BSE Odisha 7th Class Geography Solutions Chapter 2 ବାୟୁମଣ୍ଡଳ

Odisha State Board BSE Odisha 7th Class Geography Solutions Chapter 2 ବାୟୁମଣ୍ଡଳ Textbook Exercise Questions and Answers.

BSE Odisha Class 7 Geography Solutions Chapter 2 ବାୟୁମଣ୍ଡଳ

Question ୧।.
ବାୟୁମଣ୍ଡଳର ସ୍ତରଗୁଡ଼ିକର ନାମ ଲେଖ ଓ ସେଗୁଡ଼ିକ ସମ୍ପର୍କରେ ସଂକ୍ଷେପରେ ଆଲୋଚନା କର ।
Answer:

  1. ବାୟୁମଣ୍ଡଳର ତାପମାତ୍ରାକୁ ଭିଭିକରି ବାୟୁମଣ୍ଡଳକୁ ପାଞ୍ଚଗୋଟି ସ୍ତରରେ ବିଭକ୍ତ କରାଯାଇଛି; ଯଥା- ଟ୍ରପୋସ୍ଟିଅର୍, ଷ୍ଟ୍ରାଟୋସ୍ପିଅର୍, ମେସୋସ୍ପିଅର୍, ଥର୍ମୋସ୍ପିଅର୍ ଏବଂ ଏକ୍ସୋସ୍ପିଅର୍।
  2. ଟ୍ରପୋସ୍ପିଅର୍ : ଏହା ବାୟୁମଣ୍ଡଳର ସର୍ବନିମ୍ନ ସ୍ତର । ଏହାର ହାରାହାରି ଉଚ୍ଚତା ୧୨ କିଲୋମିଟର । ମେରୁ ଅଞ୍ଚଳରେ ଏହାର ଉଚ୍ଚତା ପ୍ରାୟ ୮ କିଲୋମିଟର ଏବଂ ବିଷୁବ ଅଞ୍ଚଳରେ ପ୍ରାୟ ୧୬ କିଲୋମିଟର । ଏହି ସ୍ତରରେ ବୃଷ୍ଟିପାତ, ତୁଷାରପାତ, କୁହୁଡ଼ି, କୁଆପଥର ଆଦି ଜଳବାୟୁ ଓ ପାଣିପାଗ ସମ୍ବନ୍ଧୀୟ ଘଟଣାବଳୀ ଘଟିଥାଏ ।
  3. ଷ୍ଟ୍ରାଟୋସ୍ପିଅର୍ : ଟ୍ରପୋସ୍ପିଅର୍ ଉପରକୁ ଅବସ୍ଥିତ ଏହି ସ୍ତରଟି ପ୍ରାୟ ୫୦ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପି ରହିଛି । ଏହାର ନିମାଂଶରେ ଓଜୋନ୍ ଗ୍ୟାସ୍ ରହିଛି । ଏଠାରେ ଧୂଳିକଣା ଓ ଜଳୀୟବାଷ୍ପ ନ ଥିବାରୁ ଜଳବାୟୁ ସମ୍ବନ୍ଧୀୟ ଘଟଣା ସଂଗଠିତ ହୁଏ ନାହିଁ । ବିମାନ ଚଳାଚଳ ପାଇଁ ଏହି ସ୍ତରଟି ଅନୁକୂଳ ।
  4. ମେସୋସ୍ପିଅର୍ : ମେସୋସ୍ପିଅର୍ ଉପରକୁ ପ୍ରାୟ ୮୦ କି.ମି. ଉଚ୍ଚତା ବ୍ୟାପୀ ଥ‌ିବା ଏହି ସ୍ତରରେ ଉଚ୍ଚତା ବୃଦ୍ଧି ସହ ତାପମାତ୍ରା ହ୍ରାସ ପାଇଥାଏ ।
  5. ଥର୍ମୋସ୍ଟି ଅର୍ : ମେସୋସ୍ପିଅର୍ ଉପରକୁ ପ୍ରାୟ ୮୦ କି.ମି.ଠାରୁ ବାୟୁମଣ୍ଡଳ ଶେଷ ପର୍ଯ୍ୟନ୍ତ ଏହି ସ୍ତର ପରିବ୍ୟାପ୍ତ । ଏହି ସ୍ତରରେ ଉଚ୍ଚତା ବୃଦ୍ଧି ସହ ତାପମାତ୍ରା ଅଧୁକ ବୃଦ୍ଧି ପାଏ । ଏହାର ନିମାଂଶ ପ୍ରାୟ ୮୦ କି.ମି.ରୁ ୪୦୦ କି.ମି. ଉଚ୍ଚତା ପର୍ଯ୍ୟନ୍ତ ସ୍ତରରେ ଘନୀଭୂତ ଆୟନ କଣିକା ଥିବାରୁ ଏହାକୁ ଆୟୋନୋସ୍ପିଅର୍ କୁହାଯାଏ ।
  6. ଏକ୍ସୋସ୍ପିଅର୍ : ହିଲିୟମ୍ ଓ ଉଦ୍‌ଜାନ ଭଳି ହାଲୁକା ଗ୍ୟାସ୍ ଥ‌ିବା ଏହି ପତଳା ସ୍ତରଟି ବାୟୁମଣ୍ଡଳର ବାହ୍ୟ ସ୍ତର ।

Question ୨।.
ଜଳବାୟୁର ନିୟାମକଗୁଡ଼ିକ ଲେଖ । ଯେକୌଣସି ଦୁଇଟି ନିୟାମକ ଉପରେ ଆଲୋଚନା କର ।
Answer:

  • ଜଳବାୟୁର ନିୟାମକଗୁଡ଼ିକ ହେଲା- କୌଣସି ସ୍ଥାନର ଅକ୍ଷାଂଶ, ସମୁଦ୍ର ପତ୍ତନରୁ ଉଚ୍ଚତା, ଜଳ ଓ ସ୍ଥଳଭାଗର ବଣ୍ଟନ, ସାମୁଦ୍ରିକ ସ୍ରୋତ, ପବନର ଦିଗ ଓ ଉଭିଦ ।
  • ଏଥୁମଧ୍ୟରୁ ଦୁଇଟି ନିୟାମକ ସମ୍ପର୍କରେ ଆଲୋଚନା

କରାଗଲା :
(a) ଅକ୍ଷାଂଶ ; କୌଣସି ସ୍ଥାନର ଅକ୍ଷାଂଶ ଉପରେ ସେହି ସ୍ଥାନର ସୌରରଶ୍ମି ସଂଗ୍ରହର ପରିମାଣ ନିର୍ଭର କରେ । ନିମ୍ନ ଅକ୍ଷାଂଶରେ ଅର୍ଥାତ୍ ବିଷୁବ ଅଞ୍ଚଳରେ ସୂର୍ଯ୍ୟରଶ୍ମି ଲମ୍ବ ବା ସଳଖ ଭାବରେ ପଡୁଥିବାରୁ ତାପମାତ୍ରା ଅଧିକ ହୁଏ । ସେହିପରି ଅକ୍ଷାଂଶ ବୃଦ୍ଧି ସହ ସୌରତାପର ପରିମାଣ କମି କମି ଯାଏ । ଭୁଚ୍ଚ ଅକ୍ଷାଂଶରେ ସୂର୍ଯ୍ୟକିରଣ ତୀର୍ଯ୍ୟକ୍ ଭାବରେ ପଡ଼ୁଥିବାରୁ ତାପମାତ୍ରା କମ୍ ହୁଏ ।

(b) ସମୁଦ୍ର ପତ୍ତନଠାରୁ ଉଚ୍ଚତା ; ସମୁଦ୍ର ପତ୍ତନରେ ବାୟୁର ତାପମାତ୍ରା ଅଧିକ ଥାଏ । ଉଚ୍ଚତା ବୃଦ୍ଧି ହେଲେ ତାପମାତ୍ରା ହ୍ରାସ ପାଏ । ସେହିପରି ସମୁଦ୍ର ପତ୍ତନରେ ବାୟୁର ଘନତା ଅଧିକ ଥିବାରୁ ବାୟୁଚାପ ଅଧିକ । ଉଚ୍ଚତା ବୃଦ୍ଧି ସହ ବାୟୁଚାପ ହ୍ରାସ ପାଏ ।

BSE Odisha 7th Class Geography Solutions Chapter 2 ବାୟୁମଣ୍ଡଳ

Question ୩।.
ପୃଥିବୀର ଚାପ ବଳୟ ଚିତ୍ର ଆଙ୍କ । ବିଭିନ୍ନ ଚାପ ବଳୟ ଉପରେ ସଂକ୍ଷେପରେ ବର୍ଣ୍ଣନା କର ।
Answer:

  • ପୃଥ‌ିବୀପୃଷ୍ଠରେ ୩ ଗୋଟି ଲଘୁଚାପ ବଳୟ ଓ ୪ ଗୋଟି ଗୁରୁଚାପ ବଳୟ ସ୍ଥାୟୀଭାବରେ ରହିଛି ।
  • ବିଷୁବମଣ୍ଡଳ ସୂର୍ଯ୍ୟକିରଣରୁ ଅଧିକ ଉତ୍ତାପ ପାଉଥିବା ହେତୁ ଏଠାରେ ଲଘୁଚାପ ସୃଷ୍ଟି ହୁଏ, ତେଣୁ ଏଠାରେ ନିରକ୍ଷୀୟ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଏଠାରେ ବାୟୁ ସର୍ବଦା ତଳୁ ଉପର ଆଡ଼କୁ ଗତି କରିଥାଏ ।

BSE Odisha 7th Class Geography Solutions Chapter 2 ବାୟୁମଣ୍ଡଳ 13

  • ବିଷୁବ ଅଞ୍ଚଳରୁ ଉତ୍ତପ୍ତ ବାୟୁ ଉପରକୁ ଉଠି ଉଭୟ ମେରୁ ଆଡ଼କୁ ପ୍ରବାହିତ ହୋଇଥାଏ । ଉପର ସ୍ତରରେ ଏହି ବାୟୁ କ୍ରାନ୍ତୀୟ ଅଞ୍ଚଳରେ ପହଞ୍ଚିବାବେଳକୁ ଥଣ୍ଡା ହୋଇ ଉଭୟ ଗୋଲାର୍ଦ୍ଧର ୨୫°ରୁ ୩୫° ସମାକ୍ଷରେଖା ମଧ୍ଯରେ ନିମ୍ନଗାମୀ ହୁଏ । ତେଣୁ ଏଠାରେ ଉପକ୍ରାନ୍ତୀୟ ଗୁରୁଚାପ ବଳୟ ସୃଷ୍ଟି ହୋଇଛି ।
  • ଉଭୟ ଗୋଲାର୍ଦ୍ଧର ୬୦°ରୁ ୭୦° ସମାକ୍ଷରେଖା ମଧ୍ଯରେ ସୃଷ୍ଟି ହେଉଥିବା ଚାପବଳୟକୁ ଉପମେରୁ ଲଘୁଚାପ ବଳୟ କୁହାଯାଏ । ଦୁଇ ମେରୁବୃତ୍ତ ନିକଟରେ ପୃଥିବୀର ଆବର୍ତ୍ତନ ବେଗ ଅଧ‌ିକ ଥ‌ିବା ହେତୁ ଏହି ଅଞ୍ଚଳର ବାୟୁ କ୍ରାନ୍ତୀୟ ଅଞ୍ଚଳକୁ ବିକ୍ଷିପ୍ତ ହେଉଥିବାରୁ ବାୟୁ ପତଳା ହୋଇ ଲଘୁଚାପ ବଳୟ ସୃଷ୍ଟି ହୋଇଛି ।
  • ସେହିପରି ଉଭୟ ମେରୁ ଅଞ୍ଚଳର ବାୟୁ ଶୀତଳ ଓ- ଓଜନିଆ ହେତୁ ଏହି ଅଞ୍ଚଳରେ ବାୟୁର ଚାପ ଅଧିକ ହୁଏ । ତେଣୁ ଉଭୟ ମେରୁ ଅଞ୍ଚଳରେ ମେରୁମଣ୍ଡଳୀୟ ଗୁରୁଚାପ ବଳୟ ସୃଷ୍ଟି ହୋଇଛି ।

Question ୪।.
ବାୟୁପ୍ରବାହର ବିଭାଗୀକରଣ କରି ଯେକୌଣସି ଗୋଟିଏ ବିଭାଗ ଉପରେ ବର୍ଣ୍ଣନା କର ।
Answer:
ବାୟୁପ୍ରବାହକୁ ମୁଖ୍ୟତଃ ଚାରିଶ୍ରେଣୀରେ ବିଭକ୍ତ କରାଯାଏ; ଯଥା- ନିୟତ ବାୟୁ ପ୍ରବାହ, ସାମୟିକ ବାୟୁ ପ୍ରବାହ, ସ୍ଥାନୀୟ ବାୟୁପ୍ରବାହ ଓ ଆକସ୍ମିକ ବାୟୁପ୍ରବାହ । ନିୟତ ବାୟୁପ୍ରବାହ ଏକ ସ୍ଥାୟୀ ବାୟୁପ୍ରବାହ ଅଟେ ।

  • ପୃଥ‌ିବୀର ସ୍ଥାୟୀ ଗୁରୁଚାପ ବଳୟରୁ ସ୍ଥାୟୀ ଲଘୁଚାପ ବଳୟକୁ ଏକ ନିର୍ଦ୍ଦିଷ୍ଟ ଦିଗରେ ବହୁଥ‌ିବା ବାୟୁକୁ ନିୟତ ବାୟୁ କୁହାଯାଏ । ଆୟନ ବାୟୁ, ପଶ୍ଚିମା ବାୟୁ ଓ ମେରୁ ବାୟୁ ଏହି ବାୟୁର ଅନ୍ତର୍ଗତ ।
  • ଉପକ୍ରାନ୍ତୀୟ ‘ଗୁରୁଚାପ ବଳୟରୁ ନିରକ୍ଷୀୟ ଲଘୁଚାପ ବଳୟକୁ ପ୍ରବାହିତ ବାୟୁକୁ ଆୟନ ବାୟୁ କୁହାଯାଏ ।
  • ଉତ୍ତର ଗୋଲାର୍ଦ୍ଧରେ ଏହା ଉତ୍ତର-ପୂର୍ବ ଏବଂ ଦକ୍ଷିଣ ଗୋଲାର୍ଦ୍ଧରେ ଦକ୍ଷିଣ-ପୂର୍ବ ଦିଗରୁ ପ୍ରବାହିତ ହେଉଥିବାରୁ ଏହାର ନାମ ଯଥାକ୍ରମେ ଉତ୍ତର-ପୂର୍ବ ଆୟନ ବାୟୁ ଓ ଦକ୍ଷିଣ-ପୂର୍ବ ଆୟନ ବାୟୁ ଅଟେ ।
  • ଉପକ୍ରାନ୍ତୀୟ ଗୁରୁଚାପ ବଳୟରୁ ଉପମେରୁ ଲଘୁଚାପ ବଳୟକୁ ପ୍ରବାହିତ ହେଉଥ‌ିବା ବାୟୁକୁ ପଶ୍ଚିମାବାୟୁ କୁହାଯାଏ । ଏହି ବାୟୁ ଉତ୍ତର ଗୋଲାର୍ଦ୍ଧରେ ଦକ୍ଷିଣ- ପଶ୍ଚିମ କୋଣରୁ ଏବଂ ଦକ୍ଷିଣ ଗୋଲାର୍ଦ୍ଧରେ ଉତ୍ତର – ପଶ୍ଚିମ କୋଣରୁ ବହେ । ଏହାର ଦିଗ ଓ ବେଗ ପରିବର୍ତ୍ତନଶୀଳ ଥିବାରୁ ଏହାକୁ ପରିବର୍ତ୍ତନଶୀଳ ପଶ୍ଚିମାବାୟୁ କୁହାଯାଏ ।
  • ଉଭୟ ଗୋଲାର୍ଦ୍ଧରେ ମେରୁମଣ୍ଡଳୀୟ ଗୁରୁଚାପ ଅଞ୍ଚଳରୁ ଉପମେରୁ ଲଘୁଚାପ ବଳୟକୁ ପ୍ରବାହିତ ମେରୁବାୟୁ ଉତ୍ତର ଗୋଲାର୍ଦ୍ଧରେ ଉତ୍ତର-ପୂର୍ବ ଦିଗରୁ ଏବଂ ଦକ୍ଷିଣ ଗୋଲାର୍ଦ୍ଧରେ ଦକ୍ଷିଣ-ପୂର୍ବ ଦିଗରୁ ପ୍ରବାହିତ ହୁଏ ।

BSE Odisha 7th Class Geography Solutions Chapter 2 ବାୟୁମଣ୍ଡଳ

Question ୫।.
ବୃଷ୍ଟିପାତ କ’ଣ ? ବିଭିନ୍ନ ପ୍ରକାର ବୃଷ୍ଟିପାତ ସମ୍ବନ୍ଧରେ ଆଲୋଚନା କର ।
Answer:
ମେଘରେ ଥିବା ଜଳକଣା ଘନୀଭୂତ ହୋଇ ଜଳ ଆକାରରେ ଭୂପୃଷ୍ଠରେ ପଡ଼ିବାକୁ ବୃଷ୍ଟିପାତ କୁହାଯାଏ ।
ବୃଷ୍ଟିପାତ ତିନି ପ୍ରକାରର, ଯଥା- ପରିଚଳନ ବୃଷ୍ଟିପାତ, ଶୈଳୋତ୍ରକ୍ଷେପ ବୃଷ୍ଟିପାତ ଏବଂ ବାତାବର୍ଷ ବୃଷ୍ଟିପାତ ।

ପରିଚଳନ ବୃଷ୍ଟିପାତ : ସୂର୍ଯ୍ୟରଶ୍ମି ଦ୍ଵାରା ଭୂପୃଷ୍ଠ ଉତ୍ତପ୍ତ ହେଲେ ଭୂପୃଷ୍ଠ ସହ ଲାଗିରହିଥ‌ିବା ବାୟୁ ଉତ୍ତପ୍ତ ହୋଇ ଉପରକୁ ଉଠେ ଏବଂ ପରିଚଳନ ବାୟୁପ୍ରବାହ ସୃଷ୍ଟି ହୁଏ । ଏହି ବାୟୁରେ ଜଳୀୟବାଷ୍ପ ଥିଲେ ଏହା ଆକାଶରେ ବହୁ ଉଚ୍ଚରେ ମେଘ ସୃଷ୍ଟିକରି ସଙ୍ଗେ ସଙ୍ଗେ ପ୍ରବଳ ବର୍ଷା ‘କରାଯାଏ । ପରିଚଳନ ବାୟୁସ୍ରୋତ ଫଳରେ ଏହି ବର୍ଷା ହେଉଥିବାରୁ ଏହାକୁ ପରିଚଳନ ବୃଷ୍ଟିପାତ କୁହାଯାଏ।

ଶୈଳୋକ୍ଷେପ ବୃଷ୍ଟିପାତ : ଜଳୀୟବାଷ୍ପପୂର୍ଣ୍ଣ ବାୟୁ କୌଣସି ଉଚ୍ଚଭୂମି କିମ୍ବା ପର୍ବତରେ ବାଧାପାଇ ଉପରକୁ ଉଠେ । ଉପରକୁ ଉଠିଯିବା ଫଳରେ ତାହା ଶୀତଳ ହୋଇ ପରିପୃକ୍ତ ହୁଏ। ଏହାର କ୍ଷୁଦ୍ର ଜଳକଣାସବୁ ଜଳବିନ୍ଦୁରେ ପରିଣତ ହୋଇ ବୃଷ୍ଟି ଆକାରରେ ପଡ଼େ । ଏହାକୁ ଶୈଳୋତ୍କ୍ଷେପ ବୃଷ୍ଟିପାତ କୁହାଯାଏ । ପର୍ବତର ପ୍ରତିବାତ ପାର୍ଶ୍ଵରେ ପ୍ରବଳ ବୃଷ୍ଟିପାତ ହୁଏ, ମାତ୍ର ଅନୁବାତ ପାର୍ଶ୍ଵରେ କମ୍ ବୃଷ୍ଟିପାତ ହୋଇଥାଏ।

ବାତାବର୍ଷ ଜନିତ ବୃଷ୍ଟିପାତ ; କ୍ରାନ୍ତିମଣ୍ଡଳ ଅନ୍ତର୍ଗତ ସମୁଦ୍ର ଉପରେ ବାୟୁଚାପ ହ୍ରାସ ପାଇବା ଫଳରେ ସୃଷ୍ଟି ହୋଇଥୁବା ଲଘୁଚାପ କେନ୍ଦ୍ର ଆଡ଼କୁ ବାୟୁ ପ୍ରବାହିତ ହୁଏ । ଏହି ବାୟୁ ଘୂରି ଘୂରି ଉପରକୁ ଉଠିଯାଏ ଓ ଏଥିରେ ଥିବା ଜଳୀୟବାଷ୍ପ ଘନୀଭୂତ ହୋଇ ପ୍ରବଳ ବର୍ଷା କରାଏ।

Question ୬।
‘କ’ ସ୍ତମ୍ଭରେ ଦିଆଯାଇଥବା ପ୍ରତ୍ୟେକ ବାୟୁକୁ ‘ଖ’ ସ୍ତମ୍ଭର ସମ୍ପର୍କିତ ସ୍ଥାନ ସହ ଯୋଡ଼ି ଲେଖ।

BSE Odisha 7th Class Geography Solutions Chapter 2 ବାୟୁମଣ୍ଡଳ 14
Answer:
BSE Odisha 7th Class Geography Solutions Chapter 2 ବାୟୁମଣ୍ଡଳ 15

Question ୭।.
ସଂକ୍ଷିପ୍ତ ଟିପ୍ପଣୀ ଲେଖ ।
ଆୟନୋସ୍ଟି ଅର୍, ବାଣିଜ୍ୟବାୟୁ, ପ୍ରତୀପ ବାତାବର୍ଷ, ସୌରାଭିତାପ, କୁହୁଡ଼ି
Answer:
ଆୟନୋକ୍ସି ଅର୍ :

  • ଥର୍ମୋସ୍ଟି ଅର୍‌ର ନିମାଂଶକୁ ଆୟନୋସ୍ଟିଅର୍ କୁହାଯାଏ, କାରଣ ଏହି ସ୍ତରରେ ଆୟନ କଣିକାଗୁଡ଼ିକ ଘନୀଭୂତ ହୋଇ ରହିଥାନ୍ତି । ଏହା ପ୍ରାୟ ୮୦ କି.ମି.ରୁ ୪୦୦ କି.ମି. ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ।
  • ଏହି ସ୍ତର ଯୋଗୁ ଦୂର ସ୍ଥାନକୁ ବେତାର ତରଙ୍ଗ ପ୍ରସାରଣ ସମ୍ଭବ ହୋଇଥାଏ ।

ବାଣିଜ୍ୟ ବାୟୁ :

  • ଆୟନ ବାୟୁକୁ ବାଣିଜ୍ୟ ବାୟୁ କୁହାଯାଏ । କାରଣ ପୂର୍ବେ ପାଲଟଣା ବୋଇତରେ ବାଣିଜ୍ୟ କାରବାରରେ ଏହା ସହାୟକ ହେଉଥ‌ିବାରୁ ଏହାର ନାମକରଣ ବାଣିଜ୍ୟ ବାୟୁ ହୋଇଅଛି ।
  • ଏହି ବାୟୁ ଉତ୍ତର ଗୋଲାର୍ଦ୍ଧରେ ଉତ୍ତର-ପୂର୍ବ ଦିଗରୁ ଏବଂ ଦକ୍ଷିଣ ଗୋଲାର୍ଦ୍ଧରେ ଦକ୍ଷିଣ-ପୂର୍ବ ଦିଗରୁ ପ୍ରବାହିତ ହୁଏ ।

BSE Odisha 7th Class Geography Solutions Chapter 2 ବାୟୁମଣ୍ଡଳ

ପ୍ରତୀପ ବାତାବର୍ଷ :

  • କୌଣସି ସ୍ଥାନରେ ବାୟୁଚାପ ହଠାତ୍ ବୃଦ୍ଧି ପାଇ ଗୁରୁଚାପ କେନ୍ଦ୍ର ସୃଷ୍ଟି ହୁଏ। ଏହି ଗୁରୁଚାପ କେନ୍ଦ୍ରରୁ ବାୟୁ ଧୀରେ ଧୀରେ ଚାରିପାଖରେ ଥ‌ିବା ଅଳ୍ପ ଚାପ ଅଞ୍ଚଳ ଆଡ଼କୁ ପ୍ରବାହିତ ହୁଏ।
  • ଉତ୍ତର ଗୋଲାର୍ଦ୍ଧରେ ଏହି ବାୟୁ ଡାହାଣକୁ ବାଙ୍କିଯାଇ ଘଣ୍ଟାକଣ୍ଟାର ଘୂର୍ଶନ ଦିଗରେ (ଦକ୍ଷିଣାବର୍ଷ) ଓ ଦକ୍ଷିଣ ଗୋଲାର୍ଦ୍ଧରେ ବାମକୁ ବାଙ୍କିଯାଇ ଘଣ୍ଟାକଣ୍ଟାର ବିପରୀତ ଦିଗରେ (ବାମାବର୍ତ୍ତ) ପ୍ରବାହିତ ହୁଏ।
  • ପ୍ରତୀପ ବାତାବର୍ଷ ଯୋଗୁ ପାଗ ଶୁଖୁଲା ରହେ ଓ ଆକାଶ ମେଘମୁକ୍ତ ଥାଏ।

ସୌରାଭିତାପ :

  • ଭୂପୃଷ୍ଠରେ ସଂଗୃହୀତ ସୌରରଶ୍ମିର ପରିମାଣକୁ ସୌରାଭିତାପ କୁହାଯାଏ।
  • ସୌରାଭିତାପର ପରିମାଣ ବିଷୁବରେଖାଠାରୁ ମେରୁ ଆଡ଼କୁ କ୍ରମଶଃ ହ୍ରାସ ପାଇଥାଏ । ମାତ୍ର ଋତୁଭେଦରେ ଏହି ପରିମାଣରେ ବ୍ୟତିକ୍ରମ ଦେଖାଯାଏ।

କୁହୁଡ଼ି :

  • ଶୀତକାଳରେ ବାୟୁର ତାପମାତ୍ରା ଶିଶିରାଙ୍କ ତଳକୁ ଖସିଆସିଲେ ଏଥିରେ ଥ‌ିବା ଜଳୀୟବାଷ୍ପ ଘନୀଭୂତ ହୁଏ। ବାୟୁରେ ଭାସମାନ ଅବସ୍ଥାରେ ଥିବା ଧୂଳିକଣାକୁ ଆଶ୍ରୟ କରି ଏଗୁଡ଼ିକ ଭୂପୃଷ୍ଠର ଅଳ୍ପ ଉଚ୍ଚତାରେ ଭାସିବୁଲେ। ଏହାକୁ କୁହୁଡ଼ି କୁହାଯାଏ।
  • କୁହୁଡ଼ିର ସୃଷ୍ଟିକୁ ଭିଭିକରି ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଏ; ଯଥା- ବିକିରଣ କୁହୁଡ଼ି ଓ ଅଭିବହନ କୁହୁଡ଼ି। ଭୂପୃଷ୍ଠର ତାପ ବିକିରଣରୁ ସୃଷ୍ଟି ହେଉଥିବା କୁହୁଡ଼ିକୁ ବିକିରଣ କୁହୁଡ଼ି ଏବଂ ଶୀତଳ ବାୟୁ ଓ ଉଷ୍ଣ ଆର୍ଦ୍ର ବାୟୁର ମିଶ୍ରଣରେ ସୃଷ୍ଟି ହେଉଥ‌ିବା କୁହୁଡ଼ିକୁ ଅଭିବହନ କୁହୁଡ଼ି କୁହାଯାଏ । କୁହୁଡ଼ି ଅତି ପତଳା ହେଲେ ଏହାକୁ ମିଷ୍ଟ୍ କୁହାଯାଏ।

୮। ଭୌଗୋଳିକ କାରଣ ଲେଖ।

Question କ.
ଷ୍ଟ୍ରାଟୋସ୍ପିଅର୍ ବିମାନ ଚଳାଚଳ ପାଇଁ ଅନୁକୂଳ ।
Answer:

  • ଷ୍ଟ୍ରାଟୋସ୍ଟି ଅର୍ ସ୍ତରରେ ଧୂଳିକଣା ଓ ଜଳୀୟବାଷ୍ପ ନ ଥାଏ । ତେଣୁ ମେଘ ବା ଜଳବାୟୁ ସମ୍ବନ୍ଧୀୟ ଘଟଣା ଏଠାରେ ସଂଗଠିତ ହୁଏ ନାହିଁ ।
  • ସେଥ‌ିପାଇଁ ବିମାନ ଚଳାଚଳ ପାଇଁ ଏହା ଏକ ଅନୁକୂଳ ସ୍ତର ।

Question ଖ.
ଶୀତରାତିରେ କୁହୁଡ଼ି ସୃଷ୍ଟି ହୁଏ ।
Answer:

  • କୁହୁଡ଼ି ସୃଷ୍ଟି ପାଇଁ ଲମ୍ବା ଶୀତରାତି, ନିର୍ମଳ ଆକାଶ ଓ ଧୀର ବାୟୁପ୍ରବାହ ଆବଶ୍ୟକ । ତେଣୁ ଶୀତରାତିରେ ଦିନ ଭାଗ ଛୋଟ ଓ ରାତ୍ରି ଭାଗ ଅଧିକ ଥାଏ । ଶୀତଋତୁରେ ଆକାଶ ପ୍ରାୟତଃ ନିର୍ମଳ ଥାଏ, ଫଳରେ ପୃଥ‌ିବୀପୃଷ୍ଠ ଶୀଘ୍ର ତାପ ବିକିରଣ କରି ଥଣ୍ଡା ହୁଏ ।
  • ସେତେବେଳେ ଶୀତଳ ଭୂପୃଷ୍ଠକୁ ଲାଗିଥିବା ବାୟୁ ଥଣ୍ଡା ହୁଏ ଓ ଶିଶିରାଙ୍କ ତଳକୁ ତାପମାତ୍ରା ଖସିଲେ ଏଥିରେ ଥ‌ିବା ଜଳୀୟବାଷ୍ପ ଘନୀଭୂତ ହୁଏ । ଏହା ବାୟୁରେ ଥିବା ଭାସମାନ ଧୂଳିକଣାକୁ ଆଶ୍ରୟ କରି କୁହୁଡ଼ି ରୂପରେ ପରିବର୍ଜିତ ହୁଏ ।

Question ଗ.
ପଶ୍ଚିମଘାଟ ପର୍ବତମାଳାର ପୂର୍ବ ପାର୍ଶ୍ଵରେ କମ୍ ବୃଷ୍ଟି ହୁଏ ।
Answer:

  • ପଶ୍ଚିମଘାଟ ପର୍ବତମାଳା ଉତ୍ତର-ଦକ୍ଷିଣ ହୋଇ ଭାରତର ପଶ୍ଚିମ ଉପକୂଳରେ ବିସ୍ତୃତ । ସମୁଦ୍ରରୁ ପ୍ରବାହିତ ଜଳୀୟବାଷ୍ପପୂର୍ବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏହାର ପଶ୍ଚିମ ପାର୍ଶ୍ଵରେ ବାଧା ପାଇ ବୃଷ୍ଟିପାତ କରାଏ ।
  • ଏହା ଉପରକୁ ଉଠି ଏହି ପର୍ବତମାଳାର ପ୍ରତିବାତ ପାର୍ଶ୍ୱ ଅର୍ଥାତ୍ ପୂର୍ବ ପାର୍ଶ୍ବକୁ ନିମ୍ନଗାମୀ ହେବାଫଳରେ ଅଳ୍ପ ବୃଷ୍ଟି କରାଏ । ତେଣୁ ପଶ୍ଚିମଘାଟ ପର୍ବତମାଳାର ପୂର୍ବ ପାର୍ଶ୍ଵରେ କମ୍ ବୃଷ୍ଟି ହୁଏ ।

BSE Odisha 7th Class Geography Solutions Chapter 2 ବାୟୁମଣ୍ଡଳ

Question ଘ.
ନିରକ୍ଷ ଲଘୁଚାପ ବଳୟକୁ ନିରକ୍ଷ ଶାନ୍ତ ବଳୟ କୁହାଯାଏ ।
Answer:

  • ନିରକ୍ଷ ଲଘୁଚାପ ବଳୟରେ ବର୍ଷସାରା ସଳଖ ସୂର୍ଯ୍ୟକିରଣ ପଡ଼ୁଥିବାରୁ ତାପମାତ୍ରା ଅଧିକ ରହେ ଓ ବାୟୁଚାପ ହ୍ରାସ ପାଏ ।
  • ତେଣୁ ଏଠାରେ ବାୟୁମଣ୍ଡଳ ଶାନ୍ତ ଓ ଚଳନଶୂନ୍ୟ ଥ‌ିବାରୁ ଏହାକୁ ନିରକ୍ଷ ଶାନ୍ତ ବଳୟ କୁହାଯାଏ ।

Question ଙ.
ପୁରୀ ସହରରେ ବେଶୀ ଗରମ ବା ଥଣ୍ଡା ଅନୁଭୂତ ହୁଏ ନାହିଁ ।
Answer:

  • ଜଳ ଓ ସ୍ଥଳଭାଗର ବଣ୍ଟନ କୌଣସି ଅଞ୍ଚଳର ଜଳବାୟୁକୁ ପ୍ରଭାବିତ କରିଥାଏ ।
  • ସମୁଦ୍ର ଧୀରେ ଧୀରେ ଉତ୍ତପ୍ତ ଓ ବିଳମ୍ବରେ ଥଣ୍ଡା ହୁଏ । ପୁରୀ ସମୁଦ୍ରକୂଳବର୍ତ୍ତୀ ସହର ହୋଇଥିବାରୁ ଏଠାରେ ସାମୁଦ୍ରିକ ପ୍ରଭାବ ଅନୁଭୂତ ହୁଏ । ତେଣୁ ପୁରୀରେ ଖରାଦିନେ ବେଶୀ ଗରମ ବା ଶୀତଦିନେ ବେଶି ଥଣ୍ଡା ଅନୁଭୂତ ହୁଏ ନାହିଁ ।

୯ । ଶୂନ୍ୟସ୍ଥାନ ପୂରଣ କର ।

(କ) ହାଲୁକା ଗ୍ୟାସ୍‌ମାନ _______ ସ୍ତରରେ ମହଜୁଦ ରହିଛି ।
Answer:
ଏକ୍ସୋସ୍ପିଅର

(ଖ) ସୌରାଭିତାପର ପରିମାଣ ପୃଥ‌ିବୀର ______ ଅଞ୍ଚଳରେ ସର୍ବାଧ‌ିକ ।
Answer:
ବିଷୁବ

(ଗ) ଗତିଶୀଳ ବାୟୁକୁ ________ କୁହାଯାଏ ।
Answer:
ପବନ

(ଘ) ‘ଗର୍ଜନଶୀଳ ଚାଳିଶା’ _____ ଗୋଲାର୍ଦ୍ଧରେ ଉପଲବ୍‌ଧ ।
Answer:
ଦକ୍ଷିଣ

(ଙ) ବୃକ୍ଷଲତାଦି _________ ପ୍ରକ୍ରିୟାରେ ବାୟୁମଣ୍ଡଳକୁ ବାଷ୍ପ ଛାଡ଼ିଥାନ୍ତି ।
Answer:
ବାଷ୍ପମୋଚନ

BSE Odisha 7th Class Geography Solutions Chapter 2 ବାୟୁମଣ୍ଡଳ

(ଚ) ତାପମାତ୍ରାର ଦୈନିକ ହ୍ରାସବୃଦ୍ଧିକୁ _______ କୁହାଯାଏ ।
Answer:
ଦୈନିକ ତାପମାତ୍ରା

୧୦। ପ୍ରତ୍ୟେକକୁ ଗୋଟିଏ ଲେଖାଏଁ ଶବ୍ଦରେ ପ୍ରକାଶ କର ।

(କ) ଅତି ଉଚ୍ଚ ପର୍ବତଶ୍ରେଣୀରେ ହେଉଥିବା ବୃଷ୍ଟିପାତ ।
Answer:
ଶୈଳୋତ୍‌କ୍ଷେପ ବୃଷ୍ଟିପାତ

(ଖ) ବିଷୁବ ଅଞ୍ଚଳରେ ପ୍ରତ୍ୟହ ଅପରାହ୍ନରେ ହେଉଥ‌ିବା ବୃଷ୍ଟିପାତ ।
Answer:
ପରିଚଳନ ବୃଷ୍ଟିପାତ

(ଗ) ଘନୀଭବନର ବିପରୀତ କ୍ରିୟା ।
Answer:
ବାଷ୍ପୀଭବନ

(ଘ) ଦକ୍ଷିଣ-ପୂର୍ବ ଏସିଆରେ ପ୍ରବାହିତ ସାମୟିକ ବାୟୁ ।
Answer:
ମୌସୁମୀବାୟୁ

(ଙ) ସୌରଶକ୍ତି ସଂଗ୍ରହଣ ଓ ବିତରଣ ।
Answer:
ତାପବଜେଟ୍

BSE Odisha 7th Class Geography Notes Chapter 2 ବାୟୁମଣ୍ଡଳ

ବାୟୁମଣ୍ଡଳର ଗଠନ :

ବାୟୁମଣ୍ଡଳ କେତେକ ଗ୍ୟାସୀୟ ପଦାର୍ଥର ମିଶ୍ରଣ । ବାୟୁମଣ୍ଡଳରେ ଥ‌ିବା ବିଭିନ୍ନ ଗ୍ୟାସୀୟ ଉପାଦାନର ଶତକଡ଼ା ଅନୁପାତ ଓ ଏହାର ଉପଯୋଗିତା ନିମ୍ନ ସାରଣୀରୁ ଜାଣିବା :

ବାୟୁମଣ୍ଡଳର ଗ୍ୟାସୀୟ ଉପାଦାନ

BSE Odisha 7th Class Geography Solutions Chapter 2 ବାୟୁମଣ୍ଡଳ 1

ବାୟୁମଣ୍ଡଳକୁ ନିର୍ଗତ ହେଉଥିବା ଅଙ୍ଗାରକାମ୍ଳ ଗ୍ୟାସ୍ ଭୂପୃଷ୍ଠରୁ ବିକିରିତ ତାପ ଧାରଣ କରୁଥିବାରୁ ଏହାକୁ ସବୁକ ଗୃହ ଗ୍ୟାସ୍ କୁହାଯାଏ । କଳକାରଖାନା, ଯାନବାହନରୁ ନିର୍ଗତ ଧୂଆଁରେ ଅଙ୍ଗାରକାମ୍ଳ ଗ୍ୟାସ୍ ଥ‌ିବାରୁ ଏହା ବାୟୁମଣ୍ଡଳକୁ ନିର୍ଗତ ହେଲେ ବାୟୁର ତାପମାତ୍ରା ବୃଦ୍ଧି ଘଟେ, ଯାହାକୁ ‘ବିଶ୍ଵତାପନ’ ବା ‘Global warming” କୁହାଯାଏ ।

ବାୟୁମଣ୍ଡଳର ବିଭିନ୍ନ ସ୍ତର :

ସମୁଦ୍ରପୃଷ୍ଠରୁ ୧୬୦୦ କି.ମି. ଉଚ୍ଚତା ବ୍ୟାପୀ ବାୟୁମଣ୍ଡଳକୁ ୫ ଗୋଟି ସ୍ତରରେ ବିଭକ୍ତ କରାଯାଇଛି ।

ବାୟୁମଣ୍ଡଳର ସ୍ତର :
(i) ଟ୍ରପୋସ୍ପିଅର :

  • ଏହା ବାୟୁମଣ୍ଡଳର ସର୍ବନିମ୍ନ ସ୍ତର ତଥା ଜୀବଜଗତ ପାଇଁ ଗୁରୁତ୍ଵପୂର୍ଣ୍ଣ ସ୍ତର ।
  • ଏହାର ହାରାହାରି ଉଚ୍ଚତା ୧୨ କି.ମି. ।
  • ଏହି ସ୍ତରରେ ପାଣି ପାଗ ତଥା ଜଳବାୟୁର ପରିବର୍ତ୍ତନ ଘଟିଥାଏ ।

[ଟ୍ରପୋସ୍ପିଅର ଓ ଷ୍ଟ୍ରାଟୋସ୍ପିଅର ମଝିରେ ଟ୍ରପୋପଜ ନାମକ ପତଳା ସ୍ତର ଅଛି ।]

BSE Odisha 7th Class Geography Solutions Chapter 2 ବାୟୁମଣ୍ଡଳ

(ii) ଷ୍ଟ୍ରାଟୋସ୍ପିଅର :

  • ଟ୍ରପୋସ୍ପିଅରଠାରୁ ୫୦ କି.ମି. ଉଚ୍ଚତା ବିଶିଷ୍ଟ ଏହି ସ୍ତର ବିମାନ ଚଳାଚଳ ପାଇଁ ଅନୁକୂଳ ।
  • ଏହା ଧୂଳିକଣା ଓ ଜଳୀୟ ବାଷ୍ପଶୂନ୍ୟ ।
  • ଏହାର ନିମାଂଶରେ ଓଜୋନ ସ୍ତର ରହିଛି ।

[ଷ୍ଟ୍ରାଟୋସ୍ପିଅର ଓ ମେସୋସ୍ପିଅର ମଝିରେ ଷ୍ଟ୍ରାଟୋପଜ୍ ନାମକ ଏକ ସ୍ତର ରହିଛି ।]

BSE Odisha 7th Class Geography Solutions Chapter 2 ବାୟୁମଣ୍ଡଳ 2

(iii) ମେସୋସ୍ପିଅର :

  • ଷ୍ଟ୍ରାଟୋସ୍ପିଅର ଉପରକୁ ଏହି ସ୍ତର ପ୍ରାୟ ୮୦ କି.ମି. ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପ୍ତ ।
  • ଏହି ସ୍ତରରେ ଉଚ୍ଚତା ବୃଦ୍ଧି ସହ ତାପମାତ୍ରା ହ୍ରାସ ପାଏ ।

[ମେସୋସ୍ଫି ଅଶ ଓ ଥର୍ମୋସ୍ପିଅର ମଝିରେ ମେସୋପଜ ନାମକ ଏକ ପତଳା ବଳୟ ରହିଛି ।]

(iv) ଥର୍ମୋସ୍ଟିଅର :

  • ୮୦ କି.ମି.ରୁ ବାୟୁମଣ୍ଡଳ ଶେଷପର୍ଯ୍ୟନ୍ତ ବ୍ୟାପ୍ତ ଏହି ସ୍ତରରେ ଉଚ୍ଚତା ବୃଦ୍ଧି ସଙ୍ଗେ ତାପମାତ୍ରା ବୃଦ୍ଧି ଘଟେ ।

(v) ଏକ୍‌ସ୍ଟିଅର :

  • ବାୟୁମଣ୍ଡଳର ଏହି ବାହ୍ୟ ସ୍ତରରେ ବାୟୁ ଅତି ପତଳା ଓ ହିଲିୟମ୍ ଓ ଉଦ୍‌ଜାନ ଗ୍ୟାସ୍‌ରେ ଏହି ସ୍ତରଟି ସମୃଦ୍ଧ ।

ପାଣିପାଗ ଓ ଜଳବାୟୁ :

  • ପାଗ ପରିବର୍ତ୍ତନଶୀଳ । ଏହା ସ୍ଥାନରୁ ସ୍ଥାନକୁ ଓ ସମୟରୁ ସମୟକୁ ବଦଳିଥାଏ ।
  • ଜଳବାୟୁ ପାଗ ଭଳି ପରିବର୍ତ୍ତନଶୀଳ ନୁହେଁ । ଭାରତୀୟ ଉପମହାଦେଶର ଜଳବାୟୁ କ୍ରାନ୍ତୀୟ ଜଳବାୟୁ ।
  • କେଉଁ ଦେଶରେ କେଉଁ ‘ଜଳବାୟୁ ଜାଣିବା :

ମାଲୟେସିଆ : ନିରକ୍ଷ ଜଳବାୟୁ
ଇଣ୍ଡୋନେସିଆ : ନିରକ୍ଷ ଜଳବାୟୁ

  • କୌଣସି ସ୍ଥାନର ପାଣିପାଗର ବହୁବର୍ଷ ଧରି ହାରାହାରି ଅବସ୍ଥାକୁ ଜଳବାୟୁ କୁହାଯାଏ ।

BSE Odisha 7th Class Geography Solutions Chapter 2 ବାୟୁମଣ୍ଡଳ

ପାଣିପାଗ ଓ ଜଳବାୟୁର ନିୟାମକ :

କେତେକ ନିୟାମକ ଦ୍ଵାରା ପାଣିପାଗ ଓ ଜଳବାୟୁ ନିୟନ୍ତ୍ରିତ ହୋଇଥାଏ ।

  • ଅକ୍ଷାଂଶ : ନିମ୍ନ ଅକ୍ଷାଂଶରେ ସୌରରଶ୍ମି ସଳଖ ପଡ଼ୁଥିବାରୁ ଅଧିକ ଗରମ ହୁଏ । ଅକ୍ଷାଂଶ ବୃଦ୍ଧି ହେଲେ ତାପମାତ୍ରା ହ୍ରାସ ପାଏ ।
  • ସମୁଦ୍ର ପତ୍ତନଠାରୁ ଉଚ୍ଚତା : ସମୁଦ୍ର ପତ୍ତନଠାରୁ ୧ କି.ମି. ଉଚ୍ଚତା ବୃଦ୍ଧିରେ ତାପମାତ୍ରା ୬.୪° ସେଲ୍ସିୟସ୍ ହାରରେ ହ୍ରାସ ପାଏ । ତେଣୁ ଉଚ୍ଚତା ବୃଦ୍ଧି ସହ ତାପମାତ୍ରା ହ୍ରାସ ପାଏ ।
  • ଜଳ ଓ ସ୍ଥଳଭାଗର ବଣ୍ଟନ : ସମୁଦ୍ରର ପ୍ରଭାବ ଯୋଗୁଁ ଉପକୂଳ ଅଞ୍ଚଳରେ ଅଧିକ ଗରମ ବା ଶୀତ ଅନୁଭୂତ ହୁଏ ନାହିଁ । କାରଣ ସ୍ଥଳଭାଗ ଶୀଘ୍ର ଉତ୍ତପ୍ତ ଓ ଶୀଘ୍ର ଥଣ୍ଡା ହୁଏ, ମାତ୍ର ଜଳଭାଗ ଧୀରେ ଧୀରେ ଉତ୍ତପ୍ତ ହୁଏ ଓ ବିଳମ୍ବରେ ଥଣ୍ଡା ହୁଏ ।
  • ସାମୁଦ୍ରିକ ସ୍ରୋତ : ଉଷ୍ଣ ସାମୁଦ୍ରିକ ସ୍ରୋତ ପ୍ରଭାବରେ ଉପକୂଳ ଅଞ୍ଚଳ ଜଳବାୟୁ ଅପେକ୍ଷାକୃତ ଉଷ୍ଣ ଓ ଶୀତଳ ସାମୁଦ୍ରିକ ସ୍ରୋତ ପ୍ରଭାବିତ ଅଞ୍ଚଳ ଅପେକ୍ଷାକୃତ ଶୀତଳ ଥାଏ ।
  • ପବନର ଦିଗ ; ସମୁଦ୍ରରୁ ପ୍ରବାହିତ ବାୟୁ ଜଳୀୟବାଷ୍ପ ଗ୍ରହଣ କରିଥିବାରୁ ଏହା ବର୍ଷା କରାଏ, ମାତ୍ର ସ୍ଥଳଭାଗରୁ ପ୍ରବାହିତ ବାୟୁ ଶୁଷ୍କ ଥିବାରୁ ଏହା ବୃଷ୍ଟି କରାଇପାରେ ନାହିଁ ।
  • ଉଦ୍ଭଦ : ଉଭିଦ ବହୁଳ ଅଞ୍ଚଳ (ଜଙ୍ଗଲ)ରେ ଭୂମି ଆର୍ଦ୍ର ଥାଏ ଏବଂ ବୃଷ୍ଟିପାତ ହୁଏ । ଉଭିଦ ବିହୀନ ମରୁ ଅଞ୍ଚଳ ଭୂମି ଶୁଷ୍କ ଥାଏ ଓ କମ୍ ବୃଷ୍ଟିପାତ ହୁଏ ।

ଜଳବାୟୁର ଉପାଦାନ :

ଜଳବାୟୁ କେତେକ କାରକ ବା ଉପାଦାନ ଦ୍ଵାରା ପ୍ରଭାବିତ ହୁଅନ୍ତି ।

BSE Odisha 7th Class Geography Solutions Chapter 2 ବାୟୁମଣ୍ଡଳ 3

ଭୂପୃଷ୍ଠରେ ସଂଗୃହୀତ ସୌରାଭିତାପ ବିଷୁବରେଖାଠାରୁ ମେରୁ ଆଡ଼କୁ ହ୍ରାସ ପାଇଥାଏ ।
ଭୂପୃଷ୍ଠରେ ସଂଗୃହୀତ ତାପ ବାୟୁମଣ୍ଡଳକୁ ବିକିରିତ ହୋଇଥାଏ ଓ ଏହା ଅଙ୍ଗାରକାମ୍ଳ, ଜଳୀୟବାଷ୍ପ ଦ୍ବାରା ଶୋଷିତ ହୋଇ ବାୟୁମଣ୍ଡଳର ତାପମାତ୍ରାକୁ ବଢ଼ାଇ ଦିଅନ୍ତି ।
ପୃଥ‌ିବୀ ସୂର୍ଯ୍ୟଙ୍କଠାରୁ ତାପ ଶକ୍ତି ସଂଗ୍ରହ କରିବା ଓ ବାୟୁମଣ୍ଡଳକୁ ବିକିରଣ କରିବା ମଧ୍ୟରେ ସମତା ରକ୍ଷା ହେବାଦ୍ଵାରା ପୃଥ‌ିବୀର ହାରାହାରି ତାପମାତ୍ରା ସମାନ
ରହେ ।
ବାୟୁ ତାପମାତ୍ରା ଦିନବେଳା କ୍ରମଶଃ ବୃଦ୍ଧି ପାଇ ଅପରାହ୍ନରେ ସର୍ବାଧ‌ିକ ଓ ରାତିରେ କ୍ରମଶଃ ହ୍ରାସପାଇ ଭୋର୍‌ ସମୟରେ ସର୍ବନିମ୍ନରେ ପହଞ୍ଚିଥାଏ । ଦୈନିକ ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା ବ୍ୟବଧାନକୁ ‘ଦୈନିକ ତାପ ବ୍ୟବଧାନ’ କୁହାଯାଏ । ସେହିପରି ବର୍ଷ ମଧ୍ୟରେ ତାପମାତ୍ରାର କ୍ରମଶଃ ହ୍ରାସବୃଦ୍ଧିକୁ ‘ବାର୍ଷିକ ତାପଚକ୍ର’ କୁହାଯାଏ ।
ପୃଥ‌ିବୀର ଶକ୍ତି ସଂଗ୍ରହ ଓ ଶକ୍ତି ବିକିରଣ ମଧ୍ୟରେ ସମତା ରହିବାକୁ ପୃଥ‌ିବୀର ତାପ ବଜେଟ୍ କୁହାଯାଏ । ବର୍ଷର ଉଷ୍ଣତମ ଓ ଶୀତଳତମ ମାସ ଦ୍ବୟର ହାରାହାରି ତାପମାତ୍ରା ବ୍ୟବଧାନକୁ ବାର୍ଷିକ ତାପ ବ୍ୟବଧାନ କୁହାଯାଏ ।

ପୃଥିବୀର ମୁଖ୍ୟ ତାପମଣ୍ଡଳ :

ପୃଥିବୀରେ ପାଞ୍ଚୋଟି ତାପମଣ୍ଡଳ ଦେଖାଯାଏ, ଯଥା-

(i)
BSE Odisha 7th Class Geography Solutions Chapter 2 ବାୟୁମଣ୍ଡଳ 16
(ii) ନାତିଶୀତୋଷ୍ଣ ମଣ୍ଡଳ
BSE Odisha 7th Class Geography Solutions Chapter 2 ବାୟୁମଣ୍ଡଳ 4
BSE Odisha 7th Class Geography Solutions Chapter 2 ବାୟୁମଣ୍ଡଳ 5
(iii) ହିମମଣ୍ଡଳ
BSE Odisha 7th Class Geography Solutions Chapter 2 ବାୟୁମଣ୍ଡଳ 6

ବାୟୁମଣ୍ଡଳର ଚାପ :

  • ବାୟୁର ଓଜନ ଅଛି, ତେଣୁ ବାୟୁମଣ୍ଡଳ ଭୂପୃଷ୍ଠରେ ଚାପ ପକାଏ ।
  • ସମୁଦ୍ର ପତ୍ତନରେ ବାୟୁଚାପ ସର୍ବାଧ‌ିକ ଓ ଉଚ୍ଚତା ବୃଦ୍ଧିରେ ବାୟୁର ଘନତା ହ୍ରାସ ପାଉଥିବାରୁ ବାୟୁଚାପ ହ୍ରାସ ପାଏ ।
  • ବ୍ୟାରୋମିଟର ବା ଚାପମାନ ଯନ୍ତ୍ରରେ ବାୟୁଚାପ ନିର୍ଣ୍ଣୟ କରାଯାଏ ।
  • ଉଷ୍ଣ ବାୟୁରେ ବାୟୁଚାପ କମ୍ ଓ ଶୀତଳ ବାୟୁରେ ବାୟୁଚାପ ଅଧ୍ବକ ।

BSE Odisha 7th Class Geography Solutions Chapter 2 ବାୟୁମଣ୍ଡଳ

ପୃଥିବୀର ମୁଖ୍ୟ ଚାପ ବଳୟ :

ବାୟୁଚାପ ଦୃଷ୍ଟିରୁ ପୃଥିବୀକୁ ସାତୋଟି ଚାପବଳୟରେ ବିଭକ୍ତ କରାଯାଇଛି ।

  1. ନିରକ୍ଷୀୟ ଲଘୁଚାପ ବଳୟ : ନିରକ୍ଷ ବୃତ୍ତର ଉଭୟ ପାର୍ଶ୍ଵରେ ୫ ସମାକ୍ଷରେଖା ମଧ୍ଯରେ ଅଧିକ ତାପମାତ୍ରା ରହୁଥ‌ିବାରୁ ବାୟୁଚାପ କମ୍ ହୋଇ ଲଘୁଚାପ ବଳୟ ସୃଷ୍ଟି ହୁଏ । ଏଠାରେ ବାୟୁମଣ୍ଡଳ ଶାନ୍ତ ଓ ଚଳନଶୂନ୍ୟ ଥ‌ିବାରୁ ଏହାକୁ ନିରକ୍ଷ ଶାନ୍ତ ବଳୟ କୁହାଯାଏ ।
  2. ଉପକ୍ରାନ୍ତୀୟ ଗୁରୁଚାପ ବଳୟ : ଉଭୟ ଗୋଲାର୍ଦ୍ଧରେ ପ୍ରାୟ ୨୫ରୁ ୩୫° ସମାକ୍ଷରେଖା ମଧ୍ଯରେ ଏହି ଗୁରୁଚାପ ବଳୟ ରହିଛି । ଉଭୟ ଗୋଲାର୍ଦ୍ଧରେ ଦୁଇଟି ଗୁରୁଚାପ ବଳୟ ରହିଛି । ଏଠାରେ ବାୟୁ ସର୍ବଦା ନିମ୍ନଗାମୀ ତଥା ବାୟୁର ପାର୍ଶ୍ଵପ୍ରବାହ ନ ଥାଏ । ତେଣୁ ଏହାକୁ ‘ଉପକ୍ରାନ୍ତୀୟ ଶାନ୍ତ ବଳୟ’ କୁହାଯାଏ ।
  3. ଉପମେରୁ ଦେଶୀୟ ଲଘୁଚାପ ବଳୟ : ଉଭୟ ଗୋଲାର୍ଦ୍ଧରେ ୬୦ରୁ ୭୦° ସମାକ୍ଷରେଖା ମଧ୍ଯରେ ବାୟୁ ପୃଥ‌ିବୀର ଦ୍ରୁତ ଆବର୍ତ୍ତନ ଯୋଗୁଁ କ୍ରାନ୍ତୀୟ ଅଞ୍ଚଳ ଆଡ଼କୁ ଖେଳି ହୋଇଯାଇ ଲଘୁଚାପ ବଳୟ ସୃଷ୍ଟି ହୁଏ ।
  4. ମେରୁଦେଶୀୟ ଗୁରୁଚାପ ବଳୟ : ଉଭୟ ମେରୁ ଅଞ୍ଚଳର ବାୟୁ ଶୀତଳ ଓ ଓଜନିଆ ହେତୁ ଉଭୟ ମେରୁ ଅଞ୍ଚଳରେ ଗୁରୁଚାପ ବଳୟ ସୃଷ୍ଟି ହୁଏ ।

BSE Odisha 7th Class Geography Solutions Chapter 2 ବାୟୁମଣ୍ଡଳ 7

ବାୟୁ ପ୍ରବାହ :

  • ବାୟୁ ସର୍ବଦା ଗୁରୁଚାପ ଅଞ୍ଚଳରୁ ଲଘୁଚାପ ଅଞ୍ଚଳକୁ ପ୍ରବାହିତ ହୋଇଥାଏ ।
  • ଭୂପୃଷ୍ଠ ସହ ସମାନ୍ତର ଭାବେ ବହୁଥ‌ିବା ବାୟୁକୁ ପବନ ଏବଂ ନିମ୍ନମୁଖୀ ଓ ଉର୍ଦ୍ଧ୍ବ ମୁଖୀ ବାୟୁକୁ ବାୟୁସ୍ରୋତ କୁହାଯାଏ ।
  • ବାୟୁପ୍ରବାହ ମୁଖ୍ୟତଃ ୪ ଶ୍ରେଣୀର ।
  • ଗତିଶୀଳ ବାୟୁକୁ ପବନ କୁହାଯାଏ ।

BSE Odisha 7th Class Geography Solutions Chapter 2 ବାୟୁମଣ୍ଡଳ 8

ବିଭିନ୍ନ ବାୟୁ ସମ୍ପର୍କରେ ଜାଣିବା :

ବାଣିଜ୍ୟ ବାୟୁ :

  • ଉପକ୍ରାନ୍ତୀୟ ଗୁରୁଚାପ ବଳୟରୁ ନିରକ୍ଷୀୟ ଲଘୁଚାପ ବଳୟକୁ ପ୍ରବାହିତ ବାୟୁକୁ ବାଣିଜ୍ୟ ବାୟୁ ବା ଆୟନ ବାୟୁ କୁହାଯାଏ ।
  • ଉତ୍ତର ଗୋଲାର୍ଦ୍ଧରେ ଉତ୍ତର-ପୂର୍ବ ଦିଗରୁ ପ୍ରବାହିତ ହେଉଥ‌ିବାରୁ ଏହାର ନାମ ଉତ୍ତର-ପୂର୍ବ ଆୟନ ବାୟୁ ଏବଂ ଦକ୍ଷିଣ ଗୋଲାର୍ଦ୍ଧରେ ଦକ୍ଷିଣ-ପୂର୍ବ ଦିଗରୁ ପ୍ରବାହିତ ହେଉଥ‌ିବାରୁ ଏହାକୁ ଦକ୍ଷିଣ- ପୂର୍ବ ଆୟନ ବାୟୁ କୁହାଯାଏ ।

ପଶ୍ଚିମା ବାୟୁ :

  • ପଶ୍ଚିମା ବାୟୁ ଉଭୟ ଗୋଲାର୍ଦ୍ଧର ଉପକ୍ରାନ୍ତୀୟ ଗୁରୁଚାପ ବଳୟରୁ ଉପମେରୁ ଦେଶୀୟ ଲଘୁଚାପ ବଳୟକୁ ପ୍ରବାହିତ ହୁଏ ।
  • ଉତ୍ତର ଗୋଲାର୍ଦ୍ଧରେ ଦକ୍ଷିଣ-ପଶ୍ଚିମ ଓ ଦକ୍ଷିଣ ଗୋଲାର୍ଦ୍ଧରେ ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହୁଏ ।

BSE Odisha 7th Class Geography Solutions Chapter 2 ବାୟୁମଣ୍ଡଳ

ମେରୁ ବାୟୁ :

  • ମେରୁ ବାୟୁ ଉଭୟ ଗୋଲାର୍ଦ୍ଧର ମେରୁଦେଶୀୟ ଗୁରୁଚାପ ବଳୟରୁ ଉପମେରୁଦେଶୀୟ ଲଘୁଚାପ ବଳୟକୁ ପ୍ରବାହିତ ହୁଏ ।
  • ଏହି ବାୟୁ ଉତ୍ତର ଗୋଲାର୍ଦ୍ଧରେ ଉତ୍ତର-ପୂର୍ବ ଦିଗରୁ ଏବଂ ଦକ୍ଷିଣ ଗୋଲାର୍ଦ୍ଧରେ ଦକ୍ଷିଣ-ପୂର୍ବ ଦିଗରୁ ପ୍ରବାହିତ ହୁଏ ।

ସମୁଦ୍ର ବାୟୁ : ସମୁଦ୍ରରୁ ସ୍ଥଳଭାଗକୁ ପ୍ରବାହିତ ବାୟୁକୁ ସମୁଦ୍ର ବାୟୁ କୁହାଯାଏ । ଏହା ପ୍ରାୟ ଦିନବେଳା ପ୍ରବାହିତ ହୋଇଥାଏ ।

ସ୍ଥଳ ବାୟୁ : ରାତିବେଳା ସ୍ଥଳଭାଗ ଜଳଭାଗ ଅପେକ୍ଷା ଶୀଘ୍ର ଥଣ୍ଡା ହୋଇ ଗୁରୁଚାପ ସୃଷ୍ଟି ହେଉଥ‌ିବାରୁ ସ୍ଥଳଭାଗରୁ ବାୟୁ ସମୁଦ୍ର ଆଡ଼କୁ ପ୍ରବାହିତ ହୁଏ । ଏହାକୁ ସ୍ଥଳବାୟୁ କୁହାଯାଏ ।

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ : ଗ୍ରୀଷ୍ମକାଳରେ ଏସିଆ ଭୂଖଣ୍ଡରେ ଲଘୁଚାପ ସୃଷ୍ଟି ହେଉଥ‌ିବାରୁ ଏହି ମହାଦେଶର ଦକ୍ଷିଣରେ ଥିବା ମହାସାଗରରୁ ବାୟୁ ଦକ୍ଷିଣ-ପଶ୍ଚିମ ଦିଗରୁ ସ୍ଥଳଭାଗ ଆଡ଼କୁ ପ୍ରବାହିତ ହୁଏ ।

ଉତ୍ତର-ପୂର୍ବ ମୌସୁମୀ ବାୟୁ : ଶୀତଋତୁରେ ଜଳଭାଗ ଉପରେ ଲଘୁଚାପ ଓ ସ୍ଥଳଭାଗ ଉପରେ ଗୁରୁଚାପ ସୃଷ୍ଟିହେବା ଯୋଗୁଁ ସ୍ଥଳଭାଗରୁ ଶୁଷ୍କ ବାୟୁ ଉତ୍ତର-ପୂର୍ବ ଦିଗରୁ ପ୍ରବାହିତ ହୁଏ ।

ଳୁ : ଗ୍ରୀଷ୍ମକାଳରେ ଗାଙ୍ଗେୟ ସମତଳ ଅଞ୍ଚଳରେ ପ୍ରବାହିତ ଅତି ଉଷ୍ଣ ଓ ଶୁଷ୍କ ବାୟୁପ୍ରବାହ ‘କୁ’ ନାମରେ ପରିଚିତ ।

କାଳବୈଶାଖୀ : ଗ୍ରୀଷ୍ମଋତୁର ଅପରାହ୍ନରେ ଆସାମ, ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶାରେ ପ୍ରବାହିତ ଅତି ଉଷ୍ଣ ବାୟୁ ପ୍ରଭାବରେ ହେଉଥ‌ିବା ଘଡ଼ଘଡ଼ି ସହ ବୃଷ୍ଟିପାତକୁ କାଳବୈଶାଖୀ କୁହାଯାଏ ।

ଚିନୁକ୍ : ରକି ପାର୍ବତ୍ୟାଞ୍ଚଳରେ ଶୀତକାଳରେ ପ୍ରବାହିତ ଉଷ୍ଣ ଓ ଶୁଷ୍କ ବାୟୁକୁ ଚିନୁକ୍ କୁହାଯାଏ ।

ବାଟୀବର୍ଷ : ବାୟୁଚାପ ହଠାତ୍ ହ୍ରାସ ପାଇ କେନ୍ଦ୍ରୀଭୂତ ହେଲେ ସେ ସ୍ଥାନକୁ ଚତୁଃପାର୍ଶ୍ୱସ୍ଥ ଗୁରୁଚାପ ଅଞ୍ଚଳରୁ ବାୟୁ ତୀବ୍ର ବେଗରେ ପ୍ରବାହିତ ହୁଏ । ଏହା ଲଘୁଚାପ ଅଞ୍ଚଳକୁ ପ୍ରବେଶ କରି ନ ପାରି ଘୁରି ଘୂରି ଉପରକୁ ଉଠିଯାଏ । ଏହାକୁ ବାତାବର୍ଷ କୁହାଯାଏ ।

ପ୍ରତୀପ ବାତାବର୍ଷ : କୌଣସି ସ୍ଥାନରେ ବାୟୁଚାପ ହଠାତ୍ ବୃଦ୍ଧିପାଇ ଗୁରୁଚାପ କେନ୍ଦ୍ର ସୃଷ୍ଟି ହୁଏ ଓ ଏହି କେନ୍ଦ୍ରରୁ ବାୟୁ ଧୀରେ ଧୀରେ ଚତୁଃପାର୍ଶ୍ୱସ୍ଥ ଲଘୁଚାପ ଅଞ୍ଚଳକୁ ପ୍ରବାହିତ ହୁଏ । ଏହାକୁ ପ୍ରତୀପ ବାତାବର୍ଷ କୁହାଯାଏ ।

ବାୟୁର ଆର୍ଦ୍ରତା :

  • ବାୟୁରେ ଜଳୀୟବାଷ୍ପର ଉପସ୍ଥିତି ଓ ପରିମାଣକୁ ବାୟୁର ଆର୍ଦ୍ରତା କୁହାଯାଏ ।
  • ବାଷ୍ପୀଭୂତ ଜଳକଣାକୁ ଜଳୀୟବାଷ୍ପ କୁହାଯାଏ ।
  • ବାଷ୍ପୀଭବନ ପ୍ରକ୍ରିୟାରେ ଭୂପୃଷ୍ଠର ଜଳରାଶି ଓ ତୁଷାର ରାଶିରୁ ଜଳ ବାଷ୍ପୀଭୂତ ହୋଇ ବାୟୁମଣ୍ଡଳରେ ମିଶେ ।
  • ସେହିପରି ବାଷ୍ପମୋଚନ ପ୍ରକ୍ରିୟାରେ ବୃକ୍ଷଲତାଦିଙ୍କ ପତ୍ରରୁ ଜଳ ବାଷ୍ପୀଭୂତ ହୋଇଥାଏ ।
  • ବାୟୁମଣ୍ଡଳରେ ଏହି ବାଷ୍ପୀଭୂତ ଜଳକଣା ବା ଜଳୀୟବାଷ୍ପ ବୃଷ୍ଟିପାତର କାରକ ଅଟେ ।
  • ଉଚ୍ଚ ଅକ୍ଷାଂଶରେ ସୂର୍ଯ୍ୟତାପ କମ୍ ଯୋଗୁ ବାଷ୍ପୀଭବନର ହାର କମ୍, ମାତ୍ର ନିମ୍ନ ଅକ୍ଷାଂଶରେ ବାଷ୍ପୀଭବନ ପ୍ରକ୍ରିୟାର ହାର ଅଧିକ ।
  • ତାପମାତ୍ରା ଅନୁଯାୟୀ ବାୟୁରେ କ୍ଷମତା ପରିମାଣର ଜଳୀୟବାଷ୍ପ ଥିଲେ ତାହା ପରିପୃକ୍ତ ବାୟୁ ଏବଂ କ୍ଷମତା ପରି ମାଣଠାରୁ କମ୍ ଜଳୀୟବାଷ୍ପ ଥିଲେ ତାହାକୁ ଅପରିପୃକ୍ତ ବାୟୁ କୁହାଯାଏ ।
  • ବାଷ୍ପୀଭବନ ପ୍ରକ୍ରିୟା ଜଳର ସୁଲଭତା, ପବନର ବେଗ, ବାୟୁର ଶୁଷ୍କତା ଓ ସୂର୍ଯ୍ୟତାପର ପରିମାଣ ଉପରେ ନିର୍ଭର କରେ ।
  • ହାଇଗ୍ଲୋମିଟର ଯନ୍ତ୍ର ଦ୍ବାରା ବାୟୁର ଆର୍ଦ୍ରତା ମପାଯାଏ ।
  • ଘନୀଭବନ ପ୍ରକ୍ରିୟାରେ ଜଳୀୟବାଷ୍ପ ଗ୍ୟାସୀୟ ଅବସ୍ଥାରୁ ତରଳ ବା କଠିନ ଅବସ୍ଥାକୁ ଫେରିଆସେ ।
  • ଶିଶିରାଙ୍କ ତାପମାତ୍ରାଠାରୁ ଘନୀଭବନ ପ୍ରକ୍ରିୟା ଆରମ୍ଭ ହୁଏ । ଫଳରେ କାକର, କୁହୁଡ଼ି, ମେଘ ଆଦି ସୃଷ୍ଟି ହୁଏ ।
  • ଯେଉଁ ତାପମାତ୍ରାରେ ଜଳୀୟବାଷ୍ପ କ୍ଷୁଦ୍ର କ୍ଷୁଦ୍ର ଜଳକଣାରେ ପରିଣତ ହୁଏ, ତାହାକୁ ଶିଶିରାଙ୍କ କୁହାଯାଏ ।

BSE Odisha 7th Class Geography Solutions Chapter 2 ବାୟୁମଣ୍ଡଳ

ଘନୀଭବନର ପ୍ରରୂପ :

  • ଘନୀଭବନ ପ୍ରକ୍ରିୟା ଫଳରେ କାକର, କୁହୁଡ଼ି, ମେଘ ଆଦି ସୃଷ୍ଟି ହୁଏ ।
  • କାକର : ଶୀତରାତି ଓ ହେମନ୍ତ ଋତୁରେ ବାୟୁର ତାପମାତ୍ରା ଶିଶିରାଙ୍କ ତଳକୁ ଖସିଆସିଲେ ବାୟୁରେ ଥିବା ଜଳୀୟବାଷ୍ପ ଘନୀଭୂତ ହୋଇ କ୍ଷୁଦ୍ର କ୍ଷୁଦ୍ର ଜଳକଣାରେ ପରିଣତ ହୋଇଥାଏ। ଏହା ଶୀତଳ ପଦାର୍ଥ ବା ଘାସପତ୍ରରେ କାକର ରୂପେ ଲାଗିରହେ ।
  • କୁହୁଡ଼ି : ଶୀତଋତୁରେ ଶୀତଳ ଭୂପୃଷ୍ଠକୁ ଲାଗିଥିବା ବାୟୁମଣ୍ଡଳ ଥଣ୍ଡା ହୋଇ ଶିଶିରାଙ୍କ ତଳକୁ ଖସିଆସିଲେ, ବାୟୁରେ ଥିବା ଜଳୀୟବାଷ୍ପ ଘନୀଭୂତ ହୁଏ । ଏହା ଧୂଳିକଣାକୁ ଆଶ୍ରୟ କରି ଭୂପୃଷ୍ଠର ଅଳ୍ପ ଉଚ୍ଚତାରେ ଭାସିବୁଲିଲେ ଏହାକୁ କୁହୁଡ଼ି କୁହାଯାଏ ।
  • କୁହୁଡ଼ିର ପ୍ରକାରଭେଦ :

BSE Odisha 7th Class Geography Solutions Chapter 2 ବାୟୁମଣ୍ଡଳ 9

  • ମେଘ : ଆକାଶରେ ଭାସମାନ ଅବସ୍ଥାରେ ଥ‌ିବା ଜଳକଣା ଓ ତୁଷାରକଣାର ସମାହାରକୁ ମେଘ କୁହାଯାଏ ।

ମେଘର ପ୍ରକାରଭେଦ :

BSE Odisha 7th Class Geography Solutions Chapter 2 ବାୟୁମଣ୍ଡଳ 10

  • ବର୍ଷଣ : ମେଘରେ ଥ‌ିବା ଜଳ କିମ୍ବା ତୁଷାରକଣା ଘନୀଭୂତ ହୋଇ ତଳକୁ ଖସିଲେ ଏହାକୁ ବର୍ଷଣ କୁହାଯାଏ ।
  • ବୃଷ୍ଟିପାତ, ତୁଷାରପାତ ଏବଂ କରକାପାତ ଦ୍ବାରା ବର୍ଷଣ ପ୍ରକ୍ରିୟା ଘଟିଥାଏ ।

ବୃଷ୍ଟିପାତ :

  • ମେଘରେ ଥ‌ିବା ଜଳକଣା ଘନୀଭୂତ ହୋଇ ଜଳ ଆକାରରେ ଭୂପୃଷ୍ଠରେ ପଡ଼ିବାକୁ ବୃଷ୍ଟିପାତ କୁହାଯାଏ ।

ବୃଷ୍ଟିପାତର ପ୍ରକାରଭେଦ :

  • ପରିଚଳନ ବୃଷ୍ଟିପାତ ; ପରିଚଳନ ପ୍ରକ୍ରିୟାରେ ଉତ୍ତପ୍ତ ବାୟୁ ଉପରକୁ ଉଠି ପ୍ରସାରିତ ହୋଇ ଥଣ୍ଡା ହୁଏ । ଫଳରେ ଏଥିରେ ଥିବା ଜଳୀୟବାଷ୍ପ ଘନୀଭୂତ ହୋଇ ବିଜୁଳି ଓ ଘଡ଼ଘଡ଼ି ସହ ବୃଷ୍ଟି ହୁଏ ।

BSE Odisha 7th Class Geography Solutions Chapter 2 ବାୟୁମଣ୍ଡଳ 11
BSE Odisha 7th Class Geography Solutions Chapter 2 ବାୟୁମଣ୍ଡଳ 12

  • ନିରକ୍ଷୀୟ ଅଞ୍ଚଳରେ ପ୍ରତିଦିନ ଅପରାହ୍ନରେ ପରିଚଳନ ବୃଷ୍ଟିପାତ ହୋଇଥାଏ ।
  • ଶୈଳୋତ୍‌କ୍ଷେପ ବୃଷ୍ଟିପାତ : ଉଚ୍ଚ ପର୍ବତ ବା ଭୂମିରେ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ବାଧାପାଇ ଉପରକୁ ଉଠେ ଓ ସେଠାରେ ପ୍ରସାରିତ ହୋଇ ଥଣ୍ଡା ହେବା ଫଳରେ ସେଥ‌ିରେ ଜଳୀୟବାଷ୍ପ ଘନୀଭୂତ ହୋଇ ପର୍ବତର ସେହି ପାର୍ଶ୍ବରେ ପ୍ରବଳ ବୃଷ୍ଟି କରାଏ ।
  • ପର୍ବତର ଯେଉଁ ପାର୍ଶ୍ଵରେ ବାୟୁ ବାଧାପାଏ, ତାକୁ ପ୍ରତିବାତ ପାର୍ଶ୍ଵ ଓ ଏହାର ଅପର ପାର୍ଶ୍ଵକୁ ଅନୁବାତ ପାର୍ଶ୍ୱ କୁହାଯାଏ ।
  • ବାତାବର୍ଷ ବୃଷ୍ଟିପାତ : କ୍ରାନ୍ତିମଣ୍ଡଳର ଅନ୍ତର୍ଗତ ସମୁଦ୍ର ଉପରେ ଲଘୁଚାପ କେନ୍ଦ୍ର ସୃଷ୍ଟି ହୁଏ । ଫଳରେ ଲଘୁଚାପ କେନ୍ଦ୍ରକୁ ପ୍ରବାହିତ ବାୟୁ ଘୂରି ଘୂରି ଉପରକୁ ଉଠିଯାଏ । ଏଥିରେ ଥ‌ିବା ଜଳୀୟବାଷ୍ପ ଘନୀଭୂତ ହୋଇ ପ୍ରବଳ ବର୍ଷା କରାଯାଏ ।

BSE Odisha 7th Class Geography Solutions Chapter 2 ବାୟୁମଣ୍ଡଳ

ତୁଷାରପାତ :

  • ଉଚ୍ଚ ପର୍ବତଶ୍ରେଣୀ ବା ମାଳଭୂମି ଅଞ୍ଚଳରେ ହିମାଙ୍କଠାରୁ କମ୍ ତାପମାତ୍ରାରେ ବାୟୁରେ ଥ‌ିବା ଜଳକଣାଗୁଡ଼ିକ ତୁଷାରକଣାରେ ପରିଣତ ହୁଏ ଓ ଧଳା ଗୁଣ୍ଡ ଆକାରରେ ଭୂପୃଷ୍ଠରେ ପଡ଼େ ।
  • କୁଆପଥର ବୃଷ୍ଟି : ଉତ୍ତପ୍ତ ବାୟୁସ୍ରୋତର ଉଗତି ଯୋଗୁ ମେଘ ହୁଏ ଓ ଏହା ଅତି ଉପରକୁ ଉଠିଗଲେ ଏଥରେ ଥିବା ଜଳକଣା ଓ ତୁଷାରକଣା ଜମାଟ ବାନ୍ଧି ଛୋଟ ବଡ଼ ବରଫଖଣ୍ଡରେ ପରିଣତ ହୋଇ ବୃଷ୍ଟିପାତ ସହ ଭୂପୃଷ୍ଠରେ ପଡ଼େ । ଏହାକୁ କୁଆପଥର ବୃଷ୍ଟି କହନ୍ତି ।
  • କ୍ରାନ୍ତିମଣ୍ଡଳୀୟ ଅଞ୍ଚଳରେ ଖରାଦିନେ ଅପରାହ୍ନରେ କୁଆପଥର ବୃଷ୍ଟି ହୋଇଥାଏ ।

କେତେକ ଭୌଗୋଳିକ ଶବ୍ଦାବଳୀ

  • ବାୟୁମଣ୍ଡଳ : ଆମ ପୃଥ‌ିବୀକୁ ଚତୁର୍ଦ୍ଦିଗରେ ଘେରି ରହିଥ‌ିବା ଗ୍ୟାସୀୟ ବଳୟ ।
  • ଟ୍ରପୋସ୍ଟିଅର : ହାରାହାରି ୧୨ କିଲୋମିଟର ଉଚ୍ଚତା ବିଶିଷ୍ଟ ବାୟୁମଣ୍ଡଳର ସର୍ବନିମ୍ନ ସ୍ତର |
  • ଷ୍ଟ୍ରାଟୋସ୍ପିଅର : ଟ୍ରପୋସ୍ପିଅର ଉପରକୁ ପ୍ରାୟ ୫୦ କି.ମି. ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଥୁବା ବାୟୁ ସ୍ତର ।
  • ଟ୍ରପୋପଜ୍ : ଟ୍ରପୋସ୍ପିଅର ଓ ଷ୍ଟ୍ରାଟୋସ୍ପିଅର ମଝିରେ ଥ‌ିବା ଏକ ପତଳା ବଳୟ ।
  • ଷ୍ଟ୍ରାଟୋପଜ୍ : ଷ୍ଟ୍ରାଟୋସ୍ପିଅର ଓ ମେସୋସ୍ପିଅର ମଝିରେ ଥିବା ଏକ ପତଳା ବଳୟ ।
  • ମେସୋପଜ୍ : ମେସୋସ୍ପିଅର୍ ଓ ଥର୍ମୋସ୍ପିଅରକୁ ପୃଥକ୍ କରୁଥୁବା ଏକ ପତଳା ବଳୟ ।
  • ମେସୋସ୍ଟି ଅର୍ : ଷ୍ଟ୍ରାଟୋସ୍ପିଅର ଉପରକୁ ପ୍ରାୟ ୮୦ କି.ମି. ଉଚ୍ଚତା ବ୍ୟାପୀ ଥିବା ବାୟୁ ସ୍ତର ।
  • ଥର୍ମୋସ୍ତି ଅର୍ : ମେସୋସ୍ଟି ଅରର ଉପର ସ୍ତରକୁ ଥର୍ମୋସ୍ତି ଅର କୁହାଯାଏ ।
  • ଆୟୋନସ୍ପିଅର୍ : ଥର୍ମୋସ୍ପିଅରର ନିମ୍ନାଶ ଅର୍ଥାତ୍‌ ୮୦ରୁ ୪୦୦ କି.ମି. ପର୍ଯ୍ୟନ୍ତ ବିସ୍ତୃତ ବାୟୁ ସ୍ତର ।
  • ଏକ୍‌ସ୍ଟି ଅର : ବାୟୁମଣ୍ଡଳର ବାହ୍ୟ ସ୍ତର ।
  • ପାଣିପାଗ : ନିର୍ଦ୍ଦିଷ୍ଟ ସମୟରେ କୌଣସି ସ୍ଥାନର ବାୟୁମଣ୍ଡଳର ସାମୟିକ ଅବସ୍ଥା ।
  • ଜଳବାୟୁ : କୌଣସି ସ୍ଥାନର ପାଣିପାଗର ବହୁବର୍ଷ ଧରି ହାରାହାରି ଅବସ୍ଥା ।
  • ଉଷ୍ଠ ସ୍ରୋତ : ବିଷୁବ ଅଞ୍ଚଳରୁ ମେରୁ ଅଞ୍ଚଳକୁ ପ୍ରବାହିତ ସ୍ରୋତକୁ ଉସ୍ରୋତ କୁହାଯାଏ ।
  • ଶୀତଳ ସ୍ରୋତ : ମେରୁ ଅଞ୍ଚଳରୁ ବିଷୁବ ଅଞ୍ଚଳକୁ ପ୍ରବାହିତ ସ୍ରୋତ ।
  • ସୌରାଭିତାପ ଭୂପୃଷ୍ଠରେ ସଂଗୃହୀତ ସୌରରଶ୍ମିର ପରିମାଣ ।
  • ତାପ ବଜେଟ୍ : ଶକ୍ତି ସଂଗ୍ରହ ଓ ଶକ୍ତି ବିକିରଣ ମଧ୍ୟରେ ସମତା ରହିବାକୁ ତାପ ବଜେଟ୍ କୁହାଯାଏ ।
  • ଦୈନିକ ତାପ ବ୍ୟବଧାନ : ଦୈନିକ ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା ମଧ୍ୟରେ ବ୍ୟବଧାନ ।
  • ବାର୍ଷିକ ତାପଚକ୍ର : ବର୍ଷକ ମଧ୍ୟରେ ତାପମାତ୍ରାର କ୍ରମଶଃ ହ୍ରାସବୃଦ୍ଧି ।
  • ବାର୍ଷିକ ତାପ ବ୍ୟବଧାନ : ବର୍ଷର ଉଷ୍ଣତମ ଏବଂ ଶୀତଳତମ ମାସ ଦ୍ବୟର ହାରାହାରି ତାପମାତ୍ରାର ବ୍ୟବଧାନ ।
  • ଗ୍ରୀଷ୍ମମଣ୍ଡଳ/ ଉଷ୍ଣମଣ୍ଡଳ : କର୍କଟକ୍ରାନ୍ତି ଓ ମକରକ୍ରାନ୍ତିର ମଧ୍ୟବର୍ତୀ ଅଞ୍ଚଳ ।
  • ନାତିଶୀତୋଷ ମଣ୍ଡଳ : ଉଭୟ ଗୋଲାର୍ଦ୍ଧରେ କ୍ରାନ୍ତିବୃତ୍ତଠାରୁ ମେରୁବୃତ୍ତ ପର୍ଯ୍ୟନ୍ତ ଅଞ୍ଚଳ ।
  • ହିମମଣ୍ଡଳ : ଉଭୟ ଗୋଲାର୍ଦ୍ଧରେ ମେରୁବୃତ୍ତଠାରୁ ମେରୁ ମଧ୍ୟବର୍ତ୍ତୀ ଅଧ‌ିକ ତୀର୍ଯ୍ୟକ୍ କିରଣ ପଡ଼ୁଥିବା ଅଞ୍ଚଳ ।
  • ମିଲିବାର : ବାୟୁଚାପ ମାପିବାରେ ବ୍ୟବହୃତ ଏକକ ।
  • ନିରକ୍ଷ ଶାନ୍ତ ବଳୟ : ବିଷୁବ ବୃତ୍ତର ଉଭୟ ପାର୍ଶ୍ଵ ରେ ୫° ସମାକ୍ଷରେଖା ମଧ୍ୟବର୍ତୀ ଚାପ ବଳୟ ।
  • ଉପକ୍ରାନ୍ତୀୟ ଶାନ୍ତ ବଳୟ : ଉଭୟ ଗୋଲାର୍ଦ୍ଧର ୨୫°ରୁ ୩୫° ସମାକ୍ଷରେଖା ମଧ୍ୟବର୍ତ୍ତୀ ଉପକ୍ରାନ୍ତୀୟ ଗୁରୁଚାପ ବଳୟ ।

BSE Odisha 7th Class Geography Solutions Chapter 2 ବାୟୁମଣ୍ଡଳ

  • ପବନ : ଭୂପୃଷ୍ଠ ସହ ସମାନ୍ତର ଭାବେ ବହୁଥ‌ିବା ବାୟୁ ।
  • ବାୟୁସ୍ରୋତ : ନିମ୍ନ ବା ଉର୍ଦୁମୁଖୀ ପ୍ରବାହିତ ବାୟୁ ।
  • ଉଇଣ୍ଡଭେନ୍ : ବାୟୁର ଦିଗ ମାପକ ଯନ୍ତ୍ର ।
  • ଆନିମୋମିଟର : ବାୟୁର ବେଗ ମାପକ ଯନ୍ତ୍ର ।
  • ନିୟତ ବାୟୁ : ଗୁରୁଚାପ ବଳୟରୁ ଲଘୁଚାପ ବଳୟକୁ ପ୍ରବାହିତ ବାୟୁ ।
  • ଆୟନ ବାୟୁ/ବାଣିଜ୍ୟ ବାୟୁ : ଉପକ୍ରାନ୍ତୀୟ ଗୁରୁଚାପ ବଳୟରୁ ନିରକ୍ଷୀୟ ଲଘୁଚାପ ବଳୟକୁ ପ୍ରବାହିତ ବାୟୁ ।
  • ପଶ୍ଚିମା ବାୟୁ : ଉଭୟ ଗୋଲାର୍ଦ୍ଧରେ ଉପକ୍ରାନ୍ତୀୟ ଗୁରୁଚାପ ବଳୟରୁ ଉପମେରୁ ଦେଶୀୟ ଲଘୁଚାପ ବଳୟକୁ ପ୍ରବାହିତ ବାୟୁ ।
  • ଗର୍ଜନଶୀଳ ଚାଳିଶା : ଦକ୍ଷିଣ ଗୋଲାର୍ଦ୍ଧରେ ବିସ୍ତୀର୍ଣ୍ଣ ଜଳରାଶି ମଧ୍ଯରେ ପ୍ରାୟ ୪୦ରୁ ୪୯° ସମାକ୍ଷରେଖା ମଧ୍ଯରେ ପ୍ରବଳ ବେଗରେ ପ୍ରବାହିତ ପଶ୍ଚିମା ବାୟୁ ।
  • ମେରୁ ବାୟୁ : ଉଭୟ ଗୋଲାର୍ଦ୍ଧରେ ମେରୁ ଦେଶୀୟ ଗୁରୁଚାପ ବଳୟରୁ ଉପମେରୁ ଦେଶୀୟ ଲଘୁଚାପ ବଳୟକୁ ପ୍ରବାହିତ ବାୟୁ ।
  • ସାମୟିକ ବାୟୁ : ଦିନ ବା ବର୍ଷର ସମୟ ଭିତ୍ତିରେ ପରସ୍ପର ବିପରୀତ ଦିଗରୁ ପ୍ରବାହିତ ବାୟୁ ।
  • ସ୍ଥଳ ବାୟୁ : ସ୍ଥଳଭାଗରୁ ସମୁଦ୍ର ଆଡ଼କୁ ପ୍ରବାହିତ ବାୟୁ ।
  • ସମୁଦ୍ର ବାୟୁ : ସମୁଦ୍ରରୁ ସ୍ଥଳଭାଗକୁ ପ୍ରବାହିତ ହେଉଥିବା ବାୟୁ ।
  • ଦକ୍ଷିଣ-ପୂର୍ବ ମୌସୁମୀ ବାୟୁ : ଗ୍ରୀଷ୍ମକାଳରେ ଏସିଆ ମହାଦେଶର ଦକ୍ଷିଣରେ ଥିବା ବିସ୍ତୃତ ଜଳଭାଗରୁ ସ୍ଥଳଭାଗକୁ ଦକ୍ଷିଣ-ପଶ୍ଚିମ ଦିଗରୁ ପ୍ରବାହିତ ମୌସୁମୀ ବାୟୁ ।
  • ଉତ୍ତର-ପୂର୍ବ ମୌସୁମୀ ବାୟୁ : ଶୀତଋତୁରେ ସ୍ଥଳଭାଗରୁ ଜଳଭାଗକୁ ପ୍ରବାହିତ ଶୁଷ୍କ ମୌସୁମୀ ବାୟୁ ।
  • କାଳବୈଶାଖୀ : ଓଡ଼ିଶାର ଉତ୍ତରଭାଗ, ପଶ୍ଚିମବଙ୍ଗ, ଆସାମ, ବାଂଲାଦେଶରେ ଗ୍ରୀଷ୍ମଦିନେ ଅପରାହ୍ନରେ ଉଷ୍ଣ ବାୟୁପ୍ରବାହ ଫଳରେ ଘଡ଼ଘଡ଼ି ସହ ହେଉଥିବା ବୃଷ୍ଟିପାତ ।
  • ଲୁ : ଗ୍ରୀଷ୍ମଦିନେ ଗାଙ୍ଗେୟ ସମତଳ ଅଞ୍ଚଳ ତଥା ରାଜସ୍ଥାନରେ ପ୍ରବାହିତ ହେଉଥ‌ିବା ଏକ ଅତି ଉଷ୍ଣ ଓ ଶୁଷ୍କ ବାୟୁ ।
  • ଚିନୁକ୍ : ରକି ପର୍ବତମାଳାର ପୂର୍ବ ଢାଲୁ ଅଞ୍ଚଳରେ ଶୀତକାଳରେ ପ୍ରବାହିତ ଏକ ଉଷ୍ଣ ଓ ଶୁଷ୍କ ବାୟୁ ।
  • ବାୟୁର ଆର୍ଦ୍ରତା : ବାୟୁରେ ଜଳୀୟବାଷ୍ପର ପରିମାଣ ଓ ଉପସ୍ଥିତିକୁ ବାୟୁର ଆର୍ଦ୍ରତା କୁହାଯାଏ ।
  • ଶିଶିରାଙ୍କ : ଯେଉଁ ତାପମାତ୍ରାରେ ଜଳୀୟବାଷ୍ପ କ୍ଷୁଦ୍ର କ୍ଷୁଦ୍ର ଜଳକଣାରେ ପରିଣତ ହୁଏ ।
  • ବାଷ୍ପୀଭବନ : ଜଳ ଗ୍ୟାସୀୟ ଅବସ୍ଥାରେ ପରିବର୍ତ୍ତିତ ହେବା ପ୍ରକ୍ରିୟା ।

BSE Odisha 7th Class Geography Solutions Chapter 2 ବାୟୁମଣ୍ଡଳ

  • ଘନୀଭବନ : ଜଳୀୟବାଷ୍ପ ଗ୍ୟାସୀୟ ଅବସ୍ଥାରୁ ତରଳ ବା କଠିନ ଅବସ୍ଥାକୁ ପରିବର୍ତ୍ତିତ ହେବା ପ୍ରକ୍ରିୟା ।
  • ଅଭିବହନ କୁହୁଡ଼ି : ଶୀତଳ ବାୟୁ ଓ ଉଷ୍ଣ ଆର୍ଦ୍ର ବାୟୁର ମିଶ୍ରଣରେ ସୃଷ୍ଟି ହେଉଥିବା କୁହୁଡ଼ି ।
  • ମିଷ୍ଟ୍ : କୁହୁଡ଼ି ଅତି ପତଳା ହେଲେ ତାହାକୁ ମିଷ୍ଟ୍ କୁହାଯାଏ ।
  • ସ୍ତରୀଭୂତ ମେଘ : ଆକାଶରେ ବିସ୍ତୀର୍ଣ୍ଣ ଅଞ୍ଚଳରେ ସ୍ତର ସ୍ତର ହୋଇ ଭାସୁଥ‌ିବା ମେଘ ।
  • ପୁଞ୍ଜିଭୂତ ମେଘ : ତୁଳାଗଦା ସଦୃଶ ମେଞ୍ଚା ମେଞ୍ଚା ହୋଇ ବହୁ ଉପରକୁ ଉଠି ରହି ଦେଖାଯାଉଥିବା ମେଘ ।
  • ନିମ୍ନ ମେଘ : ଭୂପୃଷ୍ଠରୁ ପ୍ରାୟ ଦୁଇ କିଲୋମିଟର ପର୍ଯ୍ୟନ୍ତ ଉଚ୍ଚତାରେ ଥ‌ିବା ମେଘ ।
  • ମଧ୍ୟ ମେଘ : ଦୁଇ କିଲୋମିଟରରୁ ୬ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ହୋଇଥିବା ମେଘ ।
  • ଉଚ୍ଚ ମେଘ : ୬ କି.ମି.ରୁ ୧୨ କି.ମି. ପର୍ଯ୍ୟନ୍ତ ବ୍ୟାପିଥିବା ମେଘ ।
  • ବର୍ଷଣ : ମେଘରେ ଥିବା ଜଳ କିମ୍ବା ତୁଷାରକଣା ଘନୀଭୂତ ହୋଇ ତଳକୁ ଖସିବା ପ୍ରକ୍ରିୟା ।
  • ରେଜ : ବୃଷ୍ଟିପାତର ପରିମାଣ ମାପ କରାଯାଉଥ‌ିବା ଯନ୍ତ୍ର ।
  • ହାଇଗ୍ଲୋମିଟର : ବାୟୁର ଆର୍ଦ୍ରତା ମାପ କରାଯାଉଥିବା ଯନ୍ତ୍ର ।

BSE Odisha 7th Class Science Important Questions Chapter 2 ଭୌତିକ ଓ ରାସାୟନିକ ପରିବର୍ତ୍ତନ

Odisha State Board BSE Odisha 7th Class Science Important Questions Chapter 2 ଭୌତିକ ଓ ରାସାୟନିକ ପରିବର୍ତ୍ତନ Important Questions and Answers.

BSE Odisha Class 7 Science Important Questions Chapter 2 ଭୌତିକ ଓ ରାସାୟନିକ ପରିବର୍ତ୍ତନ

Question 1.
ଚୂନରେ ଅମ୍ଳଜାନ ଥିଲେ ମଧ୍ୟ ଚୂନର ଧର୍ମ ଅମ୍ଳଜାନର ଧର୍ମଠାରୁ ଭିନ୍ନ କାହିଁକି ?
Solution:

  • କ୍ୟାଲ୍‌ସିୟମ୍‌ର ଗୋଟିଏ ପରମାଣୁ ଓ ଅମ୍ଳଜାନର ଗୋଟିଏ ପରମାଣୁ ରାସାୟନିକ ପ୍ରତିକ୍ରିୟା ଦ୍ବାରା ସଂଯୁକ୍ତ ହୋଇ ଚୂନର ଗୋଟିଏ ଅଣୁ ଗଠନ କରିଥାଏ ।
  • ରାସାୟନିକ ପ୍ରତିକ୍ରିୟାଦ୍ଵାରା କାଲ୍‌ସିୟମ୍ ଓ ଅମ୍ଳଜାନ ମୌଳିକର ପରମାଣୁ ନିଜ ନିଜର ଧର୍ମ ହରାଇ ନୂତନ ଯୌଗିକ ପଦାର୍ଥ ଚୂନ ଅଣୁ ତିଆରି କରୁଥିବାରୁ ଚୂନର ଧର୍ମ ଅମ୍ଳଜାନର ଧର୍ମଠାରୁ ଭିନ୍ନ ।

Question 2.
ଜଳ ଅଣୁ କେଉଁ କେଉଁ ପରମାଣୁକୁ କେତେ ଅନୁପାତରେ ନେଇ କିପରି ଗଠିତ ହୁଏ, ଲେଖ ।
Solution:

  • ଜଳ ଅଣୁ ଗୋଟିଏ ଯୌଗିକ ଅଣୁ । ରାସାୟନିକ ପ୍ରତିକ୍ରିୟାରେ ଉଦ୍‌ଜାନର ଦୁଇଟି ପରମାଣୁ ଓ ଅମ୍ଳଜାନର ଗୋଟିଏ ପରମାଣୁ ମିଶି ଜଳର ଗୋଟିଏ ଅଣୁ ଗଠନ କରନ୍ତି ।
  • ଜଳ ଅଣୁରେ ଉଦ୍‌ଜାନ ଓ ଅମ୍ଳଜାନ ପରମାଣୁର ଅନୁପାତ 2 : 1 |

Question 3.
ସ୍ଵଚ୍ଛ ଚୂନପାଣି ମଧ୍ୟକୁ ଅଙ୍ଗାରକାମ୍ଳ ଗ୍ୟାସ୍ ପ୍ରବେଶ କରାଇଲେ କ’ଣ ହୁଏ ?

  • ସ୍ବଚ୍ଛ ଚୂନପାଣି [Ca(OH)2] ମଧ୍ୟକୁ ଅଙ୍ଗାରକାମ୍ଳ (CO)2 ଗ୍ୟାସ୍ ପ୍ରବେଶ କରାଇଲେ ରାସାୟନିକ ପ୍ରତିକ୍ରିୟା ଘଟି କାସିୟମ୍ କାର୍ବୋନେଟ୍ ଗଠିତ ହୁଏ । ଏହାର ରଙ୍ଗ ଧଳା ହୋଇଥିବାରୁ ଚୂନପାଣି ଦୁଧୂଆ ହୋଇଯାଏ ।
  • Ca(OH)2 + CO2 = CaCO2 + H2O

Question 4.
ଲୌହ ସହ ଗନ୍ଧକକୁ ଉତ୍ତପ୍ତ କଲେ କ’ଣ ହୁଏ ?
Solution:

  • ଲୌହ (Fe) ସହ ଗନ୍ଧକ (S)କୁ ମିଶାଇ ଉତ୍ତପ୍ତ କଲେ ରାସାୟନିକ ପ୍ରତିକ୍ରିୟା ଘଟି ଲୌହ ସଲଫାଇଡ୍ ଉତ୍ପନ୍ନ ହୁଏ ।
  • Fe + S = FeS

BSE Odisha 7th Class Science Important Questions Chapter 2 ଭୌତିକ ଓ ରାସାୟନିକ ପରିବର୍ତ୍ତନ

Question 5.
କଲିଚୂନରେ ଜଳ ମିଶିଲେ କ’ଣ ଉତ୍ପନ୍ନ ହୁଏ ?

  • କଲିଚୂନ (CaO)ରେ ଜଳ (H2O) ମିଶି ରାସାୟନିକ ପ୍ରତିକ୍ରିୟା ହେଲେ ଶମୀତ ଚୂନ Ca(OH)2 ଓ ତାପ ଉତ୍ପନ୍ନ ହୁଏ ।
  • CaO + H2O = Ca(OH)2 + ତାପ

Question 6.
ଜଳକୁ ବିଦ୍ୟୁତ୍ ବିଶ୍ଳେଷଣ କରାଇଲେ କ’ଣ ହୁଏ ?
Solution:

  • ଜଳକୁ ବିଦ୍ୟୁତ୍ ବିଶ୍ଳେଷଣ କଲେ ରାସାୟନିକ ପ୍ରତିକ୍ରିୟା ଫଳରେ ଜଳ (H2O) ଅଣୁ ବିଭାଜିତ ହୋଇ ଉଦ୍‌ଜାନ (H2) ଓ ଅମ୍ଳଜାନ (O2) ଉତ୍ପନ୍ନ ହୁଏ ।
  • 2H2O = 2 + O2 (ବିହ୍ୟୁତ୍ ବିଶେଷଣ)

Question 7.
କାଲ୍ସିୟମ୍ କା ଦେବାନୋଟ୍ ସହ ଲଣ୍ଡ ଲବଣାମ୍ବର ପ୍ରତିକ୍ରିୟା ପଟେ |
Solution:

  • କାସିୟମ୍ କାର୍ବୋନେଟ୍ (CaCO3) ସହ ଲଘୁ ଲବଣାମ୍ଳ (dilHCl)ର ରାସାୟନିକ ପ୍ରତିକ୍ରିୟା ଘଟି କାସିୟମ୍ କ୍ଲୋରାଇଡ୍ (CaCl2), ଜଳ (H2O) ଓ ଅଙ୍ଗାରକାମ୍ଳ (CO2) ଗ୍ୟାସ୍ ଉତ୍ପନ୍ନ ହୁଏ ।
  • CaCO3 + 2HCl = CaCl2 + H2O + CO2

Question 8.
ରାସାୟନିକ ପରିବର୍ତ୍ତନ କ’ଣ ?
Solution:
ଯେଉଁ ପରିବର୍ତ୍ତନ ସ୍ଥାୟୀ ଓ ଅପ୍ରତ୍ୟାବର୍ତ୍ତୀ ତାହାକୁ ରାସାୟନିକ ପରିବର୍ତ୍ତନ କୁହାଯାଏ । ଉଦାହରଣ – କାଠ ଜଳିବା ।

Question 9.
ରାସାୟନିକ ସମୀକରଣ କ’ଣ ?
Solution:
ଗୋଟିଏ ରାସାୟନିକ ପ୍ରତିକ୍ରିୟାକୁ ଯେଉଁ ସମୀକରଣ ସାହାଯ୍ୟରେ ସଂକ୍ଷେପ ଓ ସାଙ୍କେତିକ ରୂପରେ ପ୍ରକାଶ କରାଯାଏ ତାହାକୁ ରାସାୟନିକ ସମୀକରଣ କୁହାଯାଏ ।

Question 10.
ରାସାୟନିକ ପ୍ରତିକ୍ରିୟା କ’ଣ ?
Solution:
ଦୁଇଟି ପଦାର୍ଥ ମିଶି ନୂତନ ପଦାର୍ଥ ଗଠନ କରିବାକୁ ରାସାୟନିକ ପ୍ରତିକ୍ରିୟା କୁହାଯାଏ ।

ବସ୍ତୁନିଷ୍ଠ ପ୍ରଣୋଇର :

I. ଶୂନ୍ୟସ୍ଥାନ ପୂରଣ କର ।
(i) ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା ଗୋଟିଏ __________ ପରିବର୍ତ୍ତନ ।
(ii) ଜଳ ବରଫରେ ପରିଣତ ହେବା __________ ପରିବର୍ତ୍ତନ ।
(iii) ଲୌହ ସହ ଗନ୍ଧକକୁ ମିଶାଇ ଉତ୍ତପ୍ତ କଲେ __________ ଉତ୍ପନ୍ନ ହୁଏ ।
(iv) ______ ଗୁଡ଼ିକ ରାସାୟନିକ ପ୍ରତିକ୍ରିୟାରେ ଭାଗ ନିଅନ୍ତି ।
(v) ରାସାୟନିକ ପ୍ରତିକ୍ରିୟାରେ ଯେଉଁ ପଦାର୍ଥଗୁଡ଼ିକ ଅଂଶଗ୍ରହଣ କରନ୍ତି ସେଗୁଡ଼ିକୁ ______ କୁହାଯାଏ ।
(vi) ସ୍ଵଚ୍ଛଚୂନପାଣି ମଧ୍ୟକୁ ଅଙ୍ଗାରକାମ୍ଳ ଗ୍ୟାସ ପ୍ରବେଶ କରାଇଲେ ______ ବର୍ଣ୍ଣ ଦେଖାଯାଏ ।
(vii) ଖାଇବାଲୁଣ ଅଣୁର ସଂକେତ ______ |
(viii) ______ ପରିବର୍ତ୍ତନଗୁଡ଼ିକରେ ସବୁବେଳେ ନୂତନ ପଦାର୍ଥ ଉତ୍ପନ୍ନ ହୁଏ ।
(ix) ପୋଟାସିୟମ୍ କ୍ଲୋରେଟ୍‌କୁ ଉତ୍ତପ୍ତ କଲେ ______ ଗ୍ୟାସ୍ ଉତ୍ପନ୍ନ ହୁଏ ।
(x) ଯେଉଁ ପରିବର୍ତ୍ତନଗୁଡ଼ିକ ଅସ୍ଥାୟୀ ଓ ପ୍ରତ୍ୟାବର୍ତ୍ତୀ ______ କୁହାଯାଏ ।
Solution:
(i) ରାସାୟନିକ
(ii) ଭୌତିକ
(iii) ଲୌହ ସଲଫାଇଡ୍
(iv) ପରମାଣୁ
(v) ପ୍ରତିକାରକ
(vi) ଦୁଧୂ
(vii) NaCl
(viii) ରାସାୟନିକ
(ix) ଅମ୍ଳଜାନ
(x) ଭୌତିକ

II. ବାମପାର୍ଶ୍ୱସ୍ଥ ଶବ୍ଦଗୁଡ଼ିକୁ ଲକ୍ଷ୍ୟକରି ଦକ୍ଷିଣପାର୍ଶ୍ବର ସମ୍ପର୍କିତ ଶବ୍ଦ ଲେଖ ।
(i) କାଚ ବଲବ୍ ଜଳିବା : ଭୌତିକ ପରିବର୍ତ୍ତନ :: କାଠ ଜଳିବା : ______
(ii) ଧାତୁ + ଅମ୍ଳଜାନ : ଧାତବ ଅକ୍‌ସାଇଡ୍ :: ଧାତୁ + ଗନ୍ଧକ : ______
(iii) ମୌଳିକ : ପରମାଣୁ :: ଯୌଗିକ : ______
(iv) ଅଙ୍ଗାରକାମ୍ଳ : ଯୌଗିକ :: ବାରୁଦ : ______
(v) ଲବଣାମ୍ଳ : HCL :: ଗନ୍ଧକାମ୍ଳ : ______
BSE Odisha 7th Class Science Important Questions Chapter 2 Img 2
(vii) ରାସାୟନିକ ସମୀକରଣର ବାମପାର୍ଶ୍ବ : ପ୍ରତିକାରକ :: ରାସାୟନିକ ସମୀକରଣର ଦକ୍ଷିଣପାର୍ଶ୍ବ : ______
(viii) ମହମ ଜଳିବା : ରାସାୟନିକ ପରିବର୍ତ୍ତନ :: ମହମ ତରଳିବା : ______
(ix) ଚୂନ : କ୍ୟାଲ୍‌ସିୟମ୍ ଅକ୍‌ସାଇଡ୍ :: ଚୂନପାଣି : ______
(x) ସମତୁଲ ସମୀକରଣ : = :: ଅସମତୁଲ ସମୀକରଣ : ______
(xi) C+O2 : CO2 :: S + O2: ______
(xii) ଲୌହ ସଲ୍‌ଫେଟ୍ : ସବୁଜ :: ମାଗ୍ନେସିୟମ୍ ଅକ୍‌ସାଇଡ୍ : ______
(xiii) ପାଣି ବାଷ୍ପ ହେବା : ଭୌତିକ ପରିବର୍ତ୍ତନ :: କାଠ ଅଙ୍ଗାର ହେବା : ______
Solution:
(i) ରାସାୟନିକ ପରିବର୍ତ୍ତନ
(ii) ଧାତବ ସଲ୍‌ଫାଇଡ୍
(iii) ଅଣୁ
(iv) ମିଶ୍ରଣ
(v) H2SO2
(vi) କଙ୍କାଳ ସମୀକରଣ
(vii) ଉତ୍ପାଦ
(viii) ଭୌତିକ ପରିବର୍ତ୍ତନ
(ix) କ୍ୟାସିୟମ୍ ହାଇଡ୍ରକ୍‌ସାଇଡ୍
(x) → (xi) SO2
(xii) ଧଳା
(xiii) ରାସାୟନିକ ପରିବର୍ତ୍ତନ

BSE Odisha 7th Class Science Important Questions Chapter 2 ଭୌତିକ ଓ ରାସାୟନିକ ପରିବର୍ତ୍ତନ

III. ବନ୍ଧନୀ ମଧ୍ୟରୁ ଠିକ୍ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର ।
(i) ______ ଗୁଡ଼ିକ ରାସାୟନିକ ପ୍ରତିକ୍ରିୟାରେ ଭାଗ ନିଅନ୍ତି । (ମୌଳିକ, ଯୌଗିକ, ଅଣୁ, ପରମାଣୁ )
(ii) ଉଦ୍‌ଜାନ ଓ ଅମ୍ଳଜାନ ______ ଅନୁସାରେ ମିଶି ଜଳ ସୃଷ୍ଟି କରନ୍ତି । (ଆକାର, ଆୟତନ, ଓଜନ, ଅଣୁ)
(iii) ସ୍ବଚ୍ଛ ଚୂନପାଣି ମଧ୍ୟକୁ ଅଙ୍ଗାରକାମ୍ଳ ଗ୍ୟାସ୍ ପୂରାଇଲେ ______ ଉତ୍ପନ୍ନ ହେବା ଯୋଗୁଁ ଚୂନପାଣି ଦୁଧୂଆ ରଙ୍ଗ ହୋଇଯାଏ । (କ୍ୟାଲ୍‌ସିୟମ୍‌ ଅକ୍‌ସାଇଡ୍, କ୍ୟାଲସିୟମ୍ ହାଇଡ୍ରୋକ୍‌ସାଇଡ୍, କ୍ୟାସିୟମ୍ କାର୍ବୋନେଟ୍, କ୍ୟାସିୟମ୍ ବାଇକାର୍ବୋନେଟ୍)
(iv) ରାସାୟନିକ ପ୍ରତିକ୍ରିୟାପାଇଁ ______ ର ପ୍ରାୟ ଆବଶ୍ୟକତା ନାହିଁ । (ସ୍ପର୍ଶ, ତାପ, ଆଲୋକ, ଚାପ )
(v) ରାସାୟନିକ ସମୀକରଣର ବାମପାର୍ଶ୍ଵରେ ______ ରହିଥାଏ । (ଉତ୍ପାଦ, ପ୍ରତିକାରକ, ସଂକେତ)
Solution:
(i) ପରମାଣୁ
(ii) ଆୟତନ
(iii)କ୍ୟାସିୟମ୍ ବାଇକାର୍ବୋନେଟ୍
(iv) ଚାପ
(v) ପ୍ରତିକାରକ

IV. ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

(i) ରାସାୟନିକ ପ୍ରତିକ୍ରିୟାଦ୍ଵାରା କାହାର ଅଣୁ ଗଠିତ ହୋଇଥାଏ ?
(a) ଦସ୍ତା
(b) ମିଶ୍ରଣ
(c) ଯୌଗିକ
(d) ମୌଳିକ
Solution:
(c) ଯୌଗିକ

(ii) ବାରୁଦ ପ୍ରସ୍ତୁତିରେ କେଉଁଟି ବ୍ୟବହୃତ ହୁଏ ?
(a) ତମ୍ବା
(b) ଅଙ୍ଗାରକ
(c) ଦସ୍ତା
(d) ଗନ୍ଧକ
Solution:
(d) ଗନ୍ଧକ

(iii) କେଉଁ ଗ୍ୟାସ୍‌ ଚୂନପାଣିକୁ ଦୁଧୂ ରଙ୍ଗ କରିଦିଏ ?
(a) ଉଦ୍‌ଜାନ
(b) ଅମ୍ଳଜାନ
(c) ଅଙ୍ଗାରକାମ୍ଳ
(d) ଯବକ୍ଷାରଜାନ
Solution:
(c) ଅଙ୍ଗାରକାମ୍ଳ

(iv) କାହା ସହିତ ଅଙ୍ଗାରକାମ୍ଳ ସୂର୍ଯ୍ୟାଲୋକ ଉପସ୍ଥିତିରେ ରାସାୟନିକ ପ୍ରତିକ୍ରିୟା କରି ଉଭିଦର ପତ୍ରରେ ଶ୍ଵେତସାର ଜାତୀୟ ଖାଦ୍ୟ ପ୍ରସ୍ତୁତ କରିଥାଏ ।
(a) ଉଦ୍‌ଜାନ
(b) ଅମ୍ଳଜାନ
(c) ଅଙ୍ଗାରକାମ୍ଳ,
(d) ଜଳ
Solution:
(d) ଜଳ

(v) କେଉଁଟିରେ ଉପାଦାନଗୁଡ଼ିକ ନିଜ ନିଜର ଧର୍ମ ହରାଇଥାନ୍ତି ?
(a) ବିସରଣ
(b) ମିଶ୍ରଣ
(c) ରାସାୟନିକ ପ୍ରତିକ୍ରିୟା
(d) ଭୌତିକ ପ୍ରତିକ୍ରିୟା
Solution:
(c) ରାସାୟନିକ ପ୍ରତିକ୍ରିୟା

(vi) ଉତ୍ତପ୍ତ ସୋଡ଼ିୟମ୍ ସହ ହାଇଡ୍ରୋକ୍ଲୋରିକ୍ ଗ୍ୟାସ୍‌ର ରାସାୟନିକ ପ୍ରତିକ୍ରିୟା ଫଳରେ କେଉଁ ଗ୍ୟାସ୍ ଉତ୍ପନ୍ନ ହୁଏ ?
(a) ଯବକ୍ଷାରଜାନ
(b) ଅଙ୍ଗାରକାମ୍ଳ
(c) ଉଦ୍‌ଜାନ
(d) ଅମ୍ଳଜାନ
Solution:
(c) ଉଦ୍‌ଜାନ

(vii) ପୋଟାସିୟମ୍ କ୍ଲୋରେଟ୍‌କୁ ଉତ୍ତପ୍ତ କଲେ କେଉଁ ଗ୍ୟାସ୍ ଉତ୍ପନ୍ନ ହୁଏ ?
(a) ଅମ୍ଳଜାନ
(b) ଉଦ୍‌ଜାନ
(c) କ୍ଲୋରିନ୍
(d) ବ୍ରୋମିନ୍
Solution:
(a) ଅମ୍ଳଜାନ

(viii) କେଉଁଟି ରାସାୟନିକ ପ୍ରତିକ୍ରିୟାର ଦୃଷ୍ଟାନ୍ତ ନୁହେଁ ?
(a) ମହମବତୀ ଜଳିବା
(b) ଲୁହା କଳଙ୍କି ଧରିବା
(c) ଦୁଗ୍‌ଧ ଦହିରେ ପରିଣତ ହେବା
(d) ଜଳୀୟବାଷ୍ପ ଶୀତଳ ହେବା
Solution:
(d) ଜଳୀୟବାଷ୍ପ ଶୀତଳ ହେବା

V. ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବାଦୁଇଟି ଶବ୍ଦରେ ଉତ୍ତର ଲେଖ ।
(i) କେଉଁ ଗ୍ୟାସ୍ ସ୍ବଚ୍ଛ ଚୂନପାଣିକୁ ଦୁଧୂ ରଙ୍ଗ କରିଦିଏ ?
(ii) ଖାଇବା ଲୁଣର ଅଣୁ ସଂକେତ କ’ଣ ?
(iii) ଦୁଇ ବା ତତୋଽଧ୍ଵ ମୌଳିକ ପଦାର୍ଥ ଏକ ନିର୍ଦ୍ଦିଷ୍ଟ ଅନୁପାତରେ ରାସାୟନିକ ପ୍ରତିକ୍ରିୟାରେ ମିଶି ଯେଉଁ ନୂତନ ପଦାର୍ଥ ସୃଷ୍ଟି କରନ୍ତି, ତାହାକୁ କ’ଣ କୁହନ୍ତି ?
(iv) ମରକ୍ୟୁରିକ୍ ଅକ୍ସାଇଡ୍‌କୁ ତାପ ଦେଲେ ରାସାୟନିକ ପ୍ରତିକ୍ରିୟା ଘଟି କ’ଣ ଉତ୍ପନ୍ନ ହୁଏ ?
(v) ଲୁହା ଓ ଗନ୍ଧକକୁ ଉତ୍ତପ୍ତ କଲେ ରାସାୟନିକ ପ୍ରତିକ୍ରିୟା ଘଟି କ’ଣ ଗଠିତ ହୁଏ ?
Solution:
(i) ଅଙ୍ଗାରକାମ୍ଳ,
(ii) NaCl,
(iii) ଯୌଗିକ ପଦାର୍ଥ
(iv) ପାରଦ ଓ ଅମ୍ଳଜାନ
(v) ଲୌହ ସଲଫାଇଡ୍ ।

VI. ‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।
BSE Odisha 7th Class Science Important Questions Chapter 2 Img 1

BSE Odisha 7th Class Science Important Questions Chapter 2 ଭୌତିକ ଓ ରାସାୟନିକ ପରିବର୍ତ୍ତନ

VII. ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(i) ଯେଉଁଗୁଡ଼ିକ ଅସ୍ଥାୟୀ ଓ ପ୍ରତ୍ୟାବର୍ତ୍ତୀ ସେଗୁଡ଼ିକ ରାସାୟନିକ ପରିବର୍ତ୍ତନ କୁହାଯାଏ ।
(ii) ରାସାୟନିକ ପ୍ରତିକ୍ରିୟାରେ ଯେଉଁ ଯେଉଁ ପଦାର୍ଥ ଅଂଶଗ୍ରହଣ କରିଥାଏ ସେଗୁଡ଼ିକୁ ଉତ୍ପାଦ କୁହାଯାଏ ।
(iii) ସୋଡିୟମ୍‌, କ୍ଲୋରିନୁ ସହିତ ରାସାୟନିକ ପ୍ରତିକ୍ରିୟା କଲେ ହାଇଡ୍ରୋଜେନ୍ କ୍ଲୋରାଇଡ୍ ଉତ୍ପନ୍ନ ହୁଏ ।
(iv) ରାସାୟନିକ ପରିବର୍ତ୍ତନ ବିଭିନ୍ନ ପ୍ରକାର ଲେଖା ଯାଇଥାଏ ।
(v) ବାୟୁରେ ଅଙ୍ଗାରକ ଜଳିବା ବେଳେ ଲବଣାମ୍ଳ ଗ୍ୟାସ୍ ଉତ୍ପନ୍ନ ହୁଏ ।
(vi) ଚୁନପାଣି ହେଉଛି କ୍ୟାଲସିୟମ୍ କାର୍ବୋନେଟ୍ ଜଳୀୟ ଦ୍ରବଣ ।
Solution:
(i) ଯେଉଁଗୁଡ଼ିକ ଅସ୍ଥାୟୀ ଓ ପ୍ରତ୍ୟାବର୍ତ୍ତୀ ସେଗୁଡ଼ିକ ଭୌତିକ ପରିବର୍ତ୍ତନ କୁହାଯାଏ ।
(ii) ରାସାୟନିକ ପ୍ରତିକ୍ରିୟାରେ ଯେଉଁ ଯେଉଁ ନୂତନ ପଦାର୍ଥ ଉତ୍ପନ୍ନ ହୁଏ, ସେଗୁଡ଼ିକୁ ଉତ୍ପାଦ କୁହାଯାଏ ।
(iii) ସୋଡିୟମ୍, କ୍ଲୋରିନ୍ ସହିତ ରାସାୟନିକ ପ୍ରତିକ୍ରିୟା କଲେ ସୋଡ଼ିୟମ୍ କ୍ଲୋରାଇଡ୍ ଉତ୍ପନ୍ନ ହୁଏ ।
(iv) ରାସାୟନିକ ପରିବର୍ତ୍ତନ ଦୁଇପ୍ରକାର ଲେଖା ଯାଇଥାଏ ।
(v) ବାୟୁରେ ଅଙ୍ଗାରକ ଜଳିବା ବେଳେ ଅଙ୍ଗାରକାମ୍ଳ ଗ୍ୟାସ୍ ଉତ୍ପନ୍ନ ହୁଏ ।
(vi) ଚୂନପାଣି ହେଉଛି କ୍ୟାଲସିୟମ୍ ହାଇଡ୍ରେକସାଇଡ଼ର ଜଳୀୟ ଦ୍ରବଣ ।

VIII. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
(i) କେଉଁ ପରିବର୍ତ୍ତନରେ ପଦାର୍ଥର ଭୌତିକ ଧର୍ମର ପରିବର୍ତ୍ତନ ଘଟିଥାଏ ?
(ii) ଯେଉଁ ପରିବର୍ତ୍ତନ ସ୍ଥାୟୀ ଓ ଅପ୍ରତ୍ୟାବର୍ତ୍ତୀ ସେଗୁଡ଼ିକ କେଉଁ ଧର୍ମର ପରିବର୍ତ୍ତନ ଅଟେ ?
(iii) କାଠ ଜଳିବା କି ପ୍ରକାର ପରିବର୍ତ୍ତନ ଅଟେ ?
(iv) କେଉଁ ପରିବର୍ତ୍ତନରେ ନୂତନ ପଦାର୍ଥ ଉତ୍ପନ୍ନ ହୋଇନଥାଏ ?
(v) ଭିନେଗାର ସହିତ ଖାଇବା ସୋଡ଼ା ମିଶାଇଲେ କେଉଁ ଗ୍ୟାସ ମିଳେ ?
(vi) ଚୂନପାଣି ସହିତ କେଉଁ ଗ୍ୟାସର ପ୍ରତିକ୍ରିୟା ହେଲେ କ୍ୟାଲସିୟମ କାର୍ବୋନେଟ ଉତ୍ପନ୍ନ ହୁଏ ?
(vii) ରାସାୟନିକ ପ୍ରତିକ୍ରିୟାରେ ଉତ୍ପନ୍ନ ହେଉଥ‌ିବା ନୂତନ ପଦାର୍ଥକୁ କ’ଣ କୁହାଯାଏ ?
(viii) ମାଗ୍ନେସିୟମ୍ ସହିତ ଅମ୍ଳଜାନର ପ୍ରତିକ୍ରିୟା ହେଲେ କ’ଣ ମିଳେ ?
(ix) ବାସି ପଖାଳ ଖଟା ଲାଗିବା କେଉଁ ପ୍ରକାର ପରିବର୍ତ୍ତନ ଅଟେ ?
(x) ଉଚ୍ଚ ତାପମାତ୍ରାରେ ଉଦଜାନ ଓ ଅମ୍ଳଜାନ ରାସାୟନିକ ପ୍ରତିକ୍ରିୟା କଲେ କ’ଣ ମିଳେ ?
Solution:
(i) ଭୌତିକ ପରିବର୍ତ୍ତନରେ ପଦାର୍ଥର ଭୌତିକ ଗୁଣର ପରିବର୍ତ୍ତନ ଘଟିଥାଏ ।
(ii) ରାସାୟନିକ ପରିବର୍ତ୍ତନ ଅଟେ ।
(iii) କାଠ ଜଳିବା ରାସାୟନିକ ପରିବର୍ତ୍ତନ ଅଟେ ।
(iv) ଭୌତିକ ପରିବର୍ତ୍ତନରେ ନୂତନ ପଦାର୍ଥ ଉତ୍ପନ୍ନ ହୁଏ ନାହିଁ ।
(v) ଭିନେଗାର ସହିତ ଖାଇବା ସୋଡ଼ା ମିଶାଇଲେ ଅଙ୍ଗାରକାମ୍ଳ ଗ୍ୟାସ ମିଳେ ।
(vi) ଚୂନପାଣି ସହିତ ଅଙ୍ଗାରକାମ୍ଳ ଗ୍ୟାସର ପ୍ରତିକ୍ରିୟା ହେଲେ କ୍ୟାଲସିୟମ କାର୍ବୋନେଟ ଉତ୍ପନ୍ନ ହୁଏ ।
(vii) ରାସାୟନିକ ପ୍ରତିକ୍ରିୟାରେ ଉତ୍ପନ୍ନ ହେଉଥ‌ିବା ନୂତନ ପଦାର୍ଥକୁ ଉତ୍ପାଦ କୁହାଯାଏ ।
(viii)ମାଗ୍ନେସିୟମ ସହିତ ଅମ୍ଳଜାନର ପ୍ରତିକ୍ରିୟା ହେଲେ ମାଗ୍ନେସିୟମ ଅକ୍ସାଇଡ଼ ମିଳେ ।
(ix) ବାସି ପଖାଳ ଖଟା ଲାଗିବା ଏକ ରାସାୟନିକ ପରିବର୍ତ୍ତନ ଅଟେ ।
(x) ଉଚ୍ଚ ତାପମାତ୍ରାରେ ଉଦ୍‌ଜାନ ଓ ଅମ୍ଳଜାନ ରାସାୟନିକ ପ୍ରତିକ୍ରିୟା କଲେ ଜଳ ମିଳେ ।

BSE Odisha 7th Class Geography Solutions Chapter 1.3 ପୃଥ‌ିବୀର ଅଭ୍ୟନ୍ତର

Odisha State Board BSE Odisha 7th Class Geography Solutions Chapter 1.3 ପୃଥ‌ିବୀର ଅଭ୍ୟନ୍ତର Textbook Exercise Questions and Answers.

BSE Odisha Class 7 Geography Solutions Chapter 1.3 ପୃଥ‌ିବୀର ଅଭ୍ୟନ୍ତର

୧ । ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

Question କ.
ମହାଦେଶୀୟ ସ୍ଵଞ୍ଚଳନ କ’ଣ ?
Answer:

  • ମହାଦେଶୀୟ ସଞ୍ଚଳନ ଏକ ଅତି ଧୀର ତଥା ନିରବଚ୍ଛିନ୍ନ ପ୍ରକ୍ରିୟା ।
  • ଭୂବିଜ୍ଞାନୀମାନଙ୍କ ମତରେ, ଅଶ୍ଵମଣ୍ଡଳ କେତେଗୁଡ଼ିଏ ବିଶାଳ ପ୍ଲେଟ୍ ବା ପଟଳରେ ବିଭକ୍ତ ।
  • ଏଗୁଡ଼ିକ ବର୍ଷକୁ ପ୍ରାୟ ପାଞ୍ଚ ସେଣ୍ଟିମିଟର ବା ତା’ଠାରୁ କମ୍ ବେଗରେ ଗତି କରିଥାନ୍ତି । କାରଣ ଏଗୁଡ଼ିକ ଗତିଶୀଳ ମାଗ୍ନା ବା ଅର୍ବତରଳ ଶିଳା ଉପରେ ଅବସ୍ଥିତ ଥିବାରୁ ଏହି ପଟଳଗୁଡ଼ିକର ଗତି ସମ୍ଭବ ହୋଇଛି ।
  • ଫଳରେ ଜଳଭାଗ ଓ ସ୍ଥଳଭାଗ ଅନବରତ ସ୍ଥାନ ପରିବର୍ତ୍ତନ କରିବାରେ ଲାଗିଛନ୍ତି ।

Question ଖ.
ପ୍ଲେଟ୍ ବା ପଟଳ ଗତିର କାରଣ କ’ଣ ?
Answer:

  • ଭୂବିଜ୍ଞାନୀଙ୍କ ମତରେ, ଅଶ୍ମମଣ୍ଡଳ କେତେଗୁଡ଼ିଏ ବିଶାଳ ପ୍ଲେଟ ବା ପଟଳରେ ବିଭକ୍ତ ।
  • ଏହି ପଟଳଗୁଡ଼ିକର ନିଘାଂଶରେ ଥିବା ଅର୍ବତରଳ ଶିଳା ବା ମାଙ୍ଗା ଗତି ଶୀଳ । ତେଣୁ ଏହି ପ୍ଲେଟ (ପଟଳ)ଗୁଡ଼ିକର ଗତି ସମ୍ଭବ ହୋଇଛି ।

Question ଗ.
ସ୍ଥାନୀୟଭାବେ ଭୂମିକମ୍ପର ପୂର୍ବାନୁମାନ କିପରି କରାଯାଏ ?
Answer:

  • ସାଧାରଣଭାବେ ପଶୁପକ୍ଷୀମାନଙ୍କର ବ୍ୟାବହାରିକ – ପରିବର୍ତ୍ତନକୁ ଲକ୍ଷ୍ୟ କରି ସ୍ଥାନୀୟଭାବେ ଭୂମିକମ୍ପର ପୂର୍ବାନୁମାନ କରାଯାଇଥାଏ ।
  • ଭୂମିକମ୍ପ ହେବା ପୂର୍ବରୁ ପୁଷ୍କରିଣୀରେ ମାଛ ଆନ୍ଦୋଳିତ ହୋଇଥାନ୍ତି, ସାପ ଗାତରୁ ପଦାକୁ ବାହାରି ଆସନ୍ତା ଏବଂ ଗାଈଗୋରୁମାନେ ହଠାତ୍ ବୋବାଳି ଛାଡ଼ିଥାନ୍ତି ।

BSE Odisha 7th Class Geography Solutions Chapter 1.3 ପୃଥ‌ିବୀର ଅଭ୍ୟନ୍ତର

Question ଘ.
ସ୍ତରଚ୍ୟୁତି କାହାକୁ କୁହାଯାଏ ?
Answer:

  • କେତେକ ଆଭ୍ୟନ୍ତରୀଣ ଶକ୍ତି ପ୍ରଭାବରେ ଶିଳାସ୍ତର ଉଭୟ ଦିଗରେ ଟାଣି ହୋଇଯାଇ କ୍ରମେ ଫାଟ ସୃଷ୍ଟି ହୁଏ ।
  • ଫାଟର ଉଭୟ ପାର୍ଶ୍ଵରେ ଥିବା ଶିଳାସ୍ତରରେ ଚଳନ ହୋଇ ଏହାର କୌଣସି ଅଂଶ ଉପର ବା ତଳକୁ ଚାଲିଯାଏ ।
  • ଫଳରେ ବିଭିନ୍ନ ଶିଳାସ୍ତର ମଧ୍ଯରେ ତାଳମେଳ ରହେ ନାହିଁ । ଏହାକୁ ସ୍ତରଚ୍ୟୁତି କୁହାଯାଏ ।

Question ଙ.
ଉଦାହରଣ ସହ ବିଭିନ୍ନ ପ୍ରକାର ପର୍ବତର ନାମ ଲେଖ ।
Answer:
BSE Odisha 7th Class Geography Solutions Chapter 1.3 ପୃଥ‌ିବୀର ଅଭ୍ୟନ୍ତର 10

Question ଚ.
ମାଳଭୂମି କାହାକୁ କୁହାଯାଏ ?
Answer:

  • ସମୁଦ୍ର ପତ୍ତନରୁ ପ୍ରାୟ ୪୦୦ ମିଟର ବା ଅଧିକ ଉଚ୍ଚତାରେ ଅବସ୍ଥିତ ସମପ୍ରାୟ ଭୂମିକୁ ମାଳଭୂମି କୁହାଯାଏ ।
  • ସମତଳ ଭୂମିରୁ ଏଗୁଡ଼ିକ ତୀଖଭାବେ ଉଠିଥାଆନ୍ତି । ତେଣୁ ମାଳଭୂମିଗୁଡ଼ିକର ପାର୍ଶ୍ୱ ଅଧିକ ଢାଲୁ ବିଶିଷ୍ଟ ।
  • ଏକ ବିସ୍ତୀର୍ଣ୍ଣ ଟେବୁଲ ଭଳି ଦେଖାଯାଉ ଥ‌ିବାରୁ ମାଳଭୂମିକୁ ଟେବୁଲଲାଣ୍ଡ ମଧ୍ଯ କୁହାଯାଏ ।

Question ଛ.
ସମାନୀକରଣ ପ୍ରକ୍ରିୟା କ’ଣ ?
Answer:

  • ଭୂପୃଷ୍ଠରେ କାର୍ଯ୍ୟ କରୁଥିବା ବାହ୍ୟ ଶକ୍ତିଗୁଡ଼ିକ (ପବନ, ନଦୀ, ହିମବାହ, ଭୂତଳ ଜଳ, ସାମୁଦ୍ରିକ ତରଙ୍ଗ) ଉଚ୍ଚଭୂମିକୁ କ୍ଷୟ କରିବା ସହ କ୍ଷୟଜାତ ପଦାର୍ଥକୁ ନିମ୍ନଭୂମିରେ ଜମା କରିଥାନ୍ତି ।
  • ତେଣୁ ଭୂପୃଷ୍ଠ ସମପ୍ରାୟ ଭୂମିରେ ପରିଣତ ହୋଇଥାଏ । ଏହି ପ୍ରକ୍ରିୟାକୁ ସମାନୀକରଣ ପ୍ରକ୍ରିୟା କୁହାଯାଏ ।

BSE Odisha 7th Class Geography Solutions Chapter 1.3 ପୃଥ‌ିବୀର ଅଭ୍ୟନ୍ତର

Question ଜ.
ଅଶ୍ଵଖୁରାକୃତି ହ୍ରଦ କିପରି ସୃଷ୍ଟି ହୁଏ ?
Answer:

  • ସମତଳଶଯ୍ୟାରେ ନଦୀସ୍ରୋତ ଧୀର ହେବାଦ୍ଵାରା ନଦୀବାଙ୍କ ସୃଷ୍ଟି ହୁଏ । ନଦୀବାଙ୍କର ଗୋଟିଏ ପାର୍ଶ୍ଵରେ ନଦୀଜଳ ଦ୍ୱାରା ବାଡ଼େଇ ହେବାଦ୍ଵାରା କ୍ଷୟ ହୁଏ । ଏହାର

BSE Odisha 7th Class Geography Solutions Chapter 1.3 ପୃଥ‌ିବୀର ଅଭ୍ୟନ୍ତର 11
ଠିକ୍ ବିପରୀତ ପାର୍ଶ୍ଵରେ ବାଲି, ପଟୁ ଆଦି ଜମାହୋଇ ରହେ । ଧୀରେ ଧୀରେ ନଦୀବାଙ୍କର ଉଭୟ ମୁଣ୍ଡ ପରସ୍ପରର ନିକଟବର୍ତ୍ତୀ ହୋଇଥାଏ ।

  • ବନ୍ୟା ସମୟରେ ନଦୀ ବୁଲାଣି ପଥ ପରିତ୍ୟାଗ କରି ସିଧାସଳଖ ପ୍ରବାହିତ ହୁଏ; ଫଳରେ ନଦୀବାଙ୍କଟି ଏକ କ୍ଷୁଦ୍ର ଅଗଭୀର ହ୍ରଦ ଆକାରରେ ରହିଯାଏ । ଏହାକୁ ଅଶ୍ଵଖୁରାକୃତି ହ୍ରଦ କୁହାଯାଏ ।

Question ଝ.
ଗ୍ରାବରେଖା କ’ଣ ?
Answer:

  • ହିମବାହ ବୋହି ଆଣୁଥ‌ିବା ଭିନ୍ନ ଭିନ୍ନ ଆକୃତିର ଶିଳାଖଣ୍ଡକୁ ଏହାର ପାର୍ଶ୍ଵ ତଥା ଅଗ୍ରଭାଗରେ ଜମା କରିଥାଏ । ଏହାକୁ ଗ୍ରାବ କୁହାଯାଏ ।
  • ଏହି ଗ୍ରାବ ହିମବାହର ପାର୍ଶ୍ଵରେ ରେଖା ସଦୃଶ ଲମ୍ବି ରହିଥ‌ିବାରୁ ଏଗୁଡ଼ିକୁ ଗ୍ରାବରେଖା କୁହାଯାଏ ।

Question ଙ.
ବାଲୁକାସ୍ତୂପ କିପରି ସୃଷ୍ଟି ହୁଏ ?
Answer:
ମରୁଭୂମିରେ ପବନଦ୍ୱାରା ପରିବାହିତ ହୋଇ ଅପେକ୍ଷାକୃତ ବଡ଼ ବଡ଼ ବାଲୁକାରାଶି ମରୁଭୂମି ଭିତରେ ଛୋଟ ଛୋଟ ପାହାଡ଼ ଆକାରରେ ଜମା ହୁଏ । ଏହାକୁ ବାଲୁକା ସ୍ତୂପ କୁହାଯାଏ ।

୨ । ଠିକ୍ ଉତ୍ତରଟି ବାଛି ଲେଖ ।

Question i.
କେଉଁଟି ଏକ ଦ୍ଵିତୀୟଶ୍ରେଣୀ ଭୂମିରୂପ ?
(କ) ଜଳପ୍ରପାତ
(ଗ) ମହାସାଗର
(ଖ) ମହୀସୋପାନ
Answer:
(ଖ) ମହୀସୋପାନ

Question ii.
କେଉଁଟି ପୃଥ‌ିବୀର ତ୍ଵରିତ ଚଳନ ଯୋଗୁଁ ହୋଇଥାଏ ?’
(କ) ଅଗ୍ନି ଉଦ୍‌ଗିରଣ
(ଖ) ପର୍ବତ ଗଠନ
(ଗ) ମହାଦେଶୀୟ ସଞ୍ଚଳନ
Answer:
(କ) ଅଗ୍ନି ଉଦ୍‌ଗିରଣ

BSE Odisha 7th Class Geography Solutions Chapter 1.3 ପୃଥ‌ିବୀର ଅଭ୍ୟନ୍ତର

Question iii.
କେଉଁ ନଦୀଟି ଏକ ଗ୍ରସ୍ତ ଉପତ୍ୟକା ଦେଇ ପ୍ରବାହିତ ହେଉଛି ?
(କ) ମହାନଦୀ
(ଗ) କାବେରୀ
(ଖ) ନର୍ମଦା
Answer:
(ଖ) ନର୍ମଦା

Question iv.
ଉତ୍ତର ଆମେରିକା କେଉଁ ପୁରାତନ ଭୂଖଣ୍ଡର ଅଂଶ ଥିଲା ?
(କ) ପାନ୍ଥାଲାସା
(ଗ) ଆଙ୍ଗାରାଲାଣ୍ଡ
(ଖ) ଗଣ୍ଡୱାନାଲାଣ୍ଡ
Answer:
(ଗ) ଆଙ୍ଗାରାଲାଣ୍ଡ

Question v.
ଭୂମିକମ୍ପ ଉତ୍ପରିସ୍ଥଳକୁ କ’ଣ କୁହାଯାଏ ?
(କ) ଉପକେନ୍ଦ୍ର
(ଗ) ଗ୍ରସ୍ତ ଉପତ୍ୟକା
(ଖ) ଭୂକମ୍ପ କେନ୍ଦ୍ର
Answer:
(ଖ) ଭୂକମ୍ପ କେନ୍ଦ୍ର

Question vi.
ଅଶ୍ବଖୁରାକୃତି ହ୍ରଦ କେଉଁଠି ଦେଖାଯାଏ ?
(କ) ନଦୀ ଉପତ୍ୟକା
(ଗ) ମରୁଭୂମି
(ଖ) ପାର୍ବତ୍ୟଭୂମି
Answer:
(କ) ନଦୀ ଉପତ୍ୟକା

Question vii.
ଛତୁଶିଳା କାହାଦ୍ଵାରା ସୃଷ୍ଟି ହୁଏ ?
(କ) ନଦୀ
(ଗ) ହିମବାହ
(ଖ) ପବନ
Answer:
(ଖ) ପବନ

Question viii.
କେଉଁଟି ସାମୁଦ୍ରିକ ତରଙ୍ଗ ଦ୍ବାରା ସୃଷ୍ଟି ହୁଏ ?
(କ) ବେଳାଭୂମି
(ଗ) ତ୍ରିକୋଣଭୂମି
(ଖ) ପ୍ଳାବନଭୂମି
Answer:
(କ) ବେଳାଭୂମି

BSE Odisha 7th Class Geography Solutions Chapter 1.3 ପୃଥ‌ିବୀର ଅଭ୍ୟନ୍ତର

Question ix.
ପଟୁବ୍ୟଜନ ପାହାଡ଼ର କେଉଁ ଅଂଶରେ ସୃଷ୍ଟି ହୁଏ ?
(କ) ଶୀର୍ଷଦେଶ
(ଗ) ପାଦଦେଶ
(ଖ) ମଧ୍ୟଅଂଶ
Answer:
(ଗ) ପାଦଦେଶ

Question x.
ଚୂନପଥର ଅଞ୍ଚଳର ଭୂପୃଷ୍ଠସ୍ଥ ଶୁଷ୍କ ନଦୀ ଉପତ୍ୟକାକୁ କ’ଣ କୁହାଯାଏ ?
(କ) ଅଦୃଶ୍ୟ ଉପତ୍ୟକା
(ଖ) ‘U’ ଉପତ୍ୟକା
(ଗ) ‘V’ ଉପତ୍ୟକା
Answer:
(କ) ଅଦୃଶ୍ୟ

୩ । ସ୍ତମ୍ଭ ଦୁଇଟି ମଧ୍ୟରେ ସମ୍ପର୍କ ସ୍ଥାପନ କରି ଲେଖ ।

BSE Odisha 7th Class Geography Solutions Chapter 1.3 ପୃଥ‌ିବୀର ଅଭ୍ୟନ୍ତର 12
Answer:
BSE Odisha 7th Class Geography Solutions Chapter 1.3 ପୃଥ‌ିବୀର ଅଭ୍ୟନ୍ତର 13

୪ । କାରଣ ଦର୍ଶାଅ :

Question i.
ସମତଳ ଶଯ୍ୟାରେ ନଦୀବାଙ୍କ ସୃଷ୍ଟି ହୁଏ ।
Answer:

  • ସମତଳ ଶଯ୍ୟାରେ ନଦୀସ୍ରୋତ ଧୀର ହୁଏ ।
  • ସାମାନ୍ୟ ବାଧା ପାଇଲେ ନଦୀ ଗତି ପରିବର୍ତ୍ତନ କରି ଅଙ୍କାବଙ୍କା ପଥରେ ପ୍ରବାହିତ ହେଲେ ନଦୀବାଙ୍କ ସୃଷ୍ଟି ହୁଏ ।

Question ii.
କେତେକ ଶିଳା ଛତୁ ଆକୃତିର ।
Answer:

  • ମରୁଭୂମିରେ ପବନର ବେଗ ଅଧିକ ହୋଇଥାଏ । ପବନ ସହ ବାଲି ଓ ଶିଳାରେଣୁ ମିଶି ଏହାର କ୍ଷୟଶକ୍ତି ବଢ଼ାଇଥାଏ ।
  • ଭୂପୃଷ୍ଠରୁ ଅଳ୍ପ ଉଚ୍ଚତାରେ ପବନ ଅଧିକ କ୍ଷୟ କରିଥାଏ । ଉଚ୍ଚତା ବଢ଼ିବା ସହ ବାଲିର ପରିମାଣ କମ୍ ରହୁଥିବାରୁ କ୍ଷୟଶକ୍ତି କମିଯାଏ ।
  • ଫଳରେ ମରୁଭୂମିମାନଙ୍କରେ ଛତୁ ଆକୃତିର ଭୂମିରୂପ ସୃଷ୍ଟି ହୋଇଥାଏ ଯାହାର ଆଧାର ଭୂମି ଓ ଉପର ଅଂଶ ପ୍ରଶସ୍ଥ ଓ ମଝି ଅଂଶ ସରୁ ଥାଏ । ।

BSE Odisha 7th Class Geography Solutions Chapter 1.3 ପୃଥ‌ିବୀର ଅଭ୍ୟନ୍ତର

Question iii.
ସାମୁଦ୍ରିକ ଗୁମ୍ଫା ଷ୍ଟମ୍ପ୍ରେ ପରିଣତ ହୁଏ ।
Answer:

  • ସମୁଦ୍ର ଭିତରକୁ ଲମ୍ବିଥୁବା ପାହାଡ଼ ତରଙ୍ଗ ଦ୍ଵାରା କ୍ଷୟିତ ହୋଇ ଉଭୟ ପାର୍ଶ୍ବରେ ଗୁମ୍ଫାରେ ପରିଣତ ହୁଏ । ପରେ ଗୁମ୍ଫା । ପରସ୍ପର ସହ ମିଶି ସାମୁଦ୍ରିକ ତୋରଣ ସୃଷ୍ଟିକରେ ।
  • ପରେ ଏହାର ଉପର ଅଂଶ କ୍ଷୟ ହୋଇ ଷ୍ଟାକ୍ ଓ ଏହା ଅଧୁକ କ୍ଷୟ ହୋଇ ଷ୍ଟମରେ ପରିଣତ ହୁଏ, ଯାହା ସମୁଦ୍ର ଭିତରେ ପ୍ରାଚୀର ପରି ରହିଥାଏ ।

Question iv.
ଭୂମିକମ୍ପ ଯୋଗୁଁ କୋଠାଘର ଭାଙ୍ଗିଯାଏ ।
Answer:

  • ଆଭ୍ୟନ୍ତରୀଣ ଶକ୍ତି ପ୍ରଭାବରେ ହଠାତ୍ ଭୂଚଳନ ହୋଇ ଭୂମିକମ୍ପ ହୋଇଥାଏ । ଭୂକମ୍ପ କେନ୍ଦ୍ରରୁ ବିପୁଳ ପରିମାଣର ଶକ୍ତି ତରଙ୍ଗ ଆକାରରେ ଚତୁର୍ଦ୍ଦିଗକୁ ଗତି କରେ ।
  • ଭୂପୃଷ୍ଠର ଉପକେନ୍ଦ୍ରଠାରେ ଭୂକମ୍ପ ଜନିତ କ୍ଷୟକ୍ଷତି ସର୍ବାଧ‌ିକ ହୋଇଥାଏ । ୬,୦ ରିଚର ମାନର ଭୂମିକମ୍ପ କ୍ଷେତ୍ରରେ କୋଠାଘର ଭାଙ୍ଗିଯାଏ ।

Question v.
ସ୍ତରଚ୍ୟୁତି ଯୋଗୁଁ ଗ୍ରସ୍ତ ଉପତ୍ୟକା ସୃଷ୍ଟି ହୁଏ ।
Answer:

  • ଆଭ୍ୟନ୍ତରୀଣ ଶକ୍ତି ପ୍ରଭାବରେ ଶିଳାସ୍ତର ମଧ୍ଯରେ ସ୍ତରଚ୍ଯୁତି ହୋଇଥାଏ ।
  • ବେଳେବେଳେ ଦୁଇଟି ସ୍ତରଚ୍ଯୁତିର ମଧ୍ୟବର୍ତୀ ଅଂଶ ଦବିଯାଇ ଗ୍ରସ୍ତ ଉପତ୍ୟକା ସୃଷ୍ଟି ହୋଇଥାଏ ।

BSE Odisha 7th Class Geography Notes Chapter 1.3 ପୃଥ‌ିବୀର ଅଭ୍ୟନ୍ତର

ଭୂମିରୂପ :

ପୃଥ‌ିବୀରେ ତିନୋଟି ଶ୍ରେଣୀର ଭୂମିରୂପ ଦେଖାଯାଏ । ଯଥା-

  • ପ୍ରଥମଶ୍ରେଣୀ ଭୂମିରୂପ : ମହାଦେଶ, ମହାସାଗର ।
  • ଦ୍ଵିତୀୟଶ୍ରେଣୀ ଭୂମିରୂପ : ପର୍ବତ, ମାଳଭୂମି ଓ ସମତଳ ଭୂମି (ମହାଦେଶ ଅନ୍ତର୍ଗତ) ଏବଂ ମହୀସୋପାନ, ମହୀଢାଲୁ ଓ ମହାସାଗର ସମତଳ (ମହାସାଗର ଅନ୍ତର୍ଗତ) ।
  • ତୃତୀୟଶ୍ରେଣୀ ଭୂମିରୂପ : ଉପତ୍ୟକା, ଜଳପ୍ରପାତ, ନଦୀଗଣ୍ଡ, ଅଶ୍ଵଖୁରାକୃତି ହ୍ରଦ, ତ୍ରିକୋଣଭୂମି (ଭୂପୃଷ୍ଠର ଅନ୍ତର୍ଗତ) ।

ଭୂଚଳନ :

ଭୂପୃଷ୍ଠରେ ଓ କୂଅଭ୍ୟନ୍ତରରେ ଭୂଚଳନ ଯୋଗୁଁ ବିଭିନ୍ନ ପ୍ରକାର ଭୂମିରୂପ ଦେଖାଯାଇଥାଏ ।

  • କେତେକ ଶକ୍ତିର ପ୍ରଭାବରେ ଭୂଚଳନ ଘଟିଥାଏ ।

ନିମ୍ନୋକ୍ତ ରେଖାଚିତ୍ରରୁ ବାହ୍ୟ ଓ ଆଭ୍ୟନ୍ତରୀଣ ଶକ୍ତି ସମ୍ପର୍କରେ ଜାଣିବା :

BSE Odisha 7th Class Geography Solutions Chapter 1.3 ପୃଥ‌ିବୀର ଅଭ୍ୟନ୍ତର 1

ମହାଦେଶୀୟ ସଞ୍ଚଳନ :

  • ଉଭୟ ସ୍ଥଳଭାଗ ଓ ଜଳଭାଗ ସର୍ବଦା ଗତିଶୀଳ । ବର୍ତ୍ତମାନ ଦେଖୁଥ‌ିବା ଜଳଭାଗ ଓ ସ୍ଥଳଭାଗର ବଣ୍ଟନ ମହାଦେଶୀୟ ସଞ୍ଚଳନର ଫଳ ।
  • ପୃଥିବୀ ଅଶ୍ଵମଣ୍ଡଳ କେତେକ ପଟଳ ବା ପ୍ଲେଟ୍‌ରେ ବିଭକ୍ତ । ଏଗୁଡ଼ିକୁ ଟେକ୍‌ ଟୋନିକ୍ ପ୍ଲେଟ୍ ବା ଅଶ୍ମମଣ୍ଡଳୀୟ ପ୍ଲେଟ୍ କୁହାଯାଏ । ଏହି ପ୍ଲେଟ୍‌ଗୁଡ଼ିକ ଗତିଶୀଳ ଅର୍ବତରଳ ମାଗ୍ନା ଉପରେ ଥିବାରୁ ଗତିଶୀଳ । ଏହାକୁ ପଟଳ ବିବର୍ତ୍ତନ (ପ୍ଲେଟ୍ ଟେକ୍‌ନିକ୍‌ସ) କୁହାଯାଏ ।
  • ଭୂବିଜ୍ଞାନୀଙ୍କ ମତରେ, ନିୟୁତ ନିୟୁତ ବର୍ଷ ପୂର୍ବେ ସବୁ ମହାଦେଶ ମିଶି ପାଞ୍ଜିଆ ଓ ସବୁ ମହାସାଗର ମିଶି ପାନ୍ଥାଲାସା କୁହାଯାଉଥିଲା । ପରେ ପାଞ୍ଜିଆ ମଧ୍ୟଭାଗରେ ଟେଣ୍ଟ୍‌ସ୍ ସାଗର ସୃଷ୍ଟି ହେବାରୁ ଏହାର ଉତ୍ତରଭାଗକୁ ଆଙ୍ଗାରା ଲାଣ୍ଡ ଓ ଦକ୍ଷିଣଭାଗକୁ ଗଣ୍ଡୱାନାଲାଣ୍ଡ କୁହାଗଲା । ମହାଦେଶୀୟ ସଞ୍ଚଳନ ଫଳରେ କ୍ରମେ ଏହା ବର୍ତ୍ତମାନର ସ୍ଥଳଭାଗ ଓ ଜଳଭାଗରେ ପରିଣତ ହେଲା ।

BSE Odisha 7th Class Geography Solutions Chapter 1.3 ପୃଥ‌ିବୀର ଅଭ୍ୟନ୍ତର

ଭୂମିକମ୍ପ :

ଅଶ୍ମମଣ୍ଡଳୀୟ ପ୍ଲେଟ୍‌ଗୁଡ଼ିକର ଚଳନ ଫଳରେ ଭୂତ୍ବକ୍‌ର ଦୁର୍ବଳ ଅଞ୍ଚଳରେ ଭୂମିକମ୍ପ ହୋଇଥାଏ । ଭୂମିକମ୍ପ ଉପୁରି ଲାଭ କରିଥିବା ଭୂଢ଼ମ୍ପ କେନ୍ଦ୍ରର ଉପରିସ୍ଥ ଭୂପୃଷ୍ଠର ସ୍ଥାନ । ଉପକେନ୍ଦ୍ରରେ ଅଧିକ କ୍ଷୟକ୍ଷତି ଘଟିଥାଏ ।

  • ଭୂକମ୍ପ କେନ୍ଦ୍ରରୁ ବିପୁଳ ପରିମାଣର ଶକ୍ତି ତରଙ୍ଗ ଆକାରରେ ଚତୁର୍ଦ୍ଦିଗରେ ଗତି କରେ ।

BSE Odisha 7th Class Geography Solutions Chapter 1.3 ପୃଥ‌ିବୀର ଅଭ୍ୟନ୍ତର 2

  • ସେସ୍ମୋଗ୍ରାଫ୍ ଯନ୍ତ୍ର ବ୍ୟବହାର ଦ୍ଵାରା ଭୂମିକମ୍ପର ତୀବ୍ରତା ମପାଯାଏ । ଏହାର ରିଚର ମାନ ୭,୦ରୁ ଅଧିକ ହେଲେ କ୍ଷୟକ୍ଷତି ସର୍ବାଧ‌ିକ ହୋଇଥାଏ ।
  • ଭୂକମ୍ପ ହେବା ପୂର୍ବରୁ ପୁଷ୍କରିଣୀର ମାଛ ଆନ୍ଦୋଳିତ ହୋଇଥାନ୍ତି, ସାପ ଗାତରୁ ବାହାରି ଆସନ୍ତି ଓ ଗାଈଗୋରୁମାନେ ବୋବାଳି ଛାଡ଼ନ୍ତି ।

BSE Odisha 7th Class Geography Solutions Chapter 1.3 ପୃଥ‌ିବୀର ଅଭ୍ୟନ୍ତର 3

ଅଗ୍ନି ଉଦ୍‌ଗିରଣ :

  • ଭୂତ୍ଵକ୍‌ରେ ଫାଟ ସୃଷ୍ଟିହେଲେ ଭୂତ୍ଵକୁ ତଳେ ଥିବା ମାଗ୍ନା (ଲାଭା) ସହ କଠିନ ଓ ଗ୍ୟାସୀୟ ପଦାର୍ଥ ଗ୍ରୀବାପଥ ଦେଇ ବାହାରି ଆସେ । ଏହାକୁ ଅଗ୍ନି ଉଦ୍‌ଗିରଣ କୁହାଯାଏ ।

BSE Odisha 7th Class Geography Solutions Chapter 1.3 ପୃଥ‌ିବୀର ଅଭ୍ୟନ୍ତର 4

 

ଭୂପୃଷ୍ଠରେ ଲାଭା କ୍ରମେ ଜମାହୋଇ ଆଗ୍ନେୟ ପର୍ବତ ଓ ଲାଭା ମାଳଭୂମି ସୃଷ୍ଟି ହୁଏ ।

ଭାଙ୍ଗ ଓ ସ୍ତରଚ୍ୟୁତି :

  • ଶିଳାସ୍ତର ଉପରେ ଉଭୟ ପାର୍ଶ୍ବସ୍ଥ ବା ଏକପାର୍ଶ୍ବରେ ଚାପ ପଡ଼ିଲେ ଶିଳାସ୍ତରର ଏକ ଅଂଶ ଉପରକୁ ଓ ଅନ୍ୟ ଅଂଶ ନିମ୍ନକୁ ଦବିଯାଏ ।
  • ଉପରକୁ ଉଠିଥ‌ିବା ଅଂଶ ଉର୍ଦୁଭାଙ୍ଗ ଓ ନିମ୍ନକୁ ଦବିଯାଇଥବା ଅଂଶକୁ ନିମ୍ନଭାଙ୍ଗ କୁହାଯାଏ ।
  • ଶିଳାସ୍ତରରେ ଫାଟ ସୃଷ୍ଟି ହେଲେ ଶିଳାସ୍ତର ମଧ୍ଯରେ ଚଳନ ହୁଏ ଓ ସ୍ତବ୍ଲ୍ୟୁତି ଘଟେ ।
  • ଦୁଇଟି ନ୍ୟୁତିର ମଧ୍ୟବର୍ତ୍ତୀ ଅଂଶ ଉପରକୁ ଉଠିଗଲେ ସ୍ତୂପ ପର୍ବତ ଏବଂ ନିମ୍ନକୁ ଦବିଗଲେ ଗ୍ରସ୍ତ ଉପତ୍ୟକା ସୃଷ୍ଟି ହୁଏ ।

BSE Odisha 7th Class Geography Solutions Chapter 1.3 ପୃଥ‌ିବୀର ଅଭ୍ୟନ୍ତର 5

ପର୍ବତ :

ପର୍ବତର ଉଚ୍ଚତା ୩୦୦ ମିଟର ବା ତଦୂର୍ଣ୍ଣ ହୋଇଥାଏ । ପର୍ବତଗୁଡ଼ିକ ସୃଷ୍ଟି ଭିନ୍ନ ଭିନ୍ନ କାରଣରୁ ହୋଇଥାଏ । ନିମ୍ନ ସାରଣୀରୁ ବିଭିନ୍ନ ପ୍ରକାର ପର୍ବତ ଓ ଏହାର ସୃଷ୍ଟି ସମ୍ପର୍କରେ ଜାଣିବା ।
BSE Odisha 7th Class Geography Solutions Chapter 1.3 ପୃଥ‌ିବୀର ଅଭ୍ୟନ୍ତର 6

ମାଳଭୂମି :

  • ସମୁଦ୍ର ପତ୍ତନରୁ ୪୦୦୦ ମିଟର ବା ଅଧୁକ ଉଚ୍ଚତା ବିଶିଷ୍ଟ ସମପ୍ରାୟ ଭୂମିକୁ ମାଳଭୂମି କୁହାଯାଏ ।
  • ଏକ ବିସ୍ତୀର୍ଣ୍ଣ ଟେବୁଲ ଭଳି ଦେଖାଯାଉଥ‌ିବାରୁ ଏହାକୁ ଟେବୁଲଲ୍ୟାଣ୍ଡ ମଧ୍ୟ କୁହାଯାଏ ।
  • ଭୂଚଳନ ଓ ଅଗ୍ନି ଉଦ୍‌ଗିରଣ ଦ୍ଵାରା ମାଳଭୂମିଗୁଡ଼ିକ ସୃଷ୍ଟି ହୋଇଥାନ୍ତି ।

BSE Odisha 7th Class Geography Solutions Chapter 1.3 ପୃଥ‌ିବୀର ଅଭ୍ୟନ୍ତର

ସମତଳ ଭୂମି :

  • ସମୁଦ୍ର ପତ୍ତନରୁ ୩୦୦ ମିଟର ବା କମ୍ ଉଚ୍ଚତା ବିଶିଷ୍ଟ ବିସ୍ତୀର୍ଣ୍ଣ ସମପ୍ରାୟ ଭୂମିକୁ ସମତଳ ଭୂମି କୁହାଯାଏ ।
  • ବିଭିନ୍ନ ପ୍ରକାର ସମତଳ ଭୂମି ଓ ଏହାର ସୃଷ୍ଟି କାରଣ ନିମ୍ନୋକ୍ତ ସାରଣୀରୁ ଜାଣିବା :

BSE Odisha 7th Class Geography Solutions Chapter 1.3 ପୃଥ‌ିବୀର ଅଭ୍ୟନ୍ତର 7

ଭୂପୃଷ୍ଠ ପରିବର୍ତ୍ତନକାରୀ ଶକ୍ତି :

  • ନଦୀ, ହିମବାହ, ପବନ, ଭୂତଳ ଜଳ ଆଦି ବିଭିନ୍ନ ବାହ୍ୟଶକ୍ତି ପ୍ରଭାବରେ ଭୂପୃଷ୍ଠରେ ଥିବା ଉଚ୍ଚ ଭୂମିଗୁଡ଼ିକ ସମାନୀକରଣ ପ୍ରକ୍ରିୟା ଦ୍ଵାରା ସ୍ଵମପ୍ରାୟ (ସମତଳ) ଭୂମିରେ ପରିଣତ ହୁଅନ୍ତି ।
  • ବିଭିନ୍ନ ବାହ୍ୟଶକ୍ତି ଓ କାର୍ଯ୍ୟ ପରିସର :

BSE Odisha 7th Class Geography Solutions Chapter 1.3 ପୃଥ‌ିବୀର ଅଭ୍ୟନ୍ତର 8

  • ଏହି ବାହ୍ୟଶକ୍ତି ପ୍ରଭାବରେ ବିଭିନ୍ନ ଭୂମିରୂପ ସୃଷ୍ଟି ହୋଇଥାଏ ।
  • ଆସ ଜାଣିବା, କେଉଁ ଶକ୍ତି ଦ୍ଵାରା କେଉଁ ଭୂମିରୂପ ସୃଷ୍ଟି ହୁଏ :

BSE Odisha 7th Class Geography Solutions Chapter 1.3 ପୃଥ‌ିବୀର ଅଭ୍ୟନ୍ତର 9

କେତେକ ଭୌଗୋଳିକ ଶବ୍ଦାବଳୀ

  • ମହାଦେଶ : ବିସ୍ତୀର୍ଣ୍ଣ ସ୍ଥଳଭାଗକୁ ମହାଦେଶ କୁହାଯାଏ ।
  • ମହାସାଗର : ବିସ୍ତୀର୍ଣ୍ଣ ଜଳଭାଗକୁ ମହାସାଗର କୁହାଯାଏ ।
  • ପାଞ୍ଜିଆ : ନିୟୁତ ନିୟୁତ ବର୍ଷ ପୂର୍ବେ ସବୁ ମହାଦେଶ ମିଶି ରହିଥିବା ସ୍ଥଳଭାଗକୁ ପାଞ୍ଜିଆ କୁହାଯାଉଥିଲା ।
  • ପାନ୍ଥାଲାସା : ନିୟୁତ ନିୟୁତ ବର୍ଷ ପୂର୍ବେ ସବୁଯାକ ମହାସାଗର ମିଶି ସୃଷ୍ଟି କରିଥିବା ଜଳଭାଗକୁ ପାନ୍ଥାଲାସା କୁହାଯାଉଥିଲା ।
  • ଟେଥ‌ସ୍ : ପାଞ୍ଜିଆର ମଧ୍ୟଭାଗରେ ସୃଷ୍ଟି ହୋଇଥିବା ସଂକୀର୍ଣ୍ଣ ତଥା ଅଗଭୀର ସମୁଦ୍ର ।
  • ଆଙ୍ଗାଗାଲାଣ୍ଡ : ଟେଣ୍ଟ୍‌ସ୍ ସାଗରର ଉତ୍ତରରେ ଥିବା ଭୂଖଣ୍ଡକୁ ଗଣ୍ଡାନାଲାଣ୍ଡ କୁହାଯାଉଥିଲା ।
  • ଗଣ୍ଡୱାନାଲାଣ୍ଡ : ଟେଣ୍ଟ୍‌ସ୍ ସାଗରର ଦକ୍ଷିଣରେ ଥ‌ିବା ଭୂଖଣ୍ଡକୁ ଆଙ୍ଗାରାଲାଣ୍ଡ କୁହାଯାଉଥିଲା ।
  • ପ୍ଲେଟ୍ ଟେକ୍‌ନିକ୍‌ ବା ପଟଳ ବିବର୍ତ୍ତନ : ଅଶ୍ମ ମଣ୍ଡଳର ନିମାଂଶରେ ଥ‌ିବା ଗତିଶୀଳ ମାଗ୍ନା ଉପରେ ଅଶ୍ମ ମଣ୍ଡଳୀୟ ପ୍ଲେଟ୍‌ଗୁଡ଼ିକ ଗତିକୁ ପ୍ଲେଟ୍ ଟେକ୍‌ନିକ୍‌ ବା ପଟଳ ବିବର୍ତ୍ତନ କୁହାଯାଏ ।
  • ଭୂମିକମ୍ପ : ଭୂପୃଷ୍ଠରେ ହେଉଥ‌ିବା କମ୍ପନକୁ ଭୂମିକମ୍ପ କୁହାଯାଏ ।
  • ଭୂକମ୍ପ କେନ୍ଦ୍ର : ଭୂତ୍ବକ୍‌ର ଯେଉଁ ସ୍ଥାନରେ ଭୂମିକମ୍ପ ଉତ୍ପରି ଲାଭକରେ, ତାହାକୁ ଭୂକମ୍ପ କେନ୍ଦ୍ର କୁହାଯାଏ ।
  • ଉପକେନ୍ଦ୍ର : ଭୂକମ୍ପ କେନ୍ଦ୍ରର ଠିକ୍ ଉପରକୁ ଭୂପୃଷ୍ଠରେ ଅବସ୍ଥିତ ସ୍ଥାନକୁ ଉପକେନ୍ଦ୍ର କୁହାଯାଏ ।
  • ଅଶ୍ମମଣ୍ଡଳ : ପୃଥ‌ିବୀ ଭିତରକୁ ଯେଉଁ ପର୍ଯ୍ୟନ୍ତ ଶିଳା ଗଠନକାରୀ ଉପାଦାନ ଥାଏ ତାହାକୁ ଅଶ୍ମମଣ୍ଡଳ କୁହାଯାଏ ।
  • ସେସ୍‌ମୋଗ୍ରାଫ୍ ଯନ୍ତ୍ର : ଭୂମିକମ୍ପ ମାପିବାପାଇଁ ବ୍ୟବହୃତ ହେଉଥ‌ିବା
  • ରିଚର ମାନ : ଭୂମିକମ୍ପର ତୀବ୍ରତା ମାପ ପାଇଁ ବ୍ୟବହୃତ ଏକକ ।
  • ଯ।ନ୍ତ୍ର। : କୂଅଭ୍ୟନ୍ତରରେ ଥିବା ଅର୍ବତରଳ ବା ତରଳ ଶିଳା ।
  • ଲାଭା : ଭୂପୃଷ୍ଠରେ ମାଙ୍ଗାକୁ ଲାଭା କୁହାଯାଏ ।
  • ଗ୍ରୀବାପଥ : ଯେଉଁ ପଥ ଦେଇ ମାତ୍ମା ବାହାରକୁ ବାହାରିଆସେ, ତାହାକୁ ଗ୍ରୀବାପଥ ବା ନିଗର୍ମ ପଥ କୁହାଯାଏ ।
  • ମୁଖଗହ୍ବର : ଗ୍ରୀବାପଥ ବା ନିର୍ଗମ ପଥର ଉପର ଅଂଶକୁ ମୁଖଗହ୍ଵର କୁହାଯାଏ ।
  • ଅଗ୍ନି ଉଦ୍‌ଗିରଣ : ଯେଉଁ ପ୍ରକ୍ରିୟାରେ ଭୂଅଭ୍ୟନ୍ତରରୁ ମାଗ୍ନା ସହ କଠିନ ଓ ଗ୍ୟାସୀୟ ପଦାର୍ଥମାନ ପଦାକୁ ବାହାରି ଆସେ ତାହାକୁ ଅଗ୍ନି ଉଦ୍‌ଗିରଣ କୁହାଯାଏ ।
  • ଆଗ୍ନେୟ ପର୍ବତ : ଭୂପୃଷ୍ଠରେ ଲାଭା ଜମାହୋଇ କ୍ରମେ ଶୀତଳ ଓ କଠିନ ହୋଇ ସୃଷ୍ଟି ହେଉଥ‌ିବା ପର୍ବତ ।
  • ଭାଙ୍ଗ : ଶିଳାସ୍ତର ଉପରେ ଉଭୟ ପାର୍ଶ୍ଵରୁ ବା ଏକ ପାର୍ଶ୍ଵରେ ଚାପ ପଡ଼ିଲେ ଶିଳାସ୍ତରର ଏକ ଅଂଶ ଉପରକୁ ଅନ୍ୟ ଅଂଶ ନିମ୍ନକୁ ଚାଲିଯାଇଥାଏ, ଏହାକୁ ଭାଙ୍ଗ କୁହାଯାଏ ।

BSE Odisha 7th Class Geography Solutions Chapter 1.3 ପୃଥ‌ିବୀର ଅଭ୍ୟନ୍ତର

  • ଊର୍ଦ୍ଧ୍ବ ଭାଙ୍ଗ : ଭାଙ୍ଗର ଉପରକୁ ଉଠିଥିବା ଅଂଶକୁ ଊର୍ଦୁଭାଙ୍ଗ କୁହାଯାଏ ।
  • ନିମ୍ନଭାଙ୍ଗ : ଭାଙ୍ଗର ନିମ୍ନକୁ ଯାଇଥିବା ଅଂଶକୁ ନିମ୍ନଭାଙ୍ଗ କୁହାଯାଏ ।
  • ସ୍ତରଚ୍ଯୁତି : ଫାଟର ଉଭୟ ପାର୍ଶ୍ଵରେ ଶିଳାସ୍ତରରେ ଚଳନ ହେବାଦ୍ଵାରା ଶିଳାର ଅଂଶ ଉପର ବା ନିମ୍ନକୁ ଚାଲିଯିବାକୁ ସ୍ତରଚ୍ୟୁତି କୁହାଯାଏ ।
  • ସ୍ତୂପ ପର୍ବତ : ଦୁଇଟି ନ୍ୟୁତିର ମଧ୍ୟବର୍ତୀ ଅଂଶ ଉପରକୁ ଉଠି ସୃଷ୍ଟି ହେଉଥ‌ିବା ପର୍ବତକୁ ସ୍ତୂପ ପର୍ବତ କୁହାଯାଏ ।
  • ଗ୍ରସ୍ତ ଉପତ୍ୟକା : ଦୁଇଟି ନ୍ୟୁତିର ମଧ୍ୟବର୍ତୀ ଅଂଶ ଦବିଯାଇ ସୃଷ୍ଟି ହେଉଥୁବା ଉପତ୍ୟକାକୁ ଗ୍ରସ୍ତ ଉପତ୍ୟକା କୁହାଯାଏ ।
  • ପର୍ବତ : ସମତଳ ଅଞ୍ଚଳରୁ ହଠାତ୍‌ ଉପରକୁ ଉଠିଥିବା ଉଚ୍ଚଭୂମିକୁ ପର୍ବତ କୁହାଯାଏ ।
  • ମାଳଭୂମି : ସମୁଦ୍ର ପତ୍ତନରୁ ପ୍ରାୟ ୪୦୦ ମିଟର ବା ଅଧିକ ଉଚ୍ଚରେ ଅବସ୍ଥିତ ସମପ୍ରାୟ ଭୂମିକୁ ମାଳଭୂମି କୁହାଯାଏ ।
  • ସମତଳ ଭୂମି : ସମୁଦ୍ର ପତ୍ତନରୁ ୩୦୦ ମିଟର ବା କମ୍ ଉଚ୍ଚତାରେ ଥିବା ବିସ୍ତୀର୍ଣ୍ଣ ସମପ୍ରାୟ ଭୂମିକୁ ସମତଳ ଭୂମି କୁହାଯାଏ ।
  • ସମାନୀକରଣ : ଭୂପୃଷ୍ଠରେ କାର୍ଯ୍ୟ କରୁଥିବା ବାହ୍ୟଶକ୍ତି ପ୍ରଭାବରେ ଉଚ୍ଚ ଭୂମି କ୍ଷୟ ହୋଇ କ୍ଷୟଜାତ ପଦାର୍ଥ ନିମ୍ନଭୂମିରେ ଜମାହେବା ପ୍ରକ୍ରିୟାକୁ ସମାନୀକରଣ କୁହାଯାଏ ।
  • ଚୂର୍ଣ୍ଣୀଭବନ : ବଡ଼ ବଡ଼ ଶିଳାଖଣ୍ଡଗୁଡ଼ିକ ଭାଙ୍ଗି ଚୂର୍ଣ୍ଣବିଚୂର୍ଣ୍ଣ ହେବା ପ୍ରକ୍ରିୟା ।
  • କ୍ଷୟୀକରଣ : ଚୂର୍ଣ୍ଣୀଭୂତ ଶିଳା ଏକ ସ୍ଥାନରୁ ଅନ୍ୟ ସ୍ଥାନରେ ଜମା ହେବା ପ୍ରକ୍ରିୟା ।
  • ‘V” ଉପତ୍ୟକା : ପାର୍ବତ୍ୟ ଶଯ୍ୟାରେ ନଦୀର ପ୍ରଖର ବେଗ ଯୋଗୁଁ ସୃଷ୍ଟି ହୋଇଥିବା ‘V’ ଅକ୍ଷର ସଦୃଶ ଉପତ୍ୟକା ।
  • ଜଳପ୍ରପାତ : ନଦୀ ବହୁ ଉଚ୍ଚରୁ କଠିନ ଶିଳା ଉପରକୁ ସିଧାସଳଖ ଲମ୍ଫ ପ୍ରଦାନ କରିବାକୁ ଜଳପ୍ରପାତ କୁହାଯାଏ ।
  • ପଟୁବ୍ଯଜନ : ଉପରମୁଣ୍ଡରୁ ନଦୀଦ୍ଵାରା ଆନୀତ ବାଲି, ଗୋଡ଼ି, ପଥର ଆଦି ପାହାଡ଼ ତଳେ ହାତପଙ୍ଖା ଆକାରରେ ଜମାହୋଇ ସୃଷ୍ଟି ହେଉଥ‌ିବା ଭୂମିରୂପ ।
  • ନଦୀ ବାଙ୍କ : ସମତଳ ଶଯ୍ୟାରେ ନଦୀର ଅଙ୍କାବଙ୍କା ଗତିପଥକୁ ନଦୀ ବାଙ୍କ କୁହାଯାଏ ।
  • ଅଶ୍ଵଖୁରାକୃତି ହୁ : ନଦୀ ବାଙ୍କର ଉଭୟ ପାର୍ଶ୍ବ ବା ମୁଣ୍ଡ ପରସ୍ପରର ଅତି ନିକଟବର୍ତ୍ତୀ ହୋଇ ବନ୍ୟା ସମୟରେ ସୃଷ୍ଟି ହେଉଥ‌ିବା ଏକ କ୍ଷୁଦ୍ର ଅଗଭୀର ହ୍ରଦ ।
  • ପ୍ଲାବନ ଭୂମି : ବନ୍ୟା ସମୟରେ ନଦୀର ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ଜଳପ୍ଲାବିତ ହୋଇ ବାଲି, ପଟୁ ଆଦି କ୍ରମାଗତ ଭାବେ ଜମାହୋଇ ଗଠିତ ସମତଳ ଭୂମି ।
  • ପ୍ରାକୃତିକ ବନ୍ଧ : ବହୁ ବର୍ଷ ଧରି ନଦୀର ଉଭୟ ପାର୍ଶ୍ଵରେ ଅବକ୍ଷିପ୍ତ ପଦାର୍ଥ ଜମାକରି ସୃଷ୍ଟି ହେଉଥ‌ିବା ବନ୍ଧ ।
  • ତ୍ରିକୋଣଭୂମି : ଉପକୂଳ ଅଞ୍ଚଳରେ ନଦୀମୁହାଣ ପର୍ଯ୍ୟନ୍ତ ସୃଷ୍ଟି ହୋଇଥୁବା ତ୍ରିକୋଣାକାର ବିସ୍ତୃତ ସମତଳ ଭୂମି ।
  • ହିମବାହ : ଗତିଶୀଳ ବରଫ ସ୍ରୋତକୁ ହିମବାହ କୁହାଯାଏ ।
  • U-ଉପତ୍ୟକା : ହିମବାହ ନିଜ ଗତିପଥରେ ସୃଷ୍ଟି କରୁଥିବା ସମାନ ପୃଷ୍ଠତଳ ଓ ତୀଖ ପାର୍ଶ୍ଵବିଶିଷ୍ଟ ଇଂରାଜୀ ‘U’ ଅକ୍ଷର ଆକାରବିଶିଷ୍ଟ ଉପତ୍ୟକା ।
  • ଗ୍ରାବ : ହିମବାହର ପାର୍ଶ୍ଵ ତଥା ଅଗ୍ରଭାଗରେ ଏହାଦ୍ଵାରା ଆନୀତ ଭିନ୍ନ ଭିନ୍ନ ଆକୃତିର ଶିଳାଖଣ୍ଡ ଦ୍ଵାରା ଗଠିତ ସଞ୍ଜୁତ ଭୂମିରୂପ ।
  • ଗ୍ରାବରେଖା : ହିମବାହର ପାର୍ଶ୍ଵରେ ରେଖା ସଦୃଶ ଲମ୍ବିଥିବା ଗ୍ରାବକୁ ଗ୍ରାବରେଖା କୁହାଯାଏ ।
  • ସର୍କ : ପର୍ବତ ଢାଲୁରେ ହିମବାହଦ୍ଵାରା ଆରାମଚୌକି ଭଳି ସୃଷ୍ଟି ହେଉଥ‌ିବା ଭୂମିରୂପ ।
  • ବାଲୁକା ସ୍ତୂପ : ପବନ ଦ୍ଵାରା ମରୁଭୂମିରେ ବଡ଼ ବଡ଼ ବାଲୁକାରାଶି ଛୋଟ ଛୋଟ ପାହାଡ଼ ଆକାରରେ ଜମାହୋଇ ସୃଷ୍ଟି ହେଉଥ‌ିବା ପାହାଡ଼ ।
  • ବାରଖାନ୍ : ଅର୍ଦ୍ଧଚନ୍ଦ୍ର ଆକୃତି ବିଶିଷ୍ଟ ବାଲି ପାହାଡ଼ ।
  • ଲୋଏସ୍ : ପବନ ଦ୍ଵାରା ପରି ବାହିତ ହୋଇ ସୂକ୍ଷ୍ମ ଧୂଳିକଣାଗୁଡ଼ିକ ମରୁଭୂମିଠାରୁ ବହୁ ଦୂରରେ ପବନର ବେଗ କମିବା ପରେ ଜମାହୋଇ ସୃଷ୍ଟି ହେଉଥବା ମୃରିକା ।
  • ସମୁଦ୍ର ଗୁମ୍ଫା : ସାମୁଦ୍ରିକ ତରଙ୍ଗ ଦ୍ବାରା ସମୁଦ୍ରକୂଳସ୍ଥ ଶିଳା କ୍ଷୟ ହୋଇ ସୃଷ୍ଟି ହୋଇଥିବା ଗୁମ୍ଫା ଆକାର ଗର୍ଭ ।

BSE Odisha 7th Class Geography Solutions Chapter 1.3 ପୃଥ‌ିବୀର ଅଭ୍ୟନ୍ତର

  • ସାମୁଦ୍ରିକ ତୋରଣ : ସମୁଦ୍ର ଭିତରକୁ ପଶିଯାଇଥିବା ପାହାଡ଼, ପର୍ବତର ଉଭୟ ପାର୍ଶ୍ଵର ଗୁମ୍ଫା କ୍ରମଶଃ ମିଶିଯାଇ ସୃଷ୍ଟି ହେଉଥ‌ିବା ତୋରଣ ସଦୃଶ ଭୂମିରୂପ ।
  • ଷ୍ଟାକ୍ (ସ୍ତମ୍ଭ) : ସାମୁଦ୍ରିକ ତୋରଣର ଉପର ଅଂଶ ସମ୍ପୂର୍ଣ୍ଣ କ୍ଷୟିତ ହୋଇ ସୃଷ୍ଟି ହୋଇଥ‌ିବା ପ୍ରାଚୀର ସଦୃଶ ଭୂମିରୂପ ।
  • ଷ୍ଟର୍ମ : ଷ୍ଟାକ୍ କାଳକ୍ରମେ କ୍ଷୟ ହୋଇ ଛୋଟ ହେଲେ ଏହାକୁ ଷ୍ଟମ୍ପ କୁହାଯାଏ ।
  • ଡୋଲାଇନ୍ : ଚୂନପଥର ଅଞ୍ଚଳରେ କାହାଳୀ ସଦୃଶ ସୃଷ୍ଟି ହୋଇଥିବା ଗର୍ଭ ।
  • ଉଭାଲା : ଡୋଲାଇନ୍ ଆକାର ବଡ଼ ହେଲେ ତାକୁ ଉତ୍ତାଲା କୁହାଯାଏ ।
  • ଅଦୃଶ୍ୟ ଉପତ୍ୟକା : ଚୂନପଥର ଗୁମ୍ଫା ତଳେ ଜଳ ବହିଯିବା ଯୋଗୁ ସୃଷ୍ଟ ସୁଡ଼ଙ୍ଗପଥ ଦେଇ ଭୂନିମ୍ନରେ ନଦୀ ପ୍ରବାହିତ ହେଲେ ଭୂପୃଷ୍ଠସ୍ଥ ନଦୀଶଯ୍ୟା ଶୁଷ୍କ ରହେ । ଏପ୍ରକାର ଉପତ୍ୟକାକୁ ଅଦୃଶ୍ୟ ଉପତ୍ୟକା କୁହାଯାଏ ।
  • ଷ୍ଟାଲାମାଇଟ୍‌ : ଚୂନ ପଥର ଗୁମ୍ଫାର ଛାତରୁ ଚୂନ ମିଶ୍ରିତ ଜଳଟୋପା ତଳକୁ ପଡ଼ି ଓ ଭୂମିରେ ଜମାହୋଇ ହୁଙ୍କା ପରି ସୃଷ୍ଟି ହେଉଥ‌ିବ। ବୃନ ସ୍ତମ୍ଭକୁ ଷ୍ଟାଲାର୍‌ମାଇଟ୍‌ କୁହାଯାଏ ।
  • ଷ୍ଟାଲାକ୍‌ଟାଇଟ୍ : ଚୂନପଥର ଗୁମ୍ଫାର ଛାତରୁ ଓହଳ ସଦୃଶ ଝୁଲି ରହିଥିବା ଚୂନସ୍ତମ୍ଭକୁ ଷ୍ଟାଲାକ୍‌ଟାଇଟ୍‌ କୁହାଯାଏ ।

BSE Odisha 7th Class Science Solutions Chapter 15 ଜଳ – ଅମୂଲ୍ୟ ପ୍ରାକୃତିକ ସମ୍ପଦ

Odisha State Board BSE Odisha 7th Class Science Solutions Chapter 15 ଜଳ – ଅମୂଲ୍ୟ ପ୍ରାକୃତିକ ସମ୍ପଦ Textbook Exercise Questions and Answers.

BSE Odisha Class 7 Science Solutions Chapter 15 ଜଳ – ଅମୂଲ୍ୟ ପ୍ରାକୃତିକ ସମ୍ପଦ

Question 1.
ନିମ୍ନରେ ପ୍ରଦତ୍ତ ଉକ୍ତି ମଧ୍ୟରୁ ଠିକ୍ ଓ ଭୁଲ୍ ଉକ୍ତିକୁ ଯଥାକ୍ରମେ T ଓ F ଲେଖ ।
(କ) ପୃଥ‌ିବୀରେ ହ୍ରଦ ଓ ନଦୀଜଳର ପରିମାଣଠାରୁ ଭୂତଳ ଜଳର ପରିମାଣ ଅଧିକ ।
(ଖ) ଗ୍ରାମାଞ୍ଚଳରେ ରହୁଥ‌ିବା ଲୋକମାନେ ଜଳ ଅଭାବ ଭୋଗ କରିଥା’ନ୍ତି ।
(ଗ) ଜଳସେଚନ ପାଇଁ ନଦୀହିଁ ଏକମାତ୍ର ଉତ୍ସ ଅଟେ ।
(ଘ) ବୃଷ୍ଟିପାତରେ ବର୍ଷାଜଳ ହିଁ ଶେଷ ଉତ୍ସ ଅଟେ ।
Solution:
(କ) T
(ଖ) F
(ଗ) F
(ଘ) T

Question 2.
ଶୂନ୍ୟସ୍ଥାନ ପୂରଣ କର ।
(କ) ଜଣେ ’ବ୍ୟକ୍ତି ମିଳିତ ଜାତିସଂଘର ସୂଚନା ଅନୁଯାୟୀ _________ କିଗର କଲ ପ୍ରତିଦିନ ବ୍ୟବହାର କରେ ।
(ଖ) ଥନ୍ମମାନିକ ହସଦରେ ପ୍ୱଥିବା ପୂପରେ ସମ୍ବଦାୟ କଲ _______ ଶନ କିଲୋମିଟର ।
(ଗ) ପୃଥ‌ିବୀର ଜଳ 20 ଲିଟର ହେଲେ, ଆମ ନଦୀ, ହ୍ରଦର ଜଳ ପରିମାଣ _______ ଚାମଚ ଅଟେ |
(ଘ) ମେଶରେ ଭଲ _______ ଅବସ୍ଥାରେ ଥାଏ ।
(ଙ) ମହାନଦୀ ନଦାଦବ୍ _______ ନଦୀ ଉପରେ ନିର୍ମାଣ କରାଯାଇଛି ।
(ଚ) ନଳକୂପରେ ମିଳୁଥିବା ଜଳକୁ _______ ଭଲ କହିପାରିବା |
Solution:
(କ) 50
(ଖ) 140 କୋଟି
(ଗ) 4.5 ଚାମଚ
(ଘ) ଦାଶଯ
(ଙ) ମହାନଦା
(ଚ) ଭୂତଳ

BSE Odisha 7th Class Science Solutions Chapter 15 ଜଳ - ଅମୂଲ୍ୟ ପ୍ରାକୃତିକ ସମ୍ପଦ

Question 3.
ଭୂତଳ ଜଳ କିପରି ପୁନଃ ଭରଣା ହୁଏ, ବର୍ଣ୍ଣନା କର ।
Solution:
(i) ଅଧିକାଂଶ ବର୍ଷାଜଳ ନଦୀ, ନାଳ ଓ ଜଳାଶୟରେ ପ୍ରବାହିତ ହୋଇଯାଉଥ‌ିବା ବେଳେ ଅଳ୍ପ କିଛି ମୁଭିକା ଓ ଉଭିଦମାନଙ୍କ ଦ୍ବାରା ଶୋଷିତ ହୋଇଥାଏ ।

(ii) ଆଉ କିଛି ଜଳ ପୃଥ‌ିବୀ ଆଭ୍ୟନ୍ତରର ବିଭିନ୍ନ ଶିଳାସ୍ତର ଭେଦକରି ମାଧ୍ୟାକର୍ଷଣ ପ୍ରଭାବରେ ଭୂଗର୍ଭରେ ପ୍ରବେଶ କରେ । ଏହି ଜଳକୁ ଭୂତଳ ଜଳ ଏବଂ ଏହି ପ୍ରକ୍ରିୟାକୁ ଅନ୍ତଃ ପରିସ୍ରବଣ (Infiltration)କୁହାଯାଏ । ଏହାଦ୍ଵାରା ଭୂତଳରେ ଗଚ୍ଛିତ ଜଳର ପୁନଃଭରଣ ହୋଇଥାଏ ।

(iii) ଆମକୁ ଜାଣିରଖୁବାକୁ ପଡ଼ିବଯେ ଭୂତଳରେ ଗଚ୍ଛିତ ଜଳର ପରିମାଣ ସୀମିତ । ନଳକୂପ ଓ ଗଭୀରକୂପ ଆଦିରୁ ଅତ୍ୟଧ‌ିକ ଭୂତଳ ଜଳ ଉତ୍ତୋଳନ କରିବା ଫଳରେ ଭାରତର ଅଧିକାଂଶ ସ୍ଥାନରେ ଭୂତଳ ଜଳର ପରିମାଣ ହ୍ରାସ ପାଇ ଭୂପୃଷ୍ଠରେ ଜଳର ଅଭାବ ଦେଖାଯାଉଛି । ଏଣୁ ଏହାର ସଂରକ୍ଷଣ ଅତ୍ୟନ୍ତ ଜରୁରୀ ।

Question 4.
ତୁମ ସାହିରେ 50 ଟି ଘର ଅଛି, ଦଶଟି ନଳକୂପ ରହିଛି । ଜଳସ୍ତର ଉପରେ କିପରି ସୁଦୂର ପ୍ରସାରୀ ପ୍ରଭାବ ପତିବ ଲେଖ |
Solution:
(i) ଆମେ ଜାଣୁ ମିଳିତ ଜାତିସଂଘର ସୂଚନା ଅନୁଯାୟୀ ଜଣେ ପିଇବା, ଧୋଇବା, ରାନ୍ଧିବା ତଥା ସ୍ୱାସ୍ଥ୍ୟରକ୍ଷା ପାଇଁ ଦୈନିକ ମୋଟ 50 ଲିଟର ଜଳ ଆବଶ୍ୟକ କରେ । ଏଣୁ 50 ଟି ଘରେ ଯଦି ଅତି କମ୍‌ରେ 100 ଜଣ ଲୋକଥା’ନ୍ତି ସେମାନେ ଦୈନିକ 5000 ଲିଗର ଭଲ ଆବଶପଲ କରିବାରେ |

(ii) ସାହିରେ ସେମାନଙ୍କପାଇଁ 10ଟି ନଳକୂପ ଅଛି । ଏଣୁ ଭୂତଳ ଜଳକୁ ଉତ୍ତୋଳନ କରି ବ୍ୟବହାର କରାଯିବ । ଗୋଟିଏ ନଳକୂପ ଥିଲେ ଜଳର ଅଭାବ ହେବ ବୋଲି ଭାବି ହୁଏତ ସେମାନେ କମ୍ ଜଳ ବ୍ୟବହାର କରିଥାନ୍ତେ, ତେଣୁ ଅଧ‌ିକ ନଳକୂପ ଯୋଗୁଁ ଅତ୍ୟଧ୍ଵ ଭୂତଳ ଜଳର ଉତ୍ତୋଳନ ଫଳରେ ଏହା ନିମ୍ନଗାମୀ ହେବ ଓ କ୍ରମେ ଜଳର ଅଭାବ ଭୂପୃଷ୍ଠରେ ଅନୁଭୂତ ହେବ । ସଙ୍ଗେ ସଙ୍ଗେ ଏହା ଅନୁଭୂତ ନ ହେଲେ ମଧ୍ୟ କିଛିଦିନ ପରେ ଏହାର ଥଭାବ ଦେଖାଯିବ |

Question 5.
ଜଳସ୍ତର ନିମ୍ନୀକରଣର ବିଭିନ୍ନ କାରଣଗୁଡ଼ିକର ଦୃଷ୍ଟାନ୍ତ ଦିଅ ।
Solution:
ଜଳସ୍ତର ନିମ୍ନକରଣର ମୁଖ୍ୟକାରଣଗୁଡ଼ିକ ହେଲା :
(i) ଜନସଂଖ୍ୟା ବୃଦ୍ଧି (ii) ଶିଳ୍ପ ଓ କୃଷିରେ ଜଳରେ ଅଧିକ ଉପଯୋଗ (iii) ସ୍ଵଳ୍ପବୃଷ୍ଟି ଓ (iv) ଜଙ୍ଗଲ କ୍ଷୟ ।
(i) ଜନସଂଖ୍ୟା ବୃଦ୍ଧି – ଜନସଂଖ୍ୟାର ଦ୍ରୁତ ବୃଦ୍ଧି ହେବା ଯୋଗୁ ଜନସମୂହଙ୍କ ପାଇଁ ବାସଗୃହ, ରାସ୍ତାଘାଟ, ଦୋକାନବଜାର, କାର୍ଯ୍ୟାଳୟ ଆଦି ନିର୍ମାଣରେ ଅନେକ ଜମି ବ୍ୟବହାର କରାଯାଏ । ବର୍ଷାଜଳ ପଡ଼ିଲେ କିମ୍ବା ପକ୍‌କା ଚଟାଣ ଜଳ ପାଇଁ ବାଧକ ଯୋଗୁ ଜଳ ପୁନଃଭରଣ ପ୍ରକ୍ରିୟା ମନ୍ଦିତ ହୋଇଥାଏ । ଜନସଂଖ୍ୟାର ସେତେ ପୁନଃଭରଣ ହେଉ ନାହିଁ, ଏଣୁ ଜଳାଭାବ ଅନୁଭୂତ ହେଉଛି ।

(ii) ଶିଳ୍ପ ଓ କାରଖାନା ବୃଦ୍ଧି – ସମାଜର ଆର୍ଥିକ ଉନ୍ନତି ପାଇଁ ଓ ବର୍ଦ୍ଧିଷ୍ଣୁ ଲୋକଙ୍କ ଆବଶ୍ୟକତା ପୂରଣ ପାଇଁ ଅଧିକ ଶିଳ୍ପ ଓ କାରଖାନାମାନ ସ୍ଥାପନ କରାଯାଉଛି । ଫଳରେ ମାତ୍ରାଧ୍ଵ ଜଳର ବ୍ୟବହାର ହେବା ସହ ଜଳ ପ୍ରଦୂଷଣମଧ୍ୟ ବଢ଼ିଚାଲିଛି । ଏହା ଜଳ ନିମ୍ନକରଣର ଆଉ ଏକ ଦୃଷ୍ଟାନ୍ତ ।

(iii) କୃଷିକାର୍ଯ୍ୟ – କୃଷିପାଇଁ ଆମେ ବୃଷ୍ଟି ଜଳ ଉପରେ ପ୍ରଧାନତଃ ନିର୍ଭର କରୁଥିଲେ ମଧ୍ୟ ନଦୀବନ୍ଧ ଯୋଜନା ଓ କେନାଲ ସାହାଯ୍ୟରେ ଜଳସେଚନ କରାଗଲାଣି । ଏପରିକି ଖରାଦିନେ ଉଠାଜଳସେଚନର ବ୍ୟବହାର ମଧ୍ୟ କରାଯାଉଛି । ଏଣୁ ଭୂତଳ ଜଳସ୍ତର କ୍ରମେ କମିବାରେ ଲାଗିଛି ।

(iv) ସ୍ଵଳ୍ପବୃଷ୍ଟି ଓ ଜଙ୍ଗଲକ୍ଷୟ – ଅନିୟମିତ ବୃଷ୍ଟିପାତ ଏବଂ ଅଧ୍ଯକ ଓ କମ୍ ବୃଷ୍ଟିପାତ ଫଳରେ ଅନେକ ସ୍ଥାନରେ ବନ୍ୟା ଓ ମରୁଡ଼ି ଦେଖାଯାଏ । ଜଙ୍ଗଲ୍ ସାଧାରଣତଃ ଜଳଚକ୍ରକୁ ବ୍ୟାହତ ରଖେ ଓ ଏହାଫଳରେ ପାଗ ଅପରିବର୍ତ୍ତିତ ଜଙ୍ଗଲକ୍ଷୟ ଯୋଗୁଁ ଅନାବୃଷ୍ଟି ଓ ପାଗର ଦୂତ ପରିବର୍ତ୍ତନ ପରିଲକ୍ଷିତ ହେଉଛି । ଫଳରେ ଆମ ରାଜ୍ୟର କେତେକ ଅଞ୍ଚଳରେ ମରୁଡ଼ି ଦେଖାଗଲାଣି । ଏଣୁ ପରିବେଶର ଉତ୍ତାପ ବୃଦ୍ଧି ପାଇବା ସହ ଜଳସ୍ତର କ୍ରମେ କମି କମି ଯାଉଛି ।

Question 6.
ତୁମେ ବଗିଚାରେ ଜଳ ପରିଚାଳନା ପାଇଁ କିପରି ଯତ୍ନବାନ ହେବ ଲେଖ ।
Solution:
(i) ଆମ ଘରେ ଯଦି ଗୋଟେ ବଗିଚା ଅଛି ତେବେ ଆମ ଘରର ଗାଧୁଆ ପାଣି, ରନ୍ଧାଘରର ପାଣି, ଅନ୍ୟାନ୍ୟ ବ୍ୟବହାରରୁ ବାହାରୁଥ‌ିବା ପାଣିକୁ ଗୋଟିଏ ପାଣିନାଳ ଦେଇ ବଗିଚାକୁ ଛାଡ଼ି ପାରିବା କାରଣ ଆମେ ଜାଣୁ ଉଭିଦ ପାଇଁ ଜଳର ଆବଶ୍ୟକତା ରହିଛି । ଏଣୁ ଆମ ବ୍ୟବହାର୍ଯ୍ୟ ଜଳର ଅପଚୟ ଯେପରି ନ ହୁଏ

(ii) ବଗିଚାରେ ସବୁଗଛ ସମାନ ଜଳ ଆବଶ୍ୟକ କରନ୍ତି ନାହିଁ । ବେଳେବେଳେ ଅଧ୍ଵ ଜଳ ମଧ୍ୟ ଉଭିଦ ପାଇଁ କ୍ଷତିକାରକ, ଏଣୁ ଏସବୁକୁ ଆଖରେ ରଖ୍ କେଉଁ ଗଛପାଇଁ ମଳାକରି ଜଳଦେବା , କେଉଁଠି ସିଆର କାଟି ଜଳ ଦେବା, କେଉଁଠି ସିଞ୍ଚନ ପ୍ରଣାଳୀ ବ୍ୟବହାର କରିବା– ଏସବୁ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ।

(iii) ନାଳ ନର୍ଦ୍ଦମା ଜଳକୁ ସିଧାସଳଖ ବଗିଚାକୁ ନ ଛାଡ଼ି ଗୋଟିଏ ଜଳକୁଣ୍ଡରେ ଜମା କରି ସେଥୁରେ କେତେକ ଜଳଜ ଉଭିଦ ଓ ମାଛ ଛାଡ଼ି ଶୋଧନ କରି ସେହି ଜଳକୁ ବଗିଚାର ଗଛପାଇଁ ବ୍ୟବହାର କରିପାରିବା ।

(iv) କାକ୍‌ଟସ ଗଛର ଜଳ ଧାରଣ କ୍ଷମତା ରହିଛି । ତେଣୁ ଜଳାଭାବ ଅଞ୍ଚଳରେ ଫୁଲ ଗଛ ସହ କାକ୍‌ସ ଆଦି ଗଛ ଲଗାଇଲେ କମ୍ ଜଳ ଆବଶ୍ୟକ ହେବ । ଜଳ ପରିଚାଳନାକୁ ଦୃଷ୍ଟିରେ ରଖ୍ ଦରକାର ନଥ‌ିବା ବେଳେ ଘର ଟ୍ୟାପ୍‌କୁ ଖୋଲା ରଖୁବା ଅନୁଚିତ ।

Question 7.
ନିମୋକ୍ତ ଦାକ୍ୟରୁ କେଉଁଟି ଲାଲାଭାଟି ପାତ ଦାଯା ନ୍ତହେ ?
(କ) ଶିଳ୍ପର ଦ୍ରୁତବୃଦ୍ଧି
(ଖ) ଳନସଖ୍ୟା ହଦି
(ଗ) ଅଧ୍ବକ ବୃଷ୍ଟିପାତ
(ଘ) ଲଲରସ୍କ ପରିଚାଲନା
Solution:
(ଗ) ଅଧ୍ବକ ବୃଷ୍ଟିପାତ

BSE Odisha 7th Class Science Solutions Chapter 15 ଜଳ - ଅମୂଲ୍ୟ ପ୍ରାକୃତିକ ସମ୍ପଦ

Question 8.
କେଉଁଟି ପୃଥ‌ିବୀର ସମୁଦାୟ ଜଳପାଇଁ ଉଦ୍ଦିଷ୍ଟ ?
(କ) ନଦୀ ଓ ହ୍ରଦରେ ଜଳର ପରିମାଣ ନିର୍ଦ୍ଦିଷ୍ଟ ମାତ୍ରା ଅଟେ ।
(ଖ) ଭୂତଳ ଜଳର ପରିମାଣ ନିର୍ଦ୍ଦିଷ୍ଟ ଅଟେ ।
(ଗ) ସମୁଦ୍ର ଓ ମହାସାଗରରେ ଜଳର ପରିମାଣ ସ୍ଥିର ଅଟେ ।
(ଘ) ପୃଥ‌ିବୀର ଜଳର ପରିମାଣ ସ୍ଥିର ।
Solution:
(ଘ) ପୃଥ‌ିବୀର ଜଳର ପରିମାଣ ସ୍ଥିର ।

Question 9.
ଭୂତଳ ଜଳ ଓ ଜଳସ୍ତରର ନାମାଙ୍କିତ ନକ୍‌ ଅଙ୍କନ କରି ରଙ୍ଗଦ୍ୱାରା ଦର୍ଶାଅ ।
Solution:
BSE Odisha 7th Class Science Solutions Chapter 15 Img 1
BSE Odisha 7th Class Science Solutions Chapter 15 Img 2

Question 10.
ତୁମ ଘରେ ଜଳ ଅପଚୟ ହେବାର ୫ଗୋଟି ଦୃଷ୍ଟାନ୍ତ ଦିଅ ।
Solution:

  • ପାଣି ପିଇବାବେଳେ ଏକ ଗ୍ଲାସ ପାଣିନେଇ ସେଥୁ ଅଳ୍ପ ପିଇ ବାକି ସବୁ ପାଣି ଢାଳି ନଷ୍ଟ କରିଥାଉ ।
  • ନଳକୂପରୁ ମୋଟର୍ ଦ୍ୱାରା ଜଳ ଟାଙ୍କିରେ ଭର୍ତ୍ତି କଲାବେଳେ ପାଣି ଭର୍ତ୍ତି ହୋଇବା ପରେ ମଧ୍ୟ ଆମର ଅଜାଣତା ଯୋଗୁଁ ପାଣି ପଡୁଥାଏ, କାରଣ ମୋଟର୍‌କୁ ଠିକ୍ ସମୟରେ ବନ୍ଦ କରାଯାଏ ନାହିଁ ।
  • ମୁହଁ ଧୋଇବା ବା ଦାନ୍ତ ଘଷିବା ସମୟରେ ଟ୍ୟାପ୍‌ଟି ଖୋଲି ଦାନ୍ତ ଘସିଥାଉ । କଳଟିକୁ ଆମ ସୁବିଧାପାଇଁ ଖୋଲାରଖୁ, ଫଳରେ ଅନେକ ଜଳର ଅପଚୟ ଘଟେ ।
  • ମ୍ୟୁନିସିପାଲିଟି ଟ୍ୟାପରେ ପାଣି ଆସୁଥୁଲେ ଆବଶ୍ୟକତା ନଥିଲେ ମଧ୍ୟ କଳ ଖୋଲା ରଖିବାଦ୍ଵାରା ଜଳର ଅପଚୟ ଘଟେ ।
  • ଗାଧୋଇବାରେ, ଲୁଗାଧୋଇବାରେ, ରନ୍ଧାରେ ଯେତେପାଣି ଆବଶ୍ୟକ ତା’ଠାରୁ ଅଧିକ ପାଣି ବ୍ୟବହାର କରୁ କାରଣ ଆମେ ସହରରେ ଏଯାଏ ଜଳାଭାବ ଅନୁଭବ କରିନାହୁଁ ।

BSE Odisha 7th Class Science Solutions Chapter 15 ଜଳ - ଅମୂଲ୍ୟ ପ୍ରାକୃତିକ ସମ୍ପଦ

Question 11.
ଲଗାତର ଦୁଇବର୍ଷ ଅନାବୃଷ୍ଟି ହେଲେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଯେଉଁ ଯେଉଁ ଅସୁବିଧା ହେବ, ସେଥିରୁ ତିନୋଟି ଲେଖାଏଁ ଲେଖ ।
Solution:
ଆମ ରାରତଦଘର ବିଭିନ୍ନ ଥିଲାରେ ହୁଏ ଆଉ କେତେକ ଅଞ୍ଚଳରେ ଜଳାଭାବ ଜନିତ ମରୁଡ଼ି ମଧ୍ୟ ଦେଖାଯାଏ । ଲଗାତାର ଦୁଇବର୍ଷ ଅନାବୃଷ୍ଟି ହେଲେ ସବୁଆଡ଼େ ମରୁଡ଼ି ସହ ଦୁର୍ଭିକ୍ଷ ମଧ୍ଯ ଦେଖାଯିବାର ଆଶଙ୍କା ଥାଏ ।

ଗ୍ରାମାଞ୍ଚଳରେ ଦେଖାଯିବା ଅସୁବିଧା :
(i) ଗ୍ରାମାଞ୍ଚଳର ଅଧିକାଂଶ ଲୋକେ ଚାଷଉପରେ ନିର୍ଭର କରି ଚଳନ୍ତି । ବର୍ଷା ହେଲେ ଚାଷ କାମ ଆରମ୍ଭ ହୁଏ । ଅନାବୃଷ୍ଟି ଯୋଗୁଁ ମରୁଡ଼ି ପଡ଼ି ମାଟି ସବୁ ଫାଟିଯିବ । ଏଣୁ ଜମି ଚାଷ ଅନୁପଯୋଗୀ ହୋଇଯିବ ।
(ii) ଚାଷ କାମ ଜଳସେଚନ ଉପରେ ବିଶେଷତଃ କେନାଲରୁ ପାଣି ଯୋଗାଣ ଉପରେ ନିର୍ଭର କରି କରାଯାଇଥାଏ । ଜଳାଭାବ ଯୋଗୁଁ ଚାଷ, ଜଳସେଚନ ଉପରେ ନିର୍ଭର କରୁଥିବା ଜମି ଗୁଡ଼ିକରେ ହୋଇପାରିବ ନାହିଁ ।
(iii) ଆମର ଅଧିକାଂଶ ଖାଦ୍ୟ ଗ୍ରାମାଞ୍ଚଳରୁ ହିଁ ସହରକୁ ଆସିଥାଏ । ଏଣୁ ଅଧିକାଂଶ ଜମିରେ ଚାଷ ହୋଇନପାରିଲେ ଉତ୍ପାଦନ ବହୁ ପରିମାଣରେ କମିଯିବ ଓ ଉଭୟ ସହର ଓ ଗ୍ରାମରେ ଖାଇବାକୁ ଖାଦ୍ୟର ଅଭାବ ହେବ । ଏଥିସହ ବିଦ୍ୟୁତ ଶକ୍ତି ମିଳିବା କଷ୍ଟକର ହୋଇପଡ଼ିବ ।

ବିପଯୁବସ୍ତୁ ସପୂଜାପ ପୂଚନା ଓ ବିଶେଷଣ :

→ ଜଳ ହିଁ ଜୀବନ :
ଜୀବନର ସମ୍ଭାବ୍ୟ ଉତ୍ପତ୍ତି ଜଳ ମାଧ୍ୟମରେ ହେବା ଦିନଠାରୁ ଜଳ ଜୀବନର ଏକ ମୂଳ ଆଧାର ରୂପେ ପରିଗଣିତ ହୋଇ ଆସୁଅଛି ।

→ ଜଳର ଆବଶ୍ୟକତା :

  • ପ୍ରାଣୀ ଭତ୍ତିଦମାନଙ୍କର ବଞ୍ଚରହିବା ପାଇଁ ଗଭାର ପ୍ରକ୍ରିୟା ଚାଲ୍ଲରଖବା ଅପରିହାର୍ଯ୍ୟ ।
  • ବଭମାନ ଚାରିଆଡେ କଲାଭାଟ୍ ଦେଖାଗଲାଣି, ଅନେକ ସ୍ଥାନରେ ମରୁଡି ପଡିଲାଣି, ମହଉରେ ମଦି ଏହାର ଅଭାବ ଅନୁଭୁତ ହୋଇନି, ଗାଗାଆଁଲରେ ଏହାର ଅତିମାତାରେ ଅଭାବ ଅନୁଭୂତ ହେଲାଣି |

→ ପୃଥିବା ପାଣରେ କଲର ପରିମାଣ :
(i) ଭୂପୃଷ୍ଠର ସାତଭାଗରୁ ୫ଭାଗ କେବଳ ସମୁଦ୍ର । ସମଗ୍ର ପୃଥ‌ିବୀ ପୃଷ୍ଠରେ ଶତକଡ଼ା 71 ଭାଗ ଜଳାବୃତ । ଏଥ‌ିପାଇଁ ପୃଥ‌ିବୀକୁ ‘ଜଳଗ୍ରହ’ ବୋଲି କୁହାଯାଏ । ଏତେ ପରିମାଣର ଜଳର ଉପସ୍ଥିତି ଯୋଗୁ ଆମ ପୃଥ‌ିବୀ ମହାଶୂନ୍ୟରୁ ‘ନୀଳଗ୍ରହ’ ବୋଲି ଦୃଶ୍ୟମାନ ହୁଏ ।

(ii) ଅନୁମାନ କରାଯାଏ ଯେ ପୃଥ‌ିବୀପୃଷ୍ଠର ସମୁଦାୟ ଜଳର ପରିମାଣ ପ୍ରାୟ 140 କୋଟି ଘନ କିଲୋମିଟର । ମୋଟ ଜଳରୁ 97.5 ଭାଗ ହେଉଛି କେବଳ ସମୁଦ୍ରର ଲୁଣିଜଳ ଓ ଅବଶିଷ୍ଟ 2.5 ଭାଗ ମଧୁର ଜଳ ।

(iii) କାଲ ଏକ ନରକାରଣ ଯୋଗ୍ୟ ପ୍ରାକନିକ ସମଦ | କାନମଖ୍ୟାର କର ଯୋଗୁ ଏହାର ବାହ୍ୟୁପରିମାଣରେ ଅନନ୍ୟତ କରାଯାରନ୍ଥି |

(iv) ଉପଯୁକ୍ତ ବିନିଯୋଗ କରାନଗଲେ ନିକଟ ଭବିଷ୍ୟତରେ ଏହା ଆମର ମୁଖ୍ୟ ବିପଦ ହେବାର ଆଶଙ୍କା ରହିଛି । ଭୂତଳ ଜଳ ସରିଯାଉଥୀ ନବୀକରଣ ଯୋଗ୍ୟ ସମ୍ପଦ । ଏଣୁ ଏହା ସୀମିତ ।
2003 ମସିହାକୁ ବିଶ୍ଵ ଜଳବର୍ଷ ରୂପେ ପାଳନ କରି ଲୋକଙ୍କୁ ମଧୁର ଜଳ ସମ୍ପର୍କରେ ସଚେତନ କରାଯାଉଅଛି ପ୍ରତିବର୍ଷ ଅକ୍ଟୋବର 18 ତାରିଖକୁ ‘ବିଶ୍ଵ ଜଳ ନିୟନ୍ତ୍ରଣ ଦିବସ’ ରୂପେ ପାଳନ କରାଯାଉଅଛି ।

→ ଜଳର ବିଭିନ୍ନ ଅବସ୍ଥା :

  • କାଳ ସାଧାରଣଙ୍ କଠିନ, ତରଳ ଗଦାସମ ଅଥବରେ ଥାଏ |
  • ମେରୁ ଅଞ୍ଚଳରେ ଏହା ବରଫ ରୂପେ ଓ ହିମାଳୟର ଶୃଙ୍ଗରେ ମଧ୍ୟ ବରଫ ଜମାଟ ବାନ୍ଧି ରହିଥାଏ ।
  • ବାୟୁମଣ୍ଡଳରେ ଥିବା ଜଳୀୟବାଷ୍ପ ଘନୀଭୂତ ହୋଇ ବୃଷ୍ଟିଜଳ ଭାବରେ ପୃଥ‌ିବୀ ପୃଷ୍ଟକୁ ଆସେ ଓ ଭୂପୃଷ୍ଠରୁ ପୁନର୍ବାର ବାଷ୍ପୀଭୂତ ହୋଇ ଉପରକୁ ଯାଇ ମେଘ ସୃଷ୍ଟି କରେ । ଏହାକୁ ପ୍ରକୃତିର ଜଳଚକ୍ର କୁହାଯାଏ ।
  • ସ୍ଫୁଟନ ଓ ବାଷ୍ପନ ଦ୍ବାରା ଜଳ ବାଷ୍ପରେ ପରିଣତ ହୋଇ ବାୟୁ ସହିତ ମିଶିଥାଏ ।
  • ଝରଣା, ହ୍ରଦ, ନଦୀ, ପୋଖରୀରେ ଜଳ ତରଳ ଅବସ୍ଥାରେ ଥାଏ । ନଦୀଜଳ ସମୁଦ୍ରରେ ମିଶି ସମୁଦ୍ରର ଲବଣାକ୍ତ ଜଳରୂପେ ତରଳ ଅବସ୍ଥାରେ ଥାଏ ।
  • ରନ୍ଧନ କାର୍ଯ୍ୟ କଲାବେଳେ ଜଳ ବାମ୍ଫ ହୁଏ । ତାହା ଜଳର ବାଷ୍ପୀୟ ଅବସ୍ଥା

BSE Odisha 7th Class Science Solutions Chapter 15 ଜଳ - ଅମୂଲ୍ୟ ପ୍ରାକୃତିକ ସମ୍ପଦ

→ ଓବିଶାର କଳସମଦ :

  • ମହାନଦୀ, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବୈତରଣୀ, ବ୍ରାହ୍ମଣୀ, ଋଷିକୂଲ୍ୟା, ବଂଶଧାରା, ନାଗାବଳୀ, ଇନ୍ଦ୍ରାବତୀ ଆଦି ନଦୀ ଓ ସେମାନଙ୍କ ଶାଖା ନଦୀ ଓଡ଼ିଶାର ବ୍ୟବହାର ଉପଯୋଗୀ ମୁଖ୍ୟ ଜଳସମ୍ପଦ । ଏହି ନଦୀଗୁଡ଼ିକ ବୃଷ୍ଟିପୁଷ୍ଟ ଅଟନ୍ତି ।
  • ଲୁଣି ଜଳର ଗନ୍ତାଘର ହିସାବରେ ଚିଲିକା ଏବଂ ସୁଦୀର୍ଘ ସମୁଦ୍ର ସମ୍ଭାର ମଧ୍ୟ ଓଡ଼ିଶାର ଜଳସମ୍ପଦ । ଏଥିରେ ମାଛଚାଷ ଏବଂ ନୌବାଣିଜ୍ୟ କରାଯାଏ । ପରିବ୍ରାଜୀ ପକ୍ଷୀମାନଙ୍କର ପ୍ରଧାନ ପୀଠସ୍ଥଳୀ ହେଉଛି ଚିଲିକା ।
  • ଓଡ଼ିଶାର ସୁଦୀର୍ଘ ସମୁଦ୍ର ସମ୍ଭାରର ନାମ ହେଲା ବଙ୍ଗୋପସାଗରର ଉପକୂଳବର୍ତ୍ତୀ ଅଞ୍ଚଳ ।
  • ଓଡ଼ିଶାରେ ବର୍ଷାଋତୁରେ ଅର୍ଥାତ୍ ଜୁନ୍ ମାସଠାରୁ ସେପ୍ଟେମ୍ବର ମାସ ମଧ୍ୟରେ ମୌସୁମୀ ବାୟୁ ଯୋଗୁଁ ବର୍ଷାହୁଏ କିନ୍ତୁ ଏହା ନିୟମିତ ଭାବେ ହୁଏ ନାହିଁ ।
  • ବର୍ଷା ନଥ‌ିବା ବେଳେ ଏହି ଜଳସମ୍ପଦକୁ ସଞ୍ଚୟ କରି ନିୟମିତ ଭାବରେ ବ୍ୟବହାର କରିବା ପାଇଁ ଆମ ଦେଶରେ ବିଭିନ୍ନ ଜଳସେଚନ ପ୍ରକଳ୍ପମାନ କରାଯାଇଛି, ଏଥୁରୁ ହୀରାକୁଦ ଅନ୍ୟତମ ।
  • ହୀରାକୁଦରେ ଗଚ୍ଛିତ ତଳ ଉଭୟ ଜଳସେଚନ ତଥା ବିଦ୍ୟୁତ୍ ଉତ୍ପାଦନ ପାଇଁ ବ୍ୟବହାର କରାଯାଉଛି ।
  • ପାନୀୟଜଳ ପାଇବାକୁ ବିଭିନ୍ନ ଜାଗାରେ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରାଯାଇଥାଏ । ସହରାଞ୍ଚଳରେ
  • ଗ୍ରାମାଞ୍ଚଳର ଲୋକମାନେ ମୁଖ୍ୟତଃ ପୋଖରୀ, ନଈନାଳ ଓ କୂଅ ଉପରେ ନିର୍ଭର କରିଥା’ନ୍ତି । ଏବେ ଅନେକ
  • କେତେକ ପାର୍ବତ୍ୟ ଅଞ୍ଚଳରେ ବର୍ଷାଜଳକୁ ସଂଗ୍ରହ କରି ତାହାକୁ ନିଜର ଆବଶ୍ୟକତା ପୂରଣ ପାଇଁ ବ୍ୟବହାର କରାଯାଏ ।

→  ଭୂତଳ ଜଳ :

  • ଭୂବର୍ତ୍ତୀ ଜଳ କିଛି ମାତ୍ରାରେ ମୃଭିକାରେ ରହିଯାଏ ଏବଂ ଅବଶିଷ୍ଟ ଜଳ ମୃତ୍ତିକାରେ ଥିବା ଛିଦ୍ରଦେଇ ଭୂତଳକୁ ଚାଲିଯାଏ । ଭୂତଳରେ ଏହିପରି ଅନ୍ତଃପରିସ୍ରବଣ (Infiltration) ଦ୍ଵାରା ସଂଗୃହୀତ ଜଳକୁ ଭୂତଳ ଜଳ କୁହାଯାଏ ।
  • ଭୂତଳ ଜଳ ଯଦି ଦୁଇଟି ପ୍ରସ୍ତର ସ୍ତର ମଧ୍ଯରେ ଥାଏ, ତାହାକୁ ଆକ୍ରାଫର (Aquifer) କୁହାଯାଏ ।
  • ଭୂତଳ ଜଳର ଉପରଭାଗକୁ ଜଳ ପରିପୂଣ୍ଣ ସ୍ତର (Water table) କୁହାଯାଏ ।
  • ଭୂତଳରେ ଗଚ୍ଛିତ ଜଳର ପରିମାଣ ସୀମିତ । ଏଣୁ ଏହି ଜଳର ନିୟନ୍ତ୍ରିତ ବ୍ୟବହାର ଅପରିହାର୍ଯ୍ୟ ।

→ କଳସ୍ତର ନିମ୍ନାକରଣ :

  • ଜଳସ୍ତର ନିମ୍ନକରଣର ମୁଖ୍ୟ କାରଣଗୁଡ଼ିକ ହେଲା – ଜନସଂଖ୍ୟା ବୃଦ୍ଧି, ଶିଳ୍ପ ଓ କୃଷିରେ ଜଳର ଅଧ୍ବକ ଉପଯୋଗ, ସ୍ଵଳ୍ପ ବୃଷ୍ଟି ଓ ଜଙ୍ଗଲ କ୍ଷୟ । ଏପରିକି ବର୍ତ୍ତମାନ ଭୂବନେଶ୍ଵରରେ ମଧ୍ୟ ଏହା ପରିଲକ୍ଷିତ ହେଲାଣି ।
    BSE Odisha Class 7 Science Solutions Chapter 15 Img 1
  • ଜନସଂଖ୍ୟାର ଦ୍ରୁତ ବୃଦ୍ଧିଯୋଗୁଁ ରାସ୍ତା ଉପର ପିଚୁ, ଘରର କଂକ୍ରିଟ ଛାତ ଓ ପକ୍କା ଚଟାଣ ଦେଇ ଭୂତଳ ଜଳର ପୁନଃ ଭରଣ ପ୍ରକ୍ରିୟା ମନ୍ଦିତ ହୋଇଥାଏ ।
  • ଭୂତଳ ଜଳର ଅନିୟନ୍ତ୍ରିତ ବହୁଳ ବ୍ୟବହାର ଯୋଗୁଁ ସହରାଞ୍ଚଳରେ ଜଳସ୍ତର ଅଧ୍ଵ ନିମ୍ନଗାମୀ ହେଲାଣି ।
  • ଶିଳ୍ପ ଓ କଳକାରଖାନାର ଅଭିବୃଦ୍ଧି ଯୋଗୁଁ ଜଳର ମାତ୍ରାଧ‌ିକ ବ୍ୟବହାର ହେବା ସଙ୍ଗେ ସଙ୍ଗେ, ଜଳ ପ୍ରଦୂଷିତ ମଧ୍ୟ ଦେଇଛି |
  • କଲ ଗନା କରିବାଯ୍ୟ ଦେବା ଅସମ୍ପୂମ | ଉଠା କାଳ ପେରେ ଅଧିକ ପ୍ରଣାଳ ପଢିଥାଏ |
  • ମୌସୁମୀ ବାୟୁଜନିତ ଅନିୟମିତ ବୃଷ୍ଟିପାତ ଫଳରେ ସ୍ଵଳ୍ପବୃଷ୍ଟି, ଏପରିକି ଅନାବୃଷ୍ଟି ଯୋଗୁଁ ମଧ୍ଯ ଅନେକ ସ୍ଥାନରେ
  • ବାସଗୃହ, କୃଷି, ଶିଳ୍ପ, ଜଳସେଚନ, ପରିବହନ ଆଦି ମଣିଷର ପ୍ରତ୍ୟେକ ଗୁରୁତ୍ଵପୂର୍ଣ୍ଣ ଆବଶ୍ୟକତା ପୂରଣ ପ୍ରହ୍ମଗିତି ଦ୍ରୋଣାରେ ଲାଗିଛି |
  • ଜଙ୍ଗଳରେ ଥିବା ଉଭିଦଗୋଷ୍ଠୀହିଁ ଜଳଚକ୍ରକୁ ନିୟନ୍ତ୍ରିତ କରିଥା’ନ୍ତି । ଏହା ବାୟୁକୁ ବିଶୁଦ୍ଧ ରଖୁବାରେ ସାହାଯ୍ୟ ଅନେକ ସ୍ଥାନରେ ମରୁଡ଼ି ଦେଖାଗଲାଣି ।

→ ହବିପଦର ପରିମାଣରେ ସମୟର :
ବର୍ତ୍ତମାନ ବର୍ଷକୁ ବର୍ଷ ବୃଷ୍ଟିପାତ ପରିମାଣରେ ତାରତମ୍ୟ ଦେଖାଯାଉଛି । ବୃଷ୍ଟିପାତର ଏହି ଅସମତା ଚାଷ, ଜଳସେଚନ, ଜଳବିଦ୍ୟୁତ୍ ଉତ୍ପାଦନକୁ ବହୁ ପରିମାଣରେ ପ୍ରଭାବିତ କରିଥାଏ । ଏହି କାରଣରୁ ପ୍ରତିବର୍ଷ ଖରାଦିନେ ବିଦ୍ୟୁତ୍ କାଟ କରିଥାଏ ।

→ ଜଳର ଆବଣ୍ଟନ :

  • ଜଳ ଉପଲବ୍‌ଧ ହେବାର ଏହି ଅନିଶ୍ଚିତତା ଯୋଗୁଁ ଜଳର ଆବଶ୍ୟକତା ପୂରଣ କରିବା ନିମନ୍ତେ ଉପଲବ୍‌ଧ ଜଳର ସୁପରିଚାଳନା ଅପରିହାର୍ଯ୍ୟ ।
  • ଏଥପାଇଁ ଆମକୁ ଜଳର ଅପଚୟ କମାଇବା ସହ ଏହାର ପ୍ରଦୂଷଣକୁ ମଧ୍ଯ କମାଇମା ପାଇଁ ସଚେତନ ହେବା ଆବଶ୍ୟକ ।
  • ବ୍ୟକ୍ତିଗତ ଓ ଆଞ୍ଚଳିକ ସଚେତନତା ତଥା ଉପଯୁକ୍ତ ଯତ୍ନନେଲେ ଜଳ ସଂରକ୍ଷଣ ହୋଇପାରିବ ।
  • ଏଥିପାଇଁ ଜଳସେଚନ ପ୍ରକଳ୍ପମାନ ନିର୍ମାଣ କରି ବର୍ଷାଜଳକୁ ସଞ୍ଚୟ କରି ରଖ୍ କେନାଲ ସାହାଯ୍ୟରେ ଚାଷପାଇଁ ଏହି ଜଳ ଯୋଗାଯାଇଥାଏ । ପାହାଡ଼ିଆ ଅଞ୍ଚଳରେ ଛୋଟ ଆଡ଼ିବନ୍ଧ ନିର୍ମାଣ କରି ଚାଷ କରାଯାଏ ।
  • ଏପରିକି ‘ବିନ୍ଦୁ ଜଳସେଚନ’ ବା ବୁନ୍ଦା ଜଳସେଚନ ଓ ସିଞ୍ଚନ ପ୍ରଣାଳୀ ବ୍ୟବହାର କରି ଜଳାଭାବ ସମସ୍ୟାର

→ ଆସ, ଜାଣିବା :

  • ଜୀବପାଇଁ ଜଳ ଆବଶ୍ୟକ । ପୃଥ‌ିବୀରେ ଜଳର ପରିମାଣ ସୀମିତ ।
  • ପୃଥ‌ିବୀର ଜଳର ପରିମାଣ ମଧ୍ଯରୁ ଲବଣାକ୍ତ ଜଳ ବେଶୀ । ମଧୁର ଜଳ ଓ ପାନୀୟ ଜଳର ପରିମାଣ ଅତି କମ୍ ।
  • ଜଳର ତିନୋଟି ଅବସ୍ଥା ଯଥା : କଠିନ, ତରଳ, ଗ୍ୟାସୀୟ ।
  • ଜନସଂଖ୍ୟା ବୃଦ୍ଧି, ଶିଳ୍ପ ଓ କାରଖାନା ବୃଦ୍ଧି, ସ୍ପଳ୍ପ ବୃଷ୍ଟି, ଜଙ୍ଗଲ କ୍ଷୟ ଓ ଜଳର କୁପରିଚାଳନା ଜଳ ଅଭାବର କାରଣ ।
  • ପରିତ୍ୟକ୍ତ ଜଳ ଭୂତଳ ଜଳରୂପେ ସଞ୍ଚିତ ରହେ ।
  • ଉଦ୍ଭିଦ ପାଇଁ ଜଳର ଆବଶ୍ୟକତା ରହିଛି ।

BSE Odisha 8th Class Maths Notes Algebra Chapter 5 ସୂଚକ ତତ୍ତ୍ଵ

Odisha State Board BSE Odisha 8th Class Maths Notes Algebra Chapter 5 ସୂଚକ ତତ୍ତ୍ଵ will enable students to study smartly.

BSE Odisha Class 8 Maths Notes Algebra Chapter 5 ସୂଚକ ତତ୍ତ୍ଵ

→ ଉପକ୍ରମଣିକା (Introduction):
ଆମେ ଜାଣିଛେ 5 × 5 × 5 = 5³, ଯେଉଁଠାରେ 5 ଏକ ଘାତରାଶି ଏବଂ 5 ଓ 3 ଯଥାକ୍ରମେ ଘାତରାଶିର ଅଧାର ଏବଂ ଘାତ । ସେହିପରି (-2) × (-2) × (- 2) × (2) = (-2)4 । ଏଠାରେ ମଧ୍ୟ (- 2) ଏକ ଘାତରାଶି ଏବଂ -24 ଓ 4 ଯଥାକ୍ରମେ ଘାତରାଶିର ଆଧାର ଓ ଘାତ ।

  • a × a × a × ……. m ଥର ଗୁଣିଲେ = am ଲେଖାଯାଏ, ଯେଉଁଠାରେ a ଏକ ପୂର୍ଣ୍ଣସଂଖ୍ୟା ଅଥବା ପରିମେୟ ସଂଖ୍ୟା ଏବଂ m ଏକ ଗଣନ ସଂଖ୍ୟା । am ଏକ ଘାତରାଶି ଏବଂ a ଓ m ଯଥାକ୍ରମେ ଘାତରାଶିର ଆଧାର ଓ ଘାତାଙ୍କ ।

→ ଧନାତ୍ମକ ପୂର୍ଣ୍ଣ ସଂଖ୍ୟା (ଗଣନ ସଂଖ୍ୟା) ଘାତାଙ୍କ ବିଶିଷ୍ଟ ଘାତରାଶି :
ପ୍ରତ୍ୟେକ ଘାତରାଶି (ଗଣନ ସଂଖ୍ୟା ଘାତାଙ୍କ ବିଶିଷ୍ଟ)ର ମାନ ଥାଏ ।
ଯୋପରି 2³ = 2 × 2 × 2 = 8, (-4)² = (-4) × (-4) = 16,
BSE Odisha 8th Class Maths Notes Algebra Chapter 5 ସୂଚକ ତତ୍ତ୍ଵ - 1

BSE Odisha 8th Class Maths Notes Algebra Chapter 5 ସୂଚକ ତତ୍ତ୍ଵ

ନିଜେ କର :

Question 1.
ନିମ୍ନଲିଖ ସଂଖ୍ୟାକୁ ଘାତରାଶିରେ ପରିଣତ କର ।
(a) 625
(b) -27
(c) 243
(d) 1000
(e) \(\frac{4}{9}\)
ଉତ୍ତର –
(a) 625 = 5 × 5 × 5 × 5 = (5)4
(b) (-27) = (-3) × (-3) × (-3) = (-3)³
(c) 243 = 3 × 3 × 3 × 3 × 3 = (3)5
(d)1000 = 10 × 10 × 10 = (10)³
(e) \(\frac{4}{9}=\frac{2}{3} \times \frac{2}{3}=\left(\frac{2}{3}\right)^2\)

Question 2.
ନିମ୍ନ ଘାତ ରାଶିଗୁଡ଼ିକର ମାନ ସ୍ଥିର କର ।
(a) 6³
(b) (-8)³
(c) (12)²
(d) (-11)³
(e) \((- \frac{1}{5})^3\)
ଉତ୍ତର –
(a) 6³ = 6 × 6 × 6 = 216
(b) (-8)³ = (-8) × (-8) × (-8) = -512
(c) (12)² = 12 × 12 = 144
(d) (-11) = (-11) × (-11) × (-11) = -1331
(e) \(\left(-\frac{1}{5}\right)^3=\left(-\frac{1}{5}\right) \times\left(-\frac{1}{5}\right) \times\left(-\frac{1}{5}\right)=\frac{-1}{125}\)

→ ଘାତରାଶିମାନଙ୍କର ଗୁଣନ ଓ ଭାଗକ୍ରିୟା :
ନିୟମ 1 :
‘a’ ଏକ ଅଣଶୂନ୍ୟ ପରିମେୟ ସଂଖ୍ୟା ଏବଂ m ଓ n ଦୁଇଟି ଗଣନ ସଂଖ୍ୟା ହେଲେ, am × an = am+n

ଉଦାହରଣ – 1 :
2³ × 24କୁ ଏକ ଘାତରାଶିରେ ପ୍ରକାଶ କର ।
ସମାଧାନ :
2³ × 24 = 23+4 = 27 ……. ନିୟମ (1)

BSE Odisha 8th Class Maths Notes Algebra Chapter 5 ସୂଚକ ତତ୍ତ୍ଵ

ଉଦାହରଣ 2 :
\(\left(\frac{2}{3}\right)^2 \times\left(\frac{2}{3}\right)^3\) କୁ ଏକ ଘାତରାଶିରେ ପ୍ରକାଶ କର ।
ସମାଧାନ :
\(\left(\frac{2}{3}\right)^2 \times\left(\frac{2}{3}\right)^3=\left(\frac{2}{3}\right)^3+2=\left(\frac{2}{3}\right)^5\) ………… ନିୟମ (1)

ନିୟମ – 2 :
(i) ‘a’ ଏକ ଅଣଶୂନ୍ୟ ପରିମେୟ ସଂଖ୍ୟା ଏବଂ m ଓ n ଦୁଇଟି ଗଣନ ସଂଖ୍ୟା (m > n) ହେଲେ,
am ÷ an = am-n

(ii) ‘a’ ଏକ ଅଣଶୂନ୍ୟ ପରିମେୟ ସଂଖ୍ୟା ଏବଂ m ଓ n ଦୁଇଟି ଗଣନ ସଂଖ୍ୟା (n > m) ହେଲେ,
am ÷ an = \(\frac{1}{a^n-m}\)

ଉଦାହରଣ 3 :
\(\left(\frac{4}{3}\right)^7 \div\left(\frac{4}{3}\right)^4\) କୁ ଏକ ଘାତରାଶିରେ ପ୍ରକାଶ କର ।
ସମାଧାନ :
\(\left(\frac{4}{3}\right)^7 \div\left(\frac{4}{3}\right)^4=\left(\frac{4}{3}\right)^{7-4}=\left(\frac{4}{3}\right)^3\) ………………. ନିୟମ 2(i)

ନିୟମ – 3 :
‘a’ ଏକ ଅଣଶୂନ୍ୟ ପରିମେୟ ସଂଖ୍ୟା ଏବଂ m ଓ n ଦୁଇଟି ଗଣନ ସଂଖ୍ୟା ହେଲେ, (am)n = amn ହେବ ।

ଉଦାହରଣ 4 :
\(\left(\frac{4}{3}\right)^2 \div\left(\frac{4}{3}\right)^5\)କୁ ଘାତରାଶିରେ ପ୍ରକାଶ କର ।
ସମାଧାନ :
\(\left(\frac{4}{3}\right)^2 \div\left(\frac{4}{3}\right)^5=\frac{1}{\left(\frac{4}{3}\right)^{5-2}}=\frac{1}{\left(\frac{4}{3}\right)^3}\) ………….. ନିୟମ 2(ii)

BSE Odisha 8th Class Maths Notes Algebra Chapter 5 ସୂଚକ ତତ୍ତ୍ଵ

ଉଦାହରଣ 5 :
\(\left\{\left(\frac{2}{3}\right)^3\right\}^2\)କୁ ଘାତରାଶିରେ ପ୍ରକାଶ କର ।
ସମାଧାନ :
\(\left\{\left(\frac{2}{3}\right)^3\right\}^2=\left(\frac{2}{3}\right)^{3 \times 2}=\left(\frac{2}{3}\right)^6\)

ନିୟମ – 4 :
‘a’ ଓ b ଦୁଇଟି ଅଣଶୂନ୍ୟ ପରିମେୟ ସଂଖ୍ୟା ଏବଂ ‘m’ ଏକ ଗଣନ ସଂଖ୍ୟା ହେଲେ,
(a × b)m = am × bm ହେବ ।

ଉଦାହରଣ 6 :
\(\left(\frac{3}{4}\right)^2 \times\left(\frac{5}{3}\right)^2\)କୁ ଘାତରାଶିରେ ପ୍ରକାଶ କର ।
ସମାଧାନ :
\(\left(\frac{3}{4}\right)^2 \times\left(\frac{5}{3}\right)^2=\left(\frac{3}{4} \times \frac{5}{3}\right)^2=\left(\frac{5}{4}\right)^2\)

ଉଦାହରଣ 6 :
\(\left(\frac{5}{7}\right)^3 \div\left(\frac{5}{7}\right)^3=\left(\frac{5}{7} \div \frac{5}{7}\right)^2=(1)^3=1\)
ସମାଧାନ :
\(\frac{1}{2}\)

ମନେରଖ :

  • m ଏକ ଯୁଗ୍ମ ଗଣନ ସଂଖ୍ୟା ହେଲେ, (- 1)m = 1
  • m ଏକ ଅଯୁଗ୍ମ ଗଣନ ସଂଖ୍ୟା ହେଲେ, (- 1)m = – 1

→ ପୂର୍ବ ସଂଖ୍ୟା ଘାତାଙ୍କ ବିଶିଷ୍ଟ ରାଶି :
ଆମେ ଜାଣିଛେ a³, 3 ସଂଖ୍ୟକ aର ଗୁଣଫଳ ।
ସେହିପରି a°, 0 ସଂଖ୍ୟକ ଥର ଗୁଣଫଳ ଓ a-2, – 2 ସଂଖ୍ୟକ aର ଗୁଣଫଳ ଯାହାକି ଉକ୍ତିଦ୍ବୟ ଅର୍ଥହୀନ ।
ତେଣୁ ଆମେ a ଓ a2 ଭଳି ଘାତରାଶିର ସଂଜ୍ଞା ନିମ୍ନ ମତେ ପ୍ରକରଣ କରିବା ।
ସଂଜ୍ଞା : a° = 1, a ∈ Q, a ≠ 0
a-n = \(\frac{1}{a^n}\), a ∈ Q, a ≠ 0, n ∈ N

BSE Odisha 8th Class Maths Notes Algebra Chapter 5 ସୂଚକ ତତ୍ତ୍ଵ

ମନେରଖ :
0° ସଂଜ୍ଞାକୃତ ନୁହେଁ,
ଅନୁସିଦ୍ଧାନ୍ତ – 1 :
an × a-n = 1 (a ≠ 0, a ∈ Q, n ∈ N)

ଅନୁସିଦ୍ଧାନ୍ତ – 2 :
1 ÷ a-n = an (a ≠ 0, a ∈ Q, n ∈ N)

→ ପରିମେୟ ଘାତାଙ୍କ ବିଶିଷ୍ଟ ରାଶି :
n ଏକ ପରିମେୟ ସଂଖ୍ୟା ହେଲେ, aର ସଂଜ୍ଞା ପ୍ରକରଣ କରାଯାଇ ପାରିବ । (ଏଠାରେ ମନେରଖୁବାକୁ ହେବ ଯେ, a ଏକ ପରିମେୟ ସଂଖ୍ୟା ।)

ମନେରଖ :
a ∈ Q ଓ a > 0 । ଯଦି n ଏକ ଗଣନ ସଂଖ୍ୟା ହୁଏ; ତେବେ ଏକ ନିର୍ଦ୍ଦିଷ୍ଟ ପରିମେୟ ସଂଖ୍ୟା x ଅଛି; ଯେପରିକି xn = a

ଏଠାରେ xକୁ ଆମେ \(\sqrt[n]{a}\) ବା \(a^\frac{1}{n}\) ରୂପେ ଲେଖୁରିବା ଓ ଏହାକୁ ଥର n-ତମ ମୂଳ କହୁ ।

xn= a ⇒ x = \(a^\frac{1}{n}\) ବା \(\sqrt[n]{a}\), (a > 0) ଫଳରେ \(a^\frac{1}{n}\) = \(\sqrt[n]{a}\)

ଏଠାରେ \(\sqrt[n]{a}\) ଏକ ପରିମେୟ ସଂଖ୍ୟା ସଦାବେଳେ ହୋଇପାରେ ।

ଉଦାହରଣସ୍ୱରୂପ : a5 = 32 ହେଲେ, a = \(\sqrt[5]{32}\) ବା \((32)^{\frac{1}{3}}\) ଅର୍ଥାତ୍ 32ର ପଞ୍ଚମ ମୂଳ a = 2,

  • am × an = am+n a, b > 0.
  • am ÷ an = am-n a, b ∈ Q.
  • (am)n = amn m, n ∈ Q.
  • (ab)m = am × bm ଏବଂ \(\left(\frac{a}{b}\right)^m=\frac{a^m}{b^m}\)

BSE Odisha 8th Class Maths Notes Algebra Chapter 5 ସୂଚକ ତତ୍ତ୍ଵ

ଉଦାହରଣ :
\(\left(\frac{32}{243}\right)^{\frac{2}{5}}\) କୁ ପରିମେୟ ସଂଖ୍ୟାରେ ପ୍ରକାଶ କର ।
ସମାଧାନ :
\(\left(\frac{32}{243}\right)^{\frac{2}{5}}=\left\{\left(\frac{2}{3}\right)^5\right\}^{\frac{2}{3}}=\left(\frac{2}{3}\right)^{5 \times \frac{2}{3}}=\left(\frac{2}{3}\right)^2=\frac{4}{9}\)

ଉଦାହରଣ :
ସରଳ କର : (0.4)² × \((0.125)^\frac{1}{3}\) ÷ \((2 \frac{1}{2})^-3\)
ସମାଧାନ :
BSE Odisha 8th Class Maths Notes Algebra Chapter 5 ସୂଚକ ତତ୍ତ୍ଵ - 2

BSE Odisha 8th Class Maths Notes Algebra Chapter 6 ବର୍ଗ-ବର୍ଗମୂଳ ଏବଂ ଘନ-ଘନମୂଳ

Odisha State Board BSE Odisha 8th Class Maths Notes Algebra Chapter 6 ବର୍ଗ-ବର୍ଗମୂଳ ଏବଂ ଘନ-ଘନମୂଳ will enable students to study smartly.

BSE Odisha Class 8 Maths Notes Algebra Chapter 6 ବର୍ଗ-ବର୍ଗମୂଳ ଏବଂ ଘନ-ଘନମୂଳ

→ ଉପକ୍ରମଣିକା (Introduction) :
(i) ଯଦି ଆଧାର ‘a’ ଏବଂ ଘାତ 2 ହୁଏ; ତେବେ ଘାତରାଶିଟି ହେବ a² । ଦୁଇଟି aର ଗୁଣଫଳକୁ a² ଭାବେ ପ୍ରକାଶ କରାଯାଏ । a²କୁ ଥର ବର୍ଗ (square) ବା ଦ୍ଵିତୀୟ ଘାତ କୁହାଯାଏ ।
a × a = a²
(ii) ସେହିପରି a × a × a = a³ ଅର୍ଥାତ୍ ତିନୋଟି ‘a’ର ଗୁଣଫଳକୁ ‘a’ର ଘନ ବା ‘a’ର ତୃତୀୟ ଘାତ ଭାବେ ପ୍ରକାଶ କରାଯାଏ ।
(iii) କୌଣସି ସଂଖ୍ୟାକୁ ସେହି ସଂଖ୍ୟାଦ୍ଵାରା ଗୁଣିଲେ ଗୁଣଫଳକୁ ସେହି ସଂଖ୍ୟାର ବର୍ଗ କୁହାଯାଏ ଏବଂ ବର୍ଗସଂଖ୍ୟାର ବର୍ଗମୂଳ (Square root) କୁହାଯାଏ ।

→ ସଂଖ୍ୟାର ବର୍ଗ ଏବଂ ପୂର୍ଣ୍ଣ ବର୍ଗସଂଖ୍ୟା (Square of a Number and Perfect Square) :
ଯଦି m ଗୋଟିଏ ପୂର୍ଣ୍ଣ ସଂଖ୍ୟା ଓ n ଏକ ଗଣନ ସଂଖ୍ୟା ଏବଂ n = m² ହୁଏ; ତେବେ n ଏକ ପୂର୍ଣ୍ଣ ବର୍ଗ ସଂଖ୍ୟା (Perfect Square Number) ରହିବ ।
ଯଥା – 3 × 3 = 3², 3² = 9, ତେଣୁ 3ର ବର୍ଗ 9 |
ସେହିପରି (-3) × (-3) = (-3)² = 9, ତେଣୁ (−3)ର ବର୍ଗ 9 |
9ର ବର୍ଗମୂଳକୁ ± 3 ରୂପେ ଲେଖାଯାଏ ।

BSE Odisha 8th Class Maths Notes Algebra Chapter 6 ବର୍ଗ-ବର୍ଗମୂଳ ଏବଂ ଘନ-ଘନମୂଳ

0 ଓ + 1 ଠାରୁ ± 10 ପର୍ଯ୍ୟନ୍ତ ପୂର୍ବସଂଖ୍ୟାର ବର୍ଗର ସାରଣୀ :
BSE Odisha 8th Class Maths Notes Algebra Chapter 6 ବର୍ଗ-ବର୍ଗମୂଳ ଏବଂ ଘନ-ଘନମୂଳ - 1
ଗଣନ ସଂଖ୍ୟାମାନଙ୍କ ମଧ୍ୟରୁ 1, 4, 9, 16, 25….. ଆଦି ସଂଖ୍ୟାକୁ ପୂର୍ବବର୍ଗ ସଂଖ୍ୟା (Perfect square number କୁହାଯାଏ ।

  • ପ୍ରତ୍ୟେକ ଗଣନ ସଂଖ୍ୟା ବର୍ଗ ସଂଖ୍ୟା ନୁହନ୍ତି ।

→ ପୂର୍ଣବର୍ଗ ସଂଖ୍ୟା ସମ୍ବନ୍ଧୀୟ ଧର୍ମ (Some Properties of perfect square numbers):

(i) ପ୍ରତ୍ୟେକ ପୂର୍ଣବର୍ଗ ସଂଖ୍ୟାର ଏକକ ସ୍ଥାନୀୟ ଅଙ୍କଟି 0, 1, 4, 5, 6 କିମ୍ବା 9 ହେବ । କିନ୍ତୁ 2, 3, 7, 8 କୌଣସି ପୂର୍ଣବର୍ଗ ସଂଖ୍ୟାର ଏକକ ସ୍ଥାନୀୟ ଅଙ୍କ ହେବ ନାହିଁ ।

  • କୌଣସି ସଂଖ୍ୟାର ଶେଷରେ ଅଯୁଗ୍ମ ସଂଖ୍ୟକ ଶୂନ ଥିଲେ ସେହି ସଂଖ୍ୟାଟି ପୂର୍ଣବର୍ଗ ସଂଖ୍ୟା ହେବ ନାହିଁ ।

(ii) ଅଯୁଗ୍ମ ସଂଖ୍ୟାର ବର୍ଗ ଏକ ଅଯୁଗ୍ମ ସଂଖ୍ୟା ଓ ଯୁଗ୍ମ ସଂଖ୍ୟାର ବର୍ଗ ଏକ ଯୁଗ୍ମ ସଂଖ୍ୟା ହେବ ।

(iii) ରୁ ବଡ଼ ଯେ କୌଣସି ପୂର୍ଣବର୍ଗ ସଂଖ୍ୟାକୁ 3 ଦ୍ଵାରା ଭାଗକଲେ ଭାଗଶେଷ 0 ବା 1 ହେବ ।
2² = 4 = 3 × 1 + 1, 3² = 3 × 3, 4² = 16 = 3 × 5 + 1

(iv) ରୁ ବଡ଼ ଯେ କୌଣସି ପୂଣ୍ଡବର୍ଗ ସଂଖ୍ୟାକୁ 4 ଦ୍ବାରା ଭାଗକଲେ ଭାଗଶେଷ 0 କିମ୍ବା 1 ରହିବ ।
2² = 4 = 4 × 1, 3² = 9 = 4 × 2 + 1, 4² = 16 = 4 × 4

(v) କୌଣସି ପୂର୍ଣ ବର୍ଗସଂଖ୍ୟା nକୁ ଯଦି କୌଣସି ଏକ ମୌଳିକ ସଂଖ୍ୟା p ଦ୍ଵାରା ଗୁଣନ କରାଯାଏ; ତେବେ ଗୁଣଫଳ ‘pn’ ଏକ ପୂର୍ଣବର୍ଗ ସଂଖ୍ୟା ହେବ ନାହିଁ ।
ଉଦାହରଣସ୍ୱରୂପ, 9 ଏକ ପୂର୍ବବର୍ଗ ସଂଖ୍ୟା ହେଲେ, ଏହାର 2 ଗୁଣ ବା 3 ଗୁଣ; ଅଥବା ଯେ କୌଣସି ମୌଳିକ ସଂଖ୍ୟାଦ୍ଵାରା ଗୁଣନ ଗୋଟିଏ ଗୋଟିଏ ପୂର୍ଣବର୍ଗ ସଂଖ୍ୟା ହେବ ନାହିଁ ।

(vi) ପିଥାଗୋରୀୟ ତ୍ରୟୀ (Pythagorean triplets):
ଏକ ସଂଖ୍ୟାତ୍ରୟୀ (Triplet) m, n, p ଗଣନ ସଂଖ୍ୟା ଓ m, n, p ମଧ୍ଯରେ p ବୃହତ୍ତମ ସଂଖ୍ୟା ଥାଇ ଯଦି m² + n² = p² ହୁଏ; ତେବେ (m, n, p) କୁ ପିଥାଗୋରୀୟ ତ୍ରୟୀ (Pythagorean triplet) କୁହାଯାଏ । ଉଦାହରଣସ୍ୱରୂପ, (3, 4, 5) ଏବଂ (5, 12, 13) ଗୋଟିଏ ଗୋଟିଏ ପିଥାଗୋରୀୟ ତ୍ରୟୀ ।
ଯେ କୌଣସି ସଂଖ୍ୟା m(m > 1) ପାଇଁ (2m, m² – 1, m² + 1) ଏକ ପିଥାଗୋରୀୟ ତ୍ରୟୀ ହେବେ ।

BSE Odisha 8th Class Maths Notes Algebra Chapter 6 ବର୍ଗ-ବର୍ଗମୂଳ ଏବଂ ଘନ-ଘନମୂଳ

ମନେରଖ :

  • ଯଦି m(m > 1) ଏକ ଅଯୁଗ୍ମ ସଂଖ୍ୟା ହୁଏ; ତେବେ \(\left(m, \frac{m^2-1}{2} \text { ଓ } \frac{m^2+1}{2}\right)\) ତ୍ରୟୀ ହେବ ।
  • ଯଦି m (m > 2) ଏକ ଯୁଗ୍ମ ସଂଖ୍ୟା ହୁଏ; ତେବେ \(\left(m,\left(\frac{m}{2}\right)^2-1 \text { ଓ } \left(\frac{m}{2}\right)^2+1\right)\) ତ୍ରୟୀ ହେବ ।

(vii) ଦୁଇଟି କ୍ରମିକ ପୂର୍ଣ୍ଣବର୍ଗ ସଂଖ୍ୟାର ଅନ୍ତର, ସଂଖ୍ୟାଦ୍ଵୟର ସମଷ୍ଟି ସହ ସମାନ ହେବ ।
3² – 2² = 5 = 3 + 2
ବିପରୀତ କ୍ରମେ କୌଣସି ଏକ ଅଯୁଗ୍ମ ସଂଖ୍ୟା ଦୁଇଟି କ୍ରମିକ ସଂଖ୍ୟାର ବର୍ଗର ଅନ୍ତର ରୂପେ ପ୍ରକାଶିତ ହୋଇପାରିବ ।
9 = 9.1 = \(\left(\frac{9+1}{2}\right)^2-\left(\frac{9-1}{2}\right)^2=5^2-4^2\)

(viii) କୌଣସି ସଂଖ୍ୟାର ବର୍ଗ, ସେହି ସଂଖ୍ୟା ବିଶିଷ୍ଟ ପ୍ରଥମ ଅଯୁଗ୍ମ ଗଣନ ସଂଖ୍ୟାର ସମଷ୍ଟି ସହ ସମାନ । ଉଦାହରଣସ୍ୱରୂପ, ପ୍ରଥମ 10ଟି ଅଯୁଗ୍ମ ଗଣନ ସଂଖ୍ୟାର ସମଷ୍ଟି 10² = 100
1+ 3 + 5 + 7 + 9 + 11 + 13 + 15 + 17 + 19 = 10² = 100 ।

BSE Odisha 8th Class Maths Notes Algebra Chapter 6 ବର୍ଗ-ବର୍ଗମୂଳ ଏବଂ ଘନ-ଘନମୂଳ

→ ସଂକ୍ଷିପ୍ତ ବର୍ଗ ନିରୂପଣ ପ୍ରଣାଳୀ (Short cut method to find square numbers) :
(i) ଏକକ ସ୍ଥାନରେ 5 ଥ‌ିବା ସଂଖ୍ୟାର ବର୍ଗ ନିର୍ଣ୍ଣୟ
ଆମେ ଜାଣୁ 15² = 225, 25² = 625, 35² = 1225
ଏଠାରେ ସଂଖ୍ୟାଟିର ଏକକ ସ୍ଥାନରେ 5 ରହିଲେ ବର୍ଗ ସଂଖ୍ୟାର ଏକକ ଓ ଦଶକ ସ୍ଥାନରେ ଅଙ୍କ ଯଥାକ୍ରମେ 5 ଏବଂ 2 ରହୁଛି । ଶତକ ସ୍ଥାନରେ, ସଂଖ୍ୟାଟିର ଦଶକ ସ୍ଥାନର ଅଙ୍କ ଏବଂ ତା’ର ପରବର୍ତ୍ତୀ ସଂଖ୍ୟାର ଗୁଣଫଳ ରହୁଛି ।

(ii) ଆମେ ଜାଣୁ a² – b² = (a + b) (a – b) ⇒ a² = (a + b) (a – b) + b²

ଉଦାହରଣ :
19ର ବର୍ଗ ନିରୂପଣ କର ।
19 ର ନିକଟବର୍ତୀ (10ର ଗୁଣିତକ) ସଂଖ୍ୟାଟି 20 1
a = 19 ହେଲେ, b = 20 – 19 = 1 ହେବ ।
19² = (19 + 1) (19 – 1) + 1² [∵ a² = (a + b) (a – b) + b²]
= 20 × 18+ 1 = 360 + 1 = 361
ସେହିପରି 372 = (37 + 3) (37 – 3) + 3² = 40 × 34 +9 = 1360 + 9 = 1369

(iii) (x + a)(x + b) = x² + x(a + b) + ab = x(x + a + b) + ab
172 = 17 × 17 = (10 + 7)(10 + 7) [ଏଠାରେ a = b = 7 ଏବଂ ଆଧାର 10 ]
= 10 (10 + 7 + 7) + 7 × 7 = 10 × 24 + 49 = 289

ସେହିପରି 36² = 36 x 36 = (40 – 4) (40 – 4)
= 40 {40 + (-4) + (-4)} + (-4) × (-4) (ଏଠାରେ a = b = -4 ଏବଂ ଆଧାର 40)
=40 × 32 + 16 = 1280 + 16 = 1296

(iv) (a + b)² = a² + 2ab + b² ସୂତ୍ରରେ ମଧ୍ୟ ବର୍ଗ ନିରୂପଣ କରାଯାଇପାରିବ ।
31² = (30 + 1)² = 30² + 2 × 30 × 1 + 1² = 900 + 60 + 1 = 961
ସେହିପରି 53² = (50 + 3)² = 50² + 2 × 50 × 3 + 3² = 2500 + 300 + 9 = 2809
(a – b)² = a² – 2ab + b² ସୂତ୍ରରେ ମଧ୍ୟ ବର୍ଗ ନିରୂପଣ କରାଯାଇପାରିବ ।
49² = (50 -1)² = 50² – 2 × 50 × 1 + 1² = 2500 – 100 + 1 = 2401

BSE Odisha 8th Class Maths Notes Algebra Chapter 6 ବର୍ଗ-ବର୍ଗମୂଳ ଏବଂ ଘନ-ଘନମୂଳ

→ ପରିମେୟ ସଂଖ୍ୟା ବର୍ଗ (Square of rational numbers) :
-m, n ∈ Z 3 n ≠ 0 ହେଲେ, \(\frac{m}{n}\) ∈ Q; ଅର୍ଥାତ୍ \(\frac{m}{n}\) ଏକ ପରିମେୟ ସଂଖ୍ୟା ।
BSE Odisha 8th Class Maths Notes Algebra Chapter 6 ବର୍ଗ-ବର୍ଗମୂଳ ଏବଂ ଘନ-ଘନମୂଳ - 2
ଆମେ ଜାଣିଲେ ଯେ ମୂଳ ସଂଖ୍ୟାରେ ଦଶମିକ ପରେ ଗୋଟିଏ ଅଙ୍କ ଥିଲେ ବର୍ଗସଂଖ୍ୟାରେ ଦଶମିକ ପରେ ତା’ର ଦୁଇଗୁଣ ସଂଖ୍ୟା ଅଙ୍କ ରହିବ ।

→ ପୂର୍ଷବର୍ଗ ସଂଖ୍ୟାର ବର୍ଗମୂଳ :
m ଏକ ପରିମେୟ ସଂଖ୍ୟା ଏବଂ m² = n ହେଲେ, nର ବର୍ଗମୂଳ m ।
ଆମେ ଜାଣିଛେ 32 = 9 ଓ (-3)² = 9; ତେଣୁ 9 ର ବର୍ଗମୂଳ ± 3 ରୂପ ଲେଖାଯାଏ ।
√ ଚିହ୍ନିତ ଧନାତ୍ମକ ବର୍ଗମୂଳ ସୂଚକ ।
√9 , 9ର ଧନାତ୍ମକ ବର୍ଗମୂଳ = 3, -√9 , 9ର ଋଣାତ୍ମକ ବର୍ଗମୂଳ = -3
ତେଣୁ 9ର ବର୍ଗମୂଳ = ±√9 = ±3
ପ୍ରଥମ ଦଶଗୋଟି ପୂର୍ବବର୍ଗ ସଂଖ୍ୟାର ବର୍ଗମୂଳ ସାରଣୀରେ ଦିଆଯାଇଛି ।
BSE Odisha 8th Class Maths Notes Algebra Chapter 6 ବର୍ଗ-ବର୍ଗମୂଳ ଏବଂ ଘନ-ଘନମୂଳ - 3

→ ପୂର୍ଷବର୍ଗ ସଂଖ୍ୟାର ବର୍ଗମୂଳ ନିର୍ଣ୍ଣୟ ପ୍ରଣାଳୀ :
(a) ଉତ୍ପାଦକ ନିର୍ଣ୍ଣୟ ମାଧ୍ୟମରେ ବର୍ଗମୂଳ ନିର୍ଣ୍ଣୟ :

ଉଦାହରଣ :
484 ର ବର୍ଗମୂଳ ନିରୂପଣ କର ।
ସମାଧାନ :
484 = 2 × 2 × 11 × 11
√484 = √2 × 2 × 11 × 11 = 2 × 11 = 22
484 ର ବର୍ଗମୂଳ ±22

BSE Odisha 8th Class Maths Notes Algebra Chapter 6 ବର୍ଗ-ବର୍ଗମୂଳ ଏବଂ ଘନ-ଘନମୂଳ

(b) ଭାଗକ୍ରିୟା ମାଧ୍ଯମରେ ବର୍ଗମୂଳ ନିରୂପଣ :
ସମାଧାନ :
ଭାଗକ୍ରିୟାଦ୍ଵାରା 60025 ର ବର୍ଗମୂଳ ନିରୂପଣ କର ।
BSE Odisha 8th Class Maths Notes Algebra Chapter 6 ବର୍ଗ-ବର୍ଗମୂଳ ଏବଂ ଘନ-ଘନମୂଳ - 4

(i) ବର୍ଗସଂଖ୍ୟାଟି ପାଞ୍ଚଅଙ୍କ ବିଶିଷ୍ଟ । ଏହାର ଡାହାଣପାର୍ଶ୍ବରୁ ଯୋଡ଼ି ଯୋଡ଼ି କରି ଅଙ୍କ ନେଲେ ତିନିଯୋଡ଼ା ହେବ ଓ ଶେଷ ଯୋଡ଼ାଟି ଏକଅଙ୍କ ବିଶିଷ୍ଟ ହେବ ।
(ii) ତୃତୀୟ ଯୋଡ଼ିରେ \(\bar{6}\) ଦ୍ଵିତୀୟ ଯୋଡ଼ିରେ \(\bar{0 0}\) ଓ ପ୍ରଥମ ଯୋଡ଼ିରେ \(\bar{2 5}\) ରହିବ ।
(iii) ତୃତୀୟ ଯୋଡ଼ି ସଂଖ୍ୟା 6 ରୁ ସାନ ବୃହତ୍ତମ ପୂର୍ଣବର୍ଗ ସଂଖ୍ୟା 4 ବାଦଦେଇ ବର୍ଗମୂଳ ପାଇଁ ଭାଗଫଳ ସ୍ଥାନରେ 6 – 4 = 2 ଲେଖୁ ତାହାର ଡାହାଣପାଖରେ ଦ୍ଵିତୀୟ ଯୋଡ଼ି ସଂଖ୍ୟା 00 ଲେଖ ଓ ବର୍ଗମୂଳର ଏକକ ସ୍ଥାନବିଶିଷ୍ଟ ସ୍ଥାନରେ 4 ର ବର୍ଗମୂଳ 2 ଲେଖ ।
(iv) ପ୍ରଥମ ଭାଜକ 2 ତଳେ ଆଉ ଏକ 2 ଲେଖୁ ଯୋଗଫଳ4 ଦ୍ବିତୀୟ ଭାଜକର ପ୍ରଥମ ଅଙ୍କ ରୂପେ ଲେଖି ।
(v) ବର୍ତ୍ତମାନ ଦ୍ଵିତୀୟ ଭାଜକ 4 ର ଏକକ ଅଙ୍କ ଏପରି ଏକ ଅଙ୍କ ଲେଖ, ଯାହାଫଳରେ ଦ୍ଵିତୀୟ ଭାଜକଟି ଗୁଣଫଳ 200 ରୁ ଠିକ୍ କମ୍ ହେବ 44 x 4 = 176 ।
(vi) ବର୍ତ୍ତମାନ 4 କୁ ବର୍ଗମୂଳ ସ୍ଥାନରେ 2ର ପରବର୍ତ୍ତୀ ସଂଖ୍ୟାରୂପେ ଲେଖ ଏବଂ 200 ତଳେ 176 ଲେଖ୍ ବିୟୋଗକରି ବିୟୋଗ ଫଳ 24 ଲେଖ । 24 ର ପରେ ତୃତୀୟ ଯୋଡ଼ି ସଂଖ୍ୟା 25 ଲେଖ, ଫଳରେ ଭାଜ୍ୟ 2425 ହେବ ।
(vii) ଦ୍ବିତୀୟ ଭାଜକ 44 ର ଏକକ ଅଙ୍କ 4 ତଳେ 4 ଲେଖୁ ଯୋଗଫଳ 48 କୁ ତୃତୀୟ ଭାଜକର ପ୍ରଥମ ଦୁଇଟି ଅଙ୍କ ରୂପେ ନିଅ ।
(viii) 48 ପରେ 5 ବସାଇଲେ 485 ହେବ ଏବଂ 485 × 5 = 2425 କୁ ଭାଜ୍ୟ 2425 ତଳେ ଲେଖ୍ ବିୟୋଗଫଳ 0 ଲେଖ ଓ ବର୍ଗମୂଳର 24 ପରେ 5 ଅଙ୍କ ବସାଇ ବର୍ଗମୂଳ 245 ନିରୂପଣ କର ।
∴ 60025 ର ବର୍ଗମୂଳ ± 245 ।

→ ଭାଗକ୍ରିୟା ଦ୍ବାରା ବର୍ଗମୂଳ ସଂପର୍କରେ କିଛି ଜାଣିବା କଥା :

  • ଦତ୍ତ ସଂଖ୍ୟାର (ଯାହାର ବର୍ଗମୂଳ ସ୍ଥିର କରାଯିବ) ଅଙ୍କଗୁଡ଼ିକୁ ଯୋଡ଼ି ଯୋଡ଼ି କଲାପରେ ଯଦି କୌଣସି ବଳକା ଅଙ୍କ ଥାଏ;ତେବେ ସଂଖ୍ୟାର ବାମ ପାଖରେ 0 ବସାଇ ବଳକା ଅଙ୍କ ସହ ଗୋଟିଏ ଅଙ୍କ-ଯୋଡ଼ି କରାଯିବ ।
    • ଦତ୍ତ ସଂଖ୍ୟାରେ ଯେତୋଟି ଅଙ୍କ ଯୋଡ଼ି ଥାଏ, ଭାଗକ୍ରିୟା ସେତିକିଟି ପର୍ଯ୍ୟାୟରେ ସଂପାଦିତ ହୁଏ ।
    • ଦତ୍ତ ସଂଖ୍ୟାର ପ୍ରତ୍ୟେକ ଯୋଡ଼ି ଅଙ୍କଲାଗି ବର୍ଗମୂଳରେ ଗୋଟିଏ ଅଙ୍କ ମିଳିବ ।
  • ଏଣୁ ସଂଖ୍ୟାଟିକୁ ଦେଖ‌ିଲେ ଏହାର ବର୍ଗମୂଳ କେତେ ଅଙ୍କବିଶିଷ୍ଟ ତାହା ଜାଣିହେବ ।

→ ଦଶମିକ ବର୍ଗ ସଂଖ୍ୟାର ବର୍ଗମୂଳ ନିର୍ଣ୍ଣୟ :
a, b ∈ N ହେଲେ, \(\sqrt{\frac{\mathbf{a}}{\mathbf{b}}}=\frac{\sqrt{\mathbf{a}}}{\sqrt{\mathbf{b}}}\)

(i) ଭଗ୍ନାଂଶ (ଯାହାର ଲବ ଓ ହର ଉଭୟେ ପୂର୍ବବର୍ଗ ସଂଖ୍ୟା)ର ବର୍ଗମୂଳ ନିର୍ଣ୍ଣୟ :

ଉଦାହରଣ :
\(\frac{25}{841}\)ର ବର୍ଗମୂଳ ନିର୍ଣ୍ଣୟ କର ।
ସମାଧାନ :
\(\frac{25}{841}\)ର ବର୍ଗମୂଳ = ± \(\sqrt{\frac{25}{841}}=± \frac{\sqrt{25}}{\sqrt{841}\) = ± \(\frac{5}{29}\)

→ ଆସନ୍ନ ବର୍ଗମୂଳ ନିରୂପଣ :
ଉଦାହରଣ :
5ରେ ବର୍ଗମୂଳ ନିରୂପଣ କର ।
ସମାଧାନ :
BSE Odisha 8th Class Maths Notes Algebra Chapter 6 ବର୍ଗ-ବର୍ଗମୂଳ ଏବଂ ଘନ-ଘନମୂଳ - 5
ଦଶମିକ ଏକସ୍ଥାନ ପର୍ଯ୍ୟନ୍ତ 5 ର ଆସନ୍ନ ବର୍ଗମୂଳ = + 2.2
ଦଶମିକ ଦୁଇସ୍ଥାନ ପର୍ଯ୍ୟନ୍ତ 5 ର ଆସନ୍ନ ବର୍ଗମୂଳ = ± 2.24
ଦଶମିକ ତିନିସ୍ଥାନ ପର୍ଯ୍ୟନ୍ତ 5 ର ଆସନ୍ନ ବର୍ଗମୂଳ = ± 2.236
2.2.ର ବର୍ଗ = 4.84 ଯାହା 5 ଠାରୁ ସାମାନ୍ୟ ସାନ (0.16 ସାନ)
2.24 ର ବର୍ଗ = 5.0176 ଯାହା 5 ଠାରୁ 0.0176 ଅଧିକ
2.236 ର ବର୍ଗ = 4.999696 ଯାହା 5 ଠାରୁ 0.000304 ମାନ ।

BSE Odisha 8th Class Maths Notes Algebra Chapter 6 ବର୍ଗ-ବର୍ଗମୂଳ ଏବଂ ଘନ-ଘନମୂଳ

→ ବର୍ଗମୂଳ ସମ୍ବନ୍ଧୀୟ ବିବିଧ ପ୍ରଶ୍ନ :
ଉଦାହରଣ :
8192 କୁ କେଉଁ କ୍ଷୁଦ୍ରତମ ସଂଖ୍ୟାଦ୍ଵାରା ଭାଗକଲେ ଭାଗଫଳ ଏକ ପୂର୍ଣ୍ଣସଂଖ୍ୟା ହେବ ?
ସମାଧାନ :
BSE Odisha 8th Class Maths Notes Algebra Chapter 6 ବର୍ଗ-ବର୍ଗମୂଳ ଏବଂ ଘନ-ଘନମୂଳ - 6
∴ 8192କୁ 2 ଦ୍ଵାରା ଭାଗକଲେ ଭାଗଫଳ ଏକ ପୂର୍ଣବର୍ଗ ସଂଖ୍ୟା ହେବ ।

ଉଦାହରଣ :
କେଉଁ ସଂଖ୍ୟାର \(\frac{1}{5}\) ଓ \(\frac{1}{6}\)ର ଗୁଣଫଳ 120 ହେବ ।
ସମାଧାନ :
ମନେକର ସଂଖ୍ୟାଟି x ।
∴ଏହାର \(\frac{1}{5}=\frac{x}{5}\) ଓ’ ଏହାର \(\frac{1}{6}=\frac{x}{6}\)
\(\frac{x}{5} \times \frac{x}{6}=120 \Rightarrow \frac{x^2}{30}=120 \Rightarrow x^2=30 \times 120=3600=60^2\)
⇒ x = ± 60
∴ସଂଖ୍ୟାଟି – 60 ବା 60 ।

→ ସଂଖ୍ୟାର ଘନ ଓ ପୂର୍ଣ୍ଣ ଘନ ସଂଖ୍ୟା (Cube of a number and a perfect cube number) :
5 × 5 × 5 = 125, ଏହାକୁ 5ର ଘନ = 125 ବୋଲି କୁହାଯାଏ ।
6 × 6 × 6 = 216, ଏହାକୁ 6ର ଘନ = 216 ବୋଲି କୁହାଯାଏ ।
ନିମ୍ନରେ ପ୍ରଦତ୍ତ ସାରଣୀରେ ପ୍ରଥମ ଦଶଟି ଗଣନ ସଂଖ୍ୟାର ଘନ ଦିଆଯାଇଛି ।
BSE Odisha 8th Class Maths Notes Algebra Chapter 6 ବର୍ଗ-ବର୍ଗମୂଳ ଏବଂ ଘନ-ଘନମୂଳ - 7
1, 8, 27, 64, ….. ଇତ୍ୟାଦି ପ୍ରତ୍ୟେକ ଗୋଟିଏ ଗୋଟିଏ ଘନ ସଂଖ୍ୟା ।

  • n ଏକ ଗଣନ ସଂଖ୍ୟା ହେଲେ, n³ ଏକ ଘନ ସଂଖ୍ୟା (Cube number) ହୁଏ ଯୁଗ୍ମସଂଖ୍ୟାର ଘନ ଯୁଗ୍ମ ସଂଖ୍ୟା ଓ ଅଯୁଗ୍ମ ସଂଖ୍ୟାର ଘନ ଅଯୁଗ୍ମ ସଂଖ୍ୟା ।

1 = 1 = 1³
3 + 5 = 8 = 2³
7 + 9 + 11 = 27 = 3³
13 + 15 + 17 + 19 = 64 = 4³
21 + 23 + 25 + 27 + 29 = 125 = 5³
10³ ପାଇବାପାଇଁ 10ଟି ଅଯୁଗ୍ମ ସଂଖ୍ୟାର ସମଷ୍ଟି ନେବାକୁ ପଡ଼ିବ ।
କୌଣସି ଏକ ସଂଖ୍ୟା ଘନସଂଖ୍ୟା କି ନୁହେଁ, ତାହା ଉତ୍ପାଦକୀକରଣରୁ ଜାଣିହୁଏ ।

BSE Odisha 8th Class Maths Notes Algebra Chapter 6 ବର୍ଗ-ବର୍ଗମୂଳ ଏବଂ ଘନ-ଘନମୂଳ

ଉଦାହରଣ :
216 ଏକ ଘନ ସଂଖ୍ୟା କି ?
ସମାଧାନ :
216 = 2 × 2 × 2 × 3 × 3 × 3 = 2³ × 3³
∴ 216 ଏକ ଘନସଂଖ୍ୟା

ଉଦାହରଣ :
576 ଏକ ଘନ ସଂଖ୍ୟାକି ?
ସମାଧାନ :
576 = 2 × 2 × 2 × 2 × 2 × 2 × 3 × 3 = 2³ × 2³ × 3²
ଏହା ଏକ ଘନସଂଖ୍ୟା ନୁହେଁ ।

→ ଘନ ସଂଖ୍ୟା ସମ୍ବନ୍ଧୀୟ ସୂତ୍ର :
ଉଦାହରଣ :
(a × b)n = an × bn ଯେଉଁଠି a, b ∈ Q ଓ n ∈ N
ଏଠାରେ n = 3 696m, (a × b)3 = a3 × b3 a, b ∈ N ।

ଉଦାହରଣ :
3456 ରେ କେଉଁ ସର୍ବନିମ୍ନ ସଂଖ୍ୟା ହରିଲେ ଭାଗଫଳ ଏକ ଘନସଂଖ୍ୟା ହେବ ?
3456 = 2 × 2 × 2 × 2 × 2 × 2 × 2 × 3 × 3 × 3
= 2³ × 2³ × 2 × 3³
3456ରେ ଉତ୍ପାଦକୀକରଣରେ 2ର ସଂଖ୍ୟା 7 ଓ ଗୁଣନୀୟକ 3ର ସଂଖ୍ୟା 3 ।
∴ 3456 କୁ ଅନ୍ୟୁନ 2 ଦ୍ବାରା ଭାଗକଲେ ଭାଗଫଳ ଏକ ଘନସଂଖ୍ୟା ହେବ ।

→ ମେଟ୍ରିକ୍ ମାପ ତାଲିକା :
ଘନଫଳ ମାପର ମେଟ୍ରିକ୍ ଏକକ ତାଲିକା ତଳେ ଦେଖ :
10 ମି. ମି. = 1 ସେ. ମି. ହେତୁ, 1000 ଘ. ମି. ମି. = 1 ଘ. ସେ. ମି.
10 ସେ. ମି. = 1 ଡେସି. ମି. ହେତୁ, 1000 ଘ. ସେ. ମି. = 1 ଘ. ଡେସି. ମି.
10 ଡେସି. ମି. = 1 ମି. ହେତୁ, 1000 ଘ. ଡେସି. ମି. = 1 ଘ. ମି.

ମନେରଖ :

  • (କ) ଗୋଟିଏ ପାତ୍ରର ଆୟତନ ଯେତେ ଘନ ଡେସି ମିଟର, ସେଥ‌ିରେ ଧରୁଥିବା ଜଳର ପରିମାଣ ସେତିକି ଲିଟର ଅର୍ଥାତ୍ 1 ଘ. ଡେସି ମି. = 1000 ଘ. ସେ.ମି. = 1 ଲିଟର
    (ଲିଟର ହେଉଛି ତରଳ ପଦାର୍ଥ ଲାଗି ମାପ ଏକକ)
  • (ଖ) ଗୋଟିଏ ପାତ୍ରର ଆୟତନ ଯେତେ ଘନ ମିଟର, ସେଥୁରେ ଧରୁଥିବା ଜଳର ପରିମାଣ ସେତିକି କିଲୋଲିଟ (ବା 1000 ଲିଟର) ।
    • 1729 ଏକ ସଂଖ୍ୟା, ଯାହା ଦୁଇଟି ଉପାୟରେ ଦୁଇଟି ଘନ ସଂଖ୍ୟାର ସମଷ୍ଟି ରୂପେ ପ୍ରକାଶିତ ହୋଇପାରିବ;
      ଯଥା – 1729 = 123 + 1 = 10 + 9 ଏହାକୁ Hardy-Ramanujan ସଂଖ୍ୟା କୁହାଯାଏ ।
      ସେହିପରି 4104 = 2³ + 16³ = 9³ + 15³ ଏବଂ 13832 = 18³ + 20³ = 2³+ 24³ ଅସଂଖ୍ୟ ସଂଖ୍ୟା ପାଇବା । ଏଥିମଧ୍ୟରୁ 1729 କ୍ଷୁଦ୍ରତମ ।

→ ଘନମୂଳ (Cube root) :
m ଓ 1 ଗଣନସଂଖ୍ୟା ଏବଂ n = mè ହେଲେ, m କୁ n ର ଘନମୂଳ ବୋଲି କୁହାଯାଏ ।
ଏହାକୁ m = \(\sqrt[3]{n}\) ରୂପେ ଲେଖାଯାଏ । n = m³ ହେଲେ, m = \(\sqrt[3]{n}\) ; m,n ∈ N
BSE Odisha 8th Class Maths Notes Algebra Chapter 6 ବର୍ଗ-ବର୍ଗମୂଳ ଏବଂ ଘନ-ଘନମୂଳ - 8

→ ଘନମୂଳ ନିଶ୍ଚୟ ପ୍ରଣାଳୀ :
(a) ଉତ୍ପାଦକ ପ୍ରଣାଳୀ :
9261 ର ଘନମୂଳ ନିଶ୍ଚୟ କର ।
9261 = 3 × 3 × 3 × 7 × 7 × 7 = 3³ × 7³ = (3 × 7)³
∴ \(\sqrt[3]{9261}\) = 3 × 7 = 21

(b) ପୂର୍ବଘନ ସଂଖ୍ୟାର ଘନମୂଳ ନିର୍ଣ୍ଣୟର ଏକ ସଂକ୍ଷିପ୍ତ ପ୍ରଣାଳୀ :
ଭାସ୍କରଙ୍କ ଘନମୂଳ ଆନୟନ ସୂତ୍ର :
ସୋପାନ – 1 :
ସଂଖ୍ୟାର ଡାହାଣପଟୁ ତିନୋଟି ଲେଖାଏଁ ସଂଖ୍ୟାନେଇ ଗୋଟିଏ ଗୋଟିଏ ସଂଖ୍ଯାଗ୍ରୁପ୍ ଗଠନ କର ।
ସୋପାନ – 2 : ପ୍ରଥମ ଗ୍ରୁପରୁ ଘନମୂଳର ଏକକ ଅଙ୍କଟି ସ୍ଥିର କର ।
BSE Odisha 8th Class Maths Notes Algebra Chapter 6 ବର୍ଗ-ବର୍ଗମୂଳ ଏବଂ ଘନ-ଘନମୂଳ - 9

ସୋପାନ – 3 : ଦ୍ବିତୀୟ ଗ୍ରୁପରୁ ଘନମୂଳର ଦଶକ ଅଙ୍କ ମିଳିବ ।
ଉଦାହରଣ :
ତାହା ଯେଉଁ ଦୁଇଟି ସଂଖ୍ୟାର ଘନ ମଧ୍ୟରେ ଥବ, କ୍ଷୁଦ୍ରତମ ସଂଖ୍ୟାଟି ଦଶକସ୍ଥାନୀୟ ଅଙ୍କ ହେବ । ଏହି ପ୍ରଣାଳୀରେ ସାଧାରଣତଃ ଛଅଅଙ୍କ ବିଶିଷ୍ଟ ଘନ ସଂଖ୍ୟା ମଧ୍ୟରେ ଘନମୂଳ ନିରୂପଣ କରାଯାଇପାରିବ ।

BSE Odisha 8th Class Maths Notes Algebra Chapter 6 ବର୍ଗ-ବର୍ଗମୂଳ ଏବଂ ଘନ-ଘନମୂଳ

ଉଦାହରଣ :
110592 ର ଘନମୂଳ ନିରୂପଣ କର ।

ପ୍ରଥମ ସୋପାନ – ଡାହାଣପଟ ଅଙ୍କଆଡ଼ୁ ତିନି ତିନିଟି ଅଙ୍କ ନେଇ ସଂଖ୍ୟା ଗ୍ରୁପ୍ ଗଠନକଲେ ପ୍ରଥମ ଗ୍ରୁପ୍‌ରେ ରହିବ \(\overline{592}\) ଓ ଦ୍ବିତୀୟ ଗ୍ରୁପ୍‌ରେ ରହିବ 110 ।
ଦ୍ବିତୀୟ ସୋପାନ – 592ର ଶେଷ ଅଙ୍କ 2 ହେତୁ ଘନମୂଳର ଏକକ ଅଙ୍କ 8 ହେବ ।

ତୃତୀୟ ସୋପାନ – ଦ୍ବିତୀୟ ଗ୍ରୁପ୍ 110 ସଂଖ୍ୟାଟି 4³ (64) ଓ 5³ (125)ର ମଧ୍ୟବର୍ତ୍ତୀ ଅର୍ଥାତ୍ 64 < 110 < 125 ।
∴ ଘନମୂଳ ସଂଖ୍ୟାଟିର ଦଶକ ଅଙ୍କ 4 । ∴ ସଂଖ୍ୟାଟି 48 ।
ପୂର୍ଣ୍ଣ ଘନ ସଂଖ୍ୟା ହେଉନଥିଲେ ଏହି ପ୍ରଣାଳୀରେ ଘନମୂଳ ନିର୍ଣ୍ଣୟ କରାଯାଇ ପାରିବ ନାହିଁ ।

ନିଜେ କର :
ନିମ୍ନ ସଂଖ୍ୟାଗୁଡ଼ିକର ଘନମୂଳ ନିର୍ଣ୍ଣୟ କର ।
(i) 17576, (ii) 12167, (iii) 32768, (iv) 4913
ଉ –
(i) \(\overline{17}\) \(\overline{576}\)
(a) ପ୍ରଥମ ଗ୍ରୁପ୍‌ରେ 576 ର ଶେଷ ଅଙ୍କ 6 ହେତୁ ଘନମୂଳର ଏକକ ଅଙ୍କ 6 ।
(b) ଦ୍ଵିତୀୟ ଗ୍ରୁପ୍ 17, 2³ ଓ 3³ ମଧ୍ୟବର୍ତ୍ତୀ ହେତୁ ଘନମୂଳର ଦଶକ ସ୍ଥାନୀୟ ଅଙ୍କଟି 2
(c) ସଂଖ୍ୟାଟିର ଘନମୂଳ 23 ।

(ii) \(\overline{12}\) \(\overline{167}\)
(a) ପ୍ରଥମ ଗ୍ରୁପ୍‌ର ଶେଷଅଙ୍କ 7 ତେଣୁ ଘନମୂଳର ଏକକ ଅଙ୍କ 3 ।
(b) ଦ୍ଵିତୀୟ ଗ୍ରୁପ୍ 12, 2³ ଓ 3³ ର ମଧ୍ୟବର୍ତ୍ତୀ ହେତୁ ଘନମୂଳର ଦଶକ ଅଙ୍କ 2 ।
(c) ତେଣୁ ନିର୍ଦେୟ ଘନମୂଳ 23 ।

(iii) \(\overline{32}\) \(\overline{768}\)
ପ୍ରଥମ ଗ୍ରୁପ୍‌ର ଶେଷ ଅଙ୍କ 8 ହେତୁ ଘନମୂଳର ଏକକ ଅଙ୍କ 2।
ଦ୍ବିତୀୟ ଗ୍ରୁପ୍ 32 ସଂଖ୍ୟାଟି ହେତୁ 3³ ଓ 4³ର ମଧ୍ୟବର୍ତ୍ତୀ । ଘନମୂଳର ଦଶକ ଅଙ୍କଟି 3 ।
ତେଣୁ ନିର୍ଦେୟ ଘନମୂଳ 32 ।

(iv) \(4 \overline{913}\)
(a) ପ୍ରଥମ ଗ୍ରୁପ୍‌ର ଶେଷଅଙ୍କ ଓ ହେତୁ ଘନମୂଳର ଏକକ ଅଙ୍କ 7 ।
(b) ଦ୍ବିତୀୟ ଗ୍ରୁପ୍‌ର 4 ଅଙ୍କଟି 1³ ଓ 2³ ମଧ୍ଯରେ ଅବସ୍ଥିତ ହେତୁ ଘନମୂଳର ଦଶକ ଅଙ୍କଟି 1 ।
(c) ତେଣୁ ନିର୍ଦେୟ ଘନମୂଳ 17 ।

→ ଋଣାତ୍ମକ ପୂର୍ବସଂଖ୍ୟାର ଘନ ଓ ଘନମୂଳ :
m ଓ n ପୂର୍ବସଂଖ୍ୟାର ଓ n = m³ ହେଲେ, m କୁ nର ଘନମୂଳ ବୋଲି କୁହାଯାଏ ।
\(\sqrt[3]{-27}=\sqrt[3]{-3 \times-3 \times-3}=-3\)
\(\sqrt[3]{-8}=\sqrt[3]{-2 \times-2 \times-2}=-2\)
\(\sqrt[3]{-1}=\sqrt[3]{-1 \times-1 \times-1}=-1\)

BSE Odisha 8th Class Maths Notes Algebra Chapter 6 ବର୍ଗ-ବର୍ଗମୂଳ ଏବଂ ଘନ-ଘନମୂଳ

→ ମନେରଖ :
ପ୍ରତ୍ୟେକ ଘନସଂଖ୍ୟାର ସର୍ବମୋଟ ତିନୋଟି ଘନମୂଳ ଥାଏ । ସେଥୁମଧ୍ୟରୁ ଗୋଟିଏକୁ ଆମେ ସହଜରେ ଜାଣିପାରୁ, ଅନ୍ୟ ଦୁଇଟି ଆମେ ଜାଣିଥୁବା ସଂଖ୍ୟାସମୂହର ଅନ୍ତର୍ଭୁକ୍ତ ନୁହେଁ ।

ଉଦାହରଣ :
-19 ର ଘନ ନିରୂପଣ କର ।
ସମାଧାନ :
– 196 = (-19)×(-19)×(-19) = 361 × (-19) = -6859

ଉଦାହରଣ :
-10648 ର ଘନମୂଳ ସ୍ଥିର କର ।
ସମାଧାନ :
\(\sqrt[3]{-10648}=\sqrt[3]{-2 \times 2 \times 2 \times 11 \times 11 \times 11}\) = -2 × 11 = -22 ।

ଯଦି a ଓ h ଉଭୟେ ଘନସଂଖ୍ୟା ହୁଅନ୍ତି; ତେବେ \(\sqrt[3]{-1}=\sqrt[3]{-1 \times-1 \times-1}=-1\) ।
ଯଦି a, b, c ପୂର୍ବସଂଖ୍ୟା ଏବଂ ab = c³ ହୁଏ; ତେବେ \(\sqrt[3]{ab}\) = c ।

ଉଦାହରଣ :
ମାନ ନିର୍ଣ୍ଣୟ କର : \(\sqrt[3]{-54×32}\) ।
ସମାଧାନ :
\(\sqrt[3]{-54×32}\) = \(\sqrt[3]{-(3 \times 3 \times 3 \times 2) \times 2 \times 2 \times 2 \times 2 \times 2}=\sqrt[3]{-3^3 \times 2^3 \times 2^3}\)
= -(3 × 2 × 2) = -12

ପରିମେୟ ସଂଖ୍ୟାର ଘନ ନିଶ୍ଚୟ :
p, q ∈ Z ଓ q ≠ 0 ହେଲେ, \(\frac{p}{q}\) ଏକ ପରିମେୟ ସଂଖ୍ୟା ହେବ ।

  • p, q ∈ Z ଏବଂ q ≠ 0 ହେଲେ, \((\frac{p}{q})^3=\frac{p^3}{q^3}\)

ଉଦାହରଣସ୍ୱରୂପ, \(\frac{3}{4}\)ର ଘନ = \(\frac{3^3}{4^3}=\frac{27}{64}\)

  • \(– \frac{5}{7}\) ର ଘନ = \(\left(\frac{-5}{7}\right)^3=\frac{-125}{343}\)

(i) ଏକ ପରିମେୟ ସଂଖ୍ୟାର ଘନମୂଳ ନିଶ୍ଚୟ କଲାବେଳେ ଲବର ଘନମୂଳକୁ ଲବ ରୂପେ ଓ ହରର ଘନମୂଳକୁ ହର ରୂପେ ନେଇ ଦତ୍ତ ପରିମେୟ ସଂଖ୍ୟ ାର ଘନମୂଳ ନିର୍ଣ୍ଣୟ କରାଯାଏ ।
(ii) ପରିମେୟ ସଂଖ୍ୟାଟି ଋଣାତ୍ମକ ହେଲେ, ଘନମୂଳଟି ଋଣାତ୍ମକ ହେବ ।
(iii) ଯେଉଁ ପରିମେୟ ସଂଖ୍ୟାର ଲବ ଓ ହର ପ୍ରତ୍ୟେକ ଘନସଂଖ୍ୟା, ସେହି ପରିମେୟ ସଂଖ୍ୟାର ହିଁ ଘନମୂଳ ନିର୍ଣ୍ଣୟ କରାଯାଇପାରିବ ।
p, q ∈ Z ଓ q ≠ 0 ହେଲେ, \(\left(\frac{p}{q}\right)^3=\frac{p^3}{q^3}\)

  • ସୂତ୍ର : p, q ∈ Z ଓ q ≠ 0 କ୍ଷେତ୍ରରେ p = m³, y = n³ ତେବେ \(– \frac{5}{7}\)

CHSE Odisha Class 12 Economics Chapter 1 Long Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 1 ଅର୍ଥଶାସ୍ତ୍ରର ସଂଜ୍ଞା, ପରିସର ଓ ବିଷୟବସ୍ତୁ Long Answer Questions

CHSE Odisha 12th Class Economics Chapter 1 Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ସମ୍ପଦ ସଂଜ୍ଞାର ବୈଶିଷ୍ଟ୍ୟ ଆଲୋଚନା କର ।
Answer:
‘ଅର୍ଥଶାସ୍ତ୍ର’ ଅଧ୍ୟୟନର ଭିନ୍ନ ବିଷୟବସ୍ତୁ ହିସାବରେ 1776 ମସିହାରେ ଜନ୍ମଲାଭ କଲା । ଇଂରେଜ ଅର୍ଥଶାସ୍ତ୍ରୀ ଆଡ଼ାମ ସ୍ମିଥ୍ ତାଙ୍କର ବିଖ୍ୟାତ ପୁସ୍ତକ ‘ରାଷ୍ଟ୍ର ସମ୍ପଦର ପ୍ରକୃତି ଓ କାରଣର ଅନୁସନ୍ଧାନ’ (An Enquiry into the Nature and Causes of Wealth of Nations) ଉକ୍ତ ବର୍ଷ ପ୍ରକାଶ କରି ଅର୍ଥନୀତିର ପିତା ହିସାବରେ ପ୍ରସିଦ୍ଧିଲାଭ କଲେ । ତାଙ୍କ ମତରେ ଅର୍ଥଶାସ୍ତ୍ର ଏକ ‘ସଂପଦର ବିଜ୍ଞାନ’ ବୋଲି ବ୍ୟାଖ୍ୟା କରିଥିଲେ । ସ୍ମିଥ୍ଙ୍କର ଶିଷ୍ୟମାନେ ମଧ୍ୟ ଏହି ସଂଜ୍ଞାର ପ୍ରଚାର ଓ ପ୍ରସାର କଲେ ।

ସେଥିମଧ୍ୟରୁ ଆମେରିକାର A.A.Walker ଅର୍ଥଶାସ୍ତ୍ର ସଂପଦ ସମ୍ବନ୍ଧୀୟ ଜ୍ଞାନ ବୋଲି ପ୍ରଚାର କଲେ । ଫ୍ରାନ୍ସର J.B.Sayଙ୍କ ମତରେ ଅର୍ଥଶାସ୍ତ୍ର ସଂପଦକୁ ନିୟନ୍ତ୍ରଣ କରୁଥିବା ଏକ ବିସ୍‌ର ଅଧ୍ୟୟନ ବୋଲି କହିଥିଲେ । ପ୍ରସିଦ୍ଧ ଦାର୍ଶନିକ ଜିନ୍ ଷ୍ଟୁଆର୍ଟ ମିଲ୍‌ଙ୍କ ମତରେ ମାନବୀୟ ସଂପଦର ଜ୍ଞାନକୁ ଅର୍ଥଶାସ୍ତ୍ର କୁହାଯାଏ ଅର୍ଥନୀତିର ଏହି ସମ୍ପଦ ସଂଜ୍ଞାକୁ ଅନେକ ଅର୍ଥଶାସ୍ତ୍ରୀଙ୍କଦ୍ୱାରା ସମାଲୋଚିତ ହୋଇଛି ।

ସମ୍ପଦ ସଂଜ୍ଞାର ବୈଶିଷ୍ଟ୍ୟ :
(i) ସଂପଦ କହିଲେ ଏଠାରେ କେବଳ ଭୌତିକ ବସ୍ତୁଗୁଡିକୁ ବୁଝାଏ ।
(ii) ସଂପଦ କିପରି ଉତ୍ପାଦିତ ହୁଏ ଓ ଉପଯୋଗ ହୁଏ, ଅର୍ଥଶାସ୍ତ୍ର ତାହା ଅନୁଧ୍ୟାନ କରେ । ତେଣୁ ଅର୍ଥଶାସ୍ତ୍ର ଯଥାର୍ଥରେ ସଂପଦର ଏକକ ଅଧ୍ୟୟନ ଅଟେ ।
(iii) ସେବା ସମୂହ ବା କଲ୍ୟାଣ ସାଧନସ୍ଥଳେ ଏହା ଉଦାସୀନତା ପ୍ରକାଶ କରେ ।
(iv) ମଣିଷର କାର୍ଯ୍ୟକଳାପକୁ ସର୍ବପ୍ରଧାନ ଲକ୍ଷ୍ୟ ହେଲା- ସଂପଦ ଅର୍ଜନ କରିବା ଓ ବ୍ୟୟ କରିବା । ଏହା ଫଳରେ ଜାତୀୟ ସଂପଦର ବୃଦ୍ଧି ସମ୍ଭବ ହୋଇପାରିବ ।
(v) ଚାହିଦା ତୁଳନାରେ ଭୌତିକ ଦ୍ରବ୍ୟଗୁଡ଼ିକ ସ୍ଵଳ୍ପ ହୋଇଥିବା ବିଧେୟ ।
(vi) ଅଭାବ ପରିତୃପ୍ତି ନିମନ୍ତେ ଭୌତିକ ବସ୍ତୁ ବା ସମ୍ପଦଗୁଡ଼ିକ ଆବଶ୍ୟକ ହୁଅନ୍ତି ।

ଆଡ଼ାମ ସ୍ମିଥଙ୍କଦ୍ୱାରା ପ୍ରଦତ୍ତ ଅର୍ଥଶାସ୍ତ୍ରର ଏହି ସଂପଦ ସଂଜ୍ଞାକୁ ଅନେକ ପ୍ରତିଷ୍ଠିତ ଅର୍ଥଶାସ୍ତ୍ରୀମାନେ ସମର୍ଥନ କରିଥିଲେ । ସେମାନଙ୍କ ମଧ୍ୟରେ ଆମେରିକାର A.A.Walker ଏବଂ J.B.Say ଆଦି ଅନ୍ୟତମ।
ପରବର୍ତ୍ତୀ କାଳରେ ଏହି ସଂଜ୍ଞାକୁ ବିଭିନ୍ନ କାରଣରୁ ବିଚାର କରାଯାଇ ସଂପଦ ସଂଜ୍ଞାକୁ ଅର୍ଥଶାସ୍ତ୍ରର ଏକ ଅସମ୍ପୂର୍ଣ ସଂଜ୍ଞାର ଆଖ୍ୟା ଦିଆଯାଇଥିଲା ଏବଂ ବିଭିନ୍ନ ଆଧାର ତତ୍ତ୍ଵଗୁଡିକୁ ମଧ୍ୟ ସମାଲୋଚନା କରାଯାଇଥିଲା । ସେଗୁଡ଼ିକୁ ନିମ୍ନରେ ଆଲୋଚନା କରାଗଲା

(1) ମାନବ କଲ୍ୟାଣକୁ ଉପେକ୍ଷା : ଅର୍ଥଶାସ୍ତ୍ରର ସମ୍ପଦ ସଂଜ୍ଞାରେ ମାନବ କଲ୍ୟାଣକୁ ଉପେକ୍ଷା କରାଯାଇଥିଲା । ସମ୍ପଦକୁ ଅଧିକ ଗୁରୁତ୍ଵ ଦେବାଦ୍ୱାରା ତତ୍କାଳୀନ ଅର୍ଥଶାସ୍ତ୍ର ଓ ଅର୍ଥଶାସ୍ତ୍ରୀମାନେ ସମାଲୋଚକମାନଙ୍କଦ୍ୱାରା ନିନ୍ଦିତ ହୋଇଥିଲେ ।
ସମ୍ପଦ ମନୁଷ୍ୟ ପାଇଁ ଉଦ୍ଦିଷ୍ଟ । ମାନବ କଲ୍ୟାଣର ଅଗ୍ରଗତି ଅର୍ଥଶାସ୍ତ୍ରର ମୂଳ ଲକ୍ଷ୍ୟ । ସମ୍ପଦ ଏକ ମାଧ୍ୟମ ମାତ୍ର । ସମ୍ପଦ ଉପରେ ମାତ୍ରାଧ‌ିକ ଗୁରୁତ୍ବ ଆରୋପ କରି ଅର୍ଥଶାସ୍ତ୍ରର ସଂପଦ ସଂଜ୍ଞା ମାନବ ଓ ତା’ର କଲ୍ୟାଣ ସାଧନକୁ ଉପେକ୍ଷା କଲା ।

(2) ଅର୍ଥନୀତିକ ମାନବ : ଶ୍ରେଣୀୟ ଅର୍ଥଶାସ୍ତ୍ରୀମାନେ ବିଶ୍ୱାସ କରୁଥିଲେ ଯେ ଆର୍ଥନୀତିକ ମାନବ ସର୍ବଦା ସ୍ୱାର୍ଥପର । ବ୍ୟକ୍ତିଗତ ସ୍ଵାର୍ଥସାଧନ ନିମିତ୍ତ ସେ ସର୍ବଦା ସମ୍ପଦ ଅର୍ଜନ ପାଇଁ ଚେଷ୍ଟା କରିଥାଏ । ବ୍ୟକ୍ତିଗତ ସ୍ଵାର୍ଥ ଓ ସାମାଜିକ ସ୍ଵାର୍ଥ ପରସ୍ପର ପରିପୂରକ । ମାତ୍ର ଏହା ସତ୍ୟର ଅପଳାପ କହିଲେ ଅତ୍ୟୁକ୍ତି ହେବ ନାହିଁ । ସମ୍ପଦ ଅର୍ଜନ ଓ ପରିବ୍ୟୟବେଳେ ବ୍ୟକ୍ତିଗତ ସ୍ଵାର୍ଥ ଓ ସାମାଜିକ ସ୍ଵାର୍ଥ ପରସ୍ପର ପରିପନ୍ଥୀ ହୋଇପାରନ୍ତି । ସୁତରାଂ ମାନବୀୟ ଆଚରଣର ତ୍ରୁଟିପୂର୍ଣ୍ଣ ବ୍ୟାଖ୍ୟା ପାଇଁ ଉକ୍ତ ସଂଜ୍ଞା | ସମାଲୋଚକଙ୍କଦ୍ବାରା ପ୍ରତ୍ୟାଖ୍ତ ହେଲା ।

(3) ସ୍ଵଚ୍ଛତା ଓ ଚୟନର ଉପେକ୍ଷା : ସମ୍ପଦ ସଂଜ୍ଞାରେ ସ୍ଵଳ୍ପତା ଓ ଚୟନକୁ ଉପେକ୍ଷା କରାଯାଇଛି । ମାତ୍ର ଆଧୁନିକ ଅର୍ଥଶାସ୍ତ୍ରୀମାନଙ୍କ ମତରେ ଅର୍ଥଶାସ୍ତ୍ର ମୁଖ୍ୟତଃ ସମ୍ପଦର ସ୍ଵଚ୍ଛତା ଓ ଚୟନ ବିଷୟରେ ଅଧ୍ୟୟନ କରିଥାଏ ।

(4) ସମ୍ପଦର ସଂକୀର୍ଣ୍ଣ ବ୍ୟାଖ୍ୟା : ଆଡ଼ାମ ସ୍ମିଥ୍ ଓ ତାଙ୍କର ଅନୁଗତମାନଙ୍କଦ୍ୱାରା ନିରୂପଣ ସଂଜ୍ଞା, ସମ୍ପଦର ସଂକୀର୍ଣ୍ଣ ବ୍ୟାଖ୍ୟା ଉପରେ ପର୍ଯ୍ୟବସିତ ଥିଲା । କେବଳ ଭୌତିକ ଦ୍ରବ୍ୟଗୁଡ଼ିକ ସଂପଦ ପଦବାଚ୍ୟ ହେଉଥିଲା । ଡାକ୍ତରଙ୍କ ସେବା, ଅଧ୍ୟାପକଙ୍କ ଅଧ୍ୟାପନା, ବୈଜ୍ଞାନିକଙ୍କ ଗବେଷଣା ଆଦି ଅଭୌତିକ ଦ୍ରବ୍ୟଗୁଡ଼ିକ ସମ୍ପଦ ପଦବାଚ୍ୟ ହେଉନଥିଲା । ସଂପଦର ଏହି ସଂକୀର୍ଣ୍ଣ ବ୍ୟାଖ୍ୟା ଯୋଗୁ ଏହି ସଂଜ୍ଞା ପ୍ରତ୍ୟାଖ୍ୟାତ ହେଲା ।

(5) ବିମର୍ଷ ବିଜ୍ଞାନ : ସଂପଦ ସଂଜ୍ଞାରୁ ଧାରଣା ସୃଷ୍ଟି ହେଲା ଯେ, ସମ୍ପଦ ଅର୍ଜନ ହିଁ ମଣିଷର ଏକମାତ୍ର ଲକ୍ଷ୍ୟ । ପ୍ରତ୍ୟେକ ମଣିଷ କେବଳ ଲାଭକ୍ଷତି, ଦରଦାମ ନେଇ ବ୍ୟସ୍ତ ବୋଲି ଏହି ସଂଜ୍ଞା ପ୍ରତିପାଦିତ କଲା । ସଂପଦକୈନ୍ଦ୍ରିକ ମନୁଷ୍ୟ ସ୍ୱଭାବତଃ ସ୍ବାର୍ଥପର ଓ ହୃଦୟହୀନ । ଯଦି ସମାଜରେ ଧନ ହିଁ ସବୁକିଛି ତାହାହେଲେ ମଣିଷର ସ୍ନେହ, ସେବା, ସଦ୍‌ଭାବ ଆଦି ଉଚ୍ଚ ଆଦର୍ଶର ସ୍ଥାନ କାହିଁ ? ଅନ୍ୟ ଅର୍ଥରେ କହିଲେ ଏହି ସଂଜ୍ଞାରୁ ସୃଷ୍ଟି ଜଣାଯାଉଛି ଯେ ଅର୍ଥାନ୍ଵେଷୀ, ସ୍ୱାର୍ଥପର ମନୁଷ୍ୟର କାର୍ଯ୍ୟକଳାପର ଆଲୋଚନା ହିଁ ଅର୍ଥଶାସ୍ତ୍ରର ବିଷୟବସ୍ତୁ । ମନୁଷ୍ୟକୁ ସ୍ୱାର୍ଥାନ୍ଧ ହେବାପାଇଁ ପ୍ରେରଣା କରୁଥିବାରୁ ଓ ଉଚ୍ଚତର ଆଦର୍ଶ ବିଷୟରେ ନୀରବ ରହୁଥ‌ିବାରୁ ରସ୍କିନ୍ (Ruskin) ଅର୍ଥଶାସ୍ତ୍ରକୁ ଏକ ନୀଚ ଓ ବିମର୍ଷ ଶାସ୍ତ୍ର (Dismal Science) ବୋଲି ଅଭିହିତ କରିଥିଲେ ।

ଏହିସବୁ କାରଣରୁ ସମ୍ପଦ ସଂଜ୍ଞା ଆଧୁନିକ ଅର୍ଥଶାସ୍ତ୍ରୀ- ମାନଙ୍କଦ୍ୱାରା ପ୍ରତ୍ୟାଖ୍ୟାତ ହୋଇଛି । ସେମାନଙ୍କ ପ୍ରଦତ୍ତ ସଂଜ୍ଞାରେ ମନୁଷ୍ୟ ଓ ତାହାର କାର୍ଯ୍ୟାବଳୀ ମୁଖ୍ୟ ଓ ସମ୍ପଦ ଗୌଣ ସ୍ଥାନ ଅଧିକାର କରିଛି ।

CHSE Odisha Class 12 Economics Chapter 1 Long Answer Questions in Odia Medium

2. ‘ଅର୍ଥଶାସ୍ତ୍ର ଏକ ମନୋନୟନ ବିଜ୍ଞାନ’’ – ଆଲୋଚନା କର ।
Answer:
ଇଂରେଜ ଅର୍ଥଶାସ୍ତ୍ରୀ ପ୍ରଫେସର୍ ଲିଓନେଲ୍ ରବିନ୍‌ସଙ୍କ ଦ୍ବାରା ରଚିତ ପୁସ୍ତକ “Nature and Significance of Economics Science” (ଅର୍ଥନୀତିକ ବିଜ୍ଞାନର ପ୍ରକୃତି ଓ ଗୁରୁତ୍ଵ) । 1932 ମସିହାରେ ପ୍ରକାଶିତ ହେବା ପର୍ଯ୍ୟନ୍ତ ମାର୍ଶାଲ୍‌ଙ୍କଦ୍ବାରା ପ୍ରଦତ୍ତ କଲ୍ୟାଣକାରୀ ସଂଜ୍ଞା ସାଧାରଣତଃ ଅର୍ଥଶାସ୍ତ୍ରର ସଂଜ୍ଞା ରୂପେ ଗ୍ରହଣୀୟ ହୋଇଥିଲା । ମାତ୍ର ଲଣ୍ଡନ ବିଶ୍ଵ ବିଦ୍ୟାଳୟର ପ୍ରଫେସର ରବିନ୍ସ ଅର୍ଥଶାସ୍ତ୍ରର କଲ୍ୟାଣକାରୀ ସଂଜ୍ଞାର ଦୃଢ଼ ସମାଲୋଚନାକରିବା ସଙ୍ଗେସଙ୍ଗେ ଜୀବନର କେତେକ ମୌଳିକ ବୈଶିଷ୍ଟ୍ୟରୁ ହିଁ ଅର୍ଥଶାସ୍ତ୍ରକୁ ଜନ୍ମ ଦେବାକୁ ଯାଇ ଏହାର ଏକ ଅଧ୍ଵ ଯଥାଯଥ ଓ ପ୍ରମାଣଯୋଗ୍ୟ ସଂଜ୍ଞା ଉକ୍ତ ପୁସ୍ତକରେ ପ୍ରଦାନ କରିଥିଲେ ।

ସେ ଉପଲବ୍‌ କଲେ ଯେ, ସାମାଜିକ ଅର୍ଥନୀତିକ କ୍ଷେତ୍ର ସମସ୍ୟାବହୁଳ ଓ ଏହି ସମସ୍ୟାଗୁଡ଼ିକର ସମାଧାନ ପାଇଁ ଆର୍ଥନୀତିକ କାର୍ଯ୍ୟକ୍ରମଗୁଡ଼ିକ ସଂଘଟିତ ହୁଏ । ତେଣୁ ଅର୍ଥଶାସ୍ତ୍ର ଅଧ୍ୟୟନର ମୂଳଲକ୍ଷ୍ୟ ହେଲା- ଆର୍ଥନୀତିକ ସମସ୍ୟାଗୁଡ଼ିକୁ ସମାଧାନ କରିବା । ଏହାକୁ ଆଧାର କରି ରବିନ୍ସଙ୍କ ସଂଜ୍ଞା ପ୍ରଦାନ କରାଯାଇଅଛି ।

ରବିନ୍ସଙ୍କ ଭାଷାରେ ‘ଅସୀମ ଅଭାବ ଓ ବିକଳ୍ପ ବ୍ୟବହାରଯୁକ୍ତ ସସୀମ ସମ୍ବଳ ମଧ୍ୟରେ ଥିବା ସମ୍ପର୍କ ପରିପ୍ରେକ୍ଷୀରେ ମାନବିକ ଆଚରଣ ଅଧ୍ୟୟନ କରୁଥିବା ବିଜ୍ଞାନକୁ ହିଁ ଅର୍ଥଶାସ୍ତ୍ର କୁହାଯାଏ ।’ ରବିସଙ୍କ ସଂଜ୍ଞା ବିଶ୍ଳେଷଣ କଲେ ମାନବ ଜୀବନର କେତୋଟି ମୌଳିକ ବୈଶିଷ୍ଟ୍ୟ ଓ ସେମାନଙ୍କର ପାରସ୍ପରିକ ସମ୍ପର୍କରୁ ହିଁ ଯେ ଅର୍ଥଶାସ୍ତ୍ର ସୃଷ୍ଟି ଏକଥା ସ୍ପଷ୍ଟ ଅନୁମାନ କରିହେବ ।

ବୈଶିଷ୍ଟ୍ୟ :
(1) ଅସୀମ ଅଭାବ – ମାନବର ଅଭାବ ଅସୀମ । ଗୋଟିଏ ଅଭାବ ପରିତୃପ୍ତି ହେବାମାତ୍ର ଅନ୍ୟ ଏକ ଅଭାବ ଦେଖାଦିଏ । ଏହା ମାନବ ଜୀବନର ଏକ ମୌଳିକ ବୈଶିଷ୍ଟ୍ୟ । ଯଦି ଆମର ଅଭାବ ଅସୀମ ହୋଇନଥାନ୍ତା, ତେବେ ଆମ ପାଇଁ କୌଣସି ଅର୍ଥନୈତିକ ସମସ୍ୟା ଦେଖାଦିଅନ୍ତା ନାହିଁ । ଯେହେତୁ ମାନବର ଅଭାବ ଅସୀମ, ଆମେ ସମସ୍ତେ ସମସ୍ତ ଅଭାବକୁ ପରିତୃପ୍ତି କରିବା ଅସମ୍ଭବ । ଆମକୁ ଜରୁରୀ ଅଭାବଗୁଡ଼ିକୁ ନିର୍ବାଚନ କରି କମ୍ ଜରୁରୀ ଅଭାବଗୁଡ଼ିକୁ ସ୍ଥଗିତ ରଖିବାକୁ ପଡ଼ିବ ବା “ସ୍ଥଳବିଶେଷରେ ପରିତ୍ୟାଗ କରିବାକୁ ପଡ଼ିବ ।

(2) ସୀମିତ ସମ୍ବଳ ସମ୍ବଳ ମାଧ୍ୟମରେ ଅଭାବର ପରିତୃପ୍ତି ସମ୍ଭବ । କିନ୍ତୁ ଆମ ପାଖରେ ଥିବା ସମ୍ବଳ ସସୀମ ! ସମ୍ବଳ କହିଲେ ଆମ ପାଖରେ ଥ‌ିବା ଅର୍ଥ, ସମୟ, ଶକ୍ତି, ଦ୍ରବ୍ୟ ଓ ସେବା ଆଦିକୁ ବୁଝାଏ । ଏହାର ଯୋଗାଣ ଚାହିଦା ତୁଳନାରେ ସୀମିତ ହୋଇଥବାରୁ ଅର୍ଥନୈତିକ ସମସ୍ୟା ସୃଷ୍ଟିହୁଏ । ଯଦି ସମ୍ବଳ ଅସୀମ ହୋଇଥାନ୍ତା ତେବେ ଆମକୁ ଯେକୌଣସି ଅଭାବର ପରିତୃପ୍ତି ପାଇଁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ନ୍ତା ନାହିଁ ।

(3) ସମ୍ବଳର ବିକଳ୍ପ ବ୍ୟବହାର – ସୀମିତ ସମ୍ବଳର ବିକଳ୍ପ ବ୍ୟବହାର ରବିନ୍ସଙ୍କ ସଂଜ୍ଞାର ତୃତୀୟ ଉପାଦାନ । ଭୂମିକୁ ଶସ୍ୟ ବା ପରିବା ଚାଷ କରିବା ପାଇଁ ବ୍ୟବହାର କରାଯାଇପାରେ । ଏହାକୁ ବାସଗୃହ ନିର୍ମାଣ ବା ଖେଳପଡ଼ିଆ ପାଇଁ ମଧ୍ୟ ଉପଯୋଗ କରିହୁଏ । ଗୋଟିଏ ଏକଶହ ଟଙ୍କା ସାହାଯ୍ୟରେ ବହିଟିଏ କିଣାଯାଇପାରେ ବା ମୋବାଇଲ ସେବା ଉପଭୋଗ କରାଯାଇପାରେ । ସମ୍ବଳର ବିକଳ୍ପ ବ୍ୟବହାର ଆମକୁ ଅଗ୍ରାଧ୍ୟାକାର ଭିଭିରେ ଅଭାବର ମନୋନୟନ ପାଇଁ ବାଧ୍ୟ କରିଥାଏ । ସୀମିତ ସମ୍ବଳର ବିକଳ୍ପ ବ୍ୟବହାର ଆର୍ଥନୈତିକ ସମସ୍ୟାକୁ ତୀବ୍ରତର କରିଥାଏ ।

(4) ସମାଧାନ – ମଣିଷର ଅଭାବ ଅସୀମ ହେଲେ ହେଁ ପ୍ରତ୍ୟେକ ଅଭାବର ତୀବ୍ରତା ସର୍ବଦା ସମାନ ନୁହେଁ । ସେଥୁମଧ୍ଯରୁ କେତେକ ଅଭାବ ଅଧିକ ଗୁରୁତ୍ଵପୂର୍ଣ୍ଣ ହେଲେ ଅନ୍ୟ କେତେକ ଗୌଣ ବୋଲି ବିବେଚିତ ହୁଅନ୍ତି । ତେଣୁ ରବିନ୍ସ ଦର୍ଶାଇଛନ୍ତି ଯେ ପ୍ରଥମେ ଅଭାବଗୁଡ଼ିକର ଗୁରୁତ୍ଵ ଆଧାରରେ ଏକ ତାଲିକା ପ୍ରସ୍ତୁତ କରିବା ଦରକାର । ଯେଉଁ ଅଭାବର ଆବଶ୍ୟକତା ସବୁଠାରୁ ଅଧ‌ିକ, ତାହା ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ବୋଲି ବିବେଚିତ ହୋଇ ତାଲିକାର ଶୀର୍ଷସ୍ଥାନ ଅଧିକାର କରିବ ଓ ଅନ୍ୟାନ୍ୟ ଅଭାବଗୁଡ଼ିକ ସେହିପରି କ୍ରମରେ ସ୍ଥାନିତ ହେବେ । ଶେଷ ସ୍ଥାନ ଅଧିକାର କରୁଥିବା ଅଭାବ ପ୍ରତି ନିଶ୍ଚିତ ସର୍ବନିମ୍ନ ଆବଶ୍ୟକତା ପ୍ରକାଶ ପାଇବ ।

ଏହାପରେ ଉପଲବ୍‌ଧ ସ୍ଵଳ୍ପ ସମ୍ବଳର ବିନିଯୋଗ କରାଯାଇ ଯଥାସମ୍ଭବ ଗୁରୁତ୍ଵଭିଭିକ ବା କ୍ରମିକ ଅଭାବଗୁଡିକୁ ପୂରଣ କରାଯିବ ଓ ଯଥାସମ୍ଭବ ପୂରଣ କରାଯିବ । ଏହାକୁ ଅଭାବର ମନୋନୟନ ପ୍ରକ୍ରିୟା କୁହାଯାଏ । ଆର୍ଥନୀତିକ ସମସ୍ୟାର ସମାଧାନର ସୂତ୍ର ଏକ ନିର୍ବାଚନ ପ୍ରକ୍ରିୟାରେ ସ୍ଵଳ୍ପ ସମ୍ବଳକୁ ସର୍ବାଧ‌ିକ ପରିତୃପ୍ତି ପ୍ରଦାନ କରି ବ୍ୟକ୍ତି ତଥା ରାଷ୍ଟ୍ର ସମସ୍ୟାର ସମାଧାନ କରେ । ଏହି କାରଣରୁ ଅର୍ଥଶାସ୍ତ୍ରକୁ ଏକ ଚୟନ ବା ମନୋନୟନ ବିଜ୍ଞାନ କୁହାଯାଏ ତଥାପି ରବିନସ୍‌ଙ୍କ ସଂଜ୍ଞା ମଧ୍ୟ ।

ସମାଲୋଚନା :
(i) ରବିନ୍ସଙ୍କ ସଂଜ୍ଞା ବ୍ୟକ୍ତିଙ୍କ ଚୟନ ଉପରେ ଗୁରୁତ୍ୱ ଆରୋପ କରେ ଏବଂ ଅର୍ଥବ୍ୟବସ୍ଥାକୁ ମଣିଷ ଓ ଅର୍ଥନୀତିକ ଦ୍ରବ୍ୟ ମଧ୍ୟ ପରସ୍ପର ନିର୍ଭରଶୀଳ ସମ୍ପର୍କର ଏକ କ୍ରମିକ ଧାରା ରୂପେ ବିଚାର କରେ । ତେଣୁ ଏହା ସାମାଜିକ ପସନ୍ଦର ଗୁରୁତ୍ବକୁ ନ୍ୟୁନ କରିଦେଇଛି ।
(ii) ଉକ୍ତ ସଂଜ୍ଞା ଆର୍ଥନୀତିକ ସମସ୍ୟା କ୍ଷେତ୍ରରେ ସମ୍ବଳ ଦୁଷ୍ପାପ୍ୟତା ପ୍ରତି ବିଶେଷ ଧ୍ୟାନ ଆକର୍ଷଣ କଲେ ହେଁ ବିକାଶ ପ୍ରତି ଦୃଷ୍ଟି ନିକ୍ଷେପ କରିନାହିଁ । ମାତ୍ର ବିକାଶ ଆମକୁ ଏହି ସମସ୍ୟାର ସମାଧାନ କ୍ଷେତ୍ରରେ ବିଶେଷ ସହାୟକ ହୋଇଥାଏ ।
(iii) ଏଠାରେ ଅର୍ଥଶାସ୍ତ୍ର ବିଭିନ୍ନ ଲକ୍ଷ୍ୟ, ଭଲ ବା ମନ୍ଦ ସ୍ଥଳେ ନିରପେକ୍ଷତା ଅବଲମ୍ବନ କରେ, ଯାହାର ପ୍ରଭାବ ମାନବିକ କଲ୍ୟାଣ ଉପରେ ଅନୁକୂଳ ବା ପ୍ରତିକୂଳ ପ୍ରଭାବ ପକାଇପାରେ । ତେଣୁ ଅର୍ଥଶାସ୍ତ୍ର ସର୍ବଦା ସମାଜ କଲ୍ୟାଣ ଲକ୍ଷ୍ୟ ପୋଷଣ କରିପାରି ନଥ୍‌ରୁ ନୈତିକ ମୂଲ୍ୟବୋଧକୁ ଆଂଶିକ ଉପେକ୍ଷା କରେ ।
(iv) ରବିନ୍ସଙ୍କ ମତରେ ସମ୍ବଳ ସ୍ଵଳ୍ପତା ଯାହା ଅର୍ଥନୀତିକ ସମସ୍ୟାର କାରଣ, ପ୍ରକୃତରେ ତାହା ଏକମାତ୍ର କାରଣ ନୁହେଁ । ଅନ୍ୟ କେତେକ ଅବସ୍ଥା ମଧ୍ୟ ଏହି ସମସ୍ୟାର କାରଣ, ଯାହା ରବିନ୍ସଙ୍କ ସଂଜ୍ଞାରେ ଉଲ୍ଲେଖ ହୋଇନାହିଁ । ତାହା ହେଲା ଅର୍ଥନୈତିକ ଉତ୍‌ଥାନ ଓ ପତନ, ଚାହିଦା ତୁଳନାରେ ଉତ୍ପାଦନ ସମ୍ପର୍କ ଇତ୍ୟାଦି ।
(v) ‘ଚୟନ ବିଜ୍ଞାନ’ ଅର୍ଥଶାସ୍ତ୍ରର ପରିସର ପ୍ରତି ଧ୍ୟାନ ଦିଏ ନାହିଁ । ତେଣୁ ଜେ.ଏଲ୍.ହାନ୍‌ସେନ୍‌ଙ୍କ ମତରେ ରବିନ୍‌ସଙ୍କ ସଂଜ୍ଞା ଅର୍ଥଶାସ୍ତ୍ରୀମାନଙ୍କ ନିମନ୍ତେ ଅଭିପ୍ରେତ ।

ଏହି ଦୃଷ୍ଟିରୁ ରବିନ୍‌ସଙ୍କ ସଂଜ୍ଞାରେ କେତେକ ତ୍ରୁଟି ଦେଖିବାକୁ ମିଳେ । ବିଶେଷ କରି ଆଧୁନିକ ଅର୍ଥବ୍ୟବସ୍ଥାର ଦୁଇଟି ମୁଖ୍ୟ ସମସ୍ୟା ହେଲା- ଅର୍ଥନୈତିକ ଅଗ୍ରଗତି ଓ ଅସ୍ଥିରତା ଯାହା ପ୍ରତି ଏହି ସଂଜ୍ଞା ଉପଯୁକ୍ତ ଗୁରୁତ୍ଵ ଦେଇ ନଥାଏ । ତଥାପି ଏହା ଆଧୁନିକ ଅର୍ଥଶାସ୍ତ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରେ ବୋଲି ବିଶ୍ଵାସ କରାଯାଇପାରେ ।

CHSE Odisha Class 12 Economics Chapter 1 Long Answer Questions in Odia Medium

3. ମାର୍ଶାଲଙ୍କଦ୍ୱାରା ପ୍ରଦତ୍ତ ଅର୍ଥଶାସ୍ତ୍ରର କଲ୍ୟାଣକାରୀ ସଂଜ୍ଞା ଆଲୋଚନା କର ।
Answer:
ଆଡ଼ାମ୍ ସ୍ମିଥ୍ଙ୍କଦ୍ୱାରା ପ୍ରଦତ୍ତ ଅର୍ଥଶାସ୍ତ୍ରର ସଂପଦ ସଂଜ୍ଞା ପ୍ରତ୍ୟାଖ୍ ହେବା ପରେ ଅନ୍ୟ ଏକ ଖ୍ୟାତିସମ୍ପନ୍ନ ଇଂରେଜ ଅର୍ଥଶାସ୍ତ୍ରୀ ପ୍ରଫେସର୍ ଆଲଫ୍ରେଡ୍‌ ମାର୍ଶାଲ ଅର୍ଥନୀତିର ଏକ ନୂତନ ସଂଜ୍ଞା ନିରୂପଣ କରିଥିଲେ । 1890 ମସିହାରେ ପ୍ରକାଶିତ ତାଙ୍କର ସ୍ଵରଚିତ ପୁସ୍ତକ ‘ଅର୍ଥଶାସ୍ତ୍ରର ତତ୍ତ୍ଵାବଳୀ’ (Principles of Economics)ରେ ସେ ଅର୍ଥଶାସ୍ତ୍ରର ଯେଉଁ ସଂଜ୍ଞା ପ୍ରଦାନ କରିଥିଲେ, ତାହା କଲ୍ୟାଣକାରୀ ସଂଜ୍ଞା ରୂପେ ବିଖ୍ୟାତ ହେଲା ।

ମାର୍ଶାଲଙ୍କ ମତରେ ‘ଅର୍ଥଶାସ୍ତ୍ର ହେଉଛି ମାନବ ସମାଜର ଦୈନନ୍ଦିନ କାର୍ଯ୍ୟକଳାପର ଏକ ଅଧ୍ୟୟନ । ଅର୍ଥଶାସ୍ତ୍ର ମାନବର ବ୍ୟକ୍ତିଗତ ଓ ସାମାଜିକ କାର୍ଯ୍ୟାବଳୀର ସେହି ଅଂଶକୁ ଅନୁଧ୍ୟାନ କରେ ଯାହାକି କଲ୍ୟାଣ ପାଇଁ ଆବଶ୍ୟକ ଭୌତିକ ବସ୍ତୁର ପ୍ରାପ୍ତି ଓ ବ୍ୟବହାର ସହିତ ଘନିଷ୍ଠ ଭାବରେ ଜଡ଼ିତ । ତେଣୁ ଗୋଟିଏ ଦିଗରେ ଏହା ସଂପଦର ଅଧ୍ୟୟନ ଓ ଅନ୍ୟ ଏକ ଅଧିକ ଗୁରୁତ୍ଵପୂର୍ଣ୍ଣ ଦିଗରେ ମଣିଷର ଅଧ୍ୟୟନର ଅଂଶବିଶେଷ ଅଟେ ।

ମାର୍ଶାଲଙ୍କ ପ୍ରଦତ୍ତ ସଂଜ୍ଞାରେ ମୁଖ୍ୟତଃ ତିନୋଟି ଦିଗକୁ ଗୁରୁତ୍ଵ ଦିଆଯାଇଅଛି ।

  • ଭୌତିକ ବସ୍ତୁଗୁଡ଼ିକ ମଣିଷର କଲ୍ୟାଣ ସାଧନ ନିମନ୍ତେ ଉପଯୋଗୀ ।
  • ଅର୍ଥଶାସ୍ତ୍ର ମାନବ ଜୀବନର ସାଧାରଣ କାର୍ଯ୍ୟାବଳୀକୁ ଅନୁଧ୍ୟାନ କରେ ।
  • ସେହି ସାଧାରଣ କାର୍ଯ୍ୟାବଳୀ ପାର୍ଥିବ ବସ୍ତୁଗୁଡ଼ିକର ଅର୍ଜନ ଓ ବିନିଯୋଗ ସହ ଘନିଷ୍ଠ ଭାବେ ଜଡ଼ିତ ।

ସମାଲୋଚନା :
ମାର୍ଶାଲଙ୍କ ସଂଜ୍ଞା ଅନେକ ଅର୍ଥଶାସ୍ତ୍ରୀମାନଙ୍କଦ୍ୱାରା ସମାଲୋଚିତ ହୋଇଥିଲା । ସେଥ୍ମଧ୍ୟରୁ ଲିଓନେଲ୍ ରବିନ୍ସ ଅନ୍ୟତମ । ଅର୍ଥଶାସ୍ତ୍ରର କଲ୍ୟାଣକାରୀ ସଂଜ୍ଞା ନିମ୍ନୋକ୍ତ କାରଣରୁ ସମାଲୋଚିତ ହୋଇଛି ।

(1) ମାର୍ଶାଲଙ୍କ କଲ୍ୟାଣକାରୀ ସଂଜ୍ଞାରେ କେବଳ କଲ୍ୟାଣ ବୃଦ୍ଧିକାରୀ ଦ୍ରବ୍ୟଗୁଡ଼ିକୁ ହିଁ ବିଚାରକୁ ନିଆଯାଇଛି । ମାତ୍ର ଅନ୍ୟପାର୍ଶ୍ଵରେ ମଦ୍ୟ, ସିଗାରେଟ୍ ଓ ଅଫିମ ଆଦି କେତେକ କ୍ଷତିକାରକ ଦ୍ରବ୍ୟ ମାନବର କଲ୍ୟାଣକୁ ଲୋପ କରିବାରେ ସହାୟକ ହୋଇଥାଏ । ଏହିଗୁଡ଼ିକୁ ମଧ୍ୟ ଅର୍ଥଶାସ୍ତ୍ର ଅଧ୍ୟୟନ କରେ । କାରଣ ସେଗୁଡିକ ମଣିଷର ଅଭାବକୁ ପରିତୃପ୍ତ କରିଥାନ୍ତି ।

(2) ମାର୍ଶାଲଙ୍କ ପ୍ରଦତ୍ତ ସଂଜ୍ଞା ସମ୍ପୂର୍ଣ ନୁହେଁ । କାରଣ ଏହା କେବଳ ପାର୍ଥିବ ଦ୍ରବ୍ୟର ଅର୍ଜନ ଓ ଏହାର ବ୍ୟବହାର ସମ୍ପର୍କରେ ଅଧ୍ୟୟନ କରେ । ଶିକ୍ଷକଙ୍କ ଶିକ୍ଷାଦାନ, ଡାକ୍ତରଙ୍କ ରୋଗୀ ସେବା ଆଦି ଅପାର୍ଥିବ ଦ୍ରବ୍ୟ ମାନବର ଅଭାବର ପରିପୂରିରେ ସହାୟକ କରେ । ଏହି ଅପାର୍ଥିବ ଦ୍ରବ୍ୟଗୁଡିକ ମାର୍ଶାଲଙ୍କ ସଂଜ୍ଞାରୁ ବାଦ ପଡ଼ିବା ଫଳରେ ଅର୍ଥଶାସ୍ତ୍ରର ସଜ୍ଞା ଅସମ୍ପୂର୍ଣ୍ଣ ବୋଲି ବିବେଚନା କରାଗଲା ।

(3) କଲ୍ୟାଣ ଏକ ସାମାଜିକ ଧାରଣା ଓ ବ୍ୟକ୍ତିବିଶେଷ ସ୍ଥଳେ ଭିନ୍ନ ଭିନ୍ନ ହୋଇଥିବାରୁ ଏହା ସଠିକ୍ ପରିମାପ ମଧ୍ୟ ସମ୍ଭବ ନୁହେଁ । ପିଗୁ ଏହି ସମାଜ କଲ୍ୟାଣକୁ ମୁଦ୍ରା ଆକାରରେ ମାପ କରିବାରେ ଚେଷ୍ଟା କରିଥିଲେ ହେଁ ଏହା ଏକ ପରିମାପ ନୁହେଁ ।

(4) ମାର୍ଶାଲଙ୍କ କଲ୍ୟାଣକାରୀ ସଂଜ୍ଞା ଅର୍ଥଶାସ୍ତ୍ରକୁ ଏକ ସାମାଜିକ ବିଜ୍ଞାନ ରୂପେ ବିଚାର କରିଛି । ସମାଜରେ ଥ‌ିବା ମନୁଷ୍ୟମାନଙ୍କର କାର୍ଯ୍ୟାବଳୀକୁ ଏହା ଅନୁଧ୍ୟାନ କରିଥାଏ । ଏହି ସଂଜ୍ଞାକୁ ଗ୍ରହଣ କଲେ ନିର୍ଜନ ଦ୍ଵୀପରେ ଏକାକୀ ବାସ କରୁଥିବା ରବିନସନ୍ କୁଶେ ଅର୍ଥନୀତିର ପରିସର ବାହାରେ ରହିଯିବେ । ଏହା ଗ୍ରହଣଯୋଗ୍ୟ ନୁହେଁ । କାରଣ ଏକାକୀ ବାସ କଲେ ମଧ୍ୟ ଅର୍ଥଶାସ୍ତ୍ର କେତେକ ମୌଳିକ ସୂତ୍ରଦ୍ଵାରା ପରିଚାଳିତ ହୋଇଥାଏ । ଜରୁରୀ ଆବଶ୍ୟକତାକୁ ସେ ଅଗ୍ରାଧ‌ିକାର ଦେଇ ତାଙ୍କର ସୀମିତ ସମ୍ବଳକୁ ବିନିଯୋଗ କରିଥାନ୍ତି । ତେଣୁ କେତେକ ଅର୍ଥଶାସ୍ତ୍ରୀଙ୍କ ମତରେ ଅର୍ଥଶାସ୍ତ୍ରକୁ ଏକ ସାମାଜିକ ବିଜ୍ଞାନ ଅପେକ୍ଷା ମାନବ ବିଜ୍ଞାନ ରୂପରେ ବିଚାର କରାଯିବା ଆବଶ୍ୟକ ।

4. ବ୍ୟଷ୍ଟି ଅର୍ଥନୀତି ସମ୍ପର୍କରେ ଆଲୋଚନା କର ।
Answer:
ବିଶିଷ୍ଟ ଇଂରେଜ ଅର୍ଥଶାସ୍ତ୍ରୀ ଆଡ଼ାମ୍ ସ୍ମିଥ୍ ଅର୍ଥଶାସ୍ତ୍ରର ସ୍ରଷ୍ଟା ରୂପେ ସମ୍ମାନିତ । ଅର୍ଥଶାସ୍ତ୍ର ଏକ ସାମାଜିକ ବିଜ୍ଞାନ । ସାମାଜିକ ବିଜ୍ଞାନର ପରିସର ଓ ବିଷୟବସ୍ତୁ ଅତି ବ୍ୟାପକ । ଏହାର ରାଜନୈତିକ, ସାମାଜିକ, ଐତିହାସିକ, ଅର୍ଥନୈତିକ ଆଦି ବିଭିନ୍ନ ଦିଗ ରହିଅଛି । ରାଜନୀତି ବିଜ୍ଞାନ ବ୍ୟକ୍ତିର ରାଜନୈତିକ ଜୀବନକୁ ଅଧ୍ୟୟନ କରେ । ସମାଜ ବିଜ୍ଞାନ ସାମାଜିକ ଜୀବନକୁ ଆଲୋଚନା କରିଥାଏ । ସେହିପରି ଅର୍ଥଶାସ୍ତ୍ର ସମାଜରେ ବ୍ୟକ୍ତିବିଶେଷଙ୍କର ଅର୍ଥନୈତିକ ଦିଗକୁ ଅଧ୍ୟୟନ ଓ ଆଲୋଚନା କରେ ।

ଦୁଇଟି ପୁରାତନ ଗ୍ରୀକ୍ ଶବ୍ଦରୁ ଅର୍ଥଶାସ୍ତ୍ର (Economics) ଶବ୍ଦର ଉତ୍ପତ୍ତି ଘଟିଅଛି । ଗ୍ରୀକ୍ ଶବ୍ଦ ଓଇକୋସ୍ (Oikos), ଯାହାର ଅର୍ଥ ପରିବାର ଏବଂ ନେମେନ୍ (Nemein), ଯାହାର ଅର୍ଥ ପରିଚାଳନାକୁ ନେଇ ଅର୍ଥଶାସ୍ତ୍ର (Economics)ର ସୃଷ୍ଟି ହୋଇଅଛି । ଏହାର ସମ୍ପୂର୍ଣ୍ଣ ଅର୍ଥ ହେଲା, ‘ପରିବାର ପରିଚାଳନା’ । ପରିବାରର ସମ୍ବଳ ସୀମିତ ଓ ଅଭାବ ଅନେକ । ତେଣୁ ପରିବାରକୁ ସଠିକ୍‌ଭାବେ ପରିଚାଳନା କରିବାପାଇଁ ବ୍ୟକ୍ତି ସର୍ବଦା ନିଜର ସୀମିତ ସମ୍ବଳ ଓ ଅସୀମ ଅଭାବ ମଧ୍ଯରେ ସଂଯୋଜନା ସ୍ଥାପନ କରି ପରିତୃପ୍ତିର ସର୍ବାଧ୍ଵରଣ ନିମିତ୍ତ ଚେଷ୍ଟିତ ହୋଇଥାଏ । ସେହିପରି ବ୍ୟକ୍ତିକୁ ନେଇ ଗଠିତ ମଣିଷ ସମାଜ ମଧ୍ୟ ସର୍ବଦା ସୀମିତ ସମ୍ବଳ ଓ ଅସୀମ ଲକ୍ଷ୍ୟର ସଂଯୋଜନା କରି ସାମାଜିକ ପରିତୃପ୍ତିର ସର୍ବାଧ୍ଵରଣ ନିମିତ୍ତ ପ୍ରୟାସୀ ହୋଇଥାଏ ।

ଗ୍ରୀକ୍ ଦାର୍ଶନିକ ଆରିଷ୍ଟୋଟଲ୍‌ଙ୍କ ମତରେ, ଅର୍ଥଶାସ୍ତ୍ର ପରିବାର ଓ ରାଜ୍ୟ ପରିଚାଳନାକୁ ବୁଝାଏ । ଭାରତୀୟ ରାଜନୀତିଜ୍ଞ ଚାଣକ୍ୟ ଏହାକୁ ଉଭୟ ଆର୍ଥନୀତିକ ଓ ରାଜନୈତିକ କାର୍ଯ୍ୟକଳାପରେ ବ୍ୟବହାର କରିଥିଲେ । ମାର୍ଶାଲ୍‌ଙ୍କ ମତରେ ‘ସମ୍ପଦର ଉତ୍ପାଦନ, ଉପଭୋଗ, ବିନିମୟ ଓ ବଣ୍ଟନ ସମ୍ବନ୍ଧୀୟ ମାନବୀୟ କାର୍ଯ୍ୟକଳାପ ଏବଂ ବସ୍ତୁଗତ ଘଟଣାବଳୀ ସମ୍ବନ୍ଧରେ ଅଧ୍ୟୟନ କରିବା ହେଉଛି ଅର୍ଥନୀତିର ଅଭିପ୍ରାୟ ।’’

ଆଧୁନିକ ଅର୍ଥନୀତିଜ୍ଞ ସୁମେଟର (Schumpeter) ଓ ବୋଲ୍‌ (Boulding)ଙ୍କ ମତରେ, ଏହା ସମସ୍ତ ଆର୍ଥନୀତିକ କାର୍ଯ୍ୟକଳାପ, ଯଥା – ଉତ୍ପାଦନ, କାର୍ଯ୍ୟକୁଶଳତା, ଉତ୍ପାଦିକା ଶକ୍ତିରେ ହ୍ରାସ, ଅର୍ଥନୈତିକ ମାନ୍ଦା ଅବସ୍ଥା, ବେକାରି, ଦାରିଦ୍ର୍ୟ ଆଦିର କାରଣ ଉପରେ ମଧ୍ୟ ଆଲୋଚନା କରିଥାଏ ।

ଅର୍ଥନୈତିକ କାର୍ଯ୍ୟାବଳୀକୁ ନିମ୍ନୋକ୍ତ ପ୍ରକାରରେ ବିଭକ୍ତ କରାଯାଏ; ଯଥା –
(i) ଉପଭୋଗ, (ii) ଉତ୍ପାଦନ, (iii) ବିନିମୟ, (iv) ବଣ୍ଟନ । ଏହିସବୁ କାର୍ଯ୍ୟାବଳୀକୁ ଦୁଇଟି ପ୍ରକାରରେ ଅଧ୍ୟୟନ କରାଯାଇପାରେ – ବ୍ୟଷ୍ଟି ଅର୍ଥନୀତି ଓ ସମଷ୍ଟି ଅର୍ଥନୀତି।

1933 ମସିହାରେ ପ୍ରଫେସର ଫ୍ରିସିକ୍ ସର୍ବପ୍ରଥମେ ଅର୍ଥନୀତିକୁ ବ୍ୟଷ୍ଟି ଓ ସମଷ୍ଟି ଅର୍ଥନୀତି ନାମରେ ଦୁଇ ଭାଗରେ ବିଭକ୍ତ କରିଥିଲେ । ବ୍ୟଷ୍ଟି ବା Micro ଗ୍ରୀକ୍ ଶବ୍ଦ Mikros ରୁ ଉଦ୍ଧୃତ । Mikros ର ଅର୍ଥ କ୍ଷୁଦ୍ର । ତେଣୁ ବ୍ୟଷ୍ଟି ଅର୍ଥନୀତି କୌଣସି ଏକ ଉପଭୋକ୍ତା, ଏକ ପ୍ରତିଷ୍ଠାନ, ଏକ ବଜାର, ଏକ ଦ୍ରବ୍ୟର ଦାମ୍ ଇତ୍ୟାଦି ସମ୍ପର୍କରେ ଅଧ୍ୟୟନ କରିଥାଏ । ଏଠାରେ ଆଲୋଚନାର ପରିସର କ୍ଷୁଦ୍ର ଯାହା ସମୁଦାୟ ନୁହେଁ; ବରଂ ଏହା ସମୁଦାୟର ଏକ ଅଂଶ ।

ବ୍ୟଷ୍ଟି ଅର୍ଥନୀତି ଅନ୍ୟାନ୍ୟ ବିଷୟ ଅପରିବର୍ତ୍ତିତ ରହିବ ବୋଲି ସର୍ଭ ରଖୁଥାଏ । ଉଦାହରଣସ୍ୱରୂପ, ଆୟକୁ ସ୍ଥିର ରଖ୍ ଉପଭୋକ୍ତାଙ୍କ ସନ୍ତୁଳନ ବ୍ୟଷ୍ଟି ଅର୍ଥନୀତି ନିର୍ଦ୍ଧାରଣ କରିଥାଏ । ବ୍ୟଷ୍ଟି ଅର୍ଥନୀତି ଅର୍ଥବ୍ୟବସ୍ଥାରେ ଆଂଶିକ ସନ୍ତୁଳନ ନିର୍ଦ୍ଧାରଣ କରେ । ଅନ୍ୟାନ୍ୟ ବିଷୟ ସ୍ଥିର ରଖ୍ ଏହା ପୂର୍ଣ୍ଣ ସନ୍ତୁଳନ ସମ୍ବନ୍ଧରେ ଅଧ୍ୟୟନ ନ କରି ଏକ ନିର୍ଦ୍ଦିଷ୍ଟ ଅଂଶର ସନ୍ତୁଳନ ସମ୍ବନ୍ଧରେ ଆଲୋକପାତ କରେ । ଉପଭୋକ୍ତାଙ୍କ ସନ୍ତୁଳନ, ଉତ୍ପାଦନକାରୀଙ୍କ ସନ୍ତୁଳନ, ପ୍ରତିଷ୍ଠାନର ସନ୍ତୁଳନ ଇତ୍ୟାଦି ଆଂଶିକ ସନ୍ତୁଳନର ଉଦାହରଣ ।

ସାଧାରଣ ଭାବରେ ବ୍ୟଷ୍ଟି ଅର୍ଥନୀତି ସାଧରଣ ଦର ସ୍ତର ସ୍ଥିର ରଖ୍ ଆପେକ୍ଷିକ ଦରର ପରିବର୍ତ୍ତନ ସମ୍ବନ୍ଧରେ ଅଧ୍ୟୟନ କରେ । ଏହା ଏକ ନିର୍ଦ୍ଦିଷ୍ଟ ଦ୍ରବ୍ୟର ଦର ନିର୍ଦ୍ଧାରଣ କରେ ଏବଂ ବ୍ୟଷ୍ଟି ଅର୍ଥନୀତି ତତ୍ତ୍ବ ଉପରେ ଗୁରୁତ୍ୱ ଆରୋପ କରିଥାଏ ।

CHSE Odisha Class 12 Economics Chapter 1 Long Answer Questions in Odia Medium

5. ଅର୍ଥଶାସ୍ତ୍ରର ପରିସର ଓ ବିଷୟବସ୍ତୁ ବିଷୟରେ ଆଲୋଚନା କର ।
Answer:
ଅର୍ଥଶାସ୍ତ୍ରର ପରିସର ‘ଅଭାବ’ ନାମକ ଅର୍ଥନୈତିକ ସମସ୍ୟାରୁ ହିଁ ଆରମ୍ଭ । ମାନବ ସଭ୍ୟତାର ବୃଦ୍ଧି ସଙ୍ଗେ ସଙ୍ଗେ ଅର୍ଥନୈତିକ ଅଭିବୃଦ୍ଧି ଘଟିଲା । ଯାହାଫଳରେ ଅର୍ଥଶାସ୍ତ୍ରର ପରିସର ବୃଦ୍ଧି ପାଇଲା । ମାନବର ଦୈନନ୍ଦିନ ଜୀବନରେ ଘଟୁଥ‌ିବା ସମସ୍ତ ଅର୍ଥନୈତିକ କାର୍ଯ୍ୟକଳାପ ଅର୍ଥଶାସ୍ତ୍ରର ପରିସର ଅନ୍ତର୍ଭୁକ୍ତ ହେଲା – ଏହାର ପରିସର ଏକ ପକ୍ଷରେ ଏକ ବ୍ୟକ୍ତିର ସମସ୍ୟା ସହିତ ଜଡ଼ିତ ହେଲାବେଳେ ଅନ୍ୟପକ୍ଷରେ ସାମୂହିକ ଅର୍ଥନୈତିକ ସମସ୍ୟା ସହିତ ଜଡ଼ିତ ହେଲା । ତେଣୁ ପ୍ରଥମ କରି ପ୍ରଫେସର ଫ୍ରିସିକଦ୍ବାରା ଅର୍ଥଶାସ୍ତ୍ରର ବିଷୟବସ୍ତୁକୁ ଦୁଇଭାଗରେ ବିଭକ୍ତ କରାଗଲା; ଯଥା – Micro Economics (ବ୍ୟଷ୍ଟି ଅର୍ଥନୀତି) ଓ Macro Economics (ସମଷ୍ଟି ଅର୍ଥନୀତି) । ନିମ୍ନରେ ବ୍ୟଷ୍ଟି ଓ ସମଷ୍ଟି ଅର୍ଥନୀତିର ବିଷୟବସ୍ତୁଗୁଡ଼ିକ ବିଷୟରେ ଆଲୋଚନା କରାଯାକଛି ।

A. ବ୍ୟଷ୍ଟି ଅର୍ଥନୀତି (Micro Economics) – ଏହି ଅର୍ଥନୀତି ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତି, ପ୍ରତିଷ୍ଠାନ ବା ଶିଳ୍ପକ୍ଷେତ୍ରର ଅର୍ଥନୈତିକ କାର୍ଯ୍ୟାବଳୀ ଅଧ୍ୟୟନ କରେ । ମୁଖ୍ୟତଃ ଏହା ଉପଭୋକ୍ତାର ଆଚରଣ ତତ୍ତ୍ବ, ଉତ୍ପାଦକର ଆଚରଣ ତତ୍ତ୍ବ ଏବଂ ଦରତ ବିଷୟରେ ଅଧ୍ୟୟନ କରିଥାଏ । ତେବେ ବ୍ୟଷ୍ଟି ଅର୍ଥନୀତି ପ୍ରଧାନତଃ ନିମ୍ନରେ ଆଲୋଚିତ ଚାରୋଟି ବିଷୟରେ ଅଧ୍ୟୟନ କରିଥାଏ ।

(1) ଉପଭୋଗ (Consumption) – ଅର୍ଥଶାସ୍ତ୍ରରେ ଉପଭୋଗର ଅର୍ଥ ହେଲା କୌଣସି ବସ୍ତୁର ବ୍ୟବହାର ଯୋଗୁଁ ଉପଯୋଗିତାର ଧ୍ଵଂସକୁ ବୁଝାଏ । ମାନବ କେଉଁ ନିୟମ ଉପଭୋଗ ପାଳନ କରିବାଦ୍ୱାରା ସର୍ବାଧ‌ିକ ଆତ୍ମତୃପ୍ତି ପାଇଥାଏ ତାହା ଆଲୋଚନା କରିଥାଏ । ଏହି ସମ୍ବନ୍ଧରେ ଆମେ କ୍ରମହ୍ରାସମାନ ଉପଯୋଗିତା ସୂତ୍ର, ସମସୀମାନ୍ତ ଉପଯୋଗିତା ସୂତ୍ର, ଚାହିଦା ସୂତ୍ର ଆଦି ଅଧ୍ୟୟନ କରିଥାଉ ।
(2) ଉତ୍ପାଦନ (Production) – ଉପଯୋଗିତାର ସୃଷ୍ଟିକୁ ଉତ୍ପାଦନ କୁହାଯାଏ । ଏହି ବିଷୟରେ ଆମେ ଉତ୍ପାଦନ ତତ୍ତ୍ବ, ଯୋଗାଣ ତତ୍ତ୍ବ ଆଦି ଅଧ୍ୟୟନ କରିଥାଉ ଯଦ୍ବାରା ଉତ୍ପାଦକ କିପରି ଲାଭବାନ ହୋଇପାରିବ ତାହା ଜାଣିହୁଏ ।
(3) ବିନିମୟ (Exchange) – ଶ୍ରମ ବିଭାଜନ ଫଳରେ ବିନିମୟ ବ୍ୟବସ୍ଥା ଏକାନ୍ତ ଆବଶ୍ୟକ ହୋଇପଡ଼ିଛି । ମୁଦ୍ରାର ପ୍ରଚଳନ ବ୍ୟାଙ୍କ ବ୍ୟବସ୍ଥାର ପ୍ରସାର ଦେଶମାନଙ୍କ ମଧ୍ୟରେ ବାଣିଜ୍ୟ କରିଛି । ଏହି ବିଷୟରେ ଆମେ ଦ୍ରବ୍ୟର ବିନିମୟ ବ୍ୟବସ୍ଥା, ଏହାର ଚାହିଦା ଓ ଯୋଗାଣ ଏବଂ ବିଶେଷତଃ ଦ୍ରବ୍ୟର ମୂଲ୍ୟ ନିରୂପଣ ଓ ବଜାରର ଅନ୍ୟାନ୍ୟ ଆନୁଷଙ୍ଗିକ ପରିସ୍ଥିତିକୁ ଆଲୋଚନା କରିଥାଉ ।
(4) ବଣ୍ଟନ (Distribution) – ଉତ୍ପାଦନରେ ବ୍ୟବହୃତ ଉପାଦାନ ଯଥା – ଭୂମି, ଶ୍ରମ, ପୁଞ୍ଜି ଓ ସଙ୍ଗଠନର ଅବଦାନ ଯୋଗୁଁ ଯେଉଁ ପ୍ରାପ୍ୟ ଅଧୂଶେଷ, ମଜୁରି, ସୁଧ ଓ ଲାଭ ଆକାରରେ ପାଇଥା’ନ୍ତି, ତାହାର ପରିମାପ ଏହି ବଣ୍ଟନ ବିଷୟରେ ଆଲୋଚିତ ହୋଇଥାଏ ।

B. ସମଷ୍ଟି ଅର୍ଥନୀତି (Macro Economics) – ଏହି ଅର୍ଥନୀତି ଅର୍ଥବ୍ୟବସ୍ଥାର ବିଭିନ୍ନ ସାମୂହିକ ଏକକମାନଙ୍କର ସାମଗ୍ରିକ ଅଧ୍ୟୟନ ହିଁ ସମଷ୍ଟି ଅର୍ଥନୀତିର ବିଷୟବସ୍ତୁ । ଜାତୀୟ ଆୟ, ନିୟୋଜନ, ସାମୂହିକ ଉତ୍ପାଦନ, ସାମୂହିକ ଚାହିଦା ଓ ଯୋଗାଣ । ରାଷ୍ଟ୍ରୀୟ ସଞ୍ଚୟ ଓ ନିବେଶ ଆଦି ସାମୂହିକ ଏକକମାନଙ୍କର ଅଧ୍ୟୟନ ଓ ବିଶ୍ଳେଷଣ ସମଷ୍ଟି ଅର୍ଥନୀତିରେ ଆଲୋଚିତ ହୋଇଥାଏ । ଉପରୋକ୍ତ ବିଷୟଗୁଡ଼ିକ ସଂକ୍ଷେପରେ ନିମ୍ନରେ ଆଲୋଚନା କରାଯାଇଛି । ଜାତୀୟ ଆୟ – ଏକ ନିର୍ଦ୍ଦିଷ୍ଟ ଆକଳନ ବର୍ଷରେ ଉତ୍ପାଦିତ ହୋଇଥ‌ିବା ଅନ୍ତିମ ଦ୍ରବ୍ୟ ଓ ସେବାର ମୌଦ୍ରିକ ମୂଲ୍ୟ ସହ ନିଟ୍ ବୈଦେଶିକ ଉପାଦାନ ଆମ୍ଭର ସମଷ୍ଟିକୁ ଜାତୀୟ ଆୟ କୁହାଯାଏ । ଏହି ବିଷୟରେ ଜାତୀୟ ଆୟ କିପରି ଆକଳନ କରାଯାଏ ତାହା ଆଲୋଚନା କରାଯାଏ ।

(1) ଜାତୀୟ ଆୟ – ଏକ ନିର୍ଦ୍ଦିଷ୍ଟ ଆକଳନ ବର୍ଷରେ ଉତ୍ପାଦିତ ହୋଇଥ‌ିବା ଅନ୍ତିମ ଦ୍ରବ୍ୟ ଓ ସେବାର ମୌଦ୍ରିକ ମୂଲ୍ୟ ସହ ନିଟ୍ ବୈଦେଶିକ ଉପାଦାନ ଆମ୍ଭର ସମଷ୍ଟିକୁ ଜାତୀୟ ଆୟ କୁହାଯାଏ । ଏହି ବିଷୟରେ ଜାତୀୟ ଆୟ କିପରି ଆକଳନ କରାଯାଏ ତାହା ଆଲୋଚନା କରାଯାଏ ।
(2) ସାମଗ୍ରିକ ଚାହିଦା – ଉପଭୋଗ ଚାହିଦା (C) ବିନିଯୋଗ ଚାହିଦା ସରକାରୀ ବ୍ୟୟ (C) ଓ ନିଟ୍ ରପ୍ତାନୀ (X – M)କୁ ନେଇ ଗଠିତ ସାଙ୍କେତିକ ଭାଷାରେ ସାମୂହିକ ଚାହିଦା (A.D.) = C + I + G + (X – M) ।
(3) ସାମୂହିକ ଯୋଗାଣ (Aggregate Supply) – କୌଣସି ନିର୍ଦ୍ଦିଷ୍ଟ ବର୍ଷରେ କୌଣସି ଅର୍ଥ ବ୍ୟବସ୍ଥାରେ ଦ୍ରବ୍ୟ ଓ ସେବାର ସାମଗ୍ରିକ ପ୍ରବାହକୁ ସାମୁହିକ ଯୋଗାଣ କୁହାଯାଏ । ସାଙ୍କେତିକ ଭାଷାରେ AS = ଉପଭୋଗ (C) + ସଞ୍ଚୟ (S) ।
ଏତଦ୍‌ବ୍ୟତୀତ ଅର୍ଥଶାସ୍ତ୍ର ମୁଦ୍ରା, ବ୍ୟାଙ୍କ, ଆନ୍ତର୍ଜାତିକ ବାଣିଜ୍ୟ ଓ ରାଷ୍ଟ୍ରୀୟ ବିତ୍ତ ଆଦି ବିଷୟରେ ମଧ୍ଯ ଅଧ୍ୟୟନ କରିଥାଏ ।

CHSE Odisha Class 12 Economics Chapter 7 Long Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 7 ପରିବ୍ୟୟ Long Answer Questions.

CHSE Odisha 12th Class Economics Chapter 7 Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ଉତ୍ପାଦନ ପରିବ୍ୟୟ କହିଲେ କ’ଣ ବୁଝାଏ ? ସ୍ଵଳ୍ପକାଳୀନ ମୋଟ ପରିବ୍ୟୟର ଉପାଦାନଗୁଡ଼ିକ ବର୍ଣନା କରି ମୋଟ ପରିବ୍ୟୟ କିପରି ନିର୍ଦ୍ଧାରଣ କରାଯାଏ ରେଖାଚିତ୍ର ସାହାଯ୍ୟରେ ବୁଝାଅ । କିମ୍ବା, ଉତ୍ପାଦନ ପରିବ୍ୟୟ କାହାକୁ କୁହାଯାଏ ? ସ୍ଥିର ପରିବ୍ୟୟ ଓ ପରିବର୍ତ୍ତନୀୟ ପରିବ୍ୟୟ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ଏହା କିପରି ସ୍ଵଳ୍ପକାଳରେ ମୋଟ ପରିବ୍ୟୟ ନିର୍ଣ୍ଣୟ କରିଥାଏ ବର୍ଣ୍ଣନା କର ।
Answer:
ପରିବ୍ୟୟ – ଅର୍ଥଶାସ୍ତ୍ରରେ ପରିବ୍ୟୟ ଅଭିଧାରଣା ଏକ ଗୁରୁତ୍ୱପୂର୍ଣ୍ଣ ଧାରଣାଭାବେ ସୁସ୍ପଷ୍ଟ । ଉତ୍ପାଦନ ପ୍ରକ୍ରିୟାରେ ‘ପରିବ୍ୟୟ’ ଶବ୍ଦର ଗୁରୁତ୍ଵ ଓ ବ୍ୟାପକତା ଭରିରହିଛି । ଉତ୍ପାଦନ ପ୍ରକ୍ରିୟାରେ ଉତ୍ପାଦନକର୍ତ୍ତା ଉତ୍ପାଦନର ଉପାଦାନ; ଯଥା- ଭୂମି, ଶ୍ରମ ଓ ପୁଞ୍ଜି ସହାୟତାରେ ଦ୍ରବ୍ୟ ସାମଗ୍ରୀ ଉତ୍ପାଦନ କରିଥା’ନ୍ତି ।

ଅର୍ଥାତ୍ ଭୂମି, ଶ୍ରମ ଓ ପୁଞ୍ଜି ଆଦିର ଭୂମିକା ଉତ୍ପାଦନ ପ୍ରକ୍ରିୟାରେ ସ୍ପଷ୍ଟଭାବରେ ଅନୁଭବ କରିହୁଏ । ଏହି ଉପାଦାନମାନଙ୍କର ଉତ୍ପାଦନ ପ୍ରକ୍ରିୟାରେ ନିଜସ୍ଵ ଅବଦାନ ପାଇଁ ଏହାର ବ୍ୟୟଭାର ବହନ କରିଥା’ନ୍ତି । ତେଣୁ ଉତ୍ପାଦନ ପ୍ରକ୍ରିୟାରେ ଉତ୍ପାଦନକର୍ତ୍ତା ଉପାଦାନମାନଙ୍କର ନିୟୋଜନ ଯୋଗୁଁ ଯେଉଁ ବ୍ୟୟ ସାଧନ କରିଥା’ନ୍ତି, ତାହାକୁ ଅର୍ଥଶାସ୍ତ୍ରରେ ‘ଉତ୍ପାଦନର ପରିବ୍ୟୟ’ କୁହାଯାଏ ।

ଉତ୍ପାଦନ ପରିବ୍ୟୟକୁ ବିଭିନ୍ନଭାବରେ ବ୍ୟାଖ୍ୟା କରାଯାଇଥାଏ । ଅର୍ଥାତ୍ ଉତ୍ପାଦନ ପରିବ୍ୟୟକୁ ବିଭିନ୍ନଭାବରେ ପରିପ୍ରକାଶ କରାଯାଇଥାଏ; ଯଥା- ମୁଦ୍ରାଗତ ପରିବ୍ୟୟ ଓ ବାସ୍ତବ ପରିବ୍ୟୟ; ସୁବ୍ୟକ୍ତ ପରିବ୍ୟୟ ଓ ଅବ୍ୟକ୍ତ ପରିବ୍ୟୟ, ବିକଳ୍ପ ବା ସୁଯୋଗ ପରିବ୍ୟୟ ଇତ୍ୟାଦି । ମାତ୍ର ସମସ୍ତ ପ୍ରକାରର ପରିବ୍ୟୟ ଗୋଟିଏ ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ଉପରେ ପର୍ଯ୍ୟବସିତ, ତାହାହେଲା ଦ୍ରବ୍ୟ ଉତ୍ପାଦନ । ତେଣୁ ପରିବ୍ୟୟକୁ ସର୍ବସମ୍ମତଭାବେ ଉତ୍ପାଦନଜନିତ ବ୍ୟୟ ବୋଲି ବିବେଚନା କରାଯାଇଥାଏ ।

ମୋଟ ପରିବ୍ୟୟ – ସରଳ ଭାଷାରେ, କୌଣସି ନିର୍ଦ୍ଦିଷ୍ଟ ପରିମାଣର ଦ୍ରବ୍ୟ ଉତ୍ପାଦନ ପାଇଁ ସାମଗ୍ରିକଭାବେ ଯେଉଁ ବ୍ୟୟ ଉତ୍ପାଦନର ଉପାଦାନମାନଙ୍କ ଉଦ୍ଦେଶ୍ୟରେ କରାଯାଏ ତାହାକୁ ମୋଟ ପରିବ୍ୟୟ କୁହାଯାଏ । ଅନ୍ୟ ଅର୍ଥରେ ଉତ୍ପାଦନ ପ୍ରକ୍ରିୟାରେ ସାମଗ୍ରିକଭାବେ ସମସ୍ତ ମୌଦ୍ରିକ ପରିବ୍ୟୟର ସମଷ୍ଟିକୁ ମୋଟ ପରିବ୍ୟୟ କୁହାଯାଏ । ଅଧ୍ୟାପକ ଡୋଲେଙ୍କ ଭାଷାରେ, ‘‘ଏକ ନିର୍ଦ୍ଦିଷ୍ଟ ପରିମାଣର ଦ୍ରବ୍ୟ ଉତ୍ପାଦନ ନିମନ୍ତେ କରାଯାଉଥିବା ସମସ୍ତ ପ୍ରକାର ବ୍ୟୟର ସମଷ୍ଟିକୁ ମୋଟ ପରିବ୍ୟୟ କୁହାଯାଏ ।’’

ମୋଟ ପରିବ୍ୟୟର ସ୍ଵଳ୍ପକାଳୀନ ବିଶ୍ଳେଷଣ – ମୋଟ ପରିବ୍ୟୟର ବିଶ୍ଳେଷଣ ସାଧାରଣତଃ ସମୟ ଭିଭିରେ କରାଯାଇଥାଏ । ଉତ୍ପାଦନ ପ୍ରକ୍ରିୟାରେ ସମୟ ଉପାଦାନର ଗୁରୁତ୍ବ ରହିଥ‌ିବାରୁ ଏହି ସମୟ ଉପାଦାନକୁ ସ୍ଵଳ୍ପକାଳ ଓ ଦୀର୍ଘକାଳ ଆଖ୍ୟା ଦିଆଯାଇଥାଏ । ଯେଉଁ ସମୟ ମଧ୍ୟରେ ପ୍ରତିଷ୍ଠାନର ଆୟତନରେ କୌଣସି ପରିବର୍ତ୍ତନ କରିବା ସମ୍ଭବପର ନୁହେଁ ତାହାକୁ ସ୍ଵଳ୍ପକାଳ କୁହାଯାଏ । ସ୍ବକାଳରେ ସମସ୍ତ ଉପାଦାନ ପରିବର୍ତ୍ତନଶୀଳ ନୁହନ୍ତି; କେତେକ ଉପାଦାନ ସ୍ଥିର ରହି କେତେକ ଉପାଦାନ ପରିବର୍ତ୍ତିତ ହୋଇଥା’ନ୍ତି । ମାତ୍ର ଦୀର୍ଘକାଳରେ ସମସ୍ତ ଉପାଦାନ ପରିବର୍ତ୍ତନଶୀଳ ହୋଇଥା’ନ୍ତି ।

CHSE Odisha Class 12 Economics Chapter 7 Long Answer Questions in Odia Medium

ତେଣୁ ସ୍ଵଳ୍ପକାଳରେ ପରିବ୍ୟୟକୁ ଦୁଇଟି ସ୍ଵତନ୍ତ୍ର ଶ୍ରେଣୀରେ ବିଭକ୍ତ କରାଯାଇଥାଏ; ଯଥା- ସ୍ଥିର ପରିବ୍ୟୟ (Fixed cost) ଓ ପରିବର୍ତ୍ତନୀୟ ପରିବ୍ୟୟ (Variable cost)

ସ୍ଥିର ପରିବ୍ୟୟ – ସ୍ଵଳ୍ପକାଳରେ ସ୍ଥିର ରହୁଥ‌ିବା ଉପାଦାନମାନଙ୍କ ଉଦ୍ଦେଶ୍ୟରେ ଯେଉଁ ବ୍ୟୟ କରାଯାଏ, ତାହାକୁ ସ୍ଥିର ପରିବ୍ୟୟ କୁହାଯାଏ । ଏହି ସ୍ବତନ୍ତ୍ର ସ୍ଵଳ୍ପକାଳୀନ ପରିବ୍ୟୟ ଉତ୍ପାଦର ପରିମାଣ ପରିବର୍ତନ ସହ ପରିବର୍ତ୍ତିତ ହୋଇନଥାଏ । ଉତ୍ପାଦନର ପରିମାଣ ନିର୍ବିଶେଷରେ ଏହି ସ୍ଥିର ପରିବ୍ୟୟ ଅପରିବର୍ତିତ ରହିଥାଏ । ସ୍ଥିର ପରିବ୍ୟୟକୁ ଅତିରିକ୍ତ ପରିବ୍ୟୟ (Supplementary cost) କିମ୍ବା ଉପରି ପରିବ୍ୟୟ (Overhead cost) କୁହାଯାଏ । ଉତ୍ପାଦିତ ଦ୍ରବ୍ୟର ସମସ୍ତ ଏକକ ପାଇଁ ଏହି ସ୍ଥିର ପରିବ୍ୟୟ ସମାନ ରହିଥାଏ ।

ପରିବର୍ତ୍ତନୀୟ ପରିବ୍ୟୟ – ସ୍ଵଳ୍ପକାଳରେ ଉତ୍ପାଦନ ପ୍ରକ୍ରିୟାରେ ଯେଉଁ ପରିବ୍ୟୟ ଉତ୍ପାଦନ ପରିମାଣର ବୃଦ୍ଧି ବା ହ୍ରାସ ସହ ବୃଦ୍ଧି ବା ହ୍ରାସ ହୋଇଥାଏ, ତାହାକୁ ପରିବର୍ତ୍ତନୀୟ ପରିବ୍ୟୟ କୁହାଯାଏ । ଅର୍ଥାତ୍ ଉତ୍ପାଦର ପରିବର୍ତ୍ତନ ସହ ଏହା ପରିବର୍ତ୍ତିତ ହୋଇଥାଏ । ପରିବର୍ତ୍ତନୀୟ ପରିବ୍ୟୟକୁ ପ୍ରତ୍ୟକ୍ଷ ପରିବ୍ୟୟ ( Direct cost) ବା ପ୍ରଧାନ ପରିବ୍ୟୟ (Prime cost) କୁହାଯାଏ ।

ଉପରୋକ୍ତ ବିଶ୍ଳେଷଣରୁ ପ୍ରତିଫଳିତ ହୁଏ ଯେ, ସ୍ଵଳ୍ପକାଳରେ ମୋଟ ପରିବ୍ୟୟର ଦୁଇଟି ଉପାଦାନ ବା ଉପାଂଶ ରହିଛି । ତାହା ମୋଟ ସ୍ଥିର ପରିବ୍ୟୟ ଓ ମୋଟ ପରିବର୍ତ୍ତନୀୟ ପରିବ୍ୟୟ । ତେଣୁ ମୋଟ ପରିବ୍ୟୟ ହେଉଛି ମୋଟ ସ୍ଥିର ପରିବ୍ୟୟ ଓ = ମୋଟ ସ୍ଥିର ପରିବ୍ୟୟ + ମୋଟ ପରିବର୍ତ୍ତନୀୟ ପରିବ୍ୟୟ ।

ମୋଟ ପରିବ୍ୟୟ, ମୋଟ ସ୍ଥିର ପରିବ୍ୟୟ ଓ ମୋଟ ପରିବର୍ତ୍ତନୀୟ ପରିବ୍ୟୟର ସମ୍ମିଶ୍ରଣ ଅଟେ । ଉତ୍ପାଦନର ମୋଟ ପରିବ୍ୟୟ ଉତ୍ପାଦର ସ୍ତର ଉପରେ ନିର୍ଭର କରେ । ଉତ୍ପାଦନ ପରିମାଣର ବୃଦ୍ଧି ସହ ମୋଟ ପରିବ୍ୟୟ ବୃଦ୍ଧି ପାଏ ଓ ହ୍ରାସ ସହ ମୋଟ ପରିବ୍ୟୟ ହ୍ରାସ ପାଏ । କିନ୍ତୁ ଉତ୍ପାଦନ ପ୍ରକ୍ରିୟାରେ ମୋଟ ସ୍ଥିର ପରିବ୍ୟୟ ଅପରିବର୍ତିତ ରହୁଥ‌ିବାରୁ କେବଳ ପରିବର୍ତ୍ତନୀୟ ପରିବ୍ୟୟ ଯୋଗୁ ହିଁ ମୋଟ ପରିବ୍ୟୟରେ ପରିବର୍ତ୍ତନ ଘଟିଥାଏ । ତେଣୁ ସ୍ୱଳ୍ପକାଳରେ ପରିବ୍ୟୟର ବୃଦ୍ଧି ପରିବର୍ତ୍ତନୀୟ ପରିବ୍ୟୟର ବୃଦ୍ଧି ଯୋଗୁଁ ଘଟିଥାଏ ।

ମୋଟ ପରିବ୍ୟୟ, ମୋଟ ପରିବର୍ତ୍ତନୀୟ ପରିବ୍ୟୟ ଓ ମୋଟ ସ୍ଥିର ପରିବ୍ୟୟ ମଧ୍ୟରେ ଥ‌ିବା ସମ୍ପର୍କକୁ ନିମ୍ନଲିଖ୍ ଗାଣିତିକ ବିଶ୍ଳେଷଣ ଓ ରୈଖ୍ୟକ ଉପସ୍ଥାପନାଦ୍ଵାରା ପ୍ରଦର୍ଶିତ କରାଯାଇପାରେ ।

ଉତ୍ପାଦର ଏକକ ମୋଟ ସ୍ଥିର ପରିବ୍ଯୟ (ଟଙ୍କା) ମୋଟ ପରିବର୍ତ୍ତନୀୟ ପରିବ୍ଯୟ (ଟଙ୍କା) ମୋଟ ପରିବ୍ଯୟ (ମୋଟ ସ୍ଥିର ପରିବ୍ଯୟ

+ ମୋଟ ପରିବର୍ତ୍ତନୀୟ ପରିବ୍ଯୟ)

0 10 0 10
1 10 10 20
2 10 18 28
3 10 25 35
4 10 31 41
5 10 36 46
6 10 40 50
7 10 60 70
8 10 90 100

ଉପରୋକ୍ତ ସାରଣୀରୁ ପ୍ରତୀୟମାନ ହୁଏ ଯେ, ମୋଟ ସ୍ଥିର ଉପାଦାନ ଉତ୍ପାଦନର ଯେକୌଣସି ପରିମାଣ ପାଇଁ ସ୍ଥିର (10 ଟଙ୍କା) ରହିଛି । ଏପରିକି ଉତ୍ପାଦର ପରିମାଣ ‘ଶୂନ୍ୟ’ ହେଲେ ମଧ୍ୟ ମୋଟ ସ୍ଥିର ପରିବ୍ୟୟ ସେହି 10 ଟଙ୍କା ରହିଛି । ଦ୍ବିତୀୟତଃ, ଉତ୍ପାଦନ ପରିମାଣର ବୃଦ୍ଧି ସହ ପରିବର୍ଭନୀୟ ପରିବ୍ୟୟର ପରିମାଣ ବୃଦ୍ଧି ପାଇଛି । ଉତ୍ପାଦନର ପରିମାଣ ‘ଶୂନ୍ୟ’ବେଳେ ମୋଟ ପରିବର୍ତ୍ତନୀୟ ମଧ୍ଯ ‘ଶୂନ୍ୟ’ ରହିଛି । କ୍ରମଶଃ ମୋଟ ଉତ୍ପାଦର ପରିମାଣ ବୃଦ୍ଧି ସହ ପରିବର୍ତ୍ତନୀୟ ପରିବ୍ୟୟର ସମଷ୍ଟି (ଚତୁର୍ଥ ସ୍ତମ୍ଭ) ଏବଂ ଏହି ପରିବ୍ୟୟର ବୃଦ୍ଧି କେବଳ ପରିବର୍ତ୍ତନୀୟ ଉପାଦାନର ବୃଦ୍ଧି ଯୋଗୁଁ ଘଟିଥାଏ । ନିମ୍ନସ୍ଥ ଚିତ୍ରରେ OX- ଅକ୍ଷ ଉତ୍ପାଦର ପରିମାଣ ଓ OY- ଅକ୍ଷ ପରିବ୍ୟୟର ପରିମାଣକୁ ପ୍ରତିଫଳିତ କରୁଅଛି ।

ରୈଖ୍ୟକ ଉପସ୍ଥାପନା – ନିମ୍ନସ୍ଥ ଚିତ୍ରରେ OX- ଅକ୍ଷ ଉତ୍ପାଦର ପରିମାଣ ଓ OY- ଅକ୍ଷ ପରିବ୍ୟୟର ପରିମାଣକୁ ପ୍ରତିଫଳିତ କରୁଅଛି ।
FW ସରଳରେଖାଟି ମୋଟ ସ୍ଥିର ପରିବ୍ୟୟ ସୂଚିତ କରୁଛି । ଏହି ରେଖାଟି OX ଅକ୍ଷ ସହ ସମାନ୍ତର ହୋଇଥ‌ିବାରୁ ଉତ୍ପାଦର ଯେକୌଣସି ପରିବର୍ତ୍ତନ ଏହି ପରିବ୍ୟୟ ଉପରେ କୌଣସି ପ୍ରଭାବ ପକାଇ ପାରୁନାହିଁ । ଅର୍ଥାତ୍ ଯେକୌଣସି ପରିମାଣର ଉତ୍ପାଦ କ୍ଷେତ୍ରରେ ମୋଟ ସ୍ଥିର ପରିବ୍ୟୟ ଅପରିବର୍ତ୍ତିତ ରହିଛି । ଏପରିକି ମୋଟ ଉତ୍ପାଦ ‘ଶୂନ୍ୟ’ ହେଲେ ମଧ୍ୟ ଉତ୍ପାଦନକର୍ତ୍ତା OF ପରିମାଣର ସ୍ଥିର ପରିବ୍ୟୟ ବହନ କରୁଛନ୍ତି । ସେହିପରି OM, ON ଓ OQ ପରିମାଣର ଉତ୍ପାଦ ପାଇଁ ସେହି ଏକା ପରିମାଣର ସ୍ଥିର ପରିବ୍ୟୟ (OF) ବ୍ୟୟ କରାଯାଇଛି ।

ମୋଟ ପରିବ୍ୟୟର ଦ୍ବିତୀୟ ଉପାଂଶ (ପରିବର୍ତ୍ତନୀୟ ପରିବ୍ୟୟ)ଟି OV ରେଖାଦ୍ଵାରା ସୂଚିତ ହୋଇଛି । ମୋଟ ପରିବର୍ତ୍ତନୀୟ ପରିବ୍ୟୟ ଉତ୍ପାଦ ପରିମାଣର ବୃଦ୍ଧି ସହ ବୃଦ୍ଧିପ୍ରାପ୍ତ ହୋଇଛି । ଉତ୍ପାଦର ପରିମାଣ ଶୂନ୍ୟ ଥିବାବେଳେ ମୋଟ ପରିବର୍ଭନୀୟ ପରିବ୍ୟୟ ମଧ୍ୟ ଶୂନ୍ୟ ହୋଇଛି (OV ଚକ୍ରରୁ ପ୍ରମାଣିତ) । ସେହିପରି OM, ON, OQ ପରିମାଣର ଉତ୍ପାଦ ପାଇଁ ଯଥାକ୍ରମେ MA, NB ଓ QC ପରିମାଣର ପରିବର୍ତ୍ତନୀୟ ପରିବ୍ୟୟ ଖର୍ଚ୍ଚ ହୋଇଛି ।
ଏଠାରେ OQ > ON > OM
QC > NB > MA

CHSE Odisha Class 12 Economics Chapter 7 Long Answer Questions in Odia Medium

ମୋଟ ପରିବର୍ତ୍ତନୀୟ ପରିବ୍ୟୟ ସମାନ ହାରରେ ବୃଦ୍ଧି ପାଏ ନାହିଁ । କାରଣ ସ୍ଵଳ୍ପକାଳରେ ଉତ୍ପାଦନ କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ରର ବଶବର୍ତୀ ହୋଇଥାଏ । ଫଳରେ ଏହି ସୂତ୍ରର ତିନୋଟି ପର୍ଯ୍ୟାୟରେ ଯଥାକ୍ରମେ ବର୍ଦ୍ଧିଷ୍ଣୁ ଉତ୍ପନ୍ନ ସୂତ୍ର, ସମାନୁପାତିକ ଉତ୍ପନ୍ନ ସୂତ୍ର ଓ କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ରରେ କାର୍ଯ୍ୟକାରୀ ହୋଇଥାଏ । ଏହି କାରଣରୁ ପରିବର୍ତ୍ତନୀୟ ପରିବ୍ୟୟ ରେଖାର

ଏହି ସ୍ବତନ୍ତ୍ର ଆକୃତି ହୋଇଥାଏ (OV ରେଖା) । ପରିବର୍ତ୍ତନୀୟ ପରିବ୍ୟୟର ବୃଦ୍ଧିର ହାର ପ୍ରଥମେ ମନ୍ଥର ହୋଇଥିବାବେଳେ ପରବର୍ତ୍ତୀ ସ୍ତରରେ ତୀଖ ହୋଇଥାଏ ।
CHSE Odisha Class 12 Economics Chapter 7 Long Answer Questions in Odia Medium
ଚିତ୍ରରେ ମୋଟ ପରିବ୍ୟୟ ରେଖା FG ଦ୍ଵାରା ଚିହ୍ନିତ ହୋଇଛି । ଏହି ରେଖାଟି ସ୍ଥିର ପରିବ୍ୟୟ ରେଖା ଓ ପରିବର୍ତ୍ତନୀୟ = ମୋଟ ସ୍ଥିର ପରିବ୍ୟୟ + ମୋଟ ପରିବର୍ତ୍ତନୀୟ ପରିବ୍ୟୟ । ତେଣୁ ଉତ୍ପାଦର ବିଭିନ୍ନ ସ୍ତରରେ ମୋଟ ସ୍ଥିର ପରିବ୍ୟୟ ଓ ମୋଟ ପରିବର୍ତ୍ତନୀୟ ପରିବ୍ୟୟ ମଧ୍ୟରେ ଥିବା ଉଲମ୍ବ ଦୂରତ୍ବକୁ ଯୋଗ କରାଯାଇ ମୋଟ ପରିବ୍ୟୟ ସ୍ଥିର କରାଯାଏ; ଯଥା-

ଉତ୍ପାଦର ପରିମାଣ ‘ଶୂନ୍ୟ’ ହେଲେ,
ମୋଟ ପରିବ୍ୟୟ = ମୋଟ ସ୍ଥିର ପରିବ୍ୟୟ (OF) + ମୋଟ ପରିବର୍ତ୍ତନୀୟ ପରିବ୍ୟୟ (0) = OF
ଉତ୍ପାଦର ପରିମାଣ OM ହେଲେ,
ମୋଟ ପରିବ୍ୟୟ = ସ୍ଥିର ପରିବ୍ୟୟ (MP) + ପରିବର୍ତ୍ତନୀୟ ପରିବ୍ୟୟ (PR) = MR
ଉତ୍ପାଦର ପରିମାଣ ଠQ ହେଲେ,
ମୋଟ ପରିବ୍ୟୟ = ସ୍ଥିର ପରିବ୍ୟୟ (QK) + ପରିବର୍ତ୍ତନୀୟ ପରିବ୍ୟୟ (KL) = QL
ମୋଟ ପରିବ୍ୟୟ = ସ୍ଥିର ପରିବ୍ୟୟ (QK) + ପରିବର୍ତ୍ତନୀୟ ପରିବ୍ୟୟ (KL) = QL

ଉପରୋକ୍ତ ପର୍ଯ୍ୟାଲୋଚନାରୁ ଜଣାଯାଏ ଯେ, ସ୍ଵଳ୍ପକାଳରେ ମୋଟ ପରିବ୍ୟୟର ଦୁଇଟି ଉପାଂଶ ବା ଉପାଦାନ ରହିଛି । ତାହାକୁ ସ୍ଥିର ପରିବ୍ୟୟ ଓ ପରିବର୍ତ୍ତନୀୟ ପରିବ୍ୟୟ ନାମରେ ନାମିତ କରାଯାଇଛି । ଏହି ଦୁଇ ପରିବ୍ୟୟର ସମଷ୍ଟିରୁ ମୋଟ ପରିବ୍ୟୟ ସ୍ଥିର କରାଯାଇଥାଏ ।

2. ସ୍ଵଳ୍ପକାଳୀନ ମୋଟ ହାରାହାରି ବକ୍ରରେଖା କାହିଁକି (U) ଆକୃତିର – କାରଣ ଦର୍ଶାଅ
କିମ୍ବା, ସ୍ଵଳ୍ପକାଳୀନ ହାରାହାରି ପରିବ୍ୟୟ ରେଖାଗୁଡ଼ିକର ଆକୃତି କାରଣ ସହ ବର୍ଣନା କର ଓ ଏମାନଙ୍କ ମଧ୍ୟରେ କି ପ୍ରକାର ସଂପର୍କ ରହିଛି ?
କିମ୍ବା, ମୋଟ ହାରାହାରି ପରିବ୍ୟୟ କ’ଣ ? ଏହାର ଉପାଂଶଗୁଡ଼ିକ ବ୍ୟାଖ୍ୟା କରି ଏହା କିପରି ମୋଟ ହାରାହାରି ପରିବ୍ୟୟ ନିର୍ଦ୍ଧାରଣ କରନ୍ତି ଦର୍ଶାଅ ।
କିମ୍ବା, ହାରାହାରି ସ୍ଥିର ପରିବ୍ୟୟ ଓ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ । ଏହା କିପରି ମୋଟ ହାରାହାରି ପରିବ୍ୟୟ ନିର୍ଣ୍ଣୟ କରିଥାଏ ?
Answer:
ଉତ୍ପାଦନ ପ୍ରକ୍ରିୟାରେ ବ୍ୟୟ କରାଯାଉଥିବା ସମସ୍ତ ଅର୍ଥକୁ ମୋଟ ପରିବ୍ୟୟର ଆଖ୍ୟା ଦିଆଯାଇଥାଏ । ଏହାର ପରିମାଣ ଉତ୍ପାଦ ବୃଦ୍ଧିର ପରିମାଣ ସହ ବୃଦ୍ଧିପ୍ରାପ୍ତ ହୋଇଥାଏ । ମାତ୍ର ସ୍ଵଳ୍ପକାଳରେ ମୋଟ ପରିବ୍ୟୟକୁ ମୋଟ ସ୍ଥିର ପରିଦ୍ୟାୟ ଓ ମୋଟ ପରିବର୍ତ୍ତନୀୟ ପରିବ୍ୟୟର ସମଷ୍ଟି କୁହାଯାଏ । ତେଣୁ ସ୍ଥିର ପରିବ୍ୟୟ ଓ ପରିବର୍ଭନୀୟ ପରିବ୍ୟୟ ମୋଟ ପରିବ୍ୟୟର ଦୁଇଟି ପ୍ରଧାନ ଅଂଶରୂପେ ବିବେଚିତ ହୁଏ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଉତ୍ପାଦର ପରିମାଣ ବୃଦ୍ଧି ସହ ଏକକ ପିଛା ଉତ୍ପାଦନ ପରିବ୍ୟୟର ପରିବର୍ତ୍ତନ ଘଟିଥାଏ । କାରଣ ଉତ୍ପାଦର ଏକକ ବୃଦ୍ଧି ପାଇଲେ ଏକକ ପିଛା ସ୍ଥିର ପରିବ୍ୟୟ ଓ ପରିବର୍ତ୍ତନୀୟ ପରିବ୍ୟୟରେ ପରିବର୍ତ୍ତନ ପରିଲକ୍ଷିତ ହୋଇଥାଏ । ଏସବୁ ତତ୍ତ୍ଵର ଆଲୋଚନା ହାରାହାରି ପରିବ୍ୟୟ ଅଭିଧାରଣା ମାଧ୍ୟମରେ କରାଯାଇପାରେ ।

ମୋଟ ହାରହାରି ପରିବ୍ୟୟ (Average Total Cost) (AC) :
ପ୍ରତି ଏକକ ଉତ୍ପାଦନ ପାଇଁ ଯେଉଁ ପରିବ୍ୟୟ ଉତ୍ପାଦନକର୍ତ୍ତା ବହନ କରିଥା’ନ୍ତି, ତାହାକୁ ହାରାହାରି ମୋଟ ପରିବ୍ୟୟ (AC) କୁହାଯାଏ । ଅର୍ଥାତ୍ ଏକକ ପ୍ରତି ଉତ୍ପାଦନ ପରିବ୍ୟୟକୁ ହାରାହାରି ମୋଟ ପରିବ୍ୟୟ କୁହାଯାଏ । ମୋଟ ପରିବ୍ୟୟ (AC) କୁ ଉତ୍ପାଦର ମୋଟ ପରିମାଣ (q) ସହ ଭାଗ କରି ହାରାହାରି ପରିବ୍ୟୟ ନିର୍ଣ୍ଣୟ କରାଯାଏ; ଯଥା –
ହାରାହାରି ମୋଟ ପରିବ୍ୟୟ (AC) = \(\frac{ମୋଟ ପରିବ୍ୟୟ (TC)}{ମୋଟ ଉତ୍ପାଦର ପରିମାଣ (q)}\)

ମୋଟ ହାରାହାରି ପରିବ୍ୟୟର ଆଲୋଚନା ସମୟରେ ଏହାର ଦୁଇ ପ୍ରଧାନ ଅଂଶ; ଯଥା – ହାରାହାରି ସ୍ଥିର ପରିବ୍ୟୟ (Average Fixed Cost) ଓ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ (Average Variable Cost) ଉପରେ ଗୁରୁତ୍ବ ଆରୋପ କରାଯାଇଥାଏ ।

ହାରାହାରି ସ୍ଥିର ପରିବ୍ୟୟ (Average Fixed Cost) (AFC) :
ଏକକ ପ୍ରତି ବ୍ୟୟ କରାଯାଉଥବା ସ୍ଥିର ପରିବ୍ୟୟକୁ ହାରାହାରି ସ୍ଥିର ପରିବ୍ୟୟ (AFC) କୁହାଯାଏ । ଉତ୍ପାଦନ ପ୍ରକ୍ରିୟାରେ ସ୍ଵଳ୍ପକାଳରେ ମୋଟ ସ୍ଥିର ପରିବ୍ୟୟ ସାମଗ୍ରିକଭାବେ ଅପରିବର୍ତ୍ତିତ ରହିଥାଏ । ତେଣୁ ଉତ୍ପାଦର ପରିମାଣ ବୃଦ୍ଧି ଘଟିଲେ ମୋଟ ସ୍ଥିର ପରିବ୍ୟୟରେ କୌଣସି ବୃଦ୍ଧି ପରିଲକ୍ଷିତ ହୁଏ ନାହିଁ । ମାତ୍ର ସମପରିମାଣର ମୋଟ ସ୍ଥିର ପରିବ୍ୟୟ ଅଧ‌ିକ ସଂଖ୍ୟକ ଏକକ ମଧ୍ୟରେ ବଣ୍ଟିତ ହୋଇଯାଏ । ଫଳରେ ଉତ୍ପାଦର ଏକକ ପ୍ରତି ସ୍ଥିର ପରିବ୍ୟୟ ବା ହାରାହାରି ସ୍ଥିର ପରିବ୍ୟୟ ଉତ୍ପାଦନର ବୃଦ୍ଧି ସହ କ୍ରମଶଃ ହ୍ରାସ ପାଏ । ମୋଟ ସ୍ଥିର ପରିବ୍ୟୟକୁ ମୋଟ ଉତ୍ପାଦଦ୍ୱାରା ବିଭାଜିତ କରି ହାରାହାରି ସ୍ଥିର ପରିବ୍ୟୟ ନିର୍ଣ୍ଣୟ କରାଯାଏ ।

ହାରାହରି ସ୍ଥିର ପରିବ୍ୟୟ (AFC) = \(\frac{ମୋଟ ସ୍ଥିର ପରିବ୍ୟୟ (TFC)}{ମୋଟ ଉତ୍ପାଦର ପରିମାଣ (q)}\)

CHSE Odisha Class 12 Economics Chapter 7 Long Answer Questions in Odia Medium

ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ (Average Variable Cost) (AVC) :
ଉତ୍ପାଦର ଏକକ ପ୍ରତି ବ୍ୟୟ କରାଯାଉଥ‌ିବା ପରିବର୍ଭନୀୟ ପରିବ୍ୟୟକୁ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ କୁହାଯାଏ । ମୋଟ ପରିବର୍ତ୍ତନୀୟ ପରିବ୍ୟୟକୁ ମୋଟ ଉତ୍ପାଦନର ପରିମାଣଦ୍ୱାରା ବିଭାଜିତ କରି ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ ନିର୍ଦ୍ଧାରଣ କରଯାଇଥାଏ; ଯଥା –
ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ (AVC) = \(\frac{ମୋଟ ପରିବର୍ତ୍ତନୀୟ ପରିବ୍ୟୟ (AVC)}{ମୋଟ ଉତ୍ପାଦର ପରିମାଣ (q)}\)

ଉତ୍ପାଦନର ବିଭିନ୍ନ ସ୍ତରରେ ମୋଟ ପରିବର୍ତ୍ତନୀୟ ପରିବ୍ୟୟରେ ବିଭିନ୍ନତା ଦେଖାଦିଏ । ଏହା ଉତ୍ପାଦନର ପରିମାଣ ଅନୁଯାୟୀ ଭିନ୍ନ ହୋଇଥାଏ । କିନ୍ତୁ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ ହ୍ରାସମାନ ଉତ୍ପନ୍ନ ସୂତ୍ର ଅନୁସାରେ ହିଁ ହୋଇଥାଏ । ପ୍ରାଥମିକ ଅବସ୍ଥାରେ ଅର୍ଥାତ୍ ହ୍ରାସମାନ ଉତ୍ପନ୍ନ ସୂତ୍ରର ପ୍ରଥମ ପର୍ଯ୍ୟାୟରେ (କ୍ରମବର୍ଦ୍ଧିଷ୍ଣୁ ଉତ୍ପନ୍ନ ପର୍ଯ୍ୟାୟ ) ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ ଉତ୍ପାଦନର ବୃଦ୍ଧି ସହିତ ହ୍ରାସ ପାଏ । ଅନ୍ୟ ପକ୍ଷରେ କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ରର ଦ୍ବିତୀୟ ପର୍ଯ୍ୟାୟରେ ଏହା ଉତ୍ପାଦର ବୃଦ୍ଧି ସହିତ ବୃଦ୍ଧିପ୍ରାପ୍ତ ହୋଇଥାଏ । ତେଣୁ ହାରାହାରି ପରିବର୍ତ୍ତନୀୟ ରେଖା ଥାଳିଆ ଆକୃତି ପରି ପରିଦୃଷ୍ଟ ହୋଇଥାଏ ।

ଉପରୋକ୍ତ ଆଲୋଚନାରେ ହାରାହାରି ପରିବ୍ୟୟ (AC), ହାରାହାରି ସ୍ଥିର ପରିବ୍ୟୟ (AFC) ଓ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ (AVC) ର ସମଷ୍ଟି ମାତ୍ର ।
ମୋଟ ହାରାହାରି ପରିବ୍ୟୟ (AC) = \(\frac{ମୋଟ ପରିବ୍ୟୟ (TC)}{ମୋଟ ଉତ୍ପାଦର ପରିମାଣ (q)}\)
⇒ AC = \(\frac{\mathrm{TC}}{\mathrm{q}}=\frac{\mathrm{TFC}+\mathrm{TVC}}{\mathrm{q}}\) (∴ TC = TFC + TVC)
⇒ AC = \(\frac{\text { TFC }}{q}+\frac{\text { TVC }}{\mathrm{q}}\) = AFC + AVC

କୌଣସି ଏକ ଉତ୍ପାଦନ ପ୍ରକ୍ରିୟାରେ ହାରାହାରି ସ୍ଥିର ପରିବ୍ୟୟ, ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ ଓ ମୋଟ ପରିବ୍ୟୟର ଗତିବିଧ‌ି ଏକ ଗାଣିତିକ ବିଶ୍ଳେଷଣ ଓ ପୈଖ୍ୟକ ଉପସ୍ଥାପନାଦ୍ୱାରା ଆଲୋଚନା କରାଯାଇପାରେ ।
CHSE Odisha Class 12 Economics Chapter 7 Long Answer Questions in Odia Medium 1
ଉପରୋକ୍ତ ଗାଣିତିକ ସାରଣୀରେ ହାରାହାରି ସ୍ଥିର ପରିବ୍ୟୟ, ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ ଓ ମୋଟ ପରିବ୍ୟୟ ଗତିବିଧ୍ ଆଲୋଚିତ ହୋଇଛି ।

ସାରଣୀକୁ ଅନୁଧ୍ୟାନ କଲେ ପ୍ରତୀୟମାନ ହୁଏ ଯେ, ମୋଟ ସ୍ଥିର ପରିବ୍ୟୟ (TFC) ଉତ୍ପାଦନର ପରିମାଣ ନିର୍ବିଶେଷରେ ସ୍ଥିର ହୋଇରହିଛି (100) ଟଙ୍କା) । ମାତ୍ର ହାରାହାରି ସ୍ଥିର ପରିବ୍ୟୟ (AFC), ଉତ୍ପାଦର ବୃଦ୍ଧି ସହ କ୍ରମାଗତଭାବେ ହ୍ରାସ ପାଇ ଚାଲିଛି । ଦ୍ୱିତୀୟରେ ମୋଟ ପରିବର୍ତ୍ତନୀୟ ପରିବ୍ୟୟ (TVC), ଉତ୍ପାଦର ବୃଦ୍ଧି ସହ ବୃଦ୍ଧିପ୍ରାପ୍ତ ହୋଇଚାଲିଛି । ମାତ୍ର ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ (AVC) ପ୍ରଥମାବସ୍ଥାରେ (ଚତୁର୍ଥ ଏକକ ପର୍ଯ୍ୟନ୍ତ) ଉତ୍ପାଦର ବୃଦ୍ଧି ସହ ହ୍ରାସ ପାଇଛି (50 ଟଙ୍କାରୁ 35 ଟଙ୍କା) ଓ ପରବର୍ତ୍ତୀ ପର୍ଯ୍ୟାୟରେ (ପଞ୍ଚମ ଏକକଠାରୁ) ଏହା (AVC) ଉତ୍ପାଦର ବୃଦ୍ଧି ସହ ବୃଦ୍ଧିପ୍ରାପ୍ତ ହୋଇଛି ।

ମାତ୍ର ମୋଟ ହାରାହାରି ପରିବ୍ୟୟ (AC) ଏକାଦିକ୍ରମେ ପଞ୍ଚମ ଏକକ ପର୍ଯ୍ୟନ୍ତ ହ୍ରାସ ପାଇଛି ଓ ପରବର୍ତ୍ତୀ ପର୍ଯ୍ୟାୟରେ ଉତ୍ପାଦର ବୃଦ୍ଧି ସହ ବୃଦ୍ଧି ପାଇଛି । ସାରଣୀର ଷଷ୍ଠ ସ୍ତମ୍ଭର (AC), ହାରାହାରି ସ୍ଥିର ପରିବ୍ୟୟ (AFC) ତୃତୀୟ ସ୍ତମ୍ଭ ଓ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ (AVC) ପଞ୍ଚମ ସ୍ତମ୍ଭର ଯୋଗଫଳ ।

AC = AFC + AVC

ନୈକ ଉପସ୍ଥାପନା :
ପାର୍ଶ୍ୱସ୍ଥ ଚିତ୍ରରେ ଉତ୍ପାଦର ପରିମାଣକୁ OX ଅକ୍ଷରେ ଓ ପରିବ୍ୟୟକୁ OY ଅକ୍ଷରେ ପରିମାପ କରାଯାଇଛି ।
ଏହି ଚିତ୍ରରେ ଗାଣିତିକ ସାରଣୀ ଭଳି ହାରାହାରି ସ୍ଥିର ପରିବ୍ୟୟ (AFC ଦ୍ଵାରା ଚିହ୍ନିତ) ଉତ୍ପାଦର ବୃଦ୍ଧି ସହ କ୍ରମାଗତ ଭାବେ ହ୍ରାସ ପାଇଛି, ମାତ୍ର ଏହା OX ଅକ୍ଷକୁ ନାହିଁ । ତେଣୁ ଏଥୁରୁ ସୂଚିତ ହେଉଛି ଯେ AFC କଦାପି ଶୂନ୍ୟ ହେବ ନାହିଁ । ଦ୍ଵିତୀୟତଃ, ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ (AVC) { ପ୍ରଥମ ଅବସ୍ଥାରେ ଉତ୍ପାଦର ବୃଦ୍ଧି ସହ ହ୍ରାସ ପାଉଛି ଓ ପରବର୍ତ୍ତୀ ପର୍ଯ୍ୟାୟରେ ଉତ୍ପାଦର ବୃଦ୍ଧି ସହ ବୃଦ୍ଧି ପାଉଛି ।

ସେହିପରି ମୋଟ ହାରାହାରି ପରିବ୍ୟୟ (AC) ପ୍ରାଥମିକ ଅବସ୍ଥାରେ ଉତ୍ପାଦର ବୃଦ୍ଧି ସହ ହ୍ରାସ ପାଉଛି । ଠୁ ଏହାର ସର୍ବନିମ୍ନ ବିନ୍ଦୁ । ମାତ୍ର OM ଉତ୍ପାଦର ପରିମାଣ ପରେ AC ଉତ୍ପାଦର ବୃଦ୍ଧି ସହ ବୃଦ୍ଧିପ୍ରାପ୍ତ ହୋଇଛି ।
CHSE Odisha Class 12 Economics Chapter 7 Long Answer Questions in Odia Medium 2
ହାରାହାରି ସ୍ଥିର ପରିବ୍ୟୟ (AFC), ହାରହାରି ପରିବର୍ତ୍ତନୀୟ ପରିବ୍ୟୟ (AVC) ଓ ମୋଟ ପରିବ୍ୟୟ (AC) ମଧ୍ଯରେ ସମ୍ପର୍କ :
AFC, AVC ଓ AC ମଧ୍ୟରେ ଥ‌ିବା ସଂପର୍କ ଉପରୋକ୍ତ ଗାଣିତିକ ସାରଣୀ ଓ ରେଖାଚିତ୍ରରେ ଅତ୍ୟନ୍ତ ସ୍ପଷ୍ଟ । ଗାଣିତିକ ସାରଣୀରେ ବିଶ୍ଳେଷଣ ଓ ରୈଖ୍ୟକ ଉପସ୍ଥାପନା ମଧ୍ୟରେ ସାଦୃଶ୍ୟ ପରିଲକ୍ଷିତ ହୋଇଥାଏ ।

ଉପରୋକ୍ତ ଦ୍ୱୈତ ଉପସ୍ଥାପନାରେ ହାରାହାରି ସ୍ଥିର ପରିବ୍ୟୟ ଉତ୍ପାଦର ବୃଦ୍ଧି ସହ ନିୟମିତ ଭାବେ ହ୍ରାସ ପାଇଛି, ମାତ୍ର ଏହା OX ଅକ୍ଷକୁ ସ୍ପର୍ଶ କରୁନଥିବାରୁ AFC କଦାପି ‘ଶୂନ୍ୟ’ ହୁଏ ନାହିଁ । ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ (AVC) ପ୍ରାଥମିକ ଅବସ୍ଥାରେ ସ୍ଥିର ଉପାଦାନର ଅସମ୍ପୂର୍ଣ୍ଣ ଉପଯୋଗ ଯୋଗୁଁ ଅଧିକ ହୋଇଥାଏ । ମାତ୍ର ଉତ୍ପାଦର ବୃଦ୍ଧି ଯୋଗୁଁ ପ୍ରତିଷ୍ଠାନ ବିଭିନ୍ନ ଆଭ୍ୟନ୍ତରୀଣ ସୁବିଧା ଉପଭୋଗ କରିଥାଏ ଯଦ୍ବାରା AVC କ୍ରମଶଃ ହ୍ରାସ ପାଏ । କିନ୍ତୁ AVC ସର୍ବନିମ୍ନ ବିନ୍ଦୁ (N) ରେ ପହଞ୍ଚିବା ପରେ ଏହା କ୍ରମଶଃ ବୃଦ୍ଧି ପାଏ । କାରଣ ଉତ୍ପାଦନ ପରିମାଣ ବୃଦ୍ଧିଜନିତ ପରିସ୍ଥିତିରେ ପ୍ରତିଷ୍ଠାନ କେତେକ ଅସୁବିଧାର ସମ୍ମୁଖୀନ ହୋଇଥାଏ । ଏହି କାରଣରୁ AVC ରେଖା ‘U’ ଆକୃତି ବିଶିଷ୍ଟ ହୋଇଥାଏ ।

CHSE Odisha Class 12 Economics Chapter 7 Long Answer Questions in Odia Medium

AVC ରେଖାଭଳି AC ରେଖା ମଧ୍ଯ ‘U’ ଆକୃତିବିଶିଷ୍ଟ; ମାତ୍ର ଏହା AVC ରେଖାଭଳି ଅଧିକ ଚଟକା ହୋଇନଥାଏ । ସ୍ଵଳ୍ପକାଳୀନ ହାରାହାରି ପରିବ୍ୟୟ କାହିଁକି ‘U’ ଆକୃତିବିଶିଷ୍ଟ ତାହାର କାରଣ ନିମ୍ନରେ ପ୍ରଦାନ କରାଗଲା ।

ପ୍ରଥମତଃ, ହାରାହାରି ପରିବ୍ୟୟ (AC), ହାରାହାରି ସ୍ଥିର ପରିବ୍ୟୟ (AFC) ଓ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ (AVC) ର ସମଷ୍ଟି ମାତ୍ର । ଉତ୍ପାଦନର ପ୍ରାରମ୍ଭିକ ପର୍ଯ୍ୟାୟରେ ଉଭୟେ AFC ଓ AVC ହ୍ରାସମାନ ଅବସ୍ଥାରେ ରହିଥା’ନ୍ତି (ଗାଣିତିକ ସାରଣୀ ଓ ରେଖାଚିତ୍ର ଦ୍ରଷ୍ଟବ୍ୟ) । ଗାଣିତିକ ସାରଣୀ ଅନୁସାରେ ଚତୁର୍ଥ ଏକକ ପର୍ଯ୍ୟନ୍ତ AVC ହ୍ରାସ ପାଇଛି । ସେହିପରି ରେଖାଚିତ୍ରରେ OS ଉତ୍ପାଦ ପର୍ଯ୍ୟନ୍ତ AVC ହ୍ରାସ ପାଇଛି । OS ଉତ୍ପାଦ ବା ଚତୁର୍ଥ ଏକକ ପରେ AVC ବୃଦ୍ଧି ପାଇବା ଆରମ୍ଭ ହୋଇଛି ।

କିନ୍ତୁ AFC କ୍ରମାଗତ ହ୍ରାସ ପାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, AFC ର ହ୍ରାସର ହାର AVC ର ବୃଦ୍ଧିର ହାରଠାରୁ ବୃହତ୍ତର । ତେଣୁ AVC ବୃଦ୍ଧି ପାଇବା ସତ୍ତ୍ବେ ମୋଟ ହାରାହାରି ପରିବ୍ୟୟ (AC) ହ୍ରାସ ପାଇଥାଏ । ରେଖାଚିତ୍ରରେ OM ଉତ୍ପାଦ ପର୍ଯ୍ୟନ୍ତ AC ହ୍ରାସ ପାଉଥିବା ସ୍ଥଳେ AVC, OS ଉତ୍ପାଦ ପର୍ଯ୍ୟନ୍ତ ହ୍ରାସ ପାଇଛି । ତେଣୁ AC ର ସର୍ବନିମ୍ନ ବିନ୍ଦୁ (Q), AVC ର ସର୍ବନିମ୍ନ ବିନ୍ଦୁ (N) ର ଡାହାଣକୁ ଅବସ୍ଥିତ ।

ଏ ପ୍ରସଙ୍ଗରେ ଦୁଇଟି କାରଣ ଉଲ୍ଲେଖଯୋଗ୍ୟ । AVC ରେଖାର ନିମ୍ନତମ ବିନ୍ଦୁ (N), AC, ରେଖାର ନିମ୍ନତମ ବିନ୍ଦୁ (Q) ଅପେକ୍ଷା ପୂର୍ବରୁ ପହଞ୍ଚେ । ଦ୍ୱିତୀୟତଃ, AVC, AC ରେଖାର ଯେତେ ନିକଟବର୍ତ୍ତୀ ହେଲେହେଁ ତାହାକୁ ସ୍ପର୍ଶ କରେ ନାହିଁ । ହାରାହାରି ପରିବ୍ୟୟ (AC) ରେଖା ଓ AVC ରେଖା ମଧ୍ୟରେ ଦୂରତ୍ୱ AFC ର ପରିମାପକ ଅଟେ । AFC ଶୂନ୍ୟ ହେଉନଥିବାରୁ AVC ରେଖା ଓ AC ରେଖା ମଧ୍ୟରେ ସର୍ବଦା ସମଦୂରତ୍ୱ ବଜାୟ ରହେ ଓ ସେମାନେ ପରସ୍ପରକୁ ଛେଦ କରନ୍ତି ନାହିଁ ।

ଦଉପାଦାନ ଅପରିବର୍ତ୍ତିତ ରହୁଥ‌ିବାରୁ ପରିବର୍ତ୍ତନୀୟ ଉପାଦାନର ଉପଯୋଗକୁ ହ୍ରାସ-ବୃଦ୍ଧି କରାଯାଇ ମୋଟ ଉତ୍ପାଦନର ହ୍ରାସ-ବିତୀୟତଃ, ସ୍ଵଳ୍ପକାଳୀନ ହାରାହାରି ପରିବ୍ୟୟ ରେଖା ପରିବର୍ତ୍ତନୀୟ ଅନୁପାତ ସୂତ୍ରର ଅଧୀନ । ସ୍ଵଳ୍ପକାଳରେ ସ୍ଥିର ବୃଦ୍ଧି କରାଯାଇପାରେ । ତେଣୁ ପରିବର୍ଭନୀୟ ସୂତ୍ର ବିଶେଷ ଭାବରେ କାର୍ଯ୍ୟକରେ । ଯାହା ଫଳରେ ପ୍ରାଥମିକ ପର୍ଯ୍ୟାୟରେ କ୍ରମବର୍ଦ୍ଧିଷ୍ଣୁ ଉତ୍ପନ୍ନ ସୂତ୍ର ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ରର ବଶବର୍ତ୍ତୀ ହୋଇ AC ପ୍ରଥମରୁ ହ୍ରାସ ପାଇ ପରେ ବୃଦ୍ଧି ପାଇଥାଏ । ତେଣୁ ଏହାର ଆକୃତି ‘U’ ଆକାରର ହୋଇଥାଏ ।

ତୃତୀୟତଃ, ସ୍ୱଳ୍ପକାଳରେ ସ୍ଥିର ଉପାଦାନ ଅବିଭାଜ୍ୟ ହୋଇଥିବାରୁ ପ୍ରଥମ ଅବସ୍ଥାରେ ଏହାର ପୂର୍ଣ୍ଣ ବିନିଯୋଗ ହୋଇପାରି ନଥାଏ । ଉତ୍ପାଦର ପରିମାଣ ସଂପ୍ରସାରିତ ହେଲେ ଏହି ଅବିଭାଜ୍ୟ ଉପାଦାନଗୁଡ଼ିକୁ ଯଥାର୍ଥ ଉପଯୋଗ କରାଯାଇଥାଏ । ତେଣୁ ହାରାହାରି ପରିବ୍ୟୟ ହ୍ରାସମାନ ହୋଇଥାଏ । ମାତ୍ର ସର୍ବୋତ୍ତମ ଉତ୍ପାଦ ସ୍ତର ଅତିକ୍ରମ ହେଲେ ହାରାହାରି ପରିବ୍ୟୟ ବୃଦ୍ଧି ପାଏ । ତେଣୁ AC ରେଖା ‘U’ ଆକୃତିବିଶିଷ୍ଟ ହୋଇଥାଏ ।

3. ଉତ୍ପାଦନ ପରିବ୍ୟୟ କହିଲେ କ’ଣ ବୁଝାଏ ? ହାରାହାରି ପରିବ୍ୟୟ ଓ ପ୍ରାନ୍ତୀୟ ପରିବ୍ୟୟ ମଧ୍ୟରେ ଥିବା ସମ୍ପର୍କ ଦର୍ଶାଅ ।
Answer:
ଉତ୍ପାଦନ ପ୍ରକ୍ରିୟାରେ ନିୟୋଜିତ ହେଉଥ‌ିବା ସମସ୍ତ ଉପାଦାନ; ଯଥା- ଭୂମି, ଶ୍ରମ ଓ ପୁଞ୍ଜି ନିମନ୍ତେ ଉତ୍ପାଦନକର୍ତ୍ତା ଏହାର ମାଲିକମାନଙ୍କୁ ଯେଉଁ ପାରିତୋଷିକ ପ୍ରଦାନ କରନ୍ତି ତାହାକୁ ‘ଉତ୍ପାଦନ ପରିବ୍ୟୟ’ କୁହାଯାଏ । ସରଳ ଭାଷାରେ, ଉତ୍ପାଦନ ପ୍ରକ୍ରିୟାରେ ଉତ୍ପାଦନକର୍ତ୍ତାଙ୍କଦ୍ବାରା ବହନ କରାଯାଉଥ‌ିବା ସାମଗ୍ରିକ ବ୍ୟୟକୁ ଉତ୍ପାଦନ ପରିବ୍ୟୟ କୁହାଯାଏ । ମୋଟ ଉପରେ ଉତ୍ପାଦନ ଉଦ୍ଦେଶ୍ୟରେ କରାଯାଉଥ‌ିବା ବ୍ୟୟକୁ ଉତ୍ପାଦନ ପରିବ୍ୟୟ କୁହାଯାଏ ।

ଉତ୍ପାଦନ ପରିବ୍ୟୟକୁ ସାଧାରଣତଃ ତିନୋଟି ଦୃଷ୍ଟିକୋଣରୁ ବିଚାର କରାଯାଇଥାଏ; ଯଥା- ମୌଦ୍ରିକ ପରିବ୍ୟୟ, ବାସ୍ତବ ପରିବ୍ୟୟ ଓ ବିକଳ୍ପ (ସୁଯୋଗ ) ପରିବ୍ୟୟ ।
ଉତ୍ପାଦନ ପ୍ରକ୍ରିୟାରେ ଏକ ନିର୍ଦ୍ଦିଷ୍ଟ ପରିମାଣର ଉତ୍ପାଦନ ନିମନ୍ତେ ବହନ କରାଯାଉଥ‌ିବା ସମସ୍ତ ବ୍ୟୟର ସମଷ୍ଟିକୁ ମୋଟ ପରିବ୍ୟୟର ଆଖ୍ୟା ଦିଆଯାଇଥାଏ । ଏହି ମୋଟ ପରିବ୍ୟୟ ଉତ୍ପାଦନର ବୃଦ୍ଧି ସହ ବୃଦ୍ଧି ପାଇଥାଏ ।

ହାରାହାରି ପରିବ୍ୟୟ- ପ୍ରତି ଏକକ ଉତ୍ପାଦ ପାଇଁ ଉତ୍ପାଦନ ପରିବ୍ୟୟକୁ ହାରାହାରି ପରିବ୍ୟୟ କୁହାଯାଇଥାଏ । ଅନ୍ୟ ଅର୍ଥରେ ପ୍ରତି ଏକକ ଉତ୍ପାଦନ ପାଇଁ ବହନ କରାଯାଉଥ‌ିବା ପରିବ୍ୟୟକୁ ହାରାହାରି ପରିବ୍ୟୟ କୁହାଯାଇଥାଏ । ମୋଟ ପରିବ୍ୟୟକୁ ମୋଟ ଉତ୍ପାଦର ପରିମାଣଦ୍ୱାରା ବିଭାଜିତ କରି ହାରାହାରି ପରିବ୍ୟୟ ନିର୍ଣ୍ଣୟ କରାଯାଇଥାଏ; ଯଥା-
ହାରାହାରି ପରିବ୍ୟୟ (AC) = \(\frac{ମୋଟ ପରିବ୍ୟୟ (TC)}{ମୋଟ ଉତ୍ପାଦ (q)}\)

ହାରାହାରି ପରିବ୍ୟୟର ଦୁଇଟି ପ୍ରଧାନ ଉପାଂଶ; ଯଥା- ହାରାହାରି ସ୍ଥିର ପରିବ୍ୟୟ (AFC) ଓ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ (AVC) ରହିଛି । ହାରାହାରି ସ୍ଥିର ପରିବ୍ୟୟ (AFC) ଓ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ (AVC)ର ସମଷ୍ଟିଦ୍ୱାରା ହାରାହାରି ପରିବ୍ୟୟ (AC) ନିର୍ଣ୍ଣୟ କରାଯାଏ ।
i.e. AC = AFC + AVC

ପ୍ରାନ୍ତୀୟ ପରିବ୍ୟୟ (Marginal Cost MC) :
ଉତ୍ପାଦନ ପ୍ରକ୍ରିୟାରେ କୌଣସି ଦ୍ରବ୍ୟର ଅତିରିକ୍ତ ଏକକ ଉତ୍ପାଦନ ଫଳରେ ମୋଟ ପରିବ୍ୟୟ ଯେଉଁ ପରିମାଣରେ ବୃଦ୍ଧି ପାଏ ତାହାକୁ ପ୍ରାନ୍ତୀୟ ପରିବ୍ୟୟ (MC) କୁହାଯାଏ । ଅନ୍ୟ ଅର୍ଥରେ ଦ୍ରବ୍ୟର ଅତିରିକ୍ତ ଏକକ ଉତ୍ପାଦନ ଫଳରେ ଉପସ୍ଥିତ ମୋଟ ପରିବ୍ୟୟ ଓ ଏହାର ପୂର୍ବ ଏକକ ପାଇଁ ମୋଟ ପରିବ୍ୟୟ ମଧ୍ୟରେ ଯେଉଁ ପାର୍ଥକ୍ୟ ଦେଖାଯାଏ, ତାହାକୁ ପ୍ରାନ୍ତୀୟ ପରିବ୍ୟୟ କୁହାଯାଏ ।
i.e. MCn = TCn – TCn-1
n → ଉତ୍ପାଦିତ ଦ୍ରବ୍ୟର ଏକକ ।
ଅନ୍ୟ ଅର୍ଥରେ MC = \(\frac{ΔΤC}{Δq}\) = \(\frac{ମୋଟ ପରିବ୍ୟୟରେ ପରିବର୍ତ୍ତନ }{ଉତ୍ପାଦରେ ପରିବର୍ତ୍ତନ}\)

CHSE Odisha Class 12 Economics Chapter 7 Long Answer Questions in Odia Medium

ପ୍ରାନ୍ତୀୟ ପରିବ୍ୟୟ ସର୍ବଦା ପରିବର୍ତ୍ତନୀୟ ପରିବ୍ୟୟ ସହ ସଂଶ୍ଳିଷ୍ଟ ଓ ଏହା ସ୍ଥିର ପରିବ୍ୟୟ ସହ ସଂପର୍କିତ ନୁହେଁ ଉତ୍ପାଦନ ପ୍ରକ୍ରିୟାରେ ଉତ୍ପାଦର ବୃଦ୍ଧି ସହ ଏହାର ହାରାହାରି ପରିବ୍ୟୟ ଓ ପ୍ରାନ୍ତୀୟ ପରିବ୍ୟୟର ଆଚରଣରେ ଭିନ୍ନତା ପରିଲକ୍ଷିତ ହୋଇଥାଏ । ଏତଦ୍‌ବ୍ୟତୀତ, ହାରାହାରି ପରିବ୍ୟୟ (AC) ଓ ପ୍ରାନ୍ତୀୟ ପରିବ୍ୟୟ ମଧ୍ୟରେ ଏକ ସଂପର୍କ ରହିଛି । ନିମ୍ନଲିଖୂ ଗାଣିତିକ ସାରଣୀ ଓ ରେଖାଚିତ୍ରରୁ ଦୁହିଁଙ୍କ ମଧ୍ୟରେ ଥ‌ିବା ସଂପର୍କର ସ୍ପଷ୍ଟ ଚିତ୍ର ମିଳିପାରେ ।

ଗାଣିତିକ ବିଶ୍ଳେଷଣ :
CHSE Odisha Class 12 Economics Chapter 7 Long Answer Questions in Odia Medium 3
ଉପରୋକ୍ତ ସାରଣୀରେ ଉପସ୍ଥାପିତ ତଥ୍ୟରୁ ପ୍ରତୀୟମାନ ହୁଏ ଯେ ମୋଟ ପରିବ୍ୟୟ (ସ୍ତମ୍ଭ 2) ଉତ୍ପାଦର ବୃଦ୍ଧି ସହ ବୃଦ୍ଧି ପାଉଛି । ଏହି ଉତ୍ପାଦର ବୃଦ୍ଧି ସହ ପ୍ରାନ୍ତୀୟ ପରିବ୍ୟୟ ପ୍ରାଥମିକ ଅବସ୍ଥାରେ ଚତୁର୍ଥ ଏକକ ଉତ୍ପାଦନ ପର୍ଯ୍ୟନ୍ତ ହ୍ରାସ ପାଇଛି (ସ୍ତମ୍ଭ -3) । ଏହାର ଅନୁରୂପ ହାରାହାରି ପରିବ୍ୟୟ ମଧ୍ୟ ଉତ୍ପାଦର ବୃଦ୍ଧି ସହ ହ୍ରାସ ପାଇଛି । ମାତ୍ର ପ୍ରାନ୍ତୀୟ ପରିବ୍ୟୟର ହ୍ରାସ ହେବା ହାର ହାରାହାରି ପରିବ୍ୟୟର ହ୍ରାସ ହେବା ହାରଠାରୁ ଅଧିକ ।

ପଞ୍ଚମ ଏକକ ଉତ୍ପାଦନ ହେବା ଅବସ୍ଥାରେ ପ୍ରାନ୍ତୀୟ ପରିବ୍ୟୟ (MC) ଓ ହାରାହାରି ପରିବ୍ୟୟ (AC) ପରସ୍ପର ସମାନ । ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ଅର୍ଥାତ୍ ଷଷ୍ଠ ଏକକଠାରୁ ଉତ୍ପାଦର ବୃଦ୍ଧି ସହ ମୋଟ ପରିବ୍ୟୟ (ସ୍ତମ୍ଭ-2), ହାରାହାରି ପରିବ୍ୟୟ (ସ୍ତମ୍ଭ-4) ଓ ପ୍ରାନ୍ତୀୟ ପରିବ୍ୟୟ (ସ୍ତମ୍ଭ -3) ବୃଦ୍ଧି ପାଇଛି । ମାତ୍ର ହାରାହାରି ପରିବ୍ୟୟ ବୃଦ୍ଧି ହାରଠାରୁ ପ୍ରାନ୍ତୀୟ ପରିବ୍ୟୟ ବୃଦ୍ଧିର ହାର ଅଧିକ ।

ବୈଖ୍ୟକ ଉପସ୍ଥାପନ :
ନିମ୍ନସ୍ଥ ଚିତ୍ରରେ ଉତ୍ପାଦର ପରିମାଣ OX– ଅକ୍ଷରେ ଓ ପରିବ୍ୟୟର ପରିମାଣ OY– ଅକ୍ଷରେ ପରିମାପ କରାଯାଇଛି । AC ରେଖା ହାରାହାରି ପରିବ୍ୟୟକୁ ଓ MC ରେଖା ପ୍ରାନ୍ତୀୟ ପରିବ୍ୟୟକୁ ଚିହ୍ନିତ କରୁଅଛି ।
CHSE Odisha Class 12 Economics Chapter 7 Long Answer Questions in Odia Medium 4
ପାର୍ଶ୍ୱସ୍ଥ ଚିତ୍ରକୁ ବିଶ୍ଳେଷଣ କଲେ ଜଣାଯାଏ ଯେ, ଉତ୍ପାଦନର ପ୍ରାରମ୍ଭିକ ଅବସ୍ଥାରେ ହାରାହାରି ପରିବ୍ୟୟ ଓ ପ୍ରାନ୍ତୀୟ ପରିବ୍ୟୟ ହ୍ରାସ ପାଇଥାଏ । ମାତ୍ର ପ୍ରାନ୍ତୀୟ ପରିବ୍ୟୟର ହ୍ରାସର ହାର ହାରାହାରି ପରିବ୍ୟୟର ହ୍ରାସର ହାରଠାରୁ ଅଧ୍ଵ । ତେଣୁ ପ୍ରାନ୍ତୀୟ ପରିବ୍ୟୟ ସର୍ବପ୍ରଥମେ ଏହାର ସର୍ବନିମ୍ନ ବିନ୍ଦୁ (N) ହାସଲ କରିଥାଏ ଯେଉଁ ସମୟରେ କି AC ରେଖା ହ୍ରାସମାନ ଅବସ୍ଥାରେ ରହିଥାଏ । AC ରେଖାର ସର୍ବନିମ୍ନ ବିନ୍ଦୁ ‘M’ ପ୍ରାନ୍ତୀୟ ପରିବ୍ୟୟ ରେଖାର ଡାହାଣକୁ ଅବସ୍ଥିତ ।

ଉତ୍ପାଦର ପରିମାଣ OQ ଥ‌ିବାବେଳେ ସୀମାନ୍ତ ପରିବ୍ୟୟ ଓ ହାରାହାରି ପରିବ୍ୟୟ ପରସ୍ପର ସମାନ ହୋଇଥା’ନ୍ତି (M ବିନ୍ଦୁ) ।
ଏହାର ପରବର୍ତ୍ତୀ ପର୍ଯ୍ୟାୟରେ (OQ ଉତ୍ପାଦ ପରେ) ପ୍ରାନ୍ତୀୟ ଉତ୍ପାଦର ବୃଦ୍ଧିର ହାର ହାରାହାରି ଉତ୍ପାଦର ବୃଦ୍ଧିର ହାରଠାରୁ ଅଧ୍ଵ । ଫଳରେ MC ରେଖା AC ରେଖାର ଊର୍ଦ୍ଧ୍ବରେ ଅବସ୍ଥିତ ।
ଗାଣିତିକ ବା ଜ୍ୟାମିତିକ ଦୃଷ୍ଟିକୋଣରୁ ପ୍ରାନ୍ତୀୟ ପରିବ୍ୟୟ (MC) ଓ ହାରାହାରି ପରିବ୍ୟୟ (AC) ମଧ୍ୟରେ ଥିବା ନିମ୍ନଲିଖୂ ସଂପର୍କ ଦୃଷ୍ଟିଗୋଚର ହୋଇଥାଏ ।

(1) ହାରାହାରି ପରିବ୍ୟୟ ଓ ପ୍ରାନ୍ତୀୟ ପରିବ୍ୟୟ ଉଭୟେ ମୋଟ ପରିବ୍ୟୟରୁ ହିଁ ନିର୍ଣ୍ଣୟ କରାଯାଇଥା’ନ୍ତି । ହାରାହାରି ପରିବ୍ୟୟ କ୍ଷେତ୍ରରେ ମୋଟ ପରିବ୍ୟୟକୁ ମୋଟ ଉତ୍ପାଦରେ ବିଭାଜିତ କରାଯାଇଥାଏ; ଯଥା-
AC = \(\frac{TC}{q}\)
ଏବଂ ପ୍ରାନ୍ତୀୟ ପରିବ୍ୟୟ କ୍ଷେତ୍ରରେ ମୋଟ ପରିବ୍ୟୟର ପରିବର୍ତ୍ତନକୁ ଉତ୍ପାଦର ପରିବର୍ତ୍ତନଦ୍ୱାରା ବିଭାଜିତ କରାଯାଇଥାଏ; ଯଥା-
MC = \(\frac{ΔTC}{Δq}\)
କିମାୃ, MCn = TCn – TCn-1,

(2) ଉଭୟ ଗାଣିତିକ ବିଶ୍ଳେଷଣ ଓ ରେଖାଚିତ୍ରରୁ ଏହା ପ୍ରତିଫଳିତ ହୁଏ ଯେ ଯେଉଁ ଉତ୍ପାଦର ସ୍ତର ପର୍ଯ୍ୟନ୍ତ ହାରାହାରି ପରିବ୍ୟୟ ହ୍ରାସ ପାଉଥାଏ ସେହି ଅବସ୍ଥାରେ ପ୍ରାନ୍ତୀୟ ପରିବ୍ୟୟ ରେଖା, ହାରାହାରି ପରିବ୍ୟୟ ରେଖାର ନିମ୍ନରେ ଅବସ୍ଥାନ କରେ ବା AC > MC କାରଣ ହାରାହାରି ପରିବ୍ୟୟ, ହାରାହାରି ସ୍ଥିର ପରିବ୍ୟୟ ଓ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟର ସମଷ୍ଟି ହୋଇଥିବାସ୍ଥଳେ ପ୍ରାନ୍ତୀୟ ପରିବ୍ୟୟ କେବଳ ପରିବର୍ତ୍ତନୀୟ ପରିବ୍ୟୟ ସହ ସଂପୃକ୍ତ ।

(3) ଉପରୋକ୍ତ ବିଶ୍ଳେଷଣରୁ ସ୍ପଷ୍ଟ ଯେ, ଯେଉଁ ଉତ୍ପାଦର ସ୍ତରରେ ହାରାହାରି ପରିବ୍ୟୟ ବୃଦ୍ଧି ପାଏ (OQ ଉତ୍ପାଦର ପରବର୍ତୀ ଅବସ୍ଥା), ସେହି ସ୍ତରରେ ପ୍ରାନ୍ତୀୟ ପରିବ୍ୟୟ ମଧ୍ୟ ବୃଦ୍ଧି ପାଏ; ମାତ୍ର ପ୍ରାନ୍ତୀୟ ପରିବ୍ୟୟର ବୃଦ୍ଧିର ହାର, ହାରାହାରି ପରିବ୍ୟୟର ବୃଦ୍ଧିର ହାରଠାରୁ ଅଧିକ ।

(4) ପ୍ରାନ୍ତୀୟ ପରିବ୍ୟୟ ରେଖା, ହାରାହାରି ପରିବ୍ୟୟ ରେଖାର ସର୍ବନିମ୍ନ ବିନ୍ଦୁରେ ଛେଦ କରିଥାଏ (ଚିତ୍ରରେ M ବିନ୍ଦୁ) ଓ ଗାଣିତିକ ସାରଣୀରେ (ପଞ୍ଚମ ଏକକ)। ଏ କ୍ଷେତ୍ରରେ ପ୍ରାନ୍ତୀୟ ପରିବ୍ୟୟ ଚେଖାର ସର୍ବନିମ୍ନ ବିନ୍ଦୁ (N), ହାରାହାରି ପରିବ୍ୟୟ ରେଖାର ସର୍ବନିମ୍ନ ବିନ୍ଦୁ (M)ଠାରୁ ସଅଳ ଘଟିଥାଏ ।

(5) ହାରାହାରି ପରିବ୍ୟୟ (AC) ଓ ପ୍ରାନ୍ତୀୟ ପରିବ୍ୟୟ (MC) ମଧ୍ୟରେ ପାରସ୍ପରିକ ସଂପର୍କ ରହିଛି । ଯେତେବେଳେ MC > AC ବା ପ୍ରାନ୍ତୀୟ ପରିବ୍ୟୟ ରେଖା, ହାରାହାରି ପରିବ୍ୟୟ ରେଖାର ଊର୍ଦ୍ଧ୍ବରେ ରହିଥାଏ, ସେ ଅବସ୍ଥାରେ ହାରାହାରି ପରିବ୍ୟୟର ବୃଦ୍ଧି ପ୍ରକ୍ରିୟା ଜାରି ରହିଥାଏ । ଅନ୍ୟପକ୍ଷରେ, ଯେତେବେଳେ AC > MC, ସେ ଅବସ୍ଥାରେ ହାରାହାରି ପରିବ୍ୟୟରେ ହ୍ରାସମାନ ଲକ୍ଷଣ ପରିଲକ୍ଷିତ ହୋଇଥାଏ । ପରିଶେଷରେ ଯେତେବେଳେ AC = MC, ହାରାହାରି ପରିବ୍ୟୟରେ ସ୍ଥିରତା ପ୍ରତିଫଳିତ ହୋଇଥାଏ ।
ଉପରୋକ୍ତ ଆଲୋଚନା ଆର୍ଥନୀତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ।

BSE Odisha 7th Class Science Notes

BSE Odisha Class 7 Science Notes

  • Chapter 1 ପଦାର୍ଥ Notes
  • Chapter 2 ଭୌତିକ ଓ ରାସାୟନିକ ପରିବର୍ତ୍ତନ Notes
  • Chapter 3 ଅମ୍ଳ, କ୍ଷାରକ ଓ ଲବଣ Notes
  • Chapter 4 ତନ୍ତୁରୁ ବସ୍ତ୍ର Notes
  • Chapter 5 ପୋଷଣ Notes
  • Chapter 6 ତାପ ଓ ତାପ ସଂଚରଣ Notes
  • Chapter 7 ପାଣିପାଗ, ଜଳବାୟୁ, ପ୍ରାଣୀମାନଙ୍କ ଉପଯୋଜନ Notes
  • Chapter 8 ମାଟି (ମୃତ୍ତିକା) Notes
  • Chapter 9 ଜୀବନ ପାଇଁ ଶ୍ଵାସକ୍ରିୟା – ପ୍ରାଣୀ ଓ ଉଭିଦର ଶ୍ୱସନ Notes
  • Chapter 10 ଉଦ୍ଭିଦରେ ବଂଶ ବିସ୍ତାର Notes
  • Chapter 11 ଗତି ଓ ସମୟ Notes
  • Chapter 12 ବିଦ୍ୟୁତ୍ ସ୍ରୋତ ଓ ଏହାର ପ୍ରଭାବ Notes
  • Chapter 13 କେତୋଟି ପ୍ରାକୃତିକ ଘଟଣା Notes
  • Chapter 14 ଆଲୋକ Notes
  • Chapter 15 ଜଳ – ଅମୂଲ୍ୟ ପ୍ରାକୃତିକ ସମ୍ପଦ Notes
  • Chapter 16 ଜଙ୍ଗଲ ସମ୍ପଦ Notes
  • Chapter 17 ଆବର୍ଜନାର ପରିଚାଳନା Notes

BSE Odisha 7th Class Text Book Solutions

BSE Odisha 8th Class Odia Solutions Chapter 10 ବୈଜ୍ଞାନିକ ମନୋବୃତ୍ତି

Odisha State Board BSE Odisha 8th Class Odia Solutions Chapter 10 ବୈଜ୍ଞାନିକ ମନୋବୃତ୍ତି Textbook Exercise Questions and Answers.

BSE Odisha Class 8 Odia Solutions Chapter 10 ବୈଜ୍ଞାନିକ ମନୋବୃତ୍ତି

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
ଆସ, କଥାବାର୍ତ୍ତା ହେବା :
(କ) ବୈଜ୍ଞାନିକ ମନୋବୃତ୍ତିର ପରିଚୟ ସମ୍ପର୍କରେ ଲେଖକ କ’ଣ କହିଛନ୍ତି ?
Answer:
କୌଣସି କଥା ବିଚାର କରିବାବେଳେ କିପରି ଭଲ ହେବ ଓ ନିଜକୁ ଆନନ୍ଦ ମିଳିବ – ଏ ପ୍ରକାର ଇଚ୍ଛା ପ୍ରକାଶ ପାଇଥାଏ । ଏହି ଇଚ୍ଛାକୁ ଦମନ କରି ଅନାସକ୍ତ ଭାବେ ଯୁକ୍ତିଯୁକ୍ତ କାରଣ ସହିତ ବିଚାର କରିବା ହିଁ ବୈଜ୍ଞାନିକ ମନୋବୃତ୍ତିର ପରିଚୟ ଦେଇଥାଏ ।

(ଖ) ବୈଜ୍ଞାନିକ ମନୋଭାବ ଥ‌ିବା ବ୍ୟକ୍ତି ବିରଳ ବୋଲି ଲେଖକ କାହିଁକି କହିଛନ୍ତି ?
Answer:
ବୈଜ୍ଞାନିକ ମନୋଭାବ ଥ‌ିବା ବ୍ୟକ୍ତି ପ୍ରଭାବଶାଳୀ ବ୍ୟକ୍ତି ଓ ଶାସ୍ତ୍ରମତକୁ ଅନ୍ଧ ଭାବରେ ଗ୍ରହଣ କରି ନଥା’ନ୍ତି । ସେ କୌଣସି ବ୍ୟାବସାୟିକ ଲାଭକ୍ଷତିର ହିସାବ ନରଖୁ, ବ୍ୟକ୍ତିଗତ ଇଚ୍ଛାକୁ ଜଳାଞ୍ଜଳି ଦେଇ କେବଳ ସତ୍ୟର ଉଦ୍‌ଘାଟନ ପାଇଁ ନିରରପେକ୍ଷଭାବେ ବିଚାର କରିଥା’ନ୍ତି । ଏଥପାଇଁ ଆବଶ୍ୟକ ଇଚ୍ଛା, ଶିକ୍ଷା ଓ ଶକ୍ତି ଖୁବ୍‌ କମ୍ ଲୋକଙ୍କ ପାଖରେ ଥ‌ିବାରୁ ବୈଜ୍ଞାନିକ ମନୋଭାବ ଥ‌ିବା ବ୍ୟକ୍ତି ବିରଳ ବୋଲି ଲେଖକ କହିଛନ୍ତି ।

BSE Odisha 8th Class Odia Solutions Chapter 10 ବୈଜ୍ଞାନିକ ମନୋବୃତ୍ତି

(ଗ) ଜଣେ ବ୍ୟକ୍ତି ପ୍ରତ୍ୟେକ ପ୍ରଶ୍ନକୁ କାହିଁକି ବୈଜ୍ଞାନିକ ଦୃଷ୍ଟିକୋଣରୁ ବିଚାର କରିପାରେନାହିଁ ?
Answer:
ପ୍ରାବନ୍ଧିକଙ୍କ ମତରେ ଆମର ବିଶ୍ଵାସସବୁ ବ୍ୟକ୍ତିଗତ ଇଚ୍ଛାଦ୍ଵାରା ପ୍ରଭାବିତ । ବ୍ୟକ୍ତିଗତ ଇଚ୍ଛା ବିଚାରକୁ ଯୁକ୍ତିଯୁକ୍ତ ଓ ନିରପେକ୍ଷ କରିପାରେନି । ଫଳରେ ପ୍ରଶ୍ନର ବିଚାର ଇଚ୍ଛାର ସପକ୍ଷରେ ଯାଏ । ଏହି କାରଣରୁ ଜଣେ ବ୍ୟକ୍ତି ପ୍ରତ୍ୟେକ ପ୍ରଶ୍ନକୁ ବୈଜ୍ଞାନିକ ଦୃଷ୍ଟିକୋଣରୁ ବିଚାର କରିପାରେ ନାହିଁ ।

(ଘ) ସମୟ ସମୟରେ ମଧୁର ସ୍ଵପ୍ନରେ ବାଧା କାହିଁକି ଆସେ ?
Answer:
ବାହ୍ୟ ଜଗତର ଅପ୍ରତ୍ୟାଶିତ ଘଟଣାରେ ଅର୍ଥାତ୍ ପ୍ରକୃତ ସତ୍ୟର ଆବିଷ୍କାରଦ୍ୱାରା ସମୟ ସମୟରେ ମଧୁର ସ୍ଵପ୍ନରେ ବାଧା ଆସିଥାଏ ।

Question ୨ ।
ଆସ, ଦୁଇ ବା ତିନୋଟି ବାକ୍ୟରେ ଉତ୍ତର ଲେଖିବା ।
(କ) ମଣିଷର ବିଶ୍ଵାସଗୁଡ଼ିକ ଭିତ୍ତିହୀନ ମଧୁର ସ୍ଵପ୍ନ ବୋଲି କାହିଁକି କୁହାଯାଇଛି ?
Answer:
ପ୍ରାବନ୍ଧିକ ଶରତ କୁମାର ମହାନ୍ତିଙ୍କ ବିଚାରରେ ମଣିଷର ବିଶ୍ୱାସଗୁଡ଼ିକ ଏକ ଏକ ଭିତ୍ତିହୀନ ମଧୁର ସ୍ଵପ୍ନ । ଉଦାହରଣସ୍ୱରୂପ, ଗୋଟିଏ ନିର୍ବାଚନରେ ପ୍ରତ୍ୟେକ ରାଜନୀତିକ ଦଳର ପ୍ରଚାରକମାନେ ନିଜ ଦଳ ଜୟଲାଭ କରିବାର ଯେତିକି ସମ୍ଭାବନା ରଖନ୍ତି, ତା’ଠାରୁ ଅଧ‌ିକ ଆଶା କରନ୍ତି । ଏ ପ୍ରକାର ଆଶାବାଦୀ ବିଶ୍ଵାସ ହିଁ ଭିତ୍ତିହୀନ ମଧୁର ସ୍ଵପ୍ନର ନମୁନା ଅଟେ ।

(ଖ ) ଅତ୍ୟଧ୍ଵ କଳ୍ପନାବିଳାସୀଙ୍କ ସମ୍ପର୍କରେ ଲେଖକ କ’ଣ କହିଛନ୍ତି ?
Answer:
ଅତ୍ୟଧ୍ଵକ କଳ୍ପନାବିଳାସୀଙ୍କ ସମ୍ପର୍କରେ ଲେଖକ ଶରତ କୁମାର ମହାନ୍ତି କହିଛନ୍ତି ଯେ ସେମାନେ ଊଣା ଅଧିକେ ଜୀବନରେ ଗୁଡ଼ିଏ ମଧୁର କଳ୍ପନାକୁ ଗ୍ରହଣ କରି ନେଇଥା’ନ୍ତି ।

(ଗ ) କେଉଁ ପ୍ରକାର ମନୋଭାବ ବୈଜ୍ଞାନିକ ମନୋବୃତ୍ତିର ବିରୋଧୀ ?
Answer:
କୌଣସି କଥାର ବିଚାର କରିବାବେଳେ ନିଜର ବ୍ୟକ୍ତିଗତ ବିଶ୍ବାସଟି ଠିକ୍ ଓ ଅନ୍ୟମାନେ ଏହାକୁ ଗ୍ରହଣ କରନ୍ତୁ – ଏପରି ମନୋଭାବ ପ୍ରକାଶ ପାଇଥାଏ । ବ୍ୟକ୍ତିଗତ ଇଚ୍ଛା ଓ ବିଶ୍ୱାସ ସପକ୍ଷରେ ଏପରି ମନୋଭାବ ବୈଜ୍ଞାନିକ ମନୋବୃତ୍ତିର ସମ୍ପୂର୍ଣ୍ଣ ବିରୋଧୀ ।

(ଘ) ନିଜ ମତ ଠିକ୍ ବୋଲି ପ୍ରମାଣ କରିବାପାଇଁ ଆମେ କାହାକୁ ଅସ୍ତ୍ର ଭାବରେ ବ୍ୟବହାର କରିଥାଉଁ ?
Answer:
ନିଜ ମତ ଠିକ୍ ବୋଲି ପ୍ରମାଣ କରିବାପାଇଁ ଆମେ ନିଜକୁ ସୁହାଇଲା ଭଳି ଯୁକ୍ତିତର୍କକୁ କେବଳ ଅସ୍ତ୍ର ଭାବରେ ବ୍ୟବହାର କରିଥାଉଁ ।

(ଡ ) ବୈଜ୍ଞାନିକ ମନୋବୃତ୍ତିର ପ୍ରଧାନ ଅନ୍ତରାୟ କ’ଣ ?
Answer:
ବୈଜ୍ଞାନିକ ମନୋବୃତ୍ତିର ପ୍ରଧାନ ଅନ୍ତରାୟ ହେଉଛି ଆସକ୍ତିଭାବ ।

(ଚ) ବୈଜ୍ଞାନିକ ମନୋବୃତ୍ତିର ମହତ୍ତ୍ବ ସମ୍ପର୍କରେ ପ୍ରବନ୍ଧରେ କ’ଣ କୁହାଯାଇଛି ?
Answer:
ବୈଜ୍ଞାନିକ ମନୋଭାବାପନ୍ନ ବ୍ୟକ୍ତି ତାଙ୍କ ମତାମତ ଓ କୌଣସି ପ୍ରଶ୍ନର ସିଦ୍ଧାନ୍ତ ଯେ ସବୁବେଳେ ସତ୍ୟ ଏପରି ଭାବିନଥା’ନ୍ତି । ଲେଖକ ବୈଜ୍ଞାନିକ ମନୋବୃତ୍ତିର ମହତ୍ତ୍ବ ସମ୍ପର୍କରେ ଏହି ଅଭିମତ ଦେଇଛନ୍ତି ।

Question ୩ ।
ଆସ, ତଳେ ଦିଆଯାଇଥିବା ବାକ୍ୟଗୁଡିକୁ ସରଳ ଭାଷାରେ ବୁଝାଇ ଲେଖୁନା ।
(କ) ନିଜେ ପ୍ରକୃତରେ ଯାହା ନିଜ ସମ୍ବନ୍ଧରେ ତାହାଠାରୁ ଅତି ଉଚ୍ଚ ଧାରଣା ମନୁଷ୍ୟର ଥାଏ ।
“ନିଜେ ପ୍ରକୃତରେ…………………………..ମନୁଷ୍ୟର ଥାଏ ।’’
ଉକ୍ତ ଗଦ୍ୟାଶଟି ଶରତ କୁମାର ମହାନ୍ତିଙ୍କ ଲିଖ୍ ଚିନ୍ତାମୂଳକ ପ୍ରବନ୍ଧ ‘ବୈଜ୍ଞାନିକ ମନୋବୃତ୍ତି’ ରୁ ଆନୀତ । ଆଲୋଚ୍ୟ ଗଦ୍ୟାଶରେ ପ୍ରାବନ୍ଧିକ ମହାନ୍ତି ମଣିଷର ନିଜକୁ ନେଇ ରହିଥ‌ିବା ଅମୂଳକ ଉଚ୍ଚଧାରଣା ସମ୍ପର୍କରେ ବର୍ଣ୍ଣନା ଉକ୍ତ ଗଦ୍ୟାଶଟି ଶରତ କୁମାର ମହାନ୍ତିଙ୍କ ଲିଖ୍ ଚିନ୍ତାମୂଳକ ପ୍ରବନ୍ଧ ‘ବୈଜ୍ଞାନିକ ମନୋବୃତ୍ତି’ ରୁ ଆନୀତ । କରିଛିନ୍ତି ।

ପ୍ରାବନ୍ଧିକ ମହାନ୍ତିଙ୍କ ବିଚାରରେ ମଣିଷର ବିଶ୍ୱାସଗୁଡ଼ିକ ବ୍ୟକ୍ତିଗତ ଇଚ୍ଛାଦ୍ୱାରା ନିୟନ୍ତ୍ରିତ । ଯୁକ୍ତିଯୁକ୍ତ କାରଣ ନଥାଇ ଅମୂଳକ ଇଚ୍ଛାଦ୍ୱାରା ମଣିଷ ପରିଚାଳିତ ହୁଏ । ମୋ ପରିବାର ଆଦର୍ଶ ଓ ଆଭିଜାତ୍ୟସମ୍ପନ୍ନ ପରିବାର, ମୁଁ ବୁଦ୍ଧିମାନ, ମୋ ଜାତି ଶ୍ରେଷ୍ଠ, ମୋ ଦେଶ ଗୌରବମୟ – ଏହିପରି ଅନେକ ଆତ୍ମ-ସୁଖକର ଧାରଣା ମଣିଷର ଥାଏ । ନିଜକୁ ନିଜ ପରିବାର, ଦେଶ, ଜାତିକୁ କେନ୍ଦ୍ରକରି ଏପରି ମଧୁର ଦିବାସ୍ୱପ୍ନର ଭିତ୍ତିହୀନ ବିଶ୍ୱାସଦ୍ୱାରା ମଣିଷ ପ୍ରଭାବିତ । ପ୍ରାବନ୍ଧିକଙ୍କ ମତରେ ନିଜେ ମଣିଷ ପ୍ରକୃତରେ ଯେତିକି ଆଦର୍ଶ, ଶ୍ରେଷ୍ଠତା, ଗୌରବର ଅଧିକାରୀ ନୁହେଁ ତାହାଠାରୁ ଅଧିକ ଉଚ୍ଚତର ଧାରଣା ବା ବିଶ୍ୱାସ ତା’ର ଥାଏ । ବେଳେବେଳେ ସତ୍ୟ ଅବଶ୍ୟ ପ୍ରକାଶ ପାଏ ଓ ମଣିଷର ନିଜ ଯୋଗ୍ୟତା ଉପରେ ସନ୍ଦେହ ଆସେ । ମାତ୍ର କିଛିକ୍ଷଣ ପରେ ସେ ଅନ୍ୟ ଏକ ବିଶ୍ଵାସଦ୍ବାରା କବଳିତ ହୋଇ ସେ ନିଜ ଯୋଗ୍ୟତା ଉପରେ ଆସ୍ଥା ସ୍ଥାପନ କରେ ଓ ମଧୁର ସ୍ବପ୍ନରାଜ୍ୟକୁ ଫେରିଯାଏ । ପ୍ରାବନ୍ଧିକଙ୍କର ଏପ୍ରକାର ବିଚାର ବେଶ୍ ମନୋଜ୍ଞ ଓ ତାତ୍ପର୍ଯ୍ୟପୂର୍ଣ୍ଣ ହୋଇଛି ।

(ଖ ) ମାତ୍ର ଶିଳାର ପରୀକ୍ଷା କ୍ଷେତ୍ରରେ ଯାହା ସତ୍ୟ, ସବୁ କ୍ଷେତ୍ରରେ ତାହା ସତ୍ୟ ନୁହେଁ ।
Answer:
‘‘ମାତ୍ର ଶିଳାର ……… …. ସତ୍ୟ ନୁହେଁ ।’’
ଆଲୋଚ୍ୟ ଗଦ୍ୟାଶଟି ଆମ ପଠିତ ‘ସାହିତ୍ୟିକା’ ବହିରେ ସଂଯୋଜିତ ଶରତ କୁମାର ମହାନ୍ତିଙ୍କ ଲିଖ୍ ପ୍ରବନ୍ଧ ‘ବୈଜ୍ଞାନିକ ମନୋବୃତ୍ତିରୁ ଆନୀତ । ଏଠାରେ ପ୍ରାବନ୍ଧିକ ମହାନ୍ତି କୌଣସି ପରୀକ୍ଷାମୂଳକ ସିଦ୍ଧାନ୍ତ ନିର୍ଦ୍ଦିଷ୍ଟ ଓ ଚରମ ସତ୍ୟ ଉପରେ ପ୍ରତିଷ୍ଠିତ ନୁହେଁ ବୋଲି ପ୍ରତିପାଦନ କରିଛନ୍ତି । ଲେଖକଙ୍କ ମତରେ ବୈଜ୍ଞାନିକ ମନୋବୃତ୍ତି ନେଇ ପରୀକ୍ଷା କଲେ ବି କୌଣସି ପରୀକ୍ଷାର ସିଦ୍ଧାନ୍ତ ଶେଷ ସତ୍ୟ ନୁହେଁ । ଗୋଟିଏ ନିର୍ଦ୍ଦିଷ୍ଟ ବସ୍ତୁକୁ ଅଲଗା ଅଲଗା ପରୀକ୍ଷା କଲେ ତାହାର ଭିନ୍ନ ଭିନ୍ନ ସତ୍ୟ ପ୍ରକାଶ ପାଇପାରେ । ଦୁଇଜଣ ଶିଳାଖଣ୍ଡଗୁଡ଼ିକୁ ପରୀକ୍ଷା କଲାପରେ ଶିଳାର ଉପାଦାନ ବିଷୟରେ ଭିନ୍ନ ଭିନ୍ନ ମତ ପ୍ରକାଶ କରିଥା’ନ୍ତି । ସେହି ଶିଳାଖଣ୍ଡଗୁଡ଼ିକୁ ବିଜ୍ଞାନାଗାରରେ ପରୀକ୍ଷା କଲେ ହୁଏତ ଜଣାପଡ଼ିବ ଜଣକର ମତ ଅଧ୍ଵ ଠିକ୍ । ତା’

BSE Odisha 8th Class Odia Solutions Chapter 10 ବୈଜ୍ଞାନିକ ମନୋବୃତ୍ତି

ବୋଲି ଅନ୍ୟ ଭୂତତ୍ତ୍ୱବିଦ୍ ଯେ ବ୍ୟକ୍ତିଗତ ଇଚ୍ଛାଦ୍ୱାରା ପରିଚାଳିତ ହୋଇ ଶିଳାଖଣ୍ଡଗୁଡ଼ିକ ସମ୍ପର୍କରେ ମତାମତ ଦେଇଥିଲେ ଏପରି ଭାବିକା ଠିକ୍ ନୁହେଁ । ତେଣୁ ସେ ବିଜ୍ଞାନାଗାରର ରିପୋର୍ଟକୁ ସହଜରେ ଗ୍ରହଣ କରିନେବେ । ମାତ୍ର ଶିଳାର ପରୀକ୍ଷା କ୍ଷେତ୍ରରେ ଯାହା ସତ୍ୟ, ତାହା ସାହିତ୍ୟ ସମାଲୋଚନା କ୍ଷେତ୍ରରେ ସତ୍ୟ ନୁହେଁ । ଜଣେ ସାହିତ୍ୟ ସମାଲୋଚକ ନିଜ ପ୍ରିୟ କବିଙ୍କ କବିତାର ସମାଲୋଚନା କଲାବେଳେ ବ୍ୟକ୍ତିଗତ ଇଚ୍ଛାଦ୍ଵାରା ପରିଚାଳିତ ହୋଇ କବିଙ୍କ ସପକ୍ଷବାଦୀ ମତାମତ ଦେଇଥା’ନ୍ତି । ସେ ସମାଲୋଚନା କରିବା ପରିବର୍ତ୍ତେ ଓକିଲାତି କରିଥା’ନ୍ତି । କିନ୍ତୁ ଶିଳା ପରୀକ୍ଷା କ୍ଷେତ୍ରରେ ଭୂତତ୍ତ୍ବବିଦ୍ ଦ୍ଵୟଙ୍କ ମତରେ ପାର୍ଥକ୍ୟ ଥିଲେହେଁ ଦୁହେଁ ବୈଜ୍ଞାନିକ ମନୋଭାବସମ୍ପନ୍ନ ଥିଲେ । ପ୍ରାବନ୍ଧିକଙ୍କର ଏପ୍ରକାର ସିଦ୍ଧାନ୍ତ ମନୋଜ୍ଞ ହୋଇପାରିଛି ।

Question ୪।
ତଳେ କେତେଗୁଡିଏ ଶବ୍ଦ ଦିଆଯାଇଛି, ଆସ ସେହି ଶବ୍ଦମାନଙ୍କୁ ନେଇ ଗୋଟିଏ ଛୋଟ ଅନୁଚ୍ଛେଦ ଲେଖୁ ।

  • ଅନ୍ତରାୟ
  • ବିଶ୍ଳେଷଣ
  • ଭିଭି
  • ଅପ୍ରତ୍ୟାଶିତ
  • ବିରଳ
  • ଆସକ୍ତି ଚିନ୍ତାଶୀଳ
  • ନିରପେକ୍ଷ
  • ସିଦ୍ଧାନ୍ତ
  • ନିସ୍ପୃହ
  • ବାହୁଲ୍ୟ

Answer:
ବୈଜ୍ଞାନିକମାନେ ସଂସ୍କୃତିର ଅନ୍ତରାୟ ନକରି ବରଂ ନିଜର ଚିନ୍ତାଶୀଳ ମନୋଭାବକୁ ପ୍ରକାଶ କରିଥାନ୍ତି । ସେମାନେ ସାଧାରଣ ପଦାର୍ଥର ବିଶ୍ଳେଷଣ କରନ୍ତି । ନିରପେକ୍ଷ ଯୁକ୍ତି ଉପସ୍ଥାପନ କରନ୍ତି । ତାଙ୍କର ବକ୍ତବ୍ୟ କୌଣସି ସମୟରେ ଭିତ୍ତିହୀନ ହୋଇ ନଥାଏ । ଶେଷରେ ସେମାନେ ଯେଉଁ ସିଦ୍ଧାନ୍ତରେ ପହଞ୍ଚାନ୍ତି, ତାହା ସାଧାରଣ ଲୋକଙ୍କ ପାଇଁ ଅପ୍ରତ୍ୟାଶିତ ହୋଇଥାଏ । କେତେକ ବ୍ୟକ୍ତି ବୈଜ୍ଞାନିକଙ୍କର ଚିନ୍ତାଧାରା ପ୍ରତି ନିସ୍ପୃହ ହୋଇଥାନ୍ତି । ତାଙ୍କର ଚିନ୍ତାଧାରା ଯେ ବିରଳ, ସେ କଥା ପ୍ରକାଶ କରିବା ବାହୁଲ୍ୟ ମାତ୍ର । ମୋଟ ଉପରେ କହିବାକୁ ଗଲେ, ସେମାନେ ନିର୍ଦ୍ଦିଷ୍ଟ ବିଷୟ ପ୍ରତି ଆସକ୍ତି ପ୍ରକାଶକରି, କେବଳ ସିଦ୍ଧାନ୍ତରେ ପହଞ୍ଚାନ୍ତି ।

Question ୫ ।
ତଳେ କେତୋଟି ଶବ୍ଦ ଦିଆଯାଇଛି । ଏହାର ଅର୍ଥ ପାଖ କୋଠରିରେ ଅଛି । ଆସ ଖୋଜି ମିଳାଇବା ଓ ମୂଳ ଶବ୍ଦଟିକୁ ନେଇ ବାକ୍ୟ ଗଠନ କରିବା ।
ଲିପ୍ତ ହେବା, ଆକସ୍ମିକ, ଅନାଗ୍ରହ, ପକ୍ଷପାତଶୂନ୍ୟ, ଯାହା ବହୁ ସଂଖ୍ୟାରେ ଦେଖାଯାଏ ନାହିଁ ।
(କ) ନିରପେକ୍ଷ ________
(ଖ) ଅପ୍ରତ୍ୟାଶିତ ________
(ଗ) ନିସ୍ପୃହ ________
(ଘ) ବିରଳ ________
(ଙ) ଆସକ୍ତି ________
Answer:
(କ) ନିରପେକ୍ଷ (ପକ୍ଷପାତ ଶୂନ୍ଯ) – ନିୟମ ସର୍ବଦା ନିରପେକ୍ଷ ଅଟେ ।
(ଖ) ଅପ୍ରତ୍ୟାଶିତ (ଆକସ୍ମିକ) – ରାଜକିଶୋର ବାବୁ ଅପ୍ରତ୍ୟାଶିତ ଭାବେ ପହଞ୍ଚଗଲେ ।
(ଗ) ନିସ୍ପୃହ (ଅନାଗ୍ରହ) – ପାଠପ୍ରତି ନିସ୍ପୃହ ହେଲେ, ପାଠ ବୁଝି ହୁଏ ନାହିଁ ।
(ଘ) ବିରଳ (ଯାହା ବହୁ ସଂଖ୍ୟାରେ ଦେଖାଯାଏ ନାହିଁ) – ଚିଲିକାକୁ ଏବର୍ଷ ଅନେକ ବିରଳ ପ୍ରଜାତିର ପକ୍ଷୀ ଆସିଛନ୍ତି।
(ଙ) ଆସକ୍ତି (ଲିପ୍ତ ହେବା) – ପିତାମାତାଙ୍କର ପୁତ୍ରକନ୍ୟା ପ୍ରତି ଅଧ‌ିକ ଆସକ୍ତି ରହିଥାଏ ।

Question ୬ ।
ତଳେ କେତେଗୁଡିଏ କାର୍ଯ୍ୟର ନମୁନା ଦିଆଯାଇଛି, ସେମାନଙ୍କ ମଧ୍ୟରୁ କେଉଁଗୁଡିକ ବୈଜ୍ଞାନିକ ମନୋବୃତ୍ତିର ସପକ୍ଷରେ, କେଉଁଗୁଡିକ ବିପକ୍ଷରେ ଯାଉଛି, ତାକୁ ଡାହାଣ ପଟେ ସୂଚାଇବା ।
(କ) ବିଦ୍ୟୁତ୍ ସଂପର୍କିତ କାର୍ଯ୍ୟ କରିବା ବେଳେ ଚପଲ ପିନ୍ଧି କରିବା । ( )
(ଖ) ଘରୁ ବାହାରିବା ବେଳେ ନେଉଳ ଦେଖ‌ିଲେ ଶୁଭ ବୋଲି ଭାବିବା । ( )
(ଗ) ଖାଇବା ପୂର୍ବରୁ ଉପଯୁକ୍ତ ଭାବରେ ହାତକୁ ପରିଷ୍କାର କରିବା । ( )
(ଘ) ଯାତ୍ରା ସମୟରେ ବିଲେଇ ରାସ୍ତା ପାରିହେବାରୁ ପଛକୁ ଫେରିବା । ( )
(ଙ) ସ୍ଵାସ୍ଥ୍ୟର ଯନ୍ତ୍ର ଓ ସୁରକ୍ଷା ଦିଗରେ ଦୃଷ୍ଟି ଦେବା । ( )
Answer:
(କ) ବିଦ୍ୟୁତ୍ ସଂପର୍କିତ କାର୍ଯ୍ୟ କରିବା ବେଳେ ଚପଲ ପିନ୍ଧି କରିବା । (ବୈଜ୍ଞାନିକ ମନୋବୃତ୍ତି ବିପକ୍ଷରେ)
(ଖ) ଘରୁ ବାହାରିବା ବେଳେ ନେଉଳ ଦେଖ‌ିଲେ ଶୁଭ ବୋଲି ଭାବିବା । (ବୈଜ୍ଞାନିକ ମନୋବୃତ୍ତି ବିପକ୍ଷରେ)
(ଗ) ଖାଇବା ପୂର୍ବରୁ ଉପଯୁକ୍ତ ଭାବରେ ହାତକୁ ପରିଷ୍କାର କରିବା । (ବୈଜ୍ଞାନିକ ମନୋବୃତ୍ତି ବିପକ୍ଷରେ)
(ଘ) ଯାତ୍ରା ସମୟରେ ବିଲେଇ ରାସ୍ତା ପାରିହେବାରୁ ପଛକୁ ଫେରିବା । (ବୈଜ୍ଞାନିକ ମନୋବୃତ୍ତି ବିପକ୍ଷରେ)
(ଙ) ସ୍ଵାସ୍ଥ୍ୟର ଯନ୍ତ୍ର ଓ ସୁରକ୍ଷା ଦିଗରେ ଦୃଷ୍ଟି ଦେବା । (ବୈଜ୍ଞାନିକ ମନୋବୃତ୍ତି ବିପକ୍ଷରେ)

Question ୭ ।
ତଳେ କେତେଗୁଡିଏ ଶବ୍ଦ ଦିଆଯାଇଛି । ସେମାନଙ୍କ ମଧ୍ୟରେ ଥ‌ିବା ଭିନ୍ନ ଜାତୀୟ ଶବ୍ଦ ଚିହ୍ନଟ କରି ଲେଖୁବା ।
ଶ୍ରଦ୍ଧାଜଳି, ସ୍ନେତାଂଜଳି, ପ୍ରୋମଂଜଳି, ଜଳାଂଜଳି, ପ୍ରୁତାଂଜଳି
Answer:
ଜଳାଂଜଳି

Question ୮ ।
ନାହିଁ ସ୍ପୃହା ଯାହାର – ନିସ୍ପୃହ, ସେହିପରି କ’ଣ ହେବ ଆସ ଲେଖୁବା ।
(କ) ନାହିଁ ଆସକ୍ତି ଯାହାର _________
(ଖ) ନାହିଁ ଦୋଷ ଯାହାର _________
(ଗ) ନାହିଁ ରୋଗ ଯାହାର _________
(ଘ) ନାହିଁ ସ୍ଵାର୍ଥ ଯାହାର _________
(ଡ) ନାହିଁ ଜ୍ଞାନ ଯାହାର _________
Answer:
(କ) ନାହିଁ ଆସକ୍ତି ଯାହାର – ଅନାସକ୍ତ
(ଖ) ନାହିଁ ଦୋଷ ଯାହାର – ନିଘୋଷ
(ଗ) ନାହିଁ ରୋଗ ଯାହାର – ନୀରୋଗ
(ଘ) ନାହିଁ ସ୍ଵାର୍ଥ ଯାହାର – ନିସ୍ବାର୍ଥ
(ଡ) ନାହିଁ ଜ୍ଞାନ ଯାହାର – ଅଜ୍ଞାନ

Question ୯।
ବହୁଳ ଶବ୍ଦରେ ‘ୟ’ ପ୍ରତ୍ୟୟ ଲାଗିଲେ ନୂଆ ଶବ୍ଦଟି ହୁଏ ‘ବାହୁଲ୍ୟ’ । ତଳଲିଖ୍ ଶବ୍ଦମାନଙ୍କରେ ‘ୟ’ ପ୍ରତ୍ୟୟ ଯୋଗକରି ନୂତନ ଶବ୍ଦଗୁଡିକୁ ଲେଖୁବା ।
ସରଳ ________
ସୁଜନ ________
ତରଳ ________
ପ୍ରଧାନ ________
ଦୀନ ________
Answer:
ସରଳ – ସରଳ + ୟ = ସାରଲ୍ୟ
ସୁଜନ – ସୁଜନ + ୟ = ସୌଜନ୍ୟ
ତରଳ – ତରଳ + ୟ = ତାରଲ୍ୟ
ପ୍ରଧାନ – ପ୍ରଧାନ + ୟ = ପ୍ରାଧାନ୍ୟ
ଦୀନ – ଦୀନ + ୟ = ଦୈନ୍ୟ

BSE Odisha 8th Class Odia Solutions Chapter 10 ବୈଜ୍ଞାନିକ ମନୋବୃତ୍ତି

Question ୧୦ ।
ତଳେ ଦିଆଯାଇଥ‌ିବା ଶବ୍ଦଗୁଡିକର ସନ୍ଧିବିଚ୍ଛେଦ କରି ଲେଖୁବା ।
ସ୍ବପ୍ନାବସ୍ଥା = ________ + ________
ଅଧିକାଂଶ = ________ + ________
କୁଠାରଘାତ = ________ + ________
ଚଳଚ୍ଚିତ୍ର = ________ + ________
ପରସ୍ପର = ________ + ________
ମତାମତ = ________ + ________
Answer:
ସ୍ବପ୍ନାବସ୍ଥା = ସ୍ବପ୍ନ + ଅବସ୍ଥା
ଅଧିକାଂଶ = ଅଧ୍ + କାଂଶ
କୁଠାରଘାତ = କୁଠାର + ଆଘାତ
ଚଳଚ୍ଚିତ୍ର = ଚଳତ୍ + ଚିତ୍ର
ପରସ୍ପର = ପର + ପର
ମତାମତ = ମତ + ଅମତ

Question ୧୧ ।
ଦିଆଯାଇଥ‌ିବା ଅନୁଚ୍ଛେଦଟିକୁ ପଢ଼ି ତଳ ବନ୍ଧନୀ ମଧ୍ଯରୁ ଶବ୍ଦ ଆଣି ଶୂନ୍ୟସ୍ଥାନ ପୂରଣ କରିବା ।
ଏହି _________ ବୈଜ୍ଞାନିକ _________ ପାଇଁ ସର୍ବପ୍ରଥମେ ଆବଶ୍ୟକ ଯେ କୌଣସି ଗୋଟିଏ ଦୁଇଟି କଥାକୁ
_________କରିବା ବ୍ୟକ୍ତିଙ୍କର ବୈଜ୍ଞାନିକ ମନୋବୃତ୍ତି ଅଛି ବୋଲି
କୁ ହାଯାଇ ନପାରେ । କାରଣ ଏହି ଗୋଟିଏ ଦୁଇଟି କଥାରେ ତାଙ୍କର କୌଣସି _________ବା_________ଓ
_________ନାହିଁ, ମାତ୍ର ଆହୁରି ଅନେକ ପ୍ରଶ୍ନରେ ତାଙ୍କର ବ୍ୟକ୍ତିଗତ ଜିଦ୍ ଥାଇପାରେ । ଆମର, _________
ଶିକ୍ଷକଙ୍କର ବିଜ୍ଞାନ ସମ୍ବନ୍ଧରେ କୌଣସି ଇଚ୍ଛା ବା ଜିଦ୍ ନାହିଁ – ମାତ୍ର _________,_________ଓ_________
ର ବିଭିନ୍ନ ପ୍ରଶ୍ନ ସମ୍ପର୍କରେ ତାଙ୍କର ଜିଦ୍ ରହିଛି । ବ୍ୟକ୍ତିଗତ ଇଚ୍ଛା ଓ ଜିଦ୍ ନରଖ୍ _________ଭାବେ ଯେ ସବୁ
_________ର ବିଚାର କରନ୍ତି, ତାଙ୍କରି କେବଳ ବୈଜ୍ଞାନିକ ମନୋବୃତ୍ତି ଅଛି ବୋଲି କୁହାଯାଇପାରେ ।
(ପ୍ରଶ୍ନ, ଅନାସକ୍ତ, ରାଜନୀତି, ସାହିତ୍ୟ, ଧର୍ମ, ବିଜ୍ଞାନ, ଜିଦ୍, ବ୍ୟକ୍ତିଗତ ଇଚ୍ଛା, ଆସକ୍ତିଭାବ, ଯୁକ୍ତିଯୁକ୍ତ, ମନୋବୃତ୍ତି, ନିରପେକ୍ଷ)
Answer:
ଏହି ନିରପେକ୍ଷଭାବ ବୈଜ୍ଞାନିକ ମନୋବୃତ୍ତି ପାଇଁ ସର୍ବପ୍ରଥମେ ଆବଶ୍ୟକ ଯେ କୌଣସି ଗୋଟିଏ ଦୁଇଟି କଥାକୁ ଯୁକ୍ତିଯୁକ୍ତ କାରଣ ସହିତ ନିରପେକ୍ଷଭାବେ ବିଚାର କରିବା ବ୍ୟକ୍ତିଙ୍କର ବୈଜ୍ଞାନିକ ମନୋବୃତ୍ତି ଅଛି ବୋଲି କୁ ହାଯାଇ ନପାରେ । କାରଣ ଏହି ଗୋଟିଏ ଦୁଇଟି କଥାରେ ତାଙ୍କର କୌଣସି ଆସକ୍ତି ବା ବ୍ୟକ୍ତିଗତ ଇଚ୍ଛାଜିଦ୍ ନାହିଁ, ମାତ୍ର ଆହୁରି ଅନେକ ପ୍ରଶ୍ନରେ ତାଙ୍କର ବ୍ୟକ୍ତିଗତ ଜିଦ୍ ଥାଇପାରେ । ଆମର ବିଜ୍ଞାନ ଶିକ୍ଷକଙ୍କର ବିଜ୍ଞାନ ସମ୍ବନ୍ଧରେ କୌଣସି ଇଚ୍ଛା ବା ଜିଦ୍ ନାହିଁ – ମାତ୍ର ଧର୍ମ, ସାହିତ୍ୟରାଜନୀତି ର ବିଭିନ୍ନ ପ୍ରଶ୍ନ ସମ୍ପର୍କରେ ତାଙ୍କର ଜିଦ୍ ରହିଛି । ବ୍ୟକ୍ତିଗତ ଇଚ୍ଛା ଓ ଜିଦ୍ ନରଖ୍ ଅନାସକ୍ତ ଭାବେ ଯେ ସବୁ ପ୍ରଶ୍ନର ବିଚାର କରନ୍ତି, ତାଙ୍କରି କେବଳ ବୈଜ୍ଞାନିକ ମନୋବୃତ୍ତି ଅଛି ବୋଲି କୁହାଯାଇପାରେ ।

Question ୧୨ ।
ଭୁଲଥ‌ିବା ଶବ୍ଦଗୁଡିକୁ ଠିକ୍ କରି ତା’ ପାଖରେ ଲେଖୁବା ।

  • ବ୍ୟବସାୟିକ
  • ବଳିଷ୍ଟ
  • ମନବୃତ୍ତି
  • ଅନୁଭୂତି
  • ଧିିରସ୍ଥିର
  • ବିଜ୍ଞାନଗାର
  • ଚଳଚିତ୍ର
  • କୁଠାରଘାତ

Answer:

  • ବ୍ୟବସାୟିକ – ବ୍ୟବସାୟୀକ
  • ବଳିଷ୍ଟ – ବଳିଷ୍ଠ
  • ମନବୃତ୍ତି – ମନୋବୃତ୍ତି
  • ଅନୁଭୂତି – ଅନୁଭୂତି
  • ଧିିରସ୍ଥିର – ଧୀରସ୍ଥିର
  • ବିଜ୍ଞାନଗାର – ବିଜ୍ଞାନାଗାର
  • ଚଳଚିତ୍ର – ଚଳଚ୍ଚିତ୍ର
  • କୁଠାରଘାତ – କୁଠାରାଘାତ

ତୁମପାଇଁ କାମ

ସାଂପ୍ରତିକ କାଳରେ ବୈଜ୍ଞାନିକ ମନୋବୃତ୍ତିର ଆବଶ୍ୟକତା ସମ୍ପର୍କରେ ତୁମ ଅନୁଭୂତିରୁ ଗୋଟିଏ ଅନୁଚ୍ଛେଦ ଲେଖ ।
Answer:
‘ବିଜ୍ଞାନ ଦୃଷ୍ଟି’, ‘ଗାନ୍ଧି ମଣିଷ’, ‘ଆକାଶର ଆହ୍ୱାନ’, ‘ସଂସ୍କୃତି ଅପସଂସ୍କୃତି’ ଭଳି ବହୁଚର୍ଚ୍ଚିତ ଗଦ୍ୟଗ୍ରନ୍ଥର ଲେଖକ ଶରତକୁମାର ମହାନ୍ତିଙ୍କ ଏକ ଲୋକପ୍ରିୟ ପ୍ରବନ୍ଧ ହେଉଛି ‘ବୈଜ୍ଞାନିକ ମନୋବୃତ୍ତି’ । ଏହା ଏକ ବିଜ୍ଞାନଭାବମୂଳକ ଚିନ୍ତାନିଷ୍ଠ ପ୍ରବନ୍ଧ । ଏହି ପ୍ରବନ୍ଧଟି ପଢ଼ିବା ପରେ ଯେକୌଣସି ପାଠକର ବିଚାରଧାରା ନିରପେକ୍ଷ, ସତ୍ୟନିଷ୍ଠ ଓ ଯୁକ୍ତିନିଷ୍ଠ ହୋଇଉଠିବ । ଆସକ୍ତି ଭାବଦ୍ଵାରା ପ୍ରଭାବିତ ହୋଇ ଅମୂଳକ ଅଭିମତ ଓ ବିଚାର ପ୍ରଦାନ ପ୍ରତି ପାଠକ ସାବଧାନ ହୋଇଉଠିବ । ଜଣେ ଶ୍ରଦ୍ଧାଶୀଳ ପାଠକଭାବରେ ମୁଁ ଏହି ପ୍ରବନ୍ଧଟିକୁ ବାରମ୍ବାର ପଢ଼ିଛି । ମୋର ହୃଦ୍‌ବୋଧ ହୋଇଛି ଯେ ଆଧୁନିକ କାଳରେ ବୈଜ୍ଞାନିକ ମନୋବୃତ୍ତିର ଆବଶ୍ୟକତା ରହିଛି । ଯୁକ୍ତିଯୁକ୍ତ କାରଣ ସହିତ ଯେକୌଣସି ବିଷୟରେ ବିଚାର କରିବାଦ୍ୱାରା ପ୍ରକୃତ ସତ୍ୟ ଉଦ୍‌ଘାଟିତ ହୋଇପାରିବ । ଏହି ମର୍ମରେ ମୁଁ ମୋର ଅନୁଭୂତିରୁ ଗୋଟିଏ ଅନୁଚ୍ଛେଦ ଲେଖୁଛି ।

ଚଳିତ ବର୍ଷ ଆମ ଗ୍ରାମପଞ୍ଚାୟତରେ ସରପଞ୍ଚ ପଦ ପାଇଁ ନିର୍ବାଚନ ହୋଇଥିଲା । ତିନିଗୋଟି ରାଜନୀତିକ ଦଳରୁ ତିନିଜଣ ପ୍ରାର୍ଥୀ ଥିଲେ । ପ୍ରତ୍ୟେକ ପ୍ରାର୍ଥୀ ଘର ଘର ବୁଲି ଭୋଟ ମାଗୁଣି କରୁଥିଲେ । ସେମାନେ ଅନେକ ମିଥ୍ୟା ପ୍ରତିଶ୍ରୁତି ଓ ମଧୁର ସ୍ଵପ୍ନର କଥା କହୁଥିଲେ । ପ୍ରତ୍ୟେକ ନିଜେ ଯାହା ଓ ନିଜ ଦଳ ଯେପରି ଆଦର୍ଶର ତାହାଠାରୁ ଅଧିକ ବଢ଼ାଇ କହୁଥିଲେ । ଆମ ଘରକୁ ଆସି ବାପା, ବୋଉ, ଜେଜେବାପା ଓ ଜେଜେ ମା’ଙ୍କୁ ବି ସେମାନେ ଅନେକ କଥା ବଢ଼ାଇ ଚଢ଼ାଇ କହିଥିଲେ । ଜେଜେବାପା ଓ ଜେଜେମା’ଙ୍କ ପରି ଗାଁର ଅନେକ ଅଶିକ୍ଷିତ ବ୍ୟକ୍ତି ସେମାନଙ୍କ କଥାକୁ ଯୁକ୍ତିଯୁକ୍ତ ଓ ନିରପେକ୍ଷ ଭାବରେ ବିଚାର କରିପାରୁ ନଥିଲେ ।

ସରପଞ୍ଚ ପ୍ରାର୍ଥୀମାନେ ବି ନିଜ ନିଜ ଦଳର ଲୋକପ୍ରିୟତା ଉପରେ ମଧୁର ବିଶ୍ଵାସ ରଖ୍ ଜିତିଯିବାର ସ୍ଵପ୍ନ ଦେଖୁଥିଲେ । ବୈଜ୍ଞାନିକ ମନୋବୃତ୍ତର ଅଭାବ ହେତୁ ପ୍ରାର୍ଥୀମାନେ ମଧୁର କଳ୍ପନାରେ ଜିତିବାର ନିଶ୍ଚିତତାକୁ ମାନି ନେଇଥା’ନ୍ତି । ମାତ୍ର ଭୋଟ ପରେ ନିର୍ବାଚନ ଫଳାଫଳରୁ ଜଣାଗଲା ଯଥାର୍ଥ ଯୁକ୍ତିଯୁକ୍ତ କଥା କହିଥିବା ଓ ନିରପେକ୍ଷ ଭାବରେ ଭୋଟଦେବାକୁ ଯୁକ୍ତି ବାଢ଼ିଥିବା ସ୍ୱାଧୀନ ପ୍ରାର୍ଥୀଜଣକ ଜିତାପଟ ମାରିନେଲେ । ଏଥୁରୁ ସ୍ପଷ୍ଟ ଭାବରେ ମୁଁ ଅନୁଭବ କଲି ଯେ, ଲେଖକ ଶରତ କୁମାର ମହାନ୍ତିଙ୍କ ଅଭିମତ ଯଥାର୍ଥ । ତାଙ୍କ ଅଭିମତଟି ହେଉଛି – ବ୍ୟକ୍ତିଗତ ଇଚ୍ଛାଦ୍ୱାରା ନୁହେଁ, ବରଂ ଯୁକ୍ତିଯୁକ୍ତ କାରଣ ଉପରେ ଘଟଣାର ସତ୍ୟାସତ୍ୟ ନିର୍ଭର କରିଥାଏ । ବୈଜ୍ଞାନିକ ମନୋବୃତ୍ତି ଥରୁ ବିଜୟୀ ସରପଞ୍ଚ ପ୍ରାର୍ଥୀ ନିଜର ପ୍ରଚାରରେ ସଫଳ ହେଲେ ।

ପରାକ୍ଷା ଉପଯେ।ଗା ଅତିରିକ୍ତ ପ୍ରଶ୍ନୋତ୍ତର

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନେ।ତ୍ତର

Question ୧।
ଅନାସକ୍ତ ବ୍ୟକ୍ତି ହିଁ ହେଉଛନ୍ତି ଆଦର୍ଶ ମାନବ – ଏକଥା କିଏ କହିଛନ୍ତି ?
Answer:
ଅନାସକ୍ତ ବ୍ୟକ୍ତି ହିଁ ହେଉଛନ୍ତି ଆଦର୍ଶ ମାନବ – ଏକଥା ‘ଏଣ୍ଡସ୍ ଆଣ୍ଡ ମିନସ୍’ ପୁସ୍ତକରେ ଆଲ୍ଡଡସ୍ ହକ୍‌ଲେ କହିଛନ୍ତି ।

BSE Odisha 8th Class Odia Solutions Chapter 10 ବୈଜ୍ଞାନିକ ମନୋବୃତ୍ତି

Question ୨।
ଅନାସକ୍ତ ବ୍ୟକ୍ତିକୁ କାହିଁକି ଆଦର୍ଶ ମାନବ କୁହାଯାଏ ?
Answer:
ଅନାସକ୍ତ ବ୍ୟକ୍ତି ନିଜର ଦୈହିକ ଅନୁଭୂତି, ରୁଚି, ଶକ୍ତି ଓ ପ୍ରଭୁତ୍ଵର କାମନା ପ୍ରତି ଆସକ୍ତ ହୋଇନଥା’ନ୍ତି । ବ୍ୟକ୍ତିଗତ ରାଗ, ଘୃଣା, ସ୍ନେହ, ଧନସମ୍ପତ୍ତି, ସୁନାମ, ସାମାଜିକ ପଦମର୍ଯ୍ୟାଦା ପ୍ରତି ସେ ନିସ୍ପୃହ ଥାଆନ୍ତି । ଏପରିକି ବିଜ୍ଞାନ, କଳା ଓ ଯେକୌଣସି ଅନୁମାନ ଏବଂ ମାନବୀୟ ସମ୍ପର୍କାଦି ପ୍ରତି ସେ ସର୍ବଦା ନିରପେକ୍ଷ ରୁହନ୍ତି । ଏସବୁ ଲକ୍ଷଣ ହେତୁ ଅନାସକ୍ତ ବ୍ୟକ୍ତିକୁ ଆଦର୍ଶ ମାନବ କୁହାଯାଏ ।

Question ୩ ।
ବୈଜ୍ଞାନିକ ମନୋବୃତ୍ତି ନିମିତ୍ତ ସର୍ବପ୍ରଥମ ଆବଶ୍ୟକତା କ’ଣ ?
Answer:
ନିରପେକ୍ଷ ଭାବ ହିଁ ବୈଜ୍ଞାନିକ ମନୋବୃତ୍ତି ନିମିତ୍ତ ସର୍ବପ୍ରଥମ ଆବଶ୍ୟକତା ଅଟେ ।

Question ୪ ।
ସାହିତ୍ୟ ସମାଲୋଚକ ଓ ବିଜ୍ଞାନାଗାରର ପରୀକ୍ଷକ କେଉଁ ଦୃଷ୍ଟିରୁ ସମାନ ?
Answer:
ବିଶ୍ଳେଷଣ କାମ କରିବା ଦୃଷ୍ଟିରୁ ସାହିତ୍ୟ ସମାଲୋଚକ ଓ ବିଜ୍ଞାନାଗାରର ପରୀକ୍ଷକ ଉଭୟ ସମାନ ।

Question ୫ ।
ସମାଲୋଚନା ଓ ଓକିଲାତି ମଧ୍ୟରେ କି ପ୍ରକାର ପାର୍ଥକ୍ୟ ରହିଛି ?
Answer:
ସମାଲୋଚନା କରିବା ହେଉଛି ବୈଜ୍ଞାନିକ ମନୋବୃତ୍ତି ଭିଭିରେ ବିଶ୍ଳେଷଣ କରିବା । ଓକିଲାତି କରିବା ହେଉଛି ବ୍ୟକ୍ତିଗତ ଇଚ୍ଛାଦ୍ୱାରା ପରିଚାଳିତ ହୋଇ ଯୁକ୍ତି ବାଢ଼ିବା । ବେଳେବେଳେ ଜଣେ ସମାଲୋଚକ ନିଜର ପ୍ରିୟ କବିଙ୍କ କବିତାର ସମାଲୋଚନା କଲାବେଳେ କବିଙ୍କ ସପକ୍ଷରେ ଗଲାଭଳି ଚିନ୍ତାଧାରା ବ୍ୟକ୍ତ କରନ୍ତି । ସେ ସମାଲୋଚନା ପରିବର୍ତ୍ତେ ଓକିଲାତି କରିଥା’ନ୍ତି । ସେଥ‌ିରେ ବୈଜ୍ଞାନିକ ମନୋବୃତ୍ତିର ଅଭାବ ଥାଏ । ମାତ୍ର କୌଣସି କବିଙ୍କ କବିତାର ଦୋଷଗୁଣ ବିଚାର ଯଦି ନିରପେକ୍ଷଭାବେ କରାଯାଏ, ତେବେ ତାହା ପ୍ରକୃତ ସମାଲୋଚନା ହୋଇଥାଏ ।

୬ ।
ବୈଜ୍ଞାନିକ ମନୋବୃତ୍ତିର ଲକ୍ଷଣ କ’ଣ ?
Answer:
ଅନ୍ୟମାନଙ୍କର ପ୍ରଭାବରୁ ଓ ସମାଜରେ ପ୍ରଚଳିତ ମତର ପ୍ରଭାବରୁ ମୁକ୍ତ ରହି ବିଚାର କରିବା ବୈଜ୍ଞାନିକ ମନୋବୃତ୍ତିର ଅନ୍ୟତମ ଲକ୍ଷଣ । ଏହା ଅଧ୍ୟୟନ, ଗଭୀର ଚିନ୍ତା ଓ ଉପଯୁକ୍ତ ଶିକ୍ଷା ଉପରେ ନିର୍ଭର କରେ ।

Question ୭ ।
କେଉଁ ପ୍ରକାର ସମାଲୋଚନାରେ ବୈଜ୍ଞାନିକ ମନୋଭାବର ଅଭାବ ଲକ୍ଷ୍ୟ କରାଯାଏ ?
Answer:
ସମାଲୋଚକ ନିରପେକ୍ଷ ବିଶ୍ଳେଷଣ କରିବା ପରିବର୍ତ୍ତେ ନିଜ ପ୍ରିୟ କବିଙ୍କ ଦୋଷଗୁଣ ବିଚାର ନକରି ତାଙ୍କର ସପକ୍ଷରେ ଗଲାଭଳି କଥା କହି ଓକିଲାତି କଲେ ସେଭଳି ସମାଲୋଚନାରେ ବୈଜ୍ଞାନିକ ମନୋଭାବର ଅଭାବ ଲକ୍ଷ୍ୟ କରାଯାଏ ।

Question ୮ ।
ସ୍ଵାଧୀନଭାବେ ବିଚାର କରିବାପାଇଁ କ’ଣ କରିବାକୁ ହେବ ?
Answer:
ସ୍ବାଧୀନ ଭାବରେ ବିଚାର କରିବା ଏକ କଠିନ ମାନସିକ ଅଭ୍ୟାସ । ଏହା ଅଧ୍ୟୟନ, ଗଭୀର ଚିନ୍ତା ଓ ଉପଯୁକ୍ତ ଶିକ୍ଷା ଉପରେ ନିର୍ଭର କରେ । ଏତଦ୍‌ଭିନ୍ନ ପ୍ରଭାବଶାଳୀ ବ୍ୟକ୍ତି ଓ ଶାସ୍ତ୍ରର ମତ ପ୍ରଭାବରୁ ନିରପେକ୍ଷ ରହି ଅନାସକ୍ତ ଭାବେ ବିଚାର କରିବା ଆବଶ୍ୟକ ।

Question ୯।
‘ବୈଜ୍ଞାନିକ ମନୋବୃତ୍ତି’ ପ୍ରବନ୍ଧଟିର ଲେଖକ କିଏ ? ଏହି ପ୍ରବନ୍ଧଟି ତାଙ୍କର କେଉଁ ଗ୍ରନ୍ଥରୁ ସଂଗୃହୀତ ହୋଇଛି ?
Answer:
‘ବୈଜ୍ଞାନିକ ମନୋବୃତ୍ତି’ ପ୍ରବନ୍ଧଟିର ଲେଖକ ହେଉଛନ୍ତି ଶରତ କୁମାର ମହାନ୍ତି । ତାଙ୍କ ରଚିତ ବହୁ ଆଦୃତ ପ୍ରବନ୍ଧଗ୍ରନ୍ଥ ‘ବିଜ୍ଞାନ ଦୃଷ୍ଟି’ରୁ ଉକ୍ତ ପ୍ରବନ୍ଧଟି ସଂଗୃହୀତ ।

Question ୧୦ ।
ବୈଜ୍ଞାନିକ ମନୋବୃତ୍ତି ନିମନ୍ତେ ନିଜ ଇଚ୍ଛାର ଦମନ ଆବଶ୍ୟକ କାହିଁକି ?
Answer:
କୌଣସି କଥାକୁ ବିଚାର କଲାବେଳେ ମନୁଷ୍ୟ ନିଜକୁ ଆନନ୍ଦ ଦେଉଥ‌ିବା ଓ ନିଜ ପାଇଁ ଭଲ ହୋଇଥ‌ିବା ବିଷୟ ଉପରେ ଗୁରୁତ୍ଵ ଦେଇଥାଏ । ଏ ପ୍ରକାର ଇଚ୍ଛା ବୈଜ୍ଞାନିକ ମନୋବୃତ୍ତିର ଅନ୍ତରାୟ ହୋଇଥାଏ । ଯୁକ୍ତିଯୁକ୍ତ କାରଣ ସହିତ ବିଚାର କରିବା ହିଁ ବୈଜ୍ଞାନିକ ମନୋବୃତ୍ତିର ପରିଚାୟକ ବ୍ୟକ୍ତି ନିଜ କଥାକୁ ଯୁକ୍ତିଯୁକ୍ତ ବୋଲି ଭାବିଲେ ତାହା ବୈଜ୍ଞାନିକ ମନୋବୃତ୍ତିର ପରିଚାୟକ ହୋଇନଥାଏ । ତେଣୁ ବୈଜ୍ଞାନିକ ମନୋବୃତ୍ତି ନିମନ୍ତେ ନିଜ ଇଚ୍ଛାର ଦମନ ଏକାନ୍ତ ଆବଶ୍ୟକ ।

Question ୧୧ ।
ଜଣେ ବ୍ୟକ୍ତି ସମସ୍ତ କ୍ଷେତ୍ରରେ ସମାନ ଢଙ୍ଗରେ ବୈଜ୍ଞାନିକ ଦୃଷ୍ଟିକୋଣରୁ ବିଚାର କରିପାରି ନଥା’ନ୍ତି ଏହାର ଉଦାହରଣ ଦିଅ ।
Answer:
ଜଣେ ବିଜ୍ଞାନ ଶିକ୍ଷକ କ୍ଳାସ୍‌ରେ ପଢ଼ାଇବାବେଳେ ଧୀରସ୍ଥିର ଭାବରେ ଛାତ୍ରଙ୍କ ହିତପାଇଁ ପଢ଼ାନ୍ତି । ଛାତ୍ରଙ୍କ ପ୍ରଶ୍ନର ଉତ୍ତର ଭାବିଚିନ୍ତି ଦିଅନ୍ତି । ଛାତ୍ରମାନଙ୍କୁ ପ୍ରଶ୍ନ ପଚାରିବାକୁ ଉତ୍ସାହିତ କରନ୍ତି । ବିରକ୍ତି ପ୍ରକାଶ ନକରି ସବୁ ପ୍ରଶ୍ନର ସଠିକ୍ ଉତ୍ତର ଦେଇ ବୈଜ୍ଞାନିକ ମନୋବୃତ୍ତି ପ୍ରଦର୍ଶନ କରନ୍ତି । ମାତ୍ର ଶ୍ରେଣୀଗୃହ ବାହାରକୁ ଚାଲିଗଲା ପରେ ଧର୍ମ ଅଥବା ରାଜନୀତି ବିଷୟରେ କଥା ହେଲାବେଳେ ଭାବିଚିନ୍ତି ଯୁକ୍ତିନିଷ୍ଠ ଭାବରେ ଚିନ୍ତା ନକରି ମତବ୍ୟକ୍ତ କରନ୍ତି । ସେ ରାଗନ୍ତି ଓ ବ୍ୟକ୍ତିଗତ ମତକୁ ଠିକ୍ ବୋଲି ଭାବି ଅବୈଜ୍ଞାନିକ ମନୋବୃତ୍ତି ପ୍ରଦର୍ଶନ କରିଥା’ନ୍ତି ।

Question ୧୨ ।
ସାହିତ୍ୟ ସମାଲୋଚକଙ୍କ ମନୋବୃତ୍ତି ବୈଜ୍ଞାନିକ ବା ଅବୈଜ୍ଞାନିକ ବୁଝାଅ ।
Answer:
ଜଣେ ସାହିତ୍ୟ ସମାଲୋଚକଙ୍କ କାମ ହେଉଛି ନିରପେକ୍ଷ ଭାବରେ ଲେଖାର ବିଶ୍ଳେଷଣ କରିବା । ମାତ୍ର ସମାଲୋଚକ ଜଣକ ବ୍ୟକ୍ତିଗତ ଇଚ୍ଛାଦ୍ଵାରା ପ୍ରଭାବିତ ହୋଇ ତାଙ୍କୁ ପ୍ରିୟ କବିଙ୍କ ସମାଲୋଚନା କଲାବେଳେ କବିଙ୍କ ସପକ୍ଷରେ ଗଲାଭଳି ଅଭିମତ ଦେଇଥା’ନ୍ତି । ଅନ୍ୟ କେହି କବିଙ୍କର ଦୋଷଗୁଣ ବିଚାର କଲାବେଳେ ସେ ତାହାର ବିରୋଧ କରନ୍ତି । ତେଣୁ ସେମାନେ ନିରପେକ୍ଷ ସମାଲୋଚନା ବଦଳରେ ଓକିଲାତି କରିଥା’ନ୍ତି । ଏ ପ୍ରକାର ମନୋବୃତ୍ତି ନିତାନ୍ତ ଅବୈଜ୍ଞାନିକ ।

Question ୧୩ ।
ଆଲ୍‌ସ୍ ହକ୍‌ଲେଙ୍କ ସଂକ୍ଷିପ୍ତ ପରିଚୟ ପ୍ରଦାନ କର ।
Answer:
ଆଲ୍‌ସ୍‌ ହକ୍‌ଲେ ୧୮୯୪ ମସିହାରେ ଇଂଲଣ୍ଡର ଗୋଡ଼ାଲମିଙ୍ଗ୍ ସରେଠାରେ ଜନ୍ମଗ୍ରହଣ କରିଥିଲେ । ଦୁଇ ଦୁଇଟି ବିଶ୍ଵଯୁଦ୍ଧ ଅବସରରେ ଜଣେ ଶାନ୍ତିପ୍ରିୟ ମାନବବାଦୀ ଚିନ୍ତାନାୟକ ଭାବରେ ସେ ବିଶ୍ୱଶାନ୍ତିର ବାର୍ତ୍ତା ପ୍ରଚାର କରିଥିଲେ । ଜଣେ ଆଦର୍ଶବାଦୀ ପ୍ରାବନ୍ଧିକ ଓ ସ୍ତମ୍ଭକାର ରୂପେ ସେ ବିଶ୍ଵବ୍ୟାପୀ ଉଦାର ଆର୍ଥନୀତିକ ବ୍ୟବସ୍ଥା ନିମନ୍ତେ ପ୍ରଚାର କରିଥିଲେ । ୧୯୬୩ ମସିହାରେ ସେ ମୃତ୍ୟୁବରଣ କରିଥିଲେ ।

ସରଳ ଭାଷାରେ ଚୁଝାଇ ଲେଖ

ସତ୍ୟର ଆବିଷ୍କାରଦ୍ୱାରା ସମୟ ସମୟରେ ଆମର ମଧୁର ସ୍ଵପ୍ନରେ ବାଧା ସୃଷ୍ଟି ହୁଏ, ମାତ୍ର ତାହା କ୍ଷଣିକ ।
Answer:
ସତ୍ୟର ଆବିଷ୍କାର ………………………………… ତାହା କ୍ଷଣିକ ।
ଶଂସିତ ଗଦ୍ୟାଶଟି ଆମର ପଠିତ ‘ସାହିତ୍ୟିକା’ ପୁସ୍ତକରେ ସନ୍ନିବିଷ୍ଟ ଶରତ କୁମାର ମହାନ୍ତିଙ୍କ ରଚିତ ‘ବୈଜ୍ଞାନିକ ମନୋବୃତ୍ତି’ ପ୍ରବନ୍ଧରୁ ଗୃହୀତ ହୋଇଛି । ଆଲୋଚ୍ୟ ଗଦ୍ୟାଶରେ ପ୍ରାବନ୍ଧିକ ମହାନ୍ତି ପ୍ରକୃତ ସତ୍ୟ ଜାଣିଯିବାଦ୍ୱାରା ମନୁଷ୍ୟର ମଧୁର ସ୍ଵପ୍ନ ବାଧାପ୍ରାପ୍ତ ହୋଇଥାଏ ବୋଲି ସୂଚେଇଛନ୍ତି ।

BSE Odisha 8th Class Odia Solutions Chapter 10 ବୈଜ୍ଞାନିକ ମନୋବୃତ୍ତି

ଭିତ୍ତିହୀନ ମଧୁର ସ୍ଵପ୍ନ ଭାବରେ ଗ୍ରହଣ କରାଯାଇପାରିବ । ମଧୁର ସ୍ଵପ୍ନଗୁଡ଼ିକ ସତ୍ୟ ଉପରେ ଆଧାରିତ ନୁହେଁ । ପରୀକ୍ଷାର୍ଥୀ ଛାତ୍ର, କବି, ପରିବାରୀ ମଣିଷ, ରାଜନୀତିକ ଦଳ ଓ ଜାତିପ୍ରେମୀ ମଣିଷ ଯଥାକ୍ରମେ ନିଜର ଅଧ୍ୟୟନ, ଲେଖା, ପରିବାରର ସଭ୍ୟ, ଦଳୀୟ ବିଜୟ ଓ ଜାତିର ଐତିହ୍ୟକୁ ନେଇ ଅନେକ ମଧୁର କଳ୍ପନାର ସ୍ବପ୍ନ ଦେଖୁଥା’ନ୍ତି । ମାତ୍ର ଯେତେବେଳେ ପ୍ରକୃତ ସତ୍ୟ ପ୍ରକାଶ ପାଏ ଏବଂ ମଣିଷ ନିଜକୁ ଭାବିଥିବା ସ୍ଵପ୍ନଗୁଡ଼ିକ ମିଛ ବା ଅମୂଳକ ବୋଲି ଜାଣେ ସେତେବେଳେ ତା’ର ମଧୁର କଳ୍ପନା ବାଧାପ୍ରାପ୍ତ ହୁଏ । ତା’ର ମଧୁର ସ୍ଵପ୍ନଟି ଭାଙ୍ଗିଯାଏ । ମାତ୍ର ମଣିଷର ଏ ଅନୁଭବ କ୍ଷଣିକ, ପୁଣି ସେ ତା’ର ସ୍ଵପ୍ନ ରାଜ୍ୟକୁ ଫେରିଯାଏ । ନିଜକୁ ବୁଦ୍ଧିମାନ ଭାବୁଥିବା ଜଣେ ଛାତ୍ର ଯଦି ପରୀକ୍ଷାରେ ଖରାପ କରେ, ତେବେ ପ୍ରଥମେ ତା’ର ନିଜ ଯୋଗ୍ୟତା ପ୍ରତି ସନ୍ଦେହ ଆସେ । ମାତ୍ର ପରୀକ୍ଷାଦ୍ୱାରା ପ୍ରକୃତ ଯୋଗ୍ୟତା ଜଣାପଡ଼େ ନାହିଁ ବୋଲି ଭାବନା ତା’ ମନରେ ଆସିଲାକ୍ଷଣି ସେ ପୁନର୍ବାର ନିଜକୁ ଯୋଗ୍ୟ ଓ ଶ୍ରେଷ୍ଠ ବୋଲି ମନେକରେ ଏବଂ ନିଜ କଳ୍ପନା ରାଜ୍ୟକୁ ଫେରିଯାଏ । ପ୍ରାବନ୍ଧିକଙ୍କ ଏପ୍ରକାର ଅଭିମତ ମନୋଜ୍ଞ ହୋଇଛି ।

Question ୨।
ମାତ୍ର ବିଜ୍ଞାନରେ ଜ୍ଞାନ ଅର୍ଜନ କରିବା ଓ ବୈଜ୍ଞାନିକ ମନୋବୃରି ଏ ଦୁଇଟି ପୂରାପୂରି ଅଲଗା ଜିନିଷ ।
‘‘ମାତ୍ର ବିଜ୍ଞାନରେ …………………………… ଅଲଗା ଜିନିଷ ।’’
ପ୍ରଦତ୍ତ ଗଦ୍ୟାଶଟି ଶରତ କୁମାର ମହାନ୍ତିଙ୍କ ରଚିତ ଆମ ପାଠ୍ୟପୁସ୍ତକ ‘ସାହିତ୍ୟିକା’ରେ ସଂକଳିତ ‘ବୈଜ୍ଞାନିକ ମନୋବୃତ୍ତି’ ପ୍ରବନ୍ଧରୁ ଗୃହୀତ । ଆଲୋଚ୍ୟ ଉଦ୍ଧୃତାଂଶରେ ଲେଖକ ବିଜ୍ଞାନ ବିଷୟରେ ରହିଥ‌ିବା ଜ୍ଞାନ ଓ ବିଜ୍ଞାନଧର୍ମୀ ମାନସିକତା ଭିନ୍ନ କଥା ବୋଲି ଦର୍ଶାଇଛନ୍ତି ।

ଲେଖକଙ୍କ ମତରେ ଯେକୌଣସି କଥାର ଆଲୋଚନା ଓ ସତ୍ୟ ଉଦ୍‌ଘାଟନ ପାଇଁ ବୈଜ୍ଞାନିକ ମନୋବୃତ୍ତି ପ୍ରଥମେ ଆବଶ୍ୟକ । ଏକଥା ସତ୍ୟ ବିଜ୍ଞାନହିଁ ବୈଜ୍ଞାନିକ ମନୋଭାବର ବିକାଶ ଘଟାଇଛି । ବିଜ୍ଞାନ ଆମକୁ ଯୁକ୍ତିଯୁକ୍ତ ପରୀକ୍ଷା ବିଷୟ ଶିଖାଇଛି । ମାତ୍ର ବିଜ୍ଞାନରେ ଜ୍ଞାନ ଅର୍ଜନ କରିବା ଓ ବୈଜ୍ଞାନିକ ମନୋବୃତ୍ତି ଏକାକଥା ନୁହେଁ । ଏ ଦୁଇଟି ପୂରାପୂରି ଅଲଗା ଜିନିଷ । ବିଜ୍ଞାନ ଏକ ଜ୍ଞାନ ବା ବିଦ୍ୟାର ବିଷୟ ଏବଂ ବୈଜ୍ଞାନିକ ମନୋବୃତ୍ତି ଯେକୌଣସି ବିଷୟରେ ନିରପେକ୍ଷ ବିଚାର ଦେବାର ଶକ୍ତି । ତେଣୁ ଜଣେ ବିଜ୍ଞାନ ଜ୍ଞାନରେ ଧୂରୀଣ ହୋଇଥିଲେ ବି ତା’ର ବିଚାର ଶକ୍ତି ବୈଜ୍ଞାନିକ ମନୋବୃତ୍ତିର ହୋଇଥବ.ବୋଲି କହିହେବ ନାହିଁ । ତଥାପି ବିଜ୍ଞାନ ଓ ବୈଜ୍ଞାନିକ ମନୋବୃଦ୍ଧି ଉଭୟେ ପରସ୍ପର ସମ୍ବନ୍ଧିତ ଅଟନ୍ତି । ଲେଖକଙ୍କର ଏହି ମତ ବେଶ୍ ଯୁକ୍ତିଯୁକ୍ତ ବୋଧହୁଏ ।

ଦାର୍ଘ ଉତ୍ତର ମୂଳକ ପ୍ରପ୍ରଶ୍ନୋତ୍ତର

Question ୧।
ପଠିତ ପ୍ରବନ୍ଧକୁ ଭିଭିକରି ବୈଜ୍ଞାନିକ ମନୋବୃତ୍ତିର ଲକ୍ଷଣଗୁଡ଼ିକ ବର୍ଣ୍ଣନ କର ।
Answer:
‘ବୈଜ୍ଞାନିକ ମନୋବୃତ୍ତି’ ଏକ ଯୁକ୍ତିନିଷ୍ଠ ବିଜ୍ଞାନବୋଧମୂଳକ ପ୍ରବନ୍ଧ । ଏହି ପ୍ରବନ୍ଧର ଲେଖକ ହେଉଛନ୍ତି ଚିନ୍ତାଶୀଳ ପ୍ରାବନ୍ଧିକ ଶରତ କୁମାର ମହାନ୍ତି । ଓଡ଼ିଆ ସାହିତ୍ୟରେ ସେ ଜଣେ ବୁଦ୍ଧିବାଦୀ ଗଦ୍ୟଶିଳ୍ପୀ । ତାଙ୍କର ପ୍ରତ୍ୟେକ ଲେଖା ବୈଜ୍ଞାନିକ ଚିନ୍ତାଧାରା ଉପରେ ପ୍ରତିଷ୍ଠିତ । ‘ବିଜ୍ଞାନ ଦୃଷ୍ଟି’, ‘ସଂସ୍କୃତି ଅପସଂସ୍କୃତି’, ‘ଗାନ୍ଧି ମଣିଷ’, ‘ଆକାଶର ଆହ୍ବାନ’ ଆଦି ତାଙ୍କର କେତୋଟି ବହୁଚର୍ଚ୍ଚିତ ପ୍ରବନ୍ଧ । ଆଲୋଚ୍ୟ ବୈଜ୍ଞାନିକ ମନୋବୃତ୍ତି ପ୍ରବନ୍ଧଟି ଶ୍ରୀଯୁକ୍ତ ମହାନ୍ତିଙ୍କ ‘ବିଜ୍ଞାନ ଦୃଷ୍ଟି’ ପ୍ରବନ୍ଧ ଗ୍ରନ୍ଥରୁ ସଂଗୃହୀତ । ଏହି ପ୍ରବନ୍ଧରେ ନିରପେକ୍ଷ ଭାବରେ ଅନାସକ୍ତ ରହି ଯୁକ୍ତିଯୁକ୍ତ ଭଙ୍ଗୀରେ ଯେକୌଣସି ପ୍ରସଙ୍ଗକୁ ବିଚାର କରିବାର ବିଜ୍ଞାନସମ୍ମତ ମାନସିକତା ବିଷୟରେ ଲେଖକ ଆଲୋଚନା କରିଛନ୍ତି । ପ୍ରସଙ୍ଗକ୍ରମେ ବୈଜ୍ଞାନିକ ମନୋବୃତ୍ତିର ଲକ୍ଷଣ ଓ ବୈଶିଷ୍ଟ୍ୟ ସମ୍ବନ୍ଧରେ ଲେଖକ ନିଜର ମତାମତଗୁଡ଼ିକୁ ଉପସ୍ଥାପନ କରିଛନ୍ତି ।

ଲେଖକଙ୍କ ମତରେ ଚିନ୍ତାଶୀଳ ବ୍ୟକ୍ତିମାନେ ଭିତ୍ତିହୀନ ଆଲୋଚନାକୁ ନାପସନ୍ଦ କରନ୍ତି । ବିଜ୍ଞାନର ଆବିଷ୍କାର ପରି ସେମାନେ ଯେକୌଣସି କଥାକୁ ଯୁକ୍ତିଯୁକ୍ତ ଭାବରେ ବିଚାର ଓ ଆଲୋଚନା କରିବାକୁ ଗୁରୁତ୍ଵ ଦେଇଛନ୍ତି । ତାଙ୍କ ଦୃଷ୍ଟିରେ ଯେକୌଣସି ବିଚାର କ୍ଷେତ୍ରରେ ବୈଜ୍ଞାନିକ ମନୋବୃତ୍ତି ସର୍ବପ୍ରଥମେ ଆବଶ୍ୟକ । ବୈଜ୍ଞାନିକ ମନୋବୃତ୍ତି ହେଉଛି ଯୁକ୍ତିଯୁକ୍ତ କାରଣ ସହିତ ଗୋଟିଏ କଥାକୁ ବିଚାର କରିବା । ଅନାସକ୍ତ ଭାବରେ ବ୍ୟକ୍ତିଗତ ଇଚ୍ଛାକୁ ପରିହାର କରି ବିଚାର କରିବା ଉପରେ ଏହି ମନୋବୃତ୍ତି ଗୁରୁତ୍ଵ ଦିଏ । ଏହି ମନୋବୃତ୍ତି ସମାଜର ପୂର୍ବପ୍ରଚଳିତ ମତ, ପ୍ରଭାବଶାଳୀ ବ୍ୟକ୍ତି ଓ ଶାସ୍ତ୍ର ସିଦ୍ଧାନ୍ତକୁ ଅନ୍ଧଭାବରେ ଗ୍ରହଣ କରିବାକୁ ବାରଣ କରେ । ଯେକୌଣସି ପ୍ରସଙ୍ଗର ସତ୍ୟ ଉଦ୍‌ଘାଟନ ପାଇଁ ନିରପେକ୍ଷ ରହିବା ଉପରେ ଏହି ମନୋଭାବ ପ୍ରାଧାନ୍ୟ ଦିଏ ।

ବୈଜ୍ଞାନିକ ମନୋବୃତ୍ତି ବ୍ୟକ୍ତିଗତ ମତାମତ ଓ ଇଚ୍ଛାକୁ ନାପସନ୍ଦ କରେ । ଏହା ବ୍ୟକ୍ତିଗତ ଇଚ୍ଛାଦ୍ଵାରା ପ୍ରଭାବିତ ବିଚାରକୁ ଭିଭିହୀନ ବୋଲି ସୂଚେଇଦିଏ । ଏହି ମନୋବୃତ୍ତିର ବ୍ୟକ୍ତି ନିଜକୁ ବୁଦ୍ଧିମାନ, ବିଚାରଶୀଳ, ପ୍ରାମାଣିକ ଓ ନିଜର ମତାମତ ନିର୍ଭୁଲ ବୋଲି ଭାବନ୍ତି ନାହିଁ । ବାର୍ଟାଣ୍ଡ ରସେଲଙ୍କ ମତ ଅନୁସାରେ ବୈଜ୍ଞାନିକ ମନୋବୃତ୍ତି ମଧୁର କଳ୍ପନାମୂଳକ ବିଶ୍ୱାସକୁ ଗ୍ରହଣ କରେନାହିଁ । କୌଣସି ପ୍ରଭାବରେ ପଡ଼ି ମତ ଦେବାକୁ ଏହି ମନୋଭାବ ସମର୍ଥନ କରେ ନାହିଁ ।

କୌଣସି କଥାର ବିଚାରବେଳେ ବିଚାରକର ବ୍ୟକ୍ତିଗତ ବିଶ୍ଵାସ ଠିକ୍, ତା’ର ମତ ଠିକ୍, ଅନ୍ୟମାନେ ତାହା ଗ୍ରହଣ କରନ୍ତୁ – ଏପରି ମନୋଭାବକୁ ବୈଜ୍ଞାନିକ ମନୋବୃତ୍ତି ବିରୋଧ କରେ । ନିରପେକ୍ଷ ଭାବରେ ଆସକ୍ତିଭାବକୁ ଛାଡ଼ି ଯୁକ୍ତି କରିବାକୁ ଏହି ମନୋଭାବ ପ୍ରାଧାନ୍ୟ ଦିଏ । ଆସକ୍ତିଭାବ ଏ ଦିଗରୁ ବୈଜ୍ଞାନିକ ମନୋବୃତ୍ତିର ପ୍ରଧାନ ଅନ୍ତରାୟ । ଆଲ୍‌ଡସ୍ ହକ୍‌ଲେ ଏଥୁପାଇଁ ଆସକ୍ତିଭାବ ନଥ‌ି ନିରପେକ୍ଷ ବ୍ୟକ୍ତିଙ୍କୁ ଆଦର୍ଶ ମାନବ ବୋଲି କହିଛନ୍ତି । ସେ ନିଜର ଦୈହିକ ଅନୁଭୂତି, ରୁଚି, ଶକ୍ତି ଓ ପ୍ରଭୁତ୍ଵର କାମନା ପ୍ରତି ଅନାସକ୍ତ, ରାଗ, ଘୃଣା, ସ୍ନେହ, ଧନସମ୍ପତ୍ତି ଆଦି ପ୍ରତି ନିସ୍ପୃହ ଓ ବିଜ୍ଞାନ, କଳା ଓ ମାନବୀୟ ସମ୍ପର୍କ ଆଦି ପ୍ରତି ନିରପେକ୍ଷ ଅଟନ୍ତି । ଏ କାରଣରୁ ନିରପେକ୍ଷ ଭାବ ବୈଜ୍ଞାନିକ ମନୋବୃତ୍ତି ପାଇଁ ସର୍ବପ୍ରଥମେ ଆବଶ୍ୟକ । ବିଜ୍ଞାନ ଶିକ୍ଷକଙ୍କ ପରି ନିରପେକ୍ଷ ଭାବ ନଥୁଲେ ମଣିଷ ଅବୈଜ୍ଞାନିକ ମତ ଦେଇଥାଏ ।

ବୈଜ୍ଞାନିକ ମନୋବୃତ୍ତିର ମହତ୍ତ୍ବ ହେଉଛି – ଏହା କୌଣସି ମତ ବା ସିଦ୍ଧାନ୍ତକୁ ସବୁବେଳେ ସତ୍ୟ ବୋଲି ଗ୍ରହଣ କରେନାହିଁ । ଏହି ମନୋବୃତ୍ତିର ବ୍ୟକ୍ତି ଭୂତତ୍ତ୍ବବିଦ୍‌ଙ୍କ ପରି କୌଣସି ମତ ପ୍ରତି ଆସକ୍ତ ରୁହନ୍ତି ନାହିଁ । ସୁତରାଂ ନିରପେକ୍ଷ ରହି ଅନାସକ୍ତ ଭାବରେ ଯୁକ୍ତିଯୁକ୍ତ କାରଣର ସହିତ ସତ୍ୟର ଉଦ୍‌ଘାଟନହିଁ ବୈଜ୍ଞାନିକ ମନୋବୃତ୍ତିର ବୈଶିଷ୍ଟ୍ୟ । ଏହି ମନୋଭାବର ବିକାଶ ଉପରେ ଚିନ୍ତାଶୀଳ ବ୍ୟକ୍ତିମାନେ ସମ୍ପ୍ରତି ଗୁରୁତ୍ବ ଦେଉଛନ୍ତି । ବୈଜ୍ଞାନିକ ମନୋବୃତ୍ତିର ବିଶେଷତ୍ଵ ବା ଲକ୍ଷଣ ବିଷୟରେ ଲେଖକଙ୍କର ଏପ୍ରକାର ଧାରଣା ବେଶ୍ ମନୋଜ୍ଞ ହୋଇପାରିଛି ।

Question ୨।
ବୈଜ୍ଞାନିକ ମନୋବୃତ୍ତିର ପ୍ରଧାନ ଅନ୍ତରାୟଗୁଡ଼ିକ ସମ୍ପର୍କରେ ଲେଖକଙ୍କ ମତ ଆଲୋଚନା କର ।
Answer:
‘ବୈଜ୍ଞାନିକ ମନୋବୃତ୍ତି’ର ଲେଖକ ହେଉଛନ୍ତି ଶରତ କୁମାର ମହାନ୍ତି । ବୈଜ୍ଞାନିକ ଚିନ୍ତାଧାରାର ଓ ବୌଦ୍ଧିକ ବିଚାରର ଚିନ୍ତାନିଷ୍ଠ ପ୍ରବନ୍ଧ ରଚନା କରିବାରେ ସେ ନିପୁଣ । ତାଙ୍କ ଗଦ୍ୟ ରଚନାର ସ୍ମାରକୀଗୁଡ଼ିକ ହେଉଛି ‘ଗାନ୍ଧି ମଣିଷ’, ‘ସଂସ୍କୃତି ଅପସଂସ୍କୃତି’, ‘ଆକାଶର ଆହ୍ୱାନ’, ‘ବୋଦାଙ୍କ ଦାଦାଗିରି’, ‘ବିଜ୍ଞାନ ଦୃଷ୍ଟି’, ‘ଅସ୍ତିତ୍ଵବାଦର ମର୍ମକଥା’ ଓ ‘ଜାଁପଲ ସାର୍ତ୍ତ’ । ଆଲୋଚ୍ୟ ପ୍ରବନ୍ଧଟି ଶ୍ରୀଯୁକ୍ତ ମହାନ୍ତିଙ୍କ ଲିଖ୍ ବୈଜ୍ଞାନିକ ଭାବଧାରାର ପ୍ରବନ୍ଧଗ୍ରନ୍ଥ ‘ବିଜ୍ଞାନ ଦୃଷ୍ଟି’ରୁ ସଂଗୃହୀତ । ଏହି ପ୍ରବନ୍ଧରେ ବିଜ୍ଞାନମନସ୍କ ହୋଇ ସତ୍ୟ ଉଦ୍‌ଘାଟନ କରିବାର ବୈଜ୍ଞାନିକ ମନୋବୃତ୍ତିର ବିଶେଷତ୍ଵ ଓ ଅନ୍ତରାୟଗୁଡ଼ିକ ସମ୍ବନ୍ଧରେ ଲେଖକ ଯୁକ୍ତିନିଷ୍ଠ ଆଲୋଚନା କରିଛନ୍ତି ।

ଲେଖକଙ୍କ ମତରେ ନିରପେକ୍ଷ ରହି ଅନାସକ୍ତ ଭାବରେ ଯୁକ୍ତିଯୁକ୍ତ କାରଣର ସହିତ ଗୋଟିଏ ବିଷୟରେ ସିଦ୍ଧାନ୍ତ ଦେବାହିଁ ବୈଜ୍ଞାନିକ ମନୋବୃତ୍ତି । ଏହି ପ୍ରକାର ମନୋବୃତ୍ତି ଭିତ୍ତିହୀନ ଧାରଣାଗୁଡ଼ିକୁ ନଷ୍ଟ କରିଦିଏ । ମାତ୍ର ଏହି ମନୋବୃତ୍ତିର ବିକାଶ କ୍ଷେତ୍ରରେ ଅନେକ ଅନ୍ତରାୟ ମଧ୍ୟ ଦେଖାଯାଏ । ବୈଜ୍ଞାନିକ ମନୋବୃତ୍ତିର ଅନ୍ତରାୟଗୁଡ଼ିକୁ ଏହି ମର୍ମରେ ଲେଖକଙ୍କ ଦୃଷ୍ଟିକୋଣରୁ ଆଲୋଚନା କରାଯାଇଅଛି । ବୈଜ୍ଞାନିକ ମନୋବୃତ୍ତିର ପ୍ରଥମ ଅନ୍ତରାୟ ହେଉଛି – ନିଜକୁ ଭଲ ଲାଗିବା ଓ ଆନନ୍ଦ ଦେବା ଭଳି ବିଚାର କରିବା । ଏହାଦ୍ଵାର ଯୁକ୍ତିନଥାଇ ନିଜର ଇଚ୍ଛାକୁ ସୁହାଇଲା ଭଳି ବିଚାର ଓ ସିଦ୍ଧାନ୍ତ ଦେଇ ହୋଇଯାଏ । ଲାଭକ୍ଷତିର ଆଶା ରଖ୍ ଓ ବ୍ୟକ୍ତିଗତ ଇଚ୍ଛାକୁ ଜଳାଞ୍ଜଳି ନଦେଇ ବିଚାର ଦେବା ମଧ୍ୟ ବୈଜ୍ଞାନିକ ମନୋବୃତ୍ତିର ବାଧକ । ବିଜ୍ଞାନ ଶିକ୍ଷକଙ୍କ ପରି ନିଜର ମତ ହିଁ ଠିକ୍ ଏପରି ଭାବିବା ମଧ୍ୟ ବୈଜ୍ଞାନିକ ମନୋବୃତ୍ତର ବିରୋଧୀ ଲକ୍ଷଣ ।

ନିଜକୁ ବୁଦ୍ଧିମାନ, ନିଜକୁ ବିଚାରଶୀଳ ଓ ନିଜର ମତାମତକୁ ନିର୍ଭୁଲ ଭାବିବାହିଁ ବୈଜ୍ଞାନିକ ମନୋବୃତ୍ତି କୁ ଅବୈଜ୍ଞାନିକ କରିଦିଏ । ନିଜ ପରିବାର ଆଦର୍ଶ ଓ ସମ୍ଭ୍ରାନ୍ତ ପରିବାର, ନିଜ ଜାତି ଶ୍ରେଷ୍ଠ, ନିଜ ଦେଶର ଐତିହ୍ୟ ଗୌରବମୟ ଏପରି ଭାବନା ବୈଜ୍ଞାନିକ ମନୋବୃତ୍ତିର ପରିପନ୍ଥୀ ଅଟେ । ନିଜ ବିଶ୍ଵାସକୁ ନେଇଥିବା ମଧୁର କଳ୍ପନା ଓ ସ୍ଵପ୍ନଗୁଡ଼ିକ ବି ଏହି ମନୋବୃତ୍ତିର ବାଧକ ଅଟେ । ନିଜର ବ୍ୟକ୍ତିଗତ ବିଶ୍ଵାସ ଓ ମତ ଠିକ୍, ଅନ୍ୟମାନେ ତାଙ୍କୁ ମାନନ୍ତୁ – ଏ ପ୍ରକାର ଧାରଣା ବୈଜ୍ଞାନିକ ମନୋବୃତ୍ତିର ବିରୋଧୀ । ନିଜର ମତକୁ ଠିକ୍ ପ୍ରମାଣ କରିବାପାଇଁ ବ୍ୟାକୁଳ ହେବା ଓ ଯୁକ୍ତିତର୍କକୁ ଅସ୍ତ୍ର ଭାବରେ ବ୍ୟବହାର କରିବାଦ୍ୱାରା ବୈଜ୍ଞାନିକ ମନୋବୃତ୍ତି ବାଧାପାଏ । ଏଥ‌ିପାଇଁ ଲେଖକ କୁହନ୍ତି – ବୈଜ୍ଞାନିକ ମନୋବୃତ୍ତିର ପ୍ରଧାନ ଅନ୍ତରାୟ ହେଲା ଆସକ୍ତି ଭାବ ।

ବ୍ୟକ୍ତିଗତ ଇଚ୍ଛା, ଆସକ୍ତି ଓ ଜିଦ୍ ବୈଜ୍ଞାନିକ ମନୋବୃତ୍ତିର ଅନ୍ତରାୟ ହୋଇଥାଏ । ଅନ୍ୟର ମତକୁ ସହଜ ଭାବରେ ପ୍ରକାଶ ନକରି ନିଜ ମତକୁ ଠିକ୍ ବୋଲି ଭାବିବାର ମନୋଭାବ ମଧ୍ୟ ବୈଜ୍ଞାନିକ ମନୋବୃତ୍ତର ଅନ୍ୟତମ ଅନ୍ତରାୟ । କେହି ବଳିଷ୍ଠ ଯୁକ୍ତିଦ୍ଵାରା କୌଣସି କଥାକୁ ପ୍ରମାଣିତ କଲେ ମଧ୍ୟ ତାକୁ ବିରୋଧ କରିବା ଅବୈଜ୍ଞାନିକ ମନୋବୃତ୍ତିର ପରିଚାୟକ । ଏପରିକି ସମାଜର ପ୍ରଚଳିତ ମତକୁ ମାନି ବିଚାର କରିବାଦ୍ଵାରା ମଧ୍ୟ ବୈଜ୍ଞାନିକ ମନୋବୃତ୍ତିରେ ପରିପ୍ରକାଶ ଘଟିନଥାଏ । କୌଣସି ମତ ପ୍ରତି ଆସକ୍ତ ହେବାଦ୍ୱାରା ବୈଜ୍ଞାନିକ ମନୋବୃତ୍ତିରେ ଅନ୍ତରାୟ ଦେଖାଦିଏ । ମୋଟ ଉପରେ ଅମୂଳକ ଭିତ୍ତିହୀନ ଆସକ୍ତିଭାବଯୁକ୍ତ ବିଚାର ଓ ମାନସିକତା ବୈଜ୍ଞାନିକ ମନୋବୃତ୍ତିର ବିକାଶ ଓ ପ୍ରକାଶ କ୍ଷେତ୍ରରେ ଅନ୍ତରାୟରୂପେ ଉଭା ହୋଇଥାଏ । ଚିନ୍ତାଶୀଳ ବ୍ୟକ୍ତିମାନେ ଏଥପ୍ରତି ସତର୍କ ରହିଥା’ନ୍ତି । ଦର୍ଶାଇଛନ୍ତି, ତାହା ବେଶ୍ ମନୋଜ୍ଞ ହୋଇପାରିଛି ।

Question ୩ ।
ଯେ ବିଜ୍ଞାନରେ ଯଥେଷ୍ଟ ଜ୍ଞାନ ଅର୍ଜନ କରିଛି, ତା’ର ନିଶ୍ଚିତ ଭାବେ ବୈଜ୍ଞାନିକ ମନୋବୃତ୍ତି ଥବ ବୋଲି କୁହାଯାଇ ନପାରେ । – ଏ ଉକ୍ତିର ଯଥାର୍ଥତା ବୁଝାଇ ଲେଖ ।
Answer:
ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟର ବିକାଶଧାରାରେ ଶରତ କୁମାର ମହାନ୍ତି ଜଣେ ଚିନ୍ତାଶୀଳ ପ୍ରାବନ୍ଧିକ ଭାବରେ ବହୁଚର୍ଚ୍ଚିତ । ଧର୍ମ, ଦର୍ଶନ, ସାହିତ୍ୟ, ମନସ୍ତତ୍ତ୍ୱ ଓ ଇତିହାସକୁ ନେଇ ତାଙ୍କର ପ୍ରବନ୍ଧ-ବିଚାର ଦୃଷ୍ଟି ବହୁ ପ୍ରସାରିତ । ‘ବିଜ୍ଞାନ ଦୃଷ୍ଟି’, ‘ସଂସ୍କୃତି ଅପସଂସ୍କୃତି’, ‘ଆକାଶର ଆହ୍ୱାନ’, ‘ଗାନ୍ଧି ମଣିଷ’, ‘ସକ୍ରେଟିସ୍ ଓ ପ୍ଲେଟୋ’ ଇତ୍ୟାଦି ତାଙ୍କର ବହୁ ପାଠକାଦୃତ ପ୍ରବନ୍ଧ ସଙ୍କଳନ । ଆଲୋଚ୍ୟ ‘ବୈଜ୍ଞାନିକ ମନୋବୃତ୍ତି’ ପ୍ରବନ୍ଧଟି ଏକ ଯୁକ୍ତିନିଷ୍ଠ ଓ ତାତ୍ତ୍ଵିକ ପ୍ରବନ୍ଧ । ‘ବିଜ୍ଞାନ ଦୃଷ୍ଟି’ ଶୀର୍ଷକ ପ୍ରବନ୍ଧ ସଙ୍କଳନରୁ ଏହି ପ୍ରବନ୍ଧଟି ସଂଗୃହୀତ । ବିଜ୍ଞାନସମ୍ମତ ବିଚାରବତ୍ତା ଏଥୁରେ ବିଶ୍ଳେଷିତ ହୋଇଛି । ଅନାସକ୍ତ ଓ ନିରପେକ୍ଷ ବିଚାର ହିଁ ବୈଜ୍ଞାନିକ ମନୋବୃତ୍ତିର ପରିଚାୟକ ବୋଲି ଏଥରେ ଆଲୋଚିତ ହୋଇଛି ।

BSE Odisha 8th Class Odia Solutions Chapter 10 ବୈଜ୍ଞାନିକ ମନୋବୃତ୍ତି

ଲେଖକଙ୍କ ମତରେ ଅନ୍ୟ ମତ ପ୍ରତି ଆସକ୍ତ ନହୋଇ ଓ ଇଚ୍ଛାଦ୍ଵାରା ପରିଚାଳିତ ନହୋଇ ବିଚାର କରିବା ହିଁ ବୈଜ୍ଞାନିକ ମନୋବୃତ୍ତି । ଏହି ମନୋବୃଭି ବଳରେ ମନୁଷ୍ୟ ଯୁକ୍ତିଯୁକ୍ତ କାରଣ ସହିତ ସତ୍ୟର ଉଦ୍‌ଘାଟନ କରିଥାଏ । ଯେକୌଣସି କଥାର ବିଚାରବେଳେ ବୈଜ୍ଞାନିକ ମନୋବୃତ୍ତି ପୋଷଣ କରିବା ଉଚିତ । ସାବଧାନତାର ସହିତ ନିଜର ମଧୁର ବିଶ୍ଵାସ ଓ ଇଚ୍ଛା ପ୍ରତି ଅନାସକ୍ତ ରହି ବିଚାର କରିବାହିଁ ବିଜ୍ଞାନସମ୍ମତ ମନୋଭାବର ପରିଚାୟକ । ଲେଖକଙ୍କ ମତରେ ବିଜ୍ଞାନର ଯୁକ୍ତିନିଷ୍ଠ ଜ୍ଞାନ ବୈଜ୍ଞାନିକ ମନୋବୃତ୍ତିରେ ସାହାଯ୍ୟ କରେ । ମାତ୍ର ବିଜ୍ଞାନ ବିଦ୍ୟା ଓ ବିଷୟରେ ଜ୍ଞାନ ଅର୍ଜନ କରିବା ଓ ବିଜ୍ଞାନ ମନୋବୃତ୍ତି ପ୍ରକାଶ କରିବା ଦୁଇଟି ଭିନ୍ନ କଥା ।

ବିଜ୍ଞାନ ଶିକ୍ଷକଙ୍କ ପରି ଯିଏ ବିଜ୍ଞାନ ବିଦ୍ୟାରେ ଜ୍ଞାନ ଅର୍ଜନ କରିଛି ତାଙ୍କର ଯେ ଧର୍ମ ଓ ରାଜନୀତି ଭଳି ଅନ୍ୟ ବିଷୟରେ ବୈଜ୍ଞାନିକ ମନୋବୃତ୍ତି ରହିଥବ ଏହା କୁହାଯାଇ ନପାରେ । ଜଣକର ବିଜ୍ଞାନ ବିଦ୍ୟାରେ ଧାରଣା ଥାଇପାରେ, ମାତ୍ର ତା’ର ବିଚାର କରିବା ନିମନ୍ତେ ବିଜ୍ଞାନସମ୍ମତ ନିରପେକ୍ଷ ମନୋଭାବ ନଥାଇପାରେ । ଅନ୍ୟ ବିଷୟରେ ଆଲୋଚନା କରିବାବେଳେ ସେ ସାହିତ୍ୟ ସମାଲୋଚକଙ୍କ ପରି ବ୍ୟକ୍ତିଗତ ସପକ୍ଷ ଇଚ୍ଛାଶକ୍ତିଦ୍ୱାରା ପ୍ରଭାବିତ ହୋଇପାରନ୍ତି । ଏସବୁ ସତ୍ତ୍ଵେ ଯଥାର୍ଥ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ବା ମନୋବୃତ୍ତି ବିଜ୍ଞାନର ଯୁକ୍ତିଯୁକ୍ତ ବୈଶିଷ୍ଟ୍ୟ ସହିତ ଜଡ଼ିତ ।

କାରଣ ବିଜ୍ଞାନର ବହୁ ଆବିଷ୍କାର ମଣିଷ ମନରୁ ସଯୁକ୍ତିକ ଅନେକ ମଧୁର ଭିତ୍ତିହୀନ ଅନ୍ଧବିଶ୍ୱାସକୁ ଭାଙ୍ଗିଦେଇଛି । ଏଥ‌ିପାଇଁ ଚିନ୍ତାଶୀଳ ବ୍ୟକ୍ତିମାନେ ବ୍ୟକ୍ତିର ବ୍ୟକ୍ତିଗତ ବିଶ୍ୱାସକୁ ଉପେକ୍ଷା କରି ଅନାସକ୍ତଭାବେ ସାବଧାନତା ସହିତ ସତ୍ୟ ଉଦ୍‌ଘାଟନ କରିବା ଉପରେ ଗୁରୁତ୍ଵ ଦେଇଥା’ନ୍ତି । ଏଥୁରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ବିଜ୍ଞାନ ବିଦ୍ୟାରେ ଜ୍ଞାନ ଥିଲେ ବି ଜଣକର ନିଶ୍ଚିତ ଭାବରେ ବୈଜ୍ଞାନିକ ମନୋବୃତ୍ତି ଥ‌ିବ ଏହା ସତ୍ୟ ନହୋଇପାରେ । ବାସ୍ତବିକ ଲେଖକଙ୍କର ଏ ପ୍ରକାର ବିଶ୍ଳେଷଣ ପାଠକଙ୍କୁ ମୁକ୍ତ ବିଜ୍ଞାନସମ୍ମତ ବିଚାର ପାଇଁ ଉତ୍ସାହିତ କରିଛି । ପାଠକ ବିଜ୍ଞାନ ଜ୍ଞାନ ଓ ବୈଜ୍ଞାନିକ ମନୋବୃତ୍ତି ଭିତରେ ଥ‌ିବା ପ୍ରଭେଦ ଓ ସମ୍ପର୍କକୁ ଅନୁଭବ କରି ପାରିଛନ୍ତି ।

ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୧ ।
ନିମ୍ନରେ କେତୋଟି ବିଶେଷ୍ୟ ପଦ ଦିଆଯାଇଛି । ସେଗୁଡ଼ିକୁ ବିଶେଷଣ ପଦରେ ପରିଣତ କର ।
ଉଦ୍‌ଘାଟନ, ଉତ୍ସାହ, ଚିନ୍ତା, ବିଶ୍ବାସ,ପରିବର୍ତ୍ତନ
Answer:

ପଦତ୍ତ ବିଣେଷ୍ୟ ପଦ ବିଣେଷଣ ରୂପ
ଉଦ୍‌ଘାଟନ ଉଦ୍‌ଘାଟିତ
ଉତ୍ସାହ ଉତ୍ସାହୀ / ଉତ୍ସାହିତ
ଚିନ୍ତା ଚିନ୍ତିତ / ଚିନ୍ତା / ଚିନ୍ତନୀୟ
ବିଶ୍ବାସ ବିଶ୍ବସ୍ତ / ବିଶ୍ଵାସୀ / ବିଶ୍ଵସନୀୟ / ବିଶ୍ୱାସ୍ୟ
ବିଶ୍ବାସ,ପରିବର୍ତ୍ତନ ପରିବର୍ତ୍ତିତ / ପରିବର୍ତ୍ତନୀୟ / ପରିବର୍ଦ୍ଧକ / ପରିବର୍ତୀ

Question ୨।
‘ଧୀରସ୍ଥିର’ ଗୋଟିଏ ଯୁଗ୍ମ ଶବ୍ଦ । ପ୍ରସଙ୍ଗ ମଧ୍ୟରେ ଥ‌ିବା ଯୁଗ୍ମଶବ୍ଦଗୁଡ଼ିକୁ ବାଛି ଲେଖ ।
ଚିନ୍ରାଶାଳ ପ୍ରାବନ୍ଧିକ ଭାରତକୁମାର ସାହାନ୍ତି ‘ବୈଜ୍ଞାନିକ ମନୋବୃତ୍ତି ପ୍ରବନ୍ଧିରେ ‘ଧାରସ୍ଥିର’ ପରି ବ୍ୟବହାର  କରିଥିବା ଯୁଗ୍ମଶବ୍ଦଗୁଡ଼ିକର ତାଲିକା ଏହିପରି –
BSE Odisha 8th Class Odia Solutions Chapter 10 ବୈଜ୍ଞାନିକ ମନୋବୃତ୍ତି 1

Question ୩ ।
ନିମ୍ନରେ ପ୍ରଦତ୍ତ ପ୍ରତ୍ୟେକ ଶବ୍ଦକୁ ବ୍ୟବହାର କରି ଗୋଟିଏ ଲେଖାଏଁ ବାକ୍ୟ ଗଠନ କର ।
ଅନ୍ତରାୟ, ଅଭ୍ୟାସ, ବୈଜ୍ଞାନିକ ।
Answer:

  • ଅନ୍ତରାୟ – ପ୍ରଗତିର ପ୍ରଧାନ ଅନ୍ତରାୟ ହେଉଛି ଅଶିକ୍ଷା ଓ ଦାରିଦ୍ର୍ୟ ।
  • ଅଭ୍ୟାସ – ସକାଳ ଓ ସଞ୍ଜରେ ପ୍ରାର୍ଥନା କରିବା ଭଲ ଅଭ୍ୟାସ ।
  • ବୈଜ୍ଞାନିକ – ପ୍ରାଣକୃଷ୍ଣ ପରିଜା ଜଣେ ବିଶ୍ୱବିଖ୍ୟାତ ବୈଜ୍ଞାନିକ ଥିଲେ ।

Question ୪ ।
ବିଜ୍ଞାନ ଶବ୍ଦରେ ‘ଇକ’ ଯୋଗ କରି ବୈଜ୍ଞାନିକ ଶବ୍ଦଟି ଗଢ଼ାଯାଇଛି । ପଠିତ ପ୍ରବନ୍ଧରୁ ‘ଇକ’ ପ୍ରତ୍ୟୟ ଯୋଗରେ ଗଠିତ ଶବ୍ଦମାନ ବାଛି ତାଲିକା କର ।
Answer:
ପ୍ରବନ୍ଧରେ ବ୍ୟବହୃତ ‘ଇକ’ ପ୍ରତ୍ୟୟମୂଳକ ଶବ୍ଦାବଳୀ ତାଲିକାଟି ଏହିପରି ପଠିତ:
BSE Odisha 8th Class Odia Solutions Chapter 10 ବୈଜ୍ଞାନିକ ମନୋବୃତ୍ତି 2

ଲେଖକ ପରିଚୟ:

ଶରତ କୁମାର ମହାନ୍ତି ଜଣେ ବୁଦ୍ଧିବାଦୀ ଚିନ୍ତାଶୀଳ ପ୍ରାବନ୍ଧିକ ଭାବରେ ଖ୍ୟାତ । ସେ କଟକ ଜିଲ୍ଲାର ଜରିପଡ଼ା ଗ୍ରାମରେ ୧୯୩୮ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ବିଜ୍ଞାନ, ଦର୍ଶନ, ମନସ୍ତତ୍ତ୍ବ, ଇତିହାସ, ଧର୍ମ, ସଂସ୍କୃତି, ଲୋକଚରିତ୍ର ଓ ପୁରାଣକୁ କେନ୍ଦ୍ରକରି ଯୁକ୍ତିନିଷ୍ଠ ପ୍ରବନ୍ଧମାନ ରଚନା କରିଛନ୍ତି । ବିଜ୍ଞାନଧର୍ମୀ ତର୍କଣା ସହିତ ମନୋରଞ୍ଜନଧର୍ମୀ ରମଣୀୟ ଉପସ୍ଥାପନା ଚାତୁରୀ ତାଙ୍କ ପ୍ରବନ୍ଧର ବୈଶିଷ୍ଟ୍ୟ । ନିରପେକ୍ଷ ସତ୍ୟନିଷ୍ଠତାକୁ କେନ୍ଦ୍ରରେ ରଖ୍ ସେ ପ୍ରବନ୍ଧର ବିଷୟ ନିରୂପଣ କରନ୍ତି । ତଥ୍ୟନିଷ୍ଠ ବିଷୟ ସଂଯୋଜନା ତାଙ୍କ ରଚନାର ଅନ୍ୟତମ ଲକ୍ଷଣ । ‘ଆକାଶର ଆହ୍ବାନ’, ‘ସକ୍ରେଟିସ୍ ଓ ପ୍ଲେଟୋ’, ‘ଅସ୍ତିତ୍ଵବାଦର ମର୍ମକଥା’, ‘ବିଜ୍ଞାନ ଦୃଷ୍ଟି’, ଅପସଂସ୍କୃତି’, ‘ଗ୍ରୀକ୍ ଜାତିର ଜୀବନଗାଥା’, ‘ବୋଦାଙ୍କ ଦାଦାଗିରି’, ‘ଏଣୁଷ୍ଟ ତେଣୁଶ୍ଚ’ ଓ ‘ଗାନ୍ଧି ମଣିଷ’, ‘ସଂସ୍କୃତି ଅପସଂସ୍କୃତି’, ‘ଗ୍ରୀକ୍ ଜାତିର ଜୀବନଗାଥା’, ‘ବୋଦାଙ୍କ ଦାଦାଗିରି’, ‘ଏଣୁଷ୍ଟ ତେଣୁଶ୍ଚ ’ ଓ ‘ଆଟମରୁ କ୍ଵାଣ୍ଟମ୍’ ପ୍ରଭୃତି ତାଙ୍କ ରଚିତ କେତୋଟି ଉଲ୍ଲେଖଯୋଗ୍ୟ ଗଦ୍ୟଗ୍ରନ୍ଥ ।

ପ୍ରବନ୍ଧର ପୃଷ୍ଟଭୂମି:

ଆଲୋଚ୍ୟ ‘ବୈଜ୍ଞାନିକ ମନୋବୃତ୍ତି’ ପ୍ରବନ୍ଧଟି ଲେଖକଙ୍କ ରଚିତ ବହୁଆଦୃତ ପ୍ରବନ୍ଧଗ୍ରନ୍ଥ ‘ବିଜ୍ଞାନ ଦୃଷ୍ଟି’ରୁ ସଂଗୃହୀତ । ଏହି ପ୍ରବନ୍ଧରେ ପ୍ରାବନ୍ଧିକ ମହାନ୍ତି ବିଜ୍ଞାନୋଚିତ ମନୋବୃତ୍ତିରେ ସତ୍ୟର ଉଦ୍‌ଘାଟନ ଓ ଆଲୋଚନା କରିବା ଉପରେ ପ୍ରାଧାନ୍ୟ ଦେଇଛନ୍ତି । ଏହି ପ୍ରବନ୍ଧରେ ଯୁକ୍ତିନିଷ୍ଠତା, ନିରପେକ୍ଷତା, ଅନାସକ୍ତ ଭାବବିଚାର, ସ୍ଵାଧୀନ ମାନସିକତା, ବିଜ୍ଞାନମନସ୍କତା, ଦୃଷ୍ଟିଭଙ୍ଗୀରେ ଯୁକ୍ତିଯୁକ୍ତତା ଆଦି ମହତ ଗୁଣାବଳୀର ମହିମା ସମ୍ପର୍କରେ ଆଲୋଚନା କରାଯାଇଛି । ସରଳ ଓ ଯୁକ୍ତିନିଷ୍ଠ ଉପସ୍ଥାପନା ମଧ୍ୟରେ ଗମ୍ଭୀର ଦର୍ଶନ ଓ ବିଜ୍ଞାନର ପ୍ରସଙ୍ଗ ଏଥରେ ବର୍ଣ୍ଣିତ ହୋଇଛି । ବିଜ୍ଞାନ ଓ ବୈଜ୍ଞାନିକ ମନୋବୃତ୍ତିର ମିଳନରେ ମଣିଷର ବିଚାର ମୂଲ୍ୟବାନ୍ ହୋଇପାରିବ -ଏହି ପ୍ରକାର ସତ୍ୟକୁ ଏଥ‌ିରେ ପ୍ରତିପାଦନ କରାଯାଇଛି ।

ପ୍ରବନ୍ଧର ସାରକଥା:

କୌଣସି କଥା ବିଚାର କରିବାବେଳେ ନିଜକୁ ଆନନ୍ଦ ଦେଉଥ‌ିବା ଓ ନିଜ ପାଇଁ ଭଲ ହେଉଥ‌ିବା ବିଷୟ ଉପରେ ଗୁରୁତ୍ଵ ଦିଆଯାଇଥାଏ । ଏ ପ୍ରକାର ଇଚ୍ଛାକୁ ଦମନ କରାଯିବା ଉଚିତ । ଅନାସକ୍ତ ଭାବେ କେବଳ ଯୁକ୍ତିଯୁକ୍ତ କାରଣ ମାଧ୍ୟମରେ ବୈଜ୍ଞାନିକ ମନୋବୃତ୍ତିରେ ବିଚାର କରିବା ଉଚିତ । ଯୁକ୍ତିଯୁକ୍ତ କାରଣ ସହିତ ବିଚାର କରିବା ହିଁ ବୈଜ୍ଞାନିକ ମନୋବୃତ୍ତିର ପରିଚାୟକ । ବ୍ୟକ୍ତି ନିଜ କଥାକୁ ଯୁକ୍ତିଯୁକ୍ତ ଭାବିଲେ ତାହା ବୈଜ୍ଞାନିକ ମନୋବୃତ୍ତିର ପରିଚାୟକ ହୋଇନଥାଏ । ଏହା ପ୍ରଭାବଶାଳୀ ବ୍ୟକ୍ତିର ମତ, ଏହା ଶାସ୍ତ୍ରର ମତ ହେବା ଉଚିତ ନୁହେଁ । ବୈଜ୍ଞାନିକ ମନୋଭାବ ଥିବା ବ୍ୟକ୍ତି କୌଣସି ଲାଭକ୍ଷତିର ଆଶା ନରଖୁ, ବ୍ୟକ୍ତିଗତ ଇଚ୍ଛାକୁ ପରିତ୍ୟାଗ କରି କେବଳ ସତ୍ୟର ଉଦ୍‌ଘାଟନ ପାଇଁ ନିରପେକ୍ଷ ଭାବରେ ବିଚାର କରିଥା’ନ୍ତି । ଏ ପ୍ରକାର ବିଚାରଶକ୍ତି ଥିବା ବ୍ୟକ୍ତି ସ୍ଵଳ୍ପ ଓ ବିରଳ ।

BSE Odisha 8th Class Odia Solutions Chapter 10 ବୈଜ୍ଞାନିକ ମନୋବୃତ୍ତି

ବେଳେବେଳେ ଜଣେ ବ୍ୟକ୍ତିର ବିଚାର ଗୋଟିଏ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ବିଜ୍ଞାନସମ୍ମତ ହୋଇଥାଏ । ଉଦାହରଣସ୍ୱରୂପ, ଜଣେ ବିଜ୍ଞାନ ଶିକ୍ଷକ ଶ୍ରେଣୀଗୃହରେ ପଢ଼ାଇବାବେଳେ ଧୀରସ୍ଥିର ଭାବରେ ଭାବିଚିନ୍ତି ଛାତ୍ରଙ୍କ ହିତ ପାଇଁ ପଢ଼ାନ୍ତି । ଛାତ୍ରଙ୍କ ପ୍ରଶ୍ନର ଉତ୍ତର ଭାବିଚିନ୍ତି ଦିଅନ୍ତି । ଛାତ୍ରମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବାକୁ ଉତ୍ସାହିତ କରନ୍ତି, ବିରକ୍ତ ନହୋଇ ସବୁ ପ୍ରଶ୍ନର ସଠିକ୍ ଉତ୍ତର ଦିଅନ୍ତି । ମାତ୍ର ସେହି ଶିକ୍ଷକ କ୍ଲାସ୍ ବାହାରେ ରାଜନୀତି ଅଥବା ଧର୍ମ ବିଷୟରେ କଥା ହେବାବେଳେ ଭାବିଚିନ୍ତି ଯୁକ୍ତିନିଷ୍ଠ ଭାବରେ ବିଚାର ବ୍ୟକ୍ତ କରନ୍ତି ନାହିଁ । ସେ ବେଳେବେଳେ ରାଗନ୍ତି ଓ ନିଜ ବ୍ୟକ୍ତିଗତ ମତ ଠିକ୍ ବୋଲି ଯୁକ୍ତି କରନ୍ତି । ଏଥିରୁ ଜଣାଗଲା ଯେ ଶ୍ରେଣୀଗୃହରେ ଯିଏ ଛାତ୍ରଙ୍କ ପାଇଁ ବୈଜ୍ଞାନିକ ମନୋଭାବର ଜଣେ ଉତ୍ତମ ଶିକ୍ଷକ, ସିଏ ଶ୍ରେଣୀ ବାହାରେ ଧର୍ମ ଓ ରାଜନୀତି ବିଚାର କ୍ଷେତ୍ରରେ ନିହାତି ଅବୈଜ୍ଞାନିକ ।

ଏଥିରୁ ସ୍ପଷ୍ଟ ହୁଏ ଯେ ଜଣେ ବ୍ୟକ୍ତି ସବୁ କ୍ଷେତ୍ରରେ ସମାନ ଢଙ୍ଗରେ ବୈଜ୍ଞାନିକ ଦୃଷ୍ଟିକୋଣରୁ ବିଚାର କରିପାରି ଦିଅନ୍ତି । ଏପରି ହେବାର ଏକମାତ୍ର କାରଣ, ଆମର ବିଶ୍ବାସ ସବୁ ବ୍ୟକ୍ତିଗତ ଇଚ୍ଛାଦ୍ଵାରା ପ୍ରଭାବିତ ହୋଇଥାଏ । ବ୍ୟକ୍ତିଗତ ଇଚ୍ଛାଦ୍ୱାରା ବିଚାର ପରିଚାଳିତ ହୁଏ । ଯେଉଁ କଥାରେ ଯୁକ୍ତିଯୁକ୍ତତା ଥାଏ ତାହା ଆମର ବ୍ୟକ୍ତିଗତ ଇଚ୍ଛାର ସପକ୍ଷରେ ଥାଏ । ଅସ୍ଵୀକାଂଶ ଲୋକଙ୍କର ନିଜର, ନିଜ ପରିବାରର, ନିଜ ଜାତିର ଓ ଦେଶର ଅବସ୍ଥାକୁ ନେଇ ଦିବାସ୍ୱପ୍ନ ପରି ଭାବପ୍ରବଣତା ଥାଏ । ସେଥ‌ିପାଇଁ ସେମାନେ ନିଜକୁ, ନିଜ ପରିବାରକୁ, ନିଜ ଜାତିକୁ ସର୍ବଦା ଗୌରବମୟ ଓ ଶ୍ରେଷ୍ଠ ବୋଲି ବିଚାରିଥା’ନ୍ତି । ନିର୍ବାଚନରେ ଭାଗ ନେଇଥ‌ିବା ଦଳଠାରୁ ଆରମ୍ଭ କରି ଯୁଦ୍ଧରେ ଭାଗ ନେଇଥ‌ିବା ଦେଶର ଲୋକ, ପରୀକ୍ଷାର୍ଥୀ ଛାତ୍ର, ନିଜକୁ ଏକପାଖୁଆ ଭାବେ ଯଥାର୍ଥ ବୋଲି ଭାବିଥା’ନ୍ତି । ନିଜକୁ ପ୍ରତିଭାବାନ୍ କବି ମନେକରୁଥିବା

ବ୍ୟକ୍ତିର ରଚନା ଆଦୃତ ନହେଲେ ସେ ନିଜ ରଚନାର ଦୋଷ ନଧରି ପାଠକେ ତାଙ୍କ ରଚନାକୁ ବୁଝିବାକୁ ଅଯୋଗ୍ୟ ବୋଲି କହିଥା’ନ୍ତି । ଏପରି ବିଚାର ଅବୈଜ୍ଞାନିକ । ବାର୍ଟାଣ୍ଡ ରସେଲ୍‌ଙ୍କ ମତରେ ନିଜକୁ ନେଇ ଯୁକ୍ତି ଓ ବିଚାର କଲାବେଳେ ବ୍ୟକ୍ତି ବସ୍ତୁତଃ ସ୍ବପ୍ନାବସ୍ଥାରେ ଥାଏ । ଫଳରେ କଳ୍ପନାର ମଧୁର ସଂସ୍ପର୍ଶରେ ଆସି ସେ ନିଜ ପାଇଁ ନିରପେକ୍ଷ ରହିପାରେ ନାହିଁ । ନିଜକୁ ସୁହାଇବା ଭଳି ଏବଂ ନିଜର ଯୋଗ୍ୟତା ଓ ବୁଦ୍ଧିର ମହତ୍ତ୍ୱ ଦେଖାଇବାପାଇଁ ସେ ନିଜ ଇଚ୍ଛା ମୁତାବକ ଯୁକ୍ତି ଉପସ୍ଥାପନା କରିଥାଏ । ନିଜକୁ ନେଇ ମଣିଷ ସର୍ବଦା ନିଦ୍ରାରାଜ୍ୟରେ ଥାଏ । ଏ କାରଣରୁ ତା’ର ଦୃଷ୍ଟିଭଙ୍ଗୀ ବିଜ୍ଞାନସମ୍ମତ ହୋଇପାରି ନଥାଏ । ପ୍ରାବନ୍ଧିକ ଶ୍ରୀଯୁକ୍ତ ମହାନ୍ତିଙ୍କ ମତରେ, କୌଣସି କଥାର ବିଚାରବେଳେ ନିଜର ବିଶ୍ଵାସକୁ ଠିକ୍, ଯୁକ୍ତିକୁ ନିର୍ଭୁଲ ଭାବିବା ଉଚିତ ନୁହେଁ ।

ଅନ୍ୟମାନେ ଆମର ବ୍ୟକ୍ତିଗତ ମତକୁ ଗ୍ରହଣ କରନ୍ତୁ – ଏପରି ଭାବିବା ବି ଭୁଲ୍ । ଏପ୍ରକାର ବ୍ୟକ୍ତିସାପେକ୍ଷ ମନୋଭାବ ବୈଜ୍ଞାନିକ ମନୋବୃତ୍ତିର ସମ୍ପୂର୍ଣ୍ଣ ବିରୋଧୀ । ମଣିଷ ନିଜର ବ୍ୟକ୍ତିଗତ ମତକୁ ଅନ୍ୟ ଉପରେ ଯେତେବେଳେ ଲଦିଦେବ, ସେତେବେଳେ ନିଜ ମତକୁ ସୁହାଇବା ଭଳି ଯୁକ୍ତି ସେ ବାଢ଼ିବ । ଏ ପ୍ରକାର ଯୁକ୍ତି ନିରପେକ୍ଷ ଭାବନାର ହୋଇନଥାଏ । କେବଳ ନିଜକୁ ଠିକ୍ ବୋଲି ପ୍ରମାଣ କରିବାପାଇଁ ଯୁକ୍ତିକୁ ଆମେ ଅସ୍ତ୍ରଭଳି ବ୍ୟବହାର କରିଥାଉ । ପ୍ରାବନ୍ଧିକଙ୍କ ମତରେ ଏହି ପ୍ରକାର ଆସକ୍ତିଭାବ ହିଁ ବୈଜ୍ଞାନିକ ମନୋବୃତ୍ତିର ପ୍ରଧାନ ଅନ୍ତରାୟ । ଧର୍ମ ଓ ରାଜନୀତି ବିଷୟରେ ବିଚାର କରିବାବେଳେ ବିଜ୍ଞାନ ଶିକ୍ଷକ ନିଜର ବ୍ୟକ୍ତିଗତ ବିଶ୍ବାସ ପ୍ରତି ଆସକ୍ତ ଥିଲେ । ତେଣୁ ନିଜକୁ ଠିକ୍ ବୋଲି ଭାବୁଥୁଲେ । ଏପରି ଭାବିବାଦ୍ୱାରା ସେ ବୈଜ୍ଞାନିକ ମନୋବୃତ୍ତିଦ୍ଵାରା ଆଲୋଚନା କରିବାକୁ ଅକ୍ଷମ ଥିଲେ । ସେ ନିଜର ଯୁକ୍ତିତର୍କକୁ ଅସ୍ତ୍ରଭାବରେ ବ୍ୟବହାର କରୁଥିଲେ । ଏହା ଆଦର୍ଶହୀନତାର ପରିଚୟ ଦିଏ ।

ବିଶିଷ୍ଟ ଚିନ୍ତାନାୟକ ଆଲ୍‌ଡସ୍ ହକ୍‌ସଲେ ଅନାସକ୍ତ ଭାବରେ ବିଚାର କରିପାରୁଥିବା ବ୍ୟକ୍ତିକୁ ‘ଆଦର୍ଶ ମାନବ’ ବୋଲି ପ୍ରତିପାଦନ କରିଛନ୍ତି । ‘ଏଡ୍‌ସ ଆଣ୍ଡ ମିନସ୍’ ପୁସ୍ତକରେ ସେ ଉଲ୍ଲେଖ କରିଛନ୍ତି – ଅନାସକ୍ତ ବ୍ୟକ୍ତି ହିଁ ଆଦର୍ଶ ମାନବ । ଆଦର୍ଶ ମାନବ ଦୈହିକ ଅନୁଭୂତି, ରୁଚି, ଶକ୍ତି ଓ ପ୍ରଭୁତ୍ଵର କାମନା ପ୍ରତି ଅନାସକ୍ତ ଥାଏ । ବ୍ୟକ୍ତିଗତ ରାଗ, ଘୃଣା, ସ୍ନେହ, ଧନସମ୍ପତ୍ତି, ସୁନାମ ଓ ନିଜ ସାମାଜିକ ସ୍ଥିତି ପ୍ରତି ସେ ନସ୍ପୃହ । ବିଜ୍ଞାନ, କଳା ଓ ମାନବ ସମ୍ପର୍କ ପ୍ରଭୃତି ପ୍ରତି ସେ ନିରପେକ୍ଷ । ସୁତରାଂ ନିରପେକ୍ଷ ଭାବ ହିଁ ଆଦର୍ଶ । ଏହି ନିରପେକ୍ଷ ଭାବ ବୈଜ୍ଞାନିକ ମନୋବୃତ୍ତି ପାଇଁ ପ୍ରଥମ ଆବଶ୍ୟକତା । କୌଣସି ବିଷୟରେ ବ୍ୟକ୍ତିଗତ ଇଚ୍ଛା ଓ ଜିଦ୍ ନରଖୁ ହିଁ ଅନାସକ୍ତି ଭାବ । ଏହି ଭାବ ଥାଇ ଯିଏ ସବୁ ପ୍ରଶ୍ନର ଯୁକ୍ତିଯୁକ୍ତ ବିଚାର କରନ୍ତି ସେ ହିଁ ବୈଜ୍ଞାନିକ ମନୋବୃତ୍ତିର ଅଧିକାରୀ ହୋଇଥା’ନ୍ତି ।

ବୈଜ୍ଞାନିକ ମନୋଭାବାପନ୍ନ ବ୍ୟକ୍ତି ନିଜର ସିଦ୍ଧାନ୍ତ ସର୍ବଦା ସତ୍ୟ ହେବ – ଏପରି ଭାବନ୍ତି ନାହିଁ । ସେ ଜାଣନ୍ତି ଯେ ଅନ୍ୟ କେହି ବି ଯୁକ୍ତି ବଳରେ ତାଙ୍କ ଭୁଲ୍ ଦର୍ଶାଇ ପାରନ୍ତି । ଅନ୍ୟ ବଳିଷ୍ଠ ଯୁକ୍ତି ତାଙ୍କ ମତକୁ ବଦଳାଇ ଦେଇପାରେ । ଅନ୍ୟର ଯୁକ୍ତିଯୁକ୍ତ ମତକୁ ସେ ସହଜରେ ବି ଗ୍ରହଣ କରିଥା’ନ୍ତି । ଅନ୍ୟର ମତକୁ ଗ୍ରହଣ କରିବା ଏବଂ କୌଣସି ମତ ନିର୍ଦ୍ଦିଷ୍ଟ ସତ୍ୟ ଉପରେ ପ୍ରତିଷ୍ଠିତ ନୁହେଁ – ଏପରି ଚିନ୍ତା କରିବା ହିଁ ବୈଜ୍ଞାନିକ ମନୋବୃତ୍ତିର ମହତ୍ତ୍ବ । ଦୁଇଜଣ ଭୂତତ୍ତ୍ବବିଦ୍‌ଙ୍କ ଖଣିଜ ଶିଳାଖଣ୍ଡଗୁଡ଼ିକ ସମ୍ପର୍କରେ ପରୀକ୍ଷାମୂଳକ ସିଦ୍ଧାନ୍ତ ଭିନ୍ନ ଭିନ୍ନ ହୋଇଥାଏ । ସେହି ଶିଳାଖଣ୍ଡଗୁଡ଼ିକୁ ବିଜ୍ଞାନାଗାରରେ ପରୀକ୍ଷା କଲେ ହୁଏତ ଜଣାପଡ଼ିପାରେ ଯେ ଜଣକର ଅଧିକାଂଶ ମତାମତ ଠିକ୍ ଓ ଅନ୍ୟ ଜଣକର ଅଧିକାଂଶ ମତାମତ ଭୁଲ୍ । ମାତ୍ର ଏଥିରେ ଦ୍ବିତୀୟ ଜଣକର ବ୍ୟକ୍ତିଗତ ଇଚ୍ଛା ଥିଲା ବୋଲି କୁହାଯାଇ ପାରେ । ତେଣୁ ଉଭୟେ ବିଜ୍ଞାନାଗାରର ରିପୋର୍ଟକୁ ସହଜରେ ଗ୍ରହଣ କରିଥା’ନ୍ତି । ଏହା ଜଣାଇଦିଏ ଯେ ମତପ୍ରଦାନରେ ଆସକ୍ତିଭାବ ନରହିବା ହିଁ ବୈଜ୍ଞାନିକ ମନୋବୃତ୍ତି ।

ଅନାସକ୍ତ ବୈଜ୍ଞାନିକ ମନୋବୃତ୍ତି ନଥୁଲେ ଜଣେ ଅନ୍ୟର ମତକୁ ସହଜରେ ଗ୍ରହଣ ନକରି ବିରୋଧ କରିଥା’ନ୍ତି । ପ୍ରାବନ୍ଧିକ ଜଣେ ସାହିତ୍ୟ ସମାଲୋଚକଙ୍କ ଉଦାହରଣ ଦେଇଛନ୍ତି । ସାହିତ୍ୟ ସମାଲୋଚକଙ୍କ କାମ ନିରପେକ୍ଷ ଭାବରେ ଲେଖାର ବିଶ୍ଳେଷଣ କରିବା । ମାତ୍ର ସମାଲୋଚକ ଜଣକ ବ୍ୟକ୍ତିଗତ ଇଚ୍ଛାଦ୍ୱାରା ପ୍ରଭାବିତ ହୋଇ ତାଙ୍କ ପ୍ରିୟ କବିଙ୍କ କବିତା ସମାଲୋଚନାବେଳେ କବିଙ୍କ ସପକ୍ଷରେ ଗଲାଭଳି ଅଭିମତ ଦେଇଥା’ନ୍ତି । ଅନ୍ୟ କେହି କବିଙ୍କର ଦୋଷଗୁଣ ବିଚାର କଲେ ସେ ତାଙ୍କର ବିରୋଧ କରିଥା’ନ୍ତି । ମୋଟ ଉପରେ ସେ ନିରପେକ୍ଷ ସମାଲୋଚନା କରିବା ପରିବର୍ତ୍ତେ ଓକିଲାତି କରିଥା’ନ୍ତି । ଏପ୍ରକାର ବିଚାର ଅବୈଜ୍ଞାନିକ ।

ଅନ୍ୟମାନଙ୍କ ପ୍ରଭାବରୁ ମୁକ୍ତ ରହି ବିଚାର କରିବା ବୈଜ୍ଞାନିକ ମନୋବୃତ୍ତିର ଅନ୍ୟତମ ଲକ୍ଷଣ । ପ୍ରଭାବଶାଳୀ ବ୍ୟକ୍ତି ହୁଅନ୍ତୁ ବା ଶାସ୍ତ୍ରର ପ୍ରସିଦ୍ଧ ମତ ହେଉ – ଏସବୁଠାରୁ ମୁକ୍ତ ରହି ବିଚାର ବି କରାଯାଇପାରେ । ସମାଜର ପ୍ରଚଳିତ ମତଦ୍ୱାରା ପ୍ରଭାବିତ ନହୋଇ ସ୍ଵାଧୀନ ଭାବରେ ବିଚାର କରିବା ଏକ କଠିନ ମାନସିକ ବ୍ୟାପାର । ଏହି ମାନସିକ ବ୍ୟାପାରଟି ଗଭୀର ଅଧ୍ୟୟନ, ଶିକ୍ଷା ଓ ଚିନ୍ତା ଉପରେ ନିର୍ଭରଶୀଳ । ଏପରି ମାନସିକ ଅଭ୍ୟାସର ବ୍ୟକ୍ତି ନିଜର ସିଦ୍ଧାନ୍ତକୁ ବୈଜ୍ଞାନିକ ମନୋଭାବ ହେତୁ ନିଶ୍ଚିତ ସତ୍ୟ ବୋଲି ଭାବନ୍ତି ନାହିଁ ।

BSE Odisha 8th Class Odia Solutions Chapter 10 ବୈଜ୍ଞାନିକ ମନୋବୃତ୍ତି

ଏହିସବୁ ଆଲୋଚନାରୁ ଗୋଟିଏ କଥା ସ୍ପଷ୍ଟ ହୁଏ ଯେ ସତ୍ୟର ଉଦ୍‌ଘାଟନ ପାଇଁ ବୈଜ୍ଞାନିକ ମନୋବୃତ୍ତି ସର୍ବପ୍ରଥମେ ଆବଶ୍ୟକ । ପ୍ରାବନ୍ଧିକଙ୍କ ମତରେ ବୈଜ୍ଞାନିକ ମନୋବୃତ୍ତିର ବ୍ୟକ୍ତି ବିରଳ ନୁହଁନ୍ତି । ଜଣେ ବିଜ୍ଞାନରେ ଜ୍ଞାନ ଅର୍ଜନ କଲେ ବୈଜ୍ଞାନିକ ମନୋବୃତ୍ତିର ବ୍ୟକ୍ତି ହୁଅନ୍ତି ନାହିଁ । ଚିନ୍ତାଶୀଳ ହୋଇ ବିଚାର କରୁଥିବା ବ୍ୟକ୍ତି ବୈଜ୍ଞାନିକ ମନୋବୃତ୍ତିର । ଅବଶ୍ୟ ବିଜ୍ଞାନ ଜ୍ଞାନ ଓ ବୈଜ୍ଞାନିକ ମନୋବୃତ୍ତି ପରସ୍ପର ସହିତ ଜଡ଼ିତ । ଏତିକି ତଫାତ୍ ଯେ ବିଜ୍ଞାନ ଆବିଷ୍କୃତ କେତେକ ପ୍ରସଙ୍ଗ ମନୁଷ୍ୟର ଅନେକ ଭିତ୍ତିହୀନ ଆତ୍ମରୁଚିକର ବିଶ୍ଵାସ ଉପରେ କୁଠାରାଘାତ କରିବାରୁ ଚିନ୍ତାଶୀଳ ବ୍ୟକ୍ତିମାନେ ନିଜର ବିଶ୍ୱାସ ସନ୍ଦେହ ପ୍ରକାଶ କରି ସାବଧାନତାର ସହ ତାହାକୁ ତର୍ଜମା କଲେ । ଏସବୁ ପ୍ରମାଣ କରେ ଯେ ବୈଜ୍ଞାନିକ ମନୋବୃତ୍ତିଟି ଏକ ଅନାସକ୍ତ ଚିନ୍ତାଶୀଳ ମୁକ୍ତ ବିଚାରର କଥା ଅଟେ ।

ସୂଚନା ଓ କଠିନ ଶବ୍ଦାର୍ଥ:

  • ନିରପେକ୍ଷ – ପକ୍ଷପାତରହିତ/ସ୍ଵାଧୀନ ।
  • ଭିଭି – ମୂଳଦୁଆ/ମୂଳ ଆଧାର ।
  • ସିଦ୍ଧାନ୍ତ – ନିର୍ଦ୍ଧାରଣ|ନ୍ୟାୟ ।
  • ଅପ୍ରତ୍ୟାଶିତ – ଆକସ୍ମିକ|ହଠାତ୍‌ ।
  • ଆସକ୍ତି – ଜଡ଼ିତ ହେବା/ଲିପ୍ତ ହେବା ।
  • ନିସ୍ପୃହ – ଅନାଗ୍ରହ/ଆକାଂକ୍ଷାରହିତ ।
  • ବିରଳ – ଦୁର୍ଲଭ/ଅଳ୍ପ ପରିମାଣରେ ଲବ୍ଧ|ଯାହା କମ୍ ଦେଖାଯାଏ ।
  • ବାହୁଲ୍ୟ – ଅତିଶୟୋକ୍ତି/ଅତିରଞ୍ଜିତ/ବହୁଳତା ।
  • ଭୂତତ୍ତ୍ୱବିଦ୍ – ଭୂପୃଷ୍ଠ ଓ ତା’ର ନିମ୍ନବର୍ତ୍ତୀ ସ୍ତର ସମ୍ବନ୍ଧରେ ଯାହାଙ୍କର ବିଜ୍ଞାନସମ୍ମତ ଅଭିଜ୍ଞତା ରହିଛି|ଭୂବିଦ୍ୟା ସମ୍ପର୍କରେ ଅଭିଜ୍ଞ ।
  • ଶିଳାଖଣ୍ଡ – ପଥରଖଣ୍ଡ
  • କୁଠାରାଘାତ – କୁରାଢ଼ି ମାରିବା / ଛେଦନ କରିବା / ଅସ୍ବୀକାର ପୂର୍ବକ ନଷ୍ଟ କରିଦେବା ।
  • ଭିଭିହୀନ – ମୂଲ୍ୟହୀନ / ନିରର୍ଥକ / ଅମୂଳକ ।
  • ଚିନ୍ତାଶୀଳ – ବିଚାରସିଦ୍ଧ / ଚିନ୍ତାପରାୟଣ ।
  • ବାଟ୍ରାଣ୍ଡ ରସେଲ୍ – ଜଣେ ହେତୁବାଦୀ ପାଶ୍ଚାତ୍ୟ ଦାର୍ଶନିକ ଓ ପ୍ରାବନ୍ଧିକ । ସେ ୧୮୭୨ ମସିହାରେ ଇଂଲଣ୍ଡରେ ୱେଲସ୍ ପ୍ରଦେଶରେ ଜନ୍ମ ହୋଇଥିଲେ ଓ କେମ୍ବ୍ରିଜ ବିଶ୍ଵବିଦ୍ୟାଳୟରେ ଗଣିତ ଅଧ୍ୟାପନା କରୁଥିଲେ । ୧୯୫୦ ମସିହାରେ ସେ ସାହିତ୍ୟରେ ନୋବେଲ ପୁରସ୍କାର ପାଇଥିଲେ । ସେ ଏକାଧାରରେ ଗଣିତ, ଦର୍ଶନ, ସମାଜର ଚିନ୍ତାନାୟକ ତଥା ମନୁଷ୍ୟ ନିୟତି ଲାଗି ଜଣେ ଅଗ୍ରଗାମୀ ସଂଗ୍ରାମୀ ଥିଲେ ।
  • ଆଲ୍‌ଡସ୍ ହକ୍‌ଲେ – ସେ ୧୮୯୪ ମସିହାରେ ଇଂଲଣ୍ଡ ଗୋଡ଼ାଲମିଙ୍ଗ୍ ସରେଠାରେ ଜନ୍ମଗ୍ରହଣ କରିଥିଲେ । ଦୁଇ ଦୁଇଟି ବିଶ୍ଵଯୁଦ୍ଧ ଅବସରରେ ଜଣେ ଶାନ୍ତିପ୍ରିୟ ମାନବବାଦୀ ଚିନ୍ତାନାୟକ ଭାବରେ ସେ ବିଶ୍ୱଶାନ୍ତିର ବାର୍ତ୍ତା ପ୍ରଚାର କରିଥିଲେ । ସେ ଜଣେ ଆଦର୍ଶବାଦୀ ପ୍ରାବନ୍ଧିକ ଓ ସ୍ତମ୍ଭକାର । ବିଶ୍ବବ୍ୟାପୀ ଉଦାର ଆର୍ଥନୀତିକ ବ୍ୟବସ୍ଥା ନିମନ୍ତେ ସେ ପ୍ରଚାର କରିଥିଲେ । ୧୯୬୩ ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା ।

BSE Odisha 7th Class Geography Solutions Chapter 1.2 ପୃଥ‌ିବୀର ଅଭ୍ୟନ୍ତର

Odisha State Board BSE Odisha 7th Class Geography Solutions Chapter 1.2 ପୃଥ‌ିବୀର ଅଭ୍ୟନ୍ତର Textbook Exercise Questions and Answers.

BSE Odisha Class 7 Geography Solutions Chapter 1.2 ପୃଥ‌ିବୀର ଅଭ୍ୟନ୍ତର

୧ । ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

Question i.
ପୃଥ‌ିବୀ କେଉଁ ତିନୋଟି ସ୍ତର ଦ୍ଵାରା ଗଠିତ ?
Answer:
ପୃଥ‌ିବୀ ଭୂତ୍ଵକ୍‌, ମଣ୍ଟାଲ୍ ବା ମଧ୍ଯମଣ୍ଡଳ ଏବଂ କୋର୍ ବା କେନ୍ଦ୍ରମଣ୍ଡଳ – ଏହି ତିନୋଟି ସ୍ତରଦ୍ଵାରା ଗଠିତ ।

Question ii.
ଶିଳା କ’ଣ ?
Answer:
ଖଣିଜ ପଦାର୍ଥର ମିଶ୍ରଣରେ ଶିଳା ସୃଷ୍ଟି ହୋଇଥାଏ । ଶିଳାଗୁଡ଼ିକର ରଙ୍ଗ, ଆକାର ଓ ଗଠନ ଭିନ୍ନ ଭିନ୍ନ ହୋଇଥାଏ ।

Question iii.
ତିନୋଟି ପ୍ରକାର ଶିଳାର ନାମ ଲେଖ ।
Answer:
ତିନିପ୍ରକାର ଶିଳାର ନାମ :

  • ଆଗ୍ନେୟ ଶିଳା,
  • ସ୍ତରୀଭୂତ ବା ଅବକ୍ଷିପ୍ତ ଶିଳା ଓ
  • ରୂପାନ୍ତରିତ ଶିଳା ।

BSE Odisha 7th Class Geography Solutions Chapter 1.2 ପୃଥ‌ିବୀର ଅଭ୍ୟନ୍ତର

Question iv.
ନିଃସ୍ରବଳ ଆଗ୍ନେୟ ଶିଳା କିପରି ସୃଷ୍ଟି ହୁଏ ?
Answer:

  • ଭୂତ୍ଵକ୍ ତଳେ ଥିବା ଉତ୍ତପ୍ତ ତଥା ତରଳ ମାତ୍ମା ଜ୍ଵାଳାମୁଖୀ ଦେଇ ଭୂପୃଷ୍ଠରେ ଲାଭା ଆକାରରେ ଜମା ହୁଏ ।
  • ଏହା ଶୀଘ୍ର ଶୀତଳ ଓ କଠିନ ହୋଇ ନିଃସ୍ରବଜ ଆଗ୍ନେୟ ଶିଳାରେ ପରିଣତ ହୁଏ ।

Question v.
ଶିଳାଚକ୍ର କହିଲେ କ’ଣ ବୁଝ ?
Answer:
ପ୍ରତ୍ୟେକ ଶିଳା ଅନୁକୂଳ ପରିସ୍ଥିତିରେ ଅନ୍ୟ ଏକ ଶିଳାରେ ପରିଣତ ହୁଏ । ଏହି ପରିବର୍ତ୍ତନ ଏକ ନିୟମିତ ଧାରାରେ ହୋଇଥାଏ । ଏହାକୁ ଶିଳାଚକ୍ର କୁହାଯାଏ ।

BSE Odisha 7th Class Geography Solutions Chapter 1.2 ପୃଥ‌ିବୀର ଅଭ୍ୟନ୍ତର 9

ଉଦାହରଣ : ଆଗ୍ନେୟ ଶିଳା ଛୋଟ ଛୋଟ ଖଣ୍ଡରେ ପରିଣତ ହୋଇ ଅବକ୍ଷିପ୍ତ ଶିଳାରେ ପରିଣତ ହୁଏ । ସେହିପରି ରୂପାନ୍ତରିତ ଶିଳା ଅତ୍ୟଧିକ ତାପ ପ୍ରଭାବରେ ଅର୍ବତରଳ ମାଗ୍ନାରେ ଓ ମାଗ୍ନା ପୁନଶ୍ଚ ଶୀତଳ ଓ କଠିନ ହୋଇ ଆଗ୍ନେୟ ଶିଳାରେ ପରିଣତ ହୁଏ ।

Question vi.
ଶିଳାର କି କି ବ୍ୟବହାର ରହିଛି ?
Answer:

  • ରାସ୍ତା, ଗୃହ ତଥା ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟରେ ଶିଳାକୁ ବ୍ୟବହାର କରାଯାଏ ।
  • ଗୋଲି ବା ବାଲିଗରଡ଼ା ବ୍ୟବହାର କରି ପିଲାମାନେ ବିଭିନ୍ନ ଖେଳ ଖେଳିଥାନ୍ତି ।

BSE Odisha 7th Class Geography Solutions Chapter 1.2 ପୃଥ‌ିବୀର ଅଭ୍ୟନ୍ତର

Question vii.
ରୂପାନ୍ତରିତ ଶିଳା କ’ଣ ?
Answer:

  • ଭୂତ୍ଵକ୍ ଅଭ୍ୟନ୍ତରରେ ଅତ୍ୟଧିକ ତାପ ଓ ଚାପ ପ୍ରଭାବରେ କେତେକ ଆଗ୍ନେୟ ଶିଳା ଓ ଅବକ୍ଷିପ୍ତ ଶିଳା ରାଶି ନୂତନ ଶିଳାରେ ପରିଣତ ହୋଇଥାନ୍ତି । ଏହାକୁ ରୂପାନ୍ତରିତ ଶିଳା କୁହାଯାଏ ।
  • କର୍ଦ୍ଦମ ଶିଳା ରୂପାନ୍ତରିତ ହୋଇ ପ୍ଲେଟ୍‌ରେ ଓ ଚୂନପଥର ମାର୍ବଲରେ ପରିଣତ ହୋଇଥାଏ ।

୨ । ଠିକ୍ ଉତ୍ତରଟି ବାଛି ଲେଖ ।

Question i.
ଅଵତରଳ ମାଗ୍ନାରୁ କେଉଁ ଶିଳା ସୃଷ୍ଟି ହୋଇଥାଏ ?
(କ) ଆଗ୍ନେୟ
(ଖ) ଅବକ୍ଷିପ୍ତ
(ଗ) ରୂପାନ୍ତରିତ
Answer:
(କ) ଆଗ୍ନେୟ ଉତ୍ତର

Question ii.
ପୃଥ‌ିବୀର ଗଭୀରତମ ସ୍ତରକୁ କ’ଣ କୁହାଯାଏ ?
(କ) ଭୂତ୍ଵକ୍
(ଖ) ମାଷ୍ଟଲ୍
(ଗ) କୋର୍
Answer:
(ଗ) କୋର୍ ସ୍ତର ?

BSE Odisha 7th Class Geography Solutions Chapter 1.2 ପୃଥ‌ିବୀର ଅଭ୍ୟନ୍ତର

Question iii.
ସୁନା, ପେଟ୍ରୋଲିୟମ୍ ଓ କୋଇଲା କ’ଣ ?
(କ) ଶିଳା
(ଖ) ଖଣିଜ
(ଗ) ଜୀବାଶ୍ମ
Answer:
(ଖ) ଖଣିଜ

Question iv.
କେଉଁଟି ଜୀବାଶ୍ମ ଥିବା ଶିଳା ?
(କ) ଅବକ୍ଷିପ୍ତ
(ଖ) ରୂପାନ୍ତରିତ
(ଗ) ଆଗ୍ନେୟ
Answer:
(କ) ଅବକ୍ଷିପ୍ତ

Question v.
କେଉଁ ସ୍ତରଟି ପୃଥ‌ିବୀର ସବୁଠାରୁ ପତଳା
(କ) ଭୂତ୍ଵକ୍
(ଖ) ମାଣ୍ଡଲ୍
(ଗ) କୋର୍
Answer:
(କ) ଭୂତ୍ବକ୍

୩ । ସ୍ତମ୍ଭ ଦୁଇଟି ମଧ୍ୟରେ ସମ୍ପର୍କ ସ୍ଥାପନ କରି ଲେଖ ।

BSE Odisha 7th Class Geography Solutions Chapter 1.2 ପୃଥ‌ିବୀର ଅଭ୍ୟନ୍ତର 10
Answer:
BSE Odisha 7th Class Geography Solutions Chapter 1.2 ପୃଥ‌ିବୀର ଅଭ୍ୟନ୍ତର 11

BSE Odisha 7th Class Geography Notes Chapter 1.2 ପୃଥ‌ିବୀର ଅଭ୍ୟନ୍ତର

ପୃଥ‌ିବୀର ଅଭ୍ୟନ୍ତର :

BSE Odisha 7th Class Geography Solutions Chapter 1.2 ପୃଥ‌ିବୀର ଅଭ୍ୟନ୍ତର 1

  • ଆମେ ବାସ କରୁଥିବା ପୃଥ‌ିବୀ ଗ୍ରହର ଅଭ୍ୟନ୍ତର କେତେକ ମଧ୍ୟବର୍ତ୍ତୁଳାକାର ସ୍ତରଦ୍ଵାରା ଗଠିତ ।
  • ସବା ଉପର ସ୍ତର ଭୂତ୍ଵକ୍ ଏକ କଠିନ ତଥା ପତଳା ସ୍ତର । ଏହା ପୃଥ‌ିବୀକୁ ଢାଙ୍କି ରହିଛି ।
  • ଭୂତ୍ବକ୍ ତଳକୁ ମାଣ୍ଟାଲ ସ୍ତର ଓ ସର୍ବନିମ୍ନ ସ୍ତର ହେଉଛି କୋର୍ ବା କେନ୍ଦ୍ରମଣ୍ଡଳ ।
  • ପୃଥ‌ିବୀର କେନ୍ଦ୍ରରେ ପହଞ୍ଚିବା ପାଇଁ ସମୁଦ୍ର ନିମ୍ନରୁ ପ୍ରାୟ ୬୩୦୦ କି.ମି. ଗାତ ଖୋଳିବାକୁ ପଡ଼ିବ ।

BSE Odisha 7th Class Geography Solutions Chapter 1.2 ପୃଥ‌ିବୀର ଅଭ୍ୟନ୍ତର

ଭୂବକ :

ଭୂତ୍ଵକ୍‌ର ଦୁଇଟି ଅଂଶ ରହିଛି; ଯଥା- ମହାଦେଶୀୟ ଭୂତ୍ବକ୍ ଓ ମହାସାଗରୀୟ ଭୂତ୍ବକ୍ ।

BSE Odisha 7th Class Geography Solutions Chapter 1.2 ପୃଥ‌ିବୀର ଅଭ୍ୟନ୍ତର 2
BSE Odisha 7th Class Geography Solutions Chapter 1.2 ପୃଥ‌ିବୀର ଅଭ୍ୟନ୍ତର 3

ମାଣ୍ଟାଲ (ମଧ୍ୟମଣ୍ଡଳ) :

  • ଭୂତ୍ବକ୍ ତଳ ସ୍ତର ମାଣ୍ଟାଲ ପ୍ରାୟ ୨୯୦୦ କି.ମି. ପର୍ଯ୍ୟନ୍ତ ବିସ୍ତୃତ ।
  • ଏହା ପୃଥ‌ିବୀର ମୋଟ ଘନଫଳର ୧୬ ଭାଗ ।

କୋର୍ (କେନ୍ଦ୍ରମଣ୍ଡଳ) :

  • କୋର୍ ବା କେନ୍ଦ୍ରମଣ୍ଡଳ ସର୍ବନିମ୍ନ ସ୍ତର ।
  • ୩୫୦୦ କିଲୋମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ ଏହି ସ୍ତରକୁ ନିଫେ (ନିକେଲ + ଫେରସ୍) ସ୍ତର କୁହାଯାଏ ।
  • ଏହା ପୃଥ‌ିବୀର ମୋଟ୍ ଘନଫଳର ୮୩ ଭାଗ ।

ଶିଳା :

ଖଣିଜ ପଦାର୍ଥ ମିଶ୍ରଣରେ ଶିଳା ସୃଷ୍ଟି ହୋଇଥାଏ । ଭୂତ୍ଵକ୍‌ ଶିଳାରେ ଗଠିତ । ଭୂତ୍ଵକ୍ ଶିଳା ୩ ଗୋଟି ଶ୍ରେଣୀରେ ବିଭକ୍ତ, ଯଥା- ଆଗ୍ନେୟଶିଳା, ସ୍ତରୀଭୂତ ଶିଳା ଓ ରୂପାନ୍ତରିତ ଶିଳା ।

BSE Odisha 7th Class Geography Solutions Chapter 1.2 ପୃଥ‌ିବୀର ଅଭ୍ୟନ୍ତର 4

ଆଗ୍ନେୟ ଶିଳା :

ଭୂତ୍ଵକ୍ ତଳେ ଥିବା ମାଗ୍ନା ଭୂପୃଷ୍ଠକୁ ଆସିଲେ ଏହାକୁ ଲାଭା କୁହାଯାଏ । ଭୂପୃଷ୍ଠରେ ଲାଭା ଶୀତଳ ଓ କଠିନ ହୋଇ ଆଗ୍ନେୟ ଶିଳାରେ ପରିଣତ ହୁଏ ।
ଭୂତ୍ଵକ୍ ତଳେ ଥିବା ଅର୍ଦ୍ଧତରଳ ବା ତରଳ ଅବସ୍ଥାରେ ଥବା ଶିଳାକୁ ମାଲ୍ଗା କୁହାଯାଏ ।

BSE Odisha 7th Class Geography Solutions Chapter 1.2 ପୃଥ‌ିବୀର ଅଭ୍ୟନ୍ତର 5

ସ୍ତରୀଭୁତ ଶିଳା :

ଗୋଡି଼, ବାଲି, ଧୂଳି, ଜଳସ୍ରୋତ ଓ ପବନ ଦ୍ଵାରା ପରିବାହିତ ହୋଇ ଅନ୍ୟତ୍ର ସ୍ତର ସ୍ତର ଭାବରେ ଜମାହୋଇ ଶିଳାରେ ପରିଣତ ହୁଏ । ଏହାକୁ ସ୍ତରୀଭୂତ ଶିଳା ବା ଅବକ୍ଷିପ୍ତ ଶିଳା କୁହାଯାଏ ।
ଉଦାହରଣ : ବାଲିପଥର, ଚୂନପଥର, କର୍ଦ୍ଦମଶିଳା, ଚକ୍ର, ଡୋଲୋମାଇଟ୍‌, କାଲସାଇଟ୍ ।

BSE Odisha 7th Class Geography Solutions Chapter 1.2 ପୃଥ‌ିବୀର ଅଭ୍ୟନ୍ତର

ରୂପାନ୍ତରିତ ଶିଳା :

  • ଭୂତ୍ଵକ୍ ଅଭ୍ୟନ୍ତରରେ ଅତ୍ୟଧ‌ିକ ତାପ ଓ ଚାପ ପ୍ରୟୋଗରେ କେତେକ ଶିଳାର ପରିବର୍ତ୍ତନ ଘଟି ନୂତନ ଶିଳାରେ ପରିଣତ ହୁଏ । ଏହାକୁ ରୂପାନ୍ତରିତ ଶିଳା କୁହାଯାଏ ।
  • କେତେକ ରୂପାନ୍ତରିତ ଶିଳାର ଉଦାହରଣ :

BSE Odisha 7th Class Geography Solutions Chapter 1.2 ପୃଥ‌ିବୀର ଅଭ୍ୟନ୍ତର 6
BSE Odisha 7th Class Geography Solutions Chapter 1.2 ପୃଥ‌ିବୀର ଅଭ୍ୟନ୍ତର 7

  • ଶିଳା ଅନୁକୂଳ ପରିସ୍ଥିତିରେ ଅନ୍ୟ ଏକ ଶିଳାରେ ପରିଣତ ହେବା ପ୍ରକ୍ରିୟାକୁ ‘ଶିଳାଚକ୍ର’ କୁହାଯାଏ ।
  • ଉପରୋକ୍ତ ରେଖାଚିତ୍ରରୁ ଜାଣିଲେ ଆଗ୍ନେୟଶିଳା କ୍ଷୟପ୍ରାପ୍ତ ହୋଇ ଅବକ୍ଷିପ୍ତ ଶିଳାରେ ପରିଣତ ହୁଏ । ସେହିପରି ଉଭୟ ଆଗ୍ନେୟଶିଳା ଓ ଅବକ୍ଷିପ୍ତ ଶିଳା ଅତ୍ୟଧ‌ିକ ତାପ ଓ ଚାପର ପ୍ରଭାବରେ ରୂପାନ୍ତରିତ ଶିଳାରେ ଏବଂ ରୂପାନ୍ତରିତ ଶିଳା ପୁନଶ୍ଚ ଅତ୍ୟଧିକ ତାପ ପ୍ରଭାବରେ ମାଙ୍ଗାରେ ପରିଣତ ହୁଏ ।

ଖଣିଜ :

ଏକ ବା ଏକାଧିକ ଖଣିଜଦ୍ରବ୍ୟ ମିଶି ଶିଳା ସୃଷ୍ଟି ହୁଏ ।
ଉଦାହରଣ : କୋଇଲା, ଲୁହା, ବକ୍‌ସାଇଟ୍‌ । ଖଣିଜଦ୍ରବ୍ୟ ବିଭିନ୍ନ କାର୍ଯ୍ୟରେ ବ୍ୟବହୃତ ହୁଏ ।

  • ଖଣିଜ ଦ୍ରବ୍ୟର ନିର୍ଦ୍ଦିଷ୍ଟ ଭୌତିକ ଗୁଣ ଓ ରାସାୟନିକ ଗଠନ ଥାଏ ।

BSE Odisha 7th Class Geography Solutions Chapter 1.2 ପୃଥ‌ିବୀର ଅଭ୍ୟନ୍ତର 8

  • ପୃଥ‌ିବୀର ଗଭୀରତମ ଖଣି ଦକ୍ଷିଣ ଆଫ୍ରିକାରେ ରହିଛି ।

BSE Odisha 7th Class Geography Solutions Chapter 1.2 ପୃଥ‌ିବୀର ଅଭ୍ୟନ୍ତର

କେତେକ ଭୌଗୋଳିକ ଶବ୍ଦାବଳୀ

  • ଭୂତ୍ବକ୍ : ପୃଥ‌ିବୀର ସବା ଉପର ସ୍ତରରେ ଥ‌ିବା କଠିନ ଓ ପତଳା ସ୍ତରକୁ ଭୂତ୍ଵକୁ କୁହାଯାଏ ।
  • ମାଣ୍ଟାଲ୍ : ଭୂତ୍ଵକ୍‌ର ତଳ ସ୍ତରକୁ ମାଣ୍ଟାଲ୍ କୁହାଯାଏ ।
  • କୋର୍ : ପୃଥ‌ିବୀର ଅଭ୍ୟନ୍ତରରେ ଥ‌ିବା ସବୁଠାରୁ ଭିତର ସ୍ତରକୁ କୋର୍ କୁହାଯାଏ ।
  • ଆଗ୍ନେୟଶିଳା : ଲାଭା କ୍ରମେ ଶୀତଳ ଓ କଠିନ ହୋଇ ଶିଳାରେ ପରିଣତ ହେଲେ ଏହାକୁ ଆଗ୍ନେ ୟଶିଳ କୁହାଯାଏ ।
  • ନିଃସ୍ରବଜ ଆଗ୍ନେୟଶିଳା : ତରଳ ମାଗ୍ନା ଭୂପୃଷ୍ଠରେ ଶୀଘ୍ର ଶୀତଳ ଓ କଠିନ ହୋଇ ସୃଷ୍ଟି ହେଉଥିବା ଶିଳା ।
  • ଅନ୍ତର୍ଭେଦୀ ଆଗ୍ନେୟଶିଳା : ତରଳ ମାଗ୍ନା ଭୂତ୍ଵକ୍‌ ଶିଳାସ୍ତରରେ ଶୀତଳ ଓ କଠିନ ହୋଇ ସୃଷ୍ଟି ହେଉଥ‌ିବା ଶିଳା ।
  • ଅବକ୍ଷିପ୍ତ ଶିଳା : କ୍ଷୟିତ ଶିଳାରାଶି ଜଳସ୍ରୋତ, ପବନ ଆଦି ଦ୍ଵାରା ପରିବାହିତ ହୋଇ ଅନ୍ୟତ୍ର ଜମାହୋଇ କାଳକ୍ରମେ ସୃଷ୍ଟି ହେଉଥ‌ିବା କଠିନ ଶିଳା ।
  • ଶିଳାଚକ୍ର : ପ୍ରତ୍ୟେକ ଶିଳା ଅନୁକୂଳ ପରିସ୍ଥିତିରେ ଅନ୍ୟ ଏକ ପରିବାହିତ ହୋଇ ଅନ୍ୟତ୍ର ଜମାହୋଇ କାଳକ୍ରମେ ସୃଷ୍ଟି ହେଉଥିବା କଠିନ ଶିଳା ।
  • ଜୀବାଶ୍ମ : ଶିଳା ସ୍ତର ମଧ୍ୟରେ ଥିବା ମୃତ ପ୍ରାଣୀ ଓ ଉଭିଦଙ୍କର ନଷ୍ଟାବଶେଷକୁ ଜୀବାଶ୍ମ କୁହାଯାଏ ।