମଧ୍ୟରେ ସଂଘଟିତ ହୋଇଥିଲା ।
(i) ବ୍ରିଟିଶ -ଫରାସୀ
(ii) ବ୍ରିଟିଶ -ପର୍ତ୍ତୁଗାଲ
(iii) ପର୍ତ୍ତୁଗାଲ-ସ୍ପେନ୍
(iv) ଫରାସୀ-ଇଣ୍ଡିଆ
Answer:
(i) ବ୍ରିଟିଶ -ଫରାସୀ

Question 18.
ଭାରତରେ ଉପନିବେଶୀକରଣର ମୂଳଦୁଆ __________ ପକାଇଥିଲେ ।
(i) ଲର୍ଡ଼ କ୍ଲାଇବ
(ii) ଭାସ୍କୋଡ଼ାଗାମା
(iii) ଡୁପ୍ଲେକ୍ସ
(iv) ଲର୍ଡ଼ ମାକଲେ
Answer:
(ii) ଭାସ୍କୋଡ଼ାଗାମା

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 19.
ଫରାସୀମାନେ ଭାରତରେ ସେମାନଙ୍କର ପ୍ରଥମ ବାଣିଜ୍ୟ କେନ୍ଦ୍ର ____________ ରେ ପ୍ରତିଷ୍ଠା କରିଥିଲେ ।
(i) ଭାରୁ ଚ
(ii) କୋଚିନ
(iii) ସୁରତ
(iv) ମାଲାବାର
Answer:
(iii) ସୁରତ

Question 20.
ବିଭାଜନ ଓ ଶାସନ ନୀତିରେ _________ ମାନେ ଭାରତରେ ନିଜର ଫାଇଦା ହାସଲ କରିଥିଲେ ।
(i) ଫରାସୀ
(ii) ବ୍ରିଟିଶ
(iii) ପର୍ତ୍ତୁଗୀଜ
(iv) ସ୍ପେନୀୟ
Answer:
(ii) ବ୍ରିଟିଶ

Question 21.
ବର୍ତ୍ତମାନର କଲିକତାଠାରୁ ________ କିଲୋମିଟର ଦୂରସ୍ଥ ପଲାସୀଠାରେ ଏକ ଯୁଦ୍ଧ ସଙ୍ଗଠିତ ହୋଇଥିଲା ।
(i) ୧୪୦
(ii) ୧୩୦
(iii) ୧୫୦
(iv) ୧୬୦
Answer:
(iii) ୧୫୦

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 22.
‘ରାଜସ୍ଵତ୍ଵ ଲୋପ ନୀତି’ ପ୍ରଚଳନ ମୂଳରେ _________ କୁ ଅଗ୍ରାଧ୍ୟାକାର ପ୍ରଦାନ କରାଯାଇଥିଲା ।
(i) ଆର୍ଥିକ ଅଭିବୃଦ୍ଧି
(ii) ସାମାଜିକ ନ୍ୟାୟ
(iii) ସାମ୍ରାଜ୍ୟ ବିସ୍ତାର
(iv) ପାରମ୍ପରିକ ଶାସନ
Answer:
(iii) ସାମ୍ରାଜ୍ୟ ବିସ୍ତାର

Question 23.
ଲର୍ଡ଼ କ୍ଲାଇବ ___________ କୁ ‘ପୃଥ‌ିବୀର ସ୍ଵର୍ଗ’ ଭାବରେ ବର୍ଣ୍ଣନା କରିଥିଲେ ।
(i) ସୁର ତ
(ii) ବମ୍ବେ
(iii) ବଙ୍ଗଳା
(iv) କାଶ୍ମୀର
Answer:
(iii) ବଙ୍ଗଳା

Question 24.
ବ୍ରୁକସ୍ ଆଡାମସ୍ __________ ର ଏକ ଐତିହାସିକ ଓ ରାଜନୀତି ବିଶାରଦ ଥିଲେ ।
(i) ଇଂଲଣ୍ଡ
(ii) ଆମେରିକା
(iii) ଫ୍ରାନ୍ସ
(iv) ଇଟାଲୀ
Answer:
(ii) ଆମେରିକା

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 25.
ଆନନ୍ଦମଠ ଉପନ୍ୟାସ _____________ ମସିହାରେ ରଚନା କରାଯାଇଥିଲା ।
(i) ୧୮୮୦
(ii) ୧୮୮୧
(iii) ୧୮୮୨
(iv) ୧୮୮୩
Answer:
(iii) ୧୮୮୨

Question 26.
ବ୍ରିଟିଶମାନେ ଜନଜାତିର ଲୋକମାନଙ୍କୁ _________ ଭାବରେ ବର୍ଣ୍ଣନା କରିଥିଲେ ।
(i) ଅନ୍ତେବାସୀ
(ii) ପୂର୍ବପୁରୁଷ
(iii) ପୂର୍ବଜ
(iv) ଆଦିମ
Answer:
(iv) ଆଦିମ

Question 27.
ସୁରେନ୍ଦ୍ର ସାଏଙ୍କ ନେତୃତ୍ଵରେ ଜନଜାତିର ଲୋକମାନେ ଇଂରେଜମାନଙ୍କ ବିରୋଧରେ _____________ ଯୁଦ୍ଧ ଅନେକ ଦିନ ଯାଏଁ ଚାଲୁରଖୁଥିଲେ ।
(i) ଗରିଲା
(ii) ପ୍ରଚ୍ଛନ୍ନ
(iii) ରଇଂ
(iv) ଅସ୍ତ୍ରଶସ୍ତ୍ର
Answer:
(i) ଗରିଲା

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 28.
‘ପାପଡ଼ାହାଣ୍ଡି ଗୁଳିକାଣ୍ଡ’ରେ ‘ ______________ ଜଣେ ପୁଲିସ ଗୁଳିରେ ଟଳିପଡ଼ିଥିଲେ ।
(i) ୧୦
(ii) ୧୧
(iii) ୧୨
(iv) ୧୩
Answer:
(ii) ୧୧

Question 29.
ଖୋର୍ଦ୍ଧା ରାଜ୍ୟ ଇଂରେଜ ଅଧୀନରେ ରହିଲାପରେ _______________ ଏହାର ସର୍ବେସର୍ବା ହୋଇଥିଲେ ।
(i) କ୍ୟାପ୍‌ଟେନ୍ ହିକ୍
(ii) କର୍ଣ୍ଣେଲେ ହାଇକୋର୍ଟ
(iii) ଫ୍ଲେଚର
(iv) ଫ୍ଲେମିଙ୍ଗ୍
Answer:
(iii) ଫ୍ଲେଚର

Question 30.
ବକ୍ସି ଜଗବନ୍ଧୁ ___________ ରାଜାଙ୍କର ପ୍ରଧାନ ସେନାପତି ଥିଲେ ।
(i) ଘୁମୁସୁର
(ii) ବଣାଇ
(iii) ଖୋର୍ଦ୍ଧା
(iv) ନେପାଳ
Answer:
(iii) ଖୋର୍ଦ୍ଧା

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

ଠିକ୍ ଉକ୍ତି ପାଖରେ ଠିକ୍ (✓) ଚିହ୍ନ ଓ ଭୁଲ୍ ଭକ୍ତ ପାଖରେ ଭୁଲ୍ (✗) ଚିହ୍ନ ଦିଅ ।

Question 1.
ବ୍ରିଟିଶମାନେ ଆମ ଦେଶକୁ ଆଧୁନିକ ଶିଳ୍ପ ସ୍ଥାପନ କରିବାପାଇଁ ଆସିଥିଲେ ।
Answer:
✗

Question 2.
ପଲାସୀ ଯୁଦ୍ଧରେ ଭାରତରେ ବ୍ରିଟିଶ ଶାସନର ମୁଳଦୁଆ ପଡ଼ିଥିଲା ।
Answer:
✓

Question 3.
ରାଣୀ ଲକ୍ଷ୍ମୀବାଈ ଇଂରେଜମାନଙ୍କର ରାଜସ୍ଵତ୍ୱଲୋପନୀତିକୁ ସମର୍ଥନ କରିଥିଲେ ।
Answer:
✗

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 4.
ଭାରତୀୟ କୃଷକମାନଙ୍କର ମଙ୍ଗଳ ପାଇଁ ଇଂରେଜମାନେ ରେଳପଥ ପ୍ରଚଳନ କରିଥିଲେ ।
Answer:
✗

Question 5.
ଭାସ୍କୋଡ଼ାଗାମା ୟୁରୋପୀୟମାନଙ୍କର ଆଖୁ ଖୋଲିଦେଇଥିଲେ ।
Answer:
✓

ସ୍ତମ୍ଭ ମିଳନ କର ।

Question 1.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ବାହାଦୁର ଶାହା ଜାଫର ଝାନ୍ସୀ ବିଦ୍ରୋହ
ରାଜସ୍ଵତ୍ଵ ଲୋପନୀତି ୱେଲ୍ ସେଲି
ରାଣୀ ଲକ୍ଷ୍ମୀବାଈ ଶେଷ ମୋଗଲ ସମ୍ରାଟ
ଭାସ୍କୋଡ଼ାଗାମା ଡେଲହାଉସୀ
ସାମନ୍ତସନ୍ଧି ଜଳପଥ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ବାହାଦୁର ଶାହା ଜାଫର ଶେଷ ମୋଗଲ ସମ୍ରାଟ
ରାଜସ୍ଵତ୍ଵ ଲୋପନୀତି ଡେଲହାଉସୀ
ରାଣୀ ଲକ୍ଷ୍ମୀବାଈ ଝାନ୍ସୀ ବିଦ୍ରୋହ
ଭାସ୍କୋଡ଼ାଗାମା ଜଳପଥ
ସାମନ୍ତସନ୍ଧି ୱେଲ୍ ସେଲି

 

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 2.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଲକ୍ଷ୍ମଣ ନାୟକ ନବରଙ୍ଗପୁର
ରନାକର ନାୟକ ମୟୂରଭଞ୍ଜ
ମାଧୋ ସିଂ କୋରାପୁଟ
ସୋନୁ ମାଝୀ କେଉଁଝର
ଦୟାନିଧ୍ଵ ଧାରୁଆ ସମ୍ବଲପୁର

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଲକ୍ଷ୍ମଣ ନାୟକ କୋରାପୁଟ
ରନାକର ନାୟକ କେଉଁଝର
ମାଧୋ ସିଂ ସମ୍ବଲପୁର
ସୋନୁ ମାଝୀ ମୟୂର ଭଞ୍ଜ
ଦୟାନିଧ୍ଵ ଧାରୁଆ ନବରଙ୍ଗପୁର

 

Question 3.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଆଙ୍ଗସ୍ ମ୍ୟାଡିସନ ଐତିହାସିକ
ଭାସ୍କୋଡ଼ାଗାମା ସେନାପତି
ମିଜାଫର ରାଜନେତା
ବ୍ରୁକ୍‌ ଆଡ଼ାମସ୍ ଅର୍ଥନୀତିଜ୍ଞ
ଦାଦାଭାଇ ନାରୋଜୀ ଆବିଷ୍କାରକ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଆଙ୍ଗସ୍ ମ୍ୟାଡିସନ ଅର୍ଥନୀତିଜ୍ଞ
ଭାସ୍କୋଡ଼ାଗାମା ଆବିଷ୍କାରକ
ମିଜାଫର ସେନାପତି
ବ୍ରୁକ୍‌ ଆଡ଼ାମସ୍ ଐତିହାସିକ
ଦାଦାଭାଇ ନାରୋଜୀ ରାଜନେତା

 

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 4.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
୧୭୫୭ ମସିହା କୋଲାଚେଲ ଯୁଦ୍ଧ
୧୭୭୪ ମସିହା ଭାରତର ଇଷ୍ଟଇଣ୍ଡିଆ କମ୍ପାନୀ ଶାସନ ଶେଷ
୧୭୪୧ ମସିହା ଫରାସୀ ଇଷ୍ଟଇଣ୍ଡିଆ କମ୍ପାନୀ ଗଠନ
୧୮୫୭ ମସିହା ପଲାସୀ ଯୁଦ୍ଧ
୧୮୫୮ ମସିହା ସିପାହୀ ବିଦ୍ରୋହ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
୧୭୫୭ ମସିହା ପଲାସୀ ଯୁଦ୍ଧ
୧୭୭୪ ମସିହା ଫରାସୀ ଇଷ୍ଟଇଣ୍ଡିଆ କମ୍ପାନୀ ଗଠନ
୧୭୪୧ ମସିହା କୋଲାଚେଲ ଯୁଦ୍ଧ
୧୮୫୭ ମସିହା ସିପାହୀ ବିଦ୍ରୋହ
୧୮୫୮ ମସିହା ଭାରତର ଇଷ୍ଟଇଣ୍ଡିଆ କମ୍ପାନୀ

 

ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ବ୍ରିଟିଶ ଇଷ୍ଟଇଣ୍ଡିଆ କମ୍ପାନୀ କେବେ ଓ କେଉଁଠାରେ ବାଣିଜ୍ୟ କୋଠିମାନ ନିର୍ମାଣ କରିଥିଲା ?
Answer:

  1. ୧୬୧୨ ମସିହାରୁ ୧୬୯୦ ମସିହା ପର୍ଯ୍ୟନ୍ତ ଇଷ୍ଟଇଣ୍ଡିଆ କମ୍ପାନୀର ନିର୍ମାଣ କାର୍ଯ୍ୟ ଚାଲୁରହିଥିଲା ।
  2. ଏହା ସୁରଟ, ମାଡ୍ରାସ, ବମ୍ବେ ଓ କଲିକତାରେ ବାଣିଜ୍ୟକୋଠିମାନ ନିର୍ମାଣ କରିଥିଲା ।

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 2.
ଗୋଆକୁ ପର୍ତ୍ତୁଗୀଜମାନେ କେବେ ଆସିଥିଲେ ଓ ସେଠାରେ ସେମାନେ କ’ଣ କରିଥିଲେ ?
Answer:

  1. ଗୋଆକୁ ପର୍ତ୍ତୁଗୀଜମାନେ ୧୫୧୦ ମସିହାରେ ଆସିଥିଲେ ।
  2. ସେଠାରେ ସେମାନେ ରାଜଧାନୀ ସ୍ଥାପନ କରି ଉପନିବେଶ ଗଠନ ଆରମ୍ଭ କରିଥିଲେ |

Question 3.
ଡମାନେ କେବେ ଭାରତରେ ପଦାର୍ପଣ କରିଥିଲେ ? ସେମାନେ ମୁଖ୍ୟତଃ କେଉଁ ଅଞ୍ଚଳରେ ବାଣିଜ୍ୟ କରୁଥିଲେ ?
Answer:

  1. ସପ୍ତଦଶ ଶତାବ୍ଦୀର ପ୍ରାରମ୍ଭରେ ଡମାନେ ଭାରତରେ ପଦାର୍ପଣ କରିଥିଲେ ।
  2. ସେମାନେ ମୁଖ୍ୟତଃ ପଶ୍ଚିମ ଉପକୂଳସ୍ଥ ସୁରତ, ଭାରୁଚ, କୋଚିନ ଓ ପୂର୍ବ ଉପକୂଳସ୍ଥ ନାଗାପଟ୍ଟନମ୍ ଓ ମାସୁଲପଟ୍ଟନମ୍ ଅଞ୍ଚଳରେ ବାଣିଜ୍ୟ କାରବାର ଆରମ୍ଭ କରିଥିଲେ ।

Question 4.
ଫରାସୀମାନେ କେବେ କେଉଁଠାରେ ସେମାନଙ୍କର ପ୍ରଥମ ବାଣିଜ୍ୟ କେନ୍ଦ୍ର ସ୍ଥାପନ କରିଥିଲେ ?
Answer:

  1. ଫରାସୀମାନେ ୧୬୬୮ ମସିହାରେ ଭାରତରେ ପ୍ରବେଶ କରିଥିଲେ ।
  2. ପ୍ରଥମେ ସେମାନେ ସୁରତଠାରେ ତାଙ୍କର ବାଣିଜ୍ୟ କେନ୍ଦ୍ର ସ୍ଥାପନ କରିଥିଲେ ।

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 5.
ପଲାସୀ ଯୁଦ୍ଧ କେବେ ହୋଇଥିଲା ? ଏଥିରେ କାହାର ବିଶ୍ଵାସଘାତକତା ଯୋଗୁଁ ବଙ୍ଗଳା ଇଂରେଜ ଶାସନାଧୀନ ହୋଇଥିଲା ।
Answer:

  1. ପଲାସୀ ଯୁଦ୍ଧ ୧୭୫୭ ମସିହାରେ ଅନୁଷ୍ଠିତ ହୋଇଥିଲା ।
  2. ଏଥୁରେ ମିରଜାଫର୍‌ଙ୍କ ବିଶ୍ୱାସଘାତକତା ପାଇଁ ବଙ୍ଗଳା ଇଂରେଜ ଶାସନାଧୀନ ହୋଇଥିଲା ।

Question 6.
ଅଷ୍ଟାଦଶ ଶତାବ୍ଦୀ ପୂର୍ବରୁ ଭାରତ କେଉଁସବୁ ଦ୍ରବ୍ୟ ଉତ୍ପାଦନ କରାଯାଇ ପୃଥ‌ିବୀର ବିଭିନ୍ନ ସ୍ଥାନକୁ ପଠାଯାଉଥିଲା ?
Answer:

  1. ଅଷ୍ଟାଦଶ ଶତାବ୍ଦୀ ପୂର୍ବରୁ ଭାରତରେ ମୁଖ୍ୟତଃ ସୂତା, ଶିକ, ଉଲ୍, ଝୋଟ ଓ କତା ପ୍ରସ୍ତୁତ ଦ୍ରବ୍ୟମାନ ଉତ୍ପାଦିତ ହେଉଥିଲା ।
  2. ସୃଦ୍ଧ ଓ ସୂକ୍ଷ୍ମ କାରୁକାର୍ଯ୍ୟ ପାଇଁ ଭାରତୀୟ ସୂତାବୁଣା ଲୁଗାର ବେଶ୍ ଚାହିଦାଥ୍‌ଲା ଓ ଏହାକୁ ବିଦେଶକୁ ପଠାଯାଉଥିଲା ।

Question 7.
ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ କିଏ ? ସେ କେଉଁ କାର୍ଯ୍ୟ ପାଇଁ ଲୋକଲୋଚନକୁ ଆସିପାରିଥିଲେ ?
Answer:

  1. ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ ବଙ୍ଗଳାର ଜଣେ ପ୍ରସିଦ୍ଧ ଲେଖକ ।
  2. ସେ ‘ଆନନ୍ଦ ମଠ’ ଉପନ୍ୟାସ ଲେଖୁବା ସହିତ ସେଥ‌ିରେ ‘ବନ୍ଦେ ମାତରମ୍’ ସଙ୍ଗୀତ ଲେଖୁ ଲୋକଲୋଚନକୁ ଆସିପାରିଥିଲେ ।

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 8.
କୋରାପୁଟ ‘ପାପଡ଼ାହାଣ୍ଡି’କୁ ଇତିହାସରେ ସ୍ଥାନ ଦିଆଯାଇଛି କାହିଁକି ?
Answer:

  1. ‘ପାପଡ଼ାହାଣ୍ଡି’ କୋରାପୁଟ ଜନଜାତିଙ୍କରର ତ୍ୟାଗ ଓ ବୀରତ୍ଵର କାହାଣୀର ଗାଥା ପାଇଁ ଇତିହାସରେ ସ୍ଥାନ ପାଇଅଛି ।
  2. ଏଠାରେ ୧୯୪୨ ଅଗଷ୍ଟ ୨୪ରେ ହୋଇଥ‌ିବା ଗୁଳିକାଣ୍ଡରେ ୧୧ଜଣ ମୃତ୍ୟୁବରଣ କରିଥିଲେ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ଓଡ଼ିଶାର ପାଇକ ସଂଗ୍ରାମକୁ ଭାରତୀୟ ସ୍ଵାଧୀନତା ସଂଗ୍ରାମର ପ୍ରଥମ ବିଦ୍ରୋହ ବୋଲି ତୁମେ ଯଦି ମନେକରୁଥାଅ, ତେବେ ଏହା ସପକ୍ଷରେ ତୁମେ ତିନିଗୋଟି ଯୁକ୍ତି ଉପସ୍ଥାପନ କର ।
Answer:
(i) ଭାରତରେ ସ୍ଵାଧୀନତା ସଂଗ୍ରାମ ପୂର୍ବରୁ ଓଡ଼ିଶାରେ ପାଇକମାନେ ପୂର୍ବଭାରତ ଇଷ୍ଟଇଣ୍ଡିଆ କମ୍ପାନୀର ଅତ୍ୟାଚାରୀ ଶାସନ ବିରୋଧରେ ଏକ ସୁସଙ୍ଗଠିତ ସଂଘର୍ଷ କରିଥିଲେ ।

(ii) ୧୮୦୪ ଖ୍ରୀଷ୍ଟାବ୍ଦରେ ଇଂରେଜ ସେନାପତି ‘କ୍ୟାପଟେନ୍ ହିକ୍‌ଣ୍ଡ ଓ ଖୋର୍ଦ୍ଧାର ପାଇକମାନଙ୍କ ମଧ୍ୟରେ ତିନି ସପ୍ତାହ ଧରି ଯୁଦ୍ଧପରେ ସେମାନେ ବରୁଣେଇ ଦୁର୍ଗ ଅଧୁକାର କରିଥିଲେ ।

(iii) ଇଂରେଜମାନେ ପାଇକନେତା ଜୟୀ ରାଜଗୁରୁଙ୍କୁ ନିଷ୍ପରଭାବେ ଏକ ବରଗଛ ଡାଳରେ ସର୍ବସାଧାରଣରେ ଫାଶୀ ଦେବାପରେ ପାଇକମାନଙ୍କ ଭିତରେ ପ୍ରତିଶୋଧର ବହ୍ନି ପ୍ରଜ୍ଵଳିତ ହେବାକୁ ଲାଗିଥିଲା । ଫଳରେ ୧୮୧୭ ମସିହାରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ଵରେ ପାଇକ ବିଦ୍ରୋହ ସଂଗଠିତ ହୋଇଥିଲା । ଏହାଥିଲା ନିଜ ଭୂମିର ସ୍ଵାଧୀନତା ରକ୍ଷା ପାଇଁ ପ୍ରଥମ ଇଂରେଜ ବିରୋଧୀ ସଂଗ୍ରାମ ।

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 2.
ରାଣୀ ଲକ୍ଷ୍ମୀବାଈଙ୍କୁ ତୁମ୍ଭେମାନେ ମନେ ରଖିବା ଉଚିତ ନା ଅନୁଚିତ ହେବ । ଯଦି ହିଁ ତାହାହେଲେ ତାଙ୍କର କେଉଁ କାର୍ଯ୍ୟଗୁଡ଼ିକ ତୁମର ମନରେ ଗଭୀର ରେଖାପାତ କରିଛି ଲେଖ ।
Answer:
(i) ଝାନ୍ସୀର ରାଣୀ ଲକ୍ଷ୍ମୀବାଈ ନିଜ ରାଜ୍ୟକୁ ବ୍ରିଟିଶ କବଳରୁ ରକ୍ଷା କରିବାପାଇଁ ଅତି ସାହସର ସହିତ ଯୁଦ୍ଧ କରିଥିଲେ ଯାହା ଅବିସ୍ମରଣୀୟ ।

(ii) ନାନା ସାହେବଙ୍କ ସାମରିକ ପରାମର୍ଶଦାତା ତାନ୍ତିଆ ତୋପେଙ୍କ ସହାୟତାରେ ରାଣୀ ଲକ୍ଷ୍ମୀବାଈ ବ୍ରିଟିଶମାନଙ୍କ ଝାନ୍ସୀ ଘେରାବନ୍ଦୀରୁ ଖସିଯିବାକୁ ସକ୍ଷମ ହେବା ସଙ୍ଗେ ସଙ୍ଗେ ଗ୍ବାଲିୟର ‘ଦୁର୍ଗକୁ ଜୟ କରିଥିଲେ ଏବଂ ରାଜକୋଷ ଓ ଅସ୍ତ୍ରାଗାରକୁ ନିଜ ଅକ୍ତିଆରକୁ ନେଇ ପାରିଥିଲେ ।

(iii) ଇଂରେଜମାନେ ତାଙ୍କୁ ୧୮୫୮ ମସିହା ଜୁନ୍ ୧୮ ତାରିଖରେ ଯୁଦ୍ଧ କ୍ଷେତ୍ରରେ ହତ୍ୟା କରିଥିଲେ । ତାଙ୍କର ଅସାଧାରଣ ବୀରତ୍ଵ ଓ ଦେଶଭକ୍ତି ପାଇଁ ଆମେ ତାଙ୍କୁ ଚିରକାଳ ପାଇଁ ମନେ ରଖୁଛୁ ।

Question 3.
ଫରାସୀ ଶାସକ ଡୁପ୍ଲେକ୍ସଙ୍କର ଉପନିବେଶବାଦୀ ରଣକୌଶଳ ସମ୍ପର୍କରେ ସୂଚନା ପ୍ରଦାନ କର ।
Answer:

(i) ୧୭୪୨ ରୁ ୧୭୫୪ ମସିହା ପର୍ଯ୍ୟନ୍ତ ଡୁପ୍ଲେକ୍ସ ଫରାସୀ ଭାରତର ଗଭର୍ଣ୍ଣର ଜେନେରାଲ ଭାବରେ କାର୍ଯ୍ୟକରି ତାଙ୍କର ଉପନିବେଶବାଦୀ ରଣକୌଶଳର ଚମତ୍କାରିତା ପ୍ରଦର୍ଶନ କରିଥିଲେ ।

(ii) ବିଶେଷକରି ସେ ଭାରତୀୟ ସୈନ୍ୟମାନଙ୍କୁ ୟୁରୋପୀୟ ସାମରିକ ଢାଞ୍ଚାରେ ତାଲିମ ପ୍ରଦାନ କରିବା ଫଳରେ, ସିପାହୀ ନାମରେ ଜଣାଶୁଣା ଶୃଙ୍ଖଳିତ ପାଦାତିକ ସୈନ୍ୟମାନେ ସୃଷ୍ଟି ହୋଇପାରିଥିଲେ ।

(iii) ସ୍ଥାନୀୟ ଉତ୍ତରାଧିକାର ବିବାଦରେ ହସ୍ତକ୍ଷେପ ଦ୍ଵାରା ନିଯୁକ୍ତ ହୋଇଥ‌ିବା ନିୟନ୍ତ୍ରଣାଧୀନ ଶାସକମାନଙ୍କ ଜରିଆରେ ସେ ଏକ ପରୋକ୍ଷ ଶାସନ ନୀତି ପ୍ରୟୋଗ କରିଥିଲେ ।

Question 4.
ଶସ୍ତାରେ ଗୋଟିଏ ସାମ୍ରାଜ୍ୟଲାଭ କହିଲାବେଳେ ‘ସାମନ୍ତ ସନ୍ଧି’ କଥା ମନକୁ ଆସେ କାହିଁକି ?
Answer:
(i) ‘ସାମନ୍ତ ସନ୍ଧି’ ବ୍ରିଟିଶରମାନଙ୍କର ଏକ କପଟ ଉପାୟ ଥିଲା ଯେଉଁଥିରେ ଶସ୍ତାରେ ଗୋଟିଏ ସାମ୍ରାଜ୍ୟ ଲାଭ କରାଯାଇପାରୁଥିଲା ।

(ii) ଯେଉଁମାନେ ଏହି ସନ୍ଧିରେ ସ୍ଵାକ୍ଷର କରିବେ ତାଙ୍କ ରାଜ୍ୟରେ ଜଣେ ବ୍ରିଟିଶ ପ୍ରତିନିଧ୍ଵ ସୈନ୍ୟବାହିନୀ ନେଇ ଆଭ୍ୟନ୍ତରୀଣ ଓ ବାହ୍ୟ ବିପଦ ସମୟରେ ରାଜାଙ୍କୁ ସାହାଯ୍ୟ କରିବେ । ସୈନ୍ୟବାହିନୀର ସମସ୍ତ ଖର୍ଚ୍ଚ ରାଜା ବହନ କରିବେ । ଯଦି ରାଜା ଖର୍ଚ୍ଚ ତୁଲାଇ ନ ପାରିବେ ତେବେ ନିଜ ରାଜ୍ୟରୁ କିଛି ଅଂଶ ଇଂରେଜମାନଙ୍କୁ ପ୍ରଦାନ କରିବେ ।

(iii) ହାଇଦ୍ରାବାଦର ଶାସକ (ନିଜାମ) ପ୍ରଥମେ ୧୭୯୮ରେ ଏହି ସନ୍ଧିକୁ ଗ୍ରହଣ କରିଥିଲେ ।

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 5.
ଇଂରେଜମାନେ ଭାରତୀୟ ଶିକ୍ଷାର ରୂପାନ୍ତରୀକରଣ କିପରି କରିଥିଲେ ?
Answer:
(i) ଶିକ୍ଷାକୁ ଏକ ବଳିଷ୍ଠ ମାଧ୍ୟମ ରୂପେ ବ୍ୟବହାର କରି ଇଂରେଜ ସରକାର ଭାରତୀୟମାନଙ୍କ ମଧ୍ୟରେ ଏକ ସ୍ଵତନ୍ତ୍ର ଶ୍ରେଣୀ ସୃଷ୍ଟିକରି ନିଜ ସ୍ଵାର୍ଥପୂରଣ କରିବାରେ ଲାଗିପଡ଼ିଥିଲେ ।

(ii) ନୂତନ ଶିକ୍ଷାନୀତିରେ ଭାରତୀୟ ସମାଜକୁ ଦୁଇ ଭାଗରେ ବିଭାଜିତ କରାଗଲା, ଯଥା- ଇଂରାଜୀ
ପାଠୁଆ ଉଚ୍ଚପଦାଧ୍ୟାକାରୀ ଓ ସାଧାରଣ ଜନତା । ଫଳରେ ଭାରତୀୟମାନଙ୍କ ମଧ୍ୟରୁ କେତେ ଜଣଙ୍କୁ କିରାଣୀ ଓ କ୍ଷୁଦ୍ର କର୍ମଚାରୀ ଭାବରେ ସୃଷ୍ଟି କରାଯାଇଥିଲା । ପାରମ୍ପରିକ ଶିକ୍ଷାରୁ ଭାରତୀୟମାନଙ୍କୁ ଦୂରେଇ ରଖାଯାଇଥିଲା ।

(iii) ଇଂରେଜମାନଙ୍କ ଭାଷାରେ ‘ଭାରତୀୟଙ୍କ ମଧ୍ୟରେ ଏପରି ଏକ ଶ୍ରେଣୀ ସୃଷ୍ଟି କରାଯିବ ଯିଏ ରକ୍ତ ରଙ୍ଗରେ ଭାରତୀୟ ହୋଇଥ‌ିବେ, କିନ୍ତୁ ଜ୍ଞାନ, ମତାମତ, ନୈତିକତା ଓ ଗ୍ରହଣୀୟତାରେ ଇଂରେଜ ପରି ହୋଇଥ‌ିବେ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ଆର୍ଥିକ ଶୋଷଣ ବିରୋଧରେ କୃଷକମାନଙ୍କ ସଂଗ୍ରାମ ମଧ୍ୟରୁ ‘ନୀଳଚାଷ ବିଦ୍ରୋହ’ କାହିଁକି ଅନ୍ୟତମ ଥିଲା ?
Answer:
(i) ନୀଳଚାଷ ବିଦ୍ରୋହ ବା ଇଣ୍ଡିଗୋ ବିଦ୍ରୋହ ୧୮୫୯ରୁ ୧୮୬୨ ମସିହା ପର୍ଯ୍ୟନ୍ତ ଚାଷୀମାନଙ୍କୁ କରାଯାଇଥିବା ଶୋଷଣ ବିରୋଧରେ ସଂଘଟିତ ହୋଇଥିଲା । ୟୁରୋପୀୟ ବଗିଚାର ମାଲିକମାନେ ବଙ୍ଗର ଉତ୍ତର ଭାଗରେ ଚାଷୀମାନଙ୍କୁ ଖାଦ୍ୟଶସ୍ୟ ଚାଷ ପରିତ୍ୟାଗ କରି ଲାଭଜନକ ନୀଳ ଚାଷ କରିବାକୁ ବାଧ୍ୟ କରିଥିଲେ, କାରଣ ସେତେବେଳେ ୟୁରୋପରେ ନୀଳ ରଙ୍ଗର ବହୁତ ଚାହିଦା ଥିଲା ।

(ii) ଚାଷୀଠୁ ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରଚୁର ଲାଭ ପାଉଥିଲେ । କିନ୍ତୁ କୃଷକମାନେ ଏଥୁରୁ ବାଦ୍ ପଡ଼ିଥିଲେ ।

(iii) କେବଳ କିଛି ଅର୍ଥ ରୋଜଗାର କରୁ କରୁ ଋଣଯନ୍ତାରେ ସେମାନେ ଫସିଗଲେ, ଯେତେବେଳେ ସେମାନେ ନୀଳଚାଷ କରିବାକୁ ମନା କଲେ, ସେତେବେଳେ ସେମାନେ ଇଂରେଜମାନଙ୍କଦ୍ଵାରା ଜେଲଦଣ୍ଡ, ନିର୍ଯାତନା ଭୋଗିବା ସହ ନିଜ ଗୃହ ବାଡ଼ି ହରାଇଥିଲେ ।

(iv) ସେମାନଙ୍କ ସଂଗ୍ରାମ ମୁଖ୍ୟତଃ ବଗିଚା ମାଲିକଙ୍କ ବିରୋଧରେ ଥୁଲା, ମାଲିକମାନେ ସଂଗ୍ରାମକୁ ଦବାଇ ଦେବାକୁ ଚେଷ୍ଟା କରିଥିଲେ ।

(v) କୃଷକମାନଙ୍କ ଉପରେ ଆକ୍ରମଣ କରିବାପାଇଁ ଭଡ଼ାଟିଆ ସୈନିକମାନଙ୍କୁ ନିଯୁକ୍ତି ଦେଇ ପ୍ରତିଶୋଧ ନେଉଥ‌ିଲେ ।

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 2.
ସିପାହୀ ବିଦ୍ରୋହ କେଉଁସବୁ କାରଣକୁ ନେଇ ସଙ୍ଗଠିତ ହୋଇଥିଲା ? ଏହାପରେ ଭାରତୀୟ ଶାସନ ବ୍ୟବସ୍ଥାରେ କ’ଣ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଥିଲା ?
Answer:
(i) ଇଂରେଜ ସରକାରଙ୍କ ‘ରାଜସ୍ଵତ୍ଵ ଲୋପ ନୀତି’ ଭାରତୀୟ ସମାଜର ବିଭିନ୍ନ ବର୍ଗ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିବା ସହିତ ସିପାହୀ ବିଦ୍ରୋହର ସୂତ୍ରପାତ କରିଥିଲା । ଏହା ଥିଲା ସିପାହୀ ବିଦ୍ରୋହର ରାଜନୈତିକ କାରଣ ।

(ii) ଅର୍ଥନୈତିକ ଶୋଷଣ ବିଦ୍ରୋର ଅନ୍ୟ ଏକ କାରଣ ଥିଲା । ଇଂରେଜମାନେ ବିଭିନ୍ନ ଆଳରେ କୃଷକମାନଙ୍କଠାରୁ ଅନ୍ୟାୟ ଭାବରେ ଅନେକ କର ଆଦାୟ କରି ସେମାନଙ୍କର ମେରୁଦଣ୍ଡକୁ ଦୋହଲାଇ ଦେଇଥିଲା । ଆମର ପାରମ୍ପରିକ ବୟନ ଶିଳ୍ପକୁ ସମ୍ପୂର୍ଣ୍ଣରୂପେ ବନ୍ଦ କରିଦେବା ଫଳରେ ଅନେକ ଲୋକ ସେମାନଙ୍କର ଜୀବିକା ହରାଇଥିଲେ । ପ୍ରତିହିଂସାର ବହ୍ନି ସେମାନଙ୍କ ମଧ୍ୟରେ ପ୍ରଜ୍ଜ୍ୱଳିତ ହେବାରେ ଲାଗିଥିଲା ।

(iii) ସାମାଜିକ ଓ ଧାର୍ମିକ କାରଣ ମଧ୍ଯ ବିଦ୍ରୋହର ସୂତ୍ରପାତ ନିମନ୍ତେ ଦାୟୀ ଥିଲା । ଭାରତର ସାମାଜିକ ପରମ୍ପରାକୁ ଜାଣିଶୁଣି ଭାଙ୍ଗି ଦିଆଯାଇଥିଲା । ସାଧାରଣ ଜନତାଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଖ୍ରୀଷ୍ଟଧର୍ମ ଗ୍ରହଣ କରିବାକୁ ବାଧ୍ୟ କରାଯାଉଥିଲା । ଏହା ଫଳରେ କୃଷକ ଓ କାରିଗରମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ।

(iv) ସାମାରିକ କାରଣ ମଧ୍ୟରେ ଥିଲା ରୟାଲ ଏନ୍‌ଫଲ୍‌ ବନ୍ଧୁକର ଗୁଳିରେ ଥ‌ିବା ଘୁଷୁରି ଓ ଗୋରୁମାନଙ୍କର ଚର୍ବିର ବ୍ୟବହାର, ଯାହା ଉଭୟ ହିନ୍ଦୁ ଓ ମୁସଲମାନମାନଙ୍କ ଧର୍ମରେ କୁଠାରଘାତ ହେଲାଭଳି ମନେ ହେଲା । ସେମାନଙ୍କ ମଧ୍ୟରେ ଧର୍ମ ନଷ୍ଟ ହେବାର ଆଶଙ୍କା ଜନ୍ମିଥିଲା ।

(v) ଉପରୋକ୍ତ କାରଣମାନଙ୍କୁ ନେଇ ୧୮୫୭ ମସିହାରେ ସିପାହୀ ବିଦ୍ରୋହ ଚରମ ସୀମାରେ ପହଞ୍ଚି ଯାଇଥିଲା । ଏହାପରେ ଭାରତୀୟ ଶାସନ ବ୍ୟବସ୍ଥା କମ୍ପାନୀ ହାତରୁ ବ୍ରିଟେନର ରାଣୀଙ୍କ ହାତକୁ ଚାଲିଯାଇଥିଲା । ମହାରାଣୀ ଭିକ୍ଟୋରିଆ ଭାରତ ଶାସନର ସର୍ବେସର୍ବା ହେଲେ ।

Question 3.
ମଧ୍ୟଯୁଗୀୟ ଓଡ଼ିଶାରେ ପାଇକମାନେ କିପରି ସ୍ଵତନ୍ତ୍ର ସ୍ଥାନ ଅଧିକାର କରିପାରିଥିଲେ ତାହାର ଏକ ସଂକ୍ଷିପ୍ତ ସୂଚନା ପ୍ରଦାନ କର ।
Answer:
(i) ମଧ୍ୟଯୁଗୀୟ ଓଡ଼ିଶାରେ ପାଇକ ନାମରେ ଏକ କୃଷକ ସୈନିକ ଶ୍ରେଣୀ’ ରାଜାଙ୍କ ଶକ୍ତିବୃଦ୍ଧିରେ ସାହାଯ୍ୟ କରୁଥିଲେ ।

(ii) ରାଜା ବା ସାମନ୍ତଙ୍କ ଅଧୀନରେ ନିଷ୍କର ଜମି ବା ଜାଗିରୀ ଲାଭ କରି କୃଷିକାର୍ଯ୍ୟ ସହିତ ଯୁଦ୍ଧବେଳେ ଦକ୍ଷ ସୈନିକ ଭାବେ ଯୁଦ୍ଧକ୍ଷେତ୍ରରେ ନିଜ ପରାକ୍ରମ ପାଇଁ ସେମାନେ ପ୍ରସିଦ୍ଧି ଲାଭ କରିଥିଲେ ।

(iii) ଢାଲ ଧନୁଶର, ଖଣ୍ଡା, ପରେ ବନ୍ଧୁକ ଚାଳନାରେ ସେମାନେ ଦକ୍ଷ ଥିଲେ । ସେମାନଙ୍କ ଶରୀର ତେଲ ଓ ହଳଦୀ ରଞ୍ଜିତ, ବ୍ୟାଘ୍ରଚର୍ମ ପରିହିତ ବିଶାଳ ବପୁ, କପାଳରେ ସିନ୍ଦୂର ଟୋପା, ମସ୍ତକରେ ପଗଡ଼ି ଯୋଗୁଁ ଯୁଦ୍ଧଭୂମିରେ ଶତ୍ରୁସୈନିକ ଭିତରେ ଭୟ ସଞ୍ଚାର କରୁଥିଲା ।

(iv) ପାଇକମାନଙ୍କ ନେତା ଦଳାଇ, ଦଳବେହେରା ଓ ପାଇକରାୟ ଉପାଧ୍ ଧାରଣ କରୁଥିଲେ ।

(v) ସେମାନଙ୍କ ସର୍ବୋଚ୍ଚ ନେତାଙ୍କୁ ପ୍ରଧାନ ସେନାପତି ବା ବକ୍ସି କୁହାଯାଉଥିଲା । ବକ୍ସି ଜଗବନ୍ଧୁ ଖୋର୍ଦ୍ଧା ରାଜାଙ୍କର ସେନାପତି ଥିଲେ । ଏହି ପଦବୀ ଥିଲା ବଂଶାନୁକ୍ରମିକ ।